ଓଡ଼ିଆ (Oriya): GST - Oriya

Updated ? hours ago # views See on DCS Draft Material

ରୂତ

Chapter 1

1 ବିଚାରକଗଣ ଇସ୍ରେଲର ଶାସନ କରୁଥିବା ଏକ ସମୟରେ ସେ ଦେଶରେ ସେଠାରେ ଏକ ଦୁର୍ଭିକ୍ଷ ପଡ଼ିଲା। ଇସ୍ରାଏଲ ଦେଶର ବେଥଲିହିମ ସହର ଯିହୁଦା ଅଞ୍ଚଳର ଜଣେ ଲୋକ ସେ ସ୍ଥାନ ଛାଡି ନିଜ ସ୍ତ୍ରୀ ଓ ତାଙ୍କ ଦୁଇ ପୁତ୍ରମାନଙ୍କ ସହ ମୋୟାବ ଦେଶରେ କିଛି ସମୟ ନିମନ୍ତେ ବାସ କରିବାକୁ ଗଲେ। 2 ସେ ଲୋକର ନାମ ଏଲିମେଲକ ଥିଲା ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ ଥିଲା। ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ। ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ ଥିଲେ। ଏମାନେ ମୋୟାବ ଦେଶକୁ ଆସିଲେ ଆଉ ସେଠାରେ ରହିଲେ। 3 ଏଉତ୍ତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁୁ ହୁଏ, ପୁଣି ନୟମୀର ସହିତ କେବଳ ତାହାର ଦୁଇ ପୁତ୍ର ରହିଲେ। 4 ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ। ଜଣକର ସ୍ତ୍ରୀ ନାମ ଅର୍ପା, ଓ ଅନ୍ୟ ସ୍ତ୍ରୀ ଜଣର ନାମ ରୂତ ଥିଲା। କିନ୍ତୁ ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଳା ପରେ, 5 ମହଲୋନ ଓ କିଲୀୟୋନଙ୍କର ମଧ୍ୟ ମୃତ୍ୟୁୁ ହୁଏ। ତେଣୁ ନୟମୀ ତାହାର ପୁତ୍ର ଓ ସ୍ୱାମୀବିହୀନା ହୋଇ ଏକାକୀ ରହିଲା।

6 ଦିନେ ନୟମୀ ମୋୟାବରେ ଥିବାବେଳେ ସେ କେହି ଏହି କଥା କହିବାର ଶୁଣିଲେ ଯେ ଯିହୋବା ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରିଅଛନ୍ତି ଏବଂ ବର୍ତ୍ତମାନ ଇସ୍ରାଏଲରେ ପ୍ରଚୁର ଖାଦ୍ୟ ଅଛି। ତେଣୁ ସେ ଦୁଇ ପୁତ୍ରବଧୂମାନଙ୍କୁ ତାହାର ସହିତ ବେଥଲିହିମକୁ ଫେରିବାକୁ ପ୍ରସ୍ତୁତ ହେଲେ। 7 ସେମାନେ ସେହି ସ୍ଥାନ ଛାଡ଼ିଲେ ଯେଉ ସ୍ଥାନରେ ସେମାନେ ବାସକରୁଥିଲେ ଓ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ। 8 ଯେପରି ସେମାନେ ପଥରେ ଗମନ କରୁଥିଲେ, ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ପ୍ରତ୍ୟେକ ପାଲଟି ନିଜ ନିଜର ମାତାର ଗୃହକୁ ଫେରିଯିବା ଉଚିତ। ଆମ୍ଭର ମୃତ ସ୍ଵାମୀ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ବିଶ୍ଵସ୍ତ ହେଇଅଛ, ମୁଁ ଯିହୋବାଙ୍କଠାରେ ଅନୁରୋଧ କରେ ଯେ ତୁମ୍ଭମାନଙ୍କ ପ୍ରତି ସେହିପରି ବିଶ୍ଵସ୍ତ ହେଉନ୍ତୁ। 9 ମୁଁ ଯିହୋବାଙ୍କଠାରେ ଅନୁରୋଧ କରୁଅଛି ତୁମ୍ଭେମାନେ ପ୍ରତ୍ୟେକ ଜଣ ଯେପରି ଅନ୍ୟ ସ୍ୱାମୀ ଗ୍ରହଣ କରିବାକୁ ଦିଅନ୍ତି ଯାହା ସହିତ ତୁମ୍ଭେମାନେ ଗୃହରେ ବିଶ୍ରାମ ପାଅ।” ପୁଣି ସେ ପ୍ରତ୍ୟେକଙ୍କୁ ଚୁମ୍ବନ କଲା; ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। 10 ସେମାନେ ପ୍ରତେକେ କହିଲେ, “ନା! ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା।” 11 କିନ୍ତୁ ନୟମୀ ଉତ୍ତର ଦେଲେ, “ନା, ଆମ୍ଭର କନ୍ୟାମାନେ। ଘରକୁ ଫେରିଯାଅ। ଆମ୍ଭ ସଙ୍ଗରେ ଯିବାର ତୁମ୍ଭମାନଙ୍କ ପ୍ରତି କୌଣସି ଉତ୍ତମ କର୍ମ ହେବ ନାହିଁ! ଅଧିକ ପୁଅ ଜନ୍ମ କରିବା ଯିଏ ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏହା ଆମ୍ଭ ନିମନ୍ତେ ଅସମ୍ଭବ। 12 ହେ ଆମ୍ଭର କନ୍ୟାମାନେ, ତୁମ୍ଭେମାନେ ଫେରିଯିବା ଉଚିତ। ଆମ୍ଭ ପାଇଁ ଅନ୍ୟ ସ୍ୱାମୀ ଗ୍ରହଣ କରିବା ଏହା ବହୁତ ବିଲମ୍ଭ ହୋଇଅଛି। ଯଦ୍ୟପି ମୋହର ଭରସା ଅଛି ଯେ, ମୁଁ ଅନ୍ୟ ସ୍ୱାମୀ ଗ୍ରହଣ କରି, ଆଜି ରାତ୍ରୀରେ ବିହାହ କରେ ପୁଣି ଅଧିକ ସନ୍ତାନ ମଧ୍ୟ ପ୍ରସବ କରେ, 13 ତୁମ୍ଭେମାନେ ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ! ସେପର୍ଯ୍ୟନ୍ତ ତୁମ୍ଭେମାନେ ଅବିବାହିତ ରହିପାରିବ ନାହିଁ! ନା, ହେ ମୋହର କନ୍ୟାମାନେ, ଯିହୋବା ମୋହର ଜୀବନକୁ ବହୁତ ତିକ୍ତ କରି ମୋତେ ଆଘାତ କରିଅଛନ୍ତି। କିନ୍ତୁ ତୁମ୍ଭମାନଙ୍କର ଜୀବନ ମୋପରି ତିକ୍ତ ହେବା ଉଚିତ ନୁହେଁ।” 14 ଏଥିରେ ରୂତ ଏବଂ ଅର୍ପା ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା ଆଉ ବିଦାୟ ନେଇ ଚାଲିଗଲା, ମାତ୍ର ରୂତ ନୟମୀକୁ ସହିତ ରହିଲା।

