Oriya: unfoldingWord® Translation Notes

Updated ? hours ago # views See on DCS Draft Material

Acts

Acts front

"# ପ୍ରେରିତ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ପ୍ରେରିତ ପୁସ୍ତକର ରୂପରେଖ
  1. ମଣ୍ଡଳୀ ଓ ଏହାର ପ୍ରଚାର କାର୍ଯ୍ୟର ଆରମ୍ଭ (୧:୧-୨:୪୧)
  2. ଯିରୂଶାଲମରେ ଆଦ୍ୟ ମଣ୍ଡଳୀ (୨:୪୨-୬:୭)
  3. ଅତ୍ୟଧିକ ବିରୋଧ ଓ ସ୍ତିଫାନଙ୍କ ମୃତ୍ୟୁଭୋଗ (୬:୮-୭:୬୦)
  4. ମଣ୍ଡଳୀର ତାଡନା ଓ ଫିଲିପ୍ପଙ୍କ ସେବାକାର୍ଯ୍ୟ (୮:୧-୪୦)
  5. ପାଉଲ ଜଣେ ପ୍ରେରିତ ହୁଅନ୍ତି (୯:୧-୩୧)
  6. ପିତରଙ୍କ ସେବାକାର୍ଯ୍ୟ ଓ ପ୍ରଥମ ବିଜାତି ଖ୍ରୀଷ୍ଟିୟାନ (୯:୩୨-୧୨-୨୪)
  7. ପାଉଲ, ବିଜାତିମାନଙ୍କ ନିକଟକୁ ଜଣେ ପ୍ରେରିତ, ଯିହୁଦୀ ବ୍ୟବସ୍ଥା, ଓ ଯିରୂଶାଲମସ୍ଥିତ ମଣ୍ଡଳୀର ନେତୃଗଣ (୧୨:୨୫-୧୬:୫)
  8. ମଧ୍ୟ ଭୂମଧ୍ୟ ସାଗରୀୟ ଅଞ୍ଚଳ ଓ ଏସିଆ ମାଇନରରେ ମଣ୍ଡଳୀର ସମ୍ପ୍ରସାରଣ (୧୬:୬-୧୯:୨୦)
  9. ପାଉଲ ଯିରୂଶାଲମକୁ ଯାତ୍ରା କରନ୍ତି ଓ ରୋମ୍ ରେ ଜଣେ ବନ୍ଦୀ ହୋଇଯାଆନ୍ତି (୧୯:୨୧-୨୮:୩୧)
ପ୍ରେରିତ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?

ପ୍ରେରିତ ପୁସ୍ତକ ଆଦ୍ୟ ମଣ୍ଡଳୀରେ ଅଧିକରୁ ଅଧିକ ଲୋକେ ବିଶ୍ବାସୀ ହେଉଥିବା ଘଟଣାକୁ ପ୍ରକାଶ କରେ I ଏହା ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କୁ ପବିତ୍ର ଆତ୍ମା ଆପଣା ପରାକ୍ରମରେ ସାହାଯ୍ୟ କରିବା ବିଷୟ ଦର୍ଶାଏ I ଏହି ପୁସ୍ତକର ଘଟଣାବଳୀ ଯୀଶୁଙ୍କର ସ୍ବର୍ଗାରୋହଣଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପ୍ରାୟ ତିରିଶ ବର୍ଷରେ ଶେଷ ହୁଏ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପରମ୍ପରାଗତ ଶୀର୍ଷକ “ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ” ବୋଲି କହିବାକୁ ମନୋନୀତ କରିପାରନ୍ତି କିମ୍ବା ଅନୁବାଦକମାନେ ଅନ୍ୟ ଏକ ଅପେକ୍ଷାକୃତ ସ୍ପଷ୍ଟ ଶୀର୍ଷକ ମନୋନୀତ କରିପାରନ୍ତି, ଉଦାହରଣ ସ୍ଵରୂପ, “ପ୍ରେରିତମାନଙ୍କ ଦେଇ ପବିତ୍ର ଆତ୍ମାଙ୍କ କାର୍ଯ୍ୟର ବିବରଣ I”
ପ୍ରେରିତ ପୁସ୍ତକ କିଏ ଲେଖିଥିଲେ?

ଏହି ପୁସ୍ତକ ଲେଖକଙ୍କର ନାମ ଦିଏ ନାହି I କିନ୍ତୁ, ଏହା ଥିୟଫିଲଙ୍କୁ ସମ୍ବୋଧନକରି ଲେଖାଯାଇଛି, ଏ ସେହି ବ୍ୟକ୍ତି ଯାହାଙ୍କୁ ସମ୍ବୋଧନକରି ଲୂକ ଲିଖିତ ସୁସମାଚାର ଲେଖାଯାଇଛି I ମଧ୍ୟ, ପୁସ୍ତକର କେତେକ ଅଂଶରେ, ଲେଖକ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରନ୍ତି I ଏହା ସୂଚାଇ ଦିଏ ଯେ ଲେଖକ ପାଉଲଙ୍କ ସାଙ୍ଗରେ ଯାତ୍ରା କରିଥିଲେ I ଅଧିକାଂଶ ପଣ୍ଡିତମାନେ ଭାବନ୍ତି ଯେ ଲୂକ ହେଉଛନ୍ତି ଏହି ବ୍ୟକ୍ତି ଯିଏକି ପାଉଲଙ୍କ ସାଙ୍ଗରେ ଯାତ୍ରା କରିଥିଲେ I ସେଥିପାଇଁ, ଆଦ୍ୟ ଖ୍ରୀଷ୍ଟିୟ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନମାନେ ବିବେଚନା କରିଛନ୍ତି ଯେ ଲୂକ ହିଁ ପ୍ରେରିତ ଓ ଲୂକ ପୁସ୍ତକର ଲେଖକ ଅଟନ୍ତି I

ଲୂକ ଜଣେ ଭେଷଜ ଡାକ୍ତର ଥିଲେ I ତାହାଙ୍କ ଲିଖନ ଶୈଳୀ ଦର୍ଶାଏ ଯେ ସେ ଜଣେ ଶିକ୍ଷିତ ଲୋକ ଥିଲେ I ସେ ସମ୍ଭବତଃ ଜଣେ ବିଜାତି ଥିଲେ I ସେ ପ୍ରେରିତ ପୁସ୍ତକରେ ବର୍ଣ୍ଣିତ ଅନେକ ଘଟଣାବଳୀ ଦେଖିଥିଲେ I

ଦ୍ବିତୀୟ ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ସମ୍ବନ୍ଧୀୟ ଓ ସାଂସ୍କୃତିକ ଧାରଣା

ମଣ୍ଡଳୀ କ’ଣ?

ମଣ୍ଡଳୀ ହେଉଛି ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କର ଏକ ଦଳ I ମଣ୍ଡଳୀ ଉଭୟ ଯିହୁଦୀ ଓ ବିଜାତି ବିଶ୍ବାସୀମାନଙ୍କୁ ନେଇ ଗଠିତ I ଏହି ପୁସ୍ତକର ଘଟଣାବଳୀ ଈଶ୍ବର ମଣ୍ଡଳୀକୁ ସାହାଯ୍ୟ କରୁଥିବା ଦର୍ଶାଉଛି I ସେ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବିଶ୍ବାସୀମାନଙ୍କୁ ଧାର୍ମିକ ଜୀବନଯାପନ କରିବା ନିମନ୍ତେ ଶକ୍ତିଯୁକ୍ତ କରିଥିଲେ I

ତୃତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ପ୍ରେରିତ ପୁସ୍ତକର ଲେଖାରେ କଅଣ ସବୁ ମୁଖ୍ୟ ସମସ୍ୟା ରହିଛି?

Tପ୍ରେରିତ ପୁସ୍ତକରେ ଏହି ସବୁ ମୁଖ୍ୟ ଲେଖାଗତ ସମସ୍ୟା ରହିଛି:

Tବାଇବଲର ପୁରାତନ ଅନୁବାଦ ଗୁଡିକରେ ଏହି ସବୁ ପଦ ଦେଖିବାକୁ ମିଳେ, କିନ୍ତୁ ସେଗୁଡିକ ବାଇବଲର ସର୍ବୋତ୍ତମ ଖଣ୍ଡ ସବୁରେ ନାହି I କେତେକ ଆଧୁନିକ ଅନୁବାଦରେ ସେଗୁଡିକ ବର୍ଗ ବନ୍ଧନୀ ([ ])ରେ ସ୍ଥାନିତ ଅଟେ I ULT ଓ UST ପାଦଟୀକାରେ ସେଗୁଡିକ ଲେଖନ୍ତି I

  • “ଫିଲିପ୍ପ କହିଲେ, ‘ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ବାସ କରନ୍ତି, ତାହା ହେଲେ ହୋଇପାରେ I’ ସେଥିରେ କୁଶଦେଶୀୟ ବ୍ୟକ୍ତି ଉତ୍ତର ଦେଲେ, ‘ଯୀଶୁ ଖ୍ରୀଷ୍ଟ ଯେ ଈଶ୍ବରଙ୍କ ପୁତ୍ର, ଏହା ମୁଁ ବିଶ୍ବାସ କରୁଅଛି ’”(ପ୍ରେରିତ ୮:୩୭)I
  • “କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ବୋଧ କଲେ I” (ପ୍ରେରିତ ୧୫:୩୪)
  • “ଆଉ ଆପଣାମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ I କିନ୍ତୁ ସହସ୍ରସେନାପତି ଲୂସିୟା ଆସି ଅତିଶୟ ବଳତ୍କାରରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡାଇନେଲେ, ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ନିମନ୍ତେ ଆଜ୍ଞା ଦେଲେ I” (ପ୍ରେରିତ ୨୪:୬ଖ-୮କ)
  • “ଆଉ ସେ ଏହି ସବୁ କଥା କହନ୍ତେ ଯିହୁଦୀମାନେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ I”(ପ୍ରେରିତ ୨୮:୨୯)

    ତଳ ଲିଖିତ ପଦ ଗୁଡିକରେ, ଏହା ଅନିଶ୍ଚିତ ଯେ ମୁଳ ଲେଖାରେ କ’ଣ କୁହାଯାଇଥିଲା I କେଉଁ ଲେଖାଟିକୁ ଅନୁବାଦ କରିବାକୁ ହେବ, ତାହା ଅନୁବାଦକମାନେ ବାଛିବା ଆବଶ୍ୟକ I ULTରେ ପ୍ରଥମ ଲେଖା ଅଛି, କିନ୍ତୁ ପାଦଟୀକାରେ ଦ୍ବିତୀୟ ଲେଖା ଉଲ୍ଲେଖ କରାଯାଇଛି I

  • “ସେମାନେ ଯିରୂଶାଲମରୁ ବାହୁଡିଗଲେ” (ପ୍ରେରିତ ୧୨:୨୫)I କେତେକ ଅନୁବାଦରେ ଲେଖାଯାଏ, ସେମାନେ ଯିରୂଶାଲମକୁ (କିମ୍ବା ସେଠାକୁ) ବାହୁଡିଗଲେ”I
  • “ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ” (ପ୍ରେରିତ ୧୩:୧୮)I କେତେକ ଅନୁବାଦରେ ଲେଖାଯାଏ, “ସେ ସେମାନଙ୍କୁ ପ୍ରତିପାଳନ କଲେ I”
  • “ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ବେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି I ଯୁଗ ଆରମ୍ଭରୁ ଈଶ୍ବର ଆପଣାର ସମସ୍ତ କର୍ମ ଜ୍ଞାତ ଅଟନ୍ତି”(ପ୍ରେରିତ ୧୫:୧୭-୧୮)I କେତେକ ପୁରାତନ ଅନୁବାଦରେ ଲେଖାଯାଏ, “ ପ୍ରାଚୀନ କାଳରୁ ଯେଉଁମାନେ ତାହାଙ୍କ କର୍ମ ସମ୍ବନ୍ଧରେ ଜ୍ଞାତ, ସେମାନଙ୍କୁ ପ୍ରଭୁ ଏହା କହନ୍ତି I ""

(ଦେଖ: ପାଠ୍ୟ ପ୍ରକାରଗୁଡ଼ିକ) "

Acts 1

ପ୍ରେରିତ ୦୧ ସାଧାରଣ ସୁଚନା## ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟIୟ ଏକ ଘଟଣାକୁ ଲିପିବଦ୍ଧ କରେ ଯାହା ସାଧାରଣ ଭାବରେ “ସ୍ବର୍ଗାରୋହଣ” ବୋଲି ଖ୍ୟାତ, ଯେତେବେଳେ ଯୀଶୁ ପୁନରୁତ୍ଥିତ ହୋଇ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କଲେ I ସେ ତାହାଙ୍କ “ଦ୍ବିତୀୟ ଆଗମନ” ପୂର୍ବରୁ ଆଉ ଫେରି ଆସିବେ ନାହିଁ I (ଦେଖ: ସ୍ୱର୍ଗ*,*ଆକାଶ*,*ଆକାଶ ମଣ୍ଡଳ*,* ସ୍ୱର୍ଗୀୟପୁନରୁତ୍ଥାନ)

UST ଅନ୍ୟ ଶବ୍ଦଗୁଡ଼ିକ ବ୍ୟତୀତ “ ପ୍ରିୟ ଥିୟଫିଲ” ପଦ ଉଲ୍ଲେଖ କରିଛି I ଏଇଥିପାଇଁ ଯେ ଇଂରାଜୀ କହୁଥିବା ଲୋକମାନେ ସାଧାରଣତଃ ଏହି ପ୍ରକାରେ ପତ୍ର ଆରମ୍ଭ କରନ୍ତି I ତୁମେ ତୁମ ସଂସ୍କୁତିରେ ଲୋକେ ଯେ ପ୍ରକାରେ ପତ୍ର ଆରମ୍ଭ କରନ୍ତି, ସେହି ପ୍ରକାରେ ଏହି ପୁସ୍ତକ ଆରମ୍ଭ କରିବାପାଇଁ ଇଚ୍ଛା କରିପାର I

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତି ଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଗୀତସଂହିତା ୧:୨୦ ର ଦୁଇଟି ଉର୍ଦ୍ଧୃତାଂଶରେ ଏହା କରିଛି I

ଏହି ଅଧ୍ୟାୟରେ ଲିଖିତ ବିଶେଷ ଚିନ୍ତାଧାରା

ବାପ୍ତିସ୍ମ ଦେବା

ଏହି ଅଧ୍ୟାୟରେ “ବାପ୍ତିସ୍ମ ଦେବା”ର ଦୁଇଟି ଅର୍ଥ ଅଛି I ଏହା ଯୋହନଙ୍କର ଜଳ ବIପ୍ତିସ୍ମ ଓ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ବୁଝାଏ ([ପ୍ରେରିତ ୧:୫] (../../act/01/05.md)). (ଦେଖ: ବାପ୍ତିଜିତ କରିବା*,* ବାପ୍ତିଜିତବାପ୍ତିସ୍ମ)

“ସେ ଈଶ୍ବରଙ୍କ ରାଜ୍ୟ ବିଷୟରେ କହିଥିଲେ”

କେତେକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯେତେବେଳେ ଯୀଶୁ “ଈଶ୍ବରଙ୍କ ରାଜ୍ୟ ବିଷୟରେ କହିଲେ,” ସେ ଆପଣା ଶିଷ୍ୟମାନଙ୍କୁ ବୁଝାଇଥିଲେ ଯେ କାହିଁକି ତାହାଙ୍କ ମୃତ୍ୟୁ ପୁର୍ବରୁ ଈଶ୍ବରଙ୍କ ରାଜ୍ୟ ଉପସ୍ଥିତ ହେଲା ନାହିଁ I ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଯୀଶୁ ଜୀବିତ ଥିବା ସମୟରେ ହିଁ ଈଶ୍ବରଙ୍କ ରାଜ୍ୟ ଆରମ୍ଭ ହୋଇଥିଲା ଓ ଏଠାରେ ଯୀଶୁ ବୁଝାଉଛନ୍ତି ଯେ ଏହା ଏକ ନୂତନ ରୂପରେ ଆରମ୍ଭ ହେଉଥିଲା I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବାଦଶ ଶିଷ୍ୟ

ନିମ୍ନରେ ଦ୍ବାଦଶ ଶିଷ୍ୟମାନଙ୍କର ତାଲିକାଗୁଡ଼ିକ ଦିଆଗଲା:

ମାଥିଉରେ:

ଶିମୋନ (ପିତର), ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ, ଜେବଦିଙ୍କ ପୁତ୍ର ଯୋହନ, ଫିଲିପ୍ପ, ବର୍ଥଲମି, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦିୟ, ଉଦ୍ଯୋଗୀ ଶିମୋନ ଓ ଈଷ୍କରିୟୋଥ ଯିହୂଦା I ମାର୍କରେ: ଶିମୋନ (ପିତର), ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ଜେବଦିଙ୍କ ପୁତ୍ର ଯୋହନ ( ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ନାମ ଦେଲେ), ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥବ୍ଦିୟ, ଉଦ୍ଯୋଗୀ ଶିମୋନ ଓ ଈଷ୍କରିୟୋଥ ଯିହୂଦା I

ଲୂକରେ: ଶିମୋନ (ପିତର), ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥବ୍ଦିୟ, ଶିମୋନ (ଯାହାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୂଦା ଓ ଈଷ୍କରିୟୋଥ ଯିହୂଦା I

ଥବ୍ଦିୟ ସମ୍ଭବତଃ ଯାକୁବଙ୍କ ପୁତ୍ର ଯିହୂଦା ଥିଲେ I

ହକଲ୍ ଦମା

ଏହା ଏବ୍ରୀ କିମ୍ବା ଆରାମୀୟ ଭାଷାର ଏକ ଖଣ୍ଡ ବାକ୍ୟ I ଲୂକ ଗ୍ରୀକ୍ ଅକ୍ଷର ବ୍ୟବହାର କରିଥିଲେ ଯେପରି ତାଙ୍କର ପାଠକମାନେ ତାହାର ଉଚ୍ଚାରଣ ଜାଣିପାରିବେ ଓ ତାହାପରେ ସେ ତାହାର ଅର୍ଥ ବୁଝାଉଥିଲେ I ତୁମ୍ଭେମାନେ ସମ୍ଭବତଃ ତୁମ ଭାଷାର ଉଚ୍ଚାରଣ ଅନୁସାରେ ତାହାର ବନାନ କରିପାରିବ ଓ ତାପରେ ତହିଁର ଅର୍ଥ ବୁଝାଇ ଦେବ I (ଦେଖ: ଶବ୍ଦର ନକଲ କିମ୍ବା ଧାର)

Acts 1:1

τὸν μὲν πρῶτον λόγον ἐποιησάμην

ପୂର୍ବ ପୁସ୍ତକଟି ଲୂକ ଲିଖିତ ସୁସମାଚାର ଅଟେ I

ὦ Θεόφιλε

ଲୂକ ଏହି ପୁସ୍ତକଟି ଥିୟଫିଲ ନାମକ ଜଣେ ଲୋକକୁ ଲେଖିଥିଲେ I କେତେକ ଅନୁବାଦ ସେମାନଙ୍କ ସଂସ୍କୁତିରେ ପ୍ରଚଳିତ ଧାରାନୁସIରେ ପତ୍ରରେ ସମ୍ବୋଧନ କରି ବାକ୍ୟର ଆରମ୍ଭରେ “ପ୍ରିୟ ଥିୟଫିଲ” ଲେଖନ୍ତି I ଥିୟଫିଲର ଅର୍ଥ ହେଉଛି “ଈଶ୍ବରଙ୍କ ବନ୍ଧୁ” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 1:2

ἄχρι ἧς ἡμέρας ... ἀνελήμφθη

ଏହା ଯୀଶୁଙ୍କର ସ୍ବର୍ଗାରୋହଣ ସମ୍ବନ୍ଧରେ ଦର୍ଶାଏ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ସ୍ବର୍ଗରେ ଗୃହୀତ କରିବା ଦିନ ପର୍ଯ୍ୟନ୍ତ” କିଅବା “ସେ ସ୍ବର୍ଗରେ ଗୃହୀତ ହେବା ଦିନ ପର୍ଯ୍ୟନ୍ତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐντειλάμενος ... διὰ Πνεύματος Ἁγίου

ନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ ସମ୍ବନ୍ଧରେ ଶିକ୍ଷା ଦେବାପାଇଁ ପବିତ୍ର ଆତ୍ମା ଯୀଶୁଙ୍କୁ ପରିଚାଳିତ କରିଥିଲେ I

Acts 1:3

μετὰ τὸ παθεῖν αὐτὸν

ଏହା କ୍ରୁଶ ଉପରେ ଯୀଶୁଙ୍କର ଦୁଖଃଯନ୍ତ୍ରଣା ଓ ମୃତ୍ୟୁ ଭୋଗକୁ ବୁଝାଏ

ଯୀଶୁ ଆପଣା ପ୍ରେରିତମାନଙ୍କୁ ଓ ଅନେକ ଅନ୍ୟ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ I

Acts 1:4

ଏଠାରେ “ସେ” ଶବ୍ଦଟି ଯୀଶୁଙ୍କୁ ବୁଝାଏ I ପ୍ରେରିତ ପୁସ୍ତକରେ ‘ତୁମ୍ଭେ” ଶବ୍ଦଟି ସୂଚିତ କରାଯାଇନଥିଲେ ସାଧାରଣତଃ ବହୁବଚନ ଭାବରେ ବ୍ୟବହାର କରାଯାଇଛି I(ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲା ପରେ ୪୦ ଦିନ ଧରି ଆପଣI ଶିଷ୍ୟମାନଙ୍କୁ ଦର୍ଶନ ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା I

καὶ συναλιζόμενος

ଯେତେବେଳେ ଯୀଶୁ ଆପଣା ପ୍ରେରିତମାନଙ୍କ ସହ ଏକତ୍ର ହେଉଥିଲେ I

τὴν ἐπαγγελίαν τοῦ Πατρὸς

ଏହା ପବିତ୍ର ଆତ୍ମାଙ୍କ ବିଷୟରେ ସୂଚିତ କରେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା, ଯାହାଙ୍କୁ ପ୍ରେରଣ କରିବା ବିଷୟରେ ପିତା ପ୍ରତିଜ୍ଞI କରିଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ἣν

ଯଦି ତୁମେ “ପବିତ୍ର ଆତ୍ମା” ଶବ୍ଦଟିକୁ ଯୋଡିବାପାଇଁ ପୂର୍ବ ଅଂଶକୁ ଅନୁବାଦ କରିଅଛ, ତେବେ “ଯାହାକୁ” ବଦଳରେ “ଯାହାଙ୍କୁ” ଲେଖ I ବିକଳ୍ପ ଅନୁବାଦ: “ଯାହାଙ୍କ ବିଷୟରେ ଯୀଶୁ କହିଲେ”

Acts 1:5

ଯୋହନ କି ପ୍ରକାରେ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ, ତା ସହିତ, ଇଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ, ଯୀଶୁ ତାହାର ବିପରୀତମୁଖୀ ତୁଳନା କରୁଛନ୍ତି I

Ἰωάννης μὲν ἐβάπτισεν ὕδατι

ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ ସତ

ὑμεῖς ... βαπτισθήσεσθε

ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 1:6

ଏଠାରେ “ସେମାନେ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I

εἰ ἐν τῷ χρόνῳ τούτῳ, ἀποκαθιστάνεις τὴν βασιλείαν τῷ Ἰσραήλ

ଆପଣ କଅଣ ବର୍ତ୍ତମାନ ଇସ୍ରାୟେଲକୁ ପୁନର୍ବାର ଏକ ମହାନ୍ ରାଜ୍ୟରେ ପରିଣତ କରିବେ

Acts 1:7

χρόνους ἢ καιροὺς

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସମୟ” ଓ “କାଳ” ଶବ୍ଦଗୁଡ଼ିକ ବିଭିନ୍ନ ପ୍ରକାର ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ସାଧାରଣ ସମୟର ଅବଧି କିମ୍ବା ନିର୍ଦ୍ଦିଷ୍ଟ ତାରିଖ କିଅବା ୨)ଦୁଇଟି ଶବ୍ଦ ମୌଳିକଭାବରେ ସମାନ ଅଟେ I ବିକଳ୍ପ ଅନୁବାଦ: “ସଠିକ୍ ସମୟ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Acts 1:8

ପ୍ରେରିତମାନେ ଶକ୍ତି ପାଇବେ, ଯାହା ସେମାନଙ୍କୁ ଯୀଶୁଙ୍କ ସକାଶେ ସାକ୍ଷୀ ହେବାପIଇଁ ଶକ୍ତି ଦେବ I ବିକଳ୍ପ ଅନୁବାଦ: “ମୋହର ସାକ୍ଷୀ ହେବାପIଇଁ ...ଈଶ୍ବର ତୁମ୍ଭମାନଙ୍କୁ ଶକ୍ତି ଦେବେ I”

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସମଗ୍ର ଜଗତରେ” କିମ୍ବା ୨) ପୃଥିବୀର ଦୂର ପ୍ରାନ୍ତରେ ଥିବା ସ୍ଥାନଗୁଡିକରେ (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 1:9

βλεπόντων αὐτῶν

"ସେମାନେ ଦେଖୁଥିବା ସମୟରେ I ପ୍ରେରିତମାନେ ଯୀଶୁଙ୍କ ଆଡକୁ “ଉର୍ଦ୍ଧ୍ବ ଦୃଷ୍ଟିକରି ଚାହୁଁଥିଲେ” କାରଣ ଯୀଶୁ ଆକାଶ ନିକଟକୁ ଉତ୍ଥିତ ହେଉଥିଲେ I ବିକଳ୍ପ ଅନୁବାଦ: ସେମାନେ ଆକାଶ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କରୁଥିବା ସମୟରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐπήρθη

ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଆକାଶ ଆଡକୁ ଉତ୍ଥିତ ହେଲେ” କିମ୍ବା “ଈଶ୍ବର ତାହାଙ୍କୁ ଆକାଶ ଆଡକୁ ଉଠାଇନେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

νεφέλη ὑπέλαβεν αὐτὸν ἀπὸ τῶν ὀφθαλμῶν αὐτῶν

ଖଣ୍ଡେ ମେଘ ସେମାନଙ୍କର ଦୃଷ୍ଟିକୁ ନିରୋଧ କଲା ଯେପରି ସେମାନେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ"

Acts 1:10

ἀτενίζοντες ... εἰς τὸν οὐρανὸν

ଆକାଶକୁ ଏକ ଦୃଷ୍ଟିରେ ଚାହୁଁଥିଲେ କିମ୍ବା “ଆକାଶ ଆଡକୁ ନିରୀକ୍ଷଣ କରୁଥିଲେ”

Acts 1:11

ଦୂତ ପ୍ରେରିତମାନଙ୍କୁ ଗାଲୀଲୀୟ ଲୋକଭାବରେ ସମ୍ବୋଧନ କରୁଛନ୍ତି I

ଯେପରି ସେ ମେଘରେ ଆଛନ୍ନ ହୋଇ ସ୍ବର୍ଗକୁ ନୀତ ହେଲେ, ସେପରି ଯୀଶୁ ଆକାଶରେ ପୁନରାଗମନ କରିବେ I

Acts 1:12

τότε ὑπέστρεψαν

ପ୍ରେରିତମାନେ ଫେରିଗଲେ

Σαββάτου ἔχον ὁδόν

ଏହା ଦୂରତାକୁ ବୁଝାଏ, ଯାହା ଯିହୁଦୀ ଧର୍ମଗୁରୁମାନଙ୍କର ପ୍ରଥାନୁସାରେ, ଜଣେ ବ୍ୟକ୍ତିଙ୍କୁ ବିଶ୍ରାମବାରରେ ଚାଲିବାର ଅନୁମତି ମିଳିଥାଏ I ବିକଳ୍ପ ଅନୁବାଦ: “ପ୍ରାୟ ଏକ କିଲୋମିଟର ଦୂରତା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 1:13

"ଯେତେବେଳେ ସେମାନେ ସେମାନଙ୍କର ଲକ୍ଷ୍ୟ ସ୍ଥାନରେ ପହଞ୍ଚିଲେ I ୧୨ ପଦ ଜଣାଏ ଯେ ସେମାନେ ଯୀରୁଶାଲମକୁ ଫେରୁଥିଲେ I

τὸ ὑπερῷον

କୋଠରୀଟି ଗୃହର ଉପର ଭାଗରେ ଥିଲା"

Acts 1:14

ଏହାର ଅର୍ଥ ଏହି ଯେ ପ୍ରେରିତ ଓ ବିଶ୍ବାସୀମାନଙ୍କର ଉତ୍ସର୍ଗ ଓ ଉଦ୍ଦେଶ୍ୟ ସର୍ବସାଧାରଣ ଥିଲା ଓ ସେମାନଙ୍କ ମଧ୍ୟରେ ବିବାଦ ନ ଥିଲା I

ଏହାର ଅର୍ଥ ଏହି ଯେ ଶିଷ୍ୟମାନେ ନିୟମିତଭାବରେ ବାରମ୍ବାର ପ୍ରାର୍ଥନା କରୁଥିଲେ I

Acts 1:15

ଏହି ଘଟଣା ସେହି ସମୟରେ ଘଟିଲା, ଯେତେବେଳେ ପିତର ଓ ଅନ୍ୟ ବିଶ୍ବାସୀମାନେ ଉପର କୋଠରୀରେ ଏକତ୍ର ରହୁଥିଲେ I

ଏହି ପଦଗୁଡ଼ିକ ଘଟଣାଟିର ଏକ ନୂଆ ଅଂଶର ଆରମ୍ଭକୁ ସୂଚାଇଥାଏ I ତାହା ସେହି ସମୟର ଅବଧିକୁ ବୁଝାଏ, ଯେତେବେଳେ ଶିଷ୍ୟମାନେ ଯୀଶୁଙ୍କର ସ୍ବର୍ଗାରୋହଣ ପରେ ଉପର କୋଠରୀରେ ଏକତ୍ର ହେଉଥିଲେ I ବିକଳ୍ପ ଅନୁବାଦ: “ସେହି ସମୟରେ” (ଦେଖ: ଏକ ନୂତନ ଘଟଣାର ପରିଚୟ)

ὀνομάτων

"ଶହେ କୋଡିଏ ଜଣ (ଦେଖ: ସଂଖ୍ୟାଗୁଡ଼ିକ)

ἐν ... μέσῳ τῶν ἀδελφῶν

ଏଠାରେ “ଭାଇମାନେ” ଶବ୍ଦଟି ସହବିଶ୍ବାସୀଗଣ ତଥା ଉଭୟ ପୁରୁଷ ଓ ମହିଳାମାନଙ୍କର ସମଷ୍ଟିକୁ ବୁଝାଏ I

Acts 1:16

ἔδει πληρωθῆναι τὴν Γραφὴν

ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

διὰ στόματος Δαυεὶδ

“ମୁଖ” ଶବ୍ଦଟି ଦାଉଦ ଲେଖିଥିବା ବାକ୍ୟଗୁଡିକୁ ବୁଝାଏ I ବିକଳ୍ପ ଅନୁବାଦ: ଦାଉଦଙ୍କର ବାକ୍ୟଦେଇ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 1:17

୧୮-୧୯ ପଦରେ ଲେଖକ ଯିହୂଦା କିପରି ମୃତ୍ୟୁଭୋଗ କଲେ ଓ ସେ ମୃତ୍ୟୁଭୋଗ କରିଥିବା କ୍ଷେତ୍ରକୁ ଲୋକମାନେ କଅଣ ବୋଲି ନାମ ଦେଲେ, ପାଠକମାନଙ୍କୁ ତହିଁର ପୃଷ୍ଠଭୂମିର ସୂଚନା ଦେଉଛନ୍ତି I ଏହା ପିତରଙ୍କ ବକ୍ତୃତାର ଅଂଶ ନୁହେଁ I (ଦେଖ: ପୃଷ୍ଠଭୂମି ସୂଚନା)

ଯଦିଓ ପିତର ଲୋକମାନଙ୍କର ସମସ୍ତ ଦଳକୁ ସମ୍ବୋଧନକରି କହୁଛନ୍ତି, ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି କେବଳ ପ୍ରେରିତମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

୧୭ ପଦରେ ପିତର ବିଶ୍ବାସୀମାନଙ୍କୁ ଆପଣାର ବକ୍ତୃତା କହିବା ଜାରି ରଖିଛନ୍ତି ଯାହା ସେ [ପ୍ରେରିତ ୧:୧୬]ରେ ଆରମ୍ଭ କରିଥିଲେ(../01/16.md).

Acts 1:18

“ଏହି ଲୋକ” ଶବ୍ଦ ଈଷ୍କରିୟେIଥ ଯିହୂଦାକୁ ବୁଝାଏ I

ସେ କରିଥିବା ମନ୍ଦ କାର୍ଯ୍ୟରୁ ସେ ଯେଉଁ ଅର୍ଥ ପାଇଥିଲା I “ଅଧର୍ମ” ଶବ୍ଦଟି ଈଷ୍କରିୟେIଥ ଯିହୂଦା ଯୀଶୁଙ୍କୁ ଲୋକମାନଙ୍କ ହସ୍ତରେ ସମର୍ପଣ କରିବା ବିଷୟକୁ ବୁଝାଏ ଯେଉଁ ଲୋକମାନେ ତାହାଙ୍କୁ ବଧ କରିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହା ସୂଚାଇଦିଏ ଯେ ଯିହୂଦା ଏକ ଉଚ୍ଚ ସ୍ଥାନରୁ ଡେଇଁ ପଡିଥିଲା, କେବଳ ତଳେ ପଡ଼ିଯାଇ ନ ଥିଲା I ପଡ଼ିବାଟା ଏତେ ଭୟାନକ ଥିଲା ଯେ ତାହାର ଶରୀର ଫାଟି ଯାଇଥିଲା I ଶାସ୍ତ୍ରର ଅନ୍ୟ ଅଂଶ ଗୁଡ଼ିକ ଉଲ୍ଲେଖ କରେ ଯେ ସେ ଆପଣIକୁ ଫାଶୀ ଦେଇଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 1:19

Χωρίον Αἵματος

ଯେତେବେଳେ ଯୀରୁଶାଲମ ନିବାସୀମାନେ ଶୁଣିଲେ ଯେ ଯିହୂଦା କି ପ୍ରକାରେ ମୃତ୍ୟୁଭୋଗ କଲା, ସେମାନେ ସେହି କ୍ଷେତ୍ରର ଅନ୍ୟ ଏକ ନାମ ଦେଲେ I

Acts 1:20

ଯିହୂଦା ପ୍ରତି ଘଟିଥିବା ପରିସ୍ଥିତିକୁ ଭିତ୍ତିକରି ପିତର ଦାଉଦଙ୍କର ଦୁଇଟି ଗୀତକୁ ସ୍ମରଣ କରିଥିଲେ ଯାହା ସେହି ଘଟଣା ସମ୍ବନ୍ଧରେ ଉଲ୍ଲେଖ ଥିଲା I ଏହି ପଦର ଶେଷରେ ସେହି ଉର୍ଦ୍ଧୃତାଂଶଟି ଶେଷ ହୋଇଅଛି I

ପିତର ବିଶ୍ବାସୀମାନଙ୍କ ପ୍ରତି [ପ୍ରେରିତ:୧:୧୬]ରେ ଆରମ୍ଭ କରିଥିବା ଆପଣାର ବକ୍ତୃତା ଜାରି ରଖୁଛନ୍ତି I (../01/16.md).

γέγραπται γὰρ ἐν βίβλῳ Ψαλμῶν

ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଦାଉଦ ଗୀତସଂହିତା ପୁସ୍ତକରେ ଲେଖିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

γενηθήτω‘ ἡ ἔπαυλις αὐτοῦ ἔρημος, καὶ μὴ ἔστω ὁ κατοικῶν ἐν αὐτῇ

ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ସମାନ ବିଷୟକୁ ଅନ୍ୟ ଶବ୍ଦରେ ପୁନରାବୃତ୍ତି କରି ଦ୍ବିତୀୟ ଅଂଶଟି ପ୍ରଥମଟିର ଅର୍ଥକୁ ଗୁରୁତ୍ବ ପ୍ରଦାନ କରୁଅଛି I (ଦେଖ: ସମାନ୍ତରତାସୂଚକ)

γενηθήτω‘ ἡ ἔπαυλις αὐτοῦ ἔρημος

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “କ୍ଷେତ୍ର” ଶବ୍ଦଟି ସେହି କ୍ଷେତ୍ରକୁ ବୁଝାଏ,ଯେଉଁଠି ଯିହୂଦା ମୃତ୍ୟୁଭୋଗ କରିଥିଲା କିମ୍ବା ୨) “କ୍ଷେତ୍ର” ଶବ୍ଦଟି ଯିହୂଦାର ବାସସ୍ଥାନକୁ ବୁଝାଏ ଓ ତାହାର ପରିବାର ବଂଶପାଇଁ ଏକ ରୂପକ ଶବ୍ଦ I (ଦେଖ: ଉପମା/ରୂପକ)

γενηθήτω ... ἔρημος

ଶୂନ୍ୟ ହୋଇଯିବା"

Acts 1:21

ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ ଓ ପିତର ସମ୍ବୋଧନକରି କହୁଥିବା ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ପିତର ବିଶ୍ବାସୀମାନଙ୍କ ପ୍ରତି [ପ୍ରେରିତ:୧:୧୬]ରେ ଆରମ୍ଭ କରିଥିବା ଆପଣାର ବକ୍ତୃତା ଶେଷ କରୁଛନ୍ତି I (../01/16.md).

δεῖ οὖν

ସେ ଉର୍ଦ୍ଧୃତ କରିଥିବା ଶାସ୍ତ୍ରାଂଶ ଓ ଯିହୂଦା ପ୍ରତି ଘଟିଥିବା ବିଷୟ ଉପରେ ଆଧାର କରି ପିତର ଲୋକମାନଙ୍କୁ କଅଣ କରିବାକୁ ହେବ କହୁଛନ୍ତି I

ଲୋକମାନଙ୍କର ଏକ ଦଳ ମଧ୍ୟରେ ଗମନାଗମନ କରିବା ବିଷୟ ଖୋଲାଖୋଲି ଭାବରେ ସେହି ଦଳର ଅଂଶ ହେବାର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ “ (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 1:22

ନୂତନ ପ୍ରେରିତ ନିମନ୍ତେ ଯୋଗ୍ୟତା ପାଇଁ ୨୧ପଦରେ “ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ... ହେବା ଆବଶ୍ୟକ” ବୋଲି ଯାହା ଆରମ୍ଭ ହୋଇଥିଲା, ଏଠାରେ ତାହା ଶେଷ ହେଲା I ତେଣୁ “ନିଶ୍ଚୟ ହେବ” କ୍ରିୟାବାଚ୍ୟର ବିଷୟ ବସ୍ତୁ ହେଉଛି “ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ I” ବାକ୍ୟଟି ସଂକ୍ଷିପ୍ତ ଭାବରେ ଏ ପ୍ରକାର ହେବ: ଯୋହନଙ୍କ ବାପ୍ତିସ୍ମଠାରୁ ଆରମ୍ଭକରି ... ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ...ନିଶ୍ଚୟ ଆମ୍ଭମାନଙ୍କ ସହିତ...ସାକ୍ଷୀ ହେବା ଆବଶ୍ୟକ I”

ἀρξάμενος ἀπὸ τοῦ βαπτίσματος Ἰωάννου

“ବାପ୍ତିସ୍ମ” ବିଶେଷ୍ୟଟିକୁ ଏକ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା: ୧) “ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭକରି” କିମ୍ବା ୨) ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭକରି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἕως τῆς ἡμέρας ἧς ἀνελήμφθη ἀφ’ ἡμῶν

ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଆମ୍ଭମାନଙ୍କ ନିକଟରୁ ଉର୍ଦ୍ଧ୍ବରେ ଗୃହୀତ ହେବା ପର୍ଯ୍ୟନ୍ତ” କିମ୍ବା “ଈଶ୍ବର ତାହାଙ୍କୁ ଆମ୍ଭମାନଙ୍କ ନିକଟରୁ ଉର୍ଦ୍ଧ୍ବକୁ ନେଇଯିବା ଦିନ ପର୍ଯ୍ୟନ୍ତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μάρτυρα τῆς ἀναστάσεως αὐτοῦ σὺν ἡμῖν, γενέσθαι

ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବାକୁ ଆମ୍ଭମାନଙ୍କ ସହିତ ଆରମ୍ଭ କରିବା ଆବଶ୍ୟକ

Acts 1:23

ଏଠାରେ “ସେମାନେ” ଶବ୍ଦଟି ଉପସ୍ଥିତ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: ପିତରଙ୍କ ତାଲିକା ଅନ୍ତର୍ଭୁକ୍ତ ଯୋଗ୍ୟତାଗୁଡିକୁ ପୂରଣ କରୁଥିବା ଦୁଇ ଜଣଙ୍କର ନାମ ସେମାନେ ପ୍ରସ୍ତାବ ଦେଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Ἰωσὴφ τὸν καλούμενον Βαρσαββᾶν, ὃς ἐπεκλήθη Ἰοῦστος

ଏହା କର୍ତ୍ତୃ ବାଚ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫ, ଯାହାଙ୍କୁ ଲୋକେ ବର୍ଶବ୍ବା ଓ ଯୂସ୍ତ ବୋଲି କହନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 1:24

ଏଠାରେ “ସେମାନେ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ, କିନ୍ତୁ ସମ୍ଭବତଃ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଏହି ସବୁ ବାକ୍ୟ କହିଥିଲେ I ବିକଳ୍ପ ଅନୁବାଦ: ବିଶ୍ବାସୀମାନେ ଏକତ୍ର ପ୍ରାର୍ଥନା କଲେ ଓ ପ୍ରେରିତମାନଙ୍କ ମଧ୍ୟରୁ ଜଣେ କହିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏଠାରେ “ଅନ୍ତର” ଶବ୍ଦଟି ଚିନ୍ତା ଓ ଅଭିପ୍ରାୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ, ହେ ପ୍ରଭୁ, ସମସ୍ତଙ୍କର ଚିନ୍ତା ଓ ଅଭିପ୍ରାୟକୁ ଜାଣିଥାଅ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 1:25

λαβεῖν τὸν τόπον τῆς διακονίας ταύτης καὶ ἀποστολῆς

ଏଠାରେ “ପ୍ରେରିତ ପଦ” ଶବ୍ଦଟି ଏହା କି ପ୍ରକାର “ସେବାକାର୍ଯ୍ୟ” ତାହା ବର୍ଣନା କରେ I ବିକଳ୍ପ ଅନୁବାଦ: “ପ୍ରୈରିତିକ ସେବାକାର୍ଯ୍ୟ ରେ ଯିହୂଦାର ସ୍ଥାନ ନେବା” କିମ୍ବା “ଜଣେ ପ୍ରେରିତ ଭାବରେ ସେବା କରିବା ନିମନ୍ତେ ଯିହୂଦାର ସ୍ଥାନ ନେବା” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ἀφ’ ἧς παρέβη Ἰούδας

ଏଠାରେ “ପତିତ” ଶବ୍ଦର ଅର୍ଥ ହେଉଛି ଯେ ଯିହୂଦା ଏହି ସେବା କାର୍ଯ୍ୟ କରିବା ବନ୍ଦ କରିଦେଲା I ବିକଳ୍ପ ଅନବାଦ: “ଯାହା ପୂରଣ କରିବାରୁ ଯିହୂଦା ନିରସ୍ତ ହୋଇଅଛି”

πορευθῆναι εἰς τὸν τόπον τὸν ἴδιον

ଏହି ବାକ୍ୟାଂଶଟି ଯିହୂଦାର ମୃତ୍ୟୁ ଓ ସମ୍ଭବତଃ ମୃତ୍ୟୁପରେ ତାହାର ବିଚାରକୁ ବୁଝାଏ I ବିକଳ୍ପ ଅନୁବାଦ: “ସ୍ବସ୍ଥାନକୁ ଯିବା ନିମନ୍ତେ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

Acts 1:26

ଯୋଷେଫ ଓ ମଥିୟଙ୍କ ମଧ୍ୟରୁ ଜଣକୁ ମନୋନୀତ କରିବା ନିମନ୍ତେ ପ୍ରେରିତମାନେ ଗୁଲିବାଣ୍ଟ କଲେ I

ἔπεσεν ὁ κλῆρος ἐπὶ Μαθθίαν

ଯିହୂଦାଙ୍କ ସ୍ଥାନ ପୁରଣ ନିମନ୍ତେ ଗୁଲିବାଣ୍ଟରେ ମଥିୟଙ୍କ ନାମ ଉଠିଲା I

συνκατεψηφίσθη μετὰ τῶν ἕνδεκα ἀποστόλων

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ ତାହାଙ୍କୁ ଏକାଦଶଙ୍କ ସହିତ ଜଣେ ପ୍ରେରିତ ଭାବରେ ଗ୍ରହଣ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 2

ପ୍ରେରିତ ୦୨ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ୨:୧୭-୨୧, ୨୫-୨୮, ଓ ୩୪-୩୫ରେ ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି I

କେତେକ ଅନୁବାଦ ପୁରାତନ ନିୟମର ଉର୍ଦ୍ଧୃତାଂଶଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଏହା ୨:୩୧ ରେ ଉର୍ଦ୍ଧୃତ କରାଯାଇଥିବା କ୍ଷେତ୍ରରେ ଏହା କରିଅଛି I

ଏହି ଅଧ୍ୟାୟରେ ବର୍ଣ୍ଣିତ ଘଟଣାକୁ ସାଧାରଣତଃ “ପେଣ୍ଟିକଷ୍ଟ” ବୋଲି କୁହାଯାଏ I ଅନେକେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟରେ ଯେତେବେଳେ ପବିତ୍ର ଆତ୍ମା ବିଶ୍ବାସୀମାନଙ୍କ ଅନ୍ତର ମଧ୍ୟରେ ବାସ କରିବା ନିମନ୍ତେ ଅବତରଣ କଲେ, ସେତେବେଳେ ମଣ୍ଡଳୀ ଆରମ୍ଭ ହେଲା I

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

ଅନ୍ୟାନ୍ୟ ଭାଷା

ଏହି ଅଧ୍ୟାୟରେ “ଅନ୍ୟାନ୍ୟ ଭାଷା “ଶବ୍ଦଟିର ଦୁଇଟି ଅର୍ଥ ଅଛି I ଲୂକ ବର୍ଣ୍ଣନା କରନ୍ତି ଯେ ଯାହା ଜିହ୍ବାଭାବରେ ସ୍ବର୍ଗରୁ ଓହ୍ଲାଇ ଆସିଲା ତାହା ଅଗ୍ନି ସ୍ବରୂପ ଦେଖାଯାଉଥିଲା I ([ପ୍ରେରିତ:୨:୩] (../../act/02/03.md))ଏହା ଅଗ୍ନି ଶିଖାର ଜିହ୍ବାଠାରୁ ଭିନ୍ନ ଅଟେ, ଯାହା ଜିହ୍ବା ସଦୃଶ ଦେଖାଯାଉଥିବା ଅଗ୍ନି ଅଟେ I ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ଲୋକମାନେ କହିଥିବା ଭାଷାକୁ ବୁଝାଇବାପାଇଁ ମଧ୍ୟ ଲୂକ “ଅନ୍ୟାନ୍ୟ ଭାଷା” ଶବ୍ଦ ବ୍ୟବହାର କରନ୍ତି ([ପ୍ରେରିତ ୨:୪]) (../02/04.md)).

ଶେଷ କାଳ

”ଶେଷ କାଳ” କେବେ ଆରମ୍ଭ ହେଲା, କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ([ପ୍ରେରିତ ୨:୧୭] (../../act/02/17.md)) ତୁମର ଅନୁବାଦ ଏ ବିଷୟରେ ULT ଠାରୁ ଅଧିକ କହିବା ଉଚିତ ନୁହଁ I (See: ଶେଷ ଦିନ*,* ଅନ୍ତିମ ଦିନସବୁ)

ବାପ୍ତିସ୍ମ ଦିଅ

ଏହି ଅଧ୍ୟାୟରେ “ବାପ୍ତିସ୍ମ ଦିଅ” ଶବ୍ଦଟି ଖ୍ରୀଷ୍ଟିୟ ବାପ୍ତିସ୍ମକୁ ବୁଝାଏ ([ପ୍ରେରିତ ୨:୩୮-୪୧]) (../02/38.md)). ଯଦିଓ ପ୍ରେରିତ ୨:୧-୧୧ରେ ବର୍ଣ୍ଣିତ ଘଟଣାଟି ଯୀଶୁ [ପ୍ରେରିତ ୧:୫] (../../act/01/05.md)ରେ ପ୍ରତିଜ୍ଞା କରିଥିବା ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଟେ, ଏଠାରେ “ବାପ୍ତିସ୍ମ ଦିଅ” ଶବ୍ଦଟି ସେହି ଘଟଣାକୁ ବୁଝାଏ ନାହିଁ I (ଦେଖ: ବାପ୍ତିଜିତ କରିବା*,* ବାପ୍ତିଜିତବାପ୍ତିସ୍ମ)

ଯୋୟେଲଙ୍କ ଭାବବାଣୀ

ଯୋୟେଲ କହିଥିବା ଭାବବାଣୀ ଗୁଡ଼ିକ ମଧ୍ୟରୁ ଅନେକ ବିଷୟ ପେଣ୍ଟିକଷ୍ଟ ଦିନରେ ଘଟିଥିଲା ([ପ୍ରେରିତ ୨:୧୭-୧୮] (../02/17.md)), କିନ୍ତୁ ଯୋୟେଲ କହିଥିବା କେତେକ ବିଷୟ ଘଟି ନ ଥିଲା (ପ୍ରେରିତ ୨:୧୯-୨୦ ). (ଦେଖ: ଭବିଷ୍ୟ‌ଦ୍‌ବକ୍ତା*,* ଭବିଷ୍ୟବାଣୀ, ଭବିଷ୍ୟବାଣୀ, ଦ୍ରଷ୍ଟା, ଭବିଷ୍ୟଦ୍‍ବକ୍ତ୍ରୀ)

ଅଦ୍ଭୁତ ଲକ୍ଷଣ ଓ ଚିହ୍ନ

ଏହି ସବୁ ଶବ୍ଦ ସେହି ସବୁ ବିଷୟକୁ ବୁଝାଏ ଯାହା କେବଳ ଈଶ୍ବର ହିଁ କରିପାରିବେ, ଆଉ ଏହା ଦର୍ଶାଏ ଯେ ଶିଷ୍ୟମାନେ ଯୀଶୁ କିଏ ତାହା ଠିକ୍ ବୁଝିଥିଲେ I

Acts 2:1

ଏହା ଏକ ନୂଆ ଘଟଣା; ଏହା ବର୍ତ୍ତମାନ ପେଣ୍ଟିକଷ୍ଟ ଦିନ, ନିସ୍ତାର ପର୍ବର ପରବର୍ତ୍ତୀ ୫୦ତମ ଦିନ I

ଏଠାରେ “ସେମାନେ” ଶବ୍ଦଟି ଲୂକ ପ୍ରେରିତ ୧:୧୫ ରେ ଉଲ୍ଲେଖ କରିଥିବା ପ୍ରେରିତ ଓ ଅନ୍ୟ ୧୨୦ ଜଣ ବିଶ୍ବାସୀଗଣଙ୍କୁ ବୁଝାଏ I

Acts 2:2

ଏହି ଶବ୍ଦ ଅପ୍ରତ୍ୟାଶିତ ଭାବରେ ଘଟିଥିବା ଏକ ଘଟଣାକୁ ବୁଝାଏ I

ἐγένετο ... ἐκ τοῦ οὐρανοῦ ἦχος

ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) “ସ୍ବର୍ଗ” ସେହି ସ୍ଥାନକୁ ବୁଝାଏ, ଯେଉଁଠି ଈଶ୍ବର ବାସ କରନ୍ତି I ବିକଳ୍ପ ଅନୁବାଦ: “ସ୍ବର୍ଗ”ରୁ ଏକ ଶବ୍ଦ ଆସିଲା” କିମ୍ବା ୨) “ସ୍ବର୍ଗ” ଆକାଶକୁ ବୁଝାଏ I ବିକଳ୍ପ ଅନୁବାଦ: “ଆକାଶ”ରୁ ଏକ ଶବ୍ଦ ଆସିଲା”

ἦχος, ὥσπερ φερομένης πνοῆς βιαίας

ଏକ ଶବ୍ଦ ଯାହା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଥିଲା

ὅλον τὸν οἶκον

ଏହା ଏକ ଗୃହ କିମ୍ବା ବୃହତ୍ ଅଟ୍ଟାଳିକା ହୋଇଥାଇପାରେ

Acts 2:3

ଏଗୁଡିକ ବାସ୍ତବ ଜିହ୍ବା କିମ୍ବା ଅଗ୍ନି ହୋଇଥାଇ ନ ପାରେ, କିନ୍ତୁ ସେଭଳି ଦେଖାଯାଉ ଥାଇପାରେ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଜିହ୍ବା ଗୁଡ଼ିକ ଯାହା ଅଗ୍ନିରେ ନିର୍ମିତ ହୋଇଥିବା ସଦୃଶ ଦେଖାଯାଉଥିଲା କିମ୍ବା ୨) ଛୋଟ ଛୋଟ ଅଗ୍ନି ଶିଖା ଯାହା ଜିହ୍ବା ସଦୃଶ ଦେଖାଯାଉଥିଲା I ଯେତେବେଳେ ଅଗ୍ନି ଛୋଟ ଜାଗାରେ ଜଳିଥାଏ, ଯେଭଳି ଦୀପ ଉପରେ, ଶିଖାଟି ଜିହ୍ବା ଭଳି ଆକାରରେ ଦେଖାଯାଏ I (ଦେଖ: ଉପମା)

διαμεριζόμεναι ... καὶ ἐκάθισεν ἐφ’ ἕνα ἕκαστον αὐτῶν

ଏହାର ଅର୍ଥ ଏହି ଯେ “ଅଗ୍ନି ସଦୃଶ ଜିହ୍ବା” ଗୁଡ଼ିକ ବ୍ୟାପୀଗଲେ ପୁଣି ପ୍ରତିଜଣଙ୍କ ଉପରେ ଗୋଟି ଗୋଟି ହୋଇ ଅବସ୍ଥାନ କଲେ I

Acts 2:4

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: ସେଠାରେ ସେମାନେ ଯେତେ ଜଣ ଉପସ୍ଥିତ ଥିଲେ, ସେସମସ୍ତଙ୍କୁ ପବିତ୍ର ଆତ୍ମା ପୂର୍ଣ୍ଣ କଲେ (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

λαλεῖν ἑτέραις γλώσσαις

ସେମାନେ ଆଗରୁ ଜାଣି ନ ଥିବା ଭାଷାସବୁରେ କଥା କହୁଥିଲେ I

Acts 2:5

ଏଠାରେ “ସେମାନଙ୍କୁ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I “ଆପଣା ଆପଣା” ଶବ୍ଦଟି ଲୋକମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ ବୁଝାଏ I ୫ ପଦ ଯୀରୁଶାଲମରେ ବାସ କରୁଥିବା ବହୁ ସଂଖ୍ୟକ ଯିହୂଦୀମାନଙ୍କ ପୃଷ୍ଠଭୂମି ସମ୍ବନ୍ଧରେ ସୂଚନା ଦେଇଥାଏ, ଯେଉଁମାନଙ୍କ ମଧ୍ୟରୁ ଅନେକେ ଏହି ଘଟଣା ସମୟରେ ଉପସ୍ଥିତ ଥିଲେ I (ଦେଖ: ପୃଷ୍ଠଭୂମି ସୂଚନା)

ἄνδρες εὐλαβεῖς

ଏଠାରେ “ଭକ୍ତ” ଶବ୍ଦଟି ସେହି ଲୋକମାନଙ୍କୁ ବୁଝାଏ, ଯେଉଁମାନେ ଈଶ୍ବରଙ୍କ ଉପାସନାରେ ଅନୁରାଗୀ ଓ ସମସ୍ତ ଯିହୂଦୀ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଉଦ୍ୟମ କରୁଥିଲେ I

παντὸς ἔθνους τῶν ὑπὸ τὸν οὐρανόν

"ଜଗତର ପ୍ରତ୍ୟେକ ଜାତି I “ପ୍ରତ୍ୟେକ” ଶବ୍ଦଟି ଏକ ଅତିରଂଜନ ଯାହା ଗୁରୁତ୍ବ ଦେଉଛି ଯେ ବିଭିନ୍ନ ଦେଶରୁ ଲୋକମାନେ ଆସିଥିଲେ I ବିକଳ୍ପ ଅନୁବାଦ:”ଅନେକ ବିଭିନ୍ନ ଦେଶ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

Acts 2:6

ଏହା ଏକ ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଶବ୍ଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଏହି ଶବ୍ଦ ଶୁଣିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὸ πλῆθος

ବହୁ ଜନତା"

Acts 2:7

ଏହି ଦୁଇଟି ଶବ୍ଦ ଏକାପରି ଅର୍ଥ ପ୍ରକାଶ କରୁଛି I ସେଗୁଡିକ ମିଳିତଭାବରେ ଚମତ୍କୃତହେବାର ତୀବ୍ରତାକୁ ଗୁରୁତ୍ବ ଦେଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ମହା ଆଚମ୍ବିତ ହେଲେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

οὐχ ἰδοὺ, ἅπαντες οὗτοί εἰσιν οἱ λαλοῦντες Γαλιλαῖοι

"ସେମାନଙ୍କର ବିସ୍ମୟ ଭାବ ପ୍ରକାଶ କରିବାପାଇଁ ଲୋକମାନେ ଏହି ପ୍ରଶ୍ନ ପଚାରୁଛନ୍ତି I ପ୍ରଶ୍ନଟିକୁ ଏକ ବିସ୍ମୟ ସୂଚକ ଭାବଭଙ୍ଗୀରେ ପରିବର୍ତ୍ତନ କରାଯାଇପାରିବ I ବିକଳ୍ପ ଅନୁବାଦ: “ ଏହି ସମସ୍ତ ଗାଲୀଲୀୟମାନେ ଆମ୍ଭମାନଙ୍କର ଭାଷାଗୁଡ଼ିକୁ ଜାଣିଥିବା ସମ୍ଭବ ନୁହେଁ !"" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନବିସ୍ମୟ ସୂଚକ ଅବ୍ୟୟଗୁଡ଼ିକ)"

Acts 2:8

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)ଏହା ଏକ ଆଳଙ୍କାରିକ ପ୍ରଶ୍ନ ଯାହା ପ୍ରକାଶ କରେ ଯେ ସେମାନେ କେତେ ଆଚମ୍ବିତ ହୋଇଥିଲେ କିଅବା ୨)ଏହା ଏକ ବାସ୍ତବ ପ୍ରଶ୍ନ ଥିଲା ଯେଉଁଥିପାଇଁ ଲୋକମାନେ ଉତ୍ତର ଚାହୁଁଥିଲେ I (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

τῇ ἰδίᾳ διαλέκτῳ ἡμῶν, ἐν ᾗ ἐγεννήθημεν

ଆମ୍ଭମାନଙ୍କ ନିଜ ନିଜ ଭାଷାରେ ଯାହା ଆମ୍ଭେମାନେ ଜନ୍ମରୁ ଶିକ୍ଷା କରିଅଛୁ

Acts 2:9

ଏସବୁ ଲୋକ ଦଳ ଗୁଡିକର ନାମ ଅଟେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏସବୁ ବୃହତ୍ ଦେଶ ଗୁଡିକର ନାମ ଅଟେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 2:10

ଏସବୁ ବୃହତ୍ ଦେଶ ଗୁଡିକର ନାମ ଅଟେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 2:11

ଏସବୁ ଲୋକ ଦଳ ଗୁଡିକର ନାମ ଅଟେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

προσήλυτοι

ଯିହୂଦୀ ଧର୍ମ ଗ୍ରହଣ କରିଥିବା ଲୋକମାନେ

Acts 2:12

ἐξίσταντο ... καὶ διηποροῦντο

ଏହି ଦୁଇଟି ଶବ୍ଦ ଏକାପରି ଅର୍ଥ ପ୍ରକାଶ କରନ୍ତି I ସେଗୁଡିକ ମିଳିତଭାବରେ ଗୁରୁତ୍ବ ଦେଉଛନ୍ତି ଯେ କ’ଣ ସବୁ ଘଟୁଅଛି ଲୋକମାନେ ବୁଝିପାରୁନଥିଲେ I ବିକଳ୍ପ ଅନୁବାଦ: “ଆଚମ୍ବିତ ଓ ହତବୁଦ୍ଧି ହେଲେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Acts 2:13

"ὅτι"" γλεύκους μεμεστωμένοι εἰσίν"

କେତେ ଲୋକ ବିଶ୍ବାସୀମାନଙ୍କୁ ଅତ୍ୟଧିକ ମଦ୍ୟପାନ କରିଥିବାର ଅଭିଯୋଗ କରୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ମଦ୍ୟପାନ କରିଛନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

"ὅτι"" γλεύκους"

ଏହା ଏପରି ମଦ୍ୟକୁ ବୁଝାଏ ଯାହା ପ୍ରସ୍ତୁତିର ପ୍ରକ୍ରିୟାରେ ରହିଛି I

Acts 2:14

ପିତର ପେଣ୍ଟିକଷ୍ଟ ଦିନରେ ଉପସ୍ଥିତଥିବା ଯିହୂଦୀମାନଙ୍କୁ ଆପଣାର ବକ୍ତୃତା ଦେବା ଆରମ୍ଭ କରୁଛନ୍ତି I

σταθεὶς ... σὺν τοῖς ἕνδεκα

ପିତରଙ୍କ କଥାକୁ ସମର୍ଥନ କରି ସମସ୍ତ ପ୍ରେରିତମାନେ ଠିଆ ହେଲେ I

ἐπῆρεν τὴν φωνὴν αὐτοῦ

“ଉଚ୍ଚ ସ୍ବରରେ କହିଲେ” ବାକ୍ୟାଂଶ ପାଇଁ ଏହା ଏକ ରୁଢି I (ଦେଖ: https://git.door43.org/translationCore-Create-BCS/or_ta/src/branch/master/translate/figs-idiom/01.md)

τοῦτο ὑμῖν γνωστὸν ἔστω

ଏହାର ଅର୍ଥ ଏହି ଯେ ପିତର ଲୋକମାନେ ଦେଖିଥିବା ବିଷୟର ଅର୍ଥକୁ ବୁଝାଇବାକୁ ଯାଉଛନ୍ତି I ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜାଣ” କିମ୍ବା “ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇ ଦିଏ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

καὶ ... ἐνωτίσασθε τὰ ῥήματά μου

ପିତର ନିଜେ ଯାହା କହୁଥିଲେ ତାହା ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଯାହା କହୁଛି ତାହା ଧ୍ୟାନ ଦେଇ ଶୁଣ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 2:15

γὰρ ... ὥρα τρίτη τῆς ἡμέρας

"ବର୍ତ୍ତମାନ ସକାଳ ନଅ ଘଣ୍ଟା ମାତ୍ର I ପିତର ତାଙ୍କର ଶ୍ରୋତାମାନେ ଏହା ଜାଣନ୍ତୁ ବୋଲି ଆଶା କରୁଥିଲେ ଯେ ଏତେ ସକାଳ ସମୟରେ ଲୋକେ ମାତାଲ୍ ହୁଅନ୍ତି ନାହିଁ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 2:16

ଏଠାରେ ବିଶ୍ବାସୀମାନେ କହୁଥିବା ଭାଷାଗୁଡିକୁ ନେଇ ଯାହା ଘଟୁଅଛି, ସେ ସମ୍ବନ୍ଧରେ ପୁରାତନ ନିୟମରେ ଯୋୟେଲ ଭାବବାଦୀ ଲେଖିଥିବା ଏକ ଅଂଶକୁ ପିତର ସେମାନଙ୍କୁ କହୁଛନ୍ତି I ଏହା ଏକ କବିତା ଢଙ୍ଗରେ ଓ ଉର୍ଦ୍ଧୃତାଂଶ ଭାବରେ ଲେଖାଯାଇଛି I

τοῦτό ἐστιν τὸ εἰρημένον διὰ τοῦ προφήτου Ἰωήλ

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯୋୟେଲ ଭାବବାଦୀଙ୍କୁ ଏହା ଲେଖିବାପାଇଁ କହିଥିଲେ” କିମ୍ବା “ଏହା ତାହା, ଯାହା ଯୋୟେଲ ଭାବବାଦୀ କହିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 2:17

ଏହା ଘଟିବ କିଅବା “ଏହା ଆମ୍ଭେ କରିବା”"

ଏଠାରେ “ଢାଳିଦେବା” ଶବ୍ଦଟିର ଅର୍ଥ ହେଉଛି ଉଦାରଭାବରେ ଓ ପ୍ରଚୁରଭାବରେ ଦେବା I ବିକଳ୍ପ ଅନୁବାଦ:”ଆମ୍ଭେ ସମସ୍ତ ଲୋକଙ୍କୁ ପ୍ରଚୁର ଭାବରେ ଆପଣା ଆତ୍ମା ଦେବା” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:18

ପିତର ଯୋୟେଲ ଭାବବାଦୀଙ୍କୁ ଉର୍ଦ୍ଧୃତ କରି ଚାଲିଛନ୍ତି I

"ଉଭୟ ମୋହର ଦାସ ଦାସୀ ଗଣ I ଏହି ପଦ ଗୁଡ଼ିକ ଜୋର୍ ଦିଏ ଯେ ଈଶ୍ବର ଆପଣାର ସମସ୍ତ ସେବକ ସେବିକା, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ଢାଳିଦେବେ” I

ଏଠାରେ “ଢାଳିଦେବା” ଶବ୍ଦଟିର ଅର୍ଥ ହେଉଛି ଉଦାରଭାବରେ ଓ ପ୍ରଚୁର ଭାବରେ ଦେବା I ପ୍ରେରିତ ୨:୧୭ ରେ ତୁମେ ଏହାକୁ କିପରି ଅନୁବାଦ କରିଛ ତାହା ଦେଖ I ବିକଳ୍ପ ଅନୁବାଦ: ”ଆମ୍ଭେ ସମସ୍ତ ଲୋକଙ୍କୁ ପ୍ରଚୁର ଭାବରେ ଆପଣା ଆତ୍ମା ଦେବା” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:19

ἀτμίδα καπνοῦ

ନିବିଡ଼ ଧୂମ କିମ୍ବା “ଧୂମର ମେଘ”"

Acts 2:20

ପିତର ଯୋୟେଲ ଭାବବାଦୀଙ୍କୁ ଉର୍ଦ୍ଧୃତ କରିବା ଶେଷ କରୁଛନ୍ତି I

ὁ ἥλιος μεταστραφήσεται εἰς σκότος

ଏହାର ଅର୍ଥ ଏହି ଯେ ସୂର୍ଯ୍ୟ ଆଲୋକମୟ ହେବା ପରିବର୍ତ୍ତେ ଅନ୍ଧକାରମୟ ହେବା I ବିକଳ୍ପ ଅନୁବାଦ: ସୂର୍ଯ୍ୟ ଅନ୍ଧକାରମୟ ହେବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἡ σελήνη εἰς αἷμα

ଏହାର ଅର୍ଥ ଏହି ଯେ ଚନ୍ଦ୍ର ରକ୍ତ ଭଳି ଲାଲ୍ ଦେଖାଯିବ I ବିକଳ୍ପ ଅନୁବାଦ: “ଚନ୍ଦ୍ର ଲାଲ୍ ଦେଖାଯିବ” (ଦେଖ: ଉପମା/ରୂପକଶବ୍ଦର ବିଲୋପ ବା ଉହ୍ୟତା)

ἡμέραν ... τὴν μεγάλην καὶ ἐπιφανῆ

“ମହତ୍” ଓ “ପ୍ରସିଦ୍ଧ” ଶବ୍ଦ ଗୁଡ଼ିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ମହାନତାର ଗୁରୁତ୍ବକୁ ବଢ଼ାଇଥାନ୍ତି I ବିକଳ୍ପ ଅନୁବାଦ:”ଅତି ମହାନ୍ ଦିନ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ἐπιφανῆ

ମହାନ୍ ଓ ସୁନ୍ଦର

Acts 2:21

πᾶς ὃς ἂν ἐπικαλέσηται τὸ ὄνομα Κυρίου σωθήσεται

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଲାକ୍ଷଣିକ ଶବ୍ଦ)

Acts 2:22

ପିତର ଯିହୂଦୀମାନଙ୍କ ପ୍ରତି ଆପଣାର ବକ୍ତୃତା ଜାରି ରଖୁଛନ୍ତି ଯାହା ସେ ପ୍ରେରିତ ୧:୧୬ ରେ ଆରମ୍ଭ କରିଥିଲେ I

ἀκούσατε τοὺς λόγους τούτους

ମୁଁ ଯାହା କହିବାପାଇଁ ଯାଉଛି ଶୁଣନ୍ତୁ

ἀποδεδειγμένον ἀπὸ τοῦ Θεοῦ εἰς ὑμᾶς δυνάμεσι, καὶ τέρασι, καὶ σημείοις

ଏହାର ଅର୍ଥ ଏହି ଯେ ଈଶ୍ବର ଆପଣା ନିର୍ଦ୍ଧିଷ୍ଟ କାର୍ଯ୍ୟ ନିମନ୍ତେ ଯୀଶୁଙ୍କୁ ନିରୂପଣ କରିଥିଲେ, ଓ ତାଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମ ଦ୍ବାରା ସେ କିଏ ତାହା ପ୍ରମାଣ କଲେ I

Acts 2:23

ἀνείλατε

ବିଶେଷ୍ୟ ପଦ “ସଂକଳ୍ପ” ଓ “ପୂର୍ବ ଜ୍ଞାନ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ଏହାର ଅର୍ଥ ହେଉଛି ଈଶ୍ବର ଆଗରୁ ଯୋଜନା କରିଥିଲେ ଓ ଜାଣିଥିଲେ ଯେ ଯୀଶୁଙ୍କ ପ୍ରତି କଅଣ ଘଟିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ବର କଅଣ ଘଟିବ ସେ ସମସ୍ତ ବିଷୟ ଆଗରୁ ଯୋଜନା କରିଥିଲେ ଓ ଜାଣିଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା: ୧) ”ତୁମ୍ଭେମାନେ ଯୀଶୁଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କଲ” କିଅବା ୨) “ଯିହୂଦା ଯୀଶୁଙ୍କୁ ତୁମ୍ଭମାନଙ୍କ ନିକଟରେ ସମର୍ପଣ କଲା I” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

προσπήξαντες ἀνείλατε

ଯଦିଓ “ଅଧାର୍ମିକ ଲୋକମାନେ” ପ୍ରକୃତରେ ଯୀଶୁଙ୍କୁ କ୍ରୁଶାର୍ପିତ କଲେ, ପିତର ଉପସ୍ଥିତ ଜନତାକୁ ତାହାଙ୍କୁ ବଧ କରିବାର ଦୋଷାରୋପ କରୁଛନ୍ତି, ଯେହେତୁ ସେମାନେ ତାହାଙ୍କର ମୃତ୍ୟୁ ଦାବୀ କରିଥିଲେ I

διὰ χειρὸς ἀνόμων

ଏଠାରେ “ହସ୍ତ” ଅଧାର୍ମିକ ଲୋକମାନଙ୍କର କର୍ମକୁ ବୁଝାଏ I ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର କର୍ମ ଦ୍ବାରା” କିମ୍ବା “ଅଧାର୍ମିକ ଲୋକମାନେ ଯାହା କଲେ ତଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

ἀνόμων

ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) ଅବିଶ୍ବାସୀ ଯିହୂଦୀମାନେ ଯେଉଁମାନେ ଯୀଶୁଙ୍କୁ ଅପରାଧ କରିଥିବାର ଦୋଷାରୋପ କଲେ କିମ୍ବା ୨) ରୋମୀୟ ସୈନ୍ୟମାନେ ଯେଉଁମାନେ ଯୀଶୁଙ୍କୁ ବଧ କରିବାର କାର୍ଯ୍ୟ କଲେ I

Acts 2:24

ଏଠାରେ ଉଠାଇବା ଏକ ରୁଢି, ଯାହାର ଅର୍ଥ ଜଣେ ମୃତ ଲୋକକୁ ପୁନର୍ବାର ଜୀବନ ପ୍ରଦାନ କରିବା I ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ବର ତାହାଙ୍କୁ ପୁନର୍ବାର ଜୀବନ ପ୍ରଦାନ କଲେ “(ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ପିତର ମୃତ୍ୟୁଭୋଗ କରିବା ବିଷୟକୁ ଏପରି କହୁଛନ୍ତି ସତେ ଯେପରି ମୃତ୍ୟୁ ଏକ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଯନ୍ତ୍ରଣାଦାୟକ ଦଉଡ଼ିରେ ବାନ୍ଧି ସେମାନଙ୍କୁ ବନ୍ଦୀକରି ଧରିରଖେ I ସେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ଈଶ୍ବର ସମାପ୍ତ କରିବା ବିଷୟରେ କହୁଛନ୍ତି, ସତେ ଯେପରି ଈଶ୍ବର ଖ୍ରୀଷ୍ଟଙ୍କୁ ଧରିରଖିଥିବା ଦଉଡ଼ିସବୁକୁ ଛିଣ୍ଡାଇ ଖ୍ରୀଷ୍ଟଙ୍କୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: ”ମୃତ୍ୟୁର ଯନ୍ତ୍ରଣାକୁ ଶେଷ କରି” (ଦେଖ: ଉପମା/ରୂପକବ୍ୟକ୍ତିତ୍ୱଆରୋପ)

κρατεῖσθαι αὐτὸν ὑπ’ αὐτοῦ

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ମୃତ୍ୟୁ ତାଙ୍କୁ ଧରି ରଖିବା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

κρατεῖσθαι αὐτὸν ὑπ’ αὐτοῦ

ଖ୍ରୀଷ୍ଟ ମୃତ ହୋଇ ରହିବା ବିଷୟରେ ପିତର କହୁଛନ୍ତି ସତେ ଯେପରି ମୃତ୍ୟୁ ଏକ ବ୍ୟକ୍ତି ଯିଏ ତାଙ୍କୁ ବନ୍ଦୀ କରି ରଖିଛି I ବିକଳ୍ପ ଅନୁବାଦ: “ ସେ ମୃତ ହୋଇ ରହିବା” (ଦେଖ: ବ୍ୟକ୍ତିତ୍ୱଆରୋପ)

Acts 2:25

ଏଠାରେ ପିତର ଗୀତ ସଂହିତାରେ ଦାଉଦ ଯୀଶୁଙ୍କର କ୍ରୁଶାରୋପଣ ଓ ପୁନରୁତ୍ଥାନ ସମ୍ବନ୍ଧରେ ଲେଖିଥିବା ଏକ ଅଂଶକୁ ଉର୍ଦ୍ଧୃତ କରୁଛନ୍ତି I ଯେହେତୁ ପିତର କହୁଛନ୍ତି ଯେ ଦାଉଦ ଏ ସମସ୍ତ ବାକ୍ୟ ଯୀଶୁଙ୍କ ବିଷୟରେ କହିଥିଲେ, ତେଣୁକରି “ମୁଁ” ଓ “ମୋହର” ଶବ୍ଦ ସବୁ ଯୀଶୁଙ୍କୁ ବୁଝାଏ ଏବଂ “ପ୍ରଭୁ” ଓ “ସେ” ଈଶ୍ବରଙ୍କୁ ବୁଝାଏ I

ἐνώπιόν μου

"ମୋହର ସମ୍ମୁଖରେ I ବିକଳ୍ପ ଅନୁବାଦ: “ମୋହର ଉପସ୍ଥିତିରେ” କିମ୍ବା “ ମୋ ସହିତ” (ଦେଖ: ଉପଲକ୍ଷ୍ୟ ଅଳଙ୍କାରରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐκ δεξιῶν μού

କାହାରି “ଦକ୍ଷିଣ ହସ୍ତ” ପାଖରେ ରହିବାର ଅର୍ଥ ସାଧାରଣତଃ ସାହାଯ୍ୟ କରିବା ଓ ଭାର ସମ୍ଭାଳିବା ସ୍ଥିତିରେ ରହିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ ଠିକ୍ ମୋ ପାଖରେ” କିମ୍ବା ""ମତେ ସାହାଯ୍ୟ କରିବାକୁ ମୋ ସହିତ” (ଦେଖ: ଉପଲକ୍ଷ୍ୟ ଅଳଙ୍କାରରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

μὴ σαλευθῶ

ଏଠାରେ “ବିଚଳିତ” ଶବ୍ଦଟିର ଅର୍ଥ ଅସ୍ଥିର ହେବା I ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ମୋତେ ଅସ୍ଥିର କରିପାରିବେ ନାହିଁ” କିମ୍ବା “ କୌଣସି ବିଷୟ ମୋତେ ଅସ୍ଥିର କରିପାରିବ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 2:26

ηὐφράνθη ἡ καρδία μου, καὶ ἠγαλλιάσατο ἡ γλῶσσά μου

ଲୋକେ ଗ୍ରହଣ କରିଥାନ୍ତି ଯେ “ହୃଦୟ” ହେଉଛି ଭାବପ୍ରବଣତାର କେନ୍ଦ୍ର ସ୍ଥଳ ଓ “ଜିହ୍ବା” କଥା ମାଧ୍ୟମରେ ସେ ଗୁଡିକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦିତ ଓ ଉଲ୍ଲସିତ ହେଲି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

“ଶରୀର” ଶବ୍ଦର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସେ ମରଣଶୀଳ ଓ ସେ ମୃତ୍ୟୁଭୋଗ କରିବେ I ବିକଳ୍ପ ଅନୁବାଦ: “ଯଦିଓ ମୁଁ ମରଣଶୀଳ ଅଟେ, ତଥାପି ମୁଁ ଈଶ୍ବରଙ୍କଠାରେ ଭରସା ରଖିବି” କିମ୍ବା ୨) ଏହା ତାଙ୍କର ସମସ୍ତ ବ୍ୟକ୍ତିତ୍ବକୁ ବୁଝାଇବାର ଏକ ଶବ୍ଦ I ବିକଳ୍ପ ଅନୁବାଦ: “ମୁଁ ଈଶ୍ବରଙ୍କଠାରେ ଭରସାରଖି ବଞ୍ଚିବି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 2:27

ଯେହେତୁ ପିତର କହୁଛନ୍ତି ଯେ ଦାଉଦ ଏହି ବାକ୍ୟଗୁଡ଼ିକ ଯୀଶୁଙ୍କ ବିଷୟରେ କହିଥିଲେ, “ମୋହର,” “ଭକ୍ତ,” ଓ “ମୋତେ” ଶବ୍ଦ ଗୁଡ଼ିକ ଯୀଶୁଙ୍କୁ ବୁଝାଏ ଏବଂ “ତୁମ୍ଭେ” ଓ “ତୁମ୍ଭର” ଶବ୍ଦ ଗୁଡ଼ିକ ଈଶ୍ବରଙ୍କୁ ବୁଝାଏ I

ପିତର ଦାଉଦଙ୍କୁ ଉର୍ଦ୍ଧୃତ କରିବା ଶେଷ କରୁଛନ୍ତି I

οὐδὲ δώσεις τὸν Ὅσιόν σου ἰδεῖν διαφθοράν

“ଭକ୍ତ” ଶବ୍ଦ ସହିତ ମଶୀହ, ଯୀଶୁ ଶବ୍ଦଗୁଡିକ ସ୍ବୟଂ ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କିଅବା ତୁମ୍ଭେ ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ” (ଦେଖ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)

ἰδεῖν διαφθοράν

ଏଠାରେ “ଦେଖିବା” ଶବ୍ଦର ଅର୍ଥ କିଛି ଅନୁଭବ କରିବା I “କ୍ଷୟ” ଶବ୍ଦଟି ମୃତ୍ୟୁ ପରେ ଆପଣା ଶରୀର ପଚିଯିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ଷୟ ପାଇବା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 2:28

ଜୀବନକୁ ଘେନିଯାଉଥିବା ପଥ"

ଏଠାରେ “ଛାମୁ” ଶବ୍ଦଟି ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ ଦେଖି ବହୁତ ଆନନ୍ଦିତ ହୁଏ” କିମ୍ବା “ ଯେତେବେଳେ ମୁଁ ତୁମ୍ଭ ସମ୍ମୁଖରେ ଥାଏ, ମୁଁ ବହୁତ ଆନନ୍ଦିତ ହୁଏ” (ଦେଖ: ଲାକ୍ଷଣିକ ଶବ୍ଦ)

εὐφροσύνης

ଆନନ୍ଦ, ଖୁସି

Acts 2:29

୨୯ ଓ ୩୦ ପଦରେ, “ସେ,” “ତାହାଙ୍କର” ଓ “ତାହାଙ୍କୁ” ଶବ୍ଦ ଗୁଡ଼ିକ ଦାଉଦଙ୍କୁ ବୁଝାଏ I ୩୧ ପଦରେ, ପ୍ରଥମ “ସେ” ଦାଉଦଙ୍କୁ ଏବଂ ଉର୍ଦ୍ଧୃତାଂଶରେ ଥିବା “ସେ” ଓ “ତାହାଙ୍କର” ଶବ୍ଦ ଗୁଡ଼ିକ ଖ୍ରୀଷ୍ଟଙ୍କୁ ବୁଝାଏ I

ପିତର ତାଙ୍କୁ ଘେରି ରହିଥିବା ଯିହୂଦୀମାନଙ୍କୁ ଓ ଯୀରୁଶାଲମରେ ଥିବା ବିଶ୍ବାସୀମାନଙ୍କୁ ପ୍ରେରିତ ୧:୧୬ରେ ଆରମ୍ଭ କରିଥିବା ତାଙ୍କର ବକ୍ତୃତା ଦେବା ଜାରି ରଖିଛନ୍ତି I

ମୋର ସହ-ଯିହୂଦୀମାନେ, ମୁଁ

καὶ ἐτελεύτησεν καὶ ἐτάφη

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୃତ୍ୟୁଭୋଗ କଲେ ଓ ଲୋକମାନେ ତାହାଙ୍କୁ ସମାଧିସ୍ଥ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 2:30

ἐκ‘ καρποῦ τῆς ὀσφύος αὐτοῦ, καθίσαι ἐπὶ τὸν θρόνον αὐτοῦ

"ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସିଂହାସନରେ ବସାଇବେ I ବିକଳ୍ପ ଅନୁବାଦ: “ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସ୍ଥାନରେ ରାଜା ହେବାପାଇଁ ନିଯୁକ୍ତ କରିବେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐκ‘ καρποῦ τῆς ὀσφύος αὐτοῦ

ଏଠାରେ “ଔରସ ଜାତ” “ତାହାଙ୍କ ଶରୀର”ରୁ ଉତ୍ପନ୍ନ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:31

οὔτε‘ ἐνκατελείφθη εἰς ᾍδην

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପାତାଳରେ ପରିତ୍ୟାଗ କଲେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

οὔτε ... ἡ σὰρξ αὐτοῦ εἶδεν‘ διαφθοράν

ଏଠାରେ “ ଦେଖିବା” ର ଅର୍ଥ କିଛି ଅନୁଭବ କରିବା I “ କ୍ଷୟ” ଶବ୍ଦଟି ମୃତ୍ୟୁପରେ ତାହାଙ୍କ ଶରୀର ପଚିଯିବା ଅବସ୍ଥାକୁ ବୁଝାଏ I ପ୍ରେରିତ ୨:୨୭ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ” କିମ୍ବା “ତାହାଙ୍କର ଶରୀର କ୍ଷୟ ପାଇବା ପର୍ଯ୍ୟନ୍ତ ସେ ମୃତ ହୋଇ ରହିଲେ ନାହିଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 2:32

ଏଠାରେ, ଦ୍ବିତୀୟ ଶବ୍ଦ “ଏହା” ଅନ୍ୟ ଭାଷାରେ କହୁଥିବା ଶିଷ୍ୟମାନଙ୍କୁ ବୁଝାଏ, ଯେତେବେଳେ ସେମାନେ ପବିତ୍ର ଆତ୍ମା ଗ୍ରହଣ କରିଥିଲେ I “ଆମ୍ଭେ” ଶବ୍ଦଟି ଶିଷ୍ୟମାନଙ୍କୁ ଓ ଯେଉଁମାନେ ଯୀଶୁଙ୍କ ମୃତ୍ୟୁ ପରେ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେଲେ ସେମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἀνέστησεν ὁ Θεός

ଏହା ଏକ ରୁଢ଼ି ଅଟେ I ବିକଳ୍ପ ଅନୁବାଦ: “ଈଶ୍ବର ପୁନର୍ବାର ତାହାଙ୍କୁ ଜୀବନ ଦେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:33

τῇ δεξιᾷ ... τοῦ Θεοῦ ὑψωθεὶς

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଯୀଶୁଙ୍କୁ ଆପଣାର ଦକ୍ଷିଣ ପାର୍ଶ୍ବ ପର୍ଯ୍ୟନ୍ତ ଉନ୍ନତ କରିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῇ δεξιᾷ ... τοῦ Θεοῦ ὑψωθεὶς

ଏଠାରେ ଈଶ୍ବରଙ୍କ ଦକ୍ଷିଣ ହସ୍ତ ଏକ ରୁଢ଼ି ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଈଶ୍ବରଙ୍କ ଅଧିକାର ସହିତ, ଈଶ୍ବର ଭାବରେ ରାଜତ୍ବ କରିବେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଈଶ୍ବରଙ୍କ ସ୍ଥାନରେ ଅଛନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ଏଠାରେ “ ବୃଷ୍ଟି କରିଅଛନ୍ତି” ଶବ୍ଦର ଅର୍ଥ ହେଉଛି ଯେ ଯୀଶୁ, ଯେ କି ଈଶ୍ବର, ଏ ସମସ୍ତ ଘଟଣା ଘଟାଇଲେ I ଏହା ଅନ୍ତର୍ନିହିତ ଭାବରେ ପ୍ରକାଶ କରେ ଯେ ବିଶ୍ବାସୀମାନଙ୍କୁ ପବିତ୍ରଆତ୍ମା ଦେଇ ସେ ଏହା କରନ୍ତି I ବିକଳ୍ପ ଅନୁବାଦ: “ସେ ଏହି ସମସ୍ତ ବିଷୟ ଘଟାଇଲେ ଯେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐξέχεεν

ଏଠାରେ “ ବୃଷ୍ଟି କରିଅଛନ୍ତି” ଶବ୍ଦର ଅର୍ଥ ହେଉଛି ଯେ ଉଦାର ଭାବରେ ଓ ପ୍ରଚୁରଭାବରେ ଦେବା I ତୁମେ ଏଭଳି ସମାନ ବାକ୍ୟାଂଶକୁ ପ୍ରେରିତ ୨:୧୭ ରେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ପ୍ରଚୁରଭାବରେ ଦେଇଅଛନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:34

ପିତର ପୁନର୍ବାର ଦାଉଦଙ୍କର ଗୀତକୁ ଉର୍ଦ୍ଧୃତ କରୁଛନ୍ତି I ଏହି ଗୀତରେ ଦାଉଦ ନିଜ ବିଷୟରେ କହୁନାହାନ୍ତି I “ପ୍ରଭୁ” ଓ “ମୋହର” ଶବ୍ଦ ଈଶ୍ବରଙ୍କୁ ବୁଝାଏ; “ମୋହର ପ୍ରଭୁ” ଓ “ତୁମ୍ଭର” ଶବ୍ଦ ମଶୀହ ଯୀଶୁଙ୍କୁ ବୁଝାଏ I

ପିତର ଯିହୂଦୀମାନଙ୍କ ପ୍ରତି Acts 1:16 ରେ ଆରମ୍ଭ କରିଥିବା ଆପଣା ବକ୍ତୃତା ଶେଷ କରୁଛନ୍ତି I

κάθου ἐκ δεξιῶν μου

“ଈଶ୍ବରଙ୍କ ଦକ୍ଷିଣ ହସ୍ତ” ପାର୍ଶ୍ବରେ ବସିବାର ଅର୍ଥ ହେଉଛି ଈଶ୍ବରଙ୍କଠାରୁ ସମ୍ମାନ ଓ ଅଧିକାର ପାଇବାର ଏକ ସାଂକେତିକ କାର୍ଯ୍ୟ I ବିକଳ୍ପ ଅନୁବାଦ: “ମୋ ପାଖରେ ସମ୍ମାନର ସ୍ଥାନରେ ବସ” (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 2:35

ἕως ἂν θῶ τοὺς ἐχθρούς σου ὑποπόδιον τῶν ποδῶν σου

ଏହାର ଅର୍ଥ ଏହି ଯେ ଈଶ୍ବର ମଶୀହଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣଭାବରେ ପରାସ୍ତକରି ସେମାନଙ୍କୁ ତାହାଙ୍କର ବଶୀଭୂତ କରିବେ I ବିକଳ୍ପ ଅନୁବାଦ:”ଆମ୍ଭେ ତୁମ୍ଭକୁ ତୁମ୍ଭର ସମସ୍ତ ଶତ୍ରୁମାନଙ୍କ ଉପରେ ବିଜୟୀ କରିବା ପର୍ଯ୍ୟନ୍ତ” (ଦେଖ: ଉପମା/ରୂପକ)

Acts 2:36

πᾶς οἶκος Ἰσραὴλ

ଏହା ସମଗ୍ର ଇଶ୍ରାୟେଲ ଦେଶକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଇଶ୍ରାୟେଲୀୟ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:37

ଏଠାରେ “ସେମାନେ” ଶବ୍ଦଟି ଜନଗହଳିରେ ଥିବା ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର କଥା କହୁଥିଲେ I

ଲୋକମାନେ ପିତରଙ୍କ ବକ୍ତୃତା ଉପରେ ପ୍ରତିକ୍ରିୟା ଦିଅନ୍ତି ଓ ପିତର ସେମାନଙ୍କୁ ଉତ୍ତର ଦିଅନ୍ତି I

ἀκούσαντες

ପିତର କହୁଥିବା କଥା ଯେତେବେଳେ ଲୋକମାନେ ଶୁଣିଲେ"

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ପିତରଙ୍କ କଥା ସେମାନଙ୍କ ହୃଦୟକୁ ବିଦୀର୍ଣ୍ଣ କଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାର ଅର୍ଥ ଏହି ଯେ ଲୋକମାନେ ନିଜକୁ ଦୋଷୀ ଅନୁଭବ କରି ଅତି ଦୁଃଖିତ ହେଲେ I ବିକଳ୍ପ ଅନୁବାଦ: “ଅତିଶୟ ବିଚଳିତ ହେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 2:38

βαπτισθήτω

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ ଆମ୍ଭମାନଙ୍କୁ ବାପ୍ତିସ୍ମ ଦେବାକୁ ଦିଅ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπὶ τῷ ὀνόματι Ἰησοῦ Χριστοῦ

"‘ନାମରେ’ ଶବ୍ଦଟି ଏଠାରେ “ଅଧିକାରରେ”ର ସମାନାର୍ଥକ ଶବ୍ଦ I ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ଅଧିକାରରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 2:39

πᾶσι τοῖς εἰς μακρὰν

ଏହାର ଅର୍ଥ ହୁଏତ ୧) “ଦୂରରେ ରହୁଥିବା ଲୋକମାନେ” କିମ୍ବା ୨) “ ଈଶ୍ବରଙ୍କଠାରୁ ଦୂରରେ ଥିବା ଲୋକମାନେ”"

Acts 2:40

ଏଠାରେ ପେଣ୍ଟିକଷ୍ଟ ଦିନରେ ଘଟିଥିବା ଘଟଣା ଆଂଶିକ ଭାବେ ସମାପ୍ତ ହେଉଛି I ୪୨ ପଦ ଆଉ ଏକ ଅଂଶ ଆରମ୍ଭ କରେ ଯାହା ବ୍ୟାଖ୍ୟା କରୁଛି ଯେ ପେଣ୍ଟିକଷ୍ଟ ଦିନପରେ ବିଶ୍ବାସୀମାନେ କିପରି ଜୀବନ ଯାପନ କରିବାକୁ ଲାଗିଲେ I (See: କାହାଣୀର ଶେଷ)

διεμαρτύρατο, καὶ παρεκάλει αὐτοὺς

"ସେ ସେମାନଙ୍କୁ ଦୃଢ଼ରୂପେ କହି ନିବେଦନ କଲେ I ଏଠାରେ “ସାକ୍ଷ୍ୟ ଦେବାକୁ ଲାଗିଲେ” ଓ “ଉପଦେଶ ଦେଇ କହିଲେ” ଶବ୍ଦ ଗୁଡ଼ିକ ଏକାପରି ଅର୍ଥ ପ୍ରକାଶ କରୁଛି ଏବଂ ଗୁରୁତ୍ବ ପ୍ରଦାନ କରୁଛି ଯେ ପିତର ଯାହା କହୁଛନ୍ତି, ତା’ର ପ୍ରତ୍ୟୁତ୍ତର ଦେବାକୁ ସେ ସେମାନଙ୍କୁ ଦୃଢ଼ରୁପେ ନିବେଦନ କରୁଛନ୍ତି” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

σώθητε ἀπὸ τῆς γενεᾶς τῆς σκολιᾶς ταύτης

ଅନ୍ତର୍ନିହିତ ଅର୍ଥ ହେଉଛି ଯେ ଈଶ୍ବର “ଏହି କୁଟିଳ ବଂଶ”କୁ ଦଣ୍ଡ ଦେବେ I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଏହି କୁଟିଳ ବଂଶର ଦଣ୍ଡରୁ ରକ୍ଷା କରନ୍ତୁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 2:41

ଏଠାରେ “ଗ୍ରହଣ କଲେ” ଶବ୍ଦର ଅର୍ଥ ହେଉଛି ଯେ ପିତର ଯାହା କହିଲେ, ତାହା ସେମାନେ ସତ୍ୟ ବୋଲି ଗ୍ରହଣ କଲେ I ବିକଳ୍ପ ଅନୁବାଦ: “ପିତର ଯାହା କହିଲେ ତାହା ସେମାନେ ବିଶ୍ବାସ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐβαπτίσθησαν

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ସେମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

προσετέθησαν ἐν τῇ ἡμέρᾳ ἐκείνῃ, ψυχαὶ ὡσεὶ τρισχίλιαι

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଦିନ ପ୍ରାୟ ତିନି ସହସ୍ର ଆତ୍ମା ବିଶ୍ବାସୀମାନଙ୍କ ସହ ଯୋଗଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ψυχαὶ ὡσεὶ τρισχίλιαι

ଏଠାରେ “ଆତ୍ମା” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରାୟ ୩,୦୦୦ ଲୋକ” (ଦେଖ: ଉପଲକ୍ଷ୍ୟ ଅଳଙ୍କାରସଂଖ୍ୟାଗୁଡ଼ିକ)

Acts 2:42

τῇ ... κλάσει τοῦ ἄρτου

ରୋଟି ସେମାନଙ୍କ ଖାଦ୍ୟର ଅଂଶ ବିଶେଷ ଥିଲା I ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) ଏହା ସେମାନେ ଏକତ୍ର ଖାଉଥିବା ଯେ କୌଣସି ଭୋଜନ ହୋଇପାରେ I ବିକଳ୍ପ ଅନୁବାଦ: “ଏକତ୍ର ଭୋଜନ କରିବା” କିମ୍ବା ୨) ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ସ୍ମରଣ କରିବାପାଇଁ ଏକତ୍ର କରୁଥିବା ଭୋଜନକୁ ଏହା ବୁଝାଇପାରେ I ବିକଳ୍ପ ଅନୁବାଦ: “ଏକତ୍ର ପ୍ରଭୁଭୋଜ ଭୋଜନ କରିବା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 2:43

ଏଠାରେ “ଭୟ” ଶବ୍ଦ ଗଭୀର ସମ୍ମାନ ଓ ଈଶ୍ବରଙ୍କ ପ୍ରତି ଆଶ୍ଚର୍ଯ୍ୟ ଚକିତ ହେବା ବିଷୟକୁ ବୁଝାଏ I “ଆତ୍ମା” ଶବ୍ଦଟି ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ""ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟ ଚକିତ ହେବା ଅନୁଭବ କରିବାକୁ ଲାଗିଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ପ୍ରେରିତମାନେ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କଲେ” କିମ୍ବା ୨) “ପ୍ରେରିତମାନଙ୍କ ଦ୍ବାରା ଈଶ୍ବର ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τέρατα καὶ σημεῖα

ଆଶ୍ଚର୍ଯ୍ୟ କର୍ମ ଓ ଅଲୌକିକ ଘଟଣା I [ପ୍ରେରିତ ୨:୨୨] (../02/22.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 2:44

ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) “ସମସ୍ତେ ସମାନ ବିଷୟକୁ ବିଶ୍ବାସ କଲେ” କିମ୍ବା ୨) “ବିଶ୍ବାସ କରୁଥିବା ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ର ହେଉଥିଲେ I“"

εἶχον ἅπαντα κοινά

ଆପଣା ଆପଣା ସମ୍ପତ୍ତିକୁ ପରସ୍ପର ମଧ୍ୟରେ ବାଣ୍ଟୁଥିଲେ

Acts 2:45

κτήματα καὶ τὰς ὑπάρξεις

ସେମାନଙ୍କର ଭୁମି ଓ ଯାହା ସ୍ଥାବର ସମ୍ପତ୍ତି ଥିଲା

διεμέριζον αὐτὰ πᾶσιν

ଏଠାରେ “ସେଗୁଡିକ” ଲାଭ କରିଥିବା ଅର୍ଥକୁ ବୁଝାଏ ଯାହା ସେମାନେ ଆପଣା ଆପଣାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରୀ କରି ପାଇଥିଲେ I ବିକଳ୍ପ ଅନୁବାଦ: “ପାଇଥିବା ଅର୍ଥକୁ ସମସ୍ତଙ୍କୁ ବାଣ୍ଟିଦେଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ସେମାନେ ଆପଣା ଆପଣାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରୀକରି ପାଇଥିବା ଅର୍ଥକୁ ପ୍ରୟୋଜନ ଅନୁସାରେ ବିଶ୍ବାସୀମାନଙ୍କ ମଧ୍ୟରେ ବାଣ୍ଟିଦେଲେ I

Acts 2:46

προσκαρτεροῦντες ὁμοθυμαδὸν

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେମାନେ ନିରନ୍ତର ଏକତ୍ର ହେଉଥିଲେ” କିମ୍ବା ୨) “ ସେମାନେ ସମସ୍ତେ ନିରନ୍ତର ଏକଭାବାପନ୍ନ ଥିଲେ I”

ରୋଟି ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ବିକଳ୍ପ ଅନୁବାଦ: “ସେମାନେ ଘରେ ଘରେ ଏକତ୍ର ଭୋଜନ କରୁଥିଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ଏଠାରେ “ଚିତ୍ତ” ଜଣେ ବ୍ୟକ୍ତିଙ୍କର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆନନ୍ଦରେ ଓ ସରଳ ଭାବରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 2:47

αἰνοῦντες τὸν Θεὸν καὶ ἔχοντες χάριν πρὸς ὅλον τὸν λαόν

ଈଶ୍ବରଙ୍କ ପ୍ରଶଂସାକରି I ସମସ୍ତ ଲୋକଙ୍କର ପ୍ରିୟ ପାତ୍ର ହେଉଥିଲେ

τοὺς σῳζομένους

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ପ୍ରଭୁ ଉଦ୍ଧାର କରୁଥିଲେ”

Acts 3

ପ୍ରେରିତ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅବ୍ରହାମଙ୍କ ସହିତ ଈଶ୍ବର କରିଥିବା ନିୟମ

ଏହି ଅଧ୍ୟୟ ବୁଝାଇ ଦିଏ ଯେ ଯୀଶୁ ଯିହୂଦୀମାନଙ୍କ ନିକଟକୁ ଆସିଥିଲେ, କାରଣ ଈଶ୍ବର ଅବ୍ରହାମଙ୍କ ସହିତ କରିଥିବା ନିୟମର କିଛି ଅଂଶକୁ ଏହା ଦ୍ବାରା ସଫଳ କରିଥିଲେ I ପିତର ଭାବୁଥିଲେ ଯେ ଯିହୂଦୀମାନେ ହିଁ ଯୀଶୁଙ୍କୁ ବଧ କରିବାରେ ପ୍ରକୃତ ଦୋଷୀ, କିନ୍ତୁ ସେ

ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ପ୍ରତିବନ୍ଧକ

”ତୁମ୍ଭେମାନେ ସମର୍ପଣ କଲ”

ରୋମୀୟମାନେ ଯୀଶୁଙ୍କୁ ବଧ କରିଥିଲେ, କିନ୍ତୁ ସେମାନେ ତାହାଙ୍କୁ ଏଥିନିମନ୍ତେ ବଧ କରିଥିଲେ ଯେହେତୁ ଯିହୂଦୀମାନେ ତାହାଙ୍କୁ ଧରି ରୋମୀୟମାନଙ୍କ ନିକଟକୁ ଆଣିଥିଲେ, ଓ ତାହାଙ୍କୁ ବଧ କରିବା ନିମନ୍ତେ ରୋମୀୟମାନଙ୍କୁ କହିଥିଲେ I ଏହି କାରଣ ସକାଶୁ ପିତର ଭାବିଥିଲେ ଯେ ସେମାନେ ହିଁ ଯୀଶୁଙ୍କୁ ବଧ କରିବାରେ ପ୍ରକୃତ ଦୋଷୀ ଅଟନ୍ତି I ମାତ୍ର ସେ ସେମାନଙ୍କୁ କୁହନ୍ତି ଯେ ସେମାନଙ୍କ ନିକଟକୁ ହିଁ ଈଶ୍ବର ପ୍ରଥମେ ମନ ପରିବର୍ତ୍ତନ ନିମନ୍ତେ ନିମନ୍ତ୍ରଣ କରିବାକୁ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ପଠାଇଥିଲେ (ଲୂକ ୩:୨୬). (ଦେଖ: ଅନୁତାପ କରିବା*,* ପଶ୍ଚାତାପ କରିବା)

Acts 3:1

୨ ପଦ ଖଞ୍ଜ ଲୋକଟି ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: ପୃଷ୍ଠଭୂମି ସୂଚନା)

ଦିନେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ I

εἰς τὸ ἱερὸν

ସେମାନେ ମନ୍ଦିର ଗୃହ ଭିତରକୁ ଯାଇ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ” କିମ୍ବା “ମନ୍ଦିର ଅଞ୍ଚଳ ଭିତରକୁ”

Acts 3:2

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତିଦିନ, ଲୋକେ ଜଣେ ଜନ୍ମରୁ ଖଞ୍ଜ ଲୋକକୁ ବୋହିନେଇ ସୁନ୍ଦର ନାମକ ଦ୍ବାର ପାଖରେ ରଖିଦେଉଥିଲେ “(ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

χωλὸς

ଚାଲିବାକୁ ଅକ୍ଷମ

Acts 3:4

ଉଭୟ ପିତର ଓ ଯୋହନ ଲୋକଟିକୁ ଚାହିଁଲେ, କିନ୍ତୁ ପିତର ହିଁ କଥା କହିଥିଲେ I

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସିଧା ତାହାଙ୍କୁ ଚାହିଁ “ କିମ୍ବା ୨) “ଆକାଂକ୍ଷାର ସହିତ ତାହାଙ୍କୁ ଚାହିଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 3:5

ଏଠାରେ “ଚାହିଁଲେ” ଶବ୍ଦର ଅର୍ଥ ହେଉଛି କୌଣସି ବିଷୟକୁ ଧ୍ୟାନଦେବା I ବିକଳ୍ପ ଅନୁବାଦ: “ଖଞ୍ଜ ଲୋକଟି ସେମାନଙ୍କୁ ସ୍ଥିର ଭାବରେ ଧ୍ୟାନ ଦେଲା”

Acts 3:6

ἀργύριον καὶ χρυσίον

ଏହି ପଦଟି ଅର୍ଥକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

ὃ ... ἔχω

ଏହା ବୁଝିହୁଏ ଯେ ପିତରଙ୍କଠାରେ ଲୋକଟିକୁ ସୁସ୍ଥ କରିବାର କ୍ଷମତା ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐν τῷ ὀνόματι Ἰησοῦ Χριστοῦ

ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ଅଧିକାରରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 3:7

ἤγειρεν αὐτόν

ପିତର ତାଙ୍କୁ ଠିଆ କରାଇଲେ

Acts 3:8

ସେ ମନ୍ଦିର ଗୃହ ଭିତରକୁ ଗଲେ ନାହିଁ ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ସେ ମନ୍ଦିର ଅଞ୍ଚଳକୁ ...ପ୍ରବେଶ କଲା” କିମ୍ବା “ସେ ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କଲା”

Acts 3:10

ବୁଝିପାରିଲେ ଯେ ଏ ସେହି ଲୋକ କିଅବା “ସେ ସେହି ଲୋକ ବୋଲି ଚିହ୍ନିଲେ”

τῇ Ὡραίᾳ Πύλῃ

ଏହା ମନ୍ଦିର ଅଞ୍ଚଳକୁ ପ୍ରବେଶ କରିବା ନିମନ୍ତେ ଗୋଟିଏ ଦ୍ବାରର ନାମ ଥିଲା I ପ୍ରେରିତ ୩:୨ ରେ ତୁମେ ଏଭଳି ଅଂଶକୁ କିପରି ଅନୁବାଦ କଲ ତାହା ଦେଖ I

ἐπλήσθησαν θάμβους καὶ ἐκστάσεως

ଏଠାରେ “ବିସ୍ମୟାପନ୍ନ” ଓ “ଆଚମ୍ବିତ” ଏକାପରି ଅର୍ଥ ପ୍ରକାଶ କରେ ଓ ଲୋକମାନଙ୍କ ବିସ୍ମୟାପନ୍ନ ଭାବର ତୀବ୍ରତାକୁ ଗୁରୁତ୍ବ ପ୍ରଦାନ କରେ I ବିକଳ୍ପ ଅନୁବାଦ: “ସେମାନେ ଅତିଶୟ ଆଚମ୍ବିତ ହେଲେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Acts 3:11

“ଶଲୋମନଙ୍କ ମଣ୍ଡପରେ” ବାକ୍ୟାଂଶଟି ସ୍ପଷ୍ଟ କରିଦିଏ ଯେ ସେମାନେ ମନ୍ଦିର ଭିତରେ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ପ୍ରବେଶ କରିପାରୁଥିଲେ I ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପିତର ଓ ଯୋହନଙ୍କୁ ବୁଝାଏ, ମାତ୍ର ପିତର କହୁଥିବା ଲୋକମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଚାଲିପାରୁ ନ ଥିବା ଲୋକକୁ ସୁସ୍ଥ କଲା ପରେ, ପିତର ଲୋକମାନଙ୍କୁ କହୁଛନ୍ତି I

τῇ στοᾷ τῇ καλουμένῃ Σολομῶντος

"ଶଲୋମନଙ୍କ ମଣ୍ଡପ I ଏହା ଦୁଇ ଧାଡ଼ିରେ ଖମ୍ବଗୁଡ଼ିକ ଥିବା ଏକ ଆଛାଦିତ ପଥ ପାର୍ଶ୍ବ, ଯାହାରି ଉପରେ ଛାତ ଥିଲା ଓ ଯାହାକୁ ଲୋକେ ରାଜା ଶଲୋମନଙ୍କ ନାମରେ ନାମିତ କରିଥିଲେ I

ἔκθαμβοι

ଅତିଶୟ ଆଶ୍ଚର୍ଯ୍ୟ ହେଲେ"

Acts 3:12

ἰδὼν δὲ, ὁ Πέτρος

ଏଠାରେ “ଏହା” ଶବ୍ଦଟି ଲୋକମାନଙ୍କର ବିସ୍ମୟ ଭାବକୁ ବୁଝାଏ I

"ସହ-ଇଶ୍ରାୟେଲୀୟଗଣ I ପିତର ଲୋକମାନଙ୍କୁ କହୁଛନ୍ତି I

τί θαυμάζετε

ପିତର ଏହି ପ୍ରଶ୍ନଟି ଗୁରୁତ୍ବ ଦେବା ପାଇଁ ପଚାରୁଛନ୍ତି ଯେ ଯାହା ଘଟିଅଛି, ସେଥିରେ ସେମାନଙ୍କର ଆଶ୍ଚର୍ଯ୍ୟ ହେବା ଉଚିତ ନୁହଁ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହଁ” (See: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ପିତର ଏହି ପ୍ରଶ୍ନଟି ଗୁରୁତ୍ବ ଦେବା ପାଇଁ ପଚାରୁଛନ୍ତି ଯେ ଲୋକମାନେ ଭାବିବା ଉଚିତ ନୁହଁ ଯେ ସେ ଓ ଯୋହନ ସେମାନଙ୍କ ନିଜ ଶକ୍ତି ବଳରେ ଏହି ଲୋକକୁ ସୁସ୍ଥ କରିଛନ୍ତି I ଏହା ଦୁଇଟି ଉକ୍ତିରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହଁ ନାହିଁ I ଆମ୍ଭେମାନେ ଆମ୍ଭମାନଙ୍କ ନିଜ ଶକ୍ତି ଅବା ଧାର୍ମିକତାରେ ତାହାକୁ ଚାଲିବାକୁ ଦେଇ ନାହୁଁ “ (See: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହାର ଅର୍ଥ ଏହି ଯେ ସେମାନେ ସେମାନଙ୍କ ପ୍ରତି ଆଶାର ସହିତ ଏକ ଦୃଷ୍ଟିରେ ଚାହିଁ ରହିଲେ I ବିକଳ୍ପ ଅନୁବାଦ: “ଆମ୍ଭ ଆଡକୁ ଅନାଅ ” ଅବା “ଆମ୍ଭ ଆଡକୁ ଚାହଁ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 3:13

ପ୍ରେରିତ ୩:୧୨ରେ ପିତର ଯିହୂଦୀମାନଙ୍କୁ ଯେଉଁ ବକ୍ତୃତା ଦେବା ଆରମ୍ଭ କରିଥିଲେ ତାହା ସେ ଜାରି ରଖିଛନ୍ତି I

ଏଠାରେ “ସାକ୍ଷାତରେ” ଶବ୍ଦର ଅର୍ଥ “ସମ୍ମୁଖରେ I” ବିକଳ୍ପ ଅନୁବାଦ: “ପିଲାତଙ୍କ ସାକ୍ଷାତରେ ଅସ୍ବୀକାର କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

κρίναντος ἐκείνου ἀπολύειν

ଯେତେବେଳେ ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ"

Acts 3:14

ᾐτήσασθε ἄνδρα, φονέα χαρισθῆναι ὑμῖν

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିଲାତ ଏକ ନରହତ୍ୟାକାରୀକୁ ମୁକ୍ତ କରିବା ନିମନ୍ତେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 3:15

ଏଠାରେ ଆମ୍ଭେମାନେ” ଶବ୍ଦଟି କେବଳ ପିତର ଓ ଯୋହନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Ἀρχηγὸν τῆς ζωῆς

ଏହା ଯୀଶୁଙ୍କୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଯେ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି” କିମ୍ବା ୨) “ଜୀବନର କର୍ତ୍ତା” କିଅବା ୩) “ଜୀବନର ସ୍ରଷ୍ଟା” ଅବା ୪) “ଯେ ଲୋକମାନଙ୍କୁ ଜୀବନ ଆଡ଼କୁ କଢ଼ାଇ ନିଅନ୍ତି” (ଦେଖ: ଉପମା/ରୂପକ)

Acts 3:16

καὶ

ଏହି “ବର୍ତ୍ତମାନ” ଶବ୍ଦ ଲୋକମାନଙ୍କର ଧ୍ୟାନକୁ ଖଞ୍ଜ ଲୋକଟି ଆଡକୁ ଘେନିଗଲା I

ତାହାଙ୍କୁ ସୁସ୍ଥ କରିଅଛି

Acts 3:17

ଏଠାରେ ପିତର ଲୋକମାନଙ୍କର ଧ୍ୟାନକୁ ଖଞ୍ଜ ଲୋକଟି ଆଡକୁ ନେଇଯାଇ ସେମାନଙ୍କୁ ସିଧାସଳଖ କଥା କହୁଛନ୍ତି I

κατὰ ἄγνοιαν ἐπράξατε

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୋକମାନେ ଜାଣି ନ ଥିଲେ ଯେ ଯୀଶୁ ମଶୀହ ଅଟନ୍ତି କିମ୍ବା ୨) ସେମାନେ କଅଣ କରୁଛନ୍ତି ତା”ର ତାତ୍ପର୍ଯ୍ୟ ଲୋକମାନେ ଜାଣି ନ ଥିଲେ I

Acts 3:18

ὁ δὲ Θεὸς ... προκατήγγειλεν διὰ στόματος πάντων τῶν προφητῶν

ଯେତେବେଳେ ଭାବବାଦୀମାନେ କଥା କହୁଥିଲେ, ସତେ ଯେପରି ସ୍ବୟଂ ଈଶ୍ବର କହୁଥିଲେ, କାରଣ କଅଣ କହିବାକୁ ହେବ ଈଶ୍ବର ସେମାନଙ୍କୁ ଜଣାଉଥିଲେ I ବିକଳ୍ପ ଅନୁବାଦ: “କଅଣ କହିବାକୁ ହେବ ଈଶ୍ବର ଭାବବାଦୀମାନଙ୍କୁ ଆଗରୁ କହୁଥିଲେ”

ὁ δὲ Θεὸς ... προκατήγγειλεν

ସମୟ ପୂର୍ବରୁ ଈଶ୍ବର କହୁଥିଲେ କିମ୍ବା “ଘଟଣା ଘଟିବା ପୂର୍ବରୁ ଈଶ୍ବର କହୁଥିଲେ”

στόματος πάντων τῶν προφητῶν

ଏଠାରେ “ମୁଖ” ଶବ୍ଦଟି ଭାବବାଦୀମାନେ କହିଥିବା ଓ ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ଭାବବାଦୀମାନଙ୍କର ବାକ୍ୟ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 3:19

καὶ ἐπιστρέψατε

"ଓ ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ I ଏଠାରେ “ଫେରି ଆସନ୍ତୁ” ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କରିବାର ଏକ ରୂପକ ଶବ୍ଦ I ବିକଳ୍ପ ଅନୁବାଦ: “ଏବଂ ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କରନ୍ତୁ” (ଦେଖ: ଉପମା/ରୂପକ)

πρὸς τὸ ἐξαλειφθῆναι ὑμῶν τὰς ἁμαρτίας

ଏଠାରେ “ମୋଚନ” କ୍ଷମା କରିବାର ଏକ ରୂପକ ଶବ୍ଦ I ପାପ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପୁସ୍ତକରେ ଲେଖାଯାଏ ଓ ଯେତେବେଳେ ଈଶ୍ବର କ୍ଷମା କରନ୍ତି ସେ ସେଗୁଡିକୁ ପୁସ୍ତକରୁ ଲିଭାଇ ଦିଅନ୍ତି I ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ହେତୁ ଈଶ୍ବର ତୁମ୍ଭମାନଙ୍କୁ କ୍ଷମା କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଉପମା/ରୂପକ)

ପ୍ରଭୁଙ୍କ ଛାମୁରୁ ସାନ୍ତ୍ବନାର ସମୟ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କର ଆତ୍ମାକୁ ବଳବାନ୍ କରିବେ ସେହି ସମୟ” କିମ୍ବା ୨) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କୁ ସଜୀବ କରିବେ ସେହି ସମୟ”"

ଏଠାରେ “ପ୍ରଭୁଙ୍କ ଛାମୁ” ଶବ୍ଦଟି ସ୍ବୟଂ ପ୍ରଭୁଙ୍କୁ ବୁଝାଉ ଥିବା ଏକ ପ୍ରତି ଶବ୍ଦ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଠାରୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 3:20

"ଯେପରି ସେ ପୁନର୍ବାର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବେ I ଏହା ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନକୁ ବୁଝାଏ I

τὸν προκεχειρισμένον ὑμῖν

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସେ ତୁମ୍ଭମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 3:21

୨୨-୨୩ ପଦରେ ପିତର ମଶୀହଙ୍କ ଆଗମନ ପୂର୍ବରୁ ମୋଶା କହିଥିବା କିଛି ବିଷୟକୁ ଉର୍ଦ୍ଧୃତ କରୁଛନ୍ତି I

ପ୍ରେରିତ ୩:୧୨ରେ ପିତର ମନ୍ଦିର ପରିସରରେ ଠିଆ ହୋଇଥିବା ଯିହୂଦୀମାନଙ୍କ ନିମନ୍ତେ ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଜାରି ରଖୁଛନ୍ତି I

ὃν δεῖ οὐρανὸν μὲν δέξασθαι

ତାହାଙ୍କୁ ସ୍ବର୍ଗ ସ୍ବାଗତ କରିବା ଉଚିତ I ପିତର ସ୍ବର୍ଗ ବିଷୟରେ କହୁଛନ୍ତି ଯେ ସତେ ଯେମିତି ତାହା ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ନିଜ ଗୃହକୁ ସ୍ବାଗତ କରୁଛନ୍ତି I (ଦେଖ: ବ୍ୟକ୍ତିତ୍ୱଆରୋପ)

δεῖ οὐρανὸν μὲν δέξασθαι, ἄχρι

ଏହାର ଅର୍ଥ ଏହି ଯେ ଯୀଶୁଙ୍କୁ ସ୍ବର୍ଗରେ ରହିବା ଆବଶ୍ୟକ, କାରଣ ଈଶ୍ବର ତାହାହିଁ ଯୋଜନା କରିଛନ୍ତି I

ἄχρι χρόνων ἀποκαταστάσεως πάντων

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇଶ୍ବର ସମସ୍ତ ବିଷୟକୁ ପୁନଃସ୍ଥାପନ କରିବା ପର୍ଯ୍ୟନ୍ତ” କିମ୍ବା ୨) “ଈଶ୍ବର ପୂର୍ବରୁ ଆପଣା କହିଥିବା ସମସ୍ତ ବିଷୟକୁ ସଫଳ କରିବା ପର୍ଯ୍ୟନ୍ତ I “"

ὧν ἐλάλησεν ὁ Θεὸς διὰ στόματος τῶν ἁγίων ἀπ’ αἰῶνος αὐτοῦ προφητῶν

ବହୁ ପୂର୍ବରୁ ଯେତେବେଳେ ଭାବବାଦୀମାନେ କଥା କହିଥିଲେ, ସେତେବେଳେ ସତେ ଯେମିତି ସ୍ବୟଂ ଈଶ୍ବର କଥା କହିଥିଲେ କାରଣ ସେ ସେମାନଙ୍କୁ କଅଣ କହିବାକୁ ହେବ ତାହା ଜଣାଇଥିଲେ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ବିଷୟରେ ଈଶ୍ବର ବହୁ ପୂର୍ବରୁ ଆପଣା ପବିତ୍ର ଭାବବାଦୀମାନଙ୍କୁ ସେ ସମସ୍ତ ବିଷୟ କହିବାପାଇଁ ଜଣାଇଥିଲେ I “

στόματος τῶν ἁγίων ... αὐτοῦ προφητῶν

ଏଠାରେ “ମୁଖ” ଶବ୍ଦଟି ଭାବବାଦୀମାନେ କହିଥିବା ଓ ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ପବିତ୍ର ଭାବବାଦୀମାନଙ୍କର ବାକ୍ୟ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 3:22

ତୁମ୍ଭମାନଙ୍କର ଭ୍ରାତୃଗଣ ମଧ୍ୟରୁ ଜଣେ ପ୍ରକୃତ ଭାବବାଦୀଙ୍କୁ ଉତ୍ପନ୍ନ କରିବେ, ଆଉ ପ୍ରତେକେ ତାହାଙ୍କୁ ଜାଣିବେ

τῶν ἀδελφῶν ὑμῶν

ତୁମ୍ଭମାନଙ୍କର ଦେଶ

Acts 3:23

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଭାବବାଦୀ, ଈଶ୍ବର ସମ୍ପୂର୍ଣ୍ଣ ଧ୍ବଂସ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 3:24

ପ୍ରେରିତ ୩:୧୨ରେ ପିତର ଯିହୂଦୀମାନଙ୍କ ପ୍ରତି ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଶେଷ କରୁଛନ୍ତି I

"ପ୍ରକୃତରେ, ସମସ୍ତ ଭାବବାଦୀଗଣ I ଏଠାରେ “ହଁ” ଶବ୍ଦ ପରବର୍ତ୍ତୀ ବିଷୟ ଉପରେ ଗୁରୁତ୍ବ ଦିଏ I

ἀπὸ Σαμουὴλ καὶ τῶν καθεξῆς

ଶାମୂୟେଲଙ୍କ ଠାରୁ ଆରମ୍ଭ କରି ଓ ତାଙ୍କ ପରେ ତାଙ୍କର ପରବର୍ତ୍ତୀ ଭାବବାଦୀମାନଙ୍କ ଜୀବନ କାଳ ପର୍ଯ୍ୟନ୍ତ"

τὰς ἡμέρας ταύτας

ଏହି କାଳ କିଅବା “ଯାହାସବୁ ବର୍ତ୍ତମାନ ଘଟୁଅଛି”

Acts 3:25

ὑμεῖς ἐστε οἱ υἱοὶ τῶν προφητῶν, καὶ τῆς διαθήκης

ଏଠାରେ “ସନ୍ତାନ” ଶବ୍ଦଟି ଉତ୍ତରାଧିକାରୀମାନଙ୍କୁ ବୁଝାଏ, ଯେଉଁମାନେ ଭାବବାଦୀମାନଙ୍କ ଦ୍ବାରା ଓ ସ୍ଥିରୀକୃତ ନିୟମ ଦ୍ବାରା ପ୍ରତିଜ୍ଞାତ ବିଷୟସବୁକୁ ଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବବାଦୀମାନଙ୍କର ଉତ୍ତରାଧିକାରୀ ଓ ସ୍ଥିରୀକୃତ ନିୟମର ଉତ୍ତରାଧିକାରୀ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଶବ୍ଦର ବିଲୋପ ବା ଉହ୍ୟତା)

ତୁମ୍ଭର ବଂଶ ଦ୍ବାରା

ଏଠାରେ “ବଂଶ” ଲୋକ ଦଳ ବା ଜାତିଗଣକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ଜଗତରେ ଥିବା ସମସ୍ତ ଲୋକ ଦଳକୁ ଆଶୀର୍ବାଦ କରିବା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 3:26

ἀναστήσας ὁ Θεὸς τὸν παῖδα αὐτοῦ

ଈଶ୍ବର ଯୀଶୁଙ୍କୁ ଆପଣାର ଦାସଭାବରେ ଉତ୍ପନ୍ନକରି ତାହାଙ୍କୁ ବିଖ୍ୟାତ କରିବା ପରେ

τὸν παῖδα αὐτοῦ

ଏହା ମଶୀହ ଯୀଶୁଙ୍କୁ ବୁଝାଏ I

τῷ ἀποστρέφειν ἕκαστον ἀπὸ τῶν πονηριῶν ὑμῶν

ଏଠାରେ “ରୁ...ଫେରାଇ” ଶବ୍ଦଟି ଜଣକୁ କିଛି କରିବାରୁ ଅଟକାଇବା ବିଷୟରେ ଏକ ରୂପକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଜଣଙ୍କୁ ଦୁଷ୍ଟ କାର୍ଯ୍ୟ କରିବାରୁ ଅଟକାଇବା” କିମ୍ବା “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଦୁଷ୍ଟତାରୁ ମନ ପରିବର୍ତ୍ତନ କରାଇବା” (ଦେଖ: ଉପମା/ରୂପକ)

Acts 4

ପ୍ରେରିତ ୦୪ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ୪:୨୫-୨୬ରେ ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି I

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

ଏକତା

ପ୍ରଥମ ଖ୍ରୀଷ୍ଟିୟାନମାନେ ଏକତାରେ ରହିବାକୁ ଅଧିକ ଚାହୁଁଥିଲେ I ସେମାନେ ସମାନ ବିଷୟକୁ ବିଶ୍ବାସ କରି ଓ ସେମାନଙ୍କର ସମସ୍ତ ସମ୍ପତ୍ତିକୁ ବାଣ୍ଟି ଅଭାବରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ I

”ଅଦ୍ଭୁତ ଚିହ୍ନ ଓ ଲକ୍ଷଣ”

ଏହି ବାକ୍ୟାଂଶ ସେହିସବୁ ବିଷୟକୁ ବୁଝାଏ, ଯାହା କେବଳ ଈଶ୍ବର ହିଁ କରିପାରିବେ I ଖ୍ରୀଷ୍ଟିୟାନମାନେ ଚାହୁଁଥିଲେ ଯେ ଈଶ୍ବର ତାହାସବୁ କରନ୍ତୁ ଯାହା କେବଳ ସେ ହିଁ କରିପାରିବେ, ଯେପରି ଲୋକମାନେ ବିଶ୍ବାସ କରିବେ ଯେ ସେମାନେ ଯୀଶୁଙ୍କ ବିଷୟରେ ଯାହା କହୁଥିଲେ ତାହା ସତ୍ୟ ଅଟେ I

ଏହି ଅଧ୍ୟାୟରେ ଥିବା ମୁଖ୍ୟ ଅଳଙ୍କାର

କୋଣର ପ୍ରଧାନ ପ୍ରସ୍ତର

କୋଣର ପ୍ରଧାନ ପ୍ରସ୍ତର ହେଉଛି ପଥରର ପ୍ରଥମ ଖଣ୍ଡ ଯାହା ଲୋକମାନେ ଗୃହ ନିର୍ମାଣ କରିବାସମୟରେ ପକାଉଥିଲେ I ଏହା କୌଣସି ବିଷୟର ଅତି ଗୁରୁତ୍ବପୂର୍ଣ୍ଣ ଅଂଶର ଏକ ରୂପକ, ଯେଉଁ ଅଂଶ ଉପରେ ସମସ୍ତ ବିଷୟ ନିର୍ଭର କରେ I ଯୀଶୁ ମଣ୍ଡଳୀର କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି ବୋଲି କହିବାର ଅର୍ଥ ମଣ୍ଡଳୀରେ କୌଣସି ବିଷୟ ଯୀଶୁଙ୍କଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ ଏବଂ ମଣ୍ଡଳୀର ସମସ୍ତ ବିଷୟ ଯୀଶୁଙ୍କ ଉପରେ ନିର୍ଭର କରେ I (ଦେଖ: ଉପମା/ରୂପକ and ବିଶ୍ୱାସ)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ଜନିତ ପ୍ରତିବନ୍ଧକ

ନାମ

”ଯାହାଙ୍କ ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇନାହିଁ” (ପ୍ରେରିତ ୪:୧୨). ଏହି ସବୁ ବାକ୍ୟ ଦ୍ବାରା ପିତର କହୁଛନ୍ତି ଯେ ପୃଥିବୀରେ ରହିଥିବା ଅବା ପୃଥିବୀରେ ରହିବାକୁ ଥିବା ଅନ୍ୟ କୌଣସି ବ୍ୟକ୍ତି ଲୋକମାନଙ୍କର ପରିତ୍ରାଣ କରିପାରିବ ନାହିଁ I”

Acts 4:1

ପିତର ଜନ୍ମରୁ ଖଞ୍ଜ ଲୋକଟିକୁ ସୁସ୍ଥ କଲା ପରେ ଧର୍ମ ନେତାମାନେ ପିତର ଓ ଯୋହନଙ୍କୁ ବନ୍ଦୀ କରୁଛନ୍ତି I

ପାଖକୁ ଆସିଲେ କିମ୍ବା “ସେମାନଙ୍କ ନିକଟକୁ ଆସିଲେ”

Acts 4:2

διαπονούμενοι

"ସେମାନେ ଅତି କ୍ରୋଧାନ୍ବିତ ହେଲେ I ବିଶେଷକରି ସାଦ୍ଦୁକୀମାନେ ପିତର ଓ ଯୋହନ କହୁଥିବା ବିଷୟରେ କ୍ରୋଧାନ୍ବିତ ହେଲେ, କାରଣ ସେମାନେ ପୁନରୁତ୍ଥାନରେ ବିଶ୍ବାସ କରୁ ନ ଥିଲେ I (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

καταγγέλλειν ἐν τῷ Ἰησοῦ τὴν ἀνάστασιν, τὴν ἐκ νεκρῶν

ପିତର ଓ ଯୋହନ କହୁଥିଲେ ଯେ ଈଶ୍ବର ଯେପରି ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ ଠିକ୍ ସେପରି ମୃତ ଲୋକମାନଙ୍କୁ ମଧ୍ୟ ମୃତ୍ୟୁରୁ ଉଠାଇବେ I ଏହାକୁ ଏପରି ଭାବରେ ଅନୁବାଦ କର ଯେପରି “ପୁନରୁତ୍ଥାନ” ଉଭୟ ଯୀଶୁଙ୍କର ପୁନରୁତ୍ଥାନ ଓ ଅନ୍ୟ ଲୋକମାନଙ୍କର ସାଧାରଣ ପୁନରୁତ୍ଥାନକୁ ବୁଝାଉଥିବ I

τὴν ... ἐκ νεκρῶν

ମୃତ୍ୟୁଭୋଗ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ I ଏହି ଭାବ ମିଳିତଭାବରେ ପୃଥିବୀର ଅଭ୍ୟନ୍ତରରେ ରହିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ସେମାନଙ୍କ ମଧ୍ୟରୁ ଉଠିଆସିବା ବିଷୟ ପୁନର୍ବାର ଜୀବିତ ହେବା ବିଷୟରେ କହେ I

Acts 4:3

ଯାଜକଗଣ, ମନ୍ଦିରର ସେନାପତି ଓ ସାଦ୍ଦୂକୀମାନେ ପିତର ଓ ଯୋହନଙ୍କୁ ବନ୍ଦୀ କଲେ I"

ରାତ୍ରିରେ ଲୋକଙ୍କୁ ପଚରାଉଚୁରା ନ କରିବା ଏକ ସାଧାରଣ ରୀତି ଥିଲା I

Acts 4:4

ἀριθμὸς τῶν ἀνδρῶν

ଏହା କେବଳ ପୁରୁଷମାନଙ୍କୁ ବୁଝାଏ ଓ କେତେଜଣ ସ୍ତ୍ରୀ ଓ ପିଲାମାନେ ବିଶ୍ବାସ କଲେ, ସେମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I

ἐγενήθη ... ὡς χιλιάδες πέντε

ପାଞ୍ଚ ସହସ୍ରକୁ ବୃଦ୍ଧି ପାଇଲା

Acts 4:5

"ଏଠାରେ ""ସେମାନଙ୍କର” ଶବ୍ଦ ମୋଟାମୋଟି ଭାବରେ ଯିହୂଦୀ ଲୋକମାନଙ୍କୁ ବୁଝାଏ I"

ଶାସନକର୍ତ୍ତାମାନେ ପିତର ଓ ଯୋହନଙ୍କୁ ପ୍ରଶ୍ନ କଲେ, ଆଉ ସେମାନେ ନିର୍ଭୟରେ ଉତ୍ତର ଦେଇଥିଲେ I

ଯେଉଁଠାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ତା’ର ଚିହ୍ନ ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏ ପ୍ରକାର କରିବାର ରୀତି ଥାଏ, ତୁମେ ତାହାକୁ ଏଠାରେ ବ୍ୟବହାର କରିବାପାଇଁ ଚିନ୍ତା କରିପାର I

ଏହା ସାନହେଡରିନ୍, ଅର୍ଥାତ୍ ଯିହୂଦୀମାନଙ୍କର ଶାସକୀୟ ମହାସଭାକୁ ବୁଝାଏ, ଯାହା ଏହି ତିନି ଦଳର ଲୋକମାନଙ୍କୁ ନେଇ ଗଠିତ ହୋଇଥିଲା I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 4:6

Ἰωάννης, καὶ Ἀλέξανδρος

ଏହି ଦୁଇ ଜଣ ମହାଯାଜକଙ୍କ ପରିବାରର ସଦସ୍ୟ ଥିଲେ I ଏହି ବ୍ୟକ୍ତି ଜଣକ ପ୍ରେରିତ ଯୋହନ ନ ଥିଲେ I

Acts 4:7

ἐν ... ποίᾳ δυνάμει

କିଏ ତୁମ୍ଭମାନଙ୍କୁ କ୍ଷମତା ଦେଲା

ἐν ... ποίῳ ὀνόματι

ଏଠାରେ “ନାମ” ଶବ୍ଦଟି ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “କାହାର ଅଧିକାରରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 4:8

τότε Πέτρος πλησθεὶς Πνεύματος Ἁγίου

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ପ୍ରେରିତ ୨:୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ପିତରଙ୍କୁ ପୁର୍ଣ୍ଣ କଲେ ଓ ସେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 4:9

ପିତର ସ୍ପଷ୍ଟ କରିବା ନିମନ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସେମାନେ ବିଚାରର ସମ୍ମୁଖୀନ ହେବାର ଏହା ହେଉଛି ପ୍ରକୃତ କାରଣ I ବିକଳ୍ପ ଅନୁବାଦ: “ଆପଣମାନେ ଆଜି ଆମ୍ଭମାନଙ୍କୁ ପଚାରୁଅଛନ୍ତି ... ଆମ୍ଭେମାନେ କେଉଁ ଶକ୍ତିରେ ଏହାକୁ ସୁସ୍ଥ କରିଅଛୁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନେ ଆଜି ଆମ୍ଭମାନଙ୍କୁ ପଚାରୁଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ ଆମ୍ଭେମାନେ କେଉଁ ଶକ୍ତିରେ ଏହି ଲୋକକୁ ସୁସ୍ଥ କରିଅଛୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 4:10

γνωστὸν ἔστω πᾶσιν ὑμῖν καὶ παντὶ τῷ λαῷ Ἰσραὴλ

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନେ ସମସ୍ତେ ଓ ସମସ୍ତ ଇଶ୍ରାୟେଲ ଏହା ଜାଣନ୍ତୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πᾶσιν ὑμῖν καὶ παντὶ τῷ λαῷ Ἰσραὴλ

ଆପଣମାନେ ଯେଉଁମାନେ ଆମ୍ଭମାନଙ୍କୁ ପଚାରୁଅଛନ୍ତି ଆପଣମାନଙ୍କୁ ଓ ଇଶ୍ରାୟେଲର ଅନ୍ୟ ସମସ୍ତ ଲୋକଙ୍କୁ

ἐν τῷ ὀνόματι Ἰησοῦ Χριστοῦ τοῦ Ναζωραίου

ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ଶକ୍ତିରେ” (ଦେଖ: ଲାକ୍ଷଣିକ ଶବ୍ଦ)

ὃν ... ὁ Θεὸς ἤγειρεν ἐκ νεκρῶν

ଏଠାରେ ଉଠାଇବା ଏକ ରୁଢ଼ି ଯାହା ଜଣେ ମୃତ ହୋଇଥିବା ଲୋକକୁ ପୂନର୍ବାର ଜୀବିତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ ଅବସ୍ଥାକୁ ଆଣିଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 4:11

ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତରଙ୍କୁ, ଆଉ ମଧ୍ୟ ସେ କହୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ପ୍ରେରିତ ୪:୮ରେ ପିତର ଯିହୂଦୀ ଧର୍ମର ଶାସନକର୍ତ୍ତାମାନଙ୍କ ନିମନ୍ତେ ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଶେଷ କରୁଛନ୍ତି I

ପିତର ଗୀତସଂହିତାରୁ ଉର୍ଦ୍ଧୃତ କରୁଛନ୍ତି I ଏହା ଏକ ରୂପକ ଶବ୍ଦ, ଯାହାର ଅର୍ଥ ଏହି ଯେ ଧର୍ମନେତାଗଣ ଗୃହ ନିର୍ମାଣକାରୀମାନଙ୍କ ପରି ଯୀଶୁଙ୍କୁ ଅଗ୍ରାହ୍ୟ କଲେ, କିନ୍ତୁ ଯେପରି ଗୃହର କୋଣର ପ୍ରଧାନ ପ୍ରସ୍ତର ଗୁରୁତ୍ବପୂର୍ଣ୍ଣ ଅଟେ ସେହିପରି ଈଶ୍ବର ତାହାଙ୍କୁ ଆପଣା ରାଜ୍ୟରେ ସବୁଠାରୁ ମହାନ୍ କଲେ I (ଦେଖ: ଉପମା/ରୂପକ)

"ଏଠାରେ “ପ୍ରଧାନ” ଶବ୍ଦର ଅର୍ଥ” ସବୁଠାରୁ ମହାନ୍” ଅବା “ଗୁରୁତ୍ବପୂର୍ଣ୍ଣ I"""

ତୁମ୍ଭେମାନେ ଗୃହ ନିର୍ମାଣକାରୀ ଭାବରେ ଅଗ୍ରାହ୍ୟ କଲ କିଅବା “ତୁମ୍ଭେମାନେ ଗୃହ ନିର୍ମାଣକାରୀ ଭାବରେ ମୂଲ୍ୟହୀନ ପରି ଅଗ୍ରାହ୍ୟ କଲ”

Acts 4:12

ବିଶେଷ୍ୟ ପଦ “ପରିତ୍ରାଣ”କୁ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ କେବଳ ଏକ ମାତ୍ର ବ୍ୟକ୍ତି, ଯେ କି ପରିତ୍ରାଣ କରିବାକୁ ସମର୍ଥ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ବର କାହାକୁ ଆଉ ସେ ନାମ ଦେଇନାହାନ୍ତି“ (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

“ମନୁଷ୍ୟମାନଙ୍କ ମଧ୍ୟରେ .. ନାମ” ବାକ୍ୟାଂଶଟି ଯୀଶୁଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଥିବା କୌଣସି ବ୍ୟକ୍ତିଙ୍କୁ, ଯାହାଙ୍କ ଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

ὑπὸ τὸν οὐρανὸν

ଜଗତର ସବୁ ସ୍ଥାନକୁ ଦର୍ଶାଇବାର ଏହା ଏକ ଭାଷା I ବିକଳ୍ପ ଅନୁବାଦ: “ଜଗତ ମଧ୍ୟରେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐν ... ᾧ δεῖ σωθῆναι ἡμᾶς

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ପରିତ୍ରାଣ କରିପାରିବ” ଅବା “ଯିଏ ଆମ୍ଭମାନଙ୍କୁ ପରିତ୍ରାଣ କରିପାରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 4:13

ଏଠାରେ ଦ୍ବିତୀୟ ଥର ବ୍ୟବହୃତ “ସେମାନେ” ପିତର ଓ ଯୋହନଙ୍କୁ ବୁଝାଏ I ଏହି ଅଂଶରେ ବ୍ୟବହୃତ ଅନ୍ୟ ସମସ୍ତ “ସେମାନେ” ଶବ୍ଦ ଯିହୂଦୀ ନେତାମାନଙ୍କୁ ବୁଝାଏ I

τὴν τοῦ Πέτρου παρρησίαν καὶ Ἰωάννου

ଏଠାରେ ଗୁଣବାଚକ ବିଶେଷ୍ୟ “ସାହସ”, ପିତର ଓ ଯୋହନ ଯେଉଁ ପ୍ରକାରେ ଯିହୂଦୀ ନେତାମାନଙ୍କୁ ପ୍ରତ୍ୟୁତ୍ତର ଦେଲେ, ତାକୁ ବୁଝାଏ ଓ ତାହାକୁ କ୍ରିୟା ବିଶେଷଣ ବା ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେଡ଼େ ସାହସର ସହିତ ପିତର ଓ ଯୋହନ କଥା କହିଥିଲେ” କିମ୍ବା “ପିତର ଓ ଯୋହନ କେଡ଼େ ସାହସୀ ଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା and ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

παρρησίαν

ନିର୍ଭୟରେ

ପିତର ଓ ଯୋହନ ଯେଉଁ ପ୍ରକାରେ କଥା କହିଲେ, ସେଥିରୁ ଯିହୂଦୀ ନେତାମାନେ ଏହା “ଅନୁଭବ” କଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଓ ବୁଝିପାରିଲେ

“ଅଶିକ୍ଷିତ ଓ “ଅଜ୍ଞାନ” ଶବ୍ଦ ଏକାଭଳି ଅର୍ଥ ପ୍ରକାଶ କରେ I ସେଗୁଡିକ ଏହା ଉପରେ ଜୋର୍ ଦିଅନ୍ତି ଯେ ପିତର ଓ ଯୋହନ ଯିହୂଦୀ ବ୍ୟବସ୍ଥା ସମ୍ବନ୍ଧରେ କୌଣସି ଆନୁଷ୍ଠାନିକ ଶିକ୍ଷା ପାଇ ନ ଥିଲେ I (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

Acts 4:14

τόν ... ἄνθρωπον ... τὸν τεθεραπευμένον

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକକୁ ପିତର ଓ ଯୋହନ ସୁସ୍ଥ କରିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ପିତର ଓ ଯୋହନ ଲୋକଟିକୁ ସୁସ୍ଥ କରିବା ବିରୁଦ୍ଧରେ କିଛି କହିବାର ନାହିଁ I ଏଠାରେ “ଏହା” ଶବ୍ଦଟି ପିତର ଓ ଯୋହନ କରିଥିବା ଘଟଣାକୁ ବୁଝାଏ I

Acts 4:15

αὐτοὺς

ଏହା ପିତର ଓ ଯୋହନଙ୍କୁ ବୁଝାଏ I

Acts 4:16

ଯିହୂଦୀ ନେତାମାନେ ହତାଶ ହୋଇ ଏହି ପ୍ରଶ୍ନ ପଚାରିଥିଲେ, କାରଣ ପିତର ଓ ଯୋହନଙ୍କ ସମ୍ବନ୍ଧରେ କଅଣ କରିବାକୁ ହେବ ତାହା ସେମାନେ ଚିନ୍ତା କରି ପାରି ନ ଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହି ଲୋକମାନଙ୍କ ସମ୍ବନ୍ଧରେ କିଛି କରିପାରିବା ନାହିଁ !” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯିରୂଶାଲମ ନିବାସୀ ସମସ୍ତେ ଜାଣିଛନ୍ତି ଯେ ସେମାନେ ଏକ ମହାନ୍ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πᾶσιν τοῖς κατοικοῦσιν Ἰερουσαλὴμ

ଏହା ଏକ ସାଧାରଣ ଚିନ୍ତାଧାରା I ଏହା ମଧ୍ୟ ଦେଖାଇବା ପାଇଁ ଏକ ଅତିରଂଜନ ହୋଇପାରେ ଯେ ନେତାମାନେ ଏହାକୁ ଏକ ଅତି ବଡ଼ ସମସ୍ୟା ବୋଲି ଭାବୁଥିଲେ I ବିକଳ୍ପ ଅନୁବାଦ: “ଯିରୂଶାଲମ ନିବାସୀ ଅନେକ ଲୋକ” କିମ୍ବା ସମଗ୍ର ଯିରୂଶାଲମରେ ବାସ କରୁଥିବା ଲୋକମାନେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

Acts 4:17

ଏଠାରେ “ଏହି” ଶବ୍ଦଟି ପିତର ଓ ଯୋହନ କରୁଥିବା କୌଣସି ଆଶ୍ଚର୍ଯ୍ୟ କର୍ମ ବା ଶିକ୍ଷାକୁ ବୁଝାଏ ଯାହା ସେମାନେ ଆଗାମୀ ସମୟରେ ମଧ୍ୟ କରି ପାରନ୍ତି I ବିକଳ୍ପ ଅନୁବାଦ: “ଏହି ଆଶ୍ଚର୍ଯ୍ୟ କର୍ମର ସମ୍ବାଦ ଯେପରି ଆହୁରି ବ୍ୟାପି ନ ଯାଏ” କିମ୍ବା “ଏହି ଆଶ୍ଚର୍ଯ୍ୟ କର୍ମ ସମ୍ବନ୍ଧରେ ଯେପରି ଆହୁରି ଅଧିକ ଲୋକ ନ ଶୁଣନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏଠାରେ “ନାମ” ଶବ୍ଦଟି ଯୀଶୁଙ୍କ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି, ଯୀଶୁଙ୍କ ବିଷୟରେ ଆଉ କେବେ କାହାକୁ ନ କହିବାକୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 4:19

ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଯୋହନଙ୍କୁ ବୁଝାଏ, କିନ୍ତୁ ଯେଉଁମାନଙ୍କୁ ସେମାନେ କଥା କହୁଥିଲେ ସେମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

εἰ δίκαιόν ἐστιν ἐνώπιον τοῦ Θεοῦ

ଏଠାରେ “ଈଶ୍ବରଙ୍କ ଦୃଷ୍ଟିରେ” ବାକ୍ୟାଂଶଟି ଈଶ୍ବରଙ୍କ ମତକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଏହାକୁ ଠିକ୍ ବୋଲି ଭାବୁଛନ୍ତି ନା ନାହିଁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 4:21

୨୨ ପଦ ସୁସ୍ଥ ହୋଇଥିବା ଖଞ୍ଜ ଲୋକଟିର ବୟସ ସମ୍ବନ୍ଧରେ ପୃଷ୍ଠଭୁମିର ସୂଚନା ଦିଏ I (ଦେଖ: ପୃଷ୍ଠଭୂମି ସୂଚନା)

οἱ δὲ προσαπειλησάμενοι

ଯିହୂଦୀ ନେତାମାନେ ପୁନର୍ବାର ପିତର ଓ ଯୋହନଙ୍କୁ ଦଣ୍ଡ ଦେବାକୁ ଧମକ ଦେଲେ I

ଯଦିଓ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ଧମକ ଦେଲେ, ତଥାପି ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ସେମାନେ ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ଉତ୍ତେଜିତ କରିବା ଛଡା ଆଉ କୌଣସି କାରଣ ପାଇଲେ ନାହିଁ I

ἐπὶ τῷ γεγονότι

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତର ଓ ଯୋହନ ଯାହା କରିଥିଲେ ସେଥିପାଇଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 4:22

ଯେଉଁ ଲୋକକୁ ପିତର ଓ ଯୋହନ ଆଶ୍ଚର୍ଯ୍ୟ ପ୍ରକାରେ ସୁସ୍ଥ କରିଥିଲେ"

Acts 4:23

ଏକତ୍ର କହି, ଲୋକମାନେ ପୁରାତନ ନିୟମରୁ ଦାଉଦଙ୍କର ଏକ ଗୀତକୁ ଉର୍ଦ୍ଧୃତ କରିଥିଲେ I ଏଠାରେ “ସେମାନେ” ଶବ୍ଦଟି ଅବଶିଷ୍ଟ ବିଶ୍ବାସୀମାନଙ୍କୁ ବୁଝାଏ, ମାତ୍ର ପିତର ଓ ଯୋହନଙ୍କୁ ନୁହେଁ I

ἦλθον πρὸς τοὺς ἰδίους

“ଆପଣା ସଙ୍ଗୀମାନେ” ବାକ୍ୟାଂଶଟି ଅବଶିଷ୍ଟ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କ ନିକଟକୁ ଗଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 4:24

οἱ δὲ ἀκούσαντες, ὁμοθυμαδὸν ἦραν φωνὴν πρὸς τὸν Θεὸν

ସ୍ବର ଉଠାଇବା ଏକ ରୁଢ଼ି ଯାହାର ଅର୍ଥ କହିବା I “ସେମାନେ ଏକତ୍ର ଈଶ୍ବରଙ୍କୁ କହିବାକୁ ଲାଗିଲେ” (See: https://git.door43.org/translationCore-Create-BCS/or_ta/src/branch/master/translate/figs-idiom/01.md)

Acts 4:25

ଏହାର ଅର୍ଥ ଏହି ଯେ ଈଶ୍ବର ଯାହା କହିଥିଲେ ତାହା କହିବାକୁ ବା ଲେଖିବାକୁ ପବିତ୍ର ଆତ୍ମା ଦାଉଦଙ୍କୁ ଚାଳନା ଦେଲେ I

τοῦ πατρὸς ἡμῶν ... στόματος Δαυεὶδ παιδός σου

ଏଠାରେ “ମୁଖ” ଶବ୍ଦଟି ଦାଉଦ କହିଥିବା ଅବା ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପିତା ଓ ତୁମ୍ଭର ଦାସ ଦାଉଦଙ୍କ ବାକ୍ୟ ଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

τοῦ πατρὸς ἡμῶν ... Δαυεὶδ

ଏଠାରେ “ପିତା” “ପିତୃ ପୁରୁଷ/” କୁ ବୁଝାଏ I

ଏହା ଏକ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଯାହା ଈଶ୍ବରଙ୍କୁ ବିରୋଧ କରିବାର ନିଷ୍ଫଳତାକୁ ଜୋର୍ ଦିଏ I ବିକଳ୍ପ ଅନୁବାଦ: “ବିଜାତି ଦେଶଗଣ କଳହ କରିବା ଉଚିତ ନ ଥିଲା ଓ ଲୋକମାନେ ଅନର୍ଥକ ବିଷୟ କଳ୍ପନା କରିବାର ନ ଥିଲା” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

λαοὶ ἐμελέτησαν κενά

ଏହି “ ଅନର୍ଥକ” ବିଷୟ ହେଉଛି ଈଶ୍ବରଙ୍କୁ ବିରୋଧ କରିବାର ଯୋଜନା I ବିକଳ୍ପ ଅନୁବାଦ: “ଲୋକମାନେ ଈଶ୍ବରଙ୍କ ବିରୁଦ୍ଧରେ ଅନର୍ଥକ ବିଷୟ କଳ୍ପନା କରନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

λαοὶ

ଲୋକଦଳ

Acts 4:26

ବିଶ୍ବାସୀମାନେ ଦାଉଦ ରାଜାଙ୍କ ରଚିତ ଗୀତରୁ ଉର୍ଦ୍ଧୃତ କରିବା ଶେଷ କରୁଛନ୍ତି ଯାହା ସେମାନେ ପ୍ରେରିତ ୪:୨୫ରେ ଆରମ୍ଭ କରିଥିଲେ I

ଏହି ଦୁଇଟି ଧାଡି ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ I ଏହି ଦୁଇଟି ଧାଡି ଈଶ୍ବରଙ୍କୁ ବିରୋଧ କରିବାପାଇଁ ପୃଥିବୀସ୍ଥ ଶାସନକର୍ତ୍ତାମାନଙ୍କର ମିଳିତ ଉଦ୍ୟମକୁ ବୁଝାଏ I

ଏହି ଦୁଇଟି ବାକ୍ୟାଂଶ ବୁଝାଏ ଯେ ଯୁଦ୍ଧ କରିବାପାଇଁ ସେମାନେ ସେମାନଙ୍କର ସୈନ୍ୟବାହିନୀକୁ ଏକତ୍ର କଲେ I ବିକଳ୍ପ ଅନୁବାଦ: “ସେମାନଙ୍କର ସୈନ୍ୟବାହିନୀଗଣଙ୍କୁ ପ୍ରସ୍ତୁତ କରିଛନ୍ତି ... ସେମାନଙ୍କର ସୈନ୍ୟମାନଙ୍କୁ ଏକତ୍ର କରିଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

κατὰ τοῦ Κυρίου, καὶ κατὰ τοῦ Χριστοῦ αὐτοῦ

ଏଠାରେ “ପ୍ରଭୁ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ଗୀତସଂହିତାରେ, “ଖ୍ରୀଷ୍ଟ” ଶବ୍ଦ ମଶୀହଙ୍କୁ କିଅବା ଈଶ୍ବରଙ୍କ ଅଭିଷିକ୍ତଙ୍କୁ ବୁଝାଏ I

Acts 4:27

ବିଶ୍ବାସୀମାନେ ପ୍ରାର୍ଥନା ଜାରି ରଖିଛନ୍ତି I

ἐν τῇ πόλει ταύτῃ

"ଏହି ନଗର ଯିରୂଶାଲମକୁ ବୁଝାଏ I

τὸν ἅγιον παῖδά σου Ἰησοῦν

ଯୀଶୁ ଯେ କି ବିଶ୍ବସ୍ତଭାବରେ ତୁମ୍ଭମାନଙ୍କର ସେବା କରନ୍ତି"

Acts 4:28

ποιῆσαι ὅσα ἡ χείρ σου, καὶ ἡ βουλὴ σου προώρισεν

ଏଠାରେ “ହସ୍ତ” ଶବ୍ଦଟି ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏହା ସହିତ, “ତୁମ୍ଭର ହସ୍ତ ଓ ତୁମ୍ଭର ନିରୂପିତ ସଂକଳ୍ପ” ଈଶ୍ବରଙ୍କ ଶକ୍ତି ଓ ଯୋଜନାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତୁମ୍ଭ ନିରୂପିତ ସମସ୍ତ ବିଷୟ କରିବାକୁ, କାରଣ ତୁମ୍ଭେ ଶକ୍ତିମାନ୍ ଓ ତୁମ୍ଭେ ଯୋଜନା କରିଥିବା ସମସ୍ତ ବିଷୟ କଲ” (ଦେଖ: ଲାକ୍ଷଣିକ ଶବ୍ଦଉପଲକ୍ଷ୍ୟ ଅଳଙ୍କାର)

Acts 4:29

ବିଶ୍ବାସୀମାନେ ପ୍ରେରିତ ୪:୨୪ରେ ଆରମ୍ଭ କରିଥିବା ସେମାନଙ୍କର ପ୍ରାର୍ଥନା ସମ୍ପୂର୍ଣ୍ଣ କରୁଛନ୍ତି I

ଏଠାରେ “ଦୃଷ୍ଟିପାତ କର” ଶବ୍ଦଟି ଯିହୂଦୀ ନେତାମାନେ ବିଶ୍ବାସୀମାନଙ୍କୁ ଯେଭଳି ଭାବରେ ଧମକ ଦେଇଥିଲେ, ସେଥି ପ୍ରତି ଈଶ୍ବରଙ୍କ ଧ୍ୟାନ ଆକର୍ଷଣ କରିବାପାଇଁ ଏକ ନିବେଦନ I ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେବାପାଇଁ କିପରି ଯୋଜନା କରୁଛନ୍ତି, ସେଥିପ୍ରତି ଦୃଷ୍ଟିପାତ କର” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

μετὰ παρρησίας πάσης λαλεῖν τὸν λόγον σου

ଏଠାରେ “ବାକ୍ୟ” ଈଶ୍ବରଙ୍କ ବାର୍ତ୍ତାକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ସାହସ”କୁ ଏକ କ୍ରିୟାବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାର୍ତ୍ତାକୁ ସାହସରେ କହିବାକୁ” ଅବା “ଆମ୍ଭେ ତୁମ୍ଭର ବାର୍ତ୍ତା କହିବା ସମୟରେ ସାହସିକ ହେବାକୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 4:30

ଏଠାରେ “ହସ୍ତ” ଶବ୍ଦଟି ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏହା ଈଶ୍ବରଙ୍କୁ ଆପଣାର ଶକ୍ତି ପ୍ରଦର୍ଶନ କରିବାପାଇଁ ଏକ ନିବେଦନ ଯେ ସେ କେତେ ଶକ୍ତିମାନ୍ ଅଟନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ତୁମ୍ଭେ ଲୋକମାନଙ୍କୁ ସୁସ୍ଥ କରିବା ଦ୍ବାରା ଆପଣାର ଶକ୍ତି ପ୍ରଦର୍ଶନ କରିଥାଅ” (ଦେଖ: ଲାକ୍ଷଣିକ ଶବ୍ଦ)

διὰ τοῦ ὀνόματος τοῦ ἁγίου παιδός σου, Ἰησοῦ

ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ : “ତୁମ୍ଭର ପବିତ୍ର ଦାସ ଯୀଶୁଙ୍କର ଶକ୍ତି ଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

τοῦ ... ἁγίου παιδός σου, Ἰησοῦ

"ଯୀଶୁ ଯେ କି ବିଶ୍ବସ୍ତଭାବରେ ତୁମ୍ଭର ସେବା କରନ୍ତି I ପ୍ରେରିତ ୪:୨୭ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 4:31

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ସେହି ସ୍ଥାନ ... କମ୍ପିବାକୁ ଲାଗିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπλήσθησαν ἅπαντες τοῦ Ἁγίου Πνεύματος

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ପ୍ରେରିତ ୨:୪ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 4:32

ଏଠାରେ “ଅନ୍ତର” ଶବ୍ଦଟି ଭାବନା ଓ “ଆତ୍ମା” ଶବ୍ଦଟି ଆବେଗକୁ ବୁଝାଏ I ମିଳିତ ଭାବରେ ସେଗୁଡିକ ସମ୍ପୂର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଭାବିଥିଲେ ଓ ସମାନ ବିଷୟ ଚାହିଁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ପରସ୍ପର ମଧ୍ୟରେ ଆପଣା ଆପଣା ସମ୍ପତ୍ତି ବାଣ୍ଟିଥିଲେ I ପ୍ରେରିତ ୨:୪୪ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 4:33

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯେ ଈଶ୍ବର ବିଶ୍ବାସୀମାନଙ୍କୁ ବହୁଳଭାବରେ ଆଶୀର୍ବାଦ କରୁଥିଲେ କିମ୍ବା ୨) ଯେ ଯିରୂଶାଲମର ଲୋକମାନେ ବିଶ୍ବାସୀମାନଙ୍କୁ ଅତି ଅଧିକ ମାନ୍ୟ କରୁଥିଲେ I

Acts 4:34

ὅσοι ... κτήτορες χωρίων ἢ οἰκιῶν ὑπῆρχον

ଏଠାରେ “ସମସ୍ତ” ଶବ୍ଦଟି ସର୍ବସାଧାରଣ ଭାବରେ ନିଆଯାଇଛି I ବିକଳ୍ପ ଅନୁବାଦ: “ଅନେକ ଲୋକ ଯେଉଁମାନଙ୍କର ଭୂମି ଅବା ଗୃହ ଥିଲା” କିମ୍ବା ""ଯେଉଁ ଲୋକମାନଙ୍କର ଭୂମି ଅବା ଗୃହ ଥିଲା” (See: ଅତିରଞ୍ଜନ/ଅତ୍ୟୁକ୍ତି )

κτήτορες χωρίων ἢ οἰκιῶν ὑπῆρχον

ଭୂମି କିମ୍ବା ଗୃହ ଥିଲା"

τὰς τιμὰς τῶν πιπρασκομένων

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବିକ୍ରୀ କରିଥିବା ଜିନିଷରୁ ପାଇଥିବା ଅର୍ଥ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 4:35

ଏହାର ଅର୍ଥ ଏହି ଯେ ସେମାନେ ଟଙ୍କାକୁ ପ୍ରେରିତମାନଙ୍କ ପାଖରେ ଥୋଇଲେ I ବିକଳ୍ପ ଅନୁବାଦ : “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ ପ୍ରେରିତ ମାନଙ୍କୁ ଦେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ବିଶେଷ୍ୟ ଶବ୍ଦ “ଅଭାବ”କୁ ଏକ କ୍ରିୟାପଦ ସହିତ ଅନୁବାଦ କରାଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ସେମାନେ ଅଭାବଗ୍ରସ୍ତ ପ୍ରତ୍ୟେକ ବିଶ୍ବାସୀଙ୍କୁ ଅର୍ଥ ବାଣ୍ଟୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 4:36

ଲୂକ ଘଟଣା ମଧ୍ୟରେ ବର୍ଣ୍ଣବ୍ବାଙ୍କୁ ପରିଚୟ କରାନ୍ତି I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

υἱὸς παρακλήσεως

ପ୍ରେରିତମାନେ ଏହା ଦେଖାଇବାକୁ ଏହି ନାମ ବ୍ୟବହାର କରିଥିଲେ ଯେ ଯୋଷେଫ ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ ଉତ୍ସାହ ଦେଉଥିଲେ I ଜଣେ ଲୋକର ବ୍ୟବହାର ଓ ଚରିତ୍ରକୁ ବର୍ଣ୍ଣନା କରିବାପାଇଁ “ପୁତ୍ର” ଶବ୍ଦଟି ହେଉଛି ଏକ ରୁଢ଼ି I ବିକଳ୍ପ ଅନୁବାଦ: “ଉତ୍ସାହକାରୀ” କିମ୍ବା “ ଯେ ଉତ୍ସାହ ଦିଅନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 4:37

ଏହାର ଅର୍ଥ ଏହି ଯେ ସେମାନେ ଟଙ୍କା ଆଣି ପ୍ରେରିତମାନଙ୍କ ପାଖରେ ଥୋଇଲେ I ପ୍ରେରିତ ୪:୩୫ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ : “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ପ୍ରେରିତମାନଙ୍କୁ ଦେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 5

ପ୍ରେରିତ ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

”ପବିତ୍ର ଆତ୍ମାଙ୍କୁ ମିଥ୍ୟା କହିବାପାଇଁ ଶୟତାନ ତୁମ୍ଭ ହୃଦୟକୁ ପରିପୂର୍ଣ୍ଣ କଲା”

ସେମାନେ ଭୁମି ବିକ୍ରୟ କରି ମିଥ୍ୟା କହିବାକୁ ନିଷ୍ପତ୍ତି ନେବା ସମୟରେ ହନନିୟ ଓ ଶଫୀରା ପ୍ରକୃତରେ ଖ୍ରୀଷ୍ଟିୟାନ ଥିଲେ କି ନାହିଁ କେହି ନିଶ୍ଚିତ ରୂପେ ଜାଣନ୍ତି ନାହିଁ (ପ୍ରେରିତ ୫:୧-୧୦) କାରଣ ଲୂକ ତାହା କହନ୍ତି ନାହିଁ I କିନ୍ତୁ ପିତର ଜାଣନ୍ତି ଯେ ସେମାନେ ବିଶ୍ବାସୀମାନଙ୍କୁ ମିଥ୍ୟା କହିଥିଲେ, ଓ ସେ ଜାଣିଥିଲେ ଯେ ସେମାନେ ଶୟତାନକୁ ଶୁଣି ତା’ର ବାଧ୍ୟ ହେଲେ I

ସେମାନେ ଯେତେବେଳେ ବିଶ୍ବାସୀମାନଙ୍କୁ ମିଥ୍ୟା କହିଲେ, ସେମାନେ ମଧ୍ୟ ପବିତ୍ର ଆତ୍ମାଙ୍କୁ ମିଥ୍ୟା କହିଲେ I ଏହାର କାରଣ ହେଉଛି ଯେ ପବିତ୍ର ଆତ୍ମା ବିଶ୍ବାସୀମାନଙ୍କ ଅନ୍ତରରେ ବାସ କରନ୍ତି I

Acts 5:1

ନୂତନ ବିଶ୍ବାସୀମାନେ କିପରି ଆପଣା ଆପଣାର ଜିନିଷ ପତ୍ରକୁ ଅନ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ବାଣ୍ଟୁଥିଲେ, ସେହି ଘଟଣାକୁ ଜାରିରଖି ଲୂକ ଦୁଇଜଣ ବିଶ୍ବାସୀ ହନନିୟ ଓ ଶଫୀରା ବିଷୟରେ କହୁଛନ୍ତି I(ଦେଖ: ପୃଷ୍ଠଭୂମି ସୂଚନାନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

δέ

ମୁଖ୍ୟ ଘଟଣା ଧାରାରେ ଏକ ବିରାମ ଦେଇ ଘଟଣାର ଏକ ନୂଆ ଅଂଶ ଆରମ୍ଭ କରିବାପାଇଁ ଏହି ଶବ୍ଦଟି ଏଠି ବ୍ୟବହାର କରାଯାଇଛି I

Acts 5:2

συνειδυίης καὶ τῆς γυναικός

ତାଙ୍କର ଭାର୍ଯ୍ୟା ମଧ୍ୟ ଜାଣିଥିଲେ ଯେ ସେ ବିକ୍ରୀକରି ପାଇଥିବା ଅର୍ଥର କିଛି ଅଂଶ ଲୁଚାଇ ରଖିଥିଲେ

ଏହାର ଅର୍ଥ ଏହି ଯେ ସେମାନେ ପ୍ରେରିତମାନଙ୍କ ପାଖରେ ଅର୍ଥ ଆଣି ଥୋଇଥିଲେ I ପ୍ରେରିତ ୪:୩୫ରେ ତୁମ୍ଭେ ଏହାକୁ କିପରି ଅନୁବାଦ କରିଥିଲ ତାହା ଦେଖ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ପ୍ରେରିତମାନଙ୍କୁ ଦେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 5:3

ଯଦି ତୁମ୍ଭର ଭାଷା ଅର୍ଥ ପ୍ରକାଶ କରିବାର ପ୍ରଶ୍ନ ବ୍ୟବହାର କରେ ନାହିଁ, ତେବେ ତୁମେ ଏହାକୁ ଉକ୍ତି ଭାବରେ ପ୍ରକାଶ କରିପାର I

ପିତର ହନନିୟଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ମିଥ୍ୟା କହିବାପାଇଁ ତୁମ୍ଭେ ଶୟତାନକୁ ଆପଣା ହୃଦୟ ପୂର୍ଣ୍ଣ କରିବାକୁ ଦେବା ଉଚିତ ନ ଥିଲା I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ἐπλήρωσεν ὁ Σατανᾶς τὴν καρδίαν σου

ଏଠାରେ “ହୃଦୟ” ଶବ୍ଦଟି ଇଚ୍ଛା ଓ ଭାବ ପ୍ରବଣତାକୁ ବୁଝାଇବାପାଇଁ ବ୍ୟବହାର କରାଯାଇଅଛି I “ଶୟତାନ ତୁମ୍ଭ ହୃଦୟକୁ ପରିପୂର୍ଣ୍ଣ କଲା” ବାକ୍ୟାଂଶଟି ହେଉଛି ଏକ ରୂପକ ଶବ୍ଦ I ଏହି ରୂପକ ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶୟତାନ ସମ୍ପୂର୍ଣ୍ଣଭାବରେ ତୁମ୍ଭକୁ ନିୟନ୍ତ୍ରଣ କଲା” କିମ୍ବା ୨) “ଶୟତାନ ତୁମ୍ଭକୁ ହୃଦୟଙ୍ଗମ କରେଇଲା” (ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

ψεύσασθαί σε τὸ Πνεῦμα τὸ Ἅγιον, καὶ νοσφίσασθαι ἀπὸ τῆς τιμῆς

ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ହନନିୟ ପ୍ରେରିତମାନଙ୍କୁ କହିଥିଲା ଯେ ସେ ଆପଣା ଭୂମି ବିକ୍ରୟକରି ପାଇଥିବା ସବୁ ଅର୍ଥ ସେମାନଙ୍କୁ ଦେଉଅଛି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 5:4

ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ବିକ୍ରୟ କରିବାପୂର୍ବରୁ, ଏହା ତୁମ୍ଭ ନିଜର ଥିଲା ... ଅଧିନରେ ଥିଲା” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ἔμενεν

ଯେତେବେଳେ ତୁମ୍ଭେ ଏହାକୁ ବିକ୍ରୀ କରି ନ ଥିଲ

πραθὲν ἐν τῇ σῇ ἐξουσίᾳ ὑπῆρχεν

ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଏହା ବିକ୍ରୀ କଲାପରେ, ପାଇଥିବା ଅର୍ଥ ଉପରେ ତୁମ୍ଭର ଅଧିକାର ଥିଲା I “(ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

πραθὲν

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଏହାକୁ ବିକ୍ରୀ କଲାପରେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τί ὅτι ἔθου ἐν τῇ καρδίᾳ σου τὸ πρᾶγμα τοῦτο

ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ଏଠାରେ “ହୃଦୟ” ଶବ୍ଦଟି ଇଚ୍ଛା ଓ ଭାବ ପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ ଏପରି କାର୍ଯ୍ୟ କରିବାପାଇଁ ଭାବିବା ଉଚିତ୍ ନ ଥିଲା” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଲାକ୍ଷଣିକ ଶବ୍ଦ)

Acts 5:5

πεσὼν ἐξέψυξεν

ଏଠାରେ “ପ୍ରାଣ ତ୍ୟାଗ କଲେ”ର ଅର୍ଥ “ଶେଷ ନିଶ୍ବାସ ତ୍ୟାଗ କଲେ” ଓ ସେ ମରିଗଲେ ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I ହନନିୟ ପଡ଼ିଗଲେ କାରଣ ସେ ମରିଯାଇଥିଲେ; ପଡ଼ିଯିବାରୁ ସେ ମରିଯାଇ ନ ଥିଲେ I ବିକଳ୍ପ ଅନୁବାଦ: “ମଲେ ଓ ଭୂମିରେ ପଡ଼ିଗଲେ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

Acts 5:7

ହନନିୟର ଭାର୍ଯ୍ୟା ଭିତରକୁ ଆସିଲା କିମ୍ବା “ଶଫୀରା ଭିତରକୁ ଆସିଲା”

τὸ γεγονὸς

ଯେ ତାହାର ସ୍ବାମୀ ମରିଯାଇଥିଲା

Acts 5:8

τοσούτου

"ଏତିକି ଟଙ୍କା ପାଇଁ I ଏହା ହନନିୟ ପ୍ରେରିତମାନଙ୍କୁ ଦେଇଥିବା ଟଙ୍କାର ପରିମାଣକୁ ବୁଝାଏ I

Acts 5:9

ଏଠାରେ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଓ ଉଭୟ ହନନିୟ ଏବଂ ଶଫୀରାଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ଏହା ହନନିୟ ଓ ଶଫୀରା ବିଷୟରେ ଲେଖାଯାଇଥିବା ଆଂଶିକ ଘଟଣାର ସମାପ୍ତି ଅଟେ I

τί ὅτι συνεφωνήθη ὑμῖν πειράσαι τὸ Πνεῦμα Κυρίου

ପିତର ଶଫୀରାଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଆତ୍ମାଙ୍କୁ ପରୀକ୍ଷା କରିବାପାଇଁ ତୁମ୍ଭେମାନେ ଏକପରାମର୍ଶ ହେବା ଉଚିତ ନ ଥିଲା !” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

συνεφωνήθη ὑμῖν

ତୁମ୍ଭେ ଦୁହେଁ ଏକପରାମର୍ଶ ହେଲ"

πειράσαι τὸ Πνεῦμα Κυρίου

ଏଠାରେ “ପରୀକ୍ଷା”ର ଅର୍ଥ ଆହ୍ବାନ ଦେବା ବା ପ୍ରମାଣ କରିବା I ସେମାନେ ଦେଖିବାକୁ ଚେଷ୍ଟା କରୁଥିଲେ ଯେ ଈଶ୍ବରଙ୍କୁ ମିଥ୍ୟା କହିଦେଇ ଦଣ୍ଡ ନ ପାଇ ସେମାନେ ଖସିଯାଇପାରିବେ I

οἱ πόδες τῶν θαψάντων τὸν ἄνδρα σου

ଏଠାରେ “ପାଦ” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉ ଲୋକମାନେ ତୁମ୍ଭ ସ୍ବାମୀଙ୍କି ସମାଧି ଦେଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 5:10

ἔπεσεν ... πρὸς τοὺς πόδας αὐτοῦ

ଏହାର ଅର୍ଥ ଏହି ଯେ ଯେତେବେଳେ ସେ ମରିଗଲେ, ସେ ପିତରଙ୍କ ସମ୍ମୁଖରେ ପଡ଼ିଗଲେ I ନମ୍ରତାର ଚିହ୍ନ ସ୍ବରୂପ ଜଣେ ଲୋକର ପାଦ ତଳେ ପଡ଼ିବା ସହିତ ଏହି ଭାବ ଦ୍ବନ୍ଦରେ ପକାଇବା ଉଚିତ ନୁହଁ I

ἐξέψυξεν

"ଏଠାରେ “ପ୍ରାଣ ତ୍ୟାଗ କଲେ”ର ଅର୍ଥ “ଶେଷ ନିଶ୍ବାସ ତ୍ୟାଗ କଲେ” ଓ ""ସେ ମରିଗଲେ"" ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I ପ୍ରେରିତ ୫:୫ରେ ଏକ ସମାନ ବାକ୍ୟାଂଶକୁ ତୁମେ କିପରି ଅନୁବାଦ କଲ ତାହା ଦେଖ I (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)"

Acts 5:12

ଏଠାରେ “ସେମାନେ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I

ଲୂକ ମଣ୍ଡଳୀର ଆଦ୍ୟ ଦିନ ଗୁଡିକରେ ଘଟିଥିବା ଘଟଣା ସବୁ କହିବା ଜାରି ରଖୁଛନ୍ତି I

କିମ୍ବା “ପ୍ରେରିତମାନଙ୍କ ହସ୍ତ ଦ୍ବାରା ଲୋକମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେଲା I” ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତମାନେ ଲୋକମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

σημεῖα καὶ τέρατα

"ଅଲୌକିକ ଘଟଣା ଓ ଆଶ୍ଚର୍ଯ୍ୟ କର୍ମ I ଏହି ଶବ୍ଦଗୁଡିକୁ ତୁମେ କି ପ୍ରକାରେ ପ୍ରେରିତ ୨:୨୨ରେ ଅନୁବାଦ କଲ ତାହା ଦେଖ I

διὰ ... τῶν χειρῶν τῶν ἀποστόλων

ଏଠାରେ “ହସ୍ତ”ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ଦ୍ବାରା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Σολομῶντος

ଏହା ଦୁଇ ଧାଡ଼ିରେ ଖମ୍ବଗୁଡ଼ିକ ଥିବା ଏକ ଆଛାଦିତ ପଥ ପାର୍ଶ୍ବ, ଯାହାର ଉପରେ ଛାତ ଥିଲା ଓ ଯାହାକୁ ଲୋକେ ରାଜା ଶଲୋମନଙ୍କ ନାମରେ ନାମିତ କରିଥିଲେ I ପ୍ରେରିତ ୩:୧୧ରେ ଉଲ୍ଲିଖିତ “ଶଲୋମନଙ୍କ ମଣ୍ଡପ”କୁ ତୁମେ କି ପ୍ରକାରେ ଅନୁବାଦ କଲତାହା ଦେଖ I

Acts 5:13

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ଲୋକେ ବିଶ୍ବାସୀମାନଙ୍କୁ ଉଚ୍ଚ ସମ୍ମାନଜନକ ଦୃଷ୍ଟିରେ ଦେଖିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 5:14

ଏଠାରେ “ସେମାନେ” ଶବ୍ଦଟି ଯିରୂଶାଲମରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I

μᾶλλον ... προσετίθεντο πιστεύοντες τῷ Κυρίῳ

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ପ୍ରେରିତ ୨: ୪୧ରେ ଉଲ୍ଲିଖିତ “ସଂଯୁକ୍ତ କରୁଥିଲେ” ଶବ୍ଦଗୁଡ଼ିକୁ ତୁମେ କି ପ୍ରକାରେ ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଅଧିକ ଲୋକମାନେ ପ୍ରଭୁଙ୍କଠାରେ ବିଶ୍ବାସ କରିବାକୁ ଲାଗିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 5:15

ἡ σκιὰ ἐπισκιάσῃ τινὶ αὐτῶν

ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେ ଯଦି ସେମାନଙ୍କୁ ପିତରଙ୍କ ଛାୟା ସ୍ପର୍ଶ କରେ ତେବେ ଇଶ୍ବର ସେମାନଙ୍କୁ ସୁସ୍ଥ କରିବେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 5:16

ὀχλουμένους ὑπὸ πνευμάτων ἀκαθάρτων

ଯେଉଁମାନଙ୍କୁ ଅଶୁଚି ଆତ୍ମାଗୁଡ଼ିକ କ୍ଲେଶ ଦେଉଥିଲେ"

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେସମସ୍ତଙ୍କୁ ସୁସ୍ଥ କଲେ” ଅବା “ପ୍ରେରିତମାନେ ସେସମସ୍ତଙ୍କୁ ସୁସ୍ଥ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 5:17

ଧର୍ମୀନେତାଗଣ ବିଶ୍ବାସୀମାନଙ୍କୁ ତାଡ଼ନା କରିବାକୁ ଆରମ୍ଭ କଲେ I

δὲ

ଏଠାରୁ ଏକ ପରସ୍ପର ବିରୋଧୀ ଘଟଣା ଆରମ୍ଭ ହୁଏ I ଏକ ପରସ୍ପର ବିରୋଧୀ ଘଟଣାକୁ ତୁମ ଭାଷାରେ କିପରି ଉପସ୍ଥାପନ କରାଯାଇଥାଏ ତଦନୁସାରେ ତୁମେ ଏହାକୁ ଅନୁବାଦ କରିପାର I

ἀναστὰς ... ὁ ἀρχιερεὺς

ଏଠାରେ “ଉଠିଲେ” ଶବ୍ଦଟିର ଅର୍ଥ ହେଉଛି ଯେ ମହାଯାଜକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନେଲେ, ଏହା ନୁହେଁ ଯେ ସେ ବସିଥିବା ସ୍ଥାନରୁ ଉଠି ଠିଆହେଲେ I ବିକଳ୍ପ ଅନୁବାଦ: “ମହାଯାଜକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐπλήσθησαν ζήλου

ଗୁଣବାଚକ ବିଶେଷ୍ୟ “ଈର୍ଷା”କୁ ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ସେମାନେ ବହୁତ ଈର୍ଷାନ୍ବିତ ହେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 5:18

ἐπέβαλον τὰς χεῖρας ἐπὶ τοὺς ἀποστόλους

ଏହାର ଅର୍ଥ ଏହି ଯେ ସେମାନେ ବଳ ପ୍ରୟୋଗ କରି ପ୍ରେରିତମାନଙ୍କୁ ଅଟକାଇ ରଖିଲେ I ଏହା କରିବାପାଇଁ ସେମାନେ ଜଗୁଆଳୀମାନଙ୍କୁ ଆଦେଶ ଦେଇପାରିଥାନ୍ତେ I ବିକଳ୍ପ ଅନୁବାଦ: “ଜଗୁଆଳୀମାନଙ୍କ ଦ୍ବାରା ପ୍ରେରିତମାନଙ୍କୁ ବନ୍ଦୀ କଲେ” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା and ଲାକ୍ଷଣିକ ଶବ୍ଦ)

Acts 5:19

ଏଠାରେ “ସେମାନଙ୍କୁ” ଓ “ସେମାନେ” ପ୍ରେରିତମାନଙ୍କୁ ବୁଝାଏ I

Acts 5:20

ἐν τῷ ἱερῷ

ଏଠାରେ ଏହି ବାକ୍ୟାଂଶଟି ମନ୍ଦିର ପ୍ରାଙ୍ଗଣକୁ ବୁଝାଏ, ମନ୍ଦିର ଗୃହକୁ ନୁହେଁ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

πάντα τὰ ῥήματα τῆς ζωῆς ταύτης

ଏଠାରେ “କଥା” ଶବ୍ଦଟି ପ୍ରେରିତମାନେ ଆଗରୁ ଘୋଷଣା କରିଥିବା ବାର୍ତ୍ତାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଅନନ୍ତ ଜୀବନର ଏ ସବୁ ବାର୍ତ୍ତା” ଅବା ୨) “ଜୀବନଯାପନର ଏହି ନୂତନ ମାର୍ଗର ସମ୍ପୂର୍ଣ୍ଣ ବାର୍ତ୍ତା” (ଦେଖ: ଲାକ୍ଷଣିକ ଶବ୍ଦ)

Acts 5:21

εἰς τὸ ἱερὸν

ସେମାନେ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ଗଲେ, ମନ୍ଦିର ଗୃହ ଭିତରକୁ ନୁହେଁ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὑπὸ τὸν ὄρθρον

"ଯେତେବେଳେ ପ୍ରଭାତ ହେବାକୁ ଲାଗିଲା I ଯଦିଓ ରାତ୍ରିକାଳରେ ଦୂତ ସେମାନଙ୍କୁ କାରାଗାରରୁ ବାହାର କରି ଆଣିଲେ, ତଥାପି ପ୍ରେରିତମାନେ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ସମୟରେ ସୂର୍ଯ୍ୟ ଉଦିତ ହେଉଥିଲା I

ଏହାର ଅନ୍ତର୍ନିହିତ ଅର୍ଥ ହେଉଛି କେହି ଜଣେ କାରାଗାରକୁ ଯାଇଥିଲେ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କୁ ଆଣିବାପାଇଁ କାରାଗାରକୁ ଜଣକୁ ପଠାଇଲେ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 5:23

ἀνοίξαντες ... ἔσω οὐδένα εὕρομεν

“କାହାକୁ ପାଇଲୁ ନାହିଁ” ବାକ୍ୟାଂଶଟି ପ୍ରେରିତମାନଙ୍କୁ ବୁଝାଏ I ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେ ପ୍ରେରିତମାନଙ୍କ ଛଡା କାରାଗାର କୋଠରୀରେ ଆଉ କେହି ନ ଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସେମାନଙ୍କୁ ଭିତରେ ପାଇଲୁ ନାହିଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 5:24

ଏଠାରେ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଓ ମନ୍ଦିରର ସେନାପତି ଏବଂ ମହାଯାଜକମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ସେମାନେ ଅତ୍ୟଧିକ ହତବୁଦ୍ଧି ହେଲେ କିମ୍ବା “ସେମାନେ ଅତ୍ୟଧିକ ଦ୍ବନ୍ଦରେ ପଡ଼ିଲେ”"

περὶ αὐτῶν

ସେମାନେ ଏହି କ୍ଷଣି ଶୁଣିଥିବା ବାକ୍ୟ ସମ୍ବନ୍ଧରେ କିଅବା “ଏହି ବିଷୟ ଗୁଡ଼ିକ ସମ୍ବନ୍ଧରେ”

ଓ ଏହାର ପରିଣାମ କଅଣ ହେବ

Acts 5:25

ἐν ... τῷ ἱερῷ, ἑστῶτες

ସେମାନେ ମନ୍ଦିରର ଭିତର ଅଂଶକୁ ଗଲେ ନାହିଁ ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ ଠିଆହୋଇ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 5:26

ଏହି ଅଂଶରେ “ସେମାନେ” ଶବ୍ଦଟି ସେନାପତି ଓ କର୍ମଚାରୀମାନଙ୍କୁ ବୁଝାଏ I “ଭୟ କରୁଥିଲେ ଯେ କାଳେ ଲୋକମାନେ ସେମାନଙ୍କୁ ପଥର ଫୋପାଡ଼ିବେ” ବାକ୍ୟାଂଶଟିରେ “ସେମାନଙ୍କୁ” ଶବ୍ଦଟି ସେନାପତି ଓ କର୍ମଚାରୀମାନଙ୍କୁ ବୁଝାଏ I ଏହି ଅଂଶର ଅନ୍ୟ ସବୁ ସ୍ଥାନରେ “ସେମାନଙ୍କୁ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ସେନାପତି ଓ କର୍ମଚାରୀମାନେ ପ୍ରେରିତମାନଙ୍କୁ ଯିହୂଦୀମାନଙ୍କ ମହାସଭାକୁ ଆଣୁଛନ୍ତି I

ἐφοβοῦντο

ସେମାନେ ଭୟଭୀତ ହେଲେ

Acts 5:27

"ମହାଯାଜକ ସେମାନଙ୍କୁ ପଚାରିଲେ I “ପଚାରିବା”ର ଅର୍ଥ ସତ୍ୟାସତ୍ୟ ଜାଣିବାପାଇଁ ଜଣକୁ ପ୍ରଶ୍ନ କରିବା I

Acts 5:28

ἐπὶ τῷ ὀνόματι τούτῳ

ଏଠାରେ “ନାମ” ଶବ୍ଦଟି ଯୀଶୁଙ୍କୁ ବୁଝାଏ I ପ୍ରେରିତ ୪:୧୭ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି ଯୀଶୁଙ୍କ ବିଷୟରେ ଆଉ ନ କହିବାପାଇଁ” (ଦେଖ: ଲାକ୍ଷଣିକ ଶବ୍ଦ)

πεπληρώκατε τὴν Ἰερουσαλὴμ τῆς διδαχῆς ὑμῶν

ନଗରରେ ଅନେକ ଲୋକଙ୍କୁ ଶିକ୍ଷା ଦେବା ବିଷୟକୁ କୁହାଯାଉଛି ଯେ ସତେ ଯେପରି ସେମାନେ ଶିକ୍ଷାରେ ନଗରଟା ଯାକ ପରିପୂର୍ଣ୍ଣ କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତାହାଙ୍କ ବିଷୟରେ ଯିରୂଶାଲମରେ ଅନେକ ଲୋକଙ୍କୁ ଶିକ୍ଷା ଦେଇଅଛ” କିଅବା “ତୁମ୍ଭେମାନେ ସମଗ୍ର ଯିରୂଶାଲମରେ ତାହାଙ୍କ ବିଷୟରେ ଶିକ୍ଷା ଦେଇଅଛ” (ଦେଖ: ଉପମା/ରୂପକ)

ଏଠାରେ “ରକ୍ତ” ଶବ୍ଦଟି ମୃତ୍ୟୁର ଅନ୍ୟ ନାମ, ଓ କୌଣସି ବ୍ୟକ୍ତିର ରକ୍ତ ଲୋକମାନଙ୍କ ଉପରେ ବର୍ତ୍ତୁ କହିବାର ଅର୍ଥ ହେଉଛି ଯେ ସେମାନେ ସେହି ବ୍ୟକ୍ତିର ମୃତ୍ୟୁରେ ଦୋଷୀ ଅଟନ୍ତି I ବିକଳ୍ପ ଅନୁବାଦ: “ଏହି ଲୋକର ମୃତ୍ୟୁପାଇଁ ଆମ୍ଭମାନଙ୍କୁ ଦାୟୀ କରିବାକୁ ଇଚ୍ଛା କରୁଅଛ” (ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

Acts 5:29

ଏଠାରେ “ଆମ୍ଭେମାନେ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ, ଓ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἀποκριθεὶς ... Πέτρος καὶ οἱ ἀπόστολοι

ପିତର ସମସ୍ତ ପ୍ରେରିତମାନଙ୍କ ପକ୍ଷରୁ କଥା କହୁଥିଲେ ଯେତେବେଳେ ସେ ନିମ୍ନଲିଖିତ କଥାସବୁ କହିଲେ I

Acts 5:30

ὁ Θεὸς τῶν πατέρων ἡμῶν ἤγειρεν Ἰησοῦν

ଏଠାରେ “ଉଠାଇବା” ଏକ ରୁଢ଼ି ଅଟେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପିତୃପୁରୁଷମାନଙ୍କର ଈଶ୍ବର ଯୀଶୁଙ୍କୁ ପୂନର୍ବାର ଜୀବନ ପ୍ରଦାନ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

κρεμάσαντες ἐπὶ ξύλου

ଏଠାରେ ପିତର କାଠରେ ନିର୍ମିତ କ୍ରୁଶକୁ ବୁଝାଇବାପାଇଁ “କ୍ରୁଶ” ଶବ୍ଦ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କୁ କ୍ରୁଶରେ ଟଙ୍ଗାଇ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 5:31

τοῦτον ὁ Θεὸς ... ὕψωσεν, τῇ δεξιᾷ αὐτοῦ

“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବ” ରେ ରହିବାର ଅର୍ଥ ସାଂକେତିକ ଭାବେ ଈଶ୍ବରଙ୍କଠାରୁ ମହାନ୍ ସମ୍ମାନ ଓ ଅଧିକାର ଗ୍ରହଣ କରିବା I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଆପଣା ପାର୍ଶ୍ବରେ ଥିବା ସମ୍ମାନର ସ୍ଥାନକୁ ଉନ୍ନତ କଲେ” (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

τοῦ δοῦναι μετάνοιαν τῷ Ἰσραὴλ καὶ ἄφεσιν ἁμαρτιῶν

“ମନ ପରିବର୍ତ୍ତନ” ଓ “ପାପ କ୍ଷମା” ଶବ୍ଦ ଗୁଡ଼ିକୁ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଏକ ସୁଯୋଗ ଦେବା ଯେପରି ଈଶ୍ବର ସେମାନଙ୍କର ପାପ କ୍ଷମା କରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τῷ Ἰσραὴλ

“ଇଶ୍ରାୟେଲ” ଶବ୍ଦଟି ଯିହୂଦୀ ଲୋକମାନଙ୍କୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 5:32

τοῖς πειθαρχοῦσιν αὐτῷ

ଯେଉଁମାନେ ଈଶ୍ବରଙ୍କ କ୍ଷମତା ନିକଟରେ ନିଜକୁ ସମର୍ପଣ କରନ୍ତି"

Acts 5:33

ଗମଲୀୟେଲ ମହାସଭାର ସଭ୍ୟମାନଙ୍କୁ କହୁଛନ୍ତି I

Acts 5:34

Γαμαλιήλ, νομοδιδάσκαλος τίμιος παντὶ τῷ λαῷ

ଲୂକ ଗମଲୀୟେଲଙ୍କର ପରିଚୟ ଦିଅନ୍ତି ଓ ତାହାଙ୍କ ପ୍ରୁଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟପୃଷ୍ଠଭୂମି ସୂଚନା)

τίμιος παντὶ τῷ λαῷ

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସମସ୍ତେ ସମ୍ମାନ କରୁଥିଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐκέλευσεν ἔξω ... τοὺς ἀνθρώπους ποιῆσαι

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କୁ ବାହାରକୁ ନେଇଯିବାପାଇଁ ପ୍ରହରୀମାନଙ୍କୁ ଆଦେଶ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 5:35

προσέχετε ἑαυτοῖς

"ଏ ବିଷୟରେ ସାବଧାନତାର ସହିତ ଚିନ୍ତା କରନ୍ତୁ କିଅବା “ଏ ବିଷୟରେ ସାବଧାନ ରୁହନ୍ତୁ I” ଗମଲୀୟେଲ ସେମାନଙ୍କୁ ଏପରି କିଛି ନ କରିବାକୁ ସାବଧାନ କରାଇ ଦେଉଛନ୍ତି, ଯେପରି ପରେ ସେମାନଙ୍କୁ ପରିତାପ କରିବାକୁ ନ ପଡ଼େ I

Acts 5:36

ἀνέστη Θευδᾶς

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଥିଉଦା ବିଦ୍ରୋହ କଲା” ଅବା ୨) “ଥିଉଦା ଆବିର୍ଭାବ ହେଲା I”"

ଜଣେ ମହାନ୍ ବ୍ୟକ୍ତି ବୋଲି ଦାବୀ କଲା

ὃς ἀνῃρέθη

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାକୁ ବଧ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πάντες ὅσοι ἐπείθοντο αὐτῷ διελύθησαν

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାର ଅନୁଗତ ହୋଇଥିଲେ, ସେମାନେ ଛିନ୍ନଭିନ୍ନ ହୋଇଗଲେ” ଅବା “ଯେଉଁମାନେ ତାହାର ଅନୁଗତ ହୋଇଥିଲେ ସେମାନେ ଭିନ୍ନ ଭିନ୍ନ ଦିଗରେ ଚାଲିଗଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐγένοντο εἰς οὐδέν

ଏହାର ଅର୍ଥ ଏହି ଯେ ସେମାନେ ଯାହା ଯୋଜନା କରିଥିଲେ ତାହା କରି ନ ଥିଲେ I

Acts 5:37

μετὰ τοῦτον

ଥିଉଦାର ପରେ

ἐν ταῖς ἡμέραις τῆς ἀπογραφῆς

ଜନଗଣନା ସମୟରେ

ἀπέστησε λαὸν ὀπίσω αὐτοῦ

ଏହାର ଅର୍ଥ ଏହି ଯେ ରୋମୀୟ ସରକାରଙ୍କ ବିରୁଦ୍ଧରେ ତାହା ସହିତ ମିଶି ବିଦ୍ରୋହ କରିବାକୁ ସେ କେତେ ଲୋକଙ୍କୁ ମତାଇଥିଲା I ବିକଳ୍ପ ଅନୁବାଦ: “ଅନେକ ଲୋକଙ୍କୁ ଆପଣାର ଅନୁଗତ କରାଇଲା” କିଅବା “ଅନେକ ଲୋକଙ୍କୁ ବିଦ୍ରୋହରେ ତାହା ସହିତ ଯୋଗଦେବାପାଇଁ ମତାଇଲା” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 5:38

ଗମଲୀୟେଲ ମହାସଭାର ସଦସ୍ୟମାନଙ୍କୁ କହିବା ଶେଷ କରୁଛନ୍ତି I ଯଦିଓ ସେମାନେ ପ୍ରେରିତମାନଙ୍କୁ ପ୍ରହାରକରି ଯୀଶୁଙ୍କ ବିଷୟରେ ଶିକ୍ଷା ନ ଦେବାକୁ ଆଜ୍ଞା ଦେଇ ସେମାନଙ୍କୁ ଛାଡ଼ିଦେଲେ, ତଥାପି ଶିଷ୍ୟମାନେ ଶିକ୍ଷା ଦେବାରେ ଓ ପ୍ରଚାର କରିବାରେ ଲାଗି ରହିଲେ I

ἀπόστητε ἀπὸ τῶν ἀνθρώπων τούτων καὶ ἄφετε αὐτούς

ଗମଲୀୟେଲ ପ୍ରେରିତମାନଙ୍କୁ ଆଉ ଦଣ୍ଡ ନ ଦେବାକୁ ଅବା ଆଉଥରେ କାରାଗାରରେ ନ ରଖିବାକୁ ଯିହୂଦୀ ନେତାମାନଙ୍କୁ କହୁଛନ୍ତି I

ଯଦି ମନୁଷ୍ୟ ଏହି କଳ୍ପନା କରିଛି ବା ଏହି କାର୍ଯ୍ୟ କରୁଛି

καταλυθήσεται

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ତାହା ଉଚ୍ଛିନ୍ନ କରିବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 5:39

εἰ ... ἐκ Θεοῦ ἐστιν

ଏଠାରେ “ତାହା” “ଏହି ମନ୍ତ୍ରଣା ଅବା କର୍ମ“କୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ଈଶ୍ବର ଏହି ମନ୍ତ୍ରଣା କରିଛନ୍ତି ବା ଏହି ଲୋକମାନଙ୍କୁ ଏହି କାର୍ଯ୍ୟ କରିବାକୁ ଆଦେଶ ଦେଇଛନ୍ତି” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

ἐπείσθησαν δὲ

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତେଣୁ ଗମଲୀୟେଲ ସେମାନଙ୍କୁ ମନାଇଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 5:40

ଏଠାରେ ପ୍ରଥମ “ସେମାନେ” ଶବ୍ଦ ମହାସଭାର ସଭ୍ୟମାନଙ୍କୁ ବୁଝାଏ I ଅବଶିଷ୍ଟ “ସେମାନଙ୍କୁ”, “ସେମାନେ” ଶବ୍ଦଗୁଡ଼ିକ ପ୍ରେରିତମାନଙ୍କୁ ବୁଝାଏ I

προσκαλεσάμενοι τοὺς ἀποστόλους, δείραντες

ମହାସଭାର ସଭ୍ୟମାନେ ମନ୍ଦିରର ପ୍ରହରୀମାନଙ୍କୁ ଏ ସମସ୍ତ ବିଷୟ କରିବାକୁ ଆଦେଶ ଦେଇପାରିଥାନ୍ତେ I (ଦେଖ: ଲାକ୍ଷଣିକ ଶବ୍ଦ)

λαλεῖν ἐπὶ τῷ ὀνόματι τοῦ Ἰησοῦ

ଏଠାରେ “ନାମ” ଯୀଶୁଙ୍କର ଅଧିକାରକୁ ବୁଝାଏ I ଏଭଳି ଏକ ବାକ୍ୟାଂଶକୁ ପ୍ରେରିତ ୪:୧୮ ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଅଧିକାରରେ ଆଉ ନ କହିବାକୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 5:41

ପ୍ରେରିତମାନେ ଆନନ୍ଦିତ ହେଲେ କାରଣ ଯିହୂଦୀ ନେତାମାନଙ୍କ ଦ୍ବାରା ତିରସ୍କୃତ ହେବାକୁ ଦେବା ଦ୍ବାରା ଈଶ୍ବର ସେମାନଙ୍କୁ ସମ୍ମାନିତ କଲେ I ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ନାମ ସକାଶୁ ଅପମାନ ଭୋଗିବାକୁ ଈଶ୍ବର ସେମାନଙ୍କୁ ଯୋଗ୍ୟ ଗଣିତ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὑπὲρ τοῦ ὀνόματος

ଏଠାରେ “ନାମ” ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ପାଇଁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 5:42

πᾶσάν τε ἡμέραν

"ସେହି ଦିନ ପରେ, ପ୍ରତିଦିନ I ଏହି ବାକ୍ୟାଂଶଟି ପରବର୍ତ୍ତୀ ଦିନ ଗୁଡିକରେ ପ୍ରତିଦିନ ପ୍ରେରିତମାନେ କଅଣ କଲେ, ତାହା ସୂଚାଇଥାଏ I

ἐν τῷ ἱερῷ καὶ κατ’ οἶκον

ସେମାନେ ମନ୍ଦିର ଗୃହ ଭିତରକୁ ଗଲେ ନାହିଁ ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ ଓ ଭିନ୍ନ ଭିନ୍ନ ଲୋକଙ୍କ ଘରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 6

ପ୍ରେରିତ ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ବିଧବାମାନଙ୍କ ମଧ୍ୟରେ ବିତରଣ

ଯିରୂଶାଲମରେ ଥିବା ବିଶ୍ବାସୀମାନେ ପ୍ରତିଦିନ ଯେଉଁ ମହିଳାମାନଙ୍କର ସ୍ବାମୀମାନେ ମରିଯାଇଥିଲେ ସେମାନଙ୍କୁ ଖାଦ୍ୟ ବିତରଣ କରୁଥିଲେ I ସେସମସ୍ତେ ଯିହୂଦୀ ଭାବରେ ବଢିଥିଲେ, କିନ୍ତୁ କେତେକ ଯିହୂଦାରେ ବାସକରି ଏବ୍ରୀ ଭାଷାରେ କଥାବାର୍ତ୍ତା କରୁଥିଲେ ଓ ଅନ୍ୟମାନେ ବିଜାତି ଅଞ୍ଚଳରେ ବାସକରି ଗ୍ରୀକ୍ କହୁଥିଲେ I ଯେଉଁମାନେ ଖାଦ୍ୟ ବଣ୍ଟନ କରୁଥିଲେ, ସେମାନେ ଏବ୍ରୀ ଭାଷାବାଦୀ ବିଧବାମାନଙ୍କୁ ଦେଉଥିଲେ, କିନ୍ତୁ ଗ୍ରୀକ୍ ଭାଷାବାଦୀ ବିଧବାମାନଙ୍କୁ ଦେଉ ନ ଥିଲେ I ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାପାଇଁ, ମଣ୍ଡଳୀର ନେତାମାନେ ଗ୍ରୀକ୍ କହୁଥିବା ଲୋକମାନଙ୍କୁ ନିଯୁକ୍ତ କଲେ, ଯେପରି ସେମାନେ ଏହା ସୁନିଶ୍ଚିତ କରିବେ ଯେ ଗ୍ରୀକ୍ କହୁଥିବା ବିଧବାମାନେ ସେମାନଙ୍କ ଖାଦ୍ୟର ଅଂଶ ପାଇ ପାରିବେ I ଗ୍ରୀକ୍ କହୁଥିବା ଏହି ଲୋକମାନଙ୍କ ମଧ୍ୟରେ ସ୍ତିଫାନ ଥିଲେ I

“ତାହାଙ୍କର ମୁଖ ଦୂତଙ୍କର ମୁଖ ତୁଲ୍ୟ ଥିଲା”

ସ୍ତିଫାନଙ୍କ ମୁଖ ଜଣେ ଦୂତଙ୍କ ତୁଲ୍ୟ ଥିବା ବିଷୟରେ କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ତାହା କିପରି ଥିଲା, କାରଣ ଲୂକ ତାହା କହନ୍ତି ନାହିଁ I ULT ଏ ବିଷୟରେ ଯାହା କହେ, ଅନୁବାଦରେ କେବଳ ତାହା କହିବା ହିଁ ସବୁଠାରୁ ଉତ୍ତମ I

Acts 6:1

ଏଇଠୁ ଘଟଣାର ନୁଆ ଏକ ଅଂଶର ଆରମ୍ଭ ହେଉଛି I ଘଟଣାକୁ ବୁଝିବାପାଇଁ ଲୂକ ଗୁରୁତ୍ବପୂର୍ଣ୍ଣ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

ἐν δὲ ταῖς ἡμέραις ταύταις

ବିବେଚନା କର ଯେ ତୁମ ଭାଷାରେ ଘଟଣାର ଏକ ନୂଆ ଅଂଶକୁ କିପରି ପରିଚୟ କରାଯାଏ I (ଦେଖ: ଏକ ନୂତନ ଘଟଣାର ପରିଚୟ)

πληθυνόντων

ଅତ୍ୟଧିକ ବୃଦ୍ଧି ପାଉଥିଲା"

Ἑλληνιστῶν

ଏହି ଯିହୂଦୀମାନେ ସେମାନଙ୍କର ଅଧିକାଂଶ ଜୀବନ କାଳ ଇଶ୍ରାୟେଲ ବାହାରେ ରୋମୀୟ ସାମ୍ରାଜ୍ୟର କୌଣସି ସ୍ଥାନରେ କଟାଇଥିଲେ ଓ ଗ୍ରୀକ୍ ଭାଷା କହି ବଢିଥିଲେ I ସେମାନଙ୍କର ଭାଷା ଓ ସଂସ୍କୁତି ଇଶ୍ରାୟେଲରେ ବଢିଥିବା ଲୋକମାନଙ୍କଠାରୁ କିଛି ଭିନ୍ନ ଥିଲା I

τοὺς Ἑβραίους

ଏମାନେ ଇଶ୍ରାୟେଲରେ ବଢିଥିବା ଏବ୍ରୀ ବା ଆରାମିକ୍ ଭାଷାବାଦୀ ଯିହୂଦୀମାନେ ଥିଲେ I ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା କେବଳ ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀମାନେ ସଂଯୁକ୍ତ ଥିଲେ I

αἱ χῆραι

ଯେଉଁ ସ୍ତ୍ରୀମାନଙ୍କର ସ୍ବାମୀମାନେ ମରିଯାଇଥିଲେ

παρεθεωροῦντο ... αἱ χῆραι αὐτῶν

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ଏବ୍ରୀୟ ବିଶ୍ବାସୀମାନେ ଗ୍ରୀକ୍ କହୁଥିବା ବିଧବାମାନଙ୍କୁ ଉପେକ୍ଷା କରୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

παρεθεωροῦντο

"ଉପେକ୍ଷିତ ହେବା କିମ୍ବା “ମନେ ନ ପଡିବା I” ଯେଉଁମାନେ ସାହାଯ୍ୟ ପାଇବାକୁ ଆବଶ୍ୟକ କରୁଥିଲେ ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ କେତେକ ଉପେକ୍ଷିତ ହୋଇଯାଉଥିଲେ I

διακονίᾳ τῇ καθημερινῇ

ପ୍ରେରିତମାନଙ୍କୁ ଦିଆଯାଉଥିବା ଅର୍ଥର କିଛି ଅଂଶ ଆଦ୍ୟ ମଣ୍ଡଳୀର ବିଧବାମାନଙ୍କ ନିମନ୍ତେ ଖାଦ୍ୟ କିଣିବା ସକାଶେ ବ୍ୟବହୃତ ହେଉଥିଲା I

Acts 6:2

ଏଠାରେ “ତୁମ୍ଭେମାନେ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I “ଆମ୍ଭାମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦ ଗୁଡ଼ିକ ଦ୍ବାଦଶ ପ୍ରେରିତ ମାନଙ୍କୁ ବୁଝାଏ I ଯେଉଁଠାରେ ପ୍ରଯୁଜ୍ୟ, ସେଠାରେ ତୁମ ଭାଷାର ଏକାଧିକାର ପଦ୍ଧତି ବ୍ୟବହାର କର I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହା ଏକାଦଶ ପ୍ରେରିତଙ୍କୁ ପୁଣି ପ୍ରେରିତ ୧:୨୬ରେ ମନୋନୀତ ହୋଇଥିବା ମଥିୟଙ୍କୁ ବୁଝାଏ I

τὸ πλῆθος τῶν μαθητῶν

ଶିଷ୍ୟମାନଙ୍କ ମଧ୍ୟରୁ ସମସ୍ତେ କିମ୍ବା “ସମସ୍ତ ବିଶ୍ବାସୀଗଣ”"

καταλείψαντας τὸν λόγον τοῦ Θεοῦ

ଈଶ୍ବରଙ୍କ ବାକ୍ୟର ଶିକ୍ଷାଦେବା ସମ୍ବନ୍ଧରେ ସେମାନଙ୍କ କାର୍ଯ୍ୟର ପ୍ରାଧାନ୍ୟତାକୁ ଜୋର୍ ଦେବା ସକାଶେ ଏହା ଏକ ଅତିରଂଜନ ଅଟେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟର ପ୍ରଚାର ଓ ଶିକ୍ଷା ଦେବା ବନ୍ଦ ରଖି” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

διακονεῖν τραπέζαις

ଏହି ବାକ୍ୟାଂଶର ଅର୍ଥ ହେଉଛି ଲୋକମାନଙ୍କୁ ଖାଦ୍ୟ ପରିବେଷଣ କରିବା I (ଦେଖ: ଲାକ୍ଷଣିକ ଶବ୍ଦ)

Acts 6:3

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସେହି ଲୋକମାନଙ୍କର ତିନୋଟି ଗୁଣ ଥିଲା – ସୁଖ୍ୟାତି, ଆତ୍ମାରେ ପୂର୍ଣ୍ଣ ହୋଇଥିବା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା କିମ୍ବା ୨) ସେହି ଲୋକମାନଙ୍କର ଦୁଇଟି ବିଷୟରେ ସୁଖ୍ୟାତି ଅଛି – ଆତ୍ମାରେ ପରିପୂର୍ଣ୍ଣ ହୋଇଥିବା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା

ἄνδρας ... μαρτυρουμένους

ଲୋକମାନେ ଜାଣିଥିଲେ ଯେ ସେମାନେ ଉତ୍ତମ ଅବା “ଏପରି ଲୋକ ଯେଉଁମାନଙ୍କୁ ଲୋକମାନେ ଭରସା କରନ୍ତି

ଏହି କାର୍ଯ୍ୟ କରିବାପାଇଁ ଦାୟୀ ହେବା

Acts 6:4

τῇ ... διακονίᾳ τοῦ λόγου

ଅଧିକ ସୂଚନା ଦେବା ଲାଭଜନକ ହୋଇ ପାରେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାର୍ତ୍ତାର ଶିକ୍ଷା ଦେବା ଓ ପ୍ରଚାର କରିବାର ସେବାକାର୍ଯ୍ୟ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 6:5

ସମସ୍ତ ଶିଷ୍ୟମାନେ ସେମାନଙ୍କର ପରାମର୍ଶ ଗ୍ରହଣ କଲେ

ଏ ଗୁଡ଼ିକ ଗ୍ରୀକ୍ ନାମ ଓ ସୂଚନା ଦିଏ ଯେ ଏହି ଲୋକମାନେ ଗ୍ରୀକ୍ ଭାଷାବାଦୀ ଯିହୂଦୀ ଗୋଷ୍ଠୀର ବିଶ୍ବାସୀମାନଙ୍କ ମଧ୍ୟରୁ ମନୋନୀତ ହୋଇଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

προσήλυτον

ଜଣେ ବିଜାତିୟ ଯେ କି ଯିହୂଦୀ ଧର୍ମାବଲମ୍ବୀ ହୋଇଥିଲେ

Acts 6:6

ἐπέθηκαν αὐτοῖς τὰς χεῖρας

ଏହା କାର୍ଯ୍ୟନିମନ୍ତେ ସେହି ସାତ ଜଣକୁ ଆଶୀର୍ବାଦ ଦେବା ଓ ଦାୟିତ୍ବ ତଥା ଅଧିକାର ପ୍ରଦାନ କରିବା ବିଷୟକୁ ବୁଝାଏ I

Acts 6:7

ଏହି ପଦ ମଣ୍ଡଳୀ ବୃଦ୍ଧି ସମ୍ବନ୍ଧରେ ଏକ ତାଜା ସ୍ଥିତି ଦେଇଥାଏ I

λόγος τοῦ Θεοῦ ηὔξανεν

ଲେଖକ ବାକ୍ୟରେ ବିଶ୍ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ବିଷୟରେ କହୁଛନ୍ତି ସତେ ଯେପରି ଈଶ୍ବରଙ୍କ ବାକ୍ୟ ସ୍ବୟଂ ଏକ ବୃହତ୍ତର ଅଞ୍ଚଳରେ ବ୍ୟାପିଯାଇଥିଲା I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା” (ଦେଖ: ଉପମା/ରୂପକ)

ὑπήκουον τῇ πίστει

ନୂଆ ବିଶ୍ବାସର ଶିକ୍ଷା ଗ୍ରହଣ କଲେ

τῇ πίστει

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରିବାର ବାର୍ତ୍ତା ଅବା ୨) ମଣ୍ଡଳୀର ଶିକ୍ଷା କିଅବା ୩) ଖ୍ରୀଷ୍ଟିୟ ଶିକ୍ଷା I

Acts 6:8

ଏହି ପଦଗୁଡ଼ିକ ସ୍ତିଫାନ ଓ ଅନ୍ୟ ଲୋକମାନଙ୍କର ପୃଷ୍ଠଭୂମି ସୂଚନା ଦିଏ ଯାହା ଘଟଣାଟିକୁ ବୁଝିବାପାଇଁ ମହତ୍ବପୂର୍ଣ୍ଣ ଅଟେ I (ଦେଖ: ପୃଷ୍ଠଭୂମି ସୂଚନା)

ଏଇଠୁ ଘଟଣାର ଏକ ନୂଆ ଅଂଶ ଆରମ୍ଭ ହୁଏ I

Στέφανος δὲ

ଏହା ଘଟଣାର ଏହି ଅଂଶରେ ସ୍ତିଫାନଙ୍କୁ ମୁଖ୍ୟ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

Στέφανος ... πλήρης χάριτος καὶ δυνάμεως, ἐποίει

“ଅନୁଗ୍ରହ” ଓ “ଶକ୍ତି” ଶବ୍ଦଗୁଡ଼ିକ ଈଶ୍ବରଙ୍କଠାରୁ ପ୍ରାପ୍ତ ଶକ୍ତିକୁ ବୁଝାଏ I ଏହାକୁ ବାହ୍ୟିକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସ୍ତିଫାନଙ୍କୁ କାର୍ଯ୍ୟ କରିବାକୁ ଶକ୍ତି ଦେଉଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 6:9

"ଏହି ମୁକ୍ତ ଲୋକମାନେ ସମ୍ଭବତଃ ଏହି ଭିନ୍ନ ଭିନ୍ନ ଅଞ୍ଚଳର ଲୋକ ଥିଲେ I ଏହା ଅସ୍ପଷ୍ଟ ଯେ ତାଲିକାଭୁକ୍ତ ଅନ୍ୟ ଲୋକମାନେ ସମାଜ ଗୃହର ଅଂଶ ଥିଲେ ନା କେବଳ ସ୍ତିଫାନଙ୍କ ସହିତ ବାଦାନୁବାଦରେ ଅଂଶ ଗ୍ରହଣ କରିଥିଲେ I

συνζητοῦντες τῷ Στεφάνῳ

ସ୍ତିଫାନଙ୍କ ସହ ବାଦାନୁବାଦ କରୁଥିଲେ"

Acts 6:10

ଏଠାରେ “ଆମ୍ଭେମାନେ” ଶବ୍ଦଟି କେବଳ ସେହିମାନଙ୍କୁ ବୁଝାଏ ଯେଉଁମାନଙ୍କୁ ସେମାନେ ମିଥ୍ୟା କହିବାକୁ ମତାଇଥିଲେ I “ସେମାନେ” ଶବ୍ଦଟି ପ୍ରେରିତ ୬:୯ରେ ଉଲ୍ଲିଖିତ ଥିବା ମୁକ୍ତ ଲୋକମାନଙ୍କ ସମାଜ ଗୃହର ଲୋକମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ପ୍ରେରିତ ୬:୮ରେ ଆରମ୍ଭ ହୋଇଥିବା ପୃଷ୍ଠଭୂମି ସୂଚନା ୧୦ ପଦ ପର୍ଯ୍ୟନ୍ତ ଜାରି ରହିଛି I

οὐκ ἴσχυον ἀντιστῆναι

ଏହି ବାକ୍ୟାଂଶର ଅର୍ଥ ହେଉଛି ସେ କହିଥିବା ବିଷୟକୁ ମିଥ୍ୟା ବୋଲି ସେମାନେ ପ୍ରମାଣ କରିପାରିଲେ ନାହିଁ I ବିକଳ୍ପ ଅନୁବାଦ: “ଯୁକ୍ତି କରିପାରିଲେ ନାହିଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Πνεύματι

ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ

Acts 6:11

ମିଥ୍ୟା ସାକ୍ଷ୍ୟ ଦେବାପାଇଁ ସେମାନଙ୍କୁ ଅର୍ଥ ଦିଆଯାଇଥିଲା I ବିକଳ୍ପ ଅନୁବାଦ: “କେତେକ ଲୋକ ମିଥ୍ୟା କହିବାକୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ῥήματα βλάσφημα εἰς

ବିରୁଦ୍ଧରେ ମନ୍ଦ କଥା

Acts 6:12

“ସେମାନେ’ ଶବ୍ଦ ଗୁଡିକର ବ୍ୟବହାର ଅଧିକାଂଶ ସ୍ଥଳରେ ପ୍ରେରିତ ୬:୯ରେ ଉଲ୍ଲିଖିତ ମୁକ୍ତ ଲୋକ ମାନଙ୍କ ସମାଜ ଗୃହର ଲୋକମାନଙ୍କୁ ବୁଝାଏ I ମିଥ୍ୟା ସାକ୍ଷ୍ୟ ପାଇଁ ଓ ମହାସଭାକୁ ତଥା ପ୍ରାଚୀନ, ଶାସ୍ତ୍ରୀ ଓ ଅନ୍ୟମାନଙ୍କୁ ଉତ୍ତେଜିତ କରିବାପାଇଁ ସେମାନେ ଦାୟୀ ଥିଲେ I ଏଠାରେ “ଆମ୍ଭେମାନେ” ଶବ୍ଦଟି କେବଳ ସେମାନେ ମିଥ୍ୟା ସାକ୍ଷ୍ୟ ଦେବାକୁ ଆଣିଥିବା ମିଥ୍ୟା ସାକ୍ଷୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ସ୍ତିଫାନଙ୍କ ପ୍ରତି କ୍ରୋଧ କରିବାକୁ ଜଣସାଧାରଣଙ୍କୁ, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କଲେ

ତାହାଙ୍କୁ ଧରିଲେ ଓ ବାନ୍ଧିଲେ ଯେପରି ସେ ଖସିଯାଇ ପାରିବେ ନାହିଁ

Acts 6:13

οὐ παύεται λαλῶν

କଥା କହିବାରୁ କ୍ଷାନ୍ତ ହେଉ ନାହିଁ

Acts 6:14

παρέδωκεν ἡμῖν

“ହସ୍ତାନ୍ତର କଲେ” ବାକ୍ୟାଂଶର ଅର୍ଥ “ସମର୍ପି” ଦେଲେ I” ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତୃ ପୁରୁଷଗଣଙ୍କୁ ଯାହା ଶିଖାଇଛନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଲାକ୍ଷଣିକ ଶବ୍ଦ)

Acts 6:15

"ଏହା ଏକ ରୁଢ଼ି ଯାହାର ଅର୍ଥ ହେଉଛି ଯେ ସେମାନେ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁଲେ I ଏଠାରେ “ଦୃଷ୍ଟି” ଶବ୍ଦଟି ଦେଖିବାର ଏକ ପ୍ରତିନାମ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁଲେ” କିମ୍ବା ""ଅବଲୋକନ କଲେ"" (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)"

ଏହି ବାକ୍ୟାଂଶ ତାହାଙ୍କର ମୁଖକୁ ଜଣେ ଦୂତଙ୍କର ମୁଖ ସହିତ ତୁଳନା କରୁଛି, କିନ୍ତୁ ସେମାନଙ୍କ ମଧ୍ୟରେ କଅଣ ସାଧାରଣ ବିଷୟ ରହିଛି ତାହା କହୁ ନାହିଁ I (ଦେଖ: ଉପମା)

Acts 7

ପ୍ରେରିତ ୦୭ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୭:୪୨-୪୩ ଓ ୪୯-୫୦ରେ ପୁରାତନ ନିୟମରୁ ଉଦ୍ଧୃତି କ୍ଷେତ୍ରରେ କବିତାକୁ ULT ଏହି ପ୍ରକାର କରିଛି I

ମନେ ହେଉଛି ଯେ ୮:୧ ଏହି ଅଧ୍ୟାୟର ବର୍ଣ୍ଣନାର ଏକ ଅଂଶ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

”ସ୍ତିଫାନ କହିଲେ”

ସ୍ତିଫାନ ଅତି ସଂକ୍ଷେପରେ ଇଶ୍ରାୟେଲର ଇତିହାସ କହିଥିଲେ I ସେ ସେହି ସମୟକୁ ବିଶେଷ ଧ୍ୟାନ ଦେଇଥିଲେ, ଯେଉଁ ସମୟରେ ଇଶ୍ରାୟେଲୀୟମାନେ ସେମାନଙ୍କୁ କଢାଇ ନେବାପାଇଁ ଈଶ୍ବର ମନୋନୀତ କରିଥିବା ଲୋକମାନଙ୍କୁ ଅଗ୍ରାହ୍ୟ କରିଥିଲେ I ଘଟଣାର ଶେଷରେ, ସେ କହିଥିଲେ ଯେ ସେ ଯେଉଁ ଯିହୂଦୀ ନେତାମାନଙ୍କୁ କଥା କହୁଥିଲେ ସେମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଛନ୍ତି, ଠିକ୍ ଯେପରି ଦୁଷ୍ଟ ଇଶ୍ରାୟେଲୀୟମାନେ ସେମାନଙ୍କ ଉପରେ ଈଶ୍ବର ନିଯୁକ୍ତ କରିଥିବା ନେତାମାନଙ୍କୁ ସର୍ବଦା ଅଗ୍ରାହ୍ୟ କରିଥିଲେ I

”ପବିତ୍ର ଆତ୍ମାରେ ପରିପୂର୍ଣ୍ଣ”

ପବିତ୍ର ଆତ୍ମା ସମ୍ପୂର୍ଣ୍ଣଭାବରେ ସ୍ତିଫାନଙ୍କୁ ନିୟନ୍ତ୍ରଣ କରିଥିଲେ ଯଦ୍ବାରା ସେ କେବଳ ଈଶ୍ବର ଯାହା ଚାହୁଁଥିଲେ ତାହା ହିଁ କହିଥିଲେ I

ଭବିଷ୍ୟତରେ ହେବାକୁ ଥିବା ଘଟଣାର ଛାୟା

ଯେତେବେଳେ ଜଣେ ଲେଖକ କୌଣସି ବିଷୟରେ କହୁଛନ୍ତି ଯେ ସେ କହୁଥିବା ସମୟରେ ତାହା ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ, ମାତ୍ର ଘଟଣାର ପରବର୍ତ୍ତୀ ସମୟରେ ତାହା ଗୁରୁତ୍ବପୂର୍ଣ୍ଣ ହେବ, ତାହାକୁ ଭବିଷ୍ୟତରେ ହେବାକୁ ଥିବା ଘଟଣାର ଛାୟା କୁହାଯାଏ I ଲୂକ ଏଠାରେ ଶାଉଲଙ୍କ ବିଷୟରେ ଉଲ୍ଲେଖ କରୁଛନ୍ତି ଯିଏ ପାଉଲ ନାମରେ ମଧ୍ୟ ପରିଚିତ ଥିଲେ , ଯଦିଓ ଏହି ଘଟଣାର ଅଂଶରେ ସେ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ନୁହନ୍ତି I ଏଇଥିପାଇଁ ଯେ ପ୍ରେରିତ ପୁସ୍ତକର ଅବଶିଷ୍ଟ ଭାଗରେ ସେ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଅଟନ୍ତି I

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

ଅନ୍ତର୍ନିହିତ ସୂଚନା

ସ୍ତିଫାନ ମୋଶାଙ୍କ ବ୍ୟବସ୍ଥାକୁ ଭଲଭାବରେ ଜାଣିଥିବା ଯିହୂଦୀମାନଙ୍କୁ କହୁଛନ୍ତି, ତେଣୁ ସେ ଶ୍ରୋତାମାନେ ଆଗରୁ ଜାଣିଥିବା ବିଷୟକୁ ଆହୁରି ବ୍ୟାଖ୍ୟା କରୁନାହାନ୍ତି I କିନ୍ତୁ ତୁମକୁ ଏହିସବୁ ବିଷୟରୁ କିଛି ବୁଝାଇବାର ଆବଶ୍ୟକ ହୋଇପାରେ ଯେପରି ସ୍ତିଫାନ ଯାହା କହୁଛନ୍ତି ତୁମର ପାଠକଗଣ ତାହା ବୁଝିପାରିବେ I ଉଦାହରଣ ସ୍ବରୂପ, ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ ଯେତେବେଳେ ଯୋଷେଫଙ୍କ ଭାଇମାନେ “ତାହାଙ୍କୁ ମିଶର ଦେଶକୁ ବିକ୍ରୀ କଲେ” (ପ୍ରେରିତ ୭:୯), ମିଶର ଦେଶରେ ଯୋଷେଫ ଜଣେ ଦାସ ହେବାକୁ ଯାଉଥିଲେ I(ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ପ୍ରତିନାମ

ଯୋଷେଫ “ମିଶର ଉପରେ” ଓ ସମଗ୍ର ଫାରୋଙ୍କ ଗୃହ ଉପରେ ରାଜତ୍ବ କରିବା ବିଷୟରେ ସ୍ତିଫାନ କହିଥିଲେ I ଏହାର ଅର୍ଥ ଏହି ଯେ ଯୋଷେଫ ମିଶରର ଲୋକମାନଙ୍କ ଉପରେ ଓ ଫାରୋଙ୍କ ଗୃହର ଲୋକ ଏବଂ ସମ୍ପତ୍ତି ଉପରେ ରାଜତ୍ବ କଲେ I(ଦେଖ: ଲାକ୍ଷଣିକ ଶବ୍ଦ)

ଏହି ଅଧ୍ୟାୟର ଅନ୍ୟ ଅନୁବାଦଜନିତ ପ୍ରତିବନ୍ଧକ

ପୃଷ୍ଠଭୂମି ଜ୍ଞାନ

ଯେଉଁ ଯିହୂଦୀ ନେତାମାନଙ୍କୁ ସ୍ତିଫାନ କଥା କହୁଥିଲେ, ସେମାନେ ସେ କହୁଥିବା ଘଟଣା ସମ୍ବନ୍ଧରେ ଆଗରୁ ଅଧିକ ଜାଣିଥିଲେ I ସେମାନେ ଜାଣିଥିଲେ ଯେ ଆଦିପୁସ୍ତକରେ ମୋଶା କଅଣ ଲେଖିଥିଲେ I ଯଦି ଆଦିପୁସ୍ତକ ତୁମ ଭାଷାରେ ଅନୁବାଦ ହୋଇନାହିଁ, ତୁମର ପାଠକମାନଙ୍କ ପାଇଁ ସ୍ତିଫାନ କହୁଥିବା ବିଷୟ ବୁଝିବାକୁ କଷ୍ଟକର ହୋଇପାରେ I

Acts 7:1

“ଆମ୍ଭମାନଙ୍କର” ଶବ୍ଦଟି ଉଭୟ ସ୍ତିଫାନଙ୍କୁ ଓ ସେ ଯେଉଁମାନଙ୍କୁ କଥା କହୁଥିଲେ ଯିହୂଦୀ ମହାସଭାର ସେହି ସଦସ୍ୟମାନଙ୍କୁ ତଥା ସମଗ୍ର ଶ୍ରୋତାଗଣଙ୍କୁ ବୁଝାଏ I “ତୁମ୍ଭର” ଶବ୍ଦଟି ଏକବଚନ ଅଟେ ଓ ଅବ୍ରାହାମଙ୍କୁ ବୁଝାଏ I(ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ସ୍ତିଫାନଙ୍କ ବିଷୟରେ ବର୍ଣ୍ଣିତ ଘଟଣାର ଅଂଶ, ଯାହା ପ୍ରେରିତ ୬:୮ରେ ଆରମ୍ଭ ହୋଇଥିଲା, ତାହା ଜାରି ରହିଛି I ଇଶ୍ରାୟେଲର ଇତିହାସରେ ଘଟିଥିବା ଘଟଣା ବିଷୟରେ କହି ସ୍ତିଫାନ ମହାଯାଜକ ଓ ମହାସଭାକୁ ଆପଣାର ପ୍ରତ୍ୟୁତ୍ତର ଦେବା ଆରମ୍ଭ କରୁଛନ୍ତି I ଏହି ଇତିହାସର ଅଧିକାଂଶ ବିଷୟ ମୋଶାଙ୍କର ଲେଖାଗୁଡ଼ିକରୁ ଆସିଛି I

Acts 7:2

ବର୍ଦ୍ଧିତ ପରିବାର ଭାବରେ ସମ୍ବୋଧନ କରି ସ୍ତିଫାନ ମହାସଭାକୁ ଉଚ୍ଚ ସମ୍ମାନ ଜ୍ଞାପନ କରୁଛନ୍ତି I

Acts 7:4

୪ ପଦରେ “ସେ,” “ତାହାର,” ଓ “ତାହାଙ୍କୁ,” ଶବ୍ଦଗୁଡ଼ିକ ଅବ୍ରାହାମଙ୍କୁ ବୁଝାଏ I ୫ ପଦରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ, ମାତ୍ର “ତାହାଙ୍କୁ” ଶବ୍ଦ ଅବ୍ରାହାମଙ୍କୁ ବୁଝାଏ I

ଏଠାରେ “ତୁମ୍ଭେମାନେ” ଶବ୍ଦଟି ଯିହୂଦୀ ମହାସଭା ଓ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

Acts 7:5

ସେ ତାହାଙ୍କୁ ସେଥିର କିଛି ହିଁ ଦେଲେ ନାହିଁ

ଏହି ବାକ୍ୟାଂଶର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଛିଡା ହେବାପାଇଁ ଯଥେଷ୍ଟ ଭୂମି ବା ୨) ପାଦ ପକାଇବାପାଇଁ ଯଥେଷ୍ଟ ଭୂମି I ବିକଳ୍ପ ଅନୁବାଦ: “ଏକ କ୍ଷୁଦ୍ର ପରିମାଣର ଭୂମି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ଅବ୍ରହାମଙ୍କର ଅଧିକାର ନିମନ୍ତେ ଓ ତାଙ୍କ ସନ୍ତାନମାନଙ୍କୁ ଦେବା ନିମନ୍ତେ

Acts 7:6

ଏହା କହିବା ସହାୟକ ହୋଇପାରେ ଯେ ପୂର୍ବ ପଦରେ ଥିବା ଉକ୍ତିଠାରୁ ଏହି ଘଟଣା ପରେ ଘଟିଥିଲା I ବିକଳ୍ପ ଅନୁବାଦ: “ପରେ ଈଶ୍ବର ଅବ୍ରହାମଙ୍କୁ କହିଲେ”

ἔτη τετρακόσια

"୪୦୦ ବର୍ଷ (ଦେଖ: ସଂଖ୍ୟାଗୁଡ଼ିକ)

Acts 7:7

τὸ ἔθνος ... κρινῶ ἐγώ

ଦେଶ ସେଥିରେ ଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନିବାଦ: “ଆମ୍ଭେ ସେହି ଜାତିର ଲୋକମାନଙ୍କର ବିଚାର କରିବା” (ଦେଖ: ଲାକ୍ଷଣିକ ଶବ୍ଦ)

τὸ ἔθνος ᾧ ἐὰν δουλεύσωσιν

ସେମାନେ ଯେଉଁ ଜାତିର ସେବା କରିବେ"

Acts 7:8

ἔδωκεν αὐτῷ διαθήκην περιτομῆς

ଯିହୂଦୀମାନେ ବୁଝିଥିବେ ଯେ ଏହି ଚୁକ୍ତି ସକାଶୁ ଅବ୍ରହାମଙ୍କୁ ତାହାଙ୍କ ପରିବାରର ପୁରୁଷ ସନ୍ତାନମାନଙ୍କୁ ସୁନ୍ନତ କରିବାକୁ ପଡିଥିଲା I ବିକଳ୍ପ ଅନୁବାଦ: “ଅବ୍ରାହାମଙ୍କ ପରିବାରର ପୁରୁଷ ସନ୍ତାନମାନଙ୍କୁ ସୁନ୍ନତ କରିବା ନିମନ୍ତେ ନିୟମ ସ୍ଥାପନ କଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οὕτως ἐγέννησεν τὸν Ἰσαὰκ

ଘଟଣାଟି ଅବ୍ରାହାମଙ୍କ ସନ୍ତାନମାନଙ୍କ ଆଡ଼କୁ ସ୍ଥାନାନ୍ତର ହେଉଛି I

Ἰακὼβ τοὺς

"ଯାକୁବ ପିତା ହେଲେ I ସ୍ତିଫାନ ଏହାକୁ ସଂକ୍ଷିପ୍ତ କଲେ I (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 7:9

οἱ πατριάρχαι

ଯାକୁବଙ୍କର ବଡ଼ ପୁଅମାନେ କିମ୍ବା “ଯୋଷେଫଙ୍କର ବଡ ଭାଇମାନେ”"

ἀπέδοντο εἰς Αἴγυπτον

ଯିହୂଦୀମାନେ ଜାଣିଥିଲେ ଯେ ସେମାନଙ୍କର ପୂର୍ବପୁରୁଷମାନେ ଯୋଷେଫଙ୍କୁ ମିଶରରେ ଦାସ ହେବାପାଇଁ ବିକ୍ରୟ କରିଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἦν ... μετ’ αὐτοῦ

ଜଣକୁ ସାହାଯ୍ୟ କରିବାପାଇଁ ଏହା ଏକ ରୁଢୀ ଅଟେ I ବିକଳ୍ପ ଅନୁବାଦ: “ସାହାଯ୍ୟ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 7:10

ἐπ’ Αἴγυπτον

ଏହା ମିଶରର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମିଶରର ସମସ୍ତ ଲୋକଙ୍କ ଉପରେ” (ଦେଖ: ଲାକ୍ଷଣିକ ଶବ୍ଦ)

ὅλον τὸν οἶκον αὐτοῦ

ଏହା ତାଙ୍କର ସମସ୍ତ ସମ୍ପତ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହା ସବୁ ତାଙ୍କ ନିଜର ଥିଲା” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:11

ἦλθεν ... λιμὸς

"ଏକ ଦୁର୍ଭିକ୍ଷ ଆସିଲା I ଭୂମି ଖାଦ୍ୟ ଉତ୍ପନ୍ନ କରିବାକୁ ବନ୍ଦ କଲା I

οἱ πατέρες ἡμῶν

ଏହା ଯାକୁବ ଓ ତାଙ୍କର ପୁତ୍ରମାନଙ୍କୁ ବୁଝାଏ, ଯେଉଁମାନେ ଯିହୂଦୀ ଲୋକମାନଙ୍କର ପୂର୍ବପୁରୁଷ ଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:12

σιτία

ସେହି ସମୟରେ ଶସ୍ୟ ସର୍ବସାଧାରଣ ଖାଦ୍ୟ ଥିଲା I

τοὺς πατέρας ἡμῶν

ଏଠାରେ ଏହି ବାକ୍ୟାଂଶଟି ଯାକୁବଙ୍କ ପୁତ୍ରମାନଙ୍କୁ, ଅର୍ଥାତ୍ ଯୋଷେଫଙ୍କର ବଡ଼ ଭାଇମାନଙ୍କୁ ବୁଝାଏ I

Acts 7:13

ସେମାନଙ୍କର ପରବର୍ତ୍ତୀ ଯାତ୍ରାରେ (ଦେଖ: କ୍ରମସୂଚକ ସଂଖ୍ୟଗୁଡ଼ିକ)

ἀνεγνωρίσθη

ଯୋଷେଫ ଆପଣା ଭାଇମାନଙ୍କୁ ସେମାନଙ୍କର ଭାଇ ଭାବରେ ଆପଣାର ପରିଚୟ ଦେଲେ I

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଫାରୋ ଜାଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ପରିବାର ଅଟନ୍ତି I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 7:14

ଆପଣା ଭାଇମାନଙ୍କୁ କିଣାନ ଦେଶକୁ ଫେରି ପଠାଇଲେ କିମ୍ବା “ଆପଣା ଭାଇମାନଙ୍କୁ ଗୃହକୁ ଫେରି ପଠାଇଲେ”"

Acts 7:15

ἐτελεύτησεν

ନିଶ୍ଚିତ କର ଯେ ଏହା ଏପରି ବୁଝା ନ ଯାଉ ସତେ ଯେପରି ସେ ମିଶରରେ ପହଞ୍ଚିବା ସଙ୍ଗେ ସଙ୍ଗେ ମୃତ୍ୟୁଭୋଗ କଲେ I ବିକଳ୍ପ ଅନୁବାଦ: “ଘଟଣାକ୍ରମେ ଯାକୁବ ମୃତ୍ୟୁଭୋଗ କଲେ I

ἐτελεύτησεν αὐτὸς καὶ οἱ πατέρες ἡμῶν

ଯାକୁବ ଓ ତାଙ୍କର ପୁତ୍ରମାନେ, ଯେଉଁମାନେ ଆମ୍ଭମାନଙ୍କର ପିତୃପୁରୁଷ ଥିଲେ

Acts 7:16

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାକୁବଙ୍କ ସନ୍ତାନଗଣ ଯାକୁବଙ୍କର ମୃତ ଶରୀର ଓ ତାହାଙ୍କ ପୁତ୍ରମାନଙ୍କ ମୃତ ଶରୀର ନେଲେ ...ଓ ସେମାନଙ୍କୁ କବର ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τιμῆς ἀργυρίου

ମୂଲ୍ୟ ଦେଇ

Acts 7:17

“ଆମ୍ଭମାନଙ୍କର” ଶବ୍ଦଟି ସ୍ତିଫାନ ଓ ତାଙ୍କର ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

କେତେକ ଭାଷାରେ ପ୍ରତିଜ୍ଞାର ସମୟ ପହଞ୍ଚିଲା ବୋଲି କହିବା ପୂର୍ବରୁ ଲୋକମାନେ ସଂଖ୍ୟାରେ ବୃଦ୍ଧି ପାଇଲେ ବୋଲି କହିବା ସହାୟକ ହେବ I

ἤγγιζεν ... χρόνος τῆς ἐπαγγελίας

ଈଶ୍ବର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ

Acts 7:18

ଅନ୍ୟ ଏକ ରାଜା ଶାସନ କରିବାକୁ ଆରମ୍ଭ କଲେ

ἐπ’ Αἴγυπτον

"ମିଶର ଶବ୍ଦଟି ମିଶର ଦେଶର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମିଶରର ଲୋକମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

ଯୋଷେଫ ଶବ୍ଦଟି ଯୋଷେଫଙ୍କର ଖ୍ୟାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଜାଣି ନ ଥିଲେ ଯେ ଯୋଷେଫ ମିଶରକୁ ଉଦ୍ଧାର କରିଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:20

ἐν ᾧ καιρῷ ἐγεννήθη Μωϋσῆς

ଏହା ଘଟଣା ମଧ୍ୟକୁ ମୋଶାଙ୍କର ପରିଚୟ କରାଏ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

ଏହି ବାକ୍ୟାଂଶ ଏକ ରୂଢି ଯାହାର ଅର୍ଥ ହେଉଛି ମୋଶା ଅତି ସୁନ୍ଦର ଥିଲେ I (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἀνετράφη

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କର ପିତାମାତା ତାହାଙ୍କୁ ପ୍ରତିପାଳନ କଲେ” କିଅବା “ତାଙ୍କର ପିତାମାତା ତାହାଙ୍କର ଯତ୍ନ ନେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 7:21

ἐκτεθέντος δὲ αὐτοῦ

ଫାରୋଙ୍କର ଆଜ୍ଞା ସକାଶୁ ମୋଶା “ବାହାରେ ରଖାଗଲେ I” ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାଙ୍କର ପିତାମାତା ତାଙ୍କୁ ବାହାରେ ରଖିଲେ” ବା “ଯେତେବେଳେ ସେମାନେ ତାଙ୍କୁ ପରିତ୍ୟାଗ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଜଣେ ମାତା ଯେଭଳି ଆପଣା ପୁତ୍ର ପାଇଁ କରନ୍ତି, ସେଭଳି ସେ ତାଙ୍କପାଇଁ ପ୍ରତ୍ୟେକ ବିଷୟରେ ଉତ୍ତମ ଯତ୍ନ ନେଲେ I ଜଣେ ମାତା ଆପଣା ପୁତ୍ରକୁ ଏକ ସୁସ୍ଥସବଳ ବୟସ୍କଲୋକ କରି ବଢାଇବାପାଇଁ ଯାହା ସବୁ କରନ୍ତି, ତାହା ବୁଝାଇବାପାଇଁ ତୁମ ଭାଷାର ସାଧାରଣ ଶବ୍ଦ ବ୍ୟବହାର କର I

ସତେ ଯେପରି ସେ ଆପଣା ପୁତ୍ର ଥିଲେ"

Acts 7:22

ἐπαιδεύθη Μωϋσῆς

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ମିଶରୀୟମାନେ ମୋଶାଙ୍କୁ ଶିକ୍ଷିତ କରାଇଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πάσῃ σοφίᾳ Αἰγυπτίων

ସେ ମିଶରର ସବୁଠାରୁ ଉତ୍ତମ ଶିକ୍ଷାଳୟରେ ଶିକ୍ଷା ଗ୍ରହଣ କରିଥିଲେ ବୋଲି କହିବା ଗୁରୁତ୍ବ ଦେବା ନିମନ୍ତେ ଏକ ଅତିରଂଜନ I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

δυνατὸς ἐν λόγοις καὶ ἔργοις αὐτοῦ

ଆପଣା ବାକ୍ୟରେ ଓ କର୍ମରେ ଦକ୍ଷ ଥିଲେ କିମ୍ବା “ସେ ଯାହା କହୁଥିଲେ ଓ କରୁଥିଲେ, ସେଥିରେ ପ୍ରଭାବଶାଳୀ ଥିଲେ”

Acts 7:23

ἀνέβη ἐπὶ τὴν καρδίαν αὐτοῦ

ଏଠାରେ “ହୃଦୟ” ଶବ୍ଦଟି “ମନ” ର ଏକ ପ୍ରତିଶବ୍ଦ I “ଏହା ତାଙ୍କର ହୃଦୟ ମଧ୍ୟକୁ ଆସିଲା” ବାକ୍ୟାଂଶଟି ଏକ ରୂଢି ଯାହାର ଅର୍ଥ କିଛି କରିବାକୁ ସ୍ଥିର କରିବା I ବିକଳ୍ପ ଅନୁବାଦ: “ଏହା ତାଙ୍କର ମନ ମଧ୍ୟକୁ ଆସିଲା” କିମ୍ବା “ସେ ସ୍ଥିର କଲେ” (ଦେଖ: ଲାକ୍ଷଣିକ ଶବ୍ଦରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ଏହା ତାଙ୍କର ଲୋକମାନଙ୍କୁ ବୁଝାଏ, କେବଳ ତାଙ୍କର ପରିବାରକୁ ନୁହେଁ I ବିକଳ୍ପ ଅନୁବାଦ: “ତାଙ୍କର ଆପଣା ଲୋକମାନେ, ଅର୍ଥାତ୍ ଇଶ୍ରାୟେଲ ସନ୍ତାନମାନେ କିପରି କରୁଛନ୍ତି ତାହା ଦେଖିବାକୁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:24

କ୍ରମକୁ ଆଉଥରେ ସଜାଡି ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଜଣେ ମିଶରୀୟକୁ ଜଣେ ଇଶ୍ରାୟେଲୀୟ ପ୍ରତି ଦୁର୍ବ୍ୟବହାର କରୁଥିବା ଦେଖି, ମୋଶା ଇଶ୍ରାୟେଲୀୟର ପକ୍ଷହୋଇ ଉପଦ୍ରବ କରୁଥିବା ମିଶରୀୟକୁ ଆଘାତ କରି ପ୍ରତିଶୋଧ ନେଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πατάξας τὸν Αἰγύπτιον

ମୋଶା ମିଶରୀୟକୁ ଏତେ ଜୋର୍ ରେ ଆଘାତ କଲେ ଯେ ସେ ମରିଗଲା I

Acts 7:25

ἐνόμιζεν

ସେ ମନେ କରିଥିଲେ

διὰ χειρὸς αὐτοῦ δίδωσιν σωτηρίαν αὐτοῖς

ଏଠାରେ “ହସ୍ତ” ମୋଶାଙ୍କର କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋଶା ଯାହା କରୁଥିଲେ ତଦ୍ଦ୍ବାରା ସେମାନଙ୍କୁ ଉଦ୍ଧାର କରୁଥିଲେ” କିମ୍ବା “ସେମାନଙ୍କୁ ଉଦ୍ଧାର କରିବାପାଇଁ ମୋଶାଙ୍କର କାର୍ଯ୍ୟକୁ ବ୍ୟବହାର କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:26

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ଇଶ୍ରାୟେଲୀୟମାନଙ୍କୁ ବୁଝାଏ, କିନ୍ତୁ ମୋଶାଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

αὐτοῖς

ଯାତ୍ରା ପୁସ୍ତକର ବିବରଣରୁ ଶ୍ରୋତାମାନେ ଜାଣିଥିବେ ଯେ ଏମାନେ ଦୁଇ ଜଣ ଥିଲେ, କିନ୍ତୁ ସ୍ତିଫାନ ତାହା ନିର୍ଦ୍ଦିଷ୍ଟ କରି ନ ଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

କଳହରୁ ନିବୃତ୍ତ କରିବାକୁ ଚେଷ୍ଟା କଲେ

ἄνδρες‘, ἀδελφοί ἐστε

ମୋଶା କଳହ କରୁଥିବା ଇଶ୍ରାୟେଲୀୟମାନଙ୍କୁ କହିଥିଲେ I

ମୋଶା ସେମାନଙ୍କୁ କଳହ ବନ୍ଦ କରିବାପାଇଁ ଉତ୍ସାହ ଦେବାକୁ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପରସ୍ପରକୁ ଅଘାତ କରିବା ଉଚିତ ନୁହେଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 7:27

τίς‘ σε κατέστησεν ἄρχοντα καὶ δικαστὴν ἐφ’ ἡμῶν

ଲୋକ ଜଣକ ମୋଶାଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରିଥିଲା I ବିକଳ୍ପ ଅନୁବାଦ: “ତୁମର ଆମ୍ଭମାନଙ୍କ ଉପରେ ଅଧିକାର ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 7:28

ଲୋକ ଜଣକ ମୋଶାଙ୍କୁ ସତର୍କ କରିଦେବାପାଇଁ ଏହି ପ୍ରଶ୍ନ କରିଥିଲା ଯେ ସେ ଓ ସମ୍ଭବତଃ ଅନ୍ୟମାନେ ମୋଶା ମିଶରୀୟକୁ ବଧ କରିବା ବିଷୟ ଜାଣିଛନ୍ତି I

Acts 7:29

ସ୍ତିଫାନଙ୍କର ଶ୍ରୋତାମାନେ ଜାଣିସାରିଥିଲେ ଯେ ମୋଶା ମିଶରରୁ ପଳାୟନ କରିବା ସମୟରେ ଜଣେ ମିଦିୟନୀୟା ସ୍ତ୍ରୀଙ୍କୁ ବିବାହ କରି ସାରିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଅନ୍ତର୍ନିହିତ ସୂଚନା ଏହି ଯେ ଦିନକ ପୂର୍ବରୁ ସେ ଜଣେ ମିଶରୀୟକୁ ବଧ କରିଥିବା ବିଷୟ ଇଶ୍ରାୟେଲୀୟମାନେ ଜାଣିଛନ୍ତି ବୋଲି ମୋଶା ବୁଝିପାରିଥିଲେ (ପ୍ରେରିତ ୭:୨୮). (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:30

καὶ πληρωθέντων ἐτῶν τεσσεράκοντα

"୪୦ ବର୍ଷ ବିତିଗଲା ପରେ I ଏହି ସମୟ ଅବଧି ମୋଶା ମିଦିୟନରେ ରହିଥିଲେ I ବିକଳ୍ପ ଅନୁବାଦ: “ମୋଶା ମିଶରରୁ ପଳାୟନ କରିବାର ୪୦ ବର୍ଷ ପରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὤφθη ... ἄγγελος

ସ୍ତିଫାନଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ଈଶ୍ବର ଦୂତଙ୍କ ଦ୍ବାରା କଥା କହିଥିଲେ I UST ଏହା ସ୍ପଷ୍ଟ କରିଥାଏ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:31

ἐθαύμασεν τὸ ὅραμα

ମୋଶା ଆଶ୍ଚର୍ଯ୍ୟଚକିତ ହୋଇଥିଲେ ଯେ ବୁଦାଟା ଅଗ୍ନିରେ ଜଳିଯାଉନାହିଁ I ଏହା ସ୍ତିଫାନଙ୍କର ଶ୍ରୋତାମାନଙ୍କୁ ଆଗରୁ ଜଣାଥିଲା I ବିକଳ୍ପ ଅନୁବାଦ: “କାରଣ ବୁଦାଟା ଜଳିଯାଉ ନ ଥିଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

προσερχομένου δὲ αὐτοῦ κατανοῆσαι

ଏହାର ଅର୍ଥ ହୋଇପାରେ ଯେ ମୋଶା ପ୍ରଥମେ ଅନୁସନ୍ଧାନ କରିବା ପାଇଁ ବୁଦା ନିକଟକୁ ଆସିଥିଲେ I

Acts 7:32

ἐγὼ‘ ὁ Θεὸς τῶν πατέρων σου

ତୁମ୍ଭର ପିତୃପୁରୁଷମାନେ ଯାହାଙ୍କର ଉପାସନା କରୁଥିଲେ ଆମ୍ଭେ ସେହି ଈଶ୍ବର"

ଏହାର ଅର୍ଥ ହୋଇପାରେ ଯେ ଯେତେବେଳେ ମୋଶା ବାଣୀ ଶୁଣିଲେ ଭୟରେ ପଛକୁ ହଟିଗଲେ I

ମୋଶା ଭୟରେ ଥରିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶା ଭୟରେ କମ୍ପିବାକୁ ଲାଗିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:33

λῦσον τὸ ὑπόδημα

ଈଶ୍ବର ମୋଶାଙ୍କୁ ଏହା କହିଥିଲେ ଯେପରି ସେ ଈଶ୍ବରଙ୍କୁ ସମ୍ମାନ କରିବେ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

ଅନ୍ତର୍ନିହିତ ସୂଚନା ହେଉଛି ଯେ ଯେଉଁଠାରେ ଈଶ୍ବର ଉପସ୍ଥିତ ହୁଅନ୍ତି, ସେଠିକାର ଆଖପାଖ ଅଞ୍ଚଳ ପବିତ୍ର ବିବେଚିତ ହୋଇଥାଏ ବା ଈଶ୍ବରଙ୍କ ଦ୍ବାରା ପବିତ୍ରୀକୃତ ହୋଇଥାଏ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:34

ἰδὼν, εἶδον

"ନିଶ୍ଚୟ ଦେଖିଅଛୁ I ଶବ୍ଦଟି ନିଶ୍ଚିତ ଭାବରେ ଦେଖିବା ଉପରେ ଗୁରୁତ୍ବ ଦେଉଛି I

τοῦ λαοῦ μου

“ଆମ୍ଭର” ଶବ୍ଦଟି ଗୁରୁତ୍ବ ଦେଉଛି ଯେ ଏହି ଲୋକମାନେ ଈଶ୍ବରଙ୍କର ଅଟନ୍ତି I ବିକଳ୍ପ ଅନିବାଦ: “ଅବ୍ରହାମ, ଇସାହାକ୍ ଓ ଯାକୁବଙ୍କର ସନ୍ତାନଗଣ”"

κατέβην ἐξελέσθαι αὐτούς

ବ୍ୟକ୍ତିଗତ ଭାବରେ ଆମ୍ଭେ ସେମାନଙ୍କୁ ଉଦ୍ଧାର କରିବା

νῦν δεῦρο

"ପ୍ରସ୍ତୁତ ହୁଅ I ଈଶ୍ବର ଏଠାରେ ଏକ ଆଦେଶ କରୁଛନ୍ତି I

Acts 7:35

୩୫-୩୮ ପଦରେ ମୋଶାଙ୍କୁ ଦର୍ଶାଇ ସଂଯୋଗ କରୁଥିବା ବାକ୍ୟାଂଶଗୁଡ଼ିକର ଏକ ଅନୁକ୍ରମ ରହିଛି I ପ୍ରତ୍ୟେକ ବାକ୍ୟାଂଶ “ଏହି ମୋଶା” କିମ୍ବା “ଏହା ସେହି ମୋଶା” କିଅବା “ଏ ସେହି ଲୋକ” ଅବା “ଏ ହେଉଛନ୍ତି ସେହି ମୋଶା” ଉକ୍ତି ସହିତ ଆରମ୍ଭ ହୋଇଛି I ଯଦି ସମ୍ଭବ ହୁଏ, ମୋଶାଙ୍କୁ ଗୁରୁତ୍ବ ଦେବାପାଇଁ ସେଭଳି ଉକ୍ତିଗୁଡ଼ିକ ବ୍ୟବହାର କର I ଇଶ୍ରାୟେଲୀୟମାନେ ମିଶରରୁ ବାହାରିଗଲା ପରେ, ଈଶ୍ବର ସେମାନଙ୍କୁ ପ୍ରତିଜ୍ଞାତ ଦେଶକୁ କଢାଇନେବା ପୂର୍ବରୁ ସେମାନେ ୪୦ ବର୍ଷ ଧରି ପ୍ରାନ୍ତରରେ ଭ୍ରମଣ କରୁଥିଲେ I

ଏହା ପ୍ରେରିତ ୭:୨୭-୨୮ରେ ଉଲ୍ଲିଖିତ ଘଟଣାକୁ ସୂଚିତ କରେ I

λυτρωτὴν

ଉଦ୍ଧାର କର୍ତ୍ତା"

ହସ୍ତ ହେଉଛି ଜଣେ ଲୋକଦ୍ବାରା କରାଯାଉଥିବା କାର୍ଯ୍ୟର ପ୍ରତିଶବ୍ଦ I ଏ କ୍ଷେତ୍ରରେ, ଦୂତ ମୋଶାଙ୍କୁ ମିଶରକୁ ଫେରିଯିବା ପାଇଁ ଅଜ୍ଞା କରିଥିଲେ I ସ୍ତିଫାନ ଏପରି କହନ୍ତି, ସତେ ଯେପରି ଦୂତଙ୍କର ଶାରୀରିକ ହସ୍ତ ଥିଲା I ତୁମକୁ ହୁଏତ ସ୍ପଷ୍ଟ କରିବାକୁ ହେବ ଯେ ଦୂତ କଅଣ କରିଥିଲେ I ବିକଳ୍ପ ଅନୁବାଦ: ଦୂତଙ୍କର କାର୍ଯ୍ୟ ଦ୍ବାରା” କିମ୍ବା “ଦୂତ ଥାଇ ...ବୁଦା ତାହାଙ୍କୁ ମିଶରକୁ ଫେରିଯିବା ପାଇଁ ଅଜ୍ଞା ଦେଲା” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:36

ἔτη τεσσεράκοντα

ସ୍ତିଫାନଙ୍କର ଶ୍ରୋତାଗଣ ଇଶ୍ରାୟେଲୀୟମାନେ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କରିବା ବିଷୟରେ ଜାଣିଥିଲେ I ବିକଳ୍ପ ଅନୁବାଦ: “ଇଶ୍ରାୟେଲୀୟମାନେ ପ୍ରାନ୍ତରରେ ୪୦ ବର୍ଷ ବାସ କରୁଥିବା ସମୟରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 7:37

προφήτην ... ἀναστήσει

ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ

ἐκ τῶν ἀδελφῶν ὑμῶν

ତୁମ୍ଭମାନଙ୍କ ଆପଣା ଲୋକ ମଧ୍ୟରୁ

Acts 7:38

୪୦ ପଦରେ ଥିବା ଉର୍ଦ୍ଧୃତିଟି ମୋଶାଙ୍କର ଲେଖାରୁ ନିଆଯାଇଛି I

οὗτός ἐστιν ὁ γενόμενος ἐν τῇ ἐκκλησίᾳ

ଏହି ବ୍ୟକ୍ତି ମୋଶା ଯେ କି ଇଶ୍ରାୟେଲୀୟମାନଙ୍କ ମଧ୍ୟରେ ଥିଲେ

οὗτός ἐστιν ὁ γενόμενος

“ଏହି ବ୍ୟକ୍ତି” ବାକ୍ୟାଂଶଟି ଏହି ସମୁଦାୟ ଅନୁଚ୍ଛେଦରେ ମୋଶାଙ୍କୁ ବୁଝାଏ I

ଈଶ୍ବର ହିଁ ସେହି ସମସ୍ତ ବାକ୍ୟ ଦେଇଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ଦେବା ନିମନ୍ତେ ଜୀବନ୍ତ ବାକ୍ୟ ଦେଇଥିଲେ”

λόγια ζῶντα

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)”ଏକ ସ୍ଥାୟୀ ବାର୍ତ୍ତା” କିମ୍ବା ୨) ଜୀବନଦାୟକ ବାକ୍ୟ I” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:39

ଏହି ରୂପକ ଶବ୍ଦ ସେମାନଙ୍କର ମୋଶାଙ୍କୁ ଅଗ୍ରାହ୍ୟ କରିବା ବିଷୟକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: ସେମାନେ ତାହାଙ୍କୁ ତାଙ୍କର ନେତା ଭାବରେ ଅଗ୍ରାହ୍ୟ କଲେ” (ଦେଖ: ଉପମା/ରୂପକ)

"ଏଠାରେ ""ହୃଦୟ” ଲୋକମାନଙ୍କର ଭାବନାର ପ୍ରତିଶବ୍ଦ ଅଟେ I ହୃଦୟରେ କିଛି କରିବାର ଅର୍ଥ ହେଉଛି କିଛି କରିବା ପାଇଁ ଇଚ୍ଛା କରିବା I ବିକଳ୍ପ ଅନୁବାଦ: “ସେମାନେ ଫେରି ଯିବାକୁ ଇଚ୍ଛା କଲେ” (ଦେଖ: ଲାକ୍ଷଣିକ ଶବ୍ଦ)"

Acts 7:40

ଯେତେବେଳେ ସେମାନେ ମିଶରକୁ ଫେରି ଯିବାକୁ ମନସ୍ଥ କଲେ

Acts 7:41

ଏଠାରେ ସ୍ତିଫାନଙ୍କର ଉର୍ଦ୍ଧୃତି ଆମୋଷ ପୁସ୍ତକରୁ ନିଆଯାଇଛି I

ἐμοσχοποίησαν

ସ୍ତିଫାନଙ୍କର ଶ୍ରୋତାଗଣ ଜାଣିଥିଲେ ଯେ ସେମାନେ ଗଢିଥିବା ବାଛୁରୀଟା ଏକ ମୂର୍ତ୍ତି ଥିଲା I ବିକଳ୍ପ ଅନୁବାଦ: “ସେମାନେ ଗଢିଥିବା ମୂର୍ତ୍ତିଟି ଗୋଟିଏ ବାଛୁରୀ ସଦୃଶ ଦେଖାଯାଉଥିଲା I” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହି ସମସ୍ତ ବାକ୍ୟାଂଶ ସେହି ଏକା ବାଛୁରୀ ମୂର୍ତ୍ତିକୁ ବୁଝାଏ I

Acts 7:42

ἔστρεψεν ... ὁ Θεὸς

"ଈଶ୍ବର ବିମୁଖ ହେଲେ I ଏହି କାର୍ଯ୍ୟ ପ୍ରକାଶ କରେ ଯେ ଈଶ୍ବର ଲୋକମାନଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ ଓ ଆଉ ସେମାନଙ୍କୁ ସାହାଯ୍ୟ କଲେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ସଂଶୋଧନ କରିବା ବନ୍ଦ କଲେ” (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

παρέδωκεν αὐτοὺς

ସେମାନଙ୍କୁ ପରିତ୍ୟାଗ କଲେ"

τῇ στρατιᾷ τοῦ οὐρανοῦ

ଏହି ମୂଳ ବାକ୍ୟାଂଶର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) କେବଳ ତାରା ଗଣ କିମ୍ବା ୨) ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଗଣ

βίβλῳ τῶν προφητῶν

ଏହା ସମ୍ଭବତଃ ପୁରାତନ ନିୟମର ଅନେକ ଭାବବାଦୀମାନଙ୍କର ଲେଖାଗୁଡିକୁ ଏକତ୍ର ସଂଗ୍ରହ କରାଯାଇଥିବା ଏକ ନଳାକାର ପୁସ୍ତକ I ଏଥିରେ ସମ୍ଭବତଃ ଆମୋଷଙ୍କର ଲେଖା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା I

ଇଶ୍ରାୟେଲ ସେମାନଙ୍କର ବଳିଦାନ ସହିତ ତାହାଙ୍କର ଉପାସନା ନ କରିବା ବିଷୟ ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ ହେ ଇଶ୍ରାୟେଲ ... ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପଶୁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାବେଳେ ଆମ୍ଭର ସମାଦର କଲ ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

οἶκος Ἰσραήλ

ଏହା ଇଶ୍ରାୟେଲର ସମଗ୍ର ଜାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ହେ ସମସ୍ତ ଇଶ୍ରାୟେଲୀୟମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:43

ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉର୍ଦ୍ଧୃତି ଜାରି ରହିଛି I

ସ୍ତିଫାନ ମହାଯାଜକ ଓ ମହାସଭାକୁ ପ୍ରେରିତ ୭:୨ରେ ଦେବାକୁ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଜାରି ରଖୁଛନ୍ତି I

ଏହା ସୂଚିତ କରେ ଯେ ସେମାନେ ପ୍ରାନ୍ତରରେ ଯାତ୍ରା କରିବା ସମୟରେ ଏହି ପ୍ରତିମାଗୁଡ଼ିକୁ ସାଙ୍ଗରେ ନେଇଥିଲେ I ବିକଳ୍ପ ଅନୁବାଦ: “ ତୁମ୍ଭେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେଗୁଡିକ ବୋହିନେଲ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

σκηνὴν τοῦ Μολὸχ

ଯେଉଁ ତମ୍ବୁରେ ମିଥ୍ୟା ଦେବତା ମୋଲଖ ରଖା ଯାଉଥିଲା

ଯେଉଁ ତାରା ମିଥ୍ୟା ଦେବତା ରମ୍ପାକୁ ବୁଝାଏ

τοὺς τύπους οὓς ἐποιήσατε

ସେମାନେ ଉପାସନା କରିବାପାଇଁ ମୋଲଖ ଓ ରମ୍ପା ଦେବତାର ମୂର୍ତ୍ତି ଅବା ପ୍ରତିମା ଗଢିଥିଲେ I

μετοικιῶ ὑμᾶς ἐπέκεινα Βαβυλῶνος

"ଆମ୍ଭେ ତୁମ୍ଭମାନଙ୍କୁ ବାବିଲ ଠାରୁ ଦୂରକୁ ନିର୍ବାସନ କରିବା I ଏହା ଈଶ୍ବରଙ୍କ ନ୍ୟାୟ ବିଚାରର କାର୍ଯ୍ୟ ହେବ I

Acts 7:44

ଭିତର ଭାଗରେ ପ୍ରସ୍ତରରେ ଖୋଦା ହୋଇଥିବା ଓ ଦଶ ଆଜ୍ଞା ରଖା ଯାଇଥିବା ସିନ୍ଦୁକ (ଏକ ବାକ୍ସ) ଯେଉଁ ତମ୍ବୁରେ ଥିଲା

Acts 7:45

“ଯିହୋଶୂୟଙ୍କ ନେତୃତ୍ବରେ” ବାକ୍ୟାଂଶର ଅର୍ଥ ହେଉଛି ଯେ ସେମାନଙ୍କର ପିତୃପୁରୁଷମାନେ ଯିହୋଶୂୟଙ୍କ ନିର୍ଦ୍ଦେଶକୁ ମାନି ଏହି ସମସ୍ତ ବିଷୟ କରିଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତୃପୁରୁଷଗଣ ଯିହୋଶୂୟଙ୍କ କଥା ଅନୁସାରେ ସାକ୍ଷ୍ୟତମ୍ବୁ ପ୍ରାପ୍ତ ହୋଇ ସେମାନଙ୍କ ସହିତ ଆଣିଲେ”"

ଏହି ବାକ୍ୟ ଜଣାଏ ଯେ କାହିଁକି ପୂର୍ବପୁରୁଷମାନେ ଦେଶ ଅଧିକାର କରିପାରିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ ଜାତିଗଣକୁ ଦେଶ ପରିତ୍ୟାଗ କରିବାକୁ ବାଧ୍ୟ କଲେ”

ଏଠାରେ “ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ” ପୂର୍ବପୁରୁଷ ମାନଙ୍କର ଉପସ୍ଥିତିକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଆମ୍ଭମାନଙ୍କ ପିତୃପୁରୁଷମାନେ ଦେଖୁଥିବା ସମୟରେ, ଈଶ୍ବର ଜାତିଗଣଠାରୁ ଦେଶ ନେଇ ସେମାନଙ୍କୁ ତଡିଦେଲେ” କିମ୍ବା ୨) “ଯେତେବେଳେ ଆମ୍ଭମାନଙ୍କ ପିତୃପୁରୁଷମାନେ ଆସିଲେ, ଈଶ୍ବର ଜାତିଗଣଠାରୁ ଦେଶ ନେଇ ସେମାନଙ୍କୁ ତଡିଦେଲେ” (ଦେଖ: ଲାକ୍ଷଣିକ ଶବ୍ଦ)

τῶν ἐθνῶν

ଏହା ଇଶ୍ରାୟେଲ ପୂର୍ବରୁ ସେହି ଦେଶରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ପୂର୍ବେ ଏଠାରେ ବାସ କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ὧν ἐξῶσεν

ଦେଶ ପରିତ୍ୟାଗ କରିବାକୁ ସେମାନଙ୍କୁ ବାଧ୍ୟ କଲେ

Acts 7:46

σκήνωμα τῷ οἴκῳ Ἰακώβ

"ସିନ୍ଦୁକପାଇଁ ଏକ ଗୃହ ଯେଉଁଠାରେ ଯାକୁବଙ୍କର ଈଶ୍ବର ବାସ କରିବେ I ଦାଉଦ ଯିରୂଶାଲମରେ ଏକ ସ୍ଥାୟୀ ସ୍ଥାନରେ ସିନ୍ଦୁକ ରଖିବାକୁ ଇଚ୍ଛା କଲେ, ତମ୍ବୁରେ ନୁହେଁ I

Acts 7:47

୪୯ ଓ ୫୦ ପଦରେ, ସ୍ତିଫାନ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I ଏହି ଉଦ୍ଧୃତିରେ, ଈଶ୍ବର ଆପଣା ବିଷୟରେ କହୁଛନ୍ତି I

Acts 7:48

χειροποιήτοις

ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଇବା ନିମନ୍ତେ ହସ୍ତ ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: ଲୋକମାନଙ୍କ ଦ୍ବାରା ନିର୍ମିତ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 7:49

ଭାବବାଦୀ ଈଶ୍ବରଙ୍କ ଉପସ୍ଥିତିର ମହାନତାକୁ ତୁଳନା କରୁଛନ୍ତି ଯେ ପୃଥିବୀରେ ଈଶ୍ବରଙ୍କ ବିଶ୍ରାମ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବା ମନୁଷ୍ୟ ପକ୍ଷରେ କେତେ ଅସମ୍ଭବ, କାରଣ ସମଗ୍ର ପୃଥିବୀ ଈଶ୍ବରଙ୍କ ପାଦପୀଠ ଛଡା କିଛି ନୁହେଁ I

ποῖον οἶκον οἰκοδομήσετέ μοι

ଈଶ୍ବରଙ୍କର ଯତ୍ନ ନେବାକୁ ମନୁଷ୍ୟର ଉଦ୍ୟମସବୁ ଯେ ବୃଥା ମାତ୍ର ତାହା ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆମ୍ଭ ନିମନ୍ତେ ଯଥେଷ୍ଟ ହେବାଭଳି ଏକ ଗୃହ ନିର୍ମାଣ କରିପାରିବ ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

τίς τόπος τῆς καταπαύσεώς μου

ଈଶ୍ବର ଏହା ଦେଖାଇବାକୁ ଏହି ପ୍ରଶ୍ନ କରୁଛନ୍ତି ଯେ ମନୁଷ୍ୟ ଈଶ୍ବରଙ୍କ ନିମନ୍ତେ କୌଣସି ବିଶ୍ରାମସ୍ଥାନ ଯୋଗାଇ ପାରିବ ନାହିଁ I ବିକଳ୍ପ ଅନୁବାଦ: “ଆମ୍ଭ ନିମନ୍ତେ ଯଥେଷ୍ଟ ହେବା ଭଳି କୌଣସି ବିଶ୍ରାମସ୍ଥାନ ନାହିଁ !” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 7:50

οὐχὶ ἡ χείρ μου ἐποίησεν ταῦτα πάντα

ଈଶ୍ବର ଏହା ଦେଖାଇବାକୁ ଏହି ପ୍ରଶ୍ନ କରୁଛନ୍ତି ଯେ ମନୁଷ୍ୟ କୌଣସି ବିଷୟ ସୃଷ୍ଟି କରିନାହିଁ I ବିକଳ୍ପ ଅନୁବାଦ: “ଆମ୍ଭର ହସ୍ତ ଏହି ସବୁ ନିର୍ମାଣ କରିଅଛି!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 7:51

ଏକ ତୀବ୍ର ଅନୁଯୋଗ ସହ, ସ୍ତିଫାନ ମହାଯାଜକ ଓ ମହାସଭା ପ୍ରତି ପ୍ରେରିତ ୭:୨ରେ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଶେଷ କରୁଛନ୍ତି I

ସ୍ତିଫାନ ପ୍ରଥମେ ଯିହୂଦୀ ନେତାମାନଙ୍କ ସହ ଆପଣାକୁ ଶାମିଲ୍ କରିବା ପରେ ତହିଁରୁ ନିଜକୁ ପୃଥକ୍ କରିନେଇ ସେମାନଙ୍କୁ ଅନୁଯୋଗ କରୁଛନ୍ତି I

σκληροτράχηλοι

ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ଗ୍ରୀବା ଶକ୍ତ ଥିଲା ମାତ୍ର ସେମାନେ ବରଂ “କଠୋର” ଥିଲେ I” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἀπερίτμητοι καρδίαις καὶ τοῖς ὠσίν

ଯିହୂଦୀମାନେ ଅସୁନ୍ନତ ଲୋକମାନଙ୍କୁ ଈଶ୍ବରଙ୍କ ଅବାଧ୍ୟ ବୋଲି ବିବେଚନା କରୁଥିଲେ I ସ୍ତିଫାନ “ହୃଦୟ ଓ କର୍ଣ୍ଣ” ଶବ୍ଦଗୁଡ଼ିକୁ ଯିହୂଦୀ ନେତାମାନଙ୍କ ନିମନ୍ତେ ବ୍ୟବହାର କରିଥିଲେ, ଯେଉଁମାନେ ବିଜାତିମାନଙ୍କ ସଦୃଶ କର୍ମ କରି ଈଶ୍ବରଙ୍କର ଆଜ୍ଞା ମାନିଲେ ନାହିଁ କି ଶୁଣିଲେ ନାହିଁ I ବିକଳ୍ପ ଅନୁବାଦ: ତୁମ୍ଭେମାନେ ମାନିବାକୁ ଓ ଶୁଣିବାକୁ ପ୍ରତିରୋଧ କରୁଅଛ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 7:52

τίνα τῶν προφητῶν οὐκ ἐδίωξαν οἱ πατέρες ὑμῶν

ସ୍ତିଫାନ ଏହା ଦେଖାଇବାକୁ ସେମାନଙ୍କୁ ଏହି ପ୍ରଶ୍ନ କରୁଛନ୍ତି ଯେ ସେମାନେ ଆପଣାମାନଙ୍କ ପିତୃପୁରୁଷମାନଙ୍କର ଭ୍ରାନ୍ତିରୁ କିଛି ଶିଖିଲେ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପିତୃପୁରୁଷମାନେ ସମସ୍ତ ଭାବବାଦୀମାନଙ୍କୁ ତାଡନା କଲେ !” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Δικαίου

ଏହା ଖ୍ରୀଷ୍ଟ ଅର୍ଥାତ୍ ମଶୀହଙ୍କୁ ବୁଝାଏ I

ତୁମ୍ଭେମାନେ ମଧ୍ୟ ତାହାଙ୍କୁ ସମର୍ପଣ କରି ବଧ କଲ"

φονεῖς

ଧାର୍ମିକ ବ୍ୟକ୍ତିଙ୍କର ହତ୍ୟାକାରୀଗଣ କିମ୍ବା “ଖ୍ରୀଷ୍ଟଙ୍କର ହତ୍ୟାକାରୀଗଣ”

Acts 7:53

ଯେଉଁ ବ୍ୟବସ୍ଥା ଈଶ୍ବର ଦୂତମାନଙ୍କ ଦେଇ ଆମ୍ଭମାନଙ୍କର ପିତୃପୁରୁଷଗଣଙ୍କୁ ଦେଇଥିଲେ

Acts 7:54

ମହାସଭା ସ୍ତିଫାନଙ୍କର କଥାକୁ ପ୍ରତିକ୍ରିୟା ପ୍ରକାଶ କରୁଛି

ଏହା ଘଟଣାର ମୋଡ଼; ଉପଦେଶର ସମାପ୍ତି ହେଉଛି ଓ ମହାସଭାର ସଭ୍ୟମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି I

“ମର୍ମାହତ ହେବା” ଏକ ରୂଢି ଯାହାର ଅର୍ଥ ଜଣେ ବ୍ୟକ୍ତିକୁ ଅତ୍ୟଧିକ କ୍ରୋଧାନ୍ବିତ କରିବା I ବିକଳ୍ପ ଅନୁବାଦ: ଅତ୍ୟଧିକ କ୍ରୋଧାନ୍ବିତ ହେଲେ” କିମ୍ବା “ଅତି କ୍ରୋଧାନ୍ବିତ ହେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἔβρυχον τοὺς ὀδόντας ἐπ’ αὐτόν

ଏହି କାର୍ଯ୍ୟ ସ୍ତିଫାନଙ୍କ ପ୍ରତି ସେମାନଙ୍କର ଅତ୍ୟଧିକ କ୍ରୋଧ କିମ୍ବା ଘୃଣାକୁ ପ୍ରକାଶ କରିଥିଲା I ବିକଳ୍ପ ଅନୁବାଦ: “ସେମାନେ ଏତେ କ୍ରୋଧାନ୍ବିତ ହେଲେ ଯେ ସେମାନେ ଏକତ୍ର ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ” କିମ୍ବା “ସ୍ତିଫାନଙ୍କୁ ଦେଖୁଥାଇ ସେମାନେ ତାଙ୍କର ଦାନ୍ତକୁ ଆଗକୁ ପଛକୁ ବୁଲାଇଲେ” (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 7:55

ἀτενίσας εἰς τὸν οὐρανὸν

"ସ୍ବର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ I ଜଣାଯାଉଛି ଯେ କେବଳ ସ୍ତିଫାନ ହିଁ ଏହି ଦର୍ଶନ ଦେଖିଲେ ଓ ଲୋକଗହଳିରେ ଥିବା ଅନ୍ୟ କେହି ଦେଖି ନ ଥିଲେ I

εἶδεν δόξαν Θεοῦ

ଲୋକେ ସାଧାରଣତଃ ଈଶ୍ବରଙ୍କ ମହିମାକୁ ଏକ ଉଜ୍ବଳ ଆଲୋକ ଭାବରେ ଅନୁଭବ କରିଥାନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରୁ ଏକ ଉଜ୍ଜ୍ବଳ ଆଲୋକ ଦେଖିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

καὶ Ἰησοῦν ἑστῶτα ἐκ δεξιῶν τοῦ Θεοῦ

“ଈଶ୍ବରଙ୍କ ଦକ୍ଷିଣ ହସ୍ତ” ପାଖରେ ଠିଆ ହେବାର ଅର୍ଥ ସାଙ୍କେତିକ ଭାବେ ମହା ସମ୍ମାନ ଓ ଅଧିକାର ଲାଭ କରିବା I ବିକଳ୍ପ ଅନୁବାଦ: “ଆଉ ସେ ଯୀଶୁଙ୍କୁ ଈଶ୍ବରଙ୍କ ପାଖରେ ସମ୍ମାନ ଓ ଅଧିକାରର ସ୍ଥାନରେ ଠିଆ ହୋଇଥିବାର ଦେଖିଲେ” (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 7:56

Υἱὸν τοῦ Ἀνθρώπου

ସ୍ତିଫାନ ଯୀଶୁଙ୍କୁ “ମନୁଷ୍ୟ ପୁତ୍ର” ଉପାଧି ଦେଇ ଦର୍ଶାଉଛନ୍ତି I"

Acts 7:57

συνέσχον τὰ ὦτα αὐτῶν

"ସେମାନେ ଆପଣା ଆପଣା କର୍ଣ୍ଣରେ ହସ୍ତ ଦେଲେ I ସ୍ତିଫାନ ଯାହା କହୁଥିଲେ ତାହା ଆଉ ନ ଶୁଣିବାକୁ ଇଚ୍ଛା କରିବାର ମନୋଭାବ ଦେଖାଇବାକୁ ସେମାନେ ଏହା କରିଥିଲେ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 7:58

ସେମାନେ ସ୍ତିଫାନଙ୍କୁ ଧରିଲେ ଓ ବଳରେ ତାହାଙ୍କୁ ନଗରର ବାହାରକୁ ନେଇଗଲେ"

τὰ ἱμάτια

ଏଗୁଡିକ ଅଙ୍ଗରଖା ବା ବସ୍ତ୍ର, ଏକ ଜ୍ୟାକେଟ୍ କିଅବା କୋଟ୍ ଭଳି, ଯାହା ବାହାରେ ଦେହକୁ ଗରମ ରଖିବାପାଇଁ ସେମାନେ ପିନ୍ଧୁଥିଲେ I

παρὰ τοὺς πόδας

"ପାଦ ପାଖରେ I ସେମାନେ ସେଠାରେ ରଖୁଥିଲେ ଯେପରି ଶାଉଲ ସେଗୁଡିକ ଜଗିରହିବେ I

νεανίου

ସେହି ସମୟରେ ଶାଉଲଙ୍କୁ ପ୍ରାୟ ୩୦ ବର୍ଷ ବୟସ ହୋଇଥିଲା

Acts 7:59

ଏଇଠି ସ୍ତିଫାନଙ୍କର ଘଟଣା ଶେଷ ହେଉଛି I

δέξαι τὸ πνεῦμά μου

ମୋହର ଆତ୍ମାକୁ ଗ୍ରହଣ କର I ଏଠାରେ “ଦୟାକରି” ଶବ୍ଦ ବ୍ୟବହାର କରିବା ସହାୟକ ହେବ, କାରଣ ଏହା ଅନୁରୋଧ ସୂଚକ ଅଟେ I ବିକଳ୍ପ ଅନୁବାଦ: “ ଦୟାକରି ମୋହର ଆତ୍ମାକୁ ଗ୍ରହଣ କର”"

Acts 7:60

ଏହା ଈଶ୍ବରଙ୍କ ପ୍ରତି ସମର୍ପିତ ହେବାର ଏକ କାର୍ଯ୍ୟ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

μὴ στήσῃς αὐτοῖς ταύτην τὴν ἁμαρτίαν

ଏହା ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ପାପ ପାଇଁ ଏମାନଙ୍କୁ କ୍ଷମା କର” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ἐκοιμήθη

ଏଠାରେ ମହା ନିଦ୍ରା ଯିବା ହେଉଛି ମୃତ୍ୟୁଭୋଗ କରିବାର ଏକ ଶିଷ୍ଟୋକ୍ତି I ବିକଳ୍ପ ଅନୁବାଦ: “ମୃତ୍ୟୁଭୋଗ କଲେ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

Acts 8

"# ପ୍ରେରିତ ୦୮ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୮:୩୨-୩୩ ରେ ଯେଉଁ କବିତା ଅଛି ଯାହା ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି ସେହି କବିତା କ୍ଷେତ୍ରରେ ULT ଏହା କରିଛି I

୧ ପଦର ପ୍ରଥମ ବାକ୍ୟ ୭ ଅଧ୍ୟାୟର ଘଟଣାଗୁଡିକର ବର୍ଣ୍ଣନାକୁ ଶେଷ କରୁଛି I ଲୂକ “ସେହି ଦିନ"" ସହିତ ତାଙ୍କ ଇତିହାସର ଏକ ନୂଆ ଅଂଶ ଆରମ୍ଭ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

ପବିତ୍ର ଆତ୍ମା ପ୍ରାପ୍ତ ହେବା

ଏହି ଅଧ୍ୟାୟରେ ପ୍ରଥମ ଥର ଲୂକ ଲୋକମାନେ ପବିତ୍ର ଆତ୍ମା ପ୍ରାପ୍ତ ହେବା ବିଷୟରେ କହୁଛନ୍ତି (ପ୍ରେରିତ ୮:୧୫-୧୯)I ପବିତ୍ର ଆତ୍ମା ବିଶ୍ବାସୀମାନଙ୍କୁ ଅନ୍ୟ ଭାଷାରେ କହିବାକୁ, ରୋଗୀମାନଙ୍କୁ ସୁସ୍ଥ କରିବାକୁ ଓ ଏକ ସମ୍ପ୍ରଦାୟଭାବରେ ଜୀବନ ଯାପନ କରିବାକୁ ଆଗରୁ ହିଁ ସକ୍ଷମ କରିସାରିଥିଲେ ଓ ସେ ସ୍ତିଫାନଙ୍କୁ ପରିପୂର୍ଣ୍ଣ କରିଥିଲେ I କିନ୍ତୁ ଯେତେବେଳେ ଯିହୂଦୀମାନେ ବିଶ୍ବାସୀମାନଙ୍କୁ କାରାଗାରରେ ରଖିବାକୁ ଆରମ୍ଭ କଲେ, ଯେଉଁ ବିଶ୍ବାସୀମାନେ ପାରିଲେ ସେମାନେ ଯିରୂଶାଲମ ଛାଡ଼ି ପଳାଇଗଲେ ଓ ଯାଉଥିବାବେଳେ ସେମାନେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ I ଯେତେବେଳେ ଯୀଶୁଙ୍କ ବିଷୟରେ ଶୁଣିଥିବା ଲୋକମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ, ମଣ୍ଡଳୀର ନେତାମାନେ ଜାଣିଲେ ଯେ ସେମାନେ ପ୍ରକୃତରେ ବିଶ୍ବାସୀ ହୋଇଛନ୍ତି I

ଘୋଷଣା କଲେ

ପ୍ରେରିତ ପୁସ୍ତକର ଅନ୍ୟସବୁ ଅଧ୍ୟାୟଠାରୁ ଏହି ଅଧ୍ୟାୟ ବିଶ୍ବାସୀମାନେ ଈଶ୍ବରଙ୍କ ବାକ୍ୟ ଘୋଷଣା କରିବା, ସୁସାମାଚାର ଘୋଷଣା କରିବା, ଓ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ବୋଲି ଘୋଷଣା କରିବା ବିଷୟ ଅଧିକ ଭାବରେ କହିଥାଏ I “ଘୋଷଣା କରିବା” ଏକ ଗ୍ରୀକ୍ ଶବ୍ଦରୁ ଅନୁବାଦ କରାଯାଇଛି ଯାହାର ଅର୍ଥ କୌଣସି ବିଷୟରେ ସୁସମ୍ବାଦ କହିବା I "

Acts 8:1

UST କରୁଥିବା ଭଳି ଏକ ପଦ ସମ୍ବନ୍ଧ ବ୍ୟବହାର କରି ସ୍ତିଫାନଙ୍କ ବିଷୟରେ ଥିବା ଘଟଣାର ଏହି ଅଂଶଗୁଡ଼ିକୁ ଘୁଞ୍ଚାଇ ନେଲେ ତୁମ ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହୋଇପାରେ I

ଏହି ପଦ ଗୁଡିକରେ ଘଟଣାଟି ସ୍ତିଫାନଙ୍କ ଠାରୁ ଶାଉଲଙ୍କ ଆଡ଼କୁ ସ୍ଥାନାନ୍ତରିତ ହେଉଛି I

୧ ପଦର ଏହି ଅଂଶ ସ୍ତିଫାନଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ତାଡନା ବିଷୟରେ ପ୍ରୁଷ୍ଠଭୂମି ସୂଚନା ଦିଏ I ୩ ପଦରେ ଶାଉଲ ବିଶ୍ବାସୀମାନଙ୍କୁ କାହିଁକି ତାଡନା କରୁଥିଲେ ଏହା ବ୍ୟାଖ୍ୟା କରୁଛି I (ଦେଖ: ପୃଷ୍ଠଭୂମି ସୂଚନା)

ἐκείνῃ τῇ ἡμέρᾳ

ଏହା ସ୍ତିଫାନଙ୍କ ମୃତ୍ୟୁଭୋଗ କରିଥିବା ଦିନଟିକୁ ବୁଝାଏ (ପ୍ରେରିତ ୭:୫୯-୬୦)I

πάντες ... διεσπάρησαν

“ସମସ୍ତେ” ଶବ୍ଦଟି ତାଡ଼ନା ସକାଶୁ ଯିରୂଶାଲମ ଛାଡ଼ି ଚାଲିଯାଇଥିବା ବହୁସଂଖ୍ୟକ ବିଶ୍ବାସୀମାନଙ୍କୁ ଏହା ସାଧାରଣତଃ ବୁଝାଏ I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

πλὴν τῶν ἀποστόλων

ଏହି ଉକ୍ତି ସୂଚିତ କରେ ଯେ ଯଦିଓ ପ୍ରେରିତମାନେ ମଧ୍ୟ ଏହି ମହା ତାଡ଼ନାର ସମ୍ମୁଖୀନ ହୋଇଥିଲେ ତଥାପି ସେମାନେ ଯିରୂଶାଲମରେ ରହିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 8:2

ଈଶ୍ବର ଭୟକାରୀ ଲୋକମାନେ କିଅବା “ଯେଉଁ ଲୋକମାନେ ଈଶ୍ବରଙ୍କୁ ଭୟ କରୁଥିଲେ

ἐποίησαν κοπετὸν μέγαν ἐπ’ αὐτῷ

ତାହାଙ୍କ ମୃତ୍ୟୁରେ ବହୁତ ଶୋକ କଲେ

Acts 8:3

ଶାଉଲ ବଳରେ ଯିହୂଦୀ ବିଶ୍ବାସୀମାନଙ୍କୁ ଘରୁ ଘରୁ ଟାଣି ଆଣି କାରାଗାରରେ ରଖୁଥିଲେ I

κατὰ τοὺς οἴκους

ଘରେ ଘରେ ପଶି

ବଳରେ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିନେଲେ

ἄνδρας καὶ γυναῖκας

ଏହା ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବୁଝାଏ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 8:4

ଏହା ଫିଲିପ୍ପଙ୍କର ଘଟଣା ଆରମ୍ଭ କରୁଛି ଯାହାଙ୍କୁ ଲୋକମାନେ ଜଣେ ସେବକ ଭାବରେ ମନୋନୀତ କରିଥିଲେ (ପ୍ରେରିତ ୬:୫) I

διασπαρέντες

ତାଡ଼ନା, ଯାହା ଛିନ୍ନ ଭିନ୍ନ ହେବାର କାରଣ, ସେ ବିଷୟରେ ଆଗରୁ କୁହାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମହାତାଡ଼ନାରୁ ପଳାୟନ କରି ଚାଲିଯାଇଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

εὐαγγελιζόμενοι τὸν λόγον

ଏହା “ବାର୍ତ୍ତା” ର ଏକ ପ୍ରତିଶବ୍ଦ I ତୁମକୁ ଏହା ସ୍ପଷ୍ଟ କରିବାକୁ ପଡିପାରେ ଯେ ବାର୍ତ୍ତାଟି ହେଉଛି ଯୀଶୁଙ୍କ ବିଷୟରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ବାର୍ତ୍ତା” (ଦେଖ: ଲାକ୍ଷଣିକ ଶବ୍ଦଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 8:5

κατελθὼν εἰς τὴν πόλιν τῆς Σαμαρείας

ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଅଛି କାରଣ ଉଚ୍ଚତା ଦୃଷ୍ଟିରୁ ଶମିରୋଣ ଯିରୂଶାଲମଠାରୁ ନିମ୍ନ ଭାଗରେ ଥିଲା I

τὴν πόλιν τῆς Σαμαρείας

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୂକ ଅଶା କରୁଥିଲେ ଯେ ସେ କେଉଁ ନଗର ବିଷୟରେ ଲେଖୁଛନ୍ତି ତାହା ତାଙ୍କର ପାଠକମାନେ ଜାଣନ୍ତୁ I ବିକଳ୍ପ ଅନୁବାଦ: “ଶମିରୋଣର ମୁଖ୍ୟ ନଗର” କିମ୍ବା ୨) ଲୂକ ଆଶା କରି ନ ଥିଲେ ଯେ ସେ କେଉଁ ନଗର ବିଷୟରେ ଲେଖୁଛନ୍ତି ତାହା ତାଙ୍କର ପାଠକମାନେ ଜାଣନ୍ତୁ I ବିକଳ୍ପ ଅନୁବାଦ: “ଶମିରୋଣର ଏକ ନଗର”

“ଖ୍ରୀଷ୍ଟ” ଉପାଧିଟି ଯୀଶୁଙ୍କୁ ବୁଝାଏ ଯିଏ କି ମଶୀହ ଅଟନ୍ତି I ବିକଳ୍ପ ଅନୁବାଦ: “ସେମାନଙ୍କୁ କହିଲେ ଯେ ଯୀଶୁ ହିଁ ମଶୀହ ଅଟନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:6

"ଯେତେବେଳେ ଶମିରୋଣ ନଗରରେ ଅନେକ ଲୋକ I ପ୍ରେରିତ ୮:୫ରେ ଏହି ସ୍ଥାନର ଅବସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ଲେଖାଯାଇଛି I

ଫିଲିପ୍ପ ଯେଉଁ ସୁସ୍ଥତାର କାର୍ଯ୍ୟ କରିଥିଲେ ତହିଁ ସକାଶୁ ଲୋକମାନେ ଧ୍ୟାନ ଦେଉଥିଲେ I

Acts 8:7

ସେମାନଙ୍କୁ ଯେଉଁମାନେ ଧରି ରଖିଥିଲେ କିମ୍ବା “ଯେଉଁମାନେ ଅଶୁଚି ଆତ୍ମା ଗୁଡ଼ିକ ଦ୍ବାରା ଆବିଷ୍ଟ ହେଉଥିଲେ”"

Acts 8:8

ἐγένετο δὲ πολλὴ χαρὰ ἐν τῇ πόλει ἐκείνῃ

“ସେହି ନଗର” ବାକ୍ୟାଂଶଟି ଆନନ୍ଦ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେଥିପାଇଁ ନଗରର ଲୋକମାନେ ଆନନ୍ଦ କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:9

ଫିଲିପ୍ପଙ୍କର ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥଲେ, ସେ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: ପୃଷ୍ଠଭୂମି ସୂଚନା)

ଘଟଣାଟି ମଧ୍ୟକୁ ଜଣେ ନୂଆ ଲୋକର ପରିଚୟ କରାଇବାର ଏହା ହେଉଛି ମାଧ୍ୟମ I କୌଣସି ଘଟଣାରେ ଜଣେ ନୂଆ ଲୋକର ପରିଚୟ କରାଇବା ପାଇଁ ତୁମର ଭାଷା ହୁଏତ ଅନ୍ୟ ପ୍ରକାର ବାକ୍ୟ ବ୍ୟବହାର କରିପାରେ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

τῇ πόλει

"ଶମିରୋଣ ନଗରରେ (ପ୍ରେରିତ ୮:୫)

Acts 8:10

ଫିଲିପ୍ପଙ୍କ ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥିଲେ, ସେ ବିଷୟରେ ପୃଷ୍ଠଭୂମି ସୂଚନା ଦେଇ ଚାଲିଛି I (ଦେଖ: ପୃଷ୍ଠଭୂମି ସୂଚନା)

πάντες

“ସମସ୍ତେ” ଶବ୍ଦଟି ସର୍ବ ସାଧାରଣକୁ ବୁଝାଇବାପାଇଁ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: ‘ଶମିରୋଣର ଅନେକେ” କିଅବା “ସେହି ନଗରରେ ଥିବା ଶମିରୋଣୀୟମାନେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ἀπὸ μικροῦ ἕως μεγάλου

ଏହି ଦୁଇଟି ବାକ୍ୟାଂଶ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଯେତେ ମହାନ୍ ହୋଇଥିଲେ ମଧ୍ୟ” (ଦେଖ: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

οὗτός ἐστιν ἡ Δύναμις τοῦ Θεοῦ, ἡ καλουμένη Μεγάλη

ଲୋକମାନେ କହୁଥିଲେ ଯେ ଶିମୋନ ହେଉଛି ସେହି ଐଶ୍ବରିୟ ଶକ୍ତି ଯାହା “ମହା ଶକ୍ତି” ଭାବରେ ପରିଚିତ I"

ἡ Δύναμις τοῦ Θεοῦ, ἡ καλουμένη Μεγάλη

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଈଶ୍ବରଙ୍କର ଶକ୍ତିଶାଳୀ ପ୍ରତିନିଧି ବା ୨) ଈଶ୍ବର କିମ୍ବା ୩) ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅବା ୪) ଜଣେ ଦୂତ I ଯେହେତୁ ପଦଟି ଅସ୍ପଷ୍ଟ, ଏହାକୁ “ଈଶ୍ବରଙ୍କର ମହା ଶକ୍ତି” ବୋଲି ଅନୁବାଦ କରିବା ସବୁଠାରୁ ଭଲ ହୋଇପାରେ I

Acts 8:11

ଫିଲିପ୍ପଙ୍କ ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥଲା, ତାହା ବିଷୟରେ ପୃଷ୍ଠଭୂମି ସୂଚନା ଦେବା ଶେଷ କରୁଛି I (ଦେଖ: ପୃଷ୍ଠଭୂମି ସୂଚନା)

Acts 8:12

ଏହି ପଦଗୁଡ଼ିକ ଶିମୋନ ବିଷୟରେ ଓ ଯୀଶୁଙ୍କଠାରେ ବିଶ୍ବାସ କରିଥିବା କେତେକ ଶମିରୋଣୀୟଙ୍କ ବିଷୟରେ ଅଧିକ ସୂଚନା ଦେଉଛି I

ἐβαπτίζοντο

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଫିଲିପ୍ପ ସେମାନଙ୍କୁ ବାପ୍ତିସ୍ମ ଦେଲେ” କିମ୍ବା “ଫିଲିପ୍ପ ନୂତନ ବିଶ୍ବାସୀମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 8:13

ଏଠାରେ “ନିଜେ” ଶବ୍ଦଟି ଗୁରୁତ୍ବ ଦିଏ ଯେ ଶିମୋନ ବିଶ୍ବାସ କରିଥିଲା I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସ କରିଥିଲେ ସେମାନଙ୍କ ମଧ୍ୟରେ ଶିମୋନ ମଧ୍ୟ ଜଣେ ଥିଲେ” (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

βαπτισθεὶς

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଫିଲିପ୍ପ ଶିମୋନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହା ଏକ ନୂଆ ବାକ୍ୟ ଆରମ୍ଭ କରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ଦେଖିଲା”

Acts 8:14

ଲୂକ ଶମିରୋଣରେ ଘଟୁଥିବା ସମ୍ବାଦ ଲେଖି ଚାଲିଛନ୍ତି I

ἀκούσαντες δὲ οἱ ἐν Ἱεροσολύμοις ἀπόστολοι

ଏହିଠାରୁ ଶମିରୋଣୀୟମାନେ ବିଶ୍ବାସୀ ହୋଇଥିବା ଘଟଣାର ଏକ ନୂଆ ଅଂଶ ଆରମ୍ଭ ହେଉଛି I (ଦେଖ: ଏକ ନୂତନ ଘଟଣାର ପରିଚୟ)

ἡ Σαμάρεια

ଏହା ସମୁଦାୟ ଶମିରୋଣ ନଗରରେ ଯେଉଁମାନେ ବିଶ୍ବାସ କରିଥିଲେ ସେହି ଅନେକ ଲୋକଙ୍କୁ ବୁଝାଏ I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

δέδεκται

ବିଶ୍ବାସ କରିଥିଲେ କିମ୍ବା “ଗ୍ରହଣ କରିଥିଲେ”

Acts 8:15

οἵτινες καταβάντες

ଯେତେବେଳେ ପିତର ଓ ଯୋହନ ଆସିଥିଲେ

καταβάντες

ଏଠାରେ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ଶମିରୋଣ ଯିରୂଶାଲମଠାରୁ ଉଚ୍ଚତାରେ ନିମ୍ନରେ ଥିଲା I

καταβάντες, προσηύξαντο περὶ αὐτῶν

ପିତର ଓ ଯୋହନ ଶମିରୋଣର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କଲେ

ὅπως λάβωσιν Πνεῦμα Ἅγιον

ଯେପରି ଶମିରୋଣୀୟ ବିଶ୍ବାସୀମାନେ ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି

Acts 8:16

μόνον ... βεβαπτισμένοι ὑπῆρχον

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଫିଲିପ୍ପ ଶମିରୋଣୀୟ ବିଶ୍ବାସୀମାନଙ୍କୁ କେବଳ ବାପ୍ତିସ୍ମ ଦେଇଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μόνον ... βεβαπτισμένοι ὑπῆρχον εἰς τὸ ὄνομα τοῦ Κυρίου Ἰησοῦ

ଏଠାରେ “ନାମ” ଅଧିକାରକୁ ବୁଝାଏ ଓ ତାହାଙ୍କ ନାମରେ ବାପ୍ତିଜିତ ହେବାର ଅର୍ଥ ତାହାଙ୍କର ଅଧିକାରର ଅଧିନସ୍ଥ ହେବାପାଇଁ ବାପ୍ତିଜିତ ହେବା I ବିକଳ୍ପ ଅନୁବାଦ: “ସେମାନେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେବାପାଇଁ କେବଳ ବାପ୍ତିଜିତ ହୋଇଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:17

ἐπετίθεσαν τὰς χεῖρας ἐπ’ αὐτούς

“ସେମାନଙ୍କ” ଶବ୍ଦଟି ଫିଲିପ୍ପଙ୍କ ସୁସାମାଚାରର ବାର୍ତ୍ତାକୁ ବିଶ୍ବାସ କରିଥିବା ଶମିରୋଣୀୟମାନଙ୍କୁ ବୁଝାଏ I

ἐπετίθεσαν τὰς χεῖρας ἐπ’ αὐτούς

ଏହି ସାଂକେତିକ କାର୍ଯ୍ୟ ଦେଖାଏ ଯେ ଈଶ୍ବର ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତୁ ବୋଲି ପିତର ଓ ଯୋହନ ଚାହୁଁଥିଲେ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 8:18

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କ ଉପରେ ହସ୍ତାର୍ପଣକରି ପ୍ରେରିତମାନେ ସେମାନଙ୍କୁ ପବିତ୍ର ଆତ୍ମା ଦାନ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 8:19

ἵνα ᾧ ἐὰν ἐπιθῶ τὰς χεῖρας, λαμβάνῃ Πνεῦμα Ἅγιον

ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି ତାହାଙ୍କୁ ପବିତ୍ର ଆତ୍ମା ଦାନ କରିପାରିବି

Acts 8:20

ଏଠାରେ ତାହାଙ୍କୁ, ତୁମ୍ଭର, ତୁମ୍ଭେ ଓ ତୁମ୍ଭର ଶବ୍ଦଗୁଡ଼ିକ ଶିମୋନଙ୍କୁ ବୁଝାଏ I

τὸ ἀργύριόν σου, σὺν σοὶ εἴη εἰς ἀπώλειαν

ତୁମ୍ଭେ ଓ ତୁମ୍ଭର ଟଙ୍କା ବିନଷ୍ଟ ହେଉ

τὴν δωρεὰν τοῦ Θεοῦ

ଏଠାରେ ଏହା କାହାରି ଉପରେ ହସ୍ତାର୍ପଣ କରି ପବିତ୍ର ଆତ୍ମା ଦାନ କରିବାର ସାମର୍ଥ୍ୟକୁ ବୁଝାଏ I

Acts 8:21

οὐκ ἔστιν σοι μερὶς οὐδὲ κλῆρος ἐν τῷ λόγῳ τούτῳ

“ଅଂଶ’ ଓ “ଅଧିକାର” ସମାନ ବିଷୟ ଅଟେ ଏବଂ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ତୁମ୍ଭେ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରି ପାରିବ ନାହିଁ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ἡ γὰρ καρδία σου οὐκ ἔστιν εὐθεῖα

ଏଠାରେ “ହୃଦୟ” ଜଣେ ଲୋକର ଭାବନା ଓ ଉଦ୍ଦେଶ୍ୟକୁ ବୁଝାଇବାପାଇଁ ଏକ ପ୍ରତିଶବ ଅଟେ I ବିକଳ୍ପ ଅନୁବାଦ: “ତୁମର ଭାବନାରେ ତୁମେ ଠିକ୍ ନୁହଁ” କିମ୍ବା “ତୁମ ମନର ଉଦ୍ଦେଶ୍ୟ ଠିକ୍ ନୁହଁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:22

ἡ ἐπίνοια τῆς καρδίας σου

ଏଠାରେ “ହୃଦୟ” ଶବ୍ଦଟି ଜଣେ ଲୋକର ଭାବନାକୁ ବୁଝାଇବାକୁ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମେ ଯାହା କରିବାକୁ ଇଚ୍ଛା କଲ” କିମ୍ବା “ ତୁମେ ଯାହା କରିବାକୁ ଭାବୁଥିଲ” (ଦେଖ: ଲାକ୍ଷଣିକ ଶବ୍ଦ)

τῆς κακίας ... ταύτης

ଏସବୁ ମନ୍ଦ କଳ୍ପନା

εἰ ἄρα ἀφεθήσεταί

ସେ ହୁଏତ କ୍ଷମା କରିବାକୁ ଇଚ୍ଛା କରିପାରନ୍ତି

Acts 8:23

εἰς ... χολὴν πικρίας

ଏଠାରେ “ ତିକ୍ତ ବିଷରେ” ଅତି ଈର୍ଷାପରାୟଣ ହେବାର ଏକ ରୂପକ ଶବ୍ଦ I ଏହା ଈର୍ଷା ବିଷୟରେ କହେ ସତେ ଯେପରି ଏହା ତିକ୍ତ ଲାଗେ ଓ ଈର୍ଷାପରାୟଣ ଲୋକକୁ ବିଷାକ୍ତ କରିଦିଏ I ବିକଳ୍ପ ଅନୁବାଦ: “ଅତି ଈର୍ଷାନ୍ବିତ” (ଦେଖ: ଉପମା/ରୂପକ)

“ପାପର ବନ୍ଧନ” ବାକ୍ୟାଂଶଟି ଏପରି ଅର୍ଥରେ କୁହାଯାଇଛି ସତେ ଯେପରି ପାପ ଶିମୋନଙ୍କୁ ଆୟତ୍ତକରି ଜଣେ ବନ୍ଦୀଭାବରେ ରଖିବ I ଏହା ଏକ ରୂପକ ଶବ୍ଦ ଯାହାର ଅର୍ଥ ହେଉଛି ଯେ ଶିମୋନ ଆପଣାକୁ ପାପ କରିବାରୁ ଅଟକାଇବାକୁ ସକ୍ଷମ ନୁହଁନ୍ତି I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ପାପ କରି ଚାଲିଛ ତେଣୁ ତୁମେ ଜଣେ ବନ୍ଦୀ ସଦୃଶ” (ଦେଖ: ଉପମା/ରୂପକ)

Acts 8:24

ଏଠାରେ “ଆପଣମାନେ” ଶବ୍ଦଟି ପିତର ଓ ଯୋହନଙ୍କୁ ବୁଝାଏ I

ଏହାକୁ ଅନ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ସବୁ କହିଲ ... ମୋ ପ୍ରତି ନ ଘଟୁ”

ଏହା ପିତର ଶିମୋନକୁ ତାହାର ଟଙ୍କା ସହିତ ସେ ବିନଷ୍ଟ ହେଉ ବୋଲି କହିବା ବିଷୟକୁ ବୁଝାଏ I

Acts 8:25

ଏଇଠି ଶିମୋନ ଓ ଶମିରୋଣୀୟମାନଙ୍କ ବିଷୟରେ ଥିବା ଘଟଣାର ଶେଷ ହେଉଛି I

διαμαρτυράμενοι

ପିତର ଓ ଯୋହନ ସେମାନେ ବ୍ୟକ୍ତିଗତଭାବରେ ଯୀଶୁଙ୍କ ବିଷୟରେ ଯାହା ଜାଣିଥିଲେ ତାହା ଶମିରୋଣୀୟମାନଙ୍କୁ କହିଲେ I

λαλήσαντες τὸν λόγον τοῦ Κυρίου

"ଏଠାରେ ବାକ୍ୟ “ବାର୍ତ୍ତା’ ଶବ୍ଦର ପ୍ରତିନାମ ଅଟେ I ପିତର ଓ ଯୋହନ ଶମିରୋଣୀୟମାନଙ୍କୁ ଯୀଶୁଙ୍କ ବିଷୟକ ବାର୍ତ୍ତା ବୁଝାଇଥିଲେ I (ଦେଖ: ଲାକ୍ଷଣିକ ଶବ୍ଦ)

πολλάς ... κώμας τῶν Σαμαρειτῶν

ଏଠାରେ “ଗ୍ରାମ” ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଶମିରୋଣୀୟ ଅନେକ ଗ୍ରାମଗୁଡ଼ିକରେ ରହୁଥିବା ଲୋକମାନଙ୍କୁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 8:26

୨୭ ପଦ କୁଶ୍ ଦେଶର ଜଣେ ଲୋକଙ୍କର ପୃଷ୍ଠଭୂମି ସୂଚନା ଦିଏ I (ଦେଖ: ପୃଷ୍ଠଭୂମି ସୂଚନା)

ଏହିଠାରୁ ଫିଲିପ୍ପ ଓ କୁଶ୍ ଦେଶୀୟ ଲୋକ ବିଷୟକ ଘଟଣାର ଅଂଶ ଆରମ୍ଭ ହୁଏ I

δὲ

ଏହା ଘଟଣାର ପରିବର୍ତ୍ତନକୁ ଚିହ୍ନଟ କରେ I (ଦେଖ: ଏକ ନୂତନ ଘଟଣାର ପରିଚୟ)

ἀνάστηθι καὶ πορεύου

ଏସବୁ କ୍ରିୟାପଦଗୁଡ଼ିକ ଏକତ୍ର ମିଶି ଗୁରୁତ୍ବ ଦିଅନ୍ତି ଯେ ସେ ସମୟସାପେକ୍ଷ ଏକ ଦୀର୍ଘ ଯାତ୍ରା ଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତ ରହିବା ଉଚିତ I ବିକଳ୍ପ ଅନୁବାଦ: “ଯାତ୍ରା କରିବାକୁ ପ୍ରସ୍ତୁତ ହୁଅ”"

τὴν ... καταβαίνουσαν ἀπὸ Ἰερουσαλὴμ εἰς Γάζαν

ଏଠାରେ “ତଳକୁ ଗମନ କଲେ” ବାକ୍ୟାଂଶ ବ୍ୟବହାର କରାଯାଇଛି କାରଣ ଯିରୂଶାଲମ ଗଜ୍ଜାଠାରୁ ଉଚ୍ଚ ସ୍ଥାନରେ ଥିଲା I

αὕτη ἐστὶν ἔρημος

ଅନେକ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଫିଲିପ୍ପ ଯେଉଁ ଅଞ୍ଚଳ ଦେଇ ଯାତ୍ରା କରିବେ, ତାକୁ ବୁଝାଇବାପାଇଁ ଲୂକ ଏହି ଟିପ୍ପଣୀକୁ ଯୋଡୁଛନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

Acts 8:27

“ଦେଖ” ଶବ୍ଦଟି ଘଟଣାରେ ଜଣେ ନୂଆ ଲୋକଙ୍କ ପ୍ରତି ଇଙ୍ଗିତ କରେ I ତୁମ ଭାଷାରେ ହୁଏତ ଏପରି କରିବାର କିଛି ଥାଇପାରେ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

εὐνοῦχος

ଏଠାରେ “ନପୁଂସକ” ଶବ୍ଦଟି କୁଶ୍ ଦେଶୀୟ ଜଣକ ଉଚ୍ଚ ସରକାରୀ କର୍ମଚାରୀ ଥିବାର ଗୁରୁତ୍ବ ଦିଏ, ତାଙ୍କର ଛିନ୍ନ ମୁଷ୍କ ହେବାର ଶାରୀରିକ ଅବସ୍ଥାକୁ ଏତେ ଗୁରୁତ୍ବ ଦିଏ ନାହିଁ I

Κανδάκης

ଏହା କୁଶ୍ ଦେଶୀୟା ରାଣୀଙ୍କର ଏକ ଉପାଧି ଥିଲା I ଏହା ମିଶରର ରାଜାଙ୍କ ପାଇଁ ବ୍ୟବହୃତ ହେଉଥିବା ଫାରୋ ଶବ୍ଦ ସଦୃଶ ଅଟେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ὃς ... ἐληλύθει προσκυνήσων εἰς Ἰερουσαλήμ

ଏହା ସୂଚିତ କରେ ଯେ ସେ ଜଣେ ବିଜାତି ଯେ କି ଈଶ୍ବରଙ୍କଠାରେ ବିଶ୍ବାସ କରି ଯିହୂଦୀମାନଙ୍କ ମନ୍ଦିରରେ ଉପାସନା କରିବାପାଇଁ ଆସିଥିଲେ I ବିକଳ୍ପ ଅନୁବାଦ: “ସେ ଯିରୂଶାଲମ ମନ୍ଦିରରେ ଈଶ୍ବରଙ୍କ ଉପାସନା କରିବାପାଇଁ ଆସିଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 8:28

τοῦ ἅρματος

ଏହି ପ୍ରସଙ୍ଗରେ “ଘୋଡା ଗାଡି” ଅବା “ମାଲ୍ ବୁହା ଗାଡି” ଅଧିକ ପ୍ରଯୁଜ୍ୟ ହେବ I ରଥଗୁଡ଼ିକ ସାଧାରଣତଃ ଯୁଦ୍ଧ ପାଇଁ ବ୍ୟବହାର କରାଯାଉଥିଲା,ଦୂର ଯାତ୍ରା ପାଇଁ ନୁହେଁ I ଆହୁରି ମଧ୍ୟ, ରଥ ଚଳାଇବାପାଇଁ ଲୋକମାନଙ୍କୁ ଠିଆ ହେବାକୁ ପଡୁଥିଲା I

ἀνεγίνωσκεν τὸν προφήτην Ἠσαΐαν

ଏହା ପୁରାତନ ନିୟମର ଯିଶାଇୟ ପୁସ୍ତକ ଅଟେ I ବିକଳ୍ପ ଅନୁବାଦ: “ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:29

κολλήθητι τῷ ἅρματι τούτῳ

ଫିଲିପ୍ପ ବୁଝିପାରିଲେ ଯେ ଏହାର ଅର୍ଥ ହେଉଛି ତାହାଙ୍କୁ ରଥ ଚଳାଉଥିବା ଲୋକର ନିକଟକୁ ଆସିବାକୁ ପଡିବ I ବିକଳ୍ପ ଅନୁବାଦ: “ରଥରେ ଥିବା ଲୋକର ସାଙ୍ଗ ଧର” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:30

ἀναγινώσκοντος Ἠσαΐαν τὸν προφήτην

ଏହା ପୁରାତନ ନିୟମର ଯିଶାଇୟ ପୁସ୍ତକ ଅଟେ I ବିକଳ୍ପ ଅନୁବାଦ: “ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

କୁଶ୍ ଦେଶୀୟ ବ୍ୟକ୍ତି ବିଚକ୍ଷଣ ଥିଲେ ଓ ପଢିପାରୁଥିଲେ, କିନ୍ତୁ ତାଙ୍କର ଆତ୍ମିକ ଅନ୍ତର୍ଦୃଷ୍ଟି ନ ଥିଲା I ବିକଳ୍ପ ଅନୁବାଦ: “ଆପଣ ଯାହା ପଢୁଛନ୍ତି ତହିଁର ଅର୍ଥ ବୁଝି ପାରୁଛନ୍ତି କି?”

Acts 8:31

ପ୍ରଶ୍ନଟି ଗୁରୁତ୍ବ ଦେଇ ପଚରାଯାଉଛି ଯେ ସେ ସାହାଯ୍ୟ ବିନା ବୁଝି ପାରୁ ନ ଥିଲେ I ବିକଳ୍ପ ଅନୁବାଦ: “କେହି ଜଣେ ମୋତେ ବୁଝାଇ ନ ଦେଲେ ମୁଁ ବୁଝି ପାରିବିନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହା ସୂଚିତ କରେ ଯେ ଫିଲିପ୍ପ ତାଙ୍କ ସାଙ୍ଗରେ ଯାତ୍ରା କରି ତାଙ୍କୁ ଶାସ୍ତ୍ର ବୁଝାଇବାକୁ ରାଜି ହେଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 8:32

"ଏହା ଯିଶାଇୟ ପୁସ୍ତକର ଏକ ଅନୁଚ୍ଛେଦ ଅଟେ I ଏଠାରେ “ସେ” ଓ “ତାହାଙ୍କର"" ଶବ୍ଦ ମଶୀହଙ୍କୁ ବୁଝାଏ I"

ὡς ... ἀμνὸς ἐναντίον τοῦ κείραντος αὐτὸν ἄφωνος

ଜଣେ ଲୋମଛେଦକ ହେଉଛି ଏକ ବ୍ୟକ୍ତି ଯେ କି ମେଷମାନଙ୍କର ଲୋମ କାଟିଥାଏ ଯେପରି ତାହା ବ୍ୟବହୃତ ହୋଇପାରିବ I

Acts 8:33

"ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅପମାନିତ ହେଲେ ଓ ସେମାନେ ତାହାଙ୍କର ଯଥାର୍ଥ ଭାବରେ ବିଚାର କଲେ ନାହିଁ"" କିମ୍ବା “ସେ ଆପଣା ଅଭିଯୋଗକାରୀ ମାନଙ୍କ ସମ୍ମୁଖରେ ଆପଣାକୁ ଅବନତ କଲେ ଓ ଅନ୍ୟୟ ସହ୍ୟ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)"

τὴν γενεὰν αὐτοῦ τίς διηγήσεται

ଏହି ପ୍ରଶ୍ନ ଗୁରୁତ୍ବ ଦେବାପାଇଁ ପଚରାଯାଇଛି ଯେ ତାଙ୍କର ସନ୍ତାନ ହେବେ ନାହିଁ I ବିକଳ୍ପ ଅନୁବାଦ: “କେହି ତାହାଙ୍କ ବଂଶ ବିଷୟରେ କହିପାରିବେ ନାହିଁ, କାରଣ ତାହାଙ୍କ ବଂଶରେ କେହି ନ ଥିବେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

αἴρεται ἀπὸ τῆς γῆς ἡ ζωὴ αὐτοῦ

ଏହା ତାହାଙ୍କର ମୃତ୍ୟୁକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତାହାଙ୍କୁ ବଧ କଲେ” କିମ୍ବା “ଲୋକେ ତାହାଙ୍କର ପ୍ରାଣକୁ ପୃଥିବୀରୁ ନେଇଗଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 8:34

δέομαί σου

ଦୟାକରି ମୋତେ କୁହ

Acts 8:35

τῆς Γραφῆς ταύτης

ଏହା ପୁରାତନ ନିୟମର ଯିଶାଇୟଙ୍କର ଲେଖାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିଶାଇୟଙ୍କ ପୁସ୍ତକରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 8:36

ସେମାନେ ରାସ୍ତାରେ ଯାତ୍ରା କରି ଚାଲିଲେ

τί κωλύει με βαπτισθῆναι

ନପୁଂସକ ଜଣକ ବାପ୍ତିଜିତ ହେବା ନିମନ୍ତେ ଫିଲିପ୍ପଙ୍କୁ ଏହି ଅନୁମତି ସୂଚକ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଦୟାକରି ମୋତେ ବାପ୍ତିଜିତ ହେବାକୁ ଦିଅନ୍ତୁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 8:38

ἐκέλευσεν στῆναι τὸ ἅρμα

ରଥର ଚାଳକଙ୍କୁ ରଖିବାପାଇଁ କହିଲେ

Acts 8:39

ଏହା ଫିଲିପ୍ପ ଓ କୂଶ୍ ଦେଶୀୟ ଲୋକଙ୍କ ସମ୍ବନ୍ଧୀୟ ଘଟଣାର ଅଂଶର ସମାପ୍ତି ଅଟେ I କାଇସରୀଆରେ ଫିଲିପ୍ପଙ୍କର ବୃତ୍ତାନ୍ତ ସମାପ୍ତ ହୁଏ I

ନପୁଂସକ ଜଣକ ଆଉ ଫିଲିପ୍ପଙ୍କୁ ଦେଖିଲେ ନାହିଁ

Acts 8:40

Φίλιππος ... εὑρέθη εἰς Ἄζωτον

ଫିଲିପ୍ପ କୂଶୀୟଙ୍କୁ ବାପ୍ତିସ୍ମ ଦେଇଥିବା ସ୍ଥାନ ଓ ଅଷ୍ଦୋଦ୍ ମଧ୍ୟରେ ଆଉ ଯାତ୍ରା କରିବାର କୌଣସି ସୂଚନା ନାହିଁ I ସେ ହଠାତ୍ ଗଜ୍ଜା ରାସ୍ତା ପାଖରୁ ଅନ୍ତର୍ଦ୍ଧାନ ହୋଇଗଲେ ଓ ଅଷ୍ଦୋଦ୍ ରେ ପୁନର୍ବାର ଦେଖାଦେଲେ I

διερχόμενος

ଏହା ଅଷ୍ଦୋଦ୍ ନଗରର ଚାରିପାଖ ଅଞ୍ଚଳକୁ ବୁଝାଏ I

εὐηγγελίζετο τὰς πόλεις πάσας

ସେହି ଅଞ୍ଚଳର ସମସ୍ତ ନଗର ଗୁଡ଼ିକୁ

Acts 9

"# ପ୍ରେରିତ ୦୯ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

""ସେହି ମାର୍ଗ""

କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ କିଏ ବିଶ୍ବାସୀମାନଙ୍କୁ ପ୍ରଥମେ “ମାର୍ଗର ଅନୁଗମନକାରୀ” ବୋଲି କହିଲେ I ଏହା ସମ୍ଭବତଃ ବିଶ୍ବାସୀମାନେ ନିଜେ ଆପଣା ଆପଣା ସମ୍ବନ୍ଧରେ କହିଥିଲେ, କାରଣ ବାଇବଲ ବାରମ୍ବାର ଠିକ୍ ଭାବରେ ଜୀବନ ଯାପନ କରୁଥିବା ଲୋକଙ୍କ ବିଷୟରେ କହିଥାଏ ସତେ ଯେପରି ସେ ଲୋକ ପଥ ଅବା “ମାର୍ଗ”ରେ ଚାଲୁଛି I ଏହା ଯଦି ସତ୍ୟ ଅଟେ, ତେବେ ବିଶ୍ବାସୀମାନେ ଈଶ୍ବରଙ୍କର ସନ୍ତୋଷଜନକ ଜୀବନ ଯାପନ କରି “ପ୍ରଭୁଙ୍କ ପଥର ଅନୁଗମନ” କରୁଥିଲେ I

""ଦମ୍ମେସକସ୍ଥିତ ସମାଜଗୃହଗୁଡ଼ିକ ନିମନ୍ତେ ପତ୍ର”

ପାଉଲ ମାଗିଥିବା “ପତ୍ର”ଗୁଡ଼ିକ ସମ୍ଭବତଃ ଆଇନଗତ ପତ୍ର ଥିଲା ଯାହା ଖ୍ରୀଷ୍ଟିୟାନମାନଙ୍କୁ ନେଇ କାରାଗାରରେ ରଖିବା ନିମନ୍ତେ ତାଙ୍କୁ ଅନୁମତି ଦେଉଥିଲା I ଦମ୍ମେସକରେ ଥିବା ସମାଜଗୃହର ନେତାଗଣ ସେ ପତ୍ର ମାନିଥାନ୍ତେ, କାରଣ ଏହା ମହାଯାଜକଙ୍କ ଦ୍ବାରା ଲିଖିତ ହୋଇଥିଲା I ଯଦି ରୋମୀୟମାନେ ସେହି ପତ୍ର ଦେଖିଥାନ୍ତେ, ସେମାନେ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କୁ ତାଡ଼ନା କରିବାପାଇଁ ଶାଉଲଙ୍କୁ ଅନୁମତି ଦେଇଥାନ୍ତେ, କାରଣ ସେମାନେ ସେମାନଙ୍କ ଧର୍ମର ବ୍ୟବସ୍ଥା ଲଂଘନ କରୁଥିବା ଲୋକମାନଙ୍କ ପ୍ରତି ଯାହା ଇଚ୍ଛା ତାହା କରିବାକୁ ଯିହୂଦୀମାନଙ୍କୁ ଅନୁମତି ଦେଇଥିଲେ I

ଏହି ଅଧ୍ୟାୟରେ ଥିବା ଅନୁବାଦ ଜନିତ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ

ଯୀଶୁଙ୍କୁ ଦର୍ଶନ କରିବା ସମୟରେ ଶାଉଲ କ’ଣ ଦେଖିଲେ

ଏହା ସ୍ପଷ୍ଟ ଯେ ଶାଉଲ ଏକ ଆଲୋକ ଦେଖିଲେ ଓ ସେହି ଆଲୋକ ସକାଶୁ ସେ “ଭୂମିରେ ପଡିଗଲେ I” କେତେକ ଲୋକ ଭାବିଥାନ୍ତି ଯେ ଶାଉଲ ଜାଣିଥିଲେ ଯେ ଜଣେ ମନୁଷ୍ୟର ଆକୃତି ନ ଥାଇ କଥା କହୁଥିବା ବ୍ୟକ୍ତି ପ୍ରଭୁ ହିଁ ଅଟନ୍ତି, କାରଣ ଈଶ୍ବର ଆଲୋକ ଓ ଆଲୋକ ମଧ୍ୟରେ ବାସ କରନ୍ତି ବୋଲି ବାଇବଲ ଅନେକ ଥର କହିଥାଏ I ଅନ୍ୟ କେତେକ ଭାବନ୍ତି ଯେ ଜୀବନର ପରବର୍ତ୍ତୀ ସମୟରେ ସେ “ମୁଁ ପ୍ରଭୁ ଯୀଶୁଙ୍କୁ ଦେଖିଅଛି” ବୋଲି କହିବାକୁ ସକ୍ଷମ ହୋଇଥିଲେ, କାରଣ ସେଠାରେ ସେ ଏକ ମନୁଷ୍ୟର ଆକୃତି ଦେଖିଥିଲେ I "

Acts 9:1

ଏହି ପଦଗୁଡ଼ିକ ସ୍ତିଫାନଙ୍କ ପ୍ରସ୍ତାରାଘାତ ପରଠାରୁ ଶାଉଲ କ’ଣ କରୁଥିଲେ ତା’ର ପୃଷ୍ଠଭୂମି ସୂଚନା ଦେଇଥାଏ I ଏଠାରେ “ତାହାଙ୍କଠାରୁ” ମହାଯାଜକଙ୍କୁ ଓ “ସେ” ଶାଉଲଙ୍କୁ ବୁଝାଏ I (ଦେଖ: ପୃଷ୍ଠଭୂମି ସୂଚନା)

ଘଟଣାଟି ଶାଉଲ ଓ ତାଙ୍କ ପରିତ୍ରାଣର ସମୟକୁ ଫେରାଇନିଏ I

ବିଶେଷ୍ୟ ଶବ୍ଦ “ପ୍ରାଣନାଶ”କୁ ଏକ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏ ପର୍ଯ୍ୟନ୍ତ ସୁଦ୍ଧା ଧମକ, ଏପରି କି ଶିଷ୍ୟମାନଙ୍କୁ ବଧ କରିବାର କଥା କହୁଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 9:2

ଏହା ସମାଜଗୃହରେ ଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମାଜଗୃହରେ ଥିବା ଲୋକମାନଙ୍କ ନିମନ୍ତେ” ବା “ସମାଜଗୃହର ନେତାମାନଙ୍କ ନିମନ୍ତେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐάν τινας εὕρῃ

ଯେତେବେଳେ ସେ ଯାହାକୁ ବି ପାଇଲେ କିମ୍ବା “ଯଦି ସେ କାହାକୁ ପାଇଲେ”

τῆς ὁδοῦ, ὄντας

ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷାର ଅନୁଗମନ କରୁଥିଲେ

τῆς ὁδοῦ

ସେହି ସମୟରେ ଏହି ପଦ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉପାଧି ଭାବରେ ବ୍ୟବହୃତ ହେଉଥିଲା I

δεδεμένους ἀγάγῃ εἰς Ἰερουσαλήμ

"ଯେପରି ସେ ସେମାନଙ୍କୁ ବନ୍ଦୀ ଭାବରେ ଯିରୂଶାଲମକୁ ନେଇପାରିବେ I “ଯେପରି ଯିହୂଦୀ ନେତାମାନେ ବିଚାରକରି ସେମାନଙ୍କୁ ଦଣ୍ଡ ଦେଇପାରିବେ” ବାକ୍ୟକୁ ଯୋଡ଼ି ପାଉଲଙ୍କର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିହେବ (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 9:3

ମହାଯାଜକ ଶାଉଲଙ୍କୁ ପତ୍ର ଦେଲା ପରେ, ଶାଉଲ ଦମ୍ମେସକକୁ ଯାତ୍ରା କଲେ I

ଶାଉଲ ଯିରୂଶାଲମ ଛାଡ଼ି ବର୍ତ୍ତମାନ ଦମ୍ମେସକକୁ ଯାତ୍ରା କରୁଛନ୍ତି I

ἐγένετο

ଏହା ଏକ ଅଭିବ୍ୟକ୍ତି ଯାହା ଘଟଣାରେ କିଛି ଭିନ୍ନ ବିଷୟ ଘଟିବାକୁ ଯାଉଛି ବୋଲି ଦର୍ଶାଇବାକୁ ଏକ ପରିବର୍ତ୍ତନ ଚିହ୍ନ ଅଟେ I (ଦେଖ: ଏକ ନୂତନ ଘଟଣାର ପରିଚୟ)

τε αὐτὸν περιήστραψεν φῶς ἐκ τοῦ οὐρανοῦ

ଆକାଶରୁ ଏକ ଆଲୋକ ତାହାଙ୍କର ଚାରିଆଡ଼େ ଚମକିଉଠିଲା"

ἐκ τοῦ οὐρανοῦ

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସ୍ବର୍ଗ, ଯେଉଁଠାରେ ଈଶ୍ବର ବାସ କରନ୍ତି କିମ୍ବା ୨) ଆକାଶ I ପ୍ରଥମ ଅର୍ଥ ଅଧିକ ଗ୍ରହଣୀୟ I ଯଦି ତୁମ ଭାଷାରେ ଅନ୍ୟ ଏକ ଶବ୍ଦ ଅଛି ତେବେ ସେହି ଅର୍ଥ ବ୍ୟବହାର କର I

Acts 9:4

πεσὼν ἐπὶ τὴν γῆν

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଶାଉଲ ଆପଣାକୁ ଭୂମିରେ ପକାଇଦେଲେ” କିମ୍ବା ୨) “ଆଲୋକ ସକାଶୁ ସେ ଭୂମିରେ ପଡ଼ିଗଲେ” କିଅବା ୩) “ଜଣେ ମୂର୍ଚ୍ଛିତ ଲୋକ ଯେପରି ପଡ଼ିଯାଏ, ସେପରି ଶାଉଲ ଭୂମିରେ ପଡ଼ିଗଲେ I” ଶାଉଲ ଦୁର୍ଘଟନା ବଶତଃ ପଡ଼ିଯାଇ ନ ଥିଲେ I

τί με διώκεις

ଏହି ପ୍ରଭାବକାରୀ ପ୍ରଶ୍ନଟି ଶାଉଲଙ୍କ ପ୍ରତି ଏକ ଅନୁଯୋଗ ଥିଲା I କେତେକ ଭାଷାରେ ଗୋଟିଏ ଉକ୍ତି ହୁଏତ ଅଧିକ ସ୍ବାଭାବିକ ହୋଇପାରେ (AT): “ତୁମ୍ଭେ ଆମ୍ଭକୁ ତାଡ଼ନା କରୁଅଛ !” କିମ୍ବା ଏକ ଆଦେଶ (AT): “ଆମ୍ଭକୁ ତାଡ଼ନା କରିବା ବନ୍ଦ କର!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 9:5

ଏଠାରେ ପ୍ରତ୍ୟେକ “ତୁମ୍ଭେ” ଶବ୍ଦ ଏକବଚନ ଅଟେ I

τίς εἶ, κύριε

ଶାଉଲ ସ୍ଵୀକାର କରି ନ ଥିଲେ ଯେ ଯୀଶୁ ପ୍ରଭୁ ଅଟନ୍ତି I ସେ ଏଥିନିମନ୍ତେ ସେହି ଉପାଧି ବ୍ୟବହାର କରିଥିଲେ କାରଣ ସେ ବୁଝିଥିଲେ ଯେ ସେ କୌଣସି ଏକ ଅଲୌକିକ ଶକ୍ତି ସହିତ କଥା କହୁଛନ୍ତି I

Acts 9:6

ଉଠ ଓ ଦମ୍ମେସକ ନଗରରେ ପ୍ରବେଶ କର

λαληθήσεταί σοι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ତୁମ୍ଭକୁ କହିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 9:7

ἀκούοντες μὲν τῆς φωνῆς, μηδένα δὲ θεωροῦντες

ସେମାନେ ଶବ୍ଦ ଶୁଣିଲେ, କିନ୍ତୁ କାହାରିକି ଦେଖିଲେ ନାହିଁ

μηδένα δὲ θεωροῦντες

"କିନ୍ତୁ କାହାକୁ ଦେଖିଲେ ନାହିଁ I ମନେହୁଏ ଯେ କେବଳ ଶାଉଲ ହିଁ ଆଲୋକର ଅନୁଭବ କଲେ I

Acts 9:8

ἀνεῳγμένων ... τῶν ὀφθαλμῶν αὐτοῦ

ଏହା ସୂଚିତ କରେ ଯେ ସେ ଆପଣାର ଚକ୍ଷୁ ବନ୍ଦ କରିଥିଲେ କାରଣ ଆଲୋକ ଅତି ଉଜ୍ବଳ ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οὐδὲν ἔβλεπεν

ସେ କିଛି ଦେଖିପାରିଲେ ନାହିଁ I ଶାଉଲ ଅନ୍ଧ ହୋଇଗଲେ I

Acts 9:9

ἦν ... μὴ βλέπων

ଅନ୍ଧ ହୋଇଗଲେ କିମ୍ବା “କିଛି ଦେଖି ପାରିଲେ ନାହିଁ”"

οὐκ ἔφαγεν οὐδὲ ἔπιεν

ଏହା କୁହାଯାଇନାହିଁ ଯେ ଉପାସନାର ଏକ ରୀତି ଭାବରେ କିଛି ଖିଅପିଆ ନ କରିବାକୁ ସେ ପସନ୍ଦ କଲେ, ବା ପରିସ୍ଥିତି ଦ୍ବାରା ପ୍ରପୀଡ଼ିତ ହେବାରୁ ତାଙ୍କୁ ଭୋକ ଲାଗି ନ ଥିଲା I ଏହାର କାରଣ ନିର୍ଦ୍ଦିଷ୍ଟ ଭାବରେ ନ କହିବା ଅଧିକ ଗ୍ରହଣୀୟ ଅଟେ I

Acts 9:10

ଶାଉଲଙ୍କର ଘଟଣା ଜାରି ରହିଛି କିନ୍ତୁ ଲୂକ ହନନିୟ ନାମକ ଆଉ ଜଣେ ବ୍ୟକ୍ତିଙ୍କର ପରିଚୟ ଦେଉଛନ୍ତି I ଏହା ସେହି ହନନିୟ ନୁହନ୍ତି ଯେ କି ପ୍ରେରିତ ୫:୩ରେ ମୃତ୍ୟୁଭୋଗ କଲେ I ତଥାପି ତୁମେ ଯେ ପ୍ରକାରେ ଏହି ନାମକୁ ପ୍ରେରିତ ୫:୧ରେ ଅନୁବାଦ କରିଥିଲ, ସେହି ପ୍ରକାରେ ଅନୁବାଦ କରି ପାରିବ I ଯଦିଓ ନୂତନ ନିୟମରେ ଏକାଧିକ ଯିହୂଦାଙ୍କ ନାମ ଉଲ୍ଲେଖ ଅଛି, ସମ୍ଭବତଃ ଏହି ଯିହୂଦାଙ୍କର ଉଲ୍ଲେଖ କେବଳ ଏହି ସ୍ଥାନରେ ହିଁ ଅଛି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἦν δέ

ଏହା ଏକ ନୂଆ ଚରିତ୍ର ଭାବରେ ହନନୀୟଙ୍କୁ ପରିଚୟ କରାଏ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

ହନନିୟ କହିଲେ

Acts 9:11

πορεύθητι ἐπὶ τὴν ῥύμην τὴν καλουμένην Εὐθεῖαν

ସଳଖ ନାମକ ପଥକୁ ଯାଅ

οἰκίᾳ Ἰούδα

ଏହା ଶିଷ୍ୟ ଯିହୂଦା ନୁହେଁ ଯେ କି ଯୀଶୁଙ୍କ ସହିତ ବିଶ୍ବାତଘାତ କରିଥିଲା I ଏହି ଯିହୂଦା ଦମ୍ମେସକରେ ଗୋଟିଏ ଗୃହର କର୍ତ୍ତା ଥିଲେ, ଯେଉଁଠି ଶାଉଲ ରହୁଥିଲେ I

ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତି କିମ୍ବା “ତାର୍ଷର ଶାଉଲ”

Acts 9:12

ἐπιθέντα αὐτῷ χεῖρας

ଏହା ଶାଉଲଙ୍କୁ ଆତ୍ମିକ ଆଶୀର୍ବାଦ ଦେବାର ଏକ ଚିହ୍ନ ଥିଲା I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

ἀναβλέψῃ

ସେ ତାହାର ଦୃଷ୍ଟି ଶକ୍ତି ଫେରି ପାଇପାରେ

Acts 9:13

ଏଠାରେ “ସାଧୁ ଲୋକ” ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭଠାରେ ବିଶ୍ବାସ କରୁଥିବା ଯିରୂଶାଲମସ୍ଥ ଲୋକମାନେ”

Acts 9:14

ଏହା ସୂଚିତ କରେ ଯେ ଏହି ନିର୍ଦ୍ଦିଷ୍ଟ ସମୟରେ ପାଉଲଙ୍କୁ ମିଳିଥିବା କ୍ଷମତା ଓ ଅଧିକାର କେବଳ ଯିହୂଦୀମାନଙ୍କଠାରେ ସୀମିତ ଥିଲା I(ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τοὺς ἐπικαλουμένους τὸ ὄνομά σου

"ଏଠାରେ “ତୁମ୍ଭର ନାମ"" ଯୀଶୁଙ୍କୁ ବୁଝାଏ I"

Acts 9:15

"ମନୋନୀତ ପାତ୍ର ଏପରି କିଛି ବିଷୟକୁ ବୁଝାଏ ଯାହା ସେବା ନିମନ୍ତେ ପୃଥକୀକୃତ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭର ସେବା କରିବା ନିମନ୍ତେ ଆମ୍ଭେ ତାହାକୁ ମନୋନୀତ କରିଅଛୁ I (ଦେଖ: ଲାକ୍ଷଣିକ ଶବ୍ଦ)

ଯୀଶୁଙ୍କପାଇଁ ନିଜକୁ ଚିହ୍ନଟ କରିବା କିମ୍ବା କହିବା ନିମନ୍ତେ ଏହା ହେଉଛି ଏକ ଅଭିବ୍ୟକ୍ତି I ବିକଳ୍ପ ଅନୁବାଦ: “ଯେପରି ସେ ଆମ୍ଭ ବିଷୟରେ କଥା କହିବେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 9:16

ଏହା ଏକ ଅଭିବ୍ୟକ୍ତି ଯାହାର ଅର୍ଥ “ଆମ୍ଭ ବିଷୟରେ ଲୋକମାନଙ୍କୁ କହିବାପାଇଁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 9:17

ଏଠାରେ “ତୁମ୍ଭେ” ଶବ୍ଦଟି ଏକବଚନ ଓ ଶାଉଲଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ଶାଉଲ ରହୁଥିବା ଗୃହକୁ ହନନିୟ ଯାଉଛନ୍ତି I ଶାଉଲ ସୁସ୍ଥ ହୋଇଗଲା ପରେ ଘଟଣାଟି ହନନିୟଙ୍କଠାରୁ ଫେରି ଶାଉଲଙ୍କ ପାଖକୁ ସ୍ଥାନାନ୍ତରିତ ହେଉଛି I

ἀπῆλθεν δὲ Ἁνανίας καὶ εἰσῆλθεν εἰς τὴν οἰκίαν

ଏହା କହିବା ସହାୟକ ହେବ ଯେ ଭିତରକୁ ପ୍ରବେଶ କରିବା ପୂର୍ବରୁ ହନନିୟ ଗୃହକୁ ଗଲେ I ବିକଳ୍ପ ଅନୁବାଦ: “ସେଥିରେ ହନନିୟ ଗଲେ ଓ ଶାଉଲ ରହୁଥିବା ଗୃହ ଠାବ କରିବା ପରେ ସେଠାରେ ପ୍ରବେଶ କଲେ”"

ହନନିୟ ଶାଉଲଙ୍କ ଉପରେ ହସ୍ତ ଥୋଇଲେ I ଏହା ଶାଉଲଙ୍କୁ ଆଶୀର୍ବାଦ ଦେବାର ଏକ ଚିହ୍ନ ଅଟେ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

ὅπως ἀναβλέψῃς καὶ πλησθῇς Πνεύματος Ἁγίου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଷ୍ଟି ପାଅ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ, ସେଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 9:18

ἀπέπεσαν ... ὡς λεπίδες

ମାଛ କାତି ପରି ଦେଖାଯାଉଥିବା କିଛି ଖସିପଡିଲା

ἀνέβλεψέν

ସେ ପୁନର୍ବାର ଦେଖିବାକୁ ପାରିଲେ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଉଠିଲେ ଓ ହନନିୟ ତାହାଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 9:20

ଏଠାରେ କେବଳ ଦ୍ବିତୀୟ “ସେ” ଈଶ୍ବରଙ୍କ ପୁତ୍ର ଯୀଶୁଙ୍କୁ ବୁଝାଏ I ପ୍ରଥମ ଓ ଅନ୍ୟସବୁ “ସେ” ଶାଉଲଙ୍କୁ ବୁଝାଏ I

Υἱὸς τοῦ Θεοῦ

ଏହା ଯୀଶୁଙ୍କର ଏକ ମହତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

Acts 9:21

“ସମସ୍ତେ” ଶବ୍ଦଟି ସର୍ବ ସାଧାରଣ ଅର୍ଥରେ ବ୍ୟବହୃତ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାଙ୍କୁ ଶୁଣିଲେ” କିମ୍ବା “ଅନେକେ ଯେଉଁମାନେ ତାହାଙ୍କୁ ଶୁଣିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

οὐχ οὗτός ἐστιν ὁ πορθήσας ἐν Ἰερουσαλὴμ τοὺς ἐπικαλουμένους τὸ ὄνομα τοῦτο

ଏହା ଏକ ପ୍ରଭାବକାରୀ ଓ ନକରାତ୍ମକ ପ୍ରଶ୍ନ ଯାହା ଗୁରୁତ୍ବ ଦିଏ ଯେ ଶାଉଲ ପ୍ରକୃତରେ ସେହି ବ୍ୟକ୍ତି ଯେ ବିଶ୍ବାସୀମାନଙ୍କୁ ତାଡ଼ନା କରିଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯେ ଯୀଶୁଙ୍କ ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯିରୂଶାଲମରେ ଉଚ୍ଛିନ୍ନ କରୁଥିଲା!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

τὸ ὄνομα τοῦτο

ଏଠାରେ “ନାମ” ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ନାମ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 9:22

συνέχυννεν τοὺς Ἰουδαίους

ସେମାନେ ମାନସିକଭାବରେ ବିଚଳିତ ଥିଲେ ଯେହେତୁ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ବୋଲି କହୁଥିବା ଶାଉଲଙ୍କର ଯୁକ୍ତିକୁ ଖଣ୍ଡନ କରିବାପାଇଁ କୌଣସି ବାଟ ପାଉ ନ ଥିଲେ I

Acts 9:23

ଏହି ଅଂଶରେ “ତାହାଙ୍କୁ” ଶବ୍ଦଟି ଶାଉଲଙ୍କୁ ବୁଝାଏ I (ଦେଖ: @)

οἱ Ἰουδαῖοι

ଏହା ଯିହୂଦୀମାନଙ୍କର ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “”ଯିହୂଦୀ ନେତାମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 9:24

ἐγνώσθη δὲ τῷ Σαύλῳ ἡ ἐπιβουλὴ αὐτῶν

ଏହାକୁ କର୍ତ୍ତୃବାଚ୍ୟରେ କୁହଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ଶାଉଲଙ୍କୁ ସେମାନଙ୍କର ଯୋଜନା ଜଣାଇଦେଲେ” କିମ୍ବା “କିନ୍ତୁ ଶାଉଲ ସେମାନଙ୍କ ଯୋଜନା ବିଷୟରେ ଜାଣିଗଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ନଗରର ଚାରିପଟେ ପ୍ରାଚୀର ଥିଲା I ଲୋକମାନେ ସାଧାରଣତଃ ଦ୍ବାର ଦେଇ ନଗରକୁ ଯିବା ଆସିବା କରି ପାରୁଥିଲେ I

Acts 9:25

οἱ μαθηταὶ αὐτοῦ

ଯେଉଁମାନେ ଯୀଶୁଙ୍କ ବିଷୟରେ ଶାଉଲଙ୍କର ସମ୍ବାଦ ବିଶ୍ବାସକରି ତାହାଙ୍କ ଶିକ୍ଷାର ଅନୁଗମନ କରୁଥିଲେ

διὰ τοῦ τείχους, καθῆκαν αὐτὸν, χαλάσαντες ἐν σπυρίδι

ଗୋଟିଏ ବଡ ବେତାରେ ପ୍ରାଚୀରର ଫାଙ୍କଦେଇ ଦଉଡି ସାହାଯ୍ୟରେ ତାହାଙ୍କୁ ତଳକୁ ଓହ୍ଲାଇଦେଲେ

Acts 9:26

ଏଠାରେ କେବଳ ଗୋଟିଏ ଥରକୁ ଛାଡିଦେଲେ “ସେ” ଓ “ତାହାଙ୍କୁ” ଶବ୍ଦ ଶାଉଲଙ୍କୁ ବୁଝାଉଛି I “ଆଉ ୨୭ ପଦରେ ‘ସେ’ କହିଲେ କିପରି” ବର୍ଣ୍ଣବ୍ବାକୁ ବୁଝାଏ I

καὶ πάντες ἐφοβοῦντο αὐτόν

ଏଠାରେ “ସେମାନେ ସମସ୍ତେ” ସର୍ବ ସାଧାରଣ ବ୍ୟବହାର, କିନ୍ତୁ ଏହା ସମ୍ଭବ ଯେ ଏହା ସମସ୍ତଙ୍କୁ ବୁଝାଇବ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ତାହାଙ୍କୁ ଭୟ କରୁଥିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

Acts 9:27

ἐπαρρησιάσατο ἐν τῷ ὀνόματι τοῦ Ἰησοῦ

ଏହା କହିବାର ଏକ ପ୍ରକାର ଯେ ସେ ଭୟ ନ କରି ଯୀଶୁ ଖ୍ରୀଷ୍ଟଙ୍କର ସୁସାମାଚାର ପ୍ରଚାର କରୁଥିଲେ ବା ଶିକ୍ଷା ଦେଉଥିଲେ I ବିକଳ୍ପ ଅନୁବାଦ: “ମୁକ୍ତ ଭାବରେ ଯୀଶୁଙ୍କର ସୁସାମାଚାର ପ୍ରଚାର କରିଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 9:28

ଏଠାରେ “ସେ” ପାଉଲଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦଟି ସମ୍ଭବତଃ ଯିରୂଶାଲମରେ ଥିବା ପ୍ରେରିତମାନଙ୍କୁ ଓ ଅନ୍ୟ ଶିଷ୍ୟମାନଙ୍କୁ ବୁଝାଏ I

ἐν τῷ ὀνόματι τοῦ Κυρίου

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଏହା କେବଳ ପ୍ରଭୁ ଯୀଶୁଙ୍କୁ ବୁଝାଏ ଓ ପାଉଲ କାହା ବିଷୟରେ କହୁଥିଲେ ତାହା ଜଣାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟରେ” କିମ୍ବା ୨) “ନାମ” ଅଧିକାରକୁ ବୁଝାଇବାପାଇଁ ଏକ ପ୍ରତିବଦଳ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ଅଧିକାରର ଅଧିନରେ” କିଅବା “ପ୍ରଭୁ ଯୀଶୁ ତାହାଙ୍କୁ ଦେଇଥିବା ଅଧିକାର ସହିତ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 9:29

συνεζήτει πρὸς τοὺς Ἑλληνιστάς

ଶାଉଲ ଗ୍ରୀକ୍ କହୁଥିବା ଯିହୂଦୀମାନଙ୍କ ସହିତ ବାଦାନୁବାଦ କରିବାକୁ ଚେଷ୍ଟା କଲେ

Acts 9:30

οἱ ἀδελφοὶ

“”ଭାଇମାନେ” ଶବ୍ଦଟି ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I

κατήγαγον αὐτὸν εἰς Καισάρειαν

ଏଠାରେ “ତାହାଙ୍କୁ ତଳକୁ ନେଇଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ କାଇସରୀଆ ଯିରୂଶାଲମଠାରୁ ଉଚ୍ଚତାରେ ତଳକୁ ଥିଲା I

ἐξαπέστειλαν αὐτὸν εἰς Ταρσόν

କାଇସରୀଆ ଏକ ସାମୁଦ୍ରିକ ବନ୍ଦର ଥିଲା I ଭାଇମାନେ ସମ୍ଭବତଃ ଜାହାଜରେ ପାଉଲଙ୍କୁ ତାର୍ଷକୁ ପଠାଇଦେଲେ I

Acts 9:31

୩୧ ପଦ ଗୋଟିଏ ଉକ୍ତି ଅଟେ ଯାହା ମଣ୍ଡଳୀର ବୃଦ୍ଧି ଉପରେ ଏକ ତାଜା ବିବରଣୀ ଦିଏ I

୩୨ ପଦରେ, ଘଟଣାଟି ଶାଉଲଙ୍କଠାରୁ ପିତରଙ୍କ ବିଷୟରେ ଘଟଣାର ଏକ ନୂଆ ଅଂଶକୁ ସ୍ଥାନାନ୍ତରିତ ହୁଏ I

ἐπληθύνετο

ଏଠାରେ ଏକବଚନ “ମଣ୍ଡଳୀ” ଶବ୍ଦଟି ପ୍ରଥମ ଥର ପାଇଁ ଏକାଧିକ ସ୍ଥାନୀୟ ମଣ୍ଡଳୀକୁ ବୁଝାଉଛି I ଏଠାରେ ଏହା ଇଶ୍ରାୟେଲସାରା ସବୁ ଲୋକଗୋଷ୍ଠୀ ମଧ୍ୟରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I

εἶχεν εἰρήνην

"ଶାନ୍ତିରେ ବାସ କଲେ I ଏହାର ଅର୍ଥ ହେଉଛି ଯେ ସ୍ତିଫାନଙ୍କ ବଧ ସହିତ ଆରମ୍ଭ ହୋଇଥିବା ତାଡ଼ନା ଶେଷ ହୋଇଛି I

οἰκοδομουμένη

ଅଭିକର୍ତ୍ତା ହେଉଛନ୍ତି ଈଶ୍ବର କିମ୍ବା ପବିତ୍ର ଆତ୍ମା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବୃଦ୍ଧିପାଇବା ନିମନ୍ତେ ସାହାଯ୍ୟ କଲେ” କିଅବା “ପବିତ୍ର ଆତ୍ମା ସେମାନଙ୍କର ବୃଦ୍ଧି ସାଧନ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πορευομένη τῷ φόβῳ τοῦ Κυρίου

ଏଠାରେ ଚାଲିବା “ଜୀବନ ଯାପନ କରିବା”ର ଏକ ରୂପକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଆଜ୍ଞାବହ ହୋଇ ଜୀବନ ଯାପନ କରିବା” କିମ୍ବା “ପ୍ରଭୁଙ୍କର ସମ୍ଭ୍ରମ କରିବାରେ ଲାଗି ରହିବା” (ଦେଖ: ଉପମା/ରୂପକ)

τῇ παρακλήσει τοῦ Ἁγίου Πνεύματος

ପବିତ୍ର ଆତ୍ମା ସେମାନଙ୍କୁ ବଳ ଯୋଗାଇ ଓ ଉତ୍ସାହ ଦେଇ"

Acts 9:32

ἐγένετο δὲ

ଘଟଣାଟିର ଏକ ନୂଆ ଅଂଶକୁ ଚିହ୍ନଟ କରିବାକୁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I (ଦେଖ: ଏକ ନୂତନ ଘଟଣାର ପରିଚୟ)

διὰ πάντων

ପିତର ଯିହୂଦା ପ୍ରଦେଶ, ଗାଲୀଲୀ ଓ ଶମିରୋଣ ଅଞ୍ଚଳର ଅନେକ ସ୍ଥାନ ଭ୍ରମଣ କରି ବିଶ୍ବାସୀମାନଙ୍କୁ ସାକ୍ଷାତ୍ କରିବା ବିଷୟରେ ଏହା ଏକ ସାଧାରଣ ଅନୁମାନ ଅଟେ I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

κατελθεῖν

ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଲୂଦ ସେ ଯାତ୍ରା କରୁଥିବା ଅନେକ ସ୍ଥାନରୁ ଉଚ୍ଚତାରେ ତଳକୁ ଥିଲା I

Λύδδα

ଲୂଦ ନଗର ଯାଫୋର ଦକ୍ଷିଣ ପୂର୍ବକୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ I ପୁରାତନ ନିୟମରେ ଓ ଆଧୁନିକ ଇଶ୍ରାୟେଲରେ ନଗରଟିକୁ ଲୋଦ୍ ବୋଲି କୁହାଯାଏ I

Acts 9:33

ପିତର ଇଚ୍ଛାକୃତଭାବରେ ଜଣେ ପକ୍ଷାଘାତ ରୋଗୀକୁ ଖୋଜୁ ନ ଥିଲେ, କିନ୍ତୁ ସମ୍ମୁଖରେ ପାଇଗଲେ I ବିକଳ୍ପ ଅନୁବାଦ: “ସେଠାରେ ପିତର ଜଣେ ଲୋକଙ୍କର ଦେଖା ପାଇଲେ”

ἄνθρωπόν τινα ὀνόματι Αἰνέαν

ଏହା ଘଟଣାଟି ଏନିୟଙ୍କୁ ଏକ ନୂଆ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

ଏହା ଏନିୟଙ୍କ ବିଷୟରେ ପ୍ରୁଷ୍ଠଭୂମି ସୂଚନା ଅଟେ I (ଦେଖ: ପୃଷ୍ଠଭୂମି ସୂଚନା)

παραλελυμένος

ଚାଲିବାକୁ ଅକ୍ଷମ, ସମ୍ଭବତଃ ଅଣ୍ଟା ତଳକୁ ଚଳପ୍ରଚଳ କରିବାକୁ ଅକ୍ଷମ

Acts 9:34

στρῶσον σεαυτῷ

ଶେଯ ସଜାଡ

Acts 9:35

πάντες οἱ κατοικοῦντες Λύδδα καὶ τὸν Σαρῶνα

ସେଠାରେ ଥିବା ଅନେକଙ୍କୁ ଦର୍ଶାଇ ଏହା ଏକ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଲୂଦ ଓ ଶାରୋଣରେ ବାସ କରୁଥିବା ଲୋକମାନେ” କିମ୍ବା “ଅନେକେ ଯେଉଁମାନେ ଲୂଦ ଓ ଶାରୋଣରେ ବାସ କରୁଥିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

Λύδδα καὶ τὸν Σαρῶνα

ଶାରୋଣର ସମତଳ ଅଞ୍ଚଳରେ ଲୂଦ ନଗର ଅବସ୍ଥିତ ଥିଲା I

εἶδαν αὐτὸν

ଏହା କହିବା ସହାୟକ ହେବା ଯେ ସେ ସୁସ୍ଥ ହେବା ସେମାନେ ଦେଖିଲେ I ବିକଳ୍ପ ଅନୁବାଦ: “ପିତର ସୁସ୍ଥ କରିଥିବା ଲୋକକୁ ସେମାନେ ଦେଖିଲେ”

οἵτινες ἐπέστρεψαν ἐπὶ τὸν Κύριον

ଏଠାରେ “ପ୍ରଭୁଙ୍କ ପ୍ରତି ଫେରିଲେ” ବାକ୍ୟାଂଶଟି ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କଲେ ବାକ୍ୟ ପାଇଁ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆଉ ସେମାନେ ଆପଣା ଆପଣା ପାପରୁ ମନ ଫେରାଇ ପ୍ରଭୁଙ୍କର ଅଜ୍ଞାବହ ହେବାକୁ ଆରମ୍ଭ କଲେ” (ଦେଖ: ଉପମା/ରୂପକ)

Acts 9:36

ଏହି ପଦଗୁଡ଼ିକ ଟାବୀଥା ନାମକ ଜଣେ ସ୍ତ୍ରୀଲୋକ ବିଷୟରେ ପୃଷ୍ଠଭୂମି ସୂଚନା ଦେଇଥାଏ I (ଦେଖ: ପୃଷ୍ଠଭୂମି ସୂଚନା)

ଲୂକ ପିତରଙ୍କ ବିଷୟରେ ଏକ ନୂଆ ଘଟଣା ସହିତ ବୃତ୍ତାନ୍ତଟିକୁ ଜାରି ରଖୁଛନ୍ତି I

δέ ... ἦν

ଏହା ଘଟଣାଟିରେ ଏକ ନୂଆ ଅଂଶର ପରିଚୟ କରାଏ I (ଦେଖ: ଏକ ନୂତନ ଘଟଣାର ପରିଚୟ)

"Ταβειθά, ἣ διερμηνευομένη λέγεται,"" Δορκάς"

ତାହାର ନାମ ଆରାମୀୟ ଭାଷାରେ ଟାବୀଥା ଓ ଗ୍ରୀକ୍ ଭାଷାରେ ଦର୍କା ଅଟେ I ଉଭୟ ନାମର ଅର୍ଥ “ହରିଣୀ I” ବିକଳ୍ପ ଅନୁବାଦ: “ତାହାର ନାମ ଗ୍ରୀକ୍ ଭାଷାରେ ଦର୍କା ଥିଲା” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

πλήρης ἔργων ἀγαθῶν

ଅନେକ ସତ୍ କାର୍ଯ୍ୟ କରୁଥିଲେ

Acts 9:37

ଏହା ପିତର ଯାଫୋରେ ଥିବା ସମୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସମୟରେ ଯେତେବେଳେ ପିତର ନିକଟବର୍ତ୍ତୀ ସ୍ଥାନରେ ଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

λούσαντες ... αὐτὴν

ଏହା ତାହାଙ୍କର ସମାଧି କ୍ରିୟାର ପ୍ରସ୍ତୁତି ନିମନ୍ତେ କରାଯାଉଥିବା ସ୍ନାନ

ἔθηκαν ἐν ὑπερῴῳ

ଏହା ସମାଧି କ୍ରିୟା ସମୟରେ ମୃତ ଶରୀରର ସାମୟିକ ପ୍ରଦର୍ଶନ ଥିଲା I

Acts 9:38

ἀπέστειλαν δύο ἄνδρας πρὸς αὐτὸν

ଶିଷ୍ୟମାନେ ଦୁଇ ଜଣ ଲୋକକୁ ପିତରଙ୍କ ପାଖକୁ ପଠାଇଲେ

Acts 9:39

εἰς τὸ ὑπερῷον

ଉପର କୋଠରୀକୁ ଯେଉଁଠାରେ ଦର୍କାର ଶରୀର ରଖାଯାଇଥିଲା

πᾶσαι αἱ χῆραι

ଏହା ସମ୍ଭବ ଯେ ନଗରର ସମସ୍ତ ବିଧବାମାନେ ସେଠାରେ ଥିଲେ ଯେହେତୁ ଏହା ଏକ ବଡ ନଗର ନ ଥିଲା I

χῆραι

ସ୍ତ୍ରୀଲୋକମାନେ, ଯେଉଁମାନଙ୍କର ସ୍ବାମୀମାନେ ମରିଯାଇଥିଲେ ଓ ସେଥିପାଇଁ ସାହାଯ୍ୟ ଆବଶ୍ୟକ କରୁଥିଲେ

μετ’ αὐτῶν οὖσα

ଶିଷ୍ୟମାନଙ୍କ ସହିତ ଜୀବିତଥିବା ସମୟରେ

Acts 9:40

୪୨ ପଦରେ ଟାବୀଥାର ଘଟଣା ଶେଷ ହେଉଛି I ୪୩ ପଦ କୁହେ ଯେ ଘଟଣାଟି ଶେଷ ହେଲା ପରେ ପିତରଙ୍କ ପ୍ରତି କ’ଣ ଘଟିଲା I (ଦେଖ: କାହାଣୀର ଶେଷ)

ἐκβαλὼν ... ἔξω πάντας

"ସମସ୍ତେ କୋଠରୀରୁ ବାହାରିଯିବା ପାଇଁ ସେମାନଙ୍କୁ କହିଲେ I ପିତର ସମସ୍ତଙ୍କୁ ବାହାରିଯିବା ପାଇଁ କହିଲେ ଯେପରି ସେ ଏକୁଟିଆ ଟାବୀଥାଙ୍କ ପାଇଁ ପ୍ରାର୍ଥନା କରିପାରିବେ I

Acts 9:41

δοὺς ... αὐτῇ χεῖρα, ἀνέστησεν αὐτήν

ପିତର ତାଙ୍କର ହସ୍ତ ଧରିଲେ ଓ ତାଙ୍କୁ ଠିଆହେବାପାଇଁ ସାହାଯ୍ୟ କଲେ I

ବିଧବାମାନେ ମଧ୍ୟ ସମ୍ଭବତଃ ବିଶ୍ବାସୀ ଥିଲେ କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି କାରଣ ଟାବୀଥା ସେମାନଙ୍କ ପାଇଁ ଅତି ମହତ୍ବପୂର୍ଣ୍ଣ ଥିଲେ I

Acts 9:42

ଏହା ପିତର ଟାବୀଥାଙ୍କୁ ମୃତ୍ୟୁରୁ ଉଠାଇଥିବା ଆଶ୍ଚର୍ଯ୍ୟକର୍ମକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଘଟଣା ବିଷୟରେ ସମଗ୍ର ଯାଫୋର ଲୋକମାନେ ଶୁଣିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπίστευσαν ... ἐπὶ τὸν Κύριον

ପ୍ରଭୁ ଯୀଶୁଙ୍କର ସୁସାମାଚାରରେ ବିଶ୍ବାସ କଲେ"

Acts 9:43

"ପୁଣି ଏପରି ହେଲା ଯେ I ଏହା ବୃତ୍ତାନ୍ତଟି ପରବର୍ତ୍ତୀ ଘଟଣା ଆରମ୍ଭ ହେବାର ପରିଚୟ ଦିଏ I (ଦେଖ: ଏକ ନୂତନ ଘଟଣାର ପରିଚୟ)

Σίμωνι, βυρσεῖ

ଶିମୋନ ନାମକ ଜଣେ ଲୋକ ଯେ ପଶୁ ଚମଡାରୁ ଚମଡାଜାତ ଜିନିଷ ତିଆରି କରୁଥିଲେ"

Acts 10

ପ୍ରେରିତ ୧୦ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

ଅଶୁଚି

ଯିହୂଦୀମାନ ବିଶ୍ବାସ କରୁଥିଲେ ଯେ ଯଦି ସେମାନେ ଜଣେ ବିଜାତି ଘରକୁ ଯିବେ କିମ୍ବା ତାହା ସହିତ ଭୋଜନ କରିବେ ତେବେ ସେମାନେ ଅଶୁଚି ହୋଇଯିବେ I ଏହାର କାରଣ ହେଉଛି ଯେ ଫାରୁଶୀମାନେ ଏହା ବିରୁଦ୍ଧରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଓ ମୋଶାଙ୍କ ବ୍ୟବସ୍ଥା ଅଶୁଚି ବୋଲି କହୁଥିବା ଖାଦ୍ୟଗୁଡ଼ିକ ଖାଇବାରୁ ଲୋକମାନଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ I ମୋଶାଙ୍କ ବ୍ୟବସ୍ଥା ନିଶ୍ଚିତଭାବେ କେତେକ ଖାଦ୍ୟକୁ ଅଶୁଚି ବୋଲି କହୁଥିଲା, କିନ୍ତୁ ଏହା କହି ନାହିଁ ଯେ ଈଶ୍ବରଙ୍କ ଲୋକମାନେ ବିଜାତିମାନଙ୍କ ଘରକୁ ଯାଇ ପାରିବେ ନାହିଁ କି ସେମାନଙ୍କ ସହିତ ଭୋଜନ କରି ପାରିବେ ନାହିଁ I (ଦେଖ: ଶୁଚି*,* ଧୌତବ୍ୟବସ୍ଥା,* ମୋଶାଙ୍କ ବ୍ୟବସ୍ଥା*, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା)

ବାପ୍ତିସ୍ମ ଓ ପବିତ୍ର ଆତ୍ମା

ପିତରଙ୍କ କଥା ଶୁଣୁଥିବା ଲୋକମାନଙ୍କ ଉପରେ ପବିତ୍ର ଆତ୍ମା “ଅବତରଣ କଲେ I” ଏହା ଯିହୂଦୀ ବିଶ୍ବାସୀମାନଙ୍କୁ ଦେଖାଇଥିଲା ଯେ ବିଜାତିମାନେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିପାରିବେ ଓ ପବିତ୍ର ଆତ୍ମା ଗ୍ରହଣ କରିପାରିବେ, ଠିକ୍ ଯେପରି ଯିହୂଦୀ ବିଶ୍ବାସୀମାନେ ଗ୍ରହଣ କରିଥିଲେ I ତା’ପରେ ବିଜାତି ବିଶ୍ବାସୀମାନେ ବାପ୍ତିଜିତ ହୋଇଥିଲେ I

Acts 10:1

ଏହି ପଦଗୁଡ଼ିକ କର୍ଣ୍ଣୀଲିୟଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଇଥାଏ I(ଦେଖ: ପୃଷ୍ଠଭୂମି ସୂଚନା)

କର୍ଣ୍ଣୀଲିୟଙ୍କ ବିଷୟରେ ଘଟଣାର ଅଂଶର ଆରମ୍ଭ I

ἀνὴρ δέ τις

ଐତିହାସିକ ବିବରଣୀର ଏହି ଅଂଶ ମଧ୍ୟକୁ ଜଣେ ନୂଆ ବ୍ୟକ୍ତିଙ୍କୁ ପରିଚୟ କରାଇବାର ଏହା ଏକ ଉପାୟ ଥିଲା I

ὀνόματι Κορνήλιος, ἑκατοντάρχης ἐκ Σπείρης τῆς καλουμένης Ἰταλικῆς

"ତାହାଙ୍କ ନାମ କର୍ଣ୍ଣୀଲିୟ ଥିଲା I ସେ ରୋମୀୟ ସୈନ୍ୟବାହିନୀରେ ଇତାଲିକ ସୈନ୍ୟଦଳର ୧୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ଅଧିକାରୀ ଥିଲା I

Acts 10:2

ଅନୁସାରେ ସେ ଜଣେ ଭକ୍ତ ଲୋକ ଥିଲେ ଓ ଈଶ୍ବରଙ୍କ ଉପାସନା କରୁଥିଲେ I ସେ ଈଶ୍ବରଙ୍କଠାରେ ବିଶ୍ବାସ କରି ଆପଣା ଜୀବନରେ ଈଶ୍ବରଙ୍କର ସମ୍ଭ୍ରମ ଓ ଉପାସନା କରିବାକୁ ଚାହୁଁଥିଲେ”"

ଏଠାରେ “ଉପାସନା କରୁଥିଲେ” ବାକ୍ୟାଂଶଟି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାର ମନୋଭାବକୁ ବୁଝାଏ I

δεόμενος τοῦ Θεοῦ διὰ παντός

“ସର୍ବଦା” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ସେ ଈଶ୍ବରଙ୍କ ଛାମୁରେ ବହୁତ ପ୍ରାର୍ଥନା କରୁଥିଲେ” କିମ୍ବା “ସେ ଈଶ୍ବରଙ୍କ ନିକଟରେ ନିୟମିତ ପ୍ରାର୍ଥନା କରୁଥିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

Acts 10:3

ὥραν ἐνάτην

"ଅପରାହ୍ନ ତିନି ଘଣ୍ଟା ସମୟରେ I ଏହା ଯିହୂଦୀମାନଙ୍କର ସାଧାରଣ ଅପରାହ୍ନର ପ୍ରାର୍ଥନା ସମୟ ଅଟେ I

εἶδεν ... φανερῶς, ὡσεὶ

କର୍ଣ୍ଣୀଲିୟ ସ୍ପଷ୍ଟଭାବରେ ଦେଖିଲେ"

Acts 10:4

ଏହା ସୂଚିତ କରେ ଯେ ତାହାଙ୍କର ଦାନ ଓ ପ୍ରାର୍ଥନା ଈଶ୍ବରଙ୍କ ଦ୍ବାରା ଗ୍ରହଣ କରାଯାଇଥିଲା I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭର ପ୍ରାର୍ଥନା ଓ ଦାନରେ ସନ୍ତୁଷ୍ଟ ଅଟନ୍ତି ...ତାହାଙ୍କ ଛାମୁରେ ଏକ ସ୍ମରଣାର୍ଥକ ବଳି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 10:6

βυρσεῖ

ଯେ ପଶୁ ଚମଡାରୁ ବିଭିନ୍ନ ଜିନିଷ ତିଆରି କରୁଥିଲେ

Acts 10:7

ଯେତେବେଳେ କର୍ଣ୍ଣୀଲିୟଙ୍କ ପ୍ରତି ଦୂତଙ୍କର ଦର୍ଶନ ଶେଷ ହେଲା

στρατιώτην εὐσεβῆ τῶν προσκαρτερούντων αὐτῷ

"ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଯେ ତାହାଙ୍କର ସେବା କରୁଥିଲେ ଓ ଈଶ୍ବରଙ୍କର ସେବା ମଧ୍ୟ କରୁଥିଲେ I ସୈନ୍ୟ ଜଣକ ଈଶ୍ବରଙ୍କର ଉପାସନା କରୁଥିଲେ I ତାହା ରୋମୀୟ ସୈନ୍ୟବାହନୀରେ ବିରଳ, ତେଣୁ କର୍ଣ୍ଣୀଲିୟଙ୍କର ଅନ୍ୟ ସୈନ୍ୟମାନେ ସମ୍ଭବତଃ ଈଶ୍ବରଙ୍କର ଉପାସନା କରୁ ନ ଥିଲେ I

εὐσεβῆ

ଏକ ବିଶେଷଣ ଯାହା ଈଶ୍ବରଙ୍କର ଉପାସନା ଓ ସେବା କରୁଥିବା ଜଣେ ଲୋକର ବର୍ଣ୍ଣନା କରିଥାଏ I

Acts 10:8

ἐξηγησάμενος ἅπαντα αὐτοῖς

କର୍ଣ୍ଣୀଲିୟ ତାଙ୍କର ଦୁଇ ଜଣ ଦାସଙ୍କୁ ଓ ତାଙ୍କ ସୈନ୍ୟମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ଦର୍ଶନ ବୁଝାଇଲେ I

ἀπέστειλεν αὐτοὺς εἰς τὴν Ἰόππην

ତାଙ୍କର ଦୁଇ ଜଣ ଦାସଙ୍କୁ ଓ ଜଣେ ସୈନ୍ୟକୁ ଯାଫୋକୁ ପଠାଇଲେ I"

Acts 10:9

ଏଠାରେ “ସେମାନେ” ଶବ୍ଦଟି କର୍ଣ୍ଣୀଲିୟଙ୍କର ଦୁଇ ଜଣ ଦାସ ଓ କର୍ଣ୍ଣୀଲିୟଙ୍କ ଅଧିନରେ ଥିବା ସୈନ୍ୟ ଜଣକୁ ବୁଝାଏ (ପ୍ରେରିତ ୧୦:୭)I

ଈଶ୍ବର କ’ଣ କରୁଛନ୍ତି ତାହା ଜଣାଇବାକୁ ଘଟଣାଟି କର୍ଣ୍ଣୀଲିୟଙ୍କଠାରୁ ପିତରଙ୍କ ନିକଟକୁ ସ୍ଥାନାନ୍ତରିତ ହୁଏ I

περὶ ὥραν ἕκτην

ଅପରାହ୍ନ ସମୟରେ

ἀνέβη ... ἐπὶ τὸ δῶμα

ଗୃହଗୁଡ଼ିକର ଛାତ ସମତଳ ଥିଲା ଓ ସେଗୁଡିକ ଉପରେ ଲୋକେ ଅନେକ ସମୟରେ ବିଭିନ୍ନ କାର୍ଯ୍ୟସବୁ କରୁଥିଲେ I

Acts 10:10

παρασκευαζόντων ... αὐτῶν

ଲୋକମାନେ ଖାଦ୍ୟ ରାନ୍ଧିବାର ଶେଷ କରିବା ପୂର୍ବରୁ

"ଈଶ୍ବର ତାହାଙ୍କୁ ଗୋଟିଏ ଦର୍ଶନ ଦେଲେ କିମ୍ବା “ ସେ ଗୋଟିଏ ଦର୍ଶନ ଦେଖିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 10:11

θεωρεῖ τὸν οὐρανὸν ἀνεῳγμένον

ଏହା ପିତରଙ୍କ ଦର୍ଶନର ଆରମ୍ଭ ଥିଲା I ଏହା ଏକ ନୂଆ ବାକ୍ୟ ହୋଇପାରେ I

ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I

τέσσαρσιν ἀρχαῖς καθιέμενον

ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶ ଠାରୁ ଉପରେ ଥାଇ”"

Acts 10:12

ପରବର୍ତ୍ତୀ ପଦରେ ପିତରଙ୍କ ପ୍ରତ୍ୟୁତ୍ତରରୁ ଏହା ସୂଚିତ ହୁଏ ଯେ ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକ ମଧ୍ୟରୁ କେତେକଙ୍କୁ ନ ଖାଇବାପାଇଁ ଆଜ୍ଞା ଦେଇଥିଲା I ବିକଳ୍ପ ଅନୁବାଦ: “ପଶୁ ଓ ପକ୍ଷୀ ଯାହା ଖାଇବାକୁ ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ନିଷେଧ କରିଥିଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 10:13

ἐγένετο φωνὴ πρὸς αὐτόν

କହୁଥିବା ବ୍ୟକ୍ତି ଜଣକୁ ନିର୍ଦ୍ଦିଷ୍ଟ କରାଯାଇନାହିଁ I “ସ୍ବର” ସମ୍ଭବତଃ ଈଶ୍ବର ଥିଲେ ଯଦିଓ ଏହା ଈଶ୍ବରଙ୍କର ଜଣେ ଦୂତ ମଧ୍ୟ ହୋଇଥାଇପାରନ୍ତି I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 10:14

μηδαμῶς

ମୁଁ ତାହା କରିପାରିବି ନାହିଁ

οὐδέποτε ἔφαγον πᾶν κοινὸν καὶ ἀκάθαρτον

ଏହା ସୂଚିତ ହୁଏ ଯେ ପାତ୍ରରେ ଥିବା କେତେକ ପଶୁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଅଶୁଚି ଥିଲେ ଓ ଖ୍ରୀଷ୍ଟଙ୍କର ମୃତ୍ୟୁ ପୂର୍ବରୁ ବାସ କରୁଥିବା ବିଶ୍ବାସୀମାନେ ଖାଇବାକୁ ନିଷେଧ ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 10:15

ἃ ὁ Θεὸς ἐκαθάρισεν

ଯଦି ଈଶ୍ବର କଥା କହୁଛନ୍ତି, ତେବେ ସେ ତୃତୀୟ ବ୍ୟକ୍ତିଭାବରେ ଆପଣାକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଯାହା ଆମ୍ଭେ ଈଶ୍ବର, ଶୁଚି କରିଅଛୁ” (ଦେଖ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)

Acts 10:16

ପିତର ଦେଖିଥିବା ସବୁ ବିଷୟ ତିନି ଥର ହୋଇଥିଲା ପରି ଲାଗୁନାହିଁ I ସମ୍ଭବତଃ ଏହାର ଅର୍ଥ ଏହି ଯେ “ଯାହା ଈଶ୍ବର ଶୁଚି କରିଅଛନ୍ତି, ତାହାକୁ ଅଶୁଚି ବୋଲି ନ କୁହ’, ବାକ୍ୟାଂଶଟି ତିନି ଥର ପୁନରାବୃତ୍ତି ହୋଇଥିଲା I ତଥାପି,ଏହାକୁ ବିଶଦ୍ ଭାବରେ ବୁଝାଇବାକୁ ଚେଷ୍ଟା ନ କରି “ଏହା ତିନି ଥର ହୋଇଥିଲା” ବୋଲି ସରଳ ଭାବରେ କହିବା ସବୁଠାରୁ ଭଲ ହେବ I

Acts 10:17

διηπόρει ὁ Πέτρος

ଏହାର ଅର୍ଥ ହେଉଛି ଯେ ପିତରଙ୍କୁ ଦର୍ଶନଟିର ଅର୍ଥ ବୁଝିବା କଷ୍ଟକର ହୋଇଥିଲା I

ἰδοὺ

ଏଠାରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ପରବର୍ତ୍ତୀ ଆଶ୍ଚର୍ଯଚକିତକାରୀ ସୂଚନା ପ୍ରତି ଧ୍ୟାନ ଦେବାକୁ ସତର୍କ କରାଇଦିଏ, ଏହି କ୍ଷେତ୍ରରେ ଦୁଇ ଜଣ ଲୋକ ଦ୍ବାର ନିକଟରେ ଠିଆ ହୋଇଥିବା ବିଷୟ I

ἐπέστησαν ἐπὶ τὸν πυλῶνα

"ଗୃହର ଦ୍ବାର ନିକଟରେ ଠିଆ ହୋଇଛନ୍ତି I ଏହା ସୂଚିତ କରେ ଯେ ଗୃହର ଏକ ପ୍ରାଚୀର ଥିଲା ଓ ତହିଁ ମଧ୍ୟକୁ ପ୍ରବେଶ କରିବାପାଇଁ ପ୍ରାଚୀରରେ ଗୋଟିଏ ଦ୍ବାର ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

διερωτήσαντες τὴν οἰκίαν

ସେମାନେ ଗୃହରେ ପହଞ୍ଚିବା ପୂର୍ବରୁ ଏହା ଘଟିଥିଲା I ଯେପରି USTରେ କରାଇଯାଇଛି ସେପରି ଏହାକୁ ଆଗରୁ କୁହାଯାଇପାରିବ I

Acts 10:18

ପିତରଙ୍କ ବିଷୟରେ ପଚାରିବା ବେଳେ କର୍ଣ୍ଣୀଲିୟଙ୍କ ଲୋକମାନେ ଦ୍ବାର ବାହାରେ ରହିଥିଲେ I

Acts 10:19

διενθυμουμένου περὶ τοῦ ὁράματος

ଦର୍ଶନର ଅର୍ଥ ବିଷୟରେ ଚିନ୍ତାକରୁଥିବା"

τὸ Πνεῦμα

ପବିତ୍ର ଆତ୍ମା

ଧ୍ୟାନ ଦିଅ, କାରଣ ମୁଁ ଯେଉଁ ବିଷୟରେ କହିବାକୁ ଯାଉଛି ତାହା ଉଭୟ ସତ୍ୟ ଓ ଗୁରୁତ୍ବପୂର୍ଣ୍ଣ: ତିନି

କେତେକ ପୁରାତନ ଶାସ୍ତ୍ରାଂଶରେ ଲୋକମାନଙ୍କର ସଂଖ୍ୟା ଭିନ୍ନ ଅଛି I (ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)

Acts 10:20

κατάβηθι

ଗୃହର ଛାତରୁ ତଳକୁ ଯାଅ

ସେମାନଙ୍କ ସହିତ ଯିବାକୁ ଇଚ୍ଛା ନ କରିବା ପିତରଙ୍କ ପକ୍ଷରେ ଏକ ସ୍ବାଭାବିକ ବିଷୟ, କାରଣ ସେମାନେ ଅଜଣା ଓ ବିଜାତି ଲୋକ ଥିଲେ I

Acts 10:21

ἐγώ εἰμι ὃν ζητεῖτε

ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି

Acts 10:22

“ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡିକ କର୍ଣ୍ଣୀଲିୟଙ୍କର ଦୁଇ ଜଣ ଦାସ ଓ ସୈନ୍ୟ ଜଣକୁ ବୁଝାଏ (ପ୍ରେରିତ ୧୦:୭)I

ଏହାକୁ ଅନେକ ବାକ୍ୟରେ ବିଭାଜିତ କରାଯାଇପାରିବ ଓ ଯେପରି USTରେ କରଯାଇଛି, ସେପରି କର୍ତ୍ତୃବାଚ୍ୟରେ କୁହାଯାଇପାରିବ I (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏଠାରେ “ଉପାସନା” ଶବ୍ଦଟି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାର ମନୋଭାବକୁ ବୁଝାଏ I

ὅλου τοῦ ἔθνους τῶν Ἰουδαίων

“ସମସ୍ତ” ଶବ୍ଦ ଯୋଡ଼ି ଲୋକମାନଙ୍କର ସଂଖ୍ୟାକୁ ଅତିରଂଜନ କରାଯାଇଛି ଏହାକୁ ଗୁରୁତ୍ବ ଦେବାପାଇଁ ଯେ ଏ ବିଷୟ ଯିହୂଦୀମାନଙ୍କ ମଧ୍ୟରେ ବ୍ୟାପକ ଭାବରେ ଜଣାଶୁଣା ଥିଲା I

Acts 10:23

εἰσκαλεσάμενος οὖν αὐτοὺς ἐξένισεν

କାଇସରୀଆ ଅତି ଦୂରରେ ଥିବା ହେତୁ ସେହି ଦିନ ଅପରାହ୍ନରେ ଯାତ୍ରା ଆରମ୍ଭ କରିବା ସେମାନଙ୍କ ପାଇଁ ସମ୍ଭବ ନ ଥିଲା I

ἐξένισεν

ତାଙ୍କର ଅତିଥି ହେଲେ

ଏହା ଯାଫୋରେ ବାସ କରୁଥିବା ବିଶ୍ବାସୀମାନଙ୍କୁ ବୁଝାଏ I

Acts 10:24

ଏହା ସେମାନେ ଯାଫୋ ଛାଡିବାର ପର ଦିନ ଥିଲା I କାଇସରୀଆକୁ ଯାତ୍ରା କରିବା ଗୋଟିଏ ଦିନରୁ ଅଧିକ ଲାଗୁଥିଲା I

ὁ δὲ Κορνήλιος ἦν προσδοκῶν αὐτοὺς

କର୍ଣ୍ଣୀଲିୟ ସେମାନଙ୍କଠାରୁ ଆଶା କରୁଥିଲେ

Acts 10:25

ὡς ... τοῦ εἰσελθεῖν τὸν Πέτρον

ଯେତେବେଳେ ପିତର ଗୃହରେ ପ୍ରବେଶ କଲେ

πεσὼν ἐπὶ τοὺς πόδας, προσεκύνησεν

"ସେ ଆଣ୍ଠୋଇପଡ଼ି ପିତରଙ୍କୁ ପ୍ରଣାମ କଲେ I ପିତରଙ୍କୁ ସମ୍ମାନ ଦେବାପାଇଁ ସେ ଏହା କରିଥିଲେ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

πεσὼν

ସେ ଯେ ଉପାସନା କରୁଛନ୍ତି ତାହା ଦେଖାଇବାକୁ ସେ ଉଦ୍ଦେଶ୍ୟମୁଳକ ଭାବରେ ଭୂମିଷ୍ଠ ପ୍ରଣାମ କରିଥିଲେ I

Acts 10:26

ἀνάστηθι, καὶ ἐγὼ ... ἄνθρωπός εἰμι

ପିତରଙ୍କୁ ଉପାସନା ନ କରିବାକୁ ଏହା କର୍ଣ୍ଣୀଲିୟଙ୍କ ପ୍ରତି ଏକ ମୃଦୁ ଅନୁଯୋଗ ଅବା ସଂଶୋଧନ ଥିଲା I ବିକଳ୍ପ ଅନୁବାଦ: “ଏହା କରିବା ବନ୍ଦ କର ! ମୁଁ ତୁମ୍ଭପରି ଜଣେ ମନୁଷ୍ୟ ମାତ୍ର”"

Acts 10:27

ଏଠାରେ “ତାହାଙ୍କୁ” ଶବ୍ଦଟି କର୍ଣ୍ଣୀଲିୟଙ୍କୁ ବୁଝାଏ I ଏଠାରେ :ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ କର୍ଣ୍ଣୀଲିୟ ଏବଂ ଉପସ୍ଥିତ ଥିବା ବିଜାତିମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ପିତର କର୍ଣ୍ଣୀଲିୟଙ୍କ ଗୃହରେ ଏକତ୍ର ହୋଇଥିବା ଲୋକମାନଙ୍କୁ କଥା କହୁଛନ୍ତି I

συνεληλυθότας πολλούς

"ଅନେକ ବିଜାତି ଲୋକମାନେ ଏକତ୍ର ହୋଇଥିଲେ I ଏହା ସୂଚିତ କରେ ଯେ କର୍ଣ୍ଣୀଲିୟ ଡାକିଥିବା ଏହି ଲୋକମାନେ ବିଜାତି ଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 10:28

ପିତର କର୍ଣ୍ଣୀଲିୟ ଓ ସେ ଡାକିଥିବା ଅତିଥିମାନଙ୍କୁ କଥା କହୁଛନ୍ତି I

ଯିହୂଦୀ ଲୋକ ପକ୍ଷରେ ନିଷିଦ୍ଧ I ଏହା ଯିହୂଦୀ ଧର୍ମର ବ୍ୟବସ୍ଥାକୁ ବୁଝାଏ I

ଏହା ଯେଉଁମାନେ ଯିହୂଦୀ ନ ଥିଲେ ସେମାନଙ୍କୁ ବୁଝାଏ ଓ ସେମାନେ କେଉଁଠାରେ ବାସ କରୁଥିଲେ ତାହାକୁ ନିର୍ଦ୍ଦିଷ୍ଟ ଭାବରେ ବୁଝାଏ ନାହିଁ I

Acts 10:30

୩୧ ଓ ୩୨ ପଦରେ କର୍ଣ୍ଣୀଲିୟଙ୍କୁ ଦିନ ତିନି ଘଣ୍ଟା ସମୟରେ ଦର୍ଶନ ଦେଇ ଦୂତ ଯାହା କହିଥିଲେ ତାହା ସେ ଉଦ୍ଧୃତ କରୁଛନ୍ତି I “ତୁମ୍ଭେ” ଓ “ତୁମ୍ଭର” ଶବ୍ଦଗୁଡ଼ିକ ଏକବଚନ ଅଟେ I ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I

କର୍ଣ୍ଣୀଲିୟ ପିତରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି I

ἀπὸ τετάρτης ἡμέρας

ପିତରଙ୍କୁ କହିବା ପୂର୍ବରୁ କର୍ଣ୍ଣୀଲିୟ ତୃତୀୟ ରାତ୍ରୀ ପୂର୍ବର ଦିନକୁ ଉଲ୍ଲେଖ କରୁଛନ୍ତି I ବାଇବଲ ସଂସ୍କୃତି ବର୍ତ୍ତମାନ ହୋଇଥିବା ଦିନର ଗଣନା କରେ, ତେଣୁ ତୃତୀୟ ରାତ୍ରୀ ପୂର୍ବ ଦିନର ଅର୍ଥ ହେଉଛି “ଚାରି ଦିନ ତଳେ I” ବର୍ତ୍ତମାନ ପାଶ୍ଚାତ୍ୟ ସଂସ୍କୃତି ବର୍ତ୍ତମାନ ହୋଇଥିବା ଦିନକୁ ଗଣନା କରେ ନାହିଁ; ତେଣୁ ଅନେକ ପାଶ୍ଚାତ୍ୟ ଅନୁବାଦରେ “ତିନି ଦିନ ତଳେ” ଲେଖାଯାଇଛି I"

προσευχόμενος

କେତେକ ପ୍ରାଚୀନ ବିଶେଷଜ୍ଞମାନେ କେବଳ “ପ୍ରାର୍ଥନା” ବଦଳରେ “ଉପବାସ ଓ ପ୍ରାର୍ଥନା” ବୋଲି କହନ୍ତି I (ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)

τὴν ἐνάτην

ଈଶ୍ବରଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଯିହୂଦୀମାନଙ୍କର ଦୈନନ୍ଦିନ ଅପରାହ୍ନ ସମୟ

Acts 10:31

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭର ପ୍ରାର୍ଥନା ଶୁଣିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି I ଏହା ସୂଚିତ କରେ ନାହିଁ ଯେ ଈଶ୍ବର ପାସୋରି ଯାଇଛନ୍ତି I

Acts 10:32

ପିତର ଉପନାମ ପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ"

Acts 10:33

ἐξαυτῆς

ଅବିଳମ୍ବରେ

ପିତର ଆସିଥିବାଯୋଗୁ ତାଙ୍କୁ ଧନ୍ୟବାଦ ଦେବାର ଏହା ଏକ ଶିଷ୍ଟ ଭାବ ଅଟେ I ବିକଳ୍ପ ଅନୁବାଦ: “ଆସିଥିବାଯୋଗୁ ମୁଁ ନିଶ୍ଚିତଭାବରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି”

ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I

τὰ προστεταγμένα σοι ὑπὸ τοῦ Κυρίου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଆପଣଙ୍କୁ ଯାହାସବୁ କହିବାକୁ ଆଦେଶ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 10:34

ପିତର କର୍ଣ୍ଣୀଲିୟଙ୍କ ଗୃହରେ ଥିବା ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

ἀνοίξας δὲ Πέτρος τὸ στόμα εἶπεν

ପିତର ସେମାନଙ୍କୁ କହିବାକୁ ଆରମ୍ଭ କଲେ

ἐπ’ ἀληθείας

ଏହାର ଅର୍ଥ ଏହି ଯେ ସେ ବର୍ତ୍ତମାନ ଯାହା କହିବାକୁ ଯାଉଛନ୍ତି ତାହା ଜାଣିବା ନିମନ୍ତେ ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ଅଟେ I

ଈଶ୍ବର କାହାରି ମୁଖାପେକ୍ଷା କରନ୍ତି ନାହିଁ

Acts 10:35

ସେ ପ୍ରତ୍ୟେକଙ୍କୁ ଗ୍ରହଣ କରନ୍ତି ଯେଉଁମାନେ ତାହାଙ୍କର ଉପାସନା କରି ଧର୍ମାଚରଣ କରନ୍ତି

ଏଠାରେ “ଉପାସନା” ଶବ୍ଦଟି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାର ମନୋଭାବକୁ ବୁଝାଏ I

Acts 10:36

ଏଠାରେ “ତାହାଙ୍କୁ” ଶବ୍ଦଟି ଯୀଶୁଙ୍କୁ ବୁଝାଏ I

ପିତର କର୍ଣ୍ଣୀଲିୟ ଓ ତାହାଙ୍କ ଅତିଥିମାନଙ୍କୁ କଥା କହିବା ଜାରି ରଖିଛନ୍ତି I

οὗτός ἐστιν πάντων Κύριος

ଏଠାରେ “ସମସ୍ତଙ୍କର” ଅର୍ଥ “ସମସ୍ତ ଲୋକଙ୍କର I”

Acts 10:37

καθ’ ὅλης τῆς Ἰουδαίας

“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ସମୁଦାୟ ଯିହୂଦା ପ୍ରଦେଶରେ” କିମ୍ବା “ଯିହୂଦାର ଅନେକ ସ୍ଥାନରେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

μετὰ τὸ βάπτισμα ὃ ἐκήρυξεν Ἰωάννης

ଯୋହନ ଲୋକମାନଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ପ୍ରଚାର କରି ସେମାନଙ୍କୁ ବାପ୍ତିସ୍ମ ଦେଲେ

Acts 10:38

ଏହି ଲମ୍ଵା ବାକ୍ୟ, ଯାହା ୩୬ ପଦରେ ଆରମ୍ଭ ହୋଇଛି, ତାହା USTରେ କରାଯାଇଥିବାପରି ଅନେକ ବାକ୍ୟରେ ଛୋଟ କରାଯାଇପାରିବ I “ଆପଣମାନେ ଜାଣନ୍ତି ...ସମସ୍ତଙ୍କର I ଆପଣମାନେ ନିଜେ ଜାଣନ୍ତି ...ଘୋଷଣା କଲେ I ଆପଣମାନେ ସେହି ଘଟଣାଗୁଡ଼ିକ ଜାଣନ୍ତି ...ଶକ୍ତିର ସହିତ”

ἔχρισεν αὐτὸν ὁ Θεὸς Πνεύματι Ἁγίῳ καὶ δυνάμει

ପବିତ୍ର ଆତ୍ମା ଓ ଈଶ୍ବରଙ୍କ ଶକ୍ତି ସମ୍ବନ୍ଧରେ କୁହାଯାଏ ଯେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ଜଣେ ବ୍ୟକ୍ତିଙ୍କ ଉପରେ ଢଳାଯାଇପାରିବ I (ଦେଖ: ଉପମା/ରୂପକ)

πάντας τοὺς καταδυναστευομένους ὑπὸ τοῦ διαβόλου

“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ଯେଉଁମାନେ ଶୟତାନ ଦ୍ବାରା ପ୍ରପୀଡ଼ିତ ଥିଲେ” କିମ୍ବା “ଅନେକେ ଯେଉଁମାନେ ଶୟତାନ ଦ୍ବାରା ପ୍ରପୀଡ଼ିତ ହେଉଥିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ὁ Θεὸς ... ἦν μετ’ αὐτοῦ

“ ତାହାଙ୍କ ସହବର୍ତ୍ତୀ ଥିଲେ” ରୂଢିର ଅର୍ଥ “ତାହାଙ୍କୁ ସାହାଯ୍ୟ କରୁଥିଲେ I” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 10:39

"ଏଠାରେ “ଆମ୍ଭେ” ଶବ୍ଦଗୁଡିକ ପିତର ଓ ପ୍ରେରିତଗଣ ଏବଂ ଯୀଶୁ ପୃଥିବୀରେ ଥିବା ସମୟରେ ତାହାଙ୍କ ସହିତ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I ଏଠାରେ ""ସେ"" ଓ ""ତାହାଙ୍କୁ"" ଶବ୍ଦଗୁଡ଼ିକ ଯୀଶୁଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)"

ἔν ... τῇ χώρᾳ τῶν Ἰουδαίων

ଏହା ମୁଖ୍ୟତଃ ସେହି ସମୟର ଯିହୂଦାକୁ ବୁଝାଏ I

κρεμάσαντες ἐπὶ ξύλου

ଏହା ଆଉ ଏକ ଅଭିବ୍ୟକ୍ତି ଯାହା କ୍ରୁଶାର୍ପଣକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ କାଠର କ୍ରୁଶରେ ତାହାଙ୍କୁ ବିଦ୍ଧ କଲେ”

Acts 10:40

τοῦτον ὁ Θεὸς ἤγειρεν

ଏଠାରେ ଉଠାଇବା ହେଉଛି ଏକ ରୂଢି ଯାହାର ଅର୍ଥ ଜଣେ ମୃତ ହୋଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: ଈଶ୍ବର ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

τῇ τρίτῃ ἡμέρᾳ

ସେ ମୃତ ହେବାର ତୃତୀୟ ଦିନରେ

ἔδωκεν αὐτὸν ἐμφανῆ γενέσθαι

ତାହାଙ୍କୁ ମୃତାମାନଙ୍କ ମଧ୍ୟରୁ ଉଠାଇବା ପରେ ଅନେକ ଲୋକଙ୍କୁ ତାହାଙ୍କୁ ଦେଖିବାର ସୁଯୋଗ ଦେଲେ

Acts 10:41

ἐκ νεκρῶν

ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି ସେମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଥିବା ସମସ୍ତ ମୃତ ଲୋକମାନଙ୍କୁ ବର୍ଣ୍ଣନା କରେ I

Acts 10:42

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପିତର ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୂକ୍ତ କରେ I ଏହା ତାଙ୍କର ଶ୍ରୋତାମାନଙ୍କୁ ବହିର୍ଭୂତ କରେ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ପିତର କର୍ଣ୍ଣୀଲିୟଙ୍କ ଗୃହରେ ସମସ୍ତଙ୍କୁ କହୁଥିବା ଆପଣାର କଥା ଶେଷ କରୁଛନ୍ତି ଯାହା ସେ ପ୍ରେରିତ ୧୦:୩୪ରେ ଆରମ୍ଭ କରିଥିଲେ I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ଏହି ଯୀଶୁଙ୍କୁ ମନୋନୀତ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

κριτὴς ζώντων καὶ νεκρῶν

ଏହା ବର୍ତ୍ତମାନ ସୁଦ୍ଧା ଜୀବିତଥିବା ଲୋକମାନଙ୍କୁ ଓ ମୃତ୍ୟୁଭୋଗ କରିଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜୀବିତ ଲୋକମାନେ ଓ ମୃତ ଲୋକମାନେ” (ଦେଖ: ବିଶେଷ୍ୟପରି ବିଶେଷଣ)

Acts 10:43

τούτῳ πάντες οἱ προφῆται μαρτυροῦσιν

ସମସ୍ତ ଭାବବାଦୀ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି

ἄφεσιν ἁμαρτιῶν λαβεῖν ... πάντα τὸν πιστεύοντα εἰς αὐτὸν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କରିଛନ୍ତି,ସେଥି ସକାଶୁ ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସମସ୍ତଙ୍କର ପାପ କ୍ଷମା କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

διὰ τοῦ ὀνόματος αὐτοῦ

ଏଠାରେ “ତାହାଙ୍କ ନାମ” ଶବ୍ଦଟି ଯୀଶୁଙ୍କର କାର୍ଯ୍ୟକୁ ବୁଝାଏ I ତାହାଙ୍କ ନାମର ଅର୍ଥ ଉଦ୍ଧାରକର୍ତ୍ତା ଈଶ୍ବର I ବିକଳ୍ପ ଅନୁବାଦ: “ସେମାନଙ୍କ ପାଇଁ ଯୀଶୁ ଯାହା କରିଛନ୍ତି ସେଥି ସକାଶୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 10:44

ἐπέπεσε τὸ Πνεῦμα τὸ Ἅγιον

ଏଠାରେ “ଅବତରଣ କଲେ” ଶବ୍ଦଟିର ଅର୍ଥ “ହଠାତ୍ ଘଟିଲା I” ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ହଠାତ୍ ଆସିଲେ”

πάντας τοὺς ἀκούοντας

ଏଠାରେ “ସମସ୍ତ” ଶବ୍ଦଟି ଗୃହରେ ଥାଇ ପିତରଙ୍କ କଥା ଶୁଣୁଥିବା ସମସ୍ତ ବିଜାତିଙ୍କୁ ବୁଝାଏ I

Acts 10:45

ἡ δωρεὰ τοῦ Ἁγίου Πνεύματος

ଏହା ସେମାନଙ୍କୁ ଦତ୍ତ ହୋଇଥିବା ସ୍ବୟଂ ପବିତ୍ର ଆତ୍ମାଙ୍କୁ ବୁଝାଏ I

τοῦ Ἁγίου Πνεύματος ἐκκέχυται

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପବିତ୍ର ଆତ୍ମାଙ୍କୁ ଢାଳିଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐκκέχυται

ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କୁହାଯାଏ ସତେ ଯେପରି ସେ ଏକ ଜିନିଷ ଯାହା ଲୋକଙ୍କ ଉପରେ ଢଳାଯାଇପାରିବ I ଏହା ପ୍ରଚୁର ପରିମାଣକୁ ସୂଚିତ କରେ I ବିକଳ୍ପ ଅନୁବାଦ: “ପ୍ରଚୁର ପରିମାଣରେ ଦିଆଗଲା” (ଦେଖ: ଉପମା/ରୂପକ)

ἡ δωρεὰ

ବିନା ମୁଲ୍ୟର ଦାନ

καὶ ... ἐπὶ τὰ ἔθνη

ଏଠାରେ “ସୁଦ୍ଧା” ଏହି ତଥ୍ୟକୁ ବୁଝାଏ ଯେ ପବିତ୍ର ଆତ୍ମା ଆଗରୁ ଯିହୂଦୀ ବିଶ୍ବାସୀମାନଙ୍କୁ ପ୍ରଦତ୍ତ ହୋଇଥିଲେ I

Acts 10:46

“ସେ” ଓ “ତାହାଙ୍କୁ” ଶବ୍ଦ ପିତରଙ୍କୁ ବୁଝାଏ I

ଏହା କର୍ଣ୍ଣୀଲିୟଙ୍କ ବିଷୟରେ ଥିବା ଘଟଣାର ଅଂଶକୁ ସମାପ୍ତ କରୁଛି I

αὐτῶν λαλούντων γλώσσαις, καὶ μεγαλυνόντων τὸν Θεόν

ଏଗୁଡିକ ଜଣାଶୁଣା କଥିତ ଭାଷା ଥିଲା ଯାହା ଯିହୂଦୀମାନେ ବୁଝି ସ୍ବୀକାର କଲେ ଯେ ବିଜାତିମାନେ ପ୍ରକୃତରେ ଈଶ୍ବରଙ୍କର ପ୍ରଶଂସା କରୁଛନ୍ତି I

Acts 10:47

ପିତର ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ଏହି ପ୍ରଶ୍ନ କରିଥିଲେ ଯେ ବିଜାତି ବିଶ୍ବାସୀମାନେ ବାପ୍ତିଜିତ ହେବା ଉଚିତ I ବିକଳ୍ପ ଅନୁବାଦ: “କେହି ଏମାନଙ୍କଠାରୁ ଜଳକୁ ଦୂରେଇ ରଖିବା ଉଚିତ ନୁହେଁ ! ଆମ୍ଭେମାନେ ଏମାନଙ୍କୁ ବାପ୍ତିସ୍ମ ଦେବା ଉଚିତ କାରଣ ସେମାନେ ...ଆମ୍ଭମାନଙ୍କ ପରି ଗ୍ରହଣ କରିଛନ୍ତି!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 10:48

προσέταξεν ... αὐτοὺς ... βαπτισθῆναι

ଏହା ସୂଚିତ କରେ ଯେ ଯିହୂଦୀ ଖ୍ରୀଷ୍ଟିୟାନମାନେ ହିଁ ସେମାନଙ୍କୁ ବାପ୍ତିସ୍ମ ଦେଇଥିବେ I ବିକଳ୍ପ ଅନନୁବାଦ: “ପିତର ବିଜାତି ବିଶ୍ବାସୀମାନଙ୍କୁ ଆଦେଶ ଦେଲେ ଯେପରି ସେମାନେ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ଅନୁମତି ଦେବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐν τῷ ὀνόματι Ἰησοῦ Χριστοῦ βαπτισθῆναι

ଏଠାରେ “ଯୀଶୁଖ୍ରୀଷ୍ଟଙ୍କ ନାମରେ” ପ୍ରକାଶ କରେ ଯେ ସେମାନଙ୍କ ବାପ୍ତିସ୍ମ ନେବାର କାରଣ ହେଉଛି ଯେ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସୀ ଭାବରେ ବାପ୍ତିଜିତ ହୁଅ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 11

ପ୍ରେରିତ ୧୧ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

”ବିଜାତିମାନେ ମଧ୍ୟ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି”

ପ୍ରଥମ ବିଶ୍ବାସୀମାନେ ସମସ୍ତେ ପ୍ରାୟତଃ ଯିହୂଦୀ ଥିଲେ I ଏହି ଅଧ୍ୟାୟରେ ଲୂକ ଲେଖୁଛନ୍ତି ଯେ ଅନେକ ବିଜାତିମାନେ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଆରମ୍ଭ କଲେ I ସେମାନେ ବିଶ୍ବାସ କରିଥିଲେ ଯେ ଯୀଶୁଙ୍କ ବିଷୟକ ସମ୍ବାଦ ସତ୍ୟ ଅଟେ ଏବଂ ତେଣୁ ସେମାନେ “ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିବାକୁ ଆରମ୍ଭ କଲେ I” ଯିରୂଶାଲମର କେତେକ ବିଶ୍ବାସୀମାନେ ବିଶ୍ବାସ କରି ନ ଥିଲେ ଯେ ବିଜାତିମାନେ ପ୍ରକୃତରେ ଯୀଶୁଙ୍କର ଅନୁଗମନ କରିପାରିବେ; ତେଣୁ ପିତର ସେମାନଙ୍କ ନିକଟକୁ ଯାଇ, ତାହାଙ୍କ ପ୍ରତି କ’ଣ ଘଟିଥିଲା ଓ ବିଜାତିମାନେ କିପରି ଈଶ୍ବରଙ୍କ ବାକ୍ୟ ଏବଂ ପବିତ୍ର ଆତ୍ମା ଗ୍ରହଣ କରିଥିଲେ, ତାହା ସେ ସେମାନଙ୍କୁ କହିଥିଲେ I

Acts 11:1

ବୃତ୍ତାନ୍ତଟିରେ ଏହା ଏକ ନୂଆ ଘଟଣାର ଆରମ୍ଭ I

ପିତର ଯିରୂଶାଲମରେ ପହଞ୍ଚିଛନ୍ତି ଓ ସେଠାରେ ଯିହୂଦୀମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I

δὲ

ଏହା ଘଟଣାର ଏକ ନୂଆ ଅଂଶକୁ ଚିହ୍ନଟ କରେ I (ଦେଖ: ଏକ ନୂତନ ଘଟଣାର ପରିଚୟ)

οἱ ... ἀδελφοὶ

ଏଠାରେ “ଭାଇମାନେ” ଶବ୍ଦଟି ଯିହୂଦାରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I

οἱ ... ὄντες κατὰ τὴν Ἰουδαίαν

ଯେଉଁମାନେ ଯିହୂଦା ପ୍ରଦେଶରେ ଥିଲେ

ἐδέξαντο τὸν λόγον τοῦ Θεοῦ

ଏହି ଭାବ ବିଜାତିମାନେ ଯୀଶୁଙ୍କ ବିଷୟକ ସୁସାମାଚାରର ସମ୍ବାଦ ବିଶ୍ବାସ କରିଥିବା ତଥ୍ୟକୁ ବୁଝାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ଈଶ୍ବରଙ୍କ ସମ୍ବାଦ ବିଶ୍ବାସ କଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:2

ἀνέβη ... εἰς Ἰερουσαλήμ

ଯିରୂଶାଲମ ଇଶ୍ରାୟେଲର ପ୍ରାୟ ଅନ୍ୟ ସମସ୍ତ ସ୍ଥାନ ଅପେକ୍ଷା ଉଚ୍ଚରେ ଥିଲା, ଏଣୁ ଏହା ଇଶ୍ରାୟେଲୀୟମାନଙ୍କ ପାଇଁ ଯିରୂଶାଲମ ଉପରକୁ ଆସିବା ଓ ଏଠାରୁ ତଳକୁ ଯିବା ବୋଲି କହିବା ସ୍ବାଭାବିକ ବିଷୟ ଥିଲା I

οἱ ἐκ περιτομῆς

ଏହା ଏକ ଉଲ୍ଲେଖ ପଦ ଯେ କେତେକ ଯିହୂଦୀ ବିଶ୍ବାସୀ ବିଶ୍ବାସ କରୁଥିଲେ ଯେ ପ୍ରତ୍ୟେକ ବିଶ୍ବାସୀ ସୁନ୍ନତହେବା ଆବଶ୍ୟକ I ବିକଳ୍ପ ଅନୁବାଦ: “ଯିରୂଶାଲମର କେତେକ ଯିହୂଦୀ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ସମସ୍ତ ଅନୁଗମନକାରୀମାନେ ସୁନ୍ନତ ହୁଅନ୍ତୁ ବୋଲି ଚାହୁଁଥିଲେ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:3

ἄνδρας, ἀκροβυστίαν ἔχοντας

“ଅସୁନ୍ନତ ଲୋକେ” ବାକ୍ୟାଂଶଟି ବିଜାତିମାନଙ୍କୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

συνέφαγεν αὐτοῖς

ଯିହୂଦୀମାନଙ୍କ ପାଇଁ ବିଜାତିମାନଙ୍କ ସହିତ ଭୋଜନ କରିବା ଯିହୂଦୀ ପରମ୍ପରା ବିରୁଦ୍ଧ ଅଟେ I

Acts 11:4

ପିତର ଆପଣା ଦର୍ଶନ ଓ କର୍ଣ୍ଣୀଲିୟଙ୍କ ଗୃହରେ ଘଟିଥିବା ବିଷୟ କହି ଯିହୂଦୀମାନଙ୍କୁ ଉତ୍ତର ଦେଉଛନ୍ତି I

ἀρξάμενος ... Πέτρος ἐξετίθετο

ପିତର ଯିହୂଦୀ ବିଶ୍ବାସୀମାନଙ୍କୁ ସମାଲୋଚନା କରି ନ ଥିଲେ, କିନ୍ତୁ ବନ୍ଧୁତ୍ବପୂର୍ଣ୍ଣ ଭାବରେ ବୁଝାଇ ଆପଣା ପ୍ରତିକ୍ରିୟା ରଖିଥିଲେ I

καθεξῆς

ଠିକ୍ ଯାହା ଘଟିଥିଲା

Acts 11:5

ὡς ὀθόνην μεγάλην

ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I ପ୍ରେରିତ ୧୦:୧୧ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

τέσσαρσιν ἀρχαῖς

"ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶଠାରୁ ଉପରେ ଥାଇ I” ପ୍ରେରିତ ୧୦:୧୧ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 11:6

τετράποδα τῆς γῆς

ପିତରଙ୍କ ପ୍ରତ୍ୟୁତ୍ତରରୁ ଏହା ଜଣାଯାଏ ଯେ ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକ ମଧ୍ୟରୁ କେତେକଙ୍କୁ ନ ଖାଇବା ପାଇଁ ଆଜ୍ଞା ଦେଇଥିଲା I ପ୍ରେରିତ ୧୦:୧୨ରେ ତୁମେ ଏକା ଭଳି ବାକ୍ୟାଂଶକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଯେଉଁ ପଶୁ ଓ ପକ୍ଷୀମାନଙ୍କୁ ଭୋଜନ କରିବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥାରେ ଯିହୂଦୀମାନଙ୍କୁ ନିଷେଧ କରାଯାଇଥିଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

θηρία

ଏହା ସମ୍ଭବତଃ ମନୁଷ୍ୟ ପୋଷା ମନାଉ ନ ଥିବା ବା ମନାଇ ପାରୁ ନ ଥିବା କିମ୍ବା ଆୟତ୍ତ କରିପାରୁ ନ ଥିବା ପଶୁମାନଙ୍କୁ ବୁଝାଏ I

ἑρπετὰ

ଏଗୁଡିକ ସରୀସୃପ

Acts 11:7

କହୁଥିବା ବ୍ୟକ୍ତିଙ୍କ ବିଷୟରେ ନିର୍ଦ୍ଦିଷ୍ଟ ଉଲ୍ଲେଖ କରାଯାଇନାହିଁ I “ସ୍ବର” ସମ୍ଭବତଃ ଈଶ୍ବର ଥିଲେ ଯଦିଓ ଏହା ମଧ୍ୟ ହୋଇପାରେ ଯେ ସେ ଈଶ୍ବରଙ୍କର ଜଣେ ଦୂତ ହୋଇଥାଇପାରନ୍ତି I ପ୍ରେରିତ ୧୦:୧୩ରେ ତୁମେ “ସ୍ବର”କୁ କିପରି ଅନୁବାଦ କଲ ତାହା ଦେଖ I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 11:8

μηδαμῶς

ମୁଁ ତାହା କରିବି ନାହିଁ I ପ୍ରେରିତ ୧୦:୧୪ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

κοινὸν ἢ ἀκάθαρτον οὐδέποτε εἰσῆλθεν εἰς τὸ στόμα μου

ଏହା ସ୍ପଷ୍ଟ ଯେ ଚାଦରରେ ଯେଉଁ ପଶୁଗୁଡ଼ିକ ଥିଲେ ପୁରାତନ ନିୟମରେ ଯିହୂଦୀ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକୁ ଖାଇବା ପାଇଁ ନିଷେଧ କରିଥିଲା I ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ କେବଳ ପବିତ୍ର ଓ ଶୁଚି ପଶୁଗଣର ମାଂସ ଭୋଜନ କରିଛି” (ଦେଖ: ଲାକ୍ଷଣିକ ଶବ୍ଦଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

ἀκάθαρτον

ପୁରାତନ ନିୟମର ଯିହୂଦୀ ବ୍ୟବସ୍ଥାରେ, ବିଭିନ୍ନ ପ୍ରକାରେ ଜଣେ ଲୋକ “ଅଶୁଚି” ହେଉଥିଲା, ଯେଭଳି ନିଷେଧ କରାଯାଇଥିବା ପଶୁଗୁଡ଼ିକୁ ଭୋଜନ କରିବା I

Acts 11:9

ἃ‘ ὁ Θεὸς ἐκαθάρισεν, σὺ μὴ κοίνου

ଏହା ଚାଦରରେ ଥିବା ପଶୁଗୁଡିକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:10

ଏପରି ମନେ ହୁଏ ନାହିଁ ଯେ ସବୁ ବିଷୟ ତିନି ଥର ହୋଇଥିଲା I ସମ୍ଭବତଃ ଏହାର ଅର୍ଥ ଏହି ଯେ “ଯାହା ଈଶ୍ବର ଶୁଚି କରିଅଛନ୍ତି, ତାହାକୁ ଅଶୁଚି ବୋଲି ନ କୁହ’, ବାକ୍ୟାଂଶଟି ତିନି ଥର ପୁନରାବୃତ୍ତି କରାଯାଇଥିଲା I ତଥାପି,ଏହାକୁ ବିଶଦ୍ ଭାବରେ ବୁଝାଇବାକୁ ଚେଷ୍ଟା ନ କରି “ଏହା ତିନି ଥର ହୋଇଥିଲା” ବୋଲି ସରଳ ଭାବରେ କହିବା ସବୁଠାରୁ ଭଲ ହେବ I ପ୍ରେରିତ ୧୦:୧୬ରେ “ଏହା ତିନି ଥର ହୋଇଥିଲା”କୁ ତୁମେ କିପରି ଅନୁବାଦ କଲ ତାହା ଦେଖ I

Acts 11:11

ଏଠାରେ “ଆମ୍ଭେମାନେ” ପିତର ଓ ଯାଫୋର ବିଶ୍ବାସୀମାନଙ୍କୁ ବୁଝାଏ I ଏହା ଯିରୂଶାଲମର ତାଙ୍କର ବର୍ତ୍ତମାନ ଶ୍ରୋତାମାନଙ୍କୁ ଅନ୍ତର୍ଭୂକ୍ତ କରେ ନାହିଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହି ଶବ୍ଦ ଆମ୍ଭମାନଙ୍କୁ ଘଟଣାର ନୂଆ ଲୋକମାନଙ୍କ ପାଖକୁ ନେଇଯାଏ I ତୁମର ଭାଷାରେ ଏହା କରିବାର ଶୈଳୀ ଥାଇପାରେ I

ἐξαυτῆς

ସାଙ୍ଗେ ସାଙ୍ଗେ କିମ୍ବା “ଠିକ୍ ସେହି ମୂହୁର୍ତ୍ତରେ”"

ἀπεσταλμένοι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ସେମାନଙ୍କୁ ପଠାଇଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 11:12

ମୁଁ ଚିନ୍ତିତ ହେବା ଉଚିତ ନୁହେଁ ଯେ ସେମାନେ ବିଜାତି ଥିଲେ

ଏହି ଛଅ ଜଣ ଭାଇ ମୋ ସହିତ କାଇସରୀଆକୁ ଗଲେ

ଏହି ଛଅ ଜଣ ଯିହୂଦୀ ବିଶ୍ବାସୀମାନେ

εἰς τὸν οἶκον τοῦ ἀνδρός

ଏହା କର୍ଣ୍ଣୀଲିୟଙ୍କ ଗୃହକୁ ବୁଝାଏ I

Acts 11:13

Σίμωνα, τὸν ἐπικαλούμενον Πέτρον

"ପିତର ଉପନାମ ପ୍ରାପ୍ତ ଶିମୋନ I ଏହି ସମାନ ବାକ୍ୟାଂଶକୁ ପ୍ରେରିତ ୧୦”୩୨ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I

Acts 11:14

πᾶς ὁ οἶκός σου

ଏହା ପରିବାରରେ ଥିବା ସମସ୍ତଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରତେକେ ଯେଉଁମାନେ ତୁମ୍ଭ ଗୃହରେ ବାସ କରୁଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:15

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର, ପ୍ରେରିତଗଣ ଓ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଗ୍ରହଣ କରିଥିବା ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I

ଏହା ସୂଚିତ କରେ ଯେ ପିତର କଥା କହିବା ଶେଷ କରି ନ ଥିଲେ କିନ୍ତୁ ଅଧିକ କିଛି କହିବାକୁ ଚାହୁଁଥିଲେ I

ἀρχῇ

ଘଟଣାର ବୃତ୍ତାନ୍ତକୁ ସଂକ୍ଷିପ୍ତ କରିବାପାଇଁ ପିତର କିଛି ବିଷୟ ଛାଡ଼ି ଦେଉଛନ୍ତି I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ବିଜାତି ବିଶ୍ବାସୀମାନଙ୍କ ଉପରେ ଅବତରଣ କଲେ ଠିକ୍ ଯେପରି ସେ ପେଣ୍ଟିକଷ୍ଟ ଦିନରେ ଯିହୂଦୀ ବିଶ୍ବାସୀମାନଙ୍କ ଉପରେ ଅବତରଣ କରିଥିଲେ” (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ἐν ... ἀρχῇ

ପିତର ପେଣ୍ଟିକଷ୍ଟ ଦିନକୁ ଉଲ୍ଲେଖ କରୁଛନ୍ତି I

Acts 11:16

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 11:17

“ସେମାନଙ୍କୁ” ଶବ୍ଦଟି କର୍ଣ୍ଣୀଲିୟ ଓ ତାହାଙ୍କର ବିଜାତୀୟ ଅତିଥିଗଣ ତଥା ପରିବାରକୁ ବୁଝାଏ I ଯିରୂଶାଲମର ବିଶ୍ବାସୀମାନଙ୍କୁ ଆପଣାର ବିବରଣୀ ଦେଉଥିବାବେଳେ ପିତର ସେମାନଙ୍କୁ ବିଜାତି ବୋଲି କହୁନାହାନ୍ତି I “ସେମାନେ” ଶବ୍ଦଟି ପିତର କହୁଥିବା ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ଯିହୂଦୀ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛି I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ପିତର ଆପଣା ଦର୍ଶନ ଓ କର୍ଣ୍ଣୀଲିୟଙ୍କ ଗୃହରେ ଘଟିଥିବା ବିଷୟରେ ଯିହୂଦୀମାନଙ୍କୁ କହୁଥିବା କଥା ଶେଷ କରୁଛନ୍ତି (ଯାହା ସେ ପ୍ରେରିତ ୧୧:୪)ରେ ଆରମ୍ଭ କରିଥିଲେ I

ସେ ଯେ କେବଳ ଈଶ୍ବରଙ୍କ ଆଜ୍ଞା ମାନୁଥିଲେ ଏହାକୁ ଗୁରୁତ୍ବ ଦେବାପାଇଁ ପିତର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ସେମାନଙ୍କୁ ଦାନ କଲେ ...ମୁଁ ସ୍ଥିର କଲି ଯେ ମୁଁ ପ୍ରତିରୋଧ କରିପାରିବି ନାହିଁ!” (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

τὴν ἴσην δωρεὰν

ପିତର ପବିତ୍ର ଆତ୍ମାଙ୍କର ଦାନକୁ ଉଲ୍ଲେଖ କରୁଛନ୍ତି I

Acts 11:18

ἡσύχασαν

ସେମାନେ ପିତରଙ୍କ ସହିତ ବାଦାନୁବାଦ କଲେ ନାହିଁ"

καὶ ... τοῖς ἔθνεσιν ὁ Θεὸς τὴν μετάνοιαν εἰς ζωὴν ἔδωκεν

"ଈଶ୍ବର ବିଜାତିମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି I ଏଠାରେ “ଜୀବନ” ଅନନ୍ତ ଜୀବନକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ” ଓ “ଜୀବନ”କୁ କ୍ରିୟାଭାବରେ “ମନ ପରିବର୍ତ୍ତନ କର” ଓ ଜୀବନ ପ୍ରାପ୍ତ ହୁଅ” ବୋଲି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ବିଜାତିମାନଙ୍କୁ ମଧ୍ୟ ମନ ପରିବର୍ତ୍ତନ କରିବାକୁ ଓ ଅନନ୍ତ କାଳ ଜୀବନଯାପନ କରିବାକୁ ଅନୁମତି ଦେଇଛନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 11:19

ସ୍ତିଫାନଙ୍କର ପ୍ରସ୍ତରାଘାତ ପରେ ପଳାୟନ କରିଥିବା ବିଶ୍ବାସୀମାନଙ୍କ ପ୍ରତି କ’ଣ ଘଟିଲା ସେ ବିଷୟରେ ଲୂକ କହୁଛନ୍ତି I

οὖν

ଏହା ଘଟଣା ମଧ୍ୟରେ ନୂଆ ଅଂଶଟିକୁ ପରିଚୟ କରାଉଛି I (ଦେଖ: ଏକ ନୂତନ ଘଟଣାର ପରିଚୟ)

οἱ ... διασπαρέντες ἀπὸ τῆς θλίψεως τῆς γενομένης ἐπὶ Στεφάνῳ, διῆλθον

ଯିହୂଦୀମାନେ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ତାଡନା କରିବାକୁ ଆରମ୍ଭ କଲେ, କାରଣ ସ୍ତିଫାନ ଏପରି ବିଷୟ କହିଥିଲେ ଓ କରିଥିଲେ ଯାହା ଯିହୂଦୀମାନଙ୍କୁ ପସନ୍ଦ ନ ଥିଲା I ଏହି ତାଡନା ସକାଶୁ, ଯୀଶୁଙ୍କର ଅନେକ ଶିଷ୍ୟମାନେ ଯିରୂଶାଲମ ଛାଡ଼ି ବିଭିନ୍ନ ସ୍ଥାନକୁ ଚାଲିଗଲେ I

ଯେଉଁମାନେ ଛିନ୍ନଭିନ୍ନ ହୋଇଯାଇଥିଲେ"

διασπαρέντες ἀπὸ τῆς θλίψεως

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ଯେଉଁମାନଙ୍କୁ ଯିହୂଦୀମାନେ ତାଡନା କରୁଥିଲେ ଓ ଯହିଁ ହେତୁ ସେମାନେ ଯିରୂଶାଲମ ଛାଡ଼ିଦେଇଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῆς θλίψεως τῆς γενομένης ἐπὶ Στεφάνῳ

ସ୍ତିଫାନ ଯାହା କହିଥିଲେ ଓ କରିଥିଲେ ତହିଁ ସକାଶୁ ଯେଉଁ ତାଡନା ହୋଇଥିଲା

ବିଶ୍ବାସୀମାନେ ଭାବିଥିଲେ ଯେ ଈଶ୍ବରଙ୍କ ସମ୍ବାଦ କେବଳ ଯିହୂଦୀମାନଙ୍କ ପାଇଁ ଥିଲା ଓ ବିଜାତିମାନଙ୍କ ପାଇଁ ନ ଥିଲା I

Acts 11:20

ଏହି ଗ୍ରୀକ୍ ଭାଷାବାଦୀ ଲୋକମାନେ ବିଜାତି ଥିଲେ, ଯିହୂଦୀ ନ ଥିଲେ I ବିକଳ୍ପ ଅନୁବାଦ: ‘ଗ୍ରୀକ୍ କହୁଥିବା ବିଜାତିମାନଙ୍କୁ ମଧ୍ୟ କହିଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 11:21

ଈଶ୍ବରଙ୍କ ହସ୍ତ ତାହାଙ୍କର ଶକ୍ତିଯୁକ୍ତ ସାହାଯ୍ୟକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଫଳପ୍ରଦଭାବରେ ପ୍ରଚାର କରିବାପାଇଁ ଈଶ୍ବର ସେହି ବିଶ୍ବାସୀମାନଙ୍କୁ ଶକ୍ତିଯୁକ୍ତଭାବରେ ସମର୍ଥ କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐπέστρεψεν ἐπὶ τὸν Κύριον

ଏଠାରେ “ପ୍ରଭୁଙ୍କ ପ୍ରତି ଫେରିଲେ” ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କରିବାର ଏକ ରୂପକ I ବିକଳ୍ପ ଅନୁବାଦ: “ଆଉ ସେମାନେ ସେମାନଙ୍କର ପାପରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କଲେ” (ଦେଖ: ଉପମା/ରୂପକ)

Acts 11:22

ଏହି ପଦଗୁଡିକରେ, “ସେ” ବର୍ଣ୍ଣବ୍ବାକୁ ବୁଝାଏ I “ସେମାନେ” ଶବ୍ଦଟି ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I “ସେମାନଙ୍କୁ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ବିଶ୍ବାସୀମାନଙ୍କୁ (ପ୍ରେରିତ ୧୧:୨୦) ବୁଝାଏ I

ὦτα τῆς ἐκκλησίας

ଏଠାରେ “କର୍ଣ୍ଣ” ଘଟଣାଟି ସମ୍ବନ୍ଧରେ ବିଶ୍ବାସୀମାନେ ଶୁଣିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମଣ୍ଡଳୀର ବିଶ୍ବାସୀମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:23

ἰδὼν τὴν χάριν τὴν τοῦ Θεοῦ

ଈଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କ ପ୍ରତି ଦୟାର କାର୍ଯ୍ୟ କରିଛନ୍ତି ତାହା ଦେଖିଲେ

παρεκάλει πάντας

ସେ ସେମାନଙ୍କୁ ଉତ୍ସାହ ଦେବାକୁ ଲାଗିଲେ

προσμένειν τῷ Κυρίῳ

ପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିବାକୁ କିମ୍ବା “ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବାକୁ”

τῇ προθέσει τῆς καρδίας

ଏଠାରେ “ହୃଦୟ” ଜଣେ ଲୋକର ଇଚ୍ଛା ଓ ଆକାଂକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ସମସ୍ତ ଇଚ୍ଛା ସହିତ” କିମ୍ବା “ସମ୍ପୂର୍ଣ୍ଣ ସମର୍ପଣ ସହିତ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:24

πλήρης Πνεύματος Ἁγίου

ପବିତ୍ର ଆତ୍ମା ବର୍ଣ୍ଣବ୍ବାଙ୍କୁ ନିୟନ୍ତ୍ରଣ କଲେ ଯେହେତୁ ସେ ପବିତ୍ର ଆତ୍ମାଙ୍କର ଅଜ୍ଞାବହ ହେଲେ I

προσετέθη ὄχλος ἱκανὸς τῷ Κυρίῳ

ଏଠାରେ “ସଂଯୁକ୍ତ ହେଲେ” ଶବ୍ଦର ଅର୍ଥ ହେଉଛି ସେମାନେ ଅନ୍ୟମାନଙ୍କ ପରି ସମାନ ବିଷୟ ବିଶ୍ବାସ କରିବାକୁ ଲାଗିଲେ I ବିକଳ୍ପ ଅନୁବାଦ: “ଆହୁରି ଅନେକ ଲୋକ ମଧ୍ୟ ପ୍ରଭୁଙ୍କଠାରେ ବିଶ୍ବାସ କଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 11:25

ଏଠାରେ “ସେ” ଶବ୍ଦଟି ବର୍ଣ୍ଣବ୍ବାଙ୍କୁ ଓ “ତାହାଙ୍କୁ” ଶବ୍ଦଟି ଶାଉଲଙ୍କୁ ବୁଝାଏ I

ἐξῆλθεν ... εἰς Ταρσὸν

ତାର୍ଷ ନଗରକୁ

Acts 11:26

ସମ୍ଭବତଃ ଶାଉଲଙ୍କୁ ଖୋଜିବାପାଇଁ ବର୍ଣ୍ଣବ୍ବାଙ୍କୁ କିଛି ସମୟ ଓ ଉଦ୍ୟମ ଲାଗିଥିଲା I

ଏହା ବୃତ୍ତାନ୍ତଟିରେ ଏକ ନୂଆ ଘଟଣା ଆରମ୍ଭ କରୁଛି I (See: ଏକ ନୂତନ ଘଟଣାର ପରିଚୟ)

αὐτοῖς ... συναχθῆναι ἐν τῇ ἐκκλησίᾳ

ବର୍ଣ୍ଣବ୍ବା ଓ ଶାଉଲ ମଣ୍ଡଳୀ ସହିତ ଏକତ୍ର ହେଲେ

ଏହା ସୂଚିତ କରେ ଯେ ଅନ୍ୟମାନେ ବିଶ୍ବାସୀମାନଙ୍କୁ ଏହି ନାମରେ ଡାକୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ : “ଆନ୍ତିୟଖିଆର ଲୋକମାନେ ଶିଷ୍ୟମାନଙ୍କୁ ଖ୍ରୀଷ୍ଟିୟାନ ବୋଲି କହିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πρώτως ἐν Ἀντιοχείᾳ

ଆନ୍ତିୟଖିଆରେ ପ୍ରଥମକରି

Acts 11:27

ଏଠାରେ ଲୂକ ଆନ୍ତିୟଖିଆରେ କୁହାଯାଇଥିବା ଏକ ଭାବବାଣୀ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଉଛି I

κατῆλθον ἀπὸ Ἱεροσολύμων ... εἰς Ἀντιόχειαν

ଆନ୍ତିୟଖିଆଠାରୁ ଯିରୂଶାଲମ ଉଚ୍ଚ ସ୍ଥାନରେ ଥିଲା, ତେଣୁ ଯିରୂଶାଲମ ଉପରକୁ ଯିବା କିମ୍ବା ଏଠାରୁ ତଳକୁ ଯିବା ବୋଲି କହିବା ଇଶ୍ରାୟେଲୀୟମାନଙ୍କ ପାଇଁ ସ୍ବାଭାବିକ ଥିଲା I

Acts 11:28

ὀνόματι Ἅγαβος

ଯାହାର ନାମ ଆଗାବ ଥିଲା

ἐσήμανεν διὰ τοῦ Πνεύματος

ପବିତ୍ର ଆତ୍ମା ତାହାଙ୍କୁ ଭାବବାଣୀ କହିବାକୁ ସମର୍ଥ କଲେ

ଖାଦ୍ୟର ଏକ ମହାଦୁର୍ଭିକ୍ଷ ହେବ

ἐφ’ ὅλην τὴν οἰκουμένην

ଏହା ଏକ ସାଧାରଣ ଅନୁମାନ ଯାହା ସେମାନେ ରହୁଥିବା ଜଗତର ଅଂଶ ସମ୍ବନ୍ଧରେ କୁହାଯାଉଛି I ବିକଳ୍ପ ଅନୁବାଦ: “ସମଗ୍ର ଜନବସତି ଜଗତରେ” କିମ୍ବା “ସମଗ୍ର ରୋମୀୟ ସାମ୍ରାଜ୍ୟରେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ἐπὶ Κλαυδίου

ଲୂକଙ୍କର ପାଠକମାନେ ଜାଣିଥିବେ ଯେ ସେହି ସମୟରେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 11:29

“ସେମାନେ” ଶବ୍ଦଗୁଡ଼ିକ ଆନ୍ତିୟଖିଆ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ (ପ୍ରେରିତ ୧୧:୨୭)I

δὲ

ଏହା ଏକ ଘଟଣାକୁ ଚିହ୍ନଟ କରେ ଯେ ପ୍ରଥମେ କିଛି ଗୋଟାଏ ଘଟଣା ଘଟିଥିବାରୁ ଏହା ହୋଇଥିଲା I ଏହି କ୍ଷେତ୍ରରେ, ଆଗାବଙ୍କ ଭାବବାଣୀ ହେତୁ କିମ୍ବା ଦୁର୍ଭିକ୍ଷ ସକାଶୁ ସେମାନେ ଅର୍ଥ ପଠାଇଥିଲେ I

ଧନୀ ଲୋକମାନେ ଅଧିକ ପଠାଇଲେ; ଗରୀବମାନେ କମ୍ ପଠାଇଲେ I

ଯିହୂଦା ପ୍ରଦେଶର ବିଶ୍ବାସୀମାନଙ୍କୁ

Acts 11:30

διὰ χειρὸς Βαρναβᾶ καὶ Σαύλου

ହସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିର କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ସେମାନଙ୍କ ନିକଟକୁ ପଠାଇଦେଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 12

"# ପ୍ରେରିତ ୧୨ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ବର୍ଣ୍ଣବ୍ବା ଯେତେବେଳେ ଶାଉଲଙ୍କୁ ତାର୍ଷରୁ ଫେରାଇ ଆଣୁଥିଲେ ଓ ସେମାନେ ଆନ୍ତିୟଖିଆରୁ ଅର୍ଥ ନେଇ ଯିରୂଶାଲମରେ ଦେବାକୁ ଯାଉଥିଲେ (୧୧:୨୫-୩୦), ସେହି ସମୟରେ ହେରୋଦ ରାଜାଙ୍କ ପ୍ରତି କ’ଣ ଘଟିଲା ତାହା ୧୨ ଅଧ୍ୟାୟରେ କୁହାଯାଇଛି I ସେ ମଣ୍ଡଳୀର ଅନେକ ନେତାଙ୍କୁ ବଧ କଲେ ଓ ପିତରଙ୍କୁ କାରାଗାରରେ ରଖିଲେ I ଈଶ୍ବର ପିତରଙ୍କୁ କାରାଗାରରୁ ଉଦ୍ଧାର କଲାପରେ ହେରୋଦ କାରାଗାରର ରକ୍ଷକମାନଙ୍କୁ ବଧ କଲେ ଏବଂ ତାପରେ ଈଶ୍ବର ହେରୋଦଙ୍କୁ ବଧ କରିଥିଲେ I ଅଧ୍ୟାୟର ଶେଷ ପଦରେ, ଲୂକ କହୁଛନ୍ତି ଯେ ବର୍ଣ୍ଣବ୍ବା ଓ ଶାଉଲ କିପରି ଆନ୍ତିୟଖିଆକୁ ଫେରିଥିଲେ I

ଏହି ଅଧ୍ୟାୟର ମୁଖ୍ୟ ବ୍ୟାକରଣ ସମ୍ବନ୍ଧୀୟ ଅଳଙ୍କାର

ବ୍ୟକ୍ତିରୂପ ଧାରଣ

""ଈଶ୍ବରଙ୍କ ବାକ୍ୟ” ସମ୍ବନ୍ଧରେ କୁହାଯାଏ ଯେ ସତେ ଯେପରି ଏହା ଏକ ଜୀବନ୍ତ ପଦାର୍ଥ ଯାହା ବୃଦ୍ଧି ପାଇ ଅନେକ ହୁଏ I (ଦେଖ: ଈଶ୍ଵରଙ୍କ ବାକ୍ୟ, ଯିହୋବାଙ୍କ ବାକ୍ୟ, ପ୍ରଭୁଙ୍କ ବାକ୍ୟ, ସତ୍ୟର ବାକ୍ୟ, ଧର୍ମୋଶାସ୍ତ୍ରବ୍ୟକ୍ତିତ୍ୱଆରୋପ) "

Acts 12:1

ଏହା ହେରୋଦ ଯାକୁବଙ୍କୁ ବଧ କରିବା ବିଷୟର ପୃଷ୍ଠଭୂମି (ଦେଖ : ପୃଷ୍ଠଭୂମି ସୂଚନା)

ଏହା ନୂଆ ତାଡନାର ଆରମ୍ଭ କରୁଛି, ପ୍ରଥମେ ଯାକୁବଙ୍କ ମୃତ୍ୟୁ ଓ ପରେ ପିତରଙ୍କ କାରାରୁଦ୍ଧ ଓ ଉଦ୍ଧାର I

δὲ

ଏହା ଘଟଣାର ନୂଆ ଅଂଶ ଆରମ୍ଭ କରୁଅଛି I (ଦେଖ: ଏକ ନୂତନ ଘଟଣାର ପରିଚୟ)

κατ’ ἐκεῖνον ... τὸν καιρὸν

ଏହା ଦୁର୍ଭିକ୍ଷର ସମୟକୁ ବୁଝାଏ I

ἐπέβαλεν ... τὰς χεῖρας ... τινας

ଏହାର ଅର୍ଥ ହେରୋଦ ବିଶ୍ବାସୀମାନଙ୍କୁ କାରାଗାରରେ ନିକ୍ଷେପ କରିଥିଲେ I ପ୍ରେରିତ ୫:୧୮ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ବନ୍ଦୀ କରିବାକୁ ସୈନ୍ୟମାନଙ୍କୁ ପଠାଇଲେ I

τινας τῶν ἀπὸ τῆς ἐκκλησίας

କେବଳ ଯାକୁବ ଓ ପିତରଙ୍କୁ ଉଲ୍ଲେଖ କରାଯାଇଛି, ଯାହା ସୂଚିତ କରେ ଯେ ଏମାନେ ଯିରୂଶାଲମ ମଣ୍ଡଳୀର ନେତା ଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

κακῶσαί

ବିଶ୍ବାସୀମାନଙ୍କୁ କ୍ଲେଶ ଦେବାପାଇଁ

Acts 12:2

ଏହା ଯାକୁବ କି ପ୍ରକାରେ ବଧ କରାଯାଇଥିଲେ ତାହା କହୁଅଛି I

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ହେରୋଦ ନିଜେ ଯାକୁବଙ୍କୁ ବଧ କଲେ କିମ୍ବା ୨) ହେରୋଦ ଯାକୁବଙ୍କୁ ବଧ କରିବାପାଇଁ ଜଣେ କାହାକୁ ଆଦେଶ ଦେଲେ I ବିକଳ୍ପ ଅନୁବାଦ: “ହେରୋଦ ଆଦେଶ ଦେଲେ ଓ ସେମାନେ ଯାକୁବଙ୍କୁ ବଧ କଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 12:3

ଏଠାରେ “ସେ” ଶବ୍ଦଟି ହେରୋଦଙ୍କୁ (ପ୍ରେରିତ ୧୨:୧) ବୁଝାଏ I

ଯେତେବେଳେ ହେରୋଦ ଦେଖିଲେ ଯେ ଯାକୁବଙ୍କୁ ବଧ କରିବା ଯିହୂଦୀନେତାମାନଙ୍କୁ ସନ୍ତୁଷ୍ଟ କରିଅଛି

ଯିହୂଦୀନେତାମାନଙ୍କୁ ଖୁସି କରିଥିଲା

ହେରୋଦ ଏହା କରିଥିଲେ କିମ୍ବା “ଏହା ଘଟିଥିଲା”

ἡμέραι τῶν Ἀζύμων

ଏହା ଯିହୂଦୀ ଧର୍ମର ନିସ୍ତାର ପର୍ବର ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଲୋକମାନଙ୍କ ଖମୀରଶୂନ୍ୟ ରୋଟୀ ଭୋଜନ କରିବାର ପର୍ବ”

Acts 12:4

τέσσαρσιν τετραδίοις στρατιωτῶν

"ଚାରୋଟି ସେନା ଦଳ I ପ୍ରତ୍ୟେକ ଦଳରେ ଚାରି ଚାରି ଜଣ ସୈନ୍ୟ ରହି ପାଳିକରି ପିତରଙ୍କୁ ଜଗୁଥିଲେ I ଦଳ ଗୁଡ଼ିକ ୨୪ ଘଣ୍ଟା ଦିନକୁ ଚାରୋଟି ପର୍ଯ୍ୟାୟରେ ଭାଗ କରିଥିଲେ I ପ୍ରତ୍ୟେକ ପର୍ଯ୍ୟାୟରେ ଦୁଇ ଜଣ ସୈନ୍ୟ ତାହାଙ୍କ ନିକଟରେ ଓ ଅନ୍ୟ ଦୁଇ ଜଣ ସେନା ପ୍ରବେଶ ଦ୍ବାର ପାଖରେ ଜଗି ରହୁଥିଲେ I

βουλόμενος ... ἀναγαγεῖν αὐτὸν τῷ λαῷ

ହେରୋଦ ଲୋକମାନଙ୍କ ଉପସ୍ଥିତିରେ ପିତରଙ୍କ ବିଚାର କରିବାକୁ ଯୋଜନା କରିଥିଲେ କିମ୍ବା “ହେରୋଦ ଯିହୂଦୀ ଲୋକମାନଙ୍କ ସମ୍ମୁଖରେ ପିତରଙ୍କ ବିଚାର କରିବାକୁ ଯୋଜନା କରିଥିଲେ”"

Acts 12:5

ὁ μὲν οὖν Πέτρος ἐτηρεῖτο ἐν τῇ φυλακῇ

ଏହା ସୂଚିତ କରେ ଯେ କାରାଗାରରେ ଅବିରତ ସେନାମାନେ ପିତରଙ୍କୁ ଜଗିରହୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତଏବ ସେନାମାନେ କାଗାଗାରରେ ପିତରଙ୍କୁ ଜଗିରହୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ” “ଯିରୂଶାଲମର ବିଶ୍ବାସୀମାନେ ତାହାଙ୍କ ପାଇଁ ଏକାଗ୍ରଭାବରେ ପ୍ରାର୍ଥନା କରୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐκτενῶς

ନିରନ୍ତର ଏକାଗ୍ରଭାବରେ

Acts 12:6

ହେରୋଦ ଯେ ତାହାଙ୍କୁ ବଧ କରିବା ପାଇଁ ଯୋଜନା କରିଥିଲେ ତାହା ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଦିନ ହେରୋଦ ପିତରଙ୍କୁ କାରାଗାରରୁ ଆଣି ଦୋଷାରୋପ କଲାପରେ ବଧ କରିବାକୁ ଯୋଜନା କରିଥିଲେ, ତା’ ପୂର୍ବ ଦିନ ଏହା ଘଟିଥିଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

δεδεμένος ἁλύσεσιν δυσίν

"ଦୁଇଟି ଜଞ୍ଜିରରେ ବନ୍ଧାଥିଲା କିମ୍ବା “ଦୁଇଟି ଜଞ୍ଜିରରେ ବାନ୍ଧି ରଖାଯାଇଥିଲା I”ପ୍ରତ୍ୟେକ ଜଞ୍ଜିର ପିତରଙ୍କ ପାଖରେ ଥିବା ଜଣେ ଜଣେ ସୈନ୍ୟଙ୍କ ସହିତ ସଂଯୁକ୍ତ ଥିଲା I

କାରାଗାରର ଦ୍ବାର ରକ୍ଷା କରୁଥିଲେ"

Acts 12:7

“ତାହାଙ୍କୁ” ଓ ତାହାଙ୍କର” ଶବ୍ଦ ପିତରଙ୍କୁ ବୁଝାଏ I

ଏହି ଶବ୍ଦ ଆମ୍ଭମାନଙ୍କୁ ଆଗକୁଥିବା ଆଶ୍ଚର୍ଯ୍ୟଚକିତକାରୀ ସୂଚନା ପ୍ରତି ଧ୍ୟାନ ଦେବାକୁ ଜାଗ୍ରତ କରାଏ I

ἐπέστη

ତାହାଙ୍କୁ ଲାଗି କିମ୍ବା “ତାହାଙ୍କ ପାଖରେ”

ἐν τῷ οἰκήματι

କାରାଗାର କୋଠରୀରେ

"ଦୂତ ପିତରଙ୍କୁ ଥାପୁଡେଇଲେ କିମ୍ବା “ଦୂତ ପିତରଙ୍କୁ କେଞ୍ଚିଥିଲେ I” ପିତର ବାସ୍ତବରେ ଏତେ ଘୋର ନିଦ୍ରାରେ ଶୋଇଥିଲେ ଯେ ତାଙ୍କୁ ଉଠାଇବାପାଇଁ ଏହା କରିବାକୁ ପଡ଼ିଥିଲା I

ἐξέπεσαν αὐτοῦ αἱ ἁλύσεις ἐκ τῶν χειρῶν

ଦୂତ ଜଞ୍ଜିରଟିକୁ ନ ଛୁଇଁ ପିତରଙ୍କଠାରୁ ପକାଇ ଦେଇଥିଲେ I

Acts 12:8

ἐποίησεν ... οὕτως

ଦୂତ ତାହାଙ୍କୁ ଯାହା କରିବାକୁ କହିଲେ ପିତର ତାହା କରିଥିଲେ କିମ୍ବା “ପିତର ମାନିଥିଲେ"" I"

Acts 12:9

ଏଠାରେ “ସେ” ପିତରଙ୍କୁ ବୁଝାଏ I “ସେମାନେ” ଶବ୍ଦଗୁଡ଼ିକ ପିତର ଓ ଦୂତଙ୍କୁ ବୁଝାଏ I

ସେ ବୁଝିପାରି ନ ଥିଲେ I

ἀληθές ἐστιν τὸ γινόμενον διὰ τοῦ ἀγγέλου

ଏହାକୁ କର୍ତ୍ତୃବାଚ୍ୟରେ ପରିବର୍ତ୍ତନ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତଙ୍କର କାର୍ଯ୍ୟସବୁ ବାସ୍ତବ ଥିଲା” କିମ୍ବା “ଦୂତ ଯାହା କରିଥିଲେ ତାହା ସତ୍ୟ ଥିଲା” (ଦେଖ : କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 12:10

ଏହା ସୂଚିତ କରେ ଯେ ପିତର ଓ ଦୂତ ଚାଲିଯାଉଥିବା ସମୟରେ ସୈନ୍ୟମାନେ ସେମାନଙ୍କୁ ଦେଖିପାରି ନ ଥିଲେ I ବିକଳ୍ପ ଅନୁବାଦ: “ପ୍ରଥମ ଓ ଦ୍ବିତୀୟ ପ୍ରହରୀଦଳ ସେମାନେ ଯାଉଥିବା ସମୟରେ ସେମାନଙ୍କୁ ଦେଖି ନ ଥିଲେ ଓ ତାପରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

διελθόντες

ଚାଲିଯାଇଥିଲେ

καὶ δευτέραν

“ପ୍ରହରୀଦଳ” ଶବ୍ଦଟି ପୂର୍ବ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଓ ଦ୍ବିତୀୟ ପ୍ରହରୀଦଳ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

ἦλθαν ἐπὶ τὴν πύλην τὴν σιδηρᾶν

ପିତର ଓ ଦୂତ ଲୌହ ଦ୍ବାର ନିକଟରେ ପହଞ୍ଚିଲେ

τὴν ... φέρουσαν εἰς τὴν πόλιν

ଯାହାଦେଇ ନଗରକୁ ଯିବାକୁ ହୁଏ କିମ୍ବା “ଯାହା କାରାଗାରରୁ ନଗରକୁ ଯାଇଥିଲା”

ἥτις αὐτομάτη ἠνοίγη αὐτοῖς

ଏଠାରେ “ଆପଣା ମନକୁ” ର ଅର୍ଥ ହେଉଛି ପିତର କିମ୍ବା ଦୂତ ଏହାକୁ ଖୋଲି ନ ଥିଲେ I ବିକଳ୍ପ ଅନୁବାଦ: “ଦ୍ବାରଟି ସେମାନଙ୍କ ପାଇଁ ମେଲା ହୋଇଗଲା” କିମ୍ବା “ଦ୍ବାରଟି ସେମାନଙ୍କ ପାଇଁ ଆପଣାଛାଏଁ ଖୋଲିଗଲା” (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

ἐξελθόντες προῆλθον ῥύμην μίαν

ଦାଣ୍ଡଦେଇ ଚାଲିଗଲେ

εὐθέως ἀπέστη ... ἀπ’ αὐτοῦ

ପିତରଙ୍କୁ ହଠାତ୍ ଛାଡ଼ି ଚାଲିଗଲେ କିମ୍ବା “ହଠାତ୍ ଅଦୃଶ୍ୟ ହୋଇଗଲେ”

Acts 12:11

καὶ ὁ Πέτρος ἐν ἑαυτῷ γενόμενος

ଏହା ଗୋଟିଏ ରୂଢି ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ପିତର ସମ୍ପୂର୍ଣ୍ଣ ଜାଗ୍ରତ ଓ ସଚେତନ ହୋଇଗଲେ” କିମ୍ବା “ଯେତେବେଳେ ପିତର ଜାଣିଗଲେ ଯେ ଯାହା ତାଙ୍କ ପ୍ରତି ଘଟିଲା ତାହା ବାସ୍ତବ ଅଟେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐξείλατό με ἐκ χειρὸς Ἡρῴδου

ଏଠାରେ “ହେରୋଦଙ୍କ ହସ୍ତ” ହେରୋଦଙ୍କ ଅକ୍ତିଆର” କିମ୍ବା “ହେରୋଦଙ୍କ ଯୋଜନା”କୁ ବୁଝାଏ I ବିକଳ୍ପ ଅନୁବାଦ: “ହେରୋଦ ମୋର ବିନାଶ ପାଇଁ କରିଥିବା ଯୋଜନାରୁ ମୋତେ ରକ୍ଷା କଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐξείλατό με

ଉଦ୍ଧାର କଲେ

πάσης τῆς προσδοκίας τοῦ λαοῦ τῶν Ἰουδαίων

ଏଠାରେ “ଯିହୂଦୀ ଲୋକମାନେ” ସମ୍ଭବତଃ ମୁଖ୍ୟଭାବରେ ଯିହୂଦୀ ନେତାମାନଙ୍କୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ ଯାହାସବୁ ମୋ ପ୍ରତି ଘଟିବ ବୋଲି ଭାବିଥିଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 12:12

συνιδών

ସେ ଜାଣିପାରିଲେ ଯେ ଈଶ୍ବର ତାହାଙ୍କୁ ଉଦ୍ଧାର କରିଛନ୍ତି I

Ἰωάννου, τοῦ ἐπικαλουμένου Μάρκου

ଯୋହନଙ୍କୁ ମାର୍କ ବୋଲି ମଧ୍ୟ କୁହାଯାଉଥିଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୋହନ, ଯାହାଙ୍କୁ ଲୋକେ ମାର୍କ ବୋଲି ମଧ୍ୟ କହୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 12:13

ଏହାରେ “ସେ” ଓ “ତାହାକୁ” ଶବ୍ଦଗୁଡ଼ିକ ରୋଦା ନାମକ ଜଣେ ଦାସୀ ଝିଅକୁ ବୁଝାଏ I ଏଠାରେ “ସେମାନେ” ଶବ୍ଦଗୁଡ଼ିକ ଭିତରେ ରହି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ବୁଝାଏ (ପ୍ରେରିତ ୧୨:୧୨)I

κρούσαντος ... αὐτοῦ

"ପିତର ଦ୍ବାରରେ ଆଘାତ କଲେ I ଦ୍ବାରରେ ଠକ୍ ଠକ୍ ମାରିବା ଯିହୂଦୀମାନଙ୍କର ଏକ ସାଧାରଣ ପ୍ରଥା ଥିଲା ଯାହା ଜଣାଇଦିଏ ଯେ ତୁମେ ସେମାନଙ୍କୁ ସାକ୍ଷାତ କରିବାକୁ ଚାହୁଁଛ I ତୁମେ ଏହାକୁ ତୁମ ସଂସ୍କୃତି ସହିତ ମେଳଖାଇବାଭଳି ପରିବର୍ତ୍ତନ କରିପାର I

τὴν θύραν τοῦ πυλῶνος

ବାହାର ଦ୍ବାରରେ କିମ୍ବା “ଦାଣ୍ଡରୁ ପ୍ରାଙ୍ଗଣ ମଧ୍ୟକୁ ପ୍ରବେଶ କରିବା ଦ୍ବାରରେ”"

προσῆλθε ... ὑπακοῦσαι

କିଏ ଦ୍ବାରରେ ଆଘାତ କରୁଛି ତାହା ପଚାରିବାପାଇଁ ଦ୍ବାର ପାଖକୁ ଆସିଲା

Acts 12:14

ἀπὸ τῆς χαρᾶς

କାରଣ ସେ ଅତି ଆନନ୍ଦିତ ଥିଲା କିମ୍ବା “ଅତ୍ୟଧିକ ବିଭୋର ହୋଇଯାଇ”

οὐκ ἤνοιξεν τὸν πυλῶνα

ଦ୍ବାର ଖୋଲିଲା ନାହିଁ କିମ୍ବା “ଦ୍ବାର ଖୋଲିବାକୁ ଭୁଲିଗଲା”

εἰσδραμοῦσα

ତୁମେ ଏହା କହିବାକୁ ପସନ୍ଦ କରିପାର ଯେ “ସେ ଘର ଭିତରେ କୋଠରୀକୁ ଦୌଡ଼ିଗଲା”

εἰσδραμοῦσα ... ἀπήγγειλεν

ସେ ସେମାନଙ୍କୁ କହିଲା କିମ୍ବା “ସେ କହିଲା”

ἑστάναι ... πρὸ τοῦ πυλῶνος

"ଦ୍ବାର ପାଖରେ ଠିଆ ହୋଇଛନ୍ତି I ପିତର ସେ ପର୍ଯ୍ୟନ୍ତ ଦ୍ବାର ପାଖରେ ଠିଆ ହୋଇଥିଲେ I

Acts 12:15

μαίνῃ

ଲୋକମାନେ କେବଳ ଯେ ତାହାକୁ ଅବିଶ୍ବାସ କଲେ, ତାହା ନୁହେଁ, ମାତ୍ର ସେ ବାୟାଣୀ ବୋଲି କହି ତାହାକୁ ଅନୁଯୋଗ କଲେ I ବିକଳ୍ପ ଅନୁବାଦ: ""ତୁ ବାୟାଣୀ ଅଟୁ"""

ἡ ... διϊσχυρίζετο οὕτως ἔχειν

ସେ ତାହା ସତ ବୋଲି ଦୃଢ଼ରୂପେ କହିଲା

ସେମାନେ କହିଲେ

ὁ ἄγγελός ἐστιν αὐτοῦ

"ତୁ ଯାହାଙ୍କୁ ଦେଖିଲୁ ସେ ପିତରଙ୍କ ଦୂତ I କେତେକ ଯିହୂଦୀ ରକ୍ଷକଦୂତମାନଙ୍କଠାରେ ବିଶ୍ବାସ କରୁଥିଲେ ଓ ହୁଏତ ଭାବିଥାଇପାରନ୍ତି ଯେ ପିତରଙ୍କ ଦୂତ ସେମାନଙ୍କ ନିକଟକୁ ଆସିଥିଲେ I

Acts 12:16

ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ଗୃହରେ ଥିବା ଲୋକମାନଙ୍କୁ ବୁଝାଏ I “ସେ’ ଶବ୍ଦଗୁଡ଼ିକ ପିତରଙ୍କୁ ବୁଝାଏ I

ὁ δὲ Πέτρος ἐπέμενεν κρούων

“ବାରମ୍ବାର ମାରୁଥିଲେ” ଶବ୍ଦର ଅର୍ଥ ହେଉଛି ଯେ ଭିତରେ ଥିବା ଲୋକମାନେ କଥା ହେଉଥିବା ସମୟସାରା ପିତର ଦ୍ବାରରେ ମାରୁଥିଲେ I

Acts 12:17

ἀπαγγείλατε ... ταῦτα

ଏହିସବୁ ବିଷୟ ଜଣାଅ"

τοῖς ἀδελφοῖς

ଅନ୍ୟ ବିଶ୍ବାସୀମାନଙ୍କୁ

Acts 12:18

ଏଠାରେ “ତାହାଙ୍କୁ” ଶବ୍ଦଟି ପିତରଙ୍କୁ ବୁଝାଏ I “ସେ” ଶବ୍ଦଟି ହେରୋଦଙ୍କୁ ବୁଝାଏ I

δὲ

ଘଟଣାଧାରାରେ ଏକ ବିରତିକୁ ଦେଖାଇବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I ସମୟ ଚାଲିଯାଇଛି; ଏହା ବର୍ତ୍ତମାନ ପରବର୍ତ୍ତୀ ଦିନ I

γενομένης ... ἡμέρας

ସକାଳ ହେବା ପରେ

ἦν τάραχος οὐκ ὀλίγος ἐν τοῖς στρατιώταις, τί ἄρα ὁ Πέτρος ἐγένετο

ପ୍ରକୃତରେ କ’ଣ ଘଟିଥିଲା ତାକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଏହାକୁ ସକରାତ୍ମକ ଭାବରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ପିତରଙ୍କ ପ୍ରତି ଯାହା ଘଟିଥିଲା ସେଥିସକାଶୁ ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ἦν τάραχος οὐκ ὀλίγος ἐν τοῖς στρατιώταις, τί ἄρα ὁ Πέτρος ἐγένετο

ଗୁଣବାଚକ ବିଶେଷ୍ୟ “ଚହଳ”,କୁ “ବିଶୃଂଖଳିତ” କିମ୍ବା “ବିଚଳିତ” ଶବ୍ଦରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତରଙ୍କ ପ୍ରତି ଯାହା ଘଟିଥିଲା ସେଥିସକାଶୁ ସୈନ୍ୟମାନେ ବଡ଼ ବିଚଳିତ ହୋଇଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 12:19

Ἡρῴδης δὲ ἐπιζητήσας αὐτὸν καὶ μὴ εὑρὼν

ହେରୋଦ ପିତରଙ୍କୁ ଖୋଜିଲାପରେ ଓ ତାହାଙ୍କୁ ନ ପାଇବା ପରେ

Ἡρῴδης δὲ ἐπιζητήσας αὐτὸν

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯେତେବେଳେ ହେରୋଦ ଶୁଣିଲେ ଯେ ପିତର ମିଳୁନାହାନ୍ତି, ସେ ନିଜେ କାରାଗାରରେ ଖୋଜିବାକୁ ଗଲେ” କିମ୍ବା ୨) “ଯେତେବେଳେ ହେରୋଦ ଶୁଣିଲେ ଯେ ପିତର ମିଳୁନାହାନ୍ତି, ସେ କାରାଗାରରେ ଖୋଜିବାକୁ ଅନ୍ୟ ସୈନ୍ୟମାନଙ୍କୁ ପଠାଇଲେ I”

ἀνακρίνας τοὺς φύλακας, ἐκέλευσεν ἀπαχθῆναι

ବନ୍ଦୀମାନେ ଖସି ପଳାଇଗଲେ ପ୍ରହରୀମାନଙ୍କୁ ହତ୍ୟା କରିବା ରୋମୀୟ ସରକାରଙ୍କର ସାଧାରଣ ଦଣ୍ଡ ବିଧାନ ଥିଲା I

καὶ ... κατελθὼν

ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ କାଇସରୀଆ ଉଚ୍ଚତାରେ ଯିହୂଦାଠାରୁ ତଳରେ ଥିଲା I

Acts 12:20

ଲୂକ ହେରୋଦଙ୍କ ଜୀବନର ଆଉ ଏକ ଘଟଣା କହୁଛନ୍ତି I

δὲ

ଘଟଣାଟିରେ ଆଉ ଏକ ବିଷୟକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: ଏକ ନୂତନ ଘଟଣାର ପରିଚୟ)

ଏଠାରେ “ସେମାନେ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ଏହା ହୋଇ ନ ପାରେ ଯେ ସୋର ଓ ସୀଦୋନର ସମସ୍ତ ଲୋକେ ହେରୋଦଙ୍କ ନିକଟକୁ ଯାଇଥିଲେ I ବିକଳ୍ପ ଅନୁବାଦ: “ସୋର ଓ ସୀଦୋନର ଲୋକମାନଙ୍କର ପ୍ରତିନିଧି ଭାବରେ କେତେକ ଲୋକ ଏକତ୍ର ହୋଇ ହେରୋଦଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଇଥିଲେ I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ଏହି ଲୋକମାନେ ବ୍ଲାସ୍ତଙ୍କୁ ମନାଇଲେ

Βλάστον

ବ୍ଲାସ୍ତ ହେରୋଦ ରାଜାଙ୍କର ଜଣେ ସହକାରୀ କିମ୍ବା ଜଣେ ଅଧିକାରୀ ଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ᾐτοῦντο εἰρήνην

ଏହି ଲୋକମାନେ ଶାନ୍ତି ନିବେଦନ କରିଥିଲେ

τὸ τρέφεσθαι αὐτῶν τὴν χώραν ἀπὸ τῆς βασιλικῆς

ସେମାନେ ସମ୍ଭବତଃ ଏହି ଖାଦ୍ୟ କିଣିଥିଲେ I ବିକଳ୍ପ ଅନୁବାଦ: “ସୋର ଓ ସୀଦୋନର ଲୋକମାନେ ହେରୋଦ ରାଜତ୍ବ କରୁଥିବା ଲୋକମାନଙ୍କଠାରୁ ସେମାନଙ୍କର ଖାଦ୍ୟ କିଣୁଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τὸ τρέφεσθαι αὐτῶν

ଏହା ସୂଚିତ କରେ ଯେ ହେରୋଦ ଏହି ଖାଦ୍ୟ ଯୋଗାଣରେ କଟକଣା କରିଥିଲେ କାରଣ ସେ ସୋର ଓ ସୀଦୋନର ଲୋକମାନଙ୍କ ପ୍ରତି କ୍ରୋଧ କରିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 12:21

ଏହା ସମ୍ଭବତଃ ସେହି ଦିନ, ଯେଉଁ ଦିନରେ ହେରୋଦ ପ୍ରତନିଧିମାନଙ୍କୁ ସାକ୍ଷାତ କରିବାପାଇଁ ରାଜି ହୋଇଥିଲେ I ବିକଳ୍ପ ଅନୁବାଦ: “ସେହି ନିରୂପିତ ଦିନ ଯେତେବେଳେ ହେରୋଦ ସେମାନଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ”

ἐσθῆτα βασιλικὴν

ବହୁମୂଲ୍ୟ ବସ୍ତ୍ର ଯାହା ପ୍ରମାଣ କରିବ ଯେ ସେ ଜଣେ ରାଜା ଅଟନ୍ତି

ଏହିଠାରେ ହେରୋଦ ତାହାଙ୍କୁ ଦେଖାକରିବାକୁ ଆସୁଥିବା ଲୋକମାନଙ୍କୁ ଆନୁଷ୍ଠାନିକ ଭାବରେ ବକ୍ତୃତା ଦେଉଥିଲେ I

Acts 12:22

ଏହା ହେରୋଦଙ୍କ ବିଷୟରେ ଥିବା ଘଟଣାର ଶେଷ ଅଟେ I

Acts 12:23

ତତ୍ କ୍ଷଣାତ୍ ଜଣେ ଦୂତ କିମ୍ବା “ଲୋକମାନେ ହେରୋଦଙ୍କର ପ୍ରଶଂସା କରୁଥିବା ସମୟରେ, ଜଣେ ଦୂତ”

ἐπάταξεν αὐτὸν

ହେରୋଦଙ୍କୁ ଆଘାତ କଲେ କିମ୍ବା “ହେରୋଦଙ୍କୁ ଅତି ରୋଗଗ୍ରସ୍ତ କରାଇଲେ”

οὐκ ἔδωκεν τὴν δόξαν τῷ Θεῷ

ହେରୋଦ ଲୋକମାନଙ୍କୁ ଈଶ୍ବରଙ୍କର ଉପାସନା କରିବାକୁ କହିବା ପରିବର୍ତ୍ତେ ଆପଣାର ଉପାସନା କରିବାକୁ ସୁଯୋଗ ଦେଇଥିଲେ I

γενόμενος σκωληκόβρωτος, ἐξέψυξεν

ଏଠାରେ ”କୀଟ” ଶରୀର ଭିତରେ ଥିବା କୃମିମାନଙ୍କୁ, ସମ୍ଭବତଃ ଅନ୍ତନଳୀରେ ଥିବା କୃମିମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କୃମିଗୁଡ଼ିକ ହେରୋଦଙ୍କର ଭିତର ଅଂଶକୁ ଖାଇଗଲେ ଓ ସେ ମୃତ୍ୟୁଭୋଗ କଲେ I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 12:24

୨୩ ପଦରୁ ଇତିହାସକୁ ୨୪ ପଦଟି ଆଗେଇ ନେଉଛି I ୧୧:୩୦ରୁ ଇତିହାସକୁ ୨୫ ପଦଟି ଆଗେଇ ନେଉଛି I (ଦେଖ: କାହାଣୀର ଶେଷ)

ὁ ... λόγος τοῦ Θεοῦ ηὔξανεν καὶ ἐπληθύνετο

ଈଶ୍ବରଙ୍କ ବାକ୍ୟ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା ଏକ ଜୀବନ୍ତ ବୃକ୍ଷ ଯାହା ବୃଦ୍ଧି ପାଇବାକୁ ଓ ଉତ୍ପନ୍ନ କରିବାକୁ ସକ୍ଷମ ଅଟେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟର ସମ୍ବାଦ ଅଧିକ ସ୍ଥାନକୁ ବ୍ୟାପିଗଲା ଓ ଅନେକ ଲୋକ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: ଉପମା/ରୂପକ)

ὁ ... λόγος τοῦ Θεοῦ

ଯୀଶୁଙ୍କ ବିଷୟରେ ଈଶ୍ବର ପ୍ରେରଣ କରିଥିବା ସମ୍ବାଦ

Acts 12:25

πληρώσαντες τὴν διακονίαν

ପ୍ରେରିତ ୧୧:୨୯-୩୦ର ଉଲ୍ଲେଖ ଅନୁସାରେ ସେମାନେ ଆନ୍ତିୟଖିଆର ବିଶ୍ବାସୀମାନଙ୍କଠାରୁ ଅର୍ଥ ଆଣିଥିବା ଘଟଣା ମଧ୍ୟକୁ ଧ୍ୟାନ ଫେରାଇନିଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ନେତାମାନଙ୍କୁ ଅର୍ଥ ପ୍ରଦାନ କଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὑπέστρεψαν εἰς Ἰερουσαλὴμ

ସେମାନେ ଯିରୂଶାଲମରୁ ଆନ୍ତିୟଖିଆକୁ ଫେରିଗଲେ I ବିକଳ୍ପ ଅନୁବାଦ: “ବର୍ଣ୍ଣବ୍ବା ଓ ଶାଉଲ ଆନ୍ତିୟଖିଆକୁ ବାହୁଡିଗଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 13

ପ୍ରେରିତ ୧୩ ସାଧାରଣ ସୂଚନା### ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଗୀତସଂହିତା ୧୩:୩୩-୩୫ ର ତିନୋଟି ଉଦ୍ଧୃତି କ୍ଷେତ୍ରରେ ଏହା କରିଥାଏ I

କେତେକେ ଅନୁବାଦ କବିତାର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ପୁରାତନ ନିୟମର ୧୩:୪୧ ରେ କରାଯାଇଛି I

ଏହି ଅଧ୍ୟାୟରୁ ପ୍ରେରିତ ପୁସ୍ତକର ଦ୍ବିତୀୟ ଭାଗ ଆରମ୍ଭ ହୋଇଛି I ଲୂକ ପିତରଙ୍କ ଅପେକ୍ଷା ପାଉଲଙ୍କ ବିଷୟରେ ଅଧିକ ଲେଖୁଛନ୍ତି ଓ ବର୍ଣ୍ଣନା କରୁଛନ୍ତି ଯେ ଯିହୂଦୀମାନଙ୍କୁ ନୁହେଁ, କିନ୍ତୁ ବିଜାତିମାନଙ୍କୁ ବିଶ୍ବାସୀମାନେ କିପରି ଯୀଶୁଙ୍କର ସମ୍ବାଦ କହୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ବିଜାତିମାନଙ୍କ ନିମନ୍ତେ ଏକ ଆଲୋକ

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ ଯେ ସେମାନେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟ କରନ୍ତି ନାହିଁ ଓ ସତେ ଯେପରି ସେମାନେ ଅନ୍ଧକାରରେ ଘୁରି ବୁଲନ୍ତି I ଆଉ ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପରେ ପୂର୍ଣ୍ଣ ଲୋକମାନଙ୍କୁ ଧାର୍ମିକ ହେବାକୁ ସକ୍ଷମ କରେ ଯେପରି ସେମାନେ ଯାହା କରୁଛନ୍ତି ତାହା ଭୂଲ୍ ବୋଲି ଜାଣି ଈଶ୍ବରଙ୍କ ଆଜ୍ଞା ମାନିବାକୁ ଆରମ୍ଭ କରିବେ I ଯିହୂଦୀମାନେ ବିଜାତିମାନଙ୍କୁ ଅନ୍ଧକାରରେ ଆଚରଣ କରୁଛନ୍ତି ବେଲି ବିବେଚନା କରୁଥିଲେ, କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ବିଜାତିମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବା ନେଇ କହନ୍ତି ଯେ ସତେ ଯେପରି ସେମାନେ ବିଜାତିମାନଙ୍କ ନିକଟକୁ ଦୃଶ୍ୟମାନ ଆଲୋକ ଆଣୁଛନ୍ତି I (ଦେଖ: ଉପମା/ରୂପକଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତା)

Acts 13:1

୧ ପଦ ଆନ୍ତିୟଖିଆ ମଣ୍ଡଳୀର ଲୋକମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I ଏଠାରେ ପ୍ରଥମ ଶବ୍ଦ “ସେମାନେ” ସମ୍ଭବତଃ ଏହି ପାଞ୍ଚ ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I ତା’ ପରବର୍ତ୍ତୀ “ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ସମ୍ଭବତଃ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଛାଡ଼ି ଅନ୍ୟ ତିନି ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I (ଦେଖ: ପୃଷ୍ଠଭୂମି ସୂଚନା)

ଆନ୍ତିୟଖିଆ ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ପ୍ରଚାର ଯାତ୍ରାରେ ପଠାଇବା ବିଷୟରେ ଲୂକ କହିବାକୁ ଆରମ୍ଭ କରନ୍ତି I

ସେହି ସମୟରେ ଆନ୍ତିୟଖିଆ ମଣ୍ଡଳୀରେ

ଏହା ପୁରୁଷ ଲୋକମାନଙ୍କର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ἡρῴδου τοῦ τετράρχου σύντροφος

ମନେହମ୍ ସମ୍ଭବତଃ ହେରୋଦଙ୍କର ଖେଳସାଥୀ କିମ୍ବା ଏକତ୍ର ବଢିଥିବା ବନ୍ଧୁ ଥିଲେ I

Acts 13:2

ମୋହର ସେବା କରିବା ନିମନ୍ତେ ନିଯୁକ୍ତ କର

προσκέκλημαι αὐτούς

ଏହି କ୍ରିୟାପଦର ଅର୍ଥ ଏହି ଯେ ଈଶ୍ବର ସେମାନଙ୍କୁ ଏହି କର୍ମ ପାଇଁ ମନୋନୀତ କରିଅଛନ୍ତି I

Acts 13:3

ἐπιθέντες τὰς χεῖρας αὐτοῖς

"ଏହି ଲୋକମାନଙ୍କ ଉପରେ ହସ୍ତାର୍ପଣ କଲେ ଯେଉଁମାନଙ୍କୁ ଈଶ୍ବର ଆପଣା ସେବା ନିମନ୍ତେ ପୃଥକ୍ କରିଥିଲେ I ଏହି କାର୍ଯ୍ୟ ଦେଖାଉଛି ଯେ ପବିତ୍ର ଆତ୍ମା ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଈଶ୍ବରଙ୍କ ସେବାପାଇଁ ଆହ୍ବାନ କରିଛନ୍ତି ବୋଲି ନେତାମାନେ ଏକମତ ହୋଇଛନ୍ତି I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

ἀπέλυσαν

ସେମାନଙ୍କୁ ବିଦାୟ ଦେଲେ କିମ୍ବା “ସେମାନଙ୍କୁ ପବିତ୍ର ଆତ୍ମା କହିଥିବା କାର୍ଯ୍ୟ କରିବା ନିମନ୍ତେ ପଠାଇଦେଲେ”"

Acts 13:4

ଏଠାରେ “ସେମାନେ” ଓ ସେମାନଙ୍କର” ଶବ୍ଦଗୁଡ଼ିକ ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବୁଝାଏ I

οὖν

ଏହି ଶବ୍ଦ ଗୋଟିଏ ଘଟଣାକୁ ଚିହ୍ନଟ କରୁଛି ଯାହା ପୂର୍ବର ଗୋଟିଏ ଘଟଣା ସକାଶୁ ଘଟିଥିଲା I ଏହି ଘଟଣାରେ, ପୂର୍ବ ଘଟଣା ହେଉଛି ପବିତ୍ର ଆତ୍ମାଙ୍କ ଦ୍ବାରା ବର୍ଣ୍ଣବ୍ବା ଓ ଶାଉଲ ପୃଥକୀକୃତ ହେବା I

κατῆλθον

ଏଠାରେ “ଓହ୍ଲାଇ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ସେଲୂକିଆ ଆନ୍ତିୟଖିଆଠାରୁ ଉଚ୍ଚତାରେ ନିମ୍ନରେ ଥିଲା I

Σελεύκιαν

ସମୁଦ୍ର ଉପକୂଳରେ ଥିବା ଏକ ନଗର

Acts 13:5

Σαλαμῖνι

ସଲାମୀ ନଗରଟି କୁପ୍ର ଦ୍ବୀପରେ ଥିଲା I

κατήγγελλον τὸν λόγον τοῦ Θεοῦ

"ଏଠାରେ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ଭାବେ “ଈଶ୍ବରଙ୍କ ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ବାଦ ଘୋଷଣା କଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

συναγωγαῖς τῶν Ἰουδαίων

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ଯେ ୧) “ସଲାମୀ ନଗରରେ ଅନେକ ଯିହୂଦୀ ସମାଜଗୃହ ଥିଲା ଯେଉଁଠାରେ ବର୍ଣ୍ଣବ୍ବା ଓ ଶାଉଲ ପ୍ରଚାର କରିଥିଲେ” କିମ୍ବା ୨) “ବର୍ଣ୍ଣବ୍ବା ଓ ଶାଉଲ କୁପ୍ର ଦ୍ବୀପର ଚାରିପାଖରେ ଯାତ୍ରା କରୁଥିବା ସମୟରେ ସଲାମୀସ୍ଥିତ ସମାଜଗୃହରୁ ଆରମ୍ଭ କରି ସେମାନେ ପାଇଥିବା ସମସ୍ତ ସମାଜଗୃହ ଗୁଡିକରେ ପ୍ରଚାର କରିଥିଲେ I”"

ମାର୍କ ଉପନାମ ପ୍ରାପ୍ତ ଯୋହନ ସେମାନଙ୍କ ସାଙ୍ଗରେ ଯାଇ ସେମାନଙ୍କୁ ସାହାଯ୍ୟ କରୁଥିଲେ

ὑπηρέτην

ସାହାଯ୍ୟକାରୀ

Acts 13:6

ଏଠାରେ “ସେମାନେ” ଶବ୍ଦ ପାଉଲ, ଶୀଲା ଓ ଯୋହନ ମାର୍କଙ୍କୁ ବୁଝାଏ I “ଏହି ବ୍ୟକ୍ତି” ଶବ୍ଦଟି ସେର୍ଗିୟ ପାଉଲଙ୍କୁ ବୁଝାଏ I ପ୍ରଥମ “ସେ” ଶବ୍ଦଟି ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କୁ ବୁଝାଏ; ଦ୍ବିତୀୟ “ସେ” ଶବ୍ଦ ମାୟାବୀ ଅଲ୍ଲୀମା (ଯାହାଙ୍କୁ ବର୍ଯୀଶୁ କୁହାଯାଏ)ଙ୍କୁ ବୁଝାଏ I

ὅλην τὴν νῆσον

ସେମାନେ ଦ୍ବୀପର ଏକ ପାଖରୁ ଅନ୍ୟ ପାଖ ଅତିକ୍ରମକରି ସେମାନେ ଯେଉଁ ଯେଉଁ ନଗର ଦେଇ ଯାଉଥିଲେ ସେଠାରେ ସୁସାମାଚାର ସମ୍ବାଦ କହୁଥିଲେ I

Πάφου

ଏହା କୁପ୍ର ଦ୍ବୀପର ଏକ ବଡ ନଗର ଯେଉଁଠାରେ ଶାସନ କର୍ତ୍ତା ବାସ କରୁଥିଲେ I

εὗρον

ଏଠାରେ “ଦେଖିଲେ”ର ଅର୍ଥ ହେଉଛି ସେମାନେ ତାହାଙ୍କୁ ଅନ୍ବେଷଣ କରି ନ ଥିଲେ କିନ୍ତୁ ସୁଯୋଗକ୍ରମେ ଭେଟିଗଲେ I ବିକଳ୍ପ ଅନୁବାଦ: “ସେମାନେ ସାକ୍ଷାତ କଲେ” କିମ୍ବା “ଭେଟିଲେ”

ἄνδρα, τινὰ μάγον

ଜଣେ ନିର୍ଦ୍ଦିଷ୍ଟ ଲୋକ ଯେ ତନ୍ତ୍ର ମନ୍ତ୍ର ଜାଣେ କିମ୍ବା “ଜଣେ ଲୋକ ଯେ ଅଲୌକିକ ତନ୍ତ୍ର କଳା ଅଭ୍ୟାସ କରେ”

ᾧ ὄνομα Βαριησοῦς

"ବର୍ଯୀଶୁର ଅର୍ଥ ହେଉଛି “ଯୀଶୁଙ୍କର ପୁତ୍ର I” ଏହି ଲୋକ ଓ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ I ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 13:7

σὺν

ଅନେକ ସମୟରେ ସାଙ୍ଗରେ କିମ୍ବା “ଅନେକ ସମୟରେ ସେମାନଙ୍କ ସହିତ”"

ἀνθυπάτῳ

ସେ ଗୋଟିଏ ରୋମୀୟ ପ୍ରଦେଶର ଜଣେ ଭାରପ୍ରାପ୍ତ ଶାସନକର୍ତ୍ତା ଥିଲେ I ବିକଳ୍ପ ଅନୁବାଦ : “ଶାସନକର୍ତ୍ତା”

ἀνδρὶ συνετῷ

ଏହା ସେର୍ଗିୟ ପାଉଲଙ୍କର ପୃଷ୍ଠଭୂମି ସୂଚନା ଅଟେ I (ଦେଖ: ପୃଷ୍ଠଭୂମି ସୂଚନା)

Acts 13:8

Ἐλύμας ὁ μάγος

ଏହି ବର୍ଯୀଶୁ, ଯାହାଙ୍କୁ “ମାୟାବୀ” ବୋଲି ମଧ୍ୟ କୁହାଯାଏ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

οὕτως ... μεθερμηνεύεται τὸ ὄνομα αὐτοῦ

ତାହାଙ୍କୁ ଗ୍ରୀକ୍ ରେ ତାହା କୁହାଯାଏ

ἀνθίστατο ... αὐτοῖς ... ζητῶν διαστρέψαι

ଫେରାଇବାକୁ ଚେଷ୍ଟା କରି ପ୍ରତିରୋଧ କଲେ କିମ୍ବା “ଫେରାଇବାକୁ ଚେଷ୍ଟା କରି ବନ୍ଦ କରିବାକୁ ଉଦ୍ୟମ କଲେ”

ζητῶν διαστρέψαι τὸν ἀνθύπατον ἀπὸ τῆς πίστεως

"ଏଠାରେ ""କୌଣସି ବିଷୟଠାରୁ ଫେରାଇବା”ର ଅର୍ଥ ଜଣେ କାହାକୁ କିଛି ନ କରିବାପାଇଁ ମନାଇବା ସଙ୍ଗେ ସମାନ I ବିକଳ୍ପ ଅନୁବାଦ: “ସୁସାମାଚାର ସମ୍ବାଦରେ ବିଶ୍ବାସ ନ କରିବାପାଇଁ ଶାସନକର୍ତ୍ତାଙ୍କୁ ମନାଇବାକୁ ଉଦ୍ୟମ କଲେ” (ଦେଖ: ଉପମା/ରୂପକ)"

Acts 13:9

“ତାହାଙ୍କୁ” ଶବ୍ଦଟି ମାୟାବୀ ଅଲ୍ଲୀମାଙ୍କୁ ବୁଝାଏ, ଯାହାକୁ ବର୍ଯୀଶୁ ମଧ୍ୟ କୁହାଯାଏ (ପ୍ରେରିତ ୧୩:୬-୮)I

ପାଫ ଦ୍ବୀପରେ ଥିବା ସମୟରେ ପାଉଲ ଅଲ୍ଲୀମା ସହିତ କଥା ହେବାକୁ ଆରମ୍ଭ କଲେ I

Σαῦλος ... ὁ καὶ Παῦλος

"ଶାଉଲ ତାଙ୍କର ଯିହୂଦୀ ନାମ ଓ “ପାଉଲ” ତାଙ୍କର ରୋମୀୟ ନାମ ଥିଲା I ସେ ଜଣେ ରୋମୀୟ ଅଧିକାରୀଙ୍କ ସହିତ କଥା କହୁଥିବା ହେତୁ ଆପଣା ରୋମୀୟ ନାମ ବ୍ୟବହାର କରିଥିଲେ I “ଶାଉଲ, ଯେ ବର୍ତ୍ତମାନ ଆପଣାକୁ ପାଉଲ କହୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἀτενίσας εἰς αὐτὸν

ସ୍ଥିର ଦୃଷ୍ଟିରେ ତାହାଙ୍କ ପ୍ରତି ନିରୀକ୍ଷଣ କଲେ"

Acts 13:10

υἱὲ διαβόλου

ପାଉଲ କହୁଛନ୍ତି ଯେ ଲୋକଟି ଶୟତାନ ଭଳି କାର୍ଯ୍ୟ କରୁଛି I ବିକଳ୍ପ ଅନୁବାଦ: “ତୁମ୍ଭେ ଶୟତାନ ସଦୃଶ ଅଟ” କିମ୍ବା “ତୁମ୍ଭେ ଶୟତାନ ସଦୃଶ କାର୍ଯ୍ୟ କରୁଅଛ” (ଦେଖ: ଲାକ୍ଷଣିକ ଶବ୍ଦ)

παύσῃ

ତୁମ୍ଭେ ସର୍ବଦା ମିଥ୍ୟା ବିଷୟ କହି ଯାହା ସତ୍ୟ ନୁହେଁ ତାକୁ ବିଶ୍ବାସ କରିବାକୁ ଅନ୍ୟମାନଙ୍କୁ ମନାଉଅଛ ଓ ସର୍ବଦା ଭ୍ରାନ୍ତ ବିଷୟ କରୁଅଛ I

ῥᾳδιουργίας

ଏହି ପରିପ୍ରେକ୍ଷୀରେ ଏହାର ଅର୍ଥ ହେଉଛି ଅଳସୁଆ ହେବା ଓ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରିବାରେ ଯତ୍ନଶୀଳ ନ ହେବା I

ἐχθρὲ πάσης δικαιοσύνης

ପାଉଲ ଅଲ୍ଲୀମାକୁ ଶୟତାନର ଦଳରେ ରଖୁଛନ୍ତି I ଶୟତାନ ଯେପରି ଈଶ୍ବରଙ୍କର ଶତ୍ରୁ ଓ ଧାର୍ମିକତା ବିରୁଦ୍ଧରେ ଯାଏ, ଅଲ୍ଲୀମା ମଧ୍ୟ ସେହିପରି ଅଟେ I

οὐ παύσῃ διαστρέφων τὰς ὁδοὺς τοῦ Κυρίου τὰς εὐθείας

ପାଉଲ ଅଲ୍ଲୀମାକୁ ଈଶ୍ବରଙ୍କର ବିରୋଧ କରୁଥିବା ଯୋଗୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ସର୍ବଦା କହୁଛ ଯେ ଈଶ୍ବରଙ୍କ ବିଷୟକ ସତ୍ୟତା ମିଥ୍ୟା ଅଟେ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

τὰς ὁδοὺς τοῦ Κυρίου τὰς εὐθείας

"ଏଠାରେ ""ସଳଖ ପଥ” ସତ୍ୟତାର ପଥକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ସତ୍ୟ ପଥ ସବୁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)"

Acts 13:11

“ତୁମ୍ଭେ” ଓ “ତୁମ୍ଭକୁ” ଶବ୍ଦଗୁଡିକ ମାୟାବୀ ଅଲ୍ଲୀମାକୁ ବୁଝାଏ I “ସେ” ଶବ୍ଦଟି ଶାସନକର୍ତ୍ତା (ପାଫର ଶାସନକର୍ତ୍ତା) ସେର୍ଗିୟ ପାଉଲଙ୍କୁ ବୁଝାଏ I

ପାଉଲ ଅଲ୍ଲୀମାକୁ କହିବା ଶେଷ କରୁଛନ୍ତି I (ଦେଖ: @)

χεὶρ Κυρίου ἐπὶ σέ

ଏଠାରେ “ହସ୍ତ” ଈଶ୍ବରଙ୍କ ଶକ୍ତି ଓ “ତୁମ୍ଭ ଉପରେ” ଦଣ୍ଡର ସୂଚନା ଦିଏ I ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭକୁ ଦଣ୍ଡ ଦେବେ” (ଦେଖ: ଲାକ୍ଷଣିକ ଶବ୍ଦ)

ἔσῃ τυφλὸς

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭକୁ ଅନ୍ଧ କରିବେ I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μὴ βλέπων τὸν ἥλιον

ଅଲ୍ଲୀମା ଏମିତି ସମ୍ପୂର୍ଣ୍ଣଭାବରେ ଅନ୍ଧ ହୋଇଯିବ ଯେ ସେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ”

ἄχρι καιροῦ

କେତେକ ସମୟ ପର୍ଯ୍ୟନ୍ତ କିମ୍ବା “ଈଶ୍ବର ନିରୂପଣ କରିଥିବା ସମୟ ପର୍ଯ୍ୟନ୍ତ”

ἔπεσεν ἐπ’ αὐτὸν ἀχλὺς καὶ σκότος

ଅଲ୍ଲୀମାର ଚକ୍ଷୁ ଧନ୍ଦଳା ହୋଇଗଲା ଓ ତାପରେ ଅନ୍ଧ ହୋଇଗଲା କିମ୍ବା “ଅଲ୍ଲୀମା ଅସ୍ପଷ୍ଟ ଭାବରେ ଦେଖିବାକୁ ଆରମ୍ଭ କରି ପରେ ସେ କିଛି ଦେଖି ପାରିଲା ନାହିଁ”

περιάγων

ଅଲ୍ଲୀମା ଦରାଣ୍ଡି ହେବାକୁ ଲାଗିଲା କିମ୍ବା “ଅଲ୍ଲୀମା ଏଣେ ତେଣେ ହେବାକୁ ଲାଗିଲା ଓ”

Acts 13:12

ἀνθύπατος

ଏ ଜଣେ ରୋମୀୟ ପ୍ରଦେଶର ଭାରପ୍ରାପ୍ତ ଶାସନକର୍ତ୍ତା ଥିଲେ I ବିକଳ୍ପ ଅନୁବାଦ: “ଶାସନକର୍ତ୍ତା”

ἐπίστευσεν

ସେ ଯୀଶୁଙ୍କଠାରେ ବିଶ୍ବାସ କଲେ

ἐπίστευσεν ἐκπλησσόμενος ἐπὶ τῇ διδαχῇ τοῦ Κυρίου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟରେ ଶିକ୍ଷା ତାହାଙ୍କୁ ଆଚମ୍ବିତ କଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 13:13

"ଏହି ଘଟଣାର ଏହି ଅଂଶ ବିଷୟରେ ୧୩ ଓ ୧୪ ପଦ ପୃଷ୍ଠଭୁମି ସୂଚନା ଦିଏ I ""ପାଉଲ ଓ ତାହାଙ୍କର ବନ୍ଧୁମାନେ"" ଅର୍ଥାତ୍ ବର୍ଣ୍ଣବ୍ବା ଓ ଯୋହନ ମାର୍କ (ଯାହାଙ୍କୁ ଯୋହନ ମଧ୍ୟ କୁହାଯାଏ) I ଏହି ସମୟଠାରୁ ପ୍ରେରିତ ପୁସ୍ତକରେ ଶାଉଲଙ୍କୁ ପାଉଲ ବୋଲି କୁହାଯାଇଛି I ତାଲିକାରେ ପାଉଲଙ୍କ ନାମ ପ୍ରଥମରେ ଥିବା ବିଷୟ ସୂଚାଇଥାଏ ଯେ ସେ ଦଳର ନେତା ହୋଇଥିଲେ I ଅନୁବାଦରେ ଏହି କ୍ରମକୁ ବଜାୟ ରଖିବା ଆବଶ୍ୟକ ଅଟେ I"

ପିସିଦିଆର ଆନ୍ତିୟଖିଆରେ ପାଉଲଙ୍କର କାର୍ଯ୍ୟ ସମ୍ବନ୍ଧରେ ଏହା ଘଟଣାର ଏକ ନୂଆ ଅଂଶ ଅଟେ I

δὲ

ଏହା ଘଟଣାଟିରେ ନୂଆ ଅଂଶର ଆରମ୍ଭକୁ ଚିହ୍ନଟ କରେ I

ἀναχθέντες ... ἀπὸ τῆς Πάφου

ପାଫରୁ ଜଳଯାତ୍ରା କରି ଗଲେ

ἦλθον εἰς Πέργην τῆς Παμφυλίας

ପମ୍ଫୁଲିଆର ପର୍ଗୀରେ ପହଞ୍ଚିଲେ

Ἰωάννης δὲ ἀποχωρήσας ἀπ’ αὐτῶν

କିନ୍ତୁ ଯୋହନ ମାର୍କ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଛାଡ଼ି ଚାଲିଗଲେ

Acts 13:14

Ἀντιόχειαν τὴν Πισιδίαν

ପିସିଦିଆ ଜିଲ୍ଲାର ଆନ୍ତିୟଖିଆ ନଗର

Acts 13:15

“ବ୍ୟବସ୍ଥା ଓ ଭାବବାଦୀଗଣ” ଯିହୂଦୀମାନଙ୍କ ଶାସ୍ତ୍ରର ପଢାଯାଇଥିବା ଅଂଶକୁ ବୁଝାଏ I ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରର ପୁସ୍ତକରୁ କେହି ଜଣେ ପାଠ କଲାପରେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ἀπέστειλαν ... πρὸς αὐτοὺς λέγοντες

ଜଣକୁ କିଛି କହିବାକୁ କହିଲେ କିମ୍ବା “ଜଣକୁ କିଛି କହିବାକୁ ନିବେଦନ କଲେ”

ସମାଜଗୃହର ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ସହ-ଯିହୂଦୀ ଭାବରେ ଗ୍ରହଣକରି “ଭାଇମାନେ” ବୋଲି କହିଥିଲେ I

εἴ τίς ἐστιν ἐν ὑμῖν λόγος παρακλήσεως

ଯଦି ତୁମ୍ଭେ ଆମ୍ଭମାନଙ୍କର ଉତ୍ସାହ ନିମନ୍ତେ କିଛି କହିବାକୁ ଚାହଁ

λέγετε

ଦୟାକରି କହନ୍ତୁ କିମ୍ବା “ଦୟାକରି ଆମ୍ଭମାନଙ୍କୁ ତାହା କହନ୍ତୁ”

Acts 13:16

ପ୍ରଥମ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କର” ଶବ୍ଦ ପାଉଲ ଓ ତାହାଙ୍କ ସହ-ଯିହୂଦୀମାନଙ୍କୁ ବୁଝାଏ I “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହରେ ଥିବା ଲୋକମାନଙ୍କୁ ପାଉଲ ତାଙ୍କର କଥା କହିବା ଆରମ୍ଭ କରୁଛନ୍ତି I ସେ ଇଶ୍ରାୟେଲର ଇତିହାସରେ ଘଟିଥିବା ଘଟଣାରୁ ଆପଣାର କଥା ଆରମ୍ଭ କରୁଛନ୍ତି I

κατασείσας τῇ χειρὶ

ହସ୍ତରେ ସଙ୍କେତ ଦେବାର ଅର୍ଥ ହେଉଛି ଯେ ସେ କହିବାପାଇଁ ପ୍ରସ୍ତୁତ ଅଛନ୍ତି I ବିକଳ୍ପ ଅନୁବାଦ: “ଆପଣା ହସ୍ତ ହଲାଇ ସଙ୍କେତ ଦେଲେ ଯେ ସେ କହିବାପାଇଁ ଯାଉଛନ୍ତି I

οἱ φοβούμενοι τὸν Θεόν

ଏହା ଯିହୂଦୀ ଧର୍ମ ଗ୍ରହଣ କରିଥିବା ବିଜାତିମାନଙ୍କୁ ବୁଝାଏ I “ଆପଣମାନେ ଯେଉଁମାନେ କି ଇଶ୍ରାୟେଲୀୟ ନୁହନ୍ତି କିନ୍ତୁ ଈଶ୍ବରଙ୍କ ଉପାସନା କରନ୍ତି”

τὸν Θεόν, ἀκούσατε

"ହେ ଈଶ୍ବର, ମୋ କଥା ଶୁଣନ୍ତୁ କିମ୍ବା ""ହେ ଈଶ୍ବର, ମୁଁ ଯାହା କହିବାକୁ ଯାଉଅଛି ଶୁଣନ୍ତୁ”"

Acts 13:17

ὁ Θεὸς τοῦ λαοῦ τούτου Ἰσραὴλ

ଯେଉଁ ଈଶ୍ବରଙ୍କୁ ଇଶ୍ରାୟେଲ ଲୋକମାନେ ଉପାସନା କରନ୍ତି

τοὺς πατέρας ἡμῶν

ଆମ୍ଭମାନଙ୍କର ପିତୃ ପୁରୁଷମାନେ

τὸν λαὸν ὕψωσεν

ସେମାନଙ୍କୁ ବହୁସଂଖ୍ୟକ ହେବାକୁ ଦେଲେ

μετὰ βραχίονος ὑψηλοῦ

ଏହା ଈଶ୍ବରଙ୍କ ମହାନ୍ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମହା ପରାକ୍ରମ ଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

ἐξ αὐτῆς

ମିଶର ଦେଶରୁ ବାହାର କଲେ

Acts 13:18

ἐτροποφόρησεν αὐτοὺς

ଏହାର ଅର୍ଥ “ସେ ସେମାନଙ୍କୁ ସହ୍ୟ କଲେ I” କେତେକ ଅନୁବାଦରେ ଭିନ୍ନ ଶବ୍ଦ ଅଛି ଯାହାର ଅର୍ଥ “ସେ ସେମାନଙ୍କର ଯତ୍ନ ନେଲେ I” ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କର ଅନାଜ୍ଞାବହତା ସହ୍ୟ କଲେ” କିମ୍ବା “ଈଶ୍ବର ସେମାନଙ୍କର ଯତ୍ନ ନେଲେ”

Acts 13:19

ଏଠାରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ସାତ ଗୋଟି ଜାତି ଯେଉଁ ଦେଶକୁ ପୂର୍ବରୁ ଅଧିକାର କରିଥିଲେ, ତାହାକୁ “ସେମାନଙ୍କର ଦେଶ” ବୋଲି କୁହାଯାଉଛି I “ସେମାନଙ୍କୁ” ଶବ୍ଦଟି ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ତାଙ୍କର ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ἔθνη

ଏଠାରେ “ଜାତି” ବିଭିନ୍ନ ଲୋକ ଦଳକୁ ବୁଝାଏ, ଭୌଗଳିକ ସୀମାକୁ ନୁହେଁ I

Acts 13:20

ὡς ἔτεσι τετρακοσίοις καὶ πεντήκοντα

ଅଧିକାର କରିବାକୁ ୪୫୦ ବର୍ଷରୁ ଅଧିକ ଲାଗିଥିଲା

ἕως Σαμουὴλ προφήτου

ଭାବବାଦୀ ଶାମୂୟେଲଙ୍କ ସମୟ ପର୍ଯ୍ୟନ୍ତ

Acts 13:21

ଉଦ୍ଧୃତିଟି ପୁରାତନ ନିୟମର ଶାମୂୟେଲଙ୍କ ଇତିହାସ ପୁସ୍ତକରୁ ଓ ଏଥାନ୍ ଙ୍କ ଲିଖିତ ଗୀତସଂହିତାରୁ ନିଆଯାଇଛି I

τεσσεράκοντα

ଚାଳିଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ରାଜା ହେବା ନିମନ୍ତେ

Acts 13:22

μεταστήσας αὐτὸν

ଏହି ଭାବର ଅର୍ଥ ହେଉଛି ଈଶ୍ବର ଶାଉଲଙ୍କୁ ରାଜା ହେବାରୁ ନିବୃତ୍ତ କଲେ I ବିକଳ୍ପ ଅନୁବାଦ: “ଶାଉଲଙ୍କୁ ରାଜା ହୋଇ ରହିବା ପାଇଁ ଅଗ୍ରାହ୍ୟ କଲେ”

ଈଶ୍ବର ଦାଉଦଙ୍କୁ ସେମାନଙ୍କର ରାଜା ହେବାପଇଁ ମନୋନୀତ କଲେ

βασιλέα

ଇଶ୍ରାୟେଲର ରାଜା କିମ୍ବା “ଇଶ୍ରାୟେଲୀୟମାନଙ୍କ ଉପରେ ରାଜା”

ଈଶ୍ବର ଦାଉଦଙ୍କ ବିଷୟରେ ଏହା କହିଲେ

εὗρον

ଆମ୍ଭେ ଦେଖିଅଛୁ ଯେ

ἄνδρα κατὰ τὴν καρδίαν μου

ଏହି ଭାବର ଅର୍ଥ ହେଉଛି “ଆମ୍ଭେ ଯାହା ଚାହୁଁ ସେ ମଧ୍ୟ ତାହା ଚାହେଁ I” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 13:23

ଉଦ୍ଧୃତିଟି ସୁସମାଚାର ପୁସ୍ତକରୁ ନିଆଯାଇଛି I

τούτου ... ἀπὸ τοῦ σπέρματος

"ଦାଉଦଙ୍କ ବଂଶରୁ I ତ୍ରାଣକର୍ତ୍ତା ଦାଉଦଙ୍କ ବଂଶରୁ ଉତ୍ପନ୍ନ ହେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ବାକ୍ୟର ଆରମ୍ଭରେ ରଖାଯାଇଛି (ପ୍ରେରିତ ୧୩:୨୨)I

ἤγαγεν τῷ Ἰσραὴλ

ଏହା ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ଦେଲେ” (ଦେଖ: ଲାକ୍ଷଣିକ ଶବ୍ଦ)

κατ’ ἐπαγγελίαν

ଯେ ପ୍ରକାରେ ଈଶ୍ବର ପ୍ରତିଜ୍ଞା କରିଥିଲେ ଯେ ସେ କରିବେ"

Acts 13:24

βάπτισμα μετανοίας

ତୁମେ “ମନ ପରିବର୍ତ୍ତନ” ଶବ୍ଦକୁ “ମନ ପରିବର୍ତ୍ତନ କର” କ୍ରିୟାପଦ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ମନ ପରିବର୍ତ୍ତନ କରିବା ନିମନ୍ତେ ବାପ୍ତିସ୍ମ” କିମ୍ବା “ବାପ୍ତିସ୍ମ ଯାହା ଲୋକମାନେ ଅନୁରୋଧ କରିଥିଲେ ଯେତେବେଳେ ସେମାନେ ସେମାନଙ୍କର ପାପରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛା କରିଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 13:25

τί‘ ἐμὲ ὑπονοεῖτε εἶναι

ସେ କିଏ ଏହା ଚିନ୍ତା କରିବାପାଇଁ ଲୋକମାନଙ୍କୁ ବାଧ୍ୟ କରିବାକୁ ଯୋହନ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ମୁଁ କିଏ ତାହା ଚିନ୍ତା କରନ୍ତୁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ἐμὲ ... εἶναι? οὐκ εἰμὶ ἐγώ

ଯୋହନ ମଶୀହଙ୍କ ବିଷୟରେ ଇଙ୍ଗିତ କରୁଥିଲେ, ଯାହାଙ୍କୁ ଆସିବେ ବୋଲି ସେମାନେ ଅପେକ୍ଷା କରୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମଶୀହ ନୁହେଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀλλ’ ἰδοὺ

ସେ ଏହା ପରେ କ’ଣ କହିବେ, ସେହି ବିଷୟକୁ ଏହା ଗୁରୁତ୍ବ ଦେଉଛି

ἔρχεται μετ’ ἐμὲ

ଏହା ମଧ୍ୟ ମଶୀହଙ୍କୁ ଇଙ୍ଗିତ କରୁଅଛି I ବିକଳ୍ପ ଅନୁବାଦ: “ମଶୀହ ଶୀଘ୍ର ଆସିବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οὗ οὐκ εἰμὶ ἄξιος τὸ ὑπόδημα τῶν ποδῶν λῦσαι

"ମୁଁ ତାହାଙ୍କ ଜୋତାର ବନ୍ଧନୀ ଫିଟାଇବାକୁ ମଧ୍ୟ ଯୋଗ୍ୟ ନୁହେଁ I ମଶୀହ ଯୋହନଙ୍କଠାରୁ ଏତେ ମହାନ୍ ଯେ ତାହାଙ୍କର ନୀଚତମ କାର୍ଯ୍ୟ ପାଇଁ ମଧ୍ୟ ସେ ନିଜକୁ ଯୋଗ୍ୟ ବୋଲି ଭାବୁ ନ ଥିଲେ I

Acts 13:26

“ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ଯିରୂଶାଲମରେ ଥିବା ଯିହୂଦୀମାନଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ ସମାଜଗୃହରେ ଥିବା ସମସ୍ତ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ପାଉଲ ତାଙ୍କର ଯିହୂଦୀ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ବିଜାତି ଶ୍ରୋତାମାନଙ୍କୁ ସମ୍ବୋଧନ କରୁଛନ୍ତି ପୁଣି ସତ୍ୟ ଈଶ୍ବରଙ୍କ ଉପାସକ ଭାବରେ ସେମାନଙ୍କର ବିଶେଷ ସ୍ଥିତିକୁ ସେମାନଙ୍କୁ ମନେ ପକାଇ ଦେଉଛନ୍ତି I

ὁ λόγος τῆς σωτηρίας ταύτης ἐξαπεστάλη

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଏହି ପରିତ୍ରାଣ ସମ୍ବନ୍ଧୀୟ ସମ୍ବାଦ ପଠାଇଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῆς σωτηρίας ταύτης

“ପରିତ୍ରାଣ” ଶବ୍ଦକୁ “ଉଦ୍ଧାର କରିବା” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଲୋକମାନଙ୍କର ଉଦ୍ଧାର କରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 13:27

τοῦτον ἀγνοήσαντες

ଜାଣିପାରିଲେ ନାହିଁ ଯେ ଈଶ୍ବର ଏହି ବ୍ୟକ୍ତି ଯୀଶୁଙ୍କୁ ସେମାନଙ୍କର ଉଦ୍ଧାର ନିମନ୍ତେ ପ୍ରେରଣ କରିଅଛନ୍ତି"

τὰς φωνὰς τῶν προφητῶν

ଏଠାରେ “ବାକ୍ୟସବୁ” ଭାବବାଦୀମାନଙ୍କ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: ‘”ଭାବବାଦୀମାନଙ୍କ ବାକ୍ୟସବୁ” କିମ୍ବା “ଭାବବାଦୀମାନଙ୍କ ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

τὰς ... ἀναγινωσκομένας

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କେହି ଜଣେ ପାଠ କରନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὰς φωνὰς τῶν προφητῶν ... ἐπλήρωσαν

ଭାବବାଦୀମାନଙ୍କ ପୁସ୍ତକରେ ସେମାନେ ଯାହା କରିବେ ବୋଲି ଭାବବାଦୀମାନେ କହିଥିଲେ ସେମାନେ ପ୍ରକୃତରେ ତାହା ହିଁ କଲେ

Acts 13:28

ଏଠାରେ “ସେମାନେ” ଶବ୍ଦଟି ଯିହୂଦୀ ଲୋକମାନଙ୍କୁ ଓ ଯିରୂଶାଲମରେ ଥିବା ସେମାନଙ୍କ ଧର୍ମର ନେତାମାନଙ୍କୁ ବୁଝାଏ I ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

μηδεμίαν αἰτίαν θανάτου εὑρόντες

ଯୀଶୁଙ୍କୁ କାହିଁକି କୌଣସି ଲୋକ ବଧ କରିବ ତାର କୌଣସି କାରଣ ସେମାନେ ପାଇଲେ ନାହିଁ

ᾐτήσαντο Πειλᾶτον

ଏଠାରେ “ନିବେଦନ କଲେ” ଏକ କଠୋର ଶବ୍ଦ ଅଟେ ଯାହାର ଅର୍ଥ ହେଉଛି ଦାବୀ କରିବା, ମାଗିବା କିମ୍ବା ବିନତି କରିବା I

Acts 13:29

ତାହାଙ୍କ ପ୍ରତି ଯାହାସବୁ ଘଟିବ ବୋଲି ଭାବବାଦୀମାନେ କହିଥିଲେ ସେସବୁ ଯେତେବେଳେ ସେମାନେ ଯୀଶୁଙ୍କ ପ୍ରତି କଲେ

καθελόντες ἀπὸ τοῦ ξύλου

ଏହା ଘଟିବା ପୂର୍ବରୁ ଯୀଶୁ ମୃତ୍ୟୁଭୋଗ କଲେ ବୋଲି ସ୍ପଷ୍ଟଭାବେ କହିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କୁ ବଧ କଲେ ଓ ସେ ମୃତ୍ୟୁଭୋଗ କଲା ପରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀπὸ τοῦ ξύλου

"କ୍ରୁଶରୁ I ଏହା ଅନ୍ୟ ଏକ ଭାବ ଯଦ୍ବାରା ସେହି ସମୟରେ ଲୋକମାନେ କ୍ରୁଶକୁ ବୁଝୁଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 13:30

ὁ δὲ Θεὸς ἤγειρεν αὐτὸν

କିନ୍ତୁ ଲୋକେ କ’ଣ କଲେ ଓ ଈଶ୍ବର କ’ଣ କରିଥିଲେ ତାହା ମଧ୍ୟରେ ଏକ ଦୃଢ଼ ବିରୋଧାଭାସ ଥିବାର ସୂଚନା ଦିଏ I

ἤγειρεν αὐτὸν ἐκ νεκρῶν

ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଉଠାଇଲେ I ମୃତମାନଙ୍କ ମଧ୍ୟରେ ରହିବାର ଅର୍ଥ ଯେ ଯୀଶୁ ମୃତ ଥିଲେ I

ἤγειρεν αὐτὸν

ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ପୁନର୍ବାର ଜୀବିତ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἐκ νεκρῶν

ସମସ୍ତ ମୃତ୍ୟୁଭୋଗ କରିଥିବା ଲୋକମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇବାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବା I

Acts 13:31

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଗାଲୀଲୀରୁ ଯିରୂଶାଲମକୁ ଯୀଶୁଙ୍କ ସହିତ ଯାତ୍ରା କରିଥିବା ଶିଷ୍ୟମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କର ଦର୍ଶନ ପାଇଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἡμέρας πλείους

ଅନ୍ୟ ଲେଖାଗୁଡିକରୁ ଆମ୍ଭେମାନେ ଜାଣୁ ଯେ ଏହାର ଅବଧି ୪୦ ଦିନ ଥିଲା I “ଅନେକ ଦିନ”କୁ ଏକ ଉପଯୋଗୀ ସମୟର ଦୀର୍ଘତା ବୁଝାଉଥିବା ଶବ୍ଦରେ ଅନୁବାଦ କର I

νῦν εἰσιν μάρτυρες αὐτοῦ πρὸς τὸν λαόν

ବର୍ତ୍ତମାନ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଉଛନ୍ତି କିମ୍ବା “ବର୍ତ୍ତମାନ ଯୀଶୁଙ୍କ ବିଷୟରେ କହୁଛନ୍ତି”"

Acts 13:32

ଏଠାରେ ଦ୍ବିତୀୟ ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ନିଆଯାଇଛି I

καὶ

ଆଗରୁ ଘଟିଥିବା ଘଟଣା ସକାଶୁ ଆଉ ଏକ ଘଟଣା ଘଟିଥିବା ବିଷୟକୁ ଏହି ଶବ୍ଦ ଚିହ୍ନଟ କରେ I ଏ କ୍ଷେତ୍ରରେ ଆଗରୁ ଘଟିଥିବା ଘଟଣା ହେଉଛି ଈଶ୍ବର ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବା I

τοὺς πατέρας

"ଆମ୍ଭମାନଙ୍କର ପିତୃପୁରୁଷମାନେ I ପାଉଲ ଏ ପର୍ଯ୍ୟନ୍ତ ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହର ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କୁ କଥା କହୁଛନ୍ତି I ଏମାନେ ଶାରୀରିକଭାବେ ଯିହୂଦୀମାନଙ୍କର ଓ ଆତ୍ମିକଭାବେ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କର ପିତୃପୁରୁଷ ଅଟନ୍ତି I

Acts 13:33

ତୁମେ ହୁଏତ ଏହି ବାକ୍ୟର ଅଂଶଗୁଡିକୁ ଆଉଥରେ ସଜାଡିପାର, ଯାହା ୩୨ ପଦରେ ଆରମ୍ଭ ହୋଇଛି I ଆମ୍ଭେମାନେ ଯେଉଁମାନେ ସେମାନଙ୍କର ସନ୍ତାନ, ଆମ୍ଭମାନଙ୍କ ନିମନ୍ତେ ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ନିକଟରେ କରିଥିବା ଏହି ପ୍ରତିଜ୍ଞାଗୁଡ଼ିକୁ ସଫଳ କରିଛନ୍ତି, ଏହା ଦ୍ବାରା” (ଦେଖ: INVALID translate:translate_versebridge)

τοῖς τέκνοις ἡμῶν

ଆମ୍ଭମାନଙ୍କ ନିମନ୍ତେ, ଯେଉଁମାନେ ଆମ୍ଭମାନଙ୍କ ପିତୃପୁରୁଷଗଣର ସନ୍ତାନ I ପାଉଲ ଏପର୍ଯ୍ୟନ୍ତ ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହର ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କୁ କଥା କହୁଥିଲେ I ଏମାନେ ଶାରୀରିକଭାବେ ଯିହୂଦୀମାନଙ୍କର ଓ ଆତ୍ମିକଭାବେ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କର ପିତୃପୁରୁଷ ଥିଲେ I

ἀναστήσας Ἰησοῦν

ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ବ୍ୟକ୍ତିକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପୁନର୍ଜୀବିତ କରିବା ଦ୍ବାରା” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ଏହା ଦ୍ବିତୀୟ ଗୀତରେ ଲେଖାଯାଇଥିଲା"

τῷ ψαλμῷ ... τῷ δευτέρῳ

ଗୀତସଂହିତା ୨

ଏଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଉପାଧି ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ : ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

Acts 13:34

ଈଶ୍ବର ଯୀଶୁଙ୍କୁ ପୁନର୍ଜୀବିତ କରିବା ବିଷୟରେ ଏହି ବାକ୍ୟସବୁ କହିଥିଲେ ଯେପରି ସେ ଆଉ କେବେହେଁ ମୃତ୍ୟୁଭୋଗ ନ କରନ୍ତି

ἐκ νεκρῶν

ମୃତ୍ୟୁଭୋଗ କରିଥିବା ଲୋକମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠି ଆସିବାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବା I

ὅσια ... τὰ πιστά

କେତେକ ନିର୍ଦ୍ଦିଷ୍ଟ ଆଶୀର୍ବାଦ

Acts 13:35

διότι καὶ ἐν ἑτέρῳ λέγει

ପାଉଲଙ୍କର ଶ୍ରୋତାମାନେ ବୁଝିପାରିଥିବେ ଯେ ଏହି ଗୀତ ମଶୀହଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଦାଉଦଙ୍କର ଅନ୍ୟ ଏକ ଗୀତରେ ମଧ୍ୟ ସେ ମଶୀହଙ୍କ ବିଷୟରେ କହନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

καὶ ... λέγει

"ଦାଉଦ ମଧ୍ୟ କହନ୍ତି I ଦାଉଦ ଗୀତ ୧୬ ର ଲେଖକ ଅଟନ୍ତି ଯହିଁରୁ ଏହି ଉଦ୍ଧୃତି ନିଆଯାଇଛି I

οὐ‘ δώσεις τὸν Ὅσιόν σου ἰδεῖν διαφθοράν

“କ୍ଷୟ ଦେଖିବା” ବାକ୍ୟାଂଶଟି “କ୍ଷୟ” ର ପ୍ରତିରୂପ I ବିକଳ୍ପ ଅନୁବାଦ: “ତୁମ୍ଭେ ଆପଣା ପବିତ୍ରଜନଙ୍କ ଶରୀରକୁ ସଢି ଯିବାକୁ ଦେବ ନାହିଁ” (ଦେଖ: ଲାକ୍ଷଣିକ ଶବ୍ଦ)

οὐ‘ δώσεις

ଦାଉଦ ଏଠାରେ ଈଶ୍ବରଙ୍କୁ କହୁଛନ୍ତି I

Acts 13:36

ἰδίᾳ γενεᾷ

ଆପଣା ଜୀବନ କାଳ ମଧ୍ୟରେ"

ὑπηρετήσας τῇ τοῦ Θεοῦ βουλῇ

ସେ ସେହିସବୁ କରିଥିଲେ ଯାହା ସେ କରନ୍ତୁ ବୋଲି ଈଶ୍ବର ଚାହିଁଥିଲେ କିମ୍ବା “ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିଥିଲେ”

ἐκοιμήθη

ମୃତ୍ୟୁ ସମ୍ବନ୍ଧରେ କହିବା ନିମନ୍ତେ ଏହା ଏକ ଶିଷ୍ଟ ଶୈଳୀ I ବିକଳ୍ପ ଅନୁବାଦ: “ ସେ ମୃତ୍ୟୁଭୋଗ କଲେ” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)

προσετέθη πρὸς τοὺς πατέρας αὐτοῦ

ଆପଣା ପିତୃପୁରୁଷମାନଙ୍କ ସହିତ କବର ପ୍ରାପ୍ତ ହୋଇଥିଲେ

εἶδεν διαφθοράν

“କ୍ଷୟ ପାଇଲେ” ବାକ୍ୟାଂଶଟି “ତାହାଙ୍କ ଶରୀର କ୍ଷୟ ପାଇଲା”ର ପ୍ରତିବଦଳ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର ସଢିଗଲା” (ଦେଖ: ଲାକ୍ଷଣିକ ଶବ୍ଦ)

Acts 13:37

ὃν δὲ

କିନ୍ତୁ ଯୀଶୁ ଯାହାଙ୍କୁ

ὁ Θεὸς ἤγειρεν

ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ବ୍ୟକ୍ତିକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

οὐκ εἶδεν διαφθοράν

“କ୍ଷୟ ଦେଖିଲେ ନାହିଁ” ବାକ୍ୟାଂଶଟି କହିବାର ଅର୍ଥ ଯେ “ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ I” ବିକଳ୍ପ ଅନୁବାଦ: “ସଢିଗଲା ନାହିଁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 13:38

ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

γνωστὸν ... ἔστω ὑμῖν

ଏହା ଜାଣ କିମ୍ବା “ଏହା ତୁମ୍ଭର ଜାଣିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ”

ἀδελφοί

ପାଉଲ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ସେମାନେ ତାହାଙ୍କର ସହ-ଯିହୂଦୀ ଓ ଯିହୂଦୀ ଧର୍ମର ଅନୁସରଣକାରୀ I ଏହି ସମୟରେ ସେମାନେ ଖ୍ରୀଷ୍ଟିୟ ବିଶ୍ବାସୀ ହୋଇ ନ ଥିଲେ I ବିକଳ୍ପ ଅନୁବାଦ: “ହେ ମୋହର ସହ-ଇଶ୍ରାୟେଲୀୟମାନେ ଓ ଅନ୍ୟ ବନ୍ଧୁଗଣ”

ὅτι διὰ τούτου, ὑμῖν ἄφεσις ἁμαρτιῶν καταγγέλλεται

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେ ଆମ୍ଭେମାନେ ଘୋଷଣା କରୁଅଛୁ ଯେ ତୁମ୍ଭମାନଙ୍କର ପାପ ସବୁ ଯୀଶୁଙ୍କ ଦ୍ବାରା କ୍ଷମା ହୋଇପାରିବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἄφεσις ἁμαρτιῶν

ଗୁଣବାଚକ ବିଶେଷ୍ୟ “କ୍ଷମା“କୁ “କ୍ଷମା କରିବାକୁ” କ୍ରିୟାପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ତୁମ୍ଭମାନଙ୍କର ପାପସବୁ କ୍ଷମା କରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 13:39

ἐν τούτῳ πᾶς ὁ πιστεύων

ବିଶ୍ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାହାଙ୍କ ଦ୍ବାରା କିମ୍ବା “ତାହାଙ୍କଠାରେ ବିଶ୍ବାସ କରୁଥିବା ପ୍ରତ୍ୟେକ ଜଣ”

ἐν τούτῳ πᾶς ὁ πιστεύων δικαιοῦται

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ କରୁଥିବା ପ୍ରତ୍ୟେକ ଜଣକୁ ଯୀଶୁ ଧାର୍ମିକ ଗଣନା କରନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ସମସ୍ତ ପାପ

Acts 13:40

ସମାଜଗୃହରେ ପାଉଲ ଲୋକମାନଙ୍କୁ ଉପଦେଶ ଦେବାବେଳେ ଭାବବାଦୀ ହବକ୍ କୁକ୍ ଙ୍କୁ ଉଦ୍ଧୃତ କରୁଛନ୍ତି I ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I

ପିସିଦିଆ ଆନ୍ତିୟଖିଆର ସମାଜଗୃହରେ ପାଉଲ ଆପଣା କଥା ସମାପ୍ତ କରୁଛନ୍ତି, ଯାହା ସେ ପ୍ରେରିତ ୧୩:୧୬ରେ ଆରମ୍ଭ କରିଥିଲେ I

βλέπετε

ଏହା ସୂଚିତ କରେ ଯେ ସେମାନେ ପାଉଲଙ୍କର ସମ୍ବାଦ ବିଷୟରେ ସାବଧାନ ହେବା ଉଚିତ I ବିକଳ୍ପ ଅନୁବାଦ: “ମୁଁ କହିଥିବା ବିଷୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

βλέπετε ... τὸ εἰρημένον ἐν τοῖς προφήταις

ଯେପରି ଭାବବାଦୀମାନେ ଯେଉଁ ବିଷୟରେ କହିଥିଲେ

Acts 13:41

ἴδετε‘, οἱ καταφρονηταί

ତୁମ୍ଭେ ଯେଉଁମାନେ ଅବଜ୍ଞାତ ମନେ କରୁଅଛ କିମ୍ବା “ତୁମ୍ଭେ ଯେଉଁମାନେ ପରିହାସ କରୁଅଛ”

θαυμάσατε

ଆଚମ୍ବିତ ହୁଅ କିମ୍ବା “ଆତଙ୍କିତ ହୁଅ”

καὶ ... ἀφανίσθητε

ତାପରେ ବିନଷ୍ଟ ହୁଅ

ἔργον ἐργάζομαι

କିଛିଟା କରୁଅଛି କିମ୍ବା “ଗୋଟିଏ କାର୍ଯ୍ୟ କରୁଅଛି”

ἐν ταῖς ἡμέραις ὑμῶν

ତୁମ୍ଭର ଜୀବନ କାଳ ମଧ୍ୟରେ

ἔργον ... ὃ

ମୁଁ କିଛି କରୁଅଛି ଯାହା

ἐάν τις ἐκδιηγῆται ὑμῖν

ଯଦିଓ କେହିଜଣେ ତୁମ୍ଭକୁ ଏ ବିଷୟରେ କହେ

Acts 13:42

ଯେତେବେଳେ ପାଉଲ ଓ ବର୍ଣ୍ଣବ୍ବା ବାହାରି ଯାଉଥିଲେ

ସେମାନଙ୍କୁ ବିନତି କଲେ

τὰ ῥήματα ταῦτα

ଏଠାରେ “କଥା” ପାଉଲ କହିଥିବା ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ଏକା ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 13:43

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ୪୨ ପଦରେ ଏହା ପୁଣି କହେ ଯେ “ଯେତେବେଳେ ପାଉଲ ଓ ବର୍ଣ୍ଣବ୍ବା ବାହାରିଗଲେ” କିମ୍ବା ୨) ସଭା ଶେଷ ହେବା ପୂର୍ବରୁ ପାଉଲ ଓ ବର୍ଣ୍ଣବ୍ବା ବାହାରିଗଲେ ଏବଂ ଏହା ପରେ ଆଉଥରେ ହୁଏ I

προσηλύτων

ଏମାନେ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅଣଯିହୂଦୀ ଲୋକ ଥିଲେ I

οἵτινες προσλαλοῦντες αὐτοῖς, ἔπειθον αὐτοὺς

ଆଉ ପାଉଲ ଓ ବର୍ଣ୍ଣବ୍ବା ସେହି ଲୋକମାନଙ୍କୁ କଥା କହି ବିନତି କଲେ

προσμένειν τῇ χάριτι τοῦ Θεοῦ

ଏହା ସୂଚିତ କରେ ଯେ ଯୀଶୁ ମଶୀହ ଅଟନ୍ତି ବୋଲି ପାଉଲଙ୍କର ସମ୍ବାଦକୁ ସେମାନେ ବିଶ୍ବାସ କଲେ I ବିକଳ୍ପ ଅନୁବାଦ: “ଯୀଶୁ କରିଥିବା କାର୍ଯ୍ୟ ସକାଶୁ ଈଶ୍ବର ଦୟାରେ ଲୋକମାନଙ୍କର ପାପ କ୍ଷମା କରନ୍ତି ବୋଲି ଭରସା କରିବାକୁ ଲାଗିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 13:44

ଏଠାରେ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ବୁଝାଏ I

σχεδὸν πᾶσα ἡ πόλις

"“ନଗର” ଅର୍ଥ ନଗରରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଈଶ୍ବରଙ୍କ ବାକ୍ୟ ପ୍ରତି ଲୋକଙ୍କର ମହା ଆଗ୍ରହକୁ ପ୍ରକାଶ କରିବାକୁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: ""ନଗରର ପ୍ରାୟ ସମସ୍ତ ଲୋକମାନେ"" (ଦେଖ: ଲାକ୍ଷଣିକ ଶବ୍ଦ)"

ἀκοῦσαι τὸν λόγον τοῦ Κυρίου

ଏହା ସୂଚିତ କରେ ଯେ ପାଉଲ ଓ ବର୍ଣ୍ଣବ୍ବା ହିଁ ପ୍ରଭୁଙ୍କର ବାକ୍ୟ କହିଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟରେ ପାଉଲ ଓ ବର୍ଣ୍ଣବ୍ବା କହୁଥିବା କଥା ଶୁଣିବାକୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 13:45

οἱ Ἰουδαῖοι

ଏଠାରେ “ଯିହୂଦୀମାନେ” ଯିହୂଦୀନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ἐπλήσθησαν ζήλου

ଏଠାରେ ଇର୍ଷା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏପରି କିଛି ଯାହା ଜଣେ ବ୍ୟକ୍ତିକୁ ପୂର୍ଣ୍ଣ କରିଦେବ I ବିକଳ୍ପ ଅନୁବାଦ: “ଅତି ଇର୍ଷାନ୍ବିତ ହେଲେ” (ଦେଖ: ଉପମା/ରୂପକ)

ἀντέλεγον

ପ୍ରତିବାଦ କଲେ କିମ୍ବା “ବିରୋଧ କଲେ”

τοῖς ὑπὸ Παύλου λαλουμένοις

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ପାଉଲ ଯାହାସବୁ କହିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 13:46

“ଆପଣମାନେ” ଶବ୍ଦର ପ୍ରଥମ ଦୁଇଟି ପ୍ରୟୋଗ ବହୁବାଚକ ଅଟେ ଓ ପାଉଲ କଥା କହୁଥିବା ଯିହୂଦୀ ଲୋକମାନଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଓ ଆମ୍ଭମାନଙ୍କୁ” ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ କିନ୍ତୁ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଏ ନାହିଁ I ପାଉଲଙ୍କର ଉଦ୍ଧୃତି ପୁରାତନ ନିୟମର ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ନିଆଯାଇଛି I ମୂଳ ଅନୁଛେଦରେ “ଆମ୍ଭେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ ଓ “ତୁମ୍ଭେ” ଶବ୍ଦ ଯାହାକି ଏକବଚନ ଅଟେ ତାହା ମଶୀହଙ୍କୁ ବୁଝାଏ I ଏଠାରେ ପାଉଲ ଓ ବର୍ଣ୍ଣବ୍ବା ଏପରି କହିବା ପରି ଜଣାପଡ଼ୁଛନ୍ତି ଯେ ଉଦ୍ଧୃତିଟି ସେମାନଙ୍କର ସେବାକାର୍ଯ୍ୟକୁ ମଧ୍ୟ ବୁଝାଉଅଛି I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἦν ἀναγκαῖον

ଏହା ସୂଚିତ କରେ ଯେ ଈଶ୍ବର ଏହା ହେଉ ବୋଲି ଆଜ୍ଞା କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଆଜ୍ଞା ଦେଇଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ὑμῖν ... ἀναγκαῖον πρῶτον λαληθῆναι τὸν λόγον τοῦ Θεοῦ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଏଠାରେ “ଈଶ୍ବରଙ୍କ ବାକ୍ୟ” ହେଉଛି “ଈଶ୍ବରଙ୍କଠାରୁ ସମ୍ବାଦ”ର ଏକ ବ୍ୟାପକ ରୂପ I ବିକଳ୍ପ ଅନୁବାଦ: “ଏହି ଯେ ଆମ୍ଭେମାନେ ପ୍ରଥମେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ବାଦ କହୁଅଛୁ” କିମ୍ବା “ଏହି ଯେ ଆମ୍ଭେମାନେ ପ୍ରଥମେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହୁଅଛୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπειδὴ ἀπωθεῖσθε αὐτὸν

ସେମାନେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିବା ବିଷୟକୁ ଏପରି କୁହାଯାଇଛି ଯେ ସତେ ଯେପରି ଏହା କିଛି ଗୋଟାଏ ଜିନିଷ ଯାହାକୁ ସେମାନେ ଠେଲିଦେଇଛନ୍ତି” ବିକଳ୍ପ ଅନୁବାଦ: ଯେହେତୁ ତୁମେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଅଛ (ଦେଖ: ଉପମା/ରୂପକ)

οὐκ ἀξίους κρίνετε ἑαυτοὺς τῆς αἰωνίου ζωῆς

ଦେଖାଇଅଛ ଯେ ତୁମ୍ଭେମାନେ ଅନନ୍ତଜୀବନ ପାଇଁ ଯୋଗ୍ୟ ନୁହଁ କିମ୍ବା “ଏପରି କାର୍ଯ୍ୟ କରୁଅଛ ସତେ ଯେପରି ତୁମ୍ଭେମାନେ ଅନନ୍ତଜୀବନ ପାଇଁ ଯୋଗ୍ୟ ନୁହଁ”

στρεφόμεθα εἰς τὰ ἔθνη

"ଆମ୍ଭେମାନେ ବିଜାତିମାନଙ୍କ ନିକଟକୁ ଯିବୁ I ପାଉଲ ଓ ବର୍ଣ୍ଣବ୍ବା କହୁଛନ୍ତି ଯେ ସେମାନେ ବିଜାତିମାନଙ୍କ ନିକଟରେ ପ୍ରଚାର କରିବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଛାଡ଼ି ବିଜାତିମାନଙ୍କ ନିକଟରେ ପ୍ରଚାର କରିବୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 13:47

εἰς φῶς

ଏଠାରେ ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ବିଷୟକ ସତ୍ୟ ବିଷୟରେ କୁହାଯାଉଛି ଯେ ସତେ ଯେପରି ତାହା ଗୋଟିଏ ଆଲୋକ ଯାହା ଲୋକମାନଙ୍କୁ ଦେଖିବାକୁ ସୁଯୋଗ ଦେଇଥାଏ I (ଦେଖ: ଉପମା/ରୂପକ)

εἰς ... σωτηρίαν ἕως ἐσχάτου τῆς γῆς

ଗୁଣବାଚକ ଶବ୍ଦ “ପରିତ୍ରାଣ”କୁ “ପରିତ୍ରାଣ କରିବା” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I “ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ” ବାକ୍ୟାଂଶଟି ସମସ୍ତ ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ପୃଥିବୀର ସମସ୍ତ ସ୍ଥାନରେ ଲୋକମାନଙ୍କୁ କୁହ ଯେ ଆମ୍ଭେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଚାହୁଁଅଛୁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 13:48

ἐδόξαζον τὸν λόγον τοῦ Κυρίου

ଏଠାରେ ""ବାକ୍ୟ” ଯୀଶୁଙ୍କ ବିଷୟକ ସମ୍ବାଦକୁ ବୁଝାଏ ଯାହା ସେମାନେ ବିଶ୍ବାସ କରିଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟକ ସମ୍ବାଦ ପାଇଁ ଈଶ୍ବରଙ୍କର ପ୍ରଶଂସା ହେଉ” (ଦେଖ: ଲାକ୍ଷଣିକ ଶବ୍ଦ)

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେତେ ଲୋକଙ୍କୁ ଅନନ୍ତଜୀବନ ପାଇଁ ନିରୁପଣ କରିଥିଲେ ସେମାନେ ବିଶ୍ବାସ କଲେ” କିମ୍ବା “ଅନନ୍ତଜୀବନ ପାଇବାପାଇଁ ଈଶ୍ବର ଯେଉଁ ସମସ୍ତ ଲୋକଙ୍କୁ ମନୋନୀତ କରିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 13:49

ଏଠାରେ “ବାକ୍ୟ” ଯୀଶୁଙ୍କ ବିଷୟକ ସମ୍ବାଦକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସ କେଲେ ସେମାନେ ସମଗ୍ର ଅଞ୍ଚଳରେ ଈଶ୍ବରଙ୍କ ବାକ୍ୟ ବ୍ୟାପ୍ତ କଲେ” କିମ୍ବା “ଯେଉଁମାନେ ବିଶ୍ବାସ କଲେ ସେମାନେ ସେହି ଅଞ୍ଚଳର ସର୍ବତ୍ର ଯାଇ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟକ ସମ୍ବାଦ ଦେଲେ” (ଦେଖ: ଲାକ୍ଷଣିକ ଶବ୍ଦକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 13:50

ଏଠାରେ “ସେମାନେ” ଶବ୍ଦ ପାଉଲ ଓ ବର୍ଣ୍ଣବ୍ବାକୁ ବୁଝାଏ I

ଏହା ପାଉଲ ଓ ବର୍ଣ୍ଣବ୍ବାଙ୍କ ପିସିଦିଆର ଆନ୍ତିୟଖିଆରେ ଥିବା ସମୟକୁ ସମାପ୍ତ କରୁଛି ଓ ସେମାନେ ଇକନିୟକୁ ଯାଉଛନ୍ତି I

οἱ ... Ἰουδαῖοι

ଏହା ସମ୍ଭବତଃ ଯିହୂଦୀମାନଙ୍କର ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦୀଖ୍: ଉପଲକ୍ଷ୍ୟ ଅଳଙ୍କାର)

παρώτρυναν

ମତାଇଲେ କିମ୍ବା “ଉତ୍ତେଜିତ କଲେ”"

τοὺς πρώτους

ସବୁଠାରୁ ପ୍ରଧାନ ଲୋକମାନେ

ପାଉଲ ଓ ବର୍ଣ୍ଣବ୍ବାଙ୍କୁ ତାଡନା କରିବା ନିମନ୍ତେ ସେମାନେ ପ୍ରଧାନ ଲୋକମାନଙ୍କୁ ଓ ସମ୍ଭ୍ରାନ୍ତ ମହିଳାମାନଙ୍କୁ ମତାଇଲେ

ἐξέβαλον αὐτοὺς ἀπὸ τῶν ὁρίων αὐτῶν

ସେମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନଗରରୁ ବାହାର କରିଦେଲେ

Acts 13:51

ἐκτιναξάμενοι τὸν κονιορτὸν τῶν ποδῶν ἐπ’ αὐτοὺς

ଅବିଶ୍ବାସୀ ଲୋକମାନଙ୍କ ନିମନ୍ତେ ଏହା ଏକ ସାଙ୍କେତିକ କାର୍ଯ୍ୟ ଯାହା ସୂଚାଇଥାଏ ଯେ ଈଶ୍ବର ସେମାନଙ୍କୁ ଅଗ୍ରାହ୍ୟ କରିଛନ୍ତି ଓ ସେମାନଙ୍କୁ ଦଣ୍ଡ ଦେବେ I (ଦେଖ: ପ୍ରତୀକାତ୍ମକ ଭାଷା)

Acts 13:52

οἵ ... μαθηταὶ

ଏହା ସମ୍ଭବତଃ ପାଉଲ ଓ ଶୀଲା ପିସିଦିଆର ଆନ୍ତିୟଖିଆରେ ଏହି କ୍ଷଣି ଛାଡ଼ି ଆସିଥିବା ନୂତନ ବିଶ୍ବାସୀମାନଙ୍କୁ ବୁଝାଏ I

Acts 14

"# ପ୍ରେରିତ ୧୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ତାହାଙ୍କ ଅନୁଗ୍ରହର ସମ୍ବାଦ”

ଯୀଶୁଙ୍କର ସମ୍ବାଦ ହେଉଛି ଈଶ୍ବରଙ୍କ ସମ୍ବାଦ ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ଈଶ୍ବର ସେମାନଙ୍କୁ ଅନୁଗ୍ରହ ଦେଖାଇବେ I(ଦେଖ: ଅନୁଗ୍ରହ*,* ଦୟାଳୁବିଶ୍ୱାସ କରିବା, ବିଶ୍ୱାସୀ, ବିଶ୍ୱାସ, ଅବିଶ୍ୱାସୀ, ଅବିଶ୍ୱାସ)

ବୁଧ ଓ ବୃହସ୍ପତି

ରୋମ୍ ସାମ୍ରାଜ୍ୟର ବିଜାତିମାନେ ବିଭିନ୍ନ ପ୍ରକାର ମିଥ୍ୟା ଦେବତାମାନଙ୍କର ଉପାସନା କରୁଥିଲେ ଯେଉଁମାନଙ୍କର ପ୍ରକୃତରେ ଅସ୍ତିତ୍ବ ନ ଥିଲା I ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ “ଜୀବିତ ଈଶ୍ବର”ଙ୍କଠାରେ ବିଶ୍ବାସ କରିବାକୁ କହିଥିଲେ I (ଦେଖ: ଦେବତା,ମିଥ୍ୟା ଦେବତା,ଦେବୀ,ମୂର୍ତ୍ତି, ପ୍ରତିମାପୂଜକ, ପ୍ରତିମା ପୂଜା,ମୂର୍ତ୍ତିପୂଜା)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

""ଆମ୍ଭମାନଙ୍କୁ ଅନେକ କ୍ଲେଶ ମଧ୍ୟଦେଇ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ I""

ଆପଣା ମୃତ୍ୟୁ ପୂର୍ବରୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଯେ ତାହାଙ୍କୁ ଅନୁଗମନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାଡନା ଭୋଗ କରିବ I ପାଉଲ ସେହି ସମାନ ବିଷୟକୁ ଭିନ୍ନ ଶବ୍ଦରେ କହୁଛନ୍ତି I "

Acts 14:1

ଇକନିୟରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ବିବରଣୀ ଜାରି ରହିଛି I

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇକନିୟରେ ଏପରି ଘଟିଲା ଯେ” ୨) “ଇକନିୟରେ ଯେପରି ସବୁବେଳେ ହୋଇଥାଏ”

λαλῆσαι οὕτως

"ଅତି ଶକ୍ତିଯୁକ୍ତଭାବରେ କହିଥିଲେ I ଏହା କହିବା ସହାୟକ ହେବ ଯେ ସେମାନେ ଯୀଶୁଙ୍କ ବିଷୟକ ସମ୍ବାଦ କହିଥିଲେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ ଅତି ଶକ୍ତିଯୁକ୍ତ ଭାବରେ କହିଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 14:2

οἱ ... ἀπειθήσαντες Ἰουδαῖοι

ଏହା ଯୀଶୁଙ୍କ ବିଷୟକ ସମ୍ବାଦକୁ ବିଶ୍ବାସ କରି ନ ଥିବା ଯିହୂଦୀମାନଙ୍କର ଏକ ପକ୍ଷକୁ ବୁଝାଏ I

ἐπήγειραν ... τὰς ψυχὰς τῶν ἐθνῶν

ବିଜାତିମାନଙ୍କୁ କ୍ରୋଧାନ୍ବିତ କରାଇବା ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସ୍ଥିର ଜଳକୁ ବିଚଳିତ କରାଗଲା I (ଦେଖ: ଉପମା/ରୂପକ)

τὰς ψυχὰς

ଏଠାରେ “ମନ” ଶବ୍ଦ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତିମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

τῶν ... ἀδελφῶν

ଏଠାରେ “ଭାଇମାନେ” ପାଉଲ, ବର୍ଣ୍ଣବ୍ବା ଓ ନୁତନ ବିଶ୍ବାସୀମାନଙ୍କୁ ବୁଝାଏ I

Acts 14:3

ଏଠାରେ “ସେ” ଶବ୍ଦଟି ପ୍ରଭୁଙ୍କୁ ବୁଝାଏ I

μὲν οὖν ... διέτριψαν

ତଥାପି ସେମାନେ ସେଠାରେ ରହିଲେ I ପାଉଲ ଓ ବର୍ଣ୍ଣବ୍ବା Acts 14:1ରେ ବିଶ୍ବାସ କରିଥିବା ଅନେକ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଇକନିୟରେ ରହିଲେ I ଯଦି ବାକ୍ୟାଂଶରେ ଦ୍ବନ୍ଦ ଆସୁଛି “ତେଣୁ” ଶବ୍ଦଟିକୁ ବାଦ୍ ଦିଆଯାଇପାରିବ I

τῷ ... μαρτυροῦντι τῷ λόγῳ τῆς χάριτος αὐτοῦ

ଦେଖାଇଲେ ଯେ ତାହାଙ୍କ ଅନୁଗ୍ରହ ବିଷୟକ ସମ୍ବାଦ ସତ୍ୟ ଅଟେ"

τῷ ... λόγῳ τῆς χάριτος αὐτοῦ

ପ୍ରଭୁଙ୍କ ଅନୁଗ୍ରହର ସମ୍ବାଦ ବିଷୟରେ

διδόντι σημεῖα καὶ τέρατα γίνεσθαι διὰ τῶν χειρῶν αὐτῶν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରିବାକୁ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ସମର୍ଥ କରି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

διὰ τῶν χειρῶν αὐτῶν

ଏଠାରେ “ହସ୍ତ” ପବିତ୍ର ଆତ୍ମାଙ୍କ ଦ୍ବାରା ପରିଚାଳିତ ଏହି ଦୁଇ ଜଣଙ୍କର ଇଚ୍ଛା ଓ ଉଦ୍ୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବାଙ୍କ ସେବାକାର୍ଯ୍ୟ ଦ୍ବାରା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 14:4

ଏଠାରେ “ନଗର” ଶବ୍ଦଟି ସେହି ନଗରରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଅଧିକାଂଶ ଲୋକ ଭାଗ ଭାଗ ହୋଇଗଲେ” କିମ୍ବା “ନଗରର ଅଧିକାଂଶ ଲୋକ ପରସ୍ପର ସହ ଏକମତ ହେଲେ ନାହିଁ” (ଦେଖ: ଲାକ୍ଷଣିକ ଶବ୍ଦ)

ἦσαν σὺν τοῖς Ἰουδαίοις

"ଯିହୂଦୀମାନଙ୍କର ପକ୍ଷ ନେଲେ କିମ୍ବା “ଯିହୂଦୀମାନଙ୍କ ସହ ଏକମତ ହେଲେ I” ଉଲ୍ଲେଖ କରାଯାଇଥିବା ପ୍ରଥମ ଦଳ ଅନୁଗ୍ରହର ସମ୍ବାଦ ବିଷୟରେ ଏକମତ ହେଲେ ନାହିଁ I

σὺν τοῖς ... ἀποστόλοις

ଉଲ୍ଲେଖ କରାଯାଇଥିବା ଦ୍ବିତୀୟ ଦଳ ଅନୁଗ୍ରହର ସମ୍ବାଦ ବିଷୟରେ ଏକମତ ହେଲେ I କ୍ରିୟାପଦଟିକୁ ଆଉ ଥରେ କହିବା ସହାୟକ ହେବ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କର ପକ୍ଷ ହେଲେ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

τοῖς ... ἀποστόλοις

ଲୂକ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଉଲ୍ଲେଖ କରୁଛନ୍ତି I ଏଠାରେ “ପ୍ରେରିତ” ଶବ୍ଦଟି ""ପଠାଯାଇଥିବା ଜଣେ” ବୋଲି ସାଧାରଣ ଅର୍ଥରେ ବ୍ୟବହାର କରାଯାଇପାରେ I"

Acts 14:5

ଏଠାରେ “ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I

ἐγένετο ὁρμὴ ... τοῖς ἄρχουσιν αὐτῶν

"ଇକନିୟର ନେତାମାନଙ୍କୁ ହୃଦୟଙ୍ଗମ କରାଇବାକୁ ଚେଷ୍ଟା କଲେ I ଏଠାରେ “ଉଠିଲେ” ସୂଚିତ କରେ ଯେ ପ୍ରେରିତମାନେ ନଗର ଛାଡ଼ିବା ପୂର୍ବରୁ ସେମାନେ ସେମାନଙ୍କୁ ସମ୍ପୂର୍ଣ୍ଣଭାବରେ ମତାଇ ପାରିଲେ ନାହିଁ I

ὑβρίσαι καὶ λιθοβολῆσαι αὐτούς

ପାଉଲ ଓ ବର୍ଣ୍ଣବ୍ବାଙ୍କୁ ପ୍ରହାର କରିବାକୁ ଓ ପଥର ଫୋପାଡ଼ି ସେମାନଙ୍କୁ ମାରିବାକୁ"

Acts 14:6

τῆς Λυκαονίας

ଆସିଆ ମାଇନରର ଗୋଟିଏ ଜିଲ୍ଲା (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Λύστραν

ଇକନିୟର ଦକ୍ଷିଣ ଓ ଦର୍ବୀର ଉତ୍ତରରେ ଥିବା ଆସିଆ ମାଇନରର ଗୋଟିଏ ନଗର (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Δέρβην

ଇକନିୟର ଦକ୍ଷିଣରେ ଥିବା ଆସିଆ ମାଇନରର ଗୋଟିଏ ନଗର ଓ ଲୁସ୍ତ୍ରା (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 14:7

κἀκεῖ εὐαγγελιζόμενοι ἦσαν

ଯେଉଁଠାରେ ପାଉଲ ଓ ବର୍ଣ୍ଣବ୍ବା ସୁସାମାଚାର ଘୋଷଣା କରିବାକୁ ଲାଗିଲେ

Acts 14:8

ପ୍ରଥମ “ସେ” ଖଞ୍ଜ ଲୋକଟିକୁ ବୁଝାଏ; ଦ୍ବିତୀୟ “ସେ” ପାଉଲଙ୍କୁ ବୁଝାଏ I “ତାହାକୁ” ଶବ୍ଦଟି ଖଞ୍ଜ ଲୋକଟିକୁ ବୁଝାଏ I

ପାଉଲ ଓ ବର୍ଣ୍ଣବ୍ବା ବର୍ତ୍ତମାନ ଲୁସ୍ତ୍ରାରେ ଅଛନ୍ତି I

τις ἀνὴρ ... ἐκάθητο

ଏହା ବିବରଣୀରେ ଏକ ନୂଆ ଲୋକକୁ ପରିଚୟ କରାଏ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

ἀδύνατος ... τοῖς ποσὶν

ଆପଣାର ଗୋଡ଼ ଚଳପ୍ରଚଳ କରିପାରୁ ନ ଥିଲା କିମ୍ବା “ଆପଣା ପାଦରେ ଚାଲିପାରୁ ନ ଥିଲା”

χωλὸς ἐκ κοιλίας μητρὸς αὐτοῦ

ଖଞ୍ଜ ଭାବରେ ଜନ୍ମ ହୋଇ

χωλὸς

ଜଣେ ଲୋକ ଯେ ଚାଲି ପାରୁ ନ ଥିଲା

Acts 14:9

ὃς ἀτενίσας αὐτῷ

ପାଉଲ ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁଲେ

ἔχει πίστιν τοῦ σωθῆναι

ଗୁଣବାଚକ ବିଶେଷ୍ୟ “ବିଶ୍ବାସ”କୁ “ବିଶ୍ବାସ କରିବା” କ୍ରିୟାପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ କଲା ଯେ ଯୀଶୁ ତାହାକୁ ସୁସ୍ଥ କରିପାରିବେ” କିମ୍ବା “ବିଶ୍ବାସ କଲା ଯେ ଯୀଶୁ ତାହାକୁ ଭଲ କରିଦେଇପାରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 14:10

ἥλατο

"କୁଦାମାରି ଚାଲିବାକୁ ଲାଗିଲା I ଏହା ସୂଚିତ କରେ ଯେ ତାହାର ଗୋଡ଼ସବୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା I

Acts 14:11

ὃ ἐποίησεν Παῦλος

ଏହା ପାଉଲ ଖଞ୍ଜ ଲୋକଟିକୁ ସୁସ୍ଥ କରିବା ବିଷୟକୁ ବୁଝାଏ I

ἐπῆραν τὴν φωνὴν αὐτῶν

ସ୍ବର ଉଠାଇବାର ଅର୍ଥ ଉଚ୍ଚ ସ୍ବରରେ କହିବା I ବିକଳ୍ପ ଅନୁବାଦ: “ସେମାନେ ଉଚ୍ଚ ସ୍ବରରେ କହିଲେ” (See: https://git.door43.org/translationCore-Create-BCS/or_ta/src/branch/master/translate/figs-idiom/01.md)

οἱ θεοὶ ... κατέβησαν πρὸς ἡμᾶς

ବହୁସଂଖ୍ୟକ ଲୋକ ବିଶ୍ବାସ କଲେ ଯେ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କର ବିଜାତି ଦେବତା ଗଣ, ଯେଉଁମାନେ ସ୍ବର୍ଗରୁ ଓହ୍ଲାଇ ଆସିଅଛନ୍ତି I ବିକଳ୍ପ ଅନୁବାଦ: “ଦେବତାମାନେ ସ୍ବର୍ଗରୁ ଆମ୍ଭମାନଙ୍କ ନିକଟକୁ ଆସିଛନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Λυκαονιστὶ

ସେମାନଙ୍କ ଆପଣାର ଲୁକାୟନିଆ ଭାଷାରେ I ଲୁସ୍ତ୍ରାର ଲୋକମାନେ ଲୁକାୟନିଆ ଓ ଗ୍ରୀକ୍ ମଧ୍ୟ କହୁଥିଲେ I

ὁμοιωθέντες ἀνθρώποις

ଏହି ଲୋକମାନେ ବିଶ୍ବାସ କରିଥିଲେ ଯେ ମନୁଷ୍ୟ ଭଳି ଦେଖାଯିବା ନିମନ୍ତେ ଦେବତାମାନଙ୍କୁ ସେମାନଙ୍କର ରୂପ ବଦଳାଇବାକୁ ପଡିଲା I

Acts 14:12

Δία

ବୁଧ ସବୁ ବିଜାତି ଦେବତାଗଣ ମଧ୍ୟରେ ରାଜା ଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ἑρμῆν

ବୃହସ୍ପତି ଏକ ବିଜାତି ଦେବତା ଥିଲା ଯେ ବୁଧ ଓ ଅନ୍ୟ ଦେବତାଗଣଠାରୁ ସମ୍ବାଦ ଆଣୁଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 14:13

ଯାଜକ ବିଷୟରେ ଅତିରିକ୍ତ ସୂଚନା ଯୋଡିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ଠିକ୍ ନଗରର ବାହାରେ ଗୋଟିଏ ମନ୍ଦିର ଥିଲା ଯେଉଁଠାରେ ଲୋକମାନେ ବୁଧକୁ ପୂଜା କରୁଥିଲେ I ଯେତେବେଳେ ମନ୍ଦିରରେ ସେବା କରୁଥିବା ଯାଜକ ପାଉଲ ଓ ବର୍ଣ୍ଣବ୍ବା କରିଥିବା ବିଷୟ ଶୁଣିଲା, ସେ ଆଣିଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ταύρους καὶ στέμματα

ବୃଷ ଗୁଡିକୁ ବଳି କରିବାର ଥିଲା I ଫୁଲହାର ଗୁଡ଼ିକ ପାଉଲ ଓ ବର୍ଣ୍ଣବ୍ବାଙ୍କ ଉପରେ ପକାଇବାପାଇଁ କିମ୍ବା ବଳି କରିବାକୁ ଥିବା ବୃଷଗୁଡିକ ଉପରେ ପକାଇବାକୁ ଆଣିଥିଲେ I

ἐπὶ τοὺς πυλῶνας

ନଗରର ଲୋକମାନଙ୍କ ପାଇଁ ନଗର ଦ୍ବାରଗୁଡ଼ିକ ସାଧାରଣତଃ ସଭାସ୍ଥଳ ଭାବରେ ବ୍ୟବହାର କରାଯାଉଥିଲା I

ἤθελεν θύειν

ବୁଧ ଓ ବୃହସ୍ପତି ଦେବତା ଭାବରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବାକୁ ଚାହିଁଥିଲେ"

Acts 14:14

οἱ ἀπόστολοι Βαρναβᾶς καὶ Παῦλος

ଲୂକ ଏଠାରେ ସମ୍ଭବତଃ” ପ୍ରେରିତ” ଶବ୍ଦକୁ ସାଧାରଣ ଚିନ୍ତାଧାରା ଅନୁସାରେ “ପଠାଯାଇଥିବା ଜଣେ ବ୍ୟକ୍ତି” ଭାବରେ ବ୍ୟବହାର କରୁଛନ୍ତି I

διαρρήξαντες τὰ ἱμάτια ἑαυτῶν

ସେମାନେ ଗଭୀର ଭାବରେ ବ୍ୟଥିତ ଓ ବିଚଳିତ ବୋଲି ଦେଖାଇବାକୁ ଏହା ଏକ ସାଙ୍କେତିକ କାର୍ଯ୍ୟ ଥିଲା ଯେହେତୁ ଲୋକମାନେ ସେମାନଙ୍କ ନିମନ୍ତେ ବଳି ଉତ୍ସର୍ଗ କରିବାକୁ ଚାହୁଁଥିଲେ I

Acts 14:15

ἄνδρες, τί ταῦτα ποιεῖτε

ଲୋକମାନେ ସେମାନଙ୍କ ନିମନ୍ତେ ବଳି ଉତ୍ସର୍ଗ କରିବାକୁ ଚେଷ୍ଟା କରୁଥିବାରୁ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ ଅନୁଯୋଗ କରୁଛନ୍ତି I ବିକଳ୍ପ ଅନୁବାଦ: “ହେ ଲୋକମାନେ, ତୁମ୍ଭେମାନେ ଏହା କରିବା ଉଚିତ ନୁହଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ταῦτα ποιεῖτε

ଆମ୍ଭମାନଙ୍କର ଉପାସନା କରୁଅଛନ୍ତି

καὶ ... ἡμεῖς ὁμοιοπαθεῖς ἐσμεν ὑμῖν ἄνθρωποι

ଏହି ଉକ୍ତି ଦ୍ବାରା, ବର୍ଣ୍ଣବ୍ବା ଓ ପାଉଲ କହୁଛନ୍ତି ଯେ ସେମାନେ ଦେବତା ନୁହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମମାନେ ମଧ୍ୟ ତୁମ୍ଭମାନଙ୍କ ପରି କେବଳ ମନୁଷ୍ୟ I ଆମ୍ଭେମାନେ ଈଶ୍ବର ନୋହୁ!”

ὁμοιοπαθεῖς ... ὑμῖν

ସବୁ ପ୍ରକାରେ ତୁମ୍ଭମାନଙ୍କ ସଦୃଶ

ἀπὸ τούτων τῶν ματαίων ἐπιστρέφειν ἐπὶ Θεὸν ζῶντα

ଏଠାରେ “ଗୋଟିଏ ବିଷୟରୁ ...ଆଉ ଗୋଟିଏ ବିଷୟକୁ ଫେର” ଏକ ରୂପକ ଶବ୍ଦ ଯାହାର ଅର୍ଥ ହେଉଛି ଗୋଟିଏ ବିଷୟ କରିବା ବନ୍ଦ କରିବା ଓ ଆଉ କିଛି ବିଷୟ କରିବାକୁ ଆରମ୍ଭ କରିବା I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କର ସାହାଯ୍ୟ କରିପାରନ୍ତି ନାହିଁ ଏପରି ଏହି ମିଥ୍ୟା ଦେବତାଗୁଡିକର ଉପାସନା କରିବା ବନ୍ଦ କର ଓ ତା’ ପରିବର୍ତ୍ତେ ଜୀବିତ ଈଶ୍ବରଙ୍କର ଉପାସନା କରିବାକୁ ଆରମ୍ଭ କର I (ଦେଖ: ଉପମା/ରୂପକ)

Θεὸν ζῶντα

ପ୍ରକୃତରେ ଅସ୍ତିତ୍ବରେ ରହିଥିବା ଏକ ଈଶ୍ବର କିମ୍ବା “ଏକ ଜୀବିତ ଈଶ୍ବର

Acts 14:16

ἐν ταῖς παρῳχημέναις γενεαῖς

ଅତୀତରେ କିମ୍ବା “ଏ ପର୍ଯ୍ୟନ୍ତ”

πορεύεσθαι ταῖς ὁδοῖς αὐτῶν

ରାସ୍ତାରେ ଚାଲିବା କିମ୍ବା ପଥରେ ଚାଲିବା ଏକ ରୂପକ ଶବ୍ଦ ଯାହାର ଅର୍ଥ ଜୀବନଯାପନ କରିବା I ବିକଳ୍ପ ଅନୁବାଦ: “ସେମାନେ ଯେପରି ଚାହୁଁଥିଲେ ସେପରି ଜୀବନଯାପନ କରିବା” କିମ୍ବା “ସେମାନେ ଯାହା ଇଚ୍ଛା ତାହା କରିବା” (ଦେଖ: ଉପମା/ରୂପକ)

Acts 14:17

ପାଉଲ ଓ ବର୍ଣ୍ଣବ୍ବା ଲୁସ୍ତ୍ରା ନଗର ବାହାରେ ଲୋକମାନଙ୍କୁ କଥା କହି ଚାଲିଛନ୍ତି (ପ୍ରେରିତ ୧୪”୮)I

οὐκ ἀμάρτυρον αὑτὸν ἀφῆκεν

ଏହାକୁ ସକରାତ୍ମକ ଭାବରେ କୁହଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ନିଶ୍ଚିତଭାବରେ ଏକ ସାକ୍ଷ୍ୟ ଛାଡ଼ିଅଛନ୍ତି” କିମ୍ବା “ଈଶ୍ବର ବାସ୍ତବରେ ସାକ୍ଷ୍ୟ ଦେଇଛନ୍ତି” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ἀγαθουργῶν

ତଥ୍ୟ ଦ୍ବାରା ଯେପରି ଦେଖାଇଛନ୍ତି ଯେ

ἐμπιπλῶν τροφῆς καὶ εὐφροσύνης τὰς καρδίας ὑμῶν

ଏଠାରେ “ଆପଣମାନଙ୍କ ହୃଦୟ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣମାନଙ୍କୁ ଯଥେଷ୍ଟ ଖାଇବାକୁ ଦେଇଅଛନ୍ତି ଓ ଖୁସି ହେବାପାଇଁ ସମସ୍ତ ବିଷୟ ଦେଇଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

Acts 14:18

μόλις κατέπαυσαν τοὺς ὄχλους τοῦ μὴ θύειν αὐτοῖς

ପାଉଲ ଓ ବର୍ଣ୍ଣବ୍ବା ଲୋକମାନଙ୍କୁ ସେମାନଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବାରୁ ଅଟକାଇଥିଲେ, କିନ୍ତି କରିବା କଷ୍ଟ ଥିଲା I

μόλις κατέπαυσαν

ଅଟକାଇବା କଷ୍ଟ ଥିଲା

Acts 14:19

ଏଠାରେ “ସେ” ଓ “ତାହାଙ୍କୁ” ପାଉଲଙ୍କୁ ବୁଝାଏ I

πείσαντες τοὺς ὄχλους

ସେମାନେ ଲୋକମାନଙ୍କୁ ଯାହା କରିବାକୁ ପ୍ରବର୍ତ୍ତାଇଲେ ତାହା ସ୍ପଷ୍ଟଭାବେ କହିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବିଶ୍ବାସ ନ କରି ସେମାନଙ୍କ ବିରୁଦ୍ଧରେ ଉଠିବାକୁ ପ୍ରବର୍ତ୍ତାଇଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τοὺς ὄχλους

ଏହା ସେହି ଲୋକ ଦଳ ହୋଇ ନ ପାରନ୍ତି ଯାହା ପୂର୍ବ ପଦରେ “ଲୋକସମୂହ” ବୋଲି ଉଲ୍ଲେଖ ଅଛି I କିଛି ସମୟ ବିତି ଯାଇଛି, ଓ ଏହା ହୁଏତ ପରେ ଏକତ୍ରିତ ହୋଇଥିବା ଭିନ୍ନ ଏକ ଦଳ ହୋଇପାରେ I

νομίζοντες αὐτὸν τεθνηκέναι

କାରଣ ସେମାନେ ଭାବିଲେ ଯେ ସେ ମରିସାରିଛି

Acts 14:20

τῶν μαθητῶν

ଏମାନେ ଲୁସ୍ତ୍ରା ନଗରରେ ରେ ଥିବା ନୂତନ ବିଶ୍ବାସୀ ଥିଲେ I

ପାଉଲ ବିଶ୍ବାସୀମାନଙ୍କ ସହିତ ଆଉଥରେ ଲୁସ୍ତ୍ରାରେ ପ୍ରବେଶ କଲେ

ἐξῆλθεν σὺν τῷ Βαρναβᾷ εἰς Δέρβην

ପାଉଲ ଓ ବର୍ଣ୍ଣବ୍ବା ଦର୍ବୀ ନଗରକୁ ଗଲେ

Acts 14:21

ଏଠାରେ “ସେମାନେ” ଶବ୍ଦଗୁଡ଼ିକ ପାଉଲଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ, ବର୍ଣ୍ଣବ୍ବା ଓ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

τὴν πόλιν ἐκείνην

"ଦର୍ବୀ (ପ୍ରେରିତ ୧୪:୨୦)

Acts 14:22

ἐπιστηρίζοντες τὰς ψυχὰς τῶν μαθητῶν

ଏଠାରେ “ମନ” ଶିଷ୍ୟମାନଙ୍କୁ ବୁଝାଏ I ଏହା ସେମାନଙ୍କର ଆନ୍ତରିକ ଭାବନା ଓ ବିଶ୍ବାସକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବା ବିଶ୍ବାସୀମାନଙ୍କୁ ଯୀଶୁଙ୍କ ବିଷୟକ ସମ୍ବାଦ ବିଶ୍ବାସ କରି ସେଥିରେ ଲାଗି ରହିବାକୁ ବିନତି କଲେ” କିମ୍ବା “ପାଉଲ ଓ ବର୍ଣ୍ଣବ୍ବା ବିଶ୍ବାସୀମାନଙ୍କୁ ଯୀଶୁଙ୍କ ସହିତ ସେମାନଙ୍କ ସମ୍ପର୍କରେ ଦୃଢ଼ ହୋଇ ବୃଦ୍ଧି ପାଇବାକୁ ବିନତି କଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

παρακαλοῦντες ἐμμένειν τῇ πίστει

ଯୀଶୁଙ୍କଠାରେ ଭରସା ରଖିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଇ"

καὶ ὅτι διὰ πολλῶν θλίψεων, δεῖ ἡμᾶς εἰσελθεῖν εἰς τὴν Βασιλείαν τοῦ Θεοῦ

କେତେକ ଅନୁବାଦ ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରନ୍ତି, “ଏହା କହି ଯେ ଅନେକ ଦୁଃଖଭୋଗ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ” I ଏଠାରେ “ଆମ୍ଭେମାନେ” ଶବ୍ଦ ଲୂକ ଓ ପାଠକମାନଙ୍କୁ ବୁଝାଏ I (ଦେଖ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

δεῖ ἡμᾶς εἰσελθεῖν

ପାଉଲ ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁକରି “ଆମ୍ଭେମାନେ” ଶବ୍ଦ ଅନ୍ତର୍ଭୁକ୍ତକାରୀ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

Acts 14:23

“ସେମାନେ” ଶବ୍ଦର ତୃତୀୟ ବ୍ୟବହାର ଯାହା ପାଉଲ ଓ ବର୍ଣ୍ଣବ୍ବା ପ୍ରଭୁଙ୍କ ନିକଟକୁ ଆଣିଥିବା ଲୋକମାନଙ୍କୁ ବୁଝାଏ, ତାହା ଛଡା ଏଠାରେ ଅନ୍ୟ ସମସ୍ତ “ସେମାନେ” ଶବ୍ଦଗୁଡ଼ିକ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I

ଯେତେବେଳେ ପାଉଲ ଓ ବର୍ଣ୍ଣବ୍ବା ପ୍ରତ୍ୟେକ ନୂଆ ବିଶ୍ବାସୀମାନଙ୍କ ଦଳରେ ନେତାମାନଙ୍କୁ ନିଯୁକ୍ତ କଲେ

παρέθεντο αὐτοὺς

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ପାଉଲ ଓ ବର୍ଣ୍ଣବ୍ବା ଯେଉଁ ପ୍ରାଚୀନମାନଙ୍କୁ ନିଯୁକ୍ତ କରିଥିଲେ ସେମାନଙ୍କୁ ଦାୟିତ୍ବ ଦେଲେ” କିମ୍ବା ୨) “ପାଉଲ ଓ ବର୍ଣ୍ଣବ୍ବା ନେତାମାନଙ୍କୁ ଓ ବିଶ୍ବାସୀମାନଙ୍କୁ ଦାୟିତ୍ବ ଦେଲେ”

εἰς ὃν πεπιστεύκεισαν

ପୂର୍ବବର୍ତ୍ତୀ ଟିପ୍ପଣୀରେ “ସେମାନେ”ର ଅର୍ଥ ତୁମେ କେଉଁ ଅର୍ଥରେ “ସେମାନଙ୍କ” ଶବ୍ଦ ବ୍ୟବହାର କରିଛ ତା’ ଉପରେ ନିର୍ଭର କରେ (ହୁଏତ ପ୍ରାଚୀନମାନେ କିମ୍ବା ନେତାମାନେ ଓ ଅନ୍ୟ ବିଶ୍ବାସୀମାନେ) I

Acts 14:25

καὶ λαλήσαντες ἐν Πέργῃ τὸν λόγον

"ଏଠାରେ “ବାକ୍ୟ” ଶବ୍ଦଟି “ଈଶ୍ବରଙ୍କ ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “(ଦେଖ: ଲାକ୍ଷଣିକ ଶବ୍ଦ)

κατέβησαν εἰς Ἀττάλιαν

“ତଳକୁ ଗଲେ” ବାକ୍ୟାଂଶଟି ଏଠାରେ ବ୍ୟବହାର କରାଯାଏ କାରଣ ଆତ୍ତାଲିଆ ପର୍ଗୀଠାରୁ ଉଚ୍ଚତାରେ ତଳକୁ ଥିଲା I

Acts 14:26

ὅθεν ἦσαν παραδεδομένοι τῇ χάριτι τοῦ Θεοῦ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ଆନ୍ତିୟଖିଆର ବିଶ୍ବାସୀ ଓ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଈଶ୍ବରଙ୍କ ଅନୁଗ୍ରହ ନିକଟରେ ସମର୍ପଣ କରିଥିଲେ” କିମ୍ବା “ଯେଉଁଠାରେ ଆନ୍ତିୟଖିଆର ଲୋକମାନେ ପ୍ରାର୍ଥନା କରିଥିଲେ ଯେ ଈଶ୍ବର ପାଉଲ ଓ ବର୍ଣ୍ଣବ୍ବାଙ୍କର ଯତ୍ନନେଇ ସୁରକ୍ଷା କରିବେ”"

Acts 14:27

ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I “ସେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I

συναγαγόντες τὴν ἐκκλησίαν

ସ୍ଥାନୀୟ ବିଶ୍ବାସୀମାନଙ୍କୁ ଏକତ୍ର ସମବେତ ହେବାପାଇଁ ଆହ୍ବାନ କଲେ

ἤνοιξεν τοῖς ἔθνεσιν θύραν πίστεως

ଈଶ୍ବର ବିଜାତିମାନଙ୍କୁ ସମର୍ଥ କରାଇବା ବିଷୟରେ କୁହାଯାଏ ଯେ ସତେ ଯେପରି ବିଶ୍ବାସ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ସେମାନଙ୍କୁ ଅଟକାଉଥିବା ଦ୍ବାରକୁ ସେ ଖୋଲି ଦେଇଥିଲେ I ବିକଳ୍ପ ଅନୁବାଦ: “ବିଜାତିମାନେ ବିଶ୍ବାସ କରିବା ନିମନ୍ତେ ଈଶ୍ବର ଏହା ସମ୍ଭବ କଲେ” (ଦେଖ: ଉପମା/ରୂପକ)

Acts 15

ପ୍ରେରିତ ୧୫ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକେ ଅନୁବାଦ କବିତାର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ୧୫:୧୬-୧୭ ରେ ପୁରାତନ ନିୟମରୁ ଉଦ୍ଧୃତ କରାଯାଇଛି I

ଏହି ଅଧ୍ୟାୟରେ ଲୂକ ବର୍ଣ୍ଣନା କରୁଥିବା ସଭାକୁ ସାଧାରଣତଃ “ଯିରୂଶାଲମ ମହାସଭା” ବୋଲି କୁହାଯାଏ I ଏହି ସମୟରେ ମଣ୍ଡଳୀର ନେତାମାନେ ଏକତ୍ରହୋଇ ବିଶ୍ବାସୀମାନେ ମୋଶାଙ୍କର ସମସ୍ତ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ, ସେ ବିଷୟ ସ୍ଥିର କରିଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଭାଇମାନେ

ଏହି ଅଧ୍ୟାୟରେ ଲୂକ ସହ-ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ସହ-ଯିହୂଦୀ ଶବ୍ଦ ପରିବର୍ତ୍ତେ “ଭାଇମାନେ” ଶବ୍ଦ ବ୍ୟବହାର କରୁଛନ୍ତି I

ମୋଶାଙ୍କର ବ୍ୟବସ୍ଥା ପାଳନ କରିବା

କେତେକ ବିଶ୍ବାସୀ ବିଜାତିମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଚାହୁଁଥିଲେ, କାରଣ ଈଶ୍ବର ଅବ୍ରାହାମ ଓ ମୋଶାଙ୍କୁ କହିଥିଲେ ଯେ ଯେକେହି ତାହାଙ୍କର ହେବାକୁ ଇଚ୍ଛା କରନ୍ତି, ତା’ଙ୍କୁ ସୁନ୍ନତ ହେବାକୁ ପଡିବ ଓ ଏହି ବ୍ୟବସ୍ଥା ସର୍ବଦା ରହିବ I କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଈଶ୍ବର ଅସୁନ୍ନତ ବିଜାତିମାନଙ୍କୁ ପବିତ୍ର ଆତ୍ମାଙ୍କର ଦାନ ଦେବା ଦେଖିଥିଲେ, ତେଣୁ ସେମାନେ ବିଜାତିମାନେ ସୁନ୍ନତ ହୁଅନ୍ତୁ ବୋଲି ଚାହୁଁ ନ ଥିଲେ I ସେମାନେ କ’ଣ କରିବା ଉଚିତ ତାହା ମଣ୍ଡଳୀର ନେତାମାନେ ସ୍ଥିର କରନ୍ତୁ ବୋଲି ଉଭୟ ଦଳ ଯିରୂଶାଲମକୁ ଯାଇଥିଲେ I

“ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀର ମାଂସ ଓ ପରଦାରଠାରୁ ପୃଥକ୍ ରହିବା”

ଏହା ସମ୍ଭବ ଯେ ମଣ୍ଡଳୀର ନେତାମାନେ ଏହି ବ୍ୟବସ୍ଥା ସମ୍ବନ୍ଧରେ ଏପରି ସ୍ଥିର କଲେ ଯେପରି ଯିହୂଦୀ ଓ ବିଜାତିମାନେ କେବଳ ଯେ ଏକତ୍ର ବାସ କରିବେ ତାହା ନୁହେଁ, ମାତ୍ର ସମାନ ଖାଦ୍ୟ ଏକତ୍ର ଭୋଜନ କରିବେ I

Acts 15:1

ପାଉଲ ଓ ବର୍ଣ୍ଣବ୍ବା ଏ ପର୍ଯ୍ୟନ୍ତ ଆନ୍ତିୟଖିଆରେ ଅଛନ୍ତି ଯେତେବେଳେ ବିଜାତି ଓ ସୁନ୍ନତ ହେବା ବିଷୟରେ ବିବାଦ ଉଠିଲା I

"କେତେକ ଲୋକ I ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଏହି ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଯିହୂଦୀ ଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

κατελθόντες ἀπὸ τῆς Ἰουδαίας

ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଏ କାରଣ ଯିହୂଦା ପ୍ରଦେଶ ଆନ୍ତିୟଖିଆଠାରୁ ଉଚ୍ଚରେ ଥିଲା I

ἐδίδασκον τοὺς ἀδελφοὺς

ଏଠାରେ ""ଭାଇମାନେ” ଖ୍ରୀଷ୍ଟବିଶ୍ବାସୀମାନଙ୍କୁ ବୁଝାଏ I ଏହା ସୂଚିତ କରେ ଯେ ସେମାନେ ଆନ୍ତିୟଖିଆରେ ଥିଲେ I ବିକଳ୍ପ ଅନୁବାଦ: “ଆନ୍ତିୟଖିଆରେ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଲେ” କିମ୍ବା “ଆନ୍ତିୟଖିଆରେ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐὰν μὴ περιτμηθῆτε τῷ ἔθει τῷ Μωϋσέως, οὐ δύνασθε σωθῆναι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶାଙ୍କର ବିଧି ଅନୁସାରେ କେହି ଜଣେ ତୁମକୁ ସୁନ୍ନତ ନ କଲେ, ଈଶ୍ବର ତୁମ୍ଭର ପରିତ୍ରାଣ କରିବେ ନାହିଁ” କିମ୍ବା “ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହେଲେ ଈଶ୍ବର ତୁମ୍ଭକୁ ତୁମ୍ଭ ପାପରୁ ପରିତ୍ରାଣ କରିବେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 15:2

στάσεως καὶ ζητήσεως οὐκ ὀλίγης ... πρὸς αὐτοὺς

ଗୁଣବାଚକ ବିଶେଷ୍ୟ “ତୀବ୍ର ବିବାଦ” ଓ “ବାଦାନୁବାଦ”କୁ କ୍ରିୟାବାଚ୍ୟରେ ପ୍ରକାଶ କରାଯାଇପାରିବ ଓ ଲୋକମାନେ କେଉଁଠାରୁ ଆସିଥିଲେ ତାହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦା ପ୍ରଦେଶରୁ ଆସିଥିବା ଲୋକମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହୋଇ ବାଦାନୁବାଦ କରିଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀναβαίνειν ... εἰς Ἰερουσαλὴμ

ଇଶ୍ରାୟେଲର ପ୍ରାୟ ଅନ୍ୟସବୁ ସ୍ଥାନ ଗୁଡିକରୁ ଯିରୂଶାଲମ ଉଚ୍ଚରେ ଥିଲା, ତେଣୁ ଯିରୂଶାଲମ ଉପରକୁ ଯିବା ବୋଲି କହିବା ଇଶ୍ରାୟେଲୀୟ ମାନଙ୍କପାଇଁ ସାଧାରଣ ଥିଲା I

τοῦ ζητήματος τούτου

ଏହି ବିଷୟ"

Acts 15:3

ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ, ବର୍ଣ୍ଣବ୍ବା ଓ ନିର୍ଦ୍ଦିଷ୍ଟ କେତେକଙ୍କୁ ବୁଝାଉଥିଲା (ପ୍ରେରିତ ୧୫:୨)I

οἱ μὲν οὖν προπεμφθέντες ὑπὸ τῆς ἐκκλησίας

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତେଣୁକରି ବିଶ୍ବାସୀମାନଙ୍କର ସମ୍ପ୍ରଦାୟ ସେମାନଙ୍କୁ ଆନ୍ତିୟଖିଆରୁ ଯିରୂଶାଲମକୁ ପଠାଇଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

προπεμφθέντες ὑπὸ τῆς ἐκκλησίας

ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ମଣ୍ଡଳୀର ଅଂଶବିଶେଷ ଥିଲେ I (ଦେଖ: ଲାକ୍ଷଣିକ ଶବ୍ଦ)

“ଦେଇ ଯାଉଁ ଯାଉଁ” ଓ “ଘୋଷଣା କଲେ” ଶବ୍ଦଗୁଡ଼ିକ ସୂଚାଏ ଯେ ସେମାନେ ବିଭିନ୍ନ ସ୍ଥାନରେ କିଛି ସମୟ ରହି ଈଶ୍ବର କରୁଥିବା କର୍ମଗୁଡ଼ିକ ବର୍ଣ୍ଣନା କରୁଥିଲେ I

ଗୁଣବାଚକ ବିଶେଷ୍ୟ “ପରିବର୍ତ୍ତନ”ର ଅର୍ଥ ହେଉଛି ବିଜାତିମାନେ ମିଥ୍ୟା ଦେବତାସବୁକୁ ଅଗ୍ରାହ୍ୟ କରି ଈଶ୍ବରଙ୍କଠାରେ ବିଶ୍ବାସ କରୁଥିଲେ I ବିକଳ୍ପ ଅନୁବାଦ: “ସେହି ସ୍ଥାନଗୁଡିକରେ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ ନିକଟରେ ବର୍ଣ୍ଣନା କଲେ ଯେ ବିଜାତିମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଛନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ସେମାନଙ୍କର ସମ୍ବାଦ ବିଶ୍ବାସୀମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମାଇବା ବିଷୟରେ ଏପରି କୁହାଯାଏ ସତେ ଯେପରି “ଆନନ୍ଦ” ଏକ ଜିନିଷ ଯାହା ସେମାନେ ଭାଇମାନଙ୍କ ନିକଟକୁ ଆଣିଥିଲେ I ବିକଳ୍ପ ଅନୁବାଦ: “ସେମାନେ ଯାହା କହିଲେ ତାହା ସହ-ବିଶ୍ବାସୀମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମାଇଲା” (ଦେଖ: ଉପମା/ରୂପକ)

τοῖς ἀδελφοῖς

ଏଠାରେ “ଭାଇମାନେ” ସହ-ବିଶ୍ବାସୀମାନଙ୍କୁ ବୁଝାଏ I

Acts 15:4

παρεδέχθησαν ὑπὸ τῆς ἐκκλησίας, καὶ τῶν ἀποστόλων, καὶ τῶν πρεσβυτέρων

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତ, ପ୍ରାଚୀନ ଓ ଅବଶିଷ୍ଟ ବିଶ୍ବାସୀ ସମ୍ପ୍ରଦାୟ ସେମାନଙ୍କୁ ଅଭ୍ୟର୍ଥନା କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μετ’ αὐτῶν

ସେମାନଙ୍କ ଦେଇ

Acts 15:5

ଏଠାରେ “ସେମାନଙ୍କୁ” ଶବ୍ଦଟି ଅଣଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ସୁନ୍ନତ ହୋଇ ନ ଥିଲେ ଓ ପୁରାତନ ନିୟମର ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରୁ ନ ଥିଲେ I

ପାଉଲ ଓ ବର୍ଣ୍ଣବ୍ବା ବର୍ତ୍ତମାନ ପ୍ରେରିତ ଓ ପ୍ରାଚୀନମାନଙ୍କୁ ଭେଟିବାପାଇଁ ଯିରୂଶାଲମରେ ଅଛନ୍ତି I

δέ τινες

ଏଠାରେ ଲୂକ ଯେଉଁମାନେ କେବଳ ଯୀଶୁଙ୍କଠାରେ ପରିତ୍ରାଣ ଅଛି ବୋଲି ବିଶ୍ବାସ କରୁଥିଲେ ସେମାନଙ୍କ ସହିତ ଯେଉଁମାନେ ଯୀଶୁଙ୍କଠାରେ ପରିତ୍ରାଣ ଅଛି ବୋଲି ବିଶ୍ବାସ କରୂଥିଲେ, ତଥାପି ପରିତ୍ରାଣ ପାଇଁ ସୁନ୍ନତ ହେବା ଆବଶ୍ୟକ ବୋଲି ବିଶ୍ବାସ କରୁଥିଲେ ସେମାନଙ୍କୁ ପ୍ରଭେଦ କରୁଛନ୍ତି I

παραγγέλλειν ... τηρεῖν τὸν νόμον Μωϋσέως

ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ

Acts 15:6

ἰδεῖν περὶ τοῦ λόγου τούτου

ମଣ୍ଡଳୀର ନେତାମାନେ ଏହା ଆଲୋଚନା କରିବାକୁ ସ୍ଥିର କଲେ ଯେ ଈଶ୍ବର ବିଜାତିମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବା ନିମନ୍ତେ ସେମାନେ ସୁନ୍ନତ ହେବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ I

Acts 15:7

ପ୍ରଥମ ଶବ୍ଦ “ସେମାନଙ୍କୁ” ପ୍ରେରିତ ଓ ପ୍ରାଚୀନମାନଙ୍କୁ (ପ୍ରେରିତ ୧୫:୬) ଓ ଅନ୍ୟ “ସେମାନଙ୍କୁ” ଏବଂ “ସେମାନଙ୍କର” ଶବ୍ଦଗୁଡ଼ିକ ବିଜାତି ବିଶ୍ବାସୀମାନଙ୍କୁ ବୁଝାଏ I ଏଠାରେ “ଆପଣମାନେ” ଶବ୍ଦ ବହୁବଚନ ଅଟେ ଓ ଉପସ୍ଥିତଥିବା ପ୍ରେରିତ ଏବଂ ପ୍ରାଚୀନମାନଙ୍କୁ ବୁଝାଏ I “ସେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କୁ” ବହୁବାଚକ ଅଟେ ଓ ପିତର, ପ୍ରେରିତ ଓ ପ୍ରାଚୀନଗଣ ଏବଂ ସାଧାରଣ ଭାବରେ ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ବିଜାତିମାନେ ସୁନ୍ନତ ହେବା ଓ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ ସେ ବିଷୟରେ ତା’ଙ୍କୁ ଭେଟି ଆଲୋଚନା କରିବାକୁ ଆସିଥିବା ପ୍ରେରିତ ଓ ପ୍ରାଚୀନମାନଙ୍କୁ ପିତର କହିବା ଆରମ୍ଭ କରୁଛନ୍ତି (ପ୍ରେରିତ ୧୫:୫-୬)I

ଉପସ୍ଥିତ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ପିତର କଥା କହୁଛନ୍ତି I

διὰ τοῦ στόματός μου

ଏଠାରେ “ମୁଖ” ପିତରଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମୋ ଠାରୁ” କିମ୍ବା “ମୋ ଦ୍ବାରା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ἀκοῦσαι τὰ ἔθνη

ବିଜାତିମାନେ ଶୁଣିବେ

τὸν λόγον τοῦ εὐαγγελίου

ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:8

ὁ καρδιογνώστης

ଏଠାରେ “ହୃଦୟ” ଶବ୍ଦ “ମନ” କିମ୍ବା “ଅନ୍ତରାତ୍ମା”କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଲୋକମାନଙ୍କର ମନ ଜାଣନ୍ତି” କିମ୍ବା “ଯେ ଲୋକମାନେ ଯାହା ଚିନ୍ତା କରନ୍ତି ତାହା ଜାଣନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

ἐμαρτύρησεν αὐτοῖς

ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ

δοὺς τὸ Πνεῦμα τὸ Ἅγιον

ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କରାଇଲେ

Acts 15:9

οὐδὲν διέκρινεν

ଈଶ୍ବର ଯିହୂଦୀ ବିଶ୍ବାସୀମାନଙ୍କୁ ବିଜାତି ବିଶ୍ବାସୀମାନଙ୍କଠାରୁ ଭିନ୍ନ ଭାବରେ ବ୍ୟବହାର କଲେ ନାହିଁ I

τῇ πίστει καθαρίσας τὰς καρδίας αὐτῶν

ଈଶ୍ବର ବିଜାତିମାନଙ୍କର ପାପ କ୍ଷମା କରିବା ବିଷୟକୁ ଏପରି କୁହାଯାଇଛି ସତେ ଯେପରି ସେ ଆକ୍ଷରିକ ଭାବରେ ସେମାନଙ୍କର ପାପସବୁ ଧୋଇଦେଲେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରାତ୍ମାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ପାପ କ୍ଷମା କଲେ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କଲେ” (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

Acts 15:10

“ଆମ୍ଭମାନଙ୍କର” ଓ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରି ପିତର ନିଜକୁ ଶ୍ରୋତାମାନଙ୍କ ସହିତ ସାମିଲ୍ କରନ୍ତି I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ପିତର ପ୍ରେରିତ ଓ ପ୍ରାଚୀନମାନଙ୍କୁ କଥା କହିବା ଶେଷ କରୁଛନ୍ତି I

νῦν

ଏହାର ଅର୍ଥ “ଏହି ମୂହୁର୍ତ୍ତରେ” ନୁହେଁ, କିନ୍ତୁ ତଳେ କୁହାଯାଇଥିବା ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବାପାଇଁ ବ୍ୟବହାର କରାଯାଇଛି I

τί πειράζετε τὸν Θεόν, ἐπιθεῖναι ζυγὸν ἐπὶ τὸν τράχηλον τῶν μαθητῶν, ὃν οὔτε οἱ πατέρες ἡμῶν οὔτε ἡμεῖς ἰσχύσαμεν βαστάσαι

ପିତର ଏକ ଶବ୍ଦଚିତ୍ର ସହ ଗୋଟିଏ ପ୍ରଶ୍ନ ପଚାରି ଯିହୂଦୀ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ପରିତ୍ରାଣ ପ୍ରାପ୍ତି ନିମନ୍ତେ ସୁନ୍ନତ ବିଧି ପାଳନ କରିବା ପାଇଁ ଅଣଯିହୂଦୀମାନଙ୍କୁ ସେମାନେ ବାଧ୍ୟ ନ କରନ୍ତୁ I ବିକଳ୍ପ ଅନୁବାଦ: “ଯେଉଁ ବୋଝ ଆମେ ଯିହୂଦୀମାନେ ବୋହିବାକୁ ଅସମର୍ଥ ହେଲୁ, ସେହି ପ୍ରକାର ଏକ ବୋଝ ଅଣଯିହୂଦୀ ବିଶ୍ବାସୀମାନଙ୍କ ଉପରେ ଦେଇ ଈଶ୍ବରଙ୍କୁ ପରୀକ୍ଷା କରନ୍ତୁ ନାହିଁ,!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଉପମା/ରୂପକ)

οἱ πατέρες ἡμῶν

ଏହା ସେମାନଙ୍କର ଯିହୂଦୀ ପିତୃପୁରୁଷମାନଙ୍କୁ ବୁଝାଏ I

Acts 15:11

ἀλλὰ διὰ τῆς χάριτος τοῦ Κυρίου Ἰησοῦ, πιστεύομεν σωθῆναι καθ’ ὃν τρόπον κἀκεῖνοι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଆମ୍ଭେମାନେ ବିଶ୍ବାସ କରୁଛୁ ଯେ ଯେପରି ସେ ଅଣଯିହୂଦୀ ବିଶ୍ବାସୀମାନଙ୍କୁ ପରିତ୍ରାଣ କରିଥିଲେ, ସେପରି ପ୍ରଭୁ ଯୀଶୁ ତାହାଙ୍କ ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 15:12

ଏଠାରେ “ସେମାନଙ୍କୁ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I

"ପ୍ରତ୍ୟେକେ କିମ୍ବା “ସଭାସ୍ଥ ସମସ୍ତେ” (ପ୍ରେରିତ ୧୫:୬)

ἐποίησεν ὁ Θεὸς

ଈଶ୍ବର କରିଛନ୍ତି କିମ୍ବା “ଈଶ୍ବର କରାଇଛନ୍ତି”"

Acts 15:13

"ଏଠାରେ ""ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ (ପ୍ରେରିତ ୧୫:୧୨)I"

ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି (ପ୍ରେରିତ ୧୫:୬)

"ହେ ଭାଇମାନେ, ଶୁଣ I ଯାକୁବ ସମ୍ଭବତଃ କେବଳ ପୁରୁଷ ବିଶ୍ବାସୀମାନଙ୍କୁ କହୁଛନ୍ତି I

Acts 15:14

λαβεῖν ἐξ ἐθνῶν λαὸν

ଯେପରି ସେମାନଙ୍କ ମଧ୍ୟରୁ ସେ ଦଳେ ଲୋକଙ୍କୁ ମନୋନୀତ କରିପାରନ୍ତି"

τῷ ὀνόματι αὐτοῦ

"ଈଶ୍ବରଙ୍କ ନାମ ନିମନ୍ତେ I ଏଠାରେ “ନାମ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ନିମନ୍ତେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:15

ଏଠାରେ “ଆମ୍ଭେ” ଈଶ୍ବରଙ୍କୁ ବୁଝାଏ ଯେ କି ଆପଣା ଭାବବାଦୀମାନଙ୍କ ବାକ୍ୟ ଦ୍ବାରା କଥା କହିଥିଲେ I

ଯାକୁବ ପୁରାତନ ନିୟମର ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I

ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ ତାହା ମିଶୁଅଛି” କିମ୍ବା “ଭାବବାଦୀମାନେ ଏକମତ ହୁଅନ୍ତି” (ଦେଖ : ଲାକ୍ଷଣିକ ଶବ୍ଦ)

τούτῳ συμφωνοῦσιν

ଏହି ସତ୍ୟକୁ ସ୍ଥାପନ କରୁଅଛି"

καθὼς γέγραπται

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଲେଖିଥିଲେ” କିମ୍ବା “ଯେପରି ଭାବବାଦୀ ଆମୋଷ ବହୁପୂର୍ବରୁ ଲେଖିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 15:16

ଏହା ଈଶ୍ବର ପୁନର୍ବାର ଦାଉଦଙ୍କ ବଂଶରୁ ଜଣକୁ ଆପଣା ଲୋକମାନଙ୍କ ଉପରେ ରାଜତ୍ବ କରିବାପାଇଁ ମନୋନୀତ କରିବା ବିଷୟ କହୁଅଛି ସତେ ଯେପରି ଆବାସଟିଏ ପଡ଼ିଗଲା ପରେ ସେ ପୁଣିଥରେ ତାହାକୁ ସ୍ଥାପନ କରୁଛନ୍ତି I (ଦେଖ: ଉପମା/ରୂପକ)

σκηνὴν

ଏଠାରେ “ଆବାସ” ଦାଉଦଙ୍କ ପରିବାରକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:17

ἐκζητήσωσιν οἱ κατάλοιποι τῶν ἀνθρώπων τὸν Κύριον

ଏହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କ ବିଷୟରେ ଅଧିକ ଶିକ୍ଷା କରିବାକୁ ଚାହୁଁଥିବା ସମ୍ବନ୍ଧରେ କହୁଅଛି ସତେ ଯେପରି ସେମାନେ ଆକ୍ଷରିକ ଭାବରେ ତାହାଙ୍କର ଅନ୍ବେଷଣ କରୁଥିଲେ I (ଦେଖ: ଉପମା/ରୂପକ)

κατάλοιποι τῶν ἀνθρώπων

ଏଠାରେ “ଲୋକେ” ପୁରୁଷ ଓ ସ୍ତ୍ରୀଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅବଶିଷ୍ଟାଂଶ ଲୋକେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

ἐκζητήσωσιν ... τὸν Κύριον

ଈଶ୍ବର ଆପଣା ସମ୍ବନ୍ଧରେ ତୃତୀୟ ପୁରୁଷରେ କହୁଛନ୍ତି I ବିକଳ୍ପ ଅନୁବାଦ: ‘ମୋତେ, ଅର୍ଥାତ୍ ପ୍ରଭୁଙ୍କୁ ଅନ୍ବେଷଣ କରିବେ” (ଦେଖ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)

καὶ πάντα τὰ ἔθνη, ἐφ’ οὓς ἐπικέκληται τὸ ὄνομά μου ἐπ’ αὐτούς

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ନାମରେ ଖ୍ୟାତ ସମସ୍ତ ବିଜାତି ଅନ୍ତର୍ଭୁକ୍ତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐφ’ οὓς ἐπικέκληται τὸ ὄνομά μου ἐπ’ αὐτούς

ଏଠାରେ “ଆମ୍ଭ ନାମ” ଈଶ୍ବରଙ୍କୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:18

γνωστὰ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଲୋକେ ଜ୍ଞାତ ଅଟନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 15:19

ଏଠାରେ “ଆମ୍ଭେମାନେ” ଯାକୁବ, ପ୍ରେରିତଗଣ ଓ ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବା ଶେଷ କରୁଛନ୍ତି I (ଦେଖ: ପ୍ରେରିତ ୧୫:୨ and ପ୍ରେରିତ ୧୫:୧୩)

μὴ παρενοχλεῖν τοῖς ἀπὸ τῶν ἐθνῶν

ଯାକୁବ କି ପ୍ରକାରେ ବିଜାତିମାନଙ୍କୁ କଷ୍ଟ ଦେବାପାଇଁ ଚାହୁଁନାହାଁନ୍ତି ତାହା ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଜାତିମାନଙ୍କୁ ସୁନ୍ନତ ହେବାକୁ ଓ ମୋଶାଙ୍କର ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା ଉଚିତ ନୁହଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐπιστρέφουσιν ἐπὶ τὸν Θεόν

ଈଶ୍ବରଙ୍କ ଅଜ୍ଞାପାଳନ କରିବାକୁ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଏ ସତେ ଯେପରି ସେହି ବ୍ୟକ୍ତି ଶାରୀରିକ ଭାବରେ ଈଶ୍ବରଙ୍କ ଆଡ଼କୁ ଫେରୁଅଛି I (ଦେଖ: ଉପମା/ରୂପକ)

Acts 15:20

ପରଦାର, ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀ ଓ ରକ୍ତ ଭୋଜନ କରିବା ଅନେକ ସମୟରେ ପ୍ରତିମାପୂଜା ଓ ମିଥ୍ୟା ଦେବତାମାନଙ୍କ ପୂଜା ପଦ୍ଧତିର ଅଂଶ ଥିଲା I

ἀλισγημάτων τῶν εἰδώλων

ଏହା ସମ୍ଭବତଃ ଗୋଟିଏ ପଶୁର ମାଂସ ଖାଇବାକୁ ବୁଝାଏ ଯାହାକୁ କେହି ଜଣେ ପ୍ରତିମା ନିକଟରେ ଉତ୍ସର୍ଗ କରିଛି କିମ୍ବା ପ୍ରତିମାପୂଜା ସହିତ ସମ୍ପୃକ୍ତ ଯେକୌଣସି ବିଷୟ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τοῦ ... αἵματος

ଈଶ୍ବର ଯିହୂଦୀମାନଙ୍କୁ ରକ୍ତ ମିଶ୍ରିତ ମାଂସ ଖାଇବାକୁ ନିଷେଧ କରିଥିଲେ I ଏପରି କି ଆଦିପୁସ୍ତକରେ ମୋଶାଙ୍କ ଲେଖାରେ, ଈଶ୍ବର ରକ୍ତ ପାନ କରିବାକୁ ବାରଣ କରିଥିଲେ I ତେଣୁକରି, ସେମାନେ ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀର ମାଂସ ଖାଉ ନ ଥିଲେ, କାରଣ ପ୍ରାଣୀର ଶରୀରରୁ ରକ୍ତ ଭଲଭାବରେ ନିଷ୍କାସିତ ହେଉ ନ ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 15:21

ଯାକୁବ ସୂଚିତ କରୁଛନ୍ତି ଯେ ଏହି ନିୟମ କେତେ ଗୁରୁତ୍ବପୂର୍ଣ୍ଣ ତାହା ବିଜାତିମାନେ ଜାଣନ୍ତି, କାରଣ ଯିହୂଦୀମାନେ ସମାଜଗୃହ ଥିବା ପ୍ରତ୍ୟେକ ନଗରରେ ସେମାନଙ୍କୁ ପ୍ରଚାର କରୁଥିଲେ I ଏହା ମଧ୍ୟ ସୂଚିତ କରେ ଯେ ବିଜାତିମାନେ ଏହି ନିୟମଗୁଡ଼ିକ ବିଷୟରେ ଅଧିକ ଜାଣିବାପାଇଁ ସମାଜଗୃହର ଶିକ୍ଷକମାନଙ୍କ ପାଖକୁ ଯାଇପାରିବେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏଠାରେ “ମୋଶା” ମୋଶାଙ୍କର ବ୍ୟବସ୍ଥାକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶାଙ୍କର ବ୍ୟବସ୍ଥା ଘୋଷଣା କରାଯାଇଛି” କିମ୍ବା “ଯିହୂଦୀମାନେ ମୋଶାଙ୍କ ବ୍ୟବସ୍ଥା ଶିକ୍ଷା ଦେଇଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

κατὰ πόλιν

ଏଠାରେ “ପ୍ରତି” ଶବ୍ଦଟି ଏକ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଅନେକ ନଗରରେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ἀναγινωσκόμενος

ଏଠାରେ “ସେ” ମୋଶାଙ୍କୁ ବୁଝାଏ ଯାହାଙ୍କର ନାମ ବ୍ୟବସ୍ଥାର ନିଦର୍ଶନ ଅଟେ I ବିକଳ୍ପ ଅନୁବାଦ: “ଆଉ ବ୍ୟବସ୍ଥା ପାଠ କରାଯାଏ” କିମ୍ବା “ଆଉ ସେମାନେ ବ୍ୟବସ୍ଥା ପାଠ କରନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:22

ଏଠାରେ “ସେମାନଙ୍କୁ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I “ସେମାନେ” ଶବ୍ଦ ପ୍ରେରିତ, ପ୍ରାଚୀନ ଓ ଯିରୂଶାଲମ ମଣ୍ଡଳୀର ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I

ὅλῃ τῇ ἐκκλησίᾳ

ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ଯିରୂଶାଲମ ମଣ୍ଡଳୀର ଏକ ଅଂଶ ଅଟନ୍ତି I ବିକଳ୍ପ ଅନୁବାଦ: “ଯିରୂଶାଲମରେ ଥିବା ମଣ୍ଡଳୀ” କିମ୍ବା “ଯିରୂଶାଲମରେ ଥିବା ସମସ୍ତ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଲାକ୍ଷଣିକ ଶବ୍ଦ)

Ἰούδαν τὸν καλούμενον Βαρσαββᾶν

ଏହା ଜଣେ ଲୋକର ନାମ I “ବର୍ଶବ୍ବା” ଲୋକମାନେ ଡାକୁଥିବା ଦ୍ବିତୀୟ ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 15:23

ଏହା ପତ୍ରର ଉପକ୍ରମ I ତୁମର ଭାଷାରେ ହୁଏତ ପତ୍ରର ଲେଖକଙ୍କର ଓ ଯାହାକୁ ପତ୍ର ଲେଖାଯାଉଛି ତାଙ୍କର ପରିଚୟ ଦେବାର ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭ୍ରାତୃଗଣ, ପ୍ରେରିତ ଓ ପ୍ରାଚୀନମାନଙ୍କଠାରୁ ଏହି ପତ୍ର I ଆମ୍ଭେମାନେ ଆନ୍ତିୟଖିଆ, ସୁରିଆ ଓ କିଲିକିଆସ୍ଥ ବିଜାତି ବିଶ୍ବାସୀମାନଙ୍କ ନିକଟକୁ ଲେଖୁଅଛୁ I ତୁମ୍ଭମାନଙ୍କୁ ନମସ୍କାର” କିମ୍ବା “ଆନ୍ତିୟଖିଆ, ସୁରିଆ ଓ କିଲିକିଆସ୍ଥ ଆମ୍ଭମାନଙ୍କ ବିଜାତି ଭ୍ରାତୃଗଣଙ୍କ ନିକଟକୁ I ପ୍ରେରିତ, ପ୍ରାଚୀନ ଓ ତୁମ୍ଭମାନଙ୍କ ଭ୍ରାତୃଗଣଠାରୁ ନମସ୍କାର”

ଏଠାରେ “ଭ୍ରାତୃଗଣ” ଶବ୍ଦଟି ସହ-ବିଶ୍ବାସୀମାନଙ୍କୁ ବୁଝାଏ I ଏହି ଶବ୍ଦଗୁଡ଼ିକ ବ୍ୟବହାର କରିବା ଦ୍ବାରା, ପ୍ରେରିତ ଓ ପ୍ରାଚୀନମାନେ ବିଜାତି ବିଶ୍ବାସୀମାନଙ୍କୁ ଭରସା ଦେଉଛନ୍ତି ଯେ ସେମାନେ ସେମାନଙ୍କୁ ସହ-ବିଶ୍ବାସୀ ଭାବରେ ଗ୍ରହଣ କରୁଛନ୍ତି I

Κιλικίαν

ଏହା କୁପ୍ର ଦ୍ବୀପର ଉତ୍ତରରେ ଥିବା ଏସିଆ ମାଇନରର ଏକ ଉପକୂଳବର୍ତ୍ତୀ ପ୍ରଦେଶର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 15:24

ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କର” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତପ୍ରେରିତ ୧୫:୨୨)

ὅτι τινὲς

ଯେ କେତେକେ ଲୋକ

οἷς οὐ διεστειλάμεθα

ଯଦିଓ ଆମ୍ଭେମାନେ ସେମାନଙ୍କୁ ଯିବାପାଇଁ କୌଣସି ଆଦେଶ ଦେଇ ନ ଥିଲୁ

ἐτάραξαν ὑμᾶς λόγοις ἀνασκευάζοντες τὰς ψυχὰς ὑμῶν

ଏଠାରେ “ମନ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ବିଷୟ ଶିଖାଇଛନ୍ତି ଯାହା ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 15:25

ἐκλεξαμένοις ἄνδρας

ସେମାନେ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦାଙ୍କୁ ଓ ଶୀଲାଙ୍କୁ ପଠାଇଲେ (ପ୍ରେରିତ ୧୫:୨୨) I

Acts 15:26

τοῦ ὀνόματος τοῦ Κυρίου ἡμῶν, Ἰησοῦ Χριστοῦ

ଏଠାରେ “ନାମ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “କାରଣ ସେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛନ୍ତି” କିମ୍ବା “କାରଣ ସେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା କରୁଅଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:27

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ନେତା ଓ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତପ୍ରେରିତ ୧୫:୨୨)

ଏହା ଯିରୂଶାଲମ ମଣ୍ଡଳୀରୁ ଆନ୍ତିୟଖିଆରେ ଥିବା ବିଜାତି ବିଶ୍ବାସୀମାନଙ୍କ ନିକଟକୁ ଲେଖାଯାଇଥିବା ପତ୍ର ସମାପ୍ତ କରୁଛି I

ଏହି ବାକ୍ୟାଂଶ ଗୁରୁତ୍ବ ଦେଉଛି ଯେ ଯିହୂଦା ଓ ଶୀଲା ଠିକ୍ ସେହି ବିଷୟ କହିବେ ଯାହା ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ I ବିକଳ୍ପ ଅନୁବାଦ: “ସେମାନେ ନିଜେ ତୁମ୍ଭମାନଙ୍କୁ ସେହି ବିଷୟ କହିବେ ଯାହା ଆମ୍ଭେମାନେ ଲେଖିଅଛୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 15:28

μηδὲν πλέον ἐπιτίθεσθαι ὑμῖν βάρος, πλὴν τούτων τῶν ἐπάναγκες

ଏହା ଲୋକମାନେ ପାଳନ କରିବାକୁ ଥିବା ବ୍ୟବସ୍ଥା ବିଷୟରେ କହେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ଲୋକେ ସେମାନଙ୍କ କାନ୍ଧରେ ବୋହି ନେଇଥାନ୍ତି I (ଦେଖ: ଉପମା/ରୂପକ)

Acts 15:29

εἰδωλοθύτων

ଏହାର ଅର୍ଥ ଏହି ଯେ ସେମାନେ ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ମାଂସ ଖାଇ ପାରିବେ ନାହିଁ I

αἵματος

ଏହା ରକ୍ତ ପାନ କରିବାକୁ କିମ୍ବା ରକ୍ତ ନିଷ୍କାସିତ ହୋଇ ନ ଥିବା ମାଂସ ଖାଇବାକୁ ବୁଝାଏ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

πνικτῶν

ଶ୍ବାସରୋଧ କରି ପଶୁଟିକୁ ବଧ କରାଯାଇଛି କିନ୍ତୁ ତାହାର ରକ୍ତ ନିଷ୍କାସିତ ହୋଇନାହିଁ I

ἔρρωσθε

ଏହା ପତ୍ରଟିର ସମାପ୍ତି ଘୋଷଣା କରୁଛି I ବିକଳ୍ପ ଅନୁବାଦ: “ବିଦାୟ”

Acts 15:30

ପାଉଲ,ବର୍ଣ୍ଣବ୍ବା, ଯିହୂଦା,ଓ ଶୀଲା ଆନ୍ତିୟଖିଆକୁ ଯାଉଛନ୍ତି I

“ସେମାନେ” ଶବ୍ଦ ପାଉଲ, ବର୍ଣ୍ଣବ୍ବା, ଯିହୂଦା ଓ ଶୀଲାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅତଏବ ଯେତେବେଳେ ଏହି ଚାରିଜଣ ବିଦାୟ ନେଲେ, ସେମାନେ ଆନ୍ତିୟଖିଆକୁ ଆସିଲେ”

ἀπολυθέντες

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ଏହି ଚାରିଜଣକୁ ବିଦାୟ ଦେଲେ” କିମ୍ବା “ଯେତେବେଳେ ଯିରୂଶାଲମର ବିଶ୍ବାସୀମାନେ ସେମାନଙ୍କୁ ପଠାଇଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

κατῆλθον εἰς Ἀντιόχειαν

ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ଆନ୍ତିୟଖିଆ ଯିରୂଶାଲମଠାରୁ ଉଚ୍ଚତାରେ ତଳରେ ଥିଲା I

Acts 15:31

ἀναγνόντες ... ἐχάρησαν

ଆନ୍ତିୟଖିଆର ବିଶ୍ବାସୀମାନେ ଆନନ୍ଦ କଲେ

ἐπὶ τῇ παρακλήσει

ଗୁଣବାଚକ ବିଶେଷ୍ୟ “ଉତ୍ସାହ” ଶବ୍ଦଟି “ଉତ୍ସାହ କରିବା” କ୍ରିୟାରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିବା ବିଷୟ ସେମାନଙ୍କୁ ଉତ୍ସାହିତ କଲା” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 15:32

ଭାବବାଦୀମାନେ ଈଶ୍ବରଙ୍କ ଦ୍ବାରା ଅଧିକାର ପ୍ରାପ୍ତହୋଇ ତାହାଙ୍କ ନିମନ୍ତେ କଥା କହୁଥିବା ଶିକ୍ଷକ ଥିଲେ I ବିକଳ୍ପ ଅନୁବାଦ: “କାରଣ ସେମାନେ ଭାବବାଦୀ ଥିଲେ” କିମ୍ବା “ଯେଉଁମାନେ ଭାବବାଦୀ ମଧ୍ୟ ଥିଲେ”

τοὺς ἀδελφοὺς

ସହ-ବିଶ୍ବାସୀମାନେ

ἐπεστήριξαν

ଜଣକୁ ଯୀଶୁଙ୍କ ଉପରେ ଅଧିକ ନିର୍ଭର କରିବାରେ ସାହାଯ୍ୟ କରିବା ବିଷୟରେ କୁହାଯାଏ ସତେ ଯେପରି ସେମାନେ ସେମାନଙ୍କୁ ଶାରୀରିକ ଭାବରେ ବଳିଷ୍ଠ କରୁଛନ୍ତି I (ଦେଖ: ଉପମା/ରୂପକ)

Acts 15:33

ଯିହୂଦା ଓ ଶୀଲା ଯିରୂଶାଲମକୁ ବାହୁଡି ଗଲେ କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ I

ଏହା ସମୟ ବିଷୟରେ କହୁଅଛି ସତେ ଯେପରି ଏହା ଏକ ସାମଗ୍ରୀ ଯାହା ଜଣେ ଖର୍ଚ୍ଚ କରିପାରିବ I “ସେମାନେ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେଠାରେ କିଛି ସମୟ ରହିଲା ପରେ” (ଦେଖ: ଉପମା/ରୂପକ)

ἀπελύθησαν μετ’ εἰρήνης ἀπὸ τῶν ἀδελφῶν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ଯିହୂଦା ଓ ଶୀଲାଙ୍କୁ ଶାନ୍ତିରେ ଫେରି ପଠାଇଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῶν ἀδελφῶν

ଏହା ଆନ୍ତିୟଖିଆର ବିଶ୍ବାସୀମାନଙ୍କୁ ବୁଝାଏ I

πρὸς τοὺς ἀποστείλαντας αὐτούς

"ଯିରୂଶାଲମର ବିଶ୍ବାସୀମାନଙ୍କ ନିକଟକୁ ଯେଉଁମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଥିଲେ (ପ୍ରେରିତ ୧୫:୨୨)

Acts 15:35

τὸν λόγον τοῦ Κυρίου

ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟକ ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 15:36

ପାଉଲ ଓ ବର୍ଣ୍ଣବ୍ବା ପୃଥକ୍ ଯାତ୍ରାରେ ଯାଉଛନ୍ତି I

ἐπιστρέψαντες δὴ

ମୁଁ ପରାମର୍ଶ କରୁଅଛି ବର୍ତ୍ତମାନ ଆମ୍ଭେମାନେ ବାହୁଡିଯିବା"

ἐπισκεψώμεθα τοὺς ἀδελφοὺς

ଭାଇମାନଙ୍କ ଯତ୍ନ ନେବା କିମ୍ବା “ବିଶ୍ବାସୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବା”

τὸν λόγον τοῦ Κυρίου

ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟକ ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

πῶς ἔχουσιν

"ସେମାନେ କିପରି ଜୀବନ ଯାପନ କରୁଛନ୍ତି ଜାଣିବା I ସେମାନେ ଭାଇମାନଙ୍କ ବର୍ତ୍ତମାନର ଅବସ୍ଥା ଓ ସେମାନେ କିପରି ଈଶ୍ବରଙ୍କ ସତ୍ୟତାକୁ ଧରୁଛନ୍ତି ତାହା ଜାଣିବାକୁ ଚାହିଁଲେ I

Acts 15:37

συνπαραλαβεῖν καὶ τὸν Ἰωάννην, τὸν καλούμενον Μᾶρκον

ମାର୍କ ଉପନାମ ପ୍ରାପ୍ତ ଯୋହନଙ୍କୁ ନେବାକୁ"

Acts 15:38

Παῦλος ... ἠξίου ... μὴ ... συνπαραλαμβάνειν τοῦτον

“ଉତ୍ତମ ନୁହଁ” ଶବ୍ଦଟି “ଉତ୍ତମ”ର ବିପରୀତ ବିଷୟ କହିବାକୁ ବ୍ୟବହାର କରାଯାଏ I ବିକଳ୍ପ ଅନୁବାଦ: “ପାଉଲ ଭାବିଲେ ଯେ ମାର୍କଙ୍କୁ ନେବା ମନ୍ଦ ହୋଇପାରେ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

Παμφυλίας

ଏହା ଏସିଆ ମାଇନରର ଏକ ପ୍ରଦେଶ ଥିଲା I ତୁମେ ଏହାକୁ ପ୍ରେରିତ ୨:୧୦ରେ କିପରି ଅନୁବାଦ କଲ ତାହା ଦେଖ I

μὴ συνελθόντα αὐτοῖς εἰς τὸ ἔργον

ସେହି ସମୟରେ ସେମାନଙ୍କ ସହିତ କାର୍ଯ୍ୟରେ ଲାଗି ରହିଲେ ନାହିଁ କିମ୍ବା “ସେମାନଙ୍କ ସହିତ ସେବାରେ ଲାଗି ରହିଲେ ନାହିଁ”

Acts 15:39

"ଏଠାରେ ""ସେମାନେ” ଶବ୍ଦଟି ବର୍ଣ୍ଣବ୍ବା ଓ ପାଉଲଙ୍କୁ ବୁଝାଏ I"

ἐγένετο δὲ παροξυσμὸς

ଗୁଣବାଚକ ବିଶେଷ୍ୟ “ବିବାଦ”କୁ “ବିବାଦ ଘଟିବା” କ୍ରିୟାପଦରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରେ ଘୋର ବିବାଦ ଘଟିଲା” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 15:40

παραδοθεὶς τῇ χάριτι τοῦ Κυρίου ὑπὸ τῶν ἀδελφῶν

ଜଣକ ନିକଟରେ ସମର୍ପଣ କରିବାର ଅର୍ଥ ହେଉଛି ଜଣକପାଇଁ କିମ୍ବା କିଛି ଜିନିଷପାଇଁ ଅନ୍ୟ ଜଣେ ଲୋକକୁ ଯତ୍ନ ଓ ଦାୟିତ୍ବ ଅର୍ପଣ କରିବା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆନ୍ତିୟଖିଆର ବିଶ୍ବାସୀମାନେ ପାଉଲଙ୍କୁ ଈଶ୍ବରଙ୍କ ଅନୁଗ୍ରହ ନିକଟରେ ସମର୍ପଣ କଲା ପରେ” କିମ୍ବା “ଆନ୍ତିୟଖିଆର ବିଶ୍ବାସୀମାନେ ପାଉଲଙ୍କର ଯତ୍ନ ନେବାପାଇଁ ଓ ତାହାଙ୍କୁ ଦୟା ଦେଖାଇବାପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ପରେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 15:41

διήρχετο

ପୂର୍ବବର୍ତ୍ତୀ ବାକ୍ୟଟି ସୂଚିତ କରେ ଯେ ଶୀଲା ପାଉଲଙ୍କ ସହିତ ଥିଲେ I ବିକଳ୍ପ ଅନୁବାଦ: “ସେମାନେ ଗଲେ” କିମ୍ବା “ପାଉଲ ଓ ଶୀଲା ଗଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

διήρχετο ... τὴν Συρίαν καὶ τὴν Κιλικίαν

ଏଗୁଡ଼ିକ କୁପ୍ର ଦ୍ବୀପ ନିକଟରେ ଥିବା ଏସିଆ ମାଇନରର ପ୍ରଦେଶ କିମ୍ବା ଅଞ୍ଚଳ ସମୂହ I

ἐπιστηρίζων τὰς ἐκκλησίας

ମଣ୍ଡଳୀଗୁଡିକରେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ପାଉଲ ଓ ଶୀଲା ବିଶ୍ବାସୀମାନଙ୍କୁ ଶାରୀରିକ ଭାବରେ ବଳିଷ୍ଠ କରୁଥିଲେ I “ମଣ୍ଡଳୀସମୂହ” ଶବ୍ଦଟି ସୁରିଆ ଓ କିଲିକିଆରେ ଥିବା ବିଶ୍ବାସୀମାନଙ୍କର ସମୂହକୁ ବୁଝାଏ I ବିକଳ୍ପ ଅନୁବାଦ: “ମଣ୍ଡଳୀସମୂହରେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରି” କିମ୍ବା “ଯୀଶୁଙ୍କଠାରେ ଅଧିକ ନିର୍ଭର ରଖିବା ପାଇଁ ବିଶ୍ବାସୀ ସମ୍ପ୍ରଦାୟକୁ ସାହାଯ୍ୟ କରି” (ଦେଖ: ଉପମା/ରୂପକ)

Acts 16

ପ୍ରେରିତ ୧୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ତୀମଥିଙ୍କର ସୁନ୍ନତ ହେବା

ପାଉଲ ତୀମଥିଙ୍କୁ ସୁନ୍ନତ କଲେ କାରଣ ସେମାନେ ଯିହୂଦୀ ଓ ବିଜାତିମାନଙ୍କୁ ଯୀଶୁଙ୍କର ସମ୍ବାଦ କହୁଥିଲେ I ପାଉଲ ଯିହୂଦୀମାନେ ଏହା ଜାଣନ୍ତୁ ବୋଲି ଚାହୁଁଥିଲେ ଯେ ସେ ମୋଶାଙ୍କର ବ୍ୟବସ୍ଥାକୁ ସମ୍ମାନ କରୁଥିଲେ, ଯଦିଓ ଯିରୂଶାଲମ ମଣ୍ଡଳୀର ନେତାଗଣ ସ୍ଥିର କରିଥିଲେ ଯେ ଖ୍ରୀଷ୍ଟିୟାନମାନଙ୍କର ସୁନ୍ନତ ହେବା ଆବଶ୍ୟକ ନାହିଁ I

ଭାଗ୍ୟ ଗଣନାକାରୀ ଆତ୍ମା ଦ୍ବାରା ଆବିଷ୍ଟ ହୋଇଥିବା ସ୍ତ୍ରୀଲୋକ

ଅଧିକାଂଶ ଲୋକେ ଭବିଷ୍ୟତ ଜାଣିବାକୁ ଅଧିକ ଚାହାଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା କହୁଛି ଯେ ଭବିଷ୍ୟତ ଜାଣିବାପାଇଁ ମୃତଲୋକଙ୍କ ଆତ୍ମା ସହିତ କଥାବାର୍ତ୍ତା କରିବା ପାପ ଅଟେ I ଏହି ସ୍ତ୍ରୀଲୋକଟି ଭବିଷ୍ୟତ ବିଷୟରେ ଅତି ଭଲ କହିପାରୁଥିବା ପରି ଜଣାଯାଉଛି I ସେ ଜଣେ ଦାସୀ ଥିଲା ଓ ତା’ର କାର୍ଯ୍ୟ ଦ୍ବାରା ତାହାର କର୍ତ୍ତା ବହୁତ ଅର୍ଥ ରୋଜଗାର କରୁଥିଲା I ପାଉଲ ତାହାକୁ ପାପ କରିବାରୁ ନିବୃତ୍ତ କରିବାକୁ ଚାହିଁଲେ, ତେଣୁ ସେ ଆତ୍ମାକୁ ତା’ଠାରୁ ବାହାରିଯିବାକୁ କହିଲେ I ଲୂକ ସେ ଯୀଶୁଙ୍କର ଅନୁଗମନ କଲା ବୋଲି କହୁନାହାଁନ୍ତି କିମ୍ବା ତାହା ବିଷୟରେ ଅଧିକ କିଛି କହୁନାହାଁନ୍ତି I

Acts 16:1

“ତାହାଙ୍କୁ” ଶବ୍ଦର ପ୍ରଥମ, ତୃତୀୟ ଓ ଚତୁର୍ଥ ବ୍ୟବହାର ତୀମଥିଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I

ଏହା ଶୀଲାଙ୍କ ସହିତ ପାଉଲଙ୍କର ପ୍ରଚାର ଯାତ୍ରା ଜାରି ରଖୁଛି I ଘଟଣା ମଧ୍ୟକୁ ତୀମଥିଙ୍କର ପରିଚୟ କରାଯାଉଛି ଏବଂ ସେ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଉଛନ୍ତି I ୧ ଓ ୨ ପଦ ତୀମଥିଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଅନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

κατήντησεν ... καὶ

ଏଠାରେ “ଆସିଲେ” କୁ “ଗଲେ” ବୋଲି ଅନୁବାଦ କରାଯାଇପାରିବ I (ଦେଖ: ଯିବା ଓ ଆସିବା)

Δέρβην

ଏହା ଏସିଆ ମାଇନରର ଗୋଟିଏ ନଗରର ନାମ I ତୁମେ ଏହାକୁ ପ୍ରେରିତ ୧୪:୬ରେ କିପରି ଅନୁବାଦ କଲ ତାହା ଦେଖ I

ἰδοὺ

ବିବରଣୀରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ଏକ ନୂଆ ବ୍ୟକ୍ତିଙ୍କ ଆଡ଼କୁ ନେଇ ଯାଉଛି I ତୁମ ଭାଷାରେ ଏପରି କରିବାକୁ ହୁଏତ ଏକ ଶୈଳୀ ଥାଇପାରେ I

πιστῆς

“ଖ୍ରୀଷ୍ଟଙ୍କଠାରେ” ଶବ୍ଦଟି ବୁଝିହୁଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲେ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 16:2

ὃς ἐμαρτυρεῖτο ὑπὸ τῶν ... ἀδελφῶν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ତାହାଙ୍କର ସୁଖ୍ୟାତି କରୁଥିଲେ” କିମ୍ବା “ଭାଇମାନଙ୍କ ମଧ୍ୟରେ ତୀମଥିଙ୍କର ସୁଖ୍ୟାତି ଥିଲା” କିଅବା “ଭାଇମାନେ ତାହାଙ୍କ ବିଷୟରେ ଭଲ କଥା କହୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὑπὸ τῶν ... ἀδελφῶν

ଏଠାରେ “ଭାଇମାନେ” ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କ ଦ୍ବାରା”

Acts 16:3

περιέτεμεν αὐτὸν

ଏହା ସମ୍ଭବ ଯେ ପାଉଲ ନିଜେ ତୀମଥିଙ୍କୁ ସୁନ୍ନତ କରିଥିଲେ, କିନ୍ତୁ ଏହା ଅଧିକ ସମ୍ଭବ ଯେ ସେ ଅନ୍ୟ କାହା ଦ୍ବାରା ତୀମଥିଙ୍କୁ ସୁନ୍ନତ କରିଥିଲେ I

διὰ τοὺς Ἰουδαίους τοὺς ὄντας ἐν τοῖς τόποις ἐκείνοις

କାରଣ ସେହି ଅଞ୍ଚଳରେ ଯିହୂଦୀମାନେ ବାସ କରୁଥିଲେ ଯେଉଁ ସ୍ଥାନସବୁକୁ ପାଉଲ ଓ ତୀମଥି ଯାତ୍ରା କରିବାର ଥିଲା

ᾔδεισαν γὰρ ἅπαντες, ὅτι Ἕλλην ὁ πατὴρ αὐτοῦ ὑπῆρχεν

ଯେହେତୁ ଗ୍ରୀକ୍ ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ସୁନ୍ନତ କରୁ ନ ଥିଲେ, ଯିହୂଦୀମାନେ ଜାଣିଥାନ୍ତେ ଯେ ତୀମଥିଙ୍କର ସୁନ୍ନତ ହୋଇନାହିଁ, ଓ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କର ସମ୍ବାଦ ଶୁଣିବା ପୂର୍ବରୁ ପାଉଲ ଓ ତୀମଥିଙ୍କୁ ଅଗ୍ରାହ୍ୟ କରିଥାନ୍ତେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 16:4

ଏଠାରେ “ସେମାନେ” ଶବ୍ଦଟି ପାଉଲ, ଶୀଲା (ପ୍ରେରିତ ୧୫:୪୦), ଓ ତୀମଥି (ପ୍ରେରିତ ୧୬:୩)ଙ୍କୁ ବୁଝାଏ I

αὐτοῖς φυλάσσειν

ମଣ୍ଡଳୀର ସଦସ୍ୟମାନଙ୍କୁ ମାନିବାକୁ କିମ୍ବା “ବିଶ୍ବାସୀମାନଙ୍କୁ ମାନିବାକୁ”

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନିବାଦ: “ଯାହା ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

παρεδίδοσαν

ଏଠାରେ ଏହା ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 16:5

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ ସେମାନଙ୍କର ବିଶ୍ବାସରେ ଦୃଢ଼ ହେଲେ ଓ ପ୍ରତିଦିନ ଅଧିକରୁ ଅଧିକ ଲୋକମାନେ ବିଶ୍ବାସୀ ହେବାକୁ ଲାଗିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

αἱ ... ἐκκλησίαι ἐστερεοῦντο τῇ πίστει

ଏହା ଜଣକୁ ଅଧିକ ଦୃଢ଼ଭାବରେ ବିଶ୍ବାସ କରିବା ପାଇଁ ସାହାଯ୍ୟ କରିବା ବିଷୟରେ କହିଥାଏ ସତେ ଯେପରି ଏହା ସେମାନଙ୍କୁ ଶାରୀରିକ ଭାବରେ ଦୃଢ଼ କରୁଥିଲା I (ଦେଖ: ଉପମା/ରୂପକ)

Acts 16:6

τὴν Φρυγίαν

ଏହା ଏସିଆର ଏକ ଅଞ୍ଚଳ I ତୁମେ ଏହି ନାମକୁ ପ୍ରେରିତ ୨:୧୦ରେ କିପରି ଅନୁବାଦ କଲ ତାହା ଦେଖ I

κωλυθέντες ὑπὸ τοῦ Ἁγίου Πνεύματος

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ବାରଣ କରିଥିଲେ” କିମ୍ବା “ପବିତ୍ର ଆତ୍ମା ସେମାନଙ୍କୁ ଅନୁମତି ଦେଇ ନ ଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὸν λόγον

ଏଠାରେ “ବାକ୍ୟ” ଶବ୍ଦ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟକ ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 16:7

ἐλθόντες δὲ

ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: ଯିବା ଓ ଆସିବା)

ଏଗୁଡିକ ଏସିଆର ଆଉ ଦୁଇଟି ଅଞ୍ଚଳ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

τὸ Πνεῦμα Ἰησοῦ

ପବିତ୍ର ଆତ୍ମା

Acts 16:8

κατέβησαν εἰς Τρῳάδα

ଏଠାରେ “ତଳକୁ ଆସିଲେ” ଶବ୍ଦ ବ୍ୟବହାର କରାଯାଇଛି କାରଣ ତ୍ରୋୟା ଉଚ୍ଚତାରେ ମୂସିଆଠାରୁ ତଳରେ ଅବସ୍ଥିତ I

κατέβησαν

ଏଠାରେ “ଆସିଲେ” କୁ “ଗଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: ଯିବା ଓ ଆସିବା)

Acts 16:9

ପାଉଲ ଈଶ୍ବରଙ୍କଠାରୁ ଏକ ଦର୍ଶନ ଦେଖିଲେ କିମ୍ବା “ପାଉଲ ଈଶ୍ବରଙ୍କଠାରୁ ଏକ ଦର୍ଶନ ପାଇଲେ”

παρακαλῶν αὐτὸν

ତାହାଙ୍କୁ ବିନତି କରୁଅଛି କିମ୍ବା “ନିମନ୍ତ୍ରଣ କରୁଅଛି”

διαβὰς εἰς Μακεδονίαν

ଏଠାରେ “ପାରହୋଇ ଆସ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ମାକିଦନିଆ ତ୍ରୋୟାଠାରୁ ସମୁଦ୍ରର ଆରପଟେ ଅବସ୍ଥିତ I

Acts 16:10

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ପ୍ରେରିତ ପୁସ୍ତକର ଲେଖକ ଲୂକ ସମେତ ତାହାଙ୍କର ସାଥୀମାନଙ୍କୁ ବୁଝାଏ I

Acts 16:11

ପାଉଲ ଓ ତାହାଙ୍କର ସାଥୀମାନେ ବର୍ତ୍ତମାନ ସେମାନଙ୍କର ପ୍ରଚାର ଯାତ୍ରାରେ ଫିଲିପ୍ପୀରେ ଅଛନ୍ତି I ୧୩ ପଦ ଲୂଦିଆଙ୍କ ବିବରଣ ଆରମ୍ଭ କରେ I ଏହି ଛୋଟ ଘଟଣା ପାଉଲଙ୍କ ଯାତ୍ରା ସମୟରେ ଘଟୁଅଛି I

ଏଗୁଡିକ ମାକିଦନିଆର ଫିଲିପ୍ପୀ ନିକଟରେ ଥିବା ଉପକୂଳବର୍ତ୍ତୀ ନଗରସମୂହ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

εἰς ... Νέαν Πόλιν

ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: ଯିବା ଓ ଆସିବା)

Acts 16:12

κολωνία

ଏହା ଇଟାଲୀ ବାହାରେ ଥିବା ଏକ ନଗର ଯେଉଁଠାରେ ରୋମ୍ ରୁ ଆସିଥିବା ଅନେକ ଲୋକ ବାସ କରୁଥିଲେ I ଇଟାଲୀରେ ବାସ କରୁଥିବା ଲୋକମାନଙ୍କ ଭଳି ସେମାନଙ୍କର ଅଧିକାର ଓ ସ୍ବାଧୀନତା ଥିଲା I ସେମାନେ ଆପଣା ଆପଣାର ଶାସନ ନିଜେ କରୁଥିଲେ ଓ ସେମାନଙ୍କୁ କର ଦେବାକୁ ପଡୁ ନ ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 16:14

ଏହା ଲୂଦିଆର ବିବରଣ ଶେଷ କରେ I

ଏଠାରେ “ଜଣେ ମହିଳା” ଶବ୍ଦ ଘଟଣା ମଧ୍ୟରେ ଜଣେ ମହିଳାଙ୍କୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “ଲୂଦିଆ ନାମ୍ନୀ ଜଣେ ମହିଳା ଥିଲେ” (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

πορφυρόπωλις

ଏଠାରେ “ବସ୍ତ୍ର” ବୁଝିହେଉଛି I ବିକଳ୍ପ ଅନୁବାଦ: “ଜଣେ ବିକ୍ରୟକାରିଣୀ ଯେ ବାଇଗଣିଆ ବସ୍ତ୍ର ବିକ୍ରୀ କରୁଥିଲା” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Θυατείρων

ଏହା ଗୋଟିଏ ନଗରର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

σεβομένη τὸν Θεόν

ଈଶ୍ବର ଭୟକାରୀ ହେଉଛି ଜଣେ ବିଜାତି ଲୋକ ଯେ ଈଶ୍ବରଙ୍କ ପ୍ରଶଂସା କରି ତାହାଙ୍କର ଅନୁଗମନ କରେ, କିନ୍ତୁ ସମସ୍ତ ଯିହୂଦୀ ବ୍ୟବସ୍ଥା ପାଳନ କରି ନ ଥାଏ I

ἧς ὁ Κύριος διήνοιξεν τὴν καρδίαν, προσέχειν

ଜଣକୁ ଧ୍ୟାନ ଦେଇ ଗୋଟିଏ ସମ୍ବାଦ ପ୍ରତି ବିଶ୍ବାସ ଜନ୍ମାଇବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେ ଜଣେ ଲୋକର ହୃଦୟକୁ ଖୋଲି ଦେଉଛନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁ ତାହାଙ୍କୁ ମନଯୋଗୀ ହୋଇ ଶୁଣିବାକୁ ଦେଇ ବିଶ୍ବାସ ଜନ୍ମାଇଲେ” (ଦେଖ: ଉପମା/ରୂପକ)

ἧς ... διήνοιξεν τὴν καρδίαν

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଏ I ପୁଣି ଲେଖକ “ହୃଦୟ” କିମ୍ବା “ମନ” ବିଷୟରେ କହୁଛନ୍ତି ସତେ ଯେପରି ଏହା ଗୋଟିଏ ବାକ୍ସ ଯାହା ଜଣେ ବ୍ୟକ୍ତି ଖୋଲିପାରିବ ଯେପରି କେହି ଏଥିରେ କିଛି ଢାଳିପାରିବ I (ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

τοῖς λαλουμένοις ὑπὸ τοῦ Παύλου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ପାଉଲ କହିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 16:15

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଲୂଦିଆ ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏଠାରେ “ପରିବାର” ତାଙ୍କ ଗୃହରେ ଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାଙ୍କ ପରିବାରର ସଦସ୍ୟମାନେ” କିମ୍ବା “ତାଙ୍କ ପରିବାର ଓ ଗୃହର ଦାସଦାସୀମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 16:16

ଏଠାରେ ଏହା ବୁଝାଇବାକୁ ପୃଷ୍ଠଭୂମି ସୂଚନା ଦିଆଯାଇଛି ଯେ ଲୋକମାନଙ୍କର ଭବିଷ୍ୟତକୁ ଅନୁମାନ କରି ଏହି ଯୁବ ଭାଗ୍ୟଗଣନାକାରିଣୀ ତାହାର କର୍ତ୍ତାମାନଙ୍କ ପାଇଁ ଅଧିକ ଆର୍ଥିକ ଲାଭ ଆଣୁଥିଲା I (ଦେଖ: ପୃଷ୍ଠଭୂମି ସୂଚନା)

ଏହା ପାଉଲଙ୍କର ଯାତ୍ରା ସମୟରେ ଅନ୍ୟ ଏକ ସଂକ୍ଷିପ୍ତ ବିବରଣରେ ପ୍ରଥମ ଘଟଣା ଆରମ୍ଭ କରୁଛି; ଏହା ଜଣେ ଯୁବ ଭାଗ୍ୟଗଣନାକାରିଣୀ ବିଷୟରେ I

ଏହି ବାକ୍ୟାଂଶଟି ଘଟଣାର ଏକ ନୂଆ ଅଂଶ ଆରମ୍ଭ କରିବାର ଚିହ୍ନଟ କରେ I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମ୍ଭେ ତାହା ବ୍ୟବହାର କରିବାକୁ ଚିନ୍ତା କରିପାର I

παιδίσκην τινὰ

“ଜଣେ” ଶବ୍ଦଟି ଘଟଣାଟିରେ ଏକ ନୂଆ ବ୍ୟକ୍ତିର ପରିଚୟ କରାଏ I ବିକଳ୍ପ ଅନୁବାଦ: “ଜଣେ ଯୁବା ଝିଅ ଥିଲା” (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

πνεῦμα Πύθωνα

ଲୋକମାନଙ୍କର ଆସନ୍ନ ଭବିଷ୍ୟତ ସମ୍ବନ୍ଧରେ ଗୋଟିଏ ଅଶୁଚି ଆତ୍ମା ତାହାକୁ କଥା କହୁଥିଲା I

Acts 16:17

ὁδὸν σωτηρίας

ଜଣେ ବ୍ୟକ୍ତି କିପରି ପରିତ୍ରାଣ ପାଇପାରେ ସେ ବିଷୟରେ ଏଠାରେ ଏପରି କୁହାଯାଇଛି ସତେ ଯେପରି ଏହା ଗୋଟିଏ ରାସ୍ତା ବା ସଡକ ଯାହା ଉପରେ ଜଣେ ଲୋକ ଚାଲିଯାଏ I ବିକଳ୍ପ ଅନୁବାଦ: “ଈଶ୍ବର କିପରି ତୁମକୁ ପରିତ୍ରାଣ କରିବେ” (ଦେଖ: ଉପମା/ରୂପକ)

Acts 16:18

ଏହା କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ସେ ପାଉଲଙ୍କୁ ଅଧିକ ବିରକ୍ତ କଲା, ତେଣୁ ସେ ବୁଲିପଡ଼ିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐν ὀνόματι Ἰησοῦ Χριστοῦ

ଏଠାରେ “ନାମ” ଶବ୍ଦଟି ଅଧିକାର ସହିତ କହିବା ବା ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିନିଧି ଭାବେ କହିବାକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

ἐξῆλθεν αὐτῇ τῇ ὥρᾳ

ଆତ୍ମାଟି ସେହି ମୁହୂର୍ତ୍ତରେ ବାହାରିଆସିଲା

Acts 16:19

οἱ κύριοι αὐτῆς

ଦାସୀର କର୍ତ୍ତାମାନେ

ଏହା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ସେମାନେ କାହିଁକି ଆଉ ଅର୍ଥଲାଭର ଆଶା କଲେ ନାହିଁ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାର କର୍ତ୍ତାମାନେ ଦେଖିଲେ ଯେ ଭାଗ୍ୟଗଣନା ଦ୍ବାରା ସେ ଆଉ ସେମାନଙ୍କ ପାଇଁ ଅର୍ଥ ଉପାର୍ଜନ କରିପାରିବ ନାହିଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

εἰς τὴν ἀγορὰν

"ସର୍ବସାଧାରଣ ଛକ ସ୍ଥାନକୁ I ଏହା ଏକ ସର୍ବସାଧାରଣ ବ୍ୟବସାୟ ସ୍ଥଳ ଥିଲା, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈ ଇତ୍ୟାଦି କିଣାବିକା କିମ୍ବା ସେବା ଦିଆନିଆ ହେଉଥିଲା I

ἐπὶ τοὺς ἄρχοντας

ଶାସନକର୍ତ୍ତାମାନଙ୍କ ନିକଟକୁ କିମ୍ବା “ଯେପରି ଶାସନକର୍ତ୍ତାମାନେ ସେମାନଙ୍କର ବିଚାର କରିବେ”"

Acts 16:20

ଯେତେବେଳେ ସେମାନେ ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣିଲେ”

στρατηγοῖς

ଶାସନକର୍ତ୍ତାମାନେ, ବିଚାରକର୍ତ୍ତାମାନେ

οὗτοι οἱ ἄνθρωποι ἐκταράσσουσιν ἡμῶν τὴν πόλιν

ଏଠାରେ “ଆମ୍ଭମାନଙ୍କ” ଶବ୍ଦ ନଗରର ଲୋକମାନଙ୍କୁ ଓ ଏହାକୁ ଶାସନ କରୁଥିବା ବିଚାରକର୍ତ୍ତାମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

Acts 16:21

παραδέχεσθαι οὐδὲ ποιεῖν

ବିଶ୍ବାସ କରିବା କିମ୍ବା ପାଳନ କରିବା ଅଥବା “ଗ୍ରହଣ କରିବା କିମ୍ବା କରିବା”

Acts 16:22

ଏଠାରେ “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ଶୀଲାଙ୍କୁ ବୁଝାଏ I ଏଠାରେ “ସେମାନଙ୍କୁ” ଶବ୍ଦ ସୈନ୍ୟମାନଙ୍କୁ ବୁଝାଏ I

ἐκέλευον ῥαβδίζειν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ବେତ୍ରାଘାତ କରିବାପାଇଁ ସୈନ୍ୟମାନଙ୍କୁ ଅଜ୍ଞା ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 16:23

πολλάς ... ἐπιθέντες αὐτοῖς πληγὰς

ସେମାନଙ୍କୁ ଅନେକ ଥର ବେତ୍ରାଘାତ କଲେ

παραγγείλαντες τῷ δεσμοφύλακι ἀσφαλῶς τηρεῖν αὐτούς

ସେମାନେ ଯେପରି ବାହାରି ନ ଯାଆନ୍ତି ଏହା ନିଶ୍ଚିତ କରିବା ପାଇଁ କାରାରକ୍ଷକଙ୍କୁ କହିଲେ

δεσμοφύλακι

ବନ୍ଦୀଶାଳା କିମ୍ବା କାରାଗାରରେ ରଖାଯାଇଥିବା ସମସ୍ତ ଲୋକଙ୍କ ଉପରେ ଦାୟିତ୍ବରେ ଥିବା ବ୍ୟକ୍ତି

Acts 16:24

ὃς παραγγελίαν τοιαύτην λαβὼν

ସେ ଏହି ଆଜ୍ଞା ଶୁଣିଲେ

τοὺς πόδας ἠσφαλίσατο αὐτῶν εἰς τὸ ξύλον

ଦୃଢ଼ ଭାବରେ ସେମାନଙ୍କ ପାଦରେ ହରିକାଠ ଲଗାଇଦେଲେ

ξύλον

ଜଣେ ଲୋକର ପାଦ ହଲ୍ ଚଲ୍ ନ ହେବା ପାଇଁ କଣା ଥିବା ଖଣ୍ଡେ କାଠ

Acts 16:25

“ସେମାନଙ୍କୁ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I

ଏହା ଫିଲିପ୍ପୀର କାରାଗାରରେ ପାଉଲ ଓ ଶୀଲାଙ୍କ ସମୟ ବିଷୟରେ ଓ ସେମାନଙ୍କ କାରାଗାରର ରକ୍ଷକଙ୍କ ପ୍ରତି କଣ ଘଟିଲା ତାହା କହୁଛି I

Acts 16:26

σεισμὸς ... ὥστε σαλευθῆναι τὰ θεμέλια τοῦ δεσμωτηρίου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭୂମିକମ୍ପ ଯାହା କାରାଗାରର ମୂଳଦୁଆକୁ ଦୋହଲାଇଦେଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὰ θεμέλια τοῦ δεσμωτηρίου

ଯେତେବେଳେ ମୂଳଦୁଆ ଦୋହଲିଗଲା, ଏହା ସମଗ୍ର ବନ୍ଦୀଶାଳାକୁ ଦୋହଲାଇଦେଲା I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ἠνεῴχθησαν ... αἱ θύραι πᾶσαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସବୁ ଦ୍ବାରଗୁଡ଼ିକ ଖୋଲିଗଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πάντων τὰ δεσμὰ ἀνέθη

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା” I

Acts 16:27

ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ପୁଣି କାରାରକ୍ଷକଙ୍କ ବ୍ୟତୀତ ଅନ୍ୟ ସମସ୍ତ ବନ୍ଦୀମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରାରକ୍ଷକ ନିଦ୍ରାରୁ ଉଠିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἤμελλεν ἑαυτὸν ἀναιρεῖν

"ଆପଣାକୁ ବଧ କରିବାପାଇଁ ପ୍ରସ୍ତୁତ ଥିଲେ I କାରାରକ୍ଷକ ବନ୍ଦୀମାନେ ଖସି ପଳାଇଯିବାର ପରିଣାମଜନିତ ଦଣ୍ଡଭୋଗ କରିବା ଅପେକ୍ଷା ଆତ୍ମହତ୍ୟା କରିବାକୁ ଅଧିକ ପ୍ରିୟ ମଣିଲେ I

Acts 16:29

αἰτήσας ... φῶτα

କାରାରକ୍ଷକ କାହିଁକି ଆଲୁଅ ଲୋଡିଲେ ତା’ର କାରଣ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଲୁଅ ଆଣିବାପାଇଁ ଜଣେ କାହାକୁ ଡାକିଲେ ଯେପରି ସେ ଦେଖିପାରିବେ ଯେ କିଏ ଏପର୍ଯ୍ୟନ୍ତ କାରାଗାର ଭିତରେ ଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

αἰτήσας ... φῶτα

“ଦୀପ” ଶବ୍ଦଟି କିଛି ଜିନିଷକୁ ବୁଝାଏ ଯାହା ଆଲୁଅ ଦିଏ I ବିକଳ୍ପ ଅନୁବାଦ: “ମଶାଲ ପାଇଁ” କିମ୍ବା “ବତୀ ପାଇଁ” (ଦେଖ: ଲାକ୍ଷଣିକ ଶବ୍ଦ)

εἰσεπήδησεν

ଶୀଘ୍ର କାରାଗାର ଭିତରେ ପ୍ରବେଶ କଲେ"

προσέπεσεν τῷ Παύλῳ καὶ Σιλᾷ

ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ି କାରାରକ୍ଷକ ଆପଣାକୁ ନମ୍ର କଲେ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 16:30

προαγαγὼν αὐτοὺς ἔξω

ସେମାନଙ୍କୁ କାରାଗାର ବାହାରକୁ ନେଇଗଲେ

τί με δεῖ ποιεῖν, ἵνα σωθῶ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେପରି ମୋତେ ମୋର ପାପରୁ ପରିତ୍ରାଣ କରିବେ ସେଥି ନିମନ୍ତେ ମୁଁ କ’ଣ କରିବି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 16:31

σωθήσῃ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭର ପରିତ୍ରାଣ କରିବେ” କିମ୍ବା “ଈଶ୍ବର ତୁମ୍ଭକୁ ତୁମ୍ଭ ପାପରୁ ପରିତ୍ରାଣ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏଠାରେ “ପରିବାର” ର ଅର୍ଥ ଗୃହରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭ ପରିବାରର ସମସ୍ତ ସଦସ୍ୟମାନେ” କିମ୍ବା “ତୁମ୍ଭର ପରିବାର” (ଦେଖ: ଲାକ୍ଷଣିକ ଶବ୍ଦ)

Acts 16:32

ଏଠାରେ ପ୍ରଥମେ ବ୍ୟବହୃତ “ସେମାନେ” ଶବ୍ଦ ପୁଣି “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ଶୀଲାଙ୍କୁ ବୁଝାଏ Iପ୍ରେରିତ ୧୬:୨୫କୁ ତୁଳନା କର I ଶେଷ “ସେମାନେ” ଶବ୍ଦ କାରାରକ୍ଷକଙ୍କ ପରିବାରର ଲୋକମାନଙ୍କୁ ବୁଝାଏ I “ତାହାଙ୍କୁ,” “ତାହାଙ୍କର,” ଓ “ସେ” ଶବ୍ଦଗୁଡ଼ିକ କାରାରକ୍ଷକଙ୍କୁ ବୁଝାଏ I

ଏଠାରେ “ବାକ୍ୟ” ଗୋଟିଏ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ତାହାଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟକ ସମ୍ବାଦ କହିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 16:33

ἐβαπτίσθη, αὐτὸς καὶ οἱ αὐτοῦ πάντες παραχρῆμα

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲ ଓ ଶୀଲା କାରାରକ୍ଷକ ଓ ତାହାଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 16:35

ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ବିବରଣୀର ଶେଷ ଘଟଣା (ପ୍ରେରିତ ୧୬:୧୨)I

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବିବରଣୀର ଶେଷ ଘଟଣା କହୁଛନ୍ତି ଯାହା ପ୍ରେରିତ ୧୬:୧୬ରେ ଆରମ୍ଭ ହୋଇଥିଲା I

ἀπέστειλαν ... τοὺς ῥαβδούχους

ଏଠାରେ “ବାକ୍ୟ” ଶବ୍ଦଟି “ସମ୍ବାଦ” କିମ୍ବା “ଆଦେଶ”କୁ ବୁଝାଏ I ବିକଳ୍ପ ଅନୁବାଦ: “ପଦାତିକମାନଙ୍କୁ ଗୋଟିଏ ସମ୍ବାଦ ପଠାଇଲେ” କିମ୍ବା “ପଦାତିକମାନଙ୍କ ନିକଟକୁ ଗୋଟିଏ ଆଦେଶ ପଠାଇଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ἀπέστειλαν

ଏଠାରେ “ପଠାଇଲେ”ର ଅର୍ଥ ହେଉଛି ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ସେମାନଙ୍କର କିଛି ସମ୍ବାଦ କହିବାପାଇଁ ଜଣେ କାହାକୁ କହିଲେ I

ἀπόλυσον τοὺς ἀνθρώπους ἐκείνους

ସେହି ଲୋକମାନଙ୍କୁ ଛାଡ଼ିଦିଅ କିମ୍ବା “ସେହି ଲୋକମାନଙ୍କୁ ଚାଲିଯିବାପାଇଁ ଅନୁମତି ଦେଇଦିଅ”

Acts 16:36

ἐξελθόντες

କାରାଗାର ବାହାରକୁ ଆସ

Acts 16:37

ସବୁ ଥର ବ୍ୟବହାର କରାଯାଇଥିବା “ସେମାନେ” ଶବ୍ଦ ଓ ପ୍ରଥମଥର ପାଇଁ ବ୍ୟବହାର କରାଯାଇଥିବା “ସେମାନଙ୍କୁ” ଶବ୍ଦ ବିଚାରକର୍ତ୍ତାମାନଙ୍କୁ ବୁଝାଏ I “ସେମାନେ ନିଜେ” ଶବ୍ଦ ବିଚାରକର୍ତ୍ତାମାନଙ୍କୁ ବୁଝାଏ I ଦ୍ବିତୀୟ ଥର ବ୍ୟବହାର କରାଯାଇଥିବା “ସେମାନଙ୍କୁ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦ କେବଳ ପାଉଲ ଓ ଶୀଲାଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἔφη πρὸς αὐτούς

ବୋଧହୁଏ ପାଉଲ କାରାରକ୍ଷକଙ୍କୁ କହୁଛନ୍ତି, କିନ୍ତୁ ସେ ଚାହୁଁଛନ୍ତି ଯେ ସେ ଯାହା କହୁଛନ୍ତି ତାହା କାରାରକ୍ଷକ ବିଚାରକର୍ତ୍ତାମାନଙ୍କୁ କହନ୍ତୁ I ବିକଳ୍ପ ଅନୁବାଦ: “କାରାରକ୍ଷକଙ୍କୁ କହିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

δείραντες ἡμᾶς δημοσίᾳ

ଏଠାରେ “ସେମାନେ” ଶବ୍ଦ ବିଚାରକର୍ତ୍ତାମାନଙ୍କୁ ବୁଝାଏ ଯେଉଁମାନେ ପଦାତିକମାନଙ୍କୁ ସେମାନଙ୍କୁ ପ୍ରହାର କରିବାପାଇଁ ଆଦେଶ ଦେଇଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରହାର କରିବାପାଇଁ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଆଦେଶ କରିଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ἀκατακρίτους ἀνθρώπους Ῥωμαίους ὑπάρχοντας, ἔβαλαν εἰς φυλακήν

ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଦୋଷୀ ବୋଲି ସେମାନେ ବିଚାରାଳୟରେ ପ୍ରମାଣ ନ କରି ଆମ୍ଭମାନଙ୍କୁ ସେମାନଙ୍କ ପଦାତିକମାନଙ୍କ ଦ୍ବାରା କାରାଗାରରେ ରଖିଲେ I

ପାଉଲ ଓ ଶୀଲାଙ୍କ ପ୍ରତି ଦୁର୍ବ୍ୟବହାର କଲା ପରେ ସେମାନଙ୍କର ବିଚାର ନ କରି ଗୋପନରେ ଛାଡ଼ିଦେବାକୁ ସେ ବିଚାରକର୍ତ୍ତାମାନଙ୍କୁ ଅନୁମତି ଦେବେ ନାହିଁ, ଏହି କଥାକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ଯେ ଆମ୍ଭମାନଙ୍କୁ ଗୋପନରେ ନଗର ବାହାରକୁ ପଠାଇଦେବେ ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ସେପରି କରିବାକୁ ଦେବି ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏଠାରେ “ସେମାନେ ନିଜେ” ଗୁରୁତ୍ବ ଦେବା ପାଇଁ ବ୍ୟବହାର କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

Acts 16:38

ἐφοβήθησαν ... ἀκούσαντες ὅτι Ῥωμαῖοί εἰσιν

ରୋମୀୟ ହେବାର ଅର୍ଥ ହେଉଛି ସାମ୍ରାଜ୍ୟର ଆଇନସମ୍ମତ ନାଗରିକ ହେବା I ନାଗରିକତା ନିର୍ଯାତନାରୁ ମୁକ୍ତି ଓ ଯଥାର୍ଥ ବିଚାର ନିମନ୍ତେ ଅଧିକାର ଦେଉଥିଲା I ନଗରର ନେତାମାନେ ଭୟ କରୁଥିଲେ ଯେ ଉଚ୍ଚ ପଦସ୍ଥ ରୋମୀୟ ଅଧିକାରୀମାନେ ଜାଣିଯିବେ ଯେ ନଗରର ନେତାମାନେ କିପରି ପାଉଲ ଓ ଶୀଲାଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 16:40

ଏଠାରେ ‘ସେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ବୁଝାଏ I

ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ସମୟର ଶେଷ ଅଟେ I (ଦେଖ: କାହାଣୀର ଶେଷ)

εἰσῆλθον πρὸς τὴν Λυδίαν

ଏଠାରେ “ଆସିଲେ” ଶବ୍ଦଟି “ଗଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: ଯିବା ଓ ଆସିବା)

τὴν Λυδίαν

ଲୂଦିଆଙ୍କ ଗୃହ

ἰδόντες

ଏଠାରେ “ଭାଇମାନେ” ଶବ୍ଦ ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ସାକ୍ଷାତ୍ କଲେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Acts 17

ପ୍ରେରିତ ୧୭ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ମଶୀହଙ୍କ ସମ୍ବନ୍ଧରେ ଭ୍ରାନ୍ତ ଧାରଣା

ଯିହୂଦୀମାନେ ଖ୍ରୀଷ୍ଟ ଅବା ମଶୀହଙ୍କୁ ଏକ ଶକ୍ତିଶାଳୀ ରାଜା ଭାବରେ ଆଶା କରୁଥିଲେ, କାରଣ ପୁରାତନ ନିୟମରେ ଅନେକ ଥର ଏପ୍ରକାର କୁହାଯାଇଛି I କିନ୍ତୁ ଏହା ମଧ୍ୟ ଅନେକ ଥର କହୁଛି ଯେ ମଶୀହ ଦୁଖଃଭୋଗ କରିବେ ଓ ତାହା ହିଁ ପାଉଲ ଯିହୂଦୀମାନଙ୍କୁ କହୁଥିଲେ I (ଦେଖ: ଖ୍ରୀଷ୍ଟ*,* ମସୀହ)

ଆଥୀନୀର ଧର୍ମ

ପାଉଲ କହିଥିଲେ ଯେ ଆଥୀନୀୟମାନେ “ଧର୍ମପରାୟଣ,” କିନ୍ତୁ ସେମାନେ ସତ୍ୟ ଈଶ୍ବରଙ୍କୁ ଉପାସନା କରୁ ନ ଥିଲେ I ସେମାନେ ଅନେକ ବିଭିନ୍ନ ମିଥ୍ୟା ଦେବତାମାନଙ୍କର ଉପାସନା କରୁଥିଲେ I ଅତୀତରେ ସେମାନେ ଅନ୍ୟ ଦେଶର ଲୋକମାନଙ୍କୁ ଜୟ କରିଥିଲେ ଓ ସେମାନେ ଜୟ କରିଥିବା ଲୋକମାନଙ୍କର ଦେବତାମାନଙ୍କୁ ଉପାସନା କରିବାକୁ ଆରମ୍ଭ କରିଥିଲେ I(ଦେଖ: ଦେବତା,ମିଥ୍ୟା ଦେବତା,ଦେବୀ,ମୂର୍ତ୍ତି, ପ୍ରତିମାପୂଜକ, ପ୍ରତିମା ପୂଜା,ମୂର୍ତ୍ତିପୂଜା)

ଏହି ଅଧ୍ୟାୟରେ ଲୂକ ପୁରାତନ ନିୟମ ବିଷୟରେ କିଛି ଜାଣି ନ ଥିବା ଲୋକମାନଙ୍କୁ ପାଉଲ କିପରି ଖ୍ରୀଷ୍ଟଙ୍କର ସମ୍ବାଦ କହୁଛନ୍ତି, ତାହା ପ୍ରଥମଥର ପାଇଁ ବର୍ଣ୍ଣନା କରୁଛନ୍ତି I

Acts 17:1

ଏଠାରେ “ସେମାନେ” ଶବ୍ଦଟି ପାଉଲ ଓ ଶୀଲାଙ୍କୁ ବୁଝାଏ I ପ୍ରେରିତ ୧୬:୪୦କୁ ତୁଳନା କର I “ସେମାନଙ୍କୁ” ଶବ୍ଦଟି ଥେସଲନୀକୀର ସମାଜଗୃହରେ ଥିବା ଯିହୂଦୀମାନଙ୍କୁ ବୁଝାଏ I

ଏହା ପାଉଲ, ଶୀଲା ଓ ତୀମଥିଙ୍କ ପ୍ରଚାର ଯାତ୍ରାର ବିବରଣୀ ଜାରିରଖୁଛି I ସେମାନେ ସ୍ପଷ୍ଟ ଭାବରେ ଲୂକଙ୍କ ବ୍ୟତୀତ ଥେସଲନୀକୀରେ ପହଞ୍ଚୁଛନ୍ତି, ଯେହେତୁ ସେ “ଆମ୍ଭେମାନେ” ବୋଲି ନ କହି “ସେମାନେ” ବୋଲି କହୁଛନ୍ତି I

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲେଖକ ଲୂକ, ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I

διοδεύσαντες

ଦେଇ ଯାତ୍ରା କଲେ

τὴν Ἀμφίπολιν καὶ τὴν Ἀπολλωνίαν

ଏଗୁଡିକ ମାକିଦନିଆର ଉପକୂଳବର୍ତ୍ତୀ ନଗର ସମୂହ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἦλθον εἰς Θεσσαλονίκην

ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ନଗରକୁ ଆସିଲେ” କିମ୍ବା “ସେମାନେ ନଗରରେ ପହଞ୍ଚିଲେ” (ଦେଖ: ଯିବା ଓ ଆସିବା)

Acts 17:2

κατὰ ... τὸ εἰωθὸς

"ଯେପରି ତାଙ୍କର ଅଭ୍ୟାସ ଥିଲା କିମ୍ବା “ଯେପରି ତାଙ୍କର ସାଧାରଣ ରୀତି ଥିଲା I” ଯେଉଁଠି ଯିହୂଦୀମାନେ ରହୁଥିଲେ ସେ ସ୍ଥାନରେ ପାଉଲ ରୀତିମତେ ବିଶ୍ରାମବାରରେ ସମାଜଗୃହକୁ ଯାଉଥିଲେ I

ἐπὶ Σάββατα τρία

ତିନି ସପ୍ତାହ ଧରି ପ୍ରତ୍ୟେକ ବିଶ୍ରାମବାର ଦିନ"

διελέξατο αὐτοῖς ἀπὸ τῶν Γραφῶν

ଯୀଶୁ ହିଁ ମଶୀହ ବୋଲି ପ୍ରମାଣ କରିବାପାଇଁ ପାଉଲ ଯିହୂଦୀମାନଙ୍କୁ ଶାସ୍ତ୍ର ବୁଝାଉଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

διελέξατο αὐτοῖς

ସେମାନଙ୍କୁ କାରଣଗୁଡ଼ିକ ଦେଖାଇଲେ କିମ୍ବା “ସେମାନଙ୍କ ସହିତ ବାଦାନୁବାଦ କଲେ” କିମ୍ବା “ସେମାନଙ୍କ ସହିତ ଆଲୋଚନା କଲେ”

Acts 17:3

ଏଠାରେ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ (ପ୍ରେରିତ ୧୭:୨)I

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୋକମାନେ ବୁଝିପାରିବା ଭଳି ଶାସ୍ତ୍ର ବୁଝାଇବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ପାଉଲ କିଛି ଗୋଟାଏ ଜିନିଷ ଖୋଲି ଦେଉଥିଲେ ଯାହା ଫଳରେ ଲୋକମାନେ ଭିତରେ କ’ଣ ଅଛି ତାହା ଦେଖିପାରିବେ କିମ୍ବା ୨) ପାଉଲ ପ୍ରତ୍ୟକ୍ଷ ଭାବରେ ଗୋଟିଏ ପୁସ୍ତକ ଅବା ନଳାକାର ପୁସ୍ତକ ଖୋଲି ତହିଁରୁ ପାଠ କରୁଥିଲେ I (ଦେଖ: ଉପମା/ରୂପକ)

ἔδει

ଏହା ଈଶ୍ବରଙ୍କ ଯୋଜନାର ଅଂଶ ଥିଲା

ἀναστῆναι

ଜୀବିତ ଅବସ୍ଥାକୁ ଫେରିବା

ἐκ νεκρῶν

ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରି ଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I

Acts 17:4

αὐτῶν ἐπείσθησαν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦୀମାନେ ବିଶ୍ବାସ କଲେ” କିମ୍ବା “ଯିହୂଦୀମାନେ ବୁଝିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

προσεκληρώθησαν τῷ Παύλῳ

ପାଉଲଙ୍କ ସହ ଯୋଗ ଦେଲେ

σεβομένων Ἑλλήνων

ଏହା ଗ୍ରୀକ୍ ମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କର ଉପାସନା କରୁଥିଲେ, କିନ୍ତୁ ସୁନ୍ନତ ହେବା ଦ୍ବାରା ଯିହୂଦୀ ଧର୍ମ ଗ୍ରହଣ କରି ନ ଥିଲେ I

γυναικῶν ... τῶν πρώτων οὐκ ὀλίγαι

ଅନେକ ଭଦ୍ର ମହିଳା ସେମାନଙ୍କ ସହ ଯୋଗ ଦେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ଏକ ଗୌଣ ଉକ୍ତି I ବିକଳ୍ପ ଅନୁବାଦ: “ଅନେକ ଭଦ୍ର ମହିଳା” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

Acts 17:5

ଏଠାରେ “ସେମାନେ” ଶବ୍ଦଟି ଅବିଶ୍ବାସୀ ଯିହୂଦୀମାନଙ୍କୁ ଓ ବଜାରର ଦୁଷ୍ଟ ଲୋକମାନଙ୍କୁ ବୁଝାଏ I

ଈର୍ଷାରେ ଜ୍ବଳିଉଠିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଈର୍ଷା ଲୋକମାନଙ୍କୁ ଠେଲିନିଏ I ବିକଳ୍ପ ଅନୁବାଦ: “ଈର୍ଷାନ୍ବିତ ହେବା” କିମ୍ବା “ ଅତ୍ୟନ୍ତ କ୍ରୋଧିତ ହେବା” (ଦେଖ: ଉପମା/ରୂପକ)

ଏହା ସ୍ପଷ୍ଟଭାବରେ କୁହାଯାଇପାରେ ଯେ ଏହି ଯିହୂଦୀମାନେ ଈର୍ଷାନ୍ବିତ ହୋଇଥିଲେ କାରଣ କେତେକ ଯିହୂଦୀ ଓ ଗ୍ରୀକ୍ ମାନେ ପାଉଲଙ୍କ ସମ୍ବାଦରେ ବିଶ୍ବାସ କରିଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

προσλαβόμενοι ... ἄνδρας τινὰς πονηροὺς

ଏଠାରେ “ସାଙ୍ଗରେ ନେଲେ”ର ଅର୍ଥ ନୁହେଁ ଯେ ଯିହୂଦୀ ଲୋକମାନେ ଏହି ଲୋକମାନଙ୍କୁ ବଳପୂର୍ବକ ନେଲେ I ଏହାର ଅର୍ଥ ହେଉଛି ଯେ ଯିହୂଦୀମାନେ ସେମାନଙ୍କୁ ସାହାଯ୍ୟ କରିବାନିମନ୍ତେ ଏହି ଦୁଷ୍ଟ ଲୋକମାନଙ୍କୁ ମତାଇଲେ I

ἄνδρας τινὰς πονηροὺς

"କେତେକ ଦୁଷ୍ଟ ଲୋକ I ଏଠାରେ “ଲୋକମାନେ” ଶବ୍ଦ ନିର୍ଦ୍ଦିଷ୍ଟଭାବରେ ପୁରୁଷମାନଙ୍କୁ ବୁଝାଏ I

τῶν ἀγοραίων

ସର୍ବସାଧାରଣ ଛକସ୍ଥାନରୁ I ଏହା ବ୍ୟବସାୟର ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈର କିଣାବିକା ଓ ସେବାର ଦିଆନିଆ ହୁଏ I

ἐθορύβουν τὴν πόλιν

ଏଠାରେ “ନଗର” ଶବ୍ଦ ନଗରରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ମତାଇଲେ” କିମ୍ବା “ନଗରର ଲୋକମାନଙ୍କୁ ଦଙ୍ଗା କରିବା ପାଇଁ ମତାଇଲେ” (ଦେଖ : ଲାକ୍ଷଣିକ ଶବ୍ଦ)

ପ୍ରଚଣ୍ଡ ଭାବରେ ଗୃହକୁ ଆକ୍ରମଣ କରିବା I ସମ୍ଭବତଃ ଏହାର ଅର୍ଥ ହୋଇପାରେ ଯେ ଲୋକମାନେ ଗୃହ ଉପରକୁ ପଥର ଫିଙ୍ଗୁଥିଲେ ଓ ଗୃହର କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ I

Ἰάσονος

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

προαγαγεῖν εἰς τὸν δῆμον

ସମ୍ଭାବିତ ଅର୍ଥ କିମ୍ବା “ଲୋକମାନେ” ହେଲେ ୧) କୌଣସି ନିଷ୍ପତ୍ତି ନେବାପାଇଁ ଏକତ୍ର ହେଉଥିବା ନାଗରିକମାନଙ୍କର ଏକ ସରକାରୀ କିମ୍ବା ଆଇନସଙ୍ଗତ ଦଳ ୨) ବିଶୃଙ୍ଖଳ ଜନତା

Acts 17:6

τινας ἀδελφοὺς

ଏଠାରେ “ଭାଇମାନେ” ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ : “କେତେକ ଅନ୍ୟ ବିଶ୍ବାସୀମାନେ”"

ἐπὶ τοὺς πολιτάρχας

ଶାସନକର୍ତ୍ତାମାନଙ୍କ ସମ୍ମୁଖରେ

οἱ ... ἀναστατώσαντες, οὗτοι

ଯିହୂଦୀ ନେତାମାନେ କହୁଛନ୍ତି ଓ ଏହି “ଲୋକଗୁଡାକ” ବାକ୍ୟାଂଶଟି ପାଉଲ ଓ ଶୀଲାଙ୍କୁ ବୁଝାଏ I

τὴν οἰκουμένην ἀναστατώσαντες

ପାଉଲ ଓ ଶୀଲା ଯେଉଁସବୁ ସ୍ଥାନକୁ ଯାଉଛନ୍ତି ସେଠାରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି ବୋଲି ଏହି ବାକ୍ୟାଂଶଟି ଅନ୍ୟ ପ୍ରକାରେ କହୁଛି I ପାଉଲ ଓ ଶୀଲା ତାଙ୍କର ଶିକ୍ଷା ଦ୍ବାରା ଯେଉଁ ପ୍ରଭାବ ବିସ୍ତାର କରୁଥିଲେ ତାହାକୁ ଯିହୂଦୀନେତାମାନେ ଅତିରଞ୍ଜିତ କରି କହୁଛନ୍ତି I ବିକଳ୍ପ ଅନୁବାଦ: “ପୃଥିବୀର ସବୁ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି” କିମ୍ବା “ସେମାନେ ଯାଉଥିବା ସବୁ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 17:7

οὓς ὑποδέδεκται Ἰάσων

ଏହି ବାକ୍ୟାଂଶ ସୂଚାଇ ଦିଏ ଯେ ଯାସୋନ ପାଉଲଙ୍କର ବିଚଳିତକାରୀ ସମ୍ବାଦ ସହ ଏକମତ ଥିଲେ I

Acts 17:8

ἐτάραξαν

ଉଦ୍ବିଗ୍ନ ହେଲେ

Acts 17:9

ଉତ୍ତମ ବ୍ୟବହାର କରିବାର ପ୍ରତିଜ୍ଞା ସ୍ବରୂପେ ଯାସୋନ ଓ ଅନ୍ୟମାନେ ନଗରର ଅଧିକାରୀମାନଙ୍କୁ ଅର୍ଥ ଦେବାକୁ ପଡ଼ିଥିଲା; ସବୁ ଠିକ୍ ଠାକ୍ ହେଲେ ସେହି ଅର୍ଥ ଫେରାଇ ଦିଆଯାଇପାରେ କିମ୍ବା ଗଣ୍ଡଗୋଳ ଦ୍ବାରା କ୍ଷତି ହୋଇଥିବା ଜିନିଷର ମରାମତି କରାଯାଇପାରେ I

τῶν λοιπῶν

“ସେମାନଙ୍କୁ” ଶବ୍ଦଟି ଯିହୂଦୀମାନେ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣିଥିବା ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I

ἀπέλυσαν αὐτούς

ଶାସନକର୍ତ୍ତାମାନେ ଯାସୋନ ଓ ଅନ୍ୟ ବିଶ୍ବାସୀମାନଙ୍କୁ ଛାଡ଼ିଦେଲେ

Acts 17:10

ପାଉଲ ଓ ଶୀଲା ବେରୟା ସହରଆଡକୁ ଯାତ୍ରା କଲେ I

οἱ ... ἀδελφοὶ

ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Acts 17:11

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବେରୟାର ଲୋକମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି ଓ ସେମାନେ କିପରି ପାଉଲ କହୁଥିବା କଥା ଶୁଣିବାକୁ ଏବଂ ସେ ଯାହା କହୁଥିଲେ ତାହା ପରୀକ୍ଷା କରିବାକୁ ଇଚ୍ଛା କରୁଥିଲେ ତାହା ଜଣାଉଛନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

οὗτοι ... ἦσαν εὐγενέστεροι

ଏହି “ଉତ୍ତମ-ଜନ୍ମିତ” ଲୋକମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ନୂତନ ଚିନ୍ତାଧାରାଗୁଡ଼ିକ ବିଷୟରେ ଅଧିକ ନିରପେକ୍ଷ ଭାବରେ ଚିନ୍ତା କରିବାକୁ ଇଚ୍ଛା କରୁଥିଲେ I ବିକଳ୍ପ ଅନୁବାଦ: “ଅଧିକ ଖୋଲାମନା” କିମ୍ବା “ଶୁଣିବାକୁ ଅଧିକ ଇଚ୍ଛୁକ”

ἐδέξαντο τὸν λόγον

ଏଠାରେ “ବାକ୍ୟ” ଏକ ଶିକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ଶିକ୍ଷାକୁ ଶୁଣିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

μετὰ πάσης προθυμίας

ଶାସ୍ତ୍ର ସମ୍ବନ୍ଧରେ ପାଉଲଙ୍କ ଶିକ୍ଷାକୁ ଆନ୍ତରିକତାର ସହ ପରୀକ୍ଷା କରିବାପାଇଁ ଏହି ବେରୟାର ଲୋକମାନେ ପ୍ରସ୍ତୁତ ଥିଲେ I

καθ’ ἡμέραν ἀνακρίνοντες τὰς Γραφὰς

ପ୍ରତିଦିନ ଶାସ୍ତ୍ରକୁ ଯତ୍ନର ସହିତ ପାଠକରି ଓ ସମୀକ୍ଷା କରି

ἔχοι ταῦτα οὕτως

ପାଉଲ ଯାହା କହୁଥିଲେ ତାହା ସତ୍ୟ ଥିଲା

Acts 17:13

ମାକିଦନିଆସ୍ଥିତ ବେରୟାଠାରୁ ଆଥିନୀ ନିମ୍ନ ଉପକୂଳରେ ଅବସ୍ଥିତ I ଆଥିନୀ ଗ୍ରୀସ୍ ର ଏକ ଗୁରୁତ୍ବପୂର୍ଣ୍ଣ ନଗର ଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἦλθον κἀκεῖ, σαλεύοντες

ଏହା ସେମାନଙ୍କର ଗୋଳମାଳ କରୁଥିବା ଲୋକମାନଙ୍କ ବିଷୟରେ କହେ, ସତେ ଯେପରି ଜଣେ ଲୋକ କିଛି ତରଳ ପଦାର୍ଥକୁ ଘାଣ୍ଟି ତଳେ ବସିଯାଇଥିବା ଜିନିଷକୁ ଉପରଭାଗକୁ ଆଣୁଛି I ବିକଳ୍ପ ଅନୁବାଦ: “ସେଠାକୁ ଯାଇ ଗୋଳମାଳ କଲେ” କିମ୍ବା “ସେଠାକୁ ଯାଇ ବିଶୃଂଖଳା କଲେ” (ଦେଖ: ଉପମା/ରୂପକ)

ταράσσοντες τοὺς ὄχλους

ଆଉ ଲୋକସମୂହକୁ ଉଦ୍ନିଗ୍ନ କଲେ କିମ୍ବା “ଲୋକ ସମୂହ ମଧ୍ୟରେ ଆତଙ୍କ ଓ ଭୟ ଜନ୍ମାଇଲେ”

Acts 17:14

ἀδελφοὶ

ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

πορεύεσθαι ἕως ἐπὶ τὴν θάλασσαν

"ସମୁଦ୍ରକୂଳ ଆଡକୁ ଯିବା I ଏଠାରୁ ପାଉଲ ସମ୍ଭବତଃ ଅନ୍ୟ ଏକ ନଗରକୁ ଯାତ୍ରା କରିବେ I

Acts 17:15

καθιστάνοντες τὸν Παῦλον

ଯେଉଁମାନେ ପାଉଲଙ୍କ ସାଙ୍ଗରେ ଗଲେ କିମ୍ବା “ଯେଉଁମାନେ ପାଉଲଙ୍କ ସହିତ ଯାଉଥିଲେ”"

ἐξῄεσαν

"ସେ ଶୀଲା ଓ ତୀମଥିଙ୍କୁ ଆଜ୍ଞା ଦେବାପାଇଁ କହିଲେ I ଯେପରି UST ରେ କରାଯାଇଛି ସେହିପରି ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I (ଦେଖ: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

Acts 17:16

ପାଉଲ ଓ ଶୀଲାଙ୍କ ଯାତ୍ରା ବିବରଣୀର ଏହା ଆଉ ଏକ ଅଂଶ I ପାଉଲ ବର୍ତ୍ତମାନ ଆଥିନୀରେ ଅଛନ୍ତି ପୁଣି ଶୀଲା ଓ ତୀମଥିଙ୍କୁ ତାହାଙ୍କ ସହିତ ଯୋଗଦେବାପାଇଁ ଅପେକ୍ଷା କରୁଛନ୍ତି I

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I

παρωξύνετο τὸ πνεῦμα αὐτοῦ ἐν αὐτῷ, θεωροῦντος κατείδωλον οὖσαν τὴν πόλιν

ଏଠାରେ “ଆତ୍ମା” ସ୍ବୟଂ ପାଉଲଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଚଳିତ ହେଲେ, କାରଣ ସେ ଦେଖିଲେ ଯେ ନଗରର ସବୁ ସ୍ଥାନରେ ପ୍ରତିମାଗୁଡ଼ିକ ଥିଲା” କିମ୍ବା “ନଗରର ପ୍ରତ୍ୟେକ ସ୍ଥାନରେ ପ୍ରତିମାଗୁଡ଼ିକୁ ଦେଖିବା ତାହାଙ୍କୁ ବିଚଳିତ କଲା” (ଦେଖ: ଉପଲକ୍ଷ୍ୟ ଅଳଙ୍କାରକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 17:17

τοὺς παρατυγχάνοντας

ସେ ବାଦାନୁବାଦ କରୁଥିଲେ କିମ୍ବା “ସେ ଆଲୋଚନା କରୁଥିଲେ I” ଏହାର ଅର୍ଥ ଏହି ଯେ ସେ କେବଳ ପ୍ରଚାର କରୁ ନ ଥିଲେ ମାତ୍ର ଶ୍ରୋତାମାନଙ୍କ ସହିତ ତାଙ୍କର କଥୋପକଥନ ହେଉଥିଲା I ସେମାନେ ତାହାଙ୍କ ସହିତ କଥା ମଧ୍ୟ ହେଉଥିଲେ I

τοῖς ... σεβομένοις

ଏହା ବିଜାତି (ଅଣ-ଯିହୂଦୀ) ମାନଙ୍କୁ ବୁଝାଏ, ଯେଉଁମାନେ ଈଶ୍ବରଙ୍କର ପ୍ରଶଂସା କରନ୍ତି ଓ ତାହାଙ୍କର ଅନୁଗମନ କରନ୍ତି, କିନ୍ତୁ ଯିହୂଦୀ ବ୍ୟବସ୍ଥାର ସବୁ କିଛି ପାଳନ କରନ୍ତି ନାହିଁ I

ἐν τῇ ... ἀγορᾷ

ସର୍ବସାଧାରଣ ଛକସ୍ଥାନରେ I ଏହା ବ୍ୟବସାୟର ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈର କିଣାବିକା ଓ ସେବାର ଦିଆନିଆ ହୁଏ I

Acts 17:18

ଏଠାରେ “ତାହାଙ୍କୁ,” ଓ “ସେ” ଶବ୍ଦଗୁଡ଼ିକ ପାଉଲଙ୍କୁ ବୁଝାଏ I

Ἐπικουρίων καὶ Στοϊκῶν φιλοσόφων

ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ସବୁ ବିଷୟ ଆକସ୍ମିକଭାବେ ସୃଷ୍ଟି ହୋଇଛି ଓ ଦେବତାମାନେ ତାଙ୍କର ଆମୋଦ ପ୍ରମୋଦରେ ଏତେ ବ୍ୟସ୍ତ ଯେ ସମଗ୍ର ବିଶ୍ବକୁ ପରିଚାଳନା କରିବା ନିମନ୍ତେ ତାଙ୍କର କୌଣସି ଚିନ୍ତା ନାହିଁ I ସେମାନେ ପୁନରୁତ୍ଥାନକୁ ଅଗ୍ରାହ୍ୟ କଲେ ଓ କେବଳ ସହଜ ବିଳାସବ୍ୟସନ ଚାହୁଁଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Στοϊκῶν φιλοσόφων

ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ନିଜକୁ ଭାଗ୍ୟ ଉପରେ ଛାଡ଼ିଦେବା ଦ୍ବାରା ମୁକ୍ତି ମିଳିଥାଏ I ସେମାନେ ଏକ ବ୍ୟକ୍ତିଗତ ପ୍ରେମିକ ଈଶ୍ବରଙ୍କୁ ଓ ପୁନରୁତ୍ଥାନକୁ ଅଗ୍ରାହ୍ୟ କଲେ I(ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

συνέβαλλον αὐτῷ

ତାହାଙ୍କ ଉପରେ ଘଟିଲା"

ଦାର୍ଶନିକମାନଙ୍କ ମଧ୍ୟରୁ କେତେକ କହିଥିଲେ

τί ἂν θέλοι ὁ σπερμολόγος οὗτος

ପକ୍ଷୀମାନେ ଖାଦ୍ୟ ଭାବରେ ମଞ୍ଜି ଖୁଣ୍ଟି ଖାଇବା ଭଳି ବିଷୟକୁ ବୁଝାଇବାପାଇଁ “ବାଚାଳ” ଶବ୍ଦ ବ୍ୟବହାର କରାଯାଇଛି I ଏହା ନକରାତ୍ମକ ଭାବରେ ଜଣେ ଲୋକକୁ ବୁଝାଏ, ଯେ କେବଳ ଅଳ୍ପ କିଛି ମାତ୍ର ବିଷୟ ଜାଣିଥାଏ I ଦାର୍ଶନିକମାନେ କହୁଥିଲେ ଯେ ପାଉଲ କେବଳ ଅଳ୍ପ ମାତ୍ର ବିଷୟ ଜାଣିଛି ଯାହା ଶୁଣିବାର ଯୋଗ୍ୟ ନୁହେଁ I ବିକଳ୍ପ ଅନୁବାଦ: “ଏହି ଅଶିକ୍ଷିତ ଲୋକଟା କ’ଣ” (ଦେଖ: ଉପମା/ରୂପକ)

ଅନ୍ୟ ଦାର୍ଶନିକମାନେ କହିଲେ

ସେ ଜଣେ ଘୋଷଣାକାରୀ ଭଳି ଦେଖାଯାଉଛନ୍ତି କିମ୍ବା “ସେ ଲୋକମାନଙ୍କୁ ଆପଣା ଦର୍ଶନତତ୍ତ୍ବରେ ଯୋଡ଼ିବା ନିମନ୍ତେ ଏକ ଲକ୍ଷ୍ୟ ନେଇ ବାହାରିଛନ୍ତି”

ଏହା “ଅସଙ୍ଗତ” ମନୋଭାବ ଅନୁସାରେ ନୁହେଁ, ମାତ୍ର “ବିଦେଶୀ” ମନୋଭାବ ଅନୁସାରେ, ତା’ର ଅର୍ଥ, ଗ୍ରୀକ୍ ଓ ରୋମୀୟମାନେ ଯେଉଁ ଦେବତାମାନଙ୍କୁ ଉପାସନା କରନ୍ତି ନାହିଁ କି ଜାଣନ୍ତି ନାହିଁ I

Acts 17:19

“ତାହାଙ୍କୁ,” “ସେ” ଓ “ତୁମ୍ଭେ” ପାଉଲଙ୍କୁ ବୁଝାଏ (ପ୍ରେରିତ ୧୭:୧୮)Iଏଠାରେ “ସେମାନେ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ଏପିକୁରୀୟ ଓ ସ୍ତୋୟିକ ଦାର୍ଶନିକମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହାର ଅର୍ଥ ନୁହେଁ ଯେ ସେମାନେ ପାଉଲଙ୍କୁ ବନ୍ଦୀ କଲେ I ଦାର୍ଶନିକମାନେ ଆନୁଷ୍ଠାନିକ ଭାବରେ ସେମାନଙ୍କର ନେତାମାନଙ୍କ ସହିତ କଥା କହିବାପାଇଁ ପାଉଲଙ୍କୁ ନିମନ୍ତ୍ରଣ କରିଥିଲେ I

ἐπὶ τὸν Ἄρειον Πάγον

ଆରୟପାଗରେ ନେତାମାନେ ଏକତ୍ରିତ ହେଲେ I ବିକଳ୍ପ ଅନୁବାଦ: “ଆରୟପାଗରେ ଏକତ୍ରିତ ହୋଇଥିବା ନେତାମାନଙ୍କୁ” (ଦେଖ: ଲାକ୍ଷଣିକ ଶବ୍ଦ)

τὸν Ἄρειον Πάγον ... λέγοντες

ଏଠାରେ ଆରୟପାଗର ନେତାମାନେ କଥା କହୁଛନ୍ତି I ଏହାକୁ ଏକ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆରୟପାଗରେ ନେତାମାନେ ପାଉଲଙ୍କୁ କହିଲେ”

Ἄρειον Πάγον

ଏହା ଆଥୀନୀରେ ଥିବା ଏକ ପ୍ରସିଦ୍ଧ ପ୍ରସ୍ତରସ୍ତୁପ କିମ୍ବା ପାହାଡ, ଯହିଁ ଉପରେ ଆଥୀନୀର ସର୍ବୋଚ୍ଚ ନ୍ୟାୟାଳୟ ବସୁଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 17:20

ξενίζοντα γάρ τινα εἰσφέρεις εἰς τὰς ἀκοὰς ἡμῶν

ଯୀଶୁଙ୍କ ବିଷୟରେ ଓ ପୁନରୁତ୍ଥାନ ବିଷୟରେ ପାଉଲଙ୍କ ଶିକ୍ଷାକୁ ଏପରି କୁହାଯାଏ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଅନ୍ୟ ଜଣକ ପାଖକୁ ଆଣିପାରେ I ଏଠାରେ “କର୍ଣ୍ଣ” ସେମାନେ ଶୁଣିଥିବା କଥାକୁ ବୁଝାଏ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେ ଏପରି କିଛି ବିଷୟରେ ଶିକ୍ଷା ଦେଉଛ ଯାହା ଆମ୍ଭେ ଆଗରୁ କେବେ ଶୁଣି ନ ଥିଲୁ” (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

Acts 17:21

Ἀθηναῖοι( δὲ πάντες καὶ οἱ ἐπιδημοῦντες ξένοι

“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଯାହା ଅନେକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସେଠାରେ ବାସ କରୁଥିବା ଅନେକ ଆଥୀନୀୟମାନେ ଓ ବିଦେଶୀୟ ପ୍ରବାସୀମାନେ” କିମ୍ବା “ବର୍ତ୍ତମାନ ସେଠାରେ ବାସକରୁଥିବା ଅନେକ ଆଥୀନୀୟମାନେ ଓ ବିଦେଶୀୟ ପ୍ରବାସୀମାନେ” (See: ଅତିରଞ୍ଜନ/ଅତ୍ୟୁକ୍ତି )

Ἀθηναῖοι ... πάντες

"ଆଥୀନୀୟମାନେ ମାକିଦନିଆ (ବର୍ତ୍ତମାନର ଗ୍ରୀସ୍) ତଳେ ଥିବା ଉପକୂଳ ନିକଟବର୍ତ୍ତୀ ଆଥୀନୀ ନଗରର ଲୋକମାନେ I

οἱ ... ξένοι

ପ୍ରବାସୀମାନେ"

εἰς οὐδὲν ἕτερον ηὐκαίρουν, ἢ λέγειν τι ἢ ἀκούειν

ଏଠାରେ “କାଳ” ବିଷୟରେ ଏପରି କୁହାଯାଏ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “କହିବା ଓ ଶୁଣିବା ଛଡା ଆଉ କୌଣସି ବିଷୟରେ କାଳ କ୍ଷେପଣ କରୁ ନ ଥିଲେ I କିମ୍ବା ସବୁବେଳେ କିଛି କହିବା ଓ ଶୁଣିବା ଛଡା ଆଉ କିଛି କରୁ ନ ଥିଲେ I (ଦେଖ: ଉପମା/ରୂପକ)

εἰς οὐδὲν ἕτερον ηὐκαίρουν, ἢ λέγειν τι ἢ ἀκούειν

“କୌଣସି କାର୍ଯ୍ୟ ନ କରି କାଳ କ୍ଷେପଣ କରୁଥିଲେ” ବାକ୍ୟାଂଶଟି ଏକ ଅତିରଂଜନ I ବିକଳ୍ପ ଅନୁବାଦ: “କହିବା ଓ ଶୁଣିବା ଛଡା ଆଉ ଅଧିକ କିଛି କରୁ ନ ଥିଲେ” କିମ୍ବା “କହିବାରେ ଓ ଶୁଣିବାରେ ହିଁ ଅଧିକ ସମୟ ବିତାଉଥିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ନୂତନ ଦାର୍ଶନିକ ଚିନ୍ତାଧାରା ସବୁ ଆଲୋଚନା କରିବା କିମ୍ବା “ସେମାନଙ୍କପାଇଁ ଯାହା ନୂଆ ସେ ବିଷୟରେ କଥାବାର୍ତ୍ତା କରିବା”

Acts 17:22

ଆରୟପାଗରେ ପାଉଲ ଆପଣା ବକ୍ତବ୍ୟ ଆରମ୍ଭ କରୁଛନ୍ତି I

κατὰ πάντα ... δεισιδαιμονεστέρους

ପାଉଲ ଆଥୀନୀୟମାନଙ୍କର ପ୍ରାର୍ଥନା, ବେଦି ନିର୍ମାଣ କରିବା ଓ ବଳି ଉତ୍ସର୍ଗ କରିବା ଦ୍ବାରା ସର୍ବସାଧାରଣରେ ଦେବତାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବିଷୟକୁ ଉଲ୍ଲେଖ କରୁଛନ୍ତି I

Acts 17:23

διερχόμενος γὰρ

କାରଣ ମୁଁ ଭ୍ରମଣ କରିବା ସମୟରେ କିମ୍ବା “ଯେତେବେଳେ ମୁଁ ଚାଲି ଚାଲି ଯାଉଥିଲି”

ἀγνώστῳ‘ Θεῷ

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଏକ ଅଜ୍ଞାତ ଦେବତା ଉଦ୍ଦେଶ୍ୟରେ” କିମ୍ବା ୨) ଜଣା ନ ଥିବା ଦେବତା ଉଦ୍ଦେଶ୍ୟରେ I” ଏହା ବେଦି ଉପରେ ଏକ ନିର୍ଦ୍ଦିଷ୍ଟ ଲେଖା ଅବା ଶିଳାଲେଖା ଥିଲା I

Acts 17:24

τὸν κόσμον

ଅତି ସାଧାରଣ ଭାବରେ କହିବାକୁ ଗଲେ, “ଜଗତ” ଶବ୍ଦ ସ୍ବର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସବୁକିଛିକୁ ବୁଝାଏ I

οὗτος ... ὑπάρχων Κύριος

"କାରଣ ସେ ପ୍ରଭୁ ଅଟନ୍ତି I ଏଠାରେ “ସେ” ପ୍ରେରିତ ୧୭:୨୩ରେ ଉଲ୍ଲେଖ ଥିବା ଅଜ୍ଞାତ ଦେବତାକୁ ବୁଝାଏ ଯାହାକୁ ପାଉଲ ପ୍ରଭୁ ପରମେଶ୍ବର ବୋଲି ବୁଝାଉଛନ୍ତି I

οὐρανοῦ καὶ γῆς

“ସ୍ବର୍ଗ” ଓ “ପୃଥିବୀ” ଶବ୍ଦଗୁଡ଼ିକ ଏକତ୍ର ବ୍ୟବହାର କରାଯାଉଛି ଯାହାର ଅର୍ଥ ସ୍ବର୍ଗ ଓ ପୃଥିବୀରେ ଥିବା ସମସ୍ତ ପ୍ରାଣୀ ଓ ସବୁ ପଦାର୍ଥ I (ଦେଖ: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

χειροποιήτοις

ଏଠାରେ “ହସ୍ତ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକମାନଙ୍କ ହସ୍ତଦ୍ବାରା ନିର୍ମିତ” କିମ୍ବା “ଯାହା ଲୋକେ ନିର୍ମାଣ କରିଛନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 17:25

οὐδὲ ὑπὸ χειρῶν ἀνθρωπίνων θεραπεύεται

ଏଠାରେ “ସେବିତ”ର ଅର୍ଥ ସତେ ଯେପରି ଜଣେ ଡାକ୍ତର ରୋଗୀକୁ ପୁନର୍ବାର ଭଲ କରିବା ପାଇଁ ରୋଗୀର ଚିକିତ୍ସା କରୁଛନ୍ତି I ବିକଳ୍ପ ଅନୁବାଦ: “ମନୁଷ୍ୟର ହସ୍ତ ତାହାଙ୍କର ଯତ୍ନ ନିଏ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὑπὸ χειρῶν ἀνθρωπίνων

ଏଠାରେ “ହସ୍ତ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କ ଦ୍ବାରା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

αὐτὸς διδοὺς

କାରଣ ସେ ସ୍ବୟଂ I “ସ୍ବୟଂ” ଶବ୍ଦ ଗୁରୁତ୍ବ ଦେବାପାଇଁ ଯୋଡାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

Acts 17:26

ଏଠାରେ “ସେ” ଓ “ତାହାଙ୍କୁ” ଶବ୍ଦଗୁଡ଼ିକ ଏକମାତ୍ର ସତ୍ୟ ଈଶ୍ବର ସୃଷ୍ଟିକର୍ତ୍ତାଙ୍କୁ ବୁଝାଏ I “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପୃଥିବୀ ପୃଷ୍ଠରେ ବାସକରୁଥିବା ପ୍ରତ୍ୟେକ ଦେଶର ଲୋକମାନଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦ ବ୍ୟବହାର କରି ପାଉଲ ନିଜକୁ, ତାଙ୍କର ଶ୍ରୋତାମାନଙ୍କୁ ଓ ପ୍ରତ୍ୟେକ ଦେଶକୁ ଅନ୍ତର୍ଭୁକ୍ତ କରୁଛନ୍ତି I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ἑνὸς

ଏହାର ଅର୍ଥ ଈଶ୍ବର ସୃଷ୍ଟି କରିଥିବା ପ୍ରଥମ ମନୁଷ୍ୟ ଆଦମ I ଏଥିରେ ହବାକୁ ଅନ୍ତର୍ଭୁକ୍ତ କରି କୁହାଯାଇପାରିବ I ଆଦମ ଓ ହବାଙ୍କ ଦ୍ବାରା ହିଁ ଈଶ୍ବର ଅନ୍ୟ ସମସ୍ତ ଲୋକମାନଙ୍କୁ ନିର୍ମାଣ କଲେ I ବିକଳ୍ପ ଅନୁବାଦ: “ଏକ ଦମ୍ପତ୍ତି”"

ὁρίσας προστεταγμένους καιροὺς καὶ τὰς ὁροθεσίας τῆς κατοικίας αὐτῶν

ଏହାକୁ ଏକ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେ ସୁନିଶ୍ଚିତ କଲେ ଯେ ସେମାନେ କେତେବେଳେ ଓ କେଉଁଠି ଜୀବନ କାଟିବେ”

Acts 17:27

ଏଠାରେ “ଈଶ୍ବରଙ୍କର ଅନ୍ବେଷଣ”ର ଅର୍ଥ ତାହାଙ୍କୁ ଜାଣିବାପାଇଁ ଇଚ୍ଛା କରିବା ଓ “ଦରାଣ୍ଡିହୋଇ ତାହାଙ୍କର ଉଦ୍ଦେଶ୍ୟ ପାଇବା”ର ଅର୍ଥ ପ୍ରାର୍ଥନାକରି ତାହାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା I ବିକଳ୍ପ ଅନୁବାଦ: “ଯେପରି ସେମାନେ ଈଶ୍ବରଙ୍କୁ ଜାଣିବାକୁ ଚାହିଁବେ ଓ ତାହାଙ୍କ ନିକଟରେ ପ୍ରାର୍ଥନାକରି ତାହାଙ୍କ ଲୋକମାନଙ୍କ ମଧ୍ୟରେ ଗଣାହେବେ” (ଦେଖ: ଉପମା/ରୂପକ)

ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତଥାପି ସେ ଆମ୍ଭମାନଙ୍କର ଅତି ନିକଟବର୍ତ୍ତୀ ଅଟନ୍ତି” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

Acts 17:28

ଏଠାରେ “ତାହାଙ୍କୁ” ଓ “ତାହାଙ୍କର” ଶବ୍ଦଗୁଡ଼ିକ ଈଶ୍ବରଙ୍କୁ ବୁଝାଏ (ପ୍ରେରିତ ୧୭:୨୪)I ଯେତେବେଳେ ପାଉଲ ଏଠାରେ “ଆମ୍ଭେମାନେ” ବୋଲି କହନ୍ତି, ସେ ନିଜକୁ ଓ ତାହାଙ୍କର ଶ୍ରୋତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତି I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ἐν αὐτῷ γὰρ

କାରଣ ତାହାଙ୍କଠାରେ

Acts 17:29

γένος ... ὑπάρχοντες τοῦ Θεοῦ

ଯେହେତୁ ଈଶ୍ବର ପ୍ରତ୍ୟେକଙ୍କୁ ସୃଷ୍ଟି କରିଛନ୍ତି, ସମସ୍ତ ଲୋକମାନଙ୍କ ବିଷୟରେ କୁହାଯାଏ ସତେ ଯେପରି ସେମାନେ ଆକ୍ଷରିକ ଭାବେ ଈଶ୍ବରଙ୍କର ବଂଶ I (ଦେଖ: ଉପମା/ରୂପକ)

τὸ θεῖον

ଏଠାରେ “ଈଶ୍ବରତ୍ବ” ଈଶ୍ବରଙ୍କ ସ୍ବଭାବ କିଅବା ଗୁଣସମୂହକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର” (ଦେଖ: ଲାକ୍ଷଣିକ ଶବ୍ଦ)

χαράγματι τέχνης καὶ ἐνθυμήσεως ἀνθρώπου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତେବେ ଯାହା ମନୁଷ୍ୟ ଆପଣାର କୌଶଳ ବ୍ୟବହାରକରି ସେ କଳ୍ପନା କରିଥିବା କିଛି ଜିନିଷ ନିର୍ମାଣ କରେ” କିମ୍ବା “ଲୋକେ ଆପଣା ଆପଣାର କଳା ଓ କଳ୍ପନା ବ୍ୟବହାରକରି ନିର୍ମାଣ କରିଥିବା ପ୍ରତିମାଗଣ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 17:30

ଏଠାରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I

ପାଉଲ ଆରୟପାଗରେ ଦାର୍ଶନିକମାନଙ୍କୁ କହୁଥିବା ଆପଣାର କଥା ଶେଷ କରୁଛନ୍ତି, ଯାହା ସେ ପ୍ରେରିତ ୧୭:୨୨ରେ ଆରମ୍ଭ କରିଥିଲେ I

οὖν

କାରଣ ମୁଁ ଯାହା ଏବେ କହିଅଛି ସତ୍ୟ ଅଟେ

ଅଜ୍ଞାନତାର ସମୟରେ ଈଶ୍ବର ଲୋକମାନଙ୍କୁ ଦଣ୍ଡ ଦେବାପାଇଁ ଇଚ୍ଛା କଲେ ନାହିଁ

χρόνους τῆς ἀγνοίας

ଏହା ଈଶ୍ବର ଯୀଶୁଖ୍ରୀଷ୍ଟଙ୍କ ଦେଇ ଆପଣାକୁ ସମ୍ପୂର୍ଣ୍ଣଭାବରେ ପ୍ରକାଶ କରିବାର ଓ ଲୋକେ ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ବାସ୍ତବଭାବରେ ଜାଣିବାର ପୂର୍ବ ସମୟକୁ ବୁଝାଏ I

τοῖς ἀνθρώποις πάντας

ଏହାର ଅର୍ଥ ପୁରୁଷ ହେଉ ବା ସ୍ତ୍ରୀଲୋକ ହେଉ, ସମସ୍ତେ I ବିକଳ୍ପ ଅନୁବାଦ: “ସମସ୍ତ ଲୋକମାନେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Acts 17:31

ἐν ᾗ μέλλει κρίνειν τὴν οἰκουμένην ἐν δικαιοσύνῃ, ἐν ἀνδρὶ ᾧ ὥρισεν

ଯେତେବେଳେ ସେ ନିରୂପଣ କରିଥିବା ବ୍ୟକ୍ତି ଧାର୍ମିକତାରେ ଜଗତର ବିଚାର କରିବେ

μέλλει κρίνειν τὴν οἰκουμένην

ଏଠାରେ “ଜଗତ” ସମସ୍ତ ଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ସମସ୍ତ ଲୋକମାନଙ୍କର ବିଚାର କରିବେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐν ... δικαιοσύνῃ

ଧାର୍ମିକତାରେ ବା “ନିରପେକ୍ଷଭାବରେ”

πίστιν παρασχὼν

ଈଶ୍ବର ଏହି ବ୍ୟକ୍ତିଙ୍କର ମନୋନୟନକୁ ପ୍ରଦର୍ଶନ କରିଛନ୍ତି

ἐκ νεκρῶν

ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଉକ୍ତି ପ୍ରକାଶ କରେ ଯେ ସମସ୍ତ ମୃତ ଲୋକମାନେ ଏକତ୍ର ପାତାଳରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ଜୀବିତ ହେବା I

Acts 17:32

ଏଠାରେ “ଆମ୍ଭେମାନେ” ଶବ୍ଦ ଆଥୀନୀର ଲୋକମାନଙ୍କୁ ବୁଝାଏ, ପାଉଲଙ୍କୁ ନୁହେଁ, ତେଣୁକରି ଏହା ବହିର୍ଭୁତ ଅଟେ I ଯଦିଓ ସେମାନଙ୍କ ମଧ୍ୟରୁ ଅନେକେ ସମ୍ଭବତଃ ପାଉଲଙ୍କର କଥା ଶୁଣିବାକୁ ଇଚ୍ଛା କରି ନ ଥିଲେ, କିନ୍ତୁ କେବଳ ଶିଷ୍ଟାଚାର ଆଚରଣ କରିଥିଲେ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଆଥୀନୀରେ ପାଉଲଙ୍କ ସମ୍ବନ୍ଧୀୟ ଘଟଣାର ଅଂଶ ଏଠାରେ ଶେଷ ହେଉଛି I

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବିବରଣୀକୁ ପାଉଲଙ୍କ ଶିକ୍ଷାଠାରୁ ଆଥୀନୀର ଲୋକମାନଙ୍କର ପ୍ରତିକ୍ରିୟା ଆଡକୁ ନେଇ ଯାଉଛନ୍ତି I

ἀκούσαντες

ଏହି ଲୋକମାନେ ଆରୟପାଗରେ ଉପସ୍ଥିତ ରହି ପାଉଲଙ୍କର କଥା ଶୁଣୁଥିଲେ I

οἱ μὲν ἐχλεύαζον

"କେତେକ ପାଉଲଙ୍କୁ ପରିହାସ କଲେ କିମ୍ବା “ ପାଉଲଙ୍କୁ ତିରସ୍କାର କଲେ I” ଏହି ଲୋକମାନେ ବିଶ୍ବାସ କରୁ ନ ଥିଲେ ଯେ ଜଣେ ଲୋକ ମୃତ୍ୟୁପରେ ପୁନର୍ବାର ଜୀବନକୁ ଫେରିଆସିବା ସମ୍ଭବ I

Acts 17:34

Διονύσιος ὁ Ἀρεοπαγίτης

ଦିୟନୂସିୟ ଜଣେ ଲୋକଙ୍କର ନାମ I ଆରୟପାଗୀୟ ସୂଚାଇଦିଏ ଯେ ଦିୟନୂସିୟ ଆରୟପାଗ ପରିଷଦର ଜଣେ ବିଚାରକର୍ତ୍ତା ଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Δάμαρις

ଏହା ଜଣେ ସ୍ତ୍ରୀଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 18

ପ୍ରେରିତ ୧୮ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଯୋହନଙ୍କ ବାପ୍ତିସ୍ମ

ଯିରୂଶାଲମ ଓ ଯିହୂଦାଠାରୁ ଦୂରରେ ବାସକରୁଥିବା କେତେକ ଯିହୂଦୀମାନେ ବାପ୍ତିଜକ ଯୋହନଙ୍କ ବିଷୟ ଶୁଣିଥିଲେ ଓ ତାହାଙ୍କର ଶିକ୍ଷା ଅନୁସାରେ ଚାଲୁଥିଲେ I ସେମାନେ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟ ଶୁଣି ନ ଥିଲେ I ଏହି ଯିହୂଦୀମାନଙ୍କ ମଧ୍ୟରୁ ଆପଲ୍ଲ ଜଣେ ଥିଲେ I ସେ ବାପ୍ତିଜକ ଯୋହନଙ୍କ ଶିକ୍ଷା ଅନୁସାରେ ଚାଲୁଥିଲେ, କିନ୍ତୁ ମଶୀହ ଆସିଛନ୍ତି ବୋଲି ଜାଣି ନ ଥିଲେ I ଲୋକମାନେ ସେମାନଙ୍କର ପାପପାଇଁ ଅନୁତପ୍ତ ବୋଲି ଦେଖାଇବାକୁ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ସେହି ବାପ୍ତିସ୍ମ ଖ୍ରୀଷ୍ଟିୟାନ ବାପ୍ତିସ୍ମଠାରୁ ଭିନ୍ନ ଥିଲା I (See: ବିଶ୍ୱାସଯୋଗ୍ୟ , ବିଶ୍ୱସ୍ତ, ବିଶ୍ୱସ୍ତତା and ଖ୍ରୀଷ୍ଟ*,* ମସୀହ and ଅନୁତାପ କରିବା*,* ପଶ୍ଚାତାପ କରିବା)

Acts 18:1

ଆକ୍ବିଲା ଓ ପ୍ପ୍ରୀସ୍କିଲ୍ଲାଙ୍କୁ ଘଟଣା ମଧ୍ୟରେ ପରିଚୟ କରାଯାଉଛି ଓ ୨ଏବଂ ୩ ପଦ ସେମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ପ୍ରଦାନ କରୁଛି I (ଦେଖ: ପୃଷ୍ଠଭୂମି ସୂଚନା)

ଏହା ଘଟଣାର ଆଉ ଏକ ଅଂଶ ଅଟେ ଯେଉଁ ସମୟରେ ପାଉଲ କରିନ୍ଥକୁ ଯାତ୍ରା କଲେ I

μετὰ ταῦτα

ଆଥୀନୀରେ ଏହି ସମସ୍ତ ଘଟଣା ଘଟିଲା ପରେ"

ἐκ τῶν Ἀθηνῶν

ଆଥୀନୀ ଗ୍ରୀସ୍ ର ଅତି ଗୁରୁତ୍ବପୂର୍ଣ୍ଣ ନଗରମାନଙ୍କ ମଧ୍ୟରୁ ଗୋଟିଏ ଥିଲା I ପ୍ରେରିତ ୧୭:୧୫ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 18:2

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ପାଉଲ ଅକସ୍ମାତ୍ ଦେଖାପାଇଲେ କିମ୍ବା ୨) ପାଉଲ ଉଦ୍ଦେଶ୍ୟମୂଳକ ଭାବେ ଖୋଜିପାଇଲେ I

τινα Ἰουδαῖον ὀνόματι Ἀκύλαν

ଏଠାରେ “ଜଣେ” ଶବ୍ଦ ସୂଚାଇ ଦିଏ ଯେ ଘଟଣା ମଧରେ ଏହା ଜଣେ ନୂଆ ଲୋକକୁ ପରିଚୟ କରାଉଛି I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

Ποντικὸν τῷ γένει

ପନ୍ତ କୃଷ୍ଣସମୁଦ୍ରର ଦକ୍ଷିଣ ଉପକୂଳରେ ଥିବା ଏକ ପ୍ରଦେଶ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

προσφάτως ἐληλυθότα

ଏହା ସମ୍ଭବତଃ ପୂର୍ବ ବର୍ଷ ଥିଲା I

τῆς Ἰταλίας

ଏହା ଦେଶର ନାମ I ରୋମ୍ ହେଉଛି ଇଟାଲୀର ରାଜଧାନୀ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

τὸ διατεταχέναι Κλαύδιον

କ୍ଲାଉଦିଅ ସେହି ସମୟର ରୋମୀୟ ସମ୍ରାଟ ଥିଲେ I ତୁମେ ଏହାକୁ ପ୍ରେରିତ ୧୧:୨୮ରେ କିପରି ଅନୁବାଦ କଲ ତାହା ଦେଖ I

Acts 18:3

τὸ ὁμότεχνον εἶναι

ସେ ସେହି ପ୍ରକାର କାର୍ଯ୍ୟ କରୁଥିଲେ ଯାହା ସେମାନେ କରୁଥିଲେ

Acts 18:4

ଶୀଲା ଓ ତୀମଥି ପାଉଲଙ୍କ ସାଙ୍ଗରେ ଯୋଗ ଦେଉଛନ୍ତି I

διελέγετο δὲ

"ଅତଏବ ପାଉଲ ବାଦାନୁବାଦ କଲେ କିମ୍ବା “ଅତଏବ ପାଉଲ ଆଲୋଚନା କଲେ I” ସେ କାରଣ ଦର୍ଶାଇଲେ I ଏହାର ଅର୍ଥ ଏହି ଯେ ପ୍ରଚାର କରିବା ଛଡା ପାଉଲ ଲୋକମାନଙ୍କ ସହିତ କଥାବାର୍ତ୍ତା ଓ ଭାବ ବିନିମୟ କଲେ I

ἔπειθέν τε Ἰουδαίους καὶ Ἕλληνας

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେ ଉଭୟ ଯିହୂଦୀ ଓ ଗ୍ରୀକ୍ ମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇଲେ” କିମ୍ବା ୨) “ସେ ଯିହୂଦୀ ଓ ଗ୍ରୀକ୍ ମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ I”"

Acts 18:5

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆତ୍ମା ପାଉଲଙ୍କୁ ବଳାଇଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 18:6

ἐκτιναξάμενος τὰ ἱμάτια

ପାଉଲ ସେଠାରେ ଯିହୂଦୀମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷାଦେବାକୁ ଆଉ ଚେଷ୍ଟା କରିବେ ନାହିଁ ବୋଲି ସୂଚାଇବାକୁ ଏହା ଏକ ସାଙ୍କେତିକ କାର୍ଯ୍ୟ I ସେ ସେମାନଙ୍କୁ ଈଶ୍ବରଙ୍କ ଦଣ୍ଡ ପ୍ରତି ଛାଡ଼ିଦେଉଛନ୍ତି I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

τὸ αἷμα ὑμῶν ἐπὶ τὴν κεφαλὴν ὑμῶν

ଏଠାରେ “ରକ୍ତ” ସେମାନଙ୍କର କର୍ମର ଦୋଷୀମନୋଭାବକୁ ବୁଝାଏ I ଏଠାରେ “ମସ୍ତକ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ପାଉଲ ଯିହୂଦୀମାନଙ୍କୁ କହୁଛନ୍ତି ଯେ ଯଦି ସେମାନେ ମନ ପରିବର୍ତ୍ତନ କରିବା ନିମନ୍ତେ ଅସ୍ବୀକାର କରିବେ, ତେବେ ସେମାନେ ସେମାନଙ୍କର କଠିନତା ସକାଶେ ଦଣ୍ଡର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ଦାୟୀ ହେବେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପାପର ଦଣ୍ଡ ପାଇଁ ତୁମ୍ଭେମାନେ ନିଜେ ହିଁ ଦାୟିତ୍ବ ବହନ କରିବ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 18:7

ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I ପ୍ରଥମ “ତାହାଙ୍କର” ଶବ୍ଦ ତିତସ୍ ଯୁସ୍ତଙ୍କୁ ବୁଝାଏ I ଦ୍ବିତୀୟ “ତାହାଙ୍କର” ଶବ୍ଦ କ୍ରିଷ୍ପଙ୍କୁ ବୁଝାଏ I

Τιτίου Ἰούστου

ଏହା ଜଣେ ପୁରୁଷ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

σεβομένου τὸν Θεόν

ଜଣେ ଈଶ୍ବର ଉପାସନାକାରୀ ହେଉଛନ୍ତି ଜଣେ ବିଜାତି ଯେ ଈଶ୍ବରଙ୍କୁ ପ୍ରଶଂସା ଦିଅନ୍ତି ଓ ତାହାଙ୍କର ଅନୁଗମନ କରନ୍ତି, କିନ୍ତୁ ଯିହୂଦୀମାନଙ୍କର ସମସ୍ତ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ପାଳନ କରନ୍ତି ନାହିଁ I

Acts 18:8

Κρίσπος

ଏହା ଜଣେ ପୁରୁଷ ଲୋକର ନାମ I

ἀρχισυνάγωγος

ଜଣେ ସାଧାରଣ ବିଶ୍ବାସୀ ବ୍ୟକ୍ତି ଯେ କି ହୁଏତ ଜଣେ ଶିକ୍ଷକ ନ ଥାଇ ମଧ୍ୟ ସମାଜଗୃହକୁ କିଛି ଅର୍ଥ ଦେଇ ତା’ର ପରିଚାଳନା କରୁଥିଲେ I

ὅλῳ τῷ οἴκῳ αὐτοῦ

ଏଠାରେ “ପରିବାର” ଏକତ୍ର ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ସହିତ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

ἐβαπτίζοντο

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବାପ୍ତିସ୍ମ ଗ୍ରହଣ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 18:9

ପାଉଲ ନିଶ୍ଚିତ ଭାବରେ ପ୍ରଚାର ଜାରି ରଖିବା ଉଚିତ ବୋଲି ଗୁରୁତ୍ବ ଦେବାକୁ ପ୍ରଭୁ ଗୋଟିଏ ଆଜ୍ଞାକୁ ଦୁଇଟି ଭିନ୍ନ ପ୍ରକାରେ ଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ଭୟଭୀତ ହେବା ଉଚିତ ନୁହଁ, ତା’ ପରିବର୍ତ୍ତେ, ନୀରବ ନ ରହି କଥା କୁହ” (ଦେଖ: ସମାନ୍ତରତାସୂଚକ)

ପାଉଲଙ୍କୁ କଥା କହିବା ପାଇଁ ଦୃଢ଼ଭାବରେ ଆଜ୍ଞା ଦେବା ସକାଶେ ପ୍ରଭୁ ସେହି ଗୋଟିଏ ଆଜ୍ଞାକୁ ଦୁଇଟି ଭିନ୍ନ ପ୍ରକାରେ ଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭକୁ ନିଶ୍ଚିତ ଭାବରେ କଥା କହିବା ଜାରି ରଖିବାକୁ ହେବ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

μὴ ... σιωπήσῃς

ଯାହା ପାଉଲ କୁହନ୍ତୁ ବୋଲି ପ୍ରଭୁ ଚାହୁଁଛନ୍ତି ତାହା ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ବିଷୟରେ କହିବାକୁ ବନ୍ଦ କର ନାହିଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 18:10

λαός ἐστί μοι πολὺς ἐν τῇ πόλει ταύτῃ

ଏହି ନଗରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆମ୍ଭଠାରେ ବିଶ୍ବାସ ସ୍ଥାପନ କରିଛନ୍ତି କିମ୍ବା “ଏହି ନଗରର ଅନେକ ଲୋକ ଆମ୍ଭଠାରେ ବିଶ୍ବାସ କରିବେ”

Acts 18:11

ଘଟଣାର ଏହି ଅଂଶପାଇଁ ଏହା ସମାପ୍ତିସୂଚକ ଉକ୍ତି ଅଟେ I ଏଠାରେ “ଈଶ୍ବରଙ୍କ ବାକ୍ୟ” ସମସ୍ତ ଶାସ୍ତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରେ ଶାସ୍ତ୍ରର ଶିକ୍ଷାଦେଇ ...ପାଉଲ ସେଠାରେ ବାସ କଲେ” (See: କାହାଣୀର ଶେଷ and ଉପଲକ୍ଷ୍ୟ ଅଳଙ୍କାର)

Acts 18:12

ଆଖାୟା ଗୋଟିଏ ପ୍ରଦେଶ ଥିଲା ଯେଉଁଠାରେ କରିନ୍ଥ ଅବସ୍ଥିତ I କରିନ୍ଥ ଦକ୍ଷିଣ ଗ୍ରୀସ୍ ର ବୃହତ୍ତମ ନଗର ଓ ପ୍ରଦେଶର ରାଜଧାନୀ ଥିଲା I (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଅବିଶ୍ବାସୀ ଯିହୂଦୀମାନେ ପାଉଲଙ୍କୁ ଗାଲ୍ଲିୟୋନ୍ ଙ୍କ ବିଚାରାସନ ଛାମୁକୁ ଆଣୁଛନ୍ତି I

Γαλλίωνος

ଏହା ଜଣେ ଲୋକର ନାମ I

οἱ Ἰουδαῖοι

ଏହା ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I (See: ଉପଲକ୍ଷ୍ୟ ଅଳଙ୍କାର)

κατεπέστησαν ὁμοθυμαδὸν

ଏକତ୍ର ଆସିଲେ କିମ୍ବା “ଏକତ୍ର ଯୋଗ ଦେଲେ”

ἤγαγον αὐτὸν ἐπὶ τὸ βῆμα

ଯିହୂଦୀମାନେ ପାଉଲଙ୍କୁ ବଳପୂର୍ବକ ବିଚାରାଳୟ ସମ୍ମୁଖକୁ ଆଣିଲେ I ଏଠାରେ “ବିଚାରାସନ”ର ଅର୍ଥ ହେଉଛି ଆଇନଗତ ନିଷ୍ପତ୍ତି ନେବା ସମୟରେ ବିଚାରାଳୟରେ ଗାଲ୍ଲିୟୋନ୍ ଯେଉଁ ସ୍ଥାନରେ ବସୁଥିଲେ I ବିକଳ୍ପ ଅନୁବାଦ: “ତାହାଙ୍କୁ ନେଲେ ଯେପରି ଶାସନକର୍ତ୍ତା ତାହାଙ୍କୁ ବିଚାରାସନରେ ଥାଇ ବିଚାର କରିପାରିବେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 18:14

εἶπεν ὁ Γαλλίων

ଗାଲ୍ଲିୟୋନ୍ ସେହି ପ୍ରଦେଶର ରୋମୀୟ ଶାସନକର୍ତ୍ତା ଥିଲେ I

Acts 18:15

νόμου τοῦ καθ’ ὑμᾶς

ଏଠାରେ “ବ୍ୟବସ୍ଥା” ମୋଶାଙ୍କର ବ୍ୟବସ୍ଥାକୁ ତଥା ପାଉଲଙ୍କ ସମୟର ଯିହୂଦୀ ପରମ୍ପରାକୁ ବୁଝାଏ I

κριτὴς ἐγὼ τούτων οὐ βούλομαι εἶναι

ଏହିସବୁ ବିଷୟରେ ବିଚାର କରିବାକୁ ମୁଁ ଅସମ୍ମତ ହେଉଛି I

Acts 18:16

ଏଠାରେ “ସେମାନେ” ସମ୍ଭବତଃ ବିଚାରାଳୟରେ ଥିବା ବିଜାତିମାନଙ୍କୁ ବୁଝାଏ I ଯେଉଁ ଯିହୂଦୀମାନେ ପାଉଲଙ୍କୁ ବିଚାରାସନ ସମ୍ମୁଖକୁ ଆଣିଥିଲେ ସେମାନେ ସେମାନଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଖାଇଲେ (ପ୍ରେରିତ ୧୮:୧୨)I

"ଗାଲ୍ଲିୟୋନ୍ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡିଦେଲେ I ଏଠାରେ “ବିଚାରାସନ”ର ଅର୍ଥ ହେଉଛି ଆଇନଗତ ନିଷ୍ପତ୍ତି ନେବା ସମୟରେ ବିଚାରାଳୟରେ ଗାଲ୍ଲିୟୋନ୍ ଯେଉଁ ସ୍ଥାନରେ ବସୁଥିଲେ I ବିକଳ୍ପ ଅନୁବାଦ: “ଗାଲ୍ଲିୟୋନ୍ ବିଚାରାଳୟରେ ତାହାଙ୍କ ଉପସ୍ଥିତିରୁ ସେମାନଙ୍କୁ ବାହାର କରାଇଦେଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 18:17

ἐπιλαβόμενοι ... πάντες

ଲୋକମାନଙ୍କର ଦୃଢ଼ ପ୍ରତିକ୍ରିୟାକୁ ଗୁରୁତ୍ବ ଦେବାପାଇଁ ଏହା ଏକ ଅତିରଂଜନ ହୋଇପାରେ I ବିକଳ୍ପ ଅନୁବାଦ: “ଅନେକ ଲୋକ ଅବରୋଧ କଲେ” କିମ୍ବା “ସେମାନଙ୍କ ମଧ୍ୟରୁ ଅନେକେ ଧରିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ἐπιλαβόμενοι δὲ πάντες Σωσθένην τὸν ἀρχισυνάγωγον, ἔτυπτον ἔμπροσθεν τοῦ βήματος

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ବିଜାତିମାନେ ବିଚାରାଳୟରେ ବିଚାରାସନ ସମ୍ମୁଖରେ ସୋସ୍ଥନାଙ୍କୁ ପ୍ରହାର କଲେ, କାରଣ ସେ ଯିହୂଦୀମାନଙ୍କର ନେତା ଥିଲେ କିମ୍ବା ୨) ଏହା ସମ୍ଭବ ଯେ ସୋସ୍ଥନା ଜଣେ ଖ୍ରୀଷ୍ଟ ବିଶ୍ବାସୀ ଥିଲେ, ଏଥିପାଇଁ ଯିହୂଦୀମାନେ ବିଚାରାଳୟ ସମ୍ମୁଖରେ ତାହାଙ୍କୁ ପ୍ରହାର କଲେ I

Σωσθένην τὸν ἀρχισυνάγωγον

ସୋସ୍ଥନା କରିନ୍ଥରେ ସମାଜଗୃହର ଯିହୂଦୀ ଅଧ୍ୟକ୍ଷ ଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἔτυπτον

ବାରମ୍ବାର ଧକ୍କା ମାରିଲେ କିମ୍ବା “ବାରମ୍ବାର ବିଧା ମାରିଲେ I”"

Acts 18:18

ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I କଂକ୍ରେୟା ଏକ ସମୁଦ୍ରବନ୍ଦର ଥିଲା ଯାହା ବୃହତ୍ କରିନ୍ଥ ନଗର ଅଞ୍ଚଳର ଅଂଶ ବିଶେଷ ଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏହା ପାଉଲଙ୍କର ପ୍ରଚାର ଯାତ୍ରାକୁ ଆଗେଇ ନେଉଛି ଯେତେବେଳେ ପାଉଲ, ପ୍ରୀସ୍କିଲ୍ଲା ଓ ଆକ୍ବିଲା କରିନ୍ଥରୁ ପ୍ରସ୍ଥାନ କରୁଛନ୍ତି I ଏହା ଏପରି ସୂଚାଇବା ଭଳି ଲାଗେ ଯେ ଶୀଲା ଓ ତୀମଥି ସେଠାରେ ରହିଗଲେ, ଯେହେତୁ ଏଠାରେ “ଆମ୍ଭେମାନେ” ନ କହି “ସେ” କୁହାଯାଉଛି I “ସେମାନେ” ଶବ୍ଦଟି ପାଉଲ, ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ବୁଝାଏ I

τοῖς ἀδελφοῖς ἀποταξάμενος

“ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଭାଇମାନଙ୍କ ନିକଟରୁ ବିଦାୟ ଘେନି ଗଲେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

ପାଉଲ ସୁରିଆକୁ ଯାଉଥିବା ଜାହାଜରେ ଚଢିଲେ I ପ୍ରୀସ୍କିଲ୍ଲା ଓ ଆକ୍ବିଲା ତାହାଙ୍କ ସାଙ୍ଗରେ ଗଲେ I

ଏହା ଏକ ସାଙ୍କେତିକ କାର୍ଯ୍ୟ ଯାହା ଏକ ମାନତ ପୂର୍ଣ୍ଣହେବାର ସୂଚନା ଦିଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଜଣକ ଦ୍ବାରା ଆପଣାର ମସ୍ତକ ମୁଣ୍ଡନ କରାଇଲେ” (ଦେଖ: ପ୍ରତୀକାତ୍ମକ କାର୍ଯ୍ୟକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 18:19

διελέξατο τοῖς

ସହିତ ଆଲୋଚନା କଲେ କିମ୍ବା “ସହିତ ବାଦାନୁବାଦ କଲେ”

Acts 18:20

ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ଏଫିସର ଯିହୂଦୀମାନଙ୍କୁ ବୁଝାଏ I

Acts 18:21

ସେମାନଙ୍କଠାରୁ ବିଦାୟ ଘେନି କହିଲେ

Acts 18:22

ଫ୍ରୁଗିଆ ଏସିଆର ଗୋଟିଏ ପ୍ରଦେଶ ଯାହା ବର୍ତ୍ତମାନର ଆଧୁନିକ ତୁର୍କୀରେ ଅଛି I ପ୍ରେରିତ ୨:୧୦ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

ପାଉଲ ଆପଣାର ପ୍ରଚାର ଯାତ୍ରା ଜାରି ରଖୁଛନ୍ତି I

κατελθὼν εἰς Καισάρειαν

"କାଇସରିଆରେ ପହଞ୍ଚିଲେ I “ଓହ୍ଲାଇଲେ” ର ଅର୍ଥ ଯେ ସେ ଜାହାଜରେ ଯାତ୍ରାକରି ପହଞ୍ଚିଲେ I

ἀναβὰς

ସେ ଯିରୂଶାଲମ ନଗରକୁ ଯାତ୍ରା କଲେ I ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ କାଇସରିଆ ଠାରୁ ଯିରୂଶାଲମ ଉଚ୍ଚରେ ଅବସ୍ଥିତ I

ἀσπασάμενος τὴν ἐκκλησίαν

ଏଠାରେ “ମଣ୍ଡଳୀ” ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ସଦସ୍ୟମାନଙ୍କୁ ନମସ୍କାର ଜଣାଇଲେ” (ଦେଖ: ଲାକ୍ଷଣିକ ଶବ୍ଦ)

κατέβη

ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଆନ୍ତିୟଖିଆ ଯିରୂଶାଲମ ଠାରୁ ତଳରେ ଅବସ୍ଥିତ I

Acts 18:23

ἐξῆλθεν

ପାଉଲ ଚାଲିଗଲେ କିମ୍ବା “ପାଉଲ ପ୍ରସ୍ଥାନ କଲେ”"

καὶ ποιήσας χρόνον τινὰ

ଏହା “ସମୟ” ବିଷୟରେ କହେ ସତେ ଯେପରି ଏହା ଏକ ସାମଗ୍ରୀ ଯାହା ଜଣେ ବ୍ୟକ୍ତି ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ସେଠାରେ କିଛି ସମୟ ରହିଲା ପରେ” (ଦେଖ: ଉପମା/ରୂପକ)

Acts 18:24

ଘଟଣା ମଧ୍ୟକୁ ଆପଲ୍ଲଙ୍କର ପରିଚୟ କରାଯାଉଛି I ୨୪ ଓ ୨୫ ପଦ ତାହାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: ପୃଷ୍ଠଭୂମି ସୂଚନା)

ଏଫିସରେ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କ ପ୍ରତି କ’ଣ ଘଟିଲା ସେ ବିଷୟରେ ଲୂକ କହୁଛନ୍ତି I

δέ

ମୁଖ୍ୟ ଘଟଣାଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I

Ἰουδαῖος ... τις Ἀπολλῶς ὀνόματι

“ଜଣେ” ଶବ୍ଦଟି ସୂଚାଇ ଦିଏ ଯେ ଲୂକ ଘଟଣା ମଧ୍ୟରେ ଏକ ନୂଆ ବ୍ୟକ୍ତିଙ୍କୁ ପରିଚୟ କରାଉଛନ୍ତି I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

Ἀλεξανδρεὺς τῷ γένει

"ଆଲେକ୍ ଜାଣ୍ଡ୍ରିଆ ନଗରରେ ଜନ୍ମିଥିବା ଜଣେ ଲୋକ I ଏହା ଆଫ୍ରିକାର ଉତ୍ତର ଉପକୂଳରେ ଥିବା ମିଶରର ଗୋଟିଏ ନଗର I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

λόγιος

ଉତ୍ତମ ବକ୍ତା"

δυνατὸς ... ἐν ταῖς Γραφαῖς

"ସେ ଶାସ୍ତ୍ରକୁ ଭଲ ଭାବରେ ଜାଣିଥିଲେ I ସେ ପୁରାତନ ନିୟମର ଲେଖାସବୁକୁ ଭଲ ଭାବରେ ବୁଝିଥିଲେ I

Acts 18:25

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ କିପରି ଜୀବନ ଯାପନ କରନ୍ତୁ ବୋଲି ପ୍ରଭୁ ଯୀଶୁ ଚାହୁଁଥିଲେ, ସେ ବିଷୟରେ ଆପଲ୍ଲଙ୍କୁ ଅନ୍ୟ ବିଶ୍ବାସୀମାନେ ଶିକ୍ଷା ଦେଇଥିଲେ I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏଠାରେ “ଆତ୍ମା” ଆପଲ୍ଲଙ୍କର ସମଗ୍ର ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତି ଉତ୍ସାହୀ ହୋଇ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

τὸ βάπτισμα Ἰωάννου

ଯୋହନ ଦେଇଥିବା ବାପ୍ତିସ୍ମ I ଏହା ହେଉଛି ଯୋହନ ଦେଉଥିବା ଜଳର ବାପ୍ତିସ୍ମ ସହିତ ଯୀଶୁଙ୍କ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ମଧ୍ୟରେ ତୁଳନା I

Acts 18:26

τὴν ὁδὸν τοῦ Θεοῦ

ଲୋକମାନେ କିପରି ଜୀବନଯାପନ କରନ୍ତୁ ବୋଲି ଈଶ୍ବର ଚାହାଁନ୍ତି ସେ ବିଷୟରେ କୁହାଯାଏ ସତେ ଯେପରି ଏହା ଏକ ରାସ୍ତା ଯହିଁରେ ଜଣେ ଯାତ୍ରା କରେ I (ଦେଖ: ଉପମା/ରୂପକ)

ἀκριβέστερον

ଠିକ୍ ଭାବରେ କିମ୍ବା ‘ଅଧିକ ପୂର୍ଣ୍ଣ ଭାବରେ”"

Acts 18:27

ଏଠାରେ ‘ସେ” ଓ “ତାହାଙ୍କୁ’ ଶବ୍ଦଗୁଡ଼ିକ ଆପଲ୍ଲଙ୍କୁ ବୁଝାଏ (ପ୍ରେରିତ ୧୮:୨୪)I

διελθεῖν εἰς τὴν Ἀχαΐαν

"ଆଖାୟା ଅଞ୍ଚଳକୁ ଯିବାକୁ I ଏଠାରେ “ଅତିକ୍ରମ କରି” ଶବ୍ଦ ବ୍ୟବହାର କରାଯାଇଛି, କାରଣ ଆପଲ୍ଲଙ୍କୁ ଏଫିସରୁ ଏଗୀୟାନ୍ ସମୁଦ୍ର ପାର ହୋଇ ଆଖାୟା ଦେଶକୁ ଯିବାକୁ ପଡିଥିଲା I

τὴν Ἀχαΐαν

ଆଖାୟା ଗ୍ରୀସ୍ ର ଦକ୍ଷିଣ ଭାଗରେ ଥିବା ଗୋଟିଏ ରୋମୀୟ ପ୍ରଦେଶ I ପ୍ରେରିତ ୧୮:୧୨ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

ἀδελφοὶ

ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ତୁମେ ସ୍ପଷ୍ଟ କରିପାରିବ ଯେ ଏମାନେ ଏଫିସର ବିଶ୍ବାସୀଗଣ I ବିକଳ୍ପ ଅନୁବାଦ: “ଏଫିସର ସହ-ବିଶ୍ବାସୀଗଣ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἔγραψαν τοῖς μαθηταῖς

ଆଖାୟାରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ପତ୍ର ଲେଖିଲେ"

τοῖς ... πεπιστευκόσιν διὰ τῆς χάριτος

ଯେଉଁମାନେ ଅନୁଗ୍ରହଦ୍ବାରା ପରିତ୍ରାଣରେ ବିଶ୍ବାସ କରିଥିଲେ କିମ୍ବା ‘ଯେଉଁମାନେ ଈଶ୍ବରଙ୍କ ଅନୁଗ୍ରହ ହେତୁ ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ”

Acts 18:28

εὐτόνως ... τοῖς Ἰουδαίοις διακατηλέγχετο δημοσίᾳ

ସର୍ବସାଧାରଣ ବାଦାନୁବାଦରେ ଆପଲ୍ଲ ଶକ୍ତିଶାଳୀ ଭାବରେ ପ୍ରମାଣ କରିଥିଲେ ଯେ ଯିହୂଦୀମାନେ ଭ୍ରାନ୍ତ ଥିଲେ

ἐπιδεικνὺς διὰ τῶν Γραφῶν εἶναι τὸν Χριστὸν, Ἰησοῦν

କାରଣ ସେ ସେମାନଙ୍କୁ ଶାସ୍ତ୍ର ଦେଖାଇ ପ୍ରମାଣ କରିଦେଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି

Acts 19

ପ୍ରେରିତ ୧୯ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ବାପ୍ତିସ୍ମ

ଯୋହନ ଏହା ଦେଖାଇବାକୁ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ ଯେ ସେମାନେ ସେମାନଙ୍କର ପାପ ପାଇଁ ଦୁଃଖିତ ଅଟନ୍ତି I ଯେଉଁମାନେ ଯୀଶୁଙ୍କର ଅନୁଗମନ କରିବାକୁ ଚାହୁଁଥିଲେ, ଯୀଶୁଙ୍କର ଶିଷ୍ୟମାନେ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ I

ଆର୍ତ୍ତେମୀ ମନ୍ଦିର

ଏଫିସ ନଗରରେ ଆର୍ତ୍ତେମୀ ମନ୍ଦିର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଥିଲା I ଅନେକ ଲୋକ ଏହି ମନ୍ଦିର ଦେଖିବାକୁ ଏଫିସକୁ ଆସୁଥିଲେ ଓ ସେମାନେ ସେଠାରେ ଥିବା ସମୟରେ ଆର୍ତ୍ତେମୀ ଦେବୀର ମୂର୍ତ୍ତି କିଣୁଥିଲେ I ମୂର୍ତ୍ତି ବିକ୍ରୟ କରୁଥିବା ଲୋକମାନେ ଭୟ କରୁଥିଲେ ଯେ ଯଦି ଲୋକମାନେ ଆର୍ତ୍ତେମୀ ଏକ ପ୍ରକୃତ ଦେବୀ ବୋଲି ବିଶ୍ବାସ କରିବେ ନାହିଁ, ତେବେ ସେମାନେ ବିକ୍ରୟକାରୀମାନଙ୍କୁ ମୂର୍ତ୍ତି ସକାଶେ ଅର୍ଥ ଦେବା ବନ୍ଦ କରିଦେବେ I

Acts 19:1

“ପୂର୍ବ ଅଞ୍ଚଳ” ହେଉଛି ଏସିଆର ଏକ ଅଞ୍ଚଳ ଯାହା ଏଫିସର ଉତ୍ତରକୁ ଥିବା ବର୍ତ୍ତମାନର ଆଧୁନିକ ତୁର୍କୀ ଅଟେ I ଏଫିସ (ଏହା ମଧ୍ୟ ବର୍ତ୍ତମାନ ତୁର୍କୀରେ ଅଛି) କୁ ଆସିବାପାଇଁ ପାଉଲ ନିଶ୍ଚୟ ଏଗୀୟାନ୍ ସମୁଦ୍ରର ଉପର ଭାଗଦେଇ ସ୍ଥଳ ପଥରେ ଯାତ୍ରା କରିଥିବେ ଯାହାକି ସମୁଦ୍ର ଦେଇ ସିଧାସଳଖ କରିନ୍ଥର ପୂର୍ବରେ ଅବସ୍ଥିତ I

ପାଉଲ ଏଫିସକୁ ଯାତ୍ରା କରୁଛନ୍ତି I

ଘଟଣା ମଧ୍ୟରେ ଏକ ନୂଆ ଅଂଶର ଆରମ୍ଭକୁ ଚିହ୍ନଟ କରିବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଅଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିବାକୁ ଚିନ୍ତା କରିପାର I

διελθόντα

ଦେଇ ଯାତ୍ରା କଲେ

Acts 19:2

εἰ Πνεῦμα Ἅγιον ἐλάβετε

ଏହାର ଅର୍ଥ ପବିତ୍ର ଆତ୍ମାଙ୍କୁ ସେମାନଙ୍କ ଉପରେ ଅବତରଣ କରିବାକୁ ଦେବା I

ଆମ୍ଭେମାନେ ଏପରିକି ପବିତ୍ର ଆତ୍ମାଙ୍କ ବିଷୟରେ ଶୁଣି ସୁଦ୍ଧା ନାହୁଁ I

Acts 19:3

ଏଠାରେ “ସେମାନେ” ଓ “ତୁମ୍ଭେମାନେ” ଶବ୍ଦଗୁଡ଼ିକ ଏଫିସରେ ଥିବା କେତେକ ନିର୍ଦ୍ଦିଷ୍ଟ ଶିଷ୍ୟମାନଙ୍କୁ ବୁଝାଏ (ପ୍ରେରିତ ୧୯:୧)I “ତାହାଙ୍କୁ” ଶବ୍ଦଟି ଯୋହନଙ୍କୁ ବୁଝାଏ I

εἰς τί οὖν ἐβαπτίσθητε

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କି ପ୍ରକାର ବାପ୍ତିସ୍ମ ଗ୍ରହଣ କରିଥିଲ?” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମେ ଏହାକୁ ଏକ ପୂର୍ଣ୍ଣ ବାକ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଯେଉଁ ବାପ୍ତିସ୍ମ ବିଷୟରେ ଯୋହନ ଶିକ୍ଷା ଦେଇଥିଲେ, ଆମ୍ଭେମାନେ ସେହି ବାପ୍ତିସ୍ମ ଗ୍ରହଣ କରିଅଛୁ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 19:4

βάπτισμα μετανοίας

ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ”କୁ ତୁମେ “ମନ ପରିବର୍ତ୍ତନ କର” କ୍ରିୟାପଦ ଭାବେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମନ ପରିବର୍ତ୍ତନ କରି ଯେଉଁ ବାପ୍ତିସ୍ମ ନେବାକୁ ଅନୁରୋଧ କରିଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τὸν ἐρχόμενον

ଏଠାରେ “ଯେ ଆସିବେ” ଯୀଶୁଙ୍କୁ ବୁଝାଏ I

τὸν ἐρχόμενον μετ’ αὐτὸν

ଏହାର ଅର୍ଥ ସମୟ ଅନୁକ୍ରମେ ବାପ୍ତିଜକ ଯୋହନଙ୍କ ପରେ ଆସିବା ଓ ଶାରୀରିକ ଭାବରେ ତାହାଙ୍କ ପଛରେ ଆସିବା ନୁହଁ I

Acts 19:5

ପାଉଲ ଏଫିସରେ ରହୁଛନ୍ତି I

ἀκούσαντες δὲ

ଏଠାରେ “ଲୋକମାନେ” ଏଫିସରେ ଥିବା ଶିଷ୍ୟମାନଙ୍କୁ ବୁଝାଏ ଯେଉଁମାନେ ପାଉଲଙ୍କ ସହିତ କଥାବାର୍ତ୍ତା କରୁଥିଲେ (ପ୍ରେରିତ ୧୯:୧)I

ἐβαπτίσθησαν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବାପ୍ତିସ୍ମ ଗ୍ରହଣ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

εἰς τὸ ὄνομα τοῦ Κυρίου Ἰησοῦ

ଏଠାରେ “ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଯୀଶୁଙ୍କଠାରେ ବିଶ୍ବାସୀ ଭାବରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 19:6

καὶ ἐπιθέντος αὐτοῖς ... χεῖρας

ସେମାନଙ୍କ ଉପରେ ଆପଣା ହସ୍ତ ଦେଲେ I ସେ ସମ୍ଭବତଃ ଆପଣାର ହସ୍ତ ସେମାନଙ୍କ କାନ୍ଧ ଅବା ମସ୍ତକ ଉପରେ ଥୋଇଲେ I ବିକଳ୍ପ ଅନୁବାଦ: “ସେ ପ୍ରାର୍ଥନା କରୁ କରୁ ସେମାନଙ୍କ ମସ୍ତକ ଉପରେ ଆପଣା ହସ୍ତ ଥୋଇଲେ”

ପ୍ରେରିତ ୨:୩-୪ରେ ଯେପରି ହୋଇଥିଲା ସେପରି ନୁହେଁ, କିଏ ସେମାନଙ୍କର ସମ୍ବାଦ ବୁଝିଲେ ତା’ର କୌଣସି ବିବରଣୀ ନାହିଁ I

Acts 19:7

ଏହା କେତେଜଣ ବାପ୍ତିସ୍ମ ନେଲେ ତାହା କହେ I (ଦେଖ: ପୃଷ୍ଠଭୂମି ସୂଚନା)

ἄνδρες ... δώδεκα

"୧୨ ଜଣ (ଦେଖ: ସଂଖ୍ୟାଗୁଡ଼ିକ)

Acts 19:8

εἰσελθὼν ... εἰς τὴν συναγωγὴν, ἐπαρρησιάζετο ἐπὶ μῆνας τρεῖς

ପାଉଲ ତିନି ମାସ ଧରି ନିୟମିତ ସମାଜଗୃହ ସଭାରେ ଯୋଗ ଦେଲେ ଓ ସେଠାରେ ସାହସର ସହିତ କଥା କହିଲେ"

διαλεγόμενος καὶ πείθων

ପ୍ରମାଣଯୁକ୍ତ ତର୍କ ଓ ସ୍ପଷ୍ଟ ଶିକ୍ଷା ଦ୍ବାରା ଲୋକମାନଙ୍କୁ ବୁଝାଇ

περὶ τῆς Βασιλείας τοῦ Θεοῦ

ଏଠାରେ “ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: ‘ରାଜା ଭାବରେ ଈଶ୍ବରଙ୍କ ଶାସନ ବିଷୟରେ” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ ସେ ବିଷୟରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 19:9

τινες ἐσκληρύνοντο καὶ ἠπείθουν

କଠିନମନା ହୋଇ ବିଶ୍ବାସ କରିବାକୁ ମନାକରିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ଲୋକମାନେ କଠିନ ହୋଇ ଚଳପ୍ରଚଳ କରିବାକୁ ଅକ୍ଷମ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀ କଠିନ ହୋଇ ବିଶ୍ବାସ କଲେ ନାହିଁ” କିମ୍ବା “କେତେକ ଯିହୂଦୀ କଠିନ ହୋଇ ସମ୍ବାଦ ଗ୍ରହଣ କରିବାକୁ ଓ ପାଳନ କରିବାକୁ ମନା କଲେ” (ଦେଖ: ଉପମା/ରୂପକ)

κακολογοῦντες τὴν ὁδὸν ἐνώπιον τοῦ πλήθους

ଲୋକମାନେ କ’ଣ ବିଶ୍ବାସ କରନ୍ତୁ ବୋଲି ଖ୍ରୀଷ୍ଟ ଚାହୁଁଥିଲେ, ସେ ବିଷୟକୁ ଏପରି କୁହାଯାଏ ସତେ ଯେପରି ଏହା ଏକ ରାସ୍ତା ଯହିଁରେ ଜଣେ ଲୋକ ଯାତ୍ରା କରେ I “ମାର୍ଗ” ଶବ୍ଦଟି ସେହି ସମୟରେ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉପାଧି ଥିଲା I ବିକଳ୍ପ ଅନୁବାଦ: “ଲୋକସମୂହ ସାକ୍ଷାତରେ ଖ୍ରୀଷ୍ଟିୟ ମାର୍ଗ ବିଷୟରେ ନିନ୍ଦା କରିବା” କିମ୍ବା “ଯେଉଁମାନେ ଖ୍ରୀଷ୍ଟଙ୍କର ଅନୁଗମନ କରି ଈଶ୍ବରଙ୍କ ବିଷୟରେ ତାହାଙ୍କ ଶିକ୍ଷା ପାଳନ କରନ୍ତି, ସେମାନଙ୍କ ବିଷୟରେ ଲୋକମାନଙ୍କୁ ମନ୍ଦ କଥା କହିବା” (ଦେଖ: ଉପମା/ରୂପକପ୍ରେରିତ ୯:୨)

κακολογοῦντες τὴν

ସମ୍ବନ୍ଧରେ ମନ୍ଦ ବିଷୟ କହିବାକୁ

ἐν τῇ σχολῇ Τυράννου

ବଡ କୋଠରୀରେ ଯେଉଁଠାରେ ତୁରାନ୍ନ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ

Τυράννου

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 19:10

πάντας τοὺς κατοικοῦντας τὴν Ἀσίαν ἀκοῦσαι τὸν λόγον τοῦ Κυρίου

ଏଠାରେ “ସମସ୍ତେ” ଏକ ସାଧାରଣ ଅନୁମାନ ଯାହାର ଅର୍ଥ ସମଗ୍ର ଆସିଆନିବାସୀ ସୁସାମାଚାର ଶୁଣିଲେ I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

τὸν λόγον τοῦ Κυρίου

ଏଠାରେ ‘ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟକ ସମ୍ବାଦ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 19:11

ଏଠାରେ “ସେମାନଙ୍କୁ” ଓ ସେମାନେ” ଶବ୍ଦଗୁଡ଼ିକ ରୋଗୀମାନଙ୍କୁ ବୁଝାଏ I

ଏଠାରେ “ହସ୍ତ” ପାଉଲଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ; “ଈଶ୍ବର ପାଉଲଙ୍କୁ ଆଶ୍ଚର୍ଯ୍ୟ କର୍ମ କରିବାକୁ ବ୍ୟବହାର କରୁଥିଲେ” କିମ୍ବା “ଈଶ୍ବର ପାଉଲଙ୍କ ଦେଇ ଆଶ୍ଚର୍ଯ୍ୟ କର୍ମ କରୁଥିଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 19:12

καὶ ἐπὶ τοὺς ἀσθενοῦντας ἀποφέρεσθαι ἀπὸ τοῦ χρωτὸς αὐτοῦ σουδάρια ἢ σιμικίνθια, καὶ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଏପରିକି ପାଉଲଙ୍କୁ ଛୁଇଁଥିବା ରୁମାଲ କିଅବା ଗାମୁଛା ରୋଗୀମାନଙ୍କ ପାଖକୁ ନେଉଥିଲେ”

καὶ ... ἀπὸ τοῦ χρωτὸς αὐτοῦ σουδάρια ἢ σιμικίνθια

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଏଗୁଡ଼ିକ ପାଉଲ ଛୁଇଁଥିବା ଲୁଗା ସାମଗ୍ରୀ କିମ୍ବା ୨) ଏଗୁଡ଼ିକ ଲୁଗା ସାମଗ୍ରୀ ଯାହା ପାଉଲ ପିନ୍ଧିଥିଲେ ବା ବ୍ୟବହାର କରିଥିଲେ I

σουδάρια

ମୁଣ୍ଡର ଚାରିପାଖେ ପିନ୍ଧାଯାଉଥିବା ଲୁଗା

σιμικίνθια

ଦେହରେ ପିନ୍ଧିଥିବା ଲୁଗାକୁ ସୁରକ୍ଷା କରିବାପାଇଁ ସମ୍ମୁଖରେ ପିନ୍ଧାଯାଉଥିବା ଲୁଗା

τοὺς ἀσθενοῦντας

ଏହା ରୋଗୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “”ରୋଗୀ ଲୋକମାନେ” କିମ୍ବା “ଯେଉଁମାନେ ରୋଗଗ୍ରସ୍ତ” (ଦେଖ: ବିଶେଷ୍ୟପରି ବିଶେଷଣ)

ἀπαλλάσσεσθαι ἀπ’ αὐτῶν τὰς νόσους

ରୋଗଗ୍ରସ୍ତ ଲୋକମାନେ ସୁସ୍ଥ ହେଲେ

Acts 19:13

ଏହା ଆଉ ଗୋଟିଏ ଘଟଣାର ଆରମ୍ଭ, ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I ଏହା ଯିହୂଦୀ ଭୂତୁଡିଆମାନଙ୍କ ବିଷୟରେ I

ἐξορκιστῶν

ଯେଉଁ ଲୋକମାନେ ଲୋକମାନଙ୍କଠାରୁ ଅବା ସ୍ଥାନରୁ ମନ୍ଦ ଆତ୍ମାଗୁଡ଼ିକୁ ବାହାର କରୁଥିଲେ

τὸ ὄνομα τοῦ Κυρίου Ἰησοῦ

ଏଠାରେ ‘ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

τὸν Ἰησοῦν, ὃν Παῦλος κηρύσσει

"ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା, ତେଣୁ ଏହି ଭୂତୁଡିଆମାନେ ଚାହୁଁଥିଲେ ଯେ ସେମାନେ କାହା ବିଷୟରେ କହୁଛନ୍ତି ଲୋକେ ଜାଣନ୍ତୁ I

τὸν Ἰησοῦν

ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ଅଧିକାରରେ” କିମ୍ବା “ଯୀଶୁଙ୍କର ଶକ୍ତିରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 19:14

Σκευᾶ

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 19:15

τὸν Ἰησοῦν γινώσκω, καὶ τὸν Παῦλον ἐπίσταμαι

ଆମ୍ଭେ ଯୀଶୁଙ୍କୁ ଓ ପାଉଲଙ୍କୁ ଜାଣୁ କିମ୍ବା “ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ଆମ୍ଭେ ପାଉଲଙ୍କୁ ଜାଣୁ”"

ὑμεῖς δὲ τίνες ἐστέ

ଭୂତୁଡିଆମାନଙ୍କର ଅଶୁଚି ଆତ୍ମାଗୁଡ଼ିକ ଉପରେ କୌଣସି ଅଧିକାର ନାହିଁ ବୋଲି ଗୁରୁତ୍ବ ଦେବାକୁ ଅଶୁଚି ଆତ୍ମା ଏହି ପ୍ରଶ୍ନ ପଚାରିଲା I ବିକଳ୍ପ ଅନୁବାଦ: “କିନ୍ତୁ ଆମ୍ଭେ ତୁମ୍ଭକୁ ଜାଣୁନାହୁଁ” କିମ୍ବା “କିନ୍ତୁ ତୁମ୍ଭର ଆମ୍ଭ ଉପରେ ଅଧିକାର ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 19:16

ଏହାର ଅର୍ଥ ଏହି ଯେ ଅଶୁଚି ଆତ୍ମା ସେହି ଆତ୍ମାବିଷ୍ଟ ଲୋକକୁ ଭୂତୁଡିଆମାନଙ୍କ ଉପରେ ଡେଇଁପଡ଼ିବାକୁ ଚଲାଇଲା I

αὐτοὺς

ଏହା ଅଶୁଚି ଆତ୍ମାଗୁଡିକୁ ଲୋକମାନଙ୍କଠାରୁ ଅବା ସ୍ଥାନରୁ ଦୂର କରିଦେବା ଲୋକମାନଙ୍କୁ ବୁଝାଏ I ତୁମେ ଏହାକୁ ପ୍ରେରିତ ୧୯:୧୩ରେ କିପରି ଅନୁବାଦ କଲ ତାହା ଦେଖ I

ଭୂତୁଡିଆମାନେ ଉଲଙ୍ଗ ହୋଇ ପଳାଇଗଲେ I

Acts 19:17

ἐμεγαλύνετο τὸ ὄνομα τοῦ Κυρίου Ἰησοῦ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପ୍ରଭୁଯୀଶୁଙ୍କର ନାମକୁ ସମ୍ଭ୍ରମ ଦେଲେ” କିମ୍ବା “ସେମାନେ ପ୍ରଭୁଯୀଶୁଙ୍କର ନାମକୁ ମହାନ୍ ବୋଲି ବିବେଚନା କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὸ ὄνομα

ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 19:18

ଏହା ଯିହୂଦୀ ଭୂତୁଡିଆମାନଙ୍କର ଘଟଣାକୁ ଶେଷ କରେ I

Acts 19:19

συνενέγκαντες τὰς βίβλους

"ସେମାନଙ୍କର ପୁସ୍ତକସବୁ ଏକତ୍ର କଲେ I “ପୁସ୍ତକସବୁ” ଶବ୍ଦଟି ନଳାକାର ପୁସ୍ତକସବୁକୁ ବୁଝାଏ ଯହିଁ ଉପରେ ଯାଦୁ ମନ୍ତ୍ର ଓ ବିଧିସବୁ ଲେଖାହୋଇଥିଲା I

ἐνώπιον πάντων

ସମସ୍ତଙ୍କ ସାକ୍ଷାତରେ I"

τὰς ... τιμὰς αὐτῶν

ପୁସ୍ତକଗୁଡିକର ମୁଲ୍ୟ କିମ୍ବା “ନଳାକାର ପୁସ୍ତକଗୁଡିକର ମୁଲ୍ୟ”

μυριάδας πέντε

"୫୦,୦୦୦ (ଦେଖ: ସଂଖ୍ୟାଗୁଡ଼ିକ)

ἀργυρίου

ଏକ “ରୌପ୍ୟ ମୁଦ୍ରା” ଜଣେ ସାଧାରଣ ମଜୁରିଆର ଆନୁମାନିକ ଗୋଟିଏ ଦିନର ମଜୁରୀ I (ଦେଖ: ବାଇବେଲ ସମ୍ବନ୍ଧୀୟ  ମୁଦ୍ରା)

Acts 19:20

ସେଥିପାଇଁଏହି ସବୁ ଶକ୍ତିଯୁକ୍ତ କାର୍ଯ୍ୟ ସକାଶୁ ଅଧିକରୁ ଅଧିକ ଲୋକ ପ୍ରଭୁ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣିଲେ I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 19:21

ପାଉଲ ଯିରୂଶାଲମକୁ ଯିବା ବିଷୟରେ କହୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଫିସ ଛାଡ଼ିନାହାନ୍ତି I

δὲ

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I

ἐπληρώθη ταῦτα ... ὁ Παῦλος

ଏଫିସରେ କରିବାପାଇଁ ଈଶ୍ବର ଦେଇଥିବା କାର୍ଯ୍ୟକୁ ପାଉଲ ସମ୍ପୂର୍ଣ୍ଣ କଲେ"

ἔθετο ... ἐν τῷ Πνεύματι

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପାଉଲ ସ୍ଥିର କଲେ କିମ୍ବା ୨) ପାଉଲ ଆପଣା ଅନ୍ତରାତ୍ମାରେ ସ୍ଥିର କଲେ, ଯାହାର ଅର୍ଥ ହେଉଛି ସେ ଆପଣା ମନରେ ସ୍ଥିର କଲେ I

Ἀχαΐαν

ରୋମୀୟ ପ୍ରଦେଶ ଆଖାୟାରେ କରିନ୍ଥ ଅବସ୍ଥିତ I ଏହା ଦକ୍ଷିଣ ଗ୍ରୀସ୍ ର ବୃହତ୍ତମ ନଗର ଓ ପ୍ରଦେଶର ରାଜଧାନୀ ଥିଲା I ପ୍ରେରିତ ୧୮:୧୨ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

δεῖ με καὶ Ῥώμην ἰδεῖν

ମୋତେ ରୋମ୍ କୁ ମଧ୍ୟ ଯାତ୍ରା କରିବାକୁ ହେବ

Acts 19:22

Ἔραστον

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

αὐτὸς ἐπέσχεν χρόνον εἰς τὴν Ἀσίαν

ପରବର୍ତ୍ତୀ କେତେକ ପଦରେ ଏହା ସ୍ପଷ୍ଟ କରାଯାଇଛି ଯେ ପାଉଲ ଏଫିସରେ ରହୁଛନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

αὐτὸς

ଗୁରୁତ୍ବ ଦେବାନିମନ୍ତେ ଏହାର ପୁନରାବୃତ୍ତି କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

Acts 19:23

ଦୀମୀତ୍ରିୟଙ୍କୁ ଘଟଣା ମଧ୍ୟରେ ପରିଚୟ କରାଯାଉଛି I ୨୪ ପଦ ଦୀମୀତ୍ରିୟଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛି I ଆର୍ତ୍ତେମୀ ଦେବୀର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ବୃହତ୍ ମନ୍ଦିର ଏଫିସରେ ଥିଲା, ଅନେକ ସମୟରେ ଆର୍ତ୍ତେମୀ ଦେବୀକୁ “ଡାଏନା” ବୋଲି ଅନୁବାଦ କରାଯାଏ I ସେ ଉର୍ବରତାର ଏକ ମିଥ୍ୟା ଦେବୀ ଥିଲା I (ଦେଖ: ପୃଷ୍ଠଭୂମି ସୂଚନାନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଲୂକ ଏକ ଗଣ୍ଡଗୋଳ ବିଷୟରେ କହନ୍ତି ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I

ἐγένετο ... τάραχος οὐκ ὀλίγος περὶ τῆς ὁδοῦ

ଏହା ଏକ ସାରାଂଶ ଆରମ୍ଭକାରୀ ଉକ୍ତି I

ἐγένετο ... τάραχος οὐκ ὀλίγος

"ଲୋକମାନେ ଅତି ବିଚଳିତ ହେଲେ I ପ୍ରେରିତ ୧୨:୧୮ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

τῆς ὁδοῦ

ଖ୍ରୀଷ୍ଟିୟାନ୍ ଧର୍ମକୁ ବୁଝାଇବା ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରାଯାଇଛି I ପ୍ରେରିତ ୯:୧ରେ ତୁମେ ଏହି ଉପାଧିକୁ କିପରି ଅନୁବାଦ କଲ ତାହା ଦେଖ I

Acts 19:24

“ଜଣେ” ଶବ୍ଦର ବ୍ୟବହାର ଘଟଣା ମଧ୍ୟରେ ଜଣେ ନୂଆ ଲୋକର ପରିଚୟ କରାଉଛି I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

ἀργυροκόπος

ଜଣେ ଶିଳ୍ପୀ ଯେ କି ରୂପା ଧାତୁରେ ମୂର୍ତ୍ତି ଓ ଅଳଙ୍କାର ତିଆରି କରିଥାଏ I

Δημήτριος ... ὀνόματι

ଏହା ଜଣେ ଲୋକର ନାମ I ଦୀମୀତ୍ରିୟ ଏଫିସର ଜଣେ ରୌପ୍ୟକାର ଯେ କି ପାଉଲ ଓ ସ୍ଥାନୀୟ ମଣ୍ଡଳୀର ବିରୁଦ୍ଧରେ ଥିଲା I(ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

παρείχετο ... οὐκ ὀλίγην ἐργασίαν

ମୂର୍ତ୍ତି ତିଆରି କରୁଥିବା ଲୋକମାନଙ୍କ ପାଇଁ ବହୁତ ଅର୍ଥ ଲାଭ କରୁଥିଲେ"

Acts 19:25

τοὺς περὶ τὰ τοιαῦτα ἐργάτας

ଏକ ବୃତ୍ତି ଗୋଟିଏ ପେଶା କିମ୍ବା କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ଅନ୍ୟ ଯେଉଁମାନେ ସେହି ପ୍ରକାର କାର୍ଯ୍ୟ କରୁଥିଲେ”

Acts 19:26

ଦୀମୀତ୍ରିୟ ଶିଳ୍ପକାରମାନଙ୍କୁ କହିବା ଜାରି ରଖିଛନ୍ତି I

ତୁମ୍ଭେମାନେ ଜାଣିଅଛ ଓ ବୁଝିଅଛ ଯେ

μετέστησεν ἱκανὸν ὄχλον

ପାଉଲ ଲୋକମାନଙ୍କୁ ମୂର୍ତ୍ତିପୂଜା କରିବାଠାରୁ ଅଟକାଇବା ବିଷୟକୁ ଏପରି କୁହାଯାଏ ସତେ ଯେପରି ପାଉଲ ପ୍ରତ୍ୟକ୍ଷ ଭାବରେ ଲୋକମାନଙ୍କୁ ଏକ ଭିନ୍ନ ଦିଗରେ ଫେରାଉଛନ୍ତି I ବିକଳ୍ପ ଅନୁବାଦ: “ଅନେକ ଲୋକମାନଙ୍କୁ ସ୍ଥାନୀୟ ଦେବତାଗୁଡିକର ପୂଜା କରିବାରୁ କ୍ଷାନ୍ତ କରୁଛନ୍ତି I (ଦେଖ: ଉପମା/ରୂପକ)

ଏଠାରେ “ହସ୍ତ” ସମଗ୍ର ବ୍ୟକ୍ତିକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ସେ କହୁଅଛି ଯେ ଲୋକମାନେ ତିଆରି କରୁଥିବା ମୂର୍ତ୍ତିଗୁଡିକ ପ୍ରକୃତ ଈଶ୍ବର ନୁହନ୍ତି I (ଦେଖ: ଶବ୍ଦର ବିଲୋପ ବା ଉହ୍ୟତାଉପଲକ୍ଷ୍ୟ ଅଳଙ୍କାର)

Acts 19:27

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଯେ ଲୋକମାନେ ଆଉ ଆମ୍ଭମାନଙ୍କଠାରୁ ମୂର୍ତ୍ତି କିଣିବାକୁ ଇଚ୍ଛା କରିବେ ନାହିଁ I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὸ ... τῆς μεγάλης θεᾶς Ἀρτέμιδος ἱερὸν, εἰς οὐθὲν λογισθῆναι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଭାବିବେ ଯେ ଆର୍ତ୍ତେମୀ ମହାଦେବୀର ଉପାସନା କରିବାପାଇଁ ମନ୍ଦିରକୁ ଯିବାରେ କୌଣସି ଲାଭ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଲୋକମାନେ ତା’ ବିଷୟରେ ଯାହା ଭାବନ୍ତି, କେବଳ ତହିଁରୁ ହିଁ ଆର୍ତ୍ତେମୀର ମହାନତା ଆସିଥାଏ I

ἣν ὅλη ἡ Ἀσία καὶ ἡ οἰκουμένη σέβεται

ଆର୍ତ୍ତେମୀ ଦେବୀ ଯେ କେତେ ଲୋକପ୍ରିୟ ଥିଲା, ଏହା ଦେଖାଇବା ଏକ ଅତିରଞ୍ଜନ I ଏଠାରେ “ଆସିଆ” ଓ “ଜଗତ” ଆସିଆ ଓ ଜଣାଶୁଣା ଜଗତର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହାକୁ ଆସିଆ ଓ ଜଗତର ଅନ୍ୟ ସ୍ଥାନଗୁଡିକର ଅନେକ ଲୋକ ଉପାସନା କରନ୍ତି” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି ଲାକ୍ଷଣିକ ଶବ୍ଦ)

Acts 19:28

ଏଠାରେ “ସେମାନେ” ମୂର୍ତ୍ତି ତିଆରି କରୁଥିବା ଶିଳ୍ପକାରମାନଙ୍କୁ ବୁଝାଏ (ପ୍ରେରିତ ୧୯: ୨୪-୨୫)I

ଏହା ଶିଳ୍ପକାରମାନଙ୍କ ବିଷୟରେ କହେ ଯେ ସତେ ଯେପରି ସେମାନେ ପାତ୍ର ଅଟନ୍ତି I ଏଠାରେ “କ୍ରୋଧ” ବିଷୟରେ କୁହାଯାଏ ସତେ ଯେପରି ତାହା କିଛି ଜିନିଷ ଯାହା ପାତ୍ରକୁ ପରିପୂର୍ଣ୍ଣ କରିଥାଏ I ବିକଳ୍ପ ଅନୁବାଦ: “ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ” (ଦେଖ: ଉପମା/ରୂପକ)

ἔκραζον

ଚିତ୍କାର କଲେ କିମ୍ବା “ପାଟି କଲେ”

Acts 19:29

ଏଠାରେ “ନଗର” ଲୋକମାନଙ୍କୁ ବୁଝାଏ I ନଗର ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା ଏକ ପାତ୍ର ଅଟେ I ଆଉ “ଗଣ୍ଡଗୋଳ” ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା କିଛି ପଦାର୍ଥ ଯାହା ପାତ୍ରକୁ ପରିପୂର୍ଣ୍ଣ କଲା I ବିକଳ୍ପ ଅନୁବାଦ: “ସମଗ୍ର ନଗରରେ ଲୋକମାନେ ବିଚଳିତ ହୋଇ ଚିତ୍କାର କରିବାକୁ ଆରମ୍ଭ କଲେ” (ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

ὥρμησάν ... ὁμοθυμαδὸν

ଏହା ଗୋଟିଏ ଦଙ୍ଗାକାରୀ ଦଳ କିମ୍ବା ଗଣ୍ଡଗୋଳିଆ ପରିସ୍ଥିତି

εἰς τὸ θέατρον

ଏଫିସର ରଙ୍ଗଭୂମି ନାଟକ ଓ ସଂଗୀତ ଭଳି ସର୍ବସାଧାରଣ ସଭା ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିଲା I ଏହା ଏକ ଅର୍ଦ୍ଧ ବୃତ୍ତାକାର ଖୋଲା ଅଞ୍ଚଳ ଯହିଁରେ ହଜାର ହଜାର ଲୋକ ବସିବାର ସୁବିଧା ଥିଲା I

συνεκδήμους Παύλου

ପାଉଲଙ୍କ ସହିତ ଥିବା ଲୋକମାନେ

Γάϊον καὶ Ἀρίσταρχον

ଏଗୁଡିକ ପୁରୁଷ ଲୋକମାନଙ୍କର ନାମ I ଗାୟ ଓ ଆରିସ୍ତାର୍ଖ ମାକିଦନିଆରୁ ଆସିଥିଲେ, କିନ୍ତୁ ଏହି ସମୟରେ ଏଫିସରେ ପାଉଲଙ୍କ ସାଙ୍ଗରେ କାର୍ଯ୍ୟ କରୁଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 19:30

ଏଫିସ ରୋମୀୟ ସାମ୍ରାଜ୍ୟର ଅଂଶ ଓ ଆସିଆ ପ୍ରଦେଶରେ ଥିଲା I

Acts 19:31

ଏଫିସର ରଙ୍ଗଭୂମି ନାଟକ ଓ ସଂଗୀତ ଭଳି ସର୍ବସାଧାରଣ ସଭା ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିଲା I ଏହା ଏକ ଅର୍ଦ୍ଧ ବୃତ୍ତାକାର ଖୋଲା ଅଞ୍ଚଳ ଯହିଁରେ ହଜାର ହଜାର ଲୋକ ବସିବାର ସୁବିଧା ଥିଲା I ପ୍ରେରିତ ୧୯:୨୯ରେ ତୁମେ “ରଙ୍ଗଭୂମି”କୁ କିପରି ଅନୁବାଦ କଲ ତାହା ଦେଖ I

Acts 19:33

Ἀλέξανδρον

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

κατασείσας τὴν χεῖρα

ଆଲେକ୍ ଜାଣ୍ଡର ଇଙ୍ଗିତ କରି ଲୋକମାନଙ୍କୁ ନିରବ ରହିବାକୁ କହୁଥିଲେ ବୋଲି ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ନିରବ ରୁହନ୍ତୁ ବୋଲି ଇଙ୍ଗିତ କଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀπολογεῖσθαι

ଏହା ସ୍ପଷ୍ଟ ନୁହେଁ ଯେ ଆଲେକ୍ ଜାଣ୍ଡର କାହାର ବା କେଉଁ ବିଷୟର ପକ୍ଷ ସମର୍ଥନ କରିବାକୁ ଚାହୁଁଥିଲେ I ଯଦି ତୁମର ଭାଷା ଏହି ସୂଚନା ଆବଶ୍ୟକ କରେ, ତେବେ “କ’ଣ ସବୁ ଘଟୁଥିଲା ବୁଝାଇବାକୁ” ଭଳି ସାଧାରଣ ବାକ୍ୟାଂଶଟି ବ୍ୟବହାର କରିବା ସବୁଠାରୁ ଭଲ ହେବ I

Acts 19:34

ଲୋକମାନଙ୍କର ଏକ ସମୟରେ ଏକତ୍ର ଚିତ୍କାରକୁ ଏପରି କୁହାଯାଏ ଯେ ସତେ ଯେପରି ସେମାନେ ଏକ ସ୍ବରରେ କଥା କହୁଥିଲେ I ବିକଳ୍ପ ଅନୁବାଦ: “ମିଳିତଭାବରେ” କିମ୍ବା “ଏକତ୍ର” (ଦେଖ: ଉପମା/ରୂପକ)

Acts 19:35

“ତୁମ୍ଭେମାନେ” ଶବ୍ଦ ଏଫିସରୁ ଆସି ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ଏଫିସ ନଗରର ବେବର୍ତ୍ତା ଲୋକମାନଙ୍କୁ ଶାନ୍ତ ହେବାପାଇଁ କହୁଛନ୍ତି I

ὁ γραμματεὺς

ଏହା ସହରର “ଲେଖକ” କିମ୍ବା “ସଚିବ”କୁ ବୁଝାଏ I

ଲୋକମାନେ ଯଥାର୍ଥ ବୋଲି ସେମାନଙ୍କୁ ସାନ୍ତ୍ବନା ଦେଇ ଭରସା ଦେବାକୁ ନଗରବେବର୍ତ୍ତା ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ସମସ୍ତେ ଜାଣନ୍ତି ଯେ ଏଫିସୀୟ ନଗର ହେଉଛି ଆକାଶରୁ .... ମନ୍ଦିରର ପରିଚାରିକା I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ).

ὃς οὐ γινώσκει

ସମସ୍ତେ ଏହା ଜାଣନ୍ତି ବୋଲି ଗୁରୁତ୍ବ ଦେବାନିମନ୍ତେ ନଗରବେବର୍ତ୍ତା “କିଏ ନ ଜାଣେ” ବାକ୍ୟାଂଶ ବ୍ୟବହାର କରୁଛନ୍ତି I (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

νεωκόρον

ଏଫିସୀୟ ଲୋକମାନେ ଆର୍ତ୍ତେମୀ ମନ୍ଦିରର ପରିଚାଳନା ଓ ସୁରକ୍ଷା କରୁଥିଲେ I

τοῦ διοπετοῦς

ଆର୍ତ୍ତେମୀ ମନ୍ଦିର ଭିତରେ ଦେବୀର ଗୋଟିଏ ପ୍ରତିମୂର୍ତ୍ତି ଥିଲା I ଏହା ଆକାଶରୁ ପଡିଥିବା ଏକ ଉଲକା ଖଣ୍ଡରେ ନିର୍ମିତ ହୋଇଥିଲା I ଲୋକମାନେ ଭାବୁଥିଲେ ଯେ ଏହି ପଥର ସିଧାସଳଖ ଗ୍ରୀକ୍ ଦେବତା (ପ୍ରତିମା)ମାନଙ୍କର ଅଧିପତି ବୃହସ୍ପତିଠାରୁ ଆସିଅଛି I

Acts 19:36

ἀναντιρρήτων οὖν ὄντων τούτων

ଯେହେତୁ ତୁମ୍ଭେମାନେ ଏସବୁ ଜାଣିଅଛ

μηδὲν προπετὲς πράσσειν

ଏ ବିଷୟରେ ଭାବିବାକୁ ସମୟ ନ ନେଇ ତୁମ୍ଭେମାନେ କିଛି କର ନାହିଁ

προπετὲς

ସୁବିବେଚନା ନ କରି

Acts 19:37

τοὺς ἄνδρας τούτους

“ଯେଉଁ ଲୋକମାନଙ୍କୁ” ଶବ୍ଦ ପାଉଲଙ୍କର ଯାତ୍ରା ସଙ୍ଗୀ ଗାୟ ଓ ଆରିସ୍ତାର୍ଖଙ୍କୁ ବୁଝାଏ(ପ୍ରେରିତ ୨୯:୧୯) I

Acts 19:38

ନଗରବେବର୍ତ୍ତା ଲୋକମାନଙ୍କୁ କହିବା ଶେଷ କରୁଛନ୍ତି I

οὖν

"କାରଣ ମୁଁ ଯାହା ଏହିକ୍ଷଣି କହିଅଛି ତାହା ସତ୍ୟ ଅଟେ I ନଗରବେବର୍ତ୍ତା ପ୍ରେରିତ ୧୯:୩୭ରେ କହିଥିଲେ ଯେ ଗାୟ ଓ ଆରିସ୍ତାର୍ଖ ଲୁଣ୍ଠନକାରୀ କିମ୍ବା ମହାଦେବୀଙ୍କ ନିନ୍ଦକ ନୁହନ୍ତି I

ἔχουσιν πρός τινα λόγον

“ଅଭିଯୋଗ” ଶବ୍ଦଟିକୁ କ୍ରିୟା ଭାବରେ “ଅଭିଯୋଗ କରିବା” ବୋଲି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ : “କାହାରି ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହୁଁଛ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἀνθύπατοί

ରୋମୀୟ ଶାସନକର୍ତ୍ତାଙ୍କର ପ୍ରତିନିଧି ଯିଏ ବିଚାରାଳୟରେ ଆଇନଗତ ନିଷ୍ପତ୍ତି ନେଉଥିଲେ (ଦେଖ: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)

ἐγκαλείτωσαν ἀλλήλοις

ଏହାର ଅର୍ଥ ନୁହେଁ ଯେ ଦୀମୀତ୍ରିୟ ଓ ତାହାର ସଙ୍ଗୀମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବେ I ଏହାର ଅର୍ଥ ଏହି ସ୍ଥାନରେ ଲୋକମାନେ ସାଧାରଣଭାବରେ ଆପଣା ଆପଣାର ଅଭିଯୋଗ କରିପାରିବେ I ବିକଳ୍ପ ଅନୁବାଦ: “ସେଠାରେ ଲୋକମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରି କରିବେ”"

Acts 19:39

εἰ δέ τι περὶ ἑτέρων ἐπιζητεῖτε

କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଆଲୋଚନାର ବିଷୟ ଥାଏ

ἐν τῇ ἐννόμῳ ἐκκλησίᾳ ἐπιλυθήσεται

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଏହାକୁ ନିୟମିତ ସଭାରେ ସମାଧାନ କରିବା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῇ ἐννόμῳ ἐκκλησίᾳ

ଏହା ନାଗରିକମାନଙ୍କର ଏକ ସର୍ବସାଧାରଣ ସମାବେଶ ଯେଉଁଥିରେ ନଗରବେବର୍ତ୍ତା ସଭାପତିତ୍ବ କରୁଥିଲେ I

Acts 19:40

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଜିର ଗଣ୍ଡଗୋଳ ଘେନି ରୋମୀୟ ଶାସନକର୍ତ୍ତାମାନଙ୍କର ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାର ଆଶଙ୍କା ଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 20

ପ୍ରେରିତ ୨୦ ସାଧାରଣ ସୂଚନା## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ଲୂକ ପାଉଲଙ୍କର ଯିରୂଶାଲମକୁ ଯିବା ପୂର୍ବରୁ ମାକିଦନିଆ ଓ ଆସିଆ ପ୍ରଦେଶରେ ଥିବା ବିଶ୍ବାସୀ ମାନଙ୍କୁ ତାଙ୍କର ଶେଷ ପରିଦର୍ଶନ ବିଷୟରେ ବର୍ଣ୍ଣନା କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଦୌଡ

ପାଉଲ ଯୀଶୁଙ୍କପାଇଁ ଜୀବନଯାପନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଏକ ପ୍ରତିଯୋଗିତାରେ ଦୌଡୁଛନ୍ତି I ଏହା ଦ୍ବାରା ସେ କହିବାକୁ ଚାହୁଁଛନ୍ତି ଯେ କଷ୍ଟକର ସମୟ ଆସିଲେ ମଧ୍ୟ କିମ୍ବା ପ୍ରତିଯୋଗିତାରୁ ଓହରିଯିବାକୁ ଇଚ୍ଛା କରୁଥିଲେ ମଧ୍ୟ ତାଙ୍କୁ କଠିନ ପରିଶ୍ରମ କରିବାକୁ ହେବ I (ଦେଖ: ଉପମା/ରୂପକଅନୁଶାସନ, ଆତ୍ମନିୟନ୍ତ୍ରଣ ବା ଆତ୍ମସଂଯମ )

“ଆତ୍ମାଙ୍କ ଦ୍ବାରା ଦୃଢରୂପେ ଚାଳିତ ହେଲେ”

ପାଉଲ ଭାବିଥିଲେ ଯେ ଯଦିଓ ସେ ଯିରୂଶାଲମକୁ ଯିବାକୁ ଚାହୁଁ ନ ଥିଲେ, ତଥାପି ପବିତ୍ର ଆତ୍ମା ତାଙ୍କୁ ଯିରୂଶାଲମକୁ ଯାଆନ୍ତୁ ବୋଲି ଚାହୁଁଛନ୍ତି I ସେହି ଏକା ପବିତ୍ର ଆତ୍ମା ଅନ୍ୟମାନଙ୍କୁ ଜଣାଇଥିଲେ ଯେ ପାଉଲ ଯିରୂଶାଲମରେ ପହଞ୍ଚିଲେ, ଲୋକମାନେ ତାହାଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କରିବେ I

Acts 20:1

ପାଉଲ ଏଫିସରୁ ପ୍ରସ୍ଥାନ କରି ତାଙ୍କର ଯାତ୍ରାରେ ଅଗ୍ରସର ହେଉଛନ୍ତି I

ଗଣ୍ଡଗୋଳ ପରେ କିମ୍ବା “ଗଣ୍ଡଗୋଳ ଘଟିଲା ପରେ”

παρακαλέσας ἀσπασάμενος

ବିଦାୟ ଘେନି

Acts 20:2

παρακαλέσας αὐτοὺς λόγῳ πολλῷ

ବିଶ୍ବାସୀମାନଙ୍କୁ ବହୁତ ଉତ୍ସାହ ଦେଇଥିଲେ କିମ୍ବା “ବିଶ୍ବାସୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଅନେକ ବିଷୟ କହିଥିଲେ”

Acts 20:3

ποιήσας τε μῆνας τρεῖς

"ସେଠାରେ ସେ ତିନି ମାସ ରହିଲ ପରେ I ଏହା ସମୟ ବିଷୟରେ କହେ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଲୋକ ଖର୍ଚ୍ଚ କରିପାରିବ I(ଦେଖ: ଉପମା/ରୂପକ)

γενομένης ἐπιβουλῆς αὐτῷ ὑπὸ τῶν Ἰουδαίων

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କଲେ” କିମ୍ବା “ଯିହୂଦୀମାନେ ତାହାଙ୍କର ଅନିଷ୍ଟ କରିବାପାଇଁ ଏକ ଗୁପ୍ତ ଯୋଜନା କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὑπὸ τῶν Ἰουδαίων

ଏହାର ଅର୍ଥ କେବଳ କେତେକ ଯିହୂଦୀମାନେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀମାନଙ୍କ ଦ୍ବାରା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

μέλλοντι ἀνάγεσθαι εἰς τὴν Συρίαν

(See: @)ସୁରିଆକୁ ଯାତ୍ରା କରିବାକୁ ପ୍ରସ୍ତୁତ ଥିବା ସମୟରେ"

Acts 20:4

ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ (ପ୍ରେରିତ ୨୦:୧) I ପରବର୍ତ୍ତୀ ପଦଗୁଡିକରେ ଥିବା ସବୁ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଲେଖକଙ୍କୁ ଓ ପାଉଲଙ୍କୁ ଏବଂ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I(ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ତାହାଙ୍କ ସାଙ୍ଗରେ ଯାତ୍ରା କଲେ

ଏସବୁ ଲୋକମାନଙ୍କର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏସବୁ ସ୍ଥାନଗୁଡିକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏସବୁ ଲୋକମାନଙ୍କର ନାମ I ପ୍ରେରିତ ୧୯:୨୯ରେ ତୁମେ ଏସବୁ ନାମକୁ କିପରି ଅନୁବାଦ କଲ ତାହା ଦେଖ I

Acts 20:5

Τρῳάδι

ଏହା ଗୋଟିଏ ସ୍ଥାନର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

οὗτοι ... προσελθόντες

ଏହି ଲୋକମାନେ ଆମ୍ଭମାନଙ୍କ ପୂର୍ବରୁ ଯାତ୍ରା କରିଥିଲେ

Acts 20:6

τὰς ἡμέρας τῶν Ἀζύμων

ଏହା ଯିହୂଦୀମାନଙ୍କ ନିସ୍ତାରପର୍ବ ଋତୁର ଯିହୂଦୀ ଧର୍ମ ସମ୍ବନ୍ଧୀୟ ପର୍ବର ସମୟକୁ ବୁଝାଏ I [ପ୍ରେରିତ ୧୨:୩] (../12/03.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 20:7

ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତActs 20:4-6)

ଲୂକ ତ୍ରୋୟାରେ ପାଉଲଙ୍କ ପ୍ରଚାର ବିଷୟରେ ଓ ଇଉତୁଖଙ୍କୁ କ’ଣ ଘଟିଲା ସେ ବିଷୟରେ କହୁଛନ୍ତି I

κλάσαι ἄρτον

ରୋଟୀ ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଏହା ସରଳ ଭାବରେ ଏକତ୍ର ମିଶି ଭୋଜନ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଖାଦ୍ୟ ଭୋଜନ କଲେ” କିମ୍ବା ୨) ଏହା ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ସ୍ମରଣ କରିବା ନିମନ୍ତେ ସେମାନେ ଏକତ୍ର ମିଶି କରୁଥିବା ଭୋଜନକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଭୋଜ ଭୋଜନ କରିବା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ସେ କହିବାକୁ ଲାଗିଲେ

Acts 20:8

ὑπερῴῳ

ଏହା ହୁଏତ ଏକ ତିନି ମହଲା ବିଶିଷ୍ଟ ଗୃହ ହୋଇଥିବ I

Acts 20:9

ଏଠାରେ “ସେ ନିଜେ” ଶବ୍ଦ ପାଉଲଙ୍କୁ ବୁଝାଏ I ପ୍ରଥମ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ; ଦ୍ବିତୀୟ “ସେ” ଶବ୍ଦ ଯୁବା ଇଉତୁଖଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦ ଇଉତୁଖଙ୍କୁ ବୁଝାଏ I

ଏହା କାନ୍ଥଧାରରେ ଖୋଳାହୋଇଥିବା ଏକ ଯଥେଷ୍ଟ ଓସାରିଆ ଥାକ ଯାହା ଉପରେ ଜଣେ ବସିପାରିବ I

Εὔτυχος

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

καταφερόμενος ὕπνῳ βαθεῖ

ଏହା ନିଦ୍ରା ବିଷୟରେ ଏପରି କହେ ସତେ ଯେପରି ଏହା ଏକ ଗଭୀର ଗର୍ତ୍ତ, ଯହିଁ ଭିତରକୁ ଜଣେ ପଡିଯାଇପାରିବ I ବିକଳ୍ପ ଅନୁବାଦ:”ଯେ ଘୋର ନିଦ୍ରାରେ ଶୋଇଗଲା” କିମ୍ବା “ଯେ ପରିଶେଷରେ ଘୋର ନିଦ୍ରାରେ ଶୋଇଯିବା ପର୍ଯ୍ୟନ୍ତ ଆହୁରି ଆହୁରି କ୍ଲାନ୍ତ ହୋଇଗଲା” (ଦେଖ: ଉପମା/ରୂପକ)

τριστέγου ... καὶ ἤρθη νεκρός

ଯେତେବେଳେ ସେମାନେ ତାହାର ଅବସ୍ଥା ଦେଖିବାପାଇଁ ତଳକୁ ଗଲେ, ସେମାନେ ତାକୁ ମୃତ ଦେଖିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୃତୀୟ ମହଲା; ଆଉ ସେମାନେ ଯେତେବେଳେ ତାହାକୁ ଉଠାଇଲେ, ସେମାନେ ସେ ମୃତ ବୋଲି ଜାଣିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τριστέγου

ଏହାର ଅର୍ଥ ଭୂମିସ୍ଥିତ ମହଲାଠାରୁ ଦୁଇ ମହଲା ଉପରେ I ଯଦି ତୁମର ସଂସ୍କୃତିରେ ଭୂମିସ୍ଥିତ ମହଲାକୁ ଗଣାଯାଏ ନାହିଁ, ତେବେ ତୁମେ ଏହାକୁ “ଦ୍ବିତୀୟ ମହଲା” ବୋଲି କହିପାର I

Acts 20:11

ଏଠାରେ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I

ଏହା ତ୍ରୋୟାରେ ପାଉଲଙ୍କ ପ୍ରଚାର ଓ ଇଉତୁଖଙ୍କ ବିଷୟରେ ଘଟଣାର ଅଂଶକୁ ଶେଷ କରୁଛି I

κλάσας τὸν ἄρτον

ଭୋଜନ ସମୟରେ ରୋଟୀ ଏକ ସାଧାରଣ ଖାଦ୍ୟ ଥିଲା I ଏଠାରେ “ରୋଟୀ ଭାଙ୍ଗିବା”ର ଅର୍ଥ ସମ୍ଭବତଃ ସେମାନଙ୍କ ଭୋଜନରେ କେବଳ ରୋଟୀ ନୁହେଁ, ମାତ୍ର ଅନେକ ପ୍ରକାରର ଖାଦ୍ୟ ରହୁଥିଲା I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

οὕτως ἐξῆλθεν

ସେ ପ୍ରସ୍ଥାନ କଲେ

Acts 20:12

τὸν παῖδα

ଏହା ଇଉତୁଖଙ୍କୁ ବୁଝାଏ(ପ୍ରେରିତ ୨୦:୯)I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ୧୪ ବର୍ଷରୁ ଅଧିକ ବୟସର ଜଣେ ଯୁବା ଲୋକ ଥିଲା କିମ୍ବା ୨) ସେ ଜଣେ ୯ ରୁ ୧୪ ବର୍ଷର ବାଳକ ଥିଲା ଅବା ୩) “ବାଳକ” ଶବ୍ଦ ସୂଚିତ କରେ ଯେ ସେ ଜଣେ ଦାସ କିମ୍ବା ଜଣେ କ୍ରୀତଦାସ ଥିଲା I

Acts 20:13

“ସେ,” ସେ ନିଜେ” ଓ ତାହାଙ୍କୁ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକ ଓ ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଲେଖକ ଲୂକ, ପାଉଲ ଓ ତାହାଙ୍କର ଅନ୍ୟ ସଙ୍ଗୀମାନେ ସେମାନଙ୍କର ଯାତ୍ରାରେ ଅଗ୍ରସର ହେଉଛନ୍ତି; ତଥାପି ପାଉଲ ଯାତ୍ରାର କିଛି ଅଂଶ ପୃଥକ୍ ଭାବରେ ଯାଉଛନ୍ତି I

“ଆମ୍ଭେମାନେ” ଶବ୍ଦଟି ଗୁରୁତ୍ବ ବଢାଉଛି ଓ ପାଉଲ ଯେ କି ଜାହାଜରେ ଯାତ୍ରା କଲେ ନାହିଁ, ତାଙ୍କଠାରୁ ଲୂକ ଓ ତାଙ୍କର ସଙ୍ଗୀ ମାନଙ୍କୁ ପୃଥକ୍ କରୁଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

ἀνήχθημεν ἐπὶ τὴν Ἆσσον

ଆସସ୍ ଏକ ସହର ଯାହା ଏଜିୟାନ୍ ସମୁଦ୍ର ଉପକୂଳରେ ଥିବା ବର୍ତ୍ତମାନର ତୁର୍କୀର ବେହରାମର ତଳ ଭାଗରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

“ସେ ନିଜେ” ଶବ୍ଦ ଏହା ଗୁରୁତ୍ବ ଦେବାକୁ ବ୍ୟବହାର କରାଯାଇଛି ଯେ ପାଉଲ ତାହା ହିଁ ଚାହୁଁଥିଲେ I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

πεζεύειν

ସ୍ଥଳ ଭାଗରେ ଯାତ୍ରା କରିବାକୁ

Acts 20:14

ἤλθομεν εἰς Μιτυλήνην

ମିତୁଲୀନୀ ଏକ ସହର ଯାହା ଏଜିୟାନ୍ ସମୁଦ୍ର ଉପକୂଳରେ ଥିବା ବର୍ତ୍ତମାନର ତୁର୍କୀର ମିତିଲୀନୀରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 20:15

"ଏଠାରେ “ଆମ୍ଭେମାନେ"" ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)"

ἄντικρυς Χίου

ଦ୍ବୀପ ପାଖରେ କିମ୍ବା “ ଦ୍ବୀପର ଆର ପାଖରେ”

Χίου

ଖିଅ ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

παρεβάλομεν εἰς Σάμον

ଆମ୍ଭେମାନେ ସାମ ଦ୍ବୀପରେ ପହଞ୍ଚିଲୁ

Σάμον

ସାମ ଖିଅର ଦକ୍ଷିଣରେ ଥିବା ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Μίλητον

ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 20:16

κεκρίκει γὰρ ὁ Παῦλος παραπλεῦσαι τὴν Ἔφεσον

ପାଉଲ ମୀଲୀତରେ ପହଞ୍ଚିବାପାଇଁ ଏଫିସ ବନ୍ଦର ନଗରୀର ଦକ୍ଷିଣ ଭାଗ ଦେଇ, ଆହୁରି ଦକ୍ଷିଣକୁ ଯାତ୍ରା କଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ὅπως μὴ γένηται αὐτῷ χρονοτριβῆσαι

ଏହା “ସମୟ” ବିଷୟରେ କହେ ସତେ ଯେପରି ଏହା ଏକ ସାମଗ୍ରୀ, ଯାହା ଜଣେ ଖର୍ଚ୍ଚ କରିପାରିବ କିମ୍ବା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେପରି ତାଙ୍କୁ ଆଉ କିଛି ସମୟ ପାଇଁ ରହିବାକୁ ପଡ଼ିବ ନାହିଁ” କିମ୍ବା “ଯେପରି ତାଙ୍କର ଆଉ ବିଳମ୍ବ ହେବ ନାହିଁ” (ଦେଖ: ଉପମା/ରୂପକ)

Acts 20:17

ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ସେ କହୁଥିବା ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ପାଉଲ ଏଫିସ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I

τῆς Μιλήτου

ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I ତୁମେ ଏହାକୁ ପ୍ରେରିତ ୨୦:୧୫ରେ କିପରି ଅନୁବାଦ କଲ ତାହା ଦେଖ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 20:18

ὑμεῖς

ଏଠାରେ “ତୁମ୍ଭେମାନେ ନିଜେ” ଗୁରୁତ୍ବ ଦେବପାଇଁ ବ୍ୟବହାର କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

ଏଠାରେ “ପାଦ” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଆସିଆରେ ପଦାର୍ପଣ କଲି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ଏହା ସମୟ ବିଷୟରେ କହେ ସତେ ଯେପରି ଏହା କିଛି ଜିନିଷ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ମୁଁ ନିଜେ ସର୍ବଦା କିପରି ଆଚରଣ କରିଥିଲି” (ଦେଖ: ଉପମା/ରୂପକ)

Acts 20:19

ταπεινοφροσύνης

ଏହା ନମ୍ର ହେବା ବିଷୟରେ କିଛି କୁହେ ସତେ ଯେପରି ଏହା ଭୂମି ପର୍ଯ୍ୟନ୍ତ ନିମ୍ନ ଅଟେ I “ମନ” ଶବ୍ଦଟି ଜଣେ ଲୋକର ଆନ୍ତରିକ ଆଚରଣକୁ ବୁଝାଏ I ବିକଳ୍ପ ଅନୁବାଦ: “ନମ୍ରତା” କିମ୍ବା “ବିନମ୍ରତା” (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

δακρύων

ଏଠାରେ “ଅଶ୍ରୁ” ଦୁଃଖ ଅନୁଭବ କରିବା ଓ କ୍ରନ୍ଦନ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ସେବା କରୁଥିବା ସମୟରେ ମୁଁ କ୍ରନ୍ଦନ କରୁଅଛି” (ଦେଖ: ଲାକ୍ଷଣିକ ଶବ୍ଦ)

πειρασμῶν, τῶν συμβάντων μοι

"ଦୁଃଖଭୋଗ ଏକ ଗୁଣବାଚକ ବିଶେଷ୍ୟ I ଏହାର ଅର୍ଥକୁ ଏକ କ୍ରିୟା ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ଦୁଃଖଭୋଗ କରୁଥିଲି” (ଦେଖ: https://git.door43.org/translationCore-Create-BCS/or_ta/src/branch/master/translate/figs-abstractnouns/01.md)

τῶν ... Ἰουδαίων

ଏହା ପ୍ରତ୍ୟେକ ଯିହୂଦୀକୁ ବୁଝାଏ ନାହିଁ I ଏହା ଆମ୍ଭମାନଙ୍କୁ ଜଣାଇଦିଏ ଯେ କେଉଁମାନେ ଷଡଯନ୍ତ୍ର କରୁଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀମାନଙ୍କ ମଧ୍ୟରୁ କେତେକ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 20:20

ὡς οὐδὲν ὑπεστειλάμην ... τοῦ μὴ ἀναγγεῖλαι ὑμῖν

ତୁମ୍ଭେମାନେ ଜାଣ ଯେ ମୁଁ କେବେ ବି ନୀରବ ନ ଥିଲି, କିନ୍ତୁ ମୁଁ ସର୍ବଦା ତୁମ୍ଭମାନଙ୍କୁ ଜଣାଇଅଛି"

κατ’ οἴκους

ପାଉଲ ଲୋକମାନଙ୍କୁ ବିଭିନ୍ନ ବ୍ୟକ୍ତିଗତ ଗୃହଗୁଡିକରେ ଶିକ୍ଷା ଦେଲେ I “ମୁଁ ଶିକ୍ଷା ଦେଲି” ଶବ୍ଦଗୁଡିକ ବୁଝିହୁଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଗୃହରେ ଥିବା ସମୟରେ ମୁଁ ମଧ୍ୟ ଶିକ୍ଷା ଦେଇଥିଲି” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 20:21

τὴν εἰς Θεὸν μετάνοιαν καὶ πίστιν εἰς τὸν Κύριον ἡμῶν, Ἰησοῦν

ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ” ଓ “ବିଶ୍ଵାସ” କୁ କ୍ରିୟା ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ସେମାନଙ୍କୁ ଈଶ୍ବରଙ୍କ ଛାମୁରେ ମନ ପରିବର୍ତ୍ତନ କରି ଆମ୍ଭମାନଙ୍କ ପ୍ରଭୁଯୀଶୁଙ୍କଠାରେ ବିଶ୍ବାସ କରିବାକୁ ହେବ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 20:22

ଏଠାରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I

δεδεμένος ... τῷ Πνεύματι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଆତ୍ମା ମୋତେ ସେଠାକୁ ଯିବାପାଇଁ ବଳାଉଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὰ ἐν αὐτῇ συναντήσοντά μοι, μὴ εἰδώς

ଆଉ ମୁଁ ଜାଣେ ନାହିଁ ମୋ ପ୍ରତି ସେଠାରେ କ’ଣ ଘଟିବ

Acts 20:23

δεσμὰ καὶ θλίψεις με μένουσιν

ଏଠାରେ “ବନ୍ଧନ” ପାଉଲ ବନ୍ଦୀ ହୋଇ କାରାଗାରରେ ନିକ୍ଷେପ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକେ ମୋତେ କାରାଗାରରେ ପକାଇ କ୍ଲେଶ ଦେବେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 20:24

ଏହା ପାଉଲଙ୍କର “ଦୌଡ” ଓ ସେବାକାର୍ଯ୍ୟ” ବିଷୟରେ କହେ ସତେ ଯେପରି ସେଗୁଡିକ କିଛି ପଦାର୍ଥ ଯାହା ଯୀଶୁ ଦେଉଛନ୍ତି ଓ ପାଉଲ ଗ୍ରହଣ କରୁଛନ୍ତି I ଏଠାରେ “ଦୌଡ” ଓ “ସେବାକାର୍ଯ୍ୟ” ମୂଳତଃ ସମାନ ବିଷୟକୁ ବୁଝାଏ I ଗୁରୁତ୍ବ ଦେବା ସକାଶେ ପାଉଲ ଏହା ପୁନରାବୃତ୍ତି କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ପ୍ରଭୁଯୀଶୁ ମୋତେ ଯେଉଁ କାର୍ଯ୍ୟ କରିବାକୁ ଆଦେଶ ଦେଇଛନ୍ତି ସେହି କାର୍ଯ୍ୟକୁ ମୁଁ ସମ୍ପୂର୍ଣ୍ଣ କରିପାରେ” (ଦେଖ: ଉପମା/ରୂପକଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ଯୀଶୁ ତାହାଙ୍କୁ ଯେଉଁ କାର୍ଯ୍ୟ କରିବାକୁ ଆଦେଶ ଦେଇଛନ୍ତି ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଏକ ପ୍ରତିଯୋଗିତାରେ ଦୌଡୁଛନ୍ତି I (ଦେଖ: ଉପମା/ରୂପକ)

διαμαρτύρασθαι τὸ εὐαγγέλιον τῆς χάριτος τοῦ Θεοῦ

"ଈଶ୍ବରଙ୍କ ଅନୁଗ୍ରହ ବିଷୟରେ ସୁସମାଚାର କହିବାକୁ I ପାଉଲ ଏହି ସେବାକାର୍ଯ୍ୟ ଯୀଶୁଙ୍କଠାରୁ ପାଇଥିଲେ I

Acts 20:25

ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ କଥା କହିବାରେ ଲାଗିଛନ୍ତି (ପ୍ରେରିତ ୨୦:୧୭)I

ଏବେ, ଯତ୍ନ ସହକାରେ ଧ୍ୟାନ ଦିଅ, କାରଣ ମୁଁ ଜାଣେ"

ἐγὼ οἶδα ὅτι ... ὑμεῖς πάντες

ମୁଁ ଜାଣେ ଯେ ତୁମ୍ଭେମାନେ ସମସ୍ତେ

ἐν οἷς διῆλθον κηρύσσων τὴν βασιλείαν

ଏଠାରେ” ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ ବିଷୟକ ସମ୍ବାଦ ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରକାଶ କରିବେ ତାହା ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” (ଦେଖ: ଲାକ୍ଷଣିକ ଶବ୍ଦ)

οὐκέτι ὄψεσθε τὸ πρόσωπόν μου

ଏଠାରେ “ମୁହଁ” ଶବ୍ଦଟି ପାଉଲଙ୍କର ଶାରୀରିକ ଦେହକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପୃଥିବୀରେ ମୋତେ ଆଉ ଦେଖିବ ନାହିଁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 20:26

καθαρός εἰμι ἀπὸ τοῦ αἵματος πάντων

ଏଠାରେ “ରକ୍ତ” ଜଣେ ଲୋକର ମୃତ୍ୟୁକୁ ବୁଝାଏ, ଯାହା, ଏହି କ୍ଷେତ୍ରରେ, ଶାରୀରିକ ମୃତ୍ୟୁ ନୁହେଁ, କିନ୍ତୁ ଆତ୍ମିକ ମୃତ୍ୟୁ ଯେତେବେଳେ ଈଶ୍ବର ଜଣେ ବ୍ୟକ୍ତିକୁ ପାପରେ ଦୋଷୀ ବୋଲି ଘୋଷଣା କରନ୍ତି I ପାଉଲ ସେମାନଙ୍କୁ ଈଶ୍ବରଙ୍କ ସତ୍ୟ ଜଣାଇଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଯେଉଁମାନଙ୍କୁ ପାପରେ ଦୋଷୀ ବୋଲି ବିଚାର କରନ୍ତି, ମୁଁ ସେମାନଙ୍କ କାହାରିପାଇଁ ଦାୟୀ ନୁହେଁ, କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିନାହାନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

πάντων

ଏଠାରେ ଏହାର ଅର୍ଥ ପୁରୁଷ ଓ ସ୍ତ୍ରୀ ଯେ କୌଣସି ଲୋକ I ବିକଳ୍ପ ଅନୁବାଦ: “ଯେ କୌଣସି ଲୋକ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Acts 20:27

οὐ γὰρ ὑπεστειλάμην τοῦ μὴ ἀναγγεῖλαι ... ὑμῖν

"କାରଣ ମୁଁ ନୀରବ ରହି ନ ଥିଲି କି ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭମାନଙ୍କ ନିକଟରେ ନିଶ୍ଚିତ ଭାବରେ ଘୋଷଣା କରିଥିଲି” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

Acts 20:28

προσέχετε

କାରଣ ମୁଁ ଏବେ ଯାହା କହିଛି ତାହା ସତ୍ୟ ଅଟେ, ସେମାନଙ୍କଠାରୁ ବିଦାୟ ନେବା ବିଷୟରେ ପାଉଲ ଆପଣା ବକ୍ତବ୍ୟରେ ଏପର୍ଯ୍ୟନ୍ତ କହିଥିବା ସମସ୍ତ କଥାକୁ ଏହା ବୁଝାଏ I

τῷ ποιμνίῳ, ἐν ᾧ ὑμᾶς τὸ Πνεῦμα τὸ Ἅγιον ἔθετο ἐπισκόπους, ποιμαίνειν τὴν ἐκκλησίαν τοῦ Θεοῦ

ଏଠାରେ ବିଶ୍ବାସୀମାନଙ୍କୁ ଏକ “ପଲ” ସଦୃଶ ତୁଳନା କରାଯାଇଛି I ଯେପରି ଜଣେ ମେଷପାଳକ ଆପଣା ମେଷପଲର ଯତ୍ନ ନେଇ ବାଘମାନଙ୍କଠାରୁ ସେମାନଙ୍କୁ ରକ୍ଷା କରନ୍ତି, ସେପରି ବିଶ୍ବାସୀ ସମୁଦାୟର ଯତ୍ନ ନେବାପାଇଁ ମଣ୍ଡଳୀର ନେତାଗଣ ଈଶ୍ବରଙ୍କ ଦ୍ବାରା ଦାୟିତ୍ବ ପ୍ରାପ୍ତ ହୋଇଛନ୍ତି I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କର ଯେଉଁ ଦଳକୁ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ସମର୍ପଣ କରିଅଛନ୍ତି I ଈଶ୍ବରଙ୍କ ମଣ୍ଡଳୀର ଯତ୍ନ ନେବାପାଇଁ ତତ୍ପର ହୁଅ” (ଦେଖ: ଉପମା/ରୂପକ)

τὴν ἐκκλησίαν τοῦ Θεοῦ, ἣν περιεποιήσατο διὰ τοῦ αἵματος τοῦ ἰδίου

ଏଠାରେ ଖ୍ରୀଷ୍ଟଙ୍କର “ରକ୍ତ” ପାତିତ ହେବା ବିଷୟକୁ ଆମ୍ଭମାନଙ୍କର ପାପ ନିମନ୍ତେ ଈଶ୍ବରଙ୍କୁ ପ୍ରଦାନ କରାଯାଉଥିବା ଏକ ପାଉଣା ସହିତ ତୁଳନା କରାଯାଇଛି I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ଖ୍ରୀଷ୍ଟ ଆପଣାର ରକ୍ତପାତ କରି ଯେଉଁ ଲୋକମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିଛନ୍ତି” (ଦେଖ: ଉପମା/ରୂପକ)

τοῦ ... αἵματος τοῦ ἰδίου

ଏଠାରେ “ରକ୍ତ” ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 20:29

εἰσελεύσονται ... λύκοι βαρεῖς εἰς ὑμᾶς, μὴ φειδόμενοι τοῦ ποιμνίου

ଏହା ସେହି ଲୋକମାନଙ୍କର ପ୍ରତିଛବି, ଯେଉଁମାନେ ଭ୍ରାନ୍ତ ଶିକ୍ଷା ଦିଅନ୍ତି ଓ ବିଶ୍ବାସୀ ସମୁଦାୟର ଅନିଷ୍ଟ କରନ୍ତି, ସତେ ଯେପରି ସେମାନେ ମେଷପଲକୁ ଖାଇଯାଉଥିବା ବାଘମାନେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟକୁ ଅନେକ ଶତ୍ରୁ ଆସିବେ ଓ ବିଶ୍ବାସୀ ସମୁଦାୟର ଅନିଷ୍ଟ କରିବାକୁ ଚେଷ୍ଟା କରିବେ” (ଦେଖ: ଉପମା/ରୂପକ)

Acts 20:30

ଜଣେ ଭ୍ରାନ୍ତ ଶିକ୍ଷକ ତାହାର ଭ୍ରାନ୍ତ ଶିକ୍ଷାରେ ବିଶ୍ବାସ କରିବାକୁ ଆରମ୍ଭ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ମନାଇବା ବିଷୟକୁ ଏପରି କୁହାଯାଏ ସତେ ଯେପରି ସେ ମେଷପଲକୁ ତାହାର ଅନୁଗମନ କରିବା ନିମନ୍ତେ ଦୂରକୁ କଢାଇନେଉଛି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଶିଷ୍ୟ ହେବା ପରିବର୍ତ୍ତେ ତାହାର ଶିଷ୍ୟ ହେବା ନିମନ୍ତେ ଲୋକମାନଙ୍କୁ ମନାଇବା ସକାଶେ” (ଦେଖ: ଉପମା/ରୂପକ)

Acts 20:31

γρηγορεῖτε, μνημονεύοντες

ଜାଗିରୁହ ଓ ସ୍ମରଣ କର କିମ୍ବା “ସ୍ମରଣ କରିବା ସମୟରେ ଜାଗିରୁହ”"

γρηγορεῖτε

"ସଚେତନ ରହି ଜାଗ୍ରତ ରୁହ କିମ୍ବା “ଜାଗିରୁହ I” ବିଶ୍ବାସୀ ସମୁଦାୟକୁ କୌଣସି ଲୋକ ଅନିଷ୍ଟ କରିବାରୁ ରକ୍ଷା କରିବା ନିମନ୍ତେ ଖ୍ରୀଷ୍ଟିୟାନ ନେତାମାନେ ସଚେତନ ରହିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ସେମାନେ ଶତ୍ରୁ ସୈନ୍ୟକୁ ଜଗି ରହିଥିବା ସୈନ୍ୟବାହିନୀର ଜଣେ ଜଣେ ଜଗୁଆଳୀ I

μνημονεύοντες ὅτι

ସ୍ମରଣ କରୁଥାଅ ଯେ କିମ୍ବା “ପାସୋରି ଯାଅ ନାହିଁ ଯେ”"

ପାଉଲ ସେମାନଙ୍କୁ ନିରବଛିନ୍ନଭାବରେ ତିନି ବର୍ଷ ଧରି ଶିକ୍ଷା ଦେଇ ନ ଥିଲେ, ମାତ୍ର ତିନି ବର୍ଷର ସମୟ ସୀମା ମଧ୍ୟରେ I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

οὐκ ἐπαυσάμην ... νουθετῶν

ମୁଁ ଚେତନା ଦେବାକୁ କ୍ଷାନ୍ତ ହୋଇ ନ ଥିଲି

μετὰ δακρύων

ଏଠାରେ “ଅଶ୍ରୁ” ପାଉଲଙ୍କର ଲୋକମାନଙ୍କୁ ଚେତନା ଦେଉଥିବା ସମୟରେ ତାଙ୍କର ଗଭୀର ଭାବପ୍ରବଣତା ଓ ସେ ଅନୁଭବ କରୁଥିବା ଉଦବେଗ ହେତୁ କ୍ରନ୍ଦନକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 20:32

παρατίθεμαι ὑμᾶς τῷ Θεῷ, καὶ τῷ λόγῳ τῆς χάριτος αὐτοῦ

ଏଠାରେ “ବାକ୍ୟ” ଏକ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯତ୍ନ ନେବାକୁ ଓ ତାହାଙ୍କ ଅନୁଗ୍ରହ ବିଷୟରେ ମୁଁ ତୁମ୍ଭମାନଙ୍କୁ ଯେଉଁ ସମ୍ବାଦ କହିଥିଲି ତାହା ନିରନ୍ତର ବିଶ୍ବାସ କରିବାକୁ ମୁଁ ଈଶ୍ବରଙ୍କଠାରେ ପ୍ରାର୍ଥନା କରୁଅଛି” (ଦେଖ: ଲାକ୍ଷଣିକ ଶବ୍ଦ)

παρατίθεμαι

ଜଣେ କାହାରି ବା କିଛି ଜିନିଷର ଯତ୍ନ ନେବାର ଦାୟିତ୍ବ ଅନ୍ୟ ଜଣକୁ ଦେବା ପାଇଁ

τῷ ... δυναμένῳ οἰκοδομῆσαι

ଜଣେ ଲୋକର ବିଶ୍ବାସ ଦୃଢ଼ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେହି ବ୍ୟକ୍ତି ଜଣକ ଗୋଟିଏ କାନ୍ଥ ଓ ଆଉ ଜଣେ ତାହାକୁ ଉଚ୍ଚ ଏବଂ ଦୃଢ଼ କରି ଗଢୁଅଛି I ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ବିଶ୍ବାସରେ ଦୃଢ଼ରୁ ଦୃଢ଼ତର କରି ଗଢିବାକୁ ସମର୍ଥ” (ଦେଖ: ଉପମା/ରୂପକ)

δοῦναι τὴν κληρονομίαν

ଏହା “ତାହାଙ୍କ ଅନୁଗ୍ରହର ବାକ୍ୟ” ବିଷୟରେ କହେ ଯେ ସତେ ଯେପରି ସ୍ବୟଂ ଈଶ୍ବର ବିଶ୍ବାସୀମାନଙ୍କୁ ଉତ୍ତରାଧିକାର ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଉତ୍ତରାଧିକାର ଦେବେ” (ଦେଖ: ବ୍ୟକ୍ତିତ୍ୱଆରୋପ)

τὴν κληρονομίαν

ଈଶ୍ବର ବିଶ୍ବାସୀମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଅର୍ଥ କିମ୍ବା ସମ୍ପତ୍ତି ଯାହା ଜଣେ ପିଲା ବାପାଙ୍କଠାରୁ ଉତ୍ତରାଧିକାର ସ୍ବରୂପେ ପାଇଥାଏ I (ଦେଖ: ଉପମା/ରୂପକ)

Acts 20:33

ପାଉଲ ଏଫିସୀୟ ମଣ୍ଡଳୀର ନେତାମାନଙ୍କୁ କଥା କହିବାର ଶେଷ କରୁଛନ୍ତି; ଯାହା ସେ ସେମାନଙ୍କୁ ପ୍ରେରିତ ୨୦:୧୮ରେ କହିବାକୁ ଆରମ୍ଭ କରିଥିଲେ I

ἀργυρίου ... οὐδενὸς ἐπεθύμησα

ମୁଁ କାହାରି ରୂପା ଲୋଭ କଲି ନାହିଁ କିମ୍ବା “ମୁଁ ମୋ ନିଜ ପାଇଁ କୌଣସି ଲୋକର ରୂପା ଚାହିଁଲି ନାହିଁ”

ବସ୍ତ୍ରକୁ ଏକ ସମ୍ପତ୍ତି ଭାବରେ ବିବେଚନା କରାଯାଏ; ତୁମ୍ଭର ଯେତେ ଅଧିକ ଥିବ, ତୁମ୍ଭେ ସେତେ ଅଧିକ ଧନୀ ଗଣିତ ହେବ I

Acts 20:34

αὐτοὶ

ଏଠାରେ “ତୁମ୍ଭେମାନେ ନିଜେ” ଶବ୍ଦକୁ ଗୁରୁତ୍ବ ଦେବା ସକାଶେ ବ୍ୟବହାର କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

ταῖς χρείαις μου ... ὑπηρέτησαν αἱ χεῖρες αὗται

ଏଠାରେ “ହସ୍ତ” ଶବ୍ଦ ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ‘ମୁଁ ଅର୍ଥ ଉପାର୍ଜନ କରି ମୋ ନିଜର ଖର୍ଚ୍ଚ ତୁଲାଇବାକୁ କାର୍ଯ୍ୟ କଲି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 20:35

ଯେଉଁମାନେ ନିଜେ ଅର୍ଥ ଉପାର୍ଜନ କରିବାକୁ ଅସମର୍ଥ, ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଯେପରି ତୁମ୍ଭମାନଙ୍କ ପାଖରେ ଅର୍ଥ ହେବ ସେଥିପାଇଁ ତୁମ୍ଭେମାନେ ପରିଶ୍ରମ କରିବା ଉଚିତ

ତୁମେ ଏହି ନାମବାଚକ ବିଶେଷଣକୁ ଏକ ବିଶେଷଣରେ କହିପାରିବ I ବିକଳ୍ପ ଅନୁବାଦ: “ଦୁର୍ବଳ ଲୋକମାନେ” କିମ୍ବା “ଯେଉଁମାନେ ଦୁର୍ବଳ” (ଦେଖ: ବିଶେଷ୍ୟପରି ବିଶେଷଣ)

τῶν ἀσθενούντων

ଅସୁସ୍ଥ

τῶν ... λόγων τοῦ Κυρίου Ἰησοῦ

ଏଠାରେ “କଥା” ଯୀଶୁ କହିଥିବା କଥାକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

μακάριόν‘ ἐστιν μᾶλλον, διδόναι ἢ λαμβάνειν

ଏହାର ଅର୍ଥ ଯେ ଜଣେ ଲୋକ ଈଶ୍ବରଙ୍କ ଅନୁଗ୍ରହ ପାଇ ବହୁତ ଆନନ୍ଦ ଅନୁଭବ କରେ, ଯେତେବେଳେ ସେ ସର୍ବଦା ଅନ୍ୟମାନଙ୍କଠାରୁ ପାଇବା ପରିବର୍ତ୍ତେ ଅନ୍ୟମାନଙ୍କୁ ଦେଇଥାଏ I

Acts 20:36

ସେମାନଙ୍କ ସହିତ ପ୍ରାର୍ଥନା କରି ପାଉଲ ଏଫିସୀୟ ମଣ୍ଡଳୀର ନେତାମାନଙ୍କ ସହ ଆପଣାର ସମୟ ଶେଷ କରୁଛନ୍ତି I

ପ୍ରାର୍ଥନା କରିବା ସମୟରେ ଆଣ୍ଠୁଭାଙ୍ଗିବା ଏକ ସାଧାରଣ ପ୍ରଥା ଥିଲା I ଏହା ଈଶ୍ବରଙ୍କ ଛାମୁରେ ନମ୍ରତାର ଏକ ଚିହ୍ନ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 20:37

ἐπιπεσόντες ἐπὶ τὸν τράχηλον τοῦ Παύλου

ଘନିଷ୍ଠ ଭାବରେ ଆଲିଙ୍ଗନ କଲେ କିମ୍ବା “ଆପଣା ଆପଣାର ବାହୁ ତାହାଙ୍କ ଗଳା ଚାରିପାଖେ ଦେଲେ”

κατεφίλουν αὐτόν

ମଧ୍ୟ ପ୍ରାଚ୍ୟରେ କାହାରି ଗାଲରେ ଚୁମ୍ବନ ଦେବା ଭ୍ରାତୃ ପ୍ରେମ ଅବା ବନ୍ଧୁପ୍ରେମର ଏକ ପରିପ୍ରକାଶ I

Acts 20:38

ଏଠାରେ “ମୁଖ” ଶବ୍ଦଟି ପାଉଲଙ୍କର ଶାରୀରିକ ଦେହକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ ଏହି ପୃଥିବୀରେ ଆଉ ଦେଖିବ ନାହିଁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 21

"# ପ୍ରେରିତ ୨୧ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରେରିତ ୨୧:୧-୧୯ ପାଉଲଙ୍କର ଯିରୂଶାଲମକୁ ଯାତ୍ରା ବିଷୟ ବର୍ଣ୍ଣନା କରେ I ସେ ଯିରୂଶାଲମରେ ପହଞ୍ଚିଲା ପରେ, ସେଠାକାର ବିଶ୍ବାସୀମାନେ ତାହାଙ୍କୁ କହିଲେ ଯେ ଯିହୂଦୀମାନେ ତାହାଙ୍କର ଅନିଷ୍ଟ କରିବାକୁ ଚାହୁଁଛନ୍ତି ଓ ଯେପରି ସେମାନେ ତାହାଙ୍କର ଅନିଷ୍ଟ ନ କରନ୍ତି, ସେଥିପାଇଁ ସେ କ’ଣ କରିବା ଉଚିତ (୨୦-୨୬ ପଦ)I ଯଦିଓ ପାଉଲ ବିଶ୍ବାସୀମାନେ ଯାହା କରିବାପାଇଁ କହିଥିଲେ ତାହା କଲେ, ତଥାପି ଯିହୂଦୀମାନେ ତାହାଙ୍କୁ ବଧ କରିବାକୁ ଚେଷ୍ଟା କଲେ I ରୋମୀୟମାନେ ତାହାଙ୍କୁ ଉଦ୍ଧାର କଲେ ଓ ଯିହୂଦୀମାନଙ୍କୁ କଥା କହିବାପାଇଁ ତାହାଙ୍କୁ ସୁଯୋଗ ଦେଲେ I

ଅଧ୍ୟାୟର ଶେଷ ପଦ ଏକ ଅସମ୍ପୂର୍ଣ୍ଣ ବାକ୍ୟ ସହ ଶେଷ ହେଉଛି I ଅଧିକାଂଶ ଅନୁବାଦଗୁଡ଼ିକ ବାକ୍ୟଟିକୁ ଅସମ୍ପୂର୍ଣ୍ଣ ଭାବେ ଛାଡିଦିଅନ୍ତି, ଯେପରି ULT କରିଛି I

ଏହି ଅଧ୍ୟାୟର ବିଶେଷ ଧାରଣା

""ସେମାନେ ସମସ୍ତେ ବ୍ୟବସ୍ଥା ପାଳନ କରିବାକୁ ଦୃଢ଼ପ୍ରତିଜ୍ଞ ଅଟନ୍ତି”

ଯିରୂଶାଲମର ଯିହୂଦୀମାନେ ମୋଶାଙ୍କର ବ୍ୟବସ୍ଥାକୁ ପାଳନ କରୁଥିଲେ I ଏପରିକି ଯୀଶୁଙ୍କର ଅନୁଗମନ କରୁଥିବା ଲୋକମାନେ ସୁଦ୍ଧା ବ୍ୟବସ୍ଥା ପାଳନ କରୁଥିଲେ I ଉଭୟ ଦଳ ଭାବୁଥିଲେ ଯେ ପାଉଲ ଗ୍ରୀସ୍ ରେ ଥିବା ଯିହୂଦୀମାନଙ୍କୁ ବ୍ୟବସ୍ଥା ନ ମାନିବାକୁ କହୁଥିଲେ I କିନ୍ତୁ ପାଉଲ କେବଳ ବିଜାତିମାନଙ୍କୁ ତାହା କହୁଥିଲେ I

ନାଜରିତୀୟ ଶପଥ

ପାଉଲ ଓ ତାଙ୍କର ତିନି ଜଣ ବନ୍ଧୁ ସମ୍ଭବତଃ ନାଜରିତୀୟ ଶପଥ କରିଥିଲେ, କାରଣ ସେମାନେ ମସ୍ତକ ମୁଣ୍ଡନ କରିଥିଲେ (ପ୍ରେରିତ ୨୧:୨୩)I

ମନ୍ଦିରରେ ବିଜାତି ଗଣ

ଯିହୂଦୀମାନେ ପାଉଲଙ୍କୁ ଜଣେ ବିଜାତିକୁ ମନ୍ଦିରର ଏକ ଅଂଶ ଭିତରକୁ ଆଣିଥିବା ଅଭିଯୋଗ କଲେ, ଯେଉଁ ଅଂଶ ଭିତରକୁ ଯିବା ପାଇଁ ଈଶ୍ବର କେବଳ ଯିହୂଦୀମାନଙ୍କୁ ଅନୁମତି ଦେଇଥିଲେ I ସେମାନେ ଭାବିଥିଲେ ଯେ ସେମାନେ ପାଉଲଙ୍କୁ ବଧ କରି ଦଣ୍ଡ ଦିଅନ୍ତୁ ବୋଲି ଇଶ୍ବର ଚାହୁଁଛନ୍ତି I(ଦେଖ: ପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧ)

ରୋମୀୟ ନାଗରିକତା

ରୋମୀୟମାନେ ଭାବୁଥିଲେ ଯେ ସେମାନଙ୍କୁ କେବଳ ରୋମୀୟମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କପାଇଁ ସେମାନଙ୍କୁ ବ୍ୟବସ୍ଥା ମାନିବାକୁ ପଡୁଥିଲା I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରଙ୍କୁ ଅର୍ଥ ଦେଇ ରୋମୀୟ ନାଗରିକ ହେଉଥିଲେ I "

Acts 21:1

ଏଠାରେ “ଆମ୍ଭେମାନେ” ଶବ୍ଦ ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଲେଖକ ଲୂକ, ପାଉଲ ଓ ତାହାଙ୍କର ସଙ୍ଗୀମାନେ ସେମାନଙ୍କର ଯାତ୍ରାରେ ଅଗ୍ରସର ହେଉଛନ୍ତି I

ଆମ୍ଭେମାନେ ସିଧାସଳଖ କୋସ୍ ନଗରକୁ ଗଲୁ କିମ୍ବା “ଆମ୍ଭେମାନେ ସିଧା କୋସ୍ ନଗରକୁ ଗଲୁ”

Κῶ

କୋସ୍ ଗୋଟିଏ ଗ୍ରୀକ୍ ଦ୍ବୀପ ଯାହା ଦକ୍ଷିଣ ଏଜିୟାନ୍ ସମୁଦ୍ର ଅଞ୍ଚଳରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ῥόδον

ରୋଦା ଗୋଟିଏ ଗ୍ରୀକ୍ ଦ୍ବୀପ ଯାହା ଦକ୍ଷିଣ ଏଜିୟାନ୍ ସମୁଦ୍ର ଅଞ୍ଚଳରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ, କୋସ୍ ର ଦକ୍ଷିଣରେ ଓ କ୍ରୀତୀର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Πάταρα

ପାତାରା ଗୋଟିଏ ନଗର ଯାହା ଭୁମଧ୍ୟ ସାଗରର ଏଜିୟାନ୍ ସମୁଦ୍ରର ବର୍ତ୍ତମାନର ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 21:2

καὶ εὑρόντες πλοῖον διαπερῶν ... Φοινίκην

ଏଠାରେ “ପାର ହୋଇ ଯାଉଥିବା ଗୋଟିଏ ଜାହାଜ” ଜାହାଜ ଚଳାଉଥିବା କର୍ମଚାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ଜାହାଜ କର୍ମଚାରୀମାନଙ୍କ ସହ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇଲୁ” (ଦେଖ: ଲାକ୍ଷଣିକ ଶବ୍ଦ)

πλοῖον διαπερῶν

ଏଠାରେ “ପାର ହୋଇଯିବା”ର ଅର୍ଥ ନୁହେଁ ଯେ ଏହା ବର୍ତ୍ତମାନ ପାର ହୋଇ ଯାଉଛି, କିନ୍ତୁ ଶୀଘ୍ର ଏହା ଫୈନୀକିଆକୁ ପାର ହୋଇ ଯିବାକୁ ପ୍ରସ୍ତୁତ I ବିକଳ୍ପ ଅନୁବାଦ: “ଗୋଟିଏ ଜାହାଜ ଯାହା ଜଳ ପାର ହୋଇ ଯିବାକୁ ପ୍ରସ୍ତୁତ” କିମ୍ବା “ଗୋଟିଏ ଜାହଜ ଯାହା ଯିବାକୁ ପ୍ରସ୍ତୁତ”

Acts 21:3

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

"ବାମ ପାଖରେ ଦ୍ବୀପକୁ ଛାଡିଲୁ I ବାମ ପଟ ହେଉଛି ଜାହାଜର “ବନ୍ଦର” ପାଖ I

ଏଠାରେ “ଜାହାଜ” ଜାହାଜକୁ ଚଳାଉଥିବା କର୍ମଚାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜାହାଜ କର୍ମଚାରୀମାନେ ଜାହାଜରୁ ଜିନିଷପତ୍ର ଖାଲି କରିବେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 21:4

οἵτινες τῷ Παύλῳ ἔλεγον διὰ τοῦ Πνεύματος

ଏହି ବିଶ୍ବାସୀମାନେ ପବିତ୍ର ଆତ୍ମା ସେମାନଙ୍କୁ ଯାହା ଜଣାଇଥିଲେ ତାହା ପାଉଲଙ୍କୁ ଜଣାଇଲେ I ସେମାନେ “ତାହାଙ୍କୁ ବାରମ୍ବାର ଅନୁରୋଧ କଲେ I”"

Acts 21:5

ଏଠାରେ “ସେମାନେ” ଶବ୍ଦଟି ସୋରର ବିଶ୍ବାସୀମାନଙ୍କୁ ବୁଝାଏ I

ଏହା ଦିନଗୁଡିକ ବିଷୟରେ କହେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ଜଣେ ଲୋକ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ : “ଯେତେବେଳେ ସାତ ଦିନ ବିତିଗଲା” କିମ୍ବା “ଯେତେବେଳେ ପ୍ରସ୍ଥାନ କରିବା ସମୟ ଆସିଲା” (ଦେଖ: ଉପମା/ରୂପକ)

ପ୍ରାର୍ଥନା କରିବା ସମୟରେ ଆଣ୍ଠୁ ଭାଙ୍ଗିବା ଏକ ସାଧାରଣ ପ୍ରଥା ଥିଲା I ଏହା ଈଶ୍ବରଙ୍କ ଛାମୁରେ ନମ୍ରତାର ଏକ ନିଦର୍ଶନ I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 21:6

ἀπησπασάμεθα ἀλλήλους

ପରସ୍ପରଠାରୁ ବିଦାୟ ନେଲେ (ଦେଖ: @)

Acts 21:7

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହା କାଇସରିଆରେ ପାଉଲଙ୍କର ସମୟକୁ ଆରମ୍ଭ କରୁଛି I

κατηντήσαμεν εἰς Πτολεμαΐδα

ପତଲମାଇ ଲେବାନନ୍ ର ସୋରର ଦକ୍ଷିଣରେ ଅବସ୍ଥିତ ଥିବା ଗୋଟିଏ ନଗର I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

τοὺς ἀδελφοὺς

ସହ-ବିଶ୍ବାସୀଗଣ

Acts 21:8

ἐκ τῶν ἑπτὰ

“ସାତ” ପ୍ରେରିତ ୬:୫ରେ ଉଲ୍ଲେଖଥିବା ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ବିଧବାମାନଙ୍କୁ ଖାଦ୍ୟ ଓ ସାହାଯ୍ୟ ବିତରଣ କରିବାପାଇଁ ବଛାଯାଇଥିଲା I

εὐαγγελιστοῦ

ଜଣେ ବ୍ୟକ୍ତି ଯେ ଲୋକମାନଙ୍କୁ ସୁସମାଚାର କହେ

Acts 21:9

τούτῳ

"୮ ପଦଠାରୁ ଫିଲିପ୍ପ I

δὲ

ମୁଖ୍ୟ ଘଟଣାଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଫିଲିପ୍ପ ଓ ତାହାଙ୍କ କନ୍ୟାମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

θυγατέρες τέσσαρες παρθένοι, προφητεύουσαι

ଚାରି ଜଣ ଅବିବାହିତ କନ୍ୟା ଯେଉଁମାନେ ନିୟମିତ ଈଶ୍ବରଙ୍କଠାରୁ ବାର୍ତ୍ତା ପାଇ ଲୋକମାନଙ୍କୁ ଜଣାଉଥିଲେ"

Acts 21:10

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡ଼ିକ ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହା କାଇସରିଆରେ ଭାବବାଦୀ ଆଗାବଙ୍କ ଦ୍ବାରା ପାଉଲଙ୍କ ବିଷୟରେ କୁହାଯାଇଥିବା ଏକ ଭାବବାଣୀ ବିଷୟରେ କହେ I

τις ... προφήτης ὀνόματι Ἅγαβος

ଏହା ଘଟଣା ମଧ୍ୟରେ ଜଣେ ନୂଆ ବ୍ୟକ୍ତିଙ୍କର ପରିଚୟ କରାଏ I (ଦେଖ: ନୂତନ ଓ ପୁରୁଣା ଅଂଶଗ୍ରହଣକାରୀମାନଙ୍କର ପରିଚୟ)

ὀνόματι Ἅγαβος

ଆଗାବ ଯିହୂଦାର ଜଣେ ଲୋକ ଥିଲେ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 21:11

ἄρας τὴν ζώνην τοῦ Παύλου

ପାଉଲଙ୍କ କଟିଦେଶରୁ କଟିବନ୍ଧନ ବାହାର କଲେ

ଏହା ଉଦ୍ଧୃତି ମଧ୍ୟରେ ଏକ ଉଦ୍ଧୃତି ଅଟେ I ଭିତରର ଉଦ୍ଧୃତିକୁ ଏକ ପରୋକ୍ଷ ଉଦ୍ଧୃତି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା କହୁଛନ୍ତି ଯେ ଯିରୂଶାଲମରେ ଯିହୂଦୀମାନେ ଏହିପରି ବାନ୍ଧିବେ ...ବିଜାତିମାନଙ୍କ” (ଦେଖ: ଉଦ୍ଧୃତାଂଶ ମଧ୍ୟରେ ଉଦ୍ଧୃତାଂଶପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

οἱ Ἰουδαῖοι

ଏହାର ଅର୍ଥ ସମସ୍ତ ଯିହୂଦୀମାନେ ନୁହନ୍ତି, କିନ୍ତୁ ଏହା ସେହିମାନେ, ଯେଉଁମାନେ ତାହା କରିବେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” କିମ୍ବା କେତେକ ଯିହୂଦୀ ଲୋକ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

παραδώσουσιν

ତାହାଙ୍କୁ ସମର୍ପଣ କରିବେ

εἰς χεῖρας ἐθνῶν

ଏଠାରେ “ହସ୍ତ” ଶବ୍ଦ ନିୟନ୍ତ୍ରଣକୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତିମାନଙ୍କ ଆଇନଗତ ତତ୍ବାବଧାନରେ” କିମ୍ବା “ବିଜାତିମାନଙ୍କୁ” (ଦେଖ: ଲାକ୍ଷଣିକ ଶବ୍ଦ)

χεῖρας ... ἐθνῶν

ଏହା ବିଜାତିମାନଙ୍କର ଅଧିକାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତି ଅଧିକାରୀମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 21:12

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକ ଓ ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Acts 21:13

τί ποιεῖτε, κλαίοντες καὶ συνθρύπτοντές μου τὴν καρδίαν

ପାଉଲ ବିଶ୍ବାସୀମାନଙ୍କୁ ଏହା ଦେଖାଇବାକୁ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସେମାନେ ତାହାଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିବା ବନ୍ଦ କରିବା ଉଚିତ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା କରୁଛ ତାହା ବନ୍ଦ କର I ତୁମ୍ଭମାନଙ୍କର କ୍ରନ୍ଦନ ମୋହର ହୃଦୟ ବିଦୀର୍ଣ୍ଣ କରୁଅଛି” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

συνθρύπτοντές μου τὴν καρδίαν

ଜଣକୁ ଦୁଃଖୀ କରାଇବା କିମ୍ବା ନିରୁତ୍ସାହିତ କରିବା ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଗୋଟିଏ ହୃଦୟକୁ ଭଙ୍ଗା ଯାଉଛି I ଏଠାରେ “ହୃଦୟ” ଜଣେ ଲୋକର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ ନିରୁତ୍ସାହିତ କରୁଅଛ” କିମ୍ବା “ମୋତେ ବହୁତ ଦୁଃଖିତ କରାଉଛ” (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

οὐ μόνον δεθῆναι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ଦ୍ବାରା କେବଳ ବନ୍ଧାଯିବି ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὑπὲρ τοῦ ὀνόματος τοῦ Κυρίου Ἰησοῦ

ଏଠାରେ “ନାମ” ଯୀଶୁଙ୍କ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ସକାଶେ” କିମ୍ବା “କାରଣ ମୁଁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ବାସ କରେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 21:14

μὴ πειθομένου ... αὐτοῦ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ପାଉଲ ଆମ୍ଭମାନଙ୍କୁ ଅନୁମତି ଦେଉ ନ ଥିଲେ” କିମ୍ବା “ଆମ୍ଭେମାନେ ପାଉଲଙ୍କୁ ପ୍ରବର୍ତ୍ତାଇବାରେ ଅସମର୍ଥ ହେଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πειθομένου

ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କ’ଣ ନ କରିବାକୁ ସେମାନେ ପାଉଲଙ୍କୁ ପ୍ରବର୍ତ୍ତାଇ ପାରିଲେ ନାହିଁ I ବିକଳ୍ପ ଅନୁବାଦ: “ଯିରୂଶାଲମକୁ ନ ଯିବାପାଇଁ ପ୍ରବର୍ତ୍ତାଇଲେ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

τοῦ Κυρίου τὸ θέλημα γινέσθω

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଯେପରି ଯୋଜନା କରିଛନ୍ତି ସବୁ ବିଷୟ ସେପରି ଘଟୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 21:15

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

“ସେମାନେ” ଶବ୍ଦଟି କାଇସରିଆର କେତେକ ଶିଷ୍ୟମାନଙ୍କୁ ବୁଝାଏ I

ଏହା କାଇସରିଆରେ ପାଉଲଙ୍କର ସମୟକୁ ସମାପ୍ତ କରେ I

Acts 21:16

ἄγοντες παρ’ ... τινι

ସେମାନଙ୍କ ମଧ୍ୟରେ ଜଣେ ଲୋକ ଥିଲା

ମନାସୋନ କୁପ୍ର ଦ୍ବୀପର ଜଣେ ଲୋକ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἀρχαίῳ μαθητῇ

ଏହାର ଅର୍ଥ ଯୀଶୁଙ୍କଠାରେ ବିଶ୍ବାସ କରିଥିବା ପ୍ରଥମ ଲୋକମାନଙ୍କ ମଧ୍ୟରେ ମନାସୋନ ଜଣେ ଥିଲେ I

Acts 21:17

ଏଠାରେ “ସେ” ଓ “ତାହାଙ୍କ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦଟି ପ୍ରାଚୀନମାନଙ୍କୁ ବୁଝାଏ I

ପାଉଲ ଓ ତାହାଙ୍କ ସଙ୍ଗୀମାନେ ଯିରୂଶାଲମରେ ପହଞ୍ଚୁଛନ୍ତି I

ἀπεδέξαντο ἡμᾶς οἱ ἀδελφοί

ଏଠାରେ “ଭାଇମାନେ” ଯିରୂଶାଲମର ପୁରୁଷ ଅବା ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସହ-ବିଶ୍ବାସୀମାନେ ଆମ୍ଭମାନଙ୍କୁ ସ୍ବାଗତ କଲେ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Acts 21:19

ἐξηγεῖτο καθ’ ἓν ἕκαστον

ସେ ସମସ୍ତଙ୍କର ବିସ୍ତୃତ ବିବରଣୀ ଦେଲେ

Acts 21:20

ଯିରୂଶାଲମର ପ୍ରାଚୀନମାନେ ପାଉଲଙ୍କୁ ସେମାନଙ୍କର ପ୍ରତ୍ୟୁତ୍ତର ଦେବାକୁ ଆରମ୍ଭ କରୁଛନ୍ତି I

ଏଠାରେ “ସେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ I

ἀδελφέ

ଏଠାରେ “ଭାଇ”ର ଅର୍ଥ “ସହ-ବିଶ୍ବାସୀ I”

“ସେମାନେ” ଶବ୍ଦଟି ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନେ ଚାହୁଁଥିଲେ ଯେ ସମସ୍ତ ଯିହୂଦୀ ବିଶ୍ବାସୀଗଣ ଯିହୂଦୀ ବ୍ୟବସ୍ଥା ଓ ପ୍ରଥାକୁ ମାନନ୍ତୁ I

Acts 21:21

ସ୍ପଷ୍ଟ ଭାବରେ ଏଠାରେ କେତେକ ଯିହୂଦୀ ଅଛନ୍ତି ଯେଉଁମାନେ ପାଉଲଙ୍କର ଶିକ୍ଷାକୁ ବିକୃତ କରୁଛନ୍ତି I ସେ ଯିହୂଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ନିରୁତ୍ସାହିତ କରୁନାହାନ୍ତି I ତାଙ୍କର ବାର୍ତ୍ତା ହେଉଛି ଯେ ଯୀଶୁ ସେମାନଙ୍କୁ ପରିତ୍ରାଣ କରିବା ପାଇଁ ସୁନ୍ନତ ଓ ଅନ୍ୟାନ୍ୟ ବିଧିର ଆବଶ୍ୟକତା ନାହିଁ I ତୁମେ ସ୍ପଷ୍ଟ କରିପାରିବ ଯେ ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କର ନେତାମାନେ ଜାଣିଥିଲେ ଯେ ପାଉଲ ଈଶ୍ବରଙ୍କର ସତ୍ୟ ସମ୍ବାଦକୁ ଶିକ୍ଷା ଦେଉଥିଲେ I(ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଯିହୂଦୀ ବିଶ୍ବାସୀମାନଙ୍କୁ କହିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἀποστασίαν ... ἀπὸ Μωϋσέως

ଏଠାରେ “ମୋଶା” ଶବ୍ଦ ମୋଶାଙ୍କ ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋଶା ଆମ୍ଭମାନଙ୍କୁ ଯେଉଁ ବ୍ୟବସ୍ଥା ଦେଇଥିଲେ ତାହା ପାଳନ କରିବା ବନ୍ଦ କରିବାକୁ” (ଦେଖ: ଲାକ୍ଷଣିକ ଶବ୍ଦ)

ପୁରାତନ ପ୍ରଥାକୁ ପାଳନ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ପ୍ରଥାଗୁଡିକ ସେମାନଙ୍କୁ କଢାଇ ନେଉଥିଲେ ଓ ଲୋକମାନେ ପଛରେ ଚାଲୁଥିଲେ I ବିକଳ୍ପ ଅନୁବାଦ: “ପୁରାତନ ପ୍ରଥା ପାଳନ ନ କରିବାକୁ” କିମ୍ବା “ପୁରାତନ ପ୍ରଥା ଅଭ୍ୟାସ ନ କରିବାକୁ” (ଦେଖ: ଉପମା/ରୂପକ)

τοῖς ἔθεσιν

ଯିହୂଦୀମାନେ ସାଧାରଣ ଭାବେ ପାଳନ କରୁଥିବା ପ୍ରଥାଗୁଡିକ

Acts 21:22

ଏଠାରେ “ଆମ୍ଭେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ (ପ୍ରେରିତ ୨୧:୧୮) ବୁଝାଏ I “ସେମାନେ” ଶବ୍ଦଟି ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଯିହୂଦୀ ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେମାନେ ଏବେ ମଧ୍ୟ ମୋଶାଙ୍କର ବ୍ୟବସ୍ଥା ପାଳନ କରିପାରିବେ (ପ୍ରେରିତ ୨୧:୨୦-୨୧)I “ସେମାନଙ୍କୁ” “ସେମାନଙ୍କର” ଓ ପ୍ରଥମ “ସେମାନେ” ଶବ୍ଦଗୁଡିକ ବ୍ରତ କରିଥିବା ଚାରି ଜଣ ଲୋକଙ୍କୁ ବୁଝାଏ I ଦ୍ବିତୀୟ “ସେମାନେ” ଶବ୍ଦ ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଯିହୂଦୀ ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେମାନେ ଏବେ ମଧ୍ୟ ମୋଶାଙ୍କର ବ୍ୟବସ୍ଥା ପାଳନ କରିପାରିବେ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Acts 21:23

"ଚାରି ଜଣ ଲୋକ ଯେଉଁମାନେ ଈଶ୍ବରଙ୍କ ପ୍ରତି ଏକ ପ୍ରତିଜ୍ଞା କରିଥିଲେ I ଏହା ଏ ପ୍ରକାର ଗୋଟିଏ ବ୍ରତ, ଯହିଁରେ ଜଣେ ବ୍ୟକ୍ତି ତାହାର ମନସ୍ଥ କରିଥିବା ସମୟର ଶେଷ ନ ହେବା ପର୍ଯ୍ୟନ୍ତ ମଦ୍ୟପାନ କରିବ ନାହିଁ କି କେଶ କାଟିବ ନାହିଁ I

Acts 21:24

τούτους παραλαβὼν, ἁγνίσθητι σὺν αὐτοῖς

ସେମାନେ ଆପଣା ଆପଣାକୁ ବିଧିମତେ ଶୁଚି କରିବାକୁ ପଡୁଥିଲା, ଯେପରି ସେମାନେ ମନ୍ଦିରରେ ଉପାସନା କରିପାରିବେ I(ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

δαπάνησον ἐπ’ αὐτοῖς

ସେମାନେ ଯାହା ଆବଶ୍ୟକ କରନ୍ତି ତାହାର ଖର୍ଚ୍ଚ ପଇଠ କର I ଗୋଟିଏ ମେଷ କିମ୍ବା ମେଷୀ, ଗୋଟିଏ ଛାଗ, ଓ ଭକ୍ଷ୍ୟ ନୈବେଦ୍ୟ ଏବଂ ପେୟ ନୈବେଦ୍ୟ କିଣିବାପାଇଁ ଖର୍ଚ୍ଚ କରିବାକୁ ହେବ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ξυρήσονται τὴν κεφαλήν

ଏହା ଏକ ଚିହ୍ନ ଯେ ସେମାନେ ଯାହା କରିବାକୁ ଈଶ୍ବରଙ୍କ ନିକଟରେ ମନସ୍ଥ କରିଥିଲେ ତାହା ସମ୍ପୂର୍ଣ୍ଣ ହେଲା I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

ὧν κατήχηνται περὶ σοῦ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭ ବିଷୟରେ ଯାହା କହୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ବ୍ୟବସ୍ଥା ପାଳନ କରିବା ବିଷୟରେ ଏହା କୁହାଯାଏ ଯେ ସତେ ଯେପରି ବ୍ୟବସ୍ଥା ଜଣେ ନେତା ଓ ଲୋକମାନେ ତାହା ପଛରେ ଚାଲନ୍ତି I ବିକଳ୍ପ ଅନୁବାଦ: “ବ୍ୟବସ୍ଥା ପାଳନ କର” କିମ୍ବା “ମୋଶାଙ୍କ ବ୍ୟବସ୍ଥା ଓ ଅନ୍ୟ ଯିହୂଦୀ ପ୍ରଥା ଅନୁସାରେ ଜୀବନ ଯାପନ କର” (ଦେଖ: ଉପମା/ରୂପକ)

Acts 21:25

ଏଠାରେ “ଆମ୍ଭେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଯାକୁବ ଓ ଯିରୂଶାଲମର ପ୍ରାଚୀନମାନେ ପାଉଲଙ୍କୁ ଅନୁରୋଧ କରିବା ଶେଷ କରୁଛନ୍ତି (ପ୍ରେରିତ ୨୧:୧୮)I

ସେମାନେ କ’ଣ ସବୁ ଖାଇପାରିବେ ସେ ବିଷୟରେ ଏସବୁ ନିୟମ I ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ଖାଦ୍ୟ, ରକ୍ତଯୁକ୍ତ ମାଂସ ଓ ଶ୍ବାସରୁଦ୍ଧ କରି ବଧ କରାଯାଇଥିବା ପଶୁର ମାଂସ, ଯେହେତୁ ଏଥିରେ ରକ୍ତ ରହିଥାଏ, ଏହିସବୁ ଖାଇବା ପାଇଁ ସେମାନଙ୍କୁ ନିଷେଧ କରାଯାଇଛି I ଏହି ପରି ଏକ ବାକ୍ୟାଂଶକୁ ପ୍ରେରିତ ୧୫:୨୦ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I (ଦେଖ : ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

φυλάσσεσθαι αὐτοὺς, τό τε εἰδωλόθυτον

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କୌଣସି ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ଖାଦ୍ୟରୁ ସେମାନେ ପୃଥକ୍ ରୁହନ୍ତୁ I (ଦେଖ : କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πνικτὸν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଶ୍ବାସରୁଦ୍ଧକରି ବଧ କରାଯାଇଥିବା ପଶୁମାନଙ୍କ ବିଷୟରେ ମଧ୍ୟ ତୁମେ ସତ ବୋଲି ଧରି ନିଆଯାଉଥିବା ସୂଚନାକୁ ସ୍ପଷ୍ଟ କରି କହିପାରିବ I ବିକଳ୍ପ ଅନୁବାଦ: “କୌଣସି ଲୋକ ଶ୍ବାସରୁଦ୍ଧକରି ବଧ କରିଥିବା ପଶରୁ” କିମ୍ବା “ଏ ପ୍ରକାର ପଶୁ ଯାହାକୁ ଜଣେ ବ୍ୟକ୍ତି ଖାଦ୍ୟ ପାଇଁ ବଧ କଲା, କିନ୍ତୁ ତହିଁରୁ ରକ୍ତ ବାହାର କଲା ନାହିଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 21:26

παραλαβὼν τοὺς ἄνδρας

ଏହି ୪ ଜଣ ଲୋକ ବ୍ରତ କରିଥିଲେ

σὺν αὐτοῖς ἁγνισθεὶς

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଯିହୂଦୀମାନଙ୍କୁ ବିଧିମତେ ବା ରୀତିମତେ ଶୁଚି ହେବାକୁ ପଡୁଥିଲା I ବିଜାତିମାନଙ୍କ ସଂସ୍ପର୍ଶରେ ଆସିଥିବା ଯିହୂଦୀମାନଙ୍କପାଇଁ ଏହି ଶୌଚକରଣ ନିୟମ ଥିଲା I

εἰσῄει εἰς τὸ ἱερόν

ସେମାନେ ମନ୍ଦିରର ଭିତର ସ୍ଥାନକୁ ପ୍ରବେଶ କରୁ ନ ଥିଲେ ଯେଉଁଠାକୁ କେବଳ ମହାଜାଯକ ପ୍ରବେଶ କରିପାରିବେ I ସେମାନେ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରୁଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ ଗଲେ” (See: ଉପଲକ୍ଷ୍ୟ ଅଳଙ୍କାର)

τῶν ἡμερῶν τοῦ ἁγνισμοῦ

ମନ୍ଦିର ଅଞ୍ଚଳରେ ପ୍ରବେଶ କରିବାକୁ ଯେଉଁ ଶୌଚକରଣ ପ୍ରକ୍ରିୟା ଆବଶ୍ୟକ ହେଉଥିଲା, ତା’ଠାରୁ ଏହା ଏକ ପୃଥକ୍ ଶୌଚକରଣ ପ୍ରକ୍ରିୟା ଥିଲା I

ἕως οὗ προσηνέχθη ... ἡ προσφορά

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପଶୁ ନେଇ ବଳି ଉତ୍ସର୍ଗ କରିବା ପର୍ଯ୍ୟନ୍ତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 21:27

୨୯ ପଦ ଆସିଆର ଯିହୂଦୀମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I

ଏହା ପାଉଲଙ୍କର ବନ୍ଦୀହେବା ଘଟଣାକୁ ଆରମ୍ଭ କରେ I

αἱ ἑπτὰ ἡμέραι

ଏସବୁ ଶୌଚକରଣର ସାତ ଦିନ I

ἐν τῷ ἱερῷ

ପାଉଲ ମନ୍ଦିର ଭିତରେ ନ ଥିଲେ I ସେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

συνέχεον πάντα τὸν ὄχλον

ଲୋକମାନଙ୍କୁ ପାଉଲଙ୍କ ପ୍ରତି ଅତି କ୍ରୋଧ କରିବା ନିମନ୍ତେ ମତାଇବା ବିଷୟକୁ ଏପରି କୁହାଯାଏ ଯେ ସେମାନେ ଲୋକମାନଙ୍କର ଭାବପ୍ରବଣତାକୁ ଉତ୍ତେଜିତ କଲେ I ବିକଳ୍ପ ଅନୁବାଦ: “ପାଉଲଙ୍କ ପ୍ରତି ଅତି କ୍ରୋଧ କରିବାକୁ ବହୁ ସଂଖ୍ୟକ ଲୋକଙ୍କୁ ପ୍ରବର୍ତ୍ତାଇଲେ” (ଦେଖ: ଉପମା/ରୂପକ)

ἐπέβαλον ἐπ’ αὐτὸν τὰς χεῖρας

ଏଠାରେ “ହସ୍ତ ପକାଇଲେ” ର ଅର୍ଥ “ଅବରୋଧ କରିବା” କିମ୍ବା “ଧରିବା I” “ହସ୍ତ ପକାଇବା”କୁ ପ୍ରେରିତ ୫:୧୮ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I

Acts 21:28

ଇସ୍ରାୟେଲୀୟ ଲୋକମାନେ, ମୋଶାଙ୍କ ବ୍ୟବସ୍ଥା ଓ ମନ୍ଦିର"

ἔτι τε καὶ Ἕλληνας εἰσήγαγεν εἰς τὸ ἱερὸν

ଯିରୂଶାଲମ ମନ୍ଦିର ପ୍ରାଙ୍ଗଣର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ କେବଳ ଯିହୂଦୀ ପୁରୁଷମାନଙ୍କୁ ପ୍ରବେଶ ଅଧିକାର ଥିଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 21:29

ଏହା ପୃଷ୍ଠଭୂମି ସୂଚନା I ଆସିଆର ଯିହୂଦୀମାନେ କାହିଁକି ଭାବିଥିଲେ ଯେ ପାଉଲ ଜଣେ ଗ୍ରୀକ୍ ଲୋକକୁ ମନ୍ଦିର ଭିତରକୁ ଆଣିଲେ, ଲୂକ ତାହା ବର୍ଣ୍ଣନା କରୁଛନ୍ତି I (ଦେଖ: ପୃଷ୍ଠଭୂମି ସୂଚନା)

Τρόφιμον

ଏ ସେହି ଗ୍ରୀକ୍ ଲୋକ ଯାହାଙ୍କୁ ପାଉଲ ମନ୍ଦିରର ଭିତର ଅଞ୍ଚଳକୁ ଆଣିଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ, ଯେଉଁ ଅଞ୍ଚଳ କେବଳ ଯିହୂଦୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା I ତୁମେ ପ୍ରେରିତ ୨୦:୪ରେ ତାହାର ନାମକୁ କିପରି ଅନୁବାଦ କଲ ତାହା ଦେଖ I

Acts 21:30

ଏଠାରେ “ସମୁଦାୟ” ଶବ୍ଦଟି ଗୁରୁତ୍ବ ଦେବାପାଇଁ ଏକ ଅତିରଞ୍ଜନ I “ନଗର” ଶବ୍ଦଟି ଯିରୂଶାଲମର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଅନେକ ଲୋକ ପାଉଲଙ୍କ ପ୍ରତି କ୍ରୋଧ କଲେ” (ଦେଖ : ଅତିରଞ୍ଜନ/ଅତ୍ୟୁକ୍ତି ଲାକ୍ଷଣିକ ଶବ୍ଦ)

ἐπιλαβόμενοι τοῦ Παύλου

ପାଉଲଙ୍କୁ ଅବରୋଧ କଲେ କିମ୍ବା “ପାଉଲଙ୍କୁ ଧରିଲେ”

εὐθέως ἐκλείσθησαν αἱ θύραι

ସେମାନେ ଦ୍ବାରସବୁ ବନ୍ଦ କରିଦେଲେ ଯେପରି ମନ୍ଦିର ଅଞ୍ଚଳରେ ଗଣ୍ଡଗୋଳ ହେବ ନାହିଁ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକେ ଯିହୂଦୀ ସଙ୍ଗେ ସଙ୍ଗେ ଦ୍ବାରସବୁ ବନ୍ଦ କରିଦେଲେ” କିମ୍ବା “ମନ୍ଦିରର ଜଗୁଆଳୀମାନେ ସଙ୍ଗେ ସଙ୍ଗେ ଦ୍ବାରସବୁ ବନ୍ଦ କରିଦେଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 21:31

ἀνέβη φάσις τῷ χιλιάρχῳ τῆς σπείρης

ଏଠାରେ “ସମ୍ବାଦ” ସମ୍ବାଦ କହିବାପାଇଁ ଯାଇଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କେହି ଜଣେ ଜଗୁଆଳୀମାନଙ୍କର ପ୍ରଧାନ ସେନାପତିଙ୍କୁ ସମ୍ବାଦ ଦେଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ἀνέβη φάσις τῷ χιλιάρχῳ

“ନିକଟକୁ ଆସିଲା” ବାକ୍ୟାଂଶ ବ୍ୟବହାର କରାଯାଇଛି, କାରଣ ପ୍ରଧାନ ସେନାପତି ମନ୍ଦିରକୁ ଲାଗିରହିଥିବା ଗୋଟିଏ ଗଡ଼ରେ ରହୁଥିଲେ ଯାହା ମନ୍ଦିର ପ୍ରାଙ୍ଗଣଠାରୁ ଉଚ୍ଚରେ ଥିଲା I

τῷ χιλιάρχῳ

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ୬୦୦ ସୈନ୍ୟମାନଙ୍କ ଉପରେ ନେତା

ὅλη συνχύννεται Ἰερουσαλήμ

ଏଠାରେ “ଯିରୂଶାଲମ” ଶବ୍ଦଟି ଯିରୂଶାଲମର ଲୋକମାନଙ୍କୁ ବୁଝାଏ I “ସମୁଦାୟ” ଶବ୍ଦଟି ଏକ ବୃହତ୍ ଜନଗହଳି ବିଚଳିତ ଥିଲେ ବୋଲି ଦେଖାଇବାକୁ ଏକ ଅତିରଞ୍ଜନ I ବିକଳ୍ପ ଅନୁବାଦ: “ଯିରୂଶାଲମର ବହୁସଂଖ୍ୟକ ଲୋକ ଗଣ୍ଡଗୋଳରେ ଥିଲେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି ଲାକ୍ଷଣିକ ଶବ୍ଦ)

Acts 21:32

ପ୍ରଥମ “ସେ” ଓ ଅନ୍ୟ “ସେ” ଶବ୍ଦ ପ୍ରେରିତ ୨୧:୩୧ରେ ଉଲ୍ଲେଖଥିବା ଜଗୁଆଳୀ ମାନଙ୍କର ପ୍ରଧାନ ସେନାପତିଙ୍କୁ ବୁଝାଏ I

κατέδραμεν

ଗଡ଼ ଉପରୁ ପ୍ରାଙ୍ଗଣ ତଳକୁ ସିଡି ଲାଗିଥିଲା I

τὸν χιλίαρχον

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା

Acts 21:33

ἐπελάβετο αὐτοῦ

ପାଉଲଙ୍କୁ ଧରିଲେ କିମ୍ବା “ପାଉଲଙ୍କୁ ବାନ୍ଧିଲେ”

ἐκέλευσε δεθῆναι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ବାନ୍ଧିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἁλύσεσι δυσί

ଏହାର ଅର୍ଥ ସେମାନେ ପାଉଲଙ୍କୁ ତାଙ୍କ ଦୁଇ ପାଖରେ ଦୁଇ ଜଣ ସୈନ୍ୟ ସହିତ ବାନ୍ଧିଲେ I

ἐπυνθάνετο τίς εἴη καὶ τί ἐστιν πεποιηκώς

ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ସେ ପଚାରିଲେ, ଏହି ଲୋକ କିଏ? ସେ କ’ଣ କରିଛି?” (ଦେଖ: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

ἐπυνθάνετο τίς εἴη

ପ୍ରଧାନ ସେନାପତି ଜନଗହଳିକୁ କହୁଛନ୍ତି, ପାଉଲଙ୍କୁ ନୁହେଁ I

Acts 21:34

ἄλλο

“ଚିତ୍କାର କରୁଥିଲେ” ଶବ୍ଦଗୁଡିକୁ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଆଉ ପରସ୍ପରକୁ ଚିତ୍କାର କରୁଥିଲେ” କିମ୍ବା “ଆଉ ଭିଡ ମଧ୍ୟରେ ଥିବା ଅନ୍ୟମାନେ ଅନ୍ୟ କିଛି କହି ଚିତ୍କାର କରୁଥିଲେ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

αὐτοῦ

ଏ ଜଣେ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା

ἐκέλευσεν ἄγεσθαι αὐτὸν

"ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ""ପାଉଲଙ୍କୁ ଆଣିବା ପାଇଁ ସେ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)"

εἰς τὴν παρεμβολήν

ଏହି ଗଡ଼ଟି ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I

Acts 21:35

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ପାଉଲ ଗଡ଼ର ସିଡି ପାଖକୁ ଆସିଲେ, ସୈନ୍ୟମାନେ ତାହାଙ୍କୁ ନେଇଗଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 21:36

αἶρε αὐτόν

"ଜନଗହଳି ପାଉଲଙ୍କର ମୃତ୍ୟୁଦଣ୍ଡ ପାଇଁ ଅପେକ୍ଷାକୃତ କୋମଳ ଓ ଅସ୍ପଷ୍ଟ ଭାଷା ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: ""ତାହାକୁ ମୃତ୍ୟୁ ଦଣ୍ଡ ଦିଅ” କିମ୍ବା “ବଧ କର” (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)"

Acts 21:37

μέλλων τε εἰσάγεσθαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୈନ୍ୟମାନେ ପାଉଲଙ୍କୁ ଆଣିବାପାଇଁ ଉଦ୍ୟତ ଥିବା ସମୟରେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὴν παρεμβολὴν

ଏହି ଗଡ଼ଟି ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ଏହାକୁ ତୁମେ ପ୍ରେରିତ ୨୧:୩୪ରେ କିପରି ଅନୁବାଦ କଲ ତାହା ଦେଖ I

τῷ χιλιάρχῳ

ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ରୋମୀୟ ସୈନ୍ୟ ଅଧିକାରୀ

ପ୍ରଧାନ ସେନାପତି ଆଶ୍ଚର୍ଯ୍ୟ ପ୍ରକଟ କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ସେ ପାଉଲଙ୍କୁ ଯିଏ ହୋଇଥିବେ ବୋଲି ଭାବୁଥିଲେ ସେ ସେହି ନୁହନ୍ତି I ବିକଳ୍ପ ଅନୁବାଦ: “ତୁମେ କି ଗ୍ରୀକ୍ କହୁଛ I” କିମ୍ବା “ତୁମେ ଗ୍ରୀକ୍ କହୁଛ ବୋଲି ମୁଁ ଜାଣି ନ ଥିଲି I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 21:38

ପ୍ରଧାନ ସେନାପତି ଆଶ୍ଚର୍ଯ୍ୟ ପ୍ରକଟ କରିବା ନିମନ୍ତେ ଏହି ପ୍ରଶ୍ନ ଓ “ତୁମେ କି ଗ୍ରୀକ୍ କହୁଛ ?” ବୋଲି ପ୍ରଶ୍ନ (୩୭ ପଦ) କରୁଛନ୍ତି ଯେ ସେ ପାଉଲଙ୍କୁ ଯିଏ ହୋଇଥିବେ ବୋଲି ଭାବୁଥିଲେ ସେ ସେହି ନୁହନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ULTରେ ଯେପରି ଉଲ୍ଲେଖ ଅଛି, ପ୍ରଧାନ ସେନାପତି ବିଶ୍ବାସ କରୁଛନ୍ତି ଯେ ଯଦିଓ ପାଉଲ ଗ୍ରୀକ୍ କହୁଛନ୍ତି, ପାଉଲ ଜଣେ ମିସରୀୟ ଅଟନ୍ତି I “ଯଦିଓ ତୁମେ ଗ୍ରୀକ୍ କହୁଛ, ମୁଁ ଏବେ ସୁଦ୍ଧା ଭାବୁଛି ଯେ ତୁମେ ଜଣେ ମିସରୀୟ ଯେ ...ପ୍ରାନ୍ତରକୁ ଘେନି ଯାଇଥିଲା I” ୨) ଯେହେତୁ ପାଉଲ ଗ୍ରୀକ୍ କହୁଛନ୍ତି, ପ୍ରଧାନ ସେନାପତି ଭାବୁଛନ୍ତି ଯେ ବୋଧହୁଏ ପାଉଲ ଜଣେ ମିସରୀୟ ନୁହନ୍ତି I “ତୁମେ କି ଗ୍ରୀକ୍ କହୁଛ? ବୋଧହୁଏ ମୁଁ ତୁମକୁ ସେହି ମିସରୀୟ ଯେ ...ପ୍ରାନ୍ତରକୁ ଘେନି ଯାଇଥିଲା ଭାବି ଭୁଲ୍ କରିଛି I” ପ୍ରଶ୍ନ ଗୁଡିକ ମନେ ରଖିବା ସବୁଠାରୁ ଭଲ ହେବ, ଯଦି ପାଠକ ଦୁଇଟି ଅର୍ଥ ମଧ୍ୟରୁ କୌଣସି ଗୋଟିଏକୁ ଅନୁମାନ କରିପାରିବେ I (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

οὐκ ἄρα σὺ εἶ ὁ Αἰγύπτιος

ପାଉଲଙ୍କ ପରିଦର୍ଶନର ଅଳ୍ପ କିଛି ଦିନ ପୂର୍ବରୁ, ମିସରର ଜଣେ ଅନାମୀ ଲୋକ ଯିରୂଶାଲମରେ ରୋମ୍ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲା I ପରେ ସେ ପ୍ରାନ୍ତରକୁ ଖସି ପଳାଇ ଯାଇଥିଲା ଓ ସେନାପତି ଆଶ୍ଚର୍ଯ୍ୟ ହେଉଛନ୍ତି ପାଉଲ ହୁଏତ ସେହି ଲୋକ ହୋଇପାରନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἀναστατώσας

“ବିଦ୍ରୋହ” ଶବ୍ଦଟି କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ରୋମୀୟ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ଲୋକମାନଙ୍କୁ ମତାଇଲା” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

τοὺς τετρακισχιλίους ἄνδρας

"୪,୦୦୦ ଆତଙ୍କବାଦୀ (ଦେଖ: ସଂଖ୍ୟାଗୁଡ଼ିକ)

σικαρίων

ଏହା ଯିହୂଦୀ ବିଦ୍ରୋହୀମାନଙ୍କର ଗୋଟିଏ ଦଳକୁ ବୁଝାଏ, ଯେଉଁମାନେ ରୋମୀୟମାନଙ୍କୁ ଓ ରୋମୀୟମାନଙ୍କୁ ସମର୍ଥନ କରୁଥିବା ଲୋକମାନଙ୍କୁ ହତ୍ୟା କରିଥିଲେ I

Acts 21:39

ପାଉଲ ଯାହା କରିଥିଲେ ତା’ର ପକ୍ଷ ସମର୍ଥନ କରିବାକୁ ଆରମ୍ଭ କରିଥିଲେ

δέομαι ... σου

ମୁଁ ଅନୁରୋଧ କରୁଅଛି କିମ୍ବା “ମୁଁ ନିବେଦନ କରୁଅଛି”"

ἐπίτρεψόν μοι

ଦଯାକରି ମୋତେ କହିବାକୁ ଦିଅନ୍ତୁ କିମ୍ବା “ଦୟାକରି ମୋତେ ଅନୁମତି ଦିଅନ୍ତୁ”

Acts 21:40

ἐπιτρέψαντος ... αὐτοῦ

“ଅନୁମତି” ଶବ୍ଦଟି କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେନାପତି ପାଉଲଙ୍କୁ କହିବାକୁ ଅନୁମତି ଦେଲେ” କିମ୍ବା “ସେନାପତି ପାଉଲଙ୍କୁ କହିବାକୁ କହିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ὁ Παῦλος ἑστὼς ἐπὶ τῶν ἀναβαθμῶν

ଏଠାରେ “ସୋପାନ” ଶବ୍ଦଟି ଗଡ ଉପରକୁ ଯାଇଥିବା ସିଡିର ସୋପାନ ଗୁଡିକୁ ବୁଝାଏ I

κατέσεισε τῇ χειρὶ τῷ λαῷ

ପାଉଲ କାହିଁକି ହସ୍ତ ଦ୍ବାରା ସଙ୍କେତ ଦେଲେ, ସେ ବିଷୟକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ନୀରବ ହେବା ପାଇଁ ହସ୍ତରେ ସଙ୍କେତ ଦେଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

πολλῆς δὲ σιγῆς γενομένης

ଯେତେବେଳେ ଲୋକମାନେ ସମ୍ପୂର୍ଣ୍ଣଭାବରେ ନୀରବ ହେଲେ

Acts 22

ପ୍ରେରିତ ୨୨ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ଦ୍ବିତୀୟ ବିବରଣୀ I କାରଣ ଆଦ୍ୟ ମଣ୍ଡଳୀରେ ଏହା ଏପରି ଏକ ଘଟଣା ଥିଲା ଯେ ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ଅଛି I (ଦେଖ: ପ୍ରେରିତ ୯ and ପ୍ରେରିତ ୨୬)

ଏହି ଅଧ୍ୟାୟର ବିଶେଷ ଧାରଣା

”ଏବ୍ରୀ ଭାଷାରେ”

ଏହି ସମୟରେ ଅଧିକାଂଶ ଯିହୂଦୀ ଆରାମିକ୍ ଓ ଗ୍ରୀକ୍ ଭାଷା କହୁଥିଲେ I ଏବ୍ରୀ ଭାଷା କହୁଥିବା ଅଧିକାଂଶ ଲୋକେ ଶିକ୍ଷିତ ଯିହୂଦୀ ପଣ୍ଡିତ ଥିଲେ I ଏଇଥିପାଇଁ ପାଉଲ ଯେତେବେଳେ ଏବ୍ରୀ ଭାଷାରେ କହିବାକୁ ଆରମ୍ଭ କଲେ, ଲୋକମାନେ ଧ୍ୟାନଦେଇ ଶୁଣିଲେ I

”ମାର୍ଗ”

କେହି ନିଶ୍ଚିତଭାବରେ ଜାଣନ୍ତି ନାହିଁ ଯେ କିଏ ପ୍ରଥମେ ବିଶ୍ବାସୀମାନଙ୍କୁ “ମାର୍ଗର ଅନୁଗମନକାରୀ” ବୋଲି କହିଥିଲେ I ଏହା ସମ୍ଭବତଃ ବିଶ୍ବାସୀମାନେ ଆପଣା ଆପଣାକୁ କହିଥିଲେ, କାରଣ ବାଇବଲ ଅନେକ ସମୟରେ ଆପଣା ଜୀବନ ଯାପନ କରୁଥିବା ଜଣେ ଲୋକ ବିଷୟରେ ଏପରି କହେ, ସତେ ଯେପରି ସେ ଲୋକଟି ଗୋଟିଏ ପଥରେ ଅବା “ମାର୍ଗ”ରେ ଚାଲୁଅଛି I ଯଦି ଏହା ସତ୍ୟ ହୋଇଥାଏ, ତେବେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନ ଯାପନ କରି ବିଶ୍ବାସୀମାନେ “ପ୍ରଭୁଙ୍କ ମାର୍ଗର ଅନୁଗମନ କରୁଥିଲେ I”

ରୋମୀୟ ନାଗରିକତା

ରୋମୀୟ ନାଗରିକତା

ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଉତ୍ତମ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କପାଇଁ ସେମାନଙ୍କୁ ବ୍ୟବସ୍ଥା ମାନିବାକୁ ପଡୁଥିଲା I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରଙ୍କୁ ଅର୍ଥ ଦେଇ ରୋମୀୟ ନାଗରିକ ହେଉଥିଲେ I ଜଣେ ଅଣ-ନାଗରିକକୁ ବ୍ୟବହାର କଲା ପରି ଯଦି ସେ ଜଣେ ରୋମୀୟ ନାଗରିକକୁ ବ୍ୟବହାର କରିଥାନ୍ତେ, ତେବେ “ପ୍ରଧାନ ସେନାପତି” ହୁଏତ ଦଣ୍ଡ ପାଇଥାନ୍ତେ I

Acts 22:1

୨ ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: ପୃଷ୍ଠଭୂମି ସୂଚନା)

ପାଉଲ ଯିରୂଶାଲମରେ ଯିହୂଦୀ ଲୋକସମୂହକୁ କହୁଛନ୍ତି I

ଶ୍ରୋତାମାନଙ୍କ ମଧ୍ୟରେ ଯେଉଁମାନେ ପାଉଲଙ୍କର ସମବୟସ୍କ ଓ ଅଧିକ ବୟସ୍କ, ସେମାନଙ୍କୁ ସମ୍ବୋଧନ କରିବାର ଏହା ଗୋଟିଏ ଶିଷ୍ଟାଚାର ଅଟେ I

ମୁଁ ବର୍ତ୍ତମାନ ବୁଝାଇବି କିମ୍ବା “ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥାପନ କରିବି”

Acts 22:2

τῇ Ἑβραΐδι διαλέκτῳ

ଏବ୍ରୀ ଭାଷା ଯିହୂଦୀମାନଙ୍କର ଭାଷା ଥିଲା I

Acts 22:3

ἀνατεθραμμένος δὲ ἐν τῇ πόλει ταύτῃ, παρὰ τοὺς πόδας Γαμαλιήλ

ଏହାକୁ କର୍ତ୍ତୃବାଚ୍ୟରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଏଠାରେ ଯିରୂଶାଲମରେ ଗୁରୁ ଗମଲୀୟେଲଙ୍କର ଜଣେ ଛାତ୍ର ଥିଲି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

παρὰ τοὺς πόδας Γαμαλιήλ

ଏଠାରେ “ଚରଣ” ଜଣେ ଛାତ୍ର ଜଣେ ଶିକ୍ଷକଙ୍କଠାରୁ ଶିକ୍ଷା କରିବା ସମୟରେ ବସୁଥିବା ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗମଲୀୟେଲଙ୍କ ଦ୍ବାରା” (ଦେଖ: ଲାକ୍ଷଣିକ ଶବ୍ଦ)

Γαμαλιήλ

ଗମଲୀୟେଲ ଯିହୂଦୀ ବ୍ୟବସ୍ଥାର ଜଣେ ଅତି ପ୍ରଖ୍ୟାତ ଶିକ୍ଷକ ଥିଲେ I ପ୍ରେରିତ ୫:୩୪ରେ ତୁମେ ଏହି ନାମକୁ କିପରି ଅନୁବାଦ କଲ ତାହା ଦେଖ I

πεπαιδευμένος κατὰ ἀκρίβειαν τοῦ πατρῴου νόμου

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ପିତୃପୁରୁଷମାନଙ୍କର ପ୍ରତ୍ୟେକ ବ୍ୟବସ୍ଥା କିପରି ପାଳନ କରିବାକୁ ହେବ, ତାହା ସେ ମୋତେ ଶିକ୍ଷା ଦେଲେ” କିମ୍ବା “ମୁଁ ଶିକ୍ଷା ପାଇଥିବା ଆମ୍ଭ ପିତୃପୁରୁଷମାନଙ୍କ ବ୍ୟବସ୍ଥାର ପ୍ରତ୍ୟେକ ବିଷୟ ସୂକ୍ଷ୍ମଭାବରେ ପାଳନ କଲି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

πατρῴου νόμου

"ଆମ୍ଭ ପିତୃପୁରୁଷମାନଙ୍କ ବ୍ୟବସ୍ଥା I ଏହା ମୋଶାଙ୍କ ଦ୍ବାରା ଇଶ୍ରାୟେଲ ଲୋକମାନଙ୍କୁ ଇଶ୍ବର ଦେଇଥିବା ବ୍ୟବସ୍ଥାକୁ ବୁଝାଏ I

ζηλωτὴς ὑπάρχων τοῦ Θεοῦ

ମୁଁ ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ସମ୍ପୂର୍ଣ୍ଣଭାବରେ ସମର୍ପିତ ଅଟେ କିମ୍ବା “ମୁଁ ଈଶ୍ବରଙ୍କ ପ୍ରତି ମୋର ସେବା ବିଷୟରେ ଉଦ୍ଯୋଗୀ ଅଟେ”"

καθὼς πάντες ὑμεῖς ἐστε σήμερον

"ଆପଣମାନେ ସମସ୍ତେ ଆଜି ଯେପରି I ପାଉଲ ଲୋକମାନଙ୍କ ସହିତ ଆପଣାକୁ ତୁଳନା କରୁଛନ୍ତି I

Acts 22:4

ὃς ταύτην τὴν Ὁδὸν ἐδίωξα

ଏଠାରେ “ଏହି ମାର୍ଗ,” “ମାର୍ଗ” କୁହାଯାଉଥିବା ଦଳର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ମାର୍ଗର ଲୋକମାନଙ୍କୁ ମୁଁ ତାଡନା କରିଥିଲି” (ଦେଖ: ଲାକ୍ଷଣିକ ଶବ୍ଦ)

ταύτην τὴν Ὁδὸν

ଏହି ଶବ୍ଦ ଖ୍ରୀଷ୍ଟବିଶ୍ବାସୀମାନଙ୍କୁ ବୁଝାଇବାପାଇଁ ବ୍ୟବହାର କରାଯାଇଥାଏ I ପ୍ରେରିତ ୯:୨ରେ “ମାର୍ଗ”କୁ ତୁମେ କିପରି ଅନୁବାଦ କଲ ତାହା ଦେଖ I

ἄχρι θανάτου

“ମୃତ୍ୟୁ” ଶବ୍ଦକୁ “ବଧ କରିବା” କିମ୍ବା “ମରିବା” କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ମୁଁ ସେମାନଙ୍କୁ ବଧ କରିବାର ଉପାୟ ଖୋଜିଲି” କିମ୍ବା “ଆଉ ମୁଁ ଏପରିକି ସେମାନଙ୍କର ମୃତ୍ୟୁ ଘଟାଇଲି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

δεσμεύων καὶ παραδιδοὺς εἰς φυλακὰς, ἄνδρας τε καὶ γυναῖκας

ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ"

Acts 22:5

μαρτυρεῖ

ସାକ୍ଷ୍ୟ ଦେଇ ପାରିବି କିମ୍ବା “ତୁମ୍ଭମାନଙ୍କୁ କହିପାରିବି”

ମହାଯାଜକ ଓ ପ୍ରାଚୀନମାନେ ମୋତେ ପତ୍ର ଦେଲେ

πρὸς τοὺς ἀδελφοὺς, εἰς Δαμασκὸν

ଏଠାରେ “ଭାଇମାନେ” ଶବ୍ଦ “ସହ-ଯିହୂଦୀମାନଙ୍କୁ” ବୁଝାଏ I

τιμωρηθῶσιν

ସେମାନେ ମୋତେ ଏହି ମାର୍ଗର ଲୋକମାନଙ୍କୁ ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ଆଦେଶ ଦେଇଥିଲେ

ἵνα τιμωρηθῶσιν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଦଣ୍ଡ ପାଆନ୍ତି” କିମ୍ବା “ଯେପରି ଯିହୂଦୀ ଅଧିକାରୀମାନେ ସେମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 22:6

ପାଉଲ ଯୀଶୁଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିବା ବିଷୟକୁ ବର୍ଣ୍ଣନା କରୁଛନ୍ତି I

ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I

Acts 22:7

ἤκουσα φωνῆς λεγούσης μοι

ଏଠାରେ “ବାଣୀ” କେହି ଜଣେ କହୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “କେହି ଜଣେ ମୋତେ କହୁଥିବା ମୁଁ ଶୁଣିଲି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 22:9

τὴν ... φωνὴν οὐκ ἤκουσαν τοῦ λαλοῦντός μοι

ଏଠାରେ “ସ୍ବର” କେହି ଜଣେ କହୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ କଥା କହୁଥିବା ବ୍ୟକ୍ତି ଜଣକ କ’ଣ କହୁଥିଲେ, ତାହା ସେମାନେ ବୁଝିଲେ ନାହିଁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 22:10

κἀκεῖ σοι λαληθήσεται

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ କେହି ଜଣେ ତୁମକୁ କହିବେ” କିମ୍ବା “ସେଠାରେ ତୁମେ ଜାଣି ପାରିବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 22:11

ସେହି ଆଲୋକର ତେଜ ହେତୁ ମୁଁ ଅନ୍ଧ ହୋଇଗଲି

χειραγωγούμενος ὑπὸ τῶν συνόντων μοι, ἦλθον εἰς Δαμασκόν

ଏଠାରେ “ହସ୍ତ” ପାଉଲଙ୍କୁ ଆଗେଇନେବା ଲୋକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋ ସାଙ୍ଗରେ ଥିବା ଲୋକମାନେ ମୋତେ ଦମ୍ମେସକକୁ କଢାଇନେଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାରକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 22:12

“ସେ” ଶବ୍ଦଗୁଡିକ ହନନିୟଙ୍କୁ ବୁଝାଏ I

Ἁνανίας

ଯଦିଓ ଯେ ପୂର୍ବରୁ ପ୍ରେରିତ ୫:୩ରେ ମୃତ୍ୟୁ ଭୋଗ କରିଥିଲେ ଏ ସେହି ଏକା ହନନିୟ ନୁହନ୍ତି, ତଥାପି ତୁମେ ଯେ ପ୍ରକାରେ ପ୍ରେରିତ ୫:୧ରେ ଅନୁବାଦ କରିଥିଲ, ସେ ପ୍ରକାରେ ଏହାକୁ ଅନୁବାଦ କରିପାର I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἀνὴρ εὐλαβὴς κατὰ τὸν νόμον

ଈଶ୍ବରଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ହନନିୟ ଅତି ଯତ୍ନଶୀଳ ଥିଲେ I

μαρτυρούμενος ὑπὸ πάντων τῶν κατοικούντων Ἰουδαίων

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ବାସ କରୁଥିବା ଯିହୂଦୀମାନଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ଥିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 22:13

Σαοὺλ‘, ἀδελφέ

ଏଠାରେ “ଭାଇ” ବୋଲି ଜଣକୁ ସମ୍ବୋଧନ କରିବା ଶିଷ୍ଟାଚାରର ପରିଚୟ I ବିକଳ୍ପ ଅନୁବାଦ: “ମୋର ବନ୍ଧୁ ଶାଉଲ”

ἀνάβλεψον

“ଦୃଷ୍ଟି” କୁ “ଦେଖିବା” କ୍ରିୟାରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଥରେ ଦେଖ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

କିଛି ଗୋଟେ ଏହି କ୍ଷଣି ଘଟିଛି ବୋଲି କହିବାର ଏହା ଏକ ପ୍ରଥାଗତ ଉପାୟ I ବିକଳ୍ପ ଅନୁବାଦ: “ସେହି କ୍ଷଣି” କିମ୍ବା “ସଙ୍ଗେ ସଙ୍ଗେ” କିଅବା “ତତ୍ କ୍ଷଣାତ୍” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 22:14

“ସେ” ଶବ୍ଦଟି ହନନିୟଙ୍କୁ ବୁଝାଏ (ପ୍ରେରିତ ୨୧:୧୨) I

ପାଉଲ ଦମ୍ମେସକରେ ତାଙ୍କ ପ୍ରତି କ’ଣ ଘଟିଲା ତାହା କହିବା ଶେଷ କରୁଛନ୍ତି I ହନନିୟ ତାଙ୍କୁ ଯାହା କହିଲେ, ସେ ତାହା ଉଦ୍ଧୃତ କରୁଛନ୍ତି I ଏହା ଏବେ ସୁଦ୍ଧା ସେ ଯିରୂଶାଲମରେ ଲୋକମାନଙ୍କୁ କହିଥିବା ତାଙ୍କ କଥାର ଅଂଶ ଅଟେ I

τὸ θέλημα αὐτοῦ

ଯାହା ଇଶ୍ବର ଯୋଜନା କରୁଛନ୍ତି ଓ ଘଟାଇବେ

ἀκοῦσαι φωνὴν ἐκ τοῦ στόματος αὐτοῦ

ଉଭୟ “ସ୍ବର” ଓ “ମୁଖ” କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ତୁମ୍ଭକୁ ପ୍ରତ୍ୟକ୍ଷଭାବରେ କଥା କହିବାର ଶୁଣିବା” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 22:15

πρὸς πάντας ἀνθρώπους

ଏଠାରେ “ଲୋକ” ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ଲୋକଙ୍କୁ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

Acts 22:16

"ଏଠାରେ “ଏବେ” ""ଏହି କ୍ଷଣି""କୁ ବୁଝାଏ ନାହିଁ, କିନ୍ତୁ ଏହା ପରେ ଆସୁଥିବା ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନାକର୍ଷଣ କରିବା ନିମନ୍ତେ ବ୍ୟବହାର କରାଯାଇଛି I"

τί μέλλεις

ପାଉଲଙ୍କୁ ବାପ୍ତିଜିତ ହେବାକୁ ଉତ୍ସାହିତ କରିବା ନିମନ୍ତେ ଏହି ପ୍ରଶ୍ନ ପଚରାଯାଇଛି I ବିକଳ୍ପ ଅନୁବାଦ: “ଅପେକ୍ଷା କର ନାହିଁ!” କିମ୍ବା “ବିଳମ୍ବ କର ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

βάπτισαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ ତୁମକୁ ବାପ୍ତିସ୍ମ ଦେବାକୁ ଦିଅ” କିମ୍ବା “ବାପ୍ତିସ୍ମ ଗ୍ରହଣ କର” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἀπόλουσαι τὰς ἁμαρτίας σου

ଯେପରି ଜଣକର ଦେହ ଧୋଇଲେ ମଇଳା ସଫା ହୁଏ, ସେହିପରି କ୍ଷମାପ୍ରାପ୍ତି ନିମନ୍ତେ ଯୀଶୁଙ୍କର ନାମରେ ପ୍ରାର୍ଥନା କଲେ ଜଣକର ଅନ୍ତର ପାପରୁ ସଫା ହୁଏ I ବିକଳ୍ପ ଅନୁବାଦ: “ତୁମର ପାପ ପାଇଁ କ୍ଷମା ମାଗ” (ଦେଖ: ଉପମା/ରୂପକ)

ἐπικαλεσάμενος τὸ ὄνομα αὐτοῦ

ଏଠାରେ “ନାମ” ପ୍ରଭୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ଡାକି” କିମ୍ବା “ପ୍ରଭୁଙ୍କଠାରେ ଭରସା କରି”

Acts 22:17

ପାଉଲ ଆପଣା ଯୀଶୁଙ୍କ ଦର୍ଶନ ବିଷୟରେ ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଗୋଟିଏ ଦର୍ଶନ ପାଇଲି” କିମ୍ବା “ଇଶ୍ବର ମୋତେ ଗୋଟିଏ ଦର୍ଶନ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 22:18

ସେ ମୋତେ କଥା କହିବା ସମୟରେ ମୁଁ ଯୀଶୁଙ୍କୁ ଦେଖିଲି

οὐ παραδέξονταί σου μαρτυρίαν περὶ ἐμοῦ

ଯିରୂଶାଲମରେ ବାସ କରୁଥିବା ଲୋକମାନେ ଆମ୍ଭ ବିଷୟରେ ତୁମ୍ଭର କଥା ବିଶ୍ବାସ କରିବେ ନାହିଁ

Acts 22:19

ଏଠାରେ “ସେମାନେ” ଶବ୍ଦ ଯିରୂଶାଲମରେ ବାସ କରୁଥିବା ଅବିଶ୍ବାସୀ ଯିହୂଦୀମାନଙ୍କୁ ବୁଝାଏ I

ଗଡ଼ ନିକଟରେ ଯିହୂଦୀ ଲୋକମାନଙ୍କର ଭିଡକୁ ପାଉଲ ଯାହା କହିବାକୁ ସମର୍ଥ ଥିଲେ, ତାହା ଏଠାରେ ଶେଷ ହେଉଛି I

αὐτοὶ ἐπίστανται

“ସେମାନେ ନିଜେ” ଶବ୍ଦ ଗୁରୁତ୍ବ ଦେବାପାଇଁ ବ୍ୟବହାର କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

κατὰ τὰς συναγωγὰς

ପାଉଲ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଯିହୂଦୀ ଲୋକମାନଙ୍କୁ ଖୋଜିବାପାଇଁ ସମାଜଗୃହକୁ ଗଲେ I

Acts 22:20

ἐξεχύννετο τὸ αἷμα Στεφάνου τοῦ μάρτυρός σου

ଏଠାରେ “ରକ୍ତ” ସ୍ତିଫାନଙ୍କର ଜୀବନକୁ ବୁଝାଏ I ରକ୍ତପାତ କରିବାର ଅର୍ଥ ବଧ କରିବା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେଇଥିବା ସ୍ତିଫାନଙ୍କୁ ବଧ କଲେ” (ଦେଖ: ଲାକ୍ଷଣିକ ଶବ୍ଦକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 22:22

ଏଠାରେ “ତାହାଙ୍କୁ” ଓ ପ୍ରଥମ ଦୁଇଟି “ତାହାର” ଶବ୍ଦ ପାଉଲଙ୍କୁ ବୁଝାଏ I “ସେ” ଶବ୍ଦଗୁଡିକ ପ୍ରଧାନ ସେନାପତିଙ୍କୁ ବୁଝାଏ I

“ପୃଥିବୀରୁ” ଶବ୍ଦଟି “ଏ ଭଳି ଲୋକଠାରୁ ଦୂର ହୁଅ” କୁ ଗୁରୁତ୍ବ ଦେଉଛି I ବିକଳ୍ପ ଅନୁବାଦ: “ବଧ କର”

Acts 22:23

"ଆଉ ଯେତେବେଳେ ସେମାନେ I ଦୁଇଟି ଘଟଣା ଏକ ସମୟରେ ଘଟୁଥିବା ବିଷୟକୁ ଚିହ୍ନଟ କରିବାପାଇଁ “ଯେତେବେଳେ ସେମାନେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି I

ῥιπτούντων τὰ ἱμάτια, καὶ κονιορτὸν βαλλόντων εἰς τὸν ἀέρα

ଏହି କର୍ମଗୁଡିକ ଦର୍ଶାଉଛି ଯେ ଯିହୂଦୀମାନେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ପାଉଲ ଈଶ୍ବରଙ୍କ ବିରୁଦ୍ଧରେ କଥା କହୁଛନ୍ତି I (ଦେଖ: ପ୍ରତୀକାତ୍ମକ କାର୍ଯ୍ୟ)

Acts 22:24

χιλίαρχος

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ନେତା

ἐκέλευσεν ... εἰσάγεσθαι αὐτὸν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲଙ୍କୁ ଆଣିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὴν παρεμβολήν

ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ପ୍ରେରିତ ୨୧:୩୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

ସେନାପତି ପାଉଲଙ୍କୁ କୋରଡା ପ୍ରହାର ଦ୍ବାରା ତାହାଙ୍କୁ ନିର୍ଯାତନା ଦେବାପାଇଁ ଚାହୁଁଛନ୍ତି ଯେପରି ସେ ସତ କହିବେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲଙ୍କୁ ସତ କହିବାକୁ ବାଧ୍ୟ କରିବା ନିମନ୍ତେ ତାଙ୍କୁ କୋରଡା ପ୍ରହାର କରିବାକୁ ସେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

οὕτως

“ସେ ନିଜେ” ଶବ୍ଦ ଗୁରୁତ୍ବ ବଢାଇବା ପାଇଁ ବ୍ୟବହାର କରାଯାଇଛି I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)

Acts 22:25

ଏଠାରେ “ସେମାନେ” ଶବ୍ଦଟି ସୈନ୍ୟମାନଙ୍କୁ ବୁଝାଏ I

ଏଗୁଡିକ ଚମଡା ପଟି କିମ୍ବା ପଶୁ ଚର୍ମ ଥିଲା I

ସେ ତାହାଙ୍କ ସୈନ୍ୟମାନଙ୍କ ଦ୍ବାରା ତାଙ୍କୁ ପ୍ରହାର କରାଇବାର ବୈଧତା ପରୀକ୍ଷା କରିବାକୁ ପାଉଲ ଶତସେନାପତିଙ୍କୁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଜଣେ ରୋମୀୟ ବ୍ୟକ୍ତିକୁ ଆପଣା ପକ୍ଷ ରଖିବା ନିମନ୍ତେ ଆଇନଗତ ଅଧିକାର ନ ଦେଇ ପ୍ରହାର କରିବା ଆପଣଙ୍କ ପକ୍ଷରେ ଆଇନସଙ୍ଗତ ନୁହେଁ !” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 22:26

τί μέλλεις ποιεῖν

ସେନାପତି ପାଉଲଙ୍କୁ କୋରଡା ପ୍ରହାର କରାଇବାର ଯୋଜନାକୁ ପୁନର୍ବିଚାର କରିବାକୁ ନିବେଦନ କରିବା ନିମନ୍ତେ ଏହି ପ୍ରଶ୍ନ କରାଯାଇଛି I ବିକଳ୍ପ ଅନୁବାଦ: “ଆପଣ ଏହା କରିବା ଉଚିତ ନୁହେଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 22:27

ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ I

ଏଠାରେ “ଆସିଲେ” ଶବ୍ଦକୁ “ଗଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: ଯିବା ଓ ଆସିବା)

Acts 22:28

ରୋମୀୟ ଅଧିକାରୀମାନଙ୍କୁ ମୁଁ ବହୁତ ଅର୍ଥ ଦେଲା ପରେ ଯାଇ I ସେନାପତି ଏହି ମନ୍ତବ୍ୟ ଦେଉଛନ୍ତି କାରଣ ସେ ଜାଣିଛନ୍ତି ଯେ ଜଣେ ରୋମୀୟ ନାଗରିକ ହେବା କେତେ କଷ୍ଟକର ଓ ସେ ସନ୍ଦେହ କରୁଛନ୍ତି ଯେ ପାଉଲ ସତ କହୁନାହାନ୍ତି I

ମୁଁ ନାଗରିକ ପଦ ପାଇଲି I “ନାଗରିକ ପଦ” ଗୋଟିଏ ଗୁଣବାଚକ ବିଶେଷ୍ୟ I ବିକଳ୍ପ ଅନୁବାଦ: “ମୁଁ ଜଣେ ନାଗରିକ ହେଲି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ଯଦି ବାପା ଜଣେ ରୋମୀୟ ନାଗରିକ, ତେବେ ତାହାଙ୍କର ପିଲାମାନେ ସ୍ବାଭାବିକ ଭାବେ ଜନ୍ମ ସମୟଠାରୁ ରୋମୀୟ ନାଗରିକ ହେବେ I

Acts 22:29

οἱ μέλλοντες ... ἀνετάζειν

ପ୍ରଶ୍ନ କରିବାକୁ ଯେଉଁ ଲୋକମାନେ ଯୋଜନା କରିଥିଲେ କିମ୍ବା “ପ୍ରଶ୍ନ କରିବାକୁ ଯେଉଁ ଲୋକମାନେ ପ୍ରସ୍ତୁତ ହେଉଥିଲେ”"

Acts 22:30

ଏଠାରେ “ସେ” ଶବ୍ଦଟି ପ୍ରଧାନ ସେନାପତିକୁ ବୁଝାଏ I

βουλόμενος

ପ୍ରାୟ ୬୦୦ ଜଣ ସୈନ୍ୟ ଉପରେ ଅଧିକାରୀ

ସମ୍ଭବତଃ “ପ୍ରଧାନ ସେନାପତି” ପ୍ରଧାନ ସେନାପତିଙ୍କ ସୈନ୍ୟମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରଧାନ ସେନାପତି ପାଉଲଙ୍କର ବନ୍ଧନ ଖୋଲିଦେବାକୁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: ଲାକ୍ଷଣିକ ଶବ୍ଦ)

καταγαγὼν τὸν Παῦλον

ଗଡ଼ରୁ ମନ୍ଦିର ପ୍ରାଙ୍ଗଣକୁ ଗୋଟିଏ ସିଡି ଲାଗିଥିଲା I

Acts 23

ପ୍ରେରିତ ୨୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତି ଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୨୩:୫ର ଉଦ୍ଧୃତି ସମ୍ବନ୍ଧରେ ଏହା କରିଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ମୃତମାନଙ୍କର ପୁନରୁତ୍ଥାନ

ଫାରୁଶୀମାନେ ବିଶ୍ବାସ କରୁଥିଲେ ଯେ ମୃତ୍ୟୁଭୋଗ କଲା ପରେ ଲୋକମାନେ ପୁନର୍ବାର ଜୀବିତ ହେବେ ଓ ଇଶ୍ବର ସେମାନଙ୍କୁ ପୁରଷ୍କାର ଦେବେ କିମ୍ବା ଦଣ୍ଡ ଦେବେ I ସାଦ୍ଦୁକୀମାନେ ବିଶ୍ବାସ କରୁଥିଲେ ଯେ ଥରେ ଲୋକମାନେ ମୃତ୍ୟୁଭୋଗ କଲା ପରେ, ସେମାନେ ମୃତ ହୋଇ ହିଁ ରହିବେ ଓ କଦାପି ପୁନର୍ଜୀବିତ ହେବେ ନାହିଁ I (ଦେଖ: ଉଠାଇବା, ଉଠିବା, ଉଠାଇବା, ଉଠିବା, ଉଠିବାପୁରସ୍କାର, ପ୍ରତିଫଳ, ଉପଯୁକ୍ତ ବିବେଚିତ ହେବା)

“ଗୋଟିଏ ଅଭିଶାପ ବୋଲି କହିଲେ”

କେତେକ ଯିହୂଦୀ ଈଶ୍ବରଙ୍କ ନିକଟରେ ଶପଥ କରିଥିଲେ ଯେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ସେମାନେ ଖାଇବେ ନାହିଁ କି ପିଇବେ ନାହିଁ ଓ ସେମାନେ ଈଶ୍ବରଙ୍କୁ ନିବେଦନ କରିଥିଲେ ଯେ ସେମାନେ ଶପଥ କରିଥିବା ବିଷୟ ନ କଲେ ଇଶ୍ବର ସେମାନଙ୍କୁ ଦଣ୍ଡ ଦିଅନ୍ତୁ I

ରୋମୀୟ ନାଗରିକ ପଦ

ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଯଥାର୍ଥ ଭାବରେ ବ୍ୟବହାର କରିବେ I ଯେଉଁମାନେ ରୋମୀୟ ନାଗରିକ ନୁହନ୍ତି, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କ ପାଇଁ ସେମାନଙ୍କୁ ଆଇନ୍ ମାନିବାକୁ ପଡିବ I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରକୁ ଅର୍ଥ ଦେଉଥିଲେ ଯେପରି ସେମାନେ ରୋମୀୟ ନାଗରିକ ହୋଇପାରିବେ I ଜଣେ ଅଣରୋମୀୟ ନାଗରିକକୁ ବ୍ୟବହାର କଲାପରି ଯଦି ଜଣେ ରୋମୀୟ ନାଗରିକ ପ୍ରତି ବ୍ୟବହାର କରିଥାନ୍ତେ, ତେବେ ହୁଏତ “ପ୍ରଧାନ ସେନାପତି” ଦଣ୍ଡ ପାଇଥାନ୍ତେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

ଶୁକ୍ଳି କରଣ

ଯେତେବେଳେ ଜଣେ ମନ୍ଦ କିମ୍ବା ଅଶୁଚି ଅବା ଅଧାର୍ମିକ ବ୍ୟକ୍ତି ନିଜକୁ ଉତ୍ତମ କିମ୍ବା ଶୁଚି ପରି ଦେଖାଇଥାଏ ସେପରି ବ୍ୟକ୍ତି ନିମନ୍ତେ ଧର୍ମଶାସ୍ତ୍ରରେ ବ୍ୟବହୃତ ହେଉଥିବା ଏହା ଏକ ସାଧାରଣ ରୂପକ ଅଟେ I (ଦେଖ: ଉପମା/ରୂପକ)

Acts 23:1

ପାଉଲ ମହାଯାଜକ ଓ ମହାସଭାର ସଦସ୍ୟମାନଙ୍କ ସମ୍ମୁଖରେ ଠିଆ ହେଉଛନ୍ତି (ପ୍ରେରିତ ୨୨:୩୦)I

ଏଠରେ ଏହାର ଅର୍ଥ “ସହ-ଯିହୂଦୀମାନେ”

ἐγὼ πάσῃ συνειδήσει ἀγαθῇ πεπολίτευμαι τῷ Θεῷ ἄχρι ταύτης τῆς ἡμέρας

ମୁଁ ଜାଣେ ଯେ ଆଜି ଦିନ ପର୍ଯ୍ୟନ୍ତ ମୁଁ ଯାହା କରେ ବୋଲି ଇଶ୍ବର ଚାହୁଁଥିଲେ ତାହା ମୁଁ କରିଛି

Acts 23:2

Ἁνανίας

ଏହା ଜଣେ ଲୋକର ନାମ I ଯଦିଓ ଏହା ସମାନ ନାମ ଅଟେ, ତଥାପି ଏ ସେହି ସମାନ ହନନିୟ ନୁହନ୍ତି ଯାହାଙ୍କ ବିଷୟରେ ପ୍ରେରିତ ୫:୧ରେ କିମ୍ବା ପ୍ରେରିତ ୯:୧୦ରେ ଉଲ୍ଲେଖ ଅଛି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 23:3

τοῖχε κεκονιαμένε

"ଏହା ଗୋଟିଏ କାନ୍ଥକୁ ବୁଝାଏ ଯାହା ପରିଷ୍କାର ଦେଖାଯିବା ନିମନ୍ତେ ଧଳା ରଙ୍ଗ କରାଯାଇଛି I ପାଉଲ ହାନାନ୍ ଙ୍କୁ କହିଲେ ଯେ ଯେପରି ଗୋଟିଏ କାନ୍ଥକୁ ପରିଷ୍କାର ଦେଖାଯିବା ନିମନ୍ତେ ଧଳା ରଙ୍ଗ ଦିଆଯାଇଥାଏ, ସେପରି ହାନାନ୍ ନୈତିକଭାବରେ ପରିଷ୍କାର ଦେଖାଯାଉଛନ୍ତି, କିନ୍ତୁ ସେ ପ୍ରକୃତରେ ମନ୍ଦ ଅଭିଳାଷରେ ପୂର୍ଣ୍ଣ ଅଟନ୍ତି I ବିକଳ୍ପ ଅନୁବାଦ: ""ଶୁକ୍ଲୀକୃତ ପ୍ରାଚୀର"" (ଦେଖ: ଉପମା/ରୂପକ)"

ହାନାନ୍ ଙ୍କର କପଟତାକୁ ଦେଖାଇଦେବା ନିମନ୍ତେ ପାଉଲ ଗୋଟିଏ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ବିଚାର କରିବାକୁ ବସି .... ବ୍ୟବସ୍ଥା ବିରୁଦ୍ଧରେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

κελεύεις με τύπτεσθαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I “ଇଶ୍ବର ତୁମ୍ଭକୁ ଆଘାତ କରିବେ” ବାକ୍ୟାଂଶରେ ତୁମେ ଯେପରି କରିଥିଲ, ସେପରି “ଆଘାତ” ଶବ୍ଦ ନିମନ୍ତେ ମଧ୍ୟ ସେହି ଏକା ଶବ୍ଦ ବ୍ୟବହାର କରି ପାରିବ I ବିକଳ୍ପ ଅନୁବାଦ: “ମୋତେ ଆଘାତ କରିବା ପାଇଁ ଲୋକମାନଙ୍କୁ ଆଜ୍ଞା ଦେଉଅଛ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 23:4

ପାଉଲ ପ୍ରେରିତ ୨୩:୩ରେ ଯାହା କହିଥିଲେ ତହିଁ ସକାଶେ ଧମକ ଦେବାପାଇଁ ଲୋକମାନେ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମହାଯାଜକଙ୍କୁ ଅପମାନ କର ନାହିଁ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 23:5

γέγραπται γὰρ

ବ୍ୟବସ୍ଥାରେ ମୋଶା ଯାହା ଲେଖିଥିଲେ, ପାଉଲ ତାହା ଉଦ୍ଧୃତ କରିବାକୁ ଉଦ୍ୟତ ଥିଲେ Iଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ମୋଶା ବ୍ୟବସ୍ଥାରେ ଲେଖିଥିଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 23:6

ଏଠାରେ “ଭାଇମାନେ” ସହ-ଯିହୂଦୀମାନଙ୍କୁ ବୁଝାଏ I

Φαρισαῖός ... υἱὸς Φαρισαίων

ଏଠାରେ “ପୁତ୍ର” ର ଅର୍ଥ ସେ ଆକ୍ଷରିକ ଭାବେ ଜଣେ ଫାରୂଶୀର ପୁତ୍ର ଓ ଫାରୂଶୀର ବଂଶଧର ଅଟନ୍ତି I ବିକଳ୍ପ ଅନୁବାଦ: “ଆଉ ମୋହର ପିତା ଓ ପିତୃପୁରୁଷମାନେ ଫାରୂଶୀ ଥିଲେ”

ἐλπίδος καὶ ἀναστάσεως νεκρῶν

“ପୁନରୁତ୍ଥାନ” ଶବ୍ଦଟିକୁ “ଜିବିତାବସ୍ଥାକୁ ଫେରି ଆସିବା” ବୋଲି କୁହାଯାଇପାରିବ I “ମୃତ” ଶବ୍ଦଟିକୁ “ଯେଉଁମାନେ ମୃତ୍ୟୁଭୋଗ କରିଅଛନ୍ତି” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି, ସେମାନେ ଜୀବିତାବସ୍ଥାକୁ ଫେରି ଆସିବେ, ମୁଁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ବିଶେଷ୍ୟପରି ବିଶେଷଣ)

ἐγὼ ... κρίνομαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋହର ବିଚାର କରୁଅଛ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 23:7

ἐσχίσθη τὸ πλῆθος

ଭିଡ଼ରେ ଥିବା ଲୋକମାନଙ୍କର ପରସ୍ପର ସହିତ ଦୃଢ଼ ମତଭେଦ ହେଲା I

Acts 23:8

ଏହା ସାଦ୍ଦୁକୀ ଓ ଫାରୂଶୀମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଅଟେ I (ଦେଖ: ପୃଷ୍ଠଭୂମି ସୂଚନା)

Acts 23:9

ἐγένετο δὲ κραυγὴ μεγάλη

"ଏଥିରେ ସେମାନେ ପରସ୍ପର ପ୍ରତି ପାଟି କରିବାକୁ ଲାଗିଲେ I “ଏଥିରେ” ଶବ୍ଦ ଗୋଟିଏ ଘଟଣାକୁ ଚିହ୍ନଟ କରୁଛି, କାରଣ ଆଗରୁ କିଛି ଗୋଟାଏ ଘଟିଛି I ଏ କ୍ଷେତ୍ରରେ, ପୂର୍ବ ଘଟଣାଟି ହେଉଛି, ପାଉଲ ପୁନରୁତ୍ଥାନରେ ବିଶ୍ବାସ କରନ୍ତି ବୋଲି କହିବା I

ଫାରୂଶୀମାନେ ସାଦ୍ଦୁକୀମାନଙ୍କୁ ଅନୁଯୋଗ କରୁଛନ୍ତି ଯେ ପ୍ରକୃତରେ ଆତ୍ମାଗଣ ଓ ଦୂତମାନେ ଅଛନ୍ତି ଓ ଲୋକମାନଙ୍କୁ କଥା କହିପାରନ୍ତି I ବିକଳ୍ପ ଅନୁବାଦ: “ହୁଏତ ଜଣେ ଆତ୍ମା ଅବା ଦୂତ ତାହାଙ୍କ ସହିତ କଥା କହିଛନ୍ତି!” (ଦେଖ: ପରିକଳ୍ପିତ ପରିସ୍ଥିତିସମୂହ)

Acts 23:10

πολλῆς δὲ γινομένης στάσεως

“ଏକ ମହା ବିବାଦ”କୁ “ତୀବ୍ର ଯୁକ୍ତିତର୍କ” ବୋଲି ଭିନ୍ନ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ""ଯେତେବେଳେ ସେମାନେ ତୀବ୍ର ଭାବରେ ଯୁକ୍ତିତର୍କ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

χιλίαρχος

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟ ଉପରେ ନେତା

μὴ διασπασθῇ ὁ Παῦλος ὑπ’ αὐτῶν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I “ଖଣ୍ଡବିଖଣ୍ଡ ହୁଅନ୍ତି” ବାକ୍ୟାଂଶଟି ଲୋକମାନେ କିପରି ପାଉଲଙ୍କର କ୍ଷତି କରିପାରନ୍ତି, ତାକୁ ବୁଝାଇବାପାଇଁ ଏକ ଅତିରଞ୍ଜନ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କୁ ଖଣ୍ଡବିଖଣ୍ଡ କରିପାରନ୍ତି” କିମ୍ବା “ସେମାନେ ପାଉଲଙ୍କର ଘୋର ଶାରୀରିକ କ୍ଷତି ଘଟାଇବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἁρπάσαι αὐτὸν

ବଳପୂର୍ବକ ତାହାଙ୍କୁ ନେଇଯାଅ"

εἰς τὴν παρεμβολήν

ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ପ୍ରେରିତ ୨୧:୩୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 23:11

ଏହାର ଅର୍ଥ ପାଉଲ ମହାସଭାରେ ସମ୍ମୁଖୀନ ହେବା ଦିନର ପର ରାତ୍ରିରେ I ବିକଳ୍ପ ଅନୁବାଦ: “ସେହି ରାତ୍ରି”

“ଆମ୍ଭ ବିଷୟ” ଶବ୍ଦଗୁଡିକ ବୁଝି ହେଉଛି I ବିକଳ୍ପ ଅନୁବାଦ: “ରୋମ୍ ରେ ଆମ୍ଭର ସାକ୍ଷ୍ୟ ବହନ କରିବ” କିମ୍ବା “ରୋମ୍ ରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେବ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

Acts 23:12

ପାଉଲ ଗଡ଼ର କାରାଗାରରେ ଥିବା ସମୟରେ ଅବିଶ୍ବାସୀ ଧର୍ମନିଷ୍ଠ ଯିହୂଦୀମାନେ ପାଉଲଙ୍କୁ ବଧ କରିବାକୁ ଶପଥ ନେଲେ I

ποιήσαντες συστροφὴν

"ପାଉଲଙ୍କୁ ବଧ କରିବାନିମନ୍ତେ ଏକା ଉଦ୍ଦେଶ୍ୟଥିବା ଲୋକମାନେ ଦଳବଦ୍ଧ ହେଲେ

ବିଶେଷ୍ୟ ପଦ “ଅଭିଶାପ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ଏହା ମଧ୍ୟ ସ୍ପଷ୍ଟ କରାଯାଇପାରିବ ଯେ କେଉଁ ବିଷୟ ସେମାନଙ୍କୁ ଅଭିଶପ୍ତ କରାଇବ I ବିକଳ୍ପ ଅନୁବାଦ: “ସେମାନେ ଯାହା ଶପଥ କରିଛନ୍ତି, ତାହା ନ କଲେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 23:13

τεσσεράκοντα οἱ

୪୦ ଜଣ ଲୋକ (See: ସଂଖ୍ୟାଗୁଡ଼ିକ)

ταύτην τὴν συνωμοσίαν ποιησάμενοι

ଯେଉଁମାନେ ଏହି ଯୋଜନା କଲେ କିମ୍ବା “ଯେଉଁମାନେ ପାଉଲଙ୍କୁ ବଧ କରିବାକୁ ଯୋଜନା କଲେ”"

Acts 23:14

ଏଠାରେ “ସେମାନେ” ଶବ୍ଦ ପ୍ରେରିତ ୨୩:୧୩ର ୪୦ ଜଣ ଯିହୂଦୀ ଲୋକମାନଙ୍କୁ ବୁଝାଏ I ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ମହାଯାଜକ ଏବଂ ପ୍ରାଚୀନମାନଙ୍କୁ ବୁଝାଏ I ଉଭୟ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ପାଉଲଙ୍କୁ ବଧ କରିବାକୁ ଯୋଜନା କରିଥିବା ଚାଳିଶ ଜଣ ଯିହୂଦୀମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἀναθέματι ἀνεθεματίσαμεν ἑαυτοὺς, μηδενὸς γεύσασθαι ἕως οὗ ἀποκτείνωμεν τὸν Παῦλον

ଶପଥ କରିବା ଓ ଶପଥ ପୂରଣ ନ କଲେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କରିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ଅଭିଶାପ ହେଉଛି ଗୋଟିଏ ପଦାର୍ଥ ଯାହା ସେମାନେ ଆପଣା ଆପଣା କାନ୍ଧରେ ବୋହିଛନ୍ତି I ବିକଳ୍ପ ଅନୁବାଦ: “ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ଆମ୍ଭେମାନେ ଶପଥ କରିଅଛୁ I ଯଦି ଆମ୍ଭେମାନେ ଯାହା ପ୍ରତିଜ୍ଞା କରିଅଛୁ, ତାହା ନ କରୁ, ତେବେ ଆମ୍ଭମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ଈଶ୍ବରଙ୍କୁ ନିବେଦନ କରୁଅଛୁ” (ଦେଖ: ଉପମା/ରୂପକ)

Acts 23:15

νῦν οὖν

କାରଣ ଯାହା ଏବେ ଆମ୍ଭେମାନେ କହିଅଛୁ ତାହା ସତ୍ୟ ଅଟେ କିମ୍ବା “ଯେହେତୁ ଆମ୍ଭେମାନେ ଏହି ଅଭିଶାପରେ ଆବଦ୍ଧ ହୋଇଅଛୁ”

νῦν

ଏହାର ଅର୍ଥ “ଏହି କ୍ଷଣି” ନୁହେଁ, କିନ୍ତୁ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବାପାଇଁ ଏହା ବ୍ୟବହାର କରାଯାଇଛି I

καταγάγῃ αὐτὸν εἰς ὑμᾶς

ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାପାଇଁ ପାଉଲଙ୍କୁ ଗଡ଼ରୁ ଆଣନ୍ତୁ

ସତେ ଯେମିତି ପାଉଲ କ’ଣ ସବୁ କରିଛନ୍ତି ସେ ବିଷୟରେ ଜାଣିବାପାଇଁ ତୁମ୍ଭେମାନେ ଇଚ୍ଛା କରୁଅଛ

Acts 23:16

ଏଠାରେ “ସେ” ପାଉଲଙ୍କର ଭଣଜାଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦ ପ୍ରଧାନ ସେନାପତିଙ୍କୁ ବୁଝାଏ I

τῷ Παύλῳ

ପାଉଲଙ୍କ ଭଉଣୀଙ୍କ ପୁତ୍ର କିମ୍ବା “ପାଉଲଙ୍କ ଭଣଜା”

ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ କିମ୍ବା “ସେମାନେ ପାଉଲଙ୍କୁ ବଧ କରିବାକୁ ଅପେକ୍ଷା କରୁଥିଲେ”

εἰς τὴν παρεμβολὴν

ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣକୁ ଲାଗି ରହିଥିଲା I ପ୍ରେରିତ ୨୧:୩୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Acts 23:18

ବନ୍ଦୀ ପାଉଲ ମୋତେ ଆସି ତାହା ସହିତ କଥା ହେବାକୁ ଅନୁରୋଧ କଲା

τοῦτον τὸν νεανίαν

ଯେହେତୁ ପ୍ରଧାନ ସେନାପତି ତାଙ୍କୁ ଜଣେ ଯୁବା ବୋଲି କହୁଛନ୍ତି, ଏହା ସୂଚାଉଛି ଯେ ପାଉଲଙ୍କ ଭଣଜା ୧୨ ରୁ ୧୫ ବର୍ଷ ବୟସ୍କ ହୋଇଥାଇ ପାରନ୍ତି I

Acts 23:19

ଯେହେତୁ ପ୍ରଧାନ ସେନାପତି ଯୁବାଟିର ହାତ ଧରି ତାଙ୍କୁ ଜଣେ ଯୁବା (୧୮ ପଦ) ବୋଲି କହୁଛନ୍ତି, ଏହା ସୂଚାଉଛି ଯେ ପାଉଲଙ୍କ ଭଣଜା ୧୨ ରୁ ୧୫ ବର୍ଷ ବୟସ୍କ ଥିଲା I

Acts 23:20

"ὅτι"" οἱ Ἰουδαῖοι συνέθεντο"

ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀ, କିନ୍ତୁ ଦଳର ଯେଉଁ ସମସ୍ତେ ସେଠାରେ ଥିଲେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀ ଏକମତ ଥିଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ଗଡ଼ରୁ ପାଉଲଙ୍କୁ ତଳକୁ ଆଣିବାପାଇଁ

ପାଉଲ କ’ଣ କରିଛନ୍ତି ସେ ବିଷୟରେ ସେମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି

Acts 23:21

"୪୦ ଜଣ ଲୋକ (ଦେଖ: ସଂଖ୍ୟାଗୁଡ଼ିକ)

ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପ୍ରସ୍ତୁତ କିମ୍ବା “ପାଉଲଙ୍କୁ ବଧ କରିବାକୁ ପ୍ରସ୍ତୁତ”"

ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ନ ଖାଇବାକୁ କି କିଛି ନ ପିଇବାକୁ ସେମାନେ ଶପଥ କରିଛନ୍ତି I ଆଉ ସେମାନେ ଯାହା କରିବାକୁ ପ୍ରତିଜ୍ଞା କରିଛନ୍ତି ତାହା ଯଦି ନ କରନ୍ତି, ତେବେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି I

Acts 23:22

ଏଠାରେ “ସେ” ଶବ୍ଦଟି ପ୍ରଧାନ ସେନାପତିଙ୍କୁ ବୁଝାଏ I

ଫେଲୀକ୍ସ ଯିଏକି କାଇସରିଆରେ ରହୁଥିଲେ, ସେ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ I

Acts 23:23

ଆପଣା ନିକଟକୁ ଡାକିଲେ

δύο τῶν ἑκατονταρχῶν

"ଦୁଇ ଜଣ ଶତ ସେନାପତିଙ୍କି (ଦେଖ: ସଂଖ୍ୟାଗୁଡ଼ିକ)

ἱππεῖς ἑβδομήκοντα

୭୦ ଜଣ ଅଶ୍ବାରୋହୀ (ଦେଖ: ସଂଖ୍ୟାଗୁଡ଼ିକ)

δεξιολάβους διακοσίους

୨୦୦ ଜଣ ବର୍ଚ୍ଛାଧାରୀ ସୈନ୍ୟ (ଦେଖ: ସଂଖ୍ୟାଗୁଡ଼ିକ)

τρίτης ὥρας τῆς νυκτός

ଏହା ପ୍ରାୟ ରାତ୍ରି ୯.୦୦ ଘଣ୍ଟା ସମୟରେ

Acts 23:25

ପାଉଲଙ୍କର ବନ୍ଧନ ବିଷୟରେ ପ୍ରଧାନ ସେନାପତି ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟକୁ ପତ୍ର ଲେଖୁଛନ୍ତି I

କ୍ଲାଉଦିଅ ଲୂସିୟା ହେଉଛି ପ୍ରଧାନ ସେନାପତିଙ୍କ ନାମ I ଫେଲିକ୍ସ ସମଗ୍ର ଅଞ୍ଚଳ ଉପରେ ରୋମୀୟ ଶାସନକର୍ତ୍ତା ଥିଲେ I

Acts 23:26

Κλαύδιος Λυσίας, τῷ κρατίστῳ ἡγεμόνι Φήλικι, χαίρειν

ଏହା ପତ୍ରର ଏକ ଔପଚାରିକ ପରିଚୟ I ପ୍ରଧାନ ସେନାପତି ନିଜର ପରିଚୟ ଦେଇ ପତ୍ର ଆରମ୍ଭ କରୁଛନ୍ତି I ତୁମେ ଏହାକୁ ପ୍ରଥମ ପୁରୁଷ ଭାବରେ ଅନୁବାଦ କରିପାରିବ I “ଲେଖୁଅଛି” ଶବ୍ଦଗୁଡିକ ବୁଝି ହେଉଛି I ବିକଳ୍ପ ଅନୁବାଦ: “ମହାମହିମ ଶାସନକର୍ତ୍ତା ଫେଲିକ୍ସଙ୍କୁ ମୁଁ କ୍ଲାଉଦିଅ ଲୂସିୟା ଲେଖୁଅଛି; ଆପଣଙ୍କୁ ନମସ୍କାର” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)

τῷ κρατίστῳ ἡγεμόνι Φήλικι

ସର୍ବୋଚ୍ଚ ସମ୍ମାନର ଯୋଗ୍ୟ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟକୁ"

Acts 23:27

τὸν ἄνδρα τοῦτον συνλημφθέντα ὑπὸ τῶν Ἰουδαίων

ଏଠାରେ “ଯିହୂଦୀ”ର ଅର୍ଥ କେତେକ ଯିହୂଦୀମାନେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀମାନେ ଏହି ଲୋକକୁ ବାନ୍ଧି ଆଣିଛନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାରକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μέλλοντα ἀναιρεῖσθαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କୁ ବଧ କରିବାକୁ ପ୍ରସ୍ତୁତ ଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπιστὰς σὺν τῷ στρατεύματι

ପାଉଲ ଓ ଏହି ଯିହୂଦୀମାନେ ଯେଉଁଠାରେ ଥିଲେ, ମୁଁ ସୈନ୍ୟମାନଙ୍କ ସହିତ ସେହି ସ୍ଥାନରେ ପହଞ୍ଚିଲି

Acts 23:28

ଏଠାରେ “ମୁଁ” ଶବ୍ଦ ପ୍ରଧାନ ସେନାପତି କ୍ଲାଉଦିଅ ଲୂସିୟାଙ୍କୁ ବୁଝାଏ I

“ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କର ଦଳକୁ ବୁଝାଏ I

“ଆପଣ” ଶବ୍ଦଟି ଏକବଚନ ଓ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ପ୍ରଧାନ ସେନାପତି ଶାସନକର୍ତ୍ତା ଫେଲିକ୍ସଙ୍କୁ ଲେଖୁଥିବା ଆପଣା ପତ୍ର ଶେଷ କରୁଛନ୍ତି I

Acts 23:29

ὃν εὗρον ἐνκαλούμενον περὶ ζητημάτων τοῦ

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ସେମାନେ ତାହାଙ୍କୁ ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରଶ୍ନ ବିଷୟରେ ଅଭିଯୋଗ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

μηδὲν δὲ ἄξιον θανάτου ἢ δεσμῶν ἔχοντα ἔγκλημα

ଗୁଣବାଚକ ବିଶେଷ୍ୟ “ଅଭିଯୋଗ,” “ମୃତ୍ୟୁ” ଓ ବନ୍ଦିତ୍ବ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ କିନ୍ତୁ କେହି ତାଙ୍କ ବିଷୟରେ ଏପରି କିଛି ଅଭିଯୋଗ କରି ନାହାନ୍ତି ଯେ ରୋମୀୟ ଅଧିକାରୀମାନେ ତାଙ୍କୁ ପ୍ରାଣଦଣ୍ଡ ଦେବେ କି କାରାଗାରକୁ ପଠାଇବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 23:30

μηνυθείσης δέ μοι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପରେ ମୁଁ ଜାଣିଲି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 23:31

ଏଠାରେ ପ୍ରଥମ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ଓ ଦ୍ବିତୀୟ “ତାହାଙ୍କୁ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I ଆନ୍ତିପାତ୍ରି ଗୋଟିଏ ନଗର ଥିଲା ଯାହା ହେରୋଦ ଆପଣା ପିତା ଆନ୍ତିପାଟେର୍ ଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ I ଏହା ଆଜିର ମଧ୍ୟ ଇଶ୍ରାୟେଲର ଏକ ସ୍ଥାନରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏହା ଯିରୂଶାଲମରେ ପାଉଲଙ୍କ ବନ୍ଧନର ସମୟକୁ ଶେଷ କରୁଛି ଓ କାଇସରିଆରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ତାଙ୍କର ବନ୍ଧନକୁ ଆରମ୍ଭ କରୁଛି I

ପୂର୍ବର କୌଣସି ଘଟଣା ହେତୁ ଘଟିଥିବା ଘଟଣାକୁ “ସେଥିରେ” ଶବ୍ଦଟି ଚିହ୍ନଟ କରୁଛି I ଏ କ୍ଷେତ୍ରରେ, ପୂର୍ବ ଘଟଣା ହେଉଛି ପ୍ରଧାନ ସେନାପତି ପାଉଲଙ୍କୁ ଘେନିଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଉଛନ୍ତି I

ଏଠାରେ “ଆଣିଲେ” ଶବ୍ଦକୁ “ନେଲେ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କୁ ରାତ୍ରି ସମୟରେ ନେଇଗଲେ”

Acts 23:34

ଏଠାରେ ପ୍ରଥମ ଓ ଦ୍ବିତୀୟ “ସେ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ, ତୃତୀୟ “ସେ” ଓ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ଓ ଶେଷ “ସେ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I “ତୁମ୍ଭେ” ଓ “ତୁମ୍ଭର” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I

ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ପାଉଲଙ୍କୁ ପଚାରିଲେ, 'ତୁମ୍ଭେ କେଉଁ ପ୍ରଦେଶର ଲୋକ?’ ଯେତେବେଳେ” (ଦେଖ: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

Acts 23:35

ἔφη

ଏହି ବାକ୍ୟ, ଯାହା ୪୩ ପଦରେ “ଯେତେବେଳେ ସେ ଜାଣିଲେ” ସହିତ ଆରମ୍ଭ ହେଉଛି, ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲ କହିଲେ, ‘ମୁଁ କିଲିକିଆର ଲୋକ I’ ତାପରେ ଶାସନକର୍ତ୍ତା କହିଲେ” (ଦେଖ: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

διακούσομαί σου

ତୁମ୍ଭର ଯାହା କହିବାକୁ ଅଛି, ମୁଁ ଶୁଣିବି

κελεύσας ... φυλάσσεσθαι αὐτόν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ରଖିବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ତାହାଙ୍କୁ ଅଟକାଇବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ”

Acts 24

"# ପ୍ରେରିତ ୨୪ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ଶାସନକର୍ତ୍ତାଙ୍କୁ କହିଲେ ଯେ ସେ ଯାହା କରିଛନ୍ତି ବୋଲି ଯିହୂଦୀମାନେ ଅଭିଯୋଗ କରୁଛନ୍ତି, ତାହା ସେ କରିନାହାନ୍ତି, ତେଣୁକରି ସେ ଯେଉଁ କାର୍ଯ୍ୟ କରି ନାହାନ୍ତି ସେଥି ସକାଶୁ ଶାସନକର୍ତ୍ତା ତାଙ୍କୁ ଦଣ୍ଡଦେବା ଉଚିତ ନୁହେଁ I

ଏହି ଅଧ୍ୟାୟର ବିଶେଷ ଧାରଣା

ସମ୍ମାନ

ଉଭୟ ଯିହୂଦୀ ନେତାଗଣ(ପ୍ରେରିତ ୨୪:୨-୪) ଓ ପାଉଲ (ପ୍ରେରିତ ୨୪:୧୦) ଶାସନକର୍ତ୍ତାଙ୍କ ପ୍ରତି ସମ୍ମାନସୂଚକ ଶବ୍ଦ ବ୍ୟବହାର କରି ସେମାନଙ୍କର ବକ୍ତବ୍ୟ ଆରମ୍ଭ କଲେ I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶାସନ ସମ୍ବନ୍ଧୀୟ ନେତାଗଣ

""ଶାସନକର୍ତ୍ତା"", ଓ “ସେନାପତି” ଏବଂ “ଶତସେନାପତି” ଶବ୍ଦଗୁଡିକ କେତେକ ଭାଷାରେ ଅନୁବାଦ କରିବା କଷ୍ଟକର ହୋଇପାରେ I(See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ) "

Acts 24:1

ଏଠାରେ “ଆପଣ” ଶବ୍ଦଟି ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଫେଲିକ୍ସଙ୍କ ଅଧୀନସ୍ଥ ନାଗରିକମାନଙ୍କୁ ବୁଝାଏ I

କାଇସରିଆରେ ପାଉଲ ବିଚାରାଧିନ ଅଛନ୍ତି I ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ ଉପସ୍ଥାପନ କରୁଛନ୍ତି I

ରୋମୀୟ ସୈନ୍ୟମାନେ ପାଉଲଙ୍କୁ କାଇସରିଆକୁ ନେଇ ଯିବାର ପାଞ୍ଚ ଦିନ ପରେ

Ἁνανίας

ଏହା ଜଣେ ଲୋକର ନାମ I ଏହା ପ୍ରେରିତ ୫:୧ରେ ଥିବା ହନନିୟ କିମ୍ବା ପ୍ରେରିତ ୯:୧୦ରେ ଥିବା ହନନିୟ ନୁହନ୍ତି I ପ୍ରେରିତ ୨୩:୧ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

"ଜଣେ ଓକିଲ I ତର୍ତ୍ତୁଲ୍ଲ ରୋମୀୟ ଆଇନରେ ଧୁରନ୍ଧର ଥିଲେ ଓ ବିଚାରାଳୟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ I

Τερτύλλου

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

κατέβη

କାଇସରିଆକୁ ଗଲେ ଯେଉଁଠାରେ ପାଉଲ ଥିଲେ"

τῷ ἡγεμόνι

ଶାସନକର୍ତ୍ତାଙ୍କ ସମ୍ମୁଖରେ ଯେ କି ବିଚାରାଳୟରେ ବିଚାରପତି ଥିଲେ

ἐνεφάνισαν ... κατὰ τοῦ Παύλου

ଶାସନକର୍ତ୍ତାଙ୍କ ସମ୍ମୁଖରେ ଯୁକ୍ତି କରିବାକୁ ଆରମ୍ଭ କଲେ ଯେ ପାଉଲ ବ୍ୟବସ୍ଥା ଲଂଘନ କରିଛନ୍ତି I

Acts 24:2

πολλῆς εἰρήνης τυγχάνοντες

ଏଠାରେ “ଆମ୍ଭେମାନେ” ଫେଲିକ୍ସଙ୍କ ଅଧୀନସ୍ଥ ନାଗରିକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ, ଆପଣଙ୍କ ଶାସନ ଅଧୀନସ୍ଥ ଲୋକମାନେ, ମହାଶାନ୍ତି ଭୋଗ କରୁଅଛୁ” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

καὶ διορθωμάτων γινομένων τῷ ἔθνει τούτῳ διὰ τῆς σῆς προνοίας

ଆଉ ଆପଣଙ୍କର ଯୋଜନା ଆମ୍ଭର ଜାତିକୁ ମହାଉନ୍ନତି କରିଅଛି

Acts 24:3

“କୃତଜ୍ଞତା” ଶବ୍ଦ ଗୋଟିଏ ଗୁଣବାଚକ ବିଶେଷ୍ୟ I ଏହାକୁ ଗୋଟିଏ ବିଶେଷଣ ବା କ୍ରିୟାପଦ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ବହୁତ କୃତଜ୍ଞ ଓ ଆପଣ କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ସ୍ବାଗତ କରୁଅଛୁ” କିମ୍ବା “ସେଥିପାଇଁ ଆମ୍ଭେମାନେ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛୁ ଓ ଆପଣ କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ସ୍ବାଗତ କରୁଅଛୁ” (ଦେଖ: https://git.door43.org/translationCore-Create-BCS/or_ta/src/branch/master/translate/figs-abstractnouns/01.md)

κράτιστε Φῆλιξ

"ଶାସନକର୍ତ୍ତା ଫେଲିକ୍ସ ଯେ କି ମହାସମ୍ମାନର ପାତ୍ର I ଫେଲିକ୍ସ ସମଗ୍ର ଅଞ୍ଚଳ ଉପରେ ରୋମୀୟ ଶାସନକର୍ତ୍ତା ଥିଲେ I ଏଭଳି ଏକ ବାକ୍ୟାଂଶକୁ ପ୍ରେରିତ ୨୩:୨୫ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I

Acts 24:4

“ଆମ୍ଭେମାନେ” ଶବ୍ଦଟି ହାନାନ୍, କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲଙ୍କୁ ବୁଝାଏ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏଥିପାଇଁ ମୁଁ ଆପଣଙ୍କର ଅଧିକ ସମୟ ନେବି ନାହିଁ” କିମ୍ବା ୨) ଏଥିପାଇଁ ମୁଁ ଆପଣଙ୍କୁ କ୍ଲାନ୍ତ କରିବି ନାହିଁ”"

ଦୟାକରି ମୋହର ଅଳ୍ପ କଥାକୁ ଶୁଣନ୍ତୁ

Acts 24:5

εὑρόντες ... τὸν ἄνδρα τοῦτον λοιμὸν

ଏହା ପାଉଲଙ୍କ ବିଷୟରେ କୁହେ ଯେ ସତେ ଯେପରି ସେ ଗୋଟିଏ ମହାମାରୀ ଯାହା ଜଣେ ଲୋକଠାରୁ ଆଉ ଜଣେ ଲୋକକୁ ବ୍ୟାପିଯାଏ I ବିକଳ୍ପ ଅନୁବାଦ: “ଏହି ଲୋକ ଜଣେ ସମସ୍ୟା ସୃଷ୍ଟିକାରୀ” (ଦେଖ: ଉପମା/ରୂପକ)

πᾶσι τοῖς Ἰουδαίοις τοῖς κατὰ τὴν οἰκουμένην

ଏଠାରେ “ସମସ୍ତ” ଶବ୍ଦ ସମ୍ଭବତଃ ଏକ ଅତିରଂଜନ, ଯାହା ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗକୁ ଦୃଢ଼ କରିବାପାଇଁ ବ୍ୟବହାର କରାଯାଇଛି I (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

“ନାଜରିତୀୟ ଦଳ” ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ଆଉ ଏକ ନାମ I ବିକଳ୍ପ ଅନୁବାଦ: “ସେ ମଧ୍ୟ ଆଉ ଗୋଟିଏ ପୂରା ଦଳର ନେତୃତ୍ବ ନେଉଛନ୍ତି, ଯାହାକୁ ଲୋକମାନେ ନାଜରିତୀୟମାନଙ୍କର ଅନୁଗମନକାରୀ ବୋଲି କହୁଛନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

αἱρέσεως

ଏହା ଗୋଟିଏ ବଡ଼ ଦଳ ମଧ୍ୟରେ ଲୋକମାନଙ୍କର ଗୋଟିଏ ଛୋଟ ଦଳ I ତର୍ତ୍ତୁଲ୍ଲ ଯିହୂଦୀ ଧର୍ମ ମଧ୍ୟରେ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଛୋଟ ଦଳ ବୋଲି ବିବେଚନା କରୁଛନ୍ତି I

Acts 24:7

ଏଠାରେ “ଆପଣ” ଏକବଚନ ଓ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲିକ୍ସଙ୍କ ସମ୍ମୁଖରେ ଅଭିଯୋଗ ଉପସ୍ଥାପନା ଶେଷ କରୁଛନ୍ତି I

Acts 24:8

ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡିକ ସତ୍ୟ କି ନାହିଁ ତାହା ଜାଣିବାକୁ କିମ୍ବା “ଆମ୍ଭେମାନେ ଦୋଷାରୋପ କରୁଥିବା ବିଷୟରେ ସେ ଦୋଷୀ କି ନାହିଁ ତାହା ଜାଣିବାକୁ”

Acts 24:9

ଏହା ପାଉଲଙ୍କର ବିଚାର ସ୍ଥାନରେ ଉପସ୍ଥିତ ଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 24:10

ଏଠାରେ “ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କୁ ବୁଝାଏ I

ପାଉଲ ତାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପକ୍ଷ ସମର୍ଥନ କରୁଛନ୍ତି I

νεύσαντος ... τοῦ ἡγεμόνος

ଶାସନକର୍ତ୍ତା ସଙ୍କେତ ଦେଲେ

κριτὴν τῷ ἔθνει τούτῳ

ଏଠାରେ “ଜାତି” ଯିହୂଦୀ ଜାତିର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଜାତିର ଲୋକମାନଙ୍କ ପାଇଁ ଜଣେ ବିଚାରକର୍ତ୍ତା” (ଦେଖ: ଲାକ୍ଷଣିକ ଶବ୍ଦ)

ମୋହର ପକ୍ଷ ସମର୍ଥନ

Acts 24:11

ἡμέραι δώδεκα, ἀφ’ ἧς

"୧୨ ଦିନରୁ ଅଧିକ ହେବ ନାହିଁ (ଦେଖ: ସଂଖ୍ୟାଗୁଡ଼ିକ)

Acts 24:12

ଏଠାରେ ଉତ୍ତେଜିତ କରିବା ଗୋଟିଏ ରୂପକ, ଯାହାର ଅର୍ଥ ଲୋକମାନଙ୍କୁ ଗଣ୍ଡଗୋଳ କରିବାକୁ ପ୍ରବର୍ତ୍ତାଇବା, ଠିକ୍ ଯେପରି କୌଣସି ତରଳ ପଦାର୍ଥକୁ ଘାଣ୍ଟିଲେ ତାହା ବିଚଳିତ ହୁଏ I (ଦେଖ: ଉପମା/ରୂପକ)

Acts 24:13

ମନ୍ଦକାର୍ଯ୍ୟ ପାଇଁ ଦୋଷାରୋପ କିମ୍ବା “ଅପରାଧ ପାଇଁ ଅଭିଯୋଗ”"

Acts 24:14

ὁμολογῶ ... τοῦτό σοι

ମୁଁ ଆପଣଙ୍କ ନିକଟରେ ଏହା ସ୍ବୀକାର କରୁଅଛି

ὅτι κατὰ τὴν Ὁδὸν

“ମାର୍ଗ” ଶବ୍ଦଟି ଗୋଟିଏ ଉପାଧି, ଯାହା ପାଉଲଙ୍କ ସମୟରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଥିଲା I

λέγουσιν αἵρεσιν

ଏହା ଗୋଟିଏ ବଡ଼ ଦଳ ମଧ୍ୟରେ ଲୋକମାନଙ୍କର ଗୋଟିଏ ଛୋଟ ଦଳ I ତର୍ତ୍ତୁଲ୍ଲ ଯିହୂଦୀ ଧର୍ମ ମଧ୍ୟରେ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଛୋଟ ଦଳ ବୋଲି ବିବେଚନା କରୁଛନ୍ତି I ତୁମେ “ଦଳ”କୁ ପ୍ରେରିତ ୨୪:୫ ରେ କିପରି ଅନୁବାଦ କଲ ତାହା ଦେଖ I

οὕτως λατρεύω τῷ πατρῴῳ Θεῷ

ପାଉଲ “ସେହି ମାର୍ଗ ଅନୁସାରେ” ବାକ୍ୟାଂଶକୁ ବ୍ୟବହାର କରି ଏହି ଅର୍ଥ ପ୍ରକାଶ କରୁଛନ୍ତି ଯେ ସେମାନଙ୍କର ଯିହୂଦୀ ପିତୃପୁରୁଷମାନେ ଯେପରି କରୁଥିଲେ, ସେ ଯୀଶୁଙ୍କଠାରେ ଜଣେ ବିଶ୍ବାସୀ ଭାବରେ ସେପରି ଈଶ୍ବରଙ୍କର ସେବା କରୁଛନ୍ତି I ସେ ଗୋଟିଏ “ଦଳ”କୁ ପରିଚାଳନା କରୁନାହାନ୍ତି କିମ୍ବା ସେମାନଙ୍କର ପ୍ରାଚୀନ ଧର୍ମ ବିରୁଦ୍ଧରେ କିଛି ନୂଆ ବିଷୟ ଶିକ୍ଷା ଦେଉନାହାନ୍ତି I

Acts 24:15

"ଏମାନେ ନିଜେ ଯେପରି କରନ୍ତି I ଏଠାରେ “ଏମାନେ” ପାଉଲଙ୍କୁ ବିଚାରାଳୟରେ ଦୋଷାରୋପ କରୁଥିବା ଯିହୂଦୀ ଲୋକମାନଙ୍କୁ ବୁଝାଏ I

ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ “ଉଠାଇବା” କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଇଶ୍ବର ମୃତ୍ୟୁଭୋଗ କରିଥିବା ସମସ୍ତଙ୍କୁ, ଉଭୟ ଧାର୍ମିକ ଓ ଅଧାର୍ମିକମାନଙ୍କୁ ଉଠାଇବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

δικαίων ... καὶ ἀδίκων

ଏହି ନାମବାଚକ ବିଶେଷଣଗୁଡିକ ଧାର୍ମିକ ଓ ଦୁଷ୍ଟ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଧାର୍ମିକ ଓ ଦୁଷ୍ଟ ଲୋକମାନେ” କିମ୍ବା “ଯେଉଁମାନେ ଉତ୍ତମ କାର୍ଯ୍ୟ କରିଛନ୍ତି ଓ ଯେଉଁମାନେ ମନ୍ଦ କାର୍ଯ୍ୟ କରିଛନ୍ତି” (ଦେଖ: ବିଶେଷ୍ୟପରି ବିଶେଷଣ)

Acts 24:16

αὐτὸς ἀσκῶ ... διὰ

ମୁଁ ସର୍ବଦା କଠିନ ପରିଶ୍ରମ କରେ କିମ୍ବା “ମୁଁ ମୋର ସର୍ବୋତ୍ତମ ସକ୍ଷମତା ଅନୁସାରେ କରେ”"

ἀπρόσκοπον συνείδησιν ἔχειν πρὸς τὸν Θεὸν

ଏଠାରେ “ବିବେକ” ଜଣେ ଲୋକର ଆନ୍ତରିକ ନୈତିକତା, ଯାହା ଠିକ୍ ଓ ଭୁଲ୍ ବାଛିଥାଏ, ତାକୁ ବୁଝାଏ I ବିକଳ୍ପ ଅନୁବାଦ: “ନିର୍ଦ୍ଦୋଷ ହେବାକୁ” କିମ୍ବା “ଯାହା ଠିକ୍ ତାହା ସର୍ବଦା କରିବାକୁ” (ଦେଖ: ଲାକ୍ଷଣିକ ଶବ୍ଦ)

πρὸς τὸν Θεὸν

ଈଶ୍ବରଙ୍କ ସାକ୍ଷାତରେ

Acts 24:17

δὲ

ଏହି ଶବ୍ଦ ପାଉଲଙ୍କ ଯୁକ୍ତିରେ ଏକ ଦିଗ ବଦଳାଇବାକୁ ଚିହ୍ନଟକରେ I ଏଠାରେ ସେ ଯିରୂଶାଲମର ପରିସ୍ଥିତିକୁ ବୁଝାଉଛନ୍ତି, ଯେତେବେଳେ କେତେକ ଯିହୂଦୀ ତାଙ୍କୁ ବାନ୍ଧିଥିଲେ I

δι’ ἐτῶν ... πλειόνων

ଯିରୂଶାଲମରୁ ଅନେକ ବର୍ଷ ପର୍ଯ୍ୟନ୍ତ ବାହାରେ ରହିଲା ପରେ

ଏଠାରେ “ମୁଁ ଆସିଲି”କୁ “ମୁଁ ଗଲି” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦାନ ଭାବରେ ଅର୍ଥ ଆଣି ମୋହର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗଲି” (ଦେଖ: ଯିବା ଓ ଆସିବା)

Acts 24:18

ଆପଣାକୁ ଶୁଚି କରିବା ନିମନ୍ତେ ମନ୍ଦିରରେ ନୈବେଦ୍ୟ ଉତ୍ସର୍ଗ କଲା ପରେ

ଏହା ଗୋଟିଏ ପୃଥକ୍ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଲୋକଭିଡକୁ ଏକତ୍ର କରି ନ ଥିଲି କି କୌଣସି ଗଣ୍ଡଗୋଳ ଆରମ୍ଭ କରିବାକୁ ଚେଷ୍ଟା କରୁ ନ ଥିଲି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 24:19

ଆସିଆର ଯିହୂଦୀମାନେ

εἴ τι ἔχοιεν

ଯଦି ସେମାନଙ୍କର କୌଣସି ବିଷୟ କହିବାର ଥାଏ

Acts 24:20

ପାଉଲ ତାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ଆପଣାର ପକ୍ଷ ସମର୍ଥନ ସମାପ୍ତ କରୁଛନ୍ତି I

αὐτοὶ

ଏହା ପାଉଲଙ୍କ ବିଚାର ସମୟରେ ଯିରୂଶାଲମରେ ଉପସ୍ଥିତ ଥିବା ମହାସଭାର ସଭ୍ୟମାନଙ୍କୁ ବୁଝାଏ I

εἰπάτωσαν, τί εὗρον ἀδίκημα ... μου

ମୁଁ କରିଥିବା ଭୁଲ୍ କାର୍ଯ୍ୟ ବିଷୟରେ କହିବା ଉଚିତ, ଯାହା ସେମାନେ ପ୍ରମାଣ କରିବାକୁ ସମର୍ଥ

Acts 24:21

ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ “ଇଶ୍ବର ପୁନର୍ଜୀବିତ କରନ୍ତି” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ମୁଁ ବିଶ୍ବାସ କରୁଅଛି ଯେ ମୃତ ଲୋକମାନଙ୍କୁ ଇଶ୍ବର ପୁନର୍ଜୀବିତ କରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ବିଶେଷ୍ୟପରି ବିଶେଷଣ)

ἐγὼ κρίνομαι σήμερον ἐφ’ ὑμῶν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣ ଆଜି ମୋହର ବିଚାର କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 24:22

ଫେଲିକ୍ସ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ ଓ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ ପ୍ରେରିତ ୨୩:୨୪ରେ କିପରି ଅନୁବାଦ କଲ ତାହା ଦେଖ I

τῆς Ὁδοῦ

ଏହା ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଉପାଧି I ତୁମେ ଏହାକୁ ପ୍ରେରିତ ୯:୨ରେ କିପରି ଅନୁବାଦ କଲ ତାହା ଦେଖ I

ὅταν Λυσίας ὁ χιλίαρχος καταβῇ

ସେନାପତି ଲୂସିୟା ଆସିଲେ କିମ୍ବା “ସେନାପତି ଲୂସିୟା ଆସିବା ସମୟରେ”

Λυσίας

ଏହା ପ୍ରଧାନ ସେନାପତିଙ୍କ ନାମ I ତୁମେ ଏହି ନାମକୁ ପ୍ରେରିତ ୨୩:୨୬ରେ କିପରି ଅନୁବାଦ କଲ ତାହା ଦେଖ I

καταβῇ

ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା, ଏଥିପାଇଁ ଯିରୂଶାଲମରୁ ତଳକୁ ଆସିବା ବୋଲି କହିବା ସେମାନଙ୍କପାଇଁ ସାଧାରଣ ବିଷୟ ଥିଲା I

ତୁମ୍ଭ ବିରୁଦ୍ଧରେ ଏହିସବୁ ଅଭିଯୋଗ ବିଷୟରେ ଆମ୍ଭେ ଏକ ନିଷ୍ପତ୍ତି ନେବା କିମ୍ବା “ତୁମ୍ଭେ ଦୋଷୀ କି ନୁହଁ ଆମ୍ଭେ ବିଚାର କରିବା”

Acts 24:23

ἔχειν ... ἄνεσιν

ପାଉଲଙ୍କୁ କିଛି ସ୍ବାଧିନତା ଦିଅ ଯାହା ଅନ୍ୟ ବନ୍ଦୀମାନଙ୍କୁ ଦିଆଯାଇ ନ ଥାଏ

Acts 24:24

କେତେକ ଦିନ ପରେ

ଦ୍ରୂସିଲ୍ଲା ଜଣେ ସ୍ତ୍ରୀ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ἰουδαίᾳ

ଏହାର ଅର୍ଥ ଜଣେ ଯିହୂଦୀ ମହିଳା I ବିକଳ୍ପ ଅନୁବାଦ: “ଯେ ଜଣେ ଯିହୂଦୀ ଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 24:25

ἔμφοβος γενόμενος, ὁ Φῆλιξ

ଫେଲିକ୍ସ୍ ହୁଏତ ଆପଣା ପାପର ବୋଧ ପାଇଥିବେ

τὸ νῦν ἔχον

ବର୍ତ୍ତମାନ ପାଇଁ

Acts 24:26

ଫେଲିକ୍ସ୍ ଆଶା କରୁଥିଲେ ଯେ ତାଙ୍କୁ ମୁକ୍ତ କରିଦେବା ପାଇଁ ପାଉଲ ତାଙ୍କୁ ଲାଞ୍ଚ ଦେବେ

ଏଥିପାଇଁ ଫେଲିକ୍ସ୍ ପାଉଲଙ୍କୁ ଡକାଇ ଥରକୁଥର ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ

Acts 24:27

Πόρκιον Φῆστον

ଫେଲିକ୍ସ୍ ଙ୍କ ସ୍ଥାନରେ ଯେଉଁ ନୂଆ ରୋମୀୟ ଶାସନକର୍ତ୍ତା ଆସିଲେ ଏ ସେହି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

θέλων ... χάριτα καταθέσθαι τοῖς Ἰουδαίοις

ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ὁ Φῆλιξ ... κατέλιπε τὸν Παῦλον δεδεμένον

ସେ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ

Acts 25

ପ୍ରେରିତ ୨୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅନୁଗ୍ରହ

ଏହି ଅଧ୍ୟାୟରେ ଏହି ଶବ୍ଦକୁ ଦୁଇଟି ଭିନ୍ନ ପ୍ରକାରେ ବ୍ୟବହାର କରାଯାଇଛି I ଯେତେବେଳେ ଯିହୂଦୀମାନେ ଫେଷ୍ଟଙ୍କୁ ଏକ ଅନୁଗ୍ରହ ପ୍ରାର୍ଥନା କଲେ, ସେମାନେ ଏହା ମାଗୁଥିଲେ ଯେ ସେ ସେହି ଦିନରେ ସେମାନଙ୍କ ନିମନ୍ତେ ବିଶେଷ କିଛି କରନ୍ତୁ I ସେମାନେ ତାହାଙ୍କୁ ଏପରି କିଛି କରନ୍ତୁ ବୋଲି ଚାହୁଁଛନ୍ତି, ଯାହା ସେ ସାଧାରଣତଃ କରନ୍ତି ନାହିଁ I ଯେତେବେଳେ ଫେଷ୍ଟ “ଯିହୂଦୀମାନଙ୍କର ଅନୁଗ୍ରହ ଲାଭ କରିବାକୁ ଚାହିଁଲେ,” ସେ ସେମାନଙ୍କର ପ୍ରିୟପାତ୍ର ହେବାକୁ ଚାହିଁଲେ ଓ ପରବର୍ତ୍ତୀ ମାସ ଏବଂ ବର୍ଷଗୁଡିକରେ ସେମାନେ ତାହାଙ୍କର କଥା ମାନନ୍ତୁ ବୋଲି ଚାହିଁଲେ I (ଦେଖ: ଅନୁଗ୍ରହ*,*ଅନୁକୂଳ,ପକ୍ଷପାତ)

ରୋମୀୟ ନାଗରିକ ପଦ

ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଯଥାର୍ଥ ଭାବରେ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କ ପାଇଁ ସେମାନଙ୍କୁ ରୋମୀୟ ବ୍ୟବସ୍ଥାକୁ ମାନିବାକୁ ପଡିବ I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରକୁ ଅର୍ଥ ଦେଉଥିଲେ ଯେପରି ସେମାନେ ରୋମୀୟ ନାଗରିକ ହୋଇପାରିବେ I ଜଣେ ଅଣରୋମୀୟ ନାଗରିକକୁ ବ୍ୟବହାର କଲାପରି ଯଦି ସେମାନେ ଜଣେ ରୋମୀୟ ନାଗରିକ ପ୍ରତି ବ୍ୟବହାର କରିବେ, ତେବେ ରୋମୀୟ ଅଧିକାରୀମାନେ ଦଣ୍ଡ ପାଇପାରନ୍ତି I

Acts 25:1

ଫେଷ୍ଟ କାଇସରିଆର ଶାସନକର୍ତ୍ତା ହେଉଛନ୍ତି I ତୁମେ ଏହି ନାମକୁ ପ୍ରେରିତ ୨୪:୨୭ରେ କିପରି ଅନୁବାଦ କଲ ତାହା ଦେଖ I

ପାଉଲ କାଇସରିଆରେ ଜଣେ ବନ୍ଦୀ ଭାବରେ ରହିଛନ୍ତି I

οὖν

ଏହା ବିବରଣୀ ମଧ୍ୟରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନଟ କରୁଛି I

Φῆστος ... ἐπιβὰς τῇ ἐπαρχείᾳ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଫେଷ୍ଟ ଆପଣା ଶାସନ ଆରମ୍ଭ କରିବାକୁ ସେହି ଅଞ୍ଚଳରେ ପହଞ୍ଚିଲେ କିମ୍ବା ୨) ଫେଷ୍ଟ ଏହିଭଳି ସେହି ଅଞ୍ଚଳରେ ପହଞ୍ଚିଲେ I

ἀνέβη εἰς Ἱεροσόλυμα ἀπὸ Καισαρείας

ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଥିଲା I

Acts 25:2

ଏହା ଦୋଷାରୋପଗୁଡିକ ବିଷୟରେ ଏପରି କହେ ଯେ ସତେ ଯେପରି ସେଗୁଡିକ ଗୋଟିଏ ପଦାର୍ଥ ଯାହା ଜଣେ ଆଉଜଣକ ପାଖକୁ ଆଣିପାରିବ I ବିକଳ୍ପ ଅନୁବାଦ: “ମହାଯାଜକ ଓ ମୁଖ୍ୟ ଯିହୂଦୀମାନେ ଫେଷ୍ଟଙ୍କ ପାଖକୁ ପାଉଲଙ୍କ ବିଷୟରେ ଦୋଷାରୋପ ଆଣିଲେ” (ଦେଖ: ଉପମା/ରୂପକ)

παρεκάλουν αὐτὸν

ଏଠାରେ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I

Acts 25:3

ଏଠାରେ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I

ὅπως μεταπέμψηται αὐτὸν εἰς Ἰερουσαλήμ

ଏହାର ଅର୍ଥ ହେଉଛି ଯେ ଫେଷ୍ଟ ପାଉଲଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେବେ I ବିକଳ୍ପ ଅନୁବାଦ: “ଯେ ସେ ପାଉଲଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେବେ”

ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ଯାଉଥିଲେ I

Acts 25:4

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ଫେଷ୍ଟ ଓ ତାହାଙ୍କ ସହିତ ଯାତ୍ରା କରୁଥିବା ରୋମୀୟମାନଙ୍କୁ ବୁଝାଏ, କିନ୍ତୁ ତାହାଙ୍କ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଫେରିବା” (ଦେଖ: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

Acts 25:5

The phrase ""he said"" can be moved to the beginning of the sentence. Alternate translation: ""Then he said, 'Therefore, those who are able to go to Caesarea should go there with us"" (See: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)

εἴ τί ἐστιν ἐν τῷ ἀνδρὶ ἄτοπον

ଯଦି ପାଉଲ କିଛି ଦୋଷ କରିଥାନ୍ତି"

ତୁମ୍ଭେମାନେ ତାହାଙ୍କୁ ନିୟମ ଲଂଘନ କରିବାର ଦୋଷାରୋପ କରିପାରିବ କିମ୍ବା “ତୁମ୍ଭେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବ”

Acts 25:6

ଏଠାରେ ପ୍ରଥମ ତିନି ଥର ବ୍ୟବହାର କରାଯାଇଥିବା “ସେ” ଶବ୍ଦ ଓ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I ଚତୁର୍ଥ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I “ସେମାନେ” ଶବ୍ଦ ଯିରୂଶାଲମରୁ ଆସିଥିବା ଯିହୂଦୀମାନଙ୍କୁ ବୁଝାଏ I

καταβὰς εἰς Καισάρειαν

ଭୌଗଳିକଭାବରେ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଅବସ୍ଥିତ I ସେଥିପାଇଁ ଯିରୂଶାଲମରୁ ତଳକୁ ଯିବା ବୋଲି କହିବା ସାଧାରଣ ଥିଲା I

καθίσας ἐπὶ τοῦ βήματος

ଏଠାରେ “ବିଚାରାସନ” ଶବ୍ଦ ବିଚାରପତି ଭାବରେ ଫେଷ୍ଟ ପାଉଲଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆସନରେ ବସି ସେ ବିଚାରପତି ଭାବରେ କାର୍ଯ୍ୟ କଲେ” କିମ୍ବା “ସେ ବିଚାରପତି ଭାବରେ ବସିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

τὸν Παῦλον ἀχθῆναι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ସୈନ୍ୟମାନେ ପାଉଲଙ୍କୁ ତାହାଙ୍କ ସମ୍ମୁଖକୁ ଆଣିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 25:7

ଯେତେବେଳେ ସେ ଆସି ଫେଷ୍ଟଙ୍କ ସମ୍ମୁଖରେ ଠିଆ ହେଲେ

ଜଣକୁ ଅପରାଧରେ ଦୋଷାରୋପ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଏହା ଏକ ପଦାର୍ଥ ଯାହା ଜଣେ ବିଚାରାଳୟକୁ ଆଣିପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କ ବିରୁଦ୍ଧରେ ଅନେକ ଗୁରୁତର ବିଷୟ କହିଲେ” (ଦେଖ: ଉପମା/ରୂପକ)

Acts 25:8

εἰς ... τὸ ἱερὸν

ପାଉଲ କହୁଛନ୍ତି ଯେ ଯିରୂଶାଲମ ମନ୍ଦିରରେ କିଏ ପ୍ରବେଶ କରିପାରିବ, ସେ ବିଷୟରେ ସେ କୌଣସି ନିୟମ ଲଂଘନ କରି ନାହାନ୍ତି I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରବେଶ କରିବା ନିୟମ ବିରୁଦ୍ଧରେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 25:9

ପାଉଲ ବିଚାରିତ ହେବା ନିମନ୍ତେ କାଇସରଙ୍କ ସମ୍ମୁଖକୁ ନିଆଯିବା ନିମନ୍ତେ ନିବେଦନ କରୁଛନ୍ତି I

ଏଠାରେ “ଯିହୂଦୀମାନେ”ର ଅର୍ଥ ଯିହୂଦୀ ନେତାମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

εἰς Ἱεροσόλυμα ἀναβὰς

ଭୌଗଳିକଭାବରେ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଅବସ୍ଥିତ I ସେଥିପାଇଁ ଯିରୂଶାଲମ ଉପରକୁ ଯିବା ବୋଲି କହିବା ସାଧାରଣ ଥିଲା I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ଆମ୍ଭେ ଏହିସବୁ ଅଭିଯୋଗ ବିଷୟରେ ତୁମ୍ଭର ବିଚାର କରିବା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 25:10

“ବିଚାରାସନ” କାଇସରଙ୍କର ପାଉଲଙ୍କୁ ବିଚାର କରିବାର ଅଧିକାରକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ କାଇସରଙ୍କ ସମ୍ମୁଖକୁ ଯିବାପାଇଁ ନିବେଦନ କରୁଅଛି, ଯେପରି ସେ ମୋହର ବିଚାର କରିବେ” (ଦେଖ: ଲାକ୍ଷଣିକ ଶବ୍ଦକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 25:11

ପାଉଲ ଏକ ପରିକଳ୍ପନା ଆଧାରିତ ଅବସ୍ଥା ବିଷୟରେ କହୁଛନ୍ତି I ଯଦି ସେ ଦୋଷୀ, ସେ ଦଣ୍ଡ ଗ୍ରହଣ କରିବେ, କିନ୍ତୁ ସେ ଜାଣନ୍ତି ଯେ ସେ ଦୋଷୀ ନୁହନ୍ତି I (ଦେଖ: ପରିକଳ୍ପିତ ପରିସ୍ଥିତିସମୂହ)

ଯଦି ମୁଁ ମୃତ୍ୟୁଦଣ୍ଡ ଯୋଗ୍ୟ କିଛି ଭୁଲ୍ କରିଛି

ଯଦି ମୋ ବିରୁଦ୍ଧରେ ଥିବା ଅଭିଯୋଗ ଗୁଡିକ ସତ୍ୟ ନୁହଁ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହି ମିଥ୍ୟା ଅଭିଯୋଗକାରୀ ମାନଙ୍କ ନିକଟରେ ପାଉଲଙ୍କୁ ସମର୍ପଣ କରିବା ନିମନ୍ତେ ଫେଷ୍ଟଙ୍କର ଆଇନଗତ ଅଧିକାର ନାହିଁ କିମ୍ବା ୨) ପାଉଲ କହୁଛନ୍ତି ଯେ ଯଦି ସେ କିଛି ଭୁଲ୍ କରିନାହାନ୍ତି, ତେବେ ଶାସନକର୍ତ୍ତା ଯିହୂଦୀମାନଙ୍କର ନିବେଦନ ମାନିବା ଉଚିତ ନୁହଁ I

Καίσαρα ἐπικαλοῦμαι

ମୁଁ କାଇସରଙ୍କ ନିକଟକୁ ଯିବାପାଇଁ ନିବେଦନ କରୁଅଛି ଯେପରି ସେ ମୋହର ବିଚାର କରିବେ

Acts 25:12

μετὰ τοῦ συμβουλίου

ଏହା ସମୁଦାୟ ପ୍ରେରିତ ପୁସ୍ତକରେ ଉଲ୍ଲେଖ ଥିବା ସାନ୍ ହେଡ୍ରିନ୍ ବା “ମହାସଭା” ନୁହେଁ I ଏହା ରୋମୀୟ ସରକାରରେ ଥିବା ଏକ ରାଜନୈତିକ ସଭା ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଆପଣାର ସରକାରୀ ପରାମର୍ଶଦାତାମାନଙ୍କ ସହ”

Acts 25:13

ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ ଘଟଣା ମଧ୍ୟରେ ନୂଆ ଲୋକମାନେ ଅଟନ୍ତି I ଯଦିଓ ସେ କେବଳ ଅଳ୍ପ କେତେକ ଅଞ୍ଚଳରେ ଶାସନ କରୁଥିଲେ, ଏହି ସମୟରେ ରାଜା ଆଗ୍ରିପ୍ପା ପାଲେଷ୍ଟାଇନର ଶାସନକର୍ତ୍ତା ରାଜା ଥିଲେ I ବର୍ଣ୍ଣୀକୀ ଆଗ୍ରିପ୍ପାଙ୍କ ଭଉଣୀ ଅଟନ୍ତି I

ଫେଷ୍ଟ, ରାଜା ଆଗ୍ରିପ୍ପାଙ୍କୁ ପାଉଲଙ୍କ ବିଷୟ ବର୍ଣ୍ଣନା କରୁଛନ୍ତି I

δὲ

ଏହି ଶବ୍ଦ ବିବରଣୀରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନିତ କରୁଛି I

ἀσπασάμενοι τὸν Φῆστον

ସରକାରୀ ବିଷୟ ନେଇ ଫେଷ୍ଟଙ୍କୁ ସାକ୍ଷାତ କରିବାକୁ

Acts 25:14

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଫେଲିକ୍ସ୍ ପଦ ତ୍ୟାଗ କରି ଗଲେ, ସେ ଏଠାରେ ଜଣେ ଲୋକକୁ ବନ୍ଦୀକରି ରଖିଯାଇଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Φήλικος

ଫେଲିକ୍ସ୍ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ, ଯେ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ ପ୍ରେରିତ ୨୩:୨୪ରେ କିପରି ଅନୁବାଦ କଲ ତାହା ଦେଖ I

Acts 25:15

περὶ οὗ ... ἐνεφάνισαν

ବିଚାରାଳୟରେ ଜଣକୁ ଅଭିଯୋଗ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଜଣେ ବିଚାରାଳୟକୁ ଆଣିଥାଏ I ବିକଳ୍ପ ଅନୁବାଦ: “ଏହି ଲୋକ ବିରୁଦ୍ଧରେ ମୋତେ କହିଲେ” (ଦେଖ: ଉପମା/ରୂପକ)

"ଗୁଣବାଚକ ବିଶେଷ୍ୟ “ଦଣ୍ଡ” ଓ ""ମୃତ୍ୟୁଦଣ୍ଡ”କୁ କ୍ରିୟା ଭାବରେ ପ୍ରକାଶ କରାଯାଇପାରିବ I “ମୃତ୍ୟୁଦଣ୍ଡର ଆଦେଶ” ସୂଚାଉଛି ଯେ ପାଉଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେମାନେ ଅନୁରୋଧ କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଯେପରି ତାହାକୁ ମୃତ୍ୟୁ ଦଣ୍ଡ ଦେବି ତାହା ସେମାନେ ମତେ ନିବେଦନ କଲେ” କିମ୍ବା “ମୁଁ ଯେପରି ତାହାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବି ତାହା ସେମାନେ ମତେ ନିବେଦନ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)"

Acts 25:16

ଏଠାରେ “ସମର୍ପଣ”ର ଅର୍ଥ ଜଣକୁ ସେହି ଲୋକମାନଙ୍କ ନିକଟକୁ ପଠାଇବା, ଯେଉଁମାନେ ତାହାଙ୍କୁ ଦଣ୍ଡ ଦେବେ କିଅବା ବଧ କରିବେ I ବିକଳ୍ପ ଅନୁବାଦ: “ଜଣକୁ ଦଣ୍ଡ ଦେବାପାଇଁ ଅନ୍ୟ ଜଣେ କାହାକୁ ଅନୁମତି ଦେବା” କିମ୍ବା “କୌଣସି ଲୋକକୁ ମୃତ୍ୟୁ ଦଣ୍ଡାଜ୍ଞା ଦେବା” (ଦେଖ: ଉପମା/ରୂପକ)

ଏଠାରେ “ତାହାଙ୍କ ଅଭିଯୋଗକାରୀଙ୍କ ସମ୍ମୁଖିନ ହେଲେ” ଏକ ରୂଢ଼ି, ଯାହାର ଅର୍ଥ ତାହାଙ୍କୁ ଅଭିଯୋଗ କରୁଥିବା ଲୋକମାନଙ୍କ ସହିତ ସାକ୍ଷାତ କରିବା I ବିକଳ୍ପ ଅନୁବାଦ: “କୌଣସି ଏକ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରତ୍ୟକ୍ଷ ଭାବରେ ଅଭିଯୋଗକାରୀ ସାକ୍ଷାତ କରିବା” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 25:17

οὖν

"କାରଣ ମୁଁ ଏବେ ଯାହା କହିଛି, ତାହା ସତ୍ୟ ଅଟେ I ଫେଷ୍ଟ ଏହି କ୍ଷଣି କହିଥିଲେ ଯେ ଜଣେ ଅଭିଯୁକ୍ତ ଲୋକ ଆପଣା ଅଭିଯୋଗକାରୀଙ୍କର ସମ୍ମୁଖିନ ହୋଇ ଆପଣା ପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇବା ଉଚିତ I

συνελθόντων ... ἐνθάδε

ଯେତେବେଳେ ଯିହୂଦୀ ନେତାମାନେ ଆମ୍ଭ ସହିତ ସାକ୍ଷାତ କରିବାକୁ ଏଠାକୁ ଆସିଲେ"

καθίσας ἐπὶ τοῦ βήματος

ଏଠାରେ “ବିଚାରାସନ” ଶବ୍ଦଟି ବିଚାରପତି ଭାବରେ ଫେଷ୍ଟ ପାଉଲଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ବିଚାରକର୍ତ୍ତା ଭାବରେ କାର୍ଯ୍ୟ କରିବାକୁ ଆମ୍ଭେ ଆସନରେ ବସିଲୁ” କିମ୍ବା “ଆମ୍ଭେ ବିଚାରକର୍ତ୍ତା ଭାବରେ ବସିଲୁ” (ଦେଖ: ଲାକ୍ଷଣିକ ଶବ୍ଦ)

ἐκέλευσα ἀχθῆναι τὸν ἄνδρα

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ପାଉଲଙ୍କୁ ଆମ୍ଭ ସମ୍ମୁଖକୁ ଆଣିବାପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 25:19

τῆς ἰδίας δεισιδαιμονίας

ଏଠାରେ “ଧର୍ମ” ଶବ୍ଦଟି ଜୀବନ ଓ ଅଲୌକିକ ବିଷୟ ପ୍ରତି ଲୋକମାନଙ୍କର ବିଶ୍ବାସ ଧାରାକୁ ବୁଝାଏ I

Acts 25:20

“ବିଚାରିତ ହେବାକୁ ଇଚ୍ଛା” କରିବା ବିଷୟ ଏକ ରୂଢ଼ି, ଯାହାର ଅର୍ଥ ବିଚାରକର୍ତ୍ତାଙ୍କ ସମ୍ମୁଖରେ ଆପଣାର କଥା କହିବା, ଯେପରି ବିଚାରକର୍ତ୍ତା ଲୋକଟି ଠିକ୍ କି ଭୁଲ୍ ତାହା ନିଷ୍ପତ୍ତି କରିବେ I ବିକଳ୍ପ ଅନୁବାଦ: “ଏହି ଅଭିଯୋଗଗୁଡିକ ବିଷୟରେ ବିଚାରିତ ହେବାକୁ ଯିବା” କିମ୍ବା “ବିଚାରକର୍ତ୍ତା ନିଷ୍ପତ୍ତି କରିବେ ଯେ ଏହି ଅଭିଯୋଗ ଗୁଡିକ ସତ୍ୟ କି ନୁହେଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 25:21

ଫେଷ୍ଟ ପାଉଲଙ୍କ ବିଷୟ ରାଜା ଅଗ୍ରିପ୍ପାଙ୍କୁ ବର୍ଣ୍ଣନା କରିବା ଶେଷ କରୁଛନ୍ତି I

τοῦ δὲ Παύλου ἐπικαλεσαμένου τηρηθῆναι αὐτὸν εἰς τὴν τοῦ Σεβαστοῦ διάγνωσιν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଯେତେବେଳେ ପାଉଲ ବାରମ୍ବାର ଅନୁରୋଧ କଲେ ଯେ ସମ୍ରାଟ ତାହାଙ୍କ ବିଷୟରେ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେ ରୋମୀୟ ସୁରକ୍ଷା ମଧ୍ୟରେ ରହିବାକୁ ଚାହୁଁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐκέλευσα τηρεῖσθαι αὐτὸν

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ତାହାଙ୍କୁ ସୁରକ୍ଷା ମଧ୍ୟରେ ରଖିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲୁ” କିମ୍ବା “ଆମ୍ଭେ ତାହାଙ୍କୁ ଜଗିବାପାଇଁ ସୈନ୍ୟମାନଙ୍କୁ କହିଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 25:22

"αὔριον”, φησίν,"" ἀκούσῃ αὐτοῦ"

“ଫେଷ୍ଟ କହିଲେ” ବାକ୍ୟାଂଶଟି ବାକ୍ୟର ଆରମ୍ଭକୁ ନିଆଯାଇପାରିବ I ବିକଳ୍ପ ଅନୁବାଦ: “ଫେଷ୍ଟ କହିଲେ, ପାଉଲଙ୍କ ବିଷୟ ଶୁଣିବାପାଇଁ ଆମ୍ଭେ ଆସନ୍ତା କାଲି ଆପଣଙ୍କ ପାଇଁ ବ୍ୟବସ୍ଥା କରିବା” (ଦେଖ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)

Acts 25:23

ଯଦିଓ ସେ ଅଳ୍ପ କେତେକ ଅଞ୍ଚଳ ଉପରେ ଶାସନ କରୁଥିଲେ, ତଥାପି ଅଗ୍ରିପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ I ବର୍ଣ୍ଣୀକୀ ତାହାଙ୍କ ଭଉଣୀ ଥିଲେ I ଏହି ନାମଗୁଡିକୁ ପ୍ରେରିତ ୨୫:୧୩ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I

ଫେଷ୍ଟ ପୁନର୍ବାର ରାଜା ଅଗ୍ରିପ୍ପାଙ୍କୁ ପାଉଲଙ୍କ ଘଟଣା ବିଷୟରେ ସୂଚନା ଦେଉଛନ୍ତି I

μετὰ πολλῆς φαντασίας

ସେମାନଙ୍କ ସମ୍ମାନାର୍ଥେ ମହା ସମାରୋହରେ

τὸ ἀκροατήριον

ଏହା ଗୋଟିଏ ବୃହତ୍ କୋଠାରୀ ଥିଲା, ଯେଉଁଥିରେ ଉତ୍ସବ, ବିଚାର ଓ ଅନ୍ୟାନ୍ୟ ଘଟଣାବେଳେ ଲୋକମାନେ ଏକତ୍ର ହେଉଥିଲେ I

ἤχθη ὁ Παῦλος

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ସମ୍ମୁଖରେ ଉଭାହେବା ନିମନ୍ତେ ସୈନ୍ୟମାନେ ପାଉଲଙ୍କୁ ଆଣିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 25:24

ἅπαν τὸ πλῆθος τῶν Ἰουδαίων

"ଯିହୂଦୀମାନଙ୍କର ବହୁସଂଖ୍ୟକ ଲୋକ ପାଉଲଙ୍କର ମୃତ୍ୟୁ ଚାହୁଁଥିବା ବିଷୟକୁ ଗୁରୁତ୍ବ ଦେବାପାଇଁ “ସମସ୍ତେ” ଶବ୍ଦର ବ୍ୟବହାର ଏକ ଅତିରଂଜନ I ବିକଳ୍ପ ଅନୁବାଦ: ""ବହୁସଂଖ୍ୟକ ଯିହୂଦୀଲୋକମାନେ” କିମ୍ବା “ଅନେକ ଯିହୂଦୀ ନେତାମାନେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )"

ସେମାନେ ଆମ୍ଭକୁ ଅତି ଦୃଢ଼ଭାବରେ କହିଲେ

ସକରାତ୍ମକ କଥାକୁ ଗୁରୁତ୍ବ ଦେବାପାଇଁ ଏହି ଉକ୍ତିକୁ ନକରାତ୍ମକ କରାଯାଇଛି I ବିକଳ୍ପ ଅନୁବାଦ: “ସେ ତତ୍କାଳ ମରିବା ଉଚିତ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

Acts 25:25

ଏଠାରେ ପ୍ରଥମ “ତୁମ୍ଭେମାନେ” ବହୁବଚନ ଅଟେ: ଦ୍ବିତୀୟ “ତୁମ୍ଭେ” ଏକବଚନ ଅଟେ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ଯେହେତୁ ସେ କହିଲେ ଯେ ସମ୍ରାଟ ତାହାଙ୍କର ବିଚାର କରନ୍ତୁ ବୋଲି ସେ ଚାହିଁଲେ

τὸν Σεβαστὸν

ସମ୍ରାଟ ହେଉଛନ୍ତି ରୋମୀୟ ସାମ୍ରାଜ୍ୟର ଶାସନକର୍ତ୍ତା I ସେ ଅନେକ ଦେଶ ଓ ପ୍ରଦେଶରେ ଶାସନ କରୁଥିଲେ I

Acts 25:26

ମୁଁ ପାଉଲଙ୍କୁ ଆପଣମାନଙ୍କ ନିକଟକୁ, କିନ୍ତୁ ବିଶେଷତଃ, ହେ ରାଜା ଅଗ୍ରିପ୍ପା, ଆପଣଙ୍କ ଛାମୁକୁ ଆଣିଅଛି I

ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇପାରେ କିମ୍ବା “ଯେପରି ମୁଁ ଜାଣି ପାରିବି ଯେ ମୁଁ କ’ଣ ଲେଖିବା ଉଚିତ”

Acts 25:27

ନକରାତ୍ମକ ଶବ୍ଦ “ଅସଙ୍ଗତ” ଓ “ନ କରିବା”କୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ମୋତେ ଉପଯୁକ୍ତ ବୋଧ ହେଉଛି ଯେ ଯଦି ମୁଁ ଜଣେ ବନ୍ଦୀକୁ ପଠାଉଛି, ତେବେ ମୁଁ କିଛି ଲେଖିବା ମଧ୍ୟ ଉଚିତ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

τὰς κατ’ αὐτοῦ αἰτίας

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯିହୂଦୀ ନେତାମାନେ ତାହାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡିକ କିମ୍ବା ୨) ପାଉଲଙ୍କ ଘଟଣାରେ ପ୍ରଯୁଜ୍ୟ ହେଉଥିବା ରୋମୀୟ ବ୍ୟବସ୍ଥା ଅନ୍ତର୍ଗତ ଅଭିଯୋଗଗୁଡିକ”

Acts 26

ପ୍ରେରିତ ୨୬ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ତୃତୀୟ ବିବରଣୀ I ଯେହେତୁ ଆଦ୍ୟ ମଣ୍ଡଳୀରେ ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା, ତେଣୁକରି ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ରହିଛି I (ଦେଖ: ପ୍ରେରିତ ୯ପ୍ରେରିତ ୨୨)

ପାଉଲ ରାଜା ଆଗ୍ରିପ୍ପାଙ୍କୁ କହିଲେ ଯେ ସେ ଯାହା କରିଥିଲେ ତାହା କାହିଁକି କରିଥିଲେ ଓ ସେଥିପାଇଁ ଶାସନକର୍ତ୍ତା ତାହାଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ I

ଏହି ଅଧ୍ୟାୟର ବିଶେଷ ଧାରଣା

ଆଲୋକ ଓ ଅନ୍ଧକାର

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟ କରନ୍ତି ନାହିଁ; ସତେ ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ଅର୍ଥାତ୍ ସେମାନେ କ’ଣ ଭୁଲ୍ କରୁଛନ୍ତି ତାହା ବୁଝିବାକୁ ଓ ଈଶ୍ବରଙ୍କ ଆଜ୍ଞାପାଳନ କରିବାପାଇଁ ଆରମ୍ଭ କରିବାକୁ ସମର୍ଥ କରେ I (ଦେଖ: ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତା)

Acts 26:1

ଫେଷ୍ଟ ପାଉଲଙ୍କୁ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖକୁ ଆଣୁଛନ୍ତି I ୨ ପଦରେ, ପାଉଲ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ଆପଣା ପକ୍ଷ ସମର୍ଥନ କରୁଛନ୍ତି I

Ἀγρίππας

ଆଗ୍ରପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ, ଯଦିଓ ସେ କେବଳ ଅଳ୍ପ କେତେକ ଅଞ୍ଚଳରେ ଶାସନ କରୁଥିଲେ I ପ୍ରେରିତ ୨୫:୧୩ରେ ତୁମେ ଏହି ନାମକୁ କିପରି ଅନୁବାଦ କଲ ତାହା ଦେଖ I

ἐκτείνας τὴν χεῖρα

ହସ୍ତ ବିସ୍ତାର କଲେ କିମ୍ବା “ଆପଣା ହସ୍ତ ଦେଖାଇ ଇଙ୍ଗିତ କଲେ”

ἀπελογεῖτο

ଗୁଣବାଚକ ବିଶେଷ୍ୟ “ପକ୍ଷ ସମର୍ଥନ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ଦୋଷାରୋପ କରୁଥିବା ଲୋକମାନଙ୍କ ବିପକ୍ଷରେ ଆପଣା ପକ୍ଷ ସମର୍ଥନ କରିବାକୁ ଆରମ୍ଭ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 26:2

ପାଉଲ ଖୁସି ଥିଲେ କାରଣ ଆଗ୍ରିପ୍ପାଙ୍କ ସମ୍ମୁଖରେ ଉଭାହେବା ବିଷୟକୁ ସୁସମାଚାର ସମ୍ବନ୍ଧରେ କହିବାପାଇଁ ଏକ ସୁଯୋଗ ବୋଲି ସେ ବିବେଚନା କଲେ I

ଏହି ବାକ୍ୟାଂଶଟିର ଅର୍ଥ ଜଣକର ପରିସ୍ଥିତିକୁ ବର୍ଣ୍ଣନା କରିବା, ଯେପରି ବିଚାରାଳୟରେ ଥିବା ଲୋକମାନେ ଆଲୋଚନା କରି ସେ ବିଷୟରେ ନିଷ୍ପତ୍ତି ନେବେ I ବିକଳ୍ପ ଅନୁବାଦ: “ଆପଣା ପକ୍ଷ ସମର୍ଥନ କରିବାକୁ”

ଗୁଣବାଚକ ବିଶେଷ୍ୟ “ଅଭିଯୋଗ”କୁ କ୍ରିୟାଭାବରେ “ଅଭିଯୋଗ କରିବା” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ଯିହୂଦୀମାନେ ମୋ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Ἰουδαίων

ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 26:3

ତୁମେ ସ୍ପଷ୍ଟ କରିପାରିବ ଯେ ଏହା କି ପ୍ରକାର ପ୍ରଶ୍ନକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଧର୍ମ ସମ୍ବନ୍ଧୀୟ ପ୍ରଶ୍ନ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 26:4

πάντες οἱ Ἰουδαῖοι

ଏହା ଏକ ସାଧାରଣ ଅନୁମାନ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ସାଧାରଣ ଭାବରେ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ପାଉଲଙ୍କ ବିଷୟରେ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀମାନେ” କିମ୍ବା ୨) ଏହା ଫାରୂଶୀମାନଙ୍କୁ ବୁଝାଏ, ଯେଉଁମାନେ ପାଉଲଙ୍କୁ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରେ, ଇଶ୍ରାୟେଲର ଭୌଗଳିକ ସୀମା ମଧ୍ୟରେ ହେବା ଆବଶ୍ୟକ ନୁହଁ କିମ୍ବା ୨) ଇଶ୍ରାୟେଲ ଦେଶରେ

Acts 26:5

τὴν ἀκριβεστάτην αἵρεσιν τῆς ἡμετέρας θρησκείας

ଯିହୂଦୀ ଧର୍ମ ମଧ୍ୟରେ ଗୋଟିଏ ଦଳ ଯେଉଁମାନେ କଠୋର ନିୟମ ପାଳନକରି ଜୀବନଯାପନ କରନ୍ତି

Acts 26:6

ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ପାଉଲଙ୍କ କଥାକୁ ଶୁଣୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ଏହି ଶବ୍ଦ ପାଉଲ ଆପଣା ଅତୀତ ଉପରେ ଆଲୋଚନା କରୁଥିବା ବିଷୟଠାରୁ ଆପଣାର ବର୍ତ୍ତମାନ ବିଷୟକୁ ଦିଗ ବଦଳାଇବାର ସଙ୍କେତ ଦେଉଛି I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଏଠାରେ, ଯେଉଁଠାରେ ସେମାନେ ମୋତେ ବିଚାରାଧିନ କରି ରଖିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହା ଏକ ପ୍ରତିଜ୍ଞା ବିଷୟରେ କହୁଛି ସତେ ଯେପରି ଏହା କିଛି ଜିନିଷ, ଯାହା ଜଣେ ଅନାଇ ଦେଖିପାରିବ I ବିକଳ୍ପ ଅନୁବାଦ: “ମୁଁ ଆଶାର ସହିତ ଅପେକ୍ଷା କରୁଛି ଯେ ଇଶ୍ବର ଯାହା କରିବେ ବୋଲି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ, ସେ ତାହା କରିବେ I (ଦେଖ: ଉପମା/ରୂପକ)

Acts 26:7

εἰς ἣν τὸ δωδεκάφυλον ἡμῶν ... ἐλπίζει καταντῆσαι

“ଆମ୍ଭମାନଙ୍କ ଦ୍ବାଦଶ ଗୋଷ୍ଠୀ” ବାକ୍ୟାଂଶଟି ସେ ଗୋଷ୍ଠୀସବୁର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ଦ୍ବାଦଶ ଗୋଷ୍ଠୀର ଆମ୍ଭମାନଙ୍କର ଯିହୂଦୀ ଭାଇମାନେ ମଧ୍ୟ ସେଥିର ଅପେକ୍ଷା କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

ଏହା ଏକ ପ୍ରତିଜ୍ଞା ବିଷୟରେ କହୁଛି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଗ୍ରହଣ କରିହେବ I (ଦେଖ: ଉପମା/ରୂପକ)

νύκτα καὶ ἡμέραν λατρεῦον

“ଦିବାରାତ୍ର” ଏକ ଅତିଶୟୋକ୍ତି ଯାହାର ଅର୍ଥ ସେମାନେ ନିରନ୍ତର “ଈଶ୍ବରଙ୍କ ଉପାସନା କରୁଥିଲେ I” (ଦେଖ: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯେ ଯିହୂଦୀମାନଙ୍କ ନେତାମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 26:8

ପାଉଲ ଉପସ୍ଥିତ ଥିବା ଯିହୂଦୀମାନଙ୍କୁ ଗୋଟିଏ ପ୍ରଶ୍ନକରି ଆହ୍ବାନ ଦେଉଛନ୍ତି I ଇଶ୍ବର ମୃତମାନଙ୍କୁ ଉଠାଇପାରନ୍ତି ବୋଲି ସେମାନେ ବିଶ୍ବାସ କରନ୍ତି, କିନ୍ତୁ ଇଶ୍ବର ଯୀଶୁଙ୍କୁ ପୁନର୍ଜୀବିତ କଲେ ବୋଲି ଭାବୁନାହାନ୍ତି I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଭାବୁନାହାନ୍ତି ଯେ ଈଶ୍ବର ମୃତମାନଙ୍କୁ ଉଠାଇବା ଅବିଶ୍ବାସ ଯୋଗ୍ୟ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

νεκροὺς ἐγείρει

"ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହାର ଅର୍ଥ ମୃତ

Acts 26:9

μὲν οὖν

ପାଉଲ ଆପଣା ପକ୍ଷ ସମର୍ଥନ କରିବାରେ ଆଉ ଗୋଟିଏ ଦିଗ ବଦଳାଇବାର ବିଷୟକୁ ଚିହ୍ନଟପାଇଁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I ସେ ପୂର୍ବରୁ କିପରି ଯୀଶୁଙ୍କର ଲୋକମାନଙ୍କୁ ତାଡନା କରୁଥିଲେ, ତାହା ବର୍ତ୍ତମାନ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

τὸ ὄνομα Ἰησοῦ ... ἐναντία

ଏଠାରେ “ନାମ” ଶବ୍ଦଟି ଜଣେ ଲୋକ ବିଷୟରେ ଥିବା ଶିକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବାପାଇଁ ବନ୍ଦ କରିବାକୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 26:10

ἀναιρουμένων ... αὐτῶν

“ବଧ କରାଗଲେ” ବାକ୍ୟାଂଶଟିକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ମୃତ୍ୟୁ ଦଣ୍ଡାଜ୍ଞା ଦେବାକୁ ଅନ୍ୟ ଯିହୂଦୀ ନେତାମାନଙ୍କ ସହିତ ମୁଁ ଏକମତ ହୋଇଥିଲି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 26:11

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ କେତେକ ବିଶ୍ବାସୀମାନଙ୍କୁ ଅନେକ ଥର ଶାସ୍ତି ଦେଇଥିଲେ କିମ୍ବା ୨)ପାଉଲ ଅନେକ ଭିନ୍ନ ଭିନ୍ନ ବିଶ୍ବାସୀମାନଙ୍କୁ ଶାସ୍ତି ଦେଇଥିଲେ I

Acts 26:12

ରାଜା ଆଗ୍ରିପ୍ପାଙ୍କୁ କଥା କହୁଥିବା ବେଳେ, ପ୍ରଭୁ ତାହାଙ୍କୁ କେତେବେଳେ କଥା କହିଥିଲେ, ତାହା କହୁଛନ୍ତି I

ἐν οἷς

ପାଉଲ ଆପଣା ପକ୍ଷ ସମର୍ଥନର ଆଉ ଗୋଟିଏ ଦିଗ ବଦଳାଇବାର ଚିହ୍ନଟପାଇଁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I ବର୍ତ୍ତମାନ ସେ କହୁଛନ୍ତି ଯେ ସେ କେବେ ଯୀଶୁଙ୍କୁ ଦେଖିଥିଲେ ଓ ତାହାଙ୍କର ଶିଷ୍ୟ ହୋଇଥିଲେ I

ἐν οἷς

ଏକା ସମୟରେ ଘଟିଥିବା ଦୁଇଟି ଘଟଣାକୁ ଚିହ୍ନିତ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏହି କ୍ଷେତ୍ରରେ, ପାଉଲ ସେତେବେଳେ ଦମ୍ମେସକକୁ ଯାଇଥିଲେ ଯେତେବେଳେ ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I

ପାଉଲ ଯିହୂଦୀ ନେତାମାନଙ୍କଠାରୁ ଲିଖିତ ପତ୍ର ପାଇଥିଲେ, ଯେଉଁ ପତ୍ରରେ ଯିହୂଦୀ ବିଶ୍ବାସୀମାନଙ୍କୁ ତାଡନା କରିବାକୁ ତାହାଙ୍କୁ ଅଧିକାର ମିଳିଥିଲା I

Acts 26:14

ଏଠାରେ “ସ୍ବର” କେହି ଜଣେ କଥା କହୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “କେହି ଜଣେ ମୋତେ କଥା କହୁଥିବା ମୁଁ ଶୁଣିଲି ଯେ କହିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Σαοὺλ‘, Σαούλ, τί με διώκεις

ଏହା ଗୋଟିଏ ପ୍ରଭାବ ଉତ୍ପନ୍ନକାରୀ ପ୍ରଶ୍ନ I କଥା କହୁଥିବା ବ୍ୟକ୍ତି ଶାଉଲଙ୍କୁ ସତର୍କ କରାଇଦେଉଛନ୍ତି ଯେ ଶାଉଲ ତାହାଙ୍କ ପ୍ରତି କ’ଣ କରୁଛନ୍ତି ପୁଣି ସୂଚାଇ ଦେଉଛନ୍ତି ଯେ ଶାଉଲ ତାହା କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ ତାଡନା କରୁଅଛ I” କିମ୍ବା “ଶାଉଲ, ଶାଉଲ, ଆମ୍ଭକୁ ତାଡନା କରିବା ବନ୍ଦ କର I” (ଦେଖ: https://git.door43.org/translationCore-Create-BCS/or_ta/src/branch/master/translate/figs-rquestion/01.md)

σκληρόν σοι πρὸς κέντρα λακτίζειν

ପାଉଲ ଯୀଶୁଙ୍କୁ ପ୍ରତିରୋଧ କରିବା ଓ ବିଶ୍ବାସୀମାନଙ୍କୁ ତାଡନା କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେ ଗୋଟିଏ ବଳଦ ଏବଂ ସେ ପାଞ୍ଚଣ ବା ବାଡିରେ ଲାଗିଥିବା କଣ୍ଟାମୁନରେ ଗୋଇଠା ମାରୁଛନ୍ତି, ଏପରି ବାଡି (କିମ୍ବା “କଣ୍ଟାମୁନ ଥିବା ବାଡି) ଯହିଁରେ ଲୋକମାନେ କୌଣସି ପଶୁକୁ କେଞ୍ଚନ୍ତି I ଏହାର ଅର୍ଥ ଯେ ପାଉଲ କେବଳ ନିଜେ ନିଜକୁ ଆଘାତ କରୁଛନ୍ତି I ବିକଳ୍ପ ଅନୁବାଦ: “ବଳଦ ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ଭଳି ତୁମେ କେବଳ ଆପଣାକୁ ଆଘାତ କରିବ” (ଦେଖ: ଉପମା/ରୂପକ)

Acts 26:15

ପାଉଲ ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ଆପଣାର ପକ୍ଷ ସମର୍ଥନ କରିବା ଜାରି ରଖୁଛନ୍ତି I ଏହି ପଦଗୁଡିକରେ ସେ ପ୍ରଭୁଙ୍କ ସହିତ ଆପଣାର କଥାବାର୍ତ୍ତାକୁ ଉଦ୍ଧୃତ କରି ଚାଲିଛନ୍ତି I

Acts 26:18

ἀνοῖξαι ὀφθαλμοὺς αὐτῶν

ଲୋକମାନଙ୍କୁ ସତ୍ୟ ବୁଝିବା ନିମନ୍ତେ ସାହାଯ୍ୟ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଆକ୍ଷରିକ ଭାବରେ ତାହାର ଆଖି ଖୋଲିବାକୁ ସାହାଯ୍ୟ କରୁଛି I (ଦେଖ: ଉପମା/ରୂପକ)

ଜଣକୁ ମନ୍ଦ କାର୍ଯ୍ୟ କରିବା ବନ୍ଦକରି ଈଶ୍ବରଙ୍କଠାରେ ଭରସା ରଖିବାକୁ ଓ ତାହାଙ୍କର ବାଧ୍ୟହେବାକୁ ଆରମ୍ଭ କରିବା ନିମନ୍ତେ ସାହାଯ୍ୟ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେହି ଲୋକଟି ଆକ୍ଷରିକ ଭାବରେ ଜଣକୁ ଅନ୍ଧକାରରୁ ବାହାର କରି ଆଲୋକର ସ୍ଥାନକୁ କଢାଇ ନେଉଛି I (ଦେଖ: ଉପମା/ରୂପକ)

ଶୟତାନର ବାଧ୍ୟ ହେବାକୁ ବନ୍ଦକରି ଈଶ୍ବରଙ୍କର ବାଧ୍ୟହେବାକୁ ଆରମ୍ଭ କରିବା ନିମନ୍ତେ ଜଣକୁ ସାହାଯ୍ୟ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଆଉ ଜଣକୁ ଆକ୍ଷରିକ ଭାବରେ ଶୟତାନ ରାଜ୍ୟ କରୁଥିବା ସ୍ଥାନରୁ ଫେରାଇନେଇ ଈଶ୍ବର ରାଜ୍ୟ କରୁଥିବା ସ୍ଥାନକୁ କଢାଇ ନେଉଛି I (ଦେଖ: ଉପମା/ରୂପକ)

ଗୁଣବାଚକ ବିଶେଷ୍ୟ “କ୍ଷମା” ଶବ୍ଦକୁ “କ୍ଷମା କରିବା” କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କର ପାପକୁ କ୍ଷମା କରିପାରନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ଗୁଣବାଚକ ବିଶେଷ୍ୟ “ଉତ୍ତରାଧିକାର” ଶବ୍ଦକୁ “ଅଧିକାର କରିବା” କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ଯାହା ଦେବା, ତାହା ସେମାନେ ଅଧିକାର କରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଯୀଶୁ ଦେଉଥିବା ଆଶୀର୍ବାଦ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ତାହା ସବୁ ଏକ ଅଧିକାର ଯାହା ପିଲାମାନେ ସେମାନଙ୍କ ବାପାଙ୍କଠାରୁ ପାଇଥାନ୍ତି I (ଦେଖ: ଉପମା/ରୂପକ)

ଯୀଶୁ କେତେକ ଲୋକଙ୍କୁ ଆପଣାର ହେବାପାଇଁ ମନୋନୀତ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେ ଆକ୍ଷରିକ ଭାବରେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ପୃଥକ୍ କଲେ I (ଦେଖ: ଉପମା/ରୂପକ)

"କାରଣ ସେମାନେ ମୋଠାରେ ବିଶ୍ବାସ କରନ୍ତି I ଏଠାରେ ପାଉଲ ପ୍ରଭୁଙ୍କର କଥାକୁ ଉଦ୍ଧୃତ କରିବା ଶେଷ କରୁଛନ୍ତି I

Acts 26:19

ὅθεν

କାରଣ ମୁଁ ଏବେ ଯାହା କହିଅଛି, ତାହା ସତ୍ୟ ଅଟେ I ଦର୍ଶନରେ ପ୍ରଭୁ ତାହାଙ୍କୁ ଯାହା ଆଦେଶ କରିଥଲେ ପାଉଲ ତାହା ଏବେ ବର୍ଣ୍ଣନା କରିଥିଲେ I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ବାଧ୍ୟ ହେଲି” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

τῇ οὐρανίῳ ὀπτασίᾳ

ଏହା ବ୍ୟକ୍ତି ଜଣକ ଦର୍ଶନରେ ପାଉଲଙ୍କୁ କହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହା ମୋତେ ସ୍ବର୍ଗରୁ ଆଗତ ବ୍ୟକ୍ତି ଜଣକ ଦର୍ଶନରେ କହିଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 26:20

ἐπιστρέφειν ἐπὶ τὸν Θεόν

ଈଶ୍ବରଙ୍କଠାରେ ଭରସା ରଖିବାକୁ ଆରମ୍ଭ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଈଶ୍ବରଙ୍କ ଆଡକୁ ଚାଲିବା ନିମନ୍ତେ ଆରମ୍ଭ କରିବାକୁ ଫେରୁଛି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରେ ଭରସା ରଖ” (ଦେଖ: ଉପମା/ରୂପକ)

ἄξια τῆς μετανοίας ἔργα πράσσοντας

ଗୁଣବାଚକ ବିଶେଷ୍ୟ “ମନପରିବର୍ତ୍ତନ” ଶବ୍ଦକୁ କ୍ରିୟାଭାବରେ “ମନପରିବର୍ତ୍ତନ କଲେ” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ମନପରିବର୍ତ୍ତନ କରିଅଛନ୍ତି ବୋଲି ଦେଖାଇବାକୁ ଉତ୍ତମ କାର୍ଯ୍ୟ କରିବାକୁ ଆରମ୍ଭ କଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 26:21

Ἰουδαῖοι

ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

Acts 26:22

ପାଉଲ ରାଜା ଅଗ୍ରିପ୍ପାଙ୍କ ନିକଟରେ ଆପଣା ପକ୍ଷ ସମର୍ଥନ କରିବା ଶେଷ କରୁଛନ୍ତି I

ଏଠାରେ “କ୍ଷୁଦ୍ର ଲୋକ” ଓ “ମହାନ୍ ଲୋକ”ର ଅର୍ଥ “ସମସ୍ତ ଲୋକ I” ବିକଳ୍ପ ଅନୁବାଦ: “କ୍ଷୁଦ୍ର ଓ ମହାନ୍, ସମସ୍ତଙ୍କୁ, ଆଉ କିଛି ବିଷୟରେ ନୁହେଁ” (ଦେଖ: https://git.door43.org/translationCore-Create-BCS/or_ta/src/branch/master/translate/figs-merism/01.md)

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ସଠିକ୍ ବିଷୟରେ ଯାହା”"

ପାଉଲ ପୁରାତନ ନିୟମର ଭାବବାଦୀମାନଙ୍କ ସାମୂହିକ ଲେଖାକୁ ଉଲ୍ଲେଖ କରୁଛନ୍ତି I

Acts 26:23

ତୁମେ ସ୍ପଷ୍ଟ କରିପାରିବ ଯେ ଖ୍ରୀଷ୍ଟ ନିଶ୍ଚୟ ମୃତ୍ୟୁଭୋଗ କରିବା ମଧ୍ୟ ଆବଶ୍ୟକ I ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଆବଶ୍ୟକ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐξ ἀναστάσεως

ପୁନରୁତ୍ଥିତ ହୋଇ

νεκρῶν

“ମୃତ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ଲୋକମାନଙ୍କର ଆତ୍ମାମାନଙ୍କୁ ବୁଝାଏ I ସେମାନଙ୍କ ମଧ୍ୟରୁ ଉଠିବାର ଅର୍ଥ ପୁନର୍ବାର ଜୀବିତ ହେବା I

φῶς μέλλει καταγγέλλειν

"ସେ ଆଲୋକ ବିଷୟରେ ସମ୍ବାଦ ଘୋଷଣା କରିବେ I ଈଶ୍ବର କିପରି ଲୋକମାନଙ୍କୁ ପରିତ୍ରାଣ କରନ୍ତି, ସେ ବିଷୟରେ ଲୋକମାନଙ୍କୁ କହିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଆଲୋକ ବିଷୟରେ କହୁଛି I ବିକଳ୍ପ ଅନୁବାଦ: ‘ଇଶ୍ବର କିପରି ପରିତ୍ରାଣ କରନ୍ତି, ସେ ବିଷୟରେ ସେ ସମ୍ବାଦ ଘୋଷଣା କରିବେ” (ଦେଖ: ଉପମା/ରୂପକ)

Acts 26:24

ପାଉଲ ଓ ଆଗ୍ରିପ୍ପା ଏକତ୍ର କଥାବାର୍ତ୍ତା କରିବାରେ ଲାଗିଛନ୍ତି I

μαίνῃ

ତୁମ୍ଭେ ମୁର୍ଖତାର କଥା କହୁଅଛ କିମ୍ବା “ତୁମ୍ଭେ ପାଗଳ”"

τὰ πολλά σε γράμματα εἰς μανίαν περιτρέπει

ତୁମ୍ଭେ ଏତେ ଶିକ୍ଷା କରିଅଛ ଯେ ବର୍ତ୍ତମାନ ତୁମ୍ଭେ ପାଗଳ

Acts 26:25

ଏହା ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ମୁଁ ପାଗଳ ...ଆଉ” କିମ୍ବା “ମୁଁ ଭଲ ଚିନ୍ତା କରିବାକୁ ସକ୍ଷମ ...ଆଉ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

κράτιστε Φῆστε

ଫେଷ୍ଟ, ଯେ କି ମହା ସମ୍ମାନର ପାତ୍ର

Acts 26:26

ପାଉଲ ଏପର୍ଯ୍ୟନ୍ତ ରାଜା ଆଗ୍ରିପ୍ପାଙ୍କୁ କଥା କହୁଛନ୍ତି, କିନ୍ତୁ ସେ ତାହାଙ୍କୁ ତୃତୀୟ ପୁରୁଷରେ ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣଙ୍କ ପାଇଁ ...ଆପଣଙ୍କ ପ୍ରତି ...ଆପଣଙ୍କ ଠାରୁ” (ଦେଖ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)

ପାଉଲ ରାଜାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହିବାକୁ ଭୟଭୀତ ନୁହନ୍ତି I ବିକଳ୍ପ ଅନୁବାଦ: “ମୁଁ ସାହସରେ କଥା କହୁଛି”

πείθομαι

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାକୁ କର୍ତ୍ତୃବାଚ୍ୟରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ସେ ଏ ବିଷୟରେ ସଚେତନ ଅଟନ୍ତି” କିମ୍ବା “ଯେ ଆପଣ ଏ ବିଷୟରେ ସଚେତନ ଅଟନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଗୋଟିଏ କୋଣରେ ଘଟି ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐν γωνίᾳ

ଗୋପନରେ କିଛି କରିବାର ଅର୍ଥ ହେଉଛି ସତେ ଯେପରି ଜଣେ ଲୋକ ଯାଇ କୋଠାରୀର କୋଣରେ କିଛି ଗୋଟାଏ କଲା, ଯେଉଁଠାରେ କେହି ତାଙ୍କୁ ଦେଖିପାରିବେ ନାହିଁ I ବିକଳ୍ପ ଅନୁବାଦ: “ଅନ୍ଧାର ଜାଗାରେ” କିମ୍ବା “ଗୁପ୍ତରେ” (ଦେଖ: ଉପମା/ରୂପକ)

Acts 26:27

πιστεύεις, Βασιλεῦ Ἀγρίππα, τοῖς προφήταις

ଭାବବାଦୀମାନେ ଯୀଶୁଙ୍କ ସମ୍ବନ୍ଧରେ କହିଥିବା ବିଷୟକୁ ଆଗ୍ରିପ୍ପା ଯେ ଆଗରୁ ବିଶ୍ବାସ କରୁଛନ୍ତି, ତାହା ଆଗ୍ରିପ୍ପାଙ୍କୁ ସ୍ମରଣ କରାଇଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ଏହାକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ହେ ରାଜା ଆଗ୍ରିପ୍ପା, ଯିହୂଦୀ ଭାବବାଦୀମାନେ ଯାହା କହିଛନ୍ତି, ତାହା ଆପଣ ଆଗରୁ ବିଶ୍ବାସ କରୁଛନ୍ତି I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 26:28

ଅଧିକ ପ୍ରମାଣ ବିନା, ସହଜରେ ସେ ଆଗ୍ରିପ୍ପାଙ୍କୁ ବୁଝାଇପାରିବେ ନାହିଁ ବୋଲି ଦର୍ଶାଇବା ନିମନ୍ତେ ଆଗ୍ରିପ୍ପା ପାଉଲଙ୍କୁ ଏହି ପ୍ରଶ୍ନ କରୁଛନ୍ତି I ଏହାକୁ ଗୋଟିଏ ଉକ୍ତି ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ନିଶ୍ଚୟ ତୁମେ ଭାବ ନାହିଁ ଯେ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ମୋତେ ତୁମେ ଏତେ ସହଜରେ ବୁଝାଇପାରିବ!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Acts 26:29

παρεκτὸς τῶν δεσμῶν τούτων

ଏଠାରେ “ବନ୍ଧନ”ର ଅର୍ଥ ଜଣେ ବନ୍ଦୀହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “କିନ୍ତୁ, ନିଶ୍ଚୟ, ମୁଁ ଚାହୁଁନାହିଁ ଯେ ଆପଣ ମୋ ପରି ଜଣେ ବନ୍ଦୀ ହୁଅନ୍ତୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 26:30

ବର୍ଣ୍ଣୀକୀ ରାଜା ଆଗ୍ରପ୍ପାଙ୍କର ଭଉଣୀ ଥିଲେ (ପ୍ରେରିତ ୨୫:୧୩I

ଏହା ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ପାଉଲଙ୍କର ସମୟକୁ ଶେଷ କରୁଛି I

ἀνέστη τε ὁ βασιλεὺς καὶ ὁ ἡγεμὼν

ସେଥିରେ ରାଜା ଆଗ୍ରିପ୍ପା ଓ ଶାସନକର୍ତ୍ତା ଫେଷ୍ଟ ଉଠିଗଲେ

Acts 26:31

ἀναχωρήσαντες

ଏହା ଉତ୍ସବ, ବିଚାର ଓ ଅନ୍ୟ ଘଟଣାଗୁଡିକ ନିମନ୍ତେ ଉଦ୍ଦିଷ୍ଟ ଗୋଟିଏ ବୃହତ୍ କୋଠାରୀ ଅଟେ I

ଗୁଣବାଚକ ବିଶେଷ୍ୟ “ମୃତ୍ୟୁ”କୁ “ମୃତ୍ୟୁଭୋଗ କରିବା” କ୍ରିୟାଭାବରେ କୁହାଯାଇପାରିବ I ଏଠାରେ “ବନ୍ଧନ” ବନ୍ଦୀହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ଲୋକ ମୃତ୍ୟୁ କି ବନ୍ଦୀହେବା ଯୋଗ୍ୟ ନୁହେଁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଲାକ୍ଷଣିକ ଶବ୍ଦ)

Acts 26:32

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏ ଲୋକଟି ମୁକ୍ତ ହୋଇପାରିଥାନ୍ତା” କିମ୍ବା “ମୁଁ ଏହାକୁ ମୁକ୍ତ କରିପାରିଥାନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27

ପ୍ରେରିତ ୨୭ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଜଳଯାତ୍ରା

ସମୁଦ୍ର ନିକଟରେ ବାସ କରୁଥିବା ଲୋକମାନେ ବାୟୁଚାଳିତ ଜାହାଜରେ ଯାତ୍ରା କରୁଥିଲେ I ବର୍ଷର କେତେକ ମାସରେ, ବାୟୁ ବେଳେବେଳେ ଭୁଲ୍ ଦିଗରେ ବହୁଥିଲା କିଅବା ଏତେ ଜୋର୍ ରେ ବହୁଥିଲା ଯେ ଜଳ ଯାତ୍ରା କରିବା ଅସମ୍ଭବ ହେଉଥିଲା I

ଭରସା

ଈଶ୍ବର ତାହାଙ୍କୁ ସୁରକ୍ଷିତ ଭାବରେ ସ୍ଥଳଭାଗକୁ ଆଣିବେ ବୋଲି ପାଉଲ ଭରସା କରିଥିଲେ I ସେ ନାବିକ ଓ ସୈନ୍ୟମାନଙ୍କୁ ଭରସା ରଖିବାକୁ କହିଥିଲେ ଯେ ଈଶ୍ବର ସେସମସ୍ତଙ୍କୁ ମଧ୍ୟ ଜୀବିତ ରଖିବେ I (ଦେଖ: ବିଶ୍ୱାସ, ବିଶ୍ୱସ୍ତ, ବିଶ୍ୱାସଯୋଗ୍ୟ, ବିବିଶ୍ୱାସନୀୟତା)

ପାଉଲ ରୋଟୀ ଭାଙ୍ଗୁଛନ୍ତି

ଲୂକ ଏଠାରେ ପାଉଲଙ୍କ ରୋଟୀ ନେବା, ଈଶ୍ବରଙ୍କୁ ଧନ୍ୟବାଦ ଦେବା, ତାହା ଭାଙ୍ଗିବା ଓ ଖାଇବା ସମ୍ବନ୍ଧରେ ସେହି ଏକା ଶବ୍ଦଗୁଡିକ ବ୍ୟବହାର କରୁଛନ୍ତି, ଯାହା ସେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହ କରିଥିବା ଶେଷ ରାତ୍ରିଭୋଜକୁ ବର୍ଣ୍ଣନା କରିବାକୁ ବ୍ୟବହାର କରିଥିଲେ I ତଥାପି, ତୁମର ଅନୁବାଦ ତୁମର ପାଠକମାନଙ୍କୁ ଏହା ଭାବିବାକୁ ନ ଦେଉ ଯେ ପାଉଲ ଏଠାରେ ଗୋଟିଏ ଧାର୍ମିକ ବିଧିକୁ ପରିଚାଳନା କରୁଥିଲେ I

Acts 27:1

ଆଦ୍ରାମୁତ୍ତୀୟ ଗୋଟିଏ ନଗର ଥିଲା ଯାହା ସମ୍ଭବତଃ ଆଧୁନିକ ତୁର୍କୀର ପଶ୍ଚିମ ଉପକୂଳରେ ଅବସ୍ଥିତ I “ଆମ୍ଭେମାନେ” ଶବ୍ଦଟି ପ୍ରେରିତ ପୁସ୍ତକର ଲେଖକଙ୍କୁ, ପାଉଲଙ୍କୁ ଓ ପାଉଲଙ୍କ ସହିତ ଯାତ୍ରା କରୁଥିବା ଅନ୍ୟମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ପାଉଲ, ଜଣେ ବନ୍ଦୀ ଭାବରେ, ରୋମ୍ କୁ ଆପଣାର ଯାତ୍ରା ଆରମ୍ଭ କରୁଛନ୍ତି I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ରାଜା ଓ ଶାସନକର୍ତ୍ତା ସ୍ଥିର କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἀποπλεῖν ... εἰς τὴν Ἰταλίαν

ଇତାଲିଆ ରୋମ୍ ର ଗୋଟିଏ ପ୍ରଦେଶର ନାମ I ତୁମେ “ଇତାଲିଆ”କୁ ପ୍ରେରିତ ୧୮:୨ରେ କିପରି ଅନୁବାଦ କଲ ତାହା ଦେଖ I

ସେମାନେ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ଦାୟିତ୍ବରେ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ସମର୍ପଣ କଲେ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନେ” ଶାସନକର୍ତ୍ତା ଓ ରାଜାଙ୍କୁ ବୁଝାଏ କିମ୍ବା ୨) “ସେମାନେ” ଅନ୍ୟ ରୋମୀୟ ଅଧିକାରୀମାନଙ୍କୁ ବୁଝାଏ I

τόν ... ἑκατοντάρχῃ ὀνόματι Ἰουλίῳ

ଯୂଲିଅ ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏହା ଗୋଟିଏ କ୍ଷୁଦ୍ର ଅବା ବୃହତ୍ ସୈନ୍ୟଦଳର ନାମ ଯେଉଁଥିରୁ ଶତସେନାପତି ଆସିଥିଲେ I କେତେକେ ସଂସ୍କରଣ ଏହାକୁ “ଅଗଷ୍ଟୀୟ” ସୈନ୍ୟଦଳ ବୋଲି ଅନୁବାଦ କରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 27:2

ଏଠାରେ “ଜାହାଜ ...ଯିବା ନିମନ୍ତେ ଉଦ୍ୟତ” ବାକ୍ୟାଂଶଟି ପ୍ରସ୍ତୁତଥିବା ଜାହାଜର କର୍ମଚାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଗୋଟିଏ ଜାହାଜରେ ଚଢିଲୁ ...ଯାହା କର୍ମଚାରୀମାନେ ଚଳାଇବାକୁ ଉଦ୍ୟତ ଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)

πλοίῳ Ἀδραμυντηνῷ

ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଆଦ୍ରାମୁତ୍ତୀୟରୁ ଆସିଥିବା ଗୋଟିଏ ଜାହାଜ କିମ୍ବା ୨) ଆଦ୍ରାମୁତ୍ତୀୟରେ ପଞ୍ଜିକୃତ ଅବା ଅନୁମତି ପ୍ରାପ୍ତ ଗୋଟିଏ ଜାହାଜ I

μέλλοντι πλεῖν εἰς

ଶୀଘ୍ର ଯାତ୍ରା କରିବାକୁ ଯାଉଛି କିମ୍ବା “ଶୀଘ୍ର ପ୍ରସ୍ଥାନ କରିବ”

ସମୁଦ୍ରପଥରେ ଆମ୍ଭମାନଙ୍କର ଯାତ୍ରା ଆରମ୍ଭ କଲୁ

Ἀριστάρχου

ଆରିସ୍ତାର୍ଖ ମାକିଦନିଆରୁ ଆସିଲେ, କିନ୍ତୁ ଏଫିସରେ ପାଉଲଙ୍କ ସାଙ୍ଗରେ କାର୍ଯ୍ୟ କରୁଥିଲେ I ତୁମେ ତାଙ୍କର ନାମକୁ ପ୍ରେରିତ ୧୯:୨୯ରେ କିପରି ଅନୁବାଦ କଲ ତାହା ଦେଖ I

Acts 27:3

ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକଙ୍କୁ, ପାଉଲଙ୍କୁ ଓ ପାଉଲଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

φιλανθρώπως ... ὁ Ἰούλιος τῷ Παύλῳ χρησάμενος

"ଯୂଲିଅ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କଲେ I ତୁମେ “ଯୂଲିଅ”କୁ ପ୍ରେରିତ Acts ୨୭:୧ରେ କିପରି ଅନୁବାଦ କଲ ତାହା ଦେଖ I

πρὸς τοὺς φίλους πορευθέντι, ἐπιμελείας τυχεῖν

ଗୁଣବାଚକ ବିଶେଷ୍ୟ “ସେବା”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ବନ୍ଧୁମାନଙ୍କ ପାଖକୁ ଯାଅ, ଯେପରି ସେମାନେ ତାହାଙ୍କର ସେବା କରି ପାରିବେ” କିମ୍ବା “ତାହାଙ୍କର ବନ୍ଧୁମାନଙ୍କ ପାଖକୁ ଯାଅ, ଯେପରି ସେମାନେ ତାହାଙ୍କର ଯାହାକିଛି ପ୍ରୟୋଜନ, ତାହା ସାହାଯ୍ୟ କରିପାରିବେ I (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

Acts 27:4

ἀναχθέντες, ὑπεπλεύσαμεν

ଆମ୍ଭେମାନେ ଯାତ୍ରା ଆରମ୍ଭକରି ଗଲୁ"

"କୁପ୍ରର ଉହାଡ ହେଉଛି ସେହି ଦ୍ବୀପର ପାର୍ଶ୍ବ ଯାହା ପ୍ରଚଣ୍ଡ ପବନକୁ ଅଟକାଇଦିଏ, ଫଳରେ ଜାହାଜଗୁଡିକୁ ସେମାନଙ୍କର ପଥରେ ଯିବାପାଇଁ ବଳ ପ୍ରୟୋଗ କରିବାକୁ ପଡ଼େ ନାହିଁ I

Acts 27:5

Παμφυλίαν

ଏହା ଏସିଆ ମାଇନରର ଗୋଟିଏ ପ୍ରଦେଶ ଥିଲା I ତୁମେ ଏହାକୁ ପ୍ରେରିତ ୨:୧୦ରେ କିପରି ଅନୁବାଦ କଲ ତାହା ଦେଖ I

ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ସେମାନେ ମୁରାରେ ଜାହାଜରୁ ଓହ୍ଲାଇଲେ I ବିକଳ୍ପ ଅନୁବାଦ: “ଲୂକିଆର ମୁରା ସହରକୁ ଆସିଲୁ, ଯେଉଁଠି ଆମେ ଜାହାଜରୁ ଓହ୍ଲାଇଲୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ମୁରା ଗୋଟିଏ ନଗରର ନାମ I

τῆς Λυκίας

ଲୂକିଆ ଗୋଟିଏ ରୋମୀୟ ପ୍ରଦେଶ, ଯାହା ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 27:6

ଏହା ସୂଚାଉଛି ଯେ ଗୋଟିଏ ଜାହାଜ ଇତାଲିଆକୁ ପ୍ରସ୍ଥାନ କରିବ I ବିକଳ୍ପ ଅନୁବାଦ: “ଗୋଟିଏ ଜାହାଜ ପାଇଲୁ ଯାହା ଆଲେକ୍ ଜାଣ୍ଡ୍ରିଆଠାରୁ ଆସି ଇତାଲିଆକୁ ଯାଉଥିଲା” (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ἀλεξανδρῖνον

ଏହା ଗୋଟିଏ ନଗରର ନାମ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 27:7

ତୁମେ ଏହା ସ୍ପଷ୍ଟ କରିପାରିବ ଯେ ସେମାନେ ଧିରେ ଧିରେ ଓ କଷ୍ଟର ସହିତ ଯାତ୍ରା କରିବାର କାରଣ ଥିଲା ଯେ ପବନ ସେମାନଙ୍କର ପ୍ରତିକୂଳରେ ବହୁଥିଲା I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

κατὰ τὴν Κνίδον

ଏହା ଗୋଟିଏ ପ୍ରାଚୀନ ବସତି, ଯାହା ଆଧୁନିକ ତୁର୍କୀରେ ଅବସ୍ଥିତ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

μὴ προσεῶντος ἡμᾶς τοῦ ἀνέμου

ପ୍ରଚଣ୍ଡ ପବନ ସକାଶୁ ଆମ୍ଭେମାନେ ଆଉ ସେହି ପଥ ଦେଇ ଯାଇପାରିଲୁ ନାହିଁ"

ὑπεπλεύσαμεν τὴν Κρήτην

ସେଥିପାଇଁ ଆମ୍ଭେମାନେ କ୍ରୀତୀର ଉହାଡ଼େ ଉହାଡ଼େ ଯାତ୍ରା କଲୁ ଯେଉଁଠାରେ ପବନର ବେଗ କମ୍ ଥିଲା

κατὰ ... Σαλμώνην

ଏହା କ୍ରୀତୀରେ ଥିବା ଗୋଟିଏ ଉପକୂଳବର୍ତ୍ତୀ ନଗର I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 27:8

ତୁମେ ସ୍ପଷ୍ଟ କରିପାରିବ ଯେ ଯଦିଓ ପବନ ପୂର୍ବ ଭଳି ପ୍ରଚଣ୍ଡ ନ ଥିଲା, ତଥାପି ତାହା ଏପରି ପ୍ରଚଣ୍ଡ ଥିଲା ଯେ ଯାତ୍ରା କରିବା କଷ୍ଟକର ହେଲା I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Καλοὺς Λιμένας

ଏହା ଲାସାୟା ନିକଟବର୍ତ୍ତୀ ଗୋଟିଏ ବନ୍ଦର ଥିଲା, ଯାହା କ୍ରୀତୀର ଦକ୍ଷିଣ ଉପକୂଳରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἐγγὺς πόλις ἦν Λασαία

ଏହା କ୍ରୀତୀର ଗୋଟିଏ ଉପକୂଳବର୍ତ୍ତୀ ନଗର I

Acts 27:9

ବିପରୀତ ଦିଗରେ ପବନ ବହୁଥିବା ସକାଶୁ, କାଇସରିଆଠାରୁ ସୁନ୍ଦର ବନ୍ଦରକୁ ଯାତ୍ରା କରିବା ଯୋଜନା କରିଥିବା ସମୟଠାରୁ ଅଧିକ ସମୟ ନେଇଥିଲା I

ଲେଖକ ଆପଣାକୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏହି ଉପବାସ ପ୍ରାୟଶ୍ଚିତ୍ତଦିନରେ ହୋଇଥିଲା, ଯାହା ପାଶ୍ଚାତ୍ୟ କ୍ୟାଲେଣ୍ଡର ଅନୁସାରେ ସାଧାରଣତଃ ସେପ୍ଟେମ୍ବର ମାସର ଶେଷ ଆଡ଼କୁ କିମ୍ବା ଅକ୍ଟୋବର ମାସର ପ୍ରଥମ ଭାଗରେ ହୋଇଥାଏ I ଏହି ସମୟ ପରେ, ଋତୁଗତ ଅଧିକ ବିପଦପୂର୍ଣ୍ଣ ଝଡ଼ର ଆଶଙ୍କା ଥିଲା I

Acts 27:10

ଯଦି ଆମ୍ଭେମାନେ ଏବେ ଯାତ୍ରା କରିବୁ, ତେବେ ଆମ୍ଭେମାନେ ଅଧିକ ଆଘାତ ଓ କ୍ଷତି ସହିବୁ

ପାଉଲ ଆପଣାକୁ ଓ ତାଙ୍କର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି, ଏଥିପାଇଁ ଏହା ଅନ୍ତର୍ଭୁକ୍ତସଂପନ୍ନ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ζημίας, οὐ μόνον τοῦ φορτίου καὶ τοῦ πλοίου, ἀλλὰ καὶ τῶν ψυχῶν ἡμῶν

ଏଠାରେ “କ୍ଷତି”ର ଅର୍ଥ ଅନିଷ୍ଟ ଯାହା ଜିନିଷ ପତ୍ରର କ୍ଷତିକୁ ଓ ମୃତ୍ୟୁକୁ ବୁଝାଏ I

οὐ μόνον τοῦ φορτίου καὶ τοῦ πλοίου

ମାଲପତ୍ରର ଅର୍ଥ ହେଉଛି ଯାହାକିଛି ଜଣେ ଲୋକ ଜାହାଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଇଥାଏ I ବିକଳ୍ପ ଅନୁବାଦ: “କେବଳ ଜାହାଜ ନୁହେଁ, ଜାହାଜରେ ଥିବା ମାଲପତ୍ର ମଧ୍ୟ”

Acts 27:11

ὑπὸ Παύλου λεγομένοις

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ପାଉଲ କହିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:12

ତୁମେ ସ୍ପଷ୍ଟ କରିପାରିବ ଯେ କାହିଁକି ବନ୍ଦରରେ ରହିବା ସହଜ ନ ଥିଲା I ବିକଳ୍ପ ଅନୁବାଦ: “ଶୀତ କାଳର ଝଡ ସମୟରେ ବନ୍ଦର ପୋତାଶ୍ରୟରେ ଲାଗିଥିବା ଜାହାଜଗୁଡିକୁ ଯଥେଷ୍ଟ ସୁରକ୍ଷା ଦେଇପାରୁ ନ ଥିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

λιμένος

ସ୍ଥଳ ଭାଗ ନିକଟବର୍ତ୍ତୀ ଗୋଟିଏ ସ୍ଥାନ ଯାହା ଜାହାଜଗୁଡିକ ପାଇଁ ସାଧାରଣତଃ ସୁରକ୍ଷିତ ଅଟେ

εἰς Φοίνικα

ଫୈନୀକ୍ସ୍ କ୍ରୀତୀର ଦକ୍ଷିଣ ଉପକୂଳରେ ଅବସ୍ଥିତ ଗୋଟିଏ ନଗର I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

παραχειμάσαι

ଏହା ଶୀତ କାଳ ବିଷୟରେ କହୁଛି ଯେ ସତେ ଯେପରି ଏହା ଗୋଟିଏ ସାମଗ୍ରୀ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ଶୀତ କାଳରେ ସେଠାରେ ରହିବା ନିମନ୍ତେ” (ଦେଖ: ଉପମା/ରୂପକ)

ଏଠାରେ “ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଅଭିମୁଖୀ”ର ଅର୍ଥ ସେହି ଦିଗଆଡ଼କୁ ବନ୍ଦର ଖୋଲିବା I ବିକଳ୍ପ ଅନୁବାଦ: “ଏହା ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଆଡ଼େ ଖୋଲାଥିଲା”

ଏହି ଦିଗଗୁଡିକ ସୂର୍ଯ୍ୟର ଉଦୟ ଓ ଅସ୍ତ ହେବା ଉପରେ ଆଧାରିତ I ଉତ୍ତରପୂର୍ବ ହେଉଛି ସୂର୍ଯ୍ୟ ଉଦୟ ହେବାର ଅଳ୍ପ ବାମକୁ I ଦକ୍ଷିଣପୂର୍ବ ହେଉଛି ସୂର୍ଯ୍ୟ ଉଦୟ ହେବାର ଅଳ୍ପ ଡାହାଣକୁ I କେତେକ ଅନୁବାଦ “ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ” ବୋଲି କହେ I

Acts 27:13

ἄραντες

ଏଠାରେ “ଲଙ୍ଗର ତୋଳି”ର ଅର୍ଥ ଲଙ୍ଗରକୁ ପାଣିରୁ ଟାଣି ଆଣିବା I ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I

Acts 27:14

ପାଉଲ ଓ ଜାହାଜରେ ଯାତ୍ରା କରୁଥିବା ଲୋକମାନେ ଗୋଟିଏ ଭୟଙ୍କର ଝଡର ସମ୍ମୁଖିନ ହେଉଛନ୍ତି I

ଅଳ୍ପ ସମୟ ଉତ୍ତାରେ

ἄνεμος τυφωνικὸς

ଏକ ଅତି ପ୍ରଚଣ୍ଡ, ବିପଜ୍ଜନକ ପବନ

καλούμενος Εὐρακύλων

"ଯାହାକୁ ‘ଉତ୍ତରପୂର୍ବାମୁଖୀ ଏକ ପ୍ରଚଣ୍ଡ ପବନ’ ବୋଲି କହନ୍ତି I ମୂଳ ଭାଷାରେ “ଉତ୍ତରପୂର୍ବାମୁଖୀ ଏକ ପ୍ରଚଣ୍ଡ ପବନ”କୁ “ଇଉରକ୍ବିଲୋ” ବୋଲି କୁହାଯାଏ I ତୁମେ ଏହାକୁ ତୁମ ଭାଷାରେ ଅନୁବାଦ କରିପାରିବ I (ଦେଖ: ଶବ୍ଦର ନକଲ କିମ୍ବା ଧାର)

କ୍ରୀତୀ ଦ୍ବୀପରୁ ଆସିଲା, ଓ ଆମ୍ଭମାନଙ୍କର ଜାହାଜକୁ ପ୍ରଚଣ୍ଡ ଭାବରେ ଆଘାତ କଲା"

Acts 27:15

συναρπασθέντος δὲ τοῦ πλοίου, καὶ μὴ δυναμένου ἀντοφθαλμεῖν τῷ ἀνέμῳ

ଯେତେବେଳେ ପବନ ଅତି ଜୋର୍ ରେ ଜାହାଜର ସମ୍ମୁଖ ଭାଗ ବିପକ୍ଷରେ ବହିବାକୁ ଲାଗିଲା, ଆମ୍ଭେମାନେ ଆଉ ଆଗକୁ ଯାତ୍ରା କରିପାରିଲୁ ନାହିଁ I

ἐπιδόντες ἐφερόμεθα

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଗକୁ ଯିବାକୁ ଆଉ ଚେଷ୍ଟା କଲୁ ନାହିଁ ଓ ପବନ ଆମ୍ଭମାନଙ୍କୁ ଯେଉଁ ଦିଗକୁ ଠେଲିଲା ସେହି ଦିଗକୁ ଯିବାକୁ ଦେଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:16

ଆମ୍ଭେମାନେ ଦ୍ବୀପର ସେହି ପାର୍ଶ୍ବକୁ ଯାତ୍ରା କଲୁ, ଯେଉଁଠାରେ ପବନର ବେଗ ଏତେ ଜୋର୍ ନ ଥିଲା

କ୍ରୀତୀର ଦକ୍ଷିଣ ଉପକୂଳରେ ଏହି ଦ୍ବୀପ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

σκάφης

ଏହା ଗୋଟିଏ ଛୋଟ ନୌକା ଯାହା କେବେ କେବେ ଜାହାଜର ପଛ ଭାଗକୁ ଲାଗି ଟଣାଯାଉଥିଲା, ଆଉ କେବେ କେବେ ଜାହାଜ ମଧ୍ୟକୁ ଅଣାଯାଇ ତଳେ ବନ୍ଧାଯାଉଥିଲା I ଏହି ଛୋଟ ନୌକାଟି ବୁଡିଯାଉଥିବା ଜାହାଜରୁ ରକ୍ଷାପାଇବା ନିମନ୍ତେ ପୁଣି ଏହା ବ୍ୟତୀତ ବିଭିନ୍ନ କାରଣ ପାଇଁ ବ୍ୟବହାର କରାଯାଉଥିଲା I

Acts 27:17

ἣν ἄραντες

ସେମାନେ ପ୍ରାଣରକ୍ଷକ ନୌକାଟିକୁ ଉଠାଇନେଲେ କିମ୍ବା “ସେମାନେ ଜାହାଜରୁ ପ୍ରାଣରକ୍ଷକ ନୌକାଟିକୁ ଟାଣିଆଣିଲେ”

βοηθείαις ἐχρῶντο, ὑποζωννύντες τὸ πλοῖον

“ତଳପଟ” ହେଉଛି ଜାହାଜର ଦେହ I ସେମାନେ ଏହାର ଚାରିପଟେ ଦଉଡି ବାନ୍ଧିଦେଲେ, ଯେପରି ଝଡ ସମୟରେ ଜାହାଜଟି ଆଉ ଅଲଗା ହୋଇପାରିବ ନାହିଁ I

τὴν Σύρτιν

“ଚଡା” ହେଉଛି ସମୁଦ୍ରର ବାଲୁକାମୟ ଅଗଭୀର ଅଞ୍ଚଳ, ଯେଉଁଠି ଜାହାଜଗୁଡିକ ବାଲିରେ ଲାଗିଯାଇପାରେ I ସୁର୍ତ୍ତି ଉତ୍ତର ଆଫ୍ରିକାର ଲିବ୍ୟାର ଉପକୂଳରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

χαλάσαντες τὸ σκεῦος

ସେମାନଙ୍କୁ ଠେଲିନେଇ ଯାଉଥିବା ପବନର ପ୍ରଭାବକୁ ଧୀର କରିବା ସକାଶେ ସେମାନେ ଜାହାଜର ପାଲସବୁ ପାଣିରେ ପକାଇଦେଲେ

σκεῦος

ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ ପ୍ରେରିତ ୨୭:୧୩ରେ କିପରି ଅନୁବାଦ କଲ ତାହା ଦେଖ I

ἐφέροντο

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଯେଉଁ ଦିଗରେ ଆମ୍ଭମାନଙ୍କୁ ଠେଲି ନେଇ ଯାଉଥିଲା, ଆମ୍ଭମାନଙ୍କୁ ସେହି ଦିଗକୁ ଯିବାକୁ ପଡୁଥିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:18

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଆଗକୁ ପଛକୁ କରି ବହିନେଇଯାଉଥିଲା, ଆଉ ଆମ୍ଭେମାନେ ସମସ୍ତେ ତୋଫାନ ଦ୍ବାରା ଗୁରୁତର ଭାବରେ ମାଡଖାଇ ଆଘାତପ୍ରାପ୍ତ ହୋଇଥିଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐκβολὴν ἐποιοῦντο

"ସେମାନେ, ଅର୍ଥାତ୍ ନାବିକମାନେ I ଜାହାଜର ଓଜନକୁ ହାଲୁକା କରିବାପାଇଁ ଏହା କରାଯାଏ, ଯେପରି ଜାହଜଟି ବୁଡିଯିବାରୁ ରକ୍ଷା ପାଇବ I

ἐκβολὴν

ମାଲପତ୍ରର ଅର୍ଥ ହେଉଛି ଯାହାକିଛି ଜଣେ ଲୋକ ଜାହାଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଇଥାଏ I ତୁମେ ଏହାକୁ ପ୍ରେରିତ ୨୭:୧୦ରେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଜାହାଜରେ ମାଲପତ୍ର”"

Acts 27:19

ଏଠାରେ “ସରଞ୍ଜାମ” ଜାହାଜ ଚଳାଇବା ପାଇଁ ଉଦ୍ଦିଷ୍ଟ ନାବିକମାନଙ୍କର ଉପକରଣକୁ ବୁଝାଏ I ଉତ୍ତୋଳନ ଯନ୍ତ୍ର, ଠେଲା ଓ ଟଣା ଯନ୍ତ୍ର, ପାଣିର ଗଭୀରତା ମାପିବା ଯନ୍ତ୍ର, କାଠଗଡ, ବିଭିନ୍ନ ଆକାରର କାଠଖଣ୍ଡ, ଦଉଡି, ପାଲ ଇତ୍ୟାଦି I ଏହା ସୂଚାଇ ଦେଉଛି ଯେ ପରିସ୍ଥିତି କେତେ ଗୁରୁତର ଥିଲା I

Acts 27:20

ତୋଫାନର ଘନ ବାଦଲ ସକାଶୁ ସେମାନେ ସୂର୍ଯ୍ୟ କି ତାରାଗଣକୁ ଦେଖିପାରିଲେ ନାହିଁ I ନାବିକମାନେ ସୂର୍ଯ୍ୟ ଓ ତାରାଗଣକୁ ଦେଖିବାର ପ୍ରୟୋଜନ ଥିଲା, ଯଦ୍ବାରା ସେମାନେ ଜାଣିପାରିବେ ଯେ ସେମାନେ କେଉଁଠି ଅଛନ୍ତି ଓ ସେମାନେ କେଉଁ ଦିଗକୁ ଯାଉଛନ୍ତି I

ଭୀଷଣ ଝଡ ଲାଗିରହି ଆମ୍ଭମାନଙ୍କୁ ଅସ୍ତବ୍ୟସ୍ତ କଲା

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେ ରକ୍ଷା ପାଇବା ଏହି ଆଶା ସମସ୍ତେ ଛାଡିଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:21

ପାଉଲ ଜାହାଜରେ ନାବିକମାନଙ୍କୁ କହୁଛନ୍ତି I

πολλῆς τε ἀσιτίας ὑπαρχούσης

ଏଠାରେ “ସେମାନେ” ନାବିକମାନଙ୍କୁ ବୁଝାଏ I ଏହା ସୂଚାଉଛି ଯେ ଲୂକ, ପାଉଲ ଓ ସେମାନଙ୍କ ସହିତ ଥିବା ଲୋକମାନେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇ ନ ଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ଅନେକ ଦିନ ଧରି ଖାଦ୍ୟ ଖାଇ ନ ଥିଲୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଲୋକମାନଙ୍କ ମଧ୍ୟରେ

ଆଉ ଫଳ ସ୍ବରୂପେ ଏହି ଅନିଷ୍ଟ ଓ କ୍ଷତି ସହିବା

Acts 27:22

ἀποβολὴ ... ψυχῆς οὐδεμία ἔσται ἐξ ὑμῶν

ପାଉଲ ନାବିକମାନଙ୍କୁ କହୁଛନ୍ତି I ଏହା ସୂଚାଉଛି ଯେ ପାଉଲ ଏହା ମଧ୍ୟ କହୁଛନ୍ତି ଯେ ସେ ଓ ସେମାନଙ୍କ ସହିତ ଥିବା ସମସ୍ତେ ମଧ୍ୟ ମୃତ୍ୟୁଭୋଗ କରିବେ ନାହିଁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ମଧ୍ୟରୁ କେହି ମରିବେ ନାହିଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

πλὴν τοῦ πλοίου

ଏଠାରେ “କ୍ଷତି” ଶବ୍ଦଟି ନଷ୍ଟ ହେବାର ଅର୍ଥରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “କିନ୍ତୁ ଝଡ଼ କେବଳ ଜାହାଜକୁ ନଷ୍ଟ କରିବ”

Acts 27:24

Καίσαρί σε δεῖ παραστῆναι

“କାଇସରଙ୍କ ସମ୍ମୁଖରେ ଠିଆ ହେବା” ବାକ୍ୟାଂଶଟି ପାଉଲଙ୍କର ବିଚାରାଳୟକୁ ଯିବା ଓ ସେଠାରେ କାଇସର ତାଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭକୁ କାଇସରଙ୍କ ସମ୍ମୁଖରେ ଠିଆ ହେବାକୁ ହେବ ଯେପରି ସେ ତୁମ୍ଭର ବିଚାର କରିବେ” (ଦେଖ: ଲାକ୍ଷଣିକ ଶବ୍ଦ)

κεχάρισταί σοι ... πάντας τοὺς πλέοντας μετὰ σοῦ

ସ୍ଥିର କରିଅଛୁ ଯେ ତୁମ୍ଭର ସମସ୍ତ ସହଯାତ୍ରୀମାନେ ଜୀବିତ ରହିବେ

Acts 27:25

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଠିକ୍ ଯେ ପ୍ରକାରେ ଦୂତ ମୋତେ କହିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:26

εἰς νῆσον ... τινα, δεῖ ἡμᾶς ἐκπεσεῖν

ଆମ୍ଭେମାନେ ଆମ୍ଭମାନଙ୍କର ଜାହାଜକୁ ଚଳାଇନେବା ଯେପରି ଏହା କୌଣସି ଦ୍ବୀପରେ ପଡିବ

Acts 27:27

ଭୟଙ୍କର ଝଡ ଲାଗିରହୁଛି I

କ୍ରମସୂଚକ ସଂଖ୍ୟା “ଚତୁର୍ଦ୍ଦଶ”କୁ “ଚଉଦ” କିମ୍ବା “୧୪” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଝଡ ଆରମ୍ଭ ହେବାର ୧୪ ଦିନ ପରେ, ସେହି ରାତ୍ରି” (ଦେଖ: କ୍ରମସୂଚକ ସଂଖ୍ୟଗୁଡ଼ିକସଂଖ୍ୟାଗୁଡ଼ିକ)

διαφερομένων ἡμῶν

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଇତଃସ୍ତତଃ ଚାଳିତ କରୁ କରୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τῷ Ἀδρίᾳ

ଏହା ଇତାଲିଆ ଓ ଗ୍ରୀସ୍ ମଧ୍ୟରେ ଥିବା ସମୁଦ୍ର I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 27:28

"ସେମାନେ ସମୁଦ୍ର ଜଳର ଗଭୀରତା ମାପିଲେ I ସେମାନେ ଗୋଟିଏ ଦଣ୍ଡର ତଳ ଭାଗରେ ଏକ ଓଜନିଆ ବସ୍ତୁ ବାନ୍ଧି ତାହା ପାଣି ଭିତରକୁ ପକାଇ ଜଳର ଗଭୀରତା ମାପିଲେ I

εὗρον ὀργυιὰς εἴκοσι

୨୦ ବେଁ ପାଣି ପାଇଲେ I “ବେଁ” ହେଉଛି ଜଳର ଗଭୀରତା ମାପିବାର ଏକ ଏକକ I ଗୋଟିଏ ବେଁ ପ୍ରାୟ ଦୁଇ ମିଟର ହେବ I ବିକଳ୍ପ ଅନୁବାଦ: “୪୦ ମିଟର ପାଇଲୁ” (ଦେଖ: ସଂଖ୍ୟାଗୁଡ଼ିକ)

εὗρον ὀργυιὰς ... δεκαπέντε

୧୫ ବେଁ ପାଇଲୁ I “ବେଁ” ହେଉଛି ଜଳର ଗଭୀରତା ମାପିବାର ଏକ ଏକକ I ଗୋଟିଏ ବେଁ ପ୍ରାୟ ଦୁଇ ମିଟର ହେବ I ବିକଳ୍ପ ଅନୁବାଦ: “୩୦ମିଟର ପାଇଲୁ” (ଦେଖ: ସଂଖ୍ୟାଗୁଡ଼ିକ)

Acts 27:29

ἀγκύρας

ଲଙ୍ଗର ହେଉଛି ଗୋଟିଏ ଭାରୀ ଓଜନିଆ ବସ୍ତୁ ଯାହା ଜାହାଜ ସହିତ ସୁରକ୍ଷିତ ଭାବରେ ଗୋଟିଏ ଦଉଡିରେ ବନ୍ଧା ହୋଇଥାଏ I ଲଙ୍ଗରଟିକୁ ପାଣି ଭିତରକୁ ଠେଲିଦେଇ ସମୁଦ୍ର ଭିତରେ ବୁଡାଇ ରଖାଯାଏ ଯେପରି ଜାହାଜ ଟଳମଳ ନ ହୁଏ I ତୁମେ ଏହାକୁ ପ୍ରେରିତ ୨୭:୧୩ରେ କିପରି ଅନୁବାଦ କଲ ତାହା ଦେଖ I

ἐκ πρύμνης

ଜାହାଜର ପଛ ଭାଗରୁ"

Acts 27:30

ଏଠାରେ “ଆପଣମାନେ” ବହୁବାଚକ ଓ ଶତସେନାପତି ଏବଂ ରୋମୀୟ ସୈନ୍ୟମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

τὴν σκάφην

ଏହା ଗୋଟିଏ ଛୋଟ ନୌକା ଯାହା କେବେ କେବେ ଜାହାଜର ପଛ ଭାଗରେ ଲଗାଇ ଟଣା ଯାଉଥିଲା, ଆଉ କେବେ କେବେ ଜାହାଜ ମଧ୍ୟକୁ ଅଣାଯାଇ ତଳେ ବାନ୍ଧି ଦିଆଯାଉଥିଲା I ଏହି ଛୋଟ ନୌକାଟି ବୁଡିଯାଉଥିବା ଜାହାଜରୁ ରକ୍ଷା ପାଇବା ନିମନ୍ତେ ତଥା ଏହା ବ୍ୟତୀତ ବିଭିନ୍ନ କାରଣ ପାଇଁ ବ୍ୟବହାର କରାଯାଉଥିଲା I ପ୍ରେରିତ ୨୭:୧୬ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

ἐκ ... πρῴρης

ଜାହାଜର ସମ୍ମୁଖ ଭାଗରୁ

Acts 27:31

ἐὰν μὴ οὗτοι μείνωσιν ἐν τῷ πλοίῳ, ὑμεῖς σωθῆναι οὐ δύνασθε

“ନ ରହିଲେ” ଓ “ପାରିବେ ନାହିଁ” ନକରାତ୍ମକ ଶବ୍ଦଗୁଡିକୁ ସକରାତ୍ମକ ଭାବରେ କୁହାଯାଇପାରିବ I କର୍ମବାଚ୍ୟର ନିଷ୍କ୍ରିୟ ବାକ୍ୟାଂଶ “ରକ୍ଷା ପାଇ”କୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନଙ୍କର ରକ୍ଷା ନିମନ୍ତେ ଏହି ଲୋକମାନେ ଜାହାଜରେ ନିହାତି ରହିବା ଆବଶ୍ୟକ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:33

ପ୍ରାୟ ସୂର୍ଯ୍ୟ ଉଠି ଆସୁଥିବା ବେଳେ

କ୍ରମସୂଚକ ସଂଖ୍ୟା “ଚତୁର୍ଦ୍ଦଶ”କୁ “ଚଉଦ” କିମ୍ବା “୧୪” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “୧୪ ଦିନ ଧରି” (ଦେଖ: କ୍ରମସୂଚକ ସଂଖ୍ୟଗୁଡ଼ିକସଂଖ୍ୟାଗୁଡ଼ିକ)

Acts 27:34

ସେମାନଙ୍କ ଉପରକୁ କୌଣସି ବିପଦ ଆସିବ ନାହିଁ ବୋଲି କହିବାର ଏହା ଗୋଟିଏ ପାରମ୍ପାରିକ ଶୈଳୀ I ବିକଳ୍ପ ଅନୁବାଦ: “ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ବିନା କୌଣସି କ୍ଷତିରେ ଏହି ଘୋର ବିପଦରୁ ରକ୍ଷା ପାଇବେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

Acts 27:35

κλάσας

ରୋଟୀ ଭାଙ୍ଗିଲେ କିମ୍ବା “ରୋଟୀରୁ ଗୋଟିଏ ଅଂଶ ଛିଣ୍ଡାଇଲେ”

Acts 27:36

εὔθυμοι δὲ γενόμενοι πάντες

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ସେମାନଙ୍କର ସମସ୍ତଙ୍କୁ ସାହସ ଦେଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 27:37

"ଆମ୍ଭେମାନେ ସମସ୍ତେ ମିଶି ଜାହାଜରେ ଦୁଇଶହ ଛଅସ୍ତରି ଜଣ ଥିଲୁ I ଏହା ପୃଷ୍ଠଭୂମି ସୂଚନା ଅଟେ I (ଦେଖ: ସଂଖ୍ୟାଗୁଡ଼ିକପୃଷ୍ଠଭୂମି ସୂଚନା)

Acts 27:39

κόλπον

ଆଂଶିକଭାବରେ ସ୍ଥଳଭାଗ ଦ୍ବାରା ପରିବେଷ୍ଟିତ ଗୋଟିଏ ବୃହତ୍ ଜଳଭାଗ

τὴν γῆν οὐκ ἐπεγίνωσκον

ସ୍ଥଳ ଦେଖିଲୁ କିନ୍ତୁ ଏହାକୁ ଚିହ୍ନିପାରିଲୁ ନାହିଁ କାରଣ ସେମାନେ ଜାଣିଥିବା କୌଣସି ସ୍ଥାନ ପରି ତାହା ଲାଗିଲା ନାହିଁ"

Acts 27:40

τὰς ἀγκύρας περιελόντες, εἴων

ଦଉଡି ଛିଣ୍ଡାଇ ଲଙ୍ଗରକୁ ପଛରେ ପକାଇଦେଲେ

πηδαλίων

ଜାହାଜ ଚଳାଇବାପାଇଁ ପଛ ପାଖରେ ରଖାଯାଉଥିବା ବଡ଼ ବଡ଼ କାତ କିମ୍ବା କାଠଖଣ୍ଡଗୁଡିକ

τὸν ἀρτέμωνα

"ଜାହାଜର ସମ୍ମୁଖ ଭାଗରେ ଥିବା ପାଲ I ପାଲ ହେଉଛି ବନ୍ଧାଯାଇଥିବା ଏକ ବୃହତ୍ ଲୁଗା ଖଣ୍ଡ, ଯାହା ଦେହରେ ପବନ ବାଜିଲେ ଜାହାଜ ଚାଲେ I

κατεῖχον εἰς τὸν αἰγιαλόν

ସେମାନେ କୂଳ ଆଡକୁ ଜାହାଜ ଚଳାଇଲେ"

Acts 27:41

περιπεσόντες ... εἰς τόπον διθάλασσον

ଗୋଟିଏ ସ୍ରୋତ ହେଉଛି ନିରନ୍ତର ଭାବରେ ଗୋଟିଏ ଦିଗକୁ ବହୁଥିବା ପାଣି I ବେଳେ ବେଳେ ଏକାଧିକ ଜଳସ୍ରୋତ ଆଉ ଏକ ସ୍ରୋତର ଅନ୍ୟ ପାଖରେ ବହିଥାଏ I ଏହା ବହୁଥିବା ଜଳସ୍ରୋତର ତଳେଥିବା ବାଲିକୁ ଜମା କରିଦେଇ ଜଳକୁ ଅଗଭୀର କରିଦିଏ I

ଜାହାଜର ସମ୍ମୁଖ ଭାଗ

ἡ ... πρύμνα

ଜାହାଜର ପଶ୍ଚାତ୍ ଭାଗ

Acts 27:42

ସୈନ୍ୟମାନେ ଯୋଜନା କରୁଥିଲେ

Acts 27:43

ἐκώλυσεν αὐτοὺς τοῦ βουλήματος

ତେଣୁକରି ସେମାନେ ଯାହା କରିବାକୁ ସଂକଳ୍ପ କରିଥିଲେ, ସେଥିରୁ ସେ ସେମାନଙ୍କୁ କ୍ଷାନ୍ତ କଲେ

ἀπορίψαντας

ଜାହାଜରୁ ପାଣିକୁ ଡେଇଁପଡନ୍ତୁ

Acts 27:44

କେତେକ ତକ୍ତା ଉପରେ

Acts 28

"# ପ୍ରେରିତ ୨୮ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ରୋମ୍ ରେ ଦୁଇ ବର୍ଷ କାଳ ରହିଲା ପରେ ପାଉଲଙ୍କ ପ୍ରତି କ’ଣ ଘଟିଲା, ସେ ବିଷୟରେ କିଛି ନ କହି ଲୂକ କାହିଁକି ତାହାଙ୍କର ବିବରଣୀ ଶେଷ କରୁଛନ୍ତି ତାହା କେହି ନିଶ୍ଚିତଭାବରେ ଜାଣନ୍ତି ନାହିଁ I

ଏହି ଅଧ୍ୟାୟର ବିଶେଷ ଧାରଣା

""ପତ୍ରଗୁଡ଼ିକ” ଓ “ଭାଇମାନେ”

ଯିହୂଦୀ ନେତାମାନେ ଆଶ୍ଚର୍ଯ୍ୟ ହେଲେ ଯେ ପାଉଲ ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, କାରଣ ସେମାନେ ଯିରୂଶାଲମସ୍ଥିତ ମହାଯାଜକଙ୍କଠାରୁ ପାଉଲ ଆସୁଛନ୍ତି ବୋଲି କୌଣସି ପତ୍ର ପାଇ ନ ଥିଲେ I

ଯେତେବେଳେ ଯିହୂଦୀ ନେତାମାନେ “ଭାଇମାନେ” ବୋଲି କହୁଥିଲେ, ସେମାନେ ସହ-ଯିହୂଦୀମାନଙ୍କୁ ଦର୍ଶାଉଥିଲେ, ଖ୍ରୀଷ୍ଟିୟାନମାନଙ୍କୁ ନୁହେଁ I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

""ସେ ଜଣେ ଦେବତା ଥିଲେ”

ସ୍ଥାନୀୟ ଲୋକମାନେ ବିଶ୍ବାସ କରିଥିଲେ ଯେ ପାଉଲ ଜଣେ ଦେବତା ଅଟନ୍ତି, କିନ୍ତୁ ସେମାନେ ବିଶ୍ବାସ କରି ନ ଥିଲେ ଯେ ସେ ଏକମାତ୍ର ସତ୍ୟ ଈଶ୍ବର ଅଟନ୍ତି I ସେ ଯେ ଜଣେ ଦେବତା ନୁହନ୍ତି ଏକଥା ପାଉଲ କାହିଁକି ସ୍ଥାନୀୟ ଲୋକମାନଙ୍କୁ କହିଲେ ନାହିଁ ତାହା ଆମ୍ଭେମାନେ ଜାଣୁନାହୁଁ I "

Acts 28:1

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କର ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଜାହାଜଭଙ୍ଗ ହେବା ପରେ, ମେଲିତୀ ଦ୍ବୀପର ଲୋକମାନେ ପାଉଲଙ୍କୁ ଓ ଜାହାଜରେ ଥିବା ସମସ୍ତଙ୍କୁ ସାହାଯ୍ୟ କରିଥିଲେ I ସେମାନେ ସେଠାରେ ୩ ମାସ ରହିଥିଲେ I

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ନିରାପଦରେ ପହଞ୍ଚିଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

διασωθέντες ... ἐπέγνωμεν

ପାଉଲ ଓ ଲୂକ ଦ୍ବୀପର ନାମ ଜାଣିବାକୁ ପାଇଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଲୋକମାନଙ୍କଠାରୁ ଜାଣିବାକୁ ପାଇଲୁ” କିମ୍ବା “ଆମ୍ଭେମାନେ ସ୍ଥାନୀୟ ନିବାସୀମାନଙ୍କଠାରୁ ବୁଝିଲୁ” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

Μελίτη ἡ νῆσος καλεῖται

ମେଲିତୀ ଗୋଟିଏ ଦ୍ବୀପ, ଯାହା ଆଧୁନିକ ସିସିଲି ଦ୍ବୀପର ଦକ୍ଷିଣରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 28:2

ସ୍ଥାନୀୟ ଲୋକେ

παρεῖχαν οὐ τὴν τυχοῦσαν φιλανθρωπίαν ἡμῖν

ଜଣକ ପ୍ରତି ଦୟାଳୁ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଜଣେ ଯାଚି ଦିଅନ୍ତି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରତି କେବଳ ଅତି ଦୟାଳୁ ନ ଥିଲେ” (ଦେଖ: ଉପମା/ରୂପକ)

οὐ τὴν τυχοῦσαν φιλανθρωπίαν

ଯାହା କୁହାଯାଇଛି, ତା’ର ବିପରୀତ ବିଷୟକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ବହୁତ ଦୟା” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ἅψαντες ... πυρὰν

ସେମାନେ କାଠଖଣ୍ଡ ଓ ଡାଳସବୁ ଏକତ୍ର କରି ଜାଳିଲେ

προσελάβοντο πάντας ἡμᾶς

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜାହାଜର ସମସ୍ତଙ୍କୁ ଅଭ୍ୟର୍ଥନା କଲେ” କିମ୍ବା ୨) “ପାଉଲ ଓ ତାହାଙ୍କର ସଙ୍ଗୀସମସ୍ତଙ୍କୁ ଅଭ୍ୟର୍ଥନା କଲେ I”

Acts 28:3

ἔχιδνα ἀπὸ ... ἐξελθοῦσα

କାଠବିଡାରୁ ଗୋଟିଏ ବିଷାକ୍ତ ସାପ ବାହାରିଲା

καθῆψε τῆς χειρὸς αὐτοῦ

ପାଉଲଙ୍କ ହାତରେ କାମୁଡି ଲାଗିରହିଲା

Acts 28:4

πάντως φονεύς ἐστιν ὁ ἄνθρωπος οὗτος

ନିଶ୍ଚୟ, ଏହି ଲୋକଟା ଜଣେ ଖୁଣୀ କିମ୍ବା “ଏହି ଲୋକଟା ପ୍ରକୃତରେ ଜଣେ ନରହତ୍ୟାକାରୀ”

ἡ δίκη ... εἴασεν

“ଧର୍ମ” ଶବ୍ଦଟି ସେମାନେ ପୂଜା କରୁଥିବା ଗୋଟିଏ ଦେବତାର ନାମକୁ ବୁଝାଏ I ବିକଳ୍ପ ଅନୁବାଦ: “ଧର୍ମ ବୋଲି କୁହାଯାଉଥିବା ଦେବତା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

Acts 28:5

ତାହାଙ୍କର ହାତ ଝାଡିଲେ, ଯଦ୍ବାରା ସାପଟି ତାହାଙ୍କ ହାତରୁ ଖସି ନିଆଁରେ ପଡ଼ିଗଲା

ἔπαθεν οὐδὲν κακόν

ପାଉଲଙ୍କର କୌଣସି କ୍ଷତି ହେଲାନାହିଁ

Acts 28:6

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସାପର ବିଷ ସକାଶୁ ତାହାଙ୍କର ଦେହ ଫୁଲିଯିବ କିମ୍ବା ୨) ତାହାଙ୍କୁ ବେଶୀ ଜ୍ବର ହେବ”

ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ହେବା ଉଚିତ, ତାହାଙ୍କ ବିଷୟରେ ସବୁକିଛି ସେପରି ହେଲା” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

μεταβαλόμενοι

ଗୋଟିଏ ପରିସ୍ଥିତି ସମ୍ବନ୍ଧରେ ଭିନ୍ନ ଭିନ୍ନ ପ୍ରକାରେ ଭାବିବାକୁ ଏପରି କୁହାଯାଇପାରେ ଯେ ଲୋକଟି ମନ ବଦଳାଉଛି I ବିକଳ୍ପ ଅନୁବାଦ: “ସେମାନେ ଆଉଥରେ ଭାବିଲେ” (ଦେଖ: ଉପମା/ରୂପକ)

ἔλεγον αὐτὸν εἶναι θεόν

ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କହିଲେ, “ଏ ଲୋକଟି ନିଶ୍ଚୟ ଦେବତା ହୋଇଥିବ I” (ଦେଖ: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକ)

ἔλεγον αὐτὸν εἶναι θεόν

ବୋଧହୁଏ ଗୋଟିଏ ବିଶ୍ବାସ ଥିଲା ଯେ କୌଣସି ବିଷାକ୍ତ ସାପ କାମୁଡିଲା ପରେ ମଧ୍ୟ ଯଦି କେହି ବଞ୍ଚିଯାଉଥିଲା, ସେ ସ୍ବର୍ଗୀୟ କିମ୍ବା ଦେବତା ଅଟେ I

Acts 28:7

ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଲୂକଙ୍କୁ ଓ ସେମାନଙ୍କ ସହଯାତ୍ରୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

"ବର୍ତ୍ତମାନ ଶବ୍ଦଟି ବିବରଣୀରେ ଜଣେ ନୂଆ ଲୋକ ଅବା ଘଟଣାକୁ ପରିଚୟ କରାଇବାପାଇଁ ବ୍ୟବହାର କରାଯାଇଛି I

πρώτῳ τῆς νήσου

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଲୋକମାନଙ୍କର ମୁଖ୍ୟ ନେତା କିମ୍ବା ୨) ଜଣେ କେହି ଯିଏ କି ଦ୍ବୀପର ଅତି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଥିଲେ, ବୋଧହୁଏ ତାହାଙ୍କର ସମ୍ପତ୍ତି ସକାଶୁ I

ὀνόματι Ποπλίῳ

ଏହା ଜଣେ ଲୋକର ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 28:8

ଏହା ପୁବ୍ଳିୟଙ୍କ ପିତାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା, ଯାହା ଘଟଣାଟିକୁ ବୁଝିବାପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ I (ଦେଖ: ପୃଷ୍ଠଭୂମି ସୂଚନା)

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅସୁସ୍ଥ ଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଅମାଶୟ ଗୋଟିଏ ଆନ୍ତ୍ରିକ ସଂକ୍ରାମକ ରୋଗ I

ଆପଣା ହାତରେ ତାହାଙ୍କୁ ଛୁଇଁଲେ"

Acts 28:9

ἐθεραπεύοντο

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ମଧ୍ୟ ସୁସ୍ଥ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 28:10

πολλαῖς τιμαῖς ἐτίμησαν ἡμᾶς

ସମ୍ଭବତଃ ସେମାନେ ପାଉଲଙ୍କୁ ଓ ତାହାଙ୍କର ସଙ୍ଗୀମାନଙ୍କୁ ଉପହାରଦେଇ ସମ୍ମାନିତ କଲେ I

Acts 28:11

ଯମଜ ଭ୍ରାତା କେଷ୍ଟର ଓ ପଲୁକ୍ସ୍ ଙ୍କୁ ବୁଝାଏ, ଯେଉଁମାନେ ଗ୍ରୀକ୍ ଦେବତା ବୃହସ୍ପତିଙ୍କର ଯମଜ ପୁତ୍ରଗଣ I ସେମାନେ ଜାହାଜ ଗୁଡିକର ରକ୍ଷକ ବୋଲି ଲୋକେ ଭାବୁଥିଲେ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ରୋମ୍ କୁ ପାଉଲଙ୍କର ଯାତ୍ରା ଜାରି ରହିଛି I

παρακεχειμακότι ἐν τῇ νήσῳ

ଶୀତ କାଳ କଟାଇବା ନିମନ୍ତେ ଜାହାଜ କର୍ମଚାରୀମାନେ ଦ୍ବୀପରେ ରହିଗଲେ

Ἀλεξανδρίνῳ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆଲେକ୍ ଜାଣ୍ଡ୍ରିଆରୁ ଆସିଥିବା ଗୋଟିଏ ଜାହାଜ, କିମ୍ବା ୨) ଆଲେକ୍ ଜାଣ୍ଡ୍ରିଆରେ ପଞ୍ଜିକୃତ ହୋଇଥିବା ଅବା ଅନୁମତି ପ୍ରାପ୍ତ ହୋଇଥିବା ଜାହାଜ I

Διοσκούροις

ଜାହାଜର ତଳ ଭାଗରେ, “ମିଥୁନ” ବୋଲି କୁହାଯାଉଥିବା ଦୁଇଟି ମୁର୍ତ୍ତି ଖୋଦିତ ହୋଇଥିଲା I ସେମାନଙ୍କର ନାମ କେଷ୍ଟର ଓ ପଲୁକ୍ସ I

Acts 28:12

Συρακούσας

ସୁରାକୂସା ଗୋଟିଏ ନଗର ଯାହା ଇତାଲିଆର ଠିକ୍ ଦକ୍ଷିଣ ପଶ୍ଚିମରେ, ଆଧୁନିକ ସିସିଲି ଦ୍ବୀପର ଦକ୍ଷିଣପୂର୍ବ ଉପକୂଳରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 28:13

ଆପ୍ପିୟ ରାସ୍ତା ବୋଲି କୁହାଯାଉଥିବା ମୁଖ୍ଯ ରାଜରାସ୍ତାରେ ଆପ୍ପିୟଙ୍କହାଟ ଓ ତିନି ସରେଇଘର ନାମକ ଲୋକପ୍ରିୟ ହାଟ ଏବଂ ପାନ୍ଥଶାଳା ଥିଲା; ଏହା ରୋମ୍ ନଗରର ଦକ୍ଷିଣକୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Ῥήγιον

ଇତାଲିଆର ଦକ୍ଷିଣପଶ୍ଚିମ ଶିଖରେ ଏହି ବନ୍ଦର ନଗରୀ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ἐπιγενομένου νότου

ଦକ୍ଷିଣା ପବନ ବହିବକୁ ଆରମ୍ଭ କଲା

Ποτιόλους

ଇତାଲିଆର ପଶ୍ଚିମ ଉପକୂଳରେ ଆଧୁନିକ ନାପେଲ୍ସରେ ପୁତେଅଲୀ ଅବସ୍ଥିତ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

Acts 28:14

οὗ εὑρόντες

ସେ ସ୍ଥାନରେ ଆମ୍ଭେମାନେ ଭେଟିଲୁ

ἀδελφοὺς

ଏମାନେ, ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନେ, ଯୀଶୁଙ୍କର ଅନୁଗମନକାରୀ ଥିଲେ I ବିକଳ୍ପ ଅନୁବାଦ: “ସହବିଶ୍ବାସୀଗଣ” (ଦେଖ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

παρεκλήθημεν

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କୁ ନିମନ୍ତ୍ରଣ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ପାଉଲ ପୁତେଅଲୀରେ ପହଞ୍ଚିଲା ପରେ, ରୋମ୍ କୁ ଅବଶିଷ୍ଟ ଯାତ୍ରା ସ୍ଥଳରେ ହିଁ ହୋଇଥିଲା I ବିକଳ୍ପ ଅନୁବାଦ: “ଆଉ ଆମ୍ଭେମାନେ ସେମାନଙ୍କ ସହିତ ସାତ ଦିନ ରହିଲା ପରେ, ଆମ୍ଭେମାନେ ରୋମ୍ କୁ ଗଲୁ”

Acts 28:15

ଆମ୍ଭେମାନେ ଆସୁଛୁ ବୋଲି ସେମାନେ ଶୁଣିଲା ପରେ

εὐχαριστήσας τῷ Θεῷ, ἔλαβε θάρσος

ସାହସ ଧରିବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଜଣେ ଲୋକ ଧରିପାରିବ I ବିକଳ୍ପ ଅନୁବାଦ: “ଏହା ତାହାଙ୍କୁ ଉତ୍ସାହିତ କଲା, ଓ ସେ ଈଶ୍ବରଙ୍କୁ ଧନ୍ୟବାଦ ଦେଲେ” (ଦେଖ: ଉପମା/ରୂପକ)

Acts 28:16

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲେଖକଙ୍କୁ, ପାଉଲଙ୍କୁ ଓ ସେମାନଙ୍କର ସହଯାତ୍ରୀମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ପାଉଲ ଜଣେ ବନ୍ଦୀ ଭାବରେ ରୋମ୍ ରେ ପହଞ୍ଚୁଛନ୍ତି, କିନ୍ତୁ ତାହାଙ୍କୁ ତାହାଙ୍କ ନିଜ ଜାଗାରେ ରହିବାର ସ୍ବାଧିନତା ଥିଲା I ସେ ସ୍ଥାନୀୟ ଯିହୂଦୀମାନଙ୍କୁ ଏକତ୍ର ଡାକି ତାହାଙ୍କ ପ୍ରତି କ’ଣ ଘଟିଥିଲା, ତାହା ବୁଝାଇଥିଲେ I

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ରୋମ୍ ରେ ପହଞ୍ଚିଲା ପରେ, ରୋମୀୟ ଅଧିକାରୀମାନେ ପାଉଲଙ୍କୁ ଅନୁମତି ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 28:17

ἐγένετο δὲ

ଘଟଣା ମଧ୍ୟରେ ଗୋଟିଏ ନୂଆ ଅଂଶର ଆରମ୍ଭ ବିଷୟକୁ ଚିହ୍ନିତ କରିବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ଏଠାରେ ତାହା ବ୍ୟବହାର କରିବାପାଇଁ ଚିନ୍ତା କରିପାର I

τῶν Ἰουδαίων πρώτους

ଏମାନେ ରୋମ୍ ରେ ଉପସ୍ଥିତ ଥିବା ସାମାଜିକ ଅବା ଧର୍ମୀୟ ନେତାମାନେ ଥିଲେ I

ଏଠରେ ଏହାର ଅର୍ଥ “ସହଯିହୂଦୀମାନେ I”

ἐναντίον ... τῷ λαῷ

ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ କିମ୍ବା “ଯିହୂଦୀମାନଙ୍କ ବିରୁଦ୍ଧରେ”

δέσμιος ἐξ Ἱεροσολύμων παρεδόθην εἰς τὰς χεῖρας τῶν Ῥωμαίων

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଯିରୂଶାଲମରେ କେତେକ ଯିହୂଦୀ ମୋତେ ବାନ୍ଧିଲେ ଓ ରୋମୀୟମାନଙ୍କ ହସ୍ତରେ ସମର୍ପଣ କରିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

εἰς τὰς χεῖρας τῶν Ῥωμαίων

ଏଠାରେ “ହସ୍ତ” କ୍ଷମତା ଅବା ନିୟନ୍ତ୍ରଣକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

Acts 28:18

τὸ μηδεμίαν αἰτίαν θανάτου ὑπάρχειν ἐν ἐμοί

ସେମାନେ ମୋତେ ପ୍ରାଣଦଣ୍ଡ ଦେବା ଯୋଗ୍ୟ ମୁଁ କିଛି କରି ନ ଥିଲି

Acts 28:19

τῶν Ἰουδαίων

ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ରୋମୀୟ ଅଧିକାରୀମାନେ ଯାହା କରିବାକୁ ଚାହିଁଥିଲେ ତାହା ବିରୁଦ୍ଧରେ ଅଭିଯୋଗ କଲେ

ἠναγκάσθην ἐπικαλέσασθαι Καίσαρα

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ କାଇସରଙ୍କ ସମ୍ମୁଖରେ ବିଚାରିତ ହେବାନିମନ୍ତେ ପ୍ରାର୍ଥନା କରିବାକୁ ପଡ଼ିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ଗୁଣବାଚକ ବିଶେଷ୍ୟ “ଅଭିଯୋଗ”କୁ “ଅଭିଯୋଗକରିବା” କ୍ରିୟାଭାବରେ କୁହାଯାଇପାରିବ I ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଯେ ମୋ ଜାତିର ଲୋକମାନଙ୍କ ବିରୁଦ୍ଧରେ କାଇସରଙ୍କ ସମ୍ମୁଖରେ ଅଭିଯୋଗ କରିବାକୁ ଚାହୁଁଥିଲି, ତାହା ନୁହେଁ""(ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଲାକ୍ଷଣିକ ଶବ୍ଦ)"

Acts 28:20

τῆς ἐλπίδος τοῦ Ἰσραὴλ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଇଶ୍ରାୟେଲ ଲୋକମାନେ ଦୃଢ଼ ବିଶ୍ବାସର ସହ ମଶୀହଙ୍କ ଆଗମନର ଅପେକ୍ଷା କରନ୍ତି କିମ୍ବା ୨) ଇଶ୍ରାୟେଲ ଲୋକମାନେ ଦୃଢ଼ ବିଶ୍ବାସର ସହ ଅପେକ୍ଷା କରୁଛନ୍ତି ଯେ ଈଶ୍ବର ମୃତ ଲୋକମାନଙ୍କୁ ପୁନରୁତ୍ଥିତ କରିବେ I

τοῦ Ἰσραὴλ

ଏଠାରେ “ଇଶ୍ରାୟେଲ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନେ” କିମ୍ବା “ଯିହୂଦୀମାନେ” (ଦେଖ: ଲାକ୍ଷଣିକ ଶବ୍ଦ)

ଏଠାରେ “ଏହି ଜଞ୍ଜିରରେ ବନ୍ଧାଯାଇଅଛି” ଜଣେ ବନ୍ଦୀହୋଇଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ମୁଁ ଜଣେ ବନ୍ଦୀ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 28:21

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ରୋମ୍ ରେ ଥିବା ଯିହୂଦୀନେତାମାନଙ୍କୁ ବୁଝାଏ I (ଦେଖ: ପ୍ରେରିତ ୨୮:୧୭'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଯିହୂଦୀ ନେତାମାନେ ପାଉଲଙ୍କୁ କଥା କହୁଛନ୍ତି I

οὔτε ... παραγενόμενός τις τῶν ἀδελφῶν

ଏଠାରେ “ଭାଇମାନେ” ସହଯିହୂଦୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସହଯିହୂଦୀମାନଙ୍କ ମଧ୍ୟରୁ ସୁଦ୍ଧା କେହି ନୁହନ୍ତି”

Acts 28:22

φρονεῖς, περὶ ... τῆς αἱρέσεως ταύτης

ଗୋଟିଏ ଗୋଷ୍ଠୀ ହେଉଛି ଗୋଟିଏ ବୃହତ୍ ଦଳ ମଧ୍ୟରେ ଥିବା ଏକ କ୍ଷୁଦ୍ର ଦଳ I ଏଠାରେ ଏହା ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ ଏହି ଯେଉଁ ଦଳର ଅଟ ତାହା ବିଷୟରେ ତୁମ୍ଭେ ଭାବୁଅଛ”

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଜାଣୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐστιν ... πανταχοῦ ἀντιλέγεται

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମଗ୍ର ରୋମୀୟ ସାମ୍ରାଜ୍ୟରେ ଅନେକ ଯିହୂଦୀମାନେ ଏହି ଦଳ ସମ୍ବନ୍ଧରେ ମନ୍ଦ କଥା କହୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 28:23

"ଏଠାରେ “ସେମାନେ” ଶବ୍ଦ ରୋମ୍ ରେ ଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I “ତାହାଙ୍କୁ”, ""ତାହାଙ୍କର” ଓ “ସେ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ (ପ୍ରେରିତ ୨୮:୧୭)I"

ταξάμενοι ... αὐτῷ ἡμέραν

ସେମାନଙ୍କୁ କଥା କହିବା ନିମନ୍ତେ ତାହାଙ୍କ ପାଇଁ ଗୋଟିଏ ସମୟ ନିରୁପଣ କରିଥିଲେ

διαμαρτυρόμενος τὴν Βασιλείαν τοῦ Θεοῦ

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ଶାସନ ସମ୍ବନ୍ଧରେ ସେମାନଙ୍କୁ କହିଲି” କିମ୍ବା “ସେମାନଙ୍କୁ କହିଲି ଯେ ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ” (ଦେଖ: ଲାକ୍ଷଣିକ ଶବ୍ଦ)

τῶν προφητῶν

ଏଠାରେ “ଭାବବାଦୀମାନେ” ସେମାନେ ଲେଖିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା ଲେଖିଥିଲେ, ସେଥିରୁ” (ଦେଖ: ଲାକ୍ଷଣିକ ଶବ୍ଦ)

Acts 28:24

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେତେକଙ୍କୁ ପାଉଲ ବୁଝାଇପାରିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Acts 28:25

ଏଠାରେ “ସେମାନେ” ଶବ୍ଦଟି ରୋମ୍ ରେ ଥିବା ଯିହୂଦୀ ନେତା ମାନଙ୍କୁ ବୁଝାଏ (ପ୍ରେରିତ ୨୮:୧୭)I “ଆପଣମାନଙ୍କ” ଶବ୍ଦଟି ପାଉଲ କଥା କହୁଥିବା ଲୋକମାନଙ୍କୁ ବୁଝାଏ I ୨୬ ପଦରେ, ପାଉଲ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I

ଯିହୂଦୀ ନେତାମାନେ ପ୍ରସ୍ଥାନ କରିବାକୁ ଉଦ୍ୟତ ହେବା ସମୟରେ, ପାଉଲ ପୁରାତନ ନିୟମର ଶାସ୍ତ୍ରରୁ ଉଦ୍ଧୃତ କରୁଛନ୍ତି ଯାହା ଏହି ସମୟ ନିମନ୍ତେ ପ୍ରଯୁଜ୍ୟ ଥିଲା I

ଏଠାରେ “କଥା” ଶବ୍ଦଟି ଗୋଟିଏ ସମ୍ବାଦ ଅବା ଉକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ପାଉଲ ଆଉ ଗୋଟିଏ କଥା କହିସାରିଲା ପରେ” କିମ୍ବା “ପାଉଲ ଏହି ମନ୍ତବ୍ୟ ଦେବା ପରେ” (ଦେଖ: ଲାକ୍ଷଣିକ ଶବ୍ଦ)

καλῶς τὸ Πνεῦμα τὸ Ἅγιον ἐλάλησεν διὰ Ἠσαΐου τοῦ προφήτου πρὸς τοὺς πατέρας ὑμῶν

ଏହି ବାକ୍ୟରେ ଉଦ୍ଧୃତି ଭିତରେ ଉଦ୍ଧୃତି ରହିଛି I (ଦେଖ: ଉଦ୍ଧୃତାଂଶ ମଧ୍ୟରେ ଉଦ୍ଧୃତାଂଶ)

Acts 28:26

"λέγων, πορεύθητι‘ πρὸς τὸν λαὸν τοῦτον ... εἰπόν,"" ἀκοῇ ἀκούσετε, καὶ οὐ μὴ συνῆτε; καὶ βλέποντες βλέψετε, καὶ οὐ μὴ ἴδητε"

୨୫ ପଦରେ “ପବିତ୍ର ଆତ୍ମା କହିଥିଲେ” ବୋଲି ଆରମ୍ଭ ହୋଇଥିବା ବାକ୍ୟ ଏଠାରେ ଶେଷ ହେଉଛି ପୁଣି ସେଥିରେ ଉଦ୍ଧୃତି ଭିତରେ ଉଦ୍ଧୃତି ଅଛି I ତୁମେ ଭିତରେ ଥିବା କୌଣସି ଗୋଟିଏ ଉଦ୍ଧୃତିକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରିପାରିବ, କିମ୍ବା ଭିତରେ ଥିବା ଦୁଇଟି ଉଦ୍ଧୃତିକୁ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରିପାରିବ I “ପବିତ୍ର ଆତ୍ମା ଯଥାର୍ଥରୂପେ କହିଥିଲେ, ଏହି ଲୋକମାନଙ୍କ ନିକଟକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ” (ଦେଖ: ଉଦ୍ଧୃତାଂଶ ମଧ୍ୟରେ ଉଦ୍ଧୃତାଂଶ)

“ଶୁଣିବ” ଓ “ଦେଖିବ” ଶବ୍ଦଗୁଡିକୁ ଗୁରୁତ୍ବ ଦେବା ସକାଶେ ପୁନରାବୃତ୍ତି କରାଯାଇଛି I “ତୁମ୍ଭେମାନେ ଧ୍ୟାନର ସହିତ ଶୁଣିବ ....ଓ ତୁମ୍ଭେମାନେ ଏକ ଦୃଷ୍ଟିରେ ଚାହିଁବ”

ଉଭୟ ବାକ୍ୟାଂଶ ମୌଳିକ ଭାବରେ ଏକା ବିଷୟ କହୁଛନ୍ତି I ସେସବୁ ଗୁରୁତ୍ବ ଦେଉଛନ୍ତି ଯେ ଯିହୂଦୀ ଲୋକମାନେ ଈଶ୍ବରଙ୍କ ଯୋଜନାକୁ ବୁଝିବେ ନାହିଁ I (ଦେଖ: ସମାନ୍ତରତାସୂଚକ)

Acts 28:27

ଯିଶାଇୟ ପୁସ୍ତକରୁ ପାଉଲ ନେଇଥିବା ଉଦ୍ଧୃତିକୁ ପ୍ରତ୍ୟକ୍ଷ ଉଦ୍ଧୃତି ଅବା ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କର, ଯେପରି ଏହା ତୁମେ ପ୍ରେରିତ ୨୮:୨୫-୨୬ରେ ଅନୁବାଦ କରିଥିଲ I

ପାଉଲ ଯିଶାଇୟ ପୁସ୍ତକରୁ ଉଦ୍ଧୃତ କରିବା ଶେଷ କରୁଛନ୍ତି I

ἐπαχύνθη γὰρ ἡ καρδία τοῦ λαοῦ τούτου

ଈଶ୍ବର ଯାହା କହୁଛନ୍ତି ଅବା କରୁଛନ୍ତି, ତାହା ବୁଝିବାକୁ କଠୋର ଭାବରେ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସେମାନଙ୍କର ହୃଦୟ ଜଡ଼ ଅଟେ I ଏଠାରେ “ହୃଦୟ” ମନ ସ୍ଥାନରେ ଗୋଟିଏ ପ୍ରତିଶବ୍ଦ I (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

τοῖς ὠσὶν βαρέως ἤκουσαν, καὶ τοὺς ὀφθαλμοὺς αὐτῶν ἐκάμμυσαν

ଈଶ୍ବର ଯାହା କହୁଛନ୍ତି ଅବା କରୁଛନ୍ତି, ତାହା ବୁଝିବାକୁ କଠୋର ଭାବରେ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସେମାନେ ଶୁଣିବାକୁ ଅସମର୍ଥ ଓ ନ ଦେଖିବାକୁ ସେମାନେ ସେମାନଙ୍କର ଚକ୍ଷୁ ବନ୍ଦ କରି ଦେଉଛନ୍ତି I (ଦେଖ: ଉପମା/ରୂପକ)

τῇ καρδίᾳ συνῶσιν

ଏଠାରେ “ହୃଦୟ” ମନକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)

ἐπιστρέψωσιν

ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ଆରମ୍ଭ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ଲୋକଟି ଶାରୀରିକ ଭାବରେ ଈଶ୍ବରଙ୍କ ଆଡକୁ ଫେରୁଛି I (ଦେଖ: ଉପମା/ରୂପକ)

ἰάσομαι αὐτούς

ଏହାର ଅର୍ଥ ନୁହେଁ ଯେ ଈଶ୍ବର ସେମାନଙ୍କୁ କେବଳ ଶାରୀରିକ ଭାବରେ ସୁସ୍ଥ କରିବେ I ସେ ସେମାନଙ୍କର ପାପ କ୍ଷମା କରି ସେମାନଙ୍କୁ ଆତ୍ମିକ ଭାବରେ ମଧ୍ୟ ସୁସ୍ଥ କରିବେ I

Acts 28:28

ପାଉଲ ରୋମ୍ ର ଯିହୂଦୀ ନେତାମାନଙ୍କୁ କଥା କହିବା ଶେଷ କରୁଛନ୍ତି I

τοῖς ἔθνεσιν ἀπεστάλη τοῦτο τὸ σωτήριον τοῦ Θεοῦ

ଈଶ୍ବର କିପରି ଲୋକମାନଙ୍କର ପରିତ୍ରାଣ କରନ୍ତି, ତତ୍ ସମ୍ବନ୍ଧୀୟ ସମ୍ବାଦ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଠାଯାଇଥିବା ପଦାର୍ଥ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଜାତିମାନଙ୍କର କିପରି ପରିତ୍ରାଣ କରିବେ, ସେ ବିଷୟରେ କହିବାପାଇଁ ଈଶ୍ବର ଆପଣା ବାର୍ତ୍ତାବାହକମାନଙ୍କୁ ପଠାଉଛନ୍ତି” (ଦେଖ: ଉପମା/ରୂପକକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

αὐτοὶ ... ἀκούσονται

"ସେମାନଙ୍କ ମଧ୍ୟରୁ କେତେକ ଶୁଣିବେ I ବିଜାତିମାନଙ୍କର ପ୍ରତ୍ୟୁତ୍ତର ସେହି ସମୟର ଯିହୂଦୀମାନେ ଯେଉଁ ପ୍ରକାର ପ୍ରତ୍ୟୁତ୍ତର କରିଥିଲେ, ତହିଁର ବିପରୀତ ଅଟେ I

Acts 28:30

ଲୂକ ପ୍ରେରିତ ପୁସ୍ତକରେ ପାଉଲଙ୍କର ଘଟଣାକୁ ଶେଷ କରୁଛନ୍ତି I (ଦେଖ: କାହାଣୀର ଶେଷ)

Acts 28:31

κηρύσσων τὴν Βασιλείαν τοῦ Θεοῦ

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ କରିବା ବିଷୟରେ ସେ ପ୍ରଚାର କରୁଥିଲେ” କିମ୍ବା “ଈଶ୍ବର କିପରି ଆପଣାକୁ ଜଣେ ରାଜା ଭାବରେ ପ୍ରଦର୍ଶନ କରିବେ, ସେ ବିଷୟରେ ସେ ପ୍ରଚାର କରୁଥିଲେ” (ଦେଖ: ଲାକ୍ଷଣିକ ଶବ୍ଦ)"