ଓଡ଼ିଆ (Oriya): translationNotes

Updated ? hours ago # views See on DCS Draft Material

Philippians

Philippians front

ଫିଲିପ୍ପୀୟ ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ ଫିଲିପ୍ପୀୟ ପୁସ୍ତକର ରୂପରେଖା

  1. ଅଭିବାଦନ, ଧନ୍ୟବାଦ ଏବଂ ପ୍ରାର୍ଥନା (୧: -୧-୧୧)
  2. ପାଉଲଙ୍କ ତାଙ୍କ ସେବା ବିଷୟରେ ବିବରଣୀ (୧: ୧୨-୨୬)
  3. ନିର୍ଦ୍ଦେଶାବଳୀ o ସ୍ଥିର ରହିବାକୁ (୧: ୨୭-୩୦) o ଏକତ୍ର ରହିବାକୁ (୨: ୧-୨) o ନମ୍ର ହେବାକୁ (୨: ୩-୧୧) o ତୁମ୍ଭମାନଙ୍କ ମଧ୍ୟରେ ଈଶ୍ଵରଙ୍କ ସହ ଆମ୍ଭମାନଙ୍କର ପରିତ୍ରାଣର କାର୍ଯ୍ୟକାରୀ (୨: ୧୨-୧୩) o ନିର୍ଦ୍ଦୋଷ ହେବାକୁ ଏବଂ ଆଲୋକ ପରି ଉଜ୍ଜ୍ୱଳ ହେବାକୁ (୨: ୧୪-୧୮)

  4. ତୀମଥି ଏବଂ ଏପାଫ୍ରାଦିତ (୨:୧୯-୩୦)

  5. ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ଚେତାବନୀ (୩: ୧-୪: )
  6. ବ୍ୟକ୍ତିଗତ ନିର୍ଦ୍ଦେଶ (୪: ୨-୫)
  7. ଆନନ୍ଦ କର ଏବଂ ବ୍ୟସ୍ତ ଚିନ୍ତିତ ନାହିଁ (୪: ୪-୬)
  8. ଶେଷ ଉପଦେଶ o ମୂଲ୍ୟବୋଧ (୪: ୮-୯) o ସନ୍ତୋଷାବସ୍ଥା (୪: ୧୦-୨୦) o ଶେଷ ଶୁଭେଚ୍ଛା (୪: ୨୧-୨୩)

ଫିଲିପ୍ପୀୟ ପୁସ୍ତକକୁ କିଏ ଲେଖିଛନ୍ତି?

ପାଉଲ ଫିଲିପ୍ପୀୟ ପୁସ୍ତକ ଲେଖିଥିଲେ। ପାଉଲ ତାର୍ଷ ନଗରର ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ । ସେ ଖ୍ରୀଷ୍ଟିୟାନ ଲୋକମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଖ୍ରୀଷ୍ଟିୟାନ ହେବା ପରେ, ସେ ରୋମ ସାମ୍ରାଜ୍ୟରେ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିଥିଲେ । ରୋମର ବନ୍ଧନରେ ଥିବାବେଳେ ପାଉଲ ଏହି ପତ୍ର ଲେଖିଥିଲେ।

ଫିଲିପ୍ପୀୟ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?

ମାକିଦନିଆର ଫିଲିପ୍ପୀ ନଗରର ବିଶ୍ଵାସୀମାନଙ୍କୁ ପାଉଲ ଏହି ପତ୍ର ଲେଖିଥିଲେ। ଫିଲିପ୍ପୀୟମାନେ ତାଙ୍କୁ ପଠାଇଥିବା ଉପହାର ପାଇଁ ଧନ୍ୟବାଦ ଦେବା ପାଇଁ ସେ ଏହି ପତ୍ର ଲେଖିଛନ୍ତି । ସେ ସେମାନଙ୍କୁ ବନ୍ଧନରେ କିପରି ଅଛନ୍ତି ଏବଂ ସେମାନଙ୍କ ଦୁଃଖ ଭୋଗିବା ସମୟରେ ସେମାନେ ଉତ୍ସାହିତ ହେଉନ୍ତୁ ବୋଲି ଉତ୍ସାହିତ କରିବାକୁ ଚାହୁଁଥିଲେ । ସେ ସେମାନଙ୍କୁ ଏପାଫ୍ରାଦିତ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଲେଖିଥିଲେ, ଯିଏ ପାଉଲଙ୍କ ନିମନ୍ତେ ଉପହାର ଆଣିଥିଲେ । ପାଉଲଙ୍କୁ ସାକ୍ଷାତ କରିବା ସମୟରେ ଏପାଫ୍ରାଦିତ ଅସୁସ୍ଥ ହୋଇପଡିଥିଲେ, ତେଣୁ ପାଉଲ ତାଙ୍କୁ ଫିଲିପ୍ପୀକୁ ପଠାଇବାକୁ ସ୍ଥିର କରିଥିଲେ । ପାଉଲ ଫିଲିପ୍ପୀର ବିଶ୍ଵାସୀମାନଙ୍କୁ ତାଙ୍କୁ ସ୍ୱାଗତ କରିବାକୁ ଏବଂ ସେ ଫେରିବା ପରେ ଏପାଫ୍ରାଦିତ ପ୍ରତି ଦୟାଳୁ ହେବାକୁ ଉତ୍ସାହିତ କରିଥିଲେ ।

ଏହି ପୁସ୍ତକର ନାମ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଫିଲିପ୍ପୀୟ” ବୋଲି ଅନୁବାଦ କରି ପାରନ୍ତି। କିମ୍ବା ସେମାନେ ଏକ ସ୍ପଷ୍ଟ ନାମ ବାଛିପାରନ୍ତି, ଯେପରିକି “ଫିଲିପ୍ପିରେ ଥିବା ମଣ୍ଡଳୀ ନିକଟକୁ ପାଉଲଙ୍କ ପତ୍ର” କିମ୍ବା “ଫିଲିପ୍ପୀର ଖ୍ରୀଷ୍ଟିୟାନମାନଙ୍କୁ ଏକ ପତ୍ର” ।(See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

ଫିଲିପ୍ପୀ ନଗର କିପରି ଥିଲା? ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ଙ୍କ ପିତା ଫିଲିପ୍ପ ମାକିଦୋନିଆ ଅଞ୍ଚଳରେ ଫିଲିପ୍ପୀ ନଗରକୁ ପ୍ରତିଷ୍ଠା କରିଥିଲେ। ଏହାର ଅର୍ଥ ଫିଲିପ୍ପୀର ନାଗରିକମାନେ ମଧ୍ୟ ରୋମର ନାଗରିକ ଭାବରେ ବିବେଚିତ ହୋଇଥିଲେ। ଫିଲିପ୍ପିର ଲୋକମାନେ ରୋମର ନାଗରିକ ହୋଇଥିବାରୁ ଗର୍ବିତ ଥିଲେ । କିନ୍ତୁ ପାଉଲ ବିଶ୍ଵାସୀମାନଙ୍କୁ କହିଥିଲେ ଯେ ସେମାନେ ସ୍ୱର୍ଗର ନାଗରିକ ଅଟନ୍ତି ଏବଂ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ (୩:୨୦)।

ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

“ତୁମ୍ଭେ” ଏକବଚନ ଏବଂ ବହୁବଚନ ଏହି ପୁସ୍ତକରେ “ମୁଁ” ଶବ୍ଦ ପାଉଲଙ୍କୁ ସୂଚାଏ । ୪:୩ ବ୍ୟତୀତ “ତୁମ୍ଭେମନେ” ଏବଂ “ତୁମ୍ଭମାନଙ୍କର” ଶବ୍ଦ ସବୁବେଳେ ଫିଲିପ୍ପୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଏ। (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-you/01.md)

ଏହି ପତ୍ରରେ “ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ” (୩:୧୮) କିଏ ଥିଲେ?

“ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ” ବୋଧହୁଏ ଏପରି ଲୋକ ଥିଲେ ଯେଉଁମାନେ ନିଜକୁ ବିଶ୍ୱାସୀ ବୋଲି କହିଥିଲେ, କିନ୍ତୁ ସେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁ ନ ଥିଲେ । ସେମାନେ ଭାବୁଥିଲେ ଯେ ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନତାର ଅର୍ଥ ହେଉଛି ବିଶ୍ଵାସୀମାନେ ଯାହା ଚାହାଁନ୍ତି ତାହା କରିପାରିବେ, ଏବଂ ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ ନାହିଁ (୩:୧୯) ।

ଏହି ପତ୍ରରେ “ଆନନ୍ଦ” ଏବଂ “ଆନନ୍ଦିତ” ଶବ୍ଦଗୁଡ଼ିକ ବାରମ୍ବାର କାହିଁକି ବ୍ୟବହୃତ?

ଯେତେବେଳେ ପାଉଲ ଏହି ପତ୍ର ଲେଖିଥିଲେ ସେ ବନ୍ଧନରେ ଥିଲେ (୧:୭) । ଯଦିଓ ପାଉଲ ଦୁଃଖ ଭୋଗୁଥିଲେ, ସେ ଅନେକ ଥର କହିଥିଲେ ଯେ ସେ ଆନନ୍ଦିତ ଥିଲେ କାରଣ ଈଶ୍ଵର ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ତାଙ୍କ ପ୍ରତି ଦୟାଳୁ ଥିଲେ । ସେ ତାଙ୍କ ପାଠକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ସେହି ସମାନ ବିଶ୍ୱାସ ରଖିବାକୁ ଉତ୍ସାହିତ କରିବାକୁ ଚାହୁଁଥିଲେ । “ଖ୍ରୀଷ୍ଟଙ୍କଠାରେ” କିମ୍ବା “ପ୍ରଭୁଙ୍କଠାରେ” ଇତ୍ୟାଦି ଅଭିବ୍ୟକ୍ତିରେ ପାଉଲଙ୍କର ଅର୍ଥ କ’ଣ ଥିଲା? ଏହି ପ୍ରକାରର ଅଭିବ୍ୟକ୍ତି ୧: ୧, ୮, ୧୩, ୧୪, ୨୬, ୨୭,୨: ୧, ୫, ୧୯, ୨୪, ୨୯; ୩: ୧, ୩, ୯, ୧୪; ୪: ୧, ୨, ୪, ୭, ୧୦, ୧୩, ୧୯, ୨୧ ରେ ଉଲ୍ଲେଖ ଅଛି । ପାଉଲ ଖ୍ରୀଷ୍ଟ ଏବଂ ବିଶ୍ଵାସୀମାନଙ୍କ ସହ ଅତି ଘନିଷ୍ଠତାର ଧାରଣା ପ୍ରକାଶ କରିବାକୁ ଚାହୁଁଥିଲେ । ଏହି ପ୍ରକାରର ଅଭିବ୍ୟକ୍ତି ବିଷୟରେ ଅଧିକ ବିବରଣୀ ପାଇଁ ରୋମୀୟ ପୁସ୍ତକର ପରିଚୟ ଦେଖନ୍ତୁ ।

ଫିଲିପ୍ପୀୟ ପୁସ୍ତକର ପାଠ୍ୟରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକ କ’ଣ ଦେଖିବାକୁ ମିଳେ?

କେତେକ ସଂସ୍କରଣରେ ପତ୍ରର ଶେଷ ପଦରେ “ଆମ୍ଭେମାନେ ନ୍” ଉଲ୍ଲେଖ ଅଛି (୪:୨୩) । ULT, UST, ଏବଂ କେତେକ ଆଧୁନିକ ସଂସ୍କରଣ ଏହାକୁ ଅନ୍ତର୍ଭୁକ୍ତ କରେ, କିନ୍ତୁ ଅନ୍ୟାନ୍ୟ ଅନେକ ସଂସ୍କରଣ ତାହା ଅନ୍ତର୍ଭୁକ୍ତ କରେ ନାହିଁ । (See: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

Philippians 1

ଫିଲିପ୍ପୀୟ ୧ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର ପାଉଲ ସେହି ସମୟର ପତ୍ର ଲେଖିବାର ସାଧାରଣ ଅଭ୍ୟାସକୁ ଅନୁସରଣ କରି ପ୍ରେରକ ଏବଂ ପ୍ରାପ୍ତକର୍ତ୍ତାଙ୍କ ନାମର ଏକ ବିବୃତ୍ତି ସହ ଏହି ପତ୍ରର ଆରମ୍ଭ କରନ୍ତି । ସେହି ସଂସ୍କୃତିରେ, ପ୍ରେରକ ତା’ପରେ ପ୍ରାପ୍ତକର୍ତ୍ତାଙ୍କ ପାଇଁ ଏକ ଶୁଭେଚ୍ଛା ପ୍ରଦାନ କରନ୍ତି । ପାଉଲ ଏହାକୁ ଖ୍ରୀଷ୍ଟିୟାନ ରୀତିରେ ଆଶୀର୍ବାଦ କରନ୍ତି ।

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ଖ୍ରୀଷ୍ଟଙ୍କ ଦିନ

ଏହା ଖ୍ରୀଷ୍ଟଙ୍କ ଫେରିବା ଦିନକୁ ସୂଚାଏ । ଧାର୍ମିକ ଜୀବନଯାପନ କରିବାକୁ ଉତ୍ସାହିତ କରିବା ସହ ପାଉଲ ପ୍ରାୟତଃ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ସଂଯୋଗ କରିଥିଲେ । (See: ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ବିରୋଧିଭାବ

ଏକ ବିରୋଧିଭାବ ବିଷୟ ଏକ ସତ୍ୟ ବକ୍ତବ୍ୟ ଅଟେ ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ । ପଦ ୨୧ ର ଏହି ବିବୃତ୍ତି ଏକ ବିରୋଧିଭାବ ବିଷୟ ଅଟେ: “ମୃତ୍ୟୁଭୋଗ ଲାଭଜନକ।” ଏହା କାହିଁକି ସତ୍ୟ ତାହା ପଦ ୨୩ ରେ ପାଉଲ ବ୍ୟାଖ୍ୟା କରିଛନ୍ତି ।(ଫିଲିପ୍ପୀୟ ୧:୨୧)

Philippians 1:1

Παῦλος καὶ Τιμόθεος

ପାଉଲ ଏବଂ ତୀମଥି ବ୍ୟକ୍ତିମାନଙ୍କର ନାମ ଅଟେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἐν Χριστῷ Ἰησοῦ

ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ”

Philippians 1:2

χάρις ὑμῖν καὶ εἰρήνη

ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ଯାହା ପାଉଲ ତାଙ୍କ ପତ୍ରର ଆରମ୍ଭରେ ପ୍ରାୟତଃ ବ୍ୟବହାର କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହା ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ବୋଲି ସ୍ପଷ୍ଟ କରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେପରି ଦୟା, ଅନୁଗ୍ରହ ଏବଂ ଶାନ୍ତି ଅନୁଭବ କର” କିମ୍ବା “ମୁଁ ପ୍ରାର୍ଥନା କରେ ଯେପରି ତୁମ୍ଭେମାନେ ଅନୁଗ୍ରହ, ଦୟା ଏବଂ ଶାନ୍ତି ପ୍ରାପ୍ତକର” (See: ଆଶୀର୍ବାଦ)

ὑμῖν

ଏଠାରେ, ତୁମ୍ଭେ ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ ଏବଂ ପାଉଲ ଲେଖିଥିବା ମୂଳ ଭାଷାରେ ଏହା ବହୁବଚନ ଅଟେ । ଏହି ପତ୍ରରେ, ଗୋଟିଏ ସ୍ଥାନ ବ୍ୟତିତ, “ତୁମ୍ଭେ” ଏବଂ “ତୁମ୍ଭର” ଶବ୍ଦଗୁଡ଼ିକ ବହୁବଚନ ଅଟେ ଏବଂ ଏହା ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ । ଯଦି ଆପଣଙ୍କ ଭାଷାରେ “ତୁମ୍ଭେ” ଏବଂ “ତୁମ୍ଭର” ଏକ ବ୍ୟକ୍ତିକୁ ବୁଝାଇବା ନିମନ୍ତେ ବିଶେଷ ବ୍ୟବହାର ଅଛି ତେବେ ଆପଣ ଏଠାରେ ଏହି ପତ୍ରରେ କେବଳ ୪: ୩ କୁ ଛାଡି ଏହି ପତ୍ରରେ ଯେଉଁ ସ୍ଥାନରେ “ତୁମ୍ଭେ” ଏବଂ “ତୁମ୍ଭର” ଶବ୍ଦ ଉଲ୍ଲେଖ ଅଛି ସେହି ସେହି ସ୍ଥାନରେ ବହୁବଚନ ଶବ୍ଦକୁକୁ ବ୍ୟବହାର କରନ୍ତୁ । ୪:୩ ରେ ବିଷୟ ବିଷୟରେ ଟିପ୍ପଣୀ ଆଲୋଚନା କରିବ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

Πατρὸς ἡμῶν

ଯଦି ଆପଣଙ୍କ ଭାଷାର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ବାଦ ଦେବା ପାଇଁ ଭିନ୍ନ ଭିନ୍ନ ଶବ୍ଦ ଅଛି , ତେବେ ଆମ୍ଭମାନଙ୍କର ଏଠାରେ ଏବଂ ପତ୍ର ମଧ୍ୟରେ ଅନ୍ତର୍ଭୂକ୍ତ ଶବ୍ଦ ବ୍ୟବହାର କରନ୍ତୁ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Philippians 1:3

ἐπὶ πάσῃ τῇ μνείᾳ ὑμῶν

ଏଠାରେ, ତୁମ୍ଭମାନଙ୍କୁ ମୁଁ ଯେତେ ଥର ସ୍ମରଣ କରେ, ବୁଝାଇପାରେ (୧) ପ୍ରତ୍ୟେକ ଥର ପାଉଲ ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ବିଷୟରେ ସ୍ମରଣ କଲେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଥର ଯେବେ ମୁଁ ତୁମ୍ଭମାନଙ୍କ ବିଷୟରେ ସ୍ମରଣ କରେ” (୨) ପ୍ରତ୍ୟେକ ଥର ପାଉଲ ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ପାଇଁ ପ୍ରାର୍ଥନା କଲେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଥର ମୁଁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରେ”

τῷ Θεῷ μου

ମୋ ଈଶ୍ଵର ଶବ୍ଦର ବ୍ୟବହାର ଅର୍ଥ ଏହା ନୁହେଁ ଯେ ଈଶ୍ଵର ପାଉଲଙ୍କର, କିନ୍ତୁ ପାଉଲ ଈଶ୍ଵରଙ୍କର ଅଟନ୍ତି ।ଏହାର ଅର୍ଥ ଈଶ୍ଵର ଯାହାଙ୍କୁ ପାଉଲ ଉପାସନା କରନ୍ତି । ବିକଳ୍ପ ଅନୁବାଦ: “ଯିଏ ମୋ ପାଇଁ ଈଶ୍ଵର ଅଟନ୍ତି” (See: ଅଧିକାର/ଦଖଲ)

ὑμῶν

ଆପଣ ୧:୨ ରେ ତୁମ୍ଭେ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପତ୍ରରେ, କେବଳ ୪: ୩ ବ୍ୟତିତ ତୁମ୍ଭେ ଏବଂ ତୁମ୍ଭର ଶବ୍ଦର ପ୍ରତ୍ୟେକ ବ୍ୟବହାର ବହୁବଚନ ଅଟେ ଏବଂ ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ସୂଚାଏ ଯାହାର ଆଲୋଚନା ପାଇଁ ଏକ ଟିପ୍ପଣୀ ସେଥିରେ ଉଲ୍ଲେଖ ଅଛି । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

Philippians 1:5

ἐπὶ τῇ κοινωνίᾳ ὑμῶν εἰς τὸ εὐαγγέλιον, ἀπὸ τῆς πρώτης ἡμέρας ἄχρι τοῦ νῦν

ଏଠାରେ, କାରଣ ଏହା ସୂଚାଇପାରେ: (୧) ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦେବାର କାରଣ । ବିକଳ୍ପ ଅନୁବାଦ: “ପ୍ରଥମ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସମାଚାରରେ ତୁମ୍ଭମାନଙ୍କର ସହଭାଗୀତା ହେତୁ ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛି” (୨) ପାଉଲଙ୍କ ଆନନ୍ଦର କାରଣ ।

ὑμῶν

ଏଠାରେ, ତୁମ୍ଭର ଶବ୍ଦ ବହୁବଚନ ଅଟେ ଏବଂ ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ । ଏହି ପତ୍ରରେ, ଗୋଟିଏ ବ୍ୟତିକ୍ରମ ସହ , “ତୁମ୍ଭେ” ଏବଂ “ତୁମ୍ଭର” ଶବ୍ଦଗୁଡ଼ିକ ସର୍ବଦା ବହୁବଚନ ଅଟେ ଏବଂ ସର୍ବଦା ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ । ଯେବେ ଆପଣଙ୍କ ଭାଷା ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରି “ତୁମ୍ଭେ” ଏବଂ “ତୁମ୍ଭର” କାହାକୁ ବୁଝାଏ ଦର୍ଶାଏ, ତେବେ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ ଯାହାକି ୪: ୩ ବ୍ୟତିତ ଏହି ପତ୍ରରେ “ତୁମ୍ଭେ” ଏବଂ “ତୁମ୍ଭର ” ଏହି ଘଟଣାରେ ଏବଂ ଅନ୍ୟ ସମସ୍ତ ଘଟଣାରେ ଆପଣଙ୍କ ଭାଷାରେ ଉପଯୁକ୍ତ ହେବ । ୪: ୩ ରେ ବିଷୟରେ ଏକ ଟିପ୍ପଣୀ ଆଲୋଚନା କରିବ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

τῇ κοινωνίᾳ ὑμῶν εἰς τὸ εὐαγγέλιον

ଏଠାରେ, ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ସୁସମାଚାର ପ୍ରଚାରରେ ଜଡିତ ବିଭିନ୍ନ ବିଷୟଷରେ ପାଉଲଙ୍କ ସହ ଫିଲିପ୍ପୀୟ ଲୋକମାନଙ୍କ ସହଭାଗିତାକୁ ସୂଚାଏ । ଏଥିରେ ପାଉଲଙ୍କ ନିକଟକୁ ପଠାଯାଇଥିବା ଅର୍ଥର ଉପହାର ଏଥିରେ ଅନ୍ତର୍ଭୁକ୍ତ (୪: ୧୫-୧୮ ଦେଖନ୍ତୁ) । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଅସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସୁସମାଚାରକୁ ଆଗକୁ ନେବାରେ ମୋ ସହ ତୁମ୍ଭମାନଙ୍କର ସହଭାଗିତା” କିମ୍ବା “ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରିବାରେ ମୋ ସହ ତୁମ୍ଭମାନଙ୍କର ସହଭାଗିତା” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀπὸ τῆς πρώτης ἡμέρας

ପ୍ରଥମ ଦିନରୁ ବାକ୍ୟାଂଶ ସେହି ସମୟକୁ ସୂଚାଏ ଯେଉଁଠାରେ ଫିଲିପ୍ପୀୟ ବିଶ୍ଵାସୀମାନେ ପାଉଲ ସେମାନଙ୍କ ନିକଟରେ ପ୍ରଚାର କରିଥିବା ସୁସମାଚାରକୁ ପ୍ରଥମେ ବିଶ୍ଵାସ କରିଥିଲେ । ଏହା ମଧ୍ୟ ପ୍ରଥମ ଦିନ ହୋଇଥାଇପାରେ ଯେବେ ପାଉଲ ଫିଲିପ୍ପିରେ ପ୍ରଥମଥର ପ୍ରଚାର କରିଥିଲେ । ବିକଳ୍ପ ଅନୁବାଦ: “ଯେଉଁ ସମୟରୁ ମୁଁ ପ୍ରଥମେ ସୁସମାଚାର ପ୍ରଚାର କରିଥିଲି ସେହି ସୁସମାଚାର ଶୁଣିବା ଏବଂ ବିଶ୍ଵାସ କରିବା ସମୟରୁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἄχρι τοῦ νῦν

ବର୍ତ୍ତମାନ ପର୍ଯ୍ୟନ୍ତ ବାକ୍ୟର ଅର୍ଥ ଫିଲିପ୍ପୀୟ ବିଶ୍ଵାସୀମାନେ ବର୍ତ୍ତମାନ ପାଉଲଙ୍କ ସହଭାଗିତା ବନ୍ଦ କରି ଦେଇଛନ୍ତି ନୁହେଁ । ବରଂ ଏହାର ଅର୍ଥ ସେମାନେ ପାଉଲଙ୍କ ସହ ସହଭାଗିତା କରନ୍ତି । ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ବର୍ତ୍ତମାନ ସହଭାଗିତା କରୁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 1:6

πεποιθὼς αὐτὸ τοῦτο

ଦୃଢ଼ରୂପେ ବିଶ୍ୱାସ କରେ ବାକ୍ୟାଂଶ ଏକ କାରଣ ଦର୍ଶାଏ ଯେଉଁଥି ପାଇଁ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ପ୍ରଦାନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଛି କାରଣ ମୁଁ ଏହି ବିଷୟରେ ଦୃଢ଼ରୂପେ ବିଶ୍ୱାସ କରେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὁ ἐναρξάμενος ἐν ὑμῖν ἔργον ἀγαθὸν, ἐπιτελέσει

ଏଠାରେ, ଯିଏ ଈଶ୍ଵରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ତୁମ୍ଭମାନଙ୍କ ମଧ୍ୟରେ ଏକ ଉତ୍ତମ କାମ ଆରମ୍ଭ କରିଛନ୍ତି, ଏହାକୁ ସିଦ୍ଧ କରିବେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὅτι ὁ ἐναρξάμενος ἐν ὑμῖν ἔργον ἀγαθὸν

ତୁମ୍ଭମାନଙ୍କ ମଧ୍ୟରେ ଉତ୍ତମ କର୍ମ ବାକ୍ୟାଂଶ ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କର ପ୍ରାରମ୍ଭିକ ରୂପକ ଏବଂ ପବିତ୍ର ଆତ୍ମାଙ୍କ ଦ୍ଵାରା ସେମାନଙ୍କ ଜୀବନରେ ଈଶ୍ଵରଙ୍କ କାର୍ଯ୍ୟକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେହି ଈଶ୍ଵର , ତୁମ୍ଭମାନଙ୍କର ରୂପକ ଦ୍ଵାରା ତୁମ୍ଭମାନଙ୍କଠାରେ ତାହାଙ୍କର ଉତ୍ତମ କାର୍ଯ୍ୟ ଆରମ୍ଭ କରି ଏହାକୁ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଦ୍ଵାରା ଜାରି ରଖିଛନ୍ତି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὑμῖν

ଫିଲିପ୍ପୀୟ ୧: ୨ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ ।

ἐπιτελέσει

ଏଠାରେ, * ସିଦ୍ଧ କରିବେ* ଏହାର ଅର୍ଥ ଈଶ୍ଵର ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ଜୀବନରେ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଯାହା ସେ ଜାରି ରଖିଥିଲେ, ତାହା ସମ୍ପୂର୍ଣ୍ଣ କରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἡμέρας Χριστοῦ Ἰησοῦ

ଯୀଶୁ ଖ୍ରୀଷ୍ଟଙ୍କ ଦିନର ବାକ୍ୟାଂଶ ଭବିଷ୍ୟତରେ ସେହି ସମୟକୁ ସୂଚାଏ ଯେବେ ଯୀଶୁ ଖ୍ରୀଷ୍ଟ ଜଗତର ବିଚାର କରିବେ ଏବଂ ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ଖ୍ରୀଷ୍ଟ ଫେରିବେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 1:7

τὸ ἔχειν με ἐν τῇ καρδίᾳ ὑμᾶς

* ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି* ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହା ଦୃଢ଼ ପ୍ରେମକୁ ବୁଝାଏ । ଯଦି ଆପଣଙ୍କର ଏକ ସମାନ ଅଭିବ୍ୟକ୍ତି ଅଛି ଯାହା ଏହି ଅର୍ଥକୁ ଉଚିତ ଭାବରେ ପ୍ରକାଶ କରେ, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ଯଦି ନୁହେଁ, ଆପଣ ସରଳ ଭାଷା ବ୍ୟବହାର କରି ଏହାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ବହୁତ ପ୍ରେମ କରେ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

συνκοινωνούς μου τῆς χάριτος…ὄντας

ବିକଳ୍ପ ଅନୁବାଦ: “ମୋʼ ସହ ଅନୁଗ୍ରହର ସହଭାଗୀ”

χάριτος

ଏଠାରେ, ଅନୁଗ୍ରହ ସେହି ଉପାୟକୁ ସୂଚାଏ ଯେଉଁ ଉପାୟରେ ଈଶ୍ଵର ଦୟାକରି ଆମ୍ଭମାନଙ୍କୁ ଉତ୍ତମ ବିଷୟ ପ୍ରଦାନ କରନ୍ତି ଯାହା ପାଇବାକୁ ଆମ୍ଭେମାନେ ଅଯୋଗ୍ୟ ଅଟୁ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କ୍ରିୟା କିମ୍ବା ବିଶେଷଣ ସହ ଗୁଣବାଚକ ବିଶେଷ୍ୟ ଅନୁଗ୍ରହ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ଏହି ପରିପ୍ରେକ୍ଷୀରେ, ପାଉଲ ତାଙ୍କର ବନ୍ଧନ ଏବଂ ତାଙ୍କର ସେବା ତଥା ସୁସମାଚାରକୁ ଈଶ୍ଵରଙ୍କଠାରୁ ଉପହାର ବୋଲି ନିଶ୍ଚିତ କରିବା ପାଇଁ ବିବେଚନା କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦୟାଳୁ ଉପହାରର” କିମ୍ବା “ଈଶ୍ଵର କେତେ ଦୟାଳୁ ଅଟନ୍ତି ତାହା ଅନୁଭବ କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

δεσμοῖς μου

ପାଉଲ ମୋହର ବନ୍ଧନରେ ବାକ୍ୟ ବ୍ୟବହାର କରି ରୋମରେ ଥିବା ତାଙ୍କ ବନ୍ଧନକୁ ସୂଚାନ୍ତି। ପାଉଲଙ୍କୁ ବନ୍ଧନରେ ରଖାଯାଇଥିଲା ଏବଂ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନେ ପାଉଲ ତାଙ୍କ ବନ୍ଧନ ବିଷୟରେ କହୁଥିଲେ ବୋଲି ବୁଝିଥିବେ। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୋର ବନ୍ଧନ” (See: ଲାକ୍ଷଣିକ ଶବ୍ଦ)

καὶ ἐν τῇ ἀπολογίᾳ καὶ βεβαιώσει τοῦ εὐαγγελίου

ସମର୍ଥନ ଏବଂ ପ୍ରମାଣ ଅନୁବାଦିତ ଶବ୍ଦଗୁଡ଼ିକ ସମର୍ଥନ ଏବଂ ଏକ ଅଦାଲତରେ ଏକ ଅଭିଯୋଗର ସତ୍ୟତାକୁ ପ୍ରମାଣ କରିବା ପାଇଁ ବ୍ୟବହୃତ ହୋଇପାରେ । ଏହି ଦୁଇଟି ଶବ୍ଦର ଅର୍ଥ ବହୁତ ସମାନ ଅଟେ । ଏହା କଠିନ ପରିଶ୍ରମ ବୋଲି ଜୋର ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ ହୁଏ । ଯଦି ଆପଣଙ୍କ ଭାଷାରେ ଏହି ଧାରଣା ପାଇଁ ଗୋଟିଏ ଶବ୍ଦ ଅଛି, ଏହାକୁ ଏଠାରେ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ଦିଅନ୍ତୁ । ଯଦି ସେଠାରେ ଏକ ଶବ୍ଦ ବା ବାକ୍ୟାଂଶ ଅଛି ଯାହା ଏହି ଆଇନଗତ ଅର୍ଥ ସହ ବ୍ୟବହୃତ ହୋଇପାରେ କିନ୍ତୁ ସୁସମାଚାରକୁ ସମର୍ଥନ କରିବା ପ୍ରସଙ୍ଗରେ ମଧ୍ୟ ବ୍ୟବହାର କରାଯାଇପାରେ, ଏହାକୁ ଏଠାରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ ଯେପରି ମୁଁ ସୁସମାଚାରର ସତ୍ୟତା ପାଇଁ ଯୁକ୍ତି କରେ” କିମ୍ବା “ଏବଂ ଯେବେ ମୁଁ ଲୋକମାନଙ୍କୁ ସୁସମାଚାର ସତ୍ୟ ବୋଲି ଦର୍ଶାଇବାକୁ ଚେଷ୍ଟା କରେ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Philippians 1:8

ἐν σπλάγχνοις Χριστοῦ Ἰησοῦ

ଆଭ୍ୟନ୍ତରୀଣ ଅଂଶ ଭାବରେ ଅନୁବାଦ ହୋଇଥିବା ଗ୍ରୀକ୍ ଶବ୍ଦ ଶରୀରର ଅଙ୍ଗକୁ, ବିଶେଷ କରି ଅନ୍ତନଳୀ, ଯକୃତ, ଫୁସଫୁସ ଏବଂ ହୃଦୟକୁ ବୁଝାଏ । ପ୍ରେମ ବା ସ୍ନେହକୁ ସୂଚାଇବା ପାଇଁ ପାଉଲ ଆଭ୍ୟନ୍ତରୀଣ ଅଂଶଗୁଡ଼ିକୁ ସାଙ୍କେତିକ ଭାବରେ ବ୍ୟବହାର କରୁଛନ୍ତି । ଆପଣ ଶରୀରର ଅଂଶକୁ ବ୍ୟବହାର କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ନେହର ଆସନକୁ ପ୍ରତିପାଦିତ କରେ, କିମ୍ବା ସରଳ ଅର୍ଥ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ହୃଦୟ ସହ” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହ ସହ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐν σπλάγχνοις Χριστοῦ Ἰησοῦ

ଏଠାରେ, ଖ୍ରୀଷ୍ଟ ଯୀଶୁଙ୍କ ଅନ୍ତର ଅଂଶଗୁଡ଼ିକ ଅର୍ଥ ହୋଇପାରେ: (୧) ଖ୍ରୀଷ୍ଟ ଯୀଶୁ ଲୋକମାନଙ୍କୁ ସମାନ ପ୍ରକାରର ପ୍ରେମ କରନ୍ତି । (୨) ପ୍ରେମ ଯାହା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଉତ୍ପନ୍ନ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ଆସିଥିବା ପ୍ରେମ ସହ”

Philippians 1:9

ἵνα ἡ ἀγάπη ὑμῶν ἔτι μᾶλλον καὶ μᾶλλον περισσεύῃ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ କର୍ତ୍ତୁବାଚ୍ୟ ସହ ଗୁଣବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଅନ୍ୟମାନଙ୍କୁ ଅଧିକରୁ ଅଧିକ ପ୍ରେମ କରିବାକୁ ସକ୍ଷମ ହେବ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ὑμῶν

ଫିଲିପ୍ପୀୟ ୧: ୫ ରେ ଆପଣ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

ἐν ἐπιγνώσει καὶ πάσῃ αἰσθήσει

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ତୁମ୍ଭେ କ୍ରିୟା ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ ଜ୍ଞାନ ଏବଂ * ସୂକ୍ଷ୍ମ ବିଚାର* ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ତୁମ୍ଭମାନଙ୍କ ବିଷୟରେ ତାହାଙ୍କ ବିଷୟରେ ସତ୍ୟ ଦେଖିବାରେ ସକ୍ଷମ କରିବେ ଏବଂ ଆପଣଙ୍କୁ ବୁଦ୍ଧିମାନ ଭାବରେ ପ୍ରେମ କରିବାକୁ ଶିଖାଇବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:10

εἰς τὸ δοκιμάζειν ὑμᾶς τὰ διαφέροντα

ଏଠାରେ ଯାହା ଶବ୍ଦ ଯାହା ଜଣେ ବ୍ୟକ୍ତି କରେ ତାହା ବୁଝାଏ ଏବଂ ଏଠାରେ ଉତ୍କୃଷ୍ଟ ଶବ୍ଦ ଈଶ୍ଵରଙ୍କ ଅନୁଯାୟୀ ଯାହା ସର୍ବୋତ୍ତମ ଅଟେ ତାହା ବୁଝାଏ। ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବିଷୟଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ ଈଶ୍ଵରଙ୍କୁ ଅଧିକ ସନ୍ତୁଷ୍ଟ କରୁଥିବା କାର୍ଯ୍ୟ କରିବାକୁ ସମର୍ଥନ କରି ପାରିବ ଏବଂ ମନୋନିତ କରି ପାରିବ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἰς

ଏଠାରେ, ତେଣୁ ବାକ୍ୟାଂଶ ନଅ ପଦରେ ପାଉଲଙ୍କ ପ୍ରାର୍ଥନାର ଇଚ୍ଛାକୃତ ଫଳାଫଳକୁ ବୁଝାଏ । ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ ଭାବରେ ଦର୍ଶାଇବ ଯେ ଏହା ଅନୁସରଣ କରୁଥିବା ବିଷୟ ନଅ ପଦରେ ପାଉଲ ଯାହା ପ୍ରାର୍ଥନା କରିଛନ୍ତି ତାହାର ପରିଣାମ ଅଟେ । (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

εἰλικρινεῖς καὶ ἀπρόσκοποι

ଶୁଦ୍ଧଅନିନ୍ଦନୀୟ ଶବ୍ଦର ଅର୍ଥ ସମାନ ଅଟେ । ନୈତିକ ଶୁଦ୍ଧତାର ଧାରଣାକୁ ଗୁରୁତ୍ୱ ଦେବା ପାଇଁ ପାଉଲ ଏହି ଦୁଇଟି ଶବ୍ଦକୁ ଏକାଠି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଦୁଇଟି ଶବ୍ଦକୁ ଏକତ୍ର କରି ଗୋଟିଏ ଧାରଣା ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ନିର୍ଦ୍ଦୋଷ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Philippians 1:11

πεπληρωμένοι καρπὸν δικαιοσύνης τὸν

ଏଠାରେ, ପରିପୂର୍ଣ୍ଣ ହେବା ବାକ୍ୟାଂଶ ଏକ ରୂପକ ଅଟେ ଯାହାର ଅର୍ଥ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବା ଅଟେ । ଧର୍ମିକତାର ଫଳ ବାକ୍ୟାଂଶ ଏକ ରୂପକ ଅଟେ ଯାହା ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଚରିତ୍ର କିମ୍ବା କାର୍ଯ୍ୟର ପରିଣାମ ବୁଝାଏ । ଏହି ରୂପକ ଏକ ଭଲ ବୃକ୍ଷ ମଧ୍ୟରେ ଏକ ତୁଳନା ଯାହା ଉତ୍ତମ ଫଳ ​​ଉତ୍ପନ କରେ ଏବଂ ଜଣେ ବ୍ୟକ୍ତି ଯିଏ ଧାର୍ମିକତାରେ ପରିପୂର୍ଣ୍ଣ ହୁଏ ଏବଂ ଫଳସ୍ୱରୂପ ଭଲ କାର୍ଯ୍ୟ ଉତ୍ପନ କରେ । ତେଣୁ ଏହି ଦୁଇଟି ରୂପକ ସହ, ପାଉଲ ଫିଲିପ୍ପୀୟମାନଙ୍କୁ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ କହୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନକୁ ଧାର୍ମିକ କାର୍ଯ୍ୟରେ ପୂର୍ଣ୍ଣ କର” କିମ୍ବା “ଅଭ୍ୟାସଗତ ଭାବରେ ଉତ୍ତମ କାର୍ଯ୍ୟ କରି” (See: ଉପମା/ରୂପକ)

πεπληρωμένοι

ପରିପୂର୍ଣ୍ଣ ହେବା ଏକ କର୍ମବାଚ୍ୟ ବାକ୍ୟାଂଶ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ପୂର୍ଣ୍ଣ କରନ୍ତୁ” କିମ୍ବା “ନିରନ୍ତର ଉତ୍ପନ କରନ୍ତୁ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὸν διὰ Ἰησοῦ Χριστοῦ

ଏଠାରେ, ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ବାକ୍ୟାଂଶ ଏକ ରୂପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଯୀଶୁ ଏକ ବ୍ୟକ୍ତିକୁ ଧାର୍ମିକ କରନ୍ତି ଏବଂ ଏହିପରି ଜଣେ ଧାର୍ମିକ ବ୍ୟକ୍ତି ଧାର୍ମିକ କାର୍ଯ୍ୟ କରେ। ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କଠାରେ ଉତ୍ପନ କରନ୍ତି” କିମ୍ବା “ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କୁ ଉତ୍ପନ କରିବାକୁ ସକ୍ଷମ କରନ୍ତି” (See: ଉପମା/ରୂପକ)

εἰς δόξαν καὶ ἔπαινον Θεοῦ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଗୁଣବାଚକ ବିଶେଷ୍ୟ ଗୌରବ ଏବଂ କ୍ରିୟା ସହ ପ୍ରଶଂସା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଈଶ୍ଵରଙ୍କୁ ଗୌରବ ଏବଂ ପ୍ରଶଂସା କରିବାରେ ସାହାଯ୍ୟ କରିବ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἰς δόξαν καὶ ἔπαινον Θεοῦ

ଗୌରବ ଏବଂ ପ୍ରଶଂସା ଶବ୍ଦର ଅର୍ଥ ଏଠାରେ ସମାନ ଅଟେ । ଲୋକମାନେ ଈଶ୍ଵରଙ୍କୁ କେତେ ମାତ୍ରାରେ ପ୍ରଶଂସା କରିବେ ତାହା ଉପରେ ଜୋର ଦେବା ପାଇଁ ସେଗୁଡ଼ିକ ଏକତ୍ର ବ୍ୟବହୃତ କରାୟାଇଛି । ଯଦି ଆପଣଙ୍କ ଭାଷାରେ ଏଥି ପାଇଁ ଗୋଟିଏ ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ଦେଇପାରିବେ । ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଈଶ୍ଵରଙ୍କୁ ବହୁତ ପ୍ରଶଂସା କରିବାରେ ସାହାଯ୍ୟ କରିବ” କିମ୍ବା “ଯାହା ଲୋକମାନଙ୍କୁ ଈଶ୍ଵର କେତେ ମହାନ ତାହା ଘୋଷଣା କରିବାକୁ ସାହାଯ୍ୟ କରିବ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Philippians 1:12

