01-01
ଆରମ୍ଭ
ତାହାର ଅର୍ଥ ହେଉଅଛି, “ସମସ୍ତ ବିଷୟର ଆରମ୍ଭ”ପରମେଶ୍ଵରଙ୍କ ପୁର୍ବରୁ ଈଶ୍ଵରଙ୍କ ବ୍ୟତିତ ଅନ୍ୟ କୌଣସି ବିଷୟର ଅସ୍ତିତ୍ଵ ନ ଥିଲା ।
ସୃଷ୍ଟି କଲେ
ଏହା ଶୂନ୍ୟରୁ କିଛି ବିଷୟ ସୃଷ୍ଟି ହୋଇଛି ।
ବିଶ୍ଵ
ଏହା ଈଶ୍ଵର ସ୍ବର୍ଗ ଓ ପୃଥିବୀରେ ସୃଷ୍ଟି କରିଥିବା ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ବିଷୟକୁ ଅନ୍ତର୍ଭୁକ୍ତ କରେ ।
ପୃଥିବୀ
ପୃଥିବୀ''ଶବ୍ଦ ସମଗ୍ର ପ୍ରଥିବୀକୁ ବୁଝାଏ ଯେଉଁଠାରେ ଲୋକମାନେ ବାସ କରନ୍ତି ।
ଅନ୍ଧାର
ଏହା ସମ୍ପୂର୍ଣ୍ଣ ଭାବରେ ଅନ୍ଧକାର ଥିଲା । ସେଠାରେ କିଛି ଆଲୋକ ନ ଥିଲା କାରଣ ଈଶ୍ବର ସେପର୍ଯ୍ୟନ୍ତ ଆଲୋକ ସୃଷ୍ଟି କରିନଥିଲେ ।
ଶୂନ୍ୟ
ଜଳରେ ଆଛାଦିତ ଥିବା ବ୍ୟତୀତ ପୃଥିବୀରେ ଈଶ୍ଵର କୌଣସି ବିଷୟ ସୃଷ୍ଟି କରିନଥିଲେ ।
କୌଣସି ବିଷୟ ଗଠିତ ହୋଇନଥିଲା
କୌଣସି ନିର୍ଦ୍ଦିଷଟ ବିଷୟ ନଥିଲା ଓ କେବଳ ଜଳ ହିଁ ସମସ୍ତ ବିଷୟକୁ ଆଚ୍ଛାଦିତ କରିଥିଲା ।
ଈଶ୍ଵରଙ୍କ ଆତ୍ମା
ଈଶ୍ଵରଙ୍କ ଆତ୍ମା, ଯାହାଙ୍କୁ ବେଳେବେଳେ ପବିତ୍ରଆତ୍ମା କୁହାଯାଏ, ସେ ଆରମ୍ଭରେ ଥିଲେ ଓ ସେ ଯେଉଁ ସମସ୍ତ ବିଷୟ କରିବାକୁ ଯୋଜନା କରିଥିଲେ ସେ ସମସ୍ତ ବିଷୟ ସୃଷ୍ଟି କରିବାକୁ ପୃଥିବୀ ଉପରେ ମୁକ୍ତ ଭାବରେ ବିଚରଣ କରୁଥିଲେ ।
01-02
ଈଶ୍ଵର କହିଲେ
ଏକ ବାକ୍ୟର ଆଦେଶ ଦେଇ ଈଶ୍ଵର ଦୀପ୍ତି ସୃଷ୍ଟି କଲେ ।
ତାହା ହେଉ
ଏହା ଏକ ଆଦେଶ ଥିଲା ଯାହା ତତ୍କ୍ଷଣୀତ ଘଟିଥିଲା କାରଣ ଏହା ଈଶ୍ଵରଙ୍କ ଦ୍ବାରା କୁହାଯାଇଥିଲା । ଏକ ବକ୍ତବ୍ୟ ଭାବରେ ଏହାକୁ ଅନୁବାଦ କରିବା ଅଧିକ ସ୍ୱାଭାବିକ ହୋଇପାରେ କାରଣ ଏହା ନିଶ୍ଚିତ ଘଟିବ । ଉଦାହରଣ ସ୍ବରୂପ, ଆପଣ ଏହାକୁ ଏହି ପ୍ରକାରେ ଅନୁବାଦ କରିପାରିବେ, “ଈଶ୍ଵର କହିଲେ, ଦୀପ୍ତି ହେଉ ।”
ଦୀପ୍ତି
ଏହା ଏକ ବିଶେଷ ଦୀପ୍ତି ଥିଲା ଯାହାକୁ ଈଶ୍ଵର ନିର୍ମାଣ କରିଥିଲେ, ଏ ପର୍ଯ୍ୟନ୍ତ ସୂର୍ଯ୍ୟ ସୃଷ୍ଟି କରା ଯାଇନଥିଲା ।
ଉତ୍ତମ ଥିଲା
ଏହି ବାକ୍ୟାଂଶ ଅନେକ ସମୟରେ ସୃଷ୍ଟି ବିବରଣୀରେ ବାରମ୍ବାର ପୁନରାବୃତି କରା ଯାଏ, ଏବଂ ସୃଷ୍ଟିର ପ୍ରତି ପର୍ଯ୍ୟାୟ ଯେ ଈଶ୍ଵରଙ୍କୁ ଆନନ୍ଦିତ କରୁଥିଲା ଏବଂ ତାହାଙ୍କ ଯୋଜନା ଓ ଉଦ୍ଦେଶ୍ୟକୁ ସମ୍ପାଦନ କଲା ।
