ଓଡ଼ିଆ (Oriya): translationNotes

Updated ? hours ago # views See on DCS Draft Material

1 Thessalonians

1 Thessalonians front

୧ ଥେସଲନୀକୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୧ ଥେସଲନୀକୀୟ ପୁସ୍ତକର ରୂପରେଖା
  1. ଅଭିବାଦନ (୧:୧)
  2. ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଧନ୍ୟବାଦର ପ୍ରାର୍ଥନା (୧:୨-୧୦)
  3. ଥେସଲନୀକୀରେ ପାଉଲଙ୍କ ସେବାକାର୍ଯ୍ୟ (୨:୧-୧୬)
  4. ସେମାନଙ୍କର ଆତ୍ମିକ ଅଭିବୃଦ୍ଧିପାଇଁ ପାଉଲଙ୍କର ଚିନ୍ତା
  5. ଜଣେ ମାତା ସଦୃଶ (୨:୭)
  6. ଜଣେ ପିତା ସଦୃଶ (୨:୧୧)
  7. ପାଉଲ ତୀମଥିଙ୍କୁ ଥେସଲନୀକୀକୁ ପଠାଉଛନ୍ତି ଓ ତୀମଥି ଫେରିଆସି ପାଉଲଙ୍କୁ ବିବରଣୀ ଦେଉଛନ୍ତି (୩:୧-୧୩)
  8. ବ୍ୟବହାରିକ ପରାମର୍ଶ
  9. ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାନିମନ୍ତେ ଜୀବନ ଯାପନ କର (୪:୧-୧୨)
  10. ମୃତ୍ୟୁଭୋଗ କରିଥିବା ଲୋକମାନଙ୍କ ନିମନ୍ତେ ସାନ୍ତ୍ବନା (୪:୧୨-୧୮)
  11. ଈଶ୍ବର ପରାୟଣ ଜୀବନଯାପନ ନିମନ୍ତେ ଖ୍ରୀଷ୍ଟଙ୍କର ପୁନରାଗମନ ଗୋଟିଏ ଅଭିପ୍ରାୟ ଅଟେ (୫:୧-୧୧)
  12. ଶେଷ ଆଶୀର୍ବାଦ, ଧନ୍ୟବାଦ ଓ ପ୍ରାର୍ଥନା (୫:୧୨-୨୮)
୧ ଥେସଲନୀକୀୟ ପୁସ୍ତକ କିଏ ଲେଖିଥିଲେ?

୧ ଥେସଲନୀକୀୟ ପୁସ୍ତକ ପାଉଲ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

କରିନ୍ଥରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ I ଅନେକ ପଣ୍ଡିତ ଭାବନ୍ତି ଯେ ପାଉଲ ଲେଖିଥିବା ପତ୍ର ମଧ୍ୟରୁ ୧ଥେସଲନୀକୀୟ ପତ୍ରଟି ପାଉଲ ଲେଖିଥିବା ପ୍ରଥମ ପତ୍ର ଥିଲା I

୧ ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି?

ପାଉଲ ଏହି ପତ୍ରଟି ଥେସଲନୀକୀରେ ରହିଥିବା ବିଶ୍ବାସୀମାନଙ୍କୁ ଲେଖିଥିଲେ I ଯିହୂଦୀମାନେ ତାହାଙ୍କୁ ଥେସଲନୀକୀ ନଗର ଛାଡିବାକୁ ବାଧ୍ୟ କରିବାପରେ ସେ ଏହି ପତ୍ର ଲେଖିଥିଲେ I ଯଦିଓ ତାହାଙ୍କୁ ସେହି ନଗର ଛାଡିବାକୁ ବାଧ୍ୟ କରାଯାଇଥିଲା, ସେ ଏହି ପତ୍ରରେ କହୁଛନ୍ତି ଯେ ସେମାନଙ୍କ ନିକଟକୁ ତାହାଙ୍କର ଯିବା ସଫଳ ହୋଇଥିଲା I

ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ତୀମଥି ଆଣିଥିବା ସମ୍ବାଦ ବିଷୟରେ ପାଉଲ ପ୍ରତ୍ୟୁତ୍ତର ଦେଉଛନ୍ତି I ସେଠାକାର ବିଶ୍ବାସୀମାନେ ତାଡନା ପ୍ରାପ୍ତ ହେଉଥିଲେ I ସେ ସେମାନଙ୍କର ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନକୁ ଜାରିରଖିବା ନିମନ୍ତେ ଉତ୍ସାହ ଦେଲେ I ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିଥବା ଲୋକମାନଙ୍କ ପ୍ରତି କଅଣ ଘଟିବ, ତାହା ବୁଝାଇ ମଧ୍ୟ ସେମାନଙ୍କୁ ସାନ୍ତ୍ବନା ଦେଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “୧ ଥେସଲନୀକୀୟ” କିମ୍ବା “ପ୍ରଥମ ଥେସଲନୀକୀୟ” ବୋଲି କହିପାରନ୍ତି I ସେମାନେ ତା’ ପରିବର୍ତ୍ତେ “ଥେସଲନୀକୀୟ ମଣ୍ଡଳୀକୁ ପାଉଲଙ୍କର ପ୍ରଥମ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କର ପ୍ରଥମ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ଯୀଶୁଙ୍କର “ଦ୍ବିତୀୟ ଆଗମନ” କଅଣ?

ପୃଥିବୀକୁ ଯୀଶୁଙ୍କର ଘଟଣାବହୁଳ ପୁନରାଗମନ ବିଷୟରେ ପାଉଲ ଏହି ପତ୍ରରେ ବହୁତ କିଛି ଲେଖିଛନ୍ତି I ଯେତେବେଳେ ଯୀଶୁ ଆସିବେ, ସେ ସମସ୍ତ ମାନବଜାତିର ବିଚାର କରିବେ I ସେ ମଧ୍ୟ ସୃଷ୍ଟି ଉପରେ ରାଜତ୍ବ କରିବେ, ଓ ସେହି ସମୟରେ ସର୍ବତ୍ର ଶାନ୍ତି ସ୍ଥାପିତ ହେବ I

ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଯେଉଁମାନେ ମୃତ୍ୟୁଭୋଗ କରିଥିବେ, ସେମାନଙ୍କ ପ୍ରତି କଅଣ ଘଟିବ?

ପାଉଲ ସ୍ପଷ୍ଟ କଲେ ଯେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଯେଉଁମାନେ ମୃତ୍ୟୁଭୋଗ କରିଥିବେ, ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ରହିବେ I ସେମାନେ ଅନନ୍ତକାଳପାଇଁ ମୃତହୋଇ ରହିବେ ନାହିଁ I ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିବାପାଇଁ ପାଉଲ ଏହା ଲେଖିଥିଲେ I କାରଣ ସେମାନଙ୍କ ମଧ୍ୟରୁ କେତେକ ବିବ୍ରତ ହେଉଥିଲେ ଯେ ମୃତହୋଇଥିବା ଲୋକମାନେ ଯୀଶୁଙ୍କ ଆଗମନର ସେହି ମହାଦିନକୁ ହରାଇବେ I

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” କୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

୧ଥେସଲନୀକୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

ନିମ୍ନ ପଦଗୁଡିକ ବିଷୟରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ମତ ପୋଷଣ କରେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • ""ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ” (୧:୧)I କେତେକ ପ୍ରାଚୀନ ସଂସ୍କରଣରେ ଲେଖାଅଛି “ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I”
  • ""କିନ୍ତୁ, ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମୃଦୁଶୀଳହୋଇ ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ I” ଅନ୍ୟ ଆଧୁନିକ ଓ ପ୍ରାଚୀନ ସଂସ୍କରଣ ଗୁଡିକରେ ଲେଖାଅଛି, “କିନ୍ତୁ, ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମୃଦୁଶୀଳହୋଇ ମାତା ଯେପରି ଆପଣା ସନ୍ତାନମାନଙ୍କୁ ସାନ୍ତ୍ବନା ଦିଏ I”
  • ""ଈଶ୍ବରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥି” (୩:୨)I କେତେକ ଅନ୍ୟ ସଂସ୍କରଣଗୁଡିକରେ ଲେଖାଅଛି, “ଈଶ୍ବରଙ୍କ ଦାସ ଆମ୍ଭମାନଙ୍କ ଭାଇ ତୀମଥି I”

(ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)

1 Thessalonians 1

୧ ଥେସଲନୀକୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧ ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଏ I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I

ଏହି ଅଧ୍ୟାୟର ବିଶେଷ ଧାରଣା

କ୍ଲେଶ

ଥେସଲନୀକୀର ଖ୍ରୀଷ୍ଟିୟାନମାନଙ୍କୁ ଅନ୍ୟଲୋକମାନେ ତାଡନା କରୁଥିଲେ I କିନ୍ତୁ ସେଠାକାର ଖ୍ରୀଷ୍ଟିୟାନମାନେ ତାହାର ଠିକ୍ ମୁକାବିଲା କରିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

1 Thessalonians 1:1

ପାଉଲ ଆପଣାକୁ ପତ୍ରଟିର ଲେଖକଭାବରେ ପରିଚୟ ଦେଉଛନ୍ତି ଓ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର ଜଣାଉଛନ୍ତି I

Παῦλος, καὶ Σιλουανὸς, καὶ Τιμόθεος; τῇ ἐκκλησίᾳ

UST ସ୍ପଷ୍ଟ କରୁଛି ଯେ ପାଉଲ ଏହି ପତ୍ର ଲେଖିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

χάρις ὑμῖν καὶ εἰρήνη

`ଅନୁଗ୍ରହ” ଓ “ଶାନ୍ତି” ଶବ୍ଦଗୁଡିକ ରୂପକ ଅଟନ୍ତି, ଯାହା ଯେଉଁମାନେ ଲୋକମାନଙ୍କ ପ୍ରତି ଦୟା ଓ ଶାନ୍ତିପୂର୍ଣ୍ଣଭାବରେ କାର୍ଯ୍ୟ କରନ୍ତି, ସେମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣଙ୍କ ପ୍ରତି ଦୟା କରନ୍ତୁ ଓ ଆପଣଙ୍କୁ ଶାନ୍ତି ଦେଉନ୍ତୁ” (ଦେଖ: ଲାକ୍ଷଣିକ ଶବ୍ଦ)

εἰρήνη

“ତୁମ୍ଭମାନଙ୍କ” ଶବ୍ଦ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

1 Thessalonians 1:2

ଏହି ପତ୍ରରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଅନ୍ୟପ୍ରକାରେ ସୂଚିତ କରାଯାଇ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ ଥେସଲନୀକୀ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