ἀδελφοί

ଯଦିଓ ଭାଇମାନେ ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ଆତ୍ମିକ ଅର୍ଥରେ ବ୍ୟବହାର କରୁଛନ୍ତି, ଯାହା ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ଉଭୟ ପୁରୁଷ ଏବଂ ମହିଳାଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀ” (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

ἀδελφοί

ପାଉଲ ଭାଇ ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରୁଛନ୍ତି ଯାହା ଯୀଶୁଙ୍କଠାରେ ସହ ବିଶ୍ଵାସୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ, “ମୋର ସାଥୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି” (See: ଉପମା/ରୂପକ)

τὰ κατ’ ἐμὲ

ମୋ ସମ୍ବନ୍ଧୀୟ ବିଷୟ ବାକ୍ୟାଂଶ ପାଉଲଙ୍କ ବନ୍ଧନକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଯେଉଁସବୁ ଦୁଃଖ ଭୋଗିଛି କାରଣ ମୋତେ ଯୀଶୁଙ୍କ ବିଷୟରେ ପ୍ରଚାର କରିବା ହେତୁ ବନ୍ଧନରେ ରଖାଯାଇଥିଲା” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

μᾶλλον εἰς προκοπὴν τοῦ εὐαγγελίου ἐλήλυθεν

ସୁସମାଚାରର ବୃଦ୍ଧି ବାକ୍ୟାଂଶ ସାଙ୍କେତିକ ଭାବରେ ସୁସମାଚାର ଶୁଣୁଥିବା ଏବଂ ବିଶ୍ଵାସ କରୁଥିବା ଲୋକମାନଙ୍କ ସଂଖ୍ୟାକୁ ସୂଚାଏ । ବିକଳ୍ପ ଅନୁବାଦ: “ପ୍ରକୃତରେ ଅନେକ ଲୋକମାନଙ୍କୁ ସୁସମାଚାର ଶୁଣିବାକୁ ସୁଯୋଗ ଦେଇଛି” (See: ଉପମା/ରୂପକ)

Philippians 1:13

ὥστε

ଏଠାରେ, ଫଳ ସ୍ଵରୁପେ ବାକ୍ୟାଂଶ ପାଉଲଙ୍କ ପରିସ୍ଥିତିର ଫଳାଫଳକୁ ବୁଝାଏ ଯାହା ସେ ୧୨ ପଦରେ ଆଲୋଚନା କରିବା ଆରମ୍ଭ କରିଥିଲେ, ଅର୍ଥାତ୍ ତାଙ୍କ ବନ୍ଧନ । ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ ଭାବରେ ଦର୍ଶାଇବ ଯେ ଏହା ଅନୁସରଣ କରୁଥିବା ପାଉଲଙ୍କ ବନ୍ଧନର ଫଳାଫଳ ଅଟେ । (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

δεσμούς μου

ପାଉଲ ପୁନର୍ବାର ମୋହର ବନ୍ଧନ ବାକ୍ୟାଂଶକୁ ବ୍ୟବହାର କରି ଏକ ସାଙ୍କେତିକ ଅର୍ଥରେ ତାଙ୍କ ବନ୍ଧନକୁ ସୂଚାନ୍ତି। ୧: ୭ ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । (See: ଲାକ୍ଷଣିକ ଶବ୍ଦ)

τοὺς δεσμούς μου…ἐν Χριστῷ

ଏଠାରେ, ଖ୍ରୀଷ୍ଟଙ୍କଠାରେ ମୋର ବନ୍ଧନ ବାକ୍ୟର ଅର୍ଥ ଖ୍ରୀଷ୍ଟଙ୍କ କାର୍ଯ୍ୟ ହେତୁ ପାଉଲ ବନ୍ଧନରେ ଅଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ମୋର ବନ୍ଧନ” କିମ୍ବା “ମୋର ବନ୍ଧନ, କାରଣ ମୁଁ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦିଏ” କିମ୍ବା “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ମୋର ବନ୍ଧନ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 1:14

τῶν ἀδελφῶν

ଆପଣ ପୂର୍ବ ପଦ ୧:୧୨ ରେ କିପରି ଭାଇ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।

τῶν ἀδελφῶν

ପାଉଲ ଭାଇ ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରୁଛନ୍ତି ଯାହା ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ, “ମୋର ସାଥୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି” (See: ଉପମା/ରୂପକ)

ἐν Κυρίῳ πεποιθότας τοῖς δεσμοῖς μου

ପ୍ରଭୁଙ୍କଠାରେ ଉତ୍ସାହିତ ବାକ୍ୟର ଅର୍ଥ ପାଉଲଙ୍କ ବନ୍ଧନରେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଉପରେ ବିଶ୍ଵାସ ଦୃଢ଼ କରିଥିଲେ। ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ ପ୍ରଭୁଙ୍କୁ ଅଧିକ ବିଶ୍ଵାସ କର” କିମ୍ବା “ମୋର ବନ୍ଧନ ପରିଣାମରେ ପ୍ରଭୁଙ୍କଠାରୁ ଅଧିକ ସାହସ ପ୍ରାପ୍ତ ହୋଇଅଛି” (See: ଉପମା/ରୂପକ)

καὶ τοὺς πλείονας τῶν ἀδελφῶν ἐν Κυρίῳ πεποιθότας τοῖς δεσμοῖς μου

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ, ଏବଂ କାର୍ଯ୍ୟର କାରଣ କିଏ କିମ୍ବା କ’ଣ ଅଟେ ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ ପ୍ରଭୁ ଅଧିକାଂଶ ଭାଇମାନଙ୍କୁ ଉତ୍ସାହିତ କରିଛନ୍ତି” କିମ୍ବା “ମୋର ବନ୍ଧନ ଅଧିକାଂଶ ଭାଇଙ୍କୁ ପ୍ରଭୁଙ୍କ ଉପରେ ଅଧିକ ବିଶ୍ୱାସ କରିବାରେ ସାହାଯ୍ୟ କରିଛି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

δεσμοῖς μου

ପାଉଲ ଆପଣା ବନ୍ଧନ ବିଷୟରେ ଅର୍ଥାତ ତାଙ୍କ ପାଦ ଏବଂ ହାତକୁ ବାନ୍ଧିଥିବା ଶିକୁଳି ବିଷୟରେ କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ, ତେବେ ଆପଣ ସିଧାସଳଖ ବନ୍ଧନ ବିଷୟରେ ଉଲ୍ଲେଖ କରିପାରିବେ । ଆପଣ ୧: ୭ ଏବଂ ୧:୧୩ ରେ ମୋର ବନ୍ଧନକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ” (See: ଲାକ୍ଷଣିକ ଶବ୍ଦ)

τὸν λόγον

ଏଠାରେ, ବାକ୍ୟ ଶବ୍ଦ ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ବାର୍ତ୍ତାକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ସୁସମାଚାର” କିମ୍ବା “ସୁସମାଚାର” କିମ୍ବା “ଈଶ୍ଵରଙ୍କ ବାର୍ତ୍ତା” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 1:15

ଏହି ପଦରୁ ଆରମ୍ଭ କରି, ଏବଂ ୧: ୧୭ ର ଶେଷ ପର୍ଯ୍ୟନ୍ତ, ପାଉଲ କାଇଜମ୍ ନାମକ ଏକ କବିତା ଗଠନ ବ୍ୟବହାର କରନ୍ତି ଯାହାକି କେତେକ ଭାଷାରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ଯଦି ଆପଣଙ୍କ ଭାଷାରେ ଏହା ଅଧିକ ସ୍ୱାଭାବିକ ହେବ ତେବେ ଆପଣ ୧: ୧୫-୧୭ ରେ କେତେକ ବିଷୟକୁ ପରିବର୍ତ୍ତନ କରନ୍ତୁ । UST ଦେଖନ୍ତୁ ।

τινὲς μὲν καὶ…τὸν Χριστὸν κηρύσσουσιν

ବିକଳ୍ପ ଅନୁବାଦ: “କିଛି ଲୋକ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରୁଛନ୍ତି”

διὰ φθόνον καὶ ἔριν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶର ବ୍ୟବହାର କରି ଗୁଣବାଚକ ବିଶେଷ୍ୟ * ଈର୍ଷା * ଏବଂ * ବିବାଦ* ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ସେମାନେ ଈର୍ଷା କରନ୍ତି ଏବଂ ନିଜର ମନ୍ଦ ଉଦ୍ଦେଶ୍ୟ ଅନୁସରଣ କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εὐδοκίαν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ମୌଖିକ ବାକ୍ୟାଂଶରେ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଶୁଭେଚ୍ଛା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କର ଇଚ୍ଛା ଏହା ଯେ ଅନ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତୁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:16

ἐξ ἀγάπης

ଏଠାରେ ପ୍ରେମ ଶବ୍ଦର ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ କରାଯାଇ ନାହିଁ । ଆପଣ ପ୍ରେମର ଉଦ୍ଦେଶ୍ୟକୁ ଅନିର୍ଦ୍ଦିଷ୍ଟ ଭାବରେ ଛାଡି ପାରିବେ କିମ୍ବା ଯଦି ଏହା ଆପଣଙ୍କ ଭାଷାରେ ଆବଶ୍ୟକ ହୁଏ, ଆପଣ ପ୍ରେମର ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ କରିପାରିବେ । ଏଠାରେ, ପ୍ରେମ ଶବ୍ଦ ସୂଚାଇପାରେ: (୧) ପାଉଲଙ୍କ ପ୍ରତି ପ୍ରେମ । ବିକଳ୍ପ ଅନୁବାଦ: “ମୋ ପ୍ରତି ସେମାନଙ୍କର ପ୍ରେମ ହେତୁ” (୨) ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ । ବିକଳ୍ପ ଅନୁବାଦ: “ସେମାନେ ସୁସମାଚାର ପ୍ରଚାର କରନ୍ତି କାରଣ ସେମାନେ ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି” (୩) ଏକାଧିକ ବିଷୟକୁ ଭଲ ପାଆନ୍ତି, ଯେପରିକି ପାଉଲ ଏବଂ ଖ୍ରୀଷ୍ଟ ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ସୁସମାଚାର ଶୁଣି ନାହାଁନ୍ତି କିମ୍ବା ବିଶ୍ଵାସ କରନ୍ତି ନାହିଁ ସେମାନଙ୍କୁ । ବିକଳ୍ପ ଅନୁବାଦ: “ଯେଉଁମାନେ ମୋ, ଏବଂ ଯୀଶୁଙ୍କ ପ୍ରତି ଏବଂ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ପ୍ରତି ପ୍ରେମ ହେତୁ ସୁସମାଚାର ପ୍ରଚାର କରନ୍ତି,” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

κεῖμαι

ମୁଁ ନିଯୁକ୍ତ ବାକ୍ୟାଂଶକୁ ଆପଣ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ମୋତେ ନିଯୁକ୍ତ କଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

εἰς ἀπολογίαν τοῦ εὐαγγελίου

ପାଉଲ ସୁସମାଚାର ବିଷୟରେ ଏପରି କହନ୍ତି ଯେପରି ଏହା ଏକ ସ୍ଥାନ କିମ୍ବା ବ୍ୟକ୍ତି ଯାହା ଉପରେ ଆକ୍ରମଣ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଭ୍ରାନ୍ତିଜନକ ଅଟେ, ଆପଣ ସରଳ ଭାଷା ବ୍ୟବହାର କରି ଏହାକୁ ସ୍ପଷ୍ଟ କରି ପାରିବେ । ଆପଣ୧: ୭ ରେ “ସୁସମାଚାରର ସମର୍ଥନ ଏବଂ ପ୍ରମାଣ” ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ। ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତା ସତ୍ୟ ବୋଲି ପ୍ରମାଣ କରିବାକୁ” (See: ଉପମା/ରୂପକ)

εἰς ἀπολογίαν τοῦ εὐαγγελίου κεῖμαι

ମୁଁ ନିଯୁକ୍ତ ବାକ୍ୟାଂଶକୁ ସୂଚିତ କରିପାରେ: (୧) ଈଶ୍ଵର ପାଉଲଙ୍କ ବନ୍ଧନରେ ଥିବା ବର୍ତ୍ତମାନର ସ୍ଥିତିକୁ ନିଯୁକ୍ତ କରନ୍ତି । ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ସୁରକ୍ଷା ପାଇଁ ଏଠାରେ ରହିବାକୁ ନିଯୁକ୍ତ” (୨) ଈଶ୍ଵର ପାଉଲଙ୍କୁ ସୁସମାଚାରର ରକ୍ଷା ନିମନ୍ତେ ନିଯୁକ୍ତ କଲେ । ବିକଳ୍ପ ଅନୁବାଦ: “ସୁସମାଚାରର ସତ୍ୟକୁ ସର୍ବସାଧାରଣରେ ରକ୍ଷା କରିବା ପାଇଁ ଈଶ୍ଵର ମୋତେ ନିଯୁକ୍ତ କଲେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀπολογίαν τοῦ εὐαγγελίου

ଆପଣ ୧: ୭ ରେ “ସୁସମାଚାରର ସମର୍ଥନ ଏବଂ ପ୍ରମାଣ” ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

Philippians 1:17

οἱ δὲ ἐξ ἐριθείας τὸν Χριστὸν καταγγέλλουσιν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ ସ୍ୱାର୍ଥ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ କେବଳ ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ କରିବା ପାଇଁ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

οὐχ ἁγνῶς

ବିକଳ୍ପ ଅନୁବାଦ: “ଭୁଲ ଉଦ୍ଦେଶ୍ୟରେ” କିମ୍ବା “ଭୁଲ ଉଦ୍ଦେଶ୍ୟରୁ”

τοῖς δεσμοῖς μου

ପାଉଲ ଆପଣା ବନ୍ଧନ ବିଷୟରେ ଅର୍ଥାତ ତାଙ୍କ ପାଦ ଏବଂ ହାତକୁ ବାନ୍ଧିଥିବା ଶିକୁଳି ବିଷୟରେ କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ, ତେବେ ଆପଣ ସିଧାସଳଖ ବନ୍ଧନ ବିଷୟରେ ଉଲ୍ଲେଖ କରିପାରିବେ । ଆପଣ ୧: ୭ ଏବଂ ୧:୧୩ ରେ ମୋର ବନ୍ଧନକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ” (See: ଲାକ୍ଷଣିକ ଶବ୍ଦ)

οἰόμενοι θλῖψιν ἐγείρειν τοῖς δεσμοῖς μου

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ପ୍ରକାଶ କରିପାରିବେ ଯେ ସ୍ୱାର୍ଥପର ପ୍ରଚାରକମାନେ କିପରି ପାଉଲଙ୍କୁ ଅସୁବିଧାରେ ପକାଉଛନ୍ତି ବୋଲି ସେମାନେ ବିଚାର କରନ୍ତି । ଆପଣ ଏଠାରେ ଏକ ନୂତନ ବାକ୍ୟ ମଧ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ପ୍ରଚାର ଦ୍ୱାରା ମୋତେ ବନ୍ଧନରେ ଅସୁବିଧାରେ ପକାଇବାକୁ ଆଶା କରନ୍ତି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 1:18

τί γάρ

ବାକ୍ୟାଂଶ ତେବେ କ’ଣ? ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ । ଯଦି ଏକ ଶବ୍ଦଗତ ପ୍ରଶ୍ନ ବ୍ୟବହାର କରିବା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଏହାକୁ ଆପଣ ଏକ ବିବୃତ୍ତିରେ ପରିବର୍ତ୍ତନ କରି ଏହାର ଅର୍ଥକୁ ପ୍ରକାଶ କରି ପାରିବେ। ବିକଳ୍ପ ଅନୁବାଦ: “କିନ୍ତୁ ଏହାର କିଛି ଲାଭ ନାହିଁ!” (See: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

τί γάρ

ଆଳଙ୍କାରିକ ପ୍ରଶ୍ନ ତେବେ କ’ଣ?ରେ, ପାଉଲ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା କିଛି ଭାଷାରେ ଆବଶ୍ୟକ ହୋଇପାରେ । ଯଦି ଆପଣ ଏଠାରେ ଏକ ଶବ୍ଦଗତ ପ୍ରଶ୍ନ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣ ଶବ୍ଦଗୁଡ଼ିକୁ ଯୋଡିବାକୁ ଚାହିଁପାରନ୍ତି କିନ୍ତୁ ଏହାକୁ ଦର୍ଶନ୍ତୁ ନାହିଁ । ଏହାକୁ ଦୁଇଟି ଉପାୟରେ କରାଯାଇପାରେ: (୧) ଏକ ଆଳଙ୍କାରିକ ପ୍ରଶ୍ନ ଭାବରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଦ୍ଦେଶ୍ୟ କ’ଣ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ କି?” କିମ୍ବା “ତେବେ ଏହାର କ’ଣ ପାର୍ଥକ୍ୟ ଅଛି?” (୨) ଏକ ବାକ୍ୟାଂଶ ଭାବରେ ଯାହା ଫଳାଫଳ ଉପରେ କେନ୍ଦ୍ରିତ । ବିକଳ୍ପ ଅନୁବାଦ: “ତେବେ ଏହାର ଫଳାଫଳ କ’ଣ ଅଟେ?” (See: ଶବ୍ଦର ବିଲୋପ ବା ଉହ୍ୟତା)

Χριστὸς καταγγέλλεται

ଆପଣ ଏକ କର୍ତ୍ତୁବାଚ୍ୟରେ ଏହି ବାକ୍ୟର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Philippians 1:19

τοῦτό

ଏଠାରେ, ଏହି ଶବ୍ଦଟି ପାଉଲଙ୍କ ବନ୍ଧନରେ ରହିବାର ବର୍ତ୍ତମାନର ପରିସ୍ଥିତି ଏବଂ ଏହା ସହ ଥିବା ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋର ବନ୍ଧନ” କିମ୍ବା “ବନ୍ଧନରେ ମୋର ବର୍ତ୍ତମାନର ଅବସ୍ଥା” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οἶδα γὰρ ὅτι τοῦτό μοι ἀποβήσεται εἰς σωτηρίαν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଅନୁକୂଳ ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର ମୋତେ ଉଦ୍ଧାର କରିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἐπιχορηγίας τοῦ Πνεύματος Ἰησοῦ Χριστοῦ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ * ଅନୁକୂଳ* ଅର୍ଥକୁ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ମୋତେ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ​​ପ୍ରଦାନ କରି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:20

ἀποκαραδοκίαν καὶ ἐλπίδα

ଉଭୟ ଏକାନ୍ତ ଆକାଂକ୍ଷାଭରସା ସମାନ ଅର୍ଥକୁ ବୁଝାଏ ଏବଂ ଏକତ୍ର ଏକ ଧାରଣା ପ୍ରକାଶ କରେ । ପାଉଲ ତାଙ୍କର ଆଶାର ଶକ୍ତି ଉପରେ ଗୁରୁତ୍ୱ ଦେବା ପାଇଁ ଏହି ଦୁଇଟି ଶବ୍ଦକୁ ଏକାଠି ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଗୋଟିଏ ଶବ୍ଦ ବା ବାକ୍ୟାଂଶ ଅଛି ଯାହା ଏହି ଦୁଇଟି ଶବ୍ଦର ଅର୍ଥ ପ୍ରକାଶ କରେ, ଆଶାର ଶକ୍ତିକୁ ଅନ୍ୟ ଉପାୟରେ ପ୍ରକାଶ କରିବାକୁ ଏହାକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆନ୍ତରିକ ଆଶା” କିମ୍ବା “ନିଶ୍ଚିତ ଆଶା” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

κατὰ τὴν ἀποκαραδοκίαν καὶ ἐλπίδα μου

ଉଭୟ ଆଶା ଏବଂ ଭରସା ଗୁଣବାଚକ ବିଶେଷ୍ୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସେଗୁଡ଼ିକୁ ଏକ କ୍ରିୟା ବାକ୍ୟାଂଶରେ ଏକତ୍ର ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἐν τῷ σώματί μου

ଏଠାରେ, ମୋ ଶରୀରରେ ବାକ୍ୟାଂଶ ସାଙ୍କେତିକ ଭାବରେ ବ୍ୟବହୃତ ଯାହା ପାଉଲ ତାଙ୍କ ଶରୀରରେ କରନ୍ତି । ପାଉଲ ତାଙ୍କ ଶରୀର ବିଷୟରେ କୁହନ୍ତି କାରଣ ତାଙ୍କ ପାର୍ଥିବ ଶରୀରରେ ସେ ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ଵରଙ୍କ ସେବା କରିବେ, ଯେପରି ସେ ୧: ୨୨-୨୪ ରେ ଅଧିକ ବିବରଣୀ ଦେଇଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହାକିଛି କରେ” (See: ଲାକ୍ଷଣିକ ଶବ୍ଦ)

ἐν οὐδενὶ αἰσχυνθήσομαι, ἀλλ’

ଯଦି କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ ବାକ୍ୟାଂଶ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ ସକାରାତ୍ମକ ଅର୍ଥରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ସର୍ବଦା ସଠିକ କାର୍ଯ୍ୟ କରିବି ଏବଂ” (See: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

ἐν πάσῃ παρρησίᾳ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ କ୍ରିୟା ବିଶେଷଣ ସହ ଗୁଣବାଚକ ବିଶେଷ୍ୟ ସାହସିକତା ପଛରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସର୍ବଦା ସାହସର ସହ କାର୍ଯ୍ୟ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἴτε διὰ ζωῆς εἴτε διὰ θανάτου

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେମାନଙ୍କ ମୁଖଗତ ଗଠନ ସହ ଗୁଣବାଚକ ବିଶେଷ୍ୟ ଜୀବନ ଏବଂ ମୃତ୍ୟୁ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଜୀବିତ କିମ୍ବା ମୁଁ ମୃତ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:21

κέρδος

ଯଦି ଆପଣଙ୍କ ଭାଷାରେ ଗୁଣବାଚକ ବିଶେଷ୍ୟ ଲାଭ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ ବାକ୍ୟାଂଶ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୃତ୍ୟୁ ଅର୍ଥ ଖ୍ରୀଷ୍ଟଙ୍କ ନିକଟକୁ ଯିବା” କିମ୍ବା “ମୃତ୍ୟୁ ମୋତେ ଅଧିକ ଆଶୀର୍ବାଦ ଦେବ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:22

ἐν σαρκί

ଏଠାରେ ପାଉଲ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ଶରୀର ଶବ୍ଦ ବ୍ୟବହାର କରନ୍ତି । ଶରୀରରେ ଥିବା ବାକ୍ୟାଂଶ ଶାରୀରିକ ଜୀବ ଭାବରେ ବଞ୍ଚିବାକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏକ ଭିନ୍ନ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ସାମ୍ପ୍ରତିକ ଶାରୀରିକ ଜୀବନକୁ ସୂଚାଏ । ବିକଳ୍ପ ଅନୁବାଦ: “ଏହି ପୃଥିବୀରେ” କିମ୍ବା “ଏହି ଜଗତରେ” (See: ଉପଲକ୍ଷ୍ୟ ଅଳଙ୍କାର)

τοῦτό μοι καρπὸς ἔργου

ଏଠାରେ, ଫଳପ୍ରଦ ଶବ୍ଦ ଉତ୍ତମ ଫଳାଫଳ ଉତ୍ପନ କରୁଥିବା ପାଉଲଙ୍କ କାର୍ଯ୍ୟକୁ ସୂଚାଏ । ଏହା ହେଉଛି ଏକ ରୂପକ ଯେଉଁଥିରେ ପାଉଲଙ୍କ ପ୍ରତୀକ୍ଷିତ ଉତ୍ପନ କାର୍ଯ୍ୟକୁ ଏକ ଉଦ୍ଭିଦ କିମ୍ବା ବୃକ୍ଷ ସହ ତୁଳନା କରାଯାଏ ଯାହା ଉତ୍ତମ ଫଳ ​​ଉତ୍ପନ କରିଥାଏ । ବିକଳ୍ପ ଅନୁବାଦ: “ଏହାର ଅର୍ଥ ପ୍ରଭାବଶାଳୀ ଭାବରେ ଈଶ୍ଵରଙ୍କ ସେବା କରିବା” କିମ୍ବା “ଏହାର ଅର୍ଥ ସୁସମାଚାରର ଅଗ୍ରଗତି ପାଇଁ ଫଳପ୍ରଦ ଭାବରେ କାର୍ଯ୍ୟ କରିବା” (See: ଉପମା/ରୂପକ)

τοῦτό μοι καρπὸς ἔργου

ଯଦି ଆପଣଙ୍କ ଭାଷାରେ ଏକ ଗୁଣବାଚକ ବିଶେଷ୍ୟ ପରିଶ୍ରମ ଅସ୍ପଷ୍ଟ ହେବ, ଆପଣ ଏକ କ୍ରିୟାଶବ୍ଦ ବାକ୍ୟାଂଶ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:23

συνέχομαι δὲ ἐκ τῶν δύο

ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି ଏକ ରୂପକ ଅଟେ । ପାଉଲ ଏପରି କହନ୍ତି ଯେପରି ସେ ଏକ ସମୟରେ ଦୁଇଟି ବିପରୀତ ପାର୍ଶ୍ୱରୁ ଆକ୍ଷରିକ ଭାବେ ଚାପ ଅନୁଭବ କରୁଛନ୍ତି । ବଞ୍ଚିବା କିମ୍ବା ମରିବା ମଧ୍ୟରେ ବିକଳ୍ପ ଦିଆଗଲେ କେଉଁ ନିଷ୍ପତ୍ତି ସର୍ବୋତ୍ତମ ତାହା ସ୍ଥିର କରିବାରେ ତାଙ୍କର ଅସୁବିଧା ଦେଖାଇବା ପାଇଁ ପାଉଲ ଏହି ସାଙ୍କେତିକ ଅଭିବ୍ୟକ୍ତି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶକୁ ଏକ ରୂପକ ବ୍ୟବହାର କରି ଅନୁବାଦ କରିପାରିବେ ଯାହାକି ଆପଣଙ୍କ ଭାଷାରେ ଅର୍ଥପୂର୍ଣ୍ଣ ହେବ, କିମ୍ବା ଆପଣ ଏହାକୁ ପ୍ରକାଶ କରିବା ପାଇଁ ସରଳ ଭାଷା ବ୍ୟବହାର କରି ପାରିବେ । ବିକଳ୍ପ ଅନୁବାଦ: “ଉଭୟ ବିକଳ୍ପଗୁଡ଼ିକର ଲାଭ ଅଛି, ତେଣୁ ନିଷ୍ପତ୍ତି ମୋ ପାଇଁ ସହଜ ନୁହେଁ” (See: ଉପମା/ରୂପକ)

συνέχομαι

ମୁଁ ମହା ସମସ୍ୟାରେ ପଡ଼ିଅଛି ବାକ୍ୟଟି କର୍ମବାଚ୍ୟରେ ଅଛି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ଆପଣ ସକ୍ରିୟ ବାକ୍ୟରେ ଥିବା ଏକ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଏହି ବାକ୍ୟାଂଶର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିଷ୍ପତ୍ତି ନେବା ମୋ ପାଇଁ ସହଜ ନୁହେଁ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῶν δύο

ଏଠାରେ, ଦୁଇ ଶବ୍ଦ କେଉଁ ନିଷ୍ପତ୍ତିଟି ସର୍ବୋତ୍ତମ ତାହା ସମ୍ବନ୍ଧରେ ଦୁଇଟି ବିକଳ୍ପକୁ ଦର୍ଶାଏ । ପୃଥିବୀରେ ବଞ୍ଚିବା ଏବଂ ଖ୍ରୀଷ୍ଟଙ୍କ ସେବା କରିବା କିମ୍ବା ଏହାର ବିକଳ୍ପ, ଖ୍ରୀଷ୍ଟଙ୍କ ସହ ରହିବାକୁ ପୃଥିବୀ ଛାଡିବାକୁ ନିଷ୍ପତ୍ତି ନେବା । ଯଦି ଏହି ବାକ୍ୟଟି ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଏହି ଦୁଇଟି ବିକଳ୍ପ” କିମ୍ବା “ଏହି ଦୁଇଟି ବିଷୟ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τὴν ἐπιθυμίαν ἔχων

ଯଦି ଆପଣଙ୍କ ଭାଷାରେ ଗୁଣବାଚକ ବିଶେଷ୍ୟ ଇଚ୍ଛା ଶବ୍ଦ ଅସ୍ପଷ୍ଟ ହେବ, ତେବେ ଆପଣ ଶବ୍ଦର ଅର୍ଥ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଇଚ୍ଛା” କିମ୍ବା “ଚୟନ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἀναλῦσαι

ଏଠାରେ ପାଉଲ ପ୍ରସ୍ଥାନ କରି ବାକ୍ୟ ସହ ତାଙ୍କ ମୃତ୍ୟୁ ବିଷୟରେ କହୁଛନ୍ତି । ମୃତ୍ୟୁ ଭୋଳି ଏକ ଅପ୍ରୀତିକର ବିଷୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ପାଉଲ ମୃତ୍ୟୁର ସକରାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା ପାଇଁ ପ୍ରସ୍ଥାନ ଶବ୍ଦ ବ୍ୟବହାର କରୁଛନ୍ତି, ଅର୍ଥାତ୍ ତାଙ୍କ ଶାରୀରିକ ମୃତ୍ୟୁ ଖ୍ରୀଷ୍ଟଙ୍କ ସହ ରହିବ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଭିନ୍ନ ଉପମା ବ୍ୟବହାର କରିପାରିବେ କିମ୍ବା ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଜୀବନ ଛାଡିବାକୁ” କିମ୍ବା “ଏହି ପୃଥିବୀରୁ ବିଦାୟ ନେବାକୁ” କିମ୍ବା “ମରିବାକୁ” (See: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

Philippians 1:24

τὸ δὲ ἐπιμένειν ἐν τῇ σαρκὶ

କିନ୍ତୁ * ଶରୀରରେ ରହିବା* ବାକ୍ୟାଂଶର ଅର୍ଥ ପୃଥିବୀର ଗୋଟିଏ ଶରୀରରେ ଜୀବନ୍ତ ରହିବା । ୧:୨୨ ରେ ଆପଣ କିପରି ଶରୀର ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଶରୀରରେ ରହିବା” କିମ୍ବା “କିନ୍ତୁ ଏହି ପୃଥିବୀରେ ବଞ୍ଚିବାକୁ” (See: ଉପଲକ୍ଷ୍ୟ ଅଳଙ୍କାର)

ἀναγκαιότερον

ଏହି ବାକ୍ୟାଂଶରେ ପାଉଲ ଅଧିକ ଆବଶ୍ୟକ “ଯିବା ଅପେକ୍ଷା” ଶବ୍ଦଗୁଡ଼ିକୁ ବ୍ୟବହାର କାରନ୍ତି କାରଣ ସେ ଜାଣନ୍ତି ଯେ ତାଙ୍କ ପାଠକମାନେ ପ୍ରସଙ୍ଗରୁ ଏହା ବୁଝିପାରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଆପଣଙ୍କ ଅନୁବାଦରେ ଏହି ବାଦ ଦିଆଯାଇଥିବା ଶବ୍ଦଗୁଡ଼ିକ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ପରିବର୍ତ୍ତେ ଯିବା ଅଧିକ ଆବଶ୍ୟକ” (See: ଶବ୍ଦର ବିଲୋପ ବା ଉହ୍ୟତା)

ὑμᾶς

ଆପଣ୧: ୫ ରେ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

Philippians 1:25

καὶ τοῦτο πεποιθὼς

ଏହି ଶବ୍ଦ ୧:୨୪ କୁ ସୂଚାଏ ଯେଉଁଠାରେ ପାଉଲ କହିଥିଲେ ଯେ ସେ ପୃଥିବୀରେ ଜୀବିତ ରହିବା ଆବଶ୍ୟକ ଅଟେ ଯାହା ଦ୍ଵାରା ସେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କ ବିଶ୍ୱାସରେ ପରିପକ୍ୱ କରିବାରେ ସାହାଯ୍ୟ କରିପାରିବେ ବୋଲି ବିଶ୍ଵାସ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଅନୁବାଦରେ ଏହି ଶବ୍ଦକୁ ଅଧିକ ବ୍ୟାଖ୍ୟା କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ ମୋହର ଜୀବିତ ରହିବା ତୁମ୍ଭମାନଙ୍କ ପାଇଁ ଉତ୍ତମ ବିଷୟ ଅଟେ” କିମ୍ବା “ଏବଂ ମୁଁ ଏଠାରେ ପୃଥିବୀରେ ରହିବା ଉଚିତ ବୋଲି ନିଶ୍ଚିତ ହୋଇ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τοῦτο πεποιθὼς

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ ଏହି ବିଷୟରେ ନିଶ୍ଚିତ ଅଟେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μενῶ

ଏଠାରେ, ରହିବା ଶବ୍ଦଟି ମୃତ ଶରୀରକୁ ଖ୍ରୀଷ୍ଟଙ୍କ ସହ ରହିବାକୁ ଛାଡ଼ିଦେବା ପରିବର୍ତ୍ତେ ପୃଥିବୀରେ ଜୀବିତ ରହିବାକୁ ସୂଚାଏ । ଆପଣ ୧:୨୪ ରେ ଅହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ଏହାର ଅର୍ଥ ଏଠାରେ ସେହିପରି ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଏହି ପୃଥିବୀରେ ଜୀବିତ ରହିବି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

μενῶ καὶ παραμενῶ

ଏହି ଦୁଇଟି ଶବ୍ଦର ଅର୍ଥ ବହୁତ ସମାନ ଅଟେ। ପ୍ରଥମଟି ଅଧିକ ସାଧାରଣ ଏବଂ ଦ୍ୱିତୀୟଟି କାହା ସହ ରହିବା ବିଷୟରେ ଅଧିକ ନିର୍ଦ୍ଦିଷ୍ଟ ଅଟେ । ଯଦି ଆପଣଙ୍କର ଭାଷାର ଏହି ଦୁଇଟି ଅର୍ଥ ପାଇଁ ଗୋଟିଏ ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଜାରି ରଖିବି” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ὑμῖν

ଆପଣ ୧: ୨ ରେ କିପରି ଏହି ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

εἰς τὴν ὑμῶν προκοπὴν καὶ χαρὰν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ ବିଶେଷ୍ୟଗୁଡ଼ିକର ଅଗ୍ରଗତି ଏବଂ ମୌଖିକ ବାକ୍ୟାଂଶଗୁଡ଼ିକର ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ ଦୃଢ଼ ହୋଇ ଆନନ୍ଦିତ ହେବ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἰς τὴν ὑμῶν προκοπὴν καὶ χαρὰν

ଏହି ବାକ୍ୟାଂଶ, ବୃଦ୍ଧି ଓ ଆନନ୍ଦ, ଏବଂ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଏକକ ଧାରଣା ପ୍ରକାଶ କରିପାରେ । ଆନନ୍ଦ ଶବ୍ଦଟି ବିଶ୍ଵାସରେ ବୃଦ୍ଧି କରିବାର ଅନୁଭବକ୍ଯୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଆନନ୍ଦ ବୃଦ୍ଧି” (See: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)

ὑμῶν

ଆପଣ୧: ୫ ରେ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

τῆς πίστεως

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ ବିଶ୍ଵାସର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଉପରେ ବିଶ୍ୱାସ କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:26

ἵνα

ଏଠାରେ, ଯେପରି ବାକ୍ୟାଂଶ ପୂର୍ବ ବାକ୍ୟାଂଶର ଉଦ୍ଦେଶ୍ୟକୁ ବୁଝାଏ। ପାଉଲ ଜୀବିତ ରହିବାର ଉଦ୍ଦେଶ୍ୟ, (୧:୨୫), ଖ୍ରୀଷ୍ଟଙ୍କଠାରେ ଫିଲିପ୍ପୀୟମାନଙ୍କର ଗର୍ବ ବୃଦ୍ଧି କରିବା ଅଟେ । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ପଦ୍ଧତିକୁ ବ୍ୟବହାର କରନ୍ତୁ । (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)

καύχημα…ἐν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାର ଅର୍ଥକୁ ଏକ କ୍ରିୟା ବାକ୍ୟାଂଶରେ କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରକାଶ କରି ଗୁଣବାଚକ ବିଶେଷ୍ୟର ଗର୍ବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ରେ ଗୌରବ” କିମ୍ବା “ରେ ଆନନ୍ଦିତ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

παρουσίας

ଏଠାରେ ଆସିବା ଶବ୍ଦ ଫିଲିପ୍ପୀୟମାନଙ୍କ ଦୃଷ୍ଟିକୋଣରୁ ପାଉଲଙ୍କ ଯାତ୍ରାକୁ ବର୍ଣ୍ଣନା କରେ । ଆପଣଙ୍କ ଭାଷାରେ, ତାଙ୍କର ଯାତ୍ରାକୁ ପାଉଲଙ୍କ ଦୃଷ୍ଟିକୋଣରୁ ବର୍ଣ୍ଣନା କରିବା ଏବଂ “ଯିବା” ଭଳି ଶବ୍ଦ ବ୍ୟବହାର କରିବା ଅଧିକ ସ୍ୱାଭାବିକ ହୋଇପାରେ । ଏଠାରେ ଏବଂ ପଦ୨୭ ରେ, ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଅଟେ । (See: ଯିବା ଓ ଆସିବା)

διὰ τῆς ἐμῆς παρουσίας

ଏଠାରେ ଦ୍ୱାରା ଶବ୍ଦଟି ଦର୍ଶାଇପାରେ: (୧) ଫିଲିପ୍ପୀୟମାନେ ଖ୍ରୀଷ୍ଟଙ୍କଠାରେ ଅତ୍ୟଧିକ ଗର୍ବ କରିବାର କାରଣ । ତେଣୁ, * ଦ୍ୱାରା* ଶବ୍ଦର ଅର୍ଥ “କାରଣ” ଅଟେ। ବିକଳ୍ପ ଅନୁବାଦ:… ମୋର ଆସିବା ଦ୍ୱାରା” (୨) ଫିଲିପ୍ପୀୟମାନେ ଖ୍ରୀଷ୍ଟଙ୍କଠାରେ ବହୁତ ଗର୍ବ କରିବେ । ତେଣୁ, ଦ୍ୱାରା ଶବ୍ଦର ଅର୍ଥ “ଦ୍ୱାରା” ଅଟେ । ବିକଳ୍ପ ଅନୁବାଦ: “ମୋ ଆସିବା ଦ୍ୱାରା” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

Philippians 1:27

ἐλθὼν

ଆସିବା ଶବ୍ଦ ଦ୍ୱାରା ବର୍ଣ୍ଣିତ ଗତିକୁ ପ୍ରକାଶ କରିବାର ଆପଣଙ୍କ ଭାଷାର ଏକ ଭିନ୍ନ ଉପାୟ ଥାଇପାରେ । ଏଠାରେ, ଆସିବା ଶବ୍ଦଟି ପାଉଲଙ୍କୁ ଫିଲିପୀୟମାନେ ରହୁଥିବା ସ୍ଥାନକୁ ଭ୍ରମଣ କରିବା ଏବଂ ସେମାନଙ୍କୁ ଦେଖା କରିବା ବିଷୟରେ ସୂଚାଏ । ପୂର୍ବ ପଦ, ୧:୨୬ ରେ ଆପଣ କିପରି ଏହି ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (See: ଯିବା ଓ ଆସିବା)

ἀξίως τοῦ εὐαγγελίου τοῦ Χριστοῦ πολιτεύεσθε

ଏଠାରେ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

στήκετε

ଏଠାରେ, * ସ୍ଥିର ରହି* ବାକ୍ୟାଂଶ ବିଶ୍ୱାସକୁ ପରିବର୍ତ୍ତନ ନକରି, ଦୃଢ଼ ଭାବରେ ରହିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣଙ୍କ ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିମ୍ବା ସରଳ ଭାଷା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସ୍ଥିର ରୁହ” କିମ୍ବା “ତୁମ୍ଭେମାନେ ତୁମ୍ଭର ବିଶ୍ୱାସରେ ଦୃଢ଼ ରୁହ” (See: ଉପମା/ରୂପକ)

ἐν ἑνὶ πνεύματι, μιᾷ ψυχῇ

ଏଠାରେ, ଏକ ଆତ୍ମା ​​ଏବଂ ଏକ ପ୍ରାଣ ​​ ବାକ୍ୟାଂଶ ଗୁଡ଼ିକ ସମାନ ବିଷୟକୁ ବୁଝାଏ ଏବଂ ଏକତାର ମହତ୍ତ୍ଵକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହୃତ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେଗୁଡ଼ିକୁ ଏକ ଅଭିବ୍ୟକ୍ତି ଭାବରେ ଏକତ୍ର ଅନୁବାଦ କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଆତ୍ମା ​​ଭାବରେ ଏକୀକୃତ” କିମ୍ବା “ସଂପୂର୍ଣ୍ଣ ଏକତାରେ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ἐν ἑνὶ πνεύματι, μιᾷ ψυχῇ

ଏଠାରେ, ଏକ ଆତ୍ମା ​​ଏବଂ ଏକ ପ୍ରାଣ ବାକ୍ୟାଂଶ ଗୁଡ଼ିକ ସାଙ୍କେତିକ ଭାବରେ “କାହାର ମୂଳ ଉଦ୍ଦେଶ୍ୟ ଏବଂ ବିଶ୍ୱାସରେ ଏକତା ରହିବା” କୁ ବୁଝାଇବାକୁ ବ୍ୟନହୃତ। ଉଭୟ ବାକ୍ୟାଂଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକମତ ହେବାକୁ ସୂଚାଏ । ଯଦି ଏହି ଅଭିବ୍ୟକ୍ତିଗୁଡ଼ିକ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ସରଳ ଭାଷା ବ୍ୟବହାର କରି ପାରିବେ କିମ୍ବା ଆପଣଙ୍କ ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ମନରେ” କିମ୍ବା “ଉଦ୍ଦେଶ୍ୟର ଏକତାରେ” କିମ୍ବା “ପୂର୍ଣ୍ଣ ଚୁକ୍ତିରେ” (See: ଉପମା/ରୂପକ)

συναθλοῦντες

ବିକଳ୍ପ ଅନୁବାଦ: “କାର୍ଯ୍ୟରେ ଏକାଠି ସହଯୋଗ କରିବା”

τῇ πίστει τοῦ εὐαγγελίου

ଏଠାରେ, ସୁସମାଚାରର ବିଶ୍ୱାସ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ ବିଶ୍ଵାସକୁ ସୂଚାଏ ଯାହା ବିଶ୍ଵାସୀମାନେ ସୁସମାଚାରକୁ ବିଶ୍ଵାସ କରିବା ପରି ବୁଝାଏ, ଯାହା ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ବାର୍ତ୍ତା ଅଟେ । (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 1:28

τῶν ἀντικειμένων

ତୁମ୍ଭମାନଙ୍କୁ ବିପକ୍ଷ କରୁଥିବା ବାକ୍ୟାଂଶ ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରୁଥିଲେ ଏବଂ ସେମାନଙ୍କୁ ଅସୁବିଧାରେ ପକାଉଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ କହିବାକୁ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିରୋଧ କରୁଥିବା ଲୋକ” କିମ୍ବା “ତୁମ୍ଭମାନଙ୍କୁ ବିରୋଧ କରୁଥିବା ଲୋକ କାରଣ ତୁମ୍ଭେ ଯୀଶୁଙ୍କଠାରେ ବିଶ୍ୱାସ କର” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἥτις ἐστὶν αὐτοῖς ἔνδειξις

ବାକ୍ୟାଂଶରେ ଏହି ଶବ୍ଦ ଏହା ସେମାନଙ୍କ ପକ୍ଷରେ ଏକ ଲକ୍ଷଣ, ଭୟର ଅଭାବକୁ ସୂଚାଇଥାଏ କାରଣ ଫିଲିପ୍ପୀୟ ବିଶ୍ଵାସୀମାନେ ଯେତେବେଳେ ବିରୋଧ କରାଯିବେ ସେତେବେଳେ ସେମାନେ ଭୟ କାରିବେ ।(See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

ἀπωλείας

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରି ଗୁଣବାଚକ ବିଶେଷ୍ୟ ବିନାଶ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଯେ ଈଶ୍ଵର ସେମାନଙ୍କୁ ବିନାଶ କରିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

σωτηρίας

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରି ଗୁଣବାଚକ ବିଶେଷ୍ୟ ପରିତ୍ରାଣ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τοῦτο ἀπὸ Θεοῦ

ଈଶ୍ୱରଙ୍କଠାରୁ ଏହି ବାକ୍ୟରେ ଏହି ଶବ୍ଦଟି ସୂଚିତ କରିପାରେ: (୧) ଏହି ପଦରେ ଏହା ପୂର୍ବରୁ ଯାହା ଆସେ, ଉଭୟ ସାହସ ଈଶ୍ଵର ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ପ୍ରଦାନ କରନ୍ତି ଏବଂ ସେମାନଙ୍କର ସାହସ ସେମାନଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ଦେଇଥାଏ । ବିକଳ୍ପ ଅନୁବାଦ: “ତୁମ୍ଭର ଭୟର ଅଭାବ ଏବଂ ଏହା ପ୍ରମାଣ ସବୁ ଈଶ୍ଵରଙ୍କଠାରୁ ଆସିଛି” (୨) ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରନ୍ତି ସେମାନଙ୍କୁ ଦିଆଯାଇଥିବା ଚିହ୍ନ । ବିକଳ୍ପ ଅନୁବାଦ: “ଏହି ଚିହ୍ନ ଈଶ୍ଵରଙ୍କଠାରୁ ଆସିଛି” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

Philippians 1:29

ὑμῖν ἐχαρίσθη τὸ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ , ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଦୟାଳୁ ଭାବରେ ଦେଇଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Philippians 1:30

τὸν αὐτὸν ἀγῶνα ἔχοντες

ଯଦି ଗୁଣବାଚକ ବିଶେଷ୍ୟ ଯୁଦ୍ଧ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି UST ପରି ପ୍ରକାଶ କରିପାରିବେ, କିମ୍ବା ଏହି ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା” କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ

ଏଠାରେ, ପାଉଲ ଏବଂ ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ଥିବା ବିବାଦକୁ ସୂଚାଇବା ପାଇଁ ଯୁଦ୍ଧ ଶବ୍ଦ ଏକ ସାଙ୍କେତିକ ଉପାୟରେ ଯାହା ସେମାନଙ୍କ ବିଶ୍ୱାସ ହେତୁ ସେମାନଙ୍କୁ ବିରୋଧ କରିଥିଲା ବ୍ୟବହାର କରନ୍ତି ​​। ପାଉଲ ଏହା ବିଷୟରେ ଯେପରି ଏହା ଏକ ସାମରିକ ଯୁଦ୍ଧ କିମ୍ବା ଦୌଡ ପ୍ରତିଯୋଗିତା ବୋଲି କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ସମାନ ବିରୋଧର ଅନୁଭବ କରୁଛ ଯାହାକୁ ତୁମ୍ଭେମାନେ ଦେଖିଲ ଯାହା ମୁଁ ଅନୁଭବ କରିଅଛି” (See: ଉପମା/ରୂପକ)

εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί

ଏଠାରେ, ମୋ ଭିତରେ ବାକ୍ୟାଂଶ ଦୁଇଥର ଦେଖିବାକୁ ମିଳେ, ଏହା ଉଭୟ ଥର ପାଉଲ ଯାହା ଅନୁଭବ କରନ୍ତି ତାହା ଦର୍ଶାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ବୁଝିବାରେ ସହଜ ହେବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋହର ଅନୁଭୂତି ଦେଖିଲ ଏବଂ ବର୍ତ୍ତମାନ ଶୁଣୁଛ ଯେ ମୁଁ ଅନୁଭବ କରୁଅଛି” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Philippians 2

ଫିଲିପ୍ପୀୟ ୨

ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

କେତେକ ଅନୁବାଦଗୁଡ଼ିକ, ULT ପରି, ୬-୧୧ ପଦଗୁଡ଼ିକର ଧାଡିଗୁଡ଼ିକୁ ପୃଥକ କରେ । ଏହି ପଦଗୁଡ଼ିକ ଖ୍ରୀଷ୍ଟଙ୍କ ଉଦାହରଣ ବର୍ଣ୍ଣନା କରେ । ସେଗୁଡ଼ିକ ଯୀଶୁଙ୍କ ବ୍ୟକ୍ତିତ୍ୱ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଶିକ୍ଷା ପ୍ରଦାନ କରେ ।

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ବ୍ୟବହାରିକ ନିର୍ଦ୍ଦେଶାବଳୀ

ଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀ ମଣ୍ଡଳୀକୁ ଅନେକ ବ୍ୟବହାରିକ ନିର୍ଦ୍ଦେଶ ପ୍ରଦାନ କରନ୍ତି ।

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

“ଯଦି ସେଠାରେ ଅଛି”

ଏହା ଦେଖାଯାଏ ଯେପରି ଏହା ଏକ ପ୍ରକାରର ଆନୁମାନିକ ବାକ୍ୟ । ଅବଶ୍ୟ, ଏହା ଏକ ଆନୁମାନିକ ବାକ୍ୟ ନୁହେଁ, କାରଣ ଏହା କିଛି ସତ୍ୟକୁ ପ୍ରକାଶ କରିଥାଏ । ଅନୁବାଦକ ଏହି ବାକ୍ୟାଂଶକୁ “ଯେହେତୁ ସେଠାରେ ଅଛି” ଭାବରେ ଅନୁବାଦ କରିପାରନ୍ତି ।

Philippians 2:1

οὖν

ଅତଏବ ଶବ୍ଦ ସୂଚାଏ ଯେ ଏହା ସ୍ୱାଭାବିକ ଫଳାଫଳ ବା ଏହାର ପୂର୍ବର ସିଦ୍ଧାନ୍ତକୁ ଅନୁସରଣ କରେ । ଏହି ସମ୍ପର୍କ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

εἴ τις…παράκλησις ἐν Χριστῷ, εἴ τι παραμύθιον ἀγάπης, εἴ τις κοινωνία Πνεύματος, εἴ τις σπλάγχνα καὶ οἰκτιρμοί

ବାକ୍ୟାଂଶ ଯଦି ଥାଏ, ଯାହା ଏହି ପଦରେ ଗୋଟିଏ ଥର ଦେଖିବାକୁ ମିଳେ, ଏବଂ ଯଦି କୌଣସି ବାକ୍ୟଟି ଏହି ପଦରେ ତିନିଥର ଦେଖିବାକୁ ମିଳେ, ତାହା ଆନୁମାନିକ ବାକ୍ୟ ପରି ଦେଖାଯାଏ । ତଥାପି, ସେଗୁଡ଼ିକ ଆନୁମାନିକ ନୁହଁ, କାରଣ ସେଗୁଡ଼ିକ ପ୍ରତ୍ୟେକ ବିଷୟକୁ ପ୍ରକାଶ କରେ ଯାହା ସତ୍ୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶ ଗୁଡ଼ିକର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ଆସିଥିବା ଉତ୍ସାହ ହେତୁ, ତାହାଙ୍କ ପ୍ରେମରୁ ସାନ୍ତ୍ୱନା, ଆତ୍ମାଙ୍କ ସହଭାଗିତା ହେତୁ, କାରଣ ତୁମ୍ଭର ସ୍ନେହ ଏବଂ କରୁଣା ଅଛି” କିମ୍ବା “ଯେହେତୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି, ତେଣୁ ତାଙ୍କଠାରୁ ସାନ୍ତ୍ୱନା ଅଛି । କାରଣ ଆତ୍ମାରେ ସହଭାଗୀତା ଅଛି, ତେଣୁ ତୁମ୍ଭମାନଙ୍କର ସ୍ନେହ ଏବଂ କରୁଣା ଅଛି ”(See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἴ τι παραμύθιον ἀγάπης, εἴ τις κοινωνία Πνεύματος, εἴ τις σπλάγχνα καὶ οἰκτιρμοί

ବାକ୍ୟାଂଶର ତିନୋଟି ବାକ୍ୟାଂଶରେ ଯଦି କେହି ପଦରେ ଦେଖିବାକୁ ମିଳେ ନାହିଁ ତେବେ ‘ସେଠାରେ” ଶବ୍ଦଗୁଡ଼ିକ ଅସ୍ପଷ୍ଟ ଅଟେ ଏବଂ ଯଦି ଆପଣଙ୍କ ଅନୁବାଦରେ ତାହା ଯୋଗାଇ ଦିଆଯାଇପାରେ ତେବେ ଏହି ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇପାରେ । ବିକଳ୍ପ ଅନୁବାଦ: “ଯଦି ପ୍ରେମରୁ କୌଣସି ସାନ୍ତ୍ୱନା ଥାଏ, ଯଦି ଆତ୍ମାର କୌଣସି ସହଭାଗୀତା ଥାଏ, ଯଦି କୌଣସି ସ୍ନେହ ଏବଂ କରୁଣା ଥାଏ” (See: ଶବ୍ଦର ବିଲୋପ ବା ଉହ୍ୟତା)

εἴ τις…παράκλησις ἐν Χριστῷ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦର ଏକ ମୌଖିକ ବାକ୍ୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଉତ୍ସାହ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἴ τις…παράκλησις ἐν Χριστῷ

ଏଠାରେ, ଉତ୍ସାହ ଶବ୍ଦ ସୂଚାଇପାରେ: (୧) “ଉତ୍ସାହ” (୨) “ଉପଦେଶ” ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟଙ୍କଠାରେ କୌଣସି ଉପଦେଶ ଅଛି” (୩) ଉଭୟ “ଉତ୍ସାହ” ଏବଂ “ଉପଦେଶ” ର ଧାରଣାଗୁଡ଼ିକ, ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟଙ୍କଠାରେ କିଛି ଉତ୍ସାହ ଏବଂ ଉତ୍ସାହ ଥାଏ”

εἴ τις…παράκλησις ἐν Χριστῷ

ଏଠାରେ, ଖ୍ରୀଷ୍ଟଙ୍କଠାରେ ଉତ୍ସାହର ବାକ୍ୟାଂଶର ଅର୍ଥ ବୋଧହୁଏ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ପ୍ରଦାନ କରୁଥିବା ଉତ୍ସାହ କାରଣ ସେମାନେ ତାଙ୍କ ସହ ଏକ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ଆସିଥିବା ଉତ୍ସାହ ହେତୁ” କିମ୍ବା “ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” କିମ୍ବା “କାରଣ ଖ୍ରୀଷ୍ଟଙ୍କଠାରେ ରହିବା ଦ୍ୱାରା ତୁମ୍ଭେମାନେ ଉତ୍ସାହିତ ହୁଅ” କିମ୍ବା “ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମିଳନ ହେତୁ ଉତ୍ସାହିତ ହୁଅ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἴ τι παραμύθιον ἀγάπης

ଏଠାରେ, ପ୍ରେମ ବୋଧହୁଏ ଫିଲିପ୍ପୀୟମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ପ୍ରେମକୁ ସୂଚାଏ । ବିକଳ୍ପ ଅନୁବାଦ: “ଯଦି ତାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ସାନ୍ତ୍ୱନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ଥିବା ପ୍ରେମ କୌଣସି ପ୍ରକାରେ ସାନ୍ତ୍ୱନା ଦେଇଛି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἴ τι παραμύθιον ἀγάπης

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦର ମୌଖିକ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ସାନ୍ତ୍ୱନା ଏବଂ ପ୍ରେମ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରେମ କରାଯିବା ହେତୁ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἴ τι παραμύθιον ἀγάπης

ପ୍ରେମର ସାନ୍ତ୍ୱନା ଶବ୍ଦ ଫିଲିପ୍ପୀୟ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ପ୍ରେମରୁ ପ୍ରାପ୍ତ ସାନ୍ତ୍ୱନାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରେମରୁ କୌଣସି ସାନ୍ତ୍ୱନା ପାଇଥାଅ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἴ τις κοινωνία Πνεύματος

ଆତ୍ମାଙ୍କ ସହଭାଗୀତା ବାକ୍ୟାଂଶ ସୂଚାଇପାରେ: (୧) ପବିତ୍ର ଆତ୍ମା ​​ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପର ସହି ସହଭାଗୀତା ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆତ୍ମା ​​ତୁମ୍ଭମାନଙ୍କ ମଧ୍ୟରେ କୌଣସି ସହଭାଗୀତା ସୃଷ୍ଟି କରିଛନ୍ତି” କିମ୍ବା “ଯଦି ଆତ୍ମା ​​ତୁମ୍ଭମାନଙ୍କୁ ପରସ୍ପର ସହ ସହଭାଗୀତା ପ୍ରଦାନ କରିଛନ୍ତି” (୨) ଫିଲିପ୍ପୀୟ ଖ୍ରୀଷ୍ଟିୟାନଙ୍କ ପବିତ୍ର ଆତ୍ମା ​​ସହି ସହଭାଗିତା । ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ​​ସହ ସହଭାଗୀତା ଅଛି” (୩) ଉଭୟ ପବିତ୍ର ଆତ୍ମା ​​ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପର ସହ ସହଭାଗୀତା ଏବଂ ପବିତ୍ର ଆତ୍ମାଙ୍କ ସହଭାଗିତା ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଆତ୍ମା ​​ସହ କୌଣସି ସହଭାଗୀତା ଅଛି ଏବଂ ଆତ୍ମା ​​ପରସ୍ପର ମଧ୍ୟରେ କ କୌଣସି ସହଭାଗିତା ଉତ୍ପନ କରିଛନ୍ତି”

εἴ τις κοινωνία Πνεύματος

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ମୌଖିକ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ସହଭାଗୀତା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଆତ୍ମା ​​ତୁମ୍ଭମାନଙ୍କ ମଧ୍ୟରେ କୌଣସି ସହଭାଗୀତା ଉତ୍ପନ କରିଛନ୍ତି” କିମ୍ବା “ଯଦି ଆତ୍ମା ​​ତୁମ୍ଭମାନଙ୍କୁ ପରସ୍ପର ସହଭାଗୀତା ପ୍ରଦାନ କରିଛନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἴ τις σπλάγχνα καὶ οἰκτιρμοί

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ପ୍ରେମ ଏବଂ କରୁଣା ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପର ପ୍ରତି କୌଣସି ପ୍ରେମ ଏବଂ କରୁଣା ଅନୁଭବ କର” କିମ୍ବା “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଏବଂ କରୁଣା ଥାଏ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

σπλάγχνα καὶ οἰκτιρμοί

ଯଦି କୌଣସି ସ୍ନେହ ଏବଂ କରୁଣା ବାକ୍ୟାଂଶ ବୋଧହୁଏ ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ପରସ୍ପର ପ୍ରତି ପ୍ରେମ ଏବଂ କରୁଣାକୁ ଦର୍ଶାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଏବଂ କରୁଣା ଥାଏ” । (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 2:2

πληρώσατέ μου τὴν χαρὰν

ଯଦି ଆପଣଙ୍କ ଭାଷା ଆନନ୍ଦ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ବା କ୍ରିୟା ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ମୋତେ ଖୁସିରେ ପୂର୍ଣ୍ଣକର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τὸ αὐτὸ φρονῆτε

ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକଭାବାପନ୍ନ ହୋଇ ବିଚାର କର”

τὴν αὐτὴν ἀγάπην ἔχοντες

ଯଦି ଆପଣଙ୍କ ଭାଷା ପ୍ରେମ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ବା କ୍ରିୟା ସହ ଗୁଣବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

σύνψυχοι

ଏକଚିତ୍ତ ବାକ୍ୟାଂଶକୁ ପାଉଲ ଯାହା ସେ ଫିଲିପ୍ପୀୟମାନଙ୍କୁ ଏକତ୍ର ହେବାକୁ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହେବାକୁ ରୂଢ଼ି ଭାବରେ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣ ଏକ ସମାନ ରୂଢ଼ି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମାରେ ଏକ ହୁଅ” କିମ୍ବା “ହୃଦୟ ଏବଂ ଇଚ୍ଛାରେ ଏକ ହୁଅ” କିମ୍ବା “ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହୁଅ” କିମ୍ବା “ଏକତାରେ ରୁହ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

τὸ ἓν φρονοῦντες

ବିକଳ୍ପ ଅନୁବାଦ: “ସମାନ ବିଷୟ ବିଷୟରେ ଚିନ୍ତିତ ହୋଇ”

Philippians 2:3

μηδὲν κατ’ ἐριθείαν

ବିକଳ୍ପ ଅନୁବାଦ: “ସ୍ୱାର୍ଥପର ଭାବରେ ଉଚ୍ଚାଭିଳାଷୀ ହୁଅ ନାହିଁ” କିମ୍ବା “ଅସାର ମନୋଭାବ ସହ କିଛି କର ନାହିଁ”

μηδὲ κατὰ κενοδοξίαν

ବିକଳ୍ପ ଅନୁବାଦ: “କିମ୍ବା ଅସାର ଗର୍ବ ସହ”

μηδὲ κατὰ κενοδοξίαν

ଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ କିମ୍ବା ଅନ୍ୟ ଉପାୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଆତ୍ମବଡ଼ିମା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିମ୍ବା ଗର୍ବିତ ଉଦ୍ଦେଶ୍ୟରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἀλλὰ τῇ ταπεινοφροσύνῃ ἀλλήλους ἡγούμενοι ὑπερέχοντας ἑαυτῶν

ଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ କିମ୍ବା ଅନ୍ୟ ଉପାୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ନମ୍ରତା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବରଂ, ନିଜ ଅପେକ୍ଷା ଅନ୍ୟମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ନମ୍ର ଉପାୟରେ କାର୍ଯ୍ୟ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 2:4

μὴ τὰ ἑαυτῶν ἕκαστος σκοποῦντες, ἀλλὰ καὶ τὰ ἑτέρων ἕκαστοι

ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ କେବଳ ତୁମ୍ଭମାନଙ୍କର ଆବଶ୍ୟକତା ବିଷୟରେ ନୁହେଁ, ଅନ୍ୟମାନେ ଯାହା ଆବଶ୍ୟକ କରନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେଇ”

ἕκαστος

ଏଠାରେ ଥିବା ପ୍ରତ୍ୟେକ ବାକ୍ୟର ଅର୍ଥ “ପ୍ରତ୍ୟେକ ବ୍ୟକ୍ତି” ଏବଂ ଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ” କିମ୍ବା “ତୁମ୍ଭେମାନେ ପ୍ରତ୍ୟେକ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

μὴ…σκοποῦντες

ବିକଳ୍ପ ଅନୁବାଦ: “ବିଷୟରେ ଚିନ୍ତା କରୁନାହିଁ”

ἑαυτῶν

ଏଠାରେ, ବିଶେ. ସର୍ବନାମ ଆପଣା ମୂଳ ଭାଷାରେ ବହୁବଚନ ଅଟେ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ । ଏହି ସର୍ବନାମ ପାଇଁ ଯଦି ଆପଣଙ୍କ ଭାଷାରେ ବହୁବଚନ ବାଚକ ଶବ୍ଦ ଅଛି, ତେବେ ଏହାକୁ ଏଠାରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆପଣା ବିଶରେ” (See: ସର୍ବନାମଗୁଡ଼ିକ)

ἑαυτῶν

ଏଠାରେ, ବିଶେ. ସର୍ବନାମ ଆପଣା ପଦର ପ୍ରାରମ୍ଭରେ ପ୍ରତ୍ୟେକକୁ ସୂଚାଏ । ବିକଳ୍ପ ଅନୁବାଦ: “ନିଜ ବିଶରେ” (See: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

Philippians 2:5

τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ

ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ପରି ମନୋଭାବ ରଖ”

τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ

ଯଦି ଆପଣଙ୍କ ଭାଷା ମନୋଭାବର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଭାବ” ପରି ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ ମନୋଭାବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ ଯେପରି ଲୋକମାନଙ୍କ ବିଷୟରେ ଚିନ୍ତା କଲେ ପରସ୍ପର ବିଷୟରେ ଚିନ୍ତା କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τοῦτο φρονεῖτε

ଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ଏହା ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତ୍ୟେକଙ୍କର ଏହି ମନୋଭାବ ରହିବା ଉଚିତ” (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ

ଏଠାରେ ବାକ୍ୟାଂଶ ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ ଅର୍ଥ ଯେ ଜଣେ ବିଶ୍ଵାସୀଙ୍କର ସମାନ ମନୋଭାବ ଏବଂ ଆଭିମୁଖ୍ୟ ରହିବା ଆବଶ୍ୟକ ଯାହା ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିଲା ଏବଂ ଯାହା ତାଙ୍କ ଆଚରଣକୁ ବୁଝାଏ ​​। ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ଭଳି ଭାବ” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ପରି ସମାନ ବିଚାର କର” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 2:6

ἐν μορφῇ Θεοῦ ὑπάρχων

ଈଶ୍ବରରୂପୀ ବିଦ୍ୟମାନ ବାକ୍ୟର ଅର୍ଥ ଯୀଶୁଙ୍କର ଈଶ୍ଵରଙ୍କର ସ୍ୱଭାବ ଥିଲା । ଏହାର ଅର୍ଥ ଯୀଶୁ କେବଳ ଈଶ୍ଵରଙ୍କ ପରି ଦେଖାଯାଉଥିଲେ ନୁହେଁ, କିନ୍ତୁ ଈଶ୍ଵର ମଧ୍ୟ ଥିଲେ । ଏହି ବାକ୍ୟଟି ପ୍ରକାଶ କରେ ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ଵର ଥିଲେ । ଏହି ପଦର ଅବଶିଷ୍ଟ ଅଂଶ ଏବଂ ପରବର୍ତ୍ତୀ ଦୁଇଟି ପଦ ବ୍ୟାଖ୍ୟା କରେ ଯେ ଯୀଶୁ, ସମ୍ପୂର୍ଣ୍ଣ ଈଶ୍ଵର ଥିଲେ ସୁଦ୍ଧା, ଈଶ୍ଵରଙ୍କ ଆଜ୍ଞାରେ ନିଜକୁ ନମ୍ର କରି ସେବକ ଭାବରେ କାର୍ଯ୍ୟ କଲେ। କୌଣସି ଅନୁବାଦ ଯାହା ସୂଚାଏ ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ଵର ନ ଥିଲେ, ତେବେ ସେହି ଅନୁବାଦରୁ ଦୂରେଇ ରୁହନ୍ତୁ । ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଈଶ୍ଵର ହୋଇ ସୁଦ୍ଧ” କିମ୍ବା “ଯଦିଓ ଈଶ୍ଵରଙ୍କ ବିଷୟରେ ଯାହାକିଛି ସତ୍ୟ ତାହା ତାଙ୍କ ବିଷୟରେ ସତ୍ୟ ଅଟେ”

οὐχ…ἡγήσατο

ବିକଳ୍ପ ଅନୁବାଦ: “ବିଚାର କଲେ ନାହିଁ” କିମ୍ବା “ଧ୍ୟାନ ଦେଲେ ନାହିଁ”

ἁρπαγμὸν

ବିକଳ୍ପ ଅନୁବାଦ: “କିଛି ବିଷୟକୁ ରଖିବାକୁ” କିମ୍ବା “କିଛି ରଖିବାକୁ”

Philippians 2:7

ἀλλὰ

ଏଠାରେ ବଦଳରେ ଶବ୍ଦ ୨: ୬ ରେ ପୂର୍ବ ବାକ୍ୟାଂଶ ଏବଂ ଏହି ପଦରେ ଏବଂ ପରବର୍ତ୍ତୀ ଦୁଇଟି ପଦରେ ଯୀଶୁଙ୍କ ବିଷୟରେ ଯାହା ପ୍ରକାଶ କରାଯାଇଛି ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରେ । ତାଙ୍କର ଈଶ୍ୱରୀୟ ଅଧିକାର ଏବଂ ଲାଭଗୁଡ଼ିକୁ ବଜାୟ ରଖିବା, କିମ୍ବା ସେଗୁଡ଼ିକୁ ସମର୍ପଣ କରିବା ପାଇଁ ଯୀଶୁଙ୍କ ପସନ୍ଦ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଆପଣଙ୍କ ଭାଷାରେ ସର୍ବୋତ୍ତମ ବାକ୍ୟ ଗଠନ ବାଛନ୍ତୁ, ଯାହା ବଦଳରେ ଅର୍ଥକୁ ଏଠାରେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ବିପରୀତରେ” କିମ୍ବା “ବରଂ” କିମ୍ବା “କିନ୍ତୁ ଏହା ପରିବର୍ତ୍ତେ” (See: ସଂଯୋଗ – ବୈପରୀତ୍ୟ ସମ୍ପର୍କ)

ἀλλὰ ἑαυτὸν ἐκένωσεν

ଏଠାରେ, ସର୍ବନାମ ସେ ଯୀଶୁଙ୍କୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝନ୍ତି, ତେବେ ସେ ଯୀଶୁଙ୍କ ବିଷୟରେ ବୁଝାଏ ବୋଲି ଆପଣ ଉଲ୍ଲେଖ କରିପାରିବେ। ବିକଳ୍ପ ଅନୁବାଦ: “ଏହା ପରିବର୍ତ୍ତେ, ଯୀଶୁ ନିଜକୁ ଶୂନ୍ୟ କଲେ” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

ἑαυτὸν ἐκένωσεν

ଏଠାରେ, ବିଶେ. ସର୍ବନାମ ନିଜ ଯୀଶୁଙ୍କୁ ସୂଚାଏ ଏବଂ ଯୀଶୁ ମୁକ୍ତ ଭାବରେ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଈଶ୍ୱରୀୟ ଅଧିକାର ଏବଂ ଲାଭଗୁଡ଼ିକର ନିଜକୁ ଶୂନ୍ୟ କରିବାକୁ ବାଛିଥିଲେ ବୋଲି ଜୋର ଦେବା ପାଇଁ ବ୍ୟବହୃତ । ଆପଣଙ୍କ ଭାଷାରେ ଏହି ସର୍ବନାମର ଗୁରୁତ୍ୱପୂର୍ଣ୍ଣ ଉପାଦାନକୁ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେ ସ୍ୱଇଚ୍ଛାରେ ଈଶ୍ୱରୀୟ ଅଧିକାରଗୁଡ଼ିକୁ ପୃଥକ କଲେ” (See: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

ἑαυτὸν ἐκένωσεν

ଏଠାରେ, ପାଉଲ କହନ୍ତି ଯେ ଖ୍ରୀଷ୍ଟ ନିଜକୁ ଶୂନ୍ୟ କଲେ, ଏହା ସାଙ୍କେତିକ ଅଟେ ଏବଂ ଆକ୍ଷରିକ ନୁହେଁ । ସେ ନିଜକୁ ଶୂନ୍ୟ କଲେ ସାଙ୍କେତିକ ବାକ୍ୟାଂଶ ବ୍ୟବହାର କରି, ପାଉଲ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟ ଯେବେ ଦେହବନ୍ତ ହେଲେ ସେତେବେଳେ ତାଙ୍କର ଈଶ୍ୱରୀୟ ଅଧିକାର ଏବଂ ଲାଭ ଛାଡିବାକୁ ପସନ୍ଦ କଲେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେ ଈଶ୍ୱରୀୟ ଅଧିକାର ଏବଂ ଲାଭ ତ୍ୟାଗ କଲେ” କିମ୍ବା “ସେ ସ୍ୱଇଚ୍ଛାରେ ଈଶ୍ୱରୀୟ ଅଧିକାରକୁ ପୃଥକ କଲେ” (See: ଉପମା/ରୂପକ)

μορφὴν δούλου λαβών

ସେବକର ରୂପ ଧାରଣ କରି ବାକ୍ୟାଂଶର ଅର୍ଥ ଯୀଶୁ ପୃଥିବୀରେ ସେବକ ଭାବରେ କାର୍ଯ୍ୟ କରିଥିଲେ । ଏହାର ଅର୍ଥ ଯୀଶୁ କେବଳ ଜଣେ ସେବକ ପରି ଦେଖାଯାଉଥିଲେ ନୁହଁ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣଙ୍କ ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିମ୍ବା ଏହାକୁ ସରଳରେ ଭାଷାରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ, “ଏବଂ ସେବକ ଭାବରେ କାର୍ଯ୍ୟ କଲେ”

ἐν ὁμοιώματι ἀνθρώπων γενόμενος

ମନୁଷ୍ୟ ସଦୃଶ ହୋଇ ବାକ୍ୟର ଅର୍ଥ ଯୀଶୁ ଜଣେ ମନୁଷ୍ୟ ହେଲେ ଅଟେ । ଏହାର ଅର୍ଥ ଯୀଶୁ କେବଳ ମନୁଷ୍ୟ ସଦୃଶ ଥିଲେ ନୁହେଁ । ବରଂ ଏହାର ଅର୍ଥ ଯୀଶୁ, ଯିଏ ସର୍ବଦା ଈଶ୍ଵର ଭାବରେ ବିଦ୍ୟମାନ ଥିଲେ, ସେ ଏକ ମାନବ ଶରୀରକୁ ଗ୍ରହଣ କରିବାକୁ ଏବଂ ପୃଥିବୀରେ ମାନବ ରୂପରେ ଦେଖାଯିବାକୁ ପସନ୍ଦ କଲେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଏହାକୁ ସରଳ ଭାଷାରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ମନୁଷ୍ୟ ହୋଇ”

ἐν ὁμοιώματι ἀνθρώπων

ଏଠାରେ, ମନୁଷ୍ୟ ତାଙ୍କ ଲିଙ୍ଗ ଅପେକ୍ଷା ଯୀଶୁଙ୍କ ମାନବିକତାର ଧାରଣା ଉପରେ ଗୁରୁତ୍ୱ ଦିଏ । ଏହି ଧାରଣାକୁ ଜୋର ଦେବା ପାଇଁ ମନୁଷ୍ୟ ଶବ୍ଦ ଏଠାରେ ବହୁବଚନ ଅଟେ ଯାହା ସାଧାରଣତଃ ମାନବିକତାର ସଦୃଶ ଅଟେ । ଯୀଶୁଙ୍କ ମାନବିକତା ଉପରେ ଏହି ଗୁରୁତ୍ଵ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କ ପରି” (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

καὶ σχήματι εὑρεθεὶς ὡς ἄνθρωπος

ମନୁଷ୍ୟ ସଦୃଶ ହୋଇ ବାକ୍ୟର ଅର୍ଥ ଯୀଶୁ ଜଣେ ମନୁଷ୍ୟ ପରି ଦେଖାଯାଉଥିଲେ ନୁହେଁ କିନ୍ତୁ ସେ ଜଣେ ମନୁଷ୍ୟ ନଥିଲେ । ବରଂ, ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶର ଚିନ୍ତାଧାରାକୁ ଜାରି ରଖେ, * ମନୁଷ୍ୟ ଭାବରେ ଜନ୍ମ ହୋଇ* ବାକ୍ୟାଂଶର ଅର୍ଥ ଯୀଶୁ ଜଣେ ମନୁଷ୍ୟ ହେଲେ ଏବଂ ରୂପରେ ସମ୍ପୂର୍ଣ୍ଣ ରୂପେ ,ମନୁଷ୍ୟ ଥିଲେ । ରୂପରେ ବାକ୍ୟାଂଶ ସୂଚାଏ ଯେ ଯୀଶୁ ସମ୍ପୂର୍ଣ୍ଣ ମାନବ ଥିଲେ। ଏହା ମଧ୍ୟ ସୂଚାଏ ଯେ ସଂପୂର୍ଣ୍ଣ ମନୁଷ୍ୟ ଥିବାବେଳେ, ଯୀଶୁ ଅନ୍ୟ ମାନବିକତାଠାରୁ ଭିନ୍ନ ଥିଲେ: ସେ ମନୁଷ୍ୟ ଥିଲେ ସୁଦ୍ଧା ନିଜର ପୂର୍ଣ୍ଣ ଈଶ୍ଵରୀୟତା ବଜାୟ ରଖିଥିଲେ ଏବଂ ତେଣୁ ସେ ଏକ ସମୟରେ ଉଭୟ ମନୁଷ୍ୟ ଏବଂ ଈଶ୍ୱର ଥିଲେ । ବିକଳ୍ପ ଅନୁବାଦ: “ଏବଂ ମନୁଷ୍ୟ ଥିଲେ ସୁଦ୍ଧା”

ἄνθρωπος

ଏଠାରେ ମନୁଷ୍ୟ ଶବ୍ଦ ତାହାଙ୍କ ଲିଙ୍ଗ ଅପେକ୍ଷା ଯୀଶୁଙ୍କ ମାନବିକତାର ଧାରଣା ଉପରେ ଗୁରୁତ୍ୱ ଦିଏ । ଯଦି ଆପଣଙ୍କ ଭାଷାରେ ଯୀଶୁଙ୍କ ମାନବିକତା ଉପରେ ଏହି ଗୁରୁତ୍ୱକୁ ପ୍ରକାଶ କରିବାର ଏକ ଉପାୟ ଅଛି, ତେବେ ଏହି ଶବ୍ଦକୁ ବ୍ୟବହାର କରନ୍ତୁ ଯାହାକି ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ । ଏହି ପଦରେ ଆପଣ ମନୁଷ୍ୟ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ମନୁଷ୍ୟ” (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Philippians 2:8

ἐταπείνωσεν ἑαυτὸν, γενόμενος ὑπήκοος μέχρι θανάτου

ଏଠାରେ * ଅବନତ କଲେ* ବାକ୍ୟଟି ଯୀଶୁ କିପରି ନିଜକୁ ନମ୍ର କରିଛନ୍ତି ତାହା ଉପସ୍ଥାପନ କରେ । ଏହି ଅର୍ଥ ପ୍ରକାଶ କରିବାକୁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ପାଳନ କରି ଯୀଶୁ ନିଜକୁ ନମ୍ର କଲେ” କିମ୍ବା “ଯୀଶୁ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ପାଳନ କରି ନିଜକୁ ଏହିପରି ନମ୍ର କଲେ” କିମ୍ବା “ଯୀଶୁ ନିଜକୁ ନମ୍ର କଲେ, ବିଶେଷ ଭାବରେ, ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ଵରଙ୍କୁ ପାଳନ କଲେ”

ἑαυτὸν

ନିଜ ବିଶେଷ ସର୍ବନାମ ଅଟେ, ଯାହା ଯୀଶୁଙ୍କୁ ବୁଝାଏ, ନିଜକୁ ନମ୍ର କରିବାର ଯୀଶୁଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଏଠାରେ ବ୍ୟବହୃତ ଅଟେ । ଏହି ସର୍ବନାମର ଗୁରୁତ୍ଵପୂର୍ଣ୍ଣ ଉପାଦାନକୁ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ । (See: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

γενόμενος ὑπήκοος μέχρι θανάτου, θανάτου δὲ σταυροῦ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ “ମରିବା” ପରି ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ ମୃତ୍ୟୁର ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାକାରୀ ହୋଇ, କ୍ରୁଶରେ ମୃତ୍ୟୁଭୋଗ କଲେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

γενόμενος ὑπήκοος μέχρι θανάτου

ପର୍ଯ୍ୟନ୍ତ ବାକ୍ୟାଂଶଟି ଏକ ଇଂରାଜୀ ରୂଢ଼ି ଅଟେ ଯାହାକି ଗ୍ରୀକ ଏକ ସମ୍ବନ୍ଧସୂଚକ ଅବ୍ୟୟପଦ ଭାବରେ ଅନୁବାଦ କରେ । ଏହି ସମ୍ବନ୍ଧସୂଚକ ଅବ୍ୟୟପଦଟି ପିତାଙ୍କ ପ୍ରତି ଯୀଶୁଙ୍କ ଆଜ୍ଞାର ତୀବ୍ରତା ଉପରେ ଜୋର ଦେଇଥାଏ ଯାହା ଦର୍ଶାଏ ଯେ ମୃତ୍ୟୁ ସେହି ଆଜ୍ଞାର ଚରମ ଫଳାଫଳ ଥିଲା । ବିକଳ୍ପ ଅନୁବାଦ: “ସେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ଆଜ୍ଞାକାରୀ ଥିଲେ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

θανάτου δὲ σταυροῦ

ଏପରି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ବାକ୍ୟାଂଶ କ୍ରୁଶରେ ମରିବା ଅତ୍ୟନ୍ତ ଅପମାନଜନକ ବୋଲୁ ଦର୍ଶାଏ । ଏପରି ଶବ୍ଦକୁ ବ୍ୟବହାର କରି ଏବଂ ମୃତ୍ୟୁ ଶବ୍ଦର ପୁନରାବୃତ୍ତି କରି, ପାଉଲ ଯୀଶୁଙ୍କ ନମ୍ରତା ଏବଂ ଆଜ୍ଞାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏପରି କ୍ରୁଶରେ ମୃତ୍ୟୁର ବାକ୍ୟ ଦ୍ୱାରା ପ୍ରଦତ୍ତ ଗୁରୁତ୍ୱକୁ ଦେଖାଇବା ପାଇଁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ। ବିକଳ୍ପ ଅନୁବାଦ: “ଏପରିକି କ୍ରୁଶରେ ମରିବା ପର୍ଯ୍ୟନ୍ତ” କିମ୍ବା “କ୍ରୁଶରେ ମରିବା ପର୍ଯ୍ୟନ୍ତ”

Philippians 2:9

διὸ

ତେଣୁକରି ଶବ୍ଦଟି ଏହି ଶବ୍ଦ ପୂର୍ବରୁ ଯାହା ଆସେ ଏବଂ ଏହାର କାରଣ ଏବଂ ଫଳାଫଳ ସମ୍ପର୍କକୁ ଦର୍ଶାଏ । ଏଠାରେ, ତେଣୁକରି ୨:୬-୮ ରେ ବର୍ଣ୍ଣନା କରାଯାଇଥିବା ପରି ଯୀଶୁ ନିଜକୁ ନମ୍ର କରିବାର ଫଳାଫଳକୁ ଉପସ୍ଥାପନ କରେ । ଆପଣଙ୍କ ଭାଷାରେ ଏପରି ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହା ତେଣୁକରି ଶବ୍ଦ ଦ୍ବାରା ପ୍ରକାଶ କରାଯାଇଥିବା ଅର୍ଥକୁ ଉତ୍ତମ ଭାବେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଏହି କାରଣରୁ” କିମ୍ବା “କାରଣ ଯୀଶୁ ଏହିପରି କାର୍ଯ୍ୟ କରିଥିଲେ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

αὐτὸν ὑπερύψωσεν

ବିକଳ୍ପ ଅନୁବାଦ: “ତାଙ୍କୁ ଅତିମାତ୍ରାରେ ସମ୍ମାନ କଲେ”

τὸ ὄνομα τὸ ὑπὲρ πᾶν ὄνομα

ଏଠାରେ, ନାମ ଏକ ଲକ୍ଷଣାତ୍ମକ ଶବ୍ଦ ଯାହା କାହାର ନାମ ସହ ଜଡିତ ସ୍ଥିତି କିମ୍ବା ଅଧିକାରକୁ ସୂଚାଏ । ବିକଳ୍ପ ଅନୁବାଦ: “ଅନ୍ୟ ପଦବୀଠାରୁ ଉପରେ ଥିବା ପଦବୀ” କିମ୍ବା “ଅନ୍ୟ ପଦବୀଠାରୁ ଉଚ୍ଚତର ପଦବୀ” କିମ୍ବା “ଅନ୍ୟ ସ୍ଥାନଠାରୁ ଉପରେ ଥିବା ସ୍ଥାନ” (See: ଲାକ୍ଷଣିକ ଶବ୍ଦ)