ସୃଷ୍ଟି
ଏଠାରେ ଥିବା ଏହି ଶବ୍ଦ ଈଶ୍ଵର ସୃଷ୍ଟି କରିଥିବା ସମସ୍ତ ବିଷୟ, ଛଅ ଦିନ ସମୟକୁ ସୂଚୀତ କରେ ।
01-03
ଦ୍ବିତୀୟ ଦିନ
ଈଶ୍ଵରଙ୍କ ସୃଷ୍ଟି କ୍ରମରେ, ଏହା ଉଦ୍ଦେଶ୍ୟମୂଳକ ଓ କ୍ରମାଗତ ଥିଲା । ସେ ପ୍ରତିଦିନ ସୃଷ୍ଟି କରିଥିବା ବିଷୟ ଗୁଡିକ ପୂର୍ବ ଦିନରେ କରିଥିବା କାର୍ଯ୍ୟଗୁଡିକ ଉପରେ ନିର୍ଭରଶୀଳ ଥିଲା ।
ଈଶ୍ଵର କହିଲେ
ଈଶ୍ଵର ଆଦେଶ ଦେଇ ଆକାଶ ସୃଷ୍ଟି କଲେ ।
ସୃଷ୍ଟି କଲେ
ଈଶ୍ଵର ଶୂନ୍ୟରୁ ଆକାଶ ସୃଷ୍ଟି କଲେ ।
ଆକାଶ
ଏହି ଶବ୍ଦ ଆମେ ନିଶ୍ଵାସ ପ୍ରଶ୍ଵାସ ନେଉଥିବା ବାୟୁ ମଣ୍ଡଳ ଓ ମହାକାଶ ସମେତ ପୃଥିବୀ ଉପରେ ଥିବା ସମସ୍ତ ଶୂନ୍ୟକୁ ସୁଚାଏ ।
01-04
ତୃତୀୟ ଦିବସରେ
ଜୀବନ ନିମନ୍ତେ ଈଶ୍ଵର ଯେଉଁ ଦିବସଗୁଡିକରେ ପୃଥିବୀକୁ ପ୍ରସ୍ତୁତ କରିଥିଲେ ସେଥିର କ୍ରମିକ ଦିବସ ।
ଈଶ୍ଵର କହିଲେ
ଈଶ୍ଵର ମୁଖ ନିଗ୍ରତ ଆଦେଶ ଦେଇ ଏକ ଶୁଷ୍କ ଭୂମି ସୃଷ୍ଟି କଲେ ।
ପୃଥିବୀ
ଏହା ଧୂଳି ବା ମାଟିକୁ ସୂଚାଇବା ପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି, ଯେଉଁଥିରୁ ଶୁଷ୍କଭୂମି ଗଠିତ ।
ସୃଷ୍ଟି କଲେ
ଏହି ଶବ୍ଦ ଏଠାରେ ଶୂନ୍ୟରୁ ସୃଷ୍ଟିକଲେକୁ ସୂଚାଏ ।
01-05
ଈଶ୍ଵର କହିଲେ
ଈଶ୍ଵର ଆଦେଶ ଦ୍ଵାରା ସମସ୍ତ ପ୍ରକାର ଉଦ୍ଭିଦ ସୃଷ୍ଟି କଲେ ।
ପୃଥିବୀ ଉତ୍ପନ୍ନ କରୁ
ଏହା ହେଉଛି ଏକ ଆଦେଶ ଯାହା ଈଶ୍ଵର କହିବା ଦ୍ଵାରା ତତ୍କ୍ଷଣି ଘଟିଥିଲା ।
ସମସ୍ତ ପ୍ରକାର
ଅନେକ ପ୍ରକାର ମସଲା କିମ୍ବା ବୃକ୍ଷଗୁଡିକ ଓ ଉଦ୍ଭିଦ ।
ସୃଷ୍ଟି କଲେ
ଏହି ଶବ୍ଦ ଏଠାରେ ଶୂନ୍ୟରୁ କିଛି କରିବା ବିଷୟକୁ ସୂଚାଏ ।
ଉତ୍ତମ ଥିଲା
ଏହି ବାକ୍ୟାଂଶ ଅନେକ ସମୟରେ ସୃଷ୍ଟି ବିବରଣୀରେ ବାରମ୍ବାର ପୁରନରାବୃତ୍ତି କରା ଯାଏ, ଏବଂ ସୃଷ୍ଟିର ପ୍ରତି ପର୍ଯ୍ୟାୟ ଯେ ଈଶ୍ଵରଙ୍କୁ ସନ୍ତୋଷ ପ୍ରଦାନ କରୁଥିଲା ଏବଂ ତାହାଙ୍କ ଯୋଜନା ଓ ଉଦ୍ଦେଶ୍ୟକୁ ସମ୍ପାଦନ କଲା ।
01-06
ଚତୁର୍ଥ ଦିବସ
ଈଶ୍ଵର ଯେଉଁ ଦିବସଗୁଡିକ ସୃଷ୍ଟି କରିଥିଲେ ସେଥିର କ୍ରମିକ ପରବର୍ତ୍ତୀ ଦିବସ ।
ଈଶ୍ଵର କହିଲେ
