Checking Manual
ଯାଞ୍ଚ କରିବାର ପରିଚୟ
ଯାଞ୍ଚ୍ ସହାୟକ ପୁସ୍ତିକା ସମ୍ଭନ୍ଧୀୟ ପରିଚୟ
This page answers the question: ଯାଞ୍ଚ୍ ସହାୟକ ପୁସ୍ତିକା କ’ଣ ଅଟେ ?
In order to understand this topic, it would be good to read:
ଅନୁବାଦ ଯାଞ୍ଚ୍ ସହାୟକ ପୁସ୍ତିକା
ନିର୍ଭୁଲତା, ସୁସ୍ପଷ୍ଟତା ଓ ସ୍ଵାଭାବିକତା ନିମନ୍ତେ ଅନୁବାଦ ହୋଇଥିବା ବାଇବେଲଭିତ୍ତିକ ବିଷୟବସ୍ତୁକୁ ଯାଞ୍ଚ୍ କରିବାରେ ଏହି ସହାୟକ ପୁସ୍ତିକା ବର୍ଣ୍ଣନା କରେ ।
ଏହି ସହାୟକ ପୁସ୍ତିକା ଅନୁବାଦକୁ ଯାଞ୍ଚ୍ କରିବାକୁ ଥିବା ନିର୍ଦ୍ଦେଶାବଳୀ ସହ ଆରମ୍ଭ ହୋଇଥାଏ, ଯେପରି ଅନୁବାଦକ ଦଳ ପରସ୍ପରର କାର୍ଯ୍ୟକୁ ଯାଞ୍ଚ୍ କରିବା ପାଇଁ ଏହାକୁ ବ୍ୟବହାର କରିବେ । ଯଦି ସେମାନେ ଏହି ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବେ, ତେବେ ସେମାନେ ପ୍ରଥମ ସ୍ତରକୁ ଯାଞ୍ଚ୍ କରିବା ସମ୍ପୂର୍ଣ୍ଣ କରିବେ । ପୁଣି ଅନୁବାଦର ସ୍ପଷ୍ଟତା ଓ ସ୍ଵାଭାବିକତା ନିମନ୍ତେ ଅନୁବାଦକ ଦଳ ଭାଷା ସମ୍ପ୍ରଦାୟ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିବାରେ ବ୍ୟବହାର କରିବା ପାଇଁ ଏବଂ ମଣ୍ଡଳୀର ନେତାଗଣ ଅନୁବାଦର ନିର୍ଭୁଲତା ପାଇଁ ଯାଞ୍ଚ୍ କରିବା ସମୟରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶାବଳୀଗୁଡିକ ସେଠାରେ ଅଛି । ଯଦି ସେମାନେ ଏହି ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବେ, ତେବେ ସେମାନେ ଦ୍ଵିତୀୟ ସ୍ତର ଯାଞ୍ଚ୍ ସମ୍ପୂର୍ଣ୍ଣ କରିବେ । ତୃତୀୟ ସ୍ତରରେ ଅନୁବାଦର ନିର୍ଭୁଲତା ନିମନ୍ତେ ଅନୁବାଦକୁ ଯାଞ୍ଚ୍ କରିବାରେ ଏହି ସହାୟକ ପୁସ୍ତିକାରେ ମଧ୍ୟ ମଣ୍ଡଳୀ ସମ୍ମିଳନୀର ନେତାମାନଙ୍କର ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ ରହିଅଛି ।
ଏହି ପୁସ୍ତିକାରେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ଅଛି, ଯେପରି ମଣ୍ଡଳୀ ମମ୍ମିଳନୀର ନେତାଗଣ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ । କାରଣ ମଣ୍ଡଳୀ ସମ୍ମିଳନୀର ଅନେକ ନେତା ଅନୁବାଦର ଭାଷାକୁ କହନ୍ତି ନାହି, ଏଣୁ ପୂର୍ବାପର ଅନୁବାଦକୁ ସୃଷ୍ଟି କରିବା ନିମନ୍ତେ ମଧ୍ୟ କେତେକ ନିର୍ଦ୍ଦେଶାବଳୀ ରହିଅଛି, ଯାହାକି ଉକ୍ତ ଭାଷା କହୁ ନଥିବା ଲୋକଙ୍କୁ ସେହି ଭାଷାରେ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ଅନୁମତି ଦେଇଥାଏ ।
Next we recommend you learn about:
ଅନୁବାଦ ଯାଞ୍ଚ୍ ସମ୍ଭନ୍ଧୀୟ ପରିଚୟ
This page answers the question: ଆମେ କାହିଁକି ଅନୁବାଦ ଯାଞ୍ଚ୍ କରୁ ?
In order to understand this topic, it would be good to read:
ଅନୁବାଦ ଯାଞ୍ଚ୍ କାର୍ଯ୍ୟ
ଉପକ୍ରମ
ଅନୁବାଦ ପ୍ରକ୍ରିୟାର ଅଂଶ ସ୍ଵରୂପେ, ଅନୁବାଦର ବାର୍ତ୍ତା ଯେପରି ସଠିକ୍ ଭାବରେ ଯୋଗାଯୋଗ କରୁଛି କିମ୍ବା ନୁହେଁ ତାହା ନିଶ୍ଚିତ କରିବା ପାଇଁ ଉକ୍ତ ଅନୁବାଦକୁ ଅନେକ ଲୋକ ଯାଞ୍ଚ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଥରେ ଜଣେ ପ୍ରାରମ୍ଭିକ ଅନୁବାଦକକୁ ନିଜ ଅନୁବାଦ ଯାଞ୍ଚ୍ କରିବାକୁ କୁହାଯିବା ବେଳେ ସେ ଏପରି କହିଲେ, “କିନ୍ତୁ ମୁଁ ମୋର ସ୍ଥାନୀୟ ଭାଷା ଠିକ୍ ଭାବରେ କହେ।” ଅନୁବାଦଟି ସେହି ଭାଷା ନିମନ୍ତେ ଅଟେ । “ଆଉ କଣ ଅଧିକ ଆବଶ୍ୟକତା ଅଛି ?” ସେ ଯାହା କହିଲେ ଠିକ୍ ଥିଲା, କିନ୍ତୁ ଆଉ ଦୁଇଟି ବିଷୟକୁ ମନେ ରଖିବାକୁ ପଡ଼ିବ ।
ପ୍ରଥମ ବିଷୟ ହେଉଛି ଯେ, ସେ ମୂଳ ଲେଖାକୁ ସଠିକ୍ ଭାବରେ ବୁଝିପାରି ନ ଥିବେ, ଏଣୁ ଉକ୍ତ ଶବ୍ଦଟି କ’ଣ କୁହାଯିବା ଉଚିତ୍, ତାହା ଜାଣିଥିବା ବ୍ୟକ୍ତି ଜଣକ ଅନୁବାଦକୁ ସଂଶୋଧନ କରିବାକୁ ସକ୍ଷମ ହୋଇପାରିଥା’ନ୍ତେ । ଏହା ହୋଇପାରେ କାରଣ ମୂଳ ଭାଷାରେ ଥିବା ବାକ୍ୟାଂଶ କିମ୍ବା ବାକ୍ୟାଂଶର ପ୍ରଣାଳୀକୁ ସଠିକ୍ ଭାବରେ ବୁଝିଲେ ନାହି । ଏହି କ୍ଷେତ୍ରରେ, ଆଉ ଜଣେ ବ୍ୟକ୍ତି ଯିଏ ମୂଳ ଭାଷାକୁ ଭଲ ଭାବରେ ବୁଝୁଥିବ, ସେହି ବ୍ୟକ୍ତି ଅନୁବାଦକୁ ସଂଶୋଧନ କରିପାରିବ ।
କିମ୍ବା ଏହା ହୋଇପାରେ ଯେ, କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ବାଇବଲ କ’ଣ ଯୋଗାଯୋଗ କରୁଛି ତାହି ବିଷୟରେ ସେ କିଛି ବୁଝିଲେ ନାହି । ଏହି କ୍ଷେତ୍ରରେ, ବାଇବେଲ ଶିକ୍ଷକ କିମ୍ବା ବାଇବେଲ ଅନୁବାଦ ଯାଞ୍ଚ୍ କାରୀ, ଯିଏକି ବାଇବେଲକୁ ଭଲ ଭାବରେ ଜାଣନ୍ତି, ସେପରି ବ୍ୟକ୍ତି ହିଁ ଅନୁବାଦକୁ ସଂଶୋଧନ କରିପାରିବ ।
ଅନ୍ୟ ବିଷୟ ହେଉଛି, ଯେ ମୂଳ ଲେଖା କଣ କହୁଛି ତାହା ଯଦିଓ ଅନୁବାଦକ ଭଲ ରୂପେ ଜାଣେ, ତଥାପି ସେ ଯେଭଳି ଭାବରେ ଅନୁବାଦ କରେ, ତାହା ଅନ୍ୟ ବ୍ୟକ୍ତିଙ୍କୁ ଭିନ୍ନ ଅର୍ଥ କରିପାରେ । ତାହା ହେଉଛି, ଅନ୍ୟ ବ୍ୟକ୍ତି ଜଣକ ଚିନ୍ତା କରିପାରନ୍ତି ଯେ, ଅନୁବାଦଟି ଅନୁବାଦକଙ୍କ ଅଭିପ୍ରେତଠାରୁ କିଛି ଭିନ୍ନ ବିଷୟ କହୁଅଛି, କିମ୍ବା ଅନୁବାଦଟିକୁ ଶୁଣିବା କିମ୍ବା ପାଠ କରିବା ବ୍ୟକ୍ତି ବୁଝିପାରିଲେ ନାହି ଯେ ଅନୁବାଦକ କଣ କହିବାକୁ ଚେଷ୍ଟା କରୁଛନ୍ତି ।ଏଥିପାଇଁ, ଜଣେ ଅନୁବାଦରୁ କଣ ବୁଝିଲେ ତାହାକୁ ସର୍ବଦା ଯାଞ୍ଚ୍ କରିବା ଅତି ଗୁରୁତ୍ଵପୂର୍ଣ୍ଣ ଅଟେ, ଯଦ୍ୱାରା ଆମେ ଏହାକୁ ଅଧିକ ନିର୍ଭୁଲ ଓ ଅଧିକ ସ୍ପଷ୍ଟ କରିପାରିବା ।
ଏହା ତିନୋଟି ସ୍ତର ସହ ଥିବା ପରିମାପକ ପଦ୍ଧତିରେ, ଯାଞ୍ଚ୍ ପ୍ରକ୍ରିୟା ପାଇଁ ଏକ ମାର୍ଗଦର୍ଶିକା ଅଟେ ।
ଏହି ଯାଞ୍ଚ୍ ପରିମାପକ ବାଡି ଅନୁବାଦର ନିର୍ଭୁଲତା ଓ ସ୍ପଷ୍ଟତାର ସତ୍ୟତାକୁ ପ୍ରତିପାଦିତ କରୁଥିବା ପରିସରକୁ ଦେଖାଇବାର ସାହାଯ୍ୟ କରିଥାଏ । ଏହି ଯାଞ୍ଚ୍ ସ୍ତରଗୁଡିକ unfoldingWord network ଦ୍ଵାରା ବିକଶିତ କରାଯାଇଅଛି (https://unfoldingword.org କୁ ଦେଖନ୍ତୁ), ସେହି ଦଳ ହିଁ ଯିଏକି ଅନେକ ସ୍ଵେଚ୍ଛାସେବୀମାନଙ୍କ ସାହାଯ୍ୟରେ Door43 କୁ ପରିଚାଳିତ କରନ୍ତି, ଏବଂ ସେମାନେ ବାଇବେଲ ଭିତ୍ତିକ ସମସ୍ତ ବିଷୟବସ୍ତୁର ଯାଞ୍ଚ୍ ସ୍ତରକୁ Door43 ଉପରେ ଇଙ୍ଗିତ କରିବା ପାଇଁ ବ୍ୟବହୃତ କରନ୍ତି ।
ଯାଞ୍ଚ୍ ସ୍ତରଗୁଡିକ
ତିନିଗୋଟି ଯାଞ୍ଚ୍ ସ୍ତରଗୁଡିକ ରହିଅଛି:
- ପ୍ରଥମ ସ୍ତର ଯାଞ୍ଚ୍ – ଅନୁବାଦ ଦଳ ଦ୍ଵାରା ଦୃଢୀକରଣ
- ଦ୍ଵିତୀୟ ସ୍ତର ଯାଞ୍ଚ୍ – ସଂପ୍ରଦାୟ/ସମାଜ ଦ୍ଵାରା ଦୃଢୀକରଣ
- ତୃତୀୟ ସ୍ତର ଯାଞ୍ଚ୍ – ମଣ୍ଡଳୀ ନେତୃତ୍ଵ ଦ୍ଵାରା ଦୃଢୀକରଣ
ଯେକୌଣସି ଅନୁବାଦ ପ୍ରଥମ ସ୍ତରରେ ଯଦି ଯାଞ୍ଚ୍ କରାଯାଇନାହି, ତେବେ ଏହାକୁ ଯାଞ୍ଚ୍ କରାଯାଇ ନାହି ବୋଲି ମନେ କରାଯିବ ଓ ଯାଞ୍ଚ୍ ରହିତ ତାଲିକାରେ ହସ୍ତାନ୍ତର କରାଯିବ ।
ଅନେକ ଯାଞ୍ଚ୍ ସ୍ତର ହେବାର ଉଦ୍ଦେଶ୍ୟ ହେଉଛି ଯେ, ମଣ୍ଡଳୀରେ ଅନୁବାଦିତ ସାମଗ୍ରୀକୁ ଶୀଘ୍ର ଉପଲବ୍ଧି କରାଇବା, ଆହୁରି ମଧ୍ୟ ବିଷୟବସ୍ତୁକୁ ଏକ ମୁକ୍ତ ବାତାବରଣରେ ଯାଞ୍ଚ୍ କରି ଏହାକୁ ସଠିକ୍ ବୋଲି ପ୍ରମାଣିତ କରିବା ଜାରି ରଖିବା ପାଇଁ ଅନୁମତି ଦେବା । ସବୁ ସମୟରେ, ଯେଉଁ ମାତ୍ରାରେ ନିର୍ଭୁଲତା ଯାଞ୍ଚ୍ କରାଯାଇଅଛି, ଏହାକୁ ସ୍ପଷ୍ଟ ରୂପେ ଇଙ୍ଗିତ କରାଯିବ । ଆମେ ବିଶ୍ଵାସ କରୁ ଯେ ଏହା ଦ୍ରୁତଗତିରେ ଯାଞ୍ଚ୍ ପ୍ରକ୍ରିୟା ହେବ, ଉଦାର ମଣ୍ଡଳୀ ଅଂଶଗ୍ରହଣ ଓ ମାଲିକାନା କୁ ଅନୁମତି ଦେବ ଏବଂ ଉତ୍ତମ ଅନୁବାଦଗୁଡିକୁ ଉତ୍ପନ କରିବ ।
କୃତିତ୍ଵର ସ୍ଵୀକୃତି: ଅନୁମତି ଦ୍ଵାରା ବ୍ୟବହୃତ ଉଦ୍ଧୃତାଂଶ, ©2013, SIL International, ଆମର ସ୍ଥାନୀୟ ସଂସ୍କୃତିକୁ ବାଣ୍ଟିବା, p. 69.
Next we recommend you learn about:
ଯାଞ୍ଚ୍ ସ୍ତରସମୂହ ସମ୍ଭନ୍ଧୀୟ ପରିଚୟ
This page answers the question: ଯାଞ୍ଚ୍ ସ୍ତରଗୁଡ଼ିକ କିପରି କାର୍ଯ୍ୟ କରେ ?
In order to understand this topic, it would be good to read:
ଯାଞ୍ଚ୍ ସ୍ତରଗୁଡିକ କିପରି କାର୍ଯ୍ୟ କରେ
ଯାଞ୍ଚ୍ ସ୍ତରଗୁଡିକ ସହ କାର୍ଯ୍ୟ କରିବା ସମୟରେ ମନେରଖିବା ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀଗୁଡିକ ଏଠାରେ ଦିଆଯାଉଛି:
- ଯାଞ୍ଚ୍ ସ୍ତର ଏକ ଓ ଉଚ୍ଚତର ସ୍ତରରେ ପହଞ୍ଚୀଥିବା ଅନୁବାଦଗୁଡିକ ହିଁ unfoldingWord website ଓ unfoldingWord mobile app ରେ ଉପଲବ୍ଧ କରାଯିବ ()
- ଯାଞ୍ଚ୍ ସ୍ତର ତିନିରେ ପହଞ୍ଚୀଥିବା ଅନୁବାଦଗୁଡିକ ହିଁ ମୂଳ ଲେଖାରୂପେ ଅନ୍ୟ ଅନୁବାଦ ନିମନ୍ତେ ଅନୁମୋଦିତ ହେବ।
- ଯେବେ ଯାଞ୍ଚ୍ ସ୍ତର ସଂପୂର୍ଣ୍ଣ ହୋଇ ଯାଇଅଛି ଓ door43 ରେ ଥିବା ଅନୁବାଦ ପାଇଁ ସମସ୍ତ ଉପଯୁକ୍ତ ସଂଶୋଧନ/ସଂପାଦନ କରାଯାଇଛି, ତେବେ ଯାଞ୍ଚ୍ କାରୀ ଯାଞ୍ଚ୍ ସବିଶେଷ ତଥ୍ୟ ସଂମ୍ବଳିତ unfoldingWord କୁ ସୂଚନା ଦେବ, ଯେଉଥିରେକି ଅନୁବାଦ ଯାଞ୍ଚ୍ କାରୀ ରୂପେ ଯେଉଁମାନେ ଯାଞ୍ଚ୍ କରିଥିବେ ଓ ସେମାନଙ୍କର ପଦବୀ ଓ ଯୋଗ୍ୟତାଗୁଡିକ ଅନ୍ତର୍ଭୁକ୍ତ ଥିବ । ତତ୍ପରେ door43 ରେ ଥିବା ପ୍ରତିଲିପି ଖଣ୍ଡ unfoldingword ସଂଗ୍ରହ କରିବ, ଏବଂ ଏହାର ସ୍ଥିର ବୈଦ୍ୟୁତିକ ପ୍ରତିଲିପି ଖଣ୍ଡକୁ unfoldingWord website ରେ ଡିଜିଟାଲ୍ ରୂପେ ପ୍ରକାଶନ କରାଯିବ ( କୁ ଦେଖନ୍ତୁ), ଏବଂ ଏହାକୁ nfoldingWord mobile app ରେ ମଧ୍ୟ ଉପଲବଧି କରାଯିବ । ମୁଦ୍ରଣ ନିମନ୍ତେ – ପ୍ରସ୍ତୁତ PDF ମଧ୍ୟ ଉପ୍ତାଦନ କରାଯିବ ଓ ଡାଉନଲୋଡ୍ ନିମନ୍ତେ ଉପଲବଧି କରାଯିବ । ଭବିଷ୍ୟତରେ ଯାଞ୍ଚ୍ ଓ ସମ୍ପାଦନ କରିବା ପାଇଁ ଅନୁମତି ଦେଇ door43 ରେ ଥିବା ଯାଞ୍ଚ୍ ସଂସ୍କରଣକୁ ପରିବର୍ତ୍ତନ କରିବା ପାଇଁ ସମ୍ଭବତାକୁ ଜାରି ରଖାଯିବା ।
- ମୁକ୍ତ ବାଇବଲ କାହାଣୀ * ଯୋଜନାଗୁଡିକ ନିମନ୍ତେ : ଇଂରାଜୀ ମୂଳ ଲେଖାର ସଂସ୍କରଣ ୩.୦ କିମ୍ବା ଉଚ୍ଚତର ସଂସ୍କରଣରୁ କରାଯାଇଥିବା ମୁକ୍ତ ବାଇବଲ କାହାଣୀ ଅନୁବାଦଗୁଡିକୁ ହିଁ ସ୍ତର ଏକ (କିମ୍ବା ଉଚ୍ଚତର ସ୍ତର) ରେ ଯାଞ୍ଚ୍ କରାଯିବା ନିମନ୍ତେ ଯୋଗ୍ୟ ଅଟନ୍ତି । ଯାଞ୍ଚ୍ ସ୍ତରଗୁଡିକ ସହ ଆଗକୁ ବଢିବା ପୂର୍ବରୁ ୩.୦ ପୁର୍ବରେ ଥିବା ସଂସ୍କରଣରୁ କରାଯାଇଥିବା ଅନୁବାଦଗୁଡିକର ଅପ୍ ଡେଟ୍ କରିବା ଆବଶ୍ୟକ (ଦେଖନ୍ତୁ ମୂଳ ଲେଖା ଓ ସଂସ୍କରଣ ସଂଖ୍ୟାଗୁଡିକୁ)
ଯାଞ୍ଚ୍ ସ୍ତରଗୁଡିକ
unfoldingWord ବିଷୟବସ୍ତୁର ଗୁଣାତ୍ମକ ପ୍ରତିଶୃତି ନିମନ୍ତେ ଥିବା ନୀତି, ଆହୁରି ମଧ୍ୟ ମୁକ୍ତ ବାଇବଲ କାହାଣୀଗୁଡିକ http://ufw.io/qa/. ରେ ସଂକ୍ଷେପରେ ଓ ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଛି ।
ଆମେ ବ୍ୟବହାର କରୁଥିବା ତିନି –ସ୍ତର ବିଶିଷ୍ଟ ଯାଞ୍ଚ୍ ପରିମାପକ ବାଡି unfoldingWord ରେ ନିର୍ଭରଶୀଳ ଅଟେ ଅନୁବାଦ ନିର୍ଦ୍ଧେଶାବଳୀ। ସମସ୍ତ ଅନୁବାଦିତ ବିଷୟବସ୍ତୁର ବିଶ୍ୱାସର ବକ୍ତବ୍ୟର ସିଦ୍ଧାନ୍ତ ଓ ଅନୁବାଦ ନିର୍ଦ୍ଧେଶାବଳୀର ପ୍ରକ୍ରିୟା ଓ ପଦ୍ଧତିଗୁଡିକ ସହ ତୁଳନା କରାଯାଇଛି । ମୂଳଦୁଆକୁ ସ୍ଥାପନ କରୁଥିବା ଏହି ଦଲିଲଗୁଡିକ ସହ unfoldingWord ଯୋଜନାରେ ଯାଞ୍ଚ୍ କରିବାର ତିନୋଟି ସ୍ତରକୁ ବ୍ୟବହାର କରାଯାଇଛି :
- ପ୍ରଥମ ସ୍ତର ଯାଞ୍ଚ୍ – ଅନୁବାଦ ଦଳ ଦ୍ଵାରା ଦୃଢୀକରଣ
- ଦ୍ଵିତୀୟ ସ୍ତର ଯାଞ୍ଚ୍ – ସଂପ୍ରଦାୟ/ସମାଜ ଦ୍ଵାରା ଦୃଢୀକରଣ
- ତୃତୀୟ ସ୍ତର ଯାଞ୍ଚ୍ – ମଣ୍ଡଳୀ ନେତୃତ୍ଵ ଦ୍ଵାରା ଦୃଢୀକରଣ
ଯାଞ୍ଚକାରୀମାନଙ୍କୁ ଯାଞ୍ଚ୍ କରିବା
ଏହି ଦଲିଲରେ ବର୍ଣ୍ଣିତ ପ୍ରକ୍ରିୟା ଓ ଯାଞ୍ଚ୍ କରିବାର ଢାଞ୍ଚା, ବିଷୟବସ୍ତୁକୁ ବ୍ୟବହାର କରୁଥିବା ମଣ୍ଡଳୀ ଦ୍ଵାରା ନିର୍ଦ୍ଧାରିତ ଅନୁସାରେ କ୍ରମାଗତ ଯାଞ୍ଚ୍ ପ୍ରକ୍ରିୟା ଓ ସଂଶୋଧନ ବିଷୟବସ୍ତୁ ଉପରେ ନିର୍ଭରଶୀଳ ଅଟେ । ବହିର ବିଷୟବସ୍ତୁକୁ ବହୁସଂଖ୍ୟାରେ ବ୍ୟବହାର କରୁଥିବା ଲୋକମାନଙ୍କଠାରୁ ସର୍ବାଧିକ ସଂଖ୍ୟାରେ କଂପୁଟରକୁ ତଥ୍ୟ ଯୋଗାଇବା ପାଇଁ ଏକ ଦୃଷ୍ଟିଭଙ୍ଗି ସହ ମତାମତାକୁ ପ୍ରୋସ୍ଛାହିତ କରାଯାଏ ( ଏବଂ ଅନୁବାଦର କଂପୁଟର କାର୍ଯ୍ୟକ୍ରମରେ ବ୍ୟବହୃତ ତଥ୍ୟରେ ପ୍ରସ୍ତୁତ କରାଯାଏ, ଯାହା ବ୍ୟବହାରଯୋଗ୍ୟ)। ବିଷୟବସ୍ତୁର ଅନୁବାଦଗୁଡିକୁ ଅନୁବାଦ ପ୍ଲାଟଫର୍ମରେ ଉପଲବ୍ଧି କରାଯାଇଛି ( ଦେଖନ୍ତୁ ), ଯାହାକି ବ୍ୟବହାରକାରୀମାନଙ୍କ ନିମନ୍ତେ ସହଯୋଗିତା ରୂପେ ବିଷୟବସ୍ତୁକୁ ତିଆରି କରି ସହଜ କରିବା ପାଇଁ ସମୟର ସହିତ ଗୁଣବତ୍ତାରେ ବଡି ବଡି ଯିବ।
Next we recommend you learn about:
ଯାଞ୍ଚ୍ କରିବାର ଉଦ୍ଦେଶ୍ୟ ବା ଲକ୍ଷ୍ୟ
This page answers the question: ଯାଞ୍ଚ୍ କରିବାର ଲକ୍ଷ୍ୟ କଣ ?
In order to understand this topic, it would be good to read:
କାହିଁକି ଯାଞ୍ଚ୍ କରିବା?
ଯାଞ୍ଚ୍ କରିବାର ଲକ୍ଷ୍ୟ ହେଉଛି ଯେ, ଅନୁବାଦଟିକୁ ଉତ୍ତମ ଭାବରେ ପ୍ରସ୍ତୁତ କରିବ ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବା, ଯେପରିକି ଏହା ନିର୍ଭୁଲତା, ସ୍ଵାଭାବିକ, ସ୍ପଷ୍ଟ ଓ ମଣ୍ଡଳୀ ଦ୍ଵାରା ଗ୍ରହଣଯୋଗ୍ୟ ହେବ। ଅନୁବାଦକ ଦଳ ମଧ୍ୟ ଏହି ଲକ୍ଷ୍ୟକୁ ହାସିଲ କରିବାକୁ ଚାହାଁନ୍ତି । ଏହା ସହଜ ବୋଧ ହୋଇପାରେ, କିନ୍ତୁ ଏହା କରିବା ବାସ୍ତବରେ କଷ୍ଟକର ଅଟେ, ଆଉ ଅନୁବାଦକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଲୋକ ଓ ଅନେକ ସଂଶୋଧନର ଆବଶ୍ୟକ ହୋଇଥାଏ । ଏହି କାରଣ ହେତୁ, ଯାଞ୍ଚ୍ କାରୀମାନେ ଅନୁବାଦଟିକୁ ନିର୍ଭୁଲ, ସ୍ଵାଭାବିକ, ସ୍ପଷ୍ଟ ଓ ମଣ୍ଡଳୀ ଦ୍ଵାରା ଗ୍ରହଣଯୋଗ୍ୟ କରି ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅଭିନୟ କରିଥାନ୍ତି।
ନିର୍ଭୁଲତା
ଯାଞ୍ଚ୍ କାରୀମାନେ ଯେଉଁମାନେକି ପାଳକ, ମଣ୍ଡଳୀର ନେତାଗଣ ଓ ମଣ୍ଡଳୀ ସମ୍ମିଳନୀର ନେତାଗଣ ଅଟନ୍ତି, ସେମାନେ ଅନୁବାଦଟିକୁ ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ମୂଳ ଭାଷା ସହିତ ତୁଳନା କରିବେ, ଯଦି ସମ୍ଭବ ହୁଏ, ତେବେ ବାଇବଲର ମୂଳ ଭାଷା ସହିତ ତୁଳନା କରି ଏହି କାର୍ଯ୍ୟ କରିବେ । (ନିର୍ଭୁଲ ଅନୁବାଦ ସମ୍ଵନ୍ଧୀୟ ଅଧିକ ସୂଚନା ନିମନ୍ତେ ଦେଖନ୍ତୁ ନିର୍ଭୁଲ ଅନୁବାଦକୁ ସୃଷ୍ଟି କରିବା।)
ସ୍ପଷ୍ଟତା
ଯାଞ୍ଚ୍ କାରୀମାନେ, ଯେଉଁମାନେକି ଭାଷା ସଂପ୍ରଦାୟର ସଭ୍ୟମାନେ, ସେମାନେ ଅନୁବାଦଟିକୁ ସୁସ୍ପଷ୍ଟ କରି ପ୍ରସ୍ତୁତ କରିବାରେ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ଶୁଣିବା ସମୟରେ ଯେଉଁଠାରେ ଅନୁବାଦଟି ଦ୍ଵନ୍ଦ ମନେ ହେଉଥିବ କିମ୍ବା ବୁଝି ହେଉ ନଥିବ, ସେହି ସ୍ଥାନମାନଙ୍କରେ ସେମାନେ ଚିହ୍ନଟ କରିବେ । ତା’ପରେ ଅନୁବାଦକ ଦଳ ସେହି ଶବ୍ଦଗୁଡିକୁ ସଠିକ୍ କରି ଲେଖିବେ, ଯଦ୍ୱାରା ସେଗୁଡ଼ିକ ସୁସ୍ପଷ୍ଟ ହେବ । (ସ୍ପଷ୍ଟ ଅନୁବାଦ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ ସୁସ୍ପଷ୍ଟ ଅନୁବାଦକୁ ସୃଷ୍ଟି କରିବା ପାଠକୁ ଦେଖନ୍ତୁ ।)
ସ୍ଵାଭାବିକ
ଯାଞ୍ଚ୍ କାରୀମାନେ ଯେଉଁମାନେକି ଭାଷା ସଂପ୍ରଦାୟର ସଭ୍ୟମାନେ ଅଟନ୍ତି, ସେମାନେ ଅନୁବାଦଟିକୁ ସ୍ଵାଭାବିକ ଭାବେ ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ଶୁଣିବା ସମୟରେ ଯେଉଁଠାରେକି ଅନୁବାଦର ଉଚ୍ଚାରଣ ଅଜଣା ଓ ସେମାନଙ୍କର ଭାଷାର ଉଚ୍ଚାରଣ ପରି ହେଉ ନାହିଁ, ତେବେ ସେଗୁଡିକୁ ଚିହ୍ନଟ କରନ୍ତୁ । ତା’ପରେ ଅନୁବାଦକ ଦଳ ସେଗୁଡିକୁ ସଠିକ୍ କରି ଲେଖିବେ, ଯଦ୍ୱାରା ସେଗୁଡିକ ସ୍ଵାଭାବିକ ଦେଖାଯିବ । (ସ୍ଵାଭାବିକ ଅନୁବାଦକ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ ଦେଖନ୍ତୁ ସ୍ଵାଭାବିକ ଅନୁବାଦକୁ ସୃଷ୍ଟି କରିବା।)
ମଣ୍ଡଳୀ ଦ୍ଵାରା ଅନୁମୋଦିତ
ଯାଞ୍ଚ୍ କାରୀମାନେ, ଯେଉଁମାନେକି ଭାଷା ସଂପ୍ରଦାୟର ଅଟନ୍ତି, ସେମାନେ ଅନୁବାଦକୁ ଉତ୍ତମ ରୁପେ ପ୍ରସ୍ତୁତ କରିବାରେ ଅନୁବାଦକ ଦଳକୁ ସାହାଯ୍ୟ କରିବେ, ଯେପରିକି ଏହା ଉକ୍ତ ସଂପ୍ରଦାୟରେ ଥିବା ମଣ୍ଡଳୀ ଦ୍ଵାରା ଅନୁମୋଦନ ଓ ଗ୍ରହଣଯୋଗ୍ୟ ହେବ। ସେମାନେ ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟରୁ ଆଗତ ଅନ୍ୟାନ୍ୟ ମଣ୍ଡଳୀର ସଭ୍ୟ ଓ ନେତାଗଣଙ୍କ ସହିତ ଏକତ୍ର ମିଳିତ ହୋଇ କାର୍ଯ୍ୟ କରି ଏହାକୁ ସମ୍ପୂର୍ଣ୍ଣ କରିବେ । ଯେବେ ଭାଷା ସଂପ୍ରଦାୟର ମଣ୍ଡଳୀଗୁଡିକ ପ୍ରତିନିଧିତ୍ଵ କରୁଥିବା ସଭ୍ୟ ଓ ନେତାଗଣ ଏକତ୍ର ମିଳିତ ହୋଇ କାର୍ଯ୍ୟ କରିବେ ଓ ଅନୁବାଦଟି ଉତ୍ତମ ଥିବା ବିଷୟ ପ୍ରତି ସମ୍ମତ ପ୍ରଦାନ କରିବେ, ତେବେ ଏହାକୁ ଉକ୍ତ ସଂପ୍ରଦାୟରେ ଥିବା ମଣ୍ଡଳୀଗୁଡିକ ଦ୍ଵାରା ଗୃହିତ ହୋଇ ବ୍ୟବହାର କରାଯିବ ।(ମଣ୍ଡଳୀ ଦ୍ଵାରା ଅନୁମୋଦିତ ହୋଇଥିବା ଅନୁବାଦ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ମଣ୍ଡଳୀ ଅନୁମୋଦିତ ଅନୁବାଦକୁ ସୃଷ୍ଟି କରିବା।)
Next we recommend you learn about:
ଯାଞ୍ଚ କରିବା ପ୍ରକାରଗୁଡିକ
ସ୍ଵୟଂ ଯାଞ୍ଚ୍
This page answers the question: ମୋ’ର ପ୍ରଥମ ଅନୁବାଦ ଚିଠାକୁ ମୁଁ କିପରି ଯାଞ୍ଚ୍ କରିବି ?
In order to understand this topic, it would be good to read:
ସ୍ଵୟଂ ଯାଞ୍ଚ୍ କାର୍ଯ୍ୟ କିପରି କରିବେ
ଯଦି ଆପଣ ଏକ ପ୍ରଥମ ଚିଠା ଅନୁବାଦ କରିବା ପାଇଁ ନିର୍ଦ୍ଧେଶାବଳୀକୁ ପାଳନ କରିଛନ୍ତି, ତେବେ ଆପଣ ମୂଳ ପାଠକୁ ଅଧ୍ୟୟନ କରି ଉଦ୍ଧୃତାଂଶର ପ୍ରଥମ ଅନୁବାଦ କରିଛନ୍ତି, ଏବଂ ତା’ପରେ ଆପଣ ମୂଳ ପାଠକୁ ନ ଦେଖି ଏହାକୁ ଲେଖିଛନ୍ତି । ଆପଣ ଏହିପରି ଭାବରେ ଉଦ୍ଧୃତାଂଶକୁ ଅନୁବାଦ କରିବା ପରେ, ମୂଳ ପାଠକୁ ପୁନର୍ବାର ଦେଖନ୍ତୁ ଓ ଏହାକୁ ଆପଣଙ୍କ ଅନୁବାଦ ସହ ତୁଳନା କରି ଏକ ସ୍ଵୟଂ ଯାଞ୍ଚ୍ କାର୍ଯ୍ୟକୁ କର । ସୁନିଶ୍ଚିତ କରନ୍ତୁ ଯେ ଏହା ମୂଳ ପାଠର ବାର୍ତ୍ତାର ସମସ୍ତ ଭାଗକୁ କହୁଛି ଓ ସେଥିରୁ କିଛି ବି ଛାଡ଼ି ନାହିଁ । ଯଦି ବାର୍ତ୍ତାର କିଛି ଅଂଶ ଛଡା ଯାଇଥାଏ, ତେବେ ଆପଣଙ୍କ ଅନୁବାଦରେ ତାହାକୁ ରଖନ୍ତୁ, ଯେଉଠାରେ କି ଆପଣଙ୍କ ଭାଷାରେ ସବୁଠାରୁ ଉପଯୁକ୍ତ ଭାବରେ ସ୍ଥାପିତ ହେବ ।
ଯଦି ଆପଣ ବାଇବେଲକୁ ଅନୁବାଦ କରନ୍ତି, ତେବେ ଆପଣଙ୍କ ଅନୁବାଦକୁ ସମାନ ବାଇବଲ ଉଦ୍ଧୃତାଂଶର ଅନ୍ୟ ଅନୁବାଦ ସହ ତୁଳନା କରନ୍ତୁ । ଯଦି ସେଗୁଡ଼ିକ ମଧ୍ୟରୁ ଭଲ ଶୈଳୀରେ କହିବା ଆପଣ ମାନେ କରୁଛନ୍ତି, ତେବେ ସେହି ଶୈଳୀରେ ଆପଣଙ୍କ ଅନୁବାଦକୁ ସଂଶୋଧନ କରନ୍ତୁ । ଯଦି ସେଗୁଡ଼ିକ ମଧ୍ୟରୁ ଗୋଟିଏ ଆପଣ ପୂର୍ବେ କରିଥିବା ତୁଳନାରେ କିଛି ଉତ୍ତମ ବୁଝିବାରେ ସାହାଯ୍ୟ କରୁଛି, ତେବେ ଆପଣଙ୍କ ଅନୁବାଦକୁ ବଦଳାନ୍ତୁ ଯଦ୍ୱାରା ଏହା ଅର୍ଥକୁ ଉତ୍ତମ ଶୈଳୀରେ ଯୋଗାଯୋଗ କରିବା ।
- ଏହି ସୋପାନଗୁଡ଼ିକ ପରେ, ଆପଣଙ୍କ ଅନୁବାଦକୁ ନିଜକୁ ନିଜେ ଉଚ୍ଚ ସ୍ଵର କରି ପାଠ କର । ଏପରି ଯେକୌଣସି ବିଷୟକୁ ଠିକ୍ କରନ୍ତୁ ଯାହା ସଠିକ୍ ଉଚ୍ଚାରଣ କରୁ ନଥିବା ମନେ ହେଉଛି ବା ଆପଣଙ୍କ ସମ୍ପ୍ରଦାୟରୁ ଏହା କହି ପାରନ୍ତି । ବେଳେ ବେଳେ ବାକ୍ୟର କେତେକ ଅଂଶକୁ ଭିନ୍ନ କ୍ରମରେ ରଖାଯିବା ଆବଶ୍ୟକ ।
Next we recommend you learn about:
ଅନୁସନ୍ଧାନକାରୀ ଯାଞ୍ଚ୍
This page answers the question: ମୋ’ର କାର୍ଯ୍ୟକୁ ଯାଞ୍ଚ୍ କରିବାରେ ଅନ୍ୟମାନେ ମୋତେ କିପରି ସାହାଯ୍ୟ କରିପାରିବେ ?
