Oriya: unfoldingWord® Translation Notes

Updated ? hours ago # views See on DCS Draft Material

Romans

Romans front

"# ରୋମୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ରୋମୀୟ ପୁସ୍ତକ ରୂପରେଖା
  1. ପରିଚୟ (୧ :୧-୧୫ )
    1. ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା (୧ :୧୬ -୧୭)
  2. ପାପ ସକାଶେ ସମସ୍ତ ମନୁଷ୍ୟ ଜାତି ଦଣ୍ଡିତ ହୋଇଅଛନ୍ତି (୧:୧୮-୩:୨୦)
  3. ତାହାଙ୍କଠାରେ ଅର୍ଥାତ୍, ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧIର୍ମିକତା (୩:୨୧-୪:୨୫)
  4. ଆତ୍ମାଙ୍କର ଫଳ ସମୂହ (୫:୧-୧୧)
  5. ଆଦମ ଓ ଖ୍ରୀଷ୍ଟଙ୍କୁ ତୁଳନା କରାଯାଇଛି (୫:୧୨-୨୧) ୧.ଏହି ଜୀବନରେ ଖ୍ରୀଷ୍ଟଙ୍କ ପରି ହେବା (୬:୧-୮:୩୯)
    1. ଇଶ୍ରାୟେଲ ପାଇଁ ଈଶ୍ବରଙ୍କ ଯୋଜନା (୯:୧-୧୧:୩୬)
    2. ଖ୍ରୀଷ୍ଟିୟାନଭାବରେ ଜୀବନଯାପନ କରିବାପାଇଁ ପ୍ରାୟୋଗିକ ଉପଦେଶ (୧୨:୧-୧୫:୧୩)
    3. ଉପସଂହାର ଓ ଅଭିବାଦନ (୧୫:୧୪-୧୬:୨୭)
ରୋମୀୟ ପୁସ୍ତକ କିଏ ଲେଖିଥିଲେ?

ରୋମୀୟ ପୁସ୍ତକ ପ୍ରେରିତ ପାଉଲ ଲେଖିଥିଲେ। ପାଉଲ ତାର୍ଷ ନଗରର ଲୋକ ଥିଲେI ଖ୍ରୀଷ୍ଟଙ୍କୁ ଜାଣିବା ପୁର୍ବରୁ ସେ ଶାଉଲ ନାମରେ ପରିଚିତ ଥିଲେI ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଖ୍ରୀଷ୍ଟିୟାନ ହେଲା ପରେ, ଅନେକ ଥର ରୋମ୍ ସାମ୍ରାଜ୍ୟରେ ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ I

ପାଉଲ କରିନ୍ଥ ନଗରରେ ରହୁ ଥିବା ସମୟରେ, ରୋମୀୟ ସମ୍ରାଜ୍ୟରେ ତାହାଙ୍କ ତୃତୀୟ ଥର ଯାତ୍ରା କରିବା ସମୟରେ ସମ୍ଭବତଃ ଏହି ପତ୍ରଟି ଲେଖିଥିଲେ।

ରୋମୀୟ ପୁସ୍ତକରେ କେଉଁ ବିଷୟରେ ଲେଖିା ଯାଇଛି?

ପାଉଲ ରୋମରେ ଥିବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ। ପାଉଲ ଚାହାଁନ୍ତି ଯେ ସେ ସେମାନଙ୍କୁ ନିକଟକୁ ଯିବା ସମୟରେ ସେମାନେ ପ୍ରସ୍ତୁତ ରହନ୍ତୁ। ତାହାଙ୍କ ଉଦ୍ଦେଶ୍ୟ ଏହା ଥିଲା ଯେ, “ବିଶ୍ବାସରେ ଆଜ୍ଞାବହତା ହେବା” (୧୬: ୨୬).

ଏହି ପତ୍ରରେ ପାଉଲ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରକୁ ସମ୍ପୂର୍ଣ୍ଣରୂପରେ ବର୍ଣ୍ଣନା କରିଅଛନ୍ତି। ସେ କହନ୍ତି ଯେ ଉଭୟ ଯିହୁଦୀ ଓ ଅଣ-ଯିହୂଦୀ ପାପ କରିଅଛନ୍ତି, ଓ I ଈଶ୍ବର ସେମାନଙ୍କୁ କ୍ଷମା କରିବେ ଓ ଧାର୍ମିକ ବୋଲି ଘୋଷଣା କରିବେ, ଯଦି ସେମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବେ(ଅଧ୍ୟାୟ ୧-୧୧). ତହିଁଉତ୍ତାରେ ସେ ସେମାନଙ୍କୁ ପ୍ରାୟୋଗିକ ଉପଦେଶ ବିଷୟରେ କହନ୍ତି କି ପ୍ରକାରେ ବିଶ୍ବାସୀମାନେ ରହିବା ଦରକାର (ଅଧ୍ୟାୟ ୧୨-୧୬),

ଏହି ପୁସ୍ତକର ନାମ କେଉଁ ପ୍ରକାରେ ଅନୁବାଦ ହେବା ଆବଶ୍ୟକ?

ଅନୁବାଦକ ଏହି ପୁସ୍ତକର ପୁସ୍ତକର ନାମକୁ ଏହାର ପାରମ୍ପରିକ “ରୋମୀୟ” ନାମରେ ନାମିତ କରି ପାରିବେ, କିମ୍ବା ସେମାନେ ଏକ ସ୍ପଷ୍ଟ ନାମ ନାମରେ ନାମିତ କରି ପାରିବେ, ଯଥା “ରୋମୀୟ ମଣ୍ଡଳୀ ନିକଟକୁ ପାଉଲଙ୍କର ପତ୍ର,” ଓ “ରୋମରେ ଥିବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର.” (ଦେଖ:INVALID translate/translate-names)

ଭାଗ: ଗୁରତ୍ବପୂର୍ଣ୍ଣ ଧର୍ମ ସମ୍ଭନ୍ଧୀୟ ଓ ସାଂସ୍କୃତିକ ବିଷୟସମୂହ

ଯୀଶୁଙ୍କ ନିମନ୍ତେ କେତେ ପ୍ରକାରର ଉପନାମ ବା ଶିରୋନାମା ବ୍ୟବହାର କରାଯାଇଛି?

ରୋମୀୟ ପୁସ୍ତକରେ, ପାଉଲ ଯୀଶୁ ଖ୍ରୀଷ୍ଟଙ୍କୁ ବିଭିନ୍ନ ପ୍ରକାରର ଉପନାମ ବା ଶିରୋନାମା ଦେଇ ବର୍ଣ୍ଣନା କରିଅଛନ୍ତି: ଯୀଶୁ ଖ୍ରୀଷ୍ଟ (୧:୧), ଦାଉଦଙ୍କର ବଂଶ (୧:୩), ଈଶ୍ବରଙ୍କ ପୁତ୍ର (୧:୪), ପ୍ରଭୁ ଯୀଶୁ ଖ୍ରୀଷ୍ଟ (୧:୭), ଖ୍ରୀଷ୍ଟ ଯୀଶୁ (୩:୨୪), ପ୍ରାୟଶ୍ଚିତ୍ତ ବଳି (୩:୨୫), ଯୀଶୁ (୩:୨୬), ଯୀଶୁ ଆମ୍ଭମାନଙ୍କର ପ୍ରଭୁ (୪:୨୪), ବାହିନୀମାନଙ୍କର ପ୍ରଭୁ (୯:୨୯), ଗୋଟିଏ ବାଧା ଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ (୯:୩୩), ବ୍ୟବସ୍ଥାର ଶେଷ (୧୦:୪), ଉଦ୍ଧାରକର୍ତ୍ତା (୧୧:୨୬), ମୃତ ଓ ଜୀବିତ ଉଭୟମାନଙ୍କ ପ୍ରଭୁ (୧୪:୯), ଓ ଯିଶୟଙ୍କର ମୂଳ(୧୫:୧୨).

ରୋମୀୟ ପୁସ୍ତକରେ ଧର୍ମ ସମ୍ଭନ୍ଧୀୟ ଶବ୍ଦଗୁଡିକର ଅନୁବାଦ କି ପ୍ରକାରେ କରାଯିବା ଆବଶ୍ୟକ ?

ପାଉଲ ଅନେକ ପାରମାର୍ଥିକ ଶବ୍ଦଗୁଡିକର ବ୍ୟବହାର କରିଅଛନ୍ତି, ଯାହା ଚାରୋଟି ସୁସମାଚାରରେ ଉଲ୍ଲେଖ କରାଯାଇ ନାହିଁ। ଯେହେତୁ ପ୍ରଥମ ଶତାଦ୍ଦୀର ଖ୍ରୀଷ୍ଟିୟାନମାନେ ଯୀଶୁ ଖ୍ରୀଷ୍ଟଙ୍କ ଅର୍ଥ ଓ ତାହାଙ୍କ ସୁସମ୍ବାଦ ବିଷୟରେ ଅଧିକ ଶିଖିଥିଲେ, ସେମାନଙ୍କୁ ନୂଆଁ ବିଚାରଗୁଡିକ ପାଇଁ ଭାବ ପ୍ରବଣତାର ଶବ୍ଦଗୁଡିକ ଆବଶ୍ୟକତା ଥିଲା। ଏହି ପ୍ରକାରର ଶବ୍ଦଗୁଡିକର କେତେକ ଉଦାହରଣ ହେଲା, ଯଥା “ଧାର୍ମିକତା” (୫:୧), “ବ୍ୟବସ୍ଥାର କ୍ରିୟାକର୍ମ” (୩:୨୦), “ପୁନର୍ମିଳନ” (୫:୧୦), ପ୍ରାୟଶ୍ଚିତ୍ତ ବଳି (୩:୨୫), “ପବିତ୍ରୀକରଣ” (୬:୧୯), ଓ ପୁରାତନ ମନୁଷ୍ୟ ବା ସ୍ବଭାବ” (୬:୬).

ଏହି “ପ୍ରମୁଖ ଶବ୍ଦ”ର ଅର୍ଥ ବୁଝିବା ପାଇଁ ଶବ୍ଦକୋଷ ଅନୁବାଦକମାନଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। (ଦେଖ:INVALID translate/figs-abstractnouns)

ଉପରେ ଦିଆଯାଇଥିବା ଶବ୍ଦଗୁଡିକୁ ବର୍ଣ୍ଣନା କରିବା କଷ୍ଟକର ଅଟେ। ଅନୁବାଦକମାନଙ୍କର ନିଜ ଭାଷାରେ ସମାନ ଶବ୍ଦକୁ ବ୍ୟକ୍ତ କରିବା ପ୍ରାୟତଃ କଷ୍ଟ ଓ ଅସମ୍ଭବ ହୋଇଥାଏ। ଶବ୍ଦକୋଷ ଏହା ଜଣିବାରେ ସାହାଯ୍ୟ କରିଥାଏ ଯେ ସେହି ଶବ୍ଦଗୁଡ଼ିକର ସମାନ ଶବ୍ଦ ଲେଖିବା ଆବଶ୍ୟକ ନାହିଁ। ବରଂ, ଅନୁବାଦକମାନେ ଏହି ବିଚାରଗୁଡିକୁ ଜଣାଇଦେବା ପାଇଁ ସଂକ୍ଷିପ୍ତ ଅଭିବ୍ୟକ୍ତି ମଧ୍ୟ ପ୍ରସ୍ତୁତ କରିପାରିବେ। ଉଦାହରଣ ସ୍ବରୂପ, “ସୁସମାଚାର” ଶବ୍ଦକୁ “ଯୀଶୁ ଖ୍ରୀଷ୍ଟଙ୍କର ଶୁଭ ସମ୍ବାଦ” ଭାବରେ ଅନୁବାଦ କରାଯାଇପାରିବ”|

ଅନୁବାଦକମାନେ ଏହା ମନେରଖିବା ଉଚିତ୍ ଯେ ଏହି ଶବ୍ଦଗୁଡ଼ିକ ମଧ୍ୟରୁ କେତେକ ଶବ୍ଦ ଏକାଧିକ ଅର୍ଥ ବ୍ୟକ୍ତ କରେ। ଲେଖକଙ୍କ ଉପରେ ନିର୍ଭର କରେ ଯେ ସେ କେଉଁ ପ୍ରକାରେ ସେହି ଶବ୍ଦର ଅର୍ଥକୁ ଗୋଟିଏ ଅଧ୍ୟାୟରେ ବ୍ୟବହାର କରୁଛନ୍ତି। ଉଦାହରଣ ସ୍ବରୂପ, “ଧାର୍ମିକତା” ଏହାର ଅର୍ଥ କେତେକ ସ୍ଥାନରେ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ। ଅନ୍ୟ ଏକ ସ୍ଥାନରେ, “ଧାର୍ମିକତା” ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ପରମେଶ୍ବଙ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣଭାବେ ପାଳନ କରିଥିବା ଅର୍ଥକୁ ପ୍ରକାଶ କରେ।

“ଇଶ୍ରାୟେଲର “ଏକ ଅବଶିଷ୍ଟାଂଶ” ବୋଲି ପାଉଲ କହିବାର ଅର୍ଥ କଅଣ ଥିଲା? (୧୧:୫)

“ଅବଶିଷ୍ଟାଂଶ” ର ଧାରଣା ଉଭୟ ପୁରାତନ ନିୟମରେ ଓ ପାଉଲଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ଅଟେ। ଯେତେବେଳେ ଅଶୂରୀୟମାନେ ଓ ବାବିଲୀୟମାନେ ଇଶ୍ରାୟେଲ ଦେଶକୁ ଆକ୍ରମଣ କଲେ ସେହି ସମୟରେ ଅଧିକାଂଶ ଇଶ୍ରାୟେଲୀୟମାନେ ମୃତ୍ୟୁବରଣ କଲେ, ଆଉ କେତେକ ଲୋକ ଅନ୍ୟ ଦେଶମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଗଲେ। ଅଳ୍ପ କେତେକ ଯିହୂଦୀମାନେ ଜୀବିତ ଥିଲେ। ସେମାନଙ୍କୁ ହିଁ “ଅବଶିଷ୍ଟାଂଶ” ବୋଲି କୁହାଯାଉଥିଲା I

୧୧:୧-୯ ରେ ପାଉଲ ଅନ୍ୟ ଏକ ଅବଶିଷ୍ଟାଂଶ ବିଷୟରେ କହନ୍ତି। ସେହି ଅବଶିଷ୍ଟାଂଶ ଯିହୂଦୀମାନେ ଅଟନ୍ତି, ଯେଉମାନଙ୍କୁ ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରିବା ସକାଶେ ରକ୍ଷା କରିଅଛନ୍ତି I (ଦେଖ:INVALID bible/kt/remnant)

ଭାଗ ୩: ଅନୁବାଦରେ ଥିବା ଗୁରୁତ୍ବପୁର୍ଣ୍ଣ ସମସ୍ୟାସମୂହ

“ଖ୍ରୀଷ୍ଟଙ୍କଠାରେ” ବୋଲି କହିବାରେ ପାଉଲଙ୍କର ଅର୍ଥ କ’ଣ ଥିଲା?

“ଖ୍ରୀଷ୍ଟଙ୍କଠାରେ” ଓ ଏହି ପ୍ରକାର ବାକ୍ୟାଂଶ ଗୁଡ଼ିକ ୩ :୨୪; ୬ :୧୧, ୨୩ ; ୮:୧,୨,୩୯; ୯:୧; ୧୨:୫,୧୭; ୧୫:୧୭; ଓ ୧୬:୩, ୭,୯,୧୦ରେ ଉଲ୍ଲେଖ ଅଛି । ପାଉଲ ଏହି ପ୍ରକାରର ବାକ୍ୟାଂଶ ଗୁଡ଼ିକୁ ବ୍ୟକ୍ତ କରିବାପାଇଁ ରୂପକ ଶବ୍ଦକୁ ବ୍ୟବହାର କରନ୍ତି ଯେ ଖ୍ରୀଷ୍ଟିୟାନ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ଅଟନ୍ତି। ଖ୍ରୀଷ୍ଟଙ୍କର ଅଟନ୍ତି ବୋଲି କହିବାର ଅର୍ଥ ଯେ ବିଶ୍ବାସୀ ଉଦ୍ଧାର ପାଇଅଛି ଓ ଈଶ୍ବରଙ୍କ ସହିତ ବନ୍ଧୁ ହୋଇଅଛି। ବିଶ୍ବାସୀ ଈଶ୍ବରଙ୍କ ସହିତ ଅନନ୍ତକାଳ ପର୍ଯ୍ୟନ୍ତ ରହିବା ପାଇଁ ପ୍ରତିଜ୍ଞା ମଧ୍ୟ ପାଇଅଛି। କିନ୍ତୁ, ଏହି ଧାରଣାକୁ ଅଧିକାଂଶ ଭାଷାରେ ପରିପ୍ରକାଶ କରିବାରେ କଷ୍ଟ ହୋଇପାରେ।

ଲେଖକ ଗୋଟିଏ ନିର୍ଦ୍ଦିଷ୍ଟ ଅଧ୍ୟାୟରେ କିପରି ସେହି ଶବ୍ଦକୁ ବ୍ୟବହାର କରୁଅଛନ୍ତି। ଉଦାହରଣ ସ୍ବରୂପ, “ଧାର୍ମିକତା” ର ଅର୍ଥ କେତେକ ସ୍ଥାନରେ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ। ଆଉ କେତେକ ସ୍ଥାନରେ, “ଧାର୍ମିକତା” ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ବ୍ୟବସ୍ଥାକୁ ସମ୍ଫୁର୍ଣ୍ଣଭାବେ ପାଳନ କରିଥିବା ଅର୍ଥକୁ ପ୍ରକାଶ କରେ।

ପାଉଲଙ୍କ ଅର୍ଥ କ’ଣ ଥିଲା ଇଶ୍ରାୟେଲର “ଏକ ଅବଶିଷ୍ଟାଂଶ” ବୋଲି କହିବାରେ ପାଉଲଙ୍କ ଅର୍ଥ କ’ଣ ଥିଲା (୧୧:୫)?“ଏକ ଅବଶିଷ୍ଟାଂଶ” ର ଧାରଣା ଗୁରୁତ୍ବପୁର୍ଣ୍ଣ ଅଟେ

ଏହି ବାକ୍ୟାଂଶ ଗୁଡିକରେ ମଧ୍ୟ ବିଶିଷ୍ଟ ଅର୍ଥ ରହିଛି, ଯାହା ପାଉଲଙ୍କ ଉପରେ ନିର୍ଭର କରେ ଯେ ସେ କିପରି ଏହାର ଅର୍ଥକୁ ନିର୍ଦ୍ଦିଷ୍ଟ ଅଧ୍ୟାୟରେ ବ୍ୟବହାର କରିଅଛନ୍ତି। ଉଦାହରଣ ସ୍ବରୂପ, ୩:୨୪ (ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ରହିଛି ), ଯୀଶୁଖ୍ରୀଷ୍ଟଙ୍କ “ସକାଶେ” ଆମ୍ଭମାନଙ୍କ ମୁକ୍ତି ହୋଇଥିବା ବିଷୟକୁ ପାଉଲ ଉଲ୍ଲେଖ କରନ୍ତି”। ୮:୯ ପଦରେ (“ତୁମ୍ଭେମାନେ ଶରୀରରେ ନୁହଁ, କିନ୍ତୁ ଆତ୍ମାରେ ଅଛ”),ବୋଲି ପାଉଲ ବିଶ୍ବାସୀମାନେ ପବିତ୍ର ଆତ୍ମାଙ୍କ “ଠାରେ” ସମର୍ପିତ ହେବା ବିଷୟରେ କହନ୍ତି। ୯:୧ ପଦରେ (“ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି”), ପାଉଲଙ୍କ କହିବାର ଅର୍ଥ ଏହା ଯେ ସେ ସତ୍ୟ କଥା କହୁଅଛନ୍ତି, ଯାହା ସେ ଯୀଶୁ ଖ୍ରୀଷ୍ଟଙ୍କଠାରେ “ଚୁକ୍ତି କରିଅଛନ୍ତି”।

ତଥାପି, ଏହି ଅଧ୍ୟାୟରେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ (ଓ ପବିତ୍ର ଆତ୍ମାଙ୍କ ସହିତ) ଆମ୍ଭମାନଙ୍କର ସେହି ଏକତା ବା ଘନିଷ୍ଠତା ହେବା ମୂଳ ବିଷୟ ପରିପ୍ରକଶ ହୋଇଛି। ସେଥିପାଇଁ, ଅନୁବାଦକଙ୍କ ପାଖରେ ଏହିପରି ଅନେକ ଅନୁଚ୍ଛେଦ ରହିଛି ଯେଉଠାରେ “ରେ/ଠାରେ” ବ୍ୟବହାର କରିହେବ। ସେ(ଅନୁବାଦକ)ପ୍ରତି ମୂହୁର୍ତ୍ତରେ “ରେ/ଠାରେ” ବାକ୍ୟକୁ ବ୍ୟକ୍ତ କରିବା ବେଳେ ସଂଯୋଗର ଶବ୍ଦକୁ ବ୍ୟବହାର କରିବା ପାଇ ଚିନ୍ତା କରିବା ଦରକାର, ଯଥା, “ ଏହା ମାଧ୍ୟମରେ,” “ ଏହି ପ୍ରକାରେ,” ଓ “ଏହାର ଅନୁସାରେ”। କିନ୍ତୁ ଯଦି ସମ୍ଭବ ହୁଏ, ଅନୁବାଦକ ଗୋଟିଏ ଶବ୍ଦ ବା ଗୋଟିଏ ବାକ୍ୟାଂଶ ବ୍ୟବହାର କରିବା ଉଚିତ, ଯାହା ତତ୍କାଳିକ ଅର୍ଥ ଓ “ସଂଯୋଗ”ର ଅର୍ଥକୁ ବୁଝାଉଥିବ। (ଦେଖ:INVALID bible/kt/inchrist)

ULTରେ ରୋମୀୟ ପୁସ୍ତକରେ “ପବିତ୍ର”, “ସାଧୁ”ଓ “ପବିତ୍ରଜଣ” ଓ “ପବିତ୍ରତା” ବିଷୟଗୁଡିକ କେଉଁ ପ୍ରକାରେ ଉପସ୍ଥାପନା କରାଯାଇଛି? ଶାସ୍ତ୍ରରେ ବିଭିନ୍ନ ଚିନ୍ତାଧାରାର ଯେ କୌଣସି ଗୋଟିଏକୁ ସୂଚିତ କରିବାପାଇଁ ଏହି ପ୍ରକାରର ଶବ୍ଦକୁ ବ୍ୟବହାର କରାଯାଇଛି। ଏହି କାରଣରୁ, ଏହି ଶବ୍ଦ ବା ବାକ୍ୟାଂଶଗୁଡ଼ିକୁ ସେମାନଙ୍କ ସଂସ୍କରଣରେ ଉପସ୍ଥାପନା କରିବା ବେଳେ ଅନୁବାଦକମାନଙ୍କ ପାଇଁ ପ୍ରାୟତଃ କଷ୍ଟ ହୋଇଥାଏ । ଇଂରାଜୀରେ ଅନୁବାଦ କରିବା ପାଇଁ, ULT ନିମ୍ନଲିଖିତ ସିଦ୍ଧାନ୍ତଗୁଡିକ ବ୍ୟବହାର କରିଥାଏ: ଏହାର ଅର୍ଥ କେତେକ ଅଧ୍ୟାୟରେ ନୈତିକ ପବିତ୍ରତାର ଅର୍ଥକୁ ବୁଝାଇଥାଏ। ପ୍ରକୃତରେ ସୁସମାଚାରକୁ ବୁଝିବା ପାଇଁ ଗୁରୁତ୍ବପୂର୍ଣ୍ଣ ସତ୍ୟ ଏହା ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ନିଷ୍ପାପ/ପାପଶୂନ୍ୟ ବୋଲି ବିବେଚନା କରନ୍ତି, କାରଣ ସେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି। ଅନ୍ୟ ଏକ ସତ୍ୟ ଏହା ଯେ ଈଶ୍ବର ନିର୍ଦ୍ଦୋଷ ଓ ନିଷ୍କଳଙ୍କ ଅଟନ୍ତି। ତୃତୀୟ ସତ୍ୟ ଏହି ଯେ ଖ୍ରୀଷ୍ଟିୟାନମାନେ ସେମାନଙ୍କର ଜୀବନକୁ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ଭାବରେ ଅତିବାହିତ କରିବା ଦରକାର। ଏହି ପରିସ୍ଥିତିରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ରଜଣ ” ଓ “ପବିତ୍ର ଲୋକମାନେ” ବୋଲି ବ୍ୟବହାର କରେ । (ଦେଖ:୧:୭)
  • କେତେକ ଅଧ୍ୟାୟରେ ଏହି ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି, ସେମାନଙ୍କର କୌଣସି ବିଶେଷ ଭୂମିକା ସକାଶେ ନୁହେଁ I କେତେକ ଇଂରାଜୀ ସଂସ୍କରଣରେ “ସାଧୁ” ଓ “ପବିତ୍ର ବ୍ୟକ୍ତି” ଶବ୍ଦ ବ୍ୟବହାର କରାଯାଇଛି, ULT ଏହିପରି ସ୍ଥାନରେ ବିଶ୍ବସୀମାନେ ଶବ୍ଦକୁ ବ୍ୟବହାର କରିଥାଏ (ଦେଖ:୮:୨୭;୧୨:୧୩; ୧୫:୨୫,୨୬,୩୧; ୧୬:୨,୧୫) *ଏହାର ଅର୍ଥ କେତେକ ଅଧ୍ୟାୟରେ ଜଣେ ବ୍ୟକ୍ତିଙ୍କୁ ବା ଈଶ୍ବରଙ୍କ ଦ୍ବାରା ପୃଥକୀକୃତ କରାଯାଇଥିବା ଲୋକଙ୍କୁ ଦର୍ଶାଏ । ଏହି ସ୍ଥାନରେ ULT “ପୃଥକୀକୃତ,” “ଉତ୍ସର୍ଗୀକୃତ,”ସଂରକ୍ଷିତ,” ଓ “ପବିତ୍ରୀକୃତ” ବ୍ୟବହାର କରିଛି । (ଦେଖ:୧୫:୧୬)

    ଅନୁବାଦକମାନେ ଏହିପରି ଅର୍ଥକୁ ନିଜ ସଂସ୍କରଣ ଗୁଡିକରେ କିପରି ବ୍ୟବହାର କରିବେ ବୋଲି ଚିନ୍ତା କରିବା ବେଳେ UST ବହୁତ ସାହଯ୍ୟ କରିଥାଏ।

ରୋମୀୟ ପୁସ୍ତକର ଅଧ୍ୟାୟରେ ଗୁରୁତ୍ବପୂର୍ଣ ବିଷୟ କ’ଣ ଅଟେ?

ନିମ୍ନ ଲିଖିତ ପଦଗୁଡିକରେ, ପୁରତାନ ବାଇବଲଠାରୁ ଆଧୁନିକ ସଂସ୍କରଣ ଅଲଗା ଅଟେ। ULT ଆଧୁନିକ ଯୁଗର ବାଇବଲକୁ ଅନୁସରଣ କରେ ଓ ପୁରାତନ ସଂସ୍କରଣର ବାଇବଲକୁ ତଳେ ଦର୍ଶାଇ ଥାଏ।

  • “ଉତ୍ତମତା ପାଇ ସେ [ଈଶ୍ବର] ସମସ୍ତ କାର୍ଯ୍ୟ ଏକ ସାଙ୍ଗରେ କରନ୍ତି” (୮:୨୮। କେତେକ ପୁରାତନ ବାଇବଲରେ ଲେଖାଅଛି, “ଉତ୍ତମତା ପାଇଁ ସମସ୍ତ କାର୍ଯ୍ୟ ଏକ ସାଙ୍ଗରେ କରାଯାଇଥାଏ”।“
  • ""କିନ୍ତୁ ଯଦି ଏହା ଅନୁଗ୍ରହ ଦ୍ବାରା ହୁଏ, ତାହାହେଲେ ଏହା ଏବେ କର୍ମ ଦ୍ବାରା ହେବ ନାହିଁ. “(୧୧:୬)। ନଚେତ୍ ଅନୁଗ୍ରହ ଆଉ ଅନୁଗ୍ରହ ହୋଇ ରହିବ ନାହି। କେତେକ ପୁରାତନ ବାବଲରେ ଲେଖାଅଛି: “କିନ୍ତୁ ଯଦି ଏହା କର୍ମ ଦ୍ବାରା ହୁଏ, ତେବେ କଣ ଆଉ ଅନୁଗ୍ରହ ନୁହେଁ: ନଚେତ୍ କର୍ମ ଆଉ କର୍ମ ହୋଇ ରହିବ ନାହି।) ”

ନିମ୍ନଲିଖିତ ପଦଗୁଡିକ ପୁରାତାନ ବାଇବଲରେ ଏତେ ସ୍ପଷ୍ଟ ହୋଇ ନାହିଁ। ଅନୁବାଦକକୁ ଏହି ପଦଗୁଡ଼ିକ ଅନୁବାଦ ନକରିବା ପାଇଁ ଉପଦେଶ ଦିଆଯାଏ । ଅନୁବାଦକମାନଙ୍କ ଅଞ୍ଚଳରେ ପୁରାତନ ସଂସ୍କରଣର ବାଇବଲରେ ଏହି ପଦଗୁଡିକ ଥିଲେ, ଅନୁବାଦକ ଏହାକୁ ଅନୁବାଦ କରିପାରିବେ। ଯଦି ଏହାର ଅନୁବାଦ କରାଯାଏ, ତାହାହେଲେ ରୋମୀୟ ପୁସ୍ତକରେ ସମ୍ଭବତଃ ରହି ନ ଥାଇପାରେ ବୋଲି ଦର୍ଶାଇବା ପାଇଁଏହାକୁଏକ ବର୍ଗବନ୍ଧନୀରେ ଲେଖାଯିବା ଉଚିତ। ।

  • “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ, ଆମେନ୍” (୧୬:୨୪).

(ଦେଖ:INVALID translate/translate-textvariants) "

Romans 1

ରୋମୀୟ ୦୧ ଅଧ୍ୟାୟର ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ପ୍ରଥମ ପଦଟି ଏକସୂଚନା ବା ପରିଚୟ ସ୍ବରୂପ ଅଟେ। ପ୍ରାଚୀନ ଭୂମଧ୍ୟସାଗରୀୟ ଅଂଚଳରେ ଲୋକମାନେ ସାଧାରଣତଃ ପତ୍ର ଏହି ପ୍ରକାରେ ଆରମ୍ଭ କରୁଥିଲେ। ଏହାକୁ “ଅଭିବାଦନ”ବୋଲି ମଧ୍ୟ କହନ୍ତି।

ଏହି ଅଧ୍ୟାୟର ବିଶେଷ ଧାରଣା

ସୁସମାଚାର

ଏହି ଅଧ୍ୟାୟ “ସୁସମାଚାର” (ରୋମୀୟ ୧:୨)କୁ ରୋମୀୟ ପୁସ୍ତକର ମୂଖ୍ୟ ବିଷୟବସ୍ତୁ ବୋଲି ଦର୍ଶାଏ I ରୋମୀୟ ପୁସ୍ତକ ମାଥିଉ, ମାର୍କ, ଲୂକ ଓ ଯୋହନ ପୁସ୍ତକ ପରି ସୁସମାଚାର ନୁହେଁ I ତଥାପି, ଅଧ୍ୟାୟ ୧-୮ ରେ ବାଇବଲର ସୁସମାଚାରକୁ ଉପସ୍ଥାପନ କରାଯାଇଛି: ସମସ୍ତେ ପାପ କରିଅଛନ୍ତି। ଯୀଶୁ ଆମ୍ଭମାନଙ୍କର ପାପ ପାଇଁ ମୃତ୍ୟୁବରଣ କଲେ। ସେ ପୁନର୍ବାର ଜୀବିତ ହେଲେ ଯଦ୍ଦ୍ବାରା ଆମ୍ଭେମାନେ ତାହାଙ୍କଠାରେ ନୂତନ ଜୀବନ ପାଇପାରିବା

ଫଳ

ଏହି ଅଧ୍ୟାୟରେ ଫଳର କାଳ୍ପନିକ ବା ଚିତ୍ର ଶବ୍ଦ ବ୍ୟବହାର କରାଯାଇଛି। ଫଳର ଛବି ସାଧାରଣ ଭାବରେ ଜଣେ ବ୍ୟକ୍ତିର ବିଶ୍ବାସକୁ ଦର୍ଶାଏ, ଯାହା ତାହାର ଜୀବନରେ ଭଲ କାର୍ଯ୍ୟ କରିଥାଏ। ଏହି ଅଧ୍ୟାୟରେ, ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ପାଉଲଙ୍କ କର୍ମର ଫଳଗୁଡିକୁ ଦର୍ଶାଏ I (ଦେଖ:INVALID bible/other/fruitINVALID bible/kt/faith)

ସାର୍ବଜନୀନଭାବେ ଦଣ୍ଡିତ ହେବା ଓ ଈଶ୍ବରଙ୍କ କ୍ରୋଧ

ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କାହା ପାଖରେ ହେଲେ କ୍ଷମା ମାଗିବାର କାରଣ ନ ଥିବ । ଆମ୍ଭେମାନେ ସମସ୍ତେ ସତ୍ୟ ଈଶ୍ବରଙ୍କ ବିଷୟରେ ଜାଣିଅଛୁ, ଯିହୋବା, ତାହାଙ୍କ ସମସ୍ତ ସୃଷ୍ଟବସ୍ତୁ ଓ ଆମ୍ଭମାନଙ୍କ ଚାରିପାଖରେ ଅଛନ୍ତି। ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପାପ ରୂପ ସ୍ବଭାବ କାରଣରୁ ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ କ୍ରୋଧର ଯୋଗ୍ୟ ଅଟନ୍ତି। ଯୀଶୁ କ୍ରୁଶରେ ଉପରେ ମୃତ୍ୟୁଭୋଗ କରିବା ଦ୍ବାରା ଏହି କ୍ରୋଧ ଦୂର ହୋଇଛି, ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି। (ଦେଖ:INVALID bible/kt/righteousINVALID bible/kt/believe)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାରିକ ଶବ୍ଦ

“ଈଶ୍ବର ସେମାନଙ୍କୁ ସମର୍ପିତ କରିଅଛନ୍ତି”

କେତେକ ବିଦ୍ବାନମାନେ କହନ୍ତି ଯେ “ଈଶ୍ବର ସେମାନଙ୍କୁ ସମର୍ପିତ କରିଅଛନ୍ତି” ଓ “ଈଶ୍ବର ସେମାନଙ୍କୁ ଛାଡି ଦେଇଅଛନ୍ତି” ବାକ୍ୟାଂଶରେ ଧର୍ମତତ୍ତ୍ବ ସମ୍ବନ୍ଧୀୟ ଗୁରୁତ୍ବପୁର୍ଣ୍ଣ. ତଥ୍ୟ ରହିଛି। ସେଥିପାଇଁ, ଏହି ବାକ୍ୟାଂଶରେ ଈଶ୍ବରଙ୍କୁ ସକ୍ରିୟାତ୍ମକ ବାକ୍ୟରେ ଅନୁବାଦ କରିବା ଦରକାର। ଈଶ୍ବର ମନୁଷ୍ୟକୁ ନିଜର ଇଚ୍ଛାନୁସାରେ ଚାଲିବା ପାଇ ଛାଡି ଦେଇ ଅଛନ୍ତି, ସେ ସେମାନଙ୍କୁ ବାଧ୍ୟ କରିବେ ନାହିଁ. (ଦେଖ:INVALID bible/kt/sin)

ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ

ଅନୁବାଦକ ବାକ୍ୟର ଅର୍ଥ ଜାଣିବା ପାଇUST ବାଇବଲ ବ୍ୟବହାର କରିବା ଅବଶ୍ୟକ ଓ ସେହି ବାକ୍ୟାଂଶକୁ ସ୍ପଷ୍ଟଭାବରେ ଅନୁବାଦ କରିବା ଉଚିତ।

ଏହି ଅଧ୍ୟାୟରେ କେତେକ କଠିନ ବାକ୍ୟଗୁଡିକ ରହିଛି: “ବିଶ୍ବାସର ଅନୁକାରୀ ହୁଅ/ଆଜ୍ଞାକାରୀ ହୁଅ” “ଆତ୍ମାରେ ଯାହାଙ୍କର ଉପାସନା / ସେବା କରେ”, “ବିଶ୍ବାସ ଉପରେ ବିଶ୍ବାସ”ଓ “କ୍ଷୟଣୀୟ ମନୁଷ୍ୟର ପ୍ରତିମୂର୍ତ୍ତିଠାରୁ ଅକ୍ଷୟଣୀୟ ପରମେଶ୍ବରଙ୍କର ଗୌରବରେ ପରିବର୍ତ୍ତିତ ହେବା”।

Romans 1:1

Παῦλος

ଏହି ପତ୍ରର ଲେଖକଙ୍କ ପରିଚୟ କରାଇବା ପାଇଁ ତୁମ୍ଭମାନଙ୍କର ଭାଷାରେ ଏକ ନିର୍ଦ୍ଧିଷ୍ଟ ମାଧ୍ୟମ ଥାଇପାରେ। ଏହି ପଦରେ ତୁମ୍ଭମାନଙ୍କୁ ମଧ୍ୟ କହିବାକୁ ହେବ ଯେ କେଉଁ ଲୋକମାନଙ୍କ ନିକଟକୁ ପାଉଲ ଏହି ପତ୍ର ଲେଖିଥିଲେ (ରୋମୀୟ ୧:୭)I ଅନ୍ୟ ଏକ ଅନୁବାଦରେ: “ମୁଁ , ପାଉଲ, ଏହି ପତ୍ର ଲେଖିଲି” (ଦେଖ:INVALID translate/figs-explicit)

κλητὸς ἀπόστολος, ἀφωρισμένος εἰς εὐαγγέλιον Θεοῦ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପ୍ରେରିତ ଭାବରେ ଆହ୍ବାନ କରିଅଛନ୍ତି ଓ ଲୋକମାନଙ୍କୁ ସୁସମାଚାର ଶୁଣାଇବା ପାଇଁ ମୋତେ ମନୋନୀତ କରିଅଛନ୍ତି” (ଦେଖ:INVALID translate/figs-activepassive)

κλητὸς

ଏହାର ଅର୍ଥ ଏହା ଯେ ଈଶ୍ବର ଲୋକମାନଙ୍କୁ ତାହାଙ୍କ ସନ୍ତାନ ହେବା ପାଇଁ, ତାହାଙ୍କ ସେବକ ହେବା ପାଇ, ଓ ଯୀଶୁଙ୍କଠାରେ ଯେଉଁ ପରିତ୍ରାଣ ମିଳେ, ସେହି ସୁସମାଚାରର ପ୍ରଚାରକ ହେବା ନିମନ୍ତେ ନିଯୁକ୍ତ ବା ମନୋନୀତ କରିଅଛନ୍ତି, ।

Romans 1:2

ὃ προεπηγγείλατο διὰ τῶν προφητῶν αὐτοῦ ἐν Γραφαῖς ἁγίαις

ପରମେଶ୍ବର ତାହାଙ୍କ ଲୋକମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି ଯେ ସେ ତାହାଙ୍କ ରାଜ୍ୟ ସ୍ଥାପନ କରିବେ। ସେ ଭବିଷ୍ୟତବକ୍ତାମାନଙ୍କୁ ଏହି ପ୍ରତିଜ୍ଞା ଗୁଡିକୁ ଶାସ୍ତ୍ରରେ ଲେଖିବାକୁ କହିଥିଲେ।

Romans 1:3

περὶ τοῦ Υἱοῦ αὐτοῦ

ଏହା “ଈଶ୍ବରଙ୍କ ସୁସମାଚାରକୁ”, ଦର୍ଶାଏ, ଶୁଭ ସମ୍ବାଦ ଏହା ଯେ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଜଗତକୁ ପଠାଇବାକୁ ପ୍ରତିଜ୍ଞା କଲେ।

τοῦ Υἱοῦ

ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ । (ଦେଖ:INVALID translate/guidelines-sonofgodprinciples)

τοῦ γενομένου ἐκ σπέρματος Δαυεὶδ κατὰ σάρκα

ଏଠାରେ “ଶରୀର” ଶବ୍ଦ ଭୌତିକ ଶରୀରକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯେ ଭୌତିକ ଶରୀରର ଅନୁସାରେ ଦାଉଦଙ୍କ ବଂଶଜ ଅଟନ୍ତି” ବା “ଯେ ଦାଉଦଙ୍କ ପରିବାରରେ ଜନ୍ମ ହୋଇଥିଲେ” (ଦେଖ:INVALID translate/figs-explicit)

Romans 1:4

ପାଉଲ ତାହାଙ୍କ ପ୍ରଚାର କରିବାର ଦାୟିତ୍ବ ବିଷୟରେ ଏଠାରେ କହନ୍ତି I

τοῦ ὁρισθέντος Υἱοῦ Θεοῦ ἐν δυνάμει

“ସେ” ଶବ୍ଦ ଯୀଶୁ ଖ୍ରୀଷ୍ଟଙ୍କୁ ସୂଚାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ପରାକ୍ରମରେ ଈଶ୍ବରଙ୍କ ପୁତ୍ର ବୋଲି ଘୋଷଣା କଲେ” (ଦେଖ:INVALID translate/figs-activepassive)

ἐξ ἀναστάσεως νεκρῶν

"ତାହାଙ୍କୁ ମୃତ ଲୋକମାନଙ୍କ ମଧ୍ୟରୁ ଜୀବିତ କରିବ ଦ୍ବାରା। ଏହି ବାକ୍ୟଟି ଏହି ଭୂମଣ୍ଡଳରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ବିଷୟରେ ପ୍ରକାଶ କରେ, ଓ ପୁନର୍ବାର ଜୀବିତ ହେବା ବାକ୍ୟକୁ ଏମିତି କୁହାଯାଇଛି, ସତେ ଯେମିତି ସେମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇଅଛନ୍ତି।

Πνεῦμα ἁγιωσύνης

ଏହା ପବିତ୍ର ଆତ୍ମାଙ୍କୁ ଦର୍ଶାଏ I

Romans 1:5

ἐλάβομεν χάριν καὶ ἀποστολὴν

ଈଶ୍ବର ପାଉଲଙ୍କୁ ପ୍ରେରିତ ହେବାର ଦାନ ଦେଇଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପ୍ରେରିତ କରିଅଛନ୍ତି। ଏହା ଏକ ବିଶେଷ ସୁଯୋଗ ଅଟେ। ” (ଦେଖ:INVALID translate/figs-activepassive)

εἰς ὑπακοὴν πίστεως ἐν πᾶσιν τοῖς ἔθνεσιν ὑπὲρ τοῦ ὀνόματος αὐτοῦ

ପାଉଲ “ନାମ” ଶବ୍ଦର ବ୍ୟବହାର ଯୀଶୁଙ୍କୁ ସୂଚାଇବାକୁ ଏକ ଉପନାମ ରୂପରେ କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ସମସ୍ତ ଜାତି ନିକଟରେ ଶିକ୍ଷା ଦେଇ ତାହାଙ୍କ ସମ୍ମୁଖରେ ଆଜ୍ଞାକାରୀ ହେବା ନିମନ୍ତେ, କାରଣ ସେମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:INVALID translate/figs-metonymy)

Romans 1:7

πᾶσιν τοῖς οὖσιν ἐν Ῥώμῃ, ἀγαπητοῖς Θεοῦ, κλητοῖς ἁγίοις

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ପତ୍ର ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଯେଉଁମାନେ ରୋମରେ ଅଛନ୍ତି, ଯେଉଁମାନଙ୍କୁ ଈଶ୍ବର ପ୍ରେମ କରନ୍ତି ଓ ତାହାଙ୍କ ଲୋକ ହେବା ପାଇଁ ମନୋନୀତ କରିଅଛନ୍ତି” (ଦେଖ:INVALID translate/figs-activepassive)

χάρις ὑμῖν καὶ εἰρήνη

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦିଅନ୍ତୁ” ବା “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭମାନଙ୍କୁ ଆନ୍ତରିକ ଶାନ୍ତି ଦିଅନ୍ତୁ” (ଦେଖ:INVALID translate/figs-activepassive)

Θεοῦ Πατρὸς ἡμῶν

“ପିତା” ଶବ୍ଦଟି ଈଶ୍ବରଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ନାମ ଅଟେ। (ଦେଖ:INVALID translate/guidelines-sonofgodprinciples)

Romans 1:8

ὅλῳ τῷ κόσμῳ

ପାଉଲ ଓ ତାହାଙ୍କ ପାଠକମାନେ ଜାଣିଥିବା ଓ ଯାତ୍ରା କରିପାରୁଥିବା ଜଗତ, ସେହି ସମୟର ରୋମୀୟ ସାମ୍ରାଜ୍ୟ ଥିଲା

Romans 1:9

μάρτυς γάρ μού ἐστιν ὁ Θεός

ପାଉଲ କହନ୍ତି ଯେ ସେ ଏକାଗ୍ରଭାବରେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି ଓ ଈଶ୍ବର ତାହାଙ୍କୁ ପ୍ରାର୍ଥନା କରୁଥିବାର ଦେଖିଅଛନ୍ତି। “ପାଇଁ” ଶବ୍ଦଟି ଅନେକ ସମୟରେ ଅନୁବାଦ କରାଯାଇ ନ ଥାଏ।

ἐν τῷ πνεύματί μου

ଜଣେ ବ୍ୟକ୍ତିର ଆତ୍ମା ତାହାର ଶରୀରର ଏକ ଅଂଶ ଅଟେ, ଯାହା ଈଶ୍ବରଙ୍କୁ ଜାଣିପାରିବ ଓ ତାହାଙ୍କଠାରେ ବିଶ୍ବାସ କରିପାରିବ ।

τῷ εὐαγγελίῳ τοῦ Υἱοῦ αὐτοῦ

ବାଇବଲର ଶୁଭ ସମ୍ବାଦ (ସୁସମାଚାର) ଏହା ଅଟେ ଯେ ଜଗତର ପରିତ୍ରାଣ ସ୍ବରୂପେ ପରମେଶ୍ବଙ୍କ ପୁତ୍ର ନିଜକୁ ଦେଇଅଛନ୍ତି ବା ବଳିକୃତ କରିଅଛନ୍ତି।

Υἱοῦ

ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:INVALID translate/guidelines-sonofgodprinciples)

μνείαν ὑμῶν ποιοῦμαι

ମୁଁ ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁଜଣାଏ"

Romans 1:10

πάντοτε ἐπὶ τῶν προσευχῶν μου, δεόμενος εἴ ... ποτὲ εὐοδωθήσομαι ... ἐλθεῖν πρὸς ὑμᾶς.