ଈଶ୍ଵର ଆଦେଶ ଦ୍ଵାରା ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ ।
ଆଲୋକ
ଆକାଶରେ ଆଲୋକିତ ବସ୍ତୁ ସମୂହ ଦୃଶ୍ୟମାନ ହେଇ ବର୍ତ୍ତମାନ ପୃଥିବୀକୁ ଆଲୋକ ପ୍ରଦାନ କଲେ ।
ଦିବସ ଓ ରାତ୍ରି, ଋତୁ ଓ ବର୍ଷ
ଈଶ୍ଵର ଛୋଟରୁ ବଡ ସମୟର ପ୍ରତି ଭାଗକୁ ଚିହ୍ନିତ କରିବା ନିମନ୍ତେ ଭିନ୍ନ ଆଲୋକ ସୃଷ୍ଟି କଲେ, ଏବଂ ଶେଷ ସମୟ ପର୍ଯ୍ୟନ୍ତ ଅବିରତ ଭାବରେ ଏହାକୁ ପୁନଃପୁନଃ କରିବା ନିମନ୍ତେ ରଖିଲେ।
ସୃଷ୍ଟି କଲେ
ଏହି ଶବ୍ଦ ଏଠାରେ ଶୂନ୍ୟରୁ କିଛି କରିବା ବିଷୟକୁ ସୂଚାଏ ।
01-07
ପଞ୍ଚମ ଦିବସ
ଈଶ୍ଵର ପୂର୍ବରୁ ଚତୁର୍ଥ ଦିବସରେ ଆରମ୍ଭ କରିଥିବା ସୃଷ୍ଟିର ପର୍ଯ୍ୟାୟକ୍ରମେ ଚାଲୁ ରଖିଲେ ।
ଈଶ୍ଵର କହିଲେ
ଈଶ୍ଵର ଆଦେଶ ଦେଇ ପକ୍ଷୀ ଓ ଜଳଚର ସୃଷ୍ଟି କଲେ ।
ଜଳରେ ବିଚରଣ କରୁଥିବା ପ୍ରତ୍ୟେକ ଜୀବ ଯେ
ଈଶ୍ଵର କେବଳ ମତ୍ସ୍ୟ ସୃଷ୍ଟି କରିନଥିଲେ, କିନ୍ତୁ ଜଳରେ ବାସ କରୁଥିବା ସମସ୍ତ ପ୍ରକାର ଜୀବଜନ୍ତୁ କୁ ସୃଷ୍ଟି କରିଥିଲେ। ପ୍ରତ୍ୟେକେ ଅଛନ୍ତି, କାରଣ ଈଶ୍ଵର ଏହାକୁ ସୃଷ୍ଟି କରିବା ନିମନ୍ତେ ମନୋନୀତ କଲେ ।
ସମସ୍ତ ପକ୍ଷୀଗଣ
ଈଶ୍ଵର କେବଳ ଏକ ପ୍ରକାର ପକ୍ଷୀଗଣ ସୃଷ୍ଟି କରିନଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ ପ୍ରକାର, ଆକାର, ରଙ୍ଗ ଓ ସମସ୍ତ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ ।
ଉତ୍ତମ ଥିଲା
ଈଶ୍ଵରଙ୍କ ବୁଦ୍ଧିର ଯୋଜନା ଓ ଉଦ୍ଦେଶ୍ୟ ଅନୁଯାୟୀ ସମସ୍ତ ପର୍ଯ୍ୟାୟ ବା ପଦକ୍ଷେପ ଠିକ୍ ଭାବରେ ହୋଇଥିବା ଦେଖାଇବା ନିମନ୍ତେ ସୃଷ୍ଟି ସାରା ଏହି ବାକ୍ୟାଂଶକୁ ବାରମ୍ବାର କୁହାଯାଇଅଛି ।
ସେମାନଙ୍କୁ ଆଶୀର୍ବାଦ କଲେ
ଈଶ୍ଵର ତାହାଙ୍କ ଇଛା ପ୍ରକାଶ କରନ୍ତି ଯେ ସେମାନେ ବୃଦ୍ଧି ପାଇବେ ଏବଂ ସେମାନଙ୍କୁ ସେ ଯେଉଁ ପୃଥିବୀରେ ରଖିଅଛନ୍ତି ସେଥିରେ ସେମାନେ ଭଲ ଭାବରେ ରହିବେ ।
01-08
ଷଷ୍ଠ ଦିବସ
ଚାଲିଥିବା ଦିନ ଓ ପର୍ଯ୍ୟାୟକ୍ରମେ ଦିନ ଏବଂ ସୃଜନଶୀଳତାର କାର୍ଯ୍ୟଗୁଡିକର ପରବର୍ତ୍ତୀ ଘଟଣା ।
ଈଶ୍ଵର କହିଲେ
ଈଶ୍ଵରଙ୍କ କଥିତ ବାକ୍ୟ ଏକ ଦ୍ଵାରା ହିଁ ପଶୁଗୁଡିକ ସୃଷ୍ଟି ହୋଇଥିଲେ ।