15 ନୟମୀ ତାକୁ କହିଲା, “ଦେଖ! ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତାମାନଙ୍କ ନିକଟକୁ ଫେରିଗଲା! ତାହାର ସହିତ ଫେରିଯାଅ!” 16 କିନ୍ତୁ ରୂତ କହିଲା, “ନା! ଦୟାକରି ମୁଁ ଯେ ତୁମ୍ଭକୁ ଯିବାକୁ ଦିଏ କିମ୍ବା ମୁଁ ଯେ ତୁମ୍ଭର ପଶ୍ଚାଦ୍‍ଗମନ କରିବା ବନ୍ଦ କରେ ଓ ପାଲଟି ଫେରି ଯିବାକୁ ବାଧ୍ୟ କର ନାହିଁ! ତୁମ୍ଭେ ଯେଉଁଠାକୁ ଯିବ, ମୁଁ ଯିବି। ତୁମ୍ଭେ ଯେଉଁଠାରେ ରହିବ, ମୁଁ ସେଠାରେ ରହିବି। ତୁମ୍ଭର ଲୋକ ମୋହର ଲୋକ ହେବେ, ଓ ସେହି ପରମେଶ୍ୱରଙ୍କର ମୁଁ ଉପାସନା କରିବି ଯାହାର ତୁମ୍ଭେ ଉପାସନା କର। 17 ତୁମ୍ଭେ ଯେଉଁଠାରେ ମରିବ, ମୁଁ ସେହିଠାରେ ମରିବି ଓ ସେମାନେ ସେହିଠାରେ ମୋହର କବର କରିବେ। ଯଦି ମୁଁ ମୋହର ମୃତ୍ୟୁୁ ପୂର୍ବରୁ ମୁଁ ତୁମ୍ଭକୁ ଛାଡିଦିଏ ତେବେ ଯିହୋବା ଅଧିକ ଦଣ୍ଡ ମୋତେ ଦେଉନ୍ତୁ।” 18 ଯେତେବେଳେ ନୟମୀ ଅନୁଭବ କଲା ଯେ ରୂତ ତାଙ୍କ ସହ ଯିବାକୁ ଦୃଢ଼ମନସ୍କ ଅଟେ, ସେ ତାହାକୁ ଘରକୁ ଫେରିବା ପାଇଁ ତର୍କ ନ କରି ଶାନ୍ତ ହେଲା।

19 ଏଣୁ ସେ ଦୁଇ ଜଣ ମହିଳା ଚାଲିବା ଜାରି ରଖିଲେ ଯେପର୍ଯ୍ୟନ୍ତ ସେମାନେ ବେଥଲିହିମ ନଗରରେ ଉପସ୍ଥିତ ନୋହିଁଲେ। ଯେତେବେଳେ ସେମାନେ ସେଠାରେ ଉପସ୍ଥିତ ହେଲେ, ସେହି ନଗରର ଅନେକ ଲୋକ ସେମାନଙ୍କ ବିଷୟରେ ଉଚ୍ଛ ସ୍ଵରରେ କହିବାକୁ ଲାଗିଲେ। ସେ ନଗରର ସ୍ତ୍ରୀଲୋକମାନେ ଉଚ୍ଛ ସ୍ଵରରେ କହିବାକୁ କହିଲେ, “ଏ ନୟମୀ ବୋଲି ବିଶ୍ୱାସ କରିବା କି କଷ୍ଟକର!” 20 ତେଣୁ ନୟମୀ ସେମାନଙ୍କୁ କହିଲା, “ତୁମ୍ଭେମାନେ ମୋତେ ଆଉ ନୟମୀ ବୋଲି କହିବା ଉଚିତ ନୁହେଁ, ଯେହେତୁ ଏହାର ଅର୍ଥ ‘ମଧୁର।’ ବରଂ, ମୋତେ ମାରା ବୋଲି ଡାକ, ଯେହେତୁ ଏହାର ଅର୍ଥ ‘ତିକ୍ତ।’ ସର୍ବଶକ୍ତିମାନ ପରମେଶ୍ଵର ମୋʼ ଜୀବନକୁ ଅତି ତିକ୍ତ କରିଅଛନ୍ତି।

21 ଯେତେବେଳେ ମୁଁ ଯାତ୍ରା କରିଥିଲି, ମୋହର ସମସ୍ତ ବିଷୟ ଥିଲା ଯାହା ମୁଁ ଇଚ୍ଛା କରିଥା'ନ୍ତି, ମାତ୍ର ଯିହୋବା ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ମୋତେ ନୟମୀ ବୋଲି ଡାକ ନାହିଁ। ଯିହୋବା ମୋʼ ବିପକ୍ଷ ହୋଇଅଛନ୍ତି। ସର୍ବଶକ୍ତିମାନ ପରମେଶ୍ଵର ମୋତେ ଅତି ଦୁଃଖଦ ବ୍ୟବହାର କରିଅଛନ୍ତି।” 22 ଏହିରୂପେ ନୟମୀ ଓ ତାଙ୍କ ସହିତ ଆସିଥିବା ତାହାର ପୁତ୍ରବଧୂ ମୋୟାବୀୟ ସ୍ତ୍ରୀ ରୂତ ଘରକୁ ଫେରି ଆସିଲେ। ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।

