ଓଡ଼ିଆ: translationAcademy

Updated ? hours ago # views See on DCS Draft Material

Introduction to translationAcademy

ଅନୁବାଦକ ବିଦ୍ୟାପୀଠ ସମ୍ବନ୍ଧୀୟ ପରିଚୟ

This page answers the question: ଅନୁବାଦର ବିଦ୍ୟାପୀଠ କ’ଣ ଅଟେ ?

ଅନୁବାଦ ବିଦ୍ୟାପୀଠକୁ ସ୍ଵାଗତ

“ଅନୁବାଦ ବିଦ୍ୟାପୀଠ”ର ଉଦ୍ଦେଶ୍ୟ ଯେ ଯେକୌଣସି ଲୋକକୁ, ଯେକୌଣସି ସ୍ଥାନରେ ସେମାନଙ୍କୁ ଗଠନ କରିବା ପାଇଁ ସକ୍ଷମ ଅଟେ ଯଦ୍ୱାରା ସେମାନେ ନିଜ ଭାଷା ମଧ୍ୟକୁ ବାଇବେଲ ଭିତ୍ତିକ ବିଷୟବସ୍ତୁର ଉଚ୍ଚ ମାନର ଅନୁବାଦ କରିବାକୁ ସକ୍ଷମ ହେବେ । ଅନୁବାଦ ବିଦ୍ୟାପୀଠ ଉଚ୍ଚ ମାତ୍ରାରେ ନମନୀୟ ହେବା ପାଇଁ ପରିକଳ୍ପିତ । ଏହାକୁ ପଦ୍ଧତିଗତ, ଓ ଆଗରୁ ସମ୍ପାଦନ କରିବାରେ କିମ୍ବା ସମୟ ସମୟରେ ଶିଖିବା ପାଇଁ ବ୍ୟବହାର କରା ଯାଇପାରିବ (ବା ଆବଶ୍ୟକତା ଅନୁଯାଇ ଉଭୟ) । ଏହା ଢାଞ୍ଚାରେ ଏକ ସ୍ଵାଧୀନ ଅଂଶ ବିଶିଷ୍ଟ ଅଟେ ।

ଅନୁବାଦ ବିଦ୍ୟାପୀଠରେ ନିମ୍ନ ଲିଖିତ ବିଭାଗଗୁଡ଼ିକ ଅନ୍ତର୍ଭୁକ୍ତ:

  • ମୁଖବନ୍ଧ - ଅନୁବାଦ ବିଦ୍ୟାଳୟକୁ ଓ unfoldingWord ପରିଯୋଜନାକୁ ପରିଚିତ କରିଥାଏ ।
  • ପ୍ରକ୍ରିୟା ସହଚର - “ଏହା ପରେ କଣ ?” ପ୍ରଶ୍ନକୁ ଉତ୍ତର ଦେଇଥାଏ ।
  • ଅନୁବାଦ ସହଚର - ଅନୁବାଦର ମୌଳିକ ଶିକ୍ଷାତତ୍ତ୍ଵକୁ ଓ ବ୍ୟବହାରିକ ଅନୁବାଦ ସହାୟତାକୁ ବର୍ଣ୍ଣନା କରେ ।
  • ଯାଞ୍ଚ୍ ସହଚର – ଯାଞ୍ଚ୍ ର ମୌଳିକ ଶିକ୍ଷାତତ୍ତ୍ଵ ଓ ସର୍ବତ୍କୃଷ୍ଟ ଅଭ୍ୟାସଗୁଡ଼ିକୁ ବର୍ଣ୍ଣନା କରେ ।

Next we recommend you learn about:


ଆମେ କାହିକି ବାଇବଲକୁ ଅନୁବାଦ କରୁ

This page answers the question: ଆମେ କାହିଁକି ବାଇବଲକୁ ଅନୁବାଦ କରିବା ଉଚିତ୍ ?

In order to understand this topic, it would be good to read:

ଜଣେ ବାଇବଲ ଅନୁବାଦକ ହେବା ପାଇଁ ଆପଣଙ୍କୁ ତାଲିମ ଦେବା ଅନୁବାଦ ବିଦ୍ୟାପୀଠର ଉଦ୍ଦେଶ୍ୟ ଅଟେ । ପରମେଶ୍ଵରଙ୍କ ବାକ୍ୟକୁ ଆପଣଙ୍କ ଭାଷା ମଧ୍ୟକୁ ଅନୁବାଦ କରି ଆପଣଙ୍କର ଲୋକମାନଙ୍କୁ ଯୀଶୁଙ୍କ ଶିଷ୍ୟ ରୂପେ ବୃଦ୍ଧି ପାଇବାରେ ସାହାଯ୍ୟ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଆପଣ ଏହି କାର୍ଯ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ, ଆପଣଙ୍କ ଉତ୍ତରଦାୟିତ୍ଵକୁ ଗାମ୍ଭୀର୍ଯ୍ୟ ଭାବରେ ନିଅନ୍ତୁ, ଓ ପ୍ରାର୍ଥନା କରନ୍ତୁ ଯେ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ ।

ବାଇବଲରେ ପରମେଶ୍ଵର ଆମ୍ଭମାନଙ୍କୁ କଥା କହି ଅଛନ୍ତି । ସେ ବାଇବେଲର ଲେଖକମାନଙ୍କୁ ଏବ୍ରୀ, ଆରାମୀୟ ଓ ଗ୍ରୀକ୍ ଭାଷା ବ୍ୟବହାର କରି ତାହାଙ୍କ ବାକ୍ୟକୁ ଲେଖିବା ପାଇଁ ଅନୁପ୍ରାଣିତ କଲେ । ଏହାକୁ ପ୍ରାୟ ୪୦ ଭିନ୍ନ ଭିନ୍ନ ଲେଖକମାନେ ୧୪୦୦ ଖ୍ରୀ.ପୂ. ରୁ ୧୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖିଥିଲେ । ଏହି ଦଲିଲଗୁଡ଼ିକ ମଧ୍ୟ ପ୍ରାଚ୍ୟ, ଉତ୍ତର ଆଫ୍ରିକା ଓ ଇଉରୋପରେ ଲେଖା ଯାଇଥିଲା । ତାହାଙ୍କ ବାକ୍ୟକୁ ସେହି ଭାଷାଗୁଡ଼ିକରେ ଲିପିବଦ୍ଧ କରିବା ଦ୍ଵାରା, ପରମେଶ୍ଵର ସୁନିଶ୍ଚିତ କରନ୍ତି ଯେ ସେହି ସ୍ଥାନମାନଙ୍କରେ ଓ ସେହି ସମୟରେ ବାସ କରୁଥିବା ଲୋକମାନେ ଏହାକୁ ବୁଝି ପାରୁଥିଲେ ।

ଆଜି, ଆପଣଙ୍କ ଦେଶରେ ବସବାସ କରୁଥିବା ଲୋକମାନେ ଏବ୍ରୀ, ଆରାମୀୟ ଓ ଗ୍ରୀକ୍ ଭାଷାକୁ ବୁଝନ୍ତି ନାହିଁ । କିନ୍ତୁ ପରମେଶ୍ଵରଙ୍କ ବାକ୍ୟକୁ ସେମାନଙ୍କ ଭାଷା ମଧ୍ୟକୁ ଅନୁବାଦ କଲେ ସେମାନେ ଏହାକୁ ବୁଝିବାରେ ସକ୍ଷମ ହେବେ ! ଜଣଙ୍କର “ମାତୃ ଭାଷା” ବା “ମନର ଭାଷା” କହିଲେ ଯେଉଁ ଭାଷାକୁ ସେମାନେ ପ୍ରଥମେ ଶିଶୁବସ୍ଥାରେ କହୁଥିଲେ ଓ ଯାହାକୁ ସେମାନେ ନିଜ ଘରେ ବ୍ୟବହାର କରନ୍ତି ତାହାକୁ ବୁଝାଏ ।

ଏହି ଭାଷାରେ ସେମାନେ ଅଧିକ ଆରମଦାୟକ ଅନୁଭବ କରନ୍ତି ଓ ଯେଉଁଥିରେ ସେମାନେ ନିଜର ଆବେଗପୂର୍ଣ୍ଣ ମନୋଭାବକୁ ପ୍ରକାଶ କରିବା ପାଇଁ ବ୍ୟବହାର କରିଥାନ୍ତି । ଆମେ ଚାହୁଁ ଯେ ସମସ୍ତେ ପରମେଶ୍ଵରଙ୍କ ବାକ୍ୟକୁ ସେମାନଙ୍କର ନିଜ ଭାଷାରେ ପାଠ କରିବାରେ ସକ୍ଷମ ହୁଅନ୍ତୁ । ପ୍ରତ୍ୟେକ ଭାଷା ଗୁରୁତ୍ୱପୂର୍ଣ୍ଣ ଓ ବହୁମୂଲ୍ୟ ଅଟେ । ଆପଣଙ୍କ ଦେଶରେ କୁହା ଯାଉଥିବା ରାଷ୍ଟ୍ରୀୟ ଭାଷାଗୁଡ଼ିକର ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଛି, ଏହି ଛୋଟ ଛୋଟ ଭାଷାଗୁଡ଼ିକର ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣତା ରହିଅଛି ଓ ସେମାନେ ମଧ୍ୟ ସମାନ ଭାବରେ ଅର୍ଥକୁ ପ୍ରକାଶ କରି ପାରନ୍ତି । କେହି ମଧ୍ୟ ନିଜର ଉପଭାଷାରେ କହିବାକୁ ଲଜ୍ଜ୍ୟାବୋଧ କରିବା ଅନୁଚିତ ।