ପ୍ରତ୍ୟେକ ସମୟରେ ମୁଁ ପ୍ରାର୍ଥନା କରେ, ଈଶ୍ବରଙ୍କୁ ମାଗିଥାଏ ... ମୁଁ ଯେପରି ସଫଳ ହୋଇପାରିବି ...ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ

εἴ πως

ଯେଉଁ ପ୍ରକାରେ ଈଶ୍ବର ଅନୁମତି ଦିଅନ୍ତି

ποτὲ

ପରିଶେଷରେ ବା “ଶେଷରେ”

ἐν τῷ θελήματι τοῦ Θεοῦ

କାରଣ ଈଶ୍ବର ଏହା ଇଚ୍ଛା କରନ୍ତି

Romans 1:11

"ପାଉଲ ରୋମରେ ଥିବା ଲୋକମାନଙ୍କୁ ଆରମ୍ଭ ପଦରୁ ହିଁ

ἐπιποθῶ γὰρ ἰδεῖν ὑμᾶς

କାରଣ ମୁଁ ବାସ୍ତବରେ ତୁମ୍ଭମାନଙ୍କୁ ଦେଖିବାକୁ ଚାହୁଁଅଛି

τι ... χάρισμα ... πνευματικὸν, εἰς τὸ στηριχθῆναι ὑμᾶς

ପାଉଲ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଆତ୍ମିକ ରୂପରେ ଦୃଢ କରିବାକୁ ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “କେତେକ ଦାନଗୁଡ଼ିକ ତୁମ୍ଭମାନଙ୍କୁ ଆତ୍ମିକ ରୂପରେ ବଢିବା ପାଇଁ ସାହାଯ୍ୟ କରିବ” (ଦେଖ:INVALID translate/figs-explicit)

Romans 1:12

τοῦτο δέ ἐστιν συνπαρακληθῆναι ἐν ὑμῖν, διὰ τῆς ἐν ἀλλήλοις πίστεως, ὑμῶν τε καὶ ἐμοῦ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ଅର୍ଥ ଏହା ଯେ, ମୁଁ ଇଛା କରୁଅଛି ଯୀଶୁଙ୍କଠାରେ ଥିବା ବିଶ୍ବାସର ଅନୁଭବକୁ ଆମ୍ଭମାନଙ୍କ ମଧ୍ୟରେ କହିବା ଦ୍ବାରା, ପରସ୍ପରକୁ ପ୍ରୋତ୍ସାହନ କରିବା ଦରକାର” (ଦେଖ:INVALID translate/figs-activepassive)

Romans 1:13

οὐ θέλω ... ὑμᾶς ἀγνοεῖν

ସେ ଚାହୁଁଥିଲେ ଯେ ସେମାନେ ଏହି ସୂଚନାକୁ ଜାଣନ୍ତୁ, ଏହାକୁ ପାଉଲ ଗୁରୁତ୍ବ ଦେଉଛନ୍ତି l ତୁମ୍ଭେମାନେ ଏହି ନାକାରାତ୍ମକ ବାକ୍ୟକୁ ସାକରାତ୍ମକ ରୂପରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେଏହା ଜାଣ ବୋଲି ମୋର ଇଛା” (ଦେଖ:INVALID translate/figs-doublenegatives)

ἀδελφοί

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଛନ୍ତି I .

καὶ ἐκωλύθην ἄχρι τοῦ δεῦρο

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିଛି ବିଷୟ ମୋତେ ସବୁବେଳେ ପ୍ରତିବନ୍ଧକ କରୁଅଛି” (ଦେଖ:INVALID translate/figs-activepassive)

ἵνα τινὰ καρπὸν σχῶ καὶ ἐν ὑμῖν

“ଶସ୍ୟ କାଟିବା” ଶବ୍ଦଟି ଏକ ରୂପକ ଅଟେ, ଯାହା ରୋମରେ ଥିବା ଲୋକମାନଙ୍କୁ ନିଦର୍ଶନ କରୁଛି, ପାଉଲ ଯେଉଁମାନଙ୍କୁ ସୁସମାଚାରରେ ବିଶ୍ବାସ କରନ୍ତୁ ବୋଲି ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଅଧିକ ଲୋକ ଯୀଶୁଙ୍କଠାରେ ଭରସା କରିପାରିବେ” (ଦେଖ:INVALID translate/figs-metaphor)

τοῖς λοιποῖς ἔθνεσιν

ଅନ୍ୟ ଅଞ୍ଚଳଗୁଡ଼ିକରେ ବିଜାତୀୟମାନେ ଥିଲେ ସେ ଯେଉଁଆଡେ ଯାଇଥିଲେ

Romans 1:14

τε ... ὀφειλέτης εἰμί

“ଋଣୀ” ଶବ୍ଦଟି ରୂପକ ଭାବରେ ବ୍ୟବହାର କରି ପାଉଲ ଈଶ୍ବରଙ୍କ ସେବା କରିବାପାଇଁ ନିଜର କର୍ତ୍ତବ୍ୟ ବିଷୟରେ କହୁଅଛନ୍ତି ସତେ ଯେମିତି ସେ ଈଶ୍ବରଙ୍କଠାରୁ ଆର୍ଥିକ ଧାର କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ମୁଁ ସୁସମାଚାରକୁ ବହନ କରିବା ଆବଶ୍ୟକ ଅଟେ” (ଦେଖ:INVALID translate/figs-metaphor)

Romans 1:16

οὐ ... ἐπαισχύνομαι τὸ εὐαγγέλιον

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ମୁଁ ସଂପୁର୍ଣ୍ଣଭାବେ ସୁସମାଚାରରେ ବିଶ୍ବାସ କରେ” (ଦେଖ:INVALID translate/figs-litotes)

δύναμις ... Θεοῦ ἐστιν εἰς σωτηρίαν παντὶ τῷ πιστεύοντι

ଏଠାରେ “ବିଶ୍ବାସ” ର ଅର୍ଥ ଯେଉଁ ଜଣ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରେ। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟରେ ବିଶ୍ବାସ କରନ୍ତି, ସୁସମାଚାର ଦ୍ବାରା ପରମେଶ୍ବର ଆର୍ଶ୍ଚଯ୍ୟଭାବେ ସେମାନଙ୍କୁ ରକ୍ଷା କରନ୍ତି” (ଦେଖ:INVALID translate/figs-explicit)

Ἰουδαίῳ τε πρῶτον καὶ Ἕλληνι

ଯିହୂଦୀ ଲୋକମାନଙ୍କ ପାଇଁ ଓ ଗ୍ରୀକ୍ ଲୋକମାନଙ୍କ ପାଇଁ

τε πρῶτον

ଏଠାରେ “ପ୍ରଥମ” ର ଅର୍ଥ ସମୟର ପର୍ଯ୍ୟାୟ ପୁର୍ବରୁ ଆସିବା

Romans 1:17

γὰρ ... ἐν αὐτῷ

ଏଠାରେ “ଏହା” ସୁସମାଚାରକୁ ସୂଚାଏ। ପାଉଲ କହନ୍ତି ଯେ ସେ କାହିଁକି ସଂପୂର୍ଣ୍ଣଭାବେ ସୁସମାଚାରରେ ବିଶ୍ବାସ କରନ୍ତି।

δικαιοσύνη ... Θεοῦ ... ἀποκαλύπτεται, ἐκ πίστεως εἰς πίστιν

ପାଉଲ ସୁସମାଚାର ବିଷୟରେ ଏପରି କହନ୍ତି ସତେ ଯେମିତି ଏହା ଏକ ବସ୍ତୁ, ଯାହାକୁ ପରମେଶ୍ବର ପଦାର୍ଥଭାବରେ ଲୋକମାନଙ୍କୁ ଦେଖାଇ ଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ କହିଅଛନ୍ତି ଯେ କେବଳ ବିଶ୍ବାସ ଦ୍ବାରା ସମସ୍ତେ ଧାର୍ମିକ ବୋଲି ଗଣିତ ହେବେ। ” (ଦେଖ:INVALID translate/figs-activepassive)

καθὼς γέγραπται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଜଣେ ଲେଖିଅଛନ୍ତି” (ଦେଖ:INVALID translate/figs-activepassive)

ὁ ... δίκαιος ἐκ πίστεως ζήσεται.”

ଏଠାରେ “ଧାର୍ମିକ” ଶବ୍ଦର ଅର୍ଥ ଏହି ଲୋକମାନଙ୍କୁ ସୂଚାଏ, ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି। ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି, ସେ ସେମାନଙ୍କୁ ତାହାଙ୍କ ଧାର୍ମିକ ଲୋକ ବୋଲି ଗଣନ୍ତି, ଓ ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବେ” (ଦେଖ:INVALID translate/figs-explicit)

Romans 1:18

ପାଉଲ ପାପୀ ମନୁଷ୍ୟ ବିରୁଦ୍ଧରେ ଈଶ୍ବରଙ୍କ ମହାନ କ୍ରୋଧକୁ ପ୍ରକଟ କରନ୍ତି।

ἀποκαλύπτεται γὰρ ὀργὴ Θεοῦ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର କେତେ କ୍ରୋଧିତ ଅଟନ୍ତି ଏହା ପ୍ରକାଶ କରେ” (ଦେଖ:INVALID translate/figs-activepassive)

γὰρ

ପାଉଲ “କାରଣ” ଶବ୍ଦର ବ୍ୟବହାର କରନ୍ତି, ସେ ଯେଉଁ ବିଷୟରେ କହିବାକୁ ଯାଉଅଛନ୍ତି,ଲୋକମାନେ ଜାଣିବା ଦରକାର ଯେ ସେ ଯାହା [ରୋମୀୟ ୧:୧୭] ](../୦୧/୧୭.md)ରେ କହିଅଛନ୍ତି ତାହା ସତ୍ୟ ଅଟେ।

ἀποκαλύπτεται ... ὀργὴ Θεοῦ ἀπ’ οὐρανοῦ, ἐπὶ πᾶσαν ἀσέβειαν καὶ ἀδικίαν ἀνθρώπων

“ଅଧାର୍ମିକତା” ଓ “ଅନୈତିକତା” ଶବ୍ଦଗୁଡିକ ଭାବବାଚକ ବିଶେଷ୍ୟ, ଯାହାକୁ ବିଶେଷଣରେ ବଦଳାଇ ବ୍ୟକ୍ତ କରାଯାଇପାରିବ, “ଅଧାର୍ମିକ” ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ, ଓ “ଅସାଧୁ” ଲୋକମାନଙ୍କର କାର୍ଯ୍ୟକୁ ବର୍ଣ୍ଣନା କରେ। ଏହି ବିଶେଷ୍ୟଗୁଡିକ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ, ଯାହାଙ୍କ ଉପରେ ଈଶ୍ବର କ୍ରୋଧିତ ଅଟନ୍ତି ସେମାନଙ୍କୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ ଈଶ୍ବର ସ୍ବର୍ଗରୁ ପ୍ରକାଶ କରନ୍ତି ଯେ ସେମାନେ ଅଧାର୍ମିକ ଓ ଅସାଧୁତାର କାର୍ଯ୍ୟଗୁଡିକ କରୁଥିବାରୁ ସେ ଲୋକମାନଙ୍କ ଉପରେ କେତେ କ୍ରୋଧିତ ଅଟନ୍ତି” (ଦେଖ:INVALID translate/figs-abstractnounsINVALID translate/figs-metonymy)

τὴν ἀλήθειαν ... κατεχόντων

ଏଠାରେ “ସତ୍ୟ” ଈଶ୍ବରଙ୍କ ବିଷୟରେ ସତ୍ୟତାର ସୂଚନାକୁ ସୂଚାଏ। ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସତ୍ୟତା ବିଷୟକୁ ଲୁକ୍କାୟିତ କରି ରଖିବା” (ଦେଖ:INVALID translate/figs-explicit)

Romans 1:19

τὸ γνωστὸν τοῦ Θεοῦ, φανερόν ἐστιν ἐν αὐτοῖς

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ସ୍ପଷ୍ଟଭାବରେ ଦେଖିପାରୁଥିବା ହେତୁ ସେମାନେ ଈଶ୍ବରଙ୍କ ବିଷୟରେ ଜାଣିପାରିବେ” (ଦେଖ:INVALID translate/figs-activepassive)

ὁ Θεὸς γὰρ αὐτοῖς ἐφανέρωσεν

ଏଠାରେ “ସେମାନଙ୍କ ନିକଟରେ ପ୍ରକାଶମାନ କଲେ” ର ଅର୍ଥ, ଈଶ୍ବର ତାହାଙ୍କ ସତ୍ୟତାକୁ ସେମାନଙ୍କ ନିକଟରେ ଦେଖାଇଅଛନ୍ତି। ଅନ୍ୟ ଏକ ଅନୁବାଦରେ: “କାରଣ ସେ କେଉଁ ପ୍ରକାରର ଅଟନ୍ତି, ଈଶ୍ବର ସମସ୍ତଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି” (ଦେଖ:INVALID translate/figs-explicit)

Romans 1:20

τὰ γὰρ ἀόρατα αὐτοῦ ἀπὸ κτίσεως κόσμου, τοῖς ποιήμασιν νοούμενα, καθορᾶται

ପାଉଲ ଈଶ୍ବରଙ୍କ ଅଦୃଶ୍ୟ ଗୁଣଗୁଡିକ ବିଷୟରେ ଜାଣୁଥିବା ଲୋକମାନଙ୍କ ବିଷୟରେ ଏପରି କହନ୍ତି, ସତେ ଯେମିତି ଲୋକମାନେ ସେହି ଗୁଣଗୁଡିକ ଦେଖିପାରୁଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସ୍ପଷ୍ଟଭାବରେ ଈଶ୍ବରଙ୍କ ଅଦୃଶ୍ୟ ଗୁଣଗୁଡିକ ବିଷୟରେ ଜାଣିଅଛନ୍ତି, ଯଥା ତାହାଙ୍କ ଚିରନ୍ତନ ଶକ୍ତି ଓ ଐଶ୍ବରୀୟ ସ୍ବଭାବ ସମ୍ବନ୍ଧରେ” (ଦେଖ:INVALID translate/figs-metaphorINVALID translate/figs-activepassive)

θειότης

ଈଶ୍ବରଙ୍କ ସମସ୍ତ ଗୁଣଗଡ଼ିକ ଓ ଚରିତ୍ରଗୁଡିକ ବା “ଈଶ୍ବର ସମ୍ବନ୍ଧୀୟ ବିଷୟଗୁଡ଼ିକ ଯାହା ତାହାଙ୍କୁ ଈଶ୍ବର ବନାଇଥାଏ”

κόσμου

ଏହା ଆକାଶ ଓ ପୃଥିବୀରେ ଥିବା ସମସ୍ତ ବିଷୟକୁ ସୂଚାଏ।

τοῖς ποιήμασιν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ସେହି ଜିନିଷଗୁଡିକ କାରଣରୁ ଯାହା ଈଶ୍ବର ତିଆରି କରିଅଛନ୍ତି” ବା “କାରଣ ଲୋକମାନେ ଈଶ୍ବରଙ୍କ ଦ୍ବାରା ତିଆରି ହୋଇଥିବା ଜିନିଷକୁ ଦେଖିଅଛନ୍ତି” (ଦେଖ:INVALID translate/figs-activepassive)

τὸ εἶναι αὐτοὺς ἀναπολογήτους

ଏହି ଲୋକମାନେ କେବେ କହିପାରିବେ ନାହିଁ ଯେ ସେମାନେ ଜାଣନ୍ତି ନାହି

Romans 1:21

ἐματαιώθησαν ἐν τοῖς διαλογισμοῖς αὐτῶν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୂର୍ଖତାପୁର୍ଣ୍ଣ ବିଷୟ ଭାବିବାକୁ ଲାଗିଲେ” (ଦେଖ:INVALID translate/figs-activepassive)

ἐσκοτίσθη ἡ ἀσύνετος αὐτῶν καρδία

ଏଠାରେ “ଅନ୍ଧକାର” ଏକ ରୂପକ ଅଟେ,ଯେଉଁ ଲୋକମାନଙ୍କ ବୁଝିବାର ଶକ୍ତି କମ୍ ଥାଏ, ସେମାନଙ୍କୁ ଦର୍ଶାଏ। ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତର ଆତ୍ମାର ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ। ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିବାରେ ଅସମର୍ଥ ହେଲେ ଯେ ଈଶ୍ବର ସେମାନଙ୍କୁ କ’ଣ ଜଣାଇବାକୁ ଚାହୁଁଥିଲେ” (ଦେଖ:INVALID translate/figs-metaphorINVALID translate/figs-metonymy)

Romans 1:22

φάσκοντες εἶναι σοφοὶ, ἐμωράνθησαν

ଯେତେବେଳେ ସେମାନେ ବୁଦ୍ଧିମାନ ବୋଲି କହୁଥିଲେ, ସେମାନେ ମୁର୍ଖ ହୋଇଗଲେ

φάσκοντες

ରୋମୀୟ ୧:୮ରେ ଲିଖିତ ଲୋକମାନେ

Romans 1:23

ἤλλαξαν τὴν δόξαν τοῦ ἀφθάρτου Θεοῦ

ସତ୍ୟକୁ ବିକି ଅଛନ୍ତି ବା ବଦଲାଇ ଦେଇଛନ୍ତି ଯେ ଈଶ୍ବର ଗୌରବମୟ ଅଟନ୍ତି ଓ କେବେ ମୃତ୍ୟୁବରଣ କରିବେ ନାହିଁ ବା “ଈଶ୍ବର ଗୌରବମୟ ଓ କେବେ ହେଁ ମୃତ୍ୟୁଭୋଗ କରିବେ ନାହିଁ ବୋଲି ବିଶ୍ବାସ ତ୍ୟାଗ କରିବା ”

ἐν ὁμοιώματι εἰκόνος

ପ୍ରତି ବଦଳରେ ସେମାନେ ମୂର୍ତ୍ତିଗୁଡିକୁ ପୂଜା କରିବା ପସନ୍ଦ କଲେ, ଯାହା ସେମାନଙ୍କ ପରି ଦେଖାଯାଉଥିଲା

φθαρτοῦ ἀνθρώπου

କିଛି ମନୁଷ୍ୟ ଯେଉଁମାନେ ମୃତ୍ୟୁଭୋଗ କରିବେ

πετεινῶν, καὶ τετραπόδων, καὶ ἑρπετῶν

ବା ପକ୍ଷୀମାନଙ୍କ ପରି, ଚତୁଷ୍ପଦ ପ୍ରାଣୀ, ଓ ସରୀସୃପମାନଙ୍କପରି ଦେଖାଯାଉଥିଲା

Romans 1:24

διὸ

କାରଣ ମୁଁ ଯାହା କିଛି ଏବେ କହିଅଛି ତାହା ସତ୍ୟ ଅଟେ

παρέδωκεν αὐτοὺς ὁ Θεὸς ἐν

ଈଶ୍ବର ସେମାନଙ୍କର ଇଛା ପୂରଣ କାରିବାକୁ ଅନୁମତି ଦେଇଅଛନ୍ତି

αὐτοὺς ... αὐτῶν ... αὐτοῖς;

ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I

ταῖς ἐπιθυμίαις τῶν καρδιῶν αὐτῶν εἰς ἀκαθαρσίαν

ଏଠାରେ “ସେମାନଙ୍କର ହୃଦୟର କାମାଭିଲାଷ” ଏକ ପର୍ଯ୍ୟାୟ ଅଟେ, ଯାହା ସେହି ମନ୍ଦ କର୍ଯ୍ୟକୁ ଦର୍ଶାଏ, ଯାହା ସେମାନେ କରିବାକୁ ଚାହିଁଲେ। ଅନ୍ୟ ଏକ ଅନୁବାଦରେ: “ଅନୈତିକ ଅଶୁଚି କାର୍ଯ୍ୟ, ଯାହା ସେମାନେ ବହୁତ ଇଚ୍ଛା କଲେ” (ଦେଖ:INVALID translate/figs-synecdoche)

τοῦ ἀτιμάζεσθαι τὰ σώματα αὐτῶν ἐν αὐτοῖς

ଏହା ଏକ ଶିଷ୍ଟୋକ୍ତି ଅଟେ, ଯାହାର ଅର୍ଥ ସେମାନେ ଅନୈତିକ ଯୌନ କାର୍ଯ୍ୟ କରିଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ ଆଉ ସେମାନେ ଅନୈତିକ ଯୌନ କାର୍ଯ୍ୟକୁ ଓ ଅପମାନଜନକ କାର୍ଯ୍ୟଗୁଡିକ ନିମନ୍ତେ ସମର୍ପିତ ହୋଇଛନ୍ତି” (ଦେଖ:INVALID translate/figs-euphemismINVALID translate/figs-activepassive)

Romans 1:25

οἵτινες

ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I

ἐσεβάσθησαν καὶ ἐλάτρευσαν τῇ κτίσει

ଏଠାରେ “ସୃଷ୍ଟି” ଶବ୍ଦ ଈଶ୍ବର ଯାହା ସୃଷ୍ଟି କରିଅଛନ୍ତି, ତାହାକୁ ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସୃଷ୍ଟି କରିଥିବା ବସ୍ତୁକୁ ସେମାନେ ପୂଜା କଲେ” (ଦେଖ:INVALID translate/figs-explicit)

παρὰ

ବରଂ

Romans 1:26

διὰ τοῦτο

ମୂର୍ତ୍ତିପୂଜା ଓ ବ୍ୟଭିଚାର ପାପ ନିମନ୍ତେ

παρέδωκεν αὐτοὺς ὁ Θεὸς εἰς

ଈଶ୍ବର ସେମାନଙ୍କର ଇଚ୍ଛା ପୂରଣ କାରିବାକୁ ଅନୁମତି ଦେଲେ

πάθη ἀτιμίας

ଲଜ୍ଜାଜନକ ଯୌନ ଅଭିଳାଷଗୁଡିକ

αἵ τε γὰρ θήλειαι αὐτῶν

କାରଣ ସେମାନଙ୍କର ସ୍ତ୍ରୀମାନେ

μετήλλαξαν τὴν φυσικὴν χρῆσιν εἰς τὴν παρὰ φύσιν

ସମ୍ପର୍କର ବିଚାରଗୁଡିକ “ଯାହା ଅପ୍ରାକୃତିକ ଥିଲା” ଅନୈତିକ କାମୁକତା ପାଇଁ ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ନିରୂପଣ କରି ନ ଥିଲେ, ସେହି ପ୍ରକାରର କାମୁକତାର କାର୍ଯ୍ୟ କରିବାକୁ ଲାଗିଲେ”(ଦେଖ:INVALID translate/figs-euphemism)

Romans 1:27

καὶ ... ἄρσενες ἀφέντες τὴν φυσικὴν χρῆσιν τῆς θηλείας

ଏଠାରେ “ପ୍ରାକୃତିକ ସମ୍ପର୍କ” ଯୌନ ସମ୍ପର୍କର ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “କେତେକ ପୁରୁଷମାନେ ସ୍ତ୍ରୀମାନଙ୍କ ପ୍ରତି ଥିବା ପ୍ରାକୃତିକ ଯୌନ ଇଚ୍ଛାକୁ ବନ୍ଦ କରିଦେଇଅଛନ୍ତି” (ଦେଖ:INVALID translate/figs-euphemism)

ἐξεκαύθησαν ἐν τῇ ὀρέξει αὐτῶν εἰς ἀλλήλους

ଅନ୍ୟ ପୁରୁଷମାନଙ୍କ ପ୍ରତି ସେମାନଙ୍କର ଦୃଢ ଯୌନ ଇଚ୍ଛାକୁ ପୂରଣ କରିଅଛନ୍ତି।

τὴν ἀσχημοσύνην κατεργαζόμενοι

ଯେଉଁ କର୍ମ କରିବାରେ ଲଜ୍ଜିତ ହେବା କଥା, ସେଥିରେ ସେମାନେ ସମର୍ପିତ ହୋଇଅଛନ୍ତି, କିନ୍ତୁ ସେମାନେ ଲଜ୍ଜିତ ହେଲେ ନାହିଁ

ἄρσεσιν ... καὶ τὴν ἀντιμισθίαν ἣν ἔδει τῆς πλάνης αὐτῶν, ἐν ἑαυτοῖς ἀπολαμβάνοντες

ଓ ଈଶ୍ବର ମନୁଷ୍ୟମାନଙ୍କୁ ନ୍ୟାୟରେ ଦଣ୍ଡିତ କରିଅଛନ୍ତି, ଯେଉଁ ମନ୍ଦ କାର୍ଯ୍ୟ ସେମାନେ କରିଥିଲେ

πλάνης

ନୈତିକ ଭୁଲ୍, ସତ୍ୟ ବିଷୟରେ ଭୁଲ୍ ନାହିଁ

Romans 1:28

καὶ καθὼς οὐκ ἐδοκίμασαν, τὸν Θεὸν ἔχειν ἐν ἐπιγνώσει

ସେମାନେ ଏହା ଭାବିଲେ ନାହିଁ ଯେ ଈଶ୍ବରଙ୍କୁ ଜାଣିବା ଅବଶ୍ୟକ ଅଟେ

αὐτοὺς

ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I

παρέδωκεν αὐτοὺς ὁ Θεὸς εἰς ἀδόκιμον νοῦν

ଏଠାରେ “ଏକ ପଥ ଭ୍ରଷ୍ଟ ହୋଇଥିବା ମନ” ର ଅର୍ଥ ହେଉଛି ଗୋଟିଏ ମନ, ଯାହା କେବଳ ଅନୈତିକ ବିଷୟରେ ଭାବିଥାଏ। ଅନ୍ୟ ଏକ ଅନୁବାଦରେ, “ଈଶ୍ବର ସେମାନଙ୍କର ମନକୁ, ଯାହାକୁ ସେମାନେ ମୂଲ୍ୟହୀନ ଓ ଅନୈତିକ ବିଚାରରେ ପୂର୍ଣ୍ଣ କରିଥିଲେ, ସେମାନଙ୍କୁ ପୂର୍ଣ୍ଣ ରୂପରେ ନିୟନ୍ତ୍ରଣ କରିବା ପାଇଁ ସମର୍ପି ଦେଲେ” (ଦେଖ:INVALID translate/figs-explicit)

μὴ καθήκοντα

ଅପମାନଜନକ ଓ “ପାପପୂର୍ଣ୍ଣ”

Romans 1:29

πεπληρωμένους

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଏକ ଦୃଢ ଇଚ୍ଛା ରହିଛି” ବା “ସେମାନଙ୍କର ଦୃଢ ଇଚ୍ଛା ରହିଛି କାର୍ଯ୍ୟ କରିବାକୁ” (ଦେଖ:INVALID translate/figs-activepassive)

μεστοὺς φθόνου, φόνου, ἔριδος, δόλου, κακοηθείας

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ ଅନ୍ୟ ଲୋକମାନଙ୍କୁ ସର୍ବଦା ଈର୍ଷା କରୁଅଛନ୍ତି ... କେତେକ ଲୋକ ସର୍ବଦା ହତ୍ୟା କରିବାକୁ ଇଚ୍ଛା କରୁଅଛନ୍ତି...ଲୋକମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଓ ବିବାଦ କରୁଅଛନ୍ତି... ଅନ୍ୟମାନଙ୍କୁ ପ୍ରବଞ୍ଚନା କରିବାକୁ... ଅନ୍ୟମାନଙ୍କ ବିଷୟରେ ଘୃଣାର କଥା କହିବା ନିମନ୍ତେ” (ଦେଖ:INVALID translate/figs-activepassive)

Romans 1:30

καταλάλους

ଏକ ଅପବାଦକ ଅନ୍ୟ ବ୍ୟକ୍ତିର ଖ୍ୟାତିକୁ ନଷ୍ଟ କରିବା ପାଇଁ ସେହି ବ୍ୟକ୍ତି ବିଷୟରେ ମିଥ୍ୟା କଥା କହିଥାଏ।

ἐφευρετὰς κακῶν

ଅନ୍ୟମାନଙ୍କ ମନ୍ଦଘଟାଇବା ପାଇଁ ନୂଆଁ ଯୋଜନା କରିଥାନ୍ତି

Romans 1:32

οἵτινες τὸ δικαίωμα τοῦ Θεοῦ ἐπιγνόντες

ସେମାନେ ଜାଣିଛନ୍ତି ଯେ ଈଶ୍ବର କେଉଁ ପ୍ରକାରେ ସେମାନଙ୍କୁ ଜୀବନ କାଟିବା ପାଇଁ କହିଅଛନ୍ତି

ὅτι οἱ τὰ τοιαῦτα πράσσοντες

ଏଠାରେ “ଅଭ୍ୟାସ” ର ଅର୍ଥ ହେଉଛି ବାରମ୍ବାର ବା ଅଭ୍ୟାସଗତ ଭାବରେ ମନ୍ଦ କାର୍ଯ୍ୟ କରିବା। ଅନ୍ୟ ଏକ ଅନୁବାଦରେ, “ଆଉ ଯେଉଁମାନେ ଦୁଷ୍ଟତାର କାର୍ଯ୍ୟ କରୁଥାଆନ୍ତି” (ଦେଖ:INVALID translate/figs-explicit)

ἄξιοι θανάτου εἰσίν

ମରିବାର ଯୋଗ୍ୟ

αὐτὰ

ଏହି ପ୍ରକାରର ମନ୍ଦ ବିଷୟଗୁଡ଼ିକ

τοῖς πράσσουσιν

ଏଠାରେ “କରିବା” କ୍ରିୟାର ଅର୍ଥ ହେଉଛି ଯାହା ମନ୍ଦ ଅଟେ ସେହି କାର୍ଯ୍ୟକୁ କରୁଥିବା। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମନ୍ଦ କାର୍ଯ୍ୟ କରୁଅଛନ୍ତି” (ଦେଖ:INVALID translate/figs-explicit)

Romans 2

ରୋମୀୟ ୦୨ ସାଧାରଣ ଟିପ୍ପଣୀ ## ଗଠନ ପ୍ରଣାଳୀ ଓ ରୂପରେଖ

ଏହି ଅଧ୍ୟାୟରେ ପାଠକମାନଙ୍କ ଦୃଶ୍ୟପଟ ପରିବର୍ତ୍ତିତ ହୋଇଅଛି; ରୋମୀୟ ମଣ୍ଡଳୀର ବିଶ୍ବାସୀମାନଙ୍କ ବଦଳରେ ଅନ୍ୟମାନଙ୍କର ବିଚାର କରି ଯୀଶୁଙ୍କଠାରେ ବିଶ୍ବାସ ନ କରୁଥିବା ଲୋକମାନଙ୍କ ବିଷୟରେ ଅଲୋଚନା କରାଯାଇଅଛି। (ଦେଖ:INVALID bible/kt/judgeINVALID bible/kt/believe)

“ତେଣୁ ତୁମ୍ଭେମାନେ ଆଉ କିଛି ବାହାନା କରିପାରିବ ନାହି”

ଏହି ବାକ୍ୟାଂଶ ପ୍ରଥମ ଅଧ୍ୟାୟକୁ ସୂଚିତ କରେ। ଅନ୍ୟ ଭାଷାରେ, ଏହା ପ୍ରକୃତରେ ପ୍ରଥମ ଅଧ୍ୟାୟର ପରିଶେଷ ଅଟେ। କାହିଁକି ପ୍ରତ୍ୟେକ ଜଣ ସତ୍ୟ ଈଶ୍ବରଙ୍କ ଆରାଧନା କରିବା ଦରକାର, ସେ ବିଷୟରେ ଏହି ବାକ୍ୟ ବର୍ଣ୍ଣନା କରୁଅଛି ।

ଏହି ଅଧ୍ୟାୟର ବିଶେଷ ଧାରଣା

“ବ୍ୟବସ୍ଥା ପାଳନକାରୀ”

ଯେଉଁମାନେ ବ୍ୟବସ୍ଥାକୁ ପାଳନ କରିବାରେ ପ୍ରୟାସ କରୁଅଛନ୍ତି, ସେମାନେ ତାହା ପାଳନ କରିବାକୁ ପ୍ରୟାସକରି ଧାର୍ମିକତା ପ୍ରାପ୍ତ ହେବେ ନାହିଁ । ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା ପ୍ରାପ୍ତ ହୋଇଥିବା ବିଷୟ ଏହା ଦର୍ଶାଏ ଯେ ପରମେଶ୍ବରଙ୍କର ଆଜ୍ଞା ପାଳନ କରିବା ଦ୍ବାରା ସେମାନଙ୍କର ବିଶ୍ବାସ ସତ୍ୟ ଅଟେ I (ଦେଖ:INVALID bible/kt/justiceINVALID bible/kt/lawofmoses)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଭାବ ପ୍ରକାଶକ ପ୍ରଶ୍ନ ସମୂହ

ପାଉଲ ଏହି ଅଧ୍ୟାୟରେ ବହୁଳଭାବେ ଭାବପ୍ରକାଶକ ପ୍ରଶ୍ନର ବ୍ୟବହାର କରିଅଛନ୍ତି। ଏହି ଭାବପ୍ରକାଶକ ପ୍ରଶ୍ନଗୁଡ଼ିକର ବ୍ୟବହାରର ଉଦ୍ଦେଶ୍ୟ ଏହା ଯେ ପାଠକମାନେ ସେମାନଙ୍କର ପାପ ବିଷୟରେ ଜ୍ଞାତ ହୋଇ ଯୀଶୁଙ୍କଠାରେ ବିଶ୍ବାସ କରନ୍ତୁ। ## କାଳ୍ପନିକ ପରିସ୍ଥିତି ବା ସମ୍ଭାବିତ ପରିସ୍ଥିତିର ବାକ୍ୟ

ଏହି ପରିସ୍ଥିତିରେ, “ସେ ଅନନ୍ତ ଜୀବନ ଦେବେ” ୭ ପଦ ଗୋଟିଏ କାଳ୍ପନିକ ବା ସମ୍ଭାବିତ ବାକ୍ୟ ଅଟେ। ଯଦି ଜଣେ ବ୍ୟକ୍ତି ଉତ୍ତମ ଜୀବନଯାପନ କରେ, ତାହା ହେଲେ ସେ ପୁରସ୍କାର ଭାବେ ଅନନ୍ତ ଜୀବନ ଲାଭ କରିବ। କେବଳ ଯୀଶୁ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯେ ଉତ୍ତମଭାବେ ଜୀବନଯାପନ କରିଥିଲେ।

ପାଉଲ ୧୭-୨୯ ପଦରେ ଆଉ ଏକ କାଳ୍ପନିକ ପରିସ୍ଥିତି ବା ସମ୍ଭାବିତ ପରିସ୍ଥିତିର ବାକ୍ୟ କହୁଛନ୍ତି । ସେ କହନ୍ତି ଯେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ପ୍ରୟାସ କରୁଥିବା ଲୋକମାନେ ମଧ୍ୟ ବ୍ୟବସ୍ଥାକୁ ଅମାନ୍ୟ କରିବା ଦ୍ବାରା ଅପରାଧୀ ଅଟନ୍ତି । ଇଂରାଜୀରେ ଲେଖାଅଛି, ଏହା ସେହିମାନଙ୍କ ପ୍ରତି ଯେଉଁମାନେ “ଅକ୍ଷରର”ସେବକ ଅଟନ୍ତି, ମାତ୍ର “ଆତ୍ମାଙ୍କ” ଅନୁସରଣ କରନ୍ତି ନାହିଁ ବା ବ୍ୟବସ୍ଥାର ସିଦ୍ଧାନ୍ତକୁ ପାଳନ କରନ୍ତି ନାହିଁ। ଏହି ଅଧ୍ୟାୟକୁ ସମ୍ଭବପର ଅନୁବାଦ ବା ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ। “ତୁମ୍ଭେମାନେ ବିଚାର କରିଥାଅ” ଏହାକୁ ସରଳ ଭାବେ ମଧ୍ୟ କେତେକ ସ୍ଥାନରେ ଅନୁବାଦ କରାଯାଇପାରିବ। ଏହା ଅସୁନ୍ଦର ଭାବେ ଅନୁବାଦ କରାଯାଇଅଛି, କାରଣ ପାଉଲ “ଯେଉଁ ଜଣ ବିଚାର କରେ” ସେମାନଙ୍କୁ ଦର୍ଶାନ୍ତି, ସେ ମଧ୍ୟ କହନ୍ତି ଯେ ପ୍ରତ୍ୟେକ ଜଣ ବିଚାର କରୁଅଛନ୍ତି। ଏହାକୁ ଏହି ପ୍ରକାରେ ମଧ୍ୟ ଅନୁବାଦ କରାଯାଇପାରିବ ଯଥା “ଯେଉଁମାନେ ବିଚାର କରନ୍ତି I”

Romans 2:1

ପାଉଲ ସୁନିଶ୍ଚିତ କରି କହନ୍ତି ଯେ ସମସ୍ତେ ପାପୀ ଅଟନ୍ତି ଓ ସେମାନଙ୍କୁ ସ୍ମରଣ କରାଇ କହନ୍ତି ଯେ ସମସ୍ତ ଲୋକମାନେ ଦୁଷ୍ଟ ଅଟନ୍ତି।