εὐχαριστοῦμεν τῷ Θεῷ πάντοτε

ଏଠାରେ “ନିରନ୍ତର” ସୂଚାଇଥାଏ ଯେ ଯେତେବେଳେ ପାଉଲ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ସେ ଆପଣା ପ୍ରାର୍ଥନାରେ ଅବିରତ ଥେସଲନୀକୀୟମାନଙ୍କୁ ସ୍ମରଣ କରୁଛନ୍ତି I

μνείαν ποιούμενοι ἐπὶ τῶν προσευχῶν ἡμῶν, ἀδιαλείπτως

ଆମ୍ଭେମାନେ ନିରନ୍ତର ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ

1 Thessalonians 1:3

τοῦ ἔργου τῆς πίστεως

ଈଶ୍ବରଙ୍କଠାରେ ଭରସା ଥିବାରୁ କରିଥିବା କର୍ମ ସକଳ

1 Thessalonians 1:4

ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଧନ୍ୟବାଦ ଦେଇ ଈଶ୍ବରଙ୍କଠାରେ ଥିବା ସେମାନଙ୍କର ବିଶ୍ବାସ ନିମନ୍ତେ ସେମାନଙ୍କୁ ପ୍ରଶଂସା କରୁଛନ୍ତି I

ἀδελφοὶ

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

εἰδότες

“ଆମ୍ଭେମାନେ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

1 Thessalonians 1:5

οὐκ…ἐν λόγῳ μόνον

କେବଳ ଆମ୍ଭେମାନେ କହିଥିବା କଥାରେ ନୁହେଁ

ἀλλὰ καὶ ἐν δυνάμει, καὶ ἐν Πνεύματι Ἁγίῳ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମା ପାଉଲ ଓ ତାହାଙ୍କର ସାଥୀମାନଙ୍କୁ ଶକ୍ତିଯୁକ୍ତଭାବରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସାମର୍ଥ୍ୟ ଦେଇଥିଲେ କିମ୍ବା ୨) ପବିତ୍ର ଆତ୍ମା ଥେସଲନୀକୀୟ ବିଶ୍ବାସୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାରର ଏକ ଶକ୍ତିଯୁକ୍ତ ପ୍ରଭାବ ପକାଇଥିଲେ କିଅବା ୩) ପବିତ୍ର ଆତ୍ମା ଆଶ୍ଚର୍ଯ୍ୟକର୍ମ, ଚିହ୍ନ ଓ ଅଦ୍ଭୁତ ଲକ୍ଷଣଦ୍ବାରା ସୁସମାଚାରର ସତ୍ୟତାକୁ ପ୍ରଦର୍ଶନ କରିଥିଲେ I

καὶ πληροφορίᾳ πολλῇ

ଗୁଣବାଚକ ବିଶେଷ୍ୟ “ନିଶ୍ଚୟତା”କୁ ଗୋଟିଏ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ସତ୍ୟ ବୋଲି ଇଶ୍ବର ତୁମ୍ଭମାନଙ୍କ ପ୍ରତି ନିଶ୍ଚିତ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

οἷοι

ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଆମ୍ଭେମାନେ କିପରି ବ୍ୟବହାର କରିଥିଲୁ

1 Thessalonians 1:6

καὶ ὑμεῖς μιμηταὶ…ἐγενήθητε

“ଅନୁକାରୀ ହେବା”ର ଅର୍ଥ ଅନ୍ୟଜଣକ ସଦୃଶ କାର୍ଯ୍ୟ କରିବା କିମ୍ବା ଅନ୍ୟର ବ୍ୟବହାରକୁ ନକଲ କରିବା I

δεξάμενοι τὸν λόγον

ବାକ୍ୟକୁ ସ୍ବାଗତ କଲ କିମ୍ବା “ଆମ୍ଭେମାନେ ଯାହା କହିଲୁ, ତାହା ଗ୍ରହଣ କଲ”

ἐν θλίψει πολλῇ

ଏକ ମହାକ୍ଲେଶ ସମୟରେ କିମ୍ବା “ଅଧିକ ତାଡନା ସମୟରେ”

1 Thessalonians 1:7

ἐν τῇ Ἀχαΐᾳ

ଏହା ବର୍ତ୍ତମାନର ଗ୍ରୀସ୍ ରେ ଥିବା ଗୋଟିଏ ପ୍ରାଚୀନ ଜିଲ୍ଲା (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

1 Thessalonians 1:8

ὁ λόγος τοῦ Κυρίου

ଏଠାରେ ବାକ୍ୟ ହେଉଛି “ସମ୍ବାଦ”ର ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶିକ୍ଷା” (ଦେଖ: ଲାକ୍ଷଣିକ ଶବ୍ଦ)

ἐξήχηται

ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କ ଖ୍ରୀଷ୍ଟିୟ ସାକ୍ଷ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବଜାଯାଇଥିବା ଘଣ୍ଟି କିମ୍ବା ବଜାଯାଉଥିବା ଗୋଟିଏ ବାଦ୍ୟଯନ୍ତ୍ର ଥିଲା I (ଦେଖ: ଉପମା/ରୂପକ)

1 Thessalonians 1:9

αὐτοὶ γὰρ

ପାଉଲ ଆଖପାଖ ଅଞ୍ଚଳରେ ରହିଥିବା ମଣ୍ଡଳୀ ଗୁଡିକ ବିଷୟରେ କହୁଛନ୍ତି, ଯେଉଁମାନେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ଶୁଣିଛନ୍ତି I

αὐτοὶ

ଏଠାରେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ଶୁଣିଥିବା ଲୋକମାନଙ୍କୁ ଗୁରୁତ୍ବ ଦେବାକୁ ”ନିଜେ ନିଜେ” ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

ὁποίαν εἴσοδον ἔσχομεν πρὸς ὑμᾶς

ଗୁଣବାଚକ ବିଶେଷ୍ୟ “ଗ୍ରହଣ” ଶବ୍ଦକୁ “ଗ୍ରହଣ କରିବା” କିମ୍ବା “ସ୍ବାଗତ କରିବା” କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କେତେ ଆନନ୍ଦର ସହ ଆମ୍ଭମାନଙ୍କୁ ଗ୍ରହଣ କଲ” କିମ୍ବା “ତୁମ୍ଭେମାନେ କେତେ ଆନନ୍ଦର ସହ ଆମ୍ଭମାନଙ୍କୁ ସ୍ବାଗତ କଲ” (ଦେଖ: ଲାକ୍ଷଣିକ ଶବ୍ଦ)

ἐπεστρέψατε πρὸς τὸν Θεὸν ἀπὸ τῶν εἰδώλων, δουλεύειν Θεῷ ζῶντι καὶ ἀληθινῷ

ଏଠାରେ “ଠାରୁ ...ପ୍ରତି ଫେରିଲ” ଗୋଟିଏ ରୂପକ, ଯାହାର ଅର୍ଥ ଜଣେ ବ୍ୟକ୍ତିଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଓ ଆଉ ଜଣେ ବ୍ୟକ୍ତିଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ବନ୍ଦ କରିବା I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରତିମାପୂଜା ବନ୍ଦ କଲ ଓ ଜୀବିତ ଏବଂ ସତ୍ୟ ଈଶ୍ବରଙ୍କ ଉପାସନା କରିବାକୁ ଆରମ୍ଭ କଲ” (ଦେଖ: ଉପମା/ରୂପକ)

1 Thessalonians 1:10

τὸν Υἱὸν αὐτοῦ

ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

ὃν ἤγειρεν

ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ

ἐκ τῶν νεκρῶν

ଯେପରି ସେ ଆଉ ମୃତହୋଇ ରହିବେ ନାହିଁ I ଏହି ଭାବ ପ୍ରକାଶ କରେ ଯେ ସମସ୍ତ ମୃତଲୋକମାନେ ଏକତ୍ର ଭୂଗର୍ଭରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ହେଉଛି ପୁନର୍ବାର ଜୀବିତ ହେବା I

τὸν ῥυόμενον ἡμᾶς

ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

1 Thessalonians 2

୧ ଥେସଲନୀକୀୟ ୦୨ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଖ୍ରୀଷ୍ଟିୟ ସାକ୍ଷ୍ୟ

ପାଉଲ ଆପଣାର “ଖ୍ରୀଷ୍ଟିୟ ସାକ୍ଷ୍ୟ”କୁ ପ୍ରମାଣଭାବରେ ଗୁରୁତ୍ବ ଦେଉଛନ୍ତି ଯେ ସୁସମାଚାର ସତ୍ୟ ଅଟେ I ପାଉଲ କହୁଛନ୍ତି ଯେ ଈଶ୍ବରପରାୟଣ ବା ପବିତ୍ର ହେବା ଅଣଖ୍ରୀଷ୍ଟିୟାନମାନଙ୍କ ପ୍ରତି ସାକ୍ଷ୍ୟ ବହନ କରିଥାଏ I ପାଉଲ ଆପଣା ଚରିତ୍ରର ପକ୍ଷ ସମର୍ଥନ କରୁଛନ୍ତି, ଯେପରି ତାହାଙ୍କର ସାକ୍ଷ୍ୟ ନଷ୍ଟ ହେବ ନାହିଁ I

1 Thessalonians 2:1

ପାଉଲ ବିଶ୍ବାସୀମାନଙ୍କର ସେବା ଓ ପୁରସ୍କାରର ପରିଭାଷା କହୁଛନ୍ତି I

αὐτοὶ

“ତୁମ୍ଭେମାନେ” ଓ “ତୁମ୍ଭେମାନେ ନିଜେ” ଶବ୍ଦଗୁଡିକ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: ସାକ୍ଷ୍ୟ, ସାକ୍ଷୀ ଦେବା, ପ୍ରତ୍ୟକ୍ଷଦର୍ଶୀ, ଚାକ୍ଷୁଷ ସାକ୍ଷୀ, ପ୍ରମାଣ)

ἀδελφοί

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

τὴν εἴσοδον ἡμῶν

“ଆମ୍ଭମାନଙ୍କ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା) (ଦେଖ: ପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧ)

οὐ κενὴ γέγονεν

ଏହାକୁ ସକରାତ୍ମକଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅତି ବହୁମୂଲ୍ୟ ଥିଲା” (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

