1 Peter
1 Peter front
୧ ପିତରର ପରିଚୟ
## ଭାଗ ୧: ସାଧାରଣ ପରିଚୟ
### ୧ ପିତର
୧ ର ରୂପରେଖ । ପରିଚୟ (୧: ୧-୨)
୧ । ପିତର ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ପରିଚୟ ବିଷୟରେ ସ୍ମରଣ କରାନ୍ତି (୧: ୩–୨: ୧୦)
*ବିଶ୍ଵାସୀମାନଙ୍କୁ ଉଦ୍ଧାର କରିଥିବାରୁ ଈଶ୍ଵରଙ୍କୁ ପ୍ରଶଂସା (୧: ୩–୧୨) * ପବିତ୍ର ହେବାକୁ ଆଦେଶ (୧: ୧୩–୨୧) * ପରିବାର ଭାବରେ ପରସ୍ପରକୁ ପ୍ରେମ କରିବାକୁକୁ ନିର୍ଦ୍ଦେଶ (୧: ୨୨–୨: ୧୦)
ପିତର ବିଶ୍ଵାସୀମାନଙ୍କୁ ସେମାନଙ୍କ ବ୍ୟବହାର କରିବା ବିଷୟରେ କହନ୍ତି (୨:୧୧ –୪:୧୧)
ବିଶ୍ଵାସୀମାନେ ଅନ୍ୟ ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ (୨:୧୧ –- ୩:୧୨)
- ବିଶ୍ଵାସୀମାନେ କିପରି ଯନ୍ତ୍ରଣା ସହିବା ଉଚିତ (୩: ୧୩–୪: ୬)
ବିଶ୍ଵାସୀମାନେ କିପରି କାର୍ଯ୍ୟ କରିବା ଉଚିତ କାରଣ ଶେଷ ନିକଟବର୍ତ୍ତୀ ଅଟେ (୪: ୧୨–୫:୧୧)
ପିତର ବିଶ୍ଵାସୀମାନଙ୍କୁ ଦୁଃଖ ସମୟରେ ସ୍ଥିର ରହିବାକୁ ଉତ୍ସାହିତ କରନ୍ତି (୪: ୧୨–୫: ୧୧)
ବିଶ୍ଵାସୀମାନେ ପରୀକ୍ଷାଗୁଡ଼ିକୁ କିପରି ପ୍ରତିକ୍ରିୟା କରିବା ଉଚିତ (୪: ୧୨–୧୯)
ବିଶ୍ଵାସୀମାନେ ପରସ୍ପର ସହ କିପରି କାର୍ଯ୍ୟ କରିବା ଉଚିତ (୫: ୧–୧୧)
୧.ସମାପ୍ତ (୫: ୧୨–୧୪)
୧ ପିତର ପୁସ୍ତକ କିଏ ଲେଖିଛନ୍ତି?
ଲେଖକ ନିଜକୁ ପିତର ବୋଲି ପରିଚୟ ଦେଇଛନ୍ତି, ଯାହାକୁ ଶିମୋନ ପିତର ମଧ୍ୟ କୁହାଯାଉଥିଲା । ସେ ଜଣେ ପ୍ରେରିତ ଥିଲେ ଏବଂ ସେ ୨ ପିତର ପୁସ୍ତକ ମଧ୍ୟ ଲେଖିଥିଲେ। ପିତର ବୋଧହୁଏ ରୋମରେ ଏହି ପତ୍ର ଲେଖିଥିଲେ । ସେ ଆସିଆ ମହାଦେଶରେ ଛିନ୍ନଭିନ୍ନ ହୋଇଥିବା ଅଣଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ଏହି ପତ୍ର ଲେଖିଥିଲେ। (ଦେଖନ୍ତୁ :ପିତର, ଶିମୋନ ପିତର, କୈଫା) [୫:୧୨] (../ ୦୫ / ୧୨.md) । ପିତର ତାହାଙ୍କ ପାଠକମାନଙ୍କୁ ସେମାନଙ୍କୁ ଘୃଣା କରୁଥିବା ଏକ ସମାଜ ମଧ୍ୟରେ ସେମାନେ କିପରି କାର୍ଯ୍ୟ କରିବେ ସେ ବିଷୟରେ କହନ୍ତି । ସେ ଖ୍ରୀଷ୍ଟିୟାନମାନଙ୍କୁ ସେମାନେ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ଈଶ୍ଵରଙ୍କ ଆଜ୍ଞାକାରୀ ହେବାକୁ ଉତ୍ସାହିତ କଲେ । ସେ ସେମାନଙ୍କୁ ଏହା କରିବାକୁ କହିଥିଲେ କାରଣ ଯୀଶୁ ଶୀଘ୍ର ଫେରିବେ । ପିତର ମଧ୍ୟ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କ ଉପରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଧିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ?
ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “୧ ପିତର” କିମ୍ବା “ପ୍ରଥମ ପିତର, ”କିମ୍ବା ସେମାନେ ଏକ ସ୍ପଷ୍ଟ ନାମ ବାଛିପାରନ୍ତି, ଯେପରିକି“ ପିତରଙ୍କ ପ୍ରଥମ ପତ୍ର” କିମ୍ବା “ପିତର ଲେଖିଥିବା ପ୍ରଥମ ପତ୍ର ।” (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ
ରୋମରେ ଖ୍ରୀଷ୍ଟିୟାନମାନଙ୍କୁ କିପରି ବ୍ୟବହାର କରାଯାଇଥିଲା?
ପିତର ଏହି ପତ୍ର ଲେଖିବାବେଳେ ବୋଧହୁଏ ରୋମରେ ଥିଲେ। [୫:୧୩] (../ ୦୫ / ୧୩.md) ପିତର ରୋମକୁ ସାଙ୍କେତିକ ଭାବରେ “ବାବିଲ” ବୋଲି କହିଥିଲେ । ଏଥିରୁ ଜଣାପଢ଼େ ଯେ ଯେବେ ପିତର ଏହି ପତ୍ର ଲେଖିଥିଲେ, ରୋମୀୟମାନେ ଖ୍ରୀଷ୍ଟିୟାନମାନଙ୍କୁ କଠୋର ନିର୍ଯ୍ୟାତନା ଦେଉଥିଲେ। , ଦୁଇଟି ସ୍ଥାନ ବ୍ୟତୀତ: [୧:୧୬] (../ ୦୧ / ୧୬.md) ଏବଂ [୨: ୬] (../ ୦୨ / ୦୬.md) । “ତୁମ୍ଭେ” ଶବ୍ଦ ସର୍ବଦା ବହୁବଚନ ଅଟେ ଏବଂ ପିତରଙ୍କ ପାଠକମାନଙ୍କୁ ସୂଚାଏ । ବେଳେବେଳେ ଏହା ପିତରଙ୍କ ପାଠକମାନଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ବୁଝାଏ, ଯେପରିକି ପତ୍ନୀ, ସ୍ୱାମୀ, ମଣ୍ଡଳୀ ନେତା କିମ୍ବା ଅନ୍ୟାନ୍ୟ ଗୋଷ୍ଠୀଗୁଡ଼ିକୁ । ଏହି ଗୋଷ୍ଠୀଗୁଡ଼ିକ ଟିପ୍ପଣୀରେ ସୂଚିତ କରାଯାଇଛି । (ଦେଖନ୍ତୁ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
୧ ପିତରଙ୍କ ପୁସ୍ତକର ପାଠ୍ୟରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକ କ’ଣ ଅଟେ? “ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର” ([୧:୨୨] (../ ୦୧ / ୨୨.md)) ULT, UST, ଏବଂ ଅନ୍ୟାନ୍ୟ ଆଧୁନିକ ସଂସ୍କରଣଗୁଡ଼ିକ ଏହିପରି ପାଠ କରେ । କେତେକ ପୁରାତନ ସଂସ୍କରଣରେ ଅନୁସାରେ, “ଆନ୍ତରିକ ଭାଇଚାରା ପ୍ରେମ ପାଇଁ ଆତ୍ମା ଦ୍ୱାରା ସତ୍ୟକୁ ମାନିବା ଦ୍ୱାରା ତୁମ୍ଭମାନଙ୍କର ଆତ୍ମାକୁ ଶୁଚି କରି, ପରସ୍ପରକୁ ଆନ୍ତରିକତାର ସହ ପ୍ରେମ କର।” ଆଧୁନିକ ପଠନକୁ ଅନୁସରଣ କରିବାକୁ ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଇଛି।
(ଦେଖନ୍ତୁ: ପାଠ୍ୟ ପ୍ରକାରଗୁଡ଼ିକ)
1 Peter 1
୧ ପିତର ୧ ସାଧାରଣ ଟିପ୍ପଣୀଗୁଡ଼ିକ
## ଆକାର ଏବଂ ଗଠନ
- ପରିଚୟ (୧:୧ –୨)
- ବିଶ୍ଵାସୀମାନଙ୍କୁ ଉଦ୍ଧାର କରିଥିବାରୁ ଈଶ୍ଵରଙ୍କୁ ପ୍ରଶଂସା (୧: ୩–୧୨)
- ପବିତ୍ର ହେବାକୁ ଆଦେଶ (୧: ୧୩–୨୧)
ପରିବାର ଭାବରେ ପରସ୍ପରକୁ ପ୍ରେମ କରିବାକୁ ଆଦେଶ (୧: ୨୨–୨: ୧୦)
ପିତର ଏହି ପତ୍ରକୁ [୧: ୧-୨] (../ ୦୧ / ୦୧.md) ରେ ଆରମ୍ଭ କରି ଯାହାଙ୍କୁ ସେ ଲେଖୁଛନ୍ତି ସେହି ଲୋକମାନଙ୍କୁ ନିଜର ପରିଚୟ ଦେଇ ଅଭିବାଦନ ଜଣାଉଛନ୍ତି । ସେହି ସମୟରେ ଲୋକମାନେ ସାଧାରଣତଃ ପତ୍ରର ଆରମ୍ଭ ଏହିପରି କରୁଥିଲେ ।
କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ଅନ୍ୟ ପାଠ ଅପେକ୍ଷା ଡାହାଣରେ ଉଲ୍ଲେଖ କରି ଏହାକୁ ସହଜ କରିଥାଏ । [୧: ୨୪-୨୫] (../ ୦୧ / ୨୪.md) ରେ ପୁରାତନ ନିୟମରୁ ଉଦ୍ଧୃତ କବିତା ସହ ULT ଏହା କରେ ।
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ଈଶ୍ଵର ଯାହା ପ୍ରକାଶ କରନ୍ତି ।
ଯେବେ ଯୀଶୁ ପୁନର୍ବାର ଆସିବେ, ସମସ୍ତେ ଦେଖିବେ ଯେ ଈଶ୍ଵରଙ୍କ ଲୋକମାନେ କେତେ ଉତ୍ତମ ଥିଲେ କାରଣ ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିଲେ । ତା’ପରେ ଈଶ୍ଵରଙ୍କ ଲୋକମାନେ ଦେଖିବେ ଯେ ଈଶ୍ଵର ସେମାନଙ୍କ ପ୍ରତି କେତେ ଦୟାଳୁ ଥିଲେ, ଏବଂ ସମସ୍ତ ଲୋକ ଉଭୟ ଈଶ୍ଵର ଏବଂ ତାହାଙ୍କର ଲୋକମାନଙ୍କୁ ପ୍ରଶଂସା କରିବେ ।
ପବିତ୍ରତା
ଈଶ୍ଵର ଚାହାଁନ୍ତି ଯେ ତାହାଙ୍କ ଲୋକମାନେ ପବିତ୍ର ହୁଅନ୍ତୁ କାରଣ ଈଶ୍ଵର ପବିତ୍ର ଅଟନ୍ତି ([୧:୧୫] ( ../୦୧/୧୫.md)) । (ଦେଖନ୍ତୁ: ପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧ)
ଅନନ୍ତତା
ପିତର ଖ୍ରୀଷ୍ଟିୟାନମାନଙ୍କୁ ଏପରି ବିଷୟ ପାଇଁ ବଞ୍ଚିବାକୁ କୁହନ୍ତି ଯାହା ଚିରସ୍ଥାୟୀ ରହିବ ଏବଂ ଏହି ଜଗତର ବିଷୟଗୁଡ଼ିକ ପରି କ୍ଷଣସ୍ଥାୟୀ ନୁହେଁ, ଯାହା ଶେଷ ହେବ । ଅନନ୍ତକାଳ, ଚିରସ୍ଥାୟୀ, ଚିରନ୍ତନ, ସଦାକାଳ)
ଏହି ଅଧ୍ୟାୟର ଅନ୍ୟାନ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ବିରୋଧଭାସ
ଏକ ବିରଧାଭାସ ସତ୍ୟ ବାକ୍ୟ ଅଟେ ଯାହା କୌଣସି ଏକ ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ । ପିତର ଲେଖିନ୍ତି ଯେ ତାହାଙ୍କ ପାଠକମାନେ ଏକ ସମୟରେ ଆନନ୍ଦ ଏବଂ ଦୁଃଖିତ ମଧ୍ୟ ଅଟନ୍ତି ([୧: ୬] (../ ୦୧ / ୦୬.md)) । ସେ ଏହା କହିପାରନ୍ତି କାରଣ ସେମାନେ ଦୁଃଖୀ ଥିବାରୁ ସେମାନେ ଦୁଃଖିତ, କିନ୍ତୁ ସେମାନେ ମଧ୍ୟ ଆନନ୍ଦ କାରଣ ସେମାନେ ଜାଣନ୍ତି ଯେ ଈଶ୍ଵର ସେମାନଙ୍କୁ “ଶେଷ ସମୟରେ” ଉଦ୍ଧାର କରିବେ ([୧: ୫] (../ ୦୧ / ୦୫.md))
1 Peter 1:1
Πέτρος
ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପ୍ରଥମେ ନିଜର ନାମ ଉଲ୍ଲେଖ କରନ୍ତି, ଏବଂ ସେମାନେ ନିଜକୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ତାହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ଆପଣ ପ୍ରଥମ ପୁରୁଷ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାର ଏକ ପତ୍ରର ଲେଖକଙ୍କୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ତେବେ ଆପଣ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ପିତର, ଏହି ପତ୍ର ଲେଖୁଅଛି” କିମ୍ବା “ପିତରଙ୍କଠାରୁ” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
Πέτρος
ପିତର ଜଣେ ମନୁଷ୍ୟର ନାମ ଅଟେ ଯିଏ ଯୀଶୁଙ୍କର ଶିଷ୍ୟ ଥିଲେ । ୧ ପିତରର ପରିଚୟର ଭାଗ ୧ ରେ ତାହାଙ୍କ ବିଷୟରେ ସୂଚନା ଦେଖନ୍ତୁ । (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ἀπόστολος Ἰησοῦ Χριστοῦ
ଏହି ବାକ୍ୟାଂଶ ଶିମୋନ ପିତରଙ୍କ ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଖ୍ରୀଷ୍ଟଙ୍କ ପ୍ରେରିତ ହେବାର ପଦ ଏବଂ ଅଧିକାର ଦିଆଯାଇଥିବା ବ୍ୟକ୍ତି ଭାବରେ ବର୍ଣ୍ଣନା କରନ୍ତି । (ଦେଖନ୍ତୁ: ପ୍ରଭେଦ ଦେଖାଇବା ବନାମ ସୂଚନା ଦେବା କିମ୍ବା ମନେ ପକାଇବା)
ἐκλεκτοῖς παρεπιδήμοις
ଏହି ସଂସ୍କୃତିରେ, ନିଜର ନାମ ଦେବା ପରେ, ପତ୍ରର ଲେଖକମାନେ କାହାକୁ ଲେଖୁଛନ୍ତି ତାହା ଉଲ୍ଲେଖ କରନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ନାମିତ କରନ୍ତି । ଯଦି ତାହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମନୋନୀତ ଛିନ୍ନଭିନ୍ନ ନିର୍ବାସିତମାନଙ୍କୁ” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
ἐκλεκτοῖς παρεπιδήμοις διασπορᾶς
ଯଦି ଆପଣଙ୍କର ଭାଷା ମନୋନୀତ ଏବଂ ଛିନ୍ନଭିନ୍ନ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ମନୋନୀତ କରିଛନ୍ତି ଏବଂ ନିର୍ବାସିତ ହୋଇ ଛିନ୍ନଭିନ୍ନ ହୋଇଥିବା ଲୋକମାନଙ୍କ ନିକଟକୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐκλεκτοῖς παρεπιδήμοις διασπορᾶς
ଯେତେବେଳେ ପିତର ତାହାଙ୍କ ପାଠକମାନଙ୍କୁ ନିର୍ବାସିତ ବୋଲି ଉଲ୍ଲେଖ କରନ୍ତି, ସେତେବେଳେ ସେ କହିପାରନ୍ତି: (୧) ସେମାନେ ନିର୍ବାସିତ କାରଣ ସେମାନେ ସ୍ୱର୍ଗରେ ଥିବା ସେମାନଙ୍କର ପ୍ରକୃତ ଗୃହଠାରୁ ବହୁତ ଦୂରରେ । ବିକଳ୍ପ ଅନୁବାଦ: “ଛିନ୍ନଭିନ୍ନ ହୋଇ ନିର୍ବାସିତ ନିର୍ବାସିତମାନଙ୍କ ପାଇଁ ଯେଉଁମାନେ ସ୍ୱର୍ଗରେ ନିଜ ଗୃହଠାରୁ ବହୁ ଦୂରରେ” (୨) ସେମାନେ ନିର୍ବାସିତ ଅଟନ୍ତି କାରଣ ସେମାନେ ନିଜ ଗୃହ ଛାଡି ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକୁ ଯିବାକୁ ବାଧ୍ୟ ହୋଇଥିଲେ । ବିକଳ୍ପ ଅନୁବାଦ: “ନିଜ ଗୃହଠାରୁ ବହୁ ଦୂରରେ ଛିନ୍ନଭିନ୍ନ ହୋଇ ମନୋନୀତ ନିର୍ବାସିତମାନଙ୍କ ନିକଟକୁ” (ଦେଖନ୍ତୁ: ଉପମା/ରୂପକ)
διασπορᾶς
ଏଠାରେ, ଛିନ୍ନଭିନ୍ନ ସୂଚାଇପାରେ: (୧) ଅଣଯିହୂଦୀ ଖ୍ରୀଷ୍ଟିୟାନମାନଙ୍କର ଗୋଷ୍ଠୀକୁ ଯେଉଁମାନେ ସ୍ୱର୍ଗରେ ସେମାନଙ୍କର ପ୍ରକୃତ ଗୃହ ପରିବର୍ତ୍ତେ ସମଗ୍ର ବିଶ୍ୱରେ ବିସ୍ତାର ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ଛିନ୍ନଭିନ୍ନ ର ନିର୍ବାସିତ ସହ ସମାନ ଅର୍ଥ ପ୍ରକାଶ କରେ ଏବଂ ଏଥିରେ ଗୁରୁତ୍ୱ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ସ୍ୱର୍ଗରେ ସେମାନଙ୍କର ପ୍ରକୃତ ଗୃହ ବାହାରେ ଛିନଭିନ୍ନ ହୋଇଥିବା ଲୋକମାନଙ୍କ ମଧ୍ୟରେ” (୨) ଯିହୁଦୀ ଲୋକମାନଙ୍କର ଗୋଷ୍ଠୀ ଯେଉଁମାନେ ଗ୍ରୀକ୍ ଭାଷାଭାଷୀ ଜଗତରେ ବିସ୍ତାର ହୋଇଥିଲେ ଯାହା ଇସ୍ରାୟେଲ ଦେଶ ବାହାରେ ଥିଲା, ଯାହା ଏହି ଶବ୍ଦର ସାଧାରଣ ବୌଷୟିକ ଅର୍ଥ ଅଟେ । ବିକଳ୍ପ ଅନୁବାଦ: “ବିଚ୍ଛିନ୍ନ ଯିହୁଦୀମାନଙ୍କ ମଧ୍ୟରେ” (ଦେଖନ୍ତୁ: ଉପମା/ରୂପକ)
Πόντου, Γαλατίας, Καππαδοκίας, Ἀσίας, καὶ Βιθυνίας
ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ରୋମୀୟ ପ୍ରଦେଶର ନାମ ଯାହା ବର୍ତ୍ତମାନ ତୁର୍କୀର ଦେଶରେ ଅବସ୍ଥିତ ଅଟେ । (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
1 Peter 1:2
πρόγνωσιν Θεοῦ Πατρός
ଯଦି ଆପଣଙ୍କର ଭାଷା ପୂର୍ବଜ୍ଞାନ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ଯାହା ପୂର୍ବରୁ ଜାଣିଥିଲେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
πρόγνωσιν Θεοῦ Πατρός
ଏହି ବାକ୍ୟର ଅର୍ଥ ହୋଇପାରେ: (୧) ସମୟ ପୂର୍ବରୁ କଣ ହେବ ଈଶ୍ଵର ସ୍ଥିର କରିଥିଲେ । ବିକଳ୍ପ ଅନୁବାଦ: “ପିତା ଈଶ୍ୱର ପୂର୍ବରୁ ଯାହା ଯୋଜନା କରିଥିଲେ” (୨) ସମୟ ପୂର୍ବରୁ କ’ଣ ହେବ ତାହା ଈଶ୍ଵର ଜାଣିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ପୂର୍ବରୁ ଜାଣିଥିଲେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Πατρός
* ପିତା * ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (ଦେଖନ୍ତୁ: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)
ἐν ἁγιασμῷ Πνεύματος
ଯଦି ଆପଣଙ୍କର ଭାଷା ପବିତ୍ରତା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ରେ ତୁମ୍ଭେମାନେ ପବିତ୍ର ହୋଇ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν ἁγιασμῷ Πνεύματος
ପବିତ୍ର ଆତ୍ମା ଦ୍ୱାରା ଉତ୍ପନ୍ନ ପବିତ୍ରତା କୁ ବର୍ଣ୍ଣନା କରିବାକୁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ଦ୍ୱାରା ତୁମ୍ଭମାନଙ୍କୁ ପବିତ୍ର କରି” (ଦେଖନ୍ତୁ: ଅଧିକାର/ଦଖଲ)
εἰς ὑπακοὴν καὶ ῥαντισμὸν αἵματος Ἰησοῦ Χριστοῦ
ଏଠାରେ, ଆଜ୍ଞା ସୂଚାଇପାରେ: (୧) ଈଶ୍ଵରଙ୍କୁ ମାନିବା । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆଜ୍ଞା ଏବଂ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ” (୨) ଯୀଶୁ ଖ୍ରୀଷ୍ଟଙ୍କୁ ମାନିବାକୁ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ଏବଂ ତାହାଙ୍କ ରକ୍ତରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς ὑπακοὴν
ଯଦି ଆପଣଙ୍କର ଭାଷା ଆଜ୍ଞା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୁଖଗତ ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆଜ୍ଞା ପାଳନ କରିବାକୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
εἰς ὑπακοὴν
ଏଠାରେ, ପାଇଁ ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶକୁ ଉପସ୍ଥାପନ କରେ । ପିତର ଏକ ଉଦ୍ଦେଶ୍ୟ ଦର୍ଶାଉଛନ୍ତି ଯେଉଁଥିପାଇଁ ପବିତ୍ର ଆତ୍ମା ବିଶ୍ଵାସୀମାନଙ୍କୁ ପବିତ୍ର କରନ୍ତି । ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ବାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆଜ୍ଞାର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
ῥαντισμὸν αἵματος Ἰησοῦ Χριστοῦ
ବିଶ୍ଵାସୀମାନଙ୍କୁ ଈଶ୍ଵରଙ୍କ ସହ ଏକ ଚୁକ୍ତି ସମ୍ପର୍କରେ ଥିବା ଦର୍ଶାଇବାକୁ ପିତର ସାଙ୍କେତିକ ଭାବରେ ସିଞ୍ଚିତ ଶବ୍ଦକୁ ବ୍ୟବହାର କରନ୍ତି । ଯେପରି ମୋଶା ଇସ୍ରାଏଲ ଲୋକମାନଙ୍କ ଉପରେ ରକ୍ତ ଛିଞ୍ଚିଥିଲେ [ଯାତ୍ରା ୨୪: ୧–୧୧] (../ exo / ୨୪ / ୦୧.md) ଯାହା ଦର୍ଶାଏ ଯେ ସେମାନେ ଈଶ୍ଵରଙ୍କ ସହ ଏକ ଚୁକ୍ତି ସମ୍ପର୍କରେ ଯୋଗଦେଲେ, ବିଶ୍ଵାସୀମାନେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଏକ ଚୁକ୍ତିରେ ଯୋଗ ଦେଇଛନ୍ତି । ଯାଜକ ଭାବରେ ଈଶ୍ଵରଙ୍କ ସେବା କରିବା ପାଇଁ ସେମାନଙ୍କୁ ପୃଥକ କରିବା ପାଇଁ ମୋଶା ଯାଜକମାନଙ୍କ ଉପରେ ରକ୍ତ ଛିଞ୍ଚିଥିଲେ ([ଲେବୀୟ ପୁସ୍ତକ ୮:୩୦] (../ lev / ୦୮ / ୩୦.md)) । ଯଦି ଆପଣଙ୍କର ପାଠକମାନେ ଏହା ବୁଝି ପାରିବେ ନାହିଁ, ତେବେ ଆପଣ ଏକ ସରଳ ବାକ୍ୟ ବ୍ୟବହାର କରିପାରିବେ କିମ୍ବା ଅର୍ଥକୁ ସ୍ପଷ୍ଟ ଭାବରେ ଅନୁବାଦ କରୀପାରିବେ । ବିକଳ୍ପ ଅନୁବାଦ: “ବିଶ୍ଵାସୀ ଏବଂ ଈଶ୍ଵରଙ୍କ ମଧ୍ୟରେ ଚୁକ୍ତି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପ୍ରତିଷ୍ଠିତ ହୋଇଅଛି” (ଦେଖନ୍ତୁ: ଉପମା/ରୂପକ)
αἵματος Ἰησοῦ Χριστοῦ
ଏଠାରେ, ରକ୍ତ ସାଙ୍କେତିକ ଭାବରେ ଯୀଶୁଙ୍କ ମୃତ୍ୟୁକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ରକ୍ତ, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ପ୍ରତୀକ ଅଟେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
χάρις ὑμῖν καὶ εἰρήνη πληθυνθείη
ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟକୁ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କ ପାଇଁ ଏକ ଶୁଭେଚ୍ଛା ପ୍ରଦାନ କରୁଥିଲେ । ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ କରେ ଯେ ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ତାହାଙ୍କର ଦୟାଳୁ କାର୍ଯ୍ୟ ବୃଦ୍ଧି କରନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁର ଶାନ୍ତି ପ୍ରଦାନ କରନ୍ତୁ” (ଦେଖନ୍ତୁ: ଆଶୀର୍ବାଦ)
χάρις ὑμῖν καὶ εἰρήνη πληθυνθείη
ଯଦି ଆପଣଙ୍କର ପାଠକମାନେ ଗୁଣବାଚକ ବିଶେଷ୍ୟ ଅନୁଗ୍ରହ ଏବଂ ଶାନ୍ତି କୁ ଭୁଲ ବୁଝିପାରନ୍ତି, ତେବେ ଆପଣ ସେଗୁଡ଼ିକ ପଛରେ ଥିବା ଧାରଣାକୁ ସମାନ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ତାହାଙ୍କର ଦୟାଳୁ କାର୍ଯ୍ୟକୁ ବୃଦ୍ଧି କରନ୍ତୁ ଏବଂ ତୁମ୍ଭମାନଙ୍କୁ ଅଧିକ ଶାନ୍ତିପୂର୍ଣ୍ଣ ଆତ୍ମା ଦିଅନ୍ତୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
χάρις ὑμῖν καὶ εἰρήνη πληθυνθείη
ପିତର ଅନୁଗ୍ରହ ଏବଂ ଶାନ୍ତି କୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେପରି ସେମାନେ ବସ୍ତୁ ଅଟନ୍ତି ଯାହା ଆକାର କିମ୍ବା ସଂଖ୍ୟାରେ ବୃଦ୍ଧି ପାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ଆପଣ ଏକ ଭିନ୍ନ ରୂପକ ବ୍ୟବହାର କରିପାରିବେ ଯାହାର ଅର୍ଥ ଏହି ବିଷୟଗୁଡ଼ିକ ବୃଦ୍ଧି ପାଇବ, କିମ୍ବା ସରଳ ଭାଷା ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଜୀବନରେ ଅନୁଗ୍ରହ ଏବଂ ଶାନ୍ତି ବୃଦ୍ଧି ହେଉ” (ଦେଖନ୍ତୁ: ଉପମା/ରୂପକ)
χάρις ὑμῖν καὶ εἰρήνη πληθυνθείη
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟରେ କିମ୍ବା ଅନ୍ୟ ଭାଷାରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵରା ତୁମ୍ଭମାନଙ୍କୁ ଅନୁଗ୍ରହ ଏବଂ ଶାନ୍ତି ପ୍ରଚୁର କରନ୍ତୁ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:3
ବିଶ୍ଵାସୀମାନଙ୍କ ପରିତ୍ରାଣ ଏବଂ ବିଶ୍ୱାସ ବିଷୟରେ ପିତର କହିବା ଆରମ୍ଭ କରନ୍ତି । [ପଦ ୩–୫] (../ ୦୧ / ୦୩.md) ଗୋଟିଏ ବାକ୍ୟ, କିନ୍ତୁ ଆପଣ ସେଗୁଡ଼ିକୁ ଆପଣଙ୍କ ଭାଷାରେ ଛୋଟ ବାକ୍ୟରେ ବିଭକ୍ତ କରିପାରନ୍ତି ।
εὐλογητὸς
ଏକ ଉତ୍ସାହ ଦେବା ପାଇଁ ପିତର ଏକ ବିବୃତ୍ତି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ଆପଣ ଉତ୍ସାହ ପାଇଁ ଏକ ଅଧିକ ସ୍ବାଭାବିକ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆଶୀର୍ବାଦ କରିବା” କିମ୍ବା “ପ୍ରଶଂସା କରିବା” (ଦେଖନ୍ତୁ: ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟ)
Πατὴρ
ପିତା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (ଦେଖନ୍ତୁ: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)
ἡμῶν…ἡμᾶς
ଆମ୍ଭମାନଙ୍କର ଏବଂ ଆମ୍ଭମାନଙ୍କୁ ଶବ୍ଦ ସମସ୍ତ ଲୋକମାନଙ୍କୁ ବୁଝାଏ । ସେ ପିତର ଏବଂ ସେହି ବିଶ୍ଵାସୀମାନଙ୍କୁ ସୂଚୀତ କରନ୍ତି ଯାହାଙ୍କୁ ସେ ଲେଖୁଛନ୍ତି । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ । (ଦେଖନ୍ତୁ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
τοῦ Κυρίου ἡμῶν
ଯୀଶୁଙ୍କୁ ପ୍ରଭୁ ବୋଲି ବର୍ଣ୍ଣନା କରିବାକୁ ପିତର ଏକ ଗଠନ ବ୍ୟବହାର କରୁଛନ୍ତି, ଯେଉଁମାନେ ତାହାଙ୍କ ଉପରେ ବିଶ୍ୱାସ କରନ୍ତି ସେମାନଙ୍କ ଉପରେ ଶାସନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କ ଉପରେ ପ୍ରଭୁ ଅଟନ୍ତି,” କିମ୍ବା “ଆମ୍ଭ ଉପରେ ଶାସନ କରୁଥିବା ବ୍ୟକ୍ତିଙ୍କ ବିଷୟରେ” (ଦେଖନ୍ତୁ: ଅଧିକାର/ଦଖଲ)
κατὰ τὸ πολὺ αὐτοῦ ἔλεος
ଯଦି ଆପଣଙ୍କ ଭାଷା ଦୟା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କର ମହାନ ଦୟାଳୁ ଚରିତ୍ର ଅନୁଯାୟୀ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἀναγεννήσας ἡμᾶς
ନୂତନ ଜନ୍ମ ବାକ୍ୟ ଏକ ରୂପକ ଅଟେ ଯାହା ଆତ୍ମିକ ପୁନର୍ଜନ୍ମକୁ ବୁଝାଏ । ଏହା ବାଇବଲରେ ଏକ ଗୁରୁତ୍ୱପୂର୍ଣ୍ଣ ରୂପକ ଅଟେ, ତେଣୁ ଆପଣ ଏହାକୁ ଆପଣଙ୍କ ଅନୁବାଦରେ ରଖିବା ଉଚିତ ଏବଂ ଆବଶ୍ୟକ ହେଲେ ଏକ ବ୍ୟାଖ୍ୟା ଅନ୍ତର୍ଭୂକ୍ତ କରିବା ଉଚିତ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ଆତ୍ମିକ ଭାବରେ ପୁନର୍ଜନ୍ମ ଦେଇଛନ୍ତି” (ଦେଖନ୍ତୁ: ଉପମା/ରୂପକ)
ἀναγεννήσας ἡμᾶς εἰς ἐλπίδα ζῶσαν, δι’ ἀναστάσεως Ἰησοῦ Χριστοῦ ἐκ νεκρῶν
ଜୀବନଦାୟକ ଭରସା ବାକ୍ୟାଂଶ ପରବର୍ତ୍ତୀ ପଦରେ “ଏକ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର” ସହ ସମାନ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାଭାବିକ ହେବ, ତେବେ ସେହି ସମାନତାର ଗଠନ ଦେଖାଇବା ପାଇଁ ଆପଣ ଏହି ପଦରେ ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ମୃତ୍ୟୁବରଣରୁ ପୁନରୁତ୍ଥିତ କରିଛନ୍ତି,” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
εἰς ἐλπίδα ζῶσαν
ଏଠାରେ, ରୁ ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶକୁ ଉପସ୍ଥାପନ କରେ । ପିତର ଏକ ଉଦ୍ଦେଶ୍ୟ ଦର୍ଶାଉଛନ୍ତି ଯେଉଁଥି ପାଇଁ ଈଶ୍ଵର ବିଶ୍ଵାସୀମାନଙ୍କୁ ନୂତନ ଜନ୍ମ ଦିଅନ୍ତି । ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ବାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ଜୀବନଦାୟକ ଆଶା ଦେବା ଉଦ୍ଦେଶ୍ୟରେ” (ଦେଖନ୍ତୁ: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
εἰς ἐλπίδα ζῶσαν
ଆଶା ଶବ୍ଦକୁ ବର୍ଣ୍ଣନା କରିବାକୁ ପିତର ଜୀବନଦାୟକ ଶବ୍ଦକୁ ବ୍ୟବହାର କରନ୍ତି ଯାହା ନିଶ୍ଚିତ ଏବଂ ନିରାଶାର କାରଣ ହେବ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଆଶାରେ ଯାହା ତୁମ୍ଭମାନଙ୍କୁ ନିରାଶ କରିବ ନାହିଁ” (ଦେଖନ୍ତୁ: ଉପମା/ରୂପକ)
δι’ ἀναστάσεως Ἰησοῦ Χριστοῦ ἐκ νεκρῶν
ଯଦି ଆପଣଙ୍କ ଭାଷା ପୁନରୁତ୍ଥାନ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:4
εἰς κληρονομίαν ἄφθαρτον, καὶ ἀμίαντον, καὶ ἀμάραντον
ଏଠାରେ, ରୁ ଏକ ଉଦ୍ଦେଶ୍ୟ ଧାରା ଉପସ୍ଥାପନ କରେ । ପିତର ଦ୍ୱିତୀୟ ଉଦ୍ଦେଶ୍ୟ ଦର୍ଶାଉଛନ୍ତି ଯେଉଁଥି ପାଇଁ ଈଶ୍ଵର ବିଶ୍ଵାସୀମାନଙ୍କୁ ନୂତନ ଜନ୍ମ ଦିଅନ୍ତି । ପୂର୍ବ ପଦରେ ଥିବା ବିଷୟକୁ ଏହି “ଜୀବନଦାୟକ ଆଶା” ବାକ୍ୟାଂଶ ଦର୍ଶାଏ । ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ବାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ଏକ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ଦେବା ଉଦ୍ଦେଶ୍ୟରେ” (ଦେଖନ୍ତୁ: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
εἰς κληρονομίαν ἄφθαρτον, καὶ ἀμίαντον, καὶ ἀμάραντον
ଯଦି ଆପଣଙ୍କର ଭାଷା ଉତ୍ତରାଧିକାରୀ ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ କ୍ରିୟା ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାର ଆମ୍ଭେମାନେ ଉତ୍ତରାଧିକାରୀ ଯାହା ଅକ୍ଷୟ, ଅକଳଙ୍କିତ, ଅଜର’ (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
κληρονομίαν ἄφθαρτον, καὶ ἀμίαντον, καὶ ἀμάραντον
ଆମ୍ଭେମାନେ ସ୍ୱର୍ଗରେ ଯାହା ଗ୍ରହଣ କରିବା ତାହା ସୂଚାଇବା ପାଇଁ ପିତର ଉତ୍ତରାଧିକାରୀ ଶବ୍ଦକୁ ବ୍ୟବହାର କରନ୍ତି । ଏହା ସୂଚାଇପାରେ: (୧) ଈଶ୍ଵରଙ୍କ ପ୍ରତିଜ୍ଞା ଯେଉଁଥିରେ ଆମ୍ଭେମାନେ ତାହାଙ୍କ ସହ ସର୍ବଦା ବାସ କରିବା । ବିକଳ୍ପ ଅନୁବାଦ: “ଏକ ନିଶ୍ଚିତ ଏବଂ ଫଳଯୁକ୍ତ ପ୍ରତିଜ୍ଞା ଯେଉଁଥିରେ ଆମ୍ଭେମାନେ ଈଶ୍ଵରଙ୍କ ସହ ଚିରଦିନ ଜୀବିତ ରହିବା” (୨) ଏହି ଜୀବନ ପରେ ସ୍ୱର୍ଗରେ ଭବିଷ୍ୟତର ଆଶୀର୍ବାଦକୁ । ବିକଳ୍ପ ଅନୁବାଦ: “ଅକ୍ଷୟ, ଅକଳଙ୍କିତ, ଅଜର ଆଶୀର୍ବାଦ” (ଦେଖନ୍ତୁ: ଉପମା/ରୂପକ)
τετηρημένην ἐν οὐρανοῖς εἰς ὑμᾶς
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ଗଠନରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ରଖିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:5
τοὺς ἐν δυνάμει Θεοῦ φρουρουμένους
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ଗଠନରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ତାହାଙ୍କ ଶକ୍ତିରେ ସୁରକ୍ଷା କରୁଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
διὰ πίστεως
ଯଦି ଆପଣଙ୍କର ଭାଷା ବିଶ୍ୱାସ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ୱାସ କରି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
εἰς σωτηρίαν
ଏଠାରେ, ପାଇଁ ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶ ଉପସ୍ଥାପନ କରେ । ପିତର ଏକ ଉଦ୍ଦେଶ୍ୟ ଦର୍ଶାଉଛନ୍ତି ଯେଉଁଥି ପାଇଁ ଈଶ୍ଵର ବିଶ୍ଵାସୀମାନଙ୍କୁ ସୁରକ୍ଷା ଦେଉଛନ୍ତି । ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ବାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପରିତ୍ରାଣ ଦେବା ଉଦ୍ଦେଶ୍ୟରେ” (ଦେଖନ୍ତୁ: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
εἰς σωτηρίαν ἑτοίμην ἀποκαλυφθῆναι
ଯଦି ଆପଣଙ୍କର ଭାଷା ପରିତ୍ରାଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତି, ଯାହା ପ୍ରକାଶିତ କରିବାକୁ ପ୍ରସ୍ତୁତ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἑτοίμην ἀποκαλυφθῆναι
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ପ୍ରକାଶ କରିବାକୁ ପ୍ରସ୍ତୁତ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν καιρῷ ἐσχάτῳ
ଏଠାରେ, ଶେଷକାଳରେ “ପ୍ରଭୁଙ୍କ ଦିନ” କୁ ବୁଝାଏ , ଯାହା ହେଉଛି ସେହି ସମୟ ଯେବେ ଯୀଶୁ ଜଗତକୁ ଫେରି ସମସ୍ତଙ୍କୁ ବିଚାର କରିବେ ଏବଂ ତାହାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବେ । (ଦେଖନ୍ତୁ: ପ୍ରଭୁଙ୍କ ଦିନ, ଯିହୋବାଙ୍କ ଦିନ) ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶେଷ ସମୟରେ, ଯେବେ ଯୀଶୁ ଫେରି ସମସ୍ତଙ୍କୁ ବିଚାର କରିବେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 1:6
ἐν ᾧ
ଏଠାରେ, ଏହି ସୂଚାଇପାରେ: (୧) ପୂର୍ବ ପଦର ଶେଷରେ ସୂଚିତ “ଶେଷକାଳ” । ବିକଳ୍ପ ଅନୁବାଦ: “ଏହି ଶେଷକାଳ ବିଷୟରେ” (୨) [ପଦ ୩-୫] ରେ ବର୍ଣ୍ଣିତ ସମସ୍ତ ବିଷୟ । ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟରେ ଯାହା ମୁଁ କହିଛି” (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
ἐν ᾧ ἀγαλλιᾶσθε
ରେ ଏଠାରେ ପିତରଙ୍କ ପାଠକମାନେ ଆନନ୍ଦ ହେବାର କାରଣ ଉପସ୍ଥାପନ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏଥିପାଇଁ ତୁମ୍ଭେମାନେ ବହୁତ ଆନନ୍ଦ ” କିମ୍ବା “ଏହି କାରଣରୁ ତୁମ୍ଭେମାନେ ବହୁତ ଆନନ୍ଦ ” (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
ἄρτι, εἰ δέον λυπηθέντες
ପିତର ଏହାକୁ ଏକ ଉପକଳ୍ପିତ ସମ୍ଭାବନା ଭାବରେ କହନ୍ତି, କିନ୍ତୁ ତାହାଙ୍କର ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ ଭାଷା ଯଦି କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ ଏହିପରି ପ୍ରକାଶ କରେ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ବୁଝି ନ ପାରନ୍ତି ଏବଂ ଭାବିପାରନ୍ତି ଯେ ପିତର ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ: “ଯଦି ବର୍ତ୍ତମାନ ଏହା ଆବଶ୍ୟକ, ଏବଂ ଏହା ଅଟେ, ଦୁଃଖିତ ହୋଇ” (ଦେଖନ୍ତୁ: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁ)
ὀλίγον ἄρτι, εἰ δέον λυπηθέντες ἐν ποικίλοις πειρασμοῖς
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯଦି ବର୍ତ୍ତମାନ ବିଭିନ୍ନ ପରୀକ୍ଷା ପାଇଁ ତୁମ୍ଭମାନଙ୍କ ଅଳ୍ପ ସମୟ ନଷ୍ଟ ହେବା ଆବଶ୍ୟକ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:7
τὸ δοκίμιον ὑμῶν τῆς πίστεως…διὰ πυρὸς δὲ δοκιμαζομένου
ଏଠାରେ ପିତର ବିଶ୍ୱାସ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି, ଯେପରି ଏହା ସୁନା ଅଟେ ଯାହାକି ଏହାକୁ ଅଗ୍ନି ରେ ସୁଦ୍ଧ କରାଯାଏ । ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ଉପରେ କେତେ ବିଶ୍ଵାସ କରନ୍ତି ତାହା ପରୀକ୍ଷା କରୁଥିବା କଷ୍ଟକୁ ବୁଝାଇବାକୁ ସେ ସାଙ୍କେତିକ ଭାବରେ ଅଗ୍ନି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବିଶ୍ୱାସର ସତ୍ୟତା… କିନ୍ତୁ ଅଗ୍ନିରେ ସୁନାକୁ ପରୀକ୍ଷା କରିବା ପରି କଷ୍ଟ ଦ୍ୱାରା ପରୀକ୍ଷା କରାଯାଏ” (ଦେଖନ୍ତୁ: ଉପମା/ରୂପକ)
τὸ δοκίμιον ὑμῶν τῆς πίστεως
ଯଦି ଆପଣଙ୍କର ଭାଷା ସତ୍ୟତା ଏବଂ ବିଶ୍ୱାସ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରକୃତରେ ବିଶ୍ୱାସ କର” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἵνα τὸ δοκίμιον ὑμῶν τῆς πίστεως πολυτιμότερον χρυσίου τοῦ ἀπολλυμένου, διὰ πυρὸς δὲ δοκιμαζομένου, εὑρεθῇ εἰς ἔπαινον, καὶ δόξαν, καὶ τιμὴν, ἐν ἀποκαλύψει Ἰησοῦ Χριστοῦ
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭମାନଙ୍କର ବିଶ୍ଵାସର ପ୍ରକୃତତା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନରେ ପ୍ରଶଂସା, ଗୌରବ ଏବଂ ସମ୍ମାନର ପରିଣାମ ପାଇବ; କ୍ଷୟଣୀୟ ସୁନା ଅପେକ୍ଷା ବିଶ୍ୱାସ ଅଧିକ ମୂଲ୍ୟବାନ, କିନ୍ତୁ ଅଗ୍ନି ଦ୍ୱାରା ପରୀକ୍ଷା କରାଯାଏ”(ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
ὑμῶν τῆς πίστεως πολυτιμότερον χρυσίου τοῦ ἀπολλυμένου, διὰ πυρὸς δὲ δοκιμαζομένου
ଏହି ବାକ୍ୟାଂଶରେ ପିତର କହନ୍ତି ଯେ ବିଶ୍ୱାସ ସୁନା ଠାରୁ ଅଧିକ ମୂଲ୍ୟବାନ କାରଣ ବିଶ୍ୱାସ ଚିରସ୍ଥାୟୀ କିନ୍ତୁ ସୁନା ତାହା ନୁହେଁ, ଯଦିଓ ଏହାକୁ ଅଗ୍ନି ଦେଇ ଯାଉଥିବା ବ୍ୟକ୍ତିଙ୍କ ଦ୍ୱାରା ପରୀକ୍ଷା କରାଯାଇଥାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ଏହାକୁ ଏକ ପୃଥକ ବାକ୍ୟ କରିବା ସାହାଯ୍ୟକାରୀ ହୋଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବିଶ୍ୱାସର, ଯାହା ସୁନାଠାରୁ ଅଧିକ ମୂଲ୍ୟବାନ, କାରଣ ଅଗ୍ନି ଦ୍ୱାରା ପରୀକ୍ଷିତ ସୁନା ମଧ୍ୟ ନାଶ ହୋଇପାରେ, କିନ୍ତୁ ତୁମ୍ଭମାନଙ୍କର ବିଶ୍ୱାସ ନାଶ ହେବ ନାହିଁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εὑρεθῇ εἰς ἔπαινον, καὶ δόξαν, καὶ τιμὴν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଏହା ପ୍ରଶଂସା, ଗୌରବ ଏବଂ ସମ୍ମାନର ପରିଣାମ ଦେଇପାରେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν ἀποκαλύψει Ἰησοῦ Χριστοῦ
ପିତର ଅନୁମାନ କରନ୍ତି ଯେ ତାହାଙ୍କ ପାଠକମାନେ ଜାଣିବେ ଯେ ସେ ଭବିଷ୍ୟତର ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନ ବିଷୟରେ କହୁଛନ୍ତି, ଯେବେ ଯୀଶୁ ପୃଥିବୀକୁ ଫେରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କ ଭବିଷ୍ୟତର ପ୍ରକାଶନରେ” କିମ୍ବା “ଯେବେ ଯୀଶୁ ଖ୍ରୀଷ୍ଟ ଭବିଷ୍ୟତରେ ପୁନର୍ବାର ନିଜକୁ ପ୍ରକାଶ କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐν ἀποκαλύψει Ἰησοῦ Χριστοῦ
ଯଦି ଆପଣଙ୍କର ଭାଷା ପ୍ରକାଶିତ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେହି ସମୟରେ ଯେବେ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେଲେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:8
χαρᾷ ἀνεκλαλήτῳ καὶ δεδοξασμένῃ
ଏଠାରେ, ଅକଥନୀୟ ଏବଂ ଗୌରବଯୁକ୍ତ ବାକ୍ୟାଂଶର ଅର୍ଥ ସମାନ ଅଟେ । ଏଠାରେ ଆନନ୍ଦ କେତେ ମହାନ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ଆନନ୍ଦରେ ଏତେ ମହାନ ଯେ ଶବ୍ଦ ଏହାକୁ ବର୍ଣ୍ଣନା କରିପାରିବ ନାହିଁ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 1:9
κομιζόμενοι…σωτηρίαν
ଏଠାରେ ପିତର ସାଙ୍କେତିକ ଭାବରେ ପରିତ୍ରାଣ ବିଷୟରେ କୁହନ୍ତି ଯେପରି ଏହା ଏକ ବସ୍ତୁ ଯାହାକୁ କେହି ଗ୍ରହଣ କରିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନୁଭବ… ପରିତ୍ରାଣ” (ଦେଖନ୍ତୁ: ଉପମା/ରୂପକ)
τῆς πίστεως ὑμῶν
ଯଦି ଆପଣଙ୍କର ଭାଷା ବିଶ୍ୱାସ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମମାନଙ୍କ ମଧ୍ୟରୁ ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
σωτηρίαν ψυχῶν
ଯଦି ଆପଣଙ୍କର ଭାଷା ପରିତ୍ରାଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
σωτηρίαν ψυχῶν
ଏଠାରେ, ଆତ୍ମା ବ୍ୟକ୍ତିଗତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯାହାଙ୍କୁ ପିତର ଏହି ପତ୍ର ଲେଖୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପରିତ୍ରାଣ” (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
1 Peter 1:10
ἐξεζήτησαν καὶ ἐξηραύνησαν
ଅନୁସନ୍ଧାନ ଏବଂ ଯତ୍ନର ସହ ଅନୁସନ୍ଧାନ କରିବା ବାକ୍ୟାଂଶଗୁଡ଼ିକର ଅର୍ଥ ସମାନ ଅଟେ । ଭବିଷ୍ୟଦ୍ବକ୍ତାମାନେ ଏହି ପରିତ୍ରାଣକୁ ବୁଝିବାକୁ କେତେ ଚେଷ୍ଟା କରିଥିଲେ ତାହା ଉପରେ ଜୋର ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ ହୁଏ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ଅତି ଯତ୍ନର ସହ ପରୀକ୍ଷା କରାଯାଇଛି” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ἧς σωτηρίας
ଯଦି ଆପଣଙ୍କର ଭାଷା ପରିତ୍ରାଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ରକ୍ଷା କରୁଛନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
εἰς ὑμᾶς χάριτος
ଏହି ଅନୁଗ୍ରହ ବାକ୍ୟାଂଶ ଏଠାରେ ଏହି ପରିତ୍ରାଣ କୁ ସୂଚାଏ, ଯାହା ଏହି ପଦରେ ପୂର୍ବରୁ ଉଲ୍ଲେଖ କରାଯାଇଛି । ଯଦି ଆପଣଙ୍କର ଭାଷା ଅନୁଗ୍ରହ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଉଦ୍ଧାର କରି ଈଶ୍ଵର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୋଇଅଛନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:11
εἰς τίνα ἢ ποῖον καιρὸν
ଅନୁବାଦ ହୋଇଥିବା ଶବ୍ଦ ଯାହାକୁ “କ’ଣ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ । ସେହି କ୍ଷେତ୍ରରେ, “କ’ଣ” ସେହି ସମୟକୁ ସୂଚାଇବ ଯେବେ ପରିତ୍ରାଣ ହେବ ଏବଂ ଯେଉଁ ସମୟ ତା’ପରେ ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ସୂଚିତ କରିବ । ତଥାପି, ଅଧିକାଂଶ ଅନୁବାଦ ULT ର କାହାକୁ ବ୍ୟବହାର ସହ ସହମତ ଅଟେ । ବିକଳ୍ପ ଅନୁବାଦ: “ଯେଉଁ ସମୟ କିମ୍ବା କେଉଁ ପରିସ୍ଥିତିରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τὸ…Πνεῦμα Χριστοῦ
ପବିତ୍ର ଆତ୍ମାକୁ ଆତ୍ମା ବୋଲି ବର୍ଣ୍ଣନା କରିବାକୁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି ଯାହାକି ଖ୍ରୀଷ୍ଟ ସହ ଜଡିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା, ଖ୍ରୀଷ୍ଟଙ୍କ ସହ ଜଡିତ,” (ଦେଖନ୍ତୁ: ଅଧିକାର/ଦଖଲ)
προμαρτυρόμενον
ଏହା ସୂଚାଇପାରେ: (୧) ସେହି ସମୟକୁ ଯେବେ ଖ୍ରୀଷ୍ଟଙ୍କ ଆତ୍ମା ଭବିଷ୍ୟଦ୍ବକ୍ତାମାନଙ୍କୁ ସୂଚନା ପ୍ରକାଶ କରୁଥିଲେ । ବିକଳ୍ପ ଅନୁବାଦ: “ପୂର୍ବରୁ ସାକ୍ଷ୍ୟ ଦେବାବେଳେ” (୨) ଯେଉଁ ଉପାୟ ଦ୍ୱାରା ଖ୍ରୀଷ୍ଟଙ୍କ ଆତ୍ମା ଭବିଷ୍ୟଦ୍ବକ୍ତାମାନଙ୍କୁ ସୂଚନା ପ୍ରକାଶ କରୁଥିଲେ । ବିକଳ୍ପ ଅନୁବାଦ: “ପୂର୍ବରୁ ସାକ୍ଷ୍ୟ ଦେଇ”
τὰ εἰς Χριστὸν παθήματα, καὶ τὰς μετὰ ταῦτα δόξας
ଯଦି ଆପଣଙ୍କ ଭାଷା ଯନ୍ତ୍ରଣା ଏବଂ ଗୌରବ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ କିପରି ଯନ୍ତ୍ରଣା ଭୋଗିବେ, ଏବଂ ଗୌରବମୟ ଘଟଣାଗୁଡ଼ିକ ଘଟିବ ସେହି ବିଷୟରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:12
οἷς ἀπεκαλύφθη
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ପ୍ରକାଶ କଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἃ νῦν ἀνηγγέλη ὑμῖν, διὰ τῶν εὐαγγελισαμένων ὑμᾶς
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ ସୁସମାଚାର ପ୍ରଚାର କରିଛନ୍ତି, ସେମାନେ ବର୍ତ୍ତମାନ ତୁମ୍ଭମାନଙ୍କୁ ଘୋଷଣା କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Πνεύματι Ἁγίῳ, ἀποσταλέντι ἀπ’ οὐρανοῦ
ଏହି ବାକ୍ୟାଂଶ ସୂଚାଏ ଯାହା ଦ୍ବାରା ସୁସମାଚାର ପ୍ରଚାରକମାନେ ପିତରଙ୍କ ପାଠକମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ। ସେହି ସୁସମାଚାର ପ୍ରଚାରକମାନଙ୍କୁ ସୁସମାଚାରକୁ ପ୍ରଭାବଶାଳୀ ଭାବରେ ପ୍ରଚାର କରିବାର କ୍ଷମତା ବା ଶକ୍ତି ପ୍ରଦାନ କରିବା ପାଇଁ ପିତର ଏଠାରେ ପବିତ୍ର ଆତ୍ମା ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସ୍ୱର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମାଙ୍କ ଦ୍ଵାରା ସେମାନଙ୍କୁ ଏହା କରିବାକୁ ସକ୍ଷମ କଲେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἀποσταλέντι ἀπ’ οὐρανοῦ
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ UST ପରି ସ୍ୱାଭାବିକ ଭାବରେ ପ୍ରକାଶ କରିପାରିବେ । (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς ἃ
ଏଠାରେ, ବିଷୟ ଶବ୍ଦ ଯାହା ଈଶ୍ଵର ଭବିଷ୍ୟଦ୍ବକ୍ତାମାନଙ୍କୁ ପ୍ରକାଶ କରିଥିଲେ ଏବଂ କେତେକ ସୁସମାଚାର ପ୍ରଚାରକ ପିତରଙ୍କ ପାଠକମାନଙ୍କ ନିକଟରେ ଘୋଷଣା କରିଥିଲେ ସେହି ବିଷୟକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ବିଷୟଗୁଡ଼ିକୁ ଈଶ୍ଵର ଭବିଷ୍ୟଦ୍ବକ୍ତାମାନଙ୍କୁ ପ୍ରକାଶ କରିଥିଲେ ଏବଂ ଯାହା ତୁମ୍ଭମାନଙ୍କୁ ଘୋଷିତ କରାଯାଇଥିଲା” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς ἃ ἐπιθυμοῦσιν ἄγγελοι παρακύψαι
ଈଶ୍ଵର ପରିତ୍ରାଣ ବିଷୟରେ ଯାହା ପ୍ରକାଶ କରିଛନ୍ତି ଏହାକୁ ସ୍ପଷ୍ଟ ଭାବରେ ବୁଝାଇବାକୁ ପିତର ସାଙ୍କେତିକ ଭାବରେ ଦେଖ ଶବ୍ଦକୁ ବ୍ୟବହାର କରନ୍ତି । ଏହାର ଅର୍ଥ ସ୍ୱର୍ଗଦୂତମାନେ ପରିତ୍ରାଣକୁ ଆଦୌ ବୁଝି ପାରନ୍ତି ନାହିଁ ନୁହେଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ଏହାର ଅର୍ଥ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଷୟଗୁଡ଼ିକ ଯାହା ଦୂତମାନେ ଅଧିକ ସ୍ପଷ୍ଟ ଭାବରେ ବୁଝିବାକୁ ଇଚ୍ଛା କରନ୍ତି” (ଦେଖନ୍ତୁ: ଉପମା/ରୂପକ)
1 Peter 1:13
διὸ
ତେଣୁ ଏଠାରେ ପିତର [ପଦ ୧ –- ୧୨] ରେ ଲେଖିଥିବା ସମସ୍ତ ବିଷୟକୁ ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ, ଆପଣ ଏହାକୁ ସଂକ୍ଷେପରେ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ମୁଁ ବର୍ତ୍ତମାନ ଲେଖିଛି ଏହି ସବୁ ସତ୍ୟ ଅଟେ” (ଦେଖନ୍ତୁ: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)
ἀναζωσάμενοι τὰς ὀσφύας τῆς διανοίας ὑμῶν, νήφοντες, τελείως ἐλπίσατε
ଆପଣା ଆପଣା ମନରୂପ କଟି ବନ୍ଧନ କରି ଏବଂ * ସଚେତନ ଥାଅ* ସୂଚାଇପାରେ: (୧) ଆଶା କରିବା ସହ ପରବର୍ତ୍ତୀ ବାକ୍ୟରେ ଉଲ୍ଲେଖ ଥିବା ଦୁଇଟି ଆଜ୍ଞାକୁ । ବିକଳ୍ପ ଅନୁବାଦ: “ଆପଣା ଆପଣା ମନରୂପ କଟି ବନ୍ଧନ କର, ସାବଧାନ ରୁହ, ପୂର୍ଣ୍ଣ ଆଶା କର” (୨) ଦୁଇଟି କାର୍ଯ୍ୟ ଯାହା ଦ୍ଵାରା ପିତର ଚାହାଁନ୍ତି ଯେ ତାହାଙ୍କ ପାଠକମାନେ ଆଶା ପୂର୍ଣ୍ଣ ଆଦେଶ ପାଳନ କରନ୍ତୁ । ବିକଳ୍ପ ଅନୁବାଦ: “ଆପଣା ଆପଣା ମନରୂପ କଟି ବନ୍ଧନ କରି ଏବଂ ସାବଧାନ ହୋଇ ସମ୍ପୂର୍ଣ୍ଣ ଭାବରେ ଆଶା କର” (ଦେଖନ୍ତୁ: ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟ)
ἀναζωσάμενοι τὰς ὀσφύας τῆς διανοίας ὑμῶν
କଟି ବନ୍ଧନ କରି ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ଅଟେ । ସହଜରେ ଗତି କରିବା ପାଇଁ ଏହା ଏକ ପୋଷାକର ତଳ ଅଂଶକୁ ଅଣ୍ଟାରେ ଏକ ବେଲ୍ଟରେ ଟାଣିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ଏହାର ଅର୍ଥ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାର୍ଯ୍ୟ ପାଇଁ ତୁମ୍ଭମାନଙ୍କ ମନ ପ୍ରସ୍ତୁତ କରି” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
νήφοντες
ମାନସିକ ସଚେତନତା ଏବଂ ସତର୍କତାକୁ ଏଠାରେ ପିତର ସାଙ୍କେତିକ ଭାବରେ ସଚେତନ ଶବ୍ଦ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସ୍ପଷ୍ଟ ଭାବରେ ଚିନ୍ତା କରିବା” (ଦେଖନ୍ତୁ: ଉପମା/ରୂପକ)
τὴν φερομένην ὑμῖν χάριν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପାଇଁ ଯେଉଁ ଅନୁଗ୍ରହ ଆଣୁଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὴν φερομένην ὑμῖν χάριν
ଏଠାରେ ପିତର ଅନୁଗ୍ରହ ବିଷୟରେ କୁହନ୍ତି ଯେପରି ଏହା ଏକ ବସ୍ତୁ ଯାହା ଲୋକମାନଙ୍କ ନିକଟକୁ ଅଣାଯାଇପାରିବ । ଯଦି ଏହା ଆପଣଙ୍କୁ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଦେଉଥିବା ଅନୁଗ୍ରହ” (ଦେଖନ୍ତୁ: ଉପମା/ରୂପକ)
τὴν φερομένην ὑμῖν χάριν
ଏଠାରେ, ଅନୁଗ୍ରହ ପରିତ୍ରାଣକୁ ବୁଝାଏ , ଯେପରି ଏହା ମଧ୍ୟ [ପଦ ୧୦] ରେ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୟାଳୁ ପରିତ୍ରାଣ ତୁମ୍ଭମାନଙ୍କ ନିକଟକୁ ଅଣାଯାଉଅଛି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ἀποκαλύψει Ἰησοῦ Χριστοῦ
[ପଦ ୭] ରେ ଆପଣ ଏହି ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । (ଦେଖନ୍ତୁ: ଅଧିକାର/ଦଖଲ)
1 Peter 1:14
ὡς τέκνα ὑπακοῆς
ଈଶ୍ଵରଙ୍କୁ ପ୍ରେମ କରୁଥିବା ଏବଂ ମାନୁଥିବା ଲୋକମାନଙ୍କୁ ସୂଚାଇବା ପାଇଁ ଏଠାରେ ପିତର ସାଙ୍କେତିକ ଭାବରେ ସନ୍ତାନମାନେ ଶବ୍ଦକୁ ବ୍ୟବହାର କରନ୍ତି । ଈଶ୍ଵର ଏବଂ ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ମଧ୍ୟରେ ସମ୍ପର୍କ ପିତା ଏବଂ ତାହାଙ୍କ ସନ୍ତାନମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପରି ଅଟେ । ଯେହେତୁ ଏହା ବାଇବଲରେ ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ଅଟେ, ଆପଣ ଏଠାରେ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଉଚିତ୍ ନୁହେଁ, କିନ୍ତୁ ଆପଣ ଏକ ଦୃଷ୍ଟାନ୍ତ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆଜ୍ଞାକାରୀ ସନ୍ତାନମାନଙ୍କ ପରି” (ଦେଖନ୍ତୁ: ଉପମା/ରୂପକ)
τέκνα ὑπακοῆς
ପିତର ସନ୍ତାନମାନଙ୍କୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି, ଯେଉଁମାନେ ଆଜ୍ଞାକାରୀ ଦ୍ୱାରା ବର୍ଣ୍ଣିତ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ “ଆଜ୍ଞା” ବିଶେଷ୍ୟ ବଦଳରେ “ଆଜ୍ଞାକାରୀ” ବିଶେଷଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆଜ୍ଞାକାରୀ ସନ୍ତାନମାନେ” (ଦେଖନ୍ତୁ: ଅଧିକାର/ଦଖଲ)
μὴ συνσχηματιζόμενοι ταῖς πρότερον…ἐπιθυμίαις
ଏଠାରେ, ଅନୁରୂପ ନ ହୋଇ ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ ଯାହାର ଅର୍ଥ “ଜଣଙ୍କର ଜୀବନକୁ ନିୟନ୍ତ୍ରଣ କରିବାକୁ ନ ଦେବା” ଅଟେ ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ରୁଢି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପୂର୍ବ ଇଚ୍ଛା ଦ୍ୱାରା ନିୟନ୍ତ୍ରିତ ନୁହେଁ” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
μὴ συνσχηματιζόμενοι ταῖς πρότερον…ἐπιθυμίαις
ଏକ ନିର୍ଦ୍ଦେଶ ଦେବା ପାଇଁ ପିତର ଏକ ବାକ୍ୟ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏକ ନିର୍ଦ୍ଦେଶ ପାଇଁ ଅଧିକ ସ୍ୱାଭାବିକ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପୂର୍ବ ଇଚ୍ଛା ସହ ଅନୁରୂପ ହୁଅ ନାହିଁ” (ଦେଖନ୍ତୁ: ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟ)
ἐν τῇ ἀγνοίᾳ ὑμῶν
ଯଦି ଆପଣଙ୍କର ଭାଷା ଅଜ୍ଞତା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ତୁମ୍ଭେମାନେ ଅଜ୍ଞ ଥିଲ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:15
τὸν καλέσαντα ὑμᾶς
ଏହି ବାକ୍ୟ ଈଶ୍ଵରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐν πάσῃ ἀναστροφῇ
ଯଦି ଆପଣଙ୍କର ଭାଷା ଆଚରଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କିପରି ନିଜକୁ ଆଚରଣ କର” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:16
γέγραπται
ଯଦି ଆପଣଙ୍କ ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ କର୍ମବାଚ୍ୟ ଗଠନରେ କିମ୍ବା ଅନ୍ୟ ଭାଷାରେ ପ୍ରକାଶ କରିପାରିବ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ କାର୍ଯ୍ୟ କିଏ କରିଛି, ମୋଶା ଅନୁସରଣ କରୁଥିବା ଉଦ୍ଧୃତିର ଲେଖକ ଥିଲେ । ବିକଳ୍ପ ଅନୁବାଦ: “ମୋଶା ଲେଖିଥିଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
γέγραπται
ଏଠାରେ ଏକ ପୁରାତନ ନିୟମ ପୁସ୍ତକର ([ଲେବୀୟ ପୁସ୍ତକ ୧୧:୪୪]) ର ଏକ ଉଦ୍ଧୃତି ଉପସ୍ଥାପନ କରିବାକୁ ପିତର ଏହା ଲେଖାଅଛି ବାକ୍ୟାଂଶକୁ ବ୍ୟବହାର କରିଛନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି ବୋଲି ସୂଚାଏ । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖାଯାଇଥିଲା” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
ἅγιοι ἔσεσθε
ପିତର ଏକ ଆଦେଶ ଦେବା ପାଇଁ ଭବିଷ୍ୟତର ବକ୍ତବ୍ୟ ବ୍ୟବହାର କରି ଉଦ୍ଧୃତ କରିଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏକ ନିର୍ଦ୍ଦେଶ ପାଇଁ ଅଧିକ ସ୍ୱାଭାବିକ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚୟ ପବିତ୍ର ହେବା ଉଚିତ” (ଦେଖନ୍ତୁ: ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟ)
ὅτι ἐγὼ ἅγιος
ପୁରାତନ ନିୟମରୁ ଏହି ଉଦ୍ଧୃତରେ, ମୁଁ ଈଶ୍ଵରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ, ଈଶ୍ଵର , ପବିତ୍ର ଅଟେ” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
1 Peter 1:17
εἰ…ἐπικαλεῖσθε
ଏହା ଏକ ଉପକଳ୍ପିତ ସମ୍ଭାବନା ବୋଲି ପିତର କହନ୍ତି, କିନ୍ତୁ ତାହାଙ୍କର ଅର୍ଥରେ ଏହା ପ୍ରକୃତରେ ସତ ଅଟେ । ଯଦି ଆପଣଙ୍କ ଭାଷା ଯଦି କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ ଏହିପରି ପ୍ରକାଶ କରେ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ବୁଝି ନ ପାରନ୍ତି ଏବଂ ଭାବିପାରନ୍ତି ଯେ ପିତର ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଡାକ” (ଦେଖନ୍ତୁ: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁ)
τὸν ἀπροσωπολήμπτως κρίνοντα
ଏହି ବାକ୍ୟ ଈଶ୍ଵରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର , ଯିଏ ନିରପେକ୍ଷ ଭାବରେ ବିଚାର କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τὸν τῆς παροικίας ὑμῶν χρόνον
ଏଠାରେ ପିତର ତାହାଙ୍କ ପାଠକମାନଙ୍କ ବିଷୟରେ କୁହନ୍ତି ଯେପରି ସେମାନେ ନିଜ ଗୃହଠାରୁ ବହୁ ଦୂରରେ ଏକ ବିଦେଶୀ ଦେଶରେ ବାସ କରନ୍ତି । ଗୃହଠାରୁ ଦୂରରେ ରହୁଥିବା ଲୋକମାନଙ୍କ ପରି, ଖ୍ରୀଷ୍ଟିୟାନମାନେ ମଧ୍ୟ ନିଜ ଗୃହଠାରୁ ଦୂରରେ ରହୁଛନ୍ତି । ଯଦି ଏହା ହୁଏତ ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେହି ସମୟରେ ଯେବେ ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରକୃତ ଗୃହଠାରୁ ଦୂରରେ ବାସ କର” (ଦେଖନ୍ତୁ: ଉପମା/ରୂପକ)
1 Peter 1:18
οὐ φθαρτοῖς, ἀργυρίῳ ἢ χρυσίῳ, ἐλυτρώθητε ἐκ τῆς ματαίας ὑμῶν ἀναστροφῆς πατροπαραδότου
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ଦ୍ୱାରା ଦିଆଯାଇଥିବା ତୁମ୍ଭମାନଙ୍କ ନିରର୍ଥକ ଆଚରଣରୁ ତୁମ୍ଭେମାନେ ମୁକ୍ତି ପାଇଅଛ, ନଷ୍ଟ ହୋଇଯାଉଥିବା ବିଷୟ ସହ, ରୂପା କିମ୍ବା ସୁନାରେ ନୁହେଁ” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
ἐλυτρώθητε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ମୁକ୍ତ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐκ τῆς ματαίας ὑμῶν ἀναστροφῆς πατροπαραδότου
ଏଠାରେ, ପ୍ରାପ୍ତ ସାଙ୍କେତିକ ଭାବରେ ଗୋଟିଏ ପିଢିକୁ ଶିକ୍ଷାଦାନର ନିରର୍ଥକ ଆଚରଣ କୁ ଅନ୍ୟ ପିଢିକୁ ବୁଝାଏ , ଯେପରି ସେହି ଆଚରଣ ଏକ ବସ୍ତୁ ଯାହାକି ଗୋଟିଏ ହାତରୁ ଅନ୍ୟ ଜଣକୁ ଯାଇପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ଦ୍ୱାରା ଶିଖାଯାଇଥିବା ତୁମ୍ଭମାନଙ୍କ ନିରର୍ଥକ ଆଚରଣରୁ” (ଦେଖନ୍ତୁ: ଉପମା/ରୂପକ)
ἐκ τῆς ματαίας ὑμῶν ἀναστροφῆς
ଯଦି ଆପଣଙ୍କର ଭାଷା ଆଚରଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିରର୍ଥକ ଆଚରଣରୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
πατροπαραδότου
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କର ପିତୃପୁରୁଷମାନେ ଦେଇଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:19
τιμίῳ αἵματι…Χριστοῦ
ଯୀଶୁଙ୍କ ମୃତ୍ୟୁକୁ ସୂଚାଇବା ପାଇଁ ପିତର ଖ୍ରୀଷ୍ଟଙ୍କ ରକ୍ତକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ମୂଲ୍ୟବାନ ମୃତ୍ୟୁ ସହ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ὡς ἀμνοῦ ἀμώμου καὶ ἀσπίλου
ଯିହୂଦୀ ଯାଜକମାନେ ଲୋକମାନଙ୍କର ପାପ ହେତୁ ଈଶ୍ଵରଙ୍କ ନିକଟରେ ବଳି ଦେଇଥିବା ମେଷଶାବକଙ୍କ ରକ୍ତ ସହ ପିତର ଯୀଶୁଙ୍କ ରକ୍ତ ତୁଳନା କରନ୍ତି । ଏହି ତୁଳନାତ୍ମକ ବିଷୟଟି ଯୀଶୁ ଏକ ବଳିଦାନ ଭାବରେ ମୃତ୍ୟୁବରଣ କଲେ ବୋଲି ବିଝାଏ ଯାହା ଦ୍ଵାରା ଈଶ୍ଵର ଲୋକମାନଙ୍କର ପାପ କ୍ଷମା କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଭୁଲ ଭୁଝାପଡେ, ଆପଣ ଏକ ସମାନ ତୁଳନାତ୍ମକ ବ୍ୟବହାର କରିପାରିବେ କିମ୍ବା ଏହି ଅର୍ଥକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିଖୁଣ ଏବଂ ଦାଗହୀନ ମେଷଶାବକଙ୍କ ପରି, ଯିହୁଦୀ ଯାଜକମାନେ ପାପ ପାଇଁ ଈଶ୍ଵରଙ୍କୁ ବଳିଦାନ ଦେଇଥିଲେ” (ଦେଖନ୍ତୁ: ଉପମା)
ἀμώμου καὶ ἀσπίλου
ନିଖୁଣ ଏବଂ *ଦାଗହୀନ * ଶବ୍ଦର ଅର୍ଥ ସମାନ ଅଟେ । ଖ୍ରୀଷ୍ଟ ସମ୍ପୂର୍ଣ୍ଣ ସିଦ୍ଧ ଏବଂ ପାପହୀନ ବୋଲି ଜୋର ଦେବା ପାଇଁ ପିତର ଏହି ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ସିଦ୍ଧ” କିମ୍ବା “ଆଦୌ ଅସମ୍ପୂର୍ଣ୍ଣତା ନାହିଁ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 1:20
προεγνωσμένου
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କୁ ପୂର୍ବରୁ ଜାଣିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
προεγνωσμένου
ଏହି ବାକ୍ୟର ଅର୍ଥ ହୋଇପାରେ: (୧) ଈଶ୍ଵର ଖ୍ରୀଷ୍ଟ କ’ଣ କରିବେ ତାହା ସ୍ଥିର କରିଥିଲେ । ବିକଳ୍ପ ଅନୁବାଦ: “ପୂର୍ବରୁ ଯୋଜନା କରାଯାଇଥିଲା” (୨) ଈଶ୍ଵର ଜାଣିଥିଲେ ଯେ ଖ୍ରୀଷ୍ଟ ସମୟ ପୂର୍ବରୁ କ’ଣ କରିବେ । ବିକଳ୍ପ ଅନୁବାଦ: “ପୂର୍ବରୁ ଜ୍ଞାତ,” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
πρὸ καταβολῆς κόσμου
ଯଦି ଆପଣଙ୍କର ଭାଷା ପତ୍ତନ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଜଗତ ପ୍ରତିଷ୍ଠା କରିବା ପୂର୍ବରୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
φανερωθέντος
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କୁ ପ୍ରକାଶ କରି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
φανερωθέντος
ଏଠାରେ, ପ୍ରକାଶିତ କରି ବାକ୍ୟାଂଶ ଯୀଶୁ ପ୍ରଥମ ଥର ପୃଥିବୀକୁ ଆସିବା ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ସେ ପୃଥିବୀକୁ ଆସି ପ୍ରକାଶିତ ହେଲେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐπ’ ἐσχάτου τῶν χρόνων
ଏଠାରେ, ଶେଷକାଳରେ ଇତିହାସର ଅନ୍ତିମ ସମୟକୁ ବୁଝାଏ ଯାହା ଯେବେ ଯୀଶୁ ପ୍ରଥମ ଥର ପାଇଁ ପୃଥିବୀକୁ ଆସିଲେ ଆରମ୍ଭ ହୋଇଥିଲା । ଯେବେ ଯୀଶୁ ପୃଥିବୀକୁ ଫେରିବେ ଏହି ସମୟ ସମାପ୍ତ ହେବ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଇତିହାସର ଏହି ଅନ୍ତିମ ସମୟ ଅବଧିରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 1:21
τὸν ἐγείραντα αὐτὸν ἐκ νεκρῶν
ଏଠାରେ, ତାହାଙ୍କୁ ଉଠାଇବେ ବାକ୍ୟାଂଶ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ପୁନର୍ବାର ଜୀବନ୍ତ କରିବା ପାଇଁ ଏକ ରୁଢି ଅଟେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତାହାଙ୍କୁ ପୁନର୍ବାର ଜୀବିତ କାଲେ ଯାହା ଦ୍ଵାରା ସେ ଆଉ ମୃତ ଲୋକମାନଙ୍କ ମଧ୍ୟରେ ନଥିଲେ” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
δόξαν αὐτῷ δόντα
ଯଦି ଆପଣଙ୍କର ଭାଷା ଗୌରବ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କୁ ଗୌରବାନ୍ୱିତ କରିଅଛି” କିମ୍ବା “ପ୍ରକାଶ କଲେ ଯେ ସେ ଗୌରବମୟ ଅଟନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὴν πίστιν ὑμῶν καὶ ἐλπίδα, εἶναι εἰς Θεόν
ଯଦି ଆପଣଙ୍କର ଭାଷା ବିଶ୍ୱାସ ଏବଂ ଆଶା ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିଶ୍ଵାସ କରିବ ଏବଂ ଈଶ୍ଵରଙ୍କ ଉପରେ ଭରସା କରିବ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:22
τὰς ψυχὰς ὑμῶν ἡγνικότες
ପବିତ୍ର ହୋଇ ସାଙ୍କେତିକ ଭାବରେ ପାପଗୁଡ଼ିକ କ୍ଷମା କରାଯିବାକୁ ବୁଝାଏ । ବାଇବଲରେ, ପାପକୁ ଏପରି କିଛି କୁହାଯାଏ ଯାହା ଲୋକମାନଙ୍କୁ ମଇଳା କରିଥାଏ, ଏବଂ ପାପ କ୍ଷମାକୁ ସେହି ମଇଳା ଅପସାରଣ ବୋଲି କୁହାଯାଏ । ଈଶ୍ଵର ପାପ କ୍ଷମା କରନ୍ତି ଏବଂ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ଶୁଦ୍ଧ କରନ୍ତି ଅବଶ୍ୟ, ଏଠାରେ ପିତର ସେମାନଙ୍କ ପରିତ୍ରାଣରେ ତାହାଙ୍କ ପାଠକମାନଙ୍କ ଦାୟିତ୍ଵ ବିଷୟରେ କହୁଛନ୍ତି, ଯାହା ଅନୁତାପ କରିବା ଏବଂ ସୁସମାଚାର ସତ୍ୟ ବୋଲି ବିଶ୍ୱାସ କରିବା ଦାୟିତ୍ଵ ଅଟେ । ବିକଳ୍ପ ଅନୁବାଦ: “ତୁମମାନଙ୍କର ଆତ୍ମାକୁ ଆତ୍ମିକ ଭାବରେ ଶୁଦ୍ଧ କରି” କିମ୍ବା “ତୁମ୍ଭମାନଙ୍କର ଆତ୍ମାକୁ ପାପରୁ ଶୁଚି କରି” (ଦେଖନ୍ତୁ: ଉପମା/ରୂପକ)
τὰς ψυχὰς
ଆପଣ କିପରି ଆତ୍ମା ଶବ୍ଦକୁ [ପଦ ୯] ରେ ଅନୁବାଦ କରିଛନ୍ତି ଦେଖନ୍ତୁ । (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
ἐν τῇ ὑπακοῇ τῆς ἀληθείας
ଯଦି ଆପଣଙ୍କର ଭାଷା ଆଜ୍ଞା ଏବଂ ସତ୍ୟ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟକୁ ମାନିବା ଦ୍ୱାରା” କିମ୍ବା “ପ୍ରକୃତ ତଥ୍ୟକୁ ପାଳନ କରି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῆς ἀληθείας
ଏଠାରେ, ସତ୍ୟ ଯୀଶୁଙ୍କ ବିଷୟରେ ପ୍ରକୃତ ଶିକ୍ଷାକୁ ବୁଝାଏ , ଯେଉଁଥିରେ ଅନୁତାପ ଏବଂ ସୁସମାଚାରକୁ ବିଶ୍ଵାସ କରିବାର ଆଦେଶ ଅନ୍ତର୍ଭୁକ୍ତ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ପ୍ରକୃତ ବାର୍ତ୍ତାକୁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
φιλαδελφίαν
ଯଦିଓ ଭ୍ରାତୃ ଏକ ପୁରୁଷବାଚକ ଶବ୍ଦ ଅଟେ, ପିତର ଏକ ସାଧାରଣ ଅର୍ଥରେ ଭ୍ରାତୃ ପ୍ରେମ ବାକ୍ୟ ବ୍ୟବହାର କରୁଛନ୍ତି ଯାହା ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ଅନ୍ୟ ପ୍ରେମୀମାନଙ୍କ ପାଇଁ ହେବା ଉଚିତ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ପାଇଁ ପ୍ରେମ” (ଦେଖନ୍ତୁ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)
ἐκ καθαρᾶς καρδίας, ἀλλήλους ἀγαπήσατε ἐκτενῶς
ଜଣେ ବ୍ୟକ୍ତିର ଚିନ୍ତାଧାରା କିମ୍ବା ଭାବନାକୁ ସୂଚାଇବା ପାଇଁ ପିତର ଏଠାରେ ସାଙ୍କେତିକ ଭାବରେ ହୃଦୟ ବ୍ୟବହାର କରନ୍ତି । ରୁ ଶବ୍ଦ ସୂଚାଏ ଯେ ହୃଦୟ ନିଶ୍ଚିତ ଭାବରେ ପ୍ରେମ ର ଉତ୍ସ ହେବା ଉଚିତ ଯାହା ପିତର ତାହାଙ୍କ ପାଠକମାନଙ୍କୁ ପାଇବାକୁ କହୁଛନ୍ତି । ତେଣୁ, ପୂର୍ବ ବାକ୍ୟରେ “ସଚ୍ଚୋଟ” ଶବ୍ଦ ସହ ଏହି ବାକ୍ୟର ସମାନ ଅର୍ଥ ଅଛି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆନ୍ତରିକ ଭାବରେ ପରସ୍ପରକୁ ପ୍ରେମ କର” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
1 Peter 1:23
ἀναγεγεννημένοι
ଆପଣ ନୂତନ ଜନ୍ମ ବାକ୍ୟାଂଶକୁ [ପଦ ୩] ରେ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଉପମା/ରୂପକ)
οὐκ ἐκ σπορᾶς φθαρτῆς
ବୀଜ ଶବ୍ଦ ସାଧାରଣତଃ ଉଦ୍ଭିଦର ମଞ୍ଜି କିମ୍ବା ମନୁଷ୍ୟର ଶୁକ୍ରାଣୁ କୋଷକୁ ବୁଝାଏ , ଯାହା ଏକ ଶିଶୁ ଜନ୍ମ ପାଇଁ ବ୍ୟବହୃତ ହୁଏ । ତଥାପି, ଏଠାରେ ପିତର ବୀଜ କୁ ରୂପକ ଭାବରେ ବ୍ୟବହାର କରନ୍ତି । ଏହା ସୂଚାଇପାରେ: (୧) ଈଶ୍ଵରଙ୍କ ବାକ୍ୟ ଅନ୍ୟ ପଦରେ ଉଲ୍ଲେଖ କରାଯାଇଛି । ଏହି କ୍ଷେତ୍ରରେ, ଈଶ୍ଵରଙ୍କ ବାକ୍ୟ ଯାହା ଅଟେ ତାହା ନୁହେଁ ବୋଲି ପିତର କହୁଛନ୍ତି । ବିକଳ୍ପ ଅନୁବାଦ: “ମନୁଷ୍ୟର ବାର୍ତ୍ତା ଦ୍ୱାରା ନୁହେଁ ଯାହା ବିନଷ୍ଟ ହୋଇପାରେ” (୨) ଶାରୀରିକ ମନୁଷ୍ୟ ଜନ୍ମ, ଯେଉଁ କ୍ଷେତ୍ରରେ ଏହାର ଅର୍ଥ [ଯୋହନ ୧: ୧୩] ରେ ପ୍ରକାଶିତ ଧାରଣା ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ମର୍ତ୍ତ୍ୟ ଶାରୀରିକ ଜନ୍ମ ଦ୍ୱାରା ନୁହେଁ” (ଦେଖନ୍ତୁ: ଉପମା/ରୂପକ)
ἀφθάρτου
ପିତର ଏକ ବାକ୍ୟ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି, ଆପଣ ପୂର୍ବ ବାକ୍ୟାଂଶରୁ ବାକ୍ୟ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଅକ୍ଷୟ ବୀଜରୁ” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
λόγου ζῶντος Θεοῦ, καὶ μένοντος
ଏଠାରେ ପିତର ବାକ୍ୟ କୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯାହା ଈଶ୍ଵରଙ୍କଠାରୁ ଥିଲା ଏବଂ ବାକ୍ୟ ବ୍ୟବହାର କରି ପିତରଙ୍କ ପାଠକମାନଙ୍କ ନିକଟରେ ଘୋଷିତ ହୋଇଥିଲା । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ଜୀବନ୍ତ ଏବଂ ନିତ୍ୟସ୍ଥାୟୀ ବାକ୍ୟ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ζῶντος…καὶ μένοντος
ଏଠାରେ, ଜୀବନ୍ତ ଏବଂ ନିତ୍ୟସ୍ଥାୟୀ ବାକ୍ୟର ଅର୍ଥ ସମାନ ବିଷୟ ଅଟେ । ଈଶ୍ଵରଙ୍କ ବାକ୍ୟ ନିତ୍ୟସ୍ଥାୟୀ ବୋଲି ଜୋର ଦେବା ପାଇଁ ପୁନରାବୃତ୍ତି ଏଠାରେ ବ୍ୟବହୃତ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ଚିରସ୍ଥାୟୀ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 1:24
διότι
ପାଇଁ ଏଠାରେ ଏକ ପୁରାତନ ନିୟମ ([ଯିଶାଇୟ ୪୦: ୬–୮]) ରୁ କିଛି ବାକ୍ୟାଂଶଗୁଡ଼ିକର ଏକ ଉଦ୍ଧୃତି ଉପସ୍ଥାପନ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଏହା ଯେପରି ଯିଶାଇୟ ଶାସ୍ତ୍ରରେ ଲେଖିଛନ୍ତି” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
πᾶσα σὰρξ ὡς χόρτος, καὶ πᾶσα δόξα αὐτῆς ὡς ἄνθος χόρτου. ἐξηράνθη ὁ χόρτος, καὶ τὸ ἄνθος ἐξέπεσεν,
ଏହି ବାକ୍ୟାଂଶ ଏବଂ ପରବର୍ତ୍ତୀ ପଦର ପ୍ରଥମ ବାକ୍ୟାଂଶରେ, ପିତର [ଯିଶାଇୟ ୪୦: ୬–୮] ର କିଛି ଅଂଶ ଉଦ୍ଧୃତ କରିଛନ୍ତି । ଉଦ୍ଧୃତ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧୃତକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନରେ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
πᾶσα σὰρξ
ଏଠାରେ ପିତର ଯିଶାଇୟଙ୍କୁ ଶରୀର ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ସାଧାରଣତଃ ମନୁଷ୍ୟକୁ ସୂଚାଇବା ପାଇଁ ଉଦ୍ଧୃତ କରିଛନ୍ତି, ଯାହା ମାଂସରେ ନିର୍ମିତ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ମାନବଜାତି” କିମ୍ବା “ସମସ୍ତେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
πᾶσα δόξα αὐτῆς
ପିତର ଯିଶାଇୟଙ୍କୁ ଗୌରବ ଶବ୍ଦ ବ୍ୟବହାର କରି ଉଦ୍ଧୃତ କରିଛନ୍ତି ଯାହା ମାନବଜାତି ବିଷୟରେ ସୁନ୍ଦର ବା ଚମତ୍କାର ବିଷୟଗୁଡ଼ିକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ଏହାର ଅର୍ଥ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମାନବଜାତି ବିଷୟରେ ସମସ୍ତ ବିଷୟ ଗୌରବମୟ ଅଟେ” (ଦେଖନ୍ତୁ: ଉପମା/ରୂପକ)
ἄνθος χόρτου. ἐξηράνθη ὁ χόρτος, καὶ τὸ ἄνθος ἐξέπεσεν
ପିତର ଯିଶାଇୟଙ୍କୁ ତୃଣର ଏବଂ ସାଧାରଣତଃ ପୁଷ୍ପ ବିଷୟରେ କହୁଛନ୍ତି, ତୃଣ କିମ୍ବା ଗୋଟିଏ ପୁଷ୍ପ ର ଏକ ନିର୍ଦ୍ଦିଷ୍ଟ ତୃଣ ବା ତୃଣର ଦାଢ଼ ନୁହେଁ । ଯଦି ଏହା ଆପଣଙ୍କ ଭାଷାରେ ବୁଝା ନ ପଢ଼େ, ତେବେ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୃଣର ଫୁଲ । ତୃଣ ଶୁଖିଗଲା ଏବଂ ଫୁଲ ଝଢିଗଲା ”(ଦେଖନ୍ତୁ: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକ)
ἄνθος χόρτου
ଏଠାରେ ପିତର ତୃଣ ରେ ବଢୁଥିବା ଫୁଲ କୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ଗଠନ ବ୍ୟବହାର କରି ଯିଶାଇୟଙ୍କ ବାକ୍ୟ ଉଦ୍ଧୃତ କରିଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୃଣରେ ବଢୁଥିବା ଫୁଲ” (ଦେଖନ୍ତୁ: ଅଧିକାର/ଦଖଲ)
ἐξηράνθη ὁ χόρτος
ଏହି ଧାରାରେ ଭବିଷ୍ୟଦ୍ବକ୍ତା ଯିଶାଇୟ ମାନବଜାତି ଏବଂ ତୃଣ ମଧ୍ୟରେ ତୁଳନା ଜାରି ରଖିଛନ୍ତି । ଯେପରି ତୃଣ ଶୀଘ୍ର ମରିଯାଏ, ତେଣୁ ମନୁଶ୍ୟମାନେ କେବଳ ଅଳ୍ପ ସମୟ ବଞ୍ଚନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ତେବେ ଆପଣ ଏହି ଅର୍ଥକୁ ପଦର ପୂର୍ବରୁ ସରଳ ଭାଷା ପୁନରାବୃତ୍ତି କରି ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ତୃଣ ଶୁଖିଯିବା ପରି, ଅଳ୍ପ ସମୟ ପରେ ଲୋକମାନେ ମରନ୍ତି” (ଦେଖନ୍ତୁ: ଉପମା)
τὸ ἄνθος ἐξέπεσεν
ଏହି ବାକ୍ୟାଂଶରେ ଭବିଷ୍ୟଦ୍ବକ୍ତା ଯିଶାଇୟ ମନୁଷ୍ୟର ଗୌରବ ଏବଂ ଫୁଲର ତୁଳନାକୁ ଜାରି ରଖିଛନ୍ତି । ଯେପରି ଏକ ଫୁଲ ମରିଯାଏ ଏବଂ ଭୂମିରେ ପଡେ, ସେହିପରି ମାନବଜାତିର ସୌନ୍ଦର୍ଯ୍ୟ ମଧ୍ୟ ଲୋପ ପାଇଯାଏ । ଯଦି ଆପଣଙ୍କ ଭାଷାରେ ଏହା ବୁଝା ନ ପଡେ, ତେବେ ଆପଣ ଏହି ଅର୍ଥକୁ ପୂର୍ବର ଶବ୍ଦର ପୁନରାବୃତ୍ତିରୁ ପୁନରାବୃତ୍ତି କରି ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉଦ୍ଭିଦରୁ ଝଢିଥିବା ଫୁଲ ପରି, ମନୁଷ୍ୟର ଗୌରବମୟ ସମସ୍ତ ବିଷୟ ଶେଷ ହୁଏ” (ଦେଖନ୍ତୁ: ଉପମା)
1 Peter 1:25
τὸ δὲ ῥῆμα Κυρίου μένει εἰς τὸν αἰῶνα
ଏହି ବାକ୍ୟାଂଶଟି ପୂର୍ବ ପଦରେ ଆରମ୍ଭ ହୋଇଥିବା ଯିଶାଇୟ 40:6–8 ର ଉଦ୍ଧୃତିକୁ ପିତର ଶେଷ କରନ୍ତି । ଉଦ୍ଧର ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧୃତିର ସମାପ୍ତିକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନରେ ଏହି ସମାପ୍ତିକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
τὸ…ῥῆμα Κυρίου
ଈଶ୍ଵର ବାକ୍ୟ ଶବ୍ଦ ବ୍ୟବହାର କରି ଯାହା କହିଛନ୍ତି ତାହା ବର୍ଣ୍ଣନା କରିବାକୁ ପିତର ଯିଶାଇୟଙ୍କୁ ବାକ୍ୟ ବ୍ୟବହାର କରି ଉଦ୍ଧୃତ କରିଛନ୍ତି । ଈଶ୍ଵରଙ୍କ ବାକ୍ୟର ଏହି ସାଧାରଣ ସନ୍ଦର୍ଭରେ ଈଶ୍ଵର ଖ୍ରୀଷ୍ଟଙ୍କ ବିଷୟରେ ଯାହା କହିଥିଲେ ତାହା ଅନ୍ତର୍ଭୁକ୍ତ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କଠାରୁ ଆସୁଥିବା ବାର୍ତ୍ତା” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
τοῦτο δέ ἐστιν τὸ ῥῆμα
ଏଠାରେ ପିତର [ପଦ ୨୩] ପରି ସମାନ ନିର୍ଦ୍ଦିଷ୍ଟ ଅର୍ଥରେ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି । ଏହା ପଦରେ ପୂର୍ବରୁ ବ୍ୟବହୃତ ବାକ୍ୟ ର ସାଧାରଣ ଅର୍ଥ ନୁହେଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏହା ଯୀଶୁଙ୍କ ବିଷୟରେ ବାର୍ତ୍ତା ଅଟେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
τὸ ῥῆμα τὸ εὐαγγελισθὲν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଚାର କରିଥିବା ବାକ୍ୟ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2
୧ ପିତର ୨ ସାଧାରଣ ଟିପ୍ପଣୀଗୁଡ଼ିକ
## ଗଠନ ଏବଂ ଆକାର
- ପରିବାର ଭାବରେ ପରସ୍ପରକୁ ପ୍ରେମ କରିବାକୁ ନିର୍ଦ୍ଦେଶ (୧: ୨୨–୨: ୧୦)
ବିଶ୍ଵାସୀମାନେ ଅନ୍ୟ ଲୋକମାନଙ୍କ ପ୍ରତି କିପରି କାର୍ଯ୍ୟ କରିବା ଉଚିତ (୨: ୧୧–୩: ୧୨)
କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ବାକି ପାଠ ଅପେକ୍ଷା ଡାହାଣକୁ ଉଲ୍ଲେଖ କରନ୍ତି ଯାହା ବୁଝିବାରେ ସହଜ କରିଥାଏ । ULT ୨:୧୦ ରେ କବିତା ଏବଂ ପୁରାତନ ନିୟମରୁ ୨: ୬, ୭, ୮, ଏବଂ ୨୨ ରେ ଉଦ୍ଧୃତ କବିତା ସହ ଏହା କରେ ।
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ପ୍ରସ୍ତର ଗୁଡ଼ିକ
ବାଇବଲ ବଡ଼ ପ୍ରସ୍ତର ରେ ନିର୍ମିତ ଏକ କୋଠାକୁ ମଣ୍ଡଳୀ ପାଇଁ ରୂପକ ଭାବରେ ବ୍ୟବହାର କରେ । ଯୀଶୁ ମୂଳଦୁଆ ଅଟନ୍ତି, ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତର ଅଟେ। [ଏଫିସୀୟ: ୨୦: ୨୦] ଅନୁଯାୟୀ, ପ୍ରେରିତ ଏବଂ ଭବିଷ୍ୟଦ୍ବକ୍ତାମାନେ ମୂଳଦୁଆ ଅଟନ୍ତି, ଯାହାକି ସେହି କୋଠାର ଏକ ଅଂଶ ଯେଉଁଥିରେ ଅନ୍ୟ ସମସ୍ତ ପ୍ରସ୍ତର ରହିଥାଏ । ଏହି ଅଧ୍ୟାୟରେ, ଖ୍ରୀଷ୍ଟିୟାନମାନେ ପ୍ରସ୍ତର ଅଟନ୍ତି ଯାହା ଗୃହର କାନ୍ଥଗୁଡ଼ିକୁ ଗଠନ କରେ । (ଦେଖନ୍ତୁ: ) ### ଦୁଗ୍ଧ ଏବଂ ଶିଶୁ ଯେବେ ପିତର ତାଙ୍କ ପାଠକମାନଙ୍କୁ [2: 2] ରେ “ଶୁଦ୍ଧ ଆତ୍ମିକ ଦୁଗ୍ଧ ପାଇଁ ଲାଳାୟିତ” ହେବାକୁ କହନ୍ତି, ସେତେବେଳେ ସେ ନିଜ ମାତାର ଦୁଗ୍ଧକୁ ଇଚ୍ଛା କରୁଥିବା ଶିଶୁର ଇଚ୍ଛାକୁ ରୂପକ ଭାବରେ ବ୍ୟବହାର କରୁଛନ୍ତି । ପିତର ଚାହାଁନ୍ତି ଯେ ଖ୍ରୀଷ୍ଟିୟାନମାନେ ଈଶ୍ଵରଙ୍କ ବାକ୍ୟ ପାଇଁ ଲାଳାୟିତ ହେଉନ୍ତୁ ଯେପରି ଶିଶୁ ଦୁଗ୍ଧପାଇଁ ଲାଳାୟିତ ହୁଏ । (ଦେଖନ୍ତୁ:) ### ମେଷ ଏବଂ ମେଷପାଳକ
ବାଇବଲ ପ୍ରାୟତଃ ମେଷ ଶବ୍ଦକୁ ଲୋକମାନଙ୍କ ନିମନ୍ତେ ରୂପକ ଭାବରେ ବ୍ୟବହାର କରେ କାରଣ ମେଷ ଉତ୍ତମରୂପେ ଦେଖନ୍ତି ନାହିଁ, ଉତ୍ତମରୁପେ ଭାବନ୍ତି ନାହିଁ, ଯେଉଁମାନେ ସେମାନଙ୍କର ଯତ୍ନ ନିଅନ୍ତି ସେମାନଙ୍କଠାରୁ ଦୂରେଇ ଯାଆନ୍ତି ଏବଂ ଯେବେ ଅନ୍ୟ ପଶୁମାନେ ସେମାନଙ୍କ ଉପରେ ଆକ୍ରମଣ କରନ୍ତି ସେତେବେଳେ ସେମାନେ ନିଜକୁ ରକ୍ଷା କରିପାରନ୍ତି ନାହିଁ । [ପଦ ୨୫] ରେ ପିତର ଅବିଶ୍ୱାସୀମାନଙ୍କୁ ମେଷ ଭାବରେ ବର୍ଣ୍ଣନା କରିବା ପାଇଁ [ଯିଶାଇୟ ୫୩: ୬] କୁ ସୂଚିତ କରିଛନ୍ତି କାରଣ ସେମାନେ କୁଆଡେ ଯାଉଛନ୍ତି ତାହା ଜାଣନ୍ତି ନାହିଁ ସେହିପରି ଈଶ୍ଵରଙ୍କ ଲୋକମାନେ ମଧ୍ୟ ମେଷ ସହ ସମାନ କାରଣ ସେମାନେ ଦୁର୍ବଳ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରି ମୂର୍ଖ କାର୍ଯ୍ୟ କରନ୍ତି । [ପଦ ୨୫] ରେ, ପିତର ମଧ୍ୟ ଯୀଶୁଙ୍କୁ ଜଣେ ମେଷପାଳକ ବୋଲି କହିଛନ୍ତି ଯିଏ ବିଶ୍ଵାସୀମାନଙ୍କ ଯତ୍ନ ନିଅନ୍ତି, ଯାହା ଯୀଶୁଙ୍କ ବିଷୟରେ [ଯୋହନ ୧୦:୧୧-୧୮] ସହ ସମାନ ଧାରଣା ଅଟେ । (ଦେଖନ୍ତୁ: ଉପମା/ରୂପକ ଏବଂ ## କୋଣର ପ୍ରଧାନ ପ୍ରସ୍ତର)
1 Peter 2:1
οὖν
ତେଣୁ ଏଠାରେ ପିତର ପୂର୍ବ ଅନୁଚ୍ଛେଦରେ ଯାହା କହିଛନ୍ତି ତାହାକୁ ପୁନର୍ବାର ସୂଚାଏ ([୧: ୨୨-୨୫]) । (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
ἀποθέμενοι…πᾶσαν κακίαν, καὶ πάντα δόλον, καὶ ὑποκρίσεις, καὶ φθόνους, καὶ πάσας καταλαλιάς
ଏହି ବାକ୍ୟାଂଶ “ଶୁଦ୍ଧ ଆତ୍ମିକ ଦୁଗ୍ଧ ପାଇଁ ଇଚ୍ଛା କରିବା” ଆଦେଶ ସହ ଏକ ନିର୍ଦ୍ଦେଶକୁ ସୂଚାଏ ଯାହା ପଦରେ ପରବର୍ତ୍ତୀ ସମୟରେ ଘଟିଥାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏକ ନିର୍ଦ୍ଦେଶ ପାଇଁ ଅଧିକ ସ୍ୱାଭାବିକ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କର” (ଦେଖନ୍ତୁ: ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟ)
ἀποθέμενοι…πᾶσαν κακίαν, καὶ πάντα δόλον, καὶ ὑποκρίσεις, καὶ φθόνους, καὶ πάσας καταλαλιάς
ପିତର ଏହି ପାପପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ସେଗୁଡ଼ିକ ବସ୍ତୁ ଅଟେ ଯାହାକୁ ଲୋକମାନେ ଅଲଗା କରି ପାରିବେ ଯେପରି ଲୋକମାନେ ମଇଳା ପୋଷାକ ଅପସାରଣ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ ହେବା କିମ୍ବା ପ୍ରତାରଣା କରିବା କିମ୍ବା କପଟୀ ହେବା କିମ୍ବା ଈର୍ଷାପରାୟଣ କିମ୍ବା ନିନ୍ଦା କରିବା ବନ୍ଦ କରିବା” (ଦେଖନ୍ତୁ: ଉପମା/ରୂପକ)
ἀποθέμενοι…πᾶσαν κακίαν, καὶ πάντα δόλον, καὶ ὑποκρίσεις, καὶ φθόνους, καὶ πάσας καταλαλιάς
ଯଦି ଆପଣଙ୍କର ଭାଷା ମନ୍ଦ, ପ୍ରତାରଣା, କପଟୀ, ଈର୍ଷା, କିମ୍ବା ଅପବାଦ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । । ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାରର ମନ୍ଦ ଏବଂ ସମସ୍ତ ପ୍ରତାରଣାକାରୀ, କପଟୀ, ପ୍ରତାରଣାକାରୀ ଏବଂ ଅପମାନଜନକ କାର୍ଯ୍ୟକୁ ପୃଥକ କରି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 2:2
ὡς ἀρτιγέννητα βρέφη τὸ λογικὸν ἄδολον γάλα ἐπιποθήσατε
ଏହି ତୁଳନାତ୍ମକ ବିଷୟର ଉଦ୍ଦେଶ୍ୟ ଏହା ଯେ ପିତର ଚାହୁଁଥିଲେ ଯେ ତାହାଙ୍କ ପାଠକମାନେ ଈଶ୍ଵରଙ୍କ ବାକ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତୁ ଯେପରି ନବଜାତ ଶିଶୁମାନେ ଦୁଗ୍ଧ ଚାହାଁନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ସମାନ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ଏହି ଅର୍ଥକୁ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ଶିଶୁମାନେ ନିଜ ମାତାର ଦୁଗ୍ଧ ପାଇଁ ଇଚ୍ଛା କରନ୍ତି, ସେହିପରି ତୁମ୍ଭେମାନେ ମଧ୍ୟ ଶୁଦ୍ଧ ଅମିଶ୍ରିତ ଦୁଗ୍ଧ ପାଇଁ ଲାଳାୟିତ ହେବା ଉଚିତ” (ଦେଖନ୍ତୁ: ଉପମା)
ἐπιποθήσατε
ବିକଳ୍ପ ଅନୁବାଦ: “ତୀବ୍ର ଇଚ୍ଛା” କିମ୍ବା “ଇଚ୍ଛା” ।
τὸ λογικὸν ἄδολον γάλα
ଯୁକ୍ତିଯୁକ୍ତ ଭାବରେ ଅନୁବାଦ ହୋଇଥିବା ଶବ୍ଦକୁ “ବାକ୍ୟ ସମ୍ବନ୍ଧୀୟ” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ; ଏହା ଈଶ୍ଵରଙ୍କ ବାକ୍ୟକୁ ସୂଚାଏ । ପିତର ସାଙ୍କେତିକ ଭାବରେ ଈଶ୍ଵରଙ୍କ ବାକ୍ୟ ବିଷୟରେ କୁହନ୍ତି ଯେପରି ଏହା ଅମିଶ୍ରିତ ଦୁଗ୍ଧ ଯାହା ପିଲାମାନଙ୍କୁ ପୋଷଣ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶୁଦ୍ଧ ବାକ୍ୟ” (ଦେଖନ୍ତୁ: ଉପମା/ରୂପକ)
αὐξηθῆτε
ବିଶ୍ଵାସୀମାନଙ୍କ ବିଷୟରେ ପିତର ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେପରି ସେମାନେ ଈଶ୍ଵରଙ୍କ ଜ୍ଞାନରେ ବୃଦ୍ଧି କରନ୍ତି ଏବଂ ତାହାଙ୍କ ପ୍ରତି ବିଶ୍ୱସ୍ତତାରେ ବୃଦ୍ଦି କରିପାରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସରେ ପରିପକ୍ୱ ହୋଇପାରେ” (ଦେଖନ୍ତୁ: ଉପମା/ରୂପକ)
εἰς σωτηρίαν
ଯଦି ଆପଣଙ୍କର ଭାଷା ପରିତ୍ରାଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ତୁମ୍ଭେମାନେ ଉଦ୍ଧାର ପ୍ରାପ୍ତ କରି ନାହଁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
εἰς σωτηρίαν
ଏଠାରେ, ପରିତ୍ରାଣ ଯୀଶୁଙ୍କ ଫେରିବାକୁ ଏବଂ ଈଶ୍ଵର ତାହାଙ୍କ ଲୋକମାନଙ୍କର ପରିତ୍ରାଣ ସମାପ୍ତ କରିବାକୁ ବୁଝାଏ । [୧: ୫] ରେ ପରିତ୍ରାଣ ପାଇଁ ପିତର ମଧ୍ୟ ଏହି ଅର୍ଥ ବ୍ୟବହାର କରନ୍ତି । ଆପଣ ଏହି ଶବ୍ଦକୁ ସେଠାରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ଈଶ୍ଵର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣରୂପେ ଉଦ୍ଧାର କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 2:3
εἰ ἐγεύσασθε
ପିତର ଏହାକୁ ଏକ ଉପକଳ୍ପିତ ସମ୍ଭାବନା ଭାବରେ କହନ୍ତି, କିନ୍ତୁ ତାହାଙ୍କର ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ ଭାଷା କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ ଏହିପରି ପ୍ରକାଶ କରେ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ବୁଝି ନ ପାରନ୍ତି ଏବଂ ଭାବିପାରନ୍ତି ଯେ ପିତର ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ, ତେବେ ଆପଣ ତାହାଙ୍କ ଶବ୍ଦକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ସ୍ୱାଦ ଚାଖିଅଛ” (ଦେଖନ୍ତୁ: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁ)
εἰ ἐγεύσασθε
ବ୍ୟକ୍ତିଗତ ଭାବରେ କିଛି ଅନୁଭବ କରିବା ପାଇଁ ପିତର ସାଙ୍କେତିକ ଭାବରେ ସ୍ୱାଦ ଚାଖିଲେ ବାକ୍ୟାଂଶକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଅନୁଭବ କରିଅଛ” (ଦେଖନ୍ତୁ: ଉପମା/ରୂପକ)
ἐγεύσασθε ὅτι χρηστὸς ὁ Κύριος
ଏହି ବାକ୍ୟାଂଶଟି [ଗୀତସଂହିତା ୩୪: ୮] ଏକ ଅଂଶ ଅଟେ । ଉଦ୍ଧୃତ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
1 Peter 2:4
πρὸς ὃν προσερχόμενοι
ଏଠାରେ, ଆସିବା ସୂଚାଇପାରେ: (୧) UST ପରି ଏକ ବାସ୍ତବିକ ବାକ୍ୟ । (୨) ଏକ ଅଜ୍ଞାକୁ, ଯେଉଁ କ୍ଷେତ୍ରରେ ପରବର୍ତ୍ତୀ ପଦରେ “ନିର୍ମାଣ” ମଧ୍ୟ ଏକ ଆଜ୍ଞା ହେଇପାରେ । ବିକଳ୍ପ ଅନୁବାଦ: “ତାହାଙ୍କ ନିକଟକୁ ଆସ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
πρὸς ὃν
*ତାହାଙ୍କୁ * ସର୍ବନାମ ଯୀଶୁଙ୍କୁ ବୁଝାଏ, ଯାହାକୁ ପୂର୍ବ ପଦରେ “ପ୍ରଭୁ” କୁହାଯାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କୁ” (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
πρὸς ὃν προσερχόμενοι λίθον ζῶντα
ପିତର ସାଙ୍କେତିକ ଭାବରେ ଯୀଶୁଙ୍କୁ ସୂଚିତ କରନ୍ତି ଯେପରି ସେ ଏକ ଗୃହରେ ପ୍ରସ୍ତର ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସରଳ ଭାବରେ କିମ୍ବା ଏକ ସରଳ ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କ ନିକଟକୁ ଆସୁଛି, ଯିଏ ଗୃହରେ ଜୀବନ୍ତ ପ୍ରସ୍ତର ପରି” (ଦେଖନ୍ତୁ: ଉପମା/ରୂପକ)
λίθον ζῶντα
ପିତର ଏକ ପ୍ରସ୍ତର ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ଏହା ଜୀବନ୍ତ ଅଟେ । ଏହା ସୂଚାଇପାରେ: (୧) ଜୀବନ୍ତ ଏକ ପ୍ରସ୍ତର । ଏହି ବ୍ୟାଖ୍ୟା ସତ୍ୟକୁ ଗୁରୁତ୍ୱ ପ୍ରଦାନ କରେ ଯୀଶୁ ମୃତ୍ୟୁବରଣ କରିଥିଲେ ମଧ୍ୟ ଜୀବିତ ଥିବା ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଏକ ପ୍ରସ୍ତର ଯାହା ଜୀବିତ ଅଟେ” (୨) ଏକ ପ୍ରସ୍ତର ଯାହା ଜୀବନ ପ୍ରଦାନ କରେ । ଏହି ବ୍ୟାଖ୍ୟା ଏହା ଉପରେ ଜୋର ଦିଏ ଯାହା ଯୀଶୁ ତାହାଙ୍କ ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବାକୁ ବୁଝାଏ । ବିକଳ୍ପ ଅନୁବାଦ: “ଏକ ପ୍ରସ୍ତର ଯାହା ଅନ୍ୟମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରେ” (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)
ὑπὸ ἀνθρώπων μὲν ἀποδεδοκιμασμένον
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହାକୁ ମନୁଷ୍ୟମାନେ ପ୍ରତ୍ୟାଖ୍ୟାନ କରିଥିଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὑπὸ ἀνθρώπων
ଯଦିଓ ପୁରୁଷ ଶବ୍ଦ ପୁରୁଷବାଚକ ଅଟେ, ପିତର ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଲୋକମାନଙ୍କ ଦ୍ୱାରା” (ଦେଖନ୍ତୁ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)
παρὰ δὲ Θεῷ ἐκλεκτὸν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ଵର ମନୋନୀତ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2:5
αὐτοὶ ὡς λίθοι ζῶντες οἰκοδομεῖσθε, οἶκος πνευματικὸς
ପିତର ତାହାଙ୍କ ପାଠକମାନଙ୍କୁ, ଯୀଶୁଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ପ୍ରସ୍ତର ଶବ୍ଦକୁ ବ୍ୟବହାର କରିଛନ୍ତି । ଯେପରି ପୁରାତନ ନିୟମର ଲୋକମାନେ ଈଶ୍ଵର ବାସ କରୁଥିବା ମନ୍ଦିର ନିର୍ମାଣ କରିବା ପାଇଁ ପ୍ରସ୍ତ ବ୍ୟବହାର କରିଥିଲେ, ସେହିଭଳି ଈଶ୍ଵର ବିଶ୍ଵାସୀମାନଙ୍କୁ ବ୍ୟବହାର କରୁଛନ୍ତି ଯେଉଁମାନଙ୍କ ମଧ୍ୟରେ ସେ ବାସ କରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ, ପ୍ରସ୍ତର ପରି ଏକତ୍ର ହୋଇ ଏକ ଗୃହରେ ନିର୍ମିତ, ଜୀବନ୍ତ ପ୍ରସ୍ତର ଯାହାକି ଏକ ଆତ୍ମିକ ସମ୍ପ୍ରଦାୟରେ ଈଶ୍ଵର ବାସ କରନ୍ତି” (ଦେଖନ୍ତୁ: ଉପମା/ରୂପକ)
αὐτοὶ ὡς λίθοι ζῶντες
ପିତର ପ୍ରସ୍ତର ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେପରି ସେଗୁଡ଼ିକ ଜୀବନ୍ତ ଅଟନ୍ତି । ଏହା ସତ୍ୟ ଉପରେ ଜୋର ଦେଇଥାଏ ଯାହା ପିତରଙ୍କ ପାଠକମାନଙ୍କ ଯୀଶୁଙ୍କଠାରେ ବିଶ୍ୱାସ କରି ଅନନ୍ତ ଜୀବନ ପ୍ରାପ୍ତ କରିବାକୁ ବୁଝାଏ । ଏହି ପଦରେ, ଜୀବନ୍ତ ଜୀବନ ଦେବା ଅର୍ଥ ନୁହେଁ, କାରଣ କେବଳ ଈଶ୍ଵର ହିଁ ଜୀବନ ଦେଇପାରିବେ । ବିକଳ୍ପ ଅନୁବାଦ: “ଜୀବନ୍ତ ପ୍ରସ୍ତର ପରି” (ଦେଖନ୍ତୁ: ଉପମା)
οἰκοδομεῖσθε, οἶκος πνευματικὸς
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ଏକ ଆତ୍ମିକ ଗୃହ ଭାବରେ ନିର୍ମାଣ କରୁଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
οἰκοδομεῖσθε
ଏଠାରେ, ନିର୍ମାଣ କରାଯାଉଛି ବାକ୍ୟାଂଶ ସୂଚାଇପାରେ: (୧) UST ପରି ଏକ ତଥ୍ୟ ସମ୍ବନ୍ଧୀୟ ବକ୍ତବ୍ୟ । (୨) ଏକ ଆଦେଶ, ଯେଉଁ କ୍ଷେତ୍ରରେ ପୂର୍ବ ପଦରେ “ତାହାଙ୍କ ନିକଟକୁ ଆସିବା” ମଧ୍ୟ ଏକ ଆଜ୍ଞା ଅଟେ । ବିକଳ୍ପ ଅନୁବାଦ: “ନିର୍ମାଣ କର” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς ἱεράτευμα ἅγιον ἀνενέγκαι πνευματικὰς θυσίας
ଏଠାରେ ପିତର ବିଶ୍ଵାସୀମାନଙ୍କ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ସେମାନେ ଏକ ଯାଜକତ୍ଵ ର ଅଂଶ ଅଟନ୍ତି ଏବଂ ସତେ ଯେପରି ସେମାନଙ୍କର ଉତ୍ତମ କାର୍ଯ୍ୟ ଏବଂ ଉପାସନା ଈଶ୍ଵରଙ୍କୁ ଅର୍ପଣ କରାଯାଇଥିବା ବଳିଦାନ ଅଟେ । ଯେପରି ପୁରାତନ ନିୟମର ଯାଜକମାନେ ଈଶ୍ଵରଙ୍କୁ ବଳି ଉତ୍ସର୍ଗ କରିଥିଲେ, ସେହିପରି ବିଶ୍ଵାସୀମାନେ ଉତ୍ତମ କାର୍ଯ୍ୟ କରିବା ଉଚିତ୍ ଏବଂ ଈଶ୍ଵରଙ୍କୁ ଉପାସନା କରିବା ଉଚିତ୍ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଯାଜକମାନଙ୍କ ପରି ଯିଏ ଈଶ୍ଵରଙ୍କୁ ବଳି ଉତ୍ସର୍ଗ କଲା, ତେଣୁ ତୁମ୍ଭେମାନେ ଏକ ଗୋଷ୍ଠୀରେ ପରିଣତ ହୋଇଅଛ ଯାହା ଉତ୍ତମ ଆତ୍ମିକ କାର୍ଯ୍ୟ କରେ” (ଦେଖନ୍ତୁ: ଉପମା/ରୂପକ)
εἰς ἱεράτευμα ἅγιον
ଯାଜକବର୍ଗ ଶବ୍ଦ ଏକବଚନ ବିଶେଷ୍ୟ ଅଟେ ଯାହାକି ଯାଜକମାନଙ୍କର ଏକ ଗୋଷ୍ଠୀକୁ ବୁଝାଏ । ଯଦି ଆପଣଙ୍କର ଭାଷା ସେହିଭଳି ଏକବଚନ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଯାଜକମାନଙ୍କର ଏକ ବର୍ଗ” (ଦେଖନ୍ତୁ: ସମଷ୍ଟିବାଚକ ବିଶେଷ୍ୟ)
πνευματικὰς θυσίας εὐπροσδέκτους
ଏହାର ଅର୍ଥ ହୋଇପାରେ: (୧) ବଳିଦାନ ଶାରୀରିକ, ପ୍ରକୃତି ଅପେକ୍ଷା ଏକ ଆତ୍ମିକ ଅଟେ । ବିକଳ୍ପ ଅନୁବାଦ: “ଏକ ଆତ୍ମିକ ପ୍ରକୃତିର ବଳିଦାନ ଯାହା ଗ୍ରହଣୀୟ” (୨) ବଳିଦାନ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ପ୍ରଦାନ କରାଯାଇଥାଏ । ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ଦିଆଯାଇଥିବା ବଳିଦାନ, ଯାହା ଗ୍ରହଣୀୟ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 2:6
περιέχει ἐν Γραφῇ
ଏଠାରେ ଶାସ୍ତ୍ର ର ଉଦ୍ଧୃତି ଯାହାକି ପଦରେ ପରବର୍ତ୍ତୀ ସମୟରେ ଘଟିଥାଏ ଯେପରି ଏହା ଜଣେ ବ୍ୟକ୍ତି ଯିଏ ଠିଆ ହୁଏ ବୋଲି କୁହାଯାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖାଅଛି” (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)
περιέχει ἐν Γραφῇ
ଏହି ବାକ୍ୟାଂଶ ଏକ ପୁରାତନ ନିୟମ ପୁସ୍ତକ ([ଯିଶାଇୟ ୨୮:୧୬]) ର ଏକ ଉଦ୍ଧୃତି ଉପସ୍ଥାପନ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି, ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଯିଶାଇୟ ଶାସ୍ତ୍ରରେ ଯାହା ଲେଖିଛନ୍ତି” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
ἰδοὺ, τίθημι ἐν Σιὼν λίθον, ἀκρογωνιαῖον ἐκλεκτὸν ἔντιμον; καὶ ὁ πιστεύων ἐπ’ αὐτῷ, οὐ μὴ καταισχυνθῇ.
ଏହି ବାକ୍ୟଟି [ଯିଶାଇୟ ୨୮:୧୬] ର ଉଦ୍ଧରଣ ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
ἰδοὺ
ପିତର ଯାହା କହିବାକୁ ଯାଉଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ତାହାଙ୍କ ପାଠକମାନଙ୍କୁ ଡାକିବା ପାଇଁ ପିତର ଯିଶାଇୟଙ୍କୁ ଦେଖ ଶବ୍ଦ ସହ ଉଦ୍ଧୃତ କରନ୍ତି । ଆପଣଙ୍କ ଭାଷାର ସମାନ ଅଭିବ୍ୟକ୍ତି ଥାଇପାରେ ଯାହାକୁ ଆପଣ ଏଠାରେ ବ୍ୟବହାର କରିପାରିବେ । (ଦେଖନ୍ତୁ: ଉପମା/ରୂପକ)
τίθημι
ପୁରାତନ ନିୟମରୁ ଏହି ଉଦ୍ଧୃତରେ, ମୁଁ ଈଶ୍ଵରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ଈଶ୍ଵର” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
λίθον, ἀκρογωνιαῖον
ଏଠାରେ ଈଶ୍ଵର ଖ୍ରୀଷ୍ଟଙ୍କୁ ସାଙ୍କେତିକ ଭାବରେ ସୂଚିତ କରନ୍ତି ଯେପରି ସେ କେବଳ ପ୍ରସ୍ତର ନୁହଁନ୍ତି, ଏକ ଗୃହରେ କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏକ ସରଳ ବାକ୍ୟ ବ୍ୟବହାର କରିପାରିବେ କିମ୍ବା ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଗୃହର ସବୁଠାରୁ ପ୍ରଧାନ ପ୍ରସ୍ତର ପରି” (ଦେଖନ୍ତୁ: ଉପମା/ରୂପକ)
λίθον, ἀκρογωνιαῖον ἐκλεκτὸν ἔντιμον
"ଏଠାରେ, ମନୋନୀତ ଏବଂ ମୂଲ୍ୟବାନ ଏହି କୋଣର ପ୍ରସ୍ତର ଏବଂ ଅନ୍ୟ କୌଣସି **କୋଣର
οὐ μὴ
ନିଶ୍ଚିତ ଭାବରେ ବାକ୍ୟାଂଶ ଗ୍ରୀକରେ ଦୁଇଟି ନକାରାତ୍ମକ ଶବ୍ଦକୁ ଅନୁବାଦ କରେ । ଏହି ବକ୍ତବ୍ୟର ସତ୍ୟତାକୁ ଗୁରୁତ୍ୱ ଦେବା ପାଇଁ ଈଶ୍ଵର ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ଦୁଇଟି ନକାରାତ୍ମକ ବ୍ୟବହାରକୁ ଏକତ୍ର ଗୁରୁତ୍ୱ ଦେବା ପାଇଁ ପରସ୍ପରକୁ ବାତିଲ ନକରି ଏକ ସକାରାତ୍ମକ ଅର୍ଥ ସୃଷ୍ଟି କରିପାରିବ, ତେବେ ସେହି ଗଠନକୁ ଏଠାରେ ବ୍ୟବହାର କରିବା ଉପଯୁକ୍ତ ହେବ । (ଦେଖନ୍ତୁ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Peter 2:7
ἡ τιμὴ
ଏଠାରେ, ଏହି ସମ୍ମା ପୂର୍ବ ପଦରେ ଥିବା ବକ୍ତବ୍ୟକୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ସେମାନେ ନିଶ୍ଚିତ ଭାବରେ ଲଜ୍ଜିତ ହେବେ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କେବେ ଲଜ୍ଜିତ ହେବାର ଏହି ସମ୍ମାନ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἡ τιμὴ
ଏହି ସମ୍ମାନ ଭାବରେ ଅନୁବାଦ ହୋଇଥିବା ବାକ୍ୟାଂଶ ମଧ୍ୟ “ମୂଲ୍ୟବାନ” ଭାବରେ ଅନୁବାଦ କରାଯାଇପାରେ, ଯେଉଁ କ୍ଷେତ୍ରରେ ଏହା ପୂର୍ବ ପଦରେ “କୋଣକୁ” ସୂଚିତ କରେ । ବିକଳ୍ପ ଅନୁବାଦ: “ସେ ମୂଲ୍ୟବାନ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἀπιστοῦσιν δὲ
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଈଶ୍ଵର ଶାସ୍ତ୍ରରେ କୁହନ୍ତି” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
λίθος ὃν ἀπεδοκίμασαν οἱ οἰκοδομοῦντες, οὗτος ἐγενήθη εἰς κεφαλὴν γωνίας
ଏହି ବାକ୍ୟଟି [ଗୀତସଂହିତା ୧୧୮: ୨୨] ର ଉଦ୍ଧରଣ ଅଟେ। ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
λίθος ὃν ἀπεδοκίμασαν οἱ οἰκοδομοῦντες
ଲେଖକ ପ୍ରସ୍ତର ସାଙ୍କେତିକ ଭାବରେ ଖ୍ରୀଷ୍ଟଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି, ଏବଂ ସେ ଗଠନ କୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେଉଁମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଯଦି ଏହା ହୁଏତ ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯିଏ ନିର୍ମାଣକାରୀ ପ୍ରତ୍ୟାଖ୍ୟାନ କରିଥିବା ଏକ ପ୍ରସ୍ତର ପରି ପ୍ରତ୍ୟାଖ୍ୟାନ କରାଗଲେ” (ଦେଖନ୍ତୁ: ଉପମା/ରୂପକ)
κεφαλὴν γωνίας
ଏହି ବାକ୍ୟର ପୂର୍ବ ପଦରେ “କୋଣ” ଶବ୍ଦର ଅର୍ଥ ଏଠାରେ ସମାନ ଅଟେ । ଏହା ଏକ ଗୃହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତରକୁ ସୂଚାଏ । ଏଠାରେ ଏହା ବିଶେଷ ଭାବରେ ଖ୍ରୀଷ୍ଟଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ, ଯିଏ ମୂଳଦୁଆ ପରି” (ଦେଖନ୍ତୁ: ଉପମା/ରୂପକ)
1 Peter 2:8
καὶ
ଏଠାରେ, ଏବଂ ଏକ ପୁରାତନ ନିୟମର ([ଯିଶାଇୟ ୮:୧୪]) ର ଏକ ଉଦ୍ଧୃତି ଉପସ୍ଥାପନ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଏବଂ ଯିଶାଇୟ ଶାସ୍ତ୍ରରେ ଲେଖିଛନ୍ତି” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
λίθος προσκόμματος, καὶ πέτρα σκανδάλου
ଏହି ବାକ୍ୟଟି [ଯିଶାଇୟ ୮:୧୪] ରୁ ଏକ ଉଦ୍ଧୃତି ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ଗଠନ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
λίθος προσκόμματος, καὶ πέτρα σκανδάλου
ପିତର ଯିଶାଇୟଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ସାଙ୍କେତିକ ଭାବରେ କହିବାକୁ ଉଦ୍ଧୃତ କରନ୍ତି ଯେପରି ସେ ଏକ ପ୍ରସ୍ତର କିମ୍ବା ପ୍ରସ୍ତର ଅଟନ୍ତି ଯାହାକୁ ଲୋକମାନେ ଅତିକ୍ରମ କରିଥିଲେ । ପିତର କହନ୍ତି ଯେ ଅନେକ ଲୋକ ଯୀଶୁଙ୍କ ଶିକ୍ଷା ଦ୍ୱାରା ବିରକ୍ତ ହୋଇ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସରଳ ବାକ୍ୟ ବ୍ୟବହାର କରିପାରିବେ କିମ୍ବା ଅର୍ଥକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଝୁଣ୍ଟିବା ପ୍ରସ୍ତର ପରି ଏବଂ ଅପରାଧର ପ୍ରସ୍ତର ପରି” (ଦେଖନ୍ତୁ: ଉପମା/ରୂପକ)
λίθος προσκόμματος, καὶ πέτρα σκανδάλου
ପିତର ଏହି ବାକ୍ୟରେ ଦୁଇଥର ଧାରଣକାରୀ ଗଠନ ବ୍ୟବହାର କରି ଏକ ପ୍ରସ୍ତର କୁ ବର୍ଣ୍ଣନା କରିବା ପାଇଁ ଝୁଣ୍ଟିବା ଏବଂ ଏକ ପ୍ରସ୍ତର ଯାହା ଅପରାଧ ସୃଷ୍ଟି କରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ପ୍ରସ୍ତର ଯାହା ଲୋକମାନଙ୍କୁ ଝୁଣ୍ଟିବାର କାରଣ ହୁଏ ଏବଂ ଏକ ପ୍ରସ୍ତର ଯାହା ଲୋକମାନଙ୍କୁ ବିରକ୍ତ କରେ” (ଦେଖନ୍ତୁ: ଅଧିକାର/ଦଖଲ)
λίθος προσκόμματος, καὶ πέτρα σκανδάλου
ଏହି ଦୁଇଟି ବାକ୍ୟାଂଶର ଅର୍ଥ ପ୍ରାୟ ସମାନ ଅଟେ । ଏହି ପ୍ରସ୍ତର ଦ୍ୱାରା ଲୋକମାନେ ବିରକ୍ତ ହେବେ ବୋଲି ଜୋର ଦେବା ପାଇଁ ଯିଶାଇୟ ସମାନ କଥା ଦୁଇଥର ସାମାନ୍ୟ ଭିନ୍ନ ଉପାୟରେ କୁହନ୍ତି । ଯଦି ସମାନ ବିଷୟକୁ ଦୁଇଥର କହିବା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ଆପଣ ବାକ୍ୟାଂଶଗୁଡ଼ିକୁ ଏକତ୍ର ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ପ୍ରସ୍ତର ଯାହା ଉପରେ ଲୋକମାନେ ନିଶ୍ଚିତ ଭାବରେ ଝୁଣ୍ଟି ପଡ଼ିବେ” (ଦେଖନ୍ତୁ: ସମାନ୍ତରତାସୂଚକ)
τῷ λόγῳ
ଏଠାରେ, ବାକ୍ୟ ଶବ୍ଦଟି ସୁସମାଚାର ବାର୍ତ୍ତାକୁ ବୁଝାଏ , ଯେଉଁଥିରେ ସୁସମାଚାରକୁ ଅନୁତାପ କରିବା ଏବଂ ବିଶ୍ଵାସ କରିବାର ଆଦେଶ ଅନ୍ତର୍ଭୁକ୍ତ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତା” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
οἳ προσκόπτουσιν
ଏଠାରେ, ଝୁଣ୍ଟିବା ସୂଚାଇପାରେ: (୧) ସୁସମାଚାର ଦ୍ୱାରା ବିରକ୍ତ ହେବା, ଯାହାକି ଏହି ପଦର ବାକି ଅର୍ଥ ଅଟେ । ବିକଳ୍ପ ଅନୁବାଦ: “ସେମାନେ ବିରକ୍ତ ହୁଅନ୍ତି” (୨) ସୁସମାଚାରକୁ ପ୍ରତ୍ୟାଖ୍ୟାନ କରି ବିଚାର କରାଯାଏ । ବିକଳ୍ପ ଅନୁବାଦ: “ସେମାନଙ୍କୁ ବିଚାର କରାଯାଏ” (ଦେଖନ୍ତୁ: ଉପମା/ରୂପକ)
οἳ προσκόπτουσιν τῷ λόγῳ ἀπειθοῦντες
ଏଠାରେ, ବାକ୍ୟକୁ ଅବମାନନା କରିବା ବାକ୍ୟାଂଶ ସେମାନେ ଝୁଣ୍ଟିବାର କାରଣ ଦର୍ଶାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଝୁଣ୍ଟି ପଡ଼ନ୍ତି କାରଣ ସେମାନେ ବାକ୍ୟକୁ ଅବମାନନା କରନ୍ତି” (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
τῷ λόγῳ ἀπειθοῦντες
ଏଠାରେ, ଅବମାନନା କୁ ଅନୁତାପ କରିବା ଏବଂ ସୁସମାଚାରକୁ ବିଶ୍ଵାସ କରିବା ଆଦେଶକୁ ବୁଝାଏ , ଯାହା ସୁସମାଚାରର ଏକ ଅଂଶ ଅଟେ । ତେଣୁ, ଏହି ଅବମାନନା ଅର୍ଥ ସୁସମାଚାରକୁ ବିଶ୍ଵାସ କରିବାକୁ ମନା କରିବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବାକ୍ୟକୁ ବିଶ୍ୱାସ କରିବାକୁ ମନା କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς ὃ καὶ ἐτέθησαν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେଉଁଥିରେ ଈଶ୍ଵର ସେମାନଙ୍କୁ ମଧ୍ୟ ନିଯୁକ୍ତ କଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς ὃ
ଏଠାରେ, ଯାହା ଏହି ବାକ୍ୟର ପୂର୍ବ ଭାଗକୁ ସୂଚାଏ । ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ନାହିଁ, ସେମାନେ ଝୁଣ୍ଟିବା ଏବଂ ବାକ୍ୟକୁ ଅବମାନନା କରିବା ପାଇଁ ନିଯୁକ୍ତ ହୋଇଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏଥିପାଇଁ ଝୁଣ୍ଟିବା ଏବଂ ବାକ୍ୟକୁ ଅବମାନନା କରିବାକୁ,” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 2:9
γένος ἐκλεκτόν, βασίλειον ἱεράτευμα, ἔθνος ἅγιον, λαὸς εἰς περιποίησιν
ଏହି ଚାରୋଟି ବାକ୍ୟାଂଶଗୁଡ଼ିକ ପୁରାତନ ନିୟମର ଉଦ୍ଧୃତି ଅଟେ । ବାକ୍ୟ ଏକ ମନୋନୀତ ଲୋକ [ଯିଶାଇୟ ୪୩:୨୦] ଏକ ରାଜକୀୟ ଯାଜକବର୍ଗ ଏବଂ ଏକ ପବିତ୍ର ଦେଶ ରୁ[ଯାତ୍ରା ୧୯ : ୬] ଆସିଛି ଏବଂ ଅଧିକାର ପାଇଁ ଏକ ଲୋକ [ଯିଶାଇୟ ୪୩:୨୧] ରୁ ଅଟେ । ଉଦ୍ଧରଣ ଚିହ୍ନ ସହ କିମ୍ବା ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହି ଉଦ୍ଧରଣଗୁଡ଼ିକ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
γένος ἐκλεκτόν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଏକ ପରିବାର ଯାହାକୁ ଈଶ୍ଵର ମନୋନୀତ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
βασίλειον ἱεράτευμα
ଏହା ସୂଚାଇପାରେ: (୧) ଯାଜକବର୍ଗର ସଦସ୍ୟ ଯେଉଁମାନେ ମଧ୍ୟ ରାଜାଙ୍କ ପରିବାରର ସଦସ୍ୟ ଅଟନ୍ତି । ବିକଳ୍ପ ଅନୁବାଦ: “ଏକ ରାଜକୀୟ ଯାଜକବର୍ଗ” (୨) ଏକ ଯାଜକୀୟ ବର୍ଗ ଯାହା ରାଜାଙ୍କର ସେବା କରେ । ବିକଳ୍ପ ଅନୁବାଦ: “ଏକ ଯାଜକକୀୟ ବର୍ଗ ଯାହା ରାଜାଙ୍କର ସେବା କରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
βασίλειον ἱεράτευμα
ଯାଜକବର୍ଗ ଶବ୍ଦ ଏକବଚନ ବିଶେଷ୍ୟ ଯାହାକି ଯାଜକମାନଙ୍କର ଏକ ଗୋଷ୍ଠୀକୁ ବୁଝାଏ । ଯଦି ଆପଣଙ୍କର ଭାଷା ସେହିଭଳି ଏକବଚନ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ରାଜକୀୟ ଯାଜକମାନଙ୍କର ଏକ ବର୍ଗ” (ଦେଖନ୍ତୁ: ସମଷ୍ଟିବାଚକ ବିଶେଷ୍ୟ)
λαὸς εἰς περιποίησιν
ଯଦି ଆପଣଙ୍କର ଭାଷା ଅଧିକାର ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପାଇଁ ଏକ ଲୋକଦଳ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τοῦ ἐκ σκότους ὑμᾶς καλέσαντος, εἰς τὸ θαυμαστὸν αὐτοῦ φῶς
ଏହି ବାକ୍ୟାଂଶ ଈଶ୍ଵରଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ, ଯିଏ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐκ σκότους…εἰς τὸ θαυμαστὸν αὐτοῦ φῶς
ଏଠାରେ, ଅନ୍ଧକାର ସାଙ୍କେତିକ ଭାବରେ ଲୋକମାନଙ୍କର ଅବସ୍ଥାକୁ ବୁଝାଏ ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ ଏବଂ ପାପୀ ଅଟନ୍ତି, ଏବଂ ଆଲୋକ ସାଙ୍କେତିକ ଭାବରେ ଈଶ୍ଵରଙ୍କୁ ଜାଣିଥିବା ଏବଂ ଧାର୍ମିକ ବ୍ୟକ୍ତିମାନଙ୍କ ଅବସ୍ଥାକୁ ସୂଚାଏ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପାପମୟ ଜୀବନ ଏବଂ ଈଶ୍ଵରଙ୍କ ଅଜ୍ଞତାଠାରୁ ଆରମ୍ଭ କରି ତାହାଙ୍କୁ ଜାଣିବା ଏବଂ ପ୍ରସନ୍ନ କରିବା ପର୍ଯ୍ୟନ୍ତ” (ଦେଖନ୍ତୁ: ଉପମା/ରୂପକ)
1 Peter 2:10
οὐ λαὸς…λαὸς Θεοῦ…οὐκ ἠλεημένοι…ἐλεηθέντες
ଏହି ଚାରୋଟି ବାକ୍ୟାଂଶଗୁଡ଼ିକ ପୁରାତନ ନିୟମ (ହୋଶେୟ ୧: ୬-୧୦) ର ଉଦ୍ଧୃତି ଅଟେ । ଉଦ୍ଧରଣ ଚିହ୍ନରେ କିମ୍ବା ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହି ଉଦ୍ଧୃତିଗୁଡ଼ିକ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
1 Peter 2:11
ଖ୍ରୀଷ୍ଟିୟାନ ଜୀବନ କିପରି ହେବା ଉଚିତ, ପିତର ତାହାଙ୍କ ପାଠକମାନଙ୍କୁ କହିବାକୁ ଆରମ୍ଭ କରନ୍ତି ।
παροίκους καὶ παρεπιδήμους
ଏଠାରେ, ବିଦେଶୀ ଏବଂ ନିର୍ବାସିତ ଶବ୍ଦଗୁଡ଼ିକ ସମାନ ଅର୍ଥକୁ ବୁଝାଏ । ପୁନରାବୃତ୍ତି ଜୋର ଦେବା ପାଇଁ ବ୍ୟବହୃତ, ଏହି ପୃଥିବୀରେ ଖ୍ରୀଷ୍ଟିୟାନମାନେ ସ୍ୱର୍ଗରେ ଥିବା ନିଜ ଗୃହଠାରୁ ବହୁତ ଦୂରରେ ଅଛନ୍ତି । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରକୃତ ନିର୍ବାସିତ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
παροίκους
ପିତର ଆପଣା ଖ୍ରୀଷ୍ଟିୟାନ ପାଠକମାନଙ୍କୁ ସୂଚାଇବା ପାଇଁ ଏଠାରେ ସାଙ୍କେତିକ ଭାବରେ ବିଦେଶୀ ଶବ୍ଦକୁ ବ୍ୟବହାର କରନ୍ତି । ଯେପରି ଜଣେ ବିଦେଶୀ ତାହାଙ୍କ ମାତୃଭୂମିରେ ନାହାଁନ୍ତି, ସେହିପରି ଖ୍ରୀଷ୍ଟିୟାନମାନେ ମଧ୍ୟ ପୃଥିବୀରେ ବାସ କରୁଥିବା ସମୟରେ ଗୃହରେ ନାହାଁନ୍ତି । ଯଦି ଏହା ହୁଏତ ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ସ୍ୱର୍ଗରେ ନିଜ ଗୃହଠାରୁ ଦୂରରେ ରୁହନ୍ତି” (ଦେଖନ୍ତୁ: ଉପମା/ରୂପକ)
παρεπιδήμους
[୧: ୧] ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଉପମା/ରୂପକ)
ἀπέχεσθαι τῶν σαρκικῶν ἐπιθυμιῶν
ଏଠାରେ, ଶାରୀରିକ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ପ୍ରକୃତିକୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପାପପୂର୍ଣ୍ଣ ଇଚ୍ଛା ପୂରଣ କରିବା ଠାରୁ ଦୂରେଇ ରୁହ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
στρατεύονται κατὰ τῆς ψυχῆς
ପିତର ଶାରୀରିକ ଇଚ୍ଛା ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ସେଗୁଡ଼ିକ ବିଶ୍ଵାସୀମାନଙ୍କ ଆତ୍ମିକ ଜୀବନକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ସେନା ଅଟନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଆତ୍ମିକ ଜୀବନକୁ ନଷ୍ଟ କରିବ” (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)
τῆς ψυχῆς
ପିତର ପ୍ରତ୍ୟେକ ବ୍ୟକ୍ତିଗତ ଖ୍ରୀଷ୍ଟିୟାନଙ୍କୁ ସୂଚାଉଛନ୍ତି ଯାହାଙ୍କୁ ସେ ଏହି ପତ୍ର ଲେଖୁଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ପ୍ରାଣ କୁ ନୁହେଁ । ଯଦି ଏହା ଆପଣଙ୍କ ଭାଷାରେ ବୁଝା ନ ପଢ଼େ , ତେବେ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଆତ୍ମା” କିମ୍ବା “ତୁମ୍ଭେମାନେ” (ଦେଖନ୍ତୁ: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକ)
1 Peter 2:12
τὴν ἀναστροφὴν ὑμῶν ἐν τοῖς ἔθνεσιν ἔχοντες καλήν
ଏକ ନିର୍ଦ୍ଦେଶ ଦେବା ପାଇଁ ପିତର ଏକ ବାକ୍ୟ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ଆପଣ ଏକ ନୂତନ ବାକ୍ୟ ଆରମ୍ଭ କରି ନିର୍ଦ୍ଦେଶ ପାଇଁ ଏକ ଅଧିକ ସ୍ୱାଭାବିକ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅଣଯିହୂଦୀମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ଆଚରଣ ଉତ୍ତମ ରଖ” (ଦେଖନ୍ତୁ: ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟ)
τὴν ἀναστροφὴν ὑμῶν ἐν τοῖς ἔθνεσιν ἔχοντες καλήν
ଯଦି ଆପଣଙ୍କର ଭାଷା ଆଚରଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅଣଯିହୂଦୀମାନଙ୍କ ମଧ୍ୟରେ ଉତ୍ତମ ଆଚରଣ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν τοῖς ἔθνεσιν
ଖ୍ରୀଷ୍ଟିୟାନ ନଥିବା ଲୋକମାନଙ୍କୁ ବୁଝାଇବା ପାଇଁ ପିତର ଏଠାରେ ଅଣଯିହୂଦୀ ଶବ୍ଦକୁ ବ୍ୟବହାର କରନ୍ତି । ଯେପରି ଜଣେ ଅଣଯିହୂଦୀ ଯିହୁଦୀ ଲୋକମାନଙ୍କର ସଦସ୍ୟ ନଥିଲେ, ତେଣୁ ଯେଉଁମାନେ ଖ୍ରୀଷ୍ଟିୟାନ ନୁହଁନ୍ତି ସେମାନେ ଈଶ୍ଵରଙ୍କ ଲୋକ ନୁହଁନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ନାହିଁ” କିମ୍ବା “ଯେଉଁମାନେ ଖ୍ରୀଷ୍ଟିୟାନ ନୁହଁନ୍ତି ସେମାନଙ୍କ ମଧ୍ୟରେ” (ଦେଖନ୍ତୁ: ଉପମା/ରୂପକ)
ἐν ᾧ καταλαλοῦσιν ὑμῶν ὡς
ବିକଳ୍ପ ଅନୁବାଦ: “ସେମାନେ ଯାହା ପାଇଁ ତୁମ୍ଭମାନଙ୍କୁ ଅପମାନ କରନ୍ତି” କିମ୍ବା “ସେହି ବିଷୟଗୁଡ଼ିକ ବିଷୟରେ ଯାହା ତୁମ୍ଭମାନଙ୍କୁ ଅପମାନିତ କରେ”
ἐκ τῶν καλῶν ἔργων ἐποπτεύοντες
ଯଦି ଆପଣଙ୍କର ଭାଷା କାର୍ଯ୍ୟଗୁଡ଼ିକ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ କରୁଥିବା ଉତ୍ତମ ବିଷୟଗୁଡ଼ିକୁ ସେମାନେ ଦେଖିପାରନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν ἡμέρᾳ ἐπισκοπῆς
ଯଦି ଆପଣଙ୍କର ଭାଷା ପରିଦର୍ଶନ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଦିନ ସେ ପରିଦର୍ଶନ କରନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν ἡμέρᾳ ἐπισκοπῆς
ଏହି ବାକ୍ୟାଂଶ ଏକ ରୁଢି ଅଟେ ଯାହା ଈଶ୍ଵର ସମସ୍ତ ଲୋକମାନଙ୍କୁ ବିଚାର କରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଦିନ ସେ ସମସ୍ତଙ୍କ ବିଚାର କରିବାକୁ ଆସନ୍ତି” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Peter 2:13
διὰ τὸν Κύριον
ଏଠାରେ, ପ୍ରଭୁ ଯୀଶୁଙ୍କୁ ବୁଝାଏ । ଏହି ବାକ୍ୟର ଅର୍ଥ ହୋଇପାରେ: (୧) ଯୀଶୁଙ୍କ ଆଦର୍ଶ ଅନୁସରଣ କରିବା ପାଇଁ ଆମ୍ଭେମାନେ ଏହା କରିବା ଉଚିତ, ଯିଏ ମାନବ ଅଧିକାରୀମାନଙ୍କୁ ମଧ୍ୟ ମାନିଥିଲେ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଆଦର୍ଶ ଅନୁସରଣ କରିବାକୁ” (୨) ଆମ୍ଭେମାନେ ଯୀଶୁଙ୍କୁ ସମ୍ମାନ ଦେବା ପାଇଁ ଏହା କରିବା ଉଚିତ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ସମ୍ମାନ ଦେବା ପାଇଁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
βασιλεῖ ὡς ὑπερέχοντι
ବିକଳ୍ପ ଅନୁବାଦ: “ସର୍ବୋଚ୍ଚ ମାନବିକ ଅଧିକାର ଭାବରେ ରାଜାଙ୍କୁ” କିମ୍ବା “ସର୍ବୋଚ୍ଚ ମାନବିକ ଅଧିକାର ଥିବା ରାଜାଙ୍କୁ”
1 Peter 2:14
ἡγεμόσιν ὡς δι’ αὐτοῦ πεμπομένοις
ବିକଳ୍ପ ଅନୁବାଦ: “ତାହାଙ୍କ ମାଧ୍ୟମରେ ପଠାଯାଇଥିବା ରାଜ୍ୟପାଳମାନଙ୍କୁ”
δι’ αὐτοῦ πεμπομένοις
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ରାଜା ଯାହାକୁ ପଠାଇଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
δι’ αὐτοῦ πεμπομένοις
ଏଠାରେ, ତାହାଙ୍କୁ ବୁଝାଇପାରେ: (୧) ରାଜା ପୂର୍ବ ପଦରେ ଉଲ୍ଲେଖ କରିଛନ୍ତି, UST ପରି । (୨) ଈଶ୍ଵର , ଯିଏ ସମସ୍ତ ଶାସକ କର୍ତ୍ତୃପକ୍ଷମାନଙ୍କୁ ସଂସ୍ଥାପନ ଏବଂ ଅପସାରଣ କରନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ଦ୍ୱାରା ପ୍ରେରିତ” (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
εἰς ἐκδίκησιν κακοποιῶν, ἔπαινον δὲ ἀγαθοποιῶν
ଯଦି ଆପଣଙ୍କର ଭାଷା ଦଣ୍ଡ ଏବଂ ପ୍ରଶଂସା ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୁଷ୍କର୍ମକାରୀମାନଙ୍କୁ ଦଣ୍ଡ ଦେବା ଏବଂ ଯେଉଁମାନେ ଉତ୍ତମ କର୍ମ କରନ୍ତି ସେମାନଙ୍କୁ ପ୍ରଶଂସା କରିବା” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 2:15
ἀγαθοποιοῦντας φιμοῦν τὴν τῶν ἀφρόνων ἀνθρώπων ἀγνωσίαν
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତମ କର୍ମ କରି ମୂର୍ଖ ଲୋକମାନଙ୍କ ଅଜ୍ଞତାକୁ ବନ୍ଦ କର” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
ἀγαθοποιοῦντας φιμοῦν τὴν τῶν ἀφρόνων ἀνθρώπων ἀγνωσίαν
ଯଦି ଆପଣଙ୍କର ଭାଷା ଅଜ୍ଞତା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୂର୍ଖ ଲୋକମାନେ କହୁଥିବା ଅଜ୍ଞାନ ବିଷୟକୁ ବନ୍ଦ କରି ଉତ୍ତମ କର୍ମ କରିବା” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 2:16
ὡς ἐλεύθεροι
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହେଇପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ଏହି ଶବ୍ଦଗୁଡ଼ିକ ହୋଇପାରେ: (୧) [ପଦ ୧୩] ରେ ଦର୍ଶାଯାଇଥିବା କର୍ତ୍ତୃପକ୍ଷମାନଙ୍କୁ ଅଧିକାର କରିବାକୁ ନିର୍ଦ୍ଦେଶ । ବିକଳ୍ପ ଅନୁବାଦ: “ମୁକ୍ତ ଲୋକ ଭାବରେ ଅଧିକାର କର” (୨) ଏକ ଆଦେଶ ସୂଚକ କ୍ରିୟା । ବିକଳ୍ପ ଅନୁବାଦ: “ମୁକ୍ତ ଲୋକ ଭାବରେ କାର୍ଯ୍ୟ କର” କିମ୍ବା “ମୁକ୍ତ ଲୋକ ଭାବରେ ବାସ କର” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
ὡς ἐπικάλυμμα…τῆς κακίας
ଏଠାରେ, ଆବରଣ ସୂଚାଇପାରେ: (୧) କେତେକ ଲୋକମାନଙ୍କର ମନ୍ଦ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ବନ୍ଦ କରିବା ପାଇଁ । ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କୁ ତୁମ୍ଭମାନଙ୍କର ମନ୍ଦତାକୁ ରୋକିବା ପାଇଁ ଏକ ଉପାୟ ଭାବରେ” (୨) ମନ୍ଦ କାର୍ଯ୍ୟ କରିବା ପାଇଁ ଏକ ବାହାନାକୁ । ବିକଳ୍ପ ଅନୁବାଦ: “ମନ୍ଦ କରିବାର ବାହାନା ଭାବରେ” (ଦେଖନ୍ତୁ: ଉପମା/ରୂପକ)
1 Peter 2:17
τὴν ἀδελφότητα
ଏଠାରେ, ଭାତୃତ୍ଵ ସମସ୍ତ ଖ୍ରୀଷ୍ଟିୟାନ ବିଶ୍ଵାସୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ” (ଦେଖନ୍ତୁ: ଉପମା/ରୂପକ)
1 Peter 2:18
ଯେଉଁମାନେ ଦାସ ଥିଲେ ଯେଉଁମାନେ ଲୋକମାନଙ୍କ ଘରେ କାମ କରୁଥିଲେ ସେହି ବିଷୟରେ ବିଶେଷ କରି ପିତର ଲେଖିବା ଆରମ୍ଭ କରନ୍ତି ।
τοῖς ἀγαθοῖς καὶ ἐπιεικέσιν
ଉତ୍ତମ ଏବଂ ଭଦ୍ର ଶବ୍ଦଗୁଡ଼ିକର ଅର୍ଥ ସମାନ ଅଟେ । ପିତର ଏହି ପୁନରାବୃତ୍ତି ବ୍ୟବହାର କରନ୍ତି, ଏହିପରି ମାଲିକମାନେ ସେମାନଙ୍କର ସେବକମାନଙ୍କୁ ଅତି ଦୟାଳୁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ଅତି ଦୟାଳୁମାନଙ୍କ ପାଇଁ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
τοῖς σκολιοῖς
ଏଠାରେ, କୁଟିଳ ବ୍ୟକ୍ତିମାନେ ସାଙ୍କେତିକ ଭାବରେ ବ୍ୟବହୃତ, ଯେଉଁମାନେ ଅସାଧୁ କିମ୍ବା ଅନ୍ୟାୟ କରନ୍ତି ଯେପରି ସେମାନଙ୍କର ନୌତିକତା ଏକ ବସ୍ତୁ ଯାହାକି ବଙ୍କା କିମ୍ବା ମୋଡ଼ି ହୋଇପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅସାଧୁମାନଙ୍କ ପାଇଁ” (ଦେଖନ୍ତୁ: ଉପମା/ରୂପକ)
1 Peter 2:19
τοῦτο…χάρις
ପିତର ଅନୁମାନ କରନ୍ତି ଯେ ତାହାଙ୍କ ପାଠକମାନେ ସେ ଈଶ୍ଵରଙ୍କ ସହ ଅନୁଗ୍ରହ ପାଇବାକୁ କହୁଛନ୍ତି ବୋଲି ଜାଣିପାରିବେ, ଯାହା ପରବର୍ତ୍ତୀ ପଦରେ ସେ ଉଲ୍ଲେଖ କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଏହା ଈଶ୍ଵରଙ୍କ ଅନୁଗ୍ରହର ଯୋଗ୍ୟ” କିମ୍ବା “ଏହା ଈଶ୍ଵରଙ୍କୁ ପ୍ରସନ୍ନ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
διὰ συνείδησιν Θεοῦ
ଯଦି ଆପଣଙ୍କର ଭାଷା ଚେତନା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ଜଣେ ଈଶ୍ଵରଙ୍କ ବିଷୟରେ ଜାଣେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
διὰ συνείδησιν Θεοῦ
ଚେତନା ଶବ୍ଦକୁ ବର୍ଣ୍ଣନା କରିବାକୁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି ଯାହାକି ଈଶ୍ଵର ବିଷୟରେ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବିଷୟରେ ଜାଣିବା ହେତୁ” (ଦେଖନ୍ତୁ: ଅଧିକାର/ଦଖଲ)
Θεοῦ
ଏଠାରେ, ଈଶ୍ଵର * ଈଶ୍ଵର* କିଏ ଏବଂ ସେ ତାହାଙ୍କ ଲୋକମାନଙ୍କଠାରୁ କା’ଣ ଆବଶ୍ୟକ କରନ୍ତି ତାହା ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର କିଏ ଏବଂ ସେ ଯାହା ଆବଶ୍ୟକ କରନ୍ତି ତାହା ଜାଣିବା ହେତୁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 2:20
ποῖον γὰρ κλέος, εἰ ἁμαρτάνοντες καὶ κολαφιζόμενοι ὑπομενεῖτε?
ପିତର ସୂଚନା ମାଗୁନାହାଁନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ବ୍ୟବହାର କରି ଜୋର ଦେଇଛନ୍ତି ଯେ କିଛି ଭୁଲ କରିବା ପାଇଁ ଯନ୍ତ୍ରଣା ବିଷୟରେ ପ୍ରଶଂସନୀୟ କିଛି ନାହିଁ । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ବାକ୍ୟଗତ ପ୍ରଶ୍ନ ବ୍ୟବହାର କରିବ ନାହିଁ, ଆପଣ ଏହି ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “କୌଣସି ଶ୍ରେୟ ନାହିଁ, ଯଦି ପାପ କରି ତୁମ୍ଭେମାନେ ଦୁଃଖ ସହ୍ୟ କରିବ।” (ଦେଖନ୍ତୁ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
κολαφιζόμενοι
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “କେହି ଜଣେ ତୁମ୍ଭମାନଙ୍କୁ ଦୁଃଖ ଦିଏ” କିମ୍ବା “ତୁମ୍ଭମାନଙ୍କର ମାଲିକ ତୁମ୍ଭମାନଙ୍କୁ ପିଟନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἀγαθοποιοῦντες καὶ πάσχοντες
ଏହାର ଅର୍ଥ ହୋଇପାରେ: (୧) କେହି ଜଣେ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ସେହି ବ୍ୟକ୍ତି ଉତ୍ତମ କର୍ମ କରେ । ବିକଳ୍ପ ଅନୁବାଦ: “ଉତ୍ତମ କର୍ମ କରିବା ସତ୍ତ୍ୱେ ଯନ୍ତ୍ରଣା” (୨) କେହି ଜଣେ ପୀଡ଼ିତ, କାରଣ ସେହି ବ୍ୟକ୍ତି ଉତ୍ତମ କର୍ମ କଲେ । ବିକଳ୍ପ ଅନୁବାଦ: “ଉତ୍ତମ କର୍ମ ହେତୁ ଯନ୍ତ୍ରଣା” (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
τοῦτο χάρις παρὰ Θεῷ
ପୂର୍ବ ପଦରେ ଆପଣ କିପରି ସମାନ ବାକ୍ୟାଂଶ ଅନୁବାଦ କଲେ ଦେଖନ୍ତୁ ।
1 Peter 2:21
εἰς τοῦτο
ଏଠାରେ, ଏହା ପୂର୍ବ ପଦର ଶେଷରେ ପିତର ଯାହା କହିଥିଲେ ତାହା ପୁନର୍ବାର ସୂଚାଏ । ଉତ୍ତମ କର୍ମ କରୁଥିବାବେଳେ ଦୁଃଖ ସହିବାକୁ ଈଶ୍ଵରଙ୍କ ଦ୍ୱାରା ବିଶ୍ଵାସୀମାନେ ଡକାଯାଇଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ତୁମ୍ଭେମାନେ ଉତ୍ତମ କର୍ମ କରି ଦୁଃଖଭୋଗ କର” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς τοῦτο…ἐκλήθητε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଏଥିପାଇଁ ଡାକିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐπακολουθήσητε τοῖς ἴχνεσιν αὐτοῦ
ଦୁଃଖ ସହ୍ୟ କରିବା ବିଷୟରେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବାକୁ ପିତର ତାହାଙ୍କ ପାଦଚିହ୍ନ ଅନୁସରଣ ବାକ୍ୟାଂଶକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ହୁଏତ ତାହାଙ୍କ ଆଚରଣକୁ ଅନୁକରଣ କରିପାରିବ” (ଦେଖନ୍ତୁ: ଉପମା/ରୂପକ)
1 Peter 2:22
ὃς ἁμαρτίαν οὐκ ἐποίησεν, οὐδὲ εὑρέθη δόλος ἐν τῷ στόματι αὐτοῦ
ଏହି ପଦଟି [ଯିଶାଇୟ ୫୩: ୯] ର ଏକ ଉଦ୍ଧୃତି ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
οὐδὲ εὑρέθη δόλος ἐν τῷ στόματι αὐτοῦ
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ନା କେହି ତାହାଙ୍କ ମୁଖରେ ପ୍ରତାରଣା ପାଇଲେ ନାହିଁ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
οὐδὲ εὑρέθη δόλος ἐν τῷ στόματι αὐτοῦ
ପିତର ଯିଶାଇୟଙ୍କ ଉଦ୍ଧୃତ ପ୍ରତାରଣା କୁ ସାଙ୍କେତିକ ଭାବରେ ସତେ ଯେପରି ଏହା ଏକ ବସ୍ତୁ ଯାହା କାହାର ମୁଖରୁ ନିର୍ଗତ ହୁଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନା ତାହାଙ୍କ ମୁଖରୁ ପ୍ରତାରଣା ଉତ୍ପନ୍ନ ହୋଇ ନାହିଁ” (ଦେଖନ୍ତୁ: ଉପମା/ରୂପକ)
οὐδὲ εὑρέθη δόλος ἐν τῷ στόματι αὐτοῦ
ପିତର ଯିଶାଇୟଙ୍କୁ ସାଙ୍କେତିକ ଭାବରେ ବର୍ଣ୍ଣନା କରିଛନ୍ତି ଯାହାକି ଖ୍ରୀଷ୍ଟ ତାହାଙ୍କ ମୁଖ ରେ କିଛି କହିବେ, ଯାହା ସେ କିଛି କହିବାକୁ ବ୍ୟବହାର କରିବେ । ଏହି କ୍ଷେତ୍ରରେ ଏହା ଖ୍ରୀଷ୍ଟ ଯାହା କହି ନାହାଁନ୍ତି ସେହି ବିଷୟକୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନା ସେ କିଛି ପ୍ରତାରଣାକାରୀ ବିଷୟ କହି ନାହାଁନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
1 Peter 2:23
ὃς λοιδορούμενος, οὐκ ἀντελοιδόρει
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଅପମାନିତ କରିଥିଲେ, ସେମାନଙ୍କୁ ପୁନର୍ବାର ଅପମାନିତ କରିନଥିଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
παρεδίδου…τῷ κρίνοντι δικαίως
ଏଠାରେ, ଯିଏ ନ୍ୟାୟ ପ୍ରଦାନ କରନ୍ତି ଈଶ୍ଵରଙ୍କୁ ବୁଝାଏ । ଏହାର ଅର୍ଥ ଯେଉଁମାନେ ଯୀଶୁଙ୍କୁ ଅପମାନିତ କରିଥିଲେ ସେମାନଙ୍କୁ ଦଣ୍ଡ ଦେବା ପାଇଁ କିମ୍ବା ସେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଈଶ୍ଵରଙ୍କ ଉପରେ ବିଶ୍ୱାସ କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ନିଜକୁ ଈଶ୍ଵରଙ୍କ ଉପରେ ନ୍ୟସ୍ତ କଲେ, ଯିଏ ନ୍ୟାୟ ପ୍ରଦାନ କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 2:24
ὃς τὰς ἁμαρτίας ἡμῶν αὐτὸς ἀνήνεγκεν
ପିତର ଏଠାରେ ନିଜକୁ ଶବ୍ଦକୁ ବ୍ୟବହାର କରନ୍ତି ଯାହା କେବଳ ଯୀଶୁ ହିଁ ଆମ୍ଭମାନଙ୍କର ପାପ ବହନ କରିଥିଲେ ବୋଲି ଗୁରୁତ୍ଵ ପ୍ରଦାନ କରେ । ଏହି ଗୁରୁତ୍ୱକୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବ୍ୟତୀତ ଅନ୍ୟ କେହି ଆମ୍ଭମାନଙ୍କର ପାପ ବହନ କଲେ ନାହିଁ” କିମ୍ବା “ଯୀଶୁ, ସେହି ବ୍ୟକ୍ତି ଅଟନ୍ତି ଯିଏ ଆମ୍ଭମାନଙ୍କର ପାପ ବହନ କଲେ” (ଦେଖନ୍ତୁ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)
τὰς ἁμαρτίας ἡμῶν…ἀνήνεγκεν ἐν τῷ σώματι αὐτοῦ ἐπὶ τὸ ξύλον
ପିତର ଆମ୍ଭମାନଙ୍କ ପାପ ବହନ କରିଥିଲେ ବାକ୍ୟାଂଶକୁ ସାଙ୍କେତିକ ଭାବରେ ଯୀଶୁଙ୍କୁ ଆମ୍ଭମାନଙ୍କ ପାପ ପାଇଁ ଦଣ୍ଡିତ ହେବା ବିଷୟରେ ସୂଚାଇବା ପାଇଁ ଯେପରି ପାପ ଏକ ବସ୍ତୁ ଯାହାକି ସେ ନିଜ ଶରୀରରେ ବହନ କରିଥିଲେ ବୋଲି ବୁଝାଇବକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବୃକ୍ଷରେ ତାହାଙ୍କ ଶରୀରରେ ଆମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଭୋଗିଲେ” (ଦେଖନ୍ତୁ: ଉପମା/ରୂପକ)
τὸ ξύλον
କାଠରେ ନିର୍ମିତ ଯୀଶୁଙ୍କ କ୍ରୁଶ ବିଷୟରେ ପିତର ସାଙ୍କେତିକ ଭାବରେ ବୃକ୍ଷ ଶବ୍ଦକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ଆପଣ UST ପରି ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ταῖς ἁμαρτίαις ἀπογενόμενοι
ଏଠାରେ, ପାପରେ ମୃତ୍ୟୁବରଣ ବାକ୍ୟାଂଶ ଏକ ରୂପକ ଅଟେ ଯାହାର ଅର୍ଥ ଆଉ ପାପ ଦ୍ୱାରା ନିୟନ୍ତ୍ରିତ ନ ହେବାକୁ ବୁଝାଏ । ଯେପରି ଜଣେ ମୃତ ବ୍ୟକ୍ତି ପାପରୁ ମୁକ୍ତ, କାରଣ ସେମାନେ ଆଉ ଜୀବିତ ନୁହଁନ୍ତି, ତେଣୁ ବିଶ୍ଵାସୀମାନେ ପାପ ବନ୍ଦ କରିବା ପାଇଁ ମୁକ୍ତ ଅଟନ୍ତି କାରଣ ଯୀଶୁ ସେମାନଙ୍କ ପାପ ପାଇଁ ଦଣ୍ଡ ବହନ କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଉ ପାପ ଦ୍ୱାରା ନିୟନ୍ତ୍ରିତ ନୁହଁନ୍ତି” (ଦେଖନ୍ତୁ: ଉପମା/ରୂପକ)
ταῖς ἁμαρτίαις ἀπογενόμενοι
ଏହି ବାକ୍ୟାଂଶ ଏକ ଘଟଣାକୁ ବୁଝାଏ ଯାହା ପରବର୍ତ୍ତୀ ବାକ୍ୟାଂଶର ଘଟଣା ପୂର୍ବରୁ ଘଟିଥାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏକ ପୂର୍ଣ୍ଣ ବାକ୍ୟାଂଶ ବ୍ୟବହାର କରି ଏହି ସମ୍ପର୍କକୁ ଦେଖାଇପାରିବେ । ବିକଳ୍ପ ଅନୁବାଦ: “ପାପରେ ମୃତ୍ୟୁ ହେବାପରେ” (ଦେଖନ୍ତୁ: ସଂଯୋଗ - କ୍ରମିକ ସମୟ ସମ୍ପର୍କ)
τῇ δικαιοσύνῃ ζήσωμεν
ଯେତେବେଳେ ପିତର ଆମ୍ଭେମାନେ କହନ୍ତି, ସେ ନିଜେ ଏବଂ ଖ୍ରୀଷ୍ଟଙ୍କଠାରେ ଥିବା ଅନ୍ୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ତେଣୁ ଆମ୍ଭେମାନେ ସମସ୍ତଙ୍କୁ ବୁଝାଏ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନ ଚିହ୍ନଟ କରିବାକୁ ଆବଶ୍ୟକ କରିପାରେ । (ଦେଖନ୍ତୁ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
οὗ τῷ μώλωπι ἰάθητε
ଏହି ବାକ୍ୟାଂଶଟି [ଯିଶାଇୟ ୫୩: ୫] ର ଏକ ଉଦ୍ଧୃତି ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
οὗ τῷ μώλωπι ἰάθητε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ କ୍ଷତ ଦ୍ୱାରା ତୁମ୍ଭମାନଙ୍କୁ ସୁସ୍ଥ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
οὗ τῷ μώλωπι
ଏଠାରେ, କ୍ଷତ ସାଙ୍କେତିକ ଭାବରେ ଯୀଶୁଙ୍କୁ କ୍ରୁଶରେ ପିଟିପିଟି ହତ୍ୟା କରାଯିବା ସହ ସହିଥିବା ସମସ୍ତ ଯନ୍ତ୍ରଣାକୁ ଦର୍ଶାଏ । ଯଦି ଆପଣଙ୍କ ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାର ଯନ୍ତ୍ରଣା ଏବଂ ମୃତ୍ୟୁ ଦ୍ୱାରା” (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
ἰάθητε
ଏଠାରେ, ସୁସ୍ଥ ଶବ୍ଦର ଅର୍ଥ ହୋଇପାରେ: (୧) ପାପର ଦଣ୍ଡ ଏବଂ ଶକ୍ତିରୁ ମୁକ୍ତ ହେବାକୁ, ଯାହା ଶାରୀରିକ ଆରୋଗ୍ୟକୁ ଅନ୍ତର୍ଭୁକ୍ତ କରିପାରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପର ପ୍ରଭାବରୁ ମୁକ୍ତ ହୋଇଅଛ” (୨) ସେମାନଙ୍କର ପାପ ପାଇଁ କ୍ଷମା କରାଗଲା ଏବଂ ଈଶ୍ଵରଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ କଲା । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ କ୍ଷମା କରାଗଲା” (ଦେଖନ୍ତୁ: ଉପମା/ରୂପକ)
1 Peter 2:25
ἦτε…ὡς πρόβατα πλανώμενοι
ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ପୂର୍ବରୁ ପିତର ତାହାଙ୍କ ପାଠକମାନଙ୍କ ବିଷୟରେ ସାଙ୍କେତିକ ଅର୍ଥରେ କଥାବାର୍ତ୍ତା କରନ୍ତି ଯେପରି ସେମାନେ ଲକ୍ଷ୍ୟହୀନ ଭାବରେ ବୁଲୁଥିବା ହଜିଯାଇଥିବା ମେଷ ପରି ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କୁ ନ ଜାଣି ଲକ୍ଷ୍ୟହୀନ ଜୀବନଯାପନ କରୁଥିଲ” (ଦେଖନ୍ତୁ: ଉପମା)
ἐπεστράφητε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଫେରାଇ ଆଣିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸν ποιμένα καὶ ἐπίσκοπον τῶν ψυχῶν ὑμῶν
ଯୀଶୁଙ୍କୁ ସୂଚାଇବା ପାଇଁ ପିତର ମେଷପାଳକ ଏବଂ ଅଧ୍ୟକ୍ଷ ଶବ୍ଦକୁ ବ୍ୟବହାର କରନ୍ତି । ଯେପରି ଜଣେ ମେଷପାଳକ ନିଜର ମେଷକୁ ସୁରକ୍ଷା ଦିଅନ୍ତି ଏବଂ ଜଣେ ଅଧ୍ୟକ୍ଷ ତାହାଙ୍କ ଶ୍ରମିକମାନଙ୍କର ଯତ୍ନ ନିଅନ୍ତି, ଯୀଶୁ ତାହାଙ୍କ ଉପରେ ବିଶ୍ଵାସ କରୁଥିବା ଲୋକମାନଙ୍କୁ ସୁରକ୍ଷା ଦିଅନ୍ତି ଏବଂ ଯତ୍ନ ନିଅନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭମାନଙ୍କ ପ୍ରାଣର ସୁରକ୍ଷା ଏବଂ ଯତ୍ନ ନିଅନ୍ତି” (ଦେଖନ୍ତୁ: ଉପମା/ରୂପକ)
τῶν ψυχῶν ὑμῶν
ଆପଣ [୧: ୯] ରେ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
1 Peter 3
୧ ପିତର ୩ ସାଧାରଣ ଟିପ୍ପଣୀଗୁଡ଼ିକ
## ଗଠନ ଏବଂ ଆକାର
- ବିଶ୍ଵାସୀମାନେ ଅନ୍ୟ ଲୋକମାନଙ୍କ ପ୍ରତି କିପରି ଆଚରଣ କରିବା ଉଚିତ (୨: ୧୧–୩: ୧୨)
ବିଶ୍ଵାସୀମାନେ କିପରି ଦୁଃଖ ସହିବା ଉଚିତ (୩: ୧୩–୪: ୬)
କେତେକ ଅନୁବାଦଗଣ କବିତାର ପ୍ରତ୍ୟେକ ଧାଡିକୁ ବାକି ପାଠ ଅପେକ୍ଷା ଡାହାଣକୁ ଉଲ୍ଲେଖ କରି ଏହା ବୁଝିବାକୁ ସହଜ କରିଥାନ୍ତି । ପୁରାତନ ନିୟମରୁ [ପଦଗୁଡ଼ିକ ୧୦–୧୨] ରେ ଉଦ୍ଧୃତ ହୋଇଥିବା କବିତା ସହିତ ULT ଏହା କରେ ।
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
“ବନ୍ଦୀରେ ଥିବା ଆତ୍ମା ”
[ପଦ ୧୯] ରେ ଯୀଶୁ ଯାଇ“ କାରାଗାରରେ ଥିବା ଆତ୍ମାମାନଙ୍କୁ” ପ୍ରଚାର କରିଥିଲେ, କିନ୍ତୁ ଯୀଶୁ କ’ଣ ପ୍ରଚାର କରିଥିଲେ କିମ୍ବା ସେହି ଆତ୍ମାମାନେ କିଏ ତାହା ଉଲ୍ଲେଖ କରନ୍ତି ନାହିଁ । [ପଦ ୨୦] ପ୍ରକାଶ କରେ ଯେ ନୋହଙ୍କ ସମୟରେ ଏହି ଆତ୍ମାମାନେ ଈଶ୍ଵରଙ୍କୁ ଅବମାନନା କରିଥିଲେ । ଅନେକ ପଣ୍ଡିତ ଭାବନ୍ତି ଯେ ଏହାର ଅର୍ଥ ନିମ୍ନଲିଖିତ ତିନୋଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ, ଯାହାର ପ୍ରତ୍ୟେକଟି ପଦଗୁଡ଼ିକ [୧୯] ଏବଂ [୨୦] ପାଇଁ ଟିପ୍ପଣୀରେ ଆଲୋଚନା ହେବ । ): (୧) ଆତ୍ମାମାନେ ଭୂତ ଅଟନ୍ତି, ଯେଉଁମାନେ ନୋହଙ୍କ ସମୟରେ କିଛି ମନ୍ଦ କାର୍ଯ୍ୟ କରିଥିଲେ କାରଣ ଈଶ୍ଵରଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ (ଦେଖନ୍ତୁ [୨ ପିତର ୨:୪; [ଯିହୁଦା ୬– ୭]; [ଆଦି ୬: ୧-୪, [ପଦ୧୯] ଏହାର ଅର୍ଥ ସେମାନେ କାରାଗାରରେ ଥିବା ସ୍ଥାନକୁ ଯାଇ ଯୀଶୁଙ୍କୁ କ୍ରୁଶରେ ମୃତ୍ୟୁ ଏବଂ ସ୍ୱର୍ଗକୁ ଫେରିବା ମଧ୍ୟରେ କିଛି ସମୟ ମଧ୍ୟରେ ସେମାନଙ୍କ ବିଜୟ ପ୍ରଚାର କରିଥିଲେ । (2) ଆତ୍ମାମାନେ ପାପୀ ମନୁଷ୍ୟ ଅଟନ୍ତି, ଯେଉଁମାନେ ନୋହଙ୍କ ସମୟରେ ବନ୍ୟା ସମୟରେ ମୃତ୍ୟୁବରଣ କରିଥିଲେ, ଏବଂ କାରାଗାର ମୃତମାନଙ୍କର ସ୍ଥାନ ଅଟେ । [ପଦ ୧ ୧୯] ରେ ଏହାର ଅର୍ଥ ଯୀଶୁ ନର୍କକୁ ଯାଇ ମୃତ୍ୟୁ ଏବଂ ପୁନରୁତ୍ଥାନ ମଧ୍ୟରେ କିଛି ସମୟ ମଧ୍ୟରେ ସେହି ମୃତ ଲୋକମାନଙ୍କୁ ତାହାଙ୍କର ବିଜୟ ଘୋଷଣା କରିଥିଲେ । (୩) ଆତ୍ମାମାନେ ପାପୀ ମନୁଷ୍ୟ ଅଟନ୍ତି, ଯେଉଁମାନେ ନୋହଙ୍କ ସମୟରେ ବନ୍ୟା ସମୟରେ ମୃତ୍ୟୁ ବରଣ କରିଥିଲେ, କିନ୍ତୁ [ପଦ ୧ ୧୯] ଯୀଶୁଙ୍କ ପୂର୍ବ ଅବତାର ରୂପକୁ ପରୋକ୍ଷ ଭାବରେ ସେମାନଙ୍କ ମାଧ୍ୟମରେ ସୁସମାଚାର ପ୍ରଚାର କରିବାକୁ ସୂଚାଏ । ନୋହଙ୍କ ପ୍ରଚାର
“ବାପ୍ତିସ୍ମ ବର୍ତ୍ତମାନ ତୁମ୍ଭମାନଙ୍କୁ ରକ୍ଷା କରେ”
[ପଦ ୨୦] ରେ ପିତର ନୋହ ଏବଂ ତାହାଙ୍କ ପରିବାରକୁ ବନ୍ୟା ପରିସ୍ଥିତିରୁ “ଜଳ ମାଧ୍ୟମରେ” ଉଦ୍ଧାର କରିବାର କାହାଣୀକୁ ସୂଚିତ କରିଛନ୍ତି । ତା’ପରେ [ପଦ ୨୧] ରେ ସେ କହିଥିଲେ ଯେ ବାପ୍ତିସ୍ମ ପାଇଁ ଜଳ ହେଉଛି ଏକ “ଆଣ୍ଟିଟାଇପ୍”, ଯାହା ଏକ ଖ୍ରୀଷ୍ଟିୟାନ ରୀତିନୀତି ଯାହା ଦ୍ୱାରା ଜଣେ ବ୍ୟକ୍ତି ସର୍ବସାଧାରଣ ଭାବରେ ଖ୍ରୀଷ୍ଟିୟାନ ଭାବରେ ପରିଚିତ ଅଟେ । ତା’ପରେ ପିତର ଏକ ବିବୃତ୍ତି ଦେଇଛନ୍ତି ଯେ ବାପ୍ତିସ୍ମ “ବର୍ତ୍ତମାନ ତୁମ୍ଭମାନଙ୍କୁ ରକ୍ଷା କରେ।” ଯେହେତୁ ନୂତନ ନିୟମର ଲେଖକମାନେ ବାରମ୍ବାର କହିଛନ୍ତି ଯେ କେବଳ ଈଶ୍ଵର ଲୋକମାନଙ୍କୁ ଉଦ୍ଧାର କରନ୍ତି ଏବଂ ଉଦ୍ଧାର ହେବା ପାଇଁ କେହି କୌଣସି କାର୍ଯ୍ୟ କରିପାରିବ ନାହିଁ, ପିତରଙ୍କ ବକ୍ତବ୍ୟର ଅର୍ଥ ଜଣେ ବ୍ୟକ୍ତି ବାପ୍ତିଜିତ ହୋଇ ଉଦ୍ଧାର ପାଇପାରିବ ନୁହେଁ । ବରଂ, ପିତର “ବାପ୍ତିସ୍ମ” ଶବ୍ଦକୁ ସାଙ୍କେତିକ ଭାବରେ ଯୀଶୁଙ୍କଠାରେ ଥିବା ବିଶ୍ଵାସକୁ ବ୍ୟବହାର କରିବାକୁ ବ୍ୟବହାର କରନ୍ତି ଯାହାକୁ ସେହି ବ୍ୟକ୍ତି ବାପ୍ତିଜିତ ହେବା ସମୟରେ ଜଣେ ବ୍ୟକ୍ତି ସର୍ବସାଧାରଣରେ ସ୍ୱୀକାର କରେ । ପିତର [ପଦ ୨୧] ରେ ସୂଚାଇ ଦେଇଛନ୍ତି ଯେ ସେ ଜଳ ବାପ୍ତିସ୍ମ ବିଷୟରେ କହୁ ନାହାଁନ୍ତି, ଯାହାକୁ ସେ “ଶରୀରରୁ ମଇଳା ଅପସାରଣ” ଭାବରେ ବର୍ଣ୍ଣନା କରିଛନ୍ତି । ପିତର ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେଉଁ ବାପ୍ତିସ୍ମ ବିଷୟରେ କହୁଛନ୍ତି ତାହା “ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ମାଧ୍ୟମରେ” ହୁଏ, ଅର୍ଥାତ୍ ଜଣେ ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଉଦ୍ଧାର ପାଇଲେ, କାରଣ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିଲେ।
1 Peter 3:1
[ପଦ ୧–୬] ରେ ପିତର ବିଶେଷ ଭାବରେ ପତ୍ନୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ।
τινες ἀπειθοῦσιν τῷ λόγῳ
ଏଠାରେ, ବାକ୍ୟକୁ ଅବମାନନା କରିବା ଦ୍ଵାରା ସୂଚିତ କରୀପାରେ: (୧) ସୁସମାଚାର ବାର୍ତ୍ତାକୁ ବିଶ୍ଵାସ କରିବାକୁ ମନା କରିବା, ଯେପରି [୨: ୮] । ବିକଳ୍ପ ଅନୁବାଦ: “କେତେକ ଯୀଶୁଙ୍କ ବିଷୟରେ ବାର୍ତ୍ତାକୁ ବିଶ୍ଵାସ କରନ୍ତି ନାହିଁ” (୨) ଈଶ୍ଵର ତାହାଙ୍କ ବାକ୍ୟରେ ଦେଇଥିବା ଆଦେଶକୁ ଅବମାନନା କଲେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ ବାକ୍ୟରେ ଯାହା ଆଦେଶ କରନ୍ତି ତାହା ମାନନ୍ତି ନାହିଁ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
κερδηθήσονται
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସେମାନଙ୍କୁ ଜୟ କରିବ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
κερδηθήσονται
ଏଠାରେ, ଜୟ କରିବା ଏକ ରୁଢି ଅଟେ ଯାହାର ଅର୍ଥ ଅବିଶ୍ୱାସୀ ସ୍ୱାମୀମାନେ ଯୀଶୁଙ୍କଠାରେ ବିଶ୍ଵାସୀ ହେବେ । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ରୁଢି ବ୍ୟବହାର କରିପାରିବେ କିମ୍ବା ସରଳ ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ପ୍ରବର୍ତ୍ତିତ ହେବେ” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
ἄνευ λόγου
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କଥା ନ କହି ।” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
ἄνευ λόγου
ଏଠାରେ, କଥା ଯାହାକି ପତ୍ନୀମାନେ ନିଜ ସ୍ୱାମୀମାନଙ୍କୁ ସୁସମାଚାର ବାର୍ତ୍ତା ବିଷୟରେ କହିପାରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସୁସମାଚାର ବିଷୟରେ କୌଣସି କଥା ନ କହି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
1 Peter 3:2
ἐποπτεύσαντες
ଏହି ବାକ୍ୟଟି ଅବିଶ୍ୱାସୀ ସ୍ୱାମୀମାନେ ଯୀଶୁଙ୍କଠାରେ ବିଶ୍ୱାସୀ ହେବାର କାରଣ ଦର୍ଶାଏ । ଏହି ସ୍ୱାମୀମାନେ ବିଶ୍ଵାସୀ ହେଲେ କାରଣ ସେମାନେ ଦେଖିଲେ ଯେ ସେମାନଙ୍କର ପତ୍ନୀମାନେ କିପରି ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ସେମାନେ ଦେଖିଲେ” (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
τὴν ἐν φόβῳ ἁγνὴν ἀναστροφὴν ὑμῶν
ଯଦି ଆପଣଙ୍କର ଭାଷା ଆଚରଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନମ୍ର ଏବଂ ଭୟ ସହିତ ଆଚରଣ କର” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὴν…ἁγνὴν ἀναστροφὴν ὑμῶν
ଏହା ସୂଚାଇପାରେ: (୧) ପତ୍ନୀମାନଙ୍କର ଆନ୍ତରିକ ଏବଂ ସଚ୍ଚୋଟ ଆଚରଣକୁ । ବିକଳ୍ପ ଅନୁବାଦ: “ତୁମର ଆନ୍ତରିକ ଆଚରଣ” (୨) ପତ୍ନୀମାନଙ୍କର ଯୌନ ଶୁଚି ଆଚରଣ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯୌନ ଶୁଚି ଆଚରଣ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 3:3
ὧν
ଏଠାରେ, ଯାହାର ଖ୍ରୀଷ୍ଟିୟାନ ପତ୍ନୀମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର କହୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର” (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
ὧν…κόσμος
ଯଦି ଆପଣଙ୍କର ଭାଷା ଭୂଷଣ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ନିଜକୁ ସଜାଅ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 3:4
ἀλλ’ ὁ κρυπτὸς τῆς καρδίας ἄνθρωπος
ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ପଦକୁ ଏକ ନୂତନ ବାକ୍ୟ ଭାବରେ ଆରମ୍ଭ କରିପାରିବେ । ଯଦି ଆପଣ ତାହା କରନ୍ତି, ତେବେ ଆପଣଙ୍କୁ ପୂର୍ବ ପଦରୁ ବିଷୟ ଏବଂ କ୍ରିୟା ପୁନରାବୃତ୍ତି କରିବାକୁ ପଡିବ । ବିକଳ୍ପ ଅନୁବାଦ: “ବରଂ, ତୁମ୍ଭମାନଙ୍କର ଭୂଷଣ ହୃଦୟର ଅନ୍ତର୍ନିହିତ ବ୍ୟକ୍ତି ହେଉ” (ଦେଖନ୍ତୁ: ସଂଯୋଗ – ବୈପରୀତ୍ୟ ସମ୍ପର୍କ)
ὁ κρυπτὸς τῆς καρδίας ἄνθρωπος
ଏଠାରେ, ଲୁକ୍କାୟିତ ବ୍ୟକ୍ତି ଏବଂ ହୃଦୟ ଉଭୟ ବ୍ୟକ୍ତିର ଚିନ୍ତାଧାରା କିମ୍ବା ଭାବନାକୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଭିତର ସ୍ୱଭାବ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ὁ κρυπτὸς τῆς καρδίας ἄνθρωπος
ଗୁପ୍ତ ସ୍ୱଭାବ ହୃଦୟ ସହ ସମାନ ବିଷୟ ବୋଲି ସୂଚାଇବା ପାଇଁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଲୁକ୍କାୟିତ ବ୍ୟକ୍ତି, ଯାହା ହୃଦୟ” କିମ୍ବା “ଲୁକ୍କାୟିତ ବ୍ୟକ୍ତି, ଅର୍ଥାତ୍ ହୃଦୟ” (ଦେଖନ୍ତୁ: ଅଧିକାର/ଦଖଲ)
ἐν τῷ ἀφθάρτῳ τοῦ πραέως καὶ ἡσυχίου πνεύματος
ଅକ୍ଷୟ ବିଷୟ ଏକ ଭଦ୍ର ଏବଂ ଶାନ୍ତ ଆତ୍ମା ସହ ସମାନ ବିଷୟ ବୋଲି ସୂଚାଇବା ପାଇଁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅକଥନୀୟ ବିଷୟରେ, ଯାହା ଏକ ଭଦ୍ର ଏବଂ ଶାନ୍ତ ଆତ୍ମା” କିମ୍ବା “ଅକ୍ଷୟ ବିଷୟରେ, ଯଥା, ଏକ ଭଦ୍ର ଏବଂ ଶାନ୍ତ ଆତ୍ମା” (ଦେଖନ୍ତୁ: ଅଧିକାର/ଦଖଲ)
τοῦ πραέως καὶ ἡσυχίου πνεύματος
ଏଠାରେ, ଶାନ୍ତ ର ଅର୍ଥ “ଶାନ୍ତିପୂର୍ଣ୍ଣ” କିମ୍ବା “ଶାନ୍ତ” ଅଟେ । ଏହା ଉଚ୍ଚ ସ୍ୱରର ବିପରୀତ ଅର୍ଥ ନୁହେଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଭଦ୍ର ଏବଂ ଶାନ୍ତିପୂର୍ଣ୍ଣ ଆତ୍ମା” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
τοῦ πραέως καὶ ἡσυχίου πνεύματος
ଏଠାରେ, ଆତ୍ମା ଜଣେ ବ୍ୟକ୍ତିର ମନୋଭାବ କିମ୍ବା ସ୍ୱଭାବକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଭଦ୍ର ଏବଂ ଶାନ୍ତ ମନୋଭାବର ।” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ὅ ἐστιν ἐνώπιον τοῦ Θεοῦ πολυτελές
ପିତର ସାଙ୍କେତିକ ଭାବରେ ଈଶ୍ଵରଙ୍କ ମତକୁ ସୂଚିତ କରନ୍ତି ଯେପରି ଏହା ତାହାଙ୍କ ସାମ୍ନାରେ ଠିଆ ହୋଇଥିବା ବ୍ୟକ୍ତି ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ଅତ୍ୟନ୍ତ ମୂଲ୍ୟବାନ ବୋଲି ବିବେଚନା କରନ୍ତି” (ଦେଖନ୍ତୁ: ଉପମା/ରୂପକ)
1 Peter 3:5
ἐκόσμουν ἑαυτάς
ପିତର ପବିତ୍ର ସ୍ତ୍ରୀମାନଙ୍କ ମନୋଭାବ ବିଷୟରେ ସାଙ୍କେତିକ ଭାବରେ କଥାବାର୍ତ୍ତା କରନ୍ତି ଯେପରି ଏହା ଏପରି କିଛି ଯାହା ସହ ସେମାନେ ନିଜକୁ ସଜାଇ ଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ସୁନ୍ଦର କଲେ” (ଦେଖନ୍ତୁ: ଉପମା/ରୂପକ)
ὑποτασσόμεναι τοῖς ἰδίοις ἀνδράσιν
ଆପଣ କିପରି ସମାନ ବାକ୍ୟାଂଶକୁ [ପଦ ୧] ରେ ଅନୁବାଦ କରିଛନ୍ତି, ଦେଖନ୍ତୁ ।
1 Peter 3:6
Σάρρα…τῷ Ἀβραάμ
ସାରା ଜଣେ ସ୍ତ୍ରୀଙ୍କ ନାମ ଅଟେ ଏବଂ ଅବ୍ରହାମ ତାହାଙ୍କ ସ୍ୱାମୀଙ୍କ ନାମ ଅଟେ । (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ἧς ἐγενήθητε τέκνα
ପିତର ଏଠାରେ ଏକ ଏବ୍ରୀ ରୁଢି ବ୍ୟବହାର କରନ୍ତି ଯେଉଁଥିରେ ଲୋକମାନେ ସନ୍ତାନ ବୋଲି କୁହାଯାଆନ୍ତି, ଯାହାର ଗୁଣ ସେମାନଙ୍କ ସହ ସମାନ ଅଟେ । ଯେଉଁ ସ୍ତ୍ରୀମାନେ ବିଶ୍ଵାସ କରନ୍ତି ଏବଂ ସାରାଙ୍କ ପରି ଅଭିନୟ କରନ୍ତି ସେମାନେ ଭାବନ୍ତି ଯେପରି ସେମାନେ ତାହାଙ୍କର ପ୍ରକୃତ ସନ୍ତାନ ଅଟନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତା’ର ସନ୍ତାନ ପରି ସମାନ ଅଟ” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
μὴ φοβούμεναι μηδεμίαν πτόησιν
କାହାକୁ ଭୟ ନକରିବା ବାକ୍ୟାଂଶଟି ଗ୍ରୀକ୍ ଭାଷାରେ ଦୁଇଟି ନକାରାତ୍ମକ ଶବ୍ଦକୁ ଅନୁବାଦ କରେ । ବିଶ୍ଵାସୀ ସ୍ତ୍ରୀମାନେ ଆଦୌ ଭୟ କରିବା ଉଚିତ୍ ନୁହେଁ ବୋଲି ଜୋର ଦେବା ପାଇଁ ପିତର ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ଦୁଇଟି ନକାରାତ୍ମକ ବ୍ୟବହାରକୁ ଏକତ୍ର ଗୁରୁତ୍ୱ ଦେବା ପାଇଁ ପରସ୍ପରକୁ ବାତିଲ ନକରି ଏକ ସକାରାତ୍ମକ ଅର୍ଥ ସୃଷ୍ଟି କରିପାରିବ, ତେବେ ସେହି ଗଠନକୁ ଏଠାରେ ବ୍ୟବହାର କରିବା ଉପଯୁକ୍ତ ହେବ । (ଦେଖନ୍ତୁ: ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Peter 3:7
ଏହି ପଦରେ ପିତର ସ୍ଵତନ୍ତ୍ର ଭାବରେ ପୁରୁଷମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ।
συνοικοῦντες…τῷ γυναικείῳ
ଏଠାରେ, ସ୍ତ୍ରୀ ସେହି ପୁରୁଷମାନଙ୍କ ପତ୍ନୀମାନଙ୍କୁ ବୁଝାଏ ଯାହାଙ୍କୁ ପିତର ଲେଖୁଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ମହିଳାଙ୍କୁ ନୁହେଁ । ଯଦି ଏହା ଆପଣଙ୍କ ଭାଷାରେ ବୁଝା ନ ପଢ଼େ , ତେବେ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ ସ୍ତ୍ରୀମାନଙ୍କୁ ତୁମ୍ଭେମାନେ ବିବାହ କରିଛ ସେମାନଙ୍କ ସହିତ ରୁହ” (ଦେଖନ୍ତୁ: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକ)
κατὰ γνῶσιν
ଯଦି ଆପଣଙ୍କର ଭାଷା ଜ୍ଞାନ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଜ୍ଞାନପୂର୍ଣ୍ଣ ଉପାୟରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ὡς ἀσθενεστέρῳ σκεύει
ଏଠାରେ ପିତର ସ୍ତ୍ରୀମାନଙ୍କୁ ସାଙ୍କେତିକ ଭାବରେ ସୂଚିତ କରନ୍ତି ଯେପରି ସେମାନେ ଦୁର୍ବଳ ପାତ୍ର ଅଟନ୍ତି । ପାତ୍ର ଶବ୍ଦ ଏକ ଶବ୍ଦ ଯାହା ବାଇବଲରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସୂଚାଇବା ପାଇଁ ବ୍ୟବହୃତ ([ପ୍ରେରିତ ୯:୧୫]) । ଯେପରି ମାଟି ହାଣ୍ଡି ସହଜରେ ଭାଙ୍ଗିପାରେ, ମନୁଷ୍ୟ ମଧ୍ୟ ସେହିପରି ଦୁର୍ବଳ ଅଟେ । ଏଠାରେ ପିତର ବିଶେଷ ଭାବରେ ସ୍ତ୍ରୀମାନଙ୍କୁ ଦୁର୍ବଳ ପାତ୍ର ବୋଲି କହନ୍ତି କାରଣ ସ୍ତ୍ରୀମାନେ ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ଶାରୀରିକ ଭାବରେ ଦୁର୍ବଳ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭମାନଙ୍କଠାରୁ ଦୁର୍ବଳ, ସେହିପରି” (ଦେଖନ୍ତୁ: ଉପମା/ରୂପକ)
ἀπονέμοντες τιμήν ὡς καὶ συνκληρονόμοις χάριτος ζωῆς
ଯଦି ଆପଣଙ୍କର ଭାଷା ସମ୍ମାନ ଏବଂ ଉତ୍ତରାଧିକାରୀ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କୁ ମଧ୍ୟ ସମ୍ମାନ ଦିଅ, ଯେଉଁମାନେ ତୁମ୍ଭମାନଙ୍କ ସହ ଜୀବନର ଅନୁଗ୍ରହ ପାଇବେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
συνκληρονόμοις χάριτος ζωῆς
ପିତର ଜୀବନର ଅନୁଗ୍ରହ ବିଷୟରେ ବର୍ଣ୍ଣନା କରନ୍ତି ଯେପରି ଏହା କୌଣସି ବିଷୟ ଅଟେ ଯାହାକୁ ଲୋକମାନେ ଉତ୍ତରାଧିକାରୀ କରନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ନମୁନା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଏକତ୍ର ଜୀବନର ଅନୁଗ୍ରହ ଅନୁଭବ କରିବେ” (ଦେଖନ୍ତୁ: ଉପମା/ରୂପକ)
χάριτος ζωῆς
ଅନୁଗ୍ରହ ଯାହା ଜୀବନ ବର୍ଣ୍ଣନା କରିବାକୁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି । ଅନୁଗ୍ରହ ଏକ ଦୟାଳୁ ଉପହାରକୁ ଏବଂ ଜୀବନ ଅନନ୍ତ ଜୀବନ କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୟାଳୁ ଉପହାରର ଅର୍ଥାତ୍ ଅନନ୍ତ ଜୀବନ” (ଦେଖନ୍ତୁ: ଅଧିକାର/ଦଖଲ)
εἰς τὸ μὴ ἐνκόπτεσθαι τὰς προσευχὰς ὑμῶν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହାଫଳରେ ତୁମ୍ଭମାନଙ୍କ ପ୍ରାର୍ଥନାରେ କିଛି ବାଧା ଦେବ ନାହିଁ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 3:8
[ପଦ ୮–୧୨] ରେ ପିତର ସମସ୍ତ ବିଶ୍ଵାସୀମାନଙ୍କୁ ନିର୍ଦ୍ଦେଶ ଲେଖନ୍ତି ।
ὁμόφρονες
ବିକଳ୍ପ ଅନୁବାଦ: “ସମାନ ମତ ରଖ ଏବଂ ହୁଅ” କିମ୍ବା “ସମାନ ମନୋଭାବ ରଖ ଏବଂ ହୁଅ” ।
φιλάδελφοι
ଯଦିଓ ଭାଇ ପୁରୁଷବାଚକ ଶବ୍ଦ ଅଟେ, ପିତର ବିଶ୍ଵାସୀମାନଙ୍କ ପାଇଁ ଥିବା ପ୍ରେମକୁ ଏକ ସାଧାରଣ ଅର୍ଥରେ ଭାଇ ଭାବରେ ପ୍ରେମ କରିବା ବାକ୍ୟାଂଶକୁ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀ ଭାବରେ ପ୍ରେମ କର” (ଦେଖନ୍ତୁ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)
1 Peter 3:9
μὴ ἀποδιδόντες κακὸν ἀντὶ κακοῦ, ἢ λοιδορίαν ἀντὶ λοιδορίας
ଅନ୍ୟ ଜଣଙ୍କର କାର୍ଯ୍ୟକଳାପର ପ୍ରତିକ୍ରିୟାକୁ ସୂଚାଇବା ପାଇଁ ପିତର ସାଙ୍କେତିକ ଭାବରେ ଫେରସ୍ତ ବାକ୍ୟାଂଶ ବ୍ୟବହାର କରନ୍ତି ଯେପରି ସେହି କାର୍ଯ୍ୟ ପାଇଁ ସେହି ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତି ମନ୍ଦ କାର୍ଯ୍ୟ କରୁଥିବା କିମ୍ବା ତୁମ୍ଭମାନଙ୍କୁ ଅପମାନ କରୁଥିବା ବ୍ୟକ୍ତିକୁ ଅପମାନ କର ନାହିଁ” (ଦେଖନ୍ତୁ: ଉପମା/ରୂପକ)
εὐλογοῦντες
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପୂର୍ବରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ କରନ୍ତି କିମ୍ବା ତୁମ୍ଭମାନଙ୍କୁ ଅପମାନ କରନ୍ତି ସେମାନଙ୍କୁ ଆଶୀର୍ବାଦ କର” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
εἰς τοῦτο ἐκλήθητε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଏଥିପାଇଁ ଡାକିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς τοῦτο ἐκλήθητε, ἵνα
ଏଠାରେ, ଏହି ସୂଚାଇପାରେ: (୧) ଆଶୀର୍ବାଦ ଏହି ପଦ ପୂର୍ବରୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଆଶୀର୍ବାଦ କରିବାକୁ ଡକାଯାଇଛି ଯେପରି” (୨) * ଆଶୀର୍ବାଦକୁ ଅଧିକାର କରିବାକୁ* ପରବର୍ତ୍ତୀ ପଦରେ “ଏଥି ନିମନ୍ତେ ତୁମ୍ଭେମାନେ ଡକାଯାଇଅଛ ଯେପରି** (ଦେଖନ୍ତୁ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἵνα εὐλογίαν κληρονομήσητε
ଈଶ୍ଵରଙ୍କ ଆଶୀର୍ବାଦ ଅନୁଭବ କରିବା ବିଷୟରେ ପିତର କଥାବାର୍ତ୍ତା କରନ୍ତି ଯେପରି ଜଣେ ଉତ୍ତରାଧିକାରୀ ଏହାକୁ ଗ୍ରହଣ କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାଫଳରେ ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ଥାୟୀ ସମ୍ପତ୍ତି ଭାବରେ ଈଶ୍ଵରଙ୍କ ଆଶୀର୍ବାଦ ଅନୁଭବ କରିପାରିବ” (ଦେଖନ୍ତୁ: ଉପମା/ରୂପକ)
1 Peter 3:10
γὰρ
ପାଇଁ ଏଠାରେ ପୁରାତନ ନିୟମ ([ଗୀତସଂହିତା ୩୪: ୧୨-୧୬]) ରୁ ଏକ ଉଦ୍ଧୃତି ଉପସ୍ଥାପନ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଏହା ଯେପରି ଦାଉଦ ଶାସ୍ତ୍ରରେ ଲେଖିଛନ୍ତି” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
ὁ…θέλων ζωὴν ἀγαπᾶν, καὶ ἰδεῖν ἡμέρας ἀγαθὰς, παυσάτω
ଏହି ବାକ୍ୟାଂଶଠାରୁ ଆରମ୍ଭ କରି [ପଦ ୧୨] ର ଶେଷ ପର୍ଯ୍ୟନ୍ତ, ପିତର [ଗୀତସଂହିତା ୩୪: ୧୨-୧୬] ରୁ ଉଦ୍ଧୃତ କରିଛନ୍ତି । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
ὁ…θέλων ζωὴν ἀγαπᾶν, καὶ ἰδεῖν ἡμέρας ἀγαθὰς
ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ ଏବଂ ଉତ୍ତମ ଜୀବନ ପାଇବାକୁ ଇଚ୍ଛାକୁ ଗୁରୁତ୍ୱ ଦେଇଥାଏ । ଯଦି ସମାନ ବିଷୟକୁ ଦୁଇଥର କହିବା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ଆପଣ ବାକ୍ୟାଂଶଗୁଡ଼ିକୁ ଏକତ୍ର ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ପ୍ରକୃତରେ ଉତ୍ତମ ଜୀବନ ପାଇବାକୁ ଚାହୁଁଛି” (ଦେଖନ୍ତୁ: ସମାନ୍ତରତାସୂଚକ)
ἰδεῖν ἡμέρας ἀγαθὰς
ପିତର ଦାଉଦଙ୍କ ଉଦ୍ଧୃତ ଭାବରେ ଏକ ଉତ୍ତମ ଜୀବନଯାପନ ଅନୁଭବ କରିବାର ଉତ୍ତମ ଦିନ ଦେଖିବେ ବୋଲି କହିଥଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଉତ୍ତମ ଜୀବନକାଳ ଅନୁଭବ କରିବାକୁ” (ଦେଖନ୍ତୁ: ଉପମା/ରୂପକ)
τὴν γλῶσσαν ἀπὸ κακοῦ, καὶ χείλη τοῦ μὴ λαλῆσαι δόλον
ଏଠାରେ କଥାବାର୍ତ୍ତା କରୁଥିବା ବ୍ୟକ୍ତିକୁ ସୂଚାଇବା ପାଇଁ ପିତର ଦାଉଦଙ୍କୁ ଜିହ୍ୱା ଏବଂ ଓଷ୍ଠା ଶବ୍ଦ ବ୍ୟବହାର କରି ଉଦ୍ଧୃତ କରିଛନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଆପଣଙ୍କର ସଂସ୍କୃତି କିମ୍ବା ସରଳ ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜେ ମନ୍ଦ କଥା କହିବା ଏବଂ ପ୍ରତାରଣା କରିବା” (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
τὴν γλῶσσαν ἀπὸ κακοῦ, καὶ χείλη τοῦ μὴ λαλῆσαι δόλον
ଯଦି ଆପଣଙ୍କର ଭାଷା ମନ୍ଦ ଏବଂ ପ୍ରତାରଣା ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ କଥା କହିବାଠାରୁ ଜିହ୍ୱା ଏବଂ ପ୍ରତାରଣାକାରୀ କଥା କହିବାଠାରୁ ଓଷ୍ଠା” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 3:11
ἐκκλινάτω…ἀπὸ κακοῦ
ଏଠାରେ, ଠାରୁ ଦୂରେଇ ରୁହ ବାକ୍ୟାଂଶ ଏକ ରୂପକ ଅଟେ ଯାହାର ଅର୍ଥ କିଛି କରିବା ଠାରୁ ଦୂରେଇ ରହିବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କୁ ମନ୍ଦ କାର୍ଯ୍ୟରୁ ଦୂରେଇ ରଖନ୍ତୁ” (ଦେଖନ୍ତୁ: ଉପମା/ରୂପକ)
ζητησάτω εἰρήνην καὶ διωξάτω αὐτήν
ଶାନ୍ତି ଅନ୍ୱେଷଣ ଏବଂ ଏହାକୁ ଅନ୍ୱେଷଣ କର ବାକ୍ୟାଂଶର ଅର୍ଥ ସମାନ ଅଟେ । ଏହି ପୁନରାବୃତ୍ତି ଅନ୍ୟ ଲୋକମାନଙ୍କ ସହ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବାର ଗୁରୁତ୍ୱକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହୃତ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କୁ ଆନ୍ତରିକତାର ସହ ଶାନ୍ତି ଅନୁସରଣ କରିବାକୁ ଦିଅ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ζητησάτω εἰρήνην
ଏଠାରେ, ଶାନ୍ତି ଲୋକମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଅନ୍ୟମାନଙ୍କ ସହ ଶାନ୍ତିରେ ବଞ୍ଚିବାକୁ ଚେଷ୍ଟା କରୁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 3:12
ὀφθαλμοὶ Κυρίου ἐπὶ δικαίους
ଏଠାରେ, ଦୃଷ୍ଟି ଅଛି ଉପରେ କେହି ଜଣେ ରୁଢି ଅଟେ ଯାହା ଈଶ୍ଵରଙ୍କୁ ସେହି ବ୍ୟକ୍ତିଙ୍କ ଯତ୍ନ ନେଇ କାହା ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଆପଣଙ୍କ ଭାଷାରେ ସମାନ ରୁଢି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ସ୍ନେହପୂର୍ଣ୍ଣ ଭାବରେ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
ὦτα αὐτοῦ εἰς δέησιν αὐτῶν
ଏଠାରେ, କର୍ଣ୍ଣ * କାହାର ଅନୁରୋଧ ପ୍ରତି ଏକ ରୁଢି ଅଟେ ଯାହା ସେହି ବ୍ୟକ୍ତିଙ୍କ ଅନୁରୋଧ ଶୁଣୁଥିବା ଈଶ୍ଵରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଆପଣଙ୍କ ଭାଷାରେ ସମାନ ରୁଢି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କ ଅନୁରୋଧ ଶୁଣନ୍ତି” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
ὦτα αὐτοῦ εἰς δέησιν αὐτῶν
ପ୍ରଭୁ ଧାର୍ମିକ ଲୋକମାନଙ୍କର ଅନୁରୋଧ ଶୁଣନ୍ତି ବୋଲି ଧାରଣା ମଧ୍ୟ ଦର୍ଶାଏ ଯେ ସେ ସେହି ଅନୁରୋଧଗୁଡ଼ିକର ଉତ୍ତର ଦିଅନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ସେମାନଙ୍କର ଅନୁରୋଧ ଶୁଣନ୍ତି ଏବଂ ପ୍ରଦାନ କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
δέησιν αὐτῶν
ଏଠାରେ, ଅନୁରୋଧ ସାଧାରଣ ଅନୁରୋଧକୁ ବୁଝାଏ , ଗୋଟିଏ ନିର୍ଦ୍ଦିଷ୍ଟ ଅନୁରୋଧ କୁ ନୁହେଁ । ଯଦି ଏହା ଆପଣଙ୍କ ଭାଷାରେ ବୁଝା ନ ପଢ଼େ , ତେବେ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେମାନଙ୍କର ଅନୁରୋଧ” (ଦେଖନ୍ତୁ: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକ)
πρόσωπον δὲ Κυρίου ἐπὶ
ଏଠାରେ, ମୁଖ ସାଙ୍କେତିକ ଭାବରେ ପ୍ରଭୁଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ପ୍ରଭୁ ପ୍ରତିକୂଳ ଅଟନ୍ତି” (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
πρόσωπον δὲ Κυρίου ἐπὶ
ଏଠାରେ, ମୁଖ ପ୍ରତିକୂଳ ହେବା ରୁଢି ଅଟେ ଯାହାକି ଅନ୍ୟ ଜଣକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଆପଣଙ୍କ ଭାଷାରେ ସମାନ ରୁଢି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ପ୍ରଭୁ ବିରୋଧ କରନ୍ତି” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
ποιοῦντας κακά
ଏହି ବାକ୍ୟାଂଶ ପରେ, ପିତର ମଧ୍ୟ ଗୀତସଂହିତା ପୁସ୍ତକରୁ ତାହାଙ୍କର ଉଦ୍ଧୃତି ସମାପ୍ତ କରିଛନ୍ତି । ଯଦି ଆପଣ ଏହାକୁ ଏକ ଉଦ୍ଧୃତି ଭାବରେ ଚିହ୍ନିତ କରିବାକୁ [ପଦ ୧୦] ରେ ସ୍ଥିର କରିଛନ୍ତି, ସୂଚାଇ ଦିଅନ୍ତୁ ଯେ ଏକ ବିରାମର ସମାପ୍ତିକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ, ଏଠାରେ ସମାପ୍ତ ହେବ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
1 Peter 3:13
[ପଦ ୧୩-୨୨] ରେ ଅବିଶ୍ୱାସୀମାନେ ସେମାନଙ୍କୁ ନିର୍ଯାତନା ଦେବାବେଳେ ପିତର ବିଶ୍ଵାସୀମାନଙ୍କୁ ବ୍ୟବହାର କରିବାକୁ ଶିଖାନ୍ତି ।
τίς ὁ κακώσων ὑμᾶς, ἐὰν τοῦ ἀγαθοῦ ζηλωταὶ γένησθε?
ପିତର ସୂଚନା ମାଗୁନାହାଁନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ବ୍ୟବହାର କରି ଜୋର ଦେବା ପାଇଁ କହିଛନ୍ତି ଯେ ଉତ୍ତମ କର୍ମ କଲେ କେହି ସେମାନଙ୍କୁ କ୍ଷତି ପହଞ୍ଚାଇବା ସମ୍ଭବ ନୁହେଁ। ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଉତ୍ତମ ବିଷୟର ଉତ୍ସାହୀ ହୁଅ ତେବେ କେହି ତୁମ୍ଭମାନଙ୍କର କ୍ଷତି କରିବେ ନାହିଁ” (ଦେଖନ୍ତୁ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τοῦ ἀγαθοῦ ζηλωταὶ
ଉତ୍ତମ କର୍ମ କରିବା ବିଷୟରେ ଉତ୍ସାହୀ ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତମ କର୍ମ କରିବାକୁ ଆଗ୍ରହୀ” (ଦେଖନ୍ତୁ: ଅଧିକାର/ଦଖଲ)
1 Peter 3:14
πάσχοιτε διὰ δικαιοσύνην
ଯଦି ଆପଣଙ୍କ ଭାଷା ଧାର୍ମିକତା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କଷ୍ଟ ପାଇବ କାରଣ ତୁମ୍ଭେମାନେ ଉତ୍ତମ କରମ କର” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
μακάριοι
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸν δὲ φόβον αὐτῶν, μὴ φοβηθῆτε μηδὲ ταραχθῆτε
ଏହି ବାକ୍ୟଟି [ଯିଶାଇୟ ୮:୧୨] ଉଦ୍ଧରଣ ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
τὸν δὲ φόβον αὐτῶν, μὴ φοβηθῆτε μηδὲ ταραχθῆτε
ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ବିଶ୍ଵାସୀମାନେ ସେମାନଙ୍କୁ ନିର୍ଯାତନା ଦେଉଥିବା ଲୋକମାନଙ୍କୁ ଭୟ କରିବା ଉଚିତ୍ ନୁହେଁ ବୋଲି ଜୋର ଦେବା ପାଇଁ ପିତର ସମାନ ଧାରଣା ଦୁଇଥର ବ୍ୟବହାର କରନ୍ତି । ଯଦି ସମାନ ବିଷୟକୁ ଦୁଇଥର କହିବା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ଆପଣ ବାକ୍ୟାଂଶଗୁଡ଼ିକୁ ଏକତ୍ର କରି ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଲୋକମାନେ ତୁମ୍ଭମାନଙ୍କ ପ୍ରତି କ’ଣ କରିପାରନ୍ତି ସେଥିପ୍ରତି ତୁମ୍ଭେମାନେ ଆଦୌ ଭୟ କରିବା ଉଚିତ୍ ନୁହେଁ” (ଦେଖନ୍ତୁ: ସମାନ୍ତରତାସୂଚକ)
τὸν…φόβον αὐτῶν, μὴ φοβηθῆτε
ଏହା ସୂଚାଇପାରେ: (୧) ଅବିଶ୍ୱାସୀମାନଙ୍କ ଭୟ । ବିକଳ୍ପ ଅନୁବାଦ: “ସେମାନେ ଯାହା ଭୟ କରନ୍ତି ତୁମ୍ଭେମାନେ ଭୟ କରିବା ଉଚିତ୍ ନୁହେଁ” କିମ୍ବା “ତୁମ୍ଭେମାନେ ସମାନ ବିଷୟକୁ ଭୟ କରିବା ଉଚିତ୍ ନୁହେଁ ଯାହା ସେମାନେ ଭୟ କରନ୍ତି” (୨) ଧାର୍ମିକ ଲୋକମାନେ ଅବିଶ୍ୱାସୀମାନଙ୍କ ପାଇଁ ଭୟ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସେମାନଙ୍କୁ ଭୟ କରିବା ଉଚିତ୍ ନୁହେଁ” (ଦେଖନ୍ତୁ: ଅଧିକାର/ଦଖଲ)
1 Peter 3:15
Κύριον…τὸν Χριστὸν ἁγιάσατε ἐν ταῖς καρδίαις ὑμῶν
ଖ୍ରୀଷ୍ଟଙ୍କ ପବିତ୍ରତାକୁ ସ୍ୱୀକାର କରିବାକୁ ପିତର ସାଙ୍କେତିକ ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ପବିତ୍ର କରନ୍ତି ବାକ୍ୟାଂଶ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ହୃଦୟରେ ସ୍ୱୀକାର କର ଯେ ପ୍ରଭୁ ଖ୍ରୀଷ୍ଟ ପବିତ୍ର ଅଟନ୍ତି” (ଦେଖନ୍ତୁ: ଉପମା/ରୂପକ)
ἐν ταῖς καρδίαις ὑμῶν
ଏଠାରେ, ହୃଦୟ ପିତରଙ୍କ ପାଠକମାନଙ୍କ ଭାବନାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନରେ” କିମ୍ବା “ନିଜ ଭିତରେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
πρὸς ἀπολογίαν
ଯଦି ଆପଣଙ୍କର ଭାଷା ପ୍ରତିରକ୍ଷା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ୱାସକୁ ରକ୍ଷା କରିବାକୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῷ αἰτοῦντι ὑμᾶς λόγον
ଏଠାରେ କଥିତ ଏକ ଉତ୍ତର କିମ୍ବା ବ୍ୟାଖ୍ୟାକୁ ସୂଚାଇବା ପାଇଁ ପିତର ସାଙ୍କେତିକ ଭାବରେ ବାକ୍ୟ ଶବ୍ଦ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭମାନଙ୍କୁ ଏକ ବିବୃତ୍ତି ମାଗନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
περὶ τῆς ἐν ὑμῖν ἐλπίδος
ପିତର ଆଶା ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ଏହା କୌଣସି ବିଷୟ ଅଟେ ଯାହା ଜଣେ ବ୍ୟକ୍ତିଙ୍କ ଭିତରେ ହୋଇପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଆଶା ବିଷୟରେ” କିମ୍ବା “ତୁମ୍ଭର ଆଶା ବିଷୟରେ” (ଦେଖନ୍ତୁ: ଉପମା/ରୂପକ)
1 Peter 3:16
μετὰ πραΰτητος καὶ φόβου
ଯଦି ଆପଣଙ୍କ ଭାଷା ନମ୍ରତା ଏବଂ ଭୟ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନମ୍ର ଏବଂ ଭୟଭୀତ ହୋଇ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
συνείδησιν ἔχοντες ἀγαθήν
ଏହି ବାକ୍ୟାଂଶଟି କୌଣସି ପାପପୂର୍ଣ୍ଣ କାର୍ଯ୍ୟ ନ କରିବା ଜଣେ ବ୍ୟକ୍ତିର ଉତ୍ତମ ବିବେକ ନ ଥିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିଛି ଭୁଲ୍ କରୁନାହିଁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἵνα ἐν ᾧ καταλαλεῖσθε, καταισχυνθῶσιν, οἱ ἐπηρεάζοντες ὑμῶν τὴν ἀγαθὴν ἐν Χριστῷ ἀναστροφήν
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହି ଧାରାଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଉତ୍ତମ ଆଚରଣକୁ ଅପମାନ କରୁଛନ୍ତି, ସେମାନେ ତୁମ୍ଭମାନଙ୍କୁ କାହିଁକି ଅପମାନିତ କରୁଛନ୍ତି ସେଥିପାଇଁ ଲଜ୍ଜିତ ହୋଇପାରନ୍ତି” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
καταλαλεῖσθε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କୁ ଅପମାନ କରୁଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὑμῶν τὴν ἀγαθὴν ἐν Χριστῷ ἀναστροφήν
ଏଠାରେ, ଖ୍ରୀଷ୍ଟଙ୍କଠାରେ ଖ୍ରୀଷ୍ଟିୟାନ ହେବା ବିଷୟରେ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟିୟାନ ଭାବରେ ତୁମ୍ଭମାନଙ୍କ ଉତ୍ତମ ଆଚରଣ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
καταισχυνθῶσιν, οἱ ἐπηρεάζοντες ὑμῶν τὴν ἀγαθὴν ἐν Χριστῷ ἀναστροφήν
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଉତ୍ତମ ଆଚରଣକୁ ଅପମାନ କରେ, ଈଶ୍ଵର ସେମାନଙ୍କୁ ଲଜ୍ଜିତ କରିପାରନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 3:17
ἀγαθοποιοῦντας…κακοποιοῦντας
ଏହି ଦୁଇଟି ବାକ୍ୟାଂଶ ଦୁଃଖର ଦୁଇଟି ଭିନ୍ନ କାରଣ ଦର୍ଶାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତମ କର୍ମ ହେତୁ… ମନ୍ଦ କାର୍ଯ୍ୟ ହେତୁ” (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
εἰ θέλοι τὸ θέλημα τοῦ Θεοῦ
ପିତର ଈଶ୍ଵରଙ୍କ ଇଚ୍ଛା ସାଙ୍କେତିକ ଭାବରେ ଈଶ୍ଵରଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଈଶ୍ଵର ଚାହାଁନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
1 Peter 3:18
περὶ ἁμαρτιῶν
ଏଠାରେ, ପାପ ଯୀଶୁଙ୍କ ବ୍ୟତୀତ ଅନ୍ୟ ଲୋକଙ୍କମାନ ପାପ କୁ ବୁଝାଏ, କାରଣ ଯୀଶୁ କଦାପି ପାପ କରିନଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କ ପାପ ପାଇଁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
θανατωθεὶς…σαρκὶ
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଲୋକମାନେ ତାହାଙ୍କୁ ଶରୀରରେ ହତ୍ୟା କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
θανατωθεὶς…σαρκὶ
ଏଠାରେ, ଶରୀର ଖ୍ରୀଷ୍ଟଙ୍କ ଶରୀରକୁ ବୁଝାଏ , ଯାହା ଶରୀର ଅଟେ । ଖ୍ରୀଷ୍ଟଙ୍କ ଶରୀରକୁ ହତ୍ୟା କରାଯାଇଥିଲା ବୋଲି ପିତର କହନ୍ତି। ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶାରୀରିକ ଭାବରେ ହତ୍ୟା କରାଯାଇଛି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ζῳοποιηθεὶς…πνεύματι
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମା ତାହାଙ୍କୁ ଜୀବିତ କରିଛନ୍ତି” କିମ୍ବା “ଈଶ୍ଵର ତାହାଙ୍କୁ ଆତ୍ମାରେ ଜୀବିତ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ζῳοποιηθεὶς…πνεύματι
ଏଠାରେ, * ଆତ୍ମା * କୁ ସୂଚାଇପାରେ: (୧) ପବିତ୍ର ଆତ୍ମା, ଯେଉଁ କ୍ଷେତ୍ରରେ ଏହି ବାକ୍ୟଟି ଯୀଶୁଙ୍କ ଦ୍ୱାରା ଜୀବିତ ଥିବା ଉପାୟକୁ ସୂଚିତ କରିବ । ବିକଳ୍ପ ଅନୁବାଦ: “ତାହାଙ୍କୁ ଆତ୍ମା ଦ୍ୱାରା ଜୀବିତ କରାଗଲା” (୨) ଯୀଶୁଙ୍କ ଆତ୍ମିକ ଅସ୍ତିତ୍ୱ, ଯେଉଁ କ୍ଷେତ୍ରରେ ଏହି ବାକ୍ୟଟି ଆତ୍ମିକ କ୍ଷେତ୍ରକୁ ସୂଚାଇବ ଯାହା ଶାରୀରିକ କ୍ଷେତ୍ରରେ “ଶରୀରରେ” ବାକ୍ୟ ସହିତ ଦର୍ଶାଯାଇଥାଏ ।” ବିକଳ୍ପ ଅନୁବାଦ: “ଆତ୍ମିକ ଭାବରେ ଜୀବିତ” କିମ୍ବା “ଆତ୍ମିକ ଭାବରେ ଜୀବନ୍ତ ହେବା” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 3:19
ἐν ᾧ
ଏଠାରେ, ଯାହା ପୂର୍ବ ପଦରେ “ଆତ୍ମା” କୁ ସୂଚାଏ । ପୂର୍ବ ପଦ ପରି, ଏହା ସୂଚାଇପାରେ: (୧) ପବିତ୍ର ଆତ୍ମା । ବିକଳ୍ପ ଅନୁବାଦ: “ଆତ୍ମା ଦ୍ୱାରା” (୨) ଯୀଶୁଙ୍କ ଆତ୍ମିକ ଅସ୍ତିତ୍ୱ । ବିକଳ୍ପ ଅନୁବାଦ: “ଆତ୍ମିକ ଭାବରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐκήρυξεν
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ଏହି ବାକ୍ୟର ଅର୍ଥ ହୋଇପାରେ: (୧) ଯୀଶୁ ପାପ ଓ ମୃତ୍ୟୁ ଉପରେ ଈଶ୍ଵରଙ୍କ ବିଜୟ ଘୋଷଣା କରିଥିଲେ, ଯାହା ସେ ତାହାଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ମାଧ୍ୟମରେ କରିଥିଲେ । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ବିଜୟ ଘୋଷଣା କଲେ” (୨) ମହାନ ବନ୍ୟା ପୂର୍ବରୁ ନୋହଙ୍କ ପ୍ରଚାର ମାଧ୍ୟମରେ ଯୀଶୁ ପରୋକ୍ଷ ଭାବରେ ଦୁଷ୍ଟ ଲୋକମାନଙ୍କୁ ସୁସମାଚାର ପ୍ରଚାର କଲେ । ଏହି ବ୍ୟାଖ୍ୟା ସଠିକ ହେବାର ସମ୍ଭାବନା କମ୍, କାରଣ ଏହାର ଅର୍ଥ ନୋହ ପ୍ରକୃତରେ ଜଣେ ପ୍ରଚାର କରୁଥିଲେ ଏବଂ ପିତର ଏହି ପତ୍ରର କୌଣସି ସ୍ଥାନରେ ନୋହଙ୍କ ପ୍ରଚାର କିମ୍ବା ଯୀଶୁଙ୍କ ବିଷୟରେ ଉଲ୍ଲେଖ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ସେ ସୁସମାଚାର ପ୍ରଚାର କଲେ” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
τοῖς ἐν φυλακῇ πνεύμασιν
ଏଠାରେ, ଆତ୍ମା ବୁଝାଇପାରେ: (୧) ମନ୍ଦ ଆତ୍ମା ଯାହାକୁ ନୋହଙ୍କ ସମୟରେ ଘଟିଥିବା ବନ୍ୟା ପୂର୍ବରୁ ସେମାନେ ଯାହା କରିଥିଲେ ସେଥିପାଇଁ ଈଶ୍ଵର କାରାଗାରରେ ରଖିଥିଲେ (ଦେଖନ୍ତୁ [୨ ପିତର ୨:୪-୫]); [ଯିହୂଦା ୬-୭]; UST ପରି (୨) ନୋହଙ୍କ ସମୟରେ ଘଟିଥିବା ବନ୍ୟା ସମୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଆତ୍ମାକୁ । ଏହି ବ୍ୟାଖ୍ୟା ସଠିକ ହେବାର ସମ୍ଭାବନା କମ୍ କାରଣ ପିତର କଦାପି ଲୋକମାନଙ୍କୁ ଆତ୍ମା ବୋଲି କହି ନାହାଁନ୍ତି, ବରଂ ପରବର୍ତ୍ତୀ ପଦ ପରି “ପ୍ରାଣ” ବୋଲି କହିଥାନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁବରଣ କରିଥିଲେ ଏବଂ କାରାଗାରରେ ଥିଲେ ସେମାନଙ୍କ ପାଇଁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐν φυλακῇ
ଏଠାରେ ପିତର କାରାଗାର କୁ ରୂପକ ଭାବରେ ବ୍ୟବହାର କରନ୍ତି । ଏହା ସୂଚାଇପାରେ: (୧) ଏପରି ଏକ ସ୍ଥାନ ଯେଉଁଠାରେ ଈଶ୍ଵର କିଛି ମନ୍ଦ ଆତ୍ମାମାନଙ୍କୁ କାରାଗାରରେ ରଖିଥିଲେ, ଯେବେ ସେ ସମଗ୍ର ଜଗତର ବିଚାର କରିବେ ସେତେବେଳେ ସେ ସେମାନଙ୍କର ବିଚାର କରିବେ ([୨ ପିତର ୨: ୪-୫] ଦେଖନ୍ତୁ; [ଯିହୂଦା ୬-୭]) ବିକଳ୍ପ ଅନୁବାଦ: “ଯାହାକୁ ବିଚାରକୁ ଅପେକ୍ଷା କରିବାକୁ ଈଶ୍ଵର କାରାଗାରରେ ରଖିଥିଲେ” (୨) ଯେଉଁ ସ୍ଥାନକୁ ପାପୀ ଲୋକମାନେ ମରିବା ପରେ ଯାଆନ୍ତି । ବିକଳ୍ପ ଅନୁବାଦ: “ନର୍କରେ” (ଦେଖନ୍ତୁ: ଉପମା/ରୂପକ)
1 Peter 3:20
ἀπειθήσασίν
ପିତର ଏକ ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ଆପଣ ପ୍ରସଙ୍ଗରୁ ଶବ୍ଦ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ଅବମାନନା କରି” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
ἡ τοῦ Θεοῦ μακροθυμία
ପିତର ନିଜେ ଈଶ୍ଵରଙ୍କ ଦୀର୍ଘସହିଷ୍ଣୁତା ବାକ୍ୟାଂଶକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସ୍ଵୟଂ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ἐν ἡμέραις Νῶε
ନୋହ ଜୀବିତ ଥିବା ସମୟକୁ ସୂଚାଇବା ପାଇଁ ଏଠାରେ ପିତର ନୋହଙ୍କ ଦିନକୁ ସାଙ୍କେତିକ ଭାବରେ ବ୍ୟବହାର କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନୋହଙ୍କ ସମୟରେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
κατασκευαζομένης κιβωτοῦ
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେବେ ନୋହ ଏକ ଜାହାଜ ନିର୍ମାଣ କରୁଥିଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 3:21
ὃ
ଏଠାରେ, ଯାହାକି ଶେଷ ପଦର ଶେଷରେ ଉଲ୍ଲେଖ କରାଯାଇଥିବା “ଜଳ” କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, UST ପରି ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
ὃ καὶ ὑμᾶς ἀντίτυπον νῦν σῴζει βάπτισμα
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ଯାହା, ବାପ୍ତିସ୍ମ ପାଇଁ ଏକ ପ୍ରତିରୂପ ହୋଇ, ବର୍ତ୍ତମାନ ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଧାର କରେ” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
ὃ καὶ ὑμᾶς ἀντίτυπον νῦν σῴζει βάπτισμα
ଏଠାରେ, ପ୍ରତିରୂପ ଗୋଟିଏ ବିଷୟକୁ ବୁଝାଏ ଯାହା ଅନ୍ୟ ବିଷୟ ପାଇଁ ଅନୁରୂପ ଅଟେ । ଏହି ପରିପ୍ରେକ୍ଷୀରେ, ପୂର୍ବ ପଦରୁ “ଜଳ” ବାପ୍ତିସ୍ମ ପାଇଁ ଏକ ଅନୁରୂପ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ବାପ୍ତିସ୍ମର ଏକ ପ୍ରତୀକ, ବର୍ତ୍ତମାନ ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଧାର କରେ” କିମ୍ବା “ଯାହା ବାପ୍ତିସ୍ମ ସହ ସମାନ, ବର୍ତ୍ତମାନ ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଧାର କରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
βάπτισμα
ଏଠାରେ ପିତର ବାପ୍ତିସ୍ମ ଶବ୍ଦକୁ ସାଙ୍କେତିକ ଭାବରେ ଯୀଶୁଙ୍କଠାରେ ଥିବା ବିଶ୍ଵାସକୁ ସୂଚାଇବାକୁ ବ୍ୟବହାର କରନ୍ତି ଯାହା ଲୋକେ ବାପ୍ତିଜିତ ହେବା ସମୟରେ ସ୍ବୀକାର କରନ୍ତି । ବାଇବଲ ସ୍ପଷ୍ଟ ଭାବରେ ବାପ୍ତିସ୍ମ ଭଳି କୌଣସି କାର୍ଯ୍ୟ ଦ୍ୱାରା ନୁହେଁ, ବିଶ୍ଵାସ ଦ୍ୱାରା ଈଶ୍ଵର ଲୋକମାନଙ୍କୁ ଅନୁଗ୍ରହରେ ଉଦ୍ଧାର କରନ୍ତି ବୋଲି ପ୍ରକାଶ କରେ ([ଏଫିସୀୟ ୨:୮]) । ଏହି ଅଧ୍ୟାୟ ପାଇଁ ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବାପ୍ତିସ୍ମ ଦ୍ୱାରା ଯୀଶୁଙ୍କଠାରେ ବିଶ୍ୱାସ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
οὐ σαρκὸς ἀπόθεσις ῥύπου, ἀλλὰ συνειδήσεως ἀγαθῆς, ἐπερώτημα εἰς Θεόν
ଯଦି ଆପଣଙ୍କର ଭାଷା ଦୂରୀକରଣ ଏବଂ ନିବେଦନର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଶରୀରରୁ ମଇଳା ବାହାର କରେ ନାହିଁ, କିନ୍ତୁ ଉତ୍ତମ ବିବେକ ପାଇଁ ଈଶ୍ଵରଙ୍କୁ ନିବେଦନ କରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
σαρκὸς
ଏଠାରେ, ପିତର ଶରୀର ଶବ୍ଦକୁ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଶାରୀରିକ ଶରୀରକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି ଯାହା ଶରୀର ରେ ନିର୍ମିତ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶରୀରରୁ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
συνειδήσεως ἀγαθῆς, ἐπερώτημα εἰς Θεόν
ଏଠାରେ ବାକ୍ୟ ଏକ ଉତ୍ତମ ବିବେକ ଅର୍ଥାତ୍ ପିତରଙ୍କ ପାଠକମାନେ ନିଜକୁ ଦୋଷୀ ମନେ କରନ୍ତି ନାହିଁ କାରଣ ସେମାନେ ଜାଣନ୍ତି ଯେ ଈଶ୍ଵର ସେମାନଙ୍କର ପାପ କ୍ଷମା କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପାପ କ୍ଷମା କରାଯାଇଛି ବୋଲି ଜାଣିବା ପାଇଁ ଈଶ୍ଵରଙ୍କ ନିକଟରେ ଏକ ନିବେଦନ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
καὶ ὑμᾶς…νῦν σῴζει βάπτισμα, οὐ σαρκὸς ἀπόθεσις ῥύπου, ἀλλὰ συνειδήσεως ἀγαθῆς, ἐπερώτημα εἰς Θεόν δι’ ἀναστάσεως Ἰησοῦ Χριστοῦ,
ଏଠାରେ, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ମାଧ୍ୟମରେ ବାପ୍ତିସ୍ମ ଦ୍ୱାରା ପ୍ରକାଶିତ ବିଶ୍ଵାସ ଉଦ୍ଧାର କରୁଥିବା ଉପାୟକୁ ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାଭାବିକ ହେବ ନାହିଁ, ତେବେ ସେହି ଅର୍ଥକୁ ସ୍ପଷ୍ଟ କରିବାକୁ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ବାପ୍ତିସ୍ମ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରେ । ଏହା ଶରୀରରୁ ମଇଳା ଦୂରୀକରଣ ନୁହେଁ, ବରଂ ଏକ ଉତ୍ତମ ବିବେକ ପାଇଁ ଈଶ୍ଵରଙ୍କ ନିକଟରେ ନିବେଦନ ”(ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
δι’ ἀναστάσεως Ἰησοῦ Χριστοῦ
ଯଦି ଆପଣଙ୍କ ଭାଷା ପୁନରୁତ୍ଥାନ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ମାଧ୍ୟମରେ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 3:22
ὅς ἐστιν ἐν δεξιᾷ Θεοῦ, πορευθεὶς εἰς οὐρανὸν, ὑποταγέντων αὐτῷ ἀγγέλων, καὶ ἐξουσιῶν, καὶ δυνάμεων
ଯାଇ ଏବଂ ଅଧୀନରେ ଥିବା ବାକ୍ୟାଂଶଗୁଡ଼ିକ ସୂଚାଏ ଯେ ସେହି ଦୁଇଟି ବାକ୍ୟାଂଶ ଏହି ପଦର ପ୍ରଥମ ବାକ୍ୟାଂଶରେ ଘଟଣା ପୂର୍ବରୁ ଘଟିଥିବା ଘଟଣାଗୁଡ଼ିକୁ ବର୍ଣ୍ଣନା କରିଥାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ ଯାହା ଦ୍ଵାରା ସେମାନେ କ୍ରମାନୁକ୍ରମିକ କ୍ରମରେ ଦେଖାଯିବେ । ବିକଳ୍ପ ଅନୁବାଦ: “ସ୍ୱର୍ଗକୁ ଯିବା ପରେ, ସ୍ୱର୍ଗଦୂତ, ଅଧିକାର ଏବଂ ଶକ୍ତି ତାହାଙ୍କ ଅଧୀନରେ, ସେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
ὅς ἐστιν ἐν δεξιᾷ Θεοῦ
ଏଠାରେ, ପିତର ସ୍ୱର୍ଗରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ଥାନକୁ ସୂଚାଇବା ପାଇଁ ଦକ୍ଷିଣ ପାର୍ଶ୍ୱ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ὅς ἐστιν ἐν δεξιᾷ Θεοῦ
ଏହି ସଂସ୍କୃତିରେ, ଜଣେ ଶାସକଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ଥାନ ଏକ ସମ୍ମାନର ସ୍ଥାନ ଥିଲା । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପାଖରେ ସମ୍ମାନର ସ୍ଥାନରେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ὑποταγέντων αὐτῷ ἀγγέλων, καὶ ἐξουσιῶν, καὶ δυνάμεων
ଦୂତମାନେ, ଅଧିକାର, ଏବଂ ଶକ୍ତି ଶବ୍ଦଗୁଡ଼ିକ ଉଭୟ ସ୍ୱର୍ଗଦୂତ ଏବଂ ମନ୍ଦଆତ୍ମାମାନଙ୍କୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ଶାସକ କିମ୍ବା ଅଧିକାର ପାଇଁ ତିନୋଟି ଭିନ୍ନ ଶବ୍ଦ ନାହିଁ, ତେବେ ଆପଣ ସେଗୁଡ଼ିକୁ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାରର ଆତ୍ମିକ ଆତ୍ମା ତାହାଙ୍କ ଅଧୀନରେ ଅଛନ୍ତି” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ὑποταγέντων αὐτῷ ἀγγέλων, καὶ ἐξουσιῶν, καὶ δυνάμεων
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ସ୍ୱର୍ଗଦୂତମାନଙ୍କୁ, ଅଧିକାରୀ ଏବଂ ଶକ୍ତିମାନଙ୍କୁ ତାହାଙ୍କ ଅଧୀନରେ ରଖିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 4
୧ ପିତର ୪ ସାଧାରଣ ଟିପ୍ପଣୀଗୁଡ଼ିକ
## ଗଠନ ଏବଂ ଆକାର
- ବିଶ୍ଵାସୀମାନେ କିପରି ଦୁଃଖଭୋଗ କରିବା ଉଚିତ (୩: ୧୩–୪: ୬)
- ବିଶ୍ଵାସୀମାନେ କିପରି ଆଚରଣ କରିବା ଉଚିତ କାରଣ ଶେଷ ନିକଟବର୍ତ୍ତୀ ଅଟେ (୪: ୭–୧୧)
ବିଶ୍ଵାସୀମାନେ କିପରି ପରୀକ୍ଷାକୁ ପ୍ରତିକ୍ରିୟା କରିବା ଉଚିତ୍ (୪: ୧୨–୧୯)
କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ବାକି ପାଠ ଅପେକ୍ଷା ଡାହାଣକୁ ଉଲ୍ଲେଖ କରି ପାଠ କରିବାକୁ ସହଜ କରିଥାଏ । ପୁରାତନ ନିୟମରୁ [ପଦ ୧୮] ରେ ଉଦ୍ଧୃତ ହୋଇଥିବା କବିତା ସହିତ ULT ଏହା କରେ ।
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ଅଧାର୍ମିକ ଅଣଯିହୂଦୀ
ଯଦିଓ ଶବ୍ଦ “ଅଣଯିହୂଦୀ” ସାଧାରଣତଃ ଯିହୁଦୀ ନଥିବା ଲୋକମାନଙ୍କୁ ବୁଝାଏ, [ପଦ ୩] ରେ ପିତର “ଅଣଯିହୂଦୀ” ମାନଙ୍କୁ ବ୍ୟବହାର କରନ୍ତି ଯେଉଁମାନେ ଯିହୁଦୀ ନୁହଁନ୍ତି । ଏଥିରେ ଖ୍ରୀଷ୍ଟିୟାନ ହୋଇଥିବା ଅଣଯିହୂଦୀମାନେ ଅନ୍ତର୍ଭୁକ୍ତ ନୁହଁନ୍ତି । “କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା” ଭଳି କାର୍ଯ୍ୟଗୁଡ଼ିକ ଅଧାର୍ମିକ ଅଣଯିହୂଦୀମାନଙ୍କ ପାଇଁ ସାଧାରଣ ଥିଲା । (ଦେଖନ୍ତୁ: ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା)
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
“ତାହାଙ୍କୁ ଦିଅ” ଏବଂ “ସେମାନଙ୍କୁ ଦିଅ”
[ପଦ ୧୬-୧୯] ରେ ସେ ଯାହା କରିବାକୁ ଚାହାଁନ୍ତି ତାହାଙ୍କ ପାଠକମାନଙ୍କୁ ଜଣାଇବାକୁ ଏହି ବାକ୍ୟାଂଶଗୁଡ଼ିକ ବ୍ୟବହାର କରନ୍ତି । ଯଦିଓ ସେଗୁଡ଼ିକ ଆଦେଶ, ସେ ଚାହାଁନ୍ତି ଯେ ତାହାଙ୍କ ପାଠକମାନେ ସେଗୁଡ଼ିକୁ ମାନନ୍ତୁ, ସତେ ଯେପରି ଏହା ଅନ୍ୟମାନେ କରନ୍ତି ବୋଲି ସେ ଅନ୍ୟ ଜଣକୁ କହୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, UST ପରି ଆପଣ ଏହାକୁ ଆଜ୍ଞା ଭାବରେ ଅନୁବାଦ କରିପାରିବ ।
1 Peter 4:1
οὖν
ତେଣୁ ଏଠାରେ ପିତର ଯାହା ୩:୧୮ ରେ ଯୀଶୁଙ୍କ ଯନ୍ତ୍ରଣା ବିଷୟରେ କହିଛନ୍ତି ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଦୁଃଖ ବିଷୟରେ ମୁଁ ଯାହା ଲେଖିଛି ତାହା ବିଚାର କରି” (ଦେଖନ୍ତୁ: ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ)
σαρκὶ…σαρκὶ
ଏଠାରେ, ଶରୀର ମାନବ ଶରୀରକୁ ବୁଝାଏ, ଯାହା ଶରୀରରେ ନିର୍ମିତ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶରୀରରେ… ଶରୀରରେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ὑμεῖς τὴν αὐτὴν ἔννοιαν ὁπλίσασθε
ଏଠାରେ ପିତର ଆପଣାମାନଙ୍କୁ ସୁସଜ୍ଜିତ କର ବାକ୍ୟାଂଶକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯାହା କୌଣସି ବିଷୟ ପାଇଁ ଜଣଙ୍କର ମନ ପ୍ରସ୍ତୁତ କରିବାକୁ ସୂଚାଇଥାଏ । ଯେହେତୁ ସେନା ଯୁଦ୍ଧ ପାଇଁ ଅସ୍ତ୍ର ପ୍ରସ୍ତୁତ କରନ୍ତି, ସେହିପରି ଖ୍ରୀଷ୍ଟିୟାନମାନେ ସେମାନଙ୍କର ବିଶ୍ୱାସ ପାଇଁ ଯନ୍ତ୍ରଣା ଭୋଗିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଉଚିତ୍ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସମାନ ଚିନ୍ତାଧାରା ସହ ତୁମ୍ଭମାନଙ୍କ ମନ ପ୍ରସ୍ତୁତ କର” (ଦେଖନ୍ତୁ: ଉପମା/ରୂପକ)
τὴν αὐτὴν ἔννοιαν
ଏଠାରେ ଯୀଶୁଙ୍କ ଦୁଃଖଭୋଗ ସୂଚାଇବା ପାଇଁ ସେହିପରି ମନ ଧରି ବାକ୍ୟାଂଶକୁ ପିତର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯେବେ ଯନ୍ତ୍ରଣା ଭୋଗିଲେ ସେହି ଯନ୍ତ୍ରଣାକୁ ମନରେ ଧରି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
πέπαυται ἁμαρτίας
ଏଠାରେ, ପାପରୁ ନିବୃତ୍ତ ହୋଇଅଛି ଅର୍ଥାତ୍ “ଆଉ ପାପପୂର୍ଣ୍ଣ ଜୀବନଯାପନ କାରନ୍ତି ନାହିଁ ।” କାହାର ବିଶ୍ୱାସ ହେତୁ ଦୁଃଖଭୋଗ କରିବା, ଜଣେ ବ୍ୟକ୍ତି ପାପପୂର୍ଣ୍ଣ ଜୀବନଯାପନ ନ କରିବାକୁ ବୁଝାଏ । ଖ୍ରୀଷ୍ଟିୟାନମାନେ ପ୍ରାୟତଃ ଅବିଶ୍ୱାସୀମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୁଅନ୍ତି କାରଣ ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବାକୁ ମନା କରନ୍ତି । ଏହି ବାକ୍ୟର ଅର୍ଥ ନୁହେଁ ଯେ ଖ୍ରୀଷ୍ଟିୟାନମାନେ କଦାପି ପାପ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଜୀବନଯାପନ ବନ୍ଦ କରିଦେଇଅଛି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 4:2
εἰς
ଏଠାରେ, ଏକ ଉଦ୍ଦେଶ୍ୟ ଧାରା ଉପସ୍ଥାପନ କରିବାକୁ ଏହା କରିବାକୁ । ଏହାର ଅର୍ଥ ହୋଇପାରେ: (୧) ଏହି ପଦଟି ପୂର୍ବ ପଦର ଶେଷରେ ଉଲ୍ଲେଖ କରାଯାଇଥିବା ପାପରୁ ନିବୃତ୍ତ ହେବାର ଉଦ୍ଦେଶ୍ୟକୁ ଦର୍ଶାଏ । ବିକଳ୍ପ ଅନୁବାଦ (ପୂର୍ବର କମା ବ୍ୟବହାର ନ କରି): “ଯାହା ଦ୍ଵାରା ସେ କରିବେ” (୨) ଏହି ପଦଟି ପୂର୍ବ ପଦରେ “ଆପଣାକୁ ପ୍ରସ୍ତୁତ କର” ଆଦେଶର ଉଦ୍ଦେଶ୍ୟକୁ ଦର୍ଶାଏ । ବିକଳ୍ପ ଅନୁବାଦ (ଏକ ନୂତନ ବାକ୍ୟ ଆରମ୍ଭ କରିବା): “ଆପଣାକୁ ପ୍ରସ୍ତୁତ କରିବାକୁ” (ଦେଖନ୍ତୁ: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
τὸν ἐπίλοιπον ἐν σαρκὶ…χρόνον
ଜଣେ ବ୍ୟକ୍ତିର ଜୀବନକାଳକୁ ସୂଚାଇବା ପାଇଁ ପିତର ଶରୀରରେ ସମୟ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନର ଅବଶିଷ୍ଟ ସମୟ” କିମ୍ବା “ତୁମ୍ଭମାନଙ୍କ ଅବଶିଷ୍ଟ ଜୀବନକୁ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ἀνθρώπων ἐπιθυμίαις
ଏଠାରେ, ଇଚ୍ଛା ବିଶେଷ ଭାବରେ ପାପୀ ଇଚ୍ଛା କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟର ପାପପୂର୍ଣ୍ଣ ଇଚ୍ଛା ପାଇଁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἀνθρώπων ἐπιθυμίαις
ଯଦିଓ ପୁରୁଷ ଶବ୍ଦ ପୁରୁଷବାଚକ ଅଟେ, ପିତର ସାଧାରଣ ମନୁଷ୍ୟକୁ ସୂଚାଇବା ପାଇଁ ଏଠାରେ ସାଧାରଣ ଶବ୍ଦ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟ ଇଚ୍ଛା ପାଇଁ” (ଦେଖନ୍ତୁ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)
1 Peter 4:3
ἀρκετὸς…ὁ παρεληλυθὼς χρόνος
ବିକଳ୍ପ ଅନୁବାଦ: “ଯଥେଷ୍ଟ ସମୟ ଅତିବାହିତ ହୋଇଅଛି”
τὸ βούλημα τῶν ἐθνῶν
ଏଠାରେ ପିତର ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ ସେହି ଲୋକମାନଙ୍କୁ ବୁଝାଇବା ପାଇଁ ଅଣଯିହୂଦୀ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଏହି ଅଧ୍ୟାୟ ପାଇଁ ସାଧାରଣ ଟିପ୍ପଣୀରେ ଏହି ଶବ୍ଦର ଆଲୋଚନା ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେହି ଲୋକମାନଙ୍କର ଇଚ୍ଛା ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ” (ଦେଖନ୍ତୁ: ଉପମା/ରୂପକ)
πεπορευμένους ἐν ἀσελγείαις, ἐπιθυμίαις, οἰνοφλυγίαις, κώμοις, πότοις, καὶ ἀθεμίτοις εἰδωλολατρίαις
ପିତର ଏହି ଭିନ୍ନ ପାପଗୁଡ଼ିକୁ ସାଙ୍କେତିକ ଭାବରେ କୁହନ୍ତି ଯେପରି ସେଗୁଡ଼ିକ ସେହି ସ୍ଥାନ ଯେଉଁଠାରେ ତାହାଙ୍କ ପାଠକମାନେ ପୂର୍ବରୁ ବାସ ରହୁଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା” (ଦେଖନ୍ତୁ: ଉପମା/ରୂପକ)
πεπορευμένους ἐν ἀσελγείαις, ἐπιθυμίαις, οἰνοφλυγίαις, κώμοις, πότοις, καὶ ἀθεμίτοις εἰδωλολατρίαις
ଯଦି ଆପଣଙ୍କ ଭାଷା କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “କାମୁକତା ଏବଂ ଲୋଭନୀୟ ଜୀବନ ବିତାଇବା, ମଦ୍ୟପାନ କରିବା, ରଙ୍ଗରସ ରେ ଯୋଗଦେବା ଏବଂ ନିଷେଧ ମୂର୍ତ୍ତି ପୂଜା କରିବା” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 4:4
μὴ συντρεχόντων ὑμῶν εἰς τὴν αὐτὴν τῆς ἀσωτίας ἀνάχυσιν
ଅବିଶ୍ୱାସୀମାନଙ୍କ ସହିତ ପାପପୂର୍ଣ୍ଣ କାର୍ଯ୍ୟରେ ଭାଗ ନେବାକୁ ଆଗ୍ରହୀ ବୋଲି ପିତର ସାଙ୍କେତିକ ଭାବରେ * ଧାବମାନ* ଶବ୍ଦକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉଚ୍ଛୃଙ୍ଖଳ ପନ୍ଥାରେ ସେମାନଙ୍କ ସହ ଉତ୍ସାହର ସହ ଧାବମାନ ହେଉ ନାହଁ” (ଦେଖନ୍ତୁ: ଉପମା/ରୂପକ)
τῆς ἀσωτίας ἀνάχυσιν
ପିତର ସାଙ୍କେତିକ ଭାବରେ ଉଚ୍ଛୃଙ୍ଖଳ ବ୍ୟବହାର କରନ୍ତି ଯାହା ପାପପୂର୍ଣ୍ଣ ଭାବରେ ଏପରି ଉଚ୍ଚ ସ୍ତରରେ କାର୍ଯ୍ୟ କରିବାକୁ ସୂଚାଏ ଯାହା ସତେ ଯେପରି ବନ୍ୟା ପରି ବ୍ୟକ୍ତିଠାରୁ ପାପ ଉତ୍ପନ୍ନ ହୁଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉଚ୍ଛୃଙ୍ଖଳ କର୍ମ” (ଦେଖନ୍ତୁ: ଉପମା/ରୂପକ)
τῆς ἀσωτίας
ଉଚ୍ଛୃଙ୍ଖଳ ବିପଜ୍ଜନକ ଆଚରଣକୁ ବୁଝାଏ ଯାହା ଦର୍ଶାଏ ଯେ ଜଣେ ବ୍ୟକ୍ତି ନିଜ କାର୍ଯ୍ୟର ପରିଣାମ ବିଷୟରେ ଚିନ୍ତା କରେ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉଚ୍ଛୃଙ୍ଖଳ ପାପର” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 4:5
οἳ ἀποδώσουσιν λόγον
ଏଠାରେ କିଛି କହିବା ପାଇଁ ପିତର ସାଙ୍କେତିକ ଭାବରେ ଦେବା ଶବ୍ଦକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଗୋଟିଏ ବକ୍ୟ କହିବେ” (ଦେଖନ୍ତୁ: ଉପମା/ରୂପକ)
οἳ ἀποδώσουσιν λόγον
ଏଠାରେ ପିତର ବାକ୍ୟ ଶବ୍ଦକୁ ସାଙ୍କେତିକ ଭାବରେ ଏକ ବ୍ୟାଖ୍ୟାକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି ଯାହା ସେମାନେ ଶବ୍ଦ ବ୍ୟବହାର କରି କହିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏକ ହିସାବ ଦେବେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
τῷ ἑτοίμως ἔχοντι κρῖναι
ଏଠାରେ, ଯିଏ ବିଚାର କରିବାକୁ ପ୍ରସ୍ତୁତ ବାକ୍ୟାଂଶ ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟକୁ, ଯିଏ ବିଚାର କରିବାକୁ ପ୍ରସ୍ତୁତ” (୨) ଖ୍ରୀଷ୍ଟ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ପାଇଁ, ଯିଏ ବିଚାର କରିବାକୁ ପ୍ରସ୍ତୁତ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ζῶντας καὶ νεκρούς
ଜୀବିତ ଏବଂ ମୃତ ବାକ୍ୟାଂଶ ସମସ୍ତ ଜୀବିତ ଏବଂ ମୃତ ଲୋକମାନଙ୍କୁ ବୁଝାଏ, । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତେ” (ଦେଖନ୍ତୁ: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)
1 Peter 4:6
καὶ νεκροῖς εὐηγγελίσθη
ଏଠାରେ, ମୃତ ବ୍ୟକ୍ତିମାନେ ଯେଉଁମାନେ ଜୀବିତ ଥିବାବେଳେ ସୁସମାଚାର ଶୁଣିଥିଲେ କିନ୍ତୁ ପିତର ଏହି ପତ୍ର ଲେଖିବା ବେଳକୁ ମରିଯାଇଥିଲେ ସେମାନଙ୍କୁ ବୁଝାଏ । କେତେକ ଲୋକ ବିଶ୍ଵାସ କରନ୍ତି ଯେ ଏହି ବାକ୍ୟାଂଶର ଅର୍ଥ ଯୀଶୁ ନର୍କକୁ ଯାଇ ସେହି ଲୋକମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ ଯେଉଁମାଣେ ଯୀଶୁ କ୍ରୁଶରେ ମୃତ୍ୟୁ ପୂର୍ବରୁ ମରିଥିଲେ। ତଥାପି, ସେହି ବାକ୍ୟାଂଶ [ଏବ୍ରୀ ୯:୨୭] ରେ ଥିବା ବିବୃତ୍ତିକୁ ବିରୋଧ କରେ, “ମନୁଷ୍ୟମାନେ ଥରେ ମରିବା ପାଇଁ ନିଯୁକ୍ତ, ଏବଂ ଏହା ପରେ ବିଚାର ହେବ” ଈଶ୍ଵର କାହାକୁ ମରିବା ପରେ ଯୀଶୁଙ୍କଠାରେ ବିଶ୍ୱାସ କରିବାର ଦ୍ୱିତୀୟ ସୁଯୋଗ ଦେଇଛନ୍ତି ତାହା ବାଇବଲରେ ଉଲ୍ଲେଖ କରାଯାଇ ନାହିଁ । ଯଦି ମୃତମାନଙ୍କ ର ବ୍ୟବହାର ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ଏହାର ଅର୍ଥ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ସୁସମାଚାର ପ୍ରଚାର କରାଯାଇଥିଲା” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εὐηγγελίσθη
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ଏହାର ଅର୍ଥ ହୋଇପାରେ: (୧) ଲୋକମାନେ ସୁସମାଚାର ପ୍ରଚାର କରିଥିଲେ । ବିକଳ୍ପ ଅନୁବାଦ: “ଲୋକମାନେ ସୁସମାଚାର ପ୍ରଚାର କଲେ” (୨) ଖ୍ରୀଷ୍ଟ ସୁସମାଚାର ପ୍ରଚାର କଲେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ସୁସମାଚାର ପ୍ରଚାର କଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
κριθῶσι…κατὰ ἀνθρώπους σαρκὶ
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ଏହାର ଅର୍ଥ ହୋଇପାରେ: (୧) ମନୁଷ୍ୟମାନେ ମାନବ ଜୀବନ ଅନୁଯାୟୀ ସେମାନଙ୍କ ଜୀବନରେ ସେମାନଙ୍କୁ ବିଚାର କରିଥିଲେ ଏବଂ ନିର୍ଯ୍ୟାତନା ଦେଇଥିଲେ । ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ସେମାନଙ୍କୁ ମାନବ ମାନଦଣ୍ଡ ଦ୍ୱାରା ଶରୀରରେ ବିଚାର କଲେ” (୨) ଈଶ୍ଵର ସେମାନଙ୍କ ଜୀବନରେ ମନୁଷ୍ୟ ଭାବରେ ବିଚାର କଲେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଶରୀରରେ ମନୁଷ୍ୟ ଭାବରେ ବିଚାର କଲେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
κατὰ ἀνθρώπους
ଯଦିଓ ପୁରୁଷ ଶବ୍ଦ ପୁରୁଷବାଚକ ଅଟେ, ପିତର ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଲୋକମାନଙ୍କ ଅନୁଯାୟୀ” କିମ୍ବା “ଲୋକ ଭାବରେ” (ଦେଖନ୍ତୁ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)
σαρκὶ
ଜଣେ ବ୍ୟକ୍ତିର ଜୀବନକାଳକୁ ସୂଚାଇବା ପାଇଁ ଏଠାରେ ପିତର ଶରୀରରେ ଶବ୍ଦକୁ ବ୍ୟବହାର କରନ୍ତି ।ଆପଣ କିପରି ଏହି ଅଭିବ୍ୟକ୍ତିକୁ [ପଦ ୨] ରେ ଅନୁବାଦ କରିଛନ୍ତି ଦେଖନ୍ତୁ । (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ζῶσι
ଏଠାରେ, ଜୀବନ୍ତ ଅନନ୍ତ ଜୀବନ ଅନୁଭବ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଅନନ୍ତ ଜୀବନ ଅନୁଭବ କରିପାରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ζῶσι…πνεύματι
ଏଠାରେ, ଆତ୍ମା ବୁଝାଇପାରେ: (୧) ପବିତ୍ର ଆତ୍ମା ଯାହା ଦ୍ଵାରା ଲୋକମାନେ ଅନନ୍ତ ଜୀବନ ପାଇଛନ୍ତି ବୋଲି ଏହି ବାକ୍ୟାଂଶ ବୁଝାଏ । ବିକଳ୍ପ ଅନୁବାଦ: “ସେମାନେ ଆତ୍ମା ଦ୍ୱାରା ବଞ୍ଚିପାରନ୍ତି” (୨) ସେମାନଙ୍କର ଆତ୍ମିକ ଅସ୍ତିତ୍ୱକୁ, ଯାହା ପଦରେ ପୂର୍ବରୁ ଉଲ୍ଲେଖ କରାଯାଇଥିବା ତାହାକୁ ଏହି ବାକ୍ୟାଂଶ ବୁଝାଏ, ଏହା “ଶରୀରରେ” ବାକ୍ୟାଂଶ ସହ ବିପରୀତ ଅଟେ । ” ବିକଳ୍ପ ଅନୁବାଦ: “ସେମାନେ ଆତ୍ମିକ ଭାବରେ ବଞ୍ଚିପାରନ୍ତି” କିମ୍ବା “ସେମାନେ ଆତ୍ମିକତାରେ ବଞ୍ଚିପାରନ୍ତି” ଦେଖନ୍ତୁ [୩:୧୮] ରେ ଆପଣ ସମାନ ଅଭିବ୍ୟକ୍ତି କିପରି ଅନୁବାଦ କରିଛନ୍ତି । (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 4:7
πάντων…τὸ τέλος
ଏଠାରେ, ସମସ୍ତ ବିଷୟର ସମାପ୍ତି ଜଗତର ଶେଷକୁ ବୁଝାଏ , ଯେବେ ଯୀଶୁ ଫେରି ସମସ୍ତଙ୍କୁ ବିଚାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ଫେରିବେ, ଜଗତର ଶେଷ ହେବ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἤγγικεν
ପିତର ନିକଟବର୍ତ୍ତୀ* ବାକ୍ୟାଂଶକୁ ସାଙ୍କେତିକ ଭାବରେ ବ୍ୟବହାର କରି ଏହା ଶୀଘ୍ର ଆସିବ ବୋଲି କହନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶୀଘ୍ର ଘଟିବ” (ଦେଖନ୍ତୁ: ଉପମା/ରୂପକ)
σωφρονήσατε…καὶ νήψατε
ସୁବୁଦ୍ଧି ଏବଂ ଜାଗ୍ରତ ଭାବରେ ଅନୁବାଦିତ ଶବ୍ଦର ଅର୍ଥ ସମାନ ଅଟେ । ଜଗତର ଶେଷ ପାଖେଇ ଆସୁଥିବାରୁ ସ୍ପଷ୍ଟ ଭାବରେ ଚିନ୍ତା କରିବାର ଆବଶ୍ୟକତା ଉପରେ ପିତର ସେହି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ସ୍ପଷ୍ଟଭାବେ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
νήψατε
[୧:୧୩] ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି । (ଦେଖନ୍ତୁ: ଉପମା/ରୂପକ)
εἰς προσευχάς
ଏଠାରେ, ପାଇଁ ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶକୁ ଉପସ୍ଥାପନ କରେ । ତାହାଙ୍କ ପାଠକମାନଙ୍କୁ ସ୍ପଷ୍ଟ ଭାବରେ ଚିନ୍ତା କରେଇବା ପାଇଁ ପିତର ଏକ ଉଦ୍ଦେଶ୍ୟ ଦର୍ଶାଉଛନ୍ତି । ଏକ ଉଦ୍ଦେଶ୍ୟ ଧାରା ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ” (ଦେଖନ୍ତୁ: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
1 Peter 4:8
ὅτι ἀγάπη καλύψει πλῆθος ἁμαρτιῶν
ପିତର ପ୍ରେମ ଶବ୍ଦକୁ ସାଙ୍କେତିକ ଭାବରେ ବର୍ଣ୍ଣନା କରନ୍ତି ଯେପରି ଏହା ଜଣେ ବ୍ୟକ୍ତି ଯିଏ କିଛି ଘୋଡାଇ ପାରିବ, ଏବଂ ସେ ପାପ କୁ ସାଙ୍କେତିକ ଭାବରେ ବର୍ଣ୍ଣନା କରନ୍ତି ଯେପରି ସେଗୁଡ଼ିକ ଆବୃତ ହୋଇପାରେ । ଏହି ବାକ୍ୟାଂଶ, ଆବୃତ କରେ, ଅର୍ଥାତ୍ ଯେଉଁମାନେ ଅନ୍ୟମାନଙ୍କୁ ପ୍ରେମ କରନ୍ତି, ସେମାନେ ସେମାନଙ୍କ ବିରୁଦ୍ଧରେ କରିଥିବା ପାପ ପାଇଁ ସେମାନଙ୍କୁ କ୍ଷମା କରିବେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରେମ କରନ୍ତି ସେମାନଙ୍କ ପାଇଁ ଅନ୍ୟମାନଙ୍କ ଦ୍ୱାରା କରାଯାଇଥିବା ଅନେକ ପାପ କ୍ଷମା କରନ୍ତି” (ଦେଖନ୍ତୁ: ଉପମା/ରୂପକ)
1 Peter 4:9
φιλόξενοι
ଆତିଥ୍ୟ ଶବ୍ଦଟି ଅତିଥି ଏବଂ ଯାତ୍ରୀମାନଙ୍କ ଆବଶ୍ୟକତା ପ୍ରତି ଦୟା ଦେଖାଇବା ଏବଂ ଯୋଗାଇବାକୁ ବୁଝାଏ । ପିତରଙ୍କ ସମୟରେ ଏହା ବିଶେଷ ଗୁରୁତ୍ଵପୂର୍ଣ ଥିଲା କାରଣ ପାନ୍ଥଶାଳା ବିପଜ୍ଜନକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ଅନେକ ନୀତିହୀନ କାର୍ଯ୍ୟ କରିଥିଲେ, ତେଣୁ ଖ୍ରୀଷ୍ଟିୟାନମାନେ ସେମାନଙ୍କ ମଧ୍ୟରେ ରହି ପାରୁ ଅଂ ନଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ, ଆପଣ ଏହାର ଅର୍ଥ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଖାଦ୍ୟ ଏବଂ ଶୋଇବା ସ୍ଥାନ ପ୍ରଦାନ କରନ୍ତି” କିମ୍ବା “ଯେଉଁମାନେ କୋଠରୀ ପ୍ରଦାନ କରନ୍ତି” ହୁଅନ୍ତୁ (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἄνευ γογγυσμοῦ
ଏଠାରେ ପିତର ଏକ ଅଳଙ୍କାର ବ୍ୟବହାର କରନ୍ତି ଯାହା ଏକ ନକାରାତ୍ମକ ଶବ୍ଦକୁ ଏକ ଶବ୍ଦ ସହ ବ୍ୟବହାର କରି ଏକ ଦୃଢ଼ ସକରାତ୍ମକ ଅର୍ଥ ପ୍ରକାଶ କରେ ଯାହା ଉଦ୍ଦିଷ୍ଟ ଅର୍ଥର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାର ଅର୍ଥକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆନନ୍ଦ ସହିତ” (ଦେଖନ୍ତୁ: ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)
1 Peter 4:10
ἕκαστος καθὼς ἔλαβεν χάρισμα
ଏଠାରେ, ଉପହାର ବିଶେଷ ଆତ୍ମିକ ଦକ୍ଷତାକୁ ବୁଝାଏ ଯାହା ଈଶ୍ଵର ବିଶ୍ଵାସୀମାନଙ୍କୁ ଦିଅନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ପ୍ରତ୍ୟେକେ ଈଶ୍ଵରଙ୍କଠାରୁ ଏକ ବିଶେଷ ଆତ୍ମିକ ଦକ୍ଷତା ପାଇଛନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ὡς καλοὶ οἰκονόμοι ποικίλης χάριτος Θεοῦ
ଅନ୍ୟ ବିଶ୍ଵାସୀମାନଙ୍କୁ ସେବା କରିବା ପାଇଁ ଈଶ୍ଵରଙ୍କଠାରୁ ଆତ୍ମିକ ଦକ୍ଷତା ପ୍ରାପ୍ତ କରଥିବା ଖ୍ରୀଷ୍ଟିୟାନମାନଙ୍କୁ ସୂଚାଇବା ପାଇଁ ପିତର ଭଣ୍ଡାରଘରିଆ ଶବ୍ଦକୁ ବ୍ୟବହାର କରନ୍ତି ଯେପରି ସେମାନେ ଜଣେ ମାଲିକଙ୍କ ପାଇଁ କାର୍ଯ୍ୟ ପରିଚାଳନା କରୁଛନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ବିବିଧ ଅନୁଗ୍ରହକୁ ଭଲ ଭାବରେ ପରିଚାଳନା କରୁଛନ୍ତି” (ଦେଖନ୍ତୁ: ଉପମା/ରୂପକ)
ποικίλης χάριτος Θεοῦ
ଈଶ୍ଵରଙ୍କ ଦ୍ଵାରା ଦିଆଯାଇଥିବା ଅନୁଗ୍ରହ କୁ ବର୍ଣ୍ଣନା କରିବା ପାଇଁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି । ଅନୁଗ୍ରହ ଶବ୍ଦ ବିଭିନ୍ନ ଆତ୍ମିକ ଉପହାରକୁ ବୁଝାଏ ଯାହା ଈଶ୍ଵର ଦୟାଳୁ ଭାବରେ ବିଶ୍ଵାସୀମାନଙ୍କୁ ଦିଅନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଠାରୁ ବିବିଧ, ଦୟାଳୁ ଉପହାରଗୁଡ଼ିକ” (ଦେଖନ୍ତୁ: ଅଧିକାର/ଦଖଲ)
1 Peter 4:11
εἴ τις λαλεῖ, ὡς λόγια Θεοῦ
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯଦି କେହି କହେ, ସେ ଯେପରି ଈଶ୍ଵରଙ୍କ ବାକ୍ୟ କହୁଛନ୍ତି ସେପରି କୁହନ୍ତୁ” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
εἴ τις διακονεῖ, ὡς ἐξ ἰσχύος ἧς χορηγεῖ ὁ Θεός
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯଦି କେହି ଅନ୍ୟର ସେବା କରନ୍ତି, ତେବେ ସେ ଅନ୍ୟମାନଙ୍କୁ ସେବା କରନ୍ତୁ ଯେପରି ସେ ଈଶ୍ଵର ଯୋଗାଉଥିବା ଶକ୍ତି ସହ ସେମାନଙ୍କୁ ସେବା କରୁଛନ୍ତି” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
δοξάζηται ὁ Θεὸς
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କୁ ଗୌରବ ଦେଇ ପାରିବ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ᾧ ἐστιν ἡ δόξα καὶ τὸ κράτος
ଯଦି ଆପଣଙ୍କର ଭାଷା ଗୌରବ ଏବଂ ଶକ୍ତି ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଗୌରବମୟ ଏବଂ ଶକ୍ତିଶାଳୀ ଭାବରେ ପରିଚିତ ହେବେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 4:12
τῇ ἐν ὑμῖν πυρώσει
ପିତର ଦୁଃଖ ଭୋଗୁଥିବା ଖ୍ରୀଷ୍ଟିୟାନମାନଙ୍କୁ ସୁନା ସହ ତୁଳନା କରନ୍ତି ଯେପରି ସେମାନେ ଅଗ୍ନି ଦେଇ ଯିବା ଦ୍ୱାରା ସୁନା ପରି ଶୁଚି ହୁଅନ୍ତି । ଜେପାରୀ ଅଗ୍ନି ସୁନାକୁ ସୁଦ୍ଧ କରେ, ପରୀକ୍ଷା ଖ୍ରୀଷ୍ଟିୟାନଙ୍କ ବିଶ୍ୱାସକୁ ଦୃଢ଼ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସରଳ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେଉଁ ପରୀକ୍ଷା ଦେଇଯାଉଅଛ ତାହା ତୁମ୍ଭମାନଙ୍କୁ ସୁନାରେ ପରି ସୁଦ୍ଧ କରେ” (ଦେଖନ୍ତୁ: ଉପମା/ରୂପକ)
1 Peter 4:13
ἐν τῇ ἀποκαλύψει τῆς δόξης αὐτοῦ
ଯଦି ଆପଣଙ୍କର ଭାଷା ପ୍ରକାଶ ଏବଂ ଗୌରବ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ଏହି ବାକ୍ୟର ଅର୍ଥ ହୋଇପାରେ: (୧) ଖ୍ରୀଷ୍ଟ ନିଜର ଗୌରବ ପ୍ରକାଶ କରିବେ । ବିକଳ୍ପ ଅନୁବାଦ: “ଯେବେ ସେ ପ୍ରକାଶ କରନ୍ତି ଯେ ସେ କେତେ ଗୌରବମୟ” (୨) ଈଶ୍ଵର ଖ୍ରୀଷ୍ଟଙ୍କ ଗୌରବ ପ୍ରକାଶ କରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟ କେତେ ଗୌରବମୟ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν τῇ ἀποκαλύψει τῆς δόξης αὐτοῦ
ଏଠାରେ, ତାହାଙ୍କ ଗୌରବର ପ୍ରକାଶ ଭବିଷ୍ୟତରେ ସେହି ସମୟକୁ ବୁଝାଏ ଯେବେ ଯୀଶୁ ପୃଥିବୀକୁ ଫେରି ସମସ୍ତଙ୍କୁ ବିଚାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ସେ ପୃଥିବୀକୁ ତାହାଙ୍କ ଗୌରବର ପ୍ରକାଶନରେ ଫେରିବେ ସେତେବେଳେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
χαρῆτε ἀγαλλιώμενοι
ଆନନ୍ଦ ଏବଂ ଆନନ୍ଦ ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ଆନନ୍ଦର ତୀବ୍ରତାକୁ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆହୁରି ଅଧିକ ଆନନ୍ଦିତ ହେବ” କିମ୍ବା “ତୁମ୍ଭେମାନେ ଅତ୍ୟଧିକ ଆନନ୍ଦିତ ହେବ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 4:14
εἰ ὀνειδίζεσθε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯଦି ଲୋକମାନେ ତୁମ୍ଭମାନଙ୍କୁ ଅପମାନିତ କରନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν ὀνόματι Χριστοῦ
ଏଠାରେ, ନାମ ଖ୍ରୀଷ୍ଟଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ପାଇଁ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
μακάριοι
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପରି ଲୋକ, ଯାହାକୁ ଈଶ୍ଵର ଆଶୀର୍ବାଦ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸ τῆς δόξης καὶ τὸ τοῦ Θεοῦ Πνεῦμα
ଏଠାରେ, ଗୌରବର ଏବଂ ଈଶ୍ଵରଙ୍କ ଉଭୟ ପବିତ୍ର ଆତ୍ମାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଗୌରବର ଆତ୍ମା, ଯିଏ ଈଶ୍ଵରଙ୍କ ଆତ୍ମା” କିମ୍ବା “ଈଶ୍ଵରଙ୍କ ଗୌରବମୟ ପବିତ୍ର ଆତ୍ମା” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐφ’ ὑμᾶς ἀναπαύεται
ଏଠାରେ, ତୁମ୍ଭମାନଙ୍କ ଉପରେ ଅଧିଷ୍ଠାନ କରିଅଛନ୍ତି ବାକ୍ୟାଂଶ ଏକ ରୁଢି ଅଟେ ଯାହା ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ନିରନ୍ତର ବାସ କରୁଥିବା ପବିତ୍ର ଆତ୍ମାଙ୍କୁ ବୁଝାଏ । ପିତର ଏହି ଭାଷା [ଯିଶାଇୟ ୧୧: ୨] ବ୍ୟବହାର କରିଥିଲେ ଯେଉଁଠାରେ ଏହା ମୂଳତଃ ଖ୍ରୀଷ୍ଟଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାକୁ ବୁଝାଏ । ପବିତ୍ର ଆତ୍ମା ଖ୍ରୀଷ୍ଟଙ୍କଠାରେ ଏବଂ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କଠାରେ ବାସ କରନ୍ତି ([ଯୋହନ ୧:୩୩]; [୧୪: ୧୬-୧୭]) । ବିଶ୍ଵାସୀମାନଙ୍କ ମଧ୍ୟରେ ବାସ କରୁଥିବା ପବିତ୍ର ଆତ୍ମା ଶକ୍ତି ଏବଂ ସାନ୍ତ୍ୱନା ପ୍ରଦାନ କରନ୍ତି ଯେବେ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ପାଇଁ ନିର୍ଯ୍ୟାତିତ ହୁଅନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ସହ ଅଛନ୍ତି” କିମ୍ବା “ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Peter 4:15
ὡς φονεὺς, ἢ κλέπτης, ἢ κακοποιὸς, ἢ ὡς ἀλλοτριεπίσκοπος
ଯଦି ଆପଣଙ୍କର ଭାଷା ହତ୍ୟାକାରୀ, ଚୋର, ଦୁଷ୍କର୍ମକାରୀ, ଏବଂ ଚର୍ଚ୍ଚାକାରୀ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ହତ୍ୟା କରେ, ଚୋରି କରେ, ମନ୍ଦକର୍ମ କରେ, କିମ୍ବା ମଧ୍ୟସ୍ଥି କରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἀλλοτριεπίσκοπος
ଏଠାରେ, ଚର୍ଚ୍ଚାକାରୀ ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯିଏ ଏପରି କରିବାର ଅଧିକାର ନ ପାଇ ଅନ୍ୟମାନଙ୍କ କାର୍ଯ୍ୟରେ ଜଡିତ ହୁଏ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟ ଲୋକମାନଙ୍କ କାର୍ଯ୍ୟରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରେ” (ଦେଖନ୍ତୁ: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
1 Peter 4:16
μὴ αἰσχυνέσθω, δοξαζέτω δὲ τὸν Θεὸν
ଏଠାରେ ତୃତୀୟ ପୁରୁଷକୁ ବ୍ୟବହାର କରି ପରୋକ୍ଷ ଭାବରେ ପାଠକମାନଙ୍କୁ ସମ୍ବୋଧିତ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ପୂର୍ବ ପଦ ପରି ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ଏହି ଅଧ୍ୟାୟ ପାଇଁ ସାଧାରଣ ଟିପ୍ପଣୀରେ ଏହାର ଆଲୋଚନା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଲଜ୍ଜିତ ହୁଅ ନାହିଁ, କିନ୍ତୁ ଈଶ୍ଵରଙ୍କୁ ଗୌରବ ଦିଅ” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
ἐν τῷ ὀνόματι τούτῳ
ଏଠାରେ, ଏହି ନାମ ପଦରେ ପୂର୍ବରୁ ଉଲ୍ଲେଖ କରାଯାଇଥିବା “ଖ୍ରୀଷ୍ଟିୟାନ” ଆଖ୍ୟାକୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ସେ “ଖ୍ରୀଷ୍ଟିୟାନ” ନାମ ଧାରଣ କରନ୍ତି କିମ୍ବା“ କାରଣ ଲୋକମାନେ ତାହାଙ୍କୁ ଖ୍ରୀଷ୍ଟିୟାନ ଭାବରେ ସ୍ୱୀକୃତି ଦେଇଛନ୍ତି ”(ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 4:17
ὁ καιρὸς τοῦ ἄρξασθαι τὸ κρίμα ἀπὸ τοῦ οἴκου τοῦ Θεοῦ
ଯଦି ଆପଣଙ୍କର ଭାଷା ବିଚାର ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଗୃହର ବିଚାର କରିବା ଆରମ୍ଭ କରିବାର ସମୟ ଆସିଅଛି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τοῦ οἴκου τοῦ Θεοῦ
ଏଠାରେ ପିତର ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ଗୃହ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେପରି ସେମାନେ ଏକ ପରିବାର ଯାହାକି ଈଶ୍ଵରଙ୍କ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କର ଅଟନ୍ତି” (ଦେଖନ୍ତୁ: ଉପମା/ରୂପକ)
εἰ δὲ πρῶτον ἀφ’ ἡμῶν
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ପୂର୍ବ ଶବ୍ଦରୁ ଏହି ଶବ୍ଦଗୁଡ଼ିକୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଯଦି ବିଚାର ଆମ୍ଭମାନଙ୍କ ସହ ପ୍ରଥମେ ଆରମ୍ଭ ହେବାର ସମୟ ଆସିଅଛି” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
ἀφ’ ἡμῶν
ଯେବେ ପିତର ଆମ୍ଭମାନଙ୍କୁ କୁହନ୍ତି, ସେ ନିଜେ ଏବଂ ତାହାଙ୍କ ପାଠକମାନଙ୍କ ବିଷୟରେ କହୁଛନ୍ତି, ତେଣୁ ଆମ୍ଭେ ସମସ୍ତଙ୍କୁ ବୁଝାଏ । ଆପଣଙ୍କର ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ । (ଦେଖନ୍ତୁ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
τί τὸ τέλος τῶν ἀπειθούντων τῷ τοῦ Θεοῦ εὐαγγελίῳ?
ପିତର ସୂଚନା ମାଗୁ ନାହାଁନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯାହା ବିଶ୍ଵାସ କରୁଥିବା ଲୋକମାନଙ୍କ ଅପେକ୍ଷା ସୁସମାଚାରକୁ ପ୍ରତ୍ୟାଖ୍ୟାନ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ବିଚାର ଅଧିକ ଗୁରୁତର ହେବ ବୋଲି ବୁଝାଏ । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବ ନାହିଁ, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ସୁସମାଚାରକୁ ଅବମାନନା କରନ୍ତି ସେମାନଙ୍କ ଶେଷ କେତେ ଭୟଙ୍କର ହେବ!” (ଦେଖନ୍ତୁ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τὸ τέλος
ଏଠାରେ, ଶେଷ ଶବ୍ଦ ଲୋକମାନଙ୍କ ଜୀବନର ଅନ୍ତିମ ଫଳାଫଳକୁ ବୁଝାଏ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ତେବେ ଆପଣ ସ୍ପଷ୍ଟ ଭାବରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ତିମ ଫଳାଫଳ” କିମ୍ବା “ଫଳାଫଳ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τῶν ἀπειθούντων
ଏଠାରେ, ଅବମାନନା କରିବା ଅନୁତାପ କରିବାକୁ ଏବଂ ସୁସମାଚାରକୁ ବିଶ୍ଵାସ କରିବାକୁ ନିର୍ଦ୍ଦେଶକୁ ଅବମାନନା କରିବାକୁ ବୁଝାଏ, ଯାହା ସୁସମାଚାରର ଏକ ଅଂଶ ଅଟେ । [୨: ୮] ରେ ଆପଣ କିପରି ଏକ ସମାନ ବାକ୍ୟାଂଶ ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ଵାସ କରିବାକୁ ମନା କରନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τῷ τοῦ Θεοῦ εὐαγγελίῳ
ଏଠାରେ, ଈଶ୍ଵରଙ୍କ ସୁସମାଚାର ସୂଚାଇପାରେ: (୧) ଈଶ୍ଵରଙ୍କଠାରୁ ଆସିଥିବା ସୁସମାଚାରକୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରୁ ସୁସମାଚାର” (୨) ଈଶ୍ଵରଙ୍କ ବିଷୟରେ ସୁସମାଚାରକୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବିଷୟରେ ସୁସମାଚାର” (ଦେଖନ୍ତୁ: ଅଧିକାର/ଦଖଲ)
1 Peter 4:18
καὶ
ଏବଂ ଏଠାରେ ଏକ ପୁରାତନ ନିୟମ ପୁସ୍ତକ ([ହିତୋପଦେଶ ୧୧:୩୧]) ର ଏକ ଉଦ୍ଧୃତି ଉପସ୍ଥାପନ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଏବଂ ଶଲୋମନ ଶାସ୍ତ୍ରରେ ଲେଖିଥିଲେ” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
εἰ ὁ δίκαιος μόλις σῴζεται, ὁ ἀσεβὴς καὶ ἁμαρτωλὸς ποῦ φανεῖται?
ଏହି ବାକ୍ୟଟି [ହିତୋପଦେଶ ୧୧:୩୧] ର ଏକ ଉଦ୍ଧୃତି ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
εἰ ὁ δίκαιος μόλις σῴζεται
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯଦି କଷ୍ଟରେ ଈଶ୍ଵର ଧାର୍ମିକ ଲୋକକୁ ରକ୍ଷା କରୁଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὁ δίκαιος…ὁ ἀσεβὴς καὶ ἁμαρτωλὸς
ପିତର ସାଧାରଣତଃ ଏହି ପ୍ରକାରର ଲୋକମାନଙ୍କ ବିଷୟରେ କହୁଛନ୍ତି, ଏବଂ ନିର୍ଦ୍ଦିଷ୍ଟ, ବ୍ୟକ୍ତିଗତ ବ୍ୟକ୍ତିଙ୍କ ବିଷୟରେ ନୁହେଁ । ଯଦି ଏହା ଆପଣଙ୍କ ଭାଷାରେ ବୁଝା ନ ପଢ଼େ, ତେବେ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଧାର୍ମିକମାନେ… ଅଧାର୍ମିକ ଏବଂ ପାପୀ” (ଦେଖନ୍ତୁ: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକ)
ὁ ἀσεβὴς καὶ ἁμαρτωλὸς ποῦ φανεῖται?
ପିତର ସୂଚନା ମାଗୁ ନାହାଁନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯାହା ବିଶ୍ଵାସୀମାନଙ୍କ ଅପେକ୍ଷା ଅଧାର୍ମିକ ଲୋକମାନେ ଅଧିକ କଷ୍ଟ ପାଇବେ ବୋଲି ବୁଝାଏ। ଯଦି ଆପଣମାନେ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବ ନାହିଁ, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଏବଂ ପାପୀ ନିଶ୍ଚିତ ଭାବରେ ଦେଖାଯିବେ ନାହିଁ!” (ଦେଖନ୍ତୁ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ὁ ἀσεβὴς καὶ ἁμαρτωλὸς ποῦ φανεῖται
ଏଠାରେ, କେଉଁଠାରେ ହେବ ଏବଂ ଦେଖାଯିବ ଏକ ରୁଢି ଅଟେ ଯାହାର ଅର୍ଥ “କ’ଣ ହେବ” ଅଟେ ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ରୁଢି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଏବଂ ପାପୀମାନଙ୍କ ସହ କ’ଣ ହେବ” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
ὁ ἀσεβὴς καὶ ἁμαρτωλὸς
ଅଧାର୍ମିକ ଏବଂ ପାପୀ ଶବ୍ଦର ଅର୍ଥ ସମାନ ଅଟେ । ଏଠାରେ ଏହି ଲୋକମାନଙ୍କର ଦୁଷ୍ଟତାକୁ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ଅଧାର୍ମିକ ପାପୀ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 4:19
τὰς ψυχὰς
[୧: ୯] ରେ ଆପଣ କିପରି ପ୍ରାଣ ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)
ἐν ἀγαθοποιΐᾳ
ବିକଳ୍ପ ଅନୁବାଦ: “ଉତ୍ତମ କର୍ମ କରିବାବେଳେ” କିମ୍ବା “ଉତ୍ତମ କାର୍ଯ୍ୟ ଜାରି ରଖିବାବେଳେ” ।
1 Peter 5
୧ ପିତର ୫ ସାଧାରଣ ଟିପ୍ପଣୀଗୁଡ଼ିକ
## ଗଠନ ଏବଂ ଆକାର
- ବିଶ୍ଵାସୀମାନେ କିପରି ପରସ୍ପର ପ୍ରତି ବ୍ୟବହାର କରିବା ଉଚିତ୍ (୫: ୧–୧୧)
ସମାପ୍ତ (୫: ୧୨–୧୪)
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ସିଂହ
ଅନ୍ୟ ପ୍ରାଣୀମାନେ ସାଧାରଣତଃ ସିଂହମାନଙ୍କୁ ଭୟ କରନ୍ତି କାରଣ ସେମାନେ ଦ୍ରୁତ ଏବଂ ଶକ୍ତିଶାଳୀ, ଏବଂ ସେମାନେ ପ୍ରାୟ ସମସ୍ତ ପ୍ରକାରର ପଶୁ ଖାଇଥା’ନ୍ତି । ସେମାନେ ମଧ୍ୟ ଲୋକମାନଙ୍କୁ ଖାଆନ୍ତି । ଶୟତାନ ଈଶ୍ଵରଙ୍କ ଲୋକମାନଙ୍କୁ ଭୟଭୀତ କରିବାକୁ ଚାହୁଁଛି, ତେଣୁ ପିତର ନିଜ ପାଠକମାନଙ୍କୁ ଶିକ୍ଷା ଦେବା ପାଇଁ ସିଂହର ଦୃଷ୍ଟାନ୍ତ ବ୍ୟବହାର କରନ୍ତି, ଶୟତାନ ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ, କିନ୍ତୁ ଯଦି ସେମାନେ ଈଶ୍ଵରଙ୍କ ଉପରେ ଭରସା କରନ୍ତି ଏବଂ ତାହାଙ୍କ କଥା ମାନନ୍ତି, ତେବେ ସେମାନେ ସର୍ବଦା ଈଶ୍ଵରଙ୍କ ଲୋକ ହେବେ, ଏବଂ ଈଶ୍ଵର ସେମାନଙ୍କ ଯତ୍ନ ନେବେ । (ଦେଖନ୍ତୁ: ) ବାବିଲ ସେହି ଦୁଷ୍ଟ ରାଷ୍ଟ୍ର ଅଟେ ଯିଏ ଯିରୂଶାଲମକୁ ଧ୍ୱଂସ କରି ଦେଇଥିଲା, ଯିହୁଦୀମାନଙ୍କୁ ସେମାନଙ୍କ ଘରୁ ନେଇ ଯାଇ ସେମାନଙ୍କ ଉପରେ ଶାସନ କଲା। ଶାସ୍ତ୍ରର ଅନ୍ୟାନ୍ୟ ସ୍ଥାନରେ, ଲେଖକମାନେ ବାବିଲକୁ ଈଶ୍ଵରଙ୍କ ଲୋକମାନଙ୍କର ଶତ୍ରୁମାନଙ୍କ ପାଇଁ ରୂପକ ଭାବରେ ବ୍ୟବହାର କରନ୍ତି । [ପଦ ୧: ୧୩] ରେ ପିତର ବାବିଲକୁ ସେହି ଦେଶ ପାଇଁ ଏକ ରୂପକ ଭାବରେ ବ୍ୟବହାର କରିଥିଲେ ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ସେ ଏହି ପତ୍ର ଲେଖୁଥିଲେ । ଅଧିକାଂଶ ପଣ୍ଡିତ ବିଶ୍ଵାସ କରନ୍ତି ଯେ ଏଠାରେ ପିତର ରୋମ ବିଷୟରେ କହୁଛନ୍ତି କାରଣ ରୋମୀୟମାନେ ସେହି ସମୟରେ ଖ୍ରୀଷ୍ଟିୟାନମାନଙ୍କୁ କଠୋର ନିର୍ଯାତନା ଦେଉଥିଲେ। (ଦେଖନ୍ତୁ: ଉପମା ଏବଂ ମନ୍ଦ*,*ଦୁଷ୍ଟ,ଦୁଷ୍ଟାମି)
1 Peter 5:1
[ପଦ ୧–୪] ରେ ପିତର ସିଧାସଳଖ ମଣ୍ଡଳୀଗୁଡ଼ିକର ନେତାମାନଙ୍କ ସହ କଥାବାର୍ତ୍ତା କରନ୍ତି ।
πρεσβυτέρους…ὁ συνπρεσβύτερος
[ପଦ ୧–୫] ରେ ପ୍ରାଚୀନ ଏବଂ ପ୍ରାଚୀନଗଣ ବିଶେଷ ଭାବରେ ମଣ୍ଡଳୀର ନେତାମାନଙ୍କୁ ବୁଝାଏ, ଯେଉଁମାନେ ପ୍ରାୟତଃ ବୟସ୍କ ବ୍ୟକ୍ତି ଥିଲେ । ଏଠାରେ ଏହି ଶବ୍ଦଗୁଡ଼ିକ ସାଧାରଣତଃ ବୃଦ୍ଧମାନଙ୍କୁ ସୂଚାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହ ମଣ୍ଡଳୀ ନେତା… ମଣ୍ଡଳୀ ନେତା” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
μάρτυς τῶν τοῦ Χριστοῦ παθημάτων
ଯଦି ଆପଣଙ୍କର ଭାଷା ସାକ୍ଷୀ ଏବଂ ଯନ୍ତ୍ରଣା ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଖ୍ରୀଷ୍ଟଙ୍କୁ ସାକ୍ଷୀ କରିଛନ୍ତି ସେ ଅନେକ ଉପାୟରେ ଯନ୍ତ୍ରଣା ଭୋଗୁଛନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῆς μελλούσης ἀποκαλύπτεσθαι δόξης
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେଉଁ ଗୌରବରେ ଈଶ୍ଵର ପ୍ରକାଶ କରିବାକୁ ଯାଉଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τῆς…δόξης
ଯଦି ଆପଣଙ୍କର ଭାଷା ଗୌରବ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଗୌରବମୟ ସ୍ୱଭାବରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῆς μελλούσης ἀποκαλύπτεσθαι δόξης
ଗୌରବ ଯାହା ପ୍ରକାଶିତ ହେବାକୁ ଯାଉଅଛି ବାକ୍ୟାଂଶ ଭବିଷ୍ୟତରେ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରତ୍ୟାବର୍ତ୍ତନକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଫେରି ଆସିବା ପରେ ଯେଉଁ ଗୌରବରେ ପ୍ରକାଶିତ ହେବେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 5:2
ποιμάνατε τὸ…ποίμνιον τοῦ Θεοῦ
ଏଠାରେ ବିଶ୍ଵାସୀମାନଙ୍କ ନେତୃତ୍ୱ ତଥା ଯତ୍ନ ନେବାକୁ ଏଠାରେ ପିତର ମେଷପାଳକ ଶବ୍ଦକୁ ବ୍ୟବହାର କରନ୍ତି, ଏବଂ ସେହି ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ସେ ପଲ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ପ୍ରାଚୀନମାନେ ଯେଉଁମାନେ ବିଶ୍ଵାସୀମାନଙ୍କ ସମାବେଶର ନେତୃତ୍ୱ ନିଅନ୍ତି, ସେହି ବିଶ୍ଵାସୀମାନଙ୍କ ଯତ୍ନ ନେବା ଉଚିତ ଯେପରି ମେଷପାଳକମାନେ ସେମାନଙ୍କର ମେଷମାନଙ୍କର ଯତ୍ନ ନିଅନ୍ତି । ଯେହେତୁ ମେଷପାଳକ ଏବଂ ମେଷ ରୂପକ ବାଇବଲରେ ଗୁରୁତ୍ୱପୂର୍ଣ୍ଣ ରୂପକ ଅଟେ , ତେଣୁ ଆପଣ ଆପଣଙ୍କ ଅନୁବାଦରେ ରୂପକ ରଖିବା ଉଚିତ କିମ୍ବା ଉପମା ବ୍ୟବହାର କରିବା ଉଚିତ ତାହା ନିଶ୍ଚୟ କାରନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଲୋକମାନଙ୍କର ଯତ୍ନ ନିଅ ଯେପରି ସେମାନେ ଏକ ମେଷ ସଦୃଶ” (ଦେଖନ୍ତୁ: ଉପମା/ରୂପକ)
ἐπισκοποῦντες μὴ ἀναγκαστῶς
ଯଦି ଆପଣଙ୍କର ଭାଷା ପ୍ରତିପାଳନ ଏବଂ ବାଧ୍ୟତାମୂଳକ ର ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତିପାଳନ କର- କାରଣ ତୁମ୍ଭେମାନେ ଏହା କରିବା ଉଚିତ ନୁହେଁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐπισκοποῦντες μὴ ἀναγκαστῶς
ପିତର କେତେକ ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କର ପ୍ରତିପାଳନ କରିବା - ବାଧ୍ୟତାମୂଳକ ଭାବରେ ଏହା କର ନାହିଁ” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
μὴ ἀναγκαστῶς, ἀλλὰ ἑκουσίως
ବାଧ୍ୟତାମୂଳକରେ ଏବଂ ସ୍ୱଇଚ୍ଛାରେ ବାକ୍ୟାଂଶଗୁଡ଼ିକର ଅର୍ଥ ସାମାନ ଅଟେ । ପୁନରାବୃତ୍ତି ଜୋର ଦେବା ପାଇଁ ବ୍ୟବହୃତ ହୋଇଅଛି ଯାହା ମଣ୍ଡଳୀ ନେତାମାନେ ସ୍ବେଚ୍ଛାକୃତ ଭାବରେ ବିଶ୍ଵାସୀମାନଙ୍କ ଯତ୍ନ ନିଅନ୍ତୁ ବୋଲି ପିତର ଇଚ୍ଛା କରିଥିବାକୁ ବୁଝାଏ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ଇଚ୍ଛାଶକ୍ତିରେ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
κατὰ Θεόν
ଏହି ବାକ୍ୟାଂଶ ଈଶ୍ଵରଙ୍କ ଇଚ୍ଛା କିମ୍ବା ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଇଚ୍ଛା ଅନୁଯାୟୀ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କୁ ଚାହାଁନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
μηδὲ αἰσχροκερδῶς, ἀλλὰ προθύμως
ଲୋଭରେ ନୁହେଁ ଏବଂ ଉତ୍ସାହର ସହିତ ବାକ୍ୟାଂଶଗୁଡ଼ିକର ଅର୍ଥ ସମାନ ଅଟେ । ପୁନରାବୃତ୍ତି ଜୋର ଦେବା ପାଇଁ ବ୍ୟବହୃତ ହୋଇଅଛି ଯାହା ମଣ୍ଡଳୀର ନେତାମାନେ ଉତ୍ସାହର ସହିତ ବିଶ୍ଵାସୀମାନଙ୍କ ଯତ୍ନ ନିଅନ୍ତୁ ବୋଲି ପିତର ଇଚ୍ଛା କରିବାକୁ ବୁଝାଏ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଉତ୍ସାହରେ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 5:3
ὡς κατακυριεύοντες
ଏଠାରେ ପିତର ଏହାକୁ ଦାୟିତ୍ୱଭାର ବ୍ୟବହାର କରି ସାଙ୍କେତିକ ଭାବରେ ଲୋକମାନଙ୍କ ପ୍ରତି କଠୋର ଏବଂ ନିୟନ୍ତ୍ରିତ ବ୍ୟବହାରକୁ ବୁଝାନ୍ତି, ଯେପରି କେହି ଜଣେ କଠୋର ମାଲିକ ଅଟେ ଯିଏ ତାହାଙ୍କ ସେବକମାନଙ୍କୁ ଦୁର୍ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କଠୋର ନିୟନ୍ତ୍ରଣ” କିମ୍ବା “କଠୋର ସ୍ବାମୀଙ୍କ ପରି କାର୍ଯ୍ୟ କରିବା” (ଦେଖନ୍ତୁ: ଉପମା/ରୂପକ)
τῶν κλήρων
ଯଦି ଆପଣଙ୍କର ଭାଷା ଭାଗ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ ନ୍ୟସ୍ତ ହୋଇଛନ୍ତି” କିମ୍ବା “ଯେଉଁମାନଙ୍କୁ ଈଶ୍ଵର ତୁମ୍ଭମାନଙ୍କୁ ଦେଇଛନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τύποι γινόμενοι τοῦ ποιμνίου
ଉଦାହରଣ କୁ ବର୍ଣ୍ଣନା କରିବା ପାଇଁ ପିତର ଧାରଣକାରୀ ଗଠନ ବ୍ୟବହାର କରୁଛନ୍ତି ଯାହା ପଲ କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପଲ ପାଇଁ ଉଦାହରଣ” (ଦେଖନ୍ତୁ: ଅଧିକାର/ଦଖଲ)
τοῦ ποιμνίου
ପୂର୍ବ ପଦରେ ଆପଣ କିପରି ପଲ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (ଦେଖନ୍ତୁ: ଉପମା/ରୂପକ)
1 Peter 5:4
καὶ
ଏବଂ ଏଠାରେ ପିତର [ପଦଗୁଡ଼ିକ ୨–-୩] ରେ ଦେଇଥିବା ଆଦେଶ ମାନିବାର ଫଳାଫଳକୁ ବୁଝାଏ । ଏକ ଫଳାଫଳ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହିସବୁ କରିବା ପରିଣାମ ସ୍ୱରୂପ” (ଦେଖନ୍ତୁ: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
τοῦ ἀρχιποίμενος
ମୁଖ୍ୟ ମେଷପାଳକ ଯୀଶୁଙ୍କ ପାଇଁ ଏକ ଆଖ୍ୟା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ, ମୁଖ୍ୟ ମେଷପାଳକ ଅଟନ୍ତି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τοῦ ἀρχιποίμενος
ଏଠାରେ ପିତର ସାଙ୍କେତିକ ଭାବରେ ଯୀଶୁଙ୍କ ବିଷୟରେ କୁହନ୍ତି ଯେପରି ସେ ଜଣେ ମେଷପାଳକ ଅଟନ୍ତି ଯିଏ ବିଶ୍ଵାସୀମାନଙ୍କ ସଭାର ସମସ୍ତ ନେତାମାନଙ୍କ ଉପରେ ଅଧିକାର କରନ୍ତି । ପିତର ସେହି ନେତାମାନଙ୍କୁ ସେମାନଙ୍କର ପଲକୁ ମେଷପାଳକ କରିବାକୁ କହିଥିଲେ [ପଦ ୨] । ଯେହେତୁ ମୁଖ୍ୟ ମେଷପାଳକ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଯାହାକି ପୁରାତନ ନିୟମରେ ଖ୍ରୀଷ୍ଟଙ୍କ ବିଷୟରେ କିଛି ଭବିଷ୍ୟବାଣୀ ସହ ସଂଯୁକ୍ତ, ଆପଣ ଆପଣଙ୍କ ଅନୁବାଦରେ ରୂପକ ରଖିବା ଉଚିତ କିମ୍ବା ଏକ ନମୁନା ବ୍ୟବହାର କରିବା ଉଚିତ ତାହା ନିଶ୍ଚିତ କରନ୍ତୁ । ବିକଳ୍ପ ଅନୁବାଦ: “ଯିଏ ମୁଖ୍ୟ ମେଷପାଳକ ପରି” (ଦେଖନ୍ତୁ: ଉପମା/ରୂପକ)
φανερωθέντος τοῦ ἀρχιποίμενος
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେବେ ମୁଖ୍ୟ ମେଷପାଳକ ଆସନ୍ତି” କିମ୍ବା “ଯେତେବେଳେ ଈଶ୍ଵର ମୁଖ୍ୟ ମେଷପାଳକଙ୍କୁ ପ୍ରକାଶ କରନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸν ἀμαράντινον τῆς δόξης στέφανον
ଏଠାରେ, ମୁକୁଟ ବିଜୟର ପ୍ରତୀକକୁ ବୁଝାଏ । ଏହା ରାଜାମାନେ ପିନ୍ଧୁଥିବା ମୁକୁଟ ର ପ୍ରକାରକୁ ସୂଚାଏ ନାହିଁ । ପ୍ରାଚୀନ କାଳରେ ଜଣେ ଧାବକ ଏକ ପ୍ରତିଯୋଗିତାରେ ଜିତିବା ପାଇଁ ପୁରସ୍କାର ଭାବରେ ଏହି ମୁକୁଟ ପ୍ରାପ୍ତ କରୁଥିଲେ । ସେହି ମୁକୁଟଗୁଡ଼ିକ ପ୍ରାୟତଃ ପତ୍ର କିମ୍ବା ଫୁଲରେ ତିଆରି ହୋଇଥିଲା ଯାହା ମଳିନ ହୁଏ । ସେହି ବିଜୟ ମୁକୁଟ ପରି, ଈଶ୍ଵର ଦେଇଥିବା ପୁରସ୍କାର ଅକ୍ଷୟ ହେବ, ଅର୍ଥାତ୍ ଏହା ଚିରସ୍ଥାୟୀ ରହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଗୌରବମୟ ପୁରସ୍କାର ଯାହା ଚିରସ୍ଥାୟୀ ରହିବ” (ଦେଖନ୍ତୁ: ଉପମା/ରୂପକ)
τῆς δόξης στέφανον
ଏହା ସୂଚାଇପାରେ: (୧) ଏକ ମୁକୁଟ ଯାହା ଗୌରବ ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଗୌରବମୟ ମୁକୁଟ” (୨) ଏକ ମୁକୁଟ ଯାହା ଗୌରବ [ପଦ ୧] ରେ ଦର୍ଶାଯାଇଛି । ବିକଳ୍ପ ଅନୁବାଦ: “ମୁକୁଟ, ଅର୍ଥାତ୍ ଗୌରବ” (ଦେଖନ୍ତୁ: ଅଧିକାର/ଦଖଲ)
1 Peter 5:5
ଏହି ପଦରେ ପିତର ପ୍ରଥମେ ଯୁବକମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦିଅନ୍ତି ଏବଂ ତା’ପରେ ସମସ୍ତ ବିଶ୍ଵାସୀମାନଙ୍କୁ ନିର୍ଦ୍ଦେଶ ଦେବା ଜାରି ରଖନ୍ତି ।
ὑποτάγητε
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ନିଜ ଅଧିନରେ” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
πρεσβυτέροις
ଆପଣ ପ୍ରାଚୀନ ଶବ୍ଦକୁ [ପଦ ୧] ରେ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
πάντες
ଏଠାରେ, ସମସ୍ତେ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ ଯାହାଙ୍କୁ ପିତର ଏହି ପତ୍ର ଲେଖୁଛନ୍ତି, ଏବଂ ସମସ୍ତ ଲୋକମାନଙ୍କୁ ନୁହେଁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବିଶ୍ୱାସୀକୁ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τὴν ταπεινοφροσύνην ἐγκομβώσασθε
ପିତର ନମ୍ରତା ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ଏହା ଏକ ପୋଷାକ ଯାହା ଜଣେ ବ୍ୟକ୍ତି ପିନ୍ଧିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନମ୍ରତା ସହ କାର୍ଯ୍ୟ କର” (ଦେଖନ୍ତୁ: ଉପମା/ରୂପକ)
τὴν ταπεινοφροσύνην
ଯଦି ଆପଣଙ୍କର ଭାଷା ନମ୍ରତା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନମ୍ର କାର୍ଯ୍ୟରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ὅτι
ଏଠାରେ, ପାଇଁ ପୁରାତନ ନିୟମରୁ ଏକ ଉଦ୍ଧୃତି ଉପସ୍ଥାପନ କରେ ([ହିତୋପଦେଶ ୩:୩୪]) । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ପିତର ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟରୁ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “କାରଣ ଶଲୋମନ ଶାସ୍ତ୍ରରେ ଲେଖିଛନ୍ତି” (ଦେଖନ୍ତୁ: ଉଦ୍ଧୃତାଂଶ ଏବଂ ଉଦ୍ଧୃତ ଚିହ୍ନଗୁଡ଼ିକ)
ὁ Θεὸς ὑπερηφάνοις ἀντιτάσσεται, ταπεινοῖς δὲ δίδωσιν χάριν
ଏହି ବାକ୍ୟଟି [ହିତୋପଦେଶ ୩:୩୪] ରୁ ଏକ ଉଦ୍ଧୃତି ଅଟେ । ଉଦ୍ଧରଣ ଚିହ୍ନ ସହ ଏହି ସମସ୍ତ ବିଷୟକୁ ପ୍ରସ୍ତୁତ କରି କିମ୍ବା ଏକ ଉଦ୍ଧରଣକୁ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ବିରାମଚିହ୍ନ ସହ ଏହାକୁ ସୂଚାଇବା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ । (ଦେଖନ୍ତୁ: କୌଣସି ଲେଖାର କିଛି ଅଂଶ ନକଲ ଉଦ୍ଧୃତି ଚିହ୍ନଗୁଡ଼ିକ)
δίδωσιν χάριν
ଯଦି ଆପଣଙ୍କର ଭାଷା ଅନୁଗ୍ରହ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୟାଳୁ କାର୍ଯ୍ୟକର” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 5:6
ὑπὸ τὴν κραταιὰν χεῖρα τοῦ Θεοῦ
ନମ୍ର ଲୋକଙ୍କୁ ରକ୍ଷା କରିବା ଏବଂ ଗର୍ବୀ ଲୋକମାନଙ୍କୁ ଦଣ୍ଡ ଦେବା ପାଇଁ ଈଶ୍ଵରଙ୍କ ଶକ୍ତି ବିଷୟରେ ପିତର ସାଙ୍କେତିକ ଭାବରେ ହସ୍ତ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ମହାନ ଶକ୍ତି ଅଧୀନରେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ὑμᾶς ὑψώσῃ
ଈଶ୍ଵର କାହାକୁ ସମ୍ମାନ ଦେଉଛନ୍ତି ବୋଲି ବର୍ଣ୍ଣନା କରିବା ପାଇଁ ପିତର ଏକ ବିଶେଷ ରୂପକ ବ୍ୟବହାର କରୁଛନ୍ତି ଯେପରି ଈଶ୍ଵର ସେହି ବ୍ୟକ୍ତିକୁ ଉଠାଇବେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ସମ୍ମାନ ଦେବେ” (ଦେଖନ୍ତୁ: ଉପମା/ରୂପକ)
1 Peter 5:7
πᾶσαν τὴν μέριμναν ὑμῶν ἐπιρίψαντες ἐπ’ αὐτόν
ଏଠାରେ ପିତର ଚିନ୍ତା ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ଏହା ଏକ ଭାରୀ ଭାର ଯାହା ଜଣେ ବ୍ୟକ୍ତି ତାହାଙ୍କ ପିଠିରୁ ବାହାର କରି ଈଶ୍ଵରଙ୍କ ଉପରେ ପକାଇପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଚିନ୍ତାରେ ପକାଉଥିବା ସମସ୍ତ ବିଷୟ ଉପରେ ତାହାଙ୍କୁ ବିଶ୍ୱାସ କରିବା” କିମ୍ବା “ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଥିବା ସମସ୍ତ ବିଷୟର ଯତ୍ନ ନେବାକୁ ଦିଅ” (ଦେଖନ୍ତୁ: ଉପମା/ରୂପକ)
1 Peter 5:8
νήψατε, γρηγορήσατε
ସଚେତନ ଏବଂ ଜାଗ୍ରତ ଭାବରେ ଅନୁବାଦ ହୋଇଥିବା ଶବ୍ଦଗୁଡ଼ିକର ଅର୍ଥ ସମାନ ଅଟେ । ପିତର ସେଗୁଡ଼ିକୁ ଜୋର ଦେବା ପାଇଁ ବ୍ୟବହାର କରନ୍ତି ଯାହା ଶୟତାନ ସେମାନଙ୍କୁ ବିନାଶ କରିବାକୁ ଚାହୁଁଥିବାରୁ ବିଶ୍ୱାସୀମାନେ ସଚେତନ ହେବା ଆବଶ୍ୟକତାକୁ ବୁଝାଏ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ସତର୍କ ରୁହ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
νήψατε
[୧:୧୩] ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି । (ଦେଖନ୍ତୁ: ଉପମା/ରୂପକ)
ὡς λέων ὠρυόμενος περιπατεῖ, ζητῶν τινα καταπιεῖν
ପିତର ଶୟତାନ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ସେ ଜଣେ ଗର୍ଜନ କରୁଥିବା ସିଂହ ଯିଏ ଲୋକମାନଙ୍କୁ ଗ୍ରାସ କରିବାକୁ ଖୋଜି ବୁଲୁଅଛି । ଯେପରି ଭୋକିଲା ସିଂହ ତାର ଶିକାରକୁ ଗ୍ରାସ କରେ, ବିଶ୍ଵାସୀମାନଙ୍କ ବିଶ୍ୱାସକୁ ନଷ୍ଟ କରିବାକୁ ଶୟତାନ **ଖୋଜୁଛି। ଏହି ଅଧ୍ୟାୟ ପାଇଁ ସାଧାରଣ ଟିପ୍ପଣୀରେ ଏହାର ଆଲୋଚନା ଦେଖନ୍ତୁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଶ୍ଵାସୀମାନଙ୍କ ବିଶ୍ୱାସକୁ ନଷ୍ଟ କରିବାର ଉପାୟ ଖୋଜିବାକୁ ଚେଷ୍ଟା କରୁଛି” (ଦେଖନ୍ତୁ: ଉପମା)
1 Peter 5:9
στερεοὶ τῇ πίστει
ପିତର କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ବିଶ୍ୱାସରେ ଦୃଢ଼ ହୋଇ” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
τῇ πίστει
ଏଠାରେ, ବିଶ୍ଵାସ ସୂଚାଇପାରେ: (୧) ଜଣେ ବ୍ୟକ୍ତିର ଯୀଶୁଙ୍କ ଉପରେ ବିଶ୍ୱାସକୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ୱାସରେ” (୨) ସାଧାରଣତଃ ଖ୍ରୀଷ୍ଟିୟାନ ବିଶ୍ଵାସକୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟିୟାନ ବିଶ୍ୱାସରେ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὰ αὐτὰ τῶν παθημάτων…ἐπιτελεῖσθαι
ଯଦି ଆପଣଙ୍କର ଭାଷା ଯନ୍ତ୍ରଣା ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଲୋକମାନେ ସମାନ ଭାବରେ ଯନ୍ତ୍ରଣା ଭୋଗୁଛନ୍ତି” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὰ αὐτὰ τῶν παθημάτων…ἐπιτελεῖσθαι
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନ ରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ସମାନ ପ୍ରକାରର ଦୁଃଖ ଘଟୁଛି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὑμῶν ἀδελφότητι
[୨:୧୭] ରେ ଆପଣ କିପରି ଭାତୃତ୍ଵ ଶବ୍ଦକୁ ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଉପମା/ରୂପକ)
ἐν τῷ κόσμῳ
ବିକଳ୍ପ ଅନୁବାଦ: “ଜଗତର ବିଭିନ୍ନ ସ୍ଥାନରେ”
1 Peter 5:10
ὁ δὲ Θεὸς πάσης χάριτος, ὁ καλέσας ὑμᾶς εἰς τὴν αἰώνιον αὐτοῦ δόξαν ἐν Χριστῷ, ὀλίγον παθόντας
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାଭାବିକ ହେବ, ତେବେ ଆପଣ ଏହି ଧାରାଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ ଯାହା ଦ୍ଵାରା ସେଗୁଡ଼ିକ କ୍ରମାନୁକ୍ରମିକ କ୍ରମରେ ଦେଖାଯିବ । ବିକଳ୍ପ ଅନୁବାଦ: “କିନ୍ତୁ ଅଳ୍ପ ସମୟ ପାଇଁ ଯନ୍ତ୍ରଣା ଭୋଗିବା ପରେ, ସମସ୍ତ ଅନୁଗ୍ରହର ଈଶ୍ଵର, ଯିଏ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଅନନ୍ତ ଗୌରବକୁ ଡାକିଛନ୍ତି” (ଦେଖନ୍ତୁ: ସୂଚନା ଗଠନ ପ୍ରଣାଳୀ)
ὁ…Θεὸς πάσης χάριτος
*ସମସ୍ତ ଅନୁଗ୍ରହର ଈଶ୍ଵର * ଏହାର ଅର୍ଥ ହୋଇପାରେ: (୧) ଈଶ୍ଵର ସର୍ବଦା ଦୟାଳୁ ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ଯିଏ ସର୍ବଦା ଦୟାଳୁ” (୨) ଈଶ୍ଵର ସର୍ବଦା ଦୟାଳୁ ଉପହାର ଦିଅନ୍ତି, ଯେପରି [୪:୧୦] ରେ ଉଲ୍ଲେଖ କରାଯାଇଛି । ବିକଳ୍ପ ଅନୁବାଦ: “ଈଶ୍ଵର ଯିଏ ସମସ୍ତ ଦୟାଳୁ ଉପହାର ଦିଅନ୍ତି” (ଦେଖନ୍ତୁ: ଅଧିକାର/ଦଖଲ)
εἰς τὴν αἰώνιον αὐτοῦ δόξαν
ଯଦି ଆପଣଙ୍କର ଭାଷା ଗୌରବ ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କର ଗୌରବମୟ ଉପସ୍ଥିତିରେ ସବୁଦିନ ପାଇଁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν Χριστῷ
ଏଠାରେ, ଖ୍ରୀଷ୍ଟଙ୍କଠାରେ ତାହାଙ୍କ ଉପରେ ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟଙ୍କ ସହ ମିଳିତ ହେବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ὀλίγον
ବିକଳ୍ପ ଅନୁବାଦ: “ଅଳ୍ପ ସମୟ ପାଇଁ”
αὐτὸς καταρτίσει, στηρίξει, σθενώσει, θεμελιώσει
ଏଠାରେ, ନିଶ୍ଚିତ, ଶକ୍ତିଶାଳୀ, ଏବଂ ପ୍ରତିଷ୍ଠା ସମସ୍ତ ଅର୍ଥ ସମାନ ଅଟେ । ପୁନରାବୃତ୍ତି ଜୋର ଦେବା ପାଇଁ ବ୍ୟବହୃତ ଯାହା ଈଶ୍ଵର ଯନ୍ତ୍ରଣା ଭୋଗୁଥିବା ସମସ୍ତ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୃଢ଼ କରିବେ ବୋଲି ବୁଝାଏ । ଯଦି ଆପଣଙ୍କର ଭାଷା ଏହା କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ନିଜେ ପୁନଃସ୍ଥାପନ କରିବେ ଏବଂ ପ୍ରତ୍ୟେକ ଉପାୟରେ ଦୃଢ଼ କରିବେ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 5:11
αὐτῷ τὸ κράτος
ଯଦି ଆପଣଙ୍କର ଭାଷା ଶକ୍ତି ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଶକ୍ତିଶାଳୀ ଶାସନ କରନ୍ତୁ” (ଦେଖନ୍ତୁ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 5:12
διὰ Σιλουανοῦ, ὑμῖν τοῦ πιστοῦ ἀδελφοῦ (ὡς λογίζομαι), δι’ ὀλίγων ἔγραψα
ସିଲ୍ୱାନଙ୍କ ମାଧ୍ୟମରେ ଅର୍ଥାତ୍ ସିଲ୍ୱାନ ଲେଖିଥିଲେ ଯାହା ପିତର ତାହାଙ୍କୁ ଏହି ପତ୍ରରେ ଲେଖିବାକୁ କହିଥିଲେ । ପ୍ରାଚୀନ କାଳରେ ଲୋକମାନେ ସେମାନଙ୍କ ପାଇଁ ପତ୍ର ଲେଖିବା ପାଇଁ ଶାସ୍ତ୍ରୀମାନଙ୍କୁ ବ୍ୟବହାର କରିବା ସାଧାରଣ ପ୍ରଥା ଥିଲା । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ବିଶ୍ୱସ୍ତ ଭାଇ ସିଲ୍ୱାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ସଂକ୍ଷେପରେ ଲେଖିଥିଲି, ଯେହେତୁ ମୁଁ ତାହାଙ୍କୁ ସମ୍ମାନ କରେ, ଯିଏ ମୁଁ ଯାହା ଲେଖିବାକୁ କହିଥିଲି ସେ ତାହା ଲେଖିଥିଲେ” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἀδελφοῦ
ଯଦିଓ ଭାଇ ପୁରୁଷବାଚକ ଏବଂ ସିଲ୍ୱାନ ଜଣେ ପୁରୁଷ, ଏଠାରେ ପିତର ଅନ୍ୟ ଜଣେ ବିଶ୍ଵାସୀଙ୍କୁ ସୂଚାଇବା ପାଇଁ ଭାଇ କୁ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହ ଖ୍ରୀଷ୍ଟିୟାନ” (ଦେଖନ୍ତୁ: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)
ταύτην
ଏଠାରେ, ଏହି ଶବ୍ଦକୁ ପିତର ଏହି ପତ୍ରରେ ଯାହା ଲେଖିଛନ୍ତି ତାହା ଦର୍ଶାଏ, ବିଶେଷ କରି ସେହି ପତ୍ରରେ ଥିବା ସୁସମାଚାର ବାର୍ତ୍ତାକୁ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଯାହା ଲେଖିଛି” (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
ταύτην εἶναι ἀληθῆ χάριν τοῦ Θεοῦ
ଏଠାରେ ଅନୁଗ୍ରହ ସୁସମାଚାର ବାର୍ତ୍ତାକୁ ବୁଝାଏ , ଯାହା ବିଶ୍ଵାସୀମାନଙ୍କ ପାଇଁ ଈଶ୍ଵର କରିଥିବା ଦୟାଳୁ କାର୍ଯ୍ୟ ବିଷୟରେ ଉଲ୍ଲେଖ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଲେଖିଥିବା ଏହି ପତ୍ରରେ ଈଶ୍ଵରଙ୍କ ପ୍ରକୃତ ଏବଂ ଦୟାଳୁ ବାର୍ତ୍ତା ଅଛି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
εἰς ἣν στῆτε
ପିତର ସୁସ୍ଥିର ହୋଇଥାଅ ବାକ୍ୟାଂଶକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେପରି କୌଣସି ବିଷୟ ପ୍ରତି ଦୃଢ଼ ଭାବରେ ପ୍ରତିବଦ୍ଧ ହେବା, ଯେପରି କେହି ଗୋଟିଏ ସ୍ଥାନରେ ଦୃଢ଼ ଭାବରେ ଠିଆ ହୋଇ ଚାଲିବାକୁ ମନା କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏଥିରେ ଦୃଢ଼ ଭାବରେ ପ୍ରତିବଦ୍ଧ ରୁହ” (ଦେଖନ୍ତୁ: ଉପମା/ରୂପକ)
εἰς ἣν στῆτε
ଏଠାରେ, ଏହା ଈଶ୍ଵରଙ୍କ ପ୍ରକୃତ ଅନୁଗ୍ରହକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ପ୍ରକୃତ ଅନୁଗ୍ରହରେ ସ୍ଥିରରୁହ” (ଦେଖନ୍ତୁ: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)
1 Peter 5:13
ἡ ἐν Βαβυλῶνι συνεκλεκτὴ
ସେ ଏବଂ ସହ-ମନୋନୀତ ଏଠାରେ ଉଭୟ ବିଶ୍ଵାସୀମାନଙ୍କ ଗୋଷ୍ଠୀକୁ ବୁଝାଏ, ଯେବେ ସେ ଏହି ପତ୍ର ଲେଖିଥିଲେ ପିତରଙ୍କ ସହ ଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବାବିଲରେ ବିଶ୍ଵାସୀମାନଙ୍କ ଏହି ଗୋଷ୍ଠୀ, ଯେଉଁମାନେ ସହ-ମନୋନୀତ ଅଟନ୍ତି” (ଦେଖନ୍ତୁ: ପ୍ରତୀକାତ୍ମକ ଭାଷା)
ἐν Βαβυλῶνι
ଏଠାରେ, ବାବିଲ ଶବ୍ଦର ଅର୍ଥ ହୋଇପାରେ: (୧) ରୋମ ସହର । ବିକଳ୍ପ ଅନୁବାଦ: “ରୋମରେ, ଯାହା ବାବିଲ ପରି” (୨) ବାବିଲ ସହର, ଯେପରି ଏହା ULT ରେ ଉଲ୍ଲେଖ ଅଛି । ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଏହାର ଆଲୋଚନା ଦେଖନ୍ତୁ । (ଦେଖନ୍ତୁ: ପ୍ରତୀକାତ୍ମକ ଭାଷା)
συνεκλεκτὴ
ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ଗଠନରେ କିମ୍ବା ଅନ୍ୟ ଉପାୟରେ ଅନୁବାଦ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ଵର ମନୋନୀତ କରିଛନ୍ତି” (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἀσπάζεται
ଏହି ସଂସ୍କୃତିରେ ଯେପରି ପ୍ରଥା ଥିଲା, ପିତର ତାହାଙ୍କ ସହ ଥିବା ଏବଂ ଯେଉଁମାନେ ସେ ଲେଖୁଛନ୍ତି ସେହି ଲୋକମାନଙ୍କୁ ଜାଣନ୍ତି ବୋଲି ଶୁଭେଚ୍ଛା ଜଣାଇ ଏହି ପତ୍ରକୁ ସମାପ୍ତ କରିଛନ୍ତି । ଆପଣଙ୍କ ଭାଷାରେ ଏକ ପତ୍ରରେ ଅଭିବାଦନ ଜଣାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ । ଯଦି ଅଛି, ଆପଣ ସେହି ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସ୍ମରଣ କରିବାକୁ କହି” କିମ୍ବା “ନମସ୍କାର କରେ”
ὁ υἱός μου
ପିତର ସାଙ୍କେତିକ ଭାବରେ ମାର୍କକୁ ସୂଚିତ କରନ୍ତି ଯେପରି ସେ ତାହାଙ୍କର ପୁତ୍ର ଅଟନ୍ତି, କାରଣ ସେ ତାହାଙ୍କୁ ଖ୍ରୀଷ୍ଟିୟାନ ଧର୍ମ ବିଷୟରେ ଶିକ୍ଷା ଦେଇଥିଲେ ଏବଂ ତାହାଙ୍କୁ ପୁତ୍ର ପରି ପ୍ରେମ କରୁଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମୋ ପୁତ୍ର ପରି ଅଟେ” କିମ୍ବା “ମୋର ଆତ୍ମିକ ପୁତ୍ର ଅଟେ” (ଦେଖନ୍ତୁ: ଉପମା/ରୂପକ)
Μᾶρκος
ମାର୍କ ଜଣେ ବ୍ୟକ୍ତିଙ୍କ ନାମ ଅଟେ । (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
1 Peter 5:14
ἀσπάσασθε
ନମସ୍କାର ଏଠାରେ ଏକ ଆଦେଶ ସୂଚକ ବାକ୍ୟା ଅଟେ, କିନ୍ତୁ ଏହା ଏକ ନିର୍ଦ୍ଦେଶ ପରିବର୍ତ୍ତେ ଏକ ଭଦ୍ର ଅନୁରୋଧକୁ ପ୍ରକକଶ କରେ । ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ଏକ ଭଦ୍ର ଅନୁରୋଧକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଅଭିବାଦନ କରିବା ତୁମ୍ଭମାନଙ୍କ ଅଭ୍ୟାସ ହେଉ” କିମ୍ବା “ଅଭିବାଦନ କରିବା ତୁମ୍ଭେମାନେ ଅଭ୍ୟାସ କର” (ଦେଖନ୍ତୁ: ଆଦେଶସୂଚକ ବାକ୍ୟ – ଅନ୍ୟାନ୍ୟ ବ୍ୟବହାରିକ)
ἐν φιλήματι ἀγάπης
ଏକ ଚୁମ୍ବନ ଏକ କାର୍ଯ୍ୟ ଯାହାକି ଏହି ସଂସ୍କୃତିରେ ଖ୍ରୀଷ୍ଟିୟାନ ପ୍ରେମକୁ ବୁଝାଏ । ଯେଉଁମାନେ ଖ୍ରୀଷ୍ଟଙ୍କର ଅଟନ୍ତି ସେମାନଙ୍କ ଏକତା ଏହା ଦର୍ଶାଏ । ଯଦି ଆପଣଙ୍କ ସଂସ୍କୃତିରେ ସମାନ ଅର୍ଥ ସହ ଏକ ଅଙ୍ଗଭଙ୍ଗୀ ଅଛି, ଆପଣ ଏହାକୁ ଆପଣଙ୍କ ଅନୁବାଦରେ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ସ୍ନେହପୂର୍ଣ୍ଣ ଚୁମ୍ବନରେ” କିମ୍ବା “ପରସ୍ପର ପ୍ରତି ତୁମ୍ଭର ପ୍ରେମ ଦେଖାଇବା ପାଇଁ ଏକ ଚୁମ୍ବନ” (ଦେଖନ୍ତୁ: ପ୍ରତୀକାତ୍ମକ କାର୍ଯ୍ୟ)
εἰρήνη ὑμῖν πᾶσιν, τοῖς ἐν Χριστῷ
ପିତରଙ୍କ ସଂସ୍କୃତିରେ ଯେପରି ପ୍ରଥା ଥିଲା, ପିତର ତାହାଙ୍କ ପାଠକମାନଙ୍କ ପାଇଁ ଆଶୀର୍ବାଦ ଦେଇ ତାହାଙ୍କ ପତ୍ର ସମାପ୍ତ କରନ୍ତି । ଏକ ଗଠନ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ବୁଝି ପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତେ ନିଜ ଭିତରେ ଶାନ୍ତି ଅନୁଭବ କରନ୍ତୁ” କିମ୍ବା “ମୁଁ ପ୍ରାର୍ଥନା କରୁଛି ଯେ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ଲୋକ ଶାନ୍ତି ପ୍ରାପ୍ତ କରନ୍ତୁ” (ଦେଖନ୍ତୁ: ଆଶୀର୍ବାଦ)
ἐν Χριστῷ
[ଶବ୍ଦ ୧୦] ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)