διὸ ἀναπολόγητος εἶ

“ଅତଏବ” ଶବ୍ଦଟି ଏହି ପତ୍ରର ଏକ ନୂତନ ପରିଭାଗକୁ ଦର୍ଶାଏ। ଏହା ମଧ୍ୟ ପାଉଲ ରୋମୀୟ :୧:୧-୩୨ରେ କହିଥିବା ବିଷୟକୁ ଆଧାର କରି ଏକ ପରିଶେଷାଂଶ ବାକ୍ୟ ହୋଇଥାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଯେଉଁମାନେ ପାପ କର୍ମରେ ଲିପ୍ତ ଅଛନ୍ତି, ଈଶ୍ବର ସେମାନଙ୍କୁ ଦଣ୍ଡ ଦେବେ, ସେ ତୁମ୍ଭମାନଙ୍କର ପାପ ଆଉ କ୍ଷମା କରିବେ ନାହିଁ” (ଦେଖ:INVALID translate/figs-explicit)

εἶ

ପାଉଲ ଏଠାରେ ଏ ପ୍ରକାରେ ଲେଖୁଅଛନ୍ତି, ସତେ ଯେମିତି ଜଣେ ଯିହୂଦୀ ବ୍ୟକ୍ତି ତାଙ୍କ ସହିତ ବାଦାନୁବାଦ କରୁଅଛନ୍ତି। ପାଉଲ ତାହାଙ୍କ ଦର୍ଶକ ବା ପାଠକମାନଙ୍କୁ ଏହା ଶିଖାଇବାପାଇଁ ଚାହାଁନ୍ତି ଯେ ଈଶ୍ବର ପ୍ରତ୍ୟେକ ଜଣଙ୍କୁ ଦଣ୍ଡ ଦେବେ ଯେଉଁମାନେ ବାରମ୍ବାର ପାପ କରୁଅଛନ୍ତି, ସେ ଯିହୂଦୀ ହେଉ ବା ବିଜାତି ହେଉ I (ଦେଖ:INVALID translate/figs-apostrophe)

εἶ

ଏଠାରେ ସର୍ବନାମ “ତୁମ୍ଭେ” ଏକବଚନ ଅଟେ I (ଦେଖ:INVALID translate/figs-you)

ὦ ἄνθρωπε πᾶς ὁ κρίνων

ଯେଉଁମାନେ ନିଜକୁ ଈଶ୍ବର ବୋଲି ମନେ କରନ୍ତି ଓ ଅନ୍ୟମାନଙ୍କର ବିଚାର କରନ୍ତି, ସେମାନଙ୍କୁ ଭର୍ତ୍ସନା କରିବା ଉଦ୍ଦେଶ୍ୟରେ ପାଉଲ “ବ୍ୟକ୍ତି” ଶବ୍ଦଟି ଏଠାରେ ବ୍ୟବହାର କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କେବେଳ ମନୁଷ୍ୟ ମାତ୍ର ଅଟ,କିନ୍ତୁ ତୁମ୍ଭେମାନେ ଅନ୍ୟର ବିଚାର କରୁଅଛ ଓ କହୁଅଛ ଯେ ସେମାନେ ଈଶ୍ବରଙ୍କ ଦଣ୍ଡର ପାତ୍ର ଅଟନ୍ତି” (ଦେଖ:INVALID translate/figs-explicit)

ἐν ᾧ γὰρ κρίνεις τὸν ἕτερον, σεαυτὸν κατακρίνεις

କିନ୍ତୁ ତୁମ୍ଭେମାନେ କେବଳ ନିଜର ବିଚାର କରୁଅଛ, କାରଣ ତୁମ୍ଭେମାନେ ମଧ୍ୟ ସେହି ପ୍ରକାରେ ଦୁଷ୍ଟ କର୍ମ କରୁଅଛ

Romans 2:2

οἴδαμεν δὲ

ଏଠାରେ ସର୍ବନାମ “ଆମ୍ଭେମାନେ” ଶବ୍ଦଟି ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କୁ ଓ ଖ୍ରୀଷ୍ଟିୟାନ ନ ଥିବା ଯିହୂଦୀମାନଙ୍କୁ ଅନ୍ତର୍ଭୁକ୍ତ କରୁଥାଇପାରେ I (ଦେଖ:INVALID translate/figs-inclusive)

τὸ κρίμα τοῦ Θεοῦ ἐστιν κατὰ ἀλήθειαν ἐπὶ τοὺς

ଏଠାରେ ପାଉଲ “ଈଶ୍ବରଙ୍କ ବିଚାର” ବିଷୟରେ କହନ୍ତି ସତେ ଯେମିତି ଏହା ଗୋଟିଏ ଜୀବିନ୍ତ ବସ୍ତୁ, ଯାହା ଲୋକମାନଙ୍କ ଉପରେ “ପଡିଯାଇପାରେ”। ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ସେହି ଲୋକମାନଙ୍କୁ ସତ୍ୟରେ ଓ ନିରପେକ୍ଷ ଭାବରେ ନ୍ୟାୟ କରିବେ” (ଦେଖ:INVALID translate/figs-personification)

τοὺς τὰ τοιαῦτα πράσσοντας

ଯେଉଁମାନେ ସେହି ଦୃଷ୍ଟ କର୍ମଗୁଡାକ କରୁଅଛନ୍ତି

Romans 2:3

λογίζῃ δὲ τοῦτο

ଏହା ଉପରେ ବିଚାର କର ଓ “ଅତଏବ, ଏହାର ବିଚାର କର”

λογίζῃ ... τοῦτο

ମୁଁ ତୁମ୍ଭମାନଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଅଛି, ସେହି ବିଷୟରେ ଚିନ୍ତା କରି ଦେଖ

ἄνθρωπε

“ତୁମ୍ଭେମାନେ ଯିଏ ହୁଅ ନା କାହିକି” ଏହି ଶବ୍ଦଟି ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ବ୍ୟବହାର କର

ὦ ἄνθρωπε, ὁ κρίνων τοὺς τὰ τοιαῦτα πράσσοντας, καὶ ποιῶν αὐτά

ତୁମ୍ଭେମାନେ କହିଥାଅ ଯେ କେହି ଜଣେ ବା ଦୁଷ୍ଟ ବ୍ୟକ୍ତି ଜଣକ ଈଶ୍ବରଙ୍କ ଦଣ୍ଡ ପାଇଁବାର ଯୋଗ୍ୟ ଅଟେ, କିନ୍ତୁ ତୁମ୍ଭେମାନେ ସେହି ପ୍ରକାରେ ଦୁଷ୍ଟ କାର୍ଯ୍ୟ କରିଥାଅ।

ὅτι σὺ ἐκφεύξῃ τὸ κρίμα τοῦ Θεοῦ

ଗୁରୁତ୍ବର ଭାବକୁ ପ୍ରକାଶ କରିବା ପାଇଁଏହି ଟିପ୍ପଣୀକୁ ପ୍ରଶ୍ନ ବାଚକରେ ପ୍ରକାଶିତ କରାଯାଉଛି । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଦୃଢ ନାକାରାତ୍ମକ ବାକ୍ୟରେ ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚିତ ରୂପରେ ପରମେଶ୍ବରଙ୍କ ନ୍ୟାୟରୁ ପଳାୟନ କରିପାରିବ ନାହିଁ!” (ଦେଖ:INVALID translate/figs-rquestion)

Romans 2:4

ἢ τοῦ πλούτου τῆς χρηστότητος αὐτοῦ, καὶ τῆς ἀνοχῆς, καὶ τῆς μακροθυμίας καταφρονεῖς, ἀγνοῶν ὅτι τὸ χρηστὸν τοῦ Θεοῦ, εἰς μετάνοιάν σε ἄγει?

ଗୁରୁତ୍ବର ଭାବକୁ ପ୍ରକାଶ କରିବା ପାଇଁ ଏହି ଟିପ୍ପଣୀ ପ୍ରଶ୍ନ ବାଚକରେ ପ୍ରକାଶିତ କରାଯାଉଛି । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଦୃଢ ନାକାରାତ୍ମକ ବାକ୍ୟରେ ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଏହା କିଛି ନୁହେଁ, କାରଣ ଈଶ୍ବର ଉତ୍ତମ ଅଟନ୍ତି, ସେ ଲୋକମାନଙ୍କୁ ଦଣ୍ଡିତ କରିବା ପୁର୍ବରୁ ଅପେକ୍ଷା କରି ରୁହନ୍ତି, କାଳେ ସେମାନେ ତାହଙ୍କ ମଙ୍ଗଳ ଦୟା ସକାଶୁ ମନ ଫେରାଇ ତାହାଙ୍କ ନିକଟକୁ ଆସିବେ ବୋଲି ମନେ କରି ତୁମ୍ଭମାନେ ଏହି ପ୍ରକାରେ ଜୀବନ ଅତିବାହିତ କର ନାହିଁ”। (ଦେଖ:INVALID translate/figs-rquestion)

τοῦ πλούτου τῆς χρηστότητος αὐτοῦ, καὶ τῆς ἀνοχῆς, καὶ τῆς μακροθυμίας καταφρονεῖς

ଧନୀମାନଙ୍କ ବିଷୟରେ ଚିନ୍ତ କରି ଦେଖ ... ଧୈର୍ଯ୍ୟ ଅନୁପଯୁକ୍ତ ବା “ବିଚାରକର... ଭଲ ନୁହେଁ”

ἀγνοῶν ὅτι τὸ χρηστὸν τοῦ Θεοῦ, εἰς μετάνοιάν σε ἄγει?

ଗୁରୁତ୍ବ ଭାବ ଦେବା ପାଇଁଏହି ଟିପ୍ପଣୀକୁ ଏକ ପ୍ରଶ୍ନରୂପରେ ପ୍ରର୍ଦଶିତ କରାଯାଇଛି । ତୁମ୍ଭେମାନେଏହାକୁ ଏକ ଦୃଢ ବାକ୍ୟରେ ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିବା ଉଚିତ ଯେ ଈଶ୍ବର ଉତ୍ତମ ଅଟନ୍ତି ବୋଲି ତୁମ୍ଭମାନଙ୍କୁ ଦେଖାଇଅଛନ୍ତି, ଯଦ୍ଦ୍ବାରା ତୁମ୍ଭେମାନେ ମନ ପରିବର୍ତ୍ତନ କରିପାର!” (ଦେଖ:INVALID translate/figs-rquestion)

Romans 2:5

ପାଉଲ ଲୋକମାନଙ୍କୁ ସ୍ମରଣ କରାଇ କହନ୍ତି ଯେ ସମସ୍ତ ଲୋକମାନେ ଦୁଷ୍ଟ ଅଟନ୍ତି।

κατὰ δὲ τὴν σκληρότητά σου καὶ ἀμετανόητον καρδίαν

ପରମେଶ୍ବରଙ୍କୁ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ପାଉଲ ଏକ ରୂପକର ବ୍ୟବହାର କରି ଏକ କଠିନ ବସ୍ତୁ ବା ଗୋଟିଏ ପଥର ସହିତ ତୁଳନା କରନ୍ତି। ଜଣେ ବ୍ୟକ୍ତିଙ୍କ ମନ ବା ଆନ୍ତରିକ ମନୁଷ୍ୟକୁ ପ୍ରକାଶିତ କରିବା ପାଇଁ ସେ “ହୃଦୟ”କୁ ଏକ ଲକ୍ଷଣ ସୂଚକ ବାକ୍ୟ ରୂପେ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “ଏହି କାରଣ ସକାଶୁ ତୁମ୍ଭେମାନେ ଶୁଣିବାକୁ ଓ ମନପରିବର୍ତ୍ତନ କରିବାକୁ ଅବମାନନା କରିଅଛ” (ଦେଖ: INVALID translate/figs-metaphorINVALID translate/figs-metonymy)

τὴν σκληρότητά ... καὶ ἀμετανόητον καρδίαν

ଏହା ଏକ ମିଶ୍ରିତ ବା ଯୋଡା ବାକ୍ୟ ଅଟେ,ଏହାକୁ ତୁମ୍ଭେମାନେ “ଅପରିବର୍ତ୍ତିତ ହୃଦୟ” ଭାବେ କହିପାରିବ I (ଦେଖ:INVALID translate/figs-doublet)

θησαυρίζεις σεαυτῷ ὀργὴν

“ସଂଗ୍ରହ କରିବା” ବାକ୍ୟାଂଶଟି ଏକ ରୂପକ ଅଟେ ଓ ଏହା ଯେ ଆପଣା ଧନ ସମ୍ପତ୍ତିକୁ ଏକାଠି କରି ଗୋଟିଏ ସୁରକ୍ଷିତ ସ୍ଥାନରେ ରଖେ, ସାଧାରଣ ଭାବେ ତାହାକୁ ସୂଚିତ କରିଥାଏ। ପାଉଲ କହନ୍ତି, ଧନ ସମ୍ପତ୍ତି ଏକାଠି କରିବା ପରିବର୍ତ୍ତେ, ସେହି ବ୍ୟକ୍ତି ଜଣକ ଈଶ୍ବରଙ୍କର ଦଣ୍ଡକୁ ଏକାଠି କରୁଛି। ସେମାନେ ମନପରିବର୍ତ୍ତନ କରିବାରେ ଯେତେ ବିଳମ୍ବ କରନ୍ତି, ସେତିକି ପରିମାଣରେ ଦଣ୍ଡ ପାଇବେ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତୁମ୍ଭମାନଙ୍କର ଦଣ୍ଡକୁ ଅଧିକ କରୁଅଛ” (ଦେଖ:INVALID translate/figs-metaphor)

ἐν ἡμέρᾳ ὀργῆς ... ἀποκαλύψεως δικαιοκρισίας τοῦ Θεοῦ

ଏହି ଉଭୟ ବାକ୍ୟଟି ସେହି ଗୋଟିଏ ଦିନକୁ ନିଦର୍ଶନ କରେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ କ୍ରୋଧକୁ ସମସ୍ତଙ୍କ ନିକଟରେ ପ୍ରକାଶିତ କରିବା ସମୟରେ ସେ ନ୍ୟାୟରେ ସମସ୍ତଙ୍କର ବିଚାର କରିବେ” (ଦେଖ:INVALID translate/figs-doublet)

Romans 2:6

ἀποδώσει

ଉଚିତ ପୁରସ୍କାର ବା ଦଣ୍ଡ ଦେବେ

ἑκάστῳ κατὰ τὰ ἔργα αὐτοῦ

ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ କର୍ମାନୁସାରେ ଫଳ ପାଇବେ

Romans 2:7

ζητοῦσιν

ଏହାର ଅର୍ଥ ଯେ ସେମାନେ ଏପରି କର୍ମ କରିବେ ଯାହା ଦ୍ବାରା ପରମେଶ୍ବର ବିଚାର ଦିନରେ ଏକ ଭଲ ବା ଉତ୍ତମ ନିଷ୍ପତ୍ତି ପ୍ରକାଶିତ କରିବେ।

δόξαν καὶ τιμὴν καὶ ἀφθαρσίαν

ସେମାନେ ଚାହାଁନ୍ତି ଯେ ଈଶ୍ବର ସେମାନଙ୍କର ପ୍ରଶଂସା ଓ ସମ୍ମାନ କରନ୍ତୁ ଓ ସେମାନେ କେବେ ମରିବା ପାଇଁ ଚାହାଁନ୍ତି ନାହିଁ।

ἀφθαρσίαν

ଏହା ଭୌତିକ କ୍ଷୟ ବିଷୟକୁ ସୂଚିତ କରେ, ନୈତିକ ବିଷୟକୁ ନୁହେଁ।

Romans 2:8

ଯଦିଓ ଏହି ଭାଗରେ ବିଜାତି ଧର୍ମର ଦୁଷ୍ଟ ବ୍ୟକ୍ତିମାନଙ୍କ ବିଷୟରେ ଆଲୋଚନ କରାଯାଉଅଛି, ପାଉଲ କହନ୍ତି ଈଶ୍ବରଙ୍କ ଦୃଷ୍ଟିରେ ଉଭୟ ଅଣ-ଯିହୂଦୀ ଓ ଯିହୂଦୀମାନେ ଦୁଷ୍ଟ ଅଟନ୍ତି।

ἐριθείας

ସ୍ବାର୍ଥପର ବା“ଯାହା ସେମାନଙ୍କୁ ଆନନ୍ଦିତ କରିଥାଏ, ସେହି ବିଷୟରେ କେବେଳ ଚିନ୍ତା କରନ୍ତି”

ἀπειθοῦσι τῇ ἀληθείᾳ, πειθομένοις δὲ τῇ ἀδικίᾳ

ଏହି ଦୁଇଟି ବାକ୍ୟାଂଶର ଅର୍ଥ ଗୋଟିଏ ମୂଳ ବିଷୟକୁ ଦର୍ଶାଏ। ଦ୍ଵିତୀୟ ବାକ୍ୟଟି ପ୍ରଥମ ବାକ୍ୟକୁ ଅଧିକ ଜୋର୍ ଦେଉଅଛି । (ଦେଖ:INVALID translate/figs-parallelism)

ὀργὴ καὶ θυμός

“ପ୍ରକୋପ” ଓ “ପ୍ରଚଣ୍ଡ କ୍ରୋଧ” ଶବ୍ଦଟି ଗୋଟିଏ ମୂଳ ଅର୍ଥକୁ ଦର୍ଶାଏ ଓ ଈଶ୍ବରଙ୍କ କ୍ରୋଧ ଉପରେ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ତାହାଙ୍କ ଭୟାନକ କ୍ରୋଧକୁ ଦେଖାଇବେ” (ଦେଖ:INVALID translate/figs-doublet)

ὀργὴ

ଏଠାରେ “ପ୍ରକୋପ”ଶବ୍ଦଟି ଏକ ଉପମା ଅଟେ, ଈଶ୍ବର ଯେଉଁ କଠୋର ଦଣ୍ଡ ଦୁଷ୍ଟମାନଙ୍କ ନିମନ୍ତେ ରଖିଅଛନ୍ତି, ସେହି ବାକ୍ୟକୁ ଦର୍ଶାଏ I (ଦେଖ:INVALID translate/figs-metonymy)

Romans 2:9

θλῖψις καὶ στενοχωρία, ἐπὶ

“କ୍ଲେଶ” ଓ “ଯନ୍ତ୍ରଣା” ଶବ୍ଦଟିର ଅର୍ଥ ଗୋଟିଏ ଅର୍ଥକୁ ହିଁ ଏଠାରେ ପ୍ରକାଶ କରେ ଓ ପରମେଶ୍ବରଙ୍କ ଦଣ୍ଡ କେତେ ଭୟଙ୍କର ହେବ, ସେହି ବିଷୟକୁ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ଭୟାବହ ଦଣ୍ଡ ଘଟିବ” (ଦେଖ:INVALID translate/figs-doublet)

ἐπὶ πᾶσαν ψυχὴν ἀνθρώπου

ଏଠାରେ, ପାଉଲ “ଆତ୍ମା” ଶବ୍ଦଟିକୁ ଏକ ସଙ୍କେତ ସୂଚକ ବାକ୍ୟ ରୂପରେ ବ୍ୟବହାର କରନ୍ତି, ଯାହା ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣତାକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ବ୍ୟକ୍ତିଙ୍କ ଉପରେ” (ଦେଖ:INVALID translate/figs-synecdoche)

τοῦ κατεργαζομένου τὸ κακόν

ବାରମ୍ବାର ମନ୍ଦ କାର୍ଯ୍ୟ କରିଅଛନ୍ତି

Ἰουδαίου τε πρῶτον καὶ Ἕλληνος

ପରମେଶ୍ବର ପ୍ରଥମେ ଯିହୂଦୀମାନଙ୍କୁ ବିଚାର କରିବେ, ତାପରେ ବିଜାତିମାନଙ୍କୁ ବା ଅଣ ଯିହୂଦୀମାନଙ୍କୁ

πρῶτον

ସମ୍ଭାବିତ ଅର୍ଥଗୁଡିକ ହେଲା ୧)”ସମୟ କ୍ରମ ଅନୁସାରେ ପ୍ରଥମଟି” ଓ ୨) ସୁନିଶ୍ଚିତ ରୂପରେ”

Romans 2:10

δόξα δὲ, καὶ τιμὴ, καὶ εἰρήνη, παντὶ

କିନ୍ତୁ ଈଶ୍ବର ପ୍ରଶଂସା, ସମ୍ମାନ ଓ ଶାନ୍ତି ଦେବେ

τῷ ἐργαζομένῳ τὸ ἀγαθόν

ଯାହା ଉତ୍ତମ ତାହା ଅବିରତ କରିଥାଏ

Ἰουδαίῳ τε πρῶτον καὶ Ἕλληνι

ପରମେଶ୍ବର ପ୍ରଥମେ ଯିହୂଦୀମାଙ୍କୁ ପୁରସ୍କାର ଦେବେ, ତାପରେ ଅଣ-ଯିହୂଦୀମାନଙ୍କୁ

πρῶτον

ତୁମ୍ଭମାନେ ଏହାକୁ ସମାନ ରୂପରେ ଅନୁବାଦ କରିବା ଉଚିତ ଯେମିତି ତୁମ୍ଭେମାନେ [ରୋମୀୟ ୨:୯] (../୦୨/୦୯.md) ରେ କରିଅଛ।

Romans 2:11

οὐ γάρ ἐστιν προσωπολημψία παρὰ τῷ Θεῷ

ତୁମ୍ଭେମାନେ ଏହାକୁ ସକ୍ରିୟ ଭାବେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସମସ୍ତଙ୍କୁ ଏକ ପ୍ରକାରେ ବ୍ୟବହାର କରନ୍ତି” (ଦେଖ:INVALID translate/figs-litotes)

Romans 2:12

ὅσοι γὰρ ... ἥμαρτον

ଯେଉଁମାନେ ପାପ କରିଅଛନ୍ତି

ἀνόμως ... ἀνόμως καὶ ἀπολοῦνται

ଯଦି ଲୋକମାନେ ମୋଶାଙ୍କ ବ୍ୟବସ୍ଥା ଜାଣି ନ ଥିଲେ କିଛି ହୁଏ ନାହିଁ ଏହାକୁ ଜୋର୍ ଦେବା ପାଇଁ ପାଉଲ ପୁନରାବୃତ୍ତିକରି କହନ୍ତି “ବ୍ୟବସ୍ଥା ବିନା”। ଯଦି ସେମାନେ ପାପ କରନ୍ତି, ପରମେଶ୍ବର ସେମାନଙ୍କୁ ବିଚାର କରିବେ. ଅନ୍ୟ ଏକ ଅନୁବାଦରେ: “ମୋଶାଙ୍କ ବ୍ୟବସ୍ଥା ଜାଣି ନ ଥିବା ସକାଶୁ ସେମାନେ ଆତ୍ମିକ ରୂପରେ ନିଶ୍ଚିତ ମରିବେ” (ଦେଖ:INVALID translate/figs-explicit)

ὅσοι ... ἥμαρτον

ଯେଉଁମାନେ ସମସ୍ତେ ପାପ କରିଅଛନ୍ତି

ἐν νόμῳ ... διὰ νόμου κριθήσονται

ପରମେଶ୍ବର ପାପୀମାନଙ୍କୁ ସେମାନଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଜାଣିଅଛନ୍ତି, ପରମେଶ୍ବର ସେମାନଙ୍କୁ ସେହି ବ୍ୟବସ୍ଥା ଅନୁସାରେ ବିଚାର କରିବେ” (ଦେଖ:INVALID translate/figs-explicitINVALID translate/figs-activepassive)

Romans 2:13

ପାଉଲ ପାଠକମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣଭାବେ ପାଳନ କରିବା ଦରକାର, ସେମାନେ ମଧ୍ୟ ଯେଉଁମାନେ ପରମେଶ୍ବରଙ୍କ ବ୍ୟବସ୍ଥାକୁ କେବେ ହେଁ ପାଇନାହାନ୍ତି।

γὰρ

୧୪ ଓ ୧୫ ପଦରେ ପାଉଲ ପାଠକମାନଙ୍କୁ ଅଧିକ ସୂଚନା ଦେବାପାଇଁ ଏକ ପ୍ରତିବନ୍ଧକ କରିଅଛନ୍ତି। ଯଦି ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାରର ପ୍ରତିବନ୍ଧକ ବାକ୍ୟ କହିବା ଶୈଳୀ ଅଛି, ତାହାହେଲେ ସେହି ଶୈଳୀକୁ ଏଠାରେ ବ୍ୟବହାର କରିପାରିବେ।

οὐ ... οἱ ἀκροαταὶ νόμου

ଏଠାରେ “ବ୍ୟବସ୍ଥା” ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଏହା ନୁହେଁ ଯେ ଯେଉଁମାନେ କେବଳ ମୋଶଙ୍କ ବ୍ୟବସ୍ଥାକୁ ଶୁଣିଅଛନ୍ତି” (ଦେଖ: INVALID translate/figs-explicit)

δίκαιοι παρὰ τῷ Θεῷ

ଯାହାକୁ ପରମେଶ୍ବର ଧାର୍ମିକ ଗଣନା କରନ୍ତି

ἀλλ’ οἱ ποιηταὶ νόμου

କିନ୍ତୁ ଏହା ଅଟେ ଯେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି

δικαιωθήσονται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଯାହାକୁ ଗ୍ରହଣ କରିବେ” (ଦେଖ:INVALID translate/figs-activepassive)

Romans 2:14

ἔθνη τὰ μὴ νόμον ἔχοντα, ... ἑαυτοῖς εἰσιν νόμος;

“ବ୍ୟବସ୍ଥାଧୀନ” ବାକ୍ୟଟି ଏକ ରୂଢ଼ି ଅଟେ, ଯାହାର ଅର୍ଥ ଏହି ଲୋକମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ନିକଟରେ ଈଶ୍ବରଙ୍କ ବ୍ୟବସ୍ଥା ରହିଛି” (ଦେଖ:INVALID translate/figs-idiom)

νόμον ... μὴ ἔχοντες

ଏଠାରେ “ବ୍ୟବସ୍ଥା” ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସେମାନଙ୍କ ନିକଟରେ ବ୍ୟବସ୍ଥା ନାହିଁ, ଯାହା ପରମେଶ୍ବର ମୋଶାଙ୍କୁ ଦେଇଥିଲେ” (ଦେଖ:INVALID translate/figs-explicit)

Romans 2:15

οἵτινες ἐνδείκνυνται

ସ୍ବାଭାବିକରୂପରେ ସେମାନେ ବ୍ୟବସ୍ଥାକୁ ପାଳନ କରୁଅଛନ୍ତି

τὸ ἔργον τοῦ νόμου, γραπτὸν ἐν ταῖς καρδίαις αὐτῶν

"ଏଠାରେ “ହୃଦୟ” ଏକ ଲକ୍ଷଣ ସୂଚକ ବାକ୍ୟ ଅଟେ, ଯାହା ଜଣେ ବ୍ୟକ୍ତିର ବିଚାରଗୁଡିକୁ ବା ଆନ୍ତରିକ ମନୁଷ୍ୟକୁ ଦର୍ଶାଏ। “ସେମାନଙ୍କ ହୃଦୟରେ ଲେଖାଯାଇଛି” ବାକ୍ୟଟି ଏକ ରୂପକ ଅଟେ, ଯାହା ସେମାନେ ହୃଦୟରେ ଜ୍ଞାତ ହୁଅନ୍ତି।

συνμαρτυρούσης αὐτῶν ... καὶ μεταξὺ ἀλλήλων, τῶν λογισμῶν κατηγορούντων ἢ καὶ ἀπολογουμένων

ଏଠାରେ “ସାକ୍ଷୀ ହେବେ” ବାକ୍ୟାଂଶଟି ବ୍ୟବସ୍ଥାଠାରୁ ପାଇଥିବା ଜ୍ଞାନକୁ ସୂଚିତ କରେ, ଯାହା ଈଶ୍ବର ସେମାନଙ୍କ ହୃଦୟରେ ଲେଖି ଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ କହିବେ ଯଦି ସେମାନେ ଈଶ୍ବରଙ୍କ ବ୍ୟବସ୍ଥା ଅବମାନନା କରନ୍ତି ବା ଈଶ୍ବରଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି” (ଦେଖ:INVALID translate/figs-idiom)

Romans 2:16

ἐν ἡμέρᾳ ὅτε κρίνει ὁ Θεὸς

ଏହା [ରୋମୀୟ ୨:୧୩] (../୦୨ /୧୩ .md)ର ପାଉଲଙ୍କ ବିଚାରକୁ ସମାପ୍ତ କରେ। “ଈଶ୍ବର ବିଚାର କରିବା ସମୟରେ ଏହା ଘଟିବ”

Romans 2:17

ଏଠାରେ ପାଉଲଙ୍କ ଆଲୋଚନା ଆରମ୍ଭ ହେଉଛି, ଯିହୂଦୀମାନଙ୍କ ନିକଟରେ ଯେଉଁ ବ୍ୟବସ୍ଥା ଅଛି ତାହା ସେମାନଙ୍କୁ ପ୍ରକୃତରେ ଦଣ୍ଡିତ କରିବ, କାରଣ ସେମାନେ ତାହା ପାଳନ କରନ୍ତି ନାହିଁ।

εἰ ... σὺ Ἰουδαῖος ἐπονομάζῃ

ଯେହେତୁ ତୁମ୍ଭେମାନେ ନିଜକୁ ଯିହୂଦୀ ବୋଲି କହୁଅଛ

ἐπαναπαύῃ νόμῳ,

“ବ୍ୟବସ୍ଥାଧୀନ” ବା “ବ୍ୟବସ୍ଥା ଉପରେ ନିର୍ଭର” ଏହି ବାକ୍ୟାଂଶଟି ସୂଚିତ କରେ ଯେ ଯେଉଁମାନେ ବିଶ୍ବାସ କରନ୍ତି ସେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧର୍ମିକ ହୋଇପାରିବେ। ଅନ୍ୟ ଏକ ଅନୁବାଦରେ: “ମୋଶଙ୍କ ବ୍ୟବସ୍ଥା ଉପରେ ଭରସା କରନ୍ତି” (ଦେଖ:INVALID translate/figs-metaphor)

Romans 2:18

γινώσκεις τὸ θέλημα

ଓ ଈଶ୍ବରଙ୍କ ଇଚ୍ଛାକୁ ଜାଣୁଅଛ

κατηχούμενος ἐκ τοῦ νόμου

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ। ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାରୁ ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି କ’ଣ ଉତ୍ତମ” ବା “କାରଣ ତୁମ୍ଭେମାନେ ବ୍ୟବସ୍ଥାଠାରୁ ଶିଖିଅଛ” (ଦେଖ:INVALID translate/figs-activepassive)

Romans 2:19

πέποιθάς τε σεαυτὸν ὁδηγὸν εἶναι τυφλῶν, φῶς τῶν ἐν σκότει

ଏଠାରେ “ଅନ୍ଧ” ଓ “ଯେଉଁମାନେ ଅନ୍ଧକାରରେ ଚାଲୁଅଛନ୍ତି” ଏହି ବାକ୍ୟାଂଶଟି ବ୍ୟବସ୍ଥାକୁ ବୁଝିପାରୁ ନା ଥିବା ଲୋକମାନଙ୍କୁ ବୁଝାଏ। ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ବ୍ୟବସ୍ଥା ବିଷୟରେ ଶିକ୍ଷା ଦେଇଥାଅ, ତୁମ୍ଭେମାନେ ନିଜେ ଅନ୍ଧ ଲୋକମାନଙ୍କ ପାଇଁ ଏକ ମାର୍ଗ ଦର୍ଶକ ପରି ଅଟ, ଓ ତୁମ୍ଭେମାନେ ଅନ୍ଧକାରରେ ହଜିଯାଇଥିବା ଲୋକମାନଙ୍କପାଇଁ ଆଲୋକ ସଦୃଶ ଅଟ” (ଦେଖ:INVALID translate/figs-parallelismINVALID translate/figs-metaphor)

Romans 2:20

παιδευτὴν ἀφρόνων

ଯେଉଁମାନେ ଭୁଲ୍ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ସଂଶୋଧନ କରିଥାଅ

διδάσκαλον νηπίων

ପାଉଲ ଏଠାରେ ଯେଉଁମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ସେମାନଙ୍କୁ ଏକ ସାନ ପିଲା ସହିତ ତୁଳନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ସେହି ଲୋକମାନଙ୍କୁ ଶିକ୍ଷା ଦେଇଥାଅ ଯେଉଁମାନେ ବ୍ୟବସ୍ଥା ଜାଣନ୍ତି ନାହିଁ” (ଦେଖ:INVALID translate/figs-metaphor)

ἔχοντα τὴν μόρφωσιν τῆς γνώσεως καὶ τῆς ἀληθείας ἐν τῷ νόμῳ

ବ୍ୟବସ୍ଥାରେ ରହିଥିବା ସେହି ସତ୍ୟ ଜ୍ଞାନ ଈଶ୍ବରଙ୍କ ଠାରୁ ଆସିଥାଏ। ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ସୁନିଶ୍ଚିତ ଅଟ ଯେ ତୁମ୍ଭେମାନେ ସତ୍ୟ ବିଷୟରେ ଜାଣିଅଛ, ଯାହା ପରମେଶ୍ବର ବ୍ୟବସ୍ଥାରେ ପ୍ରକାଶିତ କରିଅଛନ୍ତି” (ଦେଖ:INVALID translate/figs-explicit)

Romans 2:21

ὁ ... διδάσκων ἕτερον, σεαυτὸν οὐ διδάσκεις

ପାଉଲ ତାହାଙ୍କ ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଅନ୍ୟକୁ ଶିକ୍ଷା ଦେଇଥାଅ, କିନ୍ତୁ ତୁମ୍ଭେ ନିଜକୁ ଶିକ୍ଷା ଦେଇ ନ ଥାଅ!” ବା “ତୁମ୍ଭେମାନେ ଅନ୍ୟକୁ ଶିକ୍ଷା ଦେଉଅଛ, କିନ୍ତୁ ତୁମ୍ଭେମାନେ ଯାହା ଶିକ୍ଷା ଦେଉଅଛ, ତଦନୁସାରେ କର୍ମ କରି ନ ଥାଅ!” (ଦେଖ:INVALID translate/figs-rquestion)

ὁ κηρύσσων μὴ κλέπτειν, κλέπτεις

ପାଉଲ ତାହାର ଶ୍ରୋତାମାନଙ୍କୁ ଭର୍ତ୍ସନା କରିବାପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଲୋକମାନଙ୍କୁ କହୁଥାଅ, ଚୋରିକର ନାହିଁ, କିନ୍ତୁ ତୁମ୍ଭେମାନେ ନିଜେ ଚୋରି କରୁଅଛ!” (ଦେଖ:INVALID translate/figs-rquestion)

Romans 2:22

ὁ λέγων μὴ μοιχεύειν, μοιχεύεις

ପାଉଲ ତାହାର ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଲୋକମାଙ୍କୁ କହୁଅଛ ଯେ ବ୍ୟଭିଚାର କର ନାହିଁ, କିନ୍ତୁ ତୁମ୍ଭେମାନେ ନିଜେ ବ୍ୟଭିଚାର କରୁଅଛ!” (ଦେଖ:INVALID translate/figs-rquestion)

ὁ βδελυσσόμενος τὰ εἴδωλα, ἱεροσυλεῖς

ପାଉଲ ତାହାର ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କହିଥାଅ ଯେ ଆମ୍ଭେମାନେ ମୂର୍ତ୍ତିଗୁଡିକୁ ଘୃଣା କରୁ, କିନ୍ତୁ ତୁମ୍ଭେମାନେ ମନ୍ଦିର ଗୁଡିକ ଲୁଣ୍ଠନ କରୁଅଛ!” (ଦେଖ:INVALID translate/figs-rquestion)

ἱεροσυλεῖς

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସ୍ଥାନୀୟ ବିଜାତୀୟ ମନ୍ଦିର ଗୁଡିକରୁ ଚୋରିକରି ବିକ୍ରୀ କରିବା ଓ ସେଥିରୁ ଅର୍ଥ ଉପାର୍ଜନ କରିବା” ଓ ୨) “ସମସ୍ତ ଅର୍ଥ ଯିରୁଶାଲମ ମନ୍ଦିରକୁ ପଠାଇ ନ ଥାଅ, ଯାହା ଈଶ୍ବରଙ୍କର ଅଟେ।”

Romans 2:23

ὃς ἐν νόμῳ καυχᾶσαι διὰ τῆς παραβάσεως τοῦ νόμου, τὸν Θεὸν ἀτιμάζεις

ପାଉଲ ତାହାଙ୍କ ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଦୁଷ୍ଟତା ଅଟେ ଯେ ତୁମ୍ଭେମାନେ ବ୍ୟବସ୍ଥା ସକାଶୁ ଗର୍ବ କରୁଅଛ ଓ ସେହି ସମୟରେ ତୁମ୍ଭେମାନେ ଏହାକୁ ଅମାନ୍ୟ କରୁଅଛ ଓ ଈଶ୍ବରଙ୍କୁ ଲଜ୍ଜିତ କରୁଅଛ!” (ଦେଖ:INVALID translate/figs-rquestion)

Romans 2:24

τὸ ... ὄνομα τοῦ Θεοῦ ... βλασφημεῖται ἐν τοῖς ἔθνεσιν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଅନେକ ବିଜାତୀୟମାନେ ଈଶ୍ବରଙ୍କ ନାମକୁ ନିନ୍ଦିତ କରିଥାନ୍ତି” (ଦେଖ:INVALID translate/figs-activepassive)

ὄνομα τοῦ Θεοῦ

“ନାମ” ଶବ୍ଦଟି ଏକ ଲକ୍ଷଣସୂଚକ ଶବ୍ଦ ଅଟେ, ଯାହା ଈଶ୍ବରଙ୍କ ସମ୍ପୂର୍ଣ୍ଣତାକୁ ଦର୍ଶାଏ, କେବଳ ତାହାଙ୍କ ନାମକୁ ନୁହେଁ I (ଦେଖ:INVALID translate/figs-metonymy)

Romans 2:25

ପାଉଲ ପ୍ରକାଶ କରୁଅଛନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥାଥିବା ଯିହୂଦୀମାନଙ୍କୁ ସୁଦ୍ଧା ପରମେଶ୍ବର ଆପଣା ବ୍ୟବସ୍ଥା ଦ୍ବାରା ଦଣ୍ଡିତ କରିବେ I

περιτομὴ μὲν γὰρ ὠφελεῖ

ମୁଁ ଏହି ସମସ୍ତ ବିଷୟ କହୁଅଛି, କାରଣ ସୁନ୍ନତ ହେବା ଦ୍ବାରା ତୁମ୍ଭମାନଙ୍କର ଉପକାର ହୋଇଅଛି

ἐὰν ... παραβάτης νόμου ᾖς

ଯଦି ତୁମ୍ଭେମାନେ ବ୍ୟବସ୍ଥାରେ ଦିଆଯାଇଥିବା ଆଜ୍ଞା ପାଳନ ନ କର

ἡ περιτομή σου, ἀκροβυστία γέγονεν

ଏହା ସତେ ଯେମିତି ତୁମ୍ଭେମାନେ ସୁନ୍ନତ କରାଯାଇ ନ ଥିଲ

Romans 2:26

ἡ ἀκροβυστία

ସେହି ବ୍ୟକ୍ତି ଯାହାର ସୁନ୍ନତ ହୋଇନାହିଁ

τὰ δικαιώματα τοῦ νόμου φυλάσσῃ

ପାଳନ କରେ ଯାହା ଈଶ୍ବର ବ୍ୟବସ୍ଥାରେ ଆଜ୍ଞା ଦିଅନ୍ତି

οὐχ ἡ ἀκροβυστία αὐτοῦ εἰς περιτομὴν λογισθήσεται

ଦୁଇଟି ପ୍ରଶ୍ନରୁ ଏହା ହେଉଛି ପ୍ରଥମ ପ୍ରଶ୍ନ, ଯାହା ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ପାଉଲ ଏଠାରେ ପଚାରୁ ଅଛନ୍ତି ଯେ ସୁନ୍ନତ ସକାଶେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇ ନ ଥାଏ । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ସୁନ୍ନତ ବ୍ୟକ୍ତି ବୋଲି ଗଣିତ କରିବେ I” (ଦେଖ:INVALID translate/figs-rquestionINVALID translate/figs-activepassive)

Romans 2:27

καὶ κρινεῖ ἡ ἐκ φύσεως ἀκροβυστία, τὸν νόμον τελοῦσα

ଦୁଇଟି ପ୍ରଶ୍ନରୁ ଏହା ଦ୍ବିତୀୟ ପ୍ରଶ୍ନ ଯାହା ପାଉଲ ଏଠାରେ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ପଚାରୁ ଅଛନ୍ତି (ପ୍ରଥମ ପ୍ରଶ୍ନଟି ରୋମୀୟ ୨:୨୬(./୨୬.md ରେ )) ଯେ ସୁନ୍ନତ ସକାଶେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇ ନ ଥାଏ । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେଉଁ ଜଣ ଶାରୀରିକ ଭାବେ ସୁନ୍ନତ ହୋଇ ନାହିଁ, ସେ ତୁମ୍ଭମାନଙ୍କୁ ଦଣ୍ଡିତ କରିବ ... ବ୍ୟବସ୍ଥା I” (ଦେଖ:INVALID translate/figs-rquestionINVALID translate/figs-activepassive)

Romans 2:28

ἐν τῷ φανερῷ

ଏହା ଯିହୂଦୀମାନଙ୍କ ପରମ୍ପରାକୁ ଦର୍ଶାଏ, ଯେମିତି ସୁନ୍ନତ, ଯାହା ଲୋକମାନେ ଦେଖିପାରନ୍ତି I

ἐν τῷ φανερῷ ἐν σαρκὶ

ଏହା ଜଣେ ପୁରୁଷ ଲୋକର ଶରୀରରେ ପରିବର୍ତ୍ତନ ଘଟୁଥିବା ବିଷୟକୁ ଦର୍ଶାଏ, ଯେତେବେଳେ ଜଣେ ତାହାକୁ ସୁନ୍ନତ କରେ।

