ଓଡ଼ିଆ (Oriya): translationNotes

Updated ? hours ago # views See on DCS Draft Material

Philemon

Philemon front

ଫିଲୀମୋନ ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

ଫିଲୀମୋନ ପୁସ୍ତକର ରୂପରେଖା
  1. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩)
  2. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧)
  3. ଶେଷ କଥା (୧:୨୨-୨୫)
ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ ?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ସେ ତାହାଙ୍କ ବାଲ୍ୟ ଜୀବନରେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟ ସାରା ଯାତ୍ରା କରିଥିଲେ I

ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I

ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି ?

ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମକୁ ଚାଲିଯାଇ ବନ୍ଦୀଶାଳାରେ ପାଉଲଙ୍କୁ ସାକ୍ଷାତ କରିଥିଲା I

ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟା କରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଫିଲୀମୋନ” ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” ଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ମନୋନିତ କରିଥାଇ ପାରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା

ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି ?

ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତାହାର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ମନେ କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I

ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି ?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ଏହି ଧାରଣାକୁ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I

ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଏକବଚନ ଓ ବହୁବଚନ “ତୁମ୍ଭେମାନେ”

ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନଙ୍କୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧:୨୨ ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

Philemon 1

Philemon 1:1

ପାଉଲ ଏହି ପତ୍ରର ଲେଖକଭାବରେ ଆପଣାକୁ ତିନିଥର ପରିଚୟ ଦିଅନ୍ତି I ଏହା ସ୍ପଷ୍ଟରୁପେ ଜଣାପଡେ ଯେ ତୀମଥି ତାହାଙ୍କ ସହିତ ଥିଲେ ଓ ସମ୍ଭବତଃ ସେ ପାଉଲ କହୁଥିବା ପ୍ରକାରେ ପତ୍ର ଲେଖିଥିଲେ I ପାଉଲ ଅନ୍ୟମାନଙ୍କୁ ନମସ୍କାର ଜଣାଉଛନ୍ତି, ଯେଉଁମାନେ ଫିଲୀମୋନଙ୍କ ଗୃହରେ ମଣ୍ଡଳୀଭାବରେ ଏକତ୍ର ହେଉଥିଲେ I “ମୁଁ,” “ମୋତେ” ଓ “ମୋହର” ଉଲ୍ଲେଖଥିବା ସମସ୍ତ ବ୍ୟବହୃତ ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଫିଲୀମୋନ ମୁଖ୍ୟ ବ୍ୟକ୍ତି ଥିଲେ ଯାହାଙ୍କ ନିକଟକୁ ଏହି ପତ୍ର ଲେଖା ଯାଇଥିଲା I “ତୁମ୍ଭେ” ଓ “ତୁମ୍ଭର” ଉଲ୍ଲେଖ ଥିବା ସମସ୍ତ ଶବ୍ଦଗୁଡିକ ତାହାଙ୍କୁ ବୁଝାଏ ଓ ସୂଚାଇ ନଥିଲେ ତାହା କେବଳ ଏକବଚନ ଅଟେ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

Παῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι

ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ପରିଚୟ ଦେବା ନିମନ୍ତେ କୌଣସି ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ, ଓ ଆମ୍ଭମାନଙ୍କ ଭ୍ରାତା ତୀମଥି, ଫିଲୀମୋନ ନିକଟକୁ ଏହି ପତ୍ର ଲେଖୁଅଛୁ” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

δέσμιος Χριστοῦ Ἰησοῦ

ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I

ὁ ἀδελφὸς

ଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I

τῷ ἀγαπητῷ…ἡμῶν

ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

καὶ…συνεργῷ

ଯେ କି, ଆମ୍ଭମାନଙ୍କ ସଦୃଶ ସୁସମାଚାର ପ୍ରଚାର କାର୍ଯ୍ୟ କରନ୍ତି

Philemon 1:2

τῇ ἀδελφῇ…τῷ συνστρατιώτῃ ἡμῶν

ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Ἀπφίᾳ, τῇ ἀδελφῇ

ଏଠାରେ “ଭଗ୍ନୀ”ର ଅର୍ଥ ସେ ଜଣେ ବିଶ୍ବାସୀ ଥିଲେ, ଜଣେ ଆତ୍ମୀୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ବିଶ୍ବାସୀ ଆପପୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ἀρχίππῳ

ଏହା ଫିଲୀମୋନଙ୍କ ସହିତ ମଣ୍ଡଳୀରେ ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

τῷ συνστρατιώτῃ ἡμῶν

ପାଉଲ ଏଠାରେ ଆର୍ଖିପପଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ, ଆର୍ଖିପପ କଠିନ ପରିଶ୍ରମ କରନ୍ତୁ, ଯେପରି ପାଉଲଙ୍କ କଠିନ ପରିଶ୍ରମ କରୁଛନ୍ତି, ତେଣୁ ସୁସମାଚାର ପ୍ରସାରିତ ହୋଇ ପାରୁଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ଆତ୍ମିକ ଯୋଦ୍ଧା’ କିମ୍ବା “ଯେଉଁମାନେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି”(ଦେଖ: ଉପମା/ରୂପକ)

Philemon 1:3

χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ

ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I ଏହା ଏକ ଆଶୀର୍ବାଦ ଅଟେ I

Θεοῦ Πατρὸς ἡμῶν

ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକକୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

Πατρὸς ἡμῶν

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଂଜ୍ଞା ଅଟେ I (ଦେଖ: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

Philemon 1:4

“ଆମ୍ଭମାନଙ୍କୁ” ଶବ୍ଦ ବହୁବାଚକ ଅଟେ ଓ ତାହା ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକଙ୍କ ସହିତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

Philemon 1:6

ἡ κοινωνία τῆς πίστεώς σου

ଆମ୍ଭମାନଙ୍କ ସହିତ ଏକତ୍ରଭାବେ ତୁମ୍ଭର କର୍ମ

ἐνεργὴς γένηται ἐν ἐπιγνώσει παντὸς ἀγαθοῦ

ଯାହା ଉତ୍ତମ, ତାହା ଜାଣିବାର ଫଳାଫଳ

εἰς Χριστόν

ଖ୍ରୀଷ୍ଟଙ୍କ ସକାଶୁ

Philemon 1:7

τὰ σπλάγχνα τῶν ἁγίων ἀναπέπαυται διὰ σοῦ

ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ”(ଦେଖ: ଲାକ୍ଷଣିକ ଶବ୍ଦକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

σοῦ, ἀδελφέ

ତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ସମ୍ଭୋଧନ କରୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଥିଲେ ଓ ସେ ସେମାନଙ୍କ ବନ୍ଧୁତ୍ବକୁ ଗୁରୁତ୍ବାରୋପ କରୁଛନ୍ତି I

Philemon 1:8

ପାଉଲ ତାହାଙ୍କ ନିବେଦନ ଓ ତାହାଙ୍କ ପତ୍ରର କାରଣ ଦର୍ଶାଇବାକୁ ଆରମ୍ଭ କରୁଛନ୍ତି I

πολλὴν ἐν Χριστῷ παρρησίαν

ସମ୍ଭାବିତ ଅର୍ଥଗୁଡିକ ୧) “ଖ୍ରୀଷ୍ଟଙ୍କ ସକାଶୁ ଥିବା ଅଧିକାର” କିମ୍ବା ୨) “ଖ୍ରୀଷ୍ଟଙ୍କ ସକାଶୁ ଥିବା ସାହସ I” ଅନ୍ୟ ଏକ ଅନୁବାଦରେ: “ମୋହର ସାହସ ଯେ ଖ୍ରୀଷ୍ଟ ମୋତେ ଅଧିକାର ଦେଇଛନ୍ତି”

Philemon 1:9

διὰ τὴν ἀγάπην

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ୨) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି”

Philemon 1:10

ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I

τοῦ ἐμοῦ τέκνου…Ὀνήσιμον

ମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: ଉପମା/ରୂପକ)

Ὀνήσιμον

“ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ὃν ἐγέννησα ἐν τοῖς δεσμοῖς

ଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: ଉପମା/ରୂପକ)

ἐν τοῖς δεσμοῖς

ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: ଲାକ୍ଷଣିକ ଶବ୍ଦ)

Philemon 1:12

ὃν ἀνέπεμψά σοι

ପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I

τοῦτ’ ἔστιν τὰ ἐμὰ σπλάγχνα

ଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

Philemon 1:13

ἵνα ὑπὲρ σοῦ μοι διακονῇ

ତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ”

ἐν τοῖς δεσμοῖς

ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: ଲାକ୍ଷଣିକ ଶବ୍ଦ)

τοῦ εὐαγγελίου

ପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philemon 1:14

χωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι

ପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον

ମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର

ἀλλὰ κατὰ ἑκούσιον

କାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ

Philemon 1:15

τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα

ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟ ପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πρὸς ὥραν

ଏହି ସମୟରେ

Philemon 1:16

ὑπὲρ δοῦλον

ଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ

ἀδελφὸν ἀγαπητόν

ଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା”

πόσῳ δὲ μᾶλλον σοὶ

ସେ ତୁମ୍ଭ ପ୍ରତି ଆହୁରି ଉପକାରୀ

καὶ ἐν σαρκὶ

ଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: ଉପମା/ରୂପକ)

ἐν Κυρίῳ

ପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ”

Philemon 1:17

εἰ…με ἔχεις κοινωνόν

ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର

Philemon 1:18

τοῦτο ἐμοὶ ἐλλόγα

କହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ

Philemon 1:19

ἐγὼ Παῦλος ἔγραψα τῇ ἐμῇ χειρί

ମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I

ἵνα μὴ λέγω σοι

ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

σεαυτόν μοι προσοφείλεις

ତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philemon 1:20

ἀνάπαυσόν μου τὰ σπλάγχνα ἐν Χριστῷ

ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Philemon 1:21

ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I

πεποιθὼς τῇ ὑπακοῇ σου

କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ

Philemon 1:22

ἅμα

ଆହୁରି ମଧ୍ୟ

καὶ ἑτοίμαζέ μοι ξενίαν

ତୁମ୍ଭ ଗୃହରେ ମୋ ନିମନ୍ତେ ଏକ କୋଠରୀ ପ୍ରସ୍ତୁତ ରଖ I ପାଉଲ ଫିଲୀମୋନଙ୍କୁ ତାହାଙ୍କ ନିମନ୍ତେ ଏହା କରିବାକୁ ବିନତି କରୁଛନ୍ତି I

χαρισθήσομαι ὑμῖν

ଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇ ପାରିବି I

Philemon 1:23

Ἐπαφρᾶς

ଏ ଜଣେ ସହ-ବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ὁ συναιχμάλωτός μου ἐν Χριστῷ Ἰησοῦ

ଯେ ମୋ ସହିତ ବନ୍ଦୀ ହୋଇ ରହିଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରନ୍ତି

Philemon 1:24

Μᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου

ମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି

Μᾶρκος, Ἀρίσταρχος, Δημᾶς, Λουκᾶς

ଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

οἱ συνεργοί μου

ଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I”

Philemon 1:25

ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν

ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନଉପଲକ୍ଷ୍ୟ ଅଳଙ୍କାର)