In order to understand this topic, it would be good to read:
କିପରି ଅନୁସନ୍ଧାନ ଯାଞ୍ଚ୍ କାର୍ଯ୍ୟକୁ କରିବେ
- ଆପଣଙ୍କର ଅନୁବାଦକୁ ଏହି ଉଦ୍ଧୃତାଂଶରେ କାର୍ଯ୍ୟ କରି ନ ଥିବା ଅନୁବାଦ ଦଳର ସଭ୍ୟକୁ ଦିଅନ୍ତୁ। ସେହି ବ୍ୟକ୍ତି ଜଣକ ଯେଉଁ ଯେଉଁ ସ୍ଥାନରେ ସଂଶୋଧନର ଆବଶ୍ୟକତା ଅଛି, ସେଗୁଡ଼ିକୁ ଲେଖି ରଖି ସ୍ଵୟଂ ଯାଞ୍ଚ୍ ର ସମସ୍ତ ସମାନ ସୋପାନଗୁଡ଼ିକ ମଧ୍ୟ ଦେଇ ଗଲେ କି ?
- ଏକତ୍ର ଅନୁବାଦକୁ ସମୀକ୍ଷା କରି ସେହି ସ୍ଥାନଗୁଡ଼ିକୁ ସଂଶୋଧନ କରି ସଠିକ୍ ଶବ୍ଦକୁ ସ୍ଥିର କରି ଲେଖନ୍ତୁ।
- ଏହି ବ୍ୟକ୍ତିଙ୍କ ନିକଟରେ ସଂଶୋଧିତ ଅନୁବାଦକୁ ଉଚ୍ଚ ସ୍ଵରରେ ପାଠ କର ଏବଂ ଶବ୍ଦଟି ଯେପରି ଭାବାର୍ଥ ହେବା କଥା, ଯଦି ସେପରି ନ ହୁଏ ତେବେ ଆପଣଙ୍କ ସମ୍ପ୍ରଦାୟର ଲୋକମାନେ କହିବା ଅନୁସାରେ ଶବ୍ଦକୁ ସଂଶୋଧନ କରି ସଠିକ୍ ଶବ୍ଦକୁ ସ୍ଥିର କରି ଲେଖନ୍ତୁ ।
Next we recommend you learn about:
ଅନୁବାଦ ଶବ୍ଦ ଯାଞ୍ଚ୍
This page answers the question: ମୋ’ର ଅନୁବାଦରେ ଥିବା ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ମୁଁ କିପରି ଯାଞ୍ଚ୍ କରିପାରିବି ?
In order to understand this topic, it would be good to read:
ଅନୁବାଦ ଶବ୍ଦ ଯାଞ୍ଚ୍ କିପରି କରିବେ
Next we recommend you learn about:
ନିର୍ଭୁଲ ଯାଞ୍ଚ୍
This page answers the question: ମୁଁ କିପରି ନିର୍ଭୁଲତାକୁ ଯାଞ୍ଚ୍ କରି ପାରିବି ?
In order to understand this topic, it would be good to read:
ନିର୍ଭୁଲତା ପାଇଁ ଅନୁବାଦକୁ ଯାଞ୍ଚ୍ କରିବା ।
ନୂତନ ଅନୁବାଦ ଯେ ନିର୍ଭୁଲ ଅଛି ଏହାକୁ ସୁନିଶ୍ଚିତ କରିବା ଏହି ଭାଗର ଉଦ୍ଦେଶ୍ୟ ଅଟେ ।ଅନ୍ୟ ଶଦ୍ଦରେ, ମୂଳ ଅନୁବାଦ ସହ ତୁଳନା କରିବା ସମୟରେ, ନୂତନ ଅନୁବାଦଟି କ’ଣ ସେହି ଭାବାର୍ଥର ଯୋଗାଯୋଗ କରୁଛି କି (ସମାନ ଶଦ୍ଦ କିମ୍ବା ସଠିକ୍ ପଦ୍ଧତିର ଢାଞ୍ଚା ସହ ହୋଇ ନ ପାରେ) ?
ପ୍ରଥମ ସ୍ତର
ପ୍ରଥମ ସ୍ତର ନିର୍ଭୁଲତାର ଯାଞ୍ଚ୍ କରୁଥିବା ବ୍ୟକ୍ତିମାନେ ଅନୁବାଦକ ଦଳର ସଭ୍ୟ ହୋଇପାରିବେ, କିନ୍ତୁ ସେମାନେ କହାଣୀଗୁଡ଼ିକ ଅନୁବାଦ କରୁଥିବା କିମ୍ବା ବାଇବଲ ଶସ୍ତ୍ରାଂଶଗୁଡିକୁ ଯାଞ୍ଚ୍ କରୁଥିବା ବ୍ୟକ୍ତିବିଶେଷ ହେବା ଅନୁଚିତ୍ । ସେମାନେ ମଧ୍ୟ ଅନୁବାଦକ ଦଳର ଅଂଶୀ ହୋଇନଥିବା ଏକ ନିର୍ଦ୍ଧିଷ୍ଟ ସମାଜର ସଭ୍ୟ ହୋଇପାରିବେ । ସେମାନେ ଅନୁବାଦ କରାଯାଉଥିବା ଭାଷାକୁ କହି ପାରୁଥିବା ଲୋକ, ସମାଜରେ ଆଦର ସମ୍ମାନ ପାଉଥିବା ଲୋକ, ଏବଂ ଯଥା ସମ୍ଭବ, ବହୁ ଭାଷାରେ ବାଇବେଲକୁ ଜାଣିବା ଲୋକ ହେବା ଉଚିତ୍ । ଅନୁବାଦଟି ମୂଳ କାହାଣୀ କିମ୍ବା ବାଇବେଲ ଶାସ୍ତ୍ରାଂଶର ଭାବାର୍ଥକୁ ନିର୍ଭୁଲ ଭାବରେ ଯୋଗାଯୋଗ କରୁଛି କିମ୍ବା ନୁହେ, ତାହାକୁ ସୁନିଶ୍ଚିତ କରିବା ଏହି ପର୍ଯ୍ୟାୟର ଉଦ୍ଦେଶ୍ୟ ଅଟେ । ଯାଞ୍ଚ୍ କାରୀମାନେ ଅନୁବାଦକମାନଙ୍କୁ ସେମାନଙ୍କର ନିଜ ଭାଷାରେ କାହାଣୀ କିମ୍ବା ବାଇବଲ ଶାସ୍ତ୍ରାଂଶର ଭାବାର୍ଥକୁ ଭଲ ଭାବରେ ଅନୁବାଦ କରିବା ବିଷୟକୁ ଚିନ୍ତା କରିବାରେ ସାହାଯ୍ୟ କରିବେ । ଗୋଟିଏ କାହାଣୀ କିମ୍ବା ବାଇବଲ ଶାସ୍ତ୍ରାଂଶକୁ ଜଣେ କିମ୍ବା ତହିରୁ ଉର୍ଦ୍ଧ ବ୍ୟକ୍ତି ଯାଞ୍ଚ୍ କରିପାରିବେ । ଗୋଟିଏ କାହାଣୀ କିମ୍ବା ଶାସ୍ତ୍ରାଂଶକୁ ଯାଞ୍ଚ୍ କରିବା ପାଇଁ ଜଣେରୁ ଉର୍ଦ୍ଧ ବ୍ୟକ୍ତି ସହାୟକ ହୋଇପାରିବ, କାରଣ ଅନେକ ସମୟରେ ଭିନ୍ନ ଭିନ୍ନ ଯାଞ୍ଚ୍ କାରୀମାନେ ଭିନ୍ନ ଭିନ୍ନ ବିଷୟକୁ ଚିହ୍ନଟ କରିଥାନ୍ତି ।
ଦ୍ଵିତୀୟ ଓ ତୃତୀୟ ସ୍ତର
ଦ୍ଵିତୀୟ ସ୍ତର କିମ୍ବା ତୃତୀୟ ସ୍ତର ସଠିକ ଯାଞ୍ଚ୍ କରୁଥିବା ବ୍ୟକ୍ତି ଅନୁବାଦ ଦଳର ସଭ୍ୟ ହେବା ଅନୁଚିତ୍ । ସେମାନେ ମଣ୍ଡଳୀର ନେତାଗଣ ହେବା ଉଚିତ, ଯେଉମାନେ କି ଅନୁବାଦର ଭାଷା କହୁଥିବେ ଓ ମୂଳ ଭାଷାରେ ବାଇବଲକୁ ଭଲ ଭାବରେ ଜାଣୁଥିବେ। ଏହା ସତ୍ୟ ଯେ ଭାଷା ସମାଜର ସଭ୍ୟମାନେ, ଯେଉମାନେକି ଭାଷା ସମାଜର ଯାଞ୍ଚ୍ ର, ସେମାନେ ଅନୁବାଦର ସ୍ଵାଭାବିକତା ଓ ସୁସ୍ପଷ୍ଟତାର ଯାଞ୍ଚ୍ କରିବା ସମୟରେ ମୂଳ ଅନୁବାଦକୁ ଦେଖିବା ଅନୁଚିତ୍ । କିନ୍ତୁ ନିର୍ଭୁଲତା ଯାଞ୍ଚ୍ କରିବା ପାଇଁ, ନିର୍ଭୁଲତା ପରୀକ୍ଷା କରୁଥିବା ଯାଞ୍ଚ୍ କାରୀ ମୂଳ ଲେଖାକୁ ଦେଖିବା ଆବଶ୍ୟକ, ଯଦ୍ୱାରା ସେମାନେ ନୂତନ ଅନୁବାଦ ସହ ଏହାକୁ ତୁଳନା କରି ପାରିବେ।
ସମସ୍ତ ସ୍ତରଗୁଡିକ
ଯାଞ୍ଚ୍ କରୁଥିବା ଲୋକମାନେ ନିମ୍ନ ସୋପାନଗୁଡିକ ପାଳନ କରିବା ଉଚିତ୍:
- ପ୍ରତ୍ୟେକ ଯାଞ୍ଚ୍ କାରୀ /ପରିକ୍ଷକମାନେ ନିଜେ ପଡିବା (କିମ୍ବା ରେକଡିଙ୍ଗକୁ ଶୁଣିବା) ଉଚିତ୍ ଏବଂ ବହୁଭାଷୀ ଯୋଗାଯୋଗରେ ଥିବା ବାଇବଲ ଶାସ୍ତ୍ରାଂଶ କିମ୍ବା କାହାଣୀ ସହ ତାହାକୁ ତୁଳନା କରିବା ଉଚିତ୍ । ପରିକ୍ଷକ ଜଣକ ବାଇବଲର ମୂଳ ଅନୁବାଦକୁ ଦେଖିବା ସମୟରେ ଅନୁବାଦକ ପରିକ୍ଷକଙ୍କ ନିକଟରେ ଅନୁବାଦକୁ ଉଚ୍ଚ ସ୍ଵରରେ ପଡିବା ଦ୍ଵାରା ଅନୁବାଦକକୁ ସହାୟକ ହୋଇ ପାରିବ । ଯାଞ୍ଚ୍ କାରୀ/ପରିକ୍ଷକ ଜଣକ ମୂଳ ଅନୁବାଦ ସହ ତୁଳନା କରି ଅନୁବାଦକୁ ପଡିବା (ବା ଶୁଣିବା )ସମୟରେ, କେତେକ ସାଧାରଣ ପ୍ରଶ୍ନଗୁଡିକୁ ସେ ମନେ ରଖିବା ଉଚିତ:
- ଉକ୍ତ ଅନୁବାଦଟି ମୂଳ ଅର୍ଥରେ କିଛି ଯୋଗ କରୁଛି କି ? (ମୂଳ ଅର୍ଥ ମଧ୍ୟ ସଂପୂର୍ଣ୍ଣ ସୂଚନାକୁ ଅନ୍ତର୍ଭୁକ୍ତ କରିଥାଏ ।)
- ଅନୁବାଦରେ କୌଣସି ଅର୍ଥ ବ୍ୟକ୍ତ କରୁଥିବା ଅଂଶକୁ ବାଦ ଦିଆଯାଇଛି କି ?
- ଅନୁବାଦଟି କୌଣସି ପ୍ରକାରେ ଭିନ୍ନ ଅର୍ଥ ବ୍ୟକ୍ତ କରୁଛି କି?
ଯାଞ୍ଚ୍ କାରୀ ଜଣକ ଯେଉଁ ଯେଉଁଠାରେ ସମସ୍ୟା କିମ୍ବା ଉନ୍ନତି ହେବାର ମନେ କରନ୍ତି, ସେଗୁଡିକୁ ଲେଖି ରଖିବା ଉଚିତ୍ । ପ୍ରତ୍ୟେକ ଯାଞ୍ଚ୍ କାରୀ ସେହି ଲେଖା/ଟିପ୍ପଣୀଗୁଡିକୁ ନେଇ ଅନୁବାଦ ଦଳ ସହ ଆଲୋଚନା କରିବେ ।
ଯାଞ୍ଚ୍ କାରୀମାନେ ବ୍ୟକ୍ତିଗତ ଭାବରେ ଗୋଟିଏ ବାଇବଲ କାହାଣୀକୁ କିମ୍ବା ଅଧ୍ୟାୟକୁ ପରିକ୍ଷା କରିବା ପରେ, ସେମାନେ ସମସ୍ତେ ଅନୁବାଦକ କିମ୍ବା ଅନୁବାଦକ ଦଳ ସହ ସାକ୍ଷାତ କରିବେ ଓ ଏକତ୍ର କାହାଣୀ କିମ୍ବା ବାଇବଲ ଶସ୍ତ୍ରାଂଶର ପୁନଃସମୀକ୍ଷା କରିବା ଉଚିତ୍ । ସେମାନେ ଗୋଟିଏ ସ୍ଥାନରେ ଏକତ୍ର ହେବା ବେଳେ ଯାଞ୍ଚ୍ କାରୀମାନେ ଯେଉଁ ସମସ୍ୟା କିମ୍ବା ପ୍ରଶ୍ନଗୁଡିକୁ ଅନୁଧ୍ୟାନ କରିଛନ୍ତି, ସେମାନେ ସେହି ପ୍ରଶ୍ନ କିମ୍ବା ଉନ୍ନତି ସାଧନ ପାଇଁ ଥିବା ପ୍ରସ୍ତାବ ବିଷୟରେ ପଚାରି ପାରିବେ । ଯାଞ୍ଚ୍ କାରୀମାନେ ଓ ଅନୁବାଦକ ଦଳ ଉକ୍ତ ପ୍ରଶ୍ନ ଓ ପ୍ରସ୍ତାବଗୁଡିକର ଆଲୋଚନା କରିବା ସମୟରେ, ସେମାନେ ଅନ୍ୟ ପ୍ରଶ୍ନଗୁଡିକର କିମ୍ବା କହିବାର ନୂତନ ମାଧ୍ୟମ ବିଷୟରେ ଚିନ୍ତା କରିପାରନ୍ତି । ଏହା ଭଲ ବିଷୟ ଅଟେ । ଯାଞ୍ଚ୍ କାରୀଗଣ ଓ ଅନୁବାଦକ ଦଳ ଏକତ୍ର କାର୍ଯ୍ୟ କରିବା ସମୟରେ, କାହାଣୀ କିମ୍ବା ବାଇବଲ ଶାସ୍ତ୍ରାଂଶର ଅର୍ଥକୁ ଯୋଗାଯୋଗ କରିବା ପାଇଁ ଉତ୍ତମ ମାଧ୍ୟମକୁ ଆବିଷ୍କାର କରିବାରେ ପରମେଶ୍ଵର ସେମାନଙ୍କୁ ସାହାଯ୍ୟ କରିବେ ।
ସେମାନେ କ’ଣ ସବୁ ପରିବର୍ତ୍ତନ କରିବାକୁ ଆବଶ୍ୟକ ମନେ କରୁଛନ୍ତି କି, ତହିଁ ବିଷୟରେ ଯାଞ୍ଚ୍ କାରୀଗଣ ଓ ଅନୁବାଦକ ଦଳ ନିଷ୍ପତି କରିବା ପରେ, ଅନୁବାଦକ ଦଳ ଅନୁବାଦକୁ ସଂଶୋଧନ କରିବେ ।
ଅନୁବାଦକ ଦଳ ଅନୁବାଦକୁ ସଂଶୋଧନ କରିବା ପରେ, ସେମାନେ ପରସ୍ପର ନିକଟରେ କିମ୍ବା ଭାଷା ସମାଜର ସଭ୍ୟମାନଙ୍କ ନିକଟରେ ଏହାକୁ ଉଚ୍ଚ ସ୍ଵରରେ ପାଠ କରି ଏହା ସେମାନଙ୍କର ଭାଷାରେ ସଠିକ୍ ଭାବ ବା ଧାରଣାସୂଚକ ଶବ୍ଦ ପ୍ରକାଶ କରୁଛି କିମ୍ବା ନୁହେଁ ତାହାକୁ ନିଶ୍ଚିତ କରିବା ଉଚିତ୍ ।
ଏ ପର୍ଯ୍ୟନ୍ତ ବୁଝିବାରେ କଷ୍ଟ ହେଉଥିବା କୌଣସି ବାଇବଲ ଶାସ୍ତ୍ରାଂଶଗୁଡିକ ଓ ଯେଉଁଠାରେକି ସେମାନେ ଅନ୍ୟ ବାଇବଲ ଯାଞ୍ଚ୍ କାରୀଗଣଙ୍କଠାରୁ ଅତିରିକ୍ତ ସାହାଯ୍ୟ ପାଇ ପାରନ୍ତି, ଏହିସବୁକୁ ଅନୁବାଦକ (କିମ୍ବା ଦଳ) ଲେଖି ରଖନ୍ତୁ । ଏହି ଟିପ୍ପଣିଗୁଡିକ ଦ୍ଵିତୀୟ ଓ ତୃତୀୟ ସ୍ତରରେ ଥିବା ମଣ୍ଡଳୀର ନେତା ଓ ଯାଞ୍ଚ୍ କାରୀଗଣଙ୍କ ଦ୍ଵାରା ବ୍ୟବହୃତ ହେବ, ଯଦ୍ଵାରା ସେମାନେ ଅନୁବାଦକମାନଙ୍କୁ ଏଥିର ଅର୍ଥକୁ ବୁଝିବାରେ ଓ ଏହାକୁ ଅଧିକ ସ୍ପଷ୍ଟ ରୂପେ ଯୋଗାଯୋଗ କରିବାରେ ସାହାଯ୍ୟ କରି ପାରିବେ ।
ଅତିରିକ୍ତ ପ୍ରଶ୍ନଗୁଡିକ
ଏହି ପ୍ରଶ୍ନଗୁଡିକ ମଧ୍ୟ ଅନୁବାଦରେ ଦେଖା ଦେବା ଯେକୌଣସି ତ୍ରୁଟିପୂର୍ଣ୍ଣ ଶବ୍ଦକୁ ଖୋଜିବାରେ ସହାୟକ ହୋଇପାରିବ ।
ମୂଳ ଭାଷାର ଅନୁବାଦରେ ଉଲ୍ଲେଖ ହୋଇଥିବା ସମସ୍ତ ବିଷୟ ନୂତନ (ସ୍ଥାନୀୟ) ଅନୁବାଦର ଧାରାରେ ଉଲ୍ଲେଖ ହୋଇଅଛି କି ?
ନୂତନ ଅନୁବାଦର ଭାବାର୍ଥ ମୂଳ ଅନୁବାଦର ବାର୍ତ୍ତାକୁ ପ୍ରକାଶ କରୁଛି କି ?(ପ୍ରତି ଶବ୍ଦ ଅନାବଶ୍ୟକ) (କୌଣସି କୌଣସି ସମୟରେ ଯଦି ଶବ୍ଦଗୁଡିକର ଶ୍ରେଣୀବଦ୍ଧତା କିମ୍ବା ଧାରଣାଗୁଡ଼ିକର ଶୃଙ୍ଖଳିତ ଅବସ୍ଥା ମୂଳ ଅନୁବାଦଠାରୁ ଭିନ୍ନ ଅଟେ, ଆଉ ତାହା ଉତ୍ତମ ଭାବାର୍ଥକୁ ପ୍ରକାଶ କରୁଛି, ତେବେ ତାହାକୁ ନିର୍ଭୁଲ ବୋଲି ଧରାଯିବ ।)
ମୂଳ ଭାଷାର ଅନୁବାଦରେ ଯେପରି ଉଲ୍ଲେଖ ହୋଇଛି, ଠିକ୍ ସେହିପରି ପ୍ରତ୍ୟେକ କାହାଣୀରେ ଥିବା ଲୋକମାନଙ୍କୁ ପରିଚିତ କରାଯାଇଛି କି ? (ମୂଳ ଭାଷା ସହ ତୁଳନା କରିବା ସମୟରେ ନୂତନ ଅନୁବାଦର ଘଟଣାଗୁଡିକୁ କିଏ କରିଥିଲା, ସେଗୁଡିକୁ ଦେଖିବାରେ ସହଜ ଥିଲା କି ?)
Next we recommend you learn about:
ଭାଷା ସମ୍ପ୍ରଦାୟ ଯାଞ୍ଚ୍
This page answers the question: ମୋ’ର ଅନୁବାଦ କାର୍ଯ୍ୟକୁ ଯାଞ୍ଚ କରିବାରେ ସମାଜ କିପରି ସାହାଯ୍ୟ କରିପାରିବେ ?
In order to understand this topic, it would be good to read:
ଭାଷା ସଂପ୍ରଦାୟ ଯାଞ୍ଚ୍
ଆପଣଙ୍କ ପରେ, ଅନୁବାଦ ଦଳ ପ୍ରଥମ ସ୍ତର ଅଧିନରେ ଥିବା ତାଲିକା ଅନୁଯାଇ ଯାଞ୍ଚ୍ କାର୍ଯ୍ୟ କରିଛିନ୍ତି, ଆଉ ଆପଣ ଉକ୍ତ ଅନୁବାଦକୁ ସଂପ୍ରଦାୟ ନିକଟକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି, ଯଦ୍ୱାରା ଆପଣ ଏଥିର ସମ୍ବାଦ ନିର୍ଦ୍ଧିଷ୍ଟ ଭାଷାରେ ଥିବା ଲୋକମାନଙ୍କୁ ସ୍ପଷ୍ଟ ଭାବରେ ଓ ସ୍ଵାଭାବିକ ରୂପେ ଯୋଗାଯୋଗ କରୁଛି କିମ୍ବା ନୁହେଁ ତାହା ଦେଖିବା ପାଇଁ ଯାଞ୍ଚ୍ କରିପାରନ୍ତି ।
ଏହି ଯାଞ୍ଚ୍ ନିମନ୍ତେ ଆପଣ ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟର ଲୋକମାନଙ୍କ ନିକଟରେ ଅନୁବାଦର ଏକ ଭାଗକୁ ପାଠ କରିବେ । ଆପଣ ଅନୁବାଦକୁ ପଢିବା ପୂର୍ବେ, ଲୋକମାନଙ୍କୁ କହନ୍ତୁ ଯେ, ଆପଣ ପଢିବା ସମୟରେ ସେମାନେ ପଠନ ବନ୍ଦ କରିବାକୁ କହିବେ, ଯଦି ସେମାନେ ଏପରି କିଛି ଶବ୍ଦ ଶୁଣିବେ ଯାହା ନିଜ ଭାଷାରେ ସ୍ଵାଭାବିକ ନୁହେଁ । (ସ୍ଵାଭାବିକତା ପାଇଁ ଅନୁବାଦକୁ କିପରି ଯାଞ୍ଚ୍ କରିବେ, ତହିର ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ସ୍ଵାଭାବିକ ଅନୁବାଦ ।)
ପ୍ରତ୍ୟେକ ମୁକ୍ତ ବାଇବେଲ କାହାଣୀ ନିମନ୍ତେ ଓ ବାଇବେଳର ପ୍ରତ୍ୟେକ ଅଧ୍ୟାୟ ନିମନ୍ତେ ପ୍ରଶ୍ନ ଉତ୍ତରଗୁଡିକର ଗୋଟିଏ ଗୁଚ୍ଛ ରହିଛି, ଆପଣ ଏହା ସ୍ପଷ୍ଟ ରୂପେ ଯୋଗାଯୋଗ କରୁଅଛି କିମ୍ବା ନୁହେଁ ତାହାକୁ ସୁନିଶ୍ଚିତ କରିବା ପାଇଁ ଅନୁବାଦକୁ ପରୀକ୍ଷା କରି ବ୍ୟବହାର କରିପାରନ୍ତି । (ପ୍ରଶ୍ନଗୁଡିକ ନିମନ୍ତେ ଦେଖାନ୍ତୁ http://ufw.io/tq/ ।)
ଏହି ପ୍ରଶ୍ନଗୁଡିକ ବ୍ୟବହାର କରିବା ପାଇଁ, ନିମ୍ନ ସୋପାନଗୁଡିକ ଅନୁସରଣ କରନ୍ତୁ :
ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟ ଜଣେ କିମ୍ବା ଏକରୁ ଅଧିକ ସଭ୍ୟସଭ୍ୟାମାନଙ୍କ ନିକଟରେ ଅନୁବାଦର ଉଦ୍ଧୃତାଂଶକୁ ପାଠ କରନ୍ତୁ ଯେଉଁମାନେକି ପ୍ରଶ୍ନଗୁଡିକର ଉତ୍ତର ଦେବେ । ଭାଷା ସଂପ୍ରଦାୟର ସଭ୍ୟମାନେ ଏପରି ଲୋକ ହୋଇଥିବେ ଯେଉଁମାନେକି ପୂର୍ବେ ଅନୁବାଦରେ ଜଡିତ ହୋଇ ନଥିବା ଆବଶ୍ୟକ। ଅନ୍ୟ ଶବ୍ଦରେ, ଯେଉଁ ପ୍ରଶ୍ନଗୁଡିକ ପଚରାଯିବ, ସେଗୁଡିକୁ ପୂର୍ବରେ ହିଁ ଅନୁବାଦରେ କାର୍ଯ୍ୟ କରିବାଠାରୁ କିମ୍ବା ବାଇବଲର ପୂର୍ବ ଜ୍ଞାନରୁ ପ୍ରାପ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ଅନୁଚିତ୍ । ଆମେ ଚାହୁଁ ଯେ ସେମାନେ କେବଳ କାହାଣୀ କିମ୍ବା ବାଇବେଲ ଶାସ୍ତ୍ରାଂଶର ଶ୍ରବଣରୁ ବା ପଠନରୁ ହିଁ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାରେ ସକ୍ଷମ ହୁଅନ୍ତୁ । ଏହିପରି ଭାବରେ ଆମେ ଜାଣିବା ଯେ ଅନୁବାଦଟି ସ୍ପଷ୍ଟ ଭାବରେ ଯୋଗାଯୋଗ କରୁଛି କି ନାହି । ଏହି ସମାନ କାରଣ ହେତୁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ, ସମ୍ପ୍ରଦାୟର ସଭ୍ୟମାନେ ପ୍ରଶ୍ନଗୁଡିକର ଉତ୍ତର ଦେବା ବେଳେ ସେମାନେ ବାଇବେଲକୁ ଦେଖିବେ ନାହିଁ ।
ଉକ୍ତ ସମ୍ପ୍ରଦାୟର ସଭ୍ୟମାନଙ୍କୁ ସେହି ଶାସ୍ତ୍ରାଂଶରୁ କେତେକ ପ୍ରଶ୍ନ ପଚାରନ୍ତୁ, ଥରକୁ ଗୋଟିଏ ପ୍ରଶ୍ନ । ଯଦି ସମ୍ପ୍ରଦାୟର ସଭ୍ୟମାନେ ଅନୁବାଦକୁ ଭଲ ଭାବେ ବୁଝିବା ଦେଖାଯାଉଛି, ତେବେ ପ୍ରତି କାହାଣୀ ବା ଅଧ୍ୟାୟ ନିମନ୍ତେ ସମସ୍ତ ପ୍ରଶ୍ନ ପଚାରିବା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ପ୍ରତି ପ୍ରଶ୍ନ ପରେ, ଭାଷା ସମ୍ପ୍ରଦାୟର ଜଣେ ସଭ୍ୟ ପ୍ରଶ୍ନର ଉତ୍ତର ଦେବ । ଯଦି ସେହି ବ୍ୟକ୍ତି ଜଣକ “ହଁ” ବା “ନାହି” ରେ ଉତ୍ତର ଦିଅନ୍ତି, ତେବେ ପ୍ରଶ୍ନ ପଚାରିବା ବ୍ୟକ୍ତି ଆଉ ଅତିରିକ୍ତ ପ୍ରଶ୍ନ ପଚାରିବ, ଯଦ୍ୱାରା ସେ ନିଶ୍ଚିତ ହୋଇପାରିବ ଯେ ଅନୁବାଦଟି ଭଲ ଭାବେ ଯୋଗାଯୋଗ କରୁଅଛି । ଅତିରିକ୍ତ ପ୍ରଶ୍ନ ଏପରି କିଛି ହୋଇପାରେ, ଯଥା “ଆପଣ ତାହା କିପରି ଜାଣ ?” ବା “ଆପଣଙ୍କୁ ଅନୁବାଦର କେଉଁ ଅଂଶ ତାହା କହୁଛି ?”
ସେହି ବ୍ୟକ୍ତିର ଉତ୍ତରଗୁଡ଼ିକୁ ଲେଖି ରଖ । ଯଦି ବ୍ୟକ୍ତିର ଉତ୍ତର ପ୍ରଶ୍ନ ନିମନ୍ତେ ଯୋଗାଇ ଦିଆଯାଇଥିବା ପ୍ରସ୍ତାବିତ ଉତ୍ତର ସହିତ ସମାନ ହେଉଛି, ତେବେ ସେହି କ୍ଷେତ୍ରରେ କାହାଣୀର ଅନୁବାଦଟି ସଠିକ୍ ତଥ୍ୟ ସହ ସ୍ପଷ୍ଟ ଭାବରେ ଯୋଗାଯୋଗ କରୁଅଛି । ଉତ୍ତରଟି ଠିକ୍ ପ୍ରସ୍ତାବିତ ଉତ୍ତର ଭଳି ହେଲେ ହିଁ ଯେ ସଠିକ୍ ଉତ୍ତର ହେବ, ତାହା ନୁହେଁ, ବରଂ ଏହା ସାଧାରଣତଃ ସମାନ ତଥ୍ୟ ଦେବା ଉଚିତ୍ । ବେଳେ ବେଳେ ପ୍ରସ୍ତାବିତ ଉତ୍ତର ଲମ୍ବା ଥାଏ । ଯଦି ବ୍ୟକ୍ତି ଜଣକ ପ୍ରସ୍ତାବିତ ଉତ୍ତରର କେବଳ ଗୋଟିଏ ଅଂଶର ହିଁ ଉତ୍ତର ଦିଅନ୍ତି, ତାହା ମଧ୍ୟ ଠିକ୍ ଉତ୍ତର ବୋଲି ଗଣାଯିବ ।
ଯଦି ଉତ୍ତରଟି ପ୍ରସ୍ତାବିତ ଉତ୍ତର ଅପେକ୍ଷା ଆଶା କରାଯାଉ ନଥିବା ବା ଅଧିକ ଭିନ୍ନ ଅଟେ, କିମ୍ବା ଯଦି ବ୍ୟକ୍ତିଟି ଉତ୍ତର ଦେଇପାରୁ ନାହାନ୍ତି, ତେବେ ଅନୁବାଦ ଦଳ ଅନୁବାଦର ସେହି ଅଂଶ ଯଥା ଯୋଗାଯୋଗ କରୁଥିବା ସେହି ତଥ୍ୟକୁ ପୁନର୍ବିଚାର କରି ବଦଳାଇବା ଆବଶ୍ୟକ, ଯଦ୍ୱାରା ସେହି ତଥ୍ୟ ଅଧିକ ସ୍ପଷ୍ଟ ଭାବରେ ଯୋଗାଯୋଗ କରିବ ।
ଅନୁବାଦ ଦଳ ଉକ୍ତ ଶାସ୍ତ୍ରାଂଶର ଅନୁବାଦକୁ ସଂଶୋଧନ କରିବା ପରେ, ଭାଷା ସମ୍ପ୍ରଦାୟର ଅନ୍ୟ ସଭ୍ୟମାନଙ୍କୁ ସେହି ସମାନ ପ୍ରଶ୍ନ ପଚାରନ୍ତୁ, ଯଥା, ପୂର୍ବେ ସେହି ଶାସ୍ତ୍ରାଂଶକୁ ଯାଞ୍ଚ୍ କରିବାରେ ଜଡ଼ିତ ନଥିବା ଭାଷାବାଦୀ ବ୍ୟକ୍ତିମାନଙ୍କୁ ପଚାରନ୍ତୁ । ଯଦି ସେମାନେ ସଠିକ୍ ଭାବରେ ପ୍ରଶ୍ନର ଉତ୍ତରଗୁଡ଼ିକୁ ଦେଉଛନ୍ତି, ତେବେ ବର୍ତ୍ତମାନ ନିଶ୍ଚିତ ଯେ ଅନୁବାଦଟି ଭଲ ଭାବେ ଯୋଗାଯୋଗ କରୁଅଛି ।
ଯେପର୍ଯ୍ୟନ୍ତ ଭାଷା ସମ୍ପ୍ରଦାୟର ସଭ୍ୟମାନେ ପ୍ରଶ୍ନଗୁଡିକର ଉତ୍ତର ଭଲ ଭାବେ ଦେଇ ପାରୁନାହାନ୍ତି, ସେପର୍ଯ୍ୟନ୍ତ ପ୍ରତ୍ୟକ କାହାଣୀ ବା ବାଇବଲ ଅଧ୍ୟାୟ ସହ ଏହି ପ୍ରକ୍ରିୟାକୁ ପୁନରାବୃତ୍ତି କରନ୍ତୁ, ଯଦ୍ୱାରା ଅନୁବାଦଟି ସ୍ପଷ୍ଟ ଭାବେ ସଠିକ୍ ତଥ୍ୟକୁ ଯୋଗାଯୋଗ କରିବା ଦେଖାଯିବ । ଅନୁବାଦଟି ଦ୍ଵିତୀୟ ସ୍ତର ମଣ୍ଡଳୀ ଯାଞ୍ଚ୍ ନିମନ୍ତେ ପ୍ରସ୍ତୁତ ଥିବା ବେଳେ ଅନୁବାଦକୁ ପୂର୍ବେ ଶୁଣି ନଥିବା ଭାଷା ସମ୍ପ୍ରଦାୟର ସଭ୍ୟମାନେ ସଠିକ୍ ଭାବରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବେ ।
ସମ୍ପ୍ରଦାୟ ମୂଲ୍ୟାଙ୍କନ ପୃଷ୍ଠାକୁ ଯାଇ ସେଠାରେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ (ଦେଖନ୍ତୁ ଭାଷା ସମ୍ପ୍ରଦାୟ ମୂଲ୍ୟାଙ୍କନ ପ୍ରଶ୍ନାବଳୀ)
Next we recommend you learn about:
ମଣ୍ଡଳୀ ନେତା ଯାଞ୍ଚ୍
This page answers the question: ଅନୁବାଦରେ ଉନ୍ନତି ଆଣିବାକୁ ମଣ୍ଡଳୀ ନେତାମାନେ କିପରି ସାହାଯ୍ୟ କରିପାରିବେ ?
In order to understand this topic, it would be good to read:
ଗୋଟିଏ ମଣ୍ଡଳୀ ନେତା ଯାଞ୍ଚ୍ କିପରି କରିବେ
ଅନୁବାଦର ସୁସ୍ପଷ୍ଟତା ନିମନ୍ତେ ଅନୁବାଦକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ଦ୍ଵାରା ଯାଞ୍ଚ୍ କରାଯିବା ପରେ, ଏହାର ନିର୍ଭୁଲତା ନିମନ୍ତେ ମଣ୍ଡଳୀ ନେତାମାନଙ୍କର ଗୋଟିଏ ଦଳ ଦ୍ଵାରା ଯାଞ୍ଚ୍ କରାଯିବ । ଏହି ଦଳ ଅନୁନ୍ୟ ତିନିଜଣ ମଣ୍ଡଳୀ ନେତାମାନଙ୍କର ସମିଷ୍ଟ ହେବା ଆବଶ୍ୟକ, ଯେଉଁମାନେକି ନିର୍ଦ୍ଧିଷ୍ଟ ଭାଷାର ସ୍ଥାନୀୟ ଭାଷାବାଦୀ ହୋଇଥିବେ, ଏବଂ ମୂଳ ଲେଖାରେ ଉପଲବ୍ଧ ଯେକୌଣସି ଭାଷାକୁ ସମ୍ପୂର୍ଣ୍ଣରୂପେ ଜାଣୁଥିବେ । ସେମାନେ ଅନୁବାଦକ ଦଳ ସହିତ ସିଧାସଳଖ ହେଉ, କିଅବା ଘନିଷ୍ଠ ଭାବରେ ଜଡିତ ହେବା ଉଚିତ୍ ନୁହେଁ । ସାଧାରଣତଃ ଏହି ସମୀକ୍ଷକଗଣ ପାଳକ ହୋଇଥିବେ । ଏହି ମଣ୍ଡଳୀର ନେତାମାନେ ଭାଷା ସଂପ୍ରଦାୟରେ ଥିବା ଭିନ୍ନ ଭିନ୍ନ ମଣ୍ଡଳୀ ସମ୍ମିଳନୀକୁ ପ୍ରତିନିଧିତ୍ଵ କରୁଥିବା ଉଚିତ୍। ଆମେ ସୁପାରିଶ କରୁ ଯେ, ତିନୋଟି ଭିନ୍ନ ଭିନ୍ନ ମଣ୍ଡଳୀ ସମ୍ମିଳନୀରୁ ମଣ୍ଡଳୀ ନେତାମାନକୁ ନେଇ ଦଳ ଗଠନ କରାଯାଉ, ଯଦି ସେହି ସଂପ୍ରଦାୟରେ ସେତିକି ସଂଖ୍ୟକ ମଣ୍ଡଳୀ ସମ୍ମିଳନୀ ଅଛି ।
ଏହି ସମୀକ୍ଷକଗଣ ନିମ୍ନରେ ପ୍ରଦତ୍ତ ସୋପାନଗୁଡ଼ିକର ଅନୁସରଣ କରିବେ:
- ସେମାନେ ଅନୁବାଦକୁ ସମୀକ୍ଷା କରିବା ସମୟରେ ଉକ୍ତ ଅନୁବାଦଟି ଉଭୟଙ୍କ ଚୁକ୍ତିରେ କରାଯାଇଛି କିମ୍ବା ନୁହେଁ ଏହାକୁ ନିଶ୍ଚିତ କରିବା ପାଇଁ ଅନୁବାଦର ନିର୍ଦ୍ଦେଶାବଳୀ କୁ ପାଠ କରନ୍ତୁ ।
- ଅନୁବାଦକଙ୍କ ଯୋଗ୍ୟତାସମୂହ ପାଠରେ ଅନୁବାଦକ ଓ ଅନୁବାଦକ ଦଳ ବିଷୟରେ ଉଲ୍ଲେଖ ହୋଇଥିବା ପ୍ରଶ୍ନଗୁଡିକର ଉତ୍ତର ଦିଅ ।
- ଉକ୍ତ ଅନୁବାଦଟି ଅଭିପ୍ରେତ ଶ୍ରୋତାମାନଙ୍କର ଗ୍ରହଣଯୋଗ୍ୟ ଶୈଳୀରେ ପ୍ରସ୍ତୁତ ହୋଇଛି କିମ୍ବା ନୁହେଁ ଏହା ଜାଣିବା ପାଇଁ ଗ୍ରହଣଯୋଗ୍ୟ ଶୈଳୀ ପାଠରେ ଥିବା ପ୍ରଶ୍ନଗୁଡିକ ପଚାରି ନିର୍ଣ୍ଣୟ କରନ୍ତୁ ।
- ଅନୁବାଦଟି ମୂଳ ଅନୁବାଦର ଅର୍ଥକୁ ସଠିକ୍ ଭାବରେ ଯୋଗାଯୋଗ କରୁଥିବା ବିଷୟକୁ ନିର୍ଭୁଲତା ଯାଞ୍ଚ୍ ପାଠରେ ଥିବା ପ୍ରଶ୍ନଗୁଡିକୁ ଅନୁସରଣ କରି ନିର୍ଣ୍ଣୟ କରନ୍ତୁ ।
- ନିର୍ଣ୍ଣୟ କରନ୍ତୁ ଯେ ସଂପୂର୍ଣ ଅନୁବାଦ ରେ ଥିବା ନିର୍ଦ୍ଦେଶାବଳୀ ଅନୁଯାଇ ଅନୁବାଦଟି ସଂପୂର୍ଣ୍ଣ ହୋଇଛି ।
- ଆପଣ ବାଇବଲର କେତେକ ଅଧ୍ୟାୟ କିମ୍ବା ଗୋଟିଏ ପୁସ୍ତକକୁ ସମୀକ୍ଷା କରିବା ପରେ, ଅନୁବାଦକ ଦଳ ସହିତ ସାକ୍ଷାତ କରି ପ୍ରତ୍ୟକ ସମସ୍ୟା ବିଷୟରେ ପ୍ରଶ୍ନ କରନ୍ତୁ । ଅନୁବାଦକ ଦଳ ସମାଧାନ କରିବା ପାଇଁ ଅନୁବାଦକୁ କିପରି ସଜାଇବେ, ତହିଁ ବିଷୟରେ ସେମାନଙ୍କ ସହିତ ଆଲୋଚନା କରନ୍ତୁ । ଅନୁବାଦକ ଦଳ ଅନୁବାଦକୁ ସଜାଡି, ଏହାକୁ ନିର୍ଦ୍ଧିଷ୍ଟ ସଂପ୍ରଦାୟ ସହିତ ପରୀକ୍ଷା କରିବା ପରେ, ପୁନର୍ବାର ପରବର୍ତ୍ତି ସମୟରେ ଅନୁବାଦକ ଦଳ ସହିତ ସାକ୍ଷାତ କରିବାକୁ ଯୋଜନା କରନ୍ତୁ ।
ଅନୁବାଦକ ଦଳ ସମସ୍ୟାଗୁଡ଼ିକୁ ସମାଧାନ କରିଥିବା ବିଷୟକୁ ଯାଞ୍ଚ କରି ନିର୍ଣ୍ଣୟ କରିବା ପାଇଁ ସେମାନଙ୍କ ସହିତ ପୁନର୍ବାର ସାକ୍ଷାତ କରନ୍ତୁ ।
ଅନୁବାଦ ସନ୍ତୋଷଜନକ ଅଟେ, ଏହାକୁ ଦୃଢ ଘୋଷଣା କରିବା । ସ୍ତର ୨ ଦୃଢ ଘୋଷଣା କୁ କରିବା ପାଇଁ ସ୍ତର ୨ ର ଦୃଢ ଘୋଷଣାର ପୃଷ୍ଠାକୁ ଦେଖନ୍ତୁ ।
Next we recommend you learn about:
ଅନନ୍ୟ ପ୍ରଣାଳିଗୁଡିକ
This page answers the question: ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ମୁଁ ଅନ୍ୟ କେଉଁ ପ୍ରଣାଳୀଗୁଡ଼ିକ ବ୍ୟବହାର କରିପାରିବି ?