σαρκὶ

ଏହା ସମ୍ପୂର୍ଣ୍ଣ ଶରୀରକୁ ଦର୍ଶାଇବା ପାଇଁ ଏକ ସୂଚିତ ବାକ୍ୟାଂଶ ଅଟେ। ଅନ୍ୟ ଏକ ଅନୁବାଦରେ: “ଶରୀର” (ଦେଖ:INVALID translate/figs-synecdoche)

Romans 2:29

ὁ ἐν τῷ κρυπτῷ Ἰουδαῖος; καὶ περιτομὴ καρδίας

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ପ୍ରଥମ ବାକ୍ୟାଂଶଟି, “ଯେଉଁ ଜଣ ଅନ୍ତରରୁ ଯିହୂଦୀ, ସେ ଜଣେ ଯିହୂଦୀ ଅଟେ,” ଦ୍ବିତୀୟ ବାକ୍ୟାଂଶଟି ବର୍ଣନା କରେ, “ସୁନ୍ନତ ଏହା, ଯାହା ହୃଦୟରେ କରାଯାଇଥାଏ.” (ଦେଖ:INVALID translate/figs-parallelism)

ἐν τῷ κρυπτῷ

ଏହା ଜଣେ ବ୍ୟକ୍ତିର ମୁଲ୍ୟବୋଧ ଓ ପ୍ରେରଣାଗୁଡିକୁ ସୂଚିତ କରେ, ଯାହାକୁ ଈଶ୍ବର ପରିବର୍ତ୍ତନ କରିଅଛନ୍ତି I

καρδίας

ଏଠାରେ “ହୃଦୟ” ଆନ୍ତରିକ ମନୁଷ୍ୟର ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ I (ଦେଖ:INVALID translate/figs-metonymy)

ἐν Πνεύματι, οὐ γράμματι

ଏଠାରେ “ଅକ୍ଷର” ଏକ ସୂଚନାତ୍ମକ ଶବ୍ଦ ଅଟେ, ଯାହା ଲିଖିତ ପବିତ୍ର ଶାସ୍ତ୍ରକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଦ୍ବାରା, ତୁମ୍ଭେମାନେ ଶାସ୍ତ୍ର ଜାଣିଥିବା ସକାଶୁ ନୁହେଁ” (ଦେଖ:INVALID translate/figs-synecdoche)

ἐν Πνεύματι

ଏହା ଜଣେ ବ୍ୟକ୍ତିର ଆନ୍ତରିକ, ଆତ୍ମିକ ଅଂଶକୁ ଦର୍ଶାଏ, ଯାହା “ଈଶ୍ବରଙ୍କ ଆତ୍ମା” ପରିବର୍ତ୍ତନ କରିଥାନ୍ତି।

Romans 3

ରୋମୀୟ ୦୩ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦ ସହଜରେ ପଢିବାପାଇଁ କବିତାର ପ୍ରତ୍ୟେକ ଧାଡ଼ିକୁ ଅନ୍ୟ ଲେଖାର ଦୂର ଡାହାଣ ପାଖରେ ଲେଖିଛନ୍ତି । ULTରେ ଏହି ଅଧ୍ୟାୟର ୪ ପଦ ଓ ୧୦-୧୮ପଦଗୁଡ଼ିକଏହି ପ୍ରକାରେ ଲେଖାଯାଇଛି, ଯାହା ପୁରାତନ ବାକ୍ୟାଂଶରୁ ଆନୀତ।

ଏହି ଅଧ୍ୟାୟର ବିଶେଷ ଧାରଣା

୩ ଅଧ୍ୟାୟ “ବିଜାତୀୟ ତୁଳନାରେ ଯିହୂଦୀହେବା ଦ୍ବାରା କ’ଣ ସୁବିଧା ରହିଛି?” ପ୍ରଶ୍ନଟିର ଉତ୍ତର ଦେଉଛି (ଦେଖ:INVALID bible/kt/lawofmosesINVALID bible/kt/save)

“ସମସ୍ତେ ପାପ କରିଅଛନ୍ତି ଓ ଈଶ୍ବରଙ୍କ ମହିମାରୁ ଉଣା ପଡିଅଛନ୍ତି”

କାରଣ ଈଶ୍ବର ପବିତ୍ର, ଜଣେ ବ୍ୟକ୍ତି ସ୍ବର୍ଗରେ ତାହାଙ୍କ ସହିତ ରହିବାକୁ ହେଲେ, ତାହାଙ୍କୁ ନିର୍ଦ୍ଧୋଷ ହେବା ଉଚିତ। ଯେ କୌଣସି ଗୋଟିଏ ପାପ ମଧ୍ୟ ଜଣେ ବ୍ୟକ୍ତିକୁ ଦଣ୍ଡିତ କରିପାରେ। (ଦେଖ:INVALID bible/kt/heavenINVALID bible/kt/condemn)

ମୋଶାଙ୍କ ବ୍ୟବସ୍ଥାର ଉଦ୍ଧେଶ୍ୟ

ବ୍ୟବସ୍ଥା ପାଳନ କରିବା ଦ୍ବାରା ଜଣେ ବ୍ୟକ୍ତି ଈଶ୍ବରଙ୍କ ନିକଟରେ ସିଦ୍ଧ ହୋଇ ପାରେ ନାହିଁ। ଈଶ୍ବରଙ୍କ ବ୍ୟବସ୍ଥା ପାଳନକରିବା ପ୍ରକାଶ କରେ ଯେ ସେମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଅଛନ୍ତି। ଲୋକମାନେ କେବେଳ ବିଶ୍ବାସ ଦ୍ବାରା ଧାର୍ମିକ ଗଣିତ ହୋଇଅଛନ୍ତି। (ଦେଖ:INVALID bible/kt/justiceINVALID bible/kt/faith)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଭାବପ୍ରକାଶକ ପ୍ରଶ୍ନସମୂହ

ପାଉଲ ଏହି ଅଧ୍ୟାୟରେ ବହୁଳଭାବେ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରିଛନ୍ତି। ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରିବାର ଉଦ୍ଦେଶ୍ୟ ଏହା ଯେ ତାହାଙ୍କ ପାଠକମାନେ ସେମାନଙ୍କର ପାପକୁ ଜାଣନ୍ତୁ, ଯାହା ଫଳରେ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ I (ଦେଖ:INVALID translate/figs-rquestionINVALID bible/kt/guilt)

Romans 3:1

ପାଉଲ ଯିହୂଦୀମାନଙ୍କଠାରେ ଥିବା ବିଶେଷତା ବିଷୟରେ କହନ୍ତି, କାରଣ ପରମେଶ୍ବର ସେମାନଙ୍କୁ ତାହାଙ୍କ ବ୍ୟବସ୍ଥା ଦେଇଅଛନ୍ତି।

τί οὖν τὸ περισσὸν τοῦ Ἰουδαίου, ἢ τίς ἡ ὠφέλια τῆς περιτομῆς

୨ ଅଧ୍ୟାୟରେ ଯାହା ସେ ଲେଖିଥିଲେ, ତାହା ପଢିଲା ପରେ ଲୋକମାନଙ୍କର ପ୍ରଶ୍ନ ରହି ପାରେ, ସେଥିପାଇଁ ପାଉଲ ସେହି ବିଚାରଗୁଡିକୁ ଉପସ୍ଥାପନା କରୁଛନ୍ତି। ୨ ପଦରେ ସେ ସେମାନଙ୍କୁ ଉତ୍ତର ଦେବାପାଇଁ ଏହା କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ କହନ୍ତି, ତେବେ ଯିହୂଦୀମାନଙ୍କ ବିଶେଷତା କ’ଣ ଅଛି? ଓ ସୁନ୍ନତ ହେବାରେ କ’ଣ ଲାଭ ଅଛି?’” ଓ “କେତେକ ଲୋକ କହନ୍ତି, ତାହ ଯଦି ସତ୍ୟ ଅଟେ, ତେବେ ଯିହୂଦୀମାନଙ୍କର କିଛି ବିଶେଷତା ନାହିଁ,ଓ ସୁନ୍ନତ ହେବାରେ କିଛି ଲାଭଦାୟକ ନୁହେଁ.’” (ଦେଖ:INVALID translate/figs-explicitINVALID translate/figs-rquestion)

Romans 3:2

πολὺ κατὰ πάντα τρόπον

୧ ପଦରେ ଦିଆଯାଇଥିବା ବିଷୟଗୁଡ଼ିକୁ ପାଉଲ ଉତ୍ତର ଦେଉଛନ୍ତି । ଏଠାରେ “ଏହା” ଶବ୍ଦଟି ଯିହୂଦୀ ଲୋକମାନଙ୍କର ସଦସ୍ୟ ହେବା ବିଷୟକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯିହୂଦୀ ହେବାର ଏକ ମହାନ ବିଶେଷତା ରହିଛି” (ଦେଖ:INVALID translate/figs-explicit)

πρῶτον μὲν

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଥମରେ ସମୟ କ୍ରମେ” ବା ୨) “ନିଶ୍ଚିତ ରୂପରେ” କିମ୍ବା ୩) “ଅଧିକ ଗୁରୁତ୍ବପୁର୍ଣ୍ଣ ଭାବରେ.”

ἐπιστεύθησαν τὰ λόγια τοῦ Θεοῦ

ଏଠାରେ “ପ୍ରକାଶିତ” ବାକ୍ୟାଂଶଟି ଈଶ୍ବରଙ୍କ ବାକ୍ୟ ଓ ପ୍ରତିଜ୍ଞାଗୁଡିକୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ବାକ୍ୟକୁ ଯିହୂଦୀମାନଙ୍କୁ ଦେଲେ, ଯହିଁରେ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ ରହିଛି” (ଦେଖ:INVALID translate/figs-explicit)

Romans 3:3

τί γάρ εἰ ἠπίστησάν τινες? μὴ ἡ ἀπιστία αὐτῶν, τὴν πίστιν τοῦ Θεοῦ καταργήσει

ପାଉଲ ଲୋକମାନଙ୍କୁ ଭାବିବାପାଇଁ ଏହି ପ୍ରଶ୍ନଗୁଡିକର ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “କେତକ ଯିହୂଦୀ ଈଶ୍ବରଙ୍କ ପ୍ରତି ବିଶ୍ବାସଯୋଗ୍ୟ ନୁହନ୍ତି, ଈଶ୍ବର ତାହାଙ୍କ ପ୍ରତିଜ୍ଞା ସଫଳ କରିବେ ନାହିଁ ବୋଲି କ’ଣ ଆମ୍ଭେମାନେ ଏଥିରେ ଶେଷ କରିବା ଉଚିତ୍?” (ଦେଖ:INVALID translate/figs-rquestion)

Romans 3:4

μὴ γένοιτο

ଏହି ଅଭିବ୍ୟକ୍ତି ଦୃଢତାର ସହିତ ଅଗ୍ରାହ୍ୟ କରୁଅଛି ଯେ ଏହା ହୋଇପାରେ। ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାରର ଅଭିବ୍ୟକ୍ତି ଥାଇପାରେ, ତାହା ତୁମ୍ଭେମାନେ ଏଠାରେ ବ୍ୟବହାର କରିପାର। “ତାହା ସମ୍ଭବ ନୁହେଁ!” ବା “ନିଶ୍ଚିତ ରୂପରେ ନୁହେଁ!”

γινέσθω δὲ

ଏହା ବଦଳରେ ଆମ୍ଭେମାନେ ଏହା କହିବା ଉଚିତ୍, ଏହି ପରି ହେଉ

γινέσθω ... ὁ Θεὸς ἀληθής

ଈଶ୍ବର ସବୁବେଳେ ସତ୍ୟ ହୋଇ ରହିବେ ଓ ତାହାଙ୍କ ପ୍ରତିଜ୍ଞାଗୁଡ଼ିକୁ ସଫଳ କରିବେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ସେ ସବୁବେଳେ ତାହା କରିବେ” (ଦେଖ:INVALID translate/figs-explicit)

πᾶς δὲ ἄνθρωπος ψεύστης

ଗୁରୁତ୍ବ ଦେବାପାଇଁ “ପ୍ରତ୍ୟେକ” ଓ “ମିଥ୍ୟାବାଦୀ” ଶବ୍ଦଗୁଡ଼ିକ ଅତ୍ୟୁକ୍ତିଭାବରେ ଏଠାରେ ବ୍ୟବହାର କରାଯାଇଛି, ଈଶ୍ବର ତାହାଙ୍କ ପ୍ରତିଜ୍ଞାଗୁଡିକ ପ୍ରତି ସର୍ବଦା ସତ୍ୟ ଅଟନ୍ତି। ଅନ୍ୟ ଏକ ଅନୁବାଦରେ: “ଯଦିଓ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହୋଇଥାନ୍ତେ” (ଦେଖ:INVALID translate/figs-hyperbole)

καθὼς γέγραπται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା କହୁଅଛି, ପବିତ୍ର ଶାସ୍ତ୍ର ତାହା ପ୍ରମାଣିତ କରୁଅଛି” (ଦେଖ:INVALID translate/figs-activepassive)

ὅπως ἂν δικαιωθῇς ἐν τοῖς λόγοις σου, καὶ νικήσεις ἐν τῷ κρίνεσθαί σε

ଏହି ଦୁଇଟି ବାକ୍ୟାଂଶରେ ସାମାନ ଅର୍ଥ ଅଛି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଜଣ ସ୍ବୀକାର କରିବା ଦରକାର ଯେ ତୁମ୍ଭେମାନେ ଯାହା କହୁଅଛ ତାହା ସତ୍ୟ ଅଟେ, ତାହାହେଲେ ତୁମ୍ଭେମାନେ ସବୁବେଳେ ବିଜୟ ହୋଇପାରିବ ଯେତେବେଳେ କେହି ଜଣେ ତୁମ୍ଭମାନଙ୍କୁ ଦୋଷାରୋପ କରିବ” (ଦେଖ:INVALID translate/figs-parallelismINVALID translate/figs-activepassive)

Romans 3:5

εἰ δὲ ἡ ἀδικία ἡμῶν, Θεοῦ δικαιοσύνην συνίστησιν, τί ἐροῦμεν? μὴ ἄδικος ὁ Θεὸς, ὁ ἐπιφέρων τὴν ὀργήν

ପାଉଲ ଏହି ପ୍ରଶ୍ନଗୁଡିକର ବ୍ୟବହାର କରନ୍ତି ଏଥିପାଇଁ ଯେ, କେତେକ ଲୋକ ଯୁକ୍ତି ତର୍କ କରୁଥିଲେ ଓ ତାହାଙ୍କ ପାଠକମାନେ ଏହି ବିଷୟରେ ଜାଣିବା ଦରକାର ଯେ ଏହି ଯୁକ୍ତି ତର୍କ ସତ୍ୟ କି ନୁହେଁ। ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ କହନ୍ତି ଯେ ଯେହେତୁ ଆମ୍ଭମାନଙ୍କର ଅଧାର୍ମିକତା, ଈଶ୍ବରଙ୍କ ଧାର୍ମିକତାକୁ ପ୍ରକାଶ କରେ, ସେଥିପାଇଁ ଯେତେବେଳେ ସେ ଆମ୍ଭମାନଙ୍କୁ ଦଣ୍ଡିତ କରନ୍ତି, ପରମେଶ୍ବର ଅଧାର୍ମିକ ଅଟନ୍ତି” (ଦେଖ: INVALID translate/figs-rquestion)

ὁ ἐπιφέρων τὴν ὀργήν

ଏଠାରେ “କ୍ରୋଧ” ଦଣ୍ଡର ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଉପରେ ତାହାଙ୍କ ଦଣ୍ଡ ଆଣିବା ନିମନ୍ତେ” ବା “ଆମ୍ଭମାନଙ୍କୁ ଦଣ୍ଡିତ କରିବା ନିମନ୍ତେ” (ଦେଖ:INVALID translate/figs-metonymy)

(κατὰ ἄνθρωπον λέγω)

ମୁଁ ଏଠାରେ କହୁଅଛି ଯାହା କେତେକ ଲୋକ କହନ୍ତି ବା “ଏହା କେତେକ ଲୋକ କହନ୍ତି”

Romans 3:6

μὴ γένοιτο

ଆମ୍ଭେମାନେ କେବେ ମଧ୍ୟ କହିପାରିବା ନାହିଁ ଯେ ଈଶ୍ବର ଅଧାର୍ମିକ ଅଟନ୍ତି

ἐπεὶ πῶς κρινεῖ ὁ Θεὸς τὸν κόσμον

ପାଉଲ ଏହି ପ୍ରଶ୍ନ ବ୍ୟବହାର କରି କହନ୍ତି ଯେ ସୁସମାଚାର ବିରୋଧରେ ଯୁକ୍ତି ତର୍କ ପ୍ରଯୁଜ୍ୟ ନୁହେଁ, କାରଣ ଯିହୂଦୀମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ସମସ୍ତ ଲୋକଙ୍କର ବିଚାର କରିବେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ସମେସ୍ତେ ଜାଣିଅଛୁ ଯେ ଈଶ୍ବର ଏହି ଜଗତର ବିଚାର କରିବେ!” (ଦେଖ:INVALID translate/figs-rquestion)

τὸν κόσμον

“ଜଗତ” ଶବ୍ଦଟି ଏହି ଜଗତରେ ବାସ କରୁଥିବା ଲୋକମାନଙ୍କ ପାଇଁ ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଜଗତର ଯେକେହି ହେଉ ନା କାହିକିଁ” (ଦେଖ:INVALID translate/figs-metonymy)

Romans 3:7

εἰ δὲ ἡ ἀλήθεια τοῦ Θεοῦ ἐν τῷ ἐμῷ ψεύσματι ἐπερίσσευσεν εἰς τὴν δόξαν αὐτοῦ, τί ἔτι κἀγὼ ὡς ἁμαρτωλὸς κρίνομαι

ଏଠାରେ ପାଉଲ କଳ୍ପନା କରି କହନ୍ତି ଯେ କେହି ଜଣେ ଖ୍ରୀଷ୍ଟିୟାନ ସୁସମାଚାରକୁ ଅସ୍ବୀକାର କରୁଅଛନ୍ତି। ସେହି ବିରୋଧୀ ଯୁକ୍ତି କରି କହେ, ଯେହେତୁ ତାହାର ପାପ ଈଶ୍ବରଙ୍କ ଧାର୍ମିକତାକୁ ପ୍ରକାଶ କରେ, ତେଣୁ ବିଚାର ଦିନରେ ଈଶ୍ବର ତାହାକୁ ପାପୀ ବୋଲି ଘୋଷଣା କରିବା ଉଚିତ୍ ନୁହେଁ, ଉଦାହରଣ ସ୍ବରୂପେ, ସେ ଯଦି ମିଥ୍ୟା କହନ୍ତି। (ଦେଖ:INVALID translate/figs-rquestion)

Romans 3:8

καὶ μὴ καθὼς βλασφημούμεθα, καὶ καθώς φασίν τινες ἡμᾶς λέγειν, ὅτι “ ποιήσωμεν τὰ κακὰ, ἵνα ἔλθῃ τὰ ἀγαθά

ତାହାଙ୍କ କାଳ୍ପନିକ ବିରୋଧୀର ଯୁକ୍ତି ଯେ କେତେ ହାସ୍ୟସ୍ପଦ ଅଟେ, ତାହା ଦେଖାଇବାକୁ ପାଉଲ ଏଠାରେ ନିଜେ ଏକ ପ୍ରଶ୍ନ ପଚାରନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମଧ୍ୟ କହିପାରିବି ... ଆସ!” (ଦେଖ:INVALID translate/figs-rquestion)

καθὼς βλασφημούμεθα

କେତେକ ଲୋକ ଅନ୍ୟକୁ କହିବା ବେଳେ ମିଥ୍ୟା କହନ୍ତି ଯେ ଏହା ହି ଆମ୍ଭେମାନେ କହୁଅଛୁ

ὧν τὸ κρίμα ἔνδικόν ἐστιν

ପାଉଲ ଶିକ୍ଷା ଦେଉଥିବା ବିଷୟଗୁଡ଼ିକ ଉପରେ ମିଥ୍ୟା କହୁଥିବା ଲୋକମାନଙ୍କ ପାଇଁ ଏହା ଯଥାର୍ଥ ହେବ, ଯେତେବେଳେ ପରମେଶ୍ବର ପାଉଲଙ୍କ ଏହି ଶତ୍ରୁମାନଙ୍କୁ ଦଣ୍ଡିତ କରିବେ ।

Romans 3:9

ପାଉଲ ସାରାଂଶଭାବେ କହନ୍ତି ଯେ ସମସ୍ତେ ପାପ ସକାଶେ ଦୋଷୀ ଅଟନ୍ତି, କେହି ବି ଧାର୍ମିକ ନୁହନ୍ତି, ଓ କେହି ମଧ୍ୟ ଈଶ୍ବରଙ୍କୁ ଖୋଜନ୍ତି ନାହିଁ।

τί οὖν? προεχόμεθα

ପାଉଲ ତାହାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଯିହୂଦୀ ଜାତି ବୋଲି ଭାବି, ଆମ୍ଭେ ଯିହୂଦୀମାନେ ଈଶ୍ବରଙ୍କ ବିଚାରରୁ ପଳାୟନ କରିବୁ ବୋଲି ମନେ କରିବା ଉଚିତ ନାହିଁ!” (ଦେଖ:INVALID translate/figs-rquestion)

οὐ πάντως

ଏହି ଶବ୍ଦଗୁଡ଼ିକ ସାଧାରଣ “ନାହିଁ” ଶବ୍ଦ ଅପେକ୍ଷା ଦୃଢତର ଅଟେ, ମାତ୍ର “ସମ୍ପୁର୍ଣ୍ଣଭାବେ ନୁହେଁ” ସଦୃଶ ଦୃଢ ନୁହେଁ I

Romans 3:10

καθὼς γέγραπται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଭବିଷ୍ୟଦ୍ ବକ୍ତାମାନେ ଯେପରି ଶାସ୍ତ୍ରରେ ଲେଖିଅଛନ୍ତି” (ଦେଖ:INVALID translate/figs-activepassive)

Romans 3:11

οὐκ ἔστιν ὁ συνίων

ସଠିକ୍ ବା ଯଥାର୍ଥ ବିଷୟ କ’ଣ ଅଟେ ଏହା ଜାଣିବା ନିମନ୍ତେ କେହି ଜଣେ ହେଲେ ସୁଦ୍ଧା ନୁହନ୍ତି। ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସଠିକ୍ ବା ଯଥାର୍ଥ ବିଷୟ କ’ଣ ଅଟେ ବୁଝିବା ନିମନ୍ତେ ଜଣେ ହେଲେ ନାହାନ୍ତି” (ଦେଖ:INVALID translate/figs-explicit)

οὐκ ἔστιν ὁ ἐκζητῶν τὸν Θεόν

ଏଠାରେ “ଈଶ୍ବରଙ୍କୁ ଖୋଜିବା” ବାକ୍ୟାଂଶର ଅର୍ଥ ହେଉଛି ଈଶ୍ବରଙ୍କ ସହିତ ସମ୍ପର୍କ ରଖିବା। ଅନ୍ୟ ଏକ ଅନୁବାଦରେ: “ଜଣେ ହେଲେ ସୁଦ୍ଧା ଈଶ୍ବରଙ୍କଠାରେ ଆନ୍ତରିକତା ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁନାହାନ୍ତି” (ଦେଖ:INVALID translate/figs-explicit)

Romans 3:12

πάντες ἐξέκλιναν

ଏହା ଏକ ରୂଢି ଅଟେ, ଯାହାର ଅର୍ଥ ଲୋକମାନେ ଈଶ୍ବରଙ୍କ ବିଷୟରେ ତିଳେ ହେଲେ ଭାବିବାକୁ ଚାହୁଁ ନାହାନ୍ତି, ସେମାନେ ତାହାଙ୍କୁ ଏଡାଇବାକୁ ଚାହୁଁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସମସ୍ତେ ଈଶ୍ବରଙ୍କ ଠାରୁ ଦୂରେଇ ଯାଇଛନ୍ତି” (ଦେଖ:INVALID translate/figs-idiom)

ἅμα ἠχρεώθησαν

ଜଣେ ହେଲେ ସୁଦ୍ଧା ଉତ୍ତମ କାର୍ଯ୍ୟ କରେ ନାହିଁ, ସେମାନେ ଈଶ୍ବରଙ୍କ ପାଇଁ ଅନୁପଯୁକ୍ତ ଅଟନ୍ତି। ଅନ୍ୟ ଏକ ଅନୁବାଦରେ: “ସମସ୍ତେ ଈଶ୍ବରଙ୍କ ପାଇଁ ଅନୁପଯୁକ୍ତ ହୋଇଅଛନ୍ତି” (ଦେଖ:INVALID translate/figs-explicit)

Romans 3:13

αὐτῶν... αὐτῶν

“ସେମାନଙ୍କ” ଶବ୍ଦ“ରୋମୀୟ ୩:୯ର ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ I

τάφος ἀνεῳγμένος ὁ λάρυγξ αὐτῶν

“ଗଳା” ଶବ୍ଦଟି ଏକ ଉପମା ଅଟେ, ଲୋକମାନେ ଯେଉଁ ସମସ୍ତ ବିଷୟକୁ ଅଧାର୍ମିକ ଓ ଘୃଣିତ ବୋଲି କହନ୍ତି। ଏଠାରେ “ସମାଧି”ଏକ ରୂପକ ଅଟେ, ଯାହା ଲୋକମାନଙ୍କ ମନ୍ଦ କଥାଗୁଡିକୁ ଦର୍ଶାଏ I (ଦେଖ:INVALID translate/figs-metonymyINVALID translate/figs-metaphor)

ταῖς γλώσσαις αὐτῶν ἐδολιοῦσαν

“ଜିହ୍ବା” ଶବ୍ଦଟି ମିଥ୍ୟା କଥାର ଏକ ଉପମା ଅଟେ, ଯାହା ଲୋକମାନେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ମିଥ୍ୟା କଥା କହନ୍ତି” (ଦେଖ:INVALID translate/figs-metonymy)

ἰὸς ἀσπίδων ὑπὸ τὰ χείλη αὐτῶν

ଏଠାରେ “ସର୍ପଗୁଡ଼ିକର ବିଷ” ଏକ ରୂପକ ଅଟେ, ଯାହା ବହୁତ ବ୍ୟାଘାତ ଘଟାଉଥିବା ଲୋକମାନଙ୍କର ମନ୍ଦ କଥାଗୁଡ଼ିକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି । “ଓଷ୍ଠ” ଶବ୍ଦଟି ଲୋକମାନଙ୍କର କଥାକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର ମନ୍ଦ କଥାଗୁଡିକ ଲୋକମାନଙ୍କୁ ଗୋଟିଏ ବିଷାକ୍ତ ସର୍ପର ବିଷ ପରି ବ୍ୟାଘାତ କରେ” (ଦେଖ:INVALID translate/figs-metaphorINVALID translate/figs-metonymy)

Romans 3:14

ὧν τὸ στόμα ἀρᾶς καὶ πικρίας γέμει

ଏଠାରେ “ମୁଖ” ଏକ ଉପମା ଅଟେ, ଯାହା ଲୋକମାନଙ୍କର ମନ୍ଦ କଥାକୁ ପ୍ରତିପାଦନ କରେ। ଲୋକମାନେ କେତେ ଥର ତିକ୍ତ କଥା କହନ୍ତି ଓ ଅଭିଶାପ ଦିଅନ୍ତି, ତାହା ବୁଝାଇବାକୁ “ସଂପୂର୍ଣ୍ଣ” ଶବ୍ଦଟି ଅତ୍ୟୁକ୍ତି ଭାବରେ କୁହାଯାଇଛି । ଅନ୍ୟ ଏକ ଅନୁବାଦରେ: “ସେମାନେ ଅଭିଶାପ ଓ ନିଷ୍ଠୁର କଥା ସବୁବେଳେ କୁହନ୍ତି” (ଦେଖ:INVALID translate/figs-metonymyINVALID translate/figs-hyperbole)

Romans 3:15

ὀξεῖς οἱ πόδες αὐτῶν, ἐκχέαι αἷμα

ଏଠାରେ “ପାଦ” ଏକ ରୂପକ ଶବ୍ଦ ଅଟେ, ଏହା ଲୋକମାନଙ୍କୁ ପ୍ରତିପାଦନ କରେ। “ରକ୍ତ” ଶବ୍ଦଟି ଏକ ରୂପକ ଅଟେ, ଯାହା ଲୋକମାନଙ୍କୁ ବଧ କରିବା ବିଷୟକୁ ଦର୍ଶାଏ I . ଅନ୍ୟ ଏକ ଅନୁବାଦରେ: “ସେମାନେ ଲୋକମାନଙ୍କୁ କ୍ଷତି କରିବାକୁ ଓ ବଧ କରିବାକୁ ବ୍ୟଗ୍ର ଅଟନ୍ତି” (ଦେଖ:INVALID translate/figs-synecdocheINVALID translate/figs-metaphor)

οἱ πόδες αὐτῶν

“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ ରୋମୀୟ ୩:୯

Romans 3:16

ταῖς ὁδοῖς αὐτῶν

“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ ରୋମୀୟ ୩:୯

σύντριμμα καὶ ταλαιπωρία ἐν ταῖς ὁδοῖς αὐτῶν

ଏଠାରେ “ବିନାଶ ଓ ଯନ୍ତ୍ରଣା” ରୂପକ ଅଟନ୍ତି, ଯାହା କ୍ଷତିକୁ ପ୍ରତିପାଦନ କରେ ଯେ ଏହି ଲୋକମାନେ ଅନ୍ୟକୁ ଯନ୍ତ୍ରଣା ଦେଇ ଥାଅନ୍ତି। ଅନ୍ୟ ଏକ ଅନୁବାଦରେ: “ସେମାନେ ଅନ୍ୟର ନଷ୍ଟ କରିବାକୁ ଓ ସେମାନକୁ ଯନ୍ତ୍ରଣା ଦେବାକୁ ଚେଷ୍ଟା କରନ୍ତି” (ଦେଖ:INVALID translate/figs-metonymy)

Romans 3:17

ἔγνωσαν

“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ ରୋମୀୟ ୩:୯

ὁδὸν εἰρήνης

"ଅନ୍ୟମାନଙ୍କ ସହିତ କିପରି ଶାନ୍ତିରେ ରହିବା I ଗୋଟିଏ “ପଥ” ଏକ ସଡକ ବା ରାସ୍ତା ଅଟେ।

Romans 3:18

αὐτῶν

“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ ରୋମୀୟ ୩:୯

οὐκ ἔστιν φόβος Θεοῦ ἀπέναντι τῶν ὀφθαλμῶν αὐτῶν

ଏଠାରେ “ଭୟ” ଏକ ଉପମା ଅଟେ, ଯାହା ଈଶ୍ବରଙ୍କ ପ୍ରତି ଥିବା ସମ୍ମାନ ଭାବକୁ ଓ ତାଙ୍କୁ ସମ୍ମାନ ଦେବାପାଇଁ ଇଚ୍ଛା ଥିବା ମନୋଭାବକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଜଣ ଈଶ୍ବରଙ୍କୁ ସମ୍ମାନ ଦେବାକୁ ପ୍ରତ୍ୟାଖ୍ୟାନ କରନ୍ତି, ଯାହା ସେ ପାଇଁବା ପାଇଁ ଯୋଗ୍ୟ ଅଟନ୍ତି” (ଦେଖ:INVALID translate/figs-synecdoche)

Romans 3:19

ὅσα ὁ νόμος λέγει, τοῖς ... λαλεῖ

ପାଉଲ ଏଠାରେ ବ୍ୟବସ୍ଥା ବିଷୟରେ କହନ୍ତି ସତେ ଯେମିତି ତାହା ଜୀବିତ ଓ ତାହାର ନିଜସ୍ବ ସ୍ବର ଥିଲା I ଅନ୍ୟ ଏକ ଅନୁବାଦରେ: “ସମସ୍ତ କିଛି ଯାହା ବ୍ୟବସ୍ଥା କହେ, ତାହା ଲୋକମାନେ କରିବା ଉଚିତ୍” କିମ୍ବା “ସମସ୍ତ ଆଜ୍ଞାଗୁଡିକ, ଯାହା ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି” (ଦେଖ:INVALID translate/figs-personification)

τοῖς ἐν τῷ νόμῳ

ଯେଉଁମାନେ ବ୍ୟବସ୍ଥା ପାଳନ କରିବା ଉଚିତ"

ἵνα πᾶν στόμα φραγῇ

ଏଠାରେ “ମୁଖ” ଏକ ସୂଚନାତ୍ମକ ଶବ୍ଦ ଅଟେ,ଏହାର ଅର୍ଥ ଲୋକମାନେ ଯାହ କୁହନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଜଣେ ହେଲେ ସୁଦ୍ଧା ନିଜକୁ ରକ୍ଷା କରିବା ପାଇଁ ଠିକ୍ କଥା କହିପାରିବେ ନାହିଁ” (ଦେଖ:INVALID translate/figs-synecdocheINVALID translate/figs-activepassive)

ὑπόδικος γένηται πᾶς ὁ κόσμος τῷ Θεῷ

ଏଠାରେ “ଜଗତ” ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ, ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଜଗତର ସମସ୍ତଙ୍କୁ ଦୋଷୀ ବୋଲି ଘୋଷଣା କରିପାରିବେ” (ଦେଖ:INVALID translate/figs-synecdoche)

Romans 3:20

σὰρξ

ଏଠାରେ “ଶରୀର” ସମସ୍ତ ମନୁଷ୍ୟ ଜାତିକୁ ଦର୍ଶାଏ I

γὰρ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଅତଏବ ବା ୨) “ଏହି କାରଣରୁ ବା ଏଥି ସକାଶେ”

διὰ ... νόμου ἐπίγνωσις ἁμαρτίας

ଯେତେବେଳେ ଜଣେ ଈଶ୍ବରଙ୍କ ବ୍ୟବସ୍ଥାକୁ ଜାଣେ, ତେବେ ସେ ଜାଣିପାରେ ଯେ ସେ ସେ ପାପ କରିଅଛି

Romans 3:21

“କିନ୍ତୁ” ଶବ୍ଦଟି ଏଠାରେ ଏହା ପ୍ରକାଶ କରେ ଯେ ପାଉଲ ତାହାଙ୍କ ଉପକ୍ରମକୁ ସମ୍ପୂର୍ଣ୍ଣ କରିଅଛନ୍ତି ଓ ସେ ତାହାଙ୍କ ମୁଖ୍ୟ ପ୍ରସଙ୍ଗ ଆରମ୍ଭ କରିବାକୁ ଯାଉଅଛନ୍ତି।

νυνὶ

“ବର୍ତ୍ତମାନ” ଶବ୍ଦଟି ଯୀଶୁ ପୃଥିବୀକୁ ଆସିଥିବା ସମୟକୁ ଦର୍ଶାଏ I

χωρὶς νόμου, δικαιοσύνη Θεοῦ πεφανέρωται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନ ନ କରି ଈଶ୍ବର ତାହାଙ୍କ ସହିତ ଧାର୍ମିକ ହେବା ନିମନ୍ତେ ଗୋଟିଏ ପଥ ପ୍ରକାଶିତ କରିଅଛନ୍ତି” (ଦେଖ:INVALID translate/figs-activepassive)

μαρτυρουμένη ὑπὸ τοῦ νόμου καὶ τῶν προφητῶν

“ବ୍ୟବସ୍ଥା ଓ ଭବିଷ୍ୟତବକ୍ତା” ଶବ୍ଦଟି ମୋଶା ଓ ଭବିଷ୍ୟତବକ୍ତାମାନେ ଲେଖିଥିବା ଯିହୂଦୀ ଧର୍ମଶାସ୍ତ୍ରର ଅଂଶକୁ ଦର୍ଶାଏ । ପାଉଲ ଏଠାରେ ସେମାନଙ୍କୁ ଏମିତି ବର୍ଣ୍ଣନା କରିଛନ୍ତି, ସତେ ଯେମିତି ସେହି ଲୋକମାନେ ଅଦାଲତରେ ସାକ୍ଷ୍ୟ ଦେଉଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ମୋଶା ଓ ଭବିଷ୍ୟତବକ୍ତାମାନେ ଯାହା ଲେଖିଅଛନ୍ତି, ଏହା ସେସବୁକୁ ସୁନିଶ୍ଚିତ କରେ”। (ଦେଖ:INVALID translate/figs-personificationINVALID translate/figs-activepassive)

Romans 3:22

δικαιοσύνη ... Θεοῦ διὰ πίστεως Ἰησοῦ Χριστοῦ

ଏଠାରେ “ଧାର୍ମିକତା”ର ଅର୍ଥ ଈଶ୍ବରଙ୍କ ସହିତ ସଠିକ୍ ହେବା I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ସହିତ ସଠିକ୍ ହେବା” (ଦେଖ:INVALID translate/figs-explicit)

οὐ γάρ ἐστιν διαστολή

ପାଉଲ ସଙ୍କେତ ଦେଇ କହନ୍ତି ଯେ ପରମେଶ୍ବର ସମସ୍ତ ଲୋକମାନଙ୍କୁ ଏକ ପ୍ରକାରେ ଗ୍ରହଣ କରିବେ। ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ” (ଦେଖ:INVALID translate/figs-explicit)

Romans 3:23

ὑστεροῦνται τῆς δόξης τοῦ Θεοῦ

ଏଠାରେ “ଈଶ୍ବରଙ୍କ ମହିମା” ଏକ ଉପମା ଅଟେ, ଯାହା ଈଶ୍ବରଙ୍କ ପ୍ରତିମୂର୍ତ୍ତିକୁ ଓ ତାହାଙ୍କ ପ୍ରକୃତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପରି ହେବାରେ ଅସଫଳ ହୋଇଅଛନ୍ତି” (ଦେଖ:INVALID translate/figs-metonymy)

Romans 3:24

δικαιούμενοι δωρεὰν τῇ αὐτοῦ χάριτι, διὰ τῆς ἀπολυτρώσεως τῆς ἐν Χριστῷ Ἰησοῦ

ଏଠାରେ “ଧାର୍ମିକ ଗଣିତ ହୋଇଅଛୁ” ଈଶ୍ବରଙ୍କ ସହିତ ଯଥାର୍ଥ ହେବା ବିଷୟକୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ବିନା ମୂଲ୍ୟର ଦାନ ଭାବରେ ଈଶ୍ବର ସେମାନଙ୍କୁ ତାହଙ୍କ ସହିତ ଯଥାର୍ଥ କରନ୍ତି, କାରଣ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ମୁକ୍ତ କରନ୍ତି” (ଦେଖ:INVALID translate/figs-explicitINVALID translate/figs-activepassive)

δικαιούμενοι δωρεὰν

ଏହାର ଅର୍ଥ ଏହି ଯେ ସେମାନେ ବିନା ମୂଲ୍ୟରେ ବା ଯୋଗ୍ୟତାବିନୁ ଧାର୍ମିକ ଗଣିତ ହୋଇଛନ୍ତି। ଈଶ୍ବର ବିନା ମୂଲ୍ୟରେ ସେମାନଙ୍କୁ ଧାର୍ମିକ ଗଣନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ବିନା ମୂଲ୍ୟରେ ଈଶ୍ବରଙ୍କ ସହିତ ଧାର୍ମିକ ଗଣିତ ହୋଇଅଛନ୍ତି”

Romans 3:25

ἐν τῷ αὐτοῦ αἵματι

ଏହା ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଯୀଶୁଙ୍କର ମୃତ୍ୟୁକୁ ବୁଝାଇବାପାଇଁ ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମୃତ୍ୟୁ ପାପର ଏକ ପ୍ରାୟଶ୍ଚିତ୍ତ ବା ବଳିଦାନ ସ୍ବରୂପ ଅଟେ” (ଦେଖ:INVALID translate/figs-metonymy)

πάρεσιν

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଅବହେଳା କରିବା କିମ୍ବା ୨) କ୍ଷମାଦେବା

Romans 3:26

πρὸς τὴν ἔνδειξιν τῆς δικαιοσύνης αὐτοῦ ἐν τῷ νῦν καιρῷ

ଈଶ୍ବର କେମିତି ଲୋକମାନଙ୍କୁ ନିଜ ସହିତ ଧାର୍ମିକ ବା ସଠିକ୍ କରନ୍ତି, ଏହା ଦେଖିବାପାଇଁ ସେ ଏହା କଲେ

εἰς τὸ εἶναι αὐτὸν δίκαιον καὶ δικαιοῦντα τὸν ἐκ πίστεως Ἰησοῦ

ଏହା ଦ୍ବାରା ସେ ଦେଖାନ୍ତି ଯେ ସେ ଉଭୟ ନ୍ୟାୟବାନ୍ ଅଟନ୍ତି ଓ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ପ୍ରତ୍ୟେକଙ୍କୁ ସେ ଧାର୍ମିକ ବୋଲି ଘୋଷଣା କରନ୍ତି

Romans 3:27

ποῦ οὖν ἡ καύχησις? ἐξεκλείσθη

ପାଉଲ ଏହି ପ୍ରଶ୍ନ ପଚାରନ୍ତି ଏଥିପାଇଁ ଯେ ଲୋକମାନେ ବ୍ୟବସ୍ଥା ପାଳନ କରୁଅଛୁ ବୋଲି ଗର୍ବ ନ କରନ୍ତୁ। ଅନ୍ୟ ଏକ ଅନୁବାଦରେ: “ଏଥିପାଇଁ କୌଣସି କାରଣ ହିଁ ନାହିଁ, ଯେଉଁଥିପାଇଁ ଆମ୍ଭେମାନେ ଗର୍ବ କରି ପରିଥାଆନ୍ତୁ ଯେ ଈଶ୍ବର ଆମ୍ଭମାନଙ୍କୁ ଅନୁଗ୍ରହ କରିଅଛନ୍ତି I କାରଣ ଆମ୍ଭେମାନେ ବ୍ୟବସ୍ଥା ପାଳନ କରୁଛୁ। ଗର୍ବକୁ ପରିତ୍ୟାଗ କରାଯାଇଛି। ” (ଦେଖ:INVALID translate/figs-rquestion)