ବେଳେ ବେଳେ, ସଂଖ୍ୟାଲଘୁ ଦଳର ଲୋକମାନେ ସେମାନଙ୍କ ଭାଷା ପ୍ରତି ଲଜ୍ଜ୍ୟାବୋଧ କରିଥାନ୍ତି ଓ ସେମାନଙ୍କ ଦେଶରେ ସେମାନଙ୍କର ଚତୁର୍ଦିଗ ବସବାସ କରୁଥିବା ସଂଖ୍ୟାଗରିଷ୍ଠ ଲୋକମାନଙ୍କ ସମ୍ମୁଖରେ ଏହାକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ସ୍ଥାନୀୟ ଭାଷାଗୁଡ଼ିକ ତୁଳନାରେ ରାଷ୍ଟ୍ରୀୟ ଭାଷା ବିଷୟରେ ସ୍ଵାଭାବିକ ରୂପେ ଅଧିକ ମହତ୍ଵପୂର୍ଣ୍ଣ, ଅଧିକ ମର୍ଯ୍ୟାଦାସମ୍ପନ୍ନ, କିମ୍ବା ଅଧିକ ଶିକ୍ଷିତ କିଛି ବି ନଥାଏ । ପ୍ରତ୍ୟେକ ଭାଷାରେ ଅର୍ଥର ପାର୍ଥକ୍ୟ ଓ ଆପେକ୍ଷିକ ଛାୟାଗୁଡ଼ିକ ରହେ ଯାହା ଅଦ୍ଵିତୀୟ ଅଟେ । ଆମେ ଅଧିକ ଆରାମ ଅନୁଭବ କରୁଥିବା ଭାଷାକୁ ଓ ଆମେ ଯେଉଁଥିରେ ଅନ୍ୟମାନଙ୍କ ସହ ଉତ୍ତମ ଭାବେ ଯୋଗାଯୋଗ କରୁଛୁ ସେହି ଭାଷାକୁ ବ୍ୟବହାର କରିବା ଉଚିତ୍ ।

  • ଗୁଣ ବ କୃତିତ୍ଵର ସ୍ଵୀକୃତି:Ph.D. CC BY-SA 4.0, Todd Price ଦ୍ଵାରା “ବାଇବେଲ ଅନୁବାଦ ଶିକ୍ଷାତତ୍ତ୍ଵ ଓ ଅଭ୍ୟାସ କାର୍ଯ୍ୟ” ନିଆଯାଇଛି ।*

ଦୃଶ୍ୟମାନ ଶବ୍ଦ ଯୋଜନା

This page answers the question: ଦୃଶ୍ୟମାନ ଶବ୍ଦ ଯୋଜନା କହିଲେ କ’ଣ ବୁଝ ?

In order to understand this topic, it would be good to read:

unfoldingWord ପରିଯୋଜନା ପରିଦୃଷ୍ଟ କାରଣ ଆମେ ପ୍ରତ୍ୟେକ ଭାଷାରେ ଉନ୍ମୁକ୍ତ ବାଇବଲ ଭିତ୍ତିକ ବିଷୟବସ୍ତୁକୁ ଦେଖିବାକୁ ଚାହୁଁ ।

ଯୀଶୁ ଆପଣା ଶିଷ୍ୟମାନଙ୍କୁ ପ୍ରତ୍ୟେକ ଲୋକଦଳରେ ଶିଷ୍ୟ କରିବା ପାଇଁ ଆଦେଶ ଦେଲେ:

“ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ‘ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ।’ ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର । ସେମାନଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହିସବୁ ପାଳନ କରିବା ନିମନ୍ତେ ସେମାନଙ୍କୁ ଶିକ୍ଷା ଦିଅ । ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।” (ମାଥିଉ ୨୮:୧୮-୨୦ ULT)

ଆମର ପ୍ରତିଜ୍ଞା ଯେ ପ୍ରତ୍ୟେକ ଭାଷାରୁ ଆଗତ ଲୋକମାନେ ସ୍ଵର୍ଗରେ ଥିବେ:

“ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବ ଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଲା ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି ।” (ପ୍ରକାଶିତ ବାକ୍ୟ ୭:୯ ULT)

ଜଣଙ୍କର ନିଜସ୍ଵ ଭାଷାରେ ଈଶ୍ବରଙ୍କ ବାକ୍ୟକୁ ବୁଝିବା ଗୁରୁତ୍ଵାପୂର୍ଣ୍ଣ ଅଟେ:

“ଅତଏବ, ବିଶ୍ଵାସ ଶ୍ରବଣରୁ ଜାତ ହୁଏ, ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ ।” (ରୋମୀୟ ୧୦:୧୭ ULT)

କିପରି ଆମେ ଏହାକୁ କରିବା ?

କିପରି ଆମେ ପ୍ରତ୍ୟେକ ଭାଷାରେ ଉନ୍ମୁକ୍ତ ବାଇବଲ ଭିତ୍ତିକ ବିଷୟବସ୍ତୁ ର ଲକ୍ଷ୍ୟକୁ ସମ୍ପାଦନ କରିବା ?

ଆମେ କଣ କରିଥାଉ ?

  • ବିଷୟବସ୍ତୁ - ମାଗଣା ଓ ଉନ୍ମୁକ୍ତ ବାଇବଲ ଭିତ୍ତିକ ବିଷୟବସ୍ତୁର ଅନୁବାଦ ନିମନ୍ତେ ଆମେ ତିଆରି କରି ଉପଲବ୍ଧି କରିଥାଉ । ସମ୍ବଳ ଓ ଅନୁବାଦଗୁଡ଼ିକର ସଂପୂର୍ଣ୍ଣ ତାଲିକା ନିମନ୍ତେ http://ufw.io/content/ କୁ ଦେଖନ୍ତୁ ।

ଏଠାରେ କେତେକ ନମୁନାଗୁଡ଼ିକ ଦିଆଗଲା:

  • ମୁକ୍ତ ବାଇବଲ କାହାଣୀଗୁଡ଼ିକ - ସୁସମାଚାର ପ୍ରଚାର ଓ ଶିଷ୍ୟତ୍ଵ ନିମନ୍ତେ ସୃଷ୍ଟିରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ୫୦ଟି ପ୍ରମୁଖ ବାଇବଲ କାହାଣୀ ଅନ୍ତର୍ଭୁକ୍ତ ଥିବା ଏକ ବଂଶାବଳୀ କ୍ଷୁଦ୍ର – ବାଇବଲ, ଯାହା ମୁଦ୍ରଣ, ଅଡିଓ, ଓ ଚଳଚ୍ଚିତ୍ରରେ ଉପଲବ୍ଧ ଅଟେ ( ରେ ଦେଖନ୍ତୁ) ।
  • ବାଇବଲ - ଈଶ୍ଵରଙ୍କ ମୁଖ ନିଶ୍ରୁତ, ଦୋଷରହିତ, ପର୍ଯ୍ୟାପ୍ତ, ବିଶ୍ୱାସଯୋଗ୍ୟ ବାକ୍ୟକୁ ଉନ୍ମୁକ୍ତ ଅନୁବାଦ, ବ୍ୟବହାର ଓ ବିତରଣ ନିମନ୍ତେ ଏକ ମୁକ୍ତ ଅନୁମତି ପତ୍ର ଅଧୀନରେ ଉପଲବ୍ଧ କରାଯାଇଛି ( ରେ ଦେଖନ୍ତୁ).
  • ଅନୁବାଦ ଟିପ୍ପଣୀ - ଅନୁବାଦଗୁଡ଼ିକ ନିମନ୍ତେ ଭାଷାଶାସ୍ତ୍ର, ସଂସ୍କୃତି, ବ୍ୟାଖ୍ୟାମୂଳକ ସହାୟତା

ସେମାନେ ମୁକ୍ତ ବାଇବଲ କାହାଣୀ ଓ ବାଇବଲକୁ ଅସ୍ତିତ୍ଵ ବଜାୟ ରଖନ୍ତି ( କୁ ଦେଖନ୍ତୁ) ।

  • ଅନୁବାଦ ପ୍ରଶ୍ନାବଳୀ - ପାଠର ପ୍ରତ୍ୟେକ ଖଣ୍ଡ ନିମନ୍ତେ ରହିଥିବା ପ୍ରଶ୍ନଗୁଡ଼ିକ ଯାହା ଅନୁବାଦକ ଓ ଯାଞ୍ଚକାରୀ ଏହାକୁ ନିଶ୍ଚିତ କରି ସାହାଯ୍ୟ କରିବା ପାଇଁ ପଚାରି ପାରନ୍ତି ଯେ ସେମାନଙ୍କର ଅନୁବାଦକୁ ସଠିକ୍ ଭାବରେ ବୁଝିଲେ । ସେମାନେ ମୁକ୍ତ ବାଇବଲ କାହାଣୀ ଓ ବାଇବଲ ନିମନ୍ତେ ଉପଲବ୍ଧ ( କୁ ଦେଖନ୍ତୁ) ।

ବିଶ୍ଵାସର ଉକ୍ତି

This page answers the question: ଆମେ କ’ଣ ବିଶ୍ୱାସ କରୁ ?

In order to understand this topic, it would be good to read:

  • ଏହି ଦଲିଲ୍ ର ଉପଯୁକ୍ତ କ୍ଷମତାପ୍ରାପ୍ତ ସଂସ୍କରଣ http://ufw.io/faith/ ରେ ପାଇବେ ।*
  • unfoldingWord ପରିଯୋଜନାର ସମସ୍ତ ସଭ୍ୟ ଅନୁଷ୍ଠାନ ଓ ଅନୁଦାନକାରୀମାନଙ୍କ ଦ୍ଵାରା ନିମ୍ନ ଲିଖିତ ବିଶ୍ଵାସ ବକ୍ତବ୍ୟର ସଦସ୍ୟତା ଗ୍ରହଣ କରାଯାଇଛି ।

ଏହା ଏହି ଐତିହାସିକ ବିଶ୍ଵାସ ବା ନୀତି ସହ ଚୁକ୍ତିବଦ୍ଧ: ପ୍ରେରିତଙ୍କ ଧର୍ମ ବିଶ୍ଵାସ, [ନିସେନ ଧର୍ମ ବିଶ୍ଵାସ], ଓ [ଆଥାନାସିଆନ୍ ଧର୍ମ ବିଶ୍ଵାସ]; ଆହୁରି ମଧ୍ୟ ଲୁଆସନେ ଚୁକ୍ତିପତ୍ର() ।*

ଆମେ ବିଶ୍ଵାସ କରୁ ଯେ ଖ୍ରୀଷ୍ଟିୟାନ ବିଶ୍ଵାସ ମୌଳିକ ବିଶ୍ଵାସସମୂହ ଓ ସ୍ୱଳ୍ପ ପ୍ରାଧାନ୍ୟଯୁକ୍ତ ବିଶ୍ଵାସସମୂହ ମଧ୍ୟକୁ ବିଭାଜିତ ହୋଇପାରିବ ଓ ହେବା ଉଚିତ୍ (ରୋମୀୟ 14) ।

ମୌଳିକ ବିଶ୍ଵାସସମୂହ

ମୌଳିକ ବିଶ୍ଵାସସମୂହ ଯାହାକି ଯୀଶୁ ଖ୍ରୀଷ୍ଟଙ୍କ ଗୋଟିଏ ଅନୁଗାମୀକୁ ପରିଭାଷିତ କରିଥାଏ ଓ କଦାପି ବୁଝାମଣା ବା ଉପେକ୍ଷା କରାଯାଇ ପାରିବନାହିଁ ।

  • ଆମେ ବିଶ୍ଵାସ କରୁ ଯେ ବାଇବଲ ଏକମାତ୍ର ଈଶ୍ଵରନିଶ୍ଵସିତ, ଅତୁଳନୀୟ, ପର୍ଯ୍ୟାପ୍ତ, ବିଶ୍ଵାସଯୋଗ୍ୟ ପରମେଶ୍ଵରଙ୍କ ବାକ୍ୟ ଅଟେ (୧ ଥେସଲନିକୀୟ ୨:୧୩’ ୨ ତୀମଥି ୩:୧୬-୧୭) ।
  • ଆମେ ବିଶ୍ଵାସ କରୁ ଯେ ଏକମାତ୍ର ପରମେଶ୍ଵର, ଯିଏ ତିନି ବ୍ୟକ୍ତି ରୂପେ ଅନନ୍ତକାଳ ଅସ୍ତିତ୍ଵରେ ଅଛନ୍ତି । ପିତା ପରମେଶ୍ଵର, ପୁତ୍ର ଯୀଶୁ ଖ୍ରୀଷ୍ଟ, ପବିତ୍ର ଆତ୍ମା (ମାଥିଉ ୨୮:୧୯; ଯୋହନ ୧୦:୩୦) ।
  • ଆମେ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵରତ୍ଵରେ ବିଶ୍ଵାସ କରୁ (ଯୋହନ ୧:୧-୪; ଫିଲିପୀୟ ୨:୫-୧୧; ୨ ପିତର ୧:୧) ।
  • ଆମେ ଯୀଶୁ ଖ୍ରୀଷ୍ଟଙ୍କ ମାନବତାରେ, ତାହାଙ୍କ କୁମାରୀ ଜନ୍ମରେ, ତାହାଙ୍କ ପାପଶୂନ୍ୟ ଜୀବନରେ, ତାହାଙ୍କ ଅଲୌକିକତାରେ, ଅନ୍ୟମାନଙ୍କ ନିମନ୍ତେ ନିଜ ରକ୍ତ ଝରାଇ ପ୍ରାୟଶ୍ଚିତ ମୃତ୍ୟୁରେ, ତାହାଙ୍କ ଶାରୀରିକ ପୁନରୁତ୍ଥାନରେ, ପିତାଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିବା ପାଇଁ ତାହାଙ୍କ ସ୍ଵର୍ଗାରୋହଣରେ ବିଶ୍ଵାସ କରୁ (ମାଥିଉ ୧:୧୮, ୨୫; ୧ କରନ୍ଥୀୟ ୧୫:୧-୮; ଏବ୍ରୀ ୪:୧୫; ପ୍ରେରିତ ୧:୯-୧୧; ପ୍ରେରିତ ୨:୨୨-୨୪) ।
  • ଆମେ ବିଶ୍ଵାସ କରୁ ଯେ ସମସ୍ତେ ସ୍ଵାଭାବିକ ଭାବରେ ପାପ କରିଅଛନ୍ତି ଓ ଅନନ୍ତ ନରକ ନିମନ୍ତେ ଯୋଗ୍ୟ ଅଟନ୍ତି (ରୋମୀୟ ୩:୨୩; ଯିଶାଇୟ ୬୪:୬-୭) ।
  • ଆମେ ବିଶ୍ଵାସ କରୁ ଯେ ପାପରୁ ପରିତ୍ରାଣ ପରମେଶ୍ଵରଙ୍କ ଦାନ, କୃତକର୍ମ ଦ୍ଵାରା ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କ ଉତ୍ସର୍ଗୀକୃତ ମୃତ୍ୟୁ ଦ୍ଵାରା ବିଶ୍ଵାସ ସକାଶୁ ଅନୁଗ୍ରହରେ ସାଧନ କରିଅଛନ୍ତି (ଯୋହନ ୩:୧୬; ଯୋହନ ୧୪:୬; ଏଫିସୀୟ ୨:୮-୯; ତୀତସ ୩:୩-୭) ।
  • ଆମେ ବିଶ୍ଵାସ କରୁ ଯେ ସତ୍ୟ ବିଶ୍ଵାସ ମନପରିବର୍ତ୍ତନ ଦ୍ଵାରା ସାଙ୍ଗରେ ଯାଇଥାଏ ଓ ପବିତ୍ର ଆତ୍ମାଙ୍କ ଦ୍ଵାରା ଆତ୍ମିକ ପୁନର୍ଜନ୍ମ ହୋଇଥାଏ (ଯାକୁବ ୨:୧୪-୨୬; ଯୋହନ ୧୬:୫-୧୬; ରୋମୀୟ ୮:୯) ।
  • ଆମେ ପବିତ୍ର ଆତ୍ମାଙ୍କର ବର୍ତ୍ତମାନର ସେବାକାର୍ଯ୍ୟରେ ବିଶ୍ଵାସ କରୁ ଯାହାଙ୍କର ସ୍ଥାଇ ଭାବରେ ଉପସ୍ଥିତି ଦ୍ଵାରା ଯୀଶୁଙ୍କର ଅନୁଗାମୀମାନେ ଈଶ୍ଵରୀୟ ଜୀବନଯାପନ କରିବା ପାଇଁ ସକ୍ଷମ ଅଟନ୍ତି (ଯୋହନ ୧୪:୧୫-୨୬; ଏଫିସୀୟ ୨:୧୦; ଗାଲାତୀୟ ୫:୧୬-୧୮) ।
  • ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥିବା ସମସ୍ତ ବିଶ୍ଵାସୀମାନଙ୍କର ଆତ୍ମିକ ଏକତାରେ ବିଶ୍ଵାସ କରୁ, ଯେଉଁମାନେ ସମସ୍ତ ଦେଶ ଓ ଭାଷାବାଦୀ ଓ ଲୋକଦଳରୁ ଆସିଛନ୍ତି (ଫିଲିପୀୟ ୨:୧-୪; ଏଫିସୀୟ ୧:୨୨-୨୩; ୧ କରନ୍ଥୀୟ ୧୨:୧୨,୨୭) ।
  • ଆମେ ଯୀଶୁଙ୍କର ବ୍ୟକ୍ତିଗତ ଓ ଶାରୀରିକ ଆଗମନରେ ବିଶ୍ଵାସ କରୁ (ମାଥିଉ ୨୪:୩୦; ପ୍ରେରିତ ୧:୧୦-୧୧) ।
  • ଆମେ ଉଭୟ ଉଦ୍ଧାରପ୍ରାପ୍ତ ଓ ହଜା ଆତ୍ମାଙ୍କର ପୁନରୁତ୍ଥାନରେ ବିଶ୍ଵାସ କରୁ; ଉଦ୍ଧାର ପାଇ ନ ଥିବା ଲୋକେ ନରକରେ ଅନନ୍ତ ଦଣ୍ଡ ନିମନ୍ତେ ଓ ଉଦ୍ଧାରପ୍ରାପ୍ତ ଲୋକେ ପରମେଶ୍ଵରଙ୍କ ସହିତ ସ୍ଵର୍ଗରେ ଅନନ୍ତ ଆଶିଷ ଭୋଗିବା ନିମନ୍ତେ ପୁନରୁତ୍ଥିତ ହେବେ (ଏବ୍ରୀ ୯:୨୭-୨୮; ମାଥିଉ ୧୬:୨୭; ଯୋହନ ୧୪:୧-୩; ମାଥିଉ ୨୫:୩୧-୪୬)

