Oriya: unfoldingWord® Translation Notes

Updated ? hours ago # views See on DCS Draft Material

2 Corinthians

2 Corinthians front

୨କରିନ୍ଥୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୨ କରିନ୍ଥୀୟ ପୁସ୍ତକର ରୂପରେଖ

୧ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପାଉଲ ଧନ୍ୟବାଦ ଦେଉଛନ୍ତି (୧:୧-୧୧) ୧.ପାଉଲ ଆପଣା ଆଚାରବ୍ୟବହାର ବର୍ଣ୍ଣନା କରୁଛନ୍ତି (୧:୧୨-୭:୬) ୧. ପାଉଲ ଯିରୂଶାଲମ ମଣ୍ଡଳୀ ନିମନ୍ତେ ଅର୍ଥଦାନ କରିବା ବିଷୟରେ କହୁଛନ୍ତି (୮:୧-୯:୧୫) ୧.ପାଉଲ ଜଣେ ପ୍ରେରିତ ଭାବରେ ଆପଣାର ପକ୍ଷ ସମର୍ଥନ କରୁଛନ୍ତି (୧୦:୧-୧୩:୧୦) ୧. ପାଉଲ ଶେଷ ନମସ୍କାର ଜଣାଇ ଉତ୍ସାହ ପ୍ରଦାନ କରୁଛନ୍ତି (୧୩:୧୧-୧୪)

୨ କରିନ୍ଥୀୟ ପୁସ୍ତକ କିଏ ଲେଖିଛନ୍ତି?

ପାଉଲ ଲେଖକ ଅଟନ୍ତି I ସେ ତାର୍ଷ ନଗରର ଲୋକ I ତାହାଙ୍କର ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ଜଣାଶୁଣା ଥିଲେ I ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନ ମାନଙ୍କୁ ତାଡ଼ନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ସମଗ୍ର ରୋମୀୟ ସାମ୍ରାଜ୍ୟ ଭ୍ରମଣ କରିଥିଲେ I

ପାଉଲ କରିନ୍ଥରେ ମଣ୍ଡଳୀ ଆରମ୍ଭ କରିଥିଲେ I ଏହି ପତ୍ର ଲେଖିବା ସମୟରେ ସେ ଏଫିସ ନଗରରେ ରହୁଥିଲେ I

୨ କରିନ୍ଥୀୟ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

୨ କରିନ୍ଥୀୟ ପୁସ୍ତକରେ ପାଉଲ କରିନ୍ଥ ନଗରରେ ଥିବା ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଥିବା ବିବାଦ ସମ୍ପର୍କରେ ଲେଖିବା ଜାରିରଖିଛନ୍ତି I ଏହି ପତ୍ରରେ ଏହା ସ୍ପଷ୍ଟଭାବେ ଜଣାଯାଏ ଯେ ପାଉଲ ସେମାନଙ୍କୁ ପୂର୍ବରୁ ଦେଇଥିବା ଉପଦେଶ ଗୁଡିକ ସେମାନେ ପାଳନ କରିଥିଲେ I ୨ କରିନ୍ଥୀୟରେ ପାଉଲ ସେମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ଉତ୍ସାହ ଦେଇଥିଲେ I

ପାଉଲ ମଧ୍ୟ ସେମାନଙ୍କୁ ସୁନିଶ୍ଚିତ କରିବାକୁ ଲେଖିଥିଲେ ଯେ ଜଣେ ପ୍ରେରିତ ଭାବରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଯୀଶୁଖ୍ରୀଷ୍ଟ ତାହାଙ୍କୁ ପ୍ରେରଣ କରିଅଛନ୍ତି I ପାଉଲ ଚାହୁଁଥିଲେ ଯେ ସେମାନେ ଏହା ବୁଝନ୍ତୁ, କାରଣ ସେ ଯାହା କରୁଥିଲେ, ତାକୁ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଦଳ ବିରୋଧ କରୁଥିଲେ I ସେମାନେ ଦାବୀ କରୁଥିଲେ ଯେ ପାଉଲ ଈଶ୍ବରଙ୍କ ଦ୍ବାରା ପ୍ରେରିତ ନୁହନ୍ତି ଓ ସେ ଏକ ଭ୍ରାନ୍ତ ଶିକ୍ଷା ଦେଉଛନ୍ତି I ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କର ଏହି ଦଳ ଚାହୁଁଥିଲେ ଯେ ବିଜାତି ଖ୍ରୀଷ୍ଟିୟାନ ମାନେ ମୋଶାଙ୍କର ବ୍ୟବସ୍ଥା ପାଳନ କରନ୍ତୁ I

ଏହି ପୁସ୍ତକର ଶୀର୍ଷକ କିପରି ଭାବରେ ଅନୁବାଦ କରାଯିବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “ଦ୍ବିତୀୟ କରିନ୍ଥୀୟ” ବୋଲି କହିପାରନ୍ତି I କିମ୍ବା ସେମାନେ “କରିନ୍ଥୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ବାଛିପାରନ୍ତି I(ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

କରିନ୍ଥ ନଗର କିଭଳି ନଗର ଥିଲା?

କରିନ୍ଥ ପ୍ରାଚୀନ ଗ୍ରୀସ୍ ରେ ଅବସ୍ଥିତ ଗୋଟିଏ ବଡ଼ ନଗର ଥିଲା I ଯେହେତୁ ଏହା ଭୂମଧ୍ୟସାଗର ନିକଟରେ ଥିଲା, ଅନେକ ପଥିକ ଓ ବ୍ୟବସାୟୀ ମାନେ ଏଠାକୁ ଜିନିଷପତ୍ର କିଣାବିକା କରିବାକୁ ଆସୁଥିଲେ I ଏହା ଫଳରେ, ନଗରରେ ବିଭିନ୍ନ ସଂସ୍କୃତିର ଲୋକେ ବସବାସ କରିବାକୁ ଲାଗିଲେ I ଅନୈତିକ ଜୀବନଯାପନ କରୁଥିବା ଲୋକମାନଙ୍କ ପାଇଁ ଏହି ନଗର କୁଖ୍ୟାତ ଥିଲା I ଲୋକେ ଆଫ୍ରୋଦିତ ନାମକ ଏକ ଗ୍ରୀକ୍ ପ୍ରେମଦେବୀଙ୍କୁ ଉପାସନା କରୁଥିଲେ I ଆଫ୍ରୋଦିତ ଦେବୀଙ୍କ ସମ୍ମାନାର୍ଥେ କରୁଥିବା ଉତ୍ସବର ଏକ ଅଂଶ ସ୍ବରୂପେ, ତାହାର ଉପାସନାକାରୀମାନେ ମନ୍ଦିରର ବେଶ୍ୟାମାନଙ୍କ ସହ ଯୌନସମ୍ପର୍କ ରଖୁଥିଲେ I

“ପାଉଲ” ଭଣ୍ଡ ପ୍ରେରିତ”ର ଅର୍ଥକୁ କିପରି ବୁଝୁଥିଲେ? (୧୧:୧୩)

ଏମାନେ ସବୁ ଯିହୂଦୀ ଖ୍ରୀଷ୍ଟିୟାନ ଥିଲେ I ସେମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଅନୁଗମନ କରିବା ସକାଶେ ବିଜାତି ଖ୍ରୀଷ୍ଟିୟାନମାନଙ୍କୁ ମୋଶାଙ୍କର ବ୍ୟବସ୍ଥା ପାଳନ କରିବାକୁ ହେବ I ଖ୍ରୀଷ୍ଟିୟାନ ନେତାମାନେ ଯିରୂଶାଲମରେ ଏକତ୍ର ହୋଇ ଏହି ବିଷୟରେ ନିଷ୍ପତ୍ତି ନେଇଥିଲେ (ଦେଖ: ପ୍ରେରିତ ୧୫)I ତଥାପି, ଏହା ସ୍ପଷ୍ଟ ଯେ ଯିରୂଶାଲମରେ ନେତାମାନେ ନେଇଥିବା ନିଷ୍ପତ୍ତିକୁ କେତେକ ଦଳ ଅଗ୍ରାହ୍ୟ କଲେ I

ତୃତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ବିଷୟ

ଏକବାଚକ ଓ ବହୁବାଚକ “ତୁମ୍ଭେ”

ଏହି ପୁସ୍ତକରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେମାନେ” ଶବ୍ଦଟି ପ୍ରାୟତଃ ସବୁବେଳେ, ବହୁବାଚକ ଓ କରିନ୍ଥର ବିଶ୍ବାସୀମାନଙ୍କୁ ବୁଝାଏ I ଏହାର ଦୁଇଟି ବ୍ୟତିକ୍ରମ ରହିଛି: ୬:୨ ଓ ୧୨:୯ I(ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)

ULTର ୨ କରିନ୍ଥୀୟରେ କିପରି “ପବିତ୍ର” ଓ ପବିତ୍ରୀକୃତ ହେବା” ବିଷୟର ଚିନ୍ତାଧାରାକୁ ଉପସ୍ଥାପନ କରାଯାଇଛି I

ନିମ୍ନଲିଖିତ ବିଭିନ୍ନ ଚିନ୍ତାଧାରା ମଧ୍ୟରୁ କୌଣସି ଗୋଟିଏକୁ ଦର୍ଶାଇବାପାଇଁ ଶାସ୍ତ୍ର ସେହି ଶବ୍ଦଗୁଡିକୁ ବ୍ୟବହାର କରିଥାଏ I ଏହି କାରଣ ସକାଶୁ, ଅନୁବାଦକମାନଙ୍କ ନିମନ୍ତେ ସେମାନଙ୍କର ସଂସ୍କରଣରେ ସେଗୁଡିକୁ ଭଲଭାବରେ ଉପସ୍ଥାପନ କରିବାପାଇଁ ପ୍ରାୟତଃ ଅସୁବିଧା ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ସମୟରେ, ULT ନିମ୍ନଲିଖିତ ନିୟମ ପାଳନ କରିଥାଏ:

  • କୌଣସି ଏକ ଶାସ୍ତ୍ରାଂଶ ବେଳେବେଳେ ନୈତିକ ପବିତ୍ରତାକୁ ସୂଚାଏ I ବିଶେଷକରି ସୁସମାଚାରର ସତ୍ୟକୁ ବୁଝିବାପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ନିଷ୍ପାପ ବୋଲି ବିବେଚନା କରନ୍ତି, ଯେହେତୁ ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଅଟନ୍ତି I ଏ ସମ୍ବନ୍ଧରେ ଆଉ ଗୋଟିଏ ତଥ୍ୟ ହେଉଛି ଈଶ୍ବର ସିଦ୍ଧ ଓ ଦୋଷଶୂନ୍ୟ ଅଟନ୍ତି I ଏକ ତୃତୀୟ ତଥ୍ୟ ହେଉଛି, ଖ୍ରୀଷ୍ଟିୟାନମାନେ ଜୀବନରେ ଆପଣା ଆପଣାକୁ ନିର୍ଦୋଷ ଓ ତୃଟିଶୂନ୍ୟ କରି ଚଳିବା ଆବଶ୍ୟକ I ଏହି ସବୁ କ୍ଷେତ୍ରରେ, ULT “ପବିତ୍ର,” ପବିତ୍ର ଈଶ୍ବର,” “ପବିତ୍ର ପ୍ରଭୁ” କିମ୍ବା “ପବିତ୍ର ଲୋକ” ବୋଲି ବ୍ୟବହାର କରେ I

*ଦ୍ବିତୀୟ କରିନ୍ଥୀୟର ଅଧିକାଂଶ ସ୍ଥାନରେ ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ପୂରଣ କରିବାକୁ ନ ଦର୍ଶାଇ ଏହା ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I ଏହି ସବୁ କ୍ଷେତ୍ରରେ, ULT “ବିଶ୍ବାସୀ,” କିମ୍ବା “ବିଶ୍ବାସୀମାନେ” ବୋଲି ବ୍ୟବହାର କରିଥାଏ I (ଦେଖ: ୧:୧; ୮:୪; ୯:୧, ୧୨; ୧୩:୧୩)

*ବେଳେବେଳେ ଶାସ୍ତ୍ରାଂଶର ଅର୍ଥ କେବଳ ଈଶ୍ବରଙ୍କପାଇଁ କେହି ଜଣେ ଅବା କୌଣସି ପଦାର୍ଥ ପୃଥକୀକୃତ ହେବାର ଚିନ୍ତାଧାରାକୁ ସୂଚାଇଥାଏ I ଏହି ସବୁ କ୍ଷେତ୍ରରେ, ULT “ପୃଥକୀକୃତ,” ଉତ୍ସର୍ଗୀକୃତ,” “ସଂରକ୍ଷିତ” କିମ୍ବା “ପବିତ୍ରୀକୃତ” ଶବ୍ଦଗୁଡିକ ବ୍ୟବହାର କରିଥାଏ I

UST ପ୍ରାୟତଃ ସାହାଯ୍ୟକାରୀ ହେବ, କାରଣ ଅନୁବାଦକମାନେ ଏହି ଚିନ୍ତାଧାରାଗୁଡିକ ସେମାନଙ୍କ ସଂସ୍କରଣସବୁରେ କିପରି ଉପସ୍ଥାପନ କରାଯିବ ସେ ବିଷୟରେ ଭାବିଥାନ୍ତି I

ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭଳି ବାକ୍ୟାଂଶର ଭାବର ଅର୍ଥ କ’ଣ ବୋଲି ପ୍ରକାଶ କରନ୍ତି?

ଏହି ପ୍ରକାର ଭାବ ୧:୧୯, ୨୦; ୨:୧୨, ୧୭; ୩:୧୪; ୫:୧୭, ୧୯, ୨୧; ୧୦:୧୭; ୧୨:୨, ୧୯; ଓ ୧୩:୪ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ଅତି ଘନିଷ୍ଠ ସମ୍ମିଳନକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ସେହି ସମାନ ସମୟରେ, ସେ ପ୍ରାୟତଃ ଅନ୍ୟ ଅର୍ଥ ପ୍ରକାଶ କରିବାକୁ ମଧ୍ୟ ଚାହିଁଛନ୍ତି I ଉଦାହରଣ ସ୍ବରୂପ, ଦେଖ, “ପ୍ରଭୁଙ୍କଠାରେ ମୋ ପାଇଁ ଗୋଟିଏ ଦ୍ବାର ଉନ୍ମୁକ୍ତ ଅଛି,” (୨:୧୨) ଯେଉଁଠାରେ ପାଉଲ ବିଶେଷଭାବରେ କହିବାକୁ ଚାହୁଁଛନ୍ତି ଯେ ପ୍ରଭୁଙ୍କ ଦ୍ବାରା ତାହାଙ୍କ ନିମନ୍ତେ ଗୋଟିଏ ଦ୍ବାର ଉନ୍ମୁକ୍ତ ଅଛି I

ଏହି ପ୍ରକାର ଭାବ ବିଷୟରେ ଅଧିକ ବିବରଣୀ ପାଇଁ ଦୟାକରି ରୋମୀୟ ପୁସ୍ତକର ପରିଚୟ ଅଂଶଟିକୁ ଦେଖ I

ଖ୍ରୀଷ୍ଟଙ୍କଠାରେ ଏକ “ନୂତନ ସୃଷ୍ଟି” ହେବାର ଅର୍ଥ କ’ଣ (୫:୧୭)?

ପାଉଲଙ୍କର ସମ୍ବାଦ ଥିଲା ଯେ ଯେତେବେଳେ ଜଣେ ଲୋକ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରେ, ଈଶ୍ବର ତାହାଙ୍କୁ ଏକ “ନୂତନ ଜଗତ”ର ଅଂଶ ବିଶେଷ କରନ୍ତି I ଈଶ୍ବର ତାହାଙ୍କୁ ପବିତ୍ରତା, ଶାନ୍ତି ଓ ଆନନ୍ଦର ଏକ ନୂତନ ଜଗତ ଦିଅନ୍ତି I ଏହି ନୂତନ ଜଗତରେ, ବିଶ୍ବାସୀମାନେ ପବିତ୍ର ଆତ୍ମାଙ୍କ ଦତ୍ତ ଗୋଟିଏ ନୂତନ ସ୍ବଭାବ ପାଆନ୍ତି I ଅନୁବାଦକମାନେ ଏହି ଚିନ୍ତାଧାରାକୁ ପ୍ରକାଶ କରିବାକୁ ଉଦ୍ୟମ କରିବା ଉଚିତ I

୨ କରିନ୍ଥୀୟ ପୁସ୍ତକରେ ଥିବା ମୁଖ୍ୟ ସମସ୍ୟାଗୁଡିକ କ’ଣ?
  • “ଆଉ ଆମ୍ଭମାନଙ୍କପାଇଁ ତୁମ୍ଭମାନଙ୍କ ପ୍ରେମର ପ୍ରଭାବ” (୮:୭)I ULT ଓ UST ସହିତ ଅନେକ ଅନୁବାଦରେ ଏହି ପ୍ରକାର ଲେଖାଅଛି I ତଥାପି, ଅନ୍ୟାନ୍ୟ ଅନେକ ଅନୁବାଦଗୁଡିକରେ “ଆଉ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ” ବୋଲି ଲେଖାଅଛି I ପ୍ରତ୍ୟେକ ଲେଖା ମୂଳ ଲେଖା ବୋଲି ପ୍ରମାଣ ରହିଛି I ଅନୁବାଦକମାନେ ସମ୍ଭବତଃ ସେମାନଙ୍କ ଅଞ୍ଚଳର ଉପଯୋଗିତାକୁ ଦୃଷ୍ଟିରେ ରଖି ସଂସ୍କରଣକୁ ବାଛିବା ଉଚିତ I

(ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)

2 Corinthians 1

୨ କରିନ୍ଥୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରଥମ ଅନୁଚ୍ଛେଦଟି ପ୍ରାଚୀନ ନିକଟପ୍ରାଚ୍ୟ ଦେଶ ଗୁଡିକରେ ବ୍ୟବହୃତ ହେଉଥିବା ପତ୍ର ଆରମ୍ଭ କରିବାର ଏକ ସାଧାରଣ ଶୈଳୀକୁ ପ୍ରକାଶ କରୁଛି I

ବିଶେଷ ଧାରଣା ପାଉଲଙ୍କର ସଚ୍ଚୋଟତା

ଲୋକମାନେ ପାଉଲଙ୍କୁ ସମାଲୋଚନା କରି କହୁଥିଲେ ଯେ ସେ ସଚ୍ଚୋଟ ନୁହନ୍ତି I ସେ କ’ଣ ପାଇଁ କାର୍ଯ୍ୟ କରୁଥିଲେ, ତା’ର ଅଭିପ୍ରାୟ ବର୍ଣ୍ଣନାକରି ସେସବୁକୁ ଖଣ୍ଡନ କରୁଛନ୍ତି I

ସାନ୍ତ୍ବନା

ସାନ୍ତ୍ବନା ଏହି ଅଧ୍ୟାୟର ଏକ ବଡ଼ ପ୍ରସଙ୍ଗ I ପବିତ୍ର ଆତ୍ମା ଖ୍ରୀଷ୍ଟିୟାନମାନଙ୍କୁ ସାନ୍ତ୍ବନା ଦେଉଛନ୍ତି I କରିନ୍ଥୀୟମାନେ ସମ୍ଭବତଃ କ୍ଲେଶଭୋଗ କରୁଥିଲେ ଓ ସାନ୍ତ୍ବନା ଲୋଡୁଥିଲେ I

ଭାବ ପ୍ରକାଶକ ପ୍ରଶ୍ନ

ସେ ସଚ୍ଚୋଟ ନୁହନ୍ତି ବୋଲି ହୋଇଥିବା ଅଭିଯୋଗକୁ ପାଉଲ ଦୁଇଟି ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାରକରି ଆପଣାର ପକ୍ଷ ସମର୍ଥନ କରୁଛନ୍ତି I(ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଆମ୍ଭେମାନେ

ପାଉଲ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ତତଃ ତୀମଥି ଓ ଆପଣାକୁ ବୁଝାଏ I ଏହା ମଧ୍ୟ ଅନ୍ୟ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିପାରେ I

ବଇନା

ପାଉଲ କହୁଛନ୍ତି ଯେ ପବିତ୍ର ଆତ୍ମା ବଇନା ଅଟନ୍ତି, ଯାହାର ଅର୍ଥ ହେଉଛି ଜଣେ ଖ୍ରୀଷ୍ଟିୟାନର ଅନନ୍ତ ଜୀବନ ପାଇଁ ସେ ଏକ ପ୍ରତିଜ୍ଞା ଅବା ପ୍ରଥମ ପଇଠ ଅର୍ଥ I ଖ୍ରୀଷ୍ଟିୟାନମାନେ ନିରାପତ୍ତାର ସହ ପରିତ୍ରାଣ ପାଇଛନ୍ତି I କିନ୍ତୁ ସେମାନେ ନ ମରିବା ଯାଏ ଈଶ୍ବରଙ୍କ ସବୁ ପ୍ରତିଜ୍ଞାଗୁଡିକ ଅନୁଭବ କରିପାରିବେ ନାହିଁ I ପବିତ୍ର ଆତ୍ମା ଏକ ବ୍ୟକ୍ତିଗତ ବଇନା ଯେ ଏହି ସବୁ ଅବଶ୍ୟ ଘଟିବ I ଏହି ଚିନ୍ତାଧାରାଟି ଏକ ବ୍ୟବସାୟିକ ଶବ୍ଦ I ଜଣେ ଲୋକ ଆଉ ଜଣକୁ କିଛି ମୂଲ୍ୟବାନ ଜିନିଷ ଏକ “ବଇନା” ଭାବରେ ଦେଇଥାନ୍ତି ଯେ ସେମାନେ ସେହି ଅର୍ଥ ଫେରାଇବେ I(ଦେଖ: ଅନନ୍ତକାଳ, ଚିରସ୍ଥାୟୀ, ଚିରନ୍ତନ, ସଦାକାଳରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ)

2 Corinthians 1:1

ପାଉଲ କରିନ୍ଥୀୟ ମଣ୍ଡଳୀକୁ ନମସ୍କାର ଜଣାଇଲା ପରେ, ସେ ଯୀଶୁଙ୍କ ଦେଇ ଦୁଃଖଭୋଗ ଓ ସାନ୍ତ୍ବନା ବିଷୟରେ ଲେଖୁଛନ୍ତି I ତୀମଥି ମଧ୍ୟ ତାହାଙ୍କ ସାଙ୍ଗରେ ଅଛନ୍ତି I ଏହି ପତ୍ର ସାରା ଉଲ୍ଲେଖିତ “ତୁମ୍ଭେମାନେ” ଶବ୍ଦ କରିନ୍ଥୀୟ ମଣ୍ଡଳୀର ଲୋକମାନଙ୍କୁ ଓ ସେହି ଅଞ୍ଚଳରେ ଥିବା ଅବଶିଷ୍ଟ ଖ୍ରୀଷ୍ଟିୟାନ ମାନଙ୍କୁ ବୁଝାଏ I ପାଉଲ କହୁଥିବା କଥାକୁ ସମ୍ଭବତଃ ତୀମଥି ଚର୍ମ ପଟୁକାରେ ଲେଖୁଛନ୍ତି I

ତୁମ ଭାଷାରେ ହୁଏତ ପତ୍ରରେ ଲେଖକଙ୍କ ଓ ଏହାର ପ୍ରାପକଙ୍କ ପରିଚୟ କରାଇବାର ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ, ପାଉଲ ...କରିନ୍ଥରେ ଥିବା ଈଶ୍ବରଙ୍କ ମଣ୍ଡଳୀ ନିକଟକୁ ଏହି ପତ୍ର ଲେଖିଲି”

Τιμόθεος ὁ ἀδελφὸς

ଏହା ସୂଚାଇଦିଏ ଯେ ଉଭୟ ପାଉଲ ଓ କରିନ୍ଥୀୟମାନେ ତୀମଥିଙ୍କୁ ଜାଣିଥିଲେ ଓ ତାହାଙ୍କୁ ସେମାନଙ୍କର ଆତ୍ମିକ ନେତା ଭାବରେ ବିବେଚନା କରୁଥିଲେ I

Ἀχαΐᾳ

ଏହା ଆଜିର ଆଧୁନିକ ଗ୍ରୀସ୍ ର ଦକ୍ଷିଣ ଭାଗରେ ଥିବା ଗୋଟିଏ ରୋମୀୟ ପ୍ରଦେଶର ନାମ ଥିଲା I

2 Corinthians 1:2

ଏହା ଏକ ସାଧାରଣ ନମସ୍କାର ଯାହା ପାଉଲ ଆପଣା ପତ୍ର ଗୁଡିକରେ ବ୍ୟବହାର କରନ୍ତି I

2 Corinthians 1:3

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତାଙ୍କର ପ୍ରସଂଶା କରୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὁ Θεὸς καὶ Πατὴρ

ଈଶ୍ବର, ଯେ କି ପିତା ଅଟନ୍ତି

ଏହି ଦୁଇଟି ବାକ୍ୟାଂଶ ଏକା ଚିନ୍ତାଧାରାକୁ ଭିନ୍ନଭିନ୍ନ ଦୁଇ ପ୍ରକାରେ ପ୍ରକାଶ କରେ I (ଦେଖ: ସମାନ୍ତରତାସୂଚକ)

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଯେ “ଦୟା” ଓ “ସମସ୍ତ ସାନ୍ତ୍ବନା” “ପିତା” ଓ “ଈଶ୍ବର”ଙ୍କର ଚରିତ୍ରକୁ ବର୍ଣ୍ଣନା କରେ କିମ୍ବା ୨) ଯେ “ପିତା” ଓ “ଈଶ୍ବର” ଶବ୍ଦ ତାହାଙ୍କୁ ବୁଝାଏ, ଯେ କି “ଦୟା” ଓ “ସମସ୍ତ ସାନ୍ତ୍ବନା”ର ଉତ୍ସ ଅଟନ୍ତି I

2 Corinthians 1:4

παρακαλῶν ἡμᾶς ἐπὶ πάσῃ τῇ θλίψει ἡμῶν

ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭମାନଙ୍କ” କରିନ୍ଥୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

2 Corinthians 1:5

ପାଉଲ ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ଏପରି କୁହନ୍ତି ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ସଂଖ୍ୟାରେ ବୃଦ୍ଧି ପାଇବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କ ସକାଶେ ଦୁଃଖଭୋଗ କଲେ” (ଦେଖ: ଉପମା/ରୂପକ)

τὰ παθήματα τοῦ Χριστοῦ

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଯେ ଏହା ପାଉଲ ଓ ତୀମଥିଙ୍କର ଦୁଃଖଭୋଗକୁ ବୁଝାଏ, କାରଣ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ସମ୍ବାଦ ପ୍ରଚାର କରୁଥିଲେ କିମ୍ବା ୨) ଯେ ଏହା ସେମାନଙ୍କ ସପକ୍ଷରେ ଖ୍ରୀଷ୍ଟ ଦୁଃଖଭୋଗ କରିଥିବା ବିଷୟକୁ ବୁଝାଏ I

περισσεύει ἡ παράκλησις ἡμῶν

ପାଉଲ ସାନ୍ତ୍ବନା ବିଷୟରେ ଏପରି କୁହନ୍ତି ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଆକାରରେ ବୃଦ୍ଧି ପାଇବ I

2 Corinthians 1:6

εἴτε δὲ θλιβόμεθα

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଓ ତୀମଥିଙ୍କୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଯଦି ଲୋକେ ଆମ୍ଭମାନଙ୍କୁ କ୍ଲେଶ ଦିଅନ୍ତି” (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

εἴτε παρακαλούμεθα

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଈଶ୍ବର ଆମ୍ଭମାନଙ୍କୁ ସାନ୍ତ୍ବନା ଦିଅନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମ୍ଭେମାନେ ଫଳପ୍ରଦ ସାନ୍ତ୍ବନା ଲାଭ କରୁଅଛ

2 Corinthians 1:8

οὐ θέλομεν θέλομεν ὑμᾶς ἀγνοεῖν

ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ବୋଲି ଆମ୍ଭେମାନେ ଚାହୁଁଅଛୁ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ପାଉଲ ଓ ତୀମଥି ସେମାନଙ୍କ ନିରାଶାର ଆବେଗକୁ ଏକ ଓଜନିଆ ବସ୍ତୁ ଭାବରେ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କୁ ବୋହିବକୁ ପଡ଼ିବ I

“ମୃତ୍ୟୁରେ ସମର୍ପିତ” ଶବ୍ଦଟି ନିରାଶାର ଭାବକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଭୋଗିଥିବା କ୍ଲେଶ ସମ୍ପୂର୍ଣ୍ଣ ଭାବରେ ଆମ୍ଭମାନଙ୍କୁ ଚୁରମାର୍ କରିଦେଲା” କିମ୍ବା “ଆମ୍ଭେମାନେ ସମ୍ପୂର୍ଣ୍ଣ ନିରାଶାରେ ରହିଥିଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 1:9

αὐτοὶ ἐν ἑαυτοῖς τὸ ἀπόκριμα τοῦ θανάτου ἐσχήκαμεν

ପାଉଲ ଓ ତୀମଥି ସେମାନଙ୍କର ନିରାଶାର ଭାବକୁ ଜଣେ ଲୋକର ମୃତ୍ୟୁ ଦଣ୍ଡାଜ୍ଞା ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଜଣେ ମୃତ୍ୟୁ ଦଣ୍ଡାଜ୍ଞା ପାଇଥିବା ଲୋକ ସଦୃଶ ଆମ୍ଭେମାନେ ନିରାଶାରେ ଥିଲୁ” (ଦେଖ: ଉପମା/ରୂପକ)

ἀλλ’ ἐπὶ τῷ Θεῷ

ଏହି ବାକ୍ୟାଂଶରେ “ଆମ୍ଭେମାନେ ନିର୍ଭର କରୁ” ଅଂଶଟି ନାହିଁ I ବିକଳ୍ପ ଅନୁବାଦ: “କିନ୍ତୁ, ତା’ ପରିବର୍ତ୍ତେ, ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା ରଖୁଅଛୁ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

τῷ ἐγείροντι τοὺς νεκρούς

ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହା ଜଣେ ମରିଯାଇଥିବା ଲୋକକୁ ପୁନର୍ବାର ଜିବିତାବସ୍ଥାକୁ ଆସିବାକୁ ବୁଝାଏ I ବିକଳ୍ପ ଅନୁବାଦ: ଯେ ମୃତକୁ ଉଠାନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

2 Corinthians 1:10

θανάτου

ପାଉଲ ଆପଣା ନିରାଶାର ଅନୁଭବକୁ ଗୋଟିଏ ବିପଦର ପରିଣାମ ଭାବରେ ତୁଳନା କରୁଛନ୍ତି ଯାହା ସେମାନେ ମୃତ୍ୟୁଜନକ ବିପଦ ଅବା ଭୟଙ୍କର ବିପଦ ପର୍ଯ୍ୟନ୍ତ ଅନୁଭବ କରିଥିଲେ I ବିକଳ୍ପ ଅନୁବାଦ: “ନିରାଶା” (ଦେଖ: ଉପମା/ରୂପକ)

ସେ ଆମ୍ଭମାନଙ୍କୁ ଆଗାମୀ ସମୟରେ ମଧ୍ୟ ଉଦ୍ଧାର କରିବେ

2 Corinthians 1:11

ହେ କରିନ୍ଥୀୟ ମଣ୍ଡଳୀର ଲୋକମାନେ, ତୁମ୍ଭେମାନେ ମଧ୍ୟ ଯେ ପ୍ରକାରେ ଆମ୍ଭମାନଙ୍କୁ ସାହାଯ୍ୟ କଲ, ସେ ପ୍ରକାରେ ଈଶ୍ବର ଆମ୍ଭମାନଙ୍କୁ ବିପଦରୁ ଉଦ୍ଧାର କରିବେ

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନୁଗ୍ରହଜନକ କୃପା ଯାହା ଈଶ୍ବର ଆମ୍ଭମାନଙ୍କୁ ଦେଇଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 1:12

ଏହି ପଦ ଗୁଡିକରେ ପାଉଲ “ଆମ୍ଭେମାନେ,” “ଆମ୍ଭମାନଙ୍କର,” “ଆମ୍ଭେମାନେ ନିଜେ” ଓ “ଆମ୍ଭମାନଙ୍କୁ” ଶବ୍ଦ ବ୍ୟବହାରକରି ଆପଣାକୁ, ତୀମଥିଙ୍କୁ ଓ ସମ୍ଭବତଃ ତାହାଙ୍କୁ ସେବା କରୁଥିବା ଅନ୍ୟମାନଙ୍କୁ ଉଲ୍ଲେଖ କରୁଛନ୍ତି I ଏହି ଶବ୍ଦଗୁଡିକ ସେ ଯେଉଁମାନଙ୍କୁ ଏ ପତ୍ର ଲେଖୁଛନ୍ତି, ସେମାନଙ୍କୁ ଅନ୍ତର୍ଭୁକ୍ତ କରୁନାହିଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏଠାରେ “ଦର୍ପ” ଶବ୍ଦଟି ସକରାତ୍ମକ ଚିନ୍ତାଧାରାରେ, କୌଣସି ବିଷୟରେ ମହାସନ୍ତୋଷ ଓ ଆନନ୍ଦ ଲାଭ କରିବା ଅର୍ଥରେ ବ୍ୟବହାର କରାଯାଇଛି I

ପାଉଲ ଦୋଷୀ ନ ହେବା ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କ ବିବେକ ଜଣେ ଲୋକ ଯେ କି କଥା କହିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆମ୍ଭମାନଙ୍କ ବିବେକ ଦ୍ବାରା ଜାଣୁ” (ଦେଖ: ବ୍ୟକ୍ତିତ୍ୱଆରୋପ)

ଏଠାରେ “ସାଂସାରିକ” ଶବ୍ଦ ମନୁଷ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଉପରେ ନିର୍ଭର ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହ ଉପରେ ନିର୍ଭର କଲୁ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 1:13

ଏହାକୁ ସକରାତ୍ମକ ଶବ୍ଦରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଲେଖିଥିବା ସମସ୍ତ ବିଷୟ ତୁମ୍ଭେମାନେ ପଢ଼ି ବୁଝିପାରିବ’ (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

2 Corinthians 1:14

καύχημα ὑμῶν

ଏଠାରେ “ଦର୍ପ” ଶବ୍ଦଟି ସକରାତ୍ମକ ଚିନ୍ତାଧାରାରେ, କୌଣସି ବିଷୟରେ ମହାସନ୍ତୋଷ ଓ ଆନନ୍ଦ ଲାଭ କରିବା ଅର୍ଥରେ ବ୍ୟବହାର କରାଯାଇଛି I

2 Corinthians 1:15

ପାଉଲ କରିନ୍ଥୀୟ ମଣ୍ଡଳୀକୁ ଅତି କମ୍ ରେ ୩ ଟି ପତ୍ର ଲେଖିଥିଲେ I କରିନ୍ଥକୁ ଲେଖିଥିବା ମାତ୍ର ୨ ଟି ପତ୍ର ବାଇବଲରେ ଲିପିବଦ୍ଧ ହୋଇଅଛି I

ଆପଣାର ପ୍ରଥମ ପତ୍ର ପରେ କରିନ୍ଥ ମଣ୍ଡଳୀର ବିଶ୍ବାସୀମାନଙ୍କ ନିକଟକୁ ଆସି ଦେଖିବାପାଇଁ ପାଉଲ ଶୁଦ୍ଧ ଅଭିପ୍ରାୟ ସହ ଆପଣାର ଆନ୍ତରିକ ଆକାଂକ୍ଷାକୁ ବର୍ଣ୍ଣନା କରୁଛନ୍ତି I

“ଏହି” ଶବ୍ଦଟି କରିନ୍ଥୀୟମାନଙ୍କ ବିଷୟରେ ପାଉଲଙ୍କର ପୂର୍ବ କଥିତ ମନ୍ତବ୍ୟକୁ ବୁଝାଏ I

ତୁମ୍ଭମାନଙ୍କ ନିକଟକୁ ମୋର ଦ୍ବିତୀୟଥର ପରିଦର୍ଶନରେ ତୁମ୍ଭେମାନେ ଅନୁଗ୍ରହ ପାଇପାର

2 Corinthians 1:16

ଯିହୂଦା ପ୍ରଦେଶକୁ ମୋର ଯାତ୍ରା କରିବାରେ ସାହାଯ୍ୟ କର

2 Corinthians 1:17

କରିନ୍ଥୀୟମାନଙ୍କୁ ପରିଦର୍ଶନ କରିବା ବିଷୟରେ ସେ ନିଶ୍ଚିତ ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ଏହି ପ୍ରଶ୍ନ ପ୍ରତି ଅଶା କରାଯାଉଥିବା ଉତ୍ତର ହେଉଛି ‘ନା’ I ବିକଳ୍ପ ଅନୁବାଦ: “ମୁଁ ଦ୍ବିଧା ବୋଧ କରୁନାହିଁ” କିମ୍ବା “ମୁଁ ଆପଣା ନିଷ୍ପତ୍ତିରେ ଦୃଢ଼ବିଶ୍ବାସୀ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

କରିନ୍ଥୀୟମାନଙ୍କୁ ପରିଦର୍ଶନ କରିବାପାଇଁ ତାହାଙ୍କର ଯୋଜନା ଆନ୍ତରିକ ବୋଲି ଗୁରୁତ୍ବଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ମନୁଷ୍ୟର ଜ୍ଞାନ ଅନୁସାରେ ମୁଁ ଆପଣାର ଯୋଜନା କରୁନାହିଁ ...ସେହି ସମୟରେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହାର ଅର୍ଥ ଯେ ପାଉଲ ଉଭୟ ବିଷୟ କହି ନ ଥିଲେ ଯେ ସେ ସେହି ଏକା ସମୟରେ ପରିଦର୍ଶନ କରିବେ ଓ ପରିଦର୍ଶନ କରିବେ ନାହିଁ I “ହଁ” ଓ “ନା” ଶବ୍ଦଗୁଡିକ ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି I ବିକଳ୍ପ ଅନୁବାଦ: “ମୁଁ ଯୋଜନା କରୁନାହିଁ ...ଯେପରି ମୁଁ ‘ହଁ ବୋଲି କହିବି, ମୁଁ ନିଶ୍ଚୟ ପରିଦର୍ଶନ କରିବି’ ଓ ‘ନା, ସେହି ଏକା ସମୟରେ’ ମୁଁ ନିଶ୍ଚିତଭାବରେ ପରିଦର୍ଶନ କରିବି ନାହିଁ!” (ଦେଖ : ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

2 Corinthians 1:19

ଯୀଶୁ ଈଶ୍ବରଙ୍କ ପ୍ରତିଜ୍ଞା ବିଷୟରେ “ହଁ” କହନ୍ତି, ଯାହାର ଅର୍ଥ ଏହା ଯେ ସେ ନିଶ୍ଚିତ କରନ୍ତି ଯେ ସେସବୁ ସତ୍ୟ ଅଟେ I ବିକଳ୍ପ ଅନୁବାଦ: “କାରଣ ଈଶ୍ବରଙ୍କ ପୁତ୍ର ...ଈଶ୍ବରଙ୍କ ପ୍ରତିଜ୍ଞା ସମ୍ବନ୍ଧରେ ‘ହଁ’ ଓ ‘ନା’ କହନ୍ତି ନାହିଁ I ତା’ ପରିବର୍ତ୍ତେ ସେ ସର୍ବଦା “ହଁ” କହନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τοῦ Θεοῦ Υἱὸς

ଏହା ଯୀଶୁଙ୍କର ଏକ ମହତ୍ବପୂର୍ଣ୍ଣ ଉପାଧି ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

2 Corinthians 1:20

ଏହାର ଅର୍ଥ ଏହି ଯେ ଯୀଶୁ ଈଶ୍ବରଙ୍କର ପ୍ରତିଜ୍ଞାଗୁଡିକୁ ନିଶ୍ଚିତ କରାନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କର ସମସ୍ତ ପ୍ରତିଜ୍ଞା ଯୀଶୁଙ୍କଠାରେ ନିଶ୍ଚିତ ହୋଇଅଛି I (ଦେଖ: @)

The word ""him"" refers to Jesus Christ.

2 Corinthians 1:21

ὁ βεβαιῶν ἡμᾶς σὺν ὑμῖν Θεός

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଈଶ୍ବର ଯେ କି ପରସ୍ପର ସହିତ ଆମ୍ଭମାନଙ୍କର ସମ୍ପର୍କକୁ ଦୃଢୀଭୁତ କରନ୍ତି, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଅଛୁ” କିମ୍ବା ୨) “ଈଶ୍ବର ଯେ କି ଖ୍ରୀଷ୍ଟଙ୍କ ଠାରେ ଉଭୟ ତୁମ୍ଭ ଓ ଆମ୍ଭମାନଙ୍କର ସମ୍ପର୍କକୁ ଦୃଢୀଭୁତ କରନ୍ତି I”"

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ସେ ଆମ୍ଭମାନଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ” କିମ୍ବା ୨) ସେ ଆମ୍ଭମାନଙ୍କୁ ଆପଣା ଲୋକ ହେବା ନିମନ୍ତେ ମନୋନୀତ କଲେ I”

2 Corinthians 1:22

ଆମ୍ଭମାନେ ତାହାଙ୍କର ଲୋକ ବୋଲି ଈଶ୍ବର ପ୍ରମାଣ କରୁଛନ୍ତି, ଏ ବିଷୟକୁ ପାଉଲ ଏପରି କହୁଛନ୍ତି ଯେ ସତେ ଯେପରି ଈଶ୍ବର ଆମ୍ଭେମାନେ ତାହାଙ୍କର ବୋଲି ଆମ୍ଭମାନଙ୍କ ଉପରେ ଗୋଟିଏ ଚିହ୍ନ ସ୍ଥାପନ କରିଛନ୍ତି I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ଉପରେ ମାଲିକାନାର ଏକ ଚିହ୍ନ ସ୍ଥାପନ କରିଛନ୍ତି” କିମ୍ବା “ସେ ପ୍ରମାଣ କରିଛନ୍ତି ଯେ ଆମ୍ଭେମାନେ ତାହାଙ୍କର ଅଟୁ” (ଦେଖ: ଉପମା/ରୂପକ)

ଏଠାରେ “ହୃଦୟ” ଜଣେ ଲୋକର ଅନ୍ତରତମ ଅଂଶକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଅନ୍ତର ମଧ୍ୟରେ ବାସକରିବା ନିମନ୍ତେ ଆମ୍ଭମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

ଆତ୍ମାଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ଅନନ୍ତ ଜୀବନ ନିମନ୍ତେ ଏକ ଆଂଶିକ ଅଗ୍ରୀମ ଅର୍ଥ I (ଦେଖ: ଉପମା/ରୂପକ)

2 Corinthians 1:23

ଏହି ବାକ୍ୟାଂଶ “ସାକ୍ଷୀ ମାନି” ଏକ ବିବାଦକୁ ସମାଧାନ କରିବା ନିମନ୍ତେ ଜଣେ ଲୋକ ଦେଖିଥିବା ଅବା ଶୁଣିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ କହୁଥିବା ବିଷୟ ସତ୍ୟ ବୋଲି ଦେଖାଇବାକୁ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି”

ଯେପରି ମୁଁ ତୁମ୍ଭମାନଙ୍କ ଅଧିକ ଦୁଃଖର କାରଣ ହୋଇ ନ ପାରେ

2 Corinthians 1:24

ଆମ୍ଭେମାନେ ତୁମ୍ଭମାନଙ୍କ ସହ କାର୍ଯ୍ୟ କରୁଅଛୁ ଯେପରି ତୁମ୍ଭେମାନେ ଆନନ୍ଦ ଲାଭ କରିପାର

"“ସ୍ଥିର” ଶବ୍ଦଟି ପରିବର୍ତ୍ତନ ହେଉ ନ ଥିବା କିଛି ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସରେ ସ୍ଥିର ହୋଇ ରହିଥାଅ"" (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)"

2 Corinthians 2

୨ କରିନ୍ଥୀୟ ୦୨ସାଧାରଣ ସୂଚନା

ବିଶେଷ ଧାରଣା

କଠୋର ଲେଖା

ଏହି ଅଧ୍ୟାୟରେ ପାଉଲ ପୂର୍ବରୁ ଲେଖିଥିବା ଏକ ପତ୍ରର ଉଲ୍ଲେଖ କରୁଛନ୍ତି I ସେହି ପତ୍ର ଏକ କଠୋର ଓ ସଂଶୋଧନ ସମ୍ବନ୍ଧୀୟ ବିଷୟରେ ପୂର୍ଣ୍ଣ ଥିଲା I ପାଉଲ ତାହା ସମ୍ଭବତଃ ପ୍ରଥମ କରିନ୍ଥୀୟ ଭାବେ ଜଣାଶୁଣା ପତ୍ର ପରେ ଓ ଏହି ପତ୍ର ଲେଖିବା ପୂର୍ବରୁ ଲେଖିଥିଲେ I ସେ ସୂଚାଉଛନ୍ତି ଯେ ମଣ୍ଡଳୀ ଜଣେ ଭ୍ରାନ୍ତି ପଥରେ ଯାଉଥିବା ସଭ୍ୟଙ୍କୁ ଅନୁଯୋଗ କରିବା ଆବଶ୍ୟକ I ପାଉଲ ବର୍ତ୍ତମାନ ସେମାନଙ୍କୁ ସେହି ଲୋକ ପ୍ରତି ଦୟାଳୁ ହେବାପାଇଁ ଉତ୍ସାହିତ କରୁଛନ୍ତି I (ଦେଖ: ଅନୁଗ୍ରହ*,* ଦୟାଳୁଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ସୁଗନ୍ଧ

ଏକ ସୁଗନ୍ଧ ହେଉଛି ଏକ ମନମୋହକ ବାସନା I ଶାସ୍ତ୍ର ପ୍ରାୟତଃ ବର୍ଣ୍ଣନା କରିଥାଏ ଯେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟଗୁଡିକ ଏକ ମନମୋହକ ସୁଗନ୍ଧ ସ୍ବରୂପ ଅଟେ I

2 Corinthians 2:1

ସେମାନଙ୍କ ପ୍ରତି ପାଉଲଙ୍କର ମହାପ୍ରେମ ସକାଶୁ, ପାଉଲ ସ୍ପଷ୍ଟ କରୁଛନ୍ତି ଯେ ସେମାନଙ୍କୁ ଲେଖିଥିବା ପ୍ରଥମ ପତ୍ର (ଅନୈତିକତାର ପାପକୁ ଗ୍ରହଣ କରିଥିବା ଯୋଗୁ ଅନୁଯୋଗ) ତାହାଙ୍କୁ ଦୁଃଖ ଦେବା ସହ କରିନ୍ଥ ମଣ୍ଡଳୀର ଲୋକ ଓ ଅନୈତିକ ପାପରେ ଲିପ୍ତ ଲୋକକୁ ମଧ୍ୟ ଦୁଃଖ ଦେଇଥିଲା I

ମୁଁ ସ୍ଥିର କଲି

ତୁମ୍ଭମାନଙ୍କୁ ଦୁଃଖ ଦେବା ପରିସ୍ଥିତିରେ

2 Corinthians 2:2

ଯଦି ସେମାନଙ୍କ ନିକଟକୁ ତାହାଙ୍କର ଆଗମନ ସେମାନଙ୍କ ଦୁଃଖର କାରଣ ହୁଏ, ତେବେ ସେ କିମ୍ବା ସେମାନେ ଉପକୃତ ହେବେ ନାହିଁ ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ଭାବ ପ୍ରକାଶକ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତେବେ ମୁଁ ଯେଉଁମାନଙ୍କୁ ଦୁଃଖ ଦେଲି, ସେମାନେ ହିଁ ମୋହର ଆନନ୍ଦ ଜନ୍ମାଇ ପାରିବେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ମୁଁ ଦୁଃଖ ଦେଇଥିଲି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 2:3

ଏହା ପାଉଲ ଲେଖିଥିବା ଅନ୍ୟ ଏକ ପତ୍ରକୁ ବୁଝାଏ, ଯାହା ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ, ମାତ୍ର ତାହା ଆଉ ନ ଥିଲା I ବିକଳ୍ପ ଅନୁବାଦ: “ଯେ ପ୍ରକାରେ ମୁଁ ପୂର୍ବ ପତ୍ରରେ ଲେଖିଥିଲି, ସେ ପ୍ରକାରେ ଲେଖିଲି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ପାଉଲ କେତେକ ନିର୍ଦ୍ଦିଷ୍ଟ କରିନ୍ଥୀୟ ବିଶ୍ବାସୀମାନଙ୍କ ବ୍ୟବହାର ବିଷୟରେ କହୁଛନ୍ତି, ଯେଉଁମାନେ ତାହାଙ୍କୁ ଭାବପ୍ରବଣଜନିତ ଦୁଃଖ ଦେଇଥିଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମୋହର ଆନନ୍ଦ ଜନ୍ମାଇବା ଉଚିତ ଥିଲା, ସେମାନେ ମୋତେ ଆଘାତ ଦେଇ ନ ଥାନ୍ତେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଯାହା ମୋତେ ଆନନ୍ଦ ଦିଏ, ତାହା ତୁମ୍ଭମାନଙ୍କୁ ମଧ୍ୟ ଆନନ୍ଦ ଦିଏ

2 Corinthians 2:4

ἐκ πολλῆς θλίψεως

ଏଠାରେ “କ୍ଲେଶ” ଶବ୍ଦଟି ଭାବପ୍ରବଣଜନିତ ଦୁଃଖକୁ ବୁଝାଏ I

ଏଠାରେ “ହୃଦୟ” ଶବ୍ଦଟି ଭାବପ୍ରବଣତାର ରହିବା ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତିଶୟ ଦୁଃଖର ସହ” (ଦେଖ: ଲାକ୍ଷଣିକ ଶବ୍ଦ)

ଅତ୍ୟଧିକ କ୍ରନ୍ଦନର ସହ

2 Corinthians 2:6

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I “ଶାସ୍ତି” ଶବ୍ଦକୁ ଗୋଟିଏ କ୍ରିୟା ବ୍ୟବହାର କରି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସଂଖ୍ୟାଗରିଷ୍ଠ ଲୋକମାନେ ଯେଉଁପ୍ରକାରେ ସେହି ଲୋକଟିକୁ ଶାସ୍ତି ଦେଲେ, ତାହା ଯଥେଷ୍ଟ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ଯଥେଷ୍ଟ

2 Corinthians 2:7

μή περισσοτέρᾳ λύπῃ καταποθῇ καταποθῇ

ଏହାର ଅର୍ଥ ଅତ୍ୟଧିକ ଦୁଃଖର ଏକ ଘୋର ଭାବପ୍ରବଣତାର ପ୍ରତିକ୍ରିୟା ଅନୁଭବ କରିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତ୍ୟଧିକ ଦୁଃଖ ତାହାଙ୍କୁ ଅଭିଭୂତ କରେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 2:8

ସେମାନେ ଶାସ୍ତି ଦେଇଥିବା ଲୋକଟିକୁ ପ୍ରେମ ଦେଖାଇ କ୍ଷମା କରିବାକୁ ପାଉଲ କରିନ୍ଥର ମଣ୍ଡଳୀକୁ ଉତ୍ସାହ ଦେଉଛନ୍ତି I ସେ ଲେଖୁଛନ୍ତି ଯେ ସେ ମଧ୍ୟ ତା’ଙ୍କୁ କ୍ଷମା କରିଛନ୍ତି I

ଏହାର୍ ଅର୍ଥ ସମସ୍ତ ବିଶ୍ବାସୀମାନଙ୍କ ସାକ୍ଷାତରେ ସେମାନେ ସେହି ଲୋକ ପ୍ରତି ସେମାନଙ୍କର ପ୍ରେମକୁ ସାବ୍ୟସ୍ତ କରିବା ଆବଶ୍ୟକ I

2 Corinthians 2:9

εἰς πάντα ὑπήκοοί ἐστε

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତୁମ୍ଭେମାନେ ସର୍ବବିଷୟରେ ଈଶ୍ବରଙ୍କ ପ୍ରତି ଆଜ୍ଞାବହ ଅଟ” କିମ୍ବା ୨) “ମୁଁ ଶିକ୍ଷା ଦେଇଥିବା ସର୍ବବିଷୟରେ ତୁମ୍ଭେମାନେ ଆଜ୍ଞାବହ ଅଟ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 2:10

ଏହାକୁ କର୍ତ୍ତୃବାଚ୍ୟରଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ସକାଶେ ମୁଁ ଏହା କ୍ଷମା କରିଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତୁମ୍ଭମାନଙ୍କ ପ୍ରତି ମୋହର ପ୍ରେମ ହେତୁ କ୍ଷମା କରିଅଛି” କିମ୍ବା ୨) “ତୁମ୍ଭମାନଙ୍କର ଉପକାର

2 Corinthians 2:11

οὐ γὰρ αὐτοῦ τὰ νοήματα ἀγνοοῦμεν ἀγνοοῦμεν

ବିପରୀତ ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ନକରାତ୍ମକ ଭାବ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ତାହାଙ୍କ ଯୋଜନା ଉତ୍ତମ ରୂପେ ଜାଣୁ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

2 Corinthians 2:12

ତ୍ରୋୟା ଓ ମାକିଦନିଆରେ ସୁସମାଚାର ପ୍ରଚାର କରିବାକୁ ତାହାଙ୍କର ସୁଯୋଗ ଅଛି ବୋଲି ସେମାନଙ୍କୁ କହି ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

ପାଉଲ ସୁସମାଚାର ପ୍ରଚାର କରିବା ନିମନ୍ତେ ତାହାଙ୍କ ସୁଯୋଗ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଦ୍ବାର, ଯାହା ଦେଇ ସେ ଚାଲିବାପାଇଁ ଅନୁମତି ପାଇଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ପ୍ରଚାର କରିବାକୁ ...ପ୍ରଭୁ ମୋ ପାଇଁ ଗୋଟିଏ ଦ୍ବାର ଉନ୍ମୁକ୍ତ କଲେ” କିମ୍ବା “ସୁସମାଚାର ପ୍ରଚାର କରିବାକୁ ...ପ୍ରଭୁ ମୋତେ ସୁଯୋଗ ଦେଲେ” (ଦେଖ: ଉପମା/ରୂପକକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 2:13

ମୋହର ମନ ଅସ୍ଥିର ହେଲା କିମ୍ବା “ମୁଁ ବିଚଳିତ ହେଲି”

Τίτον τὸν ἀδελφόν μου

ପାଉଲ ତିତସଙ୍କୁ ଆପଣାର ଆତ୍ମିକ ଭାଇ ବୋଲି କହୁଛନ୍ତି I

ସେଥିପାଇଁ ମୁଁ ତ୍ରୋୟାର ଭାଇମାନଙ୍କଠାରୁ ବିଦାୟ ନେଲି

2 Corinthians 2:14

Θεῷ, τῷ πάντοτε θριαμβεύοντι θριαμβεύοντι ἡμᾶς ἐν τῷ Χριστῷ

ପାଉଲ ଈଶ୍ବରଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଜୟ ଶୋଭାଯାତ୍ରାରେ କଢାଇ ନେଉଥିବା ଜଣେ ବିଜୟୀ ସେନାପତି ଓ ସେହି ଶୋଭାଯାତ୍ରାରେ ସେ ନିଜେ ଏବଂ ତାହାଙ୍କର ସହକର୍ମୀମାନେ ଅଂଶ ଗ୍ରହଣ କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବର, ଯେ କି ଖ୍ରୀଷ୍ଟଙ୍କଠାରେ ସର୍ବଦା ଆମ୍ଭମାନଙ୍କୁ ଆପଣାର ବିଜୟ ପ୍ରଦାନ କରୁଛନ୍ତି” କିମ୍ବା ୨) “ଈଶ୍ବର, ଯେ କି ଖ୍ରୀଷ୍ଟଙ୍କଠାରେ ସେ ଜୟଲାଭ କରିଥିବା ଲୋକମାନଙ୍କ ଉପରେ ଆମ୍ଭମାନଙ୍କୁ ସର୍ବଦା ବିଜୟଯାତ୍ରାରେ କଢାଇ ନେଉଛନ୍ତି” (ଦେଖ: ଉପମା/ରୂପକ)

ପାଉଲ ଖ୍ରୀଷ୍ଟଙ୍କର ଜ୍ଞାନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ଧୂପ ଯାହା ମନମୋହକ ସୁଗନ୍ଧ ଦିଏ I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ପ୍ରଚାର ଶୁଣୁଥିବା ସମସ୍ତଙ୍କ ନିକଟରେ ଖ୍ରୀଷ୍ଟଙ୍କ ଜ୍ଞାନର ସୁଗନ୍ଧ ପରିବ୍ୟାପ୍ତ କରନ୍ତି, ଠିକ୍ ଯେପରି ଧୂପରୁ ବାହାରୁଥିବା ସୁଗନ୍ଧ ନିକଟବର୍ତ୍ତୀ ସମସ୍ତଙ୍କ ପାଖରେ ବ୍ୟାପିଯାଏ” (ଦେଖ: ଉପମା/ରୂପକ)

ଆମ୍ଭେମାନେ ଯାଉଥିବା ସବୁ ସ୍ଥାନରେ ...ସେ ପ୍ରକାଶ କରୁଛନ୍ତି

2 Corinthians 2:15

ପାଉଲ ଆପଣାର ସେବାକାର୍ଯ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ହୋମବଳି ଯାହା ଜଣେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାଏ I (ଦେଖ: ଉପମା/ରୂପକ)

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଖ୍ରୀଷ୍ଟଙ୍କର ଜ୍ଞାନ ସ୍ବରୂପ ସୁଗନ୍ଧ” କିମ୍ବା ୨) ଖ୍ରୀଷ୍ଟ ପ୍ରଦାନ କରୁଥିବା ସୁଗନ୍ଧ I”

τοῖς σῳζομένοις

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣ କରିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 2:16

"ଖ୍ରୀଷ୍ଟଙ୍କର ଜ୍ଞାନ ଏକ ସୁଗନ୍ଧ I ଏହା ୨ କରିନ୍ଥୀୟ ୨:୧୪ କୁ ଦର୍ଶାଏ, ଯେଉଁଠି ପାଉଲ ଖ୍ରୀଷ୍ଟଙ୍କର ଜ୍ଞାନକୁ ମନମୋହକ ସୁଗନ୍ଧ ଦେଉଥବା ଧୂପ ବୋଲି କହୁଛନ୍ତି I (ଦେଖ: ଉପମା/ରୂପକ)

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ “ମୃତ୍ୟୁ” ଶବ୍ଦ ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି ଓ ବାକ୍ୟାଂଶଟିର ଅର୍ଥ ହେଉଛି “ମୃତ୍ୟୁଜନକ ଏକ ସୁଗନ୍ଧ” କିମ୍ବା ୨) ମୃତ୍ୟୁଜନକ ସୁଗନ୍ଧ ଯାହା ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣ କରୁଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ὀσμὴ ἐκ ζωῆς εἰς ζωήν

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ “ଜୀବନ” ଶବ୍ଦଟି ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି ଓ ବାକ୍ୟାଂଶଟିର ଅର୍ଥ ହେଉଛି “ଜୀବନଦାୟକ ସୁଗନ୍ଧ” କିମ୍ବା ୨) “ଜୀବନଦାୟକ ସୁଗନ୍ଧ ଯାହା ଲୋକମାନଙ୍କୁ ଜୀବନ ଦେଇଥାଏ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ଈଶ୍ବର ଆହ୍ବାନ କରିଥିବା ସେବାକାର୍ଯ୍ୟ କରିବାକୁ କେହି ଯୋଗ୍ୟ ନୁହନ୍ତି ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “କେହି ଏହି ସମସ୍ତ ବିଷୟରେ ଯୋଗ୍ୟ ନୁହନ୍ତି” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

2 Corinthians 2:17

ଏଠାରେ ବାକ୍ୟ ଶବ୍ଦଟି “ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ବରଙ୍କ ବାକ୍ୟକୁ ବିକ୍ରୟ କରନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

εἰλικρινείας

ଶୁଦ୍ଧ ଅଭିପ୍ରାୟରେ"

ἐν Χριστῷ λαλοῦμεν

ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଥିବା ଲୋକମାନଙ୍କ ପରି କଥା କହୁଅଛୁ କିମ୍ବା “ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଧିକାର ସହ କଥା କହୁଅଛୁ”

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପ୍ରେରିତ ଲୋକମାନଙ୍କ ସଦୃଶ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

κατέναντι Θεοῦ

ଈଶ୍ବର ଯେ ସେମାନଙ୍କୁ ପର୍ଯ୍ୟବେକ୍ଷଣ କରୁଛନ୍ତି, ସେହି ସଚେତନତା ଥାଇ ପାଉଲ ଓ ତାହାଙ୍କର ସହକର୍ମୀମାନେ ସୁସମାଚାର ପ୍ରଚାର କରୁଛନ୍ତି I ବିକଳ୍ପ ଅନୁବାଦ; “ଆମ୍ଭେମାନେ ଈଶ୍ବରଙ୍କ ସାକ୍ଷାତରେ କଥା କହୁଅଛୁ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

2 Corinthians 3

୨ କରିନ୍ଥୀୟ ୦୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ଆପଣାର ପକ୍ଷ ସମର୍ଥନ କରି ଚାଲିଛନ୍ତି I ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ ଆପଣା କାର୍ଯ୍ୟର ପ୍ରମାଣ ଭାବରେ ଦେଖୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ମୋଶାଙ୍କ ବ୍ୟବସ୍ଥା

ଈଶ୍ବର ପରୋକ୍ଷଭାବରେ ପ୍ରସ୍ତର ଫଳକରେ ଦଶ ଆଜ୍ଞା ଦେବା କଥା ପାଉଲ କହୁଛନ୍ତି I ଏହା ମୋଶାଙ୍କର ଦଶ ଆଜ୍ଞାକୁ ବୁଝାଏ I ବ୍ୟବସ୍ଥା ଉତ୍ତମ ଥିଲା, କାରଣ ତାହା ଈଶ୍ବରଙ୍କଠାରୁ ଆସିଥିଲା I କିନ୍ତୁ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ସେମାନଙ୍କର ଅବାଧ୍ୟତା ସକାଶୁ ଦଣ୍ଡ ଦେଇଥିଲେ I ଯଦି ପୁରାତନ ନିୟମ ଏ ପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା, ତେବେ ଏହି ଅଧ୍ୟାୟକୁ ବୁଝିବାପାଇଁ ଅନୁବାଦକମାନଙ୍କ ନିମନ୍ତେ କଷ୍ଟ ହୋଇଥାନ୍ତା I (ଦେଖ: ବ୍ୟବସ୍ଥା,* ମୋଶାଙ୍କ ବ୍ୟବସ୍ଥା, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା## *ନିୟମପ୍ରକାଶ କରିବା, ପ୍ରକାଶିତ, ପ୍ରକାଶନ)

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

ରୂପକ

ଜଟିଳ ଆତ୍ମିକ ସତ୍ୟତାଗୁଡିକୁ ବୁଝାଇବାପାଇଁ ପାଉଲ ଅନେକ ରୂପକ ବ୍ୟବହାର କରୁଛନ୍ତି I ଏହା ଅସ୍ପଷ୍ଟ ଯେ ଏହା ପାଉଲଙ୍କର ଶିକ୍ଷାସବୁ ବୁଝିବାପାଇଁ ସାହାଯ୍ୟ କରୁଛି ନା ଅଧିକ କଷ୍ଟ ହେଉଛି I(ଦେଖ: ଉପମା/ରୂପକ)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

“ଏହା ଅକ୍ଷରର ନୁହେଁ, କିନ୍ତୁ ଆତ୍ମାର ନିୟମ I”

ପାଉଲ ପୁରାତନ ଓ ନୂତନ ନିୟମକୁ ତୁଳନା କରୁଛନ୍ତି I ନୂତନ ନିୟମ ରୀତିନୀତିର ବ୍ୟବସ୍ଥା ନୁହେଁ I ଏଠାରେ “ଆତ୍ମା” ସମ୍ଭବତଃ ପବିତ୍ର ଆତ୍ମାଙ୍କୁ ବୁଝାଏ I ଏହା ମଧ୍ୟ ସ୍ବଭାବରେ “ଆତ୍ମିକ” ଥିବା ନୂତନ ନିୟମକୁ ବୁଝାଉଛି I (ଦେଖ: ଆତ୍ମା*,* ବାୟୁ, ଶ୍ୱାସ)

2 Corinthians 3:1

ପାଉଲ ସେମାନଙ୍କୁ ସ୍ମରଣ କରାଇଦେଉଛନ୍ତି ଯେ ସେ ଖ୍ରୀଷ୍ଟଙ୍କ ଦେଇ ଯାହା କରିଛନ୍ତି, ତାହା କହି ସେ ଆତ୍ମ ଗର୍ବ କରୁନାହାନ୍ତି I

ἀρχόμεθα πάλιν ἑαυτοὺς συνιστάνειν?

ସେମାନେ ଆତ୍ମ ପ୍ରଶଂସା କରୁନାହାନ୍ତି ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ପୁନର୍ବାର ଆପଣା ଆପଣାର ଆତ୍ମ ପ୍ରଶଂସା ଆରମ୍ଭ କରୁନାହୁଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ପାଉଲ ଓ ତୀମଥିଙ୍କ ସୁଖ୍ୟାତି ବିଷୟରେ କରିନ୍ଥୀୟମାନେ ଆଗରୁ ଜାଣିଛନ୍ତି ବୋଲି ପ୍ରକାଶ କରିବାକୁ ପାଉଲ ଏହା କହୁଛନ୍ତି I ପ୍ରଶ୍ନଟି ଗୋଟିଏ ନକରାତ୍ମକ ଉତ୍ତର ଉତ୍ପନ୍ନ କରୁଛି I ବିକଳ୍ପ ଅନୁବାଦ: “ଯେ ପ୍ରକାରେ କେତେକ ଲୋକ କରନ୍ତି, ଆମ୍ଭେମାନେ ନିଶ୍ଚତଭାବରେ ତୁମ୍ଭମାନଙ୍କ ନିକଟକୁ ଅବା ତୁମ୍ଭମାନଙ୍କ ନିକଟରୁ କୌଣସି ପ୍ରଶଂସା ପତ୍ର ଆବଶ୍ୟକ କରୁନାହୁଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

συστατικῶν ἐπιστολῶν

ଏହା ଗୋଟିଏ ପତ୍ର ଯାହା ଜଣେ ଆଉ ଜଣକୁ ପରିଚୟ କରାଇବାପାଇଁ ଓ ଆଉ ଜଣକ ନିମନ୍ତେ ସେମାନଙ୍କର ସମର୍ଥନ ଦେବାପାଇଁ ଲେଖିଥାନ୍ତି I

2 Corinthians 3:2

ପାଉଲ କରିନ୍ଥୀୟମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ପ୍ରଶଂସା ପତ୍ର I ସେମାନେ ଯେ ପ୍ରକାର ବିଶ୍ବାସୀ ହୋଇଛନ୍ତି, ତାହା ହିଁ ଅନ୍ୟମାନଙ୍କ ନିମନ୍ତେ ପାଉଲଙ୍କ ସେବାକାର୍ଯ୍ୟକୁ ସପ୍ରମାଣ କରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଜେ ଆମ୍ଭମାନଙ୍କର ପ୍ରଶଂସାପତ୍ର ସଦୃଶ” (ଦେଖ: ଉପମା/ରୂପକ)

ἐνγεγραμμένη ἐν ταῖς καρδίαις ἡμῶν

ଏଠାରେ “ହୃଦୟ” ସେମାନଙ୍କର ଭାବନା ଓ ଭାବପ୍ରବଣତାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) କରିନ୍ଥୀୟମାନେ ସେମାନଙ୍କର ପ୍ରଶଂସା ପତ୍ର ବୋଲି ପାଉଲ ଓ ତାହାଙ୍କର ସହକର୍ମୀମାନେ ନିଶ୍ଚିତ ଥିଲେ କିମ୍ବା ୨) ପାଉଲ ଓ ତାହାଙ୍କର ସହକର୍ମୀମାନେ କରିନ୍ଥୀୟ ମାନଙ୍କର ଗଭୀର ଯତ୍ନ ନେଉଥିଲେ I (ଦେଖ: ଲାକ୍ଷଣିକ ଶବ୍ଦ)

ἐνγεγραμμένη ἐν ταῖς καρδίαις ἡμῶν

“ଖ୍ରୀଷ୍ଟ”ଙ୍କୁ ଅନ୍ତନିହିତ ବିଷୟ ଭାବରେ ନେଇ ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କ ହୃଦୟରେ ଲେଖିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

γινωσκομένη καὶ ἀναγινωσκομένη ὑπὸ πάντων ἀνθρώπων

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସମସ୍ତେ ଜାଣିପାରିବେ ଓ ପାଠ କରିପାରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 3:3

ἐστὲ ἐπιστολὴ Χριστοῦ

ପାଉଲ ସ୍ପଷ୍ଟ କରୁଛନ୍ତି ଯେ ପତ୍ର ଲେଖକ ହେଉଛନ୍ତି ଖ୍ରୀଷ୍ଟ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲିଖିତ ପତ୍ର ଅଟ” (ଦେଖ: ଉପମା/ରୂପକଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଆମ୍ଭମାନଙ୍କଦ୍ବାରା ଅଣାଯାଇଥିବା

ପାଉଲ ସ୍ପଷ୍ଟ କରୁଛନ୍ତି ଯେ କରିନ୍ଥୀୟମାନେ ଆତ୍ମିକ ପତ୍ର ସଦୃଶ ଅଟନ୍ତି, ଶାରୀରିକ ପଦାର୍ଥ ସାହାଯ୍ୟରେ ମନୁଷ୍ୟମାନଙ୍କ ଦ୍ବାରା ଲିଖିତ ପତ୍ର ସଦୃଶ ନୁହନ୍ତି I

ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଲୋକମାନେ କାଳିରେ ଲେଖିଥିବା ପତ୍ର ନୁହେଁ, ମାତ୍ର ଜୀବିତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଲିଖିତ ପତ୍ର” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଶବ୍ଦର ବିଲୋପ ବା ଉହ୍ୟତା)

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଲୋକମାନେ ପ୍ରସ୍ତରଫଳକ ଖୋଦନକରି ଲେଖିଥିବା ପତ୍ର ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମା ମନୁଷ୍ୟର ହୃଦୟ ରୂପକ ଫଳକରେ ଲେଖିଥିବା ପତ୍ର” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଶବ୍ଦର ବିଲୋପ ବା ଉହ୍ୟତା)

πλαξὶν καρδίαις καρδίαις σαρκίναις

ପାଉଲ ସେମାନଙ୍କ ହୃଦୟ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସମତଳ ପ୍ରସ୍ତର ବା ମୃତ୍ତିକା ଖଣ୍ଡସବୁ, ଯାହା ଉପରେ ଲୋକମାନେ ଅକ୍ଷର ଖୋଦନ କରିଛନ୍ତି I (ଦେଖ: ଉପମା/ରୂପକ)

2 Corinthians 3:4

ପାଉଲ ଏବେ ଯାହା କହିଲେ, ଏହା ସେ ବିଷୟକୁ ବୁଝାଉଛି I ଈଶ୍ବରଙ୍କ ସମ୍ମୁଖରେ କରିନ୍ଥୀୟମାନେ ତାହାଙ୍କ ସେବାକାର୍ଯ୍ୟର ପ୍ରମାଣ ସ୍ବରୂପ ବୋଲି ଜାଣିବା ବିଷୟରୁ ତାହାଙ୍କର ଦୃଢ଼ବିଶ୍ବାସ ଆସୁଛି I

2 Corinthians 3:5

ἀφ’ ἑαυτῶν ἱκανοί

ଆମ୍ଭମାନଙ୍କ ନିଜ ଠାରେ ଯୋଗ୍ୟ କିମ୍ବା “ଆମ୍ଭମାନଙ୍କ ନିଜ ଠାରେ ସମର୍ଥ”

ଏଠାରେ “କିଛି” ଶବ୍ଦଟି ପାଉଲଙ୍କ ପ୍ରେରିତିକ ସେବାକାର୍ଯ୍ୟ ସମ୍ବନ୍ଧୀୟ ଯେ କୌଣସି ବିଷୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଉଦ୍ୟମରୁ ଆମ୍ଭେମାନେ ଯାହା କିଛି ସେବାକାର୍ଯ୍ୟରେ କରିଅଛୁ ବୋଲି ଦାବୀ କରିବା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଈଶ୍ବର ଆମ୍ଭମାନଙ୍କୁ ସାମର୍ଥ୍ୟ ଦିଅନ୍ତି

2 Corinthians 3:6

ଏଠାରେ “ଅକ୍ଷର” ର ଅର୍ଥ ବର୍ଣ୍ଣମାଳାର ଅକ୍ଷର ଓ ଲୋକେ ଲେଖୁଥିବା ଶବ୍ଦଗୁଡିକୁ ବୁଝାଏ I ଏହି ବାକ୍ୟାଂଶ ପରୋକ୍ଷଭାବରେ ପୁରାତନ ନିୟମର ବ୍ୟବସ୍ଥାକୁ ଇଂଗିତ କରେ I ବିକଳ୍ପ ଅନୁବାଦ: “ମନୁଷ୍ୟ ଲେଖିଥିବା ଆଜ୍ଞାଗୁଡିକ ଉପରେ ଆଧାରିତ ଏକ ନିୟମ ନୁହେଁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାରଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ପବିତ୍ର ଆତ୍ମା ହିଁ ଲୋକମାନଙ୍କ ସହିତ ଈଶ୍ବରଙ୍କ ନିୟମକୁ ସ୍ଥାପନ କରନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ଆତ୍ମାଙ୍କ କାର୍ଯ୍ୟ ଉପରେ ଆଧାରିତ ଏକ ନିୟମ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

τὸ γράμμα ἀποκτέννει

ପାଉଲ ପୁରାତନ ନିୟମକୁ ଜଣେ ବଧ କରୁଥିବା ଲୋକ ସଦୃଶ ବୋଲି କହନ୍ତି I ସେହି ବ୍ୟବସ୍ଥା ପାଳନ କରିବା ଆତ୍ମିକ ମୃତ୍ୟୁ ଆଡକୁ କଢାଇ ନେଇଥାଏ I ବିକଳ୍ପ ଅନୁବାଦ: “ଲିଖିତ ବ୍ୟବସ୍ଥା ମୃତ୍ୟୁ ଆଡକୁ କଢାଇ ନେଇଥାଏ” (ଦେଖ: ବ୍ୟକ୍ତିତ୍ୱଆରୋପଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 3:7

ପାଉଲ ପୁରାତନ ନିୟମର କ୍ଷଣସ୍ଥାୟୀ ଗୌରବକୁ ନୂତନ ନିୟମର ମହତ୍ ଓ ସ୍ବାଧିନତାସମ୍ପନ୍ନ ଗୌରବ ସହିତ ତୁଳନା କରୁଛନ୍ତି I ସେ ମୋଶାଙ୍କର ଆବରଣ ସହିତ ବର୍ତ୍ତମାନ ହେଉଥିବା ପ୍ରକାଶନର ସ୍ପଷ୍ଟତାକୁ ତୁଳନା କରୁଛନ୍ତି I ବର୍ତ୍ତମାନ ପ୍ରକାଶିତ ହୋଇଥିବା ବିଷୟଠାରୁ ମୋଶାଙ୍କ ସମୟର ବିଷୟ ଏକ ଅଳ୍ପ ସ୍ପଷ୍ଟ ଚିତ୍ର I

ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଯଦିଓ ବ୍ୟବସ୍ଥା ମୃତ୍ୟୁ ଆଡକୁ କଢାଇନିଏ, ତଥାପି ତାହା ଅତି ଗୌରବଯୁକ୍ତ I (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

"ମୃତ୍ୟୁର ସେବାକାର୍ଯ୍ୟ I ଏହା ମୋଶାଙ୍କ ଦ୍ବାରା ଈଶ୍ବର ଦେଇଥିବା ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୃତ୍ୟୁଜନକ ସେବାକାର୍ଯ୍ୟ, ଯେହେତୁ ଏହା ବ୍ୟବସ୍ଥା ଉପରେ ଆଧାରିତ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐν γράμμασιν ἐντετυπωμένη λίθοις

ପ୍ରସ୍ତର ଉପରେ ଖୋଦିତ ଅକ୍ଷର I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଈଶ୍ବର ପ୍ରସ୍ତର ଉପରେ ଖୋଦନ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଅତ୍ୟଧିକ ଗୌରବଯୁକ୍ତ ଭାବରେ"

ସେମାନେ ଦେଖିପାରିଲେ ନାହିଁ କାରଣ

2 Corinthians 3:8

“ମୃତ୍ୟୁଜନକ ସେବାକାର୍ଯ୍ୟ”ଠାରୁ “ଆତ୍ମାଙ୍କର ସେବା” ଅଧିକ ଗୌରବଯୁକ୍ତ, କାରଣ ତାହା ଜୀବନଦାୟକ; ଏହାକୁ ଗୁରୁତ୍ବ ଦେବାନିମନ୍ତେ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ଆତ୍ମାଙ୍କ ଦ୍ବାରା ହେଉଥିବା ସେବା ନିଶ୍ଚୟ ଅଧିକ ଗୌରବଯୁକ୍ତ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

"ଆତ୍ମାଙ୍କର ସେବାକାର୍ଯ୍ୟ I ଏହା ନୂତନ ନିୟମକୁ ବୁଝାଏ, ଯାହାର ଜଣେ ସେବକ ପାଉଲ ଅଟନ୍ତି I ବିକଳ୍ପ ଅନୁବାଦ: “ସେହି ସେବାକାର୍ଯ୍ୟ ଜୀବନଦାୟକ, କାରଣ ତାହା ଆତ୍ମାଙ୍କ ଉପରେ ଆଧାରିତ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 3:9

τῇ διακονίᾳ τῆς κατακρίσεως

ଦଣ୍ଡାଜ୍ଞାର ସେବାକାର୍ଯ୍ୟ I ଏହା ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ସେବାକାର୍ଯ୍ୟ ଯାହା ଲୋକମାନଙ୍କୁ ଦଣ୍ଡାଜ୍ଞା ଶୁଣାଏ, କାରଣ ତାହା ବ୍ୟବସ୍ଥା ଉପରେ ଆଧାରିତ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

πολλῷ μᾶλλον περισσεύει περισσεύει ἡ διακονία τῆς δικαιοσύνης δόξῃ!

ଏଠାରେ “କେତେ” ଶବ୍ଦଟି ଏକ ବିସ୍ମୟସୂଚକ ଚିହ୍ନ, ଏକ ପ୍ରଶ୍ନ ଚିହ୍ନ ନୁହେଁ I ବିକଳ୍ପ ଅନୁବାଦ: “ତେବେ ଧାର୍ମିକତାର ସେବା ନିଶ୍ଚୟ ଅତି ଅଧିକ ଗୌରବଯୁକ୍ତ ହେବ!” (ଦେଖ: ବିସ୍ମୟ ସୂଚକ ଅବ୍ୟୟଗୁଡ଼ିକ)

περισσεύει ἡ διακονία τῆς δικαιοσύνης δόξῃ

ପାଉଲ “ଧାର୍ମିକତାର ସେବା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟ ଏକ ପଦାର୍ଥକୁ ଉତ୍ପନ୍ନ କରିପାରିବ ଅବା ବହୁଗୁଣିତ କରିପାରିବ I ସେ ଏହି ଅର୍ଥରେ କହନ୍ତି ଯେ “ଧାର୍ମିକତାର ସେବା” ବ୍ୟବସ୍ଥାଠାରୁ ଅଧିକ ଗୌରବଯୁକ୍ତ ଅଟେ ଯଦିଓ ତାହାର ମଧ୍ୟ ଗୌରବ ଥିଲା I (ଦେଖ: ଉପମା/ରୂପକ)

ἡ διακονία τῆς δικαιοσύνης

ଧାର୍ମିକତାର ସେବାକାର୍ଯ୍ୟ I ଏହା ନୂତନ ନିୟମକୁ ବୁଝାଏ, ଯାହାର ପାଉଲ ଜଣେ ସେବକ ଅଟନ୍ତି I ବିକଳ୍ପ ଅନୁବାଦ: “ଏକ ସେବାକାର୍ଯ୍ୟ, ଯାହା ଲୋକମାନଙ୍କୁ ଧାର୍ମିକ ଗଣିତ କରେ, କାରଣ ତାହା ଆତ୍ମାଙ୍କ ଉପରେ ଆଧାରିତ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 3:10

ଅତି ଅଧିକ ଗୌରବଯୁକ୍ତ ନୂତନ ନିୟମ ସହିତ ତୁଳନା କଲେ, ପୁରାତନ ନିୟମ ଆଉ ଗୌରବଯୁକ୍ତ ଦେଖାଯାଏ ନାହିଁ I

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବ୍ୟବସ୍ଥା, ଯାହାକୁ ଈଶ୍ବର ଥରେ ଗୌରବଯୁକ୍ତ କରିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐν τούτῳ τῷ μέρει

ଏହି ପ୍ରକାରେ"

2 Corinthians 3:11

τὸ καταργούμενον

ଏହା “ଦଣ୍ଡାଜ୍ଞାର ସେବା”କୁ ବୁଝାଏ, ଯାହା ବିଷୟରେ ପାଉଲ କହନ୍ତି ସତେ ଯେପରି ଏହା ଗୋଟିଏ ଅଦୃଶ୍ୟ ହେବା ପଦାର୍ଥ I ବିକଳ୍ପ ଅନୁବାଦ: “ଯାହା ଅର୍ଥହୀନ ହେଉଥିଲା” (ଦେଖ: ଉପମା/ରୂପକ)

2 Corinthians 3:12

ପାଉଲ ଏବେ ଯାହା କହିଛନ୍ତି, ତା’କୁ ଏହା ଇଂଗିତ କରୁଛି I ନୂତନ ନିୟମର ଏକ ଅନନ୍ତ ଗୌରବ ଅଛି ବୋଲି ଜାଣିବା ବିଷୟରୁ ତାଙ୍କର ଭରସା ଆସିଥାଏ I

τοιαύτην ἐλπίδα

ଏହି ପ୍ରକାର ଭରସା

2 Corinthians 3:13

ଏହା ମୋଶାଙ୍କ ମୁଖରେ ପ୍ରକାଶିତ ଗୌରବକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋଶାଙ୍କ ମୁଖରେ ପ୍ରକାଶିତ ଗୌରବ ଯାହା ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଗଲା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 3:14

"କିନ୍ତୁ ସେମାନଙ୍କର ମନ କଠିନ ହେଲା I ପାଉଲ ଇଶ୍ରାୟେଲ ଲୋକମାନଙ୍କର ମନକୁ କୌଣସି ପଦାର୍ଥ ସଦୃଶ ବୋଲି କହନ୍ତି, ଯାହା ବନ୍ଦ ହୋଇଯିବ କିମ୍ବା କଠିନ କରାଯାଇପାରିବ I ଏହି ଭାବର ଅର୍ଥ ଏହା ଯେ ସେମାନେ ଯାହା ଦେଖିଲେ, ତାହା ବୁଝିବାକୁ ଅସମର୍ଥ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ଇଶ୍ରାୟେଲୀୟମାନେ ଯାହା ଦେଖିଲେ, ତାହା ବୁଝିପାରିଲେ ନାହିଁ” (ଦେଖ: ଉପମା/ରୂପକ)

γὰρ τῆς ἡμέρας

ପାଉଲ କରିନ୍ଥୀୟମାନଙ୍କୁ ଲେଖୁଥିବା ସମୟରେ

ଠିକ୍ ଯେପରି ଇଶ୍ରାୟେଲୀୟମାନେ ମୋଶାଙ୍କ ମୁଖର ଗୌରବ ଦେଖିପାରିଲେ ନାହିଁ, କାରଣ ସେ ଗୋଟିଏ ଆବରଣ ନେଇ ଆପଣାର ମୁଖ ଆଚ୍ଛାଦନ କରିଥିଲେ, ସେପରି ଗୋଟିଏ ଆତ୍ମିକ ଆବରଣ ଅଛି, ଯାହା ପୁରାତନ ନିୟମ ପାଠ କରିବା ସମୟରେ ଲୋକମାନଙ୍କୁ ବୁଝିବାରୁ ନିବୃତ୍ତ କରିଥାଏ I (ଦେଖ: ଉପମା/ରୂପକ)

ଯେତେବେଳେ ସେମାନେ କେହି ଜଣେ ପୁରାତନ ନିୟମ ପଢୁଥିବା ଶୁଣନ୍ତି"

ଏଠାରେ ଦୁଇ ଥର ବ୍ୟବହାର ହୋଇଥିବା “ସେହି” ଶବ୍ଦ “ଏକା ଆବରଣ”କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ସେହି ଆବରଣକୁ ଅପସାରଣ କରନ୍ତି ନାହିଁ, କାରଣ କେବଳ ଖ୍ରୀଷ୍ଟଙ୍କଠାରେ ହିଁ ଈଶ୍ବର ତାହା ଅପସାରଣ କରନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 3:15

ଏହି ବାକ୍ୟାଂଶ କରିନ୍ଥୀୟମାନଙ୍କୁ ପାଉଲ ଲେଖିଥିବା ସମୟକୁ ବୁଝାଏ I

ἡνίκα ἂν ἀναγινώσκηται Μωϋσῆς

ଏଠାରେ “ମୋଶା” ଶବ୍ଦ ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ବି ଜଣେ ମୋଶାଙ୍କ ବ୍ୟବସ୍ଥା ପାଠ କରେ” (ଦେଖ: ଲାକ୍ଷଣିକ ଶବ୍ଦକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏଠାରେ “ହୃଦୟ” ଶବ୍ଦଟି ଲୋକଙ୍କର ଭାବନାକୁ ବୁଝାଏ ଓ ଲୋକମାନେ ପୁରାତନ ନିୟମକୁ ବୁଝିବାକୁ ଅସମର୍ଥ ହେବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେମାନଙ୍କର ହୃଦୟକୁ ଗୋଟିଏ ଆବରଣ ଆଚ୍ଛାଦନ କରିଅଛି, ଯେ ପ୍ରକାରେ ସେମାନଙ୍କର ଆଖିକୁ ଗୋଟିଏ ଶାରୀରିକ ଆବରଣ ଆଚ୍ଛାଦନ କରିପାରେ I ବିକଳ୍ପ ଅନୁବାଦ: ‘ସେମାନେ ଯାହା ଶୁଣୁଛନ୍ତି, ତାହା ବୁଝିବାକୁ ଅସମର୍ଥ” (ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

2 Corinthians 3:16

ଏଠାରେ “ଫେରିଲେ” ଶବ୍ଦ ଗୋଟିଏ ରୂପକ, ଯାହାର ଅର୍ଥ ଜଣକ ପ୍ରତି ଅନୁଗତ ରହିବା I ବିକଳ୍ପ ଅନୁବାଦ: “ଯେତେବେଳେ ଜଣେ ଲୋକ ପ୍ରଭୁଙ୍କ ଉପାସନା କରିବାକୁ ଆରମ୍ଭ କରେ” କିମ୍ବା “ଯେତେବେଳେ ଜଣେ ଲୋକ ପ୍ରଭୁଙ୍କଠାରେ ଭରସା ରଖିବାକୁ ଆରମ୍ଭ କରେ” (ଦେଖ: ଉପମା/ରୂପକ)

Κύριον περιαιρεῖται τὸ κάλυμμα

ଈଶ୍ବର ସେମାନଙ୍କୁ ବୁଝିବାପାଇଁ ସାମର୍ଥ୍ୟ ଦିଅନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆବରଣଟିକୁ ଅପସାରଣ କରନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ବୁଝିବାପାଇଁ ସାମର୍ଥ୍ୟ ଦିଅନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 3:18

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ କରିନ୍ଥୀୟମାନଙ୍କୁ ଅନ୍ତର୍ଭୁକ୍ତକରି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ଇଶ୍ରାୟେଲୀୟମାନେ ମୋଶାଙ୍କ ମୁଖରେ ପ୍ରକାଶିତ ଗୌରବକୁ ଦେଖିପାରିଲେ ନାହିଁ, କାରଣ ସେ ଗୋଟିଏ ଆବରଣ ନେଇ ତାହା ଆଚ୍ଛାଦନ କରିଥିଲେ, କିନ୍ତୁ ତା’ରି ବିପରୀତରେ ଈଶ୍ବରଙ୍କ ଗୌରବକୁ ଦେଖିବା ଓ ବୁଝିବାପାଇଁ ବିଶ୍ବାସୀମାନଙ୍କୁ ବାଧା ଦେବାପାଇଁ କୌଣସି ବିଷୟ ନାହିଁ I (ଦେଖ: ଉପମା/ରୂପକ)

ଆତ୍ମା ବିଶ୍ବାସୀମାନଙ୍କୁ ତାହାଙ୍କ ସଦୃଶ ଗୌରବଯୁକ୍ତ ହେବାପାଇଁ ପରିବର୍ତ୍ତନ କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଆମ୍ଭମାନଙ୍କୁ ତାହାଙ୍କ ଗୌରବଯୁକ୍ତ ସାଦୃଶରେ ପରିବର୍ତ୍ତନ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ଗୋଟିଏ ପରିମାଣର ଗୌରବରୁ ଆଉ ଗୋଟିଏ ପରିମାଣର ଗୌରବକୁ I ଏହାର ଅର୍ଥ ଏହି ଯେ ଆତ୍ମା ବିଶ୍ବାସୀମାନଙ୍କର ଗୌରବକୁ ନିରନ୍ତର ଭାବରେ ବୃଦ୍ଧି ସାଧନ କରୁଛନ୍ତି I

καθάπερ ἀπὸ Κυρίου

ଠିକ୍ ଯେପରି ଏହା ପ୍ରଭୁଙ୍କଠାରୁ ଆସିଥାଏ"

2 Corinthians 4

୨ କରିନ୍ଥୀୟ ୦୪ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟ “ଅତଏବ” ଶବ୍ଦ ସହିତ ଆରମ୍ଭ ହେଉଛି I ଏହା ପୂର୍ବ ଅଧ୍ୟାୟ ଶିକ୍ଷା ଦେଇଥିବା ବିଷୟକୁ ସଂଯୋଗ କରେ I ଏହି ଅଧ୍ୟାୟଗୁଡିକ କିପରି ବିଭାଜିତ ହୋଇଛି, ତାହା ପାଠକକୁ ହୁଏତ ଦ୍ବନ୍ଦ ଲାଗିପାରେ I

ଏହି ଅଧ୍ୟାୟର ବିଶେଷ ଧାରଣା

ସେବାକାର୍ଯ୍ୟ

ପାଉଲ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହି ସେମାନଙ୍କର ସେବା କରୁଛନ୍ତି I ସେ କୌଶଳ କରି ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାକୁ ଉଦ୍ୟମ କରୁନାହାନ୍ତି I ଯଦି ସେମାନେ ସୁସମାଚାର ବୁଝନ୍ତି ନାହିଁ, ଏହା ଚୁଡାନ୍ତ ଭାବରେ ଆତ୍ମିକ ସମସ୍ୟା I(ଦେଖ: ଆତ୍ମା*,* ବାୟୁ, ଶ୍ୱାସ)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଆଲୋକ ଓ ଅନ୍ଧକାର

ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ସମ୍ବନ୍ଧରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ ଯାପନ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଏପରି କହିଥାଏ ଯେ ସତେ ଯେପରି ସେମାନେ ଅନ୍ଧକାର ମଧ୍ୟରେ ଚାଲୁଛନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ସେମାନେ ମନ୍ଦ କାର୍ଯ୍ୟ କରୁଅଛନ୍ତି ବୋଲି ବୁଝିବାକୁ ଓ ଈଶ୍ବରଙ୍କୁ ମାନିବା ନିମନ୍ତେ ଆରମ୍ଭ କରିବାକୁ ସମର୍ଥ କରିଥାଏ I(ଦେଖ: ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତା)

ଜୀବନ ଓ ମୃତ୍ୟୁ

ପାଉଲ ଏଠାରେ ଶାରୀରିକ ଜୀବନ ଓ ମୃତ୍ୟୁକୁ ଇଂଗିତ କରନ୍ତି ନାହିଁ I ଜୀବନର ଅର୍ଥ ଯାହା ଜଣେ ଖ୍ରୀଷ୍ଟିୟାନ ଯୀଶୁଙ୍କଠାରେ ପାଇଥିବା ନୂତନ ଜୀବନକୁ ବୁଝାଏ I ମୃତ୍ୟୁର ଅର୍ଥ ଯୀଶୁଙ୍କଠାରେ ବିଶ୍ବାସ କରିବା ପୂର୍ବରୁ ଜୀବନର ପୁରାତନ ମାର୍ଗକୁ ବୁଝାଏ I(ଦେଖ: ଜୀବନ,ଜୀବନ ଯାପନ କରିବା, ଜୀବିକା, ଜୀବିତମୃତ୍ୟୁହେବା*,* ମୃତ,ମାରାତ୍ମକ, ମୃତ୍ୟୁବିଶ୍ୱାସ)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଭରସା

ପାଉଲ ଉଦ୍ଦେଶ୍ୟମୂଳକ ଭାବରେ ଏକ ପୁନରାବୃତ୍ତିର ନମୂନା ବ୍ୟବହାର କରୁଛନ୍ତି I ସେ ଗୋଟିଏ ଉକ୍ତି କହୁଛନ୍ତି I ତାପରେ ସେ ଗୋଟିଏ ବିପରୀତ ଭଳି ଅବା ବିରୋଧାଭାସ ଭଳି କିଅବା ଗୋଟିଏ ବ୍ୟତିକ୍ରମ ବିଷୟ ଦେଇ ତାହା ଅଗ୍ରାହ୍ୟ କରୁଛନ୍ତି I ଏସବୁ ମିଳିତ ଭାବରେ ପାଠକଙ୍କୁ କଷ୍ଟକର ପରିସ୍ଥିତିରେ ଆଶା ଦେଇଥାଏ I(ଦେଖ: ଆଶା, ଆଶା)

2 Corinthians 4:1

ପାଉଲ ଲେଖୁଛନ୍ତି ଯେ ସେ ଆପଣାର ପ୍ରଶଂସା ନ କରି, ଖ୍ରୀଷ୍ଟଙ୍କର ପ୍ରଚାର କରିବା ଦ୍ବାରା ଆପଣା ସେବାକାର୍ଯ୍ୟରେ ସଚ୍ଚୋଟ ଅଟନ୍ତି I ସେ ଆପଣାର ଜୀବନ ଯାପନ ଦ୍ବାରା ଯୀଶୁଙ୍କର ମୃତ୍ୟୁ ଓ ଜୀବନକୁ ପ୍ରଦର୍ଶନ କରୁଛନ୍ତି, ଯେପରି କରିନ୍ଥୀୟ ବିଶ୍ବାସୀମାନଙ୍କ ମଧ୍ୟରେ ଜୀବନ କାର୍ଯ୍ୟ କରିବ I

ଏଠାରେ ‘ଆମ୍ଭେମାନେ” ଶବ୍ଦଟି ପାଉଲ ଓ ତାହାଙ୍କର ସହକର୍ମୀମାନଙ୍କୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ପାଉଲ ଓ ତାହାଙ୍କର ସହକର୍ମୀମାନେ “ଏହି ସେବାକାର୍ଯ୍ୟ” ପାଇଛନ୍ତି ବୋଲି ଏହି ବାକ୍ୟାଂଶଟି ବୁଝାଏ I ଏହା ଗୋଟିଏ ଦାନ ଯାହା ଈଶ୍ବର ଆପଣା ଦୟାରେ ସେମାନଙ୍କୁ ଦେଇଛନ୍ତି I ବିକଳ୍ପ ଅନୁବାଦ: “କାରଣ ଈଶ୍ବର ଆମ୍ଭମାନଙ୍କୁ ଦୟା ଦେଖାଇଛନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 4:2

ଏହାର ଅର୍ଥ ଏହି ଯେ ପାଉଲ ଓ ତାହାଙ୍କର ସହକର୍ମୀମାନେ “ଗୁପ୍ତ ଓ ଲଜ୍ଜାଜନକ” ବିଷୟ ସବୁ କରିବାକୁ ଅଗ୍ରାହ୍ୟ କରିଥିଲେ I ଏହାର ଅର୍ଥ ନୁହେଁ ଯେ ସେମାନେ ଅତୀତରେ ଏହି ସବୁ ବିଷୟ କରିଥିଲେ I

“ଗୁପ୍ତ” ଶବ୍ଦଟି ଲୋକମାନେ ଗୋପନରେ କରୁଥିବା ବିଷୟ ସବୁକୁ ବୁଝାଏ I ଲଜ୍ଜାଜନକ ବିଷୟସବୁ ତାହା କରୁଥିବା ଲୋକମାନଙ୍କ ମଧ୍ୟରେ ଲଜ୍ଜାବୋଧ ଜନ୍ମାଇବା ଉଚିତ I ବିକଳ୍ପ ଅନୁବାଦ: “ଲୋକମାନେ ସେ ସବୁ ବିଷୟ ଗୁପ୍ତରେ କରନ୍ତି, କାରଣ ସେସବୁ ଲଜ୍ଜାବୋଧ ଜନ୍ମାଏ” (ଦେଖ: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)

περιπατοῦντες ἐν πανουργίᾳ

ଧୂର୍ତ୍ତତାରେ ଜୀବନ ଯାପନ କରିବା

"ଏଠାରେ ଈଶ୍ବରଙ୍କ ବାକ୍ୟ ଈଶ୍ବରଙ୍କ ସମ୍ବାଦକୁ ବୁଝାଏ I ଏହି ବାକ୍ୟାଂଶଟି ଗୋଟିଏ ସକରାତ୍ମକ ଭାବନାକୁ ପ୍ରକାଶ କରିବାପାଇଁ ଦୁଇଟି ନକରାତ୍ମକ ଭାବନାକୁ ବ୍ୟବହାର କରୁଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଈଶ୍ବରଙ୍କ ସମ୍ବାଦକୁ ଛଳରେ ବ୍ୟବହାର କରୁନାହୁଁ” କିମ୍ବା “ଆମ୍ଭେମାନେ ଈଶ୍ବରଙ୍କ ବାକ୍ୟକୁ ଯଥାର୍ଥଭାବରେ ବ୍ୟବହାର କରୁଅଛୁ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକଲାକ୍ଷଣିକ ଶବ୍ଦ)

ଏହାର ଅର୍ଥ ଏହି ଯେ ସେମାନେ ସେମାନଙ୍କ କଥା ଶୁଣୁଥିବା ପ୍ରତ୍ୟେକଙ୍କ ନିମନ୍ତେ ସେମାନେ ଠିକ୍ କି ଭୁଲ୍, ଏହା ସ୍ଥିର କରିବାକୁ ଯଥେଷ୍ଟ ପ୍ରମାଣ ଯୋଗାଇଥାନ୍ତି I

ἐνώπιον τοῦ Θεοῦ

ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ପାଉଲଙ୍କର ସତ୍ୟବାଦିତାକୁ ଈଶ୍ବରଙ୍କ ବୁଝିବା ଓ ସମର୍ଥନ କରିବା ବିଷୟକୁ ଈଶ୍ବର ସେସବୁକୁ ଦେଖିବା ନିମନ୍ତେ ସମର୍ଥ ବୋଲି ଦର୍ଶାଯାଇଛି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” କିମ୍ବା “ଈଶ୍ବର ସାକ୍ଷୀ ଭାବରେ” (ଦେଖ: ଉପମା/ରୂପକ)

2 Corinthians 4:3

ଏହା ପାଉଲ ୨ କରିନ୍ଥୀୟ ୩:୧୪ରେ ଆରମ୍ଭ କରିଥିବା ବିଷୟକୁ ଉଲ୍ଲେଖ କରେ I ସେଠାରେ ପାଉଲ ବୁଝାଉଛନ୍ତି ଯେ ଗୋଟିଏ ଆତ୍ମିକ ଆବରଣ ଅଛି, ଯାହା ପୁରାତନ ନିୟମ ପାଠ କରିବାବେଳେ ଲୋକମାନଙ୍କୁ ବୁଝିବାରୁ ନିବୃତ୍ତ କରୁଛି I ସେହି ପ୍ରକାରେ, ଲୋକମାନେ ସୁସମାଚାର ବୁଝିବାକୁ ଅସମର୍ଥ ଅଟନ୍ତି I (ଦେଖ: ଉପମା/ରୂପକ)

εἰ ἔστιν κεκαλυμμένον τὸ εὐαγγέλιον ἡμῶν, ἐστὶν κεκαλυμμένον

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କୌଣସି ଆବରଣ ଆମ୍ଭମାନଙ୍କର ସୁସମାଚାରକୁ ଆଚ୍ଛାଦନ କରୁଅଛି, ସେହି ଆବରଣ ତାହା ଆଚ୍ଛାଦନ କରୁଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὸ εὐαγγέλιον ἡμῶν

ଆମ୍ଭେମାନେ ଯେଉଁ ସୁସମାଚାର ପ୍ରଚାର କରୁଅଛୁ"

2 Corinthians 4:4

ପାଉଲ ସେମାନଙ୍କ ମନ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକର ଆଖି ଅଛି ଓ ସେସବୁ ବୁଝିବାକୁ ଅସମର୍ଥ, ଯେପରି ସେମାନଙ୍କର ମନ ଦେଖିବାକୁ ଅସମର୍ଥ ହେଉଛି I ବିକଳ୍ପ ଅନୁବାଦ: “ଏହି ଜଗତର ଅଧିପତି ଅବିଶ୍ବାସୀମାନଙ୍କୁ ବୁଝିବାରୁ ନିବୃତ୍ତ କରିଅଛି” (ଦେଖ: ଉପମା/ରୂପକ)

ὁ θεὸς τοῦ τοῦ αἰῶνος αἰῶνος τούτου

"ଏହି ଜଗତକୁ ଶାସନ କରୁଥିବା ଅଧିପତି I ଏହି ବାକ୍ୟାଂଶ ଶୟତାନକୁ ବୁଝାଏ I

ଯେପରି ଇଶ୍ରାୟେଲୀୟମାନେ ମୋଶାଙ୍କ ମୁଖରେ ପ୍ରକାଶିତ ହେଉଥିବା ଈଶ୍ବରଙ୍କ ଗୌରବକୁ ଦେଖିପାରିଲେ ନାହିଁ, କାରଣ ସେ ଏହାକୁ ଗୋଟିଏ ଆବରଣରେ ଆଚ୍ଛାଦନ କରିଥିଲେ (୨ କରିନ୍ଥୀୟ ୩:୧୩), ଅବିଶ୍ବାସୀମାନେ ସୁସମାଚାରରେ ପ୍ରକାଶିତ ହେଉଥିବା ଖ୍ରୀଷ୍ଟଙ୍କର ଗୌରବ ଦେଖିବାକୁ ଅସମର୍ଥ ଅଟନ୍ତି I ଏହାର୍ ଅର୍ଥ ଏହି ଯେ ସେମାନେ “ଖ୍ରୀଷ୍ଟଙ୍କର ଗୌରବମୟ ସୁସମାଚାର” ବୁଝିବାକୁ ଅସମର୍ଥ ଅଟନ୍ତି” (ଦେଖ: ଉପମା/ରୂପକ)

τὸν φωτισμὸν τοῦ εὐαγγελίου

ସୁସମାଚାରରୁ ଆସୁଥିବା ଆଲୋକ"

τοῦ εὐαγγελίου τῆς δόξης τοῦ Χριστοῦ

ଖ୍ରୀଷ୍ଟଙ୍କର ଗୌରବ ବିଷୟରେ ସୁସମାଚାର

2 Corinthians 4:5

ଏହି ବାକ୍ୟାଂଶଗୁଡିକ ନିମନ୍ତେ ତୁମେ କ୍ରିୟା ଦେଇପାରିବ I ବିକଳ୍ପ ଅନୁବାଦ: “ମାତ୍ର ଯୀଶୁଖ୍ରୀଷ୍ଟ ଯେ ପ୍ରଭୁ ଓ ଆମ୍ଭେମାନେ ଯେ ତାହାଙ୍କର ସେବକ, ତାହା ପ୍ରଚାର କରୁ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

ଯୀଶୁଙ୍କ ସକାଶୁ

2 Corinthians 4:6

ἐκ σκότους φῶς λάμψει

ଏହି ବାକ୍ୟ ସହିତ ପାଉଲ ଈଶ୍ବର ଆଲୋକ ସୃଷ୍ଟି କରିଥିବା ବିଷୟ ଉଲ୍ଲେଖ କରୁଛନ୍ତି, ଯେପରି ଆଦିପୁସ୍ତକରେ ବର୍ଣ୍ଣନା କରାଯାଇଛି I

ଏଠାରେ “ଆଲୋକ” ବୁଝିବାର ସାମର୍ଥ୍ୟକୁ ବୁଝାଏ I ଈଶ୍ବର ଯେ ପ୍ରକାରେ ଆଲୋକ ସୃଷ୍ଟି କଲେ, ସେ ବିଶ୍ବାସୀମାନଙ୍କ ପାଇଁ ଜ୍ଞାନ ମଧ୍ୟ ସୃଷ୍ଟି କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗୌରବ ବୁଝିବା ନିମନ୍ତେ ସମର୍ଥ କରିବାକୁ ...ସେ ଆଲୋକ ପ୍ରକାଶ କରିଅଛନ୍ତି” (ଦେଖ: ଉପମା/ରୂପକ)

ἐν ταῖς καρδίαις ἡμῶν

ଏଠାରେ “ହୃଦୟ” ଶବ୍ଦଟି ମନ ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ମନ ମଧ୍ୟରେ” (ଦେଖ: ଲାକ୍ଷଣିକ ଶବ୍ଦ)

ଆଲୋକ, ଯାହା ଈଶ୍ବରଙ୍କ ଗୌରବର ଜ୍ଞାନ ଅଟେ

"ଯୀଶୁଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବ I ଯେପରି ମୋଶାଙ୍କ ମୁଖରେ ଈଶ୍ବରଙ୍କ ଗୌରବ ପ୍ରକାଶିତ ହୋଇଥିଲା (୨ କରିନ୍ଥୀୟ ୩:୭), ଏହା ମଧ୍ୟ ଯୀଶୁଙ୍କ ମୁଖରେ ପ୍ରକାଶିତ ହୁଏ I ଏହାର ଅର୍ଥ ଏହି ଯେ ଯେତେବେଳେ ପାଉଲ ସୁସମାଚାର ପ୍ରଚାର କରନ୍ତି, ଲୋକମାନେ ଈଶ୍ବରଙ୍କ ଗୌରବ ବିଷୟକ ସମ୍ବାଦ ଦେଖିବାକୁ ଓ ବୁଝିବାକୁ ସମର୍ଥ ହେଉଛନ୍ତି I (ଦେଖ: ଉପମା/ରୂପକ)

2 Corinthians 4:7

ἔχομεν δὲ

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଓ ତାହାଙ୍କ ସହକର୍ମୀମାନଙ୍କୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ἔχομεν τὸν θησαυρὸν τοῦτον ἐν ὀστρακίνοις σκεύεσιν

ପାଉଲ ସୁସମାଚାର ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଧନ ଓ ସେମାନଙ୍କର ଶରୀର ସତେ ଯେପରି ମୃତ୍ତିକାରୁ ନିର୍ମିତ ଭଙ୍ଗୁର ପାତ୍ର I ଏହା ଗୁରୁତ୍ବ ଦିଏ ଯେ ସେମାନେ ପ୍ରଚାର କରୁଥିବା ସୁସମାଚାରର ମୂଲ୍ୟ ସହିତ ତୁଳନା କଲେ, ସେମାନେ କମ୍ ମୂଲ୍ୟ ବିଶିଷ୍ଟ I (ଦେଖ: ଉପମା/ରୂପକ)

ସେଥିପାଇଁ ଏହା ଲୋକମାନଙ୍କ ପାଇଁ ସ୍ପଷ୍ଟ କିମ୍ବା “ସେଥିପାଇଁ ଲୋକମାନେ ସ୍ପଷ୍ଟ ଭାବରେ ଜାଣନ୍ତି”"

2 Corinthians 4:8

ἐν παντὶ θλιβόμενοι

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଆମ୍ଭମାନଙ୍କୁ ସର୍ବପ୍ରକାରେ କ୍ଲେଶ ଦିଅନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 4:9

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଆମ୍ଭମାନଙ୍କୁ ତାଡନା କରନ୍ତି, ମାତ୍ର ଈଶ୍ବର ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଆମ୍ଭମାନଙ୍କୁ ଅଧୋପତନ କରନ୍ତି, କିନ୍ତୁ ଆମ୍ଭମାନଙ୍କୁ ବିନଷ୍ଟ କରନ୍ତି ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଆମ୍ଭେମାନେ ଗୁରୁତର ଭାବରେ ଆଘାତ ପ୍ରାପ୍ତ ହେଉଅଛୁ

2 Corinthians 4:10

ପାଉଲ ଆପଣା ଦୁଃଖଭୋଗ ବିଷୟରେ କହନ୍ତି ସତେ ଯେପରି ସେଗୁଡିକ ଯୀଶୁଙ୍କ ମୃତ୍ୟୁଭୋଗର ଗୋଟିଏ ଅନୁଭୁତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅନେକ ଥର ମୃତ୍ୟୁମୁଖରେ ପଡିଅଛୁ, ଯେପରି ଯୀଶୁ ମୃତ୍ୟୁଭୋଗ କଲେ” କିମ୍ବା “ଆମ୍ଭେମାନେ ସର୍ବଦା ଏ ପ୍ରକାରେ ଦୁଃଖଭୋଗ କରୁଅଛୁ ଯେ ଯୀଶୁଙ୍କ ମୃତ୍ୟୁକୁ ଅନୁଭବ କରୁଅଛୁ” (ଦେଖ: ଉପମା/ରୂପକ)

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କର ଶରୀର ପୁନର୍ବାର ଜୀବିତ ହେବ, ଯେହେତୁ ଯୀଶୁ ଜିବିତ ଅଟନ୍ତି” କିମ୍ବା ୨) “ଯୀଶୁ ଦେଉଥିବା ଆତ୍ମିକ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହେବ I”

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟମାନେ ଆମ୍ଭମାନଙ୍କ ଶରୀରରେ ଯୀଶୁଙ୍କ ଜୀବନ ଦେଖିପାରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 4:11

ଯୀଶୁଙ୍କର ମୃତ୍ୟୁକୁ ବହନ କରିବାର ଅର୍ଥ ଯୀଶୁଙ୍କ ପ୍ରତି ଅନୁଗତ ରହିବା ସକାଶୁ ମୃତ୍ୟୁଜନକ ବିପଦରେ ପଡିବା I ବିକଳ୍ପ ଅନୁବାଦ: “କାରଣ ଆମ୍ଭମାନଙ୍କ ମଧ୍ୟରୁ ଯେତେ ଜଣ ଜୀବିତ ଅଛୁ, ଈଶ୍ବର ଆମ୍ଭମାନଙ୍କୁ ସର୍ବଦା ମୃତ୍ୟୁମୁଖ ଆଡକୁ କଢାଇ ନେଉଛନ୍ତି, କାରଣ ଆମ୍ଭେମାନେ ଯୀଶୁଙ୍କଠାରେ ସଂଯୁକ୍ତ ଅଟୁ” କିମ୍ବା “ଆମ୍ଭେମାନେ ଯେ ଜୀବିତ, ଆମ୍ଭମାନଙ୍କୁ ଲୋକମାନେ ସର୍ବଦା ମୃତ୍ୟୁର ବିପଦରେ ପକାଉଅଛନ୍ତି, କାରଣ ଆମ୍ଭେମାନେ ଯୀଶୁଙ୍କଠାରେ ସଂଯୁକ୍ତ ଅଟୁ” (ଦେଖ: ଉପମା/ରୂପକ)

ἵνα ἡ ζωὴ τοῦ Ἰησοῦ φανερωθῇ ἐν σαρκὶ ἡμῶν

ଈଶ୍ବର ଚାହାନ୍ତି ଆମ୍ଭମାନଙ୍କଠାରେ ଯୀଶୁଙ୍କ ଜୀବନ ପ୍ରକାଶିତ ହେଉ I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଆମ୍ଭମାନଙ୍କର ଶରୀର ପୁନର୍ବାର ଜୀବିତ ହେବ, ଯେହେତୁ ଯୀଶୁ ଜୀବିତ ଅଟନ୍ତି” କିମ୍ବା ୨) “ଯୀଶୁ ଦେଉଥିବା ଆତ୍ମିକ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହେବ I” ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ୨ କରିନ୍ଥୀୟ ୪:୧୦ରେ ଅନୁବାଦ କଲ I

ἵνα ἡ ζωὴ τοῦ Ἰησοῦ φανερωθῇ ἐν σαρκὶ ἡμῶν

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ୨ କରିନ୍ଥୀୟ ୪:୧୦ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେପରି ଅନ୍ୟମାନେ ଆମ୍ଭମାନଙ୍କ ଶରୀରରେ ଯୀଶୁଙ୍କ ଜୀବନ ଦେଖିପାରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 4:12

ପାଉଲ ମୃତ୍ୟୁ ଓ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କାମ କରିପାରୁଥିବା ଲୋକମାନେ I ଏହାର ଅର୍ଥ ଏହି ଯେ ସେମାନେ ସର୍ବଦା ଶାରୀରିକ ମୃତ୍ୟୁର ବିପଦରେ ଅଛନ୍ତି, ଯେପରି କରିନ୍ଥୀୟମାନେ ଆତ୍ମିକ ଜୀବନ ପାଇପାରିବେ I (ଦେଖ: ବ୍ୟକ୍ତିତ୍ୱଆରୋପ)

2 Corinthians 4:13

τὸ αὐτὸ πνεῦμα τῆς πίστεως

"ବିଶ୍ବାସର ସେହି ଏକା ଆଚରଣ I ଏଠାରେ “ଆତ୍ମା” ଶବ୍ଦଟି ଜଣେ ଲୋକର ଆଚରଣ ଓ ସ୍ବଭାବକୁ ବୁଝାଏ I

κατὰ τὸ γεγραμμένον

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ବାକ୍ୟସବୁ ଲେଖିଥିବା ଲୋକ ଭାବରେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐπίστευσα, διὸ ἐλάλησα

ଏହା ଗୀତସଂହିତାରୁ ନିଆଯାଇଥିବା ଗୋଟିଏ ଉଦ୍ଧୃତି

2 Corinthians 4:14

ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହା ଜଣେ ମୃତ ଲୋକ ପୁନର୍ବାର ଜୀବିତ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ପ୍ରଭୁ ଯୀଶୁଙ୍କୁ ଉଠାଇଲେ ... ଉଠାଇବେ” କିମ୍ବା “ଈଶ୍ବର, ଯେ କି ପ୍ରଭୁଯୀଶୁଙ୍କୁ ମୃତ୍ୟୁରୁ ଉଠାଇଲେ, ... ଉଠାଇବେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

2 Corinthians 4:15

ଏଠାରେ “ସମସ୍ତ ବିଷୟ” ସବୁ ଦୁଃଖଭୋଗକୁ ବୁଝାଏ, ଯାହା ପାଉଲ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଛନ୍ତି I

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆପଣା ଅନୁଗ୍ରହ ଅନେକଙ୍କ ନିକଟରେ ପରିବ୍ୟାପ୍ତ କରିଥାନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ପାଉଲ “ଧନ୍ୟବାଦାର୍ପଣ” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଆପେ ଆପେ ବୃଦ୍ଧିପାଇବ I ବିକଳ୍ପ ଅନୁବାଦ: “ଅଧିକରୁ ଅଧିକ ଲୋକ ଧନ୍ୟବାଦ ଉତ୍ସର୍ଗ କରିବେ” (ଦେଖ: ଉପମା/ରୂପକ)

2 Corinthians 4:16

ପାଉଲ ଲେଖୁଛନ୍ତି ଯେ ଅଦୃଶ୍ୟ ଅନନ୍ତକାଳୀନ ବିଷୟ ସହିତ ତୁଳନା କଲେ, କରିନ୍ଥୀୟମାନଙ୍କର କଷ୍ଟ ଅତି ନ୍ୟୁନ ଓ କ୍ଷଣସ୍ଥାୟୀ ଅଟେ I

διὸ οὐκ ἐνκακοῦμεν ἐνκακοῦμεν

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ଦୃଢ଼ ବିଶ୍ବାସୀ ଅଟୁ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

ଏହା କ୍ଷୟ ପାଉଥିବା ଓ ମୃତକଳ୍ପ ହେଉଥିବା ବାହ୍ୟିକ ପୁରୁଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ବାହ୍ୟିକ ପୁରୁଷ ଦୁର୍ବଳ ଓ ମୃତକଳ୍ପ ହେଉଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହା ବଳବାନ୍ ହେଉଥିବା ଆନ୍ତରିକ ଆତ୍ମିକ ପୁରୁଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଆତ୍ମିକ ପୁରୁଷ ଦିନକୁଦିନ ବଳବାନ୍ ହେଉଅଛି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କର ଆନ୍ତରିକ ପୁରୁଷକୁ ପ୍ରତି ଦିନ ନୂତନ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 4:17

ପାଉଲ ଆପଣାର ଦୁଃଖଭୋଗ ଓ ଈଶ୍ବର ତାହାଙ୍କୁ ଦେବାକୁ ଥିବା ଗୌରବ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ଗୋଟିଏ ପଦାର୍ଥ, ଯାହାର ଓଜନ କରାଯାଇପାରିବ I ଦୁଃଖଭୋଗଠାରୁ ଗୌରବ ଅଧିକ ଓଜନ ବିଶିଷ୍ଟ I (ଦେଖ: ଉପମା/ରୂପକ)

ପାଉଲ ଯେଉଁ ଗୌରବ ଅନୁଭବ କରିବେ, ତାହା କେହି ମାପି ପାରିବେ ନାହିଁ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କେହି ମାପିପାରିବେ ନାହିଁ” (ଦେଖ: ଉପମା/ରୂପକକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 4:18

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ଦେଖିପାରୁ ...ଯାହା ଆମ୍ଭେମାନେ ଦେଖିପାରୁ ନାହୁଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହି ବାକ୍ୟାଂଶ ପାଇଁ ତୁମେ କ୍ରିୟା ଦେଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଆମ୍ଭେମାନେ ଅଦୃଶ୍ୟ ବିଷୟ ପ୍ରତି ଦୃଷ୍ଟି ରଖି ଅପେକ୍ଷା କରୁଅଛୁ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

2 Corinthians 5

୨ କରିନ୍ଥୀୟ ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସ୍ବର୍ଗରେ ନୂତନ ଶରୀର

ପାଉଲ ଜାଣନ୍ତି ଯେ ସେ ମୃତ୍ୟୁଭୋଗ କଲାପରେ ଏକ ଅଧିକ ଉତ୍ତମ ଶରୀର ଲାଭ କରିବେ I ଏଥି ସକାଶୁ, ସେ ସୁସମାଚାର ପ୍ରଚାର କରିବା ନିମନ୍ତେ ଭୟଭୀତ ନୁହନ୍ତି I ସେଥିପାଇଁ ସେ ଅନ୍ୟମାନଙ୍କୁ କୁହନ୍ତି ଯେ ସେମାନେ ମଧ୍ୟ ଈଶ୍ବରଙ୍କ ସହିତ ସମ୍ମିଳିତ ହୋଇପାରିବେ I ଖ୍ରୀଷ୍ଟ ସେମାନଙ୍କର ପାପକୁ ନେଇଯାଇ ସେମାନଙ୍କୁ ଧାର୍ମିକତା ପ୍ରଦାନ କରିବେ I(ଦେଖ: ଉତ୍ତମ ବାର୍ତ୍ତା*,* ସୁସମାଚାର, ପୁନର୍ମିଳନ,ପୁନର୍ମିଳିତ, ପୁନଃସ୍ଥାପନପାପ*,* ପାପପୂର୍ଣ୍ଣ, ପାପୀ, ପାପଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତା)

ନୂତନ ସୃଷ୍ଟି

ପୁରାତନ ଓ ନୂତନ ସୃଷ୍ଟି ସମ୍ଭବତଃ ପାଉଲ ଯେ ପ୍ରକାରେ ପୁରାତନ ଓ ନୂତନ ପୁରୁଷକୁ ଦୃଷ୍ଟାନ୍ତ ରୂପେ କହୁଛନ୍ତି, ତାହା ହୋଇପାରେ I ଏହି ଧାରଣାସବୁ ମଧ୍ୟ ପୁରାତନ ଓ ନୂତନ ପୁରୁଷ ସଦୃଶ ଏକା ବିଷୟ ହୋଇପାରେ I “ପୁରାତନ” ଶବ୍ଦଟି ସମ୍ଭବତଃ ଜଣେ ଲୋକ ଜନ୍ମ ସମୟରେ ନେଇ ଆସିଥିବା ପାପର ସ୍ବଭାବକୁ ବୁଝାଏ I ଏହା ଜୀବନଯାପନର ପୁରାତନ ମାର୍ଗକୁ କିମ୍ବା ଆଗରୁ ଜଣେ ଖ୍ରୀଷ୍ଟିୟାନ ପାପରେ ବନ୍ଧା ହୋଇଥିବା ବିଷୟକୁ ବୁଝାଏ I “ନୂତନ ସୃଷ୍ଟି” ହେଉଛି ଜଣେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲା ପରେ ଈଶ୍ବର ସେହି ଲୋକକୁ ଦେଉଥିବା ନୂତନ ସ୍ବଭାବ କିମ୍ବା ନୂତନ ଜୀବନ I (ଦେଖ: ବିଶ୍ୱାସ)

ଏହି ଅଧ୍ୟାୟରେ ଥିବା ଅଳଙ୍କାର

ଗୃହ

ଖ୍ରୀଷ୍ଟିୟାନର ଗୃହ ଆଉ ଏ ଜଗତରେ ନାହିଁ I ଜଣେ ଖ୍ରୀଷ୍ଟିୟାନର ପ୍ରକୃତ ଗୃହ ସ୍ବର୍ଗରେ ଅଛି I ଏହି ରୂପକ ବ୍ୟବହାର କରି, ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଏହି ଜଗତରେ ଖ୍ରୀଷ୍ଟିୟାନର ପରିସ୍ଥିତି କ୍ଷଣସ୍ଥାୟୀ ଅଟେ I ଏହା ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ଭରସା ଦିଏ I (ଦେଖ: ସ୍ୱର୍ଗ*,*ଆକାଶ*,*ଆକାଶ ମଣ୍ଡଳ*,* ସ୍ୱର୍ଗୀୟଉପମା/ରୂପକଆଶା, ଆଶା)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

“ସମ୍ମିଳନର ସମ୍ବାଦ”

ଏହା ସୁସମାଚାରକୁ ବୁଝାଏ I ପାଉଲ ଈଶ୍ବରବିରୋଧୀ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ତାହାଙ୍କ ସହିତ ସମ୍ମିଳିତ ହେବାପାଇଁ ଆହ୍ବାନ କରୁଛନ୍ତି I (ଦେଖ: ଅନୁତାପ କରିବା*,* ପଶ୍ଚାତାପ କରିବାପୁନର୍ମିଳନ,ପୁନର୍ମିଳିତ, ପୁନଃସ୍ଥାପନ)

2 Corinthians 5:1

ପାଉଲ ବୈଷମ୍ୟଗତ ଭାବରେ ବିଶ୍ବାସୀମାନଙ୍କର ପାର୍ଥିବ ଶରୀରକୁ ଇଶ୍ବର ଦେବାକୁ ଯାଉଥିବା ସ୍ବର୍ଗୀୟ ଶରୀର ସହିତ ତୁଳନା କରୁଛନ୍ତି I

ଏଠାରେ ଗୋଟିଏ କ୍ଷଣସ୍ଥାୟୀ “ପାର୍ଥିବ ଗୃହ” ଜଣେ ଲୋକର ପାର୍ଥିବ ଦେହର ଏକ ରୂପକ ଅଟେ I ଏଠାରେ ଗୋଟିଏ ନିତ୍ୟସ୍ଥାୟୀ “ଈଶ୍ବରଙ୍କ ଗୃହ” ବିଶ୍ବାସୀମାନେ ମୃତ୍ୟୁଭୋଗ କଲାପରେ ଈଶ୍ବର ସେମାନଙ୍କୁ ଦେବାକୁ ଯାଉଥିବା ନୂତନ ଶରୀରକୁ ବୁଝାଉଥିବା ରୂପକ ଅଟେ I (ଦେଖ: ଉପମା/ରୂପକ)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଶରୀରକୁ ନଷ୍ଟ କରିବେ” କିମ୍ବା “ଯଦି ଲୋକମାନେ ଆମ୍ଭମାନଙ୍କର ଶରୀରକୁ ବଧ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏଠାରେ “ଗୃହ”ର ଅର୍ଥ “ଈଶ୍ବରଙ୍କଠାରୁ ଆଗତ ଗୃହ” ସହିତ ସମାନ I ଏଠାରେ “ହସ୍ତ” ସମଗ୍ର ମନୁଷ୍ୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଗୋଟିଏ ଗୃହ, ଯାହା ମନୁଷ୍ୟର ହସ୍ତ ନିର୍ମାଣ କରିନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଉପଲକ୍ଷ୍ୟ ଅଳଙ୍କାର)

2 Corinthians 5:2

ଏଠାରେ “ତମ୍ବୁ”ର ଅର୍ଥ “ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଗୃହ” ସଦୃଶ ସମାନ I “ଆର୍ତ୍ତ’ନାଦ” ଶବ୍ଦଟି ଏକ ପ୍ରକାର ଶବ୍ଦ ଯାହା ଜଣେ ଲୋକ କିଛି ଉତ୍ତମ ବିଷୟ ପାଇବାକୁ ଏକାନ୍ତ ଇଚ୍ଛା କରିବା ସମୟରେ କରିଥାଏ I

“ଆମ୍ଭମାନଙ୍କର ସ୍ବର୍ଗୀୟ ଗୃହ”ର ଅର୍ଥ “ଈଶ୍ବରଙ୍କଠାରୁ ଆଗତ ଗୃହ” ସହିତ ସମାନ I ପାଉଲ ମୃତ୍ୟୁଭୋଗ କଲାପରେ ବିଶ୍ବାସୀମାନେ ପ୍ରାପ୍ତ ହେଉଥିବା ନୂତନ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ସବୁ ଉଭୟ ଗୃହ ଓ ଏକ ବସ୍ତ୍ର ଖଣ୍ଡ ଯାହା ଜଣେ ଲୋକ ପରିଧାନ କରିପାରିବ I (ଦେଖ: ଉପମା/ରୂପକ)

2 Corinthians 5:3

ଆମ୍ଭମାନଙ୍କର ସ୍ବର୍ଗୀୟ ଗୃହ ପରିଧାନ କରି"

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ” କିମ୍ବା “ଈଶ୍ବର ଆମ୍ଭମାନଙ୍କୁ ଉଲଙ୍ଗ ଦେଖିବେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 5:4

ପାଉଲ ପାର୍ଥିବ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ “ତମ୍ବୁ I” (ଦେଖ: ଉପମା/ରୂପକ)

“ତମ୍ବୁ” ଶବ୍ଦଟି “ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଗୃହ”କୁ ବୁଝାଏ I ଆର୍ତ୍ତନାଦ ଶବ୍ଦଟି ଏକ ପ୍ରକାର ଶବ୍ଦ ଯାହା ଜଣେ ଲୋକ କିଛି ଉତ୍ତମ ବିଷୟ ପାଇବାକୁ ଏକାନ୍ତ ଇଚ୍ଛା କରିବା ସମୟରେ କରିଥାଏ I ଦେଖ ତୁମେ ଏହାକୁ କିପରି ୨ କରିନ୍ଥୀୟ ୫:୨ରେ ଅନୁବାଦ କଲ I

βαρούμενοι

ପାଉଲ ପାର୍ଥିବ ଶରୀର ଅନୁଭବ କରୁଥିବା କଷ୍ଟ ସବୁ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଓଜନିଆ ବସ୍ତୁ ଯାହା ବୋହିବାକୁ କଷ୍ଟ I (ଦେଖ: ଉପମା/ରୂପକ)

ପାଉଲ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ବସ୍ତ୍ର ଅଟେ I ଏଠାରେ “ପରିଚ୍ଛଦ ତ୍ୟାଗ କରିବା” ବିଷୟ ଈଶ୍ବର ଦେବାକୁ ଥିବା ପୁନରୁତ୍ଥିତ ଶରୀର ପ୍ରାପ୍ତିକୁ ବୁଝାଏ I (ଦେଖ: ଉପମା/ରୂପକ)

ἐκδύσασθαι

ପରିଚ୍ଛଦ ତ୍ୟାଗ କରିବା କିମ୍ବା “ଉଲଙ୍ଗ ହେବା”

ପାଉଲ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଶୁ ଯାହା “ମର ବିଷୟ” ଭୋଜନ କରେ I ପାର୍ଥିବ ଶରୀର ଯାହା ମୃତ ହେବ, ତାହା ଏକ ପୁନରୁତ୍ଥିତ ଶରୀର ଦ୍ବାରା ପରିବର୍ତ୍ତିତ ହେବ, ଯାହା ଅନନ୍ତ କାଳ ବାସ କରିବ I (ଦେଖ : ଉପମା/ରୂପକ)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଜୀବନ ମର୍ତ୍ତ୍ୟକୁ ଗ୍ରାସ କରିବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 5:5

ଆତ୍ମା ବିଷୟରେ କୁହାଯାଏ ଯେ ସତେ ଯେପରି ଅନନ୍ତ ଜୀବନ ନିମନ୍ତେ ସେ ଏକ ଆଂଶିକ ଅଗ୍ରୀମ ଅର୍ଥ I ଦେଖ ତୁମେ ଏପରି ସମାନ ବାକ୍ୟାଂଶକୁ କିପରି ୨ କରିନ୍ଥୀୟ ୧:୨୨ରେ ଅନୁବାଦ କଲ I (ଦେଖ: ଉପମା/ରୂପକ)

2 Corinthians 5:6

କାରଣ ବିଶ୍ବାସୀମାନେ ଏକ ନୂତନ ଶରୀର ଓ ବଇନା ସ୍ବରୂପେ ପବିତ୍ର ଆତ୍ମା ପ୍ରାପ୍ତ ହେବେ I ପାଉଲ ସେମାନଙ୍କୁ ବିଶ୍ବାସରେ ଜୀବନଯାପନ କରିବାନିମନ୍ତେ ସ୍ମରଣ କରାଉଛନ୍ତି ଯେପରି ସେମାନେ ପ୍ରଭୁଙ୍କର ସନ୍ତୋଷପାତ୍ର ହେବେ I ସେ ସେମାନଙ୍କୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସ୍ମରଣ କରାଉଛନ୍ତି କାରଣ ୧) ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ବିଚାରାସନ ଛାମୁରେ ପ୍ରକାଶିତ ହେବେ ଓ ୨) ବିଶ୍ବାସୀମାନଙ୍କ ପାଇଁ ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟଙ୍କର ପ୍ରେମ ସକାଶୁ I

ପାଉଲ ପାର୍ଥିବ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ସ୍ଥାନ, ଯେଉଁଠାରେ ଜଣେ ଲୋକ ବାସ କରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହି ପାର୍ଥିବ ଶରୀରରେ ବାସ କରୁଥିବା ସମୟରେ” (ଦେଖ: ଉପମା/ରୂପକ)

ἐκδημοῦμεν ἀπὸ τοῦ Κυρίου

ଆମ୍ଭେମାନେ ପ୍ରଭୁଙ୍କ ସହିତ ଗୃହରେ ନାହୁଁ କିମ୍ବା “ଆମ୍ଭେମାନେ ପ୍ରଭୁଙ୍କ ସହିତ ସ୍ବର୍ଗରେ ନାହୁଁ”

2 Corinthians 5:7

διὰ πίστεως περιπατοῦμεν, οὐ διὰ εἴδους

ଏଠାରେ “ଜୀବନଯାପନ କରିବା” ଶବ୍ଦ “ବାସ କରିବା” କିମ୍ବା “ଆଚରଣ କରିବା”ର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ବାସରେ ଜୀବନଯାପନ କରୁଅଛୁ, ଦୃଶ୍ୟ ବିଷୟ ଅନୁସାରେ ନୁହେଁ” (ଦେଖ: ଉପମା/ରୂପକ)

2 Corinthians 5:8

ଏଠାରେ “ଶରୀର” ଶବ୍ଦଟି ପାର୍ଥିବ ଶରୀରକୁ ବୁଝାଏ I

ପ୍ରଭୁଙ୍କ ସହିତ ସ୍ବର୍ଗୀୟ ଗୃହରେ

2 Corinthians 5:9

“ପ୍ରଭୁ” ଶବ୍ଦ ପୂର୍ବ ପଦଗୁଡିକରୁ ବ୍ୟବହାର କରାଯାଇପାରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଭୁଙ୍କ ସହିତ ଗୃହରେ ଅଛୁ ଅବା ପ୍ରଭୁଙ୍କଠାରୁ ଦୂରରେ ଅଛୁ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା

2 Corinthians 5:10

ἔμπροσθεν τοῦ βήματος τοῦ Χριστοῦ

ଖ୍ରୀଷ୍ଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ

ପ୍ରତ୍ୟେକ ଜଣ ଆପଣା ଆପଣା ଯୋଗ୍ୟତାନୁସାରେ ପ୍ରାପ୍ତ ହେବେ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ସବୁ ସେ ଆପଣା ପାର୍ଥିବ ଶରୀରରେ କରିଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ସେହି ସବୁ ବିଷୟ ଭଲ ହେଉ ଅବା ମନ୍ଦ ହେଉ

2 Corinthians 5:11

εἰδότες τὸν φόβον τοῦ Κυρίου

ପ୍ରଭୁଙ୍କ ଭୟ ଜ୍ଞାତ ହେବାରୁ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସୁସମାଚାରର ସତ୍ୟ ସମ୍ବନ୍ଧରେ ଲୋକମାନଙ୍କୁ ମଣାଉଅଛୁ” କିମ୍ବା ୨) “ଆମ୍ଭେମାନେ ଲୋକମାନଙ୍କୁ ମଣାଉଅଛୁ ଯେ ଆମ୍ଭେମାନେ ଆଇନସଙ୍ଗତ ପ୍ରେରିତ ଅଟୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସ୍ପଷ୍ଟ ଭାବରେ ଦେଖୁଛନ୍ତି ଯେ ଆମ୍ଭେମାନେ କି ପ୍ରକାର ଲୋକ ଅଟୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଆଉ ତୁମ୍ଭେମାନେ ମଧ୍ୟ ତାହା ଜାଣିଅଛ

2 Corinthians 5:12

ସେଥିପାଇଁ ତୁମ୍ଭମାନଙ୍କର କିଛି କହିବାକୁ ଥାଇପାରେ

ଏଠାରେ “ପ୍ରକାଶିତ ହେବା” ଶବ୍ଦଟି ଦକ୍ଷତା ଓ ସ୍ଥିତି ଭଳି ଜିନିଷର ବାହ୍ୟିକ ବିଷୟସବୁକୁ ବୁଝାଏ I “ହୃଦୟ” ଶବ୍ଦଟି ଜଣେ ଲୋକର ଆନ୍ତରିକ ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣାମାନଙ୍କର ନିଜ କାର୍ଯ୍ୟସବୁର ପ୍ରଶଂସା କରନ୍ତି, କିନ୍ତୁ ସେମାନଙ୍କର ଆନ୍ତରିକ ପୁରୁଷରେ ପ୍ରକୃତରେ ସେମାନେ କି ପ୍ରକାର ଲୋକ, ସେ ବିଷୟରେ ମନଯୋଗୀ ହୁଅନ୍ତି ନାହିଁ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 5:13

ପାଉଲ ଅନ୍ୟମାନେ ତାହାଙ୍କ ଓ ତାହାଙ୍କ ସହକର୍ମୀମାନଙ୍କ ବିଷୟରେ କିପ୍ରକାର ଭାବୁଛନ୍ତି, ସେ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ଭାବୁଛନ୍ତି ଯେ ଆମ୍ଭେମାନେ ପାଗଳ ...ଯଦି ଲୋକମାନେ ଭାବୁଛନ୍ତି ଯେ ଆମ୍ଭେମାନେ ନିର୍ବୋଧ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

2 Corinthians 5:14

ἡ ἀγάπη τοῦ Χριστοῦ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଖ୍ରୀଷ୍ଟଙ୍କ ନିମନ୍ତେ ଆମ୍ଭମାନଙ୍କର ପ୍ରେମ” କିମ୍ବା ୨) “ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ”

ὑπὲρ πάντων ἀπέθανεν

ସମସ୍ତ ଲୋକଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ

2 Corinthians 5:15

ଯେ ସେମାନଙ୍କ ସକାଶେ ମୃତ୍ୟୁଭୋଗ କଲେ, ତାହାଙ୍କୁ ଓ ଯାହାଙ୍କୁ ଈଶ୍ବର ପୁନର୍ଜୀବିତ କଲେ କିମ୍ବା “ଖ୍ରୀଷ୍ଟ, ଯେ କି ସେମାନଙ୍କ ସକାଶେ ମୃତ୍ୟୁଭୋଗ କଲେ ଓ ଯାହାଙ୍କୁ ଈଶ୍ବର ଉଠାଇଲେ”

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହି ଶବ୍ଦଗୁଡିକ “ମୃତ୍ୟୁଭୋଗ କଲେ”କୁ ବୁଝାଏ କିମ୍ବା ୨) ଏହି ଶବ୍ଦଗୁଡିକ ଉଭୟ “ମୃତ୍ୟୁଭୋଗ କଲେ” ଓ ଉତ୍ଥିତ ହେଲେ” କୁ ବୁଝାଏ I

2 Corinthians 5:16

ଖ୍ରୀଷ୍ଟଙ୍କର ପ୍ରେମ ଓ ମୃତ୍ୟୁ ସକାଶୁ, ଆମ୍ଭେମାନେ ମନୁଷ୍ୟର ଭାବଧାରା ଅନୁସାରେ ବିଚାର କରିବା ଉଚିତ ନୁହଁ I ଆମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବପାଇଁ ନିଯୁକ୍ତ ହୋଇଅଛୁ ଯେ କିପରି ଈଶ୍ବରଙ୍କ ସହିତ ସମ୍ମିଳିତ ହେବା ଓ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ବାରା ଈଶ୍ବରଙ୍କ ସହିତ ଶାନ୍ତିରେ ରହିବା ଏବଂ ଖ୍ରୀଷ୍ଟଙ୍କ ଦେଇ ଈଶ୍ବରଙ୍କର ଧାର୍ମିକତା ପ୍ରାପ୍ତ ହେବା I

ନିଜ ନିମନ୍ତେ ବଞ୍ଚିବା ପରିବର୍ତ୍ତେ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ବିଷୟରେ ପାଉଲ ଏବେ ଯାହା କହିଛନ୍ତି, ସେହି ବିଷୟକୁ ଏହା ବୁଝାଏ I

2 Corinthians 5:17

ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଈଶ୍ବର ଜଣେ ନୂଆ ଲୋକଙ୍କୁ ସୃଷ୍ଟି କଲେ I ବିକଳ୍ପ ଅନୁବାଦ: “ସେ ନୂତନ ସୃଷ୍ଟି ଅଟନ୍ତି” (ଦେଖ: ଉପମା/ରୂପକ)

τὰ ἀρχαῖα παρῆλθεν

ଏଠାରେ “ପୁରାତନ ବିଷୟ” ଖ୍ରୀଷ୍ଟଙ୍କଠାରେ ଭରସା ସ୍ଥାପନ କରିବା ପୂର୍ବରୁ ଜଣେ ଲୋକ କରୁଥିବା ବିଷୟସବୁକୁ ବୁଝାଏ I

ἰδοὺ

“ଦେଖ” ଶବ୍ଦଟି ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାପାଇଁ ଆମ୍ଭମାନଙ୍କୁ ସତର୍କ କରାଉଛି I

2 Corinthians 5:18

"ଈଶ୍ବର ଏହି ସମସ୍ତ ବିଷୟ କରିଛନ୍ତି I ଏହା ପାଉଲ ପୂର୍ବ ପଦ ଗୁଡିକରେ ଠିକ୍ ଏବେ କହିଥିବା ପୁରାତନ ବିଷୟ ସବୁ ବଦଳରେ ନୂତନ ବିଷୟ ସବୁ ସ୍ଥାନ ପାଇଥିବା ବିଷୟକୁ ବୁଝାଏ I

τὴν διακονίαν τῆς καταλλαγῆς

ଏହାକୁ ଗୋଟିଏ କ୍ରିୟା ରୂପକ ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ତାହାଙ୍କ ସହିତ ସମ୍ମିଳନ କରିବାର ସେବାକାର୍ଯ୍ୟ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 5:19

ଏହାର ଅର୍ଥ"

ଏଠାରେ “ଜଗତ” ଜଗତର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ, ଈଶ୍ବର ମନୁଷ୍ୟଜାତି ସହିତ ଆପଣାକୁ ସମ୍ମିଳିତ କରୁଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

ଈଶ୍ବର ଲୋକମାନଙ୍କୁ ଆପଣା ସହିତ ସମ୍ମିଳିତ କରୁଛନ୍ତି ବୋଲି ସମ୍ବାଦ ଘୋଷଣା କରିବାର ଦାୟିତ୍ବ ଈଶ୍ବର ପାଉଲଙ୍କୁ ଦେଇଛନ୍ତି I

ସମ୍ମିଳନ ବିଷୟରେ ସମ୍ବାଦ

2 Corinthians 5:20

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରତିନିଧି ଭାବରେ ନିଯୁକ୍ତ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Χριστοῦ πρεσβεύομεν

ଯେଉଁମାନେ ଖ୍ରୀଷ୍ଟଙ୍କ ପାଇଁ କଥା କହିବେ

καταλλάγητε τῷ Θεῷ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଆପଣା ସହିତ ସମ୍ମିଳିତ କରନ୍ତୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 5:21

ଈଶ୍ବର ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ପାପ ନିମନ୍ତେ ବଳି ସ୍ବରୂପ କଲେ

ଏଠାରେ “ଆମ୍ଭମାନଙ୍କ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଅନ୍ତର୍ଭୁକ୍ତକାରୀ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ଖ୍ରୀଷ୍ଟ, ଯେ କି କେବେ ପାପ କଲେ ନାହିଁ

ଈଶ୍ବର ଏହା କଲେ ...ଖ୍ରୀଷ୍ଟଙ୍କଠାରେ ଈଶ୍ବରଙ୍କ ଧାର୍ମିକତା

“ଈଶ୍ବରଙ୍କ ଧାର୍ମିକତା” ବାକ୍ୟାଂଶଟି ଈଶ୍ବର ଲୋଡୁଥିବା ଧାର୍ମିକତା ଓ ଈଶ୍ବରଙ୍କଠାରୁ ଆସୁଥିବା ଧାର୍ମିକତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୋଇପାରୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 6

୨ କରିନ୍ଥୀୟ ୦୬ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପଢ଼ିବା ନିମନ୍ତେ ସହଜ କରିବାକୁ କବିତାର ପ୍ରତ୍ୟେକ ଧାଡି ଲେଖାର ଅବଶିଷ୍ଟ ଅଂଶ ଠାରୁ ଦୂର ଡାହାଣକୁ ରଖନ୍ତି I ULT ୨ ପଦ ଓ ୧୬-୧୮ ପଦ କ୍ଷେତ୍ରରେ ଏହା କରୁଛି, ଯାହା ପୁରାତନ ନିୟମର ପଦ ସବୁ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

ସେବକ

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସେବକ ବୋଲି ସମ୍ବୋଧନ କରୁଛନ୍ତି I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ସବୁ ପରିସ୍ଥିତିରେ ତାହାଙ୍କର ସେବା କରିବା ନିମନ୍ତେ ଆହ୍ବାନ କରୁଛନ୍ତି I ପାଉଲ କେତେକ କଷ୍ଟକର ପରିସ୍ଥିତିର ବର୍ଣ୍ଣନା କରୁଛନ୍ତି, ଯେଉଁଥିରେ ସେ ଓ ତାହାଙ୍କର ସହକର୍ମୀମାନେ ଈଶ୍ବରଙ୍କ ସେବା କରିଥିଲେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ବୈଷମ୍ୟଗତ ତୁଳନା

ପାଉଲ ଚାରି ଯୋଡା ବୈଷମ୍ୟଗତ ତୁଳନା ବ୍ୟବହାର କରୁଛନ୍ତି: ଧାର୍ମିକତା ବନାମ ଅରାଜକତା, ଆଲୋକ ବନାମ ଅନ୍ଧକାର, ଖ୍ରୀଷ୍ଟ ବନାମ ଶୟତାନ, ଓ ଈଶ୍ବରଙ୍କ ମନ୍ଦିର ବନାମ ପ୍ରତିମା I ଏହି ତୁଳନାଗୁଡିକ ଖ୍ରୀଷ୍ଟିୟାନ ଓ ଅଣ-ଖ୍ରୀଷ୍ଟିୟାନ ମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଏ I (ଦେଖ: ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତାଦୀପ୍ତି*,* ଜ୍ୟୋତିଷ୍କ, ଆଲୋକ, ଆଲୋକିତ, ଆଲୋକପାତଅନ୍ଧକାର)

ଆଲୋକ ଓ ଅନ୍ଧକାର

ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ସମ୍ବନ୍ଧରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ ଯାପନ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଏପରି କହିଥାଏ ଯେ ସତେ ଯେପରି ସେମାନେ ଅନ୍ଧକାର ମଧ୍ୟରେ ଚାଲୁଛନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ସେମାନେ ମନ୍ଦ କାର୍ଯ୍ୟ କରୁଛନ୍ତି ବୋଲି ବୁଝିବାକୁ ଓ ଈଶ୍ବରଙ୍କୁ ମାନିବା ନିମନ୍ତେ ଆରମ୍ଭ କରିବାକୁ ସମର୍ଥ କରିଥାଏ I (ଦେଖ: ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତା)

ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଆପଣା ଶ୍ରୋତାମାନଙ୍କୁ ଶିକ୍ଷା ଦେବାପାଇଁ ଭାବ ପ୍ରକାଶକ ପ୍ରଶ୍ନର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ଏହିସବୁ ପ୍ରଶ୍ନଗୁଡିକ ମୂଳତଃ ଗୋଟିଏ ବିଷୟକୁ କେନ୍ଦ୍ର କରିଥାଏ: ଖ୍ରୀଷ୍ଟିୟାନମାନେ ପାପରେ ଜୀବନ କାଟୁଥିବା ଲୋକମାନଙ୍କ ସହିତ ଘନିଷ୍ଠ ଭାବରେ ସହଭାଗିତା କରିବା ଉଚିତ ନୁହଁ I ପାଉଲ ଏହି ପ୍ରଶ୍ନଗୁଡିକୁ ବିଷୟବସ୍ତୁର ଗୁରୁତ୍ବ ସକାଶୁ ବାରମ୍ବାର କହୁଛନ୍ତି I (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପାପ*,* ପାପପୂର୍ଣ୍ଣ, ପାପୀ, ପାପ)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଆମ୍ଭେମାନେ

ପାଉଲ ଆପଣାକୁ ଓ ତୀମଥିଙ୍କୁ ବୁଝାଇବା ପାଇଁ ପ୍ରାୟତଃ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ୟମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I

2 Corinthians 6:1

୨ ପଦରେ, ପାଉଲ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଗୋଟିଏ ଅଂଶ ଉଦ୍ଧୃତ କରୁଛନ୍ତି I

ଈଶ୍ବରଙ୍କ ନିମନ୍ତେ ଏକତ୍ର କାର୍ଯ୍ୟ କରିବା ବିଷୟ କିପରି ହେବା ଆବଶ୍ୟକ, ତାହା ସାରାଂଶରେ କହୁଛନ୍ତି I

συνεργοῦντες

ପାଉଲ ସୂଚାଉଛନ୍ତି ଯେ ସେ ଓ ତୀମଥି ଈଶ୍ବରଙ୍କ ସହ କାର୍ଯ୍ୟ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସହ ଏକତ୍ର କାର୍ଯ୍ୟ କରୁଅଛୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

καὶ παρακαλοῦμεν παρακαλοῦμεν μὴ εἰς κενὸν τὴν χάριν τοῦ Θεοῦ δέξασθαι ὑμᾶς

ପାଉଲ ସେମାନଙ୍କ ଜୀବନରେ ଈଶ୍ବରଙ୍କ ଅନୁଗ୍ରହକୁ ଫଳପ୍ରଦ ହେବାକୁ ଦେବା ନିମନ୍ତେ ସେମାନଙ୍କୁ ନିବେଦନ କରୁଛନ୍ତି I ଏହାକୁ ସକରାତ୍ମକ ଶବ୍ଦରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ବରଙ୍କଠାରୁ ପ୍ରାପ୍ତ ହୋଇଥିବା ଅନୁଗ୍ରହକୁ ସଦ୍ ବିନିଯୋଗ କରିବାପାଇଁ ଆମ୍ଭେମାନେ ତୁମ୍ଭମାନଙ୍କୁ ବିନତି କରୁଅଛୁ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

2 Corinthians 6:2

λέγει γάρ

"କାରଣ ଈଶ୍ବର କହନ୍ତି I ଏହା ଭାବବାଦୀ ଯିଶାଇୟ ପୁସ୍ତକର ଗୋଟିଏ ଉଦ୍ଧୃତିକୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “କାରଣ ଶାସ୍ତ୍ରରେ ଈଶ୍ବର କହନ୍ତି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏଠାରେ “ଦେଖ” ଶବ୍ଦଟି ତଳକୁ ଥିବା ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାକୁ ଆମ୍ଭମାନଙ୍କୁ ସତର୍କ କରାଏ I

2 Corinthians 6:3

ଖ୍ରୀଷ୍ଟଙ୍କଠାରେ ଭରସା ରଖିବାକୁ ଜଣେ ଲୋକକୁ ବାଧା ଦେଉଥିବା ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ, ଯାହା ଉପରେ ଜଣେ ଚଢିକି ପଡିଥାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସମ୍ବାଦ ବିଶ୍ବାସ କରିବାକୁ ତୁମ୍ଭମାନଙ୍କୁ ବାଧାଦେବା ଭଳି କୌଣସି ବିଷୟ କରିବାକୁ ଆମ୍ଭେମାନେ ଚାହୁଁନାହୁଁ” (ଦେଖ: ଉପମା/ରୂପକ)

“ନିନ୍ଦିତ” ଶବ୍ଦଟି ପାଉଲଙ୍କ ସେବାକାର୍ଯ୍ୟ ସମ୍ବନ୍ଧରେ ମନ୍ଦ କଥା କହୁଥିବା ଓ ସେ ପ୍ରଚାର କରୁଥିବା ସମ୍ବାଦ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆମ୍ଭମାନଙ୍କ ସେବାକାର୍ଯ୍ୟ ସମ୍ବନ୍ଧରେ କୌଣସି ଲୋକ ନିନ୍ଦା କଥା କହିବାକୁ ସମର୍ଥ ହେଉ ବୋଲି ଚାହୁଁନାହୁଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 6:4

ଯେତେବେଳେ ପାଉଲ ଏଠାରେ “ଆମ୍ଭେମାନେ” ବୋଲି ବ୍ୟବହାର କରୁଛନ୍ତି, ସେ ଆପଣାକୁ ଓ ତୀମଥିଙ୍କୁ ଦର୍ଶାଉଛନ୍ତି I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଆମ୍ଭେମାନେ ଯାହାସବୁ କରୁଅଛୁ, ତଦ୍ବାରା ଆମ୍ଭେମାନେ ଯେ ଈଶ୍ବରଙ୍କ ସେବକ, ତାହା ପ୍ରମାଣ କରୁଅଛୁ I"

ପାଉଲ ବିଭିନ୍ନ ପ୍ରକାର କଷ୍ଟକର ପରିସ୍ଥିତିର ଉଲ୍ଲେଖ କରୁଛନ୍ତି, ଯେଉଁଥିରେ ସେମାନେ ଈଶ୍ବରଙ୍କର ସେବକ ବୋଲି ପ୍ରମାଣ କରିଛନ୍ତି I

2 Corinthians 6:5

ପାଉଲ ବିଭିନ୍ନ ପ୍ରକାର କଷ୍ଟକର ପରିସ୍ଥିତିର ଉଲ୍ଲେଖ କରି ଚାଲିଛନ୍ତି, ଯେଉଁଥିରେ ସେମାନେ ଈଶ୍ବରଙ୍କର ସେବକ ବୋଲି ପ୍ରମାଣ କରିଛନ୍ତି I

2 Corinthians 6:6

ପାଉଲ ସେମାନେ କଷ୍ଟକର ପରିସ୍ଥିତିରେ ଥିବା ସମୟରେ ପ୍ରଦର୍ଶନ କରିଥିବା କେତେକ ନୈତିକ ଗୁଣ ସମୂହର ତାଲିକା ଦେଉଛନ୍ତି, ଯାହାସବୁ ସେମାନେ ଈଶ୍ବରଙ୍କ ସେବକ ବୋଲି ପ୍ରମାଣ କରିଥିଲା I

2 Corinthians 6:7

ଈଶ୍ବରଙ୍କ ଶକ୍ତିରେ ସୁସମାଚାର ପ୍ରଚାର କରିବାକୁ ସେମାନଙ୍କର ଉତ୍ସର୍ଗ ପ୍ରମାଣ କରୁଛି ଯେ ସେମାନେ ଈଶ୍ବରଙ୍କର ସେବକ ଅଟନ୍ତି I

ସତ୍ୟ ବିଷୟରେ ଈଶ୍ବରଙ୍କ ସମ୍ବାଦ କହିବା ଦ୍ବାରା କିମ୍ବା “ଈଶ୍ବରଙ୍କ ସତ୍ୟ ସମ୍ବାଦ କହିବା ଦ୍ବାରା”

ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ଶକ୍ତି ପ୍ରଦର୍ଶନ କରିବା ଦ୍ବାରା

ପାଉଲ ସେମାନଙ୍କର ଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ତାହା ଅସ୍ତ୍ରସମୂହ ଯାହା ସେମାନେ ଆତ୍ମିକ ଯୁଦ୍ଧ କରିବାକୁ ବ୍ୟବହାର କରନ୍ତି I (ଦେଖ: ଉପମା/ରୂପକ)

ଧାର୍ମିକତାକୁ ଆମ୍ଭମାନଙ୍କର ଅସ୍ତ୍ରଶସ୍ତ୍ର ଭାବରେ କିମ୍ବା “ଧାର୍ମିକତାକୁ ଆମ୍ଭମାନଙ୍କର ଅସ୍ତ୍ର ଭାବରେ”

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ ଗୋଟିଏ ହାତରେ ଅସ୍ତ୍ର ଅଛି ଓ ଅନ୍ୟ ହାତରେ ଢାଲ ଅଛି କିମ୍ବା ୨) ଯେ ସେମାନେ ସମ୍ପୂର୍ଣ୍ଣଭାବରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ, ଯେ କୌଣସି ଦିଗରୁ ଆକ୍ରମଣ ହେଲେ ମଧ୍ୟ ଏଡାଇବାକୁ ସମର୍ଥ I

2 Corinthians 6:8

ଲୋକମାନେ କିପରି ତାହାଙ୍କ ଓ ତାହାଙ୍କ ସେବାକାର୍ଯ୍ୟ ବିଷୟରେ ଭାବୁଛନ୍ତି, ସେ ସମ୍ବନ୍ଧରେ ପାଉଲ ଅନେକ ଚରମ ବିଷୟର ତାଲିକା କରୁଛନ୍ତି I (ଦେଖ: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ଆମ୍ଭମାନଙ୍କୁ ପ୍ରତାରକ ବୋଲି ଅଭିଯୋଗ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 6:9

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସତେ ଯେପରି ଲୋକେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ତଥାପି ସୁଦ୍ଧା ଲୋକେ ଆମ୍ଭମାନଙ୍କୁ ଜାଣନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏପରି କାର୍ଯ୍ୟ କରୁଅଛୁ, ସତେ ଯେପରି ଆମ୍ଭମାନଙ୍କର କାର୍ଯ୍ୟପାଇଁ ଲୋକମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଉଛନ୍ତି, କିନ୍ତୁ ଏହା ନୁହେଁ ଯେ ସତେ ଯେପରି ସେମାନେ ଆମ୍ଭମାନଙ୍କୁ ମୃତ୍ୟୁ ଦଣ୍ଡାଜ୍ଞା ଦେଇଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 6:11

ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ପ୍ରତିମା ଗୁଡିକଠାରୁ ପୃଥକୀକୃତ ହୋଇ ଈଶ୍ବରଙ୍କ ନିମନ୍ତେ ଶୁଚି ଜୀବନ ଯାପନ କରିବାପାଇଁ ଉତ୍ସାହ ଦେଉଛନ୍ତି I

ତୁମ୍ଭମାନଙ୍କୁ ସଚ୍ଚୋଟ ଭାବରେ କହିଅଛୁ

ପାଉଲ କରିନ୍ଥୀୟମାନଙ୍କ ନିମନ୍ତେ ତାହାଙ୍କର ମହାପ୍ରେମକୁ ଏକ ପ୍ରଶସ୍ତ ହୃଦୟ ଥିବା ସଦୃଶ ବୋଲି କହୁଛନ୍ତି I ଏଠାରେ “ହୃଦୟ” ଜଣେ ଲୋକର ଭାବ ପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ବହୁଳଭାବେ ପ୍ରେମ କରୁଅଛୁ” (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

2 Corinthians 6:12

ପାଉଲ କରିନ୍ଥୀୟମାନଙ୍କର ତାହାଙ୍କ ପ୍ରତି ପ୍ରେମର ଅଭାବ ବିଷୟରେ କହନ୍ତି ଯେ ସତେ ଯେପରି ସେମାନଙ୍କର ହୃଦୟ ଗୋଟିଏ ଟାଣ ଜାଗାକୁ ଚାପି ହୋଇଯାଇଛି I ଏଠାରେ “ହୃଦୟ” ଜଣେ ଲୋକର ଭାବ ପ୍ରବଣତାକୁ ବୁଝାଏ I (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

οὐ στενοχωρεῖσθε στενοχωρεῖσθε ἐν ἡμῖν

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ସଙ୍କୁଚିତ କରିନାହୁଁ” କିମ୍ବା “ଆମ୍ଭମାନଙ୍କ ପ୍ରତି ପ୍ରେମ ବନ୍ଦ କରିବାକୁ ଆମ୍ଭେମାନେ ତୁମ୍ଭମାନଙ୍କୁ କୌଣସି କାରଣ ଦେଇନାହୁଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିଜର ହୃଦୟ ତୁମ୍ଭମାନଙ୍କୁ ସଙ୍କୁଚିତ କରିଅଛି” କିମ୍ବା “ତୁମ୍ଭେମାନେ ଆପଣା ଆପଣା କାରଣ ସକାଶୁ ଆମ୍ଭମାନଙ୍କ ପ୍ରତି ପ୍ରେମ ବନ୍ଦ କରିଅଛ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 6:13

ପାଉଲ କରିନ୍ଥୀୟମାନଙ୍କୁ ବିନତି କରୁଛନ୍ତି ଯେ ସେ ସେମାନଙ୍କୁ ଯେପରି ପ୍ରେମ କରୁଛନ୍ତି, ସେମାନେ ତାହାଙ୍କୁ ସେପରି ପ୍ରେମ କରନ୍ତୁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପ୍ରତିବଦଳେ ପ୍ରେମ କର” କିମ୍ବା “ଆମ୍ଭେମାନେ ଯେଉଁ ପରିମାଣରେ ତୁମ୍ଭମାନଙ୍କୁ ପ୍ରେମ କଲୁ, ସେହି ପରିମାଣରେ ଆମ୍ଭମାନଙ୍କୁ ପ୍ରେମ କର” (ଦେଖ: ଉପମା/ରୂପକ)

2 Corinthians 6:14

୧୬ ପଦରେ, ପାଉଲ ପୁରାତନ ନିୟମର ମୋଶା, ଯିଖରିୟ, ଆମୋଷ ଓ ଅନ୍ୟ କେତେକ ଭାବବାଦୀମାନଙ୍କର କିଛି ଅଂଶକୁ ନିଜ ଭାଷାରେ କହୁଛନ୍ତି I

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ବିଶ୍ବାସୀମାନଙ୍କ ସହିତ ଯୋଚା ଯାଅ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

ପାଉଲ ଗୋଟିଏ ସାଧାରଣ ଉଦ୍ଦେଶ୍ୟକୁ ନେଇ ଏକତ୍ର କାର୍ଯ୍ୟ କରିବା ବିଷୟରେ କହନ୍ତି ଯେ ସତେ ଯେପରି ଗୋଟିଏ ଲଙ୍ଗଳ ଅବା ଶଗଡକୁ ଟାଣିବାପାଇଁ ଦୁଇଟି ପଶୁ ଏକତ୍ର ବନ୍ଧା ଯାଇଛନ୍ତି I ବିକଳ୍ପ ଅନୁବାଦ: “ଏକତ୍ର ଯୋଚା ଯାଅ” କିମ୍ବା “ନିବିଡ଼ ସମ୍ପର୍କରେ ବନ୍ଧା ହୁଅ” (ଦେଖ: ଉପମା/ରୂପକ)

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “କାରଣ ଧାର୍ମିକତାର ଅଧାର୍ମିକତା ସହିତ କୌଣସି ସହଯୋଗିତା ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଆଲୋକ ଓ ଅନ୍ଧକାର ଏକତ୍ର ବାସ କରିପାରିବେ ନାହିଁ, କାରଣ ଆଲୋକ ଅନ୍ଧକାରକୁ ଦୂର କରେ, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I “ଆଲୋକ” ଓ “ଅନ୍ଧକାର” ଶବ୍ଦଗୁଡିକ ବିଶ୍ବାସୀ ଓ ଅବିଶ୍ବାସୀମାନଙ୍କର ନୈତିକ ଓ ଆତ୍ମିକ ଗୁଣ ସବୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକ ଅନ୍ଧକାର ସହିତ କୌଣସି ସହଭାଗିତା କରିପାରିବ ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଉପମା/ରୂପକ)

2 Corinthians 6:15

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଓ ବିଲିୟାର୍ ସହିତ କୌଣସି ମିଳନ ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

Βελιάρ

ଏହା ଶୟତାନର ଆଉ ଗୋଟିଏ ନାମ I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “ଜଣେ ବିଶ୍ବାସୀ ଆଉ ଜଣେ ଅବିଶ୍ବାସୀ ସହିତ କୌଣସି ସାଧାରଣ ବିଷୟରେ ଅଂଶୀ ହେବ ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

2 Corinthians 6:16

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନ୍ଦିର ଓ ପ୍ରତିମା ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ପାଉଲ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଈଶ୍ବର ବାସ କରୁଥିବା ଗୋଟିଏ ମନ୍ଦିର ଭାବରେ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଗୋଟିଏ ମନ୍ଦିର ସଦୁଶ, ଯେଉଁଠାରେ ଜୀବନ୍ତ ଈଶ୍ବର ବାସ କରନ୍ତି” (ଦେଖ: ଉପମା/ରୂପକ“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

ଏହା ଗୋଟିଏ ପୁରାତନ ନିୟମର ଉଦ୍ଧୃତି ଯାହା ଈଶ୍ବର ଦୁଇ ପ୍ରକାରେ ଲୋକମାନଙ୍କ ସହିତ ବାସ କରିବା ବିଷୟରେ କହେ I “ମଧ୍ୟରେ ବାସ କରିବା”ର ଅର୍ଥ ହେଉଛି ଅନ୍ୟମାନେ ଯେଉଁଠି ବାସ କରନ୍ତି, ସେଇଠି ବାସ କରିବା, କିନ୍ତୁ ଅନ୍ୟ ଶବ୍ଦ “ମଧ୍ୟରେ ଚାଲିବା”ର ଅର୍ଥ ହେଉଛି ସେମାନେ ଜୀବନ ଯାପନ କରୁଥିବା ସମୟରେ ସେମାନଙ୍କ ସହିତ ରହିବା I ବିକଳ୍ପ ଅନୁବାଦ: “ଆମ୍ଭେ ସେମାନଙ୍କ ସହିତ ରହିବା ଓ ସେମାନଙ୍କୁ ସାହାଯ୍ୟ କରିବା” (ଦେଖ: ସମାନ୍ତରତାସୂଚକଉପମା/ରୂପକ)

2 Corinthians 6:17

ପାଉଲ ପୁରାତନ ନିୟମର ଭାବବାଦୀ ଯିଶାଇୟ ଓ ଯିହିଜିକଲ ପୁସ୍ତକରୁ କିଛି ଅଂଶ ଉଦ୍ଧୃତ କରୁଛନ୍ତି I

ἀφορίσθητε

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣାକୁ ପୃଥକ୍ କର” କିମ୍ବା “ଆମ୍ଭେ ତୁମ୍ଭମାନଙ୍କୁ ପୃଥକ୍ କରିବା”

ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ଶୁଚି ବିଷୟକୁ ସ୍ପର୍ଶ କର” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

2 Corinthians 7

୨ କରିନ୍ଥୀୟ ୦୭ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୨-୪ ପଦରେ ପାଉଲ ଆପଣା ପକ୍ଷ ସମର୍ଥନ ଶେଷ କରୁଛନ୍ତି I ତାପରେ ସେ ତିତସଙ୍କ ପ୍ରତ୍ୟାଗମନ ଓ ତାହା ଆଣିଥିବା ସାନ୍ତ୍ବନା ବିଷୟରେ ଲେଖୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଶୁଚି ଓ ଅଶୁଚି

ଖ୍ରୀଷ୍ଟିୟାନମାନେ ଶୁଚି ଅଟନ୍ତି ଏହି ଅର୍ଥରେ ଯେ ଈଶ୍ବର ସେମାନଙ୍କୁ ସେମାନଙ୍କର ପାପରୁ ପରିଷ୍କାର କରିଅଛନ୍ତି I ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି ହେବା ବିଷୟରେ ସେମାନେ ଚିନ୍ତିତ ହେବା ଆବଶ୍ୟକ ନୁହେଁ I ତଥାପି ଅଧାର୍ମିକତାର ଜୀବନ ଜଣେ ଖ୍ରୀଷ୍ଟିୟାନକୁ ଅଶୁଚି କରିପକାଇବ I (ଦେଖ: ଶୁଚି*,* ଧୌତବ୍ୟବସ୍ଥା,* ମୋଶାଙ୍କ ବ୍ୟବସ୍ଥା*, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା)

ଦୁଃଖ ଓ ଶୋକ

ଏହି ଅଧ୍ୟାୟରେ “ଦୁଃଖ” ଓ “ଶୋକ” ସୂଚାଇଦିଏ ଯେ କରିନ୍ଥୀୟମାନେ ମନ ପରିବର୍ତ୍ତନ କରିବା ପର୍ଯ୍ୟନ୍ତ ବିଚଳିତ ହୋଇପଡୁଥିଲେ I (ଦେଖ: ଅନୁତାପ କରିବା*,* ପଶ୍ଚାତାପ କରିବା)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଆମ୍ଭେମାନେ

ପାଉଲ ଆପଣାକୁ ଓ ତୀମଥିଙ୍କୁ ବୁଝାଇବା ପାଇଁ ପ୍ରାୟତଃ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ୟମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I

ମୂଳ ପରିସ୍ଥିତି

ଏହି ଅଧ୍ୟାୟ ପୂର୍ବର ଗୋଟିଏ ପରିସ୍ଥିତିକୁ ବିଶଦ୍ ଭାବରେ ଆଲୋଚନା କରୁଛି I ଏହି ଅଧ୍ୟାୟରେ ଥିବା ସୂଚନାରୁ ଏହି ପରିସ୍ଥିତିର କେତେକ ଦିଗ ଆମ୍ଭେମାନେ ଠଉରାଇପାରିବା I କିନ୍ତୁ କୌଣସି ଏକ ଅନୁବାଦରେ ଏହି ପ୍ରକାର ଅନ୍ତର୍ନିହିତ ସୂଚନାକୁ ଅନ୍ତର୍ଭୁକ୍ତ ନ କରିବା ସବୁଠାରୁ ଭଲ I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 7:1

ପାଉଲ ସେମାନଙ୍କୁ ପାପରୁ ପୃଥକ୍ ରହି ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ପବିତ୍ରତାର ଅନ୍ବେଷଣ କରିବାକୁ ନିରନ୍ତର ସ୍ମରଣ କରାଉଛନ୍ତି I

ἀγαπητοί

ତୁମ୍ଭମାନଙ୍କୁ, ଅର୍ଥାତ୍ ଯେଉଁମାନଙ୍କୁ ମୁଁ ପ୍ରେମ କରେ କିମ୍ବା “ପ୍ରିୟ ବନ୍ଧୁମାନେ”

ଏଠାରେ ପାଉଲ ସମସ୍ତ ପ୍ରକାର ପାପରୁ ଦୂରରେ ରହିବାକୁ କହୁଛନ୍ତି ଯାହା ଈଶ୍ବରଙ୍କ ସହିତ ଜଣକର ସମ୍ପର୍କରେ ବାଧା ଆଣିବ I

ପବିତ୍ର ହେବାକୁ ଯତ୍ନ କରୁ

ଈଶ୍ବରଙ୍କ ନିମନ୍ତେ ଗଭୀର ସମ୍ମାନ ସକାଶୁ

2 Corinthians 7:2

ଏହି କରିନ୍ଥୀୟ ବିଶ୍ବାସୀମାନଙ୍କୁ ସେମାନଙ୍କର ଶିଷ୍ୟ କରିବାକୁ ଯତ୍ନ କରୁଥିବା ନେତାମାନଙ୍କ ବିଷୟରେ କରିନ୍ଥର ଲୋକମାନଙ୍କୁ ଆଗରୁ ସତର୍କ କରାଇଲା ପରେ, ପାଉଲ ସେ ଅନୁଭବ କରୁଥିବା ପ୍ରକାରେ ସେମାନଙ୍କୁ ସ୍ମରଣ କରାଉଛନ୍ତି I

ଏହା ପାଉଲ ସେମାନେ ତାହାଙ୍କପାଇଁ ସେମାନଙ୍କର ହୃଦୟ ଖୋଲିଦେବା ବିଷୟରେ ୨କରିନ୍ଥୀୟ ୬:୧୧ରୁ ଆରମ୍ଭ କରି ଯାହା କହିଥିଲେ, ତାକୁ ଫେରି ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କ ପାଇଁ ସ୍ଥାନ ଦିଅ” କିମ୍ବା “ଆମ୍ଭମାନଙ୍କୁ ପ୍ରେମ କରି ଗ୍ରହଣ କର” (ଦେଖ: ଉପମା/ରୂପକଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 7:3

"ତୁମ୍ଭେମାନେ ଭୁଲ୍ କରିଅଛ ବୋଲି ଦୋଷ ଦେବାକୁ ମୁଁ ଏହା କହୁ ନାହିଁ I “ଏହା” ଶବ୍ଦଟି ପାଉଲ କାହାରି କ୍ଷତି ନ କରିବା ବିଷୟରେ ଏବେ ଯାହା କହିଲେ, ତାକୁ ବୁଝାଏ I

ἐν καρδίαις ἡμῶν ἐστε

ପାଉଲ କରିନ୍ଥୀୟମାନଙ୍କ ପାଇଁ ତାହାଙ୍କ ଓ ତାହାଙ୍କ ସହକର୍ମୀମାନଙ୍କ ବହୁଳ ପ୍ରେମ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କୁ ହୃଦୟରେ ଧରିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆମ୍ଭମାନଙ୍କର ଅତି ପ୍ରିୟ ଅଟ” (ଦେଖ: ଉପମା/ରୂପକ)

ଏହାର ଅର୍ଥ ଯେ ପାଉଲ ଓ ତାହାଙ୍କର ସହକର୍ମୀମାନେ ଯାହା ହେଲେ ମଧ୍ୟ କରିନ୍ଥୀୟମାନଙ୍କୁ ନିରନ୍ତର ପ୍ରେମ କରିବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବଞ୍ଚୁ ଅବା ଆମ୍ଭେମାନେ ମରୁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ଆମ୍ଭମାନଙ୍କୁ ଶବ୍ଦ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା )

2 Corinthians 7:4

πεπλήρωμαι τῇ παρακλήσει

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋତେ ସାନ୍ତ୍ବନାରେ ପରିପୂର୍ଣ୍ଣ କଲ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ପାଉଲ ଆନନ୍ଦ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତରଳ ପଦାର୍ଥ, ଯାହା ସେ ଉଚ୍ଛୁଳି ଉଠିବା ପର୍ଯ୍ୟନ୍ତ ତାହାଙ୍କୁ ପୂର୍ଣ୍ଣ କରୁଥାଏ I ବିକଳ୍ପ ଅନୁବାଦ; “ମୁଁ ଅତ୍ୟଧିକ ଆନନ୍ଦିତ” (ଦେଖ: ଉପମା/ରୂପକ)

ଆମ୍ଭମାନଙ୍କର ସମସ୍ତ କ୍ଲେଶ ସତ୍ତ୍ବେ"

2 Corinthians 7:5

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଓ ତୀମଥିଙ୍କୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ କି ତିତସଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

ଏଠାରେ “ଶରୀର” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ବିଶ୍ରାମ ନ ଥିଲା” କିମ୍ବା “ଆମ୍ଭେମାନେ ଅତ୍ୟନ୍ତ କ୍ଲାନ୍ତ ହୋଇଥିଲୁ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବ ପ୍ରକାରେ କ୍ଲେଶ ଅନୁଭବ କଲୁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

“ବାହାରେ” ପାଇଁ ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କ ଶରୀର ବାହାରେ” କିମ୍ବା ୨) “ମଣ୍ଡଳୀର ବାହାରେ I” “ଭିତରେ” ଶବ୍ଦଟି ସେମାନଙ୍କର ଆନ୍ତରିକ ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଅନ୍ୟ ଲୋକମାନଙ୍କ ସହ ବିବାଦ ଦ୍ବାରା ଓ ଆମ୍ଭମାନଙ୍କ ମଧ୍ୟରେ ଭୟ ଦ୍ବାରା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 7:7

କରିନ୍ଥୀୟମାନେ ତିତସଙ୍କୁ ସାନ୍ତ୍ବନା ଦେଲେ ବୋଲି ଜାଣି ପାଉଲ ସାନ୍ତ୍ବନା ପ୍ରାପ୍ତ ହେଲେ I ବିକଳ୍ପ ଅନୁବାଦ: “ତିତସ ତୁମ୍ଭମାନଙ୍କଠାରୁ ସାନ୍ତ୍ବନା ପ୍ରାପ୍ତ ହୋଇଛନ୍ତି ବୋଲି ଜାଣି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 7:8

ଏହା କରିନ୍ଥୀୟ ବିଶ୍ବାସୀମାନଙ୍କ ନିକଟକୁ ପାଉଲଙ୍କର ପୂର୍ବ ପତ୍ରକୁ ବୁଝାଏ, ଯେଉଁଥିରେ ଆପଣା ପିତାଙ୍କର ଭାର୍ଯ୍ୟା ସହିତ ଯୌନଗତ ଅଶୁଚି କାର୍ଯ୍ୟ କରିଥିବା ଜଣେ ବିଶ୍ବାସୀକୁ ଗ୍ରହଣ କରିଥିବା ସକାଶୁ ସେ ସେମାନଙ୍କୁ ଅନୁଯୋଗ କରିଥିଲେ I

ସେମାନଙ୍କର ଈଶ୍ବରପରାୟଣ ଦୁଃଖ ପାଇଁ, ଯଥାର୍ଥ କାର୍ଯ୍ୟ କରିବାକୁ ସେମାନଙ୍କର ଉଦ୍ଯୋଗ ପାଇଁ, ଓ ଏହା ତାହାଙ୍କ ଏବଂ ତିତସଙ୍କ ପାଇଁ ଆନନ୍ଦ ଆଣିଥିବା ସକାଶୁ ପାଉଲ ସେମାନଙ୍କର ପ୍ରଶଂସା କରୁଛନ୍ତି I

ଯେତେବେଳେ ମୁଁ ଜାଣିଲି ଯେ ମୋହର ପତ୍ର

2 Corinthians 7:9

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପତ୍ରରେ ଯାହା କହିଲି, ତାହା ତୁମ୍ଭମାନଙ୍କୁ ଦୁଃଖ ଦେଇଥିବା ସକାଶୁ ନୁହଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁଯୋଗ କରିଥିବା ସକାଶୁ ତୁମ୍ଭେମାନେ କ୍ଷତି ସହିନାହଁ I ଏହାର ଅର୍ଥ ଏହି ଯେ ଯଦିଓ ପତ୍ରଟି ସେମାନଙ୍କ ଦୁଃଖର କାରଣ ହେଲା, ଫଳ ସ୍ବରୂପ ପତ୍ରଟିରୁ ସେମାନେ ଲାଭବାନ୍ ହେଲେ, କାରଣ ତାହା ସେମାନଙ୍କ ମନ ପରିବର୍ତ୍ତନର କାରଣ ହେଲା I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ତୁମ୍ଭମାନଙ୍କର କୌଣସି ପ୍ରକାରେ କ୍ଷତି କଲୁ ନାହିଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

2 Corinthians 7:10

ଏହାର ପୂର୍ବ ବିଷୟ ସହିତ ପରବର୍ତ୍ତୀ ବିଷୟର ସମ୍ପର୍କକୁ ସ୍ପଷ୍ଟ କରିବାପାଇଁ “ମନ ପରିବର୍ତ୍ତନ” ଶବ୍ଦର ହୁଏତ ପୁନରାବୃତ୍ତି କରାଯାଇପାରେ I ବିକଳ୍ପ ଅନୁବାଦ; “କାରଣ ଈଶ୍ବରପରାୟଣ ଦୁଃଖ ମନ ପରିବର୍ତ୍ତନ ଜନ୍ମାଏ, ଓ ମନ ପରିବର୍ତ୍ତନ ପରିତ୍ରାଣ ଆଡକୁ କଢାଇନିଏ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

ἀμεταμέλητον

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସେମାନଙ୍କୁ ଦୁଃଖ ଦେଲେ ବୋଲି ପାଉଲ ଅନୁଶୋଚନା କରୁନାହାନ୍ତି, କାରଣ ସେହି ଦୁଃଖ ସେମାନଙ୍କୁ ମନ ପରିବର୍ତ୍ତନ ଓ ପରିତ୍ରାଣ ଆଡକୁ କଢାଇନେଲା କିମ୍ବା ୨) କରିନ୍ଥୀୟମାନେ ଦୁଃଖ ଅନୁଭବ କଲେ ବୋଲି ଅନୁଶୋଚନା କରିବେ ନାହିଁ, କାରଣ ତାହା ସେମାନଙ୍କର ମନ ପରିବର୍ତ୍ତନ ଓ ପରିତ୍ରାଣ ଆଡକୁ କଢାଇନେଲା I

ଏହି ପ୍ରକାର ଦୁଃଖ ପରିତ୍ରାଣ ପରିବର୍ତ୍ତେ ମୃତ୍ୟୁ ଆଡକୁ କଢାଇନିଏ, କାରଣ ଏହା ମନ ପରିବର୍ତ୍ତନ ଜନ୍ମାଏ ନାହିଁ I ବିକଳ୍ପ ଅନୁବାଦ: “ମାତ୍ର ସାଂସାରିକ ଦୁଃଖ ଆତ୍ମିକ ମୃତ୍ୟୁ ଆଡକୁ କଢାଇନିଏ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 7:11

ଅନାଅ ଏବଂ ନିଜେ ଚାହିଁ ଦେଖ ଯେ ଏହା କେତେ ବଡ ଦୃଢ଼ ସଂକଳ୍ପ"

ଏଠାରେ “କେତେ” ଶବ୍ଦଟି ଏହି ଉକ୍ତିକୁ ବିସ୍ମୟସୂଚକ କରିଦିଏ I ବିକଳ୍ପ ଅନୁବାଦ: “ତୁମେ ଯେ ନିର୍ଦୋଷ ଅଟ ଏହା ପ୍ରମାଣ କରିବା ପାଇଁ ତୁମ୍ଭମାନଙ୍କର ଦୃଢ଼ ସଂକଳ୍ପ ଅତି ବଡ ଅଟେ !” (ଦେଖ: ବିସ୍ମୟ ସୂଚକ ଅବ୍ୟୟଗୁଡ଼ିକ)

ତୁମ୍ଭମାନଙ୍କର କ୍ରୋଧ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ କେହି ଜଣେ ନ୍ୟାୟ ପାଳନ କରିବା ଉଚିତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 7:12

ἕνεκεν τοῦ ἀδικήσαντος

ଯେ କି ସେହି ମନ୍ଦ କାର୍ଯ୍ୟ କଲେ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜାଣିବ ଯେ ଆମ୍ଭମାନଙ୍କ ପ୍ରତି ତୁମ୍ଭମାନଙ୍କର ଉତ୍ତମ ଇଚ୍ଛା ଛଳନାମୁକ୍ତ ଅଟେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐνώπιον τοῦ Θεοῦ

ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ପାଉଲଙ୍କର ସତ୍ୟବାଦିତାକୁ ଈଶ୍ବର ବୁଝିବା ଓ ସମର୍ଥନ କରିବା ବିଷୟକୁ ଈଶ୍ବର ସେସବୁକୁ ଦେଖିବା ନିମନ୍ତେ ସମର୍ଥ ବୋଲି ଦର୍ଶାଯାଇଛି I ଦେଖ ତୁମେ ଏହାକୁ କିପରି ୨ କରିନ୍ଥୀୟ ୪:୨ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” କିମ୍ବା “ଈଶ୍ବର ସାକ୍ଷୀ ଭାବରେ” (ଦେଖ: ଉପମା/ରୂପକ)

2 Corinthians 7:13

ଏଠାରେ “ଏହା” ଶବ୍ଦଟି ପାଉଲଙ୍କର ପୂର୍ବ ପତ୍ରକୁ କରିନ୍ଥୀୟମାନେ କିଭଳି ପ୍ରତିକ୍ରିୟା ଦେଖାଇଥିଲେ, ତାକୁ ବୁଝାଏ, ଯାହା ସେ ପୂର୍ବ ପଦରେ ବର୍ଣ୍ଣନା କଲେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଉତ୍ସାହିତ କରେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἀναπέπαυται τὸ πνεῦμα αὐτοῦ ἀπὸ πάντων ὑμῶν

ଏଠାରେ “ଆତ୍ମା” ଜଣେ ଲୋକର ସ୍ବଭାବ ଓ ପ୍ରବୃତ୍ତିକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ତାହାଙ୍କ ଆତ୍ମାକୁ ସତେଜ କଲ” କିମ୍ବା “ତୁମ୍ଭେମାନେ ସମସ୍ତେ ତାହାଙ୍କୁ ବ୍ୟତିବ୍ୟସ୍ତ ହେବାରୁ ନିବୃତ୍ତ କଲ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 7:14

ὅτι εἴ αὐτῷ ὑπὲρ ὑμῶν κεκαύχημαι

ଯଦିଓ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ତାହାଙ୍କ ନିକଟରେ ଦର୍ପ କଲି

ତୁମ୍ଭେମାନେ ମୋତେ ନିରାଶ କଲ ନାହିଁ

ତୁମ୍ଭେମାନେ ପ୍ରମାଣ କଲ ଯେ ତିତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ଆମ୍ଭମାନଙ୍କର ଦର୍ପ ସତ୍ୟ ଅଟେ

2 Corinthians 7:15

ଏହି ବିଶେଷ୍ୟ ପଦ “ବାଧ୍ୟ”କୁ “ବାଧ୍ୟ ହେବା” କ୍ରିୟାପଦ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ କିପରି ବାଧ୍ୟ ହେଲ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

μετὰ φόβου καὶ τρόμου ἐδέξασθε αὐτόν

ଏଠାରେ “ଭୟ” ଓ “କମ୍ପ” ଏକାଭଳି ଅର୍ଥକୁ ବୁଝାଏ ଓ ଭୟର ପରିମାଣକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତାହାଙ୍କୁ ବହୁ ସମ୍ମାନର ସହ ଗ୍ରହଣ କଲ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

μετὰ φόβου καὶ τρόμου

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଈଶ୍ବରଙ୍କ ପ୍ରତି ମହା ସମ୍ମାନର ସହ” କିମ୍ବା ୨) “ତିତସଙ୍କ ପ୍ରତି ମହା ସମ୍ମାନର ସହ I”

2 Corinthians 8

୨ କରିନ୍ଥୀୟ ୦୮ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୮ ଓ ୯ ଅଧ୍ୟାୟ ଏକ ନୂଆ ଅଂଶକୁ ଆରମ୍ଭ କରୁଛି I ଗ୍ରୀସ୍ ର ମଣ୍ଡଳୀଗୁଡିକ କିପରି ଯିରୂଶାଲମରେ ଥିବା ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଥିଲେ, ସେ ବିଷୟରେ ପାଉଲ ଲେଖୁଛନ୍ତି I

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣକୁ ରଖନ୍ତି I ULT ୧୫ ପଦର ଉଦ୍ଧୃତି କ୍ଷେତ୍ରରେ ଏହା କରୁଛି I

ଏହି ଅଧ୍ୟାୟର ବିଶେଷ ଧାରଣା .

ଯିରୂଶାଲମ ମଣ୍ଡଳୀ ନିକଟକୁ ଦାନ

କରିନ୍ଥୀୟ ମଣ୍ଡଳୀ ଯିରୂଶାଲମରେ ଥିବା ଗରୀବ ବିଶ୍ବାସୀମାନଙ୍କୁ ଅର୍ଥ ଦେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରୁଛନ୍ତି I ମାକିଦନିଆର ମଣ୍ଡଳୀଗୁଡିକ ମଧ୍ୟ ଉଦାର ଭାବରେ ଅର୍ଥ ଦେଇଥିଲେ I ଉଦାର ଭାବରେ ଅର୍ଥ ଦାନ କରିବା ସକାଶେ କରିନ୍ଥୀୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପାଉଲ ତିତସ ଓ ଅନ୍ୟ ଦୁଇ ଜଣ ବିଶ୍ବାସୀଙ୍କୁ କରିନ୍ଥକୁ ପଠାଉଛନ୍ତି I ପାଉଲ ଓ ଅନ୍ୟମାନେ ସେହି ଅର୍ଥ ଯିରୂଶାଲମକୁ ଘେନିଯିବେ I ସେମାନେ ଚାହୁଁଛନ୍ତି ଯେ ଏହା ସଚ୍ଚୋଟ ଭାବରେ ହେଉଅଛି ବୋଲି ଲୋକମାନେ ଜାଣନ୍ତୁ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଆମ୍ଭେମାନେ

ପାଉଲ ଅନ୍ତତଃ ତୀମଥିଙ୍କୁ ଓ ଆପଣାକୁ ଦର୍ଶାଇବାପାଇଁ “ଆମ୍ଭେମାନେ” ସର୍ବନାମ ବ୍ୟବହାର କରୁଛନ୍ତି I ଏହା ମଧ୍ୟ ଅନ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିପାରେ I

ଦ୍ବନ୍ଦାତ୍ମକ ସତ୍ୟତା

ଗୋଟିଏ “ଦ୍ବନ୍ଦାତ୍ମକ ସତ୍ୟତା” ହେଉଛି ଏକ ସତ୍ୟ ଉକ୍ତି ଯାହା କିଛି ଅସମ୍ଭବ ବିଷୟକୁ ବୁଝାଉଥିବା ଭଳି ମନେ ହୁଏ I ୨ ପଦରେ ଥିବା ଏହି ଶବ୍ଦଗୁଡିକ ଗୋଟିଏ ଦ୍ବନ୍ଦାତ୍ମକ ସତ୍ୟତା ଅଟେ: “ସେମାନଙ୍କ ଆନନ୍ଦର ପ୍ରାଚୁର୍ଯ୍ୟତା ଓ ସେମାନଙ୍କ ଦାରିଦ୍ର୍ୟର ଭୀଷଣତା ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି I” ୩ ପଦରେ ପାଉଲ ବର୍ଣ୍ଣନା କରୁଛନ୍ତି ଯେ କିପରି ସେମାନଙ୍କର ଦରିଦ୍ରତା ପ୍ରାଚୁର୍ଯ୍ୟତାକୁ ଉତ୍ପନ୍ନ କଲା I ପାଉଲ ଅନ୍ୟ ଦ୍ବନ୍ଦାତ୍ମକ ସତ୍ୟତାରେ ମଧ୍ୟ ଧନ ଓ ଦରିଦ୍ରତା ବ୍ୟବହାର କରୁଛନ୍ତି I(୨ କରିନ୍ଥୀୟ ୮:୨)

2 Corinthians 8:1

ଆପଣାର ପରିବର୍ତ୍ତିତ ଯୋଜନା ଓ ଆପଣା ସେବାକାର୍ଯ୍ୟର ଦିଗ୍ ଦର୍ଶନ ସମ୍ବନ୍ଧରେ ବର୍ଣ୍ଣନା କଲା ପରେ ପାଉଲ ଦାନ ବିଷୟରେ କହୁଛନ୍ତି I

τὴν χάριν τοῦ Θεοῦ τὴν δεδομένην ταῖς ἐκκλησίαις τῆς Μακεδονίας

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମାକିଦନିଆର ମଣ୍ଡଳୀଗୁଡିକ ପ୍ରତି ଈଶ୍ବର ଦେଇଥିବା ଅନୁଗ୍ରହ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 8:2

ପାଉଲ “ଆନନ୍ଦ” ଓ “ଦରିଦ୍ରତା” ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଜୀବନ୍ତ ବସ୍ତୁ ଯାହା ବଦାନ୍ୟତା ଉତ୍ପନ୍ନ କରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କର ମହାନନ୍ଦ ଓ ଦାରିଦ୍ର୍ୟର ଭୀଷଣତା ସକାଶୁ ସେମାନେ ଅତି ବଦାନ୍ୟ ହୋଇଛନ୍ତି” (ଦେଖ: ବ୍ୟକ୍ତିତ୍ୱଆରୋପ)

ἡ περισσεία τῆς τῆς χαρᾶς χαρᾶς αὐτῶν

ପାଉଲ ଆନନ୍ଦ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ ଯାହା ଆକାରରେ ଓ ପରିମାଣରେ ବୃଦ୍ଧି ପାଇବ I (ଦେଖ: ଉପମା/ରୂପକ)

ଯଦିଓ ମାକିଦନିଆର ମଣ୍ଡଳୀଗୁଡିକ କ୍ଲେଶ ଓ ଦରିଦ୍ରତାର ପରୀକ୍ଷା ସହ୍ୟ କରିଛନ୍ତି, ଈଶ୍ବରଙ୍କ ଅନୁଗ୍ରହରୁ ସେମାନେ ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କ ନିମନ୍ତେ ଅର୍ଥ ସଂଗ୍ରହ କରିବାକୁ ସମର୍ଥ ହୋଇଛନ୍ତି I

"ଏକ ଅତି ମହା ବଦାନ୍ୟତା I “ମହା ଧନ” ଶବ୍ଦଟି ସେମାନଙ୍କ ବଦାନ୍ୟତାର ମହାନତାକୁ ଗୁରୁତ୍ବ ଦେଉଛି I

2 Corinthians 8:3

ଏହା ମାକିଦନିଆର ମଣ୍ଡଳୀଗୁଡିକୁ ବୁଝାଏ I

ସ୍ବେଚ୍ଛାରେ"

2 Corinthians 8:4

ପାଉଲ ଯିରୂଶାଲମର ବିଶ୍ବାସୀମାନଙ୍କୁ ଅର୍ଥ ଯୋଗାଇବା ସମ୍ବନ୍ଧରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯିରୂଶାଲମର ବିଶ୍ବାସୀମାନଙ୍କୁ ଅର୍ଥ ସାହାଯ୍ୟ କରିବାର ସେବାକାର୍ଯ୍ୟ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 8:6

"ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ କରିନ୍ଥୀୟମାନଙ୍କଠାରୁ ଅର୍ଥ ସଂଗ୍ରହ କରିବା ବିଷୟରେ ପାଉଲ କହୁଛନ୍ତି I ବିକଳ୍ପ ଅନୁବାଦ: ""ଯେ ତୁମ୍ଭମାନଙ୍କର ଦାନ ନିମନ୍ତେ ପ୍ରଥମ ସ୍ଥାନରେ ତୁମ୍ଭମାନଙ୍କୁ ଉତ୍ସାହ ଦେଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)"

ଅର୍ଥ ସଂଗ୍ରହ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ତିତସ୍ କରିନ୍ଥୀୟ ମାନଙ୍କୁ ସାହାଯ୍ୟ କରୁଥିଲେ I ବିକଳ୍ପ ଅନୁବାଦ: “ଅର୍ଥ ସଂଗ୍ରହ କାର୍ଯ୍ୟ ସମାପ୍ତ କରିବାକୁ ଓ ତୁମ୍ଭମାନଙ୍କର ବଦାନ୍ୟତାର ଦାନ ଦେବାକୁ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ “(ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 8:7

ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନଙ୍କୁ ଶାରୀରିକ ସାମଗ୍ରୀ ଉତ୍ପନ୍ନ କରିବାକୁ ହେବ I ବିକଳ୍ପ ଅନୁବାଦ: “ଯିରୂଶାଲମର ବିଶ୍ବାସୀମାନଙ୍କ ପାଇଁ ଦାନ ଦେବାପାଇଁ ତୁମ୍ଭେମାନେ ଉତ୍ତମ କର୍ମ କରିବାକୁ ନିଶ୍ଚିତ କର” (ଦେଖ: ଉପମା/ରୂପକ)

2 Corinthians 8:8

ମାକିଦନିଆସ୍ଥିତ ମଣ୍ଡଳୀଗୁଡିକର ବଦାନ୍ୟତା ସହିତ ତୁଳନାକରି ବଦାନ୍ୟତାର ସହ ଦାନ ଦେବାକୁ ପାଉଲ କରିନ୍ଥୀୟମାନଙ୍କୁ ଉତ୍ସାହିତ କରୁଛନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 8:9

τὴν χάριν τοῦ τοῦ Κυρίου Κυρίου ἡμῶν

ଏହି ପ୍ରସଙ୍ଗରେ, “ଅନୁଗ୍ରହ” ଶବ୍ଦଟି ଯୀଶୁ କରିନ୍ଥୀୟମାନଙ୍କୁ କରିଥିବା ଆଶୀର୍ବାଦର ବଦାନ୍ୟତାକୁ ଗୁରୁତ୍ବ ଦେଉଛି I

ଯୀଶୁ ଆପଣାର ଦେହବନ୍ତ ହେବା ପୂର୍ବରୁ ଧନୀ ହୋଇଥିବା ଓ ମନୁଷ୍ୟ ହେବାରେ ଦରିଦ୍ର ହେବା ବିଷୟରେ ପାଉଲ କହୁଛନ୍ତି I

ଯୀଶୁ ମନୁଷ୍ୟ ହେବାର ଫଳ ସ୍ବରୂପେ କରିନ୍ଥୀୟମାନେ ଆତ୍ମିକଭାବରେ ଧନୀ ହୋଇଥିବା ବିଷୟରେ ପାଉଲ କହୁଛନ୍ତି I (ଦେଖ: ଉପମା/ରୂପକ)

2 Corinthians 8:10

ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ ଅର୍ଥ ଦେବାକୁ ସେମାନଙ୍କର ଅର୍ଥ ସଂଗ୍ରହ କରିବା ବିଷୟକୁ ଏହା ବୁଝାଏ I ବିକଳ୍ପ ଅନୁବାଦ: “ଅର୍ଥ ସଂଗ୍ରହ ସମ୍ବନ୍ଧରେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 8:11

ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହା କରିବାକୁ ଆଗ୍ରହୀ ଓ ଇଚ୍ଛୁକ ଥିଲ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ସମାପ୍ତ କର ଅବା “ଶେଷ କର”

2 Corinthians 8:12

ଏଠାରେ “ଉତ୍ତମ” ଓ “ସୁଗ୍ରାହ୍ୟ” ଶବ୍ଦ ଏକାଭଳି ଅର୍ଥ ପ୍ରକାଶ କରେ ଓ ବିଷୟବସ୍ତୁର ଉତ୍ତମତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଏକ ଅତି ଉତ୍ତମ ବିଷୟ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)

ଜଣେ ଲୋକ ପାଖରେ ଯାହା ଅଛି, ତା’ଉପରେ ଦାନ ଦେବା ଆଧାରିତ ହେବା ଆବଶ୍ୟକ

2 Corinthians 8:13

ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ ଅର୍ଥ ସଂଗ୍ରହ କରିବା ବିଷୟକୁ ଏହା ବୁଝାଏ I ବିକଳ୍ପ ଅନୁବାଦ: “ଅର୍ଥ ସଂଗ୍ରହ କରିବାର ଏହି କାର୍ଯ୍ୟପାଇଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଅନ୍ୟମାନଙ୍କୁ ଉସ୍ବାସ କରିବ ଓ ଆପଣାମାନଙ୍କୁ ଭାରଗ୍ରସ୍ତ କରିବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ସାମ୍ୟଭାବ ଦେଖାଯିବା ଉଚିତ

2 Corinthians 8:14

ଯେହେତୁ କରିନ୍ଥୀୟମାନେ ବର୍ତ୍ତମାନ ସମୟରେ କାର୍ଯ୍ୟ କରୁଛନ୍ତି, ଏହା ସୂଚାଇଦିଏ ଯେ ଯିରୂଶାଲମର ବିଶ୍ବାସୀମାନେ ମଧ୍ୟ ଭବିଷ୍ୟତରେ କେବେ ସେମାନଙ୍କୁ ସାହାଯ୍ୟ କରିବେ I ବିକଳ୍ପ ଅନୁବାଦ: “ଏହା ମଧ୍ୟ ହୋଇପାରେ ଯେ ଭବିଷ୍ୟତରେ ସେମାନଙ୍କର ପ୍ରାଚୁର୍ଯ୍ୟତା ତୁମ୍ଭମାନଙ୍କର ଅଭାବ ପୂରଣ କରିବ”

2 Corinthians 8:15

καθὼς γέγραπται

ଏଠାରେ ପାଉଲ ଯାତ୍ରା ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ମୋଶା ଲେଖିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହା ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କର ଯାହା ପ୍ରୟୋଜନ ସେସବୁ ପାଇଥିଲେ” (ଦେଖ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)

2 Corinthians 8:16

ଏଠାରେ “ହୃଦୟ” ଭାବ ପ୍ରବଣତାକୁ ବୁଝାଏ I ଏହାର ଅର୍ଥ ହେଉଛି ସେମାନଙ୍କୁ ପ୍ରେମ କରିବାକୁ ଈଶ୍ବର ତିତସ୍ ଙ୍କ ହୃଦୟରେ ପ୍ରେମଭାବ ଜନ୍ମାଇଲେ I ବିକଳ୍ପ ଅନୁବାଦ: “ଯେପରି ମୁଁ, ସେପରି ଈଶ୍ବର ତୁମ୍ଭମାନଙ୍କର ଯତ୍ନ ନେବାକୁ ତିତସଙ୍କୁ ଉଦ୍ଯୋଗୀ କଲେ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)

ସମାନ ଉଦ୍ଯୋଗ କିମ୍ବା “ସମାନ ଗଭୀର ଚିନ୍ତା”

2 Corinthians 8:17

କରିନ୍ଥକୁ ଫେରିଆସି ଅର୍ଥ ସଂଗ୍ରହ କାର୍ଯ୍ୟ ସମାପ୍ତ କରିବାକୁ ତିତସଙ୍କୁ ଅନୁରୋଧ କରିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “କାରଣ ଅର୍ଥ ସଂଗ୍ରହରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ଯେ ଆମ୍ଭମାନଙ୍କର ଅନୁରୋଧ ଗ୍ରହଣ କଲେ, କେବଳ ସେତିକି ନୁହେଁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 8:18

μετ’ αὐτοῦ

ତିତସଙ୍କ ସହିତ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସମୁଦାୟ ମଣ୍ଡଳୀର ବିଶ୍ବାସୀମାନଙ୍କ ମଧ୍ୟରେ ପ୍ରଶଂସା କରାଯାଉଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 8:19

ସମୁଦାୟ ମଣ୍ଡଳୀର ବିଶ୍ବାସୀମାନଙ୍କ ମଧ୍ୟରେ ତାହାଙ୍କର ଯେ ପ୍ରଶଂସା କରାଯାଉଛି, କେବଳ ସେତିକି ନୁହେଁ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀ ସମୁଦାୟ ମଧ୍ୟ ତାହାଙ୍କୁ ମନୋନୀତ କରିଅଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

"ବଦାନ୍ୟତାର ଏହି କାର୍ଯ୍ୟ କରିବାପାଇଁ I ଏହା ଯିରୂଶାଲମକୁ ଦାନ ଅର୍ଥ ଘେନିଯିବା ବିଷୟକୁ ବୁଝାଏ I

ସାହାଯ୍ୟ କରିବାକୁ ଆମ୍ଭମାନଙ୍କର ଆଗ୍ରହ ଦେଖାଇବା ନିମନ୍ତେ"

2 Corinthians 8:20

ଏହା ଯିରୂଶାଲମକୁ ଦାନ ଅର୍ଥ ଘେନିଯିବା ବିଷୟକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ବଦାନ୍ୟତା”କୁ ଗୋଟିଏ ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ କି ପ୍ରକାରେ ଏହି ବଦାନ୍ୟତାର ଦାନକୁ ନେଉଅଛୁ, ସେ ବିଷୟରେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 8:21

ଏହି ଦାନକୁ ସମ୍ମାନଜନକ ଭାବରେ ବ୍ୟବହାର କରିବା ପାଇଁ ଆମ୍ଭେମାନେ ଯତ୍ନବାନ୍ ଅଟୁ

ପ୍ରଭୁଙ୍କ ଦୃଷ୍ଟିରେ ...ମନୁଷ୍ୟମାନଙ୍କ ଦୃଷ୍ଟିରେ

2 Corinthians 8:22

αὐτοῖς

“ସେମାନଙ୍କୁ” ଶବ୍ଦଟି ତିତସ୍ ଓ ପୂର୍ବରୁ ଉଲ୍ଲେଖ କରାଯାଇଥିବା ଭାଇଙ୍କୁ ବୁଝାଏ I

2 Corinthians 8:23

ସେ ମୋହର ସହଭାଗୀ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ସକାଶେ ମୋ ସହିତ କାର୍ଯ୍ୟ କରନ୍ତି

ଏହା ତିତସଙ୍କ ସହିତ ଯାଉଥିବା ଅନ୍ୟ ଦୁଇଜଣ ଭାଇଙ୍କୁ ବୁଝାଏ I

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀସମୂହ ସେମାନଙ୍କୁ ପଠାଇଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାକୁ କ୍ରିୟାରୂପକ ବାକ୍ୟାଂଶ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ସକାଶେ ଲୋକମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 9

୨ କରିନ୍ଥୀୟ ୦୯ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପଢ଼ିବା ନିମନ୍ତେ ସହଜ କରିବାକୁ କବିତାର ପ୍ରତ୍ୟେକ ଧାଡିକୁ ଲେଖାର ଅବଶିଷ୍ଟ ଅଂଶ ଠାରୁ ଦୂର ଡାହାଣକୁ ରଖନ୍ତି I ULT ୯ ପଦ କ୍ଷେତ୍ରରେ ଏହା କରିଛି, ଯାହା ପୁରାତନ ନିୟମରୁ ଉଦ୍ଧୃତ କରାଯାଇଛି I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ପାଉଲ ତିନୋଟି କୃଷି ସମ୍ବନ୍ଧୀୟ ରୂପକ ବ୍ୟବହାର କରୁଛନ୍ତି I ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କୁ ଦାନ ଦେବା ବିଷୟରେ ସେ ସେଗୁଡିକୁ ବ୍ୟବହାର କରନ୍ତି I ଈଶ୍ବର ଯେ ହୃଷ୍ଟଚିତ୍ତ ଦାତାଙ୍କୁ ପୁରସ୍କୃତ କରିବେ, ଏହା ବୁଝାଇବା ନିମନ୍ତେ ଏହି ରୂପକଗୁଡିକ ପାଉଲଙ୍କୁ ସାହାଯ୍ୟ କରୁଛନ୍ତି I ପାଉଲ କହୁନାହାନ୍ତି ଯେ ଈଶ୍ବର କିପରି ଅବା କେବେ ସେମାନଙ୍କୁ ପୁରସ୍କୃତ କରିବେ I (ଦେଖ: ଉପମା/ରୂପକପୁରସ୍କାର, ପ୍ରତିଫଳ, ଉପଯୁକ୍ତ ବିବେଚିତ ହେବା)

2 Corinthians 9:1

ଯେତେବେଳେ ପାଉଲ ଆଖାୟାକୁ ଉଲ୍ଲେଖ କରୁଛନ୍ତି, ସେ ଯେଉଁଠି କରିନ୍ଥ ନଗର ଅଛି ସେଠାରେ ଥିବା ଦକ୍ଷିଣ ଗ୍ରୀସ୍ ର ଗୋଟିଏ ରୋମୀୟ ପ୍ରଦେଶ ବିଷୟରେ କହୁଛନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)

ପାଉଲ ଦାନ ଦେବା ବିଷୟରେ କହିବାରେ ଲାଗିଛନ୍ତି I ସେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେ ଆସିବା ପୂର୍ବରୁ ଯିରୂଶାଲମର ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ଦାନ ସଂଗ୍ରହ କରିବା କାର୍ଯ୍ୟ ହୋଇଯାଉ, ଯେପରି ତାହା ଏମିତି ଦେଖା ନ ଯାଉ ଯେ ସେ ତହିଁରୁ ଲାଭ ନେଉଛନ୍ତି I ଦାନ ଦେବା କିପରି ଦାତାଙ୍କୁ ଆଶୀର୍ବାଦ କରେ ଓ ଈଶ୍ବରଙ୍କୁ ଗୌରବ ଦିଏ, ସେ ବିଷୟରେ ସେ କହୁଛନ୍ତି I

τῆς διακονίας εἰς τοὺς ἁγίους

ଏହା ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କୁ ଦେବାପାଇଁ ଅର୍ଥ ସଂଗ୍ରହ କରିବା ବିଷୟକୁ ବୁଝାଏ I ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କ ପାଇଁ ସେବାକାର୍ଯ୍ୟ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 9:2

ଏଠାରେ “ଆଖାୟା” ଶବ୍ଦ ଏହି ପ୍ରଦେଶରେ ବାସ କରୁଥିବା ଲୋକମାନଙ୍କୁ ଓ ନିର୍ଦ୍ଦିଷ୍ଟଭାବରେ କରିନ୍ଥୀୟ ମଣ୍ଡଳୀର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆଖାୟାର ଲୋକମାନେ ପ୍ରସ୍ତୁତ ହୋଇ ଆସୁଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 9:3

τοὺς ἀδελφούς

ଏହା ତିତସ ଓ ତାହାଙ୍କ ସହିତ ଯାଉଥିବା ଦୁଇ ଜଣ ଲୋକଙ୍କୁ ବୁଝାଏ I

ପାଉଲ ଚାହୁଁ ନ ଥିଲେ ଯେ ସେ କରିନ୍ଥୀୟମାନଙ୍କ ସମ୍ବନ୍ଧରେ ଯେଉଁ ବିଷୟ ସବୁକୁ ନେଇ ଦର୍ପ କରିଥିଲେ, ତାହା ମିଥ୍ୟା ବୋଲି ଅନ୍ୟମାନେ ଭାବନ୍ତୁ I

2 Corinthians 9:4

ତୁମ୍ଭେମାନଙ୍କୁ ଦେବାପାଇଁ ଅପ୍ରସ୍ତୁତ ଥିବା ଦେଖନ୍ତି

2 Corinthians 9:5

ପାଉଲଙ୍କ ଦୃଷ୍ଟିକୋଣରୁ, ଭାଇମାନେ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଭାଇମାନେ ତୁମ୍ଭମାନଙ୍କ ନିକଟକୁ ଯିବେ” (ଦେଖ: ଯିବା ଓ ଆସିବା)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଦାନ ଦେବାପାଇଁ ଆମ୍ଭେମାନେ ତୁମ୍ଭମାନଙ୍କୁ ବାଧ୍ୟବାଧକତା କଲା ପରି ନୁହେଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 9:6

ଦାନ ଦେବାର ପରିଣାମକୁ ବୁଝାଇବା ପାଇଁ ଜଣେ କୃଷକ ବିହନ ବୁଣିବାର ଚିତ୍ରକୁ ପାଉଲ ବ୍ୟବହାର କରୁଛନ୍ତି I ଜଣେ କୃଷକର ଅମଳ ଯେପରି ସେ କେତେ ପରିମାଣରେ ବିହନ ବୁଣିଥିଲା ତା’ ଉପରେ ନିର୍ଭର କରେ, ଠିକ୍ ସେପରି କରିନ୍ଥୀୟମାନେ କେତେ ବଦାନ୍ୟ ଭାବରେ ଦାନ ଦେଉଛନ୍ତି, ତା’ ଅନୁସାରେ ଈଶ୍ବରଙ୍କ ଆଶୀର୍ବାଦ ଅଳ୍ପ ବା ବହୁତ ହେବ I (ଦେଖ: ଉପମା/ରୂପକ)

2 Corinthians 9:7

ଏଠାରେ “ହୃଦୟ” ଭାବନା ଓ ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ଯେପରି ସଂକଳ୍ପ କରିଅଛି, ସେପରି ଦେଉ” (ଦେଖ: ଲାକ୍ଷଣିକ ଶବ୍ଦ)

ଏହାକୁ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ନିଜକୁ ଦୋଷୀ ବୋଲି ଭାବୁଥିବାରୁ ନୁହେଁ, ଅବା କେହି ଜଣେ ତାହାଙ୍କୁ ବାଧ୍ୟ କରୁଥିବାରୁ ନୁହେଁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ἱλαρὸν γὰρ δότην δότην ἀγαπᾷ ὁ Θεός

ସହ-ବିଶ୍ବାସୀମାନଙ୍କ ଅଭାବ ପୂରଣ ପାଇଁ ଲୋକମାନେ ଆନନ୍ଦ ସହକାରେ ସାହାଯ୍ୟ କରନ୍ତୁ ବୋଲି ଈଶ୍ବର ଚାହାନ୍ତି I

2 Corinthians 9:8

ଅନୁଗ୍ରହ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ, ଯାହା ଜଣେ ଲୋକ ସେ ବ୍ୟବହାର କରିପାରିବା ଠାରୁ ଅଧିକ ପାଇପାରିବ I ଯେପରି ଜଣେ ଲୋକ ଅନ୍ୟ ବିଶ୍ବାସୀମାନଙ୍କୁ ଆର୍ଥିକ ଭାବରେ ଦେଇଥାଏ, ଈଶ୍ବର ମଧ୍ୟ ସେପରି ଦାତାମାନଙ୍କୁ ତାହାର ସବୁ ପ୍ରୟୋଜନୀୟ ବିଷୟ ଦେଇଥାନ୍ତି” (ଦେଖ: ଉପମା/ରୂପକ)

χάριν

ଏଠାରେ ଏହା ଜଣେ ଖ୍ରୀଷ୍ଟିୟାନର ପ୍ରୟୋଜନ ଥିବା ବିଷୟଗୁଡିକୁ ବୁଝାଏ, ଈଶ୍ବର ତାହାକୁ ତାହାର ପାପରୁ ପରିତ୍ରାଣ କରିବା ବିଷୟକୁ ନୁହେଁ I

ଯେପରି ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କାର୍ଯ୍ୟ କରିବାକୁ ସକ୍ଷମ ହେବ

2 Corinthians 9:9

"ଠିକ୍ ଯେପରି ଏହା ଲେଖାଅଛି I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲେଖକ ଏହା ଠିକ ଯେପରି ଲେଖିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 9:10

ἐπιχορηγῶν

ଈଶ୍ବର ଯେ ଯୋଗାନ୍ତି"

ἄρτον εἰς βρῶσιν

ଏଠାରେ “ଆହାର” ଶବ୍ଦ ସାଧାରଣ ଭାବରେ ଖାଦ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭୋଜନ ନିମନ୍ତେ ଆହାର” (ଦେଖ: ଲାକ୍ଷଣିକ ଶବ୍ଦ)

ପାଉଲ କରିନ୍ଥୀୟମାନଙ୍କର ସମ୍ପତ୍ତି ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ବିହନ ଓ ଅନ୍ୟମାନଙ୍କୁ ଦେବା ବିଷୟ ସତେ ଯେପରି ସେମାନେ ବିହନ ବୁଣୁଛନ୍ତି I ବିକଳ୍ପ ଅନୁବାଦ: “ମଧ୍ୟ ସେ ଯୋଗାଇବେ ଓ ତୁମ୍ଭମାନଙ୍କର ସମ୍ପତ୍ତିକୁ ବଢାଇବେ ଯେପରି ତୁମ୍ଭେମାନେ ତାହା ଅନ୍ୟମାନଙ୍କୁ ଦେବା ଦ୍ବାରା ବୁଣିପାରିବ” (ଦେଖ: ଉପମା/ରୂପକ)

କରିନ୍ଥୀୟମାନେ ସେମାନଙ୍କର ବଦାନ୍ୟତାରୁ ପାଇବାକୁ ଥିବା ଉପକାରକୁ ଫସଲ ଅମଳ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଏପରିକି ତୁମ୍ଭମାନଙ୍କ ଧାର୍ମିକତା ନିମନ୍ତେ ଅଧିକରୁ ଅଧିକ ଆଶୀର୍ବାଦ କରିବେ” (ଦେଖ: ଉପମା/ରୂପକ)

"ତୁମ୍ଭମାନଙ୍କ ଧାର୍ମିକତାର କର୍ମରୁ ଆସୁଥିବା ଶସ୍ୟ I ଏଠାରେ “ଧାର୍ମିକତା” ଶବ୍ଦଟି କରିନ୍ଥୀୟମାନେ ଆପଣାମାନଙ୍କ ସମ୍ପତ୍ତିରୁ ଯିରୂଶାଲମର ବିଶ୍ବାସୀମାନଙ୍କୁ ଦାନ ଦେଉଥିବା ଧାର୍ମିକତାର କର୍ମକୁ ବୁଝାଏ I

2 Corinthians 9:11

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବୃଦ୍ଧି କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

“ଏହା” ଶବ୍ଦଟି କରିନ୍ଥୀୟମାନଙ୍କର ବଦାନ୍ୟତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବଦାନ୍ୟତା ସକାଶୁ, ଆମ୍ଭେମାନେ ଆଣୁଥିବା ଦାନ ଯେଉଁମାନେ ଗ୍ରହଣ କରିବେ, ସେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେବେ” କିମ୍ବା “ଆଉ ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କର ଦାନକୁ ଅଭାବଗ୍ରସ୍ତ ଲୋକମାନଙ୍କୁ ଦେବୁ, ସେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 9:12

ଏଠାରେ “ସେବା” ଶବ୍ଦଟି ପାଉଲ ଓ ତାହାଙ୍କର ସହକର୍ମୀମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ନିକଟକୁ ଦାନ ଆଣିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ ଆମ୍ଭମାନଙ୍କର ଏହି ସେବାକର୍ମ କରିବା” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କର ସେବାକର୍ମ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତରଳ ପଦାର୍ଥ ଯାହାକୁ ଏକାଧିକ ପାତ୍ର ଧରିପାରିବ I ବିକଳ୍ପ ଅନୁବାଦ: “ଏହା ମଧ୍ୟ ଅନେକ କର୍ମର କାରଣ ହେବ, ଯେଉଁଥିପାଇଁ ଲୋକେ ଈଶ୍ବରଙ୍କର ଧନ୍ୟବାଦ କରିବେ” (ଦେଖ: ଉପମା/ରୂପକ)

2 Corinthians 9:13

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଏହି ସେବା ତୁମ୍ଭମାନଙ୍କୁ ପରୀକ୍ଷା କରି ପ୍ରମାଣ କରିଛି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ପାଉଲ କହୁଛନ୍ତି ଯେ କରିନ୍ଥୀୟମାନେ ଉଭୟ ଯୀଶୁଙ୍କ ପ୍ରତି ବିଶ୍ବସ୍ତ ହେବା ଦ୍ବାରା ଓ ଅନ୍ୟ ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କୁ ବଦାନ୍ୟତାର ସହ ଦେବା ଦ୍ବାରା ଈଶ୍ବରଙ୍କର ମହିମା କରିବେ I

2 Corinthians 9:15

ἐπὶ τῇ ἀνεκδιηγήτῳ αὐτοῦ δωρεᾷ

ତାହାଙ୍କ ଦାନ ପାଇଁ, ଯାହା ବାକ୍ୟ ବର୍ଣ୍ଣନା କରିପାରିବ ନାହିଁ I ସମ୍ଭାବିତ ଅର୍ଥ ହେଲା ୧) ଯେ ଏହି ଦାନ “ଅତି ମହା ଅନୁଗ୍ରହ”କୁ ବୁଝାଏ, ଯାହା ଈଶ୍ବର କରିନ୍ଥୀୟମାନଙ୍କୁ ସେପରି ବଦାନ୍ୟ ହେବାପାଇଁ ଦେଇଛନ୍ତି କିମ୍ବା ୨) ଯେ ଏହି ଦାନ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯାହାଙ୍କୁ ଈଶ୍ବର ସମସ୍ତ ବିଶ୍ବାସୀମାନଙ୍କ ପାଇଁ ଦେଲେ I

2 Corinthians 10

୨ କରିନ୍ଥୀୟ ୧୦ ସାଧାରଣ ସୂଚନା## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣକୁ ରଖନ୍ତି I ULT ୧୭ ପଦର ଉଦ୍ଧୃତି କ୍ଷେତ୍ରରେ ଏହା କରୁଛି I

ଏହି ଅଧ୍ୟାୟରେ, ପାଉଲ ଆପଣା ଅଧିକାରର ପକ୍ଷ ସମର୍ଥନ କରିବାକୁ ଫେରୁଛନ୍ତି Iସେ ମଧ୍ୟ କହୁଥିବା ଶୈଳୀ ଓ ଲେଖୁଥିବା ଶୈଳୀକୁ ତୁଳନା କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଦର୍ପ କରିବା

""ଦର୍ପ”କୁ ଅନେକ ସମୟରେ ଗର୍ବ ବୋଲି ଧରି ନିଆଯାଏ, ଯାହା ଭଲ ବିଷୟ ନୁହେଁ I କିନ୍ତୁ ଏହି ଅଧ୍ୟାୟରେ “ଦର୍ପ” କରିବାର ଅର୍ଥ ଦୃଢ଼ ବିଶ୍ବାସର ସହିତ ଉଲ୍ଲସିତ ହେବା ଅବା ଆନନ୍ଦ କରିବା I

ଏହି ଅଧ୍ୟାୟରେ ଥିବା ଅଳଙ୍କାର

ରୂପକ

୩-୬ ପଦରେ ପାଉଲ ଯୁଦ୍ଧ ସମ୍ବନ୍ଧୀୟ ଅନେକ ରୂପକ ବ୍ୟବହାର କରନ୍ତି I ସେ ସମ୍ଭବତଃ ସେଗୁଡିକୁ ଖ୍ରୀଷ୍ଟିୟାନମାନେ ଆତ୍ମିକ ଯୁଦ୍ଧରେ ଥିବା ବିଷୟକ ଗୋଟିଏ ବୃହତ୍ ରୂପକର ଅଂଶ ଭାବରେ ବ୍ୟବହାର କରୁଛନ୍ତି I (ଦେଖ: ଉପମା/ରୂପକ)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶରୀର

“ଶରୀର” ସମ୍ଭବତଃ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ନିମନ୍ତେ ଗୋଟିଏ ରୂପକ ଅଟେ I ପାଉଲ ଶିକ୍ଷା ଦେଉନାହାନ୍ତି ଯେ ଆମ୍ଭମାନଙ୍କର ପାର୍ଥିବ ଶରୀର ପାପପୂର୍ଣ୍ଣ ଅଟେ I ପାଉଲ ଏଠି ଏଭଳି ଶିକ୍ଷାଦେବା ମନେ ହୁଏ ଯେ ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି (“ଶରୀରରେ”), ଆମ୍ଭେମାନେ ନିରନ୍ତର ପାପ କରି ପକାଇବା I କିନ୍ତୁ ଆମ୍ଭମାନଙ୍କର ନୂଆ ସ୍ବଭାବ ଆମ୍ଭମାନଙ୍କର ପୁରାତନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରୁଥିବ I (ଦେଖ: ଦେହ)

2 Corinthians 10:1

ପାଉଲ ଦାନ ଦେବା ପ୍ରସଙ୍ଗଠାରୁ, ଯେପରି ସେ କରନ୍ତି, ସେପରି ଶିକ୍ଷାଦେବାର ଆପଣା ଅଧିକାରକୁ ସମର୍ଥନ କରିବା ପ୍ରସଙ୍ଗକୁ ପରିବର୍ତ୍ତନ କରୁଛନ୍ତି I

διὰ τῆς πραΰτητος καὶ ἐπιεικείας τοῦ Χριστοῦ

“ମୃଦୁ ଭାବ” ଓ “କୋମଳ ଭାବ” ଶବ୍ଦଗୁଡିକ ଗୁଣବାଚକ ବିଶେଷ୍ୟ ଅଟେ ଓ ଅନ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ସର୍ବଦା ଯେପରି, ଏବେ ବି ନମ୍ର ଓ ମୃଦୁ, କାରଣ ଖ୍ରୀଷ୍ଟ ମୋତେ ସେ ପ୍ରକାର କରିଅଛନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 10:2

ଯେଉଁମାନେ ଭାବନ୍ତି ଯେ"

“ଶରୀର” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ସ୍ଥାନରେ ବ୍ୟବହାର କରାଯାଇଛି I “ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 10:3

ଏଠାରେ “ଆଚରଣ କରିବା” ଶବ୍ଦ “ଜୀବନଯାପନ କରିବା” ପାଇଁ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ” (ଦେଖ: ଲାକ୍ଷଣିକ ଶବ୍ଦଉପମା/ରୂପକ)

ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଓ ଭଣ୍ଡ ଶିକ୍ଷକ ମାନଙ୍କଠାରେ ବିଶ୍ବାସ ନ କରିବାନିମନ୍ତେ କରିନ୍ଥୀୟମାନଙ୍କୁ ମଣାଇବାକୁ ଚେଷ୍ଟା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଶାରୀରିକ ଯୁଦ୍ଧ ଲଢ଼ୁଥିଲେ I ଏହି ଶବ୍ଦଗୁଡିକ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ I (ଦେଖ: ଉପମା/ରୂପକ)

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶରୀର” ଶବ୍ଦ ଶାରୀରିକ ଜୀବନର ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ଶାରୀରିକ ଅସ୍ତ୍ର ବ୍ୟବହାର କରି ଆମ୍ଭମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛୁ” କିମ୍ବା ୨) “ଶରୀର” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ନିମନ୍ତେ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଭାବରେ ଯୁଦ୍ଧ କରୁଅଛୁ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 10:4

ଈଶ୍ବରଙ୍କ ଜ୍ଞାନ ମନୁଷ୍ୟର ଜ୍ଞାନକୁ ମିଥ୍ୟା ବୋଲି ଦେଖାଇବା ବିଷୟକୁ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଅସ୍ତ୍ର ଯାହା ସହିତ ସେ ଗୋଟିଏ ଶତ୍ରୁର ଦୃଢ଼ ଗଡ଼କୁ ଧ୍ବଂସ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେଉଁ ଅସ୍ତ୍ରରେ ଯୁଦ୍ଧ କରୁଅଛୁ ... ତାହା ଲୋକମାନଙ୍କୁ ପ୍ରମାଣିତ କରୁଅଛି ଯେ ଆମ୍ଭମାନଙ୍କ ଶତ୍ରୁମାନେ କହୁଥିବା ବିଷୟ ମିଥ୍ୟା ଅଟେ” (ଦେଖ: ଉପମା/ରୂପକ)

ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଓ ଭଣ୍ଡ ଶିକ୍ଷକ ମାନଙ୍କଠାରେ ବିଶ୍ବାସ ନ କରିବା ନିମନ୍ତେ କରିନ୍ଥୀୟମାନଙ୍କୁ ମଣାଇବାକୁ ଚେଷ୍ଟା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଶାରୀରିକ ଯୁଦ୍ଧ ଲଢ଼ୁଥିଲେ I ଏହି ଶବ୍ଦଗୁଡିକ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ I (ଦେଖ: ଉପମା/ରୂପକ)

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶାରୀରିକ ଭାବରେ” ଶବ୍ଦଟି କେବଳ ମାତ୍ର ଶାରୀରିକ ବୋଲି ବୁଝାଇବା ପାଇଁ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ଶାରୀରିକ ନୁହେଁ” କିମ୍ବା ୨) “ଶାରୀରିକ” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ନିମନ୍ତେ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ନୁହେଁ” କିମ୍ବା “ଭୁଲ୍ କାମ କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରେ ନାହିଁ ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 10:5

ପାଉଲ ଏପର୍ଯ୍ୟନ୍ତ ଗୋଟିଏ ଯୁଦ୍ଧର ରୂପକ ନେଇ କଥା କହୁଛନ୍ତି, ସତେ ଯେପରି “ଈଶ୍ବରଙ୍କ ଜ୍ଞାନ” ଏକ ସୈନ୍ୟବାହିନୀ ଓ “ପ୍ରତ୍ୟେକ ଉଚ୍ଚ ବିଷୟ” ଗୋଟିଏ ପ୍ରାଚୀର ଯାହା ଲୋକମାନେ ସୈନ୍ୟବାହିନୀକୁ ବାହାରେ ରଖିବା ପାଇଁ ନିର୍ମାଣ କରିଛନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ମିଥ୍ୟା ଯୁକ୍ତିତର୍କ ଯାହା ସେମାନଙ୍କୁ ସୁରକ୍ଷା କରିବ ବୋଲି ଗର୍ବୀ ଲୋକମାନେ ଭାବୁଛନ୍ତି”

πᾶν ὕψωμα

ଗର୍ବୀ ଲୋକମାନେ କରୁଥିବା ସମସ୍ତ ବିଷୟ

ପାଉଲ ଯୁକ୍ତିତର୍କ ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ସୈନ୍ୟବାହିନୀ ବିରୁଦ୍ଧରେ ଛିଡ଼ାହୋଇଥିବା ଗୋଟିଏ ଉଚ୍ଚ ପ୍ରାଚୀର I “ଉତ୍ଥିତ” ଶବ୍ଦଟିର ଅର୍ଥ ହେଉଛି “ଉଚ୍ଚ ଭାବରେ ଛିଡ଼ା ହେବା,” କିନ୍ତୁ ବାୟୁରେ ଭାସୁଥିବା ଉଚ୍ଚ ବିଷୟ ନୁହେଁ I ବିକଳ୍ପ ଅନୁବାଦ: “ତାହା ଲୋକମାନେ ବ୍ୟବହାର କରନ୍ତି, ଯେପରି ଈଶ୍ବର କିଏ ବୋଲି ସେମାନଙ୍କୁ ଜାଣିବାକୁ ପଡ଼ିବ ନାହିଁ” (ଦେଖ: ଉପମା/ରୂପକ)

ପାଉଲ ଲୋକମାନଙ୍କର କଳ୍ପନା ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶତ୍ରୁ ସୈନ୍ୟମାନେ, ଯେଉଁମାନଙ୍କୁ ସେ ଯୁଦ୍ଧକ୍ଷେତ୍ରରେ ଅବରୋଧ କରନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖାଇଦେଉ ଯେ ସେହି ଲୋକମାନଙ୍କର ସମସ୍ତ ମିଥ୍ୟା ଭାବନାଗୁଡିକ ମନ୍ଦ ଅଟେ ଓ ଲୋକମାନଙ୍କୁ ଖ୍ରୀଷ୍ଟଙ୍କର ବାଧ୍ୟହେବା ନିମନ୍ତେ ଶିକ୍ଷା ଦେଉ” (ଦେଖ: ଉପମା/ରୂପକଲାକ୍ଷଣିକ ଶବ୍ଦ)

2 Corinthians 10:6

“ବାଧ୍ୟତାର କର୍ମ” ଶବ୍ଦଟି ସେହି କର୍ମ କରିବା ସକାଶେ ସମର୍ପିତ ଲୋକମାନଙ୍କ ପାଇଁ ଏକ ପ୍ରତିବଦଳ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେଉଁମାନେ ଆମ୍ଭମାନଙ୍କର ଅବାଧ୍ୟ ହୁଅନ୍ତି ଏପରି ପ୍ରତ୍ୟେକଙ୍କୁ ଦଣ୍ଡ ଦେବୁ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 10:7

"ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଗୋଟିଏ ଆଜ୍ଞା ଅଟେ କିମ୍ବା ୨) ଏହା ଗୋଟିଏ ଉକ୍ତି ଅଟେ, ""ତୁମ୍ଭେମାନେ ଆପଣା ଆଖିରେ ଯାହା ଦେଖିପାରିବ, ତୁମ୍ଭେମାନେ କେବଳ ତାହା ହିଁ ଦେଖୁଅଛ I” କେତେକ ଭାବନ୍ତି ଯେ ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ, ଯାହାକୁ ଗୋଟିଏ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ସମ୍ମୁଖରେ ଯାହା ସ୍ପଷ୍ଟ ଭାବରେ ଅଛି, ତାହାକୁ ତୁମ୍ଭେ ଦେଖୁଅଛ କି? କିମ୍ବା “ତୁମ୍ଭ ସମ୍ମୁଖରେ ଯାହା ସ୍ପଷ୍ଟ ଭାବରେ ଅଛି, ତୁମ୍ଭେ ତାହାକୁ ଦେଖିବାକୁ ଅକ୍ଷମ ଭଳି ଲାଗୁଛି” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)"

λογιζέσθω ἑαυτοῦ

ସେ ମନେ ରଖିବା ଆବଶ୍ୟକ

ଯେ ସେ ଯେପରି ଆମ୍ଭେମାନେ ମଧ୍ୟ ସେପରି ଖ୍ରୀଷ୍ଟଙ୍କର ଅଟୁ

2 Corinthians 10:8

ଖ୍ରୀଷ୍ଟଙ୍କୁ ଉତ୍ତମ ରୂପେ ଜାଣିବା ନିମନ୍ତେ କରିନ୍ଥୀୟମାନଙ୍କୁ ସାହାଯ୍ୟ କରିବା ବିଷୟରେ ପାଉଲ ଲେଖନ୍ତି ଯେ ସତେ ଯେପରି ସେ ଗୋଟିଏ ଗୃହ ନିର୍ମାଣ କରୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଉତ୍ତମ ଶିଷ୍ୟ ହେବା ନିମନ୍ତେ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଓ ତୁମ୍ଭେମାନେ ଯେପରି ତାହାଙ୍କ ଅନୁଗମନ କରିବା ବନ୍ଦ ନ କର ସେଥିପାଇଁ ତୁମ୍ଭମାନଙ୍କୁ ନିରୁତ୍ସାହିତ ନ କରିବାକୁ” (ଦେଖ: ଉପମା/ରୂପକ)

2 Corinthians 10:9

ମୁଁ ତୁମ୍ଭମାନଙ୍କୁ ଭୟ ଦେଖାଇବାକୁ ଚେଷ୍ଟା କରୁଛି

2 Corinthians 10:10

ଦାବୀଯୁକ୍ତ ଓ ଶକ୍ତିଯୁକ୍ତ

2 Corinthians 10:11

ମୁଁ ଚାହେଁ ଯେ ସେହି ପ୍ରକାର ଲୋକେ ବୁଝନ୍ତୁ

ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଦୂରରେ ଥିବା ବେଳେ ଆମ୍ଭମାନଙ୍କ ପତ୍ରରେ ଯାହା କରିବୁ ବୋଲି ଲେଖିଥିଲୁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ସେହି ସମାନ ବିଷୟ କରିବୁ

ଏହି ପଦଗୁଡିକର ସବୁ ଘଟଣା ପାଉଲଙ୍କ ସେବାଦଳକୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I (ଦେଖ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)

2 Corinthians 10:12

ଆମ୍ଭେମାନେ ସେହିପରି ଉତ୍ତମ ବୋଲି କହିବା

ପାଉଲ ଅନେକ ସମାନ ବିଷୟକୁ ଦୁଇଥର କହୁଛନ୍ତି I (ଦେଖ: ସମାନ୍ତରତାସୂଚକ)

ପାଉଲ ଉତ୍ତମତା ବିଷୟରେ କହୁଛନ୍ତି ଯେ ତାହା ଏମିତି କିଛି ଜିନିଷ ଯାହାର ଲମ୍ବା ଲୋକେ ମାପିପାରିବେ I ବିକଳ୍ପ ଅନୁବାଦ: “ସେମାନେ ପରସ୍ପରକୁ ଦେଖନ୍ତି ଓ କିଏ ଭଲ ତାହା ଜାଣିବାକୁ ଚେଷ୍ଟା କରନ୍ତି” (ଦେଖ: ଉପମା/ରୂପକ)

ସମସ୍ତଙ୍କୁ ଦେଖନ୍ତି ଯେ ସେମାନେ କିଛି ଜାଣନ୍ତି ନାହିଁ

2 Corinthians 10:13

ପାଉଲ ସେ ପାଇଥିବା ଅଧିକାର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଦେଶ, ଯହିଁ ଉପରେ ସେ ଶାସନ କରନ୍ତି, ଆପଣା ଦେଶର ସୀମାରେଖା ବା “ନିୟନ୍ତ୍ରଣ” ମଧ୍ୟରେ ଥିବା ଜିନିଷଗୁଡିକ ଉପରେ ତାହାଙ୍କର ଅଧିକାର ଅଛି ଓ ଆପଣା ଅଧିକାର ଅଧିନରେ ନ ଥିବା ଜିନିଷଗୁଡିକ ତାହାଙ୍କ “ନିୟନ୍ତ୍ରଣ” ବାହାରେ I” (ଦେଖ: ଉପମା/ରୂପକ)

ଏହା ଗୋଟିଏ ରୂଢ଼ି I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ନାହିଁ, ସେ ବିଷୟରେ ଦର୍ପ କରିବୁ ନାହିଁ” କିମ୍ବା “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ଅଛି, କେବଳ ସେ ବିଷୟରେ ହିଁ ଦର୍ପ କରିବୁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ଅଧିନରେ ଥିବା ବିଷୟଗୁଡିକ ବିଷୟରେ ଯାହା ଈଶ୍ବର

ପାଉଲ ସେ ପାଇଥିବା ଅଧିକାର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଦେଶ, ଯହିଁଉପରେ ସେ ଶାସନ କରନ୍ତି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭେମାନେ ଆମ୍ଭମାନଙ୍କ ଅଧିକାରର ସୀମା ମଧ୍ୟରେ ଅଛ” (ଦେଖ: ଉପମା/ରୂପକ)

2 Corinthians 10:14

οὐ ὑπερεκτείνομεν ὑπερεκτείνομεν ἑαυτούς

ଆମ୍ଭମାନଙ୍କ ସୀମା ବାହାରକୁ ଗଲୁ ନାହିଁ

2 Corinthians 10:15

ଏହା ଗୋଟିଏ ରୂଢ଼ି I ଦେଖ ତୁମେ ଏକା ଭଳି ଶବ୍ଦକୁ କିପରି ୨ କରିନ୍ଥୀୟ ୧୦:୧୩ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ନାହିଁ, ସେ ବିଷୟରେ ଦର୍ପ କରିନାହୁଁ” କିମ୍ବା “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ଅଛି, କେବଳ ସେ ବିଷୟରେ ହିଁ ଦର୍ପ କରିଅଛୁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

2 Corinthians 10:16

ଗୋଟିଏ ଅଞ୍ଚଳ ଯାହା ଈଶ୍ବର ଅନ୍ୟ କାହାକୁ ଦେଇଛନ୍ତି

2 Corinthians 10:17

ପ୍ରଭୁ ଯାହା କରିଛନ୍ତି, ସେ ବିଷୟରେ ଦର୍ପ କରିବୁ

2 Corinthians 10:18

ἑαυτὸν συνιστάνων

ଏହାର ଅର୍ଥ ଏହି ଯେ ସେ ତାହାଙ୍କ ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଜଣକୁ ସେ ଠିକ୍ କି ଭୁଲ୍, ତାହା ସ୍ଥିର କରିବାକୁ ଯଥେଷ୍ଟ ପ୍ରମାଣ ଯୋଗାନ୍ତି I ଦେଖ “ଯେ ନିଜର ପ୍ରଶଂସା କରେ”କୁ ୨ କରିନ୍ଥୀୟ ୪:୨ରେ କିପରି ଅନୁବାଦ କରାଯାଇଛି I

"ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ପ୍ରଭୁ ସମର୍ଥନ କରନ୍ତି” (ଦେଖ

ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଯାହାର ପ୍ରଶଂସା କରନ୍ତି, ତାହାଙ୍କୁ ହିଁ ସମର୍ଥନ କରନ୍ତି” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

2 Corinthians 11

୨ କରିନ୍ଥୀୟ ୧୧ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ, ପାଉଲ ଆପଣା ଅଧିକାରର ନିରନ୍ତର ପକ୍ଷ ସମର୍ଥନ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଭ୍ରାନ୍ତ ଶିକ୍ଷା

କରିନ୍ଥୀୟମାନେ ଭ୍ରାନ୍ତ ଶିକ୍ଷକମାନଙ୍କୁ ଶୀଘ୍ର ଗ୍ରହଣ କରୁଥିଲେ I ସେମାନେ ଯୀଶୁ ଓ ସୁସମାଚାର ବିଷୟରେ ଦେଉଥିବା ଶିକ୍ଷା ଭିନ୍ନ ଥିଲା ଓ ସତ୍ୟ ନ ଥିଲା I ଭ୍ରାନ୍ତ ଶିକ୍ଷକମାନଙ୍କ ପରି ନୁହେଁ, ମାତ୍ର ପାଉଲ ତ୍ୟାଗଯୁକ୍ତ ଭାବରେ କରିନ୍ଥୀୟମାନଙ୍କର ସେବା କରିଥିଲେ I(ଦେଖ: ଉତ୍ତମ ବାର୍ତ୍ତା*,* ସୁସମାଚାର)

ଆଲୋକ

ନୂତନ ନିୟମରେ ଆଲୋକ ସାଧାରଣତଃ ଏକ ରୂପକଭାବରେ ବ୍ୟବହୃତ ହୋଇଛି I ପାଉଲ ଏଠାରେ ଆଲୋକକୁ ଈଶ୍ବରଙ୍କୁ ଓ ତାହାଙ୍କର ଧାର୍ମିକତାକୁ ପ୍ରକାଶ କରିବାର ସୂଚକ ଭାବରେ ବ୍ୟବହାର କରୁଛନ୍ତି I ଅନ୍ଧକାର ପାପକୁ ବର୍ଣ୍ଣନା କରେ I ପାପ ଈଶ୍ବରଙ୍କଠାରୁ ଲୁଚି ରହିବାକୁ ଚେଷ୍ଟା କରେ I(ଦେଖ: ଦୀପ୍ତି*,* ଜ୍ୟୋତିଷ୍କ, ଆଲୋକ, ଆଲୋକିତ, ଆଲୋକପାତ, ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତାସଚ୍ଚୋଟ, ସଚ୍ଚୋଟତାଅନ୍ଧକାରପାପ*,* ପାପପୂର୍ଣ୍ଣ, ପାପୀ, ପାପ)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ପାଉଲ ଏହି ଅଧ୍ୟାୟକୁ ଏକ ବର୍ଦ୍ଧିତ ରୂପକ ସହ ଆରମ୍ଭ କରନ୍ତି I ସେ ଆପଣାକୁ ଜଣେ ସତୀ କନ୍ୟାର ପିତା ଭାବରେ ତୁଳନା କରୁଛନ୍ତି, ଯେ କି ବରଙ୍କୁ ଆପଣା କୁମାରୀ କନ୍ୟା ଦାନ କରୁଛନ୍ତି I ସାଂସ୍କତିକ ପୃଷ୍ଠଭୂମି ଉପରେ ନିର୍ଭର ରଖି ବିବାହ ରୀତିନୀତି ବଦଳିଥାଏ I କିନ୍ତୁ ଜଣେ ବୟସ୍କ ଓ ପବିତ୍ର ସନ୍ତାନ ଭାବରେ ଜଣକୁ ସମର୍ପଣ କରିବା ନିମନ୍ତେ ସାହାଯ୍ୟ କରିବାର ଚିନ୍ତାଧାରାକୁ ଏହି ଅନୁଚ୍ଛେଦରେ ସ୍ପଷ୍ଟଭାବରେ ଚିତ୍ରଣ କରାଯାଇଛି I(ଦେଖ: ଉପମା/ରୂପକପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ବ୍ୟଙ୍ଗ

ଏହି ଅଧ୍ୟାୟ ବ୍ୟଙ୍ଗୋକ୍ତିରେ ପରିପୂର୍ଣ୍ଣ I ପାଉଲ ଆପଣା ବ୍ୟଙ୍ଗୋକ୍ତି ଦ୍ବାରା କରିନ୍ଥୀୟମାନଙ୍କୁ ଲଜ୍ଜା ଦେବାପାଇଁ ଆଶା କରୁଛନ୍ତି I

”ତୁମ୍ଭେମାନେ ତ ବଡ଼ ସହିଷ୍ଣୁ!” ପାଉଲ ଭାବୁଛନ୍ତି ଯେ ଭଣ୍ଡ ଶିକ୍ଷକମାନେ ସେମାନଙ୍କୁ ଯେପ୍ରକାରେ ବ୍ୟବହାର କଲେ, ସେମାନେ ସହିଯିବା ଉଚିତ ନ ଥିଲା I ପାଉଲ ଭାବୁନାହାନ୍ତି ଯେ ସେମାନେ ପ୍ରକୃତରେ ପ୍ରେରିତ ଥିଲେ I

ଏହି ଉକ୍ତି, “କାରଣ ତୁମ୍ଭେମାନେ ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହୋଇଗଲ I ତୁମ୍ଭେମାନେ ନିଜେ ନିଜେ ଜ୍ଞାନୀ ଅଟ!”ର ଅର୍ଥ ହେଉଛି ଯେ କରିନ୍ଥୀୟ ବିଶ୍ବାସୀମାନେ ଭାବୁଛନ୍ତି ଯେ ସେମାନେ ଅତି ଜ୍ଞାନୀ, କିନ୍ତୁ ପାଉଲ ଏକମତ ନୁହନ୍ତିI

”ଆମ୍ଭମାନଙ୍କର ଲଜ୍ଜା ନିମନ୍ତେ ମୁଁ କହିବି ଯେ ତାହା କରିବା ନିମନ୍ତେ ଆମ୍ଭେମାନେ ଅତି ଦୁର୍ବଳ I” ପାଉଲ ବ୍ୟବହାର ସମ୍ବନ୍ଧରେ କହୁଛନ୍ତି ଯେ ସେ ଭାବୁଛନ୍ତି ତାହାକୁ ଏଡାଇବା ଅତି ଭୁଲ୍ ଥିଲା I ସେ ଏମିତି କହୁଛନ୍ତି ଯେ ସେ ଭାବୁଛନ୍ତି ତାହା ନ କରିବାଟା ତାଙ୍କର ଭୁଲ୍ I ସେ ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନକୁ ମଧ୍ୟ ବ୍ୟଙ୍ଗୋକ୍ତି ଭାବରେ ବ୍ୟବହାର କରୁଛନ୍ତି I “ତୁମ୍ଭେମାନେ ଯେପରି ଉନ୍ନତ ହେବ ସେଥିପାଇଁ ମୁଁ ଆପଣାକୁ ନମ୍ର କରିବା ଦ୍ବାରା କଅଣ ପାପ କଲି ?” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟପ୍ରେରିତ, ପ୍ରେରିତପଦଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଭାବ ପ୍ରକାଶକ ପ୍ରଶ୍ନାବଳୀ

ଆପଣା ଆପଣାକୁ ଶ୍ରେଷ୍ଠ ବୋଲି କହୁଥିବା ଭଣ୍ଡ ପ୍ରେରିତମାନଙ୍କ ଦାବୀକୁ ଖଣ୍ଡନ କରିବାକୁ ଯାଇ ପାଉଲ ଭାବ ପ୍ରକାଶକ ପ୍ରଶ୍ନର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ପ୍ରତ୍ୟେକ ପ୍ରଶ୍ନ ଗୋଟିଏ ଗୋଟିଏ ଉତ୍ତର ସହିତ ସଂଯୁକ୍ତ ଅଟେ: “ସେମାନେ କି ଏବ୍ରୀୟ? ମୁଁ ମଧ୍ୟ I ସେମାନେ କି ଇଶ୍ରାୟେଲୀୟ? ମୁଁ ମଧ୍ୟ I ସେମାନେ କି ଅବ୍ରାହାମଙ୍କ ସନ୍ତାନ? ମୁଁ ମଧ୍ୟ I ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି) ମୁଁ ଅଧିକରୂପେ ଖ୍ରୀଷ୍ଟଙ୍କର ସେବକ I”

ସେ ଆପଣା ବିଶ୍ବାସୀ ଭାଇମାନଙ୍କୁ ଗୁରୁତ୍ବ ଦେବପାଇଁ ମଧ୍ୟ ଭାବ ପ୍ରକାଶକ ପ୍ରଶ୍ନର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି: “କେହି ଦୁର୍ବଳ ହେଲେ, ମୁଁ କ’ଣ ଦୁର୍ବଳ ନୁହେଁ? କେହି ବିଘ୍ନ ପାଇଲେ, ମୁଁ କ’ଣ ଆତ୍ମାରେ ଉତ୍ତପ୍ତ ହୁଏ ନାହିଁ?”

”ସେମାନେ କି ଖ୍ରୀଷ୍ଟଙ୍କ ସେବକ?”

ଏହା ବ୍ୟଙ୍ଗପୂର୍ଣ୍ଣ ତିକ୍ତୋକ୍ତି, ପରିହାସ କିମ୍ବା ଅପମାନ କରିବାପାଇଁ ଏହି ବିଶେଷ ପ୍ରକାର ବ୍ୟଙ୍ଗୋକ୍ତି ବ୍ୟବହାର କରାଯାଏ I ପାଉଲ ବିଶ୍ବାସ କରୁନାହାନ୍ତି ଯେ ଏହି ଭଣ୍ଡ ଶିକ୍ଷକମାନେ ପ୍ରକୃତରେ ଖ୍ରୀଷ୍ଟଙ୍କର ସେବା କରୁଛନ୍ତି, ସେମାନେ କେବଳ କରୁଥିବା ଭଳି ଛଳନା କରୁଛନ୍ତି I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବନ୍ଦାତ୍ମକ ସତ୍ୟତା

ଗୋଟିଏ “ଦ୍ବନ୍ଦାତ୍ମକ ସତ୍ୟତା” ହେଉଛି ଏକ ସତ୍ୟ ଉକ୍ତି ଯାହା କିଛି ଅସମ୍ଭବ ବିଷୟକୁ ବୁଝାଉଥିବା ଭଳି ମନେ ହୁଏ I ୩୦ ପଦରେ ଥିବା ଏହି ବାକ୍ୟ ଗୋଟିଏ ଦ୍ବନ୍ଦାତ୍ମକ ସତ୍ୟତା ଅଟେ: “ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି I” ପାଉଲ ୨ କରିନ୍ଥୀୟ ୧୨:୯ ପର୍ଯ୍ୟନ୍ତ କହୁନାହାନ୍ତି ଯେ ସେ କାହିଁକି ଆପଣା ଦୁର୍ବଳତାରେ ଦର୍ପ କରିବେ I(୨ କରିନ୍ଥୀୟ ୧୧:୩୦)

2 Corinthians 11:1

ପାଉଲ ଆପଣା ପ୍ରେରିତ ପଦର ସମର୍ଥନ କରିଚାଲିଛନ୍ତି I

ମୋତେ ଜଣେ ନିର୍ବୋଧ ଭଳି ଆଚରଣ କରିବାକୁ ଦିଅ

2 Corinthians 11:2

ଏହି ଶବ୍ଦଗୁଡିକ ଏକ ଉତ୍ତମ ଓ ଦୃଢ଼ ଆଶା ବ୍ୟକ୍ତ କରୁଛି ଯେ କରିନ୍ଥୀୟମାନେ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ଓ ତାହାଙ୍କୁ ଛାଡିବାକୁ କେହି ସେମାନଙ୍କୁ ପ୍ରବର୍ତ୍ତନା ନ ଦିଅନ୍ତୁ I

କରିନ୍ଥୀୟମାନଙ୍କ ପାଇଁ ଆପଣାର ଯତ୍ନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଅନ୍ୟ ଜଣେ ଲୋକକୁ ପ୍ରତିଜ୍ଞା କରିଛନ୍ତି ଯେ ତାଙ୍କୁ ବିବାହ କରିବା ନିମନ୍ତେ ସେ ଆପଣା କନ୍ୟାକୁ ପ୍ରସ୍ତୁତ କରିବେ ଓ ସେ ଅତ୍ୟଧିକ ଚିନ୍ତିତ ଯେ ସେ ସେହି ଲୋକଟିକୁ କରିଥିବା ପ୍ରତିଜ୍ଞା ରଖିବାକୁ କିପରି ସମର୍ଥ ହେବେ I ବିକଳ୍ପ ଅନୁବାଦ: “ଏକ ସ୍ବାମୀଙ୍କ ନିକଟରେ ଆପଣା କନ୍ୟାକୁ ସମର୍ପଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିବା ଜଣେ ପିତାଙ୍କ ସଦୃଶ ମୁଁ ଥିଲି” (ଦେଖ: ଉପମା/ରୂପକ)

2 Corinthians 11:3

କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି

ପାଉଲ ଭାବନା ବିଷୟରେ କହୁଛନ୍ତି ଯେ ସତେ ଯେପରି ସେସବୁ ପଶୁଗୁଡିକ ଯାହାକୁ ଲୋକେ ଭୁଲ୍ ପଥରେ କଢାଇ ନେଇପାରିବେ I ବିକଳ୍ପ ଅନୁବାଦ: “କେହି ଜଣେ ହୁଏତ ତୁମ୍ଭକୁ ମିଥ୍ୟାରେ ବିଶ୍ଵାସ ଜନ୍ମାଇବାର କାରଣ ହେବେ” (ଦେଖ: ଉପମା/ରୂପକ)

2 Corinthians 11:4

ଯେବେ କେହି ଜଣେ ଆସି

ପବିତ୍ର ଆତ୍ମା ଅପେକ୍ଷା ଭିନ୍ନ ଏକ ଆତ୍ମା, କିମ୍ବା ଆମ୍ଭମାନଙ୍କଠାରୁ ପ୍ରାପ୍ତ ହୋଇଥିବା ସୁସମାଚାର ଛଡା ଭିନ୍ନ ଏକ ସୁସମାଚାର

"ଏହି ବିଷୟ ସବୁ ସହ୍ୟ କରୁଅଛ I ଦେଖ ତୁମେ ଏହି ପଦଗୁଡିକୁ କିପରି ୨ କରିନ୍ଥୀୟ ୧୧:୧ରେ ଅନୁବାଦ କଲ I

2 Corinthians 11:5

ସେମାନେ ଯେପରି ବୋଲି ଲୋକେ କହୁଛନ୍ତି, ତା’ଠାରୁ ବି ସେହି ଶିକ୍ଷକମାନେ ଯେ ଗୁରୁତ୍ବହୀନ, ତାହା ଦେଖାଇବାକୁ ପାଉଲ ଏଠାରେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ସେହି ଶିକ୍ଷକମାନେ. ଯେଉଁମାନେ ଅନ୍ୟମାନଙ୍କଠାରୁ ଉତ୍ତମ ବୋଲି କେତେକ ଭାବୁଛନ୍ତି” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

2 Corinthians 11:6

ଏହି ନକରାତ୍ମକ ବାକ୍ୟାଂଶଟି ସକରାତ୍ମକ ସତ୍ୟତାକୁ ଗୁରୁତ୍ବ ଦେଉଛି ଯେ ସେ ଜ୍ଞାନରେ ସୁଶିକ୍ଷିତ ହୋଇଅଛି I ଗୁଣବାଚକ ବିଶେଷ୍ୟ “ଜ୍ଞାନ”କୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ମୁଁ ନିଶ୍ଚିତ ଭାବରେ ଜ୍ଞାନରେ ସୁଶିକ୍ଷିତ ହୋଇଅଛି” କିମ୍ବା “ସେମାନେ ଯାହା ଜାଣିଛନ୍ତି, ତାହା ଜାଣିବାକୁ ମୁଁ ସୁଶିକ୍ଷିତ ହୋଇଅଛି” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବାଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 11:7

ସେ କରିନ୍ଥୀୟମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିଛନ୍ତି ବୋଲି ଦାବୀ କରିବାକୁ ପାଉଲ ଆରମ୍ଭ କରୁଛନ୍ତି I ଆବଶ୍ୟକ ହେଲେ, ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଭାବୁଛି, ଆମ୍ଭେମାନେ ଏକମତ ହୋଇଛୁ ଯେ ତୁମ୍ଭେମାନେ ଯେପରି ଉନ୍ନତ ହୋଇପାରିବ, ଏଥିପାଇଁ ମୁଁ ଆପଣାକୁ ନମ୍ର କରି ପାପ କଲିନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

δωρεὰν τὸ τοῦ Θεοῦ εὐαγγέλιον εὐηγγελισάμην ὑμῖν

ତୁମ୍ଭମାନଙ୍କଠାରୁ ଫେରି ପାଇବାର କୌଣସି ଆଶା ନ ରଖି ତୁମ୍ଭମାନଙ୍କ ନିକଟରେ ଈଶ୍ବରଙ୍କ ସୁସମାଚାର ପ୍ରଚାର କଲି"

2 Corinthians 11:8

ἄλλας ἐκκλησίας ἐσύλησα

ଯେଉଁମାନେ ତାହାଙ୍କୁ ଦେବାପାଇଁ ବାଧ୍ୟ ନ ଥିଲେ, ସେମାନଙ୍କଠାରୁ ପାଉଲ ଅର୍ଥ ଗ୍ରହଣ କରିଥିବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ଗୋଟିଏ ଅତିରଞ୍ଜନ I ବିକଳ୍ପ ଅନୁବାଦ: “ମୁଁ ମଣ୍ଡଳୀସମୂହରୁ ଅର୍ଥ ଗ୍ରହଣ କଲି” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟଅତିରଞ୍ଜନ/ଅତ୍ୟୁକ୍ତି )

ଏହାର ସମ୍ପୂର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିନା ମୂଲ୍ୟରେ ମୁଁ ତୁମ୍ଭର ସେବା କରିପାରିବି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 11:9

"ମୁଁ କୌଣସି ପ୍ରକାରେ କେବେ କାହାରି ଆର୍ଥିକ ଭାର ସ୍ବରୂପ ହୋଇନାହିଁ I ଜଣେ ଅନ୍ୟ କାହା ପ୍ରତି ଅର୍ଥ ଖର୍ଚ୍ଚ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେସବୁ ଓଜନିଆ ବସ୍ତୁ, ଯାହା ଲୋକଙ୍କୁ ବୋହିବାକୁ ପଡ଼ିବ I ଏହାର ସମ୍ପୂର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଯାହା କରିପାରିବି, ତାହା ସବୁ କରିଅଛି, ଯେପରି ତୁମ୍ଭମାନଙ୍କୁ ଆଉ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ଆଉ ମୁଁ ଯେପରି ତୁମ୍ଭମାନଙ୍କ ସହିତ ରହିପାରିବି” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଉପମା/ରୂପକ)

οἱ ἀδελφοὶ ἐλθόντες

ଏହି “ଭାଇମାନେ” ସମ୍ଭବତଃ ସମସ୍ତେ ପୁରୁଷ ଥିଲେ I

ମୁଁ କେବେ ବି ତୁମ୍ଭମାନଙ୍କର ଭାରସ୍ବରୂପ ହେବି ନାହିଁ"

2 Corinthians 11:10

"ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଯେହେତୁ ତାହାଙ୍କ ପାଠକମାନେ ଜାଣନ୍ତି ଯେ ସେ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ କହୁଛନ୍ତି, ସେମାନେ ଜାଣିପାରିବେ ଯେ ସେ ଏଠାରେ ସତ୍ୟ କହୁଛନ୍ତି I ""ତୁମ୍ଭେମାନେ ଯେପରି ନିଶ୍ଚିତ ଜାଣିଅଛ ଯେ ମୁଁ ସତ୍ୟତାକୁ ଜାଣି ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟତାକୁ ପ୍ରଚାର କରୁଅଛି, ସେପରି ତୁମ୍ଭେମାନେ ଜାଣ ଯେ ମୁଁ ଯାହା କହୁଅଛି, ତାହା ସତ୍ୟ ଅଟେ I ଏହା”"

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ମୋତେ ଦର୍ପ କରିବାରୁ ନିବୃତ୍ତ କରି ନୀରବ ରଖି ପାରିବେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଏହା ପାଉଲ ଯାହା (୨ କରିନ୍ଥୀୟ ୧୧:୭)ରେ ଆରମ୍ଭ କରି କହିଥିଲେ, ତାକୁ ବୁଝାଏ I

"ଆଖାୟାର ଅଞ୍ଚଳସମୂହ I “ଅଞ୍ଚଳସମୂହ” ଶବ୍ଦଟି ସ୍ଥଳଭାଗ ବିଶିଷ୍ଟ ଅଞ୍ଚଳକୁ ବୁଝାଏ, ରାଜନୀତିକ ବିଭାଜନକୁ ନୁହେଁ I

2 Corinthians 11:11

διὰ τί? ὅτι οὐκ ἀγαπῶ ἀγαπῶ ὑμᾶς?

ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଆପଣା ପ୍ରେମକୁ ଗୁରୁତ୍ବ ଦେବାପାଇଁ ପାଉଲ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହି ପ୍ରଶ୍ନଗୁଡିକୁ ଗୋଟିଏ ଉକ୍ତିରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବା ସକାଶୁ କି ମୁଁ ତୁମ୍ଭମାନଙ୍କ ପ୍ରତି ଭାରସ୍ବରୂପ ହେବି ନାହିଁ?” କିମ୍ବା “ମୁଁ ନିରନ୍ତର ମୋହର ପ୍ରୟୋଜନ ବିଷୟପାଇଁ ଖର୍ଚ୍ଚ ବହନ କରିବାରୁ ତୁମ୍ଭମାନଙ୍କୁ ଦୂରେଇ ରଖିବି, କାରଣ ଏହା ଅନ୍ୟମାନଙ୍କୁ ଦେଖାଇ ଦେବ ଯେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଛି” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ὁ Θεὸς οἶδεν

ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଛି ବୋଲି ଈଶ୍ବର ଜାଣନ୍ତି” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

2 Corinthians 11:12

ପାଉଲ ଆପଣା ପ୍ରେରିତ ପଦକୁ ସମର୍ଥନ କରି ଚାଲିଥିବା ବେଳେ ଭଣ୍ଡ ପ୍ରେରିତମାନଙ୍କ ବିଷୟରେ କହୁଛନ୍ତି I

ତାହାଙ୍କ ଶତ୍ରୁମାନେ କହୁଥିବା ମିଥ୍ୟା ଦାବୀ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ସେ ବୋହିନେଇ ଯିବେ I ବିକଳ୍ପ ଅନୁବାଦ: “ଯେପରି ତାହାକୁ ମୁଁ ଅସମ୍ଭବ କରିପାରେ” (ଦେଖ: ଉପମା/ରୂପକ)

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଭାବିବେ ଯେ ସେମାନେ ଆମ୍ଭମାନଙ୍କ ସଦୃଶ ଅଟନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 11:13

ମୁଁ ଯାହା କରୁଛି, ତାହା କରୁଥିବି କାରଣ ଏହିପରି ଲୋକେ"

ἐργάται δόλιοι

ଅସାଧୁ କାର୍ଯ୍ୟକାରୀମାନେ

ପ୍ରେରିତ ନୁହନ୍ତି, କିନ୍ତୁ ପ୍ରେରିତମାନଙ୍କ ପରି ଦେଖାଯିବା ନିମନ୍ତେ ଚେଷ୍ଟା କରନ୍ତି

2 Corinthians 11:14

"ଏହାକୁ ନକରାତ୍ମକ ଭାବରେ ପ୍ରକାଶ କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ କରିନ୍ଥୀୟମାନେ ଅନେକ “ଭଣ୍ଡ ପ୍ରେରିତମାନଙ୍କୁ"" ସାକ୍ଷାତ କରିବାକୁ ଆଶା କରିବା ଉଚିତ (୨ କରିନ୍ଥୀୟ ୧୧:୧୩)I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହା ଆଶା କରିବା ଉଚିତ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)"

ὁ Σατανᾶς μετασχηματίζεται εἰς ἄγγελον φωτός

ଶୟତାନ ଜଣେ ଦିପ୍ତୀମୟ ଦୂତ ନୁହେଁ, କିନ୍ତୁ ସେ ଜଣେ ଦିପ୍ତୀମୟ ଦୂତ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରିଥାଏ

ἄγγελον φωτός

ଏଠାରେ “ଦିପ୍ତୀ” ଧାର୍ମିକତାକୁ ବୁଝାଇବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଧାର୍ମିକତାର ଜଣେ ଦୂତ” (ଦେଖ: ଉପମା/ରୂପକ)

2 Corinthians 11:15

"ଏହାକୁ ନକରାତ୍ମକ ଭାବରେ ପ୍ରକାଶ କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ କରିନ୍ଥୀୟମାନେ ଅନେକ “ଭଣ୍ଡ ପ୍ରେରିତମାନଙ୍କୁ"" ସାକ୍ଷାତ କରିବାକୁ ଆଶା କରିବା ଉଚିତ (୨ କରିନ୍ଥୀୟ ୧୧:୧୩)I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଶ୍ଚିତ ଭାବରେ ତାହା ଆଶା କରିବା ଉଚିତ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)"

καὶ οἱ διάκονοι αὐτοῦ μετασχηματίζονται ὡς διάκονοι δικαιοσύνης

ତାହାର ସେବକମାନେ ଧାର୍ମିକତାର ସେବକ ନୁହନ୍ତି, କିନ୍ତୁ ସେମାନେ ଧାର୍ମିକତାର ସେବକ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରନ୍ତି

2 Corinthians 11:16

ମୋତେ ନିର୍ବୋଧ ପରି ଗ୍ରହଣ କର: ମୋତେ କଥା କହି ମୋହର ଦର୍ପକୁ ଜଣେ ନିର୍ବୋଧ ଲୋକର ବାକ୍ୟ ଭାବରେ ବିବେଚନା କରିବାକୁ ଦିଅ

2 Corinthians 11:18

ଏଠାରେ “ସାଂସାରିକ ଭାବ” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ଓ ତାହାର ପରିଣାମକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କ ନିଜର ମାନବୀୟ ସଫଳତା” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 11:19

"ଯେତେବେଳେ ମୁଁ ଜଣେ ନିର୍ବୋଧ ଭଳି କାର୍ଯ୍ୟ କରେ ସେତେବେଳେ ମୋତେ ଗ୍ରହଣ କର I ଦେଖ ତୁମେ ଏଭଳି ବାକ୍ୟାଂଶକୁ କିପରି ୨ କରିନ୍ଥୀୟ ୧୧:୧ରେ ଅନୁବାଦ କଲ I

ବ୍ୟଙ୍ଗୋକ୍ତି ବ୍ୟବହାର କରି ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ଜ୍ଞାନୀ, କିନ୍ତୁ ତୁମ୍ଭେମାନେ ଜ୍ଞାନୀ ନୁହଁ!” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

2 Corinthians 11:20

ὑμᾶς καταδουλοῖ

ଅନ୍ୟମାନଙ୍କୁ ରୀତିନୀତି ପାଳନ କରିବା ନିମନ୍ତେ ବାଧ୍ୟ କରୁଥିବା କେତେକ ଲୋକ ବିଷୟରେ ଯେତେବେଳେ ସେ କହନ୍ତି, ପାଉଲ ଅତିରଞ୍ଜନ ଉକ୍ତି ବ୍ୟବହାର କରନ୍ତି, ସତେ ଯେପରି ସେମାନେ ସେମାନଙ୍କୁ କ୍ରୀତଦାସ ହେବାକୁ ବାଧ୍ୟ କରୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ଯାହା ଭାବିଥାନ୍ତି, ସେହିସବୁ ନିୟମ ପାଳନ କରିବାକୁ ବାଧ୍ୟ କରନ୍ତି” (ଦେଖ: ଉପମା/ରୂପକଅତିରଞ୍ଜନ/ଅତ୍ୟୁକ୍ତି )

ଲୋକଙ୍କର ଧନସମ୍ପତ୍ତିକୁ ନେଇ ଯାଉଥିବା ମହା-ପ୍ରେରିତମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଲୋକମାନଙ୍କୁ ହିଁ ଖାଇଯାଉଛନ୍ତି I ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କ ସବୁ ସମ୍ପତ୍ତିକୁ ନେଇଯାଏ” (ଦେଖ: ଉପମା/ରୂପକ)

ଅପର ବ୍ୟକ୍ତି ଯାହା ଜାଣି ନାହିଁ ତାହାସବୁ ଜାଣିବା ଦ୍ବାରା ଜଣେ ଲୋକ ଅନ୍ୟ ଜଣେ ଲୋକର ଲାଭ ଉଠାଇ ଥାଏ ଓ ସେହି ଜ୍ଞାନ ବ୍ୟବହାର କରି ନିଜର ଲାଭ ପାଇଁ ଅନ୍ୟର କ୍ଷତି କରେ I

2 Corinthians 11:21

ମୁଁ ଲଜ୍ଜା ସହ ସ୍ବୀକାର କରୁଅଛି ଯେ ତୁମ୍ଭମାନଙ୍କୁ ସେ ଭଳି ବ୍ୟବହାର କରିବାକୁ ଆମ୍ଭେମାନେ ସାହସୀ ନ ଥିଲୁ I ପାଉଲ ବ୍ୟଙ୍ଗୋକ୍ତି ବ୍ୟବହାର କରି କରିନ୍ଥୀୟମାନଙ୍କୁ କହୁଛନ୍ତି ଯେ ଏହା ନୁହେଁ ଯେ ସେ ଦୁର୍ବଳ ଥିଲେ ବୋଲି ତୁମ୍ଭମାନଙ୍କୁ ଉତ୍ତମ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ମୁଁ କହିବାକୁ ଲଜ୍ଜିତ ନୁହେଁ ଯେ ତୁମ୍ଭମାନଙ୍କର କ୍ଷତି କରିବାକୁ ଆମ୍ଭମାନଙ୍କର ଶକ୍ତି ଥିଲା, କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଉତ୍ତମ ବ୍ୟବହାର କଲୁ” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

ଜଣେ ଯେ କୌଣସି ବିଷୟରେ ଦର୍ପ କରୁ ନା କାହିଁକି ...ମୁଁ ଏ ବିଷୟରେ ମଧ୍ୟ ଦର୍ପ କରିବାକୁ ସାହସ କରିବି"

2 Corinthians 11:22

ପାଉଲ ଆପଣା ପ୍ରେରିତ ପଦର ସମର୍ଥନ କରୁଥିବା ବେଳେ, ସେ ଜଣେ ବିଶ୍ବାସୀ ହେବା ଦିନଠାରୁ ଘଟିଥିବା ନିର୍ଦ୍ଦିଷ୍ଟ ବିଷୟ ସବୁ କହୁଛନ୍ତି I

ପାଉଲ ଏପରି ପ୍ରଶ୍ନ ପଚାରୁଛନ୍ତି, ଯାହା ହୁଏତ କରିନ୍ଥୀୟମାନେ ପଚାରି ପାରିଥାନ୍ତେ ଓ ତାପରେ ସେ ମଧ୍ୟ ମହା-ପ୍ରେରିତମାନଙ୍କ ପରି ଅଧିକରୂପେ ଜଣେ ଯିହୂଦୀବୋଲି ଗୁରୁତ୍ବ ଦେବାକୁ ସେମାନଙ୍କୁ ଉତ୍ତର ଦେଉଛନ୍ତି I ଯଦି ସମ୍ଭବ, ତୁମେ ଗୋଟିଏ ପ୍ରଶ୍ନ-ଉତ୍ତର ଫର୍ମ ରଖିବା ଉଚିତ I ବିକଳ୍ପ ଅନୁବାଦ: “ସେମାନେ ଚାହୁଁଛନ୍ତି ଯେ ସେମାନେ ମୁଖ୍ୟ ଅଟନ୍ତି ବୋଲି ତୁମ୍ଭେମାନେ ଭାବିନିଅ ଓ ସେମାନଙ୍କ କଥାକୁ ବିଶ୍ବାସ କର, କାରଣ ସେମାନେ ଯିହୂଦୀ ଓ ଇଶ୍ରାୟେଲୀୟ ଏବଂ ଅବ୍ରାହାମଙ୍କ ସନ୍ତାନ I ଆଚ୍ଛା, ମୁଁ ମଧ୍ୟ ସେମାନଙ୍କ ପରି ଜଣେ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

2 Corinthians 11:23

ପାଉଲ ଏପରି ପ୍ରଶ୍ନ ପଚାରୁଛନ୍ତି, ଯାହା ହୁଏତ କରିନ୍ଥୀୟମାନେ ପଚାରି ପାରିଥାନ୍ତେ ଓ ତାପରେ ସେ ମଧ୍ୟ ମହା-ପ୍ରେରିତମାନଙ୍କ ପରି ଅଧିକରୂପେ ଜଣେ ଯିହୂଦୀବୋଲି ଗୁରୁତ୍ବ ଦେବାକୁ ସେମାନଙ୍କୁ ଉତ୍ତର ଦେଉଛନ୍ତି I ଯଦି ସମ୍ଭବ, ତୁମେ ଗୋଟିଏ ପ୍ରଶ୍ନ-ଉତ୍ତର ଫର୍ମ ରଖିବା ଉଚିତ I ବିକଳ୍ପ ଅନୁବାଦ: “ସେମାନେ କହନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କର ସେବକ ଅଟନ୍ତି-ମୁଁ ପାଗଳ ପରି କହୁଅଛି - କିନ୍ତୁ ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ ଅଟେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଯଦିଓ ଭଲଭାବରେ ଚିନ୍ତା କରିବାକୁ ସକ୍ଷମ ନୁହେଁ

ତୁମେ ବୁଝିଥିବା ସୂଚନାକୁ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ସେମାନଙ୍କଠାରୁ ଅଧିକରୂପେ ଖ୍ରୀଷ୍ଟଙ୍କର ଜଣେ ସେବକ” (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)

ἐν κόποις περισσοτέρως

ମୁଁ କଠିନ ପରିଶ୍ରମ କରିଛି

ମୁଁ ଅନେକ ଥର କାରାଗାରରେ ରହିଛି

ἐν πληγαῖς ὑπερβαλλόντως

ଏହା ଗୋଟିଏ ରୂଢ଼ି ଓ ସେ ବାରମ୍ବାର ଅନେକ ଥର ପ୍ରହାରିତ ହୋଇଛନ୍ତି ବୋଲି ଗୁରୁତ୍ବ ଦେବାକୁ ଅତିରଞ୍ଜନ କରାଯାଇଛି I ବିକଳ୍ପ ଅନୁବାଦ: “ମୁଁ ଅନେକ ଥର ବହୁତ ପ୍ରହାରିତ ହୋଇଛି” କିମ୍ବା “ମୁଁ ଗଣନାର ବାହାରେ ଅନେକ ଥର ପ୍ରହାରିତ ହୋଇଛି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଅତିରଞ୍ଜନ/ଅତ୍ୟୁକ୍ତି )

ଆଉ ମୁଁ ଅନେକ ଥର ମୃତ ପ୍ରାୟ ହୋଇଛି

2 Corinthians 11:24

୩୯ ଥର ପ୍ରହାରିତ ହେବା ଗୋଟିଏ ସାଧାରଣ ଭାବ ଥିଲା I ଯିହୂଦୀ ବ୍ୟବସ୍ଥାରେ ଅତି ଅଧିକରେ ଏକ ସମୟରେ ଚାଳିଶ ଥର ପ୍ରହାର କରିବା ନିୟମ ଥିଲା I ସେଥିପାଇଁ ସେମାନେ ଜଣେ ଲୋକକୁ ସାଧାରଣତଃ ଉଣଚାଳିଶ ଥର ପ୍ରହାର କରୁଥିଲେ ଯେପରି ଗଣନାର ଭୁଲ୍ ସକାଶୁ ଯଦି ଜଣକୁ ଅଧିକ ଥର ପ୍ରହାର କଲେ, ସେମାନେ ଦୋଷୀ ହୋଇଯିବେ I

2 Corinthians 11:25

ἐραβδίσθην

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମୋତେ କାଠ ବାଡିରେ ପିଟିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἐλιθάσθην

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ମୃତ ବୋଲି ଭାବିବା ପର୍ଯ୍ୟନ୍ତ ସେମାନେ ମୋ ଉପରକୁ ପଥର ଫିଙ୍ଗୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ସେ ଯାତ୍ରା କରୁଥିବା ଜାହାଜ ବୁଡିଗଲା ପରେ ପାଣିରେ ଭାସୁଥିବା ଅବସ୍ଥାକୁ ପାଉଲ ଉଲ୍ଲେଖ କରୁଛନ୍ତି I

2 Corinthians 11:26

ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେଉଁ ଲୋକମାନେ ଖ୍ରୀଷ୍ଟରେ ଭାଇ ବୋଲି ଦାବୀ କରୁଥିଲେ, ସେମାନଙ୍କଠାରୁ ବିପଦରେ ଥିଲୁ, ସେମାନେ ଆମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କଲେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

2 Corinthians 11:27

γυμνότητι

ଏଠାରେ ପାଉଲ ବସ୍ତ୍ରର ଅଭାବ ଦେଖାଇବା ପାଇଁ ଅତିରଞ୍ଜନ କରୁଛନ୍ତି I ବିକଳ୍ପ ଅନୁବାଦ: “ନିଜକୁ ଉଷୁମ ରଖିବାକୁ ଯଥେଷ୍ଟ ବସ୍ତ୍ର ନ ଥାଇ” (ଦେଖ: ଅତିରଞ୍ଜନ/ଅତ୍ୟୁକ୍ତି )

2 Corinthians 11:28

ମଣ୍ଡଳୀସମୂହ କେତେ ଭଲ ଭାବରେ ଈଶ୍ବରଙ୍କ ବାଧ୍ୟ ହେଲେ, ସେ ବିଷୟରେ ଈଶ୍ବର ଯେ ତାହାଙ୍କୁ ଦାୟୀ କରିବେ, ପାଉଲ ତାହା ଜାଣନ୍ତି ଓ ସେ ସେହି ଜ୍ଞାନ ବିଷୟରେ କହନ୍ତି ଯେ ସତେ ଯେପରି ତାହା ତାହାଙ୍କୁ ତଳକୁ ଠେଲୁଥିବା ଗୋଟିଏ ଓଜନିଆ ବସ୍ତୁ ଅଟେ I ବିକଳ୍ପ ଅନୁବାଦ: “ମୁଁ ଜାଣେ ଯେ ମଣ୍ଡଳୀସମୂହର ଆତ୍ମିକ ବୃଦ୍ଧିପାଇଁ ଈଶ୍ବର ମୋତେ ଉତ୍ତରଦାୟୀ କରିବେ ଓ ଏଥିପାଇଁ ମୁଁ ସର୍ବଦା ଗୋଟିଏ ଓଜନିଆ ବସ୍ତୁ ମୋତେ ତଳକୁ ଠେଲିବା ପରି ଅନୁଭବ କରୁଛି” (ଦେଖ: ଉପମା/ରୂପକ)

2 Corinthians 11:29

τίς ἀσθενεῖ, καὶ οὐκ ἀσθενῶ ἀσθενῶ?

ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ବି କେହି ଜଣେ ଦୁର୍ବଳ ହୁଏ, ମୁଁ ମଧ୍ୟ ସେହି ଦୁର୍ବଳତାକୁ ଅନୁଭବ କରେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

τίς ἀσθενεῖ, καὶ οὐκ ἀσθενῶ ἀσθενῶ?

“ଦୁର୍ବଳ” ଶବ୍ଦଟି ସମ୍ଭବତଃ ଆତ୍ମିକ ଅବସ୍ଥା ନିମନ୍ତେ ଏକ ରୂପକ, କିନ୍ତି କେହି ନିଶ୍ଚିତ ନୁହନ୍ତି ଯେ ପାଉଲ କ’ଣ କହୁଛନ୍ତି, ସେଥିପାଇଁ ଏଠାରେ ସେହି ସମାନ ଶବ୍ଦକୁ ହିଁ ବ୍ୟବହାର କରିବା ସବୁଠାରୁ ଭଲ ହେବ I ବିକଳ୍ପ ଅନୁବାଦ: “ଯେତେବେଳେ ବି କେହି ଜଣେ ଦୁର୍ବଳ ହୁଏ, ମୁଁ ମଧ୍ୟ ସେହି ଦୁର୍ବଳତାକୁ ଅନୁଭବ କରେ” (ଦେଖ: ଉପମା/ରୂପକ)

ଯେତେବେଳେ ଜଣେ ବିଶ୍ବାସୀକୁ ପାପରେ ପଡିବାକୁ ଦିଆଯାଏ ସେହି ସମୟରେ ତାଙ୍କର କ୍ରୋଧକୁ ପ୍ରକାଶ କରିବା ନିମନ୍ତେ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ଏଠାରେ ତାହାଙ୍କ କ୍ରୋଧ ସମ୍ବନ୍ଧରେ କୁହାଯାଏ ଯେ ତାହା ତାହାଙ୍କ ଅନ୍ତର ମଧ୍ୟରେ ଜଲୁଥିଲା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ଆମ୍ଭମାନଙ୍କର ଜଣେ ଭାଇକୁ ପାପରେ ପଡିବାକୁ ଦିଏ, ମୁଁ କ୍ରୋଧ କରେ I (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଉପମା/ରୂପକ)

σκανδαλίζεται

ପାପ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା କୌଣସି ଜିନିଷ ଉପରେ ଝୁଣ୍ଟିପଡେ ଓ ତାପରେ ପଡିଯାଏ I ବିକଳ୍ପ ଅନୁବାଦ: “ପାପ କରିବାକୁ କଢାଇ ନିଆଯାଇଛି” କିମ୍ବା “ଭାବିଛି ଯେ କେହି ଜଣେ କିଛି କରିଥିବା ସକାଶୁ ଈଶ୍ବର ତାଙ୍କୁ ପାପ କରିବାକୁ ଦେବେ” (ଦେଖ: ଉପମା/ରୂପକ)

ପାପ ସମ୍ବନ୍ଧରେ କ୍ରୋଧୀ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାଙ୍କ ଶରୀର ଭିତରେ ଅଗ୍ନି ଥିଲା I ବିକଳ୍ପ ଅନୁବାଦ: “ମୁଁ ଏ ବିଷୟରେ କ୍ରୋଧୀ ନୁହେଁ” (ଦେଖ: ଉପମା/ରୂପକ)

2 Corinthians 11:30

ତାହା ଦେଖାଏ ମୁଁ କେତେ ଦୁର୍ବଳ

2 Corinthians 11:31

οὐ ψεύδομαι ψεύδομαι

"ସେ ସତ୍ୟ କହୁଛନ୍ତି ବୋଲି ଗୁରୁତ୍ବ ଦେବାକୁ ପାଉଲ ଏକ ଘଟଣା କହୁଛନ୍ତି I ବିକଳ୍ପ ଅନୁବାଦ: ""ମୁଁ ସମ୍ପୂର୍ଣ୍ଣ ସତ୍ୟ କହୁଛି"" (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)"

2 Corinthians 11:32

ὁ ἐθνάρχης Ἁρέτα τοῦ βασιλέως ἐφρούρει τὴν πόλιν

ହାରେତା ରାଜାଙ୍କ ଦ୍ବାରା ନିଯୁକ୍ତ ଶାସନକର୍ତ୍ତା ଲୋକମାନଙ୍କୁ ନଗର ଜଗିବାକୁ କହିଥିଲେ

πιάσαι με

ଯେପରି ସେ ମୋତେ ଧରି ବାନ୍ଧିପକାଇବେ

2 Corinthians 11:33

ἐν σαργάνῃ ἐχαλάσθην

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକ ଲୋକ ମୋତେ ଗୋଟିଏ ଟୋକେଇରେ ରଖି ତଳକୁ ଓହ୍ଲାଇ ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

τὰς χεῖρας αὐτοῦ

ପାଉଲ ଶାସନକର୍ତ୍ତାଙ୍କ ସ୍ଥାନରେ ଶାସନକର୍ତ୍ତାଙ୍କ ହସ୍ତ ବୋଲି ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ଶାସନକର୍ତ୍ତାଙ୍କ ଠାରୁ” (ଦେଖ: ଲାକ୍ଷଣିକ ଶବ୍ଦ)

2 Corinthians 12

"# ୨ କରିନ୍ଥୀୟ ୧୨ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ପାଉଲ ଆପଣା ଅଧିକାରକୁ ସମର୍ଥନ କରିବା ଜାରି ରଖିଛନ୍ତି I

ପାଉଲ କରିନ୍ଥୀୟମାନଙ୍କ ସହିତ ଥିବା ସମୟରେ ତାହାଙ୍କର ଶକ୍ତିଯୁକ୍ତ କର୍ମଗୁଡିକ ଦ୍ବାରା ଆପଣାକୁ ଜଣେ ପ୍ରେରିତ ଭବରେ ପ୍ରମାଣ କରିଥିଲେ I ସେ ସେମାନଙ୍କଠାରୁ କିଛି ହିଁ ନେଇ ନ ଥିଲେ I ବର୍ତ୍ତମାନ ସେ ତୃତୀୟ ଥର ପାଇଁ ଆସୁଥିଲେ ସୁଦ୍ଧା ସେ କିଛି ନେବେ ନାହିଁ I ସେ ଆଶା କରୁଛନ୍ତି ଯେ ଯେତେବେଳେ ସେ ସେମାନଙ୍କୁ ସାକ୍ଷାତ କରିବେ, ସେ ସେମାନଙ୍କ ପ୍ରତି କଠୋର ହେବା ଆବଶ୍ୟକ ହେବ ନାହିଁ I (ଦେଖ: ପ୍ରେରିତ, ପ୍ରେରିତପଦ)

ଏହି ଅଧ୍ୟାୟର ବିଶେଷ ଧାରଣା

ପାଉଲଙ୍କ ଦର୍ଶନ

ସ୍ବର୍ଗର ଏକ ଚମତ୍କାରପୂର୍ଣ୍ଣ ଦର୍ଶନ ବିଷୟରେ କହି ପାଉଲ ବର୍ତ୍ତମାନ ଆପଣା ଅଧିକାରର ପକ୍ଷ ସମର୍ଥନ କରୁଛନ୍ତି I ଯଦିଓ ସେ ୨-୫ ପଦରେ ତୃତୀୟ ପୁରୁଷରେ କହୁଛନ୍ତି, ୭ ପଦ ସୂଚାଇଦେଉଛି ଯେ ସେ ହିଁ ସେହି ଦର୍ଶନ ଅନୁଭବ କରିଥିବା ଲୋକ ଅଟନ୍ତି I ଏହା ଅତି ମହାନ୍ ଥିଲା ଯେ ଈଶ୍ବର ତାହାଙ୍କୁ ନମ୍ର ରଖିବାପାଇଁ ତାହାଙ୍କୁ ଗୋଟିଏ ଶାରୀରିକ ଅକ୍ଷମତା ଦେଇଥିଲେ I (ଦେଖ: ସ୍ୱର୍ଗ*,*ଆକାଶ*,*ଆକାଶ ମଣ୍ଡଳ*,* ସ୍ୱର୍ଗୀୟ)

ତୃତୀୟ ସ୍ବର୍ଗ

ଅନେକ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ “ତୃତୀୟ” ସ୍ବର୍ଗ ହେଉଛି ଈଶ୍ବରଙ୍କ ବାସ ସ୍ଥାନ I ଏହାର କାରଣ ହେଉଛି ଯେ ଶାସ୍ତ୍ର ମଧ୍ୟ, ଆକାଶକୁ (“ପ୍ରଥମ” ସ୍ବର୍ଗ) ଓ ବିଶ୍ବକୁ (“ଦ୍ବିତୀୟ"" ସ୍ବର୍ଗ) ବୁଝାଇବାପାଇଁ “ସ୍ବର୍ଗ” ଶବ୍ଦ ବ୍ୟବହାର କରିଥାଏ I

ଏହି ଅଧ୍ୟାୟରେ ଥିବା ମୁଖ୍ୟ ଅଳଙ୍କାର

ଭାବ ପ୍ରକାଶକ ପ୍ରଶ୍ନାବଳୀ

ତାହାଙ୍କୁ ଅଭିଯୋଗ କରୁଥିବା ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଆପଣା ପକ୍ଷ ସମର୍ଥନ କରିବା ସମୟରେ ପାଉଲ ଅନେକ ଭାବ ପ୍ରକାଶକ ପ୍ରଶ୍ନଗୁଡିକ ବ୍ୟବହାର କରୁଛନ୍ତି: “କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାରସ୍ବରୂପ ହୋଇନାହିଁ, ଏହି ଗୋଟିଏ ବିଷୟ ଛଡା ଅବଶିଷ୍ଟ ମଣ୍ଡଳୀସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଛ? ତିତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଛନ୍ତି?ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରିନାହୁଁ? ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରିନାହୁଁ?” ଆଉ “ତୁମ୍ଭେମାନେ କଅଣ ଭାବୁଛ ଯେ ଏହି ସମସ୍ତ ସମୟ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣାର ଆତ୍ମପକ୍ଷ ସମର୍ଥନ କରୁଅଛୁ?” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ବ୍ୟଙ୍ଗପୂର୍ଣ୍ଣ ତିକ୍ତୋକ୍ତି

ଯେତେବେଳେ ସେ ସେମାନଙ୍କୁ ମନେ ପକାଇ ଦିଅନ୍ତି ଯେ ସେ ବିନାମୂଲ୍ୟରେ ସେମାନଙ୍କର ସେବା କରିଥିଲେ, ସେତେବେଳେ ପାଉଲ ବ୍ୟଙ୍ଗପୂର୍ଣ୍ଣ ତିକ୍ତୋକ୍ତି, ଅର୍ଥାତ୍ ଏକ ବିଶେଷ ପ୍ରକାର ବ୍ୟଙ୍ଗ ବ୍ୟବହାର କରନ୍ତି I ସେ କହନ୍ତି, “ଏହି ଭୁଲ୍ ପାଇଁ ମୋତେ କ୍ଷମା କର!” ସେ ନିୟମିତ ଢଙ୍ଗର ବ୍ୟଙ୍ଗ ମଧ୍ୟ ବ୍ୟବହାର କରନ୍ତି ଯେତେବେଳେ ସେ କହନ୍ତି: “ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି I” ଆପଣା ଅଭିଯୋଗ ବିରୁଦ୍ଧରେ ପକ୍ଷ ସମର୍ଥନ କରିବା ସମୟରେ ସେ ଏହା ବ୍ୟବହାର କରି ସତ୍ୟରେ ରହିବା ଯେ କେତେ ଅସମ୍ଭବ, ତାହା ଦେଖାଉଛନ୍ତି I (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବନ୍ଦାତ୍ମକ ସତ୍ୟତା

ଏକ “ଦ୍ବନ୍ଦମୂଳକ ସତ୍ୟତା” ହେଉଛି ଏକ ସତ୍ୟ ଉକ୍ତି ଯାହା କିଛି ଅସମ୍ଭବ ବିଷୟକୁ ବୁଝାଉଥିବା ଭଳି ମନେ ହୁଏ I ୫ ପଦରେ ଏହି ବାକ୍ୟ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଅଟେ I ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ I” ଅଧିକାଂଶ ଲୋକେ ଦୁର୍ବଳ ହେବା ବିଷୟରେ ଦର୍ପ କରନ୍ତି ନାହିଁ I ୧୦ ପଦରେ ଏହି ବାକ୍ୟ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଅଟେ: କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ୍ I” ୯ ପଦରେ, ପାଉଲ ବୁଝାଉଛନ୍ତି ଯେ କାହିଁକି ଏହି ଉଭୟ ଉକ୍ତିଗୁଡିକ ସତ୍ୟ ଅଟେ I (୨ କରିନ୍ଥୀୟ ୧୨:୫) "

2 Corinthians 12:1

ଈଶ୍ବରଙ୍କଠାରୁ ଆପଣା ପ୍ରେରିତ ପଦ ପାଇଥିବା ବିଷୟର ପକ୍ଷସମର୍ଥନ କରି, ପାଉଲ ସେ ଜଣେ ବିଶ୍ବାସୀ ହେବା ଦିନ ଠାରୁ ତାହାଙ୍କ ପ୍ରତି ଘଟିଥିବା ନିର୍ଦ୍ଦିଷ୍ଟ ଘଟଣାଗୁଡିକ କହି ଚାଲିଛନ୍ତି I

ମୁଁ କଥା କହି ଚାଲିବି, କିନ୍ତୁ ବର୍ତ୍ତମାନ

ὀπτασίας καὶ ἀποκαλύψεις Κυρίου

"ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଗୁରୁତ୍ବ ଦେବା ନିମନ୍ତେ “ଦର୍ଶନ” ଓ “ପ୍ରକାଶନ” ଶବ୍ଦକୁ ସମାନ ଅର୍ଥରେ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ବିଷୟଗୁଡିକ ଯାହା ପ୍ରଭୁ କେବଳ ମୋତେ ଦେଖିବାକୁ ଦେଲେ” କିମ୍ବା ୨) ପାଉଲ ଦୁଇଟି ଭିନ୍ନ ଭିନ୍ନ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: ""ଗୁପ୍ତ ବିଷୟଗୁଡିକ ଯାହା ପ୍ରଭୁ ମୋତେ ମୋହର ଚକ୍ଷୁରେ ଦେଖିବାକୁ ଦେଲେ ଓ ଅନ୍ୟ ଗୁପ୍ତ ବିଷୟଗୁଡିକ ବିଷୟରେ ମୋତେ କହିଲେ” (ଦେଖ: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)"

2 Corinthians 12:2

ସତେ ଯେପରି ଅନ୍ୟ କାହାରି ବିଷୟରେ କହୁଥିଲା ପରି କହି ପାଉଲ ଆପଣା ବିଷୟରେ ବର୍ଣ୍ଣନା କରି ଚାଲିଛନ୍ତି, କିନ୍ତୁ ଯଦି ସମ୍ଭବ, ଏହାକୁ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ I

ପାଉଲ ସତେ ଯେପରି ଏହା ଅନ୍ୟ ଜଣେ କାହାକୁ କହିଲା ପରି କହି ଆପଣା ବିଷୟରେ ବର୍ଣ୍ଣନା କରୁଛନ୍ତି I “ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ”

ଏହା ଆକାଶ ବା ବାହ୍ୟ ଶୂନ୍ୟ (ଗ୍ରହ, ନକ୍ଷତ୍ର ଓ ବିଶ୍ବ ମଣ୍ଡଳ) ପରିବର୍ତ୍ତେ ଈଶ୍ବରଙ୍କ ବାସସ୍ଥାନକୁ ବୁଝାଏ I

2 Corinthians 12:3

ସତେ ଯେପରି ଅନ୍ୟ କାହାରି ବିଷୟରେ କହୁଥିଲା ପରି କହି ପାଉଲ ଆପଣା ବିଷୟରେ ବର୍ଣ୍ଣନା କରି ଚାଲିଛନ୍ତି I

2 Corinthians 12:4

ἡρπάγη εἰς τὸν Παράδεισον

ଏହା “ଏହି ଜଣେ ଲୋକ” (୩ ପଦ) ପ୍ରତି ଘଟିଥିବା ବିଷୟରେ ପାଉଲଙ୍କ ବିବରଣୀକୁ ଜାରିରଖିଛି I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବର ଏହି ଲୋକକୁ ...ପାରଦୀଶକୁ ନେଲେ କିମ୍ବା ୨) ଜଣେ ଦୂତ ଏହି ଲୋକକୁ ...ପାରଦୀଶକୁ ନେଲେ I” ଯଦି ସମ୍ଭବ, ଏହି ଲୋକକୁ କିଏ ନେଲେ, ତାହାଙ୍କର ନାମ ନ ନେବା ସବୁଠାରୁ ଭଲ ହେବ: “କେହି ଜଣେ ...ପାରଦୀଶକୁ ନେଲେ” କିମ୍ବା “ସେମାନେ ...ପାରଦୀଶକୁ ନେଲେ I”

ἡρπάγη

ଆକସ୍ମିକଭାବେ ଓ ବଳପୂର୍ବକ ଧରି ନିଆଗଲେ

τὸν Παράδεισον

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ସ୍ବର୍ଗ କିମ୍ବା ୨) ତୃତୀୟ ସ୍ବର୍ଗ କିମ୍ବା ୩) ସ୍ବର୍ଗର ଗୋଟିଏ ବିଶେଷ ସ୍ଥାନ I

2 Corinthians 12:5

ସେହି ଲୋକର

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ମୋହର ଦୁର୍ବଳତାରେ ହିଁ ଦର୍ପ କରିବି”

2 Corinthians 12:6

ଆପଣା ପ୍ରେରିତ ପଦ ଈଶ୍ବରଙ୍କଠାରୁ ପ୍ରାପ୍ତ ବୋଲି ପକ୍ଷ ସମର୍ଥନ କରିବାବେଳେ, ସେ ଦୁର୍ବଳତା ସମ୍ବନ୍ଧରେ କହୁଛନ୍ତି ଯେ ଆପଣାକୁ ନମ୍ର ରଖିବାପାଇଁ ଈଶ୍ବର ତାହା ତାଙ୍କୁ ଦେଇଛନ୍ତି I

ଜଣେ ଲୋକ ମୋତେ ଯେ ପ୍ରକାର ଦେଖେ କିମ୍ବା ମୋଠାରୁ ଯେ ପ୍ରକାର ଶୁଣେ, ତା’ଠାରୁ ଅଧିକ ଶ୍ରେଷ୍ଠତା ଦିଏ ନାହିଁ

2 Corinthians 12:7

ଏହି ପଦ ପ୍ରକାଶ କରେ ଯେ ପାଉଲ ଆପଣା ବିଷୟରେ ୨ କରିନ୍ଥୀୟ ୧୨:୨ରୁ ଆରମ୍ଭ କରି କହୁଛନ୍ତି I

କାରଣ ସେହି ପ୍ରକାଶିତ ବିଷୟଗୁଡିକ କେହି କେବେ ଦେଖି ନ ଥିବା ଅନ୍ୟ ଯେ କୌଣସି ବିଷୟଠାରୁ ଅଧିକ ଶ୍ରେଷ୍ଠ

ἐδόθη μοι σκόλοψ τῇ σαρκί

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋହର ଶରୀରରେ ଗୋଟିଏ କଣ୍ଟକ ଦେଲେ” କିମ୍ବା “ମୋହର ଶରୀରରେ ଗୋଟିଏ କଣ୍ଟକ ରହିବାକୁ ଈଶ୍ବର ଅନୁମତି ଦେଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

σκόλοψ τῇ σαρκί

ଏଠାରେ ପାଉଲଙ୍କର ଶାରୀରିକ ସମସ୍ୟାଗୁଡିକୁ ତାହାଙ୍କ ଶରୀରରେ ବିଦ୍ଧ ହୋଇଥିବା ଗୋଟିଏ କଣ୍ଟକ ସହିତ ତୁଳନା କରାଯାଇଛି I

ἄγγελος Σατανᾶ

ଶୟତାନର ଜଣେ ସେବକ

ὑπεραίρωμαι

ଅତି ଗର୍ବୀ

2 Corinthians 12:8

τρὶς

ଅନେକଥର ଆପଣା “କଣ୍ଟକ” ବିଷୟରେ ପ୍ରାର୍ଥନା କରିଥିବା ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ବାକ୍ୟର ଆରମ୍ଭରେ ଏହି ପଦଗୁଡିକ ରଖିଛନ୍ତି (୨ କରିନ୍ଥୀୟ ୧୨:୭ I

ὑπὲρ τούτου Κύριον

"ପ୍ରଭୁଙ୍କୁ ଆପଣା ଶରୀରରେ ଥିବା କଣ୍ଟକ ବିଷୟରେ କିମ୍ବା “ପ୍ରଭୁଙ୍କୁ ଏହି କଷ୍ଟ ବିଷୟରେ"""

2 Corinthians 12:9

ἀρκεῖ σοι ἡ χάρις μου

ଆମ୍ଭେ ତୁମ୍ଭ ପ୍ରତି ଦୟା କରିବା, ଓ ତାହା ହିଁ ତୁମ୍ଭର ପ୍ରୟୋଜନ

σοι γὰρ δύναμις ἐν ἀσθενείᾳ τελεῖται

କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ

ἐπισκηνώσῃ ἐπ’ ἐμὲ ἡ δύναμις τοῦ Χριστοῦ

ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ତାହା ତାହାଙ୍କ ଉପରେ ନିର୍ମିତ ଗୋଟିଏ ତମ୍ବୁ I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଲୋକେ ଦେଖିପାରିବେ ଯେ ମୋଠାରେ ଖ୍ରୀଷ୍ଟଙ୍କ ଶକ୍ତି ଅଛି” କିମ୍ବା ୨) “ମୁଁ ପ୍ରକୃତରେ ଖ୍ରୀଷ୍ଟଙ୍କର ଶକ୍ତି ପ୍ରାପ୍ତ ହେବି I” (ଦେଖ: ଉପମା/ରୂପକ)

2 Corinthians 12:10

ସମ୍ଭାବିତ ଅର୍ଥାଗୁଡିକ ହେଲା ୧) “ମୁଁ ଦୁର୍ବଳତା, ଅପମାନ, ବିପଦ, ତାଡନା, ଓ ନିରାଶର ପରିସ୍ଥିତିରେ ରହିବାକୁ ସନ୍ତୁଷ୍ଟ ଯଦି ମୁଁ ଖ୍ରୀଷ୍ଟଙ୍କଠାରେ ଥିବାରୁ ଏହି ବିଷୟଗୁଡିକ ଆସୁଅଛି” କିମ୍ବା ୨) “ମୁଁ ଦୁର୍ବଳତାରେ ସନ୍ତୁଷ୍ଟ ...ଯଦି ଏ ବିଷୟଗୁଡିକ ଅଧିକ ଲୋକଙ୍କୁ ଖ୍ରୀଷ୍ଟଙ୍କୁ ଜାଣିବାରେ ସାହାଯ୍ୟ କରିବ I”

ἐν ἀσθενείαις

ଯେତେବେଳେ ମୁଁ ଦୁର୍ବଳ

ἐν ὕβρεσιν

ମୁଁ ଜଣେ ଖରାପ ଲୋକ ବୋଲି କହି ଲୋକମାନେ ଯେତେବେଳେ ମୋହର କ୍ରୋଧ ଜନ୍ମାଇବାକୁ ଚେଷ୍ଟା କରିବେ

ἐν ἀνάγκαις

ଯେତେବେଳେ ମୁଁ ଦୁଃଖଭୋଗ କରୁଛି

ଯେତେବେଳେ ବିପଦ ଅଛି

ὅταν γὰρ ἀσθενῶ, τότε δυνατός εἰμι

ପାଉଲ କହୁଛନ୍ତି ଯେ ଯେତେବେଳେ ସେ ଯାହା କରିବା ପ୍ରୟୋଜନ, ତାହା କରିବାକୁ ଆଉ ବଳବାନ୍ ନୁହନ୍ତି, ପାଉଲ ଯେତିକି ବି ବଳବାନ୍ ହୋଇପାରିବେ, ତାଙ୍କଠାରୁ ଅଧିକ ଶକ୍ତିଶାଳୀ ଯେ ଖ୍ରୀଷ୍ଟ, ସେ ପାଉଲଙ୍କ ଦେଇ ଯାହା କରିବା ପ୍ରୟୋଜନ, ତାହା କରିବେ I ତେବେ ବି ଏହି ପଦଗୁଡିକୁ ଆକ୍ଷରିକଭବରେ ଅନୁବାଦ କରିବା ସବୁଠାରୁ ଭଲ ହେବ, ଯଦି ତୁମର ଭାଷା ତାହା କରିବାକୁ ଦିଏ I

2 Corinthians 12:11

ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ ଓ ସେମାନଙ୍କ ସମ୍ମୁଖରେ ତାହାଙ୍କ ନମ୍ରତା ବିଷୟରେ କହି ସେମାନଙ୍କୁ ଦୃଢ଼ କରିବା ସକାଶେ ମନେ ପକାଇ ଦେଉଛନ୍ତି I

ମୁଁ ନିର୍ବୋଧ ପରି କାର୍ଯ୍ୟ କରୁଛି

ତୁମ୍ଭେମାନେ ମୋତେ ଏହି ପ୍ରକାରେ କହିବାକୁ ବାଧ୍ୟ କଲ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଶଂସା” (୨ କରିନ୍ଥୀୟ ୩:୧)କିମ୍ବା ୨) “ଆଦର” (୨ କରିନ୍ଥୀୟ ୪:୨)I

ନକରାତ୍ମକ ଭାବ ବ୍ୟବହାର କରି ପାଉଲ ଦୃଢ଼ ଭାବରେ କହୁଛନ୍ତି ଯେ ସେ ନ୍ୟୁନତର ବୋଲି ଯେଉଁ କରିନ୍ଥୀୟମାନେ ଭାବୁଛନ୍ତି, ତାହା ଭୁଲ୍ ଅଟେ I ବିକଳ୍ପ ଅନୁବାଦ: “କାରଣ ମୁଁ ମଧ୍ୟ ସେପରି ଭଲ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ସେହି ଶିକ୍ଷକମାନେ ଲୋକେ ଯେପରି କହୁଛନ୍ତି, ତାଠାରୁ ବି ଗୁରୁତ୍ବହୀନ ବୋଲି ଦେଖାଇବାକୁ ପାଉଲ ଏଠାରେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ଦେଖ ତୁମେ ଏହାକୁ କିପରି ୨ କରିନ୍ଥୀୟ ୧୧:୫ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ସେହି ଶିକ୍ଷକମାନେ. ଯେଉଁମାନଙ୍କୁ ଅନ୍ୟ କାହାରି ଠାରୁ ଉତ୍ତମ ବୋଲି କେତେକ ଭାବୁଛନ୍ତି” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

2 Corinthians 12:12

“ଲକ୍ଷଣସବୁ” ଉପରେ ଗୁରୁତ୍ବ ଦେବା ସହିତ, ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ, ଯାହା ମୁଁ ସାଧନ କଲି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଉଭୟ ସମୟରେ ସମାନ ଶବ୍ଦ ବ୍ୟବହାର କର

σημείοις καὶ τέρασιν καὶ δυνάμεσιν

ଏଗୁଡିକ “ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ” ଯାହା “ସମ୍ପୂର୍ଣ୍ଣ ଧୈର୍ଯ୍ୟସହକାରେ” ପାଉଲ ସାଧନ କରିଥିଲେ I

2 Corinthians 12:13

ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସେ ସେମାନଙ୍କର କ୍ଷତି କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିବା କରିନ୍ଥୀୟମାନଙ୍କର ଭୁଲ୍ ଅଟେ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ସମସ୍ତ ମଣ୍ଡଳୀରେ ଯେପରି, ସେପରି ମୁଁ ତୁମ୍ଭମାନଙ୍କ ପ୍ରତି ସେହି ସମାନ ବ୍ୟବହାର କଲି, ଗୋଟିଏ ବିଷୟ ଛଡା ..ତୁମ୍ଭେମାନେ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ἐγὼ οὐ κατενάρκησα κατενάρκησα ὑμῶν

ମୁଁ ତୁମ୍ଭମାନଙ୍କୁ ଅର୍ଥ କିମ୍ବା ମୋହର ପ୍ରୟୋଜନୀୟ ଜିନିଷ ମାଗି ନ ଥିଲି

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେବାପାଇଁ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ଉଭୟ ସେ ଓ ସେମାନେ ଜାଣନ୍ତି ଯେ ସେ ସେମାନଙ୍କ ପ୍ରତି ଭୁଲ୍ କରିନାହାନ୍ତି, କିନ୍ତୁ ସେମାନେ ତାହାଙ୍କୁ ସତେ ଯେପରି ସେ ଭୁଲ୍ କରିଥିବା ପରି ବ୍ୟବହାର କରୁଛନ୍ତି I (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

τὴν ἀδικίαν ταύτην

ସେମାନଙ୍କୁ ଅର୍ଥ କିମ୍ବା ଅନ୍ୟ ପ୍ରୟୋଜନୀୟ ଜିନିଷ ନ ମାଗି

2 Corinthians 12:14

ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଏହା ଚାହୁଁଛି ଯେ ତୁମ୍ଭେମାନେ ମୋତେ ପ୍ରେମ କର ଓ ଗ୍ରହଣ କର” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

τέκνοις

ତୁମ୍ଭମାନଙ୍କ ପିଲାମାନେ ସେମାନଙ୍କର ସୁସ୍ଥ ସବଳ ମାତାପିତାଙ୍କୁ ଦେବାପାଇଁ ଅର୍ଥ ଅବା ଅନ୍ୟ ସାମଗ୍ରୀ ସଂଚୟ କରିବା ନିମନ୍ତେ ଦାୟୀ ନୁହନ୍ତି I

2 Corinthians 12:15

ପାଉଲ ତାହାଙ୍କ କାର୍ଯ୍ୟ ଓ ତାହାଙ୍କ ଶାରୀରିକ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅର୍ଥ ଅଟେ, ଯାହା ସେ କିମ୍ବା ଈଶ୍ବର ଖର୍ଚ୍ଚ କରିପାରିବେ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦରେ ଯେ କୌଣସି କାର୍ଯ୍ୟ କରିବି ଓ ମୋତେ ବଧ କରିବାକୁ ଲୋକମାନଙ୍କୁ ଅନୁମତି ଦେବାକୁ ଆନନ୍ଦରେ ଈଶ୍ବରଙ୍କୁ ତାହା କରିବାକୁ ଦେବି” (ଦେଖ: ଉପମା/ରୂପକ)

ὑπὲρ ψυχῶν ὑμῶν

“ଆତ୍ମା” ଶବ୍ଦଟି ଲୋକମାନଙ୍କୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପାଇଁ” କିମ୍ବା “ଯେପରି ତୁମ୍ଭେମାନେ ଭଲଭାବରେ ବଞ୍ଚିପାରିବ” (ଦେଖ: ଲାକ୍ଷଣିକ ଶବ୍ଦ)

ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ମୁଁ ତୁମ୍ଭମାନଙ୍କୁ ଏତେ ଅଧିକ ପ୍ରେମ କରେ, ତୁମ୍ଭେମାନେ ମୋତେ ଏତେ କମ୍ ପ୍ରେମ କରିବା ଉଚିତ ନୁହଁ” କିମ୍ବା “ଯଦି ...ଅଧିକ ..., ତୁମ୍ଭେମାନେ ମୋତେ ତାଠାରୁ ଅଧିକ ପ୍ରେମ କରିବା ଉଚିତ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

περισσοτέρως

"ପାଉଲଙ୍କର ""ତାଠାରୁ ଅଧିକ ପ୍ରେମ"" କଅଣ ଏହା ସ୍ପଷ୍ଟ ନୁହେ I ସମ୍ଭବତଃ “ଅଧିକ” କିମ୍ବା “ଅତି ଅଧିକ” ବୋଲି କହି ବାକ୍ୟରେ ପରେ “ଅତି କମ୍” ସହିତ ତୁଳନା କଲେ ସବୁଠାରୁ ଭଲ ହେବ I"

2 Corinthians 12:16

ଯଦିଓ ସେ ସେମାନଙ୍କୁ ଅର୍ଥ ମାଗି ନ ଥିଲେ କେତେକ କରିନ୍ଥୀୟମାନେ ଭାବୁଥିଲେ ଯେ ପାଉଲ ସେମାନଙ୍କୁ ମିଛ କହୁଛନ୍ତି, ସେମାନଙ୍କୁ ଲଜ୍ଜାଦେବା ନିମନ୍ତେ ସେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ଅନ୍ୟମାନେ ଭାବୁଛନ୍ତି ଯେ ମୁଁ ଧୂର୍ତ୍ତହୋଇ ଛଳନା କଲି” (ଦେଖ: ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)

2 Corinthians 12:17

ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ନା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଥିଲି ସେମାନେ କେହି ତୁମ୍ଭମାନଙ୍କଠାରୁ କିଛି ଲାଭ ଉଠାଇ ନାହାନ୍ତି!” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

2 Corinthians 12:18

ἐπλεονέκτησεν ἐπλεονέκτησεν ὑμᾶς Τίτος?

ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ନା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତିତସ ତୁମ୍ଭମାନଙ୍କଠାରୁ କିଛି ଲାଭ ଉଠାଇ ନାହାନ୍ତି I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

ଜୀବନଯାପନ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ରାସ୍ତା ଉପରେ ଚାଲିବା ସଦୃଶ I ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ହଁ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ସମସ୍ତଙ୍କର ସେହି ସମାନ ଆଚରଣ ଅଛି ଓ ସମାନ ଭାବରେ ଜୀବନଯାପନ କରୁଅଛୁ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ) (ଦେଖ: ଉପମା/ରୂପକ)

περιεπατήσαμεν περιεπατήσαμεν οὐ τοῖς αὐτοῖς ἴχνεσιν?

ଜୀବନଯାପନ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ରାସ୍ତା ଉପରେ ଚାଲିବା ସଦୃଶ I ଉଭୟ ପାଉଲ ଓ କରିନ୍ଥୀୟମାନେ ଜାଣିଥିଲେ ଯେ ଉତ୍ତର ହେଉଛି ହଁ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଏକ ପ୍ରକାରେ ସବୁକିଛି କରିଥାଉ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଉପମା/ରୂପକ)

2 Corinthians 12:19

ଲୋକମାନେ ହୁଏତ ଯାହା ଭାବୁଥିବେ ସେପରି କିଛି ବିଷୟକୁ ସ୍ବୀକାର କରିବା ନିମନ୍ତେ ପାଉଲ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ସେ ସେମାନଙ୍କୁ ନିଶ୍ଚୟତା ଦେବା ନିମନ୍ତେ ଏହା କରୁଛନ୍ତି ଯେ ଏହା ସତ୍ୟ ନୁହେଁ I ବିକଳ୍ପ ଅନୁବାଦ: “ବୋଧହୁଏ, ତୁମ୍ଭେମାନେ ଭାବୁଛ ଯେ ଏହି ସମସ୍ତ ସମୟ ଆମ୍ଭେମାନେ ଆପଣାମାନଙ୍କର ହିଁ ପକ୍ଷ ସମର୍ଥନ କରୁଅଛୁ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)

"ପାଉଲ କରୁଥିବା ସବୁ କିଛି ଈଶ୍ବର ଜାଣୁଛନ୍ତି ବୋଲି ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ବର ଶାରୀରିକ ଭାବେ ଉପସ୍ଥିତ ରହି ପାଉଲ କହୁଥିବା ଓ କରୁଥିବା ପ୍ରତ୍ୟେକ ବିଷୟ ନିରୀକ୍ଷଣ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” ବା “ଈଶ୍ବରଙ୍କୁ ସାକ୍ଷୀ ଭାବରେ ରଖି"" କିମ୍ବା “ଈଶ୍ବରଙ୍କ ଉପସ୍ଥିତିରେ” (ଦେଖ: ଉପମା/ରୂପକ)"

ὑπὲρ ὑμῶν οἰκοδομῆς

"ତୁମ୍ଭମାନଙ୍କୁ ବଳବାନ୍ କରିବା ନିମନ୍ତେ I ଈଶ୍ବରଙ୍କର ବାଧ୍ୟ

2 Corinthians 12:20

οὐχ οἵους θέλω εὕρω εὕρω ὑμᾶς

ମୁଁ ଯାହା ଦେଖିବି, ତାହାକୁ ଭଲ ପାଇ ନ ପାରେ କିମ୍ବା “ତୁମ୍ଭେମାନେ କରୁଥିବା କର୍ମଗୁଡିକୁ ମୁଁ ଭଲ ପାଇ ନ ପାରେ”"

ତୁମ୍ଭେମାନେ ମୋଠାରେ ଯାହା ଦେଖିବ, ତାହାକୁ ଭଲ ପାଇ ନ ପାର

ଗୁଣବାଚକ ବିଶେଷ୍ୟ “ବିବାଦ,ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଓ ଗଣ୍ଡଗୋଳ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତୁମ୍ଭମାନଙ୍କ ମଧ୍ୟରୁ କେତେକ ଆମ୍ଭମାନଙ୍କ ସହିତ ବିବାଦ କରିବ, ଆମ୍ଭମାନଙ୍କୁ ଈର୍ଷା କରିବ, ହଠାତ୍ ଆମ୍ଭମାନଙ୍କ ପ୍ରତି କ୍ରୋଧ କରିବ, ନେତା ହୋଇ ଆମ୍ଭମାନଙ୍କ ସ୍ଥାନ ନେବାକୁ ଚେଷ୍ଟା କରିବ, ଆମ୍ଭମାନଙ୍କ ବିଷୟରେ ନିନ୍ଦା କଥା କହିବ, ଆମ୍ଭମାନଙ୍କ ବ୍ୟକ୍ତିଗତ ବିଷୟଗୁଡିକ କହିବୁଲିବ, ଗର୍ବୀ ହେବ, ଓ ଆମ୍ଭେମାନେ ତୁମ୍ଭମାନଙ୍କୁ କଢାଇ ନେଉଥିବା ସମୟରେ ବିରୋଧ କରିବ” କିମ୍ବା ୨) ତୁମ୍ଭମାନଙ୍କ ମଧ୍ୟରୁ କେତେକ ପରସ୍ପର ସହିତ ବିବାଦ କରିବ, ପରସ୍ପରକୁ ଈର୍ଷା କରିବ, ପରସ୍ପର ପ୍ରତି ହଠାତ୍ କ୍ରୋଧ କରିବ, କିଏ ନେତା ହେବ ବୋଲି ପରସ୍ପର ସହିତ ଗଣ୍ଡଗୋଳ କରିବ, ପରସ୍ପର ବିରୁଦ୍ଧରେ ନିନ୍ଦାକଥା କହିବ, ପରସ୍ପରର ବ୍ୟକ୍ତିଗତ କଥା କହିବୁଲିବ, ଗର୍ବୀ ହେବ ଓ ତୁମ୍ଭମାନଙ୍କୁ କଢାଇ ନେବାପାଇଁ ଈଶ୍ବର ମନୋନୀତ କରିଥିବା ଲୋକମାନଙ୍କୁ ବିରୋଧ କରିବ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 12:21

ମୁଁ ଶୋକ କରିବି, କାରଣ ସେମାନଙ୍କର ଅନେକେ ଆପଣା ଆପଣାର ପୂର୍ବ ପାପସବୁକୁ ଛାଡ଼ିନାହାନ୍ତି

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ପ୍ରାୟ ସେହି ଗୋଟିଏ ବିଷୟକୁ ଗୁରୁତ୍ବ ଦେବପାଇଁ ତିନିଥର କହୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ଯେଉଁସବୁ ଯୌନଗତ ପାପ କରୁଥିଲେ ତାହା ସେମାନେ ବନ୍ଦ କରିନାହାନ୍ତି” କିମ୍ବା ୨) ପାଉଲ ତିନୋଟି ଭିନ୍ନଭିନ୍ନ ପାପ ବିଷୟରେ କହୁଛନ୍ତି I (ଦେଖ: ସମାନ୍ତରତାସୂଚକ)

ἐπὶ τῇ ἀκαθαρσίᾳ

ଗୁଣବାଚକ ବିଶେଷ୍ୟ ଅଶୁଚିତାକୁ “ଈଶ୍ବର ସନ୍ତୁଷ୍ଟ ହେଉ ନ ଥିବା ବିଷୟ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ନାହିଁ, ସେ ପ୍ରକାର ବିଷୟ ଗୁପ୍ତରେ ଚିନ୍ତା କରନ୍ତି ଓ ଇଚ୍ଛା କରନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ଗୁଣବାଚକ ବିଶେଷ୍ୟ “ବ୍ୟଭିଚାର”କୁ “ବ୍ୟଭିଚାର କାର୍ଯ୍ୟ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୌନଗତ ବ୍ୟଭିଚାର କାର୍ଯ୍ୟ କରିବାର” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

ଗୁଣବାଚକ ବିଶେଷ୍ୟ “କାମୁକତା”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୌନଗତ ଅଶୁଚି କାମନା ପୂରଣ କରୁଥିବା ବିଷୟଗୁଡିକ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

2 Corinthians 13

୨ କରିନ୍ଥୀୟ ୧୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ, ପାଉଲ ଆପଣା ଅଧିକାରର ପକ୍ଷ ସମର୍ଥନ କରିବା ଶେଷ କରୁଛନ୍ତି I ତାପରେ ସେ ଶେଷ ନମସ୍କାର ଓ ଆଶୀର୍ବାଦ ସହ ପତ୍ରଟିକୁ ସମାପ୍ତ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ପ୍ରସ୍ତୁତି

ପାଉଲ ସେମାନଙ୍କୁ ପରିଦର୍ଶନ କରିବାକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ସମୟରେ କରିନ୍ଥୀୟମାନଙ୍କୁ ଉପଦେଶ ଦେଉଛନ୍ତି I ସେ ଆଶା କରୁଛନ୍ତି ଯେ ସେ ପହଞ୍ଚିବା ପରେ କାହାକୁ ଯେପରି ଶାସନ କରିବାକୁ ନ ପଡେ ଓ ସେ ସେମାନଙ୍କୁ ଆନନ୍ଦରେ ସାକ୍ଷାତ କରିପାରିବେ I (ଦେଖ: ## ଶିଷ୍ୟ)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶକ୍ତି ଓ ଦୁର୍ବଳତା

ପାଉଲ ଏହି ଅଧ୍ୟାୟରେ ବାରମ୍ବାର ବିଷମ ଶବ୍ଦ “ଶକ୍ତି” ଓ “ଦୁର୍ବଳତା”କୁ ବ୍ୟବହାର କରୁଛନ୍ତି I ଯେଉଁ ଶବ୍ଦଗୁଡ଼ିକ ପରସ୍ପରର ବିପରୀତ ବୋଲି ବୁଝିହୁଏ, ଅନୁବାଦକ ସେହି ଶବ୍ଦଗୁଡ଼ିକୁ ବ୍ୟବହାର କରିବା ଉଚିତ୍ I

”ତୁମ୍ଭେମାନେ ବିଶ୍ବାସରେ ଅଛ କି ନାହିଁ, ଆପଣା ଆପଣାକୁ ପରୀକ୍ଷା କରି ଦେଖ I ଆପଣା ଆପଣାକୁ ପରୀକ୍ଷା କର I”

ଏହି ବାକ୍ୟଗୁଡିକର ଅର୍ଥ ସମ୍ବନ୍ଧରେ ପଣ୍ଡିତମାନେ ଭିନ୍ନଭିନ୍ନ ମତ ଦିଅନ୍ତି I କେତେକ ପଣ୍ଡିତ କହନ୍ତି ଯେ ଖ୍ରୀଷ୍ଟିୟାନମାନେ ସେମାନଙ୍କର କର୍ମଗୁଡିକ ସେମାନଙ୍କର ବିଶ୍ବାସ ସହିତ ମେଳ ଖାଉଛି କି ନାହିଁ ଦେଖିବା ଆବଶ୍ୟକ I ପୂର୍ବାପର ପ୍ରସଙ୍ଗକୁ ଦେଖିଲେ ଏହି ଚିନ୍ତାଧାରା ଠିକ୍ ଲାଗୁଛି I ଅନ୍ୟମାନେ କହନ୍ତି ଯେ ଏହି ବାକ୍ୟର ଅର୍ଥ ହେଉଛି ଖ୍ରୀଷ୍ଟିୟାନମାନେ ସେମାନଙ୍କର କର୍ମଗୁଡିକୁ ଦେଖି ସେମାନେ ପ୍ରକୃତରେ ପରିତ୍ରାଣ ପାଇଛନ୍ତି କି ନାହିଁ ଆପଣା ଆପଣାକୁ ପ୍ରଶ୍ନ କରିବା ଉଚିତ I (ଦେଖ: ବିଶ୍ୱାସରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ)

2 Corinthians 13:1

ପାଉଲ ଦୃଢ଼ନିଶ୍ଚିତ କରୁଛନ୍ତି ଯେ ଖ୍ରୀଷ୍ଟ ତାଙ୍କ ମଧ୍ୟଦେଇ କଥା କହୁଛନ୍ତି ଓ ପାଉଲ ସେମାନଙ୍କୁ ପୁନଃସ୍ଥାପନ କରିବାକୁ, ଉତ୍ସାହ ଦେବାକୁ ଓ ଏକତ୍ର କରିବାକୁ ଚାହୁଁଛନ୍ତି I

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ କିଛି ଗୋଟାଏ ଭୁଲ୍ କରିଛି ବୋଲି ଦୁଇ କିମ୍ବା ତିନି ଜଣ ଲୋକ ସମାନ ବିଷୟକୁ କହିଲା ପରେ ଯାଇ ତାହା ବିଶ୍ବାସ କର” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

2 Corinthians 13:2

τοῖς λοιποῖς πᾶσιν

ଅବଶିଷ୍ଟ ସମସ୍ତଙ୍କୁ

2 Corinthians 13:4

ἐσταυρώθη

"ଏହାକୁ କର୍ତ୍ତୃବାଚ୍ୟ କରାଯାଇପାରିବ I ବିକଳ୍ପ ଅନୁବାଦ: ""ସେମାନେ ତାହାଙ୍କୁ କ୍ରୁଶବିଦ୍ଧ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)"

ତାହାଙ୍କ ମଧ୍ୟରେ ଓ ତାହାଙ୍କ ସହିତ ଜୀବନଯାପନ କରିବା ନିମନ୍ତେ ଈଶ୍ବର ଆମ୍ଭମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ଦିଅନ୍ତି I

2 Corinthians 13:5

ἐν ὑμῖν

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଅନ୍ତର ମଧ୍ୟରେ ଜୀବନଯାପନ କରିବା କିମ୍ବା ୨) “ତୁମ୍ଭମାନଙ୍କ ମଧ୍ୟରେ,” ଦଳର ଅଂଶ ଓ ସବୁଠାରୁ ମୁଖ୍ୟ ସଦସ୍ୟ I

2 Corinthians 13:7

"ଯେପରି ତୁମ୍ଭେମାନେ ଆଦୌ ପାପ କରିବ ନାହିଁ କିମ୍ବା “ଆମ୍ଭେମାନେ ତୁମ୍ଭମାନଙ୍କୁ ସଂଶୋଧନ କରିବାବେଳେ, ତୁମ୍ଭେମାନେ ଆମ୍ଭମାନଙ୍କ କଥା ଶୁଣିବାକୁ ଅଗ୍ରାହ୍ୟ କରିବ ନାହିଁ I” ପାଉଲ ତାଙ୍କର ବିପରୀତ ଉକ୍ତିକୁ ଗୁରୁତ୍ବ ଦେଉଛନ୍ତି I ବିକଳ୍ପ ଅନୁବାଦ: “ଯେ ତୁମ୍ଭେମାନେ ସବୁ ବିଷୟ ଠିକ୍ କରିବ” (ଦେଖ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)

ମହାନ୍ ଶିକ୍ଷକ ହୋଇ ସତ୍ୟରେ ଜୀବନଯାପନ କରିବ"

2 Corinthians 13:8

οὐ δυνάμεθά δυνάμεθά τι κατὰ τῆς ἀληθείας

ଆମ୍ଭେମାନେ ଲୋକମାନଙ୍କୁ ସତ୍ୟତା ଜାଣିବାରୁ ନିବୃତ୍ତ କରିପାରିବୁ ନାହିଁ

ἀληθείας

ସତ୍ୟ; ଆମ୍ଭେମାନେ ଯାହା ସବୁ କରୁଅଛୁ, ତାହା ଲୋକମାନଙ୍କୁ ସତ୍ୟ ଜାଣିବାକୁ ସକ୍ଷମ କରିବ

2 Corinthians 13:9

ଆତ୍ମିକଭାବରେ ପରିପକ୍ବ ହୋଇପାରିବ

2 Corinthians 13:10

କରିନ୍ଥୀୟମାନେ ଖ୍ରୀଷ୍ଟଙ୍କୁ ଉତ୍ତମରୂପେ ଜାଣିବା ନିମନ୍ତେ ସାହାଯ୍ୟ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଗୋଟିଏ ଗୃହ ନିର୍ମାଣ କରୁଛନ୍ତି I ଦେଖ ତୁମେ ଏଭଳି ବାକ୍ୟାଂଶକୁ କିପରି ୨ କରିନ୍ଥୀୟ ୧୦:୮ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଉତ୍ତମ ଶିଷ୍ୟ ହେବା ନିମନ୍ତେ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଓ ତୁମ୍ଭେମାନେ ଯେପରି ତାହାଙ୍କର ଅନୁଗମନ କରିବାକୁ ଛାଡିଦେବ ନାହିଁ ସେଥିପାଇଁ ତୁମ୍ଭମାନଙ୍କୁ ନିରୁତ୍ସାହିତ ନ କରିବାକୁ” (ଦେଖ: ଉପମା/ରୂପକ)

2 Corinthians 13:11

ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଆପଣା ପତ୍ର ଲେଖିବା ଶେଷ କରୁଛନ୍ତି I

ପରିପକ୍ବତା ଆଡକୁ ଯିବା ନିମନ୍ତେ କାର୍ଯ୍ୟ କର

ପରସ୍ପର ସହିତ ଏକ ମନା ହୋଇ ବାସ କର

2 Corinthians 13:12

ἐν ἁγίῳ φιλήματι

ଖ୍ରୀଷ୍ଟିୟ ପ୍ରେମ ସହିତ

2 Corinthians 13:13

ଯେଉଁମାନଙ୍କୁ ଈଶ୍ବର ଆପଣା ନିମନ୍ତେ ପୃଥକ୍ କରିଛନ୍ତି