In order to understand this topic, it would be good to read:
ଅନ୍ୟ ଯାଞ୍ଚ୍ ପ୍ରଣାଳୀଗୁଡ଼ିକ
ପ୍ରଶ୍ନଗୁଡ଼ିକ ପଚାରିବା ସଙ୍ଗେ ସଙ୍ଗେ, ଅନ୍ୟ ଯାଞ୍ଚ୍ ପ୍ରଣାଳୀଗୁଡ଼ିକ ମଧ୍ୟ ରହିଛି, ଯାହାକୁ ଆପଣ ଏହା ସୁନିଶ୍ଚିତ କରିବା ନିମନ୍ତେ ବ୍ୟବହାର କରିପାରିବେ ଯେ, ଅନୁବାଦଟି ପାଠ କରିବାକୁ ସହଜ ଓ ଶ୍ରୋତାମାନଙ୍କ ପାଇଁ ସ୍ଵାଭାବିକ ମନେ ହେଉଛି । ଏଠାରେ କେତେକ ପ୍ରଣାଳୀଗୁଡ଼ିକ ଦିଆଗଲା ଯାହାକୁ ଆପଣ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି:
ପୁନର୍ବାର କହିବା ପ୍ରଣାଳୀ: ଆପଣ, ଜଣେ ଅନୁବାଦକ ବା ପରିକ୍ଷକ, କେତେକ ପଦ ପାଠ କରିବା ପରେ ଅନ୍ୟ ଜଣକୁ ସେହି ଅଂଶକୁ ପୁନର୍ବାର କହିବାକୁ କହନ୍ତୁ । ଏହା ଅନୁବାଦର ସ୍ପଷ୍ଟତା ଓ ସ୍ଵାଭାବିକତାକୁ ଯାଞ୍ଚ୍ କରିବାରେ ସହାୟକ ହେବ ଏବଂ ସମାନ ବିଷୟକୁ ବିକଳ୍ପ (ଗୋଟିଏ ଛାଡ଼ି ଗୋଟିଏ କହିବା) ମାଧ୍ୟମକୁ ଯୋଗାଇବ ।
ପଠନ ପ୍ରଣାଳୀ: ଆପଣଙ୍କୁ ଛାଡ଼ି ଅନ୍ୟ କେହି ଜଣେ, ଅନୁବାଦକ ବା ପରିକ୍ଷକ, ଅନୁବାଦର କିଛି ଅଂଶକୁ ପାଠ କରିବ ଓ ଯେଉଁଠାରେ ଦ୍ଵିଧା ବା ତ୍ରୁଟି ଦେଖାଯାଉଛି, ସେହି ସମୟରେ ଆପଣ ସେଗୁଡ଼ିକୁ ଲେଖି ରଖିବା ଉଚିତ୍ । ଯଦ୍ୱାରା ଏହା ଅନୁବାଦକୁ ପଢିବାରେ ଓ ବୁଝିବାରେ କିପରି ସହଜ ବା କଷ୍ଟକର ହେଉଛି ତାହା ଜଣାଇବ। ପାଠକ ଅନୁବାଦକୁ ପଢିବା ବେଳେ କେଉଁ କେଉଁ ସ୍ଥାନରେ ଦ୍ଵିଧା ମନେ ଓ ତ୍ରୁଟି କଲେ, ସେହି ସ୍ଥାନକୁ ଦେଖନ୍ତୁ ଓ ଅନୁବାଦର କେଉଁ ଅଂଶ କଷ୍ଟକର ଥିଲା ତାହା ଅନୁଧ୍ୟାନ କରନ୍ତୁ । ଆପଣ ସେହି ମୁହୂର୍ତ୍ତରେ ଅନୁବାଦକୁ ସଂଶୋଧନ କରିପାରନ୍ତି, ଯଦ୍ୱାରା ଏହା ପଢିବା ଓ ବୁଝିବା ପାଇଁ ସରଳ ହେବ।
ବିକଳ୍ପ ଅନୁବାଦଗୁଡ଼ିକ ଯୋଗାଇବା: ଆପଣ କୌଣସି ଏକ ଶବ୍ଦ ଓ ବାକ୍ୟାଂଶକୁ ସଠିକ୍ ଭାବେ ପ୍ରକାଶ କରିବାରେ ନିଶ୍ଚିତ ନ ଥିବା କ୍ଷେତ୍ରରେ, ବିକଳ୍ପ ଅନୁବାଦ ପାଇଁ ଅନ୍ୟକୁ କହନ୍ତୁ କିମ୍ବା ଦୁଇଟି ବିକଳ୍ପ ଅନୁବାଦକୁ ଚୟନ କରିବାର ପ୍ରସ୍ତାବ ରଖନ୍ତୁ ଓ କେଉଁ ବିକଳ୍ପ ଅନୁବାଦଟି ଅଧିକ ସ୍ପଷ୍ଟ ବୋଲି ଲୋକମାନେ ଚିନ୍ତା କରୁଛନ୍ତି ତାହା ଦେଖୁନ୍ତୁ ।
ସମୀକ୍ଷାକାରୀଙ୍କ ନିବେଶ: ଆପଣ ଯାହାଙ୍କୁ ସମ୍ମାନ ଦିଅନ୍ତି, ସେମାନେ ଆପଣଙ୍କ ଅନୁବାଦକୁ ପାଠ କରନ୍ତୁ । ଆପଣ କେଉଁ କେଉଁ ସ୍ଥାନରେ ଉନ୍ନତି କରିବା ଆବଶ୍ୟକ, ତାହାକୁ ଲେଖି ଆପଣଙ୍କୁ କହିବା ପାଇଁ ସେମାନଙ୍କୁ କହନ୍ତୁ। ଉତ୍ତମ ଶବ୍ଦ ଚୟନ, ସ୍ଵାଭାବିକ ଭାବବ୍ୟକ୍ତ କରୁଥିବା ବାକ୍ୟାଂଶ, ଏବଂ ଏପରିକି ସଠିକ୍ ବନାନ ପ୍ରତି ଧ୍ୟାନ ଦିଅନ୍ତୁ।
ଆଲୋଚନା କରିବା ଦଳଗୁଡ଼ିକ: ଆପଣ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଲୋକମାନଙ୍କ ଦଳରେ ଅନୁବାଦକୁ ଉଚ୍ଚ ସ୍ଵରରେ ପଢିବେ ଏବଂ ଅନ୍ୟମାନେ ସ୍ପଷ୍ଟତା ପାଇଁ ପ୍ରଶ୍ନ ପଚାରିବେ । ସେମାନେ କଷ୍ଟକର ଶବ୍ଦଗୁଡ଼ିକୁ ସହଜଲଭ୍ୟ କରି ବିକଳ୍ପ ଶବ୍ଦ ଓ ଭାବବ୍ୟକ୍ତ ବାକ୍ୟାଂଶକୁ ବ୍ୟବହାର କରୁଥିବା ଶବ୍ଦ ପ୍ରତି ଧ୍ୟାନ ଦିଅନ୍ତୁ, ହୋଇପାରେ ଅନୁବାଦରେ ଥିବା ଶବ୍ଦ ଓ ବାକ୍ୟାଂଶ ଅପେକ୍ଷା ଏହି ବିକଳ୍ପ ଶବ୍ଦ ଓ ଭାବବ୍ୟକ୍ତ ବ୍ୟାକ୍ୟାଂଶଗୁଡ଼ିକ ଉତ୍ତମ ଅଟେ । ଯେଉଁ ଯେଉଁ ସ୍ଥାନରେ ଲୋକମାନେ ଅନୁବାଦକୁ ବୁଝିପାରୁ ନାହାନ୍ତି, ତହିଁ ପ୍ରତି ଧ୍ୟାନ ଦିଅନ୍ତୁ ଓ ସେଗୁଡ଼ିକୁ ଅଧିକ ସ୍ପଷ୍ଟ କରିବା ପାଇଁ କାର୍ଯ୍ୟ କରନ୍ତୁ ।
Next we recommend you learn about:
କ'ଣ ଯାଞ୍ଚ କରିବେ
ନିର୍ଭୁଲ ଅନୁବାଦ
This page answers the question: ଏହି ଅନୁବାଦ ନିର୍ଭୁଲ ଅଟେ କି ?
In order to understand this topic, it would be good to read:
ନିର୍ଭୁଲ ଅନୁବାଦ
ନୂତନ ଅନୁବାଦ ଯେ ନିର୍ଭୁଲ, ଏହାକୁ ନିଶ୍ଚିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁମାନେ ଅନୁବାଦକୁ ନିର୍ଭୁଲତାକୁ ଯାଞ୍ଚ୍ କରିବା ପାଇଁ ଚୟନ ହୋଇଅଛନ୍ତି, ସେମାନେ ଯେପରି ମୂଳ ଲେଖକ ଜଣକର ଅଭିପ୍ରାୟ ଓ ଯୋଗାଯୋଗ କରିବାର ଇଛାକୁ ଉକ୍ତ ଅନୁବାଦଟି ସମାନ ଅର୍ଥ ପ୍ରକାଶ କରୁଛି କିମ୍ବା ନୁହେଁ ତାହାକୁ ନିଶ୍ଚିତ କରିବାର ଉତ୍ତରଦାୟୀ ଅଟନ୍ତି ।
ଏହାକୁ କିପରି କରାଯିବ, ସେଥିର ନିର୍ଦ୍ଦେଶାବଳୀ, ନିର୍ଭୁଲତା ପରୀକ୍ଷା କରିବା ପାଠକୁ ଯାଅ, ଓ ମୂଳ ପ୍ରସଙ୍ଗ “ସମସ୍ତ ସ୍ତରଗୁଡିକ” ର ପାଠ ଅଧିନରେ ଥିବା ସୋପାନଗୁଡ଼ିକର ଅନୁଧ୍ୟାନ କରନ୍ତୁ ।
Next we recommend you learn about:
ସ୍ପଷ୍ଟ ଅନୁବାଦ
This page answers the question: ଅନୁବାଦଟି ଯଦି ସ୍ୱଷ୍ଟ, ତାହା ମୁଁ କିପରି କହି ପାରିବି ?
In order to understand this topic, it would be good to read:
ଏକ ସ୍ଵଷ୍ଟ ଅନୁବାଦ
ଅନୁବାଦ ହୋଇଥିବ ବାର୍ତ୍ତା ସ୍ପଷ୍ଟ ଅଛି କିମ୍ବା ନୁହେଁ, ତାହା ଦେଖିବା ପାଇଁ ଆପଣ ଅନୁବାଦକୁ ପାଠ କରିବା ସମୟରେ ନିଜକୁ ନିମ୍ନରେ ପ୍ରଦତ୍ତ ପ୍ରଶ୍ନଗୁଡିକ ପଚାରନ୍ତୁ । ଏହି ପରୀକ୍ଷା କରିବା ଭାଗରେ, ନୂତନ ଅନୁବାଦକୁ ମୂଳ ଭାଷାର ଅନୁବାଦ ସହିତ ତୁଳନା କରନ୍ତୁ ନାହିଁ । ଯଦି କୌଣସି ସ୍ଥାନରେ କିଛି ସମସ୍ୟା ଥାଏ, ତେବେ ଏହାକୁ ଲେଖି ରଖନ୍ତୁ, ଯଦ୍ୱାରା ଆପଣ ପରବର୍ତ୍ତୀ ସମୟରେ ଅନୁବାଦକ ଦଳ ସହିତ ସେହି ସମସ୍ୟାଗୁଡିକର ଆଲୋଚନା କରିପାରିବେ ।
- ଅନୁବାଦର ଶବ୍ଦ ଓ ବାକ୍ୟାଂଶଗୁଡିକ ବାର୍ତ୍ତାକୁ ବୁଝିବାଯୋଗ୍ୟ କରୁଛି କି ? (ଶବ୍ଦଗୁଡିକ ବୁଝିବାରେ ଦ୍ଵନ୍ଦ ଉତ୍ପନ୍ନ କରୁଛି କି କିମ୍ବା ଅନୁବାଦକ କ’ଣ କହିବାକୁ ଚାହୁଁଛି ତାହାକୁ ସ୍ପଷ୍ଟ ଭାବରେ ବୁଝିବାରେ ସାହାଯ୍ୟ କରୁଛି କି ?)
- ଅନୁବାଦର ଉଲ୍ଲେଖ ଶବ୍ଦ ଓ ଭାବ ପ୍ରକାଶକ ବାକ୍ୟାଂଶଗୁଡିକୁ ଆପଣଙ୍କ ସଂପ୍ରଦାୟର ଲୋକମାନେ ବ୍ୟବହାର କରୁଛନ୍ତି କି କିମ୍ବା ଅନୁବାଦକ କେତେକ ଶବ୍ଦଗୁଡିକୁ ଜାତୀୟ ଭାଷାରୁ ଧାର କରିଛନ୍ତି କି ? (ଆପଣଙ୍କର ଲୋକମାନେ ଆପଣଙ୍କ ଭାଷାରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ କହିବାକୁ ଚାହୁଥିବା ବେଳେ ଏହିପରି ଭାବରେ କଥାବାର୍ତ୍ତା କରନ୍ତି କି ?)
- ଆପଣ ଉକ୍ତ ଲେଖାଂଶକୁ ସହଜରେ ପାଠ କରିବା ସଙ୍ଗେ ସଙ୍ଗେ ଲେଖକ ଆଗକୁ କଣ କହିବାକୁ ଯାଉଛନ୍ତି, ତାହା ବୁଝିପାରୁଛନ୍ତି କି ? ( କ’ଣ ଅନୁବାଦକ କାହାଣୀ କହିବାର ସନ୍ତୋଷଜନକ ଶୈଳୀକୁ ବ୍ୟବହାର କରିଛନ୍ତି ? କ’ଣ ସେ ବୁଝି ହେଲା ପରି ବିଷୟ କହୁଛନ୍ତି କି ? ଯଦ୍ୱାରା ପୂର୍ବରୁ କେଉଁ ଶବ୍ଦ ଆସିଲା ଓ ପରେ କେଉଁ ଶବ୍ଦ ଆସିବ ତାହା ସହିତ ପ୍ରତିଟି ଭାଗ ସୁସଙ୍ଗତ ଭାବେ ସଂଯୁକ୍ତ ହୋଇପାରିବ ।)
ଅତିରିକ୍ତ ସାହାଯ୍ୟ:
- ଲେଖାଂଶଟି ସ୍ପଷ୍ଟ ଅଛି କିମ୍ବା ନୁହେଁ, ତାହାକୁ ଗୋଟିଏ ମାଧ୍ୟମରେ ନିର୍ଦ୍ଧାରଣ କରାଯିବ ଯେ, ଜଣେ କେତେକ ପଦ ଉଚ୍ଚ ସ୍ଵରରେ ପାଠ କରିବ ଓ ପ୍ରତ୍ୟକ ଭାଗ ପରେ କାହାଣୀକୁ ପୁନର୍ବାର କହିବା ପାଇଁ ଅନ୍ୟ ଜଣକୁ କହିବ । ଯଦି ଜଣେ ବ୍ୟକ୍ତି ଆପଣଙ୍କ ବାର୍ତ୍ତାକୁ ସହଜରେ ପୁନରାବୃତ୍ତି କରିପାରୁଛି, ତେବେ ଆପଣଙ୍କର ଲେଖାଟି ସ୍ପଷ୍ଟ ଅଛି ।
- ଯଦି କୌଣସି ସ୍ଥାନରେ ଅନୁବାଦଟି ସ୍ପଷ୍ଟ ନାହି, ତେବେ ତାହା ଲେଖି ରଖନ୍ତୁ, ଯଦ୍ୱାରା ଆପଣ ଏହା ଅନୁବାଦକ ଦଳ ସହିତ ଆଲୋଚନା କରିପାରିବେ ।
Next we recommend you learn about:
ସ୍ଵାଭାବିକ ଅନୁବାଦ ।
This page answers the question: ଏହି ଅନୁବାଦ କ’ଣ ସ୍ଵାଭାବିକ ଅଟେ କି ?
In order to understand this topic, it would be good to read:
ଏକ ସ୍ଵାଭାବିକ ଅନୁବାଦ
ବାଇବେଲ ଅନୁବାଦ କରିବା ପାଇଁ, ଯଦ୍ୱାରା ଏହା ସ୍ଵାଭାବିକ ଅର୍ଥ ରହିବ:
ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାର ସଭ୍ୟଙ୍କ ଦ୍ଵାରା ଲେଖାଯାଇଥିବା ଭଳି ଦେଖାଯିବା ଉଚିତ୍ - ବିଦେଶୀ ଦ୍ଵାରା ନୁହେଁ ।
ସ୍ଵାଭାବିକତା ନିମନ୍ତେ ଅନୁବାଦକୁ ଯାଞ୍ଚ୍ କରିବାକୁ, ଯେ ଏହାକୁ ମୂଳ ଭାଷା ସହିତ ତୁଳନା କରିବା ସହାୟକ ନୁହେଁ । ସ୍ଵାଭାବିକତା ନିମନ୍ତେ କରାଯିବା ଏହି ଯାଞ୍ଚ୍ ସମୟରେ, କୌଣସି ବ୍ୟକ୍ତି ମୁଳ ଭାଷାର ବାଇବେଲକୁ ଦେଖିବା ଅନୁଚିତ୍ । ଲୋକମାନେ ଅନ୍ୟ ଯାଞ୍ଚ୍ କରିବା ନିମନ୍ତେ ପୁନର୍ବାର ମୁଲଭାଷାର ବାଇବେଲକୁ ଦେଖିବେ ଯଥା, ନିର୍ଭୁଲତା ନିମନ୍ତେ ଯାଞ୍ଚ୍, କିନ୍ତୁ ଏହି ଯାଞ୍ଚ୍ ସମୟରେ ନୁହେଁ ।
ସ୍ଵାଭାବିକ ନିମନ୍ତେ ଅନୁବାଦକୁ ଯାଞ୍ଚ୍ କରିବାକୁ, ଆପଣ କିମ୍ୱା ଭାଷା ସଂପ୍ରଦାୟର ଅନ୍ୟ ସଭ୍ୟ ଏହାକୁ ଉଚ୍ଚ ସ୍ଵରରେ ପଢିବା ଆବଶ୍ୟକ । ଆପଣ ଏହାକୁ ନିର୍ଦ୍ଧିଷ୍ଟ ଭାଷା କହୁଥିବା ଲୋକ କିମ୍ୱା ଲୋକମାନଙ୍କର ଦଳ ନିକଟରେ ପାଠ କରିପାରିବେ । ଆପଣ ପଢିବା ଆରମ୍ଭ କରିବା ପୂର୍ବେ, ଏହାକୁ ଶୁଣିବା ନିମନ୍ତେ ଲୋକମାନଙ୍କୁ କୁହ ଯେ, ସେମାନେ ଆପଣଙ୍କୁ ପଢିବା ସମୟରେ ଅଟକାଇବେ ଯଦି ସେମାନେ ନିଜ ଭାଷା ସମ୍ପ୍ରଦାୟରୁ ସେପରି କହୁ ନଥିବା ଶବ୍ଦ ଶୁଣନ୍ତି । ଯେତେବେଳେ କେହି ଜଣେ ଆପଣଙ୍କୁ ରହିବାକୁ କହିବ, ତେବେ ଆପଣ ଏହି ସମାନ ବିଷୟକୁ ଆହୁରି ସ୍ଵାଭାବିକ ଭାବରେ କିଏ କହିବ ତହି ବିଷୟରେ ଏକତ୍ର ଆଲୋଚନା କରିପାରିବେ ।
ଆପଣଙ୍କ ଗାଁର ପରିସ୍ଥିତି ବିଷୟରେ ଚିନ୍ତା କରିବା ସହାୟକ ହେବ ଯେଉଁଠାରେକି ଲୋକେ ଏହି ପ୍ରକାର ସମାନ ଭାଷାରେ କଥାବାର୍ତ୍ତା କରନ୍ତି ଯାହା ଅନୁବାଦରେ ଦେଖିବାକୁ ମିଳେ । ଲୋକମାନଙ୍କୁ କଳ୍ପନା କର ଯେ ଆପଣ ସେହି ବିଷୟ କହିବା ଜାଣନ୍ତି, ଏବଂ ପରେ ଏହାକୁ ସେହି ପ୍ରକାରେ ଉଚ୍ଚ ସ୍ଵରରେ କୁହ । ଯଦି ଅନ୍ୟମାନେ ଏଥିରେ ଏକମତ ଯେ ଏହା କହିବା ପାଇଁ ଏକ ଉତ୍ତମ ଓ ସ୍ଵାଭାବିକ ମାଧ୍ୟମ ଅଟେ, ତେବେ ଅନୁବାଦରେ ଏହାକୁ ସେହି ପ୍ରକାରେ ଲେଖ।
Next we recommend you learn about:
ଗ୍ରହଣଯୋଗ୍ୟ ଶୈଳୀ
This page answers the question: ଅନୁବାଦ ଦଳ କ’ଣ ଏକ ବ୍ୟବହାରଯୋଗ୍ୟ ଶୈଳୀକୁ ବ୍ୟବହାର କଲେ କି ?
In order to understand this topic, it would be good to read:
ଏକ ଗ୍ରହଣଯୋଗ୍ୟ ଶୈଳୀରେ ଅନୁବାଦ
ଯେପରି ଆପଣ ନୂତନ ଅନୁବାଦକୁ ପାଠ କରନ୍ତି, ସେହି ସମୟରେ ନିଜକୁ ଏହି ପ୍ରଶ୍ନଗୁଡିକ ପଚାରନ୍ତୁ । ଏହି ପ୍ରଶ୍ନଗୁଡିକ ନିର୍ଦ୍ଧିଷ୍ଟ ଭାଷାର ସମ୍ପ୍ରଦାୟ ନିମନ୍ତେ ଅନୁବାଦ ଗହଣଯୋଗ୍ୟ ଶୈଳୀରେ ହୋଇଅଛି କି ନୁହେଁ, ଏହାକୁ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବ ।
- ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷା ସମ୍ପ୍ରଦାୟର ଉଭୟ ଯୁବା ଓ ବୃଦ୍ଧା ବୟସର ଲୋକମାନେ ସହଜରେ ବୁଝିବା ପରି ଭାଷାରେ କରାଯାଇଛି କି ?(ଯେତେବେଳେ ଜଣେ କହେ, ସେହି ସମୟରେ ସେମାନେ ଯୁବା କିଅବା ବୃଦ୍ଧା ଶ୍ରୋତାମାନଙ୍କ ପାଇଁ ସେମାନଙ୍କ ପସନ୍ଦୀୟ ଶବ୍ଦକୁ ପରିବର୍ତ୍ତନ କରିପାରିବେ । ଏହି ଅନୁବାଦ ଉଭୟ ଯୁବା ଓ ବୃଦ୍ଧା ବୟସର ଲୋକମାନଙ୍କୁ ଉତ୍ତମ ଭାବରେ ଯୋଗାଯୋଗ କରିବା ଭଳି ଶବ୍ଦଗୁଡିକୁ ବ୍ୟବହାର କରି କରାଯାଇଅଛି କି ?
- ଏହି ଅନୁବାଦର ଶୈଳୀ ଅଧିକ ନିୟମ ଅନୁଯାୟୀ କିଅବା ବିଧିଶୂନ୍ୟ ଅଟେ କି ?(କହିବାର ଶୈଳୀ କ’ଣ ସ୍ଥାନୀୟ ଲୋକମାନେ ପସନ୍ଦ କରୁଥିବା ଭଳି ଅଟେ କିଅବା ଏହା ଉଣା ଅଧିକ ନିୟମନୁସାରୀ ହେବା ଉଚିତ ?)
- କ’ଣ ଏହି ଅନୁବାଦଟି ଅଧିକ ଶବ୍ଦଗୁଡିକୁ ବ୍ୟବହାର କରୁଛି, ଯାହାକି ଅନ୍ୟ ଭାଷାରୁ ଧାର କରାଯାଇଅଛି, କିମ୍ବା ଏହି ଶବ୍ଦଗୁଡିକ ନିର୍ଦ୍ଧିଷ୍ଟ ଭାଷାର ଲୋକମାନଙ୍କ ପାଇ ଗ୍ରହଣଯୋଗ୍ୟ ଅଟେ ?
- ଲେଖକ ଜଣକ ବହୁଭାଷୀ ଲୋକମାନଙ୍କ ପାଇ ଗ୍ରହଣଯୋଗ୍ୟ ହେଉଥିବା ଭାଷାର ଉପଯୁକ୍ତ ଆକୃତିକୁ ବ୍ୟବହାର କରିଛନ୍ତି କି ? ଲେଖକ ଜଣକ ଆପଣଙ୍କ ଅଞ୍ଚଳରେ ପ୍ରଚଳିତ ଭାଷା ସହ ସୁପରିଚିତ କି ? ଲେଖକ ଜଣକ ଭାଷାର ସମସ୍ତ ଲୋକମାନେ ଭଲ ଭାବରେ ବୁଝି ପାରୁଥିବା ଭାଷାର ଆକୃତିକୁ ବ୍ୟବହାର କରିଛନ୍ତି କି, କିମ୍ବା ସେ କ’ଣ କେବଳ କ୍ଷୁଦ୍ର ଅଞ୍ଚଳରେ ବ୍ୟବହୃତ ଭାଷାର ଶୈଳିକୁ ବ୍ୟବହାର କରିଛନ୍ତି ?
ଯଦି କୌଣସି ସ୍ଥାନରେ ଅନୁବାଦଟି ଭାଷାକୁ ଭୁଲ ଶୈଳୀରେ ବ୍ୟବହାର କରେ, ତେବେ ତାହା ଲେଖି ରଖନ୍ତୁ, ଯଦ୍ୱାରା ଏହାକୁ ଆପଣ ଅନୁବାଦ ଦଳ ସହିତ ଆଲୋଚନା କରିପାରିବେ ।
Next we recommend you learn about:
ସମ୍ପୂର୍ଣ୍ଣ ଅନୁବାଦ
This page answers the question: ଏହି ଅନୁବାଦ କ’ଣ ସମ୍ପୂର୍ଣ୍ଣ ହୋଇଛି କି ?
In order to understand this topic, it would be good to read:
ଏକ ସମ୍ପୂର୍ଣ୍ଣ ଅନୁବାଦ
ଅନୁବାଦଟି ସମ୍ପୂର୍ଣ୍ଣ ହୋଇଥିବା ବିଷୟକୁ ନିଶ୍ଚିତ କରିବା ଏହି ଭାଗର ଉଦ୍ଦେଶ୍ୟ ଅଟେ । ଏହି ଭାଗରେ, ନୂତନ ଅନୁବାଦକୁ ମୂଳ ଅନୁବାଦ ସହ ତୁଳନା କରାଯିବା ଅବଶ୍ୟକ । ଆପଣ ଏହି ଦୁଇଟି ଅନୁବାଦକୁ ତୁଳନା କରିବା ସମୟରେ, ନିଜକୁ ଏହି ପ୍ରଶ୍ନଗୁଡିକ ପଚାରନ୍ତୁ :
- ଅନୁବାଦରେ କୌଣସି ଅଂଶ ଛଡା ଯାଇଛି କି ? ଅନ୍ୟ ଶବ୍ଦରେ, ଅନୁବାଦ ହୋଇଥିବା ପୁସ୍ତକର ସମସ୍ତ ଘଟଣାବଳୀକୁ ଅନୁବାଦରେ ସ୍ଥାନିତ କରାଯାଇଛି କି ?
- ଅନୁବାଦ ହୋଇଥିବା ପୁସ୍ତକର ସମସ୍ତ ପଦଗୁଡିକୁ ନୂତନ ଅନୁବାଦରେ ସ୍ଥାନିତ କରାଯାଇଛି କି ? (ଆପଣ ମୂଳ ଭାଷାର ଅନୁବାଦରେ ଥିବା ପଦ ସଂଖ୍ୟାଗୁଡିକ ଦେଖିବା ସମୟରେ ଧ୍ୟାନ ଦିଅନ୍ତୁ ଯେ, କ’ଣ ସେହି ସମସ୍ତ ପଦଗୁଡିକ ନିର୍ଦ୍ଧିଷ୍ଟ ଭାଷାର ଅନୁବାଦରେ ଅନ୍ତର୍ଭୁକ୍ତ ହୋଇଛି କି ?) କେତେକ ସମୟରେ ଉଭୟ ଅନୁବାଦ ମଧ୍ୟରେ ଥିବା ପଦ ସଂଖ୍ୟାଗୁଡିକରେ ଭିନ୍ନତା ରହିଥାଏ । ଉଦାହରଣ ସ୍ୱରୁପ, କେତେକ ଅନୁବାଦରେ ପଦଗୁଡିକ କ୍ରମାନ୍ଵୟରେ ମିଶିକି ରହିଥାଏ, କିମ୍ବା କେତେକ ସମୟରେ ନିର୍ଦ୍ଧିଷ୍ଟ ପଦଗୁଡିକ ପଦଟୀକାରେ ରହିଥାଏ । ଯଦିଓ ମୂଳ ଅନୁବାଦ ଓ ନିର୍ଦ୍ଧିଷ୍ଟ ନୂତନ ଅନୁବାଦ ମଧ୍ୟରେ ଅନେକ ପ୍ରକାର ଭିନ୍ନତା ରହିଥାଏ, ତଥାପି ଉକ୍ତ ନିର୍ଦ୍ଧିଷ୍ଟ ନୂତନ ଅନୁବାଦକୁ ସମ୍ପୂର୍ଣ୍ଣ ବୋଲି ବିଚାର କରାଯିବ ।
- ଅନୁବାଦରେ କିଛି ବାଦ୍ ଦିଆଯାଇଥିବା ଦୃଷ୍ଟିଗୋଚର ହେଉଛି କି, ମୂଳ ଭାଷାର ଅନୁବାଦରେ ଥିବା ବାର୍ତ୍ତାଠାରୁ ଭିନ୍ନ ବାର୍ତ୍ତାର ଅନୁଭୂତ ହେଉଛି କି ?(ଶବ୍ଦ ଓ ଢାଞ୍ଚା ଭିନ୍ନ ହୋଇପାରେ, କିନ୍ତୁ ଅନୁବାଦକ ବ୍ୟବହାର କରିଥିବା ଭାଷା ମୂଳ ଭାଷାର ଅନୁବାଦ ପରି ସମାନ ଅର୍ଥ ପ୍ରକାଶ କରିବା ଉଚିତ୍ ।)
ଯଦି କୌଣସି ଜାଗାରେ ଅନୁବାଦଟି ସମ୍ପୂର୍ଣ୍ଣ ହୋଇନାହିଁ, ତେବେ ଏହାକୁ ନିଶ୍ଚିତ କରନ୍ତୁ, ଯଦ୍ୱାରା ଆପଣ ଏହାକୁ ଅନୁବାଦକ ଦଳ ସହିତ ଆଲୋଚନା କରିପାରିବେ ।
Next we recommend you learn about:
ଆତ୍ମ-ମୂଲ୍ୟାଙ୍କନର ସଂକ୍ଷିପ୍ତ ଟିପ୍ପଣୀ
This page answers the question: ମୁଁ କିପରି ଏହି ଅନୁବାଦର ଗୁଣବତ୍ତାକୁ ବାସ୍ତବିକ ରୂପେ ଆକଳନ କରିପାରିବି ?
