2 Peter
2 Peter front
୨ ପିତର ପୁସ୍ତକର ପରିଚୟ
ପ୍ରଥମ ଭାଗ: ସାଧାରଣ ପରିଚୟ
୨ ପିତର ପୁସ୍ତକର ରୂପରେଖ
- ପରିଚୟ (୧:୧-୨)
- ଉତ୍ତମ ଜୀବନ ଯାପନ କରିବା ନିମନ୍ତେ ସ୍ମରଣ କର, କାରଣ ଈଶ୍ବର ତାହା କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି (୧:୩-୨୧)
- ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ (୨:୧-୨୨)
- ଯୀଶୁଙ୍କ ଦ୍ବିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ଉତ୍ସାହ ପ୍ରଦାନ (୩:୧-୧୭)
୨ ପିତର ପୁସ୍ତକ କିଏ ଲେଖିଥିଲେ?
ଲେଖକ ଆପଣାକୁ ଶିମୋନ ବୋଲି ପରିଚୟ ଦେଉଛନ୍ତି I ଶିମୋନ ପିତର ଜଣେ ପ୍ରେରିତ ଥିଲେ I ସେ ୧ ପିତର ପୁସ୍ତକ ମଧ୍ୟ ଲେଖିଥିଲେ I ପିତର ସମ୍ଭବତଃ ଏହି ପତ୍ର ସେ ରୋମ୍ ରେ ଗୋଟିଏ ବନ୍ଦୀଶାଳାରେ ଥିବା ସମୟରେ ଆପଣାର ଠିକ୍ ମୃତ୍ୟୁପୂର୍ବରୁ ଲେଖିଥିଲେ I ପିତର ଏହାକୁ ତାହାଙ୍କ ଦ୍ବିତୀୟ ପତ୍ର ବୋଲି କହିଥିଲେ, ସେଥିପାଇଁ ଆମ୍ଭେ ଏହାକୁ ୧ ପିତର ପରେ ଲେଖାଯାଇଥିଲା ବୋଲି କହିପାରୁ I ସେ ଏହି ପତ୍ରକୁ ତାହାଙ୍କ ପ୍ରଥମ ପତ୍ର ସଦୃଶ ସେହି ସମାନ ଶ୍ରୋତାମାନଙ୍କୁ ଲେଖୁଛନ୍ତି I ଶ୍ରୋତାମାନେ ସମ୍ଭବତଃ ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ଖ୍ରୀଷ୍ଟିୟାନମାନେ ଅଟନ୍ତି I
୨ ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ଉତ୍ତମ ଜୀବନ ଯାପନ କରିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେବାପାଇଁ ପିତର ଏହି ପତ୍ର ଲେଖିଥିଲେ I ସେ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ସତର୍କ କରାଇଥିଲେ, ଯେଉଁମାନେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁଛନ୍ତି ବୋଲି କହୁଥିଲେ I ସେ କହୁଥିଲେ ଯେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁନାହାନ୍ତି I ତା’ ପରିବର୍ତ୍ତେ, ଈଶ୍ବର ଲୋକମାନଙ୍କୁ ମନପରିବର୍ତ୍ତନ କରିବାକୁ ସମୟ ଦେଉଛନ୍ତି, ଯେପରି ସେମାନେ ପରିତ୍ରାଣ ପାଇବେ I
ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୨ ପିତର” କିମ୍ବା “ଦ୍ବିତୀୟ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ଦ୍ବିତୀୟ ପତ୍ର” କିଅବା “ପିତର ଲେଖିଥିବା ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
ପିତର କେଉଁମାନଙ୍କ ବିରୁଦ୍ଧରେ କଥା କହିଥିଲେ?
ଏହା ସମ୍ଭବ ଯେ ଯେଉଁମାନେ ବିଶେଷ ଜ୍ଞାନବାଦୀ (Gnostics) ଭାବରେ ପରିଚିତ, ସେମାନଙ୍କ ବିରୁଦ୍ଧରେ ପିତର କହିଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷାକୁ ବିକୃତ କରୁଥିଲେ I ସେମାନେ ଅଶୁଚି ଭାବରେ ଜୀବନ କାଟୁଥିଲେ ଓ ସେ ପ୍ରକାର ବିଷୟ କରିବାକୁ ଶିକ୍ଷା ଦେଉଥିଲେ I
ଈଶ୍ବର ଶାସ୍ତ୍ରକୁ ପ୍ରେରଣା ଦେଇଥିଲେ ବୋଲି କହିବାର ଅର୍ଥ କଅଣ?
ଶାସ୍ତ୍ରର ଧର୍ମତତ୍ତ୍ବ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ I ୨ ପିତର ପାଠକମାନଙ୍କୁ ବୁଝିବାକୁ ସାହାଯ୍ୟ କରେ ଯେ ଯଦିଓ ଶାସ୍ତ୍ରର ପ୍ରତ୍ୟେକ ଲେଖକ ଆପଣା ଶୈଳୀ ଅନୁସାରେ ଲେଖୁଥିଲେ, ତଥାପି ଈଶ୍ବର ହିଁ ପ୍ରକୃତ ଲେଖକ ଥିଲେ (୧:୨୦-୨୧)I
ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
“ତୁମ୍ଭେମାନେ”ର ଏକବଚନ ଓ ବହୁବଚନ
ଏହି ପୁସ୍ତକରେ “ମୁଁ” ଶବ୍ଦଟି ପିତରଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ସବୁବେଳେ ବହୁବଚନ ଅଟେ ଓ ପିତରଙ୍କ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ ଓ ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
୨ ପିତରର ଶାସ୍ତ୍ରାଂଶରେ କଅଣସବୁ ମୁଖ୍ୟ ସମସ୍ୟା ଅଛି?
ତଳ ପଦଗୁଡିକ ନିମନ୍ତେ, ବାଇବଲର କେତେକ ନୂତନ ସଂସ୍କରଣ ପୁରାତନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖା ପାଦଟୀକାରେ ଉଲ୍ଲେଖ ଅଛି I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I
- ""ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରରେ ରଖାଯିବା” (୨:୪) I କେତେକ ଆଧୁନିକ ଓ ପୁରାତନ ସଂସ୍କରଣରେ, “ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରର କୁଣ୍ଡରେ ରଖାଯିବ” ବୋଲି ଲେଖାଅଛି I
- ""ତୁମ୍ଭମାନଙ୍କ ସହିତ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” (୨:୧୩) I କେତେକ ସଂସ୍କରଣରେ, “ତୁମ୍ଭମାନଙ୍କ ସହିତ ପ୍ରେମ ଭୋଜରେ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” ବୋଲି ଲେଖାଅଛି I
- “ବିୟୋର” (୨:୧୫) I କେତେକ ଅନ୍ୟ ସଂସ୍କରଣରେ “ବୋସୋର” ବୋଲି ଲେଖାଅଛି I
- ""ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ” (୩:୧୦) I ଅନ୍ୟ ସଂସ୍କରଣ ଗୁଡିକରେ ଲେଖାଅଛି, “ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ଦଗ୍ଧ ହେବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ କର୍ମସବୁ ଦଗ୍ଧ ହେବ I”
(ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)
2 Peter 1
୨ ପିତର ୦୧ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
୧-୨ ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I
ଏହି ଅଧ୍ୟାୟର ବିଶେଷ ଧାରଣା
ଈଶ୍ବରଙ୍କ ଜ୍ଞାନ
ଈଶ୍ବରଙ୍କ ଜ୍ଞାନ ପାଇବାର ଅର୍ଥ ହେଉଛି ତାହାଙ୍କର ହେବା ବା ତାହାଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିବା I ଏଠାରେ “ଜ୍ଞାନ”ର ଅର୍ଥ ଈଶ୍ବରଙ୍କୁ ମାନସିକଭାବରେ କେବଳ ଜାଣିବାଠାରୁ ଅଧିକ ଅଟେ I ଏହା ଏକ ଜ୍ଞାନ ଯାହା ଈଶ୍ବରଙ୍କୁ ଜଣେ ବ୍ୟକ୍ତିକୁ ପରିତ୍ରାଣ କରିବାକୁ ଓ ତାହାକୁ ଅନୁଗ୍ରହ ଓ ଶାନ୍ତି ଦେବାକୁ ପ୍ରେରଣା ଦିଏ I (ଦେଖ: ଜାଣିବା, ଜ୍ଞାନ, ଅଜଣା, ପ୍ରଭେଦ)
ଈଶ୍ବର ପରାୟଣ ଜୀବନ ଯାପନ କରିବା
ପିତର ଶିକ୍ଷା ଦେଉଛନ୍ତି ଯେ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ଈଶ୍ବର ବିଶ୍ବାସୀମାନଙ୍କୁ ସେମାନଙ୍କର ସମସ୍ତ ପ୍ରୟୋଜନ ବିଷୟ ଦେଇଅଛନ୍ତି I ଅତଏବ, ବିଶ୍ବାସୀମାନେ ଈଶ୍ବରଙ୍କର ଅଧିକରୁ ଅଧିକ ଆଜ୍ଞାବହ ହେବାନିମନ୍ତେ ସେମାନେ କରିପାରୁଥିବା ସବୁ ବିଷୟ କରିବା ଉଚିତ I ଯଦି ବିଶ୍ବାସୀମାନେ ଏସବୁ କରିବାକୁ ଲାଗିରହିବେ, ତେବେ ସେମାନେ ଯୀଶୁଙ୍କ ସହିତ ଥିବା ସମ୍ପର୍କ ଦ୍ବାରା ଫଳପ୍ରଦ ଓ ଫଳ ଉତ୍ପନ୍ନକାରୀ ହେବେ I କିନ୍ତୁ, ଯଦି ବିଶ୍ବାସୀମାନେ ଈଶ୍ବର ପରାୟଣ ଜୀବନ ଯାପନ କରିବାରେ ଲାଗିରହିବେ ନାହିଁ, ତେବେ ତାହା ଏହା ସଦୃଶ ହେବ ଯେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ଯାହା କରିଛନ୍ତି, ତାହା ସେମାନେ ପାସୋରି ଯାଇଅଛନ୍ତି I(ଦେଖ: ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା ଓ ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ)
ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
ଶାସ୍ତ୍ରର ସତ୍ୟତା
ପିତର ଶିକ୍ଷା ଦେଉଅଛନ୍ତି ଯେ ଶାସ୍ତ୍ରର ଭାବବାଣୀ ମନୁଷ୍ୟକୃତ ନୁହେଁ I ପବିତ୍ର ଆତ୍ମା ଲୋକମାନଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରକାଶ କଲେ, ଆଉ ସେମାନେ ସେଗୁଡିକୁ କହିଥିଲେ ବା ଲେଖିଥିଲେ I ମଧ୍ୟ, ପିତର ଓ ଅନ୍ୟ ପ୍ରେରିତମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ସମୟରେ ଘଟଣାଗୁଡିକୁ କଳ୍ପନା କରି ନ ଥିଲେ I ସେମାନେ ଯୀଶୁ ଯାହା କରିଥିଲେ ଓ ଈଶ୍ବର ଯୀଶୁଙ୍କୁ ଆପଣା ପୁତ୍ର ବୋଲି କହିବାର ଯେ ଶୁଣିଥିଲେ, ସେଥିର ସାକ୍ଷ୍ୟ ଦେଉଥିଲେ I
2 Peter 1:1
ପିତର ଆପଣାକୁ ଲେଖକ ଭାବରେ ପ୍ରକାଶ କରୁଛନ୍ତି ଓ ସେ ଲେଖୁଥିବା ବିଶ୍ବାସୀମାନଙ୍କୁ ପ୍ରକାଶ କରି ନମସ୍କାର ଜଣାଉଛନ୍ତି I
δοῦλος καὶ ἀπόστολος Ἰησοῦ Χριστοῦ
ପିତର ଆପଣାକୁ ଖ୍ରୀଷ୍ଟଙ୍କର ଦାସ ବୋଲି କହୁଛନ୍ତି I ତାହାଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରେରିତ ହେବାର ପଦ ଓ ଅଧିକାର ଦିଆଯାଇଥିଲା I
τοῖς ἰσότιμον…λαχοῦσιν πίστιν
ଏହି ଲୋକମାନେ ବିଶ୍ବାସ ପ୍ରାପ୍ତ ହୋଇଅଛନ୍ତି ବୋଲି କହିବା ବିଷୟ ସୂଚାଇଦିଏ ଯେ ଈଶ୍ବର ସେମାନଙ୍କୁ ସେହି ବିଶ୍ବାସ ଦେଇଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ସେହି ବହୁମୂଲ୍ୟ ବିଶ୍ବାସ ଦେଇଅଛନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τοῖς…λαχοῦσιν
ତୁମ୍ଭମାନଙ୍କୁ ...ଯେଉଁମାନେ ପ୍ରାପ୍ତ ହୋଇଅଛନ୍ତି I ପିତର ଏହି ପତ୍ର ପାଠ କରି ପାରୁଥିବା ସବୁ ବିଶ୍ବାସୀମାନଙ୍କୁ ସମ୍ବୋଧନ କରୁଛନ୍ତି I
ἡμῖν
ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, କିନ୍ତୁ ସେ ଲେଖୁଥିବା ଲୋକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ପ୍ରାପ୍ତ ହୋଇଅଛୁ” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
2 Peter 1:2
χάρις…καὶ εἰρήνη πληθυνθείη
ଈଶ୍ବର ହିଁ ବିଶ୍ବାସୀମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ଅନୁଗ୍ରହ ଓ ଶାନ୍ତି ବୃଦ୍ଧି କରନ୍ତୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
χάρις…καὶ εἰρήνη πληθυνθείη
ପିତର ଶାନ୍ତି ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଆକାରରେ ବା ସଂଖ୍ୟାରେ ବଢିପାରିବ I (ଦେଖ: ଉପମା/ରୂପକ)
ἐν ἐπιγνώσει τοῦ Θεοῦ, καὶ Ἰησοῦ τοῦ Κυρίου ἡμῶν
ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କୁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ବାରା” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 1:3
ଈଶ୍ବର ପରାୟଣ ଜୀବନ ଯାପନ କରିବା ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I
πρὸς ζωὴν καὶ εὐσέβειαν
ଏଠାରେ “ଧର୍ମପରାୟଣତା” ଶବ୍ଦଟି “ଜୀବନ” ଶବ୍ଦକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଏକ ଧର୍ମପରାୟଣ ଜୀବନ ନିମନ୍ତେ” (ଦେଖ: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
τοῦ καλέσαντος ἡμᾶς
ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଖାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
2 Peter 1:4
δι’ ὧν
ଏଠାରେ “ଏହିସବୁ” “ତାହାଙ୍କ ଆପଣା ଗୌରବ ଓ ଗୁଣ” କୁ ବୁଝାଏ I
γένησθε…κοινωνοὶ
ତୁମ୍ଭେମାନେ ଦେଇପାର
θείας…φύσεως
ଈଶ୍ବରଙ୍କ ସ୍ବଭାବ
ἀποφυγόντες τῆς ἐν τῷ κόσμῳ ἐν ἐπιθυμίᾳ φθορᾶς
କୁଅଭିଳାଷରୁ ଜାତ ବିନାଶ ଦ୍ବାରା ଦୁଃଖଭୋଗ କରୁ ନ ଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ସେହି ବିନାଶରୁ ରକ୍ଷା ପାଉଛନ୍ତି I “ବିନାଶ” ଶବ୍ଦଟି ଗୋଟିଏ ଗୁଣବାଚକ ବିଶେଷ୍ୟ ଯାହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଏହି ଜଗତର ମନ୍ଦ ଅଭିଳାଷ ତୁମ୍ଭମାନଙ୍କୁ ବିନାଶ ନ କରେ” (ଦେଖ: ଉପମା/ରୂପକ ଓ ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 1:5
αὐτὸ τοῦτο
ଏହା ପିତର ଏବେ ପୂର୍ବ ପଦଗୁଡିକରେ କହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଏହିସବୁ କରିଥିବା କାରଣରୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
2 Peter 1:7
τὴν φιλαδελφίαν
ଏହା ଜଣେ ବନ୍ଧୁ ବା ପରିବାରର ସଦସ୍ୟଙ୍କ ନିମନ୍ତେ ଥିବା ପ୍ରେମକୁ ବୁଝାଏ ଓ ଆତ୍ମିକ ପରିବାରର ଲୋକମାନଙ୍କ ପ୍ରତି ଥିବା ପ୍ରେମ ବି ଏହାର ଅର୍ଥ ହୋଇପାରେ I
2 Peter 1:8
ταῦτα
ଏହା ବିଶ୍ବାସ, ସଦ୍ ଗୁଣ, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭ୍ରାତୃସ୍ନେହ ଓ ପ୍ରେମକୁ ବୁଝାଏ, ଯାହା ପିତର ପୂର୍ବ ପଦଗୁଡିକରେ ଉଲ୍ଲେଖ କରିଥିଲେ I
οὐκ ἀργοὺς οὐδὲ ἀκάρπους καθίστησιν
ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଶସ୍ୟ ଉତ୍ପନ୍ନ କରୁ ନ ଥିବା ଗୋଟିଏ କ୍ଷେତ ଅଟେ I ଏହାକୁ ସକରାତ୍ମକ ଶବ୍ଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ପନ୍ନ କରିବ ଓ ଫଳପୂର୍ଣ୍ଣ ହେବ” କିମ୍ବା “ତୁମ୍ଭେମାନେ ଫଳପ୍ରଦ ହେବ” (ଦେଖ: ଉପମା/ରୂପକ ଓ ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
ἀργοὺς οὐδὲ ἀκάρπους
ଏହି ଶବ୍ଦଗୁଡିକ ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ ଏହି ଲୋକ ଯୀଶୁଙ୍କୁ ଜାଣିବା ଦ୍ବାରା ଫଳପ୍ରଦ ହେବ ନାହିଁ କି କୌଣସି ଲାଭ ପାଇବ ନାହିଁ I ବିକଳ୍ପ ଅନୁବାଦ: “ଫଳଶୂନ୍ୟ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
εἰς τὴν τοῦ Κυρίου ἡμῶν, Ἰησοῦ Χριστοῦ, ἐπίγνωσιν
ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ “ଜ୍ଞାନ”କୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 1:9
ᾧ…μὴ πάρεστιν ταῦτα
ଏହି ସବୁ ବିଷୟ ନ ଥିବା ଯେ କୌଣସି ଲୋକ
τυφλός ἐστιν μυωπάζων
ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଜଣେ ଅଦୂରଦର୍ଶୀ ବା ଅନ୍ଧ ଲୋକ, କାରଣ ସେ ସେସବୁର ମୂଲ୍ୟ ବୁଝେ ନାହିଁ I ବିକଳ୍ପ ଅନୁବାଦ: “ଜଣେ ଅଦୂରଦର୍ଶୀ ଲୋକ ସଦୃଶ, ଯେ କି ସେସବୁର ଗୁରୁତ୍ବ ଦେଖିପାରେ ନାହିଁ” (ଦେଖ: ଉପମା/ରୂପକ)
τοῦ καθαρισμοῦ τῶν πάλαι αὐτοῦ ἁμαρτιῶν
ଏହା ଅନୁବାଦ କରିବାକୁ ତୁମେ ଗୋଟିଏ କ୍ରିୟା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ତାହାର ପୂର୍ବକୃତ ପାପରୁ ତାହାକୁ ପରିଷ୍କାର କରିଅଛନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 1:10
βεβαίαν ὑμῶν τὴν κλῆσιν καὶ ἐκλογὴν ποιεῖσθαι
“ଆହ୍ବାନ” ଓ “ମନୋନୟନ”ର ଅର୍ଥ ପ୍ରାୟ ସମାନ ଓ ତାହାଙ୍କର ହେବା ନିମନ୍ତେ ଈଶ୍ବର ସେମାନଙ୍କୁ ମନୋନୀତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତାହାଙ୍କର ହେବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
οὐ μὴ πταίσητέ
ଏଠାରେ “ଝୁଣ୍ଟିପଡ଼ିବା” ଶବ୍ଦ ହୁଏତ ୧) ପାପ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପପୂର୍ଣ୍ଣ ବ୍ୟବହାର କରିବ ନାହିଁ” କିମ୍ବା ୨) ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବା ବିଷୟକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବ ନାହିଁ” (ଦେଖ: ଉପମା/ରୂପକ)
2 Peter 1:11
πλουσίως ἐπιχορηγηθήσεται ὑμῖν ἡ εἴσοδος εἰς τὴν αἰώνιον βασιλείαν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ରାଜ୍ୟରେ ସ୍ବଚ୍ଛନ୍ଦରେ ପ୍ରବେଶ କରିବାକୁ ଦେବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἡ εἴσοδος
ପ୍ରବେଶ କରିବାକୁ ଏକ ସୁଯୋଗ
2 Peter 1:12
ସେମାନଙ୍କୁ ସ୍ମରଣ କରାଇବାକୁ ଓ ଶିକ୍ଷାଦେବାକୁ ତାହାଙ୍କର ଦାୟିତ୍ବ ଅଛି ବୋଲି ପିତର ବିଶ୍ବାସୀମାନଙ୍କୁ କହୁଛନ୍ତି I
ἐστηριγμένους ἐν τῇ…ἀληθείᾳ
ଏହିସବୁ ବିଷୟର ସତ୍ୟକୁ ତୁମ୍ଭେମାନେ ଦୃଢ଼ଭାବରେ ବିଶ୍ବାସ କରୁଅଛ
2 Peter 1:13
διεγείρειν ὑμᾶς ἐν ὑπομνήσει
ଏଠାରେ “ଜାଗ୍ରତ କରାଇବା”ର ଅର୍ଥ ଜଣକୁ ନିଦ୍ରାରୁ ଜଗାଇବା I ଏହିସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଏହିସବୁ ବିଷୟରେ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ, ଯେପରି ତୁମ୍ଭେମାନେ ସେସବୁ ବିଷୟରେ ଚିନ୍ତା କରିବ” (ଦେଖ: ଉପମା/ରୂପକ)
ἐφ’ ὅσον εἰμὶ ἐν τούτῳ τῷ σκηνώματι
ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ମୁଁ ଏହି ଶରୀରରେ ଅଛି” କିମ୍ବା “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି” (ଦେଖ: ଉପମା/ରୂପକ ଓ ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
2 Peter 1:14
ταχινή ἐστιν ἡ ἀπόθεσις τοῦ σκηνώματός μου
ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ଏହି ଶରୀର ତ୍ୟାଗ କରିବି” କିମ୍ବା “ମୁଁ ଶୀଘ୍ର ମୃତ୍ୟୁଭୋଗ କରିବି” (ଦେଖ: ଉପମା/ରୂପକ ଓ ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
2 Peter 1:15
ἑκάστοτε, ἔχειν ὑμᾶς…τὴν τούτων μνήμην ποιεῖσθαι
ଏଠାରେ “ଏହି ସମସ୍ତ ବିଷୟ” ଶବ୍ଦଗୁଡିକ ପିତର ପୂର୍ବପଦଗୁଡିକରେ କହିଥିବା ପ୍ରତ୍ୟେକ ବିଷୟକୁ ବୁଝାଏ I
μετὰ τὴν ἐμὴν ἔξοδον
ପିତର ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ସ୍ଥାନ ଛାଡ଼ି ଆଉ ଗୋଟିଏ ସ୍ଥାନକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୋହର ମୃତ୍ୟୁ ପରେ” କିମ୍ବା “ମୁଁ ମୃତ୍ୟୁଭୋଗ କରିବା ପରେ” (ଦେଖ: ଉପମା/ରୂପକ ଓ ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
2 Peter 1:16
ପିତର ଆପଣା ଶିକ୍ଷା ଦେବା ଜାରିରଖି ବିଶ୍ବାସୀମାନଙ୍କୁ ବୁଝାଉଛନ୍ତି ଯେ ସେସବୁ କାହିଁକି ବିଶ୍ବାସଯୋଗ୍ୟ I
οὐ γὰρ σεσοφισμένοις μύθοις ἐξακολουθήσαντες
ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ସହ କଳ୍ପିତ କାହାଣୀକୁ ଅବଲମ୍ବନ କରୁନାହୁଁ” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
τὴν…δύναμιν καὶ παρουσίαν
ଏହି ଦୁଇଟି ବାକ୍ୟାଂଶ ଏକା ବିଷୟକୁ ଉଲ୍ଲେଖ କରୁଥାଇପାରନ୍ତି ଓ ଏହାକୁ ଗୋଟିଏ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶକ୍ତିଯୁକ୍ତ ଆଗମନ” (ଦେଖ: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
τοῦ Κυρίου ἡμῶν Ἰησοῦ Χριστοῦ…παρουσίαν
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପ୍ରଭୁ ଯୀଶୁଙ୍କ ଭବିଷ୍ୟତର ଦ୍ବିତୀୟ ଆଗମନ କିମ୍ବା ୨) ପ୍ରଭୁ ଯୀଶୁଙ୍କ ପ୍ରଥମ ଆଗମନ I
τοῦ Κυρίου ἡμῶν Ἰησοῦ Χριστοῦ
ଏଠାରେ “ଆମ୍ଭମାନଙ୍କ” ଶବ୍ଦ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
2 Peter 1:17
φωνῆς ἐνεχθείσης αὐτῷ…ὑπὸ τῆς Μεγαλοπρεποῦς Δόξης
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ମହାଗୌରବ ମଧ୍ୟରୁ ଆସୁଥିବା ଗୋଟିଏ ବାଣୀ ଶୁଣିଲେ” କିମ୍ବା “ଯେତେବେଳେ ସେ ମହାଗୌରବ ମଧ୍ୟରୁ ତାହାଙ୍କୁ କୁହାଯାଉଥିବା ଗୋଟିଏ ବାଣୀ ଶୁଣିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τῆς Μεγαλοπρεποῦς Δόξης
ପିତର ଈଶ୍ବରଙ୍କୁ ତାହାଙ୍କ ଗୌରବ ପ୍ରମାଣେ ଉଲ୍ଲେଖ କରନ୍ତି I ଏହା ଗୋଟିଏ ଶବ୍ଦର ବିଲୋପ ଯାହା ଈଶ୍ବରଙ୍କ ନାମକୁ ତାହାଙ୍କ ପ୍ରତି ସମ୍ମାନର ଦୃଷ୍ଟିରୁ ବ୍ୟବହାର କରିବାକୁ ଏଡ଼ାଉଛି I ବିକଳ୍ପ ଅନୁବାଦ: “ଈଶ୍ବର, ମହାଗୌରବ, କହୁଅଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ ଓ ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
2 Peter 1:18
ταύτην τὴν φωνὴν ἡμεῖς ἠκούσαμεν ἐξ οὐρανοῦ, ἐνεχθεῖσαν
“ଆମ୍ଭେମାନେ” ଶବ୍ଦ ଲଗାଇ, ପିତର ଆପଣାକୁ ଏବଂ ଈଶ୍ବରଙ୍କ ବାଣୀ ଶୁଣିଥିବା ଶିଷ୍ୟ ଯାକୁବ ଓ ଯୋହନଙ୍କୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଜେ ସ୍ବର୍ଗରୁ ଆସିଥିବା ଏହି ବାଣୀ ଶୁଣିଥିଲୁ” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
ταύτην τὴν φωνὴν…ἠκούσαμεν ἐξ οὐρανοῦ, ἐνεχθεῖσαν
ସ୍ବର୍ଗରୁ କହିଥିବା ବ୍ୟକ୍ତିଙ୍କର ବାଣୀ ଶୁଣିଲୁ
σὺν αὐτῷ, ὄντες
ଆମ୍ଭେମାନେ ଯୀଶୁଙ୍କ ସହିତ ଥିଲୁ
2 Peter 1:19
ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ବିଶ୍ବାସୀମାନଙ୍କୁ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I
καὶ ἔχομεν βεβαιότερον τὸν προφητικὸν λόγον
ପିତର ଓ ଅନ୍ୟ ପ୍ରେରିତମାନେ ଯାହାସବୁ ଦେଖିଥିଲେ, ଯାହା ସେ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଥିଲେ, ତାହା ଭାବବାଦୀମାନେ କହିଥିବା ବିଷୟକୁ ଦୃଢ଼ୀଭୂତ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିଥିବା ବିଷୟସବୁ ଏହି ଭାବବାଣୀର ବାକ୍ୟକୁ ଅଧିକ ନିଶ୍ଚିତ କରୁଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
καὶ ἔχομεν
ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ମିଶାଇ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
βεβαιότερον τὸν προφητικὸν λόγον
ଏହା ପୁରାତନ ନିୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ, ଶାସ୍ତ୍ର ତାହା ଦୃଢ଼ କଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ᾧ καλῶς ποιεῖτε προσέχοντες
ଭାବବାଣୀର ବାକ୍ୟ ପ୍ରତି ଅତି ମନଯୋଗୀ ହେବାକୁ ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେଉଛନ୍ତି I
ὡς λύχνῳ φαίνοντι ἐν αὐχμηρῷ τόπῳ, ἕως οὗ ἡμέρα διαυγάσῃ
ପିତର ଭାବବାଣୀର ବାକ୍ୟକୁ ଗୋଟିଏ ପ୍ରଦୀପ ସଦୃଶ ତୁଳନା କରୁଛନ୍ତି, ଯାହା ପ୍ରଭାତରେ ଆଲୁଅ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୁଅ ଦେଇଥାଏ I ସକାଳ ଆସିବା ବିଷୟ ଖ୍ରୀଷ୍ଟଙ୍କର ଆଗମନକୁ ବୁଝାଏ I (ଦେଖ: ଉପମା)
φωσφόρος ἀνατείλῃ ἐν ταῖς καρδίαις ὑμῶν
ପିତର ଖ୍ରୀଷ୍ଟଙ୍କୁ “ପ୍ରଭାତୀ ତାରା” ବୋଲି କହୁଛନ୍ତି, ଯାହା ପାହାନ୍ତାକୁ ଓ ଅନ୍ଧକାରର ସମାପ୍ତି ନିକଟହୋଇ ଆସୁଥିବା ବିଷୟକୁ ସୂଚାଏ I ଖ୍ରୀଷ୍ଟ ସମସ୍ତ ସନ୍ଦେହକୁ ଦୂରକରି ଓ ସେ କିଏ, ସେ ବିଷୟରେ ପୂର୍ଣ୍ଣ ଜ୍ଞାନଦେଇ ବିଶ୍ବାସୀମାନଙ୍କ ହୃଦୟକୁ ଆଲୁଅ ଆଣିବେ I ଏଠାରେ “ହୃଦୟ” ଗୋଟିଏ ରୂପକ ଭାବରେ ଲୋକମାନଙ୍କ ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗୋଟିଏ ପ୍ରଭାତୀ ତାରା ଆପଣା ଆଲୁଅରେ ଜଗତକୁ ଆଲୋକମୟ କରିବା ସଦୃଶ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟକୁ ଆପଣା ଆଲୁଅରେ ଆଲୋକମୟ କରନ୍ତି” (ଦେଖ: ଉପମା/ରୂପକ ଓ ଲାକ୍ଷଣିକ ଶବ୍ଦ)
φωσφόρος
“ପ୍ରଭାତୀ ତାରା” ଶୁକ୍ର ଗ୍ରହକୁ ବୁଝାଏ, ଯାହା ବେଳେବେଳେ ଠିକ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଦିତ ହୋଇ ପାହାନ୍ତା ନିକଟବର୍ତ୍ତୀ ବୋଲି ସୂଚାଏ I
2 Peter 1:20
τοῦτο πρῶτον γινώσκοντες
ଅଧିକନ୍ତୁ, ତୁମ୍ଭମାନେ ବୁଝିବା ଆବଶ୍ୟକ
προφητεία…ἰδίας ἐπιλύσεως οὐ γίνεται
ସମ୍ଭାବିତ ଅର୍ଥଗୁଡିକହେଲା ୧) ଭାବବାଦୀମାନେ ସେମାନଙ୍କ ନିଜଠାରୁ ଭାବବାଣୀ କଲେ ନାହିଁ କିମ୍ବା ୨) ଭାବବାଣୀ ବୁଝିବାପାଇଁ ଲୋକେ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର ରଖିବା ଉଚିତ କିଅବା ୩) ସମଗ୍ର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଶ୍ବାସୀମାନଙ୍କ ସହାୟତାରେ ଲୋକେ ଭାବବାଣୀକୁ ତର୍ଜମା କରିବା ଉଚିତ I
2 Peter 1:21
ὑπὸ Πνεύματος Ἁγίου φερόμενοι, ἐλάλησαν ἀπὸ Θεοῦ ἄνθρωποι
ଈଶ୍ବର ଯାହା ଚାହୁଁଥିଲେ, ତାହା ଲେଖିବାକୁ ପବିତ୍ର ଆତ୍ମା ଭାବବାଦୀମାନଙ୍କୁ ସାହାଯ୍ୟ କରିବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ପବିତ୍ର ଆତ୍ମା ସେମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବହିନେଉଥିଲେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ଯେପରି ଚାଳିତ କଲେ, ମନୁଷ୍ୟମାନେ ସେପରି ଈଶ୍ବରଙ୍କଠାରୁ କଥା କହିଲେ” (ଦେଖ: ଉପମା/ରୂପକ)
2 Peter 2
୨ ପିତର ୦୨ ସାଧାରଣ ସୂଚନା
ଏହି ଅଧ୍ୟାୟର ବିଶେଷ ଧାରଣା
ଶରୀର
”ଶରୀର” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବର ଗୋଟିଏ ରୂପକ I ମନୁଷ୍ୟର ଶାରୀରିକ ଅଂଶ ପାପପୂର୍ଣ୍ଣ ନୁହେଁ I “ଶରୀର” ହେଉଛି ପାପପୂର୍ଣ୍ଣ ସ୍ବଭାବ, ଯାହା ସମସ୍ତ ଈଶ୍ବରପରାୟଣ ବିଷୟକୁ ଅଗ୍ରାହ୍ୟ କରି ପାପମୟ ବିଷୟକୁ ଇଚ୍ଛା କରିଥାଏ I ଯୀଶୁଙ୍କଠାରେ ବିଶ୍ବାସକରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବରୁ ଏହା ସବୁ ମନୁଷ୍ୟର ଅବସ୍ଥା ଅଟେ I(ଦେଖ: ଦେହ)
ଅର୍ଥବୋଧକ ସୂଚନା
ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା ତେବେ ୨:୪-୮ରେ ଉଲ୍ଲିଖିତ ଅନେକ ଉଦାହରଣ ବୁଝିବା କଷ୍ଟକର ହୁଅନ୍ତା I ଅଧିକ ବିଶ୍ଳେଷଣର ଆବଶ୍ୟକ ହୋଇଥାନ୍ତା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
2 Peter 2:1
ପିତର ବିଶ୍ବାସୀମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I
ἐγένοντο…ψευδοπροφῆται ἐν τῷ λαῷ…καὶ ἐν ὑμῖν ἔσονται ψευδοδιδάσκαλοι
ଯେପରି ଭଣ୍ଡ ଭାବବାଦୀମାନେ ସେମାନଙ୍କ କଥାରେ ଇଶ୍ରାୟେଲକୁ ପ୍ରବଞ୍ଚନା କରିବାକୁ ଆସିଥିଲେ, ସେପରି ଭଣ୍ଡ ଶିକ୍ଷକମାନେ ଖ୍ରୀଷ୍ଟଙ୍କ ବିଷୟରେ ଭ୍ରାନ୍ତଶିକ୍ଷା ଦେବାକୁ ଆସିବେ I
αἱρέσεις ἀπωλείας
“ଭ୍ରାନ୍ତ ମତ” ଶବ୍ଦଟି ଖ୍ରୀଷ୍ଟ ଓ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ମତବାଦକୁ ବୁଝାଏ I ଏହି ଭ୍ରାନ୍ତ ଶିକ୍ଷା, ତହିଁରେ ବିଶ୍ବାସ କରୁଥିବା ଲୋକମାନଙ୍କ ବିଶ୍ବାସକୁ ବିନାଶ କରେ I
τὸν ἀγοράσαντα αὐτοὺς Δεσπότην
ଏଠାରେ “କର୍ତ୍ତା” ଶବ୍ଦଟି ଦାସମାନଙ୍କୁ କ୍ରୟ କରିଥିବା ବ୍ୟକ୍ତିକୁ ବୁଝାଏ I ପିତର ଯୀଶୁଙ୍କୁ ସେ ଆପଣା ମୃତ୍ୟୁର ମୂଲ୍ୟ ଦ୍ବାରା କ୍ରୟ କରିଥିବା ଲୋକମାନଙ୍କ କର୍ତ୍ତା ବୋଲି କହୁଛନ୍ତି I (ଦେଖ: ଉପମା/ରୂପକ ଓ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
2 Peter 2:2
ταῖς ἀσελγείαις
ଅନୈତିକ ଯୌନ ସମ୍ପର୍କ
ἡ ὁδὸς τῆς ἀληθείας βλασφημηθήσεται
“ସତ୍ୟ ମାର୍ଗ” ବାକ୍ୟାଂଶଟି ଖ୍ରୀଷ୍ଟିୟାନ ବିଶ୍ବାସକୁ ଈଶ୍ବରଙ୍କ ସତ୍ୟ ମାର୍ଗ ଭାବରେ ଉଲ୍ଲେଖ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନେ ସତ୍ୟମାର୍ଗର ନିନ୍ଦା କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 2:3
πλαστοῖς λόγοις ὑμᾶς ἐμπορεύσονται
ସେମାନଙ୍କୁ ଅର୍ଥ ଦେବାକୁ ମିଥ୍ୟା କଥା କହି ତୁମ୍ଭମାନଙ୍କୁ ଭୁଲାଇବେ
οἷς τὸ κρίμα…οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει
“ଦଣ୍ଡ” ଓ “ବିନାଶ” ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେଗୁଡିକ କାର୍ଯ୍ୟ କରୁଥିବା ଲୋକମାନେ ଅଟନ୍ତି I ଏହି ଦୁଇଟି ବାକ୍ୟାଂଶ ମୌଳିକ ଭାବରେ ଏକା ଅର୍ଥକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ କେତେ ଶୀଘ୍ର ଭଣ୍ଡ ଶିକ୍ଷକମାନେ ଦଣ୍ଡ ପାଇବେ I (ଦେଖ: ବ୍ୟକ୍ତିତ୍ୱଆରୋପ ଓ ସମାନ୍ତରତାସୂଚକ)
οἷς τὸ κρίμα…οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει
ତୁମେ ଏହି ବାକ୍ୟାଂଶଗୁଡିକୁ କ୍ରିୟା ଲଗାଇ ସକରାତ୍ମକ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଶୀଘ୍ର ଦଣ୍ଡ ଦେବେ; ସେ ସେମାନଙ୍କୁ ବିନାଶ କରିବାକୁ ପ୍ରସ୍ତୁତ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ ଓ ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 2:4
ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଓ ଯେଉଁମାନଙ୍କୁ ଈଶ୍ବର ସେମାନଙ୍କ କାର୍ଯ୍ୟ ସକାଶୁ ଦଣ୍ଡ ଦେଇଥିଲେ, ପିତର ସେମାନଙ୍କ ଦୃଷ୍ଟାନ୍ତ ଦେଉଛନ୍ତି I
οὐκ ἐφείσατο
ଦଣ୍ଡ ଦେବାରୁ ଅଟକିଲେ ନାହିଁ କିମ୍ବା “ଦଣ୍ଡ ଦେଲେ”
ταρταρώσας
“ଅନ୍ଧକାରମୟ ଗହ୍ବର” ଗ୍ରୀକ୍ ଧର୍ମରୁ ଆସିଥିବା ଗୋଟିଏ ଶବ୍ଦ, ଯାହା ଗୋଟିଏ ସ୍ଥାନକୁ ବୁଝାଏ, ଯେଉଁଠାରେ ମନ୍ଦ ଆତ୍ମାମାନେ ଓ ମୃତ୍ୟୁଭୋଗ କରିଥିବା ଦୁଷ୍ଟ ଲୋକମାନେ ଦଣ୍ଡ ପାଇଥାନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ନରକରେ ନିକ୍ଷେପ କଲେ” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
σειροῖς ζόφου…τηρουμένους
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ସେ ସେମାନଙ୍କୁ ଅନ୍ଧକାରମୟ ଗହ୍ବରରେ ବାନ୍ଧି ରଖିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
σειροῖς ζόφου
ସମ୍ଭାବିତ ଅର୍ଥଗୁଡିକହେଲା ୧) “ଗୋଟିଏ ଅତି ଅନ୍ଧକାରମୟ ସ୍ଥାନରେ ବାନ୍ଧି” କିମ୍ବା ୨) “ସେମାନଙ୍କୁ ଗଭୀର ଅନ୍ଧକାରରେ ଜଞ୍ଜିରରେ ବାନ୍ଧି ବନ୍ଦୀକରି” (ଦେଖ: ଉପମା/ରୂପକ)
εἰς κρίσιν
ଏହା ବିଚାର ଦିନକୁ ବୁଝାଏ, ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ I
2 Peter 2:5
ἀρχαίου κόσμου οὐκ ἐφείσατο
ଏଠାରେ “ଜଗତ” ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ପୁରାତନ ଜଗତରେ ବାସ କରୁଥିବା ଲୋକମାନଙ୍କୁ ଛାଡିଲେ ନାହିଁ” (ଦେଖ: ଲାକ୍ଷଣିକ ଶବ୍ଦ)
ὄγδοον, Νῶε…ἐφύλαξεν
ଯେତେବେଳେ ଈଶ୍ବର ପୁରାତନ ଜଗତରେ ବାସ କରୁଥିବା ଅବଶିଷ୍ଟ ଲୋକମାନଙ୍କୁ ବିନାଶ କଲେ, ସେ ନୋହ ଓ ଅନ୍ୟ ସାତ ଜଣକୁ ବିନାଶ କଲେ ନାହିଁ I
2 Peter 2:6
πόλεις Σοδόμων καὶ Γομόρρας τεφρώσας
ସଦୋମ ଓ ଗମୋରା ନଗରୀକୁ ସମ୍ପୂର୍ଣ୍ଣ ଭସ୍ମସାତ୍ ହେବା ପର୍ଯ୍ୟନ୍ତ ଦଗ୍ଧ କଲେ
καταστροφῇ κατέκρινεν
ଏଠାରେ “ସେମାନଙ୍କୁ” ଶବ୍ଦ ସଦୋମ ଓ ଗମୋରା ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I
ὑπόδειγμα μελλόντων ἀσεβέσιν
ଈଶ୍ବରଙ୍କ ଅନାଜ୍ଞାବହ ଅନ୍ୟ ଲୋକମାନଙ୍କ ପ୍ରତି କଅଣ ଘଟିବ, ସେ ବିଷୟରେ ସଦୋମ ଓ ଗମୋରା ଗୋଟିଏ ଦୃଷ୍ଟାନ୍ତ ଏବଂ ସତର୍କବାଣୀ ଅଟେ I
2 Peter 2:7
ପିତର ଲୋଟଙ୍କ ଦୃଷ୍ଟାନ୍ତ ଦେଉଛନ୍ତି, ଯାହାଙ୍କୁ ଈଶ୍ବର ଦଣ୍ଡ ପାଇବାକୁ ଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଉଦ୍ଧାର କରିଥିଲେ I
τῆς τῶν ἀθέσμων ἐν ἀσελγείᾳ ἀναστροφῆς
ଈଶ୍ବରଙ୍କ ବ୍ୟବସ୍ଥା ଲଂଘନ କରିଥିବା ଲୋକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର
2 Peter 2:8
ὁ δίκαιος
ଏହା ଲୋଟଙ୍କୁ ବୁଝାଏ I
ψυχὴν δικαίαν…ἐβασάνιζεν
ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)
2 Peter 2:10
ପିତର ଅଧାର୍ମିକ ଲୋକମାନଙ୍କ ଚରିତ୍ରକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
μάλιστα
“ଏହା” ୨ ପିତର ୨:୯ରେ ବିଚାର ଦିନ ଆସିବା ପର୍ଯ୍ୟନ୍ତ ଈଶ୍ବର ଅଧାର୍ମିକ ଲୋକମାନଙ୍କୁ ବନ୍ଦୀରେ ରଖିଥିବା ବିଷୟକୁ ବୁଝାଏ I
τοὺς…σαρκὸς ἐν ἐπιθυμίᾳ μιασμοῦ πορευομένους
ଏଠାରେ “ଶରୀରର କାମାଭିଲାଷ” ବାକ୍ୟାଂଶ ପାପପୂର୍ଣ୍ଣ ପ୍ରକୃତିର ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣା ଆପଣା ଭ୍ରଷ୍ଟ, ପାପପୂର୍ଣ୍ଣ ଅଭିଳାଷରେ ଜଡ଼ିତ ହୁଅନ୍ତି”
κυριότητος καταφρονοῦντας
ଈଶ୍ବରଙ୍କ ଅଧିକାରର ବଶୀଭୂତ ହେବାକୁ ଅଗ୍ରାହ୍ୟ କରନ୍ତି I ଏଠାରେ “ଅଧିକାର” ଶବ୍ଦ ସମ୍ଭବତଃ ଈଶ୍ବରଙ୍କ ଅଧିକାରକୁ ବୁଝାଏ I
κυριότητος
ଏଠାରେ “ଅଧିକାର” ଈଶ୍ବରଙ୍କୁ ବୁଝାଏ, ଯାହାଙ୍କର ଆଜ୍ଞା ଦେବା ନିମନ୍ତେ ଓ ଅନାଜ୍ଞାବହତାକୁ ଦଣ୍ଡ ଦେବା ନିମନ୍ତେ ଅଧିକାର ଅଛି I (ଦେଖ: ଲାକ୍ଷଣିକ ଶବ୍ଦ)
αὐθάδεις
ଯାହା କରିବାକୁ ଚାହାନ୍ତି, କରନ୍ତି
δόξας
ଏହି ବାକ୍ୟାଂଶ ଦୂତ ବା ମନ୍ଦ ଆତ୍ମା ପରି ଆତ୍ମିକ ପ୍ରାଣୀକୁ ବୁଝାଏ I
2 Peter 2:11
ἰσχύϊ καὶ δυνάμει μείζονες
ଭଣ୍ଡ ଶିକ୍ଷକମାନଙ୍କଠାରୁ ଅଧିକ ଶକ୍ତି ଓ ପରାକ୍ରମ
οὐ φέρουσιν κατ’ αὐτῶν…βλάσφημον κρίσιν
“ସେମାନେ” ଶବ୍ଦ ଦୂତମାନଙ୍କୁ ବୁଝାଏ I “ସେମାନଙ୍କ” ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୌରବମୟ ଦୂତମାନେ କିମ୍ବା ୨) ଭଣ୍ଡ ଶିକ୍ଷକମାନେ I
φέρουσιν κατ’ αὐτῶν…βλάσφημον κρίσιν
ଦୂତମାନେ ସେମାନଙ୍କୁ ନିନ୍ଦା କରିବାର ଚିନ୍ତାଧାରା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ନିନ୍ଦାକୁ ଅସ୍ତ୍ରଭାବରେ ବ୍ୟବହାର କରି ଆକ୍ରମଣ କରିବେ I (ଦେଖ: ଉପମା/ରୂପକ)
2 Peter 2:12
οὗτοι…ὡς ἄλογα ζῷα, γεγεννημένα φυσικὰ εἰς ἅλωσιν καὶ φθοράν
ପଶୁମାନେ ଯେପରି ତର୍କ କରିପାରନ୍ତି ନାହିଁ, ଏହି ଲୋକମାନଙ୍କ ସହିତ ତର୍କ କରିହେବ ନାହିଁ I ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅଜ୍ଞାନ ପଶୁତୁଲ୍ୟ, ଯେଉଁମାନେ ଧୃତହୋଇ ବିନଷ୍ଟ ହେବା ନିମନ୍ତେ ଜାତ” (ଦେଖ: ଉପମା/ରୂପକ)
ἐν οἷς ἀγνοοῦσιν βλασφημοῦντες
ସେମାନେ ଜାଣୁ ନ ଥିବା ବା ବୁଝୁ ନ ଥିବା ବିଷୟରେ ମନ୍ଦ କଥା କହନ୍ତି
φθαρήσονται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବିନଷ୍ଟ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 2:13
ἀδικούμενοι μισθὸν ἀδικίας
ଭଣ୍ଡ ଶିକ୍ଷକମାନେ ପାଇବାକୁ ଥିବା ଦଣ୍ଡ ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବେତନ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ମନ୍ଦ କାର୍ଯ୍ୟ ନିମନ୍ତେ ସେମାନଙ୍କ ଯୋଗ୍ୟ ବିଷୟ ପାଇବେ” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
τὴν ἐν ἡμέρᾳ τρυφήν
ଏଠାରେ “ବିଳାସ” ଶବ୍ଦ ଭୋଜନପାନ, ମଦ୍ୟପାନ ଓ ବ୍ୟଭିଚାର କାର୍ଯ୍ୟଜନିତ ଅନୈତିକ କାର୍ଯ୍ୟକଳାପକୁ ବୁଝାଏ I ଦିନବେଳେ ଏହିସବୁ କାର୍ଯ୍ୟ କରିବା ବିଷୟ ସୂଚାଏ ଯେ ଏହି ଲୋକମାନେ ଏପରି କାର୍ଯ୍ୟରେ ଲଜ୍ଜିତ ନ ଥଲେ I
σπίλοι καὶ μῶμοι
“କଳଙ୍କ” ଓ “ନିନ୍ଦା” ଶବ୍ଦଗୁଡିକ ଏକାପରି ଅର୍ଥକୁ ବୁଝାଏ I ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଏହା ବସ୍ତ୍ରରେ ଗୋଟିଏ ଦାଗପରି, ଯାହା ପରିଧାନ କରିଥିବା ଲୋକକୁ ଲଜ୍ଜା ଦେଇଥାଏ I ବିକଳ୍ପ ଅନୁବାଦ: “ସେମାନେ ବସ୍ତ୍ରରେ ଦାଗ ଓ କଳଙ୍କ ସଦୃଶ, ଯାହା ଅପମାନ ଆଣିଥାଏ” (ଦେଖ: ଉପମା/ରୂପକ ଓ ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
2 Peter 2:14
ὀφθαλμοὺς ἔχοντες μεστοὺς μοιχαλίδος
ଏଠାରେ “ଚକ୍ଷୁ” ସେମାନଙ୍କ ଅଭିଳାଷକୁ ବୁଝାଏ ଓ “ଚକ୍ଷୁ ପରିପୂର୍ଣ୍ଣ”ର ଅର୍ଥ ସେମାନେ ନିରନ୍ତର ସେହି ବିଷୟ ଚାହୁଁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ନିରନ୍ତର ବ୍ୟଭିଚାର କରିବାକୁ ଚାହୁଁଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)
ἀκαταπαύστους ἁμαρτίας
ଯଦିଓ ସେମାନେ ସେମାନଙ୍କ ଅଭିଳାଷକୁ ପରିତୃପ୍ତ କରିବା ପାଇଁ ପାପ କରନ୍ତି, ସେମାନେ କରୁଥିବା ପାପ କଦାପି ପରିତୃପ୍ତ କରେ ନାହିଁ I
δελεάζοντες ψυχὰς ἀστηρίκτους
ଏଠାରେ “ଆତ୍ମା” ବ୍ୟକ୍ତିମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)
καρδίαν γεγυμνασμένην πλεονεξίας
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ଓ ଆବେଗକୁ ବୁଝାଏ I ସେମାନଙ୍କର ଅଭ୍ୟାସଗତ କାର୍ଯ୍ୟ ସକାଶୁ, ଲୋଭ ବିଷୟକ ଚିନ୍ତା ଓ କାର୍ଯ୍ୟ କରିବାକୁ ସେମାନେ ଆପଣା ଆପଣାକୁ ଶିକ୍ଷିତ କରିଅଛନ୍ତି I (ଦେଖ: ଲାକ୍ଷଣିକ ଶବ୍ଦ)
2 Peter 2:15
καταλειπόντες εὐθεῖαν ὁδὸν, ἐπλανήθησαν ἐξακολουθήσαντες
ଏହି ଭଣ୍ଡ ଶିକ୍ଷକମାନେ ସତ୍ୟ ମାର୍ଗ ପରିତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି I ଭଣ୍ଡ ଶିକ୍ଷକମାନେ ଈଶ୍ବରଙ୍କ ବାଧ୍ୟହେବାକୁ ଅଗ୍ରାହ୍ୟ କରିଅଛନ୍ତି, କାରଣ ସେମାନେ ଯାହା ସତ୍ୟ, ତାହା ଅଗ୍ରାହ୍ୟ କରିଛନ୍ତି I
εὐθεῖαν ὁδὸν
ଈଶ୍ବରଙ୍କୁ ଗୌରବ ଦେଉଥିବା ସତ୍ୟ ବ୍ୟବହାର ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଯିବାପାଇଁ ଗୋଟିଏ ପଥ ଅଟେ I (ଦେଖ: ଉପମା/ରୂପକ)
2 Peter 2:16
ἔλεγξιν…ἔσχεν
ତୁମେ ନିର୍ଦ୍ଦିଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଲିୟାମକୁ ଅନୁଯୋଗ କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଅନୁଯୋଗ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ὑποζύγιον ἄφωνον ἐν ἀνθρώπου φωνῇ φθεγξάμενον
ଗୋଟିଏ ଗଧ, ଯାହା ସ୍ବାଭାବିକ ଭାବରେ କଥା କହିବାକୁ ଅସମର୍ଥ, ଜଣେ ମନୁଷ୍ୟର ସ୍ବରରେ କଥା କହିଲା I
ἐκώλυσεν τὴν τοῦ προφήτου παραφρονίαν
ଭାବବାଦୀର ନିର୍ବୋଧ କାର୍ଯ୍ୟକୁ ଅଟକାଇବା ପାଇଁ ଈଶ୍ବର ଗୋଟିଏ ଗଧକୁ ବ୍ୟବହାର କଲେ I (ଦେଖ: ଲାକ୍ଷଣିକ ଶବ୍ଦ)
2 Peter 2:17
οὗτοί εἰσιν πηγαὶ ἄνυδροι
ଜଳ ବହୁଥିବା ନିର୍ଝର ତୃଷିତ ଲୋକମାନଙ୍କ ପାଇଁ ପ୍ରାଣ ତୃପ୍ତକାରୀ ହୋଇଥାଏ, କିନ୍ତୁ “ନିର୍ଜଳ ନିର୍ଝର” ତୃଷିତ ଲୋକମାନଙ୍କ ପାଇଁ ନିରାଶା ଅଟେ I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: ଉପମା/ରୂପକ)
ὁμίχλαι ὑπὸ λαίλαπος ἐλαυνόμεναι
ଯେତେବେଳେ ଲୋକେ ଝଡର ମେଘ ଦେଖନ୍ତି, ସେମାନେ ବୃଷ୍ଟିପାତ ଆଶା କରନ୍ତି I ଯେତେବେଳେ ବୃଷ୍ଟିପାତ ପୂର୍ବରୁ ଝଡବାୟୁ ବହି ମେଘକୁ ଦୂରକୁ ନେଇଯାଏ, ଲୋକେ ନିରାଶ ହୁଅନ୍ତି I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: ଉପମା/ରୂପକ)
οἷς ὁ ζόφος τοῦ σκότους τετήρηται
“ସେମାନଙ୍କ” ଶବ୍ଦ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କ ନିମନ୍ତେ ଘୋର ଅନ୍ଧକାରର ଦଶା ସଂରକ୍ଷିତ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 2:18
ὑπέρογκα…ματαιότητος φθεγγόμενοι
ସେମାନେ ଶକ୍ତିଯୁକ୍ତ କିନ୍ତୁ ନିରର୍ଥକ ବାକ୍ୟ ବ୍ୟବହାର କରନ୍ତି
δελεάζουσιν ἐν ἐπιθυμίαις σαρκὸς ἀσελγείαις
ସେମାନେ ଲୋକମାନଙ୍କୁ କାମୁକତା ଓ ପାପପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ହେବାପାଇଁ ପାପପୂର୍ଣ୍ଣ ପ୍ରକୃତିକୁ ଉତ୍ତେଜିତ କରନ୍ତି I
τοὺς ὀλίγως ἀποφεύγοντας τοὺς ἐν πλάνῃ ἀναστρεφομένους
ଏହି ବାକ୍ୟାଂଶ ନୂତନଭାବରେ ବିଶ୍ବାସୀ ହୋଇଥିବା ଲୋକମାନଙ୍କୁ ବୁଝାଏ I “ଭ୍ରାନ୍ତ ଆଚରଣକାରୀ” ବାକ୍ୟାଂଶଟି ଏପର୍ଯ୍ୟନ୍ତ ପାପରେ ଜୀବନ କାଟୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଓ ଅନ୍ୟମାନେ ଆଗରୁ ଯେପରି ପାପପୂର୍ଣ୍ଣ ଜୀବନ କାଟୁଥିଲେ, ସେପରି ଜୀବନ କାଟିବା ପରିବର୍ତ୍ତେ, ସତ୍ୟରେ ଜୀବନ କାଟିବାକୁ ଚେଷ୍ଟା କରୁଥିବା ଲୋକମାନେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τοὺς ὀλίγως ἀποφεύγοντας
ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: ଉପମା/ରୂପକ)
2 Peter 2:19
ἐλευθερίαν αὐτοῖς ἐπαγγελλόμενοι, αὐτοὶ δοῦλοι ὑπάρχοντες τῆς φθορᾶς
ଏଠାରେ ସ୍ବାଧିନତା ହେଉଛି ଗୋଟିଏ ରୂଢ଼ି, ଯାହା ଜଣେ ଯେପରି ଚାହେଁ, ଠିକ୍ ସେପରି ଜୀବନ କାଟିବାର କ୍ଷମତାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କୁ ସେମାନେ ଯେପରି ଚାହୁଁଛନ୍ତି, ଠିକ୍ ସେପରି ଜୀବନ କାଟିବାକୁ କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି, କିନ୍ତୁ ସେମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ଅଭିଳାଷରୁ ରକ୍ଷା ପାଇପାରନ୍ତି ନାହିଁ” (ଦେଖ: ଉପମା/ରୂପକ)
ἐλευθερίαν…ἐπαγγελλόμενοι…δοῦλοι…τῆς φθορᾶς
ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: ଉପମା/ରୂପକ)
ᾧ γάρ τις ἥττηται, τούτῳ δεδούλωται
ପିତର ଜଣେ ଲୋକକୁ ଦାସ ବୋଲି କହୁଛନ୍ତି ଯେତେବେଳେ ସେ ଲୋକ ଉପରେ କିଛି ନା କିଛି ବିଷୟର ନିୟନ୍ତ୍ରଣ ରହିଛି ଓ ସେହି ବିଷୟ ସେହି ଲୋକର କର୍ତ୍ତା ସଦୃଶ ଅଟେ I ବିକଳ୍ପ ଅନୁବାଦ: “କାରଣ ଯଦି କୌଣସି ବିଷୟର ଜଣକ ଉପରେ ନିୟନ୍ତ୍ରଣ ଅଛି, ସେହି ଲୋକ ସେହି ବିଷୟର ଦାସ ସଦୃଶ ଅଟେ” (ଦେଖ: ଉପମା/ରୂପକ)
2 Peter 2:20
“ସେମାନେ” ଓ “ସେମାନଙ୍କ” ଶବ୍ଦଗୁଡିକ ପିତର ୧୨-୧୯ ପଦରେ କହୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I
εἰ…ἀποφυγόντες…δὲ πάλιν ἐμπλακέντες ἡττῶνται, γέγονεν…τὰ ἔσχατα χείρονα τῶν πρώτων
ଏହି ବାକ୍ୟ ସତ୍ୟ ହୋଇଥିବା ସର୍ତ୍ତମୂଳକ ଉକ୍ତିର ଗୋଟିଏ ବର୍ଣ୍ଣନା I ଭଣ୍ଡ ଶିକ୍ଷକମାନେ ଥରେ “ରକ୍ଷା ପାଇଥିଲେ,” କିନ୍ତୁ ଯଦି ସେମାନେ ପୁନର୍ବାର ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, “ତାହା ହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ...ଶେଷ ଦଶା ଅଧିକ ମନ୍ଦ ହେବ”
τὰ μιάσματα τοῦ κόσμου
‘ଅଶୁଚିତା” ଶବ୍ଦ ଜଣକୁ ନୈତିକ ଭାବରେ ଅଶୁଚି କରୁଥିବା ପାପପୂର୍ଣ୍ଣ ବ୍ୟବହାରକୁ ବୁଝାଏ I “ଜଗତ” ମନୁଷ୍ୟ ସମାଜକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ମନୁଷ୍ୟ ସମାଜର ଅଶୁଚି କାର୍ଯ୍ୟଗୁଡିକ” (ଦେଖ: ଲାକ୍ଷଣିକ ଶବ୍ଦ)
ἐν ἐπιγνώσει τοῦ Κυρίου…καὶ Σωτῆρος, Ἰησοῦ Χριστοῦ
ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି ୨ ପିତର ୧:୨ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
γέγονεν αὐτοῖς τὰ ἔσχατα χείρονα τῶν πρώτων
ସେମାନଙ୍କ ଦଶା ପୂର୍ବ ଅପେକ୍ଷା ଅଧିକ ମନ୍ଦ ଅଟେ
2 Peter 2:21
τὴν ὁδὸν τῆς δικαιοσύνης
ପିତର ଜୀବନକୁ ଗୋଟିଏ “ମାର୍ଗ” ବା ପଥ ବୋଲି କହନ୍ତି I ଏହି ବାକ୍ୟାଂଶ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଥିବା ବିଷୟକୁ ବୁଝାଏ I (ଦେଖ: ଉପମା/ରୂପକ)
ὑποστρέψαι ἐκ τῆς…ἁγίας ἐντολῆς
ଏଠାରେ “ବିମୁଖ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି କରୁଥିବା ବିଷୟକୁ ତ୍ୟାଗ କରିବା I ବିକଳ୍ପ ଅନୁବାଦ: “ପବିତ୍ର ଆଜ୍ଞା ପାଳନ କରିବା ତ୍ୟାଗ କରନ୍ତି” (ଦେଖ: ଉପମା/ରୂପକ)
τῆς παραδοθείσης αὐτοῖς ἁγίας ἐντολῆς
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଦେଇଥିବା ପବିତ୍ର ଆଜ୍ଞା” କିମ୍ବା “ସେମାନେ ପ୍ରାପ୍ତ ହୋଇଛନ୍ତି ବୋଲି ଈଶ୍ବର ନିଶ୍ଚିତ କରିଥିବା ପବିତ୍ର ଆଜ୍ଞା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 2:22
συμβέβηκεν αὐτοῖς τὸ τῆς ἀληθοῦς παροιμίας
ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ନିମନ୍ତେ ପ୍ରଯୁଜ୍ୟ କିମ୍ବା “ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କୁ ବର୍ଣ୍ଣନା କରେ”
κύων ἐπιστρέψας ἐπὶ τὸ ἴδιον ἐξέραμα, καί, ὗς λουσαμένη, εἰς κυλισμὸν βορβόρου
ଭଣ୍ଡ ଶିକ୍ଷକମାନେ କିପରି “ଧାର୍ମିକତାର ମାର୍ଗ” ଜାଣି ସୁଦ୍ଧା ସେଥିରୁ ବିମୁଖହୋଇ ସେମାନଙ୍କୁ ନୈତିକ ଓ ଆତ୍ମିକ ଭାବରେ ଅଶୁଚି କରୁଥିବା ବିଷୟଗୁଡିକ ପ୍ରତି ଫେରିଛନ୍ତି, ତାହା ବୁଝାଇବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରୁଛନ୍ତି I (ଦେଖ: ହିତୋପଦେଶ)
2 Peter 3
୨ ପିତର ୦୩ ସାଧାରଣ ସୂଚନା
ଏହି ଅଧ୍ୟାୟର ବିଶେଷ ଧାରଣା
ଅଗ୍ନି
ଲୋକମାନେ ପ୍ରାୟତଃ କୌଣସି ଜିନିଷକୁ ନଷ୍ଟ କରିବାକୁ ବା ମଇଳା ଓ ଅଦରକାରୀ ଅଂଶକୁ ଜାଳିଦେଇ କୌଣସି ଜିନିଷ ଶୁଦ୍ଧ କରିବାକୁ ଅଗ୍ନି ବ୍ୟବହାର କରନ୍ତି I ଅତଏବ, ଯେତେବେଳେ ଈଶ୍ବର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି ବା ଆପଣା ଲୋକମାନଙ୍କୁ ଶୁଦ୍ଧ କରନ୍ତି, ଏଥିରେ ପ୍ରାୟତଃ ଅଗ୍ନି ସମ୍ପୃକ୍ତ ଥାଏ I (ଦେଖ: ନିଆଁ, ଜଳନ୍ତାକାଠ ଖଣ୍ଡ ନିଆଁ କଣ୍ଡ, ନିଆଁ ହାଣ୍ଡି, ନିଆଁ ହାଣ୍ଡି)
ପ୍ରଭୁଙ୍କ ଦିନ
ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଲୋକମାନଙ୍କ ନିମନ୍ତେ ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ହେବ I ଏହାର ଅର୍ଥ ହେଉଛି “ରାତ୍ରିରେ ଚୋର ଆସିବା ପରି” I ଏଥିପାଇଁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ I (ଦେଖ: ପ୍ରଭୁଙ୍କର ଦିନ, ଯେହୋବାଙ୍କର ଦିନ ଓ ଉପମା)
2 Peter 3:1
ପିତର ଶେଷକାଳ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I
διεγείρω ὑμῶν…τὴν εἰλικρινῆ διάνοιαν
ଏହି ସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଶୁଚି ଚିନ୍ତା କରିବା ନିମନ୍ତେ ତୁମ୍ଭମାନଙ୍କୁ ଉତ୍ତେଜିତ କରିବାକୁ”
2 Peter 3:2
τῶν προειρημένων ῥημάτων, ὑπὸ τῶν ἁγίων προφητῶν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପୂର୍ବକାଳରେ ପବିତ୍ର ଭାବବାଦୀମାନେ ଯେଉଁ ବାକ୍ୟ କହିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τῆς τῶν ἀποστόλων ὑμῶν ἐντολῆς τοῦ Κυρίου καὶ Σωτῆρος
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କ ଆଜ୍ଞା, ଯାହା ତୁମ୍ଭମାନଙ୍କ ପ୍ରେରିତମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 3:3
τοῦτο πρῶτον γινώσκοντες
ଏହାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଜାଣିରଖ I ଦେଖ ତୁମେ ଏହାକୁ କିପରି ୨ ପିତର ୧:୨୦ରେ ଅନୁବାଦ କଲ I
κατὰ τὰς ἰδίας ἐπιθυμίας αὐτῶν πορευόμενοι
ଏଠାରେ “ଅଭିଳାଷ” ଶବ୍ଦ ଈଶ୍ବରଙ୍କ ଇଚ୍ଛାକୁ ବିରୋଧ କରୁଥିବା ପାପପୂର୍ଣ୍ଣ ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣା ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଜୀବନ ଯାପନ କରନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
πορευόμενοι
କାର୍ଯ୍ୟ କରନ୍ତି, ଆଚରଣ କରନ୍ତି
2 Peter 3:4
ποῦ ἐστιν ἡ ἐπαγγελία τῆς παρουσίας αὐτοῦ
ଯୀଶୁ ପୁନରାଗମନ କରିବେ ନାହିଁ ବୋଲି ସେମାନେ ବିଶ୍ବାସ କରୁ ନ ଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପରିହାସକମାନେ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I “ପ୍ରତିଜ୍ଞା” ଶବ୍ଦ ଯୀଶୁ ପୁନରାଗମନ କରିବେ ବୋଲି ଦେଇଥିବା ପ୍ରତିଜ୍ଞାର ସଫଲତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁ ପୁନରାଗମନ କରିବେ ବୋଲି ଥିବା ପ୍ରତିଜ୍ଞା ସତ୍ୟ ନୁହେଁ! ସେ ଆଗମନ କରିବେ ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଓ ଲାକ୍ଷଣିକ ଶବ୍ଦ)
οἱ πατέρες ἐκοιμήθησαν
ଏଠାରେ “ପିତୃପୁରୁଷମାନେ” ବହୁକାଳ ପୂର୍ବେ ବାସ କରୁଥିବା ପୂର୍ବପୁରୁଷମାନଙ୍କୁ ବୁଝାଏ I ମହାନିଦ୍ରା ପ୍ରାପ୍ତ ହେବା ଏକ ଶବ୍ଦର ବିଲୋପ, ଯାହା ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପୂର୍ବପୁରୁଷମାନେ ମୃତ୍ୟୁଭୋଗ କଲେ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
πάντα οὕτως διαμένει ἀπ’ ἀρχῆς κτίσεως
ପରିହାସକମାନେ “ସମସ୍ତ ବିଷୟ” ବ୍ୟବହାର କରି ଅତିରଂଜନ କରୁଛନ୍ତି ଓ ସେମାନେ ଯୁକ୍ତି କରୁଛନ୍ତି ଯେ ଯେହେତୁ ଜଗତରେ କୌଣସି ବିଷୟର ପରିବର୍ତ୍ତନ ହୋଇନାହିଁ, ଯୀଶୁ ଯେ ଆସିବେ, ସତ୍ୟ ହୋଇପାରିବ ନାହିଁ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି)
ἀπ’ ἀρχῆς κτίσεως
ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟଠାରୁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 3:5
οὐρανοὶ ἦσαν ἔκπαλαι, καὶ γῆ…συνεστῶσα τῷ τοῦ Θεοῦ λόγῳ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୁରାକାଳରେ ତାହାଙ୍କ ବାକ୍ୟ ଦ୍ବାରା ... ଆକାଶମଣ୍ଡଳ ଓ ପୃଥିବୀକୁ ସ୍ଥାପନ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐξ ὕδατος καὶ δι’ ὕδατος συνεστῶσα
ଏହାର ଅର୍ଥ ହେଉଛି ଯେ ଈଶ୍ବର ଜଳ ଧାରଣ କରୁଥିବା ସମସ୍ତ ବିଷୟକୁ ଏକତ୍ର କରି ସେଥିରୁ ସ୍ଥଳ ଭାଗକୁ ନିର୍ଗତ କରାଇ ଜଳ ମଧ୍ୟରୁ ପୃଥିବୀକୁ ଅବସ୍ଥିତ କରାଇଲେ I
2 Peter 3:6
δι’ ὧν
ଏଠାରେ “ଏହି ବିଷୟ” ଈଶ୍ବରଙ୍କ ବାକ୍ୟ ଓ ଜଳକୁ ବୁଝାଏ I
ὁ τότε κόσμος ὕδατι κατακλυσθεὶς ἀπώλετο
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେହି ସମୟର ଜଗତକୁ ଜଳରେ ପ୍ଲାବିତ କରି ବିନଷ୍ଟ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 3:7
οἱ…οὐρανοὶ καὶ ἡ γῆ, τῷ αὐτῷ λόγῳ τεθησαυρισμένοι εἰσὶν, πυρὶ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର, ସେହି ବାକ୍ୟ ଦ୍ବାରା ଆକାଶ ମଣ୍ଡଳ ଓ ପୃଥିବୀକୁ ଅଗ୍ନି ନିମନ୍ତେ ସଂରକ୍ଷିତ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τῷ αὐτῷ λόγῳ
ଏଠାରେ “ଆଜ୍ଞା” ଈଶ୍ବରଙ୍କୁ ବୁଝାଏ, ଯେ କି ଆଜ୍ଞା ଦେବେ: ବିକଳ୍ପ ଅନୁବାଦ: “ଈଶ୍ବର ସେହିପରି ଗୋଟିଏ ଆଜ୍ଞା ଦେବେ”
τηρούμενοι εἰς ἡμέραν κρίσεως
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ ଓ ଏକ ନୂଆ ବାକ୍ୟରେ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ବିଚାର ଦିନ ନିମନ୍ତେ ସଂରକ୍ଷିତ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς ἡμέραν κρίσεως καὶ ἀπωλείας τῶν ἀσεβῶν ἀνθρώπων
ଏହାକୁ କ୍ରିୟାରୂପକ ବାକ୍ୟାଂଶରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅଧାର୍ମିକ ଲୋକମାନଙ୍କୁ ବିଚାର ଓ ବିନାଶ କରିବା ଦିନ ନିମନ୍ତେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
2 Peter 3:8
μὴ λανθανέτω ὑμᾶς
ତୁମ୍ଭେମାନେ ଏହା ବୁଝିବାକୁ ଭୁଲିଯାଅ ନାହିଁ କିମ୍ବା “ଏହାକୁ ଅବଜ୍ଞା କର ନାହିଁ”
ὅτι μία ἡμέρα παρὰ Κυρίῳ ὡς χίλια ἔτη
ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ
2 Peter 3:9
οὐ βραδύνει Κύριος τῆς ἐπαγγελίας
ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାକୁ ଧୀର କରନ୍ତି ନାହିଁ
ὥς τινες βραδύτητα ἡγοῦνται
କେତେକ ଲୋକ ଭାବନ୍ତି ଯେ ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାରେ ଧୀର ଅଟନ୍ତି, କାରଣ ସମୟ ସମ୍ବନ୍ଧରେ ସେମାନଙ୍କ ଦୃଷ୍ଟିକୋଣ ଈଶ୍ବରଙ୍କ ଠାରୁ ଭିନ୍ନ ଅଟେ
2 Peter 3:10
δὲ
ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଓ ଲୋକମାନେ ମନପରିବର୍ତ୍ତନ କରନ୍ତୁ ବୋଲି ଚାହାନ୍ତି, ସେ ନିଶ୍ଚୟ ଆଗମନ କରି ନ୍ୟାୟ ବିଚାର କରିବେ I
ἥξει…ἡμέρα Κυρίου ὡς κλέπτης
ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନ ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଚୋର, ଯେ କି ଅପ୍ରତ୍ୟାଶିତ ଭାବରେ ଆସିବ ଓ ଲୋକମାନଙ୍କୁ ଆଶ୍ଚର୍ଯଚକିତ କରିବ I (ଦେଖ: ବ୍ୟକ୍ତିତ୍ୱଆରୋପ ଓ ଉପମା)
οἱ οὐρανοὶ…παρελεύσονται
ଆକାଶମଣ୍ଡଳ ଲୋପ ପାଇବ
στοιχεῖα…καυσούμενα λυθήσεται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୌଳିକ ବସ୍ତୁସବୁକୁ ଅଗ୍ନିରେ ଦଗ୍ଧ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
στοιχεῖα
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ୨) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I
γῆ καὶ τὰ ἐν αὐτῇ ἔργα εὑρεθήσεται
ଈଶ୍ବର ସମସ୍ତ ପୃଥିବୀକୁ ଓ ସମସ୍ତେ କରିଥିବା କାର୍ଯ୍ୟକୁ ଦେଖିବେ ଏବଂ ତତ୍ପରେ ସମସ୍ତ ବିଷୟର ବିଚାର କରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୃଥିବୀକୁ ଓ ତହିଁରେ ଲୋକମାନେ କରିଥିବା ସମସ୍ତ ବିଷୟକୁ ପ୍ରକାଶିତ କରିଦେବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 3:11
ପ୍ରଭୁଙ୍କ ଦିନର ଅପେକ୍ଷା କରୁଥିବା ସମୟରେ ସେମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I
τούτων οὕτως πάντων λυομένων
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଏହିପରି ଭାବରେ ଏହି ସମସ୍ତ ବିଷୟକୁ ବିନଷ୍ଟ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ποταποὺς δεῖ ὑπάρχειν?
ଏହାପରେ ପିତର ଯାହା କହିବାକୁ ଯାଉଛନ୍ତି, ଅର୍ଥାତ୍ ସେମାନେ “ପବିତ୍ର ଓ ଧାର୍ମିକ ଜୀବନ ଯାପନ କରିବା ଉଚିତ”, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପିତର ଏହି ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ତୁମ୍ଭେମାନେ କି ପ୍ରକାର ଲୋକ ହେବା ଉଚିତ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
2 Peter 3:12
οὐρανοὶ πυρούμενοι, λυθήσονται, καὶ στοιχεῖα καυσούμενα, τήκεται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଗ୍ନିରେ ଆକାଶମଣ୍ଡଳକୁ ବିନଷ୍ଟ କରିବେ ଓ ସେ ପ୍ରଚଣ୍ଡ ଉତ୍ତାପରେ ମୌଳିକ ବସ୍ତୁସମୂହକୁ ତରଳାଇଦେବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
στοιχεῖα
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ୨) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I ଦେଖ ତୁମେ ଏହାକୁ କିପରି ୨ ପିତର ୩:୧୦ରେ ଅନୁବାଦ କଲ I
2 Peter 3:13
ἐν οἷς δικαιοσύνη κατοικεῖ
ପିତର “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ I ଏହା ଧାର୍ମିକ ଲୋକମାନଙ୍କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ କେଉଁଠାରେ ବାସ କରିବ” କିମ୍ବା “ଲୋକମାନେ କେଉଁଠାରେ ଧାର୍ମିକ ଭାବରେ ଜୀବନ ଯାପନ କରିବେ” (ଦେଖ: ବ୍ୟକ୍ତିତ୍ୱଆରୋପ ଓ ଲାକ୍ଷଣିକ ଶବ୍ଦ)
2 Peter 3:14
σπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାସାଧ୍ୟ ଏପରି ଜୀବନ ଯାପନ କର, ଯେପରି ଈଶ୍ବର ତୁମ୍ଭମାନଙ୍କୁ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ତାହାଙ୍କ ସହିତ ଓ ପରସ୍ପର ସହିତ ଶାନ୍ତିରେ ରହିବାର ଦେଖିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἄσπιλοι καὶ ἀμώμητοι
“ନିଷ୍କଳଙ୍କ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକର ଅର୍ଥ ମୌଳିକ ଭାବରେ ସମାନ ଓ ତାହା ନୈତିକ ପବିତ୍ରତାକୁ ଗୁରୁତ୍ବ ଦିଅନ୍ତି I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଭାବରେ ପବିତ୍ର” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ἄσπιλοι
ଏଠାରେ ଏହାର ଅର୍ଥ “ନିର୍ଦ୍ଦୋଷ” (ଦେଖ: ଉପମା/ରୂପକ)
2 Peter 3:15
τὴν τοῦ Κυρίου ἡμῶν μακροθυμίαν, σωτηρίαν ἡγεῖσθε
ଯେହେତୁ ପ୍ରଭୁ ଦୀର୍ଘସହିଷ୍ଣୁ, ବିଚାର ଦିନ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ I ଏହା ଲୋକମାନଙ୍କୁ, ଯେପରି ସେ ୨ ପିତର ୩:୯ରେ ବୁଝାଇଥିଲେ, ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I ବିକଳ୍ପ ଅନୁବାଦ: “ମଧ୍ୟ, ଆମ୍ଭମାନଙ୍କ ପ୍ରଭୁଙ୍କ ଦୀର୍ଘସହିଷ୍ଣୁତା ସମ୍ବନ୍ଧରେ ଚିନ୍ତା କର, ଯାହା ତୁମ୍ଭମାନଙ୍କୁ ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
κατὰ τὴν δοθεῖσαν αὐτῷ σοφίαν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଦେଇଥିବା ଜ୍ଞାନ ଅନୁସାରେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
2 Peter 3:16
ἐν πάσαις ταῖς ἐπιστολαῖς, λαλῶν…περὶ τούτων
ପାଉଲ ଆପଣା ସମସ୍ତ ପତ୍ରରେ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ପରିତ୍ରାଣ ଆଡକୁ କଢାଇ ନେଉଥିବା ବିଷୟରେ କହନ୍ତି
ἐν αἷς ἐστιν δυσνόητά τινα
ପାଉଲଙ୍କ ସମସ୍ତ ପତ୍ରରେ କେତେକ ବିଷୟ ଅଛି ଯାହା ବୁଝିବା ନିମନ୍ତେ କଷ୍ଟକର
ἃ οἱ ἀμαθεῖς καὶ ἀστήρικτοι στρεβλοῦσιν
ଅଶିକ୍ଷିତ ଓ ଚଞ୍ଚଳମତି ଲୋକେ ପାଉଲଙ୍କ ପତ୍ରସବୁରେ ଥିବା କଷ୍ଟକର ବିଷୟଗୁଡିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି
οἱ ἀμαθεῖς καὶ ἀστήρικτοι
ଅଶିକ୍ଷିତ ଓ ଅସ୍ଥିର I ଏହି ଲୋକମାନେ, କିପରି ଶାସ୍ତ୍ରକୁ ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯିବ, ସେ ବିଷୟରେ ଶିକ୍ଷା ପାଇନାହାନ୍ତି ଓ ସୁସମାଚାରର ସତ୍ୟତାରେ ଦୃଢ଼ଭାବେ ସ୍ଥାପିତ ନୁହନ୍ତି I
πρὸς τὴν ἰδίαν αὐτῶν ἀπώλειαν
ଫଳସ୍ବରୂପେ ସେମାନଙ୍କ ନିଜର ବିନାଶ ହୋଇଥାଏ
2 Peter 3:17
ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଶେଷ କରି ଆପଣା ପତ୍ର ସମାପ୍ତ କରନ୍ତି I
ὑμεῖς…προγινώσκοντες
‘ଏହିସବୁ’ ବିଷୟ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକ ସତ୍ୟତା ଓ ଏହି ସମସ୍ତ ଭଣ୍ଡ ଶିକ୍ଷକମାନଙ୍କ ଶିକ୍ଷାକୁ ବୁଝାଏ I
φυλάσσεσθε
ଆପଣା ଆପଣାକୁ ସୁରକ୍ଷା କର
ἵνα μὴ τῇ τῶν ἀθέσμων πλάνῃ συναπαχθέντες
ଏଠାରେ “ସ୍ଖଳିତ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି ଭ୍ରାନ୍ତ ବିଷୟ କରିବାକୁ ପ୍ରବଞ୍ଚିତ ହେବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଦୁରାଚାରୀମାନେ ତୁମ୍ଭମାନଙ୍କୁ ପ୍ରବଞ୍ଚନା କରିବେ ନାହିଁ ଓ ଭ୍ରାନ୍ତ ବିଷୟ କିଛି କରିବାକୁ ଭୁଲାଇବେ ନାହିଁ” (ଦେଖ: ଉପମା/ରୂପକ ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐκπέσητε τοῦ ἰδίου στηριγμοῦ
ବିଶ୍ବସ୍ତତା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏକ ଅଧିକାର, ଯାହା ବିଶ୍ବାସୀମାନେ ହରାଇପାରନ୍ତି I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ହେବାକୁ ତୁମ୍ଭେମାନେ ତ୍ୟାଗ କରୁଅଛ” (ଦେଖ: ଉପମା/ରୂପକ)
2 Peter 3:18
αὐξάνετε…ἐν χάριτι, καὶ γνώσει τοῦ Κυρίου ἡμῶν καὶ Σωτῆρος, Ἰησοῦ Χριστοῦ
ଏଠାରେ ପ୍ରଭୁଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଇବାର ଅର୍ଥ ହେଉଛି, ତାହାଙ୍କ ଅନୁଗ୍ରହ ଅଧିକ ଅନୁଭବ କରିବା ଓ ତାହାଙ୍କୁ ଅଧିକ ଜାଣିବା I ଗୁଣବାଚକ ବିଶେଷ୍ୟ “ଅନୁଗ୍ରହ”କୁ “ଦୟା ସହକାରେ କାର୍ଯ୍ୟ କର” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ଅଧିକ ଗ୍ରହଣ କର ଏବଂ ତାହାଙ୍କୁ ଅଧିକ ଜାଣ” କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ କିପରି ଦୟା ସହକାରେ କାର୍ଯ୍ୟ କରନ୍ତି, ସେ ବିଷୟରେ ଅଧିକ ସଚେତନ ହୁଅ ଓ ତାହାଙ୍କୁ ଅଧିକ ଉତ୍ତମରୂପେ ଜାଣ” (ଦେଖ: ଉପମା/ରୂପକ ଓ ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)