ସମସ୍ତ ପ୍ରକାର
ଏହା ଅନେକ ପ୍ରକାର କିନ୍ତୁ କ୍ରମିକକୁ ବୁଝାଏ ।
ଭୂଚର ଉରୋଗାମୀ ଜନ୍ତୁଗଣ
ପକ୍ଷିଗଣ ଓ ସମୁଦ୍ର ଜଳରେ ବାସ କରୁଥିବା ପଶୁମାନଙ୍କ ବ୍ୟତୀତ ଭୂମିରେ ବାସ କରୁଥିବା ସମସ୍ତ ପ୍ରକାର ପଶୁ ।
କ୍ଷେତ୍ରସ୍ଥ ପଶୁ
ଏହି ପ୍ରକାର କ୍ଷେତ୍ରସ୍ଥ ପଶୁ ସାଧାରଣତଃ ମନୁଷ୍ୟମାନଙ୍କ ସହ ଶାନ୍ତିପୂର୍ଣ୍ଣ ଭାବରେ ବାସ କରିଥାନ୍ତି, ଯେପରିକି ପୋଷା ପଶୁ ବା ଗୃହପାଳିତ ପଶୁ ।
ପେଟରେ ଭରା ଦେଇ ଚାଲୁଥିବା
ଏହା ସମ୍ଭବତଃ ସରୀସୃପ, ଏବଂ ସମ୍ଭବତଃ କୀଟମାନଙ୍କ ଠାରୁ ଗଠିତ ।
ବନ୍ୟ
ଏହା ସେହି ପ୍ରକାର ପଶୁ ଯାହା ସାଧାରଣତଃ ମନୁଷ୍ୟ ସହ ଶାନ୍ତିରେ ବାସ କରିପାରନ୍ତି ନାହିଁ, ସାଧାରଣତଃ ସେମାନେ ଲୋକମାନଙ୍କୁ ଭୟ କରିଥାନ୍ତି କିମ୍ବା ସେମାନଙ୍କ ପ୍ରତି ଭୟଙ୍କର ହୋଇଥାନ୍ତି ।
ଉତ୍ତମ ଥିଲା
ଈଶ୍ଵରଙ୍କ ବୁଦ୍ଧି ର ଯୋଜନା ଓ ଉଦ୍ଦେଶ୍ୟ ଅନୁଯାୟୀ ସମସ୍ତ ପର୍ଯ୍ୟାୟ ବା ପଦକ୍ଷେପ ଠିକ୍ ଭାବରେ ପ୍ରତିପାଦିତ କରିବା ନିମନ୍ତେ ସୃଷ୍ଟି ବିଷୟଟିକୁ ବାରମ୍ବାର କୁହାଯାଇଅଛି ।
01-09
ଆସ ଆମ୍ଭେ
ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ନିର୍ଦ୍ଧିଷ୍ଟ ଭାବରେ ମନୁଷ୍ୟକୁ ନିର୍ମାଣ କରିବା ନିମନ୍ତେ ଏହା ଈଶ୍ଵରଙ୍କ ଉଦ୍ଦେଶ୍ୟମୂଳକ, ଇଛାପୂର୍ଣ୍ଣ ନିଷ୍ପତ୍ତିକୁ ସୁଚାଏ । ଆପଣ ଏହାକୁ ଏପରି ଭାବରେ ମଧ୍ୟ ଅନୁବାଦ କରିପାରନ୍ତି, “ ଆମ୍ଭେ କରିବା ।”
ଆମ୍ଭମାନଙ୍କ ନିମନ୍ତେ..ଆମ୍ଭମାନଙ୍କର..ଆମ୍ଭମାନଙ୍କୁ (us|ours|us)
ବାଇବଲ ଶିକ୍ଷା ଦିଏ ଯେ ଏକମାତ୍ର ଈଶ୍ଵର ଅଛନ୍ତି, କିନ୍ତୁ ପୁରାତନ ନିୟମରେ ଥିବା “ଈଶ୍ଵର” ଶବ୍ଦ ବହୁବଚନ ଶବ୍ଦ ଅଟେ, ଏବଂ ଈଶ୍ଵର ନିଜକୁ କହିବା ସମୟରେ ବହୁବଚନ ସର୍ବନାମ ବ୍ୟବହାର କରିଛନ୍ତି । କିଛି ଏହାକୁ ଏପରି ବୁଝନ୍ତି ଯେ ଏହା କଥା କହିବାର ଏକ ବିଶେଷ ପଦ୍ଧତି ଯାହା ଈଶ୍ଵରଙ୍କ ଗୌରବକୁ ପ୍ରକାଶ କରେ ,ଅନ୍ୟମାନେ ଏହାକୁ ଏପରି ବୁଝନ୍ତି ଯେ ପିତା ଈଶ୍ଵର ପୁତ୍ର ଓ ପବିତ୍ରଆତ୍ମାଙ୍କୁ କହୁଅଛନ୍ତି, ଯେଉଁ ସମସ୍ତେ ଈଶ୍ଵର ଅଟନ୍ତି ।
ଆମ୍ଭ ପ୍ରତିମୂର୍ତ୍ତିରେ