διὰ ποίου νόμου? τῶν ἔργων? οὐχί, ἀλλὰ διὰ νόμου πίστεως

ପାଉଲ ପ୍ରତ୍ୟେକ ପ୍ରସଙ୍ଗକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ଏହି ଭାବ ପ୍ତକାଶକ ପ୍ରଶ୍ନ ପଚାରି ଉତ୍ତର ଦିଅନ୍ତି। ତୁମ୍ଭେମାନେ ପାଉଲ କହିଥିବା ସଙ୍କେତ ବାକ୍ୟାଂଶକୁ ମିଶାଇ ଓ ସକ୍ରିୟ ରୂପକୁ ବ୍ୟବାହାର କରି ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “କେଉଁ କାରଣ ସକାଶୁ ଆମ୍ଭେମାନେ ଗର୍ବକୁ ପରିତ୍ୟାଗ କରିବା? କ’ଣ ଆମ୍ଭମାନଙ୍କର ଉତ୍ତମ କର୍ମ ସକାଶୁ ଗର୍ବକୁ ପରିତ୍ୟାଗ କରିବା? ନା, ବରଂ, ଆମ୍ଭମାନଙ୍କର ବିଶ୍ବାସ ସକାଶେ ଏହାକୁ ପରିତ୍ୟାଗ କରିବା” (ଦେଖ:INVALID translate/figs-rquestionINVALID translate/figs-ellipsisINVALID translate/figs-activepassive)

Romans 3:28

δικαιοῦσθαι πίστει ἄνθρωπον

ଏଠାରେ “ବିଶ୍ବାସ” ଏକ ଭାବବାଚକ ବିଶେଷ୍ୟ ଯାହା ଈଶ୍ବରଙ୍କଠାରେ ବିଶ୍ବାସ କରୁଥିବା ବ୍ୟକ୍ତିକୁ ସୂଚିତ କରେ। ଏଠାରେ “ବ୍ୟକ୍ତି” ଶବ୍ଦଟି କେହି ମଧ୍ୟ ଜଣେ ହୋଇ ପାରନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯେ କୌଣସି ବ୍ୟକ୍ତିଙ୍କୁ ଧାର୍ମିକ ଗଣନା କରିପାରିବେ ଯେ ଈଶ୍ବରଙ୍କ ଠାରେ ବିଶ୍ବାସ କରନ୍ତି” ବା “ଈଶ୍ବର ଜଣେ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି ଏଥିପାଇଁ ଯେ ସେହି ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ” (ଦେଖ:INVALID translate/figs-abstractnounsINVALID translate/figs-activepassive)

χωρὶς ἔργων νόμου

ସେ ବ୍ୟବସ୍ଥାର କର୍ମ କରି ନ ଥିଲେ ସୁଦ୍ଧା

Romans 3:29

ἢ Ἰουδαίων ὁ Θεὸς μόνον

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି। ଅନ୍ୟ ଏକ ଅନୁବାଦରେ: “ଯିହୂଦୀମାନେ ମନରେ ଏପରି ଚିନ୍ତା ନ କରନ୍ତୁ ଯେ ଆମ୍ଭେମାନଙ୍କୁ ହିଁ କେବଳ ପରମେଶ୍ବର ଗ୍ରହଣ କରିବେ”! (ଦେଖ:INVALID translate/figs-rquestion)

οὐχὶ καὶ ἐθνῶν? ναὶ, καὶ ἐθνῶν

ପାଉଲ ତାହାଙ୍କ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ଅଣ-ଯିହୂଦୀମାନଙ୍କୁ ମଧ୍ୟ, ଗ୍ରହଣ କରିବେ ଅର୍ଥାତ ବିଜାତିମାନଙ୍କୁ” (ଦେଖ:INVALID translate/figs-rquestion)

Romans 3:30

ὃς δικαιώσει περιτομὴν ἐκ πίστεως, καὶ ἀκροβυστίαν διὰ τῆς πίστεως

ଏଠାରେ “ସୁନ୍ନତ” ଏକ ଉପମା ଅଟେ, ଯାହା ଯିହୂଦୀମାନଙ୍କୁ ଦର୍ଶାଏ ଓ “ଅସୁନ୍ନତ” ଏକ ଉପମା ଅଟେ, ଯାହା ଅଣ-ଯିହୂଦୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଉଭୟ ଯିହୂଦୀମାନଙ୍କୁ ଓ ଅଣ-ଯିହୂଦୀମାନଙ୍କୁ, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ହେତୁ, ତାହାଙ୍କ ସହିତ ଧାର୍ମିକ ଗଣନା କରିବେ” (ଦେଖ:INVALID translate/figs-metonymy)

Romans 3:31

ପାଉଲ ବିଶ୍ବାସ ଦ୍ବାରା ବ୍ୟବସ୍ଥାକୁ ସମର୍ଥନ କରନ୍ତି

νόμον οὖν καταργοῦμεν διὰ τῆς πίστεως

ପାଉଲ ଗୋଟିଏ ପ୍ରଶ୍ନ ପଚାରନ୍ତି ,କାରଣ ତାହାଙ୍କ ପାଠକମାନଙ୍କ ମଧ୍ୟରୁ ଜଣଙ୍କ ମନରେ ସେହି ପ୍ରଶ୍ନ ଥାଇପାରେ। ଅନ୍ୟ ଏକ ଅନୁବାଦରେ: “କେହି ଜଣେ କହିପାରନ୍ତି ଯେ ଆମ୍ଭେମାନେ ବ୍ୟବସ୍ଥାକୁ ଦୂର କରି ଦେଉ, କାରଣ ଆମ୍ଭମାନଙ୍କଠାରେ ବିଶ୍ବାସ ଅଛି” (ଦେଖ:INVALID translate/figs-rquestion)

μὴ γένοιτο

ଏହି ଭାବୋକ୍ତି ଏହାର ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନର ଏକ ଦୃଢ ନାକାରାତ୍ମକ ଉତ୍ତର ଦିଏ। ତୁମ୍ଭମାନଙ୍କ ଭାଷାରେ ମଧ୍ୟ ଏହି ପ୍ରକାରର ଭାବ ଥାଇ ପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ। ଅନ୍ୟ ଏକ ଅନୁବାଦରେ: “ଏହା ନିଶ୍ଚିତ ରୂପରେ ସତ୍ୟ ନୁହେଁ” କିମ୍ବା “ନିଶ୍ଚିତ ରୂପରେ ନୁହେଁ” (ଦେଖ:INVALID translate/figs-rquestion)

νόμον ἱστάνομεν

ଆମ୍ଭେମାନେ ବ୍ୟବସ୍ଥା ପାଳନ କରୁଛୁ

καταργοῦμεν

ଏହି ସର୍ବନାମ ପାଉଲଙ୍କୁ, ଅନ୍ୟ ବିଶ୍ବାସୀମାନଙ୍କୁ, ଓ ପାଠକମାନଙ୍କୁ ଦର୍ଶାଏ। (ଦେଖ:INVALID translate/figs-inclusive)

Romans 4

ରୋମୀୟ୦୪ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ଧାଡ଼ିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରେ ଲେଖାଯାଇଛି, ଯାହା ପଢିବାପାଇଁ ସହଜ ହୁଏ। ଏହି ଅଧ୍ୟାୟର ୭-୮ ପଦରେ ULT ସେପରି କରିଛି, ଯେଉଁ ଶାସ୍ତ୍ରାଂଶଗୁଡ଼ିକ ପୁରାତାନ ନିୟମରୁ ଆନୀତ I

ଏହି ଅଧ୍ୟାୟର ବିଶେଷ ଧାରଣା

ମୋଶାଙ୍କ ବ୍ୟବସ୍ଥାର ଉଦ୍ଦେଶ୍ୟ

ପାଉଲ ୩ ଆଧ୍ୟାୟର ବିଷୟବସ୍ତୁ ଉପରେ ଆପଣାର ଲେଖା ମଜବୁତ୍ କରନ୍ତି। ସେ ବର୍ଣ୍ଣନା କରନ୍ତି କିପରି ଇଶ୍ରାୟେଲର ପିତା ଅବ୍ରାହାମ୍ ଧାର୍ମିକ ଗଣିତ ହୋଇଥିଲେ। ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ଜଣେ ଈଶ୍ବରଙ୍କ ସହିତ ଧାର୍ମିକ ହୋଇପାରେ ନାହିଁ। ଈଶ୍ବରଙ୍କ ଆଜ୍ଞାକୁ ପାଳନ କରିବା ଏକ ମାଧ୍ୟମ ଅଟେ, ଯାହା ଜଣେ ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ ବୋଲି ପ୍ରମାଣିତ କରିଥାଏ। ଲୋକମାନେ ସବୁବେଳେ ବିଶ୍ବାସ ଦ୍ବାରା ଧାର୍ମିକ ଗଣିତ ହୋଇଅଛନ୍ତି। (ଦେଖ:INVALID bible/kt/justiceINVALID bible/kt/lawofmosesINVALID bible/kt/faith)

ସୁନ୍ନତ

ସୁନ୍ନତ ଇଶ୍ରାୟେଲମାନଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଥିଲା I ଏହା ଜଣେ ବ୍ୟକ୍ତିଙ୍କୁ ଅବ୍ରାହାମଙ୍କ ବଂଶଧର ବୋଲି ପରିଚୟ ପ୍ରଦାନ କରୁଥିଲା । ଅବ୍ରାହାମ ଓ ପରମେଶ୍ବରଙ୍କ ମଧ୍ୟରେ ଚୁକ୍ତିର ଏକ ଚିହ୍ନ ଥିଲା. ତଥାପି, କୌଣସି ବ୍ୟକ୍ତି କେବଳ ସୁନ୍ନତ ହେବା ଦ୍ବାରା ଧାର୍ମିକ ଗଣିତ ହୋଇ ନ ଥିଲା (ଦେଖ:INVALID bible/kt/circumciseINVALID bible/kt/covenant)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଅଳଙ୍କାର
ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଏହି ଅଧ୍ୟାୟରେ ଭାବ ପ୍ରକାଶକ ପ୍ରଶ୍ନଗୁଡିକ ବ୍ୟବହାର କରିଛନ୍ତି I ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରିବାର ଉଦ୍ଦେଶ୍ୟ ଏହା ଯେ ତାହାଙ୍କ ପାଠକମାନେ ସେମାନଙ୍କର ପାପକୁ ଜାଣନ୍ତୁ, ଯାହା ଫଳରେ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ। (ଦେଖ:INVALID translate/figs-rquestionINVALID bible/kt/guilt)

Romans 4:1

ପାଉଲ ସୁନିଶ୍ଚିତ କରି କହନ୍ତି ଯେ ଅତୀତରେ ବିଶ୍ବାସୀମାନେ ବିଶ୍ବାସ ଦ୍ବାରା ଈଶ୍ବରଙ୍କ ସହିତ ଧାର୍ମିକ ଗଣିତ ହୋଇଥିଲେ, ବ୍ୟବସ୍ଥା ଦ୍ବାରା ନୁହେଁ I

τί οὖν ἐροῦμεν, εὑρηκέναι Ἀβραὰμ τὸν προπάτορα ἡμῶν κατὰ σάρκα

ପାଉଲ ପାଠକମାନଙ୍କ ଧ୍ୟାନକୁ ଧରି ରଖିବା ପାଇଁ ଓ କିଛି ନୂଆଁ ବିଷୟ କହିବାକୁ ଆରମ୍ଭ କରିବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଆମ୍ଭମାନଙ୍କର ଶାରୀରିକ ପୁର୍ବପୁରୁଷ ଅବ୍ରାହାମ ପ୍ରାପ୍ତ ହୋଇଥିଲେ” (ଦେଖ:INVALID translate/figs-rquestion)

Romans 4:3

τί γὰρ ἡ Γραφὴ λέγει

ପାଉଲ ଗୁରୁତ୍ବ ଦେବା ପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ସେ ଶାସ୍ତ୍ର ବିଷୟରେ କହନ୍ତି ସତେ ଯେମିତି ସେଗୁଡିକ ଜୀବିତ ଥିଲେ ଓ କଥା କହି ପାରୁଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପଢିପାରିବା” (ଦେଖ:INVALID translate/figs-rquestionINVALID translate/figs-personification)

ἐλογίσθη αὐτῷ εἰς δικαιοσύνην

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଅବ୍ରାହାମକୁ ଧାର୍ମିକ ବ୍ୟକ୍ତି ବୋଲି ଗଣନା କଲେ” (ଦେଖ:INVALID translate/figs-activepassive)

Romans 4:4

ὁ μισθὸς οὐ λογίζεται κατὰ χάριν

ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ନିଯୁକ୍ତିକାରୀ ଯାହା ତାଙ୍କୁ ଉପହାର ସ୍ବରୂପେ ଦିଅନ୍ତି, ତାକୁ କେହି ହେଲେ ଗଣନା କରନ୍ତି ନାହିଁ” (ଦେଖ:INVALID translate/figs-activepassive)

ἀλλὰ κατὰ ὀφείλημα

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯାହା ତାହାର ନିଯୁକ୍ତିକାରୀ ତାହାକୁ ଦେବାକୁ ଥାଏ” (ଦେଖ:INVALID translate/figs-activepassive)

Romans 4:5

ἐπὶ τὸν δικαιοῦντα

ଈଶ୍ବରଙ୍କ ଠାରେ, ଯେ ଧାର୍ମିକ ଗଣନା କରନ୍ତି

λογίζεται ἡ πίστις αὐτοῦ εἰς δικαιοσύνην

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିର ବିଶ୍ବାସକୁ ଧାର୍ମିକତା ବୋଲି ଗଣନା କରନ୍ତି” ବା “ଈଶ୍ବର ତାହାର ବିଶ୍ବାସ କାରଣରୁ ସେହି ବ୍ୟକ୍ତିକୁ ଧାର୍ମିକ ବୋଲି ବିବେଚନା କରନ୍ତି” (ଦେଖ:INVALID translate/figs-activepassive)

Romans 4:6

καθάπερ καὶ Δαυεὶδ λέγει τὸν μακαρισμὸν τοῦ ἀνθρώπου ᾧ ὁ Θεὸς λογίζεται δικαιοσύνην χωρὶς ἔργων

ଦାଉଦ ମଧ୍ୟ ଲେଖିଅଛନ୍ତି ଯେ ଈଶ୍ବର କିପରି ମନୁଷ୍ୟକୁ ଆଶୀର୍ବାଦ କରନ୍ତି, ଯାହାକୁ ଈଶ୍ବର କର୍ମ ବିନା ଧାର୍ମିକ ବୋଲି ଗଣନା କରନ୍ତି

Romans 4:7

ὧν ἀφέθησαν αἱ ἀνομίαι ... ὧν ἐπεκαλύφθησαν αἱ ἁμαρτίαι;

"ସମାନ ଧାରଣାକୁ ଦୁଇ ଅଲଗା ଅଲଗା ମାଧ୍ୟମରେ କୁହାଯାଇଛି।

Romans 4:9

ὁ μακαρισμὸς οὖν οὗτος ἐπὶ τὴν περιτομὴν, ἢ καὶ ἐπὶ τὴν ἀκροβυστίαν

ଗୁରୁତ୍ବ ଭାବକୁ ବଢାଇବାପାଇଁଏହି ଟିପ୍ପଣୀ ଏକ ପ୍ରଶ୍ନ ରୂପରେ ପ୍ରକାଶିତ ହୋଇଛି । ଅନ୍ୟ ଏକ ଅନୁବାଦରେ: “କ’ଣ ଈଶ୍ବର କେବଳ ସୁନ୍ନତ ଲୋକମାନଙ୍କୁ ହିଁ ଆଶୀର୍ବାଦ କରିବେ, ବା କ’ଣ ଈଶ୍ବର ଅସୁନ୍ନତ ଲୋକମାନଙ୍କୁ ଆଶୀର୍ବାଦ କରିବେ ନାହିଁ?” (ଦେଖ:INVALID translate/figs-rquestion)

τὴν περιτομὴν

ଏହା ଏକ ଉପମା ଅଟେ, ଯାହା ଯିହୂଦୀ ଲୋକମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀମାନେ” (ଦେଖ:INVALID translate/figs-metonymy)

τὴν ἀκροβυστίαν

ଏହା ଏକ ଉପମା ଅଟେ ଯାହା ଅଣ-ଯିହୂଦୀ ଲୋକମାନଙ୍କୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ବିଜାତିମାନେ” (ଦେଖ:INVALID translate/figs-metonymy)

ἐλογίσθη τῷ Ἀβραὰμ ἡ πίστις εἰς δικαιοσύνην

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଧାର୍ମିକତା ବୋଲି ଗଣନା କଲେ” (ଦେଖ:INVALID translate/figs-activepassive)

Romans 4:10

πῶς οὖν ἐλογίσθη? ἐν περιτομῇ ὄντι, ἢ ἐν ἀκροβυστίᾳ

ତାହାଙ୍କ ଟିପ୍ପଣୀକୁ ଗୁରୁତ୍ବ ଦେବାପାଇଁ ପାଉଲ ଏହି ପ୍ରଶ୍ନଗୁଡିକ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅବ୍ରାହାମକୁ ଧାର୍ମିକ ବୋଲି କେବେ ଗଣନା କଲେ? କ’ଣ ଏହା ତାହାଙ୍କ ସୁନ୍ନତ ହେବା ପୁର୍ବରୁ ବା ତାହା ପରେ?” (ଦେଖ:INVALID translate/figs-rquestion)

οὐκ ἐν περιτομῇ, ἀλλ’ ἐν ἀκροβυστίᾳ

ସୁନ୍ନତ ହେବା ପୁର୍ବରୁ ସେ ଧାର୍ମିକ ବୋଲି ଗଣିତ ହୋଇଥିଲେ, ସେ ସୁନ୍ନତ ହେବା ପରେ ନୁହେଁ।

Romans 4:11

σφραγῖδα τῆς δικαιοσύνης τῆς πίστεως τῆς ἐν τῇ ἀκροβυστίᾳ

ଏଠାରେ “ବିଶ୍ବାସର ଧାର୍ମିକତା” ଅର୍ଥ ପରମେଶ୍ବର ତାହାକୁ ଧାର୍ମିକ ବୋଲି ଗଣନା କଲେ I ଅନ୍ୟ ଏକ ଅନୁବାଦରେ: “ଏକ ଦୃଶ୍ୟମାନ ଚିହ୍ନ ଯେ ଈଶ୍ବର ତାହାଙ୍କୁ ଧାର୍ମିକ ବୋଲି ଗଣନା କଲେ, କାରଣ ସେ ସୁନ୍ନତ ହେବା ପୁର୍ବରୁ ଈଶ୍ବରଙ୍କୁ ବିଶ୍ବାସ କରିଥିଲେ” (ଦେଖ:INVALID translate/figs-explicit)

δι’ ἀκροβυστίας

ଯଦ୍ୟପି ସେମାନେ ସୁନ୍ନତ ହୋଇ ନ ଥିଲେ

εἰς τὸ λογισθῆναι αὐτοῖς τὴν δικαιοσύνην

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହାର ଅର୍ଥ ଏହି ଯେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣନା କରିବେ” (ଦେଖ:INVALID translate/figs-activepassive)

Romans 4:12

καὶ πατέρα περιτομῆς

ଏଠାରେ “ସୁନ୍ନତ”ର ଅର୍ଥ ସେହି ଲୋକମାନକୁ ଦର୍ଶାଏ, ଉଭୟ ଯିହୂଦୀ ଓ ବିଜାତିମାନଙ୍କୁ, ଯେଉଁମାନେ ସତ୍ୟତାର ସହିତ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି I

τοῖς στοιχοῦσιν τοῖς ἴχνεσιν τῆς ... πίστεως, τοῦ πατρὸς ἡμῶν Ἀβραάμ

ଏଠାରେ “ବିଶ୍ବାସର ପଦାଙ୍କ ଅନୁସରଣ କର” ଏହା ଏକ ରୂଢ଼ି ଅଟେ, ଏହାର ଅର୍ଥ ହେଉଛି ଜଣକର ଆଦର୍ଶକୁ ଅନୁସରଣ କରିବା । ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ପିତା ଅବ୍ରାହାମଙ୍କୁ ବିଶ୍ବାସର ଉଦାହରଣ ସ୍ବରୂପେ ଅନୁସରଣ କର” ବା “ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କ ପରି କାହାର ବିଶ୍ବାସ ଅଛି” (ଦେଖ: INVALID translate/figs-idiom)

Romans 4:13

ἀλλὰ διὰ δικαιοσύνης πίστεως

ପ୍ରଥମ ବାକ୍ୟାଂଶରୁ“ପ୍ରତିଜ୍ଞା ଆସିଲା” ଶବ୍ଦଗୁଡିକ ବୁଝିହୁଏ I ତୁମ୍ଭେମାନେ ଏହି ଲୁକ୍କାୟିତ ଶବ୍ଦଗୁଡିକ ଯୋଗକରି ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ କିନ୍ତୁ ବିଶ୍ବାସ ଦ୍ବାରା ପ୍ରତିଜ୍ଞା ଆସିଲା, ଯାହାକୁ ଈଶ୍ବର ଧାର୍ମିକତା ବୋଲି ଗଣନା କରନ୍ତି” (ଦେଖ:INVALID translate/figs-ellipsis)

Romans 4:14

κληρονόμοι

ଯେଉଁ ଲୋକମାନଙ୍କ ସହିତ ପରମେଶ୍ବର ପ୍ରତିଜ୍ଞା କରିଅଛନ୍ତି, ସେହି ବିଷୟକୁ ଏମିତି କୁହାଯାଇଛି ସତେ ଯେମିତି ସେମାନେ ଗୋଟିଏ ପରିବାରର ଧନ ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ। (ଦେଖ:INVALID translate/figs-metaphor)

εἰ ... οἱ ἐκ νόμου κληρονόμοι

ଏଠାରେ “ବ୍ୟବସ୍ଥା ଦ୍ବାରା ବଞ୍ଚିବା” ବ୍ୟବସ୍ଥାକୁ ପାଳନ କରୁଥିବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଯେଉଁମାନେ ବ୍ୟବସ୍ଥାକୁ ପାଳନ କରନ୍ତି, ସେମାନେ ହିଁ ପୃଥିବୀର ଅଧିକାରୀ ହେବେ” (ଦେଖ:INVALID translate/figs-explicit)

κεκένωται ἡ πίστις καὶ κατήργηται ἡ ἐπαγγελία

ବିଶ୍ବାସର କିଛି ମୂଲ୍ୟ ନାହିଁ, ଓ ପ୍ରତିଜ୍ଞା ନିରର୍ଥକ ଅଟେ

Romans 4:15

οὐδὲ παράβασις

ଭାବବାଚକ ବିଶେଷ୍ୟ “ଆଜ୍ଞାଲଘଂନ”କୁ ଦୂର କରିବା ପାଇଁ ଏହାକୁ ପୁନର୍ବାର କୁହା ଯାଇପାରିବ I” ଅନ୍ୟ ଏକ ଅନୁବାଦରେ: “କେହି ହେଲେ ବ୍ୟବସ୍ଥାକୁ ଲଂଘନ କରିପାରିବେ ନାହିଁ” କିମ୍ବା “ବ୍ୟବସ୍ଥାକୁ ଅବଜ୍ଞା କରିବା ଅସମ୍ଭବ ଅଟେ” (ଦେଖ:INVALID translate/figs-abstractnouns)

Romans 4:16

διὰ τοῦτο

ଏଣୁ

ἐκ πίστεως

ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି ତାହାକୁ ପ୍ରାପ୍ତ ହେବା ବିଷୟକୁ “ଏହା” ଶବ୍ଦଟି ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କେବଳ ବିଶ୍ବାସ ଦ୍ବାରା ଆମ୍ଭେମାନେ ପ୍ରତିଜ୍ଞା ପାଇଅଛୁ” କିମ୍ବା “ବିଶ୍ବାସ ଦ୍ବାରା ଆମ୍ଭେମାନେ ପ୍ରତିଜ୍ଞା ଗ୍ରହଣ କରୁଛୁ”

ἵνα κατὰ χάριν ... τὴν ἐπαγγελίαν

“ଅନୁଗ୍ରହରେ ପ୍ରତିଜ୍ଞା ରହିବ” ବାକ୍ୟାଂଶଟି ସୂଚିତ କରେ ଯେ କେବଳ ତାହାଙ୍କ ଅନୁଗ୍ରହ ସକାଶେ ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଦେଉଅଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେପରି ସେ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଏକ ମୁକ୍ତ ଉପହାର ହୋଇପାରେ” ବା “ଯେପରି ତାହାଙ୍କ ପ୍ରତିଜ୍ଞା ତାହାଙ୍କ ଅନୁଗ୍ରହ ସକାଶେ ହୋଇପାରେ” (ଦେଖ:INVALID translate/figs-metaphor)

τῷ ἐκ τοῦ νόμου

ଏହା ଯିହୂଦୀ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବା ପାଇଁ ବାଧ୍ୟ ଥିଲେ I

τῷ ἐκ πίστεως Ἀβραάμ

ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯାହାଙ୍କଠାରେ, ଅବ୍ରାହାମ ସୁନ୍ନତ ହେବା ପୁର୍ବରୁ ଯେପରି ବିଶ୍ବାସ କରୁଥିଲେ, ସେପରି ବିଶ୍ବାସ ଅଛି । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଅବ୍ରାହାମଙ୍କ ପରି ବିଶ୍ବାସ କରନ୍ତି”

πατὴρ πάντων ἡμῶν

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ସମସ୍ତ ଯିହୂଦୀ ଓ ଅଣ-ଯିହୂଦୀମାନଙ୍କୁ ଦର୍ଶାଏ। ଅବ୍ରାହାମ ଯିହୂଦୀଲୋକମାନଙ୍କର ଏକ ଶାରୀରିକ ପୂର୍ବପୁରୁଷ ଅଟନ୍ତି, କିନ୍ତୁ ସେ ଯେଉଁମାନେ ବିଶ୍ବାସ କରନ୍ତି, ସେମାନଙ୍କର ମଧ୍ୟ ଆତ୍ମିକ ପିତା ଅଟନ୍ତି । (ଦେଖ:INVALID translate/figs-inclusive)

Romans 4:17

καθὼς γέγραπται

"ଏହା କେଉଁଠାରେ ଲେଖାଯାଇଛି, ତାହା ସ୍ପଷ୍ଟ କରାଯାଇପାରିବ I

τέθεικά σε

ଏଠାରେ “ତୁମ୍ଭେମାନେ” ଶବ୍ଦଟି ଏକବଚନ ଅଟେ ଓ ଅବ୍ରାହାମଙ୍କୁ ଦର୍ଶାଏ I (ଦେଖ:INVALID translate/figs-you)

κατέναντι οὗ ἐπίστευσεν Θεοῦ, τοῦ ζῳοποιοῦντος τοὺς νεκροὺς

ଏଠାରେ “ତାହାଙ୍କଠାରେ ସେ ବିଶ୍ବାସ କଲା” ବାକ୍ୟାଂଶଟି ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅବ୍ରାହାମ ଯାହାଙ୍କ ଉପରେ ସେ ବିଶ୍ବାସ କଲେ, ସେହି ଈଶ୍ବରଙ୍କ ଉପସ୍ଥିତିରେ ଥିଲେ, ଯେ ମୃତମାନଙ୍କୁ ଜୀବନ ଦିଅନ୍ତି” (ଦେଖ:INVALID translate/figs-explicit)

καλοῦντος τὰ μὴ ὄντα ὡς ὄντα

ଶୂନ୍ୟଠାରୁ ସମସ୍ତ ବିଷୟ ସୃଷ୍ଟି କଲେ

Romans 4:18

ὃς παρ’ ἐλπίδα, ἐπ’ ἐλπίδι ἐπίστευσεν

ଏହି ରୂଢ଼ିର ଅର୍ଥ ହେଉଛି ଯେ ଅବ୍ରାହାମ ପୁତ୍ର ଲାଭ କରିପାରିବେ ବୋଲି ଆଶ ନ ଥିବା ସତ୍ତ୍ବେ ମଧ୍ୟ ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଦ୍ବାରା ଉତ୍ତରାଧିକାରୀ ହେବା ଅସମ୍ଭବ ଥିବା ସତ୍ତ୍ବେ ମଧ୍ୟ, ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ” (ଦେଖ”INVALID translate/figs-explicit)

κατὰ τὸ εἰρημένον

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ଅବ୍ରାହାମଙ୍କୁ କହିଲେ” (ଦେଖ”INVALID translate/figs-activepassive)

οὕτως ἔσται τὸ σπέρμα σου

ଈଶ୍ବର ଅବ୍ରାହାମକୁ ଦେଇଥିବା ସମ୍ପୂର୍ଣ୍ଣ ପ୍ରତିଜ୍ଞାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଗଣି ପାରିବା ଠାରୁ ଅଧିକ ତୁମ୍ଭର ବଂଶ ହେବ” (ଦେଖ:INVALID translate/figs-explicit)

Romans 4:19

καὶ μὴ ἀσθενήσας τῇ πίστει

ତୁମ୍ଭେମାନେ ଏହାକୁ ସାକାରାତ୍ମକ ଭାବେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ତାହର ବିଶ୍ବାସରେ ଦୃଢ ରହିଲେ, ଯଦିଓ” (ଦେଖ: INVALID translate/figs-litotes)

Romans 4:20

οὐ διεκρίθη τῇ ἀπιστίᾳ

ତୁମ୍ଭେମାନେ ଏହି ନାକାରାତ୍ମକ ବାକ୍ୟାଂଶକୁ ସାକାରାତ୍ମକ ଭାବେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବିଶ୍ବାସରେ କର୍ମ କରି ଚାଲିଲେ” (ଦେଖ:INVALID translate/figs-doublenegatives)

ἐνεδυναμώθη τῇ πίστει

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ବିଶ୍ବାସରେ ଦୃଢ ହୋଇଗଲେ” (ଦେଖ:INVALID translate/figs-activepassive)

Romans 4:21

καὶ πληροφορηθεὶς

ଅବ୍ରାହାମ ସମ୍ପୂର୍ଣ୍ଣଭାବେ ନିଶ୍ଚିତ ଥିଲେ

δυνατός ἐστιν καὶ ποιῆσαι

ଈଶ୍ବର କରିବା ପାଇଁ ସକ୍ଷମ ଥିଲେ

Romans 4:22

"διὸ καὶ"" ἐλογίσθη αὐτῷ εἰς δικαιοσύνην "

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅତଏବ ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଧାର୍ମିକତା ରୂପେ ଗଣିଲେ” ବା “ ଅତଏବ ପରମେଶ୍ବର ଅବ୍ରାହାମକୁ ଧାର୍ମିକ ବୋଲି ଗଣନା କଲେ, କାରଣ ସେ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ:INVALID translate/figs-activepassive)

Romans 4:23

ἐγράφη δὲ

"ଏଠାରେ ବର୍ତ୍ତମାନ ଶବ୍ଦଟି ଏକ ସଂଯୋଗ ରୂପେ ବ୍ୟବହାର କରାଯାଇଛି, ଯେପରି ଅବ୍ରାହାମ ବିଶ୍ବାସ ଦ୍ବାରା ଧାର୍ମିକ ହେଲେ, ସେହିପରି ବର୍ତ୍ତମାନ ସମୟର ବିଶ୍ବାସୀମାନେ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଠାନରେ ବିଶ୍ବାସ କରିବା ଦ୍ବାରା ଧାର୍ମିକ ହୋଇଥାନ୍ତି!

δι’ αὐτὸν μόνον

କେବଳ ଅବ୍ରାହାମଙ୍କ ପାଇଁ"

ὅτι ἐλογίσθη αὐτῷ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଧାର୍ମିକ ବୋଲି ଗଣିଲେ” ବା “ଈଶ୍ବର ତାହାଙ୍କୁ ଧାର୍ମିକ ବୋଲି ବିବେଚନା କଲେ” (ଦେଖ:INVALID translate/figs-activepassive)

Romans 4:24

δι’ ἡμᾶς

“ଆମ୍ଭମାନଙ୍କୁ” ଶବ୍ଦଟି ପାଉଲଙ୍କୁ ଓ ଖ୍ରୀଷ୍ଟରେ ସମସ୍ତ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-inclusive)

καὶ δι’ ἡμᾶς, οἷς μέλλει λογίζεσθαι, τοῖς πιστεύουσιν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ମଧ୍ୟ ଆମ୍ଭମାନଙ୍କର ଲାଭ ପାଇଁ ଥିଲା, କାରଣ ପରମେଶ୍ବର ଆମ୍ଭମାନଙ୍କୁ ମଧ୍ୟ ଧାର୍ମିକ ବୋଲି ଗଣନା କରିବେ, ଯଦି ଆମ୍ଭେମାନେ ବିଶ୍ବାସ କରୁ” (ଦେଖ:INVALID translate/figs-activepassive)

τὸν ἐγείραντα Ἰησοῦν, τὸν Κύριον ἡμῶν, ἐκ νεκρῶν

"ଏଠାରେ “ମୃତ୍ୟୁରୁ ଉଠାଇଲେ!!!” ହେଉଛି ପୁନର୍ଜୀବିତ କଲେ ପାଇଁ ଗୋଟିଏ ରୂଢ଼ି । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ପୁନର୍ଜୀବିତ କଲେ, ତାହାଙ୍କୁ” (ଦେଖ:INVALID translate/figs-idiom)

Romans 4:25

ὃς παρεδόθη διὰ τὰ παραπτώματα ἡμῶν, καὶ ἠγέρθη διὰ τὴν δικαίωσιν ἡμῶν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଈଶ୍ବର ଆମ୍ଭମାନଙ୍କର ଆଜ୍ଞା ଲଘଂନ ସକାଶୁ ଶତ୍ରୁମାନଙ୍କ ହସ୍ତରେ ଦେଲେ ଓ ଯାହାକୁ ଈଶ୍ବର ପୁନର୍ଜୀବିତ କଲେ,ଯଦ୍ଦ୍ବାରା ସେ ତାହାଙ୍କ ସହିତ ଆମ୍ଭମାନଙ୍କୁ ଧାର୍ମିକ କରିପାରିବେ” (ଦେଖ:INVALID translate/figs-activepassive)

Romans 5

ରୋମୀୟ ୦୫ ଅଧ୍ୟାୟର ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ବିଦ୍ବାନମାନେ ୧୨-୧୭ ପଦଗୁଡ଼ିକ ଅଧିକ ଗୁରୁତ୍ବପୁର୍ଣ୍ଣ ବୋଲି ମତ ଦିଅନ୍ତି, କିନ୍ତୁ ଶାସ୍ତ୍ରରେ ଏହି ପଦଗୁଡିକ ବୁଝିବା ପାଇଁ କଷ୍ଟ । ମୂଳ ଗ୍ରୀକ୍ ବାଇବଲରେ ଯେପରି ସଂଗଠିତ ହୋଇଛି, ସେଥିରୁ ଅନୁବାଦ କରିବା ସମୟରେ ସେଗୁଡିକର ତାତ୍ପର୍ଯ୍ୟ ଓ ଅର୍ଥରେ କିଛି ଛାଡି ଦିଆଯାଇଛି ।

ଏହି ଅଧ୍ୟାୟର ବିଶେଷ ଧାରଣା

ଧାର୍ମିକ ଗଣିତ ହେବାର ଫଳ

ପାଉଲ ଆମ୍ଭମାନଙ୍କ ଧାର୍ମିକ ଗଣିତ ହେବାର ଫଳ ବିଷୟରେ ବର୍ଣ୍ଣନା କରନ୍ତି, ଯାହା ଏହି ଅଧ୍ୟାୟର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ଅଟେ I ଏହି ପରିଣାମରେ ଈଶ୍ବରଙ୍କ ସହିତ ଶାନ୍ତିରେ ରହିବା, ଈଶ୍ବରଙ୍କ ନିକଟକୁ ପ୍ରବେଶାଧିକାର ପାଇବା, ଆମ୍ଭମାନଙ୍କର ଭବିଷ୍ୟତ ବିଷୟରେ ସୁନିଶ୍ଚିତ ହେବା, ଦୁଃଖ ବେଳେ ଆନନ୍ଦିତ ହେବା, ଅନନ୍ତକାଳ ପର୍ଯ୍ୟନ୍ତ ରକ୍ଷା ପାଇଁବା, ଓ ଈଶ୍ବରଙ୍କ ସହିତ ପୁନର୍ମିଳତ ହେବା ମିଳିତ ହେବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଅଛି I (ଦେଖ:INVALID bible/kt/justice)

“ସମସ୍ତେ ପାପ କରିଅଛନ୍ତି”

ପାଉଲ ଯାହା ୧୨ ପଦରେ କହିଛନ୍ତି, ସେ ବିଷୟରେ ବିଦ୍ବାନମାନଙ୍କର ଅନେକ ମତାମତ ରହିଛି I “ମୃତ୍ୟୁ ସମସ୍ତ ଲୋକମାନଙ୍କ ମଧ୍ୟରେ ବ୍ୟାପିଗଲା, କାରଣ ସମସ୍ତେ ପାପ କଲେ I” କେତେକ ବିଶ୍ବାସ କରନ୍ତି ଯେ ମାନବ ଜାତି “ଆଦମଙ୍କ ବଂଶରେ” ଥିଲେ। ତେଣୁ, ଆଦମ ମନୁଷ୍ୟ ଜାତିର ଆଦି ପିତା, ଆଦମ ପାପ କରିବା ସମୟରେ ସମସ୍ତ ମନୁଷ୍ୟ ଜାତି ଆଦମଙ୍କଠାରେ ଥିଲେ। ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଆଦମ ମାନବ ଜାତିର ଏକ ପ୍ରତିନିଧି ଥିଲେ I ତେଣୁ ସେ ଯେତେବେଳେ ପାପ କଲା, ସମସ୍ତ ମାନବ ଜାତି ସେଥିର ଫଳସ୍ବରୂପେ “ପତିତ ହେଲା”। କ’ଣ ଆଜି ବି ଲୋକମାନେ ଆଦମଙ୍କ ପ୍ରଥମ ପାପର ସକ୍ରିୟ ଓ ନିଷ୍କ୍ରିୟ ଭୂମିକା ଗ୍ରହଣ କରିବ, ଏହି ବିଚାରରେ ଭିନ୍ନତା ଅଛି I ଅନ୍ୟ ଅନୁଛେଦଗୁଡିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ I(ଦେଖ:INVALID bible/other/seedINVALID bible/kt/sinINVALID translate/figs-activepassive)

ଦ୍ବିତୀୟ ଆଦମ

ଆଦମ ହେଉଛନ୍ତି ପ୍ରଥମ ମନୁଷ୍ୟ ଓ ପ୍ରଥମ “ଈଶ୍ବରଙ୍କ ପୁତ୍ର” ଥିଲେ I ସେ ଈଶ୍ବରଙ୍କ ଦ୍ବାରା ସୃଷ୍ଟି ହୋଇଥିଲା I ସେ ନିଷିଦ୍ଧ ଫଳ ଖାଇ ସଂସାରରେ ପାପ ଓ ମୃତ୍ୟୁ ଆଣିଲା I ପାଉଲ ଯୀଶୁଙ୍କୁ ଏହି ଅଧ୍ୟାୟରେ “ଦ୍ବିତୀୟ ଆଦମ” ଓ ଈଶ୍ବରଙ୍କ ସତ୍ୟ ପୁତ୍ର ଭାବରେ ବର୍ଣ୍ଣନା କରନ୍ତି I ସେ ଜୀବନ ଆଣନ୍ତି ଓ କ୍ରୁଶ ଉପରେ ମୃତ୍ୟୁବରଣ କରି ପାପ ଓ ମୃତ୍ୟୁ ଉପରେ ବିଜୟ ଲାଭ କରନ୍ତି I (ଦେଖ: INVALID bible/kt/sonofgodINVALID bible/other/death)

Romans 5:1

ପାଉଲ ଅନେକ ଭିନ୍ନଭିନ୍ନ ବିଷୟରେ କହନ୍ତି, ଯାହା ଈଶ୍ବର ବିଶ୍ବାସୀମାନକୁ ତାହାଙ୍କ ସହିତ ଧାର୍ମିକ କରିବା ସମୟରେ ଘଟିଥାଏ I

δικαιωθέντες οὖν

କାରଣ ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ"

... ἡμῶν

“ଆମ୍ଭମାନେ” ଓ “ଆମ୍ଭେମାନଙ୍କର” ସମସ୍ତ ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ପଦ ହେବା ଉଚିତ୍! (ଦେଖ:INVALID translate/figs-inclusive)

διὰ τοῦ Κυρίου ἡμῶν, Ἰησοῦ Χριστοῦ

ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସକାଶେ

τοῦ Κυρίου

ଏଠାରେ “ପ୍ରଭୁ”ର ଅର୍ଥ ଯୀଶୁ ଈଶ୍ବର ଅଟନ୍ତି!

