ଓଡ଼ିଆ (Oriya): translationWords

Updated ? hours ago # views See on DCS Draft Material

Key Terms

ଅଧର୍ମ

ପରିଭାଷା:

“ଅଧର୍ମ” ଶବ୍ଦ “ପାପ” ଶବ୍ଦର ଅର୍ଥ ସହ ସମାନ ଅଟେ, କିନ୍ତୁ ଅଧିକ ନିର୍ଦ୍ଦିଷ୍ଟ ଭାବରେ ଭୁଲ କାର୍ଯ୍ୟ କିମ୍ବା ଅତ୍ୟଧିକ ଦୁଷ୍ଟତାକୁ ବୁଝାଏ ।

  • “ଅଧର୍ମ” ଶବ୍ଦର ଅର୍ଥ ବିକୃତ କରିବା (ଆଇନର) କିମ୍ବା ବିପଥରେ ଯିବା ଅଟେ । ଏହା ମୁଖ୍ୟତଃ ଅନ୍ୟାୟକୁ ବୁଝାଏ ।
  • ଅଧର୍ମକୁ ଅନ୍ୟ ଲୋକଙ୍କ ବିରୁଦ୍ଧରେ ସୁଚିନ୍ତିତ, କ୍ଷତିକାରକ କାର୍ଯ୍ୟ ଭାବରେ ବର୍ଣ୍ଣନା କରାଯାଇପାରେ ।
  • ଅଧର୍ମର ଅନ୍ୟ ପରିଭାଷା ମଧ୍ୟରେ “ବିକୃତି” ଏବଂ “ଭ୍ରଷ୍ଟାଚାର” ଅନ୍ତର୍ଭୁକ୍ତ, ଯାହା ଉଭୟ ଶବ୍ଦ ଯାହା ଭୟଙ୍କର ପାପର ଅବସ୍ଥା ବର୍ଣ୍ଣନା କରେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଅଧର୍ମ” ଶବ୍ଦକୁ “ଦୁଷ୍ଟତା” କିମ୍ବା “ବିକୃତ କାର୍ଯ୍ୟ” କିମ୍ବା “କ୍ଷତିକାରକ କାର୍ଯ୍ୟ” ଭାବରେ ଅନୁବାଦ କରାଯାଇପାରେ ।
  • “ଅଧର୍ମ” ଶବ୍ଦକୁ ପ୍ରାୟତଃ ସମାନ ପାଠରେ “ପାପ” ଏବଂ “ଅଧର୍ମ” ଶବ୍ଦରେ ଦେଖିବାକୁ ମିଳେ ତେଣୁ ଏହି ଶବ୍ଦଗୁଡ଼ିକର ଅନୁବାଦ କରିବାର ବିଭିନ୍ନ ଉପାୟ ରହିବା ଆବଶ୍ୟକ ଅଟେ ।

(ଦେଖନ୍ତୁ: ପାପ, ପାପ, ପାପ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0205, H1942, H5753, H5758, H5766, H5771, H5932, H5999, H7562, G00920, G00930, G04580, G38920, G41890

ଅଧିକାର

ପରିଭାଷା:

"ଅଧିକାର" ଶବ୍ଦ ପ୍ରାୟତଃ ଜଣେ ବ୍ୟକ୍ତିଙ୍କର ପ୍ରଭାବର ପଦବୀ ଓ ଅନ୍ୟ ଜଣଙ୍କ ଉପରେ ଥିବା ନୀୟନ୍ତ୍ରଣ କିମ୍ବା ଉତ୍ତରଦାୟିତ୍ୱକୁ ବୁଝାଏ  ׀

  • ରାଜା ଏବଂ ଅନ୍ୟ ଅଧିକାରୀ ଶାସକମାନଙ୍କର ଅଧିକାର ଶାସିତ ହେଉଥିବା ଲୋକମାନଙ୍କ ଉପରେ ଥାଏ ׀
  • "ପ୍ରାଧିକାରୀଗଣ" ଶବ୍ଦଟି ଲୋକମାନେ, ଅଧିକାରୀ ଓ ଅନୁଷ୍ଠାନର ଅନ୍ୟମାନଙ୍କ ପ୍ରତି ଅଧିକାରକୁ ସୂଚାଏ ׀
  • "ଅଧିକାରଗଣ" ଶବ୍ଦଟି ଆତ୍ମାକୁ ମଧ୍ୟ ସୂଚିତ କରେ ଯାହାଠାରେରେ ସେହି ଲୋକମାନଙ୍କ ଇପର ଶକ୍ତି ଅଛି ଯେଉଁମାନେ କି ନିଜକୁ ଈଶ୍ଵରଙ୍କ ଅଧିକାରରେ ସମର୍ପିତ କରିନାହାନ୍ତି ׀
  • ମାଲିକମାନଙ୍କର ସେମାନଙ୍କ ଚାକର କିମ୍ୱା ଦାସଗଣ ପ୍ରତି ଅଧିକାର ଥାଏ ׀ ଅଭିଭାବକମାନଙ୍କର ସେମାନଙ୍କ ସନ୍ତାନମାନଙ୍କ ଉପରେ ଅଧିକାର ଥାଏ ׀
  • ସରକାରଙ୍କର ସେମାନଙ୍କର ନାଗରିକମାନଙ୍କୁ ଶାସନ କରିବା ନିମନ୍ତେ ନୀତି ନିୟମ ନିର୍ଦ୍ଧାରଣ କରିବା ନିମନ୍ତେ ଅଧିକାର ଓ କ୍ଷମତା ଥାଏ ׀

ଅନୁବାଦ ପ୍ରସ୍ତାବଗୁଡ଼ିକ

  • "ଅଧିକାର " ଶବ୍ଦକୁ "ଆୟତ" କିମ୍ୱା " ଅଧିକାର" କିମ୍ୱା "ଯୋଗ୍ୟତା" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ବେଳେବେଳେ "ଅଧିକାର " ଶବ୍ଦକୁ "ଶକ୍ତି" ଅର୍ଥରେ ମଧ୍ୟ ବ୍ୟବହାର କରାଯାଏ ׀
  • ଯେତେବେଳେ ଅଧିକାରୀଗଣ ଶବ୍ଦକୁ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରୁଥିବା ଲୋକମାନଙ୍କୁ ସୂଚାଇବା ନିମନ୍ତେ ବ୍ୟବହାର କରାଯାଏ,  ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀
  • "ନିଜ ଅଧିକାର ଦ୍ୱାରା" ବାକ୍ୟାଂଶକୁ "ନିଜ ଅଧିକାର ଦ୍ୱାରା ନେତୃତ୍ୱ ନେବା" କିମ୍ୱା "ନିଜ ଯୋଗ୍ୟତା ଅନୁଯାୟୀ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • "ଅଧିନରେ ରହିବା" ବାକ୍ୟାଂଶକୁ "ଆଜ୍ଞାମାନିବାର ଦାୟିତ୍ୱ" କିମ୍ୱା ଅନ୍ୟର ଆଦେଶକୁ ପାଳନ କରିବା" ବୋଲି ଅନୁବାଦ କରାଯାଇପାରେ ׀

ଆଧିକାରରାଜାଶକ୍ତିଶାସକ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H8633, G08310, G14130, G18490, G18500, G20030, G27150, G52470

ଅନନ୍ତକାଳ, ଚିରସ୍ଥାୟୀ, ଚିରନ୍ତନ, ସଦାକାଳ

ପରିଭାଷା:

“ଚିରସ୍ଥାୟୀ” ଏବଂ “ଚିରନ୍ତନ” ଶବ୍ଦର ଅର୍ଥ ପ୍ରାୟ ସମାନ ଅଟେ ଏବଂ ଏହା ସବୁବେଳ କିମ୍ୱା ଚିରକାଳ ଅସ୍ତିତ୍ଵ ରହିବା ବିଷୟକୁ ବୁଝାଏ ।

  • ”ଅନନ୍ତକାଳ” ଶବ୍ଦ ଏକ ଅବସ୍ଥାକୁ ବୁଝାଏ ଯାହାର ଆରମ୍ୱ ଏବଂ ଶେଷ ନଥାଏ। ଏହା ଏପରି ଜୀବନକୁ ମଧ୍ୟ ବୁଝାଏ ଯାହା କେବେ ହେଁ ଶେଷ ହେବନାହିଁ।
  • ଜଗତରେ ଏହି ବର୍ତ୍ତମାନ ଜୀବନ ପରେ, ମନୁଷ୍ୟମାନେ ଅନନ୍ତକାଳ ସ୍ୱର୍ଗରେ ଈଶ୍ୱରଙ୍କ ସହ କିମ୍ୱା ନର୍କରେ ଈଶ୍ୱରଙ୍କ ବିନା ବାସ କାରିବେ।
  • "ଅନନ୍ତ ଜୀବନ” ଏବଂ “ଚିରସ୍ଥାୟୀ ଜୀବନ” ଶବ୍ଦ ନୂତନ ନିୟମରେ ସ୍ୱର୍ଗରେ ଈଶ୍ୱରଙ୍କ ସହ ବାସ କରିବାକୁ ବୁଝାଇବା ନିମନ୍ତେ ବ୍ୟବହୃତ।

”ଚିରକାଳ” ଶବ୍ଦ ଅଶେଷ ସମୟକୁ ବୁଝାଏ।

  • “ସଦାକାଳ ଏବଂ ସବୁବେଳେ” ବାକ୍ୟାଂଶରେ ସମୟର ଧାରଣା ଅଛି ଯାହା କେବେ ଶେଷ ହୁଏ ନାହିଁ ଏବଂ ଅନନ୍ତକାଳ କିମ୍ବା ଚିରନ୍ତନ ଜୀବନ ସଦୃଶ କ’ଣ ତାହା ପ୍ରକାଶ କରେ। ଏହା କୌଣସି ବିଷୟ ସର୍ବଦା ଘଟିବ କିମ୍ବା ବିଦ୍ୟମାନ ରହିବ ବୋଲି ଗୁରୁତ୍ଵ ଦିଏ । ଏହା ଏପରି ସମୟକୁ ବୁଝାଏ ଯାହା କେବେ ଶେଷ ହୁଏ ନାହିଁ।
  • ଈଶ୍ୱର ଦାଉଦଙ୍କ ସିଂହାସନ “ଚିରକାଳ” ନିମନ୍ତେ ରହିବ ବୋଲି କହିଲେ । ଏହା ଏହି ସତ୍ୟତା ସୂଚିତ କରେ ଯେ ଦାଉଦଙ୍କ ବଂଶଧର ଯୀଶୁ ଚିରକାଳ ପାଇଁ ରାଜା ଭାବରେ ରାଜତ୍ୱ କରିବେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ”ଅନନ୍ତକାଳ” କିମ୍ୱା “ଚିରସ୍ଥାୟୀ” ବାକ୍ୟାଂଶକୁ “ଅଶେଷ” କିମ୍ୱା “କଦାପି ଶେଷ ହୁଏ ନାହିଁ” କିମ୍ୱା “ସର୍ବଦା ଜୀବିତ" ବୋଲି ଅନୁବାଦ କରାଯାଇପାରେ।
  • "ଅନନ୍ତ ଜୀବନ” ଏବଂ “ଚିରସ୍ଥାୟୀ ଜୀବନ” ବାକ୍ୟାଂଶକୁ  “ଜୀବନ ଯାହା କଦାପି ଶେଷ ହୁଏ ନାହିଁ” କିମ୍ୱା “ଜୀବନ ଯାହା ସର୍ବଦା ଜୀବିତ” କିମ୍ୱା “ଅନନ୍ତକାଳ ପାଇଁ ଜୀବିତ ରହିବା ପାଇଁ ଆମ୍ଭମାନଙ୍କ ଶରୀରର ଉତ୍ଥାନ” ବୋଲି ଅନୁବାଦ କରାଯାଇପାରେ
  • “ଅନନ୍ତକାଳ” ବାକ୍ୟାଂଶକୁ ପ୍ରସଙ୍ଗରେ ଉପରେ ଆଧାର କରି “ସମୟ ବାହାରେ ବିଦ୍ୟମାନ” କିମ୍ୱା “ଅଶେଷ ଜୀବନ” କିମ୍ୱା “ସ୍ୱର୍ଗରେ ଜୀବନ” ବୋଲି ଅନୁବାଦ କରାଯାଇପାରେ।
  • ଏହି ବାକ୍ୟାଂଶକୁ ଜାତୀୟ ଭାଷା କିମ୍ୱା ସ୍ଥାନୀୟ ଭାଷାରେ କିପରି ଅନୁବାଦ କରାଯାଇଛି ତାହା ଦେଖନ୍ତୁ। ( ଅଜ୍ଞାତ ଶବ୍ଦକୁ କିପରି ଅନୁବାଦ କରିବେ: ଦେଖନ୍ତୁ)
  • ”ସଦାକାଳ” ଶବ୍ଦକୁ “ସବୁବେଳେ” କିମ୍ୱା “ଅଶେଷ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • ”ଚିରକାଳ ପାଇଁ ରହିବ” ବାକ୍ୟାଂଶକୁ “ସବୁବେଳେ ବିଦ୍ୟମାନ” କିମ୍ୱା “କେବେ ଶେଷ ହେବ ନାହିଁ” କିମ୍ୱା “ସବୁବେଳେ ଜାରି ରହିବ” ବୋଲି ଅନୁବାଦ କରାଯାଇପାରେ।
  • “ଚିରକାଳ ଏବଂ ସବୁବେଳେ” ବାକ୍ୟାଂଶକୁ “ସର୍ବଦା ଏବଂ ସର୍ବଦା ନିମନ୍ତେ” କିମ୍ୱା “କେବେ ଶେଷ ନ ହେବା” କିମ୍ୱା “ଯାହା କେବ ହେଁ ଶେଷ ହୁଏ ନାହିଁ” ବୋଲି ଅନୁବାଦ କରାଯାଇପାରେ।
  • ଦାଉଦଙ୍କ ସିଂହାସନ ଚିରକାଳ ପାଇଁ ରହିବ ବାକ୍ୟାଂଶକୁ  “ଦାଉଦଙ୍କ ବଂଶଧର ଚିରକାଳ ପାଇଁ ରାଜତ୍ୱ କରିବେ” କିମ୍ୱା “ଜଣେ ଦାଉଦଙ୍କ ବଂଶଧର ସଦା ସର୍ବଦା ରାଜ୍ୟ କରିବେ” ବୋଲି ଅନୁବାଦ କରାଯାଇପାରେ।

(ଦାଉଦ,ରାଜତ୍ୱ,ଜୀବନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବାଲ କାହାଣୀରୁ ଉଦାହରଣଗୁଡ଼ିକ:

  • 27:1 ଦିନେ ଯିହୁଦୀ ବ୍ୟବସ୍ଥାର ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି କହିଲେ,”ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୋତେ କଅଣ କରିବାକୁ ହେବ?"
  • 28:1 ଦିନେ ଜଣେ ଧନୀ ଯୁବା ଶାସକ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପଚାରିଲେ, ”ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୋତେ କଅଣ କରିବାକୁ ହେବ?" ଯୀଶୁ ତାହାଙ୍କୁ  କହିଲେ, “କଅଣ ଉତ୍ତମ ତାହା ତୁମ୍ଭେ ମୋତେ କାହିଁକି ପଚାରୁଅଛ? କେବଳ ଜଣେ ଉତ୍ତମ ଅଟନ୍ତି ଓ ସେ ଈଶ୍ଵର। କିନ୍ତୁ ଯଦି ତୁମ୍ଭେ ଅନନ୍ତ ଜୀବନ ପାଇବାକୁ ଚାହୁଁଛ, ତେବେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କର।"
  • 28:10 ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକେ ଯିଏ ଗୃହ, ଭାଇ, ଭଉଣୀ, ପିତା, ମାତା, ସନ୍ତାନ, କିମ୍ୱା ସମ୍ପତ୍ତି ମୋ ନାମ ସକାଶେ ପରିତ୍ୟାଗ କରିଅଛି, ସେ 100 ଗୁଣ ପାଇବ ଏବଂ ଅନନ୍ତ ଜୀବନ ମଧ୍ୟ ପାଇବ।"

ଶବ୍ଦବିନ୍ୟାସ:

  • Strong’s: H3117, H4481, H5331, H5703, H5705, H5769, H5865, H5957, H6924, G01260, G01650, G01660, G13360

ଅନୁଗ୍ରହ, ଦୟାଳୁ

ପରିଭାଷା:

“ଅନୁଗ୍ରହ” ଏକ ଶବ୍ଦ ସାହାଯ୍ୟ କିମ୍ବା ଆଶୀର୍ବାଦକୁ ବୁଝାଏ ଯାହା କାହକୁ ଦିଆଯାଇଛି ଯିଏ ଏହାର ଯୋଗ୍ୟ ନ ଥିଲା। “ଦୟାଳୁ“ ଶବ୍ଦ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ଅନ୍ୟ ପ୍ରତି ଅନୁଗ୍ରହ ଦେଖାଏ।

  • ଈଶ୍ୱରଙ୍କ ଅନୁଗ୍ରହ ପାପୀମାନବ ଜାତି ନିମନ୍ତେ ଏକ ଉପହାର ଯାହା ମୁଁକ୍ତ ରୂପରେ ପ୍ରଦାନ କରିଅଛନ୍ତି।
  • ଅନୁଗ୍ରହର ମତ ମଧ୍ୟ ଦୟାଳୁ ହେବା ଯେ ଭୁଲ କିମ୍ବା କ୍ଷତିକାରକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରିବାକୁ ଦର୍ଶାଏ।
  • ଅନୁଗ୍ରହ ପାଇବାର ଭାବପ୍ରକାଶ ଏକ ଭାବପ୍ରକାଶ ଅଟେ ଯାହାର ଅର୍ଥ ଈଶ୍ୱରଙ୍କଠାରୁ ସାହାଯ୍ୟ ଓ ଦୟା ପାଇବା। ଅନେକ ସମୟରେ ଏହାର ଅର୍ଥ ଈଶ୍ୱର ଯାହା ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାହାକୁ ସାହାଯ୍ୟ କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଅନୁଗ୍ରହ“ ଶବ୍ଦକୁ “ଈଶ୍ୱରୀୟ ଦୟା” କିମ୍ବା “ଈଶ୍ୱରଙ୍କ ଅନୁଗ୍ରହ“ କିମ୍ବା “ପାପୀମାନଙ୍କ ନିମନ୍ତେ ଈଶ୍ୱରଙ୍କ ଦୟା ଓ କ୍ଷମା“ କିମ୍ବା “ସଦୟ କ୍ଷମାଶୀଳ“ ବୋଲି ଅନୁବାଦ କାରାଯାଇପାରେ।
  • “ଦୟାଳୁ“ ଶବ୍ଦକୁ “ଅନୁଗ୍ରହରେ ପୂର୍ଣ୍ଣ“ କିମ୍ବା “ଦୟା” କିମ୍ବା “କରୁଣାମୟ“ କିମ୍ବା “କରୁଣାରେ ଭରା ଦୟା“ ବୋଲି ଅନୁବାଦ କରାଯାଇପାରେ ।
  • “ସେ ଈଶ୍ୱରଙ୍କଠାରେ ଅନୁଗ୍ରହ ପ୍ରାପ୍ତ ହେଲେ" ବାକ୍ୟାଂଶକୁ “ସେ ଈଶ୍ୱରଙ୍କଠାରୁ ଦୟା ପାଇଲେ“ କିମ୍ବା “ଈଶ୍ଵର ଦୟାଳୁ ଭାବରେ ତାହାକୁ ସାହାଯ୍ୟ କଲେ“ କିମ୍ବା “ଈଶ୍ଵର ଆପଣା ପକ୍ଷପାତ ବା ଅନୁଗ୍ରହ ତାହାକୁ ଦେଖାଇଲେ“ କିମ୍ବା “ଈଶ୍ୱର ତାହାଙ୍କ ସହିତ ସନ୍ତୁଷ୍ଟ ହେଲେ ଆଉ ତାହାଙ୍କୁ ସାହାଯ୍ୟ କଲେ“ ବୋଲି ଅନୁବାଦ କରାଯାଇପାରେ।

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H2580, H2587, H2589, H2603, H8467, G21430, G54850, G55430

ଅନୁଗ୍ରହ, ବିଶ୍ଵସ୍ତ, ପ୍ରେମ

ପରିଭାଷା:

ବାଇବେଲ ସମୟରେ, “ଅନୁଗ୍ରହ” ଶବ୍ଦକୁ  ବିଶ୍ଵସ୍ତତା, ବିଶ୍ୱସ୍ତ, ଦୟା ଏବଂ ପ୍ରେମକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୋଇଥିଲା ଯାହା ଉଭୟ ବିବାହ କିମ୍ବା ରକ୍ତ ଦ୍ୱାରା ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାକୁ ଦର୍ଶାଉଥିଲା | ଏହି ଶବ୍ଦ ବାଇବେଲରେ ପ୍ରାୟତଃ ବ୍ୟବହୃତ ହୁଏ ଯେପରି ଈଶ୍ଵର ତାଙ୍କ ଲୋକମାନଙ୍କ ସହିତ କିପରି ସମ୍ପର୍କ କରନ୍ତି, ବିଶେଷ ଭାବରେ ସେ ସେମାନଙ୍କୁ ଦେଇଥିବା ପ୍ରତିଜ୍ଞା ପୂରଣ କରିବାକୁ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଏ |

  • ଏହି ଶବ୍ଦଟି କିପରି ଅନୁବାଦ କରାଯାଏ ତାହା ଉପରେ ନିର୍ଭର କରିପାରେ ଯେ ପ୍ରତ୍ୟେକ ବ୍ୟକ୍ତିଗତ ଶବ୍ଦ “ଅନୁଗ୍ରହ” ଏବଂ “ବିଶ୍ୱସ୍ତତା” କିପରି ଅନୁବାଦ କରାଯିବ |
  • ଏହି ଶବ୍ଦର ଅନୁବାଦ କରିବାର ଅନ୍ୟ ଉପାୟଗୁଡ଼ିକ: “ବିଶ୍ୱସ୍ତ ପ୍ରେମ;” “ବିଶ୍ୱସ୍ତ, ପ୍ରତିବଦ୍ଧ ପ୍ରେମ;” କିମ୍ବା “ପ୍ରେମ ନିର୍ଭରଶୀଳତା” |

(ବିଶ୍ଵସ୍ତ, ଆନୁଗତ୍ୟ, ଅନୁଗ୍ରହ, ଇସ୍ରାଏଲ ଈଶ୍ଵରଙ୍କ ଲୋକ, ପ୍ରତିଜ୍ଞା ଦେଖନ୍ତୁ)

ବାଇବେଲର ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H2617

ଅନୁଗ୍ରହ,ଅନୁକୂଳ,ପକ୍ଷପାତ

ପରିଭାଷା:

କାହାକୁ “ଅନୁଗ୍ରହ କରିବାର ସାଧାରଣ ଅର୍ଥ ସେହି ବ୍ୟକ୍ତିକୁ ଅନୁମୋଦନ କରିବା ଅଟେ I ଯଦି କେହି ଅନ୍ୟକୁ ଅନୁଗ୍ରହ କରେ, ସେ ସେହିବ୍ୟକ୍ତି ପ୍ରତି ଏକ ସାକାରାତ୍ମକ ମନଭାବ ରଖେ ଏବଂ ସେହି ବ୍ୟକ୍ତି ପ୍ରତି ଅନ୍ୟ ଅପେକ୍ଷା ଅଧିକ ଅନୁମୋଦନ କରିଥାଏ I

  • “ଯୀଶୁ ଈଶ୍ଵରଙ୍କ ଏବଂ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ I ଏହାର ଅର୍ଥ ଉଭୟ ଈଶ୍ଵର ଏବଂ ଲୋକମାନେ ତାହାଙ୍କ ଚରିତ୍ର ଏବଂ ବ୍ୟବହାରକୁ ଅନୁମୋଦନ କଲେ I
  • “କାହାର ଅନୁଗ୍ରହ ପ୍ରାପ୍ତ ହେବା” ବାକ୍ୟାଂଶର ଅର୍ଥ ସେହି ବ୍ୟକ୍ତି ଜଣକ ଆଉ ଏକ ବ୍ୟକ୍ତି ଦ୍ୱାରା ଅନୁମୋଦିତ ହୋଇ ଅଛନ୍ତି I
  • ଯେତେବେଳେ ଜଣେ ରାଜା କାହାକୁ ଦୟା ଦେଖାନ୍ତି, ଅନେକ ସମୟରେ ତାହାର ଅର୍ଥ ସେହି ବ୍ୟକ୍ତିର ଅନୁରୋଧ ଏବଂ ଅନୁଦାନକୁ ଅନୁମୋଦିତ କରନ୍ତି ଅଟେI
  • “ଅନୁଗ୍ରହ” ମଧ୍ୟ ସେମାନଙ୍କ ଲାଭ ପାଇଁ କିମ୍ବା ଅନ୍ୟ ଜଣଙ୍କ ପାଇଁ ଏକ ମନୋଭାବ କିମ୍ବା କାର୍ଯ୍ୟ ହୋଇପାରେ I
  • “ପକ୍ଷପାତିତା” ଶବ୍ଦର ଅର୍ଥ କେତେକ ଲୋକମାନଙ୍କ ପ୍ରତି ଅନୁକୂଳ କାର୍ଯ୍ୟ କରିବାର ମନୋଭାବ କିନ୍ତୁ ଅନ୍ୟ କେତେକ ଲୋକମାନଙ୍କ ପାଇଁ ଅନୁକୂଳ କାର୍ଯ୍ୟ ନ କରିବାର ମନୋଭାବ ଅଟେ I ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଠାରୁ କିମ୍ବା ଗୋଟିଏ ଜିନିଷକୁ ଅନ୍ୟ ବସ୍ତୁ ଉପରେ ଅଧିକ ପ୍ରବୃତ୍ତି କାରଣ ବ୍ୟକ୍ତି କିମ୍ବା ବସ୍ତୁକୁ ପସନ୍ଦ କରାଯାଏ I ସାଧାରଣତଃ, ପକ୍ଷପାତିତାକୁ ଅନ୍ୟାୟ ବୋଲି ବିଚାର କରାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଅନୁଗ୍ରହ” ଶବ୍ଦକୁ ଅନୁବାଦ କରିବାର ଅନ୍ୟ ଶବ୍ଦଗୁଡ଼ିକ “ଅନୁମୋଦନ” କିମ୍ବା “ଆଶୀର୍ବାଦ” କିମ୍ବା “ଲାଭ” ହୋଇପାରେ I
  • “ଯିହୋବାଙ୍କ ଅନୁଗ୍ରହର ବର୍ଷ” ବାକ୍ୟାଂଶକୁ “ବର୍ଷର ଯେଉଁ ସମୟରେ ଯିହୋବା ମହାନ ଆଶୀର୍ବାଦ ଢାଳି ଦେବେ“ ବୋଲି ଅନୁବାଦ କରାଯାଇପାରେ I
  • “ପକ୍ଷପାତ“ ଶବ୍ଦକୁ “ପକ୍ଷପାତିତା ‘ କିମ୍ବା “ପୂର୍ବାନୁରାଗ ଦ୍ୱାରା ବଶୀଭୂତ ହେବା“ ବୋଲି ଅନୁବାଦ କରାଯାଇପାରେ I ଏହି ଶବ୍ଦ “ପସନ୍ଦତା “ଶବ୍ଦ ସହ ଯୋଡ଼ିତ ଅଟେ, ଯାହାର ଅର୍ଥ “ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ପସନ୍ଦ କରିବା“ ଅଟେI

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0995, H1156, H1293, H1779, H1921, H2580, H2603, H2896, H5278, H5375, H5414, H5922, H6213, H6437, H6440, H7521, H7522, H7965, G11840, G36850, G43800, G43820, G54850, G54860

ଅନୁତାପ କରିବା, ପଶ୍ଚାତାପ କରିବା

ପରିଭାଷା:

“ଅନୁତାପ କରିବା” ଏବଂ “ପଶ୍ଚାତାପ କରିବା” ଶବ୍ଦଗୁଡ଼ିକ ପାପରୁ ଫେରି ଆସିବା ଏବଂ ଈଶ୍ୱରଙ୍କ ନିକଟକୁ ଫେରିଯିବା ବିଷୟକୁ ବୁଝାଏ I

  • “ଅନୁତାପ କରିବା” ଶବ୍ଦର ଆକ୍ଷରିକ ଅର୍ଥ “ଏକ ବ୍ୟକ୍ତିର ମନପରିବର୍ତ୍ତନ”କୁ ବୁଝାଏ I
  • ବାଇବେଲରେ, “ଅନୁତାପ କରିବା” ସାଧାରଣତଃ ଏକ ପାପପୂର୍ଣ୍ଣ ମାନବୀୟ ଚିନ୍ତାଧାରା ଏବଂ କାର୍ଯ୍ୟରୁ ଫେରିଆସିବା ଏବଂ ଈଶ୍ୱରଙ୍କ ମାର୍ଗ ଅନୁସାରେ ବିଚାର କରିବା ଓ କାର୍ଯ୍ୟ କରିବା ଦିଗକୁ ଫେରିଆସିବା ବିଷୟକୁ ବୁଝାଏ I
  • ଯେତେବେଳେ ଲୋକମାନେ ପ୍ରକୃତରେ ସେମାନଙ୍କ ପାପଗୁଡ଼ିକ ହେତୁ ଅନୁତାପ କରନ୍ତି, ଈଶ୍ୱର ସେମାନଙ୍କୁ କ୍ଷମା କରନ୍ତି ଏବଂ ତାଙ୍କ ପ୍ରତି ଆଜ୍ଞାକାରୀ ହେବାରେ ସାହାଯ୍ୟ କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଅନୁତାପ କରିବା” ବାକ୍ୟାଂଶକୁ “ମନ ଫେରଣ (ଈଶ୍ୱରଙ୍କ ପ୍ରତି)” କିମ୍ୱା “ପାପଠାରୁ ବିମୁଖ ହେବା ଏବଂ ଈଶ୍ୱରଙ୍କ ପ୍ରତି ଫେରିବା” କିମ୍ୱା “ଈଶ୍ୱରଙ୍କ ପ୍ରତି ଫେରିବା, ପାପଠାରୁ ଦୂରେଇଯିବା” ବୋଲି  ଅନୁବାଦ କରାଯାଇପାରେ I
  • ଅନେକ ସମୟରେ “ମନଫେରଣ କରିବା” ଶବ୍ଦକୁ କ୍ରିୟାପଦ “ଅନୁତାପ କରିବା” ବ୍ୟବହାର କରି ଅନୁବାଦ କରାଯାଇପାରିବ I ଉଦାହରଣ ସ୍ୱରୂପ, “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନର ଦାନ କରିଅଛନ୍ତି” ଏହି ଅଭିବ୍ୟକ୍ତିକୁ “ଈଶ୍ୱର ଇସ୍ରାଏଲକୁ ମନପରିବର୍ତ୍ତନ କରିବା ନିମନ୍ତେ ସାମର୍ଥ ପ୍ରଦାନ କରିଅଛନ୍ତି I
  • “ମନଫେରଣ କରିବା” ଶବ୍ଦକୁ “ପାପରୁ ବିମୁଖ ହେବା” କିମ୍ବା  ”ଈଶ୍ୱରଙ୍କ ପ୍ରତି ଫେରିବା ଏବଂ ପାପରୁ ଦୂରେଇଯିବା” ବୋଲି ଅନୁବାଦ କରାଯାଇପାରେ I

(କ୍ଷମା କରିବାପାପଫେରିବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 16:2 ଅନେକ ବର୍ଷ ଧରି ଈଶ୍ୱରଙ୍କ ଅବାଧ୍ୟ ହେବା ପରେ ଏବଂ ସେମାନଙ୍କର ଶତୃମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ, ଇସ୍ରାଏଲୀୟମାନେ ଅନୁତାପ କଲେ ଏବଂ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ I
  • 17:13 ଦାଉଦ ତାଙ୍କର ପାପ ହେତୁ ଅନୁତାପ କଲେ ଏବଂ ଈଶ୍ୱର ତାହାଙ୍କୁ କ୍ଷମା ଦେଲେ I
  • 19:18 ସେମାନେ (ଭବିଷ୍ୟତବକ୍ତାଗଣ) ଲୋକମାନଙ୍କୁ ଚେତାବନୀ ଦେଲେ ଯେ ଯଦି ସେମାନେ ଅନୁତାପ ନ କରନ୍ତି ଈଶ୍ୱର ସେମାନଙ୍କୁ ବିନାଶ କରିବେ I
  • 24:2 ବହୁ ସଂଖ୍ୟକ ଲୋକମାନେ ଯୋହନଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରାନ୍ତରକୁ ବାହାରି ଆସିଲେ I ସେ ସେମାନଙ୍କୁ ପ୍ରଚାର କରି କହିଲେ, “ମନପରିବର୍ତ୍ତନ କର, କାରଣ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ !”
  • 42:8“ଶାସ୍ତ୍ରରେ ଏହା ମଧ୍ୟ ଲିଖିତ ଅଛି ଯେ ମୋହର ଶିଷ୍ୟମାନେ ଘୋଷଣା କରିବେ ଯେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ମନପରିବର୍ତ୍ତନ କରିବା ଆବଶ୍ୟକ ଅଟେ ଯେପରି ସେମାନଙ୍କ ପାପଗୁଡ଼ିକ ନିମନ୍ତେ ପାପକ୍ଷମା ପାଇବେ I
  • 44:5 ”ଅତଏବ ବର୍ତ୍ତମାନ, ଅନୁତାପ କର ଏବଂ ଈଶ୍ୱରଙ୍କ ନିକଟକୁ ଫେର, ଯେପରି ତୁମ୍ଭମାନଙ୍କର ପାପସବୁ ଧୌତ ହେବ I”

ଶବ୍ଦବିନ୍ୟାସ :

  • Strong’s: H5150, H5162, H5164, G2780, G33380, G33400, G33410

ଅନୁଶାସନ, ଆତ୍ମନିୟନ୍ତ୍ରଣ ବା ଆତ୍ମସଂଯମ

ସଂଜ୍ଞା:

“ଅନୁଶାସନ” ଶବ୍ଦଟି ନୈତିକ ଆଚରଣ ନିମନ୍ତେ ପ୍ରଶିକ୍ଷଣ ଲୋକମାନଙ୍କୁ ମାନିବାର ଏକ ନୀୟମ ସମୂହର ଶ୍ରେଣୀ ଗୁଚ୍ଛକୁ ବୁଝାଏ।

  • ପିତାମାତା ଆପଣା ଆପଣା ସନ୍ତାନମାନଙ୍କ ପାଇଁ ନୈତିକ ପରାମର୍ଶ ପୁଣି ଆଦେଶ ସେମାନଙ୍କୁ ଆଉ ସେମାନଙ୍କୁ ତାହା ପାଳନ କରିବାକୁ ଶିକ୍ଷା ଦିଅନ୍ତି।
  • ସେହିଭଳି, ଈଶ୍ୱର ତାହାଙ୍କ ସନ୍ତାନମାନଙ୍କୁ ସେମାନଙ୍କ ଉତ୍ତମ ଆତ୍ମିକ ଫଳ ସେମାନଙ୍କ ଜୀବନରେ ଫଳିବାରେ ସାହାଯ୍ୟ କରିବାର ଅନୁଶାସନ କରନ୍ତି, ଯେପରି ଆନନ୍ଦ, ପ୍ରେମ, ଏବଂ ଧୈର୍ଯ୍ୟ।
  • ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ବଞ୍ଚିବାକୁ ହେବ, ତା’ସହିତ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ ପାଇଁ ଦଣ୍ଡ ବିଷୟରେ ଅନୁଶାସନ ଅନ୍ତର୍ଭୁକ୍ତ କରେ।
  • ଆତ୍ମସଂଯମ ଜଣକର ନିଜ ଜୀବନକୁ ନୈତିକ ଓ ଆତ୍ମିକ ନୀତିଗୁଡିକୁ ପ୍ରୟୋଗ କରିବାର ପ୍ରଣାଳୀ ଅଟେ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • “ଅନୁଶାସନ” ପ୍ରସଙ୍ଗ ଉପରେ, “ପ୍ରଶିକ୍ଷଣ ଏବଂ ନିର୍ଦ୍ଦେଶନା” ବା “ନୈତିକ ପଥ ପ୍ରଦର୍ଶନ” ବା “ମନ୍ଦ କାର୍ଯ୍ୟ ନିମନ୍ତେ ଦଣ୍ଡ” ରୂପେ ମଧ୍ୟ ଅନୁବାଦ କରାଯାଇପାରେ।
  • “ଅନୁଶାସନ” ବିଶେଷ୍ୟଟି “ନୈତିକ ପ୍ରଶିକ୍ଷଣ” କିମ୍ବା “ଦଣ୍ଡ” କିମ୍ବା “ନୈତିକ ସଂଶୋଧନ” କିମ୍ବା “ନୈତିକ ପଥ ପ୍ରଦର୍ଶନ ପୁଣି ନିର୍ଦ୍ଦେଶନା” ରୂପେ ମଧ୍ୟ ଅନୁବାଦ କରାଯାଇପାରେ।

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H4148, G1468

ଅପରାଧ

ପରିଭାଷା:

“ଅପରାଧ” ଶବ୍ଦର ଅର୍ଥ ଏକ ରେଖା ଅତିକ୍ରମ କରିବା କିମ୍ବା ଏକ ସୀମା ଉଲ୍ଲଂଘନ କରିବା I ଏହି ଶବ୍ଦକୁ ପ୍ରାୟତଃ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, ଅର୍ଥାତ୍ ଏକ ନିୟମ ଉଲ୍ଲଂଘନ କରିବା କିମ୍ବା ଅନ୍ୟ ବ୍ୟକ୍ତିର ଅଧିକାରକୁ ଉଲ୍ଲଂଘନ କରିବା I

  • ଏହି ଶବ୍ଦ “ଅଧର୍ମ” ଶବ୍ଦର ଅନୁରୂପ ଅଟେ, କିନ୍ତୁ ଈଶ୍ଵରଙ୍କ ଅପେକ୍ଷା ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ହୋଇଥିବା ଉଲ୍ଲଂଘନକୁ ବର୍ଣ୍ଣନା କରିବା ପାଇଁ ସାଧାରଣତଃ ବ୍ୟବହୃତ ହୁଏ I
  • ଏକ ଅପରାଧ ଏକ ନୈତିକ ନିୟମ କିମ୍ବା ନାଗରିକ ଆଇନର ଉଲ୍ଲଂଘନ କରିବା ହୋଇପାରେ I
  • ଏକ ଅପରାଧ ଅନ୍ୟ ବ୍ୟକ୍ତିର ବିରୁଦ୍ଧରେ ହୋଇଥିବା ପାପ ମଧ୍ୟ ହୋଇପାରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, “ବିରୁଦ୍ଧରେ ଅପରାଧ” ବାକ୍ୟାଂଶକୁ “ବିରୁଦ୍ଧରେ ପାପ” କିମ୍ବା “ନିୟମ ଭାଙ୍ଗିବା” ବୋଲି ଅନୁବାଦ କରାଯାଇପାରେ I
  • କେତେକ ଭାଷାରେ “ରେଖା ଅତିକ୍ରମ କରିବା” ପରି  ଅଭିବ୍ୟକ୍ତିଗୁଡ଼ିକ ଥାଇପାରେ ଯାହା “ଅପରାଧ” ବୋଲି ଅନୁବାଦ କରିବାରେ ବ୍ୟବହୃତ ହୋଇପାରେ I
  • ଏହି ଶବ୍ଦଟି ବାଇବେଲ ପାଠ୍ୟର ଅର୍ଥ ସହିତ କେତେ ମେଳ ଖାଉଛି ତାହା ବିଚାର କରନ୍ତୁ ଏବଂ ଏହାକୁ ଅନ୍ୟ ଶବ୍ଦଗୁଡ଼ିକ ସହିତ ତୁଳନା କରନ୍ତୁ ଯାହାର ସମାନ ଅର୍ଥ ଅଛି, ଯେପରିକି “ଅପରାଧ” ଏବଂ “ପାପ” I

(ଅବାଧ୍ୟ, ଅନୈତିକତା, ପାପ, ସୀମାଲଂଘନ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strong’s: H0816, H0817, H0819, H2398, H4603, H4604, H6586, H6588, G02640, G39000

ଅପରାଧ କରିବା, ଅପରାଧ

ପରିଭାଷା:

“ଅପରାଧ କରିବା” ଶବ୍ଦର ଅର୍ଥ ଏକ ଆଜ୍ଞା, ନିୟମର, ବା ନୈତିକ ବିଧିକୁ ଭଙ୍ଗ କରିବା ବିଷୟକୁ ସୂଚାଇଥାଏ I “ଅପରାଧ” କରିବା ଅର୍ଥ ଏକ “ନିୟମର ଲଂଘନ କରିବା” ଅଟେ I ଏହି ଶବ୍ଦଟି ପ୍ରାୟତଃ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, ଅର୍ଥାତ୍ ଏକ ନିର୍ଦ୍ଦେଶ, ନିୟମ, କିମ୍ବା ନୈତିକ ବିଧିକୁ ଭାଙ୍ଗିବା ଅଟେ I

  • ଏହି ଶବ୍ଦ “ପାପ” ଶବ୍ଦ ସହିତ ଅତ୍ୟନ୍ତ ସମାନ, କିନ୍ତୁ ଅନ୍ୟ ଲୋକମାନଙ୍କ  ଅପେକ୍ଷା ଈଶ୍ଵରଙ୍କ ବିରୁଦ୍ଧରେ ଉଲ୍ଲଂଘନ କରିବାକୁ  ବର୍ଣ୍ଣନା କରିବାକୁ ସାଧାରଣତଃ ବ୍ୟବହୃତ ହୁଏ I
  • “ଅପରାଧ” ଶବ୍ଦକୁ ମଧ୍ୟ “ଏକ ସୀମା ଅତିକ୍ରମ କରିବା” ବୋଲି ବର୍ଣ୍ଣନା କରାଯାଇପାରେ, ଅର୍ଥାତ୍ ବ୍ୟକ୍ତି ଏବଂ ଅନ୍ୟମାନଙ୍କ ମଙ୍ଗଳ ପାଇଁ ସ୍ଥିର ହୋଇଥିବା ଏକ ସୀମା କିମ୍ବା ସୀମା ଅତିକ୍ରମ କରିବାକୁ ବୁଝାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଅପରାଧ” କରିବା ଶବ୍ଦକୁ “ପାପ କରିବା” କିମ୍ବା “ଅବାଧ୍ୟତା ଆଚରଣ କରିବା” କିମ୍ବା “ବିଦ୍ରୋହ କରିବା” ବୋଲି ଅନୁବାଦ କରାଯାଇପାରେ I
  • ଯଦି କୌଣସି ପଦ ବା ବକ୍ୟାଂଶ ଦୁଇଟି ଶବ୍ଦ ବ୍ୟବହାର କରେ ଯାହାର ଅର୍ଥ “ପାପ” କିମ୍ବା “ଅପରାଧ” କିମ୍ବା “ନିୟମ ଭଙ୍ଗ କରିବା”, ଯଦି ସମ୍ଭବ, ଏହି ଶବ୍ଦଗୁଡ଼ିକୁ ଅନୁବାଦ କରିବା ପାଇଁ ବିଭିନ୍ନ ଉପାୟ ବ୍ୟବହାର କରନ୍ତୁ I ଯେତେବେଳେ ବାଇବେଲ ସମାନ ପ୍ରସଙ୍ଗରେ ସମାନ ଅର୍ଥ ସହିତ ଦୁଇ କିମ୍ବା ଅଧିକ ଶବ୍ଦ ବ୍ୟବହାର କରେ, ସାଧାରଣତଃ ଏହାର ଉଦ୍ଦେଶ୍ୟ, ଯାହା କୁହାଯାଉଛି ତାହା ଉପରେ ଗୁରୁତ୍ୱ ଦେବା କିମ୍ବା ଏହାର ଗୁରୁତ୍ୱ ଦେଖାଇବା ଥାଏ I

( ସମାନ୍ତରତା: ଦେଖନ୍ତୁ )

( ଅବମାନନା, ପାପ, ଅପରାଧ, ଅଧର୍ମ: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0898, H4603, H4604, H6586, H6588, G04580, G04590, G38450, G38470, G38480, G39280

ଅବଶିଷ୍ଟାଂଶ

ସଂଜ୍ଞା:

” ଅବଶିଷ୍ଟାଂଶ” ପ୍ରତିଶବ୍ଦ ଆକ୍ଷରିକ ଭାବରେ ଲୋକମାନଙ୍କୁ ବା ବିଷୟଗୁଡିକୁ ସୂଚାଏ ଯାହା “ବଳକା ରହିଥାଏ “ବା ଗୋଟିଏ ବିପୁଳ ପରିମାଣ ମଧ୍ୟରୁ ବା ଦଳରୁ “ପରିତ୍ୟକ୍ତ” ହୋଇରହିଥାଏ I

  • ଅନେକ ସମୟରେ ” ଅବଶିଷ୍ଟାଂଶ” ପଦ ସେହି ଲୋକମାନଙ୍କୁ ସୂଚାଇଥାଏ ଯେଉଁମାନେ ଜୀବନ ପ୍ରତି ବିପଦଜନକ ପରିସ୍ଥିତିରୁ ତିଷ୍ଠି ରହିଥାନ୍ତି ବା ଯେଉଁମାନେ ତାଡ଼ନା ମଧ୍ୟ ଦେଇ ଗତି କଲାବେଳେ ସୁଦ୍ଧା ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇରହିଥାନ୍ତି I
  • ଯିଶାଇୟ ଦଳେ ଯିହୂଦୀଲୋକମାନଙ୍କୁ ଅବଶିଷ୍ଟାଂଶ ହେବେ ବୋଲି ଉଲ୍ଲେଖ କଲେ, ଯେଉଁମାନେ ବହିଃଶତୃମାନଙ୍କ ଆକ୍ରମଣରୁ ତିଷ୍ଠି ରହିବେ ଏବଂ ପ୍ରତିଜ୍ଞାତ ଦେଶ କିଣାନରେ ବାସ କରିବା ନିମନ୍ତେ ଫେରିଆସିବେ I
  • ପାଉଲ “ଅବଶିଷ୍ଟାଂଶ” ହୋଇ ରହିଥିବା ଲୋକମାନଙ୍କ ବିଷୟରେ କହନ୍ତି, ଯେଉଁମାନେ ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ନିମନ୍ତେ ତାହାଙ୍କ ଦ୍ୱାରା ମନୋନୀତ ହୋଇଅଛନ୍ତି I
  • ଏହି “ଅବଶିଷ୍ଟାଂଶ” ପ୍ରତିଶବ୍ଦ ସୂଚାଏ ଯେ, ଅନ୍ୟ କେତେକ ଲୋକମାନେ ରହିଥିଲେ ଯେଉଁମାନେ ବିଶ୍ୱସ୍ତ ହୋଇରହୀନାହାନ୍ତି କିମ୍ୱା ତିଷ୍ଠି ରହି ନାହାନ୍ତି ବା ଯେଉଁମାନେ ମନୋନୀତ ହୋଇନାହାନ୍ତି I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ

“ଏହି ଲୋକମାନଙ୍କର ଅବଶିଷ୍ଟାଂଶ” ଭଳି ପଦକୁ “ଏହି ଲୋକମାନଙ୍କର ବାକି ଅନ୍ୟମାନେ” କିମ୍ୱା “ଯେଉଁମାନେ ବିଶ୍ୱସ୍ତ ରହନ୍ତି” ବା “ଯେଉଁ ଲୋକମାନେ ପରିତ୍ୟକ୍ତ ହେଲେ” ବୋଲି ଅନୁବାଦ କରାଯାଇପାରିବ I “ସମୁଦାୟ ଅବଶିଷ୍ଟାଂଶ ଲୋକମାନେ” ପଦକୁ “ବାକି ସମସ୍ତ ଲୋକମାନେ” ବା “ଅବଶିଷ୍ଟ ଲୋକମାନେ” ପଦଗୁଡିକ ଦ୍ୱାରା ଅନୁବାଦ କରାଯାଇପାରିବ I

ବାଇବଲ ପଦଗୁଡିକ

ବୋର୍ଡ ଡାଟା :

  • Strong's: H3498, H3499, H5629, H6413, H7604, H7605, H7611, H8281, H8300, G2640, G3005, G3062

ଅଭିଶାପ, ଅଭିଶପ୍ତ, ଅଭିଶାପ ଦେବା

ପରିଭାଷା:

“ଅଭିଶାପ” ଶବ୍ଦର ଅର୍ଥ ଅଭିଶାପ ପ୍ରାପ୍ତ ବ୍ୟକ୍ତି କିମ୍ବା ବସ୍ତୁ ପ୍ରତି କୌଣସି ଅମଙ୍ଗଳ ହେଉ ବୋଲି ଇଚ୍ଛା କରିବା ଅଟେ।

  • ଅଭିଶାପ ମଧ୍ୟ ଏକ ବାକ୍ୟ ହୋଇପାରେ ଯାହା କୌଣସି ବ୍ୟକ୍ତି ବିଶେଷ କିମ୍ୱା ପଦାର୍ଥ ଉପରେ ପ୍ରଭାବିତ କରିପାରେ ।
  • କାହାକୁ ଅଭିଶାପ ଦେବା ମଧ୍ୟ ଇଚ୍ଛାର ଏକ ଅଭିବ୍ୟକ୍ତି ହୋଇପାରେ ଯାହା ସେମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେଉ ବୋଲି ଇଚ୍ଛା କରିବାକୁ ଦର୍ଶାଏ ।
  • ଏହା ଦଣ୍ଡ କିମ୍ବା ଅନ୍ୟାନ୍ୟ ନକାରାତ୍ମକ ଘଟଣାଗୁଡ଼ିକୁ ମଧ୍ୟ ସୂଚାଇପାରେ ଯାହାକି କାହା ସହିତ ଘଟିଅଛି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ମନ୍ଦ ଘଟିବା”, “କାହା ଉପରେ ମନ୍ଦ ବିଷୟକୁ ଘୋଷଣା କରିବା” କିମ୍ବା  “ମନ୍ଦ ବିଷୟ ଘଟାଇବା ନିମନ୍ତେ ଶପଥ କରିବା” ବୋଲି ଅନୁବାଦ କରାଯାଇପାରେ ।
  • ପରମଶ୍ୱରଙ୍କ କ୍ଷେତ୍ରରେ ଅବାଧ୍ୟ ଲୋକମାନଙ୍କ ଉପରେ ଅଭିଶାପ ଆଣିବା ବୋଲି ଅନୁବାଦ କରାଯାଇପାରେ ।
  • “ଅଭିଶପ୍ତ” ଶବ୍ଦ ଯେତେବେଳେ ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ “(ଏହି ବ୍ୟକ୍ତି) ବହୁ ଅସୁବିଧାର ସମ୍ମୁଖୀନ ହୁଏ।
  • “ଅଭିଶପ୍ତ“ ଶବ୍ଦର ଅନୁବାଦ, “ (ଏହି ବ୍ୟକ୍ତି) ବଡ଼ ବିପଦଗୁଡ଼ିକର ସମ୍ମୁଖିନ ନହେଉ ।”
  • “ଅବିଶପ୍ତ ଭୂମି” ବ୍ୟକ୍ୟଂଶର ଅନୁବାଦ “ଏହି ଭୂମି ଆଉ ଉର୍ବର ନୁହେଁ” ବୋଲି କରାଯାଇପାରେ।
  • ଯଦି ସ୍ଥାନୀୟ ଭାଷାରେ “ଅଭିଶାପ” ନିମନ୍ତେ ସମାନ ଅର୍ଥଥିବା ଶବ୍ଦ ଥାଏ, ତାହାହେଲେ ସମାନ ଅର୍ଥ ପ୍ରକାଶ କରୁଥିବା ଶବ୍ଦ ବ୍ୟବହାର କରନ୍ତୁ ।

(ଆଶୀର୍ବାଦ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 2:9 ପରମେଶ୍ୱର ସର୍ପକୁ କହିଲେ, “ତୁମ୍ଭେ ଶାପଗ୍ରସ୍ତ ହେଲ!”
  • 2:11 “ବର୍ତ୍ତମାନ ଭୂମି ଶାପଗ୍ରସ୍ତ, ଏବଂ ତୁମ୍ଭେ ଯାବଜ୍ଜୀବନ କ୍ଲେଶରେ ଭକ୍ଷ୍ୟ ପାଇବ ।
  • 4:4 “ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରିବେ ମୁଁ ସେମାନଙ୍କୁ ଆଶୀର୍ବାଦ କରିବି ଏବଂ ଯେଉଁମାନେ । ତୁମ୍ଭକୁ ଅଭିଶାପ ଦେବେ ମୁଁ ସେମାନଙ୍କୁ ଅଭିଶାପ ଦେବି ।”
  • 39:7 ପିତର ଅଭିଶାପ ଦେଇ ରାଣ ପକାଇ, କହିଲେ, ଈଶ୍ଵର ହୁଏତ ଅଭିଶାପ ମୋତେ ଦେବେ ଯଦି ମୁଁ ସେହି ଲୋକକୁ ଜାଣେ!”
  • 50:16 ଯେହେତୁ ଆଦମ ଓ ହବା ପରମେଶ୍ୱରଙ୍କ ଅବାଧ୍ୟ ହେଲେ ଏବଂ ଏହି ପୃଥିବିକୁ ପାପ ପ୍ରବେଶ କଲା, ପରମେଶ୍ୱର ଏହାକୁ ଅଭିଶାପ ଦେଲେ ଏବଂ ଏହାକୁ ଧ୍ୱଂସ କରିବେ ।

ଶବ୍ଦବିନ୍ୟାସ :

  • Strong’s: H0422, H0423, H0779, H1288, H2763, H2764, H3994, H5344, H6895, H7043, H7045, H7621, H8381, G03310, G03320, G06850, G19440, G25510, G26520, G26530, G26710, G26720, G60350

ଅଭିଷେକ କରିବା, ଅଭିଷିକ୍ତ, ଅଭିଷେକ

ପରିଭାଷା:

ଅଭିଷେକ କରିବାର ଅର୍ଥ ଏକ ବ୍ୟକ୍ତି କିମ୍ୱା ବସ୍ତୁ ଉପରେ ତୈଳ ଢାଲି ଆର୍ଶିବାଦ କରିବା ଅଟେ I ବେଳେବେଳେ ତୈଳକୁ ସୁଗନ୍ଧିତ ଗନ୍ଧରେ ମିଶାଯାଉଥିଲା I ବାଇବେଲ ସମୟରେ, ତୈଳରେ କାହାରିକୁ ଅଭିଷେକ କରିବାର ଅନେକ କାରଣ ଥିଲା I

  • ପୁରାତନ ନିୟମରେ, ଯାଜକଗଣ, ରାଜାଗଣ, ଏବଂ ଭବିଷ୍ୟଦ୍‍ବକ୍ତାଗଣକୁ ଈଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କୁ ପୃଥକ କରିବା ପାଇଁ ତୈଳ ଦ୍ୱାରା ଅଭିଷିକ୍ତ କରାଯାଉଥିଲା I
  • ସେହିଭଳି ଯଜ୍ଞବେଦୀ ଏବଂ ତମ୍ୱୁ ଭଳି ବସ୍ତୁକୁ ମଧ୍ୟ ଈଶ୍ଵରଙ୍କ ଆରାଧନା ଏବଂ ଗୌରବ ନିମନ୍ତେ ତୈଳ ଦ୍ୱାରା ଅଭିଷିକ୍ତ କରାଯାଉଥିଲା I
  • ନୂତନ ନିୟମରେ, ଅସୁସ୍ଥ ଲୋକମାନେ ସୁସ୍ଥତା ନିମନ୍ତେ ତୈଳ ଦ୍ୱାରା ଅଭିଷେକ ହେଉଥିଲେ I
  • ନୂତନ ନୀୟମ ଯୀଶୁ ଦୁଇଥର ସୁଗନ୍ଧିତ ତୈଳରେ ଏକ ମହିଳାଙ୍କ ଦ୍ୱାରା ଅଭିଷିକ୍ତ ହୋଇଥିଲେ I ଏଥିରେ ଯୀଶୁ କହିଲେ ଯେ ଏହା କରିବା ଦ୍ୱାରା ସେ(ସ୍ତ୍ରୀ) ତାଙ୍କୁ ଭବିଷ୍ୟତର ସମାଧି ନିମନ୍ତେ ପ୍ରସ୍ତୁତ କରୁଥିଲେ I
  • ଯୀଶୁ ମୃତ୍ୟୁଭୋଗ କଲାପରେ, ତାଙ୍କ ବନ୍ଧୁମାନେ ତାଙ୍କ ଶରୀରକୁ ସମାଧି ଦେବା ନିମନ୍ତେ ତୈଳ ଏବଂ ସୁଗନ୍ଧି ଦ୍ରବ୍ୟ ଦ୍ୱାରା ପ୍ରସ୍ତୁତ କଲେ I
  • “ମସୀହ” ଆଖ୍ୟା (ଏବ୍ରୀ) ଏବଂ “ଖ୍ରୀଷ୍ଟ” (ଗ୍ରୀକ୍) ଶବ୍ଦର ଅର୍ଥ “ଏକମାତ୍ର ଅଭିଷିକ୍ତ (ଜଣେ)” ଅଟେ I
  • ମସୀହ ଯୀଶୁ କେବଳ ଜଣେ ଯେ ଭବିଷ୍ୟ‌ଦ୍‌ବକ୍ତା, ମହାଯାଜକ, ଏବଂ ରାଜା ଭାବରେ ମନୋନୀତ ହୋଇଥିଲେ ଏବଂ ଅଭିଷେକପ୍ରାପ୍ତ ହୋଇଥିଲେ I
  • ବାଇବେଲ ସମୟରେ, ଜଣେ ମହିଳା ହୁଏତ ନିଜକୁ ଅଧିକ ଯୌନ ଆକର୍ଷଣୀୟ କରିବା ପାଇଁ ଅତରରେ ନିଜକୁ ଅଭିଷେକ କରୁଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଅଧାର କରି ” ଅଭିଷେକ” ଶବ୍ଦ “ତୈଳ ଢାଳିବା” କିମ୍ୱା “ଉପରେ ତୈଳ ରଖିବା” କିମ୍ୱା “ସୁଗନ୍ଧିତ ତୈଳ ଉପରେ ଢାଳି ପ୍ରତିଷ୍ଠା କରିବା” ବୋଲି ଅନୁବାଦ କରାଯାଇପାରେ I
  • “ଅଭିଷିକ୍ତ ହେବାକୁ” ତୈଳ ଦ୍ୱାରା “ପ୍ରତିଷ୍ଠିତ କରିବା” କିମ୍ୱା “ମନୋନୀତ ହେବାକୁ” କିମ୍ୱା “ପ୍ରତିଷ୍ଠା ହେବାକୁ” ବୋଲି ଅନୁବାଦ କରାଯାଇପାରେ I
  • କେତେକ ପ୍ରସଙ୍ଗରେ “ଅଭିଷେକ” ଶବ୍ଦ “ମନୋନୀତ” ବୋଲି ଅନୁବାଦ କଦାଯାଇପାରେ I
  • ଏକ ବାକ୍ୟାଂଶ ଯେପରି “ଅଭିଷିକ୍ତ ଯାଜକ” “ଯାଜକ, ଯେ ତୈଳରେ ପବିତ୍ର ହୋଇଛନ୍ତି” କିମ୍ୱା “ଯାଜକ, ଯେ ତୈଳ ଢାଳିବା ଦ୍ୱାରା ପୃଥକ କରାଯାଇଅଛନ୍ତି” ବୋଲି ଅନୁବାଦ କରାଯାଇପାରେ I

( ଖ୍ରୀଷ୍ଟ, ପବିତ୍ର କରିବା, ମହାଯାଜକ, ଯିହୁଦୀମାନଙ୍କ ରାଜା, ଯାଜକ, ଭବିଷ୍ୟ‌ଦ୍‌ବକ୍ତା ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0047, H0430, H1101, H1878, H3323, H4397, H4398, H4473, H4886, H4888, H4899, H5480, H8136, G00320, G02180, G07430, G14720, G20250, G34620, G55450, G55480

ଆତ୍ମା, ନିଜେ, ବ୍ୟକ୍ତି

ପରିଭାଷା:

"ଆତ୍ମା" ସାଧାରଣତଃ ଜଣେ ବ୍ୟକ୍ତିର ଅଣ-ଶାରୀରିକ ଅଙ୍ଗକୁ ସୂଚାଏ କିମ୍ବା ଅନ୍ୟମାନଙ୍କଠାରୁ ଭିନ୍ନ ବ୍ୟକ୍ତି ଭାବରେ ନିଜକୁ ସଚେତନ କରିବା ପାଇଁ ବିଶେଷରୂପେ ସୂଚିତ କରେ।

  • ବାଇବେଲରେ, “ପ୍ରାଣ” ଏବଂ “ଆତ୍ମା” ଦୁଇଟି ଅଲଗା ଧାରଣା କିମ୍ବା ସେଗୁଡ଼ିକ ଦୁଇଟି ଶବ୍ଦ ହୋଇପାରେ ଯାହା ସମାନ ଧାରଣାକୁ ସୂଚିତ କରେ।
  • ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତାହାର ପ୍ରାଣ ବା ଆତ୍ମା ଶରୀରକୁ ପରିତ୍ୟାଗ କରେ।
  • ଶରୀରର ବିପରୀତରେ, “ଆତ୍ମା” ଜଣେ ବ୍ୟକ୍ତିର ଅଂଶ ବୋଲି କୁହାଯାଇପାରେ ଯାହା “ଈଶ୍ଵଙ୍କ ସହ ଜଡିତ ଅଟେ।”
  • “ପ୍ରାଣ” ଶବ୍ଦ ବେଳେବେଳେ ଉପମା ଭାବରେ ବ୍ୟବହାର କରାଯାଏ ଏବଂ ଏହା ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣତାକୁ ବୁଝାଏ। ଉଦାହରଣ “ପାପ କରୁଥିବା ପ୍ରାଣ” ଅର୍ଥ “ଜଣେ ବ୍ୟକ୍ତି ଯେ ପାପ କରେ” ଏବଂ “ମୋର ପ୍ରାଣ କ୍ଲାନ୍ତ ଅଟେ” ଅର୍ଥ “ମୁଁ କ୍ଲାନ୍ତ ହେଲିଣି”

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପ୍ରାଣ” ଶବ୍ଦକୁ “ଆନ୍ତରିକ“କିମ୍ୱା “ଆନ୍ତରିକ ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରିବ ।
  • କେତେକ ପ୍ରସଙ୍ଗରେ, “ପ୍ରାଣ” ଶବ୍ଦ “ମୁଁ” କିମ୍ୱା “ମୋର” ବୋଲି ଅନୁବାଦ କରାଯାଇପାରିବ ।
  • “ପ୍ରାଣ” ଶବ୍ଦକୁ “ବ୍ୟକ୍ତି” କିମ୍ୱା “ସେ” କିମ୍ୱା “ତାଙ୍କୁ “ଅନୁବାଦ ଅନୁସାରେ ଅନୁବାଦ କରାଯାଇପାରିବ ।
  • କେତେକ ଭାଷାରେ “ପ୍ରାଣ” ଏବଂ “ଆତ୍ମା” ପାଇଁ କେବଳ  ଗୋଟିଏ ଶବ୍ଦ ଥାଇପାରେ।
  • ଏବ୍ରୀ 4:12, ବାକ୍ୟଖଣ୍ଡର ଉପମା “ପ୍ରାଣ ଏବଂ ଆତ୍ମା ବିଭକ୍ତିକରଣ” ଅର୍ଥ “ଗଭୀରତା ଜାଣିବା କିମ୍ୱା ଜଣେ ବ୍ୟକ୍ତିର ଅନ୍ତରକୁ ଖୋଲିବା” ହୋଇପାରେ ।

(ଆତ୍ମା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H5082, H5315, H5397, G55900

ଆତ୍ମା, ବାୟୁ, ଶ୍ୱାସ

ପରିଭାଷା:

“ଆତ୍ମା” ଶବ୍ଦ ଜଣେ ବ୍ୟକ୍ତିର ଅଣ-ଶାରୀରିକ ଅଂଶକୁ ବୁଝାଏ ଯାହା ଦେଖାଯାଏ ନାହିଁ I ବାଇବେଲ ସମୟରେ, ଜଣେ ବ୍ୟକ୍ତିର ଆତ୍ମାର ଧାରଣା ଜଣେ ବ୍ୟକ୍ତିର ନିଶ୍ୱାସର ସଂକଳ୍ପ ସହିତ ଘନିଷ୍ଠ ଭାବରେ ଜଡିତ ଥିଲା I ଏହି ଶବ୍ଦ ପବନ, ଅର୍ଥାତ୍ ପ୍ରାକୃତିକ ଦୁନିଆରେ ବାୟୁର ଗତିକୁ ମଧ୍ୟ ସୂଚାଇପାରେ I

  • “ଆତ୍ମା” ଶବ୍ଦଟି ଗୋଟିଏ ଶରୀର ବିହୀନ ଆକାର, ବିଶେଷକରି ମନ୍ଦ ଆତ୍ମାକୁ ବୁଝାଏ I
  • ସାଧାରଣତଃ “ଆତ୍ମିକ” ଶବ୍ଦ କୌଣସି ଆକାର ନଥିବା ବିଷୟକୁ ବର୍ଣ୍ଣନା କରେ I
  • “ଆତ୍ମା” ଶବ୍ଦର ଅର୍ଥ “ଗୁଣର”, ଯେପରିକି “ଜ୍ଞାନର ଆତ୍ମା” କିମ୍ବା “ଏଲିୟଙ୍କ ଆତ୍ମା” ହୋଇପାରେ I ବେଳେବେଳେ ବାଇବେଲ ଏହି ଶବ୍ଦକୁ ବ୍ୟକ୍ତିର ମନୋଭାବ କିମ୍ବା ଭାବପ୍ରବଣ ଅବସ୍ଥାରେ ପ୍ରୟୋଗ କରିଥାଏ, ଯେପରିକି “ଭୟର ଆତ୍ମା” ଏବଂ “ଈର୍ଷା ଆତ୍ମା” I
  • ଈଶ୍ଵର ଏକ ଆତ୍ମା ବୋଲି ଯୀଶୁ କହିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଆତ୍ମା” ଶବ୍ଦକୁ “ଅଣଶରୀର ପ୍ରାଣୀ” କିମ୍ୱା “ଆନ୍ତରିକ ଅଂଶ” କିମ୍ୱା “ଆନ୍ତରିକ ବ୍ୟକ୍ତି” ବୋଲି ପ୍ରସଙ୍ଗକୁ ଅଧାର କରି ଅନୁବାଦ କରାଯାଇପାରେ I
  • ବେଳେବେଳେ “ଆତ୍ମା” ଶବ୍ଦକୁ “ମନ୍ଦ ଆତ୍ମା” କିମ୍ୱା “ମନ୍ଦ ଆତ୍ମାଗଣ” ବୋଲି ଅନୁବାଦ କରାଯାଇପାରେ I
  • ବେଳେବେଳେ “ଆତ୍ମା” ଶବ୍ଦକୁ ଜଣେ ବ୍ୟକ୍ତିର ଅନୁଭୂତି ଭାବନା, ଯେପରି “ମୋର ଅନ୍ତର ଆତ୍ମା କାନ୍ଦୁଛି”ପ୍ରକାଶ କରିବାକୁ ବ୍ୟବହୃତ ହୁଏ ଏହାକୁ “ମୋର ଆତ୍ମାରେ ମୋତେ ଦୁଃଖ ଲାଗୁଛି” କିମ୍ୱା “ମୁଁ ଗଭୀର ଭାବେ ଦୁଃଖୀ” ବୋଲି ଅନୁବାଦ କରାଯାଇପାରେ I
  • “ଆତ୍ମାର” ବକ୍ୟାଂଶକୁ “ଚରିତ୍ର” କିମ୍ୱା “ପ୍ରଭାବିତ କରିବା” କିମ୍ୱା “ମନୋଭାବ” କିମ୍ୱା “ମୌଳିକ ବୈଶିଷ୍ଟ (ତାହା ଅଟେ) ଭାବନା ଦ୍ୱାରା” ବୋଲି ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗକୁ ଆଧାର କରି “ଆତ୍ମିକ” ଶବ୍ଦକୁ “ଅଣଶରୀର” କିମ୍ୱା “ପବିତ୍ର ଆତ୍ମାଙ୍କଠାରୁ “କିମ୍ୱା “ଈଶ୍ୱରଙ୍କର” କିମ୍ୱା “ଅଣାକାର ପୃଥିବୀର ଅଂଶ” ବୋଲି ଅନୁବାଦ କରାଯାଇପାରେ I
  • “ଆତ୍ମିକ ପରିପକ୍ୱତା” ଶବ୍ଦକୁ “ଈଶ୍ୱରୀୟ ଆଚରଣ” ବୋଲି ଅନୁବାଦ କରାଯାଇପାରେ ଯାହା ପବିତ୍ର ଆତ୍ମାଙ୍କ ଆଜ୍ଞା ପାଳନ କରେ I
  • “ଆତ୍ମିକ ଦାନ” ଶବ୍ଦକୁ “ବିଶେଷ କ୍ଷମତା ଯାହା ପବିତ୍ର ଆତ୍ମା ଦିଅନ୍ତି” ବୋଲି ଅନୁବାଦ କରାଯାଇପାରେ I
  • ବେଳେବେଳେ ଏହି ଶବ୍ଦକୁ “ବାୟୁ” ବୋଲି ଅନୁବାଦ କରାଯାଇପାରେ ବାୟୁ ଦ୍ଵାରା ସୃଷ୍ଟି ହୋଇଥିବା ବାୟୁର ଗତିକୁ ସୂଚାଏ I

(ଦୂତ, ପିଶାଚ, ପବିତ୍ର ଆତ୍ମା, ପ୍ରାଣ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 13:3 ତିନିଦିନ ପରେ, ଲୋକମାନେ ନିଜକୁ ପ୍ରସ୍ତୁତ କରିବା ପରେ ଆତ୍ମିକତାରେ, ବିଜୁଳି, ମେଘନାଦ, ଧୁଆଁ ଏବଂ ଉଚ୍ଚ ତୁରୀ ଧ୍ୱନିରେ ସୀନୟ ପର୍ବତକୁ ଈଶ୍ୱର ଆସିଲେ I
  • 40:7 ତା’ପରେ ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ସମାପ୍ତ ହେଲା! ହେ ପିତଃ, ମୁଁ ମୋର ଆତ୍ମାକୁ ତୁମ୍ଭ ହସ୍ତରେ ଦେଲି “ ତା’ପରେ ସେ ମୁଣ୍ଡ ତଳକୁ କରି ପ୍ରାଣ ତ୍ୟାଗ କଲେ I
  • 45:5 ସ୍ତିଫାନଙ୍କ ମୃତ୍ୟୁ ପାଖେଇ ଆସିବାରୁ, ସେ ଉଚ୍ଚ ସ୍ୱରରେ କହିଲେ, ଯୀଶୁ, ମୋର ପ୍ରାଣକୁ ଗ୍ରହଣ କର I
  • 48:7 ସମସ୍ତ ଲୋକଦଳ ତାହାଙ୍କ ଦ୍ୱାରା ଆଶୀର୍ବାଦପ୍ରାପ୍ତ ହେଲେ, କାରଣ ପ୍ରତ୍ୟେକ ଜଣ ଯେ ଯୀଶୁଙ୍କୁ ବିଶ୍ୱାସ କରେ ସେ ପାପରୁ ଉଦ୍ଧାର ପାଇଲେ ଏବଂ ଅବ୍ରାହମଙ୍କର ଜଣେ ଆତ୍ମିକ ସନ୍ତାନ ହେଲେ I

ଶବ୍ଦବିନ୍ୟାସ :

  • Strong’s: H0178, H1172, H5397, H7307, H7308, G41510, G41520, G41530, G53260, G54270

ଆଦେଶ, ଆଜ୍ଞା

ପରିଭାଷା:

“ଆଦେଶ” ଶବ୍ଦର ଅର୍ଥ କାହାକୁ କିଛି କରିବାକୁ ନିର୍ଦ୍ଦେଶ ଦେବା ଅଟେ । “ଆଜ୍ଞା” ସେହି ବିଷୟକୁ ବୁଝାଏ ଯାହା କରିବାକୁ ଜଣେ ବ୍ୟକ୍ତିକୁ ନିର୍ଦ୍ଦେଶ ଦିଆଯାଇଛି ।

  • “ଆଜ୍ଞା” ଶବ୍ଦ ବେଳେବେଳେ ଈଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ବୁଝାଏ ଯାହା ଅଧିକ ଔପଚାରିକ ଓ ସ୍ଥାୟୀ ଅଟେ ଯେପରିକି “ଦଶ ଆଜ୍ଞା“ ଅଟେ ।
  • ଏକ ଆଜ୍ଞା ସକାରାତ୍ମକ (“ପିତା ମାତାହାଙ୍କୁ  ସମାଦର କର”) କିମ୍ବା ନକରାତ୍ମକ (“ଚୋରି  କରନାହିଁ”) ହେଇପାରେ।
  • “ଆଦେଶ ଗ୍ରହଣ କରିବା” ଅର୍ଥ କୌଣସି ବିଷୟ ଉପରେ କିମ୍ବା କିମ୍ବା କାହାକୁ “ନୀୟନ୍ତ୍ରଣରେ ନେବା” କିମ୍ୱା “ଦଦାୟିତ୍ୱ ନେବା” ଅଟେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ବ୍ୟବସ୍ଥା" ଶବ୍ଦଠାରୁ ଭିନ୍ନ ଭାବରେ ଅନୁବାଦ କରିବା ଉଚିତ ଅଟେ। “ଆଦେଶ” ଏବଂ “ବ୍ୟବସ୍ଥା” ଶବ୍ଦର ପରିଭାଷା ସହିତ ଏହାକୁ ତୁଳନା କରନ୍ତୁ।
  • କେତେକ ଅନୁବାଦକ ସ୍ଥାନୀୟ ଭାଷାରେ ସମାନ ଶବ୍ଦ ସହ “ଆଦେଶ” ଏବଂ “ଆଜ୍ଞା” ଶବ୍ଦକୁ ଅନୁବାଦ କରିବାକୁ ପସନ୍ଦ କରିପାରନ୍ତି।
  • ଅନ୍ୟ କେତେକ ଅନୁବାଦକମାନେ ଆଜ୍ଞା ନିମନ୍ତେ ଏକ ବିଶେଷ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି ଯାହା ଈଶ୍ଵର ସୃଷ୍ଟି କରିଥିବା ସ୍ଥାୟୀ, ଆନୁଷ୍ଠାନିକ ଆଜ୍ଞାକୁ ବୁଝାଏ।

ଘୋଷଣାନାମାନୀୟମାବଳିଆଇନଦଶ ଆଜ୍ଞା: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0559, H0560, H0565, H1296, H1696, H1697, H1881, H2706, H2708, H2710, H2941, H2942, H2951, H3027, H3982, H3983, H4406, H4662, H4687, H4929, H4931, H4941, H5057, H5713, H5749, H6213, H6310, H6346, H6490, H6673, H6680, H7101, H7218, H7227, H7262, H7761, H7970, H8269, G12630, G12910, G12960, G12970, G12990, G16900, G17780, G17810, G17850, G20030, G20040, G20080, G20360, G27530, G30560, G37260, G38520, G38530, G43670, G44830, G44870, G55060

ଆଧିପତ୍ୟ

ପରିଭାଷା:

“ଆଧିପତ୍ୟ” ଶବ୍ଦ ଲୋକ, ପଶୁ କିମ୍ବା ଭୂମି ଉପରେ ଶକ୍ତି, ନିୟନ୍ତ୍ରଣ କିମ୍ବା ଅଧିକାରକୁ ବୁଝାଏ ।

  • ଯୀଶୁ ଖ୍ରୀଷ୍ଟ ଭବିଷ୍ୟ‌ଦ୍‌ବକ୍ତା, ଯାଜକ ଏବଂ ରାଜା ଭାବରେ ସମଗ୍ର ପୃଥିବୀ ଉପରେ ଆଧିପତ୍ୟ ବିସ୍ତାର କରିବାର ଅଧିକାରୀ ଅଟନ୍ତି ।
  • କ୍ରୁଶରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଶୟତାନର ଆଧିପତ୍ୟ ସବୁଦିନ ପାଇଁ ପରାସ୍ତ ହୋଇଅଛି ।
  • ସୃଷ୍ଟିରେ, ଈଶ୍ୱର ମନୁଷ୍ୟକୁ କହିଲେ ଯେ ମତ୍ସ, ପକ୍ଷୀଗଣ, ଏବଂ ପୃଥିବୀର ସମସ୍ତ ସୃଷ୍ଟ ପ୍ରାଣୀମାନଙ୍କ ଉପରେ ଆଧିପତ୍ୟ ରଖିବ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗର ଅନୁଯାୟୀ, ଏହି ଶବ୍ଦକୁ ଅନୁବାଦ କରିବାର ଅନ୍ୟ ଉପାୟଗୁଡ଼ିକ “ଅଧିକାର” କିମ୍ବା “ଶକ୍ତି” କିମ୍ବା “ନୀୟନ୍ତ୍ରଣ” କରିବା ଅଟେ ।
  • “ଆଧିପତ୍ୟ କରିବା” ବାକ୍ୟାଂଶଟି “ରାଜତ୍ତ୍ୱ କରିବା” କିମ୍ବା “ପରିଚାଳନ କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।

( ଅଧିକାର, ଶକ୍ତି ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strong’s: H1166, H4474, H4475, H4896, H4910, H4915, H7287, H7300, H7980, H7985, G26340, G29040, G29610, G29630

ଆମେନ, ସତ୍ୟରେ

ପରିଭାଷା:

ଜଣେ ବ୍ୟକ୍ତି କହିଥିବା ବିଷୟ ଉପରେ ଗୁରୁତ୍ୱ ଦେବାକୁ କିମ୍ବା ଧ୍ୟାନ ଦେବାକୁ “ଆମେନ” ଶବ୍ଦକୁ ବ୍ୟବହୃତ କରାଯାଏ I ଏହା ପ୍ରାୟତଃ ପ୍ରାର୍ଥନାର ଶେଷରେ ବ୍ୟବହାର ହୁଏ I ବେବେଳେ ଏହି ଶବ୍ଦକୁ “ସତ୍ୟରେ” ବୋଲି ଅନୁବାଦ କରାଯାଏ I

  • ଯେତେବେଳେ “ଆମେନ୍‌” ଶବ୍ଦକୁ  ପ୍ରାର୍ଥନାର ଶେଷରେ ବ୍ୟବହାର କରାଯାଏ ଏହାର ଅର୍ଥ ଏହା ଯେ ଯେଉଁ ବିଷୟରେ ପ୍ରାର୍ଥନା କରାଯାଇଅଛି ତାହା  ସଫଳ ହେଉ ବୋଲି ଇଚ୍ଛା ପ୍ରକାଶ କରିବା ଅଟେ I
  • ଯୀଶୁ ତାହାଙ୍କ ଶିକ୍ଷାରେ, ତାଙ୍କ ସତ୍ୟ ଶିକ୍ଷାକୁ ପ୍ରାଧାନ୍ୟତା ଦେବା ଉଦ୍ଦେଶ୍ୟରେ “ଆମେନ” ଶବ୍ଦକୁ ବ୍ୟବହାର କଲେ I “ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହେ” ବାକ୍ୟାଂଶକୁ ସେ ଅନେକ ସମୟରେ ପୂର୍ବ ଶିକ୍ଷାକୁ ଆଧାରିତ କରି ବ୍ୟବହାର କରିଥିଲେ I
  • ଯେତେବେଳେ ଯୀଶୁ “ଆମେନ” ଶବ୍ଦକୁ ଏପରି ବ୍ୟବହାର କରନ୍ତି, କେତେକ ଇଂରାଜୀ ଅନୁବାଦ (ଏବଂ ULT) ଏହାକୁ “ସତ୍ୟରେ” କିମ୍ୱା “ପ୍ରକୃତରେ” ବୋଲି ଅନୁବାଦ କରେ I
  • “ପ୍ରକୃତରେ” ଶବ୍ଦକୁ ଅନ୍ୟ ଅର୍ଥରେ “ନିଶ୍ଚିତ ଭାବରେ” କିମ୍ୱା “ନିଶ୍ଚିତ ରୂପେ” ବୋଲି ଅନୁବାଦ କରାଯାଏ, ଏବଂ ବକ୍ତା କହିଥିବା ବିଷୟକୁ ଗୁରୁତ୍ଵ ଦେବାକୁ ମଧ୍ୟ ବ୍ୟବହାର କରାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ସ୍ଥାନୀୟ ଭାଷାରେ କୁହଯାଇଥିବା ବିଷୟକୁ ଗୁରୁତ୍ଵ ଦେବା ନିମନ୍ତେ ଏକ ଶବ୍ଦ ଉପଲବ୍ଧ ଅଛି ନା ନାହିଁ ତାହା ନିଶ୍ଚିତ କରନ୍ତୁ I
  • ପ୍ରାର୍ଥନାର ଶେଷରେ କିମ୍ୱା କୌଣସି ବିଷୟର ନିଶ୍ଚୟତା ନିମନ୍ତେ ବ୍ୟବହୃତ, “ଆମେନ” ଶବ୍ଦକୁ “ଏହା ହେଉ” କିମ୍ୱା “ଏହା ସେହିପରି ହେଉ” କିମ୍ୱା “ଏହା ସତ୍ୟ ଅଟେ” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଯୀଶୁ, “ସତ୍ୟରେ ମୁଁ ତୁମ୍ଭମାନଙ୍କୁ  କହେ” ବୋଲି କହନ୍ତି, ଏହି ବକ୍ୟାଂଶକୁ “ହଁ, ମୁଁ ଆନ୍ତରିକତାରେ କହେ” କିମ୍ୱା “ତାହା ସତ୍ୟ ଏବଂ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହେ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • “ସତ୍ୟରେ, ସତ୍ୟରେ ମୁଁ ତୁମ୍ଭମାନଙ୍କୁ କହେ” ବାକ୍ୟାଂଶକୁ “ମୁଁ ଏହା ତୁମ୍ଭମାନଙ୍କୁ  ଅତି ଆନ୍ତରିକତାରେ କହୁଅଛି” କିମ୍ୱା “ମୁଁ ଏହା ତୁମ୍ଭମାନଙ୍କୁ  ଅତି ବ୍ୟଗ୍ରତାରେ କହୁଅଛି” କିମ୍ୱା “ମୁଁ ତୁମ୍ଭମାନଙ୍କୁ  ଯାହା କହୁଅଛି ତାହା ସତ୍ୟ ଅଟେ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

ପୂରଣ କରିବାସତ୍ୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0543, G02810

ଆଶା, ଆଶା

ପରିଭାଷା:

ଆଶା ଦୃଢ଼ ଭାବରେ କିଛି ଘଟିବାକୁ ଚାହୁଁବାକୁ ବୁଝାଏ। ଆଶା ଭବିଷ୍ୟତ ଘଟଣା ବିଷୟରେ ନିଶ୍ଚିତତା କିମ୍ବା ଅନିଶ୍ଚିତତାକୁ ବୁଝାଇପାରେ।

  • ବାଇବେଲରେ, “ଆଶା” ଶବ୍ଦ “ଭରସା” କୁ ମଧ୍ୟ ବୁଝାଏ ଯେପରି “ପ୍ରଭୁଙ୍କଠାରେ ମୋହର ଭରସା ଅଛି।” ଏହା ଈଶ୍ଵର ତାହାଙ୍କ ଲୋକମାନଙ୍କୁ ଯାହା ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବାର ଏକ ନିଶ୍ଚିତତାକୁ ସୂଚିତ କରେ।
  • ବେଳେବେଳେ ULT ଏହାକୁ ମୂଳ ଭାଷାରେ “ଆତ୍ମବିଶ୍ୱାସ” ବୋଲି ଅନୁବାଦ କରେ। ଅନେକ ସମୟରେ ନୂତନ ନିୟମରେ ଏହିପରି ଅନୁବାଦ କରାଯାଇଅଛି ଯେଉଁଠାରେ ଲୋକମାନେ ଯୀଶୁଙ୍କୁ ନିଜ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରନ୍ତି ଯାହା ଈଶ୍ଵର ପ୍ରତିଜ୍ଞା କରିଅଛନ୍ତି ତାହା ଗ୍ରହଣ କରିବାରେ ଦୃଢ଼ ଭରସା ରଖନ୍ତି (କିମ୍ବା ଆତ୍ମବିଶ୍ୱାସ କିମ୍ବା ଆଶା)I
  • “ଆଶା ନାହିଁ” ବାକ୍ୟାଂଶର ଅର୍ଥ କୌଣସି ଭଲ ବିଷୟ ହେଉ ବୋଲି ଅପେକ୍ଷା ନ କରିବା। ଏହାର ଅର୍ଥ ଏକ ଦୃଢ଼ ନିଶ୍ଚିଅତା ଯେ କୌଣସି ବିଷୟ ଘଟିବ ନାହିଁ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • କେତେ ପ୍ରସଙ୍ଗରେ, “ଆଶା କରିବା” ଶବ୍ଦ “ଇଚ୍ଛା କରିବା” କିମ୍ବା “କାମନା କରିବା” କିମ୍ବା “ସମ୍ଭବ ବୋଲି ମନେ କରିବା” ବୋଲି ଅନୁବାଦ କରାଯାଇପାରେ।
  • “ଆଶା କରିବା ନିମନ୍ତେ କିଛି ନାହିଁ” ଅଭିବ୍ୟକ୍ତିକୁ “ଭରସା କରିବାକୁ କିଛି ନାହିଁ” କିମ୍ବା “କୌଣସି ଉତ୍ତମ ବିଷୟ ହେଉ ବୋଲି ଅପେକ୍ଷା ନ କରିବା” ବୋଲି ଅନୁବାଦ କରାଯାଇପାରେ।
  • “ଆଶା ନ କରିବା” ବାକ୍ୟାଂଶକୁ “କୌଣସି ଉତ୍ତମ ବିଷୟକୁ ଅପେକ୍ଷା ନ କରିବା” କିମ୍ବା “କୌଣସି ସୁରକ୍ଷା ନାହିଁ” କିମ୍ବା “ନିଶ୍ଚିନ୍ତ ହୁଅନ୍ତୁ ଯେ, କୌଣସି ଉତ୍ତମ ବିଷୟ ଘଟିବ ନାହିଁ” ବୋଲି ଅନୁବାଦ କରାଯାଇପାରେ।
  • “ତୁମ୍ଭର ଆଶାକୁ ରଖିଅଛି” ବାକ୍ୟାଂଶକୁ “ତୁମ୍ଭର ଆତ୍ମବିଶ୍ୱାସ ରଖନ୍ତୁ” କିମ୍ବା “ବିଶ୍ୱାସ କରିଆସୁଅଛି” ବୋଲି ଅନୁବାଦ କରାଯାଇପାରେ।
  • “ମୁଁ ତୁମ୍ଭ ବାକ୍ୟରେ ଭରସା ପାଇଅଛି” ବାକ୍ୟାଂଶକୁ  “ମୁଁ ନିଶ୍ଚିନ୍ତ ଯେ ତୁମ୍ଭର ବାକ୍ୟ ସତ୍ୟ ଅଟେ” କିମ୍ବା “ମୁଁ ତୁମ୍ଭଠାରେ ଭରସା ରଖିବା ନିମନ୍ତେ ତୁମ୍ଭ ବାକ୍ୟ ମୋତେ ସାହାଯ୍ୟ କରେ” କିମ୍ବା “ମୁଁ ଯେତେବେଳେ ତୁମ୍ଭ ବାକ୍ୟ ପାଳନ କରେ, ମୁଁ ନିଶ୍ଚିନ୍ତ ଯେ ମୁଁ ଆଶୀର୍ବାଦ ପ୍ରାପ୍ତ ହେବି” ବୋଲି ଅନୁବାଦ କରାଯାଇପାରେ।
  • “ଆଶାରେ” ବାକ୍ୟାଂଶକୁ ମଧ୍ୟ “ଈଶ୍ୱରଙ୍କଠାରେ ଭରସା ରଖେ” କିମ୍ବା “ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ନିଶ୍ଚିତ କରିବେ ଏହା ନିଶ୍ଚିତ ଜାଣ” କିମ୍ବା “ଈଶ୍ୱର ବିଶ୍ୱସ୍ତ ଅଟନ୍ତି ଏହା ନିଶ୍ଚିତ ହୁଅ” ବୋଲି ଅନୁବାଦ କରାଯାଇପାରେ।

(ଆଶୀର୍ବାଦଆତ୍ମବିଶ୍ୱାସଉତ୍ତମଆଜ୍ଞାକାରୀଭରସା, ଈଶ୍ୱରଙ୍କ ବାକ୍ୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0982, H0983, H0986, H2620, H2976, H3175, H3176, H3689, H4009, H4268, H4723, H7663, H7664, H8431, H8615, G00910, G05600, G16790, G16800, G20700

ଆଶୀର୍ବାଦ କରିବା, ଆଶୀର୍ବାଦ ପ୍ରାପ୍ତ,ଆଶୀର୍ବାଦ

ପରିଭାଷା:

କାହାରୀକୁ କିମ୍ବା କୌଣସି ବସ୍ତୁକୁ "ଆଶୀର୍ବାଦ" କରିବା ଅର୍ଥ ହେଉଛି ବ୍ୟକ୍ତି କିମ୍ବା ସେହି ଆଶୀର୍ବାଦ ପ୍ରାପ୍ତ ବସ୍ତୁ ପ୍ରତି ଉତ୍ତମ ଓ ଲାଭ ଜନକ ବିଷୟ ହେଉ ବୋଲି ଇଚ୍ଛା କରିବା ଅଟେ।

  • କାହାରୀକୁ "ଆଶୀର୍ବାଦ" କରିବା ଅର୍ଥ ମଧ୍ୟ ସେହି ବ୍ୟକ୍ତିଙ୍କୁ ସକରାତ୍ମକ ବା ବିଧିବଦ୍ଧ ବିଷୟ ଏବଂ ଲାଭ ଜନକ ବିଷୟରେ ଅବଗତ କରିବା ଅଟେ।
  • ବାଇବେଲ ସମୟରେ ଜଣେ ପିତା ତାଙ୍କ ସନ୍ତାନମାନଙ୍କୁ ନୀୟମାନୁଯାୟୀ ଆଶୀର୍ବାଦ ପ୍ରଦାନ କରିଥିଲେ।
  • ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ "ଆଶୀର୍ବାଦ" କରନ୍ତି ବା ଈଶ୍ୱର ପବିତ୍ର ହୁଅନ୍ତୁ ବୋଲି ପ୍ରକାଶ କରନ୍ତି, ସେତେବେଳେ ଏହାର ଅର୍ଥ ସେମାନେ ଈଶ୍ୱରଙ୍କୁ ପ୍ରଶଂସା କରୁଅଛନ୍ତି।
  • ବେଳେବେଳେ "ଆଶୀର୍ବାଦ" ଶବ୍ଦ ଖାଇବା ପୂର୍ବରୁ ଖାଦ୍ୟକୁ ଶୁଚି କରିବା ନିମନ୍ତେ ଏବଂ ଖାଦ୍ୟ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିବା ନିମନ୍ତେ ବ୍ୟବହାର କରାଯାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଆଶୀର୍ବାଦ କରିବା ଅର୍ଥକୁ "ପ୍ରଚୁର ପରିମାଣରେ ଯୋଗାଇବା" କିମ୍ବା "ଅତ୍ୟନ୍ତ ଦୟାଳୁ ଏବଂ ପ୍ରସନ୍ନ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
  • "ଈଶ୍ୱର ଅନେକ ଆଶୀର୍ବାଦ ପ୍ରଦାନ କରିଅଛନ୍ତି" ବାକ୍ୟାଂଶକୁ "ଈଶ୍ୱର ଅନେକ ଉତ୍ତମ ବିଷୟ ପ୍ରଦାନ କରିଅଛନ୍ତି" କିମ୍ବା "ଈଶ୍ୱର ପ୍ରଚୁର ଭାବରେ ପ୍ରଦାନ କରିଛନ୍ତି" କିମ୍ବା ଈଶ୍ୱର ଅନେକ ଉତ୍ତମ ବିଷୟ କରିବାକୁ ଯାଉଅଛନ୍ତି" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
  • "ସେ ଆଶୀର୍ବାଦ ପ୍ରାପ୍ତ" ବାକ୍ୟାଂଶକୁ "ସେ ପ୍ରଚୁର ଲାଭବାନ ହେବ", "ସେ ଉତ୍ତମ ବିଷୟର ଅନୁଭୂତି ପ୍ରାପ୍ତ ହେବେ" କିମ୍ବା "ଈଶ୍ୱର ତାହାକୁ ସମୃଦ୍ଧ କରିବେ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
  • "ଧନ୍ୟ ସେହି ବ୍ୟକ୍ତି ଯିଏ" ବାକ୍ୟାଂଶକୁ "ସେହି ବ୍ୟକ୍ତି ନିମନ୍ତେ ଏହା ଉତ୍ତମ ଯିଏ।" ବୋଲି ଅନୁବାଦ କରାଯାଇପାରେ ।
  • "ଈଶ୍ୱର ଧନ୍ୟ ହେଉନ୍ତୁ" ବାକ୍ୟାଂଶ "ପ୍ରଭୁଙ୍କ ପ୍ରଶଂସା ହେଉ” କିମ୍ବା “ପ୍ରଭୁଙ୍କ ପ୍ରଶଂସା” କିମ୍ବା “ମୁଁ ପ୍ରଭୁଙ୍କ ପ୍ରଶଂସା କରେ” ବୋଲି ଅନୁବାଦ କରାଯାଇପାରେ।
  • ଖାଦ୍ୟକୁ ଆଶୀର୍ବାଦ କରିବା ପ୍ରସଙ୍ଗରେ "ଈଶ୍ଵରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦିଏ" କିମ୍ବା "ଈଶ୍ୱରଙ୍କୁ ସେମାନଙ୍କୁ ଯୋଗାଇଥିବା ଖାଦ୍ୟ ନିମନ୍ତେ ଧନ୍ୟବାଦ" କିମ୍ବା "ଏଥିପାଇ ଈଶ୍ଵରଙ୍କ ପ୍ରଶଂସା କରି ଖାଦ୍ୟକୁ ଶୁଚି କରାଗଲା।" ବୋଲି ଅନୁବାଦ କରାଯାଇପାରେ ।

( ପ୍ରଶଂସା ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:7 ପରମେଶ୍ୱର ଦେଖିଲେ ଯେ ଏହା ଉତ୍ତମ ଏବଂ ସେ ସେମାନଙ୍କୁ ଆଶୀର୍ବାଦ କଲେ
  • 1:15 ପରମେଶ୍ୱର ନିଜ ପ୍ରତିମୂର୍ତ୍ତିରେ ଆଦମ ଏବଂ ହବାକୁ ନିର୍ମାଣ କଲେ। ସେ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ "ଅନେକ ସନ୍ତାନ ସନ୍ତତି ଜାତ କରି ଏହି ପୃଥିବୀକୁ ପରିପୂର୍ଣ୍ଣ କର।
  • 1:16 ପରମେଶ୍ୱର ସମସ୍ତ କାର୍ଯ୍ୟ ପରେ ବିଶ୍ରାମ ନେଲେ। ସେ ସପ୍ତମ ଦିନକୁ ଆଶୀର୍ବାଦ କଲେ ଓ ଶୁଚି କଲେ, କାରଣ ସେହି ଦିନରେ ସେ ବିଶ୍ରାମ ନେଲେ।
  • 4:4"ଆମ୍ଭେ ତୁମ୍ଭର ନାମକୁ ମହାନ କରିବା।" ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରିବେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବି ଏବଂ ଯେଉଁମାନେ ତୁମ୍ଭକୁ ଅଭିଶାପ ଦେବେ ଆମ୍ଭେ ସେମାନଙ୍କୁ ଅଭିଶାପ ଦେବା। ତୁମ୍ଭ ଦ୍ୱାରା ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପ୍ରାପ୍ତ ହେବେ।
  • 4:7 ମଲ୍‍କୀଷେଦକ ଅବ୍ରାମଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ " ପରମେଶ୍ୱର ଯେ ଉର୍ଦ୍ଧରେ ବାସ କରନ୍ତି ଏବଂ ଆକାଶ ଓ ପୃଥିବୀର ମାଲିକ ଅବ୍ରାମଙ୍କୁ ଆଶୀର୍ବାଦ କରନ୍ତୁ।
  • 7:3 ଇସ୍‌ହାକ ଏଷୌଙ୍କୁ ଆଶୀର୍ବାଦ କରିବାକୁ ଚାହୁଁଥିଲେ।
  • 8:5 ଏପରିକି ଯୋଷେଫ ବନ୍ଦୀଗୃହରେ ମଧ୍ୟ ବିଶ୍ୱସ୍ତ ଥିଲେ ତେଣୁ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ

ଶବ୍ଦବିନ୍ୟାସ:

  • Strong’s: H0833, H0835, H1288, H1289, H1293, G17570, G21270, G21280, G21290, G31060, G31070, G31080, G60500

ଆଶ୍ଚର୍ଯ୍ୟକର୍ମ, ଆଶ୍ଚର୍ଯ୍ୟକର୍ମମାନ, ଚିହ୍ନ

ପରିଭାଷା:

“ଆଶ୍ଚର୍ଯ୍ୟକର୍ମ” ଏକ ଅଦ୍ଭୁତ ବିଷୟ ଅଟେ ଏହା ତେବେଯାଏ ସମ୍ଭବ ହୋଇ ନପାରେ ଯେ ପର୍ଯ୍ୟନ୍ତ ଈଶ୍ଵର ଏହା ନ କରନ୍ତି I

  • ଯେଉଁ ଆଶ୍ଚର୍ଯ୍ୟକର୍ମ ସବୁ ଯୀଶୁ କଲେ ତାହାର ଉଦାହରଣ ଯେପରି ଝଡ଼କୁ ଶାନ୍ତ କରିବା ଓ ଏକ ଅନ୍ଧକୁ ସୁସ୍ଥ କରିବା I
  • ଆଶ୍ଚର୍ଯ୍ୟକର୍ମ ସବୁକୁ ଅନେକ ସମୟରେ “ଅଦ୍ଭୁତ କର୍ମ“କୁହାଯାଏ କାରଣ ତାହା ଲୋକମାନଙ୍କୁ ଅଦ୍ଭୁତ ଓ ବିସ୍ମୟ ଲାଗେ I
  • “ବିସ୍ମୟ” ଶବ୍ଦ ଅତି ସାଧାରଣ ଭାବରେ ଈଶ୍ଵରଙ୍କର ଅଦ୍ଭୁତ ଚିତ୍ରକାରିତାକୁ ପ୍ରଦର୍ଶିତ କରେ, ଯାହା ସେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ପ୍ରକାଶ କଲେ I
  • “ଆଶ୍ଚର୍ଯ୍ୟକର୍ମ” ଗୁଡ଼ିକୁ ଚିହ୍ନ ମଧ୍ୟ କୁହାଯାଏ କାରଣ ସେଗୁଡ଼ିକ ଈଶ୍ଵର ଯେ ଶକ୍ତିଶାଳୀ ଅଟନ୍ତି, ଯାହାର ସମସ୍ତ ସୃଷ୍ଟି ଉପରେ ଅଧିକାର ଅଛି, ତାହା ନିମନ୍ତେ ଏହା ନିର୍ଦେଶିକା ଓ ଘଟଣା ରୂପରେ କାମ କରେ ବୋଲି ଦର୍ଶାଏ I
  • କେତେକ ଆଶ୍ଚର୍ଯ୍ୟକର୍ମ ଈଶ୍ଵରଙ୍କର ଉଦ୍ଧାରର କର୍ମ ଅଟେ ଯେପରିକି ସେ ଇସ୍ରାଏଲ ଲୋକମାନଙ୍କୁ ମିସରର ଦାସତ୍ୱ ବନ୍ଧନରୁ ଓ ଦାନିୟେଲକୁ ସିଂହ ମୁଖରୁ ଉଦ୍ଧାର କଲେ I
  • ଅନ୍ୟ କେତେକ  ବିସ୍ମୟ କର୍ମ,  ଈଶ୍ଵରଙ୍କର ନ୍ୟାୟ ଯେପରି କି ସେ ନୋହଙ୍କର ସମୟରେ ସମସ୍ତ ପୃଥିବୀରେ ଜଳ ପ୍ରଳୟ କଲେ, ମୋଶାଙ୍କ ସମୟରେ ଭୟାନକ ମହାମାରୀ ମିସର ଉପରେ ଆଣିଲେ I
  • ଈଶ୍ଵରଙ୍କର ଅନେକ ଆଶ୍ଚର୍ଯ୍ୟକର୍ମ ରୋଗୀମାନଙ୍କୁ ଶାରୀରିକ ସୁସ୍ଥତା ଓ ମୃତ ଲୋକମାନଙ୍କୁ ଜୀବିତ କରିବାରେ ପ୍ରକାଶିତ ହୋଇଥିଲା I
  • ଈଶ୍ଵରଙ୍କର ସାମର୍ଥ ଯୀଶୁଙ୍କଠାରେ ପ୍ରଦର୍ଶିତ ହେଲା ଯେତେବେଳେ ସେ ଲୋକଙ୍କୁ ସୁସ୍ଥକଲେ, ଝଡ଼କୁ ଶାନ୍ତ କଲେ, ଜଳ ଉପରେ ଚାଲିଲେ, ମୃତ ଲୋକମାନଙ୍କୁ ଜୀବିତ କଲେ I ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ ଥିଲା I
  • ଈଶ୍ଵର ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସୁସ୍ଥତା କରିବାକୁ ଓ ଅନ୍ୟ ବିଷୟ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବାକୁ ପବିତ୍ର ଆତ୍ମାଙ୍କର ଶକ୍ତିରେ ଶକ୍ତି ପ୍ରଦାନ କରିଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଆଶ୍ଚର୍ଯ୍ୟକର୍ମ” ଓ ବିସ୍ମୟ” ବାକ୍ୟାଂଶକୁ “ଅସମ୍ଭବ ବିଷୟ ଯାହା ଈଶ୍ଵର କରନ୍ତି” କିମ୍ବା “ଈଶ୍ଵରଙ୍କର ଶକ୍ତିଯୁକ୍ତ କର୍ମ” କିମ୍ବା “ଈଶ୍ଵରଙ୍କର ଅଦ୍ଭୁତ କର୍ମ” ବୋଲି ଅନୁବାଦ କରାଯାଇପାରେ I
  • “ଚିହ୍ନ ଓ ଚମତ୍କାର“ ବାକ୍ୟାଂଶକୁ “ପ୍ରମାଣ ଓ ଆଶ୍ଚର୍ଯ୍ୟକର୍ମ” କିମ୍ବା “ଆଶ୍ଚର୍ଯ୍ୟକର୍ମମାନ ଯାହା ଈଶ୍ଵରଙ୍କର ଶକ୍ତି ପ୍ରମାଣ କରେ” କିମ୍ବା “ଅଦ୍ଭୁତ ଆଶ୍ଚର୍ଯ୍ୟକର୍ମ ଯାହା ଈଶ୍ଵର ମହାନ ଅଟନ୍ତି ବୋଲି ପ୍ରକାଶ କରେ” ବୋଲି ଅନୁବାଦ କରାଯାଇପାରେ I
  • ଏହି ଆଶ୍ଚର୍ଯ୍ୟକର୍ମର ଚିହ୍ନର ଅର୍ଥ, ଚିହ୍ନଠାରୁ ଭିନ୍ନ ଅଟେ ଯାହା କୌଣସି ଘଟଣାର ପ୍ରମାଣ ଦିଏ ତାହା ସ୍ମରଣଯୋଗ୍ୟ  ଅଟେ I ଏହି ଦୁଇଶବ୍ଦ ପରସ୍ପର ସମ୍ପୃକ୍ତ ହୋଇପାରନ୍ତି I

(ଶକ୍ତିଭବିଷ୍ୟ‌ଦ୍‌ବକ୍ତାପ୍ରେରିତଚିହ୍ନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହାରଣଗୁଡ଼ିକ:

  • 16:8 ଗିଦିୟୋନ୍‍ ଈଶ୍ଵରଙ୍କୁ ଦୁଇଟି ଚିହ୍ନ ପଚାରିଲେ ଯାହା ଦ୍ୱାରା ସେ ନିଶ୍ଚିତ ହେବେ ଯେ ଇସ୍ରାଏଲର ଉଦ୍ଧାର ନିମନ୍ତେ ସେ ବ୍ୟବହୃତ ହେବେ I
  • 19:14 ଈଶ୍ଵର ଇଲୀଶା ଦ୍ୱାରା ଅନେକ ଆଶ୍ଚର୍ଯ୍ୟକର୍ମ କଲେ I
  • 37:10 ଅନେକ ଯିହୁଦୀ ଯୀଶୁଙ୍କର ଆଶ୍ଚର୍ଯ୍ୟକର୍ମ ହେତୁ ତାହାଙ୍କ ଉପରେ ବିଶ୍ୱାସ କଲେ I
  • 43:6 ”ହେ ଇସ୍ରାଏଲ ଲୋକମାନେ, ଯୀଶୁ ଜଣେ ମନୁଷ୍ୟ ଥିଲେ ଯିଏ “ଚିହ୍ନ ଓ ଚମତ୍କାର“ଈଶ୍ଵରଙ୍କର ଶକ୍ତି ଦ୍ୱାରା କଲେ, ଯାହା ଆପଣ ଦେଖିଲେ ଓ ଜାଣି ଅଛନ୍ତି ମଧ୍ୟ“I
  • 49:2 ଯୀଶୁ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ଯାହା ପ୍ରମାଣ କରେ କି ସେ ଈଶ୍ଵର ଅଟନ୍ତି I ସେ ଜଳ ଉପରେ ଚାଲିଲେ, ପ୍ରଚଣ୍ଡ ଝଡକୁ ଶାନ୍ତ କଲେ, ଅନେକ ରୋଗୀକୁ ସୁସ୍ଥ କଲେ, ବହୁତ ଗ୍ରସ୍ତ ଲୋକମାନଙ୍କୁ ସୁସ୍ଥ କଲେ, ମୃତକୁ ଜୀବିତ କଲେ, ପାଞ୍ଚଟି ରୁଟି ଓ ଛୋଟ ଦୁଇଟି ମାଛରେ 5000 ଲୋକଙ୍କୁ ପ୍ରଚୁର ଖାଦ୍ୟ ଖୁଆଇଲେ I

ଶବ୍ଦବିନ୍ୟାସ:

  • Strong's: H226, H852, H2368, H2858, H4150, H4159, H4864, H5251, H5824, H5953, H6381, H6382, H6383, H6395, H6725, H7560, H7583, H847, H874, H8539, H8540,, G880, G1213, G1229, G1411, G1569, G1718, G1770, G1839, G2285, G2296, G2297, G3167, G392, G4591, G4592, G559

ଇସ୍ରାଏଲ, ଇସ୍ରାଏଲୀୟ

ସତ୍ୟ ଘଟଣାବଳୀ:

“ଇସ୍ରାଏଲ” ନାମ ଈଶ୍ଵରଙ୍କ ଦ୍ୱାରା ଯାକୁବକୁ ପ୍ରଦାନ କରାଯାଇଥିଲା I ଏହି ଶବ୍ଦ ପ୍ରାୟତଃ ତାଙ୍କଠାରୁ ଆସିଥିବା ରାଷ୍ଟ୍ରକୁ ବୁଝାଏ I

  • ଇସ୍ରାଏଲ ନାମର ଅର୍ଥ  “ସେ ଈଶ୍ଵରଙ୍କ ସହ ସଂଘର୍ଷ କଲେ I”
  • ଯାକୁବର ବଂଶଧରମାନେ “ଇସ୍ରାଏଲର ପୁତ୍ର” କିମ୍ବା “ଇସ୍ରାଏଲର ଲୋକ” କିମ୍ବା “ଇସ୍ରାଏଲର ଜାତି” କିମ୍ବା “ଇସ୍ରାଏଲୀୟ” ଭାବରେ ପରିଚିତ ହେଲେ I
  • ଈଶ୍ଵର  ଇସ୍ରାଏଲର ଲୋକମାନଙ୍କ ସହ ନିୟମ ସ୍ଥାପନ କଲେ । ସେମାନେ ତାହାଙ୍କର ମନୋନୀତ ଲୋକ ଥିଲେ I
  • ଇସ୍ରାଏଲ ଦେଶ ବାରଟି ଗୋଷ୍ଠୀକୁ ନେଇ ଗଠିତ ଅଟେ I
  • ରାଜା ଶଲୋମନଙ୍କ ମୃତ୍ୟୁ ପରେ, ଇସ୍ରାଏଲ ଦୁଇଟି ରାଜ୍ୟରେ ବିଭକ୍ତ ହେଲା: ଦକ୍ଷିଣ ରାଜ୍ୟ, ଯିହୂଦା  ଏବଂ ଉତ୍ତର ରାଜ୍ୟ “ଇସ୍ରାଏଲ” ବୋଲି ନାମିତ ହେଲା I
  • ଅନେକ ସମୟରେ ଇସ୍ରାଏଲ ଶବ୍ଦକୁ “ଇସ୍ରାଏଲ ଲୋକମାନେ” କିମ୍ବା “ଇସ୍ରାଏଲ ଦେଶ” ବୋଲି ପୃଷ୍ଠଭୂମି ଅନୁସାରେ ଅନୁବାଦ କରାଯାଇପାରେ I

(ଯାକୁବଇସ୍ରାଏଲ ରାଜ୍ୟଜହୂଦାଦେଶ,  ଇସ୍ରାଏଲର ବାର ଜାତି: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 8:15 ବାର ସନ୍ତାନର ବଂଶଧରମାନେ ଇସ୍ରାଏଲ ବାରଜାତି ହେଲେ I
  • 9:3 ମିସରୀୟ ଲୋକମାନେ ବଳ ପୂର୍ବକ ଇସ୍ରାଏଲମାନଙ୍କୁ ପୁରା ସହରରେ ଅନେକ ଗୃହ ନିର୍ମାଣ କରାଇଲେ I
  • 9:5 ଏକ ଇସ୍ରାଏଲୀୟ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ I
  • 10:1 ସେମାନେ କହିଲେ, ଏହା ଇସ୍ରାଏଲର ଈଶ୍ଵର କହନ୍ତି, “ମୋହର ଲୋକମାନଙ୍କୁ ଯିବାକୁ ଦିଅ” I
  • 14:12 ଏସବୁ ହେଲାପରେ, ଇସ୍ରାଏଲ ଲୋକମାନେ ଈଶ୍ଵର ଓ ମୋଶାଙ୍କ ବିରୁଦ୍ଧରେ ବଚସା କଲେ I
  • 15:9 ଈଶ୍ଵର ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଯୁଦ୍ଧ କଲେ I ସେ ଆମରୀୟ ଲୋକମାନଙ୍କୁ ଦ୍ୱନ୍ଦରେ ଢାଳିଲେ ଓ ଆମରୀୟ ଲୋକମାନଙ୍କୁ ବଧ କରିବାକୁ ବଡ଼ ବଡ଼ ଶିଳାବୃଷ୍ଟି କଲେ I
  • 15:12 ଏହି ଯୁଦ୍ଧପରେ, ଈଶ୍ଵର ପ୍ରତ୍ୟକ ଇସ୍ରାଏଲ ଜାତିକୁ ପ୍ରତିଜ୍ଞାତ ଦେଶରେ ନିଜ ଭାଗ ଦେଲେ I ତା’ପରେ ଈଶ୍ଵର  ଇସ୍ରାଏଲକୁ ସମସ୍ତ ସୀମାରେ ଶାନ୍ତି ଦେଲେ I
  • 16:16 ଈଶ୍ଵର ପୁଣିଥରେ ଇସ୍ରାଏଲ ଲୋକମାନଙ୍କୁ ପ୍ରତିମା ପୂଜା କରିବା ନିମନ୍ତେ ଦଣ୍ଡିତ କଲେ I
  • 43:6 ଇସ୍ରାଏଲ ଲୋକମାନେ, ଈଶ୍ଵରଙ୍କ ଶକ୍ତିରେ ଯେପରି ଆପଣମାନେ ଦେଖୁ ଅଛନ୍ତି ଓ ଜାଣି ଅଛନ୍ତି ସେହିପରି ଯୀଶୁ ଅନେକ ଅଦ୍ଭୁତ ଓ ସାମର୍ଥ ଚିହ୍ନ ଦେଖାଇଲେ I”

ଶବ୍ଦବିନ୍ୟାସ:

  • Strong’s: H3478, H3479, H3481, H3482, G9350, G24740, G24750

ଈର୍ଷାପରାୟଣ, ଈର୍ଷା

ପରିଭାଷା:

“ଈର୍ଷାପରାୟଣ” ଓ “ଈର୍ଷା” ଶବ୍ଦ ସମ୍ପର୍କର ଶୁଦ୍ଧତାକୁ ସୁରକ୍ଷା ରଖିବାକୁ ନିଜର ଏକ ଗଭୀର ଇଚ୍ଛା ଅଟେ I ଏହା କିଛି ବସ୍ତୁ କିମ୍ବା ବ୍ୟକ୍ତିକୁ ପାଇବାକୁ ଦୃଢ ଇଚ୍ଛା ଶକ୍ତିକୁ ମଧ୍ୟ ଦର୍ଶାଏ I

  • ଏହି ଶବ୍ଦଗୁଡ଼ିକ ପ୍ରାୟତଃ କ୍ରୋଧିତ ଅନୁଭବକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ ଯାହା ଜଣେ ବ୍ୟକ୍ତି ନିଜ ଜୀବନସାଥୀଙ୍କ ପ୍ରତି ଯିଏ ତାଙ୍କ ପ୍ରତି ଅବିଶ୍ୱସ୍ତ ହୋଇଅଛିI
  • ଯେତେବେଳେ ବାଇବେଲରେ ବ୍ୟବହାର କରାଯାଏ, ଏହି ଶବ୍ଦଗୁଡ଼ିକ ପ୍ରାୟତଃ ଈଶ୍ଵରଙ୍କ ଲୋକମାନଙ୍କ ଇଚ୍ଛାକୁ ପାପରୁ ନିର୍ମଳ ଏବଂ ଅପରିଷ୍କାର ରହିବାକୁ ଇଚ୍ଛା କରନ୍ତି I
  • ଈଶ୍ୱର ତାହାଙ୍କ ନାମ ନିମନ୍ତେ “ଈର୍ଷାପରାୟଣ” ଅଟନ୍ତି ତେଣୁ ଏହାକୁ ସମ୍ମାନର ସହିତ ବ୍ୟବହାର କରାଯାଉI
  • “ଈର୍ଷାପରାୟଣ” ର ଆଉ ଏକ ଅର୍ଥ ହେଲା କାହାକୁ ଫଳପ୍ରଦ ହେବା ଦେଖି କିମ୍ବା ଅଧିକ ପ୍ରସିଦ୍ଧ ଦେଖି କ୍ରୋଧରେ ଜଡିତ ହେବା I ଏହା “ଈର୍ଷା” ଶବ୍ଦର ନିକଟତର ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଈର୍ଷାପରାୟଣ” ଶବ୍ଦକୁ “ଦୃଢ ସୁରକ୍ଷିତ ଭାବନା” କିମ୍ବା“ପାଇବାକୁ ଇଚ୍ଛା” ବୋଲି ଅନୁବାଦ କରାଯାଇପାରେ I
  • “ଈର୍ଷାପରାୟଣ” ଶବ୍ଦକୁ “ଦୃଢ ସୁରକ୍ଷିତ ଅନୁଭବ ” କିମ୍ବା“ପାଇବାକୁ ଅନୁଭବ ” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଈଶ୍ୱରଙ୍କ ବିଷୟରେ କୁହାଯାଏ, ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦର ଅନୁବାଦ ଅନ୍ୟ କାହା ଉପରେ ବିରକ୍ତ ହେବାର ନକାରାତ୍ମକ ଅର୍ଥ ପ୍ରଦାନ ଯେପରି ନ କରେI
  • ଅନ୍ୟ ଲୋକଙ୍କ ପ୍ରତି କ୍ରୋଧର ଭୁଲ ଭାବନା ପ୍ରସଙ୍ଗରେ, ଯେଉଁମାନେ ଅଧିକ ସଫଳ ହୁଅନ୍ତି, “ଈର୍ଷା” ଏବଂ “ଈର୍ଷା କରିବା” ଶବ୍ଦ ବ୍ୟବହାର କରାଯାଇପାରେ | କିନ୍ତୁ ଏହି ଶବ୍ଦଗୁଡ଼ିକ ଈଶ୍ଵଙ୍କ ପାଇଁ ବ୍ୟବହୃତ ହେବା ଉଚିତ୍ ନୁହେଁ I

(ହିଂସା:ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H7065, H7067, H7068, H7072, G22050, G38630

ଈଶ୍ଵରଙ୍କ ଇଚ୍ଛା

ପରିଭାଷା:

“ଈଶ୍ଵରଙ୍କ ଇଚ୍ଛା” ବାକ୍ୟାଂଶଟି ଈଶ୍ଵରଙ୍କର ଇଚ୍ଛା ଓ ଯୋଜନାଗୁଡ଼ିକୁ ବୁଝାଏ I

  • ଈଶ୍ଵରଙ୍କ ଇଚ୍ଛା ବିଶେଷ କରି ଲୋକମାନଙ୍କ ସହିତ ତାଙ୍କର ପାରସ୍ପରିକ ସମ୍ପର୍କ ଏବଂ ସେ କିପରି ଲୋକମାନେ ତାଙ୍କ ପ୍ରତି ପ୍ରତିକ୍ରିୟା କରନ୍ତୁ ବୋଲି ଚାହାଁନ୍ତି ତାହାକୁ ବୁଝାଏ I
  • ଏହା ତାହାଙ୍କର ସୃଷ୍ଟି ପ୍ରତି ତାହାଙ୍କର ଇଚ୍ଛା ଓ ଯୋଜନାଗୁଡ଼ିକୁ ମଧ୍ୟ ବୁଝାଏ I
  • “ଇଚ୍ଛା” ଶବ୍ଦର ଅର୍ଥ “ସଂକଳ୍ପ କରିବା” କିମ୍ବା “ଅଭିଳାଷ କରିବା” ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଈଶ୍ଵରଙ୍କ ଇଚ୍ଛା”ବାକ୍ୟାଂଶକୁ “ଈଶ୍ଵର ଯାହା ଇଚ୍ଛା କରନ୍ତି” କିମ୍ବା “ଈଶ୍ଵର ଯାହା ସଂକଳ୍ପ କରିଛନ୍ତି” କିମ୍ବା “ଈଶ୍ଵରଙ୍କର ଉଦ୍ଦେଶ୍ୟ” କିମ୍ବା “ଈଶ୍ଵରଙ୍କୁ ଯାହା ଆନନ୍ଦ ପ୍ରଦାନ କରେ“ ବୋଲି ଅନୁବାଦ କରାଯାଇପାରେ I

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H6310, H6634, H7522, G1012, G1013, G2307, G2308, G2309, G2596

ଈଶ୍ଵରଙ୍କ ପୁତ୍ର, ପୁତ୍ର

ସତ୍ୟ ଘଟଣାବଳୀ:

“ଈଶ୍ୱରଙ୍କ ପୁତ୍ର” ଶବ୍ଦଟି ଯୀଶୁଙ୍କୁ ଅର୍ଥାତ୍ ଈଶ୍ୱରଙ୍କର ବାକ୍ୟକୁ ବୁଝାଏ, ଯିଏ ମନୁଷ୍ୟ ଭାବେ ଏହି ଜଗତକୁ ଆସିଲେ I ଅଧିକାଂଶ ସମୟରେ ତାହାଙ୍କୁ “ପୁତ୍ର” ବୋଲି ମଧ୍ୟ କୁହାଯାଏ I”

  • ଈଶ୍ୱରଙ୍କର ପୁତ୍ରଙ୍କଠାରେ ଈଶ୍ୱରଙ୍କର ସ୍ୱଭାବ ଦେଖିବାକୁ ମିଳେ, ଏବଂ ସେ ସ୍ୱୟଂ ଈଶ୍ୱର ଅଟନ୍ତି I
  • ଈଶ୍ୱର, ଈଶ୍ଵରଙ୍କ ପୁତ୍ର ଏବଂ ଈଶ୍ଵରଙ୍କର ପବିତ୍ର ଆତ୍ମା ସମସ୍ତେ ଏକ ଅଟନ୍ତି I
  • ମନୁଷ୍ୟ ପୁତ୍ରମାନଙ୍କ ପରି, ଈଶ୍ଵରଙ୍କ ପୁତ୍ର ମଧ୍ୟ ବାସ୍ତବରେ ବିଦ୍ୟମାନ ଅଟନ୍ତି I
  • ଆଦ୍ୟରେ, ଜଗତର ସୃଷ୍ଟିରେ ପିତା ଓ ପବିତ୍ର ଆତ୍ମାଙ୍କ ସହିତ ଈଶ୍ଵରଙ୍କ ପୁତ୍ର ମଧ୍ୟ ସମ୍ପୃକ୍ତ ଥିଲେ I

ଯେହେତୁ ଯୀଶୁ ଈଶ୍ୱରଙ୍କର ପୁତ୍ର ଅଟନ୍ତି ସେ ତାହାଙ୍କ ପିତାଙ୍କୁ  ପ୍ରେମ କରନ୍ତି ଏବଂ ତାହାଙ୍କ ଆଦେଶକୁ ମାନନ୍ତି, ଏବଂ ପିତା ମଧ୍ୟ ତାହାଙ୍କୁ ପ୍ରେମ କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ସ୍ଥାନୀୟ ଭାଷାରେ ସ୍ୱାଭାବିକ ଭାବରେ ମନୁଷ୍ୟ ପୁତ୍ରଙ୍କୁ ସୂଚାଇବା ନିମନ୍ତେ ବ୍ୟବହାର କରାଯାଉଥିବା ଶବ୍ଦକୁ “ଈଶ୍ୱରଙ୍କ ପୁତ୍ର” ପାଇଁ ଅନୁବାଦରେ ବ୍ୟବହାର କରିବା ଉତ୍ତମ ଅଟେ I
  • ନିଶ୍ଚିତ କରନ୍ତୁ ଯେ “ପୁତ୍ର” ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ “ପିତା” ଶବ୍ଦକୁ ଅନୁବାଦ କରିବାରେ ବ୍ୟବହୃତ ଶବ୍ଦ ସ୍ଥାନୀୟ ଭାଷାରେ ସ୍ୱାଭାବିକ ପିତା-ପୁତ୍ର ସମ୍ପର୍କକୁ ପ୍ରକାଶ କରେ I
  • “ପୁତ୍ର” ଶବ୍ଦର ଆରମ୍ଭରେ ପ୍ରଥମ ବନାନ ବଡ ଅକ୍ଷରର କଲେ ଏହା ଈଶ୍ଵରଙ୍କ ବିଷୟରେ କହୁଛି ବୋଲି ଜାଣିବାରେ ସାହାଯ୍ୟ କରିପାରେ I
  • “ଈଶ୍ଵରଙ୍କ ପୁତ୍ର” ବାକ୍ୟାଂଶର ସଂକ୍ଷିପ୍ତ ଶବ୍ଦ “ପୁତ୍ର” ଅଟେ ବିଶେଷ କରି ଯେତେବେଳେ ଏହା “ପିତା” ପ୍ରସଙ୍ଗରେ ବ୍ୟବହାର ହୁଏ I

ନାମଗୁଡ଼ିକ କିପରି ଅନୁବାଦ କରିବେ: ଦେଖନ୍ତୁ)

ଖ୍ରୀଷ୍ଟପୂର୍ବପୁରୁଷଈଶ୍ଵରପିତା ଈଶ୍ଵରପବିତ୍ର ଆତ୍ମାଯୀଶୁପୁତ୍ରଈଶ୍ଵରଙ୍କ ପୁତ୍ର: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 22:5_ସ୍ୱର୍ଗଦୂତ ବ୍ୟାଖ୍ୟା କରି କହିଲେ, “ପବିତ୍ର ଆତ୍ମା ​​ତୁମ୍ଭ ନିକଟକୁ ଆସିବେ ଏବଂ ଈଶ୍ଵରଙ୍କ ଶକ୍ତି ତୁମ ଉପରେ ରହିବ। ଏଣୁ ସେହି ଶିଶୁ ପବିତ୍ର ଈଶ୍ୱରଙ୍କ ପୁତ୍ର ହେବ I”
  • 24:9_ ଈଶ୍ଵର ଯୋହନଙ୍କୁ କହିଲେ, “ତୁମ୍ଭେ ବାପ୍ତିଜିତ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ପବିତ୍ର ଆତ୍ମା ​​ଅବତରଣ କରିବେ । ସେ ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଅଟନ୍ତି I”
  • 31:8 ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ ଯୀଶୁଙ୍କୁ ଉପାସନା କରି କହିଲେ, “ତୁମ୍ଭେ ଈଶ୍ୱରଙ୍କ ପୁତ୍ର ଅଟ I”
  • 37:5 ମାର୍ଥା ଉତ୍ତର ଦେଲେ, “ହୁଁ, ପ୍ରଭୁ” ମୁଁ ବିଶ୍ୱାସ କରେ ତୁମେ ମସୀହ, ଈଶ୍ୱରଙ୍କ ପୁତ୍ର ଅଟ I”
  • 42:10 ଏଣୁ ଯାଅ, ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର, ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର I
  • 46:6 ସେହିକ୍ଷଣୀ, ଶାଉଲ ଦମ୍ମେଶକରେ ଥିବା ଯିହୁଦୀମାନଙ୍କୁ ପ୍ରଚାର କରି କହିଲେ, “ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି!”
  • 49:9 କାରଣ ଈଶ୍ୱର ଏହି ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନହୋଇ ଅନନ୍ତ ଜୀବନର ଅଧିକାରୀ ହୁଏ ।

ଶବ୍ଦବିନ୍ୟାସ :

  • Strong’s: H426, H430, H1121, H1247, G23160, G5270

ଈଶ୍ଵରଙ୍କ ପୁତ୍ରଗଣ, ଈଶ୍ଵରଙ୍କ ସନ୍ତାନ

ପରିଭାଷା:

“ଈଶ୍ଵରଙ୍କ ପୁତ୍ରଗଣ” ବାକ୍ୟାଂଶ ଏକ ଉପମା ଅଟେ ଯେଉଁ ବାକ୍ୟାଂଶର ଅନେକ ଅର୍ଥ ରହିଛି।

  • ନୂତନ ନିୟମରେ, “ଈଶ୍ଵରଙ୍କ ପୁତ୍ରଗଣ” ବାକ୍ୟାଂଶ ଯୀଶୁଙ୍କୁ ବିଶ୍ୱାସ କରିଥିବା ସମସ୍ତ ବିଶ୍ୱାସୀମାନଙ୍କୁ ବୁଝାଏ ଏବଂ ଏହି ବାକ୍ୟାଂଶକୁ ସାଧାରଣତଃ “ଈଶ୍ଵରଙ୍କ ସନ୍ତାନ” ବୋଲି ଅନୁବାଦ କରାଯାଏ କାରଣ ଏହା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ବୁଝାଏ ।
  • ଏହି ବାକ୍ୟାଂଶ ଈଶ୍ଵରଙ୍କ ସହ ସମ୍ପର୍କ ଯାହା ମନୁଷ୍ୟ ସନ୍ତାନ ଓ ତାଙ୍କର ପିତାଙ୍କଠାରୁ ପୁତ୍ରଙ୍କୁ ମିଳିଥିବା ସମସ୍ତ ଲାଭକୁ ବୁଝାଏ ।
  • କେତେକ ଲୋକ “ଈଶ୍ଵରଙ୍କ ପୁତ୍ରଗଣ“ ବାକ୍ୟାଂଶକୁ ଆଦିପୁସ୍ତକ 6 ପର୍ବରେ ବର୍ଣ୍ଣନା ହୋଇଥିବା ପତିତ ଦୂତ- ମନ୍ଦ ଆତ୍ମା କିମ୍ୱା ଭୂତ ବୋଲି ଭାଷାନ୍ତର କରନ୍ତି ।  ଅନ୍ୟମାନେ ଏହା ହୁଏତ ଜଣେ ଶକ୍ତିଶାଳୀ ରାଜନୈତିକ ନେତା କିମ୍ୱା ଶେଥଙ୍କର ସନ୍ତାନଗଣକୁ ଦର୍ଶାଏ ବୋଲି ଭାବନ୍ତି ।
  • ନୂତନ ନିୟମରେ, “ଈଶ୍ଵରଙ୍କ ପୁତ୍ରଗଣ” ଯୀଶୁଙ୍କଠାରେ ସମସ୍ତ ବିଶ୍ୱାସୀକୁ ବୁଝାଏ ଏବଂ ଏହା ଅନୁବାଦ ହେବ ଯଥା “ଈଶ୍ଵର ଙ୍କର ସନ୍ତାନ” କାରଣ ଏହା ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ।
  • “ଈଶ୍ଵରଙ୍କ ପୁତ୍ର” ଉପାଖ୍ୟାନ ଏକ ଭିନ୍ନ ଉପାଖ୍ୟାନ ଅଟେ: ଏହା ଯୀଶୁଙ୍କୁ ଦର୍ଶାଏ, ଯିଏ ଈଶ୍ଵରଙ୍କ ଏକ ମାତ୍ର ପୁତ୍ର ଅଟନ୍ତି ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯେବେ “ଈଶ୍ଵରଙ୍କ ପୁତ୍ରଗଣ “ଯୀଶୁଙ୍କୁ ବିଶ୍ୱାସ କରିଥିବା ସମସ୍ତ ବିଶ୍ୱାସୀମାନଙ୍କୁ ବୁଝାଏ ଏବଂ ସାଧାରଣତଃ “ଈଶ୍ଵରଙ୍କ ସନ୍ତାନ” ବୋଲି ଅନୁବାଦ ହୁଏ ।
  • ଆଦିପୁସ୍ତକ 6:2 ଏବ 4 “ଈଶ୍ଵରଙ୍କ ପୁତ୍ରଗଣ” ବାକ୍ୟାଂଶର ଅନୁବାଦ “ଦୂତଗଣ”, “ଆତ୍ମିକଗଣ “, “ଅଲୌକିକ ପ୍ରାଣୀଗଣ” କିମ୍ୱା “ଭୂତ।”
  • “ପୁତ୍ର” ଶବ୍ଦର ଲିଂକ୍ ଦେଖନ୍ତୁ ।

(ଦୂତଗଣଭୂତପୁତ୍ରଈଶ୍ଵରଙ୍କ ପୁତ୍ରଶାସକଆତ୍ମା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H430, H1121, G2316, G543, G527

ଈଶ୍ଵରଙ୍କ ବାକ୍ୟ, ଯିହୋବାଙ୍କ ବାକ୍ୟ, ପ୍ରଭୁଙ୍କ ବାକ୍ୟ, ସତ୍ୟର ବାକ୍ୟ, ଧର୍ମୋଶାସ୍ତ୍ର

ପରିଭାଷା:

ବାଇବେଲରେ, “ଈଶ୍ୱରଙ୍କର ବାକ୍ୟ”  ବାକ୍ୟାଂଶ ଈଶ୍ୱର ନିଜ ଲୋକମାନଙ୍କୁ ପ୍ରକାଶକରିଥିବା ବିଷୟକୁ ଦର୍ଶାଏ। ଏହା କଥିତ ଓ ଲିଖିତ ବାର୍ତ୍ତାକୁ ଅନ୍ତର୍ଭୁକ୍ତ କରେ । ଯୀଶୁଙ୍କୁ “ଈଶ୍ୱରଙ୍କର ବାକ୍ୟ” ବୋଲି ମଧ୍ୟ କୁହାଯାଏ

  • ଧର୍ମଶାସ୍ତ୍ରର ଅର୍ଥ “ଲେଖନ।" ଅଟେ ଏହା କେବଳ ନୂତନ ନିୟମରେ ଉଲ୍ଲେଖ ଅଛି, ଏବଂ ଏବ୍ରୀ ଶାସ୍ତ୍ରଗୁଡ଼ିକୁ ଦର୍ଶାଏ, ଯାହା ପୁରାତନ ନିୟମ ଅଟେ। ଏହି ସବୁ ଲେଖାଗୁଡ଼ିକ ଈଶ୍ୱରଙ୍କ ବାର୍ତ୍ତା  ଅଟେ ଯାହାକୁ ସେ ଲୋକମାନଙ୍କୁ ଲେଖିବାକୁ କହିଥିଲେ ଯେପରି ବହୁ ବର୍ଷ ପରେ ମଧ୍ୟ ଭବିଷ୍ୟରେ ଲୋକମାନେ ପାଠ କରିପାରିବେ।
  • ଏହାର ସମ୍ପର୍କିତ ଶବ୍ଦଗୁଡ଼ିକ “ଯିହୋବାଙ୍କ ବାକ୍ୟ” ଓ “ପ୍ରଭୁଙ୍କର ବାକ୍ୟ” ଏକ ବିଶେଷ ବାର୍ତ୍ତାକୁ ଦର୍ଶାଏ ଯାହା ଈଶ୍ଵର ଭବିଷ୍ୟବକ୍ତାଗଣକୁ ଓ ଅନ୍ୟ ଲୋକମାନଙ୍କୁ ବାଇବେଲରେ ପ୍ରକାଶ କରିଥିଲେ।
  • ବେଳେବେଳେ ଏହି ଶବ୍ଦ ସାଧାରଣ ଭାବରେ “ବାକ୍ୟ” କିମ୍ବା “ମୋହର ବାକ୍ୟ” କିମ୍ବା “ତୁମ୍ଭମାନଙ୍କର ବାକ୍ୟ” ଭାବେ ବାଇବେଲରେ ଉଲ୍ଲେଖିତ। (ଯେତେବେଳେ ଈଶ୍ୱରଙ୍କର ବାକ୍ୟ ବିଷୟରେ କୁହଯାଏ)
  • ନୂତନ ନିୟମରେ, ଯୀଶୁଙ୍କୁ “ବାକ୍ୟ” ଏବଂ “ଈଶ୍ଵରଙ୍କ ବାକ୍ୟ” ବୋଲି କୁହାଯାଏ। ଏହି ସବୁ ଆଖ୍ୟାର ଅର୍ଥ ହେଉଛି ଈଶ୍ୱର କିଏ ଯୀଶୁ ସମ୍ପୂର୍ଣ୍ଣ ରୂପେରେ ପ୍ରକାଶ କରନ୍ତି, କାରଣ ସେ ସ୍ଵୟଂ ଈଶ୍ୱର ଅଟନ୍ତି।

“ଈଶ୍ୱରଙ୍କ ବାକ୍ୟକୁ” ଅନ୍ୟ ଶବ୍ଦରେ “ସତ୍ୟମୟ ବାକ୍ୟ” କୁହାଯାଏ, ଯାହା ତାହାଙ୍କ ବାର୍ତ୍ତା ଏବଂ ଶିକ୍ଷା ଅଟେ। ଏହା କେବଳ ସାଧରଣ ଏକ ବାକ୍ୟକୁ ବୁଝାଏ ନାହିଁ।

  • ଈଶ୍ଵର ନିଜ ବିଷୟରେ ଲୋକମାନଙ୍କୁ ଯାହା କିଛି ଶିକ୍ଷା ଦେଇଛନ୍ତି ତାହା ଈଶ୍ଵରଙ୍କ ସତ୍ୟର ବାକ୍ୟ ଅଟେ, ତାହାଙ୍କର ସୃଷ୍ଟି, ଓ ଖ୍ରୀଷ୍ଟ ଯୀଶୁ ଦ୍ୱାରା ତାହାଙ୍କର ଉଦ୍ଧାରର ଯୋଜନା ଅନ୍ତର୍ଭୁକ୍ତ ଅଟେ।
  • ଯାହା ଈଶ୍ଵର ଆମ୍ଭମାନଙ୍କୁ କହିଛନ୍ତି ତାହା ସତ୍ୟ, ବିଶ୍ୱାସଯୋଗ୍ୟ ଓ ବାସ୍ତବ ଅଟେ ବୋଲି ଏହି ଶବ୍ଦ ଏହାକୁ ଗୁରୁତ୍ୱ ଦିଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ  ଉପରେ ନିର୍ଭର କରି, ଭିନ୍ନ ପ୍ରକାରରେ ଏହାକୁ ଅନୁବାଦ କଲେ “ଯିହୋବାଙ୍କ ବାର୍ତ୍ତା” କିମ୍ବା“ଈଶ୍ୱରଙ୍କ ବାର୍ତ୍ତା” କିମ୍ବା “ଈଶ୍ୱରଙ୍କ ଶିକ୍ଷା“ ଅନ୍ତର୍ଭୁକ୍ତ ଅଟେ।
  • ଏହା କେତେକ ଭାଷାରେ ବହୁ ବଚନ କରିବା ଅତି ସ୍ୱାଭାବିକ ହୋଇପାରେ “ଈଶ୍ୱରଙ୍କ ବାକ୍ୟଗୁଡ଼ିକ” କିମ୍ବା “ଯିହୋବାଙ୍କ ବାକ୍ୟଗୁଡ଼ିକ।"
  • “ଯିହୋବାଙ୍କ ବାକ୍ୟ ଆସିଲେ“ ଅଭିବ୍ୟକ୍ତି ଅନେକ ସମୟରେ ଏପରି କିଛି ପରିଚିତ କରାଇବା ପାଇଁ ବ୍ୟବହୃତ ହୁଏ ଯାହା ଈଶ୍ୱରଙ୍କ ତାହାଙ୍କ ଭବିଷ୍ୟବକ୍ତାଗଣକୁ କିମ୍ବା ତାହାଙ୍କ ଲୋକମାନଙ୍କୁ କହିଲେ। ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ ଯଥା “ଯୋହୋବା ଏହି ବାକ୍ୟ କହିଲେ“ କିମ୍ବା “ଯିହୋବା ଏହିସବୁ ବାକ୍ୟ କହିଲେ।"
  • “ଧର୍ମଶାସ୍ତ୍ର“ କିମ୍ବା“ଧର୍ମଶାସ୍ତ୍ରଗୁଡ଼ିକ” ଶବ୍ଦକୁ “ଲେଖା” କିମ୍ବା“ଈଶ୍ୱରଙ୍କର ଲିଖିତ ବାର୍ତ୍ତା “ ବୋଲି ଅନୁବାଦ କରାଯାଇପାରେ । ଏହି ବ୍ୟବହୃତ ଭାଷାକୁ "ବାକ୍ୟ" ଶବ୍ଦର ଅନୁବାଦଠାରୁ ଭିନ୍ନ ରୂପରେ ଅନୁବାଦ କରିବା ଆବଶ୍ୟକ ଅଟେ।
  • ଯେତେବେଳେ କେବଳ “ବାକ୍ୟ“ ଶବ୍ଦ ଆସେ  ଏବଂ ଏହା ଈଶ୍ୱରଙ୍କ ବାକ୍ୟକୁ ବୁଝାଏ, ଏହାକୁ “ବାର୍ତ୍ତା  କିମ୍ବା “ଈଶ୍ୱରଙ୍କ ବାକ୍ୟ” କିମ୍ବା “ଶିକ୍ଷା” ବୋଲି ଅନୁବାଦ କରାଯାଇପାରେ । ପୁନଶ୍ଚ ଉପରୋକ୍ତ ବିକଳ୍ପ ଅନୁବାଦଗୁଡ଼ିକୁ ମଧ୍ୟ ଦେଖନ୍ତୁ।
  • ଯେତେବେଳେ ବାଇବେଲ ଯୀଶୁଙ୍କୁ “ବାକ୍ୟ” ବୋଲି ଉଲ୍ଲେଖ କରେ ତେବେ ଏହି ବାକ୍ୟକୁ “ବାର୍ତ୍ତା” କିମ୍ବା “ସତ୍ୟ“ ବୋଲି ଅନୁବାଦ କରାଯାଇପାରେ ।
  • “ସତ୍ୟମୟ  ବାକ୍ୟକୁ” “ଈଶ୍ୱରଙ୍କ ସତ୍ୟ ବାର୍ତ୍ତା  ବା ବାର୍ତ୍ତା” କିମ୍ବା “ଈଶ୍ୱରଙ୍କ ବାକ୍ୟ ଯାହା ସତ୍ୟ ଅଟେ“ ବୋଲି ଅନୁବାଦ କରାଯାଇପାରେ ।
  • ଏହି ଶବ୍ଦର ଅନୁବାଦରେ ସତ୍ୟ ହେବାର ଅର୍ଥ ଅନ୍ତର୍ଭୂକ୍ତ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ ।

( ଭବିଷ୍ୟତବକ୍ତା, ସତ୍ୟ, ସଦାପ୍ରଭୁ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 25:7 ଈଶ୍ୱରଙ୍କ ବାକ୍ୟରେ ସେ ତାହାଙ୍କ ଲୋକମାନଙ୍କୁ ଆଜ୍ଞା ଦିଅନ୍ତି, “କେବଳ ତୁମ୍ଭେମାନେ ତୁମ୍ଭର ପ୍ରଭୁ ଈଶ୍ୱରଙ୍କ ଉପାସନା କରିବ ଓ ତାହାଙ୍କର ସେବା କରିବ।"
  • 33:6 ଯୀଶୁ ବ୍ୟାଖ୍ୟା କଲେ, “ବିହନ ଈଶ୍ୱରଙ୍କ ବାକ୍ୟ ଅଟେ।
  • 42:3 ତେବେ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଖ୍ରୀଷ୍ଟଙ୍କ ବିଷୟରେ କଅଣ କହେ ବ୍ୟାଖ୍ୟା କଲେ।
  • 42:7 ଯୀଶୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ ମୋ ବିଷୟରେ ଈଶ୍ୱରଙ୍କ ବାକ୍ୟରେ ଯାହା କିଛି ଉଲ୍ଲେଖ ଅଛି ତାହା ପୂର୍ଣ୍ଣ ହେବ।” ତେବେ ସେ ସେମାନଙ୍କ ବୁଦ୍ଧିକୁ ଉନ୍ମୁକ୍ତ କଲେ ଯେପରି ସେମାନେ ଈଶ୍ୱରଙ୍କ ବାକ୍ୟ ବୁଝି ପାରିବେ।
  • 45:10 ଯୀଶୁଙ୍କ ସୁସମାଚାର କହିବା ପାଇଁ ଫିଲିପ ଅନ୍ୟ ଧର୍ମଶାସ୍ତ୍ରଗୁଡ଼ିକ ମଧ୍ୟ ବ୍ୟବହାର କରିଥିଲେ।
  • 48:12 କିନ୍ତୁ ଯୀଶୁ ସମସ୍ତ ଭବିଷ୍ୟବକ୍ତା ମଧ୍ୟରୁ ସର୍ବଶ୍ରେଷ୍ଟ ଅଟନ୍ତି। ସେ ଈଶ୍ୱରଙ୍କ ବାକ୍ୟ ଅଟନ୍ତି।
  • 49:18 ଈଶ୍ଵର ତୁମ୍ଭକୁ ପ୍ରାର୍ଥନା କରିବାକୁ, ତାହାଙ୍କର ବାକ୍ୟ ଅଧ୍ୟୟନ କରିବା ନିମନ୍ତେ, ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ତାହାଙ୍କ ଉପାସନା କରିବାକୁ କହନ୍ତି ଏବଂ ଅନ୍ୟମାନଙ୍କୁ ସେ ତୁମ୍ଭ ମାନଙ୍କ ପାଇଁ କଅଣ କରିଅଛନ୍ତି ତାହା କହିବାକୁ କହନ୍ତି।

ଶବ୍ଦବିନ୍ୟାସ:

  • Strong’s: H0561, H0565, H1697, H3068, G30560, G44870

ଈଶ୍ଵରଙ୍କ ରାଜ୍ୟ, ସ୍ୱର୍ଗରାଜ୍ୟ

ପରିଭାଷା:

”ଈଶ୍ଵରଙ୍କ ରାଜ୍ୟ,” ଏବଂ  “ସ୍ୱର୍ଗରାଜ୍ୟ” ଏହି ଉଭୟ ଶବ୍ଦ ତାହାଙ୍କ ଲୋକ ପ୍ରତି ଓ ସମସ୍ତ ସୃଷ୍ଟି ଉପରେ ଈଶ୍ଵରଙ୍କର ଶାସନ ଓ ଅଧିକାରକୁ ଦର୍ଶାଏ I

  • ଯିହୁଦୀ ଲୋକମାନେ ଅନେକ ସମୟରେ “ଈଶ୍ଵର” ଙ୍କୁ ସମ୍ବୋଧିତ କରିବାକୁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରନ୍ତି, କାରଣ ତାହାଙ୍କର ନାମ ସିଧାସଳଖ ବ୍ୟବହାର କରନ୍ତି ନାହିଁ I ( ଲକ୍ଷଣାତ୍ମକ ଶବ୍ଦ ଦେଖନ୍ତୁ )
  • ନୂତନ ନିୟମରେ ମାଥିଉ ତାହାଙ୍କର ପୁସ୍ତକରେ “ଈଶ୍ଵରଙ୍କର ରାଜ୍ୟ” ବଦଳରେ “ସ୍ୱର୍ଗ ରାଜ୍ୟ” ଲେଖନ୍ତି କାରଣ ସେ ମୁଖ୍ୟତଃ ଯିହୁଦୀ ପାଠକମାନଙ୍କ ନିମନ୍ତେ ଏହା ଲେଖୁଥିଲେ I
  • “ଈଶ୍ଵରଙ୍କର ରାଜ୍ୟ” ଏହା ଦର୍ଶାଏ ଯେ ପ୍ରଭୁ ତାହାଙ୍କ ଲୋକମାନଙ୍କୁ ଆତ୍ମିକ ଶାସନ ସହିତ ଭୌତିକ ଶାସନ ମଧ୍ୟ କରନ୍ତି I
  • ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନେ କହିଥିଲେ ଯେ ଈଶ୍ଵର ଖ୍ରୀଷ୍ଟଙ୍କୁ ଧାର୍ମିକ ଭାବରେ ଶାସନ କରିବାକୁ ପଠାଇବେ | ଈଶ୍ଵରଙ୍କ ପୁତ୍ର ଯୀଶୁ ହେଉଛନ୍ତି ଖ୍ରୀଷ୍ଟ, ଯିଏ ଈଶ୍ଵରଙ୍କ ରାଜ୍ୟ ଉପରେ ଚିରଦିନ ପାଇଁ ଶାସନ କରିବେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ  ଉପରେ ଆଧାର କରି, “ଈଶ୍ଵରଙ୍କର ରାଜ୍ୟ” ବାକ୍ୟାଂଶକୁ “ଈଶ୍ଵରଙ୍କର ଶାସନ (ଏକ ରାଜାପରି )” କିମ୍ବା “ଈଶ୍ଵର ଯେବେ ଏକ ରାଜା ପରି ରାଜତ୍ୱ କରନ୍ତି “କିମ୍ବା “ଈଶ୍ଵରଙ୍କର ଶାସନ ସମସ୍ତ ବସ୍ତୁ ଉପରେ “ବୋଲି  ଅନୁବାଦ କରାଯାଇପାରେ I
  • “ସ୍ୱର୍ଗ ରାଜ୍ୟ” ଶବ୍ଦକୁ “ପ୍ରଭୁ ସ୍ୱର୍ଗରୁ ରାଜା ଭାବେ ଶାସନ କରନ୍ତି” କିମ୍ବା “ସ୍ୱର୍ଗର ଈଶ୍ଵର ରାଜତ୍ୱ କରନ୍ତି “କିମ୍ବା “ସ୍ୱର୍ଗର ରାଜା “କିମ୍ବା “ସ୍ୱର୍ଗ ସମସ୍ତ ବିଷୟ ଉପରେ ରାଜତ୍ଵ କରନ୍ତି “ ବୋଲି ଅନୁବାଦ କରାଯାଇପାରେ I ଯଦି ଏହା ସାଧାରଣ ଓ ସ୍ପଷ୍ଟ ଭାବେ ଅନୁବାଦ କରିବା ସମ୍ଭବ ନୁହେଁ ଏହି ବାକ୍ୟାଂଶକୁ ““ଈଶ୍ଵରଙ୍କର ରାଜ୍ୟ” ବୋଲି ଅନୁବାଦ କରାଯାଇପାରେ I
  • କେତେକ ଅନୁବାଦକ “ସ୍ୱର୍ଗ” ଶବ୍ଦକୁ ବଡ଼ ଅକ୍ଷରରେ ଲେଖନ୍ତି ଯାହା ଈଶ୍ଵରଙ୍କୁ ଦର୍ଶାଏ I ଅନ୍ୟମାନେ ଏକ ବାକ୍ୟରେ ଏକ ଟିପ୍ପଣୀ ଅନ୍ତର୍ଭୁକ୍ତ କରନ୍ତି, ଯେପରିକି “ସ୍ୱର୍ଗ ରାଜ୍ୟ (ଯାହା, ““ଈଶ୍ଵରଙ୍କର ରାଜ୍ୟ”) ଅଟେ I
  • ବାଇବେଲରେ ପୁସ୍ତକର ନିମ୍ନ ଭାଗର ପାଦଟିକାକୁ ” ସ୍ୱର୍ଗ” ର ଅର୍ଥକୁ ବୁଝିବା ନିମନ୍ତେ ମଧ୍ୟ ବ୍ୟବହାର କରାଯାଇପାରେ I

(ଈଶ୍ଵର, ସ୍ୱର୍ଗ, ରାଜା, ରାଜ୍ୟ, ଯିହୁଦୀମାନଙ୍କ ରାଜା, ରାଜତ୍ୱ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 24:2 ସେ (ଯୋହନ) ସେହି ଲୋକମାନଙ୍କୁ “ଅନୁତାପ କର, କାରଣ ଈଶ୍ଵରଙ୍କର ରାଜ୍ୟ ସନ୍ନିକଟ ଅଟେ ବୋଲି ପ୍ରଚାର କଲେ I
  • 28:6 ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ଧନୀମାନଙ୍କ ନିମନ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ଅତି କଠିନ ଅଟେ I ହଁ, ଓଟର ଛୁଞ୍ଚିର ଛିଦ୍ର ଦେଇ ପ୍ରବେଶ କରିବା ଅତି ସହଜ କିନ୍ତୁ ଧନୀ ବ୍ୟକ୍ତିର ଈଶ୍ଵରଙ୍କର ରାଜ୍ୟରେ ପ୍ରବେଶ କରିବା କଠିନ ଅଟେ I
  • 29:2 ଯୀଶୁ କହିଲେ, ଈଶ୍ଵରଙ୍କର ରାଜ୍ୟ ଏକ ରାଜା ପରି ନିଜ ଦାସ ସହିତ ଆୟ ବ୍ୟୟର ହିସାବ କରିବାକୁ ଚାହିଁଲେ I
  • 34:1 ଯୀଶୁ ଈଶ୍ଵରଙ୍କର ରାଜ୍ୟ ବିଷୟରେ ଅନେକ କାହାଣୀ କହିଲେ I ଉଦାହରଣ ସ୍ୱରୂପ ସେ କହିଲେ, ଈଶ୍ଵରଙ୍କର ରାଜ୍ୟ ଏକ ସୋରିଷ ଦାନା ପରି ଯେ ନିଜ କ୍ଷେତ୍ରରେ ରୋପଣ କଲେ I
  • 34:3 ଯୀଶୁ ଆଉ ଏକ କାହାଣୀ କହିଲେ, ଈଶ୍ଵରଙ୍କର ରାଜ୍ୟ ଖମୀର ତୁଲ୍ୟ ଯାହାକୁ ଏକ ସ୍ତ୍ରୀ ଅଟାରେ ମିଶ୍ରଣ କଲା ଯେ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ଅଟାରେ ମିଶି ନ ଯାଏ I
  • 34:4 ଈଶ୍ଵରଙ୍କର ରାଜ୍ୟଏକ ଗୁପ୍ତଧନ ସ୍ୱରୂପ ଯାହାକୁ କେହି ଜଣେ କ୍ଷେତ୍ରରେ ଲୁଚାଇ ରଖିଲା I ଆଉ ଏକ ବ୍ୟକ୍ତି ତାହା ପାଇ ପୁଣିଥରେ ଲୁଚାଇଲା I”
  • 34:5 ଈଶ୍ଵରଙ୍କର ରାଜ୍ୟଏକ ବହୁମୂଲ୍ୟ ମୋତି ପରି ଅଟେ I”
  • 42:9 ସେ ତାହାଙ୍କ ଶିଷ୍ୟମାନଙ୍କୁ ଅନେକ ପ୍ରମାଣ ଦେଇ ଜଣାଇଲେ କି ସେ ଜୀବିତ ଅଛନ୍ତି ଓ ସେ ସେହିମାନଙ୍କୁ ଈଶ୍ଵରଙ୍କର ରାଜ୍ୟ ବିଷୟରେ ଶିକ୍ଷା ଦେଲେ I
  • 49:5 ଯୀଶୁ କହିଲେ ଯେ ଈଶ୍ଵରଙ୍କର ରାଜ୍ୟ ଜଗତର ସମସ୍ତ ବସ୍ତୁ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ I
  • 50:2 ଯେତେବେଳେ ଯୀଶୁ ଜଗତରେ ବାସ କରୁଥିଲେ ସେ କହିଲେ, “ମୋର ଶିଷ୍ୟମାନେ ଈଶ୍ଵରଙ୍କର ରାଜ୍ୟ ବିଷୟରେ ସମସ୍ତ ଲୋକମାନଙ୍କୁ ଜଗତର ଶେଷଜାଏ ସୁସମାଚାର ପ୍ରଚାର କରିବେ I

ଶବ୍ଦବିନ୍ୟାସ :

  • Strong’s: G09320, G23160, G37720

ଈଶ୍ୱର ନିନ୍ଦା,ଈଶ୍ୱର ନିନ୍ଦା କରିବା, ନିନ୍ଦା

ପରିଭାଷା:

ବାଇବେଲରେ "ନିନ୍ଦା" ଶବ୍ଦକୁ ଅନ୍ୟ ଲୋକମାନଙ୍କୁ କିମ୍ବା ଈଶ୍ୱରଙ୍କୁ ଗଭୀର ଅସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ବ୍ୟବହୃତ ׀ ଜଣେ ବ୍ୟକ୍ତିକୁ "ନିନ୍ଦା କରିବା" ଅର୍ଥ ସେହି ବ୍ୟକ୍ତି ବିରୋଧରେ କହିବା ଯାହା ଫଳରେ ଅନ୍ୟ ଲୋକମାନେ ସେହି ବ୍ୟକ୍ତି ପ୍ରତି ଖରାପ ଧାରଣା ପ୍ରକାଶ କରିବେ ׀

  • ମୁଖ୍ୟତଃ ଈଶ୍ୱରଙ୍କୁ ନିନ୍ଦା କରିବା ଅର୍ଥ ତାହାଙ୍କ ବିଷୟରେ ମିଥ୍ୟା କଥା କହିବା କିମ୍ବା ଅପମାନ କରିବା କିମ୍ବା ଅନୈତିକ କଥା କହି ଅସମ୍ମାନ କରିବା ଅଟେ ׀
  • ଈଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ଦାବି କରିବା ଏବଂ ଗୋଟିଏ ସତ୍ୟ ଈଶ୍ୱର ବ୍ୟତିତ ଅନ୍ୟ ଏକ ଈଶ୍ୱର ଅଛନ୍ତି ବୋଲି କହିବା ଈଶ୍ୱର ନିନ୍ଦା ଅଟେ ׀
  • କେତେକ ଇଂରାଜୀ ସଂସ୍କରଣ ଏହି ଶବ୍ଦକୁ “ନିନ୍ଦା” ବୋଲି  ଅନୁବାଦ କରେ ବିଶେଷ କରି ଯେତେବେଳେ ଏହା ନିନ୍ଦା କରିବା ଲୋକମାନଙ୍କୁ ସୂଚାଏ ׀

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • "ନିନ୍ଦା କରିବା" ଶବ୍ଦକୁ "କାହା ବିରୋଧରେ ଖରାପ କଥା କହିବା" କିମ୍ବା "ଈଶ୍ୱରଙ୍କୁ ଅସମ୍ମାନ କରିବା" କିମ୍ବା “ନିନ୍ଦା କରିବା” ବୋଲି ଅନୁବାଦ କରାଯାଇପାରେ ׀
  • "ନିନ୍ଦା କରିବା" ଶବ୍ଦକୁ  "ଅନ୍ୟ ଲୋକମାନଙ୍କ ବିରୋଧରେ ଭୁଲ ବିଷୟ କହିବା" କିମ୍ୱା "ତିରସ୍କାର କରିବା" କିମ୍ବା  "ଭୁଲ ଘଟଣାବଳୀ ପ୍ରଚାର କରିବା” ବୋଲି  ଅନୁବାଦ କରାଯାଇପାରେ ׀

( ଅସମ୍ମାନ, ନିନ୍ଦା ଦେଖନ୍ତୁ)

ବାଇବେଲ ପଦପର୍ବ

ଶବ୍ଦବିନ୍ୟାସ :

  • Strong’s: H1288, H1442, H2778, H5006, H5007, H5344, G09870, G09880, G09890

ଈଶ୍ୱରଙ୍କ ଗୃହ, ଯିହୋବାଙ୍କ ଗୃହ

ପରିଭାଷା:

ବାଇବଲରେ, “ଈଶ୍ଵଶ୍ୱରଙ୍କ ଗୃହ” ଓ “ଯିହୋବାଙ୍କ ଗୃହ“ ବାକ୍ୟାଂଶ ସେହି ସ୍ଥାନକୁ ବୁଝାଏ ଯେଉଁଠାରେ ଈଶ୍ୱର ଆରାଧନା କରାଯାଆନ୍ତି I

  • ଏହି ଶବ୍ଦ ବିଶେଷ ଭାବରେ  ତମ୍ୱୁକୁ ଓ ମନ୍ଦିରକୁ ବୁଝାଏ I
  • କେତେକ ସମୟରେ “ଈଶ୍ୱରଙ୍କ ଗୃହ ଈଶ୍ୱରଙ୍କ ଲୋକମାନଙ୍କୁ ବୁଝାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

·        ଯେତେବେଳେ ଏହା ଏକ ଉପାସନାର ସ୍ଥାନକୁ ଦର୍ଶାଏ, ଏହି ଶବ୍ଦକୁ “ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ଏକ ଗୃହ” କିମ୍ବା “ଏକ ସ୍ଥାନ ଯେଉଁଠାରେ ଈଶ୍ଵରଙ୍କୁ ଉପାସନା କରାଯାଏ“ ବୋଲି ଅନୁବାଦ କରାଯାଇପାରେ I

·        ଯଦି ଏହା ତମ୍ୱୁ କିମ୍ବା ମନ୍ଦିରକୁ ଦର୍ଶାଏ, ଏହାକୁ “ମନ୍ଦିର ଯେଉଁଠାରେ ଈଶ୍ଵଶ୍ୱର ଉପାସନା କରାଯା’ନ୍ତି( “ତମ୍ୱୁ”)” କିମ୍ବା “ଯେଉଁଠାରେ ଈଶ୍ୱର ବାସ କରନ୍ତି“ କିମ୍ବା (“ଈଶ୍ୱର ଯେଉଁଠାରେ ନିଜ ଲୋକମାନଙ୍କ ସହ ସାକ୍ଷାତ କରନ୍ତି ଏବଂ ଲୋକମାନଙ୍କ ଦ୍ଵାରା ଉପାସନା କରାଯା’ନ୍ତି“) ବୋଲି ଅନୁବାଦ କରାଯାଇପାରେ I

·        “ଗୃହ“ ଶବ୍ଦକୁ ଈଶ୍ଵର ସେଠାରେ ବାସ କରନ୍ତି ବୋଲି ଦର୍ଶାଇବାକୁ ବ୍ୟବହାର କରିବା ଗୁରୁତ୍ଵପୂର୍ଣ୍ଣ  ହୋଇପାରେ ତାହା ତାହାଙ୍କ ଆତ୍ମା ଅଟେ ଯାହା ସେହି ସ୍ଥାନରେ ବାସ କରନ୍ତି, ତାହାଙ୍କ ଲୋକମାନଙ୍କ ସହସାକ୍ଷାତ କରିବା ନିମନ୍ତେ ଓ ସେମାନଙ୍କ ଦ୍ୱାରା ଉପାସନ କରାଯିବା ନିମନ୍ତେ I

ଈଶ୍ୱରଙ୍କ ଲୋକତମ୍ୱୁମନ୍ଦିର: ଦେଖନ୍ତୁ)

ବାଇବଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong's: H426, H430, H1004, H1005, H3068, G2316, G3624

ଈଶ୍ୱରଙ୍କ ଲୋକ

ପରିଭାଷା:

“ଈଶ୍ୱରଙ୍କ ଲୋକ” ବାକ୍ୟାଂଶଟି ବାଇବେଲରେ ସେହି ଲୋକଗୋଷ୍ଠୀକୁ ସୂଚାଏ ଯେଉଁମାନଙ୍କ ସହ ଈଶ୍ୱର ଏକ ବିଶେଷ ନିୟମ ସମ୍ପର୍କ ସ୍ଥାପନ କରିଛନ୍ତିI

  • ପୁରାତନ ନିୟରେ “ଈଶ୍ଵରଙ୍କ ଲୋକ” ବାକ୍ୟାଂଶଟି ଇସ୍ରାଏଲ ଦେଶକୁ ସୂଚାଏ I ଇସ୍ରାଏଲ ଦେଶକୁ ଈଶ୍ଵର ସ୍ଵୟଂ ମନୋନୀତ କରିଥିଲେ ଏବଂ ତାହାଙ୍କର ସେବା ଏବଂ ଆଜ୍ଞାକାରୀ ହେବା ପାଇଁ ଜଗତର ଅନ୍ୟ ଦେଶଗୁଡ଼ିକ ମଧ୍ୟରୁ ପୃଥକ ରଖିଥିଲେ I
  • ନୂତନ ନିୟମରେ, “ଈଶ୍ୱରଙ୍କ ଲୋକ” ବାକ୍ୟାଂଶଟି ବିଶେଷ ଭାବରେ ମଣ୍ଡଳୀକୁ ଅର୍ଥାତ ସେସମସ୍ତେ ଯିଏ ଯୀଶୁଙ୍କୁ ବିଶ୍ଵାସ କରେ ସେମାନଙ୍କୁ ସୂଚାଏ I ଏହା ଉଭୟ ଯିହୁଦୀ ଏବଂ ବିଜାତିମାନଙ୍କୁ ଅନ୍ତର୍ଭୁକ୍ତ କରେ I ନୂତନ ନିୟମରେ, ବେଳେବେଳେ ଏହି ଗୋଷ୍ଠୀକୁ “ଈଶ୍ଵରରଙ୍କ ପୁତ୍ର” କିମ୍ବା “ଈଶ୍ଵରଙ୍କ ସନ୍ତାନ” କୁହାଯାଏ |
  • ଯେବେ ଈଶ୍ଵର “ମୋହର ଲୋକ” ବକ୍ୟାଂଶକୁ ବ୍ୟବହାର କରନ୍ତି ସେତେବେଳେ ସେ ତାହାଙ୍କ ସହିତ ନିୟମ ସମ୍ପର୍କକୁ ସ୍ଥାପନ କରିଥିବା ଲୋକମାନଙ୍କୁ ସୂଚାନ୍ତି I ଈଶ୍ଵରଙ୍କ ଲୋକ ଈଶ୍ଵରଙ୍କ ଦ୍ଵାରା ମନୋନୀତ ଅଟନ୍ତି ତେଣୁ ସେମାନେ ଈଶ୍ଵରଙ୍କୁ ପ୍ରସନ୍ନ କରିବା ଭୋଳି ଜୀବନଯାପନ କରିବା ଉଚିତ ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଈଶ୍ୱରଙ୍କ ଲୋକ” ଶବ୍ଦକୁ  “ଈଶ୍ୱରଙ୍କ ଲୋକମାନେ” କିମ୍ବା “ଈଶ୍ୱରଙ୍କ ସେବା କରୁଥିବା ଲୋକମାନେ” କିମ୍ୱା “ଯେଉଁ ଲୋକମାନେ ଈଶ୍ୱରଙ୍କ ସେବା କରନ୍ତି” କିମ୍ୱା “ଯେଉଁ ଲୋକମାନେ ଈଶ୍ୱରଙ୍କ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I
  • ଯେବେ ଈଶ୍ୱର “ ମୋହର ଲୋକ” ବୋଲି କହନ୍ତି ସେହି ବାକ୍ୟାଂଶକୁ “ଆମ୍ଭେ ମନୋନୀତ କରିଥିବା ଲୋକମାନେ” କିମ୍ୱା “ମୋହର ଉପାସନା କରୁଥିବା ଲୋକମାନେ” କିମ୍ବା “ଆମ୍ଭର ନିଜର ଲୋକମାନେ” ବୋଲି ଅନୁବାଦ କରାଯାଇପାରେ I
  • ସେହିପରି “ତୁମ୍ଭର ଲୋକ” ବାକ୍ୟାଂଶକୁ “ତୁମ୍ଭର ନିଜର ଲୋକମାନେ” କିମ୍ୱା “ତୁମ୍ଭର ନିଜସ୍ୱ ହେବା ନିମନ୍ତେ ତୁମ୍ଭ ଦ୍ୱାରା ମନୋନୀତ ଲୋକମାନେ” ବୋଲି ଅନୁବାଦ କରାଯାଇପାରେ I
  • ଆହୁରି ମଧ୍ୟ “ତାହାଙ୍କ ଲୋକ” ବାକ୍ୟାଂଶକୁ “ତାହାଙ୍କ ନିଜସ୍ୱ ଲୋକମାନେ “କିମ୍ୱା “ଈଶ୍ୱରଙ୍କ ନିଜସ୍ୱ ହେବା ନିମନ୍ତେ ତାହାଙ୍କ ଦ୍ୱାରା ମନୋନୀତ ଲୋକମାନେ” ବୋଲି ଅନୁବାଦ କରାଯାଇପାରେ I

ଇସ୍ରାଏଲଲୋକଗୋଷ୍ଠୀ:   ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H430, H5971, G2316, G2992

ଉତ୍ତମ ବାର୍ତ୍ତା, ସୁସମାଚାର

ପରିଭାଷା:

“ସୁସମାଚାର” ଶବ୍ଦର ଆକ୍ଷରିକ ଅର୍ଥ “ଉତ୍ତମ ବାର୍ତ୍ତା” ଅଟେ ଏବଂ ଏହା ଏକ ସମ୍ୱାଦ କିମ୍ବା ଘୋଷଣାକୁ ବୁଝାଏ ଯାହା ଲୋକମାନଙ୍କ ନିମନ୍ତେ ଲାଭଦାୟକ ଅଟେ ଏବଂ ସେମାନଙ୍କୁ ଆନନ୍ଦ ପ୍ରଦାନ କରେ I

  • ବାଇବେଲରେ ଏହି ଶବ୍ଦ ସାଧାରତଃ ଈଶ୍ୱର ଯୀଶୁଙ୍କ କ୍ରୁଶରେ ବଳି ଦ୍ୱାରା ଲୋକମାନଙ୍କୁ ଉଦ୍ଧାର କରିବା ସମ୍ୱାଦକୁ ବୁଝାଏ I
  • ଅନେକ ଇଂରାଜୀ ବାଇବେଲରେ, “ଉତ୍ତମ ବାର୍ତ୍ତା” କୁ ସାଧାରଣତଃ “ସୁସମାଚାର” gospel ବୋଲି ଅନୁବାଦ କରାଯାଇଅଛି ଏବଂ “ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର“ କିମ୍ବା “ଈଶ୍ୱରଙ୍କ ସୁସମାଚାର” କିମ୍ବା “ରାଜ୍ୟର ସୁସମାଚାର” ବୋଲି ବ୍ୟବହାର କରାଯାଇଅଛି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ଉତ୍ତମ ବାର୍ତ୍ତା” କିମ୍ବା “ଉତ୍ତମ ଘୋଷଣା “କିମ୍ବା “ଈଶ୍ୱରଙ୍କ ଉଦ୍ଧାରର ବାର୍ତ୍ତା “କିମ୍ବା “ଈଶ୍ୱର ଯୀଶୁଙ୍କ ବିଷୟରେ ଉତ୍ତମ ବିଷୟ ଶିକ୍ଷା ଦେଉଛନ୍ତି” ବୋଲି ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗ ଉପରେ ଆଧାର କରି, ଏହି “ସୁସମାଚାର” ବାକ୍ୟାଂଶକୁ “ସୁସମାଚାର/ ଖବର ବିଷୟରେ” କିମ୍ବା “ସୁସମାଚାର ଠାରୁ” କିମ୍ବା “ଉତ୍ତମ ବିଷୟ ଯାହା ଈଶ୍ଵର ଆମ୍ଭମାନଙ୍କୁ କହନ୍ତି” କିମ୍ବା “କିମ୍ବା “ଈଶ୍ଵର ଲୋକସମୂହକୁ କିପରି ଉଦ୍ଧାର କରନ୍ତି” ବୋଲି ଅନୁବାଦ କରାଯାଇପାରେ I

(ରାଜ୍ୟବଳିଦାନଉଦ୍ଧାର: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହଣଗୁଡ଼ିକ:

  • 23:6 ଦୂତ କହିଲେ, “ଭୟ କର ନାହିଁ, କାରଣ ତୁମ୍ଭ ନିମନ୍ତେ ମୋ ପାଖରେ ସୁସମାଚାର ଅଛି I ଖ୍ରୀଷ୍ଟ, ମସୀହ, ବେଥଲିହିମରେ ଜନ୍ମଗ୍ରହଣ କରିଛନ୍ତି!”
  • 26:3 ଯୀଶୁ ପାଠକଲେ, ଈଶ୍ଵର ମୋତେ ତାଙ୍କର ଆତ୍ମା ଦେଇଛନ୍ତି, ଯେପରି ମୁଁ ଦରିଦ୍ର ଲୋକମାନଙ୍କୁ ସୁସମାଚାର ପ୍ରଚାର କରିପାରିବି, ବନ୍ଦୀମାନଙ୍କୁ ସ୍ୱାଧୀନତା, ଅନ୍ଧମାନଙ୍କ ପାଇଁ ଦୃଷ୍ଟିଶକ୍ତି  ଏବଂ ଦଳିତମାନଙ୍କୁ ମୁକ୍ତ କରିପାରିବି | ଏହା ପ୍ରଭୁଙ୍କ କୃପା ବର୍ଷ।”
  • 45:10 ଫିଲିପ୍ପ ଧର୍ମ ଶାସ୍ତ୍ର ବ୍ୟବହାର କରି ତାହାକୁ ଯୀଶୁଙ୍କ ବିଷୟରେ ସୁସମାଚାର କହିଲେ I
  • 46:10 ତତ୍ପରେ ସେମାନଙ୍କୁ ଯୀଶୁଙ୍କ ବିଷୟରେ ସୁସମାଚାର ଭିନ୍ନଭିନ୍ନ ସ୍ଥାନରେ ପ୍ରଚାର କରିବାକୁ ପଠାଇଲେ I
  • 47:1 ଦିନେ, ପାଉଲ ଏବଂ ତାହାର ବନ୍ଧୁ ଶୀଲା ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରିବାକୁ ଫିଲିପ୍ପୀ ସହରକୁ ଗଲେ I
  • 47:13 ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର ହେବାକୁଲାଗିଲା, ଏବଂ ମଣ୍ଡଳୀ ବୃଦ୍ଧି ପାଇବାକୁଲାଗିଲା I
  • 50:1 ପ୍ରାୟ 2000 ବର୍ଷ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ଅଧିକରୁ ଅଧିକ ଲୋକ ଯୀଶୁଙ୍କ ବିଷୟରେ ସୁସମାଚାର ଶୁଣି ଆସୁଅଛନ୍ତି I
  • 50:2 ଯେତେବେଳେ ଯୀଶୁ ଏହି ଦୁନିଆରେ ଥିଲେ, ସେ କହିଲେ, “ମୋହର ଶିଷ୍ୟମାନେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଜଗତର ସମସ୍ତ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିବେ, ତା’ପରେ ଶେଷ ହେବ I
  • 50:3 ଯୀଶୁ ସ୍ୱର୍ଗକୁ ଯିବା ପୂର୍ବରୁ, ଯେଉଁ ଲୋକମାନେ ସୁସମାଚାର ଶୁଣି ନାହାନ୍ତି ସେହି ଲୋକମାନଙ୍କୁ ସୁସମାଚାର ଘୋଷଣା କରିବାକୁ ସେ ଖ୍ରୀଷ୍ଟିୟାନ ଲୋକମାନଙ୍କୁ କହିଲେ I

ଶବ୍ଦବିନ୍ୟାସ :

  • Strong’s: G2970, G2980, G42830

ଉତ୍ତମ, ଉପଯୁକ୍ତ, ସୁଖଦ, ଅଧିକ ଉତ୍ତମ, ସର୍ବଶ୍ରେଷ୍ଠ,

ପରିଭାଷା:

“ଉତ୍ତମ“ ଶବ୍ଦ ସାଧାରଣତ କୌଣସି ବିଷୟର କିମ୍ବା କାହାର ଗୁଣର ଏକ ସକରାତ୍ମକ ମୂଲ୍ୟାଙ୍କନକୁ ବୁଝାଏ, ପ୍ରାୟତଃ ଏକ ନୌତିକ କିମ୍ବା ଭାବପ୍ରବଣତାକୁ ଦର୍ଶାଏ । ଅବଶ୍ୟ, ଶବ୍ଦଟି ପ୍ରସଙ୍ଗ ଉପରେ ନିର୍ଭର କରି ବାଇବେଲରେ ବିଭିନ୍ନ ପ୍ରକାରର ଭାବ ପ୍ରକାଶ କରେ।

  • କୌଣସି ବିଷୟ ଯାହା “ଉତ୍ତମ” ଅଟେ  ଯାହା ଭାବପ୍ରବଣ ଭାବରେ ସୁଖଦ, ସଦାଚାରପୂର୍ଣ୍ଣ ଭାବରେ ସଠିକ୍, ଉତ୍କୃଷ୍ଟ, ସାହାଯ୍ୟକାରୀ, ଉପଯୁକ୍ତ କିମ୍ବା ଲାଭଦାୟକ ହୋଇପାରେ।
  • ବାଇବେଲରେ, “ଉତ୍ତମ” ଶବ୍ଦର ସାଧାରଣ ଅର୍ଥ ଅଧିକାଂଶ ସମୟରେ “ମନ୍ଦ” ସହିତ ଭିନ୍ନତା ପ୍ରକାଶ କରେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ସ୍ଥାନୀୟ ଭାଷାରେ “ଉତ୍ତମ” ଶବ୍ଦ ପାଇଁ ସାଧାରଣ ଶବ୍ଦ ବ୍ୟବହାର କରାଯିବା ଉଚିତ ଯେଉଁଠାରେ ଏହି ସାଧାରଣ ଅର୍ଥ ସଠିକ୍ ଏବଂ ସ୍ୱାଭାବିକ ଅଟେ, ବିଶେଷ କରି ଯେଉଁଠାରେ ଏହା ମନ୍ଦ ଶବ୍ଦର ବିପରୀତ ଅଟେ ।
  • ପ୍ରସଙ୍ଗରେ ନିର୍ଭର କରି ଏହି ଶବ୍ଦକୁ “ଦୟା” କିମ୍ବା “ସର୍ବୋତ୍ତମ“ କିମ୍ବା “ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା“ କିମ୍ବା "ଧାର୍ମିକତା“ କିମ୍ବା “ନୌତିକତାରେ ସରଳ“ କିମ୍ବା “ଲାଭଦାୟକ” ବୋଲି ଅନୁବାଦ କରାଯାଇପାରେ।
  • “ଉତ୍ତମ ଭୂମି“ ବାକ୍ୟାଂଶକୁ  “ଉର୍ବର ଭୂମି” କିମ୍ବା “ଫଳପ୍ରଦ ଭୂମି“ କିମ୍ବା “ଉତ୍ତମ ଶସ୍ୟ“ ଯେପରି “ପ୍ରଚୁର ଫସଲ” କିମ୍ବା “ବହୁଳ ପରିମାଣର ଶସ୍ୟ” ବୋଲି ଅନୁବାଦ କରାଯାଇପାରେ ।
  • “ଉତ୍ତମ କରିବାକୁ“ ବାକ୍ୟାଂଶର ଅର୍ଥ ଏପରି କିଛି କର ଯାହା ଅନ୍ୟମାନଙ୍କ ନିମନ୍ତେ ଲାଭଦାୟକ ହୋଇପାରେ ଯେପରି “ଦୟାଳୁ ହେବା" କିମ୍ବା “ସାହାଯ୍ୟ” କିମ୍ବା କାହାର “ଲାଭଦାୟକ“ କିମ୍ବା "କାହାର ଉନ୍ନତିକରିବା" ବୋଲି ଅନୁବାଦ କରାଯାଇପାରେ।
  • “ବିଶ୍ରାମ ଦିନରେ ଉତ୍ତମ କାର୍ଯ୍ୟ କରିବାର” ଆର୍ଥ "ଏପରି କାର୍ଯ୍ୟ କର ଯାହା ବିଶ୍ରାମ ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ କରିବ" ବୋଲି ଅନୁବାଦ କରାଯାଇପାରେ ।
  • ପ୍ରସଙ୍ଗରେ ଉପରେ ନିର୍ଭର କରି, “ଉତ୍ତମତା ବା ଦୟାଳୁତା”  ବାକ୍ୟାଂଶକୁ “ଆଶୀର୍ବାଦ” କିମ୍ବା “ଦୟା” କିମ୍ବା "ନୌତିକ ସିଦ୍ଧତା" କିମ୍ବା “ଧାର୍ମିକତା” କିମ୍ବା “ଶୁଦ୍ଧତା” ବୋଲି ଅନୁବାଦ କରାଯାଇପାରେ।

(ଧାର୍ମିକ, ଉନ୍ନତି, ମନ୍ଦ ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:4 ଈଶ୍ୱର ଦେଖିଲେ ଯେ ସେ ଯାହା ସୃଷ୍ଟି କରିଅଛନ୍ତି ତାହା ଉତ୍ତମ ଅଟେ।
  • 1:11 ଈଶ୍ୱର ଉତ୍ତମ ଓ ମନ୍ଦର ଜ୍ଞାନ ଦାୟକ ବୃକ୍ଷ ରୋପଣ କଲେ।
  • 1:12 ତହିରେ ଈଶ୍ୱର କହିଲେ, “ମନୁଷ୍ୟର ଏକୁଟିଆ ରହିବା ଉତ୍ତମ ନୁହଁ।"
  • 2:4”ଈଶ୍ୱର ତାହା ଜାଣନ୍ତି ଯେ ଯେତେବେଳେ ତୁମ୍ଭେ ତାହା ଖାଇବ, ତୁମ୍ଭେମାନେ ଈଶ୍ୱରଙ୍କ ପରି ହେବ ଓ ତୁମ୍ଭେମାନେ ତାହାଙ୍କ ପରି ଉତ୍ତମ ଓ ମନ୍ଦ ଜ୍ଞାନ ବୁଝିପାରିବ।
  • 8:12”ତୁମ୍ଭେମାନେ ମୋ ସହିତ ମନ୍ଦ ବ୍ୟବହାର କଲ ଯେତେବେଳେ ତୁମ୍ଭେମାନେ ମୋତେ କ୍ରୀତଦାସ କରି ବିକ୍ରୟ କରି ଦେଲ କିନ୍ତୁ ଈଶ୍ୱର ସେହି ମନ୍ଦତାକୁ ଉତ୍ତମ ନିମନ୍ତେ ବ୍ୟବହାର କଲେ!”
  • 14:15 ଯିହୋଶୂୟ ଜଣେ ଉତ୍ତମ ନେତା ଥିଲେ କାରଣ ସେ ଈଶ୍ୱରଙ୍କୁ ଆସ୍ଥା ରଖିଥିଲେ ଏବଂ ତାହାଙ୍କ ଆଜ୍ଞାକାରୀ ହେଉଥିଲେ।
  • 18:13 ଏମାନଙ୍କ ମଧ୍ୟରୁ କେତେକ ରାଜା ଉତ୍ତମ ପୁରୁଷ ଥିଲେ ଯେଉଁମାନେ ଧର୍ମରେ ଶାସନ ଓ ଈଶ୍ୱରଙ୍କ ଉପାସନା କରୁଥିଲେ।
  • 28:1ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୋତେ କଅଣ କରିବା ଆବଶ୍ୟକ?” ଯୀଶୁ ତାହାକୁ କହିଲେ, “ତୁମ୍ଭେ  କାହିଁକି ମୋତେ ‘ଉତ୍ତମ' କହୁଅଛ?” କେବଳ ଜଣେ ହିଁ ଉତ୍ତମ ଯେ କେବଳ ଈଶ୍ୱର ଅଟନ୍ତି।

ଶବ୍ଦବିନ୍ୟାସ:

  • Strong’s: H0117, H0145, H0155, H0202, H0239, H0410, H1580, H1926, H1935, H2532, H2617, H2623, H2869, H2895, H2896, H2898, H3190, H3191, H3276, H3474, H3788, H3966, H4261, H4399, H5232, H5750, H6287, H6643, H6743, H7075, H7368, H7399, H7443, H7999, H8231, H8232, H8233, H8389, H8458, G00140, G00150, G00180, G00190, G05150, G07440, G08650, G09790, G13800, G20950, G20970, G21060, G21070, G21080, G21090, G21140, G21150, G21330, G21400, G21620, G21630, G21740, G22930, G25650, G25670, G25700, G25730, G28870, G29860, G31400, G36170, G37760, G41470, G46320, G46740, G48510, G52230, G52240, G53580, G55420, G55430, G55440

ଉତ୍ତରାଧିକାରୀ, ଅଧିକାର, ଦାୟାଦ

ପରିଭାଷା:

ପିତାମାତାଙ୍କ ମୃତ୍ୟୁ ପରେ ପିତାମାତାଙ୍କଠାରୁ ମୂଲ୍ୟବାନ ସମ୍ପତ୍ତିକୁ ପ୍ରାପ୍ତ କରିବାକୁ “ଉତ୍ତରାଧିକାରୀ” ଶବ୍ଦ ବୁଝାଏ । ଏକ ବ୍ୟକ୍ତି ସହ ଏକ ବିଶେଷ ସମ୍ପର୍କ ହେତୁ ଏହି ଶବ୍ଦ ସେହି ବ୍ୟକ୍ତିଠାରୁ ମୂଲ୍ୟବାନ ବିଷୟ ଗ୍ରହଣ କରିବାକୁ ମଧ୍ୟ ସୂଚିତ କରିପାରେ । ଏକ “ଉତ୍ତରାଧିକାରୀ” ଅର୍ଥ ପ୍ରାପ୍ତ କରିଥିବା ବିଷୟ, ଏବଂ “ଦାୟାଦ” ଶବ୍ଦର ଅର୍ଥ ସେହି ବ୍ୟକ୍ତି ଯିଏ ଏକ ଉତ୍ତରାଧିକାରୀ ଗ୍ରହଣ କରେ ।

  • ଭୌତିକ ଉତ୍ତରାଧିକାରୀ  ଗ୍ରହଣ କରିବା ଅର୍ଥ, ଭୂମି କିମ୍ବା ଅନ୍ୟ କୌଣସି ସମ୍ପତ୍ତିକୁ ଗ୍ରହଣ କରିବା ଅଟେI
  • ଈଶ୍ଵର  ଅବ୍ରହାମ ଓ ତାହାଙ୍କ ବଂଶଧରକୁ ଏହା ପ୍ରତିଜ୍ଞା କରିଥିଲେ ଯେ ସେମାନେ କିଣାନ ଦେଶର ଅଧିକାରୀ ହେବେ, ଯାହାକି ଚିରଦିନ ସେମାନଙ୍କର ହେବ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଦାୟାଦ କିମ୍ବା ଉତ୍ତରାଧିକାରୀ ପାଇଁ ସ୍ଥାନୀୟ ଭାଷାରେ ଶବ୍ଦ ଅଛି କି ନାହିଁ ପ୍ରଥମେ ବିଚାର କରନ୍ତୁ ଏବଂ ସେହି ଶବ୍ଦଗୁଡ଼ିକ ବ୍ୟବହାର କରନ୍ତୁ I
  • ପ୍ରସଙ୍ଗ ଉପରେ ଆଧାର କରି, “ଅଧିକାର” ଶବ୍ଦକୁ “ଗ୍ରହଣ” କିମ୍ବା “ଅଧିକାରରେ ନେବା “କିମ୍ବା “ସମ୍ପତିକୁ ପାଇବା “ବୋଲି ଅନୁବାଦ କରାଯାଇପାରେ I
  • “ଉତ୍ତରାଧିକାର” ଶବ୍ଦକୁ “ପ୍ରତିଜ୍ଞା କରାଯାଇଥିବା ଉପହାର” କିମ୍ବା “ସୁରକ୍ଷିତ ଅଧିକାର” ବୋଲି ଅନୁବାଦ କରାଯାଇପାରେ I
  • “ଦାୟାଦ” ଶବ୍ଦକୁ ଏକ ଶବ୍ଦ ବା ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ ଯାହାର ଅର୍ଥ “ବିଶେଷ ସନ୍ତାନ ଯିଏ ପିତାଙ୍କ ସମ୍ପତ୍ତି ଗ୍ରହଣ କରେ ।”
  • “ଅଧ‌ିକାର” ଶବ୍ଦକୁ “ଉତ୍ତରାଧିକାରୀ ଆଶୀର୍ବାଦ” ବୋଲି ଅନୁବାଦ କରାଯାଇପାରେ ।

ଦାୟାଦକିଣାନପ୍ରତିଜ୍ଞାତ ଦେଶଅଧିକାର: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 4:6 ଯେତେବେଳେ ଅବ୍ରହାମ କିଣାନରେ ପହଞ୍ଚିଲେ, ଈଶ୍ଵର କହିଲେ, “ତୁମ୍ଭର ଚାରି ପାର୍ଶ୍ୱରେ ଦେଖ I ମୁଁ ତୁମ୍ଭକୁ ଓ ତୁମ୍ଭର ବଂଶଧରକୁ ତୁମ୍ଭେ ଯେଉଁଯାଏ ଦେଖିପାରୁଛ ଏହି ସମସ୍ତ ଦେଶ ଅଧିକାର ଦେବି I
  • 27:1 ଏକଦା, ଯିହୁଦୀ ବ୍ୟବସ୍ଥାର ଏକ ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ପଚାରିଲେ, “ହେ ସଦଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ’ଣ କରିବି?”
  • 35:3 ”ଜଣେ ବ୍ୟକ୍ତିଥିଲେ ଯାହାର ଦୁଇଟି ପୁତ୍ରଥିଲେ” ସାନ ପୁତ୍ର ତାହାର ପିତାକୁ କହିଲା,”ପିତା, ମୋତେ ମୋର ଅଧିକାର ବର୍ତ୍ତମାନ ଦେଇ ଦିଅନ୍ତୁ!” ତେଣୁ ପିତା ତାହାର ସମ୍ପତିକୁ ଦୁଇ ପୁତ୍ର ମଧ୍ୟରେ ବାଣ୍ଟି ଦେଲେ I “

ଶବ୍ଦବିନ୍ୟାସ:

  • Strong’s: H2490, H256, H3423, H3425, H4181, H5157, H5159, G28160, G28170, G28190, G28200

ଉତ୍ସାହ, ଉତ୍ସାହୀ

ପରିଭାଷା:

“ଉତ୍ସାହ” ଏବଂ “ଉତ୍ସାହୀ” ଶବ୍ଦ ଜଣେ ବ୍ୟକ୍ତି କିମ୍ବା ଧାରଣାକୁ ସମର୍ଥନ କରିବା ପାଇଁ ଦୃଢ଼ ଭାବରେ ଉତ୍ସର୍ଗୀକୃତ ହେବାକୁ ବୁଝାଏ।

  • ଏକ ଉତ୍ତମ କାମକୁ ଆଗେ ବଢ଼ାଇବା ନିମନ୍ତେ ଦୃଢ ଇଚ୍ଛା ଉତ୍ସାହିତ କରେ। ଏହା ଅଧିକାଂଶ ସମୟରେ ବିଶିଷ୍ଟ ବ୍ୟକ୍ତିକୁ ଦର୍ଶାଏ ଯିଏ ବିଶ୍ୱସ୍ଥ ହୋଇ ଈଶ୍ୱରଙ୍କର ଆଜ୍ଞା ପାଳନ କରେ ଏବଂ ଅନ୍ୟମାନଙ୍କୁ ତାହା କରିବାକୁ ମଧ୍ୟ ଶିକ୍ଷା ଦିଏ।
  • ଉତ୍ସାହୀ ହେବାର ଅର୍ଥ କୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରବଳ ଇଚ୍ଛା କରିବା ଓ ସେହି ପ୍ରୟାସରେ ସ୍ଥିର ରହିବାକୁ ଅନ୍ତର୍ଭୁକ୍ତ କରେ।
  • “ପ୍ରଭୁଙ୍କ  ଉତ୍ସାହ” କିମ୍ବା  “ଯିହୋବାଙ୍କ ଉତ୍ସାହ” ଈଶ୍ଵରଙ୍କ ଦୃଢ, ସ୍ଥିର କାର୍ଯ୍ୟସବୁକୁ ତାହାଙ୍କ ଲୋକମାନଙ୍କୁ ଆଶୀର୍ବାଦ କରିବାକୁ କିମ୍ବା ନ୍ୟାୟ ଦେଖିବାକୁ ବୁଝାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଉତ୍ସାହୀ ହେବା” ବାକ୍ୟାଂଶକୁ “ଦୃଢ ଭାବରେ ପରିଶ୍ରମ କରିବା” କିମ୍ବା “ପ୍ରବଳ ଚେଷ୍ଟା” ବୋଲି ଅନୁବାଦ କରାଯାଇପାରେ।
  • “ଉତ୍ସାହ” ଶବ୍ଦକୁ “ଉତ୍ସାହୀ ଭକ୍ତି” ବୋଲି ଅନୁବାଦ କରାଯାଇପାରେ କିମ୍ବା “ଆଗ୍ରହୀ ଦୃଢ ପ୍ରତିଜ୍ଞା” କିମ୍ବା “ଧାର୍ମିକ ଅତିଉତ୍ସାହ” ବୋଲି ଅନୁବାଦ କରାଯାଇପାରେ।
  • “ତୁମ୍ଭ ଗୃହ ନିମନ୍ତେ ଉତ୍ସାହ” ବାକ୍ୟାଂଶକୁ “ଦୃଢ଼ ଭାବରେ ତୁମ୍ଭ ମନ୍ଦିରକୁ ସମ୍ମାନ ଦେବା” କିମ୍ବା “ତୁମ୍ଭ ଘରର ଯତ୍ନ ନେବା ନିମନ୍ତେ ଆଗ୍ରହପୂର୍ଣ୍ଣ ବ୍ୟଗ୍ର” ବୋଲି ଅନୁବାଦ କରାଯାଇ ପାରିବ।

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • ମୂଳଶବ୍ଦ: H765, H768, G225, G226, G227, G641

ଉନ୍ନତ,ଉନ୍ନତହେବା, ଉଚ୍ଚ ପ୍ରଶଂସା କରିବା

ପରିଭାଷା:

ଉନ୍ନତ କରିବା ଅର୍ଥ କାହାକୁ ଗଭୀର ସମ୍ମାନ ଏବଂ ପ୍ରଶଂସା କରିବା ଅଟେ I ଏହା କାହାକୁ ଉଚ୍ଚ ପଦରେ ଭୁଷିତ କରିବା ମଧ୍ୟ ହୋଇପାରେ I

  • ବାଇବେଲର ଉନ୍ନତ ଶବ୍ଦଟି ଈଶ୍ଵରଙ୍କୁ ଉଚ୍ଚ ପ୍ରଶଂସା କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି I
  • ଯେତେବେଳେ ଜଣେ ଲୋକ ନିଜକୁ ଉନ୍ନତ କରେ ଏହାର ଅର୍ଥ ସେ ଗର୍ବ କରେ ଏବଂ ଅହଂକାର କରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ”ଉନ୍ନତ” ଶବ୍ଦଟି ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ ଯେପରି “ଅଧିକ ପ୍ରଶଂସା କରିବା” କିମ୍ୱା “ଅଧିକ ସମ୍ମାନ ଦେବା” କିମ୍ୱା “ଗୌରବ ଦେବା” କିମ୍ୱା “ପ୍ରଶଂସା କରିବା” I
  • କେତେକ ପ୍ରସଙ୍ଗରେ ଏହି ଶବ୍ଦକୁ “ଉଚ୍ଚ ପଦରେ ରଖିବା” କିମ୍ୱା “ଅଧିକ ସମ୍ମାନ ଦେବା” କିମ୍ୱା “ଗର୍ବରେ କହିବା” ବୋଲି  ଅନୁବାଦ କରାଯାଇପାରେ I
  • ” ନିଜକୁ ଉନ୍ନତ କର ନାହିଁ” ବାକ୍ୟାଂଶକୁ “ନିଜ ବିଷୟରେ ଗର୍ବ କର ନାହିଁ” କିମ୍ୱା “ନିଜ ବିଷୟରେ ଅହଂକାର କର ନାହିଁ” ବୋଲି ଅନୁବାଦ କରାଯାଇପାରେ I
  • ” ଯେଉଁମାନେ ନିଜକୁ ଉନ୍ନତ କରନ୍ତି” ଶବ୍ଦକୁ “ଯେଉଁମାନେ ଗର୍ବ କରନ୍ତି” କିମ୍ୱା “ନିଜ ବିଷୟରେ ଅହଂକାର କର ନାହିଁ” ବୋଲି ଅନୁବାଦ କରାଯାଇପାରେ I

(ପ୍ରଶଂସା, ଉପାସନା, ମହିମା, ଅହଂକାର, ଗର୍ବ ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H1361, H4984, H5375, H5549, H5927, H7311, H7426, H7682, G18690, G52290, G52510, G53110, G53120

ଉପଦେଶ ଦେବା, ଉପଦେଶ

ପରିଭାଷା:

“ଉପଦେଶ ଦେବା” ଶବ୍ଦର ଅର୍ଥ କୌଣସି ବ୍ୟକ୍ତିକୁ ଦୃଢ଼ତାର ସହ ଉତ୍ସାହିତ କରିବା ଏବଂ ଅନୁରୋଧ କରିବା ଅଟେ I ଏହିପରି ପ୍ରୋତ୍ସାହନକୁ “ପରାମର୍ଶ” କୁହାଯାଏ।

  • ଲୋକମାନଙ୍କୁ ପାପରୁ ଦୂରେଇ ଈଶ୍ୱରଙ୍କ ଇଛାକୁ ଅନୁକରଣ କରିବା ପାଇଁ ପ୍ରବର୍ତ୍ତାଇବା ହିଁ ଉପଦେଶର ଉଦ୍ଦେଶ୍ୟ ଅଟେ।
  • ନୂତନ ନିୟମ  ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପରକୁ କଠୋର ଭାବରେ ଉପଦେଶ ନ ଦେଇ ପ୍ରେମରେ ଉତ୍ସାହିତ କରିବା ପାଇଁ ଶିକ୍ଷା ଦିଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗକୁ ଆଧାର କରି “ଉପଦେଶ ଦେବା” ଶବ୍ଦଟିକୁ “ଦୃଡ଼ ଭାବରେ ପ୍ରେରଣା ଦେବା” କିମ୍ୱା “ପ୍ରବର୍ତ୍ତାଇବା” କିମ୍ୱା “ପରାମର୍ଶ ଦେବା” ବୋଲି ଅନୁବାଦ  କରାଯାଇପାରେ।
  • ଏହି ଶବ୍ଦର ଅନୁବାଦ ଯେପରି  ଉତ୍ସାହକାରୀ କ୍ରୋଧିତ ଅଟେ ବୋଲି ପ୍ରକାଶ ନ କରେ ତାହା ନିଶ୍ଚିତ କରନ୍ତୁ। ଏହି ଶବ୍ଦଟି ବୌଦ୍ଧିକତା ଓ ଚିନ୍ତାଶୀଳତା ପ୍ରକାଶ କରିବା ଉଚିତ ମାତ୍ର ଏହା କୋଣସି କ୍ରୋଧର ବକ୍ତବ୍ୟକୁ ନ ବୁଝାଇବା ଉଚିତ।
  • ଅଧିକାଂଶ ପୃଷ୍ଟଭୂମିରେ, “ଉପଦେଶ ଦେବା” ଶବ୍ଦଟିକୁ ଭିନ୍ନ ଭାବରେ "ସାହସ ବଢ଼ାଇବା," ଯାହାର ଅର୍ଥ ଆଶ୍ୱସ୍ତ କରିବା, କିମ୍ୱା ସ୍ୱାନ୍ତନା ଦେବା ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • ସାଧାରଣତଃ ଏହିଶବ୍ଦକୁ “ଅନୁଯୋଗ” ବ୍ୟତିତ ଭିନ୍ନ ଭାବରେ ଅନୁବାଦ କରାଯାଇପାରିବ ଯେପରି ଅନ୍ୟମାନଙ୍କୁ ଖରାପ ଆଚରଣକୁ ସଂଶୋଧନ କରିବା କିମ୍ୱା ସତର୍କକରାଇ ଦେବା ଅଟେ।

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: G38670, G38700, G38740, G43890

ଉପଯୁକ୍ତ, ଯୋଗ୍ୟପଣ, ଅନପଯୁକ୍ତ, ମୂଲ୍ୟହୀନ

ପରିଭାଷା:

ଉପଯୁକ୍ତ ଶବ୍ଦ କାହାକୁ କିମ୍ବା  କୌଣସି ବସ୍ତୁ ଯାହା ସମ୍ମାନର ଯୋଗ୍ୟ ଅଟେ ତାହା ବୁଝାଏ I “ଯୋଗ୍ୟତା ରଖିବା” ବାକ୍ୟାଂଶର ଅର୍ଥ ମହାନତା ଓ ମୂଲ୍ୟ ଥିବା ଅଟେ I “ଅନପଯୁକ୍ତ” ଶବ୍ଦର ଅର୍ଥ ଯାହା କୌଣସି ମୂଲ୍ୟ ନାହିଁ ଅଟେ I

  • “ଉପଯୁକ୍ତ” ହେବାର ଅର୍ଥ ମୂଲ୍ୟବାନ ହେବା ଓ ମହାନତା ରଖିବା ଅଟେ I
  • “ଅନପଯୁକ୍ତ” ହେବାର ଅର୍ଥ କୌଣସି ବିଶେଷ ଆକର୍ଷଣନ ପାଇବା ଅଟେ I
  • ଅଯୋଗ୍ୟ ଅନୁଭବ କରିବାର ଅର୍ଥ କାହା ତୁଳନାରେ କମ ମହତ୍ଵପୂର୍ଣ୍ଣ ଭାବିବା କିମ୍ବା  ସମ୍ମାନ ଓ ଦୟଭାବର ବିଶେଷ ଅନୁଭବ ପାଇବା ଅଟେ I
  • “ଅନପଯୁକ୍ତ” ଓ “ମୂଲ୍ୟହୀନ“ ଶବ୍ଦଗୁଡ଼ିକ ସମାନ ଭାବ ପ୍ରକାଶ କରେ କିନ୍ତୁ ଭିନ୍ନ ଅର୍ଥ ପ୍ରକାଶ କରେ I “ଅନପଯୁକ୍ତ” ହେବାର ଅର୍ଥ କୌଣସି ସମ୍ମାନ ନ ପାଇବା କିମ୍ବା  “ମୂଲ୍ୟହୀନ “ହେବାର ଅର୍ଥ କୌଣସି ଉଦ୍ଦେଶ୍ୟ କିମ୍ବା  ମୂଲ୍ୟ ନଥିବା ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଉପଯୁକ୍ତ“ ଶବ୍ଦକୁ “ଯୋଗ୍ୟ ହେବା” କିମ୍ବା  “ମହତ୍ଵ ରଖିବା” କିମ୍ବା  “ମୂଲ୍ୟବାନ” ବୋଲି ଅନୁବାଦ କରାଯାଇପାରେ I
  • “ଯୋଗ୍ୟ” ଶବ୍ଦକୁ “ମୂଲ୍ୟ” କିମ୍ବା  “ମହତ୍ଵପୂର୍ଣ୍ଣ” ବୋଲି ଅନୁବାଦ କରାଯାଇପାରେ I
  • “ମୂଲ୍ୟ ରହିବା” ବାକ୍ୟାଂଶକୁ “ମୂଲ୍ୟବାନ” କିମ୍ବା  “ମହାନ” ବୋଲି ଅନୁବାଦ କରାଯାଇପାରେ I
  • “ଅତି ମୂଲ୍ୟବାନ“ ବାକ୍ୟାଂଶକୁ  “ଅତି ମୂଲ୍ୟବାନଠାରୁ ମଧ୍ୟ” ବୋଲି ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗ ଉପରେ ଆଧାର କରି, “ଅନପଯୁକ୍ତ” ଶବ୍ଦକୁ “ମହତ୍ଵପୂର୍ଣ୍ଣ ନୁହେଁ” କିମ୍ବା  “ଅସମ୍ମାନଜନକ” କିମ୍ବା  “ଅଯୋଗ୍ୟତା” ବୋଲି ଅନୁବାଦ କରାଯାଇପାରେ I
  • “ମୂଲ୍ୟହୀନ“ ଶବ୍ଦକୁ “ବିନାମୂଲ୍ୟର” କିମ୍ବା  “ବିନା ଉଦ୍ଦେଶ୍ୟର” କିମ୍ବା  “ଯୋଗ୍ୟତା ହିଁ ନାହିଁ“ ବୋଲି ଅନୁବାଦ କରାଯାଇପାରେ I

(ସମ୍ମାନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H117, H639, H1929, H3644, H4242, H4373, H4392, H4592, H4941, H6994, H7939, G514, G515, G516, G2425, G2661, G2735

ଉପହାର

ପରିଭାଷା:

“ଉପହାର” ଶବ୍ଦ କାହାକୁ କିଛି ଦେବା କିମ୍ବା ଉତ୍ସର୍ଗ କରିବାକୁ ବୁଝାଏ I ଏକ “ଉପହାର” ପ୍ରତିବଦଳରେ କିଛି ପାଇବା ଆଶାରେ ଦିଆଯାଏ ନାହିଁ I

  • ଅର୍ଥ, ଖାଦ୍ୟ, ବସ୍ତ୍ର କିମ୍ବା ଆଉ କିଛି ଯାହା ଗରିବ ଲାକୋମାନଙ୍କୁ ଦିଆଯାଏ ତାହାକୁ ମଧ୍ୟ “ଉପହାର” କୁହାଯାଏ I
  • ବାଇବେଲରେ, ଏକ ଦାନ କିମ୍ବା ବଳିଦାନ ଯାହା ଈଶ୍ୱରଙ୍କୁ ପ୍ରଦାନ କରାଯାଏ ତାହାକୁ ଉପହାର କୁହାଯାଏ I
  • ପରିତ୍ରାଣର ଉପହାର ଏପରି ଏକ ବସ୍ତୁ ଅଟେ ଯାହା ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱର ଆମକୁ ପ୍ରଦାନ କରନ୍ତି I
  • ନୂତନ ନିୟମରେ, “ଉପହାର“ ଆଉ କିଛି ବିଷୟକୁ ମଧ୍ୟ ଦର୍ଶାଏ ଯାହା ଏକ ବିଶେଷ ଆତ୍ମିକ ସାମର୍ଥ୍ୟ ଲୋକମାନଙ୍କ ସେବା କରିବା ନିମନ୍ତେ ଈଶ୍ଵର ସମସ୍ତ ବିଶ୍ୱାସୀମାନଙ୍କୁ ଦିଅନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଉପହାର” ଶବ୍ଦକୁ ସାଧାରଣ ଭାବରେ ଏକ ଶବ୍ଦ କିମ୍ବା ବାକ୍ୟାଂଶରେ ଅନୁବାଦ କରାଯାଇପାରେ ଯାହାର ଅର୍ଥ “କିଛି ବସ୍ତୁ ଯାହାକୁ ଦିଆଯାଏ” ଅଟେ I
  • ଯଦି ବରଦାନ ପ୍ରାପ୍ତ କିମ୍ବା ବିଶେଷ ଦକ୍ଷତା ଯାହା ଈଶ୍ୱରଙ୍କ ଠାରୁ ଆସେ ଏହି ପ୍ରସଙ୍ଗରେ ଏହି ବାକ୍ୟାଂଶକୁ “ଆତ୍ମାଙ୍କ ବରଦାନ” କିମ୍ବା “ବିଶେଷ ଗୁଣ ଯାହା ଈଶ୍ୱର ପ୍ରଦାନ କରିଅଛନ୍ତି” ବୋଲି ଅନୁବାଦ କରାଯାଇପାରେ I

( ଆତ୍ମା, ପବିତ୍ର ଆତ୍ମା ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0814, H4503, H4864, H4976, H4978, H4979, H4991, H5078, H5083, H5379, H7810, H8641, G03340, G13900, G13940, G14310, G14340, G14350, G33110, G54860

ଏଫୋଦ

ପରିଭାଷା:

ଏଫୋଦ ଏକ ପୋଷାକ ଇସ୍ରାଏଲର ଯାଜକମାନେ ପିନ୍ଧୁଥିଲେ I ଏହାର ଦୁଇଟି ଭାଗଥିଲା, ଆଗ ଏବଂ ପଛ ଯାହା କାନ୍ଧରେ ବନ୍ଧା ଯାଇଥିଲା ଏବଂ କପଡା କଟିରେ ଅଣ୍ଟାରେ ବନ୍ଧା ଯାଇଥିଲା I

  • ଏକ ପ୍ରକାରର ଏଫୋଦ ସାଧାରଣ ପୋଷାକ ଦ୍ୱାରା ତିଆରି ହୋଇଥିଲା ଏବଂ ଯାଜକମାନେ ତାହା ପିନ୍ଧୁଥିଲେ I
  • ଆଉ ଏକ ପ୍ରକାରର ଏଫୋଦ ପ୍ରଧାନ ଯାଜକମାନେ ପିନ୍ଧୁଥିଲେ ଯାହା ସୁବର୍ଣ୍ଣ,ନିଳ,ବାଇଗଣୀ, ଏବଂ ଲାଲ୍ ରଙ୍ଗର ସୂତା ଦ୍ୱାରା ତିଆରି ହୋଇଥିଲା I
  • ପ୍ରଧାନ ଯାଜକଙ୍କ ବୁକୁପଟା ଏଫୋଦର ଆଗ ଭାଗରେ ସଂଯୁକ୍ତ ହୋଇଥିଲା I

ବୁକୁପଟାର ପଛପଟେ ଉରୀମ୍ ଓ ତୁମ୍ମୀମ୍ ରଖା ଯାଇଥିଲା ଯାହାକି ଈଶ୍ୱରଙ୍କ ଇଛା ଜାଣିବାର ଏକ ପ୍ରସ୍ତରଥିଲା I

  • ଗିଦିୟୋନ ବିଚାରକର୍ତ୍ତା ମୁର୍ଖତାରେ ସୁବର୍ଣ୍ଣ ଏଫୋଦ ତିଆରି କଲେ ଏବଂ ଏପରି ହେଲା ଯେ ଇସ୍ରାଏଲ୍ ଲୋକମାନେ ତାକୁ ପ୍ରତିମା ଭାବରେ ପୂଜା କଲେ I

(ମଧ୍ୟ ଦେଖନ୍ତୁ:ଯାଜକ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H641, H642, H646

ଏବ୍ରୀୟ

ସତ୍ୟ ଘଟଣାବଳିଗୁଡ଼ିକ:

“ଏବ୍ରୀୟ” ଶବ୍ଦ ଏକ ସାଧାରଣ ଅର୍ଥରେ ଇସହାକ ଏବଂ ଯାକୁବଙ୍କ ଦ୍ଵାରା ଅବ୍ରହାମଙ୍କଠାରୁ ଆସିଥିବା ଲୋକମାନଙ୍କୁ ବୁଝାଏ I

  • ନିର୍ଦ୍ଦିଷ୍ଟ ଶବ୍ଦ “ଏବ୍ରୀୟ” ଲୋକ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ କିମ୍ବା ସେହି ଗୋଷ୍ଠୀ ଦ୍ୱାରା କଥିତ ଭାଷାକୁ ସୂଚାଇପାରେ I
  • ପୁରାତନ ନିୟମର ଅଧିକାଂଶ ଅଂଶ “ଏବ୍ରୀୟ” ଭାଷାରେ ଲେଖାଯାଇଥିଲା | ଅବଶ୍ୟ, ନୂତନ ନିୟମର ଅଧିକାଂଶ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଶବ୍ଦ “ଏବ୍ରିୟ” ବୋଧହୁଏ ଏବ୍ରୀୟ ଭାଷା ଅପେକ୍ଷା ଆରାମିକ୍ ଭାଷାକୁ ସୂଚିତ କରେ |
  • ବାଇବେଲର ବିଭିନ୍ନ ସ୍ଥାନରେ ଏବ୍ରୀୟମାନଙ୍କୁ “ଇସ୍ରାଏଲ” କିମ୍ବା “ଯିହୁଦୀ” ମଧ୍ୟ କୁହାଯାଉଥିଲା |ଏହା ଅନୁବାଦ କରିବାବେଳେ, ଯେପର୍ଯ୍ୟନ୍ତ ଏହା ସ୍ପଷ୍ଟ ଯେ ଏହି ଶବ୍ଦଗୁଡ଼ିକ ସମାନ ଲୋକ ଗୋଷ୍ଠୀକୁ ସୂଚିତ କରେ ତେବେ ସମସ୍ତ ତିନୋଟି ଶବ୍ଦକୁ ପାଠ୍ୟରେ ପୃଥକ ରଖିବା ସର୍ବୋତ୍ତମ ହେବ |

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

( ଇସ୍ରାଏଲ, ଯିହୁଦୀ, ଯିହୁଦୀ ନେତାମାନେ  ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H5680, G1444, G1445, G1446, G14470

ଐଶ୍ୱରିକ

ପରିଭାଷା:

“ଐଶ୍ୱରିକ” ଶବ୍ଦ ଈଶ୍ଵରଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟକୁ  ବୁଝାଏ ।

  • ଏହି ଶବ୍ଦକୁ “ଐଶ୍ୱରିକ ଅଧିକାର”, “ଐଶ୍ୱରିକ ବିଚାର”, “ଐଶ୍ୱରିକ ପ୍ରକୃତି”, “ଐଶ୍ୱରିକ ଶକ୍ତି” ଏବଂ “ଐଶ୍ୱରିକ ଗୌରବ” ପାଇଁ ବ୍ୟବହୃତ ହୁଏ ।
  • ବାଇବେଲର ଗୋଟିଏ ଅଂଶରେ, ମିଥ୍ୟା ଦେବତା ବିଷୟରେ କିଛି ବର୍ଣ୍ଣନା କରିବାକୁ “ଐଶ୍ୱରିକ” ଶବ୍ଦ ବ୍ୟବହୃତ ହୋଇଅଛି ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଐଶ୍ୱରିକ” ଶବ୍ଦକୁ “ଈଶ୍ଵରଙ୍କ” କିମ୍ବା “ଈଶ୍ଵରଙ୍କଠାରୁ” କିମ୍ବା “ଈଶ୍ଵରଙ୍କ ସମ୍ବନ୍ଧୀୟ” କିମ୍ବା “ଈଶ୍ଵରଙ୍କ ଦ୍ୱାରା ବର୍ଣ୍ଣିତ” ବୋଲି ଅନୁବାଦ କରାଯାଇପାରେ ।
  • ଉଦାହରଣ ସ୍ୱରୂପ, “ଐଶ୍ୱରିକ ଅଧିକାର” “ଈଶ୍ଵରଙ୍କ କର୍ତ୍ତୃତ୍ୱ” କିମ୍ବା “ଈଶ୍ଵରଙ୍କଠାରୁ ପ୍ରାପ୍ତ ଅଧିକାର” ବୋଲି ଅନୁବାଦ କରାଯାଇପାରେ ।
  • “ଈଶ୍ଵରଙ୍କ ଗୌରବ” ବାକ୍ୟକୁ “ଈଶ୍ଵରଙ୍କ ଗୌରବ” କିମ୍ବା “ଈଶ୍ଵରଙ୍କ ଗୌରବ” କିମ୍ବା “ଈଶ୍ଵରଙ୍କଠାରୁ ପ୍ରାପ୍ତ ଗୌରବ” ବୋଲି ଅନୁବାଦ କରାଯାଇପାରେ ।
  • ଏକ ମିଥ୍ୟା ଦେବତା ସମ୍ବନ୍ଧୀୟ କିଛି ବର୍ଣ୍ଣନା କରିବାବେଳେ କେତେକ ଅନୁବାଦ ଏକ ଭିନ୍ନ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି ।

(ଦେଖନ୍ତୁ:ଅଧିକାର, ମିଥ୍ୟା ଦେବତା, ମହିମା, ଈଶ୍ଵର, ବିଚାର, ଶକ୍ତି)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: G23040, G29990

କପଟୀ, କପଟତା

ପରିଭାଷା:

“କପଟୀ “ଶବ୍ଦ ଏକ ବ୍ୟକ୍ତିକୁ ଦର୍ଶାଏ ଯେ ଧାର୍ମିକ ପରି ନିଜକୁ ଦେଖାଏ କିନ୍ତୁ ଗୁପ୍ତ ରୂପରେ ମନ୍ଦକର୍ମ କରେ I “କପଟତା “ଶବ୍ଦ ସେହି ବ୍ୟବହାରକୁ ଦର୍ଶାଏ ଯାହା ଲୋକମାନଙ୍କୁ  ଧାର୍ମିକ ପ୍ରକାଶ କରି ବୋଲି ଧକାଦିଏ I

  • କପଟୀମାନେ ଉତ୍ତମ କାର୍ଯ୍ୟ କରୁଥିବା ଦେଖାଯିବାବାକୁ ଚାହାଁନ୍ତି ଯାହା ଦ୍ଵାରା ଲୋକମାନେ ଭାବିବେ ଯେ ସେମାନେ ଧାର୍ମିକ ଲୋକ ଅଟନ୍ତି I
  • ଅନେକ ସମୟରେ ଜଣେ “କପଟୀ” ଅନ୍ୟ ଲୋକମାନଙ୍କର ପାପକୁ ଦେଖି ସମାଲୋଚନା କରେ କିନ୍ତୁ ସେହିଭଳି କର୍ମ ସେ ନିଜେ କରେ I
  • ଯୀଶୁ ଫାରୂଶୀମାନଙ୍କୁ କପଟୀ କହିଲେ କାରଣ ସେମାନେ ଧର୍ମକର୍ମ କରିବାର ନାଟକ କରୁଥିଲେ ଯେପରି କି ଏକ ପ୍ରକାର ବସ୍ତ୍ରର ପରିଧାନ କରୁଥିଲେ ଏବଂ ଏକ ବିଶେଷ ଖାଦ୍ୟ ଖାଉଥିଲେ, ସେମାନେ ଦୟାଳୁ ନଥିଲେ କିମ୍ବା ନ୍ୟାୟସଂଗତ ନଥିଲେ I
  • ଜଣେ କପଟୀ ଅନ୍ୟ ଲୋକମାନଙ୍କର ଦୋଷ ଦେଖେ, କିନ୍ତୁ ନିଜର ଦୋଷଗୁଡ଼ିକୁ ଦେଖେ ନାହିଁ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • କେତେକ ଭାଷାରେ “ଦୁଇଟି-ଚେହେରା” ଅଭିବ୍ୟକ୍ତି ଥାଇପାରେ ଯାହା କପଟୀକୁ ଦର୍ଶାଏ କିମ୍ବା କପଟତା କର୍ମକୁ ଦେଖାଏ I
  • “କପଟୀ” ଶବ୍ଦକୁ “ପ୍ରବଞ୍ଚକ” କିମ୍ବା “ଛଳ କରିବା ବ୍ୟକ୍ତି” କିମ୍ବା “ଅଭିମାନୀ, ଠକିବା ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ I
  • “କପଟତା” ଶବ୍ଦକୁ  “ପ୍ରତାରଣା “କିମ୍ବା “ମିଥ୍ୟା କର୍ମ” କିମ୍ବା “ଛଳ କରିବା” ବୋଲି ଅନୁବାଦ କରାଯାଇପାରେ I

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0120, H2611, H2612, G05050, G52720, G52730

କାର୍ଯ୍ୟ, କାର୍ଯ୍ୟଗୁଡ଼ିକ, କାର୍ଯ୍ୟ

ପରିଭାଷା:

”କାର୍ଯ୍ୟ” ଶବ୍ଦ, ସାଧାରଣତଃ କିଛି ସମ୍ପାଦନ କରିବା ନିମନ୍ତେ ଗୁରୁତ୍ବ ଦେବାକୁ ପ୍ରୟାଶ ବୃଦ୍ଧି କରିବା କିମ୍ବା ସେହି କାର୍ଯ୍ୟର ଫଳାଫଳକୁ ବୁଝାଏ। “କର୍ମଗୁଡ଼ିକ” ଶବ୍ଦ ସାଧାରଣତଃ ସମ୍ପୂର୍ଣ୍ଣ  କାର୍ଯ୍ୟକଳାପକୁ ସୂଚିତ କରେ (ଅର୍ଥାତ୍, ଯାହା କରାଯାଇଛି କିମ୍ବା କରିବା ଆବଶ୍ୟକ ଅଛି)।

  • ବାଇବେଲରେ, ଏହି ଶବ୍ଦଗୁଡ଼ିକ ସାଧାରଣ ଭାବରେ ଉଭୟ ଈଶ୍ଵର ଏବଂ ମନୁଷ୍ୟମାନଙ୍କ ନିମନ୍ତେ ବ୍ୟବହୃତ ହୋଇଅଛି।
  • ଯେତେବେଳେ ଈଶ୍ଵରଙ୍କ ସମ୍ବନ୍ଧରେ ବ୍ୟବହୃତ ହୁଏ, ବାଇବେଲରେ “କାର୍ଯ୍ୟ” ଶବ୍ଦ ପ୍ରାୟତଃ ଜଗତ ସୃଷ୍ଟି କରିବା କିମ୍ବା ତାହାଙ୍କ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ (ଶତ୍ରୁମାନଙ୍କଠାରୁ, ପାପରୁ କିମ୍ବା ଉଭୟ ଠାରୁ ) ଈଶ୍ଵରଙ୍କ କାର୍ଯ୍ୟକୁ ବୁଝାଏ।
  • ଈଶ୍ଵରଙ୍କ କାର୍ଯ୍ୟ, ଯାହା ସେ କରନ୍ତି କିମ୍ବା କରିଅଛନ୍ତି, ଏବଂ ସମଗ୍ର ଜଗତକୁ ଯତ୍ନ ନେବା ସହିତ ପାପୀମାନଙ୍କୁ ଉଦ୍ଧାର କରିବା, ଜଗତକୁ ସୃଷ୍ଟି କରିବା, ସମସ୍ତ ସୃଷ୍ଟିର ଆବଶ୍ୟକତା ଯୋଗାଇବା ସମସ୍ତ କାର୍ଯ୍ୟକୁ ବୁଝାଏ।
  • କାର୍ଯ୍ୟ କିମ୍ବା କର୍ମଗୁଡ଼ିକ ଯାହା ଜଣେ ବ୍ୟକ୍ତି କରେ ତାହା ଉତ୍ତମ କିମ୍ବା ମନ୍ଦ ହୋଇପାରେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “କର୍ମଗୁଡ଼ିକ” ଶବ୍ଦକୁ “କାର୍ଯ୍ୟ“ କିମ୍ବା "କୃତକର୍ମଗୁଡ଼ିକ" କିମ୍ବା "କର୍ମଗୁଡ଼ିକ କରାଯାଇଅଛି" ବୋଲି ଅନୁବାଦ କରାଯାଇପାରେ।
  • ଈଶ୍ୱରଙ୍କର “କାର୍ଯ୍ୟ” କିମ୍ବା “କର୍ମ” କିମ୍ବା "ତାହାଙ୍କ ହସ୍ତକୃତ କର୍ମ" ଯେପରି "ଅଦ୍ଭୁତ କାର୍ଯ୍ୟ" କିମ୍ବା "ଶକ୍ତିର କାର୍ଯ୍ୟଗୁଡ଼ିକ" କିମ୍ବା "ଯାହା ଈଶ୍ଵର କରନ୍ତି" ବୋଲି ଅନୁବାଦ କରାଯାଇପାରେ।
  • “ଈଶ୍ୱରଙ୍କ କୃତ କାର୍ଯ୍ୟ” ଅଭିବ୍ୟକ୍ତିକୁ “ଯାହା କିଛି ଈଶ୍ୱର କରୁଅଛନ୍ତି“କିମ୍ବା “ଈଶ୍ୱର ଆଶ୍ଚର୍ଯ୍ୟକର୍ମ କରନ୍ତି" କିମ୍ବା “ଈଶ୍ୱର ସବୁ କିଛି ସୁସମ୍ପନ୍ନ କରୁଅଛନ୍ତି“ ବୋଲି ଅନୁବାଦ କରାଯାଇପାରେ ।
  • “କାର୍ଯ୍ୟ" ଶବ୍ଦକୁ "କାର୍ଯ୍ୟଗୁଡ଼ିକ" ଏକ ବଚନରେ “ପ୍ରତ୍ୟେକ ଉତ୍ତମ କର୍ମ ବା କାର୍ଯ୍ୟ” କିମ୍ବା "ପ୍ରତ୍ୟେକ ଉତ୍ତମ ପରିଶ୍ରମ" ବୋଲି ଅନୁବାଦ କରାଯାଇପାରେ ।
  • ଯେତେବେଳେ ଈଶ୍ଵର କିମ୍ବା ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରାଯାଏ, ଏହାକୁ “ସେବା” ବୋଲି ଅନୁବାଦ କରାଯାଇପାରେ ।

(ଫଳ, ପବିତ୍ର ଆତ୍ମା, ଆଶ୍ଚର୍ଯ୍ୟ କର୍ମ:ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H4399, H4566, H4567, H4611, H4659, H5949, G20410

କୋଣର ପ୍ରଧାନ ପ୍ରସ୍ତର

ପରିଭାଷା:

“କୋଣର ପ୍ରଧାନ ପ୍ରସ୍ତର” ବାକ୍ୟାଂଶ ଏକ ବୃହତ୍ ପଥରକୁ ବୁଝାଏ ଯାହାକି ବିଶେଷ ଭାବରେ କଟାଯାଇ ଏକ ଗୃହର ମୂଳଦୁଆ କୋଣରେ ସ୍ଥାପନ କରାଯାଏ ।

  • ଗୃହର ଅନ୍ୟ ସମସ୍ତ ପଥରଗୁଡ଼ିକ ମାପାଯାଇ କୋଣର ପ୍ରଧାନ ପ୍ରସ୍ତର ସହ ସ‌ଂଯୁକ୍ତ କରି ସ୍ଥାପନ କରାଯାଏ ।
  • ସମଗ୍ର ଗଠନର ଶକ୍ତି ଏବଂ ସ୍ଥିରତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
  • ନୂତନ ନିୟମରେ, ବିଶ୍ଵାସୀମାନଙ୍କ ସଭାକୁ ଏକ ଗୃହ ସହିତ ତୁଳନା କରାଯାଇଛି ଯେଉଁଥିରେ ଯୀଶୁଖ୍ରୀଷ୍ଟ ଏହାର “ମୂଳଦୁଆ” ଅଟନ୍ତି ।
  • ସେହିଭଳି ଏକ ଗୃହର ମୂଳଦୁଆ ସମଗ୍ର ଗୃହର ସ୍ଥିତିକୁ ସମର୍ଥନ କରେ ଏବଂ ସ୍ଥିର କରେ, ସେହିପରି ଯୀଶୁଖ୍ରୀଷ୍ଟ ହେଉଛନ୍ତି ମୂଳଦୁଆ ଯେଉଁଥିରେ ବିଶ୍ଵାସୀମାନଙ୍କ ସଭା ସ୍ଥାପିତ ଏବଂ ସମର୍ଥିତ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “କୋଣର ପ୍ରଧାନ ପ୍ରସ୍ତର” ଶବ୍ଦକୁ “ପ୍ରଧାନ ଗୃହ ପ୍ରସ୍ତର” କିମ୍ବା “ମୂଳଦୁଆ ପ୍ରସ୍ତର” ବୋଲି ଅନୁବାଦ କରାଯାଇପାରେ ।
  • ଏକ ଗୃହର ମୂଳଦୁଆର ଏକ ଅଂଶ ପାଇଁ ସ୍ଥାନୀୟ ଭାଷାରେ ଏକ ଶବ୍ଦ ଅଛି ତେବେ ସେହି ଶବ୍ଦକୁ ଅନୁବାଦରେ ବ୍ୟବହାର କରିବାକୁ ବିଚାର କରନ୍ତୁ । ଯଦି ଅଛି, ତେବେ ସେହି ଶବ୍ଦକୁ ବ୍ୟବହାର କରାଯାଇପାରେ ।
  • ଏହାକୁ “ଏକ ଗୃହର କୋଣର ପ୍ରଧାନ ପ୍ରସ୍ତର ପାଇଁ ବ୍ୟବହୃତ ମୂଳଦୁଆ ପ୍ରସ୍ତର” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
  • ଏହା ଏକ ବଡ଼ ପଥର, ଏହାକୁ ଏକ ଦୃଢ଼ ଏବଂ ସୁରକ୍ଷିତ ନିର୍ମାଣ ସାମଗ୍ରୀ ଭାବରେ ବ୍ୟବହାର କରାଯିବା ଆବଶ୍ୟକ ଅଟେ । ଯଦି ଗୃହ ନିର୍ମାଣ କରିବା ପାଇଁ ପ୍ରସ୍ତରଗୁଡ଼ିକ ବ୍ୟବହୃତ ହୁଏ ନାହିଁ, ତେବେ ସେହି ଭାଷାରେ ଅନ୍ୟ ଏକ ଶବ୍ଦ ଥାଇପାରେ ଯାହା ଯାହାର ଅର୍ଥ  “ବଡ଼ ପ୍ରସ୍ତର” (ଯେପରିକି “ପଥର ଢିମା ବା ବଡ଼ ଟେଳା”) ହେଇପାରେ କିନ୍ତୁ ସେହି ଶବ୍ଦ ଏହି ଶବ୍ଦର ଅର୍ଥ ପ୍ରକାଶ କରିବା ଆବଶ୍ୟକ ଅଟେ ।

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0068, H6438, H7218, G02040, G11370, G27760, G30370

କ୍ରୁଶ

ପରିଭାଷା:

ବାଇବେଲ  ସମୟରେ, କ୍ରୁଶ ଏକ କାଠଖୁଣ୍ଟ ଥିଲା ଯାହାକି ଭୂମିରେ ପୋତା ଯାଉଥିଲା, ଏହାର ଉପର ଭାଗରେ ଏକ ଭୂସମାନ୍ତର କଡ଼ିକାଠ ସଂଲଗ୍ନ ରହୁଥିଲା ।

  • ରୋମ୍ୟ ସମ୍ରାଟମାନଙ୍କ ସମୟରେ, ରୋମ୍ୟ ଅଧିକାରୀ ଦୋଷୀମାନଙ୍କୁ ବାନ୍ଧି କିମ୍ୱା କଣ୍ଟାପିଟି କ୍ରୁଶରେ ମୃତ୍ୟୁଦଣ୍ଡ  ଦେଉଥିଲେ ।
  • ଯୀଶୁ ବିନା ଦୋଷରେ ଦୋଷୀ ହେଲେ, ସେ କୌଣସି ଅପରାଧ କରି ନଥିଲେ ତଥାପି ରୋମୀୟମାନେ ତାହାଙ୍କୁ  କ୍ରୁଶରେ ମୃତ୍ୟୁ ଦଣ୍ଡ ଦେଲେ ।
  • ଏହା କ୍ରିୟା ପଦ “cross” ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଶବ୍ଦ ଅଟେ ଯାହାର ଅର୍ଥ ନଦୀ କିମ୍ବା ହ୍ରଦକୁ ଅତିକ୍ରମ କରି ଅନ୍ୟ ପାର୍ଶ୍ୱକୁ ଯିବା ଅଟେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • କ୍ରୁଶର ଆକାରକୁ ସୂଚାଉଥିବା ଏକ ଶବ୍ଦ ବ୍ୟବହାର କରି ସ୍ଥାନୀୟ ଭାଷାରେ ଏହି ଶବ୍ଦକୁ ଅନୁବାଦ କରାଯାଇପାରେ ।
  • ଏପରି ଶବ୍ଦ ବ୍ୟବହାର କରନ୍ତୁ ଯାହା ଏକ ବ୍ୟକ୍ତିକୁ କ୍ରୁଶରେ ଜୀବନରୁ ମାରି ଦେବାକୁ ବୁଝାଏ ଯଥା “ମୃତ୍ୟୁଦଣ୍ଡ ଖୁଣ୍ଟ” କିମ୍ବା “ମୃତ୍ୟୁ କାଠ ।”
  • ଏହି ଶବ୍ଦକୁ  ସ୍ଥାନୀୟ କିମ୍ବା ଜାତୀୟ ବାଇବେଲରେ କିପରି ଅନୁବାଦ କରାଯାଇଛି ତାହା ଦେଖନ୍ତୁ ( ଅଜ୍ଞାତ ବିଷୟକୁ କିପରି ଅନୁବାଦ କିରବେ ଦେଖନ୍ତୁ) ।

(କ୍ରୁଶରୋମୀୟ : ଦେଖନ୍ତୁ)

ବାଇବେଲର ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 40:1 ସୈନିକମାନେ ଯୀଶୁଙ୍କୁ ପରିହାସ କରିବା ପରେ, ସେମାନେ ତାହାଙ୍କୁ କ୍ରୁଶରେ ଚଢାଇଲେ । ସେମାନେ ତାହାଙ୍କୁ  କ୍ରୁଶ ବୁହାଇଲେ ଯେଉଁଥିରେ ସେ ମୃତ୍ୟୁ ବରଣ କରିବେ ।
  • 40:2 ସୈନିକମାନେ ଯୀଶୁଙ୍କୁ “କପାଳୀ ନାମକ ସ୍ଥାନ” କୁ ଆଣିଲେ ଏବଂ ସେମାନେ କ୍ରୁଶରେ ଯୀଶୁଙ୍କର ହାତ ଓ ଗୋଡରେ କଣ୍ଟା ପିଟିଲେ ।
  • 40:5 ଯିହୁଦୀ ନେତା ଏବଂ ଜନଗହଳି ଯୀଶୁଙ୍କୁ ପରିହାସ କଲେ ସେମାନେ ତାହାଙ୍କୁ  କହିଲେ, “ଯଦି ତୁମ୍ଭେ ଈଶ୍ୱରଙ୍କ ପୁତ୍ର, ତାହାହେଲେ କ୍ରୁଶରୁ ତଳକୁ ଆସ ଓ ନିଜକୁ ରକ୍ଷା କର ତାପରେ ଆମ୍ଭେମାନେ ବିଶ୍ୱାସ କରିବୁ ।
  • 49:10 ଯେତେବେଳେ କ୍ରୁଶରେ ଯୀଶୁ ମୃତ୍ୟୁବରଣ କଲେ, ସେ ଆମ୍ଭମାନଙ୍କ ସମସ୍ତ ଦଣ୍ଡ ଗ୍ରହଣ କଲେ ।
  • 49:12  ଯୀଶୁ ଈଶ୍ୱରଙ୍କ ପୁତ୍ର ବୋଲି ତୁମ୍ଭେ ବିଶ୍ୱାସ କରିବା ଆବଶ୍ୟକ, ସେ ଆମ୍ଭମାନଙ୍କ ପରିବର୍ତ୍ତେ କ୍ରୁଶରେ ମୃତ୍ୟୁବରଣ କଲେ, ଫଳରେ ଈଶ୍ୱର  ତାହାଙ୍କୁ  ମୃତ୍ୟୁରୁ ଉଠାଇ ଜୀବିତ କଲେ ।

ଶବ୍ଦବିନ୍ୟାସ  :

  • Strong’s: G47160

କ୍ରୁଶବଧ କରିବା, କ୍ରୁଶହତ

ସଂଜ୍ଞା:

“କ୍ରୁଶବଧ” ଶବ୍ଦର ଅର୍ଥ କାହାରିକୁ କ୍ରୁଶରେ ଝୁଲେଇ ଯନ୍ତ୍ରଣାରେ ଛଟପଟ କରି ମୃତ୍ୟୁ ଦଣ୍ଡ ଦେବାବାକୁ ବୁଝାଏ ।

  • ଦୋଷୀକୁ କ୍ରୁଶରେ ବନ୍ଧା ଯାଉଥିଲା ନହେଲେ କଣ୍ଟାବିଦ୍ଧ କରାଯାଉଥିଲା । କ୍ରୁଶରେ ହତ ହୋଇଥିବା ଲୋକର ରକ୍ତର ମାତ୍ରା  ହ୍ରାସ ପାଉଥିଲା ଏବଂ ଶ୍ୱାସରୁଦ୍ଧ ହୋଇ ସେ ମୃତ୍ୟୁ ବରଣ କରୁଥିଲା ।
  • ପୁରାତନ ରୋମୀୟ  ସାମ୍ରାଜ୍ୟ ସମୟରେ ବାରମ୍ୱାର ଏହି ପଦ୍ଧତି ବ୍ୟବହାର କରି ଯେଉଁମାନେ ଦୋଷୀ ଏବଂ ଯେଉଁମାନେ ଅଧିକାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ସେମାନଙ୍କୁ ଏହିପରି ମୃତ୍ୟୁ ଦଣ୍ଡ ଦିଆଯାଉଥିଲା ।
  • ଯୀଶୁଙ୍କୁ କ୍ରୁଶରେ ହତ କରିବା ପାଇଁ, ଯିହୁଦୀମାନଙ୍କର ଧାର୍ମିକ ଗୁରୁମାନେ ରୋମୀୟ ଶାସକଙ୍କୁ ସୈନିକମାନଙ୍କୁ ଆଦେଶ ଦେବାକୁ କହିଲେ । ସୈନିକମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରିଲେ ।  ଯୀଶୁ 6 ଘଣ୍ଟା କ୍ରୁଶରେ ଯନ୍ତ୍ରଣା ପାଇଲେ ଏବଂ ମୃତ୍ୟୁଭୋଗ କଲେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “କ୍ରୁଶବଧ କରିବା” ଶବ୍ଦକୁ “କ୍ରୁଶରେ ମାରିବା” କିମ୍ବା “କ୍ରୁଶରେ କଣ୍ଟାମାରି ମୃତ୍ୟୁଦଣ୍ଡ ଦେବା” ବୋଲି ଅନୁବାଦ କରାଯାଇପାରେ ।

(କ୍ରୁଶରୋମୀୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 39:11 କିନ୍ତୁ ଯିହୁଦୀମାନଙ୍କ ନେତା ଏବଂ ଜନଗହଳି ତାହାକୁ(ଯୀଶୁ)  କ୍ରୁଶବଧ କର ବୋଲି ଚିତ୍କାର କଲେ!”
  • 39:12 ପିଲାତ ଜନ ଗହଳି କାଲେ ବିଦ୍ରୋହ କରିବେ ବୋଲି ଭୟକରି, ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ  ବଧ କରିବାକୁ’ ସୈନିକମାନଙ୍କୁ ଆଦେଶ ଦେଲେ ଏବଂ ଏଥିରେ ଏକ ଗୃରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ପାଳନ କଲେ ।
  • 40:1 ଯୀଶୁଙ୍କୁ ସୈନିକମାନେ ପରିହାସ କରିବାପାରେ, ତାହାଙ୍କୁ କ୍ରୁଶରେ ହତ କରିବାକୁ ଘେନିଗଲେ । ସେ ଯେଉଁ କ୍ରୁଶରେ ମୃତ୍ୟୁ ବରଣ କରିବେ ସେମାନେ ତାହାଙ୍କୁ ସେହି କ୍ରୁଶକୁ ବହନ କରିବାକୁ କହିଲେ ।
  • 40:4  ଯୀଶୁ ଦୁଇ ଆପରାଧି ମଝିରେ କ୍ରୁଶବିଦ୍ଧ ହେଲେ  ।
  • 43:6 “ହେ ଇସ୍ରାଏଲ ଲୋକମାନେ, ଯୀଶୁ ଯିଏକି ଈଶ୍ଵରଙ୍କ ଶକ୍ତିରେ ଅନେକ ମହାନ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ତାହା ଆପଣମାନେ ଜାଣନ୍ତି ଓ ତାହାର ସାକ୍ଷୀ ଅଟନ୍ତି କିନ୍ତୁ ତୁମ୍ଭେ ତାହାଙ୍କୁ କ୍ରୁଶରେ ହତ କଲ ।
  • 43:9_”ତୁମ୍ଭେମାନେ ସେହି ମନୁଷ୍ୟ, ଯୀଶୁଙ୍କୁ କ୍ରୁଶରେ ବଧ କଲ ।”
  • 44:8 ପିତର ସେମାନଙ୍କୁ ଉତ୍ତର ଦେଲେ, ଏହି ଲୋକଟି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତିରେ ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି । କ୍ରୁଶରେ ତୁମ୍ଭେମାନେ ଯୀଶୁଙ୍କୁ ବଧ କଲ, କିନ୍ତୁ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ।”

ଶବ୍ଦବିନ୍ୟାସ:

  • Strong’s: G03880, G43620, G47170, G49570

କ୍ରୋଧ, ଆକ୍ରୋଷ

ପରିଭାଷା:

କ୍ରୋଧ ଏକ ଅତ୍ୟଧିକ କ୍ରୋଧ ବା ପ୍ରଚଣ୍ଡତା ଅଟେ ଯାହା ବେଳେବେଳେ ଦୀର୍ଘସ୍ଥାୟୀ ଅଟେ | ବାଇବେଲ ଉଭୟ ଲୋକ ଏବଂ ଈଶ୍ଵରଙ୍କୁ ପ୍ରବଳ କ୍ରୋଧକୁ ଅନୁଭୂତିକୁ ବର୍ଣ୍ଣନା କରେ | ଈଶ୍ଵରଙ୍କ “ଆକ୍ରୋଷ” ବିଷୟରେ ଅନୁବାଦ କରିବାବେଳେ ନିଶ୍ଚିତ ହୁଅନ୍ତୁ ଯେ ଏହି ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ ବା ବାକ୍ୟାଂଶ କ୍ରୋଧର ପାପପୂର୍ଣ୍ଣ ପରିଣାମକୁ ସୂଚୀତ କରେ ନାହିଁ (ଯାହା ମନୁଷ୍ୟ ପାଇଁ ସତ୍ୟ ହୋଇ ) I

  • ବାଇବେଲରେ, “ଆକ୍ରୋଷ” ପ୍ରାୟତଃ ପାପ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିବା ଲୋକମାନଙ୍କର ଦଣ୍ଡ ପ୍ରତି ଈଶ୍ଵରଙ୍କ ଧାର୍ମିକ ବିଚାରକୁ ବୁଝାଏ I
  • “ଈଶ୍ଵରଙ୍କ ଆକ୍ରୋଷ” ପାପ ପ୍ରତି ତାଙ୍କ ବିଚାର ଏବଂ ଦଣ୍ଡକୁ ମଧ୍ୟ ସୂଚାଇପାରେ I
  • ଯେଉଁମାନେ ନିଜ ପାପରୁ ଅନୁତାପ କରନ୍ତି ନାହିଁ ସେମାନଙ୍କ ପାଇଁ ଈଶ୍ଵରଙ୍କ ଆକ୍ରୋଷ ଧାର୍ମିକ ଦଣ୍ଡ ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ  ଉପରେ ନିର୍ଭର କରି, ଏହି ବାକ୍ୟାଂଶକୁ “ଅତ୍ୟଧିକ କ୍ରୋଧ” କିମ୍ବା “ଧାର୍ମିକ ବିଚାର” କିମ୍ବା “ରାଗିବା” ବୋଲି ଅନୁବାଦ କରାଯାଇପାରେ I
  • ଈଶ୍ଵରଙ୍କ ଆକ୍ରୋଷ ନ୍ୟାୟ ଏବଂ ପବିତ୍ର ଅଟେ । ଈଶ୍ଵରଙ୍କ ଆକ୍ରୋଷ ଅନୁବାଦ କରିବା ସମୟରେ ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ ବା ବାକ୍ୟାଂଶ ପାପପୂର୍ଣ୍ଣ ମାନବ କ୍ରୋଧକୁ ସୂଚିତ କରେ ନାହିଁ I

( ନ୍ୟାୟ, ପାପ: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0639, H2197, H2528, H2534, H2740, H3707, H3708, H5678, H7107, H7109, H7110, H7265, H7267, G23720, G37090, G39490, G39500

କ୍ଷମା କରିବା, କ୍ଷମା ପ୍ରାପ୍ତ, କ୍ଷମା, କ୍ଷମା ଦେବା, ଦୋଷ କ୍ଷମା

ପରିଭାଷା:

କାହାକୁ କ୍ଷମା କରିବାର ଅର୍ଥ କେହି ହୃଦୟକୁ କେତେ ଦୁଃଖ ଦେଲେ ମଧ୍ୟ ସେହି ଲୋକ ବିରୋଧରେ କୌଣସି ଆକ୍ରୋଶ ନରଖିବା ଅଟେ I “କ୍ଷମା” କାହାକୁ କ୍ଷମା କରିବାର ଏକ କାର୍ଯ୍ୟ ଅଟେ I

  • କାହାକୁ କ୍ଷମା କରିବାର ଅର୍ଥ ସେହି ବ୍ୟକ୍ତିକୁ ସେ କରିଥିବା ଭୁଲ ହେତୁ ତାହାକୁ ଦଣ୍ଡିତ ନ କରିବା ଅଟେ I
  • ସାଙ୍କେତିକ ରୂପରେ ଏହି ଶବ୍ଦକୁ “ରଦ୍ଦ କରିବା “ଯେମିତିକି “ଏକ ଋଣ କ୍ଷମା କରିବା” ବୋଲି ବ୍ୟବହାର କରାଯାଇପାରେ I
  • ଯେତେବେଳେ ଲୋକମାନେ ନିଜ ନିଜର ପାପ ସ୍ୱୀକାର କରନ୍ତି, ଯୀଶୁଙ୍କ କ୍ରୁଶ ଉପରେ ତ୍ୟାଗପୂର୍ଣ୍ଣ ମୃତ୍ୟୁର ଆଧାରରେ ପରମେଶ୍ୱର ସେମାନଙ୍କୁ କ୍ଷମା ପ୍ରଦାନ କରନ୍ତି I
  • ଯୀଶୁ ଯେପରି ନିଜ ଶିଷ୍ୟମାନଙ୍କୁ କ୍ଷମା କରିଛନ୍ତି ସେହିପରି ସେ ସେମାନଙ୍କୁ ଅନ୍ୟମାନଙ୍କୁ କ୍ଷମା କରିବାକୁ ଶିଖାଇଲେ I

“କ୍ଷମା ଦେବା” ଶବ୍ଦର ଅର୍ଥ କାହାକୁ ତାହାର ପାପ ପାଇଁ କ୍ଷମା କରିବା ଏବଂ ଦଣ୍ଡ ନ ଦେବା ଅଟେ I

  • ଏହି ଶବ୍ଦର ଅର୍ଥ “କ୍ଷମା” ଶବ୍ଦର ଅର୍ଥ ସହ ସମାନ ଅଟେ କିନ୍ତୁ ଏହା ଦୋଷୀକୁ ଦଣ୍ଡ ନଦେବା ପାଇଁ ଏକ ଆନୁଷ୍ଠାନିକ ନିଷ୍ପତ୍ତିର ଅର୍ଥକୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I
  • ଏକ ଅଦାଲତରେ, ଜଣେ ବିଚାରକ ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ କ୍ଷମା କରିପାରିବେ |
  • ଆମ୍ଭେମାନେ ପାପରେ ଦୋଷୀ ହେଲେ ମଧ୍ୟ, ଯୀଶୁଖ୍ରୀଷ୍ଟ ଆମକୁ କ୍ଷମା କରି ସେ କ୍ରୁଶ ଉପରେ ତ୍ୟାଗପୂର୍ଣ୍ଣ ମୃତ୍ୟୁର ଆଧାରରେ ଆମକୁ ନରକର ଦଣ୍ଡରୁ ମୁଁ  କ୍ତ କଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, “କ୍ଷମା କରିବା” ବାକ୍ୟାଂଶକୁ “କ୍ଷମା” କିମ୍ବା “ବାତିଲ୍ କରିବା” କିମ୍ବା “ମୁଁ  କ୍ତ କରିବା” କିମ୍ବା “ବିରୁଦ୍ଧରେ ନ ଧରିବା” ବୋଲି ଅନୁବାଦ କରାଯାଇପାରେ |
  • “କ୍ଷମା” ଶବ୍ଦକୁ ଗୋଟିଏ ଶବ୍ଦ କିମ୍ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରେ ଯାହାର ଅର୍ଥ “ରୋଷ ପ୍ରକାଶ ନକରିବାକୁ ଅଭ୍ୟାସ କରିବା “ କିମ୍ବା “କାହାକୁ ଦୋଷୀ ନୁହେଁ ବୋଲି ଘୋଷଣା କରିବା” କିମ୍ବା “କ୍ଷମା କରିବାର କାର୍ଯ୍ୟ”I
  • ଯଦି ସ୍ଥାନୀୟ ଭାଷାରେ କ୍ଷମା କରିବା କ୍ରିୟାପଦ ପାଇଁ ଏକ ଶବ୍ଦ ଅଛି, ତେବେ ସେହି ଶବ୍ଦକୁ “କ୍ଷମା”  ଶବ୍ଦକୁ ଅନୁବାଦ କରିବାରେ ବ୍ୟବହୃତ କରାଯାଇପାରେ I

( ଦୋଷ ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 7:10 କିନ୍ତୁ ଏଷୌ ଯାକୁବକୁ କ୍ଷମା କରି ଦେଇଥିଲା, ଓ ସେମାନେ ପୁଣିଥରେ ପରସ୍ପରକୁ ଦେଖି ଆନନ୍ଦିତ ହେଲେ I
  • 13:15 ମୋଶା ଆଉଥରେ ପର୍ବତ ଆରୋହଣ କଲେ ଓ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କଲେ କି ସେ ଲୋକଙ୍କୁ କ୍ଷମା କରନ୍ତୁ I ପରମେଶ୍ଵର ମୋଶାଙ୍କ ପ୍ରାର୍ଥନା ଶୁଣିଲେ ଓ ସେମାନଙ୍କୁ କ୍ଷମା କଲେ I
  • 17:13 ଦାଉଦ ତାହାର ପାପରୁ ଅନୁତାପ କଲା ଓ ପରମେଶ୍ଵର ତାହାକୁ କ୍ଷମା କଲେ I
  • 21:5 ନୂତନ ଚୁକ୍ତିରେ, ପରମେଶ୍ୱର ତାହାଙ୍କ ବ୍ୟବସ୍ଥା ଲୋକମାନଙ୍କ ହୃଦୟରେ ଲେଖିବେ, ଯେପରିକି ଲୋକମାନେ ତାହାଙ୍କୁ ବ୍ୟକ୍ତିଗତ ରୂପରେ ଜାଣନ୍ତୁ, ଯେପରି କି ସେମାନେ ତାହାଙ୍କ ଲୋକ ହେବେ, ଏବଂ ପରମେଶ୍ୱର ସେମାନଙ୍କର ପାପ କ୍ଷମା କରିବେ I
  • 29:1 ଥରେ ପିତର ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଯେତେବେଳେ ମୋ ଭାଇ ମୋ ବିରୋଧରେ ପାପ କରେ, ତେବେ କେତେ ଥର ମୋ ଭାଇକୁ ମୁଁ କ୍ଷମା କରିବା ଉଚିତ ଅଟେ I
  • 29:8 ମୁଁ  ତୁମ୍ଭର ସମସ୍ତ ଋଣ କ୍ଷମା କଲି କାରଣ ତୁମ୍ଭେ  ମୋତେ ଅନୁରୋଧ କଲ I
  • 38:5 ତା ପରେ ଯୀଶୁ ପାନ ପାତ୍ର ଘେନି କହିଲେ, “ଏହାକୁ ପାନ କର” I ଏହା ନୂତନ ନିୟମରେ ମୋ ରକ୍ତରେ ସ୍ଥାପିତ ଯାହା ତୁମ୍ଭମାନଙ୍କ ପାପର କ୍ଷମା ନିମନ୍ତେ ପାତିତ ହେଲା I

ଶବ୍ଦବିନ୍ୟାସ  :

  • H5546, H5547, H3722, H5375, H5545, H5547, H7521, G859, G863, G5483

ଖମୀରଶୂନ୍ୟ ରୁଟି

ପରିଭାଷା:

“ଖମୀରଶୂନ୍ୟ ରୁଟି” ସେହି ରୁଟିକୁ ଦର୍ଶାଏ ଯାହା ଖମୀର ବିହୀନ କିମ୍ବା ତାଡି ବିହୀନ ରୁଟି ଅଟେ I ଏହି ପ୍ରକାର ରୁଟି ଖମୀର ବିହୀନ ଅଟେ ଏବଂ ଫୁଲେ ନାହିଁ I

  • ଯେତେବେଳେ ଈଶ୍ଵର  ଇସ୍ରାଏଲ ଲୋକମାନଙ୍କୁ ମିସରର ଦାସତ୍ୱ ବନ୍ଧନରୁ ବାହାର କରି ଆଣିଲେ ସେ ସେହି ସମସ୍ତଙ୍କୁ ଅତିଶୀଘ୍ର ମିସର ଛାଡିକୁ ଓ ରୁଟି ଫୁଲିବାଯାଏ ଅପେକ୍ଷା ନ କରିବାକୁ କହିଲେ I ତେଣୁ ସେମାନେ ଖମୀର ଶୂନ୍ୟ ରୁଟି ଖାଇଲେ I ସେହି ସମୟଠାରୁ ଖମୀର ଶୂନ୍ୟ ରୁଟି ପ୍ରତି ବର୍ଷ ନିସ୍ତାର ପର୍ବ ପାଳନ କରିବା ସମୟରେ ତାହା ସ୍ମରଣ ରଖିବାକୁ ଭୋଜନ କରାଯାଏ I
  • କାରଣ ଖମୀର ବେଳେବେଳେ ପାପର ଛବିକୁ ଦର୍ଶାଏ ଓ “ଖମୀର ଶୂନ୍ୟ” ଜଣେ ବ୍ୟକ୍ତିର ଜୀବନରେ ପାପକୁ ଦୂରେଇ  ଦେଈ ଯେପରି ସେହି ବ୍ୟକ୍ତି ଈଶ୍ଵରଙ୍କୁ ସମ୍ମାନ ଦେଈ ଜୀବନଯାପନ କରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଖମୀର ବିହୀନ ରୁଟି” ବାକ୍ୟାଂଶକୁ “ଅଫୁଲା ରୁଟି“ ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦର ଅନୁବାଦ “ଖମୀର” ଓ “ତାଡି” ସହ ଅନୁରୁପ ରଖନ୍ତୁ I
  • କେତେକ ପ୍ରସଙ୍ଗରେ, “ଖମୀର ଶୂନ୍ୟ ରୁଟି” ବାକ୍ୟାଂଶକୁ “ଖମୀର ଶୂନ୍ୟ ରୁଟିର ପର୍ବ” ବୋଲି ଅନୁବାଦ କରାଯାଇପାରେ I

(ରୁଟିମିସର, ଭୋଜନିସ୍ତାର ପର୍ବଦାସପାପଖମୀର: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H4682, G16

ଖ୍ରୀଷ୍ଟ, ମସୀହ

ଘଟଣାବଳୀ :

“ମସୀହ ” ଏବଂ “ଖ୍ରୀଷ୍ଟ” ଶବ୍ଦର ଅର୍ଥ “ଅଭିଷିକ୍ତ” ଅଟେ ଏବଂ  ଏହା ଯୀଶୁ ତଥା ଈଶ୍ୱରଙ୍କ ପୁତ୍ରଙ୍କୁ ବୁଝାଏ।

  • ଉଭୟ “ମସୀହ ” ଓ “ଖ୍ରୀଷ୍ଟ” ନୂତନ ନିୟମରେ ଈଶ୍ୱରଙ୍କ ପୁତ୍ରଙ୍କ ନିମନ୍ତେ ବ୍ୟବହାର ହୋଇଛି, ଯାହାଙ୍କୁ ପିତା ଈଶ୍ୱର ରାଜା ଭାବରେ ତାହାଙ୍କର ଲୋକମାନଙ୍କ ଉପରେ ଶାସନ କରିବାକୁ ଏବଂ ସେମାନଙ୍କୁ ପାପ ଓ ମୃତ୍ୟୁଠାରୁ ରକ୍ଷା କରିବାକୁ ନିଯୁକ୍ତ କରିଅଛନ୍ତି।
  • ପୂରାତନ ନିୟମରେ, ସେ ପୃଥିବୀକୁ ଆସିବା ଶହ ଶହ ବର୍ଷ ପୂର୍ବରୁ ଭବିଷ୍ୟଦବକ୍ତାମାନେ ମସୀହଙ୍କ ସମ୍ୱନ୍ଧରେ ଭବିଷ୍ୟତ ବାଣୀ ଲେଖିଛନ୍ତି।
  • ଏକ “ଅଭିଷିକ୍ତ (ଜଣେ)” ଶବ୍ଦର ଅର୍ଥ ବ୍ୟବହାର ପୂରାତନ ନିୟମରେ ହେଇଛି ଯାହା ମସୀହ ଆସିବେ ବୋଲି ନିର୍ଦ୍ଦେଶ କରେ।
  • ଯୀଶୁ ଏହି ଭବିଷ୍ୟବାଣୀ ମଧ୍ୟରୁ ଅଧିକାଂଶ ଭବିଷ୍ୟବାଣୀଗୁଡ଼ିକୁ ସମ୍ପୂର୍ଣ୍ଣ କରିସାରିଛନ୍ତି ଏବଂ ସେ ମସୀହ ବୋଲି ପ୍ରମାଣିତ କରିବା ପାଇଁ ଅନେକ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ତାଙ୍କର ଦ୍ୱିତୀୟ ଆଗମନରେ ଆଉ ଯେଉଁ ଭବିଷ୍ୟବାଣୀଗୁଡ଼ିକ ରହିଛି ସେ ସଫଳ କରିବେ।
  • “ଖ୍ରୀଷ୍ଟ” ଶବ୍ଦ ବାରମ୍ୱାର ନାମ ଭାବେ ବ୍ୟବହୃତ, ଯେପରି “ଖ୍ରୀଷ୍ଟ” ଏବଂ “ଖ୍ରୀଷ୍ଟ ଯୀଶୁ।”
  • “ଖ୍ରୀଷ୍ଟ” ମଧ୍ୟ ତାଙ୍କ ନାମର ଅଂଶ ଭାବେ ବ୍ୟବହୃତ ହୁଏ, ଯେପରି “ଯୀଶୁ ଖ୍ରୀଷ୍ଟ।”

ଅନୁବାଦ ପ୍ରସାବଗୁଡ଼ିକ:

  • ଏହି ଶବ୍ଦର ଅର୍ଥକୁ “ଜଣେ ଅଭିଷିକ୍ତ” ନତୁବା “ଈଶ୍ୱରଙ୍କ ଅଭିଷିକ୍ତ ତ୍ରାଣକର୍ତ୍ତା“ ଭାବେ ଅନୁବାଦ କରାଯାଇପାରିବ।
  • ଅଧିକାଂସ ଭାଷାରେ “ଖ୍ରୀଷ୍ଟ” କିମ୍ୱା “ମସୀହ” ଶବ୍ଦଗୁଡ଼ିକୁ ଭାଷାନ୍ତର କରାଯାଇଛି। ( How to Translate Unknowns ଦେଖନ୍ତୁ)
  • ଭାଷାନ୍ତର ହୋଇଥିବା ସଂଜ୍ଞା ଅନୁସାରେ “ଖ୍ରୀଷ୍ଟ, ଜଣେ ଅଭିଷିକ୍ତ”  ବୋଲି ଅନୁବାଦ କରାଯାଇପାରେ ।
  • ସମ୍ପୁର୍ଣ୍ଣ ବାଇବଲରେ ଏହାକୁ ସଙ୍ଗତ କରି ଅନୁବାଦ କରନ୍ତୁ ଯେପରି ପାଠକ ଦ୍ୱନ୍ଦରେ ପଡିବେ ନାହିଁ।
  • “ମସୀହ” ଓ “ଖ୍ରୀଷ୍ଟ” ଶବ୍ଦର ଅନୁବାଦର ପୃଷ୍ଠଭୂମି ଆପରିବର୍ତ୍ତନ ରହେ ଯେଉଁଠି ଦୁଇଟି ଶବ୍ଦ ଗୋଟିଏ ପଦରେ ଲେଖା ଅଛି (ଯଥା ଯୋହନ 1:41)
  • ନିଶ୍ଚିତ କରନ୍ତୁ ଯେ “ମସୀହ” ଏବଂ “ଖ୍ରୀଷ୍ଟ” ଶବ୍ଦର ଅନୁବାଦଗୁଡ଼ିକ ସେହି ପ୍ରସଙ୍ଗରେ ଉତ୍ତମ ଭାବେ ଅର୍ଥ ପ୍ରକାଶ କରିବଯେଉଁଠାରେ ଉଭୟ ଶବ୍ଦ ଗୋଟିଏ ପଦରେ ଥାଏ (ଯେପରିକି ଯୋହନ: 1:41)।

(ନାମଗୁଡ଼ିକୁକିପରି କରିବେ ଦେଖନ୍ତୁ)

(ଈଶ୍ୱରଙ୍କ ପୁତ୍ର, ଦାଉଦ, ଯୀଶୁ, ଅଭିଷିକ୍ତ ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 17:7 ମସୀହ ପରମେଶ୍ୱରଙ୍କ ଜଣେ ମନୋନୀତ ଯିଏ ପାପରୁ ଏହି ଜଗତକୁ ଉଦ୍ଧାର କରିବେ।
  • 17:8 ଯେପରି ଏହା ଘଟିଲା, ପ୍ରାୟ ଏକ ହଜାର ବର୍ଷ ମସୀହ ଆସିବାର ଇସ୍ରାଏଲମାନଙ୍କୁ ଅପେକ୍ଷା କରିବାକୁ ପଡିବ।
  • 21:1 ଆରମ୍ଭରୁ, ପରମେଶ୍ୱର ମସୀହଙ୍କୁ ପ୍ରେରଣ କରିବା ନିମନ୍ତେ ଯୋଜନା କରିଥିଲେ।
  • 21:4 ପରମେଶ୍ୱର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଦାଉଦଙ୍କ ନିଜ ବଂଶ ମଧ୍ୟରୁ ମସୀହ ଆସିବେ।
  • 21:5 ମସୀହ ନୂତନ ନୀୟମ ଆରମ୍ଭ କରିବେ।
  • 21:6 ଈଶ୍ଵରଙ୍କ ଭବିଷ୍ୟବକ୍ତାମାନେ ମଧ୍ୟ କହିଥିଲେ ଯେ ମସୀହ ଜଣେ ଭାବବାଦୀ, ଜଣେ ଯାଜକ, ଏବଂ ଜଣେ ରାଜା ହେବେ।
  • 21:9_ ଯିଶାଇୟ ଭାବବାଦୀ ଭବିଷ୍ୟବାଣୀ କରିଥିଲେ ଯେ ମସୀହ ଜଣେ କୁମାରୀ ଗର୍ଭରୁ ଜନ୍ମ ଗ୍ରହଣ କରିବେ।
  • 43:7 “କିନ୍ତୁ ଭାବବାଣୀ ଯାହା କୁହେ ତାହା ସଫଳ କରିବା ନିମନ୍ତେ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ‘ତୁମ୍ଭେ ତୁମ୍ଭର ପବିତ୍ର ବ୍ୟକ୍ତିଙ୍କୁ ପାତାଳରେ ନଷ୍ଟ ହେବାକୁ ଦେବ ନାହିଁ।'"
  • 43:9 “କିନ୍ତୁ ନିଶ୍ଚୟ ଜାଣିରଖ ଯେ ଈଶ୍ଵର ଯୀଶୁଙ୍କୁ ପ୍ରଭୁ ଏବଂ ମସୀହ (ଖ୍ରୀଷ୍ଟ) ଉଭୟ ପଦରେ ନିଯୁକ୍ତ କରିଅଛନ୍ତି!“
  • 43:11 ପିତର ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟକ ଜଣ ମନପରିବର୍ତ୍ତନ କର, ଆଉ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ହୁଅ ଯେପରି ଈଶ୍ଵର ତୁମ୍ଭମାନଙ୍କ ପାପ ସବୁକୁ କ୍ଷମା କରିବେ।"
  • 46:6 ଆଉ ଯୀଶୁ ହିଁ ମସୀହ  (ଖ୍ରୀଷ୍ଟ) ଅଟନ୍ତି ବୋଲି ସାଉଲ ଯିହୁଦୀମାନଙ୍କ ସହିତ ଯୁକ୍ତି କଲେ।

ଶବ୍ଦବିନ୍ୟାସ :

  • Strong’s: H4899, G33230, G55470

ଖ୍ରୀଷ୍ଟଙ୍କଠାରେ,ଯୀଶୁଙ୍କଠାରେ,ପ୍ରଭୁଙ୍କଠାରେ, ତାହାଙ୍କଠାରେ

ପରିଭାଷା:

“ଖ୍ରୀଷ୍ଟଙ୍କଠାରେ“ ବାକ୍ୟାଂଶ ଏକ ସଂଯୋଗ ଶବ୍ଦ ଅଟେ ଯାହା ବିଶ୍ୱାସରେ ଖ୍ରୀଷ୍ଟଙ୍କ ସହିତ ସହଭାଗିତାର ସ୍ଥିତିକୁ ଦର୍ଶାଏ I

  • ଏହି ବକ୍ୟାଂଶକୁ “ଯୀଶୁ ଖ୍ରୀଷ୍ଟଙ୍କଠାରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ, ପ୍ରଭୁ ଯୀଶୁଙ୍କଠାରେ, ଏବଂ ପ୍ରଭୁ ଯୀଶୁଙ୍କଠାରେ” ବୋଲି ଅନୁବାଦ କରାଯାଇପାରେ I
  • ଏହି ବକ୍ୟାଂଶରଅର୍ଥ  “କାରଣ ଆପଣ ଖ୍ରୀଷ୍ଟଙ୍କର ଅଟନ୍ତି” କିମ୍ବା “ତୁମ୍ଭର ଖ୍ରୀଷ୍ଟଙ୍କ ସହିତ ଯେଉଁ ସହଭାଗିତା ଅଛି ତାହା ଦ୍ୱାରା” କିମ୍ବା “ଖ୍ରୀଷ୍ଟଙ୍କଠାରେ ତୁମ୍ଭର ବିଶ୍ୱାସ ଉପରେ ଏହା ଆଧାରିତ ଅଟେ” ବୋଲି ଅନୁବାଦ କରାଯାଇପାରେ I
  • ସମସ୍ତ ସମ୍ପର୍କିୟ ଶବ୍ଦର ଅର୍ଥ ଯୀଶୁଙ୍କଠାରେ ବିଶ୍ୱାସ କରିବାର ସ୍ଥିତିକୁ କିମ୍ବା ତାହାଙ୍କ ଶିଷ୍ୟ ହେବାକୁ ଦର୍ଶାଏ I
  • କେତେକ ସମୟରେ ଶବ୍ଦ “ରେ“ କ୍ରିୟା ରୂପରେ ବ୍ୟବହୃତ ହୁଏ I ଉଦାହରଣ ସ୍ୱରୂପ, “ଖ୍ରୀଷ୍ଟଙ୍କଠାରେ ଅଂଶୀଦାର କର“ର ଅର୍ଥ “ଅଂଶୀଦାର“ ଯାହା ଖ୍ରୀଷ୍ଟଙ୍କୁ ଜାଣିବାରେ ହୁଏ I ଖ୍ରୀଷ୍ଟଙ୍କଠାରେ “ମହିମାରେ” ର ଅର୍ଥ ଆନନ୍ଦିତ ହେବା ଏବଂ ଯୀଶୁ କିଏ ଏବଂ ସେ କ’ଣ  କରିଅଛନ୍ତି ସେଥି ନିମନ୍ତେ ଈଶ୍ୱରଙ୍କର ପ୍ରଶଂସା କରିବା ଅଟେI “ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବାର ଅର୍ଥ  ସେ ଯେ ଉଦ୍ଧାର କର୍ତ୍ତା ଅଟନ୍ତି ଏବଂ ତାହାଙ୍କୁ ଜାଣିବା ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପୃଷ୍ଠଭୂମି ଉପରେ ଆଧାର କରି, ଭିନ୍ନ ପ୍ରକାରେ ଅନୁବାଦ କରିବାର ଉପାୟ ଯଥା “ଖ୍ରୀଷ୍ଟଙ୍କଠାରେ “ଏବଂ “ପ୍ରଭୁଙ୍କଠାରେ“ (ସମ୍ପୃକ୍ତ ବାକ୍ୟାଂଶଗୁଡ଼ିକ)କୁ ଅନ୍ତର୍ଭୁକ୍ତ କରେ I
  • “ଯିଏ ଖ୍ରୀଷ୍ଟଙ୍କର “
  • “କାରଣ ତୁମ୍ଭେ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କର”
  • “କାରଣ ଖ୍ରୀଷ୍ଟ ଆମକୁ ଉଦ୍ଧାର କଲେ “
  • “ପ୍ରଭୁଙ୍କ ସେବାରେ“
  • “ପ୍ରଭୁଙ୍କ ଉପରେ ଆଧାର କରିବା “
  • “କାରଣ ପ୍ରଭୁ ଆମ ନିମନ୍ତେ ଯାହା କରିଅଛନ୍ତି “
  • ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ଉପରେ “ବିଶ୍ୱାସ” କରନ୍ତି”  କିମ୍ବା ଯାହାର ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ଅଛି କି ଖ୍ରୀଷ୍ଟ ଯାହା କିଛି ଶିକ୍ଷା ଦେଲେ ଏବଂ ତାହାଙ୍କ ଉପରେ ଭରସା ରଖନ୍ତି କି ସେ ସେମାନଙ୍କୁ ଉଦ୍ଧାର କରିବାକୁ ତାହାଙ୍କ କ୍ରୁଶ ଉପରେ ବଳିଦାନ ହେତୁ ସେ ସେମାନଙ୍କର ପାପର ଶାସ୍ତିର ମୂଲ୍ୟ ଦେଇଦେଲେ I କେତେକ ଭାଷାରେ ଏହି ଶବ୍ଦ ପାଇଁ ଗୋଟିଏ ଶବ୍ଦ ଥାଇପାରେ “ବିଶ୍ୱାସ କରିବାରେ “ଅଂଶୀଦାରରେ” କିମ୍ବା “ଭରସା କରିବାରେ “ ବୋଲି  ଅନୁବାଦ କରେ I

(ଖ୍ରୀଷ୍ଟ, ପ୍ରଭୁ, ଯୀଶୁ, ବିଶ୍ୱାସ କରିବା, ବିଶ୍ୱାସ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong’s: G15190, G29620, G55470

ଖ୍ରୀଷ୍ଟିୟାନ

ପରିଭାଷା:

ଯୀଶୁ ସ୍ୱର୍ଗକୁ ଫେରିବାର କିଛି ସମୟ ପରେ, ଲୋକମାନେ “ଖ୍ରୀଷ୍ଟିୟନ” ନାମ ଦେଲେ ଯାହାର ଅର୍ଥ “ଖ୍ରୀଷ୍ଟଙ୍କ ଅନୁଗାମୀ” ଅଟେ ।

  • ଆନ୍ତିଖିୟ ସହରରେ ଯୀଶୁଙ୍କ ଅନୁଗାମୀମାନଙ୍କୁ ପ୍ରଥମେ “ଖ୍ରୀଷ୍ଟିୟାନ” ନାମ ଦିଆଯାଇଥିଲା ।
  • ଜଣେ ଖ୍ରୀଷ୍ଟିଆନ ସେହି ବ୍ୟକ୍ତି ଅଟେ ଯିଏ ବିଶ୍ଵାସ କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି, ଏବଂ ଯିଏ ଯୀଶୁଙ୍କୁ ତାଙ୍କ ପାପରୁ ଉଦ୍ଧାର କରିବେ ବୋଲି ବିଶ୍ୱାସ କରନ୍ତି ।
  • ବର୍ତ୍ତମାନ ଆଧୁନିକ ଯୁଗରେ, ପ୍ରାୟତଃ “ଖ୍ରୀଷ୍ଟିୟାନ” ଶବ୍ଦଟି ଖ୍ରୀଷ୍ଟିୟାନ ଧର୍ମ ସହ ପରିଚିତ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହୁଏ, କିନ୍ତୁ ଯିଏ ପ୍ରକୃତରେ ଯୀଶୁଙ୍କୁ ଅନୁସରଣ କରୁନାହାଁନ୍ତି । ବାଇବଲରେ “ଖ୍ରୀଷ୍ଟିୟାନ” ର ଅର୍ଥ ଏହା ନୁହେଁ ।
  • କାରଣ ବାଇବଲରେ “ଖ୍ରୀଷ୍ଟିୟନ” ଶବ୍ଦ ସର୍ବଦା ଜଣଙ୍କୁ ବୁଝାଏ ଯିଏ ପ୍ରକୃତରେ ଯୀଶୁଙ୍କୁ ବିଶ୍ଵାସ କରେ, ଏକ ଖ୍ରୀଷ୍ଟିୟାନ ବ୍ୟକ୍ତିଙ୍କୁ “ବିଶ୍ୱାସୀ” ମଧ୍ୟ କୁହାଯାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ଖ୍ରୀଷ୍ଟ-ଅନୁଗାମୀ” କିମ୍ବା “ଖ୍ରୀଷ୍ଟଙ୍କ ଅନୁଗାମୀ” କିମ୍ବା ବୋଧହୁଏ “ଖ୍ରୀଷ୍ଟ-ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ ।
  • ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦର ଅନୁବାଦ ଶିଷ୍ୟ କିମ୍ବା ପ୍ରେରିତଙ୍କ ପାଇଁ ବ୍ୟବହୃତ ଶବ୍ଦ ଅପେକ୍ଷା ଭିନ୍ନ ଭାବରେ ଅନୁବାଦ କରାଯାଇଛି ।
  • ଏହି ଶବ୍ଦକୁ ଏକ ଶବ୍ଦ ସହ ଅନୁବାଦ କରିବାକୁ ସାବଧାନ ରୁହନ୍ତୁ ଯାହା କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୁହେଁ ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ସମସ୍ତଙ୍କୁ ସୂଚିତ କରିପାରିବ ।
  • ଏହି ଶବ୍ଦଟି ସ୍ଥାନୀୟ କିମ୍ବା ଜାତୀୟ ଭାଷାର ବାଇବଲରେ ଅନୁବାଦରେ କିପରି ଅନୁବାଦ ହୋଇଛି ତାହା ମଧ୍ୟ ଦେଖନ୍ତୁ ।

ଦେଖନ୍ତୁ: ଅଜ୍ଞାତମାନଙ୍କୁ କିପରି ଅନୁବାଦ କରିବେ

(ଏହା ମଧ୍ୟ ଦେଖନ୍ତୁ: ଆନ୍ତିଖିୟ, ଖ୍ରୀଷ୍ଟ, ମଣ୍ଡଳୀ, ଶିଷ୍ୟ, ବିଶ୍ଵାସ, ଯୀଶୁ, ଈଶ୍ଵରଙ୍କ ପୁତ୍ର)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣଗୁଡ଼ିକ:

  • 46:9 ଆନ୍ତିୟଖିଆରେ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ପ୍ରଥମେ “ଖ୍ରୀଷ୍ଟିୟାନ” କୁହାଯାଉଥିଲା ।
  • 47:14 ପାଉଲ ଏବଂ ଅନ୍ୟ ଖ୍ରୀଷ୍ଟିୟାନ ନେତାମାନେ ଅନେକ ସହରକୁ ଯାତ୍ରା କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କଲେ ।
  • __49:15__ଯଦି ତୁମ୍ଭେ ଯୀଶୁଙ୍କ ଉପରେ ବିଶ୍ୱାସ କର ଏବଂ ସେ ତୁମ୍ଭ ପାଇଁ ଯାହା କରିଛନ୍ତି, ତୁମ୍ଭେ ଜଣେ ଖ୍ରୀଷ୍ଟିୟାନ ଅଟେ!
  • 49:16 ଯଦି ତୁମ୍ଭେ ଜଣେ ଖ୍ରୀଷ୍ଟିୟାନ, ଯୀଶୁ ଯାହା କରିଛନ୍ତି ସେଥିପାଇଁ ଈଶ୍ଵର ତୁମ୍ଭର ପାପ କ୍ଷମା କରି ଦେଇଛନ୍ତି ।
  • 49:17 ଯଦିଓ ତୁମ୍ଭେ ଖ୍ରୀଷ୍ଟିୟାନ, ତଥାପି ତୁମ୍ଭେ ପାପ କରିବାକୁ ପ୍ରଲୋଭିତ ହେବ ।
  • 50:3 ସେ ସ୍ୱର୍ଗକୁ ଫେରିବା ପୂର୍ବରୁ, ଖ୍ରୀଷ୍ଟିୟାନମାନଙ୍କୁ ସେହି ସୁସମାଚାର ପ୍ରଚାର କରିବାକୁ କହିଥିଲେ ଯେଉଁମାନେ କେବେ ଶୁଣି ନାହାଁନ୍ତି ।
  • 50:11 ଯେତେବେଳେ ଯୀଶୁ ଫେରିବେ, ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଖ୍ରୀଷ୍ଟିୟାନ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ ଏବଂ ତାଙ୍କୁ ଆକାଶରେ ଭେଟିବେ ।

ଶବ୍ଦବିନ୍ୟାସ:

  • Strong’s: G55460

ଗର୍ବ, ଅହଂକାରୀ

ପରିଭାଷା:

"ଗର୍ବ" ଶବ୍ଦର ଅର୍ଥ କୌଣସି ବ୍ୟକ୍ତିଙ୍କୁ ନିଜର ବଡ଼ିମା ଦେଖାଇ କଥାବାର୍ତ୍ତା କରିବା ׀ ବେଳେବେଳେ ଏହା ବୃଥାଗର୍ବକୁ ବୁଝାଏ ׀

  • ଯେଉଁ ବ୍ୟକ୍ତି “ଅହଂକାରୀ" ସେ ନିଜ ବିଷୟରେ ଗର୍ବକରେ ׀
  • ଈଶ୍ଵର ଇସ୍ରାଏଲୀୟମାନଙ୍କୁ ମୂର୍ତ୍ତି ଉପରେ ଗର୍ବ କରୁଥିବା ହେତୁ ସେମାନଙ୍କୁ ଭର୍ତ୍ସନା କଲେ ׀ ସେମାନେ ଅହଙ୍କାର ଭାବେ ସତ୍ୟ ଈଶ୍ଵରଙ୍କୁ ଛାଡ଼ି ମିଥ୍ୟା ଦେବତାକୁ ଉପାସନା କରୁଥିଲେ ׀
  • ବାଇବେଲ ଲୋକମାନଙ୍କ କେତେକ ବିଷୟ ଉପରେ ଗର୍ବ କରିବା ବିଷୟରେ କହେ ଯେପରିକି ସେମାନଙ୍କ ଧନ,ସେମାନଙ୍କ ଶକ୍ତି, ସେମାନଙ୍କ ଚାଷ ଜମି ଏବଂ ସେମାନଙ୍କ ନିୟମ ׀ ଏହାର ଅର୍ଥ ସେମାନେ ଏହି ସମସ୍ତ ବିଷୟରେ ଗର୍ବ କରନ୍ତି କିନ୍ତୁ ଈଶ୍ଵର ଏହି ସମସ୍ତ ବିଷୟ ଯୋଗାନ୍ତି ବୋଲି ସ୍ୱୀକାର କରନ୍ତି ନାହିଁ ׀
  • ଈଶ୍ଵର ଇସ୍ରାଏଲୀୟମାନଙ୍କୁ ପ୍ରେରଣା ଦିଅନ୍ତି ଯେ ଯଦି ଗର୍ବ କରିବାର ଅଛି ତାହେଲେ ତାଙ୍କୁ ଜାଣିଛନ୍ତି ବୋଲି ଗର୍ବ କରନ୍ତୁ ׀
  • ପ୍ରେରିତ ପାଉଲ ମଧ୍ୟ ଈଶ୍ଵରଙ୍କ ବିଷୟରେ ଗର୍ବ କରନ୍ତି, ଯାହାର ଅର୍ଥ ଈଶ୍ଵର ତାଙ୍କ ନିମନ୍ତେ ଯାହା କରିଛନ୍ତି ସେଥିନିମନ୍ତେ ସେ ଆନନ୍ଦିତ ଏବଂ ଧନ୍ୟବାଦୀ ଅଟନ୍ତି ׀

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • "ଗର୍ବ" ଶବ୍ଦ "ବୃଥା ଗର୍ବ" କିମ୍ବା "ଗର୍ବରେ କଥା କହିବା" କିମ୍ୱା “ଗର୍ବୀ ହେବା” ବୋଲି ଅନୁବାଦ କରାଯାଇପାରେ ׀
  • "ଆତ୍ମଗର୍ବୀ" ଶବ୍ଦକୁ "ଅତି ଗର୍ବରେ କଥା କହିବା" କିମ୍ବା “ଗର୍ବୀ” କିମ୍ବା "ନିଜ ବିଷୟରେ ଅଧିକ କହିବା" ବୋଲି ଅନୁବାଦ କରାଯାଇପାରେ ׀
  • ଈଶ୍ଵରଙ୍କ ସମ୍ମୁଖରେ ଗର୍ବ କରିବା ଅର୍ଥ "ତାହାଙ୍କଠାରେ ଗର୍ବ କରିବା" କିମ୍ବା "ଉଚ୍ଚିକୃଚ କରିବା" କିମ୍ବା "ତାହାଙ୍କ ବିଷୟରେ ଆନନ୍ଦିତ ହେବା" କିମ୍ବା  "ଈଶ୍ଵରଙ୍କୁ ଧନ୍ୟବାଦ ଦେବା" ଅଟେ ׀
  • କେତେକ ଭାଷାରେ ଗର୍ବର ଦୁଇଟି ଅର୍ଥ ରହିଛି: ଗୋଟିଏ ନକରାତ୍ମକ ଯାହାର ଅର୍ଥ ଅହଙ୍କାରୀ ହେବା ଏବଂ ଅନ୍ୟଟି ହେଉଛି ସକରାତ୍ମକ ଯାହାର ଅର୍ଥ ନିଜର କାର୍ଯ୍ୟ, ପରିବାର ଏବଂ ଦେଶ ପାଇଁ ଗର୍ବ କରିବା ׀

ଅନୁବାଦ ପ୍ରସ୍ତାବଗୁଡ଼ିକ:

( ଗର୍ବ ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H1984, H3235, H6286, G02120, G02130, G17400, G26200, G27440, G27450, G27460, G31660

ଗୀତସଂହିତା

ପରିଭାଷା:

“ଗୀତସଂହିତା” ଶବ୍ଦ ଏକ ପବିତ୍ରଧର୍ମୀ ଗୀତକୁ ସୂଚାଏ, ଯାହା ପଦ୍ୟ ଆକାରରେ ରହିଛି ଏବଂ ଗାଇଵା ଉଦ୍ଦେଶ୍ୟରେ ଲିଖିତ ହୋଇଛି I

  • ପୁରାତନ ନୀୟମର ଗୀତସଂହିତା ପୁସ୍ତକ ଏହି ସବୁ ଗୀତଗୁଡ଼ିକର ସଙ୍କଳନ ଅଟେ ଏବଂ ସେଗୁଡ଼ିକ ରାଜା ଦାଉଦ ଏବଂ ଅନ୍ୟାନ୍ୟ ଇସ୍ରାଏଲୀୟମାନଙ୍କ ଦ୍ୱାରା ଲିଖିତ; ଯଥା ମୋଶା, ଶଲୋମନ ଏବଂ ଆସଫ, ଅନ୍ୟମାନଙ୍କ ମଧ୍ୟରୁ ଅଟନ୍ତି I
  • ଇସ୍ରାଏଲ ଜାତି ଦ୍ୱାରା ସେମାନଙ୍କର ଈଶ୍ୱରଙ୍କୁ ଉପାସନା କଲାବେଳେ ଏହି ଗୀତସଂହିତାକୁ ବ୍ୟବହାର କରାଯାଉଥିଲା I
  • ହୃଦୟର ଆନନ୍ଦ, ବିଶ୍ୱାସ ଏବଂ ଭକ୍ତି ସଙ୍ଗେ ସଙ୍ଗେ ଯନ୍ତ୍ରଣା ଏବଂ ଦୁଃଖକୁ ପ୍ରକାଶ କରିବା ନିମନ୍ତେ ଏହି ଗୀତସଂହିତାକୁ ବ୍ୟବହାର କରାଯାଇପାରେ I
  • ନୂତନ ନିୟମରେ ଖ୍ରୀଷ୍ଟିୟାନମାନଙ୍କୁ ଉପାସନା କରିବାର ଉପାୟ ଭାବରେ ଈଶ୍ଵରଙ୍କ ନିକଟରେ ଗୀତ ଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି |I

(ଦାଉଦ, ବିଶ୍ୱାସ, ଆନନ୍ଦ, ମୋଶା, ପବିତ୍ର ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strong’s: H2158, H2167, H4210, G55670, G55680

ଗୌରବ, ଗୌରବମୟ, ଗୌରବାନ୍ୱିତ

ପରିଭାଷା:

“ଗୌରବ” ଶବ୍ଦ ଏକ ସାଧାରଣ ଧାରଣାଗୁଡ଼ିକର ମୂଲ୍ୟ, ଯୋଗ୍ୟ, ଗୁରୁତ୍ୱ, ସମ୍ମାନ, କିମ୍ବା ମହିମା ଶବ୍ଦଗୁଡ଼ିକୁ ସହିତ ଅନ୍ତର୍ଭୁକ୍ତ କରେ । “ଗୌରବାନ୍ୱିତ” ଶବ୍ଦର ଅର୍ଥ କେହି ଜଣେ କିମ୍ବା କୌଣସି ବିଷୟ ନିମନ୍ତେ ଗୌରବ କରିବା, କିମ୍ବା କୌଣସି ବିଷୟ କିମ୍ବା କେହି କେତେ ଗୌରବମୟ ତାହା ପ୍ରକାଶ କରିବା ଅଟେ।

  • ବାଇବେଲରେ, “ଗୌରବ" ଶବ୍ଦ ବିଶେଷ ଭାବରେ ଈଶ୍ଵରଙ୍କୁ ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଏ, ଯିଏ ଅଧିକ ମୂଲ୍ୟବାନ, ଅଧିକ ଯୋଗ୍ୟ, ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ, ଅଧିକ ସମ୍ମାନଜନକ, ଅଧିକ ଗୌରବମୟ, ଏହି ପୃଥିବୀର ଅନ୍ୟ କାହା ଅପେକ୍ଷା ଅଧିକ ମହାନ ଅଟନ୍ତି। ତାହଙ୍କ ବିଶେଷତା ବିଷୟରେ ସମସ୍ତ ବିଷୟ ତାହାଙ୍କ ଗୌରବକୁ ପ୍ରକାଶ କରେ।
  • ଲୋକମାନେ ଈଶ୍ଵର କରିଥିବା ଅଦ୍ଭୁତ କାର୍ଯ୍ୟ ବିଷୟରେ କହି ଗୌରବାନ୍ୱିତ କରିପାରିବେ। ସେମାନେ ମଧ୍ୟ ଈଶ୍ଵରଙ୍କ ବିଶେଷତା ଅନୁଯାୟୀ ଜୀବନଯାପନ କରି ଈଶ୍ଵରଙ୍କୁ ଗୌରବାନ୍ୱିତ କରିପାରିବେ, କାରଣ ଏହା କରିବା ଅନ୍ୟମାନଙ୍କୁ ତାହାଙ୍କର ମୂଲ୍ୟ, ଯୋଗ୍ୟ, ଗୁରୁତ୍ୱ, ସମ୍ମାନ, ଗୌରବ ଏବଂ ମହିମା ପ୍ରକାଶ କରେ।
  • “ଗୌରବରେ” ଅଭିବ୍ୟକ୍ତିର ଅର୍ଥ କୌଣସି ବିଷୟରେ ଦର୍ପ କରିବା ଅଟେ।

ପୁରାତନ  ନିୟମ

  • ପୁରାତନ ନିୟମରେ “ଯିହୋବାଙ୍କ ଗୌରବ” ନିର୍ଦ୍ଦିଷ୍ଟ ବାକ୍ୟାଂଶ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଦାପ୍ରଭୁଙ୍କ ଉପସ୍ଥିତିର କୌଣସି ବିଷୟକୁ ଅନୁଭବ କରିବାକୁ ଦର୍ଶାଏ।

ନୂତନ ନିୟମ

  • ପିତା ଈଶ୍ଵର ଯୀଶୁ କେତେ ଗୌରବମୟ ତାହା ସମସ୍ତ ଲୋକମାନଙ୍କୁ ପ୍ରକାଶ କରିବା ଦ୍ୱାରା ପୁତ୍ର ଈଶ୍ଵରଙ୍କୁ ଗୌରବାନ୍ୱିତ କରିବେ।
  • ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକମାନେ ତାହାଙ୍କ ସହିତ ଗୌରବାନ୍ୱିତ ହେବେ। “ଗୌରବ” ଶବ୍ଦର ଏହି ବ୍ୟବହାର ଏକମାତ୍ର ଅର୍ଥ ବହନ କରେ। ଯାହାର ଅର୍ଥ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନେ ପୁନରୁତ୍ଥିତ ହୁଅନ୍ତି, ସେତେବେଳେ ସେମାନେ ଶାରୀରିକ ଭାବରେ ପରିବର୍ତ୍ତିତ ହୋଇ ଯୀଶୁ ଯେପରି ଆପଣା ପୁନରୁତ୍ଥାନ ପରେ ଦେଖାଯାଇଥିଲେ ସେପରି ସେମାନେ ଦେଖାଯିବେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, "ଗୌରବ" ଶବ୍ଦକୁ “ମହିମା” କିମ୍ବା “ମହାନ” କିମ୍ବା “ଚମତ୍କାର ମହାନତା” କିମ୍ବା “ଚରମ ମୂଲ୍ୟ” ବୋଲି ଅନୁବାଦ କରାଯାଇପାରେ ।
  • “ଗୌରବମୟ” ଶବ୍ଦକୁ “ଗୌରବରେ ପରିପୂର୍ଣ୍ଣ” କିମ୍ବା “ଅତ୍ୟନ୍ତ ମୂଲ୍ୟବାନ” କିମ୍ବା “ଉଜ୍ଜ୍ୱଳ ଦୀପ୍ତି” କିମ୍ବା “ଅଦ୍ଭୁତ ମହାନ” ବୋଲି ଅନୁବାଦ କରାଯାଇପାରେ ।
  • “ଈଶ୍ୱରଙ୍କୁ ଗୌରବ ଦେବା“ ଅଭିବ୍ୟକ୍ତିକୁ "ଈଶ୍ୱରଙ୍କ ମହାନତାକୁ ସମ୍ମାନିତ କର" କିମ୍ବା “ଈଶ୍ୱରଙ୍କର ମହିମା ହେତୁ ତାହାଙ୍କର ପ୍ରଶଂସା କର“ କିମ୍ବା “ଅନ୍ୟମାନଙ୍କୁ କୁହ ଯେ ଈଶ୍ୱର କେତେ ମହାନ ଅଟନ୍ତି“ ବୋଲି ଅନୁବାଦ କରାଯାଇପାରେ ।
  • “ଗୌରବରେ“ ଅଭିବ୍ୟକ୍ତିକୁ “ପ୍ରଶଂସା“ କିମ୍ବା “ଦର୍ପ କରିବା" କିମ୍ବା “ଆତ୍ମ ପ୍ରଶଂସା କରିବା'’ କିମ୍ବା “ଆନନ୍ଦ ପ୍ରାପ୍ତ କରିବା" ବୋଲି ଅନୁବାଦ କରାଯାଇପାରେ ।
  • “ଗୌରବାନ୍ୱିତ” ଶବ୍ଦକୁ “ଗୌରବ ଦେବା“ କିମ୍ବା “ଗୌରବ କରିବା“ କିମ୍ବା “ମହାନତାକୁ ପ୍ରକାଶିତ କରିବା“ ବୋଲି ଅନୁବାଦ କରାଯାଇପାରେ ।
  • “ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା“ ବାକ୍ୟାଂଶକୁ ମଧ୍ୟ “ଈଶ୍ୱରଙ୍କ ପ୍ରସଂଶା କରିବା“ କିମ୍ବା “ଈଶ୍ୱରଙ୍କ ମହାନତା ବିଷୟରେ କହିବା“ କିମ୍ବା “ଈଶ୍ଵର କେତେ ମହାନ ଅଟନ୍ତି ଦର୍ଶାଇବା“ କିମ୍ବା “ତାହାଙ୍କ ଆଜ୍ଞାକାରୀ ହୋଇ ତାହାଙ୍କୁ ସମ୍ମାନିତ କରିବା” ବୋଲି ଅନୁବାଦ କରାଯାଇପାରେ ।
  • "ଗୌରବାନ୍ୱିତ ହୁଅନ୍ତୁ“ ବାକ୍ୟାଂଶକୁ “ଅତ୍ୟଧିକ ମହାନ ବୋଲି ଦର୍ଶାଇବା" କିମ୍ବା “ପ୍ରସଂଶିତ ହେବା“ କିମ୍ବା “ଉଚ୍ଚ ପ୍ରସଂଶିତ ହେବା“ ବୋଲି ଅନୁବାଦ କରାଯାଇପାରେ ।

(ସମ୍ମାନ, ମହିମା, ଉଚ୍ଚ ପ୍ରସଂଶା, ଆଜ୍ଞାବହ, ପ୍ରସଂଶା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 23:7 ଅକସ୍ମାତ, ଆକାଶରେ ଦୂତଗଣର ଏକ ବଡ଼ ବାହୀନୀ ଈଶ୍ୱରଙ୍କର ପ୍ରଶଂସା କରି କହିଲେ “ସ୍ୱର୍ଗରେ ଈଶ୍ୱରଙ୍କର ଗୌରବ ଓ ପୃଥିବୀରେ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି ହେଉ!”
  • 25:6 ତା'ପରେ ଶୟତାନ ଯୀଶୁଙ୍କୁ ଜଗତର ସମସ୍ତ ରାଜ୍ୟ ଓ ତାର ଗୌରବ ଦେଖାଇଲା ଓ କହିଲା “ମୁଁ ତୁମ୍ଭକୁ ଏହି ସମସ୍ତ ଦେବୀ ଯଦି ତୁମ୍ଭେ ନତ ମସ୍ତକ ହୋଇ ମୋର ପୂଜା କରିବ।"
  • 37:8 ଯେତେବେଳେ ଯୀଶୁ ଏହି ସମ୍ବାଦ ଶୁଣିଲେ, ସେ କହିଲେ, “ଏହି ରୋଗ ମୃତ୍ୟୁରେ ସମାପ୍ତ ହେବ ନାହିଁ, କିନ୍ତୁ ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ ଅଟେ।"
  • 37:8 ଯୀଶୁ ଉତ୍ତର ଦେଲେ, କଅଣ ମୁଁ ତୁମ୍ଭକୁ କହି ନ ଥିଲି କି ଯଦି ତୁମ୍ଭେ ମୋଠାରେ ବିଶ୍ୱାସ କରିବ ତେବେ ତୁମ୍ଭେ  ଈଶ୍ୱରଙ୍କ ଗୌରବ ଦେଖିବ।