Chapter 2

1 ସେଠାରେ ଜଣେ ବ୍ୟକ୍ତି ଥିଲେ ଯିଏ ନୟମୀଙ୍କ ମୃତ ସ୍ୱାମୀଙ୍କ ସମ୍ପର୍କୀୟ ଥିଲେ। ସେ ଧନୀ ଏବଂ ଗୁରୁତ୍ୱପୂର୍ଣ୍ଣ ଥିଲେ ଏବଂ ଏଲିମେଲକ ବଂଶର ଜଣେ ସଦସ୍ୟ ଥିଲେ। ତାଙ୍କର ନାମ ବୋୟଜ ଥିଲା। 2 ରୂତ (ମୋୟାବୀୟା ସ୍ତ୍ରୀ) ନୟମୀକି କହିଲା, “ମୋତେ କ୍ଷେତ୍ରକୁ ଯିବାକୁ ଦିଅ ଓ ଶସ୍ୟକଟାଳିମାନଙ୍କର ଛାଡ଼ିଥିବା ଶସ୍ୟ ସଂଗ୍ରହ କରିବାକୁ ଦିଅ। ମୋତେ ଅନୁମତି ଦେଉଥିବା ଯେ କୌଣସି ଶସ୍ୟକଟାଳି ପଛରେ ଯିବି।” ନୟମୀ ଉତ୍ତର ଦେଲା, “ଆହେ ଆମ୍ଭର କନ୍ୟା, ଯାଅ।” 3 ଏଥିରେ ରୂତ ଚାଲିଗଲା। ଯେତେବେଳେ ସେ କ୍ଷେତରେ ଉପସ୍ଥିତ ହେଲା ସେ ଶସ୍ୟକଟାଳିମାନଙ୍କର ଅନୁସରଣ କରି ଶସ୍ୟ ସାଉଣ୍ଟିବାକୁ ଲାଗିଲା। ଘଟଣାକ୍ରମେ କ୍ଷେତ୍ରର ସେହି ଅଂଶଟି ଏଲିମଲେକର ସମ୍ପର୍କୀୟ ବୋୟଜଙ୍କର ଥିଲା। 4 ତାପରେ ବୋୟଜ ସହରରୁ ଫେରି ଆସିଲା। ସେ ଶସ୍ୟକଟାଳିମାନଙ୍କୁ ନମସ୍କାର ଜଣାଇ କହିଲା, “ଯିହୋବା ତୁମ୍ଭମାନଙ୍କ ସହିତ ରୁହନ୍ତୁ!” ସେମାନେ ଉତ୍ତର ଦେଲେ, “ଯିହୋବା ଆପଣଙ୍କୁ ଆଶୀର୍ବାଦ କରନ୍ତୁ!” 5 ତାପରେ ବୋୟଜ ରୂତଙ୍କୁ ଦେଖି ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ କର୍ମଚାରୀକୁ ପଚାରିଲା, “ସେହି ଯୁବତୀ ସ୍ତ୍ରୀ କାହାର ଅଟେ?” 6 ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ କର୍ମଚାରୀ ଉତ୍ତର ଦେଲା, “ମୋୟାବୀୟ ଯୁବତୀ ଯିଏ ନୟମୀ ସହିତ ସେଠାରୁ ଫେରି ଆସିଅଛି ସେ ଏହି।। 7 ସେ ମୋତେ କହିଲେ, ‘ଦୟାକରି ମୋତେ ସେ ପୁରୁଷମାନେ ଯେଉମାନେ ଶସ୍ୟ କାଟୁଛନ୍ତି ଛାଡ଼ିଯାଇଥିବା ଶସ୍ୟ ସଂଗ୍ରହ କରିବାକୁ ଦିଅ।’ ସେ ଆସି ସକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଛନ୍ତି, କେବଳ ସେ ଆଶ୍ରୟସ୍ଥଳରେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଉଅଛି।” 8 ତହିଁରେ ବୋୟଜ ରୂତକୁ କହିଲା, “ଯୁବତୀ, ଦୟାକରି ମୋ' କଥା ଶୁଣ। ତୁମ୍ଭେ ଅନ୍ୟ କୌଣସି କ୍ଷେତ୍ରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଶସ୍ୟ ସଂଗ୍ରହ କରିବାକୁ ଯିବାର ଆବଶ୍ୟକତା ନାହିଁ। ତୁମ୍ଭେ ମୋର ଦାସୀଗଣ ସଙ୍ଗେ ଏହି ସ୍ଥାନରେ ରହିବା ଉଚିତ। 9 ପୁରୁଷମାନେ କେଉଁଠାରେ ଶସ୍ୟ କାଟୁଛନ୍ତି ଦେଖ, ଆଉ ମୋର ଦାସୀଗଣର ସଙ୍ଗେ ସଙ୍ଗେ ପଛେ ଯାଅ। ତୁମ୍ଭକୁ କ୍ଷତି ନ ଘଟାଇବାକୁ ମୁଁ ଶସ୍ୟ କାଟୁଥିବା ପୁରୁଷମାନଙ୍କୁ କହିଛି। ଯେତେବେଳେ ତୁମ୍ଭେ ତୃଷିତ, ଯାଅ ଆଉ ପୁରୁଷମାନେ ପୂର୍ଣ୍ଣ କରିଥିବା ସେହି ପାତ୍ରଗୁଡ଼ିକ ମଧ୍ୟରୁ କିଛି ଜଳ ବାହାର କରି ପାନ କର।”

10 ଏଥିରେ ସେ ଆପଣା ମୁହଁ ମାଡ଼ି ଭୂମିକି ସ୍ପର୍ଶ କରି ଆଣଠୁମାଡି ତାଙ୍କ ଅଗରେ ବସିଲା। ସେ ଉଚ୍ଚ ସ୍ୱରରେ କହିଲା, “ଆପଣା ମୋ' ପ୍ରତି କାହିଁକି ଏତେ ଦୟାଳୁ ହେଇଅଛ? ଆପଣ ମୋ' ପ୍ରତି ଧ୍ୟାନ ଦେବେ ବୋଲି ମୁଁ ଆଶାକରି ନ ଥିଲି, ଯେହେତୁ ମୁଁ ଜଣେ ବିଦେଶିନୀ!” 11 ବୋୟଜ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ ସେସବୁ ବିଷୟରେ ଲୋକମାନେ ମୋତେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ତୁମ୍ଭର ପିତାମାତା ଓ ନିଜ ଜନ୍ମଭୂମି ତ୍ୟାଗ କରିଅଛ, ପୁଣି ତୁମ୍ଭେ ଏଠାରେ ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ଆସିଲ ଯେଉଁମାନଙ୍କୁ ତୁମ୍ଭେ ପୂର୍ବେ ଜାଣିଲ ନାହିଁ। 12 ମୁଁ ପ୍ରାର୍ଥନା କରେ ଯେ ତୁମ୍ଭେ ଯାହା କରିଅଛ ସେଥିପାଇଁ ଯିହୋବା ତୁମ୍ଭକୁ ସମ୍ପୂର୍ଣ୍ଣ ପ୍ରତିଦାନ କରିବେ। ହଁ, ଇସ୍ରାଏଲର ପରମେଶ୍ୱର, ଯିହୋବା, ଯାହାଙ୍କୁ ତୁମ୍ଭେ ବିଶ୍ୱାସ କରୁଛନ୍ତି ତୁମ୍ଭର ରକ୍ଷା କରିବା ନିମନ୍ତେ, ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ।” 13 ସେ କହିଲା, “ମହାଶୟ, ମୁଁ ଆଶା କରେ ମୁଁ ଆପଣଙ୍କୁ ନିରନ୍ତର ପ୍ରସନ୍ନ କରିବି। ଆପଣ ଆପଣଙ୍କର ଦାସୀ, ମୋ ପ୍ରତି ଅତି ଦୟାଳୁ ହେବା ଦ୍ଵରା ମୋତେ ସାନ୍ତ୍ୱନା କରିଅଛନ୍ତି ପୁଣି, ତଥାପି ମୁଁ ଆପଣଙ୍କର ଏକ ଦାସୀ ସମାନ ନୁହେଁ!”