ଏକ ପ୍ରତିମୂର୍ତ୍ତି ହେଉଛି କୌଣସି ବ୍ୟକ୍ତି ବା କିଛି ବିଷୟକୁ ନିଦର୍ଶନ କରୁଥିବା ଏକ ବିଷୟ । ମନୁଷ୍ୟମାନେ ଏପରି ଭାବରେ ନିର୍ମିତ ହୋଇଛନ୍ତି ଯେ ସେମାନେ ଈଶ୍ଵରଙ୍କର କିଛି ଗୁଣ ବା ବ୍ୟକ୍ତିତ୍ବକୁ ପ୍ରତିପାଦନ କରନ୍ତି ।
ଆମ୍ଭ ପରି
ମନୁଷ୍ୟମାନେ ଈଶ୍ଵରଙ୍କର ଗୁଣ ମଧ୍ୟରୁ କିଛି ଗୁଣ ପାଇଛନ୍ତି, କିନ୍ତୁ ତାଙ୍କର ସମସ୍ତ ଗୁଣ ପାଇନାହାନ୍ତି । ଏହି ବାକ୍ୟାଂଶକୁ ଏପରି ଶବ୍ଦଗୁଡିକ ସହ ଅନୁବାଦ କରାଯିବା ଉଚିତ ଯାହା ଦେଖାଉଥିବ ଯେ ମନୁଷ୍ୟ ଈଶ୍ଵରଙ୍କ ପରି, କିନ୍ତୁ ଈଶ୍ଵରଙ୍କ ସମତୁଲ କିମ୍ବା ସେ ଯେପରି ସେପରି ନୁହଁନ୍ତି ।
ଅଧିକାର
ପୃଥିବୀ ଓ ପଶୁଗୁଡିକ କିପରି ଭାବରେ ବ୍ୟବହୃତ ହେବେ ତାହାକୁ ପରିଚାଳିତ କରିବା ପାଇଁ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ କରିବା ପାଇଁ ଈଶ୍ଵର ଲୋକମାନଙ୍କୁ ଅଧିକାର ଦେଲେ ।
01-10
କିଛି ଧୂଳି ନେଲେ
ଈଶ୍ଵର ଧୂଳି ବା ଭୂମିର ଶୁଷ୍କ ଧୂଳି ନେଇ ସେଥିରୁ ମନୁଷ୍ୟକୁ ନିର୍ମାଣ କଲେ । ପୃଥିବୀ ନିମନ୍ତେ ଯେଉଁ ସାଧାରଣ ଶବ୍ଦ ବ୍ୟବହୃତ ହୋଇଛି ଏହି ଶବ୍ଦ ଭିନ୍ନ ହେବ ।
ଏହାକୁ ନିର୍ମାଣ କଲେ
ଏହି ଶବ୍ଦ ପ୍ରକାଶ କରେ ଯେ ଈଶ୍ଵର ବ୍ୟକ୍ତିଗତ ଭାବରେ ମନୁଷ୍ୟର ଆକାର ବନାଇଲେ, ଯାହା ତୁଳନା କରେ ଯେ ଜଣେ ତାହାର ହସ୍ତରେ କିପରି କିଛି ସୃଷ୍ଟି ନିର୍ମାଣ କରିପାରେ । ନିଶ୍ଚିତ ହୁଅନ୍ତୁ ଯେ “ସୃଷ୍ଟି”ରୁ ଏହି ଶବ୍ଦ ଭିନ୍ନ ଅଟେ । କେବଳ ବାକ୍ୟ ଉଚ୍ଚାରଣ ଦ୍ବାରା ଅନ୍ୟ ସମସ୍ତ ବିଷୟ ସୃଷ୍ଟି କରିବାଠାରୁ ନର(ମନୁସ୍ୟ) ନିର୍ମାଣ କରିବା ଯେ ଅତି ଭିନ୍ନ ଅଟେ ଏହା ଲକ୍ଷ୍ୟ କରନ୍ତୁ ।
ଜଣେ ନର
ଏହି ସମୟରେ କେବଳ ଜଣେ ପୁରୁଷହିଁ ନିର୍ମିତ ହୋଇଥିଲା; ନାରୀ ଭିନ୍ନ ଏକ ପଦ୍ଧତିରେ ପରେ ନିର୍ମିତ ହୋଇଥିଲା ।
ଶ୍ଵାସବାୟୁ ଦ୍ଵାରା ଜୀବନ ଦେଲେ
ଈଶ୍ଵର ଯେତେବେଳେ ନିଜଠାରୁ ଆଦମଙ୍କ ଶରୀରକୁ ଜୀବନ ଦେଲେ ସେତେବେଳେ ଏହା ଈଶ୍ଵରଙ୍କ ଅତି ବ୍ୟକ୍ତିଗତ ଓ ନିବିଡ କାର୍ଯ୍ୟକୁ ଏହି ବାକ୍ୟାଂଶ ସୂଚାଏ, ମନୁଷ୍ୟ କିପରି ବାୟୁରୁ ଶ୍ଵାସବାୟୁ ବ୍ୟବହାର କରେ ଏହା ତାହାକୁ ତୁଳନା କରେ ।
ଜୀବନ
ଏହି ଘଟଣାରେ, ଈଶ୍ଵର ମନୁଷ୍ୟ ମଧ୍ୟକୁ ଉଭୟ ଶାରୀରିକ ଓ ଆତ୍ମିକ ଜୀବନ ପ୍ରବେଶ କରାଇଲେ ।