In order to understand this topic, it would be good to read:
ଅନୁବାଦ ଉତ୍କୃଷ୍ଟତାର ଆତ୍ମ-ମୂଲ୍ୟାଙ୍କନ
ଏହି ଭାଗର ଉଦ୍ଦେଶ୍ୟ ହେଉଛି ଯେ ଏକ ପ୍ରକ୍ରିୟାକୁ ବର୍ଣ୍ଣନା କରିବା ଯାହା ଦ୍ଵାରା ମଣ୍ଡଳୀ ଅନୁବାଦର ଉକୃଷ୍ଟତାକୁ ସେମାନଙ୍କ ନିମନ୍ତେ ବିଶ୍ୱାସଯୋଗ୍ୟ ଭାବରେ ନିର୍ଦ୍ଧାରଣ କରିପାରିବ । ଏହି ନିମ୍ନ ଲିଖିତ ମୂଲ୍ୟାଙ୍କନ ନିୟୋଜିତ କରିପାରୁଥିବା ପ୍ରତ୍ୟେକ କଳ୍ପନୀୟ ଯାଞ୍ଚକୁ ବର୍ଣ୍ଣନା କରିବା ପରିବର୍ତ୍ତେ, ଅନୁବାଦକୁ ଯାଞ୍ଚ୍ କରିବା ନିମନ୍ତେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ କୌଶଳଗୁଡିକୁ ପ୍ରସ୍ତାବିତ କରିବା ନିମନ୍ତେ ଅଭିପ୍ରେତ ଅଟେ । ସର୍ବଶେଷରେ, କି ପ୍ରକାରର ଯାଞ୍ଚ୍ କାର୍ଯ୍ୟର ବ୍ୟବହାର କରାଯିବ, କାହା ଦ୍ଵାରା କରାଯିବା ଉଚିତ୍ ମଣ୍ଡଳୀ ଦ୍ଵାରା ସେସବୁର ନିଷ୍ପତି ନିଆଯିବ ।
ମୂଲ୍ୟାଙ୍କନକୁ କିପରି ବ୍ୟବହାର କରିବେ
ଏହି ମୂଲ୍ୟାଙ୍କନ ପ୍ରଣାଳୀ ଦୁଇ ପ୍ରକାରର ବକ୍ତବ୍ୟକୁ ନିୟୋଜିତ କରିଥାଏ । କେତେକ “ହଁ/ନାହି” ବକ୍ତବ୍ୟ/ଉକ୍ତି ଅଟେ, ଯେଉଁଠାରେ କି ଗୋଟିଏ ସମସ୍ୟାକୁ ଇଙ୍ଗିତ କରୁଥିବା ଏକ ନକରାତ୍ମକ ପ୍ରତିକ୍ରିୟା ଯାହା ସମାଧାନ ହେବା ଆବଶ୍ୟକ । ଅନ୍ୟ ଭାଗଟି ସମାନ-ଓଜନର ମାପକ ପ୍ରଣାଳୀ ଯାହାକି ଅନୁବାଦ ଦଳ ଓ ଯାଞ୍ଚକାରୀମାନଙ୍କୁ ଅନୁବାଦ ବିଷୟରେ ବକ୍ତବ୍ୟ ସହ ପ୍ରଦାନ କରିଥାଏ। (ପ୍ରତ୍ୟେକ ବକ୍ତବ୍ୟକୁ) ୦-୨ ର ପରିସଂଖ୍ୟାନ (Scale) ବାଡିରେ ଯାଞ୍ଚ୍ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ସଂଖ୍ୟା ହିସାବ କରାଯିବା ଉଚିତ୍ ।
0 - ଅସମ୍ମତ ହେବା
1 - ପ୍ରାୟ ସମ୍ମତ ହେବା
2 - ଦୃଢ ସମ୍ମତ ହେବା
ସମୀକ୍ଷାର ସର୍ବଶେଷରେ, ଭାଗରେ ଥିବା ସମସ୍ତ ପ୍ରତିକ୍ରିୟାର ସର୍ବମୋଟ ମୂଲ୍ୟକୁ ମିଶାଇ ମୋଟ ସଂଖ୍ୟାକୁ ନିର୍ଣ୍ଣୟ କରାଯିବା ଉଚିତ୍ , ଯଦି ପ୍ରତିକ୍ରିୟାଗୁଡିକ ଅନୁବାଦର ଅବସ୍ଥାକୁ ନିର୍ଭୁଲ ଭାବରେ ପ୍ରତିଫଳତ କରୁଛି, ତେବେ ଏହି ମୂଲ୍ୟ ସମୀକ୍ଷାକାରୀମାନଙ୍କୁ ସମ୍ଭାବ୍ୟ ହାରାହାରି କଳନାକୁ ଯୋଗାଇବ ଯେ ଅନୁବାଦିତ ଅଧ୍ୟାୟଟି ସର୍ବକୃଷ୍ଟ ଅଟେ । ନିର୍ଦ୍ଧିଷ୍ଟ ନୀତି ନିୟମ/ସଂକ୍ଷିପ୍ତ ଟିପ୍ପଣୀକୁ ସରଳ ଭାବରେ ପରିକଳ୍ପିତ କରି ଯେଉଠାରେ କାର୍ଯ୍ୟର ବିକାଶ ଆବଶ୍ୟକତା ରହିଛି, ତାହାକୁ ମୂଲ୍ୟାଙ୍କନ କରିବା ପାଇଁ ବାସ୍ତବ ପ୍ରଣାଳୀକୁ ସମିକ୍ଷାକାରୀମାନଙ୍କୁ ଯୋଗାଇ ଦିଆଯାଇଛି ଉଦାହରଣ ସ୍ଵରୂପେ, ଯଦି ଅନୁବାଦଟି “ନିର୍ଭୁଲତା” କ୍ଷେତ୍ରରେ ଭଲ ସଂଖ୍ୟା ରଖିଛି, କିନ୍ତୁ “ସ୍ଵାଭାବିକ” ଓ “ସ୍ପଷ୍ଟତା” କ୍ଷେତ୍ରରେ ପ୍ରାୟ କମ୍ ରହିଛି, ତେବେ ଅନୁବାଦ ଦଳ ଅଧିକ ସଂପ୍ରଦାୟ ଯାଞ୍ଚ୍ କାର୍ଯ୍ୟକୁ କରିବା ଆବଶ୍ୟକ ।
ନିର୍ଦ୍ଧିଷ୍ଟ ନୀତି ନିୟମ/ସଂକ୍ଷିପ୍ତ ଟିପ୍ପଣୀଟି ଅନୁବାଦ କରାଯାଇଥିବା ବାଇବଲ ଭିତ୍ତିକ ବିଷୟବସ୍ତୁର ପ୍ରତ୍ୟେକ ଅଧ୍ୟାୟରେ ବ୍ୟବହାର କରିବା ନିମନ୍ତେ ଅଭିପ୍ରେତ ଅଟେ । ଅନୁବାଦକ ଦଳ ସେମାନଙ୍କର ଅନ୍ୟ ଯାଞ୍ଚଗୁଡିକୁ ଶେଷ କରିବା ପରେ ପ୍ରତ୍ୟେକ ଅଧ୍ୟାୟର ମୂଲ୍ୟାଙ୍କନ କରିବା ଉଚିତ୍ , ଏବଂ ପରେ ଦ୍ଵିତୀୟ ସ୍ତରର ମଣ୍ଡଳୀ ଯାଞ୍ଚକାରୀମାନେ ଏହାକୁ ପୁନର୍ବାର କରିବେ, ତା’ପରେ ତୃତୀୟ ସ୍ତରର ଯାଞ୍ଚକାରୀମାନେ ମଧ୍ୟ ଅନୁବାଦକୁ ଏହି ଯାଞ୍ଚ୍ ତାଲିକା ସହ ମୂଲ୍ୟାଙ୍କନ କରିବା ଉଚିତ୍ । ଯେପରି ପ୍ରତ୍ୟେକ ସ୍ତରରେ ମଣ୍ଡଳୀ ଦ୍ଵାରା ଅଧ୍ୟାୟର ଅଧିକ ବିସ୍ତ୍ରୁତ ଓ ବ୍ୟାପକ ଯାଞ୍ଚ୍ କରାଯାଇଥାଏ, ଠିକ୍ ସେହିପରି ଅଧ୍ୟାୟ ନିମନ୍ତେ ଅଙ୍କଗୁଡିକ ପ୍ରଥମ ଚାରି ଭାଗ (ସାଧାରଣ ସମୀକ୍ଷା, ସ୍ଵାଭାବିକତା, ସ୍ପଷ୍ଟତା ଓ ନିର୍ଭୁଲତା) ଗୁଡିକର ପ୍ରତ୍ୟେକ ଭାଗରୁ ଅଧୁନାତନ ବା ଅପଡେଟ୍ କରି, ଅନୁବାଦଟି କିପରି ଉନ୍ନତି ସାଧନ କରୁଛି ତାହା ଦେଖିବା ପାଇଁ ମଣ୍ଡଳୀ ଓ ସଂପ୍ରଦାୟକୁ ଅନୁମତି ଦେବା ଉଚିତ୍ ।
ଆତ୍ମ-ମୂଲ୍ୟାଙ୍କନ
ପ୍ରକ୍ରିୟାଟି ପାଞ୍ଚ ଭାଗରେ ବିଭକ୍ତ: ସାଧାରଣ ସମୀକ୍ଷା ( ଅନୁବାଦ ସମ୍ଵନ୍ଧୀୟ ତଥ୍ୟ ), ସ୍ବାଭାବିକତା, ସ୍ପଷ୍ଟତା, ନିର୍ଭୁଲତା, ଓ ମଣ୍ଡଳୀ ଅନୁମୋଦନ /ସ୍ଵୀକୃତି ।
1. ସାଧାରଣ ସମୀକ୍ଷା
- ତଳେ ଦିଆଯାଇଥିବା ପ୍ରତି ଉକ୍ତି ନିମନ୍ତେ “ନାହିଁ “ କିମ୍ୱା “ହଁ” ଉଭୟ ମଧ୍ୟରୁ ଗୋଟିଏର ଚାରି ପଟ ଗୋଲେଇ କରନ୍ତୁ।*
ନାହିଁ | ହଁ ଏହା ଏକ ଅର୍ଥ-ଆଧାରିତ ଅନୁବାଦ ଅଟେ ଯାହାକି ମୂଳ ଭାଷାର ଅର୍ଥକୁ ଏକ ନିର୍ଦ୍ଧିଷ୍ଟ ଭାଷାରେ ସ୍ଵାଭାବିକ, ସ୍ପଷ୍ଟ, ଓ ନିର୍ଭୁଲ ଭାବରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥାଏ ।
ନାହିଁ | ହଁ ଯେଉଁମାନେ ଅନୁବାଦକୁ ଯାଞ୍ଚ୍ କରିବା କାର୍ଯ୍ୟରେ ଜଡିତ ଅଛନ୍ତି, ସେମାନେ ନିର୍ଦ୍ଧିଷ୍ଟ ଭାଷାର ପ୍ରଥମଭାଷା (ବା ମାତୃଭାଷା) କହୁଥିବା ବ୍ୟକ୍ତିମାନେ ଅଟନ୍ତି ।
ନାହିଁ | ହଁ ଏହି ଅଧ୍ୟାୟର ଅନୁବାଦଟି ବିଶ୍ୱାସର ବକ୍ତବ୍ୟ ସହିତ ଚୁକ୍ତି ଅଟେ ।
ନାହିଁ | ହଁ ଏହି ଅଧ୍ୟାୟର ଅନୁବାଦଟି ଅନୁବାଦ ନିର୍ଦ୍ଧେଶାବଳୀ ଅନୁଯାଇ କରାଯାଇଅଛି ।
2.ସ୍ଵାଭାବିକତା: “ଏହା ମୋହର ଭାଷା”
ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ନିମନ୍ତେ “0” କିମ୍ୱା “1” ,କିମ୍ୱା “2” ର ଯେକୌଣସି ସଂଖ୍ୟାରେ ଗୋଲେଇ କରନ୍ତୁ ।
ଏହି ଭାଗକୁ ଅଧିକ ସଂପ୍ରଦାୟ ଯାଞ୍ଚ୍ କାର୍ଯ୍ୟ ଦ୍ଵାରା ଦୃଢ କରାଯାଇପାରିବ ।( ଭାଷା ସଂପ୍ରଦାୟ ଯାଞ୍ଚ୍ \ ପାଠକୁ ଦେଖନ୍ତୁ )
0 1 2 ଏହି ଭାଷାକୁ କହୁଥିବା ଏହି ଅଧ୍ୟାୟକୁ ଶୁଣିଥିବା ଲୋକେ ଏଥିରେ ଏକ ମତ ଯେ ଏହାକୁ ସଠିକ୍ ଭାଷା ଶୈଳୀକୁ ବ୍ୟବହାର କରି ଅନୁବାଦ କରାଯାଇଥିବା ।
0 1 2 ଏହି ଭାଷାକୁ କହୁଥିବା ଲୋକମାନେ ଏକମତ ଯେ ଏହି ଅଧ୍ୟାୟରେ ବ୍ୟବହୃତ ପ୍ରମୁଖ ଶବ୍ଦଗୁଡିକ ଏହି ସଂସ୍କୃତି ନିମନ୍ତେ ଗ୍ରହଣଯୋଗ୍ୟ ଓ ସଠିକ୍ ଅଟେ ।
0 1 2 ଏହି ଅଧ୍ୟାୟରେ ଥିବା ଦୃଷ୍ଟାନ୍ତ କିମ୍ୱା କାହାଣୀଗୁଡିକୁ ବୁଝିବା ପାଇଁ ଏହି ଭାଷା କହୁଥିବା ଲୋକମାନଙ୍କ ନିମନ୍ତେ ସହଜ ଅଟେ ।
0 1 2 ଏହି ଭାଷା କହୁଥିବା ଲୋକେ ଏକମତ ଯେ ଏହି ଅଧ୍ୟାୟରେ ଥିବା ପାଠର ବାକ୍ୟ ଗଠନ ଓ ଶ୍ରୁଙ୍ଖଳିତ ଅବସ୍ଥା ସ୍ଵାଭାବିକ ଓ ସଠିକ୍ ଭାବରେ ଗତି କରୁଛି ।
0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ସମ୍ପ୍ରଦାୟର ସଭ୍ୟମାନେ ଜଡ଼ିତ, ଯେଉମାନେକି ଏହି ଅଧ୍ୟାୟର ଅନୁବାଦକୁ ତିଆରି କରିବାରେ ସିଧାସଳଖ ଜଡ଼ିତ ନ ଥିଲେ ।
0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ବିଶ୍ଵାସୀ ଓ ଅବିଶ୍ଵାସୀ କିମ୍ବା କମ୍ ବିଶ୍ଵାସୀ ଯିଏକି ବାଇବେଲ ସହିତ ପ୍ରାୟ ପରିଚିତ ନୁହଁନ୍ତି, ଏପରି ଲୋକମାନେ ଜଡ଼ିତ ହୋଇଛନ୍ତି, ଯଦ୍ୱାରା ପାଠକୁ ଶୁଣିବା ପୂର୍ବରୁ ଏହା କ’ଣ କହୁଛି ତାହା ସେମାନେ ଜାଣନ୍ତି ନାହିଁ ।
0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଅନେକ ବିଭିନ୍ନ ବୟସର ଦଳରୁ ଆସିଥିବା ଭାଷାର ବକ୍ତାମାନେ ଅନ୍ତର୍ଭୁକ୍ତ ଅଟନ୍ତି ।
0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ପୁରୁଷ ଓ ମହିଳା ଜଡ଼ିତ ।
3.ସ୍ପଷ୍ଟତା: “ଅର୍ଥ ସ୍ପଷ୍ଟ ଅଟେ”
ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ନିମନ୍ତେ “0” କିମ୍ୱା “1” ,କିମ୍ୱା “2” ର ଯେକୌଣସି ସଂଖ୍ୟାରେ ଗୋଲେଇ କରନ୍ତୁ ।
ଏହି ଭାଗକୁ ଅଧିକ ସମ୍ପ୍ରଦାୟ ଯାଞ୍ଚ୍ କାର୍ଯ୍ୟ ଦ୍ଵାରା ଦୃଢ କରାଯାଇ ପାରିବ ।( ଭାଷା ସମ୍ପ୍ରଦାୟ ଯାଞ୍ଚ୍ ପାଠକୁ ଦେଖନ୍ତୁ )
0 1 2 ଏହି ଅଧ୍ୟାୟକୁ ନିର୍ଦ୍ଧିଷ୍ଟ ଭାଷା ବ୍ୟବହାର କରି ଅନୁବାଦ କରାଯାଇଛି ଯାହା ସ୍ଥାନୀୟ ଭାଷାର ବକ୍ତାମାନେ ବୁଝନ୍ତି ଓ ଏକମତ ଅଟନ୍ତି ।
0 1 2 ଏହି ଭାଷାର ବକ୍ତାମାନେ ଏକମତ ଯେ ଏହି ଅଧ୍ୟାୟରେ ଥିବା ସମସ୍ତ ନାମ, ସ୍ଥାନ ଓ କ୍ରିୟାପଦଗୁଡ଼ିକ ସଠିକ୍ ଅଟେ ।
0 1 2 ଏହି ଅଧ୍ୟାରେ ବ୍ୟବହୃତ ଆଳଙ୍କାରିକ ଶବ୍ଦଗୁଡ଼ିକ ଏହି ସଂସ୍କୃତିରେ ଥିବା ଲୋକମାନଙ୍କ ନିମନ୍ତେ ବୁଝିପାରିବା ଭଳି କହିଥାଏ ।
0 1 2 ଏହି ଭାଷାର ବକ୍ତାମାନେ ଏକମତ ଯେ ଯେପରି ଭାବରେ ଏହି ଅଧ୍ୟାୟକୁ ସଂଗଠିତ କରାଯାଇଛି ଏହା ଅର୍ଥ ପ୍ରକାଶରୁ ବିଭ୍ରାନ୍ତ କରିବ ନାହିଁ ।
0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ସମ୍ପ୍ରଦାୟର ସଭ୍ୟମାନେ ଜଡ଼ିତ, ଯେଉମାନେ କି ଏହି ଅଧ୍ୟାୟର ଅନୁବାଦକୁ ତିଆରି କରିବାରେ ସିଧାସଳଖ ଜଡ଼ିତ ନ ଥିଲେ ।
0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ବିଶ୍ଵାସୀ ଓ ଅବିଶ୍ଵାସୀ କିମ୍ବା କମ୍ ବିଶ୍ଵାସୀ ଯିଏକି ବାଇବଲ ସହିତ ପ୍ରାୟ ପରିଚିତ ନୁହଁନ୍ତି, ଏପରି ଲୋକମାନେ ଜଡ଼ିତ ହୋଇଛନ୍ତି, ଯଦ୍ୱାରା ପାଠକୁ ଶୁଣିବା ପୂର୍ବରୁ ଏହା କ’ଣ କହୁଛି ତାହା ସେମାନେ ଜାଣନ୍ତି ନାହିଁ ।
0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଅନେକ ବିଭିନ୍ନ ବୟସର ଦଳରୁ ଆସିଥିବା ଭାଷାର ବକ୍ତାମାନେ ଅନ୍ତର୍ଭୁକ୍ତ ଅଟନ୍ତି ।
0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ପୁରୁଷ ଓ ମହିଳା ଜଡ଼ିତ ।
4.ନିର୍ଭୁଲତା: “ମୂଳ ପାଠ ଯାହା ଯୋଗାଯୋଗ କରିଥାଏ ତାହା ହିଁ ଏହି ଅନୁବାଦ ଯୋଗାଯୋଗ କରିଥାଏ ।”
ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ନିମନ୍ତେ “0” କିମ୍ୱା “1” ,କିମ୍ୱା “2” ର ଯେକୌଣସି ସଂଖ୍ୟାରେ ଗୋଲେଇ କରନ୍ତୁ ।
ଏହି ଭାଗକୁ ଅଧିକ ନିର୍ଭୁଲତାର ଯାଞ୍ଚ୍ କାର୍ଯ୍ୟ ଦ୍ଵାରା ଦୃଢ କରାଯାଇପାରିବ ।( ନିର୍ଭୁଲତା ଯାଞ୍ଚ୍ ପାଠକୁ ଦେଖନ୍ତୁ )
0 1 2 ଏହି ଅଧ୍ୟାୟ ନିମନ୍ତେ ମୂଳ ପାଠରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶବ୍ଦର ସଂପୂର୍ଣ୍ଣ ତାଲିକା ଅନୁବାଦରେ ଥିବା ସମସ୍ତ ଭାବ ପ୍ରକାଶକ ଶବ୍ଦକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ।
0 1 2 ଏହି ଅଧ୍ୟାୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରାଯାଇଛି ।
0 1 2 ଏହି ଅଧ୍ୟାୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ସ୍ଥିର ଭାବରେ ଅନୁବାଦ କରାଯାଇଛି, ଆହୁରି ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକ ଦେଖାଦିଏ ।
Next we recommend you learn about:
ମଣ୍ଡଳୀ ପ୍ରାଧିକାରୀକୁ ପରିଭାଷିତ କରିବା
କ୍ଷମତା ଏବଂ ପ୍ରକ୍ରିୟାକୁ ଯାଞ୍ଚ୍
This page answers the question: ଏକ ବାଇବଲ ଅନୁବାଦ କାର୍ଯ୍ୟର ଯାଞ୍ଚ୍ କରିବା କ୍ଷମତା ଓ ଯାଞ୍ଚ୍ ପ୍ରକ୍ରିୟା ମଧ୍ୟରେ ପ୍ରଭେଦ କଣ ?
In order to understand this topic, it would be good to read:
ବର୍ଣ୍ଣନା କରିବା
ପ୍ରତ୍ୟେକ ଲୋକଦଳରେ ଥିବା ମଣ୍ଡଳୀମାନେ ସେମାନଙ୍କ ଭାଷାରେ ଅନୁବାଦ ହୋଇଥିବା ବାଇବଲ ଭାଷାର ଯୋଗ୍ୟତା ଭଲ ଅଛି କିମ୍ବା ଭଲ ନୁହେଁ ଏହି ନିଷ୍ପତି ନେବାର ଅଧିକାର ସେମାନଙ୍କର ଅଟେ । ବାଇବଲ ଅନୁବାଦ (ଯାହାକି ସ୍ଥାୟୀ)କୁ ଯାଞ୍ଚ୍ କରି ଅନୁମୋଦନ କରିବାର ଅଧିକାର, କ୍ଷମତାଠାରୁ ଭିନ୍ନ ଅଟେ କିମ୍ବା ବାଇବଲ ଅନୁବାଦ (ଯାହାକୁ ବୃଦ୍ଧି କରାଯାଇପାରିବ), ଏହା ଯାଞ୍ଚ୍ ପ୍ରକ୍ରିୟାକୁ କାର୍ଯ୍ୟରେ ପରିଣତ କରିବା କ୍ଷମତା ଭିନ୍ନ ଅଟେ। ଯୋଗ୍ୟତାକୁ ନିର୍ଦ୍ଧାରଣ କରିବାର ଅଧିକାର ମଣ୍ଡଳୀର ରହିଅଛି, ଆଉ ସେମାନଙ୍କର ବର୍ତ୍ତମାନର କ୍ଷମତା, ଅନୁଭୂତି, କିମ୍ବା ସମ୍ବଳର ବ୍ୟବହାର ଯାହାକି ବାଇବଲ ଅନୁବାଦର ଯାଞ୍ଚ୍ କୁ ସହଜ କରିବାର ମଧ୍ୟ ସେମାନଙ୍କର ସ୍ଵାଧିନ ଅଟେ । ଏଣୁ ଯେବେ କୌଣସି ନିର୍ଦ୍ଧିଷ୍ଟ ଭାଷା ଦଳରେ ଥିବା ମଣ୍ଡଳୀର ନିଜ ବାଇବଲ ଅନୁବାଦକୁ ଯାଞ୍ଚ୍ ଓ ଅନୁମୋଦନ କରିବାର ଅଧିକାର ରହିଅଛି, ତେବେ ମୁକ୍ତଶବ୍ଦ ଉପକରଣ, ଅନୁବାଦ ଶିକ୍ଷାନୁଷ୍ଠାର ଶିକ୍ଷା ଅଂଶ, ଯାହାକି ନିଶ୍ଚିତ କରିବା ପାଇଁ ପରିକଳ୍ପିତ ଯେ ମଣ୍ଡଳୀର ମଧ୍ୟ ନିଜର ସର୍ବକୃଷ୍ଟ ପ୍ରକ୍ରିୟାକୁ ବ୍ୟବହାର କରି ସେମାନଙ୍କର ବାଇବଲ ଅନୁବାଦର ଗୁଣ /ଯୋଗ୍ୟତାକୁ ଯାଞ୍ଚ୍ କରିବା ପାଇଁ ସାମର୍ଥ୍ୟ ରହିଛି ।
ଏହି ନମୁନା ଅନୁବାଦର ଯୋଗ୍ୟତାକୁ ସତ୍ୟ ବୋଲି ଦୃଢ ଘୋଷଣା କରିବା ତିନି ଗୋଟି – ଶ୍ରେଣୀବଦ୍ଧତାର ପନ୍ଥାକୁ ପ୍ରସ୍ତାବ କରିବା ସଙ୍ଗେ ସଙ୍ଗେ ଲୋକଦଳ ମଧ୍ୟରେ ଥିବା ମଣ୍ଡଳୀର ତିନୋଟି ସାଧାରଣ ସ୍ତରଗୁଡିକର ଅଧିକାରକୁ ପ୍ରତିଫଳିତ କରିବା ପାଇଁ ପରିକଳ୍ପିତ ଅଟେ ।
କ୍ଷମତା ସ୍ତର ୧: ମଣ୍ଡଳୀ – ଆଧାରିତ ଅନୁବାଦକ ଦଳ ଦ୍ଵାରା ନିର୍ଦ୍ଧାରିତ ।
କ୍ଷମତା ସ୍ତର ୨ : ଭାଷାଦଳରେ ଥିବା ଭିନ୍ନ ଭିନ୍ନ ମଣ୍ଡଳୀ ସମ୍ମିଳନୀର ସଭ୍ୟମାନେ, ଓ ଭାଷା ସଂପ୍ରଦାୟ ସହିତ ଜଡିତ ହୋଇ ଭାଷା ଜ୍ଞାନ ଥିବା ପାଳକ/ପ୍ରାଚୀନାମାନଙ୍କ ସହମତି ଦ୍ଵାରା ନିର୍ଦ୍ଧାରିତ ।
କ୍ଷମତା ସ୍ତର ୩ : ନିର୍ଦ୍ଧିଷ୍ଟ ଭାଷା କହୁଥିବା ଲୋକଦଳରେ କାର୍ଯ୍ୟରତ ରହିଥିବା ମଣ୍ଡଳୀ ସମ୍ମିଳନୀର ନେତୃତ୍ଵ ଦ୍ଵାରା ନିର୍ଦ୍ଧାରିତ ।
ଅନୁବାଦକୁ ଯାଞ୍ଚ୍ କରିବା ନିମନ୍ତେ ଥିବା ପ୍ରକ୍ରିୟାକୁ “ଯାଞ୍ଚ୍ ପ୍ରକ୍ରିୟା” ନାମକ ବିଷୟର ଅଧିନରେ ଥିବା ଶିକ୍ଷା ଅଂଶରେ ବର୍ଣ୍ଣନା କରାଯିବ ।
Next we recommend you learn about:
ପ୍ରଥମ କ୍ଷମତା ସ୍ତର
This page answers the question: କ୍ଷମତା/ଅଧିକାର ପ୍ରଥମ ସ୍ତରର ଅର୍ଥ କ’ଣ ?
In order to understand this topic, it would be good to read:
କ୍ଷମତାର ପ୍ରଥମ ସ୍ତର ୧:
ଅନୁବାଦକ ଦଳ ଦ୍ଵାରା ଦୃଢ ଘୋଷଣା । ଆଦର୍ଶ ଖ୍ରୀଷ୍ଟିୟ ସିଦ୍ଧାନ୍ତ ସହ, ଆହୁରି ମଧ୍ୟ ଅନୁବାଦକର ନିର୍ଭୁଲତାକୁ ନିଶ୍ଚିତ କରିବା ପାଇଁ ଥିବା ନିର୍ଦ୍ଦେଶାବଳି ସହ ଅନୁବାଦକ ଦଳର ଚୁକ୍ତିକୁ ଦୃଢ ଭାବରେ ଘୋଷଣା କରିବା ଏହି ସ୍ତରର ଉଦ୍ଦେଶ୍ୟ ଅଟେ ।
ଏହି ସ୍ତରରେ ପ୍ରକାଶିତ ବିଷୟବସ୍ତୁ ଅନୁବାଦକୁ ଉନ୍ନତି କରିବାର ପରାମର୍ଶ ଦେବା ପାଇଁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କୁ ଖୋଲା ଆମନ୍ତ୍ରଣ (ସୂଚିତ କରିବା ବା ଆଦେଶ ଦେବା )ସହ ସକ୍ରିୟ ପ୍ରକଳ୍ପ ଭାବେ ବ୍ୟାପକ ପରିସର ଥିବା ବିଷୟ ବସ୍ତୁକୁ ପ୍ରୋତ୍ସ।ହିତ କରିଥାଏ ।
ଏହି ସ୍ତରକୁ ହାସଲ କରିବା ପାଇଁ, ଅନୁବାଦକ ଦଳ ଦୃଢ ଭାବରେ ଘୋଷଣା କରେ ଯେ, ବିଶ୍ଵାସର ଉକ୍ତି ସେମାନଙ୍କର ନିଜ ବିଶ୍ଵାସର ନିର୍ଭୁଲ ପ୍ରତିଫଳନ ଅଟେ, ଏବଂ ଅନୁବାଦ ହୋଇଥିବା ବିଷୟବସ୍ତୁ ମଧ୍ୟ ଏହା ସହିତ ମେଳ କରୁଥିବା ଅବସ୍ଥା ଅଟେ ।
Next we recommend you learn about:
ଦ୍ଵିତୀୟ କ୍ଷମତା ସ୍ତର
This page answers the question: କ୍ଷମତାର ଦ୍ଵିତୀୟ ସ୍ତରର ଅର୍ଥ କ’ଣ ?
In order to understand this topic, it would be good to read:
କ୍ଷମତା ସ୍ତର ୨: ସମାଜ ଦ୍ଵାରା ଦୃଢ ଘୋଷଣା
ଏହି ସ୍ତରର ଉଦ୍ଦେଶ୍ୟ ଦୁଇ ପରସ୍ତ ଅଟେ:
- ଭାଷା ସଂପ୍ରଦାୟର ପ୍ରତିନିଧିତ୍ଵମାନଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯାଇ ଅନୁବାଦରେ ବ୍ୟବହୃତ ଭାଷା ଗଠନର କାର୍ଯ୍ୟକାରିତାକୁ ସତ୍ୟ ବୋଲି ଘୋଷଣା କରିବା ।
- ଏହାକୁ ବ୍ୟବହାର କରୁଥିବା ସ୍ଥାନୀୟ ମଣ୍ଡଳୀର ପାଳକ ଓ ନେତାମାନଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବା ଅନୁଯାଇ ଅନୁବାଦର ନିର୍ଭୁଲତାକୁ ସତ୍ୟ ବୋଲି ଘୋଷଣା କରିବା ।
ଏହି ସ୍ତରରେ, ଯାଞ୍ଚ୍ ପ୍ରକ୍ରିୟାରେ ଥିବା “ଦୁଇ କିମ୍ବା ତିନି ସାକ୍ଷୀଙ୍କ ସାକ୍ଷ୍ୟ” ର ଚିନ୍ତାଧାରାକୁ ନମୁନା ଭାବେ କାର୍ଯ୍ୟରେ ପରିଣତ କରିଥାଏ ।
ଏହି ସ୍ତରକୁ ସଂପୂର୍ଣ୍ଣ କରିବା ପାଇଁ, ଅନୁବାଦକ ଦଳ ଏହି ଅନୁବାଦକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କୁ ଦେବେ ଯେଉଁମାନେକି ଏହି ଅନୁବାଦକୁ ବ୍ୟବହାର କରିବେ । ଭାଷା ସଂପ୍ରଦାୟର ସଭ୍ୟମାନେ ସୁସ୍ପଷ୍ଟତା ଓ ସ୍ଵାଭାବିକତା ନିମନ୍ତେ ଉକ୍ତ ଅନୁବାଦକୁ ସମୀକ୍ଷା କରିବେ ।
ତା’ପରେ ଅନୁବାଦକ ଦଳ ଏହି ଅନୁବାଦକୁ ଭାଷା ସଂପ୍ରଦାୟର ମଣ୍ଡଳୀ ନେତାମାନଙ୍କୁ ପ୍ରଦାନ କରିବେ ଯେଉଁମାନେକି ଉକ୍ତ ଅନୁବାଦକୁ ବ୍ୟବହାର କରିବେ । ଏହି ମଣ୍ଡଳୀ ନେତାଗଣ ଅନୁବାଦକୁ ମୂଳ ଭାଷା, ବ୍ୟାଖ୍ୟାମୂଳକ ଉତ୍ସ, ବିଶ୍ଵାସର ଉକ୍ତି ଓ [ଅନୁବାଦର ନିୟମାବଳୀ] ବ୍ୟବହାର କରି ନିର୍ଭୁଲତା ନିମନ୍ତେ ଏହାକୁ ସମୀକ୍ଷା କରିବା ।
ଅନୁବାଦକ ଦଳ ସେହି ସମୀକ୍ଷକୁ ଆଧାର କରି ଅନୁବାଦରେ ସଂଶୋଧନ କରିବେ, ଯଦ୍ୱାରା ଭାଷା ସଂପ୍ରଦାୟର ଲୋକମାନେ ଦୃଢ ନିଶ୍ଚିତ ହେବେ ଯେ ଏହା ସ୍ଵାଭାବିକ ଓ ସ୍ପଷ୍ଟ ଅଟେ, ଯଦ୍ୱାରା ମଣ୍ଡଳୀର ନେତାଗଣ ମଧ୍ୟ ନିଶ୍ଚିତ କରିବେ ଯେ ଏହା ନିର୍ଭୁଲତା ଅଟେ ।
Next we recommend you learn about:
ତୃତୀୟ କ୍ଷମତା ସ୍ତର
This page answers the question: କ୍ଷମତାର ତୃତୀୟ ସ୍ତରର ଅର୍ଥ କ’ଣ ?
In order to understand this topic, it would be good to read:
କ୍ଷମତା ସ୍ତର ୩: ମଣ୍ଡଳୀର ନେତାଗଣଙ୍କ ଦ୍ଵାରା ଦୃଢ ଘୋଷଣା
ମୂଳ ଲେଖାର ଅଭିପ୍ରାୟ ସହିତ, ଆହୁରି ମଧ୍ୟ ମଣ୍ଡଳୀ ଇତିହାସ ଓ ବିଶ୍ଵ ମଣ୍ଡଳୀର ହିତଜନକ ଶିକ୍ଷା ସହ ଏହି ଅନୁବାଦ ଯେ ଏକମତ, ଏହାକୁ ଦୃଢ ରୁପେ ପ୍ରତିପାଦନ କରିବା, ଏହି ସ୍ତରର ଉଦ୍ଦେଶ୍ୟ ଅଟେ ।
ଏହି ସ୍ତରକୁ ସମ୍ପୂର୍ଣ୍ଣ କରିବା ପାଇଁ, ଅନୁବାଦକ ଦଳ ଉକ୍ତ ଭାଷା କହୁଥିବା ମଣ୍ଡଳୀର ନେତାଗଣଙ୍କ ଦ୍ଵାରା ସମୀକ୍ଷା କରିବା ପାଇଁ ଅନୁବାଦଟିକୁ ସେମାନଙ୍କୁ ପ୍ରଦାନ କରିବେ । ଯେତେ ସମ୍ଭବ ଏହି ଭାଷା ସଂପ୍ରଦାୟରେ ଥିବା ଅଧିକରୁ ଅଧିକ ମଣ୍ଡଳୀର ନେତାଗଣ ଯଦି ପ୍ରତିନିଧିତ୍ଵ କରନ୍ତି, ତେବେ ବହୁତ ଭଲ ହୁଅନ୍ତା । ଅନେକ ମଣ୍ଡଳୀ ପରସ୍ପର ସଂଯୁକ୍ତ ଥିବା ନେତୃତ୍ଵର ସାମୂହିକ ସହମତି ଦ୍ଵାରା ଏହି ତୃତୀୟ ସ୍ତରକୁ ସମ୍ପୂର୍ଣ୍ଣ କରାଯାଇପାରିବ ।
ଅନୁବାଦକ ଦଳ ଅନୁବାଦକୁ ସଂଶୋଧନ କରିବେ, ଯଦ୍ୱାରା ଏହି ଅନୁବାଦ ଯେ ନିର୍ଭୁଲ ଓ ସେମାନଙ୍କ ମଣ୍ଡଳୀ ସମାଜ ଦ୍ଵାରା ଗ୍ରହଣଯୋଗ୍ୟ ହେବା, ଏହାକୁ ଅନେକ ମଣ୍ଡଳୀର ସମଷ୍ଟିରେ ଗଠିତ ଅନୁଷ୍ଠାନ ଦୃଢ ରୂପେ ଘୋଷଣା କରିବ ।
ଦୁଇରୁ ଉର୍ଦ୍ଧ ମଣ୍ଡଳୀ ସମ୍ମିଳନୀର ନେତୃବୃନ୍ଦ (କିମ୍ବା ପ୍ରତିନିଧିଗଣ), ଯେଉଁମାନେକି ଅନୁବାଦର ନୀତି ନିୟମ ସହ ସୁପରିଚିତ ଓ ବାଇବଲ ଭିତ୍ତିକ ଭାଷା ବିଷୟବସ୍ତୁରେ ତାଲିମପ୍ରାପ୍ତ, ଯେବେ ଅନୁବାଦକୁ ଏପରି ବ୍ୟକ୍ତିମାନଙ୍କ ଦ୍ଵାରା ତନ୍ନ ତନ୍ନ କରି ଯାଞ୍ଚ୍ କରାଯିବ ଓ ଅନୁମୋଦିତ ହେବ, ତେବେ ହିଁ ତୃତୀୟ ସ୍ତର ସମ୍ପୂର୍ଣ୍ଣ ହେବ ।
Next we recommend you learn about:
ଯାଞ୍ଚ କରିବା ପ୍ରକ୍ରିୟା
ପ୍ରଥମ ସ୍ତର ଦୃଢୀକରଣ ।
This page answers the question: ମୁଁ ପ୍ରଥମ ସ୍ତରର ଯାଞ୍ଚ ସମ୍ପୂର୍ଣ୍ଣ କରିଅଛି ବୋଲି କିପରି ଦୃଢ଼ ନିଶ୍ଚିତ ହୋଇପାରିବେ ?
In order to understand this topic, it would be good to read:
ପ୍ରଥମ ସ୍ତର ଦୃଢୀକରଣ ନିମନ୍ତେ ସଠିକ୍ ଦଲିଲ
ଆମେ, ଅନୁବାଦ ଦଳର ସଭ୍ୟମାନେ, ନିଶ୍ଚିତ କରୁଅଛୁ ଯେ ଆମେ ପ୍ରଥମ ସ୍ତରର ଯାଞ୍ଚ୍ ପାଇଁ ନିମ୍ନ ସୋପାନଗୁଡିକ ସପୂର୍ଣ୍ଣ କରିଅଛୁ:
ଲେଖାଂଶର ପ୍ରାରମ୍ଭିକ ଅଧ୍ୟୟନର, ବ୍ୟବହାର:
ଅନୁବାଦ ଟିପ୍ପଣୀଗୁଡ଼ିକ
Next we recommend you learn about:
ଯାଞ୍ଚ୍ ସ୍ତର ଏକ – ଅନୁବାଦକ ଦଳ ଦ୍ଵାରା ଦୃଢୀକରଣ
This page answers the question: ମୁଁ ପ୍ରଥମ ସ୍ତରର ଯାଞ୍ଚ୍ କାର୍ଯ୍ୟକୁ କିପରି କରିବି ?