14 ଏହା ଯେତେବେଳେ ଭୋଜନ ସମୟ ହେବାରୁ ବୋୟଜ ତାହାକୁ କହିଲା, “ଏଠାକୁ ଆସି କିଛି ଭୋଜନ କର। ଏହି ରୁଟି ନିଅ ଆଉ ଏହାକୁ ନିଜ ଅମ୍ଳରସରେ ବୁଡ଼ାଅ ଏବଂ ଏହା ଖାଅ।” ତହିଁରେ, ଯେତେବେଳେ ସେ ଶସ୍ୟକଟାଳିମାନଙ୍କ ସହିତ ବସିଲା; ବୋୟଜ ତାହାକୁ କିଛି ଭଜା ଶସ୍ୟ ଆଣି ଦେଲା। ସେ ଯାହା ଇଚ୍ଛା କଲା ସବୁ ଖାଇଲା ଓ କିଛି ବଳକା ରଖିଥିଲା। 15 ତହିରେ ସେ କାର୍ଯ୍ୟକୁ ଯିବା ପାଇଁ ଉଠନ୍ତେ, ବୋୟଜ ତାହାର ଶ୍ରମିକମାନଙ୍କୁ ଆଜ୍ଞା ଦେଇ କହିଲା, “ଯଦି ତୁମ୍ଭେ କାଟି ସଞ୍ଚୟ କରିଥିବା ବିଡ଼ାସବୁ ପାଖରୁ ସୁଦ୍ଧା ସେ କିଛି ଶସ୍ୟ ସଂଗ୍ରହ କରେ, ତାହାକୁ ଅଟକାଇବାକୁ ଚେଷ୍ଟା କର ନାହିଁ। 16 ଆହୁରି ତ'ଠାରୁ ଅଧିକ, ମୁଁ ଚାହେଁ ଯେ ତୁମ୍ଭେମାନେ କିଛି କିଛି ଶସ୍ୟଗୁଡ଼ିକ ବିଡ଼ା ମଧ୍ୟରୁ ବାହାର କର ଓ ସେଗୁଡ଼ିକ ତାହା ନିମନ୍ତେ ଭୁମିରେ ପକାଇ ଯାଅ ସେ ସାଉଣ୍ଟୁ, ପୁଣି ତାହାକୁ ଧମକାଅ ନାହିଁ।”

17 ତହିଁରେ ରୂତ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ଶସ୍ୟ ସଂଗ୍ରହ କଲା। ତା’ପରେ ସେ ସଂଗ୍ରହ କରିଥିବା ଯବକୁ, ଯବରୁ ତୁଷ ଅଲଗା କରିବା ପାଇଁ ମଳିଲା। ସେହି ଯବ ଶିଷାଗୁଡ଼ିକ ଏକ ବଡ଼ ଟୋକେଇରେ ପୁର୍ଣ୍ଣ କରିବାକୁ ଯଥେଷ୍ଟ ଥିଲା। 18 ସେ ତାହା ନେଇ ସହରକୁ ଫେରିଗଲା ଆଉ ସେ ଯେତେ ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖାଇଲା। ଆହୁରି ମଧ୍ୟ ସେ ତାହାର ଶାଶୁକୁ ଭଯା ଶସ୍ୟ ଦେଲା ଯାହା ସେ ତାହାର ଭୋଜନ ସମୟରେ ବଳକା ରଖିଥିଲା। 19 ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ଏହି ସବୁ ଶସ୍ୟ ସଂଗ୍ରହ କଲ? କାହାର କ୍ଷେତ୍ରରେ ତୁମ୍ଭେ କର୍ମ କଲ? ମୁଁ ପ୍ରାର୍ଥନା କରେ ଯେ ଯିଏ ତୁମ୍ଭ ପ୍ରତି ଏତେ ଦୟାଳୁ ହୋଇଅଛି ସେହି ପୁରୁଷକୁ ପରମେଶ୍ଵର ଆଶୀର୍ବାଦ କରିବେ।” ତାପରେ ରୂତ ତାହାକୁ ସେ ବ୍ୟକ୍ତିର ବିଷୟରେ କହିଲା ଯାହା ସହିତ ସେ କର୍ମ କରିଥିଲା। ସେ କହିଲା “ସେହି ପୁରଷର ନାମ ବୋୟଜ ଯିଏ ସେ କ୍ଷେତ୍ରର ମାଲିକ ଯେଉଁଠାରେ ମୁଁ ଆଜି କର୍ମ କଲି।” 20 ନୟମୀ ନିଜ ପୁତ୍ରବଧୂକୁ କହିଲା, “ଯିହୋବା ତାହାକୁ ଆଶୀର୍ବାଦ କରନ୍ତୁ! ଆମ୍ଭମାନଙ୍କ ପ୍ରତି ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି, ଓ ଆମ୍ଭମାନଙ୍କର ସ୍ଵାମୀଗଣ ପ୍ରତି ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ଯିହୋବା ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିବା ବନ୍ଦ କରି ନାହାଁନ୍ତି।” ତାପରେ ସେ ଆହୁରି କହିଲା, “ସେ ପୁରୁଷ ଏଲିମେଲକର ଜଣେ ନିକଟବର୍ତ୍ତୀ ସମ୍ପର୍କୀୟ ଅଟନ୍ତି; ବାସ୍ତବରେ, ସେ ଜଣେ ଆମ୍ଭମାନଙ୍କ ପରିବାର ଯତ୍ନ ନେବା ପାଇଁ ଦାୟିତ୍ୱସମ୍ପନ୍ନ ଅଟନ୍ତି।” 21 ତହିରେ ରୂତ, ମୋୟାବୀୟ ସ୍ତ୍ରୀ କହିଲା, “ସେ ମଧ୍ୟ ମୋତେ କହିଲେ, ‘ସେମାନେ ମୋର ସମସ୍ତ ଶସ୍ୟ କ୍ଷେତ୍ରରୁ ନ ଆଣିବା ପର୍ଯ୍ୟନ୍ତ ମୋର ଶ୍ରମିକମାନଙ୍କ ସଙ୍ଗରେ ଥାଅ।’” 22 ନୟମୀ ନିଜ ପୁତ୍ରବଧୂ ରୂତକୁ କହିଲା, “ଆହେ ଆମ୍ଭର କନ୍ୟା, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ତାହାର କ୍ଷେତ୍ରକୁ ଯିବା ଏହା ତୁମ୍ଭ ପ୍ରତି ଉତ୍ତମ ହେବ, କାରଣ ଯଦି ତୁମ୍ଭେ ଅନ୍ୟ କାହାର କ୍ଷେତ୍ରକୁ ଯାଅ, କେହି ତୁମ୍ଭର କ୍ଷତି କରିପାରନ୍ତି।” 23 ଏଣୁ ରୂତ ବୋୟଜର ଦାସୀଗଣ ସଙ୍ଗରେ ରହି କର୍ମ କଲା। ଶ୍ରମିକମାନେ ଉଭୟ ଯବ ଓ ଗହମ କାଟିବା ସମାପ୍ତ କରିବା ପର୍ଯ୍ୟନ୍ତ ସେ ଶସ୍ୟର ଶିଁଷା ସଂଗ୍ରହ କଲା। ସେହି ସମୟ ମଧ୍ୟରେ, ସେ ନୟମୀଙ୍କ ସଙ୍ଗରେ ବାସ କରିବାକୁ ଲାଗିଲେ।