ଆଦମ
ପୁରାତନ ନିୟମରେ ଥିବା ଠିକ୍“ମନୁଷ୍ୟ”(ନର) ଶବ୍ଦ ପରି ଆଦମଙ୍କ ନାମ ଅଟେ, ଏବଂ ସେ ଯେଉଁ “ଧୂଳି”ରୁ ନିର୍ମିତ ହୋଇଥିଲେ, ସେଥିର ସମତୁଲ ଅଟେ ।
ଉଦ୍ୟାନ
ଏକ ଉଦ୍ଦେଶ୍ୟ ନିମନ୍ତେ ବୃକ୍ଷ ଓ ଲତା ଲଗାଯାଇଥିବା ଭୂମିର ଏକ ଅଞ୍ଚଳ ଯାହା ସାଧାରଣତଃ ଫଳ ଉତ୍ପନ୍ନ କିମ୍ବା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ କରାଯାଇଥାଏ ।
ଏହାର ଯତ୍ନ ନେବା
ଉଦ୍ୟାନର ଯତ୍ନ ନେବ, ଏଥିରେ ଥିବା ଅନାବନା ଘାସ ବାଛି, ଏଥିରେ ଜଳ ସେଚନ କରିବ, ଅମଳ କରିବ ଓ ରୋପଣ ଇତ୍ୟାଦି କରି, ଉଦ୍ୟାନକୁ ରକ୍ଷଣାବେକ୍ଷଣ କରିବା ।
01-11
ମଧ୍ୟ ଭାଗରେ
ମଧ୍ୟସ୍ଥଳ ଦୁଇଟି ବୃକ୍ଷର ଗୁରୁତ୍ବକୁ ବୁଝାଏ ।
ଉଦ୍ୟାନ
ଏକ ଉଦ୍ଦେଶ୍ୟ ନିମନ୍ତେ ବୃକ୍ଷ ଓ ଲତା ଲଗାଯାଇଥିବା ଭୂମିର ଏକ ଅଞ୍ଚଳ ଯାହା ସାଧାରଣତଃ ଫଳ ଉତ୍ପନ୍ନ କିମ୍ବା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ କରାଯାଇଥାଏ ।
ଜୀବନଦାୟକ ବୃକ୍ଷ
ଏହି ବୃକ୍ଷର ଫଳ ଭୋଜନ କରିଥିବା ଯେକୌଣସି ବ୍ୟକ୍ତି କେବେ ମୃତ୍ୟୁଭୋଗ କରିବ ନାହିଁ ।
ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ
ଏହି ବୃକ୍ଷର ଫଳ ଉଭୟ ଭଲ ଓ ମନ୍ଦ ଜାଣିବାକୁ ଜଣେ ବ୍ୟକ୍ତିକୁ ସକ୍ଷମ କରିବ ।
ଜ୍ଞାନ
ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା ବା ବୁଝିବା ।
ଭଲ ଓ ମନ୍ଦ
ମନ୍ଦ ହେଉଛି ଭଲର ବିପରୀତ । ଯାହା ଈଶ୍ଵରଙ୍କର ସନ୍ତୋଷଜନକ ତାହାକୁ ଯେପରି “ଉତ୍ତମ” ବୁଝାଏ, ସେହିପରି ଯାହା ଈଶ୍ଵରଙ୍କର ସନ୍ତୋଷଜନକ ନୁହେଁ ତାହା ମନ୍ଦ ଅଟେ ।
ମରିବା
ଏହେତୁ ସେ ଶାରିରୀକ ଓ ଆତ୍ମିକ ଭାବରେ ମରିବେ ।
01-12
ଉତ୍ତମ ନୁହେଁ
ଏହା ପ୍ରଥମ ଥର ପାଇଁ ସୃଷ୍ଟିର କୌଣସି ବିଷୟ ଉତ୍ତମ ନଥିଲା । ଏହା ବୁଝାଏ ଯେ ଏହା “ଏ ପର୍ଯ୍ୟନ୍ତ ଉତ୍ତମ ହୋଇନାହିଁ” କାରଣ ଈଶ୍ଵର ଏ ପର୍ଯ୍ୟନ୍ତ ମାନବର ସୃଷ୍ଟି ସମାପ୍ତ କରିନଥିଲେ ।
ଏକାକୀ
ଆଦମ ଏକମାତ୍ର ମନୁଷ୍ୟ ଥିଲେ ଯାହାଙ୍କର ଅନ୍ୟ ଜଣେ ବ୍ୟକ୍ତି ସହ ସମ୍ପର୍କ ସମ୍ଭବ ନ ଥିଲା, ଏବଂ ସନ୍ତାନ ଉତ୍ପନ୍ନ କରି ବହୁବଂଶ ହେବା ସମ୍ଭବ ନ ଥିଲା ।