1 Thessalonians 2:2

προπαθόντες καὶ ὑβρισθέντες

କୁବ୍ୟବହାର ଓ ଅପମାନ ସହିଲୁ

ἐν πολλῷ ἀγῶνι

ମହା ତାଡନା ମଧ୍ୟରେ ଦୁଃଖ ସହୁଥିବା ସମୟରେ

1 Thessalonians 2:3

οὐκ ἐκ πλάνης, οὐδὲ ἐξ ἀκαθαρσίας, οὐδὲ ἐν δόλῳ

ସତ୍ୟ, ପବିତ୍ର ଓ ସଚ୍ଚୋଟ ଥିଲା

1 Thessalonians 2:4

δεδοκιμάσμεθα ὑπὸ τοῦ Θεοῦ, πιστευθῆναι

ପାଉଲ ଈଶ୍ବରଙ୍କ ଦ୍ବାରା ବିଶ୍ବସ୍ତ ବୋଲି ପରିକ୍ଷୀତ ଓ ପ୍ରମାଣିତ ହୋଇଥିଲେ

λαλοῦμεν

ପାଉଲ ସୁସମାଚାର ବାକ୍ୟର ପ୍ରଚାରକୁ ଉଲ୍ଲେଖ କରୁଛନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τῷ δοκιμάζοντι τὰς καρδίας ἡμῶν

“ହୃଦୟ” ଶବ୍ଦଟି ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଇଚ୍ଛା ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଆମ୍ଭମାନଙ୍କର ଇଚ୍ଛା ଓ ଭାବନାକୁ ଜାଣନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

1 Thessalonians 2:5

ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ତାହାଙ୍କର ଆଚରଣ ଚାଟୁବାଦ, ଲୋଭ କିମ୍ବା ଆତ୍ମ-ପ୍ରଶଂସା ଉପରେ ଆଧାରିତ ନ ଥିଲା I

οὔτε…ἐν λόγῳ κολακίας ἐγενήθημεν

ଆମ୍ଭେମାନେ କେବେ ବି ତୁମ୍ଭମାନଙ୍କୁ ଛଳନାକରି ପ୍ରଶଂସା କରି ନ ଥିଲୁ

1 Thessalonians 2:7

ὡς ἐὰν τροφὸς θάλπῃ τὰ ἑαυτῆς τέκνα

ଯେପରି ଜଣେ ମାତା ଆପଣାର ପିଲାମାନଙ୍କୁ ମୃଦୁଭାବରେ ସାନ୍ତ୍ବନା ଦେଇଥାଏ, ସେପରି ପାଉଲ, ସିଲ୍ବାନ ଓ ତୀମଥି ଥେସଲନୀକୀୟ ବିଶ୍ବାସୀମାନଙ୍କୁ ମୃଦୁଭାବରେ କଥା କହିଥିଲେ I (ଦେଖ: ଉପମା)

1 Thessalonians 2:8

οὕτως ὁμειρόμενοι ὑμῶν

ଏହି ପ୍ରକାରେ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ପ୍ରଦର୍ଶନ କରିଥିଲୁ

ὁμειρόμενοι ὑμῶν

ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କରିଥିଲୁ

εὐδοκοῦμεν μεταδοῦναι ὑμῖν, οὐ μόνον τὸ εὐαγγέλιον τοῦ Θεοῦ, ἀλλὰ καὶ τὰς ἑαυτῶν ψυχάς

ପାଉଲ ସୁସମାଚାରର ବାକ୍ୟ ଓ ଆପଣା ଏବଂ ଆପଣା ସହିତ ଥିବା ଲୋକମାନଙ୍କ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ପାର୍ଥିବ ବସ୍ତୁ, ଯାହା ଜଣେ ଅନ୍ୟମାନଙ୍କ ସହିତ ବାଣ୍ଟିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଷୟରେ କେବଳ କହିବାକୁ ସନ୍ତୁଷ୍ଟ ନ ଥିଲୁ, ମାତ୍ର ତୁମ୍ଭମାନଙ୍କ ସହିତ ସମୟ କ୍ଷେପଣ କରିବାକୁ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସନ୍ତୁଷ୍ଟ ଥିଲୁ” (ଦେଖ: ଉପମା/ରୂପକ)

ἀγαπητοὶ ἡμῖν ἐγενήθητε

ଆମ୍ଭେମାନେ ପ୍ରାଣର ସହିତ ତୁମ୍ଭମାନଙ୍କର ଯତ୍ନ ନେଇଥିଲୁ

1 Thessalonians 2:9

ἀδελφοί

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

τὸν κόπον ἡμῶν καὶ τὸν μόχθον

“ପରିଶ୍ରମ ଓ କଠିନ କାର୍ଯ୍ୟ”ର ଅର୍ଥ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ସେମାନେ କିପରି କଠିନ ପରିଶ୍ରମ କରିଥିଲେ, ତାହାକୁ ଗୁରୁତ୍ବ ଦେବାପାଇଁ ପାଉଲ ସେଗୁଡିକ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ କିପରି କଠିନ ପରିଶ୍ରମ କରିଥିଲୁ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

νυκτὸς καὶ ἡμέρας ἐργαζόμενοι, πρὸς τὸ μὴ ἐπιβαρῆσαί τινα ὑμῶν

ଆମ୍ଭମାନଙ୍କର ଜୀବିକା ନିମନ୍ତେ ଆମ୍ଭେମାନେ କଠିନ ପରିଶ୍ରମ କରିଥିଲୁ, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ହେବ ନାହିଁ

1 Thessalonians 2:10

ὁσίως, καὶ δικαίως, καὶ ἀμέμπτως

ପାଉଲ ତିନୋଟି ଶବ୍ଦ ବ୍ୟବହାର କରୁଛନ୍ତି ଯାହା ଥେସଲନୀକୀୟ ବିଶ୍ବାସୀମାନଙ୍କ ପ୍ରତି ସେମାନଙ୍କର ଉତ୍ତମ ବ୍ୟବହାରକୁ ବର୍ଣ୍ଣନା କରେ I

1 Thessalonians 2:11

ὡς πατὴρ τέκνα ἑαυτοῦ

ଜଣେ ପିତା ଆପଣା ପିଲାମାନଙ୍କୁ ମୃଦୁତାର ସହ ଶିକ୍ଷାଦେବା ବିଷୟକୁ ପାଉଲ ତାଙ୍କର ଥେସଲନୀକୀୟମାନଙ୍କୁ ଉତ୍ସାହଦେବା ବିଷୟ ସହିତ ତୁଳନା କରୁଛନ୍ତି I (ଦେଖ: ଉପମା/ରୂପକ)

1 Thessalonians 2:12

παρακαλοῦντες ὑμᾶς, καὶ παραμυθούμενοι, καὶ μαρτυρόμενοι…ὑμᾶς

ପାଉଲଙ୍କର ଦଳ କିପରି ଉଦ୍ଯୋଗର ସହ ଥେସଲନୀକୀୟମାନଙ୍କୁ ଉତ୍ସାହିତ କରିଥିଲେ, ତାହା ପ୍ରକାଶ କରିବାକୁ “ଉପଦେଶ ଦେଇ,” ଉତ୍ସାହ ଦେଇ” ଓ ""ଅନୁରୋଧ କରି” ଶବ୍ଦଗୁଡିକ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଦୃଢ଼ଭାବେ ଉତ୍ସାହ ଦେଉଥିଲୁ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

εἰς τὴν ἑαυτοῦ βασιλείαν καὶ δόξαν

“ଗୌରବ” ଶବ୍ଦଟି “ରାଜ୍ୟ” ଶବ୍ଦକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ତାହାଙ୍କ ନିଜର ଗୌରବମୟ ରାଜ୍ୟ ମଧ୍ୟକୁ” (ଦେଖ: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)

εἰς τὸ περιπατεῖν ὑμᾶς ἀξίως τοῦ Θεοῦ

ଏଠାରେ ଆଚରଣ କରିବା “ଜୀବନ ଯାପନ କରିବା” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଜୀବନ ଯାପନ କର, ଯେପରି ଲୋକମାନେ ଈଶ୍ବରଙ୍କ ବିଷୟରେ ଉତ୍ତମ ଚିନ୍ତା କରିବେ” (ଦେଖ: ଉପମା/ରୂପକ)

1 Thessalonians 2:13

ପାଉଲ “ଆମ୍ଭେମାନେ” ଶବ୍ଦକୁ ଆପଣାକୁ ଓ ଆପଣା ସହଯାତ୍ରୀମାନଙ୍କୁ ଏବଂ “ତୁମ୍ଭେମାନେ” ଶବ୍ଦକୁ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଇବା ନିମନ୍ତେ ବ୍ୟବହାର କରି ଚାଲିଛନ୍ତି I

καὶ ἡμεῖς εὐχαριστοῦμεν τῷ Θεῷ ἀδιαλείπτως

ପାଉଲ ଈଶ୍ବରଙ୍କୁ ବାରମ୍ବାର ଧନ୍ୟବାଦ ଦେଉଛନ୍ତି ଯେ ସେମାନେ ତାହାଙ୍କ ପ୍ରଚାରିତ ସୁସମାଚାରର ସମ୍ବାଦକୁ ଗ୍ରହଣ କରିଛନ୍ତି I

οὐ λόγον ἀνθρώπων

ଏଠାରେ ମନୁଷ୍ୟର ବାକ୍ୟ ଗୋଟିଏ ରୂପକ ଯାହା “କେବଳ ଜଣେ ମନୁଷ୍ୟଠାରୁ ଆସିଥିବା ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “(ଏହା) ଜଣେ ମନୁଷ୍ୟକୃତ ସମ୍ବାଦ ନ ଥିଲା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ἐδέξασθε…καθὼς ἀληθῶς ἐστὶν, λόγον Θεοῦ

ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରୁ ଆସିଥିବା ସମ୍ବାଦକୁ ସତ୍ୟସମ୍ବାଦ ଭାବରେ ...ତୁମ୍ଭେମାନେ ଗ୍ରହଣ କଲ” (ଦେଖ: ଲାକ୍ଷଣିକ ଶବ୍ଦ)

ὃς καὶ ἐνεργεῖται ἐν ὑμῖν τοῖς πιστεύουσιν

ପାଉଲ ଈଶ୍ବରଙ୍କ ସୁସମାଚାରର ସମ୍ବାଦ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି, ଯେ କି ଉତ୍ତମ କାର୍ଯ୍ୟ କରୁଥିଲା I “ବାକ୍ୟ” ଶବ୍ଦଟି “ସମ୍ବାଦ”କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ବାସ କରୁଛନ୍ତି, ସେମାନେ ଶୁଣୁଛନ୍ତି ଓ ଆଜ୍ଞାପାଳନ କରିବାକୁ ଆରମ୍ଭ କରୁଛନ୍ତି"" (ଦେଖ: ବ୍ୟକ୍ତିତ୍ୱଆରୋପଲାକ୍ଷଣିକ ଶବ୍ଦ)