Chapter 3

1 ଦିନେ, ନୟମୀ ରୂତକୁ କହିଲା, “ଆହେ ଆମ୍ଭର କନ୍ୟା, ମୁଁ ତୁମ୍ଭ ପାଇଁ ଉତ୍ତମ ସ୍ୱାମୀ ସହିତ ଏକ ସୁରକ୍ଷିତ ଗୃହ ପାଇଁ ବ୍ୟବସ୍ଥା କରିବାକୁ ଚାହେଁ। 2 ବର୍ତ୍ତମାନ, ତୁମ୍ଭେ ବୋୟଜର ଦାସୀଗଣ ସଙ୍ଗରେ କର୍ମ କରୁଅଛ। ଯେପରି ତୁମ୍ଭେ ଜାଣିଛ, ସେ ଆମ୍ଭମାନଙ୍କର ଜଣେ ନିକଟବର୍ତ୍ତୀ ସମ୍ପର୍କୀୟ ଅଟନ୍ତି। ଏଣୁ ଯତ୍ନ ପୁର୍ବକ ଶୁଣ। ସେ ଆଜି ରାତ୍ରି ସେହି ସ୍ଥାନରେ ରହିବେ ଯେଉଁଠାରେ ସେମାନେ ଯବ ଝାଡ଼ନ୍ତି। ସେ ଯବରୁ ତଷୁ ଅଲଗା କରିବେ। 3 ତୁମ୍ଭେ ନିଜେ ସ୍ନାନ କର ଓ କିଛି ଅତର ଲଗାଅ। ତୁମ୍ଭର ସମ୍ପୂର୍ଣ୍ଣ ବାହ୍ୟ ବସ୍ତ୍ର ପରିଧାନ କର। ତାପରେ ସେହି ସ୍ଥାନକୁ ଯାଅ ଯେଉଁ ସ୍ଥାନରେ ସେମାନେ ଯବ ଝାଡ଼ନ୍ତି। ମାତ୍ର ସେ ଭୋଜନ ଓ ପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ତୁମ୍ଭେ ସେଠାରେ ଅଛ ବୋଲି ନ ଜଣାଅ। 4 ଯେତେବେଳେ ସେ ଶୋଇବାକୁ ଗଡ଼ନ୍ତି, ସେ କେଉଁଠାରେ ଶୋଇଛନ୍ତି ଧ୍ୟାନ ଦିଅ। ତାପରେ ତାଙ୍କ ପାଖକୁ ଯାଅ, ତାହାର ପାଦ ଅନାବୃତ କର, ଏବଂ ସେଠାରେ ଶୟନ କର। ଯେତେବେଳେ ସେ ଜାଗ୍ରତ ହେବେ, ସେ ତୁମ୍ଭକୁ କଅଣ କରିବାକୁ ହେବା କହିବ।” 5 ରୂତ ଉତ୍ତର କଲା, “ତୁମ୍ଭେ ଯାହା ମତେ କରିବାକୁ କହିଅଛ, ସେସମସ୍ତ ମୁଁ କରିବି।” 6 ଏଣୁ ସେ ସେହି ସ୍ଥାନକୁ ଗଲା ଯେଉଁ ସ୍ଥାନରେ ସେମାନେ ଯବ ଝାଡ଼ୁଥିଲେ। ସେଠାରେ ସେ ସବୁକିଛି କଲା ଯାହା ତାର ଶାଶୁ ତାକୁ କରିବାକୁ କହିଥିଲା। 7 ଯେତେବେଳେ ବୋୟଜ ଭୋଜନ କରିବାର ଓ ପାନ କରିବାର ସମାପ୍ତ ହେଲା, ସେ ଉତ୍ତମ ଅନୁଭବ କରୁଥିଲେ। ସେ ଶସ୍ୟରାଶିରୁ ଦୂର ପ୍ରାନ୍ତଭାଗକୁ ଗଲେ, ସେଠାରେ ଗଡ଼ିଲେ, ଓ ଶୋଇବାକୁ ଚାଲିଗଲେ। ତାପରେ ରୂତ ଗୁପ୍ତ ଭାବରେ ତାଙ୍କ ନିକଟକୁ ଆସିଲା। ସେ ତାହାର ପାଦର ଆବରଣ ବାହାର କଲା ଆଉ ସେଠାରେ ଶୋଇଲା। 8 ମଧ୍ୟରାତ୍ରିରେ ସେ ହଠାତ୍ ଉଠିଲା। ସେ ବସିଲା ଆଉ ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ପଡ଼ିଛନ୍ତି ତାହା ସେ ଅନୁଭବ କଲା। 9 ସେ ତାହାକୁ ପଚାରିଲେ, “ତୁମେ କିଏ?” ସେ ଉତ୍ତର କଲା, “ମୁଁ ଆପଣଙ୍କର ଦାସୀ ରୂତ। ଯେହେତୁ ଆପଣ ଯେ ମୋହର ମୃତ ସ୍ୱାମୀଙ୍କ ପରିବାର ନିମନ୍ତେ ଦାୟିତ୍ୱସମ୍ପନ୍ନ ଅଟନ୍ତି, ଦୟାକରି ମୋତେ ବିବାହ କରିବା ଦ୍ଵରା ମୋତେ ସୁରକ୍ଷିତ କରନ୍ତୁ।” 10 ବୋୟଜ କହିଲା, “ହେ ମୋହର ପ୍ରିୟ, ଯିହୋବା ତୁମ୍ଭକୁ ଆଶୀର୍ବାଦ କରନ୍ତୁ! ପୂର୍ବରୁ, ତୁମ୍ଭେ ତୁମ୍ଭର ଶାଶୁଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଥିଲ, କିନ୍ତୁ ତୁମ୍ଭେ ଧନବାନ କି ଦରିଦ୍ର ଏକ ଯୁବାପୁରୁଷ ପଛରେ ବିବାହ କରିବାକୁ ଅନୁଗାମିନୀ ନ ହେବା ଦ୍ଵରା ବର୍ତ୍ତମାନ ଆହୁରି ଅଧିକ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରୁଅଛ। 11 ବର୍ତ୍ତମାନ, ହେ ମୋହର ପ୍ରିୟ, ତୁମ୍ଭେ ଯାହା କହିଲ ମୁଁ ସେସମସ୍ତ କରିବି। ଭୟ କର ନାହିଁ, କାରଣ ଏହି ସହରର ସମସ୍ତ ଲୋକମାନେ ଜାଣନ୍ତି ଯେ ତୁମ୍ଭେ ଜଣେ ସମ୍ମାନନୀୟ ସ୍ତ୍ରୀ ଅଟ। 12 ତଥାପି, ଯେତେବେଳେ ମୁଁ ନୟମୀର ଘନିଷ୍ଠ ସମ୍ପର୍କୀୟମାନଙ୍କ ମଧ୍ୟରୁ ଜଣେ ଏବଂ ଏଣୁ, ଉଭୟ ତୁମ୍ଭ ଦୁହିଁଙ୍କ ପାଇଁ ଦାୟିତ୍ୱସମ୍ପନ୍ନ, ସେଠାରେ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୋ' ଅପେକ୍ଷା ତୁମ୍ଭ ନିମନ୍ତେ ଅଧିକ ଦାୟିତ୍ୱସମ୍ପନ୍ନ ଯେଣୁ ସେ ନୟମୀର ଅତି ନିକଟବର୍ତ୍ତି ସମ୍ପର୍କିୟ ଅଟନ୍ତି। 13 ତୁମ୍ଭେ ଅବଶିଷ୍ଟ ରାତ୍ରି ଯାକ ଏଠାରେ ଥାଅ। ତୁମ୍ଭ ବିଷୟରେ ମୁଁ ଏହି ବ୍ୟକ୍ତିଙ୍କୁ ଆସନ୍ତାକାଲି ସକାଳେ କହିବି। ଯଦି ସେ କହେ ଯେ ସେ ତୁମ୍ଭର ଯତ୍ନ ନେବ ଭଲ, ସେ ତୁମ୍ଭକୁ ବିବାହ କରିବେ। ମାତ୍ର ଯେବେ ସେ ତୁମ୍ଭର ଯତ୍ନ ନେବାକୁ ଇଚ୍ଛା କରନ୍ତି ନାହିଁ, ତେବେ ନିଶ୍ଚିତ ଭାବରେ ଯେବେ ଯିହୋବା ଜୀବିତ, ମୁଁ ଦୃଢ଼ ପ୍ରତିଜ୍ଞା କରେ ଯେ, ମୁଁ ତୁମ୍ଭକୁ ବିବାହ କରିବି ଏବଂ ମୋର ନିଜେ ତୁମ୍ଭର ଯତ୍ନ ନେବି। ଏଣୁ ସକାଳ ପର୍ଯ୍ୟନ୍ତ ଏଠାରେ ରୁହ।” 14 ତାପରେ ବୋୟଜ ଆହୁରି କହିଲା, “ଏହା ଉତ୍ତମ ଯଦି ଜଣେ ମହିଳା ଏଠାକୁ ଆସିଛି ବୋଲି କେହି ଜାଣିଲେ ଭଲ ହୋଇଥା'ନ୍ତେ।” ତେଣୁ ସେ ଅତି ପ୍ରଭାବତ ପର୍ଯ୍ୟନ୍ତ ତାହାର ପାଦ ପାଖରେ ପଢ଼ିରହିଲା ଏବଂ ଯଥେଷ୍ଟ ଆଲୁଅ ହେବା ପୂର୍ବରୁ ଯିବାକୁ ଉଠିଲା ଯେ ଲୋକମାନେ ତାଙ୍କୁ ଚିହ୍ନି ପାରିବେ। 15 ତହିରେ ବୋୟଜ ତାହାକୁ କହିଲା, “ତୁମ୍ଭର ଆବରଣୀୟ ବସ୍ତ୍ର ଏଠାକୁ ଆଣ ଆଉ ତାହା ବିଛାଇ ଧର।” ଯେବେ ସେ ତାହା କଲା, ସେ ଏକ ଉଦାର ପରିମାଣର ଯବ ଏହା ମଧ୍ୟରେ ଢାଳିଲା ଆଉ ଏହା ତାହାର ପିଠିରେ ରଖିଲା। ତାପରେ ସେ ସହର ମଧ୍ୟକୁ ଚାଲିଗଲା। 16 ରୂତ ଗୃହକୁ ଆସିଲା ପରେ, ତାହାର ଶାଶୁ ତାହାକୁ ପଚାରିଲା, “ଏ କି ତୁମ୍ଭେ ମୋହର କନ୍ୟା?” ତାପରେ ରୂତ ତାହାକୁ ସବୁକିଛି କହିଲା ଯାହା ବୋୟଜ ତାହା ପ୍ରତି କଲା ଏବଂ କହିଥିଲେ। 17 ସେ ଆହୁରି ନୟମୀକି କହିଲା, “ସେ ‘ତୁମ୍ଭେ ତୁମ୍ଭର ଶାଶୁ ନିକଟକୁ ମୁକ୍ତ ହସ୍ତରେ ଯାଅ ବୋଲି ମୁଁ ଚାହେଁ ନାହିଁ’ କହି ମୋତେ ଏହି ସମସ୍ତ ଯବ ଦେଇଅଛନ୍ତି।” 18 ତହୁଁ ନୟମୀ କହିଲା, “ଆହେ ଆମ୍ଭର କନ୍ୟା, କʼଣ ହେବ, ଏହା ଆମ୍ଭେମାନେ ଜାଣିବା ପର୍ଯ୍ୟନ୍ତ ଏଠାରେ ଅପେକ୍ଷା କର। ସେ ପୁରୁଷ ଆଜି ନିଶ୍ଚିତ ଭାବରେ ଏହାର ଯତ୍ନ ନେବ।”