Romans 5:2

δι’ οὗ καὶ τὴν προσαγωγὴν ἐσχήκαμεν, τῇ πίστει εἰς τὴν χάριν ταύτην, ἐν ᾗ ἑστήκαμεν

ଏଠାରେ “ବିଶ୍ବାସ ଦ୍ବାରା” ଯୀଶୁଙ୍କଠାରେ ଥିବା ଆମ୍ଭମାନଙ୍କ ଭରସାକୁ ସୂଚାଏ, ଯାହା ଆମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ମୁଖରେ ଛିଡା ହେବାକୁ ଦିଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଆମ୍ଭେମାନେ ଯୀଶୁଙ୍କଠାରେ ବିଶ୍ବାସ କରୁ, ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ଛାମୁରେ ଉପସ୍ଥିତ ହେବାକୁ ଦିଅନ୍ତି”

Romans 5:3

οὐ μόνον δέ

“ଏହା” ଶବ୍ଦ [ରୋମୀୟ ୫:୧-୨] (I/୦୧Imd) ରେ ବର୍ଣ୍ଣିତ ବିଚାରଗୁଡିକୁ ସୂଚିତ କରେ I

καυχώμεθα ...

ଏହି ଶବ୍ଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ I(ଦେଖ:INVALID translate/figs-inclusive)

Romans 5:4

ἐλπίδα

ଏହା ନିଶ୍ଚିତ ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କ ପାଇଁ ଈଶ୍ବର ତାହାଙ୍କ ସମସ୍ତ ପ୍ରତିଜ୍ଞା ପୁର୍ଣ୍ଣ କରିବେ ।

Romans 5:5

ἡμῶν ... ἡμῖν

ଏହି ଶବ୍ଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ I(ଦେଖ:INVALID translate/figs-inclusive)

ἡ ... ἐλπὶς οὐ καταισχύνει

“ଦୃଢ଼ ଭରସା” ସମ୍ବନ୍ଧରେ କହିବା ସମୟରେ ପାଉଲ ଏଠାରେ ବ୍ୟକ୍ତିତ୍ବ ଆରୋପ ବ୍ୟବହାର କରୁଛନ୍ତି, ସତେ ଯେପରି ଏହା ଜୀବିତ ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ବହୁତ ସାହସିକ ଅଟୁ ଯେ ଆମ୍ଭେମାନେ ଯେଉଁ ବିଷୟ ପାଇଁ ଅପେକ୍ଷା କରୁଥିଲୁ, ତାହା ଆମ୍ଭେମାନେ ପ୍ରାପ୍ତ ହେବୁ” (ଦେଖ:INVALID translate/figs-personification)

ὅτι ἡ ἀγάπη τοῦ Θεοῦ ἐκκέχυται ἐν ταῖς καρδίαις ἡμῶν

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ବିଚାରଗୁଡିକୁ, ଭାବନାଗୁଡିକୁ, ବା ଆନ୍ତରିକ ମନୁଷ୍ୟକୁ ନିଦର୍ଶନ କରେ I “ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ହୃଦୟରେ ପରିବ୍ୟାପ୍ତ ହୋଇଅଛି” ଏହି ବାକ୍ୟାଂଶ ଏକ ରୂପକ ଅଟେ, ଏହା ଈଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି ପ୍ରକାଶ କରୁଥିବା ପ୍ରେମ ବିଷୟକୁ ସୂଚିତ କରିବା କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ଆମ୍ଭମାନଙ୍କୁ ବହୁତ ପ୍ରେମ କଲେ” କିମ୍ବା “କାରଣ ଈଶ୍ବର ଆମ୍ଭମାନଙ୍କୁ ପ୍ରକାଶ କରିଅଛନ୍ତି ଯେ ସେ ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି” (ଦେଖ:INVALID translate/figs-metonymyINVALID translate/figs-metaphorINVALID translate/figs-activepassive)

Romans 5:6

ἡμῶν

ଏହି “ଆମ୍ଭେମାନେ” ଶବ୍ଦ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ I(ଦେଖ:INVALID translate/figs-inclusive)

Romans 5:7

μόλις γὰρ ὑπὲρ δικαίου τις ἀποθανεῖται

ମୃତ୍ୟୁଭୋଗ କରିବାକୁ ଚାହୁଁଥିବା, ଏପରିକି, ଜଣେ ଧାର୍ମିକ ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଭୋଗ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିକୁ ପାଇବା ବହୁତ କଷ୍ଟ ଅଟେ

ὑπὲρ γὰρ τοῦ ἀγαθοῦ, τάχα τις καὶ τολμᾷ ἀποθανεῖν

କିନ୍ତୁ ତୁମ୍ଭେମାନେ ଏକ ଉତ୍ତମ ବ୍ୟକ୍ତିଙ୍କ ପାଇଁ ନିଜ ଇଚ୍ଛାରେ ମୃତ୍ୟୁଭୋଗ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିକୁ ପାଇପାର

Romans 5:8

συνίστησιν

ତୁମ୍ଭେମାନେ “ପ୍ରଦର୍ଶନ କଲେ” କିମ୍ବା “ପ୍ରମାଣ କଲେ” ବ୍ୟବହାର କରି ଏହାକୁ ଅତୀତ କାଳରେ ଅନୁବାଦ କରିପାରିବ I

ἡμῶν ... ἡμῶν

“ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ସମସ୍ତ ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ I (ଦେଖ:INVALID translate/figs-inclusive)

Romans 5:9

πολλῷ οὖν μᾶλλον δικαιωθέντες νῦν ἐν τῷ αἵματι αὐτοῦ

ଏଠାରେ “ଧାର୍ମିକ ଗଣନା କଲେ” ର ଅର୍ଥ ଈଶ୍ବର ଆମ୍ଭମାନଙ୍କୁ ନିଜ ସହିତ ଏକ ସଠିକ୍ ସମ୍ପର୍କରେ ରଖିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଈଶ୍ବର ଆମ୍ଭମାନଙ୍କ ପାଇଁ କେତେ କ’ଣ କରିବେ, ଯେହେତୁ ଯୀଶୁ କ୍ରୁଶ ଉପରେ ମୃତ୍ୟୁଭୋଗ କରିବା ଦ୍ବାରା ସେ ତାହାଙ୍କ ସହିତ ଅମ୍ଭମାନଙ୍କୁ ଧାର୍ମିକ କରିଅଛନ୍ତି” (ଦେଖ:INVALID translate/figs-explicitINVALID translate/figs-activepassive)

τῷ αἵματι

ଏହା କ୍ରୁଶରେ ଯୀଶୁଙ୍କ ପ୍ରାୟଶ୍ଚିତ୍ତକାରୀ ମୃତ୍ୟୁର ଏକ ଉପମା ଅଟେ I (ଦେଖ:INVALID translate/figs-metonymy)

σωθησόμεθα

ଏହାର ଅର୍ଥ ହେଉଛି, କ୍ରୁଶରେ ଯୀଶୁଙ୍କ ପ୍ରାୟଶ୍ଚିତ୍ତକାରୀ ମୃତ୍ୟୁ ଦ୍ବାରା ଈଶ୍ବର ଆମ୍ଭମାନଙ୍କୁ କ୍ଷମା କରିଅଛନ୍ତି ଓ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପର ନରକ ଦଣ୍ଡରୁ ଉଦ୍ଧାର କରିଅଛନ୍ତି I

τῆς ὀργῆς

ଏଠାରେ “କ୍ରୋଧ” ଏକ ଉପମା ଅଟେ, ଯାହା ଯେଉଁମାନେ ତାହାଙ୍କ ବିରୋଧରେ ପାପ କରିଅଛନ୍ତି, ସେମାନଙ୍କ ପ୍ରତି ଈଶ୍ବରଙ୍କ ଦଣ୍ଡକୁ ସୂଚିତ କରେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଦଣ୍ଡ” (ଦେଖ:INVALID translate/figs-metonymy)

Romans 5:10

ὄντες

ସବୁ “ଆମ୍ଭେମାନେ” ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ !I (ଦେଖ:INVALID translate/figs-inclusive)

Υἱοῦ αὐτοῦ, πολλῷ μᾶλλον καταλλαγέντες, σωθησόμεθα ἐν τῇ ζωῇ αὐτοῦ

ଈଶ୍ବରଙ୍କ ପୁତ୍ର III ଈଶ୍ବରଙ୍କ ପୁତ୍ରଙ୍କ ଜୀବନ

κατηλλάγημεν τῷ Θεῷ διὰ τοῦ θανάτου τοῦ Υἱοῦ αὐτοῦ

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କ ନିମନ୍ତେ ପରମେଶ୍ବରଙ୍କ ପୁତ୍ରଙ୍କ ମୃତ୍ୟୁ ଅନନ୍ତ କ୍ଷମା ପ୍ରଦାନ କରିଅଛି ଓ ଈଶ୍ବରଙ୍କ ସହିତ ଆମ୍ଭମାନଙ୍କୁ ବନ୍ଧୁ କରିଅଛି । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଦେଇଛନ୍ତି, କାରଣ ତାହାଙ୍କ ପୁତ୍ର ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି” (ଦେଖ:INVALID translate/figs-activepassive)

τοῦ Υἱοῦ

ଏହା ପରମେଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:INVALID translate/guidelines-sonofgodprinciples)

καταλλαγέντες

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଈଶ୍ବର ଆମ୍ଭମାନଙ୍କୁ ପୁନର୍ବାର ତାହାଙ୍କ ବନ୍ଧୁ କରିଛନ୍ତି” (ଦେଖ:INVALID translate/figs-activepassive)

Romans 5:12

ପାଉଲ ବର୍ଣ୍ଣନା କରନ୍ତି ଯେ ପରମେଶ୍ବର ମୋଶାଙ୍କୁ ବ୍ୟବସ୍ଥା ଦେବା ପୁର୍ବରୁ ମୃତ୍ୟୁ କାହିଁକି ହେଲା I

δι’ ἑνὸς ἀνθρώπου ἡ ἁμαρτία εἰς τὸν κόσμον εἰσῆλθεν, καὶ διὰ τῆς ἁμαρτίας ὁ θάνατος

ପାଉଲ ବର୍ଣ୍ଣନା କରନ୍ତି ଯେ ପାପ ଏକ ଭୟାନକ ବିଷୟ ଅଟେ, ଯାହା “ଜଣେ ମନୁଷ୍ୟ” ଆଦମଙ୍କ କାର୍ଯ୍ୟ ଦ୍ବାରା ଜଗତକୁ ପ୍ରବେଶ କଲା। ତାପରେ ଏହି ପାପ ଏକ ପ୍ରବେଶ ଦ୍ବାର ହେଲା, ଯହିଁ ମଧ୍ୟ ଦେଇ ଏଠାରେ ଚିତ୍ରଣ କରାଯାଇଥିବା ଆଉ ଏକ ଭାୟନକ ବିଷୟ ଯେ ମୃତ୍ୟୁ ମଧ୍ୟ ଜଗତକୁ ପ୍ରବେଶ କଲା। (ଦେଖ:INVALID translate/figs-personification)

Romans 5:13

ἄχρι γὰρ νόμου, ἁμαρτία ἦν ἐν κόσμῳ

ଏହାର ଅର୍ଥ ହେଉଛି, ଈଶ୍ବର ବ୍ୟବସ୍ଥା ଦେବା ପୁର୍ବରୁ ଲୋକମାନେ ପାପ କଲେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ବ୍ୟବସ୍ଥା ମୋଶାଙ୍କୁ ଦେବା ପୁର୍ବରୁ ଜଗତର ଲୋକମାନେ ପାପ କଲେ” (ଦେଖ:INVALID translate/figs-explicit)

ἁμαρτία δὲ οὐκ ἐλλογεῖται, μὴ ὄντος νόμου

ଏହାର ଅର୍ଥ ଏହା ଅଟେ କି ଈଶ୍ବର ଲୋକମାନଙ୍କୁ ବ୍ୟବସ୍ଥା ଦେବା ପୁର୍ବରୁ ପାପ ସକାଶେ ଦୋଷ ଅରୋପ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ବ୍ୟବସ୍ଥା ଦେବା ପୁର୍ବରୁ ବ୍ୟବସ୍ଥା ବିରୁଦ୍ଧରେ କରାଯାଇଥିବା କୌଣସି ପାପକୁ ଲିପିବଦ୍ଧ କଲେ ନାହିଁ” (ଦେଖ:INVALID translate/figs-explicit)

Romans 5:14

ἀλλὰ ... ὁ θάνατος

"ଯଦିଓ ମୁଁ ଯାହା ଏବେ କିଛି କହିଛି ତାହା ସତ୍ୟ ଅଟେ, ମୃତ୍ୟୁ ବା “ଆଦମଙ୍କ ସମୟଠାରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ କୌଣସି ଲିଖିତ ବ୍ୟବସ୍ଥା ନ ଥିଲା, କିନ୍ତୁ ମୃତ୍ୟୁ” ([ରୋମୀୟ ୫:୧୩] (II/୦୫/୧୩Imd))I

ἐβασίλευσεν ὁ θάνατος ἀπὸ Ἀδὰμ μέχρι Μωϋσέως

ପାଉଲ ମୃତ୍ୟୁ ବିଷୟରେ ଯେ କହନ୍ତି ସତେ ଯେମିତି ସେ ଏକ ରାଜା ଥିଲା ଓ ଶାସନ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସେମାନଙ୍କ ପାପର ପରିମାଣ ସ୍ବରୂପ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ ମୃତ୍ୟୁଭୋଗ କରୁଥିଲେ” (ଦେଖ:INVALID translate/figs-personificationINVALID translate/figs-metaphor)

καὶ ἐπὶ τοὺς μὴ ἁμαρτήσαντας ἐπὶ τῷ ὁμοιώματι τῆς παραβάσεως Ἀδάμ

ଯଦିଓ ଲୋକମାନଙ୍କ ପାପ ଆଦମଙ୍କ ପାପ ଠାରୁ ଭିନ୍ନ ଥିଲା, ତଥାପି ସେମାନେ ମୃତ୍ୟୁଭୋଗ କରୁଥିଲେ"

ὅς ἐστιν τύπος τοῦ μέλλοντος

ଆଦମ ଖ୍ରୀଷ୍ଟଙ୍କ ଏକ ଢାଞ୍ଚା ଥିଲେ, ଯେ ବହୁ ସମୟ ପରେ ପ୍ରକାଶିତ ହେଲେ I ତାହାଙ୍କର ଖ୍ରୀଷ୍ଟଙ୍କ ସହିତ ବହୁତ ସାମଞସ୍ୟ ଥିଲା I

Romans 5:15

εἰ γὰρ τῷ τοῦ ἑνὸς παραπτώματι, οἱ πολλοὶ ἀπέθανον

ଏଠରେ “ଜଣେ” ଆଦମକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କାରଣ ଯଦି ଜଣେ ବ୍ୟକ୍ତିର ପାପ ସକାଶେ, ସମସ୍ତେ ମୃତ୍ୟୁ ଭୋଗ କଲେ” (ଦେଖ:INVALID translate/figs-explicit)

πολλῷ μᾶλλον ἡ χάρις τοῦ Θεοῦ καὶ ἡ δωρεὰ ἐν χάριτι, τῇ τοῦ ἑνὸς ἀνθρώπου, Ἰησοῦ Χριστοῦ, εἰς τοὺς πολλοὺς ἐπερίσσευσεν

ଏଠାରେ “ଅନୁଗ୍ରହ” ଈଶ୍ବରଙ୍କ ମୁକ୍ତ ଉପହାରକୁ ଦର୍ଶାଏ, ଯାହା ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଜଣେ ମନୁଷ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅଧିକ ହେଲା, ଯିଏ ଆମ ସମସ୍ତଙ୍କ ପାଇଁ ମୃତ୍ୟୁଭୋଗ କଲେ, ଈଶ୍ବର ଦୟାରେ ଆମ୍ଭମାନଙ୍କୁ ଅନନ୍ତଜୀବନର ଦାନ ପ୍ରଦାନ କଲେ, ଯଦିଓ ଆମ୍ଭେମାନେ ଏହା ପାଇଁବ ପାଇଁ ଯୋଗ୍ୟ ନ ଥିଲୁ” (ଦେଖ:INVALID translate/figs-explicit)

Romans 5:16

καὶ οὐχ ὡς δι’ ἑνὸς ἁμαρτήσαντος, τὸ δώρημα

ଏଠାରେ “ଉପହାର/ଦାନ” ଈଶ୍ବର ମୁକ୍ତଭାବରେ ଆମ୍ଭମାନଙ୍କର ପାପକୁ ଲିଭାଇ ଦେବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଏହି ଦାନ ଆଦମଙ୍କ ପାପର ଫଳ ସ୍ବରୂପ ନୁହେଁ” (ଦେଖ:INVALID translate/figs-explicit)

τὸ ... γὰρ κρίμα ἐξ ἑνὸς, εἰς κατάκριμα, τὸ δὲ χάρισμα ἐκ πολλῶν παραπτωμάτων, εἰς δικαίωμα

ଏଠାରେ ପାଉଲ ଦୁଇଟି କାରଣ ଦିଅନ୍ତି ଯେ କାହିଁକି “ଏହି ଦାନ ଆଦମଙ୍କ ପାପର ଫଳ ସ୍ବରୂପ ନୁହେଁ I” “ଦଣ୍ଡାଜ୍ଞାର ବିଚାର” ସୂଚିତ କରେ ଯେ ଆମ୍ଭମାନଙ୍କ ପାପ ସକାଶେ ଆମ୍ଭେମାନେ ଈଶ୍ବରଙ୍କ ଦଣ୍ଡର ଯୋଗ୍ୟ ଥିଲୁ I ଅନ୍ୟ ଏକ ଅନୁବାଦରେ: ଗୋଟିଏ ପକ୍ଷରେ, ଜଣେ ବ୍ୟକ୍ତିର ପାପ ସକାଶେ ଈଶ୍ବର ଘୋଷଣା କଲେ ଯେ ସମସ୍ତ ଲୋକ ଦଣ୍ଡିତ ହେବାପାଇଁ ଯୋଗ୍ୟ ଅଟନ୍ତି, କିନ୍ତୁ ଅନ୍ୟ ପକ୍ଷରେ” (ଦେଖ:INVALID translate/figs-explicit)

τὸ ... χάρισμα ἐκ πολλῶν παραπτωμάτων, εἰς δικαίωμα

ଆମ୍ଭେମାନେ ଯୋଗ୍ୟ ନ ହେଲେ ସୁଦ୍ଧା ଈଶ୍ବର କିପରି ଆମ୍ଭମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି, ସେହି ବିଷୟକୁଏହା ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: ଈଶ୍ବରଙ୍କ ଅନୁଗ୍ରହ ଦାନ ସକାଶେ ଆମ୍ଭମାନେ ତାହଙ୍କ ସହିତ ଧାର୍ମିକ ଗଣିତ ହୋଇଅଛୁ” (ଦେଖ:INVALID translate/figs-explicit)

ἐκ πολλῶν παραπτωμάτων

ଅନେକଙ୍କ ପାପ ଉତ୍ତାରେ

Romans 5:17

τοῦ ἑνὸς παραπτώματι

ଏହା ଆଦମଙ୍କ ପାପକୁ ଦର୍ଶାଏ I

ὁ θάνατος ἐβασίλευσεν

ଏଠାରେ ପାଉଲ “ମୃତ୍ୟୁ” ବିଷୟରେ କହନ୍ତି ଯେ ତାହା ଜଣେ ରାଜା ସଦୃଶ ଶାସନ କରୁଥିଲା I ମୃତ୍ୟୁର “ଶାସନ” ସମସ୍ତଙ୍କୁ ମୃତ୍ୟୁଭୋଗ କରାଉଥିଲା I ଅନ୍ୟ ଏକ ଅନୁବାଦରେ: “ସମସ୍ତେ ମୃତ୍ୟୁଭୋଗ କଲେ” (ଦେଖ:INVALID translate/figs-personificationINVALID translate/figs-metaphor)

Romans 5:18

ὡς δι’ ἑνὸς παραπτώματος

ଆଦମ କରିଥିବା ପାପ ଦ୍ବାରା ବା “ ଆଦମଙ୍କ ପାପ ସକାଶେ”

εἰς πάντας ἀνθρώπους εἰς κατάκριμα

ଏଠାରେ “ଦଣ୍ଡାଜ୍ଞା” ଈଶ୍ବରଙ୍କ ଦଣ୍ଡକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପାପ ସକଶେ ସମସ୍ତ ଲୋକ ଈଶ୍ବରଙ୍କ ଦଣ୍ଡର ଯୋଗ୍ୟ ଅଟନ୍ତି” (ଦେଖ:INVALID translate/figs-explicit)

δι’ ἑνὸς δικαιώματος

ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ

εἰς πάντας ἀνθρώπους ... δικαίωσιν ζωῆς

ଏଠାରେ “ଧାର୍ମିକକରଣ” ଈଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା କ୍ଷମତାକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସମସ୍ତ ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରନ୍ତି” (ଦେଖ:INVALID translate/figs-explicit)

Romans 5:19

τῆς παρακοῆς τοῦ ἑνὸς ἀνθρώπου

ଆଦମଙ୍କ ଅନାଜ୍ଞାବହତା

ἁμαρτωλοὶ κατεστάθησαν οἱ πολλοί

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକେ ପାପ କଲେ” (ଦେଖ:INVALID translate/figs-activepassive)

τῆς ὑπακοῆς τοῦ ἑνὸς

ଯୀଶୁଙ୍କ ଆଜ୍ଞାବହତା

δίκαιοι κατασταθήσονται οἱ πολλοί

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅନେକଙ୍କୁ ତାହାଙ୍କ ସହିତ ଧାର୍ମିକ କରିବେ” (ଦେଖ:INVALID translate/figs-activepassive)

Romans 5:20

νόμος ... παρεισῆλθεν

ଏଠାରେ ପାଉଲ ବ୍ୟବସ୍ଥା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ଜଣେ ବ୍ୟକ୍ତି ଥିଲା I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ମୋଶାଙ୍କୁ ତାହାଙ୍କ ବ୍ୟବସ୍ଥା ଦେଲେ” (ଦେଖ:INVALID translate/figs-personification)

ἐπλεόνασεν ἡ ἁμαρτία

ପାପ ବୃଦ୍ଧି ପାଇଲା

ὑπερεπερίσσευσεν ἡ χάρις

ଏଠାରେ “ଅନୁଗ୍ରହ” ଈଶ୍ବରଙ୍କ ଅଯାଚିତ ଆଶୀର୍ବାଦକୁ ସୂଚାଏ I ଅନ୍ୟ ଏକ ଅନୁବାଦରେ: “ଯାହା ପାଇବାପାଇଁ ସେମାନେ ଯୋଗ୍ୟ ନ ଥିଲେ, ତାହା ଦେବାକୁ ଈଶ୍ବର ସେମାନଙ୍କ ପ୍ରତି ଅଧିକ ଅନୁଗ୍ରହର କାର୍ଯ୍ୟ କଲେ” (ଦେଖ:INVALID translate/figs-explicit)

Romans 5:21

ὥσπερ ἐβασίλευσεν ἡ ἁμαρτία ἐν τῷ θανάτῳ

ଏଠାରେ ପାଉଲ “ପାପ” ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ରାଜାଭାବରେ ଶାସନ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ପାପର ଫଳ ମୃତ୍ୟୁ ହେଲା” (ଦେଖ:INVALID translate/figs-personificationINVALID translate/figs-metaphor)

οὕτως καὶ ἡ χάρις βασιλεύσῃ διὰ δικαιοσύνης, εἰς ζωὴν αἰώνιον διὰ Ἰησοῦ Χριστοῦ τοῦ Κυρίου ἡμῶν

ପାଉଲ ଏଠାରେ “ଅନୁଗ୍ରହ” ବିଷୟରେ କହନ୍ତି ସତେ ଯେପରି ସେ ଜଣେ ରାଜାଭାବରେ ଶାସନ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ସକାଶେ ଅନୁଗ୍ରହ ଲୋକମାନଙ୍କୁ ଅନନ୍ତଜୀବନ ଦେଲା” (ଦେଖ:INVALID translate/figs-personificationINVALID translate/figs-metaphor)

οὕτως ... ἡ χάρις βασιλεύσῃ διὰ δικαιοσύνης

ପାଉଲ ଏଠାରେ “ଅନୁଗ୍ରହ” ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ରାଜାଭାବରେ ଶାସନ କରୁଥିଲା। “ଧାର୍ମିକତା” ଶବ୍ଦଟି ଈଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା କ୍ଷମତାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତେଣୁ ଈଶ୍ବର ଲୋକମାନଙ୍କୁ ତାହାଙ୍କ ମୁକ୍ତ ଉପହାର ଦେଇ ସେମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିପାରନ୍ତି” (ଦେଖ:INVALID translate/figs-personificationINVALID translate/figs-explicit)

τοῦ Κυρίου ἡμῶν

ପାଉଲ ଆପଣାକୁ, ତାହାଙ୍କ ପାଠକମାନକୁ, ଓ ସମସ୍ତ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି I (ଦେଖ:INVALID translate/figs-inclusive)

Romans 6

ରୋମୀୟ ୦୬ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ସେ ୫ ଅଧ୍ୟାୟରେ ଦେଇଥିବା ଶିକ୍ଷାକୁ ଜଣେ କିପରି ପରିକଳ୍ପିତ ଭାବରେ ବିରୋଧ କରିପାରେ, ତତ୍ ସମ୍ବନ୍ଧରେ ପାଉଲ ଉତ୍ତର ଦେଇ ଏହି ଅଧ୍ୟାୟ ଆରମ୍ଭ କରୁଛନ୍ତି (ଦେଖ:INVALID translate/figs-hypo)

ଏହି ଅଧ୍ୟାୟର ବିଶେଷ ଧାରଣା

ବ୍ୟବସ୍ଥାର ବିରୁଦ୍ଧରେ

ଏହି ଅଧ୍ୟାୟରେ, ପାଉଲ ସେହି ଶିକ୍ଷାର ଖଣ୍ଡନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ପରିତ୍ରାଣ ପାଇଲା ପରେ ନିଜ ପସନ୍ଦ ଅନୁସାରେ ଜୀବନ କାଟିପାରିବେ I ବିଦ୍ବାନମାନେ ଏହାକୁ “ବ୍ୟବସ୍ଥା ବିରୁଦ୍ଧରେ” ବୋଲି କହନ୍ତି I ଇଶ୍ବରୀୟ ଜୀବନ ଅତିବାହିତ କରିବାପାଇଁ ପ୍ରେରଣା ଦେବା ସକାଶେ, ପାଉଲ ଜଣେ ଖ୍ରୀଷ୍ଟିୟାନକୁ ରକ୍ଷା କରିବା ପାଇଁ ଯୀଶୁଙ୍କ ଦ୍ବାରା ପ୍ରଦତ୍ତ ମହାନ ମୂଲ୍ୟକୁ ସ୍ମରଣ କରନ୍ତି I (ଦେଖ: INVALID bible/kt/saveINVALID bible/kt/godly)

ପାପର ସେବକ

ଯୀଶୁଙ୍କୁ ବିଶ୍ବାସ କରିବା ପୁର୍ବରୁ, ପାପ ଲୋକମାନଙ୍କୁ କ୍ରୀତଦାସ କରି ରଖେ I ଈଶ୍ବର ଖ୍ରୀଷ୍ଟିୟାନମାନଂକୁ ପାପ କରିବାରୁ ମୁକ୍ତ କରନ୍ତି I ସେମାନେ ସେମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କୁ ସେବା କରିବା ପାଇଁ ବାଛିବାରେ ସକ୍ଷମ ଅଟନ୍ତି I ପାଉଲ ବର୍ଣ୍ଣନା କରନ୍ତି କି ଯେବେ ଖ୍ରୀଷ୍ଟିୟାନ ପାପ କରିବାକୁ ବାଛନ୍ତି, ତେବେ ସେମାନେ ଇଚ୍ଛାକୃତ ଭାବରେ ପାପ କରିବାକୁ ବାଛନ୍ତି I (ଦେଖ:INVALID bible/kt/faithINVALID bible/kt/sin)

ଫଳ

ଏହି ଅଧ୍ୟାୟ ଫଳର ରୂପକଳ୍ପକୁ ବ୍ୟବହାର କରେ I ଫଳର ଛବି ସାଧାରଣ ଭାବରେ ଜଣେ ବ୍ୟକ୍ତିର ବିଶ୍ବାସକୁ ଦର୍ଶାଏ, ଯାହା ତାହାଙ୍କ ଜୀବନରେ ଭଲ କାର୍ଯ୍ୟକୁ ଉତ୍ପନ୍ନ କରେ I (ଦେଖ:INVALID bible/other/fruitINVALID bible/kt/righteous)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ ଅଳଙ୍କାର
ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଏହି ଅଧ୍ୟାୟରେ ଭାବ ପ୍ରକାଶକ ପ୍ରଶ୍ନର ବ୍ୟବହାର କରନ୍ତି I ଏହା ପ୍ରକଟ ହୁଏ ଯେ ଏହି ଭାବ ପ୍ରକାଶକ ପ୍ରଶ୍ନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ପାଠକଙ୍କୁ ସେମାନଙ୍କର ପାପକୁ ଦେଖାଇବା, ଯେପରି ସେମାନେ ଯୀଶୁଙ୍କୁ ବିଶ୍ବାସ କରିବେ I (ଦେଖ:INVALID translate/figs-rquestionINVALID bible/kt/guiltINVALID bible/kt/sin)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ଅସୁବିଧା

ମୃତ୍ୟୁ

ପାଉଲ ଏହି ଅଧ୍ୟାୟରେ “ମୃତ୍ୟୁ” ର ବ୍ୟବହାର ବିଭିନ୍ନ ପ୍ରକାରେ କରନ୍ତି: ଶାରୀରିକ ମୃତ୍ୟୁ, ଆତ୍ମିକ ମୃତ୍ୟୁ, ମନୁଷ୍ୟର ହୃଦୟରେ ରାଜତ୍ଵ କରୁଥିବା ପାପ, ଓ କୌଣସି ବିଷୟର ଶେଷ ଘଟାଇବା I ସେ ପାପ ଓ ମୃତ୍ୟୁକୁ ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ହୋଇଥିବା ନୂତନ ଜୀବନ ଓ ପରିତ୍ରାଣ ପ୍ରାପ୍ତି ପରେ ଖ୍ରୀଷ୍ଟିୟାନମାନେ ନୂତନଭାବରେ ଜୀବନ କାଟିବା ଯେ ଆବଶ୍ୟକ, ସେ ବିଷୟକୁ ବିପରୀତଭାବରେ ତୁଳନା କରୁଛନ୍ତି I (ଦେଖ:INVALID bible/other/death)

Romans 6:1

ଅନୁଗ୍ରହର ଅଧୀନରେ, ପାଉଲ ସେହି ଲୋକମାନଙ୍କୁ କହନ୍ତି, ଯେଉଁମାନେ ସତେ ଯେପରି ପାପ ପାଇଁ ମରିଛନ୍ତି ଓ ଈଶ୍ବରଙ୍କ ପାଇଁ ଜୀବିତଥିବା ସଦୃଶ ଏକ ନୂତନ ଜୀବନ ବଞ୍ଚିବାକୁ ଯୀଶୁଙ୍କଠାରେ ବିଶ୍ବାସ କରୁଛନ୍ତି ।

τί οὖν ἐροῦμεν? ἐπιμένωμεν τῇ ἁμαρτίᾳ, ἵνα ἡ χάρις πλεονάσῃ

ପାଉଲ ତାହାଙ୍କ ପାଠକମାନଙ୍କର ଧ୍ୟାନକୁ ଆକର୍ଷଣ କରିବାକୁ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ତେଣୁ, ଆମେ ଏହିସବୁ ବିଷୟରେ କଣ କହିବା ଉଚିତ୍? ଆମ୍ଭେମାନେ ନିଶ୍ଚିତ ରୂପରେ ପାପ କରିଚାଲିବା ଉଚିତ୍ ନୁହେଁ, ଯେପରି ଇଶ୍ଵର ଆମ୍ଭମାନଙ୍କୁ ଅଧିକରୁ ଅଧିକ ଅନୁଗ୍ରହ ପ୍ରଦାନ କରିବେ! (ଦେଖ:INVALID translate/figs-rquestion)

ἐροῦμεν

ସର୍ବନାମ “ଆମ୍ଭେ” ପାଉଲ, ତାହାଙ୍କର ପାଠକମାନଙ୍କୁ, ଓ ଅନ୍ୟ ଲୋକମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-inclusive)

Romans 6:2

οἵτινες ἀπεθάνομεν τῇ ἁμαρτίᾳ, πῶς ἔτι ζήσομεν ἐν αὐτῇ

ଏଠାରେ “ପାପ ପ୍ରତି ମୃତ” ର ଅର୍ଥ ହେଉଛି, ଯେଉଁମାନେ ଯୀଶୁଙ୍କର ଅନୁସରଣ କରନ୍ତି, ସେମାନେ ଏବେ ମୃତ ଲୋକଙ୍କ ପରି ହୋଇ ପାପ ଦ୍ଵାରା ପ୍ରଭାବିତ ହୋଇପାରନ୍ତି ନାହିଁ । ପାଉଲ ଗୁରୁତ୍ଵ ବଢାଇବାପାଇଁଏହି ଭାବ ପ୍ରକାଶକ ପ୍ରଶ୍ନକୁ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଏବେ ମୃତ ଲୋକମାନଙ୍କ ପରି ଅଟୁ, ଯାହାଙ୍କ ଉପରେ ପାପର କିଛି ପ୍ରଭାବ ନାହିଁ! ସେଥିପାଇଁ ଆମ୍ଭେମାନେ ନିଶ୍ଚିତ ରୂପରେ ପାପ କରିଚାଲିବା ଉଚିତ୍ ନୁହେଁ!” (ଦେଖ:INVALID translate/figs-metaphorINVALID translate/figs-rquestion)

Romans 6:3

ἢ ἀγνοεῖτε, ὅτι ὅσοι ἐβαπτίσθημεν εἰς Χριστὸν Ἰησοῦν, εἰς τὸν θάνατον αὐτοῦ ἐβαπτίσθημεν?

ପାଉଲ ଗୁରୁତ୍ଵ ବଢାଇବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ମନେରଖ, ଆମ୍ଭମାନଙ୍କ ଖ୍ରୀଷ୍ଟଙ୍କ ସହିତ ଏକ ସଂପର୍କ ଅଛି ବୋଲି ଯେତେବେଳେ କେହି ଆମ୍ଭମାନଙ୍କୁ ଡୁବନ ଦିଅନ୍ତି, ତାହା ମଧ୍ୟ ଦେଖାଇଥାଏ ଯେ ଆମେ କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ସହିତ ମରିଅଛୁ! (ଦେଖ:INVALID translate/figs-rquestion)

Romans 6:4

συνετάφημεν οὖν αὐτῷ διὰ τοῦ βαπτίσματος εἰς τὸν θάνατον

ଏଠାରେ ପାଉଲ ଜଳରେ ବିଶ୍ଵାସୀର ଡୁବନ ନେବା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ମୃତ୍ୟୁ ଓ କବର ଦେବା କାର୍ଯ୍ୟ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ କେହି ଆମ୍ଭକୁ ଡୁବନ ଦିଅନ୍ତି, ଏହା ଠିକ୍ ଏପରି, ଯେପରି ସେହି ବ୍ୟକ୍ତି ଆମ୍ଭମାନଙ୍କୁ କବରରେ ଖ୍ରୀଷ୍ଟଙ୍କ ସହିତ ସମାଧି ଦେଲେ” (ଦେଖ:INVALID translate/figs-metaphor)

ὥσπερ ἠγέρθη Χριστὸς ἐκ νεκρῶν διὰ τῆς δόξης τοῦ Πατρός, οὕτως καὶ ἡμεῖς ἐν καινότητι ζωῆς περιπατήσωμεν

ମୃତ୍ୟୁରୁ ଉଠାଇବା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଜଣେ ବ୍ୟକ୍ତିକୁ ପୁନର୍ବାର ଜୀବିତ କରାଇବା I ଏହା ଜଣେ ବିଶ୍ଵାସୀର ନୂତନ ଆତ୍ମିକ ଜୀବନକୁ ସତେ ଯେପରି ଯୀଶୁ ଶାରୀରିକ ଭାବରେ ପୁନର୍ବାର ଜୀବନକୁ ଆସିବା ସହିତ ତୁଳନା କରିଥାଏ I ବିଶ୍ଵାସୀର ନୂତନ ଆତ୍ମିକ ଜୀବନ ସେହି ବ୍ୟକ୍ତିକୁ ଈଶ୍ବରଙ୍କର ଆଜ୍ଞା ପାଳନ କରିବାକୁ ସକ୍ଷମ କରିଥାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ପିତା ଯୀଶୁଙ୍କୁ ମୃତ୍ୟୁ ପରେ ଜୀବନକୁ ଫେରାଇ ଆଣିଲେ, ସେପରି ଆମ୍ଭମାନେ ନୁତ୍ତନ ଆତ୍ମିକ ଜୀବନ ପାଇ ଈଶ୍ଵରଙ୍କର ବାଧ୍ୟ ହେବା” (ଦେଖ:INVALID translate/figs-simileINVALID translate/figs-activepassiveINVALID translate/figs-idiom)

ἐκ νεκρῶν

"ସେହି ସମସ୍ତଙ୍କ ମଧ୍ୟରୁ ଯେଉଁମାନେ ମରିଅଛନ୍ତି I ଏହି ଅଭିବ୍ୟକ୍ତି

Romans 6:5

σύμφυτοι γεγόναμεν τῷ ὁμοιώματι τοῦ θανάτου αὐτοῦ, ἀλλὰ καὶ τῆς ἀναστάσεως ἐσόμεθα

ପାଉଲ ଆମ୍ଭମାନଙ୍କର ମିଳନକୁ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ହେବା ସହିତ ତୁଳନା କରନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରେ ଏକୀଭୁତ ଅଛନ୍ତି, ସେମାନେ ତାହାଙ୍କ ପୁନରୁତ୍ଠାନ ରେ ଅଂଶ ନେବେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ସହିତ ମୃତ୍ୟୁ ହେଲ III ତାହାଙ୍କ ସହିତ ପୁନର୍ବାର ଜୀବିତ ହେବ” (ଦେଖ:INVALID translate/figs-metaphorINVALID translate/figs-activepassive)

Romans 6:6

ὁ παλαιὸς ἡμῶν ἄνθρωπος συνεσταυρώθη

“ପୁରାତନ ମନୁଷ୍ୟ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିଶ୍ଵାସ କରିବା ପୁର୍ବରୁ ସେ ବ୍ୟକ୍ତିକୁ ଦର୍ଶାଏ I ପାଉଲ ଏହା ବର୍ଣ୍ଣନା କରନ୍ତି, ଯେତେବେଳେ ଆମେ ଯୀଶୁଙ୍କୁ ବିଶ୍ଵାସ କରୁ, ଆମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ପୁରୁଷ ଯୀଶୁଙ୍କ ସହିତ କ୍ରୁଶ ଉପରେ ମରିଥାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: ଆମ୍ଭମାନଙ୍କର ପାପପୂର୍ଣ୍ଣ ପୁରୁଷ ଯୀଶୁଙ୍କ ସହିତ କ୍ରୁଶ ଉପରେ ମରିଗଲା” (ଦେଖ:INVALID translate/figs-metaphorINVALID translate/figs-activepassive)

ὁ παλαιὸς ... ἄνθρωπος

ଏହାର ଅର୍ଥ ଯେଉଁ ବ୍ୟକ୍ତି ପ୍ରଥମେ ଥିଲା, କିନ୍ତୁ ସେ ବର୍ତ୍ତମାନ ଆଉ ନାହିଁI

τὸ σῶμα τῆς ἁμαρτίας

ଏହା ଏକ ଉପମା ଅଟେ, ଯାହା ସମ୍ପୂର୍ଣ୍ଣ ପାପୀ ବ୍ୟକ୍ତିକୁ ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ପାପମୟ ସ୍ବଭାବ” (ଦେଖ:INVALID translate/figs-metonymy)

καταργηθῇ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମରିପାରନ୍ତି ” (ଦେଖ:INVALID translate/figs-activepassive)

μηκέτι δουλεύειν ἡμᾶς τῇ ἁμαρτίᾳ

ଏହାକୁ କର୍ତ୍ତୃବାଚ୍ୟଭାବରେ ଦର୍ଶାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପାପ ଆମ୍ଭମାନଙ୍କୁ ଦୀର୍ଘକାଳ କ୍ରୀତଦାସ କରିପାରିବ ନାହିଁ” କିମ୍ବା “ଆମ୍ଭେମାନେ ଦୀର୍ଘକାଳ ପାପର କ୍ରୀତଦାସ ନ ହେବା ଉଚିତ୍” (ଦେଖ:INVALID translate/figs-activepassive)

μηκέτι δουλεύειν ἡμᾶς τῇ ἁμαρτίᾳ

ପାପର ଦାସତ୍ବ ଏକ ରୂପକ ଅଟେ, ଯାହାର ଅର୍ଥ ପାପ କରିବାକୁ ଏତେ ତୀବ୍ର ଇଚ୍ଛା ଯେ ଜଣେ ନିଜକୁ ପାପ କରିବାରୁ ବନ୍ଦ କରିବାକୁ ଅକ୍ଷମ I ଏହା ଏପରି ଅଟେ, ଯେପରିକି ପାପ ବ୍ୟକ୍ତିଜଣକୁ ନିୟନ୍ତ୍ରଣ କରେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଦୀର୍ଘକାଳ ପାପର ନିୟନ୍ତ୍ରଣରେ ରହିବା ଉଚିତ୍ ନୁହେଁ” (ଦେଖ:INVALID translate/figs-metaphor)

Romans 6:7

ὁ γὰρ ἀποθανὼν, δεδικαίωται ἀπὸ τῆς ἁμαρτίας.