ସ୍ୱଳ୍ପ ପ୍ରାଧାନ୍ୟଯୁକ୍ତ ବିଶ୍ଵାସସମୂହ

ସ୍ୱଳ୍ପ ପ୍ରାଧାନ୍ୟଯୁକ୍ତ ବିଶ୍ଵାସସମୂହ ସମସ୍ତ କିଛି ଯାହାକି ଧର୍ମଶାସ୍ତ୍ରରେ ଅଛି, କିନ୍ତୁ ଯାହାକୁ ଖ୍ରୀଷ୍ଟଙ୍କ ବିଶ୍ଵସ୍ତ ଅନୁଗାମୀମାନେ ଅସମ୍ମତି ହୋଇପାରନ୍ତି (ଯଥା, ବାପ୍ତିସ୍ମ, ପ୍ରଭୁଭୋଜ, ସ୍ଵର୍ଗକୁ ଅନ୍ତର୍ନିହିତ ହେବା ଇତ୍ୟାଦି) । ଆମେ ଏହି ପ୍ରସଙ୍ଗଗୁଡିକରେ ଅସମ୍ମତିକୁ ଖୁସିରେ ସମ୍ମତି ପ୍ରକାଶ କରିବାକୁ ବାଞ୍ଛା କରୁ ଓ ପ୍ରତ୍ୟେକ ଲୋକଦଳର ଲୋକମାନଙ୍କୁ ଶିଷ୍ୟତ୍ଵ କରିବାର ସାଧାରଣ ଲକ୍ଷ୍ୟ ଆଡକୁ ଏକତ୍ର ଗତି କରୁଅଛୁ (ମାଥିଉ ୨୮:୧୮-୨୦) ।


ଅନୁବାଦର ନିର୍ଦ୍ଦେଶାବଳୀ

This page answers the question: ଆମେ କେଉଁ କେଉଁ ସିଦ୍ଧାନ୍ତ ଅନୁଯାୟୀ ଅନୁବାଦ କରୁ ?

In order to understand this topic, it would be good to read:

  • ଏହି ଦଲିଲର କ୍ଷମତାପ୍ରାପ୍ତ ସଂସ୍କରଣକୁ ରେ ପାଇବେ ।*
  • ଅନୁବାଦରେ ବ୍ୟବହୃତ ନିମ୍ନ ଲିଖିତ ସିଦ୍ଧାନ୍ତ ଓ କାର୍ଯ୍ୟପଦ୍ଧତିଗୁଡ଼ିକର ବକ୍ତବ୍ୟ unfoldingWord ପରିଯୋଜନର ଅନ୍ତର୍ଗତ ସମସ୍ତ ସଦସ୍ୟ ଅନୁଷ୍ଠାନ ଓ ଅନୁଦାନକାରୀମାନଙ୍କ ଦ୍ଵାରା ସଭ୍ୟ ରୂପେ ଗ୍ରହଣ କରା ଯାଇଛି । ( ରେ ଦେଖନ୍ତୁ)

ସମସ୍ତ ଅନୁବାଦ କାର୍ଯ୍ୟଗୁଡ଼ିକୁ ଏହି ସାଧାରଣ ମାର୍ଗଦର୍ଶନ ନୀତି ଅନୁଯାଇ କାର୍ଯ୍ୟରେ ପରିଣତ କରାଯାଇଛି ।*

  1. ନିର୍ଭୁଲତା - ମୂଳ ପାଠର ଅର୍ଥରୁ କିଛି ହ୍ରାସ ନ କରି, ତହିଁରେ କିଛି ପରିବର୍ତ୍ତନ ନ କରି, ବା ତହିଁରେ କିଛି ଯୋଗ ନକରି ନିର୍ଭୁଲ ଭାବରେ ଅନୁବାଦ କରିବା । ଅନୁବାଦିତ ବିଷୟବସ୍ତୁ ମୂଳ ପାଠର ଅର୍ଥକୁ ଯେପରି ମୂଳ ଶ୍ରୋତାମାନେ ବୁଝିପାରିଥିଲେ ଠିକ୍ ସେହିପରି ଯେତେ ସମ୍ଭବ ଅମୂଲ୍ୟ ରୂପେ ଏହାକୁ ବିଶ୍ଵସ୍ତ ଭାବରେ ଯୋଗାଯୋଗ କରିବା ଉଚିତ୍ । (ନିର୍ଭୁଲ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  2. ସ୍ପଷ୍ଟ - ବୋଧଶକ୍ତିର ଉଚ୍ଚତମ ସ୍ତରକୁ ହାସିଲ କରିବା ପାଇଁ ଯେକୌଣସି ଭାଷା ଗଠନ ପ୍ରଣାଳୀକୁ ବ୍ୟବହାର କର । ଏଥିରେ ମୂଳ ଅର୍ଥକୁ ଯଥା ସମ୍ଭବ ସ୍ପଷ୍ଟ ଭାବରେ ଯୋଗାଯୋଗ କରିବା ପାଇଁ ଏକ ପାଠର ଗଠନ ପଦ୍ଧତିକୁ ଭିନ୍ନ ପ୍ରକାର ଢାଞ୍ଚାରେ ସଜାଡିବା ଓ ଯେତେ ଅଧିକ କିମ୍ବା ଯେତେ କମ୍ ଆବଶ୍ୟକୀୟ ଭାବ ପ୍ରକାଶକ ପଦକୁ ବ୍ୟବହାର କରିବା ଅନ୍ତର୍ଭୁକ୍ତ ଅଟେ ।
  3. ସ୍ଵାଭାବିକ - ଭାଷା ପଦ୍ଧତିକୁ ବ୍ୟବହାର କରେ ଯାହା ଫଳପ୍ରଦ ଅଟେ ଓ ଅନୁରୂପ ପୃଷ୍ଠଭୂମିରେ ଯେଉଁ ମାଧ୍ୟମରେ ଆପଣଙ୍କ ଅନୁବାଦ ବ୍ୟବହୃତ ହୋଇଛି ତାହାକୁ ପ୍ରତିଫଳିତ କରେ । (ସ୍ଵାଭାବିକ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  4. ବିଶ୍ଵସ୍ତ - ଆପଣଙ୍କ ଅନୁବାଦରେ ଯେକୌଣସି ରାଜନୈତିକ, ଧାର୍ମିକ ସମ୍ପ୍ରଦାୟ, ବିଚାରାଧାରାତ୍ମକ, ସାମାଜିକ, ସାଂସ୍କୃତିକ, ବା ପାରମାର୍ଥିକ ପକ୍ଷପାତକୁ ବର୍ଜନ କର । ମୁଖ୍ୟ ଭାବ ପ୍ରକାଶକ ପଦଗୁଡ଼ିକୁ ବ୍ୟବହାର କର ଯାହା ମୂଳ ବାଇବଲ ଭିତ୍ତିକ ଭାଷାର ଶବ୍ଦାବଳୀ ପ୍ରତି ବିଶ୍ଵସ୍ତ ଅଟେ ।

ପିତା ପରମେଶ୍ଵର ଓ ପୁତ୍ର ପରମେଶ୍ଵରଙ୍କ ମଧ୍ୟରେ ଥିବା ସଂପର୍କକୁ ବର୍ଣ୍ଣନା କରୁଥିବା ବାଇବଲ ଭିତ୍ତିକ ଶବ୍ଦଗୁଡ଼ିକ ନିମନ୍ତେ ସମାନ ସାଧାରଣ ଭାଷା ପଦ୍ଧତିକୁ ବ୍ୟବହାର କର । ଏହାକୁ ଆବଶ୍ୟକତା ଅନୁଯାଇ ବହି ପୃଷ୍ଠାର ନିମ୍ନ ଭାଗରେ ପ୍ରଦତ୍ତ ଟିକାରେ କିମ୍ବା ଅନ୍ୟ ପରିପୂରକ ଶିକ୍ଷା ସାମଗ୍ରୀରେ ବ୍ୟବହାର କରାଯାଇପାରିବ । (ବିଶ୍ଵସ୍ତ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)

  1. ପ୍ରାଧିକାରିକ - ବାଇବେଲ ଭିତ୍ତିକ ବିଷୟବସ୍ତୁର ଅନୁବାଦ ନିମନ୍ତେ ସର୍ବୋଚ୍ଚ ଅଧିକାର ରୂପେ ମୂଳ ଭାଷା ବାଇବେଲ ଭିତ୍ତିକ ପାଠକୁ ବ୍ୟବହାର କର । ଅନ୍ୟ ଭାଷାରେ ଥିବା ନିର୍ଭରଯୋଗ୍ୟ ବାଇବେଲ ଭିତ୍ତିକ ବିଷୟବସ୍ତୁକୁ ସ୍ପଷ୍ଟିକରଣ ନିମନ୍ତେ ଓ ମଧ୍ୟବର୍ତ୍ତୀ ମୂଳ ପାଠ ରୂପେ ବ୍ୟବହାର କରିପାର । (ପ୍ରାଧିକାରିକ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  2. ଐତିହାସିକ - ଐତିହାସିକ ଘଟଣାବଳୀ ଓ ତଥ୍ୟକୁ ନିର୍ଭୁଲ ଭାବେ ଯୋଗାଯୋଗ କରେ, ଯାହା ମୂଳ ବିଷୟବସ୍ତୁର ମୂଳ ପ୍ରାପ୍ତିକର୍ତ୍ତାମାନଙ୍କ ପରି ସମାନ ପୃଷ୍ଠଭୂମିକୁ ଓ ସଂସ୍କୃତିକୁ ଅଂଶୀ କରୁ ନଥିବା ଲୋକମାନଙ୍କ ପାଇଁ ଥିବା ଅଭିପ୍ରେତ ବାର୍ତ୍ତାକୁ ନିର୍ଭୁଲ ଭାବେ ଯୋଗାଯୋଗ କରିବା ନିମନ୍ତେ ଆବଶ୍ୟକତା ଅନୁଯାଇ ଅତିରିକ୍ତ ତଥ୍ୟକୁ ପ୍ରଦାନ କରିଥାଏ
  3. ସମାନ - ମୂଳ ପାଠରେ ଯେପରି ଅଛି ସେହି ସମାନ ଉଦ୍ଦେଶ୍ୟକୁ ଯୋଗାଯୋଗ କରେ, ଯେଉଁଥିରେ ଅନୁଭବ ଶକ୍ତି ଓ ମନୋଭାବର ବାକ୍ୟାଂଶ ଅନ୍ତର୍ଭୁକ୍ତ ଅଟେ । ଯେତେ ସମ୍ଭବ ହୋଇପାରେ, ମୂଳ ପାଠରେ ଥିବା ବିଭିନ୍ନ ପ୍ରକାରର ସାହିତ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯତ୍ନ କର, ଯେଉଁଥିରେ ଗଳ୍ପ, କବିତା, ହିତୋପଦେଶ, ଭାବବାଣୀଗୁଡ଼ିକ ଜଡ଼ିତ, ଯାହା ଆପଣଙ୍କ ଭାଷାରେ ସମାନ ମାଧ୍ୟମରେ ଯୋଗାଯୋଗ କରୁଥିବା ଅନୁରୂପ ଗଠନ ପଦ୍ଧତି ସହ ସେମାନଙ୍କୁ ପ୍ରତିନିଧିତ୍ଵ କରେ । (ସମାନ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)

ଅନୁବାଦ ଉତ୍କର୍ଷତାକୁ ଚିହ୍ନଟ କରି ପରିଚାଳିତ କରିବା

ଅନୁବାଦର ଉତ୍କର୍ଷ ସାଧାରଣତଃ ଅନୁବାଦର ବିଶ୍ଵସ୍ତତା ମୂଳ ପାଠର ଅର୍ଥକୁ, ଓ ଅନୁବାଦକୁ ଗୃହିତ ଭାଷାର ବକ୍ତାମାନଙ୍କ ନିମନ୍ତେ ବୋଧଯୋଗ୍ୟ ଓ ଫଳପ୍ରଦ କରୁଥିବା ପ୍ରଦତ୍ତ ଉପାଧି ସୂଚିତ କରେ । ଯେଉଁ କୌଶଳ ଆମେ ପ୍ରସ୍ତାବ କରୁ, ସେଥିରେ ଭାଷା ସମ୍ପ୍ରଦାୟ ସହ ଅନୁବାଦର ଢାଞ୍ଚା ଓ ଯୋଗାଯୋଗ ଉତ୍କର୍ଷତାକୁ ଓ ସେହି ଲୋକ ଦଳରେ ମଣ୍ଡଳୀ ସହ ଅନୁବାଦର ବିଶ୍ଵସ୍ତତାକୁ ଯାଞ୍ଚ୍ କରିବା କାର୍ଯ୍ୟ ଜଡ଼ିତ ଅଟେ । ଜଡ଼ିତ ହୋଇଥିବା ନିର୍ଦ୍ଧିଷ୍ଟ ସୋପାନଗୁଡ଼ିକ ଅନୁବାଦ ପରିଯୋଜନାର ଭାଷା ଓ ପୃଷ୍ଠଭୂମିରେ ନିର୍ଭରଶୀଳତା ମହତ୍ଵପୂର୍ଣ୍ଣ ଭାବେ ଭିନ୍ନ ହୋଇପାରେ ।

ସାଧାରଣତଃ, ଆମେ ଏକ ଉତ୍ତମ ଅନୁବାଦ ବିଷୟରେ ଚିନ୍ତା କରୁ ଯାହା ଭାଷା ସମ୍ପ୍ରଦାୟ ଦ୍ଵାରା ଓ ଭାଷା ଦଳରେ ଥିବା ମଣ୍ଡଳୀର ନେତାମାନଙ୍କ ଦ୍ଵାରା ସାଧାରଣ ସମୀକ୍ଷା କରା ଯାଇଥିବ, ଯଦ୍ୱାରା ଏହା:

  1. ନିର୍ଭୁଲ, ସ୍ପଷ୍ଟ, ସ୍ଵାଭାବିକ, ଓ ସମାନ - ମୂଳ ପାଠର ଅଭିପ୍ରେତ ଅର୍ଥ ପ୍ରତି ବିଶ୍ଵସ୍ତ ରହିବା, ଯେପରି ସେହି ଦଳରେ ଥିବା ମଣ୍ଡଳୀ ଦ୍ଵାରା ନିର୍ଦ୍ଧାରିତ ଓ ମଣ୍ଡଳୀ ସହ ଶ୍ରେଣୀବଦ୍ଧ ଭାବରେ ବିଶ୍ଵ, ଐତିହାସିକ, ଓ ପରିଣାମସ୍ଵରୂପ ଅଟେ:
  2. ମଣ୍ଡଳୀ ଦ୍ଵାରା ଦୃଢ - ମଣ୍ଡଳୀ ଦ୍ଵାରା ଅନୁମୋଦିତ ଓ ବ୍ୟବହୃତ । (ମଣ୍ଡଳୀ - ଅନୁମୋଦିତ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)

ଆମେ ମଧ୍ୟ ସୁପାରିଷ କରୁ ଯେ ଅନୁବାଦ କାର୍ଯ୍ୟ:

  1. ସହଯୋଗ - ଯେଉଁଠାରେ ସମ୍ଭବ, ଅନୁବାଦ, ଯାଞ୍ଚ୍ କାର୍ଯ୍ୟ ଓ ଅନୁବାଦିତ ସାମଗ୍ରୀକୁ ବିତରଣ କରିବା ପାଇଁ ଆପଣଙ୍କ ଭାଷା କହୁଥିବା ଅନ୍ୟ ବିଶ୍ଵାସୀମାନଙ୍କ ସହିତ ମିଶି ଏକତ୍ର କାର୍ଯ୍ୟ କର, ଓ ଏହାର ସର୍ବୋଚ୍ଚ ଉତ୍କର୍ଷତା ଓ ଯେତେ ଲୋକ ସମ୍ଭବ ସେତେ ଲୋକମାନଙ୍କ ପାଇଁ ଉପଲବ୍ଧ ବିଷୟକୁ ନିଶ୍ଚିତ କର । (ସହଯୋଗ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)
  2. ଅଗ୍ରଗତି କରୁଥିବା - ଅନୁବାଦ କାର୍ଯ୍ୟ କଦାପି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୁଏ ନାହିଁ । ଯେବେ ଭାଷା ସହ ସୁଦକ୍ଷ୍ୟ ବ୍ୟକ୍ତିମାନେ କିଛି ବିଷୟକୁ ଦୃଷ୍ଟିପାତ କରନ୍ତି ଯେ ସେଥିରେ ଆହୁରି ଉନ୍ନତି କରାଯାଇ ପାରେ, ସେହି ସମୟରେ ସର୍ବୋତ୍ତମ ମାଧ୍ୟମରେ ପରାମର୍ଶ ଦେଇ ସେମାନଙ୍କୁ ପ୍ରୋତ୍ସାହନ କରନ୍ତୁ । ସେମାନେ ଅନୁବାଦରେ ଯେକୌଣସି ତ୍ରୁଟିକୁ ଖୋଜି ପାଇବା ମାତ୍ରେ ତାହାକୁ ସଂଶୋଧନ କରିବା ଉଚିତ୍ । ଆହୁରି ମଧ୍ୟ ଯେବେ ସଂଶୋଧନ କିଅବା ନୂତନ ଅନୁବାଦର ଆବଶ୍ୟକ ହୁଏ, ସେତେବେଳେ ନିର୍ଣ୍ଣୟ କରିବା ପାଇଁ ଅନୁବାଦଗୁଡ଼ିକର ସାମୟିକ ସମୀକ୍ଷା କରିବାକୁ ପ୍ରୋତ୍ସାହନ କରନ୍ତୁ । ଆମେ ସୁପାରିଶ କରୁ ଯେ ଏହି ଅଗ୍ରଗତି କାର୍ଯ୍ୟକୁ ତତ୍ତ୍ୱାବଧାନ କରିବା ପାଇଁ ପ୍ରତ୍ୟକ ଭାଷା ସମ୍ପ୍ରଦାୟ ଗୋଟିଏ ଗୋଟିଏ ଅନୁବାଦ କମିଟି ଗଠନ କରନ୍ତୁ ।

unfoldingWord ଅନଲାଇନ ଉପକରଣଗୁଡିକୁ ବ୍ୟବହାର କରି, ଅନୁବାଦରେ ଶୀଘ୍ର ଓ ସହଜରେ ଏହି ପରିବର୍ତ୍ତନଗୁଡ଼ିକ କରା ଯାଇପାରିବ । (ଅଗ୍ରଗତି ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ)


ଉନ୍ମୁକ୍ତ ଅନୁମତି ପତ୍ର

This page answers the question: ଦୃଶ୍ୟମାନ ଶବ୍ଦର ବିଷୟବସ୍ତୁ ଜାଣିବା ପାଇଁ ବ୍ୟବହାରକାରୀ ନିକଟରେ କି କି ସ୍ୱାଧୀନତା ରହିଛି ?

In order to understand this topic, it would be good to read:

ସ୍ଵାଧୀନତା ନିମନ୍ତେ ଅଧିକାରଯୁକ୍ତ ଅନୁମତି ପତ୍ର

ପ୍ରତ୍ୟେକ ଭାଷାରେ ଅଣଆବଦ୍ଧ ବାଇବଲ ଭିତ୍ତିକ ବିଷୟବସ୍ତୁକୁ ହାସଲ କରିବା ପାଇଁ, ଏକ ଅଧିକାରଯୁକ୍ତ ଅନୁମତି ପତ୍ର ଆବଶ୍ୟକ ଯାହାକି ବିଶ୍ଵ ମଣ୍ଡଳୀକୁ “ଅଣଆବଦ୍ଧ ପ୍ରବେଶାଧିକାର” ଦେଇଥାଏ । ଆମେ ବିଶ୍ଵାସ କରୁ ଯେ ଯେତେବେଳେ ମଣ୍ଡଳୀ ଅଣଆବଦ୍ଧ ପ୍ରବେଶାଧିକାର ପାଇବ ସେତେବେଳେ ଏହି ଆନ୍ଦୋଳନକୁ ବନ୍ଦ କରି ହେବ ନାହିଁ । ସୃଜନାତ୍ମକ ସାଧାରଣ ଗୁଣସମୂହ - ଅଂଶୀ କରିବା ସଦୃଶ 4.0 ଆନ୍ତର୍ଜାତୀୟ ଅନୁମତି ପତ୍ର ବାଇବଲ ଭିତ୍ତିକ ବିଷୟବସ୍ତୁର ଅନୁବାଦ ଓ ବିତରଣ ନିମନ୍ତେ ରହିଥିବା ସମସ୍ତ ଆବଶ୍ୟକୀୟ ଅଧିକାରଗୁଡ଼ିକୁ ଯୋଗାଇ ଏହା ନିଶ୍ଚିତ କର ଯେ ବିଷୟବସ୍ତୁ ମୁକ୍ତ ରହିବ । ଯେଉଁଠାରେ ଦୃଷ୍ଟିଗୋଚର ହେଉଛି ତହିଁ ବ୍ୟତୀତ, ଆମର ସମସ୍ତ ବିଷୟବସ୍ତୁ CC BY-SA ଅନୁମତି ପ୍ରାପ୍ତ ଅଟେ ।

ସୃଜନାତ୍ମକ ସାଧାରଣ ଗୁଣସମୂହ - ଅଂଶୀ କରିବା ସଦୃଶ 4.0 ଆତର୍ଜାତୀୟ (CC BY-SA 4.0)

ଏହା ମାନବ - ପଠନଯୋଗ୍ୟ ଅନୁମତି ପତ୍ର (ନିମନ୍ତେ ପ୍ରତିବଦଳ ନୁହେଁ)ର ସାରାଂଶ ଅଟେ ।

ଆପଣ ନିମ୍ନ କାର୍ଯ୍ୟ କରିବା ପାଇଁ ସ୍ଵାଧୀନ ଅଟନ୍ତି:

  • ଅଂଶୀ କରିବା - ଯେକୌଣସି ବାର୍ତ୍ତାପ୍ରେରଣର ମାଧ୍ୟମ କିମ୍ବା କମ୍ପୁଟରରେ ତଥ୍ୟ ରଖିବାର ଢାଞ୍ଚାରେ ଶିକ୍ଷା ସାମଗ୍ରୀକୁ ନକଲ ଓ ପୁନଃ ବିତରଣ କରିବା
  • ଗ୍ରହଣ କରିବା - ଶିକ୍ଷା ସାମଗ୍ରୀ ଉପରେ ପୁନଃ ମିଶ୍ରଣ, ପରିବର୍ତ୍ତନ ଓ ନିର୍ମାଣ କରିବା

ଯେକୌଣସି ଉଦ୍ଦେଶ୍ୟ ନିମନ୍ତେ, ଏପରିକି ବ୍ୟବସାୟିକ ଭାବରେ ।

ଯେପର୍ଯ୍ୟନ୍ତ ଆପଣ ଏହି ଅନୁମତିର ଅବଧିକୁ ପାଳନ କରୁଛନ୍ତି ସେପର୍ଯ୍ୟନ୍ତ ଅଧିକାରଯୁକ୍ତ ଅନୁମତି ଦେବା ବ୍ୟକ୍ତି ଏହି ସ୍ଵାଧିନଗୁଡ଼ିକୁ ରଦ୍ଦ କର ପାରିବ ନାହିଁ ।

ନିମ୍ନରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ:

  • ବିଶେଷ ଗୁଣସମୂହ - ଆପଣ ଉପଯୁକ୍ତ ଆର୍ଥିକ ସ୍ଥିତି ଦେବେ, ଅନୁମତି ପତ୍ର ପାଇଁ ଲିଙ୍କ୍ ଯୋଗାଇବେ ଓ ଯଦି କୌଣସି ପରିବର୍ତ୍ତନ କରାଗଲା ତେବେ ତାହା ଦେଖାଇବା ଆବଶ୍ୟକ । ଆପଣ ଯେକୌଣସି ଯଥାର୍ଥ ପଦ୍ଧତିରେ କରି ପାରିବେ, କିନ୍ତୁ ଅନୁମତି ଦେବା ବ୍ୟକ୍ତି ଆପଣଙ୍କୁ ବା ଆପଣଙ୍କ ବ୍ୟବହାରକୁ ସମର୍ଥନ କରୁଥିବା କୌଣସି ପ୍ରସ୍ତାବ ମାଧ୍ୟମରେ ନୁହେଁ ।
  • ଅଂଶୀ କରିବା ସଦୃଶ - ଯଦି ଆପଣ ଶିକ୍ଷା ସାମଗ୍ରୀ ଉପରେ ପୁନଃ ମିଶ୍ରଣ, ପରିବର୍ତ୍ତନ ଓ ନିର୍ମାଣ କରିବେ, ତେବେ ଆପଣ ଅନୁମତି ପତ୍ରରେ ଯେପରି ଅଛି ସେହି ନିୟମାନୁଯାୟୀ ଆପଣଙ୍କ ଅର୍ଥଦାନ ବା ଲେଖାକୁ ବଣ୍ଟନ କରିବା ଆବଶ୍ୟକ ।
  • କୌଣସି ଅତିରିକ୍ତ କଟକଣା - ଆପଣ କୌଣସି ଆଇନ ସମ୍ବନ୍ଧୀୟ ଅବଧିକୁ ବା ଯାନ୍ତ୍ରିକ ବିଜ୍ଞାନ ସମ୍ବନ୍ଧୀୟ ମାପର ଏକକକୁ ପ୍ରୟୋଗ କରି ପାରିବେ ନାହିଁ ଯାହା ଆଇନ ଅନୁସାରେ ଅନ୍ୟମାନଙ୍କୁ ଅନୁମତି ପତ୍ର ଅନୁମତି ଦେବା କାର୍ଯ୍ୟରୁ କଟକଣା ଲାଗୁ କରୁଥିବ ।

ବିଜ୍ଞପ୍ତି ବା ମନ୍ତବ୍ୟ:

ଆପଣଙ୍କୁ ସର୍ବସାଧାରଣ କ୍ଷେତ୍ରରେ ଶିକ୍ଷା ସାମଗ୍ରୀର ଉପାଦାନ ନିମନ୍ତେ ଥିବା ଅନୁମତି ପତ୍ରର ଆଦେଶ ଅନୁସାରେ କାର୍ଯ୍ୟ କରିବାକୁ ପଡିବ ନାହିଁ କିମ୍ବା ଯେଉଁଠାରେ ଆପଣଙ୍କ ବ୍ୟବହାର ଉପଯୁକ୍ତ ବ୍ୟତିକ୍ରମଣ ବା କାର୍ଯ୍ୟ କରିବାର ପରିସର ଦ୍ଵାରା ଅନୁମତି ପ୍ରାପ୍ତ ଅଟେ ।

କୋଣସି ପ୍ରତିଶ୍ରୁତି ପତ୍ର ଦିଆଯାଇ ନାହିଁ । ଅନୁମତି ପତ୍ର ଆପଣଙ୍କୁ ଆପଣଙ୍କ ଅଭିପ୍ରେତ ବ୍ୟବହାର ନିମନ୍ତେ ଥିବା ସମସ୍ତ ଆବଶ୍ୟକୀୟ ଅନୁମତି ପ୍ରଦାନ କରିବ ନାହିଁ । ଉଦାହରଣ ସ୍ଵରୂପ, ଆପଣ ଶିକ୍ଷା ସାମଗ୍ରୀକୁ କିପରି ବ୍ୟବହାର କରୁଛନ୍ତି ସେସବୁକୁ ଅନ୍ୟାନ୍ୟ ଅଧିକାରଗୁଡ଼ିକ ଯଥା, ପ୍ରଚାର, ଘରୋଇ, ବା ନୈତିକ ଅଧିକାରଗୁଡ଼ିକ ସୀମିତ କରି ପାରନ୍ତି ।

ବ୍ୟୁତ୍ପନ୍ନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବିତ ବିଶେଷ ଗୁଣସମୂହ ବକ୍ତବ୍ୟ: “Door43 World Missions Community ଦ୍ଵାରା ମୂଳ କାର୍ଯ୍ୟ http://door43.org/ ରେ ଓ ସୃଜନାତ୍ମକ ସାଧାରଣ ଗୁଣସମୂହ - ଅଂଶୀ କରିବା ସଦୃଶ 4.0 ଆନ୍ତର୍ଜାତୀୟ ଅନୁମତି ପତ୍ର (http://creativecommons.org/licenses/by-sa/4.0/) ରେ ଉପଲବ୍ଧ । ଏହି କାର୍ଯ୍ୟ ମୂଳ କାର୍ଯ୍ୟରୁ ପରିବର୍ତ୍ତନ କରାଯାଇଅଛି, ଓ ମୂଳ ଲେଖକମାନେ ଏହି କାର୍ଯ୍ୟକୁ ସମର୍ଥନ କରି ନାହାନ୍ତି ।”

Door43 ସାହାଯ୍ୟକାରୀମାନଙ୍କର ବିଶେଷ ଗୁଣସମୂହ

ସମ୍ବଳଗୁଡ଼ିକୁ Door43 ମଧ୍ୟକୁ ଆମଦାନୀ କରିବା ସମୟରେ, ମୂଳ କାର୍ଯ୍ୟକୁ ମୁକ୍ତ ଅନୁମତି ପତ୍ର ଦ୍ଵାରା ନିର୍ଦ୍ଧିଷ୍ଟ ରୂପେ ଆରୋପ କରିବା ଆବଶ୍ୟକ ଯାହାର ଅଧିନରେ ଏହା ଉପଲବ୍ଧ ଅଟେ । ଉଦାହରଣ ସ୍ଵରୂପ, ମୁକ୍ତ ବାଇବେଲ କାହାଣୀଗୁଡ଼ିକରେ ବ୍ୟବହୃତ କଳାକୃତିକୁ ମୁଖ୍ୟ ପୃଷ୍ଠା ପରିଯୋଜନାରେ ସ୍ପଷ୍ଟ ରୂପେ କୁହାଯାଇଛି ।

Door43 ର ପରିଯୋଜନା ନିମନ୍ତେ ସାହାଯ୍ୟକାରୀ ବା ଅନୁଦାନକାରୀମାନେ ଏକମତ ଯେ ବିଶେଷ ଗୁଣ ଯାହାକି ପ୍ରତି ପୃଷ୍ଠାର ନୂତନ ସଂସ୍କରଣରେ ସ୍ଵୟଂଚାଳିତ ଭାବରେ ଘଟୁଅଛି ତାହା ସେମାନଙ୍କ କାର୍ଯ୍ୟ ନିମନ୍ତେ ଯଥେଷ୍ଟ ଗୁଣ ବିଶିଷ୍ଟ ଅଟେ । ତାହା Door 43 ର ପ୍ରତ୍ୟକ ଅନୁଦାନକାରୀ “Door43 ବିଶ୍ଵ ମିଶନ ସମ୍ପ୍ରଦାୟ” କିମ୍ବା ସେହି ପ୍ରଭାବରେ କିଛି ରୂପେ ତାଲିକାଭୁକ୍ତ କରାଯାଇପାରେ ।

ପ୍ରତ୍ୟେକ ସାହାଯ୍ୟକାରୀଙ୍କ ଅନୁଦାନଗୁଡ଼ିକ ନୂତନ ସଂସ୍କରଣ ଇତିହାସରେ ସେହି କାର୍ଯ୍ୟ ନିମନ୍ତେ ସଂରକ୍ଷିତ କରାଯାଇଛି ।

ମୂଳ ପାଠ

ଯଦି ସେମାନଙ୍କ ପାଖରେ ନିମ୍ନ ଲିଖିତ ଅନୁମତି ପତ୍ର ମଧ୍ୟରୁ ଗୋଟିଏ ଥାଏ, ତେବେ ହିଁ ମୂଳ ଅନୁବାଦ ବ୍ୟବହୃତ ହୋଇପାରିବ:

ଅଧିକ ତଥ୍ୟ ନିମନ୍ତେ Copyrights, Licensing, and Source Texts ପାଠକୁ ଦେଖନ୍ତୁ ।


ଗେଟ୍ ୱେ ଭାଷା କୌଶଳ

This page answers the question: ପ୍ରତ୍ୟେକ ଭାଷାକୁ କିପରି ପହଞ୍ଚା ଯାଇପାରିବ ?

In order to understand this topic, it would be good to read:

  • ଏହି ଦଲିଲ୍ ର କ୍ଷମତାପ୍ରାପ୍ତ ସଂସ୍କରଣ ରେ ମିଳେ* * ।

ବର୍ଣ୍ଣନା କରିବା

ବାଇବଲ ଭିତ୍ତିକ ବିଷୟବସ୍ତୁ ସହ ବିଶ୍ଵ ମଣ୍ଡଳୀକୁ ଗଠନ କରୁଥିବା ଶତ ପ୍ରତିଶତ ଲୋକଦଳକୁ ପ୍ରସ୍ତୁତ କରିବା gateway (ପ୍ରବେଶ ପଥ) ଭାଷା କୌଶଳର ଲକ୍ଷ୍ୟ ଅଟେ, ଯାହାକି ସେମାନେ ସମ୍ପୂର୍ଣ୍ଣ ଭାବେ ବୁଝୁଥିବା (ସେମାନଙ୍କ ନିଜ ଭାଷା) ମଧ୍ୟକୁ ଏହା ଅନୁବାଦ କରିବା ପାଇଁ ସେମାନଙ୍କୁ ସକ୍ଷମ କରୁଥିବା କଟକଣାରହିତ ଅନୁବାଦ ତାଲିମ ଓ ଉପକରଣ ସହିତ ଏକତ୍ର ପ୍ରକାଶନ ଅଧିକାରର କଟକଣାରୁ ମୁକ୍ତ ହୋଇ ସେମାନେ ଭଲ ବୁଝୁଥିବା ଭାଷା (ବ୍ୟାପକ ଯୋଗାଯୋଗର ଭାଷା)ରେ ଉପଲବ୍ଧ ହେଲା । Gateway language (ବା ପ୍ରବେଶ ପଥ ଭାଷା) ଏକ ବ୍ୟାପକ ଯୋଗାଯୋଗର ଭାଷା ଅଟେ, ଯାହା ମଧ୍ୟଦେଇ ସେହି ଭାଷାର ଦ୍ଵିତୀୟ ଭାଷା ବକ୍ତାମାନେ ବିଷୟବସ୍ତୁକୁ ବ୍ୟବହାର କରିବାର ସୁଯୋଗ ପ୍ରାପ୍ତ ହୋଇ ସେମାନଙ୍କ ନିଜ ଭାଷା ମଧ୍ୟକୁ ଏହା ଅନୁବାଦ କରି ପାରିବେ ।