Chapter 4

1 ଏହି ସମୟରେ, ବୋୟଜ ନଗରଦ୍ୱାର ଭିତରେ ଥିବା ସ୍ଥାନକୁ ଗଲା ଯେଉଁଠାରେ ଲୋକମାନେ ସେମାନଙ୍କର ଆଧିକାରିକ ଗୁରୁତ୍ୱପୂର୍ଣ୍ଣ କ୍ରିୟାକଳାପ କରୁଥିଲେ। ସେ ସେଠାରେ ବସିଥିଲା। କିଛି ସମୟ ପରେ, ସେହି ନିକଟ ସମ୍ପର୍କୀୟ ମଧ୍ୟ ଆସିଥିଲେ ଯାହା ବିଷୟରେ ବୋୟଜ କହିଥିଲେ। ବୋୟଜ ତାହାକୁ ତାହାର ନାମ ନେଇ ଡାକି କହିଲା, “ଏଠାକୁ ଆସ ପୁଣି ଏଠାରେ ବସ।” ତେଣୁ ସେ ଲୋକଟି ଆସିଲା ଆଉ ବସିଲା। 2 ତହିରେ ବୋୟଜ ସହରର ଦଶଜଣ ବୟସ୍କ, ଅତି ସମ୍ମାନିତ ବ୍ୟକ୍ତିମାନଙ୍କୁ ଏକତ୍ର କଲା ଓ ସେମାନଙ୍କୁ କହିଲା, “ଦୟାକରି ଏଠାରେ ବସ, ଯେପରି ଆପଣମାନେ ଆମ୍ଭମାନମାନଙ୍କର ଗୁରୁତ୍ୱପୂର୍ଣ୍ଣ କ୍ରିୟାକଳାପର ସାକ୍ଷୀ ହୋଇପାରିବେ। ତେଣୁ ସେମାନେ ବସିଲେ। 3 ଏଥିରେ ବୋୟଜ ତାହାର ସମ୍ପର୍କୀୟକୁ କହିଲା, “ତୁମ୍ଭେ ଜାଣିଛ କି ଆମ୍ଭମାନଙ୍କର ସମ୍ପର୍କୀୟ ଏଲିମେଲକର କ୍ଷେତ୍ର ଯାହା ବିକ୍ରୟ ପାଇଁ ଅଛି? ନୟମୀ ଯିଏ ନିକଟରେ ମୋୟାବରୁ ଫେରିଅଛି ଏହାକୁ ବିକ୍ରି କରୁଛନ୍ତି। 4 ମୁଁ ତୁମ୍ଭକୁ ଏହା ଜଣାଇବାକୁ ଉଚିତ ମନେ କଲି, ତେଣୁ ତୁମ୍ଭେ ଏହି ସମ୍ମାନଜନକ ବ୍ୟକ୍ତିମାନଙ୍କ ସାକ୍ଷାତରେ ଏହାକୁ ଅଧିକାର କରିପାର, ଯେଉଁମାନେ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି। ଯଦି ତୁମ୍ଭେ ପରିବାର ମଧ୍ୟକୁ ଏହାକୁ କିଣିବାକୁ ଇଚ୍ଛା କର, ତେବେ ତାହା କର। କିନ୍ତୁ ଯଦି ତୁମ୍ଭେ ଏହାକୁ କିଣିବାକୁ ଇଚ୍ଛା କରୁ ନାହଁ, ତେବେ ମୋତେ ଜଣାଅ, କାରଣ ତୁମ୍ଭେ ଏଲିମେଲକର ଘନିଷ୍ଟ ସମ୍ପର୍କୀୟ, ଏବଂ ତୁମ୍ଭ ଉତ୍ତାରେ ମୁଁ ଅଛି।” ସେ ବ୍ୟକ୍ତି ଉତ୍ତର ଦେଲା, “ମୁଁ ଏହାକୁ ନେବି!” 5 ତେବେ ବୋୟଜ ତାଙ୍କୁ କହିଲେ, “ଯେତେବେଳେ ତୁମ୍ଭେ ନୟମୀଙ୍କଠାରୁ ଜମି କିଣିବ, ସେତେବେଳେ ତୁମ୍ଭେ ଆମ୍ଭମାନଙ୍କ ସମ୍ପର୍କୀୟ ବିଧବା ମୋୟାବୀୟ ରୂତଙ୍କୁ ମଧ୍ୟ ବିବାହ କରିବାକୁ ପଡିବ, ଯାହାଫଳରେ ସେ ସମ୍ପତ୍ତିର ଉତ୍ତରାଧିକାରୀ ହେବା ଏବଂ ତାଙ୍କ ମୃତ ସ୍ୱାମୀଙ୍କ ନାମ ରକ୍ଷା କରିବା ନିମନ୍ତେ ଏକ ପୁତ୍ର ପାଇ ପାରିବେ।” 6 ଏଥିରେ ସେହି ନିକଟ ସମ୍ପର୍କୀୟ କହିଲା, “ତେବେ ମୁଁ ଏହାକୁ ନିଜେ କିଣି ପାରିବି ନାହିଁ। ଯଦି ମୁଁ ତାହା କଲେ, ତେବେ ମୁଁ ମୋର ନିଜ ପୁତ୍ରର ଉତ୍ତରାଧିକାରୀ ନଷ୍ଟ କରିଦେବି। ମୋ' ସ୍ଥାନରେ ଥିବା ସେହି ଜମି ଏବଂ ସେହି ସ୍ତ୍ରୀର ଦାୟିତ୍ୱସମ୍ପନ୍ନ ତୁମ୍ଭେ କରିପାର। ମୁ ଏହା କରି ପାରିବି ନାହିଁ।”

7 (ସେହି ସମୟରେ, ଏହା ଇସ୍ରାଏଲର ପ୍ରଥା ଥିଲା ଯେ, ଯେତେବେଳେ ଦୁଇ ଜଣ ସେମାନଙ୍କ ମଧ୍ୟରେ ଯାହାକିଛି ମୁକ୍ତ କରିବାକୁ କିମ୍ବା ବିନିମୟ କରିବାକୁ ରାଜି ହୁଅନ୍ତି, ଜଣେ ବ୍ୟକ୍ତି ତାଙ୍କର ପାଦୁକା ମଧ୍ୟରୁ ଗୋଟିଏ କାଢ଼ିବ ଆଉ ତାହା ଅନ୍ୟ ଜଣକୁ ଦେବ। ଏହିପରି ଭାବରେ ସେମାନେ ଇସ୍ରାଏଲରେ କାରବାର ନେଣଦେଣ ସମ୍ପୁର୍ଣ୍ଣ କରୁଥିଲେ।) 8 ଏଣୁ ସେହି ସମ୍ପର୍କୀୟ ବୋୟଜକୁ କହିଲା, “ତୁମ୍ଭେ ସେହି କ୍ଷେତ୍ର ଆପଣା ନିମନ୍ତେ କିଣ!” ପୁଣି ସେ ନିଜ ପାଦୁକା ମଧ୍ୟରୁ ଗୋଟିଏ ପାଦୁକା କାଢ଼ି ତାହା ବୋୟଜକୁ ଦେଲା। 9 ତହିରେ ବୋୟଜ ସମ୍ମାନିତ ବ୍ୟକ୍ତିମାନଙ୍କୁ ଏବଂ ଅନ୍ୟ ସମସ୍ତଙ୍କ ଲୋକମାନଙ୍କୁ କହିଲା ଯେଉଁମାନେ ସେଠାରେ ଥିଲେ, “ଏଲିମେଲକର, କିଲୀୟୋନର ଓ ମହଲୋନର ଯାହା ସମସ୍ତ ସମ୍ପତ୍ତି ଥିଲା, ସେସବୁ ମୁଁ ନୟମୀଠାରୁ କିଣିଲି, ତୁମ୍ଭେମାନେ ଆଜି ତାହା ଦେଖିଅଛ। 10 ମୁଁ ମଧ୍ୟ ମହଲୋନଙ୍କ ମୋୟାବୀୟ ବିଧବା ରୂତକୁ ମୋହର ସ୍ତ୍ରୀ ହେବାକୁ ଗ୍ରହଣ କରୁଅଛି। ଏହା ଦ୍ଵରା ସେ ଏକ ପୁତ୍ର ଜନ୍ମ କରିପାରନ୍ତି ଯାହାକୁ ମହଲୋନଙ୍କ ପୁଅ ଭାବରେ ବିବେଚନା କରାଯିବ। ସେ ସେହି ସମ୍ପତ୍ତିର ଉତ୍ତରାଧିକାରୀ ହେବ ଓ ତାର ସମ୍ପର୍କୀୟଙ୍କ ମଧ୍ୟରେ ଓ ଏଠାରେ ନିଜ ସହରରେ ପରିବାରର ନାମ ରକ୍ଷା କରିବ। ଆଜି ଆପଣମାନେ ଏହିସବୁ ଦେଖିଛନ୍ତି ଏବଂ ଶୁଣିଛନ୍ତି, ଏବଂ ଯେକେହିଁ ସେମାନଙ୍କ ବିଷୟରେ ପଚାରିଲେ ସେମାନଙ୍କ ବିଷୟରେ କହିପାରିବେ।” 11 ସମସ୍ତ ସମ୍ମାନିତ ବ୍ୟକ୍ତିମାନେ ଏବଂ ଯେଉଁମାନେ ନଗରଦ୍ୱାରରେ ବସିଥିଲେ ଅନ୍ୟ ସମସ୍ତେ ରାଜି ହେଲେ ଆଉ କହିଲେ, “ହଁ, ଆମ୍ଭେମାନେ ଦେଖିଅଛୁ ଏବଂ ଶୁଣିଅଛୁ। ଆମ୍ଭେମାନେ ପ୍ରାର୍ଥନା କରୁ ଯେ ଯିହୋବା ତୁମ୍ଭର ଗୃହକୁ ଆସୁଥିବା ଏହି ସ୍ତ୍ରୀକୁ ରାହେଲ ଓ ଲେୟା ପରି ହେବାକୁ ଦିଅନ୍ତୁ, ଯେଉଁ ଦୁଇ ଜଣ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଜନ୍ମ ଦେଇଥିଲେ ଏବଂ ଆମ୍ଭମାନଙ୍କର ଇସ୍ରାଏଲ ଲୋକଙ୍କର ଆରମ୍ଭ କରିଥିଲେ। ଆମ୍ଭେମାନେ ଚାହୁଁ ଯେ ତୁମ୍ଭେ ଇଫ୍ରାଥା ବଂଶରେ ଧନବାନ ହୁଅ ଏବଂ ଏଠାରେ ବେଥଲିହିମରେ ପ୍ରସିଦ୍ଧ ହୁଅ। 12 ଆମ୍ଭେମାନେ ପ୍ରାର୍ଥନା କରୁ ଯେ ତୁମ୍ଭର ପରିବାର ତୁମ୍ଭର ପୂର୍ବପୁରୁଷ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସରଙ୍କ ପରିବାର ପରି ହୁଅନ୍ତୁ, ଯେହେତୁ ଯିହୋବା ଯେ ତୁମ୍ଭକୁ ଓ ଏହି ଯୁବତୀକୁ ଅନେକ ସନ୍ତାନ ଦେବେ।”

13 ଏରୂପେ ବୋୟଜ ରୂତକୁ ଆପଣା ସ୍ତ୍ରୀ ଭାବରେ ଗ୍ରହଣ କଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କଲେ। ଯିହୋବା ତାଙ୍କୁ ଗର୍ଭଧାରଣ ହେବାକୁ ସକ୍ଷମ କଲେ ପୁଣି ସେ ଏକ ପୁତ୍ର ପ୍ରସବ କଲା। 14 ବେଥଲିହିମର ମହିଳାମାନେ ନୟମୀକି କହିଲେ, “ଆଜି ତୁମ୍ଭର ପରିବାରକୁ ବଞ୍ଚାଇବା ପାଇଁ ଜଣେ ପୁରୁଷ ଦେଇଥିବାରୁ ଯିହୋବାଙ୍କର ପ୍ରଶଂସା କର। ଆମ୍ଭେମାନେ ଚାହୁଁ ଯେ ସମଗ୍ର ଇସ୍ରାଏଲ ଲୋକମାନେ ତାର ନାମ ଜାଣିବେ। 15 ତେଣୁ ସେ ପୁନର୍ବାର ତୁମ୍ଭକୁ ଯୁବତୀ ପରି ଅନୁଭବ କରିବେ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ନେବେ। ଯଦି ତୁମ୍ଭର ସାତ ପୁତ୍ର ଥା'ନ୍ତେ ସେମାନଙ୍କ ଅପେକ୍ଷା ତୁମ୍ଭ ପ୍ରତି ଅଧିକ ଉତ୍ତମ ଯେ ତୁମ୍ଭର ପୁତ୍ରବଧୂ ଓ ଯିଏ ତୁମ୍ଭକୁ ପ୍ରେମ କରେ, ସେ ତାହାକୁ ପ୍ରସବ କରିଅଛି।” 16 ସେତେବେଳେ ନୟମୀ ଶିଶୁଟିକୁ ଉଠାଇ ନେଇ ଆପଣା ପାଖରେ ଧରିରଖିଲା ଓ ତାର ପାଇ ଦ୍ୱିତୀୟ ମାତା ହେଲା। 17 ସେହି ସ୍ତ୍ରୀମାନେ ଯେଉଁମାନେ ନିକଟରେ ବାସ କରୁଥିଲେ କହିଲେ, “ବର୍ତ୍ତମାନ ଯେପରି ନୟମୀର ଏକ ପୁତ୍ର ଅଛି!” ସେମାନେ ତାହାର ନାମ ଓବେଦ୍‍ ରଖିଲେ। ପରେ, ଓବେଦ୍‍ ଯିଶୀଙ୍କ ପିତା ହେଲେ, ଯିଏ ଦାଉଦଙ୍କ ପିତା ହେଲେ। 18 ଏଠାରେ ପେରସର ବଂଶାବଳୀର ଏକ ତାଲିକା ଏପରି ଅଟେ: ପେରସର ପୁତ୍ର ହିଷ୍ରୋଣ; 19 ହିଷ୍ରୋଣର ପୁତ୍ର ରାମ୍‍। ରାମ୍‍ର ପୁତ୍ର ଅମ୍ମୀନାଦବ ଥିଲା। 20 ଅମ୍ମୀନାଦବର ପୁତ୍ର ନହଶୋନ ଥିଲା। ନହଶୋନର ପୁତ୍ର ସଲମୋନ ଥିଲା। 21 ସଲମୋନର ପୁତ୍ର ବୋୟଜ ଥିଲା। ବୋୟଜର ପୁତ୍ର ଓବେଦ୍‍ ଥିଲା। 22 ଓବେଦ୍‍ର ପୁତ୍ର ଯିଶୀ ଥିଲା। ଯିଶୀର ପୁତ୍ର ଦାଉଦ।