In order to understand this topic, it would be good to read:
ପ୍ରଥମ ସ୍ତର ଯାଞ୍ଚ୍ - ଅନୁବାଦ ଦଳ ଯାଞ୍ଚ୍
ଭାଷା ସଂପ୍ରଦାୟରେ ଥିବା ଅନ୍ୟମାନଙ୍କଠାରୁ କିଛି ସାହାଯ୍ୟ ସହିତ, ପ୍ରଥମ ସ୍ତରର ଯାଞ୍ଚ୍ ସାଧାରଣତଃ ଅନୁବାଦ ଦଳ ଦ୍ଵାରା କରାଯିବ ।
ଅନୁବାଦକ ବା ଅନୁବାଦ ଦଳ ବାଇବେଲର ଅନେକ କାହାଣୀଗୁଡିକ ବା ଅଧ୍ୟାୟଗୁଡିକ ଅନୁବାଦ କରିବା ପୂର୍ବରୁ ସେମାନଙ୍କ ଅନୁବାଦର ଯାଞ୍ଚ୍ କରିବା ଆବଶ୍ୟକ, ଯଦ୍ୱାରା ସେମାନେ ଯେତେ ଶୀଘ୍ର ହୋଇପାରିବ ଅନୁବାଦ ପ୍ରକ୍ରିୟାରେ ଥିବା ଭୁଲଗୁଡିକର ସଂଶୋଧନ କରିପାରିବେ ।
ଅନୁବାଦକୁ ସାରିବା ପୂର୍ବରୁ ଏହି ପ୍ରକ୍ରିୟାରେ ଥିବା ଅନେକ ସୋପାନଗୁଡିକୁ ବାରମ୍ବାର କାର୍ଯ୍ୟକାରୀ କରିବା ଆବଶ୍ୟକ ଅଟେ ।
unfoldingWord ଯୋଜନାର ଉଦ୍ଦେଶ୍ୟ ପାଇଁ, ବାଇବଲ ଗ୍ରନ୍ଥଗୁଡିକର ଓ ବାଇବଲ ଭିତ୍ତିକ ବିଷୟବସ୍ତୁର ଅନୁବାଦଗୁଡିକ ଯାଞ୍ଚ୍ ସ୍ତର ଏକକୁ ପହଞ୍ଚିବା ପରେ ପ୍ରକାଶନ କରିବାରେ ସକ୍ଷମ ହେବ ।
ଏଠାରେ ଅନୁବାଦକୁ ଉନ୍ନତିମୂଳକ ସାହାଯ୍ୟ କରିବା ନିମନ୍ତେ ଭାଷା ସଂପ୍ରଦାୟ (ସୂଚିତ ବା ପ୍ରତ୍ୟକ୍ଷ) ରେ ଅନ୍ୟମାନଙ୍କୁ ଖୋଲା ନିମନ୍ତ୍ରଣ ସହ ଏକ ସକ୍ରିୟ ଯୋଜନାର ବିଷୟବସ୍ତୁକୁ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ସକ୍ଷମ ଅଟେ ।
ସ୍ତର ଏକରେ ଯାଞ୍ଚ୍ କରିବା ନିମନ୍ତେ ଥିବା ସୋପାନଗୁଡିକ:
ପ୍ରଥମ ସ୍ତର ଯାଞ୍ଚ୍ କୁ ହାସଲ କରିବା ପାଇଁ ଅନୁବାଦ ଦଳ ଏହି ସୋପାନଗୁଡ଼ିକୁ ପାଳନ କରିବା ଅବଶ୍ୟକ:
- * ସଂଯୋଗ ସ୍ଥାପନ କରିବା* unfoldingWord network ର ଅନ୍ୟ ଗୋଟିଏ ଉପାଦାନ ସହିତ ସଂଯୋଗ ସ୍ଥାପନ କରନ୍ତୁ, ଆପଣ ଅନୁବାଦକୁ ଆରମ୍ଭ କରିବା ପାଇଁ ଆଗ୍ରହୀ ଥିବା ବିଷୟ unfoldingWord କୁ ଜଣାନ୍ତୁ ।
ଏହାକୁ କିପରି କରିବେ ତହିଁ ବିଷୟରେ ତଥ୍ୟ ପାଇବା ପାଇଁ, ଦେଖନ୍ତୁ [ଉତ୍ତରଗୁଡ଼ିକ ଖୋଜି ପାଇବା]
ସମୀକ୍ଷା କରିବା। [ଅନୁବାଦ ନିର୍ଦ୍ଧେଶାବଳୀ] ସମୀକ୍ଷା କର ।
ସହମତି ପ୍ରକାଶ କରିବା ସହମତ ହେବା ଯେ ବିଶ୍ଵାସର ବକ୍ତବ୍ୟ ଆପଣଙ୍କର ନିଜ ବିଶ୍ଵାସର ନିର୍ଭୁଲ ପ୍ରତିଫଳନ ଅଟେ ଏବଂ ଆପଣ ଏହି ବିଷୟବସ୍ତୁକୁ ଐକ୍ୟବଦ୍ଧତାରେ ଓ ଅନୁବାଦ ନିର୍ଦ୍ଧେଶାବଳୀ ଅନୁଯାଇ ଫର୍ମରେ ହସ୍ତାକ୍ଷର କରି ଅନୁବାଦ କରିବାକୁ ଇଚ୍ଛା କରନ୍ତି । (http: //ufw.io/forms/ କୁ ଦେଖନ୍ତୁ)
ଚିଠା କିଛି ଲେଖାଂଶର ଚିଠା ଅନୁବାଦ ପ୍ରସ୍ତୁତ କର ।
ଏକ ଚିଠା ଅନୁବାଦକୁ କିପରି ପ୍ରସ୍ତୁତ କରିବେ, ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, [ପ୍ରଥମ ଚିଠା] ପାଠକୁ ଦେଖନ୍ତୁ
- ସ୍ଵୟଂ ଯାଞ୍ଚ୍
ଆପଣଙ୍କ ଚିଠା ଅନୁବାଦର ସ୍ଵୟଂ ଯାଞ୍ଚ୍ କୁ କିପରି କରିବେ ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ସ୍ଵୟଂ ଯାଞ୍ଚ୍]।
- ଅନୁସନ୍ଧାନ ଯାଞ୍ଚ୍ ।
ଆପଣଙ୍କ ଚିଠା ଅନୁବାଦର ଅନୁସନ୍ଧାନ ଯାଞ୍ଚ୍ କୁ କିପରି କରିବେ, ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ଅନୁସନ୍ଧାନ ଯାଞ୍ଚ୍]।
- ଅନୁବାଦ ଶବ୍ଦ ଯାଞ୍ଚ୍ ।
ଆପଣଙ୍କ ଚିଠା ଅନୁବାଦର ଅନୁବାଦ ଶବ୍ଦ ଯାଞ୍ଚ୍ କୁ କିପରି କରିବେ, ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ଅନୁବାଦ ଶବ୍ଦ ଯାଞ୍ଚ୍]।
- ନିର୍ଭୁଲତା ଯାଞ୍ଚ୍
ଆପଣଙ୍କ ଚିଠା ଅନୁବାଦର ନିର୍ଭୁଲତା ଯାଞ୍ଚ୍ କୁ କିପରି କରିବେ ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ନିର୍ଭୁଲତା ଯାଞ୍ଚ୍]।
Next we recommend you learn about:
ଦ୍ଵିତୀୟ ଯାଞ୍ଚ୍ ସ୍ତର – ସଂପ୍ରଦାୟ ଦ୍ଵାରା ଦୃଢିକରଣ ।
This page answers the question: ମୁଁ ଦ୍ଵିତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟକୁ କିପରି କରିବି ?
In order to understand this topic, it would be good to read:
ଦ୍ଵିତୀୟ ସ୍ତର ଯାଞ୍ଚ୍ – ବାହ୍ୟ ଯାଞ୍ଚ୍
ଅନୁବାଦଟି ଯେ ଠିକ୍ ଅଛି ଏହା ସ୍ଥାନୀୟ ଭାଷା ସଂପ୍ରଦାୟରୁ ଆଗତ ପ୍ରତିନିଧିତ୍ଵ ଦଳଗୁଡିକ ସଠିକ୍ ନିର୍ଣ୍ଣୟ ସହ ସମ୍ମତି ପ୍ରଦାନ କରିବା ଦ୍ଵିତୀୟ ସ୍ତର ଯାଞ୍ଚ୍ ର ଉଦ୍ଦେଶ୍ୟ ଅଟେ ।
ଦ୍ଵିତୀୟ ସ୍ତର ଯାଞ୍ଚ୍ ଦୁଇଟି ମାଧ୍ୟମରେ କରାଯିବ
- ଭାଷା ସଂପ୍ରଦାୟର ଯାଞ୍ଚ୍ । ଏହା ଯେ ସ୍ପଷ୍ଟ, ସ୍ଵାଭାବିକ, ଓ ବୋଧଯୋଗ୍ୟ ଏହାକୁ ନିଶ୍ଚିତ କରିବା ପାଇଁ ଉକ୍ତ ଅନୁବାଦକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ଦ୍ଵାରା ଯାଞ୍ଚ୍ କରାଯିବ । ଭାଷା ସଂପ୍ରଦାୟ ଯାଞ୍ଚ୍ କରିବାକୁ ପାଳନ କରିବା ପାଇଁ ଥିବା ସୋପାନଗୁଡିକ, ଦେଖନ୍ତୁ ଭାଷା ସଂପ୍ରଦାୟ ଯାଞ୍ଚ୍ ।
- ମଣ୍ଡଳୀ ନେତାଙ୍କ ଯାଞ୍ଚ୍ । ଏହା ଯେ ନିର୍ଭୁଲ, ଏହାକୁ ନିଶ୍ଚିତ କରିବା ପାଇଁ ଉକ୍ତ ଅନୁବାଦକୁ ଭାଷା ସଂପ୍ରଦାୟରୁ ଆଗତ ମଣ୍ଡଳୀର ନେତାମାନଙ୍କ ଦ୍ଵାରା ଯାଞ୍ଚ୍ କରାଯିବ । ଭାଷା ସଂପ୍ରଦାୟ ଯାଞ୍ଚ୍ କରିବାକୁ ପାଳନ କରିବା ପାଇଁ ଥିବା ସୋପାନଗୁଡିକ, ଦେଖନ୍ତୁ ମଣ୍ଡଳୀ ନେତାଙ୍କ ଯାଞ୍ଚ୍।
ଯେତେବେଳେ ଏହା ସମାପ୍ତ ହୁଏ, ଏହି କାର୍ଯ୍ୟ ଦୃଢୀଭୂତ ହେବା ଆବଶ୍ୟକ (ଦେଖନ୍ତୁ ଦୃଢୀକରଣ ଦ୍ଵିତୀୟ ସ୍ତର)।
Next we recommend you learn about:
ଭାଷା ସମ୍ପ୍ରଦାୟ ମୂଲ୍ୟାଙ୍କନ ପ୍ରଶ୍ନସମୂହ
This page answers the question: ଏହି ଅନୁବାଦକୁ ସମାଜ/ସମ୍ପ୍ରଦାୟ ସ୍ୱୀକୃତି ଦେଇଛି ବୋଲି ମୁଁ କିପରି ପ୍ରକାଶ କରିପାରିବି ?
In order to understand this topic, it would be good to read:
ଆମେ, ଅନୁବାଦକ ଦଳର ସଭ୍ୟମାନେ, ଦୃଢତାର ସହ ଘୋଷଣା କରୁ ଯେ, ଆମେ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିଅଛୁ ।
ଆମେ ବୃଦ୍ଧ ଓ ଯୁବାମାନଙ୍କ ସହିତ ଏବଂ ମହିଳା ଓ ପୁରୁଷମାନଙ୍କ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିଅଛୁ ।
ଆମେ ସଂପ୍ରଦାୟର ଲୋକମାନଙ୍କ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିବା ସମୟରେ ଅନୁବାଦର ପ୍ରଶ୍ନଗୁଡିକୁ ବ୍ୟବହାର କଲୁ ।
ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକମାନେ ଯେଉଁ ଶବ୍ଦଗୁଡିକୁ ଠିକ୍ ବୁଝିଲେ ନାହିଁ, ଏପରି ଶବ୍ଦଗୁଡିକୁ ବୁଝିବାରେ ସ୍ପଷ୍ଟ ଓ ସହଜ କରିବା ପାଇଁ ଆମେ ଅନୁବାଦକୁ ସଂଶୋଧନ କଲୁ । ଦୟାକରି ନିମ୍ନରେ ପ୍ରଦତ୍ତ ପ୍ରଶ୍ନଗୁଡିକର ମଧ୍ୟ ଉତ୍ତର ଦିଅନ୍ତୁ:
ଏହି ପ୍ରଶ୍ନଗୁଡିକର ଉତ୍ତର ବହୁଭାଷୀ ଖ୍ରୀଷ୍ଟିୟାନ ସଂପ୍ରଦାୟରେ ସହାୟକ ହେବ, ଯେପରିକି କୌଣସି ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟ ଅନୁବାଦକୁ ସ୍ପଷ୍ଟ, ନିର୍ଭୁଲତା ଓ ସ୍ଵାଭାବିକ ଭାବରେ ଖୋଜି ପାଆନ୍ତି ।
- ଅଳ୍ପ କେତେକ ଶାସ୍ତ୍ରାଂଶର ତାଲିକା କର ଯେଉଁଠାରେକି ସଂପ୍ରଦାୟର ମତାମତ ସହାୟକ ହୋଇଥିଲା । ଆପଣ ସେମାନଙ୍କ ନିମନ୍ତେ ସ୍ପଷ୍ଟ କରିବା ପାଇଁ ଏହି ଶାସ୍ତ୍ରାଂଶଗୁଡିକୁ କିପରି ପରିବର୍ତ୍ତନ କଲେ ?
- କେତେକ ଗୁରୁତ୍ଵପୂର୍ଣ୍ଣ ଭାବ ପ୍ରକାଶକ ଶଦ୍ଦଗୁଡିକର ବର୍ଣ୍ଣନା ଦେଇ, ସେଗୁଡିକ କିପରି ମୂଳ ଭାଷାରେ ବ୍ୟବହୃତ ଭାବପ୍ରକାଶକ ଶବ୍ଦ ସହ ସମାନ ଅଟେ, ତାହାକୁ ବିଶ୍ଳେଷଣ କରି ଲେଖନ୍ତୁ । କାହିଁକି ଆପଣ ଏହି ଭାବପ୍ରକାଶକ ଶବ୍ଦଗୁଡିକୁ ବାଛିଲେ, ତାହା ବୁଝିବାରେ ଯାଞ୍ଚ୍ କାରୀମାନଙ୍କର ସହାୟକ ହେବ ।
- ଏହି ଶାସ୍ତ୍ରାଂଶଗୁଡିକୁ ଉଚ୍ଚ ସ୍ଵର କରି ପଡିବା ବେଳେ ଭାଷାର ସନ୍ତୋଷଜନକ ଧାରାକୁ ଉକ୍ତ ସଂପ୍ରଦାୟ ଯାଞ୍ଚ୍ କରି ନିର୍ଣ୍ଣୟ କରିଛନ୍ତି କି ? (ଭାଷାଟି ଆପଣଙ୍କର ନିଜ ସଂପ୍ରଦାୟର ଲେଖକଙ୍କ ଭାଷାର ଉଚ୍ଚାରଣ ପରି ଅନୁଭୂତ ହେଉଅଛି କି ?
ଉକ୍ତ ସଂପ୍ରଦାୟର ନେତାମାନେ ଏଥିରେ ସେମାନଙ୍କର ନିଜ ବାର୍ତ୍ତାକୁ ଯୋଗ କରିପାରନ୍ତି କିମ୍ବା ଏହି ଅନୁବାଦ ସ୍ଥାନୀୟ ସଂପ୍ରଦାୟର ଲୋକମାନଙ୍କ ପାଇଁ କିପରି ଗ୍ରହଣଯୋଗ୍ୟ ହେବ, ତହି ବିଷୟରେ ଏକ ସାରାଂଶ ବ୍ୟକ୍ତବ୍ୟ ଦେଇପାରନ୍ତି । ଏହାକୁ ସ୍ତର ଦୁଇ ସଂପ୍ରଦାୟର ଯାଞ୍ଚ୍ ମୂଲ୍ୟ ନିର୍ଦ୍ଧାରଣ ସୂଚନାର ଅଂଶ ରୁପେ ଜଡିତ କରାଯାଇ ପାରିବ । ବହୁ ମଣ୍ଡଳୀର ନେତୃବୃନ୍ଦ ଏହି ସୂଚନାର ସୁଯୋଗ ପାଇବେ, ଆଉ ସେମାନେ ଦ୍ଵିତୀୟ ସ୍ତର ମଣ୍ଡଳୀ ଯାଞ୍ଚ୍ ପାଠ ସମୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ସଂପ୍ରଦାୟ ଦ୍ଵାରା ନିଶ୍ଚିତ ଅନୁମୋଦନ ପାଇଁ ଅନୁମୋଦନକୁ ବିଧିସିଦ୍ଧ କରିବାରେ ଏହା ସେମାନଙ୍କୁ ସାହାଯ୍ୟ କରିବ ।
Next we recommend you learn about:
ଦ୍ଵିତୀୟ ସ୍ତର ଦୃଢୀକରଣ
This page answers the question: ଅନୁବାଦଟି ଉତ୍ତମ ବୋଲି ମଣ୍ଡଳୀ ନେତାଗଣ କିପରି ଦୃଢ଼ ନିଶ୍ଚିତ କରିପାରିବେ ?
In order to understand this topic, it would be good to read:
ଦ୍ଵିତୀୟ ସ୍ତର ଦୃଡ଼ୋକ୍ତି ନିମନ୍ତେ ସଠିକ୍ ଲିଖିତ ପ୍ରମାଣ
ଆମେ, ଆମ ଭାଷା ସମ୍ପ୍ରଦାୟରେ ଥିବା ମଣ୍ଡଳୀର ନେତାଗଣ ନିମ୍ନରେ ପ୍ରଦତ୍ତ ବିଷୟଗୁଡ଼ିକୁ ଦୃଢତାର ସହ ଘୋଷଣା କରୁ:
- ଅନୁବାଦଟି ବିଶ୍ଵାସର ଉକ୍ତି ଓ ଅନୁବାଦର ନିର୍ଦ୍ଦେଶାବଳୀକୁ ପାଳନ କରେ ।
- ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାରେ ନିର୍ଭୁଲ ଓ ସ୍ପଷ୍ଟ ଅଟେ ।
- ଅନୁବାଦଟି ଗ୍ରହଣଯୋଗ୍ୟ ଭାଷା ଶୈଳୀକୁ ବ୍ୟବହାର କରେ ।
- ଅନୁବାଦଟି ଉପଯୁକ୍ତ ବର୍ଣ୍ଣମାଳା ଓ ଶବ୍ଦର ସଠିକ୍ ବନାନର ଶୃଙ୍ଖଳିତ ପ୍ରଣାଳୀକୁ ବ୍ୟବହାର କରେ ।
- ସମ୍ପ୍ରଦାୟ ଅନୁବାଦକୁ ଅନୁମୋଦନ କରନ୍ତି ।
- ସମ୍ପ୍ରଦାୟ ମୂଲ୍ୟ ନିର୍ଦ୍ଧାରଣ ଫର୍ମ ସମ୍ପୂର୍ଣ୍ଣ ହୋଇସାରିଛି ।
ଯଦି କୌଣସି ସମସ୍ୟାଗୁଡ଼ିକ ବାକି ରହିଛି, ତେବେ ସ୍ତର ତିନି ଯାଞ୍ଚ୍ କାରୀମାନଙ୍କର ଧ୍ୟାନ ନିମନ୍ତେ ସେଗୁଡ଼ିକୁ ଏଠାରେ ଲେଖି ରଖନ୍ତୁ ।
ଦ୍ଵିତୀୟ ସ୍ତର ଯାଞ୍ଚ୍ କାରୀମାନଙ୍କ ନାମ ଓ ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ
- ନାମ:
- ପଦବୀ:
Next we recommend you learn about:
ତୃତୀୟ ସ୍ତର ଯାଞ୍ଚ୍ କରିବା ନିମନ୍ତେ ପ୍ରଶ୍ନସମୂହ ।
This page answers the question: ତୃତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟରେ ମୁଁ କ’ଣ ଦେଖିବି ?
In order to understand this topic, it would be good to read:
ତୃତୀୟ ସ୍ତର ଯାଞ୍ଚ୍ – ବିଶ୍ଵାସଯୋଗ୍ୟ ଯାଞ୍ଚ୍
ଭାଷା ସମ୍ପ୍ରଦାୟରେ ଥିବା ମଣ୍ଡଳୀମାନଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଦଳ କିମ୍ବା ଅନୁଷ୍ଠାନମାନଙ୍କ ଦ୍ଵାରା ତୃତୀୟ ସ୍ତରର ଯାଞ୍ଚ୍ କାର୍ଯ୍ୟ କରାଯିବ।
ଏହି ଦଳରୁ ଆଗତ ନେତାମାନେ ସଠିକତା ନିର୍ଣ୍ଣୟ କରିବେ ଯେ ସେମାନେ ସେମାନଙ୍କ ସହିତ ଅନୁବନ୍ଧିତ ଲୋକମାନଙ୍କ ମଧ୍ୟରେ ଅନୁବାଦର ବ୍ୟବହାର ଓ ବଣ୍ଟନର ଅନୁମୋଦନ କରିଛନ୍ତି । ଏହି ଅନୁମୋଦନ ଅନୁବାଦର ବିତରଣ ନିମନ୍ତେ ଆବଶ୍ୟକତା ନୁହେଁ, କିନ୍ତୁ ଏହାକୁ ଯର୍ଥାତ୍ ପ୍ରତିପାଦନ କରିବା ପାଇଁ କାର୍ଯ୍ୟ କରିଥାଏ ।
ଯେଉଁମାନେ ତୃତୀୟ ସ୍ତର ଯାଞ୍ଚ୍ କରନ୍ତି ସେମାନେ ଦ୍ଵିତୀୟ ସ୍ତର ଯାଞ୍ଚ୍ କରିଥିବା ଲୋକମାନଙ୍କଠାରୁ ଭିନ୍ନ ହେବା ଆବଶ୍ୟକ ।
ଅନୁବାଦର ଶ୍ରେଣୀବଦ୍ଧତାକୁ ମୂଳ ଲେଖା/ପାଠର ଓ ମଣ୍ଡଳୀ ଇତିହାସ ଓ ବିଶ୍ଵର ହିତଜନକ ଶିକ୍ଷା/ସିଦ୍ଧାନ୍ତର ଉଦ୍ଦେଶ୍ୟ ସହ ଏବଂ ନିର୍ଦ୍ଧିଷ୍ଟ ଭାଷା କହୁଥିବା ମଣ୍ଡଳୀର ନେତୃତ୍ଵ ଦ୍ଵାରା ସମୀକ୍ଷା ଓ ଦୃଢ ଘୋଷଣା ମଧ୍ୟଦେଇ ସୁନିଶ୍ଚିତ କରିବା ଏହି ସ୍ତରର ଅଭିପ୍ରାୟ ଅଟେ ।
ବହୁ ମଣ୍ଡଳୀ ସମ୍ମିଳନୀର ନେତୃତ୍ଵମାନଙ୍କର ପରସ୍ପରର ବୁଝାମଣା ଦ୍ଵାରା ତୃତୀୟ ସ୍ତରକୁ ହାସଲ କରାଯାଏ।
ମଣ୍ଡଳୀ ସମ୍ମିଳନୀ ଭାଷା ସଂପ୍ରଦାୟରେ ଥିବା ମଣ୍ଡଳିଗୁଡ଼ିକର ପ୍ରତିନିଧିତ୍ଵ ନେବା ଉଚିତ୍ ।
ଅନୁବାଦକୁ ଯାଞ୍ଚ୍ କରୁଥିବା ଲୋକମାନେ ନିର୍ଦ୍ଧିଷ୍ଟ ଭାଷାର ପ୍ରଥମ–ଭାଷା (ମାତୃ ଭାଷା) କହିବା ବ୍ୟକ୍ତି ହେବା ଉଚିତ୍, ଓ ଚେକ୍ ରେ ଦସ୍ତଖତ କରିବା ଲୋକ ମଣ୍ଡଳୀ ସମ୍ମିଳନୀରେ ନେତୃତ୍ଵର ଭୂମିକାରେ ରହିବା ବ୍ୟକ୍ତି ହେବା ଉଚିତ୍ ।
ଗୋଟିଏ ମଣ୍ଡଳୀ ସମ୍ମିଳନୀର ଜଣେ ନେତା ଯିଏକି ଅନୁବାଦ କରାଯାଉଥିବା ଭାଷାର ମାତୃ ଭାଷା କହୁଥୁବା ବ୍ୟକ୍ତି ହୋଇଥିବ ଏବଂ ଉଭୟ ଅନୁବାଦର ଯାଞ୍ଚ୍ କରିପାରିବ ଓ ଏହାର ଯୋଗ୍ୟତାରେ ମଧ୍ୟ ଦସ୍ତଖତ କରି ପାରିବ।
ଯେବେ ଅନୁବାଦଟି ଅନ୍ୟ ଦୁଇଟି ମଣ୍ଡଳୀ ସମ୍ମିଳନୀ ନେତୃତ୍ଵ (ବା ସେମାନଙ୍କ ପ୍ରତିନିଧିଗଣ), ଯେଉଁମାନେ କି ବାଇବଲଭିତ୍ତିକ ଭାଷା ଓ ବିଷୟବସ୍ତୁରେ ତାଲିମ ପ୍ରାପ୍ତ, ସେମାନଙ୍କ ଦ୍ଵାରା ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଇ ଓ ଅନୁମୋଦନ କରାଯାଇଛି, ତୃତୀୟ ସ୍ତର ସମ୍ପୂର୍ଣ୍ଣ ହୋଇସାରିଛି ।
ତୃତୀୟ ସ୍ତର ଯାଞ୍ଚ୍ ରେ ଆଗକୁ ବଢିବା ପାଇଁ, ତୃତୀୟ ସ୍ତର ଯାଞ୍ଚ୍ ନିମନ୍ତେ ପ୍ରଶ୍ନାବଳୀ ପାଠକୁ ଯାଅନ୍ତୁ ।
Next we recommend you learn about:
ତୃତୀୟ ସ୍ତର ଅନୁମୋଦନ ।
This page answers the question: ଅନୁବାଦର ତୃତୀୟ ସ୍ତର ଅନୁମୋଦନ କାର୍ଯ୍ୟକୁ ମୁଁ କିପରି ଦୃଢ଼ ନିଶ୍ଚିତ କରିପାରିବି ?
In order to understand this topic, it would be good to read:
ତୃତୀୟ ସ୍ତର ନିମନ୍ତେ ପ୍ରଶ୍ନଗୁଡିକ
ତୃତୀୟ ସ୍ତର ଯାଞ୍ଚ୍ କାରୀମାନେ ନୂତନ ଅନୁବାଦ ପାଠ କରିବା ସମୟରେ ମନେ ରଖିବା ପାଇଁ କେତେକ ପ୍ରଶ୍ନଗୁଡିକ।
ଆପଣ ଅନୁବାଦର କିଛି ଅଂଶକୁ ପାଠ କରିବା ପରେ କିମ୍ବା ପାଠଂଶରେ କିଛି ତ୍ରୁଟିଗୁଡିକ ପାଇବା ପରେ ଆପଣ ଏହି ପ୍ରଶ୍ନଗୁଡିକର ଉତ୍ତର ଦେଇପାରନ୍ତି । ଯଦି ଆପଣ ପ୍ରଥମ ଦଳରେ ଏଥିମଧ୍ୟରୁ ଯେକୌଣସି ପ୍ରଶ୍ନ ନିମନ୍ତେ “ନାହି” ର ଉତ୍ତର ଦିଅନ୍ତି, ତେବେ ଦୟାକରି ଅଧିକ ବର୍ଣ୍ଣନା ଦେଇ ବୁଝାନ୍ତୁ, ସେହି ନିର୍ଦ୍ଧିଷ୍ଟ ଶାସ୍ତ୍ରାଂଶକୁ ସାମିଲ କରନ୍ତୁ ଯାହା ଆପଣଙ୍କୁ ଠିକ୍ ନଥିବା ମନେ ହେଉଛି, ଏବଂ ଅନୁବାଦ ଦଳ ଏହାକୁ କିପରି ସଂଶୋଧନ କରିବା ଉଚିତ୍, ତହି ବିଷୟରେ ଆପଣ ସୁପାରିଶ କରନ୍ତୁ ।
ମନେ ରଖନ୍ତୁ ଯେ ମୂଳ ଲେଖାର ଅର୍ଥକୁ ନିର୍ଦ୍ଧିଷ୍ଟ ଭାଷାରେ ସ୍ଵାଭାବିକ ଓ ସ୍ପଷ୍ଟ ମାଧ୍ୟମରେ ପ୍ରକାଶ କରିବା ଅନୁବାଦ ଦଳର ଲକ୍ଷ୍ୟ ଅଟେ । ଏହାର ଅର୍ଥ ଯେ ସେମାନଙ୍କୁ କେତେକ ଖଣ୍ଡବାକ୍ୟକୁ ପରିବର୍ତ୍ତନ କରିବାର ଆବଶ୍ୟକ ହୋଇପାରେ ଏବଂ ସେମାନଙ୍କୁ ମୂଳ ଭାଷାରେ ଥିବା ଅନେକ ଏକବଚନ ଶବ୍ଦଗୁଡିକୁ ନିର୍ଦ୍ଦିଷ୍ଟ ଭାଷାରେ ବହୁ ଶବ୍ଦ ସହ ପ୍ରତିନିଧିତ୍ଵ କରିବାକୁ ପଡିଥିଲା ।
ଏହି ବିଷୟଗୁଡିକ ଅନ୍ୟ ଭାଷା (OL) ଅନୁବାଦରେ ସମସ୍ୟା ବୋଲି ବିଚାର କରାଯାଏ ନାହି । ଅନୁବାଦକମାନେ କେବଳ ULT ଓ UST ର Gateway ଭାଷା (GL) ଅନୁବାଦଗୁଡିକ ନିମନ୍ତେ ହିଁ ଏହି ପରିବର୍ତ୍ତନକୁ ଏଡାଇବା ଉଚିତ୍ ।
ବାଇବେଲ ଭିତ୍ତିକ ମୂଳ ଭାଷାଗୁଡିକ କିପରି ଅର୍ଥ ପ୍ରକାଶ କରେ ତାହା ଅନ୍ୟ ଭାଷା (OL) ଅନୁବାଦମାନଙ୍କୁ ଦେଖାଇବା ULT ର ଉଦ୍ଦେଶ୍ୟ ଅଟେ ଏବଂ ଯଦିଚ ଅନ୍ୟ ଭାଷା (OL) ରେ ରୂଢି ପ୍ରୟୋଗକୁ ବ୍ୟବହାର କରିବା ଅଧିକ ସ୍ଵାଭାବିକ, ତଥାପି ସେହି ସମାନ ଅର୍ଥକୁ ସରଳ ଓ ସ୍ପଷ୍ଟ ଶୈଳୀରେ ପ୍ରକାଶ କରିବା UST ର ଉଦ୍ଦେଶ୍ୟ ଅଟେ ।
Gateway ଭାଷା (GL) ଅନୁବାଦକମାନେ ଏହି ନିର୍ଦ୍ଦେଶାବଳୀଗୁଡିକୁ ମନେ ରଖିବା ଆବଶ୍ୟକ । କିନ୍ତୁ OL ଅନୁବାଦମାନଙ୍କ ନିମନ୍ତେ ମୂଳ ଲକ୍ଷ୍ୟ ହେଉଛି ଯେ ସେମାନେ ସର୍ବଦା ସ୍ଵାଭାବିକ ଓ ସ୍ପଷ୍ଟ ହେବା ଉଚିତ୍ । ଆହୁରି ମଧ୍ୟ ମନେ ରଖନ୍ତୁ ଯେ ପ୍ରଥମ ଶ୍ରୋତାମାନେ ମୂଳ ସମ୍ବାଦରୁ ବୁଝିଥିବା ତଥ୍ୟକୁ ଅନୁବାଦକମାନେ ସାମିଲ କରିଥାଇ ପାରନ୍ତି, କିନ୍ତୁ ମୂଳ ଲେଖକ ସ୍ପଷ୍ଟ ଭାବରେ ବ୍ୟକ୍ତ କଲେ ନାହି ।
ଯେବେ ଏହି ତଥ୍ୟ ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କ ନିମନ୍ତେ ଲେଖାଂଶ/ପାଠକୁ ବୁଝିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ବେଳେ, ସ୍ପଷ୍ଟ ବକ୍ତବ୍ୟକୁ ଅନ୍ତର୍ଭୁକ୍ତ କରିବା ଭଲ ବିଷୟ ଅଟେ । ଏହି ବିଷୟରେ ଅଧିକ ଜାଣିବା ନିମନ୍ତେ, ଦେଖନ୍ତୁ ସମ୍ପୂର୍ଣ୍ଣ ଓ ସ୍ପଷ୍ଟ ତଥ୍ୟ।
- ଉକ୍ତ ଅନୁବାଦଟି ବିଶ୍ଵାସର ବକ୍ତବ୍ୟକୁ ଓ ଅନୁବାଦ ନିର୍ଦ୍ଧେଶାବଳୀକୁ ପାଳନ କରେ କି ?
- କ’ଣ ଅନୁବାଦ ଦଳ ମୂଳ ଭାଷାର ଉତ୍ତମ ବୁଝାମଣା ସଙ୍ଗେ ସଙ୍ଗେ ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତିର ଉତ୍ତମ ବୁଝିବା ଶକ୍ତିକୁ ଦେଖାଇଛନ୍ତି କି ?
- କ’ଣ ଭାଷା ସଂପ୍ରଦାୟ ଦୃଢତାର ସହ କହୁଛି ଯେ ଅନୁବାଦଟି ସେମାନଙ୍କର ଭାଷାରେ ସ୍ପଷ୍ଟ ଓ ସ୍ଵାଭାବିକ ଭାବରେ କହେ ?
ଅନୁବାଦକମାନେ କେଉଁ ଅନୁବାଦ ଶୈଳୀକୁ ପାଳନ କରୁଥିବା ପ୍ରତୀୟମାନ ହେଉଛି ? ଅକ୍ଷରେ ଅକ୍ଷରେ ଅନୁବାଦ କରିବା, ମୂଳ ଅନୁବାଦର ଢାଞ୍ଚା ସହ ଘନିଷ୍ଠ ହୋଇ ଲାଗି ରହିବା ।
- ସ୍ଵାଭାବିକ ଭାଷା ବାକ୍ୟାଂଶ ଗଠନ ଶୈଳୀକୁ ବ୍ୟବହାର କରି, ପ୍ରତି ବାକ୍ୟାଂଶକୁ ଅନୁବାଦ କରିବା ।
- ସ୍ଥାନୀୟ ଭାଷା ଭାବଭଙ୍ଗୀର ସ୍ଵାଧିନତାକୁ ଲକ୍ଷ୍ୟ ରଖି ଅର୍ଥପୂର୍ଣ୍ଣ ଅନୁବାଦ କରିବା ।
- ସଂପ୍ରଦାୟର ନେତାମାନେ ଅନୁଭବ କରୁଛନ୍ତି କି ଯେ ଅନୁବାଦକମାନେ (ପ୍ରଶ୍ନ 4 ରେ ଚିହ୍ନଟ ହୋଇଥିବା) ଶୈଳୀକୁ ପାଳନ କରିଛନ୍ତି ଓ ଏହା ସଂପ୍ରଦାୟର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ଅଟେ ?
ସଂପ୍ରଦାୟର ନେତାମାନେ ଅନୁଭବ କରୁଛନ୍ତି କି ଯେ ଅନୁବାଦକମାନେ ବ୍ୟବହାର କରିଥିବା ସ୍ଥାନୀୟ ଭାଷା ଶୈଳୀ ବିସ୍ତୃତ ଭାଷା ସଂପ୍ରଦାୟ ପାଇଁ ସବୁଠାରୁ ଉତ୍ତମ ଯୋଗାଯୋଗ ଶୈଳୀ ଅଟେ । ଉଦାହରଣ ସ୍ଵରୂପେ, ଅନୁବାଦକମାନେ ଭାଷା ସଂପ୍ରଦାୟରେ ଅଧିକାଂଶ ଲୋକମାନଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ମନୋଭାବ ପ୍ରକାଶ କରୁଥିବା ଶବ୍ଦାବଳୀ, ସଂଯୋଜକ ବାକ୍ୟାଂଶ ଓ ସଠିକ୍ ବନାନଗୁଡିକୁ ବ୍ୟବହାର କରିଛନ୍ତି କି ?
- ଆପଣ ଅନୁବାଦକୁ ପାଠ କରିବା ସମୟରେ, ସ୍ଥାନୀୟ ସଂପ୍ରଦାୟରେ ଦେଖାଦେଉଥିବା ସାଂସ୍କୃତିକ ସମସ୍ୟାଗୁଡ଼ିକ ବିଷୟରେ ଚିନ୍ତା କର ଯେ ପୁସ୍ତକରେ ଥିବା କେତେକ ଅଂଶକୁ ଅନୁବାଦ କରିବା କଷ୍ଟକର ହୋଇପାରେ । କଣ ଅନୁବାଦ ଦଳ ମୂଳ ଭାଷାର ବାର୍ତ୍ତାକୁ ସ୍ପଷ୍ଟ ହେଲା ଭଳି ଏହି ଉଦ୍ଧୃତାଂଶକୁ ଅନୁବାଦ କରିଛନ୍ତି କି, ଏବଂ ସାଂସ୍କୃତିକ ସମସ୍ୟା ହେତୁ ଲୋକମାନଙ୍କର ଯେକୌଣସି ଭୁଲ୍ ବୁଝାମଣାକୁ ଦୁର କାରାଯାଇଛି କି ?
- ଏହି କଷ୍ଟକର ଉଦ୍ଧୃତାଂଶରେ, ଅନୁବାଦକ ମୂଳ ଲେଖାରେ ଥିବା ସମାନ ସମ୍ବାଦକୁ ଯୋଗାଯୋଗ କରୁଥିବା ଭଳି ଭାଷାକୁ ବ୍ୟବହାର କରିଛନ୍ତି ବୋଲି ସଂପ୍ରଦାୟର ନେତାମାନେ ଅନୁଭବ କରୁଛନ୍ତି କି ?
- ଆପଣଙ୍କର ବିଚାରରେ, କଣ ଅନୁବାଦଟି ମୂଳ ଲେଖାରେ ଯେପରି ଅଛି ଠିକ୍ ସେହିପରି ସମାନ ସମ୍ବାଦକୁ ଯୋଗାଯୋଗ କରୁଛି କି ?
ଯଦି ଅନୁବାଦର କୌଣସି ଅଂଶ ଆପଣଙ୍କୁ “ନାହିଁ”, ଉତ୍ତର ଦେବାର କାରଣ ହେଉଛି, ତେବେ ଦୟାକରି ନିମ୍ନରେ ପ୍ରଦତ୍ତ ଦ୍ଵିତୀୟ ଦଳର ପ୍ରଶ୍ନର ଉତ୍ତର ଦିଅନ୍ତୁ ।
ଯଦି ଆପଣ ଏହି ଦ୍ଵିତୀୟ ଦଳରେ ଥିବା ପ୍ରଶ୍ନ ପାଇଁ “ହଁ” ଉତ୍ତର ଦିଅନ୍ତି, ତେବେ ଦୟାକରି ସବିଶେଷ ତଥ୍ୟ ସହ ବର୍ଣ୍ଣନା କର, ଯଦ୍ୱାରା ଅନୁବାଦ ଦଳ ଜାଣି ପାରିବେ ଯେ ନିର୍ଦ୍ଧିଷ୍ଟ ସମସ୍ୟା କ’ଣ, ପାଠର କେଉଁ ଅଂଶରେ ସଂଶୋଧନର ଆବଶ୍ୟକତା ରହିଅଛି ଓ ଆପଣା କିପରି ଏହାର ସଂଶୋଧନ ହେବା ଦେଖିବାକୁ ଚାହାନ୍ତି ।
- ଅନୁବାଦରେ କୌଣସି ସିଦ୍ଧାନ୍ତ ସମ୍ଵନ୍ଧୀୟ ତ୍ରୁଟିଗୁଡିକ ରହିଛି କି ?
- ଆପଣ ଅନୁବାଦର କୌଣସି କ୍ଷେତ୍ରରେ ଜାତୀୟ ଭାଷା ଅନୁବାଦକୁ, କିମ୍ବା ଆପଣଙ୍କର ଖ୍ରୀଷ୍ଟିୟାନ ସଂପ୍ରଦାୟରେ ପ୍ରତିଷ୍ଠିତ ବିଶ୍ଵାସର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଖଣ୍ଡନ କରିବା ଦେଖାଯାଉଛି କି ?
- କ’ଣ ଅନୁବାଦ ଦଳ କିଛି ଅତିରିକ୍ତ ତଥ୍ୟ କିମ୍ୱା ବିଚାରଧାରାକୁ ଯୋଗ କରିଛନ୍ତି କି ଯାହା ମୂଳ ପାଠରେ ଥିବା ସମ୍ବାଦର ଅଂଶ ବିଶେଷ ନୁହେଁ ? (ମନେ ରଖନ୍ତୁ ଯେ, ମୂଳ ସମ୍ବାଦ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ କୁ ଜଡିତ କରେ।)
- କ’ଣ ଅନୁବାଦ ଦଳ କିଛି ତଥ୍ୟ ଓ ବିଚାରଧାରାକୁ ଛାଡି ଦେଇଛନ୍ତି କି, ଯାହା ମୂଳ ପାଠରେ ଥିବା ସମ୍ବାଦର ଅଂଶ ବିଶେଷ ଅଟେ ? ଯଦି ଅନୁବାଦ ସହ କିଛି ସମସ୍ୟା ଥିଲେ, ଅନୁବାଦ ଦଳ ସହିତ ସାକ୍ଷାତ କରିବା ପାଇଁ ଯୋଜନା କରି ସେହି ସମସ୍ୟାଗୁଡ଼ିକର ସମାଧାନ କରନ୍ତୁ ।
ଆପଣ ସେମାନଙ୍କ ସହିତ ସାକ୍ଷାତ କରିବା ପରେ, ଅନୁବାଦ ଦଳ ସଂଶୋଧିତ ଅନୁବାଦଟି ଏବେ ପର୍ଯ୍ୟନ୍ତ ଉତ୍ତମ ଭାବରେ ଯୋଗାଯୋଗ କରୁଥିବା ବିଷୟକୁ ସୁନିଶ୍ଚିତ କରିବା ପାଇଁ ଉକ୍ତ ସଂଶୋଧିତ ଅନୁବାଦକୁ ସଂପ୍ରଦାୟର ନେତାମାନଙ୍କ ସହିତ ଯାଞ୍ଚ୍ କରିବାର ଆବଶ୍ୟକ ମନେ କରିପାରନ୍ତି ଏବଂ ତା’ପରେ ପୁନର୍ବାର ଆପଣଙ୍କ ସହିତ ସାକ୍ଷାତ କରିବେ ।
ଯେବେ ଆପଣ ଅନୁବାଦକୁ ଅନୁମୋଦନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି, ଏଠାକୁ ଯାଆନ୍ତୁ: ସ୍ତର 3 ଅନୁମୋଦନ।
Next we recommend you learn about:
ତୃତୀୟ ଯାଞ୍ଚ୍ ସ୍ତର – ମଣ୍ଡଳୀ ନେତୃତ୍ଵ ଦ୍ଵାରା ଦୃଢିକରଣ ।
This page answers the question: ମୁଁ ତୃତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟକୁ କିପରି କରିବି ?
In order to understand this topic, it would be good to read:
ତୃତୀୟ ସ୍ତର ଦୃଢ ଘୋଷଣା ନିମନ୍ତେ ସଠିକ୍ ଦଲିଲ
ମୁ, ର ପ୍ରତିନିଧିତ୍ଵ ଭାବରେ ମଣ୍ଡଳୀ ନେଟୱର୍କ ବା ବାଇବଲ ଅନୁବାଦ ଅନୁଷ୍ଠାନ ମଣ୍ଡଳୀ ନେଟୱର୍କ ବା ବାଇବଲ ଅନୁବାଦ ସଂଗଠନ ଭାଷା ସଂପ୍ରଦାୟ ନାମ ଭାଷା ସଂପ୍ରଦାୟ, ଅନୁବାଦର ସ୍ବୀକୃତି, ଓ ନିମ୍ନଲିଖିତକୁ ସତ୍ୟ ବୋଲି ଦାବି କରି କହେ: (ଶୂନ୍ୟ ସ୍ଥାନଗୁଡ଼ିକ ପୂରଣ କର)
- ଅନୁବାଦଟି ବିଶ୍ଵାସର ବକ୍ତବ୍ୟକୁ ଓ ଅନୁବାଦ ନିର୍ଦ୍ଦେଶାବଳୀକୁ ପାଳନ କରେ ।
- ଅନୁବାଦଟି ନିର୍ଦ୍ଦିଷ୍ଟ ଭାଷାରେ ନିର୍ଭୁଲ ଓ ସ୍ପଷ୍ଟ ଅଟେ ।
- ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାର ଏକ ଗ୍ରହଣଯୋଗ୍ୟ ଶୈଳୀକୁ ବ୍ୟବହାର କରେ ।
- ସଂପ୍ରଦାୟ ଅନୁବାଦକୁ ସ୍ଵୀକୃତି ଦିଏ ।
ଯଦି ଅନୁବାଦ ଦଳ ସହ ଦ୍ଵିତୀୟ ଥର ସାକ୍ଷାତ ପରେ କୌଣସି ସମସ୍ୟାର ଅମୀମାଂସା ରହିଥାଏ, ତେବେ ଦୟାକରି ସେଗୁଡ଼ିକୁ ଏଠାରେ ଲେଖନ୍ତୁ ।
ଦସ୍ତଖତ: ଏଠାରେ ସ୍ଵାକ୍ଷର କରନ୍ତୁ
ପଦବୀ: ଆପଣଙ୍କ ପଦବୀ ଏଠାରେ ପୂରଣ କରନ୍ତୁ
Gateway ଭାଷା ନିମନ୍ତେ, ଆପଣ ମୂଳ ଲେଖା ପ୍ରକ୍ରିୟା ପାଠକୁ ଅନୁକରଣ କରିବା ଆବଶ୍ୟକ ଯଦ୍ୱାରା ଆପଣଙ୍କ ଅନୁବାଦ ଗୋଟିଏ ମୂଳ ଲେଖା ହୋଇପାରିବ।
ଅନୁବାଦ ଯାଞ୍ଚ୍ ସମ୍ଭନ୍ଧୀୟ ପରିଚୟ – ଭାଗ 2
This page answers the question: ଅନ୍ୟ କାହାର ଅନୁବାଦକୁ ମୋତେ କାହିଁକି ଯାଞ୍ଚ୍ କରିବା ଉଚିତ୍ ?
In order to understand this topic, it would be good to read:
ଅନୁବାଦ ଦଳ ସେମାନଙ୍କ ନିଜ ଅନୁବାଦର ଅଧିକ ଯାଞ୍ଚ୍ କରିବେ ଆମେ ଦେଖୁ ।
ସେହି ଯାଞ୍ଚଗୁଡିକ ସେମାନଙ୍କ କାର୍ଯ୍ୟକୁ ଯାଞ୍ଚ୍ ସ୍ତର ଏକକୁ ଆଣିଥାଏ ।
ସ୍ତର ଦୁଇ ଓ ସ୍ତର ତିନି ନିମନ୍ତେ, ଅନୁବାଦ ଦଳ ସେମାନଙ୍କର କାର୍ଯ୍ୟକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ଓ ମଣ୍ଡଳୀ ନେତାମାନଙ୍କ ନିକଟକୁ ଆଣିବା ଆବଶ୍ୟକ ।
ଏହା ଆବଶ୍ୟକ କାରଣ ଅନୁବାଦ ଦଳ ସେମାନଙ୍କ କାର୍ଯ୍ୟରେ ଘନିଷ୍ଠ ଭାବେ ଜଡ଼ିତ ରହିଥାନ୍ତି, ଏଥିସକାଶେ ସେମାନେ କୌଣସି କୌଣସି ସମୟରେ ଭୁଲଗୁଡିକୁ ଦେଖନ୍ତି ନାହିଁ ଯାହା ଅନ୍ୟମାନେ ଅତି ସହଜରେ ଦେଖି ପାରିଥାନ୍ତି ।
ଭାଷାର ଅନ୍ୟ ବକ୍ତାମାନେ କହିବାର ସର୍ବୋତ୍ତମ ମାଧ୍ୟମକୁ ପ୍ରସ୍ତାବ କରି ପାରିବେ ଯାହା ଅନୁବାଦ ଦଳ କେବେ ଚିନ୍ତା ମଧ୍ୟ କରି ନଥିବେ ।
କୌଣସି କୌଣସି ସମୟରେ ଅନୁବାଦ ଦଳ ଅନୁବାଦକୁ ଅପରିଚିତ ଶବ୍ଦ କରି ପ୍ରକାଶ କରିଥାନ୍ତି କାରଣ ସେମାନେ ମୂଳ ଭାଷାର ଶବ୍ଦକୁ ପ୍ରାୟ ସମାନ ଭାବେ ଅନୁସରଣ କରିଥାନ୍ତି ।
ଭାଷାର ଅନ୍ୟ ବକ୍ତାମାନେ ସେମାନଙ୍କୁ ତାହା ସଜାଡ଼ିବାରେ କରିବାରେ ସାହାଯ୍ୟ କରି ପାରିବେ ।
ଆହୁରି ମଧ୍ୟ, ଅନୁବାଦ ଦଳରେ କେତେକ ବିଶେଷ ବିଚାରଶକ୍ତି କିମ୍ବା ବାଇବେଲ ଜ୍ଞାନ ନିଅଣ୍ଟ ହୋଇପାରେ ଯାହା ଅନ୍ୟମାନଙ୍କ ପାଖରେ ଅଛି, ଏବଂ ସେଥିରେ କେତେକ ତ୍ରୁଟିଗୁଡିକ ରହିପାରେ ଯାହା ଅନ୍ୟମାନେ ସେମାନଙ୍କ ନିମନ୍ତେ ସଂଶୋଧନ କରିପାରିବେ ।
ଏହି କାରଣ ହେତୁ, ଯେଉଁମାନେ ଅନୁବାଦ ଦଳର ଅଂଶୀ ନୁହନ୍ତି ସେମାନେ ଅନୁବାଦକୁ ଯାଞ୍ଚ୍ କରିବା ଆବଶ୍ୟକ ।
ଏହି ସହଚରର ବଳକା ଅଂଶ ମାର୍ଗଦର୍ଶନ ନୀତିରେ ଯିବ ଯାହାକୁ ମଣ୍ଡଳୀ ନେତାମାନେ ସ୍ତର ଦୁଇ ଓ ସ୍ତର ତିନି ନିମନ୍ତେ ଥିବା ଅନୁବାଦକୁ ଯାଞ୍ଚ୍ କରିବାରେ ସେମାନଙ୍କୁ ପରିଚାଳିତ କରିବା ପାଇଁ ବ୍ୟବହାର କରି ପାରିବେ ।
Next we recommend you learn about:
ଏକ ଅନୁବାଦକୁ ଯାଞ୍ଚ୍ କରିବାର ସୋପାନଗୁଡ଼ିକ
This page answers the question: ଅନ୍ୟ କାହାର ଅନୁବାଦକୁ ଯାଞ୍ଚ୍ କରିବା ବେଳେ ମୋତେ କେଉଁ କେଉଁ ପଦକ୍ଷେପଗୁଡିକର ଅନୁକରଣ କରିବା ଉଚିତ୍ ?
In order to understand this topic, it would be good to read:
ଅନୁବାଦାକୁ ଯାଞ୍ଚ୍ କରିବାର ସୋପାନଗୁଡ଼ିକ
ଯାଞ୍ଚ୍ କରିବା ପୂର୍ବରୁ
1.
ଆପଣ ଯାଞ୍ଚ୍ କରୁଥିବା କାହାଣୀଗୁଡିକୁ କିମ୍ବା ବାଇବଲ ଶାସ୍ତ୍ରାଂଶକୁ ସମୟ ପୂର୍ବରୁ ଖୋଜି ବାହାର କରନ୍ତୁ ।
1.
ଶାସ୍ତ୍ରାଂଶକୁ ବିଭିନ୍ନ ସଂସ୍କରଣରେ ଆପଣ ବୁଝୁଥିବା ଯେ କୌଣସି ଭାଷା, ଯଦି ସମ୍ଭବ ହୁଏ ମୂଳ ଭାଷାରେ ମଧ୍ୟ ପାଠ କରନ୍ତୁ ।
Next we recommend you learn about:
ବିଭିନ୍ନ ପ୍ରକାରର ଲିଖିତ ବିପରୀତ ଅନୁବାଦଗୁଡ଼ିକ
This page answers the question: କେତେ ପ୍ରକାରର ଲିଖିତ ବିପରୀତ ଅନୁବାଦ ରହିଛି ?
In order to understand this topic, it would be good to read:
ଦୁଇ ପ୍ରକାରର ଲିଖିତ ବିପରୀତ ଅନୁବାଦ ରହିଛି ।
ଦୁଇ ଧାଡ଼ି ମଧ୍ୟରେ ଲିଖିତ ବିପରୀତ ଅନୁବାଦ ।
ଏକ ଦୁଇ ଧାଡ଼ି ମଧ୍ୟରେ ଲିଖିତ ବିପରୀତ ଅନୁବାଦ ଯେଉଁଥିରେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର ପ୍ରତ୍ୟେକ ଶବ୍ଦ ନିମନ୍ତେ ଥିବା ଅନୁବାଦକୁ ସେହି ଶବ୍ଦର ତଳେ ଲେଖି ରଖିବ ।
ଏହାର ସନ୍ତୋଷଜନକ ପରିଣାମ ଏକ ପାଠରେ ଦେଖାଯାଏ, ଯେଉଁଥିରେ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର ପ୍ରତ୍ୟେକ ଧାଡି ବ୍ୟାପକ ଯୋଗାଯୋଗର ଭାଷାରେ ଥିବା ଧାଡ଼ି ଦ୍ଵାରା ଅନୁଧାବିତ ହୋଇଥାଏ ।
ଏହି ପ୍ରକାର ବିପରୀତ ଅନୁବାଦର ଉପକାର ହେଉଛି, ଯେ ଜଣେ ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷାର ପ୍ରତ୍ୟକ ଶବ୍ଦକୁ ଅନୁବାଦ ଦଳ କିପରି ଅନୁବାଦ କରୁଛନ୍ତି ତାହା ସେ ସହଜରେ ଦେଖିପାରିବେ ।
ସେ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଭାଷା ଶବ୍ଦର ଅର୍ଥ ସୀମାକୁ ଅତି ସହଜରେ ଦେଖି ପାରିବେ ଓ ବିଭିନ୍ନ ପୃଷ୍ଠଭୂମିରେ କିପରି ବ୍ୟବହୃତ ହୋଇଛି ଏହାକୁ ତୁଳନା କରିପାରିବେ ।
ଏହି ପ୍ରକାର ବିପରୀତ ଅନୁବାଦର ଅପକାରିତା ହେଉଛି ଯେ ବ୍ୟାପକ ଯୋଗାଯୋଗ ଭାଷାରେ ଥିବା ପାଠର ଧାଡ଼ି ବ୍ୟକ୍ତିଗତ ଶବ୍ଦଗୁଡିକର ଅନୁବାଦରୁ ତିଆରି ହୋଇଛି ।
ଏହା ପାଠକୁ ପଢିବା ଓ ବୁଝିବାରେ କଷ୍ଟ ହୋଇଥାଏ, ଓ ଅନୁବାଦ ଯାଞ୍ଚକାରୀର ମନରେ ବିପରୀତ ଅନୁବାଦର ଅନ୍ୟ ପ୍ରଣାଳୀ ଅପେକ୍ଷା ଅଧିକ ପ୍ରଶ୍ନ ଓ ଭୁଲ ବୁଝାମଣା ସୃଷ୍ଟି କରିପାରେ ।
ଏହି ସମାନ କାରଣ ହେତୁ ଆମେ ବାଇବଲର ଅନୁବାଦ ନିମନ୍ତେ ରହିଥିବା ଆକ୍ଷରିକ (ଅକ୍ଷରେ ଅକ୍ଷରେ) ପ୍ରଣାଳୀକୁ ସୁପାରିଶ କରି ନ ଥାଉ ।
ସ୍ଵାଧୀନ (ମାଗଣା) ବିପରୀତ ଅନୁବାଦ
ଏକ ସ୍ଵାଧୀନ ବିପରୀତ ଅନୁବାଦ ଏହା ଯେଉଁଥିରେ ଜଣେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରୁ ଏକ ପୃଥକ ସ୍ଥାନରେ ବ୍ୟାପକ ଯୋଗାଯୋଗ ଭାଷାରେ ଅନୁବାଦ କରନ୍ତି ।
ଏହି ପ୍ରଣାଳୀର ଅପକାରିତା ହେଉଛି ଯେ ବିପରୀତ ଅନୁବାଦ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ସହ ଘନିଷ୍ଠରୂପେ ସମ୍ପୃକ୍ତ ନୁହେଁ ।
ବାଇବେଲକୁ ବିପରୀତ ଅନୁବାଦ କରିବା ସମୟରେ ଜଣେ ବିପରୀତ ଅନୁବାଦକ ଏହି ଅପକାରିତାକୁ ଜୟଲାଭ କରିପାରିବ, ତଥାପି, ବିପରୀତ ଅନୁବାଦ ସହ ପଦସଂଖ୍ୟାଗୁଡିକୁ ଅନ୍ତର୍ଭୁକ୍ତ କରି ଏହା କରି ପାରିବ ।
ଉଭୟ ଅନୁବାଦଗୁଡିକରେ ପଦସଂଖ୍ୟାଗୁଡିକୁ ଦର୍ଶାଇ, ଅନୁବାଦ ଯାଞ୍ଚକାରୀ ବିପରୀତ ଅନୁବାଦର କେଉଁ ଅଂଶ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର କେଉଁ ଅଂଶକୁ ପ୍ରତିନିଧିତ୍ଵ କରୁଛି ସେହି କାର୍ଯ୍ୟପନ୍ଥା ବା ପଦ୍ଧତିକୁ ବଜାୟ ରଖି ପାରିବ ।
ଏହି ପ୍ରଣାଳୀର ଉପକାରୀତା ଏହା ଯେ ବିପରୀତ ଅନୁବାଦ ବ୍ୟାପକ ଯୋଗାଯୋଗ ଭାଷାର ବ୍ୟାକରଣ ଓ ଶବ୍ଦକ୍ରମର ବ୍ୟବହାର କରିପାରିବେ, ଏଣୁ ଅନୁବାଦ ଯାଞ୍ଚକାରୀଙ୍କୁ ପଢିବା ଓ ବୁଝିବା ପାଇଁ ଏହା ଅଧିକ ସହଜ ଅଟେ ।
ଏପରିକି ଯେବେ ବ୍ୟାପକ ଯୋଗାଯୋଗ ଭାଷାର ବ୍ୟାକରଣ ଓ ଶବ୍ଦକ୍ରମର ବ୍ୟବହାର କରନ୍ତି, ତଥାପି, ଜଣେ ବିପରୀତ ଅନୁବାଦକ ଶବ୍ଦଗୁଡ଼ିକୁ ଆକ୍ଷରିକ ଭାବରେ ଅନୁବାଦ କରିବା ପାଇଁ ମନେ ରଖିବା ଉଚିତ୍ ।
ଆମେ ସୁପାରିଶ କରୁ ଯେ, ବିପରୀତ ଅନୁବାଦକ ସ୍ଵାଧୀନ ବା ମାଗଣା ବିପରୀତ ଅନୁବାଦର ପ୍ରଣାଳୀକୁ ବ୍ୟବହାର କରୁ ।
Next we recommend you learn about:
ବିଭିନ୍ନ ପ୍ରକାରର ବିପରୀତ ଅନୁବାଦଗୁଡ଼ିକ
This page answers the question: କେତେ ପ୍ରକାରର ବିପରୀତ ଅନୁବାଦଗୁଡ଼ିକ ରହିଛି ?
In order to understand this topic, it would be good to read:
କିପ୍ରକାର ବିପରୀତ ଅନୁବାଦଗୁଡ଼ିକ ରହିଛି ?
ମୌଖିକ
ଏକ ମୌଖିକ ବିପରୀତ ଅନୁବାଦ ଏହା ଅଟେ ଯେ ଜଣେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ହୋଇଥିବା ଅନୁବାଦକୁ ଯେପରି ପାଠ କରେ ବା ଶୁଣେ, ତାହାକୁ ବ୍ୟାପକ ଯୋଗାଯୋଗର ଭାଷାରେ ଥିବା ଅନୁବାଦ ଯାଞ୍ଚକାରୀକୁ କହେ ।
ସେ ଏହାକୁ ସାଧାରଣତଃ ଥରକୁ ଗୋଟିଏ ବାକ୍ୟକୁ କରିବ, କିମ୍ବା ଯଦି ସେଗୁଡ଼ିକ ସଂକ୍ଷିପ୍ତ ଥିବ ତେବେ ଥରକୁ ଦୁଇଟି ବାକ୍ୟକୁ କରିବ ।
ଯେବେ ଅନୁବାଦ ଯାଞ୍ଚକାରୀ କିଛି ସମସ୍ୟା ଥିବା ଶୁଣିବ, ସେତିକି ବେଳେ ମୌଖିକ ବିପରୀତ ଅନୁବାଦ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ରହିବା ପାଇଁ କହିବ, ଯଦ୍ୱାରା ସେ ତହିଁ ବିଷୟରେ ପ୍ରଶ୍ନ ପଚାରିପାରିବ ।
ଅନୁବାଦ ଦଳର ଜଣେ ବା ଅଧିକ ସଭ୍ୟମାନେ ମଧ୍ୟ ଉପସ୍ଥିତ ରହିବା ଉଚିତ୍ ଯଦ୍ୱାରା ସେମାନେ ଅନୁବାଦ ସମ୍ଭନ୍ଧୀୟ ପ୍ରଶ୍ନଗୁଡ଼ିକ ପଚାରି ପାରିବେ ।
ମୌଖିକ ବିପରୀତ ଅନୁବାଦର ଉପକାର ଏହା ଯେ, ବିପରୀତ ଅନୁବାଦକ ଅନୁବାଦ ଯାଞ୍ଚକାରୀ ପାଇଁ ଶୀଘ୍ର ପହଞ୍ଚି ଅନୁବାଦ ଯାଞ୍ଚକାରୀର ବିପରୀତ ଅନୁବାଦ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିଥାଏ ।
ମୌଖିକ ବିପରୀତ ଅନୁବାଦର ଅପକାର ଏହା ଯେ, ବିପରୀତ ଅନୁବାଦକଙ୍କ ପାଖରେ ଅନୁବାଦକୁ ବିପରୀତ ଅନୁବାଦ କରିବାକୁ ଥିବା ସର୍ବୋତ୍ତମ ମାଧ୍ୟମ ବିଷୟରେ ଚିନ୍ତା କରିବା ପାଇଁ ଅତି କମ୍ ସମୟ ରହିଥାଏ ଏବଂ ସେ ଅନୁବାଦର ଅର୍ଥକୁ ସର୍ବୋତ୍ତମ ଉପାୟରେ ପ୍ରକାଶ କରି ନ ପାରନ୍ତି ।
ଯଦିଓ ବିପରୀତ ଅନୁବାଦ ସର୍ବୋତ୍ତମ ମାଧ୍ୟମରେ ଏହାକୁ ପ୍ରକାଶ କଲେ ମଧ୍ୟ ଅଧିକ ପ୍ରଶ୍ନ ପଚାରିବ ଅନୁବାଦ ଯାଞ୍ଚକାରୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ହୋଇପାରେ ।
ଅନ୍ୟ ଏକ ଅପକାର ହେଉଛି ଯେ ବିପରୀତ ଅନୁବାଦକୁ ମୂଲ୍ୟାଙ୍କନ କରିବା ପାଇଁ ଯାଞ୍ଚକାରୀଙ୍କ ପାଖରେ ଅତି ଅଳ୍ପ ସମୟ ଥାଏ ।
ପରବର୍ତ୍ତୀ ବାକ୍ୟକୁ ଶୁଣିବା ପୂର୍ବରୁ ଏହି ଗୋଟିଏ ବାକ୍ୟ ବିଷୟରେ ଚିନ୍ତା କରିବା ପାଇଁ ତାହା ପାଖରେ ଅଳ୍ପ ସେକେଣ୍ଡ୍ ହିଁ ରହିଥାଏ ।
ଏହି କାରଣ ହେତୁ, ସେ ସମସ୍ତ କଠିନ ପ୍ରଶ୍ନଗୁଡ଼ିକୁ ଧରି ପାରି ନ ଥାଏ ଯାହା ସେ ଧରି ଥାନ୍ତେ ଯଦି ପ୍ରତି ବାକ୍ୟ ବିଷୟରେ ଚିନ୍ତା କରିବା ପାଇଁ ତାହାଙ୍କ ପାଖରେ ଅଧିକ ସମୟ ରହିଥାନ୍ତା ।
ଲିଖିତ
ଦୁଇ ପ୍ରକାରର ଲିଖିତ ବିପରୀତ ଅନୁବାଦଗୁଡ଼ିକ ରହିଛି।
ପରବର୍ତ୍ତୀ ପରିମାପର ଏକକ (Module) ରେ ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟର ଆଲୋଚନା କରାଯିବ ।
ମୌଖିକ ବିପରୀତ ଅନୁବାଦ ତୁଳନାରେ ଲିଖିତ ବିପରୀତ ଅନୁବାଦର ଅଧିକ ଉପକାରଗୁଡ଼ିକ ରହିଅଛି ।
ପ୍ରଥମେ, ଯେତେବେଳେ ବିପରୀତ ଅନୁବାଦ ଲେଖାଯାଏ, ସେତେବେଳେ ଏଥିରେ ବିପରୀତ ଅନୁବାଦକ ଠିକ୍ ଭାବରେ ବୁଝି ନ ଥିବା କୌଣସି ସ୍ଥାନ ଅଛି କି ନାହିଁ ତାହାକୁ ଅନୁବାଦ ଦଳ ପାଠ କରି ପାରିବେ ।
ଯଦି ବିପରୀତ ଅନୁବାଦକ ଅନୁବାଦକୁ ଠିକ୍ ଭାବରେ ବୁଝିଲେ ନାହିଁ, ତେବେ ଅନ୍ୟ ଅନୁବାଦ ପାଠକ କିମ୍ବା ଶ୍ରୋତା ମଧ୍ୟ ନିଶ୍ଚିତ ଭାବରେ ଭୁଲ୍ ବୁଝିବେ (ବା ଠିକ୍ ଭାବରେ ବୁଝିବେ ନାହିଁ), ଏଣୁ ଅନୁବାଦ ଦଳ ସେହି ସ୍ଥାନଗୁଡ଼ିକରେ ସେମାନଙ୍କର ଅନୁବାଦକୁ ସଂଶୋଧନ କରିବା ଆବଶ୍ୟକ ।
ଦ୍ଵିତୀୟ, ଯେତେବେଳେ ବିପରୀତ ଅନୁବାଦ ଲେଖାଯାଏ, ସେତେବେଳ ଅନୁବାଦ ଦଳ ସହିତ ସାକ୍ଷାତ କରିବା ପୂର୍ବରୁ ଅନୁବାଦ ଯାଞ୍ଚକାରୀ ବିପରୀତ ଅନୁବାଦକୁ ପାଠ କରିପାରିବେ ଓ ସମୟ ବାହାର କରି ବିପରୀତ ଅନୁବାଦରୁ ଦୃଷ୍ଟିଗୋଚର ହେଉଥିବା ଯେକୌଣସି ପ୍ରଶ୍ନକୁ ଗବେଷଣା / ଅନୁସନ୍ଧାନ କରିବେ ।
ଏପରିକି ଯେବେ ଅନୁବାଦ ଯାଞ୍ଚକାରୀ ସମସ୍ୟାର ଅନୁସନ୍ଧାନ କରିବା ପାଇଁ ଆବଶ୍ୟକ ରହେ ନାହିଁ, ସେତେବେଳେ ଲିଖିତ ବିପରୀତ ଅନୁବାଦ ତାହାକୁ ଅନୁବାଦ ବିଷୟରେ ଚିନ୍ତା କରିବା ପାଇଁ ଅଧିକ ସମୟ ଦେଇଥାଏ ।
ସେ ଅନୁବାଦରେ ଥିବା ଅଧିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସମ୍ବୋଧନ କରିପାରିବେ ଓ ବେଳେ ବେଳେ ସମସ୍ୟାଗୁଡ଼ିକର ସର୍ବୋତ୍ତମ ସମାଧାନ କରି ପାରନ୍ତି, କାରଣ ଯେତେବେଳେ ତାହାଙ୍କ ପାଖରେ ପ୍ରତି ବାକ୍ୟକୁ ଚିନ୍ତା କରିବା ପାଇଁ କେବଳ ଅଳ୍ପ ସମୟ ରହୁଥିଲା ତା’ଠାରୁ ବର୍ତ୍ତମାନ ତାହାଙ୍କ ପାଖରେ ଅଧିକ ସମୟ ରହିଅଛି ।
ତୃତୀୟ, ବିପରୀତ ଅନୁବାଦ ଲେଖାଯିବା ସମୟରେ, ଅନୁବାଦ ଦଳ ସହିତ ସାକ୍ଷାତ କରିବା ପୂର୍ବରୁ ଅନୁବାଦ ଯାଞ୍ଚକାରୀ ଲିଖିତ ଢାଞ୍ଚାରେ ନିଜ ପ୍ରଶ୍ନଗୁଡ଼ିକ ମଧ୍ୟ ପ୍ରସ୍ତୁତ କରି ପାରିବ ।
ଯଦି ସେମାନଙ୍କର ସାକ୍ଷାତ ପୂର୍ବରୁ ସମୟ ଥାଏ ଏବଂ ସେମାନଙ୍କ ପାଖରେ ଯୋଗାଯୋଗ କରିବାର ମାଧ୍ୟମ ଥାଏ, ତେବେ ଯାଞ୍ଚକାରୀ ନିଜ ଲିଖିତ ପ୍ରଶ୍ନଗୁଡ଼ିକୁ ଅନୁବାଦ ଦଳ ନିକଟକୁ ପଠାଇପାରିବ, ଯଦ୍ୱାରା ସେମାନେ ସେଗୁଡ଼ିକୁ ପଢିବେ ଓ ଅନୁବାଦର ଅଂଶଗୁଡ଼ିକୁ ପରିବର୍ତ୍ତନ କରିବେ ଯାହା ଯାଞ୍ଚକାରୀ ସମସ୍ୟା ବା କଠିନ ବୋଲି ମନେ କଲେ ।
ଯେତେବେଳେ ଅନୁବାଦ ଦଳ ଓ ଯାଞ୍ଚକାରୀ ଏକତ୍ର ସାକ୍ଷାତ କରନ୍ତି, ସେତେବେଳେ ଏହା ସେମାନଙ୍କୁ ବାଇବଲ ଭିତ୍ତିକ ବିଷୟ ବସ୍ତୁଗୁଡ଼ିକୁ ସମୀକ୍ଷା କରିବାରେ ସକ୍ଷମ ହେବା ପାଇଁ ସାହାଯ୍ୟ କରିଥାଏ, କାରଣ ସେମାନେ ପୂର୍ବେ ଅନୁବାଦରେ ଥିବା ଏହିପରି ଅନେକ ସମସ୍ୟାଗୁଡ଼ିକ ସମାଧାନ କରିବାରେ ସକ୍ଷମ ହୋଇଥିଲେ ।
ସାକ୍ଷାତ କରିବା ସମୟରେ, ସେମାନେ ଅବଶିଷ୍ଟ ରହିଥିବା ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଇପାରିବେ ।
ଯେଉଁ ସ୍ଥାନଗୁଡ଼ିକରେ ଯାଞ୍ଚକାରୀଙ୍କ ପ୍ରଶ୍ନକୁ ଅନୁବାଦ ଦଳ ବୁଝିପାରି ନ ଥିଲେ କିମ୍ବା ଯେଉଁଠାରେ ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷା ବିଷୟରେ ବୁଝି ନ ଥିଲେ ଯେଉଁଠାରେ ସମସ୍ୟା ନ ଥିଲେ ସୁଧା ସମସ୍ୟା ରହିଥିବା ଭାବୁଛନ୍ତି, ଏଗୁଡ଼ିକ ସାଧାରଣତଃ ସେହି ସ୍ଥାନରେ ରହିବ ।
ସେହି କ୍ଷେତ୍ରରେ, ସାକ୍ଷାତକାର ସମୟରେ ଅନୁବାଦ ଦଳ ଯାହା ଯାଞ୍ଚକାରୀ ବୁଝିଲେ ନାହିଁ, ତାହା ତାହାଙ୍କୁ ସ୍ପଷ୍ଟ ବୋଧଗମ୍ୟ କରାଇ ପାରିବ ।
ସେମାନଙ୍କର ସାକ୍ଷାତ ପୂର୍ବରୁ ଯଦି ନିଜର ପ୍ରଶ୍ନଗୁଡ଼ିକୁ ଅନୁବାଦ ଦଳ ନିକଟକୁ ପଠାଇବା ପାଇଁ ଯାଞ୍ଚକାରୀଙ୍କ ପାଖରେ ସମୟ ନାହିଁ, ତେବେ ସୁଧା ସେମାନେ ସାକ୍ଷାତ କରିବା ବେଳେ ଅଧିକ ବିଷୟବସ୍ତୁକୁ ସମୀକ୍ଷା କରିବା ପାଇଁ ସକ୍ଷମ ହୋଇପାରିବେ, କାରଣ ଯାଞ୍ଚକାରୀ ବିପରୀତ ଅନୁବାଦକୁ ଆଗରୁ ପାଠ କରି ନିଜ ପ୍ରଶ୍ନଗୁଡ଼ିକୁ ପ୍ରସ୍ତୁତ କରିଥାନ୍ତି ।
କାରଣ ତାହାଙ୍କର ପୂର୍ବ ପ୍ରସ୍ତୁତି ସମୟ ରହିଥିଲା, ସେ ଏବଂ ଅନୁବାଦ ଦଳ ସେମାନଙ୍କର ସାକ୍ଷାତ ସମୟକୁ ମୌଖିକ ବିପରୀତ ଅନୁବାଦକୁ ପ୍ରସ୍ତୁତ କରିବାରେ ହେଉଥିବା ଆବଶ୍ୟକତା ଅନୁଯାଇ ଧୀର ଗତିରେ ସଂପୂର୍ଣ୍ଣ ଅନୁବାଦକୁ ପାଠ କରିବା ପରିବର୍ତ୍ତେ ଅନୁବାଦରେ କେବଳ ସମସ୍ୟା ରହିଥିବା କ୍ଷେତ୍ରକୁ ହିଁ ବ୍ୟବହାର କରିବେ ।
ଚତୁର୍ଥ, ଅନୁବାଦ ଯାଞ୍ଚକାରୀଙ୍କୁ ମୌଖିକ ଅନୁବାଦକୁ ଯେପରି କୁହାଯାଏ ସେହିପରି ସେଗୁଡ଼ିକୁ ଅଧିକ ସମୟ ଏକାଗ୍ର ଚିତ୍ତ ସହ ଶୁଣିବାରେ ଓ ବୁଝିବାରେ ଥିବା ଚାପକୁ ଲିଖିତ ବିପରୀତ ଅନୁବାଦ ହ୍ରାସ କରିଥାଏ ।
ଯଦି ଯାଞ୍ଚକାରୀ ଓ ଅନୁବାଦ ଦଳ ଏକ କୋଳାହଳପୂର୍ଣ୍ଣ ପରିବେଶରେ ସାକ୍ଷାତ କରନ୍ତି, ତେବେ ପ୍ରତିବନ୍ଧକୁ ନିଶ୍ଚିତ କର ଯେ ଯାଞ୍ଚକାରୀ ପ୍ରତ୍ୟେକ ଶବ୍ଦକୁ ସଠିକ୍ ଭାବରେ ଶୁଣିବା ତାହାଙ୍କ ନିମନ୍ତେ ପ୍ରକୃତରେ କ୍ଳାନ୍ତିକାରୀ ହୋଇପାରେ ।
ସମ୍ଭବପରତା ଏକାଗ୍ର ଚିତ୍ତରେ କୌଣସି ବିଷୟ ଚିନ୍ତା କରିବାର ମାନସିକ ଚାପ ବଢିବା ହେତୁ ଯାଞ୍ଚକାରୀ କେତେକ ସମସ୍ୟାକୁ ଛାଡି ଦେଇପାରନ୍ତି, ଯାହା ଫଳରେ ବାଇବଲ ଭିତ୍ତିକ ପାଠ ସଂଶୋଧିତ ନ ହୋଇ ସେହିପରି ରହିଯାଏ ।
ଏହି କାରଣ ହେତୁ, ଯେକୌଣସି ସମୟରେ ସମ୍ଭବ ହୁଏ ସେତେବେଳେ ଆମେ ଲିଖିତ ବିପରୀତ ଅନୁବାଦର ବ୍ୟବହାରକୁ ସୁପାରିଶ କରିଥାଉ।
Next we recommend you learn about:
ବିପରୀତ ଅନୁବାଦର ଉଦ୍ଦେଶ୍ୟ
This page answers the question: ବିପରୀତ ଅନୁବାଦ କାହିଁକି ଅତ୍ୟାବଶକ ଅଟେ ?
In order to understand this topic, it would be good to read:
କାହିକି ବିପରୀତ ଅନୁବାଦ ଅତ୍ୟାବଶ୍ୟକ ଅଟେ ?
ଯଦିଓ ବାଇବେଲ ଭିତ୍ତିକ ବିଷୟବସ୍ତୁର ପରାମର୍ଶଦାତା କିମ୍ବା ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷାକୁ ବୁଝନ୍ତି ନାହିଁ, ତଥାପି ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଥିବା ବିଷୟକୁ ଦେଖିବାକୁ ସକ୍ଷମ ହେବା ପାଇଁ ଅନୁମତି ଦେବା ବିପରୀତ ଅନୁବାଦର ଉଦ୍ଦେଶ୍ୟ ଅଟେ ।
ଅତଏବ, ବିପରୀତ ଅନୁବାଦର ଭାଷା ଉଭୟ ବିପରୀତ ଅନୁବାଦକୁ କରୁଥିବା ବ୍ୟକ୍ତି (ବିପରୀତ ଅନୁବାଦକ) ଓ ଯାଞ୍ଚକାରୀ ଭଲ ଭାବେ ବୁଝି ପାରୁଥିବା ଭାଷା ହେବା ଆବଶ୍ୟକ ।
ଅନେକ ସମୟରେ ଏହାର ଅର୍ଥ ହେଉଛି ଯେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ପାଠକୁ ବ୍ୟାପକ ଯୋଗାଯୋଗର ସମାନ ଭାଷା ମଧ୍ୟକୁ ଅନୁବାଦ କରିବା ଆବଶ୍ୟକ ଯାହା ମୂଳ ପାଠ ନିମନ୍ତେ ବ୍ୟବହୃତ ହୋଇଥିଲା ।
ମୂଳ ଭାଷାରେ ବାଇବେଲ ଭିତ୍ତିକ ପାଠ ପୂର୍ବରୁ ପରିଦୃଷ୍ଟ ହୋଇଥିବା ହେତୁ, କେତେକ ଲୋକ ଏହାକୁ ଅନାବଶ୍ୟକ ବୋଲି ମନେ କରନ୍ତି ।
କିନ୍ତୁ ବିପରୀତ ଅନୁବାଦର ଉଦ୍ଦେଶ୍ୟକୁ ସ୍ମରଣ କରନ୍ତୁ: ଏହା ଯାଞ୍ଚକାରୀଙ୍କୁ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଯାହା ଅଛି ତାହା ଦେଖିବାକୁ ଅନୁମତି ଦେବା ପାଇଁ ଅଟେ
ପ୍ରକୃତ ମୂଳ ଭାଷାର ପାଠକୁ କେବଳ ପଢିବା ଦ୍ଵାରା ନିର୍ଦ୍ଦିଷ୍ଟ ଅନୁବାଦରେ ଯାହା ଅଛି ତାହା ଦେଖିବା ପାଇଁ ଯାଞ୍ଚକାରୀକୁ ଅନୁମତି ଦିଏ ନାହିଁ ।
ଏଣୁ, ବିପରୀତ ଅନୁବାଦକ ଏକ ନୂତନ ଅନୁବାଦକୁ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ଉପରେ ଆଧାର କରି ହିଁ ବ୍ୟାପକ ଯୋଗାଯୋଗର ଭାଷା ମଧ୍ୟକୁ ବିପରୀତଗାମୀ କରିବା ଆବଶ୍ୟକ ।
ଏହି କାରଣ ହେତୁ, ବିପରୀତ ଅନୁବାଦକ ନିଜ ବିପରୀତ ଅନୁବାଦ କାର୍ଯ୍ୟ କରିବା ସମୟରେ ମୂଳ ଭାଷାର ପାଠକୁ ଦେଖି ପାରିବ ନାହିଁ, ମାତ୍ର ନିର୍ଦ୍ଦିଷ୍ଟ ଭାଷାର ପାଠକୁ କେବଳ ଦେଖି ପାରିବ ।
ଏହି ମାଧ୍ୟମରେ, ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ପରିଦୃଷ୍ଟ ହେଉଥିବା ଯେକୌଣସି ସମସ୍ୟାକୁ ଚିହ୍ନଟ କରି ପାରିବ ଏବଂ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଅନୁବାଦକ ସହିତ ମିଶି କାର୍ଯ୍ୟ କରିବ ।
ଏପରିକି ଯାଞ୍ଚକାରୀ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ, ନିର୍ଦ୍ଦିଷ୍ଟ ଭାଷା ଅନୁବାଦକୁ ଉନ୍ନତ କରିବାରେ ବିପରୀତ ଅନୁବାଦ ମଧ୍ୟ ଅଧିକ ସହାୟକ ହୋଇପାରିବ ।
ଯେତେବେଳେ ଅନୁବାଦ ଦଳ ବିପରୀତ ଅନୁବାଦକୁ ପାଠ କରନ୍ତି, ସେମାନେ ଦେଖି ପାରନ୍ତି ଯେ କିପରି ବିପରୀତ ଅନୁବାଦକ ସେମାନଙ୍କର ଅନୁବାଦକୁ ବୁଝିଛନ୍ତି ।
ବେଳେବେଳେ, ବିପରୀତ ଅନୁବାଦକ ସେମାନଙ୍କର ଅନୁବାଦକୁ ଯୋଗାଯୋଗ କରିବାକୁ ଥିବା ସେମାନଙ୍କର ଇଚ୍ଛା ଅପେକ୍ଷା ଭିନ୍ନ ଭାବରେ ବୁଝିଥିଲେ ।
ସେହି କ୍ଷେତ୍ରଗୁଡ଼ିକରେ, ସେମାନେ ନିଜ ଅନୁବାଦକୁ ପରିବର୍ତ୍ତନ କରି ପାରିବେ, ଯଦ୍ୱାରା ଏହାର ଅର୍ଥ ସେମାନେ ଚାହୁଁଥିବା ଅନୁଯାଇ ଅଧିକ ସ୍ପଷ୍ଟ ରୂପେ ଯୋଗାଯୋଗ କରିବ ।
ଯେତେବେଳେ ଅନୁବାଦ ଦଳ ଯାଞ୍ଚକାରୀକୁ ବିପରୀତ ଅନୁବାଦ ପ୍ରଦାନ କରିବା ପୂର୍ବରୁ ଏହି ଉପାୟରେ ଏହାକୁ ବ୍ୟବହାର କରିବା ପାଇଁ ସକ୍ଷମ ହୁଏ, ତେବେ ସେମାନେ ନିଜ ଅନୁବାଦରେ ଅନେକ ଉନ୍ନତି ସାଧନ କରି ପାରିବେ ।
ଯେତେବେଳେ ସେମାନେ ଏହା କରନ୍ତି, ଜଣେ ଯାଞ୍ଚକାରୀ ନିଜ ଯାଞ୍ଚ୍ କାର୍ଯ୍ୟକୁ ଅଧିକ ଦ୍ରୁତଗତିରେ କରି ପାରିବ, କାରଣ ଅନୁବାଦ ଦଳ ଯାଞ୍ଚକାରୀ ସହ ସାକ୍ଷାତ କରିବା ପୂର୍ବରୁ ଅନୁବାଦରେ ରହିଥିବା ଅନେକ ସମସ୍ୟାଗୁଡ଼ିକୁ ସଂଶୋଧନ କରିବା ପାଇଁ ସକ୍ଷମ ଥିଲେ ।
Next we recommend you learn about:
ଉତ୍ତମ ବିପରୀତ ଅନୁବାଦକୁ ସୃଷ୍ଟି କରିବା ନିମନ୍ତେ କେତେକ ନିର୍ଦ୍ଦେଶାବଳୀ
This page answers the question: ଏକ ଉତ୍ତମ ବିପରୀତ ଅନୁବାଦକୁ ସୃଷ୍ଟି କରିବା ନିମନ୍ତେ କେଉଁ ନିର୍ଦ୍ଦେଶାବଳିଗୁଡ଼ିକ ରହିଛି ?
In order to understand this topic, it would be good to read:
1.
ବାକ୍ୟ ଓ ଖଣ୍ଡବାକ୍ୟ ନିମନ୍ତେ ନିର୍ଦ୍ଦିଷ୍ଟ ଭାଷା ବ୍ୟବହାର ପ୍ରଣାଳୀକୁ ଦେଖାଅ
a.
ପୃଷ୍ଠଭୂମିରେ ବାକ୍ୟର ଅର୍ଥକୁ ବ୍ୟବହାର କର
ଯଦି କୌଣସି ଶବ୍ଦର କେବଳ ଗୋଟିଏ ମୌଳିକ ଅର୍ଥ ରହିଥାଏ, ତେବେ ବିପରୀତ ଅନୁବାଦକ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଉକ୍ତ ଅର୍ଥକୁ ବ୍ୟବହାର କରିବା ଉଚିତ୍ ଯାହା ସମ୍ପୂର୍ଣ୍ଣ ବିପରୀତ ଅନୁବାଦରେ ସେହି ମୌଳିକ ଅର୍ଥକୁ ପ୍ରତିନିଧିତ୍ଵ କରୁଥିବ।
ଯଦି, ଏହାସତ୍ଵେ ମଧ୍ୟ, ନିର୍ଦ୍ଦିଷ୍ଟ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ଗୋଟିଏରୁ ଅଧିକ ଅର୍ଥ ରହିଥାଏ, ଯଦ୍ୱାରା ସେଥିରେ ଥିବା ପୃଷ୍ଠଭୂମି ଅନୁଯାଇ ଅର୍ଥ ପରିବର୍ତ୍ତନ ହୋଇଥାଏ, ତେବେ ବିପରତୀ ଅନୁବାଦ କରୁଥିବା ଅନୁବାଦକ ସେହି ଶବ୍ଦ ବା ବାକ୍ୟାଂଶକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ବ୍ୟବହାର କରିବା ଉଚିତ୍ ଯାହା ସର୍ବୋତ୍ତମ ପ୍ରତିନିଧିତ୍ଵ କରୁଥିବ ଯେପରି ସେହି ପୁଷ୍ଠଭୂମିରେ ଉକ୍ତ ଶବ୍ଦଟି ବ୍ୟବହାର କରାଯାଇଥିଲା ।
ଅନୁବାଦ ଯାଞ୍ଚକାରୀ ନିମନ୍ତେ ହେଉଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ, ବିପରୀତ ଅନୁବାଦକ ଅନ୍ୟ ଅର୍ଥକୁ ବନ୍ଧନୀରେ ପ୍ରଥମେ ଭିନ୍ନ ମାଧ୍ୟମରେ ଶବ୍ଦକୁ ବ୍ୟବହାର କରି ଲେଖିରଖି ପାରିବ, ଯଦ୍ୱାରା ଅନୁବାଦକ ଯାଞ୍ଚକାରୀ ଏହାକୁ ଦେଖି ବୁଝିବ ଯେ ଏହି ଶବ୍ଦର ଗୋଟିଏରୁ ଅଧିକ ଅର୍ଥ ରହିଅଛି ।
ଉଦାହରଣ ସ୍ଵରୂପ, ଯଦି ନିର୍ଦ୍ଦିଷ୍ଟ ଭାଷାର ଶବ୍ଦ “ଯିବା” ଭାବେ ବିପରୀତ ଅନୁବାଦରେ ଆଗରୁ ଅନୁବାଦ କରାଯାଇଥାଏ ତେବେ ସେ ଲେଖିପାରନ୍ତି, “ଆସ (ଯିବା)” କିନ୍ତୁ ନୂତନ ପୃଷ୍ଠଭୂମିରେ “ଆସ” ଭାବେ ଏହାକୁ ଅନୁବାଦ କରିବା ଅଧିକ ଭଲ।
ଯଦି ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ରୂଢି ପ୍ରୟୋଗ ବାକ୍ୟକୁ ବା ଢଗକୁ ବ୍ୟବହାର କରନ୍ତି, ଏହା ଅନୁବାଦ ଯାଞ୍ଚକାରୀକୁ ଅଧିକ ସହାୟକ ହେବ ଯଦି ବିପରୀତ ଅନୁବାଦକ ଢଗକୁ ଆକ୍ଷରିକ ଭାବରେ (ବାକ୍ୟ/ଶବ୍ଦଗୁଡ଼ିକର ଅର୍ଥ ଅନୁଯାଇ) ଅନୁବାଦ କରନ୍ତି, କିନ୍ତୁ ତେବେ ମଧ୍ୟ ଢଗର ଅର୍ଥକୁ ବନ୍ଧନୀରେ ଅନ୍ତର୍ଭୁକ୍ତ କରାଯିବ ।
ସେହି ଉପାୟରେ, ଅନୁବାଦ ଯାଞ୍ଚକାରୀ ଦେଖିପାରିବ ଯେ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ସେହି ସ୍ଥାନରେ ଢଗକୁ ବ୍ୟବହାର କରିଛି, ଆହୁରି ମଧ୍ୟ ଦେଖିବ ଯେ ଏହାର ଅର୍ଥ କ’ଣ ।
ଉଦାହରଣ ସ୍ଵରୂପେ, ଜଣେ ବିପରୀତ ଅନୁବାଦକାରୀ ଢଗକୁ ଅନୁବାଦ କରିପାରନ୍ତି, ଯେପରିକି “ସେ ବାଲଟିକୁ ଲାଥ ମାରିଲା (ସେ ମଲେ)।”
ଯଦି ରୂଢି ପ୍ରୟୋଗ ବାକ୍ୟ/ଢଗ ଦୁଇରୁ ଅଧିକ ଥର ପରିଦୃଷ୍ଟ ହୁଏ, ବିପରୀତ ଅନୁବାଦକ ଏହାକୁ ପ୍ରତି ଥର ବର୍ଣ୍ଣନା କରିବା ଅନାବଶ୍ୟକ, କିନ୍ତୁ ଏହାକୁ ଆକ୍ଷରିକ ଭାବେ ଅନୁବାଦ କରିପାରିବ କିମ୍ବା ଏହାର ଅର୍ଥକୁ ଅନୁବାଦ କରିପାରିବ ।
b.
ପଦ (ଯଥା: ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା, ଅବ୍ୟୟ ଇତ୍ୟାଦି) ଗୁଡ଼ିକୁ ସେହିପରି ରଖନ୍ତୁ
ବିପରୀତ ଅନୁବାଦରେ, ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାର ପଦଗୁଡ଼ିକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ପଦଗୁଡ଼ିକ ସହ ସମାନ ଭାବେ ଚିତ୍ରଣ କରିବା ଉଚିତ୍ ।
ଏହାର ଅର୍ଥ ଯେ ବିପରୀତ ଅନୁବାଦକ ବିଶେଷ୍ୟ ପଦଗୁଡ଼ିକୁ ବିଶେଷ୍ୟ ପଦଗୁଡ଼ିକ ସହ, କ୍ରିୟା ପଦଗୁଡ଼ିକୁ କ୍ରିୟା ପଦଗୁଡ଼ିକ ସହ, ଶବ୍ଦ ବା ଅର୍ଥ ପରିବର୍ତ୍ତନ କରୁଥିବା ପଦଗୁଡ଼ିକୁ ଶବ୍ଦ ବା ଅର୍ଥ ପରିବର୍ତ୍ତନ କରୁଥିବା ପଦଗୁଡ଼ିକ ସହ ଅନୁବାଦ କରିବା ଉଚିତ୍ ।
ନିର୍ଦ୍ଦିଷ୍ଟ ଭାଷା କିପରି କାର୍ଯ୍ୟ କରୁଛି ତାହାକୁ ଦେଖିବା ପାଇଁ ଅନୁବାଦ ଯାଞ୍ଚକାରୀମାନଙ୍କୁ ସାହାଯ୍ୟ କରିବ ।
c.
ବିଭିନ୍ନ ପ୍ରକାର ଖଣ୍ଡବାକ୍ୟକୁ ସେହିପରି ରଖନ୍ତୁ
ବିପରୀତ ଅନୁବାଦରେ, ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାର ପ୍ରତି ଖଣ୍ଡବାକ୍ୟକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ବିଭିନ୍ନ ଖଣ୍ଡବାକ୍ୟ ସହ ସମାନ ଭାବେ ଚିତ୍ରଣ କରିବା ଉଚିତ୍ ।
ଉଦାହରଣ ସ୍ଵରୂପେ, ଯଦି ନିର୍ଦ୍ଦିଷ୍ଟ ଭାଷାର ଖଣ୍ଡବାକ୍ୟ ଆଦେଶମୂଳକ ଶବ୍ଦକୁ ବ୍ୟବହାର କରେ, ତେବେ ବିପରୀତ ଅନୁବାଦ ମଧ୍ୟ ଉପଦେଶାତ୍ମକ ବା ଅନୁରୋଧ ଶବ୍ଦ ପରିବର୍ତ୍ତେ ଆଦେଶମୂଳକ ଶବ୍ଦ ବ୍ୟବହାର କରିବା ଉଚିତ୍ ।
କିମ୍ବା ଯଦି ନିର୍ଦ୍ଦିଷ୍ଟ ଭାଷା ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନକୁ ବ୍ୟବହାର କରେ, ତେବେ ବିପରୀତ ଅନୁବାଦ ମଧ୍ୟ ବକ୍ତବ୍ୟ ବା ଭାବ ପ୍ରକାଶକ ଶବ୍ଦ ପରିବର୍ତ୍ତେ ପ୍ରଶ୍ନକୁ ବ୍ୟବହାର କରିବା ଉଚିତ୍ ।
d.
ବିରାମ ଚିହ୍ନକୁ ସେହିପରି ରଖନ୍ତୁ
ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଯେପରି ବିରାମ ଚିହ୍ନ ଅଛି ଠିକ୍ ସେହିପରି ବିପରୀତ ଅନୁବାଦରେ ବିରାମ ଚିହ୍ନକୁ ବ୍ୟବହାର କରିବା ଉଚିତ୍ ।
ଉଦାହରଣ ସ୍ଵରୂପେ, ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଯେଉଁ ଯେଉଁ ସ୍ଥାନରେ କମା ଅଛି, ବିପରୀତ ଅନୁବାଦକ ମଧ୍ୟ ବିପରୀତ ଅନୁବାଦରେ କମା ରଖିବା ଉଚିତ୍ ।
ଉଭୟ ଅନୁବାଦରେ ପୂର୍ଣ୍ଣଚ୍ଛେଦ, ବିସ୍ମୟ ସୂଚକ ଚିହ୍ନ, ଉଦ୍ଧୃତି ଚିହ୍ନ ଓ ସମସ୍ତ ବିରାମ ଚିହ୍ନଗୁଡିକ ସମାନ ସ୍ଥାନରେ ରିହିବା ଆବଶ୍ୟକ ।
ସେହି ଉପାୟରେ, ଅନୁବାଦ ଯାଞ୍ଚକାରୀ ଅଧିକ ସହଜରେ ଦେଖିପାରିବ ଯେ ବିପରୀତ ଅନୁବାଦର କେଉଁ ଅଂଶ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର ଅଂଶକୁ ପ୍ରତିନିଧିତ୍ଵ କରୁଛି ।
ଯେତେବେଳେ ବାଇବଲର ବିପରୀତ ଅନୁବାଦ କରାଯାଏ, ବିପରୀତ ଅନୁବାଦରେ ଥିବା ସମସ୍ତ ଅଧ୍ୟାୟ ଓ ପଦ ସଂଖ୍ୟାଗୁଡ଼ିକ ସଠିକ୍ ସ୍ଥାନରେ ଅଛି କିମ୍ବା ନାହିଁ, ଏହାକୁ ନିଶ୍ଚିତ କରିବା ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ ।
e.
ଏକ ଜଟିଳ ବ ମିଶ୍ରିତ ଶବ୍ଦଗୁଡ଼ିକର ପୂର୍ଣ୍ଣ ଅର୍ଥକୁ ପ୍ରକାଶ କରନ୍ତୁ
ଅନେକ ସମୟରେ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ଶବ୍ଦଗୁଡ଼ିକ ଅପେକ୍ଷା ନିର୍ଦ୍ଦିଷ୍ଟ ଭାଷାରେ ଥିବା ଶବ୍ଦଗୁଡ଼ିକ ଅଧିକ ଜଟିଳ ହୋଇଥାଏ ।
ଏହି କ୍ଷେତ୍ରରେ, ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ଥିବା ଶବ୍ଦକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ଗୋଟିଏ ଭାବ ପ୍ରକାଶକ ବାକ୍ୟାଂଶ ସହ ଚିତ୍ରଣ ବା ପ୍ରତିନିଧିତ୍ଵ କରିବା ଆବଶ୍ୟକ ।
ଏହା ଅତ୍ୟାବଶ୍ୟକ ଯଦ୍ୱାରା ଜଣେ ଅନୁବାଦ ଯାଞ୍ଚକାରୀ ଯେତେ ସମ୍ଭବ ସେତେ ଅଧିକ ଅର୍ଥକୁ ଦେଖିପାରିବ ।
ଉଦାହରଣ ସ୍ଵରୂପେ, ନିର୍ଦ୍ଦିଷ୍ଟ ଭାଷାରେ ଥିବା ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ବାକ୍ୟାଂଶକୁ ବ୍ୟବହାର କରିବା ଅତ୍ୟାବଶ୍ୟକ ହୋଇପାରେ, ଯଥା, “ଦର ବଢିବା”, କିମ୍ବା “ଶାୟିତ ହେବା । ”
ଆହୁରି ମଧ୍ୟ, ଅନେକ ଭାଷାମାନଙ୍କରେ ଏପରି ଶବ୍ଦଗୁଡ଼ିକ ଅଛି ଯେଉଁଠାରେ କି ବ୍ୟାପକ ଯୋଗାଯୋଗ ଭାଷାରେ ଥିବା ସମାର୍ଥବୋଧକ ଶବ୍ଦଗୁଡ଼ିକଠାରୁ ଅଧିକ ତଥ୍ୟ ରହିଥାଏ ।
ଏହି କ୍ଷେତ୍ରରେ, ଏହା ଅଧିକ ସହାୟକ ହେବ ଯଦି ବିପରୀତ ଅନୁବାଦକ ସେହି ଅତିରିକ୍ତ ଶବ୍ଦକୁ ବନ୍ଧନୀ ମଧ୍ୟରେ ଅନ୍ତର୍ଭୁକ୍ତ କରିବା, ଯଥା, “ଆମେ (ସମୂହ),” ବା “ଆପଣ (ସ୍ତ୍ରୀ ଲିଙ୍ଗ, ବହୁବଚନ) ।”
2.
ବାକ୍ୟ ଓ ଯୁକ୍ତିଯୁକ୍ତ ଗଠନ ଶୈଳୀ ନିମନ୍ତେ ବ୍ୟାପକ ଯୋଗାଯୋଗ ଶୈଳୀର ଭାଷାକୁ ବ୍ୟବହାର କରନ୍ତୁ ।
ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ବ୍ୟବହୃତ ଦାତନ ଶୈଳୀକୁ ନୁହେଁ, ବରଂ ବ୍ୟାପକ ଯୋଗାଯୋଗର ଭାଷା ନିମନ୍ତେ ଯାହା ପ୍ରାକୃତିକ ବା ସ୍ଵାଭାବିକ, ଏପରି ବାକ୍ୟ ଗଠନକୁ ବ୍ୟବହାର କରିବା ଉଚିତ୍ ।
ଏହାର ଅର୍ଥ ଯେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ବ୍ୟବହୃତ ବାକ୍ୟର ଶ୍ରୁଙ୍ଖଳିତ ଅବସ୍ଥାକୁ ନୁହେଁ, ବରଂ ଯାହା ବ୍ୟାପକ ଯୋଗାଯୋଗର ଭାଷା ନିମନ୍ତେ ସ୍ଵାଭାବିକ, ଏପରି ବାକ୍ୟର ଶ୍ରୁଙ୍ଖଳିତ ଅବସ୍ଥାକୁ ବ୍ୟବହାର କରିବା ଉଚିତ୍ ।
ବିପରୀତ ଅନୁବାଦ ମଧ୍ୟ ପରସ୍ପର ପ୍ରତି ସଂପର୍କିତ ବାକ୍ୟାଂଶର ମାଧ୍ୟମକୁ ଓ ଯୁକ୍ତିଯୁକ୍ତ ସଂପର୍କକୁ ଇଙ୍ଗିତ କରିବାର ମାଧ୍ୟମକୁ ବ୍ୟବହାର କରିବା ଉଚିତ୍, ଯଥା, କାରଣ ଓ ଉଦ୍ଦେଶ୍ୟ, ଯାହାକି ବ୍ୟାପକ ଯୋଗାଯୋଗର ଭାଷା ନିମନ୍ତେ ସ୍ଵାଭାବିକ ଅଟେ ।
ଏହା ଅନୁବାଦ ଯାଞ୍ଚକାରୀଙ୍କ ନିମନ୍ତେ ବିପରୀତ ଅନୁବାଦକୁ ପଢିବା ଓ ବୁଝିବା ପାଇଁ ସହଜ ହେବ ।
ଏହା ମଧ୍ୟ ବିପରୀତ ଅନୁବାଦକୁ ଥିବା ଯାଞ୍ଚ୍ କରିବାର ପ୍ରକ୍ରିୟାକୁ ଦ୍ରୁତ ଗତି କରିବ ।
Next we recommend you learn about:
ବିପରୀତ ଅନୁବାଦକ
This page answers the question: ବିପରୀତ ଅନୁବାଦ କିଏ କରିବା ଉଚିତ୍ ?
In order to understand this topic, it would be good to read:
ବିପରୀତ ଅନୁବାଦ କିଏ କରିବା ଉଚିତ୍ ?
ଏକ ଉତ୍ତମ ବିପରୀତ ଅନୁବାଦ କରିବା ପାଇଁ, ବ୍ୟକ୍ତି ପାଖରେ ତିନୋଟି ଯୋଗ୍ୟତା ରହିବା ଉଚିତ୍ ।
1.
ଯେଉଁ ବ୍ୟକ୍ତି ବିପରୀତ ଅନୁବାଦ କରେ ସେ ଜଣେ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ମାତୃ – ଭାଷା କହିବା ବ୍ୟକ୍ତି ହେବା ଉଚିତ୍, ଆହୁରି ମଧ୍ୟ ସେ ବ୍ୟାପକ ଯୋଗାଯୋଗର ଭାଷା କହୁଥିବ ।
1.
ଏହି ବ୍ୟକ୍ତି ମଧ୍ୟ କୌଣସି ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ କରିବାରେ ଜଡ଼ିତ ହେବା ଅନୁଚିତ୍ ଯେ ସେ ବିପରୀତ ଅନୁବାଦ କରୁଅଛନ୍ତି ।
ଏହାର କାରଣ ହେଉଛି ଯେ ଯିଏ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ସୃଷ୍ଟି କରିଅଛି, ସେ ଜାଣେ ଯେ ଅନୁବାଦ ଅର୍ଥର ଅଭିପ୍ରେତ କଣ ଓ ସେହି ଅର୍ଥକୁ ମୂଳ ଅନୁବାଦରେ ଯେପରି ଅର୍ଥ ପ୍ରକାଶ କରୁଛି ତଦ୍ରୁପ ସେଗୁଡିକୁ ବିପରୀତ ଅନୁବାଦରେ ଲେଖିଥାଏ ।
କିନ୍ତୁ ଏହା ସମ୍ଭବ ଯେ ଜଣେ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ବକ୍ତା ଯିଏ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ କାର୍ଯ୍ୟ କରି ନାହାନ୍ତି, ସେ ଅନୁବାଦକୁ ଭିନ୍ନ ଭାବରେ ବୁଝିବେ, କିମ୍ୱା ଏହାର କୌଣସି ଅଂଶକୁ ବୁଝିପାରିବେ ନାହିଁ ।
ଯାଞ୍ଚକାରୀ ଏହା ଜାଣିବାକୁ ଚାହେଁ ଯେ ଏହାର ଅନ୍ୟ ଅର୍ଥଗୁଡିକ କ’ଣ ଯାହାକି ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ଅନ୍ୟ ବକ୍ତାମାନେ ଅନୁବାଦରୁ ବୁଝିବେ, ଯଦ୍ୱାରା ସେ ସେହି ସ୍ଥାନଗୁଡିକୁ ଅଧିକ ସ୍ଵଷ୍ଟ ରୂପେ ସଠିକ୍ ଅର୍ଥକୁ ଯୋଗାଯୋଗ କରିବା ନିମନ୍ତେ ଅନୁବାଦ ଦଳ ସହ କାର୍ଯ୍ୟ କରିପାରିବେ ।
1.
ଯେଉଁ ବ୍ୟକ୍ତି ବିପରୀତ ଅନୁବାଦ କରୁଛି ସେ ଏପରି ବ୍ୟକ୍ତି ହେବା ଉଚିତ୍ ଯିଏ ବାଇବଲକୁ ଭଲ ଭାବରେ ଜାଣି ନ ଥିବ ।
ଏହାର କାରଣ ହେଉଛି ଯେ ବିପରୀତ ଅନୁବାଦକ ଅନ୍ୟ ଭାଷାରେ ଥିବା ବାଇବଲକୁ ପାଠ କରି ତହିଁରୁ ପ୍ରାପ୍ତ ଜ୍ଞାନରୁ ବୁଝିବା ଅର୍ଥକୁ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଭାଷା ଅନୁବାଦକୁ ନିରୀକ୍ଷଣ କରି ତହିରୁ ବୁଝିବା ଅର୍ଥକୁ ହିଁ ପ୍ରଦାନ କରିବା ଆବଶ୍ୟକ ।
Next we recommend you learn about:
ବିପରୀତ ଅନୁବାଦ
This page answers the question: ବିପରୀତ ଅନୁବାଦ କ’ଣ ?
In order to understand this topic, it would be good to read:
ଏକ ବିପରୀତ ଅନୁବାଦ କଣ ଅଟେ ?
ଏକ ବିପରୀତ ଅନୁବାଦ କହିଲେ, ବାଇବେଲ ଭିତ୍ତିକ ପାଠର ଏକ ଅନୁବାଦକୁ ସ୍ଥାନୀୟ ନିର୍ଦ୍ଦିଷ୍ଟ/ଲକ୍ଷ୍ୟ ଭାଷାରୁ ବ୍ୟାପକ ଭାବରେ ଯୋଗାଯୋଗ କରୁଥିବା ଭାଷା ମଧ୍ୟକୁ ଅନୁବାଦ କରିବା ବିଷୟକୁ ବୁଝାଏ ।
ଏହାକୁ “ବିପରୀତ ଅନୁବାଦ” କୁହାଯାଏ, କାରଣ ଏହା ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ଅନୁବାଦକୁ ସୃଷ୍ଟି କରିବା ପାଇଁ ଯାହା କରାଯାଉଥିଲା ତାହା ଅପେକ୍ଷା ବରଂ ଏହାକୁ ଏକ ବିପରୀତ ଦିଗରେ ଅନୁବାଦ କରାଯାଏ ।
ଏକ ବିପରୀତ ଅନୁବାଦକୁ ସମ୍ପୂର୍ଣ୍ଣ ଭାବେ ସାଧାରଣ ଶୈଳୀରେ କରାଯାଏ ନାହିଁ, ତଥାପି, କାରଣ ଅନୁବାଦର ଭାଷାରେ ଥିବା ଲକ୍ଷ୍ୟ ପରି ଏହାର ସ୍ଵାଭାବିକତା ରହି ନ ଥାଏ (ଏହି କ୍ଷେତ୍ରରେ, ବ୍ୟାପକ ଯୋଗାଯୋଗର ଭାଷା)।
ବରଂ, ସ୍ଥାନୀୟ ଭାଷା ଅନୁବାଦର ଶବ୍ଦ ଓ ଭାବର ଅଭିବ୍ୟକ୍ତିଗୁଡିକୁ ଆକ୍ଷରିକ ଭାବରେ ପ୍ରତିନିଧିତ୍ଵ କରି ବର୍ଣ୍ଣନା କରିବା, ଅପର ପକ୍ଷରେ ମଧ୍ୟ ବ୍ୟାପକ ଯୋଗାଯୋଗର ଭାଷାର ବ୍ୟାକରଣ ଓ ଶବ୍ଦକ୍ରମକୁ ବ୍ୟବହାର କରିବା ଏହାର ଲକ୍ଷ୍ୟ ଅଟେ ।
ଏହି ପରି ଭାବରେ, ଅନୁବାଦ ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷା ପାଠରେ ଥିବା ଶବ୍ଦଗୁଡିକର ଅର୍ଥକୁ ଅଧିକ ସ୍ପଷ୍ଟ ରୂପରେ ଦେଖି ପାରିବେ, ଏବଂ ମଧ୍ୟ ବିପରୀତ ଅନୁବାଦକୁ ଭଲ ଭାବରେ ବୁଝାଯାଇ ପାରିବ ଓ ଏହାକୁ ଅତି ଶୀଘ୍ର ଓ ସହଜରେ ପଢି ପାରିବ ।
Next we recommend you learn about:
ଯାଞ୍ଚ୍ କରିବାର କେତେକ ବିଷୟଗୁଡ଼ିକ
This page answers the question: ମୁଁ କେଉଁ ପ୍ରକାର ବିଷୟଗୁଡ଼ିକ ଯାଞ୍ଚ୍ କରିବା ଉଚିତ୍ ?
In order to understand this topic, it would be good to read:
ଯାଞ୍ଚ୍ କରିବାର ବିଭିନ୍ନ ବିଷୟ
1.
ଆପଣଙ୍କୁ ଠିକ୍ ପ୍ରତୀୟମାନ ହେଉ ନ ଥିବା ଯେକୌଣସି ବିଷୟକୁ ପଚାରି ପାରନ୍ତି, ଯଦ୍ୱାରା ଅନୁବାଦ ଦଳ ତାହାକୁ ବର୍ଣ୍ଣନା କରି ପାରିବେ ।
ଯଦି ଏହା ମଧ୍ୟ ସେମାନଙ୍କୁ ଠିକ୍ ପ୍ରତୀୟମାନ ହେଉ ନାହିଁ, ତେବେ ସେମାନେ ଅନୁବାଦକୁ ସଜାଡ଼ି ପାରିବେ ।
ସାଧାରଣରେ:
1.
କିଛି ଯୋଗ କରାଯାଇଥିବା ପରି ଦେଖା ଯାଉଥିବା ଯେକୌଣସି ବିଷୟକୁ ଯାଞ୍ଚ୍ କର, ଯାହାକି ମୂଳ ପାଠରେ ଥିବା ଅର୍ଥର ଅଂଶ ବିଶେଷ ନୁହେଁ ।
(ପ୍ରକୃତ ଅର୍ଥ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଯେ ଜଡ଼ିତ, ଏହା ମନେ ରଖନ୍ତୁ )
1.
କିଛି ନିଖୋଜ ହୋଇଥିବା ଥିବା ପରି ଦେଖା ଯାଉଥିବା ଯେ କୌଣସି ବିଷୟକୁ ଯାଞ୍ଚ୍ କର, ଯାହାକି ମୂଳ ପାଠରେ ଥିବା ଅର୍ଥର ଅଂଶ ବିଶେଷ କିନ୍ତୁ ଅନୁବାଦରେ ଜଡ଼ିତ କରାଯାଇନାହିଁ ।
1.
ମୂଳ ପାଠର ଅର୍ଥଠାରୁ କିଛି ଭିନ୍ନ ପରି ଦେଖା ଯାଉଥିବା ଯେକୌଣସି ବିଷୟକୁ ଯାଞ୍ଚ୍ କର ।
1.
ଶାସ୍ତ୍ରାଂଶର ମୁଖ୍ୟ ବିଷୟ କିମ୍ବା ପ୍ରସଙ୍ଗ ସ୍ପଷ୍ଟ ରହିବା ବିଷୟକୁ ଯାଞ୍ଚ୍ କରି ସୁନିଶ୍ଚିତ କର ।
ଶାସ୍ତ୍ରାଂଶ କଣ କହୁଛି କିମ୍ବା ଶିକ୍ଷା ଦେଉଛି, ସେଗୁଡ଼ିକର ସଂକ୍ଷିପ୍ତ ବିବରଣୀ ଦେବା ପାଇଁ ଅନୁବାଦ ଦଳକୁ କୁହନ୍ତୁ ।
ଯଦି ସେମାନେ କ୍ଷୁଦ୍ର ବିଷୟକୁ ମୌଳିକ ବା ପ୍ରାଥମିକ ପ୍ରସଙ୍ଗ ରୂପେ ଚୟନ କରନ୍ତି, ତେବେ ସେମାନେ ଶାସ୍ତ୍ରାଂଶକୁ ଯେପରି ଭାବରେ ଅନୁବାଦ କରିଛନ୍ତି, ସେମାନଙ୍କୁ ତାହା ସଜାଇବା ଆବଶ୍ୟକ ହୋଇପାରେ ।
1.
ଯାଞ୍ଚ୍ କରନ୍ତୁ ଯେ ଶାସ୍ତ୍ରାଂଶର ବିଭିନ୍ନ ଭାଗଗୁଡ଼ିକ ସଠିକ୍ ଭାବେ ସଂଯୋଗ କରାଯାଇଛି – ଯଥା, ବାଇବଲ ଶାସ୍ତ୍ରାଂଶରେ ଥିବା କାରଣଗୁଡିକ, ସଂଯୋଜିତ ବିଷୟବସ୍ତୁ, ଫଳାଫଳ, ଇତ୍ୟାଦି ନିର୍ଦ୍ଦିଷ୍ଟ ଭାଷାର ସଂଯୋଜକମାନଙ୍କ ସହ ଚିହ୍ନଟ ।
Next we recommend you learn about:
ଏକ ଗଠନମୂଳକ ଯାଞ୍ଚ୍ କିପରି କରିବେ
This page answers the question: ଅନୁବାଦଟି ଯେପରି ଉପଯୁକ୍ତ ହେବ, ସେଥିନିମନ୍ତେ ମୁଁ କ’ଣ କରିବା ଆବଶ୍ୟକ ?
In order to understand this topic, it would be good to read:
ଆପଣ ବାଇବଲ ପୁସ୍ତକର ଅନୁବାଦ କରିବା ପୂର୍ବରୁ, ଅନୁବାଦ କରିବା ସମୟରେ ଓ ଅନୁବାଦ କରିବା ପରେ ଯାଞ୍ଚ୍ କରିପାରିବେ, ଯାହାକି ଅନୁବାଦକୁ ସରଳ, ଦେଖାଯିବାକୁ ଭଲ ଓ ଯଥା ସମ୍ଭବ ପଠନଯୋଗ୍ୟ କରିବ।ଏହି ଭାଗରେ ଥିବା ଶିକ୍ଷା ଅଂଶ ନିମ୍ନରେ ପ୍ରଦତ୍ତ ବିଷୟଗୁଡ଼ିକ ସମ୍ଭନ୍ଧରେ ଅଧିକ ସୂଚନା ପ୍ରଦାନ କରିବ।
ଅନୁବାଦ କରିବା ପୂର୍ବରୁ
ଅନୁବାଦକ ଦଳ ଅନୁବାଦକୁ ଆରମ୍ଭ କରିବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ସମସ୍ୟାଗୁଡ଼ିକର ନିଷ୍ପତି ନେବା ଉଚିତ୍।
- ବର୍ଣ୍ଣମାଳା (ଦେଖନ୍ତୁ ଉପଯୁକ୍ତ ବର୍ଣ୍ଣମାଳା)
- ଶବ୍ଦର ସଠିକ୍ ବନାନ (ଦେଖନ୍ତୁ ଅପରିବର୍ତ୍ତନୀୟ ଶବ୍ଦ ବନାନ)
- ବିରାମ ଚିହ୍ନ (ଦେଖନ୍ତୁ ଅପରିବର୍ତ୍ତନୀୟ ବିରାମ ଚିହ୍ନ )
ଅନୁବାଦ କରିବା ସମୟରେ
ଆପଣ କେତେକ ଅଧ୍ୟାୟ ଅନୁବାଦ କରିବା ପରେ, ଅନୁବାଦକ ଦଳ ଅନୁବାଦ କରିବା ସମୟରେ ଯେଉଁ ସମସ୍ୟାଗୁଡ଼ିକ ଆବିଷ୍କାର କରିଥିଲେ, ସେଗୁଡ଼ିକର ସମାଧାନ ନିମନ୍ତେ ନେଉଥିବା କେତେକ ନିଷ୍ପତିକୁ ସେମାନେ ସଂଶୋଧନ କରିପାରିବେ। ଆପଣ ଅନୁବାଦର ଶବ୍ଦ ବନାନ ଓ ବିରାମ ଚିହ୍ନ ବିଷୟରେ କଣ ଅଧିକ ନିଷ୍ପତି ନେବାର ଆବଶ୍ୟକ ମନେ କରୁଛନ୍ତିକି ତହିଁ ପ୍ରତି ଦୃଷ୍ଟିପାତ କରିବାକୁ, ଶବ୍ଦର ସ୍ଥିରତାକୁ ପାରାଟେକ୍ସଟ୍ ରେ ଆପଣ ଯାଞ୍ଚ୍ କରିପାରିବେ।
ଗୋଟିଏ ପୁସ୍ତକକୁ ସମାପ୍ତ କରିବା ପରେ
ଗୋଟିଏ ପୁସ୍ତକକୁ ସମାପ୍ତ କରିବା ପରେ, ସମସ୍ତ ପଦଗୁଡ଼ିକ ସଠିକ୍ ଅଛି କି ନୁହେଁ ତାହା ନିଶ୍ଚିତ କରିବା ପାଇଁ ଯାଞ୍ଚ୍ କରି ମୁଖ୍ୟ ଭାଗ ବିଷୟରେ ନିଷ୍ପତି କରିପାରିବେ । ଏହା ମଧ୍ୟ ଆପଣ ଅନୁବାଦ କରିବା ସମୟରେ ଭାଗର ମୁଖ୍ୟ ବିଷୟ ନିମନ୍ତେ ଥିବା ଚିନ୍ତାଧାରାକୁ ଲେଖିବାରେ ସାହାଯ୍ୟ କରିବ।
- ପଦ ରଚନା (ଦେଖନ୍ତୁ ସମ୍ପୂର୍ଣ୍ଣ ପଦ ରଚନା)
- ମୁଖ୍ୟ ପାଠ୍ୟାଂଶ (ଦେଖନ୍ତୁ ମୁଖ୍ୟ ପାଠ୍ୟାଂଶ)
Next we recommend you learn about:
ଉପଯୁକ୍ତ ବର୍ଣ୍ଣମାଳା
This page answers the question: ଏହି ଅନୁବାଦରେ କ’ଣ ଏକ ଉପଯୁକ୍ତ ବର୍ଣ୍ଣମାଳା ବ୍ୟବହୃତ ହୋଇଛି କି ?
In order to understand this topic, it would be good to read:
ଅନୁବାଦ ନିମନ୍ତେ ବର୍ଣ୍ଣମାଳା
ଆପଣ ଅନୁବାଦ କରିବା ସମୟରେ, କିପରି ଶବ୍ଦ ଉଚ୍ଚାରଣ ହୁଏ ତହିଁ ବିଷୟରେ ନିଜକୁ ପ୍ରଶ୍ନ କରନ୍ତୁ। ଯଦି ଭାଷାର ଉଚ୍ଚାରଣକୁ ପ୍ରତିନିଧିତ୍ଵ କରିବା ପାଇଁ ଉପଯୁକ୍ତ ବର୍ଣ୍ଣମାଳା ଚୟନ କରାଯାଇଛି, ଏବଂ ଅନୁବାଦକୁ ପଡିବାରେ ସହଜ କରିବା ହେତୁ ଯଦି ଶଦ୍ଦଗୁଡିକୁ ସୁସଂଗତ ଭାବରେ ଲେଖାଯାଇଛି, ସେହିସବୁକୁ ଏହି ପ୍ରଶ୍ନଗୁଡିକ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବେ।
ବର୍ଣ୍ଣମାଳାଟି ନୂତନ ଅନୁବାଦରେ ଥିବା ଭାଷାର ଉଚ୍ଚାରଣକୁ ପ୍ରତିନିଧିତ୍ଵ କରିବା ପାଇଁ ଉପଯୁକ୍ତ କି ? (ଭିନ୍ନ ଅର୍ଥ କରୁଥିବା ଏପରି କୌଣସି ଉଚ୍ଚାରଣ ଅଛି କି, କିନ୍ତୁ ଅନ୍ୟ ଉଚ୍ଚାରଣ ଭାବ ସେହି ସମାନ ପ୍ରତୀକକୁ ବ୍ୟବହାର କରିବାକୁ ପଡୁଛି ? ଏହି ଶବ୍ଦଗୁଡିକୁ ପଢିବାରେ କଠିନ ମନେ ହେଉଛି କି ? ଏହି ଲେଖାଗୁଡ଼ିକୁ ସଜାଇବା ପାଇଁ ଓ ଭିନ୍ନତା ଦେଖାଇବା ପାଇଁ ଅତିରିକ୍ତ ଚିହ୍ନ ବ୍ୟବହାର କରାଯାଇ ପାରିବ କି ?
ପୁସ୍ତକରେ ଶବ୍ଦର ସଠିକ୍ ବନାନକୁ ସୁସଙ୍ଗତ ଭାବରେ ବ୍ୟବହାର କରାଯାଇଛି କି ? (ଭିନ୍ନ ଭିନ୍ନ ପରିସ୍ଥିତିରେ କିପରି ଶବ୍ଦଗୁଡିକୁ ପରିବର୍ତ୍ତନ କରାଯାଏ ତାହାର ନିୟମଗୁଡିକୁ ଲେଖକଙ୍କୁ ପରିଦୃଷ୍ଟି କରିବା ପାଇଁ ନିୟମଗୁଡିକ ଅଛି କି? ସେମାନେ ବର୍ଣ୍ଣନା କରିପାରିବେ କି ଯଦ୍ୱାରା ଅନ୍ୟମାନେ ଜାଣିବେ ଯେ ଭାଷାକୁ କିପରି ସହଜରେ ପଢିବେ ଓ ଲେଖିବେ ?)
ଅନୁବାଦକ ଅଧିକାଂଶ ଭାଷା ସମାଜର ଲୋକମାନଙ୍କ ଦ୍ଵାରା ଗ୍ରହଣଯୋଗ୍ୟ ହେବା ଭଳି ଭାବର ଅଭିବ୍ୟକ୍ତ, ବାକ୍ୟାଂଶ, ସଂଯୋଜକ ଓ ଶବ୍ଦର ସଠିକ୍ ବନାନକୁ ବ୍ୟବହାର କରିଛନ୍ତି କି ?
ଯଦି କୌଣସି ବର୍ଣ୍ଣମାଳା କିମ୍ବା ଶବ୍ଦର ସଠିକ୍ ବନାନ ଭୁଲ ଅଛି, ତେବେ ସେଗୁଡ଼ିକୁ ଲେଖି ରଖ, ଯଦ୍ୱାରା ଆପଣ ଅନୁବାଦକ ଦଳ ସହିତ ଏହାକୁ ଆଲୋଚନା କରି ପାରିବେ ।
ସୁସଙ୍ଗତ ଉଚ୍ଚାରଣ
This page answers the question: ଏହି ଅନୁବାଦରେ ଶବ୍ଦଗୁଡ଼ିକ ସୁସଂଗତ ଭାବରେ ଉଚ୍ଚାରିତ ହୋଇଛି କି ?
In order to understand this topic, it would be good to read:
ପାଠକ ସହଜରେ ଅନୁବାଦକୁ ପଢିବାରେ ଓ ବୁଝିବାରେ ସକ୍ଷମ ହେବା ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ସୁସଂଗତ ଭାବରେ ଶବ୍ଦଗୁଡ଼ିକୁ ଗଠନ କରିବେ । ଯଦି ନିର୍ଦ୍ଦିଷ୍ଟ ଭାଷାରେ ଲେଖିବା କିମ୍ବା ଅକ୍ଷର ଦ୍ଵାରା ଶବ୍ଦ ଗଠନ କରିବାର ପରମ୍ପରା ନାହିଁ, ତେବେ ଏହା କଷ୍ଟକର ହୋଇପାରେ। ଅନୁବାଦର ଭିନ୍ନ ଭିନ୍ନ ଅଂଶରେ କାର୍ଯ୍ୟ କରୁଥିବା ଅନେକ ଲୋକମାନେ ମଧ୍ୟ ଏହାକୁ କଷ୍ଟସାଧ୍ୟ କରିଥାନ୍ତି । ସେହି କାରଣ ହେତୁ, ଅନୁବାଦ ଦଳ ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ସେମାନେ କିପରି ଶବ୍ଦ ବନାନ କରିବା ପାଇଁ ଯୋଜନା କରିବେ ତହିଁ ବିଷୟରେ ସେମାନେ ଅନୁବାଦକୁ ଆରମ୍ଭ କରିବା ପୂର୍ବେ ଏକତ୍ର ମିଶି କଥାବାର୍ତ୍ତା କରିବେ ।
ଶବ୍ଦ ବନାନ କରିବାରେ କଠିନ ହେଉଥିବା ଶବ୍ଦଗୁଡ଼ିକୁ ଦଳଗତ ଭାବରେ ଆଲୋଚନା କର । ଯଦି ସେହି ଶବ୍ଦଗୁଡ଼ିକରେ ଥିବା ଉଚ୍ଚାରଣକୁ ପ୍ରତିନିଧିତ୍ଵ କରିବା ପାଇଁ କଷ୍ଟକର ହୁଏ, ତେବ ଆପଣ ବ୍ୟବହାର କରୁଥିବା ଲେଖନୀ ଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ (ଦେଖନ୍ତୁ ବର୍ଣ୍ଣମାଳା / ବର୍ଣ୍ଣ ବିନ୍ୟାସ) । ଯଦି ଶବ୍ଦରେ ଥିବା ଉଚ୍ଚାରଣ ଭିନ୍ନ ଭାବରେ ପ୍ରତିନିଧିତ୍ଵ କରିପାରିବ, ତେବେ ସେଗୁଡ଼ିକ କିପରି ଶବ୍ଦ ବନାନ ହେବ ତହିଁ ବିଷୟରେ ଦଳ ଏକମତ ହେବା ଆବଶ୍ୟକ । ସଠିକ୍ ଶବ୍ଦ ବନାନରେ ଏକମତ ହୋଇଥିବା ଶବ୍ଦଗୁଡିକୁ ବର୍ଣ୍ଣମାଳାର କ୍ରମାନୁସାରେ ଏକ ତାଲିକା ପ୍ରସ୍ତୁତ କର । ଅନୁବାଦ କରିବା ସମୟରେ ପରାମର୍ଶ କରିବା ପାଇଁ ଏହି ତାଲିକାର ପ୍ରତି ନକଲ ଦଳର ପ୍ରତ୍ୟେକ ସଭ୍ୟଙ୍କ ନିକଟରେ ରହିବା ବିଷୟକୁ ନିଶ୍ଚିତ କରନ୍ତୁ । ଆପଣ ଅଧିକ କାଠିକର ଶବ୍ଦଗୁଡ଼ିକୁ ପାଇବା ସମୟରେ ସେଗୁଡିକୁ ତାଲିକାଭୁକ୍ତ କରନ୍ତୁ, କିନ୍ତୁ ପ୍ରତ୍ୟେକଙ୍କ ପାଖରେ ବର୍ତ୍ତମାନର ତାଲିକା ଥିବା ବିଷୟକୁ ନିଶ୍ଚିତ କରନ୍ତୁ।
ଆପଣଙ୍କ ଶବ୍ଦ ବନାନ ତାଲିକାକୁ ଚାଲୁ ରଖିବା ପାଇଁ ଗାରକଟା ଟେବୁଲ୍ କୁ ବ୍ୟବହାର କରିବା ସହାୟକ ହୋଇପାରେ। ବାଇବଲରେ ଉଲ୍ଲେଖ ସ୍ଥାନ ଓ ଲୋକମାନଙ୍କର ନାମଗୁଡ଼ିକୁ ଅକ୍ଷର ଦ୍ଵାରା ଶବ୍ଦ ଗଠନ କରିବା କଷ୍ଟକର ହୋଇପାରେ, କାରଣ ସେମାନଙ୍କ ମଧ୍ୟରୁ ଅନେକେ ନିର୍ଦ୍ଦିଷ୍ଟ ଭାଷାଗୁଡ଼ିକରେ ଅଜ୍ଞାତ ଅଟନ୍ତି ।
ଏଗୁଡିକୁ ଆପଣଙ୍କର ଶବ୍ଦ ବନାନ ତାଲିକାରେ ଅନ୍ତର୍ଭୁକ୍ତ କରିବା ସୁନିଶ୍ଚିତ କରନ୍ତୁ । ଶବ୍ଦ ବନାନଗୁଡ଼ିକୁ ଯାଞ୍ଚ୍ କରିବା ନିମନ୍ତେ କମ୍ପୁଟର ଅଧିକ ସହାୟକ ହୋଇପାରେ । ଯଦି ଆପଣ Gateway Language ରେ କାମ କରୁଛନ୍ତି, ଏକ word processor ରେ ଅଭିଧାନ (dictionary) ଟି ପୂର୍ବରୁ ହିଁ ଉପଲବ୍ଧି ରହିଅଛି । ଯଦି ଆପଣ ଅନ୍ୟ ଭାଷା ମଧ୍ୟକୁ ଅନୁବାଦ କରୁଅଛନ୍ତି, ତେବେ ଆପଣ ଶବ୍ଦ ବନାନହୀନ ଶବ୍ଦଗୁଡ଼ିକୁ ସ୍ଥାପିତ କରିବା ପାଇଁ ଖୋଜିବା ଓ ପ୍ରତିସ୍ଥାପନ କରିବା ଲେଖାକୃତି (find and replace feature) କୁ ବ୍ୟବହାର କରିପାରିବେ । ପାରାଟେକ୍ସଟରେ ମଧ୍ୟ ଶବ୍ଦ ବନାନକୁ ଯାଞ୍ଚ୍ କରିବାର ସୁବିଧା ରହିଛି ଯେଉଁଠାରେ କି ସମସ୍ତ ପ୍ରକାରର ଶବ୍ଦଗୁଡ଼ିକର ଶବ୍ଦ ବନାନ ପାଇ ହେବ । ଏହା ଆପଣଙ୍କୁ ବିଭିନ୍ନ ଶବ୍ଦଗୁଡ଼ିକ ଉପସ୍ଥାପିତ କରିବ ଏବଂ ଆପଣ କେଉଁ ଶବ୍ଦ ବନାନକୁ ବ୍ୟବହାର କରିବା ପାଇଁ ନିର୍ଣ୍ଣୟ ନେଉଛନ୍ତି, ତାହାକୁ ଚୟନ କରି ପାରିବେ ।
Next we recommend you learn about:
ସୁଙ୍ଗତ ବିରାମ ଚିହ୍ନ
This page answers the question: ଉକ୍ତ ଅନୁବାଦରେ ସୁସଙ୍ଗତ ବିରାମ ଚିହ୍ନଗୁଡ଼ିକ ବ୍ୟବହୃତ ହୋଇଛି କି ?
In order to understand this topic, it would be good to read:
“ବିରାମଚିହ୍ନ” କିପରି ଗୋଟିଏ ବାକ୍ୟକୁ ପାଠ କରାଯିବ ଓ ବୁଝାଯିବ ତାହାକୁ ଇଙ୍ଗିତ କରୁଥିବା ଚିହ୍ନଗୁଡିକୁ ଦର୍ଶାଏ । ଉଦାହରଣଗୁଡିକ ଅଟକି ଯିବାର (ପଢିବା ସମୟରେ ଟିକିଏ ରହି ରହିକି ପଢୁଥିବା)ର ଇଙ୍ଗିତଗୁଡିକ ଅନ୍ତର୍ଭୁକ୍ତ ଅଟେ, ଯଥା କମା, ପୂର୍ଣ୍ଣଛେଦ ଓ ଉଦ୍ଧୃତାଂଶ ଚିହ୍ନଗୁଡିକ ଯାହାକି ବକ୍ତାର ସଠିକ୍ ଶବ୍ଦଗୁଡିକୁ ପରିବେଷ୍ଟିତ କରିଥାଏ । ପାଠକ ଅନୁବାଦକୁ ସଠିକ୍ ଭାବରେ ପଢିବାକୁ ଓ ବୁଝିବାକୁ ସକ୍ଷମ ହେବା ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ବିରାମ ଚିହ୍ନଗୁଡିକୁ ସୁସଙ୍ଗତ ଭାବେ ବ୍ୟବହାର କରିବେ ।
ଅନୁବାଦ କରିବା ପୂର୍ବରୁ, ଅନୁବାଦ ଦଳ ବିରାମଚିହ୍ନର ପ୍ରଣାଳୀ ଉପରେ ନିର୍ଣ୍ଣୟ ନେବା ଆବଶ୍ୟକ ଯାହା ଆପଣ ଅନୁବାଦରେ ବ୍ୟବହାର କରିବେ । ରାଷ୍ଟ୍ରୀୟ ଭାଷାଗତ ବାଇବେଲ ବା ତହିଁ ସଂପର୍କିତ ବାଇବଲକୁ ବ୍ୟବହାର କରୁଥିବା ବିରାମଚିହ୍ନକୁ ଗ୍ରହଣ କରିବା ସହଜ ହୋଇପାରେ । ଅନୁବାଦ ଦଳ ଥରେ ଏହି ପ୍ରଣାଳୀକୁ ନିର୍ଣ୍ଣୟ କରିବା ପରେ, ନିଶ୍ଚିତ କରନ୍ତୁ ଯେ ପ୍ରତ୍ୟେକେ ଏହାକୁ ଅନୁକରଣ କରିବେ । ଭିନ୍ନ ଭିନ୍ନ ବିରାମ ଚିହ୍ନଗୁଡିକୁ ସଠିକ୍ ଭାବରେ ବ୍ୟବହାର କରିବାର ଉଦାହରଣ ଥିବା ମାର୍ଗଦର୍ଶିକା କାଗଜ ଫଳକକୁ ଦଳର ପ୍ରତ୍ୟକ ସଭ୍ୟମାନଙ୍କୁ ବିତରଣ କରିବା ଅଧିକ ସହାୟକ ହୋଇପାରେ ।
ମାର୍ଗଦର୍ଶିକା କାଗଜ ଫଳକ ସହିତ ମଧ୍ୟ, ବିରାମଚିହ୍ନରେ ଭୁଲ କରିବା ଅନୁବାଦକମାନଙ୍କ ନିମନ୍ତେ ସାଧାରଣ ବିଷୟ ଅଟେ । ଏହି କାରଣ ହେତୁ, ପୁସ୍ତକଟି ଅନୁବାଦିତ ହେଲା ପରେ, ଆମେ ଏହାକୁ ଅର୍ଥବୋଧକ ହେବା ପାଇଁ ପାରାଟେକ୍ସଟ୍ ମଧ୍ୟକୁ ସୁପାରିଶ କରିଥାଉ । ଆପଣ ନିର୍ଦ୍ଧିଷ୍ଟ ଭାଷାରେ ପାରାଟେକ୍ସଟ୍ ମଧ୍ୟକୁ ବିରାମଚିହ୍ନ ନିମନ୍ତେ ଥିବା ନିୟମକୁ ତାଲିକାଭୁକ୍ତ କରିପାରନ୍ତି । ପାରାଟେକ୍ସଟ୍ ସମସ୍ତ ସ୍ଥାନର ତାଲିକା ଦେବ ଯେଉଠାରେ ବିରାମଚିହ୍ନର ତ୍ରୁଟିଗୁଡିକ ପାଇବ ଏବଂ ସେଗୁଡିକୁ ଆପଣଙ୍କୁ ଦେଖାଇବା । ତା’ପରେ ଆପଣ ସେଗୁଡିକର ସମୀକ୍ଷା କରି ଦେଖିବେ ଯେ ଆଉ କୌଣସି ତ୍ରୁଟି ରହିଛି କିମ୍ୱା ନାହିଁ। ଯଦି କୌଣସି ତ୍ରୁଟି ରହିଥାଏ, ତେବେ ଆପଣ ସେହି ତ୍ରୁଟିଗୁଡିକୁ ସଜାଡି ପାରିବେ ।ଏହି ବିରାମଚିହ୍ନ ଯାଞ୍ଚ୍ କୁ ଚଳାଇବା ପରେ, ଆପଣ ଦୃଢ ରୁପେ ନିଶ୍ଚିତ ହୋଇପାରିବେ ଯେ ଆପଣଙ୍କର ଅନୁବାଦ ସଠିକ୍ ଭାବରେ ବିରାମଚିହ୍ନକୁ ବ୍ୟବହାର କରୁଛି ।
Next we recommend you learn about:
ସମ୍ପୂର୍ଣ୍ଣ ପଦ୍ୟ ରଚନା
This page answers the question: ଏହି ଅନୁବାଦରେ କୌଣସି ପଦ ଛାଡ଼ି ହୋଇ ଯାଇଛି କି ?
In order to understand this topic, it would be good to read:
ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଆପଣଙ୍କ ଭାଷାର ଅନୁବାଦ ମୂଳ ଭାଷା ବାଇବଲରେ ଥିବା ସମସ୍ତ ପଦଗୁଡ଼ିକୁ ଅନ୍ତର୍ଭୁକ୍ତ କରୁ । ଆମେ କେତେକ ପଦଗୁଡ଼ିକ ଆକସ୍ମିକ ଭାବେ/ଭୁଲ୍ ରେ ନିଖୋଜ ହେବା ଚାହୁଁ ନାହୁଁ ।କିନ୍ତୁ ମନେ ରଖନ୍ତୁ ଯେ ସେଥିରେ ଉତ୍ତମ କାରଣଗୁଡ଼ିକ ରହିପାରେ, କାରଣ କେତେକ ବାଇବଲରେ ନିର୍ଦ୍ଦିଷ୍ଟ ପଦଗୁଡ଼ିକ ଥିବା ବେଳେ ଅନ୍ୟାନ୍ୟ ବାଇବଲରେ ସେଗୁଡ଼ିକ ନଥାଏ ।
ପଦଗୁଡ଼ିକ ନିଖୋଜ ହେବାର କେତେକ କାରଣ
ଉଦ୍ଧୃତାଂଶର ଭିନ୍ନତା - ବାଇବଲରେ ଥିବା କେତେକ ପଦଗୁଡ଼ିକ ମୂଳ ଲେଖା ନୁହେଁ, ବରଂ ସେଗୁଡ଼ିକୁ ପରବର୍ତ୍ତୀ ସମୟରେ ଯୋଗ କରାଯାଇଥିଲା ବୋଲି ଅନେକ ବାଇବଲ ବିଦ୍ଵାନମାନେ ବିଶ୍ଵାସ କରନ୍ତି ନାହିଁ । ସେଥିପାଇଁ କେତେକ ବାଇବେଲ ଅନୁବାଦକମାନେ ସେହି ପଦଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, କିମ୍ବା ସେଗୁଡ଼ିକୁ ବହି ପୃଷ୍ଠାର ନିମ୍ନ ଭାଗରେ ପ୍ରଦତ୍ତ ଟିକାରେ ଅନ୍ତର୍ଭୁକ୍ତ କରନ୍ତି । (ତଦ୍ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ଉଦ୍ଧୃତାଂଶର ଭିନ୍ନତା ।) ସେହି ପଦଗୁଡ଼ିକୁ ସାମିଲ୍ କରାଯିବ କିମ୍ବା କରାଯିବ ନାହିଁ ତହିଁ ବିଷୟରେ ଆପଣଙ୍କ ଅନୁବାଦ ଦଳ ନିର୍ଣ୍ଣୟ କରିବା ଆବଶ୍ୟକ।
ଭିନ୍ନ ଭିନ୍ନ ସଂଖ୍ୟା ଦେବା - ଅନ୍ୟାନ୍ୟ ବାଇବଲଠାରୁ କେତେକ ବାଇବଲ ଭିନ୍ନ ଶୈଳୀର ପଦ ସଂଖ୍ୟାକୁ ବ୍ୟବହାର କରନ୍ତି । (ତଦ୍ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ଅଧ୍ୟାୟ ଓ ପଦ ସଂଖ୍ୟା।)କେଉଁ ଶୈଳୀ ବ୍ୟବହାର କରାଯିବ ତହିଁ ବିଷୟରେ ଆପଣଙ୍କ ଅନୁବାଦ ଦଳ ନିର୍ଣ୍ଣୟ କରିବା ଆବଶ୍ୟକ ।
ପଦ ସଂଯୋଜକ - ବାଇବଲର କେତେକ ଅନୁବାଦରେ, ଦୁଇ ବା ତହିଁରୁ ଉର୍ଦ୍ଧ୍ଵ ପଦଗୁଡ଼ିକର ବିଷୟବସ୍ତୁକୁ ପୁନର୍ବାର ସଜାଡ଼ିଥା’ନ୍ତି, ଯଦ୍ୱାରା ତଥ୍ୟର ଶ୍ରୁଙ୍ଖଳିତ ଅବସ୍ଥା ଅଧିକ ଯୁକ୍ତିଯୁକ୍ତ କିମ୍ବା ବୁଝିବାରେ ସହଜସାଧ୍ୟ ହେବ। ଯେବେ ସେହିପରି ହୁଏ, ପଦ ସଂଖ୍ୟାଗୁଡ଼ିକ ମିଶି ରହିଥାଏ, ଯଥା 4 - 5 ବା 4 - 6 । ବେଳେ ବେଳେ UST ବାଇବଲ, ଏବଂ କ୍ଵଚିତ ପରିସ୍ଥିତିରେ ULT ବାଇବେଲ ଏପରି କରିଥା’ନ୍ତି । କାରଣ ସମସ୍ତ ପଦ ସଂଖ୍ୟା ଦେଖାଯାନ୍ତି ନାହିଁ, ବା ଯେଉଁଠାରେ ଆପଣ ଦେଖିବାକୁ ଆଶା କରନ୍ତି ସେଠାରେ ଦେଖାଯାଇ ନ ଥାଏ, ଆଉ କେତେକ ପଦ ନିଖୋଜ ଭଳି ଦେଖାଯାଇଥାଏ । କିନ୍ତୁ ପଦଗୁଡ଼ିକର ବିଷୟବସ୍ତୁଟି ଥାଏ । (ତଦ୍ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ ପଦ ସଂଯୋଜକ ।)ପଦ ସଂଯୋଜକ ବ୍ୟବହାର କରାଯିବ ବା କରାଯିବ ନାହିଁ ତହି ବିଷୟରେ ଆପଣଙ୍କ ଅନୁବାଦ ଦଳ ନିର୍ଣ୍ଣୟ କରିବା ଆବଶ୍ୟକ।
ନିଖୋଜ ପଦଗୁଡ଼ିକ ନିମନ୍ତେ ଯାଞ୍ଚ୍ କାର୍ଯ୍ୟ
ନିଖୋଜ ପଦଗୁଡ଼ିକ ନିମନ୍ତେ ଆପଣଙ୍କ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ, ପୁସ୍ତକଟି ଅନୁବାଦିତ ହେଲା ପରେ, ଅନୁବାଦକୁ ପାରାଟେକ୍ସଟ ମଧ୍ୟକୁ ନିଅନ୍ତୁ । ତା’ପରେ “ଅଧ୍ୟାୟ / ପଦ ସଂଖ୍ୟା” ନିମନ୍ତେ ଯାଞ୍ଚ୍ କାର୍ଯ୍ୟକୁ କର । ସେହି ପୁସ୍ତକରେ ଯେଉଁ ଯେଉଁ ସ୍ଥାନରେ ପଦଗୁଡ଼ିକ ନିଖୋଜ ଅଛି, ପାରାଟେକ୍ସଟ ସେହି ସମସ୍ତ ନିଖୋଜ ପଦକୁ ଖୋଜି ବାହାର କରି ସେଥିର ଏକ ତାଲିକା ଆପଣଙ୍କୁ ପ୍ରଦାନ କରିବ । ପରେ ଆପଣ ସେହି ପ୍ରତ୍ୟେକ ସ୍ଥାନଗୁଡ଼ିକୁ ଦେଖିପାରିବେ ଓ ଯଦି ଉପରୋକ୍ତ ତିନି କାରଣରୁ ପଦକୁ ଉଦ୍ଦେଶ୍ୟମୂଳକ ଭାବେ ଛଡ଼ା ଯାଇଛି, କିମ୍ବା ଯଦି ଏହାକୁ ଭୁଲବଶତଃ ଛାଡ଼ି ଦିଆଯାଇଛି ଓ ଆପଣ ପୁନର୍ବାର ଫେରି ସେହି ପଦକୁ ଅନୁବାଦ କରିବାକୁ ଆବଶ୍ୟକ ମନେ କରୁଛନ୍ତି, ତାହା ଆପଣ ନିର୍ଣ୍ଣୟ କରିବେ ।
Next we recommend you learn about:
ବିଭାଗ ଶିରୋନାମା
This page answers the question: ଆମେ କେଉଁ ପ୍ରକାରର ବିଭାଗ ଶିରୋନାମା ବ୍ୟବହାର କରିବା ଉଚିତ୍ ?
In order to understand this topic, it would be good to read:
ମୁଖ୍ୟ ପାଠ୍ୟାଂଶ ଭାଗ ସମ୍ବନ୍ଧୀୟ ନିଷ୍ପତିସମୂହ
ଅନୁବାଦକ ଦଳକୁ ଗୋଟିଏ ନିଷ୍ପତି ନେବାକୁ ହେବ ଯେ ମୁଖ୍ୟ ପାଠ୍ୟାଂଶର ଭାଗକୁ ବ୍ୟବହାର କରିବେ କିମ୍ବା ନୁହେଁ। ମୁଖ୍ୟ ପାଠ୍ୟାଂଶ ଭାଗ ବାଇବେଲର ପ୍ରତି ଭାଗକୁ ଥିବା ପାଠ୍ୟାଂଶ ଭଳି, ଯାହାକି ଗୋଟିଏ ନୂଆ ଆଲୋଚ୍ୟ ବିଷୟକୁ ନେଇ ଆରମ୍ଭ ହୋଇଥାଏ । ଏକ ଭାଗ କ’ଣ କହୁଛି ତାହା ମୁଖ୍ୟ ପାଠ୍ୟାଂଶ ଭାଗ ଲୋକମାନଙ୍କୁ ଜାଣିବାରେ ସାହାର୍ଯ୍ୟ କରେ । କେତେକ ବାଇବଲ ଅନୁବାଦ ସେଗୁଡ଼ିକୁ ବ୍ୟବହାର କରନ୍ତି, ଓ କେତେକ କରନ୍ତି ନାହି । ଆପଣ ଜାତୀୟ ଭାଷାରେ ଥିବା ବାଇବଲର ପ୍ରତିଷ୍ଠିତ ପଦ୍ଧତି, ଯାହାକି ଅଧିକାଂଶ ଲୋକ ବ୍ୟବହାର କରନ୍ତି, ଏହାକୁ ପାଳନ କରିବାକୁ ଇଚ୍ଛା କରିପାରନ୍ତି । ଭାଷା ସମ୍ପ୍ରଦାୟ କ’ଣ ପସନ୍ଦ କରନ୍ତି, ତାହା ମଧ୍ୟ ଆପଣ ଖୋଜି ବାହାର କରିବାକୁ ଇଚ୍ଛା କରିବେ। ମୁଖ୍ୟ ପାଠ୍ୟାଂଶ ଭାଗକୁ ବ୍ୟବହାର କରିବା ପାଇଁ ଅଧିକ କାର୍ଯ୍ୟର ଆବଶ୍ୟକ କରେ, କାରଣ ଆପଣଙ୍କୁ ବାଇବଲ ଅନୁବାଦ ବ୍ୟତୀତ ପ୍ରତ୍ୟେକଟିକୁ ଲେଖିବାକୁ କିଅବା ଅନୁବାଦ କରିବାକୁ। ଏହା ମଧ୍ୟ ଆପଣଙ୍କ ବାଇବେଲ ଅନୁବାଦକୁ ଅଧିକ କରିବ।
କିନ୍ତୁ ମୁଖ୍ୟ ପାଠ୍ୟାଂଶ ଭାଗ ଆପଣଙ୍କ ପାଠକ ପାଠିକାଙ୍କ ନିମନ୍ତେ ଅଧିକ ସହାୟକ ହେବ । ଯେଉଁଠାରେ ବାଇବେଲ ଭିନ୍ନ ବିଷୟ କହେ, ମୁଖ୍ୟ ପାଠ୍ୟାଂଶ ଭାଗ ତାହାକୁ ଜାଣିବା ପାଇଁ ଅଧିକ ସହଜ କରିଥାଏ । ଯଦି ଜଣେ ବ୍ୟକ୍ତି ବିଶେଷରୂପେ କିଛି ଅନ୍ଵେଷଣ କରୁଛନ୍ତି, ତେବେ ଯେପର୍ଯନ୍ତ ସେ ପଡ଼ିବାକୁ ଚାହୁଁଥିବା ବିଷୟର ପରିଚୟ ନ ପାଆନ୍ତି ସେପର୍ଯନ୍ତ ସେ ମୁଖ୍ୟ ପାଠ୍ୟାଂଶ ଭାଗକୁ ପଡ଼ିପାରିବ । ତା’ପରେ ସେ ସେହି ଭାଗକୁ ପଡ଼ିପାରିବ । ଯଦି ଆପଣ ମୁଖ୍ୟ ପାଠ୍ୟାଂଶ ଭାଗକୁ ବ୍ୟବହାର କରିବା ପାଇଁ ନିଷ୍ପତି ନେଇଛନ୍ତି, ତେବେ କି ପ୍ରକାର ଭାଗ ବ୍ୟବହାର କରିବେ, ତାହା ଆପଣ ନିଷ୍ପତି ନେବା ଆବଶ୍ୟକ । ପୁନର୍ବାର, ଭାଷା ସମ୍ପ୍ରଦାୟର ଲୋକମାନେ କି ପ୍ରକାର ପାଠ୍ୟାଂଶ ଭାଗକୁ ପସନ୍ଦ କରୁଛନ୍ତି, ତାହା ଆପଣ ଖୋଜି ବାହାର କରିବାକୁ ଇଚ୍ଛା କରିବେ ।
ଲୋକମାନେ ବୁଝିବା ଭଳି ପାଠ୍ୟାଂଶ ଭାଗକୁ ବ୍ୟବହାର କରିବା ପାଇଁ ନିଶ୍ଚିତ ରୁହନ୍ତୁ, ଯାହାକି ଏହାକୁ ପରିଚିତ କରୁଥିବା ଲେଖାର ଅଂଶ ନଥିବ । ପାଠ୍ୟାଂଶ ଭାଗଟି ଧର୍ମଶାସ୍ତ୍ରର ଅଂଶ ନୁହେଁ; ଏହା କେବଳ ଧର୍ମଶାସ୍ତ୍ରର ଭିନ୍ନ ଅଂଶକୁ ମାର୍ଗଦର୍ଶନ କରିଥାଏ । ଆପଣ ଏହାକୁ ମୁଖ୍ୟ ପାଠ୍ୟାଂଶ ଭାଗର ପୁର୍ବରେ ଓ ପରେ କିଛି ସ୍ଥାନ ଛାଡ଼ି ଏବଂ ଭିନ୍ନ ପ୍ରକାର ଅକ୍ଷର (ଲେଖାର ଶୈଳୀ), କିମ୍ବା ଭିନ୍ନ ଭିନ୍ନ ଲେଖାର ଆକାରକୁ ବ୍ୟବହାର କରି ସ୍ପଷ୍ଟ କରିବାରେ ସକ୍ଷମ ହୋଇପାରିବେ । ଜାତୀୟ ଭାଷାରେ ଥିବା ବାଇବଲ ଏହାକୁ କିପରି ପାଳନ କରନ୍ତି ଦେଖନ୍ତୁ, ଏବଂ ଭିନ୍ନ ପ୍ରଣାଳୀରେ ଏହାକୁ ଭାଷା ସମ୍ପ୍ରଦାୟ ସହ ପରୀକ୍ଷା କର ।
ବିଭିନ୍ନ ପ୍ରକାରର ମୁଖ୍ୟ ପାଠ୍ୟାଂଶ ଭାଗ
ଅନେକ ପ୍ରକାରର ମୁଖ୍ୟ ପାଠ୍ୟାଂଶ ଭାଗ ଅଛି । ପ୍ରତ୍ୟେକ କିପରି ଭିନ୍ନ ଭିନ୍ନ ଦେଖାଯାଏ, ଏଠାରେ କିଛି ଉଦାହରଣ ଦିଆଗଲା, ମାର୍କ ୨: ୧ – ୧୨:
- ସାରାଂଶ ବକ୍ତ୍ୟବ: “ପକ୍ଷାଘାତ ରୋଗୀକୁ ସୁସ୍ଥ କରିବା ଦ୍ଵାରା, ଯୀଶୁ ଆପଣାର ଅଧିକାରକୁ ପ୍ରଦର୍ଶନ କଲେ ଯେ, ସେ ସୁସ୍ଥ କରିବା ସଙ୍ଗେ ସଙ୍ଗେ ପାପ କ୍ଷମା ମଧ୍ୟ କରିପାରନ୍ତି । ଏହା ଭାଗର ମୁଖ୍ୟ ବିଷୟକୁ ସଂକ୍ଷିପ୍ତ କରିବାକୁ ଚେଷ୍ଟା କରିଥାଏ, ଆଉ ମଧ୍ୟ ଏହା ଗୋଟିଏ ପୂର୍ଣ୍ଣ ବାକ୍ୟରେ ସର୍ବାଧିକ ସୂଚନା ପ୍ରଦାନ କରିଥାଏ ।
- ବ୍ୟାଖ୍ୟାମୂଳକ ଟିପ୍ପଣୀ: “ଯୀଶୁ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କରନ୍ତି ।” ଏହା ମଧ୍ୟ ଗୋଟିଏ ପୂର୍ଣ୍ଣ ବାକ୍ୟ ଅଟେ, କିନ୍ତୁ କେଉଁ ଭାଗ ଚାଲିଛି ତାହା ସ୍ମରଣ କରେଇଦେବା ପାଇଁ ପାଠକ ପାଠିକାମାନଙ୍କୁ ଯଥେଷ୍ଟ ସୂଚନା ପ୍ରଦାନ କରିଥାଏ ।
- ପ୍ରାସଙ୍ଗିକ ତଥ୍ୟ ସମ୍ବଳିତ ପ୍ରଚାର:“ଜଣେ ପକ୍ଷାଘାତ ରୋଗୀର ସୁସ୍ଥତା ।” ଏହାକୁ ଅଧିକ ସଂକ୍ଷିପ୍ତ କରି, କେବଳ ଅଳ୍ପ ଶବ୍ଦର ବାକ୍ୟାଂଶକୁ ପ୍ରଦାନ କରିଥାଏ । ଏହା ସ୍ଥାନକୁ ରକ୍ଷା କରେ, କିନ୍ତୁ ସମ୍ବବତଃ ବାଇବଲକୁ ଭଲ ଜାଣିଥିବା ଲୋକମାନଙ୍କ ନିମନ୍ତେ ହିଁ ଏହା ଗ୍ରାହଣଯୋଗ୍ୟ ଅଟେ ।
- ପ୍ରଶ୍ନ: “କ’ଣ ଯୀଶୁଙ୍କଠାରେ ସୁସ୍ଥ କରିବା ଓ ପାପକ୍ଷମା କରିବାର ଅଧିକାର ଅଛି କି ?”ଏହା ପ୍ରଶ୍ନ ଜାତ କରିଥାଏ ଓ ଭାଗରେ ଥିବା ସୂଚନାଗୁଡ଼ିକ ଉତ୍ତର ପ୍ରଦାନ କରିଥାଏ । ବାଇବେଲ ସମ୍ବନ୍ଧୀୟ ଅଧିକ ପ୍ରଶ୍ନ ଥିବା ଲୋକମାନଙ୍କ ନିମନ୍ତେ ଏହା ସାଧାରଣତଃ ସହାୟକ ହୋଇପାରେ ।
- “ବିଷୟରେ/ସମ୍ବନ୍ଧରେ” ଟିପ୍ପଣୀ:“ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବା ସମ୍ବନ୍ଧରେ।” ଉକ୍ତ ଭାଗଟି କ’ଣ ତାହା ଆପଣଙ୍କୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରି କହିବାକୁ ଚେଷ୍ଟା କରିଥାଏ । ଏହା ମୁଖ୍ୟ ପାଠ୍ୟାଂଶକୁ ଦେଖିବାରେ ସହଜବୋଧ ହୋଇପାରେ, କିନ୍ତୁ ଏହା ଧର୍ମଶାସ୍ତ୍ରର ଶବ୍ଦଗୁଡିକର ଅଂଶ ହୋଇ ନଥାଏ । ଆପଣ ଦେଖିପାରୁଥିବେ ଯେ, ଅନେକ ପ୍ରକାର ପାଠ୍ୟାଂଶ ଭାଗ ପ୍ରସ୍ତୁତ କରିବା ସମ୍ଭବ, କିନ୍ତୁ ସେସମସ୍ତଙ୍କର ସମାନ ଉଦ୍ଦେଶ୍ୟ ରହିଥାଏ ।
ସେହିସବୁ ପାଠକ ପାଠିକାମାନଙ୍କୁ ବାଇବେଲ ଶିକ୍ଷା ଭାଗର ମୁଖ୍ୟ ପ୍ରସଙ୍ଗ ବିଷୟରେ ସୂଚନା ପ୍ରଦାନ କରିଥାନ୍ତି ।କେତେକ ସଂକ୍ଷିପ୍ତ, ଓ କେତେକ ସୁଦୀର୍ଘ । କେତେକ ସଂକ୍ଷିପ୍ତ ସୂଚନା ପ୍ରଦାନ କରନ୍ତି, ଓ କେତେକ ଅଧିକ ସୂଚନା ପ୍ରଦାନ କରିଥାନ୍ତି । ଆପଣ ଭିନ୍ନ ପ୍ରକାର ଭାବେ ପ୍ରୟୋଗ କରି, ଲୋକମାନଙ୍କୁ ପଚାରି ପାରନ୍ତି, ଯେ ସେମାନଙ୍କ ନିମନ୍ତେ କେଉଁ ପ୍ରକାର ବିଷୟ ଅଧିକ ସହାୟକ ଅଟେ ।
Next we recommend you learn about: