2 Thessalonians
2 Thessalonians front
"# ୨ ଥେସଲନୀକୀୟ ପୁସ୍ତକର ପରିଚୟ
ପ୍ରଥମ ଭାଗ: ସାଧାରଣ ପରିଚୟ
୨ ଥେସଲନୀକୀୟ ପୁସ୍ତକର ରୂପରେଖ
- ଅଭିବାଦନ ଓ ଧନ୍ୟବାଦାର୍ପଣ (୧:୧-୩) 1.
2 Thessalonians 1
୨ ଥେସଲନୀକୀୟ ୦୧ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
୧-୨ ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I
ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
ଦ୍ବନ୍ଦମୂଳକ ସତ୍ୟତା
ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କଲା ଭଳି ଜଣାପଡ଼େ I ୪-୫ ପଦରେ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଦେଖିବାକୁ ମିଳେ: “ତୁମ୍ଭମାନଙ୍କ ସମସ୍ତ ତାଡନା ମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ବାସ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ତୁମ୍ଭେମାନେ ସହ୍ୟ କରୁଥିବା କ୍ଲେଶ ସବୁ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ଏହା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ ଅଟେ I” ଲୋକମାନେ ସାଧାରଣତଃ ଭାବିବେ ନାହିଁ ଯେ ଈଶ୍ବରଙ୍କଠାରେ ବିଶ୍ବାସକରି ତାଡନା ପ୍ରାପ୍ତ ହେବା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ I କିନ୍ତୁ ୫-୧୦ ପଦରେ, ପାଉଲ ବୁଝାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ କିପରି ପୁରସ୍କାର ଦେବେ ଓ ଯେଉଁମାନେ ସେମାନଙ୍କୁ କ୍ଲେଶ ଦେଉଛନ୍ତି, ସେ ସେମାନଙ୍କୁ ଦଣ୍ଡ ଦେବେ I (୨ ଥେସଲନୀକୀୟ ୧:୪-୫)
2 Thessalonians 1:1
ପାଉଲ ଏହି ପତ୍ରର ଲେଖକ ଅଟନ୍ତି, କିନ୍ତୁ ସେ ଏହି ପତ୍ରର ପ୍ରେରକଭାବରେ ସିଲ୍ବାନ ଓ ତୀମଥିଙ୍କୁ ସାମିଲ କରୁଛନ୍ତି I ସେ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର କରି ଆରମ୍ଭ କରୁଛନ୍ତି I “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେମାନେ” ଶବ୍ଦ ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: INVALID translate/figs-exclusive ଓ INVALID translate/figs-you)
Σιλουανὸς
ଏହା ଲାଟିନ୍ ଭାଷାରେ ଶୀଲାଙ୍କର ନାମ I ସେ ହେଉଛନ୍ତି, ସେହି ସମାନ ବ୍ୟକ୍ତି, ଯାହାଙ୍କୁ ପ୍ରେରିତ ପୁସ୍ତକରେ ପାଉଲଙ୍କର ସହଯାତ୍ରୀଭାବରେ ତାଲିକାଭୁକ୍ତ କରାଯାଇଛି I
2 Thessalonians 1:2
χάρις ὑμῖν
ପାଉଲ ଆପଣା ପତ୍ର ଗୁଡିକରେ ସାଧାରଣତଃ ଏହି ପ୍ରକାର ନମସ୍କାର ଜଣାଇଥାନ୍ତି I
2 Thessalonians 1:3
ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛନ୍ତି I
εὐχαριστεῖν ὀφείλομεν τῷ Θεῷ πάντοτε
ପାଉଲ “ବାରମ୍ବାର” କିମ୍ବା “ନିୟମିତ ଭାବରେ” ଅର୍ଥକୁ ବୁଝାଇବାପାଇଁ “ସର୍ବଦା” ଭଳି ଏକ ସାଧାରଣ ଅନୁମାନକୁ ବ୍ୟବହାର କରୁଛନ୍ତି I ବାକ୍ୟଟି ଥେସଲନୀକୀୟ ବିଶ୍ବାସୀମାନଙ୍କ ଜୀବନରେ ଈଶ୍ବର କରୁଥିବା କାର୍ଯ୍ୟର ମହାନତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବାରମ୍ବାର ଈଶ୍ବରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ” (ଦେଖ: INVALID translate/figs-hyperbole)
ἀδελφοί
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: INVALID translate/figs-gendernotations)
καθὼς ἄξιόν ἐστιν
ଏହା କରିବା ନିମନ୍ତେ ଉପଯୁକ୍ତ ବିଷୟ କିମ୍ବା “ଏହା ଉତ୍ତମ”
πλεονάζει ἡ ἀγάπη ἑνὸς ἑκάστου, πάντων ὑμῶν, εἰς ἀλλήλου
ତୁମ୍ଭେମାନେ ପରସ୍ପରକୁ ପ୍ରକୃତରେ ପ୍ରେମ କରୁଅଛ
ἀλλήλους
ଏଠାରେ “ପରସ୍ପର”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I
2 Thessalonians 1:4
αὐτοὺς ἡμᾶς
ଏଠାରେ “ଆମ୍ଭେମାନେ ନିଜେ” ପାଉଲଙ୍କର ଦର୍ପକୁ ଗୁରୁତ୍ବ ଦେବାନିମନ୍ତେ ବ୍ୟବହାର କରାଯାଇଛି I (ଦେଖ: INVALID translate/figs-rpronouns)
2 Thessalonians 1:5
καταξιωθῆναι ὑμᾶς τῆς Βασιλείας τοῦ Θεοῦ
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଆପଣା ରାଜ୍ୟର ଅଂଶୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ ବିବେଚନା କରିବେ” (ଦେଖ: INVALID translate/figs-activepassive)
2 Thessalonians 1:6
ପାଉଲ ଲେଖୁଥିବା ସମୟରେ ଈଶ୍ବର ଧର୍ମମୟ ହୋଇଥିବା ବିଷୟରେ କହୁଛନ୍ତି
εἴπερ δίκαιον παρὰ Θεῷ
ଈଶ୍ବର ଯଥାର୍ଥ ଅଟନ୍ତି କିମ୍ବା “ଈଶ୍ବର ଧାର୍ମିକ ଅଟନ୍ତି”
παρὰ Θεῷ, ἀνταποδοῦναι τοῖς θλίβουσιν ὑμᾶς θλῖψιν
ଏଠାରେ “ପ୍ରତିଫଳ ଦେବାକୁ” ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ କ୍ଲେଶ ଦେଇଛନ୍ତି, ଈଶ୍ବର ସେମାନଙ୍କୁ କ୍ଲେଶ ଦେବାକୁ” (ଦେଖ: INVALID translate/figs-metaphor)
2 Thessalonians 1:7
καὶ ὑμῖν ... ἄνεσιν
ଏହି ପଦଗୁଡିକ ଈଶ୍ବର ଲୋକମାନଙ୍କୁ ଯାହା ଯଥାର୍ଥ, ତାହାର “ପ୍ରତିଫଳ ଦେବା” ବିଷୟ ବର୍ଣ୍ଣନା କରୁଛି (୬ ପଦ) I ଏହା ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: INVALID translate/figs-metaphor)
ὑμῖν ... ἄνεσιν
ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଶ୍ରାମ ଦାତା ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: INVALID translate/figs-ellipsis)
ἀγγέλων δυνάμεως αὐτοῦ
ତାହାଙ୍କର ଶକ୍ତିମାନ୍ ଦୂତମାନେ
2 Thessalonians 1:8
ἐν πυρὶ φλογός διδόντος ἐκδίκησιν τοῖς μὴ εἰδόσι Θεὸν, καὶ τοῖς
ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେ ସେମାନଙ୍କୁ ପ୍ରଜ୍ବଳିତ ଅଗ୍ନି ସହ ଦଣ୍ଡ ଦେବେ ଓ ଆଉ ଯେଉଁମାନେ କିମ୍ବା “ତା’ପରେ ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେ ସେମାନଙ୍କୁ ପ୍ରଜ୍ବଳିତ ଅଗ୍ନି ସହ ଦଣ୍ଡ ଦେବେ ଓ ଆଉ ଯେଉଁମାନେ”
2 Thessalonians 1:9
οἵτινες δίκην τίσουσιν
ଏଠାରେ “ସେମାନେ” ଶବ୍ଦଟି ଯେଉଁମାନେ ସୁସମାଚାରର ବାଧ୍ୟ ନୁହନ୍ତି, ସେମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ” (ଦେଖ: INVALID translate/figs-activepassive)
2 Thessalonians 1:10
ὅταν ἔλθῃ ... ἐν τῇ ἡμέρᾳ ἐκείνῃ
ଏଠାରେ “ସେହି ଦିନ” ଶବ୍ଦଟି ଯୀଶୁଙ୍କର ଜଗତକୁ ଆଗମନ କରିବାର ଦିନକୁ ବୁଝାଏ I
ἐνδοξασθῆναι ἐν τοῖς ἁγίοις αὐτοῦ, καὶ θαυμασθῆναι ἐν πᾶσιν τοῖς πιστεύσασιν
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାଙ୍କର ଲୋକମାନେ ତାହାଙ୍କର ଗୌରବ କରିବେ ଓ ବିଶ୍ବାସ କରିଥବା ଲୋକମାନେ ତାହାଙ୍କର ମହାନତା ସମ୍ମୁଖରେ ଆଶ୍ଚର୍ଯ୍ୟାନ୍ବିତ ହୋଇ ଠିଆ ହେବେ” (ଦେଖ: INVALID translate/figs-activepassive)
2 Thessalonians 1:11
καὶ προσευχόμεθα πάντοτε περὶ ὑμῶν
ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ବାରମ୍ବାର ପ୍ରାର୍ଥନା କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ” କିମ୍ବା “ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଜାରିରଖିଅଛୁ”
τῆς κλήσεως
ଏଠାରେ “ଆହ୍ବାନ” ଶବ୍ଦଟି ତାହାଙ୍କର ସନ୍ତାନ ଓ ସେବକ ହେବାକୁ ଏବଂ ଯୀଶୁଙ୍କ ଦ୍ବାରା ମିଳୁଥିବା ପରିତ୍ରାଣର ସମ୍ବାଦ ଘୋଷଣା କରିବାକୁ ଈଶ୍ବର ଲୋକମାନଙ୍କୁ ନିଯୁକ୍ତ କରିବା ବା ମନୋନୀତ କରିବା ବିଷୟକୁ ବୁଝାଏ I
πληρώσῃ πᾶσαν εὐδοκίαν ἀγαθωσύνης
ତୁମ୍ଭେମାନେ ଚାହୁଁଥିବା ପ୍ରତ୍ୟେକ ବିଷୟରେ ସତ୍କର୍ମ କରିବାକୁ ତୁମ୍ଭମାନଙ୍କୁ ସକ୍ଷମ କରିବେ
2 Thessalonians 1:12
ὅπως ἐνδοξασθῇ τὸ ὄνομα τοῦ Κυρίου ἡμῶν, Ἰησοῦ, ἐν ὑμῖν
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଗୌରବ କରିପାରିବ” (ଦେଖ: INVALID translate/figs-activepassive)
καὶ ὑμεῖς ἐν αὐτῷ
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭମାନଙ୍କ ଗୌରବ କରିବେ” (ଦେଖ: INVALID translate/figs-activepassive)
κατὰ τὴν χάριν τοῦ Θεοῦ ἡμῶν
ଈଶ୍ବରଙ୍କ ଅନୁଗ୍ରହ ସକାଶୁ
2 Thessalonians 2
୨ ଥେସଲନୀକୀୟ ୦୨ ସାଧାରଣ ସୂଚନା
ଏହି ଅଧ୍ୟାୟର ବିଶେଷ ଧାରଣା
“ତାହାଙ୍କ ସହିତ ରହିବାପାଇଁ ଏକତ୍ରିତ ହେବା”
ଏହି ଅନୁଚ୍ଛେଦଟି ସେହି ସମୟକୁ ବୁଝାଏ, ଯେଉଁ ସମୟରେ ଯୀଶୁ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଆପଣା ନିକଟକୁ ଆହ୍ବାନ କରନ୍ତି I ପଣ୍ଡିତମାନେ ଏ ବିଷୟରେ ଭିନ୍ନଭିନ୍ନ ମତ ଦିଅନ୍ତି ଯେ ଏହା ଖ୍ରୀଷ୍ଟଙ୍କର ଚୁଡାନ୍ତ ଗୌରବମୟ ପୁନରାଗମନ ନା ନାହିଁ I (ଦେଖ: INVALID bible/kt/believe)
ଅଧର୍ମ ପୁରୁଷ
ଏହି ଅଧ୍ୟାୟର “ବିନାଶର ସନ୍ତାନ” ଓ “ଅଧର୍ମ ବ୍ୟକ୍ତି” ସହିତ ଏହା ସମାନ I ପାଉଲ ତାହାଙ୍କୁ ଜଗତରେ ସକ୍ରିୟଭାବରେ କାର୍ଯ୍ୟ କରୁଥିବା ଶୟତାନ ସହିତ ସମ୍ପୃକ୍ତ କରୁଛନ୍ତି I (ଦେଖ: INVALID bible/kt/antichrist)
ଈଶ୍ବରଙ୍କ ମନ୍ଦିରରେ ବସେ
ପାଉଲ ହୁଏତ ଏହି ପତ୍ର ଲେଖିବାର ଅନେକ ବର୍ଷ ପରେ ରୋମୀୟମାନେ ଧ୍ବଂସ କରିଥିବା ଯିରୂଶାଲମ ମନ୍ଦିର ବିଷୟରେ ଉଲ୍ଲେଖ କରୁଥିବେ I କିମ୍ବା ସେ ହୁଏତ ଗୋଟିଏ ଭବିଷ୍ୟତର ପାର୍ଥିବ ମନ୍ଦିରକୁ କିଅବା ଈଶ୍ବରଙ୍କ ଆତ୍ମିକ ମନ୍ଦିର ଭାବରେ ମଣ୍ଡଳୀକୁ ବୁଝାଉଥିବେ I (ଦେଖ: INVALID translate/figs-explicit)
2 Thessalonians 2:1
ଯୀଶୁଙ୍କ ପୁନରାଗମନର ଦିନ ସମ୍ବନ୍ଧରେ ପ୍ରବଞ୍ଜିତ ନ ହେବାପାଇଁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହିତ କରୁଛନ୍ତି I
δὲ
“ବର୍ତ୍ତମାନ” ଶବ୍ଦଟି ପାଉଲଙ୍କ ଶିକ୍ଷାରେ ଗୋଟିଏ ପ୍ରସଙ୍ଗର ପରିବର୍ତ୍ତନକୁ ଚିହ୍ନଟ କରୁଛି I
ἀδελφοί
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: INVALID translate/figs-gendernotations)
2 Thessalonians 2:2
εἰς τὸ μὴ ταχέως σαλευθῆναι ὑμᾶς ... μηδὲ θροεῖσθαι
ତୁମ୍ଭେମାନେ ସହଜରେ ଆପଣା ଆପଣାକୁ ବିଚଳିତ ହେବାକୁ ଦିଅ ନାହିଁ
διὰ πνεύματος, μήτε διὰ λόγου, μήτε δι’ ἐπιστολῆς, ὡς δι’ ἡμῶν
କଥିତ ବାକ୍ୟ ଦ୍ବାରା ହେଉ କି ଲିଖିତ ପତ୍ର ଦ୍ବାରା ହେଉ, ଯାହା ଆମ୍ଭମାନଙ୍କଠାରୁ ଆସିଥିବା ପରି ମନେ ହୋଇପାରେ
ὡς ὅτι
ଏହା କହି ଯେ
ἡ ἡμέρα τοῦ Κυρίου
ଏହା ଯୀଶୁ ପୃଥିବୀକୁ ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ପୁନରାଗମନ କରିବା ସମୟକୁ ବୁଝାଏ I
2 Thessalonians 2:3
ପାଉଲ ଅଧର୍ମ ପୁରୁଷ ବିଷୟରେ ଶିକ୍ଷା ଦେଉଛନ୍ତି I
μὴ ἔλθῃ
ପ୍ରଭୁଙ୍କ ଦିନ ଆସିବ ନାହିଁ
ἡ ἀποστασία
ଏହା ଭବିଷ୍ୟତର ଗୋଟିଏ ସମୟକୁ ବୁଝାଏ ଯେତେବେଳେ ଲୋକମାନେ ଈଶ୍ବରଙ୍କ ନିକଟରୁ ବିମୁଖ ହେବେ I
ἀποκαλυφθῇ ὁ ἄνθρωπος τῆς ἀνομίας
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରନ୍ତି” (ଦେଖ: INVALID translate/figs-activepassive)
ὁ υἱὸς τῆς ἀπωλείας
ପାଉଲ ବିନାଶକୁ ଜଣେ ବ୍ୟକ୍ତିଭାବରେ କହୁଛନ୍ତି, ଯେ କି ଜଣେ ପୁତ୍ରକୁ ଜାତ କଲା, ଆଉ ଯାହାର ଲକ୍ଷ୍ୟ ହେଉଛି ସବୁ ବିଷୟକୁ ବିନାଶ କରିବା I ବିକଳ୍ପ ଅନୁବାଦ; “ସେ ସେହି ଯିଏକି ଯାହା ପାରିବ, ତାହା ବିନାଶ କରିବ” (ଦେଖ: INVALID translate/figs-metaphor)
2 Thessalonians 2:4
πάντα λεγόμενον θεὸν ἢ σέβασμα
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟକୁ ଲୋକମାନେ ଈଶ୍ବର ବୋଲି ବିବେଚନା କରନ୍ତି କିମ୍ବା ଯେଉଁ ସବୁ ବିଷୟକୁ ଲୋକମାନେ ଉପାସନା କରନ୍ତି” (ଦେଖ: INVALID translate/figs-activepassive)
ἀποδεικνύντα ἑαυτὸν ὅτι ἔστιν Θεός
ଆପଣାକୁ ଈଶ୍ବର ବୋଲି ଦେଖାଏ
2 Thessalonians 2:5
οὐ μνημονεύετε ... ταῦτα
ସେ ସେମାନଙ୍କ ସହିତ ପୂର୍ବରୁ ଥିବା ସମୟରେ ସେମାନଙ୍କୁ ଦେଇଥିବା ଆପଣାର ଶିକ୍ଷା ବିଷୟ ସ୍ମରଣ କରାଇବାକୁ ପାଉଲ ଗୋଟିଏ ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ ଯେ ...ତୁମ୍ଭେମାନେ ଏହି ସମସ୍ତ ବିଷୟ ସ୍ମରଣରେ ରଖିଅଛ I” (ଦେଖ: INVALID translate/figs-rquestion)
ταῦτα
ଏହା ଯୀଶୁଙ୍କର ପୁନରାଗମନ, ଅର୍ଥାତ୍ ପ୍ରଭୁଙ୍କର ଦିନ ଓ ଅଧର୍ମ ପୁରୁଷକୁ ବୁଝାଏ I
2 Thessalonians 2:6
τὸ ἀποκαλυφθῆναι αὐτὸν ἐν τῷ αὐτοῦ καιρῷ
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାର୍ଥ ସମୟ ଉପସ୍ଥିତ ହେଲେ ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରିବେ” (ଦେଖ: INVALID translate/figs-activepassive)
2 Thessalonians 2:7
μυστήριον ... τῆς ἀνομίας
ଏହା ଏକ ଶାଶ୍ବତ ଗୁପ୍ତ ବିଷୟ, ଯାହା କେବଳ ଈଶ୍ବର ହିଁ ଜାଣନ୍ତି I
ὁ κατέχων
ଜଣକୁ ବାଧା ଦେବାର ଅର୍ଥ ତାହାକୁ ଅଟକାଇବା ବା ସେ କରିବାକୁ ଚାହୁଁଥିବା ବିଷୟରୁ ତାହାକୁ ପଛକୁ ଟାଣି ଆଣିବା I
2 Thessalonians 2:8
καὶ τότε ἀποκαλυφθήσεται ὁ ἄνομος
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତତ୍ପରେ ଈଶ୍ବର ଅଧର୍ମ ପୁରୁଷକୁ ଆପଣାକୁ ଦେଖାଇବାକୁ ସୁଯୋଗ ଦେବେ” (ଦେଖ: INVALID translate/figs-activepassive)
τῷ πνεύματι τοῦ στόματος αὐτοῦ
ଏଠାରେ “ନିଶ୍ବାସ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା କଥିତ ବାକ୍ୟର ଶକ୍ତି ଦ୍ବାରା” (ଦେଖ: INVALID translate/figs-metonymy)
καὶ καταργήσει τῇ ἐπιφανείᾳ τῆς παρουσίας αὐτοῦ
ଯେତେବେଳେ ଈଶ୍ବର ପୃଥିବୀକୁ ପୁନରାଗମନ କରି ଆପଣାକୁ ପ୍ରକାଶ କରିବେ, ସେ ଅଧର୍ମ ପୁରୁଷକୁ ପରାସ୍ତ କରିବେ I
2 Thessalonians 2:9
ἐν πάσῃ δυνάμει, καὶ σημείοις, καὶ τέρασιν ψεύδους
ସମସ୍ତ ପ୍ରକାର ଶକ୍ତି, ଚିହ୍ନ ଓ ମିଥ୍ୟା ଅଦ୍ଭୁତ କର୍ମ ଦ୍ବାରା
2 Thessalonians 2:10
ἐν πάσῃ ἀπάτῃ ἀδικίας
ଈଶ୍ବରଙ୍କ ପରିବର୍ତ୍ତେ ତାହାଠାରେ ବିଶ୍ବାସ କରିବା ନିମନ୍ତେ ଲୋକମାନଙ୍କୁ ଭୁଲାଇବାକୁ ଏହି ପୁରୁଷ ସମସ୍ତ ପ୍ରକାର ମନ୍ଦ ଉପାୟ ବ୍ୟବହାର କରିବ I
τοῖς ἀπολλυμένοις
ଶୟତାନ ଦ୍ବାରା ଶକ୍ତି ପ୍ରାପ୍ତ ଏହି ପୁରୁଷ ଜଣକ ଯୀଶୁଙ୍କଠାରେ ବିଶ୍ବାସ କରି ନ ଥିବା ସମସ୍ତଙ୍କୁ ଭୁଲାଇବ I
ἀπολλυμένοις
ଏଠାରେ “ବିନାଶ”ର ଅର୍ଥ ହେଉଛି ଚିରସ୍ଥାୟୀ ବା ଅନନ୍ତ କାଳ ନିମନ୍ତେ ବିନଷ୍ଟ ହେବାର ଚିନ୍ତାଧାରା I
2 Thessalonians 2:11
διὰ τοῦτο
କାରଣ ଲୋକମାନେ ସତ୍ୟକୁ ପ୍ରେମ କରୁନାହାନ୍ତି
πέμπει αὐτοῖς ὁ Θεὸς ἐνέργειαν πλάνης, εἰς τὸ πιστεῦσαι αὐτοὺς τῷ ψεύδει
