ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

Ruth

Ruth 1

Ruth 1:1-2

ଯିହୁଦୀ ଇତିହାସରେ କେଉଁ ସମୟ ମଧ୍ୟରେ ରୂତଙ୍କ କାହାଣୀ ଘଟିଥିଲା?

ବିଚାରକଗଣ ଶାସନ କରୁଥିବା ଏକ ସମୟରେ ଏହା ଘଟିଥିଲା।

କାହିଁକି ଏଲିମେଲକ ତାଙ୍କ ପରିବାର ସହିତ ମୋୟାବକୁ ଗଲେ?

ଯିହୁଦା ଦେଶରେ ଦୁର୍ଭିକ୍ଷ ପଡ଼ିଲା ତେଣୁ ସେ ଗଲେ।

Ruth 1:3-4

ମୋୟାବରେ ଏଲିମେଲକଙ୍କ ସହିତ କ’ଣ ହେଲା?

ଏଲିମେଲଙ୍କର ମୃତ୍ୟୁ ହୁଅନ୍ତେ ନୟମୀ ବିଧବା ହେଲେ।

Ruth 1:5

ମୋୟାବରେ ନୟମୀଙ୍କର ପୁତ୍ରମାନଙ୍କ ସହିତ କ’ଣ ହେଲା?

ନୟମୀଙ୍କ ପାଇଁ ଦୁଇ ବଧୂମାନଙ୍କୁ ସ୍ୱାମୀବିହୀନା ଛାଡି ନୟମୀଙ୍କର ପୁତ୍ରମାନଙ୍କର ମୃତ୍ୟୁ ହେଲା।

Ruth 1:6-7

ନୟମୀ ଯିହୁଦାକୁ ଫେରି ଆସିବାକୁ କାହିଁକି ସ୍ଥିର କଲେ?

ସେ ଶୁଣିଲେ ଯେ ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଆହାର ଦେଇଅଛନ୍ତି।

Ruth 1:8

ନୟମୀ ତାଙ୍କ ଦୁଇ ପୁତ୍ରବଧୂମାନଙ୍କୁ କୁଆଡେ ପଠାଇବାକୁ ଚାହୁଁଥିଲେ?

ସେ ଚାହୁଁଥିଲେ ଯେ ସେମାନେ ନିଜ ମାତାର ଗୃହକୁ ଫେରିଯାଆନ୍ତୁ।

Ruth 1:9-12

ନୟମୀ ତାଙ୍କର ଦୁଇ ପୁତ୍ରବଧୂମାନେ କ’ଣ ପାଅନ୍ତୁ ବୋଲି ଚାହୁଁଥିଲେ?

ସେ ଚାହୁଁଥିଲେ ଯେ ସେମାନେ ଅନ୍ୟ ସ୍ୱାମୀମାନଙ୍କୁ ପାଅନ୍ତୁ।

Ruth 1:13-15

ନୟମୀ ତାଙ୍କ ଦୁଃଖର ଉତ୍ସ କିଏ ବୋଲି ବିଶ୍ୱାସ କଲେ?

ସଦାପ୍ରଭୁ ତାଙ୍କ ବିରୁଦ୍ଧରେ ଅଛନ୍ତି ବୋଲି ସେ ବିଶ୍ୱାସ କଲେ।

Ruth 1:16

ଯେତେବେଳେ ରୂତ ନୟମୀଙ୍କ ସହ ରହିଲେ, ରୂତ ନୟମୀଙ୍କୁ କ’ଣ ପ୍ରତିଜ୍ଞା କଲେ?

ସେ କହିଲେ, “ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ। ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”

Ruth 1:17-18

ରୂତ ନୟମୀଙ୍କ ସହ କେତେ ଦିନ ପର୍ଯ୍ୟନ୍ତ ରହିବେ ବୋଲି କହିଲେ?

ମୃତ୍ୟୁ ପର୍ଯ୍ୟନ୍ତ ସେ ନୟମୀଙ୍କ ସହ ରହିବେ ବୋଲି କହିଲେ।

Ruth 1:19

ନୟମୀ କେଉଁ ସହରକୁ ଫେରିଗଲେ?