ଆଦମଙ୍କର ସହକାରିଣୀ ବା ସାହାଯ୍ୟକାରିଣୀ
ସେଠାରେ ଆଦମଙ୍କୁ ଈଶ୍ଵର ଯେଉଁ କାର୍ଯ୍ୟ ଦେଇଥିଲେ ତାହା ସମ୍ପାଦନ କରିବା ନିମନ୍ତେ ସହଯୋଗ ନିମନ୍ତେ ଆଦମଙ୍କ ସମକକ୍ଷ କୌଣସି ବ୍ୟକ୍ତି ନ ଥିଲେ । କୌଣସି ପଶୁମାନେ ଏହା କରିପାରିଲେ ନାହିଁ ।
01-13
ଘୋର ନିଦ୍ରାଗ୍ରସ୍ତ
ଏହା ସାଧାରଣ ନିଦ୍ରାଠାରୁ ଅଧିକ ଗଭୀର ନିଦ୍ରା ।
ଆଦମଙ୍କ ପଞ୍ଜରାରୁ ଗୋଟିଏ ନେଇ ନିର୍ମାଣ କଲେ
ଏହି କ୍ରିୟା ଆଦମଙ୍କ ପଞ୍ଜରା ବାହାର କରି ଏହାକୁ ଏକ ସ୍ତ୍ରୀ ଭାବରେ ଗଢିବାର ଇଶ୍ଵରଙ୍କ କାର୍ଯ୍ୟକୁ ଏକ ଅତି ବ୍ୟକ୍ତିଗତ କାର୍ଯ୍ୟ ଭାବରେ ଦର୍ଶାଏ ।
ଜଣେ ନାରୀ
ସେ ପ୍ରଥମ ନାରୀ ଥିଲେ, ଯାହା ମନୁଷ୍ୟର ସ୍ତ୍ରୀ ଶବ୍ଦ ଯାହା ଏ ପର୍ଯ୍ୟନ୍ତ ଦେଖାଯାଇନାହିଁ।
ତାଙ୍କ ନିକଟକୁ ଆଣିଲେ
ଈଶ୍ଵର ବ୍ୟକ୍ତିଗତ ଭାବେ ସେମାନଙ୍କୁ ପରିଚିତି କରାଇଲେ । ସେ ଆଦମଙ୍କୁ ଏକ ବିଶେଷ ଉପହାର ସ୍ଵରୁପେ ହବାଙ୍କୁ ଦେଲେ, ସମ୍ପୂର୍ଣ୍ଣ ଭାବରେ ଏହା ଦେବା ପରି ଥିଲା ।
01-14
ସର୍ବଶେଷରେ !
ଆଦମଙ୍କ ଆଶ୍ଚର୍ଯ୍ୟବାଚକ ଉକ୍ତି ଦର୍ଶାଏ ଯେ ସେ ସ୍ତ୍ରୀ ପରି କିଛି ବିଷୟ ପାଇବାର ଆଶାରେ ଥିଲେ ।
ମୋ ପରି
ନାରୀ ଆଦମ ପରି ହୋଇଥିଲା, ଯଦିଓ ସେମାନଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭିନ୍ନତା ରହିଥିଲା ।
ନାରୀ
ଏହି ଶବ୍ଦ ନର ଶବ୍ଦର ସ୍ତ୍ରୀ ବାଚକ ଶବ୍ଦ ଅଟେ ।
ପୁରୁଷଠାରୁ ସୃଷ୍ଟି
ନାରୀ ଆଦମଙ୍କ ନିଜ ଶରୀରରୁ ହିଁ ଗଠିତ ହୋଇଥିଲା ।
ପୁରୁଷ ପରିତ୍ୟାଗ କରେ
ଭବିଷ୍ୟତରେ କିପରି ଏହି ପରିସ୍ଥିତି ସାଧାରଣ ହେବ ତାହା ଦର୍ଶାଯାଇ ଏହା ବର୍ତ୍ତମାନ କାଳରେ ବ୍ୟବହୃତ ହୋଇଛି । ଆଦମଙ୍କର ପିତା କିମ୍ବା ମାତା ନ ଥିଲେ, କିନ୍ତୁ ଅନ୍ୟ ସମସ୍ତ ପୁରୁଷର ପିତା ଓ ମାତା ରହିବେ ।
ଏକ ହେବେ
ସ୍ବାମୀ ଓ ସ୍ତ୍ରୀ ଏକ ଘନିଷ୍ଠ ବନ୍ଧନ ଓ ପ୍ରତିଶ୍ରୁତିବଦ୍ଧତାରେ ଆବଦ୍ଧ ହେବେ ଯାହା ସେମାନଙ୍କ ସହ ଥିବା ଅନ୍ୟ କାହାର ସମ୍ପର୍କରୁ ବଳିଯିବ ।
01-15
ଈଶ୍ଵର ନିର୍ମାଣ କଲେ
ଈଶ୍ଵର ଅତି ବ୍ୟକ୍ତିଗତ ଭାବରେ ପୁରୁଷ ଓ ସ୍ତ୍ରୀଙ୍କୁ ସୃଷ୍ଟି କଲେ ।