ଶବ୍ଦବିନ୍ୟାସ:

  • Strong’s: H0117, H0142, H0155, H0215, H1342, H1921, H1926, H1935, H1984, H3367, H3513, H3519, H3520, H6286, H6643, H7623, H8597, G13910, G13920, G17400, G17410, G27440, G48880

ଘୃଣାଯୋଗ୍ୟ, ଘୃଣ୍ୟ

ପରିଭାଷା:

“ଘୃଣାଯୋଗ୍ୟ” ଶବ୍ଦ ଘୃଣା କିମ୍ୱା ଅତ୍ୟଧିକ ଅପସନ୍ଦତାକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୁଏ I

  • ମିସରୀୟ ଲୋକମାନେ ଏବ୍ରୀୟ ଲୋକମାନଙ୍କୁ "ଘୃଣାଯୋଗ୍ୟ" ବିବେଚନା କରୁଥିଲେ। ଏହାର ଅର୍ଥ  ଏହା ଯେ ମିସରୀୟ ଲୋକମାନେ ଏବ୍ରୀୟମାନଙ୍କୁ ଘୃଣା କରୁଥିଲେ ଏବଂ ସେମାନଙ୍କ ସହ ମିଶିବା କିମ୍ୱା ନିକଟସ୍ଥ ହେବାକୁ ଚାହୁଁ ନଥିଲେ I
  • କେତେକ ବିଷୟକୁ ବାଇବେଲ  “ଯିହୋବାଙ୍କ ଦୃଷ୍ଟିରେ ଘୃଣାର ବିଷୟ” ବୋଲି ଉଲ୍ଲେଖ କରେ, ଯଥା ମିଥ୍ୟା, ଗର୍ବ, ନର ବଳିଦାନ, ମୂର୍ତ୍ତୀପୂଜା, ବ୍ୟଭିଚାର ଭଳି ଯୌନଗତ ପାପ ଏବଂ ସମଲିଙ୍ଗୀକ ସମ୍ପର୍କ  I
  • ଯୀଶୁ ଆପଣା ଶିଷ୍ୟମାନଙ୍କୁ ଅନ୍ତିମ ସମୟ ବିଷୟରେ ଶିକ୍ଷା ଦେବା ସମୟରେ ସେ ଦାନିୟେଲ ଭବିଷ୍ୟତବକ୍ତାଙ୍କର ଭବିଷ୍ୟତ ବାଣୀ ‘’ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ’’କୁ ସୂଚାଇଲେ ଯାହା  ଈଶ୍ୱର ବିଦ୍ରୋହଚରଣ  ଏବଂ ଉପାସନା ସ୍ଥାନକୁ କଳୁଷିତ କରିବା ପାଇଁ ପ୍ରସ୍ତୁତ କରାଯିବ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ’’ଘୃଣାଯୋଗ୍ୟ’’ ଶବ୍ଦକୁ ‘’ଯେଉଁ ବିଷୟକୁ ଈଶ୍ଵର ଘୃଣା କରନ୍ତି’’ କିମ୍ୱା ‘’ଯାହା ଘୃଣ୍ୟ ବିଷୟ’’ କିମ୍ୱା ‘’ ଘୃଣ୍ୟ ଅଭ୍ୟାସ” କିମ୍ୱା ‘’ ଅତ୍ୟନ୍ତ କୁକର୍ମ’’ ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗକୁ ଆଧାର କରି, ଏହି ବାକ୍ୟାଂଶକୁ “ଘୃଣ୍ୟଯୋଗ୍ୟ” କିମ୍ବା “ଅତ୍ୟଧିକ ଘୃଣ୍ୟାଯୋଗ୍ୟ” କିମ୍ୱା “ଘୃଣ୍ୟ” କିମ୍ୱା “ସମ୍ପୂର୍ଣ୍ଣ ଅଗ୍ରାହ୍ୟ” କିମ୍ୱା “ଅତ୍ୟନ୍ତ ଘୃଣ୍ୟ ବିଷୟର କାରଣ” ବୋଲି ଆନୁବାଦ କରାଯାଇପାରେ I
  • “ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ” ବାକ୍ୟାଂଶକୁ “କଳୁଷିତ ବସ୍ତୁ ଯାହା ମାନବ ଜାତିର ବହୁଳ ଭାବରେ କ୍ଷତି କରିଥାଏ” କିମ୍ୱା “ଘୃଣ୍ୟ ବସ୍ତୁ ଯାହା ଅତ୍ୟଧିକ ଦୁଃଖର କାରଣ ହୋଇଥାଏ” ବୋଲି ଅନୁବାଦ କରାଯାଇପାରେ I

(: ବ୍ୟଭିଚାର, , ପଦଚ୍ୟୁତ,  ବିନାଶକାରୀ, ମିଥ୍ୟା ଦେବତାବଳିଦାନ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0887, H6292, H8251, H8262, H8263, H8441, G09460

ଚିହ୍ନ, ପ୍ରମାଣ, ଅନୁସ୍ମାରକ

ପରିଭାଷା:

ଗୋଟେ ଚିହ୍ନ ସାଧାରଣତଃ ଏକ ବସ୍ତୁ, ଘଟଣା, କିମ୍ୱା କାର୍ଯ୍ୟକୁ ବୁଝାଏ ଯାହା ଏକ ବିଶେଷ ଅର୍ଥକୁ ପ୍ରକାଶ କରେ ।

  • ବାଇବେଲରେ, ଈଶ୍ଵର ଦେଇଥିବା ପ୍ରତିଜ୍ଞା କିମ୍ବା ନିୟମ ସଂପର୍କରେ ବେଳେବେଳେ ଚିହ୍ନ ଶବ୍ଦକୁ ବ୍ୟବହାର କରାଯାଏ।
  • ଆଦିପୁସ୍ତକ ଆକାଶରେ ଈଶ୍ଵର ସୃଷ୍ଟି କରିଥିବା ଇନ୍ଦ୍ରଧନୁକୁ ନିଜ ପାଇଁ ଏକ ଚିହ୍ନ (କିମ୍ବା ସ୍ମାରକ) ଭାବରେ ବର୍ଣ୍ଣନା କରେ ଯାହା ଈଶ୍ଵର ସମଗ୍ର ବିଶ୍ଵକୁ ବନ୍ୟାରେ ପୁନର୍ବାର ସମସ୍ତ ଜୀବନକୁ ନଷ୍ଟ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ।
  • ଈଶ୍ଵର  ଇସ୍ରାଏଲ ସନ୍ତାନଗଣମାନଙ୍କୁ ଆଜ୍ଞା ଦେଇଥିଲେ ଯେପରି ସେମାନେ ସେମାନଙ୍କର ସନ୍ତାନମାନଙ୍କୁ ଏକ ବ୍ୟବସ୍ଥାର ଚିହ୍ନ ସ୍ୱରୂପେ ସୁନ୍ନତ କରିବେ ।
  • ଚିହ୍ନ କୌଣସି ବିଷୟକୁ ପ୍ରକାଶିତ କରିପାରେ ।
  • ଲୂକ ପୁସ୍ତକ ଜଣେ ଦୂତ ମେଷପାଳକମାନଙ୍କୁ ଏକ ଚିହ୍ନ ଦେଲେ ଯେଉଁଥିରେ ସେମାନେ ଜାଣି ପାରିବେ ଯେ ଶିଶୁ ବେଥଲିହିମରେ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିଅଛି।
  • ଧାର୍ମିକ ନେତାମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ଯିହୂଦା  ଯୀଶୁଙ୍କୁ ଚୁମ୍ୱନ କଲେ ଯେପରି କେବଳ ଯୀଶୁଙ୍କୁ ସେମାନେ ବନ୍ଦୀ କରିବେ।
  • ଚିହ୍ନ ମଧ୍ୟ କୌଣସି ବିଷୟକୁ ସତ୍ୟ ବୋଲି ପ୍ରମାଣ କରିପାରେ ।
  • ଯାତ୍ରାପୁସ୍ତକ ମିସରକୁ ଧ୍ୱଂସ କରିଥିବା ମହାମାରୀକୁ ବର୍ଣ୍ଣନା କରେ ଯେ ଯିହୋବା କିଏ ଏବଂ ଏହା ପ୍ରମାଣ କରେ ଏବଂ ସେ ଫାରୋ ଏବଂ ମିସରର ଦେବତାମାନଙ୍କଠାରୁ ମହାନ ଅଟନ୍ତି ।
  • ପ୍ରେରିତମାନଙ୍କ କାର୍ଯ୍ୟ ପୁସ୍ତକ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କ ଦ୍ୱାରା କରାଯାଇଥିବା ଚମତ୍କାରଗୁଡ଼ିକୁ ବର୍ଣ୍ଣନା କରେ ଯାହା  ସେମାନେ ଈଶ୍ଵରଙ୍କ ବାର୍ତ୍ତା ପ୍ରକାଶ କରନ୍ତି ବୋଲି ପ୍ରମାଣ କରେ ।
  • ଯୋହନଙ୍କ ପୁସ୍ତକ ଯୀଶୁ ଯେଉଁ ଚମତ୍କାର କରିଥିଲେ ତାହା ବର୍ଣ୍ଣନା କରେ ଯାହା ପ୍ରମାଣ କରେ ଯେ ସେ ପ୍ରକୃତରେ ମସୀହ ଅଟନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଚିହ୍ନ ଏବଂ ଚମତ୍କାର” ଅଭିବ୍ୟକ୍ତିକୁ “ପ୍ରମାଣ ଏବଂ ଚମତ୍କାର” କିମ୍ବା “ଚମତ୍କାର କାର୍ଯ୍ୟ ଯାହା ଈଶ୍ଵରଙ୍କ ଶକ୍ତି ପ୍ରମାଣ କରେ” କିମ୍ବା “ଚମତ୍କାର ଯାହା ଈଶ୍ଵର କେତେ ମହାନ ତାହା ଦର୍ଶାଏ” ବୋଲି ଅନୁବାଦ କରାଯାଇପାରେ ।
  • ପ୍ରସଙ୍ଗ ଉପରେ ନିର୍ଭର କରି, “ଚିହ୍ନ” ଶବ୍ଦକୁ “ସଙ୍କେତ” କିମ୍ବା “ପ୍ରତୀକ” କିମ୍ବା “ଚିହ୍ନ” କିମ୍ବା “ପ୍ରମାଣ” କିମ୍ବା “ପ୍ରମାଣ” କିମ୍ବା “ଅଙ୍ଗଭଙ୍ଗୀ” ବୋଲି ଅନୁବାଦ କରାଯାଇପାରେ ।
  • “ହସ୍ତରେ ଚିହ୍ନ କରିବା” ବାକ୍ୟାଂଶକୁ “ହସ୍ତରେ” କିମ୍ବା “ହସ୍ତରେ ଅଙ୍ଗଭଙ୍ଗୀ” କିମ୍ବା “ଅଙ୍ଗଭଙ୍ଗୀ କରିବା” ବୋଲି ଅନୁବାଦ କରାଯାଇପାରେ ।
  • କେତେକ ଭାଷାରେ, ସ୍ଥାନୀୟ ଭାଷାରେ “ଚିହ୍ନ” ପାଇଁ ଶବ୍ଦ ଥାଇପାରେ ଯାହା ପ୍ରମାଣ  “ଚିହ୍ନ” ପାଇଁ ଏକ ଭିନ୍ନ ଶବ୍ଦ ଯାହା ଏକ ଚମତ୍କାରକୁ ପ୍ରକାଶ କରେ ।

(ଆଶ୍ଚର୍ଯ୍ୟ କର୍ମପ୍ରେରିତଖ୍ରୀଷ୍ଟନିୟମସୁନ୍ନତ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H226, H852, H2368, H2858, H4150, H4159, H4864, H5251, H5824, H6161, H6725, H6734, H7560, G364, G880, G1213, G1229, G1718, G1730, G1732, G1770, G392, G412, G4591, G4592, G4953, G4973, G5280

ଜଗତ, ସାଂସାରିକ

ପରିଭାଷା:

“ଜଗତ” ଶବ୍ଦ ସାଧାରଣ ଭାବରେ ପୃଥିବୀକୁ ବୁଝାଏ ଯେଉଁଠାରେ ଲୋକମାନେ ବାସ କରନ୍ତି: "ସାଂସାରିକ" ଶବ୍ଦ ଏହି ଏହି ଜଗତରେ ବାସ କରୁଥିବା ଲୋକମାନଙ୍କର ମନ୍ଦ ସ୍ଵଭାବ ଏବଂ ମୂଲ୍ୟବୋଧକୁ ବର୍ଣ୍ଣନା କରେ।

  • ଏହାର ସର୍ବାଧିକ ସାଧାରଣ ଧାରଣାରେ, “ସଂସାର” ଶବ୍ଦ ଆକାଶ ଏବଂ ପୃଥିବୀକୁ ଏବଂ ସେଥିରେ ଥିବା ସମସ୍ତ ବସ୍ତୁକୁ ବୁଝାଏ।
  • ଅନେକ ପ୍ରସଙ୍ଗରେ, “ସଂସାର” ବାସ୍ତବିକ ଅର୍ଥ “ଏହି ପୃଥିବୀରେ ବାସ କରୁଥିବା ଲୋକମାନଙ୍କୁ” ବୁଝାଏ।
  • ବେଳେବେଳେ ଏହା ପୃଥିବୀରେ ଥିବା ମନ୍ଦ ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ।
  • ପ୍ରେରିତମାନେ ମଧ୍ୟ ଏହି ଜଗତରେ ବାସ କରୁଥିବା ଲୋକମାନଙ୍କ ସ୍ୱାର୍ଥପର ଆଚରଣ ଏବଂ ଭ୍ରଷ୍ଟ ମୂଲ୍ୟବୋଧକୁ ସୂଚାଇବା ପାଇଁ “ସାଂସାରିକ” ଶବ୍ଦର ବ୍ୟବହାର କରିଛନ୍ତି। ଏହା ଧର୍ମକର୍ମ ରୀତିନୀତିରେ ନିଜ ସନ୍ତୁଷ୍ଟ ଯାହା ମାନବୀୟ ଉପରେ ଆଧାରିତ ଅଟେ ତାହା ଅନ୍ତର୍ଭୁକ୍ତ ହୋଇପାରେ।
  • ଏହି ମୂଲ୍ୟବୋଧ ଦ୍ୱାରା ଲୋକମାନଙ୍କ ଏବଂ ଜିନିଷଗୁଡ଼ିକର ବୈଶିଷ୍ଟ୍ୟ ବର୍ଣ୍ଣନା କରିବାକୁ “ସାଂସାରିକ” ବୋଲି କୁହାଯାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗରେ ନିର୍ଭର କରି, “ସଂସାର” ଶବ୍ଦକୁ “ବିଶ୍ୱ” କିମ୍ବା “ଏହି ଜଗତର ଲୋକମାନେ” କିମ୍ବା “ଏହି ଜଗତର ଭ୍ରଷ୍ଟ ବସ୍ତୁଗୁଡ଼ିକ” କିମ୍ବା “ଜଗତର ଲୋକମାନଙ୍କ  ମନ୍ଦ ମନୋବୃତ୍ତି" ବୋଲି ଅନୁବାଦ କରାଯାଇପାରେ ।
  • “ସମସ୍ତ ପୃଥିବୀ” ବାକ୍ୟାଂଶ ଅନେକ ସମୟରେ “ଅନେକ ଲୋକ” ଓ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ। ଉଦାହରଣ ସ୍ୱରୂପ, “ସମସ୍ତ ପୃଥିବୀ ମିସରକୁ ଆସିଲେ” ଯେପରି “ଚତୁର୍ପାର୍ଶ୍ୱ ଦେଶଗୁଡ଼ିକରୁ ଅନେକ ଲୋକ ମିସରକୁ ଆସିଲେ” କିମ୍ବା “ମିସରର ଆଖପାଖ ସମସ୍ତ ଦେଶର ଲୋକମାନେ ସେଠାକୁ ଆସିଲେ” ବୋଲି ଅନୁବାଦ କରାଯାଇପାରେ।
  • “ରୋମୀୟ ଜନଗଣନାରେ ପଞ୍ଜୀକୃତ ହେବାକୁ ସମଗ୍ର ଜଗତ ଆପଣା ଆପଣା ନଗରକୁ ଯାଇଥିଲେ” ଅନ୍ୟ ଭାବରେ ଅନୁବାଦ କଲେ “ରୋମୀୟ ସାମ୍ରାଜ୍ୟ ଦ୍ୱାରା ଶାସିତ ଅଞ୍ଚଳରେ ରହୁଥିବା ଅନେକ ଲୋକ ଯାଇଥିଲେ…”
  • ପ୍ରସଙ୍ଗରେ ନିର୍ଭର କରି, “ସାଂସାରିକ” ଶବ୍ଦକୁ “ମନ୍ଦ” କିମ୍ବା “ପାପପୂର୍ଣ୍ଣ” କିମ୍ବା “ସ୍ୱର୍ଥାପର” କିମ୍ବା “ଅଧାର୍ମିକ” କିମ୍ବା “ଭ୍ରଷ୍ଟ“ କିମ୍ବା “ଏହି ଜଗତର ଲୋକମାନଙ୍କ ଭ୍ରଷ୍ଟ ମୂଲ୍ୟବୋଧ ଦ୍ୱାରା ପ୍ରଭାବିତ ହୋଇଛନ୍ତି" ବୋଲି ଅନୁବାଦ କରାଯାଇପାରେ।
  • “ଜଗତରେ ଏହି ସବୁ କଥା କହନ୍ତି” ବାକ୍ୟାଂଶକୁ “ଏହି ଜଗତର ଲୋକମାନଙ୍କୁ ଏହି ସବୁ କଥା କହିବା” ବୋଲି ଅନୁବାଦ କରାଯାଇପାରେ।
  • ଅନ୍ୟ ପ୍ରସଙ୍ଗରେ, “ସାଂସାରରେ” ଯେପରି "ଜଗତର ଲୋକମାନଙ୍କ ମଧ୍ୟରେ ବାସ କରିବା" କିମ୍ବା “ଅଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରିବା“ ଭାବରେ ମଧ୍ୟ ଅନୁବାଦ କରାଯାଇପାରେ।

(ଭ୍ରଷ୍ଟାଚାର, ସ୍ୱର୍ଗ, ରୋମ, ଧାର୍ମିକ: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0776, H2309, H2465, H5769, H8398, G10930, G28860, G28890, G36250

ଜନ୍ମାଧିକାର

ସଂଜ୍ଞା:

"ଜନ୍ମାଧିକାର" ଶବ୍ଦ ଟି ବାଇବଲ ଅନୁଯାୟୀ ଏହା ସୂଚିତ କରେ କି କୌଣସି ପରିବାରର ପ୍ରଥମ ପୁଅକୁ ସମ୍ମାନ, ପରିବାରର ନାମ, ସମ୍ପତ୍ତି ଇତ୍ୟାଦି ଦିଆଯାଏ ׀

  • ପ୍ରଥମଜାତ ସନ୍ତାନକୁ ଜନ୍ମାଧିକାର ଅନୁଯାୟୀ ଦୁଇ ଗୁଣ ଦିଆଯାଏ ׀
  • ଜଣେ ରାଜାର ପ୍ରଥମ ଜାତ ପୁଅକୁ ଜନ୍ମାଧିକାର ଅନୁଯାୟୀ ପିତାଙ୍କ ମୃତ୍ୟୁ ପରେ ରାଜ୍ୟ ଭାର ଦିଆଯାଏ ׀
  • ଏଷୋ ତାହାର ଜନ୍ମାଧିକାର ଯାକୁବକୁ ବିକ୍ରି କରି ଦେଇଥିଲା ׀

ଏହି କାରଣ ହେତୁ ଯାକୁବ ବଂଶାନୁକ୍ରମିକ ଆଶୀର୍ବାଦ ଏଷୌ ବଦଳରେ ପାଇଲା ׀

  • ଜନ୍ମାଧିକାର ଦ୍ୱାରା ପରିବାରର ବଂଶାନୁକ୍ରମିକ ଆଶୀର୍ବାଦ ପ୍ରଥମ ଜାତ ସନ୍ତାନ ଦ୍ୱାରା ଜଣା ପଡ଼ିଥାଏ ׀

ଅନୁବାଦ ର ପ୍ରସ୍ତାବ

  • ଜନ୍ମାଧିକାର ଶବ୍ଦକୁ ଏହିପରି ଭାବେ ଅନୁବାଦ କରାଯାଇପାରେ "ପ୍ରଥମ ଜାତ ସନ୍ତାନର ଅଧିକାର ଏବଂ ସମ୍ପତ୍ତି" ଏବଂ ପାରିବାରିକ ସମ୍ମାନ ଏବଂ ପ୍ରଥମ ଜାତ ସନ୍ତାନ ହେବାର ସ୍ୱାଧିକାର ׀

(ଦେଖନ୍ତୁ: ପ୍ରଥମ ଜାତ, ଉତ୍ତରାଧିକାରୀ, ଦାୟାଦ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H1062, G4415

ଜାହାଜ

ପରିଭାଷା:

“ଜାହାଜ” ଶବ୍ଦଟି ଆକ୍ଷରିକ ଭାବେ ଏକ କାଠରେ ନିର୍ମିତ ଆୟତକାର ବାକ୍ସ, ଯାହା କୌଣସି ବସ୍ତୁକୁ ରଖିବା ଓ ସୁରକ୍ଷା ଦେବାକୁ ବ୍ୟବହୃତ ହୁଏ I ଏକ ଜାହାଜର ଆକାର ଛୋଟ କିମ୍ୱା ବଡ ହୋଇପାରେ, ଏହା ଏହାର ବ୍ୟବହାର ଉପରେ ନିର୍ଭର କରେ I

  • ଇଂରାଜୀ ବାଇବେଲରେ “ଜାହାଜ” ଶବ୍ଦଟିକୁ ଏକ ବୃହତ, ଆୟତକାର, କାଠରେ ନିର୍ମିତ ଜାହଜକୁ ଦର୍ଶାଇବା ନିମନ୍ତେ ପ୍ରଥମେ ବ୍ୟବହାର କରାଯାଇଥିଲା, ଯାହା ନୋହ ବିଶ୍ୱବ୍ୟାପୀ ଜଳ ପ୍ଲାବନଠାରୁ ରକ୍ଷା ପାଇବା ନିମନ୍ତେ ନିର୍ମାଣ କରିଥିଲେ I ଜାହାଜର ସମତଳ ତଳ, ଏକ ଛାତ ଏବଂ କାନ୍ଥମାନ ଥିଲା I
  • ଏହି ବାକ୍ୟାଂଶକୁ “ଅତୀ ବୃହତ ଜାହଜ” କିମ୍ୱା “ମାଲବାହୀ ବିଶାଳ ଜାହଜ” କିମ୍ୱା “ମାଲବାହୀ ଜାହାଜ” କିମ୍ୱା “ବୃହତ, ବାକ୍ସ ଆକାରର ଜାହଜ”, ବୋଲି ଅନୁବାଦ କରାଯାଇପାରେ I
  • ଏକ ବୃହତ ଜାହଜକୁ ଦର୍ଶାଇବା ପାଇଁ ଯେଉଁ ଏବ୍ରୀ ଶବ୍ଦଟି ବ୍ୟବହାର କରାଯାଇଅଛି, ସେହି ସମାନ ଶବ୍ଦକୁ ଶିଶୁ ମୋଶାଙ୍କୁ ରଖିଥିବା ଟୋକେଇ ବୁଝାଇବା ପାଇଁ ବ୍ୟବହାର କରାଯାଇଛି ଯେଉଁଠାରେ ତାହାଙ୍କ ମାତା ତାହାଙ୍କୁ  ଲୁଚାଇବା ନିମନ୍ତେ ନୀଳ ନଦୀରେ ବ୍ୟବହାର କରିଥିଲେ I ଏହି ପ୍ରସଙ୍ଗରେ ଏହି ଶବ୍ଦକୁ ପ୍ରାୟତଃ “ଟୋକେଇ” ବୋଲି ଅନୁବାଦ କରାଯାଏ I
  • “ନିୟମ-ସିନ୍ଦୁକ” ବାକ୍ୟାଂଶରେ, ଅନ୍ୟ ଏକ ଶବ୍ଦ ବାକ୍ସ ପାଇଁ ବ୍ୟବହାର କରାଯାଇଅଛି I ଏହାକୁ “ପେଢି” କିମ୍ୱା “ସିନ୍ଦୁକ” କିମ୍ୱା “ଡବା” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ “ଜାହଜ” ଶବ୍ଦକୁ ଅନୁବାଦ କରାଯାଏ, ସେତେବେଳେ ଏହା ପ୍ରାସଙ୍ଗିକ ଭାବେ ଅନୁବାଦ କରିବା ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ, ଯେପରି କି ଏହାର “ଆକାର” ଏବଂ “ଉଦ୍ଦେଶ୍ୟ”କୁ ଧ୍ୟାନରେ ରଖି ଅନୁବାଦ କରିବା ଅଟେI

(ନିୟମ ସିନ୍ଧୁକଟୋକେଇ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0727, H8392, G27870

ଜୀବନ,ଜୀବନ ଯାପନ କରିବା, ଜୀବିକା, ଜୀବିତ

ପରିଭାଷା:

“ଜୀବନ” ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରୁଥିବା ଶବ୍ଦ ଶାରୀରିକ ଭାବରେ ମୃତ ବୋଲି କହିବା ପରିବର୍ତ୍ତେ ଶାରୀରିକ ଭାବରେ ଜୀବିତ ବା ସଜୀବ ରହିବାକୁ ବୁଝାଏ।

1. ଶାରୀରିକ ଜୀବନ

  • “ଜୀବନ” ଏକ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସୂଚାଇପାରେ ଯେପରି “ଏକ ବା ଗୋଟିଏ ଜୀବନ ଉଦ୍ଧାର କରାଗଲା।”
  • କେତେକ ସମୟରେ “ଜୀବନ” ଶବ୍ଦ ଜୀବିତ ଅବସ୍ଥାର ଅନୁଭବକୁ ଦର୍ଶାଏ ଯେପରି, ”ତାହାର ଜୀବନ ଆନନ୍ଦମୟ ଥିଲା।"
  • ଏହା ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନକାଳକୁ ସୁଚାଏ ଯେପରି ଅଭିବ୍ୟକ୍ତିରେ, “ତାହାର ଜୀବନର ଶେଷ।“
  • “ଜୀବନ୍ତ” ଶବ୍ଦ ଶାରୀରିକ ରୂପରେ ଜୀବିତ ଅବସ୍ଥାକୁ ଦର୍ଶାଏ ଯେପରି “ମୋ' ମାଁ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି।” ଏହା ମଧ୍ୟ କୌଣସି ସ୍ଥାନରେ ରହୁଥିବା ବାସସ୍ଥାନକୁ ସୂଚାଇପାରେ ଯେପରି “ସେମାନେ ସହରରେ ବାସ କରୁଥିଲେ।“
  • ବାଇବେଲରେ, “ଜୀବନ” ଧାରଣା ଅନେକ ସମୟରେ “ମୃତ୍ୟୁର” ଧାରଣା ସହିତ ତୁଳନାରେ ପ୍ରଭେଦ ହୋଇଥାଏ।

2. ଅନନ୍ତ ଜୀବନ

  • ଯେତେବେଳେ ଜଣେ ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ଵାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ଵର ସେହି ବ୍ୟକ୍ତିଙ୍କୁ ତାହାଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମା ସହିତ ଏକ ନୂତନୀକରଣ ବା ରୂପାନ୍ତରିତ ଜୀବନ ପ୍ରଦାନ କରନ୍ତି।
  • ଅନନ୍ତ ଜୀବନର ବିପରୀତ ଅନନ୍ତ ମୃତ୍ୟୁ ଅଟେ, ଯାହାର ଅର୍ଥ ଈଶ୍ଵରଙ୍କଠାରୁ ଅଲଗା ହେବା ଏବଂ ଅନନ୍ତ ଦଣ୍ଡ ପାଇବା ଅଟେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, “ଜୀବନ” ଯେପରି “ଅସ୍ତିତ୍ୱ“ କିମ୍ବା “ବ୍ୟକ୍ତି” କିମ୍ବା “ପ୍ରାଣ” କିମ୍ବା “ଅବସ୍ଥିତି” କିମ୍ବା “ଅନୁଭୂତି” ବୋଲି ଅନୁବାଦ କରାଯାଇପାରେ ।
  • “ଜୀବନ ଯାପନ କରିବା” ଶବ୍ଦକୁ "ବାସ କରିବା" କିମ୍ବା “ବସବାସ କରିବା” କିମ୍ବା “ଅସ୍ତିତ୍ୱ” ବୋଲି ଅନୁବାଦ କରାଯାଇପାରେ।
  • “ତାଙ୍କ ଜୀବନର ଶେଷ” ଅଭିବ୍ୟକ୍ତିକୁ “ସେ ଯେତେବେଳେ ବଞ୍ଚିବା ବନ୍ଦ କଲା“ ବୋଲି ଅନୁବାଦ କରାଯାଇପାରେ ।
  • “ସେମାନଙ୍କ ଜୀବନ ବଞ୍ଚାଇଲେ' ଅଭିବ୍ୟକ୍ତିକୁ “ସେମାନଙ୍କୁ ବଞ୍ଚିବାକୁ ସ୍ୱୀକାର କଲେ” କିମ୍ବା “ସେମାନଙ୍କୁ ବଧ କରି ନାହିଁ” ବୋଲି ଅନୁବାଦ କରାଯାଇପାରେ।
  • “ସେମାନେ ନିଜ ଜୀବନକୁ ବିପଦରେ ପକାଇଲେ” ଅଭିବ୍ୟକ୍ତିକୁ “ସେମାନେ ଆପଣାକୁ ବିପଦରେ ପକାଇଲେ” କିମ୍ବା “ସେମାନେ ଏପରି କିଛି କରିଥିଲେ ଯାହା ସେମାନଙ୍କୁ ମାରି ଦେଇଥାଆନ୍ତା” ବୋଲି ଅନୁବାଦ କରାଯାଇପାରେ।
  • ଯେତେବେଳେ ବାଇବେଲ ପାଠ୍ୟ ଅନନ୍ତ ଜୀବନ ବିଷୟରେ କୁହେ, “ଜୀବନ” ଶବ୍ଦକୁ ନିମ୍ନଲିଖିତ ଭାବରେ ଅନୁବାଦ କରାଯାଇପାରେ: “ଅନନ୍ତ ଜୀବନ” କିମ୍ବା “ଈଶ୍ଵର ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଆତ୍ମାରେ ସଜୀବ କରାନ୍ତି” କିମ୍ବା “ଈଶ୍ଵରଙ୍କ ଆତ୍ମା ଦ୍ୱାରା ନୂତନ ଜୀବନ” କିମ୍ବା “ଆମ୍ଭମାନେ ଆପଣା ହୃଦୟରେ ଜୀବନ୍ତ କରାଯାଇଅଛୁ।”
  • “ଆତ୍ମିକ ଜୀବନ” ର ଧାରଣାକୁ ଅନୁବାଦ କଲେ “ପରମେଶ୍ୱର ଆମକୁ ଆତ୍ମିକ ଜୀବନରେ ଜୀବନ୍ତ କରନ୍ତି “କିମ୍ବା“ପରମେଶ୍ୱରଙ୍କର ଆତ୍ମାରେ ନୂତନ ଜୀବନ “କିମ୍ବା“ଅନ୍ତର ମଧ୍ୟରେ ଜୀବନ୍ତ କରା ଯିବା “ହୁଏ I
  • ପ୍ରସଙ୍ଗ  ଉପରେ ନିର୍ଭର କରି, “ଜୀବନ ଦେବା” ଅଭିବ୍ୟକ୍ତିକୁ “ବଞ୍ଚିବାକୁ ଦେବା” କିମ୍ବା “ଅନନ୍ତ ଜୀବନ ଦେବା” କିମ୍ବା “ଅନନ୍ତତତାରେ ବାସ କରିବାକୁ କାରଣ ହେବା “ବୋଲି ଅନୁବାଦ କରାଯାଇପାରେ I ପ୍ରସଙ୍ଗ ଉପରେ ନିର୍ଭର କରି, “ଜୀବନ ଦେବା” ଅଭିବ୍ୟକ୍ତିକୁ “ବଞ୍ଚିବାକୁ ଦେବା” କିମ୍ବା “ଅନନ୍ତ ଜୀବନ ଦେବା” କିମ୍ବା “ଅନନ୍ତକାଳ ଜୀବନରେ ବଞ୍ଚିବାକୁ ଦେବା” ବୋଲି ଅନୁବାଦ କରାଯାଇପାରେ।

(ମୃତ୍ୟୁ, ଚିରସ୍ଥାୟୀ:ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:10 ଯେଣୁ ଈଶ୍ୱର ଭୂମିର ଧୂଳି ଦ୍ଵାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ତାହାଙ୍କଠାରେ ଜୀବନ ପ୍ରବେଶ କରାଇଲେ।
  • 3:1 ଅନେକ ସମୟ ପରେ ଅନେକ ଲୋକ ଜଗତରେ ବସ ବାସ କଲେ।
  • 8:13 ଯେତେବେଳେ ଯୋଷେଫର ଭାଇମାନେ ଘରକୁ ଫେରି ଆସିଲେ ଓ ସେମାନଙ୍କ ପିତା ଯାକୁବଙ୍କୁ କହିଲେ ଯୋଷେଫ ଏପର୍ଯ୍ୟନ୍ତ ଜୀବିତ ଅଛି, ସେ ଅତ୍ଯନ୍ତ ଆନନ୍ଦିତ ହେଲେ।
  • 17:9 ତଥାପି, ତାହାଙ୍କ (ଦାଉଦଙ୍କ) ଜୀବନର ଶେଷରେ ସେ ଈଶ୍ୱରଙ୍କ ବିରୁଦ୍ଧରେ ଭୟଙ୍କର ଭାବରେ ପାପ କଲେ।
  • 27:1 ଦିନେ, ଯିହୁଦୀ ଧର୍ମ ଶାସ୍ତ୍ରର ବିଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ଆସି ପଚାରିଲା, “ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବା ଉଚିତ?”
  • 35:5 ଯୀଶୁ ଉତ୍ତର ଦେଲେ, “ମୁଁ ପୁନରୁତ୍ଥାନ ଓ ଜୀବନ ଅଟେ।”
  • 44:5”ତୁମ୍ଭେମାନେ ସେହି ଲୋକ ଅଟ ଯିଏ ରୋମୀୟ ଅଧିକାରୀଙ୍କୁ ଯୀଶୁଙ୍କୁ ବଧ କରିବାକୁ କହିଥିଲ। ତୁମ୍ଭେ ଜୀବନର ସ୍ରଷ୍ଟାଙ୍କୁ ବଧ କରିଛ, କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉତ୍ଥିତ କରିଅଛନ୍ତି।"

ଶବ୍ଦବିନ୍ୟାସ:

  • Strong’s: H1934, H2416, H2417, H2421, H2425, H5315, G01980, G02220, G02270, G08060, G05900

ଡାକ, ଆହ୍ୱାନ

ପରିଭାଷା:

ଏହି ଶବ୍ଦଗୁଡ଼ିକର ଅର୍ଥ ସାଧାରଣତଃ ଉଚ୍ଚ ସ୍ୱରରେ କହିବା ଅଟେ କିନ୍ତୁ “ଡାକିବା” ଶବ୍ଦର ଅର୍ଥ ମଧ୍ୟ ଜଣେ ବ୍ୟକ୍ତିଙ୍କ ନାମ ନେଇ କିମ୍ବା ଡାକିବାକୁ ବୁଝାଏ I ଏହି ଶବ୍ଦଗୁଡ଼ିକର ଅନ୍ୟ ଅର୍ଥ ମଧ୍ୟ ରହିଛି I

  • କାହାକୁ “ଡାକିବା” ଅର୍ଥ ଚିତ୍କାର କରିବା, ଘୋଷଣା କରିବା କିମ୍ବା ଘୋଷଣା କରିବା ଅଟେ  I ଏହାର ଅର୍ଥ କାହାକୁ ସାହାଯ୍ୟ ମାଗିବା, ବିଶେଷ କରି ଈଶ୍ଵରଙ୍କୁ ମାଗିବା ଅଟେ I
  • ପ୍ରାୟତଃ ବାଇବେଲରେ, “ଡାକିବା” ର ଅର୍ଥ “ଡାକିବା” କିମ୍ବା “ଆସିବାକୁ ଆଦେଶ” କିମ୍ବା “ଆସିବାକୁ ଅନୁରୋଧ” ଅଟେ I
  • ଈଶ୍ଵର ଲୋକମାନଙ୍କୁ ତାଙ୍କ ନିକଟକୁ ଆସିବାକୁ ଏବଂ ତାଙ୍କ ଲୋକ ହେବାକୁ ଡାକନ୍ତି  I ଏହା ହେଉଛି ସେମାନଙ୍କର “ଆହ୍ବାନ”  I
  • ଯେତେବେଳେ ଈଶ୍ଵର ଲୋକମାନଙ୍କୁ “ଡାକନ୍ତି”, ଏହାର ଅର୍ଥ ଈଶ୍ଵର ଲୋକମାନଙ୍କୁ ତାଙ୍କର ସନ୍ତାନ ହେବାକୁ, ତାଙ୍କର ସେବକ ଏବଂ ଯୀଶୁଙ୍କ ମାଧ୍ୟମରେ ପରିତ୍ରାଣର ବାର୍ତ୍ତା ପ୍ରଚାରକ ଭାବରେ ନିଯୁକ୍ତ କରିବାକୁ ଡାକନ୍ତି  I
  • ଏହି ଶବ୍ଦଟି କାହାର ନାମକରଣ ପ୍ରସଙ୍ଗରେ ମଧ୍ୟ ବ୍ୟବହୃତ ହୁଏ I ଉଦାହରଣ ସ୍ୱରୂପ, “ତାଙ୍କ ନାମ ଯୋହନ ରଖାଗଲା,” ଅର୍ଥାତ୍ “ସେ ଯୋହନ” କିମ୍ବା “ତାଙ୍କର ନାମ ଯୋହନ” ଅଟେ  I
  • “ନାମ ଧରି ଡାକିବା” ର ଅର୍ଥ କାହାକୁ ଅନ୍ୟର ନାମ ଦିଆଯାଏ  I ଈଶ୍ଵର କହନ୍ତି ଯେ ସେ ନିଜ ଲୋକମାନଙ୍କୁ ତାଙ୍କ ନାମରେ ଡାକିଛନ୍ତି।
  • ଏକ ଭିନ୍ନ ଅଭିବ୍ୟକ୍ତି, “ମୁଁ ତୁମ୍ଭ ନାମରେ ଡାକିଲି” ଅର୍ଥାତ୍ ଈଶ୍ଵର ସେହି ବ୍ୟକ୍ତିଙ୍କୁ ବିଶେଷ ଭାବରେ ବାଛିଛନ୍ତି  I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ”ଡାକିବା” ଶବ୍ଦକୁ  “ଆହ୍ୱାନ ପତ୍ର”, ଯାହାକି ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟକୁ ସଫଳ କରିବା ଚିନ୍ତାଧାରାରେ ଆହ୍ୱାନ କରିବା ବୋଲି ଅନୁବାଦ କରାଯାଇପାରେ I
  • “ତୁମକୁ ଡାକିବା” ଶବ୍ଦକୁ “ତୁମଠାରୁ ସାହାଯ୍ୟ ମାଗିବା” କିମ୍ବା “ଶୀଘ୍ର ତୁମ ନିକଟରେ ବିନତୀ କରିବା” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ବାଇବେଲ ପ୍ରକାଶ କରେ ଯେ ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ପରିଚାରକ ହେବା ନିମନ୍ତେ “ଆହ୍ୱାନ” କରିଛନ୍ତି: ତାଙ୍କର ପରିଚାରକ ହେବାକୁ “ଆମ୍ଭମାନଙ୍କୁ ବିଶେଷ କରି ନିଯୁକ୍ତ କରିଛନ୍ତି” କିମ୍ବା “ଆମ୍ଭମାନଙ୍କୁ ନିଯୁକ୍ତ କରିଅଛନ୍ତି“I
  • ତୁମ୍ଭେ ତାହାର ନାମ ଧରି ଡାକିବ” ବାକ୍ୟାଂଶକୁ , “ତୁମେ ତାହାର ନାମ ଦେବ” ବୋଲି ଅନୁବାଦ କରାଯାଇପାରେ I
  • ତାହାର ନାମ ଏପରି କୁହାଯିବ” ଶବ୍ଦକୁ “ତାଙ୍କର ନାମ ” କିମ୍ୱା “ତାଙ୍କର ନାମ ଏପରି” ବୋଲି ଅନୁବାଦ କରାଯାଇପାରେI
  • ଡାକିବା’ ଶବ୍ଦକୁ “ଜୋରରେ ଡାକିବା” କିମ୍ୱା “ପାଟି କରି” କିମ୍ବା “ଉଚ୍ଚସ୍ଵରରେ କଥା ହେବାକୁ” ଅଟେ I
  • ”ତୁମର ଆହ୍ୱାନ” କୁ “ତୁମ୍ଭର ଉଦ୍ଦେଶ୍ୟ” କିମ୍ୱା “ଈଶ୍ୱରଙ୍କର ତୁମ ପାଇଁ ଯୋଜନା” କିମ୍ୱା “ତୁମଠାରେ ଈଶ୍ୱର ଙ୍କର ବିଶେଷ ପ୍ରୟୋଜନ” ବୋଲି ଅନୁବାଦ କରାଯାଇପାରେ I
  • ସଦାପ୍ରଭୁଙ୍କ ନାମରେ ବିନତୀ କର” ବକ୍ୟାଂଶକୁ “ସଦାପ୍ରଭୁଙ୍କୁ ଅନ୍ୱେଷଣ କର ଏବଂ ତାହାଙ୍କ ଉପରେ ଭରସା ରଖ” କିମ୍ୱା “ସଦାପ୍ରଭୁଙ୍କ ଠାରେ ନିର୍ଭର କର ଏବଂ ତାହାଙ୍କର ବାଧ୍ୟ ହୁଅ” ବୋଲି ଅନୁବାଦ କରାଯାଇପାରେ I
  • କୌଣସି ବିଷୟ ପାଇଁ ଡାକିବା ଅର୍ଥ “ତାଗିଦ୍ କରିବା ” କିମ୍ୱା “ମାଗିବା” କିମ୍ବା “ଆଦେଶ କରିବା” ଅଟେ
  • “ତୁମ୍ଭମାନଙ୍କର ନାମ ଧରି ଡକାଯାଇଅଛି” ବାକ୍ୟାଂଶକୁ “ମୁଁ ତୁମ୍ଭମାନଙ୍କୁ ମୋର ନାମ ଦେଇଅଛି, ଯାହାର ଅର୍ଥ ତୁମେ ମୋର ଅଂଶୀଦାର” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଈଶ୍ୱର କହନ୍ତି, “ମୁଁ ତୁମ୍ଭର ନାମ ଧରି ଡାକିଛି”, ଏହି ବାକ୍ୟାଂଶକୁ “ମୁଁ ତୁମ୍ଭମାନଙ୍କୁ ଜାଣେ, ଏବଂ ମୁଁ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

( ପ୍ରାର୍ଥନା, ରୋଦନ ଦେଖନ୍ତୁ )

ବାଇବେଲର ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0559, H2199, H4744, H6817, H7121, H7123, H7769, H7773, G01540, G03630, G14580, G15280, G19410, G19510, G20280, G20460, G25640, G28210, G28220, G28400, G29190, G30040, G31060, G33330, G33430, G36030, G36860, G36870, G43160, G43410, G43770, G47790, G48670, G54550, G55370, G55810

ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା

ସତ୍ୟ ଘଟଣାବଳୀ:

“ଉଦ୍ଧାରକର୍ତ୍ତା” ଶବ୍ଦ ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯିଏ ବିପଦରୁ ଉଦ୍ଧାର କିମ୍ୱା ରକ୍ଷା କରେ। ଏହା ଯିଏ ଅନ୍ୟମାନଙ୍କୁ ଶକ୍ତି କିମ୍ୱା ସେମାନଙ୍କ ନିମନ୍ତେ ଯୋଗେଏ ସେହି ବ୍ୟକ୍ତିଙ୍କୁ ମଧ୍ୟ ସୂଚିତ କରେ।

  • ପୂରାତନ ନିୟମରେ, ଈଶ୍ଵରଙ୍କୁ ଇସ୍ରାଏଲର ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରାଯାଇଛି କାରଣ ବାରମ୍ୱାର ସେ ସେମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କଠାରୁ ରକ୍ଷା କରି, ଶକ୍ତି ଏବଂ ସେମାନେ ବଞ୍ଚିବା ପାଇଁ ଯାହା ଆବଶ୍ୟକ ତାହା ସେମାନଙ୍କୁ ଯୋଗାଇଲେ।
  • ପୂରାତନ ନିୟମରେ ଈଶ୍ଵର ଇସ୍ରାଏଲୀୟମାନଙ୍କ ନିମନ୍ତେ ବିଚାରକର୍ତ୍ତାଙ୍କୁ ନିଯୁକ୍ତ କଲେ ଯେଉଁମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଆସିଥିବା ଅନ୍ୟ ଗୋଷ୍ଠୀ ବିରୁଦ୍ଧରେ ସୁରକ୍ଷା ଦେବାକୁ ଯୁଦ୍ଧରେ ଆଗେଇ ନେଇଥିଲେ। ବେଳେବେଳେ ଏହି ବିଚାରକର୍ତ୍ତାମାନଙ୍କୁ “ଉଦ୍ଧାରକର୍ତ୍ତା” ବୋଲି କୁହାଯାଉଥିଲେ। ପୂରାତନ ନିୟମର ବିଚାରକର୍ତ୍ତା ପୁସ୍ତକରେ ଏହି ବିଚାରକମାନେ ଇସ୍ରାଏଲ ଉପରେ ଶାସନ କରୁଥିବା ସମୟର ଇତିହାସର ସମୟକୁ ଲିପିବଦ୍ଧ କରେ।
  • ନୂତନ ନିୟମରେ, “ତ୍ରାଣକର୍ତ୍ତା” ଶବ୍ଦକୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ବ୍ୟବହାର ହୋଇଛି କାରଣ ପାପର ଅନନ୍ତକାଳିନ ଦଣ୍ଡରୁ ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି। ସେ ମଧ୍ୟ ସେମାନଙ୍କୁ ସେମାନଙ୍କ ପାପ ଦ୍ୱାରା ନିୟନ୍ତ୍ରଣରୁ ଉଦ୍ଧାର କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯଦି ସମ୍ଭବ, “ଉଦ୍ଧାରକର୍ତ୍ତା” ଶବ୍ଦକୁ “ଉଦ୍ଧାର” କିମ୍ୱା “ପରିତ୍ରାଣ” ଶବ୍ଦଗୁଡ଼ିକ ସହ ସଂପୃକ୍ତ କରି ଅନୁବାଦ କରିବା ଉଚିତ।
  • ଏହି ଶବ୍ଦକୁ “ଯିଏ ରକ୍ଷା କରନ୍ତି” କିମ୍ୱା “ଈଶ୍ୱର ଯିଏ ରକ୍ଷା କରନ୍ତି” କିମ୍ୱା “ଯିଏ ବିପଦରୁ ଉଦ୍ଧାର କରନ୍ତି” କିମ୍ୱା “ଯିଏ ଶତ୍ରୁମାନଙ୍କଠାରୁ ରକ୍ଷା କରନ୍ତି” କିମ୍ୱା “ଯୀଶୁ, ଯିଏ ପାପରୁ (ଲୋକଙ୍କୁ) ଉଦ୍ଧାର କରନ୍ତି” ବୋଲି ମଧ୍ୟ ଅନ୍ୟ ଭାବରେ ଅନୁବାଦ କରାଯାଇପାରେ ।

(ଉଦ୍ଧାର କରିବାଯୀଶୁଉଦ୍ଧାରରକ୍ଷା: ଦେଖନ୍ତୁ)

ବାଇବେଲ   ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H3467, G49900

ତ୍ୟାଗ କରିବା, ତ୍ୟାଗୀ, ତ୍ୟାଗୀ ଦେଇ ଅଛନ୍ତି, ତ୍ୟାଗୀ ଦେଲେ

ସଂଜ୍ଞା:

“ତ୍ୟାଗ କରିବା “ଶବ୍ଦ ର ଅର୍ଥ ହେଉଛି କାହାକୁ ପରିତ୍ୟାଗ କରିବା କିଅବା ଛାଡ଼ିଦେବା I ଯାହାକୁ ପରିତ୍ୟାଗ କରାଯାଇଅଛି ଆଉ କାହା ଦ୍ୱାରା ଅନ୍ତର କିଅବା ପରିତ୍ୟାଗ ସେ ହୋଇ ଅଛି I

  • ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ “ପରିତ୍ୟାଗ “କରନ୍ତି, ସେମାନେ ଅନାଜ୍ଞାକାରୀ ହୋଇ ତାହାଙ୍କ ପ୍ରତି ଅବିଶବସ୍ତ ହୋଇ ଅଛନ୍ତି I
  • ଯେତେବେଳେ ପରମେଶ୍ୱର ଲୋକଙ୍କୁ “ପରିତ୍ୟାଗ” କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କରିବା ବନ୍ଦ କରି ଦିଅନ୍ତି ଓ ସେମାନେ ତାଡ଼ନା ଅନୁଭବରେରେ ଯିବା ନିମନ୍ତେ ଅନୁମତି ଦିଅନ୍ତି କି ସେମାନେ ତାହାଙ୍କ ପାଖକୁ ଫେରି ଆସନ୍ତୁ I
  • ଏହି ଶବ୍ଦର ଅର୍ଥ ବସ୍ତୁ ତ୍ୟାଗ, ପରିତ୍ୟାଗ କରିବା, ଈଶ୍ୱରଙ୍କ ଶିକ୍ଷା ଅନୁସାରେ ନ ଚାଲିବା I
  • “ପରିତ୍ୟାଗ କଲେ “ଶବ୍ଦ ଅତୀତ କାଳ ନିମନ୍ତେ ବ୍ୟବହାର କରାଯାଇପାରେ, ଯେପରି ସେ ତୁମକୁ ପରିତ୍ୟାଗ “କରି ଅଛନ୍ତି କିଅବା ସେହି ଲୋକ କୁ ଦର୍ଶାଏ ଯେ “ପରିତ୍ୟାଗ” କରାଯାଇଅଛି I

ଅନୁବାଦ ପ୍ରସ୍ତାବ:

ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କଲେ ଏହା “ତ୍ୟାଗୀ ଦେବା “କିଅବା “ଅବହେଳା କରିବା “କିଅବା “ଛାଡ଼ି ଦେବା” କିଅବାଠାରୁ ଦୁରେଇ ଯିବା “କିଅବା “ପଛରେ ଛାଡ଼ିବା ‘ ଓ ପୃଷ୍ଠଭୂମି ଉପରେ ନିର୍ଭର କରି I

  • ଈଶ୍ୱରଙ୍କ ବ୍ୟବସ୍ଥା “ପରିତ୍ୟାଗ “କୁ “ଈଶ୍ୱରଙ୍କ ବ୍ୟବସ୍ଥା ନମାନିବା “ରୂପରେ ଅନୁବାଦ କରାଯାଇପାରେ I

ଏହାକୁ ଏହି ପ୍ରକାରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି “ସମ୍ପୂର୍ଣ୍ଣ ତ୍ୟାଗ କରିବା “କିଅବା ଛାଡ଼ି ଦେବା “କିଅବା ତାହାଙ୍କ ଶିକ୍ଷା କିଅବା ନୀୟମର “ଆଜ୍ଞାକାରୀ ନ ହେବା “I

  • ବାକ୍ୟାଂଶ “ତ୍ୟାଗ କରାଯାଇଅଛି “ଏହି ପ୍ରକାରେ ଅନୁବାଦ କରାଯାଇପାରେ ଯେପରି “ଟ୍ୟାଗିକୃତ “କିଅବା “ଦୁରେଇ ଦିଆ ଯାଇଛି “I
  • ଏହି ଶବ୍ଦକୁ ସ୍ପଷ୍ଟ ଭାବରେ ଅନୁବାଦ କରିବା ନିମନ୍ତେ ଅଲଗା ଅଲଗା ଶବ୍ଦ ପ୍ରୟୋଗ କରି ଥାଉ, ଏହା ନିର୍ଭର କରେ କି ଅନୁଛେଦ ବ୍ୟକ୍ତି କିଅବା ପଦାର୍ଥ ପରିତ୍ୟାଗ କରିବା ବିଷୟରେ କହୁ ଅଛି I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H488, H2308, H5203, H5428, H5800, H5805, H7503, G646, G657, G863, G1459, G2641,

ଦକ୍ଷିଣ ହସ୍ତ

ପରିଭାଷା:

“ଦକ୍ଷିଣ ହସ୍ତ” ଶବ୍ଦଟି ଜଣେ ବ୍ୟକ୍ତିର ଶରୀରର ଡାହାଣ ହାତକୁ ବୁଝାଏ । ବାଇବେଲରେ, ଏହି ଶବ୍ଦଟି ଶରୀରର ଅନ୍ୟ ଅଂଶକୁ ଜଣେ ବ୍ୟକ୍ତିର ଡାହାଣ ପାର୍ଶ୍ୱରେ, ଜଣେ ବ୍ୟକ୍ତିର ଡାହାଣ ଦିଗକୁ, ଦକ୍ଷିଣ ଦିଗକୁ କିମ୍ବା ଶାସକଙ୍କ ଡାହାଣ ପାର୍ଶ୍ୱରେ ସମ୍ମାନ କିମ୍ବା ଶକ୍ତି ସ୍ଥାନକୁ, କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଦର୍ଶାଇବାକୁ ପ୍ରାୟତଃ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ I

  • ଦକ୍ଷିଣ ହସ୍ତ  କ୍ଷମତା, ଅଧିକାର, ବା ଶକ୍ତିର ପ୍ରତୀକ ଭାବରେ ବ୍ୟବହୃତ ହୋଇପାରେ I
  • ବାଇବେଲ ବର୍ଣ୍ଣନା କରେ ଯେ ଯୀଶୁ ବିଶ୍ୱାସୀମାନଙ୍କର ଶରୀରରୂପ ମଣ୍ଡଳୀର ମସ୍ତକ ଭାବରେ ପିତା ଈଶ୍ୱରଙ୍କ “ଦକ୍ଷିଣ ପାର୍ଶ୍ୱରେ” ଉପବେଶନ କରିଅଛନ୍ତି ଏବଂ ସମସ୍ତ ସୃଷ୍ଟିକୁ ନୀୟନ୍ତ୍ରଣାଧିନ କରୁଛନ୍ତି I
  • ସାଧାରଣତଃ ଜଣେ ବ୍ୟକ୍ତିର ଦକ୍ଷିଣ ହସ୍ତ ବିଶେଷ ସମ୍ମାନକୁ ଦର୍ଶାଇଥାଏ, ଯେତେବେଳେ ତାହା ଜଣକର ମସ୍ତକ ଉପରେ ଆଶୀର୍ବାଦ ଭାବରେ ରଖାଯାଏ (ଯେପରି ପିତୃପୁରୁଷ ଯାକୁବ ଯୋଷେଫଙ୍କ ପୁତ୍ର ଇଫ୍ରୟିମଙ୍କୁ ଆଶୀର୍ବାଦ କଲେ) I
  • ଜଣକର “ଦକ୍ଷିଣ ପାର୍ଶ୍ୱରେ” ରହି ସେବା କରିବା ଅର୍ଥ, ସେହି ବ୍ୟକ୍ତି ପ୍ରତି ତାହାର ସେବା ବିଶେଷ ଭାବରେ ସାହାଯ୍ୟକାରୀ ଏବଂ ମହତ୍ଵପୂର୍ଣ୍ଣ ଅଟେ ବୋଲି ବୁଝାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ବେଳେବେଳେ “ଦକ୍ଷିଣ ହସ୍ତ” ଶବ୍ଦ ଆକ୍ଷରିକ ଭାବରେ ଜଣେ ବ୍ୟକ୍ତିର ଦକ୍ଷିଣ ହସ୍ତକୁ ସୂଚାଏ, ଠିକ ଯେପରି ରୋମୀୟ ସୈନ୍ୟମାନେ ପରିହାସ କରିବା ନିମନ୍ତେ ଯୀଶୁଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ଦଣ୍ଡ ଧରାଇ ଦେଲେ I ଯେଉଁ ଶବ୍ଦକୁ ସ୍ଥାନୀୟ ଭାଷା ଏହି ହସ୍ତକୁ ସୂଚାଇବା ପାଇଁ ବ୍ୟବହାର କରେ ସେହି ଶବ୍ଦକୁ ବ୍ୟବହାର କରି ଅନୁବାଦ କରାଯିବା ଉଚିତ I
  • ଆଳଙ୍କାରିକ ବ୍ୟବହାର ସମ୍ପର୍କରେ, ଯଦି ଏକ ଅଭିବ୍ୟକ୍ତି ଏହି ଶବ୍ଦ “ଦକ୍ଷିଣ ହସ୍ତ” ଅନ୍ତର୍ଭୁକ୍ତ କରେ ଏବଂ ତାହା ସ୍ଥାନୀୟ ଭାଷାରେ ସମାନ ଅର୍ଥବୋଧକ ନୁହେଁ, ତେବେ ବିଚାର କରନ୍ତୁ ଯେ, ସେହି ଭାଷାରେ ସେହି ଅର୍ଥକୁ ପ୍ରକାଶ କରୁଥିବା ଭିନ୍ନ ଅଭିବ୍ୟକ୍ତି କିମ୍ବା ଶବ୍ଦ ଅଛି କି ନାହିଁ I
  • “ଦକ୍ଷିଣ ହସ୍ତରେ” ଅଭିବ୍ୟକ୍ତିକୁ “ଦକ୍ଷିଣ ପାଖରେ” କିମ୍ବା “ସମ୍ମାନର ସ୍ଥାନ ପାଖରେ” କିମ୍ବା “ଶକ୍ତିର ପଦବୀରେ” କିମ୍ବା “ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ” ବୋଲି ଅନୁବାଦ କରାଯାଇପାରେ I
  • “ତାହାଙ୍କ ଦକ୍ଷିଣ ହସ୍ତ ସହ” ବକ୍ୟାଂଶକୁ “ଅଧିକାର ସହ” କିମ୍ବା “ଶକ୍ତି ପ୍ରୟୋଗ କରି” କିମ୍ବା “ତାହାଙ୍କର ଆଶ୍ଚର୍ଯ୍ୟ ଶକ୍ତି ସହ” ବୋଲି ଅନୁବାଦ କରାଯାଇପାରେ I
  • “ତାହାଙ୍କର ଦକ୍ଷିଣ ହସ୍ତ ଏବଂ ତାହାଙ୍କ ପରାକ୍ରମୀ ବାହୁ” ର ଆଳଙ୍କାରିକ ଅଭିବ୍ୟକ୍ତି ଈଶ୍ୱରଙ୍କ କ୍ଷମତା ଏବଂ ମହାନ ଶକ୍ତିକୁ ଦୁଇ ପ୍ରକାରେ ଗୁରୁତ୍ୱ ଦେବା କ୍ଷେତ୍ରରେ ବ୍ୟବହାର ହୁଏ I ଏହି ଅଭିବ୍ୟକ୍ତିକୁ “ତାଙ୍କର ଆଶ୍ଚର୍ଯ୍ୟଜନକ ଶକ୍ତି ଏବଂ ମହାନ ପରାକ୍ରମ” ବୋଲି ଅନୁବାଦ କରାଯାଇପାରେ । (ସମାନ୍ତରାଳ: ଦେଖନ୍ତୁ)
  • “ସେମାନଙ୍କ ଦକ୍ଷିଣ ହସ୍ତ ମିଥ୍ୟାଅଟେ” ଅଭିବ୍ୟକ୍ତିକୁ “ଏପରିକି ସେମାନଙ୍କ ସମ୍ପର୍କରେ ଅତିଶୟ ସମ୍ମାନଜନକ ବିଷୟ ମିଥ୍ୟାଗୁଡ଼ିକ ଦ୍ୱାରା କଳୁଷିତ ବା ଭ୍ରଷ୍ଟ ହୋଇଛି” କିମ୍ବା “ସେମାନଙ୍କ ସମ୍ମାନର ସ୍ଥାନ ପ୍ରତାରଣା ଦ୍ୱାରା ଭ୍ରଷ୍ଟ ବା ଦୁଷିତ ହୋଇଅଛି” କିମ୍ବା “ସେମାନେ ଆପଣାମାନଙ୍କୁ ଶକ୍ତିଶାଳୀ କରିବା ନିମନ୍ତେ ମିଥ୍ୟାର ଆଶ୍ରୟ ନିଅନ୍ତି” ବୋଲି ଅନୁବାଦ କରାଯାଇପାରେ I

(ଅଭିଯୋଗମନ୍ଦସମ୍ମାନପରାକ୍ରମୀଦଣ୍ଡ ଦେବାବିଦ୍ରୋହ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ  :

  • Strong’s: H3225, H3231, H3233, G11880

ଦିକନ

ବ୍ୟାଖ୍ୟା:

ଜଣେ ଦିକନ ଜଣେ ବ୍ୟକ୍ତି ଯିଏ ସ୍ଥାନୀୟ ମଣ୍ଡଳୀରେ ସେବା କରେ, ଖାଦ୍ୟ କିମ୍ବା ଅର୍ଥ ଭଳି ବ୍ୟବହାରିକ ଆବଶ୍ୟକତା ସହିତ ସହ ବିଶ୍ଵାସୀମାନଙ୍କୁ ସାହାଯ୍ୟ କରେ I

  • “ଦିକନ” ଶବ୍ଦ ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ “ଦାସ” କିମ୍ୱା “ସେବକ“ ଅଟେ I
  • ଆଦ୍ୟ ଖ୍ରୀଷ୍ଟିୟାନମାନଙ୍କ ସମୟଠାରୁ, ଏହି ଦିକନର ଭୂମିକା ଏବଂ ସ୍ଥାନୀୟ ମଣ୍ଡଳୀର ସେବାକୁ ଭଲଭାବରେ ବର୍ଣ୍ଣନା କରାଯାଇଛି I
  • ଉଦାହରଣ ସ୍ୱରୁପ, ନୂତନ ନିୟମରେ ସହବିଶ୍ୱାସୀମାନଙ୍କର ଭାଗରୁ ଯେକୌଣସି ଅର୍ଥ  କିମ୍ବା ଖାଦ୍ୟପଦାର୍ଥ ହେଉ ଯେପରି ସମାନଭାବରେ ବିଧବାମାନଙ୍କ ମଧ୍ୟରେ ବଣ୍ଟାଯିବ ଏଥିପ୍ରତି ଦିକନମାନେ ଯତ୍ନବାନ ରହୁଥିଲେ I
  • “ଦିକନ” ଶବ୍ଦକୁ “ମଣ୍ଡଳୀର ସେବକ” କିମ୍ୱା “ମଣ୍ଡଳୀର କର୍ମଚାରୀ” କିମ୍ୱା “ମଣ୍ଡଳୀର ଦାସ,” ବୋଲି ଅନ୍ୟଭାବରେ  ସେହି ବ୍ୟକ୍ତି ମଣ୍ଡଳୀ ଦ୍ୱାରା ନିଯୁକ୍ତି ପାଇ ଗୋଟିଏ ନିର୍ଦ୍ଧିଷ୍ଟ କାମ ସ୍ଥାନୀୟ ଖ୍ରୀଷ୍ଟିୟାନ ସମାଜର ମଙ୍ଗଳ ନିମନ୍ତେ କାର୍ଯ୍ୟ କରେ ବୋଲି ଅନୁବାଦ କରାଯାଇପାରେ I

( ସେବକ, ଦାସ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong’s: G12490

ଦୂତ, ପ୍ରଧାନ ଦୂତ

ପରିଭାଷା:

ଦୂତ ଏକ ଶକ୍ତିଶାଳୀ ଆତ୍ମା ଅଟେ ଯାହାକୁ ଈଶ୍ୱର ସୃଷ୍ଟି କରିଛନ୍ତି I ଦୂତଗଣ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ତାହାଙ୍କୁ ସେବା କରିବା ନିମନ୍ତେ ସୃଷ୍ଟ I “ପ୍ରଧାନ ଦୂତ” ଶବ୍ଦ ଏକ ଦୂତକୁ ସୂଚାଏ ଯିଏ ଶାସନ କରେ କିମ୍ୱା ଅନ୍ୟ ସମସ୍ତ ଦୂତମାନଙ୍କୁ ଚଳାନ୍ତି I

  • “ଦୂତ” ଶବ୍ଦର ଆକ୍ଷରିକ ଅର୍ଥ “ବାର୍ତ୍ତାବାହକ” ଅଟେ I
  • “ପ୍ରଧାନ ଦୂତ” ଶବ୍ଦର ଆକ୍ଷରିକ ଅର୍ଥ “ପ୍ରଧାନ ବାର୍ତ୍ତାବାହକ” ବାଇବେଲରେ କେବଳ ମୀଖାୟେଲ ସ୍ଵର୍ଗଦୂତକୁ “ପ୍ରଧାନ ବାର୍ତ୍ତାବାହକ” ଭାବରେ ଦର୍ଶାଯାଇଅଛି I
  • ବାଇବେଲରେ ସ୍ଵର୍ଗଦୂତମାନେ ଈଶ୍ୱରଙ୍କର ବାର୍ତ୍ତାକୁ ଲୋକମାନଙ୍କୁ ପ୍ରଦାନ କରିଥିଲେ I ଏହି ବାର୍ତ୍ତାରେ ଈଶ୍ୱର ଯାହା ଲୋକମାନେ କରନ୍ତୁ ବୋଲି ଇଚ୍ଛା କରିଥିଲେ ତାହା ଅନ୍ତର୍ଭୁକ୍ତ ଅଟେ I
  • ସ୍ଵର୍ଗଦୂତମାନେ ଭବିଷ୍ୟତ ଘଟଣା ବିଷୟରେ କିମ୍ୱା ଯେଉଁ ବିଷୟ ସମାପ୍ତ ହୋଇଯାଇଥିଲା ସେହି ବିଷୟରେ ମଧ୍ୟ ପ୍ରକାଶ କରିଥିଲେ I
  • ସ୍ଵର୍ଗଦୂତମାନେ ଈଶ୍ୱରଙ୍କଠାରୁ ତାହାଙ୍କ ପ୍ରତିନିଧି ଭାବରେ ଅଧିକାର ପ୍ରାପ୍ତ, ଏବଂ ବାଇବେଲରେ ବେଳେବେଳେ ସ୍ୱୟଂ ଈଶ୍ୱର କହିଲା ଭଳି ସେମାନେ କହିଥିଲେ I
  • ଲୋକମାନଙ୍କୁ ରକ୍ଷା ଏବଂ ଶକ୍ତିଶାଳୀ କରିବା ଦ୍ୱାରା ସ୍ଵର୍ଗଦୂତମାନେ ଈଶ୍ୱରଙ୍କୁ ଅନ୍ୟପ୍ରକାରେ ସେବା କରନ୍ତି I
  • “ଯିହୋବାଙ୍କ ସ୍ଵର୍ଗଦୂତ” ଏକ ବିଶେଷ ବାକ୍ୟାଂଶ ଅଟେ ଯାହାର ଏକାଧିକ ସମ୍ଭାବ୍ୟ ଅର୍ଥଗୁଡ଼ିକ ରହିଛି: (1) ଏହାର ଅର୍ଥ ହୋଇପାରେ “ସ୍ଵର୍ଗଦୂତ ଯେ ଯିହୋବାଙ୍କୁ ଦର୍ଶାନ୍ତି” କିମ୍ୱା “ବାର୍ତ୍ତାବାହକ ଯେ ଯିହୋବାଙ୍କୁ ସେବା କରନ୍ତି I” (2)  ଏହା ସ୍ଵୟଂ ଯିହୋବାଙ୍କୁ ସୂଚାଇପାରେ, ଯେପରି ସେ ଏକ ସ୍ଵର୍ଗଦୂତଙ୍କ ରୂପରେ ଏକ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ଦେଖାଗଲେ I ଏଥି ମଧ୍ୟରୁ ଗୋଟିଏ ସ୍ଵର୍ଗଦୂତର ଅର୍ଥ “ମୁଁ” ଶବ୍ଦକୁ ବ୍ୟବହାର କରି ଦର୍ଶାଯାଇପାରେ ଯେମିତିକି ଈଶ୍ୱର ସ୍ଵୟଂ କହୁଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଦୂତ” ଶବ୍ଦକୁ  “ଈଶ୍ୱରଙ୍କଠାରୁ  ବାର୍ତ୍ତାବାହକ” କିମ୍ୱା “ଈଶ୍ୱରଙ୍କ ସ୍ୱର୍ଗୀୟ ଦାସ” କିମ୍ୱା “ଈଶ୍ୱରଙ୍କ ଆତ୍ମା ବାର୍ତ୍ତାବାହକ” ବୋଲି ଅନୁବାଦ କରାଯାଇପାରେ I
  • “ପ୍ରଧାନ ଦୂତ” ଶବ୍ଦକୁ “ମୁଖ୍ୟ ଦୂତ” କିମ୍ୱା “ମୁଖ୍ୟ ଶାସକ ଦୂତ” କିମ୍ୱା “ସ୍ଵର୍ଗଦୂତମାନଙ୍କ ମୁଖ୍ୟ” ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦଗୁଡ଼ିକ କିପରି ଜାତୀୟ କିମ୍ୱା ଅନ୍ୟ ସ୍ଥାନୀୟ ଭାଷାରେ ଅନୁବାଦ କାରାଯାଇଅଛି ତାହା ଦେଖନ୍ତୁ I
  • “ଯିହୋବାଙ୍କ ଦୂତ” ବାକ୍ୟାଂଶକୁ “ସ୍ଵର୍ଗଦୂତ” ଏବଂ “ଯିହୋବା” ଶବ୍ଦ ବ୍ୟବହାର କରି ଅନୁବାଦ କରିବା ଉଚିତ ଅଟେ I ଏହି ବାକ୍ୟାଂଶକୁ, “ଯିହୋବାଙ୍କଠାରୁ ଦୂତ” କିମ୍ୱା “ଯିହୋବାଙ୍କ ଦ୍ଵାରା ପ୍ରେରଣ କରାଯାଇଥିବା ସ୍ଵର୍ଗଦୂତ” କିମ୍ୱା “ଯିହୋବା, ଯେ ସ୍ଵର୍ଗଦୂତ ଭଳି ଦେଖାଯାଆନ୍ତି” ବୋଲି ଅନୁବାଦ କରାଯାଇପାରେI

ଅଜ୍ଞାତ ବିଷୟଗୁଡ଼ିକ କିପରି ଅନୁବାଦ କରିବେ: ଦେଖନ୍ତୁ)

(ମୁଖ୍ୟପ୍ରଧାନବାର୍ତ୍ତାବାହମୀଖାୟେଲଶାସକଦାସ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

·        2:12 ଯେପରି କୌଣସି ବ୍ୟକ୍ତି ଜୀବନ ବୃକ୍ଷରୁ ଫଳ ଖାଇ ନପାରେ ସେଥି ନିମନ୍ତେ ଈଶ୍ୱର ଉଦ୍ୟାନର ପ୍ରବେଶ ଦ୍ୱାରରେ ବିଶାଳ, ଶକ୍ତିଶାଳୀ ସ୍ଵର୍ଗ ଦୂତମାନଙ୍କୁ ନିଯୁକ୍ତି କଲେ I

·        22:3 ସ୍ଵର୍ଗଦୂତ ଯିଖରୀୟଙ୍କୁ ଉତ୍ତର ଦେଇ କହିଲେ, “ଏହି ସୁସମ୍ୱାଦ ତୁମ୍ଭଙ୍କୁ ପ୍ରଦାନ କରିବା ନିମନ୍ତେ ମୁଁ ଈଶ୍ୱରଙ୍କଠାରୁ ପ୍ରେରିତ I”

·        23:6 ସେହିକ୍ଷଣି, ଏକ ଉଜ୍ଜ୍ୱଳ ସ୍ଵର୍ଗଦୂତ ସେମାନଙ୍କ (ମେଷପାଳକଗଣ) ମଧ୍ୟରେ ଉପସ୍ଥିତ ହେଲେ, ଏବଂ ସେମାନେ ଭୟଭୀତ ଥିଲେ I ସ୍ଵର୍ଗଦୂତ କହିଲେ, “ଭୟ କରନାହିଁ, କାରଣ ମୋ’ପାଖରେ ତୁମ୍ଭମାନଙ୍କ ନିମନ୍ତେ ଏକ ସୁସମ୍ୱାଦ ଅଛି I”

·        23:7 ସେହିକ୍ଷଣି ଆକାଶ ଦୂତମାନଙ୍କ ଦ୍ୱାରା ଈଶ୍ୱରଙ୍କ ମହିମାରେ ପୂର୍ଣ୍ଣ ହେଲା I

·        25:8 ତାହାପରେ ସ୍ଵର୍ଗଦୂତଗଣ ଆସିଲେ ଏବଂ ଯୀଶୁଙ୍କର ସେବାଯତ୍ନ କଲେ I

·        38:12 ଯୀଶୁ ଅତ୍ୟନ୍ତ ଦୁଃଖଭୋଗ କଲେ ଏବଂ ତାହାଙ୍କ ଝାଳ ରକ୍ତ ଟୋପା ଭଳି ଥିଲା I ତାହାଙ୍କୁ  ଶକ୍ତିଶାଳୀ କରିବା ନିମନ୍ତେ ଈଶ୍ୱର ଏକ ସ୍ଵର୍ଗଦୂତଙ୍କୁ ପ୍ରେରଣ କଲେ I

·        38:15 “ମୋତେ ରକ୍ଷା କରିବା ନିମନ୍ତେ ମୁଁ ପିତାଙ୍କୁ  ସ୍ଵର୍ଗଦୂତମାନଙ୍କ ସେନା ମାଗି ପାରିଥାନ୍ତି I”

ଶବ୍ଦବିନ୍ୟାସ :

  • Strong’s: H0047, H0430, H4397, H4398, H8136, G00320, G07430, G24650

ଦୃଷ୍ଟାନ୍ତ

ପରିଭାଷା:

“ଦୃଷ୍ଟାନ୍ତ” ଶବ୍ଦ ଯାହା ସାଧାରଣତଃ ଏକ କ୍ଷୁଦ୍ର ଗଳ୍ପକୁ କିମ୍ୱା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଶିକ୍ଷାକୁ ବୁଝାଏ, ଯାହା ଏକ ନୈତିକ ସତ୍ୟକୁ ବ୍ୟାଖ୍ୟା କରିବା ନିମନ୍ତେ ବ୍ୟବହାର କରାଯାଇଥାଏ I

  • ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଦୃଷ୍ଟାନ୍ତଗୁଡ଼ିକୁ ବ୍ୟବହାର କଲେ I ଯଦିଓ ସେ ଲୋକସମୂହକୁ ମଧ୍ୟ ଦୃଷ୍ଟାନ୍ତଗୁଡ଼ିକ କହିଲେ, ସେ ସବୁବେଳେ ଦୃଷ୍ଟାନ୍ତଗୁଡ଼ିକୁ ବୁଝାଇଲେ ନାହିଁ I
  • ଗୋଟିଏ ଦୃଷ୍ଟାନ୍ତକୁ ତାହାଙ୍କର ଶିଷ୍ୟମାନଙ୍କ ପ୍ରତି ସତ୍ୟର ପ୍ରକାଶ କରିବା ନିମନ୍ତେ ବ୍ୟବହାର କରାଯାଇପାରେ ଯଦ୍ୟପି ସେହି ସତ୍ୟକୁ ଯୀଶୁଙ୍କଠାରେ ବିଶ୍ୱାସ କରି ନ ଥିବା ଫାରୂଶୀମାନଙ୍କ ଭଳି ଲୋକମାନଙ୍କଠାରୁ ଗୁପ୍ତ ରଖାଯାଇଛି I
  • ନାଥନ ଭବିଷ୍ୟତବକ୍ତା ଦାଉଦଙ୍କୁ ଏକ ଦୃଷ୍ଟାନ୍ତ କହିଲେ, ଯେପରି ସେ ରାଜାଙ୍କୁ ତାହାଙ୍କର ଭୟଙ୍କର ପାପକୁ ବୁଝାଇ ପାରିବେ I
  • ଉତ୍ତମ ଶମିରୋଣୀୟର କାହାଣୀ ଏକ ଉଦାହରଣ ଅଟେ ଯାହା ଏକ କାହାଣୀ ଅଟେ I ଯୀଶୁଙ୍କ ଦ୍ୱାରା ନୂତନ ଓ ପୁରାତନ ଦ୍ରାକ୍ଷାରସର କୁମ୍ଫାଗୁଡ଼ିକର ତୁଳନା ଏକ ଦୃଷ୍ଟାନ୍ତର ଉଦାହରଣ ଅଟେ ଯାହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଶିକ୍ଷାଥିଲା ଯେପରି ଯୀଶୁଙ୍କ ଶିକ୍ଷାଗୁଡ଼ିକ ବୁଝିପାରିବାରେ ଶିଷ୍ୟମାନଙ୍କୁ ସହାୟତା କରିବ I

(ଶମରୀୟା: ଦେଖନ୍ତୁ)

ବାଇବେଲ ପଦଗୁଡ଼ିକ:

ଶବ୍ଦବିନ୍ୟାସ:

  • Strong's: H1819, H4912, G3850, G3942

ଦେବତା,ମିଥ୍ୟା ଦେବତା,ଦେବୀ,ମୂର୍ତ୍ତି, ପ୍ରତିମାପୂଜକ, ପ୍ରତିମା ପୂଜା,ମୂର୍ତ୍ତିପୂଜା

ପରିଭାଷା:

ଏକ ମିଥ୍ୟା ଦେବତା ଏପରି ଏକ ଜିନିଷ ଯାହାକୁ ଲୋକମାନେ ସତ୍ୟ ଈଶ୍ଵର ପରିବର୍ତ୍ତେ ପୂଜା କରନ୍ତି | “ଦେବୀ” ଶବ୍ଦ ବିଶେଷ ଭାବରେ ଏକ ମହିଳା ମିଥ୍ୟା ଦେବୀକୁ ବୁଝାଏ I

  • ଏହି ମିଥ୍ୟା “ଦେବ” କିମ୍ବା “ଦେବୀ” ର ଅସ୍ତିତ୍ୱ ନାହିଁ I ଯିହୋବା ହିଁ କେବଳ ଈଶ୍ୱର ଅଟନ୍ତି I
  • ବେଳେବେଳେ ଭୌତିକ ପଦାର୍ଥଗୁଡ଼ିକୁ ଲୋକମାନେ ମୂର୍ତ୍ତି ନିର୍ମାଣ କରି ଚିହ୍ନ ସ୍ୱରୂପେ ସେମାନଙ୍କ ମିଥ୍ୟା ଦେବତାକୁ  ପୂଜା କରନ୍ତି I
  • ବାଇବେଲରେ ଈଶ୍ୱରଙ୍କ ଲୋକମାନେ ଅନେକଥର ମୂର୍ତ୍ତିପୂଜା କରିବା ଦ୍ୱାରା ତାହାଙ୍କ ଅନାଜ୍ଞାକାରୀ ହୋଇ ତାହାଙ୍କଠାରୁ ଦୂରେଇ ଗଲେ I
  • ଲୋକମାନେ ପୂଜା କରୁଥିବା ଦେବତାର ଶକ୍ତି ଅଛି ବୋଲି ଭୂତମାନେ ସେମାନଙ୍କୁ ବିଶ୍ୱାସ କରିବାକୁ ପ୍ରବର୍ତ୍ତାଏ I
  • ବାଇବେଲ ସମୟରେ ବାଲ, ମଲେକ ଓ ଦେଗନ୍ ବହୁ ମିଥ୍ୟା ଦେବୀ ଦେବତା ମଧ୍ୟରେ ମୁଖ୍ୟ ତିନି ଦେବତା ଥିଲେ ଯାହାକୁ ଲୋକମାନେ ପୂଜା କରିଥିଲେ I
  • ଅଶେରା ଓ ଆର୍ତ୍ତେମୀ (ଦାଇନI) ଏହି ଦୁଇ ଦେବୀକୁ ପ୍ରାଚୀନ କାଳରେ ଲାକେ ପୂଜା କରୁଥିଲେ I

ଏକ ପ୍ରତିମା ଏକ ବସ୍ତୁ ଅଟେ ଯାହାକୁ ଲୋକମାନେ ପୂଜା କରିବା ପାଇଁ  ନିର୍ମାଣ କରନ୍ତି I ଯଦି ସତ୍ୟ ଈଶ୍ଵରଙ୍କ ବ୍ୟତୀତ ଅନ୍ୟ କୌଣସି ବସ୍ତୁ କିମ୍ବା ବ୍ୟକ୍ତିକୁ ଅଧିକ ସମ୍ମାନ ଦିଆଯାଏ ତେବେ ଏହାକୁ  “ମୂର୍ତ୍ତିପୂଜା” ବୋଲି ବର୍ଣ୍ଣନା କରାଯାଏ I

  • ଲୋକମାନେ ପୂଜା କରୁଥିବା ମିଥ୍ୟା ଦେବତାମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସେଗୁଡ଼ିକର ପ୍ରତିମା ନିର୍ମାଣ କରନ୍ତି I
  • ଏହି ମିଥ୍ୟା ଦେବତାମାନେ ବାସ୍ତବରେ ନାହାନ୍ତି; ଯିହୋବାଙ୍କ ବ୍ୟତୀତ ଅନ୍ୟ କେହି ଈଶ୍ଵର ନାହିଁ ।
  • ବେଳେବେଳେ ଭୁତମାନେ ପ୍ରତିମାରେ ଶକ୍ତି ନଥିଲେ ମଧ୍ୟ ପ୍ରତିମା ମଧ୍ୟରେ ରହି କାର୍ଯ୍ୟ କରନ୍ତି ସତେ ଯେପରି ପ୍ରତିମା ମଧ୍ୟରେ ଶକ୍ତି ଅଛି I
  • ଅନେକ ସମୟରେ ପ୍ରତିମାଗୁଡ଼ିକ ମୂଲ୍ୟବାନ ପଦାର୍ଥ ଯେପରିକି ସୁନା, ଚାନ୍ଦି, କାଂସ୍ୟ ଓ ଦାମିକା କାଠରେ ନିର୍ମିତ ହୋଇଥାଏ I
  • ଏକ “ପ୍ରତିମା ଆରାଧକ ରାଜ୍ୟ“ର ଅର୍ଥ ‘ “ଜନରାଜ୍ୟ ଯେଉଁମାନେ ମୂର୍ତ୍ତିପୂଜା କରନ୍ତି” କିମ୍ବା “ଜନରାଜ୍ୟ ଯେଉମାନେ ପୃଥିବୀର ବସ୍ତୁଗୁଡ଼ିକୁ ପୂଜା କରନ୍ତି “I
  • “ପ୍ରତିମା ଆରାଧକ ଆକୃତି” ବାକ୍ୟାଂଶକୁ “ଖୋଦନ ଆକୃତି” କିମ୍ବା “ମୂର୍ତ୍ତି“ ବୋଲି ଅନୁବାଦ କରାଯାଇପାରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଦେବତା” କିମ୍ବା “ମିଥ୍ୟା ଦେବତା” ନିମନ୍ତେ ସ୍ଥାନୀୟ ଭାଷାରେ କିମ୍ବା ନିକଟତର ସ୍ଥାନୀୟା ଭାଷାରେ ଶବ୍ଦ ଥାଇପାରେ I
  • “ମୂର୍ତି “ଶବ୍ଦ ମିଥ୍ୟାଦେବତାକୁ ସୂଚାଇବାକୁ ବ୍ୟବହାର କରାଯାଇପାରିବ I
  • ଇଂରାଜୀ ଭାଷାରେ, ଛୋଟ ଅକ୍ଷର “g “ମିଥ୍ୟା ଦେବତାକୁ ଦର୍ଶାଏ, ଓ ବଡ଼ “G” ଏକ ସତ୍ୟ ଈଶ୍ୱରଙ୍କୁ ଦର୍ଶାଏ I ଅନ୍ୟ ଭାଷାରେ ମଧ୍ୟ ଏପରି କରାଯାଏ I
  • ମିଥ୍ୟା ଦେବତାକୁ ସୂଚାଇବାକୁ ସମ୍ପୂର୍ଣ୍ଣ ଅଲଗା ଶବ୍ଦ ବ୍ୟବହାର କରନ୍ତୁ I
  • ମିଥ୍ୟା ଦେବତାକୁ ପୁରୁଷ କିମ୍ବା ସ୍ତ୍ରୀ ଭାବରେ ବର୍ଣ୍ଣନା କରାଯାଇଛି କି ନାହିଁ ନିର୍ଦ୍ଦିଷ୍ଟ କରିବାକୁ କେତେକ ଭାଷା ଏକ ଶବ୍ଦ ଯୋଗ କରିପାରନ୍ତି I

ଈଶ୍ୱରଆଶେରାବାଲ୍ମୋଲେକ୍ଭୂତଛବିରାଜ୍ୟଉପାସନା: ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 10:2 ଏହି ମହାମାରୀ ଦ୍ୱାରା, ପରମେଶ୍ୱର ଫାରକୁ ଦେଖାଇଲେ ଯେ ସେ ଫାର ଓ ସମସ୍ତ ମିସ୍ରୀୟ ଦେବତାଠାରୁ ଶକ୍ତିଶାଳୀ ଅଟନ୍ତି I
  • 13:4 ତେବେ ଈଶ୍ଵର ସେମାନଙ୍କୁ ନୀୟମାବଳି ଦେଲେ ଓ କହିଲେ, “ମୁଁ ଯିହୋବା, ତୁମ୍ଭର ଈଶ୍ୱର, ଯେ ତୁମ୍ଭକୁ ମିସରର ଦାସତ୍ୱ ଯୁଆଳିରୁ ମୁକ୍ତ କଲେ I ଅନ୍ୟ ଦେବତାକୁ ପୂଜା କର ନାହିଁ I
  • 14:2 ସେମାନେ (କିଣାନୀୟ) ମିଥ୍ୟା ଦେବତାଗଣକୁ ପୂଜା କଲେ ଓ ବହୁ ମନ୍ଦ କାମ କଲେ I
  • 16:1 ଇସ୍ରାଏଲ ଲୋକମାନେ ଯିହୋବା ସତ୍ୟ ପରମେଶ୍ୱରଙ୍କୁ ଛାଡ଼ି କିଣାନୀୟ ଦେବତାକୁ ପୂଜା କଲେ I
  • 18:13 ଅଧିକତମ ଯିହୁଦାର ରାଜାମାନେ ମନ୍ଦ, ଭ୍ରଷ୍ଟ ଏବଂ ସେମାନେ ପ୍ରତିମାପୂଜା କରୁଥିଲେ I କେତେକ ରାଜା ନିଜ ସନ୍ତାନମାନଙ୍କୁ ମିଥ୍ୟା ଦେବତା ନିକଟରେ ବଳି କଲେ I

ଶବ୍ଦବିନ୍ୟାସ:

  • Strong’s: H205, H367, H410, H426, H430, H457, H1322, H1544, H1892, H2553, H3649, H4656, H4906, H5236, H5566, H6089, H6090, H6091, H6456, H6459, H6673, H6736, H6754, H7723, H8163, H8251, H8267, H8441, H8655, G1493, G1494, G1495, G1496, G1497, G2299, G2712

ଦେହ

ପରିଭାଷା:

ବାଇବେଲରେ, “ଦେହ” ଆକ୍ଷରିକ ଭାବରେ ମନୁଷ୍ୟ କିମ୍ବା ପଶୁ ଶରୀରର କୋମଳ ଟିସୁକୁ ଦର୍ଶାଇଥାଏ I

  • ବାଇବେଲ ସମସ୍ତ ମନୁଷ୍ୟ କିମ୍ବା ସମସ୍ତ ଜୀବକୁ ସୂଚାଇବା ପାଇଁ “ଦେହ” ଶବ୍ଦକୁ ଏକ ସାଙ୍କେତିକ ଉପାୟରେ ବ୍ୟବହାର କରେ I
  • ନୂତନ ନିୟମରେ, “ଦେହ” ଶବ୍ଦ ମନୁଷ୍ୟର ପାପମୟ ସ୍ୱଭାବକୁ ଦର୍ଶାଏ I ଅନେକ ସମୟରେ ଏହି ଶବ୍ଦକୁ ଆତ୍ମିକ ସ୍ୱଭାବର ବିପରୀତରେ ବ୍ୟବହାର କରାଯାଏ I
  • “ନିଜ ମାଂସ ଓ ରକ୍ତ” ଅଭିବ୍ୟକ୍ତି ଏକ ବ୍ୟକ୍ତିକୁ ବୁଝାଏ ଯିଏ ଶାରୀରିକ ଭାବରେ ଅନ୍ୟ ବ୍ୟକ୍ତି ସହିତ ସମ୍ପୃକ୍ତ, ଯେପରିକି ମାତା ପିତା, ଭାଇ ଭଉଣୀ, ସନ୍ତାନ କିମ୍ବା ନାତି ପୋତି ଅଟେ I
  • “ମାଂସ ଓ ରକ୍ତ“ ଅଭିବ୍ୟକ୍ତି ପୂର୍ବପୁରୁଷ କିମ୍ବା ବଂଶଧରକୁ ମଧ୍ୟ ଦର୍ଶାଏ I
  • “ଗୋଟିଏ ଦେହ“ ଅଭିବ୍ୟକ୍ତି ପୁରୁଷ ଓ ସ୍ତ୍ରୀର ବିବାହରେ ଶାରୀରିକ ଏକତାକୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପଶୁ ଶରୀରର ପ୍ରସଙ୍ଗରେ, “ଦେହ” ଶବ୍ଦକୁ “ଶରୀର”, କିମ୍ବା “ମାଂସ “, କିମ୍ବା “ଚର୍ମ” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଏହା ସାଧାରଣ ଭାବରେ ସମସ୍ତ ଜୀବନ୍ତ ପ୍ରାଣୀକୁ ଦର୍ଶାଏ, ଏହି ଶବ୍ଦକୁ “ଜୀବନ୍ତ ପ୍ରାଣୀ” କିମ୍ବା “ସମସ୍ତ ଜୀବିତ ପ୍ରାଣୀ” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ସମସ୍ତ ଲୋକ ସମୁଁ  ହ ନିମନ୍ତେ ବ୍ୟବହାର କରାଯାଏ, ଏହି ଶବ୍ଦକୁ “ଲୋକ” କିମ୍ବା “ମାନବଜାତି “କିମ୍ବା “ସେସମସ୍ତେ ଯେ ଜୀବିତ ଅଛନ୍ତି“ ବୋଲି ଅନୁବାଦ କରାଯାଇପାରେ I
  • “ରକ୍ତ ମାଂସ “ ଅଭିବ୍ୟକ୍ତିକୁ “ପରିବାର ବର୍ଗ” “କିମ୍ବା “ପରିବାର” କିମ୍ବା “ଆତ୍ମୀୟ “କିମ୍ବା “କୁଳ “ବୋଲି ଅନୁବାଦ କରାଯାଇପାରେ I ପ୍ରସଙ୍ଗକୁ ଆଧାର କରି ଏହି ଶବ୍ଦକୁ “ପୂର୍ବପୁରୁଷ” କିମ୍ବା “ବଂଶଧର “ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • କେତେକ ଭାଷାରେ “ରକ୍ତ ମାଂସ” ଅଭିବ୍ୟକ୍ତର ସମାନ ଅର୍ଥ ଥାଇପାରେ I
  • “ଏକ ଦେହ ହେବା” ଅଭିବ୍ୟକ୍ତିକୁ “ଯୌନ ସମନ୍ଧରେ ଏକ ହେବା” କିମ୍ବା “ଏକ ଦେହ ପରି ହେବା” କିମ୍ବା “ଆତ୍ମା ଓ ଶରୀରରେ ଗୋଟିଏ ବ୍ୟକ୍ତି ପରି ହେବା” ବୋଲି ଅନୁବାଦ କରାଯାଇପାରେ I ସ୍ଥାନୀୟ ଭାଷା ଏବଂ ସଂସ୍କୃତିରେ ଏହି ଅଭିବ୍ୟକ୍ତି ଗ୍ରହଣୀୟ କି ନାହିଁ ନିଶ୍ଚିତ କରିବାକୁ ଏହି ଅଭିବ୍ୟକ୍ତିର ଅନୁବାଦ ଯାଞ୍ଚ କରାଯିବା ଉଚିତ I (euphemism ଦେଖନ୍ତୁ ) I ଏହାକୁ ସାଙ୍କେତିକ ଅର୍ଥରେ ବୁଝାଯିବା ଆବଶ୍ୟକ ଅଟେ ଏବଂ ସ୍ତ୍ରୀ ଓ ପୁରୁଷ “ଏକ ଶରୀର ହେଲେ” ତାହାର ଅର୍ଥ ଆକ୍ଷରିକ ରୂପରେ ଗୋଟିଏ ବ୍ୟକ୍ତି ନୁହଁ ବୋଲି ବୁଝାଯିବା ଆବଶ୍ୟକ ଅଟେ I

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0829, H1320, H1321, H2878, H3894, H4207, H7607, H7683, G29070, G45590, G45600, G45610

ଦୋଷ, ଦୋଷୀ

ପରିଭାଷା:

“ଦୋଷ” ଶବ୍ଦ ପାପ କରିବା କିମ୍ବା ଅପରାଧ କରିବା ସତ୍ୟକୁ ବୁଝାଏ I

  • “ଦୋଷୀ ହେବା” ଶବ୍ଦ ନୈତିକ ରୂପରେ କିଛି ଭୁଲ୍ କରିବା, ଯାହା ଈଶ୍ୱରଙ୍କ ଅନଜ୍ଞାକାରୀ ହେବାକୁ ଦର୍ଶାଏ I
  • “ଦୋଷୀ” ଶବ୍ଦର ବିପରୀତ ଶବ୍ଦ ନିର୍ଦୋଷ ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • କେତେକ ଭାଷା “ଦୋଷ” ଶବ୍ଦକୁ “ପାପର ମାପ “କିମ୍ବା “ପାପର ଗଣନା “ବୋଲି ଅନୁବାଦ କରିପାରନ୍ତି I
  • “ଦୋଷୀ ହେବା” ବାକ୍ୟାଂଶକୁ “ଭୁଲରେ ରହିବା “କିମ୍ବା“ନୈତିକ ରୂପରେ କିଛି ଭୁଲ କରିବା “କିମ୍ବା“ପାପ ପାଇଁ ସମର୍ପିତ ହେବା“ ବୋଲି ଅନୁବାଦ କରାଯାଇପାରେI

(ନିର୍ଦୋଷ, ପାପ, ଦଣ୍ଡ, ପାପ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 39:2 ସେମାନେ ଅନେକ ସାକ୍ଷୀକୁ ଆଣିଲେ ଯେ ତାହାଙ୍କ (ଯୀଶୁଙ୍କ) ବିଷୟରେ ମିଥ୍ୟା ସାକ୍ଷ ଦେଲେ ତାହା ତାହାଙ୍କ କଥନ ପରସ୍ପର ସହିତ ମେଳ ଖାଇଲା ନାହିଁ, ତେଣୁ ଯିହୁଦୀ ନେତାମାନେ ଏହା ପ୍ରମାଣ କରି ପାରିଲେ ନାହିଁ କି ସେ ଦୋଷୀ ଅଟନ୍ତି I
  • 39:11 ଯୀଶୁଙ୍କ ସହିତ ବାର୍ତ୍ତାଳାପ କଲା ପରେ, ପିଲାତ ଲୋକ ସମୂହ ମଧ୍ୟକୁ ଗଲେ ଓ କହିଲେ, “ମୁଁ ଏହି ମନୁଷ୍ୟ ମଧ୍ୟରେ କୌଣସି ଦୋଷ ପାଉ ନାହିଁ” I କିନ୍ତୁ ଯିହୁଦୀ ନେତାମାନେ ଓ ଲୋକଗହଳି ଚିତ୍କାର କରି କହିଲେ “ତାହାକୁ କ୍ରୁଶରେ ଚଡ଼ାଅ “! ପିଲାତ ଉତ୍ତର ଦେଲେ, “ସେ ଦୋଷୀ ନୁହେଁ” I କିନ୍ତୁ ସେମାନେ ଆହୁରି ଚିତ୍କାର କରିବାକୁ ଲାଗିଲେ I ତା’ପରେ ପିଲାତ ତୃତୀୟ ଥର କହିଲେ, “ସେ ଦୋଷୀ ନୁହେଁ!“
  • 40:4 ଯୀଶୁ ଦୁଇ ଚୋରଙ୍କ ମଧ୍ୟରେ କ୍ରୁଶାର୍ପିତ ହେଲେ I ସେହି ଦୁହିଙ୍କ ମଧ୍ୟରୁ ଜଣେ ଯୀଶୁଙ୍କ ପରିହାସ କଲା, କିନ୍ତୁ ଅନ୍ୟ ଜଣେ କହିଲା, “କଅଣ ତୁମ୍ଭେ ଈଶ୍ୱରଙ୍କୁ ଭୟ କର ନାହିଁ ?” ଆମ୍ଭେମାନେ ଦୋଷୀ ଅଟୁ I କିନ୍ତୁ ସେ ନିର୍ଦୋଷ ଅଟନ୍ତି I
  • 49:10 ତୁମ୍ଭର ପାପ ହେତୁ ତୁମ୍ଭେ ଦୋଷୀ ଅଟ ଓ ମୃତ୍ୟୁଦଣ୍ଡର ଯୋଗ୍ୟ ଅଟ I

ଶବ୍ଦବିନ୍ୟାସ :

  • Strong’s: H0816, H0817, H0818, H5352, H5355, H7563, G03380, G17770, G37840, G52670

ଦୋଷହୀନ

ପରିଭାଷା:

" ଦୋଷହୀନ" ଶବ୍ଦର ଆକ୍ଷରିକ ଅର୍ଥ "ଦୋଷ ବିହୀନ" ଅଟେ । ଏହା ଏପରି ଜଣେ ବ୍ୟକ୍ତିଙ୍କୁ ସୂଚାଇବାକୁ ବ୍ୟବହୃତ ଯିଏକି ସମ୍ପୂର୍ଣ୍ଣ ହୃଦୟ ସହ ଈଶ୍ଵରଙ୍କ ଆଜ୍ଞାକାରୀ ହୁଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି ପାପ ବିହୀନ ଅଟନ୍ତି।

  • ଅବ୍ରହାମ ଏବଂ ନୋହ ଦୁହେଁ ଈଶ୍ଵରଙ୍କ ଦୃଷ୍ଟିରେ ପାପ ବିହୀନ ବୋଲି ବିଚାରିତ ହେଲେ।
  • ଜଣେ ବ୍ୟକ୍ତି ଯାହାର " ଦୋଷହୀନ" ହେବାର ଖ୍ୟାତି ରହିଛି ସେ ଈଶ୍ୱରଙ୍କ ସମ୍ମାନର ଅଧିକାରୀ ଭାବେ ବ୍ୟବହୃତ ହୁଏ।
  • ଗୋଟିଏ ପଦ ଅନୁଯାୟୀ ଜଣେ ବ୍ୟକ୍ତି "ଯିଏ ଦୋଷହୀନ ଅଟନ୍ତି ସେ ଈଶ୍ୱରଙ୍କୁ ଭୟ କରେ ଓ ମନ୍ଦଠାରୁ ଦୂରରେ ରୁହେ।"

ଅନୁବାଦ ପ୍ରସ୍ତାବଗୁଡ଼ିକ

  • ଏହି ବାକ୍ୟାଂଶକୁ "ଆପଣା ଚରିତ୍ରରେ କୌଣସି ଦୋଷ ନ ରଖି" କିମ୍ବା "ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କ ଆଜ୍ଞାକାରୀ" କିମ୍ୱା "ପାପଠାରୁ ଦୂରେଇ ଯିବା" ଏବଂ "ମନ୍ଦଠାରୁ ଦୂରରେ ରହିବ" ବୋଲି ଅନୁବାଦ କରାଯାଇପାରେ ।

ବାଇବେଲ   ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H5352, H5355, H8535, G02730, G02740, G02980, G02990, G03380, G04100, G04230

ଦ୍ୱାଦଶ, ଏକାଦଶ

ପରିଭାଷା:

“ଦ୍ୱାଦଶ” ଶବ୍ଦଟି ବାର ଜଣ ମନୁଷ୍ୟକୁ ସୂଚାଏ ଯେଉଁମାନଙ୍କୁ ଯୀଶୁ ତାଙ୍କର ଅନ୍ତରଙ୍ଗ ଶିଷ୍ୟ କିମ୍ୱା ପ୍ରେରିତ ଭାବରେ ମନୋନୀତ I ଯିହୂଦା  ନିଜେ ଆତ୍ମହତ୍ୟା କଲାପରେ, ସେମାନଙ୍କୁ “ଏକାଦଶ” କୁହାଗଲା I

  • ଯୀଶୁଙ୍କର ଅନେକ ଅନ୍ୟ ଶିଷ୍ୟ ଥିଲେ, କିନ୍ତୁ “ଦ୍ୱାଦଶ” ଆଖ୍ୟାଟି ପାର୍ଥକ୍ୟ ଆଣେ କାରଣ ଏମାନେ ଯୀଶୁଙ୍କର ନିକଟତର ଥିଲେ I
  • ମାଥିଉ 10, ମାର୍କ 3 ଏବଂ ଲୂକ 6ରେ ଏହି ଦ୍ୱାଦଶ ଶିଷ୍ୟମାନଙ୍କର ନାମ ଉଲ୍ଲେଖ କରାଯାଇଛି I
  • ଯୀଶୁଙ୍କର ସ୍ୱର୍ଗାରୋହଣର ଅଳ୍ପ ସମୟ ପରେ “ଏକାଦଶ” ଶିଷ୍ୟମାନେ ମଥିୟଙ୍କ ନାମକ ଜଣେ ଶିଷ୍ୟଙ୍କୁ ଯିହୂଦାଙ୍କ ସ୍ଥାନରେ ନେବାକୁ ମନୋନୀତ କଲେ I ତାହାପରେ ସେମାନେ ପୁଣିଥରେ “ଦ୍ୱାଦଶ” ବୋଲି ଡକାଗଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଅନେକ ଭାଷାରେ ଯଦି ଏହାକୁ ବିଶେଷ୍ୟ ଭାବରେ ଯୋଗ କରି “ଦ୍ୱାଦଶ ପ୍ରେରିତମାନେ“ କିମ୍ୱା “ଯୀଶୁଙ୍କର ଦ୍ୱାଦଶ ଅନ୍ତରଙ୍ଗ ଶିଷ୍ୟମାନେ” ବୋଲି ଅନୁବାଦ କରାଯିବ ତେବେ ଏହା ହୁଏତ ଅଧିକ ସ୍ପଷ୍ଟତର ବା ସ୍ୱାଭାବିକ ହେବ I
  • “ଏକାଦଶ” ଶବ୍ଦକୁ “ଯୀଶୁଙ୍କର” ଅବଶିଷ୍ଟ ଏକାଦଶ ଶିଷ୍ୟମାନେ ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • କେତେକ ଅନୁବାଦରେ ଏହାକୁ ବଡ ଅକ୍ଷରରେ ସୂଚାଯାଏ, ଏହା ଶୀର୍ଷକ ଭାବରେ ବ୍ୟବହାର ହେଉଥିଲା, ଯେପରି “ଦ୍ୱାଦଶ “ଏବଂ “ଏକାଦଶ” I

(ପ୍ରେରିତମାନେଶିଷ୍ୟମାନେ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong's: G1427, G1733

ଦୟା, ଦୟାଳୁ

ପରିଭାଷା:

“ଦୟା” ଶବ୍ଦଟି ଲୋକମାନଙ୍କ ପାଇଁ ଚିନ୍ତା କରିବାର ଏକ ଭାବନାକୁ ବୁଝାଏ, ବିଶେଷକରି ଯେଉଁମାନେ ଦୁଃଖ ଭୋଗୁଛନ୍ତି ସେମାନଙ୍କ ପାଇଁ I ଜଣେ “ଦୟାଳୁ” ବ୍ୟକ୍ତି ଅନ୍ୟ ଲୋକମାନଙ୍କ  ବିଷୟରେ ଚିନ୍ତା କରନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତି I

  • "ଦୟା" ଶବ୍ଦଟି ଆବଶ୍ୟକ କରୁଥିବା ଲୋକମାନଙ୍କ ଯତ୍ନ ନେବା ସହ ସାହାଯ୍ୟ କରିବା ବିଷୟକୁ ବୁଝାଏ I
  • ବାଇବେଲ କହେ ଈଶ୍ଵର ଦୟାଳୁ, ତାହାର ଅର୍ଥ, ସେ ପ୍ରେମିକ ଏବଂ ଅନୁଗ୍ରହ କାରୀ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଦୟା” ଶବ୍ଦକୁ  “ହୃଦୟର ସହ ଯତ୍ନ ନେବା” କିମ୍ୱା “ଦୟା” କିମ୍ବା “ସାହାଯ୍ୟକାରୀ“ ବୋଲି ଅନୁବାଦ କରାଯାଇପାରେ I
  • “ଦୟାଳୁ” ଶବ୍ଦକୁ “ଯତ୍ନ ସହକାରେ ସାହାଯ୍ୟ କରିବା ” କିମ୍ବା “ଗଭୀର ପ୍ରେମ ଏବଂ ଅନୁଗ୍ରହ ଦେଖାଇବା” ବୋଲି ଅନୁବାଦ କରାଯାଇପାରେ I

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H2550, H7349, H7355, H7356, G16530, G33560, G36270, G46970, G48340, G48350

ଦୟା, ସ୍ନେହଶୀଳ

ପରିଭାଷା:

“ଦୟା” ଓ “ସ୍ନେହଶୀଳ” ଶବ୍ଦ ଯେଉଁମାନେ ଆବଶ୍ୟକତାରେ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ଦର୍ଶାଏ ବିଶେଷ କରି ଯେତେବେଳେ ଲୋକମାନେ ବିନୀତ କିମ୍ବା ନମ୍ରତାରେ ଥାଆନ୍ତି।

  • “ଦୟା” ଶବ୍ଦ ଲୋକମାନଙ୍କୁ ସେମାନଙ୍କ କିଛି ଭୁଲ କାର୍ଯ୍ୟ ପାଇଁ ଦଣ୍ଡ ନ ଦେବା ଅର୍ଥରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ।
  • ଜଣେ ଶକ୍ତିଶାଲୀ ବ୍ୟକ୍ତି ଯେପରି କି ଜଣେ ରାଜାଙ୍କୁ ”ସ୍ନେହଶୀଳ“ ରୂପରେ ବ୍ୟାଖ୍ୟା କରାଯାଏ ଯେତେବେଳେ ସେ ଲୋକମାନଙ୍କୁ ଅନିଷ୍ଟ ପରିବର୍ତ୍ତେ ସେମାନଙ୍କ ପ୍ରତି ଅନୁଗ୍ରହପୂର୍ବକ ବ୍ୟବହାର କରନ୍ତି।
  • ଆମ୍ଭମାନଙ୍କ ବିପକ୍ଷରେ ଯେ କେହି କିଛି ଭୁଲ କରିଅଛି କ୍ଷମା ଦେବାର ଅର୍ଥ ମଧ୍ୟ ସ୍ନେହଶୀଳ ହେବା ବା ଦୟାଳୁ ହେବା ଅଟେ।
  • ଯେତେବେଳେ ଆମେ ବହୁତ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରୁ ଆମେ ଦୟା ଦେଖାଇଥାଉ ।
  • ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ସ୍ନେହଶୀଳ ଅଟନ୍ତି, ଓ ସେ ଇଚ୍ଛା କରନ୍ତି ଯେ ଆମ୍ଭେମାନେ ମଧ୍ୟ ଅନ୍ୟମାନଙ୍କ ପ୍ରତି ସ୍ନେହଶୀଳ ହେଉ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, “ଦୟା” ଶବ୍ଦକୁ “ସଦୟ” କିମ୍ବା “ଦୟା ବହ” କିମ୍ବା “ଦୟା ବା ସହାନୁଭୂତି“ ବୋଲି ଅନୁବାଦ କରାଯାଇପାରେ ।
  • “ସ୍ନେହଶୀଳ” ଶବ୍ଦକୁ “ଦୟା ବା ସହାନୁଭୂତି ଦେଖାଇବା” କିମ୍ବା “ଦୟାଳୁ ହେବା“ କିମ୍ବା “କ୍ଷମା କରିବା” ବୋଲି ଅନୁବାଦ କରାଯାଇପାରେ ।
  • “ଦୟା ଦେଖାଇବା” ଓ “ଦୟାଳୁ ହେବାକୁ” ଶବ୍ଦକୁ “ଦୟା ସହିତ ବ୍ୟବହାର କରିବା” କିମ୍ବା “କାହା ପ୍ରତି କୃପାଳୁ ହେବା” ବୋଲି ଅନୁବାଦ କରାଯାଇପାରେ ।

(କରୁଣା, କ୍ଷମା: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 19:16 ସେମାନେ (ଭବିଷ୍ୟବକ୍ତାମାନେ) ସମସ୍ତ ଲୋକମାନଙ୍କୁ କହିଲେ ମୂର୍ତ୍ତି ପୂଜା କର ନାହିଁ ଓ ଅନ୍ୟମାନଙ୍କ ପ୍ରତି ନ୍ୟାୟ ଓ ଦୟା ଦେଖାଅ।
  • 19:17 ସେ (ଯିରିମୀୟ) କାଦୁଅରେ ବୁଡି ଯାଉଥିଲେ ଯାହା କୁଅଁ ତଳେ ଥିଲା, କିନ୍ତୁ ରାଜାଙ୍କର ଦୟା ତାଙ୍କ ଉପରେ ଥିଲା ଓ ସେ ଆପଣା ଦାସମାନଙ୍କୁ ଯିରିମୀୟଙ୍କୁ ମରିବା ପୂର୍ବରୁ କୁଅଁରୁ ଉପରକୁ ଆଣିବାକୁ ଆଜ୍ଞା କଲେ।
  • 20:12 ପାରସ ସାମ୍ରାଜ୍ୟ ଅତି ଦୃଢଥିଲା କିନ୍ତୁ ଯେଉଁମାନଙ୍କୁ ସେମାନେ ଅଧିକାର କରୁଥିଲେ ସେ ସମସ୍ତଙ୍କ ପ୍ରତି ଦୟାଳୁ ଥିଲେ।
  • 27:11 ପରେ ଯୀଶୁ ଶାସ୍ତ୍ରୀମାନଙ୍କୁ ପଚାରିଲେ, “ତୁମ୍ଭେମାନେ କଅଣ ଭାବୁଅଛ? ଏହି ତିନି ଜଣ ମଧ୍ୟରୁ କିଏ ଯାହାକୁ ମାଡ଼ ମରାଯାଇଥିଲା ଏବଂ ଲୁଟ କରାଯାଇଥିବା ବ୍ୟକ୍ତିଙ୍କର ପଡ଼ୋସୀ ଅଟେ?" ସେ ଉତ୍ତର ଦେଲା, “ଯେ ତାହାକୁ ଦୟା ଦେଖାଇଲା ସେହି ବ୍ୟକ୍ତି।”
  • 32:11 କିନ୍ତୁ ଯୀଶୁ ତାହାକୁ କହିଲେ, "ନା, ମୁଁ ଚାହୁଁଛି ତୁମ୍ଭେ  ଘରକୁ ଯାଅ ଓ ତୁମ୍ଭର ବନ୍ଧୁ ଓ ପରିଜନ ସମସ୍ତଙ୍କୁ ଯାହା କିଛି ଈଶ୍ଵର ତୁମ୍ଭ ପ୍ରତି କରିଅଛନ୍ତି ଓ ସେ କିପରି ତୁମ୍ଭ ପ୍ରତି ଦୟା କରିଅଛନ୍ତି ସେ ସମସ୍ତ ବିଷୟରେ କୁହ।
  • 34:9 “କିନ୍ତୁ କର ଆଦାୟକାରୀ, ଧାର୍ମିକ ଶାସକଠାରୁ ଦୂରରେ ଠିଆ ହୋଇ ରହିଲା, ଊର୍ଦ୍ଧ୍ଵଦୃଷ୍ଟି ସୁଦ୍ଧା କଲା ନାହିଁ। କିନ୍ତୁ, ଆପଣା ଛାତିରେ ମାରିହୋଇ କହିବାକୁ ଲାଗିଲା, 'ହେ ଈଶ୍ଵର, ମୁଁ ପାପୀ, ମୋତେ ଦୟା କର।'"

ଶବ୍ଦବିନ୍ୟାସ:

  • Strong’s: H2551, H2603, H2604, H2616, H2617, H2623, H3722, H3727, H4627, H4819, H5503, H5504, H5505, H5506, H6014, H7349, H7355, H7356, H7359, G16530, G16550, G16560, G24330, G24360, G36280, G36290, G37410, G46980

ଧର୍ମ, ନ୍ୟାୟସଙ୍ଗତ, ଅଧାର୍ମିକ, ଅନ୍ୟାୟ, ଯଥାର୍ଥତା, ନ୍ୟାୟ

ପରିଭାଷା:

“ଧର୍ମ” ଓ “ନ୍ୟାୟସଙ୍ଗତ” ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଲୋକମାନଙ୍କୁ ସଠିକ ଭାବରେ ନ୍ୟାୟ କରିବା ଅଟେ। ମାନବ ବ୍ୟବସ୍ଥା ଯାହା ଈଶ୍ୱରଙ୍କ ମାନକ ଉଚିତ ଭାବରେ ପ୍ରତି ଫଳନ କରେ ତାହା ମଧ୍ୟ ସଠିକ ଅଟେ।

  • "ଧାର୍ମିକ" ହେବାର ଅର୍ଥ ହେଲା ଅନ୍ୟମାନଙ୍କ ପ୍ରତି ସଠିକ ଓ ନ୍ୟାୟ ସଂଗତ ବ୍ୟବହାର କରିବା । ଆହୁରି ଏହା ମଧ୍ୟ ବିଶ୍ୱସ୍ତତା ଓ ସଚ୍ଚୋଟତା ଲାଗୁ କରେ ଯାହା ଈଶ୍ୱରଙ୍କ ସମ୍ମୁଖରେ ନୈତିକ ରୂପରେ ସଠିକ୍ ଅଟେ।
  • “ନ୍ୟାୟପରତା ଭାବରେ କାର୍ଯ୍ୟ କରିବା“ ଅର୍ଥ ଲୋକମାନଙ୍କୁ ସେହି ପ୍ରକାର ବ୍ୟବହାର କରିବା ଯାହା ସଠିକ, ଉତ୍ତମ ,ଓ ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଠିକ ଥାଏ।
  • “ନ୍ୟାୟ” ପାଇବାର ଅର୍ଥ ହେଉଛି  ବ୍ୟବସ୍ଥା ଅନୁସାରେ ସଠିକ ରୂପରେ ବ୍ୟବହାର କରିବା କିମ୍ବା  ବ୍ୟବସ୍ଥା ଅନୁସାରେ ସୁରକ୍ଷିତ ହେବା କିମ୍ବା ବ୍ୟବସ୍ଥା ଲଙ୍ଘନରେ ଦଣ୍ଡିତ ହେବା।
  • କେତେକ ସମୟରେ “ଯଥାର୍ଥ” ଶବ୍ଦର ଅର୍ଥ "ଧାର୍ମିକ" କିମ୍ବା “ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକର ଅନୁକାରୀ" ହେବାକୁ ବୁଝାଏ।

ଶବ୍ଦ “ଅନ୍ୟାୟ” ଏବଂ “ଅନ୍ୟାୟ ରୂପରେ” ଲୋକମାନଙ୍କୁ ଅନ୍ୟାୟ ଏବଂ ଅନେକ ସମୟରେ କ୍ଷତିକାରକ ବ୍ୟବହାର କରିବାକୁ ବୁଝାଏ।

  • ଏକ “ଅନ୍ୟାୟ” ଏପରି କିଛି ମନ୍ଦ ବିଷୟ ଅଟେ ଯାହା କାହା ପ୍ରତି କରାଯାଇଥାଏ ଯାହା ସେହି ବ୍ୟକ୍ତି ପ୍ରତି ଯୋଗ୍ୟ ନୁହେଁ। ଏହା ଲୋକମାନଙ୍କ ପ୍ରତି ଅନ୍ୟାୟ କରିବା ବିଷୟରେ ବୁଝାଏ।
  • ଅନ୍ୟାୟର ଅର୍ଥ ହେଉଛି କିଛି ଲୋକମାନଙ୍କୁ  ମନ୍ଦ ରୀତିରେ ବ୍ୟବହୃତ ହେବା ସମୟରେ ଅନ୍ୟମାନଙ୍କୁ ଉତ୍ତମ ଭାବରେ ବ୍ୟବହାର କରାଯାଏ।
  • ଜଣେ ଯିଏ ଅନ୍ୟାୟ ଭାବରେ କାର୍ଯ୍ୟ କରେ, ସେ “ଆଂଶିକ” କିମ୍ବା “ପକ୍ଷପାତିତ” ହୁଏ  କାରଣ ସେ ଲୋକମାନଙ୍କୁ ସମାନ ବ୍ୟବହାର କରେ ନାହିଁ।

“ଯଥାର୍ଥ” ଏବଂ “ନ୍ୟାୟ” ଶବ୍ଦଗୁଡ଼ିକ ଜଣେ ଦୋଷୀକୁ ଧାର୍ମିକ ହେବାକୁ ବୁଝାଏ। କେବଳ ଈଶ୍ଵର ପ୍ରକୃତରେ ଲୋକମାନଙ୍କୁ ନ୍ୟାୟ ଦେଇ ପାରିବେ।

  • ଈଶ୍ଵର ଯେତେବେଳେ ଲୋକମାନଙ୍କୁ ନ୍ୟାୟ କରନ୍ତି, ସେ ସେମାନଙ୍କର ପାପକୁ କ୍ଷମା କରନ୍ତି ଏବଂ ଏହାକୁ ଏପରି କରନ୍ତି ସତେ ଯେପରି ସେମାନଙ୍କର ପାପ ନାହିଁ। ସେ ପାପିମାନଙ୍କୁ ନ୍ୟାୟ ଦିଅନ୍ତି ଯେଉଁମାନେ ଯୀଶୁଙ୍କୁ ଉଦ୍ଧାର କର୍ତ୍ତା ଭାବରେ ବିଶ୍ଵାସ କରନ୍ତି ଆଉ ଆପଣା ଆପଣା ପାପରୁ ଫେରନ୍ତି।
  • “ନ୍ୟାୟ ” ଶବ୍ଦ ଯେତେବେଳେ ଈଶ୍ଵର ଜଣେ ପାପୀର ପାପକୁ କ୍ଷମା କରନ୍ତି ଏବଂ ତାହାଙ୍କ ଦୃଷ୍ଟିରେ ସେହି ବ୍ୟକ୍ତିକୁ ଧାର୍ମିକ ବୋଲି ଘୋଷଣା କରିବାକୁ ବୁଝାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗରେ ଉପରେ ନିର୍ଭର କରି, “ଉପଯୁକ୍ତ” ଶବ୍ଦକୁ “ନୈତିକ ରୂପରେ ଠିକ” କିମ୍ବା “ନ୍ୟାୟ” ବୋଲି ଅନୁବାଦ  କରାଯାଇପାରେ।
  • “ନ୍ୟାୟ” ଶବ୍ଦକୁ "ନ୍ୟାୟସଂଗତ ବ୍ୟବହାର” କିମ୍ବା “ଯୋଗ୍ୟତାର ଫଳ” ବୋଲି ଅନୁବାଦ କରାଯାଇପାରେ ।
  • କେତେକ ପ୍ରସଙ୍ଗରେ, “ଉପଯୁକ୍ତ” ଶବ୍ଦକୁ “ଧାର୍ମିକ“ କିମ୍ବା “ନ୍ୟାୟ ପରାୟଣ” ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗ ଉପରେ ନିର୍ଭର କରି, “ଅଧାର୍ମିକ” ଶବ୍ଦକୁ “ଅନ୍ୟାୟ” କିମ୍ବା “ଆଂଶିକ” କିମ୍ବା “ଅସାଧୁ” ବୋଲି  ଅନୁବାଦ କରାଯାଇପାରେ।
  • “ଅନ୍ୟାୟ ଭାବରେ” ବାକ୍ୟାଂଶକୁ “ଅନ୍ୟାୟକାରୀ” କିମ୍ବା “ପକ୍ଷପାତ” କିମ୍ବା “ଅଧାର୍ମିକ” ବୋଲି ଅନୁବାଦ କରାଯାଇପାରେ ।
  • “ଅଧାର୍ମିକ” ବାକ୍ୟାଂଶକୁ "ଅଧାର୍ମିକ ଲୋକମାନେ” କିମ୍ବା “ଅଧାର୍ମିକଗଣ” କିମ୍ବା “ଯେଉଁ ଲୋକମାନେ ଅନ୍ୟ ଲୋକମାନଙ୍କୁ ଅନ୍ୟାୟସଂଗତ ଭାବେ ବ୍ୟବହାର କରନ୍ତି” କିମ୍ବା “ଈଶ୍ୱରଙ୍କର ଅନାଜ୍ଞାକାରୀ ଲୋକେ" ବୋଲି ଅନୁବାଦ କରାଯାଇପାରେ।
  • “ଅନ୍ୟାୟ ଭାବରେ" ଶବ୍ଦକୁ “ଏକ ଅନ୍ୟାୟ ସଂଗତ ବ୍ୟବହାର” କିମ୍ବା "ଭୁଲ ଭାବରେ" କିମ୍ବା “ଅନ୍ୟାୟ ସଂଗତ” ବୋଲି ଅନୁବାଦ କରାଯାଇପାରେ।
  • “ଅନ୍ୟାୟ” ଶବ୍ଦକୁ “ଭୁଲ ବ୍ୟବହାର,” "ଅନ୍ୟାୟ ସଂଗତ ବ୍ୟବହାର” କିମ୍ବା "ଅନ୍ୟାୟ ରୂପରେ କାର୍ଯ୍ୟ କରିବା” ବୋଲି ଅନୁବାଦ କରାଯାଇପାରେ। (ଭାବ ବାଚକ ବିଶେଷ୍ୟ:ଦେଖନ୍ତୁ )
  • "ଯର୍ଥାଥତା" ଶବ୍ଦକୁ "(କାହାକୁ) ଧାର୍ମିକ ଘୋଷଣା କରିବା“ କିମ୍ବା “(କାହାକୁ ) ଧାର୍ମିକ କରିବାକୁ କାରଣ ହେବା“ ବୋଲି ଅନୁବାଦ କରାଯାଇପାରେ।
  • “ଧାର୍ମିକତା” ଶବ୍ଦକୁ “ଧାର୍ମିକ ଘୋଷିତ ହେବା” କିମ୍ବା “ଧାର୍ମିକ ହେବା” କିମ୍ବା “ଲୋକମାନଙ୍କୁ ଧାର୍ମିକ କରାଇବା” ବୋଲି ଅନୁବାଦ କରାଯାଇପାରେ।
  • “ଯଥାର୍ଥତାର ଫଳ” ବାକ୍ୟାଂଶକୁ “ଯେପରି ଈଶ୍ଵର ଅନେକ ଲୋକମାନଙ୍କୁ  ଧାର୍ମିକ କଲେ” କିମ୍ବା “ଯାହାର ଫଳସ୍ୱରୂପ ଈଶ୍ଵର ଲୋକମାନଙ୍କୁ ଧାର୍ମିକ କରାଇଲେ।”
  • ”ଆମ୍ଭମାନଙ୍କ ଧାର୍ମିକତା ନିମନ୍ତେ“ ବାକ୍ୟାଂଶକୁ “ଏପରି ହୋଇପାରେ ଯେ ଆମ୍ଭେମାନେ ଈଶ୍ଵରଙ୍କ ଦ୍ୱାରା ଧାର୍ମିକ ହେଇଅଛୁ” ବୋଲି ଅନୁବାଦ କରାଯାଇପାରେ ।

(କ୍ଷମା ଦେବା, ଦୋଷ, ବିଚାର, ଧାର୍ମିକ:ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 17:9 ଦାଉଦ ଧାର୍ମିକତା ବିଶ୍ୱସ୍ତତାରେ ଅନେକ ବର୍ଷ ଶାସନ କଲେ, ଓ ଈଶ୍ୱର ତାହାକୁ ଆଶୀର୍ବାଦ କଲେ।
  • 18:13 ଏହି ରାଜାମାନଙ୍କ ମଧ୍ୟରୁ କେତେକ (ଯିହୂଦାର) କେତେକ ଉତ୍ତମ ପୁରୁଷମାନେ ଥିଲେ ଯେ ଉପଯୁକ୍ତ ଭାବରେ ଶାସନ କଲେ ଏବଂ ଈଶ୍ଵରଙ୍କ ପ୍ରଶଂସା କରୁଥିଲେ।
  • 19:16 ସେମାନେ (ଭବିଷ୍ୟବକ୍ତା ଗଣ) ସମସ୍ତେ ଲୋକମାନଙ୍କୁ ମୂର୍ତ୍ତି ପୂଜାରୁ ନିବୃତ ରହିବାକୁ କହିଲେ ଓ ନ୍ୟାୟ ଓ ଦୟା ଦେଖାଇବାକୁ ଓ କରିବାକୁ କହିଲେ।
  • 50:17 ଯୀଶୁ ତାହାଙ୍କର ରାଜ୍ୟ ଶାନ୍ତି ଓ ନ୍ୟାୟ ଶାସନ କରିବେ, ଓ ସେ ତାହାଙ୍କର ଲୋକମାନଙ୍କ ସହିତ ଚିରଦିନଯାଏ ରହିବେ।

ଶବ୍ଦବିନ୍ୟାସ:

  • Strong’s: H0205, H2555, H3477, H4941, H5765, H5766, H5767, H6662, H6663, H6664, H6666, H8003, H8264, H8636, G00910, G00930, G00940, G13420, G13440, G13450, G13460, G13470, G17380

ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା

ସଂଜ୍ଞା:

“ଧର୍ମନିଷ୍ଟ“ ଶବ୍ଦ ଜଣେ ବ୍ୟକ୍ତିକୁ ବର୍ଣ୍ଣନା କରିବାକୁ ଦର୍ଶାଏ ଯିଏ ଈଶ୍ୱରକୁ ଗୌରବ ବା ସମ୍ମାନ ଦେବା ପରି କାର୍ଯ୍ୟ କରେ ଓ ଈଶ୍ଵର କିପ୍ରକାର ତାହା ଦେଖାଏ। “ଧାର୍ମିକତା" ହେଉଛି ଈଶ୍ୱରଙ୍କ ଇଛା ପାଳନ କରିବା ଦ୍ୱାରା ତାହାଙ୍କୁ ସମ୍ମାନ ଦେବା ଏକ ଚରିତ୍ର ଗୁଣ ଅଟେ।

  • ଯେଉଁ ବ୍ୟକ୍ତିର ଧର୍ମମୟ ଚରିତ୍ର ଅଛି ସେ ପବିତ୍ର ଆତ୍ମାଙ୍କ ଫଳ ଦେଖାଇବ, ଯେପରି ପ୍ରେମ, ଆନନ୍ଦ, ଶାନ୍ତି, ଧାର୍ଯ୍ୟ, ଦୟା ଓ ଆତ୍ମା ସଂଯମ।
  • ଈଶ୍ୱର ପରାୟଣତା ଜୀବନର ଗୁଣ ଦେଖାଏ ଯେ ଜଣେ ବ୍ୟକ୍ତିଙ୍କଠାରେ ପବିତ୍ର ଆତ୍ମା ଅଛନ୍ତି ଓ ସେ ତାହାଙ୍କର ଆଜ୍ଞାକାରୀ ଅଟେ।

“ଅଧାର୍ମିକ” ଓ “ଈଶ୍ୱର ବିହୀନ“ ଶବ୍ଦଗୁଡ଼ିକ ଯେଉଁ ଲୋକମାନେ ଈଶ୍ୱରଙ୍କ ବିରୁଦ୍ଧରେ ପ୍ରତିବାଦ କରନ୍ତି ସେମାନଙ୍କୁ ବର୍ଣ୍ଣନା କରେ। ଈଶ୍ୱର ବିଷୟରେ ନ ବିଚାର କରି, ମନ୍ଦତାରେ ଜୀବନଯାପନ କରିବାକୁ “ଅଧାର୍ମିକତା” କିମ୍ବା “ଧର୍ମହୀନତା“ କୁହାଯାଏ।

  • ଏହି ଶବ୍ଦଗୁଡ଼ିକର ଅର୍ଥ ଅଧିକ ସମାନ ଅଟେ। ତଥାପି, “ଈଶ୍ୱର ବିହୀନ” ଓ “ଧର୍ମହୀନତା“ ଏକ ଅତ୍ୟଧିକ ଚରମ ଅବସ୍ଥାକୁ ବର୍ଣ୍ଣନା କରିପାରେ ଯେଉଁଥିରେ ଲୋକମାନେ କିମ୍ବା ଜାତି ସମୁହ ଈଶ୍ଵରଙ୍କୁ କିମ୍ବା ସେମାନଙ୍କୁ ତାହାଙ୍କର ଶାସନ କରିବାର ଅଧିକାରକୁ ମଧ୍ୟ ସ୍ୱୀକାର କରନ୍ତି ନାହିଁ।
  • ଈଶ୍ଵର ଅଧାର୍ମିକ ଲୋକମାନଙ୍କ ଉପରେ, ଯେଉଁମାନେ ତାହାଙ୍କୁ ଓ ତାହାଙ୍କ ପଥକୁ ତ୍ୟାଗ କରନ୍ତି ପ୍ରତ୍ୟକ ଲୋକମାନଙ୍କ ଉପରେ ନ୍ୟାୟ ଓ କ୍ରୋଧ ଘୋଷଣା କରନ୍ତି।

ଅନୁବାଦ ପ୍ରସ୍ତାବ:

  • ବାକ୍ୟାଂଶ “ଧର୍ମନିଷ୍ଟ“ କୁ “ଧର୍ମନିଷ୍ଟ ଲୋକମାନେ“ କିଅବା “ଲୋକମାନେ ଯେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି”।

(ଦେଖାନ୍ତୁ: ନାମମାତ୍ର .ବି)

  • “ଧର୍ମନିଷ୍ଟ” ବିଶେଷଣକୁ “ଈଶ୍ୱରଙ୍କ ଆଜ୍ଞାକାରୀ ହେବା“ କିଅବା “ଧାର୍ମିକ” କିଅବା “ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା“ ରୂପରେ ଅନୁବାଦ କରାଯାଇପାରେ।
  • “ଏକ ଧର୍ମନିଷ୍ଟ ରୀତିରେ“ ବାକ୍ୟାଂଶକୁ “ଏପରି ଭାବରେ ଈଶ୍ୱରଙ୍କ ଆଜ୍ଞାକାରୀ ହେବା“ କିଅବା “କର୍ମ ଓ ବାକ୍ୟ ଯାହା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ।"
  • “ଈଶ୍ୱର ପରାୟଣତାକୁ" ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ ଯେପରି “ଈଶ୍ଵରଙ୍କୁ ସନ୍ତୁଷ୍ଟ କଲାପରି କାର୍ଯ୍ୟ କରିବା“ କିଅବା “ଈଶ୍ୱରଙ୍କ ଆଜ୍ଞା ପାଳନ କରିବା“ କିଅବା "ଧାର୍ମିକତାର ଜୀବନଯାପନ କରିବା“ ଅନ୍ତର୍ଭୁକ୍ତ ହୋଇପାରେ।
  • ପ୍ରସଙ୍ଗ ଉପରେ ନିର୍ଭର କରି ଶବ୍ଦ “ଅପବିତ୍ର“ ଶବ୍ଦକୁ "ଈଶ୍ୱରଙ୍କ ଅସନ୍ତୋଷ" କିଅବା “ଅନୈତିକତା“ କିଅବା “ଈଶ୍ୱରଙ୍କୁ ଅମାନ୍ୟ କରିବା“ ରୂପରେ ଅନୁବାଦ କରାଯାଇପାରେ।
  • ଶବ୍ଦ “ଈଶ୍ୱର ବିହୀନ” ଓ “ଧର୍ମହୀନତା“ ଆକ୍ଷରିକ ଅର୍ଥ ହେଉଛି“ ସେହି ଲୋକମାନେ "ଈଶ୍ୱର ବିହୁନେ“ କିଅବା “ଈଶ୍ୱରଙ୍କ ବିଷୟରେ କୌଣସି ବିବେଚନା ନାହିଁ” କିମ୍ବା "ଏହି ପ୍ରକାରେ କର୍ମ କରାଯାଏ ଯାହା ଈଶ୍ୱରଙ୍କୁ ସ୍ୱୀକାର କରେ ନାହିଁ।"
  • “ଅଧାର୍ମିକତା” କିଅବା “ଈଶ୍ୱର ଅବିଶ୍ୱାସୀ“ ଭିନ୍ନ ଭାବରେ ଅନୁବାଦ ହୋଇପାରେ “ଦୁଷ୍ଟତା“ କିଅବା “ମନ୍ଦ“ କିଅବା “ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିବା" ହୋଇପାରେ।

(ଆହୁରି ଦେଖନ୍ତୁ:ମନ୍ଦତା, ସମ୍ମାନ, ଆଜ୍ଞାକାରୀ, ଧାର୍ମିକତା)

ବାଇବଲ ପଦପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: H430, H1100, H2623, H5760, H7563, G516, G763, G764, G765, G2124, G2150, G2152, G2153, G2316, G2317

ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତା, ସଚ୍ଚୋଟ, ସଚ୍ଚୋଟତା

ପରିଭାଷା:

“ଧାର୍ମିକତା” ଶବ୍ଦ ଈଶ୍ୱରଙ୍କ ସମ୍ପୂର୍ଣ୍ଣ ଉତ୍ତମତା, ନ୍ୟାୟ, ବିଶ୍ୱସ୍ତତା ଏବଂ ପ୍ରେମକୁ ସୂଚାଏ I ଏହି ସମସ୍ତ ଗୁଣର ଅଧିକାରୀ ଭାବରେ ଈଶ୍ୱରଙ୍କୁ “ଧାର୍ମିକ” କରେ I ଯେହେତୁ ସେ ଧାର୍ମିକ ଅଟନ୍ତି, ସେ ନିଶ୍ଚୟ ପାପକୁ ଦଣ୍ଡାଜ୍ଞା ଦେବେ I

  • ଏହି ଶବ୍ଦଗୁଡ଼ିକ ମଧ୍ୟ ଅନେକ ସମୟରେ ଈଶ୍ୱରଙ୍କ ବାଧ୍ୟତା ଆଚରଣ କରୁଥିବା ଜଣେ ବ୍ୟକ୍ତିକୁ ବର୍ଣ୍ଣନା କରେ ଯିଏ ନୈତିକ ଭାବରେ ଉତ୍ତମ ଅଟେ I ଯେହେତୁ ସମସ୍ତ ମନୁଷ୍ୟମାନେ ପାପ କରିଛନ୍ତି, ଈଶ୍ୱରଙ୍କ ବିନା ଆଉ କେହି ସମ୍ପୂର୍ଣ୍ଣ ଭାବରେ ଧାର୍ମିକ ନୁହନ୍ତି I
  • ବାଇବେଲରେ ଯେଉଁମାନଙ୍କୁ ଧାର୍ମିକ ବୋଲି କୁହାଯାଇଛି, ସେହି ଉଦାହରଣ ମଧ୍ୟରେ ନୋହ, ଅବ୍ରହାମ, ଜିଖରିୟ, ଏବଂ ଏଲୀଶାବେଥ ଅନ୍ତର୍ଭୁକ୍ତ ଅଟନ୍ତି I
  • ଯେତେବେଳେ ପରିତ୍ରାଣ ପ୍ରାପ୍ତି ନିମନ୍ତେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ଈଶ୍ୱର ସେମାନଙ୍କୁ ସେମାନଙ୍କର ପାପଗୁଡ଼ିକରୁ ପରିଷ୍କାର କରନ୍ତି ଏବଂ ଯୀଶୁଙ୍କ ଧାର୍ମିକତା ହେତୁ ସେମାନଙ୍କୁ ଧାର୍ମିକ ବୋଲି ଘୋଷଣା କରନ୍ତି I

“ଅଧାର୍ମିକ” ଶବ୍ଦର ଅର୍ଥ ପାପପୂର୍ଣ୍ଣ ଏବଂ ନୈତିକ ଭାବରେ ଭ୍ରଷ୍ଟ ହେବା ଅଟେ I “ଅଧାର୍ମିକତା” ପାପ ବା ପାପପୂର୍ଣ୍ଣ ହେବା ଅବସ୍ଥାକୁ ସୂଚାଇଥାଏ I

  • ଏହି ଶବ୍ଦଗୁଡ଼ିକର ଅର୍ଥ ସଳଖ ଭାବରେ ଛିଡ଼ା ହେବା ଏବଂ ସମ୍ମୁଖକୁ ସିଧାସଳଖ ଦେଖିବା ଚିନ୍ତାଧାରାକୁ ଅନ୍ତର୍ଭୁକ୍ତ କରେ I
  • ଜଣେ ବ୍ୟକ୍ତି “ଅକପଟ ନ୍ୟାୟପର ଓ ସିଧା” ହୋଇଥାଏ, ଯିଏ ଈଶ୍ୱରଙ୍କ ନିୟମରଗୁଡ଼ିକୁ ପାଳନ କରେ ଏବଂ ତାହାଙ୍କ ଇଚ୍ଛାବିରୁଦ୍ଧ କାର୍ଯ୍ୟଗୁଡ଼ିକ କରେ ନାହିଁ I
  • “ସାଧୁତା” ଏବଂ “ଧର୍ମପରାୟଣ” ଭଳି ଶବ୍ଦଗୁଡ଼ିକର ସମାନ ଧରଣର ଅର୍ଥ ରହିଛି ଏବଂ ସେଗୁଡ଼ିକ ବେଳେବେଳେ ସମାନ୍ତର ବାକ୍ୟ ଗଠନରେ ବ୍ୟବହୃତ ହୋଇଥାଏ; ଯଥା: “ସାଧୁତା ଏବଂ ଧର୍ମପରାୟଣତା I” ( ସମାନ୍ତରାଳ ଦେଖନ୍ତୁ)

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯେତେବେଳେ ଏହା ଈଶ୍ୱରଙ୍କୁ ବର୍ଣ୍ଣନା କରେ, ଏହି “ଧାର୍ମିକତା” ଶବ୍ଦକୁ “ସମ୍ପୂର୍ଣ୍ଣ ସିଦ୍ଧ ଭାବରେ ଉତ୍ତମ ଏବଂ ନ୍ୟାୟବାନ” କିମ୍ୱା “ସର୍ବଦା ଠିକ ଭାବରେ କାର୍ଯ୍ୟ କରନ୍ତି” ବୋଲି ଅନୁବାଦ କରାଯାଇପାରିବ I
  • ଈଶ୍ୱରଙ୍କ “ଧାର୍ମିକତା” ପଦକୁ “ସମ୍ପୂର୍ଣ୍ଣ ସିଦ୍ଧ ବିଶ୍ୱସ୍ତତା ଏବଂ ଉତ୍ତମତା” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
  • ଯେତେବେଳେ ଏହା ଈଶ୍ୱରଙ୍କ ବାଧ୍ୟ ହେଉଥିବା ଲୋକମାନଙ୍କୁ ବର୍ଣ୍ଣନା କରେ, ଏହି “ଧାର୍ମିକ” ଶବ୍ଦଟି “ନୈତିକ ଭାବରେ ଉତ୍ତମ” କିମ୍ୱା “ଈଶ୍ୱରଙ୍କ-ସନ୍ତୋଷଜନକ ଜୀବନ କାଟିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
  • “ଧାର୍ମିକ” ପଦ “ଧାର୍ମିକ ବା ଧର୍ମପରାୟଣ ଲୋକମାନେ” ବା ଈଶ୍ୱର-ଭୟକାରୀ ଲୋକମାନେ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
  • ପ୍ରସଙ୍ଗ ଉପରେ ନିର୍ଭର କରି “ଧାର୍ମିକତା” ଶବ୍ଦକୁ ଗୋଟିଏ ଶବ୍ଦରେ ବା ଖଣ୍ଡବାକ୍ୟରେ ମଧ୍ୟ ଅନୁବାଦ କରାଯାଇପାରିବ, ଯାହାର ଅର୍ଥ “ଉତ୍ତମତା” ବା “ଈଶ୍ୱରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ସିଦ୍ଧ ହେବା” କିମ୍ୱା “ଈଶ୍ୱରଙ୍କ ବାଧ୍ୟ ହେବା ଦ୍ୱାରା ସଠିକ ଭାବରେ କାର୍ଯ୍ୟ କରିବା” ବା ସମ୍ପୂର୍ଣ୍ଣ ସିଦ୍ଧ ଭାବରେ କାର୍ଯ୍ୟ କରିବା” ଅଟେ I
  • ବେଳେବେଳେ “ଧାର୍ମିକ” ଶବ୍ଦ ଆଳଙ୍କାରିକ ଭାବରେ ବ୍ୟବହୃତ ହୁଏ ଏବଂ “ଆପଣାକୁ ଉତ୍ତମ ଭାବୁଥିବା ଲୋକମାନେ” ବା “ଧାର୍ମିକ ପରି ଦେଖାଯାଉଥିବା ଲୋକମାନେ” ପ୍ରତି ଇଙ୍ଗିତ କରେ I
  • “ଅଧାର୍ମିକ” ପଦ ସରଳ ଭାବରେ “ଧାର୍ମିକ ନୁହେଁ” ବୋଲି ଅନୁବାଦ କରାଯାଇପାରିବ I
  • ପ୍ରସଙ୍ଗ ଉପରେ ନିର୍ଭର କରି, ଏହାକୁ ଅନ୍ୟ ଉପାୟଗୁଡ଼ିକରେ ଅନୁବାଦ କରିବା ମଧ୍ୟରେ “ଦୁଷ୍ଟ” ବା “ଅନୈତିକ” ବା “ଈଶ୍ୱରଙ୍କ ବିରୋଧ କରୁଥିବା ଲୋକମାନେ” ବା “ପାପପୂର୍ଣ୍ଣ” ଅନ୍ତର୍ଭୁକ୍ତ ହୋଇପାରେ I
  • ଏହି “ଅଧାର୍ମିକ” ଶବ୍ଦକୁ “ଅଧାର୍ମିକ ଲୋକମାନେ” ବୋଲି ଅନୁବାଦ କରାଯାଇପାରିବ I
  • ଏହି “ଅଧାର୍ମିକ” ଭାବ ପ୍ରକାଶକ ପଦକୁ “ପାପ” ବା “ମନ୍ଦ ଚିନ୍ତା ଏବଂ କାର୍ଯ୍ୟ” ବା “ଦୁଷ୍ଟତା” ବୋଲି ଅନୁବାଦ କରାଯାଇପାରିବ I
  • ଯଦି ସମ୍ଭବ, ଏହାକୁ ଏଭଳି ଭାବରେ ଅନୁବାଦ କରିବା ସର୍ବତ୍ତମ ହେବ, ଯାହା ଦର୍ଶାଏ ଯେ “ଧାର୍ମିକ, ଧାର୍ମିକତା” ପ୍ରତି ଏହାର ସମ୍ପର୍କ ରହିଛି I
  • “ଅକପଟ ନ୍ୟାୟପର ଓ ସଚ୍ଚୋଟ” ବାକ୍ୟାଂଶକୁ “ସଠିକ୍ ଭାବରେ କାଯ୍ୟ କରିବା” ବା “ସଠିକ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତି” ବା “ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକ ପାଳନ କରିବା” ବା “ଈଶ୍ୱରଙ୍କ ପ୍ରତି ବାଧ୍ୟ” ବା “ଯାହା ଠିକ ସେହି ମାର୍ଗରେ ଆଚରଣ କରୁଥିବା” ବୋଲି ଅନୁବାଦ କରାଯାଇପାରେ I
  • “ଅକପଟ ସଚ୍ଚୋଟ ନ୍ୟାୟପରତା” ଭାବ ପ୍ରକାଶକ ପଦକୁ “ନୈତିକ ଭାବରେ ଶୁଦ୍ଧ” ବା “ଉତ୍ତମ ନୈତିକ ବ୍ୟବହାର ବା ଆଚରଣ” କିମ୍ୱା “ଧର୍ମପରାୟଣତା” ବୋଲି ଅନୁବାଦ କରାଯାଇପାରିବ I
  • “ଅକପଟ ନ୍ୟାୟପର ଓ ସଚ୍ଚୋଟ” ବାକ୍ୟାଂଶକୁ “ଅକପଟ ଓ ନ୍ୟାୟପରାୟଣ ଲୋକମାନେ” ବା “ସିଧାସଳଖ ଓ ଅକପଟ ନ୍ୟାୟପର ଲୋକମାନେ” ବୋଲି ଅନୁବାଦ କରାଯାଇପାରିବ I

( ମନ୍ଦ, ବିଶ୍ୱସ୍ତ, ଉତ୍ତମ, ପବିତ୍ର, ସାଧୁତା, ନ୍ୟାୟ, ବ୍ୟବସ୍ଥା, ନିୟମର, ବାଧ୍ୟ ହେବା, ଶୁଦ୍ଧ,ଧାର୍ମିକ, ପାପ, ନିୟମବିହୀନ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 3:2 କିନ୍ତୁ ନୋହ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ I ସେ ଜଣେ ଧାର୍ମିକ ଲୋକଥିଲେ, ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ବାସ କରୁଥିଲେ I
  • 4:8 ଈଶ୍ୱର ଘୋଷଣା କଲେ ଯେ ଅବ୍ରାମ ଜଣେ ଧାର୍ମିକ କାରଣ ସେ ଈଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସ କଲେ I
  • 17:2 ଦାଉଦ ଜଣେ ନମ୍ର ଏବଂ ଧାର୍ମିକ ଲୋକ ଥିଲେ,  ସେ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ ଏବଂ ତାହାଙ୍କର ବାଧ୍ୟ ହେଲେ I
  • 23:1 ଯୋଷେଫ ନାମକ ବ୍ୟକ୍ତି ସହ ମରିୟମଙ୍କର ନିର୍ବନ୍ଧ ହୋଇଥିଲା, ସେ ଜଣେ ଧାର୍ମିକ ବ୍ୟକ୍ତିଥିଲେ I
  • 50:10 ତା’ପରେ ଧାର୍ମିକମାନେ ସେମାନଙ୍କ ପିତା ଈଶ୍ୱରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ I

ଶବ୍ଦବିନ୍ୟାସ :

  • Strong’s: H0205, H1368, H2555, H3072, H3474, H3476, H3477, H3483, H4334, H4339, H4749, H5228, H5229, H5324, H5765, H5766, H5767, H5977, H6662, H6663, H6664, H6665, H6666, H6968, H8535, H8537, H8549, H8552, G00930, G00940, G04580, G13410, G13420, G13430, G13440, G13450, G13460, G21180, G37160, G37170

ନପୁଂସକ, ନପୁଂସକମାନେ

ପରିଭାଷା:

ସାଧାରଣତଃ “ନପୁଂସକ” ଶବ୍ଦଟି ଏପରି ଏକ ବ୍ୟକ୍ତିକୁ ବୁଝାଏ ଯାହାର ଅଣ୍ଡକୋଷ ଛିନ୍ନ କରି ଦିଆଯାଇଛି I ପରେ ଶବ୍ଦଟି ଏକ ସାଧାରଣ ଶବ୍ଦ ଭାବରେ ବ୍ୟବହାର ହେଲା ଯାହା ଅଧିକାରୀୀ କର୍ମଚାରୀକୁ ବୁଝାଏ ଯଦିଓ ତାର କୌଣସି ଶାରୀରିକ ଦୁର୍ୱଳତା ନଥିଲା I

  • ଯୀଶୁ କହିଲେ ଯେ କିଛି ଲୋକ ନପୁଂସକ ଭାବରେ ଜନ୍ମ ହେଲେ କାରଣ ହୁଏତ ସେମାନଙ୍କ ଯୌନାଙ୍ଗରେ ସମସ୍ୟାଥିଲା କିମ୍ୱା ଯୌନ କ୍ରିୟା କରିବାର କ୍ଷମତା ନଥିଲା I

ଅନ୍ୟ କିଛି ଲୋକ ଅବିବାହିତ ଜୀବନ ପସନ୍ଦ କରି ନପୁଂସକ ହେବା ପାଇଁ ଇଚ୍ଛା କଲେ I

  • ପ୍ରାଚୀନ କାଳରେ, ନପୁଂସକମାନେ ରାଜାମାନଙ୍କ ପାଇଁ ମହିଳାମାନଙ୍କ ଗାର୍ଡ଼ ଭାବେ କାର୍ଯ୍ୟ କଲେ I
  • କିଛି ନପୁଂସକଗୁରୁତ୍ୱପୂର୍ଣ୍ଣ ଅଧିକାରୀୀ କର୍ମଚାରୀ ଭାବେ କାର୍ଯ୍ୟ କଲେ ଯେପରି କୂଶର ନପୁଂସକ ଯିଏ ଫିଲିପ୍ପକୁ ପ୍ରାନ୍ତରରେ ସାକ୍ଷାତ କଲେ I

(ମଧ୍ୟ ଦେଖନ୍ତୁ:ଫିଲିପ୍ପ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5631, G2134, G2135

ନମ୍ର, ନମ୍ର ହେଲେ, ନମ୍ରତା

ପରିଭାଷା:

“ନମ୍ର“ ଭାବ ପ୍ରକାଶ କରୁଥିବା ଶବ୍ଦ ଏକ ବ୍ୟକ୍ତିକୁ ବ୍ୟାଖ୍ୟା କରେ ଯିଏ ଅନ୍ୟଠାରୁ ନିଜକୁ ଅଧିକ ଉତ୍ତମ ମନେ କରନ୍ତି ନାହିଁ। ସେ ଅଭିମାନୀ କିମ୍ବା ଗର୍ବ କରିବା ବ୍ୟକ୍ତି ନୁହେଁ। ନମ୍ର ନମ୍ରତାର ଗୁଣ ଅଟେ।

  • ଈଶ୍ୱରଙ୍କ ସମ୍ମୁଖରେ ନମ୍ର ହେବାର ଅର୍ଥ ହେଲା ତାଙ୍କର ମହାନତା, ଜ୍ଞାନ ଏବଂ ସିଦ୍ଧତା ତୁଳନାରେ ଜଣଙ୍କର ଦୁର୍ବଳତା ଏବଂ ଅସମ୍ପୂର୍ଣ୍ଣତାକୁ ବୁଝିପାପରିବା।
  • ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ନମ୍ର କରେ, ସେ ନିଜକୁ ଅଳ୍ପ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରଖେ।
  • ନମ୍ରତା ନିଜ ଆବଶ୍ୟକତା ଅପେକ୍ଷା ଅନ୍ୟମାନଙ୍କ ଆବଶ୍ୟକତାକୁ ଅଧିକ ମନେ କରେ।
  • ନମ୍ରତାର ଅର୍ଥ ପ୍ରତିଭା ଉପହାର ଏବଂ ଦକ୍ଷତା ବ୍ୟବହାର କରିବା ସମୟରେ ଏକ ସାମାନ୍ୟ ମନୋଭାବ ସହିତ ସେବା କରିବା ଅଟେ।
  • “ନମ୍ର ହୁଅ“ ବାକ୍ୟାଂଶକୁ “ଗର୍ବି ନ ହୁଅ“ ବୋଲି ଅନୁବାଦ କରାଯାଇପାରେ।
  • “ଈଶ୍ୱରଙ୍କ ସମ୍ମୁଖରେ ନିଜକୁକୁ ନମ୍ର କର” ବାକ୍ୟାଂଶକୁ “ଈଶ୍ୱରଙ୍କ ମହାନତା ଜାଣି ନିଜକୁ ଈଶ୍ୱରଙ୍କ ଇଚ୍ଛାରେ ସମର୍ପଣ କର“ ବୋଲି ଅନୁବାଦ କରାଯାଇପାରେ ।

(ଗର୍ବ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 17:2 ଦାଉଦ ଏକ ନମ୍ର ଓ ଧାର୍ମିକ ବ୍ୟକ୍ତି ଥିଲେ ଯିଏ ଈଶ୍ଵରଙ୍କଠାରେ ଭରସା ଏବଂ ଆଜ୍ଞା ପାଳନ କରୁଥିଲେ।
  • 34:10 “ଈଶ୍ୱର ପ୍ରତ୍ୟେକଙ୍କୁ ନମ୍ର କରିବେ ଯେଉଁମାନେ ଗର୍ବି ଏବଂ ଯେଉଁମାନେ ଆପଣାକୁ ନମ୍ର କରନ୍ତି ସେ ଉପରକୁ ଉଠାଇବେ।"

ଶବ୍ଦବିନ୍ୟାସ:

  • Strong’s: H1792, H3665, H6031, H6035, H6038, H6041, H6800, H6819, H7511, H7807, H7812, H8213, H8214, H8215, H8217, H8467, G08580, G42360, G42390, G42400, G50110, G50120, G50130, G53910

ନରକ, ଅଗ୍ନିମୟ ହ୍ରଦ

ପରିଭାଷା:

ନରକ ସେହି ଅନ୍ତିମ ସ୍ଥାନ ଅଟେ ଓ ପୀଡା ଓ ଯାତନ ଶେଷ ନ ହେବା ସ୍ଥାନ ଅଟେ ଯେଉଁଠାରେ ପ୍ରଭୁ ସେହି ସମସ୍ତଙ୍କୁ ଦଣ୍ଡ ଦେବେ ଯେଉଁମାନେ ତାହାଙ୍କ ବିରୋଧରେ ପାପ କରନ୍ତି ଓ ଯୀଶୁଙ୍କ ବଳିଦାନ ଦ୍ୱାରା ତାହାଙ୍କ ଉଦ୍ଧାରକାରୀ ଯୋଜନାକୁ ତ୍ୟାଗ କରନ୍ତି I ଏହାକୁ ଅଗ୍ନିମୟ ହ୍ରଦ ରୂପରେ ଦର୍ଶାଇଯାଏ I

  • “ନରକକୁ “ଅଗ୍ନିମୟ ସ୍ଥାନ ଓ ଏକ ଭୟାନକ ପୀଡାର ସ୍ଥାନ ରୂପରେ ବର୍ଣ୍ଣନା କରାଯାଇଅଛି I
  • ଶୟତାନ ଓ ମନ୍ଦ ଆତ୍ମା ଯେ ତାହାର ଅନୁଗାମୀ ଅଟନ୍ତି ସେହି ସମସ୍ତଙ୍କୁ ନରକରେ ଅନନ୍ତ ଦଣ୍ଡ ନିମନ୍ତେ ପକାଯିବ I
  • ଯେଉଁଲୋକମାନେ ତାହାଙ୍କ ପାପ ନିମନ୍ତେ ଯୀଶୁଙ୍କ ବଳିଦାନ ଉପରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ତାହାଙ୍କୁ ଉଦ୍ଧାର କରିବେ ବୋଲି ଭରସା ରଖନ୍ତି ନାହିଁ ସେମାନେ ଚିରଦିନ ନିମନ୍ତେ “ନରକ”ରେ ଦଣ୍ଡିତ ହେବେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

· ଏହି ଶବ୍ଦ ସବୁକୁ ଅଲଗା ଅଲଗା ପ୍ରସଙ୍ଗରେ ଅଲଗା ଅଲଗା ଅର୍ଥରେ ଅନୁବାଦ କରାଯାଏ I

  • କେତେକ ଭାଷାରେ “ଅଗ୍ନିମୟ ହ୍ରଦ “ବାକ୍ୟାଂଶରେ “ହ୍ରଦ “ବ୍ୟବହାର କରନ୍ତି ନାହିଁ କାରଣ ଏହା ଜଳକୁ ଦର୍ଶାଏ I
  • “ନରକ” ଶବ୍ଦକୁ “ପୀଡାର ସ୍ଥାନ “କିମ୍ବା “ଅନ୍ଧାର ଓ ପୀଡାର ଅନ୍ତିମ ସ୍ଥାନ“ ବୋଲି ଅନୁବାଦ କରାଯାଇପାରେ I
  • “ଅଗ୍ନିମୟ ହ୍ରଦ “ବାକ୍ୟାଂଶକୁ ଅଗ୍ନି ସାଗର “କିମ୍ବା“ବୃହତ ଅଗ୍ନି “(ପୀଡାର ) କିମ୍ବା“ଅଗ୍ନି ପଡ଼ିଆ “ବୋଲି ଅନୁବାଦ କରାଯାଇପାରେ I

(ସ୍ୱର୍ଗ, ମୃତ୍ୟୁ, ନରକ, ପାତାଳ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 50:14 ସେ (ଈଶ୍ଵର) ତାହାଙ୍କୁ ନରକରେ ପକାଇ ଦେବେ, ଯେଉଁଠାରେ ସେମାନେ ଚିରଦିନ ନିମନ୍ତେ କ୍ରନ୍ଦନ ଓ ଦନ୍ତର କୀଡ଼ି ମିଡ଼ି ହେବ I ଏପରି ଅଗ୍ନି ଯାହା କେବେ ଲିଭିଵ ନାହିଁ ଓ କିଟ ତାହାଙ୍କୁ ଖାଇବାରେ ବନ୍ଦ କରିବେ ନାହିଁ I
  • 50:15 ସେ ଶୟତାନକୁ ନରକରେ ପାକାଇବେ ଯେଉଁଠାରେ ସେ ଚିରଦିନ ନିମନ୍ତେ ଜଳୁଥିବ ସେହି ସମସ୍ତଙ୍କ ସହିତ ଯେ ତାହାଙ୍କ ପଛରେ ତା ଚାଲିଥିଲେ କିନ୍ତୁ ତାହାଙ୍କ ଆଜ୍ଞାକାରୀ ହୋଇ ନଥିଲେ
  • ସେ ଶୟତାନକୁ ଏବଂ ଈଶ୍ଵରଙ୍କ ଆଜ୍ଞାକାରୀ ହୋଇ ପାଳନ କରିବା ପରିବର୍ତ୍ତେ ତାକୁ ଅନୁସରଣ କରିଥିବା ସମସ୍ତଙ୍କ  ନରକରେ ନିକ୍ଷେପ କରିବେ ଯେଉଁଠାରେ ସେ ଚିରଦିନ ପାଇଁ ଜଳିବ I

ଶବ୍ଦବିନ୍ୟାସ :

  • Strong’s: H7585, G00860, G04390, G04400, G10670, G30410, G44420, G44430, G44470, G44480, G50200, G53940, G54570

ନାମ

ପରିଭାଷା:

ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରୁଥିବା ଶବ୍ଦ “ନାମ” ଶବ୍ଦକୁ ବୁଝାଏ ଯାହା ବିଶେଷ କରି ଜଣେ ବ୍ୟକ୍ତି କିମ୍ବା ବସ୍ତୁକୁ କୁହାଯାଏ। ତଥାପି, ବାଇବେଲରେ, "ନାମ" ଶବ୍ଦକୁ ବିଭିନ୍ନ ପ୍ରକାରେ ଅନେକ ପ୍ରକାର ଭାବ ବା ମତଗୁଡ଼ିକୁ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି।

  • କେତେକ ପ୍ରସଙ୍ଗରେ “ନାମ” ଜଣେ ବ୍ୟକ୍ତିଙ୍କର ସମ୍ମାନକୁ ବୁଝାଇପାରେ, ଯେପରି "ଆସ ଆମ୍ଭମାନଙ୍କ ନିମନ୍ତେ ନାମ କରଣ କରୁ।"
  • ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରୁଥିବା ଶବ୍ଦ "ନାମ" କୁ କୌଣସି ବିଷୟର ସ୍ମରଣାର୍ଥେ ନିମନ୍ତେ ଉଲ୍ଲେଖ ହୋଇପାରେ। ଉଦାହରଣ ସ୍ଵରୁପ, “ପ୍ରତିମାଗଣର ନାମ ଉଚ୍ଛିନ୍ନ କର" ଅର୍ଥ ସେହି ପ୍ରତିମାଗଣକୁ ବିନାଶ କର ଯେପରି ସେମାନେ ଆଉ କେବେ ସ୍ମରଣ କିମ୍ବା ପୂଜିତ ହେବେ ନାହିଁ।
  • “ଈଶ୍ୱରଙ୍କ ନାମରେ” କଥା କହିବା ଅର୍ଥ ତାହାଙ୍କ କ୍ଷମତା ଓ ଅଧିକାରରେ, କିମ୍ୱା ତାହାଙ୍କର ପ୍ରତିନିଧି ଭାବରେ କଥା କହିବା ଅଟେ।
  • କାହାର “ନାମ” ନେବା ଅର୍ଥାତ ଜଣକର ସମ୍ପୂର୍ଣ୍ଣ  ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିବା, ଯଥା “ଆକାଶ ତଳେ ଆଉ ସେପରି ନାମ କାହାକୁ ଦିଆଯାଇ ନାହିଁ ଯାହାଙ୍କ ଠାରେ ପରିତ୍ରାଣ ଅଛି।” (ମାନବୀକରଣ: ଦେଖନ୍ତୁ)

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ତାହାଙ୍କ ଉତ୍ତମ ନାମ” ପରି ଏକ ବାକ୍ୟାଂଶକୁ “ତାହାଙ୍କର ଉତ୍ତମ ସମ୍ମାନ ଅଛି” ବୋଲି ଅନୁବାଦ କରାଯାଇପାରେ।
  • କୌଣସି ବିଷୟ କରୁଥିଲେ “ତାହାଙ୍କ ନାମରେ” ବାକ୍ୟାଂଶକୁ “ଅଧିକାର ସହିତ” କିମ୍ୱା “ଅନୁମତି ନେଇ” କିମ୍ୱା ସେହି ବ୍ୟକ୍ତିର “ଅବିକଳ ପରି” “ନାମରେ” କିଛି କରିବା ଯେପରି “ଅଧିକାର ସହିତ” କିମ୍ବା ସେହି ବ୍ୟକ୍ତିଙ୍କ “ପ୍ରତିନିଧୀ ରୂପେ” କିମ୍ବା “ଅନୁମତି ସହ” ବୋଲି ଅନୁବାଦ କରାଯାଇପାରେ।
  • "ଆମ୍ଭେମାନେ ନିଜ ପାଇଁ ନାମ କରଣ କରୁ" ବାକ୍ୟାଂଶକୁ “ଆମ୍ଭମାନଙ୍କ ସମ୍ୱଦ୍ଧରେ ସମସ୍ତକୁ ଜଣାଇବା” କିମ୍ବା “ଆମ୍ଭେମାନେ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକମାନଙ୍କୁ ମନେ କରିବା" ବୋଲି ଅନୁବାଦ କରାଯାଇପାରେ ।
  • “ତାହାକୁ ନାମରେ ଡାକ” ବାକ୍ୟାଂଶକୁ "ତାର ନାମ ଧରି ଡାକ" କିମ୍ବା "ତାହାକୁ ନାମ ଦିଅ" ବୋଲି ଅନୁବାଦ କରାଯାଇପାରେ ।
  • “ଯେଉଁମାନେ ତୁମ୍ଭର ନାମକୁ ପ୍ରେମ କରନ୍ତି” ବାକ୍ୟାଂଶକୁ “ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି” ବୋଲି ଅନୁବାଦ କରାଯାଇପାରେ ।
  • “ପ୍ରତିମାଗଣର ନାମ ଉଚ୍ଛିନ୍ନ କର” ବାକ୍ୟାଂଶକୁ "ବିଦେଶୀୟ ଦେବତାମାନଙ୍କୁ ଦୂର କର ଯେପରି ସେମାନେ ସ୍ମରଣରେ ସୁଦ୍ଧା ଆସିବେ ନାହିଁ" କିମ୍ବା "ମିଥ୍ୟା ଦେବତାମାନଙ୍କର ପୂଜା କରିବାରୁ ଲୋକମାନଙ୍କୁ ନିବୃତ୍ତ କର" କିମ୍ବା "ସମସ୍ତ ଦେବତାମାନଙ୍କୁ ସମ୍ପୂର୍ଣ୍ଣରୂପେ ନଷ୍ଟ କର, ଯାହାଫଳରେ ଲୋକମାନେ ଆଉ ସେମାନଙ୍କ ବିଷୟରେ ଚିନ୍ତା କରିବେ ନାହିଁ” ବୋଲି ଅନୁବାଦ କରାଯାଇପାରେ ।

( ଡାକିବା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H5344, H7121, H7761, H8034, H8036, G25640, G36860, G36870, G51220

ନାସରୀୟ, ନାସରୀୟମାନେ, ନାସରୀୟ ବ୍ରତ

ଘଟଣାବଳି:

ଯେଉଁ ବ୍ୟକ୍ତି ନାସରୀୟ ବ୍ରତ ଗ୍ରହଣ କରେ ତାକୁ “ନାସରୀୟ” ବୋଲି ବୁଝାଏ ଅଧିକାଂଶ ପୁରୁଷମାନେ ଏହି ବ୍ରତ ନିଅନ୍ତି କିନ୍ତୁ ମହିଳାମାନେ ମଧ୍ୟ ନେଇପାରିବେ

  • ଯେଉଁ ବ୍ୟକ୍ତି ନାସରୀୟ ବ୍ରତ ନିଏ ସେ କିଛି ସମୟ ନିମନ୍ତେ କୌଣସି ଖାଦ୍ୟ କିମ୍ୱା ଦ୍ରାକ୍ଷାରସ ପିଇବ ନାହିଁ ବୋଲି ସମ୍ମତି ପ୍ରକାଶ କରେ ଏବଂ ବ୍ରତପାଳନ କୁ ସଫଳ କରିବ ବୋଲି ସହମତି ଦିଏ

ଏହି ସମୟ ମଧ୍ୟରେ ସେ ତାହାର ବାଳ କାଟିବ ନାହିଁ କିମ୍ୱା ମୃତ ଲୋକ ପାଖକୁ ଯିବ ନାହିଁ

  • ଯେତେବେଳେ କିଛି ଦିନ ବିତିଯାଏ ଓ ବ୍ରତ ସମ୍ପୂର୍ଣ୍ଣ୍ଣ ହୁଏ, ନାସରୀୟ ଯାଜକ ପାଖକୁ ଯାଇ ବଳି ଉତ୍ସର୍ଗ କରେ

ନିଜର ବାଳ କାଟି ଏହାକୁ ପୋଡି ପକାଏ ତାପରେ ସମସ୍ତ ବାଛନ୍ଦ ଉଠିଯାଏ

  • ପୁରାତନ ନିୟମରେ ଜଣାଶୁଣ ନାମ ଶାମସନ ଜଣେ ନାସରୀୟ ବ୍ରତ ପାଳନକାରୀଥିଲେ
  • ଜିଖରିୟଙ୍କୁ ଦୂତ ଘୋଷଣା କଲେ ବାପ୍ତିଜକ ଯୋହନ ତାଙ୍କର ପୁତ୍ର କେବେ ହେଁ ସୁରାପାନ କରିବା ନାହିଁ ଯାହା ଦର୍ଶାଏ ଯେ ଯୋହନ ମଧ୍ୟ ନାସରୀୟ ବ୍ରତ ପାଳନ କରୁଥିଲେ
  • ପ୍ରେରିତ ପୁସ୍ତକରେ ଏକ ଅଂଶ ପ୍ରକାଶ କରେ ଯେ ପ୍ରେରିତ ପାଉଲ ମଧ୍ୟ ଥରେ ଏହି ବ୍ରତ ପାଳନ କରିଥିଲେ, ପ୍ରେରିତ ପୁସ୍ତକର ଏକ ଅଂଶ ଅନୁସାରେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକର ଅନୁବାଦ)

ଦେଖ: ଯୋହନ (ବାପ୍ତିଜକ), ବଳିଦାନ, ଶାମସନ, ବ୍ରତ,

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5139

ନିନ୍ଦା କରିବା_,_ଦଣ୍ଡଦେବା, ନିନ୍ଦା

ପରିଭାଷା:

“ନିନ୍ଦା କରିବା” ଏବଂ “ଦଣ୍ଡଦେବା” ଶବ୍ଦଗୁଡ଼ିକ କୌଣସି ଅପରାଧ ପାଇଁ କାହାର ବିଚାର କରିବାକୁ ବୁଝାଏ I

  • ପ୍ରାୟତଃ “ନିନ୍ଦା” ଶବ୍ଦଟି ଅପରାଧ ହେତୁ ଦଣ୍ଡ ପାଇବାକୁ ଅନ୍ତର୍ଭୁକ୍ତ କରେ I
  • ବେଳେ ବେଳେ “ନିନ୍ଦା” ର ଅର୍ଥ ମିଥ୍ୟାରେ କାହାକୁ ଦୋଷୀ କରିବା କିମ୍ୱା କାହାକୁ କଠିନ ବିଚାର କରିବାକୁ ବୁଝାଏI
  • “ଦଣ୍ଡଦେବା” ଶବ୍ଦ କାହାକୁ ନିନ୍ଦା କରିବା କିମ୍ବା ଅଭିଯୋଗ କରିବା କାର୍ଯ୍ୟକୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି , ଏହି ଶବ୍ଦଗୁଡ଼ିକୁ “କଠିନ ବିଚାର” କିମ୍ୱା “ମିଥ୍ୟାରେ ପରିହାସ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ତାଙ୍କୁ ନିନ୍ଦା” କରିବ ବାକ୍ୟ ଖଣ୍ଡକୁ “ସେ ଭୁଲ୍ କରିଅଛି ବୋଲି ବିଚାରିତ” କିମ୍ୱା “ସେ ତାହାର ପାପ ପାଇଁ ଦଣ୍ଡ ପାଇବା ଉଚିତ ବୋଲି କହିବା” ବୋଲି ଅନୁବାଦ କରାଯାଇପାରେ I
  • “ଦଣ୍ଡଦେବା” ଶବ୍ଦକୁ “କଠୋର ବିଚାର” କିମ୍ୱା “ଦୋଷୀ ବୋଲି ଘୋଷଣା କରିବା” କିମ୍ୱା “ଦୋଷ ପାଇଁ ଦଣ୍ଡ” ବୋଲି ଅନୁବାଦ କରାଯାଇପାରେ I

(ବିଚାର, ଦଣ୍ଡ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H6064, H7034, H7561, H8199, G01760, G08430, G26070, G26130, G26310, G26320, G26330, G29170, G29190, G29200, G52720, G60480

ନିଯୁକ୍ତ କରିବା, ନିଯୁକ୍ତ

ପରିଭାଷା:

“ନିଯୁକ୍ତ କରିବା” ଏବଂ “ନିଯୁକ୍ତ” ଶବ୍ଦଗୁଡ଼ିକ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ କିମ୍ୱା ଭୂମିକାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ମନୋନୀତ ହେବା ବ୍ୟକ୍ତିକୁ ସୂଚାଏ I

  • “ନିଯୁକ୍ତ କରିବା” ବାକ୍ୟାଂଶ “ଅନନ୍ତ ଜୀବନକୁ ପ୍ରାପ୍ତ କରିବା”କୁ ମଧ୍ୟ ମନୋନୀତ ହେବାକୁ ସୂଚାଇପାରେ I ଲୋକେ “ଅନନ୍ତ ଜୀବନ ନିମନ୍ତେ ନିଯୁକ୍ତ କରାଯାଇଅଛନ୍ତି” ର ଅର୍ଥ ସେମାନେ ଅନନ୍ତ ଜୀବନ ଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଅଛନ୍ତି I
  • “ନିଯୁକ୍ତ ସମୟ” ବକ୍ୟାଂଶଟି “ଈଶ୍ୱରଙ୍କ “ମନୋନୀତ ସମୟ” କିମ୍ୱା “ଯୋଜନା ମୂଳକ ସମୟ” କୁ ସୂଚାଏ I
  • “ନିଯୁକ୍ତ କରିବା” ଶବ୍ଦର ଅର୍ଥ, କୌଣସି ଏକ ବ୍ୟକ୍ତିକୁ ଯେକୌଣସି କାର୍ଯ୍ୟ କରିବା ନିମନ୍ତେ “ଆଦେଶ ଦେବା” କିମ୍ୱା “ସମର୍ପଣ କରିବା” ମଧ୍ୟ ହୋଇପାରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗକୁ ଆଧାର କରି, “ନିଯୁକ୍ତ କରିବା” ଶବ୍ଦକୁ “ମନୋନୀତ” କିମ୍ୱା “ସମର୍ପଣ କରିବା” କିମ୍ୱା “ନୀୟମାନୁସାରେ ବାଛିବା” କିମ୍ୱା “ନାମିତ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ନିଯୁକ୍ତ କରିବା” ବାକ୍ୟାଂଶକୁ “ସମର୍ପିତ” କିମ୍ୱା “ଯୋଜନା କୃତ” କିମ୍ୱା “ବିଶେଷ ଭାବେ ମନୋନୀତ” ବୋଲି ଅନୁବାଦ କରାଯାଇପାରେ I
  • “ନିଯୁକ୍ତି କରିବା” ଅର୍ଥ “ମନୋନୀତ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0561, H0977, H2163, H2296, H2706, H2708, H2710, H3198, H3245, H3259, H3677, H3983, H4150, H4151, H4152, H4483, H4487, H4662, H5324, H5344, H5414, H5567, H5975, H6310, H6485, H6565, H6635, H6680, H6923, H6942, H6966, H7760, H7896, G03220, G06060, G12990, G13030, G19350, G25250, G27490, G42870, G42960, G43840, G49290, G50210, G50870

ନିର୍ଦ୍ଦୋଷ

ପରିଭାଷା:

“ନିର୍ଦ୍ଦୋଷ” ଶବ୍ଦର ଅର୍ଥ କୌଣସି ଅପରାଧ କିମ୍ବା ଅନ୍ୟ ଭୁଲ୍ ପାଇଁ ଦୋଷୀ ସାବ୍ୟସ୍ତ ନହେବା | ଏହା ସାଧାରଣତଃ ଲୋକମାନଙ୍କୁ ମଧ୍ୟ ସୂଚିତ କରିପାରେ ଯେଉଁମାନେ ମନ୍ଦ କର୍ମରେ ଜଡିତ ନୁହଁନ୍ତି |

  • କୌଣସି ଭୁଲ୍ ପାଇଁ ଅଭିଯୋଗ ହୋଇଥିବା ବ୍ୟକ୍ତି ଯଦି ସେ ଭୁଲ୍ କରିନାହାଁନ୍ତି ତେବେ ସେ ନିର୍ଦ୍ଦୋଷ ଅଟନ୍ତି |
  • ବେଳେବେଳେ “ନିର୍ଦ୍ଦୋଷ” ଶବ୍ଦ ସେହି ଲୋକମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ ହୁଏ, ଯେଉଁମାନେ କୌଣସି ଭୁଲ କରିନାହାଁନ୍ତି, କିନ୍ତୁ ଦଣ୍ଡିତ, ଯେପରି ଶତ୍ରୁ ସୈନ୍ୟ “ନିରୀହ ଲୋକ” ଉପରେ ଆକ୍ରମଣ କରନ୍ତି |
  • ବାଇବେଲରେ, “ରକ୍ତ” “ହତ୍ୟା” କୁ ପ୍ରତିପାଦିତ କରେ, ତେଣୁ “ନିର୍ଦ୍ଦୋଷ ରକ୍ତ” “ମୃତ୍ୟୁର ଯୋଗ୍ୟ ନଥିବା ଲୋକଙ୍କୁ ହତ୍ୟା” କୁ ବୁଝାଏ |

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଅଧିକାଂଶ ପ୍ରସଙ୍ଗରେ, “ନିର୍ଦ୍ଦୋଷ” ଶବ୍ଦକୁ “ଦୋଷୀ ନୁହେଁ” କିମ୍ବା “ଦାୟୀ ନୁହେଁ” କିମ୍ବା କୌଣସି ବିଷୟ ପାଇଁ “ଦୋଷ ନ ଦେବା” ବୋଲି ଅନୁବାଦ କରାଯାଇପାରେ |
  • ସାଧାରଣତ ଅର୍ଥରେ ନିର୍ଦ୍ଦୋଷ ଲୋକମାନଙ୍କୁ ସୂଚାଇବାବେଳେ, ଏହି ଶବ୍ଦକୁ “ଯେଉଁମାନେ କୌଣସି ଭୁଲ କରି ନାହାଁନ୍ତି” କିମ୍ବା “ଯେଉଁମାନେ ମନ୍ଦ କାର୍ଯ୍ୟରେ ଜଡିତ ନୁହଁନ୍ତି” ବୋଲି ଅନୁବାଦ କରାଯାଇପାରେ |
  • “ନିର୍ଦ୍ଦୋଷ ରକ୍ତରେ” କୁ “ମୃତ୍ୟୁବରଣ କରିବାକୁ ଯୋଗ୍ୟ ନଥିବା ଲୋକଙ୍କୁ ହତ୍ୟା କରିବା।” ବୋଲି ଅନୁବାଦ କରାଯାଇପାରେ |

( ନିର୍ଦ୍ଦୋଷ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 8:6 ଦୁଇ ବର୍ଷ ପରେ, ଯୋଷେଫ ବନ୍ଦୀ ଗୃହରେ ଥିଲେ, ଯଦିଚ ସେ ନିର୍ଦ୍ଦୋଷ ଥିଲେ I
  • 40:4 ସେହିମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କର ନିନ୍ଦା କଲା କିନ୍ତୁ ଅନ୍ୟ ଜଣେ କହିଲା “କ’ଣ  ତୁମ୍ଭେ ଈଶ୍ଵରଙ୍କ ଭୟ କର ନାହିଁ? ଆମେ ଦୋଷୀ ଅଟୁ କିନ୍ତୁ ଏହି ବ୍ୟକ୍ତି ନିର୍ଦ୍ଦୋଷ ଅଟନ୍ତି I“
  • 40:8 ଯୀଶୁଙ୍କର ପ୍ରହରୀ ଦେଉଥିବା ସୈନିକ ଯାହା କିଛି ହେଉଥିଲା ଦେଖିଲା ଓ ସେ କହିଲା “ନିଶ୍ଚିନ୍ତ, ଏହି ବ୍ୟକ୍ତି ନିର୍ଦ୍ଦୋଷ ଥିଲେ I ସେ ଇଶ୍ୱରଙ୍କର ପୁତ୍ରଥିଲେ “

ଶବ୍ଦବିନ୍ୟାସ :

  • Strong’s: H2136, H2600, H2643, H5352, H5355, H5356, G01210

ନିସ୍ତାର ପର୍ବ

ସତ୍ୟ ଘଟଣାବଳୀ:

ଯିହୁଦୀମାନେ ପ୍ରତ୍ୟେକ ବର୍ଷ ପାଳନ କରୁଥିବା ଏକ ଧାର୍ମିକ ପର୍ବର ନାମ “ନିସ୍ତାର ପର୍ବ” ଅଟେ I ଏହା କିପରି ଈଶ୍ୱର ସେମାନଙ୍କର ପିତୃପୁରୁଷ, ଇସ୍ରାଏଲୀୟମାନଙ୍କୁ ମିସରରେ ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ, ତାହା ସ୍ମରଣ କରିବା ନିମନ୍ତେ ପାଳନ କରାଯାଏ I

  • ଏହି ପର୍ବର ନାମ ଏହି ସତ୍ୟ ଘଟଣାବଳୀରୁ ଆସେ, ଈଶ୍ୱର ଇସ୍ରାଏଲୀୟମାନଙ୍କର ଗୃହଗୁଡ଼ିକ ‘ନିସ୍ତାର କଲେ’ ବା ଛାଡ଼ି ଦେଇ ଆଗେଇ ଗଲେ, ଏବଂ ସେମାନଙ୍କର ପୁତ୍ର ସନ୍ତାନମାନଙ୍କୁ ବଧ କଲେ ନାହିଁ; ଯେବେ ସେ ମିସରୀୟମାନଙ୍କର ପ୍ରଥମ ଜାତ ପୁତ୍ର ସନ୍ତାନମାନଙ୍କୁ ବଧ କଲେ I
  • ନିସ୍ତାର ପର୍ବ ପାଳନ ମଧ୍ୟରେ ଏକ ନିଖୁନ୍ତ ମେଷର ବିଶେଷ ଖାଦ୍ୟ ସାମିଲ ଅଟେ ଯାହାକୁ ସେମାନେ ବଧ କରନ୍ତି ଏବଂ ଦଗ୍ଧ କରନ୍ତି, ଏବଂ ତାଡିଶୂନ୍ୟ ରୋଟୀ ମଧ୍ୟ ପ୍ରସ୍ତୁତ କରନ୍ତି I ଏହି ଖାଦ୍ୟ ସେମାନଙ୍କୁ ସ୍ମରଣ କରାଇ ଯେ, ଇସ୍ରାଏଲୀୟମାନେ ମିସରରୁ ପଳାୟନ କରିବା ପୂର୍ବ ରାତ୍ରିରେ ଏହା ଭୋଜନ କରିଥିଲେ I
  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ ପ୍ରତ୍ୟେକ ବର୍ଷ ଏହି ଖାଦ୍ୟ ଭୋଜନ କରିବା ନିମନ୍ତେ କହିଲେ, ଯେପରି ସେମାନେ ସ୍ମରଣ କରିବେ ଏବଂ ପାଳନ କରିବେ ଯେ କିପରି ଈଶ୍ୱର ସେମାନଙ୍କର ଗୃହଗୁଡ଼ିକ ‘ନିସ୍ତାର କଲେ’ ବା ଛାଡ଼ି ଦେଇ ଆଗେଇଗଲେ, ଏବଂ କିପରି ସେମାନଙ୍କୁ ମିସରରେ ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ‘ନିସ୍ତାର’ ଶବ୍ଦକୁ ‘ଛାଡିବା’ ଏବଂ ‘ଚାଲିଯିବା’ କିମ୍ବା ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ଅନୁବାଦ କରାଯାଇପାରେI
  • ଯଦି ଏହି ପର୍ବର ନାମର ସ୍ପଷ୍ଟ ଅର୍ଥ ପ୍ରକାଶ କରେ ଯାହା ଯିହୋବାଙ୍କର ଦୂତ ଇସ୍ରାଏଲୀୟମାନଙ୍କର ଗୃହଗୁଡ଼ିକର ନିକଟବର୍ତ୍ତୀ ହୋଇ ଯାଇଥିଲେ ଏବଂ ସେମାନଙ୍କର ପୁତ୍ରଗଣକୁ ବଧ ନ କରି ତ୍ୟାଗ କରି ବା ଛାଡ଼ି ଚାଲିଗଲେ ତେବେ ଏହା ବ୍ୟବହାର କରନ୍ତୁ I

ବାଇବେଲ  ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 12:14 ଈଶ୍ୱର ଇସ୍ରାଏଲୀୟମାନଙ୍କୁ ମିସରୀୟମାନଙ୍କ ଉପରେ ବିଜୟ ଲାଭ ଏବଂ ଦାସତ୍ୱ ବନ୍ଧନରୁ ଉଦ୍ଧାର ବିଷୟକୁ  ସ୍ମରଣ କରିବା ପାଇଁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ I
  • 38:1 ପ୍ରତ୍ୟେକ ବର୍ଷ, ଯିହୁଦୀମାନେ ନିସ୍ତାର ପର୍ବ ପାଳନ କରନ୍ତି I ଅନେକ ଶତାବ୍ଦୀ ପୂର୍ବେ କିପରି ଈଶ୍ୱର ସେମାନଙ୍କର ପିତୃପୁରୁଷଗଣଙ୍କୁ ମିସରରେ ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ, ସେମାନେ ତାହା ସ୍ମରଣ କରିବା ନିମନ୍ତେ ଏହି ପର୍ବ ପାଳନ କରନ୍ତି I
  • 38:4 ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ସହ ନିସ୍ତାର ପର୍ବ ପାଳନ କଲେ I
  • 48:9  ଯେତେବେଳେ ଈଶ୍ୱର ରକ୍ତ ଦେଖିଲେ, ସେ ସେମାନଙ୍କ ଗୃହ ପାର ହୋଇ ସେମାନଙ୍କର ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ୟା କଲେ ନାହିଁ। ଏହି ଘଟଣାକୁ ନିସ୍ତାର ପର୍ବ କୁହାଯାଏ I
  • 48:10 ଯୀଶୁ ଆମ୍ଭମାନଙ୍କର ନିସ୍ତାର ପର୍ବର ମେଷ ଅଟନ୍ତି I ସେ ସିଦ୍ଧ ଏବଂ ନିଷ୍ପାପ ଥିଲେ ଏବଂ ନିସ୍ତାର ପର୍ବ ପାଳନର ସମୟରେ ହତ ହେଲେ I

ଶବ୍ଦବିନ୍ୟାସ :

  • Strong's: H6453, G3957

ନିୟମ

ପରିଭାଷା:

ବାଇବେଲରେ, “ନିୟମ” ଶବ୍ଦ ଦୁଇ ପକ୍ଷ ମଧ୍ୟରେ ଏକ ଆନୁଷ୍ଠାନିକ, ବାଧ୍ୟତାମୂଳକ ନିୟମକୁ ବୁଝାଏ ଯାହାକୁ ଗୋଟିଏ କିମ୍ବା ଉଭୟ ପକ୍ଷ ପୂରଣ କରିବା ଅନିବାର୍ଯ୍ୟ ଅଟେ ।

  • ଏହି ନିୟମ ବ୍ୟକ୍ତିବିଶେଷଙ୍କ ମଧ୍ୟରେ, ଲୋକମାନଙ୍କ ଗୋଷ୍ଠୀ ମଧ୍ୟରେ କିମ୍ବା ଈଶ୍ଵର ଏବଂ ଲୋକମାନଙ୍କ ମଧ୍ୟରେ ହୋଇପାରେ ।
  • ଯେତେବେଳେ ଲୋକମାନେ ପରସ୍ପର ପ୍ରତି ନିୟମପତ୍ର ପ୍ରସ୍ତୁତ କରନ୍ତି, ସେମାନେ ପ୍ରତିଜ୍ଞା କରନ୍ତି ଯେ ସେମାନେ କରିଥିବା ପ୍ରତିଜ୍ଞାକୁ ସେମାନେ ହୃଦୟ ସହ ପାଳନ କରିବେ ।
  • ମାନବିକ ନିୟମପତ୍ର ମଧ୍ୟ ବିବାହର ନିୟମପତ୍ର, ବ୍ୟବସାୟ ରାଜିନାମା ଏବଂ ଦେଶ ଦେଶ ମଧ୍ୟରେ ନିୟମକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ।
  • ସମଗ୍ର ବାଇବେଲରେ, ଈଶ୍ଵର ଆପଣା ଲୋକମାନଙ୍କ ସହ ଅନେକ ପ୍ରକାରର ନିୟମ କରିଥିଲେ ।
  • କେତେକ ନିୟମରେ ଈଶ୍ଵର  ତାଙ୍କର ଦଦାୟିତ୍ୱକୁ ବିନା ସର୍ତ୍ତରେ ପୂରଣ କରିବାକୁ ପ୍ରତିଜ୍ଞା କଲେ । ଯେତେବେଳେ ଈଶ୍ଵର ମାନବଜାତିକୁ ସେ ଆଉ ବିଶ୍ଵବ୍ୟାପୀ ବନ୍ୟା ଦ୍ଵାରା ପୃଥିବୀକୁ ଧ୍ୱଂସ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ, ଏହି ପ୍ରତିଜ୍ଞାରେ ଲୋକମାନଙ୍କ ପାଇଁ କୌଣସି ସର୍ତ୍ତ ନଥିଲା ।
  • ଅନ୍ୟ କେତେକ ନିୟମରେ, କେବଳ ଯଦି ଲୋକେ ତାହାଙ୍କର ଆଜ୍ଞା ପାଳନ କରିବେ ତେବେ  ଈଶ୍ଵର  ସମସ୍ତ ପ୍ରତିଜ୍ଞାକୁ ପୂରଣ କରିବେ ବୋଲି ଆଜ୍ଞା କଲେ ।

“ନୂତନ ନିୟମ “ ବାକ୍ୟାଂଶଟି  ଈଶ୍ଵରଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ବଳିଦାନ କରି ତାହାଙ୍କ ଲୋକମାନଙ୍କ ସହ ଅନୁଗତ୍ୟ କିମ୍ୱା ରାଜିନାମା କରିବାକୁ ମଧ୍ୟ ବୁଝାଏ ।

  • ଈଶ୍ଵରଙ୍କ “ନୂତନ ନିୟମ ” ବାଇବେଲର ଦ୍ୱିତୀୟ ଖଣ୍ଡରେ ବର୍ଣ୍ଣନା କରାଯାଇଅଛି ।
  • ଏହି ନୂତନ ନିୟମ  “ପୁରାତନ” କିମ୍ୱା “ପୂର୍ବ” ନିୟମପତ୍ରର ବିପରୀତ ଅଟେ ଯାହା ଈଶ୍ଵର ପୁରାତନ ନିୟମ  ସମୟରେ ଇସ୍ରାଏଲ ଲୋକମାନଙ୍କ ସହ କରିଥିଲେ ।
  • ନୂତନ ନିୟମ  ପୁରାତନ ନିୟମ  ଅପେକ୍ଷା ଉତ୍ତମ ଅଟେ କାରଣ ଲୋକମାନଙ୍କର ପାପର ପରିଶୋଧ କରିବାକୁ ଏହା ଯୀଶୁଙ୍କର ବଳିଦାନ ଉପରେ ଅଧାରିତ ଅଟେ । ପୁରାତନ ନିୟମ  ବଳିଦାନରେ ଏହି ନିୟମପତ୍ର ନଥିଲା।
  • ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାନ୍ତି କରନ୍ତି ସେମାନଙ୍କ ହୃଦୟରେ ଈଶ୍ଵର ନୂତନ ନିୟମ ଲେଖନ୍ତି । ଏହା ସେମାନଙ୍କୁ ଈଶ୍ଵରଙ୍କ ଆଜ୍ଞାକାରୀ ହେବାକୁ ଏବଂ ପବିତ୍ର ଜୀବନଯାପନ କରିବାକୁ ସାହାଯ୍ୟ କରେ ।
  • ନୂତନ ନିୟମ  ସମ୍ପୂର୍ଣ୍ଣ ଭାବେ ଶେଷ ଦିନରେ ସଫଳ ହେବ ଯେତେବେଳେ ଈଶ୍ଵର  ପୃଥିବୀରେ ରାଜ୍ୟ କରିବେ । ପୁଣିଥରେ ସମସ୍ତ ବିଷୟ ଅତିଉତ୍ତମ ହେବ, ଯେପରି ପ୍ରଥମେ ଈଶ୍ଵର  ସଂସାରକୁ ସୃଷ୍ଟି କରିଥିଲେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି, ଏହି ବାକ୍ୟାଂଶକୁ “ରାଜିନାମାର ସମ୍ପର୍କ” କିମ୍ବା “ସାଧାରଣ ଅନୁଗତ୍ୟ” କିମ୍ୱା “ଶପଥ”, କିମ୍ୱା “ନିୟମ” ବୋଲି ଅନୁବାଦ କରାଯାଇପାରେ ।
  • ନିୟମ ପାଇଁ କେତେକ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ ଯାହା ଗୋଟିଏ ପକ୍ଷ କିମ୍ବା ଉଭୟ ପକ୍ଷ କରିଥିବା ଏକ ପ୍ରତିଶ୍ରୁତି ଉପରେ ନିର୍ଭର କରେ ଯାହା ସେମାନେ ପାଳନ କରିବାକୁ ବାଧ୍ୟ ଅଟନ୍ତି । ଯଦି ନିୟମ ଏକ ପକ୍ଷ, ତେବେ ଏହାକୁ “ପ୍ରତିଜ୍ଞା” କିମ୍ବା “ପ୍ରତିଶୃତି” ଭାବରେ ଅନୁବାଦ କରାଯାଇପାରେ ।
  • ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦର ଅନୁବାଦ ଲୋକମାନେ ନିୟମ ପ୍ରସ୍ତାବ ଦେଇଥିବା ପରି ଯେପରି ନହୁଏ । ଈଶ୍ଵର ଏବଂ ଲୋକମାନଙ୍କ ମଧ୍ୟରେ ହୋଇଥିବା ସମସ୍ତ ନିୟମରେ, କେବଳ ଈଶ୍ଵର ହିଁ ଏହି ନିୟମ ଆରମ୍ଭ କରିଥିଲେ ।
  • “ନୂତନ ନିୟମ ” ବାକ୍ୟାଂଶକୁ “ନୂତନ ଆନୁଷ୍ଠାନିକ ରାଜିନାମା” କିମ୍ୱା “ନୂତନ ଚୁକ୍ତି” କିମ୍ବା  “ନୂତନ ନିୟମ” ବୋଲି ଅନୁବାଦ କରାଯାଇପାରେ ।
  • “ନୂତନ” ଶବ୍ଦର ଅର୍ଥ ଏଠାରେ “ସତେଜ” କିମ୍ବା “ନୂତନ ପ୍ରକାରର” କିମ୍ବା  “ଅନ୍ୟ” ଅଟେ ।

(ନିୟମପ୍ରତିଜ୍ଞା: ଦେଖନ୍ତୁ)

ବାଇବେଲର ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 4:9 ପୁଣି ଈଶ୍ଵର  ଅବ୍ରହାମଙ୍କ ସହିତ ଏକ ନିୟମ କଲେ । ନିୟମ ଦୁଇ ମକ୍ଷ ମଧ୍ୟରେ ଏକ ରାଜିନାମା ଅଟେ ।
  • 5:4 “ମୁଁ ଇଶ୍ମାୟେଲଠାରୁ ଏକ ବିଶାଳ ଗୋଷ୍ଠୀ ଉତ୍ପନ୍ନ କରିବି, କିନ୍ତୁ ମୋର ନିୟମ ଇସ୍‌ହାକ ସହିତ ରହିବ ।“
  • 6:4 ଦୀର୍ଘଦିନ ପରେ, ଅବ୍ରହାମଙ୍କ ମୃତ୍ୟୁ ପରେ ଈଶ୍ଵର ଯେଉଁ ସବୁ ପ୍ରତିଜ୍ଞା ନିୟମରେ ତାଙ୍କ ସହ କରିଥିଲେ  ଇସ୍‌ହାକଙ୍କୁ ଦିଆଗଲା ।
  • 7:10 “ନିୟମ ପ୍ରତିଜ୍ଞାକାରୀ ଈଶ୍ଵର ଅବ୍ରହାମଙ୍କ ନିମନ୍ତେ ଯାହା ପ୍ରତିଜ୍ଞା କରିଥିଲେ ଏବଂ ତାହା ଇସ୍‌ହାକଙ୍କୁ ଦେଲେ ଏବଂ ଯାକୁବଙ୍କୁ ଦେଲେ ।“
  • 13:2 ଈଶ୍ଵର ମୋଶା ଓ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋହର ସ୍ୱର ଶୁଣିବ ଓ ନିୟମ ପାଳନ କରିବ, ତୁମ୍ଭେମାନେ ମୋହର ମହା ପୁରଷ୍କାର, ରାଜକିୟ ଯାଜକ ବଂଶ ଏବଂ ପବିତ୍ର ଜାତି ହେବ ।”
  • 13:4 ପୁଣି ଈଶ୍ଵର ସେମାନଙ୍କୁ ନିୟମ ଦେଲେ ଏବଂ କହିଲେ, “ମୁଁ ଯିହୋବା, ତୁମ୍ଭର ଈଶ୍ଵର, ଯିଏ ତୁମ୍ଭମାନଙ୍କୁ ମିସରରୁ ଦାସତ୍ଵ ଅବସ୍ଥାରୁ ଉଦ୍ଧାର କରି ଆଣିଲେ ଆଉ ଅନ୍ୟ କୌଣସି ଦେବତାଗଣକୁ ଉପସନା କର ନାହିଁ“।
  • 15:13 ପୁଣି ଯିହୋଶୂୟ ଲୋକମାନଙ୍କୁ ନିୟମ ପାଳନ କରିବାକୁ ମନେପକାଇ ଦେଲେ ଯେ ସେମାନଙ୍କର ଶପଥ ଯାହା ଈଶ୍ଵର ସିୟୋନ ପର୍ବତରେ ଇସ୍ରାଏଲ ସହିତ କରିଥିଲେ ।
  • 21:5_ ଭାବବାଦୀ ଯିରିମୀୟଙ୍କ ଦ୍ୱାରା, ଈଶ୍ଵର ପ୍ରତିଜ୍ଞା କଲେ ଯେ ସେ ନୂତନ ନିୟମ ସ୍ଥାପନ କରିବେ, କିନ୍ତୁ ଯେପରି ଈଶ୍ଵର  ଇସ୍ରାଏଲ ସହିତ ସିୟୋନ ପର୍ବତରେ କରିଥିଲେ ସେପରି ନୁହେଁ ନୂତନ ନିୟମରେ, ଈଶ୍ଵର ତାହାଙ୍କର ନିୟମକୁ ଲୋକମାନଙ୍କର ହୃଦୟରେ ଲେଖିବେ, ଯାହାଫଳରେ ଈଶ୍ଵରଙ୍କୁ ବ୍ୟକ୍ତିଗତ ଭାବେ ଲୋକମାନେ ଜାଣିବେ, ସେମାନେ ତାହାଙ୍କର ଲୋକ ହେବେ ଏବଂ ଈଶ୍ଵର  ସେମାନଙ୍କର ସମସ୍ତ ପାପରୁ କ୍ଷମା କରିବେ । ମସୀହଙ୍କଠାରୁ ଏହି ନୂତନ ନିୟମ  ଆରମ୍ଭ ହେବ ।
  • 21:14 ମସୀହଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନରେ, ଈଶ୍ଵର ତାହାଙ୍କର ଲୋକମାନଙ୍କୁ ଉଦ୍ଧାର ଯୋଜନାକୁ ସଫଳ କିରବେ ଏବଂ ନୂତନ ନିୟମ  ଆରମ୍ଭ କରିବେ ।
  • 38:5 ପୁଣି ଯୀଶୁ ପାନପାତ୍ର ନେଇ କହିଲେ, “ଏଥିରୁ ପାନ କର ଏହା ହେଉଛି ମୋହର ରକ୍ତ ଯାହା ନୂତନ ନିୟମ ଅଟେ  ଯାହା ତୁମ୍ଭମାନଙ୍କ ପାପରୁ ଉଦ୍ଧାର ନିମନ୍ତେ ଢଳା ଯାଇଅଛି ଏଥିରୁ ଯେତେଥର ପାନ କର ମୋତେ ସ୍ମରଣ କିରବା ନିମନ୍ତେ ଏହା କର ।
  • 48:11 କିନ୍ତୁ ଈଶ୍ଵର ବର୍ତ୍ତମାନ ଏକ ନୂତନ ନିୟମ ସ୍ଥାପନ କରିଛନ୍ତି ଯାହା ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ ଅଟେ ଏହି କାରଣରୁ ନୂତନ ନିୟମରେ, ଯେକେହି ଯେକୌଣସି ଲୋକଦଳରୁ ଯୀଶୁଙ୍କୁ ବିଶ୍ୱାସ କରେ ସେ ଈଶ୍ଵରଙ୍କ ଲୋକ ହୋଇପାରିବ ।

ଶବ୍ଦବିନ୍ୟାସ:

  • Strong’s: H1285, H2319, H3772, G08020, G12420, G49340

ନୀୟମ ସିନ୍ଦୁକ, ସଦାପ୍ରଭୁଙ୍କ ସିନ୍ଦୁକ

ସଂଜ୍ଞା:

ଏହି ଶବ୍ଦ ଏକ କାଠରେ ନିର୍ମିତ ସିନ୍ଦୁକକୁ ସୂଚାଏ, ଯାହା ଉପରେ ସୁନାର ପ୍ରଲେପଥିଲା, ତାହା ଦୁଇ ପଥର ଫଳକର ଅନ୍ତର୍ଗତ, ଯାହା ଉପରେ ଦଶ ଆଜ୍ଞା ଲିଖିତଥିଲା I ଏହା ହାରଣଙ୍କ ଯଷ୍ଟି ଏବଂମାନ୍ନାରେ ପୂର୍ଣ୍ଣ କଲସୀର ମଧ୍ୟ ଅନ୍ତର୍ଗତ I

  • ସିନ୍ଦୁକ ଶବ୍ଦ ଏଠାରେ “ପେଢି” କିମ୍ୱା ସିନ୍ଦୁକ କିମ୍ୱା ଡବା ଭାବରେ ଅନୁବାଦ କରାଯାଇପାରେ I
  • ଏହି ସିନ୍ଦୁକରେ ଥିବା ବସ୍ତୁ ଇସ୍ରାଏଲୀୟମାନଙ୍କୁ ମନେପକେଇ ଦେଉଥିଲା, ଯାହା ପରମେଶ୍ୱର ସେମାନଙ୍କ ସହ ଚୁକ୍ତି କରିଥିଲେ I
  • ନୀୟମ ସିନ୍ଦୁକ “ମହାପବିତ୍ର ସ୍ଥାନ”ରେ ଅବସ୍ଥିତଥିଲା I
  • ନୀୟମ ସିନ୍ଦୁକ ଅପେକ୍ଷା ତାମ୍ୱୁର ମହାପବିତ୍ର ସ୍ଥାନରେ ପରମେଶର ଉପସ୍ଥିତି ଅଧିକଥିଲା
  • ନୀୟମ ସିନ୍ଦୁକ ମନ୍ଦିରର ମହାପବିତ୍ର ସ୍ଥାନ ଥିବା ସମୟରେ, ବର୍ଷକରେ ଥରେ ମାତ୍ର ପ୍ରାୟଶ୍ଚିତ ଦିନରେ, କେବଳ ଜଣେ ମହାଯାଜକ ହିଁ ସିନ୍ଦୁକ ନିକଟକୁ ଯାଇପାରୁଥିଲେ I
  • ଅନେକ ଇଂରାଜୀ ପଠାନ୍ତରରେ “ବାକି ରହିଥିବା ଆଦେଶ” କୁ “ସାକ୍ଷ୍ୟ” ଭାବରେ ଅନୁବାଦ କରାଯାଇଅଛି I

ଦଶ ଆଜ୍ଞା ଏକ ସାକ୍ଷ୍ୟ କିମ୍ୱା ସାକ୍ଷୀଥିଲା ଯାହା ପରମେଶ୍ୱର ତାଙ୍କ ଲୋକମାନଙ୍କ ସହ ଯେଉଁ ଚୁକ୍ତି କରିଥିଲେ, ସେହି ସତ୍ୟକୁ ସୂଚାଏ I ଏହା “ନୀୟମର ଚୁକ୍ତି” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I

(ମଧ୍ୟ ଦେଖିପାରିବା: ସିନ୍ଦୁକ, ଚୁକ୍ତି, ପ୍ରାୟଶ୍ଚିତ, ପବିତ୍ର ସ୍ଥାନ, ସାକ୍ଷ୍ୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H727, H1285, H3068

ପବିତ୍ର ଆତ୍ମା, ଈଶ୍ୱରଙ୍କ ଆତ୍ମା, ପ୍ରଭୁଙ୍କ ଆତ୍ମା, ଆତ୍ମା

ଘଟଣାବଳୀ:

ଏହି ସବୁ ଶବ୍ଦଗୁଡ଼ିକ ପବିତ୍ର ଆତ୍ମାଙ୍କୁ ଦର୍ଶାଏ, ଯିଏ ଈଶ୍ୱର ଅଟନ୍ତି। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ସାଦୃଶ ଜଣେ ପ୍ରକୃତ ଈଶ୍ୱର ଅନନ୍ତକାଳ ବିଦ୍ୟମାନ ଅଟନ୍ତି।

  • ”ପବିତ୍ର ଆତ୍ମା“ ଙ୍କୁ “ଆତ୍ମା” ଓ “ଯିହୋବାଙ୍କ ଆତ୍ମା“ ଓ “ସତ୍ୟମୟ ଆତ୍ମା“ ବୋଲି ମଧ୍ୟ କୁହାଯାଏ।
  • କାରଣ ପବିତ୍ର ଆତ୍ମା ଈଶ୍ୱର ଅଟନ୍ତି, ସେ ସମ୍ପୂର୍ଣ୍ଣ  ଭାବରେ ପବିତ୍ର ଅଟନ୍ତି, ଓ ସେ ଯାହା କରନ୍ତି ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି, ଅନନ୍ତ ଶୁଦ୍ଧ, ଏବଂ ନୈତିକତା ଭାବେ ତାହାଙ୍କ ସମସ୍ତ ସ୍ଵଭାବରେ ଏବଂ ସେ କରୁଥିବା ସମସ୍ତ କାର୍ଯ୍ୟରେ ସିଦ୍ଧ ଅଟନ୍ତି।
  • ପିତା ଏବଂ ପୁତ୍ରଙ୍କ ସହିତ ପବିତ୍ର ଆତ୍ମା ଜଗତ ସୃଷ୍ଟି କରିବା ସମୟରେ ସକ୍ରିୟ ଥିଲେ।
  • ଯେତେବେଳେ ଈଶ୍ୱରଙ୍କ ପୁତ୍ର ଯୀଶୁ ସ୍ୱର୍ଗକୁ ଆରୋହଣ କଲେ, ଈଶ୍ୱର ତାହାଙ୍କ ଲୋକମାନଙ୍କୁ ଚାଳନା କରିବା ପାଇଁ, ସେମାନଙ୍କୁ ଶିକ୍ଷା ଦେବାକୁ, ସାନ୍ତ୍ୱନା ଦେବାକୁ, ଏବଂ ସେମାନଙ୍କୁ ଈଶ୍ଵରଙ୍କ ଇଚ୍ଛା ସାଧନ କରିବାକୁ ସକ୍ଷମ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କଲେ।
  • ପବିତ୍ର ଆତ୍ମା ଯୀଶୁଙ୍କୁ ପରିଚାଳନା କଲେ ଓ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ମଧ୍ୟ ପରିଚାଳନା କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ ସାଧାରଣତଃ “ପବିତ୍ର” ଓ “ଆତ୍ମା” ଶବ୍ଦଗୁଡ଼ିକୁ ବ୍ୟବହାର କରି ଅନୁବାଦ କରାଯାଇପାରେ।
  • ଏହି ଶବ୍ଦକୁ “ଶୁଦ୍ଧ ଆତ୍ମା“ କିମ୍ବା “ଆତ୍ମା ଯିଏ ପବିତ୍ର ଅଟନ୍ତି“ କିମ୍ବା' “ଈଶ୍ଵର ଆତ୍ମା" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।

(ପବିତ୍ର, ଆତ୍ମା, ଈଶ୍ଵର, ପିତା ଈଶ୍ଵର, ଈଶ୍ଵରଙ୍କ, ବରଦାନ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:1 କିନ୍ତୁ ଈଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ।
  • 24:8 ଯୀଶୁ ବାପ୍ତିଜିତ ହେଲା ପରେ ଜଳରୁ ଉଠି ଆସିଲେ, ଈଶ୍ୱରଙ୍କ ଆତ୍ମା କପୋତ ରୂପରେ ଦେଖା ଦେଇ ଓହ୍ଲାଇ ଆସିଲେ।
  • 26:1 ଶୟତାନର ପରୀକ୍ଷାରେ ଜୟ ହେଲା ପରେ, ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲିଲୀକି ଅଞ୍ଚଳକୁ ବାହୁଡ଼ିଗଲେ ସେ ଯେଉଁଠାରେ ପ୍ରତିପାଳିତ ହୋଇଥିଲେ।
  • 26:3 ଯୀଶୁ ପାଠ କଲେ, ଈଶ୍ୱର ମୋତେ ତାହାଙ୍କ ଆତ୍ମା ପ୍ରଦାନ କରିଅଛନ୍ତି, ଯେଣୁ ମୁଁ ଗରିବମାନଙ୍କୁ ସୁସମାଚାର, ବନ୍ଦୀମାନଙ୍କୁ ମୁକ୍ତିର, ଅନ୍ଧମାନଙ୍କୁ ଦୃଷ୍ଟିଲାଭର ପୁନଃପ୍ରାପ୍ତି ଏବଂ ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାର ଘୋଷଣା କରିପାରେ।"
  • 42:10 “ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକମାନଙ୍କୁ ,ମାନ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର।"
  • 43:3 ସମସ୍ତେ ପବିତ୍ର ଆତ୍ମାରେ ଏବଂ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
  • 43:8 “ପୁଣି ଯୀଶୁ ପବିତ୍ର ଆତ୍ମାଙ୍କୁ ପଠାଇଲେ ଯେପରି ସେ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ପବିତ୍ର ଆତ୍ମାଙ୍କ ହେତୁ ବର୍ତ୍ତମାନ ତୁମ୍ଭେମାନେ ତାହା ଦେଖୁଅଛ ଏବଂ ଶୁଣୁଅଛ।"
  • 43:11 ପିତର ସେମାନଙ୍କୁ ଉତ୍ତର ଦେଲେ, “ମନ-ପରିବର୍ତ୍ତନ କର, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ; ଯେଣୁ ଈଶ୍ଵର ତୁମ୍ଭମାନଙ୍କ ପାପ ସବୁ କ୍ଷମା କରିବେ। ତାପରେ ସେ ମଧ୍ୟ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କର ଦାନ ଦେବେ।"
  • 45:1 ସେ (ସ୍ତିଫାନ) ତାହାଙ୍କର ଉତ୍ତମ ସମ୍ମାନ ଥିଲା ଓ ସେ ପବିତ୍ର ଆତ୍ମା ଏବଂ ଜ୍ଞାନରେ ପୂର୍ଣ୍ଣଥିଲେ।

ଶବ୍ଦବିନ୍ୟାସ:

  • Strong’s: H3068, H6944, H7307, G00400, G41510

ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା

ପରିଭାଷା:

“ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା” ବାକ୍ୟାଂଶ ଏକ ସାଙ୍କେତିକ ଅଭିବ୍ୟକ୍ତି ଅଟେ ଯେବେ ଏହା ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ ସେତବେଳେ ପବିତ୍ର ଆତ୍ମା ସେହି ବ୍ୟକ୍ତିଙ୍କୁ ଈଶ୍ଵରଙ୍କ ଇଚ୍ଛା ପାଳନ କରିବାକୁ ଶକ୍ତି ପ୍ରଦାନ କରନ୍ତି I

  • ଅନେକ ସମୟରେ “ପୂର୍ଣ୍ଣ ହେବା” ଅଭିବ୍ୟକ୍ତିର ଅର୍ଥ  “ଦ୍ୱାରା ନୀୟନ୍ତ୍ରଣ” ହେବା ଅଟେ I
  • ଲୋକମାନେ “ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅନ୍ତି” ଯେତେବେଳେ ସେମାନେ ପବିତ୍ର ଆତ୍ମାଙ୍କ ନେତୃତ୍ୱ ଅନୁସରଣ କରନ୍ତି ଏବଂ ଈଶ୍ଵର ଯାହା ଚାହାଁନ୍ତି ତାହା କରିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ନିର୍ଭର କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ପବିତ୍ର ଆତ୍ମା ଦ୍ୱାରା ଶକ୍ତି ପ୍ରାପ୍ତହେବା” କିମ୍ବା “ପବିତ୍ର ଆତ୍ମା ଦ୍ୱାରା ନୀୟନ୍ତ୍ରଣ ହେବା” ବୋଲି ଅନୁବାଦ ହୋଇପାରେ I କିନ୍ତୁ ଏହା ପବିତ୍ର ଆତ୍ମା ବ୍ୟକ୍ତିଙ୍କୁ ଏହିପରି କରିବାକୁ ବାଧ୍ୟ କରୁଛନ୍ତି ବୋଲି ବୁଝାଇବା ଉଚିତ ନୁହେଁ I
  • "ସେ ପବିତ୍ର ଆତ୍ମା​ରେ ପରିପୂର୍ଣ୍ଣ ଥିଲେ" ପରି ଏକ ବାକ୍ୟକୁ "ସେ ସମ୍ପୂର୍ଣ୍ଣରୂପେ ଆତ୍ମାଙ୍କ ଶକ୍ତିରେ ଆଚରଣ କରୁଥିଲେ" କିମ୍ବା "ସେ ସମ୍ପୂର୍ଣ୍ଣରୂପେ ପବିତ୍ର ଆତ୍ମାଙ୍କ ଦ୍ଵାରା ପରିଚାଳିତ ହୋଇଥିଲେ" କିମ୍ବା "ପବିତ୍ର ଆତ୍ମା ​​ତାହାଙ୍କୁ ସମ୍ପୂର୍ଣ୍ଣ ମାର୍ଗଦର୍ଶନ କରୁଥିଲେ" ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦର ଅର୍ଥ “ଆତ୍ମା ​​ଦ୍ୱାରା ବଞ୍ଚିବା” କିନ୍ତୁ “ପବିତ୍ର ଆତ୍ମା ​​ଦ୍ୱାରା ପରିପୂର୍ଣ୍ଣ ହେବା” ଉପରେ ଗୁରୁତ୍ଵ ଦେଇଥାଏ ଯେଉଁଥିରେ ଜଣେ ବ୍ୟକ୍ତି ପବିତ୍ର ଆତ୍ମାଙ୍କୁ ନିଜ ଜୀବନକୁ ନିୟନ୍ତ୍ରଣ କିମ୍ବା ପ୍ରଭାବିତ କରିବାକୁ ଅନୁମତି ଦେଇଥାଏ । ତେଣୁ, ଯଦି ସମ୍ଭବ, ଏହି ଦୁଇଟି ଅଭିବ୍ୟକ୍ତିକୁ ପୃଥକ ଭାବରେ ଅନୁବାଦ କରାଯିବା ଉଚିତ ।

ପବିତ୍ର ଆତ୍ମା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ  :

  • Strong’s: G0400, G41300, G41370, G41510

ପବିତ୍ର କରିବା, ପବିତ୍ରତା

ପରିଭାଷା:

ପବିତ୍ର କରିବା ଅର୍ଥ ପବିତ୍ର କରିବା ନିମନ୍ତେ ପୃର୍ଥକ କରିବା ଅଟେ I ପବିତ୍ରତା, ପବିତ୍ର ହେବାର ନିରନ୍ତର ପ୍ରକ୍ରିୟା ଅଟେ I

  • ପୁରାତନ ନିୟମରେ, ଈଶ୍ଵରଙ୍କ ସେବା ନିମନ୍ତେ ନିର୍ଦ୍ଧିଷ୍ଟ ଲୋକ କିମ୍ୱା ପଦାର୍ଥ ପବିତ୍ରୀକୃତ କିମ୍ୱା ପୃର୍ଥକ କରାଯାଉଥିଲା I
  • ନୂତନ ନିୟମ  ଶିକ୍ଷା ଦିଏ ଯେ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କୁ ଈଶ୍ୱର ପବିତ୍ର କରନ୍ତି ଏଣୁ, ସେ ସେମାନଙ୍କୁ ପବିତ୍ର କରନ୍ତି ଏବଂ ତାହାଙ୍କୁ  ସେବା କରିବା ନିମନ୍ତେ ପୃର୍ଥକ କରନ୍ତି I
  • ଯୀଶୁଙ୍କଠାରେ ବିଶ୍ଵାସୀମାନେ ମଧ୍ୟ ନିଜକୁ ଈଶ୍ଵରଙ୍କ ନିକଟରେ ପବିତ୍ର ହେବାକୁ, ପ୍ରତ୍ୟେକ କାର୍ଯ୍ୟରେ ପବିତ୍ର ହେବାକୁ ଆଦେଶ ଦିଆଯାଇଛି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି, “ପବିତ୍ର” ଶବ୍ଦକୁ “ପୃଥକ କରିବା” କିମ୍ୱା “ପବିତ୍ର ହୁଅ “କିମ୍ୱା “ବିଶୁଦ୍ଧ କରିବା” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ଲୋକମାନେ ଆପଣା ଆପଣାକୁ ପବିତ୍ର କରନ୍ତି, ସେମାନେ ଆପଣାକୁ ବିଶୁଦ୍ଧ କରି ଏବଂ ଈଶ୍ୱରଙ୍କ ସେବା କରିବା ପାଇଁ ଉତ୍ସର୍ଗ କରନ୍ତି I ବାଇବେଲରେ ଏହି ଶବ୍ଦକୁ “ପବିତ୍ର ବୋଲି ଘୋଷଣା କରିବା” ଅର୍ଥରେ ବ୍ୟବହାର କରାଯାଇଅଛି I
  • ଯେବେ ଏହାର ଅର୍ଥ “ପବିତ୍ର କରିବା” ଅଟେ ଏହି ଶବ୍ଦକୁ “ଈଶ୍ୱରଙ୍କ ସେବା ନିମନ୍ତେ କାହାକୁ (କୌଣସି ବିଷୟ) ଉତ୍ସର୍ଗ କର” ବୋଲି ଅନୁବାଦ କରାଯାଇପାରେ I
  • ପ୍ରସଙ୍ଗକୁ ଆଧାର କରି, “ତୁମ୍ଭର ପବିତ୍ରତା” ବାକ୍ୟାଂଶକୁ “ପବିତ୍ର ହୁଅ “କିମ୍ୱା “ତୁମ୍ଭେ ପୃଥକ ହୁଅ (ଈଶ୍ୱରଙ୍କ ପାଇଁ)” କିମ୍ୱା “ତୁମ୍ଭମାନଙ୍କୁ ଯାହା ପବିତ୍ର କରିପାରେ” ବୋଲି ଅନୁବାଦ କରାଯାଇପାରେ I

(ପବିତ୍ର , ପବିତ୍ର କରିବାପୃଥକ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H6942, G0370, G0380

ପବିତ୍ର ବ୍ୟକ୍ତି

ପରିଭାଷା:

“ପବିତ୍ର ବ୍ୟକ୍ତି” ବାକ୍ୟାଂଶ ବାଇବେଲରେ ଏକ ନାମ ଅଟେ ଯାହା ପ୍ରାୟତଃ ଈଶ୍ୱରଙ୍କୁ ବୁଝାଏ I

  • ପୁରାତନ ନିୟମରେ, ଏହି ନାମକୁ ଅନେକ ସମୟରେ “ଇସ୍ରାଏଲର ପବିତ୍ର ବ୍ୟକ୍ତି“ ବାକ୍ୟାଂଶରେ ଉଲ୍ଲେଖ କରାଯାଇଛି I
  • ନୂତନ ନିୟମରେ, ଯୀଶୁଙ୍କୁ ମଧ୍ୟ ଇସ୍ରାଏଲର “ପବିତ୍ର ବ୍ୟକ୍ତି” ବୋଲି ଉଲ୍ଲେଖ କରାଯାଇଛି I
  • “ପବିତ୍ର ବ୍ୟକ୍ତି” ବାକ୍ୟାଂଶଟି ବେଳେବେଳେ ଦୂତକୁ ଦର୍ଶାଇବାକୁ ବାଇବେଲରେ ବ୍ୟବହାର କରାଯାଇଛିI

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଆକ୍ଷରିକ ଶବ୍ଦ “ପବିତ୍ର” ଅଟେ (“ବ୍ୟକ୍ତି” ଜଡ଼ିତ)I ଅନେକ ଭାଷାରେ (ଇଂରାଜୀ ପରି) ଏହାକୁ ଅନୁବାଦ (“ବ୍ୟକ୍ତି” କିମ୍ବା “ଈଶ୍ଵର”) କରାଯାଇପାରେ I
  • ଏହି ଶବ୍ଦକୁ “ଈଶ୍ୱର, ଯେ ପବିତ୍ର” କିମ୍ବା “ପୃର୍ଥକ କରାଯାଇଥିବା ଜଣକ” ବୋଲି ଅନୁବାଦ କରାଯାଇପାରେ I
  • “ଇସ୍ରାଏଲର ପବିତ୍ର ବ୍ୟକ୍ତି” ବାକ୍ୟାଂଶକୁ “ପବିତ୍ର ଈଶ୍ୱର ଯାହାଙ୍କୁ ଇସ୍ରାଏଲ ଉପାସନା କରେ” କିମ୍ବା “ପବିତ୍ର ବ୍ୟକ୍ତି  ଯେ ଇସ୍ରାଏଲ ଉପରେ ଶାସନ କରନ୍ତି“ ବୋଲି ଅନୁବାଦ କରାଯାଇପାରେ I
  • “ପବିତ୍ର” ଶବ୍ଦ ପାଇଁ ଯେଉଁ ଶବ୍ଦ ବ୍ୟବହାର କାରାଯାଇଅଛି ସେହି ଶବ୍ଦକୁ ବ୍ୟବହାର କରି ଏହି ଶବ୍ଦକୁ ଅନୁବାଦ କରନ୍ତୁ I

(ପବିତ୍ରଈଶ୍ୱର: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H2623, H376, H6918, G40, G3741

ପବିତ୍ର ସ୍ଥାନ

ସଂଜ୍ଞା:

“ପବିତ୍ର ସ୍ଥାନ “ଶବ୍ଦ ର ଆକ୍ଷରିକ ଅର୍ଥ ହେଉଛି “ଶୁଚୀ ସ୍ଥାନ “ଏବଂ ଯେଉଁ ସ୍ଥାନ କୁ ପରମେଶ୍ୱର ପବିତ୍ର ଓ ଶୁଦ୍ଧ କରିଅଛନ୍ତି ବୁଝାଇଥାଏ ଯେଉଁଠି ସୁରକ୍ଷା ଓ ନିରାପତ୍ତା ଥିବା ସ୍ଥାନ କୁ ମଧ୍ୟ ଏହା ନିର୍ଦ୍ଦେଶ କରେ

  • ପୁରାତନ ନିୟମରେ, “ପବିତ୍ର ସ୍ଥାନ” ଶବ୍ଦ ବାରମ୍ୱାର ସମାଗମ ତମ୍ୱୁ କିମ୍ୱା ମନ୍ଦିର କୁ ବୁଝାଏ ଯେଉଁ ସ୍ଥାନରେ “ପବିତ୍ର ସ୍ଥାନ” ଓ “ମହା ପବିତ୍ର ସ୍ଥାନ” ଅବସ୍ଥିତ
  • ପରମେଶ୍ୱର ପବିତ୍ର ସ୍ଥାନ ଯେଉଁଠି ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି କୁ ବୁଝାଏ
  • ସେ ନିଜକୁ “ପବିତ୍ର” କିମ୍ୱା ତାହାଙ୍କ ଲୋକମାନଙ୍କ ନିମନ୍ତେ ନିରାପଦ ସ୍ଥାନ ଯେଉଁ ଠାରେ ଲୋକମାନେ ସୁରକ୍ଷା ପାଇବେ

ଅନୁବାଦ ପ୍ରସ୍ତାବ ଗୁଡିକ:

  • ଏହି ଶବ୍ଦର ମୁଳ ଅର୍ଥ ହେଉଛି “ପବିତ୍ର ସ୍ଥାନ” କିମ୍ୱା “ଏକ ସ୍ଥାନ ଯାହା ପୃଥକ ହୋଇଛି”
  • ପୃଷ୍ଥଭୁମୀକୁ ଦେଖିଲେ, “ପବିତ୍ର ସ୍ଥାନ” ଶବ୍ଦ ଅନୁବାଦ ହୋଇପାରିବ ଯଥା “ଶୁଦ୍ଧ ଭୂମି” କିମ୍ୱା “ପବିତ୍ର ଅଟ୍ଟାଳିକା “କିମ୍ୱା “ପରମେଶ୍ୱରଙ୍କ ପବିତ୍ର ଉପସ୍ଥିତି” କିମ୍ୱା “ସୁରକ୍ଷିତ ଜାଗା” କିମ୍ୱା “ନିରାପତ୍ତା ନିମନ୍ତେ ପବିତ୍ର ସ୍ଥାନ”
  • ବାକ୍ୟ ଖଣ୍ଡ “ପବିତ୍ର ମୁଦ୍ରା ” କୁ ଅନୁବାଦ ହୋଇପାରିବ ଯଥା “ସମାଗମ ତମ୍ୱୁ ନିମନ୍ତେ ଦିଆଯାଇଥିବା ବିଭିନ୍ନ ମୁଦ୍ରା “କିମ୍ୱା “ମନ୍ଦିର ର ଯତ୍ନ ନେବା ପାଇଁ କର ଦେବା ନିମନ୍ତେ ମୁଦ୍ରା ବ୍ୟବହାର କରିବା”
  • ବିଶେଷ ଦ୍ରଷ୍ଟବ୍ୟ:

ଆଧୁନିକ ଯୁଗର ମଣ୍ଡଳୀ ପରି ଗୋଟିଏ ଗୃହ ଭିତରେ ଉପାସନା କରିବ ନୁହେଁ ଅନୁବାଦକମାନେ ଅନୁବାଦ ସମୟରେ ଧ୍ୟାନ ଦେବେ

(ଦେଖ: ପବିତ୍ର, ପବିତ୍ର ଆତ୍ମା, ଶୁଦ୍ଧ, ପୃଥକୀ କରଣ, ସମାଗମ ତମ୍ୱୁ, କର, ମନ୍ଦିର)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H4720, H6944, G39

ପବିତ୍ର ସ୍ଥାନ:

ସଂଜ୍ଞା:

ବାଇବଲରେ, “ପବିତ୍ର ସ୍ଥାନ “ଓ “ମହା ପବିତ୍ର ସ୍ଥାନ “ଶବ୍ଦ ତମ୍ୱୁ ଓ ମନ୍ଦିରର ଦୁଇ ଭାଗ କୁ ଦର୍ଶାଏ I

  • “ପବିତ୍ର ସ୍ଥାନ “ହେଉଛି ପ୍ରଥମ କୋଠରୀ ଓ ଏହି ଠାରେ ଧୁପ ବେଦୀ ଓ ବିଶେଷ ରୋଟୀ ରଖା ଯାଇଥିବା ମେଜ ରହେ I
  • “ମହା ପବିତ୍ର ସ୍ଥାନ “ହେଉଛି ଦ୍ୱିତୀୟ କୋଠରୀ ଓ ଏହି ଠାରେ ନୀୟମ ସିନ୍ଧୁକ ରହେ I
  • ଏକ ମୋଟା ଓ ଓଜନ ପରଦା ବାହାର କୋଠରୀଠାରୁ ଭିତର କୋଠରୀ କୁ ଅଲଗା କରେ I
  • ମହାଯାଜକ କେବଳ ଜଣେ ଯେ ସେହି ମହା ପବିତ୍ର ସ୍ଥାନ କୁ ଯାଇପାରେ I
  • ଅନେକ ସମୟରେ “ପବିତ୍ର ସ୍ଥାନ “ନିର୍ମିତ ଘର ଓ ବାହାର ପ୍ରାଂଗଣ ମନ୍ଦିର କିଅବା ତମ୍ୱୁ ର ଦେଖାଏ I

ଏହା ଯେ କୌଣସି ସ୍ଥାନ କୁ ଦର୍ଶାଏ ଯାହା ପରମେଶ୍ୱରଙ୍କ ନିମନ୍ତେ ଅଲଗା କରାଯାଇଅଛି I

ଅନୁବାଦ ପ୍ରସ୍ତାବ:

  • “ପବିତ୍ର ସ୍ଥାନ” ଶବ୍ଦକୁ “ପରମେଶ୍ୱରଙ୍କ ନିମନ୍ତେ ଅଲଗା କରା ଯାଇଥିବା କୋଠରୀ “କିଅବା “ଏକ ବିଶେଷ କୋଠରୀ ପ୍ରଭୁଙ୍କ ସହିତ ମିସିବାକୁ “କିଅବା “ପରମେଶ୍ୱରଙ୍କ ନିମନ୍ତେ ସଂରକ୍ଷିତ କୋଠରୀ” ରୂପରେ ଅନୁବାଦ କରାଯାଏ I
  • “ମହା ପବିତ୍ର ସ୍ଥାନ” ଶବ୍ଦକୁ “ପରମେଶ୍ୱରଙ୍କ ନିମନ୍ତେ ସବୁଠୁ ଅଲଗା କରା ଯାଇଥିବା କୋଠରୀ “କିଅବା “ଏକ ବିଶେଷ କୋଠରୀ ପ୍ରଭୁଙ୍କ ସହିତ ମିସିବାକୁ “ରୂପରେ ଅନୁବାଦ କରାଯାଏ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାରେ ସାଧାରଣ ଅଭିବ୍ୟକ୍ତି “ଏକ ପବିତ୍ର ସ୍ଥାନ “କୁ “ଏକ ଶୁଦ୍ଧି କରଣ ସ୍ଥାନ “କିଅବା “ଏକ ସ୍ଥାନ ଯାହା ପ୍ରଭୁ ଅଲଗା କରି ଅଛନ୍ତି “କିଅବା “ଏକ ସ୍ଥାନ ମନ୍ଦିର ପ୍ରାଂଗଣରେ, ଯାହା ପବିତ୍ର ଅଟେ “କିଅବା “ପରମେଶ୍ୱରଙ୍କ ପବିତ୍ର ମନ୍ଦିରର ପ୍ରାଂଗଣ “ରୂପରେ ଅନୁବାଦ କରାଯାଏ I

(ଆହୁରି ଦେଖନ୍ତୁ: ଧୁପ ବେଦୀ, ନୀୟମ ସିନ୍ଧୁକ, ରୋଟୀ, ଶୁଧିକରଣ, ପ୍ରାଂଗଣ, ପରଦା, ପବିତ୍ର, ଅଲଗା କରିବା, ତମ୍ୱୁ, ମନ୍ଦିର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1964, H4720, H4725, H5116, H6918, H6944, G39, G40, G3485, G5117

ପବିତ୍ର, ପବିତ୍ର ବୋଲି ଘୋଷଣା କରିବା, ଉତ୍ସର୍ଗ

ସଂଜ୍ଞା:

ପବିତ୍ର କରିବା ଅର୍ଥ କୌଣସି କିମ୍ୱା କିଛି କୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ଉତ୍ସର୍ଗ ବ୍ୟକ୍ତି କିମ୍ୱା ପଦାର୍ଥ ଯାହା ପବିତ୍ରିକରଣ ହୋଇଛି ତାହାକୁ ପରମେଶ୍ୱରଙ୍କ ନିମନ୍ତେ ଅଲଗା କରିବା

  • ଏହି ଶବ୍ଦ “ଶୁଦ୍ଧ” କିମ୍ୱା “ପବିତ୍ର ହୁଅ “ଗୁଡିକର ଅର୍ଥ ସମାନ କିନ୍ତୁ ଆଉ କିଛି ଯୋଡା ଯାଇଛି ଯଥା ପରମେଶ୍ୱରଙ୍କ ସେବା ନିମନ୍ତେ କୌଣସି ବ୍ୟକ୍ତି କିମ୍ୱା ପଦାର୍ଥ ଅଲଗା କର
  • ଯେଉଁ ପଦାର୍ଥ ପରମେଶ୍ୱର ପବିତ୍ରୀକୃତ କରିଛନ୍ତି ତାହା ବଳିଦାନ ନିମନ୍ତେ ପଶୁ, ହୋମବଳି ଦାନ, ଏବଂ ସମାଗମ ତମ୍ୱୁ
  • ପରମେଶ୍ୱରଙ୍କ ନିମନ୍ତେ ଯେଉଁ ବ୍ୟକ୍ତି ଉତ୍ସର୍ଗ ହୋଇଛନ୍ତି ପୁରୋହିତ ସହିତ, ଇସ୍ରାଏଲ ଲୋକ ଏବଂ ବୃଦ୍ଧି ପାଉଥିବା ପୁରୁଷ ପିଲା
  • ବେଳେବେଳେ “ପବିତ୍ରୀ କରଣ” ଶବ୍ଦର ଅର୍ଥ “ଶୁଦ୍ଧ” ସହିତ ସମାନ, ବିଶେଷ ଭାବେ ଯେତେବେଳେ ପରମେଶ୍ୱରଙ୍କ ସେବା ନିମନ୍ତେ ପ୍ରସ୍ତୁତ କରିବା ଯେପରି ସେମାନେ ଶୁଦ୍ଧ ଓ ତାହାଙ୍କ ଗ୍ରାହ୍ୟ ହେବେ

ଅନୁବାଦ ପ୍ରସ୍ତାବ:

  • “ପବିତ୍ର “ଅନୁବାଦ ସହିତ “ପରମେଶ୍ୱରଙ୍କ ସେବା ନିମନ୍ତେ ଅଲଗା କରିବା” କିମ୍ୱା “ପରମେଶ୍ୱରଙ୍କ ସେବା ନିମନ୍ତେ ଶୁଚୀ ହେବ”
  • ଆହୁରି “ପବିତ୍ର” ଏବଂ “ଶୁଦ୍ଧ” ଅନୁବାଦ କରାଯାଇଛି

(ଦେଖ: ପବିତ୍ର, ଶୁଦ୍ଧ, ପବିତ୍ରୀ କରଣ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H2763, H3027, H4390, H4394, H5144, H5145, H6942, H6944, G1457, G5048

ପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧ

ପରିଭାଷା:

“ପବିତ୍ର” ଓ ପବିତ୍ରତା ଶବ୍ଦ ଈଶ୍ୱରଙ୍କ ବିଶେଷତାକୁ ବୁଝାଏ ଯାହା ସମ୍ପୂର୍ଣ୍ଣ ଭାବେ ପୃଥକ ଅଟେ ଓ ସମସ୍ତ ପାପମୟ ଓ ଅଶୁଦ୍ଧ ବିଷୟଠାରୁ ଅଲଗା ଅଟେ I

  • କେବଳ ଈଶ୍ୱର ହିଁ ସିଦ୍ଧ ପବିତ୍ର ଅଟନ୍ତି। ସେ ଲୋକମାନଙ୍କୁ ଓ ସମସ୍ତ ବସ୍ତୁକୁ ପବିତ୍ର କରନ୍ତି।
  • ଜଣେ ବ୍ୟକ୍ତି ଯିଏ ପବିତ୍ର ଅଟନ୍ତି ସେ ଈଶ୍ୱରଙ୍କର ଅଟନ୍ତି ଓ ସେ ଈଶ୍ୱରଙ୍କ ସେବା କରିବା ଓ ତାହାଙ୍କର ମହିମା କରିବା ନିମନ୍ତେ ପୃଥକ ହୋଇଅଛନ୍ତି।
  • କୌଣସି ବସ୍ତୁ ଯାହା ଈଶ୍ଵର ପବିତ୍ର ବୋଲି ଘୋଷଣା କରିଛନ୍ତି, ଏହାର ଅର୍ଥ ସେ ଏହାକୁ ନିଜ ଗୌରବ ଏବଂ ବ୍ୟବହାର ପାଇଁ ପୃଥକ କରିଅଛନ୍ତି, ଯେପରିକି ଏକ ଯଜ୍ଞବେଦି ଯାହା ତାହାଙ୍କୁ ବଳି ଉତ୍ସର୍ଗ କରିବା ଉଦ୍ଦେଶ୍ୟରେ କେବଳ ବ୍ୟବହୃତ୍ତ ହୁଏ।
  • ଲୋକମାନେ ତାହାଙ୍କ ନିକଟକୁ କେବେ ହେଁ ଆସିପାରନ୍ତି ନାହିଁ ଯେ ପର୍ଯ୍ୟନ୍ତ ସେ ଅନୁମତି ନ ଦିଅନ୍ତି, କାରଣ ସେ ପବିତ୍ର ଅଟନ୍ତି ଏବଂ ସେମାନେ ସାଧାରଣ  ମନୁଷ୍ୟ, ପାପୀ ଏବଂ ତ୍ରୁଟିଯୁକ୍ତ ଅଟନ୍ତି।
  • ପୂରାତନ ନିୟମରେ, ଈଶ୍ୱର ଯାଜକମାନଙ୍କୁ ତାହାଙ୍କର ବିଶେଷ ସେବା ନିମନ୍ତେ ପୃଥକ କରିଥିଲେ। ଈଶ୍ୱରଙ୍କ ନିକଟବର୍ତ୍ତି ହେବା ନିମନ୍ତେ ସେମାନେ ବିଧିମତ ଅନୁସାରେ ପାପରୁ ଦୌତ ହେଉଥିଲେ।
  • ଈଶ୍ଵର ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନ ଯେପରି ପବିତ୍ର ଏବଂ ଜିନିଷଗୁଡ଼ିକ ପୃଥକ କରିଥିଲେ ଯାହା ତାହାଙ୍କର ଥିଲା କିମ୍ବା ତାହାଙ୍କ ମନ୍ଦିର ଯେଉଁଠାରେ ସେ ନିଜକୁ ପ୍ରକାଶ କରୁଥିଲେ ।

“ଅପବିତ୍ର” ଶବ୍ଦର ଅର୍ଥ ଆକ୍ଷରିକ ରୂପରେ “ପବିତ୍ର ନୁହେଁ” ଅଟେ । ଏହା କେହି କିମ୍ବା କୌଣସି ବସ୍ତୁ ଯାହା ଈଶ୍ୱରଙ୍କୁ ସମ୍ମାନ ଦିଏ ନାହିଁ ତାହାକୁ ସୂଚାଏ।

  • ଏହି ଶବ୍ଦ ସେହି ବ୍ୟକ୍ତିକୁ ବର୍ଣ୍ଣନା କରେ ଯିଏ ଈଶ୍ଵରଙ୍କୁ ବିରୋଧ କର ଅସମ୍ମାନ କରେ।
  • ଏକ ବସ୍ତୁ ଯାହାକୁ “ଅପବିତ୍ର” ବୋଲି କୁହାଯାଏ ଏହାକୁ ସାଧାରଣ, ଅପବିତ୍ର କିମ୍ବା ଅଶୁଚି ବୋଲି ବର୍ଣ୍ଣନା କରାଯାଇପାରେ । ଏହା  ଈଶ୍ଵରଙ୍କର ନୁହେଁ।

“ଶୁଦ୍ଧ ବା ପରିଶୁଦ୍ଧ” ଶବ୍ଦ ଈଶ୍ୱରଙ୍କୁ ଉପାସନା କରିବା ବସ୍ତୁ ସହିତ ସମ୍ବନ୍ଧାନ୍ୱିତ ରଖେ କିମ୍ବା ବିଜାତୀୟମାନଙ୍କ ଦ୍ୱାରା ମିଥ୍ୟା ଦେବତାମାନଙ୍କୁ ପୂଜା କରିବାକୁ ବର୍ଣ୍ଣନା କରେ।

  • ପୂରାତନ ନିୟମରେ, ମିଥ୍ୟା ଦେବତାମାନଙ୍କର ପୂଜାରେ ବ୍ୟବହୃତ ପଥର ସ୍ତମ୍ଭ ଏବଂ ଅନ୍ୟାନ୍ୟ ବସ୍ତୁକୁ ବର୍ଣ୍ଣନା କରିବା ପାଇଁ “ଶୁଦ୍ଧ” ଶବ୍ଦ ଅନେକଥର ବ୍ୟବହାର କରାଯାଇଅଛି । ଏହାକୁ “ଧର୍ମପରାୟଣ” ବୋଲି ଅନୁବାଦ କରାଯାଇପାରେ।
  • “ଶୁଦ୍ଧ ଭଜନ” କିମ୍ବା “ଶୁଦ୍ଧ ଗୀତ” ସେହି ବାଦ୍ୟ ଯନ୍ତ୍ରକୁ ଦର୍ଶାଏ ଯାହା ଈଶ୍ୱରଙ୍କ ମହିମା ନିମନ୍ତେ ବ୍ୟବହୃତ ହୁଏ। ଏହାକୁ “ଯିହୋବାଙ୍କ ନିମନ୍ତେ ଉପାସନା କରିବା ନିମନ୍ତେ ବାଦ୍ୟ ଯନ୍ତ୍ର” କିମ୍ବା “ଈଶ୍ୱରଙ୍କ ସ୍ତୁତି କରୁଥିବା ସଂଗୀତ” ବୋଲି ଅନୁବାଦ କରାଯାଇପାରେ।
  • “ଶୁଦ୍ଧ କର୍ତ୍ତବ୍ୟସବୁ” ବାକ୍ୟାଂଶକୁ “ଧାର୍ମିକ କର୍ତ୍ତବ୍ୟସବୁ” କିମ୍ବା ଈଶ୍ୱରଙ୍କ ଉପାସନା କରିବାରେ ଯାଜକ ଲୋକମାନଙ୍କ ନେତୃତ୍ୱରେ “ଶୁଦ୍ଧି କରଣ” କରନ୍ତି I ଏହା ବିଜାତୀୟ ପୂଜାରୀ ତାର ମିଥ୍ୟା ଦେବତାମାନଙ୍କର ପୂଜା କରିବାର ବିଧିକୁ ମଧ୍ୟ ବୁଝାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

·        “ପବିତ୍ର” ଶବ୍ଦକୁ “ଈଶ୍ୱରଙ୍କ ନିମନ୍ତେ ପୃଥକ କରାଯିବା” କିମ୍ବା “ସଂପୂର୍ଣ୍ଣ ଶୁଦ୍ଧ” କିମ୍ବା “ସଂପୂର୍ଣ୍ଣ ପାପ ରହିତ” କିମ୍ବା “ପାପରୁ ପୃଥକ” ବୋଲି ଅନୁବାଦ କରାଯାଇପାରେ।

·         “ପବିତ୍ର କରିବା” ବାକ୍ୟାଂଶକୁ  ଅନେକ ସମୟରେ ଇଂରାଜୀରେ “ଶୁଦ୍ଧି କରଣ କରିବା” ବୋଲି ଅନୁବାଦ କରାଯାଏ । ଏହି ଶବ୍ଦକୁ “ଈଶ୍ୱରଙ୍କ (କାହା) ନିମନ୍ତେ ପୃଥକ କରାଯିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।

·        “ଅପବିତ୍ର” ଶବ୍ଦକୁ “ପବିତ୍ର ନୁହେଁ” କିମ୍ବା “ଈଶ୍ୱରଙ୍କର ନୁହେଁ” କିମ୍ବା “ଈଶ୍ୱରଙ୍କୁ ଅସମ୍ମାନ କରେ” କିମ୍ବା “ଈଶ୍ୱରୀୟ ନୁହେଁ” ବୋଲି କରାଯାଇପାରେ।

·        କେତେକ ପ୍ରସଙ୍ଗରେ “ଅପବିତ୍ର” ଶବ୍ଦକୁ “ଅଶୁଦ୍ଧ” ବୋଲି କରାଯାଇପାରେ।

(ପବିତ୍ର ଆତ୍ମାପବିତ୍ର କରିବାପବିତ୍ର କରିବାପୃଥକ କରିବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:16 ସେ (ଈଶ୍ୱର) ସପ୍ତମ ଦିନକୁ ଆଶୀର୍ବାଦ କଲେ ଓ ଏହାକୁ ପବିତ୍ର କଲେ କାରଣ ଏହି ଦିନରେ ସେ ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ।
  • 9:12 ”ତୁମ୍ଭେ ଏକ ପବିତ୍ର ଭୂମିରେ ଠିଆ ହୋଇଅଛ।
  • 13:1 ”ଯଦି ତୁମ୍ଭେ ମୋହର ବିଶ୍ୱାସ କରିବ ଓ ମୋର ନିୟମ ପାଳନ କରିବ, ତେବେ ତୁମ୍ଭେ ମୋର ଉପହାର ସମ୍ପତି, ଯାଜକମାନଙ୍କ ବର୍ଗ ଓ ଏକ ପବିତ୍ର ଜାତି ହେବ।”
  • 13:5 “ବିଶ୍ରାମ ଦିନକୁ ପବିତ୍ର ବୋଲି ସ୍ମରଣ ରଖ।”
  • 22:5 ”ତେଣୁ ଶିଶୁ ପବିତ୍ର, ଈଶ୍ୱରଙ୍କ ପୁତ୍ର ହେବ।”
  • 50:2 ଯେବେ ଆମ୍ଭେମାନେ ଯୀଶୁଙ୍କ ପୁନରାଗମନକୁ ଅପେକ୍ଷା କରୁ, ପ୍ରଭୁ ଆମ୍ଭେମାନେ ଏପରି ଜୀବନଯାପନ କରନ୍ତୁ ବୋଲି ଚାହାନ୍ତି ଯାହା ପବିତ୍ର ଓ ତାହାଙ୍କୁ ସମ୍ମାନ କରେ I

ଶବ୍ଦବିନ୍ୟାସ:

  • Strong’s: H0430, H2455, H2623, H4676, H4720, H6918, H6922, H6942, H6944, H6948, G00370, G00380, G00400, G00400, G00410, G00420, G04620, G18590, G21500, G24120, G24130, G28390, G37410, G37420

ପରମେଶ୍ୱର

ପରିଭାଷା:

ବାଇବେଲରେ, “ପରମେଶ୍ୱର” ଶବ୍ଦ ଅନନ୍ତ ଈଶ୍ଵର ଓ ଯେ ସମସ୍ତ ବିଶ୍ୱକୁ ଶୂନ୍ୟତାରୁ ସୃଷ୍ଟି କରିଅଛନ୍ତି ତାହାଙ୍କୁ ଦର୍ଶାଏ। ପରମେଶ୍ୱର ପିତା, ପୁତ୍ର ଓ ପବିତ୍ର ଆତ୍ମା ରୂପରେ ଅସ୍ତିତ୍ୱରେ ଅଛନ୍ତି। ପରମେଶ୍ୱରଙ୍କ ବ୍ୟକ୍ତିଗତ ନାମ “ଯିହୋବା“ ଅଟେ।

  • ପରମେଶ୍ଵର ସର୍ବଦା ବିଦ୍ୟମାନ ଅଛନ୍ତି; ସେ ସୃଷ୍ଟିର ଅସ୍ତିତ୍ୱ ପୁର୍ବେ ଥିଲେ, ଓ ସେ ଚିରକାଳ ନିମନ୍ତେ ନିରନ୍ତର ବିଦ୍ୟମାନ ରହିବେ।
  • ସେ ହିଁ କେବଳ ସତ୍ୟ ଈଶ୍ଵର ଅଟନ୍ତି ଓ ବିଶ୍ୱର ସମସ୍ତ ବିଷୟ ଉପରେ ତାହାଙ୍କ ଅଧିକାର ଅଛି।
  • ଈଶ୍ଵର ସିଦ୍ଧ ଭାବରେ ଧାର୍ମିକ, ଅନନ୍ତ ଜ୍ଞାନୀ, ପବିତ୍ର, ପାପ ରହିତ, ଧର୍ମୀ, ଦୟାଳୁ ଓ ପ୍ରେମିମୟ ଅଟନ୍ତି।
  • ସେ ଆପଣା ଚୁକ୍ତି ରଖନ୍ତି, ସର୍ବଦା ତାହାଙ୍କ ପ୍ରତିଜ୍ଞାଗୁଡ଼ିକ ପୁରଣ କରନ୍ତି ।
  • ଈଶ୍ୱରଙ୍କ ଉପାସନା କରିବା ନିମନ୍ତେ ଲୋକମାନଙ୍କୁ ସୃଷ୍ଟି କରାଯାଇଅଛି ଓ ସେମାନେ କେବଳ ତାହାଙ୍କୁ ହିଁ ଉପାସନା କରିବା ଉଚିତ ଅଟେ।
  • ଈଶ୍ଵଶ୍ୱର ତାହାଙ୍କ ନାମ “ଯିହୋବା” ବୋଲି ପ୍ରକାଶ କଲେ, ଯାହାର ଅର୍ଥ “ସେ ଅଟନ୍ତି” କିମ୍ବା"ଆମ୍ଭେ" କିମ୍ବା“ଯିଏ ସର୍ବଦା ବିଦ୍ୟମାନ।"
  • ବାଇବେଲ “ମିଥ୍ୟା ଦେବତାମାନଙ୍କ" ବିଷୟରେ ମଧ୍ୟ ଶିକ୍ଷା ଦିଏ, ଯାହା ନିର୍ଜୀବ ପ୍ରତିମୂର୍ତ୍ତି ଅଟେ ଯାହାକୁ ଲୋକମାନେ ପୂଜା କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଈଶ୍ଵର” ଶବ୍ଦକୁ “ଦେବ“ କିମ୍ବା“ସୃଷ୍ଟିକର୍ତ୍ତା“ କିମ୍ବା “ପରମ ବ୍ୟକ୍ତି“ କିମ୍ବା “ପରମ ସୃଷ୍ଟିକର୍ତ୍ତା” କିମ୍ବା "ଅସୀମ ସର୍ବଶକ୍ତିମାନ ଈଶ୍ଵର" କିମ୍ବା"ଅନନ୍ତ ସର୍ବୋଚ୍ଚ ବ୍ୟକ୍ତି" ବୋଲି ଅନ୍ୟ ଶବ୍ଦରେ ଅନୁବାଦ କରାଯାଇପାରେ ।
  • ଈଶ୍ଵଶ୍ୱରଙ୍କୁ କିପରି ସ୍ଥାନୀୟ ଓ ରାଷ୍ଟ୍ରୀୟ ଭାଷାରେ ଅନୁବାଦ କରାଯାଇ ଅଛି ତାହା ଦେଖନ୍ତୁ । ହୁଏତ ଅନୁବାଦ କରାଯାଉଥିବା ଭାଷାରେ ଈଶ୍ଵର ଶବ୍ଦ ପାଇଁ ଅନ୍ୟ କୌଣସି ଶବ୍ଦ ଥାଇପାରେ। ଯଦି ଥାଏ, ତେବେ ନିଶ୍ଚିତ କରନ୍ତୁ ଯେ ସେହି ଶବ୍ଦସତ୍ୟ ଈଶ୍ୱରଙ୍କ ଚରିତ୍ର ସହ ମେଳଖାଏ।
  • ଅନେକ ଭାଷାରେ ମିଥ୍ୟା ଦେବତାମାନଙ୍କଠାରୁ ପୃଥକ କରିବା ନିମନ୍ତେ ପ୍ରକୃତ ସତ୍ୟ ଈଶ୍ୱରଙ୍କ ନିମନ୍ତେ ଶବ୍ଦର ପ୍ରଥମ ଅକ୍ଷର ବଡ଼ ରଖନ୍ତି । ଏହାକୁ ପୃଥକ କରିବା ନିମନ୍ତେ “ଈଶ୍ୱର“ ଓ “ଦେବତା” ଶବ୍ଦ ବ୍ୟବହାର କରାଯାଇପାରେ। ଟିପ୍ପଣୀ: ବାଇବେଲରେ, ଯେତେବେଳେ  ଜଣେ ବ୍ୟକ୍ତି ଯିଏ ଯିହୋବାଙ୍କର ଉପାସନା କରେ ନାହିଁ ଯିହୋବାଙ୍କ ବିଷୟରେ କଥା କହେ ଏବଂ "ଦେବତା" ଶବ୍ଦର ବ୍ୟବହାର କରେ, ତେବେ ଏହା ଶବ୍ଦର ପ୍ରଥମ ଅକ୍ଷର ବଡ଼ ନକରି ଲେଖିଲେ ମଧ୍ୟ ଗ୍ରହଣୀୟ ଅଟେ (ଯୂନସ 1:6, 3:9 ଦେଖନ୍ତୁ )।
  • “ମୁଁ ସେମାନଙ୍କର ଈଶ୍ୱର ହେବି ଆଉ ସେମାନେ ମୋର ଲୋକ ହେବେ“ ବାକ୍ୟାଂଶକୁ “ମୁଁ ଈଶ୍ୱର ଏହି ଲୋକମାନଙ୍କ ଉପରେ ଶାସନ କରିବି ଓ ସେମାନେ ମୋତେ ଉପାସନା କରିବେ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯାଏ)

(ସୃଷ୍ଟି, ମିଥ୍ୟା ଦେବତା, ପିତା ଈଶ୍ୱର, ପବିତ୍ର ଆତ୍ମା, ଈଶ୍ୱରଙ୍କ ପୁତ୍ର, ଯିହୋବା ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 1:1 ପରମେଶ୍ୱର ସମସ୍ତ ବିଶ୍ୱ ଓ ତାହା ମଧ୍ୟରେ ସମସ୍ତ ବିଷୟକୁ ଛଅ ଦିନରେ ସୃଷ୍ଟି କଲେ।
  • 1:15 ପରମେଶ୍ୱର ନର ଓ ନାରୀକୁ ତାହାଙ୍କ ପ୍ରତିମୂର୍ତ୍ତିରେ ନିର୍ମାଣ କଲେ।
  • 5:3 “ମୁଁ ଶର୍ବଶକ୍ତିମାନ ପରମେଶ୍ୱର ଅଟେ“I ମୁଁ ତୁମ୍ଭ ସହିତ ଏକ ଚୁକ୍ତି ସ୍ଥାପନ କରିବି।"
  • 9:14 ପରମେଶ୍ୱର କହିଲେ, “ଆମ୍ଭେ ଯେ ଆମ୍ଭେ ଅଟୁ," 'ସ୍ଵୟମ୍ଭୂ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।' ଆହୁରି ସେମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ପରମେଶ୍ୱର ଅଟୁ। ଚିରଦିନ ନିମନ୍ତେ ଏହା ମହୋର ନାମ ଅଟେ।"
  • 10:2 ଏହି ମହାମାରୀ ସକଳ ଦେଇ ପରମେଶ୍ୱର ଫାରକୁ ଦର୍ଶାଇଲେ ଯେ ସେ ଫାର ଓ ସମସ୍ତ ମିସରୀୟ ଦେବତାମାନଙ୍କଠାରୁ ଅତି ଶକ୍ତିଶାଳୀ ଅଟନ୍ତି।
  • 16:1 ଇସ୍ରାଏଲ ଲୋକମାନେ ସଦାପ୍ରଭୁ ଯେ ସତ୍ୟ ଯିହୋବାଙ୍କୁ ଛାଡ଼ି କିଣାନୀୟ ଦେବତାମାନଙ୍କର ଉପାସନା କରିବାକୁ ଆରମ୍ଭ ଲାଗିଲେ।
  • 22:7 ତୁମ୍ଭେ, ମୋହର ପୁତ୍ର ସର୍ବୋପରିସ୍ଥ ପରମେଶ୍ୱରଙ୍କର ଭବିଷ୍ୟତବକ୍ତା କୁହାଯିବ ଯେ ମସିହାଙ୍କୁ ଗ୍ରହଣ କରିବା ନିମନ୍ତେ ଲୋକ ସମୂହକୁ ପ୍ରସ୍ତୁତ କରିବ!"
  • 24:9 ପରମେଶ୍ୱର କେବଳ ଏକ ଅଟନ୍ତି। କିନ୍ତୁ ଯୋହନ ଯେତେବେଳେ ବାପ୍ତିସ୍ମ ଦେଉଥିଲେ ସେ ପିତା ପରମେଶ୍ୱରଙ୍କର ବାଣୀ ଶୁଣିଲେ ଓ ପୁତ୍ର ଯୀଶୁଙ୍କୁ ଓ ପବିତ୍ର ଅତ୍ମାଙ୍କୁ ଦେଖିଲେ।
  • 25:7 “କେବଳ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କର ଉପାସନା କରିବ ଓ ତାହାଙ୍କର ସେବା କରିବ।"
  • 28:1 “କେବଳ ଜଣେ ଅଛନ୍ତି ଯିଏ ଉତ୍ତମ ଅଟନ୍ତି, ଓ ସେ ପରମେଶ୍ୱର ଅଟନ୍ତି।"
  • 49:9 କିନ୍ତୁ ପରମେଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣାର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେହେତୁ ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ତାର ପାପ ନିମନ୍ତେ ଦଣ୍ଡିତ ହେବ ନାହିଁ, କିନ୍ତୁ ଅନନ୍ତ କାଳ ପରମେଶ୍ୱରଙ୍କ ସହିତ ଚୀରକାଳ ଜୀବିତ ରହିବ।
  • 50:16 କିନ୍ତୁ ଦିନେ ପରମେଶ୍ୱର ଏକ ନୂତନ ପୃଥିବୀ ଓ ନୂତନ ସ୍ୱର୍ଗର ସୃଷ୍ଟି କରିବେ ଯାହା ସମ୍ପୂର୍ଣ୍ଣ ହେବ।

ଶବ୍ଦବିନ୍ୟାସ:

  • Strong’s: H0136, H0305, H0410, H0426, H0430, H0433, H2486, H2623, H3068, H3069, H3863, H4136, H6697, G01120, G05160, G09320, G09350, G10960, G11400, G20980, G21240, G21280, G21500, G21520, G21530, G22990, G23040, G23050, G23120, G23130, G23140, G23150, G23160, G23170, G23180, G23190, G23200, G33610, G37850, G41510, G52070, G53770, G54630, G55370, G55380

ପରମେଶ୍ୱରଙ୍କ ସ୍ୱରୂପ, ପ୍ରତିରୁପ

ସଂଜ୍ଞା:

“ସ୍ୱରୂପ “ଶବ୍ଦ କିଛି ବସ୍ତୁ କୁ ଦର୍ଶାଏ ଯାହା ଆଉକିଛି ବସ୍ତୁ ପରି ଚରିତ୍ର ଓ ମର୍ମରେ ସମାନ ଦେଖାଯାଏ I ବାକ୍ୟାଂଶ “ପରମେଶ୍ୱରଙ୍କର ପ୍ରତିରୁପ “ଏକ ଅଲଗା ପ୍ରକାରେ ବ୍ୟବହାର କରାଯାଏ ଓ ପୃଷ୍ଠଭୂମି ଉପରେ ନିର୍ଭର କରି I

  • ଆରମ୍ଭରେ, ପରମେଶ୍ୱର ମନୁଷ୍ୟକୁ “ତାହାଙ୍କର ପ୍ରତିମୁତ୍ତିରେ “ସୃଷ୍ଟି କରିଥିଲେ ଯାହା “ତାହାଙ୍କ ସମାନତା ଅଟେ “

ଏହାର ଅର୍ଥ ଲୋକଙ୍କର କେତେକ ଚରିତ୍ର ଅଛି ଯାହା ପରମେଶ୍ୱରଙ୍କ ସ୍ୱରୂପ କୁ ପ୍ରତିଫଳନ କରେ, ଯେପରିକି ଭାବପ୍ରବଣତାର ସାମାର୍ଥ୍ୟ, ତର୍କ ଓ ସହଭାଗିତା ର ଦକ୍ଷତା ଓ ଏକ ଆତ୍ମା ଯାହା ଚୀରଦିନ ବାସ କରେ I

  • ବାଇବଲ ଶିକ୍ଷା ଦିଏ ଯେ ଯୀଶୁ, ପରମେଶ୍ୱରଙ୍କର ପୁତ୍ର, ଓ “ସେ କେବଳ ପରମେଶ୍ୱରଙ୍କର ପ୍ରତି ରୁପା ଅଟନ୍ତି “କାରଣ ସେ ହେଉ ଅଛନ୍ତି ପରମେଶ୍ୱର ନିଜେ I

ମନୁଷ୍ୟମାନଙ୍କପରି ଯୀଶୁ ସୃଷ୍ଟି ହୋଇ ନାହାନ୍ତି I ଅନାଦୀ କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ପୁତ୍ର ପରମେଶ୍ୱରଙ୍କର ସମସ୍ତ ଈଶ୍ୱରୀୟ ଚରିତ୍ରଥିଲା କାରଣ ତାହାଙ୍କର ପିତା ପରମେଶ୍ୱରଙ୍କ ସହିତ ସମାନ ମର୍ମସାରଥିଲା I

ଅନୁବାଦ ପ୍ରସ୍ତାବ:

  • ଯେତେବେଳେ ଯୀଶୁଙ୍କୁ ସମ୍ବୋଧିତ କରେ “ପରମେଶ୍ୱରଙ୍କ ସ୍ୱରୂପ” କୁ “ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ସମାନତା “କିଅବା “ପରମେଶ୍ୱରଙ୍କ ପରି ସମାନ ମର୍ମ “କିଅବା “ପରମେଶ୍ୱରଙ୍କ ପରି ସମାନ ସ୍ଥିତି” ରୂପରେ ଅନୁବାଦ କରାଯାଇପାରେ I
  • ଯେତେବେଳେମାନବ ଜାତି କୁ ସମ୍ବୋଧିତ କରାଯାଏ “ପରମେଶ୍ୱର ତାହାଙ୍କୁ ତାହାଙ୍କ ପ୍ରତିରୁପରେ ସୃଷ୍ଟି କଲେ “କୁ “ପରମେଶ୍ୱର ତାହାଙ୍କୁ ତାହାଙ୍କ ପରି ହେବାକୁ ରେ ସୃଷ୍ଟି କଲେ” କିଅବା ““ପରମେଶ୍ୱର ତାହାଙ୍କ ଚରିତ୍ରରେ ତାହାଙ୍କ ନିଜ ପରି ସୃଷ୍ଟି କଲେ” ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦଖନ୍ତୁ: ସ୍ୱରୂପ, ପରମେଶ୍ୱରଙ୍କ ପୁତ୍ର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4541, H1544, H2553, H6456, H6459, H6754, H6816, H8403, G504, G179

ପରୀକ୍ଷା, ପରୀକ୍ଷିତ, ପରୀକ୍ଷା, ଅଗ୍ନିରେ ପରୀକ୍ଷା

ପରିଭାଷା:

“ପରୀକ୍ଷା” ଶବ୍ଦଟି ଏକ କଷ୍ଟ କିମ୍ୱା ଯନ୍ତ୍ରଣାଦାୟକ ଅନୁଭୂତିକୁ ସୁଚାଏ, ଯାହା ଜଣେ ବ୍ୟକ୍ତିର ଶକ୍ତି ଏବଂ ଦୁର୍ବଳତାକୁ ପ୍ରକାଶ କରେ I

  • ଈଶ୍ୱର ଲୋକମାନଙ୍କୁ ପରୀକ୍ଷା କରନ୍ତି, କିନ୍ତୁ ସେ ସେମାନଙ୍କୁ ପାପରେ ପରୀକ୍ଷିତ କରନ୍ତି ନାହିଁ I କିନ୍ତୁ, ଶୟତାନ ଲୋକମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରେ I
  • ବେଳେବେଳେ ଲୋକମାନଙ୍କ ପାପକୁ ପ୍ରକାଶ କରିବାକୁ ଈଶ୍ୱର ପରୀକ୍ଷାକୁ ବ୍ୟବହାର କରନ୍ତି I ପରୀକ୍ଷା ଜଣେ ବ୍ୟକ୍ତିକୁ ପାପରୁ ପ୍ରତ୍ୟାବର୍ତ୍ତନ କରିବାକୁ ଏବଂ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ସାହାଯ୍ୟ କରେ I
  • ସ୍ୱର୍ଣ୍ଣ ଏବଂ ଅନ୍ୟ ଧାତବ ବସ୍ତୁଗୁଡ଼ିକ କେତେ ଶୁଦ୍ଧ ଏବଂ ଶକ୍ତିଶାଳୀ ତାହାକୁ ଅନୁସନ୍ଧାନ କରିବା ପାଇଁ ଅଗ୍ନିରେ ପରୀକ୍ଷା କରାଯାଏ I ଈଶ୍ୱର ତାଙ୍କର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ କଷ୍ଟଦାୟକ ପରିବେଶକୁ ବ୍ୟବହାର କରିବା ସମ୍ପର୍କରେ ଏହା ଏକ ଛବି ଅଟେ I
  • “ପରୀକ୍ଷାରେ ପକାଇବା” ବାକ୍ୟାଂଶର ଅର୍ଥ “କୌଣସି ବିଷୟ କିମ୍ୱା ଜଣେ ବ୍ୟକ୍ତିକୁ ଆପଣାର ମୂଲ୍ୟକୁ ପ୍ରମାଣିତ କରିବାକୁ ଆହ୍ୱାନ ଦେବା” ଅଟେ I
  • ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ପରିପ୍ରେକ୍ଷୀରେ, ଏହାର ଅର୍ଥ ଆମ୍ଭମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରିବା ଏବଂ ତାଙ୍କର ଅନୁଗ୍ରହର ଲାଭ  ନେବାକୁ ଚେଷ୍ଟା କରିବା ଅଟେ I
  • ଯୀଶୁ ଶୟତାନକୁ କହିଲେ ଯେ ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ତାହା ପକ୍ଷରେ ଭୁଲ ଅଟେ I ସେ ସର୍ବଶକ୍ତିମାନ, ପବିତ୍ର ଈଶ୍ୱର ଅଟନ୍ତି ଏବଂ ସେ ପ୍ରତ୍ୟେକ ବିଷୟ ଏବଂ ପ୍ରତ୍ୟେକ ବ୍ୟକ୍ତିର ଊର୍ଦ୍ଧ୍ୱରେ ଅଛନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପରୀକ୍ଷା କରିବା” ଶବ୍ଦକୁ “ଆହ୍ୱାନ କରିବା” କିମ୍ୱା “କଠିନତା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜଣକୁ ନେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • “ଏକ ପରୀକ୍ଷା” ବକ୍ୟାଂଶକୁ “ଆହ୍ୱାନ” କିମ୍ୱା “କଠିନ ଅନୁଭୂତି” ବୋଲି କରାଯାଇପାରେ I
  • “ପରୀକ୍ଷାରେ ପକାଇବା” ବାକ୍ୟାଂଶକୁ “ପରୀକ୍ଷା କରିବା” କିମ୍ୱା “ଏକ ଆହ୍ୱାନ ସ୍ଥାପନ କରିବା” କିମ୍ୱା “ଜଣେ ନିଜକୁ ପ୍ରମାଣିତ କରିବା ନିମନ୍ତେ” ବୋଲି ଅନୁବାଦ କରାଯାଇପାରେ I
  • ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ପରିପ୍ରେକ୍ଷୀରେ,, ଏହାକୁ “ଈଶ୍ୱରଙ୍କ ଉପରେ ଶକ୍ତି ପ୍ରୟୋଗ କରି ନିଜର ପ୍ରେମ ପ୍ରତିପାଦିତ କରିବାକୁ କହିବା” ବୋଲି ଅନୁବାଦ କରାଯାଇପାରେ I
  • କେତେକ ପରିପ୍ରେକ୍ଷୀରେ, ଯେତେବେଳେ ଈଶ୍ୱର କର୍ତ୍ତା ନୁହନ୍ତି, ତେବେ “ପରୀକ୍ଷା କରିବା” ଶବ୍ଦକୁ “ପ୍ରଲୋଭିତ କରିବା” ବୋଲି ଅନୁବାଦ କରାଯାଇପାରେ I

( ପ୍ରଲୋଭିତ କରିବା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H5254, H5713, H5715, H5749, H6030, H8584, G12420, G12630, G13030, G13820, G19570, G31400, G31410, G31420, G31430, G39840, G43030, G44510, G48280, G60200

ପାତାଳ

ପରିଭାଷା:

“ହେଡସ୍” (ଗ୍ରୀକ୍ ଭାଷାରେ) ଏବଂ “ଶିଅଲ୍” (ହିବ୍ରୁ ଭାଷାରେ) “ପାତାଳ” କୁ ବୁଝାଏ ଯାହାର ଅର୍ଥ ଏକ ଭୂତଳ ବାସସ୍ଥାନ ଯେଉଁଠାକୁ ଜଣେ ବ୍ୟକ୍ତି ମୃତ୍ୟୁବରଣ ପରେ ଯାଏ ବୋଲି ପ୍ରାଚୀନ ସଂସ୍କୃତିର ଲୋକମାନେ ବିଶ୍ଵାସ କରୁଥିଲେ  I

  • ପୁରାତନ ନିୟମରେ, ଏବ୍ରୀ ଶବ୍ଦ “ଶିଅଲ୍” ଏକ ନାମ ବାଚକ ଭାବରେ କିମ୍ବା ସାଧାରଣ ବିଶେଷ୍ୟ ଭାବରେ “ପାତାଳ” ପାଇଁ ବ୍ୟବହୃତ ହୋଇଅଛି I
  • ନୂତନ ନିୟମରେ, ଗ୍ରୀକ୍ ଶବ୍ଦ “ହେଡସ୍” ମୃତ ଲୋକମାନଙ୍କ ପାଇଁ ଏକ ସ୍ଥାନ ଭାବରେ ବର୍ଣ୍ଣନା କରାଯାଇଛି ଯେଉଁମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନେ ସେଠାକୁ ମୃତ୍ୟୁବରଣ ପରେ ଯାଆନ୍ତି । ନୂତନ ନିୟମ ଲୋକମାନଙ୍କୁ ହେଡ୍ସକୁ ତଥା “ତଳକୁ ଯିବା” ବୋଲି ବର୍ଣ୍ଣନା କରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି ପୁରାତନ ନିୟମ “ଶିଅଲ” ଶବ୍ଦକୁ ବିଭିନ୍ନ ଉପାୟରେ ଅନୁବାଦ କରାଯାଇପାରେ । କେତେକ ସମ୍ଭାବନା ଅନୁବାଦଗୁଡ଼ିକ: “ମୃତମାନଙ୍କର ସ୍ଥାନ;” “ମୃତ ଆତ୍ମାମାନଙ୍କ ପାଇଁ ସ୍ଥାନ;” “ଗର୍ତ୍ତ;” କିମ୍ବା “ମୃତ୍ୟୁ” ।
  • ପ୍ରସଙ୍ଗ ଉପରେ ଆଧାର କରି ନୂତନ ନିୟମ “ହେଡସ୍” ଶବ୍ଦକୁ ମଧ୍ୟ ବିଭିନ୍ନ ଉପାୟରେ ଅନୁବାଦ କରାଯାଇପାରେ । କେତେକ ସମ୍ଭାବନା ଅନୁବାଦଗୁଡ଼ିକ: “ଅବିଶ୍ୱାସୀ ମୃତ ଆତ୍ମାମାନଙ୍କ ପାଇଁ ସ୍ଥାନ;” “ମୃତମାନଙ୍କ ପାଇଁ ଯନ୍ତ୍ରଣା;” କିମ୍ବା “ଅବିଶ୍ୱାସୀ ମୃତମାନଙ୍କ ଆତ୍ମା ପାଇଁ ସ୍ଥାନ ।”
  • କେତେକ ଅନୁବାଦକଗଣ ନାମ ବାଚକ “ଶିଅଲ୍” ଏବଂ “ହେଡସ୍” ଶବ୍ଦ ହିଁ ବ୍ୟବହାର କରନ୍ତି, ଯେପରି ସେଗୁଡ଼ିକ ଅନୁବାଦ ଭାଷାର ମେଳଖାଏ । (ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ) ।
  • ଏହି ଶବ୍ଦଗୁଡ଼ିକ ବ୍ୟାଖ୍ୟା କରିବା ପାଇଁ ପ୍ରତ୍ୟେକ ଶବ୍ଦ ସହ ଏକ ବାକ୍ୟାଂଶ ମଧ୍ୟ ଯୋଗ କରାଯାଇପାରେ, ଏହା କରିବାର ଉଦାହରଣଗୁଡ଼ିକ ହେଲା, “ଶିଅଲ୍, ଯେଉଁଠାରେ ମୃତ ଲୋକମାନେ ଅଛନ୍ତି” ଏବଂ “ପାତାଳ, ମୃତ୍ୟୁ ସ୍ଥାନ ।”

(ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ )

(ମୃତ୍ୟୁସ୍ୱର୍ଗନରକକବର : ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H7585, G0860

ପାପ, ପାପପୂର୍ଣ୍ଣ, ପାପୀ, ପାପ

ପରିଭାଷା:

“ପାପ“ ଶବ୍ଦକୁ କାର୍ଯ୍ୟଗୁଡ଼ିକ, ଚିନ୍ତାଧାରା, ଏବଂ ଈଶ୍ୱରଙ୍କ ଇଚ୍ଛା ବିରୋଧ କରିବା ଏବଂ ବ୍ୟବସ୍ଥା ଉଲଂଘନ କରିବାକୁ ବୁଝାଏ। ଈଶ୍ୱର ଆମ୍ଭମାନଙ୍କୁ ଯାହା କରିବା ପାଇଁ କୁହନ୍ତି ତାହା ନକରିବା ହେଉଛି ପାପ।

  • ପାପ ଆମ୍ଭେମାନେ ଯାହା ଯାହାକିଛି କରିଥାଉ ତାହା ଈଶ୍ଵରଙ୍କ ଆଜ୍ଞାକାରୀ ନ ହୁଏ କିମ୍ବା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ ନାହିଁ, ଏପରି ବିଷୟ ଯାହା ଅନ୍ୟ ଲୋକମାନେ ଜାଣନ୍ତି ନାହିଁ।
  • ଚିନ୍ତାଧାରା ଏବଂ କାର୍ଯ୍ୟଗୁଡ଼ିକ ଯାହା ଈଶ୍ୱରଙ୍କ ଇଚ୍ଛାର ବିରୋଧୀ ତାହା “ଅଧର୍ମ“ କୁହାଯାଏ।
  • ଯେହେତୁ ଆଦମ ପାପ କଲେ, ସମସ୍ତ ମାନବ ଜାତି “ପାପର ସ୍ୱଭାବରେ” ଜନ୍ମି ଅଛନ୍ତି, ଏହା ଏକ ସ୍ୱଭାବ ତାହା ଯାହା ସେମାନଙ୍କୁ ନିୟନ୍ତ୍ରଣ  କରେ ଓ ପାପ କରିବାକୁ ପ୍ରବର୍ତ୍ତାଏ।
  • ଯିଏ ପାପ କରେ ସେ “ପାପୀ” ଅଟେ, ଯେଣୁ ସମସ୍ତ ମାନବ ଜାତି ପାପୀ ଅଟନ୍ତି।
  • ବେଳେବେଳେ ଧାର୍ମିକ ଗୋଷ୍ଠୀର ଲୋକମାନେ ଯଥା ଫାରୂଶୀମାନଙ୍କ ଦ୍ୱାରା “ପାପୀ” ଶବ୍ଦ ବ୍ୟବହୃତ ହୋଇଥିଲା ସେହି ଲୋକମାନଙ୍କ ପାଇଁ ଯେଉଁମାନେ ବ୍ୟବସ୍ଥା ସହ ଫାରୂଶୀମାନଙ୍କ ଚିନ୍ତାଧାରାକୁ ଅମାନ୍ୟ କରୁଥିଲେ।
  • “ପାପୀ” ଶବ୍ଦ ମଧ୍ୟ ଅନ୍ୟମାନଙ୍କ ପାଇଁ ବ୍ୟବହୃତ ହୋଇଥିଲା ଯେଉଁମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି ବିବେଚନା କରାଯାଉଥିଲେ। ଦାହରଣ ସ୍ୱରୂପ, କରଗ୍ରାହୀ ଏବଂ ବେଶ୍ୟାମାନଙ୍କ ସ୍ତରର ଲୋକମାନଙ୍କୁ ଦିଆଯାଇଛି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ”ପାପ” ଶବ୍ଦକୁ ଏକ ବାକ୍ୟ କିମ୍ବା ଖଣ୍ଡବାକ୍ୟ ସହିତ ଅନୁବାଦ କରାଯାଇପାରେ ଯାହାର ଅର୍ଥ “ଈଶ୍ୱରଙ୍କ ଅବାଧ୍ୟ” କିମ୍ବା “ଈଶ୍ୱରଙ୍କ ଇଚ୍ଛା ବିରୋଧୀ କାର୍ଯ୍ୟ କରିବା” କିମ୍ବା “ମନ୍ଦ ଆଚରଣ କିମ୍ବା ଚିନ୍ତାଧାରା” କିମ୍ବା “ମନ୍ଦ କାର୍ଯ୍ୟ।”
  • “ପାପ” ଶବ୍ଦକୁ “ଈଶ୍ୱରଙ୍କ ଅବାଧ୍ୟ” କିମ୍ବା “ମନ୍ଦ କାର୍ଯ୍ୟ” ବୋଲି ଅନୁବାଦ କରାଯାଇପାରିବ।
  • ପ୍ରସଙ୍ଗ ଉପରେ ଆଧାର କରି “ପାପପୂର୍ଣ୍ଣ” ଶବ୍ଦକୁ “ମନ୍ଦତ୍ତାରେ ପରିପୂର୍ଣ୍ଣ” କିମ୍ବା “ଦୁଷ୍ଟ“ କିମ୍ବା “ଅନୈତିକ” କିମ୍ବା “ମନ୍ଦ” କିମ୍ବା “ଈଶ୍ୱରଙ୍କୁ ବିଦ୍ରୋହ" ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗ ଉପରେ ଆଧାର କରି “ପାପୀ” ଶବ୍ଦକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଯାହାର ଅର୍ଥ "ଯେଉଁ ବ୍ୟକ୍ତି ପାପ କରେ" କିମ୍ବା "ଯେଉଁ ବ୍ୟକ୍ତି ଭୁଲ ବିଷୟ କରେ ବା କାର୍ଯ୍ୟ କରେ" କିମ୍ବା “ଈଶ୍ଵରଙ୍କୁ ଅବମାନନା କରୁଥିବା ବ୍ୟକ୍ତି” କିମ୍ବା “ବ୍ୟକ୍ତି ଯିଏ ବ୍ୟବସ୍ଥା ପାଳନ କରେ ନାହିଁ" ବୋଲି ଅନୁବାଦ କରାଯାଇପାରେ।
  • "ପାପୀମାନେ" ଶବ୍ଦ ଯେପରି ଏକ ବାକ୍ୟ କିମ୍ବା ବାକ୍ୟାଂଶ ଯାହାର ଅର୍ଥ "ଅତ୍ୟଧିକ ପାପପୂର୍ଣ୍ଣ ବ୍ୟକ୍ତି" କିମ୍ବା “ଅତ୍ୟଧିକ ପାପୀ ବୋଲି ବିବେଚନା କରାଯାଉଥିବା ଲୋକମାନେ” କିମ୍ବା "ଅନୌତିକ ଲୋକମାନେ" ବୋଲି ଅନୁବାଦ କରାଯାଇପାରେ।
  • "ପାପୀ ଏବଂ କରଗରାହୀମାନେ" ବାକ୍ୟାଂଶକୁ "ଯେଉଁ ଲୋକମାନେ ସରକାରଙ୍କ ପାଇଁ ଟଙ୍କା ସଂଗ୍ରହ କରନ୍ତି, ଏବଂ ଅନ୍ୟ ଅତ୍ୟଧିକ ପାପପୂର୍ଣ୍ଣ ଲୋକମାନେ” କିମ୍ବା “ବହୁତ ପାପପୂର୍ଣ୍ଣ ଲୋକମାନେ, କରଗ୍ରାହୀମାନେ ସୁଦ୍ଧା ଅନ୍ତର୍ଭୁକ୍ତ ହୋଇପାରେ।
  • ନିଶ୍ଚିତ ହୁଅନ୍ତୁ ଯେ ଏହି ଅନୁବାଦ ଶବ୍ଦ ପାପପୂର୍ଣ୍ଣ ଆଚରଣ ଏବଂ ଚିନ୍ତାଧାରାଗୁଡ଼ିକ ଅନ୍ତର୍ଭୁକ୍ତ କରେ, ଯାହାକି ଅନ୍ୟ ଲୋକମାନେ ଦେଖନ୍ତି ନାହିଁ କିମ୍ବା ଜାଣନ୍ତି ନାହିଁ।
  • “ପାପ” ଶବ୍ଦ ସାଧାରଣ, ଏବଂ “ଦୁଷ୍ଟତା” ଓ “ମନ୍ଦ” ଶବ୍ଦଠାରୁ ଭିନ୍ନ ହେବା ଉଚିତ।

(ଅବାଧ୍ୟ, ମନ୍ଦ, ଶାରୀରିକ, କରଗ୍ରାହୀ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 3:15 ଈଶ୍ୱର କହିଲେ, “ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକି ଅଭିଶାପ ଦେବାନାହିଁ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଦ୍ୱାରା ପୃଥିବୀକୁ ବିନାଶ କରିବା ନାହିଁ, ଯଦ୍ୟପି ବାଲ୍ୟ କାଳଠାରୁ ମନୁଷ୍ୟମାନେ ପାପପୂର୍ଣ୍ଣ ଅଟନ୍ତି
  • 13:12 ଈଶ୍ୱର ସେମାନଙ୍କ ଉପରେ କ୍ରୋଧାନ୍ୱିତ ହୋଇଥିଲେ କାରଣ ସେମାନଙ୍କର ପାପ ଏବଂ ବିନଷ୍ଟ କରିବା ପାଇଁ ଯୋଜନା କରିଥିଲେ।
  • 21:13 ଭବିଷ୍ୟ‌ଦ୍‌ବକ୍ତାମାନେ ଏହା ମଧ୍ୟ କହିଛନ୍ତି ଯେ ଖ୍ରୀଷ୍ଟ କୌଣସି ପାପ ନ କରି ସିଦ୍ଧ ହେବେ। ଅନ୍ୟ ଲୋକମାନଙ୍କ ପାପ ପାଇଁ ଦଣ୍ଡ ପାଇବାକୁ ସେ ମୃତ୍ୟୁବରଣ କରିବେ।
  • 35:1 ଦିନେ, ଯୀଶୁ ଅନେକ କରଗ୍ରାହୀ ଏବଂ ଅନ୍ୟ ପାପୀମାନଙ୍କୁ ଶିକ୍ଷା ଦେଉଥିଲେ ଯେଉଁମାନେ ତାହାଙ୍କର ଶିକ୍ଷା ଶୁଣିବାକୁ ଏକତ୍ର ହୋଇଥିଲେ।
  • 38:5 ପରେ ଯୀଶୁ ପାନ ପାତ୍ର ନେଲେ ଏବଂ କହିଲେ, “ଏଥିରୁ ପାନ କର ଏହା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମର ଯାହା ତୁମ୍ଭର ପାପରୁ ପରିତ୍ରାଣ ନିମନ୍ତେ ବୁହାଯାଇଅଛି।"
  • 43:11 ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନପରିବର୍ତ୍ତନ କର ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ।“
  • 48:8 ଆମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପାପ ହେତୁରୁ ମରିବାକୁ ଯୋଗ୍ୟ।
  • 49:17 ଯଦ୍ୟପି ତୁମ୍ଭେ ଜଣେ ଖ୍ରୀଷ୍ଟିୟାନ, ତୁମ୍ଭେ ପାପ କରିବାକୁ ପ୍ରଲୋଭିତ ହେବ। କିନ୍ତୁ ଈଶ୍ୱର ବିଶ୍ୱସ୍ତ ଏବଂ ଏହା କହନ୍ତି ଯଦି ତୁମ୍ଭେ ଆପଣା ପାପ ସ୍ୱୀକାର କର, ସେ ତୁମ୍ଭକୁ କ୍ଷମା କରିବେ। ସେ ତୁମ୍ଭମାନଙ୍କୁ ପାପ ବିରୁଦ୍ଧରେ ଯୁଦ୍ଧ କରିବାକୁ ଶବଳ କରିବେ।

ଶବ୍ଦବିନ୍ୟାସ:

  • Strong’s: H0817, H0819, H2398, H2399, H2400, H2401, H2402, H2403, H2408, H2409, H5771, H6588, H7683, H7686, G02640, G02650, G02660, G02680, G03610, G37810, G39000, G42580

ପାପାଚ୍ଛାଦନ

ସଂଜ୍ଞା

"ପାପାଚ୍ଛାଦନ" ହେଉଛି ସୁନାର ଏକ ମୋଟା ଚାଦର ଯାହାକି ନୀୟମ ସିନ୍ଦୁକ ର ଉପର ଭାଗ କୁ ଆଚ୍ଛାଦିତ କରୁଥିଲା ׀

  • ଅନେକ ଇଂରାଜୀ ଅନୁବାଦରେ ଏହାକୁ ପ୍ରାୟଶ୍ଚିତ ର ଢାଙ୍କୁଣୀ ଭାବେ ଉଲ୍ଲେଖ କରାଯାଇଛି ׀
  • ପାପାଚ୍ଛାଦନ 115 ସେ.ମି. ଲମ୍ୱ ଓ 70 ସେ.ମି. ପ୍ରସ୍ଥ ׀
  • ପାପାଚ୍ଛାଦନ ର ଉପରେ ଦୁଇଟି ସୁନାର କିରୁବ ତାହାର ପକ୍ଷ ସହ ସ୍ପର୍ଶ କରନ୍ତି ׀
  • ସଦାପ୍ରଭୁ କହିଲେ ଯେ ସେ କିରୁବଗଣ ପ୍ରସାରିତ ଡେଣା ତଳେ ପାପାଚ୍ଛାଦନର ଉପରେ ଇଶ୍ରୋୟେଲୀୟମାନଙ୍କ ସହ ସାକ୍ଷାତ କରିବେ ׀

କେବଳ ପ୍ରଧାନ ଯାଜକ ହିଁ ଲୋକମାନଙ୍କ ତରଫରୁ ସଦାପ୍ରଭୁ ଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ପାଉଥିଲେ ׀

  • ବେଳେବେଳେ ପାପାଚ୍ଛାଦନ କୁ "ଅନୁଗ୍ରହର ଆସନ" ବୋଲି ଉଲ୍ଲେଖିତ ହୋଇଛି କାରଣ ପରମେଶ୍ୱର ଙ୍କ ଅନୁଗ୍ରହ ମନୁଷ୍ୟ ର ପାପକୁ ଉଦ୍ଧାର କରିବାକୁ ଓହ୍ଳାଇ ଆସେ ׀

ଅନୁବାଦର ପ୍ରସ୍ତାବ

  • ଅନ୍ୟ ଅର୍ଥରେ ଏହି ଶବ୍ଦ କୁ ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରିକି ପାପାଚ୍ଛାଦନ ଦ୍ୱାରା"ପରମେଶ୍ୱର ଉଦ୍ଧାର କରିବାକୁ ପ୍ରତିଜ୍ଞା କରନ୍ତି କିମ୍ୱା "ପରମେଶ୍ୱର ପାପରୁ ପ୍ରାୟଶ୍ଚିତ କରନ୍ତି" କିମ୍ୱା "ପରମେଶ୍ୱର କ୍ଷମା କରନ୍ତି ଓ ପୁନଃ ଉଦ୍ଧାର କରନ୍ତି"
  • ପ୍ରାୟଶ୍ଚିତାର୍ଥକ ବଳି
  • "ଅନୁତାପ", "ପ୍ରାୟଶ୍ଚିତ", "ଉଦ୍ଧାର" ଏହି ଶବ୍ଦ ଗୁଡ଼ିକ ର ତୁଳନା କରନ୍ତୁ ׀

(ଦେଖନ୍ତୁ:ନୀୟମ ସିନ୍ଦୁକ,ଅନୁତାପ,କିରୁବ,ପ୍ରାୟଶ୍ଚିତ,ଉଦ୍ଧାର)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H3727, G2435

ପାଳକ

ପରିଭାଷା:

“ପାଳକ” ଶବ୍ଦ ଆକ୍ଷରିକ ଭାବରେ “ମେଷପାଳକ” ଶବ୍ଦ ସହିତ ସମାନ ଅଟେ I ଏହା ବିଶ୍ୱାସୀମାନଙ୍କର ଏକ ଦଳ ନିମନ୍ତେ ଆଧ୍ୟାତ୍ମିକ ନେତା ଭାବରେ ରହିଥିବା ଜଣେ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ପଦବୀ ଭାବରେ ବ୍ୟବହୃତ ହୁଏ I

  • ଇଂରାଜୀ ବାଇବେଲରେ ‘ପାଳକ’ ଶବ୍ଦଟି କେବଳ ଥରେ ମାତ୍ର ଏଫିସୀୟ ପୁସ୍ତକରେ ଉଲ୍ଲେଖ ହୋଇଅଛି I ଅନ୍ୟ ସ୍ଥାନଗୁଡ଼ିକରେ ସେହି ଶବ୍ଦକୁ ‘ମେଷପାଳକ’ ଭାବରେ ଅନୁବାଦ କରାଯାଇଅଛି I
  • କେତେକ ଭାଷାରେ, ‘ପାଳକ’ ନିମନ୍ତେ ବ୍ୟବହୃତ ଶବ୍ଦଟି ‘ମେଷପାଳକ’ ଶବ୍ଦକୁ ବ୍ୟବହାର କରାଯାଏ I
  • ଏହା ମଧ୍ୟ ସେହି ଶବ୍ଦ ଅଟେ ଯାହା ଯୀଶୁଙ୍କୁ ‘ଉତ୍ତମ ମେଷପାଳକ’ ବୋଲି ଦର୍ଶାଇବାକୁ ବ୍ୟବହାର କରାଯାଇଅଛି I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ:

  • ସ୍ଥାନୀୟ ଭାଷାରେ ଏହି ଶବ୍ଦକୁ ‘ମେଷପାଳକ’ ଶବ୍ଦ ବ୍ୟବହାର କରି ଅନୁବାଦ କରନ୍ତୁ I
  • ଏହି ଶବ୍ଦକୁ “ଆତ୍ମିକ ପାଳକ” କିମ୍ବା “ପାଳକତ୍ୱ ଖ୍ରୀଷ୍ଟିୟାନ ନେତା” ବୋଲି ଅନୁବାଦ କରାଯାଇପାରେ I

( ମେଷପାଳକ, ମେଷ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strong’s: H7462, G41660

ପିତା ଈଶ୍ୱର, ସ୍ୱର୍ଗୀୟ ପିତା, ପିତା

ଘଟଣାବଳୀ:

ଶବ୍ଦ “ପିତା ଈଶ୍ୱର” ଓ “ସ୍ୱର୍ଗୀୟ ପିତା “ ଯିହୋବା ଏକ ସତ୍ୟ ଈଶ୍ଵରଙ୍କୁ ବୁଝାଏ I ଆଉ ଏକ ଶବ୍ଦ ସମାନ ଅର୍ଥବୋଧକ ଶବ୍ଦ  “ପିତା” ଅଟେ ଯାହା ଅଧିକାଂଶ ସମୟରେ ବ୍ୟବହୃତ ହୁଏ ଯେତେବେଳେ ଯୀଶୁ ତାହାଙ୍କୁ ସୂଚାଉଥିଲେ I

  • ଈଶ୍ୱର, ପିତା ଈଶ୍ୱର, ପୁତ୍ର ଈଶ୍ୱର ଓ ପବିତ୍ର ଆତ୍ମା ଈଶ୍ୱର ଭାବରେ ଅସ୍ତିତ୍ୱରେ ଅଛନ୍ତି I ସେମାନେ ପ୍ରତ୍ୟେକ ପୂର୍ଣ୍ଣ ଈଶ୍ୱର ଅଟନ୍ତି ଓ ତଥାପି ସେମାନେ ଏକ ସତ୍ୟ ଈଶ୍ଵର ଅଟନ୍ତି I ଏହା ଏକ ରହସ୍ୟ ବିଷୟ ଅଟେ ଯାହା ସାଧାରଣ ମନୁଷ୍ୟ କେବେ ହେଁ ସମ୍ପୂର୍ଣ୍ଣ ରୂପେ ବୁଝି ପାରିବ ନାହିଁ I
  • ପିତା ଈଶ୍ୱର ପୁତ୍ର ଈଶ୍ୱର (ଯୀଶୁ) ଙ୍କୁ ଏହି ଜଗତକୁ ପଠାଇଲେ ଓ ସେ ପବିତ୍ର ଆତ୍ମାଙ୍କୁ ତାହାଙ୍କ ଲୋକମାନଙ୍କ ମଧ୍ୟକୁ ପଠାଇଲେ I
  • ଯେ କେହି ପୁତ୍ର ଈଶ୍ୱର ଉପରେ ବିଶ୍ୱାସ କରେ ସେ ଈଶ୍ୱରଙ୍କ ସନ୍ତାନ ହୁଏ ଓ ପବିତ୍ର ଆତ୍ମା ଈଶ୍ୱର ଆସି ସେହି ବ୍ୟକ୍ତି ଜୀବନରେ ବାସ କରନ୍ତି I ଏହା ଆଉ ଏକ ରହସ୍ୟବିଷୟ ଅଟେ  ଯାହା ମନୁଷ୍ୟ ପୂର୍ଣ୍ଣ ରୂପରେ କେବେ ହେଁ ବୁଝି ପାରିବ ନାହିଁ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପିତା ଈଶ୍ୱର“ ବାକ୍ୟାଂଶକୁ ସ୍ଥାନୀୟ ଭାଷା ଶାରୀରିକ ପିତାଙ୍କ ପାଇଁ ସ୍ୱାଭାବିକ ଭାବେ ବ୍ୟବହାର କରୁଥିବା ଶବ୍ଦକୁ ବ୍ୟବହାର କରି ଅନୁବାଦ କରିପାରିବେ I
  • ଶବ୍ଦ “ସ୍ୱର୍ଗୀୟ ପିତା” ବାକ୍ୟାଂଶକୁ “ପିତା ଯେ ସ୍ୱର୍ଗରେ ବାସ କରନ୍ତି” କିମ୍ବା“ପିତା ଈଶ୍ୱର ଯେ ସ୍ୱର୍ଗରେ ବାସ କରନ୍ତି” କିମ୍ବା “ଆମ୍ଭର ପିତା ଯେ ସ୍ୱର୍ଗରେ ବାସ କରନ୍ତି “ବୋଲି ଅନୁବାଦ କରାଯାଇପାରେ I
  • ସାଧାରଣତଃ ଈଶ୍ୱରଙ୍କୁ ସୂଚାଇବା ପାଇଁ “ପିତା” ବଡ଼ ଅକ୍ଷରରେ ଲେଖାଯାଏ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯାଏ ଦେଖନ୍ତୁ )

(ପୂର୍ବପୁରୁଷ, ଈଶ୍ୱର, ସ୍ୱର୍ଗ, ପବିତ୍ର ଆତ୍ମା, ଯୀଶୁ, ଈଶ୍ୱରଙ୍କ ପୁତ୍ର ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 24:9 କେବଳ ଏକମାତ୍ର ଈଶ୍ୱର ଅଟନ୍ତି I କିନ୍ତୁ ଯୋହନ ପିତା ଈଶ୍ୱରଙ୍କ ବାଣୀ ଶୁଣିଲେ ଓ ଯେତେବେଳେ ସେ ବାପ୍ତିସ୍ମ ଦେଉଥିଲେ ସେତେବେଳେ ସେ ପୁତ୍ର ଯୀଶୁ ଓ ପବିତ୍ର ଆତ୍ମାଙ୍କୁ ଦେଖିଲେ I
  • 29:9 ତା’ପରେ ଯୀଶୁ କହିଲେ, “ଯଦି ତୁମ୍ଭେମାନେ ନିଜ ଭାଇକୁ ହୃଦୟରୁ କ୍ଷମା ନକର, ତେବେ ମୋର ସ୍ୱର୍ଗୀୟ ପିତା ତୁମ୍ଭ ପ୍ରତ୍ୟେକଙ୍କ ପାଇଁ ଏହିପରି କରିବେ I”
  • 37:9 ତା’ପରେ ଯୀଶୁ ସ୍ୱର୍ଗକୁ ଚାହିଁ କହିଲେ, “ପିତା, ମୋ କଥା ଶୁଣିଥିବାରୁ ଧନ୍ୟବାଦ I”
  • 40:7 ତତ୍ପରେ ଯୀଶୁ ଚିତ୍କାର କରି କହିଲେ, “ସମାପ୍ତ ହେଲା ! ପିତା, ମୋର ଆତ୍ମା ତୁମ୍ଭ ହସ୍ତରେ ସମର୍ପଣ କରୁଅଛି I
  • 42:10” ତେଣୁ ଯାଅ ସମସ୍ତ ଜାତିର ଲୋକମାନଙ୍କୁ ତୁମ୍ଭେମାନେ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇ ଅଛି ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର;
  • 43:8 ”ବର୍ତ୍ତମାନ ଯୀଶୁ ପିତା ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇ ଅଛନ୍ତି I
  • 50:10 “ତେବେ ଧର୍ମୀ ବ୍ୟକ୍ତି ପିତା ଈଶ୍ୱରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ଆଲୋକିତ ହେବେ I“

ଶବ୍ଦବିନ୍ୟାସ :

  • Strong’s: H0001, H0002, G39620

ପୁତ୍ର

ପରିଭାଷା:

ପୁରୁଷ ଓ ମହିଳାରୁ ଜାତ ପୁରୁଷ ସନ୍ତାନକୁ ସେମାନଙ୍କ ସମ୍ପୂର୍ଣ୍ଣ  ଜୀବନର “ପୁତ୍ର” ବୋଲି କୁହାଯାଏ। ସେ ମଧ୍ୟ ସେହି ପୁରୁଷ ଓ ମହିଳାର ପୁତ୍ର ଭାବରେ ପରିଚିତ ହୁଏ। ଜଣେ “ପୌଶ୍ୟ ପୁତ୍ର” ହେଉଛି ପୁଂଜାତୀୟ ବ୍ୟକ୍ତି ଯାହାକୁ ଆଇନଗତ ଭାବେ ପୁତ୍ର ହେବାର ଅବସ୍ଥାପିତ କରାଯାଇଛି।

  • ବାଇବେଲରେ, “ପୁତ୍ରର” ବାକ୍ୟାଂଶ ଜଣେ ବ୍ୟକ୍ତିର ପିତା, ମାତା, କିମ୍ବା ପୂର୍ବପିଢ଼ି ପୈତୃକର ପରିଚୟ ଦେବାରେ ବ୍ୟବହାର କରାଯାଏ। ଏହି ବାକ୍ୟାଂଶ ଅନ୍ୟାନ୍ୟ ସ୍ଥାନମାନଙ୍କରେ ବଂଶାବଳୀ ବ୍ୟବହୃତ ହେଇଅଛି।
  • “ଇସ୍ରାଏଲର ପୁତ୍ରମାନେ” ସାଧାରଣତଃ ଇସ୍ରାଏଲ ଦେଶ ଅଟେ (ଆଦିପୁସ୍ତକ ପରେ) ।
  • ପିତାଙ୍କ ନାମ ଦେବା ପାଇଁ “ପୁତ୍ର” ଶବ୍ଦ ବ୍ୟବହାର କରିବା ବାରମ୍ବାର ସମାନ ନାମ ଥିବା ଲୋକଙ୍କୁ ପୃଥକ କରିବାରେ ସାହାଯ୍ୟ କରେ । ଉଦାହରଣ ସ୍ଵରୁପ, ପ୍ରଥମ ରାଜାବଳୀ 4 ରେ "ସାଦୋକର ପୁତ୍ର ଅସରୀୟ" ଏବଂ "ନାଥନର ପୁତ୍ର ଅସରୀୟ" ଏବଂ "ଅମତ୍‍ସୀୟଙ୍କର ପୁତ୍ର ଅସରୀୟ" ଦ୍ଵିତୀୟ ରାଜାବଳୀ 15ରେ ତିନୋଟି ପୁରୁଷ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦର ଅଧିକାଂଶ ଘଟଣାରେ, ଏହା “ପୁତ୍ର” ଶବ୍ଦକୁ ଆକ୍ଷରିକ ଭାଷା ଦ୍ୱାରା ଅନୁବାଦ କରିବା ଉତ୍ତମ, ଯାହା ଜଣେ ପୁତ୍ରକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ।
  • ବ୍ୟବହୃତ ଭାଷା “ଈଶ୍ୱରଙ୍କ ପୁତ୍ର” ବୋଲି ଅନୁବାଦ କରିବା ସମୟରେ, ପ୍ରକଳ୍ପ ଭାଷାରେ "ପୁତ୍ର ବା ସନ୍ତାନ" ନିମନ୍ତେ ସାଧାରଣ ଶବ୍ଦର ବ୍ୟବହାର କରିବା ଆବଶ୍ୟକ।
  • ବେଳେବେଳେ "ପୁତ୍ରମାନେ" ଯେପରି "ସନ୍ତାନମାନେ" ବୋଲି ଅନୁବାଦ କରାଯାଇପାରେ, ଯେତେବେଳେ ଉଭୟ ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ଦର୍ଶାଏ। ଉଦାହରଣ ସ୍ଵରୁପ, "ଈଶ୍ଵରଙ୍କ ପୁତ୍ରମାନେ ବା ପୁତ୍ରଗଣ" ଯେପରି "ଈଶ୍ଵରଙ୍କ ସନ୍ତାନମାନେ" ବୋଲି ଅନୁବାଦ କରାଯାଇପାରେ, କାରଣ ଏହି ଅଭିବ୍ୟକ୍ତିରେ ଝିଅ ଓ ମହିଳା ବା ସ୍ତ୍ରୀମାନେ ଅନ୍ତର୍ଭୁକ୍ତ ଅଟନ୍ତି।
  • “ପୁତ୍ର” ଶବ୍ଦଟି କୌଣସି ବ୍ୟକ୍ତି କିମ୍ବା ଧାରଣା ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କୁ ଯୋଡିବା ପାଇଁ ବ୍ୟବହୃତ ହୋଇପାରେ । ଏହାର ଅର୍ଥ ପ୍ରସଙ୍ଗ ଦ୍ୱାରା ନିର୍ଣ୍ଣୟ କରାଯାଏ । ଏହା ସକରାତ୍ମକ ହୋଇପାରେ (ଉଦାହରଣ ସ୍ୱରୂପ 2 ରାଜା 2:16 “ଦକ୍ଷତାର ପୁତ୍ର”), ନକାରାତ୍ମକ (ଉଦାହରଣ ସ୍ୱରୂପ 2 ଶାମୁୟେଲ 7: 10 “ଦୁଷ୍ଟତାର ପୁତ୍ର”), ଏକ ଗୋଷ୍ଠୀର ସଦସ୍ୟତାକୁ ସୂଚାଇଥାଏ, ବ୍ୟକ୍ତିଙ୍କ ନାମ ନ ଦେଇ ଅବମାନନା ପ୍ରକାଶ କରେ; (ଉଦାହରଣ ସ୍ୱରୂପ “ତୁମେ ସରୁୟାର ପୁତ୍ର”), ଇତ୍ୟାଦି |

( ବଂଶଧର , ପୂର୍ବପୁରୁଷ, ଈଶ୍ୱରଙ୍କ ପୁତ୍ର, ଈଶ୍ଵରଙ୍କ ସନ୍ତାନଗଣ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦହାରଣଗୁଡ଼ିକ:

  • 4:8 ଈଶ୍ୱର ଅବ୍ରାମଙ୍କୁ କହିଲେ ଏବଂ ପୁନର୍ବାର ପ୍ରତିଜ୍ଞା କଲେ ଯେ ସେ ଏକ ପୁତ୍ର ଲାଭ କରିବେ ଏବଂ ତାହାଙ୍କ ବଂଶଧରମାନେ ଆକାଶର ତାରାଗଣ ସଦୃଶ୍ୟ ହେବେ।
  • 4:9 ଈଶ୍ୱର କହିଲେ, “ଆମ୍ଭେ ତୁମ୍ଭର ନିଜ ଶରୀରରୁ ଏକ ପୁତ୍ର ତୁମ୍ଭକୁ ଦେବା।“
  • 5:5 ଏକ ବର୍ଷ ବ୍ୟବଧାନରେ, ଅବ୍ରାହମଙ୍କର 100 ବର୍ଷ ବୟସରେ ଏବଂ ସାରାଙ୍କ 90 ବର୍ଷ ବୟସରେ, ସାରା ଅବ୍ରାହମଙ୍କ ନିମନ୍ତେ ଏକ ପୁତ୍ର ପ୍ରସବ କଲେ।
  • 5:8 ଯେତେବେଳେ ସେମାନେ ବଳିଦାନ ସ୍ଥାନରେ ଉପସ୍ଥିତ ହେଲେ, ଅବ୍ରାହମ ତାହାଙ୍କ ପୁତ୍ର ଇସ୍‍ହାକକୁ ବାନ୍ଧିଲେ ଏବଂ ବେଦିର ଉପରେ ଶୁଆଇଲେ। ସେ ଆପଣାର ପୁତ୍ରକୁ ବଧ କରିବାକୁ ଯାଉଥିବା ସମୟରେ ଈଶ୍ଵର କହିଲେ, "ରୁହ! ବାଳକକୁ କଷ୍ଟ ଦିଅ ନାହିଁ! ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ତୁମ୍ଭେ ଆମ୍ଭଙ୍କୁ ଭୟ କରୁଅଛ କାରଣ ତୁମ୍ଭେ ଆପଣାର ଏକମାତ୍ର ପୁତ୍ରକୁ ଆମ୍ଭଙ୍କୁ ଦେବାକୁ ହିଁ ଅସମ୍ମତ ନୋହିଲ।"
  • 9:7 ଯେତେବେଳେ ସେ ଶିଶୁକୁ ଦେଖିଲେ, ଆପଣାର ପୁତ୍ର ସଦୃଶ ତାହାକୁ ଆପଣାର କଲେ।
  • 11:6 ଈଶ୍ଵର ମିସରର ସମସ୍ତ ପ୍ରଥମ ଜାତ ସନ୍ତାନମାନଙ୍କୁ ବଧ କଲେ।
  • 18:1 ବହୁ ବର୍ଷ ପରେ, ଦାଉଦ ମଲେ, ଏବଂ ତାହାଙ୍କର ପୁତ୍ର ଶଲୋମନ ଶାସନ କରିବାକୁ ଆରମ୍ଭ କଲେ।
  • 26:4 ସେମାନେ କହିଲେ, “ଏ କ'ଣ ଯୋଷେଫର ପୁତ୍ର?

ଶବ୍ଦବିନ୍ୟାସ:

  • Strong’s: H1060, H1121, H1123, H1248, H3173, H3206, H3211, H4497, H5209, H5220, G38160, G50430, G52070

ପୁନରୁତ୍ଥାନ

ପରିଭାଷା:

“ପୁନରୁତ୍ଥାନ” ଶବ୍ଦ ମୃତ୍ୟୁ ପରେ ପୁନର୍ବାର ଜୀବନ୍ତ ହେବାକୁ ବୁଝାଏ I

  • କାହାକୁ ପୁନରୁତଥିତ କରିବା ଅର୍ଥ ସେହି ବ୍ୟକ୍ତିକୁ ପୁଣିଥରେ ଜୀବନ ମଧ୍ୟକୁ ଫେରାଇ ଆଣିବା ଅଟେ I କେବଳ ଈଶ୍ୱରଙ୍କଠାରେ ଏହିପରି କ୍ଷମତା ଅଛି I
  • “ପୁନରୁତ୍ଥାନ” ଶବ୍ଦ ଅନେକ ସମୟରେ ଯୀଶୁ ମୃତ୍ୟୁବରଣ କରିବା ପରେ ପୁନର୍ବାର ଜୀବିତ ହେବା ବିଷୟକୁ ସୂଚାଏ I
  • ଯେତେବେଳେ ଯୀଶୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ” ସେ ଜଣାଇବାକୁ ଚାହିଁଲେ ଯେ, ସେ ପୁନରୁତ୍ଥାନର ଉତ୍ସ ଅଟନ୍ତି, ଏବଂ ସେ ହିଁ ଲୋକମାନଙ୍କୁ ଜୀବନ ମଧ୍ୟକୁ ଫେରାଇ ଆଣିଥାନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଜଣେ ବ୍ୟକ୍ତିର “ପୁନରୁତ୍ଥାନ” ବାକ୍ୟାଂଶକୁ “ଜୀବନ ମଧ୍ୟକୁ ଫେରି ଆସିବା” କିମ୍ୱା “ମୃତ୍ୟୁଭୋଗ ପରେ ପୁଣିଥରେ ଜୀବିତ ହେବା” ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦର ଆକ୍ଷରିକ ଅର୍ଥ “ଉଠାଇବା” କିମ୍ବା “ଉତ୍ଥିତ ହେବା କାର୍ଯ୍ୟ(ମୃତମାନଙ୍କ ମଧ୍ୟରୁ)” ଅଟେ I ଏହି ଶବ୍ଦକୁ ଅନୁବାଦ କରିବା ନିମନ୍ତେ ଏଗୁଡ଼ିକ ଅନ୍ୟାନ୍ୟ ସମ୍ଭାବ୍ୟ ଉପାୟମାନ ହୋଇପାରେ I

(ଜୀବନମୃତ୍ୟୁଉଠାଇବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 21:14 ମସୀହଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ଦ୍ୱାରା ଈଶ୍ୱର ପାପୀମାନଙ୍କୁ ଉଦ୍ଧାର କରିବା ଏବଂ ନୂୟନ ନିୟମ  ଆରମ୍ଭ କରିବା ନିମନ୍ତେ ଆପଣା ଯୋଜନା ସାଧନ କରିବେ I
  • 37:5 ଯୀଶୁ ଉତ୍ତର ଦେଲେ, “ମୁଁ ପୁନରୁତ୍ଥାନ ଓ ଜୀବନ I ଯେ କେହି ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ I”

ଶବ୍ଦବିନ୍ୟାସ :

  • Strong’s: G3860, G14540, G18150

ପୁନରୁଦ୍ଧାର, ପୁନରୁଦ୍ଧାର କରିବା

ପରିଭାଷା:

” ପୁନରୁଦ୍ଧାର” ଏବଂ “ପୁନରୁଦ୍ଧାର କରିବା” ଶବ୍ଦଗୁଡ଼ିକ କେତେକ ବିଷୟକୁ ତାହାର ମୂଳ ଅବସ୍ଥାକୁ ଏବଂ ପୂର୍ବାପେକ୍ଷା ଉତ୍ତମ ଅବସ୍ଥାକୁ ଫେରାଇ ଆଣିବାକୁ ସୂଚାଏ I

  • ଯେତେବେଳେ ଗୋଟିଏ ରୋଗାକ୍ରାନ୍ତ ଶରୀରର ଅଂଶ ” ପୁନରୁଦ୍ଧାର” ପାଇଥାଏ, ତାହାର ଅର୍ଥ “ସୁସ୍ଥ ହେଲା” ବୁଝାଏ I
  • ଯେତେବେଳେ ଭଗ୍ନ ହୋଇଥିବା ସମ୍ପର୍କ ପୁନରୁଦ୍ଧାର ପ୍ରାପ୍ତ ହୁଏ ତେବେ ତାହାକୁ “ପୁନର୍ମିଳନ” କୁହାଯାଏ I ପାପପୂର୍ଣ୍ଣ ମନୁଷ୍ୟକୁ ଈଶ୍ୱର ପୁନରୁଦ୍ଧାର କରନ୍ତି ଏବଂ ଆପଣା ନିକଟକୁ ଫେରାଇ ନିଅନ୍ତି I
  • ଯଦି ଲୋକମାନେ ସେମାନଙ୍କ ନିଜ ଦେଶକୁ ଫେରିଯାଆନ୍ତି, ସେମାନେ “ପୁଣି ଅଣାଗଲେ” ବା ସେହି ଦେଶକୁ “ପ୍ରତ୍ୟାବର୍ତ୍ତନ” କଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପୃଷ୍ଠଭୂମିକୁ ଧ୍ୟାନରେ ରଖି ” ପୁନରୁଦ୍ଧାର” ଶବ୍ଦକୁ “ନୂତନୀକରଣ” କିମ୍ବା “ପୁଣିଥରେ ମୂଲ୍ୟ ଦେବା” କିମ୍ୱା “ଫେରି ଆସିବା” କିମ୍ୱା “ସୁସ୍ଥ ହେବା” କିମ୍ୱା “ଫେରାଇ ଆଣିବା” ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦର ଅନ୍ୟ ଅଭିବ୍ୟକ୍ତିଗୁଡ଼ିକ “ନୂତନ କରିବା” କିମ୍ୱା “ପୁଣିଥରେ ନୂତନ ଭଳି କରିବା” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ସମ୍ପତ୍ତି “ପୁନରୁଦ୍ଧାରପ୍ରାପ୍ତ” ହୁଏ, ଏହାକୁ “ପୁଣି ମରାମତି” କରାଯାଏ, କିମ୍ୱା “ପୁଣି ସ୍ଥାପନ” କରାଯାଏ କିମ୍ୱା ଏହାର ମାଲିକକୁ “ଫେରାଇ ଦିଆଯାଏ” I
  • ପୃଷ୍ଠ ଭୂମିକୁ ଧ୍ୟାନରେ ରଖି “ପୁନରୁଦ୍ଧାର ପ୍ରାପ୍ତ” ଶବ୍ଦକୁ “ନୂତନୀକରଣ” କିମ୍ୱା “ସୁସ୍ଥତା” ବା “ପୁନର୍ମିଳନ” ବୋଲି ଅନୁବାଦ କରାଯାଇପାରେ I

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H7725, H7999, H8421, G600, G2675

ପୁନର୍ବାର ଜନ୍ମ, ଈଶ୍ୱରଙ୍କଠାରୁ ଜାତ, ନୂତନ ଜନ୍ମ

ପରିଭାଷା:

ଜଣେ ବ୍ୟକ୍ତିର ଆତ୍ମିକ ଭାବରେ ମୃତ୍ୟୁରୁ, ଆତ୍ମିକ ଭାବରେ ଜୀବିତ ହେବାର ଅର୍ଥ ଈଶ୍ଵରଙ୍କ ନିମନ୍ତେ କ’ଣ ଅଟେ ତାହା ବୁଝାଇବାକୁ "ପୁନର୍ବାର ଜନ୍ମ" ଶବ୍ଦକୁ ପ୍ରଥମେ ଯୀଶୁଙ୍କ ଦ୍ୱାରା ବ୍ୟବହୃତ କରାଯାଇଥିଲା । "ଈଶ୍ୱରଙ୍କଠାରୁ ଜାତ" ଏବଂ "ଆତ୍ମାଙ୍କଠାରୁ ଜାତ" ବାକ୍ୟାଂଶର ଅର୍ଥ ମଧ୍ୟ ଜଣେ ବ୍ୟକ୍ତିର ନୂତନ ଆତ୍ମିକ ଜୀବନକୁ ସୂଚାଏ।

  • ପ୍ରତ୍ୟେକ ମନୁଷ୍ୟ ଆତ୍ମିକ ଭାବରେ ମୃତହୋଇ ଜାତ ହୁଅନ୍ତି ଏବଂ ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣା ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲାପରେ "ନୂତନ ଜନ୍ମ" ପ୍ରାପ୍ତ କରନ୍ତି ।
  • ଆତ୍ମିକ ନୂତନ ଜନ୍ମରେ, ଈଶ୍ୱରଙ୍କ ପବିତ୍ର ଆତ୍ମା ନୂତନ ବିଶ୍ୱାସୀଠାରେ ବାସ କରେ ଏବଂ ତାହାକୁ ଆପଣା ଜୀବନରେ ଉତ୍ତମ ଆତ୍ମିକ ଫଳ ଉତ୍ପନ୍ନ କରିବା ପାଇଁ ସାହାଯ୍ୟ କରେ।
  • କେବଳ ଈଶ୍ଵର ହିଁ ଏକ ବ୍ୟକ୍ତିକୁ ପୁନର୍ଜନ୍ମ ଏବଂ ତାହାଙ୍କ ସନ୍ତାନ ହେବାକୁ ସାହାଯ୍ୟ କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • "ପୁନର୍ଜନ୍ମ" ବାକ୍ୟାଂଶକୁ "ଏକ ନୂତନ ଜନ୍ମ" କିମ୍ବା "ଆତ୍ମିକ ଭାବରେ ଜନ୍ମ" ବୋଲି ଅନୁବାଦ କରାଯାଇପାରେ।
  • ଏହି ଶବ୍ଦକୁ ଆକ୍ଷରିକ ଭାବେ ଅନୁବାଦ କରିବା ଏବଂ ସାଧାରଣ ଶବ୍ଦକୁ ସେହି ଭାଷାରେ ବ୍ୟବହାର କରିବା ସର୍ବୋତ୍ତମ ଅଟେ ଯାହା ପୁନର୍ଜନ୍ମ ପାଇଁ ବ୍ୟବହାର ହେବ ।
  • "ନୂତନ ଜନ୍ମ" ଶବ୍ଦକୁ "ଆତ୍ମିକ ଜନ୍ମ" ବୋଲି ଅନୁବାଦ କରାଯାଇପାରେ।
  • "ଈଶ୍ୱରଙ୍କଠାରୁ ଜାତ" ବାକ୍ୟାଂଶକୁ "ଈଶ୍ୱରଙ୍କ ଦ୍ୱାରା ନୂତନୀକୃତ ହୋଇ ନବଜାତ ଶିଶୁ ସଦୃଶ ହେବା" କିମ୍ବା ଈଶ୍ୱରଙ୍କ ଦ୍ୱାରା ନୂତନ ଜୀବନ ପ୍ରାପ୍ତ ହେବା" ବୋଲି ଅନୁବାଦ କରାଯାଇପାରେ।
  • ସେହିପରି " ଆତ୍ମାଙ୍କଠାରୁ ଜାତ" ଅର୍ଥାତ୍ "ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନ ଜୀବନ ପାଇବା" କିମ୍ବା "ପବିତ୍ର ଆତ୍ମାଙ୍କ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇ ଈଶ୍ୱରଙ୍କ ସନ୍ତାନ ହେବା" କିମ୍ବା "ଆତ୍ମାଙ୍କ ଦ୍ୱାରା ନୂତନୀକୃତ ହୋଇ ନବଜାତ ଶିଶୁ ସଦୃଶ ହେବା" ବୋଲି ଅନୁବାଦ କରାଯାଇପାରେ।

(ପବିତ୍ର ଆତ୍ମାଉଦ୍ଧାର: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: G313, G509, G1080, G3824

ପୁନର୍ମିଳନ,ପୁନର୍ମିଳିତ, ପୁନଃସ୍ଥାପନ

ପରିଭାଷା:

“ପୁନର୍ମିଳନ” ଏବଂ “ପୁନଃସ୍ଥାପନ” ଶବ୍ଦ ଯେଉଁମାନେ ପୂର୍ବରୁ ପରସ୍ପରର ଶତ୍ରୁ ଥିଲେ ସେମାନଙ୍କ ମଧ୍ୟରେ “ଶାନ୍ତି ସ୍ଥାପନ” କରିବାକୁ ବୁଝାଏ | “ପୁନଃସ୍ଥାପନ”  ଶାନ୍ତି ସ୍ଥାପନ କରିବାର ଏକ କାର୍ଯ୍ୟ ଅଟେ |

  • ବାଇବେଲରେ, ଏହି ଭାବ ପ୍ରକାଶକ ପଦ ସାଧାରଣତଃ, ଈଶ୍ୱର ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ମାଧ୍ୟମରେ ଆପଣା ସହିତ ଲୋକମାନଙ୍କୁ ପୁନର୍ମିଳନ କରିବା ବିଷୟକୁ ସୂଚାଇଥାଏ I
  • ପାପ ହେତୁ ସମସ୍ତ ମାନବ ଜାତି ଈଶ୍ୱରଙ୍କ ଶତ୍ରୁ ଅଟନ୍ତି I କିନ୍ତୁ ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁ, ଈଶ୍ୱର ଲୋକମାନଙ୍କ ନିମନ୍ତେ ଏକ ପଥ ପ୍ରଦାନ କଲେ ଯେପରି ଯୀଶୁଙ୍କ ମାଧ୍ୟମରେ ତାହାଙ୍କ ସହିତ ସେମାନେ ପୁନର୍ମିଳିତ ବା ସମ୍ମିଳିତ ହୋଇପାରିବେ I
  • ଯୀଶୁଙ୍କ ବଳିଦାନ ଯେ, ସେମାନଙ୍କ ପାପ ନିମନ୍ତେ ଏକ ମୂଲ୍ୟ ପ୍ରଦାନ କରେ ବୋଲି ବିଶ୍ୱାସ କରିବା ଦ୍ୱାରା ଲୋକମାନେ ପାପକ୍ଷମା ପ୍ରାପ୍ତ ହେବେ ଏବଂ ଈଶ୍ୱରଙ୍କ ସହିତ ଶାନ୍ତିରେ ରହିପାରିବେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି “ପୁନର୍ମିଳନ” କରିବା  ଶବ୍ଦ “ଶାନ୍ତି ସ୍ଥାପନ କରିବା” କିମ୍ବା “ଉତ୍ତମ ସମ୍ପର୍କ ପୁନଃସ୍ଥାପନ କରିବା” କିମ୍ବା “ବନ୍ଧୁତା ସ୍ଥାପନ କରିବା” ବୋଲି ଅନୁବାଦ କରାଯାଇପାରେ I
  • ଏହି “ପୁନଃସ୍ଥାପନ କରିବା କାର୍ଯ୍ୟ” ବକ୍ୟାଂଶକୁ “ଉତ୍ତମ ସମ୍ପର୍କ ପୁନଃସ୍ଥାପନ କରିବା” କିମ୍ୱା “ଶାନ୍ତି ସ୍ଥାପନ କରିବା” କିମ୍ବା “ଶାନ୍ତିପୂର୍ଣ୍ଣ ସମ୍ପର୍କ ଗଢ଼ିବା” ବୋଲି ଅନୁବାଦ କରାଯାଇପାରେ I

( ଶାନ୍ତି, ବଳିଦାନ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ

ଶବ୍ଦବିନ୍ୟାସ  :

  • Strong’s: H2398, H3722, G06040, G12590, G24330, G26430, G26440

ପୂର୍ବରୁ ନିର୍ଦ୍ଧାରଣ, ପୂର୍ବରୁ ନିର୍ଦ୍ଧାରିତ

ପରିଭାଷା:

“ପୂର୍ବ ନିର୍ଦ୍ଧାରଣ” ଏବଂ “ପୂର୍ବ ନିର୍ଦ୍ଧାରିତ” ଶବ୍ଦ କୌଣସି ଘଟଣା ଘଟିବା ପୂର୍ବରୁ ନିଷ୍ପତ୍ତି କିମ୍ବା ଯୋଜନା କରିବାକୁ ସୂଚାଏ I

  • ଏହି ଶବ୍ଦ ବିଶେଷ ଭାବରେ ଈଶ୍ଵର ଅନନ୍ତ ଜୀବନ ଦେବାକୁ ମନୋନୀତ କରିଥିବା ଲୋକମାନଙ୍କୁ ସୂଚାଏ I
  • ବେଳେବେଳେ “ପୂର୍ବରୁ ସ୍ଥିର କରିବା” ଶବ୍ଦ ମଧ୍ୟ ବ୍ୟବହୃତ ହୁଏ, ଯାହା ଅର୍ଥ ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ କରିବାକୁ ବୁଝାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପୂର୍ବରୁ ନିର୍ଦ୍ଧାରଣ କରିବା” ଶବ୍ଦକୁ “ପୂର୍ବରୁ ନିଷ୍ପତ୍ତି କରିବା” ବା “ସମୟ ପୂର୍ବେ ନିଷ୍ପତ୍ତି ନେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • ଏହି “ପୂର୍ବରୁ ନିର୍ଦ୍ଧାରିତ କରିବା” ଶବ୍ଦକୁ “ଅନେକ ସମୟ ପୂର୍ବରୁ ନିଷ୍ପତ୍ତି କରାଯାଇଛି” ବା “ସମୟ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି” ବୋଲି ଅନୁବାଦ କରାଯାଇପାରେ I
  • “ଆମ୍ଭମାନଙ୍କୁ ପୂର୍ବରେ ନିର୍ଦ୍ଧାରଣ” ଶବ୍ଦକୁ “ଅନେକ କାଳ ପୂର୍ବରୁ ନିଷ୍ପତ୍ତି ଯେ ଆମ୍ଭେମାନେ” କିମ୍ୱା “ସମୟର ପୂର୍ବରୁ ନିଷ୍ପତ୍ତି କରାଯାଇଥିଲା ଯେ ଆମ୍ଭେମାନେ” ବୋଲି ଅନୁବାଦ କରାଯାଇପାରେ I
  • ଧ୍ୟାନ ଦିଅନ୍ତୁ ଯେ ଏହି ଶବ୍ଦର ଅନୁବାଦ “ପୂର୍ବରୁ ଜାଣିବା” ଶବ୍ଦର ଅନୁବାଦଠାରୁ ଭିନ୍ନ ହେବା ଉଚିତ I

( ପୂର୍ବରୁ ଜାଣିବା ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strong’s: G43090

ପୃର୍ଥକ

ପରିଭାଷା:

“ପୃଥକ” ଶବ୍ଦର ଅର୍ଥ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ କରିବା ପାଇଁ କୌଣସି ବିଷୟଠାରୁ ଅଲଗା କରିବାକୁ ବୁଝାଏ | କୌଣସି ବ୍ୟକ୍ତି କିମ୍ବା ବିଷୟକୁ “ପୃଥକ କରିବା” ଅର୍ଥ ଏହାକୁ “ଅଲଗା କରିବା” ଅଟେ ।

  • ଈଶ୍ଵରଙ୍କ ସେବା ପାଇଁ ଇସ୍ରାଏଲୀୟମାନେ ପୃଥକ କରାଯାଇଥିଲେ ।
  • ଈଶ୍ଵରର ଚାହୁଁଥିବା କାର୍ଯ୍ୟ ପାଇଁ ପାଉଲ ଏବଂ ବର୍ଣ୍ଣବାଙ୍କୁ ପୃଥକ କରିବାକୁ ପବିତ୍ର ଆତ୍ମା ଆନ୍ତଖିଆର ଖ୍ରୀଷ୍ଟିଆନମାନଙ୍କୁ ଆଦେଶ ଦେଲେ |
  • ଜଣେ ବିଶ୍ଵାସୀ ଯିଏ ଈଶ୍ଵରଙ୍କ ସେବା ପାଇଁ “ପୃଥକ” ସେ ଈଶ୍ଵରଙ୍କ ଇଚ୍ଛା ପୂରଣ କରିବା ପାଇଁ “ଉତ୍ସର୍ଗୀକୃତ” ଅଟେ ।
  • “ପବିତ୍ର” ଶବ୍ଦର ଗୋଟିଏ ଅର୍ଥ ହେଉଛି ଈଶ୍ଵରଙ୍କର ଅଟେ ଏବଂ ଜଗତର ପାପପୂର୍ଣ୍ଣ ପଥରୁ ଅଲଗା ହେବା ଅଟେ |
  • “ପବିତ୍ର କରିବା” ଅର୍ଥ ସେହି ବ୍ୟକ୍ତିଙ୍କୁ ଈଶ୍ଵରଙ୍କ ସେବା ପାଇଁ ଅଲଗା କରିବା ଅଟେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପୃଥକ” ଶବ୍ଦକୁ “ସ୍ଵତନ୍ତ୍ର ଭାବରେ ଚୟନ” କିମ୍ବା “ତୁମ୍ଭଠାରୁ ଅଲଗା” କିମ୍ବା “ଏକ ବିଶେଷ କାର୍ଯ୍ୟ କରିବା ପାଇଁ ପୃଥକ

କରିବା” ବୋଲି ଅନୁବାଦ କରାଯାଇପାରେ ।

  • “ଅଲଗା ହେବା” ବାକ୍ୟକୁ “ପୃଥକ ହେବା (ଠାରୁ)” କିମ୍ବା “ସ୍ୱତନ୍ତ୍ର ଭାବରେ ନିଯୁକ୍ତ ହେବା” ବୋଲି ଅନୁବାଦ କରାଯାଇପାରେ

(ଦେଖନ୍ତୁ: ପବିତ୍ର, ଶୁଚୀ, ନିଯୁକ୍ତ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H2764, H4390, H5674, H6918, H6942, H6944, G00370, G00380, G00400, G08730

ପେଣ୍ଟିକୋଷ୍ଟ, ସପ୍ତାହଗୁଡ଼ିକର ପର୍ବ

ତଥ୍ୟ:

“ସପ୍ତାହଗୁଡ଼ିକ ପର୍ବ” ଏକ ଯିହୁଦୀ ପର୍ବ ଥିଲା ଯାହା ନିସ୍ତାରପର୍ବର ପଚାଶ ଦିନ ପରେ ପାଳନ ହେଉଥିଲା । ପାରବର୍ତ୍ତୀ ସମୟରେ ଏହାକୁ “ପେଣ୍ଟିକୋଷ୍ଟ” କୁହାଗଲା ।

  • ଫଳର ପର୍ବ ପରେ ସପ୍ତାହର ପର୍ବ ସାତ ସପ୍ତାହ (ପଚାଶ ଦିନ) ଥିଲା । ନୂତନ ନିୟମ ସମୟରେ, ଏହି ପର୍ବକୁ “ପେଣ୍ଟିକୋଷ୍ଟ” କୁହାଯାଉଥିଲା ଯାହା ଏହାର ଅର୍ଥ ଭାବରେ “ପଚାଶ” କୁ ବୁଝାଏ ।
  • ଶସ୍ୟ ଅମଳର ଆରମ୍ଭକୁ ପାଳନ କରିବା ପାଇଁ ସପ୍ତାହର ପର୍ବ ଅନୁଷ୍ଠିତ ହୋଇଥିଲା । ଏହା ମଧ୍ୟ ସ୍ମରଣ କରିବାର ଏକ ସମୟ ଥିଲା ଯେତେବେଳେ ଈଶ୍ବର ପ୍ରଥମେ ମୋଶାଙ୍କୁ ଦିଆଯାଇଥିବା ପଥର ଫଳକ ଉପରେ ଇସ୍ରାଏଲୀୟମାନଙ୍କୁ ନିୟମ ଦେଇଥିଲେ ।
  • ନୂତନ ନିୟମରେ, ପେଣ୍ଟିକୋଷ୍ଟ ଦିନ ବିଶେଷ ଦିନକୁ ବୁଝାଏ କାରଣ ଯେତେବେଳେ ଯୀଶୁଙ୍କ ବିଶ୍ଵାସୀମାନେ ଏକ ନୂତନ ଉପାୟରେ ପବିତ୍ର ଆତ୍ମା ଗ୍ରହଣ କରିଥିଲେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ ମଧ୍ୟ:ପର୍ବ, ପ୍ରଥମଫଳ, ଅମଳ, ପବିତ୍ର ଆତ୍ମା, ବୃଦ୍ଧି)

ବାଇବଲ ପଦପର୍ବ:

Word Data:

  • Strong’s: H2282, H7620, G40050

ପୋଷ୍ୟପୁତ୍ର, ଉତ୍ତରାଧ‌ିକାରୀ ଭାବରେ ଗ୍ରହଣ କରିବା, ପୋଷ୍ୟ ସନ୍ତାନ ଭାବେ ଗୃହୀତ ହେବା

ପରିଭାଷା:

‘ଉତ୍ତରାଧ‌ିକାରୀ ଭାବରେ ଗ୍ରହଣ କରିବା ଓ ‘’ପୋଷ୍ୟପୁତ୍ର’’ ଶବ୍ଦଗୁଡ଼ିକ ଆଇନଗତ ଭାବରେ କାହାର ସନ୍ତାନ ହେବା ପ୍ରକ୍ରିୟାକୁ ସୂଚିତ କରେ ଯେଉଁମାନେ ସେହିଲୋକମାନଙ୍କର ନିଜ ସନ୍ତାନ ନୁହଁନ୍ତିI

  • ବାଇବେଲରେ ‘’ପୋଷ୍ୟପୁତ୍ର’’ ଓ ‘ଉତ୍ତରାଧ‌ିକାରୀ ଭାବରେ ଗ୍ରହଣ କରିବା” ଶବ୍ଦଗୁଡ଼ିକୁ ଈଶ୍ଵର କିପରି ପ୍ରତ୍ୟେକ ବ୍ୟକ୍ତିକୁ ତାଙ୍କ ପରିବାରର ଆତ୍ମିକ ସନ୍ତାନ ହେବାକୁ ବ୍ୟବହାର କରନ୍ତି ତାହା  ସାଙ୍କେତିକ ଭାବେ ବର୍ଣ୍ଣନା କରିବାକୁ ବ୍ୟବହାର କରେ I
  • ପୋଷ୍ୟ ସନ୍ତାନ-ସନ୍ତତି ଭାବେ, ଈଶ୍ୱର ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଉତ୍ତରାଧିକାରୀ ପ୍ରତ୍ୟେକଙ୍କୁ ଈଶ୍ଵରଙ୍କ ସନ୍ତାନ-ସନ୍ତତି ହେବାର ଲାଭ ଉଠାଇବାକୁ ସୁଯୋଗ ପ୍ରଦାନ କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ି:

  • ଏହି ଶବ୍ଦକୁ ଏକ ଶବ୍ଦ ସହିତ ଅନୁବାଦ କରାଯାଇପାରେ ଯାହା ସ୍ଥାନୀୟ ଭାଷାରେ ଏହି ବିଶେଷ ପିତାମାତା-ସନ୍ତାନ ସମ୍ପର୍କକୁ ବର୍ଣ୍ଣନା କରିବାକୁ ବ୍ୟବହାର ହୁଏ | ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦ ଏକ ସାଙ୍କେତିକ ବା ଆତ୍ମିକ ଅର୍ଥକୁ ପ୍ରକାଶ କରେ I
  • ‘’ପୋଷ୍ୟପୁତ୍ର ଭାବେ ଅନୁଭୂତି କରିବା’’ ବାକ୍ୟାଂଶକୁ ‘’ଈଶ୍ୱରଙ୍କ ଦ୍ୱାରା ତାଙ୍କର ସନ୍ତାନ-ସନ୍ତତି ଭାବରେ ଗ୍ରହଣ କରାଯିବା’’ କିମ୍ୱା ‘’ଈଶ୍ୱରଙ୍କ ଆତ୍ମିକ ସନ୍ତାନ-ସନ୍ତତି ହେବା’’ ବୋଲି ଅନୁବାଦ କରାଯାଇପାରେ I
  • ‘’ପୁତ୍ର ସନ୍ତାନଗଣର ଗ୍ରହଣ ହେବା ନିମନ୍ତେ ଅପେକ୍ଷା କର’’ ବକ୍ୟାଂଶକୁ ‘’ଈଶ୍ୱରଙ୍କ ସନ୍ତାନ-ସନ୍ତତି ହେବା ନିମନ୍ତେ ଅପେକ୍ଷା କରିବା’’ କିମ୍ୱା ‘’ଈଶ୍ୱର ଆପଣା ସନ୍ତାନ-ସନ୍ତତି ଭାବେ ଗ୍ରହଣ କରିବା ପର୍ଯ୍ୟନ୍ତ ଅପେକ୍ଷାରେ ରହିବା’’ ବୋଲି ଅନୁବାଦ କରାଯାଇପାରେ I
  • ‘’ସେମାନଙ୍କୁ ଗ୍ରହଣ କର ‘’ ବାକ୍ୟାଂଶକୁ ‘’ଆପଣା ସନ୍ତାନ-ସନ୍ତତି ଭାବେ ସେମାନଙ୍କୁ ଗ୍ରହଣ କରିବା’’ କିମ୍ୱା ‘’ସେମାନଙ୍କୁ ଆପଣା ଆତ୍ମିକ ସନ୍ତାନ କରିବା’’ ବୋଲି ଅନୁବାଦ କରାଯାଇପାରେ I

( ଉତ୍ତରାଧିକାରୀ, ଉତ୍ତରାଧିକାରୀ, ଆତ୍ମା ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ  :

  • Strong’s: G52060

ପ୍ରକାଶ କରିବା, ପ୍ରକାଶିତ, ପ୍ରକାଶନ

ପରିଭାଷା:

“ପ୍ରକାଶ କରିବା” ଶବ୍ଦର ଅର୍ଥ କୌଣସି ବିଷୟକୁ ଜ୍ଞାତ କରାଇବା ଅଟେ । ଏକ “ପ୍ରକାଶନ” ଶବ୍ଦର ଅର୍ଥ କୌଣସି ବିଷୟକୁ ଜ୍ଞାତ କରାଯାଇଛି ।

  • ଈଶ୍ୱର ସ୍ୱୟଂ ସେ ସୃଷ୍ଟି କରିଥିବା ପ୍ରତ୍ୟେକ ବିଷୟ ଦ୍ୱାରା ଏବଂ ଲୋକମାନଙ୍କ ସହିତ ମୌଖିକ ଏବଂ ଲିଖିତ ସମ୍ଭାଦଗୁଡ଼ିକ ଦ୍ୱାରା ତାହାଙ୍କ ଯୋଗାଯୋଗ ମାଧ୍ୟମରେ ଆପଣାକୁ ପ୍ରକାଶିତ କରିଅଛନ୍ତି।
  • ଈଶ୍ୱର ମଧ୍ୟ ଆପଣାକୁ ସ୍ୱପ୍ନ ଏବଂ ଦର୍ଶନଗୁଡ଼ିକ ମାଧ୍ୟମରେ ପ୍ରକାଶ କରନ୍ତି।
  • ଯେତେବେଳେ ପାଉଲ କହିଲେ ଯେ ସେ “ଯୀଶୁ ଖ୍ରୀଷ୍ଟଠାରୁ ପ୍ରକାଶନ” ଦ୍ୱାରା ସୁସମାଚାର ପ୍ରାପ୍ତ ହେଲେ, ସେ କହନ୍ତି ଯେ, ଯୀଶୁ ନିଜେ ତାହାଙ୍କୁ ସୁସମାଚାର ବ୍ୟାଖ୍ୟା କଲେ।
  • ନୂତନ ନିୟମର “ପ୍ରକାଶିତ ବାକ୍ୟ” ପୁସ୍ତକରେ “ପ୍ରକାଶନର” ଅର୍ଥ ଶେଷ ସମୟରେ ଯାହା ସବୁ ଘଟିବାକୁ ଯାଉଛି, ଈଶ୍ୱର ସେହି ଘଟଣାଗୁଡ଼ିକ ପ୍ରକାଶ କରିଅଛନ୍ତି । ସେ ସେହିସବୁ ବିଷୟକୁ ଦର୍ଶନ ମାଧ୍ୟମରେ ଯୋହନଙ୍କ ଦ୍ୱାରା ପ୍ରକାଶିତ କଲେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପ୍ରକାଶ” ଶବ୍ଦକୁ “ଜଣାଇବା” ବା “ପ୍ରକାଶ କରିବା” କିମ୍ବା “ସ୍ପଷ୍ଟ ଭାବରେ ଦର୍ଶାଇବା” ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗ ଉପରେ ଆଧାର କରି “ପ୍ରକାଶିତ” ଶବ୍ଦକୁ “ଈଶ୍ୱରଙ୍କଠାରୁ ଯୋଗାଯୋଗ” କିମ୍ୱା “ଈଶ୍ୱର ପ୍ରକାଶିତ କରିଥିବା ବିଷୟଗୁଡ଼ିକ” କିମ୍ବା “ଈଶ୍ୱରଙ୍କ ସମ୍ପର୍କରେ ଶିକ୍ଷାଗୁଡ଼ିକ” ବୋଲି ଅନୁବାଦ କରାଯାଇପାରେ । ଅନୁବାଦରେ “ପ୍ରକାଶ କରିବା” ଶବ୍ଦର ଅର୍ଥ ରଖିବା ଉତ୍ତମ ଅଟେ।
  • “ଯେଉଁଠାରେ କୌଣସି ପ୍ରକାଶନ ନାହିଁ” ଏହି ବାକ୍ୟାଂଶକୁ “ଯେତେବେଳେ ଈଶ୍ୱର ନିଜକୁ ଲୋକମାନଙ୍କ ନିକଟରେ ପ୍ରକାଶ କରୁ ନାହାନ୍ତି” କିମ୍ୱା “ଯେତେବେଳେ ଈଶ୍ୱର ଲୋକମାନଙ୍କୁ କଥା କହୁ ନାହାନ୍ତି” କିମ୍ୱା “ଲୋକମାନଙ୍କ ମଧ୍ୟରେ ଯାହାଙ୍କଠାରେ ଈଶ୍ୱର ଯୋଗାଯୋଗ କରିନାହାନ୍ତି” ବୋଲି ଅନୁବାଦ କରାଯାଇପାରେ।

(ସୁସମାଚାରସୁସମ୍ବାଦସପ୍ନଦର୍ଶନ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0241, H1540, H1541, G06010, G06020, G55370

ପ୍ରଚାରକ

ପରିଭାଷା:

“ପ୍ରଚାରକ” ଜଣେ ବ୍ୟକ୍ତି ଅଟେ ଯିଏ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ଅନ୍ୟମାନଙ୍କୁ କହେ I

  • ” ପ୍ରଚାରକ” ର ଆକ୍ଷେରିକ ଅର୍ଥ “ଯିଏ ସୁସମାଚାର ପ୍ରଚାର କରେI”
  • ଯୀଶୁ ନିଜ ପ୍ରେରିତମାନଙ୍କୁ ଯୀଶୁଙ୍କ ଉପରେ ଏବଂ ପାପ ପାଇଁ ବଳିଦାନରେ ବିଶ୍ୱାସ କରି ଈଶ୍ଵରଙ୍କ ରାଜ୍ୟର ଅଂଶ ହେବା ବିଷୟରେ ସୁସମାଚାର ପ୍ରଚାର କରିବାକୁ ପଠାଇଲେ I
  • ଏହି ସୁସମାଚାରକୁ ପ୍ରଚାର କରିବାକୁ ସମସ୍ତ ଖ୍ରୀଷ୍ଟିୟାନଙ୍କୁ ଉତ୍ସାହିତ କରାଯାଇଛି I
  • କେତେକ ଖ୍ରୀଷ୍ଟିୟାନମାନଙ୍କୁ ଫଳପ୍ରଦ ଭାବରେ ଅନ୍ୟମାନଙ୍କ ନିକଟରେ ସୁସମାଚାର କହିବା ପାଇଁ ସ୍ୱତନ୍ତ୍ର ଆତ୍ମିକ ଦାନ ଦିଆଯାଇଛି I ଏହି ପରି ଲୋକମାନଙ୍କୁ ପ୍ରଚାର କରିବା ଦାନ ଦିଆଯାଇଛି ଫଳରେ ସେମାନଙ୍କୁ “ପ୍ରଚାରକ” ବୋଲି କୁହାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ”ପ୍ରଚାରକ” ଶବ୍ଦଟିକୁ “ଯିଏ ସୁସମାଚାର ପ୍ରଚାର କରେ” କିମ୍ୱା “ଯିଏ ସୁସମାଚାର ଶିକ୍ଷା ଦିଏ” କିମ୍ୱା “ଯିଏ ସୁସମାଚାର ଘୋଷଣା କରେ” କିମ୍ୱା “ସୁସମାଚାର ପ୍ରଚାରକ” ବୋଲି ଅନୁବାଦ କରାଯାଇପାରେ I

(ସୁସମାଚାର, ଆତ୍ମା, ଦାନ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: G20990

ପ୍ରତିଜ୍ଞା, ପ୍ରତିଜ୍ଞା କଲେ

ପରିଭାଷା:

ଯେତେବେଳେ “ପ୍ରତିଜ୍ଞା” ଶବ୍ଦ କ୍ରିୟା ଭାବରେ ବ୍ୟବହୃତ ହୁଏ, ଜଣେ ବ୍ୟକ୍ତିର କାର୍ଯ୍ୟକୁ ବୁଝାଏ ଯାହା ସେ କହିଛନ୍ତି ତାହା ସେ ନିଜେ ସମ୍ପୂର୍ଣ୍ଣ  କରିବାକୁ ବାଧ୍ୟ ହେବେ। ଯେପରି “ପ୍ରତିଜ୍ଞା” ଶବ୍ଦ ବିଶେଷ୍ୟ ଭାବରେ ବ୍ୟବହୃତ ହୁଏ, ସେତେବେଳେ ସେହି ବିଷୟକୁ ବୁଝାଏ ଯାହା ଜଣେ ବ୍ୟକ୍ତି ସେ ନିଜେ କରିବାକୁ ବାଧ୍ୟ ଅଟନ୍ତି।

  • ବାଇବେଲ ଅନେକଗୁଡ଼ିଏ ପ୍ରତିଜ୍ଞାମାନ ଲିପିବଦ୍ଧ କରେ ଈଶ୍ୱର ଯାହା ତାହାଙ୍କ ଲୋକମାନଙ୍କ ନିମନ୍ତେ କରିଅଛନ୍ତି।
  • ପ୍ରତିଜ୍ଞା ସବୁ ଔପଚାରିକ ଚୁକ୍ତି ପତ୍ର ଯଥା ନିୟମସମୂହଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପ୍ରତିଜ୍ଞା” ଶବ୍ଦକୁ “ସମର୍ପଣ ବା ଅଙ୍ଗୀକାରବଦ୍ଧ” କିମ୍ବା “ପ୍ରତିଶ୍ରୁତି” କିମ୍ବା “ବଇନା” ବୋଲି ଅନୁବାଦ କରାଯାଇପାରେ।
  • କିଛି କରିବା ନିମନ୍ତେ ପ୍ରତିଜ୍ଞା କରିବା” ବାକ୍ୟାଂଶକୁ "କାହାକୁ ଭରସା ଦିଅ ଯେ ତୁମ୍ଭେ କିଛି କରିବ" କିମ୍ବା "କିଛି କରିବାର ପ୍ରତିଶ୍ରୁତି ଦିଅ" ବୋଲି ଅନୁବାଦ କରାଯାଇପାରେ।

(ନିୟମ, ପ୍ରତିଜ୍ଞା, ଶପଥ:ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 3:15 ଈଶ୍ୱର କହିଲେ, “ଆମ୍ଭେ ପ୍ରତିଜ୍ଞା କରୁ ଲୋକମାଣେ କରୁଥିବା ମନ୍ଦ କାର୍ଯ୍ୟ ହେତୁ ଆମ୍ଭେ ଭୂମିକୁ ଆଉ ଅଭିଶାପ ଦେବା ନାହିଁ, କିମ୍ବା ପୃଥିବୀକୁ ବନ୍ୟା ଦ୍ୱାରା ବିନାଶ କରିବା ନାହିଁ, ଯଦିଓ ଲୋକମାନେ ସେମାନଙ୍କ ବାଲ୍ୟାବଧି ପାପପୂର୍ଣ୍ଣ ଅଟନ୍ତି।"
  • 3:16 ତହିରେ ଈଶ୍ୱର ତାହାଙ୍କ ପ୍ରତିଜ୍ଞାର ପ୍ରଥମ ଚିହ୍ନର ସଦୃଶ ଇନ୍ଦ୍ରଧନୁ ଦେଖାଇଲେ । ପ୍ରତ୍ୟେକ ଥର ଇନ୍ଦ୍ରଧନୁ ଆକାଶରେ ଦେଖାଦିଏ, ଈଶ୍ୱର ଏବଂ ତାହାଙ୍କ ଲୋକମାନେ ସ୍ମରଣ କରିବେ ଯେ ସେ କଅଣ ପ୍ରତିଜ୍ଞା କରିଥିଲେ
  • 4:8 ଈଶ୍ୱର ଅବ୍ରାମଙ୍କୁ କହିଲେ ଏବଂ ପୁନର୍ବାର ପ୍ରତିଜ୍ଞା କଲେ ଯେ ସେ ଏକ ପୁତ୍ର ଲାଭ କରିବେ ଏବଂ ତାହାଙ୍କ ବଂଶଧରମାନେ ଆକାଶର ତାରାଗଣ ସଦୃଶ୍ୟ ହେବେ। ଅବ୍ରାମ ଈଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସ କଲେ।
  • 5:4 "ତୁମ୍ଭର ଭାର୍ଯ୍ୟା, ସାରୀ, ଏକ ପୁତ୍ରଜାତ କରିବ—ସେ ପ୍ରତିଜ୍ଞାତର ପୁତ୍ର ହେବ।"
  • 8:15 ପ୍ରତିଜ୍ଞାର ନିୟମ ଯାହା ଈଶ୍ୱର ଅବ୍ରାହାମଙ୍କୁ ଦେଲେ ତାହା ଇସହାକଙ୍କ ପରେ ତାପରେ ଯାକୁବଙ୍କୁ, ଏବଂ ତାପରେ ଯାକୁବଙ୍କ ବାର ଜଣ ପୁତ୍ରମାନଙ୍କୁ ଏବଂ ସେମାନଙ୍କ ପରିବାରବର୍ଗକୁ  ଦିଆଗଲା।
  • 17:14 ଦାଉଦ ଈଶ୍ୱରଙ୍କଠାରେ ଅବିଶ୍ୱସ୍ତ ହୋଇ ଆସିଥିଲେ ସୁଦ୍ଧା, ଈଶ୍ୱର ଆପଣା ପ୍ରତିଜ୍ଞାରେ ବିଶ୍ୱସ୍ତ ଥିଲେ।
  • 50:1 ଯୀଶୁ ପ୍ରତିଜ୍ଞା କଲେ ସେ ପୁନର୍ବାର ପୃଥ‌ିବୀର ଶେଷ ସମୟରେ ଆସିବେ। ଯଦିଓ ସେ ଏପର୍ଯ୍ୟନ୍ତ ଫେରି ନାହାନ୍ତି, ସେ ଆପଣା ପ୍ରତିଜ୍ଞା ରଖିବେ ।

ଶବ୍ଦବିନ୍ୟାସ:

  • Strong’s: H0559, H0562, H1696, H8569, G18430, G18600, G18610, G18620, G36700, G42790

ପ୍ରତିଜ୍ଞାତ ଦେଶ

ତଥ୍ୟଗୁଡିକ:

“ପ୍ରତିଜ୍ଞାତ ଦେଶ” ପଦ କେବଳ ବାଇବଲର କାହାଣୀଗୁଡିକରେ ପରିଲକ୍ଷିତ ହୋଇଥାଏ; ବାଇବଲର ଶାସ୍ତ୍ରଂଶରେ ନୁହେଁ I ଈଶ୍ୱର ଅବ୍ରହାମଙ୍କୁ ଏବଂ ତାହାଙ୍କ ବଂଶଧରମାନଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ କିଣାନ ଦେଶକୁ ସୂଚାଇବା ନିମନ୍ତେ ଏହା ଏକ ବୈକଳ୍ପିକ ଉପାୟ ଅଟେ I

  • ଯେତେବେଳେ ଅବ୍ରହାମ ଊର ନଗରେ ବାସ କରୁଥିଲେ, ଈଶ୍ୱର ତାହାଙ୍କୁ କିଣାନ ଦେଶରେ ଯାଇ ବାସ କରିବା ନିମନ୍ତେ ଆଜ୍ଞା ଦେଲେ I

ଅବ୍ରହାମ ଏବଂ ତାହାଙ୍କ ବଂଶଧରମାନେ ଇସ୍ରାଏଲୀୟମାନେ ସେଠାରେ ଅନେକ ବର୍ଷ ଧରି ବାସ କଲେ I

  • ଯେତେବେଳେ ସେଠାରେ ଭୟଙ୍କର ଦୁର୍ଭିକ୍ଷ ଦେଖାଗଲା, ଯାହା ଫଳରେ କିଣାନରେ ଖାଦ୍ୟର ଅଭାବ ଦେଖାଗଲା; ଇସ୍ରାଏଲୀୟମାନେ ମିସରକୁ ଯାତ୍ରା କଲେ I
  • ଚାରିଶହ ବର୍ଷ ପରେ, ଈଶ୍ୱର ଇସ୍ରାଏଲୀୟମାନଙ୍କୁ ମିସରର ଦାସତ୍ୱ ବନ୍ଧନରୁ ଉଦ୍ଧାର କଲେ ଏବଂ ଯେଉଁ କିଣାନ ଦେଶକୁ ସେମାନଙ୍କୁ ଦେବା ନିମନ୍ତେ ଈଶ୍ୱର ପ୍ରତିଜ୍ଞାକରିଥିଲେ ସେହି ଦେଶକୁ ପୂନର୍ୱାର ଫେରାଇ ଆଣିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ପ୍ରତିଜ୍ଞାତ ଦେଶ” ପଦକୁ “ଈଶ୍ୱର ଅବ୍ରହାମଙ୍କୁ ଦେବା ନିମନ୍ତେ କହିଥିବା ପ୍ରତିଜ୍ଞାତ ଦେଶ” ବା “ଈଶ୍ୱର ଅବ୍ରହାମଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ ଦେଶ” ବା “ଈଶ୍ୱର ତାହାଙ୍କ ଲୋକମାନଙ୍କୁ ଦେବା ନିମନ୍ତେ କରିଥିବା ପ୍ରତିଜ୍ଞାତ ଦେଶ” କିମ୍ୱା “କିଣାନ ଦେଶ” ବୋଲି ଅନୁବାଦ କରାଯାଇପାରେ I
  • ବାଇବଲର ଶାସ୍ତ୍ରଂଶରେ, ଏହି ଭାବ ପ୍ରକାଶକ ଶବ୍ଦ “ଈଶ୍ୱର ପ୍ରତିଜ୍ଞା କରିଥିବା ଦେଶ” ଭଳି କେତେକେ ଗଠନ ଅନୁସାରେ ପରିଲକ୍ଷିତ ହୋଇଥାଏ I

(ଆହୁରି ମଧ୍ୟ ଦେଖ: କିଣାନ, ପ୍ରତିଜ୍ଞା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣଗୁଡିକ:

  • 12:01 ସେମାନେ (ଇସ୍ରାଏଲୀୟମାନେ) ଆଉ କ୍ରୀତଦାସ ନୁହନ୍ତି, ଏବଂ ସେମାନେ ପ୍ରତିଜ୍ଞାତ ଦେଶକୁ __ ଯାଉ ଅଛନ୍ତି__!
  • 14:01 ଈଶ୍ୱର ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥାଗୁଡିକ ଜଣାଇବା ପରେ ସେ ଚାହିଁଲେ ଯେ ସେମାନେ ତାହାଙ୍କ ନୀୟମର ଅଂଶସ୍ୱରୂପ ଲୋକ ଭାବରେ ସେଗୁଡିକର ବାଧ୍ୟ ହେବେ ଏବଂ ପାଳନ କରିବେ I ଈଶ୍ୱର ସେମାନଙ୍କୁ ସିନୟରୁ ପ୍ରତିଜ୍ଞାତ ଦେଶ ଯାହା ମଧ୍ୟ କିଣାନ ବୋଲି ଖ୍ୟାତଥିଲା I
  • 14:02 ଈଶ୍ୱର ଅବ୍ରହାମ, ଇସହାକ୍ ଏବଂ ଯାକୁବଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଯେ ସେ __ ପ୍ରତିଜ୍ଞାତ ଦେଶ__ ସେମାନଙ୍କ ବଂଶଧରମାନଙ୍କୁ ଦେବେ, କିନ୍ତୁ ବର୍ତ୍ତମାନ ସେଠାରେ ଅନେକ ଲୋକଦଳଗୁଡିକ ବାସ କରୁଛନ୍ତି I
  • 14:14 ତା’ପରେ ଈଶ୍ୱର ଲୋକମାନଙ୍କୁ__ ପ୍ରତିଜ୍ଞାତ ଦେଶର__ପ୍ରାନ୍ତ ନିକଟକୁ ପୂନର୍ୱାର କଢ଼ାଇଆଣିଲେ I
  • 15:02 ଇସ୍ରାଏଲୀୟମାନଙ୍କୁ ଯର୍ଦ୍ଦନ ନଦୀ ପାର ହୋଇ__ ପ୍ରତିଜ୍ଞାତ ଦେଶରେ__ ପ୍ରବେଶ କରିବାକୁ ହେବ I
  • 15:12 ଏହି ଯୁଦ୍ଧ ପରେ, ଈଶ୍ୱର ଇସ୍ରାଏଲୀୟମାନଙ୍କର ପ୍ରତ୍ୟେକ ଗୋଷ୍ଠୀକୁ ଆପଣାମାନଙ୍କର ନିଜ ଭାଗ ବା ଅଂଶ ଅନୁସାରେ ପ୍ରତିଜ୍ଞାତ ଦେଶ ଦେଲେ I
  • 20:09 ଯେତେବେଳେ ଈଶ୍ୱରଙ୍କ ଲୋକମାନେ__ ପ୍ରତିଜ୍ଞାତ ଦେଶ ଦେଶ ଛାଡି ଯିବା ନିମନ୍ତେ ବଳପୂର୍ବକ ବାଧ୍ୟ ହେଲେ, ସେହି ସମୟ କାଳକୁ__ନିର୍ୱାସନ କୁହାଯାଏ I

ବୋର୍ଡ ଡାଟା :

  • Strong's: H776, H3068, H3423, H5159, H5414, H7650

ପ୍ରଭୁ ଭୋଜ

ସଂଜ୍ଞା:

“ପ୍ରଭୁ ଭୋଜ” ଶବ୍ଦ ପ୍ରେରିତ ପାଉଲଙ୍କ ଦ୍ୱାରା ନିସ୍ତାରପର୍ବର ଭୋଜନକୁ ସୂଚାଇବା ପାଇଁ ବ୍ୟବହୃତ ହୋଇଥିଲା ଯେଉଁ ରାତିରେ ଯିହୂଦୀ ନେତାମାନେ ଯୀଶୁଙ୍କୁ ବନ୍ଦୀ କରିବା ପୂର୍ବରୁ ଯୀଶୁ ଆପଣା ଶିଷ୍ୟମାନଙ୍କ ସହ ରାତ୍ର ଭୋଜନ କରିଥିଲେ।

  • ଏହି ଭୋଜନ ସମୟରେ, ଯୀଶୁ ନିସ୍ତାରପର୍ବର ରୁଟି ଖଣ୍ଡ ଖଣ୍ଡ କରି ଏହାକୁ ନିଜ ଶରୀର ବୋଲି କହିଲେ, ଯାହା ଶୀଘ୍ର ପ୍ରହାରିତ ହୋଇ ହତ୍ୟା କରାଯିବ ।
  • ସେ ଦ୍ରାକ୍ଷାରସ ପାନକୁ ତାଙ୍କ ରକ୍ତ ବୋଲି କହିଲେ, ଯାହା ପାପର ବଳି ରୂପେ ତାହାଙ୍କ ମୃତ୍ୟୁପରେ ଶୀଘ୍ର ଢ଼ାଳି ଦିଆଯିବ ।
  • ଯୀଶୁ ଆଦେଶ ଦେଲେ ଯେ ଯେତେଥର ତାଙ୍କ ଅନୁଗାମୀମାନେ ଏହି ଭୋଜନ ଏକତ୍ର କରନ୍ତି, ସେମାନେ ତାଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନକୁ ସ୍ମରଣ କରିବା ଉଚିତ ।
  • କରିନ୍ଥୀୟମାନଙ୍କୁ ଲେଖିଥିବା ପତ୍ରରେ, ପ୍ରେରିତ ପାଉଲ ମଧ୍ୟ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କ ପାଇଁ ନିୟମିତ ଅଭ୍ୟାସ ଭାବରେ ପ୍ରଭୁ ଭୋଜକୁ ପ୍ରତିଷ୍ଠିତ କରିଥିଲେ ।
  • ମଣ୍ଡଳୀଗୁଡ଼ିକ ଆଜି ପ୍ରଭୁଙ୍କ ଭୋଜିକୁ ସୂଚାଇବା ପାଇଁ “ପ୍ରଭୁଭୋଜ” ଶବ୍ଦ ବ୍ୟବହାର କରନ୍ତି । ଶବ୍ଦ “ଶେଷ ରାତ୍ରୀ” ମଧ୍ୟ ବେଳେବେଳେ ବ୍ୟବହୃତ ହୁଏ ।

ଅନୁବାଦ ପରାମର୍ଶଗୁଡ଼ିକ:

  • ଏହି ଶବ୍ଦକୁ “ପ୍ରଭୁଙ୍କ ଭୋଜନ” କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଭୋଜ” କିମ୍ବା “ପ୍ରଭୁ ଯୀଶୁଙ୍କ ସ୍ମୃତିରେ ଭୋଜ” ଭାବରେ ଅନୁବାଦ କରାଯାଇପାରେ ।

(ଦେଖନ୍ତୁ : ନିସ୍ତାରପର୍ବ)

ବାଇବଲ ପଦପର୍ବ:

Word Data:

  • Strong’s: G11730, G29600

ପ୍ରଭୁ ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର

ତଥ୍ୟ:

ପୁରାତନ ନିୟମରେ, “ପ୍ରଭୁ ସଦାପ୍ରଭୁ” ବାରମ୍ୱାର ଏକ ସତ୍ୟ ପରମେଶ୍ୱର କୁ ଦେଖାଇବାକୁ ବ୍ୟବହାର୍ କରାଯାଇଅଛି I “ପ୍ରଭୁ” ଈଶ୍ୱରୀୟ ଶବ୍ଦ ଓ “ସଦାପ୍ରଭୁ” ବ୍ୟକ୍ତିଗତ ନାମ ଅଟେ I

  • “ସଦାପ୍ରଭୁ” ଅନେକ ସମୟରେ “ପରମେଶ୍ୱର” ଶବ୍ଦ ସହିତ ସଂଯୁକ୍ତ କରା ଯାଇ “ସଦାପ୍ରଭୁ ପରମେଶ୍ୱର ଲେଖାଯାଏ I

ଅନୁବାଦ ପ୍ରସ୍ତାବ:

  • ଯଦି “ସଦାପ୍ରଭୁ” ନାମ ପରମେଶ୍ୱରଙ୍କର ବ୍ୟକ୍ତିଗତ ନାମ ର ଅନୁବାଦ କରା ଯାଉ ଅଛି, ତେବେ “ପ୍ରଭୁ ସଦାପ୍ରଭୁ” ଓ “ସଦାପ୍ରଭୁ ପରମେଶ୍ୱର” ଶବ୍ଦ କୁ ଆକ୍ଷରିକ ଭାବରେ ଅନୁବାଦ କରାଯାଇପାରେ I

ସେହି ସମୟରେ ଆମକୁ ମନେ ରଖିବା ଉଚିତ୍ ଯେ “ପ୍ରଭୁ” ଶବ୍ଦ ଅନ୍ୟ ପୃଷ୍ଠଭୂମିରେ କିପରି ପରମେଶ୍ୱର କୁ ଦର୍ଶାଉ ଅଛି I

  • କେତେକ ଭାଷାରେ ନାମ ପରେ ପଦବୀ ରଖନ୍ତି ଯେପରି “ସଦାପ୍ରଭୁ ପ୍ରଭୁ” ଅଟେ I

ମନେ ରଖନ୍ତୁ କି ବ୍ୟବହୃତ ଭାଷାରେ କଅଣ ବାସ୍ତବିକ ଅଟେ: କଅଣ ପଦ “ପ୍ରଭୁ”, ‘ସଦାପ୍ରଭୁ” ପରେ କି ପୂର୍ବ ରୁ ଆସିବା ଉଚିତ୍ I “ସଦାପ୍ରଭୁ ପରମେଶ୍ୱର” ଉତ୍ତମ ରୂପରେ ରଖିଲେ “ପରମେଶ୍ୱର ଯାହାକୁ ସଦାପ୍ରଭୁ କୁହାଯାଏ “କିଅବା “ପରମେଶ୍ୱର ଯେ ଜୀବନ୍ତ ଅଟନ୍ତି “କିଅବା “ମୁଁ ଯେ ସେହି ପରମେଶ୍ୱର ଅଟେ “ହୋଇପାରେ I

  • ଯଦି ଅନୁବାଦ ପରମ୍ପରା ଅନୁସାରେ ହୁଏ “ସଦାପ୍ରଭୁ”, ପ୍ରଭୁ” ରୂପରେ କିଅବା ଇଂରାଜୀରେ “”ପ୍ରଭୁ”” ବଡ଼ ଅକ୍ଷର ତେବେ “ପ୍ରଭୁ ସଦାପ୍ରଭୁ” କୁ “ପ୍ରଭୁ ପରମେଶ୍ୱର” କିଅବା “ପରମେଶ୍ୱର ଯେ ପ୍ରଭୁ ଅଟନ୍ତି” ରୂପରେ ହୋଇପାରେ I

ଅନ୍ୟ ପ୍ରକାରେ ସମ୍ଭବତ ଅନୁବାଦ “ସ୍ୱାମୀ ପ୍ରଭୁ” କିଅବା “ପରମେଶ୍ୱର ପ୍ରଭୁ” ହୋଇପାରେ I

  • “ପ୍ରଭୁ ସଦାପ୍ରଭୁ “ଶବ୍ଦ କୁ “ପ୍ରଭୁ ସହିତ ବଡ଼ ଅକ୍ଷର ପ୍ରଭୁ ସଂଯୁକ୍ତ _ହୋଇ ନପାରେ _ କାରଣ ପାଠକ ଏହି ଦୁଇ ଶବ୍ଦ ମଧ୍ୟରେ ଭିନ୍ନତା କୁ ବୁଝି ପାରିବେ ନାହିଁ ଯାହା ପରମ୍ପରା ଭାବରେ ବ୍ୟବହାର କରାଯାଇଅଛି I ଏହା ଭଲ ଲାଇବ ନାହିଁ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ପରମେଶ୍ୱର, ପ୍ରଭୁ, ସଦାପ୍ରଭୁ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H136, H430, H3068, G2316, G2962

ପ୍ରଭୁଙ୍କ ଦିନ, ଯିହୋବାଙ୍କ ଦିନ

ବର୍ଣ୍ଣନା:

ପୁରାତନ ନିୟମର ଶବ୍ଦ “ଯିହୋବାଙ୍କ ଦିନ” ଏକ ନିର୍ଦ୍ଦିଷ୍ଟ ସମୟ (ଗୁଡ଼ିକୁ) ସୂଚାଇବା ପାଇଁ ବ୍ୟବହୃତ ହୁଏ ଯେବେ ଈଶ୍ଵର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ଦେବେ ।

  • ନୂତନ ନିୟମର ଶବ୍ଦ “ପ୍ରଭୁଙ୍କ ଦିନ” ସାଧାରଣତଃ ସେହି ଦିନ ବା ସମୟକୁ ବୁଝାଏ ଯେବେ ପ୍ରଭୁ ଯୀଶୁ ସମୟର ଶେଷରେ ଲୋକମାନଙ୍କର ବିଚାର କରିବାକୁ ଆସିବେ ।
  • ଏହି ଅନ୍ତିମ, ଭବିଷ୍ୟତର ବିଚାର ଏବଂ ପୁନରୁତ୍ଥାନ ସମୟକୁ ବେଳେବେଳେ “ଶେଷ ଦିନ” ମଧ୍ୟ କୁହାଯାଏ । ଏହି ସମୟ ଆରମ୍ଭ ହେବ ଯେବେ ପ୍ରଭୁ ଯୀଶୁ ପାପୀମାନଙ୍କର ବିଚାର କରିବାକୁ ଫେରି ଆସିବେ ଏବଂ ତାଙ୍କ ଶାସନକୁ ସ୍ଥାୟୀ ଭାବରେ ପ୍ରତିଷ୍ଠା କରିବେ ।
  • ଏହି ବାକ୍ୟାଂଶଗୁଡ଼ିକରେ “ଦିନ” ଶବ୍ଦ ବେଳେବେଳେ ଏକ ଆକ୍ଷରିକ ଦିନକୁ ସୂଚାଇପାରେ କିମ୍ବା ଏହା ଏକ

“ସମୟ” କିମ୍ବା “ଉତ୍ସବ” କୁ ସୂଚାଇପାରେ ଯାହା ଗୋଟିଏ ଦିନଠାରୁ ଅଧିକ ଦିନକୁ ବୁଝାଏ ।

  • ବେଳେବେଳେ ଏହି ଦଣ୍ଡ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଉପରେ “ଈଶ୍ଵରଙ୍କ କ୍ରୋଧକୁ ଢାଳିବା” କୁ ବୁଝାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି, “ଯିହୋବାଙ୍କ ଦିନ” କୁ “ଯିହୋବାଙ୍କ ସମୟ” କିମ୍ବା “ଯେବେ ଯିହୋବା ତାଙ୍କ ଶତ୍ରୁମାନଙ୍କୁ ଦଣ୍ଡ ଦେବେ” କିମ୍ବା “ଯିହୋବାଙ୍କ କ୍ରୋଧର ସମୟ” ବୋଲି ଅନୁବାଦ କରାଯାଇପାରେ ।
  • “ପ୍ରଭୁଙ୍କ ଦିନ” ବାକ୍ୟାଂଶକୁ “ପ୍ରଭୁଙ୍କ ବିଚାରର ସମୟ” କିମ୍ବା “ଯେବେ ପ୍ରଭୁ ଯୀଶୁ ଲୋକମାନଙ୍କୁ ବିଚାର କରିବାକୁ ଫେରିବେ” ବୋଲି ଅନୁବାଦ କରାଯାଇ’ପାରେ ।

(ଦେଖନ୍ତୁ: ଦିନ, ବିଚାର ଦିନ, ପ୍ରଭୁ, ପୁନରୁତ୍ଥାନ, ଯିହୋବା)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H3068, H3117, G22500, G29620

ପ୍ରଲୋଭିତ କରିବା, ପ୍ରଲୋଭନ

ପରିଭାଷା:

କାହାକୁ ପ୍ରଲୋଭିତ କରିବା ଅର୍ଥ ସେହି ବ୍ୟକ୍ତିକୁ ମନ୍ଦ ବିଷୟ କରିବାକୁ ପ୍ରବର୍ତ୍ତାଇବା ଅଟେ I

  • ପ୍ରଲୋଭନ ଏଭଳି ଏକ ବିଷୟ ଯାହା ଜଣେ ବ୍ୟକ୍ତିକୁ କିଛି ମନ୍ଦ ବିଷୟ କରେଇବା ନିମନ୍ତେ ପ୍ରବର୍ତ୍ତାଇଥାଏ I
  • ଲୋକମାନେ ଆପଣାମାନଙ୍କ ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ଏବଂ ଅନ୍ୟମାନଙ୍କ ଦ୍ୱାରା ପ୍ରଲୋଭିତ ହୋଇଥାଆନ୍ତି I
  • ଶୟତାନ ମଧ୍ୟ ଲୋକମାନଙ୍କୁ ଈଶ୍ୱରଙ୍କ ଅବାଧ୍ୟ ହେବା ନିମନ୍ତେ ଏବଂ ମନ୍ଦ କାର୍ଯ୍ୟଗୁଡ଼ିକ କରିବା ଦ୍ୱାରା ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ନିମନ୍ତେ ପ୍ରଲୋଭିତ କରିଥାଏ I
  • ଶୟତାନ ଯୀଶୁଙ୍କୁ ପରୀକ୍ଷା କଲା ଏବଂ ଚେଷ୍ଟା କଲା ଯେପରି ସେ କିଛି ମନ୍ଦ କାର୍ଯ୍ୟ କରିବେ, ମାତ୍ର ଯୀଶୁ ଶୟତାନର ସମସ୍ତ ପରୀକ୍ଷା ପ୍ରଲୋଭନକୁ ପ୍ରତିରୋଧ କଲେ ଏବଂ ପାପ କଲେ ନାହିଁ I
  • ଯେ କେହି “ଈଶ୍ୱରଙ୍କୁ ପ୍ରଲୋଭିତ କରୁଛି” ସେ ତାହାଙ୍କ ଦ୍ୱାରା କିଛି ମନ୍ଦ ବିଷୟ କରାଇବା ନିମନ୍ତେ ଚେଷ୍ଟା କରୁଛି, ତାହା ନୁହେଁ, ବରଂ, ସେ ତାହାଙ୍କ ନିକଟରେ ଏତେଦୂର ଶକ୍ତଗ୍ରୀବ ଅବାଧ୍ୟ ହୋଇଚାଲିଛି ଯେ ଈଶ୍ୱର ପ୍ରତ୍ୟୁତ୍ତରରେ ନିଶ୍ଚୟ ତାହାକୁ ଦଣ୍ଡ ଦେବେ I ଏହାକୁ ମଧ୍ୟ “ଈଶ୍ୱରଙ୍କୁ ପରୀକ୍ଷା କରିବା” ବୋଲି କୁହାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପ୍ରଲୋଭିତ କରିବା” ଶବ୍ଦକୁ “ପାପ କରିବା ନିମନ୍ତେ ପ୍ରବର୍ତ୍ତାଇବା” କିମ୍ୱା “ପାପ କରିବାକୁ” କିମ୍ୱା “ପାପ କରିବା ନିମନ୍ତେ ଏକ ଇଚ୍ଛା ଜାତ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ପ୍ରଲୋଭନ” ଶବ୍ଦକୁ “ଯାହାସବୁ ପ୍ରଲୋଭିତ କରିଥାଏ” କିମ୍ୱା “ଜଣକୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଇବା ବିଷୟ ସବୁ” କିମ୍ୱା “କିଛି ମନ୍ଦ କାର୍ଯ୍ୟ କରିବା ନିମନ୍ତେ ପ୍ରବର୍ତ୍ତାଉଥିବା ବିଷୟଗୁଡ଼ିକ” ଅନ୍ତର୍ଭୁକ୍ତ ହୋଇପାରେ I
  • “ଈଶ୍ୱରଙ୍କୁ ପ୍ରଲୋଭିତ କରିବା” ଶବ୍ଦକୁ ““ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା” କିମ୍ୱା ““ଈଶ୍ୱରଙ୍କୁ ପରୀକ୍ଷା କରିବା” କିମ୍ୱା ““ଈଶ୍ୱରଙ୍କ ଧୈର୍ଯ୍ୟର ପରୀକ୍ଷା କରିବା” କିମ୍ୱା ““ଈଶ୍ୱରଙ୍କୁ ଦଣ୍ଡ ଦେବା ନିମନ୍ତେ ବାଧ୍ୟ କରିବା” କିମ୍ୱା “ଶକ୍ତଗ୍ରୀବ ହୋଇ “ଈଶ୍ୱରଙ୍କ ଅବାଧ୍ୟ ହୋଇଚାଲିବା” ବୋଲି ଅନୁବାଦ କରାଯାଇପାରେ I

( ଅବାଧ୍ୟ, ଶୟତାନ, ପାପ, ପରୀକ୍ଷା: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 25:1 ତା’ପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ ତାହାଙ୍କୁ ପାପ କରେଇବା ନିମନ୍ତେ ପରୀକ୍ଷା କଲା I
  • 25:8 ଯୀଶୁ ଶୟତାନର ପରୀକ୍ଷାଗୁଡ଼ିକରେ ପଡିଲେ ନାହିଁ, ତେଣୁ ଶୟତାନ ତାଙ୍କୁ ଛାଡି ଚାଲିଗଲା I
  • 38:11 ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯେପରି ସେମାନେ ପରୀକ୍ଷାରେ ନପଡନ୍ତି I

ଶବ୍ଦବିନ୍ୟାସ :

  • Strong’s: H0974, H4531, H5254, G05510, G15980, G39850, G39860, G39870

ପ୍ରସ୍ତର, ପଥରରେ ମାରିବା

ପରିଭାଷା:

ଏକ ପ୍ରସ୍ତର ଏକ ଛୋଟ ପ୍ରସ୍ତର ଅଟେ । କାହାକୁ “ପଥରରେ ମାରିବା” ଅର୍ଥ ସେହି ବ୍ୟକ୍ତିକୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେହି ବ୍ୟକ୍ତି ଉପରେ ପ୍ରସ୍ତର ଫିଙ୍ଗିବା ଅଟେ । ଏକ “ପଥର ମାରିବା” ବାକ୍ୟାଂଶ ଏକ ଘଟଣାକୁ ବୁଝାଏ ଯେଉଁଥିରେ ଜଣେ ବ୍ୟକ୍ତି ଉପରେ ପଥର ଫିଙ୍ଗିବା ଅଟେ ।

  • ପ୍ରାଚୀନ ଯୁଗରେ, ଆପରାଧ କରିଥିବା ଲୋକମାନଙ୍କୁ ପ୍ରସ୍ତର ଫିଙ୍ଗି ବଧ କରିବା ସାଧାରଣ ପଦ୍ଧତି ଥିଲା ।
  • କେତେକ ନିର୍ଦ୍ଧିଷ୍ଟ ପାପ ଯଥା ବ୍ୟଭିଚାର ନିମନ୍ତେ ଈଶ୍ଵର  ଇସ୍ରାଏଲ ନେତାଗଣଙ୍କୁ ପ୍ରସ୍ତର ଫିଙ୍ଗି ବଧ କରିବାକୁ ଆଦେଶ ଦେଇଥିଲେ ।
  • ନୂତନ ନିୟମରେ, ଯୀଶୁ ବ୍ୟଭିଚାରରେ ଧରା ଯାଇଥିବା ସ୍ତ୍ରୀର ପାପ କ୍ଷମା କଲେ ଏବଂ ତାକୁ ପ୍ରସ୍ତର ଫିଙ୍ଗି ବଧ କରିବାରୁ ନିବୃତ୍ତ କଲେ ।
  • ସ୍ତିଫାନ, ବାଇବେଲର ପ୍ରଥମ ବ୍ୟକ୍ତି ଥିଲେ ଯାହାକୁ ଯୀଶୁଙ୍କ ବିଷୟରେ ପ୍ରଚାର କରୁଥିବା ନିମନ୍ତେ ପ୍ରସ୍ତରରେ ବଧ କରାଯାଇଥିଲା ।
  • ଲୁସ୍ତ୍ରା ସହରରେ, ପ୍ରେରିତ ପାଉଲଙ୍କୁ ପ୍ରସ୍ତରରେ ଆଘାତ କରାଯାଇଥିଲା, ସେ କ୍ଷତବିକ୍ଷତ ହୋଇଥିଲେ କିନ୍ତୁ ମରିନଥିଲେ ।

(ବ୍ୟଭିଚାରପାପ କରିବାଅପରାଧମୃତ୍ୟୁଲୁସ୍ତ୍ରା, ସାକ୍ଷ : ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strong's: H68, H69, H810, H1382, H1496, H1530, H216, H2672, H2687, H2789, H4676, H4678, H5553, H561, H5619, H6344, H6443, H6697, H6864, H6872, H7275, H7671, H868, G2642, G2991, G334, G335, G336, G337, G474, G4348, G5586

ପ୍ରାର୍ଥନା କରିବା, ପ୍ରାର୍ଥନା

ପରିଭାଷା:

“ପ୍ରାର୍ଥନା ବା ପ୍ରାର୍ଥନା କରିବା” ଶବ୍ଦଗୁଡ଼ିକ ଈଶ୍ୱଙ୍କ ସହିତ କଥାବାର୍ତ୍ତା କରିବା ବିଷୟକୁ ସୂଚାଇଥାଏ। ଏହି ଶବ୍ଦଗୁଡ଼ିକ ସାଧାରଣତଃ ଲୋକମାନେ ଏକ ମିଥ୍ୟା ଦେବତା ସହିତ କଥାବାର୍ତ୍ତା କରିବା ନିମନ୍ତେ ଚେଷ୍ଟା କରିବା ବିଷୟକୁ ସୂଚାଇଥାଏ।

  • ଲୋକମାନେ ନୀରବରେ ପ୍ରାର୍ଥନା କରି ପାରିବେ, ସେମାନଙ୍କ ଚିନ୍ତାଧାରା ସହ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିପାରିବେ, କିମ୍ୱା ସେମାନେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରି ପାରିବେ। ବେଳେବେଳେ ପ୍ରାର୍ଥନା ଲେଖାଯାଏ, ଯେପରିକି ଯେତେବେଳେ ଦାଉଦ ଆପଣାର ପ୍ରାର୍ଥନାଗୁଡ଼ିକ ଗୀତସଂହିତା ପୁସ୍ତକରେ ଲେଖିଲେ।
  • ପ୍ରାର୍ଥନାରେ ଈଶ୍ୱରଙ୍କୁ ଦୟାଭିକ୍ଷା କରିବା ନିମନ୍ତେ, ଏକ ସମସ୍ୟାରେ ଈଶ୍ୱରଙ୍କ ସାହାଯ୍ୟ ପାଇଁ, ଏବଂ ନିଷ୍ପତ୍ତିଗୁଡ଼ିକ ନେବା ବେଳେ ଈଶ୍ୱରଙ୍କଠାରୁ ଜ୍ଞାନ ମାଗିବା ଅନ୍ତର୍ଭୁକ୍ତ ହୋଇପାରେ।
  • ଅଧିକାଂଶ ସମୟରେ ଲୋକମାନେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି କିମ୍ୱା ଅନ୍ୟ ଭାବରେ ଯିଏ ତାହାଙ୍କ ସାହାଯ୍ୟ ଆବଶ୍ୟକ ନିମନ୍ତେ ପ୍ରାର୍ଥନା କରନ୍ତି।
  • ଲୋକମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ତାହାଙ୍କ ଧନ୍ୟବାଦ ଓ ପ୍ରଶଂସା ମଧ୍ୟ କରନ୍ତି।
  • ପ୍ରାର୍ଥନାରେ ଈଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କର ପାପ ସ୍ୱୀକାର ଏବଂ ଆମ୍ଭମାନଙ୍କୁ କ୍ଷମା କରିବା ନିମନ୍ତେ ଅନୁରୋଧ କରିବା ଅନ୍ତର୍ଭୁକ୍ତ ହୋଇଥାଏ।
  • ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିବା ବିଷୟକୁ ବେଳେବେଳେ ତାହାଙ୍କ ସହିତ “ଯୋଗାଯୋଗ ବା ସମ୍ପର୍କ” ବୋଲି କୁହାଯାଏ ଯେପରି ତାହାଙ୍କ ଆତ୍ମା ଆମ୍ଭମାନଙ୍କ ଆତ୍ମାଙ୍କ ସହିତ ସଂଯୁକ୍ତ ହୁଏ, ଆମ୍ଭମାନଙ୍କର ଭାବାବେଗଗୁଡ଼ିକୁ ଅଂଶୀ କରାଇଥାଏ ଏବଂ ତାହାଙ୍କ ଉପସ୍ଥତି ସହିତ ଆନନ୍ଦ ଅନୁଭବ କରିଥାଏ।
  • ଏହି ଶବ୍ଦକୁ “ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିବା” କିମ୍ୱା “ଈଶ୍ୱରଙ୍କ ସହିତ ଯୋଗାଯୋଗ ବା ସମ୍ପର୍କ ସ୍ଥାପନ କରିବା” ବୋଲି ଅନୁବାଦ କରାଯାଇପାରେ। ଏହି ଶବ୍ଦ ଅନୁବାଦ ନୀରବରେ ପ୍ରାର୍ଥନାକୁ ଅନ୍ତର୍ଭୁକ୍ତ କରିପାରିବା ଉଚିତ।

( ମିଥ୍ୟା ଦେବତା, କ୍ଷମା, ପ୍ରଶଂସା: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 6:5 ଇସହାକ୍ ରିବିକା ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ୱର ରିବିକାକୁ ଜାଆଁଳ ସନ୍ତାନକୁ ଗର୍ଭରେ ଧାରଣ କରିବା ନିମନ୍ତେ ଅନୁମତି ଦେଲେ।
  • 13:12 କିନ୍ତୁ ମୋଶା ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ୱର ତାହାଙ୍କ ପ୍ରାର୍ଥନା ଶୁଣିଲେ ଏବଂ ସେମାନଙ୍କୁ ଧ୍ୱଂସ କଲେ ନାହିଁ।
  • 19:8 ତା’ପରେ ବାଲର ବିଷ୍ୟତବକ୍ତାମାନେ ବାଲ୍ ଦେବତାକୁ ପ୍ରାର୍ଥନା କଲେ, "ହେ ବାଲ୍, ଆମ୍ଭମାନଙ୍କ ପ୍ରାର୍ଥନା ଶୁଣ!"
  • 21:7 ଲୋକମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଯାଜକମାନେ ମଧ୍ୟ ପ୍ରାର୍ଥନା କଲେ
  • 38:11 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯେପରି ସେମାନେ ପରୀକ୍ଷାରେ ନ ପଢ଼ନ୍ତି।
  • 43:13 ଶିଷ୍ୟମାନେ ନିବିଷ୍ଟ ଚିତ୍ତ ହୋଇ ଏକତ୍ରିତ ଭାବରେ ପ୍ରେରିତମାନଙ୍କ ଶିକ୍ଷାରେ, ଭୋଜନ କରିବାରେ ଏବଂ ପ୍ରାର୍ଥନାରେ ପରସ୍ପର ଲାଗି ରହିଲେ।
  • 49:18 ଈଶ୍ୱର ତୁମ୍ଭମାନଙ୍କୁ ତାହାଙ୍କ ବାକ୍ୟ ଅଧ୍ୟୟନ କରିବାକୁ, ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ତାହାଙ୍କ ଉପାସନା କରିବାକୁ, ଏବଂ ସେ ତୁମ୍ଭମାନଙ୍କ ନିମନ୍ତେ ଯାହା କରିଅଛନ୍ତି ତାହା ଅନ୍ୟମାନଙ୍କୁ କହିବା ନିମନ୍ତେ ପ୍ରାର୍ଥନା କରିବାକୁ କହନ୍ତି।

ଶବ୍ଦବିନ୍ୟାସ:

  • Strong’s: H0559, H0577, H1156, H2470, H3863, H3908, H4994, H6279, H6293, H6419, H6739, H7592, H7878, H7879, H7881, H8034, H8605, G01540, G11620, G11890, G17830, G20650, G21710, G21720, G38700, G43350, G43360

ପ୍ରାୟଶ୍ଚିତ କ୍ଷତିପୁରଣ, ଭୁଲ ସୁଧାରିବା, ଭୁଲଗୁଡିକୁ ସୁଧାରିବା, ଭୁଲ ସୁଧାରିଲେ

ସଂଜ୍ଞା:

“ଭୁଲ ସୁଧାରିବା” ଏବଂ “କ୍ଷତିପୁରଣ” ବାକ୍ୟାଂଶ ଈଶ୍ୱର କିପରି ଲୋକମାନଙ୍କ ପାପ ନିମନ୍ତେ ଏବଂ ପାପ ନିମନ୍ତେ ତାଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଏକ ବଳି ଦେଲେ ତାହାକୁ ସୂଚାଏ I

  • ପୁରାତନ ନୀୟମ ସମୟରେ, ଇସ୍ରାଏଲମାନେ ପାପ ନିମନ୍ତେ ରକ୍ତ ବଳି ଦେବା ଦ୍ୱାରା ନିର୍ଦ୍ଧିଷ୍ଟ ସମୟ ପାଇଁ କ୍ଷତିପୂରଣ କରିବା ପାଇଁ ଈଶ୍ୱର ଅନୁମତି କଲେ, ଯାହା ପଶୁ ହତ୍ୟାର ଅନ୍ତର୍ଭୁକ୍ତଥିଲା I
  • ନୂତନ ନୀୟମର ତଥ୍ୟ ଅନୁଯାୟୀ, କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ମୃତ୍ୟୁ କେବଳ ସତ୍ୟ ଏବଂ ପାପ ନିମନ୍ତେ ଚିରସ୍ଥାୟୀ କ୍ଷତିପୁରଣ ଅଟେ I
  • ଯୀଶୁ ଯେତେବେଳେ ମୃତ୍ୟୁବରଣ କଲେ, ସେ ଦଣ୍ଡ ସହିଲେ ଯାହା ମନୁଷ୍ୟ ଆପଣା ପାପ ନିମନ୍ତେ ପାଇବାରଥିଲା I

ସେ ଆପଣା ମୃତ୍ୟୁର ବଳି ଦ୍ୱାରା କ୍ଷତିପୁରଣର ମୂଲ୍ୟ ବାନ୍ଧିଦେଇଅଛନ୍ତି I

ଅନୁବାଦର ପ୍ରସ୍ତାବିତ ବିଷୟମାନ:

“ଭୁଲ ସୁଧାରିବା” ପଦ ଏକ ଶବ୍ଦ କିମ୍ୱା ବାକ୍ୟାଂଶରେ ଅନୁବାଦ କରାଯାଇପାରେ ଯାହା ଅର୍ଥ, “ଦେବା ପାଇଁ” କିମ୍ୱା “ମୂଲ୍ୟ ଦେବାପାଇଁ” କିମ୍ୱା “କୌଣସି ଏକ ବ୍ୟକ୍ତିର ପାପ କ୍ଷମାର କାରଣ” କିମ୍ୱା “ଏକ ଅପରାଧର ନିମନ୍ତେ ସଂଶୋଧନ କରିବା” “କ୍ଷତିପୂରଣ” ଶବ୍ଦର ଅନୁବାଦ କରିବାର ମାଧ୍ୟମ “ପରିଶୋଧ” କିମ୍ୱା “ପାପ ନିମନ୍ତେ ବଳି ଦେବା” କିମ୍ୱା “କ୍ଷମା କରିବାର ଅର୍ଥକୁ ପ୍ରକାଶ କରିବା” ହୋଇପାରେ I

  • ଜାଣିରଖୁ ଏହି ବାକ୍ୟାଂଶ ଅନୁବାଦ କରିବାର ଅର୍ଥ ଅର୍ଥ ପ୍ରଦାନ କରିବାକୁ ଦର୍ଶାଏ ନାହିଁ I

(ମଧ୍ୟ ଦେଖିପାରିବା: କ୍ଷତିପୂରଣର ଆବରଣ, କ୍ଷମା, ସନ୍ତୋଷଜନକ, ପୁନର୍ମିଳନ, ମୋଚନ କରିବା)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H3722, H3725, G2643

ପ୍ରାୟଶ୍ଚିତ୍ତ

ପରିଭାଷା:

"ପ୍ରାୟଶ୍ଚିତ୍ତ" ଶବ୍ଦଟି ଏକ ବଳିଦାନକୁ ସୂଚାଏ ଯାହା ଈଶ୍ଵରଙ୍କ ନ୍ୟାୟକୁ ସନ୍ତୁଷ୍ଟ କରିବା କିମ୍ବା ପୂରଣ କରିବାକୁ ଏବଂ ତାହାଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ଉତ୍ସର୍ଗ କରାଯାଏ  I

  • ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନର ରକ୍ତ ମନୁଷ୍ୟର ପାପ ପାଇଁ ଈଶ୍ଵରଙ୍କ ନିକଟରେ ପ୍ରାୟଶ୍ଚିତ୍ତ ଅଟେ I
  • କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ପାପ ବିରୁଦ୍ଧରେ ଈଶ୍ଵରଙ୍କ କ୍ରୋଧକୁ ଶାନ୍ତ କଲା I ଏଥିରେ ଈଶ୍ଵର ଲୋକମାନଙ୍କୁ ଅନୁଗ୍ରହ ଏବଂ ଅନନ୍ତ ଜୀବନ ପ୍ରଦାନ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ପ୍ରସନ୍ନ” କିମ୍ବା “ପାପଗୁଡ଼ିକୁ କ୍ଷମା କରିବା ଏବଂ ଲୋକମାନଙ୍କୁ ଅନୁଗ୍ରହ ଦେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା” ବୋଲି ଅନୁବାଦ କରାଯାଇପାରେ I
  • “ପାପାଚ୍ଛାଦନ” ଶବ୍ଦର ଅର୍ଥ “ପ୍ରାୟଶ୍ଚିତ” ଶବ୍ଦର ଅର୍ଥ ସହ ସମାନ ଅଟେ I ଏହି ଦୁଇଟି ଶବ୍ଦ କିପରି ବ୍ୟବହୃତ ହୁଏ ତାହା ତୁଳନା କରିବା ଗୁରୁତ୍ୱପୂର୍ଣ୍ଣ ଅଟେ I

ପାପଚ୍ଛାଦନଚିରସ୍ଥାୟୀକ୍ଷମାବଳିଦାନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: G2434, G2435

ପ୍ରିୟ

ପରିଭାଷା:

"ପ୍ରିୟ" ଶବ୍ଦଟି ହେଉଛି ସ୍ନେହର ଏକ ଅଭିବ୍ୟକ୍ତି ତାହା ଅନ୍ୟ ଜଣ ପ୍ରତି ଥିବା  ସ୍ନେହ ଓ ପ୍ରେମକୁ ଯଥାର୍ଥ ରୂପକୁ ବୁଝାଏ।

  • "ପ୍ରିୟ" ଶବ୍ଦଟିର ଆକ୍ଷରିକ ଅର୍ଥ ହେଉଛି "ପ୍ରିୟତମ ବା ପ୍ରିୟଜନ (ଜଣେ)" କିମ୍ୱା "(ଯାହାକୁ) ପ୍ରେମ କରାଯାଏ।"
  • ଈଶ୍ୱର ଯୀଶୁଙ୍କୁ ତାହାଙ୍କର "ପ୍ରିୟ ପୁତ୍ର" ବୋଲି କହନ୍ତି।
  • ପ୍ରେରିତମାନେ, ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକୁ ପତ୍ର ଲେଖିଲା ସମୟରେ "ପ୍ରିୟ" ବୋଲି ସମ୍ବୋଧନ କରୁଥିଲେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ  "ପ୍ରେମ କରାଯାଇଥିବା" କିମ୍ବା "ପ୍ରିୟ" କିମ୍ବା "ପ୍ରିୟଜନ" କିମ୍ବା "ଅତିପ୍ରିୟ," କିମ୍ବା " ପ୍ରିୟତମ" ବୋଲି  ଅନୁବାଦ କରାଯାଇପାରେ।
  • ଜଣେ ଘନିଷ୍ଠ ବନ୍ଧୁ ବା ଅତିପ୍ରିୟ ବନ୍ଧୁଙ୍କ ବିଷୟରେ କଥାବାର୍ତ୍ତା ହେବା ପ୍ରସଙ୍ଗରେ, ଏହାକୁ "ମୋହର ପ୍ରିୟ ବନ୍ଧୁ" କିମ୍ବା "ମୋହର ଘନିଷ୍ଠ ବନ୍ଧୁ" ଭାବରେ ଅନୁବାଦ କରାଯାଇପାରିବ । ଇଂରାଜୀରେ “ମୋର ପ୍ରିୟ ବନ୍ଧୁ ପାଉଲ” କିମ୍ବା “ପାଉଲ, ଯିଏ ମୋର ପ୍ରିୟ ବନ୍ଧୁ” କହିବା ସ୍ୱାଭାବିକ ଅଟେ। ଅନ୍ୟ ଭାଷାଗୁଡ଼ିକରେ ଏହା ଏକ ଭିନ୍ନ କ୍ରମରେ ଅଧିକ ସ୍ୱାଭାବିକ ହୋଇପାରେ।
  • "ପ୍ରିୟ" ଶବ୍ଦ ପ୍ରତି ଧ୍ୟାନ ଦିଅନ୍ତୁ ଯାହାକି ଈଶ୍ୱରଙ୍କ ପ୍ରେମ, ନିଃସର୍ତ୍ତ, ନିଃସ୍ୱାର୍ଥପର ଏବଂ ବଳିଦାନ ବାକ୍ୟରୁ ଆସିଛି।

(ପ୍ରେମ ଦେଖନ୍ତୁ )

ବାଇବେଲ ପଦ ପର୍ବ:

ଶବ୍ଦବିନ୍ୟାସ:

  • Strong’s: H0157, H1730, H2532, H3033, H3039, H4261, G00250, G00270, G52070

ପ୍ରେମ, ପ୍ରିୟତମ

ପରିଭାଷା:

ଜଣେ ଅନ୍ୟ ବ୍ୟକ୍ତିକୁ ପ୍ରେମ କରିବାର ଅର୍ଥ ସେ ବ୍ୟକ୍ତିର ଯତ୍ନ ନେବା ଏବଂ ଏପରି କାର୍ଯ୍ୟ କରିବା ଯାହା ତାହାର ଲାଭଦାୟକ ହେବ। “ପ୍ରେମ“ ପାଇଁ ଭିନ୍ନ ଅର୍ଥଗୁଡ଼ିକ ଅଛି କେତେକ ଭାଷା ବିଭିନ୍ନ ଶବ୍ଦର ବ୍ୟବହାର କରି ଏହା ପ୍ରକାଶ କରିପାରେ:

  1. ଈଶ୍ୱରଙ୍କ ପ୍ରେମ ଅନ୍ୟମାନଙ୍କର ଉତ୍ତମତାକୁ ଧ୍ୟାନ ଦିଏ ଏହା ନିଜର ଲାଭ ଖୋଜେନାହିଁ। ଏହି ପ୍ରକାରର ପ୍ରେମ ଅନ୍ୟମାନଙ୍କର ଯତ୍ନ ନିଏ ଯଦିଓ ସେମାନେ ଅପରାଧ କରନ୍ତି। ଈଶ୍ଵର ସ୍ଵୟଂ ପ୍ରେମ ଅଟନ୍ତି ଏବଂ ସେ ପ୍ରକୃତ ପ୍ରେମର ଉତ୍ସ ଅଟନ୍ତି।

· ଯୀଶୁ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଏବଂ ମୃତ୍ୟୁରୁ ଉଦ୍ଧାର କରିବା ନିମନ୍ତେ ଆପଣା ପ୍ରାଣକୁ ଉତ୍ସର୍ଗ କରିବା ଦ୍ୱାରା ଏହି ପ୍ରକାର ପ୍ରେମ ପ୍ରକାଶ କଲେ। ଆହୁରି ସେ ମଧ୍ୟ ଆପଣା ଅନୁଗାମୀମାନଙ୍କୁ ଅନ୍ୟମାନଙ୍କୁ ପ୍ରାୟଶ୍ଚିତ୍ତ ସ୍ୱରୂପ ପ୍ରେମ କର ବୋଲି ଶିକ୍ଷା ଦେଲେ।

· ଯେତେବେଳେ ଲୋକମାନେ ଅନ୍ୟମାନଙ୍କୁ ଏହିପରି ପ୍ରେମରେ ପ୍ରେମ କରନ୍ତି, ସେମାନେ ଏପରି ଭାବରେ କାର୍ଯ୍ୟ କରନ୍ତି ଯାହା ଦର୍ଶାଏ ଯେ ସେମାନେ କିପରି ଅନ୍ୟମାନେ ସମୃଦ୍ଧିଶାଳୀ ହେଇପାରିବେ ତାହା ଚିନ୍ତା କରୁଅଛନ୍ତି। ବିଶେଷତଃ ଏହି ପ୍ରକାର ପ୍ରେମରେ ଅନ୍ୟମାନଙ୍କୁ କ୍ଷମା କରିବା ଅନ୍ତର୍ଭୁକ୍ତ ଥାଏ।

· ULT ରେ, “ପ୍ରେମ” ଶବ୍ଦ ପ୍ରାୟଶ୍ଚିତ୍ତ ପ୍ରେମକୁ ଦର୍ଶାଏ, ଯେପର୍ଯ୍ୟନ୍ତ ଏକ ଅନୁବାଦ ଟିପ୍ପଣୀ ବା ଟୀକା ଏକ ଭିନ୍ନ ଅର୍ଥ ସୂଚାଏ ନାହିଁ।

1. ନୂତନ ନିୟମରେ ଆଉ ଏକ ଶବ୍ଦ “ଭାତ୍ରୁ ପ୍ରେମ”କୁ ଦର୍ଶାଏ, କିମ୍ବା ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ପ୍ରତି ପ୍ରେମକୁ ବୁଝାଏ।

· ଏହି ଶବ୍ଦ ବନ୍ଧୁ ଓ ଆତ୍ମୀୟ ମଧ୍ୟରେ ସ୍ୱାଭାବିକ ମାନବୀୟ ପ୍ରେମକୁ ଦର୍ଶାଏ।

· ଏହି ଶବ୍ଦ ଏପରି ପ୍ରସଙ୍ଗ ଅନୁସାରେ ବ୍ୟବହାର କରାଯାଏ ଯେପରି, “ସେମାନେ ଭୋଜନରେ ସର୍ବାଧିକ ପ୍ରଧାନ ସ୍ଥାନମାନଙ୍କରେ ବସିବାକୁ ଭଲ ପାଆନ୍ତି।" ଏହାର ଅର୍ଥ “ସେମାନେ ବିଶେଷ ଭଲ ପାଆନ୍ତି“ କିମ୍ବା “ଅତ୍ୟଧିକ ଇଚ୍ଛା କରନ୍ତି” ତାହା କରିବାକୁ।

1. “ପ୍ରେମ” ଶବ୍ଦ ଜଣେ ପୁରୁଷ ଏବଂ ନାରୀ ବା ସ୍ତ୍ରୀ ମଧ୍ୟରେ ରୋମାଣ୍ଟିକ୍ ପ୍ରେମକୁ ମଧ୍ୟ ବୁଝାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏକ ଅନୁବାଦ ଟିପ୍ପଣୀରେ ଅନ୍ୟଥା ସୂଚିତ ନହେବା ପର୍ଯ୍ୟନ୍ତ, ULT ରେ, “ପ୍ରେମ” ଶବ୍ଦ ପ୍ରାୟଶ୍ଚିତ୍ତ ପ୍ରେମକୁ ଦର୍ଶାଏ ଯାହା ଈଶ୍ୱରଙ୍କଠାରୁ ଆସେ ।
  • ନିଃସ୍ୱାର୍ଥପର ନିମନ୍ତେ କେତେକ ଭାଷାରେ ଏକ ବିଶେଷ ଶବ୍ଦ ରହିପାରେ, ପ୍ରାୟଶ୍ଚିତ୍ତ ପ୍ରେମ ଯାହା ଈଶ୍ଵରଙ୍କଠାରେ ଅଛି। ଏହାକୁ ଭିନ୍ନ ପ୍ରକାରେ ଅନୁବାଦ କଲେ “ସମର୍ପିତ, ବିଶ୍ୱସ୍ଥ ଯତ୍ନକାରୀ" କିମ୍ବା “ନିଃସ୍ୱାର୍ଥପର ଭାବେ ଯତ୍ନ ନେବା” କିମ୍ବା “ଈଶ୍ୱରଙ୍କ ପ୍ରେମ“ ଅନ୍ତର୍ଭୁକ୍ତ ହୋଇପାରେ। ନିଶ୍ଚିତ କରନ୍ତୁ ଯେ ଈଶ୍ଵରଙ୍କ ପ୍ରେମକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦଟି ଅନ୍ୟର ଲାଭ ପାଇଁ ନିଜର ସ୍ୱାର୍ଥ ତ୍ୟାଗ କରିବା ଏବଂ ସେମାନେ ଯାହା କରନ୍ତି ନା କାହିଁକି ସେମାନଙ୍କୁ ପ୍ରେମ କରିବା ଅର୍ଥକୁ ଅନ୍ତର୍ଭୁକ୍ତ କରେ।
  • ଅନେକ ସମୟରେ ଇଂରାଜୀ ଶବ୍ଦ “ପ୍ରେମ” ଯାହା ବନ୍ଧୁ କିମ୍ବା ପରିବାର ସଦସ୍ୟମାନଙ୍କ ପ୍ରତି ଲୋକମାନେ ଆପଣା ଗଭୀର ଯତ୍ନ ଅଛି ତାହା ବର୍ଣ୍ଣନା କରେ। କେତେକ ଭାଷାରେ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ କରାଯାଏ ଯାହାର ଅର୍ଥ “ଅତ୍ୟଧିକ ପସନ୍ଦ କରିବା” କିମ୍ବା “ଯତ୍ନ ନେବା ପାଇଁ” କିମ୍ବା “ଦୃଢ଼ ସ୍ନେହ କରିବା ପାଇଁ“ ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗ ଅନୁସାରେ ଯେଉଁଠାରେ “ପ୍ରେମ” ଶବ୍ଦ କୌଣସି ଜିନିଷ ପ୍ରତି ପ୍ରାଧାନ୍ୟ ଦେଇ ଦୃଢ଼ରେ ବ୍ୟକ୍ତି କରିବା, "ଦୃଢ଼ ରୂପରେ ଅଧିକ ପସନ୍ଦ କରିବା ବା ବାଛିବା" କିମ୍ବା “ଅତ୍ୟଧିକ ପସନ୍ଦ କରିବା” କିମ୍ବା “ଅତ୍ୟଧିକ ଇଚ୍ଛା କରିବା” ବୋଲି  ଅନୁବାଦ କରାଯାଇପାରେ।
  • କେତେକ ଭାଷାରେ ସ୍ୱତନ୍ତ୍ର ଶବ୍ଦ ମଧ୍ୟ ଥାଇପାରେ ଯାହା ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଳ୍ପନାପ୍ରବଣ କିମ୍ବା ଯୌନ ପ୍ରେମକୁ ସମ୍ପର୍କକୁ ବୁଝାଏ।
  • ଅନେକ ଭାଷାଗୁଡ଼ିକରେ ଯେପରି “ପ୍ରେମ“ ଏକ କର୍ମ ରୂପରେ ବ୍ୟକ୍ତ କରିବା ଉଚିତ। ଉଦାହାରଣ ସ୍ୱରୂପେ, ସେମାନେ “ପ୍ରେମ ଦୀର୍ଘସହିଷ୍ଣୁ, ପ୍ରେମ ହିତଜନକ" ଯେପରି, "ଯେତେବେଳେ ଜଣେ ବ୍ୟକ୍ତି ଜଣକୁ ପ୍ରେମ କରେ, ସେ ତାହା ପ୍ରତି ଦୀର୍ଘସହିଷ୍ଣୁ ଓ ହିତଜନକ ଅଟେ।"

(ନିୟମ, ମୃତ୍ୟୁ, ଉତ୍ସର୍ଗ, ଉଦ୍ଧାର, ପାପ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 27:2 ବ୍ୟବସ୍ଥା ବିଶେଷଜ୍ଞ ଉତ୍ତର ଦେଲା ଈଶ୍ୱରଙ୍କ ବ୍ୟବସ୍ଥା କହେ, “ତୁମ୍ଭେ ଆପଣା ଈଶ୍ୱରଙ୍କୁ ସମସ୍ତ ହୃଦୟ, ପ୍ରାଣ, ମନ ଏବଂ ଶକ୍ତିର ସହିତ ପ୍ରେମ କର। ଆଉ ତୁମ୍ଭର ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।"
  • 33:8 "କଣ୍ଟା ଭୂମି ହେଉଛି ଜଣେ ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, କିନ୍ତୁ ଯେବେ ସମୟ ଅତିକ୍ରମ କରେ, ପୁଣି ଯତ୍ନ, ସାଂସାରିକ ଚିନ୍ତା ଓ ଧନର ମାୟା, ଈଶ୍ଵରଙ୍କ ପ୍ରତି ତାହାର ପ୍ରେମକୁ ଚାପିପକାଏ।"
  • 36:5 ପିତର କଥା କହୁଥିବା ସମୟରେ, ଏକ ଉଜଳା ମେଘ ସେମାନଙ୍କ ଉପରକୁ ଆସିଲା ଏବଂ ମେଘରୁ ଏକ ବାଣୀ ଏହା ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଯାହାକୁ ଆମ୍ଭେ ପ୍ରେମ କରୁ।"
  • 39:10 “ପ୍ରତ୍ୟେକ ଜଣ ଯେଉଁମାନେ ସତ୍ୟକୁ ପ୍ରେମ କରନ୍ତି ମୋହର କଥା ଶୁଣନ୍ତି।"
  • 47:1 ସେ (ଲିଦିୟା) ଈଶ୍ଵରଙ୍କୁ ପ୍ରେମ ଓ ଉପାସନା କଲେ।
  • 48:1 ଯେତେବେଳେ ଈଶ୍ୱର ଜଗତର ସୃଷ୍ଟି କଲେ ସବୁ କିଛି ସିଦ୍ଧ ଥିଲା। ସେଥିରେ ପାପ ନ ଥିଲା। ଆଦମ ଓ ହବା ପରସ୍ପରକୁ ପ୍ରେମ କଲେ, ଓ ସେମାନେ ଈଶ୍ଵରଙ୍କୁ ପ୍ରେମ କରୁଥିଲେ।
  • 49:3 ସେ(ଯୀଶୁ) ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ତୁମ୍ଭେମାନେ ଯେପରି ନିଜକୁ ପ୍ରେମ କର ସେହିପରି ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କର।
  • 49:4 ସେ (ଯୀଶୁ) ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ତୁମ୍ଭେମାନେ ପ୍ରେମ କରୁଥିବା ଯେକୌଣସି ଜିନିଷ କି ଆପଣାର ଧନସମ୍ପତ୍ତି ଅପେକ୍ଷା ଈଶ୍ଵରଙ୍କୁ ଅଧିକ ପ୍ରେମ କରିବା ଆବଶ୍ୟକ।
  • 49:7 ଈଶ୍ଵର ପାପୀମାନଙ୍କୁ ଅଧିକ ପ୍ରେମ କରନ୍ତି ବୋଲି ଯୀଶୁ ଶିକ୍ଷା ଦେଇଛନ୍ତି।
  • 49:9 କିନ୍ତୁ ଈଶ୍ଵର ଜଗତରେ ଥିବା ପ୍ରତ୍ୟେକଙ୍କୁ ଏତେ ପ୍ରେମ କରନ୍ତି ଯେ ସେ ଆପଣାର କେବଳ ଏକ ମାତ୍ର ପୁତ୍ରଙ୍କୁ ଦାନ କଲେ ଯେପରି ଯେକେହିଁ ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ତାହାର ପାପ ନିମନ୍ତେ ଦଣ୍ଡିତ ହେବା ନାହିଁ, ବରଂ ଈଶ୍ଵରଙ୍କ ସହିତ ଚିରଦିନ ଜୀବତ ରହିବ।
  • 49:13 ଈଶ୍ଵର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଓ ତୁମ୍ଭେମାନେ ଯୀଶୁଙ୍କଠାରେ ବିଶ୍ୱାସ କର ବୋଲି ଇଚ୍ଛା କରନ୍ତି ଯେପରି ସେ ତୁମ୍ଭମାନଙ୍କ ସହିତ ଘନିଷ୍ଟ ସମ୍ପର୍କ ରଖିପାରନ୍ତି।

ଶବ୍ଦବିନ୍ୟାସ:

  • Strong’s: H0157, H0158, H0159, H0160, H2245, H2617, H2836, H3039, H4261, H5689, H5690, H5691, H7355, H7356, H7453, H7474, G00250, G00260, G53600, G53610, G53620, G53630, G53650, G53670, G53680, G53690, G53770, G53810, G53820, G53830, G53880

ପ୍ରେରିତ, ପ୍ରେରିତପଦ

ପରିଭାଷା:

ଈଶ୍ଵର ଏବଂ ତାହାଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ନିମନ୍ତେ ଯୀଶୁଙ୍କ ଦ୍ୱାରା ପ୍ରେରିତ ଲୋକମାନଙ୍କୁ “ପ୍ରେରିତଗଣ” କୁହାଯାଏ । "ପ୍ରେରିତପଦ” ଶବ୍ଦଟି ସେହି ଲୋକମାନଙ୍କର ପଦବୀ ଏବଂ ଅଧିକାରକୁ ବୁଝାଏ ଯେଉଁମାନଙ୍କୁ ପ୍ରେରିତ ଭାବରେ ମନୋନୀତ କରାଯାଇଥିଲା।

  • “ପ୍ରେରିତ” ଶବ୍ଦର ଅର୍ଥ “ଜଣେ ବ୍ୟକ୍ତି ଯାହାକୁ ଏକ ବିଶେଷ ଉଦ୍ଦେଶ୍ୟରେ ପଠାଯାଇଅଛି।” ପ୍ରେରିତଙ୍କୁ ପ୍ରେରିତ କରିଥିବା ବ୍ୟକ୍ତିଙ୍କ ଅଧିକାର ସମାନ ପ୍ରେରିତ ବ୍ୟକ୍ତିର ଅଧିକାର ଥାଏ।
  • ଯୀଶୁଙ୍କର ଘନିଷ୍ଠ ବାରଶିଷ୍ୟ ପ୍ରଥମେ ପ୍ରେରିତ ଭାବରେ ନିଯୁକ୍ତ ହୋଇଥିଲେ। ଅନ୍ୟ ବ୍ୟକ୍ତିମାନେ ମଧ୍ୟ ପ୍ରେରିତ ଥିଲେ ଯଥା, ପାଉଲ ଏବଂ ଯାକୁବ।
  • ଈଶ୍ୱରଙ୍କ ଶକ୍ତି ଦ୍ୱାରା, ପ୍ରେରିତମାନେ ନିର୍ଭୀକତାରେ ସୁସମାଚାର ପ୍ରଚାର କରିବାକୁ ଏବଂ ଲୋକମାନଙ୍କୁ ସୁସ୍ଥ କରିବାକୁ ଏବଂ ଲୋକମାନଙ୍କଠାରୁ ମନ୍ଦ ଆତ୍ମାକୁ ବାହାର କରିବାକୁ ସକ୍ଷମ ହେଉଥିଲେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପ୍ରେରିତ” ଶବ୍ଦକୁ “ଜଣେ ଯିଏ ପଠାଯାଇଅଛନ୍ତି” କିମ୍ୱା “ପଠାଯାଇଥିବା ଜଣକ” କିମ୍ୱା “ବ୍ୟକ୍ତି ଯାହାକୁ ଲୋକମାନଙ୍କୁ ଈଶ୍ଵରଙ୍କ ବାକ୍ୟ ପ୍ରଚାରକରିବା ନିମନ୍ତେ ଆହୂତ।"
  • “ପ୍ରେରିତ” ଏବଂ “ଶିଷ୍ୟ” ପଦକୁ ଭିନ୍ନ ଭାବରେ ଅନୁବାଦ କରିବା ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ।
  • ଏହି ପଦକୁ କିପରି ସ୍ଥାନୀୟ ଭାଷାର କିମ୍ବା ଜାତୀୟ ଭାଷାର ବାଇବେଲ ଅନୁବାଦରେ ଅନୁବାଦ କରାଯାଇଅଛି ତାହା ଦେଖନ୍ତୁ । (ଅଜ୍ଞାତବିଷୟଗୁଡ଼ିକୁ କିପରି ଅନୁବାଦ କରାଯାଏ: ଦେଖନ୍ତୁ)

(ଅଧିକାରଶିଷ୍ୟଯାକୁବ(ଜେବଦୀଙ୍କ ପୁତ୍ର)ପାଉଲବାରଜଣ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 26:10 ତା’ପରେ ଯୀଶୁ ବାରଜଣଙ୍କୁ ମନୋନୀତ କଲେ ଯେଉଁମାନେ ତାହାଙ୍କ ପ୍ରେରିତ ବୋଲି ଡକାଗଲେ। ପ୍ରେରିତମାନେ ଯୀଶୁଙ୍କ ସହ ଯାତ୍ରା କଲେ ଏବଂ ତାଙ୍କଠାରୁ ଶିଖିଲେ।
  • 30:1 ଯୀଶୁ ଲୋକମାନଙ୍କୁ ପ୍ରଚାର କରିବା ଏବଂ ଶିକ୍ଷା ଦେବା ନିମନ୍ତେ ଆପଣା ପ୍ରେରିତମାନଙ୍କୁ ଅନେକ ଭିନ୍ନଭିନ୍ନ ଗ୍ରାମଗୁଡ଼ିକୁ ପଠାଇଲେ।
  • 38:2 ଯିହୂଦା ଯୀଶୁଙ୍କ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ପ୍ରେରିତମାନଙ୍କ ଟଙ୍କାଥଳିର ଦାୟିତ୍ଵରେ ଥିଲେ, କିନ୍ତୁ ସେ ଟଙ୍କାକୁ ଲୋଭ କରୁଥିଲେ ଏବଂ ବହୁ ସମୟରେ ଥଳିରୁ ଚୋରୀ କରୁଥିଲେ।
  • 43:13 ଶିଷ୍ୟମାନେ ଆପଣା ଆପଣାକୁ ପ୍ରେରିତ ଭାବରେ ଶିକ୍ଷା ଦେବାରେ, ସହଭାଗିତାରେ, ଏକତ୍ର ଭୋଜନ କରିବାରେ ଏବଂ ପ୍ରାର୍ଥନାରେ ସମର୍ପିତ କରିଥିଲେ।
  • 46:8 ତା’ପରେ ବର୍ଣ୍ଣବ୍ବା ନାମକ ଜଣେ ବିଶ୍ୱାସୀ ଶାଉଲଙ୍କୁ ପ୍ରେରିତମାନଙ୍କ ନିକଟକୁ ଘେନିଗଲେ ଏବଂ ଶାଉଲ କିପରି ଦମ୍ମେଶକରେ ସାହସର ସହ ପ୍ରଚାର କଲେ ତାହା ସେମାନଙ୍କୁ କହିଲେ।

ଶବ୍ଦବିନ୍ୟାସ:


ଫାରୂଶୀ

ସତ୍ୟ ଘଟଣାବଳୀ:

ଯୀଶୁଙ୍କ ସମୟରେ ଫାରୂଶୀମାନେ ଯିହୁଦୀ ଧର୍ମ ନେତାମାନଙ୍କର ଏକ ମହତ୍ଵପୂର୍ଣ୍ଣ ଶକ୍ତିଶାଳୀ ଦଳ ଥିଲେ I

  • ସେମାନଙ୍କ ମଧ୍ୟରୁ ଅନେକେ ମଧ୍ୟବିତ୍ତ ଶ୍ରେଣୀୟ ବ୍ୟବସାୟ ଲୋକଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ଯାଜକ ମଧ୍ୟ ଥିଲେ I
  • ସମସ୍ତ ଯିହୁଦୀ ନେତାମାନଙ୍କ ମଧ୍ୟରେ, ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାଗୁଡ଼ିକ ଏବଂ ଅନ୍ୟାନ୍ୟ ଯିହୁଦୀ ନିୟମଗୁଡ଼ିକ ଏବଂ ପରମ୍ପରାଗୁଡ଼ିକ ଅତି କଠୋର ଭାବରେ ପାଳନ କରୁଥିଲେ I
  • ସେମାନଙ୍କର ଆଖପାଖ ଅଞ୍ଚଳରେ ବାସ କରୁଥିବା ବିଜାତିମାନଙ୍କର ପ୍ରଭାବଠାରୁ ଯିହୁଦୀ ଲୋକମାନଙ୍କୁ ପୃଥକ କରି ରଖିବା ବିଷୟରେ ସେମାନେ ଅତିଶୟ ମନୋଯୋଗୀ ଓ ଚିନ୍ତାଶୀଳ ଥିଲେ I “ଫାରୂଶୀ” ନାମ “ପୃଥକ” ଶବ୍ଦରୁ ଆସିଅଛି I
  • ଫାରୂଶୀମାନେ ମୃତ୍ୟୁ ପରେ ଜୀବନ ବିଷୟରେ ବିଶ୍ୱାସ କରନ୍ତି; ସେମାନେ ଦୂତମାନଙ୍କର ଅସ୍ତିତ୍ଵ ଏବଂ ଅନ୍ୟ ଆତ୍ମିକ ବ୍ୟକ୍ତିତ୍ୱଗୁଡ଼ିକର ଅସ୍ତିତ୍ଵ ବିଷୟରେ ବିଶ୍ୱାସ କରନ୍ତି I
  • ଫାରୂଶୀମାନେ ଏବଂ ସାଦ୍ଦୁକୀମାନେ ସକ୍ରୀୟ ଭାବରେ ଯୀଶୁଙ୍କୁ ଏବଂ ଆଦ୍ୟ ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କଲେ I

(ମହାସଭାଯିହୁଦୀ ନେତାମାନେବ୍ୟବସ୍ଥାସାଦ୍ଦୁକୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: G5330

ବାନ୍ଧିବା, ବନ୍ଧନ, ବନ୍ଧାହୋଇଥ‌ିବା

ପରିଭାଷା:

ବାନ୍ଧିବା ଶବ୍ଦର ଅର୍ଥ କୌଣସି ବିଷୟକୁ ବାନ୍ଧିବା କିମ୍ବା ସୁରକ୍ଷିତ ଭାବେ ରଖିବା ଅଟେ ׀ କୌଣସି ବସ୍ତୁ  ଯାହାକି ବନ୍ଧା ହୋଇଅଛି କିମ୍ବା ଯୋଗ କରାଯାଇଅଛି ତାହାକୁ ବନ୍ଧନ କୁହାଯାଏ ׀ ବନ୍ଧାହୋଇଥ‌ିବା ଶବ୍ଦକୁ ଅତୀତର କ୍ରିୟାକୁ ଦର୍ଶାଏ ׀

  • "ବନ୍ଧା" ହେବାର ଅର୍ଥ କୌଣସି ବସ୍ତୁକୁ କୌଣସି ବସ୍ତୁ ସହ ବାନ୍ଧିବା ଅଟେ ׀
  • ଏକ ସାଙ୍କେତିକ ଅର୍ଥରେ, ଜଣେ ବ୍ୟକ୍ତି ଏକ ପ୍ରତିଶ୍ରୁତି ପାଇଁ “ବାଧ୍ୟ” ହୋଇପାରେ, ଅର୍ଥାତ୍ ସେ ଯାହା କରିବାକୁ ପ୍ରତିଜ୍ଞା କରିଥିଲେ ତାହା ପୂରଣ କରିବା ଅନିବାର୍ଯ୍ୟ ଅଟେ ׀
  • "ବନ୍ଧନ" ଶବ୍ଦ ଏପରି ବିଷୟକୁ ବୁଝାଏ, ଯାହା କାହାରିକୁ ସୀମିତ କରେ କିମ୍ବା ଆବଦ୍ଧ କରିରଖେ ׀ ଏହା ସାଧାରଣତଃ ଶାରୀରିକ ଶୃଙ୍ଖଳା, ଶିକୁଳି କିମ୍ବା ଦଉଡିକୁ ବୁଝାଏ ଯାହା ଜଣେ ବ୍ୟକ୍ତିକୁ ଆବଦ୍ଧ କରିଥାଏ ׀
  • ବାଇବେଲ ସମୟରେ ବନ୍ଦୀମାନଙ୍କୁ ପଥରର କାରାଗୃହରେ, କାନ୍ଥ କିମ୍ୱା ଭୂମିରେ ଦଉଡ଼ି କିମ୍ୱା ଶିକୁଳିରେ ବାନ୍ଧି ରଖାଯାଉଥିଲା ׀
  • ବାନ୍ଧିବା ଶବ୍ଦକୁ କୌଣସି କ୍ଷତରେ କପଡ଼ା ଗୁଡ଼ାଇ ତାହାକୁ ସୁସ୍ଥ ହେବା ନିମନ୍ତେ ବ୍ୟବହାର ବ୍ୟବହାର କରାଯାଏ ׀
  • ଜଣେ ମୃତ ବ୍ୟକ୍ତିକୁ ସମାଧି ଦେବା ପୂର୍ବରୁ କପଡ଼ାରେ ଗୁଡ଼ାଯାଏ ׀
  • “ବାନ୍ଧିବା" ଶବ୍ଦଟି ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, ଯେପରିକି ପାପ ଯାହାକୁ ନିୟନ୍ତ୍ରଣ କରେ କିମ୍ବା ଦାସତ୍ଵ ରଖେ ׀
  • ଗୋଟିଏ ବନ୍ଧନ ମଧ୍ୟ ଲୋକମାନଙ୍କୁ ଆବେଗିକ ଭାବେ, ଆଧ୍ୟାତ୍ମିକ ଭାବେ ଏବଂ ଶାରିରୀକ ଭାବେ ପରସ୍ପର ମଧ୍ୟରେ ବାନ୍ଧି ରଖେ ׀ ଏହା ବିବାହ ବନ୍ଧନକୁ ବୁଝାଇବା ପାଇଁ ମଧ୍ୟ ବ୍ୟବହାର ହୁଏ ׀
  • ଉଦାହରଣ ସ୍ୱରୂପ ଜଣେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ବାନ୍ଧିହୋଇ ଥା’ଆନ୍ତି ׀ ଏହି ବନ୍ଧନକୁ ଈଶ୍ଵର ଭାଙ୍ଗିବାକୁ ଇଚ୍ଛା କରନ୍ତି ନାହିଁ ׀

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ବାନ୍ଧିବା” ଶବ୍ଦକୁ “ବାନ୍ଧିବା” କିମ୍ବା “ବାନ୍ଧିବା” କିମ୍ବା “ଆବୃତ କରିବା (ଚାରିପାଖରେ)” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ସାଙ୍କେତିକ ଭାବରେ, ଏହାକୁ "ପ୍ରତିରୋଧ କରିବା" କିମ୍ବା "ବାଧା ଦେବା" କିମ୍ବା କୌଣସି ବିଷୟରୁ ଦୂରରେ ରହିବା ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ମାଥିଉ  16 ଏବଂ 18 ଅନୁଯାୟୀ ବନ୍ଧନ ଶବ୍ଦର ବିଶେଷ ଅର୍ଥ "ମନାକରିବା" କିମ୍ବା "ଅନୁମତି ନ ଦେବା" ଅଟେ ׀
  • "ବନ୍ଧନ" ଶବ୍ଦକୁ "ଶିକୁଳି" କିମ୍ବା "ଦଉଡ଼ି" କିମ୍ବା "ହାତକଡ଼ି" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
  • ସାଙ୍କେତିକ ଭାବରେ ବନ୍ଧନ ଶବ୍ଦକୁ “ଗଣ୍ଠି ପକାଇବା” କିମ୍ବା “ଯୋଡ଼ିବା” କିମ୍ବା “ଦୃଢ଼ ସମ୍ପର୍କ ରଖିବା” ବୋଲି ଅନୁବାଦ କରାଯାଇପାରେ ׀
  • “ଶାନ୍ତିର ବନ୍ଧନ” ବାକ୍ୟାଂଶର ଅର୍ଥ "ଲୋକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବାରେ ଐକ୍ୟବଦ୍ଧତା" କିମ୍ବା  "ପରସ୍ପର ମିଳିମିଶି ରହିବା ଦ୍ୱାରା ଶାନ୍ତି ବଜାୟ ରଖିବା" ଅଟେ ׀
  • ବାନ୍ଧିବା ଶବ୍ଦର ଅର୍ଥ "ଆବୃତ କରିବା" କିମ୍ବା "ଗୁଡ଼ାଇରଖିବା" ଅଟେ ׀
  • “ପ୍ରତିଜ୍ଞାରେ ବନ୍ଧାହେବା” ବାକ୍ୟାଂଶକୁ "କୌଣସି ପ୍ରତିଜ୍ଞାକୁ ପୂର୍ଣ୍ଣ କରିବା" କିମ୍ବା "ପୂର୍ଣ୍ଣ କରିବାକୁ ନିଷ୍ପତି ନେବା" ବୋଲି ଅନୁବାଦ କରାଯାଇପାରେ ׀
  • ପୃଷ୍ଠଭୂମିକୁ ଅଧାର କରି "ବନ୍ଧନ" ଶବ୍ଦକୁ “ବାନ୍ଧିହେବା” କିମ୍ବା  “ବାଧ୍ୟହେବା” କିମ୍ବା “ଆବଶ୍ୟକ ଅନୁଯାୟୀ କାର୍ଯ୍ୟ କରିବା” ବୋଲି ଅନୁବାଦ କରାଯାଇପାରେ ׀

(ସମ୍ପୂର୍ଣ୍ଣଶାନ୍ତିଜେଲଦାସନିୟମ : ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0247, H0481, H0519, H0615, H0631, H0632, H0640, H1366, H1367, H1379, H2280, H2706, H3256, H3533, H3729, H4147, H4148, H4205, H4562, H5650, H5656, H5659, H6029, H6123, H6616, H6696, H6872, H6887, H7194, H7405, H7573, H7576, H8198, H8244, H8379, G02540, G03310, G03320, G11950, G11960, G11980, G11990, G12100, G13970, G13980, G14010, G14020, G26110, G26150, G37340, G37840, G38140, G40190, G40290, G43850, G48860, G48870, G52650

ବାପ୍ତିଜିତ କରିବା, ବାପ୍ତିଜିତ, ବାପ୍ତିସ୍ମ

ପରିଭାଷା:

ନୂତନ ନିୟମରେ "ବାପ୍ତିଜିତ" ଏବଂ “ବାପ୍ତିସ୍ମ" ଶବ୍ଦକୁ ସାଧାରଣତଃ ଖ୍ରୀଷ୍ଟିୟାନମାନଙ୍କ ବିଧି ଅନୁଯାୟୀ ଜଳରେ ସ୍ନାନ କରିବା ବିଷୟକୁ ସୂଚିତ କରେ ଯାହା ଦର୍ଶାଏ ଯେ ଜଣେ ବ୍ୟକ୍ତି  ପାପରୁ ମୁକ୍ତ ହୋଇ ଖ୍ରୀଷ୍ଟଙ୍କ ସହ ମିଳିତ ଅଟେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଜଣେ ବ୍ୟକ୍ତି କିପରି ଜଳରେ ବାପ୍ତିଜିତ ହେବା ଉଚିତ ସେବିଷୟରେ ଖ୍ରୀଷ୍ଟିୟାନମାନଙ୍କର ଅନେକ ମତ ରହିଛି ׀ ଯଦି ସମ୍ଭବ ଏହି ଶବ୍ଦକୁ ସାଧାରଣ ଶବ୍ଦ, ଯାହା ଜଳ ସ୍ନାନ କରିବାର ବିଭିନ୍ନ ଉପାୟକୁ ସୂଚାଏ, ବ୍ୟବହାର କରି ଅନୁବାଦ କରନ୍ତୁ ׀
  • ପ୍ରସଙ୍ଗକୁ ଅଧାର କରି "ବାପ୍ତିଜିତ କରିବା" ଶବ୍ଦକୁ "ଶୁଦ୍ଧ କରିବା""ଢ଼ଳାଯିବା","ବୁଡ଼ିବା","ଧୋଇହେବା" ବୋଲି ଅନୁବାଦ କରାଯାଇପାରେ ׀ ଉଦାହରଣ ସ୍ୱରୂପେ "ଜଳରେ ବାପ୍ତିସ୍ମ ଦେବା" ବାକ୍ୟାଂଶକୁ "ଜଳରେ ଡୁବନ" ଦେବା ବୋଲି ଅନୁବାଦ କରାଯାଇପାରେ ׀
  • "ବାପ୍ତିସ୍ମ" ଶବ୍ଦକୁ "ପବିତ୍ରିକୃତ","ଢ଼ାଳିହେବା","ବୁଡ଼ାଯିବା","ସଫା ହେବା" ବୋଲି ଅନୁବାଦ କରାଯାଇପାରେ ׀
  • ସ୍ଥାନୀୟ ଏବଂ ଜାତୀୟ ଭାଷାର ଏହି ଶବ୍ଦକୁ ବାଇବେଲରେ କିପରି ଅନୁବାଦ କରାଯାଇଅଛି ତାହା ଦେଖନ୍ତୁ ׀

(ଅଜଣାବିଷୟ ଗୁଡ଼ିକ କିପରି ଅନୁବାଦ କରିବେ: ଦେଖନ୍ତୁ)

(ଯୋହନ (ବାପ୍ତିଜକ)ଅନୁତାପପବିତ୍ର ଆତ୍ମା: ଦେଖନ୍ତୁ)

ବାଇବେଲ ପଦପର୍ବ

ବାଇବେଲ କାହାଣୀରୁ  ଉଦାହରଣ:

  • 24:3 ଯେତେବେଳେ ଲୋକମାନେ ଯୋହନଙ୍କ ବାକ୍ୟ ଶୁଣିଲେ, ଅନେକ ଲୋକ ଆପଣା ଆପଣା ପାପରୁ ଅନୁତାପ କଲେ ଏବଂ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଲେ ׀ ଅନେକ ଧାର୍ମିକ ନେତାଗଣ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବାକୁ ଆସିଲେ କିନ୍ତୁ ସେମାନେ ଆପଣା ଆପଣା ପାପକୁ ଅନୁତାପ କିମ୍ୱା ସ୍ୱୀକାର କଲେ ନାହିଁ ׀
  • 24:6 ତହିଁ ପରଦିନ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବକୁ ଆସିଲେ ׀
  • 24:7 ଯୋହନ ଯୀଶୁଙ୍କୁ କହିଲେ, “ମୁଁ ଆପଣଙ୍କୁ ବାପ୍ତିଜିତ କରିବାକୁ ଯୋଗ୍ୟ ନୁହେଁ ׀ ଏହା ବଦଳରେ ଆପଣ ମୋତେ ବାପ୍ତିସ୍ମ ଦେବା ଉଚ଼ିତ “׀
  • 42:10 “ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ନାରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷାଦେଇ ସେମାନଙ୍କୁ ଶିଷ୍ୟ କର ׀”
  • 43:11 ସେଥିରେ ପିତର ସେମାନଙ୍କୁ କହିଲେ, “ଆପଣମାନେ ମନପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ନିଅନ୍ତୁ ତାହାହେଲେ ଈଶ୍ଵର  ତୁମ୍ଭମାନଙ୍କର ପାପ କ୍ଷମା କରିବେ ׀”
  • 43:12 ପ୍ରାୟ 3000 ଲୋକ ପିତରଙ୍କ କଥାକୁ ବିଶ୍ୱାସ କଲେ ଏବଂ ଯୀଶୁଙ୍କର ଶିଷ୍ୟ ହେଲେ ׀ ସେମାନେ ବାପ୍ତିଜିତ ହେଲେ ଏବଂ ଯିରୂଶାଲମ ମଣ୍ଡଳୀର ଅଂଶୀ ହେଲେ ׀
  • 45:11 ଫିଲିପ୍ପ ଏବଂ ଇଥିଓପିୟ ଜଳାଶୟ ନିକଟକୁ ଗଲେ ׀ ଇଥିଓପିୟ କହିଲେ "ଦେଖ"! ଏଠାରେ ତ ଜଳ ଅଛି ! ମୁଁ ଏଠାରେ ବାପ୍ତିଜିତ ହୋଇପାରେ କି ?"
  • 46:5 ଶାଉଲ ତତ୍‍କ୍ଷଣାତ୍ ଦେଖିବାକୁ ଲାଗିଲେ, ଏବଂ ହନାନୀୟ ତାହାଙ୍କୁ ବାପ୍ତିସ୍ମ ଦେଲେ ׀
  • 49:14 ଯୀଶୁ ତାହାଙ୍କ ଠାରେ ବିଶ୍ୱାସ କରିବା ପାଇଁ ଓ ବାପ୍ତିଜିତ ହେବାପାଇଁ ଆପଣଙ୍କୁ ନିମନ୍ତ୍ରଣ କରନ୍ତି ׀

ଶବ୍ଦବିନ୍ୟାସ :

  • Strong’s: G09070

ବିଚାର କରିବା, ବିଚାର

ପରିଭାଷା:

"ବିଚାର କରିବା" ଏବଂ "ବିଚାର" ଶବ୍ଦଗୁଡ଼ିକ କୌଣସି ବିଷୟ ଭଲ, ଜ୍ଞାନଯୁକ୍ତ କିମ୍ବା ସଠିକ୍ କୁ ନୁହଁ ବିଚାର କରିବାକୁ ସୂଚିତ କରେ I ଏହି ଶବ୍ଦଗୁଡ଼ିକ ଜଣେ ବ୍ୟକ୍ତି ଦ୍ଵାରା ନିଆଯାଇଥିବା କାର୍ଯ୍ୟକୁ ମଧ୍ୟ ସୂଚାଇପାରେ, ସାଧାରଣତଃ କୌଣସି ଖରାପ, ଭୁଲ କିମ୍ବା ମନ୍ଦ ତାହା ସ୍ଥିର କରିବା ପରିପ୍ରେକ୍ଷୀରେ ବ୍ୟବହୃତ ହୁଏ I

  • "ବିଚାର କରିବା" ଏବଂ "ବିଚାର" ଶବ୍ଦର ଅର୍ଥ "କ୍ଷତି କରିବା" (ସାଧାରଣତଃ ଈଶ୍ଵର ଜଣେ ବ୍ୟକ୍ତି ବା ଦେଶର କାର୍ଯ୍ୟ ଦୁଷ୍ଟଯୁକ୍ତ କି ନୁହଁ  ନିଷ୍ପତ୍ତି ନିଅନ୍ତି ) I
  • ସାଧାରଣତଃ “ଈଶ୍ଵରଙ୍କ ବିଚାର” କୌଣସି ବିଷୟ କିମ୍ବା କାହାକୁ ପାପୀ ବୋଲି ନିନ୍ଦା କରିବାର ନିଷ୍ପତ୍ତିକୁ ସୂଚିତ କରେ I
  • ଈଶ୍ଵରଙ୍କ ବିଚାର ସାଧାରଣତଃ ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ଦେବାକୁ ଅନ୍ତର୍ଭୁକ୍ତ କରେ I
  • “ବିଚାର କରିବା” ଶବ୍ଦର ଅର୍ଥ “ନିନ୍ଦା କରିବା” ମଧ୍ୟ ହେଇପାରେ I ଈଶ୍ଵର ତାଙ୍କ ଲୋକମାନଙ୍କୁ ପରସ୍ପରକୁ ଏହିପରି ବିଚାର ନକରିବାକୁ ନିର୍ଦ୍ଦେଶ ଦିଅନ୍ତି I
  • ଅନ୍ୟ ଅର୍ଥରେ “ସେମାନଙ୍କ ବିବାଦ ମଧ୍ୟରେ କେଉଁ ବ୍ୟକ୍ତି ଠିକ୍ ତାହା ସ୍ଥିର କରିବା” ଯେପରି “ବିଚାର କରିବା” କିମ୍ବା “ମଧ୍ୟରେ ବିଚାର କରିବା” I
  • କେତେକ ପ୍ରସଙ୍ଗରେ, ଈଶ୍ୱରଙ୍କର “ବିଚାର” ସେ ଯାହା ନ୍ୟାୟ କରିଅଛନ୍ତି ତାହା ସଠିକ ଧାର୍ମିକ କାମ ଅଟେ I ସେଗୁଡ଼ିକ ତାଙ୍କର ଆଦେଶ, ନିୟମ, କିମ୍ବା ଆଦେଶ ସହିତ ସମାନ ଅଟେ I
  • “ବିଚାର କରିବା” ବୁଦ୍ଧିମାନ ନିଷ୍ପତ୍ତି ନେବା କ୍ଷମତାକୁ ସୂଚାଇପାରେ I ଯେଉଁ ବ୍ୟକ୍ତିଙ୍କର “ବିଚାର କରିବା” ର ଅଭାବ ଅଛି, ସେହି ବ୍ୟକ୍ତିର ଜ୍ଞାନନପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଜ୍ଞାନ ନାହିଁ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି , “ବିଚାର କରିବା ” ଶବ୍ଦକୁ “ନିର୍ନୟ” କିମ୍ବା “ଦୋଷ” କିମ୍ବା “ଦଣ୍ଡ ଦେବା” କିମ୍ବା” ନୀୟମାବଳୀ ଲାଗୁ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ବିଚାର କରିବା” ଶବ୍ଦକୁ “ଦଣ୍ଡ ଦେବା” କିମ୍ବା “ନିର୍ନୟ କରିବା” କିମ୍ବା “ନୀୟମାବଳୀ ଲାଗୁ କରିବା” କିମ୍ବା “ଦୋଷାରୋପ କରିବା” ବୋଲି ଅନୁବାଦ କରାଯାଇପାରେI
  • କେତେକ ପ୍ରସଙ୍ଗ ରେ, “ବିଚାର” ବାକ୍ୟାଂଶକୁ “ବିଚାର ଦିନରେ” କିମ୍ବା “ସେହି ଦିନ ଯେତେବେଳେ ଈଶ୍ୱର ଲୋକମାନଙ୍କର ବିଚାର କରିବେ” ବୋଲି ଅନୁବାଦ କରାଯାଇପାରେ I

( ନୀୟମାବଳୀ, ବିଚାର, ନ୍ୟାୟର ଦିନ, ଧାର୍ମିକ, ବ୍ୟବସ୍ଥା ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 19:16 ଭବିଷ୍ୟବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇଲେ ଯେ ଯଦି ସେମାନେ ମନ୍ଦ କାମ କରିବେ କିମ୍ବା ବନ୍ଦ ନ କରିବେ ଏବଂ ଈଶ୍ୱରଙ୍କର ଆଜ୍ଞାକାରୀ ନହେବେ, ତାହାହେଲେ ଈଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଚାର କରିବେ ଏବଂ ଦଣ୍ଡ ଦେବେ I
  • 21:8 ଏକ ରାଜା ସିଏ ଯେ ଏକ ରାଜ୍ୟ ଉପରେ ଶାସନ କରେ ଏବଂ ଲୋକମାନଙ୍କର ବିଚାର କରେ I ଯେଉଁ ଖ୍ରୀଷ୍ଟ ଆସିବେ ସେ ଏକ ସିଦ୍ଧ  ରାଜା ହେବେ ଯେ ତାହାର ପୂର୍ବପୁରୁଷ ଦାଉଦର ରାଜ ସିଂହାସନରେ ବସିବେ I ସେ ସମସ୍ତ ପୃଥିବୀ ଉପରେ ଚିରଦିନ ଶସାନ କରିବେ, ଯେ ବିଶ୍ୱସ୍ତହୋଇ ବିଚାର କରିବେ ଏବଂ ଉଚିତ ନିର୍ନୟ ନେବେ I
  • 39:4 ମହାଯାଜକ କ୍ରୋଧରେ ତାହାର ବସ୍ତ୍ର ଫାଡିଦେଲେ ଏବଂ ଅନ୍ୟ ଧାର୍ମିକ ନେତାଗଣକୁ ଚିତ୍କାର କରି କହିଲେ, “ଆମ୍ଭେମାନେ ଆଉ ଅଧିକ ସାକ୍ଷ ଚାହୁଁ ନାହୁଁ” I ତୁମ୍ଭେ ଶୁଣିଅଛ ସେ କହୁଅଛି ସେ ଈଶ୍ୱରଙ୍କର ପୁତ୍ର ଅଟେ I ଆପଣଙ୍କ ବିଚାର କ’ଣ?”
  • 50:14 କିନ୍ତୁ ପ୍ରତ୍ୟେକକୁ ଯେ ଯୀଶୁଙ୍କ ଉପରେ ବିଶ୍ୱାସ କରେ ନାହିଁ ବିଚାର କରିବେ I ସେ ସେମାନଙ୍କୁ ନର୍କରେ ନିକ୍ଷେପ କରିବେ, ଯେଉଁଠାରେ ସେମାନେ ଦୁଃଖରେ ଚିରଦିନ ନିମନ୍ତେ କ୍ରନ୍ଦନ ଏବଂ ଦନ୍ତର କିଡିମିଡି କରିବେ I

ଶବ୍ଦବିନ୍ୟାସ :

  • Strong’s: H0148, H0430, H1777, H1778, H1779, H1780, H1781, H1782, H2940, H4055, H4941, H6414, H6415, H6416, H6417, H6419, H6485, H8196, H8199, H8201, G01440, G03500, G09680, G11060, G12520, G13410, G13450, G13480, G13490, G29170, G29190, G29200, G29220, G29230, G42320

ବିଚାର ଦିନ

ପରିଭାଷା:

“ବିଚାର ଦିନ” ସେହି ଭବିଷ୍ୟତ ଦିନକୁ ଦର୍ଶାଏ ଯେବେ ଈଶ୍ଵର ପ୍ରତ୍ୟକ ବ୍ୟକ୍ତିକୁ ବିଚାର କରିବେ I

  • ଈଶ୍ଵର  ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତ ଲୋକର ବିଚାରକର୍ତ୍ତା ନିଯୁକ୍ତ କରି ଅଛନ୍ତି I
  • ବିଚାର ଦିନରେ ଖ୍ରୀଷ୍ଟ ଲୋକମାନଙ୍କର ଧାର୍ମିକ ଚରିତ୍ର ଅନୁସାରେ ବିଚାର କରିବେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ବିଚାର ସମୟ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ କାରଣ ଏହା ଗୋଟିଏ ଦିନରୁ ଅଧିକ ଦିନକୁ ବୁଝାଏ I
  • ଏହି ଶବ୍ଦକୁ “ଅନ୍ତିମ ଦିନ ଯେବେ ପ୍ରଭୁ ପ୍ରତ୍ୟେକ ବ୍ୟକ୍ତିର ବିଚାର କରିବେ“ ବୋଲି ଅନୁବାଦ କରାଯାଇପାରେ I
  • କେତେକ ଅନୁବାଦରେ ଏହାକୁ ବଡ଼ ଶବ୍ଦରେ ଲେଖାଯାଏ କାରଣ ଏହା ଏକ ବିଶେଷ ଦିନ ଅର୍ଥାତ “ବିଚାର ଦିନ” କିମ୍ବା “ବିଚାର ସମୟ” କୁ ବୁଝାଏ I

(ନ୍ୟାୟଯୀଶୁସ୍ୱର୍ଗନରକ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H2962, H3117, H4941, G2250, G2920, G2962

ବିଜାତୀୟ

ପରିଭାଷା:

“ବିଜାତୀୟ” ଶବ୍ଦ ଅଣଯିହୁଦୀ ବ୍ୟକ୍ତିକୁ ବୁଝାଏ । ଯେଉଁ ଲୋକମାନେ ଯାକୁବର ବଂଶଧର ନୁହନ୍ତି ସେମାନେ ବିଜାତୀୟ ଅଟନ୍ତି I

  • ବାଇବେଲରେ, “ଅସୁନ୍ନତ” ଶବ୍ଦ ସାଙ୍କେତିକ ରୂପରେ ବିଜାତୀୟଲୋକମାନଙ୍କୁ ବୁଝାଇବାକୁ ମଧ୍ୟ ବ୍ୟବହାର କରାଯାଇଛି କାରଣ ସେମାନଙ୍କ ମଧ୍ୟରୁ ଅନେକ ନିଜର ପୁତ୍ର ସନ୍ତାନର ଇସ୍ରାଏଲୀୟମାନଙ୍କ ପରି ସୁନ୍ନତ କରି ନଥିଲେ I
  • କାରଣ ଈଶ୍ଵର ଯିହୁଦୀଲୋକମାନଙ୍କୁ ବିଶେଷ ଲୋକ କରି ମନୋନୀତ କଲେ, ସେମାନେ ବିଜାତୀୟଲୋକମାନଙ୍କୁ ବାହାର ଲୋକ ଯେଉଁମାନେ ଈଶ୍ଵରଙ୍କର ଲୋକ କେବେ ହେବେ ନାହିଁ ବୋଲେ ବୋଲି ମନେକଲେ I
  • ଯିହୁଦୀ ଲୋକମାନଙ୍କୁ ଇତିହାସର ଅନେକ ସମୟରେ “ଇସ୍ରାଏଲୀୟ” କିମ୍ବା “ଏବ୍ରୀ” ବୋଲି କୁହାଯାଏ I ସେମାନେ କାହାରିକୁ ମଧ୍ୟ “ବିଜାତୀୟ” ବୋଲି କହିଲେ I
  • ବିଜାତୀୟ ଶବ୍ଦକୁ “ଅଣଯିହୁଦୀ” କିମ୍ବା “ଅଣଯିହୁଦୀୟ “ କିମ୍ବା  “ଇସ୍ରାଏଲୀୟ  ନୁହେଁ”(ପୁରାତନ ନିୟମ ) କିମ୍ବା “ଅଣଯିହୁଦୀ” ବୋଲି ଅନୁବାଦ କରାଯାଇପାରେ I
  • ପରମ୍ପରା ଅନୁସାରେ, ଯିହୁଦୀଲୋକ ବିଜାତୀୟ ସହ ଖାଏ ନାହିଁ କି ସହଭାଗିତା କରେ ନାହି, ଯାହା ପ୍ରାରମ୍ଭିକ ମଣ୍ଡଳୀର ଏକ ସମସ୍ୟା ଥିଲା I

(ଇସ୍ରାଏଲଯାକୁବଯିହୁଦୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H1471, G1482, G1484, G1672

ବିନାଶ ହେବା

ପରିଭାଷା:

“ବିନାଶ ହେବାର” ଅର୍ଥ ହିଂସା କିମ୍ବା ବିପର୍ଯ୍ୟୟର ପରିଣାମ ସ୍ୱରୂପ ମରିବା କିମ୍ବା ନଷ୍ଟ ହେବା ଅଟେ I ନୂତନ ନିୟମରେ, ପ୍ରାୟତଃ ଈଶ୍ଵରଙ୍କ ଲୋକମାନଙ୍କଠାରୁ ପୃଥକ ହେବା କିମ୍ବା ଅଲଗା ହେବାର ଆତ୍ମିକ ଅର୍ଥକୁ ସୂଚାଏ I

“ବିନାଶ ହେବା” ର ଆତ୍ମିକ ଅର୍ଥ:

  • ଯେଉଁ ଲୋକମାନେ “ବିନାଶ” ହେଉଛନ୍ତି, ସେମାନେ ନିଜର ପରିତ୍ରାଣ ପାଇଁ ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ମନା କରି ଦେଇଛନ୍ତି I
  • ଯେଉଁମାନେ “ବିନାଶ” ହୁଅନ୍ତି ସେମାନେ ସ୍ୱର୍ଗରେ ଈଶ୍ଵରଙ୍କ ସହିତ ଅନନ୍ତକାଳ ରହିବେ ନାହିଁ I ଏହା ପରିବର୍ତ୍ତେ, ସେମାନେ ଈଶ୍ଵରଙ୍କ ଦଣ୍ଡ ଅନ୍ତର୍ଗତ ନର୍କରେ ଅନନ୍ତକାଳ ଦଣ୍ଡିତ ହେବେ I
  • ସମସ୍ତେ ଶାରୀରିକ ଭାବରେ ମୃତ୍ୟୁବରଣ କରିବେ, କିନ୍ତୁ ଯେଉଁମାନେ ନିଜ ପରିତ୍ରାଣ ପାଇଁ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଅନନ୍ତକାଳ ପାଇଁ ବିନଷ୍ଟ ହେବେ I
  • ଯେତେବେଳେ “ବିନାଶ” ଆତ୍ମିକ ଅର୍ଥରେ ବ୍ୟବହୃତ ହୁଏ, ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଅନୁବାଦ ଶାରୀରିକ ଭାବରେ ମରିବା ଅପେକ୍ଷା ଏହାକୁ ଭିନ୍ନ ଭାବରେ ପ୍ରକାଶ କରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, ଏହି ଶବ୍ଦର ଅନୁବାଦ “ଈଶ୍ଵରଙ୍କ ଲୋକମାନଙ୍କଠାରୁ ପୃଥକ ହେବା” କିମ୍ବା “ଅନନ୍ତକାଳ ମରିବା” କିମ୍ବା “ନର୍କରେ ଦଣ୍ଡିତ ହେବା” କିମ୍ବା “ବିନାଶ ହେବା” ବୋଲି କରାଯାଇପାରେ I
  • ଏକ ଶବ୍ଦ କିମ୍ବା ଅଭିବ୍ୟକ୍ତି ଏହିପରି ଅନୁବାଦ କରିବାକୁ ଚେଷ୍ଟା କରନ୍ତୁ ଯାହା କେବଳ “ଶାରୀରିକ ଭାବରେ ମରିବା” କିମ୍ବା “ଅସ୍ତିତ୍ୱ ନରହିବା” ଅର୍ଥକୁ ବୁଝାଏ ନାହିଁ I

(ମୃତ୍ୟୁ, ଅନନ୍ତକାଳସ୍ଥାୟୀ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0006, H0007, H0008, H1478, H1820, H1826, H5486, H5595, H6544, H8045, G05990, G06220, G06840, G08530, G13110, G27040, G48810, G53560

ବିବେକ ବା ହିତାହିତ ଜ୍ଞାନ

ସଂଜ୍ଞା:

ବିବେକ ହେଉଛି ଜଣେ ବ୍ୟକ୍ତିଙ୍କ ଭାବନାର ଅଂଶ ଅଟେ ଯାହା ଦ୍ୱାରା ଈଶ୍ୱର ତାହାକୁ ଅବଗତ କରନ୍ତି ଯେ ସେ କୌଣସି ପାପପୁର୍ଣ୍ଣ କାର୍ଯ୍ୟ କରୁଅଛି।

  • ଈଶ୍ଵର ଲୋକମାନଙ୍କୁ ବିବେକ ଦେଇଛନ୍ତି ଯେପରି ସେମାନେ କଅଣ ଭଲ ଏବଂ କଅଣ ଭୁଲ ମଧ୍ୟରେ ଭିନ୍ନତା ବିଚାର କରିପାରିବେ।
  • ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ବାଧ୍ୟ ହୁଏ ତାହାକୁ “ଶୁଦ୍ଧ” କିମ୍ୱା “ସ୍ପଷ୍ଟ” କିମ୍ବା “ଶୁଚୀ” ବିବେକ ଅଛି ବୋଲି କୁହାଯାଏ।
  • ଯଦି ଜଣେ ବ୍ୟକ୍ତିଙ୍କର “ଶୁଦ୍ଧ ବିବେକ” ଅଛି ଏହାର ଅର୍ଥ ଯେ ସେ କୌଣସି ପାପକୁ ଲୁଚାନ୍ତି ନାହିଁ।
  • ଯଦି କେହି ଆପଣା ବିବେକକୁ ଜାଣିଶୁଣି ଅଗ୍ରାହ୍ୟ କରେ ଏବଂ ଯେତେବେଳେ ସେ ପାପ କରି ମଧ୍ୟ ଦୋଷୀ ବୋଧ କରେ ନାହିଁ, ଏହାର ଅର୍ଥ ତହାର ବିବେକ ଭୁଲ କଅଣ ସେଥିର ସମ୍ବେଦନଶୀଳ କରିପାରେ ନାହିଁ। ବାଇବଲ “ଅପ୍ରଭାବିତ” ବିବେକ ବୋଲି କୁହେ, ଏପରି ଜଣେ “କଳଙ୍କ” ଯେପରି ସତେ ଯେପରି ଗରମ ଲୁହା ସହିତ। ଏପରି ବିବେକକୁ ମଧ୍ୟ “ଅସମ୍ୱେଦ୍ୟ” ଏବଂ “ଦୁଷିତ” କୁହାଯାଏ।
  • ଏପରି ନିର୍ଦ୍ଧିଷ୍ଟ ଭାବ ପ୍ରକାଶକ ଶବ୍ଦକୁ “ଆନ୍ତରିକ ନୈତିକ ପଥ ପ୍ରଦର୍ଶକ“ କିମ୍ୱା “ନୈତିକ ଚିନ୍ତାଧାରା” ଭାବରେ ଅନୁବାଦ କରିବାର ସମ୍ଭାବ୍ୟ ପ୍ରଣାଳୀ ଅନ୍ତର୍ଭୁକ୍ତ ହୋଇପାରେ।

ବାଇବଲ ପଦ ପର୍ବ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G4893

ବିଳାପ କରିବା, ବିଳାପ

ପରିଭାଷା:

“ବିଳାପ କରିବା” ଏବଂ “ବିଳାପ” ଶବ୍ଦ ଶୋକ, ଦୁଃଖ କିମ୍ବା ଦୁଃଖର ଏକ ଦୃଢ଼ ଅଭିବ୍ୟକ୍ତିକୁ ବୁଝାଏ ।

  • ବେଳେବେଳେ ଏହି ଶବ୍ଦ ପାପ ପାଇଁ ଗଭୀର ଅନୁତାପକୁ, କିମ୍ବା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ପ୍ରତି ଦୟାକୁ ପ୍ରକାଶ କରେ ।
  • ଏକ ବିଳାପ କ୍ରନ୍ଦନ, ରୋଦନ କିମ୍ବା କାନ୍ଦିବାକୁ ବୁଝାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ବିଳାପ କରିବା” ଶବ୍ଦକୁ “ଗଭୀର ଶୋକ କରିବା” କିମ୍ବା “ଦୁଃଖରେ କାନ୍ଦିବା” କିମ୍ବା “ଦୁଃଖି” ବୋଲି ଅନୁବାଦ କରାଯାଇପାରେ ।
  • “ବିଳାପ କରିବା” (କିମ୍ବା “ବିଳାପ”) “ଉଚ୍ଚ ସ୍ଵରରେ କାନ୍ଦିବା” କିମ୍ବା “ଗଭୀର ଦୁଃଖ” କିମ୍ବା “ଦୁଃଖିତ ହେବା” କିମ୍ବା “ଶୋକାକୁଳ ହେବା” ବୋଲି ଅନୁବାଦ କରାଯାଇପାରେ ।

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0056, H0421, H0578, H0592, H1058, H4553, H5091, H5092, H5594, H6088, H6969, H7015, H8567, G23540, G23550, G28700, G28750

ବିଶୁଦ୍ଧ, ବିଶୁଦ୍ଧ କରିବା, ବିଶୁଦ୍ଧତା

ପରିଭାଷା:

“ବିଶୁଦ୍ଧ” ହେବା ଅର୍ଥ କୌଣସି ତ୍ରୁଟି ନ ରହିବା କିମ୍ୱା ସେଥିରେ କିଛି ମିଶ୍ରିତ ନହିବା ଯାହା ସେଥିରେ ରହିବା ଉଚିତ ନୁହେଁ। କୌଣସି ବିଷୟକୁ ଶୁଦ୍ଧ କରିବା ଅର୍ଥ ଏହାକୁ ପରିଷ୍କାର କରିବା ଏବଂ ତାହାକୁ ସଂକ୍ରମିତ କିମ୍ବା ଦୁଷିତ କରୁଥିବା ଯେକୌଣସି ବିଷୟକୁ କାଢ଼ି ବାହାର କରିଦେବା ଅଟେ।

  • ପୁରାତନ ନିୟମର ବ୍ୟବସ୍ଥାଗୁଡ଼ିକ ଅନୁସାରେ, “ଶୁଦ୍ଧିକରଣ” ଏବଂ “ଶୁଦ୍ଧତା” କହିଲେ ମୁଖ୍ୟତଃ, ଯେ କୌଣସି ବସ୍ତୁ କିମ୍ବା ବ୍ୟକ୍ତିକୁ ରୀତିନୀତି ବା ବିଧି ଅନୁସାରେ ଅଶୁଚି କରେ, ସେହି ବିଷୟଗୁଡ଼ିକୁ କାଢ଼ି ବାହାର କରିଦେବା ଅଟେ; ଯଥା, ରୋଗ, ଶାରୀରିକ ସ୍ରାବ, କିମ୍ୱା ସନ୍ତାନ ପ୍ରସବ କରିବା ଅଟେ।
  • ପୁରାତନ ନିୟମରେ ମଧ୍ୟ ବ୍ୟବସ୍ଥାଗୁଡ଼ିକ ଥିଲା ଯେ ଲୋକଙ୍କୁ ପାପରୁ କିପରି ଶୁଦ୍ଧ ହେବେ ପ୍ରକାଶ କରୁଥିଲା, ସାଧାରଣତଃ ଏହା ଏକ ପଶୁବଳି ଦ୍ୱାରା କରାଯାଉଥିଲା । ଏହା କେବଳ ଅସ୍ଥାୟୀ ଥିଲା ଏବଂ ବଳିଦାନକୁ ବାରମ୍ବାର ପୁନରାବୃତ୍ତି କରିବା ଆବଶ୍ୟକ ଥିଲା ।
  • ନୂତନ ନିୟମରେ, ଅନେକ ସମୟରେ ଶୁଚିକରଣ ହେବା ବିଷୟ ପାପରୁ ପରିଷ୍କୃତ ହେବାକୁ ସୂଚାଇଥାଏ।
  • ଲୋକମାନେ ପାପରୁ ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବରେ ଶୁଚି ହେବା ପାଇ, ଏକମାତ୍ର ଉପାୟ ହେଉଛି ଅନୁତାପ କରିବା ଏବଂ ମନପରିବର୍ତ୍ତନ କରି ଈଶ୍ୱରଙ୍କ କ୍ଷମା ପାଇବା, ଯୀଶୁଙ୍କଠାରେ ଏବଂ ତାହାଙ୍କର ବଳିଦାନରେ ବିଶ୍ୱାସ କରିବା ।

ଅନୁବାଦ ପ୍ରସ୍ତାବଗୁଡ଼ିକଗୁଡ଼ିକ:

  • “ଶୁଚିକରଣ” ଶବ୍ଦକୁ “ଶୁଚି କରିବା” କିମ୍ବା “ପରିଷ୍କାର କରିବା” କିମ୍ବା “ସମସ୍ତ ପ୍ରଦୂଷଣରୁ ପରିଷ୍କାର କରିବା” ବା “ସମସ୍ତ ପାପରୁ ମୁକ୍ତ କରିବା” ବୋଲି ଅନୁବାଦ କରଯାଇପାରେ।
  • “ଯେତେବେଳେ ସେମାନଙ୍କର ଶୁଚିକରଣର ସମୟ ସମାପ୍ତ ହେଲା” ଏହି ବାକ୍ୟାଂଶକୁ “ଯେତେବେଳେ ସେମାନେ ଆବଶ୍ୟକ ଦିନ ଅପେକ୍ଷା କରି ସେମାନେ ନିଜେ ଶୁଦ୍ଧ ହେଲେ” ବୋଲି ଅନୁବାଦ କରାଯାଇପାରେ।
  • "ପାପସବୁ ପାଇ ଶୁଚିକରଣ ପ୍ରଦାନ କଲେ” ବାକ୍ୟାଂଶକୁ “ଲୋକମାନଙ୍କୁ ସେମାନଙ୍କର ପାପରୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରାଯିବା ପାଇଁ ଏକ ମାର୍ଗ ପ୍ରଦାନ କରାଯାଇଛି” ବୋଲି ଅନୁବାଦ କରାଯାଇପାରେ।
  • “ଶୁଦ୍ଧତାକୁ” ବାକ୍ୟାଂଶକୁ “ପରିଷ୍କାର କରିବା” କିମ୍ବା “ଆତ୍ମିକ ଧୌତ” କିମ୍ବା “ରୀତି କିମ୍ବା ବିଧି ଅନୁସାରେ ଶୁଚି ହେବା” ବୋଲି ଅନୁବାଦ କରାଯାଇପାରେ।

( ପ୍ରାୟଶ୍ଚିତ୍ତ , ପରିଷ୍କାର, ଆତ୍ମା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H1249, H1252, H1253, H1305, H1865, H2134, H2135, H2141, H2212, H2398, H2403, H2561, H2889, H2890, H2891, H2892, H2893, H3795, H3800, H4795, H5343, H5462, H6337, H6884, H6942, H8562, G00480, G00490, G00530, G00540, G15060, G25110, G25120, G25130, G25140

ବିଶ୍ୱାସ

ପରିଭାଷା:

ସାଧାରଣ ଭାବରେ “ବିଶ୍ୱାସ“ ଶବ୍ଦ କୌଣସି ବ୍ୟକ୍ତି କିମ୍ବା ବସ୍ତୁରେ ଦୃଢ ଧାରଣା, ଭରସା ଓ ଆତ୍ମବିଶ୍ୱାସକୁ ଦର୍ଶାଏ।

  • କାହା ଉପରେ “ବିଶ୍ୱାସ କରିବା" ଅର୍ଥ କେହି ଯାହା କହେ କିମ୍ବା କରେ ତାହା ସତ୍ୟ ଓ ବିଶ୍ୱାସଯୋଗ୍ୟ ବୋଲି ଗ୍ରହଣ କରିବା ଅଟେ I
  • "ଯୀଶୁଙ୍କଠାରେ ବିଶ୍ୱାସ କରିବାର" ଅର୍ଥ ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ସମସ୍ତ ଶିକ୍ଷା ଉପରେ ବିଶ୍ୱାସ କରିବା ଅଟେ। ଏହାର ବିଶେଷ ଅର୍ଥ ଏହା ଯେ ଲୋକମାନେ ଯୀଶୁଙ୍କଠାରେ ଓ ତାହାଙ୍କ ବଳିଦାନ ଯାହା ସେମାନଙ୍କୁ ସେମାନଙ୍କ ପାପରୁ ଧୌତ କରେ ଏବଂ ସେମାନଙ୍କୁ ପାପର ଯୋଗ୍ୟ ଦଣ୍ଡରୁ ଉଦ୍ଧାର କରିବା ଅଟେ ।
  • ଯୀଶୁଙ୍କ ଉପରେ ପ୍ରକୃତ ଭରୋସା କିମ୍ବା ବିଶ୍ୱାସ କରିବା ଜଣେ ବ୍ୟକ୍ତିଙ୍କୁ ଉତ୍ତମ ଫଳ ଧାରଣ କରିବାରେ ଓ ଉତ୍ତମ ବ୍ୟବହାର କରିବାରେ କିମ୍ବା ଆଚରଣ କରିବାରେ କାରଣ ହେବ ଯେହେତୁ ପବିତ୍ର ଆତ୍ମା ତାହାଙ୍କ ମଧ୍ୟରେ ବାସ କରୁଅଛନ୍ତି।
  • ବେଳେବେଳେ “ବିଶ୍ୱାସ“ ଯୀଶୁଙ୍କ ବିଷୟରେ ସମସ୍ତ ଶିକ୍ଷାକୁ ଦର୍ଶାଏ, ଯେପରି “ବିଶ୍ୱାସର ସତ୍ୟତା” ଅଭିବ୍ୟକ୍ତିରେ ।
  • କେତେକ ପ୍ରସଙ୍ଗରେ ଯେପରିକି “ବିଶ୍ୱାସକୁ ଧାରଣ କର“ କିମ୍ବା "ବିଶ୍ୱାସକୁ ଛାଡ଼ି ଦିଅ“ ବିଶ୍ୱାସ ଯୀଶୁଙ୍କ ବିଷୟରେ ସମସ୍ତ ଶିକ୍ଷା ଉପରେ ବିଶ୍ୱାସ କରିବାର ସ୍ଥିତି କିମ୍ବା ଅବସ୍ଥାକୁ ଦର୍ଶାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • କେତେକ ପ୍ରସଙ୍ଗରେ, "ବିଶ୍ୱାସକୁ" ଶବ୍ଦକୁ “ଧାରଣା“ କିମ୍ବା “ହୃଦବୋଧ“ କିମ୍ବା “ଦୃଢ଼ ବିଶ୍ୱାସ“ କିମ୍ବା"ଭରସା" ବୋଲି ଅନୁବାଦ କରାଯାଇପାରେ।
  • କେତେକ ଭାଷାରେ ଏହି ଶବ୍ଦଗୁଡ଼ିକୁ “ବିଶ୍ୱାସ କରିବା ବୋଲି ଅନୁବାଦ କରାଯାଇପାରେ। (ଗୁଣ ବାଚକ ବିଷେଶ୍ୟ ଦେଖନ୍ତୁ )
  • “ବିଶ୍ୱାସକୁ ରକଖିବା“ ଅଭିବ୍ୟକ୍ତିକୁ “ଯୀଶୁଙ୍କ ଉପରେ ନିରନ୍ତର ବିଶ୍ୱାସ ରଖ” କିମ୍ବା “ଯୀଶୁଙ୍କଠାରେ ନିରନ୍ତର ବିଶ୍ୱାସ କରିବା” ବୋଲି ଅନୁବାଦ କରାଯାଇପାରେ।
  • “ସେମାନେ ବିଶ୍ୱାସର ଗଭୀର ସତ୍ୟତାକୁ ଦୃଢତାରେ ଧାରଣା କରିବାକୁ ପଡ଼ିବ“ ବାକ୍ୟାଂଶକୁ “ଯୀଶୁଙ୍କ ବିଷୟରେ ସମସ୍ତ ଉତ୍ତମ ବିଷୟ ଯାହା ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଅଛି ନିରନ୍ତର ନିଶ୍ଚିତ ଧାରଣା କରିବାକୁ ପଡ଼ିବ।"
  • “ବିଶ୍ୱାସରେ ମୋର ସତ୍ୟ ପୁତ୍ର “ ଅଭିବ୍ୟକ୍ତିକୁ “ସେ ମୋହର ପୁତ୍ର ପରି ଅଟେ କାରଣ ମୁଁ ତାକୁ ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ଶିକ୍ଷା ଦେଇଅଛି ।"

(ବିଶ୍ୱାସ କରିବା, ବିଶ୍ୱସ୍ତ ଦେଖନ୍ତୁ )

ବାଇବେଲ ପ୍ରସଙ୍ଗ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 5:6 ଯେତେବେଳେ ଇସ୍‌ହାକ ବାଳକ ଥିଲେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ପରୀକ୍ଷା କରି କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଇସ୍‌ହାକଙ୍କୁ ଘେନି, ମୋ ନିମନ୍ତେ ବଳି କରି ତାହାକୁ ଉତ୍ସର୍ଗ କର।"
  • 31:7 ତେବେ ସେ (ଯୀଶୁଦେ) ପିତରଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀ, ତୁମ୍ଭେ କାହିଁକି ସନ୍ଦେହ କଲ?”
  • 32:16 ଯୀଶୁ ସେହି ସ୍ତ୍ରୀକୁ କହିଲେ, “ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କଲା ଶାନ୍ତିରେ ଚାଲି ଯାଅ।"
  • 38:9 ତେବେ ଯୀଶୁ ପିତରକୁ କହିଲେ, “ଶୟତାନ ତୁମ୍ଭ ସମସ୍ତଙ୍କୁ ନିଜ ଅଧିନରେ କରିବାକୁ ଚାହେଁ, କିନ୍ତୁ ମୁଁ ତୁମ୍ଭ ପାଇଁ ପ୍ରାର୍ଥନା କରି ଅଛି ପିତର,  ତୁମ୍ଭର ବିଶ୍ୱାସ ବିଫଳ ହେବ ନାହିଁ।“

ଶବ୍ଦବିନ୍ୟାସ:

  • Strong’s: H0529, H0530, G16800, G36400, G41020, G60660

ବିଶ୍ୱାସ କରିବା, ବିଶ୍ୱାସୀ, ବିଶ୍ୱାସ, ଅବିଶ୍ୱାସୀ, ଅବିଶ୍ୱାସ

ପରିଭାଷା:

ବିଶ୍ୱାସ କରିବା ଓ ବିଶ୍ୱାସରେ ରହିବା ଶବ୍ଦଗୁଡ଼ିକ ଅତି ନିକଟତର କିନ୍ତୁ ସାମାନ୍ୟ ଅଲଗା ଅଟେ।

1. ବିଶ୍ୱାସ

  • କୌଣସି ବିଷୟକୁ ବିଶ୍ୱାସ କରିବା ହେଉଛି ସେହି ଘଟଣା ସତ୍ୟ ବୋଲି ଧରିନେବା।
  • ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଅର୍ଥ ହେଉଛି ସେ ଯେଉଁ କଥା କହୁଛନ୍ତି ତାହା ସତ୍ୟ ଅଟେ।

2. ବିଶ୍ୱାସରେ ରହିବା

  • "ବିଶ୍ୱାସରେ ରହିବା" ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କୁ ଭରସା କରିବା। ଏହାର ଅର୍ଥ ତାହା ଯେ ସେହି ବ୍ୟକ୍ତି ଯିଏ ସେ କୁହନ୍ତି ଯେ ସେ ସର୍ବଦା ସତ୍ୟ କୁହନ୍ତି, ଏବଂ ସେ ଯାହା କରିବାକୁ ପ୍ରତିଜ୍ଞା କରିଛନ୍ତି ତାହା କରିବେ।
  • ଜଣେ ବ୍ୟକ୍ତି ଯେତେବେଳେ କୌଣସି ବିଷୟକୁ ବିଶ୍ୱାସ ଯୋଗ୍ୟ ବୋଲି ମନେକରେ, ସେ ତାହାର ବିଶ୍ୱସ୍ତତାକୁ ପ୍ରକାଶ କରେ।
  • "ବିଶ୍ୱାସରେ ରହିବା" ଖଣ୍ଡ ବାକ୍ୟଟିର ଅର୍ଥ ବିଶ୍ୱାସ କରିବାକୁ ସୂଚାଏ।
  • “ଯୀଶୁଙ୍କଠାରେ ବିଶ୍ୱାସ କରିବା” ଅର୍ଥ ହେଉଛି ଯେ ସେ ଈଶ୍ଵରଙ୍କ ପୁତ୍ର, ଯେ ସେ ନିଜେ ଈଶ୍ଵର ଅଟନ୍ତି ଯିଏ ମଧ୍ୟ ମନୁଷ୍ୟ ଥିଲେ ଏବଂ ଆମ୍ଭମାନଙ୍କ ପାପ ପାଇଁ ବଳିଦାନ ଭାବରେ ମୃତୁବରଣ କଲେ। ଏହାର ଅର୍ଥ ହେଉଛି ତାହାଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ଵାସ କରିବା ଏବଂ ତାହାଙ୍କୁ ସମ୍ମାନ କରୁଥିବା ଜୀବନଯାପନ କରିବା ଅଟେ ।

3. ବିଶ୍ୱାସୀ

ବାଇବେଲରେ, "ବିଶ୍ୱାସୀ" ଶବ୍ଦ ଜଣେ ବ୍ୟକ୍ତିକୁ ଦର୍ଶାଏ ଯିଏ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ରୂପରେ ଗ୍ରହଣ କରେ ଏବଂ ତାହାଙ୍କଠାରେ ନିର୍ଭର କରେ।

  • "ବିଶ୍ୱାସୀ" ଶବ୍ଦଟି ଆକ୍ଷରିକ ଭାବରେ "ଜଣେ ବ୍ୟକ୍ତି ଯିଏ ବିଶ୍ୱାସ କରେ" ତାହାକୁ ସୂଚାଏ।
  • ଖ୍ରୀଷ୍ଟିୟାନ ଶବ୍ଦଟି ଶେଷରେ ବିଶ୍ୱାସ ଶବ୍ଦରୁ ଆସିଛି କାରଣ ଏହା ସୂଚିତ କରେ ଯେ ସେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ଏବଂ ତାହାଙ୍କ ଶିକ୍ଷାକୁ ମାନନ୍ତି।

4. ଅବିଶ୍ୱାସ

"ଅବିଶ୍ୱାସ" ଶବ୍ଦଟି କିଛି କିମ୍ବା କାହାକୁ ବିଶ୍ୱାସ ନକରିବାକୁ ବୁଝାଏ।

  • ବାଇବେଲରେ "ଅବିଶ୍ୱାସ" ଶବ୍ଦଟି ଯୀଶୁଙ୍କୁ ଜଣେ ତ୍ରାଣକର୍ତ୍ତା ରୂପରେ ବିଶ୍ୱାସ ନକରିବା କିମ୍ବା ବିଶ୍ୱାସ ନକରିବାକୁ ବୁଝାଏ।
  • ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ବିଶ୍ୱାସ କରେ ନାହିଁ "ଅବିଶ୍ୱାସୀ" ବୋଲି କୁହାଯାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

· "ବିଶ୍ୱାସ କରିବା" ବାକ୍ୟାଂଶକୁ "ସତ୍ୟ ବୋଲି ଜାଣିବା" କିମ୍ବା "ଏହା ଉପଯୁକ୍ତ ବା ଯଥାର୍ଥ ବୋଲି ଜାଣିବା" ବୋଲି ଅନୁବାଦ କରାଯାଇପାରେ।

· "ବିଶ୍ୱାସରେ" ବାକ୍ୟାଂଶକୁ "ସମ୍ପୁର୍ଣ୍ଣ ରୂପେ ଭରସା କରିବା" କିମ୍ବା "ଭରସା ଓ ଆଜ୍ଞାକାରୀ ହେବା" କିମ୍ବା "ସମ୍ପୂର୍ଣ୍ଣ ରୂପେ ଭରସା ରଖିବା ଓ ଅନୁକରଣ କରିବା" ବୋଲି ଅନୁବାଦ କରାଯାଇପାରେ।

· କେତେକ ଅନୁବାଦରେ "ଯୀଶୁଙ୍କର ବିଶ୍ୱାସୀ" କିମ୍ବା "ଖ୍ରୀଷ୍ଟଙ୍କର ବିଶ୍ୱାସୀ" ବୋଲି ଅନୁବାଦ କରାଯାଇପାରେ।

· ଏହି ଶବ୍ଦଟି ଏକ ବାକ୍ୟ କିମ୍ବା ବାକ୍ୟାଂଶକୁ "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କଠାରେ ଭରସା କରେ" କିମ୍ବା "ଜଣେ ଯିଏ ଯୀଶୁଙ୍କୁ ଜାଣନ୍ତି ଏବଂ ତାହାଙ୍କୁ ନିମନ୍ତେ ଜୀବନଯାପନ କରେ" ଦ୍ୱାରା ଅନୁବାଦ କରାଯାଇପାରେ।

· "ବିଶ୍ୱାସୀ" ଶବ୍ଦକୁ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ ଯେପରି "ଯୀଶୁଙ୍କର ଅନୁସରଣକାରୀ" କିମ୍ବା "ଯୀଶୁଙ୍କୁ ଜାଣିବା ବ୍ୟକ୍ତି ଏବଂ ଆଜ୍ଞାକାରୀ।"

· ବିଶ୍ୱାସୀ ଶବ୍ଦଟି ସାଧାରଣ ଭାବେ ଖ୍ରୀଷ୍ଟଙ୍କ ବିଶ୍ୱାସୀକୁ ବୁଝାଏ କିନ୍ତୁ ଯୀଶୁଙ୍କ ଜୀବିତ ଥିବା ସମୟରେ "ଶିଷ୍ୟ" ଏବଂ "ପ୍ରେରିତ" ଶବ୍ଦକୁ ବ୍ୟବହାର କରାଯାଉଥିଲା। ଏହି ଶବ୍ଦକୁ ପୃଥକ ନକରି ବିଭିନ୍ନ ଭାବରେ ଅନୁବାଦ କରାଯାଇପାରେ।

· "ଅବିଶ୍ୱାସ" ଶବ୍ଦଟିକୁ "ବିଶ୍ୱାସର ଅଭାବ ବା ଅବହେଳା" କିମ୍ବା "ବିଶ୍ୱାସ ନକରିବା" ଅନ୍ତର୍ଭୁକ୍ତ କରାଯାଇପାରେ

· "ଅବିଶ୍ୱାସୀ" ଶବ୍ଦକୁ "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ବିଶ୍ୱାସ କରେ ନାହିଁ" କିମ୍ବା "ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରେ ନାହିଁ" ବୋଲି ଅନୁବାଦ କରାଯାଇପାରେ।

( ବିଶ୍ୱାସ, ପ୍ରେରିତ, ଖ୍ରୀଷ୍ଟିୟାନ, ଶିଷ୍ୟ, ପ୍ରତ୍ୟୟ, ଭରସା ଦେଖନ୍ତୁ )

ବାଇବେଲ ପଦପର୍ବ

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ :

  • 3:4 ନୋହ ଆଗାମୀ ସମୟରେ ଆସୁଥିବା ଜଳ ପ୍ଲାବନ ବିଷୟରେ ଲୋକମାନଙ୍କୁ ସଚେତନ କରାଇ ଈଶ୍ୱରଙ୍କ ନିକଟକୁ ଫେରିବା ନିମନ୍ତେ ପ୍ରବର୍ତ୍ତାଉ ଥିଲେ କିନ୍ତୁ ସେମାନେ ତହାଙ୍କ କଥାକୁ ବିଶ୍ୱାସ କଲେ ନାହିଁ।
  • 4:8 ଅବ୍ରାମ ଈଶ୍ୱରଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କଲେ। ଈଶ୍ୱର ଘୋଷଣା କଲେ ଯେ ଅବ୍ରମ ଜଣେ ଧାର୍ମିକ ବ୍ୟକ୍ତିଥିଲେ କାରଣ ସେ ଈଶ୍ୱରଙ୍କ ପ୍ରତିଜ୍ଞାକୁ ପ୍ରତ୍ୟୟକଲେ ׀
  • 11:2 ଈଶ୍ୱର ପ୍ରଥମଜାତ ସନ୍ତାନମାନଙ୍କୁ ସୁରକ୍ଷା ଦେଲେ ଯେଉଁମାନେ ତାହାଙ୍କୁ ବିଶ୍ୱାସ କଲେ
  • 11:6 କିନ୍ତୁ ମିସରୀୟମାନେ ଈଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଏବଂ ତାହାଙ୍କୁ ମାନିଲେ ନାହିଁ।
  • 37:5 ଯୀଶୁ ଉତ୍ତର ଦେଲେ, "ମୁଁ ପୁନରୁତ୍ଥାନ ଓ ଜୀବନ।" ଯଦି କେହି ମୋଠାରେ ବିଶ୍ୱାସ କରେ ଯଦ୍ୟପି ସେ ମରେ ତଥାପି ବଞ୍ଚିବ। ଯେକେହି ମୋଠାରେ ବିଶ୍ୱାସ କରେ ସେ କଦାପି ମରିବ ନାହିଁ। ତୁମ୍ଭେମାନେ ଏହା ବିଶ୍ୱାସ କର କି?"
  • 43:1 ଯୀଶୁ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରନ୍ତେ, ଯୀଶୁ ଯେପରି ଶିଷ୍ୟମାନଙ୍କୁ ଯିରୂଶାଲମ ରେ ରହିବା ପାଇଁ ଆଦେଶ କରିଥିଲେ ସେମାନେ ସେଠାରେ ରହିଲେ। ବିଶ୍ୱାସୀମାନେ ଏକତ୍ରିତ ହୋଇ ନିରନ୍ତର ପ୍ରାର୍ଥନା କରୁଥିଲେ।
  • 43:3 ଯେତେବେଳେ ବିଶ୍ୱାସୀମାନେ ଏକତ୍ରିତ ଯେଉଁ ଗୃହରେ ସେମାନେ ଥିଲେ ହଠାତ ପ୍ରଚଣ୍ଡ ପବନର ବେଗ ତୁଲ୍ୟ ଏକ ଶବ୍ଦ ଆସି ସେହି ଗୃହକୁ ପୂର୍ଣ୍ଣ କଲା। ତା'ର କିଛି ସମୟ ପରେ ଅଗ୍ନି ସଦୃଶ ଜିହ୍ୱା ଗୁଡ଼ିକ ବିଶ୍ୱାସୀମାନଙ୍କ ମସ୍ତକରେ ଦେଖାଦେଲା।
  • 43:13 ପ୍ରତ୍ୟେକ ଦିନ, ଅନେକ ଲୋକ ବିଶ୍ୱାସୀ ହେଲେ।
  • 46:6 ସେହି ଦିନମାନଙ୍କରେ ଯିରୂଶାଲମ ରେ ବହୁତ ଲୋକ ଯୀଶୁଙ୍କର ଅନୁକରଣକାରୀମାନଙ୍କୁ ତାଡ଼ନା କଲେ, ତେଣୁ ବିଶ୍ୱାସୀମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଗଲେ। କିନ୍ତୁ ଏହା ସତ୍ତ୍ୱେ ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ ଯୀଶୁଙ୍କ ବିଷୟରେ ପ୍ରଚାର କରୁଥିଲେ।
  • 46:1 ଶାଉଲ ଜଣେ ବ୍ୟକ୍ତିଥିଲା ଯିଏକୁ ସ୍ତିଫାନକୁ ମାରିବାର ମୁଖ୍ୟ କାରଣ ଥିଲା। ସେ ଯୀଶୁଙ୍କୁ ବିଶ୍ୱାସ କରୁ ନଥିଲା ତେଣୁ ବିଶ୍ୱାସୀମାନଙ୍କୁ ତାଡ଼ନା କରୁଥିଲା।
  • 46:9 କେତେକ ବିଶ୍ୱାସୀମାନେ ଯେଉଁମାନେ ତାଡ଼ନା ପ୍ରାପ୍ତ ହୋଇଥିଲେ ସେମାନେ ଯିରୂଶାଲମ ରୁ ଯାଇ ଆନ୍ତିୟଖିୟା ଯାଇ ଯୀଶୁଙ୍କ ବିଷୟରେ ପ୍ରଚାର କଲେ। ଆନ୍ତିୟଖିୟାର ବିଶ୍ୱାସୀମାନଙ୍କୁ ପ୍ରଥମ ଖ୍ରୀଷ୍ଟିୟାନ ବୋଲି କୁହାଯାଏ।
  • 47:14 ସେମାନେ ମଧ୍ୟ ବିଶ୍ୱାସୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମଣ୍ଡଳୀକୁ ଅନେକ ଚିଠି ଲେଖିଲେ।

ଶବ୍ଦବିନ୍ୟାସ:

  • Strong’s: H0539, H0540, G05430, G05440, G05690, G05700, G05710, G39820, G41000, G41020, G41030, G41350

ବିଶ୍ୱାସ, ବିଶ୍ୱସ୍ତ, ବିଶ୍ୱାସଯୋଗ୍ୟ, ବିବିଶ୍ୱାସନୀୟତା

ପରିଭାଷା:

କେତେକ ବିଷୟକୁ କିମ୍ବା କାହାକୁ “ବିଶ୍ୱାସ କରିବା” ଅର୍ଥ ସେହି ବିଷୟକୁ ବା ସେହି ବ୍ୟକ୍ତିକୁ ସତ୍ୟ ବା ନିର୍ଭରଯୋଗ୍ୟ ବୋଲି ବିଶ୍ୱାସ କରିବା ଅଟେ। ସେହି ବିଶ୍ୱାସକୁ ମଧ୍ୟ “ଆସ୍ଥା” ବୋଲି କୁହାଯାଇଥାଏ। “ବିଶ୍ୱାସଯୋଗ୍ୟ” ବ୍ୟକ୍ତି ଏଭଳି ଜଣେ ବ୍ୟକ୍ତି ଅଟନ୍ତି, ଯାହାଙ୍କ ଉପରେ ଯାହା ସଠିକ୍ ବା ଯଥାର୍ଥ ଏବଂ ସତ୍ୟ ତାହା କରିବା ନିମନ୍ତେ ଆପଣ ଆସ୍ଥା ସ୍ଥାପନ କରିପାରିବେ ଏବଂ ସେଥପାଇଁ ସେହି ବ୍ୟକ୍ତିଙ୍କ ନିକଟରେ “ବିଶ୍ୱାସଯୋଗ୍ୟ ହେବା” ଗୁଣ ରହିଛି।

  • ନିର୍ଭରତା ସହ ବିଶ୍ୱାସ ଘନିଷ୍ଠ ଭାବରେ ସମ୍ପର୍କୀତ ଅଟେ। ଯଦି ଆମ୍ଭେମାନେ ଜଣକୁ ବିଶ୍ୱାସକରୁ, ସେମାନେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି ତାହା ସାଧନ ବା ସମ୍ପାଦନ କରିବେ ବୋଲି ଆମ୍ଭମାନଙ୍କର ବିଶ୍ୱାସ ସେହି ବ୍ୟକ୍ତିଙ୍କଠାରେ ଅଛି।
  • ଜଣକଠାରେ ଆସ୍ଥା ସ୍ଥାପନ କରିବା ଅର୍ଥ ସେହି ବ୍ୟକ୍ତିଙ୍କ ଉପରେ ନିର୍ଭର କରିବା ଅଟେ।
  • “ଯୀଶୁଙ୍କଠାରେ“ ଆସ୍ଥା ସ୍ଥାପନ କରିବା” ଅର୍ଥ ବିଶ୍ୱାସ କରିବା ଯେ ସେ ଈଶ୍ୱର ଅଟନ୍ତି, ବିଶ୍ୱାସ କରିବା ଯେ ସେ ଆମ୍ଭମାନଙ୍କ ପାପ ନିମନ୍ତେ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ଏବଂ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ତାହାଙ୍କ ଉପରେ ଆଧାର କରିବା ଅଟେ।
  • ଏକ “ବିଶ୍ୱାସଯୋଗ୍ୟ ଉକ୍ତି” ଏଭଳି ଏକ କୁହାଯାଇଥିବା ବିଷୟ ଅଟେ ଯାହାକୁ ସତ୍ୟ ବୋଲି ବିବେଚନା ବା ଗଣନା କରାଯାଇପାରିବ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଆସ୍ଥା” ଶବ୍ଦକୁ “ବିଶ୍ୱାସ କରିବା” କିମ୍ବା “ବିଶ୍ୱାସ ରଖିବା” ବା “ଆଧାର କରିବା” ବୋଲି ଅନୁବାଦ କରାଯାଇପାରେ।
  • “ତୁମ୍ଭର ଆସ୍ଥା ସ୍ଥାପନ କର” ବାକ୍ୟାଂଶକୁ “ଆସ୍ଥା ସ୍ଥାପନ କରିବା” ପଦ ସହ ସମାନ ବାକ୍ୟାଂଶର ଅର୍ଥ ସହ ଅନୁବାଦ କରାଯାଇପାରେ।
  • “ବିଶ୍ୱାସଯୋଗ୍ୟ” ବାକ୍ୟାଂଶକୁ “ନିର୍ଭରଯୋଗ୍ୟ” କିମ୍ବା “ଭରସାଯୋଗ୍ୟ” କିମ୍ବା “ସବୁବେଳେ ନିର୍ଭର କରାଯାଇପାରେ” ବୋଲି ଅନୁବାଦ କରାଯାଇପାରିବ।

(ବିଶ୍ୱାସଆତ୍ମପ୍ରତ୍ୟୟବିଶ୍ୱାସବିଶ୍ୱସ୍ତସତ୍ୟ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ବାଇବେଲ କାହାଣୀରୁ ଉଦାହାରଣଗୁଡ଼ିକ:

  • 12:12 ଯେତେବେଳେ ଇସ୍ରାଏଲୀୟମାନେ ଦେଖିଲେ ଯେ ମିସ୍ରୀୟମାନେ ମୃତ ହୋଇଛନ୍ତି, ସେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଏବଂ ମୋଶା ଈଶ୍ୱରଙ୍କର ଜଣେ ଭବିଷ୍ୟତବକ୍ତା ବୋଲି ବିଶ୍ୱାସ କଲେ।
  • 14:15 ଯିହୋଶୂୟ ଜଣେ ଉତ୍ତମ ନେତାଥିଲେ କାରଣ ସେ ବିଶ୍ୱାସ କଲେ ଏବଂ ଈଶ୍ୱରଙ୍କର ବାଧ୍ୟ ହେଲେ।
  • 17:2 ଦାଉଦ ଜଣେ ନମ୍ର ଏବଂ ଧାର୍ମିକ ବ୍ୟକ୍ତିଥିଲେ ଯିଏ ବିଶ୍ୱାସ କଲେ ଏବଂ ଈଶ୍ୱରଙ୍କର ଆଜ୍ଞାବହ ହେଲେ।
  • 34:6 ତା'ପରେ ଯୀଶୁ ଲୋକମାନଙ୍କ ସମ୍ପର୍କରେ ଏକ କାହାଣୀ କହିଲେ ଯେଉଁମାନେ ଆପଣା ଆପଣାର ଉତ୍ତମ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ କଲେଏବଂ ଅନ୍ୟମାନଙ୍କୁ ପରିହାସ ବା ତୁଚ୍ଛ କଲେ।

ଶବ୍ଦବିନ୍ୟାସ:

  • ମୂଳଶବ୍ଦ: H539, H982, H1556, H2620, H2622, H3176, H409, H4268, H7365, G1679, G3872, G3982, G406, G4100, G4276

ବିଶ୍ୱାସବିହୀନ , ବିଶ୍ୱାସବିହୀନତା, ଅବିଶ୍ୱସ୍ତତା

ପରିଭାଷା:

“ବିଶ୍ୱାସବିହୀନ” ଶବ୍ଦର ଅର୍ଥ ବିଶ୍ୱାସ ନ କରିବା କିମ୍ବା  ବିଶ୍ୱାସ ନ ଥିବା ଅଟେ I

  • ଏହି ଶବ୍ଦ ସେହିମାନଙ୍କୁ ବ୍ୟାଖ୍ୟା କରେ ଯେଉଁମାନେ ଈଶ୍ଵରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ I ସେମାନଙ୍କ ଅଳ୍ପ ବିଶ୍ୱାସ ସେହିମାନଙ୍କ ଅନୈତିକ କାର୍ଯ୍ୟ ଦ୍ୱାରା ଦେଖାଯାଏ I
  • ଯିରିମୀୟ  ଭବିଷ୍ୟବକ୍ତା ଇସ୍ରାଏଲ ଲୋକମାନଙ୍କୁ ଈଶ୍ଵରଙ୍କ ପ୍ରତି ବିଶ୍ୱାସବିହୀନ ଏବଂ  ଅନାଜ୍ଞାକାରୀ ହେବା ହେତୁ ଦୋଷାରୋପ କଲେ I
  • ସେମାନେ ମୂର୍ତ୍ତି ପୂଜାକଲେ ଓ ଅନ୍ୟ ଲୋକମାନଙ୍କର ଅଧାର୍ମିକ ପ୍ରଥାରେ ଚାଲିଲେ ଯେଉଁମାନେ ଈଶ୍ଵରଙ୍କ ଆରାଧନା କରନ୍ତି ନାହିଁ କିମ୍ବା  ତାହାଙ୍କ ଆଜ୍ଞାକାରୀ ହୁଅନ୍ତି ନାହିଁ I

"ବିଶ୍ୱାସବିହୀନତା" ଶବ୍ଦ ଏପରି ଲୋକମାନଙ୍କୁ ବର୍ଣ୍ଣନା କରେ ଯେଉଁମାନେ ଈଶ୍ଵର ଯାହା କରିବାକୁ ଆଦେଶ ଦେଇଛନ୍ତି ତାହା କରନ୍ତି ନାହିଁ | ଅବିଶ୍ୱାସର ଅବସ୍ଥା କିମ୍ବା ଅଭ୍ୟାସ “ଅବିଶ୍ୱାସ୍ତତା” ଅଟେ |

  • ଯେତେବେଳେ ଇସ୍ରାଏଲର ଲୋକମାନେ ମୂର୍ତ୍ତି ପୂଜା କରିବା ଏବଂ ଅନ୍ୟ ଉପାୟରେ ଈଶ୍ଵରଙ୍କୁ ଅବମାନନା କରିବା ଆରମ୍ଭ କଲେ, ସେତେବେଳେ ସେ ସେମାନଙ୍କୁ “ବିଶ୍ୱାସବିହୀନ” ବୋଲି କହିଲେ |
  • ବିବାହରେ, ବ୍ୟଭିଚାର କରୁଥିବା ବ୍ୟକ୍ତି “ଅବିଶ୍ୱସ୍ତ” ଅଟେ |
  • ଈଶ୍ଵର ଇସ୍ରାଏଲର ଅବାଧ୍ୟ ଆଚରଣକୁ ବର୍ଣ୍ଣନା କରିବା ପାଇଁ “ଅବିଶ୍ୱସ୍ତତା” ଶବ୍ଦ ବ୍ୟବହାର କଲେ | ସେମାନେ ଈଶ୍ଵରଙ୍କୁ ମାନୁ ନ ଥିଲେ କିମ୍ବା ସମ୍ମାନ ଦେଉ ନ ଥିଲେ |

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପୃଷ୍ଠଭୂମି ଉପରେ ଅଧାର କରି, "ଅବିଶ୍ୱସ୍ତତା" ଶବ୍ଦକୁ "ଅବିଶ୍ୱାସୀ" କିମ୍ବା "ଅବିଶ୍ୱାସୀ" କିମ୍ବା "ଈଶ୍ଵରଙ୍କ ଅବମାନନା" କିମ୍ବା "ବିଶ୍ଵାସ କରନ୍ତି ନାହିଁ" ବୋଲି ଅନୁବାଦ କରାଯାଇପାରେ।
  • “ବିଶ୍ୱାସବିହୀନତା “ଶବ୍ଦକୁ  “ଅବିଶ୍ୱାସ “କିମ୍ବା ଅବିଶ୍ଵସ୍ତତା” କିମ୍ବା “ଈଶ୍ଵରଙ୍କ ବିଦ୍ରୋହୀ“ ବୋଲି ଅନୁବାଦ କରାଯାଇପାରେ I
  • "ଅବିଶ୍ୱସ୍ତତା" ଶବ୍ଦକୁକୁ "ଯେଉଁମାନେ ବିଶ୍ଵାସୀ ନୁହଁନ୍ତି" କିମ୍ବା "ଅବିଶ୍ୱାସୀ ଲୋକ" କିମ୍ବା "ଯେଉଁମାନେ ଈଶ୍ଵରଙ୍କୁ ଅବମାନନା କରନ୍ତି" କିମ୍ବା "ଯେଉଁମାନେ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି" ବୋଲି ଅନୁବାଦ କରାଯାଇପାରରେ |
  • କେତେକ ଭାଷାରେ, “ଅବିଶ୍ୱସ୍ତ” ଶବ୍ଦ “ଅବିଶ୍ୱାସ” ଶବ୍ଦ ସହିତ ସମ୍ପୃକ୍ତ ଅଟେ |

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

( ବିଶ୍ୱାସ କରିବା, ବିଶ୍ୱସ୍ତ, ଅନାଜ୍ଞାକାରୀ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: G05710

ବିଶ୍ୱାସଯୋଗ୍ୟ , ବିଶ୍ୱସ୍ତ, ବିଶ୍ୱସ୍ତତା

ପରିଭାଷା:

ଈଶ୍ୱରଙ୍କ ପ୍ରତି “ବିଶ୍ୱସ୍ତ“ ହେବାର ଅର୍ଥ ଈଶ୍ୱରଙ୍କ ଶିକ୍ଷା ଅନୁସାରେ ଜୀବନଯାପନ କରିବା ଅଟେ। ଏହା ତାହାଙ୍କର ଆଜ୍ଞାକାରୀ ହୋଇ ନିଷ୍ଠାବାନ ବ୍ୟକ୍ତି ହେବାକୁ ବୁଝାଏ। ବିଶ୍ୱସ୍ତତାର ସ୍ଥିତିକୁ “ବିଶ୍ୱାସଯୋଗ୍ୟତା“ କୁହାଯାଏ।

  • ଜଣେ ବ୍ୟକ୍ତି ଯିଏ ବିଶ୍ୱସ୍ତ ସର୍ବଦା ତାଙ୍କ ପ୍ରତିଜ୍ଞା ପାଳନ କରିବାକୁ ଏବଂ ସବୁବେଳେ ଅନ୍ୟ ଲୋକଙ୍କ ପ୍ରତି ନିଜର ଦାୟିତ୍ୱ ଭାର ପୂରଣ କରିବାକୁ ବିଶ୍ୱାସ କରାଯାଇପାରେ।
  • ଜଣେ ବିଶ୍ୱସ୍ତ ବ୍ୟକ୍ତି ଦୃଢ଼ଭାବରେ ନିଜ କାର୍ଯ୍ୟକୁ ଏହା ଦୀର୍ଘ ଏବଂ କଷ୍ଟସାଧ୍ୟ ହେଲେ ସୁଦ୍ଧା ପୂରଣ କରନ୍ତି ।
  • ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଅର୍ଥ ଈଶ୍ୱର ଆମ୍ଭେମାନେ ଯାହା କରୁ ବୋଲି  ଇଚ୍ଛା କରନ୍ତି ତାହା କରିବାକୁ ବୁଝାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଅନେକ ପ୍ରସଙ୍ଗରେ, “ବିଶ୍ୱସ୍ତ" ଶବ୍ଦକୁ “ନିଷ୍ଠାବାନ” କିମ୍ବା “ସମର୍ପିତ“ କିମ୍ବା “ନିର୍ଭରଶୀଳ“ ବୋଲି ଅନୁବାଦ କରାଯାଇପାରେ।
  • ଅନ୍ୟ ପ୍ରସଙ୍ଗରେ, “ବିଶ୍ୱସ୍ତ“ ଶବ୍ଦକୁ ଏକ ଶବ୍ଦ ବା ବାକ୍ୟାଂଶ ଦ୍ୱାରା “ନିରନ୍ତର ବିଶ୍ୱାସ କରିବା“ କିମ୍ବା “ଈଶ୍ଵରଙ୍କଠାରେ ବିଶ୍ୱାସ କରି ଏବଂ ଆଜ୍ଞା ପାଳନ କରିବା ପାଇଁ ସ୍ଥିର ରହିବା” ବୋଲି  ଅନୁବାଦ କରାଯାଇପାରେ।
  • “ବିଶ୍ୱସ୍ତଯୋଗ୍ୟତା“ ବାକ୍ୟାଂଶକୁ “ ବିଶ୍ଵାସ କରିବାରେ ସୁରକ୍ଷିତ କରିବା” କିମ୍ବା “ବିଶ୍ଵାସ୍ତ” କିମ୍ବା “ଭରସାଯୋଗ୍ୟ” କିମ୍ବା “ ଈଶ୍ଵରଙ୍କୁ ବିଶ୍ଵାସ କରିବା ଏବଂ ତାହାଙ୍କ ଆଜ୍ଞା ପାଳନ କରିବା”  ଅଟେ।

ବିଶ୍ୱାସ କରିବାବିଶ୍ୱାସ, ବିଶ୍ୱାସ କରିବା: ଦେଖନ୍ତୁ)

ବାଇବେଲ  ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 8:5 କାରାଗାରରେ ମଧ୍ୟ, ଯୋଷେଫ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିଲେ, ଏବଂ ଈଶ୍ୱର ତାହାଙ୍କୁ ଆଶୀର୍ବାଦ କଲେ।
  • 14:12 ତଥାପି ଈଶ୍ୱର ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ପ୍ରତି ବିଶ୍ୱସ୍ତ ରହିଲେ।
  • 15:13 ଲୋକମାନେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବେ ଓ ବିଧି ଅନୁସାରେ ଚାଲିବେ ବୋଲି ପ୍ରତିଜ୍ଞା କଲେ।
  • 17:9 ଦାଉଦ ଧର୍ମରେ ଓ ବିଶ୍ୱସ୍ତତାରେ ବହୁ ବର୍ଷ ଶାସନ କଲେ ଓ ଈଶ୍ଵର ତାହାକୁ ଆଶୀର୍ବାଦ କଲେ। କିନ୍ତୁ, ଜୀବନର ଅନ୍ତିମ ସମୟରେ ସେ ଈଶ୍ୱରଙ୍କ ବିରୁଧରେ ଜଘନ୍ୟ ପାପ କଲେ।
  • 35:12 “ବଡ଼ ପୁଅ ତାହାର ପିତାକୁ କହିଲା, “ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ବିଶ୍ୱସ୍ତତାରେ ତୁମ ପାଇଁ କାର୍ଯ୍ୟ କରିଆସିଛି!”
  • 49:17 କିନ୍ତୁ ଈଶ୍ୱର ବିଶ୍ୱସ୍ତ ଏବ କହନ୍ତି ଯଦି ତୁମ୍ଭେ ତୁମ୍ଭର ପାପ ସ୍ୱୀକାରକର, ସେ ତୁମ୍ଭକୁ କ୍ଷମା କରିବେ।
  • 50:4 ଯଦି ତୁମ୍ଭେ ଶେଷ ପର୍ଯ୍ୟନ୍ତ ମୋ ପ୍ରତି ବିଶ୍ୱସ୍ତ ରହିବ, ତେବେ ଈଶ୍ୱର ତୁମ୍ଭକୁ ଉଦ୍ଧାର କରିବେ।"

ଶବ୍ଦବିନ୍ୟାସ:

  • Strong’s: H0529, H0530, H0539, H0540, H0571, H0898, H2181, H4603, H4604, H4820, G05690, G05710, G41030

ବୁଦ୍ଧିମାନ, ବୁଦ୍ଧି

ପରିଭାଷା:

“ବୁଦ୍ଧିମାନ” ଶବ୍ଦ ସେହି ବ୍ୟକ୍ତିକୁ ବ୍ୟାଖ୍ୟା କରେ ଯେ ସଠିକ ଓ ନୈତିକ ବିଷୟ କ’ଣ ହୋଇପାରେ ଜାଣେ ଓ ତାହା କରେ I “ବୁଦ୍ଧି” ସତ୍ୟ ଓ ନୈତିକତାର ବୁଝାମଣା ଓ ଅଭ୍ୟାସକୁ ବୁଝାଏ I

  • ଏକ ବୁଦ୍ଧିମାନ ହେବାର ଅର୍ଥ ହେଉଛି ଉତ୍ତମ ନିଷ୍ପତ୍ତି ନେବା ନିମନ୍ତେ ଦକ୍ଷତା ବିଶେଷ କରି, ସେହିସବୁ କରିବାକୁ ନିଷ୍ପତ୍ତି କରେ ଯାହା ଈଶ୍ଵରଙ୍କୁ ଭଲ ଲାଗେ I
  • ଲୋକମାନେ ଈଶ୍ଵରଙ୍କରଠାରୁ ଶ୍ରବଣ କରି ଓ ନମ୍ରତା ପୂର୍ବକ ତାହାଙ୍କର ଆଜ୍ଞାକାରୀ ହୋଇ ବୁଦ୍ଧିମାନ ହୁଅନ୍ତି I
  • ଏକ ବୁଦ୍ଧିମାନ ବ୍ୟକ୍ତି ତାହା ଜୀବନରେ ଆନନ୍ଦ, ଦୟା, ପ୍ରେମ ଓ ଧର୍ଯ୍ୟ ପରି ପବିତ୍ର ଆତ୍ମାର ଫଳ ଧାରଣ କରିବ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି , “ବୁଦ୍ଧିମାନ” ଶବ୍ଦକୁ “ଈଶ୍ଵରଙ୍କର ଆଜ୍ଞାକାରୀ” କିମ୍ବା “ଚେତନା ଓ ଆଜ୍ଞାକାରୀ” କିମ୍ବା “ଈଶ୍ଵରଙ୍କର ଭୟକାରୀ” ବୋଲି ଅନୁବାଦ କରାଯାଇପାରେ I
  • ” ବୁଦ୍ଧି” ଶବ୍ଦକୁ “ବୁଦ୍ଧିମତାରେ ଜୀବନ ଯାପନ କରିବା” କିମ୍ବା “ଚେତନା ପୂର୍ବକ ଓ ଆଜ୍ଞାକାରୀ ଭାବେ ଜୀବନ ଯାପନ” କିମ୍ବା “ଉତ୍ତମ ନ୍ୟାୟ“ ବୋଲି ଅନୁବାଦ କରାଯାଇପାରେ I
  • “ବୁଦ୍ଧିମାନ” ଏବଂ “ବୁଦ୍ଧି” ଶବ୍ଦକୁ ଧାର୍ମିକ ଏବଂ ଆଜ୍ଞାକାରୀ ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

(ଆଜ୍ଞାକାରୀ, ଫଳ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାରଣଗୁଡ଼ିକ:

  • 2:5 ସେ ମଧ୍ୟ ବୁଦ୍ଧିମାନ ହେବାକୁ ଇଚ୍ଛା କଲା, ତେଣୁ ସେ ଫଳ ତୋଳି ଖାଇଲା I
  • 18:1 ଯେତେବେଳେ ଶଲୋମନ ବୁଦ୍ଧି ମାଗିଲେ, ଈଶ୍ଵର ଆନନ୍ଦିତ ହେଲେ ଓ ତାହାକୁ ଦୁନିଆର ସବୁଠୁ ବୁଦ୍ଧିମାନ ପୁରୁଷ କଲେ I
  • 23:9 କିଛି ସମୟ ପରେ ପୂର୍ବ ଦେଶର ବୁଦ୍ଧିମାନ ପୁରୁଷମାନେ ଏକ ଅସାଧାରଣ ତାରା ଆକାଶରେ ଦେଖିଲେ I
  • 45:1 ସେ (ସ୍ତିଫାନ) ଏକ ମାନ୍ୟଗଣ୍ୟ ଓ ପବିତ୍ର ଆତ୍ମାରେ ଓ ବୁଦ୍ଧିରେ ପୂର୍ଣ୍ଣ ବ୍ୟକ୍ତି ଥିଲା I

ଶବ୍ଦବିନ୍ୟାସ :

  • Strong’s: H0998, H1350, H2445, H2449, H2450, H2451, H2452, H2454, H2942, H3820, H3823, H6195, H6493, H6912, H7535, H7919, H7922, H8454, G46780, G46790, G46800, G49200, G54280, G54290, G54300

ବେଦୀ

ପରିଭାଷା:

ବେଦୀ ଏକ ଉଚ୍ଚ ଧରଣର ସ୍ଥାନ ଯେଉଁ ସ୍ଥାନରେ ଇସ୍ରାଏଲ ଲୋକମାନେ ପଶୁମାନଙ୍କୁ ଏବଂ ଶସ୍ୟଗୁଡ଼ିକ ଭେଟି ଭାବେ ଈଶ୍ଵରଙ୍କ ନିମନ୍ତେ ଆଣୁଥିଲେ I

  • ବାଇବେଲ ସମୟରେ, ସାଧାରଣ ବେଦୀଗୁଡ଼ିକ ମୃତ୍ତିକା ଦ୍ୱାରା ଗଠିତ ହେଉଥିଲା, କିମ୍ୱା ପ୍ରସ୍ତର ବ୍ୟବହାର କରି ଗଠନ ହେଉଥିଲା I
  • କେତେକ ବେଦୀଗୁଡ଼ିକ ଏକ ବିଷେଶ ପେଢି ଭାବେ କାଠ ଉପରେ ଧାତୁ ସହ ଯଥା ସୁନା, ପିତଳ, କିମ୍ୱା କଂସା ଦେଇ ଗଠନ କରାଯାଉଥିଲା I
  • ଯେଉଁମାନେ ଇସ୍ରାଏଲୀୟ ଲୋକମାନଙ୍କ ନିକଟରେ ବସବାସ କରୁଥିଲେ, ସେମାନେ ସେମାନଙ୍କର ଦେବାଦେବୀମାନଙ୍କୁ ବଳି ଉତ୍ସର୍ଗ କରିବା ନିମନ୍ତେ ବେଦୀ ମଧ୍ୟ ନିର୍ମାଣ କରୁଥିଲେ I

( ଧୂପବେଦୀ, ଭଣ୍ଡ ଦେବା-ଦେବୀ, ଭକ୍ଷ ନୈବେଦ୍ୟ, ବଳିଦାନ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 3:14 ନୋହ ଜାହାଜରୁ ଓହ୍ଲାଇ ଆସିବା ପରେ, ସେ ଏକ ବେଦୀ ନିର୍ମାଣ କଲେ ଏବଂ ସମସ୍ତ ପ୍ରକାରର ପଶୁକୁ ବଳୀ ଦେଲେ I
  • 5:8 ଯେତେବେଳେ ସେମାନେ ବଳି ଦେବା ସ୍ଥାନରେ ପହଞ୍ଚିଲେ ଅବ୍ରହାମ ତାଙ୍କ ପୁତ୍ରଙ୍କୁ ବାନ୍ଧି ବେଦୀ ଉପରେ ଶୁଆଇଲେ I
  • 13:9 ଏକ ଯାଜକ ପଶୁକୁ ବଦ୍ଧକରି ବେଦୀରେ ଦଗ୍ଧ କରନ୍ତି I
  • 16:6 ସେ (ଗିଦୀୟୋନ ) ଏକ ନୂତନ ବେଦୀ ନିର୍ମାଣ କରି ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ଯେଉଁଠାରେ ବେଦୀର ମୂର୍ତ୍ତି ରହେ, ତହିଁ ଉପରେ ପ୍ରଭୁଙ୍କ ନିକଟରେ ବଳି ଉତ୍ସର୍ଗ କଲେ I

ଶବ୍ଦବିନ୍ୟାସ :

  • Strong’s: H0741, H2025, H4056, H4196, G10410, G23790

ବ୍ୟବସ୍ଥା,ମୋଶାଙ୍କ ବ୍ୟବସ୍ଥା, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା

ପରିଭାଷା:

ଅତି ସରଳ ଭାବରେ, “ବ୍ୟବସ୍ଥା” ଶବ୍ଦ ଏକ ନିୟମ କିମ୍ବା ନିର୍ଦ୍ଦେଶକୁ ବୁଝାଏ ଯାହା ଅନୁସରଣ କରାଯିବା ଉଚିତ। ବାଇବେଲରେ, “ନିୟମ” ଶବ୍ଦ ସାଧାରଣତଃ କୌଣସି ଜିନିଷକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଏବଂ ଈଶ୍ଵର ଚାହାଁନ୍ତି ଯେ ତାହାଙ୍କ ଲୋକମାନେ ତାହା ପାଳନ କରନ୍ତୁ ଏବଂ ଆଚରଣ କରନ୍ତୁ। ନିର୍ଦ୍ଦିଷ୍ଟ ଶବ୍ଦ “ମୋଶାଙ୍କ ବ୍ୟବସ୍ଥା” ଇସ୍ରାଏଲ ଲୋକମାନଙ୍କର ଆଜ୍ଞକାରୀ ନିମନ୍ତେ ଈଶ୍ଵର ମୋଶାଙ୍କୁ ଦେଇଥିବା ଆଦେଶ ଏବଂ ନିର୍ଦ୍ଦେଶଗୁଡ଼ିକୁ ବୁଝାଏ।

  • ପ୍ରସଙ୍ଗରେ ଉପରେ ନିର୍ଭର କରି, “ବ୍ୟବସ୍ଥା” ବୁଝାଇପାରେ:
  • ଦଶ ଆଜ୍ଞା ଯାହା ଈଶ୍ୱର ପଥର ଫଳକ ଉପରେ ଇସ୍ରାଏଲମାନଙ୍କ ନିମନ୍ତେ ଲେଖିଥିଲେ।
  • ସମସ୍ତ ବ୍ୟବସ୍ଥା ମୋଶାଙ୍କୁ ଦିଆଗଲା।
  • ପୁରାତନ ନିୟମର ପ୍ରଥମ ପାଞ୍ଚଟି ପୁସ୍ତକ।
  • ସମ୍ପୂର୍ଣ୍ଣ  ପୁରାତନ ନିୟମର (ଯାହା ନୂତନ ନିୟମରେ “ଧର୍ମୋଶାସ୍ତ୍ର” ରୂପରେ ସମ୍ବୋଧିତ କରାଯାଇଅଛି )।
  • ଈଶ୍ୱରଙ୍କ ସମସ୍ତ ନିର୍ଦ୍ଦେଶ ଓ ଇଚ୍ଛା।
  • “ବ୍ୟବସ୍ଥା ଏବଂ ଭବିଷ୍ୟବକ୍ତାମାନେ” ବାକ୍ୟାଂଶ ନୂତନ ନିୟମରେ ଏବ୍ରୀ ଧର୍ମଶାସ୍ତ୍ରରେ କିମ୍ବା (ପୁରାତନନିୟମ)କୁ ସମ୍ବୋଧିତ କରିବା ନିମନ୍ତେ ବ୍ୟବହାର କରାଯାଇଅଛି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ବହୁବଚନ ବ୍ୟବହାର କରି “ବ୍ୟବସ୍ଥା” ଶବ୍ଦକୁ ଅନୁବାଦ କରାଯାଇପାରେ, କାରଣ ସେଗୁଡ଼ିକ ଅନେକ ନିର୍ଦ୍ଦେଶକୁ ଦର୍ଶାଏ।
  • “ମୋଶାଙ୍କର ବ୍ୟବସ୍ଥା” ବାକ୍ୟାଂଶକୁ “ବ୍ୟବସ୍ଥା ଯାହା ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେବା ନିମନ୍ତେ ମୋଶାଙ୍କୁ କହିଥିଲେ” ବୋଲି ଅନୁବାଦ କରାଯାଇପାରେ।
  • ପ୍ରସଙ୍ଗ ଉପରେ ନିର୍ଭର କରି, “ମୋଶାଙ୍କ ବ୍ୟବସ୍ଥା” ବାକ୍ୟାଂଶକୁ “ବ୍ୟବସ୍ଥା ଯାହା ଈଶ୍ୱର ମୋଶାଙ୍କୁ କହିଥିଲେ” କିମ୍ବା“ଈଶ୍ୱରଙ୍କ ବ୍ୟବସ୍ଥା ଯାହା ମୋଶା ଲେଖିଥିଲେ“ କିମ୍ବା“ବ୍ୟବସ୍ଥା ଯାହା ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେବା ନିମନ୍ତେ ମୋଶାଙ୍କୁ କହିଥିଲେ” ବୋଲି ଅନୁବାଦ କରାଯାଇପାରେ।
  • "ବ୍ୟବସ୍ଥା" କିମ୍ବା "ବ୍ୟବସ୍ଥାର ଈଶ୍ଵର" କିମ୍ବା "ଈଶ୍ଵରଙ୍କ ବ୍ୟବସ୍ଥା" ବାକ୍ୟାଂଶକୁ “ବ୍ୟବସ୍ଥା ଈଶ୍ଵରଙ୍କଠାରୁ” କିମ୍ବା“ଈଶ୍ୱରଙ୍କର ଆଦେଶଗୁଡ଼ିକ” କିମ୍ବା “ଈଶ୍ୱରଙ୍କ ପ୍ରଦତ୍ତ ବ୍ୟବସ୍ଥା" କିମ୍ବା “ସବୁକିଛି ଯାହା ଈଶ୍ୱର ଆଜ୍ଞା କରିଅଛନ୍ତି” କିମ୍ବା“ଈଶ୍ୱରଙ୍କର ସମସ୍ତ ଆଦେଶଗୁଡ଼ିକ” ଭାବରେ ଅନୁବାଦ କରାଯାଇପାରେ।
  • “ଯିହୋବାଙ୍କର ବ୍ୟବସ୍ଥା” ବାକ୍ୟାଂଶକୁ “ଯୋହିବାଙ୍କ ବ୍ୟବସ୍ଥା” କିମ୍ବା“ବ୍ୟବସ୍ଥା ଯାହା ସଦାପ୍ରଭୁ ମାନିବାକୁ କହିଲେ” କିମ୍ବା “ଯିହୋବାଙ୍କଠାରୁ ବ୍ୟବସ୍ଥା” କିମ୍ବା “ଯିହୋବା ଯାହା ଆଦେଶ ଦେଇଛନ୍ତି” ବୋଲି ଅନୁବାଦ କରାଯାଇପାରେ।

(ନିର୍ଦ୍ଦେଶ, ମୋଶା, ଦଶ ଆଜ୍ଞା, ବିଧିଗତ, ସଦାପ୍ରଭୁ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 13:7 ଈଶ୍ୱର ଆହୁରି ଅନେକ ବ୍ୟବସ୍ଥା ଓ ନିୟମଗୁଡ଼ିକ ମାନିବାକୁ ପ୍ରଦାନ କରିଅଛନ୍ତି। ଯଦି ଲୋକମାନେ ଏହି ବ୍ୟବସ୍ଥା ପାଳନ କରନ୍ତି, ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି ଯେ ସେ ସେମାନଙ୍କୁ ଆଶୀର୍ବାଦ ଓ ସୁରକ୍ଷା ପ୍ରଦାନ କରିବେ। ଯଦି ସେମାନେ ସେଗୁଡ଼ିକ ପାଳନ କରନ୍ତି ନାହିଁ, ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ।
  • 13:9 ଯେକେହି ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ ସେ ଗୋଟିଏ ପଶୁକୁ ଈଶ୍ଵରଙ୍କ ନିମନ୍ତେ ବଳିଦାନ ଭାବରେ ପାଇଁ ସମାଗମ ତମ୍ବୁ ସମ୍ମୁଖକୁ ଆଣିପାରିବ।
  • 15:13 ତେବେ ଯିହୋଶୂୟ ଲୋକମାନଙ୍କୁ ସୀନୟରେ ଇସ୍ରାଏଲୀୟମାନଙ୍କ ସହିତ ଈଶ୍ଵର କରିଥିବା ଚୁକ୍ତି ପାଳନ କରିବା କର୍ତ୍ତବ୍ୟକୁ ସ୍ମରଣ କରାଇଲେ। ଲୋକମାନେ ଈଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ଏବଂ ତାହାଙ୍କ ଆଜ୍ଞା ପାଳନ କରିବାକୁ ପ୍ରତିଜ୍ଞା କରିଥିଲେ।
  • 16:1 ଯିହୋଶୂଙ୍କ ମୃତ୍ୟୁ ପରେ, ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ ଓ ଅନ୍ୟ କିଣାନୀୟମାନଙ୍କ ଦେଶରୁ ବାହାର କଲେ ନାହିଁ କିମ୍ବା ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କଲେ ନାହିଁ।
  • 21:5 ନୂତନ ଚୁକ୍ତିରେ, ଈଶ୍ୱର ତାହାଙ୍କ ବ୍ୟବସ୍ଥା ଲୋକମାନଙ୍କ  ହୃଦୟରେ ଲେଖିବେ, ଲୋକମାନେ ଈଶ୍ୱରଙ୍କୁ ବ୍ୟକ୍ତିଗତ ରୂପରେ ଜାଣିବେ, ସେମାନେ ତାହାଙ୍କର ଲୋକ ହେବେ ଓ ଈଶ୍ୱର ସେମାନଙ୍କ ପାପ ସବୁ କ୍ଷମା କରିବେ।
  • 27:1 ଯୀଶୁ ଉତ୍ତର ଦେଲେ, "ଈଶ୍ୱରଙ୍କ ବ୍ୟବସ୍ଥାରେ କ'ଣ ଲେଖା ହେଇଅଛି?”
  • 28:1 ଯୀଶୁ ତାହାକୁ କହିଲେ, କାହିଁକି ମତେ 'ଉତ୍ତମ' ବୋଲି ଡାକୁଅଛ? କେବଳ ଜଣେ ଯେ ଉତ୍ତମ ଅଟନ୍ତି, ସେ ଈଶ୍ୱର ଅଟନ୍ତି। କିନ୍ତୁ ଅନନ୍ତ ଜୀବନର ଅଧିକାରୀ ହେବାକୁ ଚାହୁଁ, ତେବେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କର।"

ଶବ୍ଦବିନ୍ୟାସ:

  • Strong’s: H0430, H1881, H1882, H2706, H2710, H3068, H4687, H4872, H4941, H8451, G23160, G35510, G35650

ବ୍ୟଭିଚାର,ବ୍ୟଭିଚାରୀ,ବ୍ୟଭିଚାରୀ, ବ୍ୟଭିଚାରିଣୀ

ପରିଭାଷା:

“ବ୍ୟଭିଚାର” ଶବ୍ଦ ଏପରି ପାପକୁ ସୂଚାଏ ଯାହା ଜଣେ ବିବାହିତ ବ୍ୟକ୍ତି ଅନ୍ୟବ୍ୟକ୍ତି ସହ ଯୌନ ସମ୍ପର୍କ ସ୍ଥାପନ କରିବା ବିଷୟକୁ ବୁଝାଏ I ସେହି ଦୁଇଜଣ ବ୍ୟଭିଚାର ପାଇଁ ଦୋଷୀ ଅଟନ୍ତି I “ବ୍ୟଭିଚାରୀ” ଶବ୍ଦ ଏହି ପ୍ରକାରର ବ୍ୟବହାର କିମ୍ୱା ଯେଉଁ ବ୍ୟକ୍ତି ଏହି ପାପ କରେ ତାହାକୁ ବର୍ଣ୍ଣନା କରେ I

  • “ବ୍ୟଭିଚାରି” ଶବ୍ଦ ସାଧାରଣତଃ ବ୍ୟଭିଚାର କରୁଥିବା ସମସ୍ତ ଲୋକମାନଙ୍କୁ ସୂଚାଏ I
  • ବେଳେବେଳେ “ବ୍ୟଭିଚାରିଣୀ” ଶବ୍ଦ ବ୍ୟଭିଚାର କରିଥିବା ଏକ ନିର୍ଦ୍ଦିଷ୍ଟ ମହିଳାକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I
  • “ବ୍ୟଭିଚାର” ସେହି ପ୍ରତିଜ୍ଞାଗୁଡ଼ିକୁ ଭାଙ୍ଗି ଦିଏ ଯାହା ସ୍ୱାମୀ ଏବଂ ସ୍ତ୍ରୀ ବିବାହର ଚୁକ୍ତିରେ ପରସ୍ପର ପ୍ରତି କରିଥିଲେ I
  • ଈଶ୍ଵର ଇସ୍ରାଏଲକୁ ବ୍ୟଭିଚାର ନ କରିବାକୁ ଆଦେଶ ଦେଇଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯଦି ଏକ ସ୍ଥାନୀୟ ଭାଷାର ’ବ୍ୟଭିଚାର’’ ପାଇଁ ଏକ ନିର୍ଦ୍ଧିଷ୍ଟ ଶବ୍ଦ ନ ଥାଏ ତେବେ ‘ଏହି ଶବ୍ଦକୁ ‘’ଅନ୍ୟ କାହାରି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା’’ କିମ୍ୱା ‘’ଅନ୍ୟ କୌଣସି ପୁରୁଷ କି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା’’’’ ବୋଲି ଅନୁବାଦ କରାଯାଇପାରେ I
  • କେତେକ ଭାଷାରେ ‘’ବ୍ୟଭିଚାର’’ ବିଷୟରେ ପ୍ରକାଶ କରିବା ପାଇଁ ପରୋକ୍ଷ ପ୍ରକାଶନଗୁଡ଼ିକ ଥାଇପାରେ, ଯେପରି ‘’ଅନ୍ୟ କାହାରି ସ୍ୱାମୀ କି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ” କିମ୍ୱା ‘ନିଜ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହେବା I’’ : euphemism ଦେଖନ୍ତୁ

(ଅପରାଧ କରିବା, ଚୁକ୍ତି, ଯୌନ ଅନୈତିକତା, ଶୋଇବା, ବିଶ୍ୱସ୍ତ ବିଶ୍ୱସ୍ତ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 13:6ବ୍ୟଭିଚାର କର ନାହିଁ.”
  • 28:2 ବ୍ୟଭିଚାର କର ନାହିଁ.
  • 34:7 “ଧର୍ମପରାୟଣ ନେତା ଏହି ପ୍ରକାର ପ୍ରାର୍ଥନା କଲେ, ହେ ପରମେଶ୍ୱର, ଧନ୍ୟବାଦ ଦେଉଛି, ମୁଁ ଅନ୍ୟ ଲୋକମାନଙ୍କ  ପରି ଡକାୟତ, ଅଧାର୍ମିକ, ବ୍ୟଭିଚାରୀ, କିମ୍ୱା ସେହି କରଗ୍ରାହୀ ପରି ସୁଦ୍ଧା ନୁହେଁ I”

ଶବ୍ଦବିନ୍ୟାସ :

  • Strong’s: H5003, H5004, G34280, G34290, G34300, G34310, G34320

ଭଣ୍ଡଖ୍ରୀଷ୍ଟ

ପରିଭାଷା:

“ଭଣ୍ଡଖ୍ରୀଷ୍ଟ” ଶବ୍ଦଟି ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କ କାର୍ଯ୍ୟ ବିରୁଦ୍ଧରେ ଶିକ୍ଷା ଦେଉଥିବା ଏକ ବ୍ୟକ୍ତିକୁ ଦର୍ଶାଏ I ପୃଥିବୀରେ ଅନେକ ଭଣ୍ଡଖ୍ରୀଷ୍ଟଗଣ ଅଛନ୍ତି I

  • ଯଦି ଜଣେ ବ୍ୟକ୍ତି ଯୀଶୁ ମସିହ ନୁହନ୍ତି ବୋଲି କହି ଧୋକା ଦିଏ କିମ୍ବା ସେ ଯୀଶୁ ଉଭୟ ଈଶ୍ଵର ଏବଂ ମନୁଷ୍ୟ ବୋଲି ଅସ୍ୱୀକାର କରେ ତେବେ ସେହି ବ୍ୟକ୍ତିଜଣକ  ଭଣ୍ଡଖ୍ରୀଷ୍ଟ ଅଟେ ବୋଲି ପ୍ରେରିତ ଯୋହନ ଉଲ୍ଲେଖ କରନ୍ତିI
  • ଜଗତରେ ଏକ ଭଣ୍ଡଖ୍ରୀଷ୍ଟର ଆତ୍ମା ଅଛି, ଯିଏ ଯୀଶୁଙ୍କ କାର୍ଯ୍ୟକୁ ପ୍ରତିରୋଧ କରେ ବୋଲି ବାଇବେଲ ଶିକ୍ଷା ଦିଏ I
  • ନୂତନ ନୀୟମର ପ୍ରକାଶିତ ପୁସ୍ତକ 13 ଅଧ୍ୟାୟ ପ୍ରକାଶ କରେ ଯେ, ଭଣ୍ଡଖ୍ରୀଷ୍ଟ ନାମରେ ଏକ ବ୍ୟକ୍ତି ଅନ୍ତିମ ସମୟରେ ପ୍ରକଟ ହେବ I ଏହି ବ୍ୟକ୍ତି ଈଶ୍ୱରଙ୍କ ଲୋକମାନଙ୍କୁ ବିନାଶ କରିବାକୁ ଚେଷ୍ଟା କରିବ କିନ୍ତୁ ସେ ଯୀଶୁଙ୍କ ଦ୍ୱାରା ପରାସ୍ତ ହେବେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି  ଶବ୍ଦକୁ “ଯୀଶୁଙ୍କ ପ୍ରତିରୋଧକାରୀ” କିମ୍ୱା “ଯୀଶୁଙ୍କ ଶତ୍ରୁ” କିମ୍ୱା “ଏକ ବ୍ୟକ୍ତି ଯେ ଖ୍ରୀଷ୍ଟଙ୍କ ବିରୋଧୀ” ବୋଲି ଅନୁବାଦ କରାଯାଇପାରେ I
  • “ଭଣ୍ଡଖ୍ରୀଷ୍ଟର ଆତ୍ମା” ବାକ୍ୟାଂଶକୁ “ଏକ ଆତ୍ମା ଯାହା ଖ୍ରୀଷ୍ଟଙ୍କ ବିରୋଧୀ” କିମ୍ୱା “(ଜଣେ ବ୍ୟକ୍ତି) ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ଶିକ୍ଷା ଦିଏ” କିମ୍ୱା “ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ବିଷୟଗୁଡ଼ିକୁ ବିଶ୍ୱାସ କରିବାର ମନୋଭାବ” କିମ୍ୱା “ଏକ ଆତ୍ମା ଯାହା ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ଶିକ୍ଷା ଦିଏ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • ଏହା ସ୍ଥାନୀୟ ଏବଂ ଜାତୀୟ ଭାଷାର ବାଇବେଲରେ କିପରି ଅନୁବାଦିତ ତାହା ମଧ୍ୟ ଦେଖନ୍ତୁ  I ( ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)

ଖ୍ରୀଷ୍ଟପ୍ରକାଶ, କ୍ଲେଶ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: G05000

ଭବିଷ୍ୟ‌ଦ୍‌ବକ୍ତା, ଭବିଷ୍ୟବାଣୀ, ଭବିଷ୍ୟବାଣୀ, ଦ୍ରଷ୍ଟା, ଭବିଷ୍ୟଦ୍‍ବକ୍ତ୍ରୀ

ପରିଭାଷା:

“ଭବିଷ୍ୟ‌ଦ୍‌ବକ୍ତା” ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ବାର୍ତ୍ତାଗୁଡ଼ିକ ଲୋକମାନଙ୍କୁ କହନ୍ତି। ଏହି କାର୍ଯ୍ୟ କରୁଥିବା ଜଣେ ସ୍ତ୍ରୀକୁ ଏକ "ଭବିଷ୍ୟତବକ୍ତ୍ରୀ” ବୋଲି କୁହାଯାଏ।

  • ଅନେକ ସମୟରେ ଭବିଷ୍ୟ‌ଦ୍‌ବକ୍ତାମାନେ ଲୋକମାନଙ୍କୁ ଚେତାବନୀ ବା ସତର୍କବାଣୀ କହୁଥିଲେ ଯେପରି ସେମାନେ ଆପଣା ଆପଣା ପାପଗୁଡ଼ିକରୁ ଫେରି ଆସିବେ ଏବଂ ଈଶ୍ୱରଙ୍କ ବାଧ୍ୟ ହେବେ।
  • ଏକ "ଭବିଷ୍ୟବାଣୀ" ଏକ ବାକ୍ୟ ଅଟେ ଯାହା ଭବିଷ୍ୟ‌ଦ୍‌ବକ୍ତା କହନ୍ତି। "ଭାବବାଣୀ କହିବାର" ଅର୍ଥ ଈଶ୍ଵରଙ୍କ ବାର୍ତ୍ତା କହିବା ଅଟେ।
  • ଅନେକ ସମୟରେ ଏକ ଭବିଷ୍ୟବାଣୀର ସମ୍ୱାଦ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ବିଷୟରେ ଜଣାଏ I
  • ପୁରାତନ ନିୟମରେ ଥିବା ଅନେକ ଭବିଷ୍ୟବାଣୀଗୁଡ଼ିକ ସଫଳ ହୋଇଅଛି।
  • ବାଇବେଲରେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକର ସଂଗ୍ରହକୁ ବେଳେବେଳେ ”ଭବିଷ୍ୟ‌ଦ୍‌ବକ୍ତାମାନେ” ବୋଲି ଉଲ୍ଲେଖ କରାଯାଏ।
  • ଉଦାହରଣ ସ୍ୱରୂପ, “ବ୍ୟବସ୍ଥା ଏବଂ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁସ୍ତକଗୁଡ଼ିକ” ବାକ୍ୟାଂଶ ସମସ୍ତ ଏବ୍ରୀ ପୁସ୍ତକଗୁଡ଼ିକ ଉଲ୍ଲେଖ କରିବା ପଦ୍ଧତି ଥିଲା, ଯାହା “ପୁରାତନ ନିୟମର” ଭାବରେ ପରିଚିତ ଅଟେ।
  • ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ପାଇଁ ଏକ ପୁରାତନ ଶବ୍ଦ “ଦ୍ରଷ୍ଟା” କିମ୍ବା “ଦେଖୁଥିବା ବ୍ୟକ୍ତି।”
  • ବେଳେବେଳେ ଏହି “ଦ୍ରଷ୍ଟା” ଶବ୍ଦ ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଙ୍କୁ କିମ୍ବା ଭବିଷ୍ୟବାଣୀ କରୁଥିବା ବ୍ୟକ୍ତିଙ୍କୁ ସୂଚାଇଥାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକଗୁଡ଼ିକ:

  • “ଦ୍ରଷ୍ଟା” ଶବ୍ଦକୁ “ଈଶ୍ୱରଙ୍କ ମୁଖପାତ୍ର” କିମ୍ବା “ଈଶ୍ୱରଙ୍କ ପକ୍ଷରେ କଥା କହୁଥିବା ବ୍ୟକ୍ତି” କିମ୍ବା “ଈଶ୍ୱରଙ୍କ ବାକ୍ୟ କହୁଥିବା ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ।
  • ଜଣେ “ଦ୍ରଷ୍ଟା” ଶବ୍ଦକୁ “ଦର୍ଶନଗୁଡ଼ିକ ଦେଖୁଥିବା ଜଣେ ବ୍ୟକ୍ତି” କିମ୍ବା “ଈଶ୍ୱରଙ୍କଠାରୁ ଭବିଷ୍ୟତ ବିଷୟ ଦେଖିଥିବା ଜଣେ ବ୍ୟକ୍ତି” ବୋଲି ଅନୁବାଦ କରଯାଇପାରେ।
  • “ଭବିଷ୍ୟତବକ୍ତ୍ରୀ” ଶବ୍ଦକୁ “ଈଶ୍ୱରଙ୍କ ମୁଖପାତ୍ରୀ” କିମ୍ବା “ଈଶ୍ୱରଙ୍କ ପକ୍ଷରେ କଥା କହୁଥିବା ଜଣେ ନାରୀ” କିମ୍ବା “ଈଶ୍ୱରଙ୍କ ବାର୍ତ୍ତା କହୁଥିବା ଜଣେ ନାରୀ” ବୋଲି ଅନୁବାଦ କରାଯାଇପାରେ।
  • “ଭବିଷ୍ୟବାଣୀ” ଶବ୍ଦକୁ “ଈଶ୍ୱରଙ୍କ ନିକଟରୁ ବାର୍ତ୍ତା” କିମ୍ବା “ଭବିଷ୍ୟ‌ଦ୍‌ବକ୍ତାଙ୍କ ବାର୍ତ୍ତା” ବୋଲି ଅନୁବାଦ କରଯାଇପାରେ।
  • “ଭବିଷ୍ୟବାଣୀ କରିବା” ଶବ୍ଦକୁ “ଈଶ୍ୱରଙ୍କ ନିକଟରୁ ଆସିଥିବା ବାର୍ତ୍ତାକୁ କହିବା” କିମ୍ବା “ଈଶ୍ୱରଙ୍କ ବାର୍ତ୍ତାକୁ କହିବା” ବୋଲି ଅନୁବାଦ କରଯାଇପାରେ।
  • ଆଳଙ୍କାରିକ ଭାବ ପ୍ରକାଶନରେ “ବ୍ୟବସ୍ଥା ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ” ବାକ୍ୟାଂଶକୁ “ବ୍ୟବସ୍ଥା ଏବଂ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁସ୍ତକଗୁଡ଼ିକ” କିମ୍ବା “ଈଶ୍ୱରଙ୍କ ସମ୍ପର୍କରେ ଏବଂ ତାହାଙ୍କ ଲୋକମାନଙ୍କ ବିଷୟରେ ପ୍ରତ୍ୟେକ ଲିଖିତ ବିଷୟଗୁଡ଼ିକ, ଯହିଁରେ ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକ ଏବଂ ତାହାଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ଯାହା ପ୍ରଚାର କରିଛନ୍ତି” ବୋଲି ମଧ୍ୟ ଅନୁବାଦ କରଯାଇପାରେ I (ଉପଲକ୍ଷ୍ୟ ଅଳଙ୍କାର: ଦେଖନ୍ତୁ)
  • ଯେତେବେଳେ ଏକ ମିଥ୍ୟା ଦେବତାର ଜଣେ ଭବିଷ୍ୟ‌ଦ୍‌ବକ୍ତା(ଦ୍ରଷ୍ଟା)କୁ ଉଲ୍ଲେଖ କରାଯାଏ, ଉଦାହରଣ ସ୍ୱରୂପ ଯେପରି “ଏକ ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା (ଦ୍ରଷ୍ଟା )” କିମ୍ବା "ଜଣେ ମିଥ୍ୟା ଦେବତାର ଭବିଷ୍ୟ‌ଦ୍‌ବକ୍ତା (ଦ୍ରଷ୍ଟା )” କିମ୍ବା “ବାଲ୍ ଦେବତାର ଭବିଷ୍ୟ‌ଦ୍‌ବକ୍ତା” ବୋଲି ଅନୁବାଦ କରିବା ଆବଶ୍ୟକ ଅଟେ। ( ବାଲ୍, ଅଲୌକିକ ଶକ୍ତି ଦ୍ୱାରା ଭବିଷ୍ୟତର ଅନ୍ୱେଷଣ, ମିଥ୍ୟା ଦେବତା, ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା, ସଫଳ, ନିୟମର, ଦର୍ଶନ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 12:12 ଯେତେବେଳେ ଇସ୍ରାଏଲୀୟମାନେ ମିସ୍ରୀୟମାନଙ୍କ ମୃତ୍ୟ ଦେଖିଲେ, ସେମାନେ ଈଶ୍ୱରଙ୍କଠାରେ ଆସ୍ଥା ସ୍ଥାପନ କଲେ ଏବଂ ବିଶ୍ୱାସ କଲେ ଯେ, ମୋଶା ଜଣେ ଈଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ।
  • 17:13 ଦାଉଦ କରିଥିବା କାର୍ଯ୍ୟ ହେତୁ ଈଶ୍ୱର ଅତିଶୟ କ୍ରୁଦ୍ଧ ହେଲେ, ତେଣୁ ସେ ଭବିଷ୍ୟ‌ଦ୍‌ବକ୍ତା ନାଥନ ପ୍ରେରଣ କଲେ ଯେପରି ଦାଉଦଙ୍କ ପାପ ଯେ କେତେ ମନ୍ଦ ତାହା ସେ ତାହାଙ୍କୁ ଜଣାଇବେ I
  • 19:1 ଇସ୍ରାଏଲର ଇତିହାସରେ, ଈଶ୍ଵର ସେମାନଙ୍କ ପାଖକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତାମାନେ ଈଶ୍ଵରଙ୍କଠାରୁ ବାକ୍ୟ ଶୁଣିଲେ ଏବଂ ତା'ପରେ ଲୋକମାନଙ୍କୁ ଈଶ୍ଵରଙ୍କ ବାର୍ତ୍ତା ଜଣାଇଲେ।
  • 19:6 ବାଲ୍ ର 450 ଭବିଷ୍ୟ‌ଦ୍‌ବକ୍ତାଙ୍କ ସମେତ ସମଗ୍ର ଇସ୍ରାଏଲର ସମସ୍ତ ଲୋକ କର୍ମିଲସ୍ଥ ପର୍ବତକୁ ଆସିଲେ।
  • 19:17 ଅଧିକାଂଶ ସମୟରେ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁ ନଥିଲେ। ଅନେକ ସମୟରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଖରାପ ବ୍ୟବହାର କଲେ ଏବଂ ଏପରିକି ବେଳେବେଳେ ସେମାନଙ୍କୁ ବଧ କଲେ।
  • 21:9 ଏହି ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଭବିଷ୍ୟବାଣୀ କହିଲେ ଯେ ମସୀହ ଜଣେ କୁମାରୀ ଗର୍ଭରୁ ଜାତ ହେବେ।
  • 43:7 “ଏହା ସେ ଭବିଷ୍ୟବାଣୀକୁ ସଫଳ କଲା ଯାହା କହେ, “ତୁମ୍ଭେ ଆପଣା ପବିତ୍ର ଜଣଙ୍କୁ ପାତାଳରେ କ୍ଷୟ ହେବାକୁ ଦେବ ନାହିଁ।"
  • 48:12 ମୋଶା ଜଣେ ମହାନ ଭବିଷ୍ୟ‌ଦ୍‌ବକ୍ତା ଥିଲେ ଯିଏ ଈଶ୍ୱରଙ୍କ ବାକ୍ୟ ଘୋଷଣା କଲେ। କିନ୍ତୁ ଯୀଶୁ ସମସ୍ତଙ୍କଠାରୁ ମହାନ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି। ସେ ଈଶ୍ୱରଙ୍କ ବାକ୍ୟ ଅଟନ୍ତି।

ଶବ୍ଦବିନ୍ୟାସ:

  • Strong’s: H2372, H2374, H4853, H5012, H5013, H5016, H5017, H5029, H5030, H5031, H5197, G24950, G43940, G43950, G43960, G43970, G43980, G55780

ଭାଇ

ପରିଭାଷା:

"ଭାଇ" ଶବ୍ଦଟି ଭାଇମାନଙ୍କୁ ବୁଝାଏ ଯିଏ ଗୋଟିଏ ପିତା-ମାତାର ପୁତ୍ରଗଣ ଅଟନ୍ତି ।

  • ପୁରାତନ ନିୟମରେ "ଭାଇମାନଙ୍କୁ" ସାଧାରଣ ଭାବରେ ନିଜ ପରିବାରର ସଦସ୍ୟ ବା ବଂଶ ବା କିମ୍ବା ସହଯୋଗୀ ସଦସ୍ୟ ବା ବନ୍ଧୁ, ସତେ ଯେପରି ସମାନ ଜାତିର,ଗୋଷ୍ଠୀ, ଜୀବିକା, କିମ୍ବା ଲୋକମାନଙ୍କ ଦଳକୁ ବୁଝାଏ। ଏପରି ଭାବରେ ଯେତେବେଳେ ବ୍ୟବହୃତ ହୁଏ, ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶକ ଶବ୍ଦ ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଉଭୟକୁ ବୁଝାଏ।
  • ନୂତନ ନିୟମରେ, ପ୍ରେରିତମାନେ ଅନୁଗତ ଶିଷ୍ୟମାନଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ ସେମାନେ ପୁରୁଷ ହେଉନ୍ତୁ ବା ସ୍ତ୍ରୀ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀ ସମସ୍ତେ ଆତ୍ମିକ ପରିବାରର ଥିଲେ ଏବଂ ସ୍ୱର୍ଗସ୍ଥ ପିତା ସେମାନଙ୍କ ଈଶ୍ଵର ଥିଲେ।
  • ନୂତନ ନିୟମରେ ବହୁତ କମ୍ ସମୟରେ ପ୍ରେରିତମାନେ ଭଉଣୀ ସମ୍ବୋଧନ କରୁଥିବା ବିଷୟ ଦେଖିବାକୁ ମିଳେ ଯେଉଁଠାରେ କି ପୁରୁଷ ଓ ସ୍ତ୍ରୀ ଉଭୟ ଥାଆନ୍ତି ମହିଳାମାନଙ୍କୁ ଭଉଣୀ ସମ୍ବୋଧନ କରାଯାଉଥିଲା ׀ ଉଦାହରଣ ସ୍ୱରୂପ ଯାକୁବ "ଖାଦ୍ୟ ଏବଂ ପୋଷାକର ଆବଶ୍ୟକ ସମୟରେ ଭାଇ ଓ ଭଉଣୀମାନଙ୍କୁ" ସମସ୍ତ ବିଶ୍ୱାସୀ ବୋଲି ଗୁରୁତ୍ୱ ସହ କହିଥିଲେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହାକୁ ଉତ୍ତମ ରୂପେ ଅନୁବାଦ କରାଯାଇପାରେ ଯେ ଜଣେ ସ୍ୱାଭାବିକ ପିତା କିମ୍ବା ମାତାର ପୁରୁଷ ସନ୍ତାନମାନଙ୍କୁ ଭାଇ ବୋଲି କୁହାଯାଏ, ଅନ୍ୟଥା ଏହାର ଅର୍ଥ ଭୂଲ ହୋଇପାରେ।
  • ପୁରାତନ ନିୟମରେ ଭାଇ କହିଲେ ନିଜ ପରିବାର ବା ବଂଶ ବା ନିଜ ଦଳକୁ ଜଣାଯାଉଥିଲା ତାହାର ସାମ୍ଭାବ୍ୟ ଅନୁବାଦ ହେଉଛି ସମ୍ପର୍କୀୟ ବା ବଂଶିକ ଲୋକ ବା ଅନୁସରଣକାରୀ ଇଶ୍ରାୟେଲୀୟ ׀
  • ଖ୍ରୀଷ୍ଟ ବିଶ୍ୱାସୀ ସମ୍ୱନ୍ଧରେ କହିବା ବେଳେ ଏହାକୁ ଖ୍ରୀଷ୍ଟରେ ଭାଇ ବା ଆତ୍ମିକ ଭାଇ ବୋଲି ଅନୁବାଦ କରାଯାଇପାରେ।
  • ଯଦି ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କୁ ଭାଇ ବୋଲି ସୂଚିତ କରାଯାଏ ତେବେ ଏହାର ଭୂଲ ଅର୍ଥ ବାହାରିପାରେ ତେଣୁ ସେହି ସ୍ଥାନରେ ପୁରୁଷ ଏବଂ ସ୍ତ୍ରୀଙ୍କ କ୍ଷେତ୍ରରେ ସାଧାରଣ ଶବ୍ଦ ବ୍ୟବହାର କରାଯାଇପାରେ।
  • ଅନ୍ୟ ଅର୍ଥରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ବିଶ୍ୱାସୀମାନଙ୍କ ସମ୍ୱନ୍ଧରେ ପ୍ରକାଶ କଲାବେଳେ ଏହାକୁ "ବିଶ୍ୱାସୀ ଅନୁସରଣକାରୀ" କିମ୍ବା "ଖ୍ରୀଷ୍ଟିୟାନ ଭାଇ ଓ ଭଉଣୀ" ବୋଲି ଅନୁବାଦ କରାଯାଇପାରେ।
  • କେବଳ ପୁରୁଷକୁ ସୂଚିତ କରାଯାଉଅଛି ଅବା ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କୁ କୁହାଯାଉଛି ତାହା ପ୍ରସଙ୍ଗ ଅନୁସାରେ ଅନୁବାଦ କରାଯିବା ଉଚିତ।

( ପ୍ରେରିତ, ପିତା ଈଶ୍ୱର, ଭଉଣୀ, ଆତ୍ମା ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0251, H0252, H0264, H1730, H2992, H2993, H2994, H7453, G00800, G00810, G23850, G24550, G25000, G46130, G53600, G55690

ଭୂତ_,_ମନ୍ଦ ଆତ୍ମା,ଅଶୁଚି ଆତ୍ମା

ପରିଭାଷା:

ଏହି ସମସ୍ତ ଶବ୍ଦଗୁଡ଼ିକ ଈଶ୍ୱରଙ୍କ ବିରୁଦ୍ଧରେ ଠିଆ ହେଉଥିବା ଭୂତ ଆତ୍ମାମାନଙ୍କୁ ବୁଝାଏ I

  • ଈଶ୍ୱର ଦୂତମାନଙ୍କୁ ତାଙ୍କ ସେବା ନିମନ୍ତେ ସୃଷ୍ଟି କଲେ I ଯେତେବେଳେ ଶୟତାନ ଈଶ୍ୱରଙ୍କ ବିରୁଦ୍ଧାଚରଣ କଲା, କେତେକ ଦୂତ ମଧ୍ୟ ବିରୁଦ୍ଧାଚରଣ କଲେ ଏବଂ ସ୍ୱର୍ଗରୁ ପତିତ ହେଲେ I ଏହା ବିଶ୍ୱାସ କରାଯାଏ ଯେ ଭୂତ ଏବଂ ମନ୍ଦ ଆତ୍ମା ସବୁ “ପତିତ ଦୂତଗଣ” ଅଟନ୍ତି I
  • ବେଳେବେଳେ ଏହି ଭୂତ କିମ୍ବା ଆତ୍ମାମାନଙ୍କୁ “ଅଶୁଚି ଆତ୍ମା” ବୋଲି କୁହାଯାଏ I “ଅଶୁଚି” ଶବ୍ଦର ଅର୍ଥ “ମନ୍ଦ” କିମ୍ୱା “ଅପବିତ୍ର” ଅଟେ I
  • ଭୂତମାନେ ଶୟତାନର ସେବା କରନ୍ତି ତେଣୁ ସେମାନେ ମନ୍ଦ ବିଷୟଗୁଡ଼ିକୁ କରିଥାଆନ୍ତି I ବେଳେବେଳେ ସେମାନେ ଲୋକମାନଙ୍କ ମଧ୍ୟରେ ବାସକରି ସେମାନଙ୍କୁ ନୀୟନ୍ତ୍ରଣ କରନ୍ତି I
  • ଭୂତଆତ୍ମାମାନେ ମନୁଷ୍ୟମାନଙ୍କଠାରୁ ଅଧିକ ଶକ୍ତିଶାଳୀ କିନ୍ତୁ ଈଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ନୁହନ୍ତି I

ଅନୁବାଦ ପ୍ରସ୍ତାଵଗୁଡ଼ିକ:

  • ”ଭୂତ” ଶବ୍ଦକୁ “ମନ୍ଦଆତ୍ମା” ବୋଲି ଅନୁବାଦ କରାଯାଇପାରେ I
  • ”ଅଶୁଚି ଆତ୍ମା” ଶବ୍ଦକୁ “ମନ୍ଦଆତ୍ମା” କିମ୍ୱା “ଭ୍ରଷ୍ଟଆତ୍ମା” ବୋଲି ଅନୁବାଦ କରାଯାଇପାରେ I
  • ଶୟତାନକୁ ବୁଝାଉ ଥିବା ଶବ୍ଦଠାରୁ ଭିନ୍ନ ଶବ୍ଦକୁ ବ୍ୟବହାର କରନ୍ତୁ I
  • “ଭୂତ” ଶବକୁ ସ୍ଥାନୀୟ ଏବଂ ଜାତୀୟ ଭାଷାରେ କିପରି ଅନୁବାଦ କରାଯାଇଅଛି ଦେଖନ୍ତୁ I
  • (ଅଜ୍ଞାତବିଷୟଗୁଡ଼ିକୁ କିପରି ଅନୁବାଦ କରିବେ ଦେଖନ୍ତୁ)

(ଭୂତଗ୍ରସ୍ତ, ଶୟତାନ, ମିଥ୍ୟା ଦେବତା, ଦୂତ, ମନ୍ଦ, ଶୁଚି ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 26:9 ଅନକେ ଲୋକ ଯାହାର ଅନ୍ତରରେ ଭୂତ ଥିଲା ସେମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଗଲା I ଯୀଶୁ ଯେତେବେଳେ ସେମାନଙ୍କୁ ଆଦେଶ ଦେଲେ ଭୂତ ଲୋକମାନଙ୍କୁଠାରୁ ବାହାରି ଗଲା ଏବଂ ସେମାନେ “ତୁମେ ଈଶ୍ୱରଙ୍କ ସନ୍ତାନ ଅଟ” ବୋଲି  ଚିତ୍କାର କଲେ I
  • 32:8 ଭୂତମାନେ ଲୋକମାନଙ୍କଠାରୁ ବାହାରି ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ I
  • 47:5 ଶେଷରେ ଦିନେ ଯେତେବେଳେ ଦାସୀ ଝିଅ ଚିତ୍କାର କରିବା ଆରମ୍ଭ କଲା, ପାଉଲ ତାଙ୍କ ଆଡ଼କୁ ଅନେଇ ସେମାନଙ୍କ ଠାରେ ଥିବା ଭୂତକୁ କହିଲେ, “ଯୀଶୁଙ୍କ ନାମରେ, ବାହାରି ଯା” ସେହି କ୍ଷଣି ଭୂତ ତାହାଠାରୁ ଚାଲିଗଲା I
  • 49:2 ଯୀଶୁ ସମୁଦ୍ରରେ ଚାଲିଲେ, ଝଡକୁ ଶାନ୍ତ କଲେ, ଅନକେ ରୋଗୀକୁ ସୁସ୍ଥ କଲେ, ଭୂତ ଛଡାଇଲେ, ମୃତ୍ୟୁକୁ ଉଠାଇଲେ ଏବଂ ପାଞ୍ଚ ରୁଟି ଏବଂ ଦୁଇ ମାଛ ଦ୍ୱାରା ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକଙ୍କୁ ଖୁଆଇଲେ I

ଶବ୍ଦବିନ୍ୟାସ :

  • Strong’s: H2932, H7307, H7451, H7700, G01690, G11390, G11400, G11410, G11420, G41900, G41510, G41520, G41890

ଭୂତଗ୍ରସ୍ତ ଲୋକ

ପରିଭାଷା:

ଯେଉଁ ବ୍ୟକ୍ତି ଭୂତଗ୍ରସ୍ତ ତାଠାରେ ଭୂତ କିମ୍ୱା ମନ୍ଦ ଆତ୍ମା ଅଛି ଯିଏ ସେ ଯାହା କରେ ଏବଂ ଚିନ୍ତାକରେ ତାକୁ ନୀୟନ୍ତ୍ରଣ କରେ I

  • ବେଳେବେଳେ ଭୂତଗ୍ରସ୍ତ ବ୍ୟକ୍ତି ନିଜକୁ କିମ୍ୱା ଅନ୍ୟକୁ ଆଘାତ ଦେଇଥାଏ କାରଣ ଭୂତ ତାକୁ ସେହିପରି କରିବା ପାଇଁ ପ୍ରବର୍ତ୍ତାଏ I
  • ଯୀଶୁ ଭୂତକୁ ଭୂତଗ୍ରସ୍ତ ଲୋକମାନଙ୍କଠାରୁ ବାହାରି ଯିବା ପାଇଁ ଆଦେଶ ଦେଇ ସେହି ଲୋକମାନଙ୍କୁ ସୁସ୍ଥ କଲେ I ଏହାକୁ “ଭୂତ ଛଡେଇବା” କୁହାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ବାକ୍ୟାଂଶକୁ “ଭୂତଗ୍ରସ୍ତ” କିମ୍ୱା ”ମନ୍ଦ ଆତ୍ମା ଦ୍ୱାରା ନୀୟନ୍ତ୍ରଣ ହେବା” କିମ୍ୱା “ଶରୀରରେ ଏକ ମନ୍ଦଆତ୍ମା ବାସ କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I

(ଭୂତ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 26:9 ଅନେକ ଲୋକ ଯେଉଁମାନଙ୍କଠାରେ ଭୂତଥିଲା ସେମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଗଲା I
  • 32:2 ଯେତେବେଳେ ସେମାନେ ସମୁଦ୍ରର ଆର ପାରିକି ପହଞ୍ଚିଲେ, ଜଣେ ଭୂତଗ୍ରସ୍ତ ଲୋକ ଯୀଶୁଙ୍କ ନିକଟକୁ ଦୌଡି ଆସିଲା I
  • 32:6 _ଭୂତଗ୍ରସ୍ତ ଲୋକ ଚିତ୍କାର କଲା, “ଯୀଶୁ, ଈଶ୍ୱରଙ୍କ ପୁତ୍ର, ତୁମ୍ଭେ ମୋଠାରୁ କଅଣ ଚାହଁ? ଦୟାକରି ମୋତେ ଯନ୍ତ୍ରଣା ଦିଅ ନାହିଁ !”
  • 32:9 ସହରରୁ ଲୋକମାନେ ଆସି ସେହି ଭୂତଗ୍ରସ୍ତ ଲୋକକୁ ଦେଖିଲେ I
  • 47:3 ସବୁଦିନ ପାଉଲ ଓ ଶିଲା ଯିବା ବେଳେବେଳେ ଜଣେ ଭୂତଗ୍ରସ୍ତ ଦାସୀ ଝିଅ ସେମାନଙ୍କ ଅନୁକରଣ କରୁଥିଲା I

ଶବ୍ଦବିନ୍ୟାସ:

  • Strong’s: G11390

ଭୟ, ଭୀତ, ଭୟଯୁକ୍ତ

ପରିଭାଷା:

"ଭୟ" ଶବ୍ଦ ଜଣେ ବ୍ୟକ୍ତି ନିଜର ସୁରକ୍ଷା କିମ୍ବା ସୁସ୍ଥତା ବିରୁଦ୍ଧରେ ବିପଦକୁ ସମ୍ମୁଖୀନ କରିବା ଅବସ୍ଥାକୁ ବୁଝାଏ । ବାଇବେଲରେ, "ଭୟ" ଶବ୍ଦର ଅର୍ଥ ଅନ୍ୟ ଜଣଙ୍କ ପ୍ରତି ଆଦର, ସମ୍ମାନ, ଭୟ କିମ୍ବା ଆଜ୍ଞାର ମନୋଭାବକୁ ବୁଝାଏ, ସାଧାରଣତଃ ଈଶ୍ୱର କିମ୍ବା ରାଜା ପରି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ପ୍ରତି ବ୍ୟବହୃତ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

· ପ୍ରସଙ୍ଗକୁ ଆଧାର କରି “ଭୟ” ଶବ୍ଦକୁ “ଡରିବା” କିମ୍ବା “ଗଭୀର ସମ୍ମାନ,” କିମ୍ବା “ଗଭୀର ସମ୍ମାନ;” “ସମ୍ମାନ,” କିମ୍ବା “ସମ୍ମାନ;” କିମ୍ବା “ଭୟଭୀତ ହେବା” ବୋଲି ଅନୁବାଦ କରାଯାଇପାରେ I

· “ଭୟ କର ନାହିଁ” ବାକ୍ୟକୁ “ଭୟଭୀତ ହୁଅ ନାହିଁ” କିମ୍ବା “ଭୟ କରିବା ବନ୍ଦ କର” ବୋଲି ଅନୁବାଦ କରାଯାଇପାରେ I

· “ଈଶ୍ୱରଙ୍କ ଭୟ ସେ ସମସ୍ତଙ୍କ ଉପରେ ପଡ଼ିଲା” ବାକ୍ୟାଂଶକୁ "ହଠାତ୍ ସମସ୍ତେ ଈଶ୍ଵରଙ୍କ ପ୍ରତି ଗଭୀର ଭୟ ଓ ସମ୍ମାନ ଅନୁଭବ କଲେ" କିମ୍ବା "ସଙ୍ଗେ ସଙ୍ଗେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଏବଂ ଈଶ୍ଵରଙ୍କୁ ଗଭୀର ସମ୍ମାନ କଲେ" କିମ୍ବା "ସେହି ସମୟରେ, ସେମାନେ ସମସ୍ତେ ଈଶ୍ଵରଙ୍କୁ ଭୟ କରୁଥିଲେ (ତାଙ୍କର ମହାନ ଶକ୍ତି ହେତୁ)" ବୋଲି ଅନୁବାଦ କରାଯାଇପାରେ I

ଆଚମ୍ଭବିସ୍ମୟତାଶକ୍ତିଯିହୋବାପ୍ରଭୁ:  ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H367, H926, H124, H1481, H1672, H1674, H1763, H2119, H2296, H2727, H2729, H2730, H2731, H2844, H2849, H2865, H316, H325, H368, H3372, H3373, H3374, H432, H434, H435, H4116, H4172, H626, H6342, H6343, H6345, H6427, H7264, H7267, H7297, H7374, H7461, H7493, H8175, G8700, G11670, G11680, G11690, G16300, G17190, G21240, G21250, G29620, G53980, G53990, G54000, G5410

ମଣ୍ଡଳୀ, ମଣ୍ଡଳୀ

ପରିଭାଷା:

ନୂତନ ନିୟମରେ, “ମଣ୍ଡଳୀ” ଶବ୍ଦ ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ସ୍ଥାନୀୟ ଗୋଷ୍ଠୀକୁ ବୁଝାଏ ଯେଉଁମାନେ ପ୍ରାର୍ଥନା ଓ ପ୍ରଚାରିତ ହେଉଥିବା ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ନୀୟମିତ ଭାବେ ଏକତ୍ର ହୁଅନ୍ତି। ବେଳେବେଳେ “ମଣ୍ଡଳୀ” ଶବ୍ଦଟି ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ମଧ୍ୟ ଉଲ୍ଲେଖ କରାଯାଏ।

  • ଆକ୍ଷରିକ ଭାବେ ଏହି ଶବ୍ଦ “ଆହ୍ୱାନ ପ୍ରାପ୍ତ” ଲୋକମାନଙ୍କର ସଭା ବା ଧର୍ମସଭାକୁ ବୁଝାଏ ଯେଉଁମାନେ ଏକ ବିଶେଷ ଉଦ୍ଦେଶ୍ୟ ନେଇ ଏକତ୍ର ହୁଅନ୍ତି।
  • ଯେତେବେଳେ ଏହି ଶବ୍ଦ ଖ୍ରୀଷ୍ଟଙ୍କ ସମଗ୍ର ଶରୀରରେ ଥିବା ସମସ୍ତ ବିଶ୍ୱାସୀମାନଙ୍କୁ ନିର୍ଦ୍ଦେଶ କରିବା ପାଇଁ ବ୍ୟବହୃତ ହୁଏ, କେତେକ ଇଂରାଜୀ ବାଇବେଲ ଅନୁବାଦଗୁଡ଼ିକ ଏହାକୁ ସ୍ଥାନୀୟ ମଣ୍ଡଳୀରୁ ଭିନ୍ନତା ଦେଖାଇବା ପାଇଁ ମଣ୍ଡଳୀର ପ୍ରଥମ ଅକ୍ଷରକୁ (“Church”) ବଡ଼ ଅକ୍ଷରରେ ଲେଖନ୍ତି।
  • ସମୟ ସମୟରେ ନିର୍ଦ୍ଧିଷ୍ଟ ଅଞ୍ଚଳର ବିଶ୍ୱାସୀମାନେ କାହାରି ଗୃହରେ ମଧ୍ୟ ଏକାଠି ହୁଅନ୍ତି। ଏହି ସ୍ଥାନୀୟ ମଣ୍ଡଳୀଗୁଡ଼ିକୁ ସହରର ନାମ ଦିଆଯାଇଥିଲା ଯେପରିକି “ଏଫିସୀୟ ମଣ୍ଡଳୀ।”
  • ବାଇବେଲରେ, “ମଣ୍ଡଳୀ” ଏକ ଅଟ୍ଟାଳିକା ବା କୋଠା ଗୃହକୁ ବୁଝାଏ ନାହିଁ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ମଣ୍ଡଳୀ” ଶବ୍ଦକୁ ବିଭିନ୍ନ ଅର୍ଥରେ ଯେପରି “ଏକତ୍ରିକରଣ” କିମ୍ୱା “ସଭା”, କିମ୍ବା “ଧାର୍ମିକ ସଭା” କିମ୍ବା “ଯେଉଁମାନେ ଏକତ୍ର ହୁଅନ୍ତି” ବୋଲି ଅନୁବାଦ କରାଯାଇପାରେ।
  • ଏହି ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ ବା ବାକ୍ୟାଂଶ କେବଳ ଗୋଟିଏ ଛୋଟ ଗୋଷ୍ଠୀ ନୁହେଁ ସମସ୍ତ ବିଶ୍ୱାସୀମାନଙ୍କୁ ସୂଚାଇବାରେ ସକ୍ଷମ ହେବା ଆବଶ୍ୟକ ଅଟେ।
  • ନିଶ୍ଚିତ ହୁଅନ୍ତୁ ଯେ, “ମଣ୍ଡଳୀ” ଶବ୍ଦର ଅନୁବାଦ ଏକ ଅଟ୍ଟାଳିକା ବା କୋଠା ଗୃହକୁ ସୂଚିତ କରେ ନାହିଁ।
  • ପୁରାତନ ନିୟମରେ ଅନୁବାଦ କରିବା ପାଇଁ ବ୍ୟବହୃତ ଶବ୍ଦ “ସଭା” ମଧ୍ୟ ଏହି ଶବ୍ଦର ଅନୁବାଦ ପାଇଁ ବ୍ୟବହୃତ ହୋଇପାରେ।
  • ଏହି ଶବ୍ଦ ଆପଣଙ୍କ ଏକ ସ୍ଥାନୀୟ କିମ୍ବା ଜାତୀୟ ବାଇବେଲ ଅନୁବାଦରେ କିପରି ଅନୁବାଦ ହୋଇଅଛି ତାହା ଦେଖନ୍ତୁ । (: କିପରି ଅଜ୍ଞାତବିଷୟଗୁଡ଼ିକୁ ଅନୁବାଦ କରବେ ଦେଖନ୍ତୁ )

(ସଭା, ବିଶ୍ୱାସ, ଖ୍ରୀଷ୍ଟିୟାନ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 43:12 ଆଉ ସେଥିରେ ଯେଉଁମାନେ ପିତରଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେଲେ ସେହିଦିନ ପ୍ରାୟ 3,000 ଲୋକ ମଣ୍ଡଳୀ ସାହିତ ସଂଯୁକ୍ତ ହେଲେ। ସେମାନେ ବାପ୍ତିଜିତ ହୋଇ ଯିରୂଶାଲମ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।
  • 46:9 ଆନ୍ତିୟଖିଆର ଅଧିକାଂଶ ଲୋକମାନେ ଯିହୁଦୀ ନୁହନ୍ତି କିନ୍ତୁ ପ୍ରଥମ ଥର ପାଇଁ ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସୀ ହେଲେ। ବର୍ଣ୍ଣବ୍ବା ଓ ଶାଉଲ ସେଠାକୁ ଯାଇ ନୂତନ ବିଶ୍ୱାସୀମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇ ମଣ୍ଡଳୀକୁ ଶକ୍ତିଯୁକ୍ତ କଲେ।
  • 46:10 ଏଣୁ ଆନ୍ତିୟଖିଆର ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କ ନିମନ୍ତେ ହସ୍ତ ଥୋଇ ପ୍ରାର୍ଥନା କଲେ। ତାପରେ ସେମାନଙ୍କୁ ଅନ୍ୟ ସ୍ଥାନମାନଙ୍କରେ ଯୀଶୁଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ।
  • 47:13 ଯୀଶୁଙ୍କର ସୁସମାଚାର ବ୍ୟାପିବାକୁ ଲାଗିଲା, ଏବଂ ମଣ୍ଡଳୀ ବୃଦ୍ଧି ହେଲା
  • 50:1 ପାଖାପାଖି 2,000 ବର୍ଷ ପରେ, ଅଧିକରୁ ଅଧିକ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ୱନ୍ଧରେ ସୁସମାଚାର ଶୁଣି ଆସୁଅଛନ୍ତି। ମଣ୍ଡଳୀ ବୃଦ୍ଧି ପାଇଆସୁଅଛି।

ଶବ୍ଦବିନ୍ୟାସ:

  • Strong’s: G15770

ମଧ୍ୟସ୍ଥତା, ମଧ୍ୟସ୍ଠତା କରନ୍ତି, ମଧ୍ୟସ୍ଠତା ପ୍ରାର୍ଥନା

ସଂଜ୍ଞା:

“ମଧ୍ୟସ୍ଥତା “ଓ “ମଧ୍ୟସ୍ଥତା ପ୍ରାର୍ଥନା “ଶବ୍ଦ ଏକ ବ୍ୟକ୍ତି କୁ ଆଉ ଏକ ବ୍ୟକ୍ତି ନିମନ୍ତେ ଅନୁରୋଧ କରିବା କୁ ଦର୍ଶାଏ I ବାଇବଲରେ ସାଧାରଣତଃ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଦର୍ଶାଏ I

  • ଅଭିବ୍ୟକ୍ତି “ମଧ୍ୟସ୍ଥତା ପ୍ରାର୍ଥନା କରିବା’ ଓ ‘ କାହା ପାଇଁ ମଧ୍ୟସ୍ଥତା “ଏହି ଦୁଇ ଶବ୍ଦ ର ଅର୍ଥ ଅନ୍ୟ ଲୋକଙ୍କ ଲାଭ ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବା I
  • ବାଇବଲ ଆମକୁ ଶିକ୍ଷା ଦିଏ କି ପବିତ୍ର ଆତ୍ମା ଆମ ପାଇଁ ମଧ୍ୟସ୍ଥତା କରନ୍ତି, ତାହା ହେଲା ସେ ପରମେଶ୍ୱରଙ୍କୁ ଆମ ନିମନ୍ତେ ପ୍ରାର୍ଥନା କରନ୍ତି I
  • ଏକ ବ୍ୟକ୍ତି ଆଉ ଏକ ବ୍ୟକ୍ତି ନିମନ୍ତେ ମଧ୍ୟସ୍ଠତା କରିବା ହେଉଛି ତାଙ୍କ ନିମନ୍ତେ ଯେ ପଦାଧିକାରୀ ଅଛି ତାହାଙ୍କୁ ଅନୁରୋଧ କରିବା I

ଅନୁବାଦ ପ୍ରସ୍ତାବ “

  • “ମଧ୍ୟସ୍ଥତା” କୁ ଅଲଗା ପ୍ରକାର ଅନୁବାଦ କଲେ ତାହା “କାହା ନିମନ୍ତେ ଓକିଲାତି କରିବା “କିଅବା “କାହାକୁ ପ୍ରବଳ ଭାବରେ ଆଉ କାହା ନିମନ୍ତେ ବାଧ୍ୟ କରାଇବା “ହୁଏ I
  • “ମଧ୍ୟସ୍ଥ ପ୍ରାର୍ଥନା କରିବା” କୁ “ଦୃଷ୍ଟି ଆକର୍ଷଣ କରିବା” କିଅବା “ଅନୁରୋଧ” କିଅବା “ବାଧ୍ୟ ପ୍ରାର୍ଥନା “ରୂପରେ ଅନୁବାଦ କରାଯାଏ I
  • ବାକ୍ୟାଂଶ “ମଧ୍ୟସ୍ଥତା କରିବା” କୁ “କାହାର ଲାଭ ନିମନ୍ତେ ଅନୁରୋଧ କରିବା” କିଅବା “କାହା ତରଫରୁ ଓକିଲାତି କରିବା” କିଅବା “ସାହାଯ୍ୟ ନିମନ୍ତେ ପରମେଶ୍ୱରଙ୍କୁ ପଚାରିବା “କିଅବା “ପରମେଶ୍ୱରଙ୍କୁ କାହା ପାଇଁ ଓକିଲାତି କରିବା କି ପ୍ରଭୁ ତାହାକୁ ଆଶୀର୍ବାଦ କରନ୍ତୁ “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ପ୍ରାର୍ଥନା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6293, G1783, G1793, G5241

ମନୁଷ୍ୟ ପୁତ୍ର, ମନୁଷ୍ୟ ପୁତ୍ର

ପରିଭାଷା:

“ମନୁଷ୍ୟ ପୁତ୍ର” ର ଆଖ୍ୟା ଯୀଶୁ ଓ କେବଳ ତାହାଙ୍କ ପାଇଁ ବ୍ୟବହାର କରାଯାଏ ସେ ସଦା ସର୍ବଦା “ମୁଁ “କିମ୍ୱା “ମୋହର” ସର୍ବନାମ ବ୍ୟବହାର କରିବା ପରିବର୍ତ୍ତେ ଏହି ବାକ୍ୟକୁ ବ୍ୟବହାର କରିଥିଲେ ।

  • ବାଇବେଲରେ, “ମନୁଷ୍ୟ ପୁତ୍ର” ଜଣେ ମନୁଷ୍ୟକୁ ବୁଝାଇପାରେ । ଏହାର ଅର୍ଥ “ମାନବ ଜାତି” ମଧ୍ୟ ହୋଇପାରେ ।
  • ପୁରାତନ ନିୟମର ଯିହିଜିକଲରେ ଯିହିଜିକଲ ଈଶ୍ଵରଙ୍କୁ “ମନୁଷ୍ୟ ପୁତ୍ର” ବୋଲି ସମ୍ବୋଧନ କରିଛନ୍ତି ଉଦାହରଣ ସ୍ୱରୂପ ସେ କହିଲେ, “ତୁମ୍ଭେ, ମନୁଷ୍ୟ ପୁତ୍ର, ନିଶ୍ଚିତ ଭାବବାଣୀ କରିବା ଉଚିତ। “
  • ଭବିଷ୍ୟତବକ୍ତା ଦାନିୟେଲ ଦର୍ଶନରେ ଜଣେ “ମନୁଷ୍ୟ ପୁତ୍ର” ମେଘ ମାଳରେ ଆସୁଥିବା ଦେଖିଲେ ଯାହା ମସୀହଆସୁଥିବା ଖ୍ରୀଷ୍ଟଙ୍କ ବିଷୟରେ ବୁଝାଏ।
  • ଯୀଶୁ ମଧ୍ୟ କହିଲେ ଯେ ମନୁଷ୍ୟ ପୁତ୍ର ଦିନେ ମେଘ ମାଳରେ ନିଶ୍ଚୟ ଆସିବେ ।
  • ମନୁଷ୍ୟ ପୁତ୍ର ମେଘ ମାଲରେ ଅସିବେ ବାକ୍ୟାଂଶ ପ୍ରକାଶ କରେ ଯେ ଯୀଶୁ ମସୀହ ଈଶ୍ଵର ଅଟନ୍ତି ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

·        ଯୀଶୁ ଯେତେବେଳେ “ମନୁଷ୍ୟ ପୁତ୍ର” ଶବ୍ଦ ବ୍ୟବହାର କଲେ, ଏହାକୁ “ଯେ ମନୁଷ୍ୟ ପରି ଦେହବନ୍ତ ହେଲେ” କିମ୍ବା “ସ୍ୱର୍ଗରୁ ଆନୀତ ମନୁଷ୍ୟ“ ବୋଲି ଅନୁବାଦ କରନ୍ତୁ ।

·        କେତେକ ଅନୁବାଦକ “ମୁଁ” କିମ୍ୱା “ମୋହର” (ଯଥା ମୁଁ, ମନୁଷ୍ୟ ପୁତ୍ର) ସର୍ବନାମ ସହ ବ୍ୟବହାର କରି ସ୍ପଷ୍ଟ କରନ୍ତି ଯେ ଯୀଶୁ ନିଜ ବିଷୟରେ କହନ୍ତି।

·        ଏହି ଶବ୍ଦର ଅନୁବାଦ ଯେପରି କୌଣସି ଭୁଲ୍ ଅର୍ଥ ପ୍ରକାଶ ନ କରେ (ଯଥା ଅବୈଧ ପୁତ୍ର କିମ୍ୱା ଭୁଲ ଆଦର୍ଶ ଦେବା ଯେପରି ଯୀଶୁ କେବଳ ମନୁଷ୍ୟଥିଲେ)ତାହା ନିଶ୍ଚିତ କରନ୍ତୁ ।

·        ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଦର୍ଶାଏ, “ମନୁଷ୍ୟ ପୁତ୍ର” ଏହି ବାକ୍ୟାଂଶକୁ “ତୁମ୍ଭେ ଜଣେ ମନୁଷ୍ୟ ଅଟ” କିମ୍ୱା “ତୁମ୍ଭେ ମଣିଷ “କିମ୍ୱା “ମାନବ ଜାତି “କିମ୍ୱା “ମଣିଷ” ବୋଲି ଅନୁବାଦ କରାଯାଇପାରେ ।

(ସ୍ୱର୍ଗପୁତ୍ରଈଶ୍ଵରଙ୍କ ପୁତ୍ରଯିହୋବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H120, H66, H1121, H1247, G444, G527

ମନୋନୀତ,ବାଛିବା,ମନୋନୀତ ଲୋକମାନେ,ମନୋନୀତ ବ୍ୟକ୍ତି,ମନେ ମନେ ସ୍ଥିର କରିବା ବା ନିର୍ବାଚନ କରିବା

ପରିଭାଷା:

“ମନୋନୀତ” ଶବ୍ଦର ଆକ୍ଷେରିକ ଅର୍ଥ “ମନୋନୀତ ବ୍ୟକ୍ତିମାନେ” କିମ୍ୱା “ମନୋନୀତ ଲୋକମାନେ” ଏବଂ ଯେଉଁମାନଙ୍କୁ ପ୍ରଭୁ ନିଯୁକ୍ତି କଲେ କିମ୍ୱା ବାଛିଲେ ସେମାନଙ୍କୁ ସୁଚାଏ। “ମନୋନୀତ ବ୍ୟକ୍ତି” କିମ୍ୱା “ଈଶରଙ୍କ ମନୋନୀତ ବ୍ୟକ୍ତି” ଏପରି ଶିରୋନାମା ଯାହା ଯୀଶୁଙ୍କୁ ବୁଝାଏ, ଯିଏ ମନୋନୀତ ମସୀହ ଅଟନ୍ତି।

  • “ମନୋନୀତ” ଶବ୍ଦର ଅର୍ଥ କେତେକ ବିଷୟ ବାଛିବା କିମ୍ୱା କାହାକୁ ବାଛିବା କିମ୍ୱା କିଛି ନିଷ୍ପତି ନେବା। ଅନେକ ସମୟରେ ଏହି ଶବ୍ଦଟି ପରମେଶ୍ଵରଙ୍କ ନିଜର ସେବା ପାଇଁ ମନୋନୀତ ବା ନିଯୁକ୍ତି କରିଥିବା ଲୋକମାନଙ୍କୁ ବୁଝାଏ।
  • "ମନୋନୀତ” ହେବାର ଅର୍ଥ “ସର୍ବଶ୍ରେଷ୍ଠ ବିଷୟକୁ ବାଛିବା” କିମ୍ୱା “ନିଯୁକ୍ତି ହେବା” କିମ୍ୱା କିଛି କରିବା ଅଟେ।
  • ଈଶ୍ଵର ଲୋକମାନଙ୍କୁ ପବିତ୍ର ହେବା ନିମନ୍ତେ ବାଛିଲେ, ଏବଂ ଉତ୍ତମ ଫଳ ବହନ କରିବା ଉଦ୍ଦେଶ୍ୟରେ ତାହାଙ୍କ ଦ୍ୱାରା ପୃଥକ କଲେ। ସେଥି ପାଇଁ ସେମାନେ “ମନୋନୀତ ଲୋକ” କିମ୍ୱା “ସର୍ବଶ୍ରେଷ୍ଠ ଲୋକ” ବୋଲି କୁହାଯାଆନ୍ତି।
  • “ମନୋନୀତ ବ୍ୟକ୍ତି” ଶବ୍ଦଟି ବାଇବେଲରେ ଅନେକ ସମୟରେ କେତେକ ନିର୍ଦ୍ଦିଷ୍ଟ ଲୋକମାନଙ୍କ ନିମନ୍ତେ ବ୍ୟବହାର କରାଯାଇଅଛି ଯେପରି ମୋଶା ଏବଂ ଦାଉଦ ରାଜା ଯେଉଁମାନଙ୍କୁ ପରମେଶ୍ଵର ଆପଣାର ଲୋକମାନଙ୍କର ନେତା ଭାବରେ ନିଯୁକ୍ତ କରିଥିଲେ। ଏହା ମଧ୍ୟ ପରମେଶ୍ଵରଙ୍କ ମନୋନୀତ ଜାତି ଇସ୍ରାଏଲ ଦେଶକୁ ଦର୍ଶାଏ।
  • ଖଣ୍ଡବାକ୍ୟ “ମନୋନୟନ” ଏକ ପୂରୁଣା ବ୍ୟବହୃତ ଭାଷା ଯାହାର ଆକ୍ଷେରିକ ଅର୍ଥ “ମନୋନୀତ ଲୋକମାନେ” କିମ୍ୱା ”ବଛାଯାଇଥିବା ଲୋକ।" ଖ୍ରୀଷ୍ଟରେ ବିଶ୍ୱାସୀମାନଙ୍କୁ ବୁଝାଇବାବେଳେ ଏହି ଖଣ୍ଡବାକ୍ୟ ମୂଳ ଭାଷାରେ ବହୁବଚନ ଅଟେ।
  • ପୁରାତନ ଇଂରାଜୀ ବାଇବେଲ ସଂସ୍କରଣରେ, “ମନୋନୀତ” ଶବ୍ଦ ଉଭୟ ପୁରାତନ ଓ ନୂତନ ନିୟମରେ “ମନୋନୀତ ଲୋକ” ଭାବରେ ଅନୁବାଦ କରାଯାଉଥିଲା। ଅନେକ ଆଧୁନିକ ସଂସ୍କରଣରେ “ନିର୍ବାଚିତ କରିବା” ଶବ୍ଦଟି ନୂତନ ନିୟମରେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କୁ ଦର୍ଶାଏ। ବାଇବେଲ ମୂଳପାଠର ଅନ୍ୟ ସ୍ଥାନରେ, ଏହି ଶବ୍ଦଟିକୁ ଆକ୍ଷେରିକ ଭାବରେ ଅନୁବାଦକରି “ମନୋନୀତ ବ୍ୟକ୍ତି” ଭାବରେ ଅନୁବାଦକରାଯାଇଛି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ମନୋନୀତ” ଶବ୍ଦକୁ “ମନୋନୀତ ବ୍ୟକ୍ତି” କିମ୍ୱା “ମନୋନୀତ ଲୋକ” ଭାବରେ ଅନୁବାଦ କରିବା ଉତ୍ତମ ଅଟେ। ଏହା ମଧ୍ୟ ଏହିପରି ଭାବରେ ଯଥା “ଲୋକମାନେ ଯେଉଁମାନଙ୍କୁ ଈଶ୍ଵର ମନୋନୟନ କଲେ” କିମ୍ୱା “ଈଶ୍ଵର ଯେଉଁମାନଙ୍କୁ ଆପଣାର ଲୋକ କରିବା ନିମନ୍ତେ ନିଯୁକ୍ତି କଲେ” ବୋଲି ଅନୁବାଦ କରାଯାଇପାରେ।
  • “ଯେଉଁମାନେ ମନୋନୀତ” ବାକ୍ୟାଂଶଟିକୁ “ଯେଉଁମାନେ ନିଯୁକ୍ତ ହୋଇଥିଲେ” କିମ୍ୱା “ଯେଉଁମାନେ ବଛା ଯାଇଥିଲେ” କିମ୍ୱା “ଯାହାକୁ ଈଶ୍ଵର ବାଛିଲେ” ବୋଲି ଅନୁବାଦ କରାଯାଇପାରେ।
  • “ମୁଁ ତୁମ୍ଭକୁ ମନୋନୀତ କରିଛି” ଏହି ବାକ୍ୟାଂଶକୁ “ମୁଁ ତୁମ୍ଭକୁ ନିଯୁକ୍ତି କରିଛି” କିମ୍ୱା “ମୁଁ ତୁମକୁ ବାଛିଅଛି” ବୋଲି  ଅନୁବାଦ କରାଯାଇପାରେ।
  • ଯୀଶୁଙ୍କ ସମନ୍ଧରେ ବ୍ୟବହୃତ ହେଲେ,”ମନୋନୀତ ବ୍ୟକ୍ତି” ବାକ୍ୟାଂଶକୁ “ଈଶ୍ଵରଙ୍କ ମନୋନୀତ ବ୍ୟକ୍ତି” କିମ୍ୱା ”ଈଶ୍ଵରଙ୍କ ମନୋନୀତ ମସୀହ” କିମ୍ୱା “ଈଶ୍ଵରଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ (ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ )” ବୋଲି ଅନୁବାଦ କରାଯାଇପାରେ।

(ନିଯୁକ୍ତି,ଖ୍ରୀଷ୍ଟ ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0970, H0972, H0977, H1262, H1305, H4005, H6901, G01380, G01400, G15860, G15880, G15890, G19510, G37240, G44000, G44010, G47580, G48990, G55000

ମନ୍ଦ,ଦୁଷ୍ଟ,ଦୁଷ୍ଟାମି

ପରିଭାଷା:

ବାଇବଲରେ, "ମନ୍ଦ" ଶବ୍ଦଟି ନୈତିକ ଦୁଷ୍ଟତା କିମ୍ବା ଅପ୍ରୀତିକର ଭାବପ୍ରବଣ ଧାରଣାକୁ ସୂଚାଏ I ସାଧାରଣତଃ ଏହି ଶବ୍ଦ ଏକ  ନିର୍ଦ୍ଦିଷ୍ଟ ପରିସ୍ଥିତିରେ କେଉଁ ଅର୍ଥ ବୁଯାଏ ତାହା ପ୍ରସଙ୍ଗ ସ୍ପଷ୍ଟ କରିଥାଏ I

  • ”ମନ୍ଦ” ଶବ୍ଦଟି ଏକ ବ୍ୟକ୍ତିର ଚରିତ୍ରକୁ ବର୍ଣ୍ଣନା କରେ, “ଦୁଷ୍ଟ” ଶବ୍ଦଟି ଏକ ବ୍ୟକ୍ତିର ଆଚରଣକୁ ବର୍ଣ୍ଣନା କରେ I କିନ୍ତୁ, ଉଭୟ ଶବ୍ଦଗୁଡ଼ିକ ସମାନ ଅର୍ଥ ପ୍ରକାଶ କରେ I
  • ”ଦୁଷ୍ଟାମି” ଶବ୍ଦଟି ଲୋକମାନଙ୍କର ପାପପୂର୍ଣ୍ଣ ଆଚରଣକୁ ବୁଝାଏ I
  • ମନ୍ଦର ପରିଣାମ ଲୋକମାନେ କିପରି ଅନ୍ୟମାନଙ୍କୁ ହତ୍ୟା, ଚୋରୀ, ଗାଳି କରନ୍ତି ଏବଂ ନିଷ୍ଠୁର ବ୍ୟବହାର କରନ୍ତି ଏଥିରେ ପ୍ରକାଶ ପାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି “ମନ୍ଦ” ଏବଂ “ଦୁଷ୍ଟ” ଶବ୍ଦଗୁଡ଼ିକୁ “ଖରାପ” କିମ୍ୱା “ପାପମୟ” କିମ୍ୱା “ଅନୌତିକ” ବୋଲି  ଅନୁବାଦ କରାଯାଇପାରେ I
  • ଅନ୍ୟ ଭାବରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି “ଭଲ ନୁହେଁ” କିମ୍ୱା “ଧାର୍ମିକ ନୁହେଁ” କିମ୍ୱା “ନୌତିକ ନୁହେଁ” I
  • ପ୍ରସଙ୍ଗ ଉପରେ ଆଧାର କରି ଶବ୍ଦଗୁଡ଼ିକୁ ସ୍ୱଭାବିକ ଭାବେ ଅନୁବାଦ କରିବା ଆବଶ୍ୟକ ଅଟେ I

(ଅବାଧ୍ୟ,ପାପ,ଉତ୍ତମ,ଧାର୍ମିକ,ଦିଆବଳ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 2:4 ” ଈଶ୍ୱର ଜାଣିଥିଲେ କି ଫଳ ଖାଇବା ମାତ୍ରେ ତୁମ୍ଭେମାନେ ଈଶ୍ୱରଙ୍କ ପରି ହେବ ଏବଂ ଭଲ ଏବଂ ମନ୍ଦ ପ୍ରଭେଦ ଜାଣିବ I
  • 3:1 ଅନେକେ ସମୟପରେ ଅନେକ ଲୋକ ଜଗତରେ ବାସ କରୁଥିଲେ I ସେମାନେ ଅତି ଦୁଷ୍ଟ ଏବଂ ହିଂସ୍ରକ ହେଲେ I
  • 3:2 କିନ୍ତୁ ନୋହ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲେ I ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ସେ ଜଣେ ଧାର୍ମିକ ଲୋକଥିଲେ I
  • 4:2 ଈଶ୍ୱର ଦେଖିଲେ କି ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ପାଇଁ ଚେଷ୍ଟା କଲେ ତା ହେଲେ ସେମାନେ ଅନେକ ପାପରେ ପଡ଼ି ପାରନ୍ତି I
  • 8:12 ”ତୁମ୍ଭେ ମୋ ପ୍ରତି ମନ୍ଦ ଚିନ୍ତା କଲ କିନ୍ତୁ ଯେତେବେଳେ ତୁମେ ମୋତେ ଦାସ ଭାବେ ବିକ୍ରୀକଲ କିନ୍ତୁ ଈଶ୍ୱର ସେହି ମନ୍ଦକୁ ଭଲରେ ପରିଣତ କଲେ I”
  • 14:2 କିଣାନୀୟମାନେ ଦେବତାମାନଙ୍କର ଉପାସନା କଲେ ଏବଂ ଅନେକ ମନ୍ଦ କାର୍ଯ୍ୟ କଲେ I
  • 17:1 କିନ୍ତୁ ଶାଉଲ ପାପ କଲେ ଆଉ ଈଶ୍ୱରଙ୍କ ଅବାଧ୍ୟ ହୋଇ ମନ୍ଦ କର୍ମ କଲେ ତେଣୁ ଆଉ ଏକ ଜଣକୁ ରାଜା କରି ନିଯୁକ୍ତି କଲେ I
  • 18:11 ଇସ୍ରାଏଲରେ ସବୁ ରାଜା ମନ୍ଦ କାର୍ଯ୍ୟ କଲେ I
  • 29:8 ରାଜା ଅତିଶୟ କ୍ରୋଧ କରି ଦୁଷ୍ଟ ଦାସକୁ କାରାଗାରରେ ନିକ୍ଷେପ କଲେ ଯେଉଁ ପର୍ଯ୍ୟନ୍ତ ସେ ତାଙ୍କ ଋଣ ପରିଶୋଧ କଲେ ନାହିଁ I
  • 45:2 ସେମାନେ କହିଲେ, “ଆମ୍ଭେମାନେ ସ୍ତିପାନକୁ ମନ୍ଦ କଥା ମୋଶା ଏବଂ ଈଶ୍ୱରଙ୍କ ବିରୁଦ୍ଧରେ କହିବା ଶୁଣିଲୁ !”
  • 50:17 ଯୀଶୁ ସବୁ ଲୋତକ ପୋଛିଦେବେ ଏବଂ ଆଉ କିଛି କ୍ଲେଶ, ଦୁଃଖ, କ୍ରନ୍ଦନ, ମନ୍ଦ, କଷ୍ଟ, କିମ୍ୱା ମୃତ୍ୟୁ ରହିଵ ନାହିଁ I

ଶବ୍ଦବିନ୍ୟାସ:

  • Strong’s: H0205, H0605, H1100, H1681, H1942, H2154, H2162, H2254, H2617, H3399, H3415, H4209, H4849, H5753, H5766, H5767, H5999, H6001, H6090, H7451, H7455, H7489, H7561, H7562, H7563, H7564, G00920, G01130, G04590, G09320, G09870, G09880, G14260, G25490, G25510, G25540, G25550, G25560, G25570, G25590, G25600, G26350, G26360, G41510, G41890, G41900, G41910, G53370

ମନ୍ଦିର, ଗୃହ, ଈଶ୍ଵରଙ୍କ ଗୃହ

ସତ୍ୟ ଘଟଣାବଳୀ:

ଗୋଟିଏ ମନ୍ଦିର ଗୃହ ଥିଲା ଯାହା ପ୍ରାଚୀର ପ୍ରାଙ୍ଗଣ ଦ୍ୱାରା ଘେରି ରହିଥିଲା ଯେଉଁଠାରେ ଇସ୍ରାଏଲୀୟମାନେ ପ୍ରାର୍ଥନା କରିବାକୁ ଏବଂ ଈଶ୍ଵରଙ୍କୁ ବଳି ଉତ୍ସର୍ଗ କରିବାକୁ ଆସୁଥିଲେ । ଏହା ଯିରୂଶାଲମ ସହରର ମୋରୀୟା ପର୍ବତ ଉପରେ ଅବସ୍ଥିତ ଥିଲା ।

  • ଅନେକ ସମୟରେ “ମନ୍ଦିର” ଶବ୍ଦ ସମୁଦାୟ ମନ୍ଦିର ପରିସରକୁ ବୁଝାଏ, ଯାହା ମଧ୍ୟରେ ମୁଖ୍ୟ ଗୃହକୁ ଘେରି ରହିଥିବା ପ୍ରାଙ୍ଗଣଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଥାଏ I ବେଳେବେଳେ ଏହା କେବଳ ଗୃହକୁ ସୂଚାଏ I
  • ମନ୍ଦିର ଗୃହର ଦୁଇଟି କୋଠରୀ ଥିଲା, ଯାହା ପବିତ୍ର ସ୍ଥାନ ଏବଂ ମହାପବିତ୍ର ସ୍ଥାନ ଥିଲା I
  • ଈଶ୍ୱର ମନ୍ଦିରକୁ ଆପଣାର ଆବାସ ସ୍ଥଳ ବୋଲି ଉଲ୍ଲେଖ କରିଥିଲେ I
  • ରାଜା ଶଲୋମନ ଆପଣା ରାଜତ୍ୱ ସମୟରେ ଏହି ମନ୍ଦିର ନିର୍ମାଣ କରିଥିଲେ I ଏହା ଯିରୂଶାଲମରେ ଉପାସନାର ନିତ୍ୟସ୍ଥାୟୀ ସ୍ଥାନ ହେବାର ଥିଲାI
  • ନୂତନ ନିୟମରେ, ଯୀଶୁଙ୍କଠାରେ ବିଶ୍ୱାସୀମାନଙ୍କୁ ଏକ ଦଳ ଭାବରେ “ପବିତ୍ର ଆତ୍ମାଙ୍କ ମନ୍ଦିର” ଶବ୍ଦକୁ ଉଲ୍ଲେଖ କରାଯାଉଥିଲା, ଯେହେତୁ ପବିତ୍ର ଆତ୍ମା ସେମାନଙ୍କ ମଧ୍ୟରେ ବାସ କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ସାଧାରଣତଃ ଯେତେବେଳେ ବାକ୍ୟ କହେ ଯେ ଲୋକମାନେ “ମନ୍ଦିରରେ ଥିଲେ”, ତାହା ଗୃହର ବାହାରେ ଥିବା ପ୍ରାଙ୍ଗଣଗୁଡ଼ିକ ବୁଝାଏ I ଏହାକୁ “ମନ୍ଦିର ପ୍ରାଙ୍ଗଣଗୁଡ଼ିକରେ” କିମ୍ୱା “ମନ୍ଦିରର ପରିସର ମଧ୍ୟରେ” ବୋଲି ଅନୁବାଦ କରାଯାଇପାରେ I
  • ଯେଉଁ ସ୍ଥାନରେ ଏହା କେବଳ ଏକ ଗୃହକୁ ବୁଝାଏ, କେତେକ ଅନୁବାଦଗୁଡ଼ିକରେ “ମନ୍ଦିର” ଶବ୍ଦକୁ “ମନ୍ଦିର ଗୃହ” ବୋଲି ଅନୁବାଦ କରାଯାଇପାରେ I
  • “ମନ୍ଦିର” ଶବ୍ଦକୁ “ଈଶ୍ୱରଙ୍କ ପବିତ୍ର ଗୃହ” କିମ୍ବା “ପବିତ୍ର ଉପାସନାର ସ୍ଥଳ” ବୋଲି ଅନୁବାଦ କରାଯାଇପାରେ I
  • ଅନେକ ସମୟରେ ବାଇବେଲରେ, ମନ୍ଦିର ଶବ୍ଦ “ଯିହୋବାଙ୍କ ଗୃହ” କିମ୍ୱା “ଈଶ୍ୱରଙ୍କ ଗୃହ” ବୋଲି ଉଲ୍ଲେଖ କରାଯାଇଛି I

ବଳିଦାନଶଲୋମନବାବିଲୋପବିତ୍ର ଆତ୍ମାସମାଗମ ତମ୍ୱୁପ୍ରାଙ୍ଗଣ ,ସିୟୋନଗୃହ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 17:6 ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଚାହିଁଲେ ଯେଉଁଠାରେ ସମସ୍ତ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ଉପାସନା କରିପାରିବେ ଏବଂ ତାହାଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିପାରିବେ I
  • 18:2 ଯିରୂଶାଲମଠାରେ, ଶଲୋମନ ମନ୍ଦିର ନିର୍ମାଣ କଲେ ଯହିଁ ପାଇଁ ତାହାଙ୍କ ପିତା ଦାଉଦ ଯୋଜନା କରିଥିଲେ ଏବଂ ସମସ୍ତ ଉପାଦାନଗୁଡ଼ିକ(ବିଷୟବସ୍ତୁ) ଏକତ୍ରିତ କରିଥିଲେ I ସମାଗମ ତମ୍ୱୁ ପରିବର୍ତ୍ତେ, ବର୍ତ୍ତମାନ ଲୋକମାନେ ମନ୍ଦିରରେ ଈଶ୍ୱରଙ୍କ ଉପାସନା କଲେ ଏବଂ ତାହାଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ I ଈଶ୍ୱର ଆସିଲେ ଏବଂ ମନ୍ଦିରରେ ଉପସ୍ଥିତ ହୋଇ ରହିଲେ ଏବଂ ସେ ସେଠାରେ ଆପଣା ଲୋକମାନଙ୍କ ମଧ୍ୟରେ ବାସ କଲେ I
  • 20:7 ସେମାନେ (ବାବିଲୀୟମାନେ) ଯିରୂଶାଲମ ନଗରୀ ଅଧିକାର କଲେ, ମନ୍ଦିରକୁ ଧ୍ୱଂସ କଲେ, ଏବଂ ସମସ୍ତ ଧନସମ୍ପତ୍ତି ଲୁଟ୍ କରି ନେଇଗଲେ I
  • 20:13 ଯେତେବେଳେ ଲୋକମାନେ ଯିରୂଶାଲମକୁ ଆସିଲେ, ସେମାନେ ମନ୍ଦିର ଏବଂ ନଗରୀର ଚାରିଆଡେ ପ୍ରାଚେରୀ ପୁନଃର୍ନିମାଣ କଲେ I
  • 25:4 ତାହାପରେ ଶୟତାନ ଯୀଶୁଙ୍କୁ ମନ୍ଦିରର ଛାତକୁ ଘେନିଯାଇ କହିଲା, “ତୁମ୍ଭେ ଯେତେବେଳେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ, କାରଣ ଲେଖାଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପ୍ରସ୍ତରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ I
  • 40:7 ସେ ଯେତେବେଳେ ମୃତ୍ୟୁବରଣ କଲେ, ଏକ ଭୂମିକମ୍ପ ହେଲା ଏବଂ ମନ୍ଦିରର ଈଶ୍ୱରଙ୍କ ଉପସ୍ଥିତିରୁ ଲୋକମାନଙ୍କୁ ବିଚ୍ଛେଦ କରୁଥିବା ବିଶାଳ ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇ ଖଣ୍ଡ ହୋଇ ଚିରିଗଲା I

ଶବ୍ଦବିନ୍ୟାସ  :

  • Strong’s: H104, H1964, H1965, G14930, G24110, G34850

ମହାଯାଜକ, ପ୍ରଧାନ ଯାଜକ

ପରିଭାଷା:

“ମହାଯାଜକ” ଶବ୍ଦ ବିଶେଷ କରି ଏକ ଜାଯାକକୁ ବୁଝାଏ ଯିଏ ଇସ୍ରାଏଲର ସମସ୍ତ ଯାଜକମାନଙ୍କ ମୁଖ୍ୟସେବକ ଭାବରେ ଗୋଟିଏ ବର୍ଷ ନିମନ୍ତେ ନିଯକ୍ତ ହୋଇ ଥା'ଆନ୍ତି I ନୂତନ ନିୟମ ସମୟରେ, ଅନ୍ୟ କେତେକ ଯାଜକମାନେ ମଧ୍ୟ ଅନ୍ୟ ଯିହୁଦୀ ଧାର୍ମିକ ନେତା ଭାବରେ ବିବେଚିତ ହେଉଥିଲେଯାହାର ଅନ୍ୟ ଯାଜକ ଏବଂ ଲୋକମାନଙ୍କ ଉପରେ ଅଧିକାର ଥିଲା | ଏମାନେ ପ୍ରଧାନ ଯାଜକ ଥିଲେ।

  • ମହାଯାଜକଙ୍କର ବିଶେଷ ଦାୟିତ୍ଵ ଥିଲା। ସେ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ବର୍ଷକୁ ଥରେ ଏକ ବିଶେଷ ବଳି ଉତ୍ସର୍ଗ କରିବା ପାଇଁ ମନ୍ଦିରର ମହାନ ପବିତ୍ର ସ୍ଥାନକୁ ଯିବାକୁ ଅନୁମତି ପାଇଥିଲେ।
  • ଇସ୍ରାଏଲରେ ଅନେକ ଯାଜକଥିଲେ କିନ୍ତୁ କେବଳ ଜଣେ ଏକ ସମୟରେ ପ୍ରବେଶ କରିପାରୁଥିଲେ I
  • ମହାଯାଜକମାନେ ଅବସର ନେବା ପରେ, ସେମାନେ କାର୍ଯ୍ୟାଳୟର କିଛି ଦାୟିତ୍ଵରେ ରହୁଥିଲେ ଏବଂ ସେମାନଙ୍କର ଏହି ଉପାଧି ମଧ୍ୟ ସମାନ ରହୁଥିଲା I ଉଦାହରଣ ସ୍ୱରୂପ, କୟାଫା ଏବଂ ଅନ୍ୟମାନଙ୍କ ଯାଜକ ସମୟରେ ହାନାଙ୍କୁ ମହାଯାଜକ ଭାବରେ ସମ୍ବୋଧିତ କରାଯାଇଥିଲା I
  • ମନ୍ଦିରରେ ଆବଶ୍ୟକ ହେଉଥିବା ସମସ୍ତ ବିଷୟ ପାଇଁ ମହାଯାଜକମାନେ ଦାୟୀ ଥିଲେ। ମନ୍ଦିରକୁ ଦିଆଯାଇଥିବା ଦାନଟଙ୍କା ମଧ୍ୟ ସେମାନେ ଦାୟିତ୍ୱରେ ଥିଲେ।
  • ମୁଖ୍ୟ ଯାଜକମାନେ ସାଧାରଣ ଯାଜକମାନଙ୍କ ଅପେକ୍ଷା ପଦ ଓ କ୍ଷମତାରେ ଉଚ୍ଚ ଥିଲେ। କେବଳ ମହାଯାଜକଙ୍କର ଅଧିକ ଅଧିକାର ଥିଲା।
  • ମହାଯାଜକମାନେ ଯୀଶୁଙ୍କର କେତେକ ମୁଖ୍ୟ ଶତ୍ରୁ ଥିଲେ ଏବଂ ସେମାନେ ତାଙ୍କୁ ଧରିବା ଓ ହତ୍ୟା କରିବା ପାଇଁ ରୋମୀୟ ନେତାମାନଙ୍କୁ ପ୍ରଭାବିତ କରିଥିଲେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ମହାଯାଜକ“ ଶବ୍ଦକୁ “ସର୍ବୋଚ୍ଚ ଯାଜକ “କିମ୍ବା “ଉଚ୍ଚ ପଦବୀ ଧାରୀ ମହାଯାଜକ “ବୋଲି ଅନୁବାଦ କରାଯାଇପାରେ I
  • “ପ୍ରଧାନ ଯାଜକ“ ବାକ୍ୟାଂଶକୁ “ମୁଖ୍ୟ ଯାଜକ” କିମ୍ବା “ଅଗ୍ରଣୀ ଯାଜକ” କିମ୍ବା “ଶାସକ ଯାଜକ” ବୋଲି ଅନୁବାଦ କରାଯାଇପାରେ I

(ହାନାକୟଫାଯାଜକମନ୍ଦିର: ଦେଖନ୍ତୁ)

ବାଇବଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 13:8  ମହାଯାଜକଙ୍କୁ ଛାଡ଼ି ପରଦା ପଛରେ ଥିବା ମହା ପବିତ୍ର ସ୍ଥାନକୁ ଆଉ କେହି ପ୍ରବେଶ କରି ପାରିବେ ନାହିଁ କାରଣ ଈଶ୍ଵର ସେଠାରେ ବାସ କରୁଥିଲେ I
  • 21:7 ଯେଉଁ ଖ୍ରୀଷ୍ଟ ଆସିବେ ସେ ଏକ ସିଦ୍ଧ ମହାଯାଜକ ହେବେ ଯେ ନିଜକୁ ଏକ ନିଖୁନ୍ତ ବଳି କରି ପରମେଶ୍ୱରଙ୍କୁ ଉତ୍ସର୍ଗ କରିବେ I
  • 38:3 ଯିହୁଦୀ ନେତାମାନେ ମହାଯାଜକଙ୍କ ନେତୃତ୍ୱରେ ଯୀଶୁଙ୍କୁ ବିଶ୍ୱାସଘାତ କରିବା ନିମନ୍ତେ 30 ଟି ରୂପାମୁଦ୍ରା ଦେଇଥିଲେ I
  • 39:1 ସୈନିକମାନେ ଯୀଶୁଙ୍କୁ ମହାଯାଜକ ନିକଟକୁ ନେଲେ ଯେପରି ସେ ତାହାଙ୍କୁ ପ୍ରଶ୍ନ କରିପାରିବେ I
  • 39:3 ଶେଷରେ, ମହାଯାଜକ ଯୀଶୁଙ୍କୁ ସିଧା ଦେଖି ପଚାରିଲେ, “ଆମ୍ଭକୁ କୁହ କଅଣ ତୁମ୍ଭେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର ଅଟ I
  • 44:7 ତା’ପର ଦିନ, ଯିହୁଦୀ ନେତାମାନେ ପିତର ଓ ଯୋହନକୁ ମହାଯାଜକ  ଓ ଅନ୍ୟ ଇସ୍ରାଏଲର ନେତାମାନଙ୍କ ନିକଟକୁ ଆଣିଲେ I
  • 45:2 ତେଣୁ ଧାର୍ମିକ ନେତାମାନ ସ୍ଥିପାନକୁ ବନ୍ଦୀ କରି ମହାଯାଜକ ଓ ଯିହୁଦୀ ନେତାମାନଙ୍କ ନିକଟକୁ ଆଣିଲେ ଯେଉଁଠାରେ ସ୍ଥିପାନ ବିରୁଧରେ ଅନେକ ମିଥ୍ୟା ସାକ୍ଷ ଦେଲେI
  • 46:1 ମହାଯାଜକ ଶାଉଲକୁ ଦମ୍ମେଶକ ସହରକୁ ଯାଇ ଖ୍ରୀଷ୍ଟିୟାନ ଲୋକମାନଙ୍କୁ ବନ୍ଦୀ କରି ଯିରୂଶାଲମକୁ ଅଣିବାକୁ ଅନୁମତି ଦେଲେ I
  • 48:6  ଯୀଶୁ ଜଣେ ମହାନ ମହାଯାଜକ ଅଟନ୍ତି I ଅନ୍ୟ ମହାଯାଜକ ପରି ସେ ନିଜକୁ ଉତ୍ସର୍ଗ କଲେ ଯାହା ସମସ୍ତ ମାନବ ଜାତିର ପାପକୁ ଦୂରକରେ I ଯୀଶୁ ସିଦ୍ଧ ମହାଯାଜକ ଥିଲେ କାରଣ ସେ ସମସ୍ତ ପାପର ଦଣ୍ଡ ନିଜ ଉପରେ ନେଲେ I

ଶବ୍ଦବିନ୍ୟାସ:

  • Strong's: H7218, H1419, H3548, G748, G749

ମହିମା

ପରିଭାଷା:

“ମହିମା” ଶବ୍ଦ ମହାନତା ଓ ଐଶର୍ଯ୍ୟକୁ ବୁଝାଏ, ଏହା ଅଧିକାଂଶ ସମୟରେ ରାଜାର ଗୁଣକୁ ବୁଝାଏ I

  • ବାଇବେଲରେ, “ମହିମା” ଈଶ୍ଵରଙ୍କର ମହାନତାକୁ ସର୍ବଦା ବୁଝାଏ ଯିଏ ବିଶ୍ୱର ସର୍ବଚ୍ଚ ରାଜା ଅଟନ୍ତି I
  • “ମହା ମହିମ“ ବୋଲି ମଧ୍ୟ ଜଣେ ରାଜାଙ୍କୁ ସମ୍ବୋଧିତ କରାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ରାଜାକିୟ ମହାନତା” କିମ୍ବା “ରାଜକୀୟ ଐଶ୍ଚର୍ଯ୍ୟ “ବୋଲି ଅନୁବାଦ କରାଯାଇପାରେ I
  • “ମହା ମହିମ“ଶବ୍ଦକୁ “ତୁମ୍ଭର ମହତ୍ତ୍ୱ” କିମ୍ବା “ହେ ମାନ୍ୟବର” କିମ୍ବା ଏକ ସ୍ୱାଭାବିକ ଭାବେ ଏକ ରାଜାକୁ କିମ୍ବା ଶାସକକୁ ସମ୍ବୋଧିତ କରିବାର ଶୈଳୀ ଭାବେ ଅନୁବାଦ କରାଯାଇପାରେ I

(ରାଜା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H1347, H1348, H1420, H1923, H1926, H1935, H7238, G3168, G3172

ମାନତ

ପରିଭାଷା:

ଗୋଟିଏ “ମାନତ”  ଏକ ପ୍ରତିଜ୍ଞା ବା ଶପଥ ଯାହା ଜଣେ ବ୍ୟକ୍ତି ଈଶ୍ଵରଙ୍କୁ ଦେଇଥାଏ I

  • ଯଦି ପ୍ରାଚୀନ ଇସ୍ରାଏଲର ଜଣେ ବ୍ୟକ୍ତି ଈଶ୍ଵରଙ୍କ ନିକଟରେ ଏକ ମାନତ କରିଥିଲେ, ସେହି ବ୍ୟକ୍ତି ସେହି ମାନତ ପୂରଣ କରିବାକୁ ବାଧ୍ୟ ଥିଲେ | ପ୍ରାଚୀନ ଇସ୍ରାଏଲୀୟମାନେ ବିଶ୍ଵାସ କରୁଥିଲେ ଯଦି ଜଣେ ବ୍ୟକ୍ତି ଈଶ୍ଵରଙ୍କ ନିକଟରେ ମାନତ କରି ପୂରଣ କରେ ନାହିଁ ତେବେ ଏପରି କରିଥିବା ବ୍ୟକ୍ତିଙ୍କୁ ଈଶ୍ଵର ଦଣ୍ଡ  ଦେବେ I
  • ପ୍ରାଚୀନ ଇସ୍ରାଏଲରେ, ବେଳେବେଳେ ଜଣେ ବ୍ୟକ୍ତି ଈଶ୍ଵରଙ୍କୁ ତାଙ୍କୁ ସୁରକ୍ଷା ଦେବାକୁ କିମ୍ବା ମାନତ କରିଥାଏ | ତଥାପି, ଏହି ଅନୁରୋଧଗୁଡ଼ିକୁ ଈଶ୍ଵର ପୂରଣ କରିବେ ବୋଲି ପ୍ରାଚୀନ ଇସ୍ରାଏଲୀୟମାନେ ବିଶ୍ୱାସ କରୂ ନଥିଲେ I
  • ପ୍ରସଙ୍ଗ ଉପରେ ନିର୍ଭର କରି, “ମାନତ” ଶବ୍ଦକୁ “ପ୍ରତିଜ୍ଞା” କିମ୍ବା “ଶପଥ” କିମ୍ବା “ଈଶ୍ଵରଙ୍କୁ ଦିଆଯାଇଥିବା ପ୍ରତିଜ୍ଞା” ଭାବରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ପ୍ରତିଜ୍ଞା:, ଶପଥ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H5087, H5088, G21710

ମାନ୍ନା

ସଂଜ୍ଞା:

ମାନ୍ନା ଏକ ଧବଳ ଶସ୍ୟ ସମାନ ଖାଦ୍ୟ ଯାହା ପରମେଶ୍ୱର ଇସ୍ରାଏଲ ଲୋକଙ୍କୁ ୪୦ ବର୍ଷ ଜଂଗଲ ଯାତ୍ରାରେ ଯେତେବେଳେ ସେମାନେ ମିସର ଛାଡ଼ିଥିଲେ ତେବେ ପ୍ରଦାନ କରିଥିଲେ I

  • ମାନ୍ନା ଏକ ଧଳା ବରଫ ଖଣ୍ଡ ପରି ଦେଖା ଯାଉଥିଲା ଯାହା ପ୍ରତି ସଖାଳେ ଭୂମି ଉପରେ ଶିଶିର ତଳେ ଆବିର୍ଭାବ ହେଉଥିଲା I

ଏହା ମଧହୁ ପରି ସ୍ୱାଦିଷ୍ଟଥିଲା I

  • ଇସ୍ରାଏଲ ଲୋକମାନେମାନ୍ନା ବିଶ୍ରାମ ଦିନ କୁ ଛାଡ଼ି ପ୍ରତିଦିନ ସାଉଁଟୁଥିଲେ I
  • ବିଶ୍ରାମ ଦିନର ପୂର୍ବ ଦିନ ପ୍ରଭୁ ଇସ୍ରାଏଲ୍ ଲୋକଙ୍କୁ ପରମେଶ୍ୱର ଦୁଇ ଦିନ ପାଇଁମାନ୍ନାଏକତ୍ରିତ କରିବାକୁ କହିଲେ କି ସେମାନେ ବିଶ୍ରାମ ଦିନରେ ଆଉ ଏକତ୍ରିତ ନ କରନ୍ତୁ I
  • “ମାନ୍ନା” ଶବ୍ଦ ଅର୍ଥ “ଏହା କଅଣ ଅଟେ ?“
  • ବାଇବଲରେ,ମାନ୍ନା “ସ୍ୱର୍ଗର ରୋଟି “ରୂପରେ ଦର୍ଶାଇ ଯାଇ ଅଛି ଓ “ସ୍ୱର୍ଗରୁ ଶସ୍ୟ “ରୂପରେ I

ଅନୁବାଦ ପ୍ରସ୍ତାବ

  • ଅଲଗା ପ୍ରକାରେ ଏହିଶବ୍ଦ କୁ ଅନୁବାଦ କଲେ “ବରଫର ଛୋଟ ଖଣ୍ଡ ପରି ଖାଦ୍ୟ” କିଅବା “ସ୍ୱର୍ଗର ଖାଦ୍ୟ” କୁ ଅନ୍ତର୍ଭୁକ୍ତ କରାଯାଇପାରେ I
  • ଏହା ମଧ୍ୟ ଧ୍ୟାନ ଦିଅନ୍ତୁ କି ଏହି ଶବ୍ଦ କୁ ସ୍ଥାନୀୟ ଓ ରାଷ୍ଟ୍ରୀୟ ଭାଷାରେ କିପରି ଅନୁବାଦ କରାଯାଇଅଛି I

(ଦେଖନ୍ତୁ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ରୋଟି, ମରୁଭୁମୀ, ଶସ୍ୟ, ସ୍ୱର୍ଗ, ବିଶ୍ରାମ ଦିନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4478, G3131

ମୁକ୍ତ କରିବା, ମୁକ୍ତିକର୍ତ୍ତା, ମୁକ୍ତି

ପରିଭାଷା:

“ମୁକ୍ତି” ଶବ୍ଦଟି କୌଣସି ବସ୍ତୁ କିମ୍ୱା ଅନ୍ୟକୁ କିଣିବାକୁ ବୁଝାଏ ଯାହା ପୂର୍ବରୁ କେହି କ୍ରୟ କରିଥିଲା କିମ୍ବା ବନ୍ଦୀକରି ରଖିଥିଲା। ଜଣେ “ମୁକ୍ତିକର୍ତ୍ତା” ବ୍ୟକ୍ତି ଅଟେ  ଯିଏ କି କୌଣସି ବସ୍ତୁ କିମ୍ବା କାହାକୁ ମୁକ୍ତ କରେ।

  • ଲୋକମାନଙ୍କୁ କିମ୍ବା କୌଣସି ବସ୍ତୁକୁ କିପରି ମୁକ୍ତ କରିବାକୁ ହୁଏ, ସେସମ୍ପର୍କରେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥା ପ୍ରଦାନ କଲେ। ଉଦାହରଣ ସ୍ଵରୁପ ଦାସତ୍ୱରେ ଥିବା ବ୍ୟକ୍ତିଙ୍କୁ ମୂଲ୍ୟ ଦେଇ କେହି ମୁକ୍ତ କରିପାରନ୍ତି ଯାହା ଦ୍ୱାରା ଦାସ ମୁକ୍ତ ହୋଇପାରିବ। “ବନ୍ଦୀ ମୁକ୍ତିର ମୂଲ୍ୟ” ଶବ୍ଦ ମଧ୍ୟ ଏହି ପ୍ରଥାକୁ ବୁଝାଏ।
  • ଯଦି କାହାରି ଭୂମି ବିକ୍ରୟ ହୁଏ, ସେହି ବ୍ୟକ୍ତିଙ୍କର ଜଣେ ଆତ୍ମୀୟ ସେହି ଭୂମିକୁ “ମୁକ୍ତ” କିମ୍ବା “ କ୍ରୟ କରିପାରିବ," ଯେପରି ଭୂମି ଖଣ୍ଡିକ ପରିବାର ମଧ୍ୟରେ ରହି ପାରିବ ଯାହା ଦ୍ୱାରା ଏହା ପରିବାରରେ ରହିବ।
  • ଏହି ପ୍ରଥାଗୁଡ଼ିକ ଦର୍ଶାଏ ଯେ, ଈଶ୍ୱର କିପରି ପାପର ଦାସତ୍ୱରେ ଥିବା ଲୋକମାନଙ୍କୁ ମୁକ୍ତ କରନ୍ତି। ଯେତେବେଳେ ଯୀଶୁ କ୍ରୁଶରେ ମୃତ୍ୟୁବରଣ କଲେ, ସେ ଲୋକମାନଙ୍କର ପାପ ନିମନ୍ତେ ସମ୍ପୂର୍ଣ୍ଣ ମୂଲ୍ୟ ପ୍ରଦାନ କଲେ ଏବଂ ପରିତ୍ରାଣ ନିମନ୍ତେ ତାଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ମୁକ୍ତ କଲେ। ଯେଉଁ ଲୋକମାନେ ଈଶ୍ୱରଙ୍କ ଦ୍ୱାରା ମୁକ୍ତ ହୋଇଅଛନ୍ତି, ସେମାନେ ପାପରୁ ଏବଂ ଏହାର ଦଣ୍ଡରୁ ମୁକ୍ତ ହୋଇଅଛନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ନିର୍ଭର କରି, ଏହି “ମୁକ୍ତ କରିବା” ବାକ୍ୟାଂଶକୁ “ପୁଣି କ୍ରୟକରିବା” କିମ୍ବା “(ଜଣକୁ)ମୁକ୍ତ କରିବା ନିମନ୍ତେ ମୂଲ୍ୟ ଦେବା” ବା “ମୁକ୍ତିର ମୂଲ୍ୟ ଦେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • ଏହି “ମୁକ୍ତି” ଶବ୍ଦକୁ “ମୁକ୍ତିର ମୂଲ୍ୟ ପ୍ରଦାନକରିବା” କିମ୍ବା “ସ୍ୱାଧିନତାର ମୂଲ୍ୟଦାନ” କିମ୍ବା “ପୁଣି କ୍ରୟ କରିବା” ବୋଲି ଅନୁବାଦ କରାଯାଇପାରେ।
  • “ବନ୍ଦୀ ମୁକ୍ତିର ମୂଲ୍ୟ” ଏବଂ “ମୁକ୍ତ କରିବା” ଶବ୍ଦଗୁଡ଼ିକର ମୌଳିକ ଭାବରେ ସମାନ ଅର୍ଥ ରହିଛି, ଏଣୁ ଏହି ଶବ୍ଦଗୁଡ଼ିକର ଅନୁବାଦ କରିବାକୁ କେତେକ ଭାଷାରେ କେବଳ ଗୋଟିଏ ଶବ୍ଦ ଥାଇପାରେ। ତଥାପି, “ବନ୍ଦୀ ମୁକ୍ତିର ମୂଲ୍ୟ” ଶବ୍ଦର ଅର୍ଥ ମଧ୍ୟ କୌଣସି ବିଷୟ କିମ୍ବା କାହାକୁ “ମୁକ୍ତ କରିବା” ପାଇଁ ଆବଶ୍ୟକ ପରିଶୋଧ ଦେଇପାରେ। “ମୁକ୍ତି” ଶବ୍ଦ କଦାପି ପ୍ରକୃତ ପରିଶୋଧକୁ ସୂଚିତ କରେ ନାହିଁ। ଏହି ପରିଶୋଧ ସ୍ଵୟଂ  ପ୍ରକାଶ କରିବ ଯେ ମୂଲ୍ୟଦାନ କରିବା ଆବଶ୍ୟକ ଅଟେ।

(ମୁକ୍ତମୁକ୍ତିର ମୂଲ୍ୟ: ଦେଖନ୍ତୁ)

ବାଇବଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H1350, H1353, H6299, H6302, H6304, H6306, H6561, H7069, G00590, G06290, G18050, G30840, G30850

ମୁକ୍ତିର, ମୁକ୍ତିର ମୂଲ୍ୟ

ସଂଜ୍ଞା:

“ମୁକ୍ତିର ମୂଲ୍ୟ” ଶବ୍ଦର ଅର୍ଥ କିମ୍ବା ଅନ୍ୟାନ୍ୟ ଦେୟକୁ ବୁଝାଏ ଯାହା ବନ୍ଦୀ ଥିବା ବ୍ୟକ୍ତିଙ୍କ ମୁକ୍ତି ପାଇଁ ଦାବି କିମ୍ବା ଦେୟ ଅଟେ ।

  • ଏକ କ୍ରିୟା ଭାବରେ, “ମୁକ୍ତିର ମୂଲ୍ୟ” ଶବ୍ଦର ଅର୍ଥ ଏକ ଦେୟ ଦେବା କିମ୍ବା ନିସ୍ବାର୍ଥରେ ନିଜକୁ ଉତ୍ସର୍ଗ କରିବାକୁ ବୁଝାଏ, ଏହା ଏକ ବନ୍ଦୀକୁ, ଦାସକୁ କିମ୍ବା କାରାଗାରରେ ଥିବା ବ୍ୟକ୍ତିକୁ ଉଦ୍ଧାର କରିବାକୁ ବୁଝାଏ । ଏଠାରେ “କିଣିବା” ଅର୍ଥ “ମୁକ୍ତି କରିବା” ଶବ୍ଦ ସହ ସମାନ ଅଟେ ।
  • ପାପୀ ଲୋକମାନଙ୍କୁ ପାପର ଦାସତ୍ୱରୁ ମୁକ୍ତ କରିବା ପାଇଁ ଯୀଶୁ ନିଜକୁ “ମୁକ୍ତିର ମୂଲ୍ୟ” ଭାବରେ ହତ ହେବାକୁ ଅନୁମତି ଦେଲେ । ଈଶ୍ବରଙ୍କ ଏହି କାର୍ଯ୍ୟକୁ ଲୋକମାନଙ୍କ ପାପର ଦଣ୍ଡ ଦେଇ ନିଜ ଲୋକମାନଙ୍କୁ ଫେରାଇ ଆଣିବାକୁ ବାଇବଲରେ “ମୁକ୍ତି” ମଧ୍ୟ କୁହାଯାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ମୁକ୍ତି” ଶବ୍ଦକୁ “ମୁକ୍ତ କରିବାକୁ ଦେୟ” କିମ୍ବା “ବିନା ମୂଲ୍ୟରେ ମୂଲ୍ୟ ଦେବାକୁ” କିମ୍ବା “ଫେରସ୍ତ କିଣିବା” ଭାବରେ ଅନୁବାଦ କରାଯାଇପାରେ ।
  • “ମୁକ୍ତି ଦେବା” ବାକ୍ୟକୁ “ମୂଲ୍ୟ (ସ୍ୱାଧୀନତାର) ଦେବା” କିମ୍ବା “ଦଣ୍ଡ ଦେବା (ଲୋକମାନଙ୍କୁ ମୁକ୍ତ କରିବା)” କିମ୍ବା “ଆବଶ୍ୟକ ଦେୟ ପ୍ରଦାନ କରିବା” ଭାବରେ ଅନୁବାଦ କରାଯାଇପାରେ ।
  • “ମୁକ୍ତି” ବିଶେଷ୍ୟକୁ “ପୁଣି କ୍ରୟ କରିବା” କିମ୍ବା “ଦିଆଯାଇଥିବା ଦଣ୍ଡ” କିମ୍ବା “ଦେୟ ମୂଲ୍ୟ” ଭାବରେ ଅନୁବାଦ କରାଯାଇପାରେ (ଲୋକ କିମ୍ବା ଜମି ମୁକ୍ତ କରିବା କିମ୍ବା କିଣିବା) ।
  • “ମୁକ୍ତି” ଏବଂ “ଉଦ୍ଧାର” ଶବ୍ଦର ଇଂରାଜୀରେ ସମାନ ଅର୍ଥକୁ ବୁଝାଏ କିନ୍ତୁ ବେଳେବେଳେ ସାମାନ୍ୟ ଭିନ୍ନ ଅର୍ଥରେ ବ୍ୟବହୃତ ହୁଏ । ଏହି ଧାରଣା ପାଇଁ ଅନ୍ୟ ଭାଷାଗୁଡ଼ିକରେ କେବଳ ଗୋଟିଏ ଶବ୍ଦ ଥାଇପାରେ ।
  • ନିଶ୍ଚିତ କରନ୍ତୁ ଯେ ଏହା “ପ୍ରାୟଶ୍ଚିତ” ଅର୍ଥଠାରୁ ଭିନ୍ନ ଭାବରେ ଅନୁବାଦ ହୋଇଅଛି ।

(ଆହୁରି ଦେଖନ୍ତୁ: ପାପାଚ୍ଛାଦ, ଉଦ୍ଧାର କରିବା)

ବାଇବଲ ପଦପର୍ବ:

ଶବ୍ଦବିନ୍ୟାସ:

• Strong’s: H1350, H3724, H6299, H6306, G04870, G30830


ମୂର୍ଖ, ନିର୍ବୋଧ, ନିର୍ବୋଧତା

ପରିଭାଷା:

“ମୂର୍ଖ” ଶବ୍ଦ ଜଣେ ବ୍ୟକ୍ତିକୁ ଯିଏ ଅନେକ ସମୟରେ ଭୁଲ ବିଷୟକୁ ବାଛେ, ବିଶେଷ ଭାବରେ ଅନାଜ୍ଞାକାରୀ ହେବା ନିମନ୍ତେ ନିର୍ଣ୍ଣୟ କରିବାକୁ ବୁଝାଏ। “ମୂର୍ଖତା” ଶବ୍ଦ ଜଣେ ବ୍ୟକ୍ତିକୁ କିମ୍ବା ତାହା ନିର୍ବୋଧ ବ୍ୟବହାରକୁ ବ୍ୟାଖ୍ୟା କରେ।

  • ବାଇବେଲରେ “ମୂର୍ଖ” ଶବ୍ଦ ସାଧାରଣ ଭାବରେ ଜଣେ ବ୍ୟକ୍ତିକୁ ଯିଏ ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ  କିମ୍ବା ଆଜ୍ଞାକାରୀ ହୁଏ ନାହିଁ ତାହାକୁ ବୁଝାଏ। ଏହା ଅନେକ ସମୟରେ ଜ୍ଞାନୀ ବ୍ୟକ୍ତି, ଯିଏ ଈଶ୍ୱରଙ୍କଠାରେ ବିଶ୍ୱାସ କରେ ଏବଂ ଆଜ୍ଞା ପାଳନ କରେ ତାହା ସହିତ ତୁଳନାରେ ପ୍ରଭେଦ ଦେଖାଏ ।
  • ଜଣେ ବ୍ୟକ୍ତି ଯିଏ ଈଶ୍ଵରଙ୍କୁ ବିଶ୍ୱାସ କରେ ନାହିଁ, ଜଣେ ଯିଏ ଈଶ୍ଵରଙ୍କ ସୃଷ୍ଟିରେ ସମସ୍ତ ପ୍ରମାଣ ଉପେକ୍ଷା କରେ ଏପରି ଜଣେ ବ୍ୟକ୍ତିକୁ ଦାଉଦ ଗୀତସଂହିତାରେ ମୂର୍ଖ ବୋଲି ବ୍ୟାଖ୍ୟା କରନ୍ତି।
  • ପୁରାତନ ନିୟମରର ହିତୋପଦେଶ ପୁସ୍ତକ ମୂର୍ଖ କିମ୍ବା ନିର୍ବୋଧ ବ୍ୟକ୍ତି କିପରି ଅଟେ ସେହି ବିଷୟରେ ଅନେକ ବ୍ୟାଖ୍ୟା କରେ।
  • “ନିର୍ବୋଧତା” ଶବ୍ଦ ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟକୁ ବୁଝାଏ । "ନିର୍ବୋଧତା" ଶବ୍ଦ ଅନେକ ସମୟରେ ହାସ୍ୟାସ୍ପଦ କିମ୍ବା ବିପଦପୂର୍ଣ୍ଣ ଅର୍ଥକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ମୂର୍ଖ” ଶବ୍ଦକୁ “ନିର୍ବୋଧ ବ୍ୟକ୍ତି“ କିମ୍ବା “ଅଜ୍ଞାନୀ ବ୍ୟକ୍ତି” କିମ୍ବା “ନିର୍ବୋଧ ବ୍ୟକ୍ତି“ କିମ୍ବା “ଅଧାର୍ମିକ ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ ।
  • “ନିର୍ବୋଧ“ ଶବ୍ଦକୁ “ବୁଝାମଣାର ଅଭାବ“ କିମ୍ବା “ଅଜ୍ଞାନ“ କିମ୍ବା “ନିର୍ବୋଧ“ ବୋଲି ଅନୁବାଦ କରାଯାଇପାରେ ।

(ଜ୍ଞାନୀ: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0191, H0196, H0200, H1198, H1984, H2973, H3684, H3687, H3688, H3689, H3690, H5014, H5034, H5036, H5039, H5528, H5529, H5530, H5531, H6612, H8417, H8602, H8604, G04530, G04540, G07810, G08010, G08770, G08780, G27570, G31500, G31540, G34710, G34720, G34730, G34740, G39120

ମେଷଶାବକ, ଈଶ୍ଵରଙ୍କ ମେଷଶାବକ

ପରିଭାଷା:

“ମେଷଶାବକ” ଶବ୍ଦ ଛୋଟ ମେଷକୁ ଦର୍ଶାଏ I ମେଷମାନେ ଚାରି ଗୋଡ଼ିଆ ପଶୁ ଅଟନ୍ତି, ଯାହାର ମୋଟା ବାଳ ଥାଏ ଓ ଯାହା ଈଶ୍ଵରଙ୍କ ନିମନ୍ତେ ବଳି କରାଯାଏ I ଯୀଶୁଙ୍କୁ ଈଶ୍ଵରଙ୍କର “ମେଷଶାବକ“ କୁହାଯାଏ କାରଣ ତାହାଙ୍କୁ ଲୋକମାନଙ୍କର ପାପ ନିମନ୍ତେ ବଳିଦାନ କରାଗଲା I

  • ଏହି ପଶୁମାନଙ୍କୁ ଅତି ସହଜରେ ଭୁଲ୍ ପଥରେ ନିଆ ଯାଇପାରେ ଓ ସେମାନେ ସୁରକ୍ଷା ଆବଶ୍ୟକ କରନ୍ତି I ଈଶ୍ଵର  ମନୁଷ୍ୟକୁ ମେଷ ସହ ତୁଳନା କରନ୍ତି I
  • ଈଶ୍ଵର  ତାହାଙ୍କ ଲୋକମାନଙ୍କୁ ଶାରୀରିକ ଭାବେ ନିଖୁନ୍ତ ମେଷ ଓ ମେଷଶାବକକୁ ବଳି ଉତ୍ସର୍ଗ କରିବାକୁ ନିର୍ଦେଶ ଦେଇଥିଲେ  I
  • ଯୀଶୁଙ୍କୁ ଈଶ୍ଵରଙ୍କର “ମେଷଶାବକ “କୁହାଯାଏ କାରଣ ତାହାଙ୍କୁ ଲୋକମାନଙ୍କର ପାପ ନିମନ୍ତେ ବଳିଦେବାକୁ ପଡ଼ିଲା I ସେ ଏକ ସିଦ୍ଧ ଓ ନିଖୁନ୍ତ ବଳି ଅଟନ୍ତି କାରଣ ସେ ପାପ ରହିତ ଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯଦି ମେଷମାନେ ସ୍ଥାନୀୟ ଭାଷାରେ ପରିଚିତ, ସେମାନଙ୍କର ଶାବକର ଶବ୍ଦକୁ “ମେଷଶାବକ” ଓ “ଈଶ୍ଵରଙ୍କର ମେଷଶାବକ “ କୁ ଅନୁବାଦରେ ବ୍ୟବହୃତ କରନ୍ତୁ I“
  • “ଈଶ୍ଵରଙ୍କର ମେଷଶାବକ“ ବାକ୍ୟାଂଶକୁ “ଈଶ୍ଵରଙ୍କ ପାଇଁ ବଳି ଉତ୍ସର୍ଗ ମେଷଶାବକ” କିମ୍ବା “ମେଷଶାବକ ଈଶ୍ଵରଙ୍କ ନିମନ୍ତେ ବଳି ଉତ୍ସର୍ଗ କରାଗଲା“ କିମ୍ବା “ଈଶ୍ଵରଙ୍କ ପାଇଁ ବଳି ଉତ୍ସର୍ଗ ନିମନ୍ତେ ମେଷଶାବକ“ ବୋଲି ଅନୁବାଦ କରାଯାଇପାରେ I
  • ଯଦି ମେଷମାନେ ଅପରିଚିତ, ଏହି ଶବ୍ଦକୁ “ଏକ ଛୋଟ ମେଷ“ ବୋଲି ଅନୁବାଦ କରି ମେଷ ପାଇଁ ଏକ ପାଦଟୀକା ବ୍ୟବହାର କରନ୍ତୁ I ସେହି ପାଦଟୀକାକୁ ମେଷ ଓ ମେଷଶାବକ ସହିତ ତୁଳନା କରନ୍ତୁ ଯାହା ସେହି ସ୍ଥାନର ଏକ ପଶୁ ସହପୋଲରେ ବାସ କରେ ଯିଏ ନିଜକୁ ରକ୍ଷା କରିପାରେ ନାହିଁ ଓ ଅନେକ ସମୟରେ ହଜିଯାଏ I
  • ଏହି ଶବ୍ଦକୁ ସ୍ଥାନୀୟ ଏବଂ ରାଷ୍ଟ୍ରୀୟ ଭାଷାରେ କିପରି ଅନୁବାଦ କରାଯାଇଅଛି ତାହା ଦେଖନ୍ତୁ I

(ଅଜଣା ବିଷୟକୁ କିପରି ଅନୁବାଦ କରିବେ: ଦେଖନ୍ତୁ)

(ମେଷପ୍ରତିପାଳକ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 5:7 ଯେତେବେଳେ ଅବ୍ରହାମ ଓ ଇସ୍‌ହାକ ବଳି ଉତ୍ସର୍ଗ ସ୍ଥାନକୁ ପହଁଚିଲେ, ଇସ୍‌ହାକ ପଚାରିଲା “ବଳି ନିମନ୍ତେ ଆମ ପାଖରେ କାଠ ଅଛି କିନ୍ତୁ ମେଣ୍ଢାଛୁଆ କାହିଁ?”
  • 11:2 ଈଶ୍ଵର  ତାହାଙ୍କ ଉପରେ ବିଶ୍ୱାସ କରୁଥିବା ପ୍ରଥମ ଯାତ ସନ୍ତାନର ଉଦ୍ଧାର ନିମନ୍ତେ ପ୍ରବନ୍ଧ କଲେ I ପ୍ରତ୍ୟେକ ପରିବାର ଏକ ସିଦ୍ଧ ମେଷ କିମ୍ବା ଛାଗକୁ ବଧ କରିବାର ଥିଲା I
  • 24:6 ତା’ପର ଦିନ, ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ନିମନ୍ତେ ଆସିଲେ I ଯେତେବେଳେ ଯୋହନ ତାହାଙ୍କୁ ଦେଖିଲେ, ସେ କହିଲେ,”ଦେଖ , ଈଶ୍ଵରଙ୍କର ମେଷଶାବକ ଯେ ଜଗତର ପାପ ଭାର ବହିନେଇ ଯାଆନ୍ତି I
  • 45:8 ସେ ପଠନ କଲେ, ସେମାନେ ତାହାଙ୍କୁ ଏକ ମେଷଶାବକ ପରି ବଧ କରିବାକୁ ନେଇ ଯାଉଥିଲେ ଓ ଏକ ମେଷ ଶାବକପରି ସେ ଶାନ୍ତ ରହିଲେ ଓ ନିଜର ମୁଖ ଖୋଲିଲେ ନାହିଁ I
  • 48:8 ଯେତେବେଳେ ଈଶ୍ଵର  ଅବ୍ରହାମକୁ ତାହାଙ୍କର ପୁତ୍ର  ଇସ୍‌ହାକକୁ ଉତ୍ସର୍ଗ କରିବାକୁ କହିଲେ, ଈଶ୍ଵର ଇସ୍‌ହାକ ବଦଳରେ ଏକ ମେଷଶାବକକୁ ପ୍ରବନ୍ଧ କଲେ I ଆମେ ସମସ୍ତେ ଆମ ପାପ ନିମନ୍ତେ ମରିବାକୁ ଯୋଗ୍ୟ! କିନ୍ତୁ ଈଶ୍ଵର ଯୀଶୁଙ୍କୁ ଯେ ଈଶ୍ଵରଙ୍କର ମେଷଶାବକ ଅଟନ୍ତି, ଆମ୍ଭମାନଙ୍କର ନିମନ୍ତେ ବଳି ହେବା ନିମନ୍ତେ ଦେଲେ I
  • 48:9 ଈଶ୍ଵର ମିସରରେ ଯେତେବେଳେ ଶେଷ ମହାମାରୀ ପଠାଇଲେ, ସେ ପ୍ରତ୍ୟେକ ଇସ୍ରାଏଲୀୟ ପରିବାରକୁ ଏକ ଏକ ସିଦ୍ଧ ମେଷଶାବକ ବଧ କରିବାକୁ କହିଲେ ଓ ତାହାର ରକ୍ତ କବାଟ ଉପରେ ଓ ସବୁ ଆଡ଼େ ଲଗାଇବାକୁ କହିଲେ I

ଶବ୍ଦବିନ୍ୟାସ :

  • Strong's: H7716, G721, G2316

ଯାଜକ, ଯାଜକତ୍ୱ

ପରିଭାଷା:

ବାଇବେଲରେ, ଜଣେ ଯାଜକ ଥିଲେ ଯିଏ ଈଶ୍ୱରଙ୍କ ଲୋକମାନଙ୍କ ପକ୍ଷରୁ ଈଶ୍ୱରଙ୍କ ପ୍ରତି ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ମନୋନୀତ ହୋଇଥିଲେ I ଜଣେ ଯାଜକ ହେବା ନିମନ୍ତେ ତାହାର ପଦବୀ ବା ଅବସ୍ଥାକୁ “ଯାଜକତ୍ୱ” ନାମ ଦିଆଯାଇଛି I

  • ପୁରାତନ ନିୟମରେ, ଈଶ୍ୱର ଇସ୍ରାଏଲୀୟ ଲୋକମାନଙ୍କର ନିମନ୍ତେ ତାହାଙ୍କର ଯାଜକ ହେବା ନିମନ୍ତେ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ମନୋନୀତ କରିଥିଲେ I
  • “ଯାଜକତ୍ୱ” ଏକ ଅଧିକାର ଏବଂ ଦାୟିତ୍ୱଥିଲା ଯାହା ଲେବୀୟ ଗୋଷ୍ଠୀରେ ପିତାଙ୍କଠାରୁ ପୁତ୍ର ପର୍ଯ୍ୟନ୍ତ କ୍ରମାଗତ ଭାବରେ ପ୍ରଦତ୍ତ ହୋଇ ପ୍ରଚଳିତ ହେଉଥିଲା I
  • ଲୋକମାନଙ୍କର ବଳିଗୁଡ଼ିକ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ସଙ୍ଗେ ସଙ୍ଗେ ମନ୍ଦିରରେ ଅନ୍ୟାନ୍ୟ କର୍ତ୍ତବ୍ୟଗୁଡ଼ିକ ସମ୍ପାଦନ କରିବା ଇସ୍ରାଏଲୀୟ ଯାଜକମାନଙ୍କର ଦାୟୀତ୍ୱଥିଲା I
  • ଯାଜକମାନେ ମଧ୍ୟ ଈଶ୍ୱରଙ୍କ ନିକଟରେ ତାହାଙ୍କର ଲୋକମାନଙ୍କ ନିମନ୍ତେ ନୀୟମିତ ପ୍ରାର୍ଥନା ଉତ୍ସର୍ଗ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଧର୍ମସଂକ୍ରାନ୍ତୀୟ ବିଧିସବୁ ସମ୍ପାଦନ କରୁଥିଲେ I
  • ଯାଜକମାନେ ଲୋକମାନଙ୍କ ଉପରେ ବିଧିଯୁକ୍ତ ଆଶୀର୍ବାଦ ଉଚ୍ଚାରଣ କରୁଥିଲେ ଏବଂ ସେମାନଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକ ଶିକ୍ଷା ପ୍ରଦାନ କରୁଥିଲେ I
  • ଯୀଶୁଙ୍କ ସମୟରେ, ବିଭିନ୍ନ ସ୍ତରର ଯାଜକମାନେଥିଲେ, ଯହିଁରେ ପ୍ରଧାନ ଯାଜକଗଣ ଏବଂ ମହାଯାଜକ ଅନ୍ତର୍ଭୁକ୍ତ ଥିଲେ I
  • ଯୀଶୁ ଆମ୍ଭମାନଙ୍କର “ମହାନ ମହାଯାଜକ” ଅଟନ୍ତି ଏବଂ ସେ ଈଶ୍ୱରଙ୍କ ଉପସ୍ଥିତିରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି I ସେ ଆପଣାକୁ ପାପ ନିମନ୍ତେ ଚୁଡାନ୍ତ ବଳି ଭାବରେ ଉତ୍ସର୍ଗ କଲେ I ଏହାର ଅର୍ଥ ଏହି ଯେ, ମଣିଷରୂପୀ ଯାଜକମାନଙ୍କ ଦ୍ୱାରା ଉତ୍ସର୍ଗୀକୃତ ବଳିଗୁଡ଼ିକର ଆଉ କୌଣସି ଆବଶ୍ୟକତା ନାହିଁ I
  • ନୂତନ ନିୟମରେ, ଯୀଶୁଙ୍କଠାରେ ଥିବା ପ୍ରତ୍ୟେକ ବିଶ୍ୱାସୀକୁ ଜଣେ ଜଣେ “ଯାଜକ” ଭାବେ ନାମିତ କରାଯାଏ, ଯିଏ ସିଧାସଳଖ ଭାବରେ ପ୍ରାର୍ଥନାରେ ଈଶ୍ୱରଙ୍କ ନିକଟକୁ ଆସିପାରେ ଏବଂ ନିଜ ନିମନ୍ତେ ଓ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିପାରିବ I
  • ପ୍ରାଚୀନ ସମୟରେ, ବିଜାତୀୟ ଯାଜକମାନେ ମଧ୍ୟ ଥିଲେ ଓ ସେମାନେ ବାଲ୍ ଭଳି ମିଥ୍ୟା ଦେବତାଗଣ ପ୍ରତି ବଳି ଉତ୍ସର୍ଗ କରୁଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି ଏହି “ଯାଜକ” ଶବ୍ଦକୁ “ବଳିଦାନର ବ୍ୟକ୍ତି” କିମ୍ୱା “ଈଶ୍ୱରଙ୍କ ମଧ୍ୟସ୍ଥ” ବା “ଈଶ୍ୱର ଆପଣାକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ନିଯୁକ୍ତ କରିଥିବା ବ୍ୟକ୍ତି” ଭାବରେ ଅନୁବାଦ କରାଯାଇପାରେ I
  • “ଯାଜକ” ଶବ୍ଦର ଅନୁବାଦଠାରୁ “ମଧ୍ୟସ୍ଥି” ଶବ୍ଦର ଅନୁବାଦ ଭିନ୍ନ ହେବା ଉଚିତ I
  • କେତେକ ଅନୁବାଦଗୁଡ଼ିକ ସବୁବେଳେ ଏଭଳି କହିବା ପସନ୍ଦ କରନ୍ତି, ଯଥା; “ଇସ୍ରାଏଲୀୟ ଯାଜକ” ବା “ଯିହୁଦୀୟ ଯାଜକ” ବା “ଯିହୋବାଙ୍କ ଯାଜକ” ବା “ବାଲର ଯାଜକ” I ଏଭଳି କହିବା ଦ୍ୱାରା ସେମାନେ ସ୍ପଷ୍ଟ କରିଦେବା ପାଇଁ ଚାହାନ୍ତି ଯେ, ଏହା ଆଧୁନିକ ଧରଣର ଯାଜକକୁ ବୁଝାଏ ନାହିଁ I
  • ଯାଜକ ନିମନ୍ତେ ବ୍ୟବହୃତ ଶବ୍ଦ “ପ୍ରଧାନ ଯାଜକ” ଏବଂ “ମହାଯାଜକ” ଏବଂ “ଲେବୀୟ” ଏବଂ “ଭବିଷ୍ୟତବକ୍ତା” ଶବ୍ଦଗୁଡ଼ିକଠାରୁ ଭିନ୍ନ ହେବା ଉଚିତ I

(ହାରୋଣପ୍ରଧାନ ଯାଜକଗଣମହାଯାଜକମଧ୍ୟସ୍ଥିବଳିଦାନ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 4:7“ ମଲକୀଷେଦକ, ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ I
  • 13:9 ଯେକେହି ଈଶ୍ୱରଙ୍କ ବ୍ୟବସ୍ଥା ଉଲଂଘନ କରେ ସେ ସମାଗମ ତମ୍ୱୁ ସମ୍ମୁଖକୁ ଏକ ପଶୁକୁ ଈଶ୍ୱରଙ୍କ ପ୍ରତି ବଳି ସ୍ୱରୂପେ ଏକ ପଶୁକୁ ଆଣିବ I ଜଣେ ଯାଜକ ପଶୁକୁ ବଧ କରିବ ଏବଂ ବେଦି ଉପରେ ଏହାକୁ ଦଗ୍ଧ କରିବ I ସେହି ଉତ୍ସର୍ଗ କରାଯାଇଥିବା ପଶୁର ରକ୍ତ ସେହି ବ୍ୟକ୍ତିର ପାପକୁ ଆଚ୍ଛାଦନ କରେ ଏବଂ ଈଶ୍ୱରଙ୍କ ଦୃଷ୍ଟିରେ ସେହି ବ୍ୟକ୍ତିକୁ ଶୁଚି କରେ I ଈଶ୍ୱର ମୋଶାଙ୍କ ଭାଇ ହାରୋଣଙ୍କୁ ଏବଂ ତାଙ୍କର ବଂଶଧରମାନଙ୍କୁ ତାହାଙ୍କର ଯାଜକଗଣ ଭାବେ ମନୋନୀତ କଲେ I
  • 19:7 ଅତଏବ ବାଲର ଯାଜକମାନେ ଏକ ବଳିଦାନ ପ୍ରସ୍ତୁତ କଲେ କିନ୍ତୁ ଊର୍ଦ୍ଧ୍ୱରୁ ଅଗ୍ନି ଆଣିପାରିଲେ ନାହିଁ I
  • 21:7 ଜଣେ ଇସ୍ରାଏଲୀୟ ଯାଜକ ଯିଏ ଲୋକମାନଙ୍କ ପକ୍ଷରୁ ସେମାନଙ୍କ ପ୍ରତିନିଧି ଭାବରେ ସେମାନଙ୍କ ପାପଗୁଡ଼ିକ ନିମନ୍ତେ ଈଶ୍ୱରଙ୍କ ପ୍ରତି ବଳିଦାନ ଉତ୍ସର୍ଗ କରେ, ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା ମଧ୍ୟ କରେ I

ଶବ୍ଦବିନ୍ୟାସ :

  • Strong's: H3547, H3548, H3549, H3550, G748, G749, G245, G246, G247, G249, G2420

ଯିହୁଦୀ, ଯିହୁଦୀୟ

ସତ୍ୟ ଘଟଣାବଳୀ:

ଯିହୁଦୀଲୋକମାନେ ଅବ୍ରହାମଙ୍କ ନାତି ଯାକୁବର ବଂଶଧର ଅଟନ୍ତି। “ଯିହୁଦୀ” ଶବ୍ଦ “ଯିହୂଦା “ ଶବ୍ଦରୁ ଆସିଛି।

  • ଇସ୍ରାଏଲିୟମାନେ ବାବିଲର ନିର୍ବାସନରୁ ଯିହୂଦାକୁ ଫେରି ଆସିଲା ପୋରେ ଲୋକମାନେ ସେମାନଙ୍କୁ “ଯିହୁଦୀ” ବୋଲି କହିବାକୁ ଲାଗିଲେ।
  • ଯୀଶୁ ଖ୍ରୀଷ୍ଟ ଜଣେ ଯିହୁଦୀ ଥିଲେ। ତଥାପି, ଯିହୁଦୀ ଧାର୍ମିକ ନେତାମାନେ ଯୀଶୁଙ୍କୁ ଅଗ୍ରାହ୍ୟ କଲେ ଏବଂ ତାହାଙ୍କୁ ହତ୍ୟା କରା ଯାଉ ବୋଲି ଦାବି କଲେ।

(( ଅବ୍ରହାମ୍ଯାକୁବଇସ୍ରାଏଲବାବିଲଯିହୁଦୀ ନେତାମାନେ: ଦେଖନ୍ତୁ))

ବାଇବେଲ  ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 20:11 ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଯିହୁଦୀ କୁହାଗଲେ ଓ ସେହି ସମସ୍ତଙ୍କ ମଧ୍ୟରୁ ଅଧିକାଂଶ ଲୋକ ସେମାନଙ୍କର ସମ୍ପୁର୍ଣ୍ଣ ଜୀବନ ବାବିଲରେ ବିତାଇ ଥିଲେ।
  • 20:12 ତେଣୁ, ନିର୍ବାସନର 70 ବର୍ଷ ପରେ, ଯିହୁଦୀମାନଙ୍କର ଏକ ଛୋଟ ସମୂହ ଯିହୂଦାର ଯିରୂଶାଲାମ ସହରକୁ ଫେରି ଆସିଲେ।
  • 37:10 ଅନେକ ଯିହୁଦୀ ଏହି ଅଶ୍ଚାର୍ଯ୍ୟ କର୍ମ ହେତୁ ଯୀଶୁଙ୍କ ଉପରେ ବିଶ୍ୱାସ କଲେ।
  • 37:11 କିନ୍ତୁ ଯିହୁଦୀମାନଙ୍କର ଧାର୍ମିକ ନେତାମାନେ ହିଂଶା କଲେ, ତେଣୁ ସେମାନେ ଏକତ୍ରିତ ହୋଇ ଯୀଶୁ ଓ ଲାଜାରକୁ କିପରି ହତ୍ୟା କରିବେ ଯୋଜନା କଲେ।
  • 40:2 ଏକ ଫଳକ ଯୀଶୁଙ୍କ ମସ୍ତକ ଉପରେ “ଯିହୁଦୀମାନଙ୍କର ରାଜା” ବୋଲି ସେମାନଙ୍କୁ ଲେଖିବାକୁ ପିଲାତ ଆଜ୍ଞା ଦେଲେ।
  • 46:6 ସେହି ସମୟରେ, ଶାଉଲ ଯିହୁଦୀମାନଙ୍କୁ ଦମ୍ମେସକରେ ପ୍ରଚାର କରି “ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି” କହିବାକୁ ଲାଗିଲେ!

ଶବ୍ଦବିନ୍ୟାସ:

  • Strong’s: H3054, H3061, H3062, H3064, H3066, G24500, G24510, G24520, G24530, G24540

ଯିହୁଦୀମାନଙ୍କର ରାଜା

ପରିଭାଷା:

“ଯିହୁଦୀମାନଙ୍କର ରାଜା” ବାକ୍ୟାଂଶ ଏକ ପଦବୀ ଅଟେ ଯାହା ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ  I

  • ବାଇବେଲରେ ପ୍ରଥମଥର ଏହି ନାମକୁ ପଣ୍ଡିତମାନେ ଯୀଶୁଙ୍କୁ ଦେଖିବା ପାଇଁ ବେଥଲିହିମରେ “ଯିହୁଦୀମାନଙ୍କର ରାଜା” ବୋଲି ବ୍ୟବହାର କରିଥିଲେ I
  • ସ୍ୱର୍ଗଦୂତ ମରୀୟମକୁ କହିଲେ ଯେ ତାହାର ପୁତ୍ର, ଦାଉଦର ବଂଶଧର ହେବ, ସେ ରାଜା ହେବେ ଯେ ଚିରଦିନ ଯାଏ ରାଜତ୍ୱ କରିବେ I
  • ଯୀଶୁ କ୍ରୁଶାର୍ପିତ ହେବା ପୂର୍ବରୁ, ରୋମୀୟ ସୈନିକମାନେ ପରିହାସ କରି “ଯିହୁଦୀମାନଙ୍କର ରାଜା” ବୋଲି କହିଲେ I ଏହି ନାମକୁ ଏକ କାଠଖଣ୍ଡ ଉପରେ ଲେଖି ଯୀଶୁଙ୍କର କ୍ରୁଶ କଣ୍ଟାବିଦ୍ଧ କରାଯାଇଥିଲାI
  • ବାସ୍ତବରେ ଯୀଶୁ ଯିହୁଦୀମାନଙ୍କର ରାଜା ଓ ସମସ୍ତ ସୃଷ୍ଟିର ରାଜା ଅଟନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଯିହୁଦୀମାନଙ୍କର ରାଜା” ବାକ୍ୟାଂଶକୁ “ଯିହୁଦୀମାନଙ୍କର ଉପରେ ରାଜା“ କିମ୍ବା “ରାଜା ଯିଏ ଯିହୁଦୀ ଉପରେ ରାଜତ୍ୱ କରନ୍ତି“ କିମ୍ବା “ଯିହୁଦୀମାନଙ୍କର ସର୍ବଚ୍ଚ ଶାସକ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I
  • “ରାଜା“ ଶବ୍ଦକୁ ଅନ୍ୟ ସ୍ଥାନରେ କିପରି ଅନୁବାଦ କରାଯାଇଛି ଦେଖନ୍ତୁI

(ବଂଶଧରଯିହୁଦୀଯୀଶୁରାଜାରାଜ୍ୟଈଶ୍ୱରଙ୍କର ରାଜ୍ୟପଣ୍ଡିତମାନେ: ଦେଖନ୍ତୁ)

ବାଇବଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 23:9 କିଛି ସମୟପରେ, ପଣ୍ଡିତମାନେ ପୂର୍ବ ଦେଶରେ ଏକ ଅସାଧାରଣ ତାରା ଆକାଶରେ ଦେଖିଲେ I ସେମାନେ ଯିହୁଦୀମାନଙ୍କର ଜାଣେ ନୂତନ ରାଜା ଜନ୍ମହେଲେ ବୋଲି ବୁଝିପାରିଲେ I
  • 39:9  ପିଲାତ ଯୀଶୁଙ୍କୁ ପଚାରିଲେ, “ତୁମ୍ଭେ କ’ଣ ଯିହୁଦୀମାନଙ୍କର ରାଜା ଅଟ?”
  • 39:12 ରୋମୀୟ ସୈନିକମାନେ ଯୀଶୁଙ୍କୁ କୋରୋଡା ପ୍ରହାର କରାଇଲେ, ଏକ ରାଜକୀୟ ବସ୍ତ୍ର ପିନ୍ଧାଇଲେ ଓ ଏକ କଣ୍ଟକ ମୁକୁଟ ତାହାଙ୍କ ମସ୍ତକରେ ପିନ୍ଧାଇଲେ I ତା’ପରେ ସେମାନେ ପରିହାସ କରି କହିଲେ, “ଯିହୁଦୀମାନଙ୍କର ରାଜା!”
  • 40:2  ପିଲାତ ଆଜ୍ଞା କଲେ  ଯେ ସେମାନେ ଏକ ଚିହ୍ନ ସ୍ୱରୂପେ ଯୀଶୁଙ୍କର କ୍ରୁଶ ଉପରେ ଏହି ବ୍ୟକ୍ତି “ଯିହୁଦୀମାନଙ୍କର ରାଜା” ବୋଲି ଲେଖନ୍ତୁ I

ଶବ୍ଦବିନ୍ୟାସ:

  • Strong's: G935, G2453

ଯୀଶୁ, ଯୀଶୁ ଖ୍ରୀଷ୍ଟ, ଖ୍ରୀଷ୍ଟ ଯୀଶୁ

ଘଟଣାବଳୀ:

ଯୀଶୁ ଈଶ୍ୱରଙ୍କର ପୁତ୍ର ଅଟନ୍ତି। “ଯୀଶୁ” ନାମର ଅର୍ଥ “ଯିହୋବା ଉଦ୍ଧାର କରନ୍ତି।" “ଖ୍ରୀଷ୍ଟ” ଶବ୍ଦ ଏକ ଉପାଧି ଅଟେ ଯାହାର ଅର୍ଥ “ଅଭିଶିକ୍ତ ବ୍ୟକ୍ତି” ଓ ମସୀହ ଅନ୍ୟ ଏକ ଶବ୍ଦ ଅଟେ ।

  • ଦୁଇ ନାମକୁ ଅନେକ ସମୟରେ ସଂଯୁକ୍ତ କରାଯାଏ ଯେପରି “ଯୀଶୁ ଖ୍ରୀଷ୍ଟ” ଓ “ଖ୍ରୀଷ୍ଟ ଯୀଶୁ।" ଏହି ନାମଗୁଡ଼ିକ ଗୁରୁତ୍ୱ ଦିଏ ଯେ ଈଶ୍ଵରଙ୍କ ପୁତ୍ର ମସୀହା ଅଟନ୍ତି ଯେ ଲୋକମାନଙ୍କୁ ପାପ ନିମନ୍ତେ ଅନନ୍ତ ଦଣ୍ଡ ପାଉଥିବା ହେତୁ ସେମାନଙ୍କୁ ସ୍ୱତନ୍ତ୍ର କରିବାକୁ ଆସିଲେ।
  • ଆଶ୍ଚର୍ଯ୍ୟଜନକ ରୂପରେ ପବିତ୍ର ଆତ୍ମା ଈଶ୍ୱରଙ୍କର ଅନନ୍ତ ପୁତ୍ରକୁ ମାନବ ରୂପରେ ଜନ୍ମାଇଲେ। ତାହାଙ୍କ ମାତା ଏକ ଦୂତ ଦ୍ୱାରା ତାହାଙ୍କୁ ଯୀଶୁ ନାମ ଦେବ ବୋଲି କୁହାଗଲେ କାରଣ ସେ ନିଜ ଲୋକମାନଙ୍କୁ ତାହାଙ୍କ ପାପରୁ ଉଦ୍ଧାର କରିବେ।
  • ଯୀଶୁ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ଯାହା ପ୍ରକାଶ କରେ ଯେ ସେ ଈଶ୍ଵର ଅଟନ୍ତି ଏବଂ ସେ ଖ୍ରୀଷ୍ଟ ଅଟନ୍ତି ଅବା ମସୀହ  ଅଟନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଅନେକ ଭାଷାରେ “ଯୀଶୁ” ଏବଂ “ଖ୍ରୀଷ୍ଟ” ଏପରି ଭାବରେ ବନାନ କରାଯାଇଥାଏ ଯାହା ଶବ୍ଦ କିମ୍ବା ବନାନକୁ ଯଥା ସମ୍ଭବ ମୂଳ ଭାଷାର ନିକଟତର କରିଥାଏ । ଉଦାହରଣ ସ୍ୱରୂପ, “ଜେସୁକ୍ରିଷ୍ଟୋ”, “ଜେଜୁସ୍ ଖ୍ରୀଷ୍ଟସ୍”, “ୟେସୁସ୍ କ୍ରିଷ୍ଟସ୍” ଏବଂ “ହେସୁକ୍ରିଷ୍ଟୋ” ହେଉଛି କେତେକ ଉପାୟ ଯାହାକି ଏହି ନାମଗୁଡିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇଥାଏ।
  • “ଖ୍ରୀଷ୍ଟ” ଶବ୍ଦ ପାଇଁ କେତେକ ଅନୁବାଦକ କେବଳ “ମସୀହ ” ଶବ୍ଦକୁ ବ୍ୟବହାର କରନ୍ତି।
  • ନିକଟସ୍ଥ ସ୍ଥାନୀୟ କିମ୍ବା ଜାତୀୟ ଭାଷାରେ ଏହି ନାମଗୁଡ଼ିକ କିପରି ବନାନ କରାଯାଇଅଛି ତାହା ମଧ୍ୟ ଦେଖନ୍ତୁ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମ କିପରି ଅନୁବାଦ କରାଯାଏ ଦେଖନ୍ତୁ )

(ଖ୍ରୀଷ୍ଟ, ଈଶ୍ୱର, ପିତା ଈଶ୍ୱର, ମହାଯାଜକ, ଈଶ୍ୱରଙ୍କ ରାଜ୍ୟ, ମରୀୟମ, ଉଦ୍ଧାରକର୍ତ୍ତା, ଈଶ୍ୱରଙ୍କ ପୁତ୍ର:ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 22:4 ସ୍ୱର୍ଗ ଦୂତ କହିଲେ, ତୁମ୍ଭେ ଗର୍ଭବତୀ ହେବ ଓ ଏକ ପୁତ୍ରକୁ ଜନ୍ମ ଦେବ। ତୁମ୍ଭେ ତାହାର ନାମ ଯୀଶୁ ଦେବ ଓ ସେ ମସୀହ ହେବେ।
  • 23:2 “ତାହାଙ୍କ ନାମ ଯୀଶୁ ଦେବ (ଯାହାର ଅର୍ଥ, 'ସଦାପ୍ରଭୁ ଉଦ୍ଧାର କରନ୍ତି') କାରଣ ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ।
  • 24:7 ଏଣୁ ଯୋହନ ତାହାଙ୍କୁ (ଯୀଶୁ ) ବାପ୍ତିସ୍ମ ଦେଲେ, ଯଦ୍ୟପି ଯୀଶୁ କେବେ ହେଁ ପାପ କରି ନଥିଲେ।
  • 24:9 କେବଳ ଜଣେ ହିଁ ଈଶ୍ଵର ଅଛନ୍ତି। କିନ୍ତୁ ଯୋହନ ଯୀଶୁ ବାପ୍ତିସ୍ମ ଦେଲାବେଳେ ସେ ପିତା ଈଶ୍ଵରଙ୍କ କଥା କହିବାର ଶୁଣିଲେ, ଏବଂ ଯୀଶୁ ଯେ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କୁ ଦେଖିଲେ।
  • 25:9 ଯୀଶୁ ଶୟତାନର ପରିକ୍ଷାରେ ବିଜୟୀ ପ୍ରାପ୍ତ ହେଲେ ଓ ଶୟତାନ ତାହାଙ୍କୁ ଛାଡ଼ି ଚାଲି ଗଲା।
  • 26:8 ତାପରେ ଯୀଶୁ ଗାଲିଲି ଅଞ୍ଚଳକୁ ଚାଲିଗଲେ, ଆଉ ଏକ ବଡ଼ ଭିଡ଼ ତାହାଙ୍କ ପାଖକୁ ଆସିଲା। ସେମାନେ ଅନେକ ଲୋକମାନଙ୍କୁ ଯେଉଁମାନେ ରୋଗୀ କିମ୍ବା ଭିନ୍ନକ୍ଷମ ସହ ଯେଉଁମାନେ ଦେଖି ପାରନ୍ତି ନାହିଁ, ଶୁଣିବା କିମ୍ବା କଥା କହି ପାରୁ ନ ଥିବା ଲୋକମାନଙ୍କୁ ତାହାଙ୍କ ପାଖକୁ ଆଣିଲେ ଆଉ ଯୀଶୁ ସେମାନଙ୍କୁ ସୁସ୍ଥ କଲେ।
  • 31:3 ତାପରେ ଯୀଶୁ ପ୍ରାର୍ଥନା କରିବା ସମାପ୍ତ କଲେ ଏବଂ ଶିଶ୍ୟମାନଙ୍କ ନିକଟକୁ ଗଲେ। ସେ ପାଣି ଉପରେ ଚାଲି ଚାଲି ହ୍ରଦର ଏ ପାଖରୁ ସେପାଖକୁ ସେମାନଙ୍କ ନୌକା ଆଡକୁ ଗଲେ।
  • 38:2 ସେ (ଯିହୂଦା) ଜାଣିଲା ଯେ ଯିହୁଦୀ ନେତାମାନେ ଯୀଶୁଙ୍କୁ ମସୀହ  ବୋଲି ଅସ୍ୱିକାର କରୁଥିଲେ ଏବଂ ସେମାନେ ଯେ ତାହାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିଲେ।
  • 40:8 ତାହାଙ୍କ ମୃତ୍ୟୁ ଦ୍ୱାରା, ଯୀଶୁ ଈଶ୍ଵରଙ୍କ ନିକଟକୁ ଆସିବାକୁ ଲୋକମାନଙ୍କ ନିମନ୍ତେ ଏକ ପଥ ପ୍ରସ୍ତୁତ କଲେ।
  • 42:11 ତାପରେ ଯୀଶୁ ସ୍ୱର୍ଗକୁ ଅନ୍ତର୍ନିହିତ ହେଲେ ଓ ଏକ ମେଘ ତାହାଙ୍କୁ ସେମାନଙ୍କ ଚକ୍ଷୁରୁ ଘୋଡ଼ାଇଲା। ଯୀଶୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇ ସମସ୍ତ ବିଷୟ ଉପରେ ଶାସନ କରନ୍ତି।
  • 50:17 ଯୀଶୁ ଓ ତାହାଙ୍କ ଲୋକମାନେ ନୂତନ ପୃଥିବୀରେ ବାସ କରିବେ, ଏବଂ ସେ ଯାହା କିଛି ଅସ୍ତିତ୍ୱରେ ଅଛି ଚିରଦିନ ନିମନ୍ତେ ତାହା ଉପରେ ରାଜୁତି କରିବେ। ସେ ସମସ୍ତଙ୍କର ଲୋତକ ପୋଛି ଦେବେ ଏବଂ ସେଥିରେ ଆଉ ଯାତନା ଓ ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ଓ ମୃତ୍ୟୁ ରହିବ ନାହିଁ। ଯୀଶୁ ତାହାଙ୍କ ରାଜ୍ୟ ଶାନ୍ତି ଓ ନ୍ୟାୟରେ ଶାସନ କରିବେ ଓ ସେ ତାହାଙ୍କ ଲୋକମାନଙ୍କ  ସହିତ ଚିରଦିନଯାଏ ରହିବେ।

ଶବ୍ଦବିନ୍ୟାସ:

  • Strong’s: G24240, G55470

ରକ୍ତ

ପରିଭାଷା:

“ରକ୍ତ” ଶବ୍ଦଟି ଲାଲ୍ ତରଳ ପଦାର୍ଥକୁ ବୁଝାଏ ଯାହା ଯେବେ ଜଣେ ବ୍ୟକ୍ତିର ଶରୀରରେ ଆଘାତ କିମ୍ବା କ୍ଷତ ହେଲେ ତାହାର ଚର୍ମରୁ ବାହାରିଥାଏ ׀ ରକ୍ତ ଏକ ବ୍ୟକ୍ତିର ସମଗ୍ର ଶରୀରକୁ ଜୀବନ ପ୍ରଦାନକାରୀ ପୁଷ୍ଟିକର ବିଷୟକୁ ଯୋଗାଇଥାଏ ׀ ବାଇବେଲରେ, “ରକ୍ତ” ଶବ୍ଦକୁ ସାଙ୍କେତିକ ଭାବରେ “ଜୀବନ” ଏବଂ / କିମ୍ବା ଅନ୍ୟାନ୍ୟ ଧାରଣାକୁ ପ୍ରକାଶ କରିବାକୁ ବ୍ୟବହାର କରାଯାଇଅଛି |

  • ଯେତେବେଳେ ଲୋକମାନେ ଈଶ୍ଵରଙ୍କୁ ବଳି ପ୍ରଦାନ କରୁଥିଲେ, ସେମାନେ ଗୋଟିଏ ପଶୁକୁ ବଧକରି ବେଦିରେ ଏହାର ରକ୍ତ ଢ଼ାଳୁଥିଲେ ׀ ଏହା ଲୋକମାନଙ୍କ ପାପର ମୂଲ୍ୟ ଦେବାପାଇଁ ପଶୁର ଜୀବନ ବଳିଦାନର ପ୍ରତୀକ ଥିଲା ׀
  • "ମାଂସ ଏବଂ ରକ୍ତ" ଅଭିବ୍ୟକ୍ତି ମାନବ ଜାତିକୁ ବୁଝାଏ ׀
  • "ମୋ ନିଜ ମାଂସ ଏବଂ ରକ୍ତ" ବକ୍ୟାଂଶଟି  ଆତ୍ମୀୟ ସ୍ୱଜନ ସମ୍ପର୍କକୁ ବୁଝାଏ ׀

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ ରକ୍ତ ପାଇଁ ବ୍ୟବହାର ହେଉଥିବା ସ୍ଥାନୀୟ ଭାଷାର ଶବ୍ଦ ସହ ଅନୁବାଦ କରାଯିବା ଉଚିତ ׀
  • "ମାଂସ ଏବଂ ରକ୍ତ" ବକ୍ୟାଂଶକୁ "ଲୋକମାନେ" ଓ"ମାନବ ଜାତି" ବୋଲି ଅନୁବାଦ କରାଯାଇପାରେ ׀
  • ପ୍ରସଙ୍ଗ ଉପରେ ଅଧାର କରି "ମୋ ନିଜ ମାଂସ ଏବଂ ରକ୍ତ" ବକ୍ୟାଂଶକୁ " ମୋ ନିଜ ପରିବାର" କିମ୍ବା "ମୋ ସମ୍ପର୍କିୟ" କିମ୍ବା "ମୋ ନିଜ ଲୋକ" ବୋଲି ଅନୁବାଦ କରାଯାଇପାରେ ׀
  • ଯଦି ସ୍ଥାନୀୟ ଭାଷାରେ “ରକ୍ତ ଏବଂ ମାଂସ” ଶବ୍ଦର ଅର୍ଥ ପ୍ରକାଶ କରୁଥିବା ଶବ୍ଦ ଥାଏ ତେବେ ସେହି ଶବ୍ଦକୁ ସ୍ଥାନୀୟ ଭାଷାରେ ଅନୁବାଦ କରାଯାଇପାରିବ ׀

(ରକ୍ତପାତ, ମାଂସ; ଜୀବନ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 8:3 ଯୋଷେଫର ଭାଇମାନେ ଗୃହକୁ ଫେରିବା ପୂର୍ବରୁ ତାହାର ପୋଷାକୁ ଚିରି ଗୋଟିଏ ମେଷର ରକ୍ତରେ ବୁଡ଼ାଇଲେ ׀
  • 10:3 ଈଶ୍ଵର ନୀଳନଦୀର ଜଳକୁ ରକ୍ତରେ ପରିଣତ କଲେ କିନ୍ତୁ ଫାରୋ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେଲେ ନାହିଁ ׀
  • 11:5 ପ୍ରତ୍ୟେକ ଇସ୍ରାଏଲୀୟ ଲୋକଙ୍କ ଦ୍ୱାରବନ୍ଧରେ ରକ୍ତ ଲାଗିଥିଲା ତେଣୁ ଈଶ୍ଵର ସେହି ଗୃହଗୁଡ଼ିକ ଅତିକ୍ରମ କଲେ ଏବଂ ସେମାନେ ଗୃହ ମଧ୍ୟରେ ନିରାପଦରେ ରହିଲେ ׀ ସେମାନେ ମେଷ ରକ୍ତ ହେତୁ ଉଦ୍ଧାର ପାଇଲେ ׀
  • 13:9 ସେହି ବଳିକୃତ ପଶୁର ରକ୍ତ ଏକ ବ୍ୟକ୍ତିର ପାପକୁ ଆଚ୍ଛାଦନ କରୁଥିଲା ଏବଂ ସେହି ବ୍ୟକ୍ତି ଈଶ୍ୱରଙ୍କ ଦୃଷ୍ଟିରେ ଶୁଚିକୃତ ହେଉଥିଲା ׀
  • 38:5 ତତ୍ପରେ ଯୀଶୁ ଗୋଟିଏ ପାନପାତ୍ର ଘେନି କହିଲେ, "ଏହାକୁ ପାନ କର" ׀ ଏହା ହେଉଛି ନୂତନ ନିୟମର ସ୍ଥାପିତ ମୋହର ରକ୍ତ ଯାହା ଦ୍ୱାରା ସମସ୍ତ ପାପ କ୍ଷମା ହୁଏ ׀
  • 48:10 ଯେତେବେଳେ କେହି ଯୀଶୁଙ୍କୁ ବିଶ୍ୱାସ କରେ, ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିଙ୍କ ପାପ ଦୂରିକୃତ କରେ ଏବଂ ଈଶ୍ଵରଙ୍କ ଦଣ୍ଡରୁ ସେ ମୁକ୍ତ ହୁଏ ׀

ଶବ୍ଦବିନ୍ୟାସ  :

  • Strong’s: H1818, H5332, G01290, G01300, G01310

ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ

ପରିଭାଷା:

“ରକ୍ଷା କରିବା” ଶବ୍ଦ କୌଣସି ବ୍ୟକ୍ତିଙ୍କୁ କ୍ଷତି କିମ୍ବା ବିପଦରୁ ରକ୍ଷା କରିବାକୁ ବୁଝାଏ। “ନିରାପଦ”ର ଅର୍ଥ କୌଣସି କ୍ଷତି କିମ୍ବା ବିପଦରୁ ସୁରକ୍ଷିତ ହେବା।

  • ଶାରୀରିକ ଭାବେ, ଲୋକମାନେ କ୍ଷତି, ବିପଦ କିମ୍ବା ମୃତ୍ୟୁ ମୁଖରୁ ଉଦ୍ଧାର ହେବା।
  • ଆତ୍ମିକ ଦୃଷ୍ଟିରୁ, ଯଦି ଜଣେ ବ୍ୟକ୍ତି “ପରିତ୍ରାଣ” ପାଇଅଛି, ତେବେ ଈଶ୍ଵର, କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା, ତାଙ୍କୁ କ୍ଷମା କରି ଦେଇଛନ୍ତି ଏବଂ ପାପ ପାଇଁ ନର୍କ ଦଣ୍ଡରୁ “ଉଦ୍ଧାର” କରିଅଛନ୍ତି।
  • ଲୋକମାନେ ଲୋକମାନଙ୍କୁ ବିପଦରୁ ଉଦ୍ଧାର କିମ୍ବା ରକ୍ଷା କରିପାରିବେ, କିନ୍ତୁ କେବଳ ଈଶ୍ୱର ସେମାନଙ୍କର ପାପ ନିମନ୍ତେ ଅନନ୍ତ କାଳୀନ ଦଣ୍ଡରୁ ଉଦ୍ଧାର କରିପାରିବେ।

“ପରିତ୍ରାଣ“ ଶବ୍ଦ ମନ୍ଦ ଏବଂ ବିପଦରୁ ଉଦ୍ଧାର ପାଇବାକୁ ବୁଝାଏ।

  • ବାଇବେଲରେ, “ପରିତ୍ରାଣ” ସାଧାରଣ ଆତ୍ମିକ ଏବଂ ଈଶ୍ୱରଙ୍କ ନିକଟରେ ପାପ ସ୍ୱୀକାର ଓ ଅନୁତାପ କରିବା ଏବଂ ଯୀଶୁଙ୍କଠାରେ ବିଶ୍ୱାସ କରିବା ସେମାନଙ୍କୁ ଈଶ୍ଵରଙ୍କ ଦ୍ୱାରା ପ୍ରଦତ୍ତ ଆତ୍ମିକ ଏବଂ ଅନନ୍ତ ମୁକ୍ତିକୁ ବୁଝାଏ।
  • ବାଇବେଲ ମଧ୍ୟ ଈଶ୍ଵରଙ୍କ ନିଜ ଲୋକମାନଙ୍କୁ ଶାରୀରିକ ଶତ୍ରୁମାନଙ୍କଠାରୁ ରକ୍ଷା କରିବା କିମ୍ବା ଉଦ୍ଧାର କରିବା ବିଷୟରେ କହିଥାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଉଦ୍ଧାର” ଶବ୍ଦକୁ “ରକ୍ଷା” କିମ୍ୱା “ବିପଦରୁ ରକ୍ଷା” କିମ୍ୱା “ବିପଦ ପଥରୁ ବାହାର କରିନେବା” କିମ୍ୱା “ମୃତ୍ୟୁରୁ ରକ୍ଷା କରିବା” ବୋଲି ଅନୁବାଦ କରାଯାଇପାରିବ।
  • “ଯିଏ ନିଜ ଜୀବନ ରକ୍ଷା କରିବେ” ଅଭିବ୍ୟକ୍ତିରେ “ଉଦ୍ଧାର” ଶବ୍ଦକୁ “ସଂରକ୍ଷଣ” କିମ୍ବା “ସୁରକ୍ଷା” ବୋଲି ଅନୁବାଦ କରାଯାଇପାରିବ।
  • “ନିରାପଦ” ଶବ୍ଦକୁ “ବିପଦରୁ ସୁରକ୍ଷା” କିମ୍ବା “ଏପରି ଏକ ସ୍ଥାନ ଯେଉଁଠି ବିପଦ ନାହିଁ“ ବୋଲି ଅନୁବାଦ ହୋଇପାରିବ।
  • “ପରିତ୍ରାଣ” ଶବ୍ଦକୁ “ଉଦ୍ଧାର” କିମ୍ୱା “ରକ୍ଷା” ସହିତ ସମ୍ପର୍କ ଥିବା ଶବ୍ଦ ସହ “ଈଶ୍ୱରଙ୍କ ଲୋକମାନେ ଉଦ୍ଧାର ପାଇବେ (ସେମାନଙ୍କ ପାପ ପାଇଁ ଦଣ୍ଡରୁ )” କିମ୍ୱା “ଈଶ୍ୱର ତାହଙ୍କର ଲୋକମାନଙ୍କୁ ଉଦ୍ଧାର କରନ୍ତି (ସେମାନଙ୍କ ଶତ୍ରୁମାନଙ୍କଠାରୁ)” ବୋଲି ଅନୁବାଦ ହୋଇପାରିବ।
  • ”ସଦାପ୍ରଭୁ ମୋର ଉଦ୍ଧାରକର୍ତ୍ତା” ବାକ୍ୟାଂଶକୁ  “ଈଶ୍ୱର ଯିଏ ମୋତେ ଉଦ୍ଧାର କରନ୍ତି” ବୋଲି ଅନୁବାଦ କରାଯାଇପାରେ।
  • “ତୁମ୍ଭେମାନେ ପରିତ୍ରାଣ ରକୂପରୁ ଜଳ ବାହାର କରିବ” ବାକ୍ୟାଂଶକୁ “ତୁମ୍ଭେମାନେ ଜଳ ପରି ସତେଜ ହେବ କାରଣ ଈଶ୍ଵର ତୁମ୍ଭମାନଙ୍କୁ ଉଦ୍ଧାର କରୁଛନ୍ତି।” ( କ୍ରୁଶ, ଉଦ୍ଧାର, ଦଣ୍ଡ, ପାପ, ଉଦ୍ଧାରକର୍ତ୍ତା: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 9:8 ମୋଶା ଆପଣା ସାଥୀ ଇସ୍ରାଏଲୀୟକୁ ରକ୍ଷା କରିବାକୁ ଚେଷ୍ଟା କଲେ।
  • 11:2 ଈଶ୍ୱର ତାହାଙ୍କଠାରେ ବିଶ୍ୱାସ କରୁଥିବା ଯେକୌଣସି ବ୍ୟକ୍ତିର ପ୍ରଥମଜାତ ପୁତ୍ରକୁ ଉଦ୍ଧାର କରିବା ନିମନ୍ତେ ଏକ ଉପାୟ ପ୍ରଦାନ କଲେ।
  • 12:5 ମୋଶା ଇସ୍ରାଏଲ ସନ୍ତାନଗଣକୁ କହିଲେ, “ଭୟ କର ନାହିଁ! ଆଜି ଈଶ୍ୱର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ ଏବଂ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।"
  • 12:13 ଇସ୍ରାଏଲ ସନ୍ତାନଗଣ ସେମାନଙ୍କର ନୂତନ ସ୍ୱାଧିନତା ପାଳନ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କଲେ ଏବଂ ଈଶ୍ୱରଙ୍କ ପ୍ରଶଂସା କଲେ କାରଣ ସେ ସେମାନଙ୍କୁ ମୀସରୀୟ ସୈନିକଠାରୁ ଉଦ୍ଧାର କଲେ।
  • 16:17 ଏହି ପ୍ରଣାଳୀ ଅନେକ ଥର ପୁନରାବୃତ୍ତି ହୋଇଛି: ଇସ୍ରାଏଲମାନେ ପାପ କରିବେ, ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ, ସେମାନେ ଅନୁତାପ କରିବେ ଏବଂ ଈଶ୍ୱର ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଜଣେ ଉଦ୍ଧାରକାରୀଙ୍କୁ ପଠାଇବେ।
  • 44:8 ”ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ ବଦ୍ଧ କଲ, କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି! ତୁମ୍ଭେମାନେ ତାହାଙ୍କୁ ଅଗ୍ରାହ୍ୟ କଲ, କିନ୍ତୁ ଯୀଶୁଙ୍କ ଶକ୍ତି ବିହୁନେ ପରିତ୍ରାଣ ପାଇବା ନିମନ୍ତେ ଅନ୍ୟ କୌଣସି ମାର୍ଗ ନାହିଁ!"
  • 47:11 କାରଗାରର ଅଧ୍ୟକ୍ଷ ଭୟ ଭିତ ହେଲେ ଯେତେବେଳେ ସେ ପାଉଲ ଓ ସିଲାଙ୍କ ନିକଟକୁ ଆସିଲେ ଆଉ ପଚାରିଲେ, “ମୋତେ ପରିତ୍ରାଣ ପାଇବାକୁ କଅଣ କରିବାକୁ ହେବ?"ପାଉଲ ଉତ୍ତର ଦେଲେ, “ଯୀଶୁଙ୍କଠାରେ ବିଶ୍ୱାସ କର, ତୁମ୍ଭେ ଏବଂ ତୁମ୍ଭର ପରିବାର ପରିତ୍ରାଣ ପାଇବ।”
  • 49:13 ଉତ୍ତମ କାର୍ଯ୍ୟ ତୁମ୍ଭମାନଙ୍କୁ ପରିତ୍ରାଣ କରିପାରିବ ନାହିଁ।
  • 49:13 ଈଶ୍ୱର ପ୍ରତ୍ୟେକଙ୍କୁ ଉଦ୍ଧାର କରିବେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରିବେ ଏବଂ ତାହାଙ୍କୁ ଆପଣାର କାର୍ତ୍ତା ସ୍ଵରୁପେ ଗ୍ରହଣ କରିବେ। କିନ୍ତୁ ଯେକୌଣସି ବ୍ୟକ୍ତି ଯିଏ ତାହାଙ୍କଠାରେ ବିଶ୍ଵାସ କରେ ନାହିଁ ସେ ଉଦ୍ଧାର କରିବେ ନାହିଁ।

ଶବ୍ଦବିନ୍ୟାସ:

  • Strong’s: H0983, H2421, H2502, H3444, H3467, H3468, H4190, H4422, H4931, H5338, H6308, H6403, H7682, H7951, H7965, H8104, H8199, H8668, G08030, G08040, G08060, G12950, G15080, G49820, G49910, G49920, G51980

ରାବ୍‌ବୀ

ପରିଭାଷା:

“ରାବ୍‌ବୀ” ଶବ୍ଦର ଅର୍ଥ “ମୋର ସ୍ବାମୀ” କିମ୍ବା “ମୋର ଗୁରୁ” ଅଟେ।

  • ଏହା ଏକ ସମ୍ମାନଜନକ ଆଖ୍ୟା ଥିଲା ଯାହା ଜଣେ ଯିହୂଦୀ ଧାର୍ମିକ ଶିକ୍ଷକ, ବିଶେଷକରି ଈଶ୍ଵରଙ୍କ ବ୍ୟବସ୍ଥାର ଶିକ୍ଷକ ଥିଲେ ।
  • ବାପ୍ତିଜକ ଯୋହନ ଏବଂ ଯୀଶୁଙ୍କୁ ଶିଷ୍ୟମାନେ ବେଳେବେଳେ “ରାବ୍‌ବୀ” ବୋଲି ଡକାଯାଉଥିଲେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ମୋର ଗୁରୁ” କିମ୍ବା “ମୋର ଶିକ୍ଷକ” କିମ୍ବା “ମାନ୍ୟକନ୍ୟା ଶିକ୍ଷକ” କିମ୍ବା “ଧାର୍ମିକ ଶିକ୍ଷକ” ବୋଲି ଅନୁବାଦ କରାଯାଇପାରେ । କେତେକ ଭାଷାରେ ଏହାକୁ ବିଶେଷ ଭାବରେ ବ୍ୟବହାର କରାଯାଇପାରେ’।
  • ଅନୁବାଦିତ ଭାଷାର ମଧ୍ୟ ଏକ ବିଶେଷ ଉପାୟ ଥାଇପାରେ ଯାହା ସାଧାରଣତଃ ଶିକ୍ଷକମାନଙ୍କୁ ସମ୍ବୋଧିତ କରାଯାଏ ।
  • ଆପଣ ଏହା ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦର ଅନୁବାଦ ଯୀଶୁ ଜଣେ ବିଦ୍ୟାଳୟର ଶିକ୍ଷକ ଥିଲେ ବୋଲି ନ ବୁଝାଏ।
  • ଆପଣଙ୍କ ସ୍ଥାନୀୟ ଭାଷା କିମ୍ବା ଜାତୀୟ ଭାଷାର ବାଇବେଲ ଅନୁବାଦରେ “ରାବ୍‌ବୀ” ଶବ୍ଦକୁ କିପରି ଅନୁବାଦ କରାଯାଇଛି ତାହା ମଧ୍ୟ ଦେଖନ୍ତୁ’ ।

(ଦେଖନ୍ତୁ: ଅଜ୍ଞାତଶବ୍ଦଗୁଡ଼ିକୁ କିପରି ଅନୁବାଦ କରିବେ)

(ଏହା ମଧ୍ୟ ଦେଖନ୍ତୁ: ଶିକ୍ଷକ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: G44610

ଶକ୍ତି, ଶକ୍ତିଶାଳୀ, ପ୍ରଭାବଶାଳୀଭାବେ

ପରିଭାଷା:

“ଶକ୍ତି” ଶବ୍ଦ କୌଣସି ବିଷୟକୁ ଘଟାଇବା କ୍ଷମତାକୁ ବୁଝାଏ, ଅନେକ ସମୟରେ ବହୁତ ଶକ୍ତି ବ୍ୟବହାର କରି। “ଶକ୍ତିଗୁଡ଼ିକ” ଲୋକମାନଙ୍କ ପ୍ରତି ବା ଆତ୍ମାମାନଙ୍କ ପ୍ରତି ସୂଚାଇଥାଏ, ଯାହାର ବିଷୟମାନ ଘଟାଇ ପାରିବାରେ ବିଶେଷ ସାମର୍ଥ ଅଛି।

  • “ଈଶ୍ୱରଙ୍କ ଶକ୍ତି” ପ୍ରତ୍ୟେକ ବିଷୟକୁ ସାଧନ କରିବା ନିମନ୍ତେ ସାମର୍ଥକୁ ସୂଚାଇଥାଏ, ବିଶେଷତଃ ବିଷୟଗୁଡ଼ିକ ଯାହା ଲୋକମାନେ କରିପାରିବାକୁ ସକ୍ଷମ ନୁହଁନ୍ତି।
  • ଈଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟରେ ତାହାଙ୍କର କ୍ଷମତା ଅଛି।
  • ଈଶ୍ୱର ଯାହା ଇଚ୍ଛା କରନ୍ତି ତାହା କରିବାକୁ ସେ ତାହାଙ୍କର ଲୋକମାନଙ୍କୁ ଶକ୍ତି ପ୍ରଦାନ କରନ୍ତି, ଯାହା ଫଳରେ ଯେତେବେଳେ ସେମାନେ ଲୋକମାନଙ୍କୁ ସୁସ୍ଥ କଲେ କିମ୍ବା ଅନ୍ୟ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ସାଧନ କଲେ, ସେମାନେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଏହା ସାଧନ କଲେ।
  • ଯେହେତୁ ଯୀଶୁ ଏବଂ ପବିତ୍ର ଆତ୍ମା ଈଶ୍ୱର ଅଟନ୍ତି, ସେମାନଙ୍କର ଏହି ସମାନ ଶକ୍ତି ଅଛି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି “ଶକ୍ତି” ଶବ୍ଦକୁ “ସାମର୍ଥ୍ୟ” କିମ୍ବା “ଶକ୍ତି” କିମ୍ବା “ବଳ” କିମ୍ବା “ଆଶ୍ଚର୍ଯ୍ୟକର୍ମଗୁଡ଼ିକ ସାଧନ କରିବା ନିମନ୍ତେ ସାମର୍ଥ” କିମ୍ବା “ନୀୟନ୍ତ୍ରଣ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ଶକ୍ତି” ଶବ୍ଦକୁ “କ୍ଷମତା ସମ୍ପନ୍ନ ବ୍ୟକ୍ତିଗଣ” କିମ୍ୱା “ନୀୟନ୍ତ୍ରଣକାରୀ ଆତ୍ମାଗୁଡ଼ିକ” କିମ୍ବା “ଯେଉଁମାନେ ଅନ୍ୟମାନଙ୍କୁ ନୀୟନ୍ତ୍ରଣ କରନ୍ତି” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।

(ପବିତ୍ର ଆତ୍ମାଯୀଶୁଆଶ୍ଚର୍ଯ୍ୟକର୍ମ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 22:5 ଦୂତ ବୁଝାଇ କହିଲେ, “ପବିତ୍ର ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରିବେ, ଏବଂ ଈଶ୍ୱରଙ୍କ ଶକ୍ତି ଆବୋରିବେ। ଯାହାଫଳରେ ସେହି ଶିଶୁ ପବିତ୍ର, ଈଶ୍ୱରଙ୍କ ପୁତ୍ର ହେବେ।”
  • 26:1 ଶୟତାନର ପରୀକ୍ଷାଗୁଡ଼ିକ ଉପରେ ଜୟଲାଭ କଲା ଉତ୍ତାରେ, ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ସେ ବାସ କରିଥିବା ଗାଲିଲୀ ଅଞ୍ଚଳକୁ ଆସିଲେ।
  • 32:15 ତତକ୍ଷଣାତ୍ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ନିର୍ଗତ ହେଲା।
  • 42:11 ମୃତମାନଙ୍କ ମଧ୍ୟରୁ ଉତଥିତ ହେବାର ଚାଳିଶ ଦିନପରେ, ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେପର୍ଯ୍ୟନ୍ତ ମୋହର ପିତା ତୁମ୍ଭମାନଙ୍କୁ ଶକ୍ତି ଦେଇ ନାହାନ୍ତି ଯେପର୍ଯ୍ୟନ୍ତ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅଧିଷ୍ଠାନ କରି ନାହାନ୍ତି ସେପର୍ଯ୍ୟନ୍ତ ତୁମ୍ଭେମାନେ ଏହି ଯିରୂଶାଲମରେ ରହିଥାଅ।
  • 43:6 ”ହେ ଇସ୍ରାଏଲୀୟ ଲୋକମାନେ, ସେହି ମନୁଷ୍ୟ ଯୀଶୁ, ଅନେକ ଶକ୍ତିଯୁକ୍ତ ଚିହ୍ନଗୁଡ଼ିକ ଏବଂ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଈଶ୍ୱରଙ୍କ ଶକ୍ତି ଦ୍ୱାରା ସାଧନ କଲେ, ଯାହା ତୁମ୍ଭେମାନେ ଦେଖିଅଛ ଏବଂ ଜାଣିଅଛ।
  • 44:8 ପିତର ଉତ୍ତର ଦେଲେ, “ତୁମ୍ଭମାନଙ୍କ ସମ୍ମୁଖରେ ଛିଡା ହୋଇଥିବା ଏହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତିରେ ସୁସ୍ଥ ହୋଇଅଛି।

ଶବ୍ଦବିନ୍ୟାସ:

  • Strong’s: H0410, H1369, H1370, H2220, H2393, H2428, H2429, H2632, H3027, H3028, H3581, H4475, H4910, H5794, H5797, H5808, H6184, H7786, H7980, H7981, H7983, H7989, H8280, H8592, H8633, G14110, G14150, G17540, G17560, G18490, G18500, G21590, G24780, G24790, G29040, G31680

ଶତ-ସେନାପତି

ପରିଭାଷା:

ଜଣେ ଶତ-ସେନାପତି ରୋମୀୟ  ସେନାବାହୀନୀର ଜାଣେ ସେନାପତି ଥିଲେ ଯାହାଙ୍କ ଆଦେଶକୁ 100 ଜଣ ସେନା ପାଳନ କରିବାକୁ ବାଧ୍ୟ ଥିଲେ ׀

  • ଏହି ବାକ୍ୟାଂଶକୁ, “ଶହେ ଲୋକମାନଙ୍କର ନେତା” ଅଥବା “ସେନାବାହୀନୀ ନେତା” କିମ୍ୱା “ଶହେ ଜଣଙ୍କ ଦଦାୟିତ୍ୱରେ ଥିବା ଅଧିକାରୀ” ବୋଲି ଅନୁବାଦ କରାଯାଇପାରେ ׀
  • ଜଣେ ରୋମୀୟ ଶତ-ସେନାପତି ଯୀଶୁଙ୍କ ନିକଟକୁ ଆସି ଆପଣା ଦାସକୁ ସୁସ୍ଥ କରିବାକୁ  ନିବେଦନ କଲେ ׀
  • ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ଦାୟିତ୍ଵରେ ଥିବା ଶତ-ସେନାପତି ଯୀଶୁଙ୍କ ମୃତ୍ୟୁକୁ ଦେଖି ଆଶ୍ଚର୍ଯ୍ୟ ହେଲେ ׀
  • ଈଶ୍ଵର ଜଣେ ଶତସେନାପତିଙ୍କୁ ପିତର ନିକଟକୁ ପଠାଇଲେ ଯେପରି ପିତର ତାହାଙ୍କୁ ଯୀଶୁଙ୍କ ବିଷୟରେ ସୁସମାଚାର ବର୍ଣ୍ଣନା କରିବେ ׀

(ରୋମୀୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: G15430, G27600

ଶରୀର

ପରିଭାଷା:

"ଶରୀର" ଶବ୍ଦଟି ବ୍ୟକ୍ତି କିମ୍ବା ପଶୁମାନଙ୍କ ଶାରୀରିକ ଶରୀରକୁ ବୁଝାଏ ׀ ଏହି ଶବ୍ଦଟି ସାଙ୍କେତିକ ଭାବରେ ଏକ ବସ୍ତୁ କିମ୍ବା ବ୍ୟକ୍ତିଗତ ସଦସ୍ୟମାନଙ୍କୁ ନେଇ ଏକ ଗୋଷ୍ଠୀକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ׀

  • ବେଳେବେଳେ ଏହି ଶବ୍ଦ ମରିଯାଇଥିବା ମନୁଷ୍ୟ କିମ୍ୱା ପଶୁକୁ ସୂଚିତ କରେ ׀ ବେଳେବେଳେ ଏହା "ମୃତ ଶରୀର" କିମ୍ବା "ଶବ" କୁ ସୂଚିତ କରେ ׀
  • ଯେତେବେଳେ ଯୀଶୁ ଶେଷରାତ୍ର ଭୋଜ ସମୟରେ ତାଙ୍କ ଶିଷ୍ୟମାନଙ୍କୁ କହିଲେ, "ଏହି ରୁଟି ହେଉଛି ମୋର ଶରୀର" ଲୋକମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେବା ନିମନ୍ତେ ତାଙ୍କ ଶରୀରକୁ ଭଙ୍ଗାଯିବ (ମାରି ଦିଆଯିବା) ବୋଲି କହିଲେ ׀
  • ବାଇବେଲରେ ଖ୍ରୀଷ୍ଟିୟାନମାନଙ୍କୁ "ଖ୍ରୀଷ୍ଟଙ୍କ ଶରୀର" ଭାବେ ସୂଚିତ କରାଯାଏ ׀
  • ଯେପରିକି ଶରୀରରେ ଅନେକ ଅଙ୍ଗ ଅଛି ସେହିପରି "ଖ୍ରୀଷ୍ଟଙ୍କ ଶରୀର"ରେ ଅନେକ ବ୍ୟକ୍ତିଗତ ସଦସ୍ୟ ଅଛନ୍ତି ׀
  • ପ୍ରତ୍ୟେକ ବ୍ୟକ୍ତିଗତ ବିଶ୍ୱାସୀଙ୍କ ସ୍ୱତନ୍ତ୍ର କାର୍ଯ୍ୟ ରହିଛି ସମସ୍ତେ ମିଳିମିଶି ଖ୍ରୀଷ୍ଟଙ୍କ ଶରୀରକୁ ସାହାଯ୍ୟ କରିବେ ଏବଂ ଈଶ୍ୱରଙ୍କୁ ଗୌରବ ପ୍ରଦାନ କରିବେ ׀
  • ଯୀଶୁଙ୍କୁ ତାଙ୍କ ବିଶ୍ୱାସୀମାନଙ୍କ "ମସ୍ତକ" ବୋଲି ସୂଚିତ କରାଯାଏ ׀ ଯେପରିକି ଜଣେ ବ୍ୟକ୍ତିର ମସ୍ତକ ତାର ଶରୀରକୁ କ’ଣ କରିବାକୁ ହେବ କହେ ସେହିପରି ଯୀଶୁ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ତାଙ୍କ ଶରୀରର ସଦସ୍ୟ ଭାବେ ପରିଚାଳନା କରନ୍ତି ׀

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ସ୍ଥାନୀୟ ଭାଷାନୁଯାୟୀ ଏହି ଶବ୍ଦକୁ ସାଧାରଣତଃ ଶାରୀରିକ ଶରୀର ଅଙ୍ଗ ନିମନ୍ତେ ବ୍ୟବହୃତ ଶବ୍ଦକୁ ବ୍ୟବହାର କରି ଅନୁବାଦ କରନ୍ତୁ ׀ ଆପଣ ନିଶ୍ଚିତ କରନ୍ତୁ ଯେ ଯେଉଁ ଶବ୍ଦକୁ ଆପଣ ବ୍ୟବହାର କରନ୍ତି ତାହା ଅପମାନସୂଚକ ଶବ୍ଦ ହେଇ ନଥିବ ׀
  • ଯେତେବେଳେ ଅନେକ ବିଶ୍ୱାସୀ ଏକ ଭାଷାରେ ଏକ ସଙ୍ଗେ ମିଳିତ ରହନ୍ତି ତାହାକୁ "ଖ୍ରୀଷ୍ଟଙ୍କ ଆତ୍ମିକ ଶରୀର" ବୋଲି କହିବା ସ୍ଵାଭାବିକ ଏବଂ ସଠିକ ହେବ ׀
  • ଯେତେବେଳେ ଯୀଶୁ କହିଲେ ଯେ "ଏହା ମୋର ଶରୀର" ଏହି ବାକ୍ୟାଂଶଅର ଅର୍ଥକୁ ପାଦଟିକାରେ ଉଲ୍ଲେଖ କରି ଏହି ଶବ୍ଦକୁ ଅକ୍ଷେରିକ ଅନୁବାଦ କରିବା ଉଚ଼ିତ ׀
  • କେତେକ ଭାଷାରେ ମୃତ ଶରୀରକୁ ଦର୍ଶାଇବା ପାଇଁ ଅଲଗା ଶବ୍ଦର ବ୍ୟବହାର କରାଯାଏ ଯେପରିକି ମନୁଷ୍ୟ ପାଇଁ ଶବ ଏବଂ ପଶୁ ପାଇଁ ପଶୁର ଶବ ׀ ପ୍ରସଙ୍ଗକୁ ଆଧାର କରି ସଠିକ ଶବ୍ଦକୁ ବ୍ୟବହାର କରି ଅନୁବାଦ କରନ୍ତୁ ׀

(ମସ୍ତକ, ହସ୍ତ; ମୁଖ; ସିଂହ; ଡାହାଣ ହାତ; ଜିଭ ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0990, H1320, H1460, H1465, H1472, H1480, H1655, H3409, H4191, H5038, H5085, H5315, H6106, H6297, H7607, G44300, G49540, G49830, G55590

ଶାସ୍ତ୍ରୀ

ପରିଭାଷା:

ଶାସ୍ତ୍ରୀମାନେ ଏପରି ଅଧିକାରୀ ଥିଲେ ଯେଉଁମାନେ ହସ୍ତରେ ଗୁରୁତ୍ୱପୂର୍ଣ୍ଣ ସରକାରୀ କିମ୍ବା ଧାର୍ମିକ ଦଲିଲ ଲେଖିବା କିମ୍ବା ନକଲ କରିବା ପାଇଁ ଦାୟୀତ୍ଵ ଥିଲେ। ଯିହୁଦୀ ଶାସ୍ତ୍ରୀଙ୍କ ଅନ୍ୟ ନାମ ଥିଲା “ଯିହୁଦୀ ବ୍ୟବସ୍ଥାରେ ପାରଦର୍ଶୀ।”

  • ପୁରାତନ ନିୟମର ପୁସ୍ତକଗୁଡ଼ିକର ନକଲ ଏବଂ ସୁରକ୍ଷିତ ରଖିବା ପାଇଁ ଶାସ୍ତ୍ରୀମାନେ ଦାୟୀ ଥିଲେ ।
  • ସେମାନେ ଧାର୍ମିକ ମତ ଏବଂ ଈଶ୍ଵରଙ୍କ ବ୍ୟବସ୍ଥାରେ ଉପରେ ମନ୍ତବ୍ୟର ନକଲ, ସଂରକ୍ଷଣ ଏବଂ ବ୍ୟାଖ୍ୟା କରିଥିଲେ ।
  • ବେଳେବେଳେ ଶାସ୍ତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ସରକାରୀ କର୍ମଚାରୀ ପଦବୀରେ ନିଯୁକ୍ତ ହେଉଥିଲେ।
  • ବାଇବେଲରେ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରୀମାନଙ୍କ ମଧ୍ୟରେ  ବାରୂକ ଏବଂ ଏଜ୍ରା ଅନ୍ତର୍ଭୁକ୍ତ ଅଟନ୍ତି ।
  • ନୂତନ ନିୟମରେ, “ଶାସ୍ତ୍ରୀ“ଶବ୍ଦକୁ “ବ୍ୟବସ୍ଥାର ଶିକ୍ଷକ” ବୋଲି ଅନୁବାଦ କରାଯାଇଛି ।
  • ନୂତନ ନିୟମରେ, ଶାସ୍ତ୍ରୀମାନେ ଧାର୍ମିକ ଦଳର ଅଂଶ ଥିଲେ, ସେହି ଦଳକୁ “ଫାରୂଶୀ” ଦଳ ବୋଲି କୁହାଯାଏ ଏବଂ ଏହି ଦୁଇ ଦଳ ବାରମ୍ୱାର ଉଲ୍ଲେଖ କରାଯାଇଛି ।

(ବ୍ୟବସ୍ଥାଫାରୂଶୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H568, H5613, H783, G1122

ଶିଷ୍ୟ

ପରିଭାଷା:

“ଶିଷ୍ୟ” ଜଣେ ବ୍ୟକ୍ତି ଅଟେ ଯିଏ ଅଧିକାଂଶ ସମୟ ଏକ ଗୁରୁଙ୍କ ସହ ବିତାଏ, ସେ ଗୁରୁଙ୍କର ଚରିତ୍ର ତଥା ଶିକ୍ଷାରୁ ଶିଖେ ।

  • ଯେଉଁମାନେ ଯୀଶୁଙ୍କ ଶିକ୍ଷାକୁ ଶୁଣିଲେ, ପାଳନ କଲେ ଏବଂ ତାହାଙ୍କୁ ଅନୁସରଣ କଲେ ସେମାନଙ୍କୁ ତା’ଙ୍କ “ଶିଷ୍ୟ” ବୋଲି କୁହାଗଲା ।
  • ଯୋହନ ବାପ୍ତିଜକଙ୍କର ମଧ୍ୟ ଶିଷ୍ୟମାନେ ଥିଲେ ।
  • ଯୀଶୁଙ୍କ ସେବାକାର୍ଯ୍ୟ ସମୟରେ, ସେଠାରେ ଅନେକ ଶିଷ୍ୟମାନେ ଥିଲେ ଯିଏ ତା’ଙ୍କୁ ଅନୁସରଣ କଲେ ଏବଂ ତା’ଙ୍କ ଶିକ୍ଷାକୁ ଶୁଣିଲେ ।
  • ଯୀଶୁ ତା’ଙ୍କ ନିକଟତମ ଅନୁସରଣକାରୀମାନଙ୍କ ମଧ୍ୟରୁ ଦ୍ୱାଦଶ ଶିଷ୍ୟମାନଙ୍କୁ ବାଛିଲେ; ଏହି ଲୋକମାନେ ତା’ଙ୍କ “ପ୍ରେରିତଗଣ” ବୋଲି ପରିଚିତ ହେଲେ ।
  • ଯୀଶୁଙ୍କ ଦ୍ୱାଦଶ ପ୍ରେରିତଗଣ ସ୍ଥାୟୀରୂପେ ତା’ଙ୍କ “ଶିଷ୍ୟଗଣ” ବା “ଦ୍ୱାଦଶ” ବୋଲି ପରିଚିତ ହେଲେ ।
  • ଯୀଶୁଙ୍କ ସ୍ୱର୍ଗାରୋହଣ ପୂର୍ବରୁ, ଲୋକେ କିପରି ତାହାଙ୍କ ଶିଷ୍ୟହେବେ ସେବିଷୟରେ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେବାକୁ ସେ ଆପଣା ଶିଷ୍ୟମାନଙ୍କୁ ଆଦେଶ ଦେଲେ ।
  • ଯେକେହି ଯୀଶୁଙ୍କୁ ବିଶ୍ୱାସ କରେ ଓ ତାହାଙ୍କ ଶିକ୍ଷାକୁ ପାଳନ କରେ ତେବେ ସେ  ଜଣେ ଯୀଶୁଙ୍କ ଶିଷ୍ୟ ଅଟେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଶିଷ୍ୟ” ଶବ୍ଦକୁ “ଅନୁଗମନକାରୀ” କିମ୍ବା “ଛାତ୍ର” କିମ୍ବା “ଅଧ୍ୟୟନକାରୀ” କିମ୍ବା “ଶିଖୁଥିବା ବ୍ୟକ୍ତି” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
  • ଏହି ଶବ୍ଦର ଅନୁବାଦ ଯେପରି ଜଣେ ଛାତ୍ର ଯିଏ କେବଳ ଶ୍ରେଣୀରେ ଶିକ୍ଷା ଗ୍ରହଣ କରେ ତାହା ନ ବୁଝାଏ ତାହା ନିଶ୍ଚିତ କରନ୍ତୁ ।
  • ଏହି ଶବ୍ଦର ଅନୁବାଦ ମଧ୍ୟ “ପ୍ରେରିତ” ଶବ୍ଦର  ଅନୁବାଦଠାରୁ ଭିନ୍ନ ହେବା ଉଚିତ ।

(ପ୍ରେରିତବିଶ୍ୱାସଯୀଶୁଯୋହନ(ବାପ୍ତିଜକ)ଦ୍ୱାଦଶ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 30:8 ସେ (ଯୀଶୁ) ଲୋକମାନଙ୍କୁ ଦେବାକୁ ଆପଣା ଶିଷ୍ୟମାନଙ୍କୁ ଖଣ୍ଡ ଖଣ୍ଡ କରିଦେଲେ । ଶିଷ୍ୟମାନେ ଖାଦ୍ୟ ପରିବେଷଣ କଲେ, ପୁଣି ଏହା ଶେଷହେଲା ନାହିଁ !
  • 38:1  ଯୀଶୁ ପ୍ରଥମେ ସର୍ବସାଧାରଣ ସ୍ଥାନରେ ପ୍ରଚାର ଓ ଶିକ୍ଷା ଦେବାର ପ୍ରାୟ ତିନି ବର୍ଷ ପରେ, ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଯେ ସେ ଏହି ନିସ୍ତାର ପର୍ବ ସେମାନଙ୍କ ସହ ଯିରୂଶାଲମରେ ପାଳନ କରିବେ ଏବଂ ସେ ସେଠାରେ ଘାତ କରାଯିବେ ।
  • 38:11 ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହ ଗେଥ୍‌ଶିମାନୀ  ନାମକ ଗୋଟିଏ ସ୍ଥାନକୁ ଗଲେ । ଯୀଶୁ ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯେପରି ସେମାନେ ପରୀକ୍ଷାରେ ନ ପଡନ୍ତି ।
  • 42:10 ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, "ସ୍ୱର୍ଗ ଓ ପୃଥିବୀରେ ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି । ଏଣୁ ଯାଅ, ସମସ୍ତ ଗୋଷ୍ଠୀର ଲୋକସମୂହଙ୍କୁ ପିତା, ପୁତ୍ର, ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦେଇ ଶିଷ୍ୟ କର, ଏବଂ ସେମାନଙ୍କୁ ଶିକ୍ଷା ପାଳନ କରିବାକୁ ଶିକ୍ଷା ଦିଅ ଯାହା ମୁଁ ତୁମ୍ଭମାନଙ୍କୁ ଆଦେଶ ଦେଇଅଛି ।”

ଶବ୍ଦବିନ୍ୟାସ:

  • Strong’s: H3928, G31000, G31010, G31020

ଶୁଚି, ଧୌତ

ପରିଭାଷା:

ଆକ୍ଷରିକ ଭାବରେ “ଶୁଚି” ଶବ୍ଦର ଅର୍ଥ କୌଣସି ବ୍ୟକ୍ତି/ବିଷୟଠାରୁ ମଇଳା କିମ୍ବା କଳଙ୍କ ଅପସାରଣ କରିବା କିମ୍ବା ପ୍ରଥମ ସ୍ଥାନରେ କୌଣସି ମଇଳା କିମ୍ବା ଦାଗ ନହେବାକୁ ବୁଝାଏ। " ଧୌତ " ଶବ୍ଦ ନିର୍ଦ୍ଦିଷ୍ଟ ଭାବରେ କାହାକୁ/କୌଣସି ବିଷୟରୁ ମଇଳା କିମ୍ବା ଦାଗ ହଟାଇବା କାର୍ଯ୍ୟକୁ ସୂଚିତ କରେ।

  • “ପରିଷ୍କାର” କୌଣସି ବସ୍ତୁକୁ “ଶୁଦ୍ଧ କରିବା” ପ୍ରଣାଳୀ ଅଟେ। ଏହାକୁ ମଧ୍ୟ “ଧୋଇବା” କିମ୍ବା “ଶୁଦ୍ଧ କରିବା” ବୋଲି ଅନୁବାଦ କରାଯାଇପାରେ
  • ପୁରାତନ ନିୟମରେ, ଈଶ୍ୱର ଇସ୍ରାଏଲୀୟମାନଙ୍କୁ କହିଲେ, ଯେ ସେ କେଉଁ ପଶୁମାନଙ୍କୁ ରୀତି ଅନୁଯାୟୀ “ଶୁଚି” ଓ କେଉଁମାନଙ୍କୁ “ଅଶୁଚି” ବୋଲି ଉଲ୍ଲେଖ କରିଛନ୍ତି । କେବଳ ଶୁଚି ପ୍ରାଣୀମାନଙ୍କୁ ଖାଇବାକୁ ଓ ବଳିଦାନ ନିମନ୍ତେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। ଏହି ପ୍ରସଙ୍ଗରେ, “ଶୁଚି” ଶବ୍ଦର ଅର୍ଥ ପଶୁକୁ ବଳି ଭାବରେ ବ୍ୟବହାର ପାଇଁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ ଥିଲା।
  • ଜଣେ ବ୍ୟକ୍ତି ଯାହାଙ୍କଠାରେ ନିର୍ଦ୍ଦିଷ୍ଟ ଏକ ଚର୍ମ ରୋଗ ଥିଲା, ସେ ଚର୍ମରୋଗରୁ ସମ୍ପୁର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସଂକ୍ରମଣ ହୋଇ ରୁହେ । ସେହି ବ୍ୟକ୍ତିଙ୍କୁ ପୁନର୍ବାର “ଶୁଚି” ବୋଲି ଘୋଷିତ କରିବା ନିମନ୍ତେ ଚର୍ମ ପରିଷ୍କାର କରିବା ପାଇଁ ନିର୍ଦ୍ଦେଶଗୁଡ଼ିକ ପାଳନ କରିବାକୁ ପଡୁଥିଲା।
  • ବେଳେବେଳେ ନୈତିକ ପବିତ୍ରତାକୁ ବୁଝାଇବା ପାଇ “ଶୁଚି” ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କାରାଯାଇଛି, ଅର୍ଥାତ୍ ପାପରୁ “ପରିଷ୍କାର” ହେବା।

ବାଇବାଲାରେ, “ଅଶୁଚି” ଶବ୍ଦକୁ ଆଳଙ୍କାରିକ ଭାବରେ ଈଶ୍ଵର ତାହାଙ୍କ ଲୋକମାନଙ୍କୁ ଛୁଇଁବା, ଖାଇବା କିମ୍ବା ବଳିଦାନ ଦେବା ପାଇଁ ଅଯୋଗ୍ୟ ବୋଲି ଘୋଷଣା କରିଥିବା ବିଷୟଗୁଡ଼ିକୁ ବୁଝାଏ।

  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ କେଉଁ ପ୍ରାଣୀ “ଶୁଚି” ଏବଂ କେଉଁମାନେ “ଅଶୁଚି” ସେ ବିଷୟରେ ଶିକ୍ଷା ଦେଲେ। ଅଶୁଚି ପଶୁମାନଙ୍କୁ ଖାଇବା କିମ୍ବା ବଳିଦାନରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇନଥିଲା।
  • ନିର୍ଦ୍ଧିଷ୍ଟ ଚର୍ମ ରୋଗରେ ଆକ୍ରାନ୍ତ ଲୋକମାନେ ସମ୍ପୁର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ସେମାନେ “ଅଶୁଚି” ବୋଲି ବିବେଚନା କରାଯାଉଥିଲା।
  • ଯଦି ଜଣେ ଇସ୍ରାଏଲୀୟ ବ୍ୟକ୍ତି  କୌଣସି ଅଶୁଚି ପଦାର୍ଥକୁ ସ୍ପର୍ଷ କରୁଥିଲା ତେବେ ସ୍ପର୍ଷକାରୀ ମଧ୍ୟ କିଛି ସମୟ ନିମନ୍ତେ ଅଶୁଚି ଭାବେ ପରିଗଣିତ ହେଉଥିଲା ।
  • ଅଶୁଚି ବସ୍ତୁ ଛୁଇଁବା କିମ୍ବା ନ ଖାଇବା ବିଷୟରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ଇସ୍ରାଏଲୀୟମାନଙ୍କୁ ଈଶ୍ୱରଙ୍କ ସେବା କରିବା ନିମନ୍ତେ ପୃଥକ କରାଗଲା।
  • ଏହି ଶାରୀରିକ ଓ ଅଶୁଚି ରୀତିନୀତି ନୈତିକ ଅଶୁଚିତାର ଏକ ସାଙ୍କେତିକ ଚିହ୍ନଥିଲା।
  • ଅନ୍ୟ ଆଳଙ୍କାରିକ ଭାବରେ, ଏକ “ଅଶୁଚି ଆତ୍ମା” ଏକ ମନ୍ଦ ଆତ୍ମାକୁ ବୁଝାଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦ ସାଧାରଣ ଶବ୍ଦ “ଶୁଚି” କିମ୍ବା “ପବିତ୍ର” (ମଇଳା ନହେବା ଉଦ୍ଦେଶ୍ୟରେ ) ଅର୍ଥରେ ଅନୁବାଦ କରାଯାଇପାରେ ।
  • ଏହି ଶବ୍ଦକୁ “ରୀତିନୀତି ଅନୁସାରେ ଶୁଚି” କିମ୍ବା “ଈଶ୍ୱରଙ୍କ ଗ୍ରହଣୀୟ” ବୋଲି ଅନୁବାଦ କରାଯାଇପାରେ।
  • ”ଶୁଚି କରଣ” ଶବ୍ଦକୁ “ସଫା ବା ପରିଷ୍କାର” କିମ୍ବା “ଶୁଦ୍ଧତା” ବୋଲି ଅନୁବାଦ କରାଯାଇପାରେ।
  • ଶବ୍ଦ “ଶୁଚି” କିମ୍ବା “ଶୁଚିକରଣ” ମଧ୍ୟ ଆଳଙ୍କାରିକ ଭାବରେ ବୁଝିବା ଅର୍ଥରେ ବ୍ୟବହାର ହୁଏ ତାହା ନିଶ୍ଚିତ କରନ୍ତୁ ।
  • “ଅଶୁଚି” ଶବ୍ଦକୁ “ଶୁଚି ନୁହେଁ” କିମ୍ବା “ଈଶ୍ୱରଙ୍କ ନିକଟରେ ଅଯୋଗ୍ୟ” କିମ୍ବା “ଶାରୀରିକ ଭାବରେ ଅଶୁଚି” କିମ୍ବା “ଦୁଷିତ” ବୋଲି ଅନୁବାଦ କରାଯାଇପାରେ।
  • ଏକ ଭୂତକୁ ଅଶୁଚି ଆତ୍ମା ବୋଲି ଦର୍ଶାଇ ସମୟରେ, “ଅଶୁଚି” ଶବ୍ଦକୁ “ମନ୍ଦ” କିମ୍ବା “ଅପବିତ୍ର” ବୋଲି ଅନୁବାଦ କରାଯାଇପାରେ।
  • ଏହି ଶବ୍ଦର ଅନୁବାଦ ଆତ୍ମିକ ଅଶୁଦ୍ଧତା ପାଇଁ ଅନୁମତି ଦେବା ଉଚିତ । ଏହା ସ୍ପର୍ଶ କରିବା, ଖାଇବା କିମ୍ବା ବଳିଦାନ ନିମନ୍ତେ ଈଶ୍ଵରଙ୍କ ପାଇଁ ଯୋଗ୍ୟ ନାହିଁ ବୋଲି ଯେକୌଣସି ବିଷୟକୁ ବୁଝାଇବା ଆବଶ୍ୟକ ଅଟେ।

(ଦୂଷିତ, ପିଶାଚ, ପବିତ୍ର, ବଳିଦାନ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H1249, H1252, H1305, H2134, H2135, H2141, H2398, H2548, H2834, H2889, H2890, H2891, H2893, H2930, H2931, H2932, H3001, H3722, H5079, H5352, H5355, H5356, H6172, H6565, H6663, H6945, H7137, H8552, H8562, G01670, G01690, G25110, G25120, G25130, G28390, G28400, G33940, G36890

ଶେଷ ଦିନ, ଅନ୍ତିମ ଦିନସବୁ

ପରିଭାଷା:

“ଶେଷ ଦିନମାନ” କିମ୍ବା  “ଅନ୍ତିମ ଦିନସବୁ” ଶବ୍ଦଗୁଡ଼ିକ ସାଧାରଣ ଭାବରେ ବର୍ତ୍ତମାନ ଯୁଗର ଶେଷ ସମୟକୁ ଦର୍ଶାଏ I

  • ଏହି ସମୟ ଅବଧି ଏକ ଅଜ୍ଞାତ ଅବଧି ରହିବ I
  • ”ଶେଷ ଦିନମାନ“ ଯେଉଁମାନେ ଈଶ୍ଵରଙ୍କୁ ତ୍ୟାଗ କରି ଦେଇଅଛନ୍ତି ସେହି ସମସ୍ତଙ୍କ ନିମନ୍ତେ ବିଚାରର ଦିନ ହେବ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ”ଶେଷ ଦିନମାନ “ବାକ୍ୟାଂଶକୁ “ଅନ୍ତିମ ଦିନମାନ“ କିମ୍ବା “ଶେଷ ସମୟ “ବୋଲି  ଅନୁବାଦ କରାଯାଇପାରେ I
  • କେତେକ ପ୍ରସଙ୍ଗରେ, ଏହାକୁ “ଦୁନିଆର ଶେଷ “କିମ୍ବା “ଯେତେବେଳେ ଏହି ଦୁନିଆ ଶେଷ ହେବ” ବୋଲି ଅନୁବାଦ କରାଯାଇପାରେ I

(ପ୍ରଭୁଙ୍କର ଦିନ, ବିଚାର, ଫେର, ଦୁନିଆ: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H0319, H3117, G20780, G22500

ଶୟତାନ, ମନ୍ଦ, ମନ୍ଦ ଜଣକ

ଘଟଣାବଳି:

ଯଦିଓ ଶୟତାନ ଏକ ଆତ୍ମା ଯାହାକୁ ଈଶ୍ଵର ସୃଷ୍ଟି କରିଥିଲେ, ସେ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କଲା ଏବଂ ଈଶ୍ଵରଙ୍କ ଶତ୍ରୁ ହେଲା I ଶୟତାନକୁ “ଶୟତାନ” ଏବଂ “ମନ୍ଦ” ମଧ୍ୟ କୁହାଯାଏ I

  • ଶୟତାନ ଈଶ୍ୱରଙ୍କୁ ଏବଂ ତାହାଙ୍କ ସମସ୍ତ ସୃଷ୍ଟିକୁ ଘୃଣା କରେ କାରଣ ସେ ଈଶ୍ୱରଙ୍କ ସ୍ଥାନ ଏବଂ ଈଶ୍ୱରଙ୍କ ପରି ଗୌରବ ପାଇବାକୁ  ଚାହେଁ I
  • ଈଶ୍ୱରଙ୍କ ବିରୋଦ୍ଧରେ ଶୟତାନ ଲୋକମାନଙ୍କୁ ପ୍ରଲୋଭିତ କରେ I
  • ଲୋକମାନଙ୍କୁ ଶୟତାନର ଶକ୍ତିରୁ ମୁକ୍ତ କରିବା ନିମନ୍ତେ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ପ୍ରେରଣ କଲେ I
  • “ଶୟତାନ” ନାମର ଅର୍ଥ “ବିରୁଦ୍ଧାଚରଣ ବ୍ୟକ୍ତି” କିମ୍ୱା “ଶତ୍ରୁ” ଅଟେ I
  • “ଶୟତାନ” ଶବ୍ଦର ଅର୍ଥ “ଦୋଷାରୋପ କରୁଥିବା ବ୍ୟକ୍ତି” ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଶୟତାନ” ଶବ୍ଦକୁ “ଦୋଷାରୋପ ବ୍ୟକ୍ତି” କିମ୍ୱା “ନୈତିକ ପତ୍ତନ ହୋଇଥିବା ବ୍ୟକ୍ତି” କିମ୍ୱା “ମନ୍ଦ ଆତ୍ମାମାନଙ୍କର ରାଜା” କିମ୍ୱା “ମନ୍ଦ ଆତ୍ମା ପ୍ରଧାନ” ବୋଲି ଅନୁବାଦ କରାଯାଇପାରେ I
  • “ଶୟତାନ” ଶବ୍ଦକୁ “ବିପକ୍ଷ” କିମ୍ୱା “ଦୋଷାରୋପକାରୀ “କିମ୍ୱା ଅନ୍ୟ କୌଣସି ନାମ ଯାହାକି ସେ ଖଳ ବୋଲି ନିର୍ଦ୍ଦେଶ କରୁଥିବ ବ୍ୟବହାର କରି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦକୁ ଭୂତ କିମ୍ୱା ମନ୍ଦ ଆତ୍ମାଠାରୁ ଭିନ୍ନ ଶବ୍ଦ ବ୍ୟବହାର କରି ଅନୁବାଦ କରିବା ଉଚିତ I
  • ସ୍ଥାନୀୟ କିମ୍ୱା ଜାତୀୟ ଭାଷାରେ ଏହି ଶବ୍ଦଗୁଡ଼ିକୁ କିପରି ଅନୁବାଦ କରାଯାଇଅଛି ଦେଖନ୍ତୁ I

( ଅଜଣା ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ ଦେଖନ୍ତୁ )

(ଆନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ ଦେଖନ୍ତୁ )

( ଭୂତ, ମନ୍ଦ, ଈଶ୍ୱରଙ୍କ  ରାଜ୍ୟ, ପ୍ରଲୋଭନ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 21:1 ହବାଙ୍କୁ ପ୍ରତାରଣା କରିଥିବା ସର୍ପ ଶୟତାନ ଥିଲା I ପ୍ରତିଜ୍ଞାର ଅର୍ଥ ଏହା ଯେ ମସୀହ ଆସିବେ ଏବଂ ଶୟତାନକୁ ପରାସ୍ତ କରିବେ I
  • 25:6 ପରେ ଶୟତାନ ଏହି ପୃଥିବୀର ସମସ୍ତ ରାଜ୍ୟ ଏବଂ ମହିମା ଯୀଶୁଙ୍କୁ ଦେଖାଇଲା ଏବଂ କହିଲା, “ଅତଏବ, ତୁମ୍ଭେ ଯେତେବେଳେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସେ ସମସ୍ତ ତୁମ୍ଭର ହେବ” I
  • 25:8 ଯୀଶୁ ତାର ପ୍ରଲୋଭନରେ ନ ଆସିବାରୁ ଶୟତାନ, ତାଙ୍କୁ ପରିତ୍ୟାଗ କଲା I
  • 33:6 ଏଣୁ ଯୀଶୁ ବୁଝାଇଲେ, “ବୀଜ ହେଉଛି ଈଶ୍ୱରଙ୍କ ବାକ୍ୟ, ପଥ ହେଉଛି ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ବାକ୍ୟ ଶୁଣେ, କିନ୍ତୁ ବୁଝିପାରେ ନାହିଁ ଏବଂ ଶୟତାନ ତାହା ନିକଟରୁ ବାକ୍ୟ ହରଣ କରିନିଏ I
  • 38:7 ଯିହୁଦା ରୁଟି ନେବା ପରେ ଶୟତାନ ତା’ଭିତରକୁ ପ୍ରବେଶ କଲା I
  • 48:4 ଈଶ୍ୱର ପ୍ରତିଜ୍ଞା କରିଥିଲେ ଯେ ହବାର ସନ୍ତାନ ଶୟତାନର ମସ୍ତକକୁ ଆଘାତ କରିବେ, ଏବଂ ଶୟତାନ ତାହାର ଗୋଇଠିକୁ ଆଘାତ କରିବ ଏହାର ଅର୍ଥ ଶୟତାନ ମସୀହଙ୍କୁ ହତ୍ୟା କରିବ, କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିବେ, ତାହାପରେ ମସୀହ ଶୟତାନକୁ ସବୁଦିନ ପାଇଁ ପରାସ୍ତ କରିବେ I
  • 49:15 ଈଶ୍ୱର ତୁମ୍ଭମାନଙ୍କୁ ଶୟତାନଠାରୁ ଅନ୍ଧକାର ରାଜ୍ୟରୂ ନେଇଯାଇଛନ୍ତି ଏବଂ ଈଶ୍ୱରଙ୍କ ଆଲୋକରେ ରଖିଅଛନ୍ତି I
  • 50:9 ” ବାଳୁଙ୍ଗା ଶୟତାନର ଲୋକଗଣକୁ ଉପସ୍ଥାପନ କରେ। ବାଳୁଙ୍ଗା ଲଗାଇଥିବା ଶତ୍ରୁ ଶୟତାନର ପ୍ରତିନିଧିତ୍ୱ କରେ।”
  • 50:10 ”ଯୁଗାନ୍ତ ସମୟରେ ସେହିପରି ଘଟିବ, ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃର୍ଥକ କରିବେ, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇ ଦେବେ; ସେଠାରେ ରୋଦନ ଏବଂ ଦନ୍ତର କିଡିମିଡି ହେବ” I
  • 50:15 ଯେତେବେଳେ ଯୀଶୁ ଫେରିବେ, ସେ ଶୟତାନ ଏବଂ ତାହାର ରାଜ୍ୟ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବେ I ସେ ଶୟତାନକୁ ଏବଂ ଯେଉଁମାନେ ଈଶ୍ୱରଙ୍କ ବାଧ୍ୟ ହେବା ପରିବର୍ତ୍ତେ ତାହାର ଆଜ୍ଞାକାରି ହେବାକୁ ମନସ୍ଥ ନରକରେ ନିକ୍ଷେପ କରିବେ ଯେଉଁଠି ସେମାନେ ଅନନ୍ତ କାଳ ଜଳିବେ I

ଶବ୍ଦବିନ୍ୟାସ :

  • Strong’s: H7700, H7854, H8163, G11390, G11400, G11410, G11420, G12280, G41900, G45660, G45670

ସତ୍ୟ, ସତ୍ୟତା

ପରିଭାଷା:

“ସତ୍ୟ” ଶବ୍ଦ ବାସ୍ତବତା, ଘଟଣାଗୁଡ଼ିକ, ଏବଂ ବକ୍ତବ୍ୟ ଯାହା ପ୍ରକୃତ ଘଟଣାର ଅନୁକୂଳ ବିଷୟକୁ ସୁଚିତ କରେ। ପ୍ରକୃତ ଘଟଣାବଳୀ ବିଶ୍ୱକୁ ଯେପରି ଏହା ପ୍ରକୃତରେ ବିଦ୍ୟମାନ ଅଛି ବୋଲି ବର୍ଣ୍ଣନା କରେ। ପ୍ରକୃତ ଘଟଣାଗୁଡ଼ିକ ଘଟଣା ଯାହା ବାସ୍ତବରେ ଘଟିଛି। ପ୍ରକୃତ ବକ୍ତବ୍ୟ ବା ସାକ୍ଷ୍ୟଗୁଡ଼ିକ ହେଉଛି ବକ୍ତବ୍ୟ ବା ସାକ୍ଷ୍ୟ ଯାହା ବାସ୍ତବ ଜଗତ ଅନୁଯାୟୀ ମିଥ୍ୟା ନୁହେଁ।

  • "ସତ୍ୟ" ବିଷୟଗୁଡ଼ିକ ବାସ୍ତବ, ସତ୍ୟବାଦୀ, ପ୍ରକୃତ, ଅଧିକାରଯୁକ୍ତ, ବିଧିସଙ୍ଗତ ଏବଂ ଘଟଣାବଳୀ ସମ୍ବନ୍ଧୀୟ ଅଟେ।
  • "ସତ୍ୟତା" ଅର୍ଥ ବୁଝାମଣା, ବିଶ୍ୱାସ, ବାସ୍ତବ ସତ୍ୟ ଘଟଣାବଳୀ, କିମ୍ବା ଯାହା ସତ୍ୟ ତହିଁର ଉକ୍ତି ବା ବକ୍ତବ୍ୟ ଅଟେ।
  • ଏକ ଭବିଷ୍ୟବାଣୀ “ସତ୍ୟ ହେଲା” କିମ୍ବା “ସତ୍ୟ ହେବା” କହିବାର ଅର୍ଥ ହେଉଛି ପୂର୍ବରୁ ଭବିଷ୍ୟବାଣୀ ଅନୁସାରେ ତାହା ପ୍ରକୃତରେ ଘଟିଛି କିମ୍ୱା ତାହା ସେଭଳି ଭାବରେ ଘଟିବ।
  • ବାଇବେଲରେ "ସତ୍ୟ"ର ଧାରଣା ଏପରି ଭାବରେ କାର୍ଯ୍ୟ କରେ ଯାହା ବିଶ୍ଵସ୍ତ ଏବଂ ନିର୍ଭରଯୋଗ୍ୟ ସଂକଳ୍ପକୁ ଅନ୍ତର୍ଭୁକ୍ତ କରେ
  • ଯୀଶୁ ଯାହା ସେ କହିଲେ ସେହି ବାକ୍ୟଗୁଡ଼ିକର ଈଶ୍ୱରଙ୍କ ସତ୍ୟକୁ ପ୍ରକାଶିତ କଲେ।
  • ବାଇବେଲ ସତ୍ୟ ଅଟେ। ପ୍ରକୃତ ଈଶ୍ଵର କିଏ ଏବଂ ଏହା ସେ କରିଥିବା ସମସ୍ତ କାର୍ଯ୍ୟ ବିଷୟରେ ଶିକ୍ଷା ଦିଏ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଏବଂ ଯାହା ବର୍ଣ୍ଣନା କରାଯାଇଅଛି ତାହା ଉପରେ ନିର୍ଭର କରି, “ସତ୍ୟ” ଶବ୍ଦକୁ “ପ୍ରକୃତ” କିମ୍ବା “ଯଥାର୍ଥ” କିମ୍ବା “ସଂଶୋଧନ” କିମ୍ବା “ଉଚିତ” କିମ୍ବା “ନିଶ୍ଚିତ ବା ନିର୍ଦ୍ଦିଷ୍ଟ” କିମ୍ବା “ସତ୍ୟବାଦୀ ବା ବିଶୁଦ୍ଧ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ସତ୍ୟ” ଶବ୍ଦକୁ “ସତ୍ୟ କ’ଣ ଅଟେ” କିମ୍ବା “ସତ୍ୟ ବା ଘଟଣାବଳୀ” କିମ୍ବା "ନିଶ୍ଚିତତା” କିମ୍ବା “ମୌଳିକ ସତ୍ୟ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ସତ୍ୟ” ଅଭିବ୍ୟକ୍ତିକୁ “ପ୍ରକୃତରେ ଘଟେ” କିମ୍ବା “ପୂର୍ଣ୍ଣ ହେବା” କିମ୍ବା “ପୂର୍ବାନୁମାନ ଅନୁଯାୟୀ ଘଟିବା” ବୋଲି ଅନୁବାଦ କରାଯାଇପାରେ ।
  • “ସତ୍ୟ କୁହ” କିମ୍ୱା “ସତ୍ୟ କଥା କୁହ ବା ସତ୍ୟର ଉତ୍ତର ଦିଅ” ଅଭିବ୍ୟକ୍ତିକୁ ମଧ୍ୟ “ସତ୍ୟ କ'ଣ କୁହ” କିମ୍ବା “ଯାହା ପ୍ରକୃତରେ ଘଟିଅଛି ତାହା କୁହ” କିମ୍ବା “ସେ ବିଷୟଗୁଡ଼ିକ କୁହ ଯାହା ନିର୍ଭରଯୋଗ୍ୟ" ବୋଲି ଅନୁବାଦ କରାଯାଇପାରେ।
  • “ସତ୍ୟ ଗ୍ରହଣ କରିବାକୁ” ବାକ୍ୟାଂଶକୁ “ଈଶ୍ୱରଙ୍କ ବିଷୟରେ ଯାହା ସତ୍ୟ ତାହାକୁ ବିଶ୍ୱାସ କର” ବୋଲି ଅନୁବାଦ କରାଯାଇପାରେ।
  • ଏକ ଅଭିବ୍ୟକ୍ତି “ଈଶ୍ୱରଙ୍କ ପ୍ରଶଂସା ଆତ୍ମା ଓ ସତ୍ୟରେ କରିବା” ବାକ୍ୟାଂଶକୁ “ସତ୍ୟରେ” ଅଭିବ୍ୟକ୍ତିକୁ ”ଈଶ୍ୱର ଆମ୍ଭମାନଙ୍କୁ ଯାହା ଶିକ୍ଷା ଦେଇଅଛନ୍ତି ତାହା ବିଶ୍ୱସ୍ତ ଭାବରେ ପାଳନ କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।

(ବିଶ୍ୱାସ, ବିଶ୍ୱସ୍ତ, ପାଳନ କରିବା, ଭବିଷ୍ୟ‌ଦ୍‌ବକ୍ତା, ବୁଝିବା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:

  • 2:4 ସର୍ପ ନାରୀଙ୍କି କହିଲା, “ତାହା ସତ୍ୟ ନୁହେଁ! ତୁମ୍ଭେମାନେ ମରିବ ନାହିଁ।"
  • 14:6 ଅବିଳମ୍ବେ କାଲେବ ଏବଂ ଯିହୋଶୂୟ ଅନ୍ୟ ଦୁଇଜଣ ଗୁପ୍ତଚରଙ୍କୁ କହିଲେ, ଏହା ସତ୍ୟ ଯେ କିଣାନର ଲୋକମାନେ ଡେଙ୍ଗା ଏବଂ ବଳବାନ ଅଟନ୍ତି, କିନ୍ତୁ ଆମ୍ଭେମାନେ ନିଶ୍ଚିତ ଭାବରେ ସେମାନଙ୍କୁ ପରାଜିତ କରିପାରିବା!”
  • 16:1 ଇସ୍ରାଏଲୀୟମାନେ ସଦାପ୍ରଭୁ ସତ୍ୟ ଈଶ୍ୱରଙ୍କ ଉପାସନା କରିବା ପରିବର୍ତ୍ତେ କିଣାନୀୟ ଦେବତାଗଣର ଉପାସନା କରିବା ଆରମ୍ଭ କଲେ।
  • 31:8 ସେମାନେ ଯୀଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ତାହାଙ୍କୁ କହିଲେ, “ସତ୍ୟରେ, ଆପଣ ଈଶ୍ୱରଙ୍କ ପୁତ୍ର ଅଟନ୍ତି।"
  • 39:10 ମୁଁ ଜଗତକୁ ଈଶ୍ୱରଙ୍କ ସମ୍ପର୍କରେ ସତ୍ୟ କହିବାକୁ ଆସିଅଛି। ପ୍ରତ୍ୟେକ ଜଣ ଯେମାନେ ସତ୍ୟକୁ ଭଲ ପାଆନ୍ତି ମୋହର ବାକ୍ୟ ଶୁଣନ୍ତି।” ପିଲାତ କହିଲେ, “ସତ୍ୟ କ’ଣ?”