1 Thessalonians 2:14

ἀδελφοί

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

μιμηταὶ ἐγενήθητε…τῶν ἐκκλησιῶν

ଥେସଲନୀକୀୟ ବିଶ୍ବାସୀମାନେ ଯିହୂଦାଦେଶସ୍ଥ ବିଶ୍ବାସୀମାନଙ୍କ ପରି ତାଡନା ସହ୍ୟ କରୁଥିଲେ I “ମଣ୍ଡଳୀସମୂହ ସଦୃଶ ହୋଇଥିଲେ”

ὑπὸ τῶν ἰδίων συμφυλετῶν

ଅନ୍ୟ ଥେସଲନୀକୀୟମାନଙ୍କଠାରୁ

1 Thessalonians 2:16

κωλυόντων ἡμᾶς…λαλῆσαι

ସେମାନେ ଆମ୍ଭମାନଙ୍କୁ କଥା କହିବାରୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି

τὸ ἀναπληρῶσαι αὐτῶν τὰς ἁμαρτίας πάντοτε

ପାଉଲ କହୁଛନ୍ତି ଯେ ସତେ ଯେପରି ତରଳ ପଦାର୍ଥ ସଦୃଶ କେହି ଜଣେ ଗୋଟିଏ ପାତ୍ରରେ ସେମାନଙ୍କର ପାପକୁ ପୂର୍ଣ୍ଣ କରୁଛନ୍ତି I (ଦେଖ: ଉପମା/ରୂପକ)

ἔφθασεν…ἐπ’ αὐτοὺς ἡ ὀργὴ εἰς τέλος

ଏହା ପରିଶେଷରେ ଈଶ୍ବର ଲୋକମାନଙ୍କର ପାପ ନିମନ୍ତେ ସେମାନଙ୍କର ବିଚାରକରି ଦଣ୍ଡଦେବାକୁ ବୁଝାଏ I

1 Thessalonians 2:17

ἀδελφοί

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

προσώπῳ οὐ καρδίᾳ

ଏଠାରେ “ହୃଦୟ” ଭାବନା ଓ ଭାବପ୍ରବଣତାକୁ ବୁଝାଏ I ଯଦିଓ ପାଉଲ ଓ ତାହାଙ୍କର ସହଯାତ୍ରୀମାନେ ଶାରୀରିକଭାବେ ଥେସଲନୀକୀରେ ଉପସ୍ଥିତ ନ ଥିଲେ, ତଥାପି ସେମାନେ ସେଠାକାର ବିଶ୍ବାସୀମାନଙ୍କର ଯତ୍ନ ନେବାକୁ ଓ ସେମାନଙ୍କ ସକାଶେ ଚିନ୍ତା କରିବାକୁ ଜାରିରଖିଥିଲେ I ବିକଳ୍ପ ଅନୁବାଦ: “ଶାରୀରିକଭାବେ ଉପସ୍ଥିତ ନ ଥିଲେ ସୁଦ୍ଧା ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଚିନ୍ତା କରୁଥିଲୁ” (ଦେଖ: ଲାକ୍ଷଣିକ ଶବ୍ଦ)

τὸ πρόσωπον ὑμῶν ἰδεῖν

ଏଠାରେ “ତୁମ୍ଭମାନଙ୍କ ମୁଖ”ର ଅର୍ଥ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଦେଖିବାକୁ” କିମ୍ବା “ତୁମ୍ଭମାନଙ୍କ ସହିତ ରହିବାକୁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

1 Thessalonians 2:19

τίς γὰρ ἡμῶν ἐλπὶς ἢ χαρὰ ἢ στέφανος καυχήσεως? ἢ οὐχὶ καὶ ὑμεῖς, ἔμπροσθεν τοῦ Κυρίου ἡμῶν, Ἰησοῦ, ἐν τῇ αὐτοῦ παρουσίᾳ?

ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଆସି ଦେଖିବାକୁ ଚାହୁଁଥିବା କାରଣଗୁଡିକୁ ଗୁରୁତ୍ବଦେବାକୁ ପାଉଲ ପ୍ରଶ୍ନଗୁଡିକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ ଆମ୍ଭମାନଙ୍କ ଭବିଷ୍ୟତର ଭରସା ଓ ଆନନ୍ଦ ଏବଂ ଦର୍ପର ମୁକୁଟ ଅଟ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ἡμῶν ἐλπὶς…ἢ οὐχὶ καὶ ὑμεῖς

“ଭରସା” କହିବା ଦ୍ବାରା ପାଉଲ କହୁଛନ୍ତି ଯେ ତାହାଙ୍କର କର୍ମ ନିମନ୍ତେ ଈଶ୍ବର ତାହାଙ୍କୁ ପୁରସ୍କାର ଦେବେ ବୋଲି ତାଙ୍କର ନିଶ୍ଚୟତା ଅଛି I ଥେସଲନୀକୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କ ଭରସାର କାରଣ ଅଟନ୍ତି I (ଦେଖ: ଲାକ୍ଷଣିକ ଶବ୍ଦ)

ἢ χαρὰ

ଥେସଲନୀକୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କ ଆନନ୍ଦର କାରଣ ଅଟନ୍ତି I (ଦେଖ: ଲାକ୍ଷଣିକ ଶବ୍ଦ)

στέφανος καυχήσεως

ଏଠାରେ “ମୁକୁଟ”ର ଅର୍ଥ ବିଜୟୀ କ୍ରୀଡାବିତ୍ ମାନଙ୍କୁ ଦିଆଯାଉଥିବା ଲରେଲ୍ ପତ୍ରର ମାଳାକୁ ବୁଝାଏ I “ଦର୍ପର ମୁକୁଟ” ଭାବଟିର ଅର୍ଥ ହେଉଛି ବିଜୟ ନିମନ୍ତେ ଅବା ଉତ୍ତମ କର୍ମ କରିଥିବା ସକାଶୁ ଦିଆଯାଉଥିବା ପୁରସ୍କାର I (ଦେଖ: ଲାକ୍ଷଣିକ ଶବ୍ଦ)

1 Thessalonians 3

୧ ଥେସଲନୀକୀୟ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସ୍ଥିତି

ଏହି ଅଧ୍ୟାୟରେ ସ୍ଥିର ହୋଇ ରହିବା ବିଷୟକୁ ବୁଝାଇବା ନିମନ୍ତେ ପାଉଲ “ଅଟଳ ରହିବା” ପଦକୁ ବ୍ୟବହାର କରୁଛନ୍ତି I ସ୍ଥିର ହୋଇ ରହିବା କିମ୍ବା ବିଶ୍ବସ୍ତ ରହିବା ବିଷୟକୁ ବୁଝାଇବାର ଏହା ଗୋଟିଏ ସାଧାରଣ ଶୈଳୀ ଅଟେ I “ଇତଃସ୍ତତଃ” ହେବା ବିଷୟକୁ ପାଉଲ ସ୍ଥିରହୋଇ ରହିବାର ବିପରୀତ ଅର୍ଥରେ ବ୍ୟବହାର କରୁଛନ୍ତି I (ଦେଖ: ବିଶ୍ୱାସଯୋଗ୍ୟ , ବିଶ୍ୱସ୍ତ, ବିଶ୍ୱସ୍ତତା)

1 Thessalonians 3:1

ପାଉଲ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନଙ୍କର ବିଶ୍ବାସକୁ ବଳିଷ୍ଠ କରିବା ନିମନ୍ତେ ସେ ତୀମଥିଙ୍କୁ ପଠାଇ ଅଛନ୍ତି I

μηκέτι στέγοντες

ତୁମ୍ଭମାନଙ୍କ ବିଷୟରେ ଚିନ୍ତାଗ୍ରସ୍ତ ହେବା ବିଷୟ ଆମ୍ଭେମାନେ ଆଉ ସହ୍ୟ କରିପାରିଲୁ ନାହିଁ

ηὐδοκήσαμεν καταλειφθῆναι ἐν Ἀθήναις μόνοι

ସିଲ୍ବାନ ଓ ମୋ ପାଇଁ ଆଥୀନୀରେ ପଛରେ ରହିବା ଉତ୍ତମ ବୋଧ ହେଲା

ηὐδοκήσαμεν

ଏହା ଉପଯୁକ୍ତ କିମ୍ବା “ଏହା ଯୁକ୍ତିଯୁକ୍ତ” ଥିଲା

Ἀθήναις

ଏହା ଆଖାୟା ପ୍ରଦେଶର ଗୋଟିଏ ନଗର, ଯାହା ବର୍ତ୍ତମାନ ଆଧୁନିକ ଗ୍ରୀସ୍ ରେ ଅଛି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

1 Thessalonians 3:2

τὸν ἀδελφὸν ἡμῶν, καὶ διάκονον

ଏହି ଉଭୟ ଭାବଗୁଡିକ ତୀମଥିଙ୍କୁ ବୁଝାଏ I

1 Thessalonians 3:3

μηδένα σαίνεσθαι

“ଇତଃସ୍ତତଃ” ହେବା ବିଷୟ ଭୟଭୀତ ହେବା ବିଷୟ ପାଇଁ ଗୋଟିଏ ରୂଢ଼ି ଅଟେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଭରସା କଲେ କେହି ଭୟଭୀତ ହେବେ ନାହିଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

κείμεθα

ପାଉଲ ଧରି ନେଉଛନ୍ତି ଯେ ସେମାନଙ୍କୁ ଈଶ୍ବର ନିଯୁକ୍ତ କରିଅଛନ୍ତି ବୋଲି ସମସ୍ତେ ଜାଣିଛନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ନିଯୁକ୍ତ କରିଅଛନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

1 Thessalonians 3:4

θλίβεσθαι

ଅନ୍ୟମାନଙ୍କ ଦ୍ବାରା କୁବ୍ୟବହାର ପାଇବାକୁ

1 Thessalonians 3:5

κἀγὼ μηκέτι στέγων

ପାଉଲ ଗୋଟିଏ ରୂଢ଼ି ବ୍ୟବହାରକରି ଆପଣାର ଭାବପ୍ରବଣତାକୁ ବର୍ଣ୍ଣନା କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଆଉ ଧୈର୍ଯ୍ୟର ସହିତ ଅପେକ୍ଷା କରିପାରିଲି ନାହିଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἔπεμψα

ଏହା ସୂଚାଇଦିଏ ଯେ ପାଉଲ ତୀମଥିଙ୍କୁ ପଠାଇଥିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୀମଥିଙ୍କୁ ପଠାଇଲି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὁ κόπος ἡμῶν

ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭମାନଙ୍କର କଠିନ ପରିଶ୍ରମ କିମ୍ୱା “ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭମାନଙ୍କର ଶିକ୍ଷା”

εἰς κενὸν

ବ୍ୟର୍ଥ

1 Thessalonians 3:6

ତୀମଥି ସେମାନଙ୍କୁ ପରିଦର୍ଶନକରି ଫେରିଆସି ଦେଇଥିବା ବିବରଣୀ ବିଷୟରେ ପାଉଲ ଆପଣା ପାଠକମାନଙ୍କୁ କହୁଛନ୍ତି I

ἐλθόντος…πρὸς ἡμᾶς

“ଆମ୍ଭମାନଙ୍କୁ” ଶବ୍ଦଟି ପାଉଲ ଓ ସିଲ୍ବାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

εὐαγγελισαμένου…τὴν πίστιν…ὑμῶν

ଏଥିରୁ ବୁଝିହୁଏ ଯେ ଏହା ଖ୍ରୀଷ୍ଟଙ୍କଠାରେ ଥିବା ଭରସାକୁ ବୁଝାଏ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସର ଗୋଟିଏ ଉତ୍ତମ ସମ୍ବାଦ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἔχετε μνείαν…ἀγαθὴν πάντοτε

ଯେତେବେଳେ ସେମାନେ ପାଉଲଙ୍କ ବିଷୟ ଚିନ୍ତା କରନ୍ତି, ସେମାନେ ସର୍ବଦା ତାହାଙ୍କ ବିଷୟରେ ଉତ୍ତମ ଭାବନା ରଖିଥାନ୍ତି I

ἐπιποθοῦντες ἡμᾶς ἰδεῖν

ତୁମ୍ଭେମାନେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ

1 Thessalonians 3:7

ἀδελφοί

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

διὰ τῆς ὑμῶν πίστεως

ଏହା ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସକୁ ବୁଝାଏ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ସକାଶୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐπὶ πάσῃ τῇ ἀνάγκῃ καὶ θλίψει ἡμῶν

“କ୍ଲେଶ” ଶବ୍ଦଟି ସେମାନେ କାହିଁକି “ଦୁଃଖ”ରେ ଅଛନ୍ତି, ତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସମସ୍ତ କ୍ଲେଶ ଦ୍ବାରା ଘଟିଥିବା ସମସ୍ତ ଦୁଃଖରେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

1 Thessalonians 3:8

ζῶμεν

ଏହା ଗୋଟିଏ ରୂଢ଼ି ଯାହା ସନ୍ତୋଷଜନକ ଜୀବନଯାପନକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅତି ଉତ୍ସାହିତ ଅଟୁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐὰν ὑμεῖς στήκετε ἐν Κυρίῳ

“ଅଟଳ ରହିବା” ଗୋଟିଏ ରୂଢ଼ି ଯାହା ବିଶ୍ବସ୍ତହୋଇ ରହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

1 Thessalonians 3:9

τίνα γὰρ εὐχαριστίαν δυνάμεθα τῷ Θεῷ ἀνταποδοῦναι περὶ ὑμῶν, ἐπὶ πάσῃ τῇ χαρᾷ ᾗ χαίρομεν δι’ ὑμᾶς, ἔμπροσθεν τοῦ Θεοῦ ἡμῶν

ଏହି ଭାବପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଯାହା ସବୁ କରିଅଛନ୍ତି, ସେଥିନିମନ୍ତେ ଆମ୍ଭେମାନେ ତାହାଙ୍କୁ ଆଉ ଏହାଠାରୁ ଅଧିକ ଧନ୍ୟବାଦ ଦେଇପାରିବୁ ନାହିଁ! ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ, ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଅତିଶୟ ଆନନ୍ଦ କରୁଅଛୁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ἔμπροσθεν τοῦ Θεοῦ ἡμῶν

ପାଉଲ କହୁଛନ୍ତି ଯେ ସେ ଓ ତାହାଙ୍କର ସଙ୍ଗୀମାନେ ସତେ ଯେପରି ଶାରୀରିକ ଭାବେ ଈଶ୍ବରଙ୍କ ଉପସ୍ଥିତିରେ ଅଛନ୍ତି I ସେ ସମ୍ଭବତଃ ପ୍ରାର୍ଥନାର କାର୍ଯ୍ୟକୁ ଉଲ୍ଲେଖ କରୁଛନ୍ତି I (ଦେଖ: ଉପମା/ରୂପକ)

1 Thessalonians 3:10

ὑπέρ ἐκ περισσοῦ

ଅତିଶୟ

τὸ ἰδεῖν ὑμῶν τὸ πρόσωπον

“ମୁଖ” ଶବ୍ଦଟି ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

1 Thessalonians 3:11

ଏହି ପଦଗୁଡିକରେ, “ଆମ୍ଭମାନଙ୍କ” ଶବ୍ଦଟି ସବୁବେଳେ ସମାନ ଲୋକ ଦଳକୁ ବୁଝାଉନାହିଁ I ନିର୍ଦ୍ଦିଷ୍ଟ ବିଷୟ ଜାଣିବା ନିମନ୍ତେ ଦୟାକରି ଅନୁବାଦ ଟିପ୍ପଣୀକୁ ଦେଖନ୍ତୁ I

ὁ Θεὸς…Πατὴρ ἡμῶν

ପାଉଲ ଆପଣାର ସେବା ଦଳ ସହିତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ସାମିଲ କରୁଛନ୍ତି I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

ὁ Θεὸς…ἡμῶν

ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ଯେ ଆମ୍ଭମାନଙ୍କ ଈଶ୍ବର

κατευθύναι τὴν ὁδὸν ἡμῶν πρὸς ὑμᾶς

ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଚାହୁଁଛନ୍ତି ଯେ ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ସାକ୍ଷାତ କରିବା ନିମନ୍ତେ ଈଶ୍ବର ତାହାଙ୍କୁ ଓ ତାହାଙ୍କର ସଙ୍ଗୀମାନଙ୍କୁ ପଥ ଦେଖାଇ ଦିଅନ୍ତୁ I ତାହାଙ୍କ କହିବାର ଅର୍ଥ ସେ ଚାହାନ୍ତି ଯେ ତାହା କରିବା ନିମନ୍ତେ ଈଶ୍ବର ସେମାନଙ୍କ ନିମନ୍ତେ ତାହା ସମ୍ଭବ କରନ୍ତୁ I (ଦେଖ: ଉପମା/ରୂପକ)

κατευθύναι τὴν ὁδὸν ἡμῶν πρὸς ὑμᾶς

“ଆମ୍ଭମାନଙ୍କ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, କିନ୍ତି ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

αὐτὸς…Πατὴρ

ଏଠାରେ “ସେ ନିଜେ” ଶବ୍ଦଟି ଗୁରୁତ୍ବ ବଢାଇବାପାଇଁ ପୂର୍ବ ଉଲ୍ଲେଖିତ “ପିତା” ଶବ୍ଦକୁ ବୁଝାଏ I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

1 Thessalonians 3:12

πλεονάσαι καὶ περισσεύσαι τῇ ἀγάπῃ

ପାଉଲ ପ୍ରେମକୁ ଗୋଟିଏ ବସ୍ତୁ ସଦୃଶ କହୁଛନ୍ତି ଯାହା ଅଧିକ ପ୍ରାପ୍ତ କରାଯାଇପାରିବ I (ଦେଖ: ଉପମା/ରୂପକ)

1 Thessalonians 3:13

τὸ στηρίξαι ὑμῶν τὰς καρδίας, ἀμέμπτους

ଏଠାରେ “ହୃଦୟ” ଜଣେ ଲୋକର ବିଶ୍ବାସ ଓ ବୋଧ ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ସୁସ୍ଥିରକରି ରଖନ୍ତୁ, ଯେପରି ତୁମ୍ଭେମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐν τῇ παρουσίᾳ τοῦ Κυρίου ἡμῶν, Ἰησοῦ

ଯେତେବେଳେ ଯୀଶୁ ପୃଥିବୀକୁ ପୁନରାଗମନ କରିବେ

μετὰ πάντων τῶν ἁγίων αὐτοῦ

ଯେଉଁମାନେ ତାହାଙ୍କର, ସେ ସମସ୍ତଙ୍କ ସହିତ

1 Thessalonians 4

୧ ଥେସଲନୀକୀୟ ୦୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଯୌନଗତ ଅଶୁଚିତା

ବିଭିନ୍ନ ସଂସ୍କୃତିରେ ଭିନ୍ନଭିନ୍ନ ମାନଦଣ୍ଡର ଯୌନଗତ ନୈତିକତା ଅଛି I ଏହିସବୁ ସାଂସ୍କୃତିକ ମାନଦଣ୍ଡଥିବା ସକାଶୁ ଏହି ଅନୁଚ୍ଛେଦକୁ ଅନୁବାଦ କରିବାପାଇଁ କଷ୍ଟକର ହେବ I ଅନୁବାଦକମାନେ ମଧ୍ୟ ସଂସ୍କୃତିରେ ନିଷେଧଥିବା ବିଷୟ ପ୍ରତି ସଚେତନହେବା ଆବଶ୍ୟକ I ଏଗୁଡିକୁ ଆଲୋଚନା ନିମିତ୍ତ ଅନୁପଯୁକ୍ତ ପ୍ରସଂଗ ବୋଲି ବିବେଚନା କରାଯାଏ I

ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିବା I

ଆଦ୍ୟ ମଣ୍ଡଳୀରେ ବିଶ୍ବାସୀମାନେ ସ୍ପଷ୍ଟଭାବେ ଆଶ୍ଚର୍ଯଚକିତ ହେଉଥିଲେ ଯେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଜଣେ ବିଶ୍ବାସୀ ମୃତ୍ୟୁଭୋଗ କଲେ, ତାହା ପ୍ରତି କଅଣ ଘଟିବ I ସେମାନେ ହୁଏତ ବ୍ୟତିବ୍ୟସ୍ତ ହୋଇଥିବେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିବେ, ସେମାନେ ଈଶ୍ବରଙ୍କ ରାଜ୍ୟର ଅଂଶୀ ହେବେ ନା ନାହିଁ I ପାଉଲ ସେହି ଚିନ୍ତାଧାରା ସମ୍ବନ୍ଧରେ ଉତ୍ତର ଦେଉଛନ୍ତି I

“ମଧ୍ୟାକାଶରେ ମେଘମାଳାରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଉଠାଇ ନିଆଯିବା”

ଏହି ଅନୁଚ୍ଛେଦଟି ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଯୀଶୁ ଆପଣା ନିକଟକୁ ଆହ୍ବାନ କରିବାର ସମୟକୁ ବୁଝାଏ I ଏହା ଖ୍ରୀଷ୍ଟଙ୍କର ଅନ୍ତିମ ଗୌରବମୟ ଆଗମନ ବିଷୟରେ ଉଲ୍ଲେଖ କରୁଛି କି ନାହିଁ, ସେ ବିଷୟରେ ପଣ୍ଡିତମାନେ ଭିନ୍ନଭିନ୍ନ ମତ ଦିଅନ୍ତି I (ଦେଖ: ବିଶ୍ୱାସ କରିବା, ବିଶ୍ୱାସୀ, ବିଶ୍ୱାସ, ଅବିଶ୍ୱାସୀ, ଅବିଶ୍ୱାସ)

1 Thessalonians 4:1

ἀδελφοί

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

ἐρωτῶμεν ὑμᾶς καὶ παρακαλοῦμεν

ସେମାନେ ବିଶ୍ବାସୀମାନଙ୍କୁ କେତେ ଦୃଢ଼ଭାବରେ ଉତ୍ସାହ ପ୍ରଦାନ କରୁଛନ୍ତି, ସେଥିର ଗୁରୁତ୍ବଦେବାପାଇଁ ପାଉଲ “ଉତ୍ସାହ ଦେବା” ଓ ""ପରାମର୍ଶ ଦେବା” ଶବ୍ଦଗୁଡିକ ବ୍ୟବହାର କରୁଛନ୍ତି I(ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

παρελάβετε παρ’ ἡμῶν

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

δεῖ ὑμᾶς περιπατεῖν

ଏଠାରେ “ଆଚରଣ କରିବା”ର ଅର୍ଥ ଜଣକର ଜୀବନ ଯାପନର ମାର୍ଗକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଜୀବନଯାପନ କରିବକୁ ହେବ” (ଦେଖ: ଉପମା/ରୂପକ)

1 Thessalonians 4:2

διὰ τοῦ Κυρίου Ἰησοῦ

ପାଉଲ ଆପଣା ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ସ୍ବୟଂ ଯୀଶୁଙ୍କ ଦ୍ବାରା ଦତ୍ତ ହୋଇଅଛି I (ଦେଖ: ଉପମା/ରୂପକ)

1 Thessalonians 4:3

ἀπέχεσθαι ὑμᾶς…τῆς πορνείας

ତୁମ୍ଭେମାନେ ଯୌନଗତ ଅଶୁଚି କାର୍ଯ୍ୟରୁ ଦୂରରେ ରୁହ

1 Thessalonians 4:4

εἰδέναι…τὸ ἑαυτοῦ σκεῦος, κτᾶσθαι

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆପଣା ସ୍ତ୍ରୀ ସହିତ ବାସ କରିବାକୁ ଜାଣ” କିମ୍ବା ୨) “ଆପଣାର ନିଜ ଶରୀରକୁ ନିୟନ୍ତ୍ରଣ କରିବାକୁ ଜାଣ”

1 Thessalonians 4:5

ἐν πάθει ἐπιθυμίας

ମନ୍ଦ ଯୌନଗତ ଅଭିଳାଷ ଦ୍ବାରା

1 Thessalonians 4:6

τὸ μὴ

ଏଠାରେ “ମନୁଷ୍ୟ” ଜଣେ ପୁରୁଷ କିମ୍ବା ସ୍ତ୍ରୀ ଲୋକକୁ ବୁଝାଏ I “କେହି ନୁହଁ” କିମ୍ବା “କୌଣସି ବ୍ୟକ୍ତି ନୁହଁ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

ὑπερβαίνειν καὶ πλεονεκτεῖν

ଧାରଣାଟିକୁ ଜୋର୍ ଦେବାପାଇଁ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ପ୍ରକାଶ କରୁଥିବା ଏହା ଗୋଟିଏ ଯୁଗ୍ମ ଶବ୍ଦ I (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ἔκδικος Κύριος

ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅପରାଧ କରିଥିବା ଲୋକକୁ ଈଶ୍ବର ଦଣ୍ଡ ଦେବେ ଓ ଯାହା ପ୍ରତି ଅନ୍ୟାୟ କରାଯାଇଛି, ତାହାକୁ ରକ୍ଷା କରିବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

προείπαμεν ὑμῖν καὶ διεμαρτυράμεθα

ପୂର୍ବରୁ କହିଥିଲୁ ଓ ତା ବିରୁଦ୍ଧରେ ଦୃଢଭାବେ ସାବଧାନ କରାଇଥିଲୁ

1 Thessalonians 4:7

οὐ…ἐκάλεσεν ἡμᾶς ὁ Θεὸς ἐπὶ ἀκαθαρσίᾳ, ἀλλ’ ἐν ἁγιασμῷ

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଶୁଚିତା ଓ ପବିତ୍ରତା ନିମନ୍ତେ ଆହ୍ବାନ କରିଅଛନ୍ତି” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

οὐ…ἐκάλεσεν ἡμᾶς ὁ Θεὸς

“ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

1 Thessalonians 4:8

ὁ ἀθετῶν

ଯେକେହି ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ କିମ୍ବା “ଯେକେହି ଏହି ଶିକ୍ଷାକୁ ଅବଜ୍ଞା କରେ”

ἀθετῶν, οὐκ ἄνθρωπον ἀθετεῖ, ἀλλὰ τὸν Θεὸν

ପାଉଲ ଜୋର୍ ଦେଇ କହୁଛନ୍ତି ଯେ ଏହି ଶିକ୍ଷା ମନୁଷ୍ୟଠାରୁ ନୁହେଁ, କିନ୍ତୁ ଈଶ୍ବରଙ୍କଠାରୁ ଅଟେ I

1 Thessalonians 4:9

τῆς φιλαδελφίας

ସହ ବିଶ୍ବାସୀମାନଙ୍କ ନିମନ୍ତେ ପ୍ରେମ

1 Thessalonians 4:10

ποιεῖτε αὐτὸ εἰς πάντας τοὺς ἀδελφοὺς, τοὺς ἐν ὅλῃ τῇ Μακεδονίᾳ

ତୁମ୍ଭେମାନେ ମାକିଦନିଆ ସାରା ବିଶ୍ବାସୀମାନଙ୍କୁ ପ୍ରେମ ଦେଖାଇଅଛ

ἀδελφοὺς

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1 Thessalonians 4:11

φιλοτιμεῖσθαι

ଚେଷ୍ଟା କରିବାକୁ

ἡσυχάζειν

ପାଉଲ “ଶାନ୍ତିରେ” ଶବ୍ଦକୁ ଗୋଟିଏ ରୂପକ ଭାବରେ ବ୍ୟବହାର କରିଛନ୍ତି ଯାହା ନିଜ ସମାଜ ମଧ୍ୟରେ କଳହ ସହିତ ନୁହଁ, କିନ୍ତୁ ଶାନ୍ତିରେ ବାସ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଶାନ୍ତ ଓ ଶୃଙ୍ଖଳିତ ଭାବରେ ବାସ କର” (ଦେଖ: ଉପମା/ରୂପକ)

πράσσειν τὰ ἴδια

ନିଜ କାମ ନିଜେ କର କିମ୍ବା “ତୁମ ଦାୟିତ୍ବରେ ଥିବା ଜିନିଷଗୁଡିକର ଯତ୍ନ ନିଅ I” ଏହା ମଧ୍ୟ ସୂଚାଇଥାଏ ଯେ ଆମ୍ଭେମାନେ ନିରର୍ଥକ ଗପ ଓ ଅନ୍ୟମାନଙ୍କର କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐργάζεσθαι ταῖς ἰδίαις χερσὶν ὑμῶν

ଏକ ଫଳପ୍ରଦ ଜୀବନଯାପନ ନିମନ୍ତେ ଏହା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନଯାପନ ନିମନ୍ତେ ଯାହା ପ୍ରୟୋଜନ, ତାହା ଉପାର୍ଜନ କରିବା ନିମନ୍ତେ ନିଜର କାର୍ଯ୍ୟ କର” (ଦେଖ: ଉପମା/ରୂପକ)

1 Thessalonians 4:12

περιπατῆτε εὐσχημόνως

ଏଠାରେ “ଆଚରଣ କରିବା” ହେଉଛି ଜୀବନଯାପନ କରିବା” କିମ୍ବା “ଭଲ ବ୍ୟବହାର ଦେଖାଇବା I” ବିକଳ୍ପ ଅନୁବାଦ: “ଉପଯୁକ୍ତ ବ୍ୟବହାର କର” (ଦେଖ: ଉପମା/ରୂପକ)

εὐσχημόνως

ଏ ପ୍ରକାର ଭାବରେ ଯେ ତାହା ଅନ୍ୟମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ବିଷୟ ଦେଖାଇବ ଓ ସେମାନଙ୍କର ସମ୍ମାନ ଲାଭ କରିବ

πρὸς τοὺς ἔξω

ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଶ୍ବାସୀମାନେ ରହୁଥିବା ସ୍ଥାନ ବାହାରେ ଅଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ଦୃଷ୍ଟିରେ” (ଦେଖ: ଉପମା/ରୂପକ)

1 Thessalonians 4:13

ପାଉଲ ମୃତ୍ୟୁଭୋଗ କରି ସାରିଥିବା ବିଶ୍ବାସୀମାନଙ୍କ ବିଷୟରେ, ବର୍ତ୍ତମାନ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ ଓ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I

οὐ θέλομεν…ὑμᾶς ἀγνοεῖν

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜ୍ଞାତ ହୋଇଥାଅ ବୋଲି ଆମ୍ଭମାନଙ୍କର ଇଚ୍ଛା” କିମ୍ବା “ତୁମ୍ଭେମାନେ ଜାଣ ବୋଲି ଆମ୍ଭମାନଙ୍କର ଇଚ୍ଛା”

ἀδελφοί

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

τῶν κοιμωμένων

ଏଠାରେ “ନିଦ୍ରା” ହେଉଛି “ମୃତ ହେବାର ଗୋଟିଏ ନିଦର୍ଶନ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

ἵνα μὴ λυπῆσθε, καθὼς…οἱ λοιποὶ

କାରଣ ତୁମ୍ଭେମାନେ ଅନ୍ୟମାନଙ୍କ ପରି ଦୁଃଖିତ ହୁଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହଁ

λυπῆσθε

କୌଣସି ବିଷୟରେ ଶୋକ କରିବା, ଦୁଃଖିତ ହେବା

καθὼς…οἱ λοιποὶ, οἱ μὴ ἔχοντες ἐλπίδα

ଆପଣା ଭବିଷ୍ୟତ ପ୍ରତିଜ୍ଞା ସମ୍ବନ୍ଧରେ ଭରସା ନ ଥିବା ଲୋକମାନଙ୍କ ସଦୃଶ I ସେହି ଲୋକମାନଙ୍କର କଅଣ ଭରସା ନାହିଁ, ସେ ବିଷୟରେ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତମାନଙ୍କ ମଧ୍ୟରୁ ଉଠିବେ ବୋଲି ନିଶ୍ଚିତ ନ ଥିବା ଲୋକମାନଙ୍କ ସଦୃଶ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

1 Thessalonians 4:14

εἰ…πιστεύομεν

ଏଠାରେ “ଆମ୍ଭେମାନେ” ପାଉଲ ଓ ତାହାଙ୍କର ପାଠକମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

ἀνέστη

ପୁନର୍ବାର ଜୀବିତ ହେବାକୁ ଉଠିବେ

τοὺς κοιμηθέντας διὰ τοῦ Ἰησοῦ

ଏଠାରେ “ମହାନିଦ୍ରା ପ୍ରାପ୍ତ” ଶବ୍ଦଟି ମରିଯାଇଛି ବୋଲି କହିବାର ଏକ ଶିଷ୍ଟାଚାର ଶୈଳୀ ଅଟେ I (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

1 Thessalonians 4:15

ἐν λόγῳ Κυρίου

ଏଠାରେ ବାକ୍ୟ “ସମ୍ବାଦ”ର ଏକ ନିଦର୍ଶନ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶିକ୍ଷାକୁ ବୁଝିବା ଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

εἰς τὴν παρουσίαν τοῦ Κυρίου

ପ୍ରଭୁ ଯେତେବେଳେ ପୁନରାଗମନ କରିବେ

1 Thessalonians 4:16

αὐτὸς ὁ Κύριος…καταβήσεται

ପ୍ରଭୁ ସ୍ବୟଂ ନିଜେ ଓହ୍ଲାଇ ଆସିବେ

ἀρχαγγέλου

ପ୍ରଧାନ ଦୂତ

οἱ νεκροὶ ἐν Χριστῷ ἀναστήσονται πρῶτον

“ଖ୍ରୀଷ୍ଟରେ ଥାଇ ମୃତ୍ୟୁଭୋଗ କରିଥିବା” ଲୋକମାନେ ହେଉଛନ୍ତି, ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି, କିନ୍ତୁ ମୃତ୍ୟୁଭୋଗ କରିସାରିଛନ୍ତି, ସେମାନେ ପ୍ରଥମରେ ଉଠିବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

1 Thessalonians 4:17

ἡμεῖς οἱ ζῶντες

ଏଠାରେ “ଆମ୍ଭେମାନେ” ମୃତ୍ୟୁଭୋଗ କରି ନ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

σὺν αὐτοῖς

“ସେମାନଙ୍କ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନଙ୍କୁ ପୁନର୍ବାର ଜୀବିତ କରାଗଲା I

ἁρπαγησόμεθα ἐν νεφέλαις εἰς ἀπάντησιν τοῦ Κυρίου εἰς ἀέρα

ଆକାଶରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ

1 Thessalonians 5

୧ ଥେସଲନୀକୀୟ ୦୫ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରାଚୀନ ନିକଟପ୍ରାଚ୍ୟ ଦେଶର ଶୈଳୀ ଅନୁସାରେ ପାଉଲ ଆପଣାର ପତ୍ରକୁ ସମାପ୍ତ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ପ୍ରଭୁଙ୍କ ଦିନ

ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଜଗତ ନିମନ୍ତେ ଗୋଟିଏ ଆଶ୍ଚର୍ଯଚକିତ ବିଷୟ ହେବ I ଏହା ହିଁ “ରାତ୍ରିରେ ଚୋର ଆସିଲା ପରି” ଉପମାର ଅର୍ଥ ଅଟେ I ସେଥି ସକାଶୁ ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନ କାଟିବା ଆବଶ୍ୟକ I (ଦେଖ: ପ୍ରଭୁଙ୍କର ଦିନ, ଯେହୋବାଙ୍କର ଦିନଉପମା)

ଆତ୍ମାଙ୍କୁ ନିର୍ବାଣ କର

ଏହାର ଅର୍ଥ ହେଉଛି ପବିତ୍ର ଆତ୍ମାଙ୍କ ଚାଳନା ଓ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟ କରିବା ବା ପବିତ୍ର ଆତ୍ମାଙ୍କ ଚାଳନା ଓ କାର୍ଯ୍ୟକୁ ଅବଜ୍ଞା କରିବା I

1 Thessalonians 5:1

ଏହି ଅଧ୍ୟାୟରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ କରାଯାଇ ନ ଥିଲେ ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ପାଉଲ ଯୀଶୁଙ୍କ ପୁନରାଗମନ ଦିନ ସମ୍ବନ୍ଧରେ କହିବା ଜାରିରଖିଛନ୍ତି I

τῶν χρόνων καὶ τῶν καιρῶν

ଏହା ପ୍ରଭୁ ଯୀଶୁଙ୍କ ପୁନରାଗମନର ପୂର୍ବ ଘଟଣା ସବୁକୁ ବୁଝାଏ I

ἀδελφοί

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1 Thessalonians 5:2

ἀκριβῶς

ଉତ୍ତମଭାବରେ କିମ୍ବା “ସଠିକ୍ ଭାବରେ”

ὡς κλέπτης ἐν νυκτὶ οὕτως

ଯେପରି ଜଣେ ଜାଣି ନ ଥାଏ ଯେ କେଉଁ ରାତ୍ରିରେ ଚୋର ଆସିବ, ଆମ୍ଭେମାନେ ଜାଣୁନାହୁଁ ଯେ ପ୍ରଭୁଙ୍କ ଦିନ କେବେ ଆସିବ I ବିକଳ୍ପ ଅନୁବାଦ: “ଅପ୍ରତ୍ୟାଶିତ ଭାବରେ” (ଦେଖ: ଉପମା)

1 Thessalonians 5:3

ὅταν λέγωσιν

ଯେତେବେଳେ ଲୋକମାନେ କହିବେ

τότε αἰφνίδιος…ὄλεθρος

ଅପ୍ରତ୍ୟାଶିତ ବିନାଶ

ὥσπερ ἡ ὠδὶν τῇ ἐν γαστρὶ ἐχούσῃ

ଯେପରି ଜଣେ ଗର୍ଭବତୀ ସ୍ତ୍ରୀର ପ୍ରସବବେଦନା ହଠାତ୍ ଆସେ ଓ ସନ୍ତାନ ପ୍ରସବ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବନ୍ଦ ହୁଏ ନାହିଁ, ସେପରି ବିନାଶ ଆସିବ ଓ ଲୋକମାନେ ରକ୍ଷା ପାଇପାରିବେ ନାହିଁ I (ଦେଖ: ଉପମା)

1 Thessalonians 5:4

ὑμεῖς…ἀδελφοί

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

οὐκ ἐστὲ ἐν σκότει

ପାଉଲ ମନ୍ଦତା ଓ ଈଶ୍ବରଙ୍କ ବିଷୟରେ ଅଜ୍ଞତା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଅନ୍ଧକାର I ବିକଳ୍ପ ଅନୁବାଦ: “ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ସଦୃଶ ତୁମ୍ଭେମାନେ ଅଜ୍ଞ ନୁହଁ” (ଦେଖ: ଉପମା/ରୂପକ)

ἵνα ἡ ἡμέρα ὑμᾶς ὡς κλέπτας καταλάβῃ

ପ୍ରଭୁଙ୍କ ଆସିବା ଦିନର ସମୟ ବିଶ୍ବାସୀମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟର ବିଷୟ ହେବା ଉଚିତ ନୁହଁ I (ଦେଖ: ଉପମା)

1 Thessalonians 5:5

πάντες γὰρ ὑμεῖς υἱοὶ φωτός ἐστε, καὶ υἱοὶ ἡμέρας

ପାଉଲ ସତ୍ୟତା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଆଲୋକ ଓ ଦିବସ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଆଲୋକରେ ବାସ କରୁଥିବା ଲୋକମାନଙ୍କ ସଦୃଶ, ଦିବସର ଲୋକମାନଙ୍କ ସଦୃଶ ସତ୍ୟକୁ ଜାଣିଅଛ” (ଦେଖ: ଉପମା/ରୂପକ)

οὐκ ἐσμὲν νυκτὸς οὐδὲ σκότους

ପାଉଲ ମନ୍ଦତା ଓ ଈଶ୍ବରଙ୍କ ବିଷୟରେ ଅଜ୍ଞତା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଅନ୍ଧକାର I ବିକଳ୍ପ ଅନୁବାଦ: “ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ସଦୃଶ, ରାତ୍ରିର ଲୋକମାନଙ୍କ ସଦୃଶ ଆମ୍ଭେମାନେ ଅଜ୍ଞ ନୋହୁଁ” (ଦେଖ: ଉପମା/ରୂପକ)

1 Thessalonians 5:6

μὴ καθεύδωμεν ὡς οἱ λοιποί

ପାଉଲ ଆତ୍ମିକ ଅସଚେତନତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ନିଦ୍ରା I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅନ୍ୟମାନଙ୍କ ସଦୃଶ ନ ହେଉ, ଯେଉଁମାନେ ଜାଣନ୍ତି ନାହିଁ ଯେ ଯୀଶୁ ପୁନରାଗମନ କରୁଛନ୍ତି” (ଦେଖ: ଉପମା/ରୂପକ)

καθεύδωμεν

“ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

γρηγορῶμεν καὶ νήφωμεν

ପାଉଲ ଆତ୍ମିକ ସଚେତନତା ବିଷୟରେ କହନ୍ତି ଯେ ଏହା ନିଦ୍ରା ଓ ମାତାଲ୍ ହେବାର ବିପରୀତ ବିଷୟ I (ଦେଖ: ଉପମା/ରୂପକ)

1 Thessalonians 5:7

οἱ γὰρ καθεύδοντες, νυκτὸς καθεύδουσιν

ଯେପରି ଲୋକମାନେ ନିଦ୍ରାଯିବା ସମୟରେ କଅଣ ଘଟୁଅଛି ଜାଣନ୍ତି ନାହିଁ, ସେପରି ଏହି ଜଗତର ଲୋକମାନେ ଜାଣନ୍ତି ନାହିଁ ଯେ ଖ୍ରୀଷ୍ଟ ପୁନରାଗମନ କରିବେ I (ଦେଖ: ଉପମା/ରୂପକ)

οἱ μεθυσκόμενοι, νυκτὸς μεθύουσιν

ପାଉଲ କହୁଛନ୍ତି ଯେ ରାତ୍ରିରେ ଲୋକମାନେ ମାତାଲ୍ ହୁଅନ୍ତି, ସେପରି ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କର ପୁନରାଗମନ ସମ୍ବନ୍ଧରେ ଅଜ୍ଞ ହୋଇଥାନ୍ତି, ସେମାନେ ଏକ ଆତ୍ମସଂଯମର ଜୀବନ କାଟନ୍ତି ନାହିଁ I (ଦେଖ: ଉପମା/ରୂପକ)

1 Thessalonians 5:8

୮-୧୦ ପଦରେ ଥିବା “ଆମ୍ଭେମାନେ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)

ἡμεῖς…ἡμέρας ὄντες

ପାଉଲ ଈଶ୍ବରଙ୍କ ବିଷୟରେ ସତ୍ୟତାକୁ ଜାଣିବା ବିଷୟକୁ ଦିବସର ଲୋକ ଭାବରେ କହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସତ୍ୟକୁ ଜାଣୁ” କିମ୍ବା “ଆମ୍ଭେମାନେ ସତ୍ୟର ଆଲୋକ ପ୍ରାପ୍ତ ହୋଇଅଛୁ” (ଦେଖ: ଉପମା/ରୂପକ)

νήφωμεν

ପାଉଲ ସଚେତନ ହୋଇ ରହିବା ବିଷୟକୁ ଆତ୍ମସଂଯମ ରକ୍ଷା କରିବା ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଆତ୍ମସଂଯମ ରକ୍ଷା କରୁ” (ଦେଖ: ଉପମା/ରୂପକ)

ἐνδυσάμενοι θώρακα πίστεως καὶ ἀγάπης

ଯେପରି ଜଣେ ସୈନିକ ଆପଣା ଶରୀରର ସୁରକ୍ଷା କରିବାକୁ ଉରସ୍ତ୍ରାଣ ପରିଧାନ କରେ, ସେପରି ବିଶ୍ବାସ ଓ ପ୍ରେମରେ ଜୀବନ କାଟୁଥିବା ଜଣେ ବିଶ୍ବାସୀ ସୁରକ୍ଷା ପାଇବ I ବିକଳ୍ପ ଅନୁବାଦ: “ବିଶ୍ବାସ ଓ ପ୍ରେମରେ ଆପଣା ଆପଣାକୁ ସୁରକ୍ଷା କରୁ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭରସା ରଖି ଓ ତାହାଙ୍କୁ ପ୍ରେମ କରି ଆପଣା ଆପଣାକୁ ସୁରକ୍ଷା କରୁ” (ଦେଖ: ଉପମା/ରୂପକ)

περικεφαλαίαν, ἐλπίδα σωτηρίας

ଗୋଟିଏ ଶିରସ୍ତ୍ରାଣ ଯେପରି ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ପରିତ୍ରାଣର ନିଶ୍ଚୟତା ବିଶ୍ବାସୀକୁ ସୁରକ୍ଷା ଦିଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମ୍ଭମାନଙ୍କୁ ପରିତ୍ରାଣ କରିବେ ବୋଲି ନିଶ୍ଚିତ ହୋଇ ଆପଣା ଆପଣାକୁ ସୁରକ୍ଷା କରୁ” (ଦେଖ: ଉପମା/ରୂପକ)

1 Thessalonians 5:10

εἴτε γρηγορῶμεν εἴτε καθεύδωμεν

ଜୀବିତ କି ମୃତ ଅଛି ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜୀବିତ ଥାଉ ବା ମୃତ ଥାଉ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

1 Thessalonians 5:11

οἰκοδομεῖτε εἷς τὸν ἕνα

ଏଠାରେ “ନିଷ୍ଠା ଜନ୍ମାଇବା” ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଉତ୍ସାହିତ କରିବା I ବିକଳ୍ପ ଅନୁବାଦ: “ପରସ୍ପରକୁ ଉତ୍ସାହିତ କର” (ଦେଖ: ଉପମା/ରୂପକ)

1 Thessalonians 5:12

ପାଉଲ ଥେସଲନୀକୀ ମଣ୍ଡଳୀକୁ ଆପଣାର ଶେଷ ପରାମର୍ଶ ଦେବାକୁ ଆରମ୍ଭ କରୁଛନ୍ତି I

ἀδελφοί

ଏଠରେ “ଭାଇମାନେ”ର ଅର୍ଥ ସହବିଶ୍ବାସୀମାନେ I

εἰδέναι τοὺς κοπιῶντας

ଯେଉଁମାନେ ନେତୃତ୍ବ ନେବାରେ ସମ୍ପୃକ୍ତ, ସେମାନଙ୍କୁ ସମ୍ମାନ ଦେଇ ମାନ୍ୟ କର

προϊσταμένους ὑμῶν ἐν Κυρίῳ

ଏହା ସ୍ଥାନୀୟ ବିଶ୍ବାସୀମାନଙ୍କ ଦଳର ନେତା ଭାବରେ ସେବା କରିବାକୁ ଈଶ୍ବର ନିଯୁକ୍ତ କରିଥିବା ଲୋକମାନଙ୍କୁ ବୁଝାଏ I

1 Thessalonians 5:13

ἡγεῖσθαι αὐτοὺς ὑπέρ ἐκ περισσοῦ ἐν ἀγάπῃ, διὰ τὸ ἔργον αὐτῶν

ପାଉଲ ବିଶ୍ବାସୀମାନଙ୍କୁ ସେମାନଙ୍କ ମଣ୍ଡଳୀର ନେତାମାନଙ୍କୁ ପ୍ରେମ ଓ ସମ୍ମାନ କରିବାକୁ ଉତ୍ସାହ ଦେଉଛନ୍ତି I

1 Thessalonians 5:16

πάντοτε χαίρετε

ସବୁ ବିଷୟରେ ଏକ ଆନନ୍ଦର ଆତ୍ମିକ ମନୋଭାବକୁ ବଜାୟ ରଖିବା ନିମନ୍ତେ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

1 Thessalonians 5:17

ἀδιαλείπτως προσεύχεσθε

ପ୍ରାର୍ଥନାରେ ସଚେତନ ରହିବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

1 Thessalonians 5:18

ἐν παντὶ εὐχαριστεῖτε

ସବୁ ବିଷୟରେ ଧନ୍ୟବାଦ ଦେବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

ἐν παντὶ

ସବୁ ପରିସ୍ଥିତିରେ

τοῦτο γὰρ θέλημα Θεοῦ

ପାଉଲ ଏବେ ଉଲ୍ଲେଖ କରିଥିବା ବ୍ୟବହାରକୁ ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କ ଇଚ୍ଛା ବୋଲି କହୁଛନ୍ତି I

1 Thessalonians 5:19

τὸ Πνεῦμα μὴ σβέννυτε

ପବିତ୍ର ଆତ୍ମାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଅଟକାଅ ନାହିଁ

1 Thessalonians 5:20

προφητείας μὴ ἐξουθενεῖτε

ଭାବବାଣୀ ଗୁଡିକ ପ୍ରତି ଅବମାନନା କର ନାହିଁ କିମ୍ବା “ପବିତ୍ର ଆତ୍ମା କାହାକୁ କିଛି କହିଲେ ଘୃଣା କର ନାହିଁ”

1 Thessalonians 5:21

πάντα δοκιμάζετε

ଏହା ନିଶ୍ଚିତ କର ଯେ ଈଶ୍ବରଙ୍କଠାରୁ ଆସୁଥିବା ସବୁ ବାକ୍ୟ ପ୍ରକୃତରେ ତାହାଙ୍କଠାରୁ ହିଁ ଆସୁଅଛି

τὸ καλὸν κατέχετε

ପାଉଲ ପବିତ୍ର ଆତ୍ମାଙ୍କଠାରୁ ଆସୁଥିବା ବାକ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ତାହା କିଛି ବସ୍ତୁ, ଯାହା ଜଣେ ହାତରେ ଧରିପାରିବ I (ଦେଖ: ଉପମା/ରୂପକ)

1 Thessalonians 5:23

ἁγιάσαι ὑμᾶς ὁλοτελεῖς

ଏହା ଈଶ୍ବର ଆପଣା ଦୃଷ୍ଟିରେ ଜଣେ ବ୍ୟକ୍ତିକୁ ପାପଶୁନ୍ୟ ଓ ସିଦ୍ଧ କରିବା ବିଷୟକୁ ବୁଝାଏ I

ὁλόκληρον ὑμῶν τὸ πνεῦμα, καὶ ἡ ψυχὴ, καὶ τὸ σῶμα, ἀμέμπτως…τηρηθείη

ଏଠାରେ “ଆତ୍ମା, ପ୍ରାଣ ଓ ଶରୀର” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଯଦି ତୁମ ଭାଷାରେ ଏହି ତିନୋଟି ଅଂଶପାଇଁ ତିନୋଟି ଶବ୍ଦ ନାହିଁ, ତେବେ ତୁମେ ଏହାକୁ “ତୁମର ସମ୍ପୂର୍ଣ୍ଣ ଜୀବନ” କିମ୍ବା “ତୁମେ” ବୋଲି କହିପାରିବ I ଏହାକୁ ଗୋଟିଏ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ସମ୍ପୂର୍ଣ୍ଣ ଜୀବନକୁ ପାପଶୂନ୍ୟ କରନ୍ତୁ” କିମ୍ବା ଈଶ୍ବର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବରେ ନିର୍ଦ୍ଦୋଷକରି ରକ୍ଷା କରନ୍ତୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

1 Thessalonians 5:24

πιστὸς ὁ καλῶν ὑμᾶς

ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି ସେ ବିଶ୍ବସ୍ତ

ὃς καὶ ποιήσει

ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ

1 Thessalonians 5:25

ପାଉଲ ଆପଣାର ଶେଷ ମନ୍ତବ୍ୟ ଦେଉଛନ୍ତି

1 Thessalonians 5:26

ἀδελφοὺς

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1 Thessalonians 5:27

ἐνορκίζω ὑμᾶς τὸν Κύριον, ἀναγνωσθῆναι τὴν ἐπιστολὴν

ଏହାକୁ ଗୋଟିଏ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ କହିଲା ପରି ମୁଁ ତୁମ୍ଭମାନଙ୍କୁ ବିନତି କରୁଅଛି ଯେ ଏହି ପତ୍ର ଲୋକମାନଙ୍କ ନିକଟରେ ପାଠ କରାଯାଉ” କିମ୍ବା “ପ୍ରଭୁଙ୍କ ଅଧିକାରରେ ଏହି ପତ୍ର ପାଠ କରିବା ନିମନ୍ତେ ମୁଁ ନିର୍ଦ୍ଦେଶ ଦେଉଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)