ତାହାଙ୍କ ନିଜ ପ୍ରତିମୁର୍ତ୍ତୀରେ
ଏକ ପ୍ରତିମୁର୍ତ୍ତୀ ହେଉଅଛି କୌଣସି ବ୍ୟକ୍ତି କିମ୍ବା ବସ୍ତୁର ଏକ ଶରୀରର ଆକାର । ଈଶ୍ଵର ତାହାଙ୍କ କିଛି ଗୁଣ ବା ସ୍ଵଭାବକୁ ପ୍ରଦର୍ଶନ କରିବା ନିମନ୍ତେ ମନୁଷ୍ୟମାନଙ୍କୁ ନିର୍ମାଣ କଲେ, କିନ୍ତୁ ତାଙ୍କ ସହ ସମାନ ହେବା ନିମନ୍ତେ ନିର୍ମାଣ କରିନଥିଲେ ।
ଅତି ଉତ୍ତମ
ପୂର୍ବ ଦିବସର ଉକ୍ତି ଠାରୁ “ଏହା ଉତ୍ତମ ଥିଲା” ଅପେକ୍ଷା ଏହା ଅଧିକ ପ୍ରଗାଢ ଅଟେ । “ଅତି ଉତ୍ତମ” କେବଳ ପୁରୁଷ ଓ ସ୍ତ୍ରୀଙ୍କ ନିମନ୍ତେ ନୁହେଁ କିନ୍ତୁ ଏହା ସମଗ୍ର ସୃଷ୍ଟିକୁ ସୂଚାଉଅଛି । ଈଶ୍ଵର ଠିକ୍ ଯେପରି ଭାବରେ କରିବାକୁ ଚାହୁଁଥିଲେ ସେହିପରି ହୋଇଥିଲା।
ସୃଷ୍ଟି
ଅସ୍ତିତ୍ଵ ଥିବା ସମସ୍ତ ବିଷୟ ଈଶ୍ଵର ସୃଷ୍ଟି କରିବାର ଛଅ ଦିନ ମଧ୍ୟରେ ସୃଷ୍ଟିକଲେ।
01-16
ସପ୍ତମ ଦିନ
ସୃଷ୍ଟିର ଷଷ୍ଠ ଦିବସ ସମାପ୍ତ ହେବାର ପରବର୍ତ୍ତୀ ଦିବସ ।
ତାହାଙ୍କ କାର୍ଯ୍ୟ ସମାପ୍ତ କଲେ
ନିର୍ଦ୍ଦିଷ୍ଟ ଭାବରେ , ଈଶ୍ଵର ସୃଷ୍ଟିର କାର୍ଯ୍ୟ ସମାପ୍ତ କଲେ । ସେ ଏବେ ସୁଦ୍ଧା ଅନ୍ୟ କାର୍ଯ୍ୟ କରୁଅଛନ୍ତି ।
ଈଶ୍ବର ବିଶ୍ରାମ ନେଲେ
“ଈଶ୍ଵର ବିଶ୍ରାମ” ନେଲେ ଏହି ଅର୍ଥରେ ଯେ ସୃଷ୍ଟି ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ସେ କାର୍ଯ୍ୟ କରିବାରୁ ବିରତ ରହିଲେ । ଈଶ୍ଵର କ୍ଲାନ୍ତ ହୋଇଯାଇନଥିଲେ, କିମ୍ବା କାର୍ଯ୍ୟ କରିବାରେ ଅକ୍ଷମ ନ ଥିଲେ ।
ସପ୍ତମ ଦିବସକୁ ଆଶୀର୍ବାଦ କଲେ
ସପ୍ତମ ଦିବସ ଓ ସପ୍ତମ ଦିବସ ପରେ ଯେତେ ସପ୍ତମ ଦିବସ ଆସିବ ସେଥି ନିମନ୍ତେ ଈଶ୍ଵରଙ୍କର ଏକ ବିଶେଷ ଯୋଜନା ରହିଥିଲା ।
ଏହାକୁ ପବିତ୍ର କଲେ
ଏହାର ଅର୍ଥ ହେଉଅଛି ଯେ ଈଶ୍ଵର ଏକ ବିଶେଷ ଦିବସ ଭାବରେ “ପୃଥକ୍ କଲେ” । ସପ୍ତାହର ଛଅ ଦିବସ ଯେପରି, ସେହିପରି ଭାବେ ଏହି ଦିନକୁ ବ୍ୟବହୃତ କରାଯାଇପାରିବ ନାହିଁ ।
ବିଶ୍ଵ
ଈଶ୍ଵର ପୃଥିବୀରେ ଓ ସ୍ଵର୍ଗରେ ଦୃଶ୍ୟ ଓ ଅଦୃଶ୍ୟ ଯେଉଁ ସମସ୍ତ ବିଷୟ ସୃଷ୍ଟି କଲେ ସେହି ସମସ୍ତ ଏଥିରେ ଅନ୍ତର୍ଭୁକ୍ତ ଅଟେ ।
ଏକ ବାଇବଲରୁ କାହାଣୀ
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ:
ଆଦିପୁସ୍ତକ 1
2