Gateway ଭାଷା ଭାଷାଗୁଡ଼ିକର କ୍ଷୁଦ୍ରତମ ସଂଖ୍ୟାକୁ ବିଶ୍ଵ ସ୍ତରରେ ଗଠନ କରେ, ଯାହା ମଧ୍ୟଦେଇ ପ୍ରତି ଅନ୍ୟ ଭାଷାକୁ, ଦ୍ଵିଭାଷୀ ବକ୍ତାମାନଙ୍କ ଦ୍ଵାରା ଅନୁବାଦର ଜରିଆରେ ପାଠର ବିଷୟବସ୍ତୁ ପହଞ୍ଚି ପାରିବ । ଉଦାହରଣ ସ୍ଵରୂପେ, ଫ୍ରାଙ୍କୋଫୋନେ ଆଫ୍ରିକାର ସଂଖ୍ୟାଲଘୁ ଭାଷାଗୁଡ଼ିକରେ ଫରାସୀ ଗୋଟିଏ gateway (ପ୍ରବେଶ ପଥ) ଭାଷା ଅଟେ, ସେଥିରେ ରହିଥିବା ବିଷୟବସ୍ତୁ ଫରାସୀ ଭାଷାରେ ଉପଲବ୍ଧ, ଯାହା ଦ୍ଵିଭାଷୀ ବକ୍ତାମାନଙ୍କ ଦ୍ଵାରା ଫରାସୀ ଭାଷାରୁ ସେମାନଙ୍କର ନିଜ ଭାଷା ମଧ୍ୟକୁ ଅନୁବାଦ କରାଯାଇ ପାରିବ ।

ରାଷ୍ଟ୍ର ସ୍ତରରେ, ଦତ୍ତ ରାଷ୍ଟ୍ରର gateway ଭାଷାଗୁଡ଼ିକ ଅତି ସ୍ୱଳ୍ପ ସଂଖ୍ୟା ବିଶିଷ୍ଟ ବ୍ୟାପକ ଯୋଗାଯୋଗର ଭାଷା ଅଟେ, ଯାହାକି ପ୍ରତ୍ୟକ ସଂଖ୍ୟାଲଘୁ ଭାଷାରେ ଦେଶରେ ବାସ କରୁଥିବା ସ୍ଥାନୀୟ ଅଧିବାସୀ ଦ୍ଵିଭାଷୀ ବକ୍ତାମାନଙ୍କ ନିମନ୍ତେ ଆବଶ୍ୟକ ଅଟେ (ବିଦେଶକୁ ଯାଇ ବାସ କରୁ ନଥିବା) ।ଉଦାହରଣ ସ୍ଵରୂପେ, ଉତ୍ତର କୋରିଆ ପାଇଁ ଇଂରାଜୀ ଏକ gateway ଭାଷା, ଉତ୍ତର କୋରିଆର ସମସ୍ତ ଲୋକଦଳ ଅଧିବାସୀ ଦିଆଗଲା, ଯାହା ଇଂରାଜୀରୁ ସେମାନଙ୍କ ଭାଷା ମଧ୍ୟକୁ ବିଷୟବସ୍ତୁର ଅନୁବାଦ ଦ୍ଵାରା ପହଞ୍ଚା ଯାଇ ପାରିବ ।

ପରିଣାମଗୁଡ଼ିକ

ଏହି ନମୁନାର ଦୁଇଟି ମୌଳିକ ପରିଣାମ ରହିଅଛି: ସର୍ବ ପ୍ରଥମେ, ଏହା ସେମାନଙ୍କ ଭାଷାକୁ ବିଷୟବସ୍ତୁକୁ “ଟାଣିବା” ପାଇଁ ସମସ୍ତ ଭାଷାକୁ ସଶକ୍ତିକରଣ କରିଥାଏ, ଯଦି ଏକଦା ବିଷୟବସ୍ତୁ ଓ ସହାୟତାଗୁଡ଼ିକ ବିଶ୍ଵର (a gateway language) ର ପ୍ରତ୍ୟେକ ଭାଷାକୁ ପ୍ରବେଶଯୋଗ୍ୟ ଭାଷା ମଧ୍ୟକୁ “ଠେଲି” ଦିଆଯାଏ । ଦ୍ଵିତୀୟରେ, ଏହା ଅନୁବାଦର ପରିମାଣକୁ ସୀମିତ କରିଥାଏ ଯାହା gateway ଭାଷା ମଧ୍ୟକୁ ଅନୁବାଦିତ ହେଲା ପରେ ହିଁ ଅନୁବାଦ ସହାୟତା ରୂପେ କାର୍ଯ୍ୟ କରାଯିବା ଆବଶ୍ୟକ । ଅନୁବାଦ ସହାୟତାକୁ ବୁଝିବା ନିମନ୍ତେ କୌଣସି ଭାଷା ସେମାନଙ୍କ ଉପରେ ନିର୍ଭର କରୁ ନ ଥିବା ହେତୁ, ସମସ୍ତ ଅନ୍ୟ ଭାଷାଗୁଡ଼ିକ କେବଳ ବାଇବଲ ଭିତ୍ତିକ ବିଷୟବସ୍ତୁକୁ ହିଁ ଅନୁବାଦ କରିପାରିବେ ।


ଉତ୍ତରଗୁଡିକୁ ଖୋଜି ପାଇବା

This page answers the question: ମୋ ପ୍ରଶ୍ନଗୁଡ଼ିକର ଉତ୍ତର ମୁଁ କେଉଁଠାରୁ ପାଇ ପାରିବି ?

In order to understand this topic, it would be good to read:

କିପରି ଉତ୍ତରଗୁଡ଼ିକ ପାଇବା

ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ନିମନ୍ତେ ବିଭିନ୍ନ ସମ୍ବଳଗୁଡ଼ିକ ଉପଲବ୍ଧ :

  • ଅନୁବାଦ ବିଦ୍ୟାପୀଠ - ଏହି ପ୍ରଶିକ୍ଷଣ ସହଚର ରେ ଉପଲବ୍ଧ ଏବଂ ଏଥିରେ ଅଧିକ ତଥ୍ୟ ରହିଅଛି:
  • ଉପକ୍ରମ - unfoldingWord ପ୍ରକଳ୍ପକୁ ପରିଚିତ କରେ
  • ପ୍ରକ୍ରିୟା ସହଚର - “ଏହା ପରେ କଣ?” ପ୍ରଶ୍ନର ଉତ୍ତର ଦିଏ
  • ଅନୁବାଦ ସହଚର – ଅନୁବାଦ ଶିକ୍ଷାତତ୍ତ୍ଵ ଓ ବ୍ୟାବହାରିକ ଅନୁବାଦ ଉପକାରର ନୀତି ନିୟମ ସମୂହକୁ ବର୍ଣ୍ଣନା କରେ
  • ଯାଞ୍ଚ୍ ସହଚର – ଯାଞ୍ଚ୍ ଶିକ୍ଷାତତ୍ତ୍ଵ ଓ ସର୍ବୋତ୍କୃଷ୍ଟ ପ୍ରତିଷ୍ଠିତ ପଦ୍ଧତିର ନୀତି ନିୟମ ସମୂହକୁ ବର୍ଣ୍ଣନା କରେ
  • ଶିଥିଳ ଅବସ୍ଥାରେ ରହି କଥାବାର୍ତ୍ତା କରିବା ପ୍ରକୋଷ୍ଠ - ଦଳ43 ସମ୍ପ୍ରଦାୟରେ ଯୋଗ ଦିଅନ୍ତୁ, ଓ ଆପଣଙ୍କର ପ୍ରଶ୍ନଗୁଡ଼ିକୁ “#ସାହାଯ୍ୟକାରୀ ଟେବୁଲକୁ ପଠାନ୍ତୁ, ଏବଂ ଆପଣଙ୍କ ପ୍ରଶ୍ନଗୁଡ଼ିକର (ଅଭିକଳକ ବା କମ୍ପୁଟର୍ ସିଷ୍ଟମ୍)ର ଉତ୍ତର ପାଆନ୍ତୁ ( ରେ ସାଇନ୍ ଅପ୍ କରନ୍ତୁ)
  • ସାହାଯ୍ୟକାରୀ ଟେବୁଲ – ଆପଣଙ୍କର ପ୍ରଶ୍ନଗୁଡ଼ିକ ସହ email help@door43.org କରନ୍ତୁ