ଏଠାରେ “ଧାର୍ମିକ”ର ଅର୍ଥ ହେଉଛି ଇଶ୍ଵର ଲୋକମାନଙ୍କୁ ତାହାଙ୍କ ସହିତ ସଠିକ୍ କରିବାର କ୍ଷମତାକୁ ଦର୍ଶାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଇଶ୍ଵର ଜଣେ ବ୍ୟକ୍ତିକୁ ତାହାଙ୍କ ସହିତ ସଠିକ୍ ଘୋଷଣା କରନ୍ତି, ସେହି ବ୍ୟକ୍ତି ଆଉ ଦୀର୍ଘକାଳ ପାପର ନିୟନ୍ତ୍ରଣରେ ରହିବ ନାହିଁ” (ଦେଖ:INVALID translate/figs-explicitINVALID translate/figs-activepassive)

Romans 6:8

ἀπεθάνομεν σὺν Χριστῷ

ଏଠାରେ “ମୃତ୍ୟୁ” ଏହି ତଥ୍ୟକୁ ଦର୍ଶାଏ କି ବିଶ୍ବାସୀମାନେ ଦୀର୍ଘକାଳ ପାପର ନିୟନ୍ତ୍ରଣରେ ରହିବେ ନାହିଁ I (ଦେଖ:INVALID translate/figs-explicit)

Romans 6:9

εἰδότες ὅτι Χριστὸς ἐγερθεὶς ἐκ νεκρῶν

ମୃତ୍ୟୁରୁ ଉଠାଇବା ଜଣେ ବ୍ୟକ୍ତିକୁ ପୁନର୍ବାର ଜୀବିତ କରାଇବା ନିମନ୍ତେ ଏକ ରୂଢ଼ି ଅଟେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣିଛୁ ଯେହେତୁ ଖ୍ରୀଷ୍ଟ ମରିଲା ପରେ ଇଶ୍ଵର ପୁନର୍ବାର ଜୀବିତ କଲେ” (ଦେଖ: INVALID translate/figs-activepassiveINVALID translate/figs-idiom)

ἐκ νεκρῶν

ସେହି ସମସ୍ତଙ୍କୁ ମଧ୍ୟରୁ ଯେଉଁମାନେ ମରିଅଛନ୍ତି I ଏହି ଅଭିବ୍ୟକ୍ତି ସବୁ ମୃତ ଲୋକମାନଙ୍କୁ ଏକ ସାଙ୍ଗରେ ଭୂଗର୍ଭରେ ରହିଥିବା ବିଷୟ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିବା ହେଉଛି ପୁନର୍ବାର ଜୀବିତ ହେବା I

θάνατος αὐτοῦ οὐκέτι κυριεύει

ଏଠାରେ “ମୃତ୍ୟୁ”କୁ ଏକ ରାଜା ବା ଶାସକ ରୂପରେ ବର୍ଣ୍ଣନା କରାଯାଇଛି, ଯାହା ପାଖରେ ଲୋକଙ୍କ ଉପରେ ଅଧିକାର ଅଛି। ଅନ୍ୟ ଏକ ଅନୁବାଦରେ: “ସେ କେବେ ପୁନର୍ବାର ମରିବେ ନାହିଁ” (ଦେଖ:INVALID translate/figs-personification)

Romans 6:10

ὃ γὰρ ἀπέθανεν, τῇ ἁμαρτίᾳ ἀπέθανεν ἐφάπαξ

“ସମସ୍ତଙ୍କ ପାଇଁ ଥରେ” ବାକ୍ୟାଂଶଟିର ଅର୍ଥ ସଂମ୍ପୂର୍ଣ୍ଣ ରୂପରେ କିଛି ଶେଷ କରିଦେବା I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ଏହାର ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଯେତେବେଳେ ସେ ମଲେ, ସେ ପାପର ଶକ୍ତିକୁ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିଦେଲେ” (ଦେଖ:INVALID translate/figs-idiomINVALID translate/figs-explicit)

Romans 6:11

οὕτως καὶ ὑμεῖς, λογίζεσθε

ଏହି କାରଣ ପାଇଁ ଚିନ୍ତା କର

λογίζεσθε ἑαυτοὺς

ତୁମ୍ଭେମାନେ ନିଜ ବିଷୟରେ ଭାବିଦେଖ ବା “ତୁମ୍ଭେମାନେ ନିଜ ନିଜକୁ ଦେଖ”

νεκροὺς μὲν τῇ ἁμαρτίᾳ

ଯେପରି କେହି ଶବକୁ କିଛି କରିବା ପାଇଁ ଜବରଦସ୍ତ କରି ପାରିନ୍ତି ନାହିଁ, ସେହିପରି ପାପର କୌଣସି ଶକ୍ତି ନାହିଁ, ଯାହା ଈଶ୍ବରଙ୍କୁ ଅପମାନ କରିବI ପାଇଁ ବିଶ୍ଵାସୀମାନଙ୍କୁ ଜବରଦସ୍ତ କରିବ I ଅନ୍ୟ ଏକ ଅନୁବାଦରେ: “ସତେ ଯେପରି ତୁମ୍ଭେମାନେ ପାପର ଶକ୍ତି ପ୍ରତି ମରି ଯାଇଥିଲ” (ଦେଖ:INVALID translate/figs-metaphor)

νεκροὺς μὲν τῇ ἁμαρτίᾳ, ζῶντας δὲ τῷ Θεῷ

ପାପର ଶକ୍ତି ପ୍ରତି ମୃତ, କିନ୍ତୁ ଈଶ୍ବରଙ୍କ ସମ୍ମାନ କରିବା ପାଇଁ ଜୀବିତ

ζῶντας ... τῷ Θεῷ ἐν Χριστῷ Ἰησοῦ

ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁଦେଇଥିବା ଶକ୍ତି ମାଧ୍ୟମରେ ଈଶ୍ବରଙ୍କ ସମ୍ମାନ କରିବାକୁ ଜୀବିତ ରହିବା

Romans 6:12

ପାଉଲ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଅନ୍ତି କି ଅନୁଗ୍ରହ ଅମ୍ଭମାନଙ୍କ ଉପରେ ଶାସନ କରେ, ବ୍ୟବସ୍ଥା ନୁହେଁ; ଆମ୍ଭେମାନେ ପାପର ଦାସ ନୋହୁଁ, କିନ୍ତୁ ଈଶ୍ବରଙ୍କ ଦାସ ଅଟୁ I

μὴ ... βασιλευέτω ἡ ἁμαρτία ἐν τῷ θνητῷ ὑμῶν σώματι

ପାଉଲ ପାପ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ପାପ ସେମାନଙ୍କ କର୍ତ୍ତା ଓ ରାଜା ଥାଇ ସେମାନଙ୍କୁ ନିୟନ୍ତ୍ରଣ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ପାପପୂର୍ଣ୍ଣ ଇଚ୍ଛାଗୁଡିକୁ ତୁମ୍ଭ ଉପରେ ନିୟନ୍ତ୍ରଣ କରିବାକୁ ଦିଅ ନାହିଁ” (ଦେଖ:INVALID translate/figs-personification)

ἐν τῷ θνητῷ ὑμῶν σώματι

ଏହି ବାକ୍ୟାଂଶ ଜଣେ ବ୍ୟକ୍ତିର ଶାରୀରିକ ଭାଗକୁ ଦର୍ଶାଏ, ଯାହା ମରିଯିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ” (ଦେଖ:INVALID translate/figs-synecdoche)

εἰς τὸ ὑπακούειν ταῖς ἐπιθυμίαις αὐτοῦ

ପାଉଲ ମନ୍ଦ ଇଚ୍ଛାଗୁଡିକ ଥିବା ଜଣେ ବ୍ୟକ୍ତି ବିଷୟରେ କହନ୍ତି ସତେ ଯେପରି ଏହି ପାପ ଏକ କର୍ତ୍ତା ଥିଲା, ଯେଉଁଥିରେ ମନ୍ଦ ଇଚ୍ଛାଗୁଡିକ ଥିଲା I (ଦେଖ:INVALID translate/figs-personification)

Romans 6:13

μηδὲ παριστάνετε τὰ μέλη ὑμῶν, ὅπλα ἀδικίας τῇ ἁμαρτίᾳ

ଏହି ଛବି ସେହି ପାପୀର ଅଟେ ଯେ କି “ତାହାଙ୍କ ଶରୀରର କିଛି ଅଂଶ” ତାହାଙ୍କ ଗୁରୁ ଓ ରାଜାଙ୍କୁ ଉତ୍ସର୍ଗ କରୁଛନ୍ତି I “ଶରୀରର ଅଙ୍ଗ ” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତି ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜକୁ ପାପ ନିକଟରେ ଅର୍ପଣ କର ନାହିଁ, କଲେ ତୁମ୍ଭେମାନେ ଯାହା ଠିକ୍ ନୁହେଁ, ତାହା କରିପକାଇବ” (ଦେଖ:INVALID translate/figs-synecdoche)

ἀλλὰ παραστήσατε ἑαυτοὺς τῷ Θεῷ, ὡσεὶ ἐκ νεκρῶν ζῶντας

ଏଠାରେ “ବର୍ତ୍ତମାନ ଜୀବିତ” ବିଶ୍ବାସୀଙ୍କ ନୂତନ ଆତ୍ମିକ ଜୀବନକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ନିଜକୁ ଈଶ୍ବରଙ୍କ ଅର୍ପଣ କର, କାରଣ ସେ ତୁମ୍ଭମାନଙ୍କୁ ନୂତନ ଆତ୍ମିକ ଜୀବନ ଦେଇଛନ୍ତି” କିମ୍ବା “କିନ୍ତୁ ତୁମ୍ଭେମାନେ ନିଜକୁ ସତେ ଯେପରି ମରିଯାଇଥିବା ଓ ବର୍ତ୍ତମାନ ଜୀବିତ ହୋଇଥିବା ଲୋକ ସଦୃଶ ଈଶ୍ବର ନିକଟରେ ଅର୍ପଣ କର” (ଦେଖ:INVALID translate/figs-explicit)

καὶ τὰ μέλη ὑμῶν, ὅπλα δικαιοσύνης τῷ Θεῷ

ଏଠାରେ “ତୁମ୍ଭମାନଙ୍କ ଶରୀରର ଅଂଶ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯାହା ତାହାଙ୍କୁ ସନ୍ତୁଷ୍ଟ କରିବ, ସେଥି ସକାଶେ ଈଶ୍ବର ତୁମ୍ଭମାନଙ୍କୁ ବ୍ୟବହାର କରନ୍ତୁ” (ଦେଖ:INVALID translate/figs-synecdoche)

Romans 6:14

ἁμαρτία ... ὑμῶν οὐ κυριεύσει,

ପାଉଲ ଏଠାରେ “ପାପ” ବିଷୟରେ କହନ୍ତି, ସତେ ଯେପରି ଏହା ଲୋକମାନଙ୍କ ଉପରେ ଶାସନ କରୁଥିବା ଏକ ରାଜା ଥିଲା I ଅନ୍ୟ ଏକ ଅନୁବାଦରେ: “ ତୁମ୍ଭେମାନେ ଯାହା କରୁଅଛ, ତାହା ଉପରେ ପାପପୂର୍ଣ୍ଣ ଇଚ୍ଛାଗୁଡିକ ନିୟନ୍ତ୍ରଣ ନ କରୁ” କିମ୍ବା “ତୁମ୍ଭେମାନେ ନିଜକୁ ପାପପୂର୍ଣ୍ଣ ଜିନିଷ କରିବାକୁ ଅନୁମତି ଦିଅ ନାହିଁ, ଯାହା ତୁମ୍ଭେମାନେ କରିବାକୁ ଚାହୁଁଛ” (ଦେଖ:INVALID translate/figs-personification)

οὐ γάρ ἐστε ὑπὸ νόμον

“ବ୍ୟବସ୍ଥାର ଅଧୀନରେ” ହେବାର ଅର୍ଥ ଏହାର ସୀମାର ଓ ଦୁର୍ବଳତାର ଅଧିନ ହେବା I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ଆଉ ଦୀର୍ଘ କାଳ ମୋଶାଙ୍କ ବ୍ୟବସ୍ଥାରେ ଆବଦ୍ଧ ହୋଇ ରହିବ ନାହିଁ, ଯାହା ତୁମ୍ଭମାନଙ୍କୁ ପାପ ତ୍ୟାଗ କରିବାକୁ ଶକ୍ତି ଦେଉନାହିଁ” (ଦେଖ:INVALID translate/figs-explicit

ἀλλὰ ὑπὸ χάριν

“ଅନୁଗ୍ରହର ଅଧୀନରେ ” ହେବାର ଅର୍ଥ ହେଉଛି ଈଶ୍ବରଙ୍କ ମୁକ୍ତ ଉପହାର ପାପ କରିବାରୁ ନିବୃତ୍ତ ହେବାର ଶକ୍ତି ପ୍ରଦାନ କରେ I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଅନୁଗ୍ରହରେ ଆବଦ୍ଧ ଅଟ, ଯାହା ତୁମ୍ଭମାନଙ୍କୁ ପାପ ତ୍ୟାଗ କରିବାକୁ ଶକ୍ତି ଦିଏ” (ଦେଖ:INVALID translate/figs-explicit)

Romans 6:15

τί οὖν? ἁμαρτήσωμεν ὅτι οὐκ ἐσμὲν ὑπὸ νόμον, ἀλλὰ ὑπὸ χάριν? μὴ γένοιτο

ପାଉଲ ଏହି ପ୍ରଶ୍ନରେ ଗୁରୁତ୍ଵ ଦିଅନ୍ତି କି ଅନୁଗ୍ରହର ଅଧୀନରେ ରହିବାର ଅର୍ଥ ପାପ କରିବା ନିମନ୍ତେ ନୁହେଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, କାରଣ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହୋଇ ଅନୁଗ୍ରହରେ ଆବଦ୍ଧ ଅଟୁ, ନିଶ୍ଚିତ ରୂପରେ ଏହାର ଅର୍ଥ ଏହା ନୁହେଁ ଆମ୍ଭେମାନଙ୍କୁ ପାପ କରିବାକୁ ଅନୁମତି ଅଛି” (ଦେଖ:INVALID translate/figs-rquestion)

μὴ γένοιτο

"ଆମେ କେବେ ଚାହିଁବୁ ନାହିଁ ଏପରି ହେଉ! କିମ୍ବା “ଈଶ୍ବର ମୋତେ ତାହା ନ କରିବା ପାଇଁ ସାହାଯ୍ୟ କରନ୍ତୁ!” ଏହି ଅଭିବ୍ୟକ୍ତି ଏକ ଅତ୍ୟନ୍ତ ଦୃଢ ଇଚ୍ଛାକୁ ପ୍ରକାଶ କରେ କି ଏହା ଘଟିବ ନାହିଁ I ତୁମ୍ଭ ଭାଷାରେ ସମାନ ଅଭିବ୍ୟକ୍ତି ଥାଇପାରେ, ଯାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଦେଖ ତୁମ୍ଭେମାନେ ଏହାକୁ [ରୋମୀୟ ୩:୩୧] (II/୦୩/୩୧Imd) ରେ କେମିତି ଅନୁବାଦ କଲ I

Romans 6:16

οὐκ οἴδατε, ὅτι ᾧ παριστάνετε ἑαυτοὺς δούλους εἰς ὑπακοήν, δοῦλοί ἐστε ᾧ ὑπακούετε

ପାଉଲ ଜଣେ କାହାକୁ ଭର୍ତ୍ସନା କରି କହିବାକୁ ଏକ ପ୍ରଶ୍ନର ବ୍ୟବହାର କରନ୍ତି ଯେ କି ଈଶ୍ବରଙ୍କ ଅନୁଗ୍ରହ ପାପ କରିବାକୁ ଦିଏ ବୋଲି ଭାବିପାରେ I ତୁମ୍ଭେମାନେ ଏହାକୁ ଏକ ଦୃଢ ବାକ୍ୟ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିବା ଉଚିତ୍ ଯେ ତୁମ୍ଭେମାନେ ସେହି କର୍ତ୍ତାର ଦାସ ଅଟ ଯାହାକୁ ତୁମ୍ଭେମାନେ ମାନିବାକୁ ବାଛିଛି!”(ଦେଖ:INVALID translate/figs-rquestion)

ἤτοι ἁμαρτίας ... ἢ ὑπακοῆς

ଏଠାରେ,ପାଉଲ “ପାପ” ଓ “ଆଜ୍ଞାକାରିତା” କଥା କହନ୍ତି ସତେ ଯେପରି ସେମାନେ ଏକ ଦାସ ମାନିବIକୁ ଥିବା ସ୍ଵାମୀ ସଦୃଶ ଥିଲେ I ଅନ୍ୟ ଏକ ଅନୁବାଦରେ: “କ’ଣ ତୁମ୍ଭେମାନେ ପାପ ନିକଟରେ ଦାସ ପରି ଅଟ IIIକିମ୍ବା ଆଜ୍ଞାକାରିତା” ନିକଟରେ ଦାସମାନଙ୍କ ପରି ଅଟ” କିମ୍ବା “ହୁଏତ ତୁମ୍ଭେମାନେ ପାପ ନିକଟରେ ଦାସ ଅଟ III କିମ୍ବା ତୁମ୍ଭେମାନେ ଆଜ୍ଞାକାରିତା ନିକରରେ ଦାସ ଅଟ” (ଦେଖ:INVALID translate/figs-personification)

εἰς θάνατον ... εἰς δικαιοσύνην

ଯାହାର ପରିଣାମ ମୃତ୍ୟୁ ହୁଏ III ଯାହାର ପରିଣାମ ଧାର୍ମିକତା ଅଟେ"

Romans 6:17

χάρις δὲ τῷ Θεῷ

କିନ୍ତୁ ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦେଉଛି!

ὅτι ἦτε δοῦλοι τῆς ἁμαρτίας

ପାପର ଦାସତ୍ଵ ଏକ ରୂପକ ଅଟେ, ଯାହାର ଅର୍ଥ ପାପ କରିବାର ଏମିତି ଏକ ତୀବ୍ର ଇଚ୍ଛା, ଯାହାକୁ କେହି ନିଜକୁ ପାପ କରିବାରୁ ରୋକିବାକୁ ସକ୍ଷମ ହୋଇପାରେ ନାହିଁ I ଏହା ସତେ ଯେପରି ପାପ ସେହି ବ୍ୟକ୍ତିକୁ ନିୟନ୍ତ୍ରଣ କରୁଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପାପର ଦାସ ପରି ଥିଲ” କିମ୍ବା “ତୁମ୍ଭେମାନେ ପାପ ଦ୍ବାରା ନିୟନ୍ତ୍ରିତ ଥିଲ” (ଦେଖ:INVALID translate/figs-metaphor)

ὑπηκούσατε δὲ ἐκ καρδίας

ଏଠାରେ “ହୃଦୟ” ଶବ୍ଦଟି କିଛି କରିବା ପାଇଁ ଆନ୍ତରିକ ଓ ସତ୍ୟପ୍ରିୟ ଉଦ୍ଦେଶ୍ୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ସତ୍ୟଭାବରେ ପାଳନ କଲ” (ଦେଖ:INVALID translate/figs-metonymy)

εἰς ὃν παρεδόθητε τύπον διδαχῆς

ଏଠାରେ “ଢାଞ୍ଚା” ବଞ୍ଚିବାର ପ୍ରଣାଳୀକୁ ଦର୍ଶାଏ, ଯାହା ଧାର୍ମିକତା ପଥରେ କଢ଼ାଇ ନିଏ I ବିଶ୍ଵାସୀମାନେ ବଞ୍ଚିବାର ପୁରୁଣା ପ୍ରଣାଳୀ ପରିବର୍ତ୍ତନ କରି ବଞ୍ଚିବାର ନୂତନ ପ୍ରଣାଳୀ ଗ୍ରହଣ କରନ୍ତି, ଯାହାକି ଖ୍ରୀଷ୍ଟିୟାନ ନେତାମାନେ ସେମାନଙ୍କୁ ଶିଖାନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ଶିକ୍ଷା, ଯାହା ଖ୍ରୀଷ୍ଟିୟାନ ନେତାମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ:INVALID translate/figs-activepassive)

Romans 6:18

ἐλευθερωθέντες δὲ ἀπὸ τῆς ἁμαρτίας

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି” (ଦେଖ:INVALID translate/figs-activepassive)

ἐλευθερωθέντες δὲ ἀπὸ τῆς ἁμαρτίας

ଏଠାରେ “ପାପରୁ ମୁକ୍ତି” ପାପ ପ୍ରତି ଆଉ ତୀବ୍ର ଇଚ୍ଛା ନ ହେବା ଓ ନିଜକୁ ପାପରୁ ରୋକିବାକୁ ସକ୍ଷମ ହେବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ପାପ କରିବାର ପ୍ରବଳ ଇଚ୍ଛାକୁ ଛଡ଼ାଇ ନିଆଯାଇଛି” କିମ୍ବା “ତୁମ୍ଭମାନଙ୍କୁ ତୁମ୍ଭ ଉପରେ ପାପର ନିୟନ୍ତ୍ରଣରୁ ମୁକ୍ତ କରି ଦିଆଯାଇଛି”

ἐδουλώθητε τῇ δικαιοσύνῃ

ଧାର୍ମିକତାର ଦାସତ୍ଵ ଏକ ରୂପକ ଅଟେ, ଯାହାର ଅର୍ଥ ସଠିକ୍ କାର୍ଯ୍ୟ କରିବାକୁ ପ୍ରବଳ ଇଚ୍ଛା ହେବା। ଏହା ଏପରି ଅଟେ, ସତେ ଯେପରି ଧାର୍ମିକତା ବ୍ୟକ୍ତିକୁ ନିୟନ୍ତ୍ରଣ କରେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କୁ ଧାର୍ମିକତାର ଦାସ ପରି ନିର୍ମିତ କରାଯାଇଛି”କିମ୍ବା “ବର୍ତ୍ତମାନ ତୁମ୍ଭେମାନେ ଧାର୍ମିକତାର ନିୟନ୍ତ୍ରଣରେ ରହିଛ” (ଦେଖ:INVALID translate/figs-metaphor)

ἐδουλώθητε τῇ δικαιοσύνῃ

ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ। ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧାର୍ମିକତାର ଦାସତ୍ଵଭାବରେ ନିର୍ମିତ କରିଅଛନ୍ତି” ବା “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିଛନ୍ତି, ତେଣୁ ତୁମ୍ଭେମାନେ ବର୍ତ୍ତମାନ ଧାର୍ମିକତା ଦ୍ବାରା ନିୟନ୍ତ୍ରିତ ହୋଇଅଛ”

Romans 6:19

ἀνθρώπινον λέγω

ପାଉଲ ତାହାଙ୍କ ପାଠକମାନଙ୍କ ଠାରୁ ଆଶ୍ଚର୍ଯ୍ୟ ହେବାର ଅପେକ୍ଷା କରିଥିବେ କି ସେ ଦାସତ୍ଵ ଓ ସ୍ଵାଧିନତା ବିଷୟରେ କାହିଁକି କହୁଥିଲେ। ଏଠାରେ ସେ କହୁଛନ୍ତି କି ସେ ତାହାଙ୍କ ପ୍ରତିଦିନର ଅନୁଭୂତିରୁ ଏହି ବିଚାରଗୁଡିକର ବ୍ୟବହାର କରୁଛନ୍ତି, ଯେପରି ସେମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କରିବ ଯେ ଲୋକମାନେ ପାପ ଦ୍ଵାରା କିମ୍ବା ଧାର୍ମିକତା ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି। ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ବିଷୟ ମାନବୀୟ ଶବ୍ଦରେ କହୁଅଛି” କିମ୍ବା “ମୁଁ ଦୈନନ୍ଦିନ ଜୀବନର ଉଦାହରଣଗୁଡ଼ିକ ବ୍ୟବହାର କରୁଅଛି”

διὰ τὴν ἀσθένειαν τῆς σαρκὸς ὑμῶν

ପାଉଲ ଅନେକ ସମୟରେ “ଆତ୍ମା”ର ବିପରୀତ ରୂପରେ “ଶରୀର” ଶବ୍ଦର ବ୍ୟବହାର କରନ୍ତି I ” ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ଆତ୍ମିକବିଷୟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପରେ ବୁଝିନାହଁ” (ଦେଖ:INVALID translate/figs-metonymy)

παρεστήσατε τὰ μέλη ὑμῶν δοῦλα τῇ ἀκαθαρσίᾳ, καὶ τῇ ἀνομίᾳ

ଏଠାରେ “ଶରୀରର ଅଙ୍ଗ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜକୁ ପ୍ରତ୍ୟେକ ବିଷୟରେ ଦାସ ପରି ଅର୍ପଣ କରିଛ, ଯାହା ମନ୍ଦ ଅଟେ ଓ ଈଶ୍ବରଙ୍କୁ ଅସନ୍ତୁଷ୍ଟ କରେ” (ଦେଖ:INVALID translate/figs-synecdoche)

παραστήσατε τὰ μέλη ὑμῶν, δοῦλα τῇ δικαιοσύνῃ εἰς ἁγιασμόν

"ଏଠାରେ “ଶରୀରର ଅଙ୍ଗ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସମ୍ମୁଖରେ ଯାହା ସଠିକ, ସେହି ବିଷୟରେ ନିଜକୁ ତୁମ୍ଭେମାନେ ଦାସତ୍ଵ ଭାବେ ଅର୍ପଣ କର । ତାହା ହେଲେ ସେ ତୁମ୍ଭମାନଙ୍କୁ ପୃଥକ କରିପାରିବେ ଓ

Romans 6:20

ἐλεύθεροι ἦτε τῇ δικαιοσύνῃ

ଏଠାରେ “ଧାର୍ମିକତାରୁ ମୁକ୍ତ” ଏକ ରୂପକ, ଯାହାର ଅର୍ଥ ହେଉଛି, ଯାହା ଧର୍ମମୟ, ତାହା ନ କରିବା I ଲୋକମାନେ ଏପରି ବଞ୍ଚୁଥିଲେ, ସତେ ଯେପରି ଯାହା ସଠିକ୍, ତାହା ସେମାନଙ୍କୁ କରିବାର ନ ଥିଲା I ଅନ୍ୟ ଏକ ଅନୁବାଦରେ: “ଏହା ଏପରି ଥିଲା, ଯେପରି ତୁମ୍ଭେମାନେ ଧାର୍ମିକତାରୁ ମୁକ୍ତ ଥିଲ” କିମ୍ବା “ତୁମ୍ଭେମାନେ ଏପରି ବ୍ୟବହାର କରୁଥିଲ ସତେ ଯେପରି ଯାହା ଠିକ୍ ଥିଲା, ତୁମ୍ଭମାନଙ୍କୁ ତାହା କରିବାର ନ ଥିଲା” (ଦେଖ:INVALID translate/figs-metaphorINVALID translate/figs-irony)

Romans 6:21

τίνα οὖν καρπὸν εἴχετε τότε, ἐφ’ οἷς νῦν ἐπαισχύνεσθε

"ଏଠାରେ ଫଳ “ଫଳାଫଳ ” କିମ୍ବା “ପରିଣାମ” ପାଇଁ ଏକ ରୁପକ ଅଟେ I ପାପର ପରିଣାମ କିଛି ଉତ୍ତମ ହୁଏ ନାହିଁ ବୋଲି ଗୁରୁତ୍ବ ଦେବାକୁ ଯାଇ ପାଉଲ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେହି ଜିନିଷଗୁଡିକରୁ କିଛି ଉତ୍ତମ ବିଷୟ ହୋଇ ନାହିଁ, ଯାହା ବର୍ତ୍ତମାନ ତୁମ୍ଭମାନଙ୍କର ଲଜ୍ଜାର କାରଣ ହୋଇଛି” କିମ୍ବା “ତୁମ୍ଭେମାନେ ସେହି ବିଷୟ କରି କିଛି ପାଇବ ନାହିଁ, ଯାହା ବର୍ତ୍ତମାନ ତୁମ୍ଭମାନଙ୍କର ଲଜ୍ଜାର କାରଣ ହୋଇଛି” (ଦେଖ:INVALID translate/figs-rquestion)

Romans 6:22

νυνὶ δέ, ἐλευθερωθέντες ἀπὸ τῆς ἁμαρτίας, δουλωθέντες δὲ τῷ Θεῷ

ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତ ହୋଇଛ ଓ ଈଶ୍ବରଙ୍କର ଦାସ ହୋଇଅଛ” କିମ୍ବା “କିନ୍ତୁ ବର୍ତ୍ତମାନ ଈଶ୍ବର ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି ଓ ତୁମ୍ଭମାନଙ୍କୁ ତାହାଙ୍କର ଦାସ କରିଅଛନ୍ତି” (ଦେଖ:INVALID translate/figs-activepassive)

νυνὶ δέ, ἐλευθερωθέντες ἀπὸ τῆς ἁμαρτίας

“ପାପରୁ ମୁକ୍ତ”ହେବା, ପାପ ନ କରିବା ପାଇଁ ସକ୍ଷମ ହେବାର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବର୍ତ୍ତମାନ ଈଶ୍ବର ତୁମ୍ଭମାନଙ୍କୁ ପାପ ନ କରିବାକୁ ସକ୍ଷମ କରିଅଛନ୍ତି” (ଦେଖ:INVALID translate/figs-metaphor)

δουλωθέντες δὲ τῷ Θεῷ

ଈଶ୍ବରଙ୍କ ପାଇଁ “ଦାସତ୍ଵ” ହେବା, ଈଶ୍ବରଙ୍କ ସେବା ଓ ଆଜ୍ଞା ପାଳନ କରିବାରେ ସକ୍ଷମ ହେବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ ଆଉ ଈଶ୍ବର ତୁମ୍ଭମାନଙ୍କୁ ତାହାଙ୍କର ସେବା କରିବା ପାଇଁ ସକ୍ଷମ କରିବେ” (ଦେଖ:INVALID translate/figs-metaphor)

ἔχετε τὸν καρπὸν ὑμῶν εἰς ἁγιασμόν

ଏଠାରେ “ଫଳ” “ପରିମାଣ” ଓ “ଲାଭ”ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ପବିତ୍ରୀକରଣ ତୁମ୍ଭମାନଙ୍କର ଲାଭ ଅଟେ” ଓ “ଲାଭ ଏହା ଅଟେ କି ତୁମ୍ଭେମାନେ ପବିତ୍ର ପଥରେ ରହୁଛ” (ଦେଖ:INVALID translate/figs-metaphor)

τὸ δὲ τέλος ζωὴν αἰώνιον

ଏହି ସବୁର ପରିଣାମ ଏହା କି ତୁମ୍ଭେମାନେ ସବୁବେଳ ପାଇଁ ଈଶ୍ବରଙ୍କ ସହିତ ରହିବ"

Romans 6:23

τὰ γὰρ ὀψώνια τῆς ἁμαρτίας θάνατος

“ବେତନ” ଶବ୍ଦ କାହାକୁ ସେମାନଙ୍କର କର୍ମ ପାଇଁ ଦିଆଯାଇଥିବା ପରିଶୋଧକୁ ଦର୍ଶାଏ I “କାରଣ ଯଦି ତୁମ୍ଭେମାନେ ପାପର ସେବା କର, ତୁମ୍ଭେମାନେ ପରିଶୋଧ ରୂପରେ ଆତ୍ମିକ ମୃତ୍ୟୁ ଗ୍ରହଣ କରିବ” କିମ୍ବା “ଯଦି ତୁମ୍ଭେମାନେ ପାପ କରିବା ଚାଲୁ ରଖ, ଈଶ୍ବର ତୁମ୍ଭମାନଙ୍କୁ ଆତ୍ମିକ ମୃତ୍ୟୁ ସହିତ ଦଣ୍ଡିତ କରିବେ”

τὸ δὲ χάρισμα τοῦ Θεοῦ ζωὴ αἰώνιος ἐν Χριστῷ Ἰησοῦ, τῷ Κυρίῳ ἡμῶν

କିନ୍ତୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ,ଈଶ୍ବର ସେହି ଲୋକମାନଙ୍କୁ ଅନନ୍ତ ଜୀବନ ଦେବେ

Romans 7

ରୋମୀୟ୦୭ ଅଧ୍ୟାୟର ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

“ତୁମ୍ଭେମାନେ କ’ଣ ଜାଣ ନାହଁ”

ଏକ ନୂତନ ବିଷୟରେ ଆଲୋଚନା କରିବାପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯାହା ପୂର୍ବ ଶିକ୍ଷାରେ ଅଲୋଚନା କରାଯାଇଛି, ତାହା ସହିତ ମିଳିତ କରିବା ପାଇଁI

ଏହି ଅଧ୍ୟାୟର ବିଶେଷ ଧାରଣା

“ଆମ୍ଭେମାନେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ

ପାଉଲ ବର୍ଣ୍ଣନା କରନ୍ତି ଯେ ମୋଶାଙ୍କ ବ୍ୟବସ୍ଥା ଆଉ ଲାଗୁ ହେଉନାହିଁ I ଏହା ସତ୍ୟ ହେଲେ ମଧ୍ୟ, ବ୍ୟବସ୍ଥାରେ ଥିବା ସର୍ବକାଳୀନ ସିଦ୍ଧାନ୍ତଗୁଡିକ ଈଶ୍ବରଙ୍କ ଚରିତ୍ରକୁ ପ୍ରକାଶିତ କରେ I (ଦେଖ:INVALID bible/kt/lawofmoses)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଶବ୍ଦ ଅଳଙ୍କାର

ବିବାହ

ଶାସ୍ତ୍ର ସାଧାରଣତଃ ବିବାହକୁ ଏକ ରୂପକ ଭାବେ ବ୍ୟବହାର କରେ I ଏଠାରେ ପାଉଲ ମଣ୍ଡଳୀ କିପରି ମୋଶାଙ୍କ ବ୍ୟବସ୍ଥା ଓ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ସମ୍ବନ୍ଧ ସ୍ଥାପନ କରୁଛି, ସେ ବିଷୟ ବର୍ଣ୍ଣନା କରୁଛନ୍ତି I (ଦେଖ:INVALID translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶରୀର

ଏହା ଏକ ଜଟିଳ ବିଷୟ ଅଟେ I “ଶରୀର” ଆମ୍ଭମାନଙ୍କ ପାପରୂପ ସ୍ବଭାବର ରୂପକ ଅଟେ I ପାଉଲ ଏହା ଶିକ୍ଷା ଦେଉ ନାହାନ୍ତି ଯେ ଆମ୍ଭମାନଙ୍କର ଭୌତିକ ଶରୀର ପାପ ଅଟେ I ପାଉଲ ଏହା ଶିକ୍ଷା ଦେବା ନିମନ୍ତେ ଚାହାଁନ୍ତି ଯେ, ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି, (“ଶରୀରରେ”), ଆମ୍ଭେମାନେ ବାରମ୍ବାର ପାପ କରି ଚାଲିଥିବା I କିନ୍ତୁ ଆମ୍ଭମାନଙ୍କର ନୂତନ ସ୍ବଭାବ ପୁରାତନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରିବ I (ଦେଖ:INVALID bible/kt/fleshINVALID bible/kt/sin)

Romans 7:1

ପାଉଲ ବର୍ଣ୍ଣନା କରନ୍ତି ଯେ ଯେଉଁମାନେ ବ୍ୟବସ୍ଥାର ଅଧୀନରେ ଅଛନ୍ତି, ବ୍ୟବସ୍ଥା କିପରି ସେମାନଙ୍କୁ ନିୟନ୍ତ୍ରଣ କରିଥାଏ I

ἢ ἀγνοεῖτε, ἀδελφοί γινώσκουσιν( γὰρ νόμον λαλῶ), ὅτι ὁ νόμος κυριεύει τοῦ ἀνθρώπου ἐφ’ ὅσον χρόνον ζῇ

ପାଉଲ ଜୋର୍ ଦେବା ପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ତେଣୁ ତୁମ୍ଭେମାନେ ନିଶ୍ଚିତ ରୂପରେ ଜାଣିଅଛ ଯେ ଲୋକମାନେ ବ୍ୟବସ୍ଥା ପାଳନ କରିବାକୁ ହେବ, ଯେପର୍ଯ୍ୟନ୍ତ ସେମାନେ ଜୀବିତ ରହିଥିବେ” (ଦେଖ:INVALID translate/figs-rquestion)

ἀδελφοί

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I

Romans 7:2

ଏହି ପଦ ଏକ ବର୍ଣ୍ଣନାତ୍ମକଭାବେ ଆରମ୍ଭ ହୋଇଛି, ଯେଉଁଥିରେ ପାଉଲଙ୍କ “ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ସେପର୍ଯ୍ୟନ୍ତ ନିୟନ୍ତ୍ରଣ କରେ, ଯେପର୍ଯ୍ୟନ୍ତ ସେ ଜୀବିତ ରହେ”ର ଅର୍ଥ କହୁଛନ୍ତି ([ରୋମୀୟ ୭:୧] (I/୦୧Imd))I

ἡ ... ὕπανδρος γυνὴ τῷ ... ἀνδρὶ δέδεται νόμῳ

ଏଠାରେ “ସ୍ବାମୀ ସହିତ ବ୍ୟବସ୍ଥା ଦ୍ବାରା ଆବଦ୍ଧ ହୋଇଅଛୁ” ଏକ ରୂପକ ଅଟେ, ଏହା ବିବାହର ବ୍ୟବସ୍ଥା ଅନୁସାରେ ଜଣେ ସ୍ତ୍ରୀ ତାହାର ସ୍ବାମୀ ସହିତ ସମ୍ମିଳିତ ହେବା ବିଷୟକୁ ସୂଚିତ କରେ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଅନୁସାରେ, ବିବାହିତା ସ୍ତ୍ରୀ, ସ୍ବାମୀ ସହିତ ସମ୍ମିଳିତ ଅଟେ” (ଦେଖ:INVALID translate/figs-metaphor)

ἡ ... ὕπανδρος γυνὴ

ଏହା ଯେ କୌଣସି ବିବାହିତା ମହିଳାକୁ ଦର୍ଶାଏ I

Romans 7:3

ଏହି ପଦ ପାଉଲ “ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ସେପର୍ଯ୍ୟନ୍ତ ନିୟନ୍ତ୍ରଣ କରେ, ଯେପର୍ଯ୍ୟନ୍ତ ସେ ଜୀବିତ ରହେ”ର ଅର୍ଥ ବୁଝାଇବା ସହିତ ସମାପ୍ତ ହୁଏ ([ରୋମୀୟ ୭:୧] (I/୦୧Imd))I

μοιχαλὶς χρηματίσει

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଏକ ବ୍ୟଭିଚାରିଣୀ ଭାବରେ ବିଚାର କରିବେ” ବା “ଲୋକମାନେ ତାହାଙ୍କୁ ବ୍ୟଭିଚାରିଣୀ ବୋଲି ଡାକିବେ” (ଦେଖ:INVALID translate/figs-activepassive)

ἐλευθέρα ἐστὶν ἀπὸ τοῦ νόμου

ଏଠାରେ ବ୍ୟବସ୍ଥାରୁ ମୁକ୍ତ ହେବାର ଅର୍ଥ ବ୍ୟବସ୍ଥାକୁ ଆଉ ପାଳନ ନ କରିବା I ଏହି ଘଟଣାରେ, ମହିଳା ଜଣକୁ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନାହିଁ, ଯାହା କହେ ଯେ ଜଣେ ବିବାହିତା ମହିଳା ଅନ୍ୟ ପୁରୁଷ ସହିତ ବିବାହ କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ବ୍ୟବସ୍ଥା ପାଳନ କରିବାକୁ ହେବ ନାହିଁ”

Romans 7:4

ὥστε, ἀδελφοί μου

ଏହା ପଛରେ ଥିବା ରୋମୀୟ ୭:୧ସହିତ ସମ୍ବନ୍ଧିତ ଅଟେ I

ἀδελφοί

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I

καὶ ὑμεῖς ἐθανατώθητε τῷ νόμῳ διὰ τοῦ σώματος τοῦ Χριστοῦ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ୍ୟୁ ହୋଇଅଛ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ମୃତ୍ୟୁଭୋଗ କରିଅଛ” (ଦେଖ:INVALID translate/figs-activepassive)

τῷ ἐκ νεκρῶν ἐγερθέντι

"ଏଠାରେ ଉଠାଇଲେ “ପୁନର୍ବାର ବଞ୍ଚିବା” ନିମନ୍ତେ ଏକ ରୂଢ଼ି ଅଟେ I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କରାଗଲା” ବା “ତାହାଙ୍କୁ ଯାହାକୁ ଈଶ୍ବର ମୃତ୍ୟୁରୁ ଉଠାଇଲେ” ଅବା “ତାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କରାଇଲେ” (ଦେଖ:INVALID translate/figs-idiom)

καρποφορήσωμεν τῷ Θεῷ

ଏଠାରେ “ଫଳ” ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାଭଳି କାର୍ଯ୍ୟର ରୂପକ ଅଟେ”। ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ ହେଲା ଭଲି କାର୍ଯ୍ୟ କରିପାରିବା” (ଦେଖ:INVALID translate/figs-metaphor)

Romans 7:5

εἰς τὸ καρποφορῆσαι τῷ θανάτῳ

ଏଠାରେ “ଫଳ” ଏକ ରୂପକ ଅଟେ, ଯାହା “ଜଣଙ୍କ କାର୍ଯ୍ୟର ପରିଣାମ” ବା “ଜଣଙ୍କ କାର୍ଯ୍ୟର ଫଳାଫଳ”କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯାହାର ପରିମାଣ ସ୍ବରୂପ ଆତ୍ମିକ ମୃତ୍ୟୁ ହେଲା” ବା “ଯାହାର ଫଳାଫଳ ଆମ୍ଭମାନଙ୍କ ଆତ୍ମିକ ମୃତ୍ୟୁ ହୋଇଥିଲା” (ଦେଖ:INVALID translate/figs-metaphor)

Romans 7:6

ପାଉଲ ଆମ୍ଭମାନଙ୍କୁ ସ୍ମରଣ କରାନ୍ତି ଯେ ଈଶ୍ବର ଆମ୍ଭମାନଙ୍କୁ ବ୍ୟବସ୍ଥା ଦ୍ବାରା ପବିତ୍ର କରନ୍ତି ନାହି I

κατηργήθημεν ἀπὸ τοῦ νόμου

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ବ୍ୟବସ୍ଥାରୁ ମୁକ୍ତ କରିଅଛନ୍ତି” (ଦେଖ:INVALID translate/figs-activepassive)

κατηργήθημεν

ଏହି ସର୍ବନାମ ପାଉଲ ଓ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-inclusive)

ἐν ᾧ κατειχόμεθα

ଏହା ବ୍ୟବସ୍ଥାକୁ ଦର୍ଶାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଯାହା ଆମ୍ଭମାନଙ୍କୁ ଧରି ରଖିଥିଲା” (ଦେଖ:INVALID translate/figs-activepassive)

γράμματος

ଏହା ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ମୋଶାଙ୍କ ବ୍ୟବସ୍ଥା” (ଦେଖ:INVALID translate/figs-explicit)

Romans 7:7

τί οὖν ἐροῦμεν

ପାଉଲ ଏକ ନୂତନ ପ୍ରସଙ୍ଗକୁ ଉପସ୍ଥାପନା କରୁଛନ୍ତି I (ଦେଖ:INVALID translate/figs-rquestion)

μὴ γένοιτο

ଅବଶ୍ୟ ଏହା ସତ୍ୟ ନୁହେଁ! ଏହି ଅଭିବ୍ୟକ୍ତି ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନକୁ ଏକ ଅଧିକ ଦୃଢ ସଂଭବ ନାକାରାତ୍ମକ ଉତ୍ତର ଦିଏ I ତୁମ୍ଭ ଭାଷାରେ ଏହି ଭଳି ଅଭିବ୍ୟକ୍ତି ଥାଇପାରେ, ଯାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଦେଖ ତୁମ୍ଭେମାନେ ଏହାକୁ [ରୋମୀୟ ୯:୧୪] (II/୦୯/୧୪Imd)ରେ କେମିତି ଅନୁବାଦ କରିଛ I

τὴν ἁμαρτίαν οὐκ ἔγνων, εἰ μὴ διὰ νόμου

ପାଉଲ ପାପ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଜଣେ କାର୍ଯ୍ୟ କରିପାରୁଥିବା ବ୍ୟକ୍ତି ଥିଲା I (ଦେଖ: INVALID translate/figs-personification)

ἁμαρτία

ପାପ କରିବାକୁ ମୋର ଇଚ୍ଛା"

Romans 7:8

ἀφορμὴν δὲ λαβοῦσα ἡ ἁμαρτία διὰ τῆς ἐντολῆς, κατειργάσατο ἐν ἐμοὶ πᾶσαν ἐπιθυμίαν;

ପାଉଲ ପାପକୁ ପାପ କରୁଥିବା ବ୍ୟକ୍ତି ତୁଳନା କରୁଛନ୍ତି I (ଦେଖ:INVALID translate/figs-personification)

ἐπιθυμίαν

ଏହି ଶବ୍ଦ ଉଭୟ ଅନ୍ୟମାନଙ୍କ ଜିନିଷକୁ ପାଇବାକୁ ଇଚ୍ଛା କରିବା ଓ ମନ୍ଦ ଯୌନ ଇଚ୍ଛାକୁ ପ୍ରକାଶ କରେ I

χωρὶς ... νόμου, ἁμαρτία νεκρά

ଯଦି ବ୍ୟବସ୍ଥା ନ ଥାନ୍ତା, ତେବେ ବ୍ୟବସ୍ଥା କେହି ଅବଜ୍ଞା କରି ନ ଥାଅନ୍ତା, ସେଥିପାଇଁ ପାପ ମଧ୍ୟ ରହି ନ ଥାଆନ୍ତା

Romans 7:9

ἡ ἁμαρτία ἀνέζησεν

ଏହାର ଅର୍ଥ ହୋଇପାରେ ୧) “ମୁଁ ଅନୁଭବ କଲି ଯେ ମୁଁ ପାପ କରୁଥିଲି” କିମ୍ବା ୨) “ମୁଁ ପାପ କରିବାକୁ ପ୍ରବଳ ଇଚ୍ଛା କରୁଥିଲି” (ଦେଖ:INVALID translate/figs-personification)

Romans 7:10

εὑρέθη μοι ἡ ἐντολὴ, ἡ εἰς ζωὴν, αὕτη εἰς θάνατον.

ପାଉଲ ଈଶ୍ବରଙ୍କ ଦଣ୍ଡ ବିଷୟରେ କହନ୍ତି ଯେ ସତେ ଯେପରି ଏହାର ପ୍ରାଥମିକ ପରିଣାମ ଶାରୀରିକ ମୃତ୍ୟୁ ଥିଲା I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଆଜ୍ଞା ଦେଲେ, ଯେପରି ମୁଁ ଜୀବିତ ରହିବି, କିନ୍ତୁ ତା ପରିବର୍ତ୍ତେ ଏହା ମୋତେ ବଧ କଲା” (ଦେଖ:INVALID translate/figs-metaphor)

Romans 7:11

ἡ γὰρ ἁμαρτία ἀφορμὴν λαβοῦσα διὰ τῆς ἐντολῆς, ἐξηπάτησέν με καὶ δι’ αὐτῆς ἀπέκτεινεν

ଯେପରି [ରୋମୀୟ ୭:୭-୮] (I/୦୭Imd)ରେ ପାଉଲ ପାପକୁ ଜଣେ ବ୍ୟକ୍ତି ସହ ବର୍ଣ୍ଣନା କରନ୍ତି, ଯିଏ ୩ଟି ବିଷୟ କରିପାରିବ: ସୁଯୋଗ ନେବା, ପ୍ରତାରଣା କରିବା, ଓ ବଧ କରିବା I ଅନ୍ୟ ଏକ ଅନୁବାଦରେ: “କାରଣ ମୁଁ ପାପ କରିବାକୁ ଚାହୁଁଥିଲି, ମୁଁ ନିଜକୁ ଏହା ଭାବି ପ୍ରତାରଣା କଲି କି ମୁଁ ପାପ କରିପାରିବି ଓ ସେହି ଏକା ସମୟରେ ଆଜ୍ଞା ପାଳନ କରିପାରିବି, କିନ୍ତୁ ଈଶ୍ବର ମୋତେ ତାହାଙ୍କ ଠାରୁ ଅଲଗା କରି ଆଜ୍ଞାର ଅବଜ୍ଞା ପାଇଁ ଦଣ୍ଡିତ କଲେ” (ଦେଖ:INVALID translate/figs-personification)

ἡ ... ἁμαρτία

ପାପ କରିବାକୁ ମୋର ଇଚ୍ଛା

ἀφορμὴν λαβοῦσα διὰ τῆς ἐντολῆς

ପାଉଲ ପାପକୁ ଜଣେ ବ୍ୟକ୍ତି ସହ ତୁଳନା କରନ୍ତି ଯେ କି କାର୍ଯ୍ୟ କରିପାରିବେ। ଦେଖ ତୁମ୍ଭେ ରୋମୀୟ ୭: ୮ ରେ ଏହାର ଅନୁବାଦ କେମିତି କରିଛ I (ଦେଖ:INVALID translate/figs-personification)

ἀπέκτεινεν

ପାଉଲ ପାପୀମାନଙ୍କ ଉପରେ ଈଶ୍ବରଙ୍କ ଦଣ୍ଡ ବିଷୟରେ କହନ୍ତି ଯେ ସତେ ଯେପରି ଶାରୀରିକ ମୃତ୍ୟୁ ଏହାର ପରିଣାମ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ମୋତେ ଈଶ୍ବରଙ୍କ ଠାରୁ ଅଲଗା କରିଦେଲା” (ଦେଖ:INVALID translate/figs-metaphor)

Romans 7:12

ἅγιος

ନୈତିକ ରୂପରେ ଠିକ, ପାପ ବିନା

Romans 7:13

ପାଉଲ ତାହାଙ୍କ ଆନ୍ତରିକ ମନୁଷ୍ୟର ସଂଘର୍ଷ ବିଷୟରେ କହନ୍ତି, ତାହାର ଆନ୍ତରିକ ମନୁଷ୍ୟର ପାପ ସହ ଈଶ୍ବରଙ୍କ ବ୍ୟବସ୍ଥାର ଜ୍ଞାନ ମଧ୍ୟରେ ହେଉଥିବା ସଂଘର୍ଷ- ପାପ ଓ ଉତ୍ତମ ବିଷୟ ମଧ୍ୟରେ I

οὖν

ପାଉଲ ଏକ ନୂତନ ବିଷୟର ସୂଚନା ଦେଉଛନ୍ତି I

τὸ ... ἀγαθὸν ἐμοὶ ἐγένετο θάνατος

ପାଉଲ ଜୋର୍ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I (ଦେଖ:INVALID translate/figs-rquestion)

τὸ ... ἀγαθὸν

ଏହା ଈଶ୍ବରଙ୍କ ବ୍ୟବସ୍ଥାକୁ ଦର୍ଶାଏ I

ἐμοὶ ἐγένετο θάνατος

ମୋର ମୃତ୍ୟୁ ଘଟାଇଥିଲା

μὴ γένοιτο

ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନ ପାଇଁ ଏହି ଅଭିବ୍ୟକ୍ତି ଏକ ଅଧିକ ଦୃଢ ନାକାରାତ୍ମକ ଉତ୍ତର ଦିଏ । ତୁମ୍ଭମାନଙ୍କ ଭାଷାରେ ଏକା ଭଳି ଅଭିବ୍ୟକ୍ତି ଥିଲେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରେ ଏହା ସତ୍ୟ ନୁହେଁ” (ଦେଖ:INVALID translate/figs-rquestion)

ἡ ἁμαρτία ... μοι κατεργαζομένη θάνατον;

ପାଉଲ ପାପକୁ ଏପରି ପ୍ରକାଶ କରନ୍ତି ସତେ ଯେପରି ସେ ଜଣେ ବ୍ୟକ୍ତି ଥିଲା ଓ କାର୍ଯ୍ୟ କରିପାରୁଥିଲା I (ଦେଖ:INVALID translate/figs-personification)

μοι κατεργαζομένη θάνατον

ମୋତେ ଈଶ୍ବରଙ୍କ ଠାରୁ ଅଲଗା କରିଦେଲା

διὰ τῆς ἐντολῆς

କାରଣ ମୁଁ ଆଜ୍ଞାକୁ ଅବଜ୍ଞା କଲି

Romans 7:15

ପାଉଲ ତାହାଙ୍କ ଆନ୍ତରିକ ମନୁଷ୍ୟ ମଧ୍ୟରେ ହେଉଥିବା ସଂଘର୍ଷ ବିଷୟରେ କହନ୍ତି , ତାହାର ଶରୀର ଓ ଈଶ୍ବରଙ୍କ ବ୍ୟବସ୍ଥା ମଧ୍ୟରେ - ପାପ ଓ ଭଲ ବିଷୟ ମଧ୍ୟରେ I

ὃ γὰρ κατεργάζομαι, οὐ γινώσκω

ମୁଁ ନିଶ୍ଚିତ ନୁହେଁ ଯେ ମୁଁ ଯାହାସବୁ କରୁଛି, କାହିଁକି କରୁଛି

ὃ γὰρ κατεργάζομαι

କାରଣ ମୁଁ ଯାହା କରୁଅଛି

οὐ ... ὃ θέλω, τοῦτο πράσσω,

“ମୁଁ କରେ ନାହିଁ” ଶବ୍ଦଟି ଗୋଟିଏ ଅତ୍ୟୁକ୍ତି ଅଟେ, ଯାହା ଜୋର୍ ଦେବା ପାଇଁ କୁହାଯାଇଛି ଯେ ପାଉଲ ତାହା କରନ୍ତି ନାହିଁ, ଯାହା କରିବାକୁ ସେ ବାରମ୍ବାର ଚାହାଁନ୍ତି ବା ସେ ତାହା କରନ୍ତି, ଯାହା କରିବାକୁ ସେ ବାରମ୍ବାର ଚାହାଁନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ଯାହା ମୁଁ କରିବାକୁ ଚାହେଁ”, ତାହା ମୁଁ ସବୁବେଳେ କରେ ନାହିଁ” (ଦେଖ:INVALID translate/figs-hyperbole)

ὃ μισῶ, τοῦτο ποιῶ.

“ମୁଁ କରେ,” ଶବ୍ଦଟି ସୂଚିତ କରେ ଯେ ଯାହା କରିବା ପାଇଁ ସେ ଘୃଣା କରନ୍ତି, ସେ ସବୁବେଳେ କରନ୍ତି, ଏହାକୁ ଗୁରୁତ୍ବ ଦେବା ପାଇଁ ଏକ ଅତ୍ୟୁକ୍ତିଭାବେ କୁହାଯାଇଛି I ପାଉଲ ତାହା କରନ୍ତି, ଯାହା ସେ ସବୁବେଳେ କରିବାକୁ ଚାହାଁନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ଜାଣିଛି କେତେକ ଜିନିଷ ଭଲ ନୁହେଁ, ମାତ୍ର ସେସବୁ ମୁଁ ବେଳେବେଳେ କରେ” (ଦେଖ:INVALID translate/figs-hyperbole)

Romans 7:16

εἰ δὲ ... ποιῶ

ତଥାପି, ଯଦି ମୁଁ କରେ

σύνφημι τῷ νόμῳ

ମୁଁ ଜାଣେ ଯେ ଈଶ୍ବରଙ୍କ ବ୍ୟବସ୍ଥା ଭଲ ଅଟେ

Romans 7:17

ἡ ἐνοικοῦσα ἐν ἐμοὶ ἁμαρτία

ପାଉଲ ପାପକୁ ଏକ ଜୀବିତ ପ୍ରାଣୀ ରୂପରେ ବର୍ଣ୍ଣିନା କରନ୍ତି ଯେ ତାହାଙ୍କୁ ପ୍ରଭାବିତ କରିବାପାଇଁ ତାହାର ଶକ୍ତି ଅଛି I (ଦେଖ:INVALID translate/figs-personification)

Romans 7:18

τῇ σαρκί μου

ଏଠାରେ “ଶରୀର” ପାପରୂପ ସ୍ବଭାବର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୋର ପାପରୂପ ସ୍ବଭାବ” (ଦେଖ:INVALID translate/figs-metonymy)

Romans 7:19

ἀγαθόν

ଭଲ କାର୍ଯ୍ୟଗୁଡିକ ବା “ଭଲ କର୍ମଗୁଡିକ”

κακὸν

ମନ୍ଦ କାର୍ଯ୍ୟଗୁଡିକ ବା “ମନ୍ଦ କର୍ମଗୁଡିକ”

Romans 7:20

ἀλλὰ ἡ οἰκοῦσα ἐν ἐμοὶ ἁμαρτία

ପାଉଲ “ପାପ” ବିଷୟରେ କହନ୍ତି ଯେ ସତେ ଯେପରି ତାହା ଜୀବିତ ଥିଲା ଓ ତାହାଙ୍କ ଭିତରେ ରହୁଥିଲା I (ଦେଖ:INVALID translate/figs-personification)

Romans 7:21

ὅτι ἐμοὶ τὸ κακὸν παράκειται

ପାଉଲ ଏଠାରେ “ମନ୍ଦ” ବିଷୟରେ କହନ୍ତି ଯେ ସତେ ଯେପରି ତାହା ଜୀବିତ ଥିଲା ଓ ତାହାଙ୍କ ଭିତରେ ରହୁଥିଲା I (ଦେଖ:INVALID translate/figs-personification)

Romans 7:22

τὸν ἔσω ἄνθρωπον

ଏହା ହେଉଛି ନୂତନଭାବେ- ଉଦ୍ଦୀପିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆତ୍ମା, ଯେ କି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଛି I (ଦେଖ:INVALID translate/figs-metaphor)

Romans 7:23

βλέπω δὲ ἕτερον νόμον ἐν τοῖς μέλεσίν μου, ἀντιστρατευόμενον τῷ νόμῳ τοῦ νοός μου, καὶ αἰχμαλωτίζοντά με

ମୁଁ କେବଳ ତାହା କରିବାକୁ ସକ୍ଷମ ଅଟେ, ଯାହା ମୋର ପୁରାତନ ସ୍ବଭାବ ମୋତେ କରିବା ପାଇଁ କହେ, ଯାହା ମୋତେ ଆତ୍ମା ଦେଖାଏ, ତଦନୁସାରେ ନୂଆଁ ରୂପେ ଜୀବନ କାଟିବାପାଇଁ ନୁହେଁ

νόμῳ

ଏହା ହେଉଛି ଆତ୍ମିକଭାବରେ ଜୀବିତ ନୂତନ ସ୍ବଭାବ I

ἕτερον νόμον ἐν τοῖς μέλεσίν μου

ଏହା ହେଉଛି ପୁରାତନ ସ୍ବଭାବ, ଯାହା ଲୋକେ ଜନ୍ମ ସମୟରୁ ଧାରଣ କରନ୍ତି

τῷ νόμῳ τῆς ἁμαρτίας, τῷ ὄντι ἐν τοῖς μέλεσίν μου

ମୋର ପାପରୂପ ସ୍ବଭାବ

Romans 7:24

τίς με ῥύσεται ἐκ τοῦ σώματος τοῦ θανάτου τούτου

ବଡ ଆବେଗକୁ ବ୍ୟକ୍ତ କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଯଦି ତୁମ୍ଭମାନଙ୍କ ଭାଷାରେ ବିସ୍ମୟ ଅଭିବ୍ୟକ୍ତି କିମ୍ବା ଏକ ପ୍ରଶ୍ନ ମାଧ୍ୟମରେ ବଡ ଆବେଗକୁ ଦେଖାଇବାପାଇଁ ଏକ ପ୍ରଣାଳୀ ଅଛି, ତେବେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାହୁଁଛି କେହି ମୋତେ ମୋର ଶରୀରର ଇଚ୍ଛାଗୁଡିକୁ ନିୟନ୍ତ୍ରଣରୁ ମୁକ୍ତ କରିଦେଉ!” (ଦେଖ:INVALID translate/figs-rquestion)

με ῥύσεται

ମୋତେ ଉଦ୍ଧାର କର

τοῦ σώματος τοῦ θανάτου τούτου

ଏହା ଏକ ରୂପକ ଅଟେ ଯାହାର ଅର୍ଥ ଏକ ଶରୀର ଯାହା ଶାରୀରିକ ମୃତ୍ୟୁର ଅନୁଭବ କରିବ I (ଦେଖ:INVALID translate/figs-metaphor)

Romans 7:25

χάρις τῷ Θεῷ διὰ Ἰησοῦ Χριστοῦ τοῦ Κυρίου ἡμῶν

ଏହା ୭:୨୪ ରେ ଥିବା ପ୍ରଶ୍ନର ଉତ୍ତର ଅଟେ I

ἄρα οὖν αὐτὸς ἐγὼ, τῷ μὲν νοῒ δουλεύω νόμῳ Θεοῦ; τῇ δὲ σαρκὶ, νόμῳ ἁμαρτίας

ସେମାନେ ଈଶ୍ବରଙ୍କ ବ୍ୟବସ୍ଥା କିମ୍ବା ପାପର ସିଦ୍ଧାନ୍ତକୁ କିପରି ତୁଳନାତ୍ମକ ଭାବରେ ସେବା କରନ୍ତି, ତାହା ଦେଖାଇବାକୁ ଏଠାରେ ମନ ଓ ଶରୀରର ବ୍ୟବାହାର କରାଯାଇଛି I ମନ କିମ୍ବା ବୁଦ୍ଧିର ସହିତ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ବାଛିପାରେ ଓ ଶରୀର ଏବଂ ଶାରୀରିକ ପ୍ରକୃତି ସହିତ ପାପର ସେବା କରିବାକୁ ବାଛିପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ମନ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ବାଛେ, କିନ୍ତୁ ମୋର ଶରୀର ପାପର ବାଧ୍ୟ ହେବାକୁ ବାଛେ” (ଦେଖ:INVALID translate/figs-metaphor)

Romans 8

"# ରୋମୀୟ୦୮ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ଏହି ଅଧ୍ୟାୟର ପ୍ରଥମ ପଦ ଏକ ସଂଯୋଗକାରୀ ବାକ୍ୟ ଅଟେ I ପାଉଲ ୭ ଅଧ୍ୟାୟର ଆପଣା ଶିକ୍ଷାକୁ ସମାପ୍ତ କରନ୍ତି ଓ ସେହି ଶିକ୍ଷାକୁ ୮ ଅଧ୍ୟାୟରେ ଆଗକୁ ବଢାନ୍ତି। କେତେକ ଅନୁବାଦରେ କବିତାର ପ୍ରତ୍ୟେକ ପଂକ୍ତିକୁ ଅନ୍ୟ ପାଠ ତୁଳନାରେ ,ଡାହାଣ ପାଖରୁ କିଛି ଦୂରରେ ଲେଖିଥାଆନ୍ତି, ଏହା ପଢିବାପାଇଁ ସହଜସାଧ୍ୟ ଅଟେ। ୩୬ ପଦରେ ULT ଏହିଏପରି ଲେଖିଅଛି I ପାଉଲ ପୁରତାନ ନିୟମରୁ ଏହି ପଦଗୁଡ଼ିକ ଉଦ୍ଧୃତ କରନ୍ତି

ଏହି ଅଧ୍ୟାୟର ବିଶେଷ ଧାରଣା

ଆତ୍ମାଙ୍କ ବାସସ୍ଥାନ ବା ଉପସ୍ଥିତି

ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କ ଭିତରେ ଓ ସେମାନଙ୍କ ହୃଦୟରେ ବାସ କରନ୍ତି ବୋଲି କୁହାଯାଏ I ଯଦି ଆତ୍ମା ଉପସ୍ଥିତ ଅଟେ, ଏହା ଦର୍ଶାଏ ଯେ ସେହି ବ୍ୟକ୍ତି ପରିତ୍ରାଣ ପାଇଅଛି I (ଦେଖ:INVALID bible/kt/save)

“ଏମାନେ ଈଶ୍ବରଙ୍କ ସନ୍ତାନ ଅଟନ୍ତି”

ଯୀଶୁ ଏକ ବିଶେଷଭାବରେ ଈଶ୍ବରଙ୍କ ପୁତ୍ର ଅଟନ୍ତି I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ତାହାଙ୍କ ପୋଷ୍ୟ ସନ୍ତାନ କରିଅଛନ୍ତି I (ଦେଖ:INVALID bible/kt/sonofgodINVALID bible/kt/adoption)

ପୂର୍ବରୁ ନିରୂପିତ

ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟରେ ପାଉଲ “ପୂର୍ବରୁ ନିରୂପିତ” ବିଷୟରେ ଶିକ୍ଷା ଦିଅନ୍ତିI ଏହା ବାଇବଲର ଚିନ୍ତା “ପୁର୍ବରୁ ନିର୍ଦ୍ଧାରିତ” ସହିତ ସମାନ ଅଟେ I କେତେକ ଲୋକ ଏହି ବିଷୟକୁ ନେଇ କହନ୍ତି ଯେ ଈଶ୍ବର, ଜଗତର ସ୍ଥାପନ ପୁର୍ବରୁ, କେତେକ ଲୋକଙ୍କୁ ଅନନ୍ତକାଳର ଜୀବନ ପାଇଁ ବାଛିଅଛନ୍ତିI ଏହି ବିଷୟରେ ବାଇବଲ ଯାହା ଶିକ୍ଷାଦିଏ, ତାହାଠାରୁ ଖ୍ରୀଷ୍ଟିୟାନମାନଙ୍କ ମତ ଭିନ୍ନ ଭିନ୍ନ ଅଟେ I ତେଣୁ ଅନୁବାଦକମାନେ ଅଧିକ ଯତ୍ନରେ ଏହି ଅଧ୍ୟାୟର ଅନୁବାଦ କରିବାକୁ ହେବ (ଦେଖ:INVALID bible/kt/predestineINVALID bible/kt/save)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଶବ୍ଦ ଅଳଙ୍କାର

ରୂପକ

ପାଉଲ ତାହାଙ୍କ ଶିକ୍ଷାକୁ କାବ୍ୟାତ୍ମକ ଭାବେ, ରୂପକକୁ ବିସ୍ତାରିତ ରୂପକ ଭାବେ ପଦ ୩୮ ଓ ୩୯ ରେ ବର୍ଣ୍ଣନା କରନ୍ତି I ସେ ବର୍ଣ୍ଣନା କରନ୍ତି ଯେ ଯୀଶୁଙ୍କଠାରେ ପରମେଶ୍ବରଙ୍କ ପ୍ରେମଠାରୁ କେହି ମଧ୍ୟ ଅଲଗା କରିପାରିବ ନାହିଁ I (ଦେଖ:INVALID translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦଣ୍ଡାଜ୍ଞା ନୁହେଁ

ଶିକ୍ଷାଗତ ମତଭେଦକୁ ଦୂର କରିବା ପାଇଁ ଏହି ବାକ୍ୟାଂଶକୁ ସାବଧାନ ପୁର୍ବକ ଅନୁବାଦ କରିବା ଉଚିତ I ଲୋକମାନେ ଏପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କର ପାପ ପାଇଁ ଦୋଷୀ ଅଟନ୍ତି I ଯୀଶୁଙ୍କଠାରେ ବିଶ୍ବାସ କଲା ପରେ ମଧ୍ୟ ଈଶ୍ବର ପାପରୂପ ସ୍ବଭାବକୁ ଅଗ୍ରାହ୍ୟ କରନ୍ତି I ଈଶ୍ବର ଏବେ ମଧ୍ୟ ବିଶ୍ବାସୀମାନଙ୍କ ପାପକୁ ଦଣ୍ଡିତ କରିବେ, କିନ୍ତୁ ଯୀଶୁ ସେମାନଙ୍କ ପାପର ଦଣ୍ଡ ନିମନ୍ତେ ପ୍ରାୟଶ୍ଚିତ୍ତ କରିଅଛନ୍ତି I ଏହା ହିଁ ପାଉଲ ଏଠାରେ ପ୍ରକାଶ କରନ୍ତି। “ଦଣ୍ଡ” ଶବ୍ଦର ଅନେକ ଅର୍ଥ ହୋଇପାରେ। ପାଉଲ ଏଠାରେ ଜୋର୍ ଦେଇ କହନ୍ତି ଯେ

Romans 8:1

ପାଉଲ ପାପ ଓ ଭଲ ବିଷୟ ସହିତ ଯେଉଁ ସଂଘର୍ଷ କରିଛନ୍ତି, ସେ ତାହାର ଉତ୍ତର ଦିଅନ୍ତିI

οὐδὲν ἄρα νῦν κατάκριμα τοῖς ἐν Χριστῷ Ἰησοῦ

ଏଠାରେ “ଦଣ୍ଡାଜ୍ଞା” ଲୋକମାନଙ୍କୁ ଦଣ୍ଡିତ କରିବାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ଦଣ୍ଡାଜ୍ଞା ଓ ଶାସ୍ତି ଦେବେ ନାହିଁ” (ଦେଖ:INVALID translate/figs-explicit)

ἄρα

ସେହି କାରଣ ପାଇଁ କିମ୍ବା “ଯେହେତୁ ଏବେ ମୁଁ ଯାହା କହିଲି ତାହା ସତ୍ୟ ଅଟେ”

Romans 8:2

ὁ ... νόμος τοῦ Πνεύματος τῆς ζωῆς ἐν Χριστῷ Ἰησοῦ

ଏହା ଈଶ୍ବରଙ୍କ ଆତ୍ମାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି” (ଦେଖ:INVALID translate/figs-explicit)

ἠλευθέρωσέν σε ἀπὸ τοῦ νόμου τῆς ἁμαρτίας καὶ τοῦ θανάτου

ପାପରୂପ ବ୍ୟବସ୍ଥାରୁ ଓ ମୃତ୍ୟୁରୁ ମୁକ୍ତ ହୋଇଅଛୁ ବାକ୍ୟାଂଶଟି ପାପ ଓ ମୃତ୍ୟୁର ବ୍ୟବସ୍ଥାରେ ନିୟନ୍ତ୍ରିତ ନୋହୁଁ ବାକ୍ୟାଂଶ ନିମନ୍ତେ ଏକ ରୂପକ ଅଟେ, । ଅନ୍ୟ ଏକ ଅନୁବାଦରେ: “ପାପ ଓ ମୃତ୍ୟୁର ବ୍ୟବସ୍ଥା ତୁମ୍ଭମାନଙ୍କୁ ଆଉ ନିୟନ୍ତ୍ରଣ କରିବ ନାହିଁ” (ଦେଖ:INVALID translate/figs-metaphor)

τοῦ νόμου τῆς ἁμαρτίας καὶ τοῦ θανάτου

ସମ୍ଭାବିତ ଅର୍ଥଗୁଡିକ ଏହା ଦର୍ଶାଏ ୧) ବ୍ୟବସ୍ଥା ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ, ଓ ସେମାନଙ୍କ ପାପ ସେମାନଙ୍କ ମୃତ୍ୟୁ ଘଟାଇଥାଏ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାପ ଓ ମୃତ୍ୟୁ ଘଟାଇଥାଏ” କିମ୍ବା ୨) ସିଦ୍ଧାନ୍ତ ଏହା ଯେ ଲୋକମାନେ ପାପ କରନ୍ତି ଓ ମୃତ୍ୟୁଭୋଗ କରନ୍ତି I

Romans 8:3

τὸ γὰρ ἀδύνατον τοῦ νόμου, ἐν ᾧ ἠσθένει διὰ τῆς σαρκός, ὁ Θεὸς

ଏଠାରେ ବ୍ୟବସ୍ଥାକୁ ବ୍ୟକ୍ତି ବିଶେଷଭାବରେ ବର୍ଣ୍ଣନା କରାଯାଇଛି ଯେ କି ପାପର ଶକ୍ତିକୁ ଭାଙ୍ଗି ପାରେ ନାହିଁ I ଅନ୍ୟ ଏକ ଅନୁବାଦରେ: “କାରଣ ବ୍ୟବସ୍ଥାରେ ଆମ୍ଭମାନଙ୍କୁ ପାପ କରିବାଠାରୁ ଦୂର କରିବା ପାଇଁ ଶକ୍ତି ନ ଥିଲା, କାରଣ ଆମ୍ଭମାନଙ୍କ ମଧ୍ୟରେ ଥିବା ପାପ ବହୁତ ଶକ୍ତିଶାଳୀ ଅଟେ I କିନ୍ତୁ ଈଶ୍ବର ଆମ୍ଭମାନଙ୍କୁ ପାପ କରିବାରୁ ନିବୃତ୍ତ କରିଅଛନ୍ତି” (ଦେଖ:INVALID translate/figs-personification)

διὰ τῆς σαρκός

ଲୋକମାନଙ୍କ ପାପରୂପ ସ୍ବଭାବ ଯୋଗୁ

τὸν ἑαυτοῦ Υἱὸν πέμψας, ἐν ὁμοιώματι σαρκὸς ἁμαρτίας, καὶ περὶ ἁμαρτίας, κατέκρινε τὴν ἁμαρτίαν

ଈଶ୍ବରଙ୍କ ପୁତ୍ର ଅନନ୍ତ କାଳ ପାଇଁ ତାହାଙ୍କ ଶରୀର ଓ ମାନବ ଜୀବନକୁ ପାପ ପାଇଁ ଅନନ୍ତ ବଳିଦାନ ରୂପରେ ଦେଇ ଆମ୍ଭମାନଙ୍କର ପାପ ବିରୁଦ୍ଧରେ ଈଶ୍ବରଙ୍କ ପବିତ୍ର କ୍ରୋଧକୁ ସନ୍ତୁଷ୍ଟ କଲେ I

Υἱὸν

ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:INVALID translate/guidelines-sonofgodprinciples)

ἐν ὁμοιώματι σαρκὸς ἁμαρτίας

ଯେ କି ଅନ୍ୟ ଯେ କୌଣସି ଜଣେ ପାପୀ ମନୁଷ୍ୟ ପରି ଦେଖାଗଲେ

καὶ περὶ ἁμαρτίας

ଯେପରି ସେ ଆମ୍ଭମାନଙ୍କର ପାପ ପାଇଁ ବଳିଦାନ ସ୍ବରୂପେ ମୃତ୍ୟୁବରଣ କରିପାରିବେ

κατέκρινε τὴν ἁμαρτίαν ἐν τῇ σαρκί

ଈଶ୍ବର ତାହାଙ୍କ ପୁତ୍ରଙ୍କ ଶରୀର ଦ୍ବାରା ପାପର ଶକ୍ତିକୁ ଭାଙ୍ଗି ଦେଇଅଛନ୍ତି

Romans 8:4

τὸ δικαίωμα τοῦ νόμου πληρωθῇ ἐν ἡμῖν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ବ୍ୟବସ୍ଥାର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବା” (ଦେଖ:INVALID translate/figs-activepassive)

τοῖς μὴ κατὰ σάρκα περιπατοῦσιν

ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ,ଯାହା ଜଣେ ବ୍ୟକ୍ତି କିପରି ଜୀବନଯାପନ କାଟୁଛି, ତାହା ଦେଖାଏ I ପାପରୂପ ସ୍ବଭାବ ପାଇଁ ଶରୀର ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଆମ୍ଭମାନଙ୍କର ପାପରୂପ ଇଚ୍ଛାଗୁଡିକୁ ପାଳନ କରୁନାହୁ” (ଦେଖ:INVALID translate/figs-metaphorINVALID translate/figs-idiom)

ἀλλὰ κατὰ Πνεῦμα

କିନ୍ତୁ ଯେଉଁ ଜଣ ପବିତ୍ର ଆତ୍ମାଙ୍କର ଆଜ୍ଞାକାରୀ ହୁଅନ୍ତି

Romans 8:6

ପାଉଲ ବର୍ତ୍ତମାନ ଆମ୍ଭମାନଙ୍କଠାରେ ଥିବା ଶରୀରକୁ ଓ ଆତ୍ମାକୁ ପାର୍ଥକ୍ୟ କରି କହନ୍ତି

τὸ ... φρόνημα τῆς σαρκὸς ... τὸ δὲ φρόνημα τοῦ Πνεύματος

ଏଠାରେ ପାଉଲ “ଶରୀର” ଓ “ଆତ୍ମା” ଉଭୟଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଜୀବିତ ବ୍ୟକ୍ତି ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପାପୀ ଲୋକମାନେ ଯେପରି ଭାବନ୍ତିIII ପବିତ୍ର ଆତ୍ମାଙ୍କୁ ଶୁଣୁଥିବା ଲୋକମାନେ ଯେପରି ଭାବନ୍ତି” (ଦେଖ:INVALID translate/figs-personification)

θάνατος

ଏଠାରେ ଏହାର ଅର୍ଥ ହେଉଛି ଯେ ଈଶ୍ବରଙ୍କ ଠାରୁ ଜଣେ ବ୍ୟକ୍ତିଙ୍କ ପୃଥକୀକରଣ I

Romans 8:8

οἱ ... ἐν σαρκὶ ὄντες

ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ସେମାନଙ୍କର ପାପରୂପ ସ୍ବଭାବ ଅନୁସାରେ ଚାଲନ୍ତି ବା କର୍ମ କରନ୍ତି I

Romans 8:9

ἐν σαρκὶ

"ତୁମ୍ଭମାନଙ୍କର ପାପରୂପ ସ୍ବଭାବ ଅନୁସାରେ କର୍ମ କରୁଅଛ I ଦେଖ ରୋମୀୟ ୮:୫ ରେ କିପରି “ଶରୀର” ର ଅନୁବାଦ ହୋଇଛି I

ἐν Πνεύματι

ପବିତ୍ର ଆତ୍ମାଙ୍କ ଅନୁସାରେ କର୍ମ କରୁଅଛ"

Πνεύματι, ... Πνεῦμα Θεοῦ ... Πνεῦμα Χριστοῦ

ଏହି ସମସ୍ତ ପବିତ୍ରା ଆତ୍ମାଙ୍କୁ ଦର୍ଶାଏ I

εἴπερ

ଏହି ବାକ୍ୟାଂଶର ଅର୍ଥ ଏହା ନୁହେଁ ଯ ପାଉଲ ସେମାନଙ୍କ ମଧ୍ୟରୁ କେତେକଙ୍କ ନିକଟରେ ଈଶ୍ବରଙ୍କ ଆତ୍ମା ନାହିଁ ବୋଲି ସନ୍ଦେହ କରନ୍ତି I ପାଉଲ ଚାହାଁନ୍ତି ଯେ ସେମାନେ ଅନୁଭବ କରନ୍ତୁ ସେମାନଙ୍କ ପାଖରେ ଈଶ୍ବରଙ୍କ ଆତ୍ମା ଅଛି I ଅନ୍ୟ ଏକ ଅନୁବାଦରେ: “ଯେହେତୁ” ବା “କାରଣ”

Romans 8:10

εἰ ... Χριστὸς ἐν ὑμῖν

ଜଣେ ବ୍ୟକ୍ତିଙ୍କଠାରେ ଖ୍ରୀଷ୍ଟ କିପରି ବାସ କରନ୍ତି ଏହାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ମାଧ୍ୟମରେ ତୁମ୍ଭଠାରେ ବାସ କରନ୍ତି” (ଦେଖ:INVALID translate/figs-explicit)

τὸ μὲν σῶμα νεκρὸν διὰ ἁμαρτίαν

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଜଣେ ବ୍ୟକ୍ତି ଆତ୍ମିକଭାବେ ପାପର ଶକ୍ତି ପ୍ରତି ମୃତ ହୋଇଛି କିମ୍ବା ୨) ପାପ ସକାଶେ ଭୌତିକ ଶରୀର ମୃତ୍ୟୁଭୋଗ କରିବ I (ଦେଖ:INVALID translate/figs-idiom)

τὸ ... Πνεῦμα ζωὴ διὰ δικαιοσύνην

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଜଣେ ବ୍ୟକ୍ତି ଆତ୍ମିକଭାବେ ଜୀବିତ ଅଟେ, କାରଣ ଯାହା ଉତ୍ତମ ତାହ କରିବା ପାଇଁ ଈଶ୍ବର ତାହାକୁ ତାହାଙ୍କ ଶକ୍ତି ଦେଇଅଛନ୍ତି କିମ୍ବା ୨) ଈଶ୍ବର ସେହି ବ୍ୟକ୍ତିକୁ ମୃତ୍ୟୁ ଉତ୍ତାରେ ପୁନର୍ବାର ଜୀବିତ କରାଇବେ, କାରଣ ଈଶ୍ବର ଧାର୍ମିକ ଓ ବିଶ୍ବାସୀମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି I (ଦେଖ:INVALID translate/figs-idiom)

Romans 8:11

εἰ δὲ τὸ Πνεῦμα τοῦ ἐγείραντος τὸν Ἰησοῦν ἐκ νεκρῶν οἰκεῖ ἐν ὑμῖν, ὁ ἐγείρας ἐκ νεκρῶν Χριστὸν Ἰησοῦν ζῳοποιήσει καὶ τὰ θνητὰ σώματα ὑμῶν, διὰ τοῦ ἐνοικοῦντος αὐτοῦ Πνεῦμα ἐν ὑμῖν.

ପାଉଲ କଳ୍ପନା କରନ୍ତି ଯେ ପବିତ୍ର ଆତ୍ମା ତାହାଙ୍କ ପାଠକମାନଙ୍କ ଠାରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଆତ୍ମା III ତୁମ୍ଭଠାରେ ବାସ କରନ୍ତି”

τοῦ ἐγείραντος

ଈଶ୍ବର, ଯିଏ ଉଠାଇ ଅଛନ୍ତି

ἐγείραντος τὸν Ἰησοῦν

ଏଠାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରି ପୁନର୍ବାର ଜୀବିତ ହେବା ପାଇଁ ଉଠାଇବା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କୁ ପୁନର୍ବାର ଜୀବିତ କରାଇଲେ”

τὰ θνητὰ σώματα

ଭୌତିକ ଶରୀର ବା “ଶରୀର, ଯାହା ଦିନେ ନା ଦିନେ ମୃତ୍ୟୁଭୋଗ କରିବ”

Romans 8:12

ἄρα οὖν

କାରଣ ଯାହା ମୁଁ ଏବେ ତୁମ୍ଭମାନଙ୍କୁ କହିଲି ସତ୍ୟ ଅଟେ

ἀδελφοί

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟର ସମଷ୍ଟି ଅଛି I

ὀφειλέται ἐσμέν

ପାଉଲ ଆଜ୍ଞାକାରିତା ବିଷୟରେ କହନ୍ତି ଯେ ସତେ ଯେପରି ସେ ୠଣ ପରିଶୋଧ କରୁଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ପାଳନ କରିବା ଉଚିତ୍” (ଦେଖ:INVALID translate/figs-metaphor)

οὐ τῇ σαρκὶ, τοῦ κατὰ σάρκα ζῆν

ପୁନର୍ବାର ପାଉଲ ଆଜ୍ଞାକାରିତା ବିଷୟରେ କହନ୍ତି ଯେ ସତେ ଯେପରି ସେ ୠଣ ପରିଶୋଧ କରୁଅଛନ୍ତିI ତୁମ୍ଭେମାନେ ଗୁପ୍ତ ଶବ୍ଦ “ଅପରାଧି ବା ୠଣୀ”କୁ ସୂଚିତ କରିପାର I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଆମ୍ଭେମାନେ ଶରୀରର ୠଣୀ ନୋହୁଁ, ଓ ଆମ୍ଭେମାନେ ଆମ୍ଭମାନଙ୍କର ପାପପୂର୍ଣ୍ଣ ଇଚ୍ଛାଗୁଡିକୁ ପାଳନ କରିବା ଉଚିତ୍ ନୁହଁ” (ଦେଖ:INVALID translate/figs-ellipsisINVALID translate/figs-metaphor)

Romans 8:13

εἰ γὰρ κατὰ σάρκα ζῆτε

କାରଣ ଯଦି ତୁମ୍ଭେମାନେ କେବଳ ତୁମ୍ଭମାନଙ୍କର ପାପରୂପ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ଜୀବନ କାଟୁଅଛ

μέλλετε ