Jude
Jude front
ଯିହୂଦା ପୁସ୍ତକର ପରିଚୟ
ଭାଗ ୧: ସାଧାରଣ ପରିଚୟ
ଯିହୂଦା ପୁସ୍ତକର ରୂପରେଖା
- ପରିଚୟ (୧:୧-୨)
- ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ସତର୍କବାଣୀ (୧:୩-୪)
- ପୁରାତନ ନିୟମର ଦୃଷ୍ଟାନ୍ତସମୁହ (୧:୫-୧୬)
- ଉପଯୁକ୍ତ ପ୍ରତିକ୍ରିୟା (୧:୧୭-୨୩)
- ଈଶ୍ବରଙ୍କୁ ପ୍ରଶଂସା (୧:୨୪-୨୫)
ଯିହୂଦା ପୁସ୍ତକ କିଏ ଲେଖିଥିଲେ ?
ଲେଖକ ଆପଣାକୁ ଯାକୁବଙ୍କ ଭ୍ରାତା ଭାବେ ପରିଚୟ ଦିଅନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କ ଭ୍ରାତା ଥିଲେ I ଏହା ଅଜ୍ଞାତ ଯେ କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀ ନିମନ୍ତେ ଏକ ଉଦ୍ଧିଷ୍ଟ ପତ୍ର ଥିଲା I
ଯିହୂଦା ପୁସ୍ତକ କେଉଁ ବିଷୟରେ ଲେଖା ଯାଇଅଛି ?
ଯିହୂଦା ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ ଏହି ପତ୍ର ଲେଖିଥିଲେ I ଯିହୂଦା ସର୍ବଦା ପୁରାତନ ନିୟମକୁ ଉଦ୍ଧୃତ କରିଛନ୍ତି I ଏହା ହୁଏତ ସୁଚନା ଦିଏ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କ ନିକଟକୁ ଲେଖିଥିଲେ I ଏହି ପତ୍ର ଓ ୨ୟ ପିତର ସମାନ ବିଷୟବସ୍ତୁ ଧାରଣ କରନ୍ତି I ଏମାନେ ଉଭୟ ଦୂତ, ସଦୋମ ଓ ଗମୋରା, ଏବଂ ଭଣ୍ଡ ଶିକ୍ଷକଙ୍କ ବିଷୟରେ କହନ୍ତି I
ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ଦ୍ବାରା “ ଯିହୂଦା”କୁ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ “ଯିହୂଦାଙ୍କଠାରୁ ପତ୍ର” କିମ୍ବା “ଯିହୂଦା ଲେଖିଥିବା ପତ୍ର” ମନୋନୀତ କରିଥାଇ ପାରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?
ଏହା ସମ୍ଭବ ଯେ ସେହି ଲୋକମାନଙ୍କ ବିରୁଦ୍ଧରେ ଯିହୂଦା କହିଲେ ଯେଉଁମାନେ ଜ୍ଞାନବାଦୀ ଭାବେ ପରିଚିତ ଥିଲେ I ଏହି ଶିକ୍ଷକମାନେ ଆପଣାର କୁତ୍ସିତ ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷା ବିକୃତ କରୁଥିଲେ I ସେମାନେ କାମୁକତାର ଜୀବନଯାପନ କରୁଥିଲେ ଓ ସେହି ପ୍ରକାର ଜୀବନଯାପନ କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I
Jude 1
Jude 1:1
ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାର ପରିଚୟ ଦିଅନ୍ତି ଓ ଆପଣା ପାଠକମାନଙ୍କୁ ଅଭିବାଦନ ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭ୍ରାତା ଥିଲେ I ନୂତନ ନିୟମରେ ଅନ୍ୟ ଦୁଇଜଣ ଯିହୂଦାଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହି ପତ୍ରରେ ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯିହୁଦା ଲେଖୁଛନ୍ତି ଓ ଏହା ସର୍ବଦା ବହୁବଚନ ଅଟେ I (See: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
Ἰούδας, Ἰησοῦ Χριστοῦ δοῦλος
ଯିହୂଦା ଯାକୁବଙ୍କ ଭ୍ରାତା ଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଯିହୂଦା, ଜଣେ ଦାସ” (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ἀδελφὸς…Ἰακώβου
ଯାକୁବ ଓ ଯିହୂଦା ଯୀଶୁଙ୍କ ଭ୍ରାତା ଥିଲେ I
Jude 1:2
ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη
ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେପରି ସେମାନେ କିଛି ବସ୍ତୁ ଥିଲେ ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧି ପାଇବ I ଏହା ଗୁଣବାଚକ ବିଶେଷ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବା ନିମନ୍ତେ ଏହାକୁ ଅନ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Jude 1:3
ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I
τῆς κοινῆς ἡμῶν σωτηρίας
ଯେଉଁ ପରିତ୍ରାଣରେ ଆମେମାନେ ଅଂଶୀ ଅଟୁ
ἀνάγκην ἔσχον γράψαι
ମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”
παρακαλῶν ἐπαγωνίζεσθαι τῇ…πίστει
ସତ୍ୟ ଶିକ୍ଷାରେ ସମର୍ଥନ କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ
ἅπαξ
ପରିଶେଷରେ ଓ ସମ୍ପୂର୍ଣ୍ଣରୁପେ
Jude 1:4
παρεισέδυσαν γάρ τινες ἄνθρωποι
କାରଣ କେତେକ ଲୋକମାନେ ବିଶ୍ବାସୀମାନଙ୍କ ମଧ୍ୟକୁ ଆପଣା ପ୍ରତି ଧ୍ୟାନ ଆକର୍ଷଣ ନକରି ପ୍ରବେଶ କରିଅଛନ୍ତି
οἱ…προγεγραμμένοι εἰς…τὸ κρίμα
ଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν
ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: ଉପମା/ରୂପକ)
τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι
ସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ୨) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I
Jude 1:5
ଯିହୂଦା ସେମାନଙ୍କ ଅତୀତରୁ ଦୃଷ୍ଟାନ୍ତ ଦିଅନ୍ତି ଯେଉଁମାନେ ପ୍ରଭୁଙ୍କ ଅନୁକରଣ କଲେନାହି I
Ἰησοῦς λαὸν ἐκ γῆς Αἰγύπτου σώσας
ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
Jude 1:6
τὴν ἑαυτῶν ἀρχὴν
ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
δεσμοῖς ἀϊδίοις ὑπὸ ζόφον τετήρηκεν
ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖି ଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
ζόφον
ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ବା ନରକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନରକର ଘୋର ଅନ୍ଧକାରରେ” (ଦେଖ: ଲାକ୍ଷଣିକ ଶବ୍ଦ)
μεγάλης ἡμέρας
ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
Jude 1:7
αἱ περὶ αὐτὰς πόλεις
ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: ଲାକ୍ଷଣିକ ଶବ୍ଦ)
τὸν ὅμοιον τρόπον τούτοις ἐκπορνεύσασαι
ସଦୋମ ଓ ଗମୋରାର କାମୁକତା ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ସମାନ ପ୍ରକାର ବିଦ୍ରୋହର ପରିଣାମ ଥିଲେ I
δεῖγμα…δίκην ὑπέχουσαι
ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଦୁର୍ଭାଗ୍ୟର ଏକ ଦୃଷ୍ଟାନ୍ତ ହେଲା ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କଲେ I
Jude 1:8
οὗτοι ἐνυπνιαζόμενοι
ଯେଉଁ ଲୋକମାନେ ଈଶ୍ବରଙ୍କ ଅବଜ୍ଞା କରନ୍ତି, କାରଣ ସମ୍ଭବତଃ ସେମାନେ ଦର୍ଶନ ଦେଖି ଦାବି କଲେ ଯାହା ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେଲା
σάρκα μὲν μιαίνουσιν
ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ – ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ – ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: ଉପମା/ରୂପକ)
βλασφημοῦσιν
ଅପମାନଜନକ କଥା କହନ୍ତି
δόξας
ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I
Jude 1:9
ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I
οὐκ ἐτόλμησεν…ἐπενεγκεῖν
ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ”
κρίσιν…βλασφημίας
ଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର”
κρίσιν ἐπενεγκεῖν βλασφημίας
ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
Jude 1:10
οὗτοι
ଅଧାର୍ମିକ ଲୋକମାନେ
ὅσα μὲν οὐκ οἴδασιν
ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ୨) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” (ଯିହୂଦା ୧:୮)
Jude 1:11
τῇ ὁδῷ τοῦ Κάϊν ἐπορεύθησαν
ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: ଉପମା/ରୂପକ)
Jude 1:12
ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I
οὗτοί εἰσιν οἱ
“ସେମାନେ” ଶବ୍ଦ ଯିହୂଦା ୧:୪ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I
σπιλάδες
ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: ଉପମା/ରୂପକ)
δὶς ἀποθανόντα ἐκριζωθέντα
ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: ଉପମା/ରୂପକ)
ἐκριζωθέντα
ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: ଉପମା/ରୂପକ)
Jude 1:13
κύματα ἄγρια θαλάσσης
ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: ଉପମା/ରୂପକ)
ἐπαφρίζοντα τὰς ἑαυτῶν αἰσχύνας
ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ – ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: ଉପମା/ରୂପକ)
ἀστέρες πλανῆται
ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: ଉପମା/ରୂପକ)
οἷς ὁ ζόφος τοῦ σκότους εἰς αἰῶνα τετήρηται
ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: ଲାକ୍ଷଣିକ ଶବ୍ଦ ଓ ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Jude 1:14
ἕβδομος ἀπὸ Ἀδὰμ
ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I
ἰδοὺ
ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”
Jude 1:15
ποιῆσαι κρίσιν κατὰ
ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
Jude 1:16
γογγυσταί μεμψίμοιροι
ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
λαλεῖ ὑπέρογκα
ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
θαυμάζοντες πρόσωπα
ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
Jude 1:18
κατὰ τὰς ἑαυτῶν ἐπιθυμίας πορευόμενοι τῶν ἀσεβειῶν
ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: ଉପମା/ରୂପକ)
κατὰ τὰς ἑαυτῶν ἐπιθυμίας πορευόμενοι τῶν ἀσεβειῶν
ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: ଉପମା/ରୂପକ)
Jude 1:19
οὗτοί εἰσιν
ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”
ψυχικοί
ଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: ଉପମା/ରୂପକ)
Πνεῦμα μὴ ἔχοντες
ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
Jude 1:20
ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
ὑμεῖς δέ, ἀγαπητοί
ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
ἐποικοδομοῦντες ἑαυτοὺς
ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: ଉପମା/ରୂପକ)
Jude 1:21
ἑαυτοὺς ἐν ἀγάπῃ Θεοῦ τηρήσατε
ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: ଉପମା/ରୂପକ)
προσδεχόμενοι
ଆଗ୍ରହର ସହିତ ଅପେକ୍ଷା କରୁଅଛୁ
τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον
ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: ଲାକ୍ଷଣିକ ଶବ୍ଦ)
Jude 1:22
οὓς…διακρινομένους
ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
Jude 1:23
ἐκ πυρὸς ἁρπάζοντες
ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: ଉପମା/ରୂପକ)
οὓς…ἐλεᾶτε ἐν φόβῳ
ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα
ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି)
Jude 1:24
ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
στῆσαι κατενώπιον τῆς δόξης αὐτοῦ
ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: ଉପମା/ରୂପକ)
τῆς δόξης αὐτοῦ ἀμώμους ἐν
ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: ଉପମା/ରୂପକ)
Jude 1:25
μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν
ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I
δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν
ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I