ଶବ୍ଦବିନ୍ୟାସ:

  • Strong’s: H0199, H0389, H0403, H0529, H0530, H0543, H0544, H0551, H0571, H0935, H3321, H3330, H6237, H6656, H6965, H7187, H7189, G02250, G02260, G02270, G02280, G02300, G11030, G33030, G34830, G36890, G41030, G41370

ସଦାପ୍ରଭୁ

ସତ୍ୟ ଘଟଣାବଳିଗୁଡ଼ିକ:

ପୁରାତନ ନିୟମରେ "ସଦାପ୍ରଭୁ" ଶବ୍ଦ ଈଶ୍ଵରଙ୍କ ବ୍ୟକ୍ତିଗତ ନାମ ଅଟେ I ଏହି ନାମର ନିର୍ଦ୍ଦିଷ୍ଟ ଉତ୍ପତ୍ତି ଅଜ୍ଞାତ ଅଟେ, କିନ୍ତୁ ଏହା ବୋଧହୁଏ ଏବ୍ରୀୟ କ୍ରିୟାରୁ ଉତ୍ପନ୍ନ ହୋଇଅଛି, ଯାହାର ଅର୍ଥ “ହେବା ଅଟେ” I

  • ପରମ୍ପରାକୁ ଅନୁସାରେ, ଅନେକ ବାଇବେଲ ସଂସ୍କରଣ “ଈଶ୍ଵର” କିମ୍ବା “ସଦାପ୍ରଭୁ” ଶବ୍ଦକୁ “ଯିହୋବା” କୁ ପ୍ରତିନିଧିତ୍ୱ କରିବାକୁ ବ୍ୟବହାର କରେ I ଏହି ପରମ୍ପରାଟି ଐତିହାସିକ ଅଟେ କାରଣ ଯିହୁଦୀଲୋକମାନେ ଯିହୋବାଙ୍କ ନାମକୁ ଭୁଲ ଉଚ୍ଚାରଣ କରିବାକୁ ଭୟ କରୁଥିଲେ ତେଣୁ ସେମାନେ ଏହି ନାମକୁ “ପ୍ରଭୁ” କହିବା ଆରମ୍ଭ କଲେ I ଈଶ୍ଵରଙ୍କ ବ୍ୟକ୍ତିଗତ ନାମକୁ ସମ୍ମାନ ଜଣାଇବା ଏବଂ ଏହାକୁ "ପ୍ରଭୁ" ଠାରୁ ପୃଥକ କରିବା ପାଇଁ ଇଂରାଜୀ ଆଧୁନିକ ବାଇବେଲଗୁଡ଼ିକ ସମସ୍ତ ବଡ଼ ଅକ୍ଷରରେ "LORD" ଲେଖନ୍ତି ଯାହାକି ଏକ ଏବ୍ରୀୟ ଶବ୍ଦଠାରୁ ପୃଥକ ଅଟେ I
  • ପୁରାତନ ନିୟମର ଏବ୍ରୀୟ ପାଠ୍ୟ ସହିତ ULT ଏବଂ UST ଗ୍ରନ୍ଥଗୁଡ଼ିକ ସର୍ବଦା “ଯିହୋବା” ବୋଲି ଅନୁବାଦ କରନ୍ତି I
  • "ଯିହୋବା" ଶବ୍ଦ ନୂତନ ନିୟମର ମୂଳ ପାଠ୍ୟରେ ଉଲ୍ଲେଖ ହୋଇ ନାହିଁ; ପୁରାତନ ନିୟମରୁ ଉଦ୍ଧୃତ କରିବାବେଳେ କେବଳ "ପ୍ରଭୁ" ପାଇଁ ଗ୍ରୀକ୍ ଶବ୍ଦ ବ୍ୟବହୃତ ହୋଇଅଛି I
  • ପୁରାତନ ନିୟମରେ, ଯେତେବେଳେ ଈଶ୍ଵର ନିଜ ବିଷୟରେ କହୁଥିଲେ, ସେ ପ୍ରାୟତଃ ସର୍ବନାମ ପରିବର୍ତ୍ତେ ତାଙ୍କ ନାମ ବ୍ୟବହାର କରୁଥିଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଯିହୋବା”  ଶବ୍ଦକୁ ଏକ ବାକ୍ୟ କିମ୍ବା ବାକ୍ୟାଂଶ ସହ ଅନୁବାଦ କରାପାରେ ଯାହାର ଅର୍ଥ “ମୁଁ” କିମ୍ବା “ଜୀବିତ ଈଶ୍ଵର” କିମ୍ବା “ଯିଏ ଅଛି” କିମ୍ବା “ଯିଏ ଜୀବିତ” ବୋଲି ଅନୁବାଦ କରାଯାଇପାରେ I
  • ଏହି ଶବ୍ଦକୁ ବନାନ ମଧ୍ୟ କରାଯାଇପାରେ ଯାହା "ଯିହୋବା" ର ବନାନ ସହ ସମାନ ଅଟେ I
  • କେତେକ ମଣ୍ଡଳୀ "ଯିହୋବା" ଶବ୍ଦ ବ୍ୟବହାର ନକରି, ପାରମ୍ପାରିକ ଅନୁବାଦ "LORD ବା ସଦାପ୍ରଭୁ" ବ୍ୟବହାର କରିବାକୁ ପସନ୍ଦ କରନ୍ତି I ଏକ ଗୁରୁତ୍ୱପୂର୍ଣ୍ଣ ଏହା  ଯେ ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ଉଚ୍ଚାରଣ ହୋଇପାରେ କାରଣ ଏହା "ପ୍ରଭୁ" ଆଖ୍ୟା ସହିତ ଅତ୍ୟନ୍ତ ସମାନ ଅଟେ I କେତେକ ଭାଷାରେ ଅନ୍ୟାନ୍ୟ ବ୍ୟାକରଣଗତ ମାର୍କର୍ ରହିପାରେ ଯାହା “ପ୍ରଭୁ” କୁ “LORD” (ଯିହୋବା) ଏବଂ ‘Lord’ କି ପୃଥକ କରେ I
  • ଯଦି ସମ୍ଭବ ତେବେ ପାଠ୍ୟରେ ଯିହୋବା ଉଲ୍ଲେଖ ଥିବା ସ୍ଥାନରେ ଯିହୋବା ଉଲ୍ଲେଖ କରିବା ସର୍ବୋତ୍ତମ, କିନ୍ତୁ କେତେକ ଅନୁବାଦ ପାଠ୍ୟକୁ ଅଧିକ ପ୍ରାକୃତିକ ଏବଂ ସ୍ପଷ୍ଟ କରିବା ପାଇଁ କେତେକ ସ୍ଥାନରେ କେବଳ ସର୍ବନାମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇପାରେ I
  • "ଏହିପରି ଭାବରେ ଯିହୋବା କୁହନ୍ତି।" ବୋଲି ଆପଣ ଉଦ୍ଧୃତ ପାଠାଂଶକୁ ଅନୁବାଦ କରି ପାରିବେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

(ଈଶ୍ଵର, ପ୍ରଭୁ, ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 09:14 ଈଶ୍ଵର କହିଲେ, “ମୁଁ ଯେ ସେ ଅଟେ”I ସେମାନଙ୍କୁ କୁହ “ମୁଁ ମୋତେ ତୁମ ନିକଟକୁ ପଠାଇଛି” I ଆହୁରି ସେମାନଙ୍କୁ କୁହ “ମୁଁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମ୍, ଇସାକ ଓ ଯାକୁବର ଈଶ୍ଵର I ଏହା ମୋର ନାମ ଚିରଦିନ ନିମନ୍ତେ ଅଟେ I
  • 13:04 ତେବେ ଈଶ୍ଵର ସେମାନଙ୍କୁ ନୀୟମାବଳି ଦେଲେ ଓ କହିଲେ “ମୁଁ ସଦାପ୍ରଭୁତୁମ୍ଭର ଈଶ୍ଵର, ଯେ ତୁମ୍ଭକୁ ମିସରର ଦାସତ୍ୱରୁ ଉଦ୍ଧାର କଲେ I ଅନ୍ୟଦେବତା ପୂଜା କର ନାହିଁ I“
  • 13:05 “ମୂର୍ତ୍ତି ନିର୍ମାଣ କର ନାହିଁ କି ସେଗୁଡ଼ିକୁ ପୂଜା କର ନାହିଁ, କାରଣ ମୁଁ ସଦାପ୍ରଭୁ ଇର୍ଷା ରଖିବା ଈଶ୍ଵର ଅଟେ I
  • 16:01 ଇସ୍ରାଏଲ ଲୋକମାନେ କିଣାନୀୟ ମୁର୍ତ୍ତୀଗୁଡ଼ିକୁ ସଦାପ୍ରଭୁ ସତ୍ୟ ଈଶ୍ଵର ବଦଳରେ ପୂଜା କରିବା ଆରମ୍ଭ କଲେ I
  • 19:10 ତତ୍ପରେ ଏଲୀୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ ଅବ୍ରହାମ, ଇସାକ ଓ ଯାକୁବର ଈଶ୍ଵର, ଆଜି ଆମ୍ଭକୁ ଦେଖାଅ କି ତୁମ୍ୱେ ହିଁ ଇସ୍ରାଏଲର ଈଶ୍ଵର ଅଟ ଓ ମୁଁ ତୁମ୍ଭର ଦାସ I

ଶବ୍ଦବିନ୍ୟାସ :

  • Strong's: H3050, H3068, H3069

ସନ୍ତାନ, ସନ୍ତାନ, ସନ୍ତାନସନ୍ତତି

ପରିଭାଷା:

“ସନ୍ତାନ” ଶବ୍ଦ (ବହୁବଚନ “ସନ୍ତାନଗଣ”) ଜଣେ ପୁରୁଷ ଏବଂ ସ୍ତ୍ରୀର ସନ୍ତାନସନ୍ତତିକୁ ବୁଝାଏ। ଏହି ଶବ୍ଦଟି ଅନେକ ସମୟରେ ଯୁବକ କିମ୍ବା ଯୁବତୀକୁ ବୁଝାଇବା ପାଇଁ ସାଧାରଣ ଭାବରେ ବ୍ୟବହୃତ ହେ। "ସନ୍ତାନସନ୍ତତି" ଶବ୍ଦ ସାଧାରଣ ଭାବରେ ଲୋକମାନଙ୍କର କିମ୍ବା ପ୍ରାଣୀମାନଙ୍କର ବଂଶଧରମାନଙ୍କୁ ବୁଝାଇବାକୁ ବ୍ୟବହୃତ ହୁଏ।

·        ବାଇବେଲରେ, ଶିଷ୍ୟମାନଙ୍କୁ କିମ୍ବା ଅନୁଗାମୀମାନଙ୍କୁ ବେଳେବେଳେ “ସନ୍ତାନ” ବୋଲି ସମ୍ବୋଧନ କରାଯାଇଛି।

·        “ସନ୍ତାନ” ଶବ୍ଦ ଅନେକ ସମୟରେ ଜଣେ ବ୍ୟକ୍ତିର ସନ୍ତାନ ବା ବଂଶଧରକୁ ବୁଝାଏ।

·        ବାଇବେଲରେ ଅନେକ ସମୟରେ “ସନ୍ତାନସନ୍ତତି” ଶବ୍ଦର “ପିଲାମାନେ” କିମ୍ବା "ବଂଶଧର" ଶବ୍ଦ ସହ ସମାନ ଅର୍ଥ ଥାଏ।

·        “ବୀଜ” ଶବ୍ଦ କେତେବେଳେ  ସନ୍ତାନସନ୍ତତିକୁ ସୂଚାଇବା ପାଇଁ ଆଳଙ୍କାରିକ ଭାବରେ ବ୍ୟବହୃତ ହଇଅଛି।

·        “ସନ୍ତାନଙ୍କର” ବାକ୍ୟାଂଶ କୌଣସି ବିଷୟର ଚରିତ୍ରକୁ ବର୍ଣ୍ଣନା କରିବାକୁ ମଧ୍ୟ ବ୍ୟବହୃତ ଅଟେ । ଏହାର କେତେକ ଉଦାହରଣ ହେବ:

·        ଆଲୋକର ସନ୍ତାନ

·        ବାଧ୍ୟତାର ସନ୍ତାନ

·        ଶୟତାନର ସନ୍ତାନ

·        ଏହି ଶବ୍ଦଟି ମଣ୍ଡଳୀକୁ ମଧ୍ୟ ସୂଚାଇପାରେ। ଉଦାହରଣ ସ୍ୱରୂପ, ବେଳେବେଳେ ନୂତନ ନିୟମ ଲୋକମାନଙ୍କୁ "ଈଶ୍ଵରଙ୍କ ସନ୍ତାନ" ବୋଲି ଦର୍ଶାଏ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ସନ୍ତାନ” ଶବ୍ଦକୁ “ବଂଶଧର” ବୋଲି ଅନୁବାଦ କରାଯାଇପାରେ ଯେତେବେଳେ ଏହା ଜଣେ ବ୍ୟକ୍ତିଙ୍କର ଅନେକ  ପିଢିକୁ ସୂଚିତ କରେ।
  • “ସନ୍ତାନଙ୍କର" ବାକ୍ୟାଂଶକୁ ପ୍ରସଙ୍ଗ ଉପରେ ଆଧାର କରି, “ଯେଉଁ ଲୋକମାନଙ୍କର ବିଶିଷ୍ଟତା ଅଛି” କିମ୍ବା “ଯେଉଁମାନେ ଆଚରଣ କରନ୍ତି" ବୋଲି ଅନୁବାଦ କରାଯାଇପାରେ।
  • ଯଦି ସମ୍ଭବ ତେବେ “ଈଶ୍ୱରଙ୍କ ସନ୍ତାନ” ବାକ୍ୟାଂଶକୁ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ କାରଣ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାଇବେଲ ଭିତ୍ତିକ ଶବ୍ଦ ଅଟେ ଯାହା ଈଶ୍ଵର ଆମ୍ଭମାନଙ୍କର ସ୍ୱର୍ଗୀୟ ପିତା ବୋଲି ବୁଝାଏ । “ଯେଉଁ ଲୋକମାନେ ଈଶ୍ଵରଙ୍କ ଅଟନ୍ତି” କିମ୍ବା “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” ଏହି ବାକ୍ୟାଂଶକୁ ଅନୁବାଦ କରାଯାଇପାରେ।
  • ଯେତେବେଳେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ "ସନ୍ତାନମାନେ" ବୋଲି ଡାକନ୍ତି, ଏହି ବାକ୍ୟାଂଶକୁ "ପ୍ରିୟ ବନ୍ଧୁଗଣ" କିମ୍ବା “ମୋର ପ୍ରିୟ ଶିଷ୍ୟମାନେ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • ଯେତେବେଳେ ବିଶ୍ୱାସୀମାନଙ୍କୁ ପାଉଲ ଏବଂ ଯୋହନ ଯୀଶୁଙ୍କଠାରେ "ସନ୍ତାନମାନେ" ବୋଲି କହନ୍ତି, ଏହାକୁ "ପ୍ରିୟ ସହ ବିଶ୍ୱାସୀଗଣ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ପ୍ରତିଜ୍ଞାର ସନ୍ତାନଗଣ” ବାକ୍ୟାଂଶକୁ “ଯାହା ଈଶ୍ୱର ପ୍ରତିଜ୍ଞା କରିଥିଲେ ତାହା ଯେଉଁଲୋକମାନେ ପ୍ରାପ୍ତ କରିଅଛନ୍ତି” ବୋଲି ଅନୁବାଦ କରାଯାଇପାରେ।

( ବଂଶଧରସନ୍ତାନପ୍ରତିଜ୍ଞାପୁତ୍ରଆତ୍ମାବିଶ୍ୱାସପ୍ରିୟ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H1069, H1121, H1123, H1129, H1323, H1397, H1580, H2029, H2030, H2056, H2138, H2145, H2233, H2945, H3173, H3205, H3206, H3208, H3211, H3243, H3490, H4392, H5209, H5271, H5288, H5290, H5759, H5764, H5768, H5953, H6185, H6363, H6529, H6631, H7908, H7909, H7921, G07300, G08150, G10250, G10640, G10810, G10850, G14710, G34390, G35150, G35160, G38080, G38120, G38130, G38160, G50400, G50410, G50420, G50430, G50440, G52060, G52070, G53880

ସନ୍ଥ

ପରିଭାଷା:

“ସନ୍ଥ” ଶବ୍ଦର ଅର୍ଥ “ପବିତ୍ର ଲୋକ” ଏବଂ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ବୁଝାଏ I

  • ପରବର୍ତ୍ତୀ ସମୟରେ ମଣ୍ଡଳୀ ଇତିହାସରେ, ଜଣେ ବ୍ୟକ୍ତିର ଉତ୍ତମ କାର୍ଯ୍ୟ ନିମନ୍ତେ “ସନ୍ଥ” ଉପାଖ୍ୟାନ ଦିଆଯାଉଥିଲା କିନ୍ତୁ ନୂତନ ନିୟମରେ ଏହି ଶବ୍ଦର ଅର୍ଥ ଏପରି ଭାବେ ବ୍ୟବହାର କରାଯାଉନଥିଲା I
  • ଯୀଶୁଙ୍କୁ ବିଶ୍ୱାସ କରୁଥିବା ବିଶ୍ୱାସୀମାନଙ୍କୁ ସନ୍ଥ କିମ୍ବା ପବିତ୍ର ଲୋକ ବୋଲି କୁହାଯାଉଥିଲା, କାରଣ ସେମାନେ କ’ଣ  କରିଛନ୍ତି ସେଥିପାଇଁ  ନୁହେଁ ମାତ୍ର ଯୀଶୁ ଖ୍ରୀଷ୍ଟଙ୍କ ଉଦ୍ଧାର କାର୍ଯ୍ୟରେ ଯେଉଁମାନେ ବିଶ୍ୱାସ କରିଥିଲେ, ସେ ଲୋକମାନଙ୍କୁ ପବିତ୍ର କରିଛନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ସନ୍ଥ” ଶବ୍ଦକୁ “ପବିତ୍ର” କିମ୍ୱା “ପବିତ୍ର ଲୋକ”, କିମ୍ୱା “ଯୀଶୁଙ୍କଠାରେ ପବିତ୍ର ବିଶ୍ୱାସୀଗଣ” କିମ୍ୱା “ପୃଥକୀକୃତମାନେ” ବୋଲି ଅନୁବାଦ କରାଯାଇପାରେ I
  • କେବଳ ଖ୍ରୀଷ୍ଟିୟାନ ଗୋଷ୍ଠୀକୁ ସୂଚିତ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ ନାହିଁ I

( ପବିତ୍ର ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong’s: H2623, H6918, H6922, G00400

ସମାଜଗୃହ

ପରିଭାଷା:

ସମାଜଗୃହ ଏକ ଗୃହ ଅଟେ ଯେଉଁଠାରେ ଯିହୁଦୀ ଲୋକମାନେ ଈଶ୍ଵରଙ୍କୁ ଉପାସନା କରିବା ନିମନ୍ତେ ଏକତ୍ର ହୁଅନ୍ତି ।

  • ପ୍ରାଚୀନ ଯୁଗରେ, ସମାଜଗୃହରେ ସେବାଗୁଡ଼ିକରେ ପ୍ରାର୍ଥନାର ସମୟ, ଶାସ୍ତ୍ରପାଠ ଏବଂ ଧର୍ମପୁସ୍ତକ ସମ୍ୱନ୍ଧୀୟ ଶିକ୍ଷା ସାମିଲ କରାଯାଉଥିଲା ।
  • ଯିହୁଦୀମାନେ ପ୍ରଥମେ ସମାଜଗୃହକୁ ପ୍ରାର୍ଥନା କରିବା ସ୍ଥାନ ଏବଂ ନିଜ ସହରରେ ଈଶ୍ଵରଙ୍କୁ ଉପାସନା କରିବା ନିମନ୍ତେ ନିର୍ମାଣ କରିଥିଲେ କାରଣ ସେମାନଙ୍କ ମଧ୍ୟରୁ ଅନେକ ଲୋକେ ଯିରୂଶାଲମ ମନ୍ଦିରଠାରୁ ଅନେକ ଦୂରରେ ବାସ କରୁଥିଲେ ।
  • ଯୀଶୁ ଅନେକ ସମୟରେ ସମାଜଗୃହରେ ଶିକ୍ଷା ଦେଉଥିଲେ ଏବଂ ଲୋକମାନଙ୍କୁ ସୁସ୍ଥତା ପ୍ରଦାନ କରୁଥିଲେ ।
  • “ସମାଜଗୃହ” ଶବ୍ଦକୁ ଆଳଙ୍କାରିକ ଭାବେ ସେଠାରେ ଏକତ୍ର ହେଉଥିବା ଲୋକମାନଙ୍କୁ ବୁଝାଇବାକୁ ବ୍ୟବହାର କରାଯାଇ ପାରିବେ।

(ସୁସ୍ଥତାଯିରୂଶାଲମଯିହୁଦୀପ୍ରାର୍ଥନାମନ୍ଦିରଈଶ୍ଵରଙ୍କ ବାକ୍ୟଉପାସନା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong's: H4150, G656, G752, G4864

ସମ୍ପୂର୍ଣ୍ଣ କରିବା, ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ କରାଗଲା

ପରିଭାଷା:

“ସମ୍ପୂର୍ଣ୍ଣ କରିବା” ଶବ୍ଦର ଅର୍ଥ ପ୍ରତ୍ୟାଶା କରିଥିବା ବିଷୟକୁ ସଂପୂର୍ଣ୍ଣ କରିବା କିମ୍ବା ସମ୍ପନ୍ନ କରିବା ଅଟେ I

  • ଯେତେବେଳେ ଏକ ଭବିଷ୍ୟତବାଣୀ ପୂର୍ଣ୍ଣ ହୁଏ, ଏହାର ଅର୍ଥ, ଯାହା ପୂର୍ବରୁ ଭବିଷ୍ୟତବାଣୀରେ କୁହାଯାଇଥିଲା ତାହା ଈଶ୍ଵର କରନ୍ତି I
  • ଯଦି ଜଣେ ବ୍ୟକ୍ତି କରିଥିବା ପ୍ରତିଜ୍ଞା କିମ୍ବା ମାନତକୁ ପୂର୍ଣ୍ଣକରେ, ଏହାର ଅର୍ଥ ସେ ଯାହା ପ୍ରତିଜ୍ଞା କରିଥିଲେ ସେ ତାହା କଲେ I
  • ଉତ୍ତରଦାୟିତ୍ୱକୁ  ପୂର୍ଣ୍ଣ କରିବାର ଅର୍ଥ , ସେହି କାର୍ଯ୍ୟଭାର କରିବା ଯାହା ନିର୍ଦ୍ଧାରିତ କରାଯାଇଅଛି କିମ୍ବା ଆବଶ୍ୟକ କରେ ଅଟେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଅଧାର କରି, “ସମ୍ପୂର୍ଣ୍ଣ କରିବା” ବକ୍ୟାଂଶକୁ “ସମ୍ପନ୍ନ କରିବା“ କିମ୍ବା “ସଂପୂର୍ଣ୍ଣ କରିବା” କିମ୍ବା “ଘଟାଇବା “କିମ୍ବା “ଆଜ୍ଞାକାରୀ ହେବା“ କିମ୍ବା “କରିବା” ବୋଲି ଅନୁବାଦ କରାଯାଇପାରେ I
  • “ସମ୍ପୂର୍ଣ୍ଣ କରଗଲା” ବାକ୍ୟାଂଶକୁ “ସଫଳ ହେଲା” କିମ୍ବା “ହୋଇଅଛି “କିମ୍ବା “ଘଟିଅଛି” ବୋଲି ଅନୁବାଦ କରାଯାଇପାରେ I
  • “ସମ୍ପୂର୍ଣ୍ଣ କରିବା” ବକ୍ୟାଂଶକୁ “ତୁମ୍ଭର ସେବା ପରିପୂର୍ଣ୍ଣ ହେଉ”  କିମ୍ବା “ସମ୍ପୂର୍ଣ୍ଣ କରିବା “କିମ୍ବା “ସମ୍ପାଦନ କରିବା “କିମ୍ବା “ଅଭ୍ୟାସ କରିବା “କିମ୍ବା “ଅନ୍ୟ ଲୋକମାନଙ୍କୁ ସେବା କର ଯେପରି ଈଶ୍ଵର ତୁମ୍ଭକୁ ଆହ୍ୱାନ କରିଛନ୍ତି” ବୋଲି ଅନୁବାଦ କରାଯାଇପାରେ I

(ଭବିଷ୍ୟବକ୍ତା, ଖ୍ରୀଷ୍ଟ, ସେବକ, ଆହ୍ୱାନ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 24:4 ଯାହା ଭବିଷ୍ୟତବକ୍ତାମାନଙ୍କ ଦ୍ୱାରା କୁହା ଯାଇଥିଲା ତାହା ଯୋହନ ପରିପୂର୍ଣ୍ଣ କଲେ, “ଦେଖ, ତୁମ୍ଭ ଆଗରେ ମୁଁ ମୋ ଦୂତକୁ ପଠାଇବି, ଯେ ତୁମ୍ଭ ନିମନ୍ତେ ପଥ ପ୍ରସ୍ତୁତ କରିବ I
  • 40:3 ସୈନିକମାନେ ଯୀଶୁଙ୍କ ବସ୍ତ୍ର ନିମନ୍ତେ ଗୁଳିବାଣ୍ଟ କଲେ I ଯେତେବେଳେ ସେମାନେ ଏହା କଲେ, ସେମାନେ ଭବିଷ୍ୟତବାଣୀ ଯାହା କହେ ତାହା ପୂର୍ଣ୍ଣକଲେ, “ସେମାନେ ମୋର ବସ୍ତ୍ର ନିଜ ମଧ୍ୟରେ ବାଣ୍ଟିଲେ, ଓ ମୋ ବସ୍ତ୍ର ନିମନ୍ତେ ଗୁଳିବାଣ୍ଟ କଲେ”
  • 42:7 ଯୀଶୁ କହିଲେ, “ମୁଁ ତୁମ୍ଭକୁ କହିଅଛି, ମୋ ବିଷୟରେ ଯାହାକିଛି ଈଶ୍ଵରଙ୍କ ବାକ୍ୟରେ ଲିଖିତ ତାହା ପୂର୍ଣ୍ଣ ହେବ I
  • 43:5 ” ଈଶ୍ଵର ଯାହା ଯୋୟେଲ ଭବିଷ୍ୟବକ୍ତା ଦ୍ୱାରା ଭବିଷ୍ୟତବାଣୀ କହିଥିଲେ ତାହା ଏହା ପୂର୍ଣ୍ଣକରେ, “ଶେଷ ଦିନରେ, ମୁଁ ମୋର ଆତ୍ମା ଢାଳିବି I”
  • 43:7 “ଏହା ସେହି ଭବିଷ୍ୟତବାଣୀକୁ ପୂର୍ଣ୍ଣ କରେ, ଯାହା କହେ, “ତୁମ୍ଭେ ତୁମ୍ଭର ପବିତ୍ର ଜନକୁ କବରରେ ଛାଡ଼ିବ ନାହିଁ”
  • 44:5” ଯାହା ତୁମ୍ଭେମାନେ କାରୁଥିଲ ତାହା ଯଦିଓ  ବୁଝିପାରୁ ନ ଥିଲ, ଯେଉଁ ଭବିଷ୍ୟତବାଣୀରେ ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ମୃତ୍ୟୁ ଲାଭ କରିବେ ବୋଲି କୁହାଯାଇଅଛି ତାହାକୁ ଈଶ୍ୱର ତୁମ୍ଭ କାର୍ଯ୍ୟଗୁଡ଼ିକୁ ବ୍ୟବହାର କରି ପୂର୍ଣ୍ଣ କରିବେ”

ଶବ୍ଦବିନ୍ୟାସ :

  • Strong’s: H1214, H5487, G10960, G41380

ସମ୍ମାନ କରିବା

ପରିଭାଷା:

“ସମ୍ମାନ “ଏବଂ “ସମ୍ମାନ ଦେବା” ଶବ୍ଦଗୁଡ଼ିକ ଏକ ବ୍ୟକ୍ତି ପ୍ରତି ଭକ୍ତି, ଆଦର ଏବଂ ଶ୍ରଦ୍ଧା ପ୍ରକାଶ କରିବାକୁ ବୁଝାଏ I

·        ସମ୍ମାନ ସେହି ବ୍ୟକ୍ତିକୁ ଦିଆଯାଏ ଯେ ବଡ଼ ପଦବୀରେ କିମ୍ବା ମହତ୍ଵପୂର୍ଣ୍ଣ ପଦବୀରେ ଥାଆନ୍ତି, ଯେପରିକି ରାଜା କିମ୍ବା ଈଶ୍ୱର I

·        ଈଶ୍ୱର ଖ୍ରୀଷ୍ଟିୟାନମାନଙ୍କୁ ଅନ୍ୟମାନଙ୍କୁ ସମ୍ମାନ କରିବାକୁ ଶିକ୍ଷା ଦେଇଛନ୍ତି I

·        ସନ୍ତାନମାନଙ୍କୁ ଆପଣା ପିତାମାତାହାଙ୍କୁ  ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହା ସେମାନଙ୍କୁ ସମ୍ମାନ କରିବା ଏବଂ ଆଜ୍ଞା ପାଳନ କରିବାକୁ ଅନ୍ତର୍ଭୁକ୍ତ କରେ ।

·        “ସମ୍ମାନ” ଏବଂ “ମହିମା” ଶବ୍ଦଗୁଡ଼ିକ ଅନେକ ସମୟରେ ଏକତ୍ର ବ୍ୟବହୃତ ହୁଏ ବିଶେଷ କରି ଯେବେ ଯୀଶୁଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହା ଗୋଟିଏ ବିଷୟକୁକୁ ସୂଚାଇବା ପାଇଁ ଦୁଇଟି ଭିନ୍ନ ଉପାୟ ହୋଇପାରେ I

·        ଈଶ୍ୱରଙ୍କୁ ସମ୍ମାନ କରିବା ତାହାଙ୍କୁ ଧନ୍ୟବାଦ ଦେବା, ପ୍ରସଂଶା କରିବା ତାହାଙ୍କ ଆଜ୍ଞାକାରୀ ହେବା ଏବଂ ଏହି ପ୍ରକାର ଏକ ଜୀବନ ବିତାଇବା ଯାହା ସେ କେତେ ମହାନ ଅଟନ୍ତି ତାହା ପ୍ରକାଶ କରେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ସମ୍ମାନ” ଶବ୍ଦକୁ “ଆଦର କରିବା” କିମ୍ବା “ଶ୍ରଦ୍ଧା ପ୍ରକାଶ କରିବା” କିମ୍ବା “ଭକ୍ତି କରିବା” ବୋଲି ଅନୁବାଦ କରାଯାଇପାରେ I
  • “ସମ୍ମାନ” ଶବ୍ଦକୁ “ବିଶେଷ ସମ୍ମାନ ଦେଖାଇବା” କିମ୍ବା “ପ୍ରଶଂସା କରିବାର କାରଣ ହେବା” କିମ୍ବା “ଭଲଖାତିର କରିବା” କିମ୍ବା “ଉଚ୍ଚ ମୂଲ୍ୟ ଦେବା” ବୋଲି ଅନୁବାଦ କରାଯାଇପାରେ I

(ଅସମ୍ମାନମହିମାପ୍ରଶଂସା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H1420, H1921, H1922, H1923, H1926, H1927, H1935, H282, H2142, H3366, H3367, H3368, H3372, H3373, H3374, H3444, H3513, H3519, H3655, H3678, H581, H5375, H5457, H6213, H6286, H6437, H6942, H6944, H6965, H7236, H7613, H7812, H8597, H8416, G8200, G13910, G13920, G17840, G21510, G25700, G31700, G44110, G45860, G5910, G5920, G5930, G53990

ସର୍ବଶକ୍ତିମାନ

ସତ୍ୟ ଘଟଣାଗୁଡ଼ିକ:

‘’ ସର୍ବଶକ୍ତିମାନ’’ ଶବ୍ଦର ଆକ୍ଷାରିକ ଅର୍ଥ ‘’ସମସ୍ତ ଶକ୍ତିଶାଳୀ’’; ବାଇବେଲରେ ଏହା ସର୍ବଦା ଈଶ୍ୱରଙ୍କୁ ଦର୍ଶାଏ I

· ‘’ ସର୍ବଶକ୍ତିମାନ’’ କିମ୍ୱା ‘’ ଜଣେ ସର୍ବଶକ୍ତିମାନ’’ ଶବ୍ଦଟି ‘’ଈଶ୍ୱରଙ୍କୁ’’ ଦର୍ଶାଏ ଏବଂ ପ୍ରକାଶ କରେ ଯେ, ତାଙ୍କର ସମସ୍ତ ସୃଷ୍ଟି ଉପରେ ସମ୍ପୂର୍ଣ୍ଣ ଶକ୍ତି ଏବଂ ଅଧିକାର ଅଛି I

· ‘’ ସର୍ବଶକ୍ତିମାନ ଈଶ୍ୱର’’ ଏବଂ ‘’ଈଶ୍ୱର ସର୍ବଶକ୍ତିମାନ‘’ ଏବଂ ‘’ପ୍ରଭୁ ସର୍ବଶକ୍ତିମାନ’’ ଏବଂ ‘’ପ୍ରଭୁ ଈଶ୍ୱର ସର୍ବଶକ୍ତିମାନ’’ ଏହି ଶବ୍ଦଟି ଈଶ୍ୱରଙ୍କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ I

(ଅନୁବାଦ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକୁ ଅନୁବାଦ କରାଯିବ)

( ପ୍ରଭୂ, ଈଶ୍ୱର, ଶକ୍ତି ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strong's: H7706, G38410

ସର୍ବୋପରିସ୍ଥ

ସତ୍ୟ ଘଟଣାବଳୀ:

“ସର୍ବୋପରିସ୍ଥ” ଶବ୍ଦ ଈଶ୍ଵରଙ୍କର ଏକ ଉପାଧି ଅଟେ I ଏହା ତାହାଙ୍କର “ମହାନତା ଓ ଅଧିକାରକୁ ବୁଝାଏ I

  • ଏହାର ଅର୍ଥ “ସର୍ବଶକ୍ତିମାନ” କିମ୍ବା “ସର୍ବୋଚ୍ଚ” ସହ ସମାନ ଅଟେ I
  • “ଉଚ୍ଚ” ଶବ୍ଦ ଶାରୀରିକ ଉଚ୍ଚତା କିମ୍ବା ଦୂରତାକୁ ବୁଝାଏ ନାହିଁ I ଏହା ମହାନତାକୁ ବୁଝାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ସର୍ବୋପରିସ୍ଥ ଈଶ୍ଵର “ କିମ୍ବା “ସର୍ବୋଚ୍ଚ ବ୍ୟକ୍ତି” କିମ୍ବା “ଈଶ୍ଵର ସର୍ବୋପରିସ୍ଥ ଅଟନ୍ତି” କିମ୍ବା “ସବୁଠାରୁ ମହାନ ଈଶ୍ଵର” କିମ୍ବା “ସର୍ବୋଚ୍ଚ ଈଶ୍ଵର“ କିମ୍ବା “ଈଶ୍ଵର ସର୍ବୋତ୍କୃଷ୍ଟ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I
  • ଯଦି “ଉଚ୍ଚ“ ପରି ଶବ୍ଦ ବ୍ୟବହାର କରାଯାଏ, ନିଶ୍ଚିତ କରନ୍ତୁ ଯେ  ଏହା ଶାରୀରିକ ଉଚ୍ଚ କିମ୍ବା ଲମ୍ବାକୁ ବୁଝାଏ ନାହିଁ I

(ଈଶ୍ଵର: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H5945, G5310

ସହଭାଗିତା

ପରିଭାଷା:

ସାଧାରଣତଃ, “ସହଭାଗିତା” ଶବ୍ଦ ଏକ ଲୋକସମୁହର ବନ୍ଧୁତାପୂର୍ଣ୍ଣ ଆଦାନ ପ୍ରଦାନକୁ ପ୍ରକାଶ କରେ ଯେଉଁଠାରେ ଲୋକମାନେ ସମାନ ଆଗ୍ରହ ଏବଂ ଅଭିଜ୍ଞତାକୁ ଅଂଶଗ୍ରହଣ କରାନ୍ତି I

  • ବାଇବେଲରେ “ସହଭାଗିତା” ଶବ୍ଦ ଖ୍ରୀଷ୍ଟରେ ବିଶ୍ୱାସୀମାନଙ୍କ ଏକତ୍ରିତ ହେବାକୁ ବୁଝାଏ I
  • ଖ୍ରୀଷ୍ଟିୟ ସହଭାଗିତା ବିଶ୍ୱାସୀମାନଙ୍କ ପରସ୍ପର ସହିତ, ଖ୍ରୀଷ୍ଟ ଓ ପବିତ୍ର ଆତ୍ମାଙ୍କ ସହ ସମ୍ପର୍କକୁ ବୁଝାଏ I
  • ଆଦ୍ୟ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରିବା, ପ୍ରାର୍ଥନା କରିବା ଏବଂ ଆପଣା ଆପଣାର ସମ୍ପତ୍ତିକୁ ପରସ୍ପର ମଧ୍ୟରେ ଭାଗ କରି, ଓ ଏକତ୍ରିତ ହୋଇ ଭୋଜନ ଗ୍ରହଣ କରିବାରେ ସେମାନଙ୍କରସହଭାଗିତାକୁ ପ୍ରକାଶ କରୁଥିଲେ I
  • ଖ୍ରୀଷ୍ଟିୟାନମାନେ ମଧ୍ୟ ଯୀଶୁଙ୍କ ଉପରେ ବିଶ୍ଵାସ ଏବଂ କ୍ରୁଶରେ ତାଙ୍କର ବଳିଦାନ ଦ୍ୱାରା ଈଶ୍ଵରଙ୍କ ସହ ସହଭାଗିତା କରନ୍ତି ଯାହା ଈଶ୍ଵର ଏବଂ ଲୋକମାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଦୂରକଲେ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ସହଭାଗିତା” ଶବ୍ଦକୁ “ମିଳିମିଶି ଭାଗ କରିବା” କିମ୍ବା “ସମ୍ପର୍କ” କିଅବା “ବନ୍ଧୁତା” କିମ୍ବା “ଖ୍ରୀଷ୍ଟିୟାନ ସମୁହ” ବୋଲି ଅନୁବାଦ କରାଯାଇପାରେ I

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H2266, H8667, G2842, G2844, G3352, G4790

ସାକ୍ଷ୍ୟ ତମ୍ୱୁ

ସଂଜ୍ଞା:

ଏହି ସାକ୍ଷ୍ୟ ତମ୍ୱୁ ଏକ ବିଶେଷ ତମ୍ୱୁ-ଭଳି ଆକୃତିଥିଲା, ଯେଉଁଠାରେ ଇସ୍ରାଏଲୀୟମାନେ 40 ବର୍ଷ ପ୍ରାନ୍ତରରେ ଭ୍ରମଣ କରୁଥିବା ସମୟରେ ଈଶ୍ୱରଙ୍କ ଉପାସନା କରୁଥିଲେ I

  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଏହି ବଡ ତମ୍ୱୁ ନିର୍ମାଣ କରିବା ପାଇଁ ନିର୍ଦ୍ଧିଷ୍ଟ ଭାବରେ ଆଦେଶ ଦେଇଥିଲେ, ଯାହା ଦୁଇଟି କୋଠରୀ ବିଶିଷ୍ଟଥିଲା ଏବଂ ତାହା ଆବଦ୍ଧ ପ୍ରାଙ୍ଗଣ ଦ୍ୱାରା ଚାରିଆଡେ ଘେରିରହିଥିଲା I
  • ପ୍ରତ୍ୟେକ ସମୟରେ ଇସ୍ରାଏଲୀୟମାନେ ବାସ କରିବା ପାଇଁ ମରୁଭୂମୀର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ, ସେତେବେଳେ ଯାଜକ ପୃଥକୀକୃତ ଭାବରେ ଏହି ସାକ୍ଷ୍ୟ ତମ୍ୱୁକୁ ଅନ୍ୟ ଏକ ଶିବିର ଅଞ୍ଚଳକୁ ବୋହି ନେଇ ଯାଉଥିଲେ I

ତା’ପରେ ସେମାନେ ପୂନର୍ୱାର୍ ନୂତନ ଶିବିରର ମଧ୍ୟ ଭାଗରେ ତାହା ସ୍ଥାପନ କରୁଥିଲେ I

  • ଏହି ସାକ୍ଷ୍ୟ ତମ୍ୱୁରେ କାଠର ଚୌକାଠ ନିର୍ମାଣ କରାଯାଇଥିଲା, ପର୍ଦା ଟଙ୍ଗା ଯାଇଥିଲା ଯାହାକି ଲୁଗାରେ,ଛେଳିର ବାଳରେ,ପଶୁ ଚମଡାରେ ତିଆରି ହୋଇଥିଲା I

ପ୍ରାଙ୍ଗଣଟି ସମ୍ପୂର୍ଣ୍ଣରୂପେ ଅଧିକ ପରଦାରେ ବେଷ୍ଟିତ ହୋଇଥିଲା I

  • ସାକ୍ଷ୍ୟ ତମ୍ୱୁର ଦୁଇଟି ବିଭାଗ ମଧ୍ୟରୁ ଗୋଟିଏ ପବିତ୍ର ସ୍ଥାନଥିଲା (ଯେଉଁଠାରେ ଯଜ୍ଞବେଦୀର ସୁଗନ୍ଧିଧୂପ ଉତ୍ସର୍ଗ ସ୍ଥାନଥିଲା) ଏବଂ ଅନ୍ୟଟି ମହାପବିତ୍ର ସ୍ଥାନ (ଯେଉଁଠାରେ ନୀୟମ ସିନ୍ଦୁକ ରଖାଯାଇଥିଲା) I
  • ସାକ୍ଷ୍ୟ ତମ୍ୱୁର ପ୍ରାଙ୍ଗଣରେ ପଶୁବଳିଗୁଡିକ ଦଗଧ କରିବା ପାଇଁ ଏକ ଯଜ୍ଞବେଦିଥିଲା ଏବଂ ବିଧି ଅନୁସାରେ ପରିଷ୍କାର କରିବା ନିମନ୍ତେ ଏକ ବିଶେଷ ଧୌତ କରିବା ପାତ୍ରଥିଲା I
  • ଯେତେବେଳେ ଶଲୋମନଙ୍କ ଦ୍ୱାରା ଯିରୁଶାଲମ ମନ୍ଦିର ନିର୍ମାଣ ହେଲା, ସେତେବେଳେ ଇସ୍ରାଏଲୀୟମାନେ ଏହି ସାକ୍ଷ୍ୟ ତମ୍ୱୁକୁ ବ୍ୟବହାର କରିବା ବନ୍ଦ କରିଦେଇଥିଲେ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ

  • “ସାକ୍ଷ୍ୟ ତମ୍ୱୁ” କହିଲେ “ଆବାସ ସ୍ଥଳ” ଅଟେ I

“ପବିତ୍ର ତମ୍ୱୁ” କିମ୍ୱା “ଯେଉଁ ତମ୍ୱୁରେ ଈଶ୍ୱରଥିଲେ” କିମ୍ୱା “ଈଶ୍ୱରଙ୍କ” ତମ୍ୱୁ ପଦଗୁଡିକ ସାମିଲ କରି ଅନ୍ୟ ପ୍ରକାରେ ଏହାକୁ ଅନୁବାଦ କରାଯାଇପାରେ I”

  • ନିଶ୍ଚିତ ହେବ ଯେ, ଏହି ଅନୁବାଦର ପ୍ରତିଶବ୍ଦଟି “ମନ୍ଦିରର” ଅନୁବାଦଠାରୁ ଭିନ୍ନ ଅଟେ I

(ଆହୁରି ମଧ୍ୟ ଦେଖ:ଯଜ୍ଞବେଦୀ, ସୁଗନ୍ଧିତ ଯଜ୍ଞବେଦୀ, ନୀୟମ ସିନ୍ଦୁକ, ମନ୍ଦିର, ସମାଗମ ତମ୍ୱୁ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H168, H4908, H5520, H5521, H5522, H7900, G4633, G4634, G4636, G4638

ସାକ୍ଷ୍ୟ, ସାକ୍ଷୀ ଦେବା, ପ୍ରତ୍ୟକ୍ଷଦର୍ଶୀ, ଚାକ୍ଷୁଷ ସାକ୍ଷୀ, ପ୍ରମାଣ

ପରିଭାଷା:

ଯେତେବେଳେ ଜଣେ ବ୍ୟକ୍ତି “ସାକ୍ଷ୍ୟ” ଦିଏ ସେ ଜାଣି ଥିବା କିଛି ବିଷୟ ଉପରେ ଏକ ଉକ୍ତି ପ୍ରଦାନ କରିଥାଏ, ଦାବୀ କରେ ଯେ ତାହାର ସେହି ଉକ୍ତି ସତ୍ୟ ଅଟେ। “ସାକ୍ଷୀ ହେବା” ଅର୍ଥ “ସାକ୍ଷ୍ୟ” ଦେବା ଅଟେ।

  • ଅନେକ ସମୟରେ ଜଣେ ବ୍ୟକ୍ତି କିଛି ବିଷୟ ପ୍ରତ୍ୟକ୍ଷ ଭାବରେ ଅନୁଭୂତି ପାଇଥିବା ସମ୍ପର୍କରେ “ସାକ୍ଷ୍ୟ ଦିଏ।"
  • ଜଣେ ପ୍ରତ୍ୟକ୍ଷଦର୍ଶୀ ଯିଏ “ମିଥ୍ୟା ସାକ୍ଷ୍ୟ” ଦିଏ ଘଟିଥିବା ଘଟଣା ସମ୍ପର୍କରେ ସତ୍ୟ କଥା କହି ନ ଥାଏ।
  • ବେଳେବେଳେ “ସାକ୍ଷ୍ୟ” ଶବ୍ଦ ଜଣେ ଭବିଷ୍ୟ‌ଦ୍‌ବକ୍ତା କହିଥିବା ଭବିଷ୍ୟବାଣୀକୁ ଉଲ୍ଲେଖ କରିଥାଏ।
  • ନୂତନ ନିୟମରେ, ଏହି ଶବ୍ଦ ଅନେକ ସମୟରେ ଯୀଶୁଙ୍କ ଜୀବନ, ମୃତ୍ୟୁ ଏବଂ ପୁନରୁତ୍ଥାନର ଘଟଣାବଳି ସମ୍ପର୍କରେ କିପରି ଭାବରେ ଯୀଶୁଙ୍କର ଶିଷ୍ୟମାନେ ସାକ୍ଷ୍ୟ ଦେଇଥିଲେ, ତାହାକୁ ବୁଝାଇଥାଏ।

“ପ୍ରତ୍ୟକ୍ଷଦର୍ଶୀ” ଶବ୍ଦ ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯିଏ ବ୍ୟକ୍ତିଗତ ଭାବରେ ଅନୁଭୂତି ହେଇଛନ୍ତି ଯାହା ଘଟିଅଛି। ସାଧାରଣତଃ ଜଣେ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ କେହି ଯାହା ସେମାନେ ସତ୍ୟ ବୋଲି ଜାଣନ୍ତି ତାହା ସାକ୍ଷୀ ଦିଅନ୍ତି। "ଚାକ୍ଷୁଷ ସାକ୍ଷୀ" ଶବ୍ଦ ସେ ବ୍ୟକ୍ତି ବିଷୟରେ ଗୁରୁତ୍ୱ ଦିଏ ଯେ ପ୍ରକୃତରେ ସ୍ଥାନରେ ଉପସ୍ଥିତ ଥଲା ଏବଂ ଘଟିଥିବା ବିଷୟ ଦେଖିଛନ୍ତି।

  • “ପ୍ରତ୍ୟକ୍ଷଦର୍ଶୀ” ଅର୍ଥ ଏହା ଘଟିଥିବାର ଦେଖିଥିବା କିଛି ବିଷୟକୁ ବୁଝାଏ।
  • ମହାସଭାରେ, ଜଣେ ପ୍ରତ୍ୟକ୍ଷଦର୍ଶୀ “ସାକ୍ଷ୍ୟ ଦେବା” କିମ୍ବା “ସାକ୍ଷ୍ୟ କହିବା।” ଏହା ସହିତ “ସାକ୍ଷୀ ଦେବା” ସମାନ ଅର୍ଥ ରହିଛି।
  • ପ୍ରତ୍ୟକ୍ଷଦର୍ଶୀମାନେ ଯାହା ଦେଖିଥିବା କିମ୍ବା ଶୁଣିଥିବା ବିଷୟରେ ସତ କଥା କହନ୍ତୁ ବୋଲି ତାଙ୍କଠାରୁ ଅପେକ୍ଷା କରାଯାଇଥାଏ।
  • ଘଟିଥିବା ଘଟଣା ସମ୍ପର୍କରେ ସତ କଥା କହୁ ନ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀକୁ “ମିଥ୍ୟା ସାକ୍ଷୀ” ବୋଲି କୁହାଯାଇଥାଏ। ସେ “ମିଥ୍ୟା ସାକ୍ଷ୍ୟ ଦିଏ" କିମ୍ବା “ମିଥ୍ୟା ସାକ୍ଷ୍ୟ ପ୍ରଦାନ କରେ” ବୋଲି କୁହାଯାଇଥାଏ।
  • “ମଧ୍ୟସ୍ଥି ଭାବରେ ଏକ ସାକ୍ଷୀ ହେବା” ବାକ୍ୟାଂଶକୁ କିଛି ବିଷୟ କିମ୍ବା କେହି ଜଣେ କରାଯାଇଥିବା ଏକ ଚୁକ୍ତିର ପ୍ରମାଣସ୍ୱରୂପ ହେବ। ପ୍ରତ୍ୟକ୍ଷଦର୍ଶୀ ନିଶ୍ଚିତ କରେ ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଜ୍ଞା କରିଥିବା ବିଷୟକୁ କରନ୍ତି।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ସାକ୍ଷୀ ଦେବା” କିମ୍ବା ସାକ୍ଷ୍ୟ ଦେବା” ଶବ୍ଦକୁ “ସତ କଥା କହିବା” କିମ୍ବା “ଯାହା ଶୁଣିଛ ବା ଦେଖିଛ ତାହା କହିବା” କିମ୍ୱା “ବ୍ୟକ୍ତିଗତ ଅନୁଭୂତିରୁ କହିବା” କିମ୍ବା “ପ୍ରମାଣ ଦେବା” କିମ୍ବା “ଯାହା ଘଟିଛି ତାହା ଜଣାଇବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
  • “ସାକ୍ଷ୍ୟ” ଶବ୍ଦକୁ “ଘଟିଥିବା ବିଷୟର ବିବରଣ ଦେବା” କିମ୍ବା “ସତ୍ୟର ଉକ୍ତି” କିମ୍ବା “ପ୍ରମାଣ” କିମ୍ବା “ଯାହା କୁହାଯାଇଅଛି” କିମ୍ବା “ଭବିଷ୍ୟବାଣୀ” ବୋଲି ଅନୁବାଦ କରାଯାଇପାରେ।
  • “ସେମାନଙ୍କ ନିମନ୍ତେ ଏକ ସାକ୍ଷ୍ୟ ସ୍ୱରୂପ” ଶବ୍ଦକୁ “ଯାହା ସତ୍ୟ ତାହା ସେମାନଙ୍କୁ ଦେଖାଅ” କିମ୍ୱା “ଯାହା ସତ୍ୟ ତାହା ସେମାନଙ୍କ ନିକଟରେ ପ୍ରମାଣିତ କର” ବୋଲି ଅନୁବାଦ କରାଯାଇପାରିବ I
  • “ସେମାନଙ୍କ ବିପକ୍ଷରେ ଏକ ସାକ୍ଷ୍ୟ ସ୍ୱରୂପ” ବାକ୍ୟାଂଶକୁ “ଯାହା ସେମାନଙ୍କୁ ସେମାନଙ୍କ ପାପଗୁଡ଼ିକୁ ଦେଖାଇ ଦେବ” କିମ୍ୱା “ସେମାନଙ୍କର ପ୍ରତାରଣା ବା ଛଳନାକୁ ପ୍ରକାଶ କରିବ” କିମ୍ବା “ସେମାନେ ଭୁଲ ବୋଲି ତାହା ପ୍ରମାଣିତ କରିବ" ବୋଲି ଅନୁବାଦ କରାଯାଇପାରିବ।
  • “ମିଥ୍ୟା ସାକ୍ଷ୍ୟ ଦେବା” ବାକ୍ୟାଂଶକୁ “ମିଥ୍ୟା କଥାଗୁଡ଼ିକ କହିବା” କିମ୍ୱା “ମିଥ୍ୟା ଘଟଣାବଳୀ ବିଷୟଗୁଡ଼ିକ କହନ୍ତି” ବୋଲି ଅନୁବାଦ କରାଯାଇପାରିବ।
  • “ପ୍ରତ୍ୟକ୍ଷଦର୍ଶୀ” କିମ୍ବା “ଚାକ୍ଷୁଷ ସାକ୍ଷୀ” ଶବ୍ଦକୁ ଗୋଟିଏ ଶବ୍ଦ କିମ୍ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରିବ ଯାହାର ଅର୍ଥ “ଏହା ଦେଖିଥିବା ବ୍ୟକ୍ତି” କିମ୍ବା “ଏହା ଘଟିବା ବିଷୟ ଯେଉଁ ବ୍ୟକ୍ତି ଦେଖିଛି” କିମ୍ୱା “ଯେଉଁମାନେ ଦେଖିଲେ ଓ ଶୁଣିଲେ (ସେହି ବିଷୟସବୁ) ବୋଲି ଅନୁବାଦ କରାଯାଇପାରିବ।"
  • “ଏକ ସାକ୍ଷୀ” ଶବ୍ଦକୁ “ଆମର ପ୍ରତିଜ୍ଞାର ଚିହ୍ନ” କିମ୍ବା “ଏହି ବିଷୟ ସତ୍ୟ ବୋଲି ସାକ୍ଷ୍ୟ ଦେଉଥିବା କିଛି ବିଷୟ” ବୋଲି ଅନୁବାଦ କରାଯାଇପାରିବ।
  • “ତୁମ୍ଭେମାନେ ମୋହର ସାକ୍ଷୀ ହେବ” ବାକ୍ୟାଂଶକୁ “ତୁମ୍ଭେମାନେ ମୋ ବିଷୟରେ ଅନ୍ୟ ଲୋକମାନଙ୍କୁ କହିବ” କିମ୍ବା “ମୁଁ ଦେଇଥିବା ଶିକ୍ଷାକୁ ତୁମ୍ଭେମାନେ ଲୋକମାନଙ୍କୁ ଶିକ୍ଷା ଦେବ” କିମ୍ବା “ମୁଁ କରିବା ଏବଂ ତୁମ୍ଭେମାନେ ଯାହା ଯାହା ଦେଖିଅଛ ଏବଂ ମୋହର ଶିକ୍ଷା ଶୁଣିଅଛ, ତୁମ୍ଭେମାନେ ତାହା ଲୋକମାନଙ୍କୁ କହିବ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ।
  • “ପ୍ରତ୍ୟକ୍ଷଦର୍ଶୀ ହେବା” ପଦକୁ “କୁହ ଯାହା ଦେଖିଛ” କିମ୍ବା “ସାକ୍ଷ୍ୟ ଦିଅ” କିମ୍ବା “ଯାହା ଘଟିଛି ତାହା ବ୍ୟକ୍ତ କର” ବୋଲି ଅନୁବାଦ କରାଯାଇପାରିବ।
  • “ପ୍ରତ୍ୟକ୍ଷଦର୍ଶୀ” ଶବ୍ଦକୁ “କିଛି ବିଷୟ ଦେଖିବା” କିମ୍ବା “କିଛି ଘଟିଥିବା ବିଷୟରେ ଅନୁଭୂତି ହେବା” ବୋଲି ଅନୁବାଦ କରାଯାଇପାରିବ।

(ନିୟମର ସିନ୍ଦୁକ, ଦୋଷୀ.,ବିଚାର, ଭବିଷ୍ୟଦ୍‍ବକ୍ତା, ସାକ୍ଷ୍ୟ, ସତ୍ୟ: ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 39:2 ଗୃହ ମଧ୍ୟରେ, ଯିହୁଦୀୟ ନେତାମାନେ ଯୀଶୁଙ୍କୁ ବିଚାର କରିବା ପାଇଁ ରଖିଲେ। ସେମାନେ ଅନେକ ମିଥ୍ୟା ସାକ୍ଷୀ ଆଣିଲେ ସେମାନେ ତାହାଙ୍କ ବିଷୟରେ ମିଛ କହିଲେ।
  • 39:4 ମହାଯାଜକ କ୍ରୋଧରେ ଆପଣାର ବସ୍ତ୍ର ଚିରିଲେ ଓ ଉଚ୍ଚ ସ୍ଵରରେ କହିଲେ,” ଆମ୍ଭମାନଙ୍କର ଆଉ ଅଧିକ ପ୍ରତ୍ୟକ୍ଷଦର୍ଶୀର ଆବଶ୍ୟକ ନାହିଁ। ସେ ଆପଣାକୁ ଈଶ୍ୱରଙ୍କ ପୁତ୍ର ବୋଲି କହିବା କଥା ଆପଣମାନେ ଶୁଣିଅଛନ୍ତି। ଆପଣମାନଙ୍କର ବିଚାର କ’ଣ?
  • 42:8 “ଶାସ୍ତ୍ରରେ ଏହା ମଧ୍ୟ ଲିଖିତ ହୋଇଅଛି ଯେ ମୋହର ଶିଷ୍ୟମାନେ ଘୋଷଣା କରିବେ ଯେ ପ୍ରତ୍ୟେକ ବ୍ୟକ୍ତି ଅନୁତାପ କରି ମନପରିବର୍ତ୍ତନ କର ଯେପରି ସେମାନେ ନିଜ ନିଜ ପାପରୁ କ୍ଷମା ପ୍ରାପ୍ତ ହୋଇପାରିବେ। ସେମାନେ ଏହା ଯିରୂଶାଲମରୁ ଆରମ୍ଭ କରିବେ, ଏବଂ ତାପରେ ପ୍ରତ୍ୟେକ ସ୍ଥାନରେ ସମସ୍ତ ଗୋଷ୍ଠୀ ନିକଟକୁ ଯିବେ। ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ହେବ।"
  • 43:7 “ଈଶ୍ୱର ଯୀଶୁଙ୍କୁ ପୁନର୍ବାର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ଆମ୍ଭେମାନେ ଏହି ସତ୍ୟର ସାକ୍ଷୀ

ଶବ୍ଦବିନ୍ୟାସ:

  • Strong’s: H5707, H5713, H5715, H5749, H6030, H8584, G02670, G12630, G19570, G26490, G31400, G31410, G31420, G31430, G31440, G43030, G48280, G49010, G55750, G55760, G55770, G60200

ସାଦ୍ଦୂକୀ

ପରିଭାଷା:

ସାଦ୍ଦୂକୀମାନେ ଯୀଶୁଖ୍ରୀଷ୍ଟଙ୍କ ସମୟରେ ଯିହୁଦୀ ରାଜନୈତିକ ଯାଜକଦଳ ଥିଲେ I ସେମାନେ ରୋମୀୟ ଶାସନକୁ ସ୍ୱୀକାର କରୁଥିଲେ ଏବଂ ପୁନରୁତ୍ଥାନରେ ବିଶ୍ୱାସ କରୁନଥିଲେ I

  • ଅଧିକାଂଶ ସାଦ୍ଦୂକୀମାନେ ଧନୀ (ସମ୍ପତିବାନ)ଥିଲେ, ଉଚ୍ଚ ଯିହୁଦୀ ଜାତି ଯେଉଁମାନଙ୍କ ନେତୃତ୍ୱ ସ୍ଥିତିରେ ରହିଥିଲେ ଯଥା ପ୍ରଧାନ ଯାଜକ ଏବଂ ମହାନ ଯାଜକ I
  • ସାଦ୍ଦୂକୀମାନଣେ ମନ୍ଦିରର ପ୍ରାଂଗଣକୁ ଯତ୍ନ ନେଉଥିଲେ ଏବଂ ଯାଜକମାନେ ବଳିଦାନ ଉତ୍ସର୍ଗ ଦଦାୟିତ୍ୱ ତୁଲାଉ ଥିଲେ I
  • ସାଦ୍ଦୂକୀ ଏବଂ ଫାରୂଶୀମାନେ ଯୀଶୁଙ୍କୁ କ୍ରୁଶରେ ହତ କରିବା ନିମନ୍ତେ ରୋମୀୟ ନେତାମାନଙ୍କୁ ଦୃଢ ଭାବେ ପ୍ରଭାବିତ କରିପାରିଥିଲେ I
  • ଯୀଶୁ ଏହି ଦୁଇ ଧାର୍ମିକ ଗୋଷ୍ଠୀର ସ୍ୱାର୍ଥପର ସ୍ୱଭାବ ଓ କପଟତା ବିରୁଦ୍ଧରେ କହିଥିଲେ I

(ପ୍ରଧାନ ଯାଜକପରିଷଦମହାନ ଯାଜକକପଟତାଯିହୁଦୀ ନେତୃତ୍ୱଫାରୂଶୀଯାଜକ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strong's: G4523

ସାବ୍ବଥ

ପରିଭାଷା:

“ସାବ୍ବଥ” ଶବ୍ଦ ସପ୍ତାହର ସପ୍ତମ ଦିନକୁ ବୁଝାଏ, ଯେଉଁ ଦିନକୁ ଈଶ୍ଵର ଇସ୍ରାଏଲ ଦେଶକୁ ଆଜ୍ଞା ଦେଇଥିଲେ ଯେ ଏହି ଦିନକୁ ସେମାନେ ଅଲଗା କରିବେ ଏବଂ ସେହିଦିନ ସେମାନେ କୌଣସି କାର୍ଯ୍ୟ ନକରି ବିଶ୍ରାମ କରିବେ I

  • ଈଶ୍ଵର  ଷଷ୍ଠ ଦିନରେ ପୃଥିବିସ୍ତ ସମସ୍ତ ବିଷୟ ସୃଷ୍ଟି କଲେ, ଏବଂ ସପ୍ତମ ଦିନରେ ସେ ବିଶ୍ରାମ କଲେ I ଠିକ ସେହିପରି, ଈଶ୍ଵର  ଇସ୍ରାଏଲ ଜାତିକୁ ସପ୍ତମ ଦିନକୁ ପୃଥକ୍ ରଖିବା ନିମନ୍ତେ ଆଦେଶ ଦେଇଥିଲେ, ସେହିଦିନରେ ସେମାନେ ବିଶ୍ରାମ କରିବେ ଓ ତାହାଙ୍କୁ ଉପାସନା କରିବେ I
  • “ସାବ୍ବଥକୁ ପବିତ୍ର ଦିନ ଭାବେ ପାଳନ କର” ଆଦେଶ ଈଶ୍ଵର  ଇସ୍ରାଏଲ ସନ୍ତାନଗଣଙ୍କ ନିମନ୍ତେ ମୋଶାଙ୍କ ଦ୍ୱାରା ଲିଖିତ ଦଶ ଆଜ୍ଞା ଫଳକରେ ଲିଖିତ ଥିବା ଆଜ୍ଞା ମଧ୍ୟରୁ ଗୋଟିଏ ଥିଲା I
  • ଯିହୁଦୀମାନଙ୍କ ଦିନଗଣନା ପ୍ରଣାଳୀରେ, ସାବ୍ବଥ ଶୁକ୍ରବାର ସନ୍ଧ୍ୟାଠାରୁ ଆରମ୍ଭ ହୋଇ ଶନିବାର ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଜାରିରହେ I
  • ସମୟ ସମୟରେ ସାବ୍ବଥ ବାଇବେଲରେ ସାବ୍ବଥ ପରିବର୍ତେ “ସାବ୍ବଥ ଦିନ” କୁହାଯାଇଛି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ବିଶ୍ରାମ ଦିନ” କିମ୍ୱା “ବିଶ୍ରାମ ପାଇଁ ଦିନ” କିମ୍ବା “କାର୍ଯ୍ୟ ନ କରିବା ଦିନ” କିମ୍ୱା “ଈଶ୍ଵରଙ୍କ ବିଶ୍ରାମ ଦିବସ” ବୋଲି ଅନୁବାଦ କରାଯାଇପାରେ I
  • କେତେକ ଅନୁବାଦ ଏହି ଦିନଟିକୁ ଏକ ବିଶେଷ ଦିନ, ଯେପରି “ବିଶ୍ରାମ ବାର “କିମ୍ୱା “ସମସ୍ତ କାର୍ଯ୍ୟରୁ ବିରତି ଦିନ” ବୋଲି ଅନୁବାଦ କରେ I
  • ସ୍ଥାନୀୟ ଭାଷା କିମ୍ୱା ଜାତୀୟ ଭାଷାରେ ଏହି ଶବ୍ଦକୁ କିପରି ଅନୁବାଦ କରାଯାଇଛି ଦେଖନ୍ତୁ I

(ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ:)

(ବିଶ୍ରାମ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 13:5 “ସଦା ସର୍ବଦା ବିଶ୍ରାମ ଦିନ ପବିତ୍ର ରୂପରେ ପାଳିବାକୁ ସ୍ମରଣ କର ତାହା, ଛଅଦିନ ପରିଶ୍ରମ ଓ ଆପଣା ସବୁ କର୍ମ କରିବ, ମାତ୍ର ସପ୍ତମ ଦିନ ତୁମ୍ଭ ଯିହୋବା  ଈଶ୍ଵରଙ୍କର ବିଶ୍ରାମ ଦିନ ଅଟେ ତେଣୁ କେହି କୌଣସି କାର୍ଯ୍ୟ କରିବ ନାହିଁ I
  • 26:2 ଯୀଶୁ ନାଜରିତ ନଗରକୁ ଗଲେ ଯେଉଁଠି ସେ ତାଙ୍କର ପିଲାଦିନରୁ ବସବାସ କରୁଥିଲେ ବିଶ୍ରାମ ଦିନ, ସେ ଉପାସନା ସ୍ଥଳୀକୁ ଯାଉଥିଲେ I
  • 41:3 ଯୀଶୁଙ୍କୁ ସମାଧି ଦେବାର ପରଦିନ ବିଶ୍ରାମ ଦିନ ଥିଲା, ଏବଂ ଯିହୁଦୀମାନେ ସେହିଦିନ ସମାଧି ସ୍ଥଳକୁ ଯିବା ବିଧେୟ ନଥିଲା I

ଶବ୍ଦବିନ୍ୟାସ :

  • Strong's: H4868, H7676, H7677, G4315, G4521

ସାମନ୍ତ ରାଜା

ପରିଭାଷା:

“ସାମନ୍ତ ରାଜା” ଶବ୍ଦ ଏକ ଅଧିକାରୀ ପଦସ୍ଥ ବ୍ୟକ୍ତିଙ୍କୁ ବୁଝାଏ ଯିଏ ରୋମୀୟ ସାମ୍ରାଜ୍ୟର ଏକ ଅଞ୍ଚଳରେ ଶାସନ କରୁଥିଲେ I ପ୍ରତ୍ୟେକ ସାମନ୍ତ ରାଜା ରୋମୀୟ ସମ୍ରାଟଙ୍କର କ୍ଷମତା ଅଧିନରେ ରହିଥିଲେ I

  • “ସାମନ୍ତ ରାଜା” ପଦବୀର ଅର୍ଥ “ଚାରି ମିଳିତ ଶାସକମାନଙ୍କ ମଧ୍ୟରେ ଜଣେ” ଶାସକକୁ ବୁଝାଏ I
  • ସମ୍ରାଟ ଡାଇଓକ୍ଲିଟନଙ୍କ ଅଧିନରୁ ଆରମ୍ଭ କରି, ରୋମୀୟ ସାମ୍ରାଜ୍ୟକୁ ମୁଖ୍ୟ ଚାରୋଟି ଅଞ୍ଚଳରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକ ସାମନ୍ତ ରାଜା ଗୋଟିଏ ଅଞ୍ଚଳରେ ଶାସନ କରୁଥିଲେ I
  • ଯୀଶୁଙ୍କ ଜନ୍ମ ସମୟରେ “ମହାନ” ରାଜା ହେରୋଦଙ୍କ ରାଜ୍ୟ, ତାହାଙ୍କ ମୃତ୍ୟୁ ପରେ ଚାରୋଟି ଖଣ୍ଡରେ ବିଭକ୍ତ ହେଲା, ଏବଂ ତାହାଙ୍କର ପୁତ୍ରମାନେ “ସାମନ୍ତ ରାଜାଗଣ” ଭାବରେ ବା “ଏକ ଚତୁର୍ଥାଂଶର ଶାସକ” ଭାବରେ ଶାସନ କଲେ I
  • ପ୍ରତ୍ୟେକ ରାଜ୍ୟ ଖଣ୍ଡ ବା ଅଞ୍ଚଳର ଗୋଟିଏ କିମ୍ୱା କ୍ଷୁଦ୍ର ଅଂଶବିଶେଷ ଥିଲା ଯାହାକୁ “ପ୍ରଦେଶ” ବୋଲି କୁହାଯାଉଥିଲା, ଯଥା ଗାଲିଲୀ ବା ଶମିରୋଣ ପ୍ରଦେଶ I
  • ନୂତନ ନିୟମରେ ଅନେକ ଥର “ସାମନ୍ତ ରାଜା ହେରୋଦ”ଙ୍କ ବିଷୟରେ ଉଲ୍ଲେଖ କରାଯାଇଛି I ସେ “ଆନ୍ତିପା ହେରୋଦ” ନାମରେ ମଧ୍ୟ ପରିଚିତ ଥିଲେ I
  • “ସାମନ୍ତ ରାଜା” ଶବ୍ଦକୁ “ଆଞ୍ଚଳିକ ଶାସକ” କିମ୍ବା “ପ୍ରାଦେଶିକ ଶାସକ” ବା “ଶାସନକର୍ତ୍ତା” ବା “ରାଜ୍ୟପାଳ” ବୋଲି ଅନୁବାଦ କରାଯାଇପାରେ I

(ଶାସକ, ଆନ୍ତିପା ହେରୋଦପ୍ରଦେଶରୋମୀୟଶାସକ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: G575, G576

ସାଷ୍ଟାଙ୍ଗ ପଡ଼ିଯିବା, ନତମସ୍ତକ ହେବା, ଉପାସନା

ପରିଭାଷା:

“ସାଷ୍ଟାଙ୍ଗ ପଡ଼ିଯିବା” ବାକ୍ୟାଂଶର ଅର୍ଥ ଭୂମିରେ ଅଧୋମୁଖ ହୋଇ ଶୋଇବା ଅଟେ, ସାଧାରତଃ ଏହା  ଜଣେ ରାଜା କିମ୍ବା ଅନ୍ୟ କେତେକ ଶକ୍ତିଶାଳୀ ବ୍ୟକ୍ତିଙ୍କ ନିକଟରେ ବଶୀଭୂତ ହେବାକୁ କରାଯାଏ I ଏହି ବାକ୍ୟାଂଶର ଅର୍ଥ “ଉପାସନା” ମଧ୍ୟ ହୋଇପାରେ, ବିଶେଷ କରି ଈଶ୍ଵରଙ୍କୁ ସମ୍ମାନ ଦେବା, ମହିମା କରିବା ଓ ତାହାଙ୍କର ଆଜ୍ଞାକାରୀ ହେବା ଦୃଷ୍ଟିରେ I

  • ଅଧିକାଂଶ ସମୟରେ ଏହି ଶବ୍ଦର ଅର୍ଥ କାହାକୁ ସମ୍ମାନ ଦେବା ନିମନ୍ତେ “ନତ ମସ୍ତକ ହେବା” କିମ୍ବା  “ସାଷ୍ଟାଙ୍ଗ ପ୍ରଣାମ କରିବା” ଅଟେ I
  • ଈଶ୍ଵରଙ୍କର ସେବା ଓ ସମ୍ମାନ କରି, ପ୍ରଶଂସା କରି ଓ ଆଜ୍ଞାକାରୀ ହୋଇ ଆମ୍ଭେମାନେ ତାହାଙ୍କର ଉପାସନା କରୁ I
  • ଯେତେବେଳେ ଇସ୍ରାଏଲ ଲୋକମାନେ ଈଶ୍ଵରଙ୍କର ଉପାସନା କରନ୍ତି ସେତେବଲେ ସେମାନେ ବେଦୀରେ ବଳି ଉତ୍ସର୍ଗ କରି କରିଥାନ୍ତି I
  • ଏହି ଶବ୍ଦକୁ ଉଭୟ ଲୋକମାନଙ୍କ ପାଇଁ ବ୍ୟବହାର କରାଯାଇପାରେ ଯେଉଁମାନେ ଯିହୋବାଙ୍କୁ ଏକ ସତ୍ୟ ଈଶ୍ଵର ଭାବରେ ଉପାସନା କରନ୍ତି ଏବଂ ଯୁଏନ୍ମାନେ ମିଥ୍ୟା ଦେବତାଗାନକୁ ପୂଜା କରନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଉପାସନା” ଶବ୍ଦକୁ “ନତ ମସ୍ତକ ହେବା “କିମ୍ବା  “ସମ୍ମାନ ଓ ସେବା କରିବା“କିମ୍ବା  “ସମ୍ମାନ ଓ ଆଜ୍ଞାକାରୀ ହେବା“ ବୋଲି ଅନୁବାଦ କରାଯାଇପାରେ I
  • କେତେକ ପ୍ରସଙ୍ଗରେ, ଏହାକୁ “ନମ୍ର ହୋଇ ପ୍ରଶଂସା କରିବା” କିମ୍ବା  “ସମ୍ମାନ କର ଓ ପ୍ରଶଂସା କର” ବୋଲି ଅନୁବାଦ କରାଯାଇପାରେ I

(ପ୍ରେଣାମ, ଭୟ, ବଳିଦାନପ୍ରଶଂସାସମ୍ମାନ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

·        13:4 ତେବେ ଈଶ୍ଵର  ତାହାଙ୍କୁ ନିୟମ ଦେଇ କହିଲେ, “ମୁଁ ଯିହୋବା  ଅଟେ, ତୁମ୍ଭର ଈଶ୍ଵର  ଯିଏ ତୁମ୍ଭକୁ ମିସରର ଦାସତ୍ୱ ବନ୍ଧନରୁ ଉଦ୍ଧାର କରି ଅଛନ୍ତି I ଅନ୍ୟ ଈଶ୍ୱରଙ୍କ ଉପାସନା କର ନାହିଁ I

·        14:2 କିଣାନୀୟ ଲୋକମାନେ ଈଶ୍ଵରଙ୍କର ଉପାସନା କଲେ ନାହିଁ କି ଆଜ୍ଞାକାରୀ ହେଲେ ନାହିଁ I ସେମାନେ ମିଥ୍ୟା ଦେବତାର ଉପାସନା କଲେ ଓ ଅନେକ ମନ୍ଦ କାମ କଲେ I

·        17:6 ଦାଉଦ ଏକ ମନ୍ଦିର ନିର୍ମାଣ କଲେ ଯେଉଁଠାରେ ସମସ୍ତ ଇସ୍ରାଏଲୀୟ ଲୋକମାନେ ଉପାସନା କଲେ ଓ ତାହାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ I

·        18:12 ଇସ୍ରାଏଲର ସମସ୍ତ ରାଜ୍ୟର ରାଜା ଓ ଅଧିକାଂଶ ଲୋକ ମୂର୍ତ୍ତି ଉପାସନା କଲେ I

·        25:7 ଯୀଶୁ ଉତ୍ତର ଦେଲେ, “ମୋଠାରୁ ଦୂର ହୁଅ, ଶୟତାନ! ଈଶ୍ଵର  ତାହାଙ୍କ ବାକ୍ୟରେ ତାହାଙ୍କ ଲୋକମାନଙ୍କୁ ଆଜ୍ଞା ଦିଅନ୍ତି , “କେବଳ ତୁମ୍ଭର ପ୍ରଭୁ ଈଶ୍ଵରଙ୍କର ଉପାସନା କର ଓ ତାହାଙ୍କର ସେବା କର I”

·        26:2 ବିଶ୍ରାମ ଦିନରେ, ସେ (ଯୀଶୁ)ଉପାସନା ସ୍ଥଳକୁ ଗଲେ I

·        47:1 ସେମାନେ ସେହିଠାରେ ଜଣେ ସ୍ତ୍ରୀ ସହ ସାକ୍ଷାତ କଲେ ଯାହାର ନାମ ଲୁଦ୍  ଥିଲା ଓ ସେ ଏକ ବଣିକା ଥିଲା I ସେ ଈଶ୍ଵର ଙ୍କୁ ପ୍ରେମ କରୁଥିଲେ ଓ ଉପାସନା କରୁଥିଲେ I

·        49:18 ଈଶ୍ଵର  ତୁମ୍ଭମାନଙ୍କୁ  ପ୍ରାର୍ଥନା କରିବାକୁ, ବାକ୍ୟ ପଡିବାକୁ ଓ ଅନ୍ୟ ଖ୍ରୀଷ୍ଟିୟାନ  ସହିତ ମିସି ଉପାସନା କରିବାକୁ କହୁଅଛନ୍ତି ଓ ସେ ଯାହା କରି ଅଛନ୍ତି ଅନ୍ୟକୁ କହିବାକୁ କହୁଅଛନ୍ତି I

ଶବ୍ଦବିନ୍ୟାସ :

  • Strong's: H5457, H5647, H687, H7812, G1391, G1479, G2151, G2318, G2323, G2356, G3000, G3511, G4352, G4353, G4573, G4574, G4576

ସିୟୋନ, ସିୟୋନ ପର୍ବତ

ସଂଜ୍ଞା:

ମୁଳ ରୂପରେ “ସିୟୋନ” ଓ “ସିୟୋନ ପର୍ବତ” ଜେବୁସିୟଙ୍କୁଠାରୁ ରାଜା ଦାଉଦ ଅଧିକାର କରିଥିବା ଦୃଢ଼ ଦୁର୍ଗ କୁ ଦର୍ଶାଏ I ଏହି ଦୁଇ ଶବ୍ଦ ଯିରୁଶାଲମ କୁ ସମ୍ବୋଧିତ କରିବା ନିମନ୍ତେ ଆଉ ଏକ ପ୍ରକାର ଅଟେ I

  • ସିୟୋନ ପର୍ବତ ଓ ମୋରିଆ ପର୍ବତ ଦୁଇ ପାହାଡ ଯାହା ଉପରେ ଯିରୁଶାଲମ ସହର ଅବସ୍ଥିତ ଅଟେ I

ପରେ “ସିୟୋନ “ଓ “ସିୟୋନ ପର୍ବତ” ଏକ ସାଧାରଣ ଶବ୍ଦ ରୂପରେ ବ୍ୟବହାର କରାଯାଇଅଛି କି ଏହି ଦୁଇ ପର୍ବତ ଓ ଯିରୁଶାଲମ ସହର କୁ ସମ୍ବୋଧିତ କରିବାକୁ ଦର୍ଶାଏ I କେତେକ ସମୟରେ ଏହି ସବୁ ଯିରୁଶାଲମରେ ଥିବା ମନ୍ଦିରରେ କୁ ଦର୍ଶାଏ I

(ଦେଖନ୍ତୁ: ଶବ୍ଦ ଲକ୍ଷଣ ସୁଚକ)

  • ଦାଉଦ ସିୟୋନ ଓ ଯିରୁଶାଲମ କୁ “ଦାଉଦଙ୍କ ନଗର” ରୂପରେ ନାମିତ କଲେ I

ଏହା ଦାଉଦଙ୍କ ଘର ବେଥାଲିହିମଠାରୁ ଭିହ୍ନ ଅଟେ ଯାହାକୁ ମଧ୍ୟ ଦାଉଦର ନଗର କୁହାଯାଏ I

  • “ସିୟୋନ” ଶବ୍ଦ ଅଲଗା ପ୍ରକାରେ ସାଙ୍କେତିକ ରୂପରେ ବ୍ୟବହାର କରାଯାଇଅଛି, ଯାହାକୁ ଇସ୍ରାଏଲ କୁ ପରମେଶ୍ୱରଙ୍କର ଆତ୍ମିକ ରାଜ୍ୟ କୁ କିଅବା ନୂତନ ସ୍ୱର୍ଗ ଯିରୁଶାଲମ ଯାହା ପରମେଶ୍ୱର ସୃଷ୍ଟି କରିବେ କୁ ସମ୍ବୋଧିତ କରାଯାଏ I

(ଆହୁରି ଦେଖନ୍ତୁ: ଅବ୍ରହାମ୍, ଦାଉଦ, ଯିରୁଶାଲମ, ବେଥାଲିହିମ, ଜେବୁସିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6726

ସିୟୋନର କନ୍ୟା

ପରିଭାଷା:

“ସିୟୋନର କନ୍ୟା” ଇସ୍ରାଏଲର ଲୋକମାନଙ୍କୁ ସୂଚୀତ କରିବାର ଏକ ସାଙ୍କେତିକ ଉପାୟ ଅଟେ । ଏହା ସାଧାରଣତଃ ଭବିଷ୍ୟବାଣୀରେ ବ୍ୟବହୃତ ହୁଏ ।

  • ପୁରାତନ ନିୟମରେ, “ସିୟୋନ” ଯିରୂଶାଲମ ସହରର ଅନ୍ୟ ନାମ ଭାବରେ ବ୍ୟବହୃତ ହୋଇଅଛି ।
  • ଉଭୟ “ସିୟୋନ” ଏବଂ “ଯିରୂଶାଲମ” ମଧ୍ୟ ଇସ୍ରାଏଲକୁ ସୂଚାଇବା ପାଇଁ ବ୍ୟବହୃତ ହୋଇଅଛି ।
  • “କନ୍ୟା” ଏକ ଅନୁରାଗ ବା ସ୍ନେହଭାବକ ଶବ୍ଦ ଅଟେ । ଏହା ଏକ ରୂପକ ଅଟେ ଯାହା ଈଶ୍ଵରଙ୍କ ଆପଣା ଲୋକମାନଙ୍କ ପାଇଁ ଥିବା ଧୈର୍ଯ୍ୟ ଏବଂ ଯତ୍ନକୁ ବୁଝାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ବାକ୍ୟାଂଶକୁ “ମୋ କନ୍ୟା ଇସ୍ରାଏଲ, ସିୟୋନରୁ” କିମ୍ବା “ସିୟୋନର ଲୋକମାନେ, ଯେଉଁମାନେ ମୋ ପାଇଁ କନ୍ୟା ପରି” କିମ୍ବା “ସିୟୋନ, ମୋର ପ୍ରିୟ ଲୋକ ଇସ୍ରାଏଲ” ବୋଲି ଅନୁବାଦ କରାଯାଇପାରେ ।
  • “ସିୟୋନ” ଶବ୍ଦର ଏହି ଅଭିବ୍ୟକ୍ତିକୁ ରଖିବା ଭଲ କାରଣ ଏହା ବାଇବେଲରେ ଅନେକ ଥର ବ୍ୟବହୃତ ହୋଇଅଛି । ଏହାର ସାଙ୍କେତିକ ଅର୍ଥ ଏବଂ ଭବିଷ୍ୟବାଣୀ ବ୍ୟବହାରକୁ ବ୍ୟାଖ୍ୟା କରିବାକୁ ଏକ ଟିପ୍ପଣୀକୁ ଅନୁବାଦରେ ଅନ୍ତର୍ଭୂକ୍ତ କରାଯାଇପାରେ ।
  • ଯେପର୍ଯ୍ୟନ୍ତ ଏହା ସଠିକ୍ ଭାବରେ ବୁଝାଯାଏ, ଏହି ଅଭିବ୍ୟକ୍ତିର ଅନୁବାଦରେ “କନ୍ୟା” ଶବ୍ଦ ରଖିବା ଉତ୍ତମ ଅଟେ ।

(ଆହୁରି ମଧ୍ୟ ଦେଖନ୍ତୁ: ଯିରୂଶାଲମ, ଭବିଷ୍ୟ‌ଦ୍‌ବକ୍ତା, ସିୟୋନ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

• Strong’s: H1323, H6726


ସୁଗନ୍ଧିତ ଦ୍ରବ୍ୟ

ପରିଭାଷା:

ଏହି ସୁଗନ୍ଧିତ ଦ୍ରବ୍ୟ ଏକ ପ୍ରକାରର ତୈଳ ଅଟେ ଯାହା ଆଫ୍ରିକା ଏବଂ ଏସିଆରେ ମିଳେ । ଏହା ଲୋବାନି ଗୁଗୁଳ ସହ ଜଡିତ ଅଟେ ।

  • ଏହା ଧୂପ, ଅତର, ଔଷଧ ତିଆରି କରିବା ପାଇଁ ଏବଂ ମୃତଦେହକୁ ସମାଧି ପାଇଁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା ।
  • ପଣ୍ଡିତମାନେ ଯୀଶୁଙ୍କ ଜନ୍ମ ସମୟରେ ଦେଇଥିବା ଉପହାର ମଧ୍ୟରୁ ଏହା ଅନ୍ୟତମ ଥିଲା ।
  • ଯୀଶୁଙ୍କୁ କ୍ରୁଶରେ ଯନ୍ତ୍ରଣା ଦୂର କରିବା ପାଇଁ ଯୀଶୁଙ୍କୁ ଏହା ଦ୍ରାକ୍ଷାରସରେ ମିଶ୍ରଣ କରି ଦିଆଯାଇଥିଲା ।

(ଆହୁରି ମଧ୍ୟ ଦେଖନ୍ତୁ: ଧୂପ, ପଣ୍ଡିତଗଣ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H3910, H4753, G34640, G46660, G46690

ସୁନ୍ନତ କରିବା, ସୁନ୍ନତ, ଅସୁନ୍ନତ, ଅସୁନ୍ନତ କରିବା

ପରିଭାଷା:

“ସୁନ୍ନତ” ଶବ୍ଦର ଅର୍ଥ ପୁରୁଷ କିମ୍ବା ପୁତ୍ର ସନ୍ତାନର ଲିଙ୍ଗାଗ୍ର ଆଚ୍ଛାଦକକୁ ବୁଝାଏ। ସୁନ୍ନତର ରୀତିକୁ ଏଥିରେ ସମ୍ପୃକ୍ତ କରି ପାଳନ କରାଯାଇପାରେ ।

  • ଈଶ୍ୱର ଅବ୍ରାହାମଙ୍କୁ ତାହାଙ୍କ ପରିବାରର ସମସ୍ତ ପୁରୁଷ ଓ ଦାସମାନଙ୍କର ସୁନ୍ନତ କରିବାକୁ ଆଦେଶ ଦେଇଥିଲେ ଏବଂ ଏହା ଈଶ୍ୱର ଏବଂ ସେମାନଙ୍କ ମଧ୍ୟରେ ବ୍ୟବସ୍ଥାର ଚିହ୍ନ ସ୍ୱରୂପ ଥିଲା।
  • ଅବ୍ରାହାମଙ୍କର ସନ୍ତାନମାନଙ୍କ ମଧ୍ୟରେ ଯେତେ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିବେ ସେମାନଙ୍କର ମଧ୍ୟ ସୁନ୍ନତ କରିବାକୁ ଈଶ୍ଵର ଆଦେଶ ଦେଲେ।
  • "ହୃଦୟର ସୁନ୍ନତ କରିବା” ବାକ୍ୟାଂଶ “କାଟି ପକାଇବା” କିମ୍ବା ଜଣେ ବ୍ୟକ୍ତିଙ୍କୁ ପାପଠାରୁ ଦୂରେଇ ରହିବାକୁ ଆଳଙ୍କାରିକ ଭାବେ ବୁଝାଏ।
  • ଆଧ୍ୟାତ୍ମିକ ଭାବରେ, “ସୁନ୍ନତିକରଣ” ବାକ୍ୟାଂଶ ଈଶ୍ଵର ଯେଉଁମାନଙ୍କୁ ଯୀଶୁଙ୍କ ରକ୍ତ ଦ୍ୱାରା ପାପରୁ ଶୁଦ୍ଧ କରିଅଛନ୍ତି ଓ ଯେଉଁ ଲୋକମାନେ ତାହାଙ୍କର ଅଟନ୍ତି ସେହି ଲୋକମାନଙ୍କୁ ବୁଝାଏ।
  • “ଅସୁନ୍ନତ” ଶବ୍ଦ ଶାରୀରିକ ଭାବେ ଯେଉଁମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କୁ ବୁଝାଏ। ଯେଉଁମାନେ ଆତ୍ମିକ ଭାବରେ ସୁନ୍ନତ ହୋଇ ନାହାଁନ୍ତି, ଯେଉଁମାନେ ଈଶ୍ଵରଙ୍କ ସହିତ କୌଣସି ସମ୍ପର୍କରେ ନାହାଁନ୍ତି, ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ ମଧ୍ୟ ବୁଝାଏ।

“ଅସୁନ୍ନତ” ଏବଂ “ଅସୁନ୍ନତଯୁକ୍ତ” ଶବ୍ଦ ଏକ ପୁରୁଷକୁ ବୁଝାଏ ଯିଏ ଶାରୀରିକ ଭାବରେ ସୁନ୍ନତ ହୋଇନାହିଁ। ଏହି ଶବ୍ଦଗୁଡ଼ିକ ଆଳଙ୍କାରିକ ଭାବରେ ମଧ୍ୟ ବ୍ୟବହୃତ ହୁଏ।

  • ମିସର ଗୋଟିଏ ଦେଶ ଥିଲା ଯେଉଁଥିରେ ସୁନ୍ନତ ହେବା ଆବଶ୍ୟକ ଥିଲା। ତେଣୁ ଯେତେବେଳେ ଈଶ୍ଵର ମିସରର “ଅସୁନ୍ନତମାନଙ୍କ” ଦ୍ୱାରା ପରାଜୟ ହେବା ବିଷୟରେ କହନ୍ତି, ସେତେବେଳେ ସେ ସେହି ଲୋକମାନଙ୍କୁ ସୂଚାନ୍ତି ଯାହାକୁ ସୁନ୍ନତ ନହେବା ହେତୁ ମିସରୀୟମାନେ ଘୃଣା କରୁଥିଲେ।
  • ବାଇବେଲ  ଯେଉଁମାନଙ୍କର “ଅସୁନ୍ନତ ହୃଦୟ” କିମ୍ବା “ଯେଉଁମାନେ ହୃଦୟରେ ଅସୁନ୍ନତ” ସେମାନଙ୍କୁ ବୁଝାଏ। ସେହି ଲୋକମାନେ ଈଶ୍ଵରଙ୍କର ନୁହନ୍ତି ଓ ଏବଂ ତାହାଙ୍କର ଅବାଧ୍ୟ ଶକ୍ତଗ୍ରୀବ ଅଟନ୍ତି ବୋଲି କହିବାକୁ ଏହା ଆଳଙ୍କାରିକ ବ୍ୟବହାର ଅଟେ।
  • ଯଦି ସୁନ୍ନତ ପାଇଁ ଏକ ଶବ୍ଦ ବ୍ୟବହୃତ ହୁଏ କିମ୍ବା ସ୍ଥାନୀୟ ଭାଷାରେ ଜଣାଶୁଣା ଅଟେ, ତେବେ “ଅସୁନ୍ନତ” ଶବ୍ଦକୁ  “ଅସୁନ୍ନତ ନୁହେଁ” ବୋଲି ଅନୁବାଦ କରାଯାଇପାରେ।
  • “ଅସୁନ୍ନତ” ବାକ୍ୟାଂଶର ଅଭିବ୍ୟକ୍ତିକୁ “ଯେଉଁ ଲୋକମାନେ ସୁନ୍ନତ ନୁହନ୍ତି” କିମ୍ବା “ଯେଉଁ ଲୋକମାନେ ଈଶ୍ୱରଙ୍କର ମନୋନୀତ ନୁହନ୍ତି” ବୋଲି ପ୍ରସଙ୍ଗ ଉପରେ ନିର୍ଭର କରି ଅନୁବାଦ କରାଯାଇପାରେ।
  • ଏହି ବାକ୍ୟାଂଶର ଆଳଙ୍କାରିକ ଅର୍ଥରେ ଏହାକୁ “ଈଶ୍ଵରଙ୍କ ଲୋକମାନେ ନୁହନ୍ତି” କିମ୍ବା “ଯେଉଁମାନେ ଈଶ୍ଵରଙ୍କର ନୁହଁନ୍ତି ସେମାନଙ୍କ ପରି ବିଦ୍ରୋହୀ” କିମ୍ବା “ଯେଉଁମାନଙ୍କର ଈଶ୍ଵରଙ୍କ ବୋଲି କୌଣସି ଚିନ୍ନ ନାହିଁ " ବୋଲି ଅନୁବାଦ କରାଯାଇପାରେ ।
  • “ହୃଦୟରେ ଅସୁନ୍ନତ” ଅଭିବ୍ୟକ୍ତିକୁ "ଶକ୍ତଗ୍ରୀବ ବିଦ୍ରୋହୀ" କିମ୍ବା “ଅବାଧ୍ୟତାର ଶକ୍ତଗ୍ରୀବ” କିମ୍ବା “ବିଶ୍ୱାସ କରିବାକୁ ନାପସନ୍ଦ କରିବା” ବୋଲି ଅନୁବାଦ କରାଯାଇପାରେ । ଏହି ଅଭିବ୍ୟକ୍ତିକୁ ସମାନ ରଖିବା ଉତ୍ତମ କାରଣ ଆତ୍ମିକ ସୁନ୍ନତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯଦି ସ୍ଥାନୀୟ ଭାଷାର ସଂସ୍କୃତିରେ ପୁରୁଷମାନଙ୍କର ସୁନ୍ନତ କରାଯାଏ, ଏଠାରେ ସେମାନେ ବ୍ୟବହାର କରୁଥିବା ଶବ୍ଦ ବ୍ୟବହାର କରନ୍ତୁ।
  • ଏହି ଶବ୍ଦକୁ “ଚାରିପାଖ କାଟିବା” କିମ୍ବା “ବୃତ୍ତାକାର କରି କାଟିବା” କିମ୍ବା “ଲିଙ୍ଗାଗ୍ର ଆଚ୍ଛାଦନ କରିବା” ବୋଲି ଅନୁବାଦ କରାଯାଇପାରେ ।
  • ଯେଉଁ ସଂସ୍କୃତିରେ ସୁନ୍ନତ ଅଜ୍ଞାତ ଅଟେ, ଏହି ଶବ୍ଦକୁ ପାଦଟୀକା କିମ୍ବା ଶବ୍ଦାର୍ଥମାନଙ୍କର ତାଲିକାରେ ଉଲ୍ଲେଖ କରିବା ଉଚିତ ଅଟେ ।
  • ଏହି ଶବ୍ଦର ଅର୍ଥକୁ ବୁଝାଇବା ନିମନ୍ତେ ବ୍ୟବହୃତ ଶବ୍ଦ ଯେପରି ମହିଳାମାନଙ୍କୁ ନ ସୂଚାଏ ତାହା ନିଶ୍ଚିତ କରନ୍ତୁ। ଏହାକୁ ପୁରୁଷ ସମ୍ବନ୍ଧିତ ଶବ୍ଦ ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିବା ଉଚିତ ଅଟେ।

(ଅଜ୍ଞାତ ବିଷୟକୁ କିପରି ଅନୁବାଦ କରାଯାଏ: ଦେଖନ୍ତୁ)

(( ଅବ୍ରହାମ ,ନିୟମ: ଦେଖନ୍ତୁ))

ବାଇବେଲ  ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • 5:3 ”ତୁମ୍ଭେ ତୁମ୍ଭ ପରିବାରର ସମସ୍ତ ପୁତ୍ର ସନ୍ତାନର ସୁନ୍ନତ କରିବ । “
  • 5:5 ସେହି ଦିନ ଅବ୍ରହାମ ତାହାଙ୍କ ଗୃହର ସମସ୍ତ ପୁରୁଷମାନଙ୍କର ସୁନ୍ନତ କରାଇଲେ

ଶବ୍ଦବିନ୍ୟାସ:

  • Strong’s: H4135, H4139, H5243, H6188, H6189, H6190, G02030, G05640, G19860, G40590, G40610

ସେବା କରିବା, ସେବା

ପରିଭାଷା:

ବାଇବେଲରେ, “ସେବା” ଶବ୍ଦ ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଇ ଏବଂ ସେମାନଙ୍କର ଆତ୍ମିକ ଆବଶ୍ୟକତାକୁ ପୂରଣ କରି ସେବା କରିବାକୁ  ବୁଝାଏ I

  • ପୁରାତନ ନିୟମରେ, ଯାଜକମାନେ ଈଶ୍ୱରଙ୍କର ସେବା ମନ୍ଦିରରେ ତାହାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି କରୁଥିଲେ I
  • ସେମାନଙ୍କର “ସେବା” ମନ୍ଦିରର ଯତ୍ନନେବା ଏବଂ ଈଶ୍ୱରଙ୍କୁ ଲୋକଙ୍କ ନିମନ୍ତେ ପ୍ରାର୍ଥନା କରିବା ଅନ୍ତର୍ଭୁକ୍ତ ଥିଲା I
  • ଲୋକମାନଙ୍କ “ସେବା କରିବାର” ଅର୍ଥ  ସେମାନଙ୍କୁ ଈଶ୍ୱରଙ୍କର ବିଷୟରେ ଶିକ୍ଷା ଦେଇ ଆତ୍ମିକ ଭାବରେ ସେବା କରିବା ଅଟେ I
  • ଏହା ଲୋକଙ୍କର ଶାରୀରିକ ସେବାକୁ ମଧ୍ୟ ବୁଝାଏ ଯେପରିକି ରୋଗୀମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କ ନିମନ୍ତେ ଖାଦ୍ୟ ବନ୍ଦବସ୍ତ କରିବା I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଲୋକମାନଙ୍କର ସେବା କରିବା ପୃଷ୍ଠଭୂମିରେ, “ସେବା” ଶବ୍ଦକୁ “ସେବା କରିବା” କିମ୍ବା “ଯତ୍ନ ନେବା” କିମ୍ବା “ଅନ୍ୟମାନଙ୍କର ଆବଶ୍ୟକତା ପୂରଣ କରିବା” ବୋଲି ଅନୁବାଦ କରାଯାଇପାରେ I
  • ଯେତେବେଳେ ମନ୍ଦିରର ସେବାକୁ ଦର୍ଶାଏ, “ସେବା” ଶବ୍ଦକୁ “ମନ୍ଦିରରେ ଈଶ୍ୱରଙ୍କର ସେବା କରିବା” କିମ୍ବା “ଲୋକମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା” ବୋଲି ଅନୁବାଦ କରାଯାଇପାରେ I
  • ଈଶ୍ୱରଙ୍କର ସେବା କରିବା ପୃଷ୍ଠଭୂମିରେ ଏହାକୁ “ସେବା କରିବା” କିମ୍ବା “ଈଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ସେବା କରିବାକୁ” ବାକ୍ୟାଂଶକୁ “ଯତ୍ନ ନେବା” କିମ୍ବା “ପ୍ରବନ୍ଧ କରିବା” କିମ୍ବା “ସାହାଯ୍ୟ କରିବା” ବୋଲି ଅନୁବାଦ କରାଯାଇପାରେ I

ସେବାବଳିଦାନ: ଦେଖନ୍ତୁ)

ବାଇବେଲ ପଦପର୍ବ:


ସୈନ୍ୟାଧିପତି ଯିହୋବା, ସୈନ୍ୟାଧିପତି ଈମେଶ୍ୱର, ସ୍ୱର୍ଗର ସେନାଗଣ, ସ୍ୱର୍ଗମାନର ସେନାଗଣ, ସୈନ୍ୟାଧିପତି ପ୍ରଭୁ

ପରିଭାଷା:

“ସୈନ୍ୟାଧିପତି ଯିହୋବା” ଓ” ସୈନ୍ୟାଧିପତି ଈଶ୍ୱର” ଏହି ସବୁ ପଦବିମାନ ଯାହା ହଜାର ହଜାର ସ୍ୱର୍ଗଦୂତଙ୍କ ଉପରେ ଈଶ୍ଵରଙ୍କ ଅଧିକାରକୁ ଦର୍ଶାଏI

  • “ସେନା” ଓ “ସେନାଗଣ” ଶବ୍ଦ ଯାହା ଏକ ବଡ଼ ସଂଖ୍ୟାକୁ ଦର୍ଶାଏ, ଯେପରି ଏକ ଲୋକ ସମୂହର ସୈନ୍ୟବିଭାଗ, କିମ୍ବା ଅଗଣିତ ତାରାଗଣ ଅଟେ I ଏହା ଆତ୍ମା ମଧ୍ୟ ଦର୍ଶାଏ, ମନ୍ଦ ଆତ୍ମା ମଧ୍ୟ ହେଇପାରେ I ଏହାକୁ ପ୍ରସଙ୍ଗ ସ୍ପଷ୍ଟ ଭାବେ ବୁଝିହେବ I
  • ଏହା ସହିତ ଯେଉଁ ଶବ୍ଦ ସମାନ ଅର୍ଥ ହୁଏ ତାହା “ସ୍ୱର୍ଗର ସେନା ଗଣ“ ପରି ବାକ୍ୟାଂଶଗୁଡ଼ିକ ସମସ୍ତ ତାରା, ଗ୍ରହ ଏବଂ ଅନ୍ୟାନ୍ୟ ସ୍ୱର୍ଗୀୟ ଶରୀରକୁ ଦର୍ଶାଏI
  • ନୂତନ ନିୟମରେ, ବାକ୍ୟାଂଶ “ସୈନ୍ୟାଧିପତି ପ୍ରଭୁ” ବାକ୍ୟର ଅର୍ଥ “ସୈନ୍ୟାଧିପତି ଯିହୋବା” ଅଟେ କିନ୍ତୁ ସମାନ ଭାବରେ ଅନୁବାଦ ହୋଇପାରିବ ନାହିଁ ଯେହେତୁ ନୂତନ ନିୟମରେ ଏବ୍ରୀ ଶବ୍ଦ “ଯିହୋବା” ବ୍ୟବହୃତ ହୋଇ ନାହିଁ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ” ସୈନ୍ୟାଧିପତି ଯିହୋବା” ଶବ୍ଦକୁ “ଯିହୋବା ଯେ ସମସ୍ତ ଦୂତଗଣ ଉପରେ ଶାସନ କରନ୍ତି” କିମ୍ବା “ଯିହୋବା, ଦୂତ ଗଣର ସେନାର ଶାସକ” କିମ୍ବା“ଯିହୋବା, ସମସ୍ତ ସୃଷ୍ଟିର ଶାସକ“ ବୋଲି ଅନୁବାଦ କରାଯାଇପାରେ I
  • “ସେନାଗଣର “ବାକ୍ୟାଂଶକୁ “ସୈନ୍ୟାଧିପତି ଈଶ୍ୱର” ଓ “ସୈନ୍ୟାଧିପତି ପ୍ରଭୁ” କିମ୍ବା“ସୈନ୍ୟାଧିପତି ଯିହୋବା” ବୋଲି ଅନୁବାଦ କରାଯାଇପାରିବ I
  • କେତେକ ମଣ୍ଡଳୀ ଆକ୍ଷରିକ ଶବ୍ଦ “ଯିହୋବା” ଶବ୍ଦକୁ ଗ୍ରହଣ କରନ୍ତି ନାହିଁ ଓ ତାହା ବଦଳରେ ବଡ଼ ଶବ୍ଦ “ପ୍ରଭୁ” (LORD) ବ୍ୟବହାର କରନ୍ତି ଯେପରି ଅନେକ ବାଇବେଲର ପରମ୍ପରା ରହି ଆସିଛି I ଏହି ମଣ୍ଡଳୀମାନଙ୍କ ନିମନ୍ତେ, ପୁରାତନ “ସୈନ୍ୟାଧିପତି ଯିହୋବା” ବଦଳରେ “ସୈନ୍ୟାଧିପତି ପ୍ରଭୁ ହିଁ ବ୍ୟବହାର କରା ଯିବା ଉଚିତ୍ ଅଟେ I

(ଦୂତ, ଅଧିକାର, ଈଶ୍ୱର, ପ୍ରଭୁ, ଯିହୋବା ଈଶ୍ୱର, ଯିହୋବା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H0430, H3068, H6635, G29620, G45190

ସ୍ୱର୍ଗ_,ଆକାଶ,_ଆକାଶ ମଣ୍ଡଳ, ସ୍ୱର୍ଗୀୟ

ପରିଭାଷା:

ଯେଉଁ ଶବ୍ଦ “ସ୍ୱର୍ଗ” ନିମନ୍ତେ ବ୍ୟବହାର କରାଯାଇଅଛି ସାଧାରଣ ଭାବରେ ଯେଉଁଠାରେ ଈଶ୍ଵର ବାସ କରନ୍ତି ସେହି ସ୍ଥାନକୁ ଦର୍ଶାଏ I ସେହି ସମାନ ଶବ୍ଦ, ପ୍ରସଙ୍ଗ ଉପରେ ଆଧାର କରି  “ଆକାଶ” ବୋଲି ମଧ୍ୟ ବ୍ୟବହୃତ ହୋଇପାରିବ I

  • “ସ୍ୱର୍ଗ “ଶବ୍ଦର ଅର୍ଥ ଆମ୍ଭେମାନେ ଦେଖୁଥିବା ସମସ୍ତ ବିଷୟ, ସୂର୍ଯ୍ୟ, ଚନ୍ଦ୍ରମା ଓ ତାରାଗଣ ଯାହା ପୃଥିବୀ ଉପରେ ଅଛି ଦର୍ଶାଏ I ଏହା ମହା ଆକାଶରେ ଥିବା ବଡ଼ ବଡ଼ ବସ୍ତୁକୁ ମଧ୍ୟ ଦର୍ଶାଏ, ଯେପରି କି ଦୂରରେ ଥିବା ଗ୍ରହମଣ୍ଡଳ ଯାହା ଆମ୍ଭେମାନେ ସିଧାସଳଖ ପୃଥିବୀରୁ ଦେଖି ନ ପାରୁ I
  • “ଆକାଶ” ଶବ୍ଦ ପୃଥିବୀ ଉପରେ ଥିବା ନୀଳ ଶୂନ୍ୟତାକୁ ଦର୍ଶାଏ ଯେଉଁଠାରେ ବାଦଲ ଓ ବାୟୁ ରହେ ଯାହା ଆମର ଶ୍ୱାସ ଅଟେ I ଅନେକ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରମାକୁ ମଧ୍ୟ “ଉପର ଆକାଶରେ” ଅଛନ୍ତି ବୋଲି କୁହାଯାଏ I
  • ବାଇବେଲର କେତେକ ପ୍ରସଙ୍ଗରେ, “ସ୍ୱର୍ଗ” ଶବ୍ଦ ଆକାଶକୁ କିମ୍ବା ଯେଉଁଠାରେ ଈଶ୍ଵର ବାସ କରନ୍ତି ସେହି ସ୍ଥାନକୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ମାଥିଉଙ୍କ ପୁସ୍ତକରେ “ସ୍ୱର୍ଗରାଜ୍ୟ” ପାଇଁ “ସ୍ୱର୍ଗ” ଶବ୍ଦ ରଖିବା ଉତ୍ତମ ହେବ, କାରଣ ମାଥିଉଙ୍କ ସୁସମାଚାର ଭିନ୍ନ ଅଟେ I
  • ଦୁଇଟି ଶବ୍ଦ “ଆକାଶ ମଣ୍ଡଳ “କିମ୍ବା “ସ୍ୱର୍ଗୀୟ ବସ୍ତୁ“ ବାକ୍ୟାଂଶକୁ ସୂର୍ଯ୍ୟ” ଚନ୍ଦ୍ରମା ଓ ତାରାଗଣ “କିମ୍ବା “ଆକାଶରେ ଥିବା ସମସ୍ତ ତାରାଗଣ “ବୋଲି ଅନୁବାଦ କରାଯାଇପାରେ I
  • “ସ୍ୱର୍ଗର ତାରାଗଣ” ବାକ୍ୟାଂଶକୁ “ଆକାଶର ତାରାଗଣ” କିମ୍ବା “ଆକାଶର ତାରାଗଣ “କିମ୍ବା “ବ୍ରହ୍ମାଣ୍ଡର ତାରାଗଣ” ବୋଲି ଅନୁବାଦ କରାଯାଇପାରେ I

(ଈଶ୍ଵରଙ୍କ ରାଜ୍ୟ ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 4:2 ସେମାନେ ଏକ ବୃହତ ଦୁର୍ଗ ନିର୍ମାଣ କରି ସ୍ୱର୍ଗ ପହଞ୍ଚିବାକୁ ଚାହିଁଲେ I
  • 14::11 ସେ (ଈଶ୍ଵର) ତାହାଙ୍କୁ ସ୍ୱର୍ଗରୁ ରୁଟି ଦେଲେ, ଯାହାକୁ ମାନ୍ନା କୁହାଯାଏ I
  • 23:7 ଅଚାନକ, ଆକାଶ ମଣ୍ଡଳ ଈଶ୍ଵରଙ୍କ ସ୍ତୁତି କରୁ ଥିବା ଦୂତମାନଙ୍କ ଦ୍ୱାରା ପୂର୍ଣ୍ଣ ହେଲା, ଯେ “ସ୍ୱର୍ଗରେ ଈଶ୍ଵରଙ୍କ ମହିମା ଓ ପୃଥିବୀରେ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି“ କହୁଥିଲେ I
  • 29:9 ତା’ପରେ ଯୀଶୁ କହିଲେ, “ଯଦି ତୁମ୍ଭେ ନିଜ ଭାଇକୁ ହୃଦୟରେ କ୍ଷମା କର ନାହିଁ, ତେବେ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କ ପ୍ରତି ଏହିପରି କରିବେ।”
  • 37:9 ତା’ପରେ ଯୀଶୁ ସ୍ୱର୍ଗକୁ ଚାହିଁ କହିଲେ, “ପିତା, ମୋ କଥା ଶୁଣିଥିବାରୁ ଧନ୍ୟବାଦ।”
  • 42:11 ତା’ପରେ ଯୀଶୁ ସ୍ୱର୍ଗକୁ ନିତ ହେଲେ ଓ ବାଦଲ ତାହାଙ୍କୁ ସେମାନଙ୍କ ଚକ୍ଷୁରୁ ଲୁଚାଇଲା I

ଶବ୍ଦବିନ୍ୟାସ :

  • Strong’s: H1534, H6160, H6183, H7834, H8064, H8065, G09320, G20320, G33210, G37700, G37710, G37720

ସ୍ୱାମୀ,ପ୍ରଭୁ, ଗୁରୁ, ମହାଶୟ

ପରିଭାଷା:

“ସ୍ୱାମୀ” ଶବ୍ଦ ସେହି ବ୍ୟକ୍ତିକୁ ଦର୍ଶାଏ ଯେ ମାଲିକ ଅଟନ୍ତି ଓ ଅନ୍ୟ ଲୋକମାନଙ୍କର ଉପରେ ଯାହାର ଅଧିକାର ଅଛି I ବାଇବେଲରେ, ଏହି ଶବ୍ଦଟି ଈଶ୍ଵରଙ୍କ ସମେତ ବିଭିନ୍ନ ପ୍ରକାରର ଲୋକମାନଙ୍କୁ ସମ୍ବୋଧନ କରିବା ପାଇଁ ବ୍ୟବହୃତ ହୁଏ I

  • ଅନେକ ସମୟରେ ଏହି ଶବ୍ଦ କୁ “ଗୁରୁ” ବୋଲି ଅନୁବାଦ କରାଯାଏ ଯେତେବେଳେ ଯୀଶୁଙ୍କୁ ସମ୍ବୋଧିତ କରାଯାଏ କିମ୍ବା ତାହାକୁ ସମ୍ବୋଧନ କରାଯାଏ ଯାହାର କ୍ରିତଦାସ ଅଛନ୍ତି I
  • କେତେକ ଇଂରାଜୀ ଅନୁବାଦ ଏହାକୁ “ମହାଶୟ” ବୋଲି ଅନୁବାଦ କରନ୍ତି, ପ୍ରସଙ୍ଗ  ଅନୁସାରେ ଜଣେ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିକୁ ମାନସମ୍ମାନର ସହିତ ସମ୍ବୋଧିତ କରେ I ଯେତେବେଳେ “ସ୍ୱାମୀ” ଇଂରାଜୀ ଶବ୍ଦ ବଡ଼ ଅକ୍ଷରରେରେ ଲେଖାଯାଏ ଏହା ଈଶ୍ୱରଙ୍କୁ ବୁଝାଏ I

ମନେ ରଖନ୍ତୁ, ଯାହା ଭି ହେଉ, ଯେତେବେଳେ ଏହା କାହାକୁ ସମ୍ବୋଧିତ କରିବା ନିମନ୍ତେ ହୁଏ କିମ୍ବାବାକ୍ୟ ର ଆରମ୍ଭରେ ଆସେ ଏହା ବଡ଼ ଆକାରରେ ଲେଖାଯାଏ ଓ ଏହାର ଅର୍ଥ “ମହାଶୟ” କିମ୍ବା“ଗୁରୁ” ରୂପରେ ଏହାର ଅର୍ଥ ହୁଏ

ଯେତେବେଳେ "ପ୍ରଭୁ" ବଡ଼ ଅକ୍ଷରରେ ଲେଖାଯାଇ, ଏହା ଏକ ଆଖ୍ୟା ଯାହା ଈଶ୍ଵରଙ୍କୁ ସୂଚିତ କରେ I (ଧ୍ୟାନ ଦିଅନ୍ତୁ, ଯଦିଓ, ଯେତେବେଳେ ଏହା କାହାକୁ ଦର୍ଶାଇବାକୁ ବ୍ୟବହୃତ ହୁଏ କିମ୍ବା ଏହା ବାକ୍ୟର ପ୍ରାରମ୍ଭରେ ଉଲ୍ଲେଖ ହୁଏ, ସେତେବେଳେ ଏହା ବଡ଼ ହୋଇପାରେ ଏବଂ ଏହାର ଅର୍ଥ “ମହାଶୟ” କିମ୍ବା “ମାଲିକ” ହୋଇପାରେ)

  • ପୁରାତନ ନିୟମରେ, ଏହି ଶବ୍ଦର ଅଭିବ୍ୟକ୍ତି, ଏହି ପରି ବ୍ୟବହୃତ ହୁଏ ଯେପରି “ସର୍ବ ଶକ୍ତିମାନ ପ୍ରଭୁ ଈଶ୍ୱର “କିମ୍ବା“ସଦାପ୍ରଭୁ ପ୍ରଭୁ” କିମ୍ବା “ଆମ୍ଭର ଈଶ୍ୱର ଯିହୋବା” ହୁଏ I
  • ନୂତନ ନିୟମରେ, ପ୍ରେରିତ ଏହି ଶବ୍ଦର ଅଭିବ୍ୟକ୍ତି, ଏହି ପରି ବ୍ୟବହୃତ ହୁଏ ଯେପରି “ପ୍ରଭୁ ଯୀଶୁ” କିମ୍ବା “ପ୍ରଭୁ ଯୀଶୁ ଖ୍ରୀଷ୍ଟ“ ଯାହା ଏହା ଦେଖାଏ କି ଯୀଶୁ ଈଶ୍ୱର ଅଟନ୍ତି I
  • “ପ୍ରଭୁ” ଶବ୍ଦ ସିଧାସଳଖ ନୂତନ ନିୟମରେ ଗୋଟିଏ ଶବ୍ଦ ଈଶ୍ୱରଙ୍କ ନିମନ୍ତେ ହିଁ ବ୍ୟବହାର କରାଯାଇଅଛି I ଉଦାହରଣ ସ୍ୱରୂପ, ପୁରାତନ ନିୟମରେ “ଯେ ଯିହୋବାଙ୍କର ନାମରେ ଆସୁଛି ସେ ଧନ୍ୟ” ଓ ସେହି ବାକ୍ୟାଂଶ ନୂତନ ନିୟମରେ “ଯେ ପ୍ରଭୁଙ୍କର ନାମରେ ଆସୁଛି ସେ ଧନ୍ୟ” ବୋଲି ଉଲ୍ଲେଖ ଅଛି I
  • ULB ଓ USTରେ “ପ୍ରଭୁ” ଶବ୍ଦ କେବଳ ଏବ୍ରୀ ଓ ଗ୍ରୀକ୍ ଶବ୍ଦ ର ମୂଳ ଅର୍ଥ “ପ୍ରଭୁ” ଶବ୍ଦରୁ ଅନୁବାଦ ହୋଇଅଛି I ଏହା କେବେ ହେଁ ଈଶ୍ଵରଙ୍କ ନାମ (ଯିହୋବା) ର ଅନୁବାଦ ଭାବରେ ବ୍ୟବହୃତ ହୁଏ ନାହିଁ, ଯେପରି ଅନେକ ଅନୁବାଦରେ କରାଯାଇଥାଏ I
  • କେତେକ ଭାଷାରେ “ପ୍ରଭୁ” ଶବ୍ଦକୁ “ଗୁରୁ” କିମ୍ବା“ଶାସକ” ଭାବରେ ଅନୁବାଦ କରନ୍ତି କିମ୍ବା ଅନ୍ୟାନ୍ୟ ଶବ୍ଦ ଯାହା ମାଲିକ କିମ୍ବା ସର୍ବୋଚ୍ଚ ନିୟମକୁ ପ୍ରକାଶ କରେ I
  • ଉପଯୁକ୍ତ ପ୍ରସଙ୍ଗରେ, ଅନେକ ଅନୁବାଦରେ ଏହା ଈଶ୍ଵରଙ୍କ ବିଷୟରେ ଏକ ଆଖ୍ୟା ଅଟେ ବୋଲି ପାଠକମାନଙ୍କୁ ସ୍ପଷ୍ଟ କରିବାକୁ ଏହାର ପ୍ରଥମ ଅକ୍ଷର ବଡ଼ ଅକ୍ଷରରେ ଉଲ୍ଲେଖ କରାଯାଏ I
  • ନୂତନ ନିୟମରର ଅନେକ ସ୍ଥାନରେ ଯାହା ପୁରାତନ ନିୟମରର ଉଲ୍ଲେଖ ଅଛି, “ପ୍ରଭୁ ଈଶ୍ୱର” ଶବ୍ଦକୁ ସ୍ପଷ୍ଟ ରୂପରେ ଈଶ୍ୱରକୁ ସମ୍ବୋଧିତ କରିବା ନିମନ୍ତେ ବ୍ୟବହାର କରାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଏହି ଶବ୍ଦକୁ “ଗୁରୁ” ଶବ୍ଦ ସହିତ ସମାନ ଭାବେ ଅନୁବାଦ କରାଯାଏ ଯେତେବେଳେ ଏହା ଦାସମାନଙ୍କର ମାଲିକକୁ ସମ୍ବୋଧିତ କରେ I ଏହା ଦାସ ଦ୍ୱାରା ମଧ୍ୟ ତାହାଙ୍କର ମାଲିକକୁ ସମ୍ବୋଧିତ କରାଯାଏ I
  • ଯେତେବେଳେ ଏହା ଯୀଶୁଙ୍କୁ ସମ୍ବୋଧିତ କରେ, ଯଦି ପ୍ରସଙ୍ଗରେ ବକ୍ତା ତାହାକୁ ଏକ ଧର୍ମ ଗୁରୁ ପରି ଦେଖେ, ଏହାକୁ ଏକ ସମ୍ମାନୀୟ ସମ୍ବୋଧନ ରୂପରେ ଏକ ଧର୍ମ ଗୁରୁକୁ କୁହାଯାଏ, ଯେପରି “ଗୁରୁ” I
  • ଯଦି ଯୀଶୁଙ୍କୁ ସମ୍ବୋଧନ କରୁଥିବା ବ୍ୟକ୍ତି ତାଙ୍କୁ ଜାଣନ୍ତି ନାହିଁ, “ପ୍ରଭୁ” ଏକ ସମ୍ମାନଜନକ ସମ୍ବୋଧନ ସହିତ ଅନୁବାଦ କରାଯାଇପାରେ ଯେପରିକି “ମହାଶୟ” I ଏହି ଅନୁବାଦ ଅନ୍ୟାନ୍ୟ ପ୍ରସଙ୍ଗ ପାଇଁ ମଧ୍ୟ ବ୍ୟବହୃତ ହେବ ଯେଉଁଥିରେ ଜଣେ ପୁରୁଷଙ୍କୁ ଭଦ୍ରତାରେ ସମ୍ବୋଧନ କରାଯାଏ I
  • ଯେତେବେଳେ ପିତା ଈଶ୍ଵଶ୍ୱର କିମ୍ବା ଯୀଶୁଙ୍କୁ ସମ୍ବୋଧିତ କରାଯାଏ ଏହି ଶବ୍ଦ ଏକ ପଦବୀ ରୂପରେ ବ୍ୟବହାର କରାଯାଏ, “ପ୍ରଭୁ” ଶବ୍ଦ ଇଂରାଜୀରେ ବଡ଼ ଅକ୍ଷରରେ ଲେଖାଯାଏ I

(ଈଶ୍ୱର, ଯୀଶୁ, ଶାସକ, ସଦାପ୍ରଭୁ:ଦେଖନ୍ତୁ )

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 25:5 ଧର୍ମ ଶାସ୍ତ୍ରକୁ ଉଦ୍ଧୃତ କରି ଯୀଶୁ ଶୟତାନକୁ ଉତ୍ତର ଦେଲେ I ସେ କହିଲେ, “ଈଶ୍ୱରଙ୍କର ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ  ଆଜ୍ଞା କରି ଅଛନ୍ତି, “ତୁମ୍ଭେ ଆପଣା ପ୍ରଭୁ ଈଶ୍ୱରକୁ ପରୀକ୍ଷା କରିବ ନାହିଁ I
  • 25:7 ଯୀଶୁ ଉତ୍ତର ଦେଲେ, “ମୋଠାରୁ ଦୂର ହ ଶୟତାନ! , “ଈଶ୍ୱରଙ୍କର ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ  ଆଜ୍ଞା କରି ଅଛନ୍ତି, କେବଳ ତୁମ୍ଭର ପ୍ରଭୁ ଈଶ୍ୱରକୁ ପୂଜା କରିବ ଓ ତାହାଙ୍କର ଉପାସନା କରିବ“
  • 26:3 ଏହା ପ୍ରଭୁଙ୍କର ଅନୁଗ୍ରହର ବର୍ଷ ଅଟେ I
  • 27:2 ବ୍ୟବସ୍ଥାର ବିଜ୍ଞ ଉତ୍ତର ଦେଲା ଯେ ଈଶ୍ୱରଙ୍କର ବ୍ୟବସ୍ଥା କହେ, “କି ତୁମ୍ଭେ ଆପଣା ସମସ୍ତ ମନ, ସମସ୍ତ ପ୍ରାଣ ଓ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କରିବ I
  • 31:5 ତା’ପରେ ପିତର ଯୀଶୁଙ୍କୁ କହିଲା “ଗୁରୁ ଯଦି ଏହା ତୁମ୍ଭେ , ମୋତେ ତୁମ୍ଭ ପାଖକୁ ଆସିବା ନିମନ୍ତେ ଆଜ୍ଞା କରନ୍ତୁ“
  • 43:9”ଏହା ନିଶ୍ଚିନ୍ତ ରୂପରେ ଜାଣନ୍ତୁ କି ଈଶ୍ୱର ଯୀଶୁଙ୍କୁ ପ୍ରଭୁ ଓ ଖ୍ରୀଷ୍ଟ କରି ଅଛନ୍ତି I
  • 47:3 ଏହି ପ୍ରେତାତ୍ମା ଦ୍ୱାରା ସେ ଲୋକମାନଙ୍କର ଭବିଷ୍ୟ କହୁଥିଲା, ସେ ତାର ସ୍ୱାମୀ ନିମନ୍ତେ ଭବିଷ୍ୟ କଥା କହି ବହୁତ ଅର୍ଥ ଉପାର୍ଜନ କରିଥିଲା I
  • 47:11 ପାଉଲ ଉତ୍ତର ଦେଲେ, “ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କର, ତେବେ ତୁମ୍ଭେ ଓ ତୁମ୍ଭର ପରିବାର ଉଦ୍ଧାର ପାଇବ I”

ଶବ୍ଦବିନ୍ୟାସ :

  • Strong’s: H0113, H0136, H1167, H1376, H4756, H7980, H8323, G02030, G06340, G09620, G12030, G29620

ସ୍ୱୀକାର କରିବା, ସ୍ୱୀକାର

ପରିଭାଷା:

ସ୍ୱୀକାର କରିବା ଅର୍ଥ ସତ୍ୟକୁ ଗ୍ରହଣ କରିବା ଅଟେ । “ପାପକର୍ମର ସ୍ୱୀକାର” ଏକମନ୍ତବ୍ୟ କିମ୍ୱା ସ୍ୱୀକାରୋକ୍ତି ଅଟେ ଯାହା ସତ୍ୟ ।

  • “ସ୍ୱୀକାର” ଶବ୍ଦର ଅର୍ଥ ଈଶ୍ଵରଙ୍କ ବିଷୟରେ ସତ୍ୟକୁ ସାହସିକତା ସହ ପ୍ରକାଶ କରିବା ଅଟେ । ଆମ୍ଭେମାନେ ପାପୀ ଅଟୁ ବୋଲି ସ୍ୱୀକାର କରିବାକୁ ମଧ୍ୟ ଏହା ଦର୍ଶାଇପାରେ ।
  • ବାଇବେଲ କହେ ଯେ ଯଦି ଲୋକମାନେ ଈଶ୍ୱରଙ୍କ ନିକଟରେ ଆପଣା ଆପଣା ପାପ ସ୍ୱୀକାର କରିବେ, ଈଶ୍ଵର ସେମାନଙ୍କର ପାପସବୁ କ୍ଷମା କରିବେ ।
  • ଯେତେବେଳେ ବିଶ୍ୱାସୀମାନେ ପରସ୍ପରର ପାପ ସ୍ୱୀକାର କରନ୍ତି, ଏହା ଆତ୍ମିକ ଆରୋଗ୍ୟତାକୁ ଆଣେ ବୋଲି ପ୍ରେରିତ ଯାକୁବ ତାଙ୍କ ପତ୍ରରେ ଲେଖନ୍ତି ।
  • ଏପରି ଦିନ ଆସିବ ଯେଉଁଦିନ ପ୍ରତ୍ୟେକ ଜିହ୍ୱା ସ୍ୱୀକାର କରିବ କିମ୍ୱା ଘୋଷଣା କରିବ ଯେ ଯୀଶୁ ହିଁ ପ୍ରଭୁ ଅଟନ୍ତି ବୋଲି ପ୍ରେରିତ ପାଉଲ ଫିଲିପ୍ପୀୟ  ବିଶ୍ୱାସୀମାନଙ୍କୁ ଲେଖନ୍ତି ।
  • ଯୀଶୁଙ୍କୁ ପ୍ରଭୁ ଏବଂ ଈଶ୍ଵର ତାଙ୍କୁ ମୃତମାନଙ୍କ ମଧ୍ୟରୁ ଜୀବିତ କଲେ ବୋଲି ଯଦି ଲୋକମାନେ ବିଶ୍ୱାସ କରିବେ, ସେମାନେ ପରିତ୍ରାଣ ପାଇବେ ବୋଲି ପାଉଲ ଆହୁରି କହିଲେ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି, “ସ୍ୱୀକାର କରିବା” ଶବ୍ଦକୁ “ସତ୍ୟ ବୋଲି ଗ୍ରହଣ କରିବା” କିମ୍ୱା “ପରୀକ୍ଷା କରିବା” କିମ୍ବା  “ଘୋଷଣା କରିବା” କିମ୍ୱା “ପ୍ରାପ୍ତି ସ୍ୱୀକାର କରିବା” କିମ୍ବା  “ଦୃଢ଼ତା ସହ କହିବା” ବୋଲି ଅନୁବାଦ କରାଯାଇପାରେ ।”
  • “ସ୍ୱୀକାର” ଶବ୍ଦକୁ “ଘୋଷଣାନାମା” କିମ୍ୱା “ସାକ୍ଷ୍ୟ” କିମ୍ୱା “ଯାହା ବିଶ୍ୱାସ କରୁ ସେହି ବିଷୟରେ କହିବା” କିମ୍ବା “ପାପକୁ ସ୍ୱୀକାର କରିବା” ବୋଲି ଅନୁବାଦ କରାଯାଇପାରେ ।

( ବିଶ୍ୱାସ, ସାକ୍ଷ୍ୟ ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strong’s: H3034, H8426, G18430, G36700, G36710

ହାୟ

ପରିଭାଷା:

“ହାୟ” ଶବ୍ଦ ବଡ଼ ଦୁଃଖର ଅନୁଭବକୁ ଦର୍ଶାଏ I କେହି ଭୟାନକ ସମସ୍ୟାରେ ପଡ଼ିବ ବୋଲି ମଧ୍ୟ ଏହା ସତର୍କ କରାଏ I

  • “ତୁମ୍ଭ ପ୍ରତି ହାୟ” ଅଭିବ୍ୟକ୍ତି ଲୋକମାନଙ୍କ ନିମନ୍ତେ ଏକ ସାବଧାନର ବାର୍ତ୍ତା ଅଟେ ଯେ ସେମାନଙ୍କର ପାପ ହେତୁ ସେମାନେ ଯାତନା ମଧ୍ୟ ଦେଇ ଯିବେ I
  • ବାଇବେଲର ଅନେକ ସ୍ଥାନରେ, ଭୟାନକ ନ୍ୟାୟ ଦେଖାଇବା ନିମନ୍ତେ “ହାୟ” ଶବ୍ଦର ପୁନରାବୃତି କରାଯାଇଅଛି I
  • ଏକ ବ୍ୟକ୍ତି ଯେତେବେଳେ ଏହା କହେ “ମୋ ପାଇଁ ହାୟ” କିମ୍ବା  “ମୋ ନିମନ୍ତେ ହାୟ” ସେ ଅତି ଜାତନାରେ ଦୁଃଖର ଅନୁଭୁତିକୁ ବ୍ୟାଖ୍ୟା କରୁଅଛି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଆଧାର କରି, “ହାୟ“ ଶବ୍ଦକୁ “ବଡ଼ଦୁଃଖ” କିମ୍ବା  “ବିଶାଦ” କିମ୍ବା  “ବିପତି” କିମ୍ବା  “ଆକସ୍ମିକ ଦୁର୍ଭାଗ୍ୟ“ ବୋଲି ଅନୁବାଦ କରାଯାଇପାରେ I
  • “ହାୟ (ସହର ନିମନ୍ତେ)” ଶବ୍ଦକୁ “ସହର ପାଇଁ କେତେ ବିପତି ଆସିବ” କିମ୍ବା  “ସେହି ସହରର ଲୋକମାନେ ଭୟାନକ ରୂପରେ ଦଣ୍ଡିତ ହେବେ “କିମ୍ବା  “ସେହି ଲୋକମାନେ ଭୟାନକ ରୂପରେ ଯାତନା ପାଇବେ“ ବୋଲି ଅନୁବାଦ କରାଯାଇପାରେ I
  • “ମୋ ପାଇଁ ହାୟ” କିମ୍ବା  “ମୁଁ ନିଜେ ହାୟ” ଅଭିବ୍ୟକ୍ତିକୁ “ମୁଁ କେତେ ଦୁଖିତ ଅଟେ” କିମ୍ବା  “ମୁଁ ବାସ୍ତବରେ ଦୁଃଖିତ ଅଟେ” କିମ୍ବା  “ମୋ ପାଇଁ ଏହା ଅତି ବିପତି ପୂର୍ଣ୍ଣ ଅଟେ“ ବୋଲି ଅନୁବାଦ କରାଯାଇପାରେ I
  • “ତୁମ୍ଭ ନିମନ୍ତେ ହାୟ” ଅଭିବ୍ୟକ୍ତିକୁ “ତୁମ୍ଭେ ଭୟାନକ ରୂପରେ ଯାତନା ପାଇବ” କିମ୍ବା  “ତୁମ୍ଭେ ଅତି ବିପତିର ଅନୁଭବ କରିବ“ ବୋଲି ଅନୁବାଦ କରାଯାଇପାରେ I

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H188, H190, H337, H480, H1929, H1945, H1958, G3759

ହୃଦୟ

ପରିଭାଷା:

“ହୃଦୟ” ଶବ୍ଦ ଆଭ୍ୟନ୍ତରୀଣ ଶାରୀରିକ ଅଙ୍ଗକୁ ବୁଝାଏ ଯାହା ଲୋକ ଏବଂ ପଶୁମାନଙ୍କ ଶରୀରରେରେ ରକ୍ତ ସଞ୍ଚାଳନ କରିଥାଏ | ବାଇବେଲରେ, “ହୃଦୟ” ଶବ୍ଦ ଅନେକ ସମୟରେ ଗୋଟିଏ ବ୍ୟକ୍ତିର ଚିନ୍ତା, ଭାବନା, କାମନା ଏବଂ ଇଛା ଦର୍ଶାଇବା ନିମନ୍ତେ ରୂପକ ରୂପରେ ବ୍ୟବହୃତ ହୁଏ I

  • “କଠିନ ହୃଦୟ” ହେବା ଏହା ସାଧାରଣ ଅଭିବ୍ୟକ୍ତି ଅଟେ ଏହାର ଅର୍ଥ ଏକ ବ୍ୟକ୍ତି ଜିଦ୍‍ଖୋର ହୋଇ ଈଶ୍ୱରଙ୍କ ଆଜ୍ଞାକାରୀ ହେବାକୁ ମନା କରେ I
  • “ମୋର ସମସ୍ତ ହୃଦୟ ସହିତ” କିମ୍ବା “ମୋର ପୁରା ହୃଦୟରେ” ଅଭିବ୍ୟକ୍ତିର ଅର୍ଥ ହୃଦୟରେ କିଛି ବିଷାଦନ ରଖି ସମ୍ପୂର୍ଣ୍ଣ ସମର୍ପଣ ଏବଂ ଇଚ୍ଛା ସହିତ କାମ କରିବାକୁ ବୁଝାଏ I
  • “ହୃଦୟକୁ ନେବା” ଅଭିବ୍ୟକ୍ତିର ଅର୍ଥ କିଛି ବିଷୟକୁ ଗମ୍ଭିରତାରେ କରିବା ଏବଂ ନିଜ ଜୀବନରେ ଲାଗୁ କରିବା ଅଟେ I
  • “ଭଗ୍ନ ହୃଦୟ” ଏକ ଅତ୍ୟନ୍ତ ଦୁଃଖିତ ବ୍ୟକ୍ତିକୁ ଦର୍ଶାଏ I ସେହି ବ୍ୟକ୍ତି ଭାବନାତ୍ମକ ରୂପରେ ଆଘାତ ପାଇଅଛି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • କେତେକ ଭାଷା ଏହି ଧାରଣାକୁ ପ୍ରକାଶ କରିବାକୁ  ଶରୀରର ବିଭିନ ଅଂଶକୁ ଯେପରି “ଉଦର” କିମ୍ବା “କଲିଜା” ଶବ୍ଦକୁ ବ୍ୟବହାର କରେ I
  • କେତେକ ଭାଷାରେ ଏହି ଅଭିବ୍ୟକ୍ତି ନିମନ୍ତେ ଅନ୍ୟ କେତେକ ଶବ୍ଦ ବ୍ୟବହାର ହୁଏ  ଏବଂ ଅନ୍ୟ ଭାଷା ଅନ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରେ I
  • ଯଦି “ହୃଦୟ” କିମ୍ବା ଶରୀରର ବିଭିନ୍ନ ଅଂଶ ଏହି ଶବ୍ଦର ଅର୍ଥ ପ୍ରକାଶ ନକରେ ତେବେ କେତେକ ଭାଷା ଏହି ଶବ୍ଦକୁ ଆକ୍ଷରିକ ଭାବେ “ଚିନ୍ତା” କିମ୍ବା “ଭାବନା “କିମ୍ବା “ଇଛା” ଶବ୍ଦଗୁଡ଼ିକୁ ବ୍ୟବହାର କରି ଅନୁବାଦ କରିପାରିବେ I
  • ପ୍ରସଙ୍ଗ ଉପରେ ଆଧାର କରି , “ମୋର ସମସ୍ତ ହୃଦୟ ସହିତ “କିମ୍ବା “ମୋର ପୁରା ହୃଦୟରେ” ବାକ୍ୟାଂଶକୁ  “ମୋର ସମସ୍ତ ଶକ୍ତି ସହିତ” କିମ୍ବା “ସମ୍ପୂର୍ଣ୍ଣ ସମର୍ପଣ ସହିତ” କିମ୍ବା “ପୂର୍ଣ୍ଣ ରୂପରେ” କିମ୍ବା “ପୁରା ସମର୍ପଣ ସହିତ” ବୋଲି ଅନୁବାଦ କରାଯାଇପାରେ I
  • “ହୃଦୟକୁ ନେବା” ଅଭିବ୍ୟକ୍ତିକୁ “ଗମ୍ଭିରତାରେ ନେବା” କିମ୍ବା “ଯତ୍ନ ପୂର୍ବକ ଏହା ବିଷୟରେ ଚିନ୍ତା କରିବା” ବୋଲି ଅନୁବାଦ କରାଯାଇପାରେ I
  • “କଠିନ ହୃଦୟେ” ଅଭିବ୍ୟକ୍ତିକୁ “ଜିଦ୍‍ଖୋର ହୋଇ ବିରୋଧ କରିବା” କିମ୍ବା “ମାନିବାକୁ ମନା କରିବା” କିମ୍ବା “ନିରନ୍ତର ଈଶ୍ୱରଙ୍କ ଅନାଜ୍ଞାକାରୀ ହେବା” ବୋଲି ଅନୁବାଦ କରାଯାଇପାରେ I
  • “ଭଗ୍ନ ହୃଦୟ” ଶବ୍ଦକୁ “ଅତି ଦୁଖିତ” କିମ୍ବା “ଗଭୀର ରୂପରେ ଆଘାତ ପାଇବା” ବୋଲି ଅନୁବାଦ କରାଯାଇପରେ I

( କଠିନ ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong’s: H1079, H2436, H2504, H2910, H3519, H3629, H3820, H3821, H3823, H3824, H3825, H3826, H4578, H5315, H5640, H7130, H7307, H7356, H7907, G06740, G12820, G12710, G21330, G25880, G25890, G46410, G46980, G55900