Philippians
Philippians front
ଫିଲିପ୍ପୀୟ ପୁସ୍ତକର ପରିଚୟ
ଭାଗ ୧: ସାଧାରଣ ପରିଚୟ
ଫିଲିପ୍ପୀୟ ପୁସ୍ତକର ରୂପରେଖା
- ଅଭିବାଦନ, ଧନ୍ୟବାଦ ଅର୍ପଣ ଓ ପ୍ରାର୍ଥନା (୧:୧-୧୧)
- ଆପଣା ସେବାକାର୍ଯ୍ୟ ସମ୍ବନ୍ଧରେ ପାଉଲଙ୍କ ବିବରଣୀ (୧:୧୨-୨୬)
- ଉପଦେଶ
- ଦୃଢ଼ ହେବା (୧:୨୭-୩୦)
- ଏକତ୍ର ହେବା (୨:୧-୨)
- ନମ୍ର ହେବା (୨:୩-୧୧)
- ଈଶ୍ବର ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରୁଥିବା ଆମ୍ଭମାନଙ୍କ ପରିତ୍ରାଣ ସାଧନ କରିବା ନିମନ୍ତେ (୨:୧୨-୧୩)
- ଦୋଷରହିତ ଓ ଆଲୋକ ପ୍ରଦାନ କରିବା (୨:୧୪-୧୮)
- ତୀମଥି ଓ ଏପାଫ୍ରଦିତ (୨:୧୯-୩୦)
- ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ (୩:୧-୪:୧)
- ବ୍ୟକ୍ତିଗତ ଉପଦେଶ (୪:୨--୫)
- ଆନନ୍ଦ କର ଓ ଉଦବିଘ୍ନ ହୁଅ ନାହିଁ (୪:୪-୬)
- ଶେଷ ମନ୍ତବ୍ୟ
- ତାପ୍ତର୍ଯ୍ୟ (୪:୮-୯)
- ପରିତୋଷ (୪:୧୦-୨୦)
- ଅନ୍ତିମ ଅଭିବାଦନ (୪:୨୧-୨୩)
ଫିଲିପ୍ପୀୟ ପୁସ୍ତକ କିଏ ଲେଖିଥିଲେ ?
ପାଉଲ ଫିଲିପ୍ପୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷଶ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ ଅନେକ ଥର ସମଗ୍ର ରୋମ୍ ସାମ୍ରାଜ୍ୟରେ ଯାତ୍ରା କରିଥିଲେ I
ପାଉଲ ରୋମରେ କାରାବନ୍ଦୀ ଥିବା ସମୟରେ ଏହି ପତ୍ର ଲେଖିଥିଲେ I
ଫିଲିପ୍ପୀୟ ପୁସ୍ତକରେ କେଉଁ ବିଷୟ ଲେଖା ଯାଇଅଛି ?
ପାଉଲ ଏହି ପତ୍ର ମାକିଦନିଆର ଏକ ନଗର, ଫିଲିପ୍ପୀରେ ଥିବା ବିଶ୍ବାସୀମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ I ସେ ଫିଲିପ୍ପୀୟମାନେ ତାହାଙ୍କ ନିକଟକୁ ପ୍ରେରିତ ଦାନ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇ ଏହା ଲେଖିଥିଲେ I ସେ ସେମାନଙ୍କୁ ଜଣାଇବାକୁ ଚାହୁଁଥିଲେ ଯେ ସେ କିପରି ବନ୍ଦୀଶାଳାରେ ଜୀବନ କାଟୁଛନ୍ତି ଓ ଏପରିକି ଦୁଃଖଭୋଗ ସମୟରେ ମଧ୍ୟ ଆନନ୍ଦ କରିବାକୁ ସେମାନଙ୍କୁ ଉତ୍ସାହ ଦେଉଛନ୍ତି I ସେ ମଧ୍ୟ ଏପାଫ୍ରଦିତ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ସେମାନଙ୍କ ନିକଟକୁ ଲେଖିଥିଲେ I ସେ ସେହି ବ୍ୟକ୍ତି ଥିଲେ ଯେ ପାଉଲଙ୍କ ନିକଟକୁ ଦାନ ଆଣିଥିଲେ I ପାଉଲଙ୍କୁ ସାକ୍ଷାତ କରିବା ସମୟରେ, ଏପାଫ୍ରଦିତ ଅସୁସ୍ଥ ହେଲେ I ତେଣୁ, ପାଉଲ ତାହାଙ୍କୁ ଫିଲିପ୍ପୀକୁ ଫେରିଯିବା ନିମନ୍ତେ ସ୍ଥିର କଲେ I ପାଉଲ ଏପାଫ୍ରଦିତଙ୍କ ପ୍ରତ୍ୟାବର୍ତ୍ତନ ପରେ ତାହାଙ୍କୁ ଗ୍ରହଣ କରିବାକୁ ଓ ତାହାଙ୍କ ପ୍ରତି ଦୟା ଦେଖାଇବାକୁ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ଉତ୍ସାହ ଦେଇଥିଲେ I
ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ଥିଲା ?
ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ “ଫିଲିପ୍ପୀୟ” ଭାବେ ନାମିତ କରିବା ନିମନ୍ତେ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପତ୍ର” ଅବା “ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କ ପତ୍ର” ଭାବେ ମନୋନୀତ କରିଥାଇ ପାରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସଂସ୍କୃତି ସମ୍ଭନ୍ଧିୟ ଧାରଣା
ଫିଲିପ୍ପୀ କେଉଁ ପ୍ରକାର ନଗର ଥିଲା ?
ଫିଲିପ୍ପ, ମହାନ୍ ଆଲେକ୍ ଜାଣ୍ଡରଙ୍କ ପିତା, ମାକିଦନିଆ ଅଞ୍ଚଳରେ ଏହା ସ୍ଥାପନ କରିଥିଲେ I ଏହାର ଅର୍ଥ ଯେ ଫିଲିପ୍ପୀର ନିବାସୀ ମଧ୍ୟ ରୋମୀୟ ନାଗରିକ ଭାବେ ବିବେଚିତ ହେଉଥିଲେ I ଫିଲିପ୍ପୀର ଲୋକମାନେ ରୋମୀୟ ନାଗରିକ ହୋଇ ଗର୍ବ ଅନୁଭବ କରୁଥିଲେ I କିନ୍ତୁ ପାଉଲ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ ସ୍ବର୍ଗର ପ୍ରଜା ଅଟନ୍ତି (୩:୨୦) I
ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
“ତୁମ୍ଭେମାନେ” ଶବ୍ଦର ଏକବଚନ ଓ ବହୁବଚନ
ଏହି ପୁସ୍ତକରେ, “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦ ପ୍ରାୟତଃ ସର୍ବଦା ବହୁବାଚକ ଓ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ବୁଝାଏ I ଏଥିର ବ୍ୟତିକ୍ରମ ୪:୩ ଅଟେ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ ଓ ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ଏହି ପତ୍ରରେ, କେଉଁମାନେ “ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ” ଥିଲେ ? (୩:୧୮)
“ଖ୍ରୀଷ୍ଟଙ୍କ କ୍ରୁଶର ଶତୃମାନେ” ସମ୍ଭବତଃ ସେହି ଲୋକମାନେ ଥିଲେ ଯେଉଁମାନେ ଆପଣା ଆପଣାକୁ ବିଶ୍ବାସୀ କହୁଥିଲେ, କିନ୍ତୁ ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରୁ ନଥିଲେ I ସେମାନେ ଭାବୁଥିଲେ ଯେ ଖ୍ରୀଷ୍ଟଙ୍କଠାରେ ସ୍ବାଧୀନତାର ଅର୍ଥ ଯେ ବିଶ୍ବାସୀମାନେ ଯାହା ଇଚ୍ଛା ତାହା କରିପାରିବେ ଓ ଈଶ୍ବର ସେମାନଙ୍କୁ ଦଣ୍ଡ ଦେବେ ନାହିଁ (୩:୧୯) I
ଏହି ପତ୍ରରେ କାହିଁକି “ଆନନ୍ଦ କର” ପୁନଃଶ୍ଚ “ଆନନ୍ଦ କର” ଶବ୍ଦଗୁଡିକ ବାରମ୍ବାର ବ୍ୟବହାର କରାଯାଇଛି ?
ପାଉଲ ବନ୍ଦୀଶାଳାରେ ଥିଲେ ଯେତେବେଳେ ସେ ଏହି ପତ୍ର ଲେଖିଥିଲେ (୧:୭) I ଏପରିକି ଯଦିଓ ସେ ଦୁଃଖଭୋଗ କରୁଥିଲେ, ପାଉଲ ଅନେକ ଥର କହୁଥିଲେ ଯେ ସେ ଆନନ୍ଦିତ ଥିଲେ କାରଣ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବର ତାହାଙ୍କ ପ୍ରତି ଦୟାଳୁ ଥିଲେ I ସେ ପାଠକମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କଠାରେ ସେହି ପ୍ରକାର ଭରସା ରଖିବାକୁ ଉତ୍ସାହିତ କରୁଥିଲେ I (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବର ଅର୍ଥ ପାଉଲଙ୍କ ଦୃଷ୍ଟିରେ କ’ଣ ହୋଇପାରେ ?
ଏହି ପ୍ରକାର ଭାବ ୧:୧, ୮, ୧୩, ୧୪, ୨୬, ୨୭; ୨:୧, ୫, ୧୯, ୨୪, ୨୯; ୩:୧, ୩, ୯, ୧୪; ୪:୧, ୨, ୪, ୭, ୧୦, ୧୩, ୧୯, ୨୧ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ଅତି ଘନିଷ୍ଠ ସମ୍ମିଳନର ଚିନ୍ତାଧାରାକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ଏପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I
ଫିଲିପ୍ପୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି ?
- କେତେକ ସଂସ୍କରଣରେ ଏହି ପତ୍ରର ଶେଷ ପଦର ଶେଷରେ “ଆମେନ୍” ଅଛି (୪:୨୩) I ୟୁ ଏଲ୍ ଟି , ୟୁ ଏସ ଟି, ଓ ଅନ୍ୟ ଅନେକ ଆଧୁନିକ ସଂସ୍କରଣରେ ତାହା ନାହିଁ I ଯଦି “ଆମେନ୍” ସମ୍ପୃକ୍ତ କରାଯାଏ, ଏହା ସୁଚାଇ ଦେବା ନିମନ୍ତେ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖାଯିବା ଉଚିତ ଯାହା ସମ୍ଭବତଃ ମୁଳ ଫିଲିପ୍ପିୟ ପୁସ୍ତକରେ ନାହି I
(ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)
Philippians 1
ଫିଲିପ୍ପୀୟ ୦୧ ସାଧାରଣ ସୂଚନା
ଗଠନ ପ୍ରଣାଳୀ ଓ ଆକୃତି
ପାଉଲ ଏହି ପତ୍ରର ଆରମ୍ଭରେ ଏକ ପ୍ରାର୍ଥନା ଅନ୍ତର୍ଭୁକ୍ତ କରୁଛନ୍ତି I ସେହି ସମୟରେ, ଧାର୍ମିକ ଅଧକ୍ଷମାନେ ବେଳେବେଳେ ଅନୌପଚାରିକ ପତ୍ରଗୁଡିକ ଏକ ପ୍ରାର୍ଥନା ସହିତ ଆରମ୍ଭ କରୁଥିଲେ I
ଏହି ଅଧ୍ୟାୟର ବିଶେଷ ଧାରଣା
ଖ୍ରୀଷ୍ଟଙ୍କ ଦିନ
ଏହା ସମ୍ଭବତଃ ଖ୍ରୀଷ୍ଟଙ୍କ ଆଗମନର ଦିନକୁ ବୁଝାଏ I ପାଉଲ ବାରମ୍ବାର ଖ୍ରୀଷ୍ଟଙ୍କ ଦିନ ସହିତ ଈଶ୍ବର ପରାୟଣ ଜୀବନଯାପନ କରିବା ସହିତ ସମ୍ଭନ୍ଧ ରଖୁଥିଲେ I (ଦେଖ: ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା)
ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
ବିରୋଧାଭାସ
ଏକ ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ, ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରୁଥିବା ପରି ମନେ ହୁଏ I ୨୧ ପଦରେ ଥିବା ଉକ୍ତିଟି ଏକ ବିରୋଧାଭାସ ଅଟେ: ମୃତ୍ୟୁଭୋଗ କରିବା ଲାଭଜନକ ଅଟେ I ”୨୩ ପଦରେ ପାଉଲ ଏହା କିପରି ସତ୍ୟ ଅଟେ ତାହା ବର୍ଣନା କରୁଛନ୍ତି I (ଫିଲିପ୍ପୀୟ ୧:୨୧)
Philippians 1:1
ପାଉଲ ଓ ତୀମଥି ଫିଲିପ୍ପୀୟ ମଣ୍ଡଳୀକୁ ଏହି ପତ୍ର ଲେଖିଥିଲେ I କାରଣ ପାଉଲଙ୍କ ଲିଖିତ ପତ୍ରରେ “ମୁଁ” ଶବ୍ଦ ଲେଖୁଛନ୍ତି, ଏହା ସାଧାରଣତଃ ଗ୍ରହଣ କରାଯାଏ ଯେ ସେ ଲେଖକ ଅଟନ୍ତି, ଏବଂ ତିମଥି, ଯେ ତାହାଙ୍କ ସହିତ ଥିଲେ I ଏହି ପତ୍ରରେ ଥିବା ସମସ୍ତ ଦୃଷ୍ଟାନ୍ତ “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କ” ଫିଲିପ୍ପୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ ଓ ସେସବୁ ବହୁବଚନ ଅଟନ୍ତି I “ଆମ୍ଭମାନଙ୍କର” ଶବ୍ଦ ସମ୍ଭବତଃ ପାଉଲ, ତୀମଥିଙ୍କୁ ଅନ୍ତର୍ଭୁକ୍ତ କରି ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ ଓ “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
Παῦλος καὶ Τιμόθεος…καὶ διακόνοις
ଯଦି ତୁମମାନଙ୍କ ଭାଷାରେ ପତ୍ରର ଲେଖକଙ୍କ ପରିଚୟ ଦେବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଏ, ତେବେ ତାହା ତୁମେ ଏଠାରେ ବ୍ୟବହାର କର I
Παῦλος καὶ Τιμόθεος, δοῦλοι Χριστοῦ Ἰησοῦ
ତୀମଥି, ଯେ ଖ୍ରୀଷ୍ଟ ଯୀଶୁଙ୍କ ଦାସ ଅଟନ୍ତି
πᾶσιν τοῖς ἁγίοις ἐν Χριστῷ Ἰησοῦ
ଏହା ସେମାନଙ୍କୁ ବୁଝାଏ ଯେଉଁମାନଙ୍କୁ ଈଶ୍ବର ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇ ତାହାଙ୍କର ହେବା ନିମନ୍ତେ ମନୋନୀତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଈଶ୍ବରଙ୍କ ଲୋକ ସମସ୍ତେ” କିମ୍ବା “ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇଥିବା ସକାଶୁ ଈଶ୍ବରଙ୍କ ହୋଇଥିବା ସମସ୍ତେ”
ἐπισκόποις καὶ διακόνοις
ମଣ୍ଡଳୀର ଅଧକ୍ଷଗଣ
Philippians 1:3
ἐπὶ πάσῃ τῇ μνείᾳ ὑμῶν
ଏଠାରେ “ତୁମ୍ଭମାନଙ୍କୁ ସ୍ମରଣ କରେ”ର ଅର୍ଥ ପାଉଲ ଫିଲିପ୍ପିୟମାନଙ୍କ ନିମନ୍ତେ ଚିନ୍ତା କରନ୍ତି ଯେଉଁ ସମୟରେ ସେ ପ୍ରାର୍ଥନା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ସବୁ ସମୟରେ ମୁଁ ତୁମ୍ଭମାନଙ୍କ ବିଷୟ ଚିନ୍ତା କରେ”
Philippians 1:5
ἐπὶ τῇ κοινωνίᾳ ὑμῶν εἰς τὸ εὐαγγέλιον
ପାଉଲ ଈଶ୍ବରଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରୁଛନ୍ତି ଯେ ଲୋକମାନଙ୍କୁ ସୁସମାଚାର ଶିକ୍ଷା ଦେବାରେ ଫିଲିପ୍ପୀୟମାନେ ପାଉଲଙ୍କ ସହଯୋଗ କରିଛନ୍ତି I ସେ ହୁଏତ ତାହାଙ୍କ ନିମନ୍ତେ ପ୍ରାର୍ଥନା କରୁଥିବା ବିଷୟ ଓ ତାହାଙ୍କର ସୁସମାଚାର ଯାତ୍ରା ନିମନ୍ତେ ତାହାଙ୍କୁ ଅର୍ଥ ପ୍ରେରଣ କରୁଥିବା ବିଷୟ ଉଲ୍ଲେଖ କରୁଥାଇ ପାରନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମୋତେ ସୁସମାଚାର ପ୍ରଚାର କରିବା ନିମନ୍ତେ ସାହାଯ୍ୟ କରୁଅଛ” (ଦେଖ: ଲାକ୍ଷଣିକ ଶବ୍ଦ)
Philippians 1:6
πεποιθὼς
ମୁଁ ନିଶ୍ଚିତ ଅଟେ
ὁ ἐναρξάμενος
ଈଶ୍ବର, ଯେ ଆରମ୍ଭ କରିଛନ୍ତି
Philippians 1:7
ἐστιν δίκαιον ἐμοὶ
ଏହା ମୋ ନିମନ୍ତେ ଉପଯୁକ୍ତ ଅଟେ କିମ୍ବା “ଏହା ମୋ ନିମନ୍ତେ ଉତ୍ତମ ଅଟେ”
τὸ ἔχειν με ἐν τῇ καρδίᾳ ὑμᾶς
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଆବେଗକୁ ବୁଝାଉଥିବା ଏକ ରୂପକ ଅଟେ I ଏହି ରୂଢ଼ି ନିବିଡ଼ ପ୍ରେମକୁ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ବହୁତ ପ୍ରେମ କରେ” (ଦେଖ: ଲାକ୍ଷଣିକ ଶବ୍ଦ ଓ ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
συνκοινωνούς μου τῆς χάριτος…ὄντας
ମୋ ସହିତ ଅନୁଗ୍ରହରେ ସହଭାଗୀ ହୋଇଅଛ କିମ୍ବା “ମୋ ସହିତ ଅନୁଗ୍ରହର ଅଂଶୀ ହୋଇଅଛ”
Philippians 1:8
μάρτυς…μου ὁ Θεός
ଈଶ୍ବର ଜାଣନ୍ତି କିମ୍ବା “ଈଶ୍ବର ଜ୍ଞାତ ହୁଅନ୍ତି”
ἐν σπλάγχνοις Χριστοῦ Ἰησοῦ
ଗୁଣବାଚକ ବିଶେଷ୍ୟ “ସ୍ନେହପୂର୍ଣ୍ଣ କରୁଣା” କ୍ରିୟା ଶବ୍ଦ “ପ୍ରେମ” ବ୍ୟବହାର କରି ଅନୁବାଦ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଅତଏବ ଖ୍ରୀଷ୍ଟ ଯେପରି ଆମ ସମସ୍ତଙ୍କୁ ଅଧିକ ପ୍ରେମ କରନ୍ତି, ସେହିପରି ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Philippians 1:9
ପାଉଲ ଫିଲିପ୍ପୀର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଓ ପ୍ରଭୁଙ୍କ ନିମନ୍ତେ ଦୁଃଖଭୋଗ କରିବାରେ ଥିବା ଆନନ୍ଦ ବିଷୟରେ କହୁଛନ୍ତି I
ἔτι…περισσεύῃ
ପାଉଲ ପ୍ରେମ ବିଷୟରେ କହୁଛନ୍ତି ଯେପରି ଏହା କିଛି ବସ୍ତୁ ଅଟେ ଯାହା ଲୋକମାନେ ଅଧିକରୁ ଅଧିକ ହାସଲ କରିପାରିବେ I ଅନ୍ୟ ଏକ ଅନୁବାଦରେ: “ବୃଦ୍ଧି ହୁଏ” (ଦେଖ: ଉପମା/ରୂପକ)
ἐν ἐπιγνώσει καὶ πάσῃ αἰσθήσει
ଏଠାରେ “ଜ୍ଞାନ” ଈଶ୍ବରଙ୍କ ବିଷୟକ ଜ୍ଞାନକୁ ବୁଝାଏ I ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଯେପରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ବିଷୟରେ ଅଧିକ ଶିକ୍ଷା କରିବ ଓ ଜ୍ଞାତ ହେବ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Philippians 1:10
δοκιμάζειν
ଏହା ବିଷୟବସ୍ତୁକୁ ପରୀକ୍ଷା କରିବା ଓ କେବଳ ଉତ୍ତମ ବିଷୟକୁ ଗ୍ରହଣ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆସ୍ବାଦନ କରି ମନୋନୀତ କର”
τὰ διαφέροντα
ଯାହା ଈଶ୍ବରଙ୍କ ଅଧିକ ସନ୍ତୋଷଭାଜନ ଅଟେ
εἰλικρινεῖς καὶ ἀπρόσκοποι
“ନିଷ୍କପଟ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକ ସାଧାରଣଭାବରେ ସମାନ ବିଷୟକୁ ବୁଝାଏ I ପାଉଲ ନୈତିକ ପବିତ୍ରତାକୁ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ସଂପୃକ୍ତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମ୍ପୂର୍ଣ୍ଣରୁପେ ଅନିନ୍ଦନୀୟ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
Philippians 1:11
πεπληρωμένοι καρπὸν δικαιοσύνης τὸν διὰ Ἰησοῦ Χριστοῦ
ଯେକୌଣସି ବିଷୟ ଦ୍ବାରା ପୂର୍ଣ୍ଣ ହେବା ଏକ ରୂପକ ଅଟେ, ଯାହା ଏହା ଦ୍ବାରା ଚରିତ୍ର ଚିତ୍ରଣ କରିବା ଅବା ଏହାକୁ ଅଭ୍ୟାସଗତ ଭାବରେ କରିବାକୁ ବୁଝାଏ I “ଧାର୍ମିକତାର ଫଳ”ର ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂପକ ଅଟେ ଯାହା ଧାର୍ମିକ ଆଚରଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହା ଧାର୍ମିକତାର ବିଷୟ, ତାହା ଅଭ୍ୟାସ କରିବା, କାରଣ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସକ୍ଷମ କରାନ୍ତି” କିମ୍ବା ୨) ଏହା ଏକ ରୂପକ ଅଟେ ଯାହା ଧାର୍ମିକ ହେବା ନିମନ୍ତେ ପରିଣାମ ସ୍ବରୂପ ସତ୍କର୍ମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଭ୍ୟାସଗତଭାବରେ ସତ୍କର୍ମ କରିବା, କାରଣ ଯୀଶୁ ତୁମ୍ଭମାନଙ୍କୁ ଧାର୍ମିକ ଗଣନା କରିବେ” (ଦେଖ: ଉପମା/ରୂପକ)
εἰς δόξαν καὶ ἔπαινον Θεοῦ
ସମ୍ଭାବିତ ଅର୍ଥଗୁଡିକ ୧) “ଅତଏବ ଅନ୍ୟଲୋକମାନେ ଦେଖିବେ ଯେ ତୁମ୍ଭେମାନେ କିପରି ଈଶ୍ବରଙ୍କ ସମ୍ଭ୍ରମ କରୁଅଛ” କିମ୍ବା ୨) “ଅତଏବ ତୁମ୍ଭମାନେ କରୁଥିବା ସତ୍କର୍ମ ଦେଖି ଲୋକମାନେ ଈଶ୍ବରଙ୍କ ପ୍ରଶଂସା ଓ ସମ୍ଭ୍ରମ କରିବେ I” ଏହି ଅନ୍ୟ ସମସ୍ତ ଅନୁବାଦ ଏକ ନୁତନ ବାକ୍ୟ ଆବଶ୍ୟକ କରିବେ I
Philippians 1:12
ପାଉଲ କହୁଛନ୍ତି ଯେ “ସୁସମାଚାରର ବୃଦ୍ଧି” ସକାଶୁ ଦୁଇଟି ବିଷୟ ହୋଇଅଛି: ଭିତରେ ଓ ବାହାରେ ଥିବା ଅନେକ ଲୋକ ସେ କାହିଁକି ବନ୍ଦୀ ହୋଇଛନ୍ତି ଜାଣିପାରିଲେ, ଓ ଅନ୍ୟ ଖ୍ରୀଷ୍ଟିୟାନମାନେ ସୁସମାଚାର ପ୍ରଚାର କରିବାକୁ ଆଉ ଭୟଭୀତ ହେବେନାହି I
δὲ…βούλομαι
ଏଠାରେ “ବର୍ତ୍ତମାନ” ଶବ୍ଦ ପତ୍ରର ଏକ ନୁତନ ଅଂଶ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I
ἀδελφοί
ଏଠାରେ ଏହାର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ସମ୍ପୃକ୍ତ କରି ସହ ଖ୍ରୀଷ୍ଟିୟାନମାନେ ଅଟନ୍ତି, କାରଣ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି, ଓ ଈଶ୍ବର ସେମାନଙ୍କର ସ୍ବର୍ଗୀୟ ପିତା ଅଟନ୍ତି I
ὅτι τὰ κατ’ ἐμὲ
ପାଉଲ କାରାଗାରରେ ଆପଣା ସମୟ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏସମସ୍ତ ଦୁଃଖଭୋଗ କଲି କାରଣ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିବା ନିମନ୍ତେ ମୋତେ କାରାଗାରରେ ନିକ୍ଷେପ କରାଗଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
μᾶλλον εἰς προκοπὴν τοῦ εὐαγγελίου ἐλήλυθεν
ଏଥି ସକାଶୁ ଅଧିକ ଲୋକ ସୁସମାଚାର ଶୁଣିବାକୁ ପାଇଲେ
Philippians 1:13
τοὺς δεσμούς μου φανεροὺς ἐν Χριστῷ
ଏଠାରେ ଖ୍ରୀଷ୍ଟଙ୍କ ସକାଶେ ବନ୍ଦୀ ହେବା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ବନ୍ଧନରେ ଥିବା ଏକ ରୁପକ ଅଟେ I “ଆଲୋକ ଧାରଣ କରିବା” ପ୍ରକାଶିତ ହେବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ଜଣାଗଲା ଯେ ମୁଁ ଖ୍ରୀଷ୍ଟଙ୍କ ସକାଶେ କାରାଗାରରେ ଅଛି” (ଦେଖ: ଉପମା/ରୂପକ)
τοὺς δεσμούς μου φανεροὺς ἐν Χριστῷ…τῷ πραιτωρίῳ…τοῖς λοιποῖς πᾶσιν
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ରୋମରେ ଥିବା ରାଜପ୍ରାସାଦର କର୍ମଚାରୀ ଓ ଅନେକ ଲୋକ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ସକାଶେ କାରାବନ୍ଦୀ ହୋଇଅଛି”(ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τοὺς δεσμούς μου…ἐν Χριστῷ
ଏଠାରେ ପାଉଲ “ତାହାଙ୍କ ନିମନ୍ତେ” ର ଅର୍ଥ କରିବା ନିମନ୍ତେ ଅବ୍ୟୟ ସୁଚକ “ଭିତରେ” ଶବ୍ଦ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସକାଶେ ମୋହର ବନ୍ଧନ” କିମ୍ବା “ମୁଁ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଉଥିବା ସକାଶେ ମୋହର ବନ୍ଧନ”
τοὺς δεσμούς μου
ଏଠାରେ “ବନ୍ଧନ” ଶବ୍ଦ ବନ୍ଦୀ ଅବସ୍ଥା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୋହର ବନ୍ଦୀ ଅବସ୍ଥା” (ଦେଖ: ଲାକ୍ଷଣିକ ଶବ୍ଦ)
πραιτωρίῳ
ଏହା ସୈନ୍ୟମାନଙ୍କ ଏକ ଦଳ ଅଟେ ଯାହା ରୋମୀୟ ସମ୍ରାଟଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରୁଥିଲା I
Philippians 1:14
ἀφόβως τὸν λόγον λαλεῖν
ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହୁଥିଲେ
Philippians 1:15
τινὲς μὲν καὶ…τὸν Χριστὸν κηρύσσουσιν
କେତେକ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ପ୍ରଚାର କରନ୍ତି
διὰ φθόνον καὶ ἔριν
କାରଣ ଲୋକମାନେ ମୋ କଥା ଶୁଣନ୍ତୁ ବୋଲି ସେମାନେ ଚାହୁଁ ନାହାନ୍ତି, ଓ ସେମାନେ କଳହର କାରଣ ହେବା ଚାହାନ୍ତି
τινὲς δὲ καὶ δι’ εὐδοκίαν
କିନ୍ତୁ ଅନ୍ୟ ଲୋକମାନେ ତାହା କରୁଛନ୍ତି କାରଣ ସେମାନେ ଦୟାଳୁ ଓ ସାହାଯ୍ୟ କରିବାକୁ ଚାହୁଁଛନ୍ତି
Philippians 1:16
οἱ
ଯେଉଁମାନେ ସଦ୍ଭାବ ସକାଶୁ ଖ୍ରୀଷ୍ଟଙ୍କର ପ୍ରଚାର କରୁଛନ୍ତି
εἰς ἀπολογίαν τοῦ εὐαγγελίου κεῖμαι
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ସୁସମାଚାର ପକ୍ଷ ସମର୍ଥନ କରିବା ନିମନ୍ତେ ଈଶ୍ବର ମୋତେ ମନୋନୀତ କଲେ” କିମ୍ବା ୨) “ସୁସମାଚାର ପକ୍ଷ ସମର୍ଥନ କରିବା କାରଣରୁ ମୁଁ ବନ୍ଧନରେ ଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς ἀπολογίαν τοῦ εὐαγγελίου
ସମସ୍ତଙ୍କୁ ଶିକ୍ଷା ଦେବା ନିମନ୍ତେ ଯେ ଯୀଶୁଙ୍କ ବାକ୍ୟ ସତ୍ୟ ଅଟେ
Philippians 1:17
οἱ δὲ
କିନ୍ତୁ ଅନ୍ୟମାନେ କିମ୍ବା “କିନ୍ତୁ ଈର୍ଷା ଓ ବିବାଦ ସକାଶୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଥିବା ଲୋକମାନେ”
τοῖς δεσμοῖς μου
ଏଠାରେ “ବନ୍ଧନରେ” ବନ୍ଦୀ ଅବସ୍ଥା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମୟରେ ମୁଁ ବନ୍ଦୀ ହେଲି” କିମ୍ବା “ଯେଉଁ ସମୟରେ ମୁଁ ବନ୍ଧନରେ ଥିଲି” (ଦେଖ: ଲାକ୍ଷଣିକ ଶବ୍ଦ)
Philippians 1:18
τί γάρ
ପାଉଲ ଫିଲିପ୍ପୀୟ୧୫-୧୭ରେ ଉଲ୍ଲେଖ କରିଥିବା ପରିସ୍ଥିତି ସମ୍ବନ୍ଧରେ ସେ କିପରି ଅନୁଭବ କରୁଛନ୍ତି, ତାହା କହିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ସେଥିରେ ବା କ’ଣ ଅଛି I” କିମ୍ବା ୨) “ଏ ବିଷୟରେ କି ମୁଁ ଚିନ୍ତା କରିବି ? ଶବ୍ଦସମୁହ ଏହି ପ୍ରଶ୍ନର ଅଂଶଭାବରେ ବୁଝି ହୁଏ I ଅନ୍ୟ ଏକ ଅନୁବାଦରେ: “ତେବେ ମୁଁ ଏ ବିଷୟରେ କଅଣ ଚିନ୍ତା କରିବି ?” କିମ୍ବା “ମୁଁ ଏ ବିଷୟରେ ଅପରି ଚିନ୍ତା କରେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଓ ଶବ୍ଦର ବିଲୋପ ବା ଉହ୍ୟତା)
πλὴν ὅτι παντὶ τρόπῳ, εἴτε προφάσει εἴτε ἀληθείᾳ, Χριστὸς καταγγέλλεται
ଯେତେ ଦିନ ପର୍ଯ୍ୟନ୍ତ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରୁଛନ୍ତି, ଏଥିରେ କିଛି ଯାଏ ଆସେ ନାହିଁ ଯଦି ସେମାନେ ଏହାକୁ ଭଲ କିମ୍ବା ମନ୍ଦ ନିମନ୍ତେ ତାହା କରୁଅଛନ୍ତି
ἐν τούτῳ χαίρω
ମୁଁ ଆନନ୍ଦିତ ଅଟେ କାରଣ ଲୋକେ ଯୀଶୁଙ୍କ ବିଷୟ ପ୍ରଚାର କରୁଛନ୍ତି
χαρήσομαι
ମୁଁ ଉଲ୍ଲାସ କରିବି କିମ୍ବା “ମୁଁ ଆନନ୍ଦ କରିବି”
Philippians 1:19
τοῦτό μοι ἀποβήσεται εἰς σωτηρίαν
ଯେହେତୁ ଲୋକେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛନ୍ତି, ଈଶ୍ବର ମୋତେ ଉଦ୍ଧାର କରିବେ
μοι…εἰς σωτηρίαν
ଏଠାରେ ଉଦ୍ଧାର ଏକ ଗୁଣବାଚକ ବିଶେଷ୍ୟ ଅଟେ ଯାହା ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିକୁ ନିରାପଦ ସ୍ଥାନକୁ ଆଣୁଥିବା ବିଷୟକୁ ବୁଝାଏ I ତୁମକୁ ହୁଏତ ନିଶ୍ଚିତ କରିବାକୁ ପଡିପାରେ ଯେ ଈଶ୍ବର କେବଳ ଜଣେ ଅଟନ୍ତି ଯାହାଙ୍କୁ ପାଉଲ ତାହାଙ୍କୁ ଉଦ୍ଧାର କରିବା ଆଶା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏକ ନିରାପଦ ସ୍ଥାନକୁ ମୋତେ ଅଣାଯିବା ନିମନ୍ତେ” କିମ୍ବା “ଈଶ୍ବର ମୋତେ ଏକ ନିରାପଦ ସ୍ଥାନକୁ ଆଣିବାରେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
διὰ τῆς ὑμῶν δεήσεως, καὶ ἐπιχορηγίας τοῦ Πνεύματος Ἰησοῦ Χριστοῦ
ଯେହେତୁ ତୁମ୍ଭେମାନେ ପ୍ରାର୍ଥନା କରୁଅଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛିନ୍ତି
Πνεύματος Ἰησοῦ Χριστοῦ
ପବିତ୍ର ଆତ୍ମା
Philippians 1:20
κατὰ τὴν ἀποκαραδοκίαν καὶ ἐλπίδα μου
ଏଠାରେ “ଆକାଂକ୍ଷା” ଓ “ଏକାନ୍ତ ଭରସା” ବାକ୍ୟାଂଶ ସାଧାରଣଭାବରେ ସମାନ ଅର୍ଥ ଅଟନ୍ତି I ପାଉଲ ତାହାଙ୍କର ଆକାଂକ୍ଷା କେତେ ଦୃଢ଼ ଅଟେ ତାହାକୁ ଗୁରୁତ୍ବ ଦେବା ନିମନ୍ତେ ସେହି ଶବ୍ଦଗୁଡିକ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଗ୍ରହର ସହିତ ଓ ଦୃଢ଼ଭାବରେ ଭରସା କରୁଅଛି” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ἀλλ’ ἐν πάσῃ παρρησίᾳ
ଏହା ପାଉଲଙ୍କ ଆକାଂକ୍ଷା ଓ ଭରସାର ଅଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଅତି ସାହସିକ ହେବି”
μεγαλυνθήσεται Χριστὸς ἐν τῷ σώματί μου
“ମୋହର ଶରୀର” ଏକ ରୂପକ ଅଟେ ଯାହା ପାଉଲ ଆପଣା ଶରୀର ସହିତ କରନ୍ତି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ମୁଁ ଯାହା କରେ, ତଦ୍ଦ୍ବାରା ଖ୍ରୀଷ୍ଟଙ୍କର ମହିମାନ୍ବିତ କରୁଅଛି” କିମ୍ବା ୨) “ମୁଁ ଯାହା କରୁଅଛି, ତଦ୍ଦ୍ବାରା ଲୋକମାନେ ଖ୍ରୀଷ୍ଟଙ୍କ ପ୍ରଶଂସା କରିବେ” (ଦେଖ: ଲାକ୍ଷଣିକ ଶବ୍ଦ ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἴτε διὰ ζωῆς εἴτε διὰ θανάτου
ମୁଁ ଜୀବିତ କିମ୍ବା ମୃତ ହେଲେ ହେଁ କିମ୍ବା “ଯଦି ମୁଁ ଜୀବିତ ରହିଥିବି ବା ମୃତ୍ୟୁଭୋଗ କରିବି”
Philippians 1:21
ἐμοὶ γὰρ
ଏହି ଶବ୍ଦଗୁଡିକ ଗୁରୁତ୍ବ ବହନକାରୀ ଅଟନ୍ତି I ସେଗୁଡିକ ସୂଚାଉ ଅଛନ୍ତି ଯେ ଏହା ପାଉଲଙ୍କର ବ୍ୟକ୍ତିଗତ ଅନୁଭୂତି ଅଟେ I
τὸ ζῆν Χριστὸς
ଏଠାରେ ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଓ ତାହାଙ୍କର ସେବା କରିବା ବିଷୟରେ କୁହାଯାଏ ଯେପରି ପାଉଲଙ୍କ ଜୀବନଧାରଣର ଏକମାତ୍ର ଉଦ୍ଦେଶ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଜୀବନ ଧାରଣ କରି ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଏକ ସୁଯୋଗ ଅଟେ” (ଦେଖ: ଉପମା/ରୂପକ)
τὸ ἀποθανεῖν κέρδος
ଏଠାରେ ମୃତ୍ୟୁକୁ “ଲାଭଜନକ” ଭାବେ କୁହାଯାଉଛି I “ଲାଭଜନକ” ନିମନ୍ତେ ସମ୍ଭାବିତ ଅର୍ଥଗୁଡିକ ୧) ପାଉଲଙ୍କ ମୃତ୍ୟୁ ସୁସମାଚାରର ବାକ୍ୟ ପ୍ରସାର କରିବାରେ ସାହାଯ୍ୟ କରିବ କିମ୍ବା ୨) ପାଉଲ ଏକ ଭଲ ପରିସ୍ଥିତିରେ ରହିବେ I (ଦେଖ: ଉପମା/ରୂପକ)
Philippians 1:22
εἰ δὲ τὸ ζῆν ἐν σαρκί
“ଶରୀର” ଶବ୍ଦ ଏଠାରେ ସମଗ୍ର ଶରୀର ନିମନ୍ତେ ଏକ ରୁପକ ଅଟେ, ଓ ଜୀବିତ ରହିବା ନିମନ୍ତେ “ଶରୀର ଧାରଣ କରିବା” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ମୋତେ ଶରୀରରେ ଜୀବିତ ରହିବାକୁ ପଡେ” କିମ୍ବା “କିନ୍ତୁ ଯଦି ମୁଁ ଜୀବିତ ରହେ” (ଦେଖ: ଲାକ୍ଷଣିକ ଶବ୍ଦ)
καὶ τί αἱρήσομαι
କିନ୍ତୁ ମୁଁ କଅଣ ପସନ୍ଦ କରିବା ଉଚିତ୍ ?
τοῦτό μοι καρπὸς ἔργου
“ପରିଣାମ” ଶବ୍ଦ ଏଠାରେ ପାଉଲଙ୍କ କାର୍ଯ୍ୟର ଉତ୍ତମ ଫଳାଫଳକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାର ଅର୍ଥ ଯେ ମୁଁ କାର୍ଯ୍ୟ କରିବାକୁ ସକ୍ଷମ ହେବି ଓ ମୋହର କାର୍ଯ୍ୟ ଉତ୍ତମ ଫଳାଫଳ ଉତ୍ପନ୍ନ କରିବ” (ଦେଖ: ଉପମା/ରୂପକ ଓ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Philippians 1:23
συνέχομαι δὲ ἐκ τῶν δύο
ତାହାଙ୍କ ନିମନ୍ତେ ଜୀବନ ଧାରଣ କରିବା ଓ ମୃତ୍ୟୁଭୋଗ କରିବା ମଧ୍ୟରେ ମନୋନୀତ କରିବା ଯେ କେତେ କଷ୍ଟକର, ସେ ବିଷୟରେ ପାଉଲ କହନ୍ତି ଯେପରି ଏହା କାଠଗଣ୍ଡି ବା ପଥର ସଦୃଶ ଦୁଇଟି ଓଜନିଆ ବସ୍ତୁ ଅଟନ୍ତି, ଯାହା ତାହାଙ୍କୁ ଏକା ସମୟରେ ବିପରୀତ ଦିଗକୁ ଟାଣୁଅଛି I ତୁମମାନଙ୍କ ଭାଷା ହୁଏତ ପଦାର୍ଥଗୁଡିକ ଟାଣିବା ବଦଳରେ ଠେଲିବା ବିଷୟକୁ ପସନ୍ଦ କରିପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାପରେ ଅଛି I ମୁଁ ଜାଣେ ନାହିଁ ଯେ ମୁଁ ଜୀବିତ ରହିବାକୁ ନା ମୃତ୍ୟୁଭୋଗ କରିବାକୁ ପସନ୍ଦ କରିବି” (ଦେଖ: ଉପମା/ରୂପକ)
τὴν ἐπιθυμίαν ἔχων εἰς τὸ ἀναλῦσαι καὶ σὺν Χριστῷ εἶναι
ସେ ମୃତ୍ୟୁଭୋଗ କରିବାକୁ ଭୟଭୀତ ନୁହନ୍ତି ବୋଲି ଦେଖାଇବାକୁ ଯାଇ ପାଉଲ ଏଠାରେ ଏକ ଶିଷ୍ଟୋକ୍ତି ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ମୃତ୍ୟୁଭୋଗ କରିବା ନିମନ୍ତେ ଶ୍ରେୟସ୍କର ମନେ କରେ, କାରଣ ମୁଁ ଖ୍ରୀଷ୍ଟଙ୍କ ସହିତ ରହିବାକୁ ଯିବି” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
Philippians 1:25
τοῦτο πεποιθὼς
ଯେହେତୁ ମୁଁ ନିଶ୍ଚିତ ଯେ ମୁଁ ଜୀବିତ ରହିବା ତୁମ୍ଭମାନଙ୍କ ପକ୍ଷରେ ଶ୍ରେୟସ୍କର ଅଟେ
οἶδα ὅτι μενῶ
ମୁଁ ଜାଣେ ଯେ ମୁଁ ଜୀବିତ ରହିଥିବି କିମ୍ବା “ମୁଁ ଜାଣେ ଯେ “ମୁଁ ଜୀବିତ ରହିବା ଶ୍ରେୟସ୍କର ମନେ କରିବି”
Philippians 1:26
ἵνα…ἐν ἐμοὶ
ଯେପରି ମୋ ସକାଶୁ କିମ୍ବା “ଯେପରି ମୁଁ ଯାହା କରୁଅଛି, ତାହା ସକାଶୁ”
Philippians 1:27
ὅτι στήκετε ἐν ἑνὶ πνεύματι, μιᾷ ψυχῇ συναθλοῦντες τῇ πίστει τοῦ εὐαγγελίου
“ଏକ ଆତ୍ମାରେ ସ୍ଥିର ରହିବା” ଓ “ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରିବା” ବାକ୍ୟାଂଶଗୁଡିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ଏକତାର ଗୁରୁତ୍ବକୁ ଜୋର୍ ଦିଅନ୍ତି I (ଦେଖ: ସମାନ୍ତରତାସୂଚକ)
μιᾷ ψυχῇ συναθλοῦντες
ଏକ ଚିତ୍ତରେ ଏକତ୍ର ଉଦ୍ୟମ କରିବା I ପରସ୍ପର ସହିତ ଏକମତ ହେବା ବିଷୟକୁ ଏକମନା ହେବା ସଦୃଶ କୁହାଯାଏ I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମତ ହୋଇ ଏବଂ ଏକତ୍ର ଉଦ୍ୟମ କରିବା” (ଦେଖ: ଉପମା/ରୂପକ)
συναθλοῦντες
ଏକତ୍ର କଠିନ ପରିଶ୍ରମ କରିବା
τῇ πίστει τοῦ εὐαγγελίου
ସମ୍ଭାବିତ ଅର୍ଥଗୁଡିକ ୧) “ସୁସମାଚାର ଉପରେ ଆଧାରିତ ବିଶ୍ବାସକୁ ପ୍ରସାର କରିବା” କିମ୍ବା ୨) “ସୁସମାଚାର ଶିକ୍ଷା ଦେଉଥିବା ପ୍ରକାରେ ବିଶ୍ବାସକରି ଜୀବନଯାପନ କରିବା”
Philippians 1:28
μὴ πτυρόμενοι ἐν μηδενὶ
ଏହା ଫିଲିପ୍ପୀୟ ବିଶ୍ବାସୀମାନଙ୍କ ପ୍ରତି ଏକ ଆଜ୍ଞା ଅଟେ I ଯଦି ତୁମ ଭାଷାରେ ବହୁବାଚକ ଶୈଳୀର ଆଜ୍ଞା ଥାଏ ଏଠାରେ ତାହା ବ୍ୟବହାର କର I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ἥτις ἐστὶν αὐτοῖς ἔνδειξις ἀπωλείας, ὑμῶν δὲ σωτηρίας, καὶ τοῦτο ἀπὸ Θεοῦ
ତୁମ୍ଭମାନଙ୍କ ସାହସ ସେମାନଙ୍କୁ ଦେଖାଇବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଏହା ମଧ୍ୟ ତୁମ୍ଭମାନଙ୍କୁ ଦେଖାଇବ ଯେ ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ
καὶ τοῦτο ἀπὸ Θεοῦ
ଅତଏବ ଏହା ଈଶ୍ବରଙ୍କଠାରୁ ଅଟେ I “ଏହା” ଶବ୍ଦ ଉଲ୍ଲେଖ କରୁଥିବା ସମ୍ଭାବିତ ଅର୍ଥଗୁଡିକ ୧) ବିଶ୍ବାସୀମାନଙ୍କ ସାହସ କିମ୍ବା ୨) ଲକ୍ଷଣ କିଅବା ୩) ବିନାଶ ଓ ପରିତ୍ରାଣ I
Philippians 1:30
τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί
ତୁମ୍ଭେମାନେ ମୋତେ ଯେପରି ଦୁଃଖଭୋଗ କରୁଥିବା ଦେଖିଥିଲ ଓ ମୁଁ ବର୍ତ୍ତମାନ ସୁଦ୍ଧା ଯେପରି ଦୁଃଖଭୋଗ କରୁଅଛି, ସେହି ପରି ଦୁଃଖଭୋଗ କରିବା
Philippians 2
ଫିଲିପ୍ପୀୟ ୦୨ ସାଧାରଣ ସୂଚନା
ଗଠନ ପ୍ରଣାଳୀ ଓ ଆକୃତି
କେତେକ ଅନୁବାଦ, ୟୁ ଏଲ୍ ଟି ସଦୃଶ, ୬-୧୧ ପଦକୁ ପୃଥକ୍ କରନ୍ତି I ଏହି ପଦଗୁଡିକ ଖ୍ରୀଷ୍ଟଙ୍କ ଆଦର୍ଶ ବର୍ଣ୍ଣନା କରି ଥାଆନ୍ତି I ସେଗୁଡିକ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବ ବିଷୟରେ ଗୁରୁତ୍ବପୂର୍ଣ୍ଣ ସତ୍ୟ ଶିକ୍ଷା ଦିଅନ୍ତି I
ଏହି ଅଧ୍ୟାୟର ବିଶେଷ ଧାରଣା
ବ୍ୟବହାରିକ ଉପଦେଶ
ଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀୟ ମଣ୍ଡଳୀକୁ ଅନେକ ବ୍ୟବହାରିକ ଉପଦେଶ ଦେଉଛନ୍ତି I
ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
“ଯଦି କୌଣସି ବିଷୟ ଥାଏ”
ଏହା ଏକ ପ୍ରକାର ପରିକଳ୍ପିତ ଉକ୍ତି ସଦୃଶ ମନେ ହୁଏ I ଯାହାହେଉ, ବାସ୍ତବରେ ଏହା ଏକ ପରିକଳ୍ପିତ ଉକ୍ତି ନୁହେଁ, କାରଣ ଏହା ଏପରି କିଛି ବିଷୟ ପ୍ରକାଶ କରେ ଯାହା ସତ୍ୟ ଅଟେ I ଅନୁବାଦକ ମଧ୍ୟ ଏହି ବାକ୍ୟାଂଶକୁ “ଯେହେତୁ ଅଛି” ବୋଲି ଅନୁବାଦ କରିପାରିବେ I”
Philippians 2:1
ପାଉଲ ବିଶ୍ବାସୀମାନଙ୍କୁଏକତା ଓ ନମ୍ରତାକୁ ଧରି ରଖିବାକୁ ପରାମର୍ଶ ଦେଉଛନ୍ତି ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ସ୍ମରଣ କରାଉଛନ୍ତି I
εἴ τις…παράκλησις ἐν Χριστῷ
ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି କିମ୍ବା “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସକାଶୁ ଉତ୍ସାହିତ ହୋଇଅଛ”
εἴ τι παραμύθιον ἀγάπης
“ପ୍ରେମରେ” ବାକ୍ୟାଂଶ ସମ୍ଭବତଃ ଫିଲିପ୍ପୀୟ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରେମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ”
εἴ τις κοινωνία Πνεύματος
ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ସହିତ ସହଭାଗିତା ଅଛି
εἴ τις σπλάγχνα καὶ οἰκτιρμοί
ଯଦି ତୁମ୍ଭେମାନେ ଈଶ୍ବରଙ୍କ ଅନେକ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅନୁଭବ କରିଅଛ
Philippians 2:2
πληρώσατέ μου τὴν χαρὰν
ପାଉଲ ଏଠାରେ ଆନନ୍ଦ ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଅଟେ ଯାହାକୁ ପୂର୍ଣ୍ଣ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୋତେ ଅଧିକ ଆନନ୍ଦ କରିବାକୁ ଦିଏ” (ଦେଖ: ଉପମା/ରୂପକ)
Philippians 2:3
μηδὲν κατ’ ἐριθείαν μηδὲ κατὰ κενοδοξίαν
ଆପଣାର ସେବା କର ନାହିଁ କିମ୍ବା ଆପଣାକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରନାହିଁ
Philippians 2:4
μὴ τὰ ἑαυτῶν ἕκαστος σκοποῦντες, ἀλλὰ καὶ τὰ ἑτέρων ἕκαστοι
ଆପଣାର ପ୍ରୟୋଜନ ବିଷୟରେ କେବଳ ମନଯୋଗୀ ହୁଅ ନାହିଁ, କିନ୍ତୁ ଅନ୍ୟମାନଙ୍କ ପ୍ରୟୋଜନ ବିଷୟରେ ମଧ୍ୟ ମନଯୋଗୀ ହୁଅ
Philippians 2:5
τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ
ଯୀଶୁଖ୍ରୀଷ୍ଟଙ୍କ ଯେପରି ମନ ଥିଲା, ତୁମ୍ଭମାନଙ୍କର ମଧ୍ୟ ସେପରି ମନ ହେଉ କିମ୍ବା “ଖ୍ରୀଷ୍ଟ ଯେପରି ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁଥିଲେ, ତୁମ୍ଭେମାନେ ମଧ୍ୟ ସେପରି ପରସ୍ପରର ଚିନ୍ତା କର”
Philippians 2:6
ἐν μορφῇ Θεοῦ ὑπάρχων
ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଅଟେ, ତାହାଙ୍କ ବିଷୟରେ ସତ୍ୟ ଅଟେ
οὐχ ἁρπαγμὸν ἡγήσατο τὸ εἶναι ἴσα Θεῷ
ଏଠାରେ “ସମାନତା” ଶବ୍ଦ “ସମାନ ସ୍ଥିତି” ବା “ସମାନ ଗୌରବ”କୁ ବୁଝାଏ I ଈଶ୍ବରଙ୍କ ସହିତ ସମାନ ହୋଇ ଧରି ରଖିବା ବିଷୟ ଯାହା ଈଶ୍ବର ଯେପରି ଗୌରବାନ୍ବିତ ହୁଅନ୍ତି, ସେ ମଧ୍ୟ ସେପରି ଗୌରବାନ୍ବିତ ଅଟନ୍ତି I ଖ୍ରୀଷ୍ଟ ତାହା କଲେନାହିଁ I ଯଦିଓ ସେ ଇଶ୍ବର ହେବାରୁ ନିବୃତ୍ତ ହେଲେ ନାହିଁ, କିନ୍ତୁ ସେ ଈଶ୍ବରଙ୍କ ସଦୃଶ କାର୍ଯ୍ୟ କରିବାଠାରୁ ନିବୃତ୍ତ ହେଲେ I ଅନ୍ୟ ଏକ ଅନୁବାଦରେ: “ସେ ଈଶ୍ବର ରୂପୀ ସମାନ ପଦ ଧରି ରଖିବାକୁ ମନେ କଲେନାହି”(ଦେଖ: ଉପମା/ରୂପକ)
Philippians 2:7
ἑαυτὸν ἐκένωσεν
ପାଉଲ ଖ୍ରୀଷ୍ଟଙ୍କ ବିଷୟରେ କହନ୍ତି ଯେପରି ସେ ଏକ ପାତ୍ର ଭାବରେ କହନ୍ତି ଯେ ସେ ପୃଥିବୀରେ ଆପଣାର ସେବାକାର୍ଯ୍ୟ ସମୟରେ ଆପଣା ସ୍ବର୍ଗୀୟ ପରାକ୍ରମରେ କାର୍ଯ୍ୟ କରିବାକୁ ଅଗ୍ରାହ୍ୟ କଲେ I (ଦେଖ: ଉପମା/ରୂପକ)
ἐν ὁμοιώματι ἀνθρώπων γενόμενος
ସେ ମନୁଷ୍ୟ ଭାବରେ ଜନ୍ମ ହେଲେ କିମ୍ବା “ସେ ଜଣେ ମନୁଷ୍ୟ ହେଲେ”
Philippians 2:8
γενόμενος ὑπήκοος μέχρι θανάτου
ପାଉଲ ଏଠାରେ ମୃତ୍ୟୁ ବିଷୟରେ ଏକ ଦୃଷ୍ଟାନ୍ତଭାବରେ କହନ୍ତି I ଅନୁବାଦକ “ମୃତ୍ୟୁ ପର୍ଯ୍ୟନ୍ତ” (ମୃତ୍ୟୁ ପର୍ଯ୍ୟନ୍ତ ଖ୍ରୀଷ୍ଟ ଗଲେ)ର ଏକ ରୂପକ ଭାବରେ ବା ସମୟ (ମୃତ୍ୟୁଭୋଗ କରିବା ସମୟ ପର୍ଯ୍ୟନ୍ତ ଖ୍ରୀଷ୍ଟ ଆଜ୍ଞାବହ ହେଲେ)ର ରୂପକ ଭାବରେ ବୁଝି ପାରିବେ I (ଦେଖ: ଉପମା/ରୂପକ)
θανάτου δὲ σταυροῦ
ଏପରିକି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ
Philippians 2:9
τὸ ὄνομα τὸ ὑπὲρ πᾶν ὄνομα
ଏଠାରେ “ନାମ” ଏକ ରୂପକ ଅଟେ ଯାହା ପଦ ବା ଗୌରବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଅପେକ୍ଷା ଉନ୍ନତ” କିମ୍ବା “ସମସ୍ତଙ୍କ ଅପେକ୍ଷା ଗୌରବ”(ଦେଖ: ଲାକ୍ଷଣିକ ଶବ୍ଦ)
ὑπὲρ πᾶν ὄνομα
ନାମ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ, ଅନ୍ୟ ସବୁ ନାମଠାରୁ ପ୍ରଶଂସା ପାଇବାକୁ ଯୋଗ୍ୟ I (ଦେଖ: ଉପମା/ରୂପକ)
Philippians 2:10
ἐν τῷ ὀνόματι Ἰησοῦ, πᾶν γόνυ κάμψῃ
ଏଠାରେ “ଜାନୁ” ସମଗ୍ର ବ୍ୟକ୍ତି ବିଶେଷକୁ ବୁଝାଏ ଓ ଜାନୁ ନତ ହେବା ଉପାସନା କରିବା ନିମନ୍ତେ ଏକ ରୂପକ ଅଟେ I ଏଠାରେ “ନାମରେ” ଜଣେ ବ୍ୟକ୍ତି ନିମନ୍ତେ ଏକ ରୁପକ ଅଟେ, କେଉଁମାନେ ଉପାସନା କରନ୍ତି ସେମାନଙ୍କ ବିଷୟରେ କୁହେ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଲୋକମାନେ ଯୀଶୁଙ୍କର ଉପାସନା କରିବେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର ଓ ଲାକ୍ଷଣିକ ଶବ୍ଦ)
καταχθονίων
ସମ୍ଭାବିତ ଅର୍ଥଗୁଡିକ ୧) ମୃତ୍ୟୁ ପରେ ଲୋକମାନେ ଯେଉଁଠିକି ଯାଆନ୍ତି କିମ୍ବା ୨) ଭୂତତ୍ମାମାନେ ଯେଉଁଠି ବାସ କରନ୍ତି I
Philippians 2:11
πᾶσα γλῶσσα
ଏଠାରେ “ଜିହ୍ବା” ସମଗ୍ର ବ୍ୟକ୍ତିମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ ପ୍ରତ୍ୟେକ ପ୍ରାଣୀ”(ଦେଖ: ଉପଲକ୍ଷ୍ୟ ଅଳଙ୍କାର)
εἰς δόξαν Θεοῦ Πατρὸς
ଏଠାରେ “ନିମନ୍ତେ” ଗୌରବକୁ ପ୍ରକାଶ କରେ I “ଗୌରବ” ସହିତ ସେମାନେ ପିତା ଈଶ୍ବରଙ୍କ ପ୍ରଶଂସା କରିବେ” (ଦେଖ: ଉପମା/ରୂପକ)
Philippians 2:12
ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି ଓ ଅନ୍ୟମାନଙ୍କ ସାକ୍ଷାତରେ କିପରି ଖ୍ରୀଷ୍ଟିୟାନ ଜୀବନଯାପନ କରିବାକୁ ହେବ, ତାହା ଦେଖାଇ ଆପଣାର ଆଦର୍ଶ ସ୍ମରଣ କରାଉଛନ୍ତି I
ἀγαπητοί μου
ମୋହର ପ୍ରିୟ ସହବିଶ୍ବାସୀମାନେ
ἐν τῇ παρουσίᾳ μου
ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ଥିଲି
ἐν τῇ ἀπουσίᾳ μου
ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ନଥିଲି
μετὰ φόβου καὶ τρόμου τὴν ἑαυτῶν σωτηρίαν κατεργάζεσθε
ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରୁଥିବା ବିଷୟ ବାକ୍ୟାଂଶ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଭୟ ଓ କମ୍ପମାନ ସହ, ଈଶ୍ବର ପରିତ୍ରାଣ କରୁଥିବା ଲୋକମାନଙ୍କ ନିମନ୍ତେ ଯାହା ଉପଯୁକ୍ତ, ତାହା କରିବାକୁ କଠିନ ପରିଶ୍ରମ କର” କିମ୍ବା “ଈଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନ ସହିତ, ସେ ତୁମ୍ଭମାନଙ୍କୁ ପରିତ୍ରାଣ କରି ଅଛନ୍ତି ବୋଲି ସତ୍କର୍ମ କରିବା ନିମନ୍ତେ କଠିନ ପରିଶ୍ରମ କର” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
μετὰ φόβου καὶ τρόμου
ଲୋକମାନେ ଈଶ୍ବରଙ୍କ ପ୍ରତି କି ପ୍ରକାର ସମ୍ମାନର ମନୋଭାବ ରଖିବା ଉଚିତ, ତାହା ଦେଖାଇବାକୁ ଯାଇ ପାଉଲ “ଭୟ” ଓ “କମ୍ପ” ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭୟର ସହିତ କମ୍ପିବା” କିମ୍ବା “ଗଭୀର ସମ୍ମାନର ସହିତ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
Philippians 2:13
καὶ τὸ θέλειν, καὶ τὸ ἐνεργεῖν, ὑπὲρ τῆς εὐδοκίας
ଯେପରି ତୁମ୍ଭେମାନେ ତାହାଙ୍କ ସନ୍ତୋଷଜନକ ବିଷୟ କରିବାକୁ ଇଚ୍ଛା କରିବ ଓ ତାହାଙ୍କର ସନ୍ତୋଷଜନକ ବିଷୟ କରିବାକୁ ସକ୍ଷମ ହେବ
Philippians 2:15
ἄμεμπτοι καὶ ἀκέραιοι
“ନିର୍ଦ୍ଦୋଷ” ଓ “ଶୁଦ୍ଧ” ଶବ୍ଦ ସମାନ ଅର୍ଥ ବୋଧକ ଅଟନ୍ତି ଓ ଚିନ୍ତାଧାରାକୁ ସୁଦୃଢ଼ କରିବା ନିମନ୍ତେ ଏକତ୍ର ବ୍ୟବହାର କରା ଯାଇଅଛି I ଅନ୍ୟ ଏକ ଅନୁବାଦରେ: “ସମ୍ପୂର୍ଣ୍ଣରୁପେ ନିର୍ଦ୍ଦୋଷ”(ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
φαίνεσθε ὡς φωστῆρες ἐν κόσμῳ
ଜ୍ୟୋତିଃ ଉତ୍ତମତା ଓ ସତ୍ୟତାକୁ ବୁଝାଏ I ଜଗତରେ ଜ୍ୟୋତିଃ ସଦୃଶ ପ୍ରକାଶ ପାଇବା ଏକ ଉତ୍ତମ ଓ ଧାର୍ମିକତାର ଜୀବନ ଅତିବାହିତ କରିବା ଅଟେ, ଯେପରି ଜଗତର ଲୋକମାନେ ଦେଖି ପାରିବେ ଯେ ଈଶ୍ବର ଉତ୍ତମ ଓ ସତ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଯେପରି ଜଗତରେ ଜ୍ୟୋତିଃ ସଦୃଶ ହେବ”(ଦେଖ: ଉପମା/ରୂପକ)
μέσον γενεᾶς σκολιᾶς καὶ διεστραμμένης…ἐν κόσμῳ
ଏଠାରେ “ଜଗତ” ଜଗତର ଲୋକମାନଙ୍କୁ ବୁଝାଏ I କୁଟିଳ” ଓ “ବିପଥଗାମୀ” ଶବ୍ଦଗୁଡିକ ଗୁରୁତ୍ବାରୋପ କରିବା ନିମନ୍ତେ ଏକତ୍ର ବ୍ୟବହାର କରାଯାଇଛି ଯାହା ଲୋକମାନେ ଅତ୍ୟନ୍ତ ପାପୀ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଜଗତରେ, ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଅତ୍ୟନ୍ତ ପାପପୂର୍ଣ୍ଣ ଅଟନ୍ତି” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
Philippians 2:16
λόγον ζωῆς ἐπέχοντες
ଧରି ରଖିବା ଦୃଢ଼ଭାବେ ବିଶ୍ବାସ କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜୀବନର ବାକ୍ୟ ଦୃଢ଼ଭାବେ ବିଶ୍ବାସକରି ଲାଗି ରହିବା”(ଦେଖ: ଉପମା/ରୂପକ)
λόγον ζωῆς
ଜୀବନ ଆଣୁଥିବା ବାକ୍ୟ କିମ୍ବା “ଈଶ୍ବର ଚାହୁଁଥିବା ପରି ଜୀବନଯାପନ କରିବାକୁ ଦେଖାଉଥିବା ବାକ୍ୟ”
εἰς ἡμέραν Χριστοῦ
ଏହା ଯୀଶୁ ଆପଣା ରାଜ୍ୟକୁ ଆଗମନ କରି ପୃଥିବୀ ଉପରେ ରାଜତ୍ବ କରିବା ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଖ୍ରୀଷ୍ଟ ଆଗମନ କରନ୍ତି”
οὐκ εἰς κενὸν ἔδραμον, οὐδὲ εἰς κενὸν ἐκοπίασα
ଏଠାରେ “ବୃଥାରେ ଦୌଡିବା” ଓ “ବୃଥାରେ ପରିଶ୍ରମ କରିବା” ଅର୍ଥ ସମାନ ଅଟେ I ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ କେତେ ପରିଶ୍ରମ କରିଥିଲେ, ସେହି ବିଷୟର ଗୁରୁତ୍ବ ଦେବା ନିମନ୍ତେ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବୃଥାରେ ଏତେ ପରିଶ୍ରମ କରିନାହିଁ”(ଦେଖ: ସମାନ୍ତରତାସୂଚକ)
ἔδραμον
ଜୀବନଯାପନ କରିବା ବିଷୟକୁ ବୁଝାଇବା ନିମନ୍ତେ ଶାସ୍ତ୍ର ସର୍ବଦା ଜଣକର ଆଚରଣ କରିବାର ପ୍ରତିଛବିକୁ ବ୍ୟବହାର କରିଥାଏ I ତିବ୍ର ଭାବରେ ଦୌଡିବା, ଜୀବନଯାପନ କରିବା ଅଟେ I (ଦେଖ: ଉପମା/ରୂପକ)
Philippians 2:17
ἀλλ’ εἰ καὶ σπένδομαι ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν, χαίρω καὶ συνχαίρω πᾶσιν ὑμῖν
ପାଉଲ ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେପରି ସେ ଏକ ପେୟ ନୈବେଦ୍ୟ ସଦୃଶ ଥିଲେ ଯାହା ଈଶ୍ବରଙ୍କ ଗୌରବ ନିମନ୍ତେ ପଶୁ ବଳି ଉପରେ ଢଳା ଯାଇଥାଏ I ପାଉଲ କହିବାର ଅର୍ଥ ଯେ ସେ ଫିଲିପ୍ପୀୟ ମାନଙ୍କ ନିମନ୍ତେ ଆନନ୍ଦ ସହକାରେରେ ମୃତ୍ୟୁଭୋଗ କରିବେ ଯେପରି ତାହା ଈଶ୍ବରଙ୍କ ନିମନ୍ତେ ଅଧିକ ସନ୍ତୋଷଜନକ ହେବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, ଏପରିକି ଯଦିଓ ରୋମୀୟମାନେ ମୋତେ ବଧ କରନ୍ତି ଓ ମୋହର ରକ୍ତ ଏକ ନୈବେଦ୍ୟ ପରି ଢଳାଯାଏ, ମୁଁ ତୁମ୍ଭ ସମସ୍ତଙ୍କ ସହିତ ଆନନ୍ଦ ଓ ଉଲ୍ଲାସ କରିବି, ଯଦି ମୋହର ମୃତ୍ୟୁ ତୁମ୍ଭମାନଙ୍କ ବିଶ୍ବାସ ଓ ଆଜ୍ଞାବହତା ଈଶ୍ବରଙ୍କ ନିକଟରେ ଅଧିକ ସନ୍ତୋଷଜନକ ହୁଏ I (ଦେଖ: ଉପମା/ରୂପକ)
Philippians 2:19
ପାଉଲ ତୀମଥିଙ୍କୁ ଶିଘ୍ର ପଠାଇବା ନିମନ୍ତେ ଆପଣାର ଯୋଜନା ବିଷୟରେ ଫିଲିପ୍ପିୟ ବିଶ୍ବାସୀମାନଙ୍କୁ କହନ୍ତି ଓ ସେମାନେ ଏପାଫ୍ରଦିତଙ୍କୁ ବିଶିଷ୍ଟ ବ୍ୟକ୍ତି ଭାବରେ ବ୍ୟବହାର କରିବା ଉଚିତ I
ἐλπίζω δὲ ἐν Κυρίῳ Ἰησοῦ
କିନ୍ତୁ ମୁଁ ଦୃଢ଼ ବିଶ୍ବାସର ସହ ଆଶା କରୁଅଛି ଯେ ପ୍ରଭୁ ଯୀଶୁ ମୋତେ ଅନୁଗ୍ରହ କରିବେ
Philippians 2:20
οὐδένα γὰρ ἔχω ἰσόψυχον
ସେ ଯେପରି ତୁମ୍ଭମାନଙ୍କୁ ପ୍ରେମ କରୁଛନ୍ତି, ଏଠାରେ ଅନ୍ୟକେହି ତୁମ୍ଭମାନଙ୍କୁ ସେପରି ପ୍ରେମ କରନ୍ତି ନାହିଁ
Philippians 2:21
οἱ πάντες γὰρ
ଏଠାରେ “ସେମାନେ” ଶବ୍ଦ ଲୋକମାନଙ୍କ ଏକ ଦଳକୁ ବୁଝାଏ, ଯେଉଁମାନଙ୍କୁ ପାଉଲ ଫିଲିପ୍ପୀକୁ ପଠାଇବା ନିମନ୍ତେ ଭରସା କରି ପାରୁନାହାନ୍ତି I ପାଉଲ ମଧ୍ୟ ଏହି ଲୋକମାନଙ୍କ ପ୍ରତି ଆପଣା ଅସନ୍ତୋଷ ପ୍ରକାଶ କରୁଛନ୍ତି, ଯେଉଁମାନେ ଯିବା ଉଚିତ ଥିଲା, କିନ୍ତୁ ପାଉଲ ସେମାନଙ୍କ କାର୍ଯ୍ୟକୁ ପୂରଣ କରିବା ନିମନ୍ତେ ସେମାନଙ୍କୁ ଭରସା କରିପାରୁ ନାହାନ୍ତି I
Philippians 2:22
ὡς πατρὶ τέκνον, σὺν ἐμοὶ ἐδούλευσεν
ପିତା ଓ ପୁତ୍ରମାନେ ପରସ୍ପରକୁ ପ୍ରେମ କରନ୍ତି ଓ ଏକତ୍ର କାର୍ଯ୍ୟ କରନ୍ତି I ତୀମଥି ପ୍ରକୃତରେ ପାଉଲଙ୍କ ପୁତ୍ର ନଥିଲେ, କିନ୍ତୁ ସେ ଜଣେ ପୁତ୍ର ଯେପରି ଆପଣା ପିତା ସହିତ କାର୍ଯ୍ୟ କରିବା ସଦୃଶ ସେ ପାଉଲଙ୍କ ସହିତ କାର୍ଯ୍ୟ କରିଥିଲେ I (ଦେଖ: ଉପମା)
εἰς τὸ εὐαγγέλιον
ଏଠାରେ “ସୁସମାଚାର” ଯୀଶୁଙ୍କ ବିଷୟରେ କହିବା କାର୍ଯ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସୁସମାଚାର ବିଷୟରେ ଲୋକମାନଙ୍କୁ କହିବାରେ”(ଦେଖ: ଲାକ୍ଷଣିକ ଶବ୍ଦ)
Philippians 2:24
πέποιθα…ἐν Κυρίῳ, ὅτι καὶ αὐτὸς ταχέως ἐλεύσομαι
ମୁଁ ନିଶ୍ଚିତ ଅଟେ, ଯଦି ଏହା ଈଶ୍ବରଙ୍କ ଇଚ୍ଛା, ତେବେ ମୁଁ ମଧ୍ୟ ଶୀଘ୍ର ଆସିବି
Philippians 2:25
Ἐπαφρόδιτον
ଏହା ଜଣେ ବ୍ୟକ୍ତିର ନାମ, ଯାହାଙ୍କୁ ଫିଲିପ୍ପୀୟ ମଣ୍ଡଳୀ ବନ୍ଦୀରେ ଥିବା ସମୟରେ ପାଉଲଙ୍କର ସେବା କରିବାକୁ ପଠାଇଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
συνεργὸν καὶ συνστρατιώτην
ଏଠାରେ ପାଉଲ ଏପାଫ୍ରଦିତଙ୍କ ବିଷୟରେ କହୁଛନ୍ତି ଯେପରି ସେ ଜଣେ ସୈନିକ ଥିଲେ I ସେ କହିବାର ଅର୍ଥ ଯେ ଯେତେ କଠୋର ଦୁଃଖଭୋଗ କରିବାକୁ ଥିଲେ ମଧ୍ୟ ସେ ଈଶ୍ବରଙ୍କ ସେବା କରିବାକୁ ତାଲିମପ୍ରାପ୍ତ ଓ ଉତ୍ସର୍ଗୀକୃତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଜଣେ ସହବିଶ୍ବାସୀ ଯେ ଆମ୍ଭମାନଙ୍କ ସହିତ କାର୍ଯ୍ୟ କରି ସଂଘର୍ଷ କରୁ ଅଛନ୍ତି”(ଦେଖ: ଉପମା/ରୂପକ)
ὑμῶν…ἀπόστολον καὶ λειτουργὸν τῆς χρείας μου
ଯେ ତୁମ୍ଭମାନଙ୍କ ବାର୍ତ୍ତା ମୋ ନିକଟକୁ ସମ୍ବାଦ ଆଣନ୍ତି ଓ ମୋହର ପ୍ରୟୋଜନ ସମୟରେ ସାହାଯ୍ୟ କରନ୍ତି
Philippians 2:26
ἐπιποθῶν ἦν πάντας ὑμᾶς, καὶ ἀδημονῶν
ସେ ବହୁତ ବ୍ୟଥିତ ଓ ତୁମ୍ଭମାନଙ୍କ ସହିତ ରହିବା ନିମନ୍ତେ ଇଚ୍ଛା କରନ୍ତି
Philippians 2:27
λύπην ἐπὶ λύπην
ଦୁଃଖିତ ହେବାର କାରଣକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀରେ ଥିବା ଦୁଃଖ ସହିତ ତାହାଙ୍କୁ ହରାଇବାର ଦୁଃଖ ଅତିରିକ୍ତ ହେଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Philippians 2:28
κἀγὼ ἀλυπότερος ὦ
ମୋହର ଦୁଃଖ ଯେପରି ଉଣା ପଡେ କିମ୍ବା “ମୁଁ ଯେପରି ବ୍ୟତିବ୍ୟସ୍ତ ହେଉଅଛି, ସେପରି ହେବି ନାହିଁ”
Philippians 2:29
προσδέχεσθε οὖν αὐτὸν
ଆନନ୍ଦରେ ଏପାଫ୍ରଦିତଙ୍କୁ ଗ୍ରହଣ କର
ἐν Κυρίῳ μετὰ πάσης χαρᾶς
ପ୍ରଭୁଙ୍କଠାରେ ଜଣେ ସହ ବିଶ୍ବାସୀ ଭାବରେ ଆନନ୍ଦରେ କିମ୍ବା “ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ଆମ୍ଭମାନଙ୍କଠାରେ ଥିବା ମହା ପ୍ରେମ ସହିତ”
Philippians 2:30
μέχρι θανάτου ἤγγισεν
ପାଉଲ ଏଠାରେ ମୃତ୍ୟୁ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠିକି ଜଣେ ଯାଇ ପାରିବ I (ଦେଖ: ଉପମା/ରୂପକ)
ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας
ପାଉଲ ଆପଣା ଅଭାବ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ପାତ୍ର ଥିଲା, ଯାହାକୁ ଏପାଫ୍ରଦିତ ପାଉଲଙ୍କ ନିମନ୍ତେ ଉତ୍ତମ ବିଷୟ ପୂରଣ କଲେ I (ଦେଖ: ଉପମା/ରୂପକ)
Philippians 3
ଫିଲିପ୍ପୀୟ ୦୩ ସାଧାରଣ ସୂଚନା
ଗଠନ ପ୍ରଣାଳୀ ଓ ଆକୃତି
୪-୮ ପଦରେ, ପାଉଲ ସେ କିପରି ଜଣେ ଧାର୍ମିକ ଯିହୂଦୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ତାହାର ଏକ ତାଲିକା ଦିଅନ୍ତି I ପ୍ରତ୍ୟେକ କ୍ଷେତ୍ରରେ, ପାଉଲ ଜଣେ ଆଦର୍ଶବାଦୀ ଯିହୂଦୀ ଥିଲେ I କିନ୍ତୁ ସେ ଏହାକୁ ଯୀଶୁଙ୍କୁ ଜାଣିବାର ଶ୍ରେଷ୍ଠତା ସହିତ ବିପରୀତ ତୁଳନା କରୁଛନ୍ତି I (ଦେଖ: ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତା, ସଚ୍ଚୋଟ, ସଚ୍ଚୋଟତା)
ଏହି ଅଧ୍ୟାୟର ବିଶେଷ ଧାରଣା
କୁକୁରମାନେ
ପ୍ରାଚୀନ ପୂର୍ବ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଲୋକମାନଙ୍କୁ ନକାରାତ୍ମକଭାବରେ ଦର୍ଶାଇବା ନିମନ୍ତେ କୁକୁରମାନଙ୍କ ପ୍ରତିଛବି ବ୍ୟବହାର କରୁଥିଲେ I ସବୁ ସଂସ୍କୃତି ଏହି ପ୍ରକାରେ “କୁକୁରମାନେ” ଶବ୍ଦ ବ୍ୟବହାର କରୁ ନଥିଲେ I
ପୁନରୁତ୍ଥିତ ଶରୀର
ଆମ୍ଭେମାନେ ଜାଣୁନାହୁଁ ଯେ ସ୍ବର୍ଗରେ ଲୋକମାନେ କିପରି ଶରୀର ଧାରଣ କରିବେ ? ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାର ଗୌରବମୟ ଶରୀର ଧାରଣ କରିବେ ଓ ପାପରହିତ ହେବେ I (ଦେଖ: ସ୍ୱର୍ଗ,ଆକାଶ,ଆକାଶ ମଣ୍ଡଳ, ସ୍ୱର୍ଗୀୟ ଓ ପାପ, ପାପପୂର୍ଣ୍ଣ, ପାପୀ, ପାପ)
ପୁରସ୍କାର
ଖ୍ରୀଷ୍ଟିୟାନ ଜୀବନକୁ ବର୍ଣନା କରିବା ନିମନ୍ତେ ପାଉଲ ଏକ ପରିବର୍ଦ୍ଧିତ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଜଣେ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଉଦ୍ୟମ କରିବା ଖ୍ରୀଷ୍ଟିଆନ ଜୀବନର ଲକ୍ଷ ଅଟେ I ଆମ୍ଭେମାନେ କଦାପି ଏହି ଲକ୍ଷ୍ୟ ଉପଯୁକ୍ତଭାବେ ହାସଲ କରି ପାରିବା ନାହିଁ, କିନ୍ତୁ ଏଥିନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ I
Philippians 3:1
ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I
τὸ λοιπόν, ἀδελφοί μου
ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”
ἀδελφοί
ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I
χαίρετε ἐν Κυρίῳ
ପ୍ରଭୁ ତୁମ୍ଭମାନଙ୍କ ସକାଶେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ଆନନ୍ଦ କର
τὰ αὐτὰ γράφειν ὑμῖν, ἐμοὶ μὲν οὐκ ὀκνηρόν
ପୁନର୍ବାର ଏହା ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ ନିମନ୍ତେ କ୍ଲାନ୍ତିଜନକ ବିଷୟ ନୁହେଁ
ὑμῖν δὲ ἀσφαλές
ଏଠାରେ “ଏହି ବିଷୟ” ପାଉଲଙ୍କ ଶିକ୍ଷାକୁ ବୁଝାଏ I ତୁମେ ପୂର୍ବ ବାକ୍ୟର ଶେଷରେ ଏହି ବିକଳ୍ପ ଅନୁବାଦକୁ ସଂଯୁକ୍ତ କରି ପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଶିକ୍ଷାଗୁଡିକ ତୁମ୍ଭମାନଙ୍କୁ ସତ୍ୟ ଶିକ୍ଷା ଦେଉ ନଥିବା ଲୋକମାନଙ୍କଠାରୁ ସୁରକ୍ଷା କରିବ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Philippians 3:2
βλέπετε
ସାବଧାନ କିମ୍ବା “ଜାଗି ରୁହ”
τοὺς κύνας…τοὺς κακοὺς ἐργάτας…τὴν κατατομήν
ଏସବୁ ସମାନଭାବେ ଭଣ୍ଡ ଶିକ୍ଷକମାନଙ୍କୁ ତିନି ପ୍ରକାରେ ବୁଝାଉ ଅଛି I ପାଉଲ ଏହି ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଆପଣାର ଅନୁଭବକୁ ପ୍ରକାଶ କରିବା ନିମନ୍ତେ କଠୋର ଭାବ ବ୍ୟବହାର କରୁଛନ୍ତି I
τοὺς κύνας
ଯେଉଁମାନେ ଯିହୂଦୀ ନଥିଲେ ସେମାନଙ୍କ ନିମନ୍ତେ ଉଲ୍ଲେଖ କରି ଯିହୂଦୀମାନଙ୍କ ଦ୍ବାରା “କୁକୁର” ଶବ୍ଦ ବ୍ୟବହାର କରାଯାଉଥିଲା I ସେମାନେ ଅଶୁଚି ବିବେଚନା କରା ଯାଉଥିଲେ I ପାଉଲ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ଲଜ୍ଜା ଦେବା ନିମନ୍ତେ କହୁଛନ୍ତି ଯେପରି ସେମାନେ କୁକୁରମାନେ ଥିଲେ I ଯଦି ତୁମ ସଂସ୍କୃତିରେ ଅଶୁଚି ବିବେଚନା କରା ଯାଉଥିବା ଭିନ୍ନ ଏକ ପଶୁ ଥାଏ କିମ୍ବା ଲଜ୍ଜା ଦେବା ନିମନ୍ତେ କୌଣସି ନାମ ନିଆ ଯାଏ, ତୁମେ ଏହା ପରିବର୍ତ୍ତେ, ସେହି ପଶୁର ନାମକୁ ବ୍ୟବହାର କରି ପାରିବ I (ଦେଖ: ଉପମା/ରୂପକ ଓ ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
τὴν κατατομήν
ପାଉଲ ଭଣ୍ଡ ଶିକ୍ଷକମାନଙ୍କୁ ଲଜ୍ଜା ଦେବାନିମନ୍ତେ ସୁନ୍ନତ କାର୍ଯ୍ୟ ବିଷୟରେ ଅତିରଞ୍ଜିତ କରି କହୁଛନ୍ତି I ଭଣ୍ଡ ଶିକ୍ଷକମାନେ କହୁଥିଲେ ଯେ ଈଶ୍ବର କେବଳ ସୁନ୍ନତପ୍ରାପ୍ତ ଲୋକମାନଙ୍କୁ ଉଦ୍ଧାର କରିବେ, ଯେଉଁମାନେ ଅଗ୍ର ଚର୍ମ ଛେଦନ କରିଥିଲେ I ଏହି କାର୍ଯ୍ୟ ମୋଶାଙ୍କ ବ୍ୟବସ୍ଥା ଦ୍ବାରା ସମସ୍ତ ପୁରୁଷମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିଲା I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି ଓ ଲାକ୍ଷଣିକ ଶବ୍ଦ)
Philippians 3:3
ἡμεῖς γάρ ἐσμεν
ପାଉଲ ଖ୍ରୀଷ୍ଟଙ୍କଠାରେ ଆପଣାକୁ ଓ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ସମ୍ପୃକ୍ତକରି ସମସ୍ତ ବିଶ୍ବାସୀମାନଙ୍କୁ ଉଲ୍ଲେଖ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ἡ περιτομή
ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସୀମାନଙ୍କୁ ସୁଚିତ କରିବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି ଯେଉଁମାନେ ଶାରୀରିକଭାବରେ ସୁନ୍ନତପ୍ରାପ୍ତ ନୁହନ୍ତି, କିନ୍ତୁ ଆତ୍ମିକଭାବରେ ସୁନ୍ନତପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍, ସେମାନେ ବିଶ୍ବାସ ଦ୍ବାରା ପବିତ୍ରଆତ୍ମା ପ୍ରାପ୍ତ ହୋଇ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସୁନ୍ନତପ୍ରାପ୍ତ ଲୋକମାନେ” କିମ୍ବା “ପ୍ରକୃତରେ ଈଶ୍ବରଙ୍କ ଲୋକମାନେ”
οὐκ ἐν σαρκὶ πεποιθότες
ଭରସା କର ନାହିଁ ଯେ କେବଳ ଅଗ୍ର ଚର୍ମ ଛେଦନ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବ
Philippians 3:4
καίπερ
ଯଦିଓ ମୁଁ ତାହା କରିବାକୁ ଇଚ୍ଛା କରିଥାନ୍ତି I ପାଉଲ ଏକ ପରିକଳ୍ପିତ ଅବସ୍ଥାକୁ କହୁଛନ୍ତି ଯାହା ହେବା ଅସମ୍ଭବ ଦେଖାଯାଏ I
ἐγὼ ἔχων πεποίθησιν καὶ ἐν σαρκί. εἴ τις δοκεῖ ἄλλος πεποιθέναι ἐν σαρκί, ἐγὼ μᾶλλον
ଏହା ଏକ ପରିକଳ୍ପିତ କାହାଣୀ ଯାହା ପାଉଲ ସମ୍ଭବ ହେବା ବିଶ୍ବାସ କରୁନାହାନ୍ତି I ପାଉଲ କହୁଛନ୍ତି ଯେ ଯଦି ଏହା ସମ୍ଭବ ହୋଇଥାନ୍ତା ଯେ ଈଶ୍ବର ମନୁଷ୍ୟର କର୍ମ ଉପରେ ଆଧାର କରି ପରିତ୍ରାଣ ଦେଇଥାନ୍ତେ, ତବେ ଈଶ୍ବର ନିଶ୍ଚୟ ତାହାଙ୍କୁ ପରିତ୍ରାଣ କରିଥାନ୍ତେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଯେକେହି ଯଥେଷ୍ଟ କର୍ମ କରି ପାରିବ ନାହିଁ, କିନ୍ତୁ ଯଦି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା କରିବା ନିମନ୍ତେ ଯେକେହି ସତ୍କର୍ମ କରିଥାନ୍ତେ, ତେବେ ମୁଁ ଅଧିକ ସତ୍କର୍ମ କରି ପାରିଥାନ୍ତି ଓ ଅନ୍ୟ ସମସ୍ତଙ୍କଠାରୁ ଈଶ୍ବରଙ୍କୁ ଅଧିକ ସନ୍ତୁଷ୍ଟ କରି ପାରିଥାନ୍ତି”(ଦେଖ: ପରିକଳ୍ପିତ ପରିସ୍ଥିତିସମୂହ)
ἐγὼ
ପାଉଲ ଗୁରୁତ୍ବ ଦେବା ନିମନ୍ତେ “ମୁଁ ତ” ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତଭାବରେ ମୁଁ”(ଦେଖ: ପରିକଳ୍ପିତ ପରିସ୍ଥିତିସମୂହ)
Philippians 3:5
περιτομῇ
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଯାଜକ ମୋତେ ସୁନ୍ନତ କରିଥିଲେ”(ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)
ὀκταήμερος
ମୁଁ ଜନ୍ମ ହେବାର ସାତଦିନ ପରେ
Ἑβραῖος ἐξ Ἑβραίων
ସମ୍ଭାବିତ ଅର୍ଥଗୁଡିକ ୧) “ଏବ୍ରୀୟ ପିତାମାତାଙ୍କ ଜଣେ ଏବ୍ରୀୟ ସନ୍ତାନ” କିମ୍ବା ୨) “ଅତି ପବିତ୍ର ଏବ୍ରୀୟ I”
κατὰ νόμον Φαρισαῖος
ଫାରୂଶୀମାନେ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲେ I ଜଣେ ଫାରୂଶୀ ହୋଇ ପାଉଲ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିବା ଦର୍ଶାଇଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଫାରୂଶୀଭାବରେ, ମୁଁ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲି”
Philippians 3:6
κατὰ ζῆλος διώκων τὴν ἐκκλησίαν
ପାଉଲଙ୍କ ଉଦଯୋଗ ଈଶ୍ବରଙ୍କୁ ଗୌରବ କରିବା ନିମନ୍ତେ ତାହାଙ୍କର ଉତ୍ସାହକୁ ବୁଝାଏ I ସେ ବିଶ୍ବାସ କରୁଥିଲେ ଯେ ମଣ୍ଡଳୀକୁ ତାଡନା କରିବା ଦ୍ବାରା ସେ ଈଶ୍ବରଙ୍କ ନିମନ୍ତେ କେତେ ଉଦଯୋଗୀ ଥିଲେ ତାହା ପ୍ରମାଣିତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ଈଶ୍ବରଙ୍କ ନିମନ୍ତେ ଏତେ ଉଦଯୋଗୀ ଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି” କିମ୍ବା “ଯେହେତୁ ମୁଁ ଈଶ୍ବରଙ୍କୁ ଏତେ ଗୌରବ ଦେବାକୁ ଚାହିଁଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି”
διώκων τὴν ἐκκλησίαν
ମୁଁ ଖ୍ରୀଷ୍ଟିୟାନମାନଙ୍କୁ ଆକ୍ରମଣ କରିଥିଲି
κατὰ δικαιοσύνην τὴν ἐν νόμῳ γενόμενος ἄμεμπτος
ବ୍ୟବସ୍ଥା ଅଧୀନରେ ଥିବା ଧାର୍ମିକତା ବିଷୟ ବ୍ୟବସ୍ଥା ପାଳନ ଦ୍ବାରା ଧାର୍ମିକ ହେବା ବିଷୟକୁ ବୁଝାଏ I ପାଉଲ ବ୍ୟବସ୍ଥାକୁ ଏତେ ଯତ୍ନ ସହକାରେ ପାଳନ କରୁଥିଲେ ଯେ କୌଣସି ଲୋକ ବ୍ୟବସ୍ଥାର କୌଣସି ଅଂଶକୁ ସେ ପାଳନ ନ କରିବା ବିଷୟ ଖୋଜି ପାଇବା ନେଇ ସେ ବିଶ୍ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ବ୍ୟବସ୍ଥା ପାଳନ ଦ୍ବାରା ଏତେ ଧାର୍ମିକ ଥିଲି ଯେ ମୁଁ ନିର୍ଦ୍ଦୋଷ ମନେ କରୁଥିଲି”
Philippians 3:7
ἅτινα ἦν μοι κέρδη
ପାଉଲ ଜଣେ ଆଗ୍ରହୀ ଫାରୂଶୀ ହୋଇ ସେ ପ୍ରାପ୍ତ କରିଥିବା ପ୍ରଶଂସାକୁ ଏଠାରେ ଉଲ୍ଲେଖ କରୁଛନ୍ତି I ସେ ଏହି ପ୍ରଶଂସା ବିଷୟରେ କହନ୍ତି ଯେପରି ସେ ପୂର୍ବରୁ ଏହାକୁ ଜଣେ ବ୍ୟବସାୟୀର ଲାଭ ସ୍ବରୁପ ଦେଖିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେଉଁସବୁ ବିଷୟ ନିମନ୍ତେ ଯିହୂଦୀମାନେ ମୋତେ ପ୍ରଶଂସା କରୁଥିଲେ”(ଦେଖ: ଉପମା/ରୂପକ)
κέρδη…ζημίαν
ଏସବୁ ସାଧାରଣ ବ୍ୟବସାୟିକ ଶବ୍ଦ ଅଟନ୍ତି I ଯଦି ତୁମ ସଂସ୍କୃତିରେ ଅନେକ ଲୋକ ପ୍ରଚଳିତ ବ୍ୟବସାୟିକ ଶବ୍ଦଗୁଡିକ ବୁଝି ପାରନ୍ତି ନାହିଁ, ତେବେ ତୁମେ ଏହି ଶବ୍ଦଗୁଡ଼ିକୁ “ମୋ ଜୀବନରେ ଉତ୍ତମ କରିଥିବା ବିଷୟ ଗୁଡିକ” ଓ “ଜୀବନକୁ ଅଧିକ ଖରାପ କରିଥିବା ବିଷୟ” ସ୍ବରୁପେ ଅନୁବାଦ କରି ପାରିବ I”
ταῦτα ἥγημαι…ζημίαν
ପାଉଲ ସେହି ପ୍ରଶଂସା ବିଷୟରେ କହନ୍ତି ଯେପରି ସେ ବର୍ତ୍ତମାନ ସେସବୁକୁ ଏକ ଲାଭ ପରିବର୍ତ୍ତେ ଏକ ବ୍ୟବସାୟିକ କ୍ଷତି ସ୍ବରୁପ ଦେଖୁଛନ୍ତି I ଅନ୍ୟ ଏକ ଅର୍ଥରେ, ପାଉଲ କହନ୍ତି ଯେ ଧାର୍ମିକତା ନିମନ୍ତେ ତାହାଙ୍କ ସମସ୍ତ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟକଳାପ ଖ୍ରୀଷ୍ଟଙ୍କ ସାକ୍ଷାତରେ ମୂଲ୍ୟହୀନ ଅଟେ I (ଦେଖ: ଉପମା/ରୂପକ)
Philippians 3:8
μενοῦνγε
ପ୍ରକୃତରେ କିମ୍ବା “ବାସ୍ତବରେ”
καὶ ἡγοῦμαι
“ବର୍ତ୍ତମାନ” ଶବ୍ଦ ଗୁରୁତ୍ବାରୋପ କରେ ଯେ ସେ ଜଣେ ଫାରୂଶୀ ହେବା ପରିତ୍ୟାଗ କରିବା ଦିନଠାରୁ ଓ ଖ୍ରୀଷ୍ଟଙ୍କର ଜଣେ ବିଶ୍ବାସୀ ହେବା ଦିନ ପର୍ଯ୍ୟନ୍ତ ପାଉଲ କିପରି ପରିବର୍ତ୍ତନ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଯେ ମୁଁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଅଛି, ମୁଁ ଗଣନା କରୁଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἡγοῦμαι πάντα ζημίαν εἶναι
ପାଉଲ ଫିଲିପ୍ପୀୟ ୩:୭ଠାରୁ ବ୍ୟବସାୟିକ ରୂପକକୁ କହି ଚାଲିଛନ୍ତି, ଏହା କହନ୍ତି ଯେ ଖ୍ରୀଷ୍ଟଙ୍କ ବ୍ୟତିତ ଅନ୍ୟ କୌଣସିଠାରେ ଭରସା କରିବା ମୁଲ୍ୟହିନ ଅଟେ Iଅନ୍ୟ ଏକ ଅନୁବାଦରେ: “ମୁଁ ସମସ୍ତ ବିଷୟକୁ ମୂଲ୍ୟହୀନ ମନେ କରୁଅଛି”(ଦେଖ: ଉପମା/ରୂପକ)
διὰ τὸ ὑπερέχον τῆς γνώσεως Χριστοῦ Ἰησοῦ τοῦ Κυρίου μου
ଯେହେତୁ ଖ୍ରୀଷ୍ଟ ଯୀଶୁ ମୋହର ପ୍ରଭୁଙ୍କୁ ଜାଣିବା ଅଧିକ ବହୁମୂଲ୍ୟ ଅଟେ
ἵνα Χριστὸν κερδήσω
ଯେପରି ମୁଁ କେବଳ ଖ୍ରୀଷ୍ଟଙ୍କୁ ପାଇ ପାରେ
Philippians 3:9
εὑρεθῶ ἐν αὐτῷ
“ପାଇ ପାରେ” ବାକ୍ୟାଂଶ ଏକ ରୂଢ଼ି ଅଟେ, ଯାହା “ହେବା ନିମନ୍ତେ” ଚିନ୍ତାଧାରାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସତ୍ୟରେ ଖ୍ରୀଷ୍ଟଙ୍କ ସହିତ ସତ୍ୟତାରେ ସମ୍ମିଳିତ ହୁଅ”(ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
μὴ ἔχων ἐμὴν δικαιοσύνην, τὴν ἐκ νόμου
ପାଉଲ ଜାଣନ୍ତି ଯେ ସେ ବ୍ୟବସ୍ଥା ପାଳନ ଦ୍ବାରା ଧାର୍ମିକ ହୋଇ ପାରିବେ ନାହିଁ I
ἀλλὰ τὴν διὰ πίστεως Χριστοῦ
“ତାହା” ଶବ୍ଦ ଧାର୍ମିକତାକୁ ବୁଝାଏ I ପାଉଲ ଜାଣନ୍ତି ଯେ ସେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକ ହୋଇ ପାରିବେ I AT: “କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା ପ୍ରାପ୍ତ ହୋଇ”
Philippians 3:10
τὴν δύναμιν τῆς ἀναστάσεως αὐτοῦ
ତାହାଙ୍କ ଶକ୍ତି ଯାହା ଆମ୍ଭମାନଙ୍କୁ ଜୀବନ ଦିଏ
κοινωνίαν παθημάτων αὐτοῦ
ଏହା ଯେପରି ଦୁଃଖଭୋଗ କରିବା ସ୍ବରୁପ, ସେହିପରି ସେ ଦୁଃଖଭୋଗ କଲେ କିମ୍ବା “ତାହାଙ୍କ ଦୁଃଖଭୋଗରେ ସହଭାଗୀ ହେବା ସ୍ବରୁପ ଅଟେ”
συμμορφιζόμενος τῷ θανάτῳ αὐτοῦ
ସମ୍ଭାବିତ ଅର୍ଥଗୁଡିକ ୧)ଖ୍ରୀଷ୍ଟଙ୍କ ସଦୃଶ ମୃତ୍ୟୁ ଭୋଗ କରି ପାଉଲ ଖ୍ରୀଷ୍ଟଙ୍କ ସ୍ବରୁପ ହେବାକୁ ଚାହାନ୍ତି କିମ୍ବା ୨) ପାଉଲ ଆପଣା ପାପ ପ୍ରତି ମୃତ ହେବା ଚାହୁଁଛନ୍ତି ଯେପରି ଖ୍ରୀଷ୍ଟ ପୁନରୁତ୍ଥିତ ହେବା ପୂର୍ବରୁ ମୃତ୍ୟୁବରଣ କରିଥିଲେ I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଓ ଲାକ୍ଷଣିକ ଶବ୍ଦ)
Philippians 3:11
εἴ πως καταντήσω εἰς τὴν ἐξανάστασιν τὴν ἐκ νεκρῶν
“କୌଣସି ପ୍ରକାରେ” ଶବ୍ଦର ଅର୍ଥ ଏହି ଜୀବନରେ ତାହାଙ୍କ ପ୍ରତି କ’ଣ ଘଟିବାକୁ ଯାଉଅଛି, ପାଉଲ ତାହା ଜାଣନ୍ତି ନାହିଁ, କିନ୍ତୁ ତାହା ଅନନ୍ତ ଜୀବନର ପରିଣାମ ହେବ I “ତେଣୁ, ବର୍ତ୍ତମାନ ମୋ ପ୍ରତି ଯାହା ଘଟିଲେ ମଧ୍ୟ, “ମୁ ମୃତ ହେବା ପରେ ପୁନରୁତ୍ଥାନ ପ୍ରାପ୍ତ ହୋଇ ପାରିବି”
Philippians 3:12
ପାଉଲ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ତାହାଙ୍କ ବର୍ତ୍ତମାନର ଆଦର୍ଶ ଅନୁସରଣ କରିବାକୁ ବିନତି କରୁଛନ୍ତି, କାରଣ ବିଶ୍ବାସୀମାନଙ୍କ ନିମନ୍ତେ ସ୍ବର୍ଗ ଓ ନୂତନ ଶରୀର ଅପେକ୍ଷା କରୁଅଛି I ସେ କହୁଛନ୍ତି ଯେ ସେ ଖ୍ରୀଷ୍ଟଙ୍କ ତୁଲ୍ୟ ହେବା ନିମନ୍ତେ କେତେ କଠିନ ପରିଶ୍ରମ କରୁଛନ୍ତି ତାହା କହୁଛନ୍ତି, ତାହା ଜାଣିପାରି ଯେ ଈଶ୍ବର ସ୍ବର୍ଗରେ ଅନନ୍ତକାଳ ବାସ କରିବା ନିମନ୍ତେ ତାହାଙ୍କୁ ଅନୁମତି ଦେବେ, ସେ ଯେପରି ଲକ୍ଷ ସ୍ଥଳରେ ପହଞ୍ଚିବା ନିମନ୍ତେ ଜଣେ ଧାବକ ସଦୃଶ ଦୌଡୁଛନ୍ତି I
ἔλαβον
ଏସମସ୍ତ ବିଷୟ ଖ୍ରୀଷ୍ଟଙ୍କୁ ଜାଣିବା, ତାହାଙ୍କ ପୁନରୁତ୍ଥାନର ଶକ୍ତିକୁ ଜାଣିବା, ଖ୍ରୀଷ୍ଟଙ୍କ ଦୁଃଖଭୋଗରେ ଅଂଶୀ ହେବା ଓ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ତାହାଙ୍କ ସହିତ ସମ୍ମିଳିତ ହେବା ବିଷୟକୁ ଅନ୍ତର୍ଭୁକ୍ତ କରେ (ଫିଲିପ୍ପୀୟ ୩:୮-୧୧) I
ἢ…τετελείωμαι
ତେଣୁ ମୁଁ ଏପର୍ଯ୍ୟନ୍ତ ସିଦ୍ଧ ହୋଇନାହିଁ କିମ୍ବା “ତେଣୁ ମୁଁ ଏପର୍ଯ୍ୟନ୍ତ ପରିପକ୍ବ ହୋଇନାହିଁ”
διώκω δὲ
କିନ୍ତୁ ମୁଁ ଚେଷ୍ଟା ଜାରି ରଖିଛି
καταλάβω, ἐφ’ ᾧ…κατελήμφθην ὑπὸ Χριστοῦ Ἰησοῦ
ଖ୍ରୀଷ୍ଟଙ୍କଠାରୁ ଆତ୍ମିକ ବିଷୟ ପାଇବା ସମ୍ବନ୍ଧରେ କୁହାଯାଏ ଯେପରି ପାଉଲ ସେସବୁକୁ ହାତରେ ଧରି ଶିକ୍ଷା କରିପାରିବେ I ଏବଂ, ଯୀଶୁ ପାଉଲଙ୍କୁ ଆପଣାର କରିବା ନିମନ୍ତେ ମନୋନୀତ କରିଥିବା ବିଷୟରେ କୁହାଯାଏ ଯେପରି ଯୀଶୁ ପାଉଲଙ୍କୁ ଆପଣା ହସ୍ତରେ ଧରି ଶିକ୍ଷା ଦେଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ସବୁ ବିଷୟ ପ୍ରାପ୍ତ କରିପାରେ କାରଣ ସେଥିନିମନ୍ତେ ଯୀଶୁ ମୋତେ ଆପଣାର କରିବାକୁ ମନୋନୀତ କଲେ” (ଦେଖ: ଉପମା/ରୂପକ ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Philippians 3:13
ἀδελφοί
ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I
ἐμαυτὸν…κατειληφέναι
ଖ୍ରୀଷ୍ଟଙ୍କଠାରୁ ଆତ୍ମିକ ବିଷୟ ପ୍ରାପ୍ତ କରିବା ସମ୍ବନ୍ଧରେ କୁହାଯାଏ ଯେପରି ପାଉଲ ସେସବୁକୁ ହାତରେ ଧରି ଶିକ୍ଷା କରିପାରିବେ I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟ ଏପର୍ଯ୍ୟନ୍ତ ମୋହର ହୋଇଅଛି”(ଦେଖ: ଉପମା/ରୂପକ)
τὰ μὲν ὀπίσω ἐπιλανθανόμενος, τοῖς δὲ ἔμπροσθεν ἐπεκτεινόμενος
ଏକ ପ୍ରତିଯୋଗିତାରେ ଜଣେ ଧାବକ ଯେପରି ସମ୍ପୂର୍ଣ୍ଣ ହୋଇଥିବା ଅଂଶ ପ୍ରତି କୌଣସି ପ୍ରକାରେ ଚିନ୍ତା କରେନାହିଁ, କିନ୍ତୁ ସମ୍ମୁଖରେ ଥିବା ବିଷୟ ପ୍ରତି କେବଳ ଧ୍ୟାନ ଦିଏ, ସେହିପରି ପାଉଲ ଧାର୍ମିକତା ନିମନ୍ତେ ଆପଣା ଧର୍ମ ସମ୍ଭନ୍ଧିୟ କର୍ମଗୁଡିକ ପଛରେ ରଖି ଜୀବନର ପ୍ରତିଯୋଗିତାରେ ତାହାଙ୍କ ସମ୍ମୁଖରେ ଖ୍ରୀଷ୍ଟ ରଖିଥିବା ବିଷୟ ସବୁକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଧ୍ୟାନ ଦେଉଥିବା କଥା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଅତୀତରେ କଅଣ କରିଅଛି, ସେଥି ପ୍ରତି ମୋର ଚିନ୍ତା ନାହିଁ; ମୁ ସମ୍ମୁଖରେ ଥିବା ବିଷୟ ପ୍ରତି କେବଳ ଯଥାସାଧ୍ୟ କଠିନ ପରିଶ୍ରମ କରିବି” (ଦେଖ: ଉପମା/ରୂପକ)
Philippians 3:14
κατὰ σκοπὸν διώκω εἰς τὸ βραβεῖον τῆς ἄνω κλήσεως τοῦ Θεοῦ ἐν Χριστῷ Ἰησοῦ
ଜଣେ ଧାବକ ଯେପରି ପ୍ରତିଯୋଗିତା ଜିଣିବାକୁ ଆଗକୁ ଦୌଡେ, ସେହିପରି ପାଉଲ ଖ୍ରୀଷ୍ଟଙ୍କ ସେବା କରିବାରେ ଓ ତାହାଙ୍କ ଆଜ୍ଞା ପାଳନ କରି ଆଗକୁ ଦୌଡୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଯେକୌଣସି ବିଷୟ କରିପାରେ ଯେପରି ଜଣେ ଧାବକ ଲକ୍ଷସ୍ଥଳ ଅତିକ୍ରମ କରିବା ନିମନ୍ତେ ଦୌଡୁଅଛି, ସେପରି ମୁ ଖ୍ରୀଷ୍ଟଙ୍କ ତୁଲ୍ୟ, ଯେପରି ମୁଁ ତାହାଙ୍କର ହେବି, ଓ ମୋହର ମୃତ୍ୟୁପରେ ଈଶ୍ବର ମୋତେ ଆପଣା ନିକଟକୁ ନେବେ”(ଦେଖ: ଉପମା/ରୂପକ)
τῆς ἄνω κλήσεως
ସମ୍ଭାବିତ ଅର୍ଥଗୁଡିକ ଯାହା ଈଶ୍ବରଙ୍କ ସହିତ ଅନନ୍ତକାଳ ବାସ କରିବା ବିଷୟରେ ପାଉଲ କହନ୍ତି ଯେପରି ଈଶ୍ବର ପାଉଲଙ୍କୁ ଅଧିକାର କରିବା ନିମନ୍ତେ ଆହ୍ବାନ କରିଛନ୍ତି ୧) ସ୍ବର୍ଗକୁ ଯେପରି ଯୀଶୁଙ୍କୁ ଆହ୍ବାନ କଲେ କିମ୍ବା ୨) ପ୍ରତିଯୋଗିତାର ବିଜେତାମାନେ ମଞ୍ଚର ସୋପାନରେ ଚଢି ପୁରସ୍କାର ଗ୍ରହଣ କରିବା ସଦୃଶ, ଏକ ରୂପକ ଭାବରେ, ଈଶ୍ବରଙ୍କୁ ସମ୍ମୁଖରେ ସାକ୍ଷାତ କରି ଅନନ୍ତଜୀବନ ଗ୍ରହଣ କରିବାକୁ ଆହ୍ବାନ କରିବେ I (ଦେଖ: ଉପମା/ରୂପକ)
Philippians 3:15
ὅσοι…τέλειοι, τοῦτο φρονῶμεν
ପାଉଲ ତାହାଙ୍କ ସହବିଶ୍ବାସୀମାନେ ସେ ଫିଲିପ୍ପୀୟ ୩:୮-୧୧ରେ ତାଲିକା କରିଥିବା ସମାନ ଭାବ ଧାରଣ କରିବା ଚାହୁଁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁ ଆମ୍ଭମାନଙ୍କ ମଧ୍ୟରୁ ସମସ୍ତ ବିଶ୍ବାସୀମାନଙ୍କୁ ଉତ୍ସାହିତ କରେ ଯେଉଁମାନେ ସମାନ ପ୍ରକାର ବିବେଚନା କରି ବିଶ୍ବାସରେ ଦୃଢ଼ ଅଟନ୍ତି”
καὶ τοῦτο ὁ Θεὸς ὑμῖν ἀποκαλύψει
ଈଶ୍ବର ମଧ୍ୟ ଏହା ତୁମ୍ଭମାନଙ୍କୁ ସ୍ପଷ୍ଟ କରିବେ କିମ୍ବା “ତୁମ୍ଭେମାନେ ଏହା ଜାଣିବା ନିମନ୍ତେ ଈଶ୍ବର ନିଶ୍ଚିତ କରିବେ”
Philippians 3:16
εἰς ὃ ἐφθάσαμεν, τῷ αὐτῷ στοιχεῖν
ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆସୁ, ଆମ୍ଭେମାନେ ପ୍ରାପ୍ତ କରିଥିବା ସମାନ ସତ୍ୟକୁ ପାଳନ କରିବାରେ ଲାଗି ରହୁ” (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
Philippians 3:17
συνμιμηταί μου γίνεσθε
ମୁଁ ଯାହା କରୁଛି, ତାହା କର କିମ୍ବା “ମୁଁ ଯେପରି ଜୀବନଯାପନ କରୁଛି, ସେହିପରି ଜୀବନଯାପନ କର”
ἀδελφοί
ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I
τοὺς οὕτω περιπατοῦντας, καθὼς ἔχετε τύπον ἡμᾶς
ଯେଉଁମାନେ ମୋ ସଦୃଶ ଜୀବନଯାପନ କରୁଛନ୍ତି କିମ୍ବା “ଯେଉଁମାନେ ମୁଁ ଯାହା କରୁଛି, ତାହା କରୁଛନ୍ତି”
Philippians 3:18
πολλοὶ…περιπατοῦσιν…τοὺς ἐχθροὺς τοῦ σταυροῦ τοῦ Χριστοῦ
ଏହି ପଦଗୁଡିକ ନିମନ୍ତେ ଏହି ଶବ୍ଦଗୁଡିକ ପାଉଲଙ୍କ ମୁଖ୍ୟ ଚିନ୍ତାଧାରା ଅଟନ୍ତି I
πολλοὶ…περιπατοῦσιν
ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଏ ଯେପରି ସେ ଏକ ପଥରେ ଚାଲୁଅଛି I ଅନ୍ୟ ଏକ ଅନୁବାଦରେ: “ଅନେକ ଜୀବନଯାପନ କରୁଛନ୍ତି” କିମ୍ବା “ଅନେକ ସେମାନଙ୍କ ଜୀବନରେ ଆଚରଣ କରୁଛନ୍ତି” (ଦେଖ: ଉପମା/ରୂପକ)
οὓς πολλάκις ἔλεγον ὑμῖν, νῦν δὲ καὶ κλαίων, λέγω
ପାଉଲ ଏହି ପଦଗୁଡିକୁ ସହିତ ପାଉଲ ତାହାଙ୍କ ମୁଖ୍ୟ ଚିନ୍ତାଧାରାରେ ବିରତି ନିଅନ୍ତି ଯାହା “ଅନେକେ” ଶବ୍ଦକୁ ବ୍ୟାଖ୍ୟା କରେ I ଯଦି ଆବଶ୍ୟକ ମନେକର, ତେବେ ତୁମେ ସେଗୁଡିକୁ ପଦର ଆରମ୍ଭ କିମ୍ବା ଶେଷକୁ ନେଇ ପାର I
πολλάκις ἔλεγον ὑμῖν
ମୁଁ ତୁମ୍ଭମାନଙ୍କୁ ଅନେକ ଥର କହିଅଛି
κλαίων, λέγω
ମୁ ତୁମକୁ ବହୁ ଦୁଃଖର ସହିତ ଜଣାଉଛି
τοὺς ἐχθροὺς τοῦ σταυροῦ τοῦ Χριστοῦ
ଏଠାରେ “ଖ୍ରୀଷ୍ଟଙ୍କ କ୍ରୁଶ” ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I ସେମାନେ ଶତ୍ରୁମାନେ ଅଟନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବା କହୁଛନ୍ତି, କିନ୍ତୁ ଯୀଶୁଙ୍କ ସଦୃଶ ଦୁଃଖଭୋଗ କିମ୍ବା ମୃତ୍ୟୁଭୋଗ କରିବାକୁ ଚାହୁଁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ଜୀବନଯାପନ କରୁଛନ୍ତି ଯେ ପ୍ରକୃତରେ ସେମାନେ ପ୍ରକୃତରେ ଯୀଶୁଙ୍କ ବିରୋଧୀ ଅଟନ୍ତି, ଯେ କି କ୍ରୁଶରେ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଇଚ୍ଛା କଲେ” (ଦେଖ: ଲାକ୍ଷଣିକ ଶବ୍ଦ)
Philippians 3:19
ὧν τὸ τέλος ἀπώλεια
ଗୋଟିଏ ଦିନ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଶେଷ ବିଷୟ ସେମାନଙ୍କ ପ୍ରତି ଏହା ଘଟିବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I
ὧν ὁ Θεὸς ἡ κοιλία
ଏଠାରେ “ଉଦର” ଜଣେ ବ୍ୟକ୍ତିର ଶାରୀରିକ କାମନା ନିମନ୍ତେ ଜଣେ ବ୍ୟକ୍ତିର ଅଭିଳାଷକୁ ବୁଝାଏ I ଏହାକୁ ସେମାନଙ୍କର ଦେବତା କହିବାର ଅର୍ଥ ଯେ ସେମାନେ ଈଶ୍ବରଙ୍କର ବାଧ୍ୟହେବା ଅପେକ୍ଷା ସେମାନଙ୍କ ଅଭିଳାଷକୁ ଅଧିକ କାମନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଈଶ୍ବରଙ୍କ ବାଧ୍ୟ ହେବା ଅପେକ୍ଷା ଖାଦ୍ୟ ଓ ସେମାନଙ୍କ ଶାରୀରିକ ଅଭିଳାଷକୁ ଅଧିକ ଗୁରୁତ୍ବ ଦିଅନ୍ତି” (ଦେଖ: ଉପମା/ରୂପକ)
ἡ δόξα ἐν τῇ αἰσχύνῃ αὐτῶν
ଏଠାରେ “ଲଜ୍ଜା” ଶବ୍ଦ ସେହି କାର୍ଯ୍ୟକୁ ବୁଝାଏ ଯାହା ଲୋକମାନେ ଯେଉଁସବୁ କାର୍ଯ୍ୟ ନିମନ୍ତେ ଲଜ୍ଜାବୋଧ କରିବା ଉଚିତ, କିନ୍ତୁ କରୁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ବିଷୟ ନିମନ୍ତେ ଗର୍ବ ଅନୁଭବ କରନ୍ତି ଯାହା ସେମାନଙ୍କ ଲଜ୍ଜାର କାରଣ ହେବା ଉଚିତ” (ଦେଖ: ଲାକ୍ଷଣିକ ଶବ୍ଦ)
οἱ τὰ ἐπίγεια φρονοῦντες
ଏଠାରେ “ପାର୍ଥିବ” ଶବ୍ଦ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଶାରୀରିକ ସୁଖଭୋଗ ଦିଏ ଓ ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ନାହି I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ସମସ୍ତ ବିଷୟରେ ଚିନ୍ତା କରନ୍ତି ଯେଉଁ ସମସ୍ତ ବିଷୟ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ବରଂ ଆପଣାକୁ ସନ୍ତୁଷ୍ଟ କରିବ” (ଦେଖ: ଲାକ୍ଷଣିକ ଶବ୍ଦ)
Philippians 3:20
ଏଠାରେ ପାଉଲଙ୍କ ବ୍ୟବହୃତ “ଆମ୍ଭମାନଙ୍କ” ଓ “ଆମ୍ଭେମାନେ” ଶବ୍ଦ ଏଠାରେ’ ଆପଣାକୁ ଓ ଫିଲିପ୍ପୀରେ ବିଶ୍ବାସୀମାନଙ୍କୁ ସମ୍ପୃକ୍ତ କରେ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ἡμῶν…τὸ πολίτευμα ἐν οὐρανοῖς ὑπάρχει
ସମ୍ଭାବିତ ଅର୍ଥଗୁଡିକ ୧) “ଆମ୍ଭେମାନେ ସ୍ବର୍ଗର ପ୍ରଜା ଅଟୁ” କିମ୍ବା ୨) “ଆମ୍ଭମାନଙ୍କ ଦେଶ ସ୍ବର୍ଗରେ ଅଟେ” କିଅବା ୩) ଆମ୍ଭମାନଙ୍କ ପ୍ରକୃତ ଗୃହ ସ୍ବର୍ଗରେ ଅଛି I”
Philippians 3:21
ὃς μετασχηματίσει τὸ σῶμα τῆς ταπεινώσεως ἡμῶν
ସେ ଆମ୍ଭମାନଙ୍କ ଦୁର୍ବଳ, ପାର୍ଥିବ ଶରୀରକୁ ରୂପାନ୍ତରିତ କରିବେ
σύμμορφον τῷ σώματι τῆς δόξης αὐτοῦ
ଆପଣା ଗୌରବମୟ ଶରୀର ସଦୃଶ ଶରୀରରେ
τῷ σώματι…κατὰ τὴν ἐνέργειαν τοῦ δύνασθαι αὐτὸν, καὶ ὑποτάξαι αὑτῷ τὰ πάντα
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଶରୀର” I ସେ ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ସେହି ଶକ୍ତି ଦ୍ବାରା ଆମ୍ଭମାନଙ୍କ ଶରୀରକୁ ରୂପାନ୍ତରିତ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Philippians 4
ଫିଲିପ୍ପୀୟ ୦୪ ସାଧାରଣ ସୂଚନା
ଏହି ଅଧ୍ୟାୟର ବିଶେଷ ଧାରଣା
“ମୋହର ଆନନ୍ଦ ଓ ମୋହର ମୁକୁଟ”
ପାଉଲ ଫିଲ୍ଲିପିୟମାନଙ୍କୁ ଆତ୍ମିକତାରେ ପରିପକ୍ବ ହେବା ନିମନ୍ତେ ସାହାଯ୍ୟ କରିଥିଲେ I ଫଳସ୍ବରୂପ, ପାଉଲ ଆନନ୍ଦିତ ହେଲେ ଓ ଈଶ୍ବର ତାହାଙ୍କୁ ଓ ତାହାଙ୍କ କାର୍ଯ୍ୟକୁ ସମ୍ମାନ କଲେ I ସେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଅନୁଶାସନ କରିବା ବିବେଚନା କଲେ ଓ ଖ୍ରୀଷ୍ଟିଆନ ଜୀବନର ଗୁରୁତ୍ବପୂର୍ଣ୍ଣ ବିଷୟ ସ୍ବରୁପ ଆତ୍ମିକତାରେ ବୃଦ୍ଧି ହେବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରନ୍ତି I (ଦେଖ: ଆତ୍ମା, ବାୟୁ, ଶ୍ୱାସ ଓ ଶିଷ୍ୟ)
ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
ଇୟଦିଆ ଓ ସୁନ୍ତୁଖୀ
ସ୍ପଷ୍ଟଭାବରେ, ଏହି ଦୁଇଜଣ ସ୍ତ୍ରୀଲୋକ ପରସ୍ପର ଏକମତ ନଥିଲେ I ପାଉଲ ସେମାନଙ୍କୁ ଏକମତ ହେବାକୁ ଉତ୍ସାହ ଦେଉଛନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Philippians 4:1
ଯେତେବେଳେ ପାଉଲ କହନ୍ତି “ମୋହର ପ୍ରକୃତ ସହକର୍ମୀ,” “ତୁମ୍ଭେ” ଶବ୍ଦ ଏକବଚନ ଅଟେ I ପାଉଲ କୌଣସି ବ୍ୟକ୍ତିର ନାମ କହୁ ନାହାନ୍ତି I ସେ ତାହାଙ୍କୁ ଏପରି ସମ୍ବୋଧନ କରୁଛନ୍ତି ଯେ ସେ ପାଉଲଙ୍କ ସହିତ ମିଶି ସୁସମାଚାର ପ୍ରଚାର କାର୍ଯ୍ୟ କରିଥିଲେ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ପାଉଲ ଏକମନା ହେବା ବିଷୟରେ ଫିଲିପ୍ପୀର ବିଶ୍ବାସୀମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଉପଦେଶ ଦେବା ଜାରି ରଖନ୍ତି ଏବଂ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ନିମନ୍ତେ ସାହାଯ୍ୟକାରୀ ପରାମର୍ଶ ଦେଉଛନ୍ତି I
ὥστε, ἀδελφοί μου ἀγαπητοὶ καὶ ἐπιπόθητοι
ହେ ମୋହର ସହବିଶ୍ବାସୀମାନେ, ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଅଛି ଓ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରୁଅଛି
ἀδελφοί
ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I
χαρὰ καὶ στέφανός μου
ପାଉଲ “ଆନନ୍ଦ” ଶବ୍ଦ ବ୍ୟବହାର କରିବା ଅର୍ଥ ଯେ ଫିଲିପ୍ପୀୟ ମଣ୍ଡଳୀ ତାହାଙ୍କ ଆନନ୍ଦର କାରଣ ଅଟେ I ଏକ “ମୁକୁଟ” ପତ୍ରରେ ତିଆରି ହେଉଥିଲା, ଏବଂ ଜଣେ ବ୍ୟକ୍ତି ଏକ ଗୁରୁତ୍ବପୂର୍ଣ୍ଣ କ୍ରୀଡାରେ ସେ ବିଜୟ ପ୍ରାପ୍ତ କରିବା ପରେ ସମ୍ମାନର ଏକ ଚିହ୍ନ ସ୍ବରୁପ ତାହାର ମସ୍ତକରେ ପିନ୍ଧୁଥିଲା I ଏଠାରେ “ମୁକୁଟ” ଅର୍ଥ ଫିଲ୍ଲିପିୟ ମଣ୍ଡଳୀ ଈଶ୍ବରଙ୍କ ସମ୍ମୁଖରେ ପାଉଲଙ୍କ ପ୍ରତି ସମ୍ମାନ ଆଣିଲେ I ଅନ୍ୟ ଏକ ଅନୁବାଦରେ: ତୁମେମାନେ ମୋତେ ଆନନ୍ଦିତ କଲ କାରଣ ତୁମେମାନେ ଯୀଶୁଙ୍କଠାରେ ବିଶ୍ବାସ କଲ, ଏବଂ ମୋହର କାର୍ଯ୍ୟରେ ମୋହର ପୁରସ୍କାର ଓ ସମ୍ମାନ ଅଟ” (ଦେଖ: ଲାକ୍ଷଣିକ ଶବ୍ଦ)
οὕτως στήκετε ἐν Κυρίῳ, ἀγαπητοί
ତେଣୁ ହେ ମୋହର ପ୍ରିୟ ବନ୍ଧୁମାନେ, ମୁଁ ଯେପରି ଶିକ୍ଷା ଦେଇଅଛି ସେହିପରି ପ୍ରଭୁଙ୍କ ନିମନ୍ତେ ସେପରି ଜୀବନଯାପନ କରିବାରେ ଲାଗି ରୁହ”
Philippians 4:2
Εὐοδίαν παρακαλῶ, καὶ Συντύχην παρακαλῶ
ଏହି ସ୍ତ୍ରୀ ଲୋକମାନେ ଯେଉଁମାନେ ବିଶ୍ବାସୀ ଥିଲେ ଓ ଫିଲିପ୍ପୀ ମଣ୍ଡଳୀରେ ପାଉଲଙ୍କୁ ସାହାଯ୍ୟ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ଇୟଦିଆ ଓ ସୁନ୍ତୁଖୀଙ୍କୁ ଅନୁରୋଧ କରୁଅଛି”(ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
τὸ αὐτὸ φρονεῖν ἐν Κυρίῳ
“ଏକମନା ହେବା” ବାକ୍ୟାଂଶର ଅର୍ଥ ଏକମନା ବା ଏକମତ ହେବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମନା ହୁଅ କାରଣ କାରଣ ତୁମ୍ଭେ ଦୁହେଁ ଏକ ପ୍ରଭୁଙ୍କଠାରେ ବିଶ୍ବାସ କରୁଅଛ” (ଦେଖ: ଲାକ୍ଷଣିକ ଶବ୍ଦ)
Philippians 4:3
ναὶ, ἐρωτῶ…σέ, γνήσιε σύνζυγε
ଏଠାରେ “ତୁମ୍ଭକୁ” ପ୍ରକୃତ ସହକାରୀଙ୍କୁ ବୁଝାଏ ଓ ଏକବଚନ ଅଟେ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
γνήσιε σύνζυγε
ଏହି ରୂପକ କୃଷି ବିଷୟରୁ ଆସିଅଛି, ଯେଉଁଠାରେ ଦୁଇଟି ପଶୁ ଏକତ୍ର କାର୍ଯ୍ୟ କରିବା ସକାଶେ ଗୋଟିଏ ଯୁଆଳିରେ ଯଚାଯାନ୍ତି I ଅନ୍ୟ ଏକ ଅନୁବାଦରେ: “ସହକର୍ମୀ”(ଦେଖ: ଉପମା/ରୂପକ)
μετὰ…Κλήμεντος
କ୍ଲେମେନସ ଜଣେ ବ୍ୟକ୍ତି ଥିଲେ ଯେ ଫିଲିପ୍ପୀର ମଣ୍ଡଳୀରେ ଜଣେ ବିଶ୍ବାସୀ ଓ କାର୍ଯ୍ୟକାରୀ ଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ὧν τὰ ὀνόματα ἐν βίβλῳ ζωῆς
ଯାହାର ନାମ ଈଶ୍ବର ଜୀବନ ପୁସ୍ତକରେ ଲେଖିଛନ୍ତି
Philippians 4:4
χαίρετε ἐν Κυρίῳ
ଆନନ୍ଦ କର କାରଣ ଈଶ୍ବର ସମସ୍ତ କାର୍ଯ୍ୟ କରିଛନ୍ତି I ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୩:୧ରେ ଅନୁବାଦ କରିଅଛ I
Philippians 4:5
ὁ Κύριος ἐγγύς
ସମ୍ଭାବିତ ଅର୍ଥଗୁଡିକ ୧) ପ୍ରଭୁ ଯୀଶୁ ଆତ୍ମାରେ ବିଶ୍ବାସୀମାନଙ୍କ ନିକଟବର୍ତ୍ତୀ ଅଟନ୍ତି କିମ୍ବା ୨) ଜଗତକୁ ପ୍ରଭୁ ଯୀଶୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ଅଟେ I
Philippians 4:6
ἐν παντὶ, τῇ προσευχῇ καὶ τῇ δεήσει μετὰ εὐχαριστίας, τὰ αἰτήματα ὑμῶν γνωριζέσθω πρὸς τὸν Θεόν
ତୁମ୍ଭମାନଙ୍କ ପ୍ରତି ଯାହା ଘଟିଲେ ମଧ୍ୟ, ପ୍ରତ୍ୟେକ ଆବଶ୍ବକିୟ ବିଷୟ ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କର ଓ ଧନ୍ୟବାଦ କର
Philippians 4:7
ἡ εἰρήνη τοῦ Θεοῦ
ଈଶ୍ବର ଦତ୍ତ ଶାନ୍ତି
ἡ ὑπερέχουσα πάντα νοῦν
ଯାହା ଆମ୍ଭେମାନେ ବୁଝିବାର ଉର୍ଦ୍ଧ୍ବରେ ଅଟେ
φρουρήσει τὰς καρδίας ὑμῶν καὶ τὰ νοήματα ὑμῶν ἐν Χριστῷ
ଏହା ଜଣେ ସୈନିକ ସଦୃଶ ଈଶ୍ବରଙ୍କ ଶାନ୍ତିକୁ ବୁଝାଏ ଯେ ଆମ୍ଭମାନଙ୍କ ହୃଦୟ ଓ ଭାବନାକୁ ଚିନ୍ତାଗ୍ରସ୍ତ ହେବାରୁ ସୁରକ୍ଷା କରନ୍ତି I ଏଠାରେ ଜଣେ ବ୍ୟକ୍ତିର ଆବେଗ ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ସୈନିକ ସଦୃଶ ହୋଇ ଏବଂ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଆବେଗ ଓ ଭାବନାକୁ ସୁରକ୍ଷା କରିବେ” କିମ୍ବା “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଏହି ଜୀବନର ସମସ୍ୟା ବିଷୟରେ ବ୍ୟସ୍ତତାରୁ ସୁରକ୍ଷା ଦେବେ” (ଦେଖ: ବ୍ୟକ୍ତିତ୍ୱଆରୋପ ଓ ଲାକ୍ଷଣିକ ଶବ୍ଦ ଓ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Philippians 4:8
τὸ λοιπόν
ଯେହେତୁ ପାଉଲ ଆପଣା ପତ୍ର ସମାପ୍ତ କରନ୍ତି, ସେ ବିଶ୍ବାସୀମାନେ କିପରି ଈଶ୍ବରଙ୍କଠାରେ ଶାନ୍ତି ପ୍ରାପ୍ତ ହୋଇ ବାସ କରିବା ଉଚିତ, ତାହାର ଏକ ସାରାଂଶ ଦେଉଛନ୍ତି I
ἀδελφοί
ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I
ὅσα προσφιλῆ
ଯାହା ଯାହା ଆଦରଣୀୟ
ὅσα εὔφημα
ଯାହା ସବୁ ଲୋକମାନେ ଆଦର କରନ୍ତି କିମ୍ବା “ଯାହା “ସବୁକୁ ଲୋକମାନେ ସମ୍ମାନ ଦିଅନ୍ତି”
εἴ τις ἀρετὴ
ଯଦି ସେମାନେ ନୈତିକତାରେ ଉତ୍ତମ ଅଟନ୍ତି
εἴ τις ἔπαινος
ଆଉ ଯଦି ସେମାନେ ଲୋକମାନଙ୍କ ପ୍ରଶଂସାର ପାତ୍ର ଅଟନ୍ତି
Philippians 4:9
καὶ ἐμάθετε καὶ παρελάβετε, καὶ ἠκούσατε καὶ εἴδετε, ἐν ἐμοί
ଯାହା ମୁଁ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛି ଓ ଦେଖାଇଅଛି
Philippians 4:10
ପାଉଲ ଫିଲିପ୍ପୀୟମାନେ ତାହାଙ୍କୁ ପଠାଇଥିବା ଦାନ ନିମନ୍ତେ ଧନ୍ୟବାଦ ଦେବାକୁ ଆରମ୍ଭ କରୁଛନ୍ତି I ସେ ୧୧ ପଦରେ ଆରମ୍ଭ କରି କହୁଛନ୍ତି ଯେ ସେମାନେ ତାହାଙ୍କୁ କେବଳ ପ୍ରୟୋଜନୀୟ ବିଷୟ ଦେଇଥିବାରୁ ନୁହେଁ, ମାତ୍ର ସେମାନଙ୍କ ଦାନ ନିମନ୍ତେ କୃତଜ୍ଞ ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି I
Philippians 4:11
αὐτάρκης εἶναι
ସନ୍ତୁଷ୍ଟ ହେବା ନିମନ୍ତେ କିମ୍ବା “ଆନନ୍ଦିତ ହେବା ନିମନ୍ତେ”
ἐν οἷς εἰμι
ମୋହର ପରିସ୍ଥିତି ଯାହା ବି ହେଉ
Philippians 4:12
οἶδα καὶ ταπεινοῦσθαι…περισσεύειν
ପାଉଲ ଅଭାବରେ ବା ପ୍ରାଚୁର୍ଯ୍ୟତାରେ କିପରି ଆନନ୍ଦରେ ବାସ କରିବାକୁ ହେବ ତାହା ଜାଣନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
χορτάζεσθαι καὶ πεινᾶν, καὶ περισσεύειν καὶ ὑστερεῖσθαι
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକଭାବରେ ସମାନ ଅଟେ I ପାଉଲ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି ଯାହା ସେ ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଛନ୍ତି I (ଦେଖ: ସମାନ୍ତରତାସୂଚକ ଓ ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)
Philippians 4:13
πάντα ἰσχύω ἐν τῷ ἐνδυναμοῦντί με
ମୁଁ ସମସ୍ତ ବିଷୟ କରି ପାରେ କାରଣ ଖ୍ରୀଷ୍ଟ ମୋତେ ଶକ୍ତି ଦିଅନ୍ତି
Philippians 4:14
ପାଉଲ ବୁଝାଇବାରେ ଲାଗିଛନ୍ତି ଯେ ସେ ଫିଲିପ୍ପୀୟମାନଙ୍କୁ ସେମାନଙ୍କ ଦାନ ନିମନ୍ତେ କୃତଜ୍ଞ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଅଧିକପ୍ରାପ୍ତି ନିମନ୍ତେ ସେଗୁଡିକୁ ସେ ଆବଶ୍ୟକ କରୁଥିବାରୁ ତାହା କରୁନାହାନ୍ତି I (ଦେଖ ଫିଲିପ୍ପୀୟ ୩:୧୧)
μου τῇ θλίψει
ପାଉଲ ଆପଣା କ୍ଲେଶଭୋଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସ୍ଥାନ ଥିଲେ ଯେଉଁଠାରେ ସେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବିଷୟ କଷ୍ଟକର ହୋଇଗଲା” (ଦେଖ: ଉପମା/ରୂପକ)
Philippians 4:15
ἀρχῇ τοῦ εὐαγγελίου
ପାଉଲ ଏଠାରେ ସୁସମାଚାରକୁ ଆପଣା ସୁସମାଚାର ପ୍ରଚାର ଅର୍ଥରେ ଉଲ୍ଲେଖ କରୁଛନ୍ତି I (ଦେଖ: ଲାକ୍ଷଣିକ ଶବ୍ଦ)
οὐδεμία μοι ἐκκλησία ἐκοινώνησεν εἰς λόγον δόσεως καὶ λήμψεως, εἰ μὴ ὑμεῖς μόνοι
ଏହାକୁ ସାକାରାତ୍ମକଭାବରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ କେବଳ ଏକମାତ୍ର ମଣ୍ଡଳୀଭାବରେ ମୋତେ ଅର୍ଥ ପଠାଇଲ ବା ସାହାଯ୍ୟ କରିଅଛ”(ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
Philippians 4:17
οὐχ ὅτι ἐπιζητῶ τὸ δόμα
ପାଉଲ ବୁଝାଉଛନ୍ତି ଯେ ସେ ସେମାନଙ୍କୁ ଦାନ ବିଷୟରେ ଲେଖିବାର କାରଣ ଏହି ଆଶାରେ ନୁହେଁ ଯେ ସେମାନେ ତାହାଙ୍କୁ ଆହୁରି ଅଧିକ ଅର୍ଥ ପଠାଇବେ I ଅନ୍ୟ ଏକ ଅନୁବାଦରେ: “ମୋହର ଏହା ଲେଖିବାର କାରଣ ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ ଆହୁରି ଅଧିକ ଅର୍ଥ ପଠାଅ ବୋଲି ଚାହୁଁଅଛି”
ἐπιζητῶ τὸν καρπὸν τὸν πλεονάζοντα εἰς λόγον ὑμῶν
ପାଉଲ ଦାନ ବିଷୟରେ ଲେଖିବାର କାରଣ ବୁଝାଉଛନ୍ତି I ଏଠାରେ “ତୁମ୍ଭମାନଙ୍କ ଜମାପାଖ ବୃଦ୍ଧି କରୁଥିବା ଫଳ” ଏକ ରୂପକ ଅଟେ, ଯାହାର ଅର୍ଥ ୧) ଅଧିକ ସତ୍କର୍ମ ଯାହା ଫିଲିପ୍ପୀୟମାନଙ୍କ ନିମନ୍ତେ ଉଲ୍ଲେଖ କରଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ ମୁଁ ଚାହେଁ ଯେ ଈଶ୍ବର ତୁମ୍ଭେମାନେ କରୁଥିବା ଅଧିକ ସତ୍କର୍ମକୁ ସ୍ବୀକାର କରିବେ” କିମ୍ବା ୨) ଫିଲିପ୍ପୀୟମାନେ କରୁଥିବା ଅଧିକ ସତ୍କର୍ମ ନିମନ୍ତେ ଅଧିକ ଆଶୀର୍ବାଦ I ଅନ୍ୟ ଏକ ଅନୁବାଦରେ: “ବରଂ ମୁଁ ଚାହୁଁଛି ଯେ ତୁମ୍ଭେମାନେ କରୁଥିବା ଅଧିକ ସତ୍କର୍ମ ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: ଉପମା/ରୂପକ)
Philippians 4:18
ପାଉଲ ଫିଲିପ୍ପୀୟମାନଙ୍କୁ ସେମାନଙ୍କର ଦାନ ନିମନ୍ତେ ଧନ୍ୟବାଦ ଦେବା ଶେଷ କରୁଛନ୍ତି (ଫିଲିପ୍ପୀୟ ୩:୧୧) ଓ ସେମାନଙ୍କୁ ସୁନିଶ୍ଚିତ କରୁଛନ୍ତି ଯେ ଈଶ୍ବର ସେମାନଙ୍କର ଯତ୍ନ ନେବେ I
ἀπέχω…πάντα
ସମ୍ଭାବିତ ଅର୍ଥଗୁଡିକ ୧)ଫିଲିପ୍ପୀୟମାନେ ପଠାଇଥିବା ସମସ୍ତ ପାଉଲ ଗ୍ରହଣ କରିଛନ୍ତି କିମ୍ବା ୨) ଫିଲିପ୍ପୀୟ ୩:୮ରୁ ବ୍ୟବସାୟିକ ରୂପକକୁ ଜାରି ରଖିବାକୁ ଯାଇ ପାଉଲ କୌତୁକପ୍ରଦ ଭାଷା ବ୍ୟବହାର କରୁଛନ୍ତି ଓ କହୁଛନ୍ତି ଯେ ପତ୍ରର ଏହି ଅଂଶ ଏପାଫ୍ରଦିତ ଆଣି ଥିବା ଦାନର ଏକ ବ୍ୟବସାୟିକ ରସିଦ ଅଟେ I
περισσεύω
ପାଉଲ କହିବାର ଅର୍ଥ ଯେ ତାହାଙ୍କ ନିମନ୍ତେ ଅନେକ ବିଷୟର ପ୍ରୟୋଜନ ଅଛି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ὀσμὴν εὐωδίας, θυσίαν δεκτήν, εὐάρεστον τῷ Θεῷ
ପାଉଲ ଫିଲିପ୍ପୀୟମାନଙ୍କ ଦାନ ବିଷୟରେ କହନ୍ତି ଯେପରି ଏକ ବେଦୀରେ ଈଶ୍ବରଙ୍କ ନିମନ୍ତେ ଉତ୍ସର୍ଗ କରା ଯାଉଥିବା ନିବେଦ୍ୟ ଥିଲେ I ପାଉଲ ସୂଚାଉଛନ୍ତି ଯେ ମଣ୍ଡଳୀର ଦାନ ଯାଜକମାନେ ଉତ୍ସର୍ଗ କରୁଥିବା ବଳି ସ୍ବରୂପ ଈଶ୍ବରଙ୍କ ପ୍ରତି ଅତି ସନ୍ତୋଷଜନକ ଥିଲା ଯାହା ଏକ ସୁଗନ୍ଧ ଥିଲା ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ମୁଁ ନିଶ୍ଚିତ କରୁଛି ଯେ ଏହି ଦାନସବୁ ଏକ ସୁଗ୍ରାହ୍ୟ ବଳି ସ୍ବରୂପେ ଇଶ୍ବରଙ୍କ ସନ୍ତୋଷଜନକ ଅଟେ” (ଦେଖ: ଉପମା/ରୂପକ)
Philippians 4:19
πληρώσει πᾶσαν χρείαν ὑμῶν
ଏହା ୧୮ ପଦରେ ଅନୁବାଦ କରାଯାଇଥିବା ସମାନ ଶବ୍ଦ “ଅଭାବ ପୂରଣ କରିବେ” ଅଟେ I ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ “ତୁମ୍ଭମାନଙ୍କ ପ୍ରୟୋଜନୀୟ ସମସ୍ତ ବିଷୟ ଯୋଗାଇବେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
κατὰ τὸ πλοῦτος αὐτοῦ ἐν δόξῃ ἐν Χριστῷ Ἰησοῦ
ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ବର୍ଯ୍ୟ ଅନୁସାରେ
Philippians 4:20
τῷ δὲ Θεῷ…ἡμῶν
“ବର୍ତ୍ତମାନ” ଶବ୍ଦ ପତ୍ରର ଶେଷ ପ୍ରାର୍ଥନା’କୁ ଓ ପତ୍ରର ଏହି ଭାଗ ସମାପ୍ତିକୁ ଚିହ୍ନଟ କରେ I
Philippians 4:21
οἱ…ἀδελφοί
ଏହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ପାଉଲଙ୍କ ସହିତ ବା ପାଉଲଙ୍କଠାରେ କିମ୍ବା ସହିତ ସେବାକାର୍ଯ୍ୟ କରୁଥିଲେ I
ἀδελφοί
ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I
πάντα ἅγιον
କେତେକ ସଂସ୍କରଣ ଏହାକୁ “ପ୍ରତ୍ୟେକ ସାଧୁ” ଭାବେ ଅନୁବାଦ କରନ୍ତି I
Philippians 4:22
πάντες οἱ ἅγιοι
କେତେକ ସଂସ୍କରଣ ଏହାକୁ “ସମସ୍ତ ସାଧୁ” ଭାବେ ଅନୁବାଦ କରନ୍ତି I
μάλιστα…οἱ ἐκ τῆς Καίσαρος οἰκίας
ଏହା କାଇସରଙ୍କ ରାଜପ୍ରାସାଦରେ କାର୍ଯ୍ୟ କରୁଥିବା କାର୍ଯ୍ୟକାରୀମାନଙ୍କୁ ବୁଝାଏ I “ବିଶେଷତଃ କାଇସରଙ୍କ ରାଜପ୍ରାସାଦରେ କାର୍ଯ୍ୟ କରୁଥିବା ସହବିଶ୍ବାସୀମାନେ”
Philippians 4:23
μετὰ τοῦ πνεύματος ὑμῶν
ପାଉଲ “ଆତ୍ମା” ଶବ୍ଦ ବ୍ୟବହାର କରି ବିଶ୍ବାସୀ ମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି “ଯାହା ଇଶ୍ବରଙ୍କ ସହିତ ମନୁଷ୍ୟମାନଙ୍କ ସମ୍ପର୍କକୁ ସ୍ଥାପନ କରିବା ନିମନ୍ତେ ସକ୍ଷମ କରିଥାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ସହିତ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)