ସେ ବେଥଲିହିମକୁ ଫେରିଗଲେ।

Ruth 1:20-21

ନୟମୀ କେଉଁ ନାମରେ ଡକାଯିବାକୁ ଚାହୁଁଥିଲେ ଏବଂ କାହିଁକି?

ସେ ତାଙ୍କୁ ମାରା (ତିକ୍ତ) ବୋଲି ଡାକିବାକୁ କହିଲେ; ଯେହେତୁ ସର୍ବଶକ୍ତିମାନ ତାଙ୍କ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି ବୋଲି ସେ ବିଶ୍ୱାସ କରୁଥିଲେ।

Ruth 1:22

ନୟମୀ ଏବଂ ରୂତ ବର୍ଷର କେଉଁ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ?

ଏହା ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟ ଥିଲା।

Ruth 2

Ruth 2:1

ବୋୟଜ ଏବଂ ନୟମୀଙ୍କ ମୃତ ସ୍ୱାମୀଙ୍କ ମଧ୍ୟରେ କି ସମ୍ପର୍କ ଥିଲା?

ବୋୟଜ ନୟମୀଙ୍କ ସ୍ୱାମୀଙ୍କ ସମ୍ପର୍କୀୟ ଥିଲେ।

Ruth 2:2-3

ଯେବେ ରୂତ ପ୍ରଥମ ଥର ଶସ୍ୟଗୁଡ଼ିକ ସାଉଣ୍ଟିବାକୁ ଗଲେ, ସେତେବେଳେ ସେ କହା ପଛେ ପଛେ ଶସ୍ୟଗୁଡ଼ିକ ସାଉଣ୍ଟିବେ ବୋଲି କହିଥିଲେ?

ସେ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବେ, ତାହାର ପଛେ ପଛେ ଶସ୍ୟଗୁଡ଼ିକ ସାଉଣ୍ଟିବେ ବୋଲି କହିଲେ।

Ruth 2:4

ବୋୟଜ ତାଙ୍କ ଶ୍ରମିକମାନଙ୍କୁ କେଉଁ ଅଭିବାଦନ ଜଣାଇଲେ?

ସେ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ।”

Ruth 2:5-7

ବୋୟଜ ରୂତଙ୍କ ବିଷୟରେ କ’ଣ ଜାଣିବାକୁ ଚାହିଁଲେ?

ସେ କାହାର ସ୍ତ୍ରୀ ବୋଲି ସେ ଜାଣିବାକୁ ଚାହୁଁଥିଲେ।

Ruth 2:8-9

ବୋୟଜ ରୂତଙ୍କୁ ଶସ୍ୟ ସଂଗ୍ରହ କରିବା ବିଷୟରେ କେଉଁ ନିର୍ଦ୍ଦେଶ ଦେଲେ?

ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଇ ତାଙ୍କ କ୍ଷେତ୍ରରେ ହିଁ ତାଙ୍କ ଦାସୀଗଣର ସଙ୍ଗେ ସଙ୍ଗେ ଶସ୍ୟ ସଂଗ୍ରହ କରିବା ପାଇଁ ବୋୟଜ ରୂତଙ୍କୁ କହିଲେ।

Ruth 2:10

ଅନୁକୂଳ ନିର୍ଦ୍ଦେଶ ପାଇବା ପରେ, ରୂତ ବୋୟଜଙ୍କୁ କେଉଁ ପ୍ରଶ୍ନ ପଚାରିଥିଲେ?

ସେ କାହିଁକି ବୋୟଜଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲେ ବୋଲି ରୂତ ତାଙ୍କୁ ପଚାରିଥିଲେ?

Ruth 2:11

ବୋୟଜ ରୂତଙ୍କ ବିଷୟରେ କେଉଁ ଭଲ କଥା ଶୁଣିଥିଲେ?

ରୂତ ନୟମୀଙ୍କୁ ଅନୁସରଣ କରିବା ପାଇଁ ନିଜ ପରିବାରକୁ ତ୍ୟାଗ କରିବା କଥା ବୋୟଜ ଶୁଣିଥଲେ।

Ruth 2:12-14

ରୂତ କାହାର ପକ୍ଷ ତଳେ ଆଶ୍ରୟ ପାଇଛନ୍ତି ବୋଲି ବୋୟଜ କହିଲେ?

ରୂତ ସଦାପ୍ରଭୁଙ୍କ ପକ୍ଷ ତଳେ ଆଶ୍ରୟ ପାଇଲେ।

Ruth 2:15

ଭୋଜନ ସମୟ ପରେ ସେମାନେ କାମକୁ ଫେରିବା ପରେ ବୋୟଜ ରୂତଙ୍କୁ କେଉଁ ଅତିରିକ୍ତ ଅନୁଗ୍ରହ ଦେଖାଇଲେ?

ସେ ରୂତଙ୍କୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଅନୁମତି ଦେଲେ।

Ruth 2:16-18

ବୋୟଜ ତାଙ୍କ ଶ୍ରମିକମାନଙ୍କୁ ରୂତଙ୍କ ପାଇଁ କ’ଣ କରିବାକୁ କହିଲେ?

ସେ ରୂତଙ୍କ ପାଇଁ ଶ୍ରମିକମାନଙ୍କୁ ବିଡ଼ାରୁ କିଛି କିଛି ଶସ୍ୟ ପକାଇବାକୁ ଆଜ୍ଞା ଦେଲେ।

Ruth 2:19

ଯେତେବେଳେ ନୟମୀ ଦେଖିଲେ ଯେ ରୂତ ପ୍ରଚୁର ପରିମାଣର ଶସ୍ୟ ସଂଗ୍ରହ କରିଛନ୍ତି, ସେ ରୂତଙ୍କୁ କେଉଁ ପ୍ରଶ୍ନ ପଚାରିଲେ?

ସେଦିନ ରୂତ କେଉଁଠାରେ ଶସ୍ୟ ସଂଗ୍ରହ କରିଥିଲେ ବୋଲି ସେ ପଚାରିଲେ।

Ruth 2:20-21

ଯେତେବେଳେ ନୟମୀ ଶୁଣିଲେ ଯେ ବୋୟଜ ରୂତଙ୍କୁ ସାହାଯ୍ୟ କରିଛନ୍ତି ସେତେବେଳେ ସେ ବୋୟଜଙ୍କ ପାଇଁ କେଉଁ ଆଶୀର୍ବାଦ ଚାହିଁଲେ?

ସେ କହିଲେ, “ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ।”

Ruth 2:22

ନୟମୀ କାହିଁକି ବୋୟଜଙ୍କ ଦାସୀମାନଙ୍କ ସହିତ ରୂତଙ୍କୁ କାମ କରିବା ଭଲ ବୋଲି ଭାବିଲେ?

ଏହିପରି କଲେ, ରୂତଙ୍କୁ ଅନ୍ୟ କୌଣସି କ୍ଷେତ୍ରରେ କେହି ଅପମାନିତ କରିବ ନାହିଁ କିମ୍ବା କେହି କ୍ଷତି କରିବାକୁ ଆସିବ ନାହିଁ ।

Ruth 2:23

ଯବ ଶସ୍ୟ କାଟିବା ସମାପ୍ତି ପର୍ଯ୍ୟନ୍ତ ରୂତ କ’ଣ କଲେ?

ସେ ବୋୟଜଙ୍କ ଦାସୀଗଣ ସଙ୍ଗରେ ଶସ୍ୟ ସଂଗ୍ରହ କଲେ, ପୁଣି ନିଜ ଶାଶୁ ନୟମୀଙ୍କ ସହିତ ବାସ କଲେ।

Ruth 3

Ruth 3:1-2

ନୟମୀ ରୂତଙ୍କ ପାଇଁ ତାଙ୍କ ଇଚ୍ଛା କ’ଣ ଥିଲା ବୋଲି କହିଲେ?

ସେ ଚାହୁଁଥିଲେ ଯେ ରୂତ ଏକ ଆଶ୍ରୟ ସ୍ଥାନ ପାଅନ୍ତୁ, ଅର୍ଥାତ୍ ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କର ଉତ୍ତମ ଯତ୍ନନେବେ।

Ruth 3:3

ରୂତ ଖଳାକୁ ଯିବା ପୂର୍ବରୁ ନୟମୀ ତାଙ୍କୁ କ’ଣ କରିବାକୁ କହିଲେ?

ସ୍ନାନ କରିବାକୁ ଏବଂ ତୈଳ ମର୍ଦ୍ଦନ କରିବାକୁ ଏବଂ ନିଜର ଉତ୍ତମ ବସ୍ତ୍ର ପରିଧାନ କରିବାକୁ ସେ ରୂତଙ୍କୁ କହିଲେ।

Ruth 3:4

ବୋୟଜ ଶୋଇଥିବା ସ୍ଥାନକୁ ଗଲାପରେ ରୂତଙ୍କୁ କ’ଣ କରିବାର ଥିଲା?

ସେ ତାଙ୍କର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କରିବାର ଥିଲା।

Ruth 3:5-7

ନୟମୀଙ୍କ ନିର୍ଦ୍ଦେଶ ପ୍ରତି ରୂତଙ୍କ ମନୋଭାବ କ’ଣ ଥିଲା?

ନୟମୀ ତାଙ୍କୁ ଯାହା କରିବାକୁ କହିଥିଲେ ସେ ସବୁ କରିବେ ବୋଲି ସେ କହିଲେ।

Ruth 3:8

ମଧ୍ୟରାତ୍ରିରେ, ବୋୟଜ କ’ଣ ଦେଖି ଚମତ୍କୃତ ହେଲେ?

ତାଙ୍କ ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛନ୍ତି ଦେଖି ସେ ଚମତ୍କୃତ ହେଲେ!

Ruth 3:9

ବୋୟଜଙ୍କୁ ରୂତଙ୍କ ଅନୁରୋଧ କ’ଣ ଥିଲା?

ସେ ବୋୟଜଙ୍କୁ ତାଙ୍କ ଚାଦର ତା ଉପରେ ବିସ୍ତାର କରିବାକୁ ଅନୁରୋଧ କଲେ କାରଣ ସେ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ।

Ruth 3:10

ବୋୟଜ କାହିଁକି ରୂତଙ୍କ ପାଇଁ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ମାଗିଲେ?

ବୋୟଜ ରୂତଙ୍କୁ ଆଶୀର୍ବାଦ କଲେ କାରଣ ସେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମାପେକ୍ଷା ବୋୟଜଙ୍କୁ ବାଛିଥିଲେ।

Ruth 3:11

ବୋୟଜ ରୂତଙ୍କ ଅନୁରୋଧ ବିଷୟରେ କ’ଣ କରିବେ ବୋଲି କହିଲେ?

ରୂତ ଯାହା କରିବାକୁ କହିଲେ ତାହା କରିବେ ବୋଲି ବୋୟଜ କହିଲେ।

Ruth 3:12

କେଉଁ ପ୍ରତିବନ୍ଧକ ବୋୟଜଙ୍କୁ ତୁରନ୍ତ ରୂତଙ୍କ ପାଇଁ ଜଣେ ମୁକ୍ତିକର୍ତ୍ତା ଜ୍ଞାତିର କାର୍ଯ୍ୟ କରିବାକୁ ବାରଣ କଲା?

କାରଣ ବୋୟଜଙ୍କ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ।

Ruth 3:13

ରୂତଙ୍କ ପାଇଁ କିଏ ମୁକ୍ତିକର୍ତ୍ତା ଜ୍ଞାତି ଭାବରେ କାର୍ଯ୍ୟ କରିବେ, ବୋୟଜ ଏହା କିପରି ସ୍ଥିର କରିବାକୁ ଯାଉଥିଲେ?

ଯଦି ନିକଟ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତି ରୂତଙ୍କୁ ମୁକ୍ତ କରେ, ତେବେ ବୋୟଜ ତାଙ୍କୁ ତାହା କରିବାକୁ ଦେବେ । ମାତ୍ର ଯେବେ ସେ ମୁକ୍ତ ନକରେ, ତେବେ ବୋୟଜ ମୁକ୍ତିକର୍ତ୍ତା ଜ୍ଞାତି ହେବେ।

Ruth 3:14

କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ରୂତ କାହିଁକି ଖଳାରୁ ଶୀଘ୍ର ଚାଲିଗଲେ?

ଖଳାକୁ ସେ ଯେ ଆସିଥିଲେ, ଏହା ଜଣା ନ ଯାଉ ବୋଲି ବୋୟଜ ତାହା କଲେ।

Ruth 3:15-17

ରୂତ ଖଳାରୁ ବାହାରିବା ପୂର୍ବରୁ ବୋୟଜ ତାଙ୍କୁ କେଉଁ ଉପହାର ଦେଇଥିଲେ?

ବୋୟଜ ଛଅପାତ୍ର ଯବ ମାପି ରୂତଙ୍କୁ ଦେଲେ।

Ruth 3:18

କେଉଁ ସମୟ ମଧ୍ୟରେ ବୋୟଜ ସମସ୍ୟାର ସମାଧାନ କରିବେ ବୋଲି ନୟମୀ ନିଶ୍ଚିତ ଥିଲେ?

ସେହି ଦିନର ସନ୍ଧ୍ୟା ସୁଦ୍ଧା ସେ ଏହାର ସମାଧାନ କରିବେ।

Ruth 4

Ruth 4:1

ରୂତଙ୍କ ସମ୍ପର୍କୀୟ- ମୁକ୍ତିକର୍ତ୍ତା ଜ୍ଞାତି ହେବା ସମସ୍ୟାର ସମାଧାନ ପାଇଁ ବୋୟଜ କେଉଁଠାକୁ ଗଲେ?

ସେ ନଗରର ନଗର-ଦ୍ୱାରକୁ ଗଲେ।

Ruth 4:2

ସାକ୍ଷୀ ଭାବରେ ବସିବାକୁ ବୋୟଜ କାହାକୁ କହିଲେ?

ସେ ନଗରସ୍ଥ ଦଶ ଜଣ ପ୍ରାଚୀନମାନଙ୍କୁ କହିଲେ।

Ruth 4:3

ବୋୟଜ ପ୍ରଥମେ ଅନ୍ୟ ମୁକ୍ତିକର୍ତ୍ତା ଜ୍ଞାତି ବିଷୟରେ କ’ଣ କହିଲେ?

ବୋୟଜ ତାଙ୍କୁ କହିଲେ ଯେ ନୟମୀ ଏଲିମଲେଙ୍କର ଭୂମିଖଣ୍ଡ ବିକ୍ରି କରୁଅଛନ୍ତି।

Ruth 4:4

ଭୂମିଖଣ୍ଡକ ବିଷୟରେ ଅନ୍ୟ ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ କ’ଣ କରିବାକୁ ବୋୟଜ ପରାମର୍ଶ ଦେଲେ?

ଅନ୍ୟ ମୁକ୍ତିକର୍ତ୍ତା ଜ୍ଞାତି ଏହାକୁ ମୁକ୍ତ କରିପାରନ୍ତି ବୋଲି ବୋୟଜ ପରାମର୍ଶ ଦେଲେ।

ଅନ୍ୟ ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତିଙ୍କର ଉତ୍ତର କ’ଣ ଥିଲା?

ସେ ଏହାକୁ ମୁକ୍ତ କରିବେ ବୋଲି କହିଲେ।

Ruth 4:5

ବୋୟଜ ଅନ୍ୟ ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ କେଉଁ ଅତିରିକ୍ତ ଆବଶ୍ୟକତା ବିଷୟରେ କହିଲେ?

ସେ ତାଙ୍କୁ କହିଲେ ଯେ ମୃତ ଲୋକଙ୍କର ଅଧିକାରରେ ତାହାଙ୍କର ନାମ ରକ୍ଷା କରିବା ନିମନ୍ତେ ତାହାଙ୍କର ସ୍ତ୍ରୀ ରୂତଙ୍କୁ ହିଁ ବିବାହ କରିବାକୁ ପଡିବ।

Ruth 4:6-7

ଯେତେବେଳେ ଅନ୍ୟ ମୁକ୍ତିକର୍ତ୍ତା ଜ୍ଞାତି ଜାଣିଲେ ଯେ ତାଙ୍କୁ ରୂତଙ୍କୁ ବିବାହ କରିବାକୁ ପଡିବ, ସେତେବେଳେ ସେ କ’ଣ କହିଲେ?

ସେ ମୁକ୍ତ କରିପାରିବେ ନାହିଁ ବୋଲି କହିଲେ।

ଅନ୍ୟ ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତି କାହିଁକି ମୁକ୍ତିକର୍ତ୍ତା ହୋଇପାରିବେ ନାହିଁ ବୋଲି କହିଲେ?

ଏହା କଲେ ତାଙ୍କ ନିଜର ଅଧିକାରର କ୍ଷତି ହେବ ବୋଲି ସେ କହିଲେ।

Ruth 4:8

ବୋୟଜ ମୁକ୍ତିକର୍ତ୍ତା ଜ୍ଞାତି ହେବା ପାଇଁ ରାଜି ହେଲେ ବୋଲି ଦର୍ଶାଇବା ପାଇଁ ଅନ୍ୟ ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତି କ’ଣ କଲେ?

ସେ ନିଜ ପାଦୁକା କାଢ଼ି ଦେଲେ।

Ruth 4:9

ପ୍ରାଚୀନଗଣ ସାକ୍ଷୀ ଥିବା ପ୍ରଥମ ଚୁକ୍ତି କ’ଣ ଥିଲା ବୋଲି ବୋୟଜ କହିଲେ?

ଏଲିମେଲକଙ୍କର ଯାହା ଯାହା ଥିଲା ତାହା ବୋୟଜ ନୟମୀଙ୍କଠାରୁ କ୍ରୟ କଲେ, ଏ ବିଷୟରେ ସେମାନେ ସାକ୍ଷୀ ହେଲେ ବୋଲି କହିଲେ।

Ruth 4:10-11

ପ୍ରାଚୀନଗଣ ସାକ୍ଷୀ ହୋଇଥିବା ଦ୍ୱିତୀୟ ଚୁକ୍ତି କ’ଣ ଥିଲା ବୋଲି ବୋୟଜ କହିଲେ?

ରୂତଙ୍କୁ ନିଜ ସ୍ତ୍ରୀ ରୂପେ ବୋୟଜ ଲାଭ କଲେ, ସେମାନେ ଏ ବିଷୟର ସାକ୍ଷୀ ହେଲେ ବୋଲି କହିଲେ।

Ruth 4:12-14

ବୋୟାଜଙ୍କ ପାଇଁ ଲୋକମାନେ କେଉଁ ଆଶୀର୍ବାଦ ଚାହୁଁଥିଲେ?

ତାମର ଗର୍ଭରେ ଯିହୁଦାର ଜନ୍ମିତ ବଂଶ ଭଳି ସଦପ୍ରଭୁ ରୂତଙ୍କ ଦ୍ଵାରା ତାଙ୍କୁ ବଂଶ ପ୍ରଦାନ କରନ୍ତୁ ବୋଲି ସେମାନେ ଚାହୁଁଥିଲେ।

Ruth 4:15

ସ୍ତ୍ରୀମାନେ ନୟମୀକି କାହିଁକି କହିଲେ ଯେ ରୂତ ତାଙ୍କ ପାଇଁ ସାତ ପୁତ୍ରଠାରୁ ଉତ୍ତମ?

ରୂତଙ୍କର ନୟମୀ ପ୍ରତି ପ୍ରେମ ଥିବାରୁ, ରୂତ ନୟମୀଙ୍କ ପାଇଁ ଏକ ପୌତ୍ରକୁ ଜନ୍ମ ଦେଲେ ବୋଲି ସେମାନେ କହିଲେ।

Ruth 4:16

ନୟମୀଙ୍କର ରୂତଙ୍କ ପୁତ୍ର ସହିତ କେଉଁ ସମ୍ପର୍କ ଥିଲା?

ନୟମୀ ରୂତଙ୍କ ପୁତ୍ରର ପ୍ରତିପାଳନ-କାରିଣୀ ଥିଲେ।

Ruth 4:17-22

ରୂତଙ୍କ ପୁତ୍ରର ନାମ କ’ଣ ଥିଲା?

ତାହାଙ୍କ ପୁତ୍ରର ନାମ ଓବେଦ୍ ଥିଲା।

ଓବେଦ୍‍ କାହାର ପିତାମହ ଏବଂ ପିତା ଥିଲେ?

ଓବେଦ୍ ଦାଉଦଙ୍କର ପିତାମହ ଏବଂ ଯିଶୀର ପିତା ଥିଲେ।