Philippians 2:10

ἵνα

ଯେପରି ବାକ୍ୟାଂଶ ପୂର୍ବ ପଦ, ୨:୯ ସହ ଯୋଡି ଦର୍ଶାଏ ଯେ ଏହି ପଦ ଏବଂ ପରବର୍ତ୍ତୀ ପଦଟି ୨:୯ ର ଫଳାଫଳ ଅଟେ । ଏହି ସଂଯୋଗ ଦେଖାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

ἐν τῷ ὀνόματι Ἰησοῦ, πᾶν γόνυ κάμψῃ

ଏଠାରେ, ପ୍ରତ୍ୟେକ ଆଣ୍ଠୁ ନଇଁବ ଏକ ରୂଢ଼ି ଯାହା ଯୀଶୁଙ୍କୁ ସମସ୍ତେ ଉପାସନା କରିବେ ଏବଂ ସମ୍ମାନ କରିବେ ବୋଲି ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିନ୍ତୁ ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝିବେ, ତେବେ ଉପାସନର ଧାରଣାକୁ ପ୍ରକାଶ କରିବା ପାଇଁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ । (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐν τῷ ὀνόματι Ἰησοῦ, πᾶν γόνυ κάμψῃ

ଏଠାରେ, ନାମ ସେହି ବ୍ୟକ୍ତିଙ୍କ ପାଇଁ ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ, ଯାହାକୁ ସେମାନେ ଉପାସନା କରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଆଗରେ” କିମ୍ବା “ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ଉପାସନା କରିବେ” (See: ଲାକ୍ଷଣିକ ଶବ୍ଦ)

ἐπουρανίων καὶ ἐπιγείων καὶ καταχθονίων

ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ପାଉଲ ଏହି ବାକ୍ୟାଂଶକୁ ମନୁଷ୍ୟ ଏବଂ ଦୂତମାନଙ୍କ ସମେତ ସମସ୍ତ ପ୍ରାଣୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର କରନ୍ତି । ଏହି ବାକ୍ୟଟି ସମସ୍ତ ପ୍ରାଣୀ ଯୀଶୁଙ୍କ ପ୍ରତି ଆଦର କରିବେ ବୋଲି ଜୋର ଦେଇଥାଏ । ଏହାକୁ ନିଜ ଭାଷାରେ ସର୍ବୋତ୍ତମ ଉପାୟରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ସ୍ୱର୍ଗରେ, ପୃଥିବୀରେ ଏବଂ ପାତାଳରେ ପ୍ରତ୍ୟେକ ପ୍ରାଣୀ”

Philippians 2:11

πᾶσα γλῶσσα ἐξομολογήσηται

ଏଠାରେ ପାଉଲ ଜିହ୍ୱା ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ମୁଖରୁ ବାହାରୁଥିବା ବିଷୟକୁ ଦର୍ଶାନ୍ତି । ଜିହ୍ୱା ସହ ଜଡିତ ହୋଇ ଯାହା କୁହାଯାଏ ତାହା ପାଉଲ ସାଙ୍କେତିକ ଭାବରେ ବର୍ଣ୍ଣନା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ମୁଖ ଘୋଷଣା କରିବ” କିମ୍ବା “ପ୍ରତ୍ୟେକ ପ୍ରାଣୀ କହିବେ” କିମ୍ବା “ସମସ୍ତେ କହିବେ” (See: ଲାକ୍ଷଣିକ ଶବ୍ଦ)

εἰς δόξαν Θεοῦ Πατρὸς

ଏଠାରେ କୁ ଶବ୍ଦ ଫଳାଫଳ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଫଳାଫଳ ସହ ପିତା ଈଶ୍ଵର ସମ୍ମାନିତ ହେବେ” (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)

εἰς δόξαν Θεοῦ Πατρὸς

ଯଦି ଆପଣଙ୍କ ଭାଷା ଗୌରବର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଶବ୍ଦର ମୌଖିକ ରୂପ ବ୍ୟବହାର କରି କିମ୍ବା ଅନ୍ୟ କିଛି ଉପାୟରେ ଗୁଣବାଚକ ବିଶେଷ୍ୟ ଗୌରବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଏବଂ ପରମପିତା ଈଶ୍ୱରଙ୍କୁ ସମ୍ମାନ ଦିଅ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 2:12

ὥστε

ଏଠାରେ ବାକ୍ୟାଂଶ ତେଣୁ ୨: ୫-୧୧ ଦର୍ଶାଯାଇଥିବା ବିଷୟର ଫଳାଫଳକୁ ବୁଝାଏ । ଏହାର ସମ୍ପର୍କ ଦର୍ଶାଇବା ନିମନ୍ତେ ପାଇଁ ଆପଣଙ୍କ ଭାଷାରେ ଅତ୍ୟନ୍ତ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତେଣୁକରି” (See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

ἀγαπητοί μου

ଏଠାରେ, ପ୍ରିୟ ଶବ୍ଦ ଫିଲିପ୍ପୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଏ । ପାଉଲ ସେମାନଙ୍କୁ କେତେ ପ୍ରେମ କରନ୍ତି ତାହା ପ୍ରକାଶ କରିବାକୁ ସେ ଏହି ଶବ୍ଦ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ନିଜ ଭାଷାରେ ଏକ ସମାନ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ପ୍ରେମ ଏବଂ ସ୍ନେହକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ବିଶ୍ବାସୀଗଣ”

ὡς ἐν τῇ παρουσίᾳ μου

ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ଉପସ୍ଥିତ ଥିଲି”

ἐν τῇ ἀπουσίᾳ μου

ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ସେଠାରେ ନାହିଁ”

μετὰ φόβου καὶ τρόμου τὴν ἑαυτῶν σωτηρίαν κατεργάζεσθε

ଯଦି ଆପଣଙ୍କ ଭାଷା ପରିତ୍ରାଣର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଶବ୍ଦର ମୌଖିକ ରୂପ ବ୍ୟବହାର କରି କିମ୍ବା ଅନ୍ୟ ଉପାୟରେ ପ୍ରକାଶ କରି ଈଶ୍ଵରଙ୍କ ଉଦ୍ଧାର କାର୍ଯ୍ୟକୁ ବର୍ଣ୍ଣନା କରି ଗୁଣବାଚକ ବିଶେଷ୍ୟ ପରିତ୍ରାଣର ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଭୟ ଏବଂ କମ୍ପନ ସହ, ଯାହାଙ୍କୁ ଈଶ୍ଵର ଉଦ୍ଧାର କରନ୍ତି ସେମାନଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ କରିବାକୁ କଠିନ ପରିଶ୍ରମ କର” କିମ୍ବା “ଈଶ୍ଵରଙ୍କୁ ଭୟ ଏବଂ ସମ୍ମାନର ସହ , ଉତ୍ତମ କର୍ମ କର, ଯେପରି ଈଶ୍ଵର ଯେଉଁମାନଙ୍କୁ ଉଦ୍ଧାର କରିଛନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

μετὰ φόβου καὶ τρόμου

ପାଉଲ ଭୟକମ୍ପ ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି ଯେପରି ଲୋକମାନେ ଈଶ୍ଵରଙ୍କ ପ୍ରତି ସମ୍ମାନର ମନୋଭାବ ପ୍ରକାଶ କରିପାରନ୍ତି । ଏହି ଧାରଣାକୁ ଆପଣଙ୍କ ଭାଷାରେ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ଏହି ଶବ୍ଦଗୁଡ଼ିକର ସମାନ ଅର୍ଥ ପ୍ରକାଶ କରେ, ତେଣୁ ଆପଣ ସେଗୁଡ଼ିକୁ ଏକ ଧାରଣା ଭାବରେ ପ୍ରକାଶ କରିପାରିବେ କିମ୍ବା ଦୁଇଟି ପୃଥକ ଅଭିବ୍ୟକ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରତି ଭୟ ଏବଂ ସମ୍ମାନ ସହ” କିମ୍ବା “ଗଭୀର ସମ୍ମାନ ସହ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Philippians 2:13

ἐνεργῶν

ମୂଳ ଭାଷାରେ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ, କାର୍ଯ୍ୟ ଶବ୍ଦ ନିରନ୍ତର କାର୍ଯ୍ୟକୁ ଦର୍ଶାଏ ଏବଂ ବିଶ୍ଵାସୀମାନଙ୍କ ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟର ସ୍ୱଭାବ ଉପରେ ଗୁରୁତ୍ୱାରୋପ କରେ । ଆପଣଙ୍କ ଭାଷାରେ ଏହି ଶବ୍ଦର ନିରନ୍ତର ସ୍ୱଭାବ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁନ୍ତୁ । ବିକଳ୍ପ ଅନୁବାଦ: “ନିରନ୍ତର କାର୍ଯ୍ୟ” ।

ἐν ὑμῖν

ତୁମ୍ଭମାନଙ୍କ ମଧ୍ୟରେ ବାକ୍ୟ ସୂଚାଇପାରେ: (୧) ଈଶ୍ଵର ଫିଲିପ୍ପୀୟର ପ୍ରତ୍ୟେକ ବିଶ୍ଵାସୀଙ୍କ ହୃଦୟରେ ପୃଥକ ଭାବରେ କାର୍ଯ୍ୟ କରନ୍ତି । (୨) ଫିଲିପ୍ପୀୟର ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ଵର ନିଖୁଣ କାର୍ଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” (୩) ଉଭୟ ଏକ ଏବଂ ଦୁଇଟି ଏକକାଳୀନ ବିକଳ୍ପ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” ଯଦି ଆପଣଙ୍କ ଭାଷା ଈଶ୍ଵରଙ୍କ କାର୍ଯ୍ୟର ବସ୍ତୁକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ, ତେବେ ULT ରେ ଥିବା ବିକଳ୍ପ ବ୍ୟବହାର କରନ୍ତୁ । ଯଦି ଆପଣଙ୍କର ଭାଷା ଏହା ପାଇଁ ଅନୁମତି ଦିଏ ନାହିଁ, ଉପରୋକ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତୁ । (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

καὶ τὸ θέλειν, καὶ τὸ ἐνεργεῖν, ὑπὲρ τῆς εὐδοκίας

ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଉଭୟ ବିଷୟକୁ କରିବାକୁ ଯାହା ତାଙ୍କୁ ଖୁସି କରେ” କିମ୍ବା “ଯାହା ଦ୍ଵାରା ତୁମ୍ଭେମାନେ ଯାହା ତାଙ୍କୁ ସନ୍ତୁଷ୍ଟ କରେ ତାହା କରିବାକୁ ସକ୍ଷମ ହେବ”

Philippians 2:14

πάντα ποιεῖτε χωρὶς γογγυσμῶν καὶ διαλογισμῶν

ବିନା ସମସ୍ତ କାର୍ଯ୍ୟ କର ବାକ୍ୟାଂଶ ସମସ୍ତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ । ଏକ ଗୋଷ୍ଠୀର ଲୋକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ, ନିଶ୍ଚିତ କର ଯେ ତୁମ୍ଭେମାନେ କୌଣସି କାର୍ଯ୍ୟରେ ଅଭିଯୋଗ କିମ୍ବା ତର୍କ ନ କର” (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

Philippians 2:15

ἄμεμπτοι καὶ ἀκέραιοι

ନିଖୁଣ ଏବଂ ନିର୍ଦ୍ଦୋଷ ଶବ୍ଦଗୁଡ଼ିକ ଅର୍ଥରେ ଅତ୍ୟନ୍ତ ସମାନ ଏବଂ ଏକ ନୈତିକ ନିର୍ମଳ ଜୀବନଯାପନ କରିବାର ଧାରଣାକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହୃତ ହୁଏ । ଆପଣ ଏହି ଶବ୍ଦଗୁଡ଼ିକୁ ପୃଥକ ଭାବରେ ଅନୁବାଦ କରିପାରିବେ, ଯେପରି ULT କରେ, କିମ୍ବା ସେଗୁଡ଼ିକୁ ଏକ ଧାରାରେ ଏକତ୍ର କରି ଏକ ଅର୍ଥକୁ ଏକକ ଅଭିବ୍ୟକ୍ତି ଭାବରେ ପ୍ରକାଶ କରିପାରିବେ । ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ବିକଳ୍ପ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ନିର୍ଦ୍ଦୋଷ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

τέκνα Θεοῦ

ଈଶ୍ଵରଙ୍କ ସନ୍ତାନ ବାକ୍ୟ ସେହି ଲୋକମାନଙ୍କୁ ବର୍ଣ୍ଣନା କରିବାର ଏକ ସାଙ୍କେତିକ ଉପାୟ ଅଟେ, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ଵାସ ଏବଂ ଭରସା ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସମ୍ପର୍କ ସ୍ଥାପନ କରିଛନ୍ତି । ଏଠାରେ, ସନ୍ତାନମାନେ ଯେଉଁମାନେ ଯୁବକ, ସେମାନଙ୍କୁ ବୁଝାଏ ନାହିଁ, କେବଳ ସେହି ସମ୍ପର୍କକୁ ସୂଚାଇଥାଏ ଯେଉଁଥିରେ ଲୋକମାନେ କୌଣସି ବୟସରେ ନିଜ ପିତାଙ୍କ ସହ ରହିଥା’ନ୍ତି । ଯଦି ଆପଣ ସନ୍ତାନମାନଙ୍କୁ ଏକ ଆକ୍ଷରିକ ଶବ୍ଦ ବ୍ୟବହାର କରି ଅନୁବାଦ କରନ୍ତି, ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ ସମ୍ବନ୍ଧରେ କୌଣସି ବୟସର ଲୋକକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” କିମ୍ବା “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” (See: https://git.door43.org/Door43-Catalog/or_ta/src/branch/master/translate/figs-metaphor/01.md)

ἄμωμα

ଦୋଷ ବିନା ବାକ୍ୟର ଅର୍ଥ ତ୍ରୁଟି କିମ୍ବା ଦୋଷରୁ ମୁକ୍ତ ଅଟେ । ଏଠାରେ ଦୋଷ ବିନା ବାକ୍ୟର ଅର୍ଥ ନୈତିକ ତ୍ରୁଟି କିମ୍ବା ଦୁର୍ନୀତିରୁ ମୁକ୍ତ ଅଟେ । ଆପଣଙ୍କ ଭାଷାରୁ ଏକ ସମାନ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ପ୍ରସଙ୍ଗରେ ବୁଝାଯିବ, କିମ୍ବା ସରଳ ଭାଷାବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯିଏ ସମସ୍ତ ମନ୍ଦରୁ ଦୂରେଇ ଯାଏ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐν οἷς φαίνεσθε ὡς φωστῆρες ἐν κόσμῳ

ପାଉଲ ସାଙ୍କେତିକ ଭାବରେ ଲୋକମାନଙ୍କୁ ସେମାନେ ରହୁଥିବା ଜଗତ ସହ ଯୋଡି ବର୍ଣ୍ଣନା କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କ ମଧ୍ୟରେ ତୁମ୍ଭେମାନେ ଜଗତର ଲୋକମାନଙ୍କ ଆଗରେ ଆଲୋକ ପରି ଉଜ୍ଜ୍ୱଳ ହେବ” (See: ଲାକ୍ଷଣିକ ଶବ୍ଦ)

φαίνεσθε ὡς φωστῆρες ἐν κόσμῳ

ଏଠାରେ, ଆଲୋକଏକ ଧାର୍ମିକ ଜୀବନଯାପନ କରନ୍ତି ଯାହା ଅନ୍ୟ ଲୋକମାନଙ୍କୁ ସତ୍ୟ ଏବଂ ଭଲକୁ ଦର୍ଶାଏ । “ଆଲୋକ”, ପ୍ରାୟତଃ ବାଇବେଲରେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ ଏବଂ ସତ୍ୟକୁ ପ୍ରତିପାଦିତ କରେ ଏବଂ ଧାର୍ମିକ ଜୀବନ ଯାହା ସତ୍ୟକୁ ବୁଝାଏ । ବାଇବେଲରେ, ଆଲୋକ ପ୍ରାୟତ ଅନ୍ଧକାର ସହ ତୁଳନା କରାଯାଏ, ଯାହା ମିଥ୍ୟାକୁ ପ୍ରତିପାଦିତ କରେ ଏବଂ ସେହି ଅନୁଯାୟୀ ଜୀବନଯାପନ କରେ । ଜଗତରେ ଆଲୋକ ପରି ଜ୍ୟୋତି ପ୍ରକାଶ କରିବାର ଅର୍ଥ ଏକ ଉପାୟରେ ବଞ୍ଚିବା ଯାହା ଲୋକମାନଙ୍କୁ ଈଶ୍ଵରଙ୍କ ସତ୍ୟ ଏବଂ ଚରିତ୍ର ଦେଖିବାରେ ସାହାଯ୍ୟ କରେ । ଆପଣ ଏହି ରୂପକକୁ ବଜାୟ ରଖିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରି ଏହାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜଗତରେ ଈଶ୍ଵରଙ୍କ ଉତ୍ତମତା ଏବଂ ସତ୍ୟର ଉଦାହରଣ ହେବ” (See: ଉପମା/ରୂପକ)

μέσον γενεᾶς σκολιᾶς καὶ διεστραμμένης

ଚରମ ପାପପୂର୍ଣ୍ଣତାର ଧାରଣାକୁ ଗୁରୁତ୍ୱ ଦେବା ପାଇଁ କୁଟିଳ ଏବଂ ବିପଥଗାମୀ ଶବ୍ଦଗୁଡ଼ିକ ଏକତ୍ର ବ୍ୟବହୃତ । ଏହି ଦୁଇଟି ଶବ୍ଦର ଅର୍ଥ ବହୁତ ସମାନଅଟେ । ଆପଣ ଏହି ଶବ୍ଦଗୁଡ଼ିକୁ ପୃଥକ ଭାବରେ ଅନୁବାଦ କରିପାରିବେ, ଯେପରି ULT କରେ, କିମ୍ବା ସେଗୁଡ଼ିକୁ ଏକ ଧାରାରେ ଏକତ୍ର କରି ଏକ ଅର୍ଥକୁ ଏକ ଅଭିବ୍ୟକ୍ତି ଭାବରେ ପ୍ରକାଶ କରିପାରିବେ । ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ବିକଳ୍ପ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଅତ୍ୟଧିକ ପାପୀ ସେମାନଙ୍କ ମଧ୍ୟରେ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Philippians 2:16

λόγον ζωῆς ἐπέχοντες

ଏଠାରେ, ଧରି ରଖିବା ଅର୍ଥ ହୋଇପାରେ: (୧) ଅନ୍ୟମାନଙ୍କୁ ଜୀବନର ବାକ୍ୟ ଧରି ରଖିବା । ବିକଳ୍ପ ଅନୁବାଦ: “ଜୀବନର ବାକ୍ୟକୁ ଧରି ରଖିବା” କିମ୍ବା “ଜୀବନର ବାକ୍ୟ ପ୍ରଦାନ କରିବା” (୨) ଜୀବନ ବାକ୍ୟକୁ ଦୃଢ଼ ଭାବରେ ଧରି ରଖିବା । ବିକଳ୍ପ ଅନୁବାଦ: “ଜୀବନ ବାକ୍ୟକୁ ଦୃଢ଼ ଭାବରେ ଧରି ରଖିବା” କିମ୍ବା “ଜୀବନ ଶବ୍ଦକୁ ଦୃଢ଼ ଭାବରେ ଧରି ରଖିବା” ।

λόγον ζωῆς ἐπέχοντες

ଜୀବନର ବାକ୍ୟକୁ ଧାରଣ କରିବା ବାକ୍ୟାଂଶ ପୂର୍ବ ପଦରୁ ଚିନ୍ତାଧାରାକୁ ଜାରି ରଖେ ଏବଂ ଖ୍ରୀଷ୍ଟିୟାନମାନେ କିପରି “ନିର୍ଦ୍ଦୋଷ ଏବଂ ନିର୍ମଳ, ଈଶ୍ଵରଙ୍କ ସନ୍ତାନ” ହୋଇପାରିବେ, ଯେଉଁମାନେ “ଜଗତରେ ଆଲୋକ ପରି ଉଜ୍ଜ୍ୱଳ” ହୋଇପାରିବେ । ଆପଣଙ୍କ ଭାଷାରେ ଏହି ସଂଯୋଗ ଦେଖାଇବାକୁ ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଜୀବନର ବାକ୍ୟ ଧାରଣ କରିଅଛ”

λόγον ζωῆς

ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ସୁସମାଚାରକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହି ବାକ୍ୟାଂଶକୁ ସରଳ ଭାଷାରେ ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନ କରୁଥିବା ବାର୍ତ୍ତା” କିମ୍ବା “ଜୀବନ ପ୍ରଦାନକାରୀ ସୁସମାଚାର” କିମ୍ବା “ଜୀବନ ପ୍ରଦାନକାରୀ ବିଷୟ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

λόγον

ଏଠାରେ ବାକ୍ୟ ଶବ୍ଦର ଅର୍ଥ “ସୁସମାଚାର” ଅଟେ । ପାଉଲ ତାଙ୍କ ପତ୍ରରେ ସୁସମାଚାରର ବାର୍ତ୍ତାକୁ ସୂଚାଇବା ପାଇଁ ପ୍ରାୟତ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି । ଏହା କରିବାବେଳେ, ପାଉଲ ସାଙ୍କେତିକ ଭାବରେ କିଛି ବର୍ଣ୍ଣନା କରନ୍ତି ଯାହାକି ଖ୍ରୀଷ୍ଟିୟାନମାନେ ବାକ୍ୟ ସହ ଯୋଡି ଅନ୍ୟମାନଙ୍କ ସହ ପ୍ରକାଶ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବାର୍ତ୍ତା” କିମ୍ବା “ସୁସମାଚାର” କିମ୍ବା “ଖୁସି ଖବର” (See: ଲାକ୍ଷଣିକ ଶବ୍ଦ)

λόγον ζωῆς

ଜୀବନ ବାକ୍ୟର ଅର୍ଥ ହୋଇପାରେ: (୧) ବାକ୍ୟ ଯାହା ଲୋକମାନଙ୍କୁ ଜୀବନ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନ କରୁଥିବା ବାକ୍ୟ” (୨) ବାକ୍ୟ ଯାହା ଜୀବନ ବିଷୟରେ ଏବଂ ଜୀବନ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ଜୀବନ ବିଷୟରେ ଏବଂ ଜୀବନ ପ୍ରଦାନ କରୁଥିବା ବାକ୍ୟ” (୩) ବାକ୍ୟ ଯାହାକି ଜୀବନ ଧାରଣ କରେ ଏବଂ ଲୋକମାନଙ୍କୁ ଜୀବନ ଦେବାର କ୍ଷମତା ରଖିଥାଏ । ବିକଳ୍ପ ଅନୁବାଦ: “ବାକ୍ୟ ଯାହା ଜୀବନ ଧାରଣ କରେ ଏବଂ ଜୀବନ ପ୍ରଦାନ କରେ” ଯଦି ଆପଣଙ୍କ ଭାଷା ଆପଣଙ୍କ ଜୀବନର ବାକ୍ୟକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ, ଏହା ସର୍ବୋତ୍ତମ ବିକଳ୍ପ ଅଟେ। ଯଦି ଆପଣଙ୍କର ଭାଷା ଆପଣଙ୍କୁ ଏହା କରିବାକୁ ଅନୁମତି ଦିଏ ନାହିଁ, ତେବେ ଜୀବନର ବାକ୍ୟାଂଶ ବାକ୍ୟ ଶବ୍ଦ ସହ କିପରି ଜଡିତ ତାହା ଆପଣ ସ୍ପଷ୍ଟ ଭାବରେ ସ୍ପଷ୍ଟ କରିପାରିବେ । (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

λόγον ζωῆς

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଶବ୍ଦଗତ ବାକ୍ୟାଂଶରେ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଜୀବନକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନକାରୀ ବାକ୍ୟ” କିମ୍ବା “ବାକ୍ୟ ଯାହା ଜୀବନ ପ୍ରଦାନ କରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἰς καύχημα ἐμοὶ εἰς ἡμέραν Χριστοῦ, ὅτι οὐκ εἰς κενὸν ἔδραμον, οὐδὲ εἰς κενὸν ἐκοπίασα

ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ମୁଁ ଦର୍ପ କରିପାରିବି ବାକ୍ୟାଂଶ ସହ, ପାଉଲ ଏକ କାରଣ ଉପସ୍ଥାପନ କରିଛନ୍ତି ଯେ ଫିଲିପ୍ପୀୟ ବିଶ୍ଵାସୀମାନେ ସେଗୁଡ଼ିକୁ ୨:୧୨ ରେ କରିବାକୁ କହିଥିବା ବିଷୟଗୁଡ଼ିକୁ ରକ୍ଷାକରିବାକୁ ଚେଷ୍ଟା କରିବା ଉଚିତ ଏବଂ ଜୀବନର ବାକ୍ୟକୁ ଧରି ରଖିବା ବାକ୍ୟାଂଶ ସହ ଶେଷ କରନ୍ତି । ପାଉଲ ଏଠାରେ ଯାହା କରିବାକୁ କହିଛନ୍ତି ତାହା ପାଇଁ ଗୋଟିଏ କାରଣ ଦର୍ଶାନ୍ତି। ସେ କହନ୍ତି ଯେ ଯଦି ସେ ସେମାନଙ୍କୁ ଯାହା କହିଛନ୍ତି ତାହା ପାଳନ କରନ୍ତି, ତେବେ ଖ୍ରୀଷ୍ଟ ଫେରି ଆସିବା ପରେ ସେ ସେମାନଙ୍କ ମଧ୍ୟରେ ବୃଥା କାମ କରି ନାହାନ୍ତି ବୋଲି ସେ ଗର୍ବିତ ହୋଇପାରନ୍ତି । ଏହି କାରଣ-ଫଳାଫଳ ସମ୍ପର୍କ ଦେଖାଇବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହାଫଳରେ ଖ୍ରୀଷ୍ଟ ଯେଉଁ ଦିନ ଫେରି ଆସିବେ ସେହି ଦିନ ମୁଁ ବୃଥା ପରିଶ୍ରମ କରି ନାହିଁ ବୋଲି ମୁଁ ଗର୍ବ କରିବାକୁ ସମର୍ଥ ହେବି” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

εἰς καύχημα ἐμοὶ

ଏଠାରେ, ଗର୍ବ କରିବା ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କ ଜୀବନରେ ଈଶ୍ଵରଙ୍କ କାର୍ଯ୍ୟ ପାଇଁ ଗର୍ବିତ ଥିବା ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଯାହାଫଳରେ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରେ” କିମ୍ବା “ଯାହାଫଳରେ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟରେ ଗର୍ବ କରିବି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἰς καύχημα ἐμοὶ

ବିକଳ୍ପ ଅନୁବାଦ: “ଯାହାଫଳରେ ମୁଁ ଗର୍ବ କରିପାରିବି” କିମ୍ବା “ଯେପରି ମୋର ଗୌରବ କରିବାର ଉତ୍ତମ କାରଣ ଅଛି”

εἰς ἡμέραν Χριστοῦ,

ଖ୍ରୀଷ୍ଟଙ୍କ ଦିନ ବାକ୍ୟାଂଶ ଭବିଷ୍ୟତରେ ଖ୍ରୀଷ୍ଟ ଯେତେବେଳେ ଫେରିବେ ସେହି ସମୟକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଖ୍ରୀଷ୍ଟ ଫେରି ଆସନ୍ତି” କିମ୍ବା “ଯେବେ ଖ୍ରୀଷ୍ଟ ଫେରିବେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οὐκ εἰς κενὸν ἔδραμον, οὐδὲ εἰς κενὸν ἐκοπίασα

ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ ବାକ୍ୟାଂଶଗୁଡ଼ିକ ଏଠାରେ ସମାନ ଅର୍ଥ ପ୍ରକାଶ କରେ । ପାଉଲ ଏହି ଦୁଇଟି ବାକ୍ୟାଂଶକୁ ଏକତ୍ର ବ୍ୟବହାର କରି ଲୋକମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାରେ ଏବଂ ତାଙ୍କ ଆଜ୍ଞା ଏବଂ ପ୍ରେମରେ ପରିପକ୍ୱ ହେବାରେ ସେ କେତେ ପରିଶ୍ରମ କରିଛନ୍ତି ତାହା ଉପରେ ଗୁରୁତ୍ୱାରୋପ କରନ୍ତି । ଆପଣ ଏହି ଦୁଇଟି ବାକ୍ୟାଂଶକୁ ପୃଥକ ଭାବରେ ଅନୁବାଦ କରିପାରିବେ, ଯେପରି ULT କରେ, କିମ୍ବା ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ତେବେ ଆପଣ ସେଗୁଡ଼ିକୁ ଏକ ବାକ୍ୟାଂଶ ଭାବରେ ଏକତ୍ର ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ବିନା ମୂଲ୍ୟରେ ଏତେ ପରିଶ୍ରମ କରି ନାହିଁ” କିମ୍ବା “କୌଣସି ସ୍ଥାୟୀ ଫଳାଫଳ ବିନା ମୁଁ ଏତେ କଠିନ ପରିଶ୍ରମ କରି ନାହିଁ” (See: ସମାନ୍ତରତାସୂଚକ)

οὐκ εἰς κενὸν ἔδραμον

ଏଠାରେ ପାଉଲ “କାର୍ଯ୍ୟ” ର ଅର୍ଥ ରୂପେ ଦୌଡ଼ ରୂପାନ୍ତରିତ ଶବ୍ଦ ବ୍ୟବହାର କରନ୍ତି । ଏଠାରେ ପାଉଲ ବିଶେଷ ଭାବରେ ଅର୍ଥ କରନ୍ତି ଯେ ସେ ଫିଲିପ୍ପୀୟମାନଙ୍କ ମଧ୍ୟରେ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରିଥିଲେ । ପାଉଲ ଫିଲିପ୍ପୀୟଙ୍କ ମନରେ ଏକ ଦୌଡ଼ ପ୍ରତିମୂର୍ତ୍ତିକୁ ଆଣିବା ପାଇଁ ଦୌଡ଼ ଶବ୍ଦ ବ୍ୟବହାର କରନ୍ତି ଯିଏ ପୁରସ୍କାର ଜିତିବା ପାଇଁ ଏକ ନିର୍ଦ୍ଧାରିତ ପଥରେ ଦୌଡ଼େ । ଯଦି ଏହି ଚିତ୍ର ଆପଣଙ୍କ ସଂସ୍କୃତିର ଲୋକମାନଙ୍କ ପାଇଁ ପରିଚିତ, ତେବେ ଏହି ରୂପକ ବ୍ୟବହାର କରନ୍ତୁ । କିନ୍ତୁ ଯଦି ଏହି ପ୍ରତିଛବି ଆପଣଙ୍କ ପାଠକମାନଙ୍କ ପାଇଁ ପରିଚିତ ନୁହେଁ, ତେବେ ଏହି ଧାରଣାକୁ ସରଳ ଭାଷାରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଅଦରକାରୀ ଭାବରେ ସୁସମାଚାରର ଅଗ୍ରଗତି ପାଇଁ କାମ କରି ନାହିଁ” କିମ୍ବା “ମୁଁ ବ୍ୟର୍ଥ ସୁସମାଚାରର ପ୍ରସାର ପାଇଁ କାମ କରି ନାହିଁ” କିମ୍ବା “ମୁଁ ଦୌଡ଼କୁ ଅଦରକାରୀ ଭାବରେ ଚଳାଇ ନାହିଁ” (See: ଉପମା/ରୂପକ)

εἰς κενὸν…εἰς κενὸν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ବିଶେଷଣ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟର ବ୍ୟର୍ଥ ବ୍ୟକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ବିନା ଫଳାଫଳରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

οὐδὲ εἰς κενὸν ἐκοπίασα

ଏଠାରେ ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ସୁସମାଚାର ବାଣ୍ଟିବା ଏବଂ ଆତ୍ମିକ ପରିପକ୍ୱତା ବୃଦ୍ଧିରେ ସାହାଯ୍ୟ କରିବା ପାଇଁ ତାଙ୍କର ଆତ୍ମିକ କାର୍ଯ୍ୟକୁ ସୂଚାଇବା ପାଇଁ ଶ୍ରମ ଶବ୍ଦ ବ୍ୟବହାର କରନ୍ତି । ପାଉଲ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ସେ ସେମାନଙ୍କ ମଧ୍ୟରେ ତାଙ୍କର ଆତ୍ମିକ କାର୍ଯ୍ୟ ବିଷୟରେ କହୁଛନ୍ତି ବୋଲି ଜାଣିପାରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “କିମ୍ବା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଏବଂ ତାଙ୍କ ଆଜ୍ଞା ପାଳନ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରି ବ୍ୟର୍ଥରେ କଠିନ ପରିଶ୍ରମ କରେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 2:17

ἀλλ’ εἰ καὶ

କିନ୍ତୁ ଆଉ ଯଦି ସୁସମାଚାରର ଅଗ୍ରଗତି ପାଇଁ ଦୌଡ଼ିବା ଏବଂ ପରିଶ୍ରମର ଧାରଣାକୁ ସଂଯୋଗ କରେ, ଯାହା ପାଉଲ ୨:୧୬ ରେ ଆଲୋଚନା କରିଥିଲେ, ଏବଂ ଏହି ପଦର ମଧ୍ୟ ଉଲ୍ଲେଖ କରନ୍ତି । ଏହି ସଂଯୋଗକୁ ଦର୍ଶାଉଥିବା ଉପାୟରେ ଆପଣଙ୍କ ଭାଷାରେ ଏହି ବାକ୍ୟାଂଶକୁ କିପରି ଅନୁବାଦ କରାଯିବ ତାହା ବିଚାର କରନ୍ତୁ । (See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

σπένδομαι ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν

ମୁଁ ପେୟ ନୈବେଦ୍ୟ ପରି ଢଳା ଯାଏ ବାକ୍ୟଟି ପୁରାତନ ନିୟମ ଯିହୁଦୀ ବଳିଦାନ ପ୍ରଣାଳୀକୁ ବୁଝାଏ । ଜଣେ ଯାଜକ ବେଦି ଉପରେ ଏକ ପଶୁକୁ ବଳିଦାନ କରିବା ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ବଳିଦାନ ଉତ୍ସର୍ଗ କରନ୍ତି ଓ ତା’ପରେ ବଳିଦାନକୁ ପୂର୍ଣ୍ଣ କରିବା ପାଇଁ ଈଶ୍ୱରଙ୍କ ନିକଟରେ ପାନୀୟ ରୂପେ ଦ୍ରାକ୍ଷାରସ ଢାଳନ୍ତି । ଗଣନା ୨୮: ୭ ଦେଖନ୍ତୁ । ଯଦି ଆପଣଙ୍କ ସଂସ୍କୃତିରେ ସମାନ ଅର୍ଥ ଥିବା ଏକ ଅଙ୍ଗଭଙ୍ଗୀ ଅଛି, ଏହାକୁ ଏଠାରେ ବ୍ୟବହାର କରନ୍ତୁ, କିନ୍ତୁ ଯଦି ଏହି ଚିତ୍ରଗୁଡ଼ିକ ଆପଣଙ୍କ ସଂସ୍କୃତିରେ ବିଭ୍ରାନ୍ତିକର ହୁଏ, ତେବେ ସରଳ ଭାଷାବ୍ୟବହାର କରି ଏହି ଚିତ୍ରଗୁଡ଼ିକର ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କର ବିଶ୍ୱାସର ବଳିଦାନ ସେବା ସମାପ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କ ପାଇଁ କାମ କରେ ଏବଂ ମୋହର ଜୀବନ ଦିଏ” (See: ପ୍ରତୀକାତ୍ମକ କାର୍ଯ୍ୟ)

σπένδομαι

ସୁସମାଚାରର ଅଗ୍ରଗତି ପାଇଁ ତାଙ୍କ ବନ୍ଧନ ଏବଂ ଦୁଃଖକୁ ସାଙ୍କେତିକ ଭାବରେ ଚିତ୍ରଣ କରିବା ପାଇଁ ପାଉଲ ମୁଁ ପେୟ ନୈବେଦ୍ୟ ପରି ଢଳା ଯାଏ ବାକ୍ୟାଂଶ ବ୍ୟବହାର କରନ୍ତି । ପାଉଲ ବୋଧହୁଏ ସୁସମାଚାର ପ୍ରଚାର କରିବା ନିମନ୍ତେ ଭବିଷ୍ୟତରେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଚିନ୍ତା କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ଏହି ରୂପକ ସ୍ପଷ୍ଟ ନହୁଏ, ତେବେ ଏହି ଧାରଣାକୁ ପ୍ରକାଶ କରିବାକୁ ସରଳ ଭାଷାବ୍ୟବହାର କରନ୍ତୁ । (See: ଉପମା/ରୂପକ)

σπένδομαι

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ନୈବେଦ୍ୟ ପ୍ରକାଶ କରିପାରିବେ । (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ବଳିଦାନ ଏବଂ ସେବାରେ ଯାହା ତୁମ୍ଭେମାନେ ପ୍ରଦାନ କରୁଛ କାରଣ ତୁମ୍ଭେ ବିଶ୍ୱାସ କର” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν

ବଳିଦାନ ଏବଂ ସେବା ଶବ୍ଦଗୁଡ଼ିକ ଦ୍ୱାରା ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଅର୍ଥକୁ ଏକକ ଧାରଣା କିମ୍ବା ବାକ୍ୟାଂଶ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ବଳିଦାନ ସେବା ସମାପ୍ତ କରିବାକୁ ଯାହା ତୁମ୍ଭେମାନେ ପ୍ରଦାନ କରୁଛ କାରଣ ତୁମ୍ଭେ ସୁସମାଚାରକୁ ବିଶ୍ଵାସ କର” (See: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)

χαίρω καὶ συνχαίρω πᾶσιν ὑμῖν

ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ ବାକ୍ୟାଂଶ ଫିଲିପ୍ପୀୟଙ୍କ ତରଫରୁ ତାଙ୍କର କଠିନ ପରିଶ୍ରମ ଏବଂ ଦୁଃଖ ପ୍ରତି ପାଉଲଙ୍କ ସାରାଂଶ, ଯାହାକୁ ସେ ୨: ୧୬ ପଦରେ ବର୍ଣ୍ଣନା କରିଛନ୍ତି ।

Philippians 2:18

τὸ…αὐτὸ

ସେହି ପ୍ରକାରେ ବାକ୍ୟାଂଶ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ସୂଚାଏ ଯେପରି ପାଉଲ କହନ୍ତି ଯେ ସେ ପୂର୍ବ ପଦ ୨:୧୭ ରେ ଆନନ୍ଦ କରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ସେହିଭଳି ଭାବରେ ମୁଁ ଆନନ୍ଦିତ ଅଟେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

καὶ ὑμεῖς χαίρετε καὶ συνχαίρετέ μοι

ତୁମ୍ଭେମାନେ ଆନନ୍ଦିତ ଏବଂ * ମୋ ସହ ଆନନ୍ଦିତ ହୁଅ* ବାକ୍ୟାଂଶଗୁଡ଼ିକ ସମସ୍ତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ବା ଉପଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ଆନନ୍ଦ କରିବାକୁ ଅନୁରୋଧ କରେ, ଏବଂ ମୋ ସହ ଆନନ୍ଦ ମଧ୍ୟ କର” (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

Philippians 2:19

ἐλπίζω δὲ ἐν Κυρίῳ Ἰησοῦ

ଯଦି ଆପଣଙ୍କ ଭାଷା ଆଶାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଆଶା” ପରି ଏକ କର୍ତ୍ତୁବାଚ୍ୟ ସହ ଗୁଣବାଚକ ବିଶେଷ୍ୟ ଆଶା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Τιμόθεον

ତୀମଥି ଜଣେ ବ୍ୟକ୍ତିଙ୍କ ନାମ ଆତେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Philippians 2:20

οὐδένα γὰρ ἔχω ἰσόψυχον

ବିକଳ୍ପ ଅନୁବାଦ: “କାରଣ ମୋର ଅନ୍ୟ କେହି ନାହାଁନ୍ତି ଯିଏ ତୁମ୍ଭମାନଙ୍କୁ ମୋ ପରି ପ୍ରେମ କରି”

Philippians 2:21

οἱ πάντες γὰρ τὰ ἑαυτῶν ζητοῦσιν, οὐ τὰ Ἰησοῦ Χριστοῦ

ଏଠାରେ ସେମାନେ ଏବଂ ସେମାନଙ୍କର ଶବ୍ଦଗୁଡ଼ିକ ସେହି ଲୋକମାନଙ୍କୁ ବୁଝାଏ ଯାହାକୁ ପାଉଲ ସେମାନେ ଫିଲିପ୍ପରେ ବିଶ୍ଵାସୀମାନଙ୍କୁ ସାହାଯ୍ୟ କରିବାକୁ ବିଶ୍ଵାସ କରିପାରିବେ ବୋଲି ଭାବିବେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଅନ୍ୟ ସମସ୍ତ ଲୋକ ଯାହା ମୁଁ ତୁମ୍ଭମାନଙ୍କୁ ପଠାଇବି, ସେମାନେ ଯାହା ଚାହାଁନ୍ତି ତାହା ଖୋଜନ୍ତି ଏବଂ ଯୀଶୁ ଖ୍ରୀଷ୍ଟ ଚାହୁଁଥିବା ବିଷୟ ଖୋଜନ୍ତି ନାହିଁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 2:22

ὡς πατρὶ τέκνον, σὺν ἐμοὶ ἐδούλευσεν εἰς τὸ εὐαγγέλιον

ଏହି ତୁଳନାତ୍ମକ ବିଷୟଟି ଏହା ଯେ ସନ୍ତାନମାନେ ସେମାନଙ୍କ ପିତାମାନଙ୍କଠାରୁ ଶିଖନ୍ତି ଏବଂ ସେମାନଙ୍କ ସହ କାମ କରିବାବେଳେ ସେମାନଙ୍କୁ ଅନୁସରଣ ଏବଂ ଅନୁକରଣ କରିବାକୁ ଚେଷ୍ଟା କରନ୍ତି । ପାଉଲ ତୀମଥିଙ୍କ ଶାରୀରିକ ପିତା ନୁହଁନ୍ତି, କିନ୍ତୁ ସେ ଏହି ଦୃଷ୍ଟାନ୍ତକୁ ବର୍ଣ୍ଣନା କରିବା ପାଇଁ ତୀମଥି କିପରି ତାଙ୍କ ସହ କାମ କରିଥିଲେ ଏବଂ ତାଙ୍କଠାରୁ ଶିଖିଥିଲେ, ସେମାନେ ଏକତ୍ର ଭାବରେ ସୁସମାଚାରକୁ ପ୍ରଚାର କରିଥିଲେ କହନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ସମାନ ତୁଳନାତ୍ମକ ବ୍ୟବହାର କରିପାରିବେ କିମ୍ବା ଏହି ଅର୍ଥକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ମୋଠାରୁ ଶିଖିଲେ ଏବଂ ସୁସମାଚାରରେ ମୋ ସହ ସେବା କଲାବେଳେ ମୁଁ ଯାହା କରିଥିଲି ତାହା କରିଥିଲେ” (See: ଉପମା)

τὴν δὲ δοκιμὴν αὐτοῦ γινώσκετε

ଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ମୂଲ୍ୟବାନ” ଭଳି ଏକ ବିଶେଷଣ ସହ ମୂଲ୍ୟବାନ ଗୁଣବାଚକ ବିଶେଷ୍ୟ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଜାଣିଛ ଯେ ତୀମଥି କେତେ ମୂଲ୍ୟବାନ ଅଟନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

εἰς τὸ εὐαγγέλιον

ଏଠାରେ, ସୁସମାଚାରର ଅର୍ଥ ସୁସମାଚାରର ଅଗ୍ରଗତି କରିବାର କାର୍ଯ୍ୟ ଅଟେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ସୁସମାଚାର କାର୍ଯ୍ୟରେ” କିମ୍ବା “ସୁସମାଚାର ପ୍ରସାର କରିବା ପାଇଁ” କିମ୍ବା “ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରିବା କାର୍ଯ୍ୟରେ” (See: ଲାକ୍ଷଣିକ ଶବ୍ଦ)

Philippians 2:24

πέποιθα…ἐν Κυρίῳ, ὅτι καὶ αὐτὸς ταχέως ἐλεύσομαι

ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ, ଯଦି ଏହା ପ୍ରଭୁଙ୍କର ଇଚ୍ଛା, ମୁଁ ମଧ୍ୟ ଶୀଘ୍ର ଆସିବି”

ὅτι καὶ αὐτὸς ταχέως ἐλεύσομαι.

ଏଠାରେ, ମଧ୍ୟ ଶବ୍ଦଟି ଦର୍ଶାଏ ଯେ ପାଉଲ ନିଶ୍ଚିତ ଥିଲେ ଯେ ସେ ତୀମଥିଙ୍କୁ ସେମାନଙ୍କ ନିକଟକୁ ପଠାଇବା ବ୍ୟତୀତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଦେଖା କରିବାକୁ ସମର୍ଥ ହେବେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ମୁଁ ନିଜେ, ତୀମଥିଙ୍କ ବ୍ୟତୀତ ମଧ୍ୟ ଶୀଘ୍ର ଆସିବି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὅτι καὶ αὐτὸς ταχέως ἐλεύσομαι

ଏହି ପରି ପ୍ରସଙ୍ଗରେ ଆସିବା ପରିବର୍ତ୍ତେ ଆପଣଙ୍କ ଭାଷା “ଯିବି” କହିପାରେ । ବିକଳ୍ପ ଅନୁବାଦ: “ଯେ ମୁଁ ମଧ୍ୟ ଶୀଘ୍ର ଯିବି” (See: ଯିବା ଓ ଆସିବା)

Philippians 2:25

Ἐπαφρόδιτον

ବନ୍ଧନରେ ପାଉଲଙ୍କୁ ସେବା କରିବା ପାଇଁ ଫିଲିପ୍ପୀୟ ମଣ୍ଡଳୀ ଦ୍ୱାରା ପଠାଯାଇଥିବା ଜଣେ ବ୍ୟକ୍ତିଙ୍କ ନାମ ଏପାଫ୍ରାଦିତ ଥିଲା । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἀδελφὸν…μου

ଏଠାରେ ମୋର ଭାଇ ବାକ୍ୟର ଅର୍ଥ ଏପାଫ୍ରାଦିତ ପାଉଲଙ୍କ ନିଜ ଭାଇ ଥିଲେ ନୁହେଁ। ବରଂ, ପାଉଲ ଏପାଫ୍ରାଦିତ ତାଙ୍କ ଭାଇ ବୋଲି ଡାକନ୍ତି କାରଣ ସେମାନେ ଉଭୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କ ଆତ୍ମିକ ପରିବାରର ସଦସ୍ୟ ଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ମୋର ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋର ଭାଇ” (See: ଉପମା/ରୂପକ)

συνστρατιώτην

ଏଠାରେ ସହସେନା ବାକ୍ୟର ଅର୍ଥ ଏପାଫ୍ରାଦିତ ଏବଂ ପାଉଲ ଏକ ସୈନ୍ୟବାହିନୀରେ ପ୍ରକୃତ ସେନା ଥିଲେ । ପାଉଲଙ୍କର ଅର୍ଥ ଏହା ଯେ ସେ ଏବଂ ଏପାଫ୍ରାଦିତ ଆତ୍ମିକ ସେନା ଥିଲେ ଏବଂ ଶୟତାନ ଏବଂ ମନ୍ଦ ବିରୁଦ୍ଧରେ ଆତ୍ମିକ ଯୁଦ୍ଧରେ ଈଶ୍ଵରଙ୍କ ନିକଟରେ ଏକାଠି ଲଢୁଥିଲେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ପାଉଲଙ୍କ ଅର୍ଥକୁ ଅଧିକ ବ୍ୟାଖ୍ୟା କରିବା ପାଇଁ ଆପଣ ସହସେନା ବାକ୍ୟାଂଶକୁ ପରିବର୍ତ୍ତନ କରିପାରିବେ, କିମ୍ବା ଆପଣ UST ପରି ଏହାକୁ ଏକ ଉପମା ରୂପରେ ପରିଣତ କରି ସହସେନାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀ ଯିଏ ଆମ୍ଭମାନଙ୍କ ସହ କାମ କରେ ଏବଂ ସଂଘର୍ଷ କରେ” କିମ୍ବା “ଈଶ୍ଵରଙ୍କ ସହସେନା” କିମ୍ବା “ଈଶ୍ଵରଙ୍କ ସହଯୋଦ୍ଧା” (See: ଉପମା/ରୂପକ)

ὑμῶν…ἀπόστολον καὶ λειτουργὸν τῆς χρείας μου

ବିକଳ୍ପ ଅନୁବାଦ: “ଯିଏ ତୁମ୍ଭମାନଙ୍କର ବାର୍ତ୍ତା ମୋ ପାଖକୁ ଆଣେ ଏବଂ ମୋ ଆବଶ୍ୟକତାରେ ମୋତେ ସାହାଯ୍ୟ କରେ”

Philippians 2:26

ἐπιποθῶν ἦν πάντας ὑμᾶς, καὶ ἀδημονῶν

ବିକଳ୍ପ ଅନୁବାଦ: “ସେ ତୁମ୍ଭ ସମସ୍ତଙ୍କ ସହ ରହିବାକୁ ଚାହୁଁଛନ୍ତି ଏବଂ ଗଭୀର ଭାବରେ ଚିନ୍ତିତ ଅଛନ୍ତି”

ἐπειδὴ ἐπιποθῶν ἦν πάντας ὑμᾶς, καὶ ἀδημονῶν διότι ἠκούσατε ὅτι ἠσθένησεν

ଏହି ପଦରେ ସେ ସର୍ବନାମର ତିନୋଟି ବ୍ୟବହାର ଏପାଫ୍ରାଦିତକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣଙ୍କର ଅନୁବାଦରେ ଏହାକୁ ସ୍ୱାଭାବିକ ଭାବରେ ସ୍ପଷ୍ଟ କରନ୍ତୁ । ବିକଳ୍ପ ଅନୁବାଦ: “ଏପାଫ୍ରାଦିତ ତୁମ୍ଭମାନଙ୍କ ସମସ୍ତଙ୍କ ସହ ରହିବାକୁ ବହୁତ ଇଚ୍ଛା କରିଆସୁଛନ୍ତି ଏବଂ ସେ ଅସୁସ୍ଥ ଥିବା ବିଷୟ ତୁମ୍ଭେମାନେ ଶୁଣି ଚିନ୍ତିତ ଅଟ” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

Philippians 2:27

καὶ γὰρ ἠσθένησεν παραπλήσιον θανάτῳ, ἀλλὰ ὁ Θεὸς ἠλέησεν αὐτόν, οὐκ αὐτὸν δὲ μόνον, ἀλλὰ καὶ ἐμέ, ἵνα μὴ λύπην ἐπὶ λύπην σχῶ

ଏଠାରେ ସେ ସର୍ବନାମର ଉଭୟ ବ୍ୟବହାର ଏପାଫ୍ରାଦିତକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣଙ୍କ ଅନୁବାଦରେ ଏହାକୁ ସ୍ପଷ୍ଟ କରନ୍ତୁ । ବିକଳ୍ପ ଅନୁବାଦ: “ପ୍ରକୃତରେ ଏପାଫ୍ରାଦିତ ଅସୁସ୍ଥ ହୋଇପଡିଥିଲେ । କିନ୍ତୁ ଈଶ୍ଵର ତାଙ୍କ ଉପରେ ଦୟା କଲେ, କେବଳ ତାଙ୍କ ଉପରେ ନୁହେଁ, ମୋ ଉପରେ ମଧ୍ୟ, ଯେପରି ମୁଁ ଦୁଃଖରେ ଦୁଃଖ ପାଇବି ନାହିଁ ”(See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

ἠσθένησεν παραπλήσιον θανάτῳ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ ବିଶେଷ୍ୟ ମୃତ୍ୟୁ ପଛରେ ଥିବା ଧାରଣାକୁ “ମରିବା” ଭଳି ଏକ ବିଶେଷଣ ସହି କିମ୍ବା UST ପରି ମୃତ୍ୟୁ ଭଳି ଏକ ମୁଖଗତ ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ପ୍ରାୟ ମରିବା ପର୍ଯ୍ୟନ୍ତ ଅସୁସ୍ଥ ଥିଲେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἀλλὰ ὁ Θεὸς ἠλέησεν αὐτόν

ଯଦି ଆପଣଙ୍କ ଭାଷା ଦୟା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ “ଦୟାଳୁ” ପରି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ ଦୟା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ଵର ତାଙ୍କ ପ୍ରତି ଦୟାଳୁ ଥିଲେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

λύπην ἐπὶ λύπην

ଯଦି ଆପଣଙ୍କର ପାଠକମାନେ ଦୁଃଖରେ ଦୁଃଖ ଅଭିବ୍ୟକ୍ତିକୁ ବୁଝି ନ ପାରନ୍ତି, ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିବାକୁ ଚିନ୍ତା କରନ୍ତୁ, କିମ୍ବା ଏହି ବାକ୍ୟର ଅର୍ଥକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଦୁଃଖରେ ଦୁଃଖ ଯୋଡା ଯାଇଛି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

λύπην ἐπὶ λύπην

ଦୁଃଖରେ ଦୁଃଖ ଅଭିବ୍ୟକ୍ତିର ଅର୍ଥ ହୋଇପାରେ: (୧) ଏପାଫ୍ରାଦିତ ଅସୁସ୍ଥରେ ଦୁଃଖରେ ଏପାଫ୍ରାଦିତ ମୃତ୍ୟୁର ଦୁଃଖକୁ ଯୋଡ଼ିବା । ବିକଳ୍ପ ଅନୁବାଦ: “ଏପାଫ୍ରାଦିତ ମୃତ୍ୟୁର ଦୁଃଖ ତାଙ୍କ ଅସୁସ୍ଥତାର ଦୁଃଖକୁ ଯୋଡେ” (୨) ପାଉଲଙ୍କ ବନ୍ଧନରେ ଏପାଫ୍ରାଦିତ ମୃତ୍ୟୁର ଦୁଃଖ ଯୋଡିଦେଲା । ବିକଳ୍ପ ଅନୁବାଦ: “ଏପାଫ୍ରାଦିତ ମୃତ୍ୟୁର ଦୁଃଖ ମୋ ବନ୍ଧନର ଦୁଃଖକୁ ଯୋଡିଛି”

Philippians 2:28

σπουδαιοτέρως οὖν ἔπεμψα αὐτὸν, ἵνα ἰδόντες αὐτὸν πάλιν, χαρῆτε κἀγὼ ἀλυπότερος ὦ

ଏଠାରେ, ତାଙ୍କୁ ସର୍ବନାମର ଉଭୟ ଘଟଣା ଏପାଫ୍ରାଦିତକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ କରନ୍ତୁ ଯେ ସେ କାହାକୁ ସୂଚାଉଛନ୍ତି ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ତେଣୁ, ମୁଁ ଏପାଫ୍ରାଦିତକୁ ଅଧିକ ଉତ୍ସାହର ସହ ପଠାଇଲି, ଯାହା ଦ୍ଵାରା ତାଙ୍କୁ ପୁନର୍ବାର ଦେଖି ତୁମ୍ଭେମାନେ ଆନନ୍ଦିତ ହେବେ ଏବଂ ମୁଁ ଦୁଃଖରୁ ମୁକ୍ତି ପାଇବି” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

κἀγὼ ἀλυπότερος ὦ

ଏଠାରେ ଯେତେବେଳେ ପାଉଲ ଦୁଃଖକୁ ବୁଝାନ୍ତି, ସେ ଭାବପ୍ରବଣ ଦୁଃଖକୁ ବୁଝାନ୍ତି । ଯଦି ଆପଣଙ୍କ ଭାଷା ଦୁଃଖର କଳ୍ପନା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବ୍ୟସ୍ତ” କିମ୍ବା “ଚିନ୍ତିତ” କିମ୍ବା ଅନ୍ୟ କୌଣସି ବିଶେଷଣ ସହ ଗୁଣବାଚକ ବିଶେଷ୍ୟ ଦୁଃଖ ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଏବଂ ମୁଁ ଯେପରି ଅଳ୍ପ ଚିନ୍ତିତ ହୋଇପାରେ” କିମ୍ବା “ଏବଂ ମୁଁ ତୁମ୍ଭମାନଙ୍କ ବିଷୟରେ କମ୍ ଚିନ୍ତିତ ହୋଇପାରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 2:29

προσδέχεσθε…αὐτὸν

ସ୍ୱାଗତ ଶବ୍ଦ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ବହୁବଚନ ରୂପରେ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସମସ୍ତଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କରେ” କିମ୍ବା “ତୁମ୍ଭେ ସମସ୍ତେ ତାଙ୍କୁ ଗ୍ରହଣ କର” (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

ἐν Κυρίῳ μετὰ πάσης χαρᾶς

ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ UST ପରି “ଆନନ୍ଦରେ” ଭଳି ଏକ କ୍ରିୟା ବିଶେଷଣ ସହି ଗୁଣବାଚକ ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ, କିମ୍ବା ଆପଣ ଏହି ଶବ୍ଦର ଏକ ମୁଖଗତ ବାକ୍ୟାଂଶ ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: “ତେଣୁ, ତାଙ୍କୁ ଆନନ୍ଦରେ ପ୍ରଭୁଙ୍କଠାରେ ସ୍ୱାଗତ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἐντίμους ἔχετε

ସମାଦର କର ବାକ୍ୟାଂଶ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ସମ୍ମାନର ସହ ଗ୍ରହଣ କରିବାକୁ ଅନୁରୋଧ କରେ” କିମ୍ବା “ତୁମ୍ଭ ପ୍ରତ୍ୟେକଙ୍କୁ ସମ୍ମାନର ସହ” କିମ୍ବା “ତୁମ୍ଭେ ସମସ୍ତେ ସମ୍ମାନ କର” (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

ἐντίμους ἔχετε

ଯଦି ଆପଣଙ୍କର ଭାଷା ସମ୍ମାନର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ UST ଭଳି କିମ୍ବା ଅନ୍ୟ କୌଣସି ଉପାୟରେ ଗୁଣବାଚକ ବିଶେଷ୍ୟ ସମ୍ମାନ ପଛରେ ଥିବା ଧାରଣାକୁ ପ୍ରକାଶ କରନ୍ତୁ । (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 2:30

ὅτι διὰ τὸ ἔργον Χριστοῦ μέχρι θανάτου ἤγγισεν, παραβολευσάμενος τῇ ψυχῇ, ἵνα ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας

ଏଠାରେ, ସେ ଏବଂ ତାହାଙ୍କୁ ସର୍ବନାମଗୁଡ଼ିକ ଏପାଫ୍ରାଦିତକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ଏକ ଉପାୟରେ ସ୍ପଷ୍ଟ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଯେହେତୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ, ଏପାଫ୍ରାଦିତ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆସିଲେ, ତାଙ୍କ ଜୀବନକୁ ବିପଦରେ ପକାଇଲେ ଯାହା ଦ୍ଵାରା ସେ ମୋର ସେବାର ଅଭାବକୁ ପୂରଣ କରିବେ” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

διὰ τὸ ἔργον Χριστοῦ

ଖ୍ରୀଷ୍ଟଙ୍କ କାର୍ଯ୍ୟ ବାକ୍ୟରେ, ପାଉଲ ଖ୍ରୀଷ୍ଟଙ୍କ ପାଇଁ କରାଯାଇଥିବା କାର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରୁଛନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ପାଇଁ କାମ କରିବା ପାଇଁ” କିମ୍ବା “ଖ୍ରୀଷ୍ଟଙ୍କ ପାଇଁ କାର୍ଯ୍ୟ କରିବାର ଫଳାଫଳ” (See: ଅଧିକାର/ଦଖଲ)

διὰ τὸ ἔργον Χριστοῦ

ଯଦି ଆପଣଙ୍କର ଭାଷା କାର୍ଯ୍ୟର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “କାର୍ଯ୍ୟ କରିବା” ପରି ଏକ ମୌଖିକ ବାକ୍ୟ ଗଠନ ସହ ଗୁଣବାଚକ ବିଶେଷ୍ୟ କାର୍ଯ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ପାଇଁ କାମ କରିବା ପାଇଁ” କିମ୍ବା “ଖ୍ରୀଷ୍ଟଙ୍କ ପାଇଁ କାମ କରିବା ପରି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

μέχρι θανάτου ἤγγισεν

ଯଦି ଆପଣଙ୍କ ଭାଷା ମୃତ୍ୟୁର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ ବିଶେଷ୍ୟ ମୃତ୍ୟୁ ପଛରେ ଥିବା ଧାରଣାକୁ “ମରିବା” ଭଳି ଏକ ବିଶେଷଣ ସହ କିମ୍ବା UST ଭଳି ମୃତ୍ୟୁ ଭଳି ଏକ ମୁଖଗତ ବାକ୍ୟାଂଶରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ସେ ମରିବାକୁ ନିକଟତର ହୋଇଥିଲେ” କିମ୍ବା “ସେ ପ୍ରାୟ ମରିଥିଲେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

παραβολευσάμενος τῇ ψυχῇ

ଯଦି ଆପଣଙ୍କ ଭାଷା ଜୀବନର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଅନ୍ୟ ଉପାୟରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ବାକ୍ୟାଂଶ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ମରିବାର ବିପଦକୁ ଗ୍ରହଣ କରି” କିମ୍ବା “ସେ ମରିଯିବାର ବିପଦକୁ ନେଇ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἵνα ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας

ଯଦି ଆପଣଙ୍କର ଭାଷା ସେବାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ସେବା” ପରି ଏକ କର୍ତ୍ତୁବାଚ୍ୟ ବ୍ୟବହାର କରି ସେବା ଶବ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେ ମୋର ସେବା କରିବାରେ ଅସମର୍ଥ ହୋଇପାରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἵνα ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας

ପାଉଲ ଏଠାରେ ସେବା ଅଭାବରୁ ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ବନ୍ଧନରେ ଉପସ୍ଥିତ ରହିବାକୁ ଅକ୍ଷମତାକୁ ବୁଝାନ୍ତି । ଏପାଫ୍ରାଦିତ ପାଉଲଙ୍କ ନିକଟକୁ ପଠାଇ ଫିଲିପ୍ପୀୟ ବିଶ୍ଵାସୀମାନେ ଏପାଫ୍ରାଦିତ ଦ୍ଵାରା ପାଉଲଙ୍କ ଆବଶ୍ୟକତାକୁ ସେବା କଲେ, ଏବଂ ଏପାଫ୍ରାଦିତ ଯାହା ଯୋଗାଇ ପାରିଲେ ନାହିଁ ତାହା ଯୋଗାଇଦେଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ଯୋଗାଇ ପାରିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ତାହା ପୂରଣ କରିପାରିବ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 3

ଫିଲିପ୍ପୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର ପଦ ୪:୮ ରେ, ପାଉଲ ଜଣେ ଧାର୍ମିକ ଯିହୁଦୀ ଭାବରେ ବିବେଚିତ ହେବା ପାଇଁ ଯୋଗ୍ୟତା ଉଲ୍ଲେଖ କରନ୍ତି । ପ୍ରତ୍ୟେକ ଉପାୟରେ, ପାଉଲ ଜଣେ ଆଦର୍ଶ ଯିହୁଦୀ ଥିଲେ, କିନ୍ତୁ ସେ ଯୀଶୁଙ୍କୁ ଜାଣିବାର ମହାନତା ସହ ଏହାକୁ ଭିନ୍ନ କରିଥିଲେ । (See: ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତା, ସଚ୍ଚୋଟ, ସଚ୍ଚୋଟତା)

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

କୁକୁରଗୁଡ଼ିକ ପ୍ରାଚୀନ ନିକଟ ପୂର୍ବର ଲୋକମାନେ କୁକୁରମାନଙ୍କୁ ଏକ ନକାରାତ୍ମକ ବିଷୟକୁ ସୂଚାଇବା ପାଇଁ ଏକ ପ୍ରତିଛବି ଭାବରେ ବ୍ୟବହାର କରିଥିଲେ । ସମସ୍ତ ସଂସ୍କୃତି ଏହିପରି ଭାବରେ “କୁକୁର” ଶବ୍ଦକୁ ବ୍ୟବହାର କରନ୍ତି ନାହିଁ ।

ପୁନରୁତ୍ଥିତ ଶରୀରଗୁଡ଼ିକ

ଲୋକମାନେ ସ୍ୱର୍ଗରେ କିପରି ରହିବେ ସେହି ବିଷୟରେ ଆମ୍ଭେମାନେ ଖୁବ୍ ବେଶୀ ଜାଣି ନାହୁଁ । ପାଉଲ ଏଠାରେ ଶିକ୍ଷା ପ୍ରଦାନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାରର ଗୌରବମୟ ଶରୀର ପାଇବେ ଏବଂ ପାପରୁ ମୁକ୍ତ ହେବେ । (See: ସ୍ୱର୍ଗ,ଆକାଶ,ଆକାଶ ମଣ୍ଡଳ, ସ୍ୱର୍ଗୀୟ)

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ

ପୁରସ୍କାର ଖ୍ରୀଷ୍ଟିୟାନ ଜୀବନକୁ ବର୍ଣ୍ଣନା କରିବା ପାଇଁ ପାଉଲ ଏକ ବିସ୍ତାରିତ ଦୃଷ୍ଟାନ୍ତ ବ୍ୟବହାର କରନ୍ତି । ଖ୍ରୀଷ୍ଟିୟାନ ଜୀବନର ଲକ୍ଷ୍ୟ ହେଉଛି ଯେତେବେଳେ ଆମ୍ଭେମାନେ ପୃଥିବୀରେ ବାସ କରୁ ଖ୍ରୀଷ୍ଟଙ୍କ ପରି ହେବା । ଆମ୍ଭେମାନେ ଏହି ଲକ୍ଷ୍ୟକୁ ସଂପୂର୍ଣ୍ଣ ରୂପେ ହାସଲ କରିପାରିବା ନାହିଁ, କିନ୍ତୁ ଏଥିପାଇଁ ଆମ୍ଭମାନଙ୍କୁ ପ୍ରୟାସ କରିବାକୁ ପଡିବ ।

Philippians 3:1

ἀδελφοί

ପାଉଲ ଭାଇମାଣେ ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରୁଛନ୍ତି ଯିଏ ଯୀଶୁଙ୍କଠାରେ ସହ ବିଶ୍ଵାସୀ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଫିଲିପ୍ପୀୟ ୧: ୧୨ ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

χαίρετε ἐν Κυρίῳ

ଆନନ୍ଦ ଶବ୍ଦ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ପ୍ରଭୁଙ୍କଠାରେ ଆନନ୍ଦ କରିବାକୁ ଅନୁରୋଧ କରେ” କିମ୍ବା “ତୁମ୍ଭେମାନେ ପ୍ରଭୁଙ୍କଠାରେ ଆନନ୍ଦ କର” କିମ୍ବା “ତୁମ୍ଭେ ସମସ୍ତେ ପ୍ରଭୁଙ୍କଠାରେ ଆନନ୍ଦ କର” (See: https://git.door43.org/Door43-Catalog/or_ta/src/branch/master/translate/figs-yousingular/01.md)

ἐν Κυρίῳ

ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସହ ତୁମ୍ଭମାନଙ୍କର ସମ୍ପର୍କରେ” କିମ୍ବା “ଯିଏ ପ୍ରଭୁ ଅଟନ୍ତି ଏବଂ ସେ ଯାହା କରିଛନ୍ତି”

ὑμῖν δὲ ἀσφαλές

ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଫିଲିପ୍ପୀୟମାନଙ୍କ ପାଇଁ ଏହି ବିଷୟଗୁଡ଼ିକ କିପରି ରକ୍ଷାକାରୀ ଅଟେ । ବିକଳ୍ପ ଅନୁବାଦ: “ଏବଂ ମିଥ୍ୟା ଶିକ୍ଷା ଦେଉଥିବାଥିବା ଲୋକମାନଙ୍କଠାରୁ ଏହି ଶିକ୍ଷାଗୁଡ଼ିକ ତୁମ୍ଭମାନଙ୍କୁ ସୁରକ୍ଷା ଦେବ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 3:2

βλέπετε

ତିନି ଥର ସାବଧାନ ବାକ୍ୟାଂଶ ଏହି ପଦରେ ଉଲ୍ଲେଖ ଅଛି, ଏହା ଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ । ଏକ ଗୋଷ୍ଠୀର ଲୋକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ସତର୍କ ରହିବାକୁ ଅନୁରୋଧ କରେ” କିମ୍ବା “ତୁମ୍ଭେ ପ୍ରତ୍ୟେକେ ସାବଧାନ ରୁହ” (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

βλέπετε

ବିକଳ୍ପ ଅନୁବାଦ: “ସାବଧାନ ଥାଅ” କିମ୍ବା “ସତର୍କ ରୁହ” କିମ୍ବା “ସାବଧାନ ରୁହ”

τοὺς κύνας…τοὺς κακοὺς ἐργάτας…τὴν κατατομήν

କୁକୁର, ମନ୍ଦ କାର୍ଯ୍ୟକାରୀ, ଏବଂ ସୁନ୍ନତବାଦୀ ସମାନ ଗୋଷ୍ଠୀକୁ ବୁଝାଏ ଯାହା ଯିହୁଦୀ ଶିକ୍ଷକମାନଙ୍କୁ ସୁସମାଚାରକୁ ଭ୍ରଷ୍ଟ କରୁଥିବା ବର୍ଣ୍ଣନା କରିବାର ତିନୋଟି ଭିନ୍ନ ଉପାୟ ଅଟେ । ପାଉଲ ଏହି ଯିହୁଦୀ ଶିକ୍ଷକମାନଙ୍କ ବିଷୟରେ ତାଙ୍କ ଭାବନାକୁ ଜଣାଇବା ପାଇଁ ଦୃଢ଼ ଅଭିବ୍ୟକ୍ତି ବ୍ୟବହାର କରନ୍ତି ।

τοὺς κύνας

ପାଉଲ ଯିହୁଦୀ ଶିକ୍ଷକମାନଙ୍କ ବିଷୟରେ କହନ୍ତି ଯେଉଁମାନେ ସୁସମାଚାରକୁ ଭ୍ରଷ୍ଟ କରୁଥିଲେ ଯେପରି ସେମାନେ ସେମାନଙ୍କର ଦୃଢ଼ ଅବମାନନାକୁ ବୁଝାଇବାକୁ କୁକୁର ଶବ୍ଦ ବ୍ୟବହାର କରନ୍ତି । ଗୋଟିଏ କୁକୁର ଏକ ପ୍ରାଣୀ ଅଟେ ଯାହା ଜଗତର ଅନେକ ସ୍ଥାନରେ ସାଧାରଣ ଅଟେ । କେତେକ ସଂସ୍କୃତିରେ କୁକୁରମାନଙ୍କୁ ଘୃଣା କରାଯାଏ କିନ୍ତୁ ଅନ୍ୟ ସଂସ୍କୃତିରେ ଘୃଣା କରାଯାଏ ନାହିଁ, ତେଣୁ କେତେକ ସଂସ୍କୃତିରେ କୁକୁର ଶବ୍ଦ ବ୍ୟବହାର କରିବା ଦ୍ୱାରା ପାଉଲଙ୍କ ଉଦ୍ଦେଶ୍ୟରେ ସମାନ ଅପମାନଜନକ କିମ୍ବା ନକାରାତ୍ମକ ଅର୍ଥ ପ୍ରକାଶ ହୋଇ ନ ଥାଏ । ଯଦି ଆପଣଙ୍କ ସଂସ୍କୃତିରେ ଆପଣଙ୍କର ଏକ ଭିନ୍ନ ପଶୁ ଅଛି ଯାହାକୁ ଘୃଣା କରାଯାଏ କିମ୍ବା ଯାହାର ନାମ ଅପମାନ ଭାବରେ ବ୍ୟବହୃତ ହୁଏ, ଆପଣ ଏହା ବଦଳରେ ଏହି ପଶୁକୁ ବ୍ୟବହାର କରିପାରିବେ, ଯଦି ଏହା ଏହି ପ୍ରସଙ୍ଗରେ ମେଳ ଖାଏ । (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)

κακοὺς ἐργάτας

ଏଠାରେ, ମନ୍ଦକାର୍ଯ୍ୟକାରୀ ବାକ୍ୟ ଯିହୁଦୀ ଶିକ୍ଷକମାନଙ୍କୁ ସୂଚାଏ ଯେଉଁମାନେ ସୁସମାଚାରର ବିପରୀତ ବିଷୟ ଶିକ୍ଷା ଦେଉଥିଲେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ସରଳ ଭାଷା ବ୍ୟବହାର କରି ଏହାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τὴν κατατομήν

ସୁନ୍ନତବାଦୀ ଶବ୍ଦ ସୁନ୍ନତକୁ ସୂଚୀତ କରିବାର ଏକ ବ୍ୟଙ୍ଗାତ୍ମକ ଉପାୟ ଅଟେ, ଏବଂ ସୁନ୍ନତବାଦୀ ବାକ୍ୟାଂଶ ସେହି ଲୋକମାନଙ୍କୁ ସୂଚାଇବା ପାଇଁ ଏକ ବ୍ୟଙ୍ଗାତ୍ମକ ଉପାୟ ଯାହାକି ଈଶ୍ଵରଙ୍କ ସହି ଯଥାର୍ଥ ଠିଆ ହେବା ପାଇଁ ସୁନ୍ନତ ହେବା ଆବଶ୍ୟକ ବୋଲି ଶିକ୍ଷା ଦେଉଥିଲେ । ସୁନ୍ନତବାଦୀ ଶବ୍ଦ ବ୍ୟବହାର କରି, ପାଉଲ ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ଦେଖାଉଛନ୍ତି ଯେ ଯେଉଁମାନେ ସୁନ୍ନତ ଉପରେ ବିଶ୍ଵାସ କରନ୍ତି, ଏବଂ କେବଳ ଖ୍ରୀଷ୍ଟଙ୍କଠାରେ ନୁହଁନ୍ତି କିନ୍ତୁ ଭୁଲ୍ ଭାବରେ ଭାବନ୍ତି ଯେ ସେମାନେ ନିଜ ଶରୀର କାଟି ଈଶ୍ଵରଙ୍କ କୃପା ଲାଭ କରିପାରିବେ । ଏହି ଶବ୍ଦକୁ ବିଚାର କରନ୍ତୁ ଯାହାକି ଏହି ଧାରଣାକୁ ଆପଣଙ୍କ ଭାଷାରେ ସର୍ବୋତ୍ତମ ଭାବରେ ପ୍ରକାଶ କରିବ, କିମ୍ବା ଆପଣ ଏହାକୁ ସରଳ ଭାଷା ବ୍ୟବହାର କରି ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜକୁ କାଟନ୍ତି” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)

τὴν κατατομήν

ଏଠାରେ, ସୁନ୍ନତବାଦୀ ଯିହୁଦୀ ଶିକ୍ଷକମାନଙ୍କୁ ସୂଚାଏ , ସମସ୍ତେ ସୁନ୍ନତ ହୋଇଥିଲେ, ଯେଉଁମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଶିକ୍ଷା ଦେଇ ସୁସମାଚାରକୁ ଭ୍ରଷ୍ଟ କରୁଥିଲେ । (See: ଲାକ୍ଷଣିକ ଶବ୍ଦ)

Philippians 3:3

ἡμεῖς γάρ ἐσμεν

ଏଠାରେ ପାଉଲ ଆମ୍ଭେ ଶବ୍ଦକୁ ନିଜକୁ ବୁଝାଇବା ପାଇଁ ବ୍ୟବହାର କରନ୍ତି ଏବଂ ଫିଲିପ୍ପୀୟ ବିଶ୍ଵାସୀ ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁଥିବା ଅନ୍ୟ କାହାକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି, ତେଣୁ ଆମ୍ଭେମାନେ ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟ ଗଠନ ଚିହ୍ନଟ କରିବାକୁ ଆବଶ୍ୟକ କରିପାରେ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἡ περιτομή

ବାଇବେଲରେ ଏହାର ସାଧାରଣ ବ୍ୟବହାରର ବିପରୀତରେ, ଏଠାରେ ପାଉଲ ସମସ୍ତ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସୂଚାଇବା ପାଇଁ ସୁନ୍ନତ ଶବ୍ଦର ବ୍ୟବହାର କରନ୍ତି । ଏଠାରେ ସୁନ୍ନତ ଶବ୍ଦଟି ଯିହୁଦୀ ଲୋକମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ, ସମସ୍ତେ ସୁନ୍ନତ ହୋଇଥିଲେ ମଧ୍ୟ ଏଠାରେ ପାଉଲ ଉଦ୍ଦେଶ୍ୟମୂଳକ ଭାବରେ ଏହି ଶବ୍ଦକୁ ଆତ୍ମିକ ଅର୍ଥରେ ସମସ୍ତ ଖ୍ରୀଷ୍ଟିୟାନ , ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀମାନଙ୍କୁ ସୂଚାଇବା ପାଇଁ ବ୍ୟବହାର କରିଛନ୍ତି । ଏହା ତାଙ୍କ ପାଠକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଥାଇପାରେ। ଏଠାରେ ସୁନ୍ନତ ଆତ୍ମିକ ସୁନ୍ନତକୁ ସୂଚାଏ ଯାହା ପବିତ୍ର ଆତ୍ମା ​​ସମସ୍ତ ପ୍ରକୃତ ଖ୍ରୀଷ୍ଟିୟାନଙ୍କ ହୃଦୟରେ କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ସରଳ ଭାଷାବ୍ୟବହାର କରି ପ୍ରକାଶ କରିପାରିବେ । (See: ଲାକ୍ଷଣିକ ଶବ୍ଦ)

οἱ Πνεύματι Θεοῦ λατρεύοντες

ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ଆତ୍ମା ​​ଦ୍ୱାରା ତାଙ୍କୁ ଉପାସନା କରିବାକୁ ସଶକ୍ତ ହୁଅନ୍ତି” କିମ୍ବା “ଯେଉଁମାନେ ତାଙ୍କ ଆତ୍ମା ​​ଦ୍ୱାରା ଈଶ୍ଵରଙ୍କୁ ଉପାସନା କରିବାକୁ ସକ୍ଷମ ଅଟନ୍ତି” କିମ୍ବା “ଯେଉଁମାନେ ତାଙ୍କ ଆତ୍ମା ​​ଦ୍ୱାରା ଈଶ୍ଵରଙ୍କୁ ଉପାସନା କରନ୍ତି”

οὐκ ἐν σαρκὶ πεποιθότες

ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଶରୀରର “କାର୍ଯ୍ୟ” ଉପରେ ପାଉଲଙ୍କର କୌଣସି ବିଶ୍ୱାସ ନଥିଲା । ବିକଳ୍ପ ଅନୁବାଦ: “ଶରୀରର କାର୍ଯ୍ୟରେ ବିଶ୍ୱାସ ନ କରି” କିମ୍ବା “ସୁନ୍ନତ ହେବା ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବ ନାହିଁ ଭାବି” କିମ୍ବା “ସୁନ୍ନତ ହେବା ଈଶ୍ଵରଙ୍କ କୃପା ଲାଭ କରିବ ନାହିଁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

καυχώμενοι ἐν Χριστῷ Ἰησοῦ, καὶ οὐκ ἐν σαρκὶ πεποιθότες

ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରେ ବାକ୍ୟାଂଶ ଏବଂ ଶରୀରରେ ବିଶ୍ୱାସ ନ ହେବା ଏକ ପରିପକ୍ୱ ଚିନ୍ତାଧାରା ଯାହା ଏକ ସମାନ ସତ୍ୟକୁ ଦର୍ଶାଏ । ଯଦି ଲୋକମାନେ ପ୍ରକୃତରେ ଈଶ୍ଵରଙ୍କ କୃପା ପାଇବା ପାଇଁ ଖ୍ରୀଷ୍ଟଙ୍କ ଉପରେ ସେମାନଙ୍କର ବିଶ୍ୱାସ ରଖନ୍ତି, ତେବେ ସେମାନେ ନିଜ ଉପରେ କିମ୍ବା ଧାର୍ମିକ କାର୍ଯ୍ୟରେ ବିଶ୍ୱାସ ରଖିବେ ନାହିଁ । ଅପରପକ୍ଷେ, ଯଦି ଲୋକମାନେ ଧାର୍ମିକ ରୀତିନୀତି ଏବଂ ପାଳନ ଉପରେ ସେମାନଙ୍କର ବିଶ୍ୱାସ ରଖନ୍ତି, ତେବେ ସେମାନେ ଖ୍ରୀଷ୍ଟଙ୍କ ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରଖିପାରିବେ ନାହିଁ । ଆପଣଙ୍କ ଭାଷାରେ ଏହି ସମନ୍ୱିତ ଚିନ୍ତାଧାରାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।

καὶ οὐκ ἐν σαρκὶ πεποιθότες

ଯଦି ଆପଣଙ୍କ ଭାଷା ବିଶ୍ୱାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ସହି ବିଶ୍ଵାସ କିମ୍ବା ଭରସା ଭଳି ଏକ ମୁଖଗତ ବାକ୍ୟ ଗଠନ ସହ ଗୁଣବାଚକ ବିଶେଷ୍ୟ ବିଶ୍ୱାସ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଆମ୍ଭେମାନେ ଆମ୍ଭମାନଙ୍କର ଶରୀର ଉପରେ ବିଶ୍ୱାସ କରୁନାହୁଁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 3:4

ἐγὼ ἔχων πεποίθησιν καὶ ἐν σαρκί. εἴ τις δοκεῖ ἄλλος πεποιθέναι ἐν σαρκί, ἐγὼ μᾶλλον

ଏକ ପ୍ରକାର ଆନୁମାନିକ ପରିସ୍ଥିତି ବ୍ୟବହାର କରି, ପାଉଲ ନିଜର ପ୍ରମାଣକୁ ବର୍ଣ୍ଣନା କରିଛନ୍ତି ଯେ ଯଦି ନିୟମ ପାଳନ କରିବା ଈଶ୍ଵରଙ୍କ କୃପା ଲାଭ କରିପାରିବ, ତା’ହେଲେ ଅନ୍ୟମାନଙ୍କ ଅପେକ୍ଷା ଗର୍ବ କରିବାର ଅଧିକ କାରଣ ଅଛି । ତାଙ୍କର ଉଦ୍ଦେଶ୍ୟ ଏହା ଯେ ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେବା ଯେ ସେମାନେ କେବଳ ଖ୍ରୀଷ୍ଟଙ୍କ ଉପରେ ଭରସା କରିବା ଉଚିତ ଏବଂ ଈଶ୍ଵରଙ୍କ କୃପା ପାଇବା ପାଇଁ ଅନ୍ୟ ବିଷୟ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ । ପାଉଲ ୩: ୭–୧୧ ରେ ବ୍ୟାଖ୍ୟା କରନ୍ତି ଯେ ତାଙ୍କର ଭରସା ଖ୍ରୀଷ୍ଟଙ୍କଠାରେ ଅଛି ଏବଂ ପରବର୍ତ୍ତୀ ଦୁଇଟି ପଦରେ ସେ ତାଲିକାଭୁକ୍ତ କରିଥିବା ବିଷୟଗୁଡ଼ିକରେ ନୁହେଁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ କରିବା ପାଇଁ ଆମ୍ଭେମାନେ ସେହି ରୀତିନୀତି ଉପରେ ବିଶ୍ଵାସ କରୁନାହୁଁ, ଯଦିଓ ଏହା ମୋ ପାଇଁ ଉପଯୋଗୀ ହୋଇଥାନ୍ତା ମୁଁ ତାହା ଉତ୍ତମ ଭାବରେ କରିଥାନ୍ତି” (See: ପରିକଳ୍ପିତ ପରିସ୍ଥିତିସମୂହ)

Philippians 3:5

περιτομῇ ὀκταήμερος ἐκ γένους Ἰσραήλ φυλῆς Βενιαμείν, Ἑβραῖος ἐξ Ἑβραίων, κατὰ νόμον Φαρισαῖος

ଏହି ପଦ ଏବଂ ପରବର୍ତ୍ତୀ ପଦରେ, ପାଉଲ ସମୁଦାୟ ସାତୋଟି ବିଷୟ ତାଲିକାଭୁକ୍ତ କରନ୍ତି ଯେଉଁଥିରେ ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ନିଜର ବିଶ୍ୱାସ ରଖିଥିଲେ । ଏହି ପଦରେ ସେ ସେହି ପାଞ୍ଚଟି ବିଷୟ ତାଲିକାଭୁକ୍ତ କରିଛନ୍ତି ଏବଂ ପରବର୍ତ୍ତୀ ପଦରେ ସେ ଅବଶିଷ୍ଟ ଦୁଇଟି ତାଲିକାଭୁକ୍ତ କରିଛନ୍ତି ।

φυλῆς Βενιαμείν

ବିନ୍ୟାମୀନ ବଂଶର ବାକ୍ୟର ଅର୍ଥ ପାଉଲ ବିନ୍ୟାମୀନର ଇସ୍ରାଏଲୀୟ ଗୋଷ୍ଠୀର ଥିଲେ ଏବଂ ତେଣୁ ଯାକୁବଙ୍କ ପୁତ୍ର ବିନ୍ୟାମୀନଠାରୁ ଆସିଥିଲେ । ଆପଣଙ୍କ ଭାଷାରେ ଏହା କହିବାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ । (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Ἑβραῖος ἐξ Ἑβραίων

ଏବ୍ରୀୟମାନଙ୍କର ଏକ ଏବ୍ରୀ ବାକ୍ୟର ଅର୍ଥ ହୋଇପାରେ: (୧) ଯେ ପାଉଲ ଏବ୍ରୀ ରୀତିନୀତି ବଜାୟ ରଖିଥିଲେ ଏବଂ ଏବ୍ରୀ ଲୋକମାନଙ୍କ ଭାଷା କହିଥିଲେ, ଯାହା ଆରାମିକ ଥିଲା । (୨) ପାଉଲଙ୍କର କୌଣସି ଅଣଯିହୂଦୀ ପିତୃପୁରୁଷ ନଥିଲେ, ବରଂ ଜଣେ ଶୁଦ୍ଧ ଏବ୍ରୀ ଥିଲେ । ବିକଳ୍ପ ଅନୁବାଦ: “ଜଣେ ଏବ୍ରୀ ଯାହାର ପିତାମାତା ଏବଂ ପିତୃପୁରୁଷମାନେ ସମସ୍ତେ ସମ୍ପୂର୍ଣ୍ଣ ଯିହୁଦୀ ଥିଲେ” (୩) ଉପରୋକ୍ତ ଉଭୟର ଏକ ମିଶ୍ରଣ ଅଟେ । ବିକଳ୍ପ ଅନୁବାଦ: “ଜଣେ ପୂର୍ଣ୍ଣ ରକ୍ତଜାତ ଯିହୁଦୀ ଯିଏ ଏବ୍ରୀ ସଂସ୍କୃତି, ରୀତିନୀତି ଏବଂ ଭାଷା ବଜାୟ ରଖିଛନ୍ତି”

κατὰ νόμον Φαρισαῖος

ନିୟମ ଅନୁଯାୟୀ ବାକ୍ୟାଂଶ, ଜଣେ ଫାରୂଶୀ ଅର୍ଥାତ୍ ତାଙ୍କର ଧର୍ମ ପରିବର୍ତ୍ତନ ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ। ସେ ଜଣେ ଫାରୂଶୀ ଭାବରେ ମୋଶାଙ୍କ ନିୟମ ସହ ଜଡିତ ଥିଲେ ଏବଂ ତେଣୁ ସେ ଏହାକୁ କଡାକଡି ପାଳନ କରିବା ସହ ମୋଶାଙ୍କ ନିୟମକୁ ସୁରକ୍ଷିତ ରଖିବା ପାଇଁ ଶାସ୍ତ୍ରୀୟ ଗୋଷ୍ଠୀରେ ଯୋଡିଥିଲେ । ବିକଳ୍ପ ଅନୁବାଦ: “ମୋଶାଙ୍କ ନିୟମ ସମ୍ବନ୍ଧରେ, ମୁଁ ଜଣେ ଫାରୂଶୀ ଥିଲି” କିମ୍ବା “ମୋଶାଙ୍କ ନିୟମକୁ ମୁଁ କିପରି ପାଳନ କଲି, ମୁଁ ଜଣେ ଫାରୂଶୀ ଥିଲି, ତେଣୁ, ମୁଁ ଏହାର ପ୍ରତ୍ୟେକ ବିବରଣୀକୁ ଏବଂ ଶାସ୍ତ୍ରୀମାନଙ୍କ ଶିକ୍ଷାକୁ କଠୋର ଭାବରେ ପାଳନ କଲି । ”

Philippians 3:6

κατὰ ζῆλος διώκων τὴν ἐκκλησίαν, κατὰ δικαιοσύνην τὴν ἐν νόμῳ γενόμενος ἄμεμπτος

ଏହି ପଦରେ ପାଉଲ ସେହି ବିଷୟଗୁଡ଼ିକର ନାମକରଣ କରିବା ସମାପ୍ତ କରନ୍ତି ଯେଉଁଥିରେ ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ନିଜର ବିଶ୍ୱାସ ରଖିଥିଲେ ।

κατὰ ζῆλος διώκων τὴν ἐκκλησίαν

ଏଠାରେ, ମଣ୍ଡଳୀକୁ ନିର୍ଯ୍ୟାତନା ଦେଉଥିବା ବାକ୍ୟ ପାଉଲଙ୍କ ଉତ୍ସାହର ପରିମାଣକୁ ବ୍ୟାଖ୍ୟା କରେ । ପାଉଲ ଯୀଶୁଙ୍କଠାରେ ବିଶ୍ଵାସ କରିବା ପୂର୍ବରୁ, ସେ ଭାବିଥିଲେ ଯେ ମଣ୍ଡଳୀକୁ ତାଡ଼ନା କରି ସେ ଈଶ୍ଵରଙ୍କ ସେବା କରୁଛନ୍ତି ଏବଂ ମୋଶାଙ୍କ ନିୟମକୁ ସମ୍ମାନିତ ଏବଂ ପାଳନ କରାଯାଉଥିବାର ସୁନିଶ୍ଚିତ କରିଛନ୍ତି । ଯଦି ଆପଣଙ୍କ ପାଠକମାନେ ଉତ୍ସାହ ଅନୁଯାୟୀ, ମଣ୍ଡଳୀକୁ ତାଡ଼ନା କରନ୍ତି, ବାକ୍ୟାଂଶର ଅର୍ଥକୁ ବୁଝି ନ ପାରନ୍ତି ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସେବା କରିବାକୁ ଏତେ ଇଚ୍ଛା କରି ଯେ ମୁଁ ମଣ୍ଡଳୀକୁ ତାଡ଼ନା କରିଥିଲି” କିମ୍ବା “ଈଶ୍ଵରଙ୍କୁ ସମ୍ମାନ ଦେବା ପାଇଁ ବହୁତ ଇଚ୍ଛା କରି ମୁଁ ମଣ୍ଡଳୀକୁ ତାଡ଼ନା କରିଥିଲି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τὴν ἐκκλησίαν

ଏଠାରେ, ମଣ୍ଡଳୀ ଏକ ସମଷ୍ଟିବାଚକ ବିଶେଷ୍ୟ ଅଟେ। ମଣ୍ଡଳୀର ବାକ୍ୟଟି ସମଗ୍ର ଖ୍ରୀଷ୍ଟିୟାନମାନଙ୍କୁ ସୂଚାଏ ଏବଂ ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଗୋଷ୍ଠୀର ଲୋକମାନଙ୍କୁ ବୁଝାଏ। ପାଉଲଙ୍କର ଅର୍ଥ ଏହା ଯେ ସେ ପୂର୍ବରୁ ଖ୍ରୀଷ୍ଟିୟାନ ଥିବା ସମସ୍ତ ବ୍ୟକ୍ତିକୁ ନିର୍ଯାତନା ଦେଇଥିଲେ। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେବା” କିମ୍ବା “ଖ୍ରୀଷ୍ଟିୟାନ ଥିବା ଲୋକକୁ ନିର୍ଯ୍ୟାତନା ଦେଈ” (See: ସମଷ୍ଟିବାଚକ ବିଶେଷ୍ୟ)

κατὰ δικαιοσύνην τὴν ἐν νόμῳ γενόμενος ἄμεμπτος

ନିୟମରେ ଥିବା ଧାର୍ମିକତା ବାକ୍ୟାଂଶ ଯାହା ମୋଶାଙ୍କ ନିୟମ ଆବଶ୍ୟକ କରୁଥିବା ଜୀବନଯାପନ ପାଇଁ ଧାର୍ମିକ ନିର୍ଦ୍ଦେଶାବଳୀ ମାନିବାକୁ ସୂଚାଏ । ପାଉଲ ନିୟମକୁ ଏତେ ଯତ୍ନର ସହ ମାନିଥିଲେ ଯେ ସେ ବିଶ୍ଵାସ କଲେ ଯେ ଏହାର କୌଣସି ଅଂଶ କେହି ପାଇ ପାରିବେ ନାହିଁ। ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ମୋଶାଙ୍କ ନିୟମ ପାଳନ କରିବା ବିଷୟରେ, କେହି ପ୍ରକାଶ କରିପାରିବେ ନାହିଁ ଯେ ମୁଁ ନିୟମକୁ ଅବମାନନା କରିଥିଲି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 3:7

ἅτινα ἦν μοι κέρδη, ταῦτα ἥγημαι διὰ τὸν Χριστὸν ζημίαν

ଏହି ପଦଟି ପାଉଲଙ୍କ ପ୍ରତିକ୍ରିୟାକୁ ବୁଝାଏ ଯାହା ସେ ୩:୫–୬ ରେ ତାଲିକାଭୁକ୍ତ କରିଛନ୍ତି, ଯାହାକୁ ସେ ନିଜେ ଆତ୍ମିକ ଏବଂ ଧାର୍ମିକ ଭାବରେ ଲାଭଦାୟକ ବୋଲି ବିବେଚନା କରିଥିଲେ । ଏହି ପଦରେ ପାଉଲ ଯେତେବେଳେ ଫାରୂଶୀ ଥିଲେ ସେତେବେଳେ ସେ ବିଷୟଗୁଡ଼ିକୁ ଦେଖିବାର ପୂର୍ବ ପଦ୍ଧତିକୁ ତୁଳନା କରି ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ପରେ ଜୀବନକୁ ଦେଖନ୍ତି । (See: ସଂଯୋଗ – ବୈପରୀତ୍ୟ ସମ୍ପର୍କ)

ἅτινα ἦν μοι κέρδη, ταῦτα ἥγημαι διὰ τὸν Χριστὸν ζημίαν

ମୂଳ ଭାଷା ଅର୍ଥାତ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ, ଲାଭ ଏବଂ କ୍ଷତି ଶବ୍ଦଗୁଡ଼ିକ ଏକ ସାଧାରଣ ବ୍ୟବସାୟ ଶବ୍ଦ ଯାହାକି ଏକ ବ୍ୟବସାୟିକ ବ୍ୟକ୍ତି ଲାଭଜନକ କିମ୍ବା କ୍ଷତିଜନକ ନୁହେଁ ବୋଲି ବର୍ଣ୍ଣନା କରିବା ପାଇଁ ହିସାବ ଦେବା ପାଇଁ ବ୍ୟବହୃତ ହେଉଥିଲା । ଏଠାରେ, ପାଉଲ ଏହି ଦୁଇଟି ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯାହାକୁ ସେ ଆତ୍ମିକ ଭାବରେ ଲାଭଦାୟକ ଏବଂ ଲାଭହୀନ ବୋଲି ବିବେଚନା କରନ୍ତି । ଯଦି ଆପଣଙ୍କର ଭାଷାର ସମାନ ବ୍ୟବସାୟ କିମ୍ବା ହିସାବ ଶବ୍ଦ ଅଛି ଯାହା ଏହି ପ୍ରସଙ୍ଗରେ ବ୍ୟବହାର କରିବା ସ୍ୱାଭାବିକ ହେବ, ସେଗୁଡ଼ିକୁ ଏଠାରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଯେଉଁ ବିଷୟକୁ ପୂର୍ବରୁ ଲାଭ ଭାବରେ ଗଣନା କରିଥିଲି, ଏହି ବିଷୟଗୁଡ଼ିକୁ ମୁଁ ବର୍ତ୍ତମାନ ଖ୍ରୀଷ୍ଟଙ୍କ ପାଇଁ କ୍ଷତି ଭାବରେ ଗଣନା କରେ” କିମ୍ବା “ଯେଉଁ ବିଷୟକୁ ମୁଁ ଲାଭ ଭାବରେ ହିସାବ କରିଥିଲି, ଏହିସବୁ ବିଷୟଗୁଡ଼ିକ ମୁଁ ବର୍ତ୍ତମାନ ଖ୍ରୀଷ୍ଟଙ୍କ ପାଇଁ କ୍ଷତି ବୋଲି ବିବେଚନା କରେ” (See: ଉପମା/ରୂପକ)

ἅτινα ἦν μοι κέρδη

ଏଠାରେ, ବାକ୍ୟାଂଶ * ଯାହାସବୁ ମୋʼ ପକ୍ଷରେ ଲାଭଜନକ ଥିଲା*, ତାହା ସାତୋଟି ବିଷୟର ତାଲିକାକୁ ସୂଚାଏ ଯାହା ପାଉଲ ୩: ୫-୬ ରେ ତାଲିକାଭୁକ୍ତ କରିଛନ୍ତି ଏବଂ ଅନ୍ୟ କୌଣସି ବିଷୟ ଯେଉଁଥିରେ ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ବିଶ୍ୱାସ ରଖିଥାନ୍ତେ । ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ବିଷୟ ଯାହା ମୁଁ ପୂର୍ବରୁ ଲାଭଜନକ ମନେ କରୁଥିଲି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἅτινα ἦν μοι κέρδη

ଯଦି ଆପଣଙ୍କର ଭାଷା ଲାଭର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଲାଭଜନକ ପରି ଏକ ବିଶେଷଣ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଲାଭ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ମୋ ପାଇଁ ଲାଭଦାୟକ ଥିଲା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ταῦτα ἥγημαι διὰ τὸν Χριστὸν ζημίαν

ଯଦି ଆପଣଙ୍କ ଭାଷା କ୍ଷତିର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ କ୍ଷତିର ମୂଲ୍ୟ ପରି ଏକ ମୌଖିକ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ହରାଇବା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ମୁଁ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏହି ବିଷୟଗୁଡ଼ିକୁ ହରାଇବାକୁ ଉଚିତ ମନେ କରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 3:8

ἀλλὰ μενοῦνγε καὶ ἡγοῦμαι πάντα ζημίαν εἶναι, διὰ τὸ ὑπερέχον τῆς γνώσεως Χριστοῦ Ἰησοῦ τοῦ Κυρίου μου, δι’ ὃν τὰ πάντα ἐζημιώθην καὶ ἡγοῦμαι σκύβαλα, ἵνα Χριστὸν κερδήσω

ଏହି ପଦରେ ପାଉଲ ୩: ୭ ରେ ଆରମ୍ଭ କରିଥିବା ବ୍ୟବସାୟିକ ରୂପକକୁ ଜାରି ରଖିଛନ୍ତି । (See: ଉପମା/ରୂପକ)

ἡγοῦμαι

୩: ୭ ରେ ବିଚାର ଶବଡ଼କୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

ζημίαν

ଆପଣ ୩: ୭ ରେ ଗୁଣବାଚକ ବିଶେଷ୍ୟ କ୍ଷତିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କ୍ଷତି ହେବା ଲାଭ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

καὶ ἡγοῦμαι πάντα ζημίαν εἶναι, διὰ τὸ ὑπερέχον τῆς γνώσεως Χριστοῦ Ἰησοῦ τοῦ Κυρίου μου

ଯଦି ଆପଣଙ୍କ ଭାଷା ମୂଲ୍ୟର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ମୂଲ୍ୟବାନ” ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ ମୂଲ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ ମୋର ପ୍ରଭୁଙ୍କୁ ଜାଣିବାଠାରୁ ମୂଲ୍ୟବାନ ବିଷୟ ମୋ ପାଇଁ ୟୌ କିଛି ଲାଭ ଜନକ ନୁହେଁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

διὰ τὸ ὑπερέχον τῆς γνώσεως Χριστοῦ Ἰησοῦ τοῦ Κυρίου μου

ଯଦି ଆପଣଙ୍କ ଭାଷା ଜ୍ଞାନର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଜାଣିବା” ପରି ଏକ ଶବ୍ଦଗତ ରୂପକ ସହ ଗୁଣବାଚକ ବିଶେଷ୍ୟ ଜ୍ଞାନ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଜାଣିବାର ଉତ୍କୃଷ୍ଟତା ହେତୁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

διὰ τὸ ὑπερέχον τῆς γνώσεως Χριστοῦ Ἰησοῦ τοῦ Κυρίου μου

ବିକଳ୍ପ ଅନୁବାଦ: “କାରଣ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଜାଣିବା ଅଧିକ ଲାଭଜନକ ଅଟେ”

τῆς γνώσεως Χριστοῦ Ἰησοῦ τοῦ Κυρίου μου

ଏଠାରେ, ଜ୍ଞାନ ଶବ୍ଦ କେବଳ କିଛି କିମ୍ବା କାହା ବିଷୟରେ ମାନସିକ ସ୍ତରରେ ସଚେତନ ହେବା ବିଷୟ ନୁହେଁ, ବରଂ ଏହା ଏକ ଗଭୀର, ଅନ୍ତରଙ୍ଗ, ବ୍ୟକ୍ତିଗତ ଜ୍ଞାନ କିମ୍ବା କାହାର କିମ୍ବା କିଛିର ଅଭିଜ୍ଞତାକୁ ସୂଚାଏ । ଏଠାରେ, ଏହା ଖ୍ରୀଷ୍ଟଙ୍କର ଏକ ଅନ୍ତରଙ୍ଗ ଏବଂ ବ୍ୟକ୍ତିଗତ ଜ୍ଞାନ ବା ଅଭିଜ୍ଞତାକୁ ସୂଚାଏ । ଆପଣଙ୍କ ଭାଷାରେ ଏହି ଅର୍ଥ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଅନ୍ତରଙ୍ଗ ଭାବରେ ଜାଣିବା” କିମ୍ବା “ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗଭୀର ଭାବରେ ଜାଣିବା ଏବଂ ଅନୁଭବ କରିବା” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

δι’ ὃν τὰ πάντα ἐζημιώθην

ଆପଣ ଏହି ପଦରେ ଏବଂ ୩: ୭ ରେ କିପରି ଗୁଣବାଚକ ବିଶେଷ୍ୟ କ୍ଷତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ମୁଁ ସ୍ୱଇଚ୍ଛାରେ ସମସ୍ତ ବିଷୟ ତ୍ୟାଗ କରିଅଛି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἡγοῦμαι

ଏହି ପଦରେ ଏବଂ ୩:୭ ରେ ପୂର୍ବରୁ ଆପଣ ବିବେଚନା ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

σκύβαλα

ପାଉଲଙ୍କ ସମୟରେ ଏହି ଶବ୍ଦ ନିର୍ଗମନ ଏବଂ ବିଷୟଗୁଡ଼ିକୁ ସୂଚାଇବା ପାଇଁ ବ୍ୟବହୃତ ହୋଇଥିଲା ଯାହା ମୂଲ୍ୟହୀନ ଏବଂ ବାହାରକୁ ଫିଙ୍ଗି ଦିଆଯିବା ଯୋଗ୍ୟ ଥିଲା। ମୂଳ ଭାଷାରେ ଯେଉଁଥିରେ ପାଉଲ ଏହି ପତ୍ର ଲେଖିଥିଲେ, ଗୋବର ଶବ୍ଦଟି ଏକ ଅଶୋଧିତ ଶବ୍ଦ ଯାହାକି ଗୋବର ସମେତ ଅଳିଆ ପରି ବର୍ଜିତ ବିଷୟକୁ ସୂଚାଇଥାଏ ଏବଂ ପ୍ରସଙ୍ଗ ଅନୁଯାୟୀ ନିର୍ଦ୍ଦିଷ୍ଟ ଅର୍ଥକୁ ପ୍ରକାଶ କରେ । ଏଠାରେ, ଏହି ଶବ୍ଦଟି ଦର୍ଶାଇପାରେ: (୧) ବହିଷ୍କାର, ଯେହେତୁ ପୂର୍ବ ପଦଗୁଡ଼ିକରେ ପାଉଲ ଶରୀରରୁ କ’ଣ ଆସେ ସେ ବିଷୟରେ ଆଲୋଚନା କରିଆସୁଛନ୍ତି । ବିକଳ୍ପ ଅନୁବାଦ: “ବହିଷ୍କାର” କିମ୍ବା “ଅଳିଆ” (୨) ଅଳିଆ, ଯେହେତୁ ପାଉଲ ଖ୍ରୀଷ୍ଟଙ୍କୁ ପାଇବା ଏବଂ ଜାଣିବା ପାଇଁ ସେ ବର୍ତ୍ତମାନ ପରିତ୍ୟାଗ ଯୋଗ୍ୟ ବୋଲି ବିବେଚନା କରୁଛନ୍ତି । ବିକଳ୍ପ ଅନୁବାଦ: “ଆବର୍ଜନା” କିମ୍ବା “ତ୍ୟାଗ କରିବା” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)

κερδήσω

ଆପଣ ୩: ୭ ରେ ଲାଭ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

ἵνα Χριστὸν κερδήσω

ବାକ୍ୟାଂଶ ତେଣୁକରି ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶ ଅଟେ । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କୁ ପାଇବା ଉଦ୍ଦେଶ୍ୟରେ” (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)

Philippians 3:9

καὶ εὑρεθῶ ἐν αὐτῷ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟ ସହ କର୍ମବାଚ୍ୟ ବାକ୍ୟାଂଶକୁ ଅନୁବାଦ କରିପାରିବେ, ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ମୋତେ ତାଙ୍କ ସହ ପାଇପାରନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μὴ ἔχων ἐμὴν δικαιοσύνην, τὴν ἐκ νόμου

ଯଦି ଆପଣଙ୍କ ଭାଷା ଧାର୍ମିକତା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ ବିଶେଷ୍ୟ ଧାର୍ମିକତା ପଛରେ ଥିବା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିୟମ ପାଳନ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ନହେବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἀλλὰ τὴν διὰ πίστεως Χριστοῦ

ଯଦି ଆପଣଙ୍କ ଭାଷା ବିଶ୍ଵାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରି ବିଶ୍ୱାସ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଯାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆସେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἀλλὰ τὴν διὰ πίστεως Χριστοῦ

ଏଠାରେ, ଶବ୍ଦ ଯାହା “ଧାର୍ମିକତା” କୁ ବୁଝାଏ । ପାଉଲ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପ୍ରସଙ୍ଗରୁ ଏହା ଜାଣିପାରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଧାର୍ମିକତା ଯାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ହୋଇଥାଏ” କିମ୍ବା “କିନ୍ତୁ ଧାର୍ମିକତା ଯାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଆସେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τὴν ἐκ Θεοῦ δικαιοσύνην ἐπὶ τῇ πίστε

ଯଦି ଆପଣଙ୍କ ଭାଷା ଧାର୍ମିକତା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ ବିଶେଷ୍ୟ ଧାର୍ମିକତା ପଛରେ ଥିବା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ଏହି ପଦରେ ଆପଣ କିପରି ଧାର୍ମିକତାକୁ ଅନୁବାଦ କରିଛ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ଵରଙ୍କୁ ପ୍ରସନ୍ନ କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τὴν ἐκ Θεοῦ δικαιοσύνην ἐπὶ τῇ πίστε

ଯଦି ଆପଣଙ୍କ ଭାଷା ବିଶ୍ଵାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରି ବିଶ୍ୱାସ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ଏହି ପଦରେ ଆପଣ କିପରି ବିଶ୍ୱାସକୁ ଅନୁବାଦ କରିଛ ଦେଖନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ଵରଙ୍କଠାରୁ ଧାର୍ମିକତା, ଯାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆସେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἐπὶ τῇ πίστει

ବିଶ୍ଵାସ ଦ୍ୱାରା ବାକ୍ୟାଂଶରେ, ପାଉଲ କେତେକ ଶବ୍ଦ ଉଲ୍ଲେଖ କରନ୍ତି ଯାହା ଅନେକ ଭାଷାରେ ବାକ୍ୟ ସମାପ୍ତ କରିବାକୁ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯାହା ବିଶ୍ୱାସ ଦ୍ୱାରା ଆସେ” କିମ୍ବା “ଯାହା ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୁଏ” (See: ଶବ୍ଦର ବିଲୋପ ବା ଉହ୍ୟତା)

Philippians 3:10

τοῦ γνῶναι αὐτὸν, καὶ τὴν δύναμιν τῆς ἀναστάσεως αὐτοῦ, καὶ κοινωνίαν παθημάτων αὐτοῦ, συμμορφιζόμενος τῷ θανάτῳ αὐτοῦ

ତାଙ୍କୁ ଏବଂ ତାହାର ସର୍ବନାମ ଏହି ପଦରେ ଖ୍ରୀଷ୍ଟଙ୍କୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ଏକ ଉପାୟରେ ସ୍ପଷ୍ଟ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କୁ ଏବଂ ପୁନରୁତ୍ଥାନର ଶକ୍ତି ଏବଂ ତାଙ୍କ ଦୁଃଖର ସହଭାଗିତା, ତାଙ୍କ ମୃତ୍ୟୁ ସହ ଅନୁରୂପକୁ ଜାଣିବା” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

καὶ

ଏବଂ ଶବ୍ଦର ପ୍ରଥମ ଉଲ୍ଲେଖ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବାକୁ ପାଉଲଙ୍କ ଇଚ୍ଛାକୁ ବ୍ୟାଖ୍ୟା କରେ । (See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

τοῦ γνῶναι αὐτὸν, καὶ τὴν δύναμιν τῆς ἀναστάσεως αὐτοῦ, καὶ κοινωνίαν παθημάτων αὐτοῦ

ମୂଳ ଭାଷାରେ ଯେଉଁଥିରେ ପାଉଲ ଏହି ପତ୍ର ଲେଖିଥିଲେ, ସେ ପୁନରୁତ୍ଥାନର ଶକ୍ତି ଏବଂ ତାଙ୍କ ଦୁଃଖର ସହଭାଗିତା ବାକ୍ୟାଂଶକୁ ଘନିଷ୍ଠ ଭାବରେ ଯୋଡିଥିଲେ । ସେ ଏହା କରନ୍ତି କାରଣ ପାଉଲଙ୍କ ମନରେ ଏହି ଦୁଇଟି ବିଷୟ ଅବିଚ୍ଛେଦ୍ୟ ଭାବରେ ଜଡିତ, ଏବଂ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଦୁଃଖରେ ଅଂଶୀଦାର ନକରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଶକ୍ତି ଜାଣିପାରିବେ ନାହିଁ । ଆପଣଙ୍କ ଭାଷାରେ ଏହି ଦୁଇଟି ବାକ୍ୟାଂଶ ମଧ୍ୟରେ ଘନିଷ୍ଠ ସଂଯୋଗ ଦେଖାଇବାକୁ ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ ।

τοῦ γνῶναι αὐτὸν

ଆପଣ [୩:୮] (../୦୩/୦୮.md) ରେ ""ଜ୍ଞାନ"" ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏଠାରେ, ଜାଣିବା ଶବ୍ଦ କେବଳ କୌଣସି ବିଷୟ କିମ୍ବା କାହା ବିଷୟରେ ମାନସିକ ସ୍ତରରେ ସଚେତନ ହେବା ବିଷୟରେ ନୁହେଁ, ବରଂ ଏହା ଏକ ଗଭୀର, ଅନ୍ତରଙ୍ଗ, ବ୍ୟକ୍ତିଗତ ଜ୍ଞାନ କିମ୍ବା କୌଣସି ବିଷୟ କିମ୍ବା କାହାର ଅଭିଜ୍ଞତା ଥିବାକୁ ବୁଝାଏ । ଏଠାରେ, ଏହା ଖ୍ରୀଷ୍ଟଙ୍କର ଏକ ଅନ୍ତରଙ୍ଗ ଏବଂ ବ୍ୟକ୍ତିଗତ ଜ୍ଞାନ ବା ଅଭିଜ୍ଞତାକୁ ସୂଚାଏ । ଆପଣଙ୍କ ଭାଷାରେ ଏହି ଅର୍ଥ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବିଷୟରେ ବିଚାର କରନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କୁ ଅନ୍ତରଙ୍ଗ ଭାବରେ ଜାଣିବା” କିମ୍ବା “ତାଙ୍କୁ ଗଭୀର ଭାବରେ ଜାଣିବା ଏବଂ ଅନୁଭବ କରିବା”

δύναμιν

ଯଦି ଆପଣଙ୍କର ଭାଷା ଶକ୍ତିର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ UST ପରି “ଶକ୍ତିଶାଳୀ” ଭଳି ଏକ କ୍ରିୟା ବିଶେଷଣ ବ୍ୟବହାର କରି ଶକ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

καὶ κοινωνίαν παθημάτων αὐτοῦ

ଯଦି ଆପଣଙ୍କର ଭାଷା ସହଭାଗୀତାର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଅଂଶଗ୍ରହଣ” କିମ୍ବା “ଅଂଶୀଦାର” ପରି ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରି ଏହି ଶବ୍ଦର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ଦୁଃଖରେ ଅଂଶଗ୍ରହଣ କରିବା” କିମ୍ବା “ଏବଂ ତାଙ୍କ ଦୁଃଖର ଅଂଶୀଦାର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

καὶ κοινωνίαν παθημάτων αὐτοῦ

ଯଦି ଆପଣଙ୍କ ଭାଷା ଦୁଃଖର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଦୁଃଖ ” ଭଳି ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରି ଦୁଃଖ ଶବ୍ଦ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ସହି ଦୁଃଖ ଭୋଗିବାକୁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

καὶ

ଏଠାରେ, ଶବ୍ଦ ଏବଂ ସୂଚାଇଥାଏ ଯେ ଅନୁସରଣ କରୁଥିବା ବିଷୟ ହେଉଛି ଖ୍ରୀଷ୍ଟଙ୍କୁ ଜାଣିବାର ଦ୍ୱିତୀୟ ଦିଗ, ଯାହା ପାଉଲ ଖ୍ରୀଷ୍ଟଙ୍କୁ କିପରି ନିର୍ଦ୍ଦିଷ୍ଟ ଭାବରେ ଜାଣିବାକୁ ଚାହାଁନ୍ତି ତାହାର ବ୍ୟାଖ୍ୟାରେ ଉପସ୍ଥାପନ କରନ୍ତି । ବିକଳ୍ପ ଅନୁବାଦ: “ଏବଂ ଜାଣିବା” (See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

συμμορφιζόμενος τῷ θανάτῳ αὐτοῦ

ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟରେ ଅନୁରୂପ ବାକ୍ୟାଂଶକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ମୃତ୍ୟୁର ସମାନତାକୁ ନେଇ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

συμμορφιζόμενος τῷ θανάτῳ αὐτοῦ

ଯଦି ଆପଣଙ୍କ ଭାଷା ମୃତ୍ୟୁ ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ମରଣ” ଭଳି ଏକ ଶବ୍ଦ ବାକ୍ୟ ଗଠନ ବ୍ୟବହାର କରି ଏହି ଶବ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 3:11

τὴν ἐξανάστασιν τὴν ἐκ νεκρῶν

ବିକଳ୍ପ ଅନୁବାଦ: “ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ”

Philippians 3:12

οὐχ ὅτι ἤδη ἔλαβον

ବାକ୍ୟାଂଶରେ ଥିବା ଏହା ଶବ୍ଦଟି ମୁଁ ଏହା ଗ୍ରହଣ କରିସାରିଛି ନୁହେଁ ବୁଝାଇପାରେ: (୧) ଆତ୍ମିକ ସିଦ୍ଧତା ଏବଂ ପୁର୍ଣ୍ଣ। ଏହି ବାକ୍ୟର ଅର୍ଥ ପାଉଲ କହୁଛନ୍ତି ଯେ ସେ ଏପର୍ଯ୍ୟନ୍ତ ଆତ୍ମିକ ଭାବରେ ସିଦ୍ଧ କିମ୍ବା ପୂର୍ଣ୍ଣ ନୁହଁନ୍ତି । ବିକଳ୍ପ ଅନୁବାଦ: “ଏହା ନୁହେଁ ଯେ ମୁଁ ଆତ୍ମିକ ସିଦ୍ଧତା ହାସଲ କରିସାରିଛି” କିମ୍ବା “ଏହା ନୁହେଁ ଯେ ମୁଁ ଆତ୍ମିକ ଭାବରେ ସମ୍ପୂର୍ଣ୍ଣ ହୋଇସାରିଛି” କିମ୍ବା “ମୋ ଭିତରେ ଈଶ୍ଵରଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ” କିମ୍ବା “ମୋ ଭିତରେ ଈଶ୍ଵରଙ୍କ କାର୍ଯ୍ୟ ପୂର୍ବରୁ ସିଦ୍ଧ ହୋଇ ନାହିଁ” (୨) ପାଉଲ ନିଜ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ଏପର୍ଯ୍ୟନ୍ତ ହାସଲ ହୋଇ ନାହିଁ ଏବଂ ତେଣୁ ସେ ପୁରସ୍କାର ପାଇ ନାହାଁନ୍ତି । ବିକଳ୍ପ ଅନୁବାଦ: “ଏହା ନୁହେଁ ଯେ ମୁଁ ଏପର୍ଯ୍ୟନ୍ତ ମୋର ଲକ୍ଷ୍ୟରେ ହାସଲ କରିଛି ଏବଂ ଈଶ୍ଵରଙ୍କଠାରୁ ମୋର ପୁରସ୍କାର ଗ୍ରହଣ କରିଛି” (୩) ପାଉଲ ଏପର୍ଯ୍ୟନ୍ତ ଈଶ୍ଵର ତାଙ୍କୁ ତାଙ୍କ ଜୀବନ ସହ ଦେଇଥିବା କାର୍ଯ୍ୟ ସମାପ୍ତ କରି ନାହାଁନ୍ତି, ଏବଂ ତା’ପରେ ମରିଗଲେ ଏବଂ ଈଶ୍ଵରଙ୍କଠାରୁ ପୁରସ୍କାର ଗ୍ରହଣ କଲେ । ବିକଳ୍ପ ଅନୁବାଦ: “ଏହା ନୁହେଁ ଯେ ମୁଁ ମୋର କାର୍ଯ୍ୟ ସମାପ୍ତ କରିଛି ଏବଂ ଈଶ୍ଵରଙ୍କଠାରୁ ମୋର ପୁରସ୍କାର ଗ୍ରହଣ କରିଛି” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

ἢ ἤδη τετελείωμαι

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟରେ ବାକ୍ୟାଂଶକୁ ସିଦ୍ଧ କରାଯାଇଛି ବୋଲି ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିମ୍ବା ଭାବ ଯେ ଈଶ୍ଵର ମୋତେ ସିଦ୍ଧ କରିସାରିଛନ୍ତି” କିମ୍ବା “କିମ୍ବା ଭାବ ଯେ ଈଶ୍ଵର ମୋ ଭିତରେ ତାଙ୍କ କାର୍ଯ୍ୟ ସମାପ୍ତ କରିସାରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἤδη τετελείωμαι

ମୂଳ ଭାଷାରେ ଯେଉଁଥିରେ ପାଉଲ ଏହି ପତ୍ର ଲେଖିଥିଲେ, ସିଦ୍ଧ ଶବ୍ଦର ଅର୍ଥ ଏହା ଯେ କେହି କିମ୍ବା କୌଣସି ବିଷୟ ପୂର୍ଣ୍ଣ ସମାପ୍ତ ହୋଇଛି ଏବଂ ସେଥିପାଇଁ ଏହାର ଉଦ୍ଦେଶ୍ୟ କିମ୍ବା ଲକ୍ଷ୍ୟ ହାସଲ ହୋଇଅଛି । ଏହା ମଧ୍ୟ ପୂର୍ଣ୍ଣ ପରିପକ୍ୱତା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କୁ ସୂଚାଇପାରେ ଏବଂ ଖ୍ରୀଷ୍ଟଙ୍କ ପରି ଚରିତ୍ରର ସମ୍ପୂର୍ଣ୍ଣତାକୁ ଖ୍ରୀଷ୍ଟିୟାନମାନଙ୍କ ନୂତନ ନିୟମରେ ବ୍ୟବହୃତ ହୁଏ । ବିକଳ୍ପ ଅନୁବାଦ: “ସମାପ୍ତ ହୋଇଅଛି” କିମ୍ବା “ଏହା ସମ୍ପୂର୍ଣ୍ଣ ହୋଇସାରିଛି” କିମ୍ବା “ପୂର୍ଣ୍ଣ ପରିପକ୍ୱତା ହାସଲ କରିସାରିଛି” କିମ୍ବା “ପୂର୍ଣ୍ଣ ଖ୍ରୀଷ୍ଟଙ୍କ ସାଦୃଶ୍ୟରେ ପହଞ୍ଚିସାରିଛି” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

ἤδη τετελείωμαι

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟରେ ସିଦ୍ଧ କରାଯାଇଛି ବାକ୍ୟାଂଶକୁ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେ ଈଶ୍ଵର ମୋତେ ସିଦ୍ଧ କରିସାରିଛନ୍ତି” କିମ୍ବା “ଈଶ୍ଵର ମୋ ଭିତରେ ତାଙ୍କ କାର୍ଯ୍ୟକୁ ସିଦ୍ଧ କରିସାରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

καταλάβω, ἐφ’ ᾧ καὶ κατελήμφθην ὑπὸ Χριστοῦ Ἰησοῦ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ବାକ୍ୟାଂଶକୁ ଅନୁବାଦ କରିପାରିବ ଯାହା ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ଅଟେ । ବିକଳ୍ପ ଅନୁବାଦ: “ମୁଁ ସେହି ବିଷୟଗୁଡ଼ିକୁ ବୁଝିପାରେ ଯାହା ପାଇଁ ଖ୍ରୀଷ୍ଟ ଯୀଶୁ ମୋତେ ଧରିଥିଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Philippians 3:13

ἀδελφοί

ଫିଲିପ୍ପୀୟ ୧: ୧ ଏବଂ ୩:୧ ରେ ଆପଣ ଭାଇ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

ἐγὼ ἐμαυτὸν οὐ λογίζομαι κατειληφέναι

ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି । ସେ ବୋଧହୁଏ ଯୀଶୁଙ୍କ ପରି ସମ୍ପୂର୍ଣ୍ଣ ରୂପେ ହେବା ଏବଂ ଯୀଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ କହୁଛନ୍ତି । ଆପଣ ଆପଣଙ୍କ ଅନୁବାଦରେ ଏହାକୁ ଦର୍ଶାଇବାକୁ ବାଛି ପାରିବେ, ଯେପରି UST କରେ, କିମ୍ବା ତୁମ୍ଭେ ଏହାକୁ ଅସ୍ପଷ୍ଟ ଛାଡି ପାରିବେ, ଯେପରି ULT କରେ । (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

ἓν δέ

କିନ୍ତୁ ଗୋଟିଏ ବିଷୟ ବାକ୍ୟାଂଶରେ ପାଉଲ କେତେକ ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଏହି ଗୋଟିଏ ବିଷୟ ଉପରେ ଧ୍ୟାନ ଦିଅ” (See: ଶବ୍ଦର ବିଲୋପ ବା ଉହ୍ୟତା)

τὰ μὲν ὀπίσω ἐπιλανθανόμενος, τοῖς δὲ ἔμπροσθεν ἐπεκτεινόμενος

ପଛରେ ଥିବା ବିଷୟକୁ ଭୁଲି ଏବଂ ସମ୍ମ‌ୁଖରେ ଥିବା ବିଷୟ ପାଇଁ ଚେଷ୍ଟା କରିବା ବାକ୍ୟରେ, ପାଉଲ ପୁରସ୍କାର ପାଇବା ପାଇଁ ଦୌଡ଼ରେ ଥିବା ବ୍ୟକ୍ତିଙ୍କ ଚିତ୍ର ବ୍ୟବହାର କରୁଛନ୍ତି । ପାଉଲ ନିଜକୁ ଚିତ୍ରଣ କରନ୍ତି ଏବଂ ଫିଲିପ୍ପୀୟ ୩: ୧୪ ର ଶେଷ ପର୍ଯ୍ୟନ୍ତ ସେ ଏହି ରୂପକକୁ ବ୍ୟବହାର କରନ୍ତି । ଯଦି ଏହି ରୂପକ ଆପଣଙ୍କ ସଂସ୍କୃତିରେ ଅପରିଚିତ, ତେବେ ଅନ୍ୟ ଏକ ରୂପକ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ପାଠକମାନଙ୍କ ପାଇଁ ପରିଚିତ ହେବ, କିମ୍ବା ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରିପାରିବେ , ଯେପରି UST କରେ । ବିକଳ୍ପ ଅନୁବାଦ: “ଜଣେ ଧାବକ ପରି, ମୁଁ ମୋ ପଛରେ ଥିବା ବିଷୟକୁ ଭୁଲିଯାଏ ଏବଂ ମୋର ସମସ୍ତ ପ୍ରୟାସକୁ ମୋ ସାମ୍ନାରେ ରଖେ” କିମ୍ବା “ଧାବକ ପରି, ମୋର ଗୋଟିଏ ଲକ୍ଷ ଅଛି, ଏବଂ ସେଥିପାଇଁ ମୁଁ ପଛକୁ ଦେଖେ ନାହିଁ । ମୁଁ ଦୌଡ଼େ, କିନ୍ତୁ କେବଳ ଆଗକୁ ଅପେକ୍ଷା କରେ ଯେପରି ମୁଁ ମୋର ସମସ୍ତ ଶକ୍ତି ସହ ଲକ୍ଷ ସ୍ଥଳରେ ପହଞ୍ଚିବି ”(See: ଉପମା/ରୂପକ)

Philippians 3:14

κατὰ σκοπὸν διώκω εἰς τὸ βραβεῖον

ଏହି ପଦରେ ପାଉଲ ପୁରସ୍କାର ଜିତିବା ପାଇଁ ଏକ ଦୌଡ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଧାବକର ରୂପକ ବ୍ୟବହାର କରନ୍ତି । ଏହି ପଦରେ ପାଉଲ କହନ୍ତି ଯେ ତାଙ୍କର ଲକ୍ଷ୍ୟ, ଯାହା ପାଇଁ ସେ କଠିନ ପରିଶ୍ରମ କରନ୍ତି, ସେହି ପୁରସ୍କାର ଜିତିବା ଯାହା ଈଶ୍ଵର ଖ୍ରୀଷ୍ଟଙ୍କୁ ଅନୁସରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେବାକୁ ପ୍ରତିଜ୍ଞା କରୁଥିବା । ଯଦି ଏହି ରୂପକ ଆପଣଙ୍କ ସଂସ୍କୃତିରେ ଅପରିଚିତ, ଅନ୍ୟ ଏକ ରୂପକ ବ୍ୟବହାର କରନ୍ତୁ, କିମ୍ବା ଏହି ରୂପକ ପଛରେ ଥିବା ଧାରଣାକୁ ଅନୁବାଦ କରିବା ପାଇଁ ସରଳ ଭାଷା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵରଙ୍କ ଉର୍ଦ୍ଧ୍ୱ ଆହ୍ବାନ ପୁରସ୍କାର ପାଇବା ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରେ” କିମ୍ବା “ମୁଁ କଠିନ ପରିଶ୍ରମ କରେ ଯାହା ଦ୍ଵାରା ମୁଁ ମୋ ଲକ୍ଷ୍ୟରେ ପହଞ୍ଚି ପାରିବି” (See: ଉପମା/ରୂପକ)

σκοπὸν…εἰς τὸ βραβεῖον τῆς ἄνω κλήσεως τοῦ Θεοῦ

ଲକ୍ଷ୍ୟ ଏବଂ ପୁରସ୍କାର ବାକ୍ୟାଂଶଗୁଡ଼ିକ ଦୁଇଟି ଉପାୟ ମଧ୍ୟରୁ ଗୋଟିଏରେ ପରସ୍ପର ସହି ଜଡିତ ହୋଇପାରେ । ସେମାନେ କରିପାରନ୍ତି: (୧) ସମାନ ଧାରଣା ଉପରେ ଧ୍ୟାନ କେନ୍ଦ୍ରିତ । ବିକଳ୍ପ ଅନୁବାଦ: “ଲକ୍ଷ୍ୟ, ଯାହାକୁ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ଦିଆଯିବ” କିମ୍ବା “ମୋର ଲକ୍ଷ୍ୟ, ଯାହା ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ଅଟେ” (୨) ବିଭିନ୍ନ ବିଷୟ ଉପରେ ଧ୍ୟାନ ଦେବା, ଯାହା ପାଉଲଙ୍କ ଜୀବନର ଲକ୍ଷ୍ୟକୁ ସୂଚୀତ କରୁଥିବାବେଳେ ପୁରସ୍କାରଟି ସଫଳତାର ସହ ହାସଲ କରିବା ପରେ ପାଉଲ ଯାହା ପାଇବାକୁ ଆଶା କରୁଛନ୍ତି ତାହା ଦର୍ଶାଉଛି । ବିକଳ୍ପ ଅନୁବାଦ: “ଲକ୍ଷ୍ୟ ଏବଂ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବାକୁ” କିମ୍ବା “ଲକ୍ଷ୍ୟ ଏବଂ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବାକୁ” ।

τὸ βραβεῖον τῆς ἄνω κλήσεως τοῦ Θεοῦ

ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ବାକ୍ୟର ଅର୍ଥ ହୋଇପାରେ: (୧) ଯେ ପୁରସ୍କାର ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନ ଅଟେ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ଗ୍ରହଣ କର” କିମ୍ବା “ଈଶ୍ଵରଙ୍କ ସ୍ୱର୍ଗୀୟ ନିମନ୍ତ୍ରଣର ପୁରସ୍କାର ଗ୍ରହଣ କର” (୨) ଯେ ଈଶ୍ଵରଙ୍କ ସ୍ୱର୍ଗୀୟ ଆହ୍ୱାନ ଏବଂ ଈଶ୍ଵରଙ୍କ ପୁରସ୍କାର ପାଇବାକୁ ଏକ ଆହ୍ୱାନ ଅଟେ । ବିକଳ୍ପ ଅନୁବାଦ: “ପୁରସ୍କାର ପାଇବା ପାଇଁ ଈଶ୍ଵରଙ୍କ ସ୍ୱର୍ଗୀୟ ଆହ୍ୱାନ ର ଉତ୍ତର ଦିଅ” କିମ୍ବା “ପୁରସ୍କାର ପାଇବା ପାଇଁ ଈଶ୍ଵରଙ୍କ ନିମନ୍ତ୍ରଣର ଉତ୍ତର ଦିଅ” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

τῆς ἄνω κλήσεως τοῦ Θεοῦ

ସ୍ୱର୍ଗୀୟ ଶବ୍ଦଟି ସମ୍ଭବତ ଈଶ୍ଵରଙ୍କ ଆହ୍ୱାନର ଉତ୍ପତ୍ତି ଏବଂ ଈଶ୍ଵରଙ୍କ ଆହ୍ୱାନର ଦିଗକୁ ସୂଚାଏ । ଅନ୍ୟ ଅର୍ଥରେ, ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ବାକ୍ୟଟି ବୋଧହୁଏ ଉଭୟ ସତ୍ୟକୁ ସୂଚାଏ ଯେ ଆହ୍ୱାନ ଈଶ୍ଵରଙ୍କଠାରୁ ଆସିଛି ଏବଂ ଆହ୍ୱାନ ମଧ୍ୟ ଈଶ୍ଵରଙ୍କ ଆଡ଼କୁ ଯିବା ପାଇଁ ଏକ ସ୍ୱର୍ଗୀୟ ଆହ୍ୱାନ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସ୍ୱର୍ଗୀୟ ସ୍ୱର୍ଗୀୟ” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

κατὰ σκοπὸν διώκω εἰς τὸ βραβεῖον τῆς ἄνω κλήσεως τοῦ Θεοῦ ἐν Χριστῷ Ἰησοῦ

ଖ୍ରୀଷ୍ଟ ଯୀଶୁଙ୍କଠାରେ ବାକ୍ୟଟି ହୋଇପାରେ: (୧) ଈଶ୍ଵରଙ୍କ ସ୍ୱର୍ଗୀୟ ଆହ୍ୱାନ ବାକ୍ୟକୁ ପରିବର୍ତ୍ତନ କରିବା । (୨) ମୁଁ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି ବାକ୍ୟାଂଶକୁ ସଂଶୋଧନ କରିବା । ବିକଳ୍ପ ଅନୁବାଦ: “ମୁଁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵରଙ୍କ ପୁରସ୍କାର ପାଇଁ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

κατὰ σκοπὸν διώκω εἰς τὸ βραβεῖον τῆς ἄνω κλήσεως τοῦ Θεοῦ ἐν Χριστῷ Ἰησοῦ

ଯଦି ଆପଣଙ୍କ ଭାଷା ଏକ ଲକ୍ଷ୍ୟର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ ବିଶେଷ୍ୟ ଲକ୍ଷ୍ୟ ପଛରେ ଥିବା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ଜିତିବା ମୋର ମୁଖ୍ୟ ଲକ୍ଷ୍ୟ ଅଟେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 3:15

οὖν

ତେଣୁ ଶବ୍ଦଟି ସୂଚାଏ ଯେ ପାଉଲ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାରେ (ଫିଲିପ୍ପୀୟ ୩:୪-୧୪) (ଫିଲିପ୍ପୀୟ ୩:୧୫-୧୭) ରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଫିଲିପ୍ପୀୟମାନଙ୍କୁ ଶିକ୍ଷା ସ୍ଥାନାନ୍ତର କରୁଛନ୍ତି । ସେହି ବାକ୍ୟ ଗଠନକୁ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ଏହି ଅର୍ଥକୁ ସର୍ବୋତ୍ତମ ଭାବରେ ପ୍ରକାଶ କରିବ ।(See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

ὅσοι

ଯେତେ ବାକ୍ୟାଂଶଟି କେତେକ ଶବ୍ଦକୁ ପ୍ରକାଶ କରେ ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ତୁମମାନଙ୍କ ମଧ୍ୟରୁ ଯେତେ” କିମ୍ବା “ତୁମ୍ଭେ ସମସ୍ତେ” (See: ଶବ୍ଦର ବିଲୋପ ବା ଉହ୍ୟତା)

ὅσοι…τέλειοι

ଏଠାରେ, ସିଦ୍ଧ ଶବ୍ଦର ଅର୍ଥ “ପାପ ବିନା” ନୁହେଁ, ବରଂ ଏହାର ଅର୍ଥ “ଆତ୍ମିକ ପରିପକ୍ୱ” ଅଟେ । ବିକଳ୍ପ ଅନୁବାଦ: “ଯେତିକି ଆତ୍ମିକ ପରିପକ୍ୱ”

καὶ τοῦτο ὁ Θεὸς ὑμῖν ἀποκαλύψει

ବିକଳ୍ପ ଅନୁବାଦ: “ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ଏହା ସ୍ପଷ୍ଟ କରିବେ” କିମ୍ବା “ଈଶ୍ଵର ନିଶ୍ଚିତ କରିବେ ଯେ ତୁମ୍ଭେ ଏହା ଜାଣିଛ”

Philippians 3:16

εἰς ὃ ἐφθάσαμεν, τῷ αὐτῷ στοιχεῖν

ଯେତେବେଳେ ପାଉଲ ଆମ୍ଭେମାନେ କହନ୍ତି ଏହି ପଦରେ, ସେ ନିଜ ଏବଂ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହଛନ୍ତି, ତେଣୁ ଆମ୍ଭେମାନେ ଏଠାରେ ବହୁବଚନ ଅଟେ । ଆପଣଙ୍କ ଭାଷା ହୁଏତ ଆମ୍ଭମାନଙ୍କୁ ଏହି ଦୁଇଟି ବ୍ୟବହାରକୁ ଅନ୍ତର୍ଭୂକ୍ତ ବାକ୍ୟ ଗଠନ ଅଟେ। ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ସମସ୍ତେ ସମାନ ସତ୍ୟ ସର୍ବଦା ପାଳନ କରିବା” (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

εἰς ὃ ἐφθάσαμεν, τῷ αὐτῷ στοιχεῖν

ବିକଳ୍ପ ଅନୁବାଦ: “ଯେଉଁ ବିଷୟଗୁଡ଼ିକ ଆମ୍ଭେମାନେ ଏପର୍ଯ୍ୟନ୍ତ ହାସଲ କରିଛୁ, ସେଗୁଡ଼ିକରେ ରହିବା ଉଚିତ୍” କିମ୍ବା “ଯେଉଁ ବିଷୟକୁ ଆମ୍ଭେମାନେ ଏପର୍ଯ୍ୟନ୍ତ ବିଶ୍ଵାସ କରିଛୁ, ସେଗୁଡ଼ିକୁ ପାଳନ କରିବା ଉଚିତ୍” କିମ୍ବା “ଆମ୍ଭେମାନେ ଏପର୍ଯ୍ୟନ୍ତ ବିଶ୍ଵାସ କରିଥିବା ବିଷୟଗୁଡ଼ିକ ଉପରେ କାର୍ଯ୍ୟ କରିବା ଉଚିତ୍”

Philippians 3:17

συνμιμηταί μου γίνεσθε

ବିକଳ୍ପ ଅନୁବାଦ: “ମୁଁ ଯାହା କରେ ତାହା କର” କିମ୍ବା “ମୁଁ ଯେପରି ବଞ୍ଚେ ସେହିପରି ବଞ୍ଚ”

γίνεσθε

ଆଚରଣ ଶବ୍ଦ ସମସ୍ତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ଆଚରଣ କରିବା ପାଇଁ ଅନୁରୋଧ କରେ” କିମ୍ବା “ତୁମ୍ଭର ପ୍ରତ୍ୟେକ ଆଚରଣ କର” କିମ୍ବା “ମୁଁ ତୁମ ପ୍ରତ୍ୟେକଙ୍କୁ ଆଚରଣ କରିବାକୁ ଆଜ୍ଞା ଦେଉଛି” (See: https://git.door43.org/Door43-Catalog/or_ta/src/branch/master/translate/figs-yousingular/01.md)

ἀδελφοί

ଫିଲିପ୍ପୀୟ ୧: ୧ ରେ ଆପଣ ଭାଇ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

σκοπεῖτε

* ପ୍ରତି ଦୃଷ୍ଟି କର* ବାକ୍ୟାଂଶ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରତ୍ୟେକଙ୍କୁ ଅତି ନିକଟରୁ ଦେଖିବା ପାଇଁ ପରାମର୍ଶ ଦେଉଅଛି” କିମ୍ବା “ତୁମ୍ଭ ପ୍ରତ୍ୟେକକୁ ଅତି ନିକଟତର ଦେଖିବାକୁ ଆଦେଶ କରେ” https://git.door43.org/Door43-Catalog/or_ta/src/branch/master/translate/figs-yousingular/01.md

τοὺς οὕτω περιπατοῦντας, καθὼς ἔχετε τύπον ἡμᾶς

ବିକଳ୍ପ ଅନୁବାଦ: “ସେହି ଲୋକମାନେ ଯେଉଁମାନେ ଠିକ ସେହିପରି ଜୀବନଯାପନ କରୁଛନ୍ତି ଏବଂ ମୁଁ ତୁମ୍ଭମାନଙ୍କର ଉଦାହରଣ ଅନୁସରଣ କରୁଛି” କିମ୍ବା “ସେହି ଲୋକମାନେ ଯେଉଁମାନେ ମୁଁ ଯାହା କରେ ଏବଂ ଆମ୍ଭମାନଙ୍କୁ ଅନୁକରଣ କରୁଛନ୍ତି”

Philippians 3:18

πολλοὶ γὰρ περιπατοῦσιν

ଏଠାରେ, ଆଚରଣ ଶବ୍ଦ ଏକ ଯିହୁଦୀ ବକ୍ତବ୍ୟର ଅଟେ ଯାହାର ଅର୍ଥ “ବଞ୍ଚିବା” କିମ୍ବା “ଜଣଙ୍କର ଜୀବନଯାପନ କରିବା” ଅଟେ । ଯିହୁଦୀ ସଂସ୍କୃତିରେ ଜଣେ ବ୍ୟକ୍ତିର ଆଚରଣ ଏକ ରାସ୍ତାରେ ଯିବା ସହ ତୁଳନା କରାଯାଉଥିଲା । ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ ପାରନ୍ତି , ତେବେ ଏହାକୁ ସରଳ ଭାଷାରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ଅନେକ ଜୀବନଯାପନ କରନ୍ତି” କିମ୍ବା “ଅନେକ ଲୋକ ସେମାନଙ୍କ ଜୀବନଯାପନ କରନ୍ତି” (See: ଲାକ୍ଷଣିକ ଶବ୍ଦ)

πολλοὶ γὰρ

ଅନେକଙ୍କ ପାଇଁ ବାକ୍ୟାଂଶ ଏକ ଶବ୍ଦ ଛାଡିଦିଏ ଯାହାକି କିଛି ଭାଷାରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବାକୁ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ପ୍ରସଙ୍ଗରୁ ଉଲ୍ଲେଖ ନ ଥିବା ଶବ୍ଦ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଅନେକ ଲୋକ ଆଚରଣ କରନ୍ତି” (See: ଶବ୍ଦର ବିଲୋପ ବା ଉହ୍ୟତା)

νῦν δὲ καὶ κλαίων

ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ ବହୁତ ଦୁଃଖର ସହ କହୁଛି”

τοὺς ἐχθροὺς τοῦ σταυροῦ τοῦ Χριστοῦ

ପାଉଲ ସାଙ୍କେତିକ ଭାବରେ ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନର ସୁସମାଚାର ଏବଂ ଏହି ବିଷୟଗୁଡ଼ିକୁ ଖ୍ରୀଷ୍ଟଙ୍କ କ୍ରୁଶ ସହ ଯୋଡି ଏହି ସୁସମାଚାର ପ୍ରଚାର କାର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି । ଏଠାରେ, ଖ୍ରୀଷ୍ଟଙ୍କ କ୍ରୁଶ ବାକ୍ୟଟି ସୁସମାଚାର ବାର୍ତ୍ତା ଏବଂ ସୁସମାଚାର ବାର୍ତ୍ତା ବିସ୍ତାର କରିବାର କାର୍ଯ୍ୟ ସହ ସମକକ୍ଷ ଅଟେ । ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ ବାକ୍ୟ ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ସୁସମାଚାରର ବାର୍ତ୍ତାକୁ ବିରୋଧ କରନ୍ତି ଏବଂ ଯେଉଁମାନେ ଅନ୍ୟମାନଙ୍କ ସହ ସୁସମାଚାର ପ୍ରଚାର କରନ୍ତି ସେମାନଙ୍କୁ ବିରୋଧ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ସୁସମାଚାରର ଶତ୍ରୁ ଭାବରେ” କିମ୍ବା “ଯୀଶୁଙ୍କ ବିଷୟରେ ବାର୍ତ୍ତାର ଶତ୍ରୁ ତଥା ଯେଉଁମାନେ ଏହାକୁ ଘୋଷଣା କରନ୍ତି ସେମାନଙ୍କ ଶତ୍ରୁ ଭାବରେ” କିମ୍ବା “ଯୀଶୁଙ୍କ ବିଷୟରେ ବାର୍ତ୍ତାର ଶତ୍ରୁ ଭାବରେ ଏବଂ ଅନ୍ୟମାନଙ୍କ ସହ ପ୍ରଚାର କରୁଥିବା ଶତ୍ରୁ ଭାବରେ” (See: ଲାକ୍ଷଣିକ ଶବ୍ଦ)

Philippians 3:19

ὧν τὸ τέλος ἀπώλεια

ଯଦି ଆପଣଙ୍କ ଭାଷା ଶେଷର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ ବିଶେଷ୍ୟର ଶେଷ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ଵର ବିନାଶ କରିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ὧν τὸ τέλος ἀπώλεια

ଯଦି ଆପଣଙ୍କ ଭାଷା ବିନାଶର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ବିନାଶ ଭଳି କ୍ରିୟା ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ବିନାଶ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ଵର ବିନାଶ କରିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ὧν ὁ Θεὸς ἡ κοιλία

ଏଠାରେ ପାଉଲ ଆନନ୍ଦ ପାଇଁ ସମସ୍ତ ଶାରୀରିକ ଇଚ୍ଛାକୁ ପ୍ରତିପାଦିତ କରିବା ପାଇଁ ପେଟକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ପାଉଲ ସେମାନଙ୍କ ପେଟକୁ ସେମାନଙ୍କର ଈଶ୍ୱର ବୋଲି କହିବା ଦ୍ୱାରା, ଏହାର ଅର୍ଥ ଏହି ଲୋକମାନେ ଈରଙ୍କୁ ପ୍ରେମ କରିବା ଏବଂ ସେବା କରିବା ପରିବର୍ତ୍ତେ ଭୋଗ ପାଇଁ ସେମାନଙ୍କର ଶାରୀରିକ ଇଚ୍ଛାକୁ ଭଲ ପାଆନ୍ତି ଏବଂ ସେବା କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ ପାରନ୍ତି , ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ଆପଣ ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ସେବା କରିବା ପରିବର୍ତ୍ତେ ଖାଦ୍ୟ ଏବଂ ଅନ୍ୟାନ୍ୟ ଭୋଗ ପାଇଁ ସେମାନଙ୍କର ଇଚ୍ଛାକୁ ସେବା କରନ୍ତି” କିମ୍ବା “ଯେଉଁମାନେ ଈଶ୍ଵରଙ୍କୁ ମାନିବା ପରିବର୍ତ୍ତେ ସେମାନଙ୍କର ଶାରୀରିକ ଭୋକକୁ ମାନନ୍ତି” କିମ୍ବା “ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରିବା ଅପେକ୍ଷା ଆନନ୍ଦକୁ ଅଧିକ ପ୍ରେମ କରନ୍ତି” (See: ଉପଲକ୍ଷ୍ୟ ଅଳଙ୍କାର)

ἡ δόξα ἐν τῇ αἰσχύνῃ αὐτῶν

ଏଠାରେ, ଲଜ୍ଜା ସେହି କାର୍ଯ୍ୟଗୁଡ଼ିକ ବୁଝାଏ ଯେଉଁଥି ପାଇଁ ଲୋକମାନେ ଲଜ୍ଜିତ ହେବା ଉଚିତ କିନ୍ତୁ ନୁହେଁ । ବିକଳ୍ପ ଅନୁବାଦ: “ସେମାନେ ସେହି ବିଷୟଗୁଡ଼ିକ ପାଇଁ ଗର୍ବିତ, ଯାହା ସେମାନଙ୍କ ପାଇଁ ଲଜ୍ଜା ଉତ୍ପନ୍ନ କରାଏ” (See: ଲାକ୍ଷଣିକ ଶବ୍ଦ)

ἡ δόξα ἐν τῇ αἰσχύνῃ αὐτῶν

ଯଦି ଆପଣଙ୍କ ଭାଷା ଗୌରବର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଗର୍ବିତ” ଭଳି ଏକ ବିଶେଷଣ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଗୌରବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଲଜ୍ଜା ଉତ୍ପନ୍ନ କରୁଥିବା ବିଷୟରେ ଗର୍ବ କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἡ δόξα ἐν τῇ αἰσχύνῃ αὐτῶν

ଯଦି ଆପଣଙ୍କ ଭାଷା ଲଜ୍ଜାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଲଜ୍ଜିତ” ଭଳି ଏକ ବିଶେଷଣ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଲଜ୍ଜା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଲଜ୍ଜିତ ହେବାରେ ଗର୍ବ କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

οἱ τὰ ἐπίγεια φρονοῦντες

ଏଠାରେ, ପାର୍ଥିବ ପୃଥିବୀରେ ପ୍ରତ୍ୟେକ ଦିନ ଜୀବନଯାପନ ସମ୍ବନ୍ଧୀୟ ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯିଏ କେବଳ ଏହି ପୃଥିବୀର ବିଷୟଗୁଡ଼ିକ ବିଷୟରେ ଚିନ୍ତା କରେ” କିମ୍ବା “ଯିଏ କେବଳ ଏହି ଜୀବନର ବିଷୟଗୁଡ଼ିକ ବିଷୟରେ ଚିନ୍ତା କରେ” (See: ଲାକ୍ଷଣିକ ଶବ୍ଦ)

οἱ τὰ ἐπίγεια φρονοῦντες

ପାଉଲ ଏଠାରେ ପାର୍ଥିବ ବିଷୟ ଏବଂ ଆତ୍ମିକ ବିଷୟ ମଧ୍ୟରେ ପାର୍ଥକ୍ୟ ଦର୍ଶାନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ବିଷୟ ବଦଳରେ ପାର୍ଥିବ ବିଷୟ ବିଷୟରେ ଭାବନ୍ତି” କିମ୍ବା “ଯିଏ କେବଳ ଈଶ୍ଵରଙ୍କ ବିଷୟ ବଦଳରେ ପାର୍ଥିବ ବିଷୟ ବିଷୟରେ ଚିନ୍ତା କରନ୍ତି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 3:20

ἡμῶν…ἀπεκδεχόμεθα

ଏଠାରେ ଯେତେବେଳେ ପାଉଲ ଆମ୍ଭମାନଙ୍କର ଏବଂ ଆମ୍ଭେମାନେ ବ୍ୟବହାର କରନ୍ତି, ସେ ନିଜକୁ ଏବଂ ଫିଲିପ୍ପୀରେ ବିଶ୍ଵାସୀମାନଙ୍କୁ ସୂଚାଉଛନ୍ତି, ତେଣୁ ଆମ୍ଭମାନଙ୍କର ଏବଂ ଆମ୍ଭେମାନେ ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟ ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

πολίτευμα

ଯଦି ଆପଣଙ୍କର ଭାଷା ନାଗରିକତ୍ୱର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ନାଗରିକ” ପରି ଏକ ବିଶେଷ୍ୟ ସହ ନାଗରିକତ୍ୱ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନାଗରିକ ଭାବରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 3:21

σώματι τῆς δόξης αὐτοῦ

ଏଠାରେ, ତାଙ୍କର ସର୍ବନାମ ଖ୍ରୀଷ୍ଟଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଗୌରବମୟ ଶରୀରକୁ” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

τοῦ δύνασθαι αὐτὸν

ଯଦି ଆପଣଙ୍କ ଭାଷା ଶକ୍ତିର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ ବିଶେଷ୍ୟ ଶକ୍ତି ପଛରେ ଥିବା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କର ଶକ୍ତି ଏବଂ ସାମର୍ଥ୍ୟର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 4

Philippians 4:1

ὥστε

ଏଠାରେ ପାଉଲ ତେଣୁକରି ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ଉପଦେଶ ଦେବା ପାଇଁ ଏକ ପରିବର୍ତ୍ତନ ଶବ୍ଦ ଭାବରେ ବ୍ୟବହାର କରନ୍ତି ଯାହା ସେ ଦେବାକୁ ଯାଉଛନ୍ତି ଏବଂ ଏହି ପଦଗୁଡ଼ିକ ପୂର୍ବରୁ ଯାହା କହିଛନ୍ତି ତାହା ଉପରେ ଆଧାରିତ ଅଟେ । ଏହି ଅର୍ଥ ଦେଖାଇବା ପାଇଁ ଆପଣଙ୍କ ଭାଷାରେ ବ୍ୟବହାର କରିବାକୁ ସର୍ବୋତ୍ତମ ଶବ୍ଦ ବା ବାକ୍ୟାଂଶକୁ ବ୍ୟବହାର କରନ୍ତୁ। ବିକଳ୍ପ ଅନୁବାଦ: “ତେବେ ତାପରେ” (See: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)

ἀδελφοί

ଫିଲିପ୍ପୀୟ ୧:୧୨ ରେ ଆପଣ କିପରି ଭାଇ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

ἀγαπητοὶ καὶ ἐπιπόθητοι

ବିକଳ୍ପ ଅନୁବାଦ: “ଯାହାକୁ ମୁଁ ପ୍ରେମ କରେ ଏବଂ ଦେଖିବାକୁ ବହୁତ ଇଚ୍ଛା କରେ”

χαρὰ καὶ στέφανός μου

ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଆନନ୍ଦ” ଭଳି ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ କିମ୍ବା “ଖୁସି” ଭଳି ବିଶେଷଣ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମୋତେ ବହୁତ ଖୁସି କରନ୍ତି ଏବଂ ମୋର ମୁକୁଟ ଅଟନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

χαρὰ καὶ στέφανός μου

ମୋର ଆନନ୍ଦ ଏବଂ ମୁକୁଟ ବାକ୍ୟାଂଶ ସୂଚାଇପାରେ: (୧) ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ପାଉଲଙ୍କ ବର୍ତ୍ତମାନର ଆନନ୍ଦ ଅନୁଭବ ଏବଂ ସେମାନଙ୍କ ମଧ୍ୟରେ ପରିଶ୍ରମ ପାଇଁ ପୁରସ୍କୃତ ହେବାର ଭବିଷ୍ୟତ ଆଶାକୁ । ବିକଳ୍ପ ଅନୁବାଦ: “ମୋର ଆନନ୍ଦର ଉତ୍ସ ଏବଂ ଖ୍ରୀଷ୍ଟ ଫେରିବା ପରେ ପୁରସ୍କୃତ ହେବାର ମୋର ଭବିଷ୍ୟତ ଆଶା” (୨) ଭବିଷ୍ୟତରେ ଖ୍ରୀଷ୍ଟ ଫେରିବା ପରେ ପାଉଲଙ୍କ ଆନନ୍ଦ ଏବଂ ପୁରସ୍କାର । ବିକଳ୍ପ ଅନୁବାଦ: “ଯେତେବେଳେ ଖ୍ରୀଷ୍ଟ ଫେରିବେ ଏହାର ଆନନ୍ଦ ଏବଂ ପୁରସ୍କାର ପାଇଁ ମୋର ଆଶା” (୩) ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ମଧ୍ୟରେ ପାଉଲଙ୍କ ବର୍ତ୍ତମାନର ଆନନ୍ଦ ଏବଂ ସେମାନଙ୍କ ମଧ୍ୟରେ ଥିବା କାର୍ଯ୍ୟ ପାଇଁ ସେମାନେ ତାଙ୍କର ପୁରସ୍କାର ବୋଲି ତାଙ୍କର ବର୍ତ୍ତମାନର ଅନୁଭବକୁ । ବିକଳ୍ପ ଅନୁବାଦ: “ମୋର ଆନନ୍ଦ ଏବଂ ପୁରସ୍କାର” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

στέφανός

ପାଉଲ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ସାଙ୍କେତିକ ଭାବରେ କଥାବାର୍ତ୍ତା କରନ୍ତି ଯେପରି ସେମାନେ ତାଙ୍କ ମୁକୁଟ ଅଟନ୍ତି । ପାଉଲ ଏହି ପତ୍ର ଲେଖିବା ସମୟରେ ପତ୍ରରେ ମୁକୁଟ ତିଆରି କରାଯାଉଥିଲା ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିବା ପରେ ସେମାନଙ୍କ ସଫଳତାର ସଙ୍କେତ ଭାବରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ପିନ୍ଧାଯାଉଥିଲା । ଏଠାରେ, ମୁକୁଟ ଶବ୍ଦର ଅର୍ଥ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନେ ପାଉଲଙ୍କୁ ଈଶ୍ଵରଙ୍କ ସମ୍ମୁଖରେ ବହୁତ ସମ୍ମାନ ଆଣିଥିଲେ ଏବଂ ସେମାନଙ୍କ ମଧ୍ୟରେ ତାଙ୍କର କଠିନ ପରିଶ୍ରମର ସଙ୍କେତ ଥିଲେ । ଯଦି ଆପଣଙ୍କର ପାଠକମାନେ ଏହି ରୂପକର ଅର୍ଥକୁ ବୁଝିପାରିବେ ନାହିଁ, ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷାରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋର ପୁରସ୍କାର” କିମ୍ବା “ମୋର ସମ୍ମାନ” କିମ୍ବା “ମୋର ପରିଶ୍ରମର ଚିହ୍ନ” (See: ଉପମା/ରୂପକ)

οὕτως στήκετε ἐν Κυρίῳ, ἀγαπητοί

ବିକଳ୍ପ ଅନୁବାଦ: “ପ୍ରିୟ ବନ୍ଧୁଗଣ, ତେଣୁ ପ୍ରଭୁଙ୍କ ପାଇଁ ସେହି ଉପାୟରେ ଜୀବନଯାପନ ଜାରି ରଖ ଯେପରି ମୁଁ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛି”

οὕτως στήκετε ἐν Κυρίῳ, ἀγαπητοί

ଏହି ଉପାୟରେ ବାକ୍ୟାଂଶକୁ ସୂଚାଇପାରେ: (୧) ଏହା ପୂର୍ବରୁ ଯାହା ଆସେ, ଯେଉଁ କ୍ଷେତ୍ରରେ ଏହି ବାକ୍ୟର ଅର୍ଥ ହେବ, “ଯେଉଁ ଉପାୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇଥିଲି” ବିକଳ୍ପ ଅନୁବାଦ: “ପ୍ରିୟମାନେ, ସେହି ଉପାୟରେ ପ୍ରଭୁଙ୍କଠାରେ ଦୃଢ଼ ହୁଅ ଯେପରି ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେଇଛି ”(୨) ଫିଲିପ୍ପୀୟ ୪:୨-୯ ରେ ପାଉଲ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିକଳ୍ପ ଅନୁବାଦ: “ପ୍ରିୟମାନେ, ପ୍ରଭୁଙ୍କଠାରେ ଏହିପରି ଦୃଢ଼ ରୁହ”

στήκετε

ଦୃଢ଼ଭାବେ ଠିଆହୁଅ ବାକ୍ୟାଂଶ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଦେଶଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

στήκετε

ଏଠାରେ ଦୃଢ଼ ଭାବେ ଠିଆହୁଅ ବାକ୍ୟାଂଶ ସାଙ୍କେତିକ ଭାବରେ ବ୍ୟବହୃତ, ଯାହା ଧର୍ଯ୍ୟହରା ନ ହେବାକୁ ବୁଝାଏ । ଏଠାରେ, ପାଉଲ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କର ମନ ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେବା ପାଇଁ ଏକ ଆତ୍ମିକ ଅର୍ଥରେ ବ୍ୟବହାର କରିଛନ୍ତି। ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଅନ୍ୟ ଏକ ରୂପକ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ସଂସ୍କୃତିରେ ଅର୍ଥପୂର୍ଣ୍ଣ ହେବ କିମ୍ବା ସରଳ ଭାଷା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉପରେ ତୁମ୍ଭର ବିଶ୍ଵାସରେ ଅବିରତ ରୁହ” କିମ୍ବା “ତୁମ୍ଭର ବିଶ୍ୱାସରେ ଦୃଢ଼ ରୁହ” (See: ଉପମା/ରୂପକ)

οὕτως στήκετε ἐν Κυρίῳ

ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକତା ଏବଂ ପ୍ରଭୁଙ୍କ ସହ ସମ୍ପର୍କରେ ଦୃଢ଼ ରୁହ” କିମ୍ବା “ତୁମ୍ଭମାନଙ୍କର ଏକତା ଏବଂ ପ୍ରଭୁଙ୍କଠାରେ ଦୃଢ଼ ରୁହ” ।

Philippians 4:2

Εὐοδίαν…Συντύχην

ଇୟଦିଆସୁନ୍ତୁଖୀ ମହିଳାଙ୍କର ନାମ ଅଟେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Philippians 4:3

σέ

ଏଠାରେ, ତୁମ୍ଭେମାନେ ପ୍ରକୃତ ସହକାରୀକୁ ସୂଚାଏ ଏବଂ ଏକବଚନ ଅଟେ । ଫିଲିପ୍ପୀୟରେ ଏହା ଏକମାତ୍ର ତୁମ୍ଭେମାନେ ଶବ୍ଦ ଅଟେ ଯାହା ଏକବଚନ ଅଟେ। (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

γνήσιε σύνζυγε

ପ୍ରକୃତ ସାଥୀ ବାକ୍ୟାଂଶ ସେହି ବ୍ୟକ୍ତିଙ୍କୁ ସୂଚାଏ ଯାହା ସହ ଫିଲିପ୍ପୀୟ ବିଶ୍ଵାସୀମାନେ ସେହି ସମୟରେ ପରିଚିତ ଥିଲେ କିନ୍ତୁ ଯାହାର ପରିଚୟ ଆଉ ଜଣା ନାହିଁ । ବିକଳ୍ପ ଅନୁବାଦ: “ସୁସମାଚାର କାର୍ଯ୍ୟରେ ମୋର ବିଶ୍ୱସ୍ତ ସାହାଯ୍ୟକାରୀ”

αἵτινες ἐν τῷ εὐαγγελίῳ συνήθλησάν μοι

ସୁସମାଚାର ବାକ୍ୟାଂଶରେ, ପାଉଲ କିଛି ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ବାକ୍ୟଟି ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ କରିହେବ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ସୁସମାଚାର ପ୍ରଚାର କରିବାରେ ମୋ ସହ ପରିଶ୍ରମ କରିଛନ୍ତି” କିମ୍ବା “ଯେଉଁମାନେ ଲୋକମାନଙ୍କୁ ସୁସମାଚାର କହିବା କାର୍ଯ୍ୟରେ ମୋ ସହ ପରିଶ୍ରମ କରିଛନ୍ତି” କିମ୍ବା “ଯେଉଁମାନେ ମୋ ସହ ସୁସମାଚାର ପ୍ରଚାର କରିବା କାମ କରିଛନ୍ତି” (See: ଶବ୍ଦର ବିଲୋପ ବା ଉହ୍ୟତା)

τῷ εὐαγγελίῳ

ଏଠାରେ ପାଉଲ ସୁସମାଚାର ବାକ୍ୟାଂଶ ବ୍ୟବହାର କରୁଛନ୍ତି ଯାହାକି ଯୀଶୁଙ୍କ ବିଷୟରେ ଅନ୍ୟ ଲୋକମାନଙ୍କୁ ଜଣାଇବା କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ଭାବରେ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସୁସମାଚାର ବିସ୍ତାର କରିବାର କାର୍ଯ୍ୟ” କିମ୍ବା “ଲୋକମାନଙ୍କୁ ସୁସମାଚାର କହିବା କାର୍ଯ୍ୟ” କିମ୍ବା “ଲୋକମାନଙ୍କ ସହ ସୁସମାଚାର ବାଣ୍ଟିବା କାର୍ଯ୍ୟ” (See: ଲାକ୍ଷଣିକ ଶବ୍ଦ)

τῷ εὐαγγελίῳ

ଫିଲିପ୍ପୀୟ ୧:୫ ରେ ଆପଣ ସୁସମାଚାର ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

Κλήμεντος

କ୍ଳେମେନ୍ସ୍ ଜଣେ ବ୍ୟକ୍ତିଙ୍କ ନାମ ଅଟେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ὧν τὰ ὀνόματα ἐν βίβλῳ ζωῆς

ବିକଳ୍ପ ଅନୁବାଦ: “ଯାହାର ନାମ ଈଶ୍ଵର ଜୀବନ ପୁସ୍ତକରେ ଲେଖିଛନ୍ତି”

Philippians 4:4

χαίρετε ἐν Κυρίῳ

ଫିଲିପ୍ପୀୟ ୩:୧ ରେ ପ୍ରଭୁଙ୍କଠାରେ ଆନନ୍ଦ ବାକ୍ୟକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

χαίρετε ἐν Κυρίῳ πάντοτε, πάλιν ἐρῶ, χαίρετε!