ଈଶ୍ବର ଲୋକମାନଙ୍କ ପ୍ରତି କିଛି ଘଟିବା ନିମନ୍ତେ ଅନୁମତି ଦେବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ସେମାନଙ୍କ ନିକଟକୁ କିଛି ଜିନିଷ ପଠାଉଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ଲୋକମାନଙ୍କୁ ଭୁଲାଇବା ନିମନ୍ତେ ଅନୁମତି ଦେଉଛନ୍ତି” (ଦେଖ: INVALID translate/figs-metaphor)
2 Thessalonians 2:12
κριθῶσιν πάντες
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେ ସମସ୍ତଙ୍କର ବିଚାର କରିବେ” (ଦେଖ: INVALID translate/figs-activepassive)
οἱ μὴ πιστεύσαντες τῇ ἀληθείᾳ, ἀλλὰ εὐδοκήσαντες τῇ ἀδικίᾳ
ଯେଉଁମାନେ ଅଧର୍ମରେ ଆନନ୍ଦ କରିଥିଲେ, କାରଣ ସେମାନେ ସତ୍ୟକୁ ବିଶ୍ବାସ କଲେ ନାହିଁ
2 Thessalonians 2:13
ପାଉଲ ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ସେମାନଙ୍କୁ ଉତ୍ସାହିତ କରୁଛନ୍ତି I
ପାଉଲ ବର୍ତ୍ତମାନ ପ୍ରସଙ୍ଗ ପରିବର୍ତ୍ତନ କରୁଛନ୍ତି I
δὲ
ପ୍ରସଙ୍ଗରେ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I
ἡμεῖς ... ὀφείλομεν εὐχαριστεῖν ... πάντοτε
“ସବୁବେଳେ” ଶବ୍ଦଟି ଗୋଟିଏ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିରନ୍ତର ଧନ୍ୟବାଦ ଦେବା ଉଚିତ” (ଦେଖ: INVALID translate/figs-hyperbole)
ἡμεῖς ... ὀφείλομεν
ଏଠାରେ “ଆମ୍ଭେମାନେ” ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I
ἀδελφοὶ ἠγαπημένοι ὑπὸ Κυρίου
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ହେ ଭାଇମାନେ, ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: INVALID translate/figs-activepassive)
ἀδελφοὶ
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: INVALID translate/figs-gendernotations)
ἀπαρχὴν εἰς σωτηρίαν ἐν ἁγιασμῷ Πνεύματος καὶ πίστει ἀληθείας
ପ୍ରଥମେ ପରିତ୍ରାଣ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଥେସଲନୀକୀୟ ବିଶ୍ବାସୀମାନେ “ପ୍ରଥମ ଫଳ” ଅଟନ୍ତି I “ପରିତ୍ରାଣ,” “ପବିତ୍ରୀକରଣ,” “ବିଶ୍ବାସ” ଓ “ସତ୍ୟ”, ଏହି ଗୁଣବାଚକ ବିଶେଷ୍ୟଗୁଡ଼ିକୁ ଲୋପ କରିଦେବାପାଇଁ ମଧ୍ୟ ଏହାକୁ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ପ୍ରଥମ ଲୋକମାନଙ୍କ ମଧ୍ୟରେ ରହିବାକୁ ଯେଉଁମାନେ ଯାହା ସତ୍ୟ, ତାହା ବିଶ୍ବାସକରନ୍ତି ଓ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣକରି ଆପଣା ଆତ୍ମାଙ୍କ ଦ୍ବାରା ନିଜ ନିମନ୍ତେ ପୃଥକ୍ କରିଅଛନ୍ତି” (ଦେଖ: INVALID translate/figs-metaphor ଓ INVALID translate/figs-abstractnouns)
2 Thessalonians 2:15
ἄρα οὖν, ἀδελφοί, στήκετε
ଯୀଶୁଙ୍କଠାରେ ସେମାନଙ୍କର ବିଶ୍ବାସକୁ ଦୃଢ଼ଭାବେ ଧରି ରଖିବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I
κρατεῖτε τὰς παραδόσεις
ଏଠାରେ “ଯେଉଁ ଶିକ୍ଷା” ଖ୍ରୀଷ୍ଟଙ୍କର ସତ୍ୟତାକୁ ବୁଝାଏ, ଯାହା ପାଉଲ ଓ ଅନ୍ୟ ପ୍ରେରିତମାନେ ଶିକ୍ଷା ଦେଇଥିଲେ I ପାଉଲ ସେସବୁ ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କର ପାଠକମାନେ ସେଗୁଡିକୁ ସେମାନଙ୍କ ହସ୍ତରେ ଧରି ରଖିପାରିବେ I ବିକଳ୍ପ ଅନୁବାଦ: “ସେହି ଶିକ୍ଷାଗୁଡିକ ସ୍ମରଣ କର” କିମ୍ବା “ସତ୍ୟରେ ବିଶ୍ବାସ କର” (ଦେଖ: INVALID translate/figs-metaphor)
ἐδιδάχθητε
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛୁ” (ଦେଖ: INVALID translate/figs-activepassive)
εἴτε διὰ λόγου, εἴτε δι’ ἐπιστολῆς ἡμῶν
"ଏଠାରେ ବାକ୍ୟ ଦ୍ବାରା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ “ପରାମର୍ଶ” ଦ୍ବାରା କିମ୍ବା “ଶିକ୍ଷା” ଦ୍ବାରା I ଏହି ଅର୍ଥବୋଧକ ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: ‘ଆମ୍ଭେମାନେ ଉପସ୍ଥିତ ଥାଇ ତୁମ୍ଭମାନଙ୍କୁ ଶିକ୍ଷା ଦେବା ଦ୍ବାରା ହେଉ ବା ଆମ୍ଭେମାନେ ତୁମ୍ଭମାନଙ୍କୁ ଏକ ପତ୍ରରେ ଯାହା ଲେଖିଛୁ ତାହା ଦ୍ବାରା ହେଉ” (ଦେଖ: INVALID translate/figs-explicit ଓ INVALID translate/figs-synecdoche)
2 Thessalonians 2:16
ପାଉଲ ଈଶ୍ବରଙ୍କଠାରୁ ଗୋଟିଏ ଆଶୀର୍ବାଦ ସହ ଶେଷ କରୁଛନ୍ତି I
δὲ
ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I
δὲ ὁ Κύριος ἡμῶν ... ὁ ἀγαπήσας ἡμᾶς καὶ δοὺς
“ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: INVALID translate/figs-inclusive)
αὐτὸς ... ὁ Κύριος ... Ἰησοῦς Χριστὸς
ଏଠାରେ “ନିଜେ” ଶବ୍ଦଟି “ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବାକ୍ୟାଂଶଟିକୁ ଅତିରିକ୍ତ ଗୁରୁତ୍ବ ଦେଉଛି I (ଦେଖ: INVALID translate/figs-rpronouns)
2 Thessalonians 2:17
παρακαλέσαι ὑμῶν τὰς καρδίας, καὶ στηρίξαι ἐν
ଏଠାରେ “ହୃଦୟ” ଆବେଗର ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ; ‘ସାନ୍ତ୍ବନା ଦେଇ ସୁସ୍ଥିର କରନ୍ତୁ” (ଦେଖ: INVALID translate/figs-metonymy)
παντὶ ἔργῳ καὶ λόγῳ ἀγαθῷ
ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ"
2 Thessalonians 3
୨ ଥେସଲନୀକୀୟ ୦୩ ସାଧାରଣ ସୂଚନା
ଏହି ଅଧ୍ୟାୟର ବିଶେଷ ଧାରଣା
ଅଳସୁଆ ଓ ଅକାମୀ ଲୋକମାନେ
ଥେସଲନୀକୀ ମଣ୍ଡଳୀରେ ସ୍ପଷ୍ଟଭାବରେ ଗୋଟିଏ ସମସ୍ୟା ଥିଲା ଯେ ସେଠାରେ କାମ କରିପାରିବା ଲୋକ ଥିଲେ, କିନ୍ତୁ କାମ କରିବାକୁ ଚାହୁଁ ନ ଥିଲେ I (See: INVALID translate/figs-explicit)
ତୁମ୍ଭର ଭାଇ ପାପ କଲେ, ତୁମ୍ଭେ କଅଣ କରିବ?
ଏହି ଅଧ୍ୟାୟରେ, ପାଉଲ ଶିକ୍ଷା ଦେଉଛନ୍ତି ଯେ ଖ୍ରୀଷ୍ଟିୟାନମାନେ ଏପରି ଜୀବନ କାଟିବା ଆବଶ୍ୟକ ଯାହା ଈଶ୍ବରଙ୍କୁ ଗୌରବ ଆଣିଦେବ I ଖ୍ରୀଷ୍ଟିୟାନମାନେ ମଧ୍ୟ ପରସ୍ପରକୁ ଉତ୍ସାହ ଦେଇ ସେମାନଙ୍କର କାର୍ଯ୍ୟ ପ୍ରତି ପରସ୍ପର ଉତ୍ତରଦାୟୀ ରହିବା ଉଚିତ I ମଣ୍ଡଳୀ ମଧ୍ୟ ବିଶ୍ବାସୀମାନେ ପାପ କଲେ, ମନପରିବର୍ତ୍ତନ କରିବାକୁ ଉତ୍ସାହ ଦେବାନିମନ୍ତେ ଦାୟୀ ଅଟେ I (ଦେଖ: INVALID bible/kt/repent ଓ INVALID bible/kt/sin)
2 Thessalonians 3:1
ପାଉଲ ତାହାଙ୍କ ନିମନ୍ତେ ଓ ତାହାଙ୍କର ସଙ୍ଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ବିଶ୍ବାସୀମାନଙ୍କୁ ଅନୁରୋଧ କରୁଛନ୍ତି I
τὸ λοιπὸν
ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ “ଅବଶେଷରେ” ଶବ୍ଦକୁ ବ୍ୟବହାର କରୁଛନ୍ତି I
ἀδελφοί
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: INVALID translate/figs-gendernotations)
ἵνα ὁ λόγος τοῦ Κυρίου τρέχῃ καὶ δοξάζηται, καθὼς καὶ πρὸς ὑμᾶς
ଈଶ୍ବରଙ୍କ ବାକ୍ୟ ବ୍ୟାପିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦୌଡୁଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଘଟିଥିଲା ସେହି ପ୍ରକାରେ ଯେପରି ଅଧିକରୁ ଅଧିକ ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟରେ ଆମ୍ଭମାନଙ୍କର ସମ୍ବାଦ ଶୀଘ୍ର ଶୁଣିବେ ଓ ଏହାର ଗୌରବ କରିବେ,” (ଦେଖ: INVALID translate/figs-metaphor ଓ INVALID translate/figs-activepassive)
2 Thessalonians 3:2
ῥυσθῶμεν
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରିବେ” କିମ୍ବା “ଯେପରି ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବେ” (ଦେଖ: INVALID translate/figs-activepassive)
οὐ γὰρ πάντων ἡ πίστις
କାରଣ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ନାହିଁ
2 Thessalonians 3:3
ὃς στηρίξει ὑμᾶς
ଯେ ତୁମ୍ଭମାନଙ୍କୁ ବଳବାନ୍ କରିବେ
τοῦ πονηροῦ
ଶୟତାନ
2 Thessalonians 3:4
πεποίθαμεν
ଆମ୍ଭମାନଙ୍କର ବିଶ୍ବାସ ଅଛି କିମ୍ବା “ଆମ୍ଭେମାନେ ଭରସା କରୁଅଛୁ”
2 Thessalonians 3:5
κατευθύναι ὑμῶν τὰς καρδίας
ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଭାବନା ବା ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବୁଝିବାକୁ ଦେବେ” (ଦେଖ: INVALID translate/figs-metonymy)
εἰς τὴν ἀγάπην τοῦ Θεοῦ, καὶ εἰς τὴν ὑπομονὴν τοῦ Χριστοῦ
ପାଉଲ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହନଶୀଳତା ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ରାସ୍ତାରେ ଥିବା ଲକ୍ଷ୍ୟ ସ୍ଥଳସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ଓ ଖ୍ରୀଷ୍ଟ ତୁମ୍ଭମାନଙ୍କପାଇଁ କେତେ ସହ୍ୟ କଲେ” (ଦେଖ: INVALID translate/figs-metaphor)
2 Thessalonians 3:6
ପାଉଲ ବିଶ୍ବାସୀମାନଙ୍କୁ କାର୍ଯ୍ୟ କରିବା ଓ ଅଳସୁଆ ନ ହେବା ବିଷୟରେ ଶେଷ ପରାମର୍ଶ ଦେଉଛନ୍ତି I
δὲ
ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I
ἀδελφοί
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: INVALID translate/figs-gendernotations)
ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ
"ଏଠାରେ ନାମ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିର ନିଦର୍ଶନ ସ୍ବରୂପ ଅଟେ I ବିକଳ୍ପ ଅନୁବାଦ: “ସତେ ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି” (ଦେଖ: INVALID translate/figs-metonymy)
τοῦ Κυρίου ἡμῶν
ଏଠାରେ “ଆମ୍ଭମାନଙ୍କ” ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: INVALID translate/figs-inclusive)
2 Thessalonians 3:7
μιμεῖσθαι ἡμᾶς
ମୋହର ସହକର୍ମୀମାନେ ଓ ମୁଁ ଯେପରି ଆଚରଣ କରିଥିଲୁ, ସେପରି ଆଚରଣ କରିବାକୁ"
οὐκ ἠτακτήσαμεν ἐν ὑμῖν
ସକରାତ୍ମକ ବିଷୟଟିକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅଧିକ ଶୃଂଖଳା ଥିବା ଲୋକ ସଦୃଶ ତୁମ୍ଭମାନଙ୍କ ମଧ୍ୟରେ ବାସ କଲୁ” (ଦେଖ: INVALID translate/figs-doublenegatives)
2 Thessalonians 3:8
νυκτὸς καὶ ἡμέρας ἐργαζόμενοι
"ଆମ୍ଭେମାନେ ରାତି ଦିନ କାର୍ଯ୍ୟ କଲୁ I ଏଠାରେ “ରାତି” ଓ “ଦିନ” ଗୋଟିଏ ଯୁଗ୍ମ ଶବ୍ଦ ଯାହା “ସବୁ ସମୟ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସବୁ ସମୟରେ କାର୍ଯ୍ୟ କଲୁ” (ଦେଖ: INVALID translate/figs-merism)
ἐν κόπῳ καὶ μόχθῳ
ପାଉଲ ତାହାଙ୍କର ପରିସ୍ଥିତି ଯେ କେତେ କଠିନ ଥିଲା, ସେ ବିଷୟକୁ ଗୁରୁତ୍ବ ଦେଉଛନ୍ତି I କଠିନ କାର୍ଯ୍ୟ ସେହିପରି କାର୍ଯ୍ୟକୁ ସୂଚାଏ, ଯେଉଁଥିପାଇଁ ବହୁତ ଉଦ୍ୟମ ଆବଶ୍ୟକ I କଠିନ ପରିଶ୍ରମ ସୂଚାଉଛି ଯେ ସେମାନେ ଯନ୍ତ୍ରଣା ଓ ଦୁଃଖଭୋଗ ସହ୍ୟ କଲେ I ବିକଳ୍ପ ଅନୁବାଦ: “କଠିନ ପରିସ୍ଥିତି ମଧ୍ୟରେ” (ଦେଖ: INVALID translate/figs-doublet)
2 Thessalonians 3:9
οὐχ ὅτι οὐκ ἔχομεν ἐξουσίαν, ἀλλ’
ସକରାତ୍ମକ ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିବା ନିଶ୍ଚିତଭାବରେ ଆମ୍ଭମାନଙ୍କ ଅଧିକାର ଥିଲା, କିନ୍ତୁ ତା’ ପରିବର୍ତ୍ତେ ଆମ୍ଭମାନଙ୍କ ନିଜ ଖାଦ୍ୟପାଇଁ ଆମ୍ଭେମାନେ କାର୍ଯ୍ୟ କଲୁ” (ଦେଖ: INVALID translate/figs-doublenegatives)
2 Thessalonians 3:10
τις οὐ θέλει ἐργάζεσθαι, μηδὲ ἐσθιέτω
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କେହି ଖାଇବାକୁ ଇଚ୍ଛା କରେ, ସେ ନିଶ୍ଚୟ କାର୍ଯ୍ୟ କରିବା ଆବଶ୍ୟକ” (ଦେଖ: INVALID translate/figs-doublenegatives)
2 Thessalonians 3:11
τινας περιπατοῦντας ... ἀτάκτως
ଏଠାରେ “ଆଚରଣ କରିବା” ଜୀବନର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କେତେକ ଅକର୍ମଣ୍ୟ ଜୀବନ କାଟନ୍ତି” କିମ୍ବା “କେତେକ ଅଳସୁଆ ଅଟନ୍ତି” (ଦେଖ: INVALID translate/figs-metaphor)
ἀλλὰ περιεργαζομένους
ଅନଧିକାର ଚର୍ଚ୍ଚାକାରୀମାନେ କେହି ନ ଚାହୁଁ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି I
2 Thessalonians 3:12
μετὰ ἡσυχίας
ଧୀର, ଶାନ୍ତ ଓ ମୃଦୁଭାବରେ I ପାଉଲ ଅନଧିକାର ଚର୍ଚ୍ଚାକାରୀ ମାନଙ୍କୁ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବା ବନ୍ଦ କରିବାକୁ ପରାମର୍ଶ ପ୍ରଦାନ କରୁଛନ୍ତି I
2 Thessalonians 3:13
δέ
ଅଳସୁଆ ବିଶ୍ବାସୀମାନଙ୍କ ସହ କଠିନ ପରିଶ୍ରମୀ ବିଶ୍ବାସୀମାନଙ୍କୁ ତୁଳନା କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I
ὑμεῖς ... ἀδελφοί
“ତୁମ୍ଭେମାନେ” ଶବ୍ଦଟି ସମସ୍ତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: INVALID translate/figs-you)
ἀδελφοί
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: INVALID translate/figs-gendernotations)
2 Thessalonians 3:14
εἰ ... τις οὐχ ὑπακούει τῷ λόγῳ ἡμῶν
ଯଦି କେହି ଆମ୍ଭମାନଙ୍କର କଥାକୁ ମାନେ ନାହିଁ"
τοῦτον σημειοῦσθε
ତାକୁ ଚିହ୍ନି ରଖ I ବିକଳ୍ପ ଅନୁବାଦ: “ସର୍ବସାଧାରଣରେ ସେହି ଲୋକକୁ ଚିହ୍ନଟ କର” (ଦେଖ: INVALID translate/figs-idiom)
ἵνα ἐντραπῇ
ଏକ ଶୃଂଖଳାଗତ କାର୍ଯ୍ୟ ଭାବରେ ଅଳସୁଆ ବିଶ୍ବାସୀମାନଙ୍କୁ ଅଗ୍ରାହ୍ୟ କରିବାକୁ ପାଉଲ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି I
2 Thessalonians 3:16
ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଶେଷ ମନ୍ତବ୍ୟ ଦେଉଛନ୍ତି I
αὐτὸς ... ὁ Κύριος τῆς εἰρήνης, δῴη ὑμῖν
ତୁମେ ସ୍ପଷ୍ଟ କରିପାରିବ ଯେ ଏହା ଥେସଲନୀକୀୟମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନା I ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା କରୁଅଛି ଯେ ଶାନ୍ତିଦାତା ପ୍ରଭୁ ସ୍ବୟଂ ତୁମ୍ଭମାନଙ୍କୁ ଶାନ୍ତି ଦେବେ” (ଦେଖ: INVALID translate/figs-explicit)
αὐτὸς ... ὁ Κύριος τῆς εἰρήνης
ଏଠାରେ “ସ୍ବୟଂ” ଗୁରୁତ୍ବ ଦେଉଛି ଯେ ପ୍ରଭୁ ବ୍ୟକ୍ତିଗତଭାବରେ ବିଶ୍ବାସୀମାନଙ୍କୁ ଶାନ୍ତି ଦେବେ I (ଦେଖ: INVALID translate/figs-rpronouns)
2 Thessalonians 3:17
ὁ ἀσπασμὸς τῇ ἐμῇ χειρὶ, Παύλου, ὅ ἐστιν σημεῖον ἐν πάσῃ ἐπιστολῇ, οὕτως γράφ
ମୁଁ, ପାଉଲ, ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଛି; ପ୍ରତ୍ୟେକ ପତ୍ରରେ ମୁଁ ଏହା ଗୋଟିଏ ଚିହ୍ନସ୍ବରୂପ କରିଥାଏ ଯେ ଏହି ପତ୍ରଟି ପ୍ରକୃତରେ ମୋଠାରୁ ଅଟେ
οὕτως γράφω
ପାଉଲ ଏହା ସ୍ପଷ୍ଟ କରୁଛନ୍ତି ଯେ ଏହି ପତ୍ର ତାହାଙ୍କଠାରୁ ଅଟେ ଓ ଜାଲ୍ ନୁହେଁ I