ଆନନ୍ଦ ଶବ୍ଦ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନମାଙ୍କ ପାଇଁ ନିର୍ଦ୍ଦେଶ ବା ଆଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ସମସ୍ତଙ୍କୁ ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କରିବାକୁ ଅନୁରୋଧ କରେ । ପୁନର୍ବାର ମୁଁ ଏହା କହେ, ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ଆନନ୍ଦ କରିବାକୁ ଅନୁରୋଧ କରେ ”(See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

Philippians 4:5

τὸ ἐπιεικὲς ὑμῶν γνωσθήτω

* ତୁମ୍ଭମାନଙ୍କର ମୃଦୁପଣ ପ୍ରକାଶିତ ହେଉ* ବାକ୍ୟାଂଶ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

πᾶσιν ἀνθρώποις

ଯଦିଓ ପୁରୁଷ ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ସାଧାରଣ ଅର୍ଥରେ ମହିଳାମାନଙ୍କ ସମେତ ସମସ୍ତ ଲୋକମାନଙ୍କୁ ବୁଝାଇବା ପାଇଁ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “ସମସ୍ତ ଲୋକମାନଙ୍କୁ” କିମ୍ବା “ସମସ୍ତଙ୍କୁ” । (See: https://git.door43.org/Door43-Catalog/or_ta/src/branch/master/translate/figs-gendernotations/01.md)

ὁ Κύριος ἐγγύς

ପ୍ରଭୁ ନିକଟବର୍ତ୍ତୀ ବାକ୍ୟର ଅର୍ଥ ହୋଇପାରେ: (୧) ଯେଉଁ ଦିନ ଯୀଶୁ ଫେରିବେ ସେହି ଦିନ ଶୀଘ୍ର ଆସିବ । ବିକଳ୍ପ ଅନୁବାଦ: “ପ୍ରଭୁ ଶୀଘ୍ର ଫେରିବେ” କିମ୍ବା “ପ୍ରଭୁ ଆସୁଛନ୍ତି” କିମ୍ବା “ପ୍ରଭୁଙ୍କର ଦ୍ୱିତୀୟ ଆଗମନ ନିକଟବର୍ତ୍ତୀ” (୨) ପ୍ରଭୁ ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ନିକଟବର୍ତ୍ତୀ ଥିଲେ । ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭମାନଙ୍କ ନିକଟବର୍ତ୍ତୀ ଅଟନ୍ତି”

Philippians 4:6

μηδὲν μεριμνᾶτε

* କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ* ସମସ୍ତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ। ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

ἀλλ’

ଏଠାରେ, କିନ୍ତୁ ଶବ୍ଦଟି ଚିନ୍ତିତ ହୁଅ ଏବଂ ପ୍ରାର୍ଥନା ଏବଂ ନିବେଦନ ଦ୍ୱାରା ଧନ୍ୟବାଦ ଦେଇ ତୁମ୍ଭମାନଙ୍କର ଅନୁରୋଧ ଈଶ୍ଵରଙ୍କୁ ଜଣାଅ ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏହି ବିପରୀତ ଦେଖାଇବା ପାଇଁ ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । (See: ସଂଯୋଗ – ବୈପରୀତ୍ୟ ସମ୍ପର୍କ)

ἐν παντὶ

ପ୍ରତ୍ୟେକ ବିଷୟରେ ବାକ୍ୟାଂଶ ସୂଚାଇପାରେ: (୧) ସମସ୍ତ ପରିସ୍ଥିତିକୁ । ବିକଳ୍ପ ଅନୁବାଦ: “ସବୁ ପରିସ୍ଥିତିରେ” କିମ୍ବା “ସର୍ବଦା” । (୨) ସମୟକୁ । ବିକଳ୍ପ ଅନୁବାଦ: “ସବୁ ସମୟରେ” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

τῇ προσευχῇ καὶ τῇ δεήσει

ପ୍ରାର୍ଥନା ଏବଂ ନିବେଦନ ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ପୁନରାବୃତ୍ତି ଉଭୟ ଗୁରୁତ୍ୱ ଏବଂ ସାଧାରଣ ବୋଧଶକ୍ତି ପାଇଁ ବ୍ୟବହୃତ ହୁଏ । ନିବେଦନ ଏକ ପ୍ରକାର ପ୍ରାର୍ଥନା ଯେଉଁଥିରେ ଜଣେ ବ୍ୟକ୍ତି ଈଶ୍ଵରଙ୍କୁ କୌଣସି ବିଷୟ ମାଗନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପ୍ରାର୍ଥନା ଦ୍ୱାରା” କିମ୍ବା “ପ୍ରାର୍ଥନାରେ” । (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

τῇ προσευχῇ καὶ τῇ δεήσει

ଯଦି ଆପଣଙ୍କ ଭାଷା ପ୍ରାର୍ଥନାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ପ୍ରାର୍ଥନା” କିମ୍ବା ଅନ୍ୟ କୌଣସି ଉପାୟରେ ଗୁଣବାଚକ ବିଶେଷ୍ୟ ପ୍ରାର୍ଥନା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ପ୍ରାର୍ଥନା ଦ୍ବାରା ଏକ ନିବେଦନ କରି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τῇ προσευχῇ καὶ τῇ δεήσει

ଯଦି ଆପଣଙ୍କର ଭାଷା ନିବେଦନ ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ନିବେଦନ” କିମ୍ବା ଅନ୍ୟ କୌଣସି ଉପାୟରେ ଏକ ଶବ୍ଦଗତ ବାକ୍ୟ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଆବେଦନ ପଛରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରାର୍ଥନା କରି ଈଶ୍ଵରଙ୍କୁ ନିବେଦନ ଜଣାଇ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

μετὰ εὐχαριστίας

ଯଦି ଆପଣଙ୍କ ଭାଷା ଧନ୍ୟବାଦ ଅର୍ପଣ ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଧନ୍ୟବାଦ” ପରି ଏକ କ୍ରିୟା ସହ “ଧନ୍ୟବାଦ” ପରି ଏକ ଗୁଣବାଚକ ବିଶେଷ୍ୟ ଧନ୍ୟବାଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଧନ୍ୟବାଦ ଦେଇ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τὰ αἰτήματα ὑμῶν γνωριζέσθω

* ତୁମ୍ଭମାନଙ୍କର ନିବେଦନସବୁ ଜଣାଅ* ବାକ୍ୟାଂଶ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ। ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

τὰ αἰτήματα ὑμῶν γνωριζέσθω πρὸς τὸν Θεό

ଯଦି ଆପଣଙ୍କର ଭାଷା ଅନୁରୋଧର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଅନ୍ୟ ଉପାୟରେ ଗୁଣବାଚକ ବିଶେଷ୍ୟ ଅନୁରୋଧ ପଛରେ ଧାରଣା ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଆବଶ୍ୟକତା ଈଶ୍ଵରଙ୍କୁ କୁହ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 4:7

καὶ

ଏଠାରେ, ଏବଂ ଶବ୍ଦ ପୂର୍ବ ପଦର ଫଳାଫଳକୁ ବୁଝାଏ । ବିକଳ୍ପ ଅନୁବାଦ: “ଏବଂ ତାପରେ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

ἡ εἰρήνη τοῦ Θεοῦ

ଈଶ୍ଵରଙ୍କ ଶାନ୍ତି ବାକ୍ୟାଂଶ ଈଶ୍ଵର ପ୍ରଦାନ କରୁଥିବା ଶାନ୍ତିକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵର ଦେଉଥିବା ଶାନ୍ତି” (See:  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେ)

Θεοῦ ἡ ὑπερέχουσα πάντα νοῦν

ଯଦି ଆପଣଙ୍କର ପାଠକମାନେ ଗୁଣବାଚକ ବିଶେଷ୍ୟ ଶାନ୍ତି ବୁଝନ୍ତି ନାହିଁ, ତେବେ ଆପଣ “ଶାନ୍ତିରେ” କିମ୍ବା ଅନ୍ୟ କୌଣସି ଉପାୟରେ ଏକ ବିଶେଷଣ ବାକ୍ୟାଂଶ ସହ ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତା’ହେଲେ ତୁମ୍ଭେମାନେମାନେ ସମସ୍ତ ବିଷୟ ବୁଝି ନଥିଲେ ମଧ୍ୟ ଈଶ୍ଵର ତୁମ୍ଭମାନଙ୍କୁ ଈଶ୍ଵରଙ୍କ ଉପରେ ଭରସା କରିବାରେ ସାହାଯ୍ୟ କରିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἡ ὑπερέχουσα πάντα νοῦν

ଯାହା ସମସ୍ତ ବୋଧର ଅଗମ୍ୟ କରେ ବାକ୍ୟର ଅର୍ଥ ହୋଇପାରେ: (୧) ଯାହା ଈଶ୍ଵର ଦେଇଥିବା ଶାନ୍ତି ଏତେ ମହାନ ଯେ ମନୁଷ୍ୟର ମନ ଏହାକୁ ବୁଝିବାକୁ ସକ୍ଷମ ନୁହେଁ । ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ବୁଝିବାଠାରୁ ବାହାରେ” (୨) ଈଶ୍ଵର ଦେଇଥିବା ଶାନ୍ତି ମଣିଷ ନିଜ ଉଦ୍ୟମରେ କଳ୍ପନା କରିପାରେ ନାହିଁ । ବିକଳ୍ପ ଅନୁବାଦ: “ଯାହା ମନୁଷ୍ୟ ନିଜ ଉଦ୍ୟମ ଦ୍ୱାରା ସମ୍ପନ୍ନ କିମ୍ବା ହାସଲ କରିପାରିବ ନାହିଁ”

ἡ ὑπερέχουσα πάντα νοῦν

ଯଦି ଆପଣଙ୍କ ଭାଷା ବୁଝିବାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବୁଝିବା” ପରି ଏକ ମୌଖିକ ବାକ୍ୟ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ବୁଝିବା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ବୁଝିବାଠାରୁ ବାହାରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

φρουρήσει τὰς καρδίας ὑμῶν καὶ τὰ νοήματα ὑμῶν

ସୁରକ୍ଷା ଶବ୍ଦ ଏକ ସାମରିକ ଶବ୍ଦ ଯାହାକି ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ନଗର କିମ୍ବା ଦୁର୍ଗକୁ ଜଗିଥିବା ସୈନିକକୁ ବୁଝାଏ । ଏଠାରେ ପାଉଲ ଈଶ୍ଵରଙ୍କ ଶାନ୍ତି ଉପସ୍ଥାପନ କରନ୍ତି ଯେପରି ଏହା ଜଣେ ସୈନିକ ଯିଏ ହୃଦୟ ଏବଂ ମନକୁ ଚିନ୍ତାରୁ ରକ୍ଷା କରିଥାଏ, ଏବଂ ଏହି ବାକ୍ୟର ଶବ୍ଦର ଅର୍ଥ “ଜଣେ ସୈନିକ ପରି ହେବ ଏବଂ ତୁମ୍ଭର ହୃଦୟ ଏବଂ ମନକୁ ଜଗି ରହିବ” କିମ୍ବା “ତୁମ୍ଭର ସୁରକ୍ଷା ପାଇଁ ଛିଡା ହୋଇଥିବା ସୈନିକ ପରି ହେବ । ହୃଦୟ ଏବଂ ମନ ଯଦି ଆପଣଙ୍କର ପାଠକମାନେ ଏହି ପରିପ୍ରେକ୍ଷୀରେ ଏହି ରୂପକକୁ ବୁଝିପାରିବେ ନାହିଁ, ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ପାଉଲଙ୍କ ଅର୍ଥକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ହୃଦୟ ଏବଂ ମନକୁ ଚିନ୍ତା ଏବଂ ଭୟର ଆକ୍ରମଣରୁ ସୁରକ୍ଷିତ ରଖିବ” କିମ୍ବା “ତୁମ୍ଭର ହୃଦୟ ଏବଂ ମନକୁ ସୁରକ୍ଷିତ ରଖିବ” କିମ୍ବା “ତୁମ୍ଭର ହୃଦୟ ଏବଂ ମନକୁ ସୁରକ୍ଷା ଦେବ” (See: ଉପମା/ରୂପକ)

ἐν Χριστῷ Ἰησοῦ

ଫିଲିପ୍ପୀୟ ୧:୧ ରେ ଖ୍ରୀଷ୍ଟ ଯୀଶୁଙ୍କ ବାକ୍ୟକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ।

Philippians 4:8

τὸ λοιπόν

ଏଠାରେ, ପାଉଲ ତାଙ୍କ ପତ୍ରର ଶେଷରେ ବିଶ୍ଵାସୀମାନେ କିପରି ବଞ୍ଚିବା ଉଚିତ ସେ ବିଷୟରେ ସେ ଅନ୍ତିମ ନିର୍ଦ୍ଦେଶ ଦେଇଛନ୍ତି । ବିକଳ୍ପ ଅନୁବାଦ: “ଯାହା କହିବାକୁ ବାକି ଅଛି” କିମ୍ବା “ମୋ ପାଇଁ ଯାହା ବାକି ଅଛି ସେହି ବିଷୟରେ”

ἀδελφοί

ଫିଲିପ୍ପୀୟ ୧: ୧୨ ରେ ଆପଣ କିପରି ଭାଇ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

ὅσα ἐστὶν ἀληθῆ, ὅσα σεμνά, ὅσα δίκαια, ὅσα ἁγνά, ὅσα προσφιλῆ, ὅσα εὔφημα

ଏଠାରେ ପାଉଲ କିଛି ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଏହି ବାକ୍ୟାଂଶଗୁଡ଼ିକ ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ବିଷୟ ସତ୍ୟ, ଯେଉଁ ବିଷୟ ସମ୍ମାନଜନକ, ଯେଉଁ ବିଷୟ ଠିକ୍, ଯେତିକି ବିଷୟ ଶୁଦ୍ଧ, ଯେଉଁ ବିଷୟ ସୁନ୍ଦର, ଯେଉଁ ବିଷୟ ସମ୍ମାନଜନକ” (See: ଶବ୍ଦର ବିଲୋପ ବା ଉହ୍ୟତା)

ὅσα προσφιλῆ

ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଆନନ୍ଦଦାୟକ”

ὅσα εὔφημα

ବିକଳ୍ପ ଅନୁବାଦ: “ଲୋକମାନେ ଯେଉଁ ବିଷୟକୁ ପ୍ରଶଂସା କରନ୍ତି” କିମ୍ବା “ଲୋକମାନେ ଯାହା ସମ୍ମାନ କରନ୍ତି”

εἴ τις ἀρετὴ

ବିକଳ୍ପ ଅନୁବାଦ: “ଯଦି କୌଣସି ବିଷୟ ନୈତିକତା ଦୃଷ୍ଟିରୁ ଉତ୍ତମ ଅଟେ”

εἴ τις ἔπαινος

ବିକଳ୍ପ ଅନୁବାଦ: “ଯଦି କୌଣସି ବିଷୟ ପ୍ରଶଂସା କରିବା ଉଚିତ”

λογίζεσθε

* ବିଷୟ ଚିନ୍ତା କର* ବାକ୍ୟାଂଶ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

Philippians 4:9

ἃ καὶ ἐμάθετε καὶ παρελάβετε, καὶ ἠκούσατε καὶ εἴδετε, ἐν ἐμοί

ବିକଳ୍ପ ଅନୁବାଦ: “ଏବଂ ମୁଁ ଯେଉଁ ସବୁ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି ଏବଂ ଦେଖାଇଛି”

ἃ καὶ ἐμάθετε καὶ παρελάβετε

ଏଠାରେ, ଶିଖାଇଥିବା ଏବଂ ଗ୍ରହଣ କରିଥିବା ଶବ୍ଦର ଅର୍ଥ ସମାନ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେଗୁଡ଼ିକୁ ଗୋଟିଏ ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଯାହା ଶିଖିଅଛ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ταῦτα πράσσετε

ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକୁ ଅଭ୍ୟାସ କର”

πράσσετε

କର ଶବ୍ଦ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

καὶ

ଏଠାରେ, ଏବଂ ଶବ୍ଦ ପୂର୍ବ ପଦର ଅଭ୍ୟାସ କରିବାର ଫଳାଫଳକୁ ବୁଝାଏ । ଏହି ସମ୍ପର୍କକୁ ଆପଣଙ୍କ ଭାଷାରେ ଦେଖାଇବା ପାଇଁ ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ ତାପରେ” କିମ୍ବା “ଏବଂ ଫଳାଫଳ ଏହା ହେବ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

ὁ Θεὸς τῆς εἰρήνης

ଶାନ୍ତିର ଈଶ୍ଵର ବାକ୍ୟର ଅର୍ଥ ହୋଇପାରେ: (୧) ଈଶ୍ଵର ଶାନ୍ତି ପ୍ରଦାନକାରୀ ଅଟନ୍ତି । ବିକଳ୍ପ ଅନୁବାଦ: “ଶାନ୍ତି ପ୍ରଦାନ କରୁଥିବା ଈଶ୍ଵର” କିମ୍ବା “ଈଶ୍ଵର, ଯିଏ ଶାନ୍ତି ପ୍ରଦାନ କରନ୍ତି,” (୨) ଈଶ୍ଵର ଶାନ୍ତି ଦ୍ୱାରା ବର୍ଣ୍ଣିତ ଅଟନ୍ତି । ବିକଳ୍ପ ଅନୁବାଦ: “ଶାନ୍ତି ଦ୍ୱାରା ବର୍ଣ୍ଣିତ ଈଶ୍ଵର” କିମ୍ବା “ଆମ୍ଭମାନଙ୍କର ଈଶ୍ଵର ଯିଏ ଶାନ୍ତି ଦ୍ୱାରା ବର୍ଣ୍ଣିତ” (୩) ଶାନ୍ତିର ଉତ୍ସ ଏବଂ ଶାନ୍ତି ପ୍ରଦାନକାରୀ ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵର , ଯିଏ ଶାନ୍ତିର ଉତ୍ସ ଏବଂ ଶାନ୍ତି ପ୍ରଦାନକାରୀ ଅଟନ୍ତି,”

καὶ ὁ Θεὸς τῆς εἰρήνης ἔσται μεθ’ ὑμῶν

ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ପାରିବେ ନାହିଁ, ତେବେ ଆପଣ “ଶାନ୍ତିପୂର୍ଣ୍ଣ” କିମ୍ବା ଅନ୍ୟ କୌଣସି ଉପାୟରେ ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ ଶାନ୍ତି ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କୁ ଶାନ୍ତିପୂର୍ଣ୍ଣ ଆତ୍ମା ​​ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କ ସହ ରହିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Philippians 4:10

ἐν Κυρίῳ

ଫିଲିପ୍ପୀୟ ୩: ୧୨ ରେ ପ୍ରଭୁଙ୍କଠାରେ ବାକ୍ୟକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।

ὅτι ἤδη ποτὲ ἀνεθάλετε τὸ ὑπὲρ ἐμοῦ φρονεῖν

ବିକଳ୍ପ ଅନୁବାଦ: “କାରଣ ବର୍ତ୍ତମାନ ଶେଷରେ ତୁମ୍ଭେମାନେମାନେ ମୋ ପାଇଁ ତୁମ୍ଭର ଚିନ୍ତାଧାରାକୁ ପୁନର୍ଜୀବିତ କରିଅଛ”

ἐφ’ ᾧ καὶ ἐφρονεῖτε

ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ତୁମ୍ଭେମାନେମାନେ ନିଶ୍ଚିତ ଭାବରେ ଚିନ୍ତିତ ଥିଲ”

ἠκαιρεῖσθε δέ

ଏଠାରେ ପାଉଲ କିଛି ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଏହାକୁ ପ୍ରକାଶ କରିବା ପାଇଁ ତୁମ୍ଭମାନଙ୍କର କୌଣସି ଉପାୟ ନଥିଲା” କିମ୍ବା “କିନ୍ତୁ ଏହାକୁ ଦେଖାଇବା ତୁମ୍ଭ ପକ୍ଷେ ସମ୍ଭବ ନଥିଲା” (See: ଶବ୍ଦର ବିଲୋପ ବା ଉହ୍ୟତା)

Philippians 4:11

οὐχ ὅτι καθ’ ὑστέρησιν λέγω

ବିକଳ୍ପ ଅନୁବାଦ: “ଆବଶ୍ୟକତା ହେତୁ ମୁଁ ଏହା କହୁ ନାହିଁ”

αὐτάρκης εἶναι

ବିକଳ୍ପ ଅନୁବାଦ: “ସନ୍ତୁଷ୍ଟ ହେବାକୁ” କିମ୍ବା “ଖୁସି ହେବାକୁ”

ἐν οἷς εἰμι

ଏଠାରେ ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ମୁଁ କେଉଁ ପରିସ୍ଥିତିରେ ଅଛି” କିମ୍ବା “ଯେକୌଣସି ପରିସ୍ଥିତିରେ ମୁଁ ଅଛି” (See: ଶବ୍ଦର ବିଲୋପ ବା ଉହ୍ୟତା)

Philippians 4:12

οἶδα καὶ

ଏଠାରେ, ମୁଁ ଜାଣେ ବାକ୍ୟର ଅର୍ଥ “ମୁଁ ଅନୁଭୂତିରୁ ଜାଣେ” ଏବଂ ପାଉଲ ତାଙ୍କ ଅନୁଭୂତିରୁ ଯାହା ଜାଣିଥିଲେ ତାହା ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଆପଣଙ୍କ ଅନୁବାଦରେ ଏହାକୁ ସ୍ପଷ୍ଟ କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଉଭୟ ବିଷୟ ଶିଖିଲି, କିପରି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οἶδα καὶ ταπεινοῦσθαι, οἶδα καὶ περισσεύειν…καὶ περισσεύειν καὶ ὑστερεῖσθαι

ଏହି ପଦର ଆରମ୍ଭରେ ଥିବା ବାକ୍ୟ, ମୁଁ ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ ବାକ୍ୟାଂଶର ଅର୍ଥର ପରିରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ ବାକ୍ୟାଂଶ ସହ ସମାନ ଅଟେ । ଆପଣ ଆରମ୍ଭ ବାକ୍ୟ ଏବଂ ବନ୍ଦ ବାକ୍ୟାଂଶକୁ UST ପରି ଏକତ୍ର କରିପାରିବେ, ଯଦି ଏହା ଆପଣ ଭାବୁଛନ୍ତି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ ।

οἶδα καὶ ταπεινοῦσθαι, οἶδα καὶ περισσεύειν

ଏଠାରେ, ଏହି ବାକ୍ୟାଂଶଗୁଡ଼ିକ ଜୀବନର ଦୁଇଟି ବିପରୀତ ଚରମ ସୀମା ଏବଂ ସେମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜୀବନ ଅବସ୍ଥାକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଅଳ୍ପରେ ଏବଂ ଅଧିକରେ ବଞ୍ଚିବା ଜାଣେ” କିମ୍ବା “ମୁଁ ପ୍ରଚୁରତାରେ ଏବଂ ଅଭାବରେ ବଞ୍ଚିବା ଜାଣେ” (See: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

ταπεινοῦσθαι

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟରେ ଏହି ବାକ୍ୟାଂଶର ଅର୍ଥକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅଳ୍ପରେ ଜୀବନ ଯାପନ କରିବାକୁ” କିମ୍ବା “ମୋର ଆବଶ୍ୟକ ବିଷୟ ବିନା ବଞ୍ଚିବା” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ταπεινοῦσθαι

ଏଠାରେ * ଦିନ ଅବସ୍ଥାରେ* ବାକ୍ୟାଂଶ **ବହୁତ କମରେ ବଞ୍ଚିବା” ବିଷୟ ବିଷୟରେ କହିବାର ଏକ ସାଙ୍କେତିକ ଉପାୟ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏକ ସମାନ ରୂଢ଼ି ବ୍ୟବହାର କରିପାରିବ କିମ୍ବା ସରଳ ଭାଷାବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ବହୁତ କମ ବିଷୟରେ ବଞ୍ଚିବାକୁ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

χορτάζεσθαι καὶ πεινᾶν

ଏଠାରେ ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ବୁଝିବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଖାଦ୍ୟରେ ପରିପୂର୍ଣ୍ଣ ହେବା ଏବଂ ଭୋକିଲା ରହିବା” କିମ୍ବା “ଯେତେବେଳେ ମୁଁ ପ୍ରଚୁର ଖାଦ୍ୟ ଖାଇ ସନ୍ତୁଷ୍ଟ ହେବାକୁ ଏବଂ ଭୋକିଲାବେଳେ ସନ୍ତୁଷ୍ଟ ହେବାକୁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

χορτάζεσθαι καὶ πεινᾶν

ଏଠାରେ ସନ୍ତୁଷ୍ଟ ହେବାକୁ ବାକ୍ୟାଂଶଗୁଡ଼ିକ ଦୁଇଟି ବିପରୀତ ଚରମକୁ ଏବଂ ସେମାନଙ୍କ ମଧ୍ୟରେ ଥିବା ସମସ୍ତ ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅଭାବଗ୍ରସ୍ତ ହେବା ଏବଂ ପ୍ରଚୁରତା ମଧ୍ୟରେ ଥିବା ସମସ୍ତ ବିଷୟକୁ” (See: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

περισσεύειν καὶ ὑστερεῖσθαι

ଏଠାରେ ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ବୁଝିବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବ । ବିକଳ୍ପ ଅନୁବାଦ: “ମୋର ଆବଶ୍ୟକ ବିଷୟର ପ୍ରଚୁରତାରେ ଯେବେ ମୋର କିଛି ବିଷୟ ନଥାଏ ସେତେବେଳେ ସନ୍ତୁଷ୍ଟ ଭାବରେ ବଞ୍ଚିବାକୁ” (See: ଶବ୍ଦର ବିଲୋପ ବା ଉହ୍ୟତା)

περισσεύειν καὶ ὑστερεῖσθαι

ଏଠାରେ ସନ୍ତୁଷ୍ଟ ହେବାକୁ ବାକ୍ୟାଂଶଗୁଡ଼ିକ ଦୁଇଟି ବିପରୀତ ଚରମକୁ ଏବଂ ସେମାନଙ୍କ ମଧ୍ୟରେ ଥିବା ସମସ୍ତ ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅଭାବଗ୍ରସ୍ତ ହେବା ଏବଂ ପ୍ରଚୁରତା ମଧ୍ୟରେ ଥିବା ସମସ୍ତ ବିଷୟକୁ” (See: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

Philippians 4:13

πάντα ἰσχύω ἐν τῷ ἐνδυναμοῦντί με

ଏଠାରେ, ତାଙ୍କୁ ସର୍ବନାମ ଖ୍ରୀଷ୍ଟଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ମୁଁ ସବୁ କିଛି କରିପାରିବି କାରଣ ଖ୍ରୀଷ୍ଟ ମୋତେ ଶକ୍ତି ପ୍ରଦାନ କରନ୍ତି” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

πάντα ἰσχύω ἐν τῷ ἐνδυναμοῦντί με

ଏଠାରେ, ସମସ୍ତ ବିଷୟ ସମସ୍ତ ପରିସ୍ଥିତିକୁ ସୂଚାଏ । ମୁଁ ସବୁ ବିଷୟ କରିପାରିବି ବାକ୍ୟର ଅର୍ଥ “ମୁଁ ସମସ୍ତ ପରିସ୍ଥିତିକୁ ସମ୍ଭାଳି ପାରିବି ଅଟେ।” ବିକଳ୍ପ ଅନୁବାଦ: “ଯିଏ ମୋତେ ଶକ୍ତିଶାଳୀ କରନ୍ତି ମୁଁ ତାଙ୍କ ଦ୍ଵାରା ପ୍ରତ୍ୟେକ ବିଷୟ ସହ ମୁକାବିଲା କରିପାରିବି” କିମ୍ବା “ମୁଁ ପ୍ରତ୍ୟେକ ପରିସ୍ଥିତିରେ ସଠିକ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ଅଟେ କାରଣ ଯୀଶୁ ମୋତେ ଶକ୍ତିଶାଳୀ କରନ୍ତି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philippians 4:14

συνκοινωνήσαντές μου τῇ θλίψει

ମୋହର କ୍ଳେଶଭୋଗର ସହଭାଗୀ ବାକ୍ୟର ଅର୍ଥ ଫିଲିପ୍ପୀୟ ବିଶ୍ଵାସୀମାନେ ପାଉଲଙ୍କୁ ସାହାଯ୍ୟ କରିଥିଲେ ଯେତେବେଳେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଏପାଫ୍ରାଦିତ ଅର୍ଥ ଦେଇ ତାଙ୍କ ନିକଟକୁ ପଠାଇଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଅର୍ଥ ଉପହାର ଦ୍ଵାରା ମୋର କ୍ଳେଶଭୋଗରେ ସାହାଯ୍ୟ କରି ଏବଂ ଏପାଫ୍ରାଦିତକୁ ମୋ ନିକଟକୁ ପଠାଇ” କିମ୍ବା “ଯେତେବେଳେ ମଜୁନ୍ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ ହେଉଥିଲି ମୋତେ ସାହାଯ୍ୟ କରିବା ପାଇଁ ଏବଂ ମୋତେ ତୁମ୍ଭର ଅର୍ଥ ଉପହାର ଆଣିବା ପାଇଁ ଏପାଫ୍ରାଦିତକୁ ପଠାଇ ମୋତେ ସାହାଯ୍ୟ କରି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

μου τῇ θλίψει

ଯଦି ଆପଣଙ୍କ ଭାଷା ଦୁଃଖର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ସହ କଷ୍ଟଦାୟକ ବା ଅନ୍ୟ ଉପାୟରେ ଗୁଣବାଚକ ବିଶେଷ୍ୟ ଦୁଃଖ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ଦୁଃଖ ଭୋଗୁଥିଲି” କିମ୍ବା “ଯେତେବେଳେ ମୋତେ ଅସଦାଚରଣ କରାଯାଇଥିଲା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

μου τῇ θλίψει

ବିକଳ୍ପ ଅନୁବାଦ: “ମୋର ପରୀକ୍ଷଣରେ” କିମ୍ବା “ମୋର ଅସୁବିଧାରେ” କିମ୍ବା “ମୋର ଅସୁବିଧାରେ” ।

Philippians 4:15

ἐν ἀρχῇ τοῦ εὐαγγελίου

ଏଠାରେ, ସୁସମାଚାରର ଆରମ୍ଭରେ ବାକ୍ୟାଂଶ ପାଉଲ ଫିଲିପ୍ପୀୟମାନଙ୍କୁ ପ୍ରଥମେ ସୁସମାଚାର ବାର୍ତ୍ତା ଦେବାର ଆରମ୍ଭକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ତୁମ୍ଭେମାନେମାନେ ମୋତେ ପ୍ରଥମେ ସୁସମାଚାର ପ୍ରଚାର କରିବା ଶୁଣିଲ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τοῦ εὐαγγελίου

ଫିଲିପ୍ପୀୟ ୧: ୫ ଏବଂ ୪:୩ ରେ ଆପଣ କିପରି ସୁସମାଚାର ବାକ୍ୟକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।

οὐδεμία μοι ἐκκλησία ἐκοινώνησεν εἰς λόγον δόσεως καὶ λήμψεως, εἰ μὴ ὑμεῖς μόνοι

ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ ବୋଲି ଆପଣ ଏହାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେମାନେ ଏକମାତ୍ର ମଣ୍ଡଳୀ ଥିଲ ଯିଏ ଦାନ ଦେବା ଏବଂ ଗ୍ରହଣ କରିବା ପ୍ରସଙ୍ଗରେ ମୋ ସହ ଅଂଶୀଦାର ହୋଇଥିଲା” (See: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

μοι…ἐκοινώνησεν

ଏଠାରେ, ମୋ ସହ ସହଭାଗୀ ହେବାର ଅର୍ଥ ଫିଲିପ୍ପୀୟମାନେ ପାଉଲଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଉପାୟରେ ସାହାଯ୍ୟ କରିଥିଲେ । ବିକଳ୍ପ ଅନୁବାଦ: “ସହଭାଗୀ” କିମ୍ବା “ମୋତେ ସାହାଯ୍ୟ କଲ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἰς λόγον δόσεως καὶ λήμψεως

ମୂଳ ଭାଷାରେ ଯେଉଁଥିରେ ପାଉଲ ଏହି ପତ୍ର ଲେଖିଥିଲେ, ଦାନ ଦେବା ଏବଂ ଗ୍ରହଣ କରିବା ବାକ୍ୟାଂଶର ଅର୍ଥ ବିନିମୟରେ କିମ୍ବା ଅଣ-ଆର୍ଥିକ ବିଷୟ ଦେବା ଏବଂ ଗ୍ରହଣ କରିବାରେ ଜଡିତ ଥିବା ବିନିମୟକୁ ସୂଚାଇପାରେ ଯାହା ଅନ୍ୟ ପକ୍ଷ ପାଇଁ ଲାଭଦାୟକ ଅଟେ । ଏଠାରେ, ଦାନ ଦେବା ଏବଂ ଗ୍ରହଣ କରିବା ବାକ୍ୟାଂଶ ଉଭୟ ଆର୍ଥିକ ଏବଂ ଅଣ-ଆର୍ଥିକ ଉପହାରକୁ ସୂଚାଇପାରେ କାରଣ ଫିଲିପ୍ପୀୟମାନେ ଏପାଫ୍ରାଦିତ ଦ୍ଵାରା ଅର୍ଥ ଉପହାର ପଠାଇ ପାଉଲଙ୍କୁ ସାହାଯ୍ୟ କରିଥିଲେ, ଯିଏ ପାଉଲଙ୍କୁ ଅନ୍ୟ ଉପାୟରେ ମଧ୍ୟ ସାହାଯ୍ୟ କରିଥିଲେ । ବିକଳ୍ପ ଅନୁବାଦ: “ଅର୍ଥ ପଠାଇ ମୋତେ ସାହାଯ୍ୟ କଲ”

Philippians 4:16

ὅτι καὶ ἐν Θεσσαλονίκῃ

ବିକଳ୍ପ ଅନୁବାଦ: “ଯେବେ ମୁଁ ଥେସଲନୀକୀରେ ଥିଲି”

καὶ ἅπαξ καὶ δὶς

ବାକ୍ୟାଂଶ ଉଭୟ ଥରେ ଏବଂ ଦୁଇଥର ଏକ ରୂଢ଼ି ଅଟେ ଯାହାର ଅର୍ଥ କେତେଥର କିମ୍ବା ଏକାଧିକ ଥର ଅଟେ । ଯଦି ଆପଣଙ୍କର ପାଠକମାନେ ଏହି ରୂଢ଼ିକୁ ବୁଝିପାରିବେ ନାହିଁ, ତେବେ ଆପଣ ନିଜ ଭାଷାରୁ ଏକ ସମାନ ରୂଢ଼ି ବ୍ୟବହାର କରିପାରିବେ, କିମ୍ବା ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନେକ ଥର” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

εἰς τὴν χρείαν μοι ἐπέμψατε

ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏହି ବାକ୍ୟଟି ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେମାନେ ମୋତେ ମୋର ଆବଶ୍ୟକତାରେ ମୋତେ ଅର୍ଥ ପଠାଇ ସାହାଯ୍ୟ କଲ” (See: ଶବ୍ଦର ବିଲୋପ ବା ଉହ୍ୟତା)

Philippians 4:17

ἐπιζητῶ τὸν καρπὸν τὸν πλεονάζοντα εἰς λόγον ὑμῶν

ଯେତେବେଳେ ପାଉଲ ଏହି ପତ୍ର ଲେଖିଥିଲେ, ଆର୍ଥିକ କାରବାରରେ ଯାହା ହାସଲ କରାଯାଉଥିଲା ତାହା ସୂଚାଇବା ପାଇଁ ଫଳ ଶବ୍ଦ ଏକ ବ୍ୟବସାୟ ପ୍ରସଙ୍ଗରେ ବ୍ୟବହୃତ ହେଉଥିଲା । ଯେତେବେଳେ ଏକ ବ୍ୟବସାୟିକ ପ୍ରସଙ୍ଗରେ ବ୍ୟବହୃତ ହୁଏ, ଫଳ ଶବ୍ଦର ଅର୍ଥ “ଲାଭ” ଅଟେ । ଏଠାରେ ପାଉଲ ଏହି ବ୍ୟବସାୟର ଅର୍ଥ ସାଙ୍କେତିକ ଭାବରେ ଈଶ୍ଵରଙ୍କ ପୁରସ୍କାରକୁ ବୁଝାଇବାକୁ ବ୍ୟବହାର କରୁଛନ୍ତି । ଯଦି ଆପଣଙ୍କର ଭାଷାର ଏକ ସମାନ ଶବ୍ଦ ଅଛି ଯାହା ଏକ ବ୍ୟବସାୟ ପ୍ରସଙ୍ଗରେ ବ୍ୟବହୃତ ହୋଇପାରେ, ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ ତେବେ ଏହାକୁ ବ୍ୟବହାର କରନ୍ତୁ । ବିକଳ୍ପ ଭାବରେ, ଆପଣ UST ପରି ସରଳ ଭାଷା ବ୍ୟବହାର କରି ଏହି ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଲାଳାୟିତ ଯାହା ତୁମ୍ଭମାନଙ୍କ ହିସାବକୁ ବୃଦ୍ଧି କରିବ” କିମ୍ବା “ମୁଁ ତୁମ୍ଭମାନଙ୍କ ହିସାବକୁ ବୃଦ୍ଧି କରିବାକୁ ଲାଳାୟିତ(See: ଉପମା/ରୂପକ)

Philippians 4:18

ἀπέχω…πάντα

ମୋହର ପ୍ରଚୁର ଅଛି ବାକ୍ୟର ଅର୍ଥ ହୋଇପାରେ: (୧) ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କଠାରୁ ଆବଶ୍ୟକ କରୁଥିବା ସମସ୍ତ ବିଷୟ ଗ୍ରହଣ କରିଛନ୍ତି ଏବଂ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଉଛି । ବିକଳ୍ପ ଅନୁବାଦ: “ମୋର ଆବଶ୍ୟକ ଥିବା ସମସ୍ତ ବିଷୟ ଅଛି ଏବଂ ମୁଁ ସନ୍ତୁଷ୍ଟ” (୨) ପାଉଲ ଫିଲିପ୍ପୀୟ ୪:୧୭ ରୁ ବ୍ୟବସାୟିକ ରୂପକ ଜାରି ରଖିଛନ୍ତି ଏବଂ ଫିଲିପ୍ପୀୟମାନଙ୍କୁ ସେମାନେ ଦେଇଥିବା ଉପହାରଗୁଡ଼ିକ ପାଇଁ ଏକ ସାଙ୍କେତିକ ହିସାବ ପ୍ରଦାନ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପଠାଇଥିବା ଉପହାର ମୁଁ ପାଇଛି”

περισσεύω

ମୁଁ ସନ୍ତୁଷ୍ଟ ବାକ୍ୟର ଅର୍ଥ ପାଉଲ ନିଜ ପାଇଁ ଆବଶ୍ୟକ କରୁଥିବା ବିଷୟଗୁଡ଼ିକଠାରୁ ଅଧିକ ମାତ୍ରାରେ ପାଇଥିଲେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ: “ମୋର ଆବଶ୍ୟକ ବିଷୟଗୁଡ଼ିକ ମୋ ପାଖରେ ଅଧିକ ଅଛି” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

πεπλήρωμαι, δεξάμενος παρὰ Ἐπαφροδίτου τὰ παρ’ ὑμῶν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏକ ସକ୍ରିୟ ବାକ୍ୟ ଗଠନରେ ସନ୍ତୁଷ୍ଟ ଥିବା ବାକ୍ୟାଂଶକୁ ପ୍ରକାଶ କରିପାରିବ, ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋତେ ଏପାଫ୍ରାଦିତ ଆଣିଥିବା ବିଷୟ ପଠାଏ ମୋତେ ସମ୍ପୂର୍ଣ୍ଣରୂପେ ଯୋଗାଇ ଦେଇଅଛ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Ἐπαφροδίτου

ଏପାଫ୍ରାଦିତ ଜଣେ ପୁରୁଷର ନାମ ଅଟେ। ଫିଲିପ୍ପୀୟ ୨:୨୫ ରେ ଆପଣ କିପରି ତାଙ୍କ ନାମ ଅନୁବାଦ କରିଛନ୍ତି ଦେଖନ୍ତୁ । (See:https://git.door43.org/Door43-Catalog/or_ta/src/branch/master/translate/translate-names/01.md)

ὀσμὴν εὐωδίας, θυσίαν δεκτήν, εὐάρεστον τῷ Θεῷ

ଏଠାରେ ପାଉଲ ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ଉପହାର ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ଯଜ୍ଞରେ ଈଶ୍ଵରଙ୍କୁ ଉତ୍ସର୍ଗୀକୃତ ବଳି ସଦୃଶ ଅଟେ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ସରଳ ଭାଷା ବ୍ୟବହାର କରି ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵରଙ୍କୁ ଅତ୍ୟନ୍ତ ପ୍ରସନ୍ନ କରେ” କିମ୍ବା “ଯାହା ଈଶ୍ଵରଙ୍କୁ ଖୁସି କରେ” କିମ୍ବା “ଯାହା ମୁଁ ନିଶ୍ଚିତ କରେ ଯେ ତୁମ୍ଭେମାନେ ଈଶ୍ଵରଙ୍କୁ ଅତ୍ୟନ୍ତ ଆନନ୍ଦଦାୟକ ଉପହାର, ଏକ ଗ୍ରହଣୀୟ ବଳିଦାନ ପରି ଅଟ” (See: ଉପମା/ରୂପକ)

Philippians 4:19

πληρώσει πᾶσαν χρείαν ὑμῶν

ପୂରଣ କରିବ ଶବ୍ଦଟି ସମାନ ଶବ୍ଦ ଅଟେ ଯାହା * ଅଭାବ ପୂରଣ କରିବେ* ବୋଲି ଯେପରି ପଦ ୧୮ ରେ ଅନୁବାଦିତ ହୋଇଛି । ଏହାର ଅର୍ଥ “ସେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକ ବିଷୟ ଯୋଗାଇବେ” । (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

κατὰ τὸ πλοῦτος αὐτοῦ ἐν δόξῃ ἐν Χριστῷ Ἰησοῦ

ବିକଳ୍ପ ଅନୁବାଦ: “ତାହାଙ୍କର ଗୌରବମୟ ଧନରୁ ଯାହା ସେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପ୍ରଦାନ କରନ୍ତି”

Philippians 4:20

ἡμῶν

ଯେତେବେଳେ ପାଉଲ ଆମ୍ଭମାନଙ୍କର ବୋଲି କୁହନ୍ତି, ସେ ନିଜ ବିଷୟରେ ଏବଂ ଫିଲିପ୍ପୀୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ତେଣୁ ଆମ୍ଭମାନଙ୍କର ଅନ୍ତର୍ଭୂକ୍ତ ଅଟେ । ଆପଣ ଆପଣଙ୍କ ଭାଷାରେ ଏହାକୁ ସ୍ପଷ୍ଟ କରନ୍ତୁ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Philippians 4:21

ἀσπάσασθε

ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏହା ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ। ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । (See: “ଆପଣ” ଶବ୍ଦର ଦୃଶ୍ୟମାନ ରୂପରେଖ – ଏକବଚନ ।)

οἱ σὺν ἐμοὶ ἀδελφοί

ଫିଲିପ୍ପୀୟ ୧: ୧୨ ରେ ଆପଣ କିପରି ଭାଇ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ପାଉଲ ଭାଇମାନଙ୍କ ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରୁଛନ୍ତି ଯିଏ ଯୀଶୁଙ୍କ ସହ ବିଶ୍ଵାସୀ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ, “ମୋର ସହ ବିଶ୍ଵାସୀ” (See: ଉପମା/ରୂପକ)

οἱ σὺν ἐμοὶ ἀδελφοί

ଫିଲିପ୍ପୀୟ ୧: ୧୨ ରେ ଆପଣ କିପରି ଭାଇ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ଯଦିଓ ଭାଇମାନେ ଶବ୍ଦ ପୁରୁଷୋବାଚକ, ପାଉଲ ଏଠାରେ ଶବ୍ଦକୁ ଏକ ଆତ୍ମିକ ଅର୍ଥରେ ବ୍ୟବହାର କରୁଛନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ମୋ ସହ ଭାଇ ଓ ଭଉଣୀମାନେ” (See: https://git.door43.org/Door43-Catalog/or_ta/src/branch/master/translate/figs-gendernotations/01.md)

Philippians 4:22

τῆς Καίσαρος οἰκίας

କାଇସରଙ୍କ ଗୃହର ବାକ୍ୟାଂଶ କାଇସରଙ୍କ ପ୍ରାସାଦରେ କାମ କରୁଥିବା ସେବକମାନଙ୍କୁ ବୁଝାଏ । (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)

Philippians 4:23

μετὰ τοῦ πνεύματος ὑμῶν

ପାଉଲ ସାଙ୍କେତିକ ଭାବରେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କର ଆତ୍ମାକୁ ଦର୍ଶାଇ ସମ୍ପୁର୍ଣ୍ଣ ବ୍ୟକ୍ତି ଭାବରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ” (See: https://git.door43.org/Door43-Catalog/or_ta/src/branch/master/translate/figs-synecdoche/01.md)

ἡ χάρις τοῦ Κυρίου Ἰησοῦ Χριστοῦ μετὰ τοῦ πνεύματος ὑμῶν

ଅନୁଗ୍ରହ ଶବ୍ଦ ଏକ ଗୁଣବାଚକ ବିଶେଷ୍ୟ ଯାହା ଏକ କ୍ରିୟା ବିଶେଷଣ ସହ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟାଳୁ ହେଉନ୍ତୁ” (See: https://git.door43.org/Door43-Catalog/or_ta/src/branch/master/translate/figs-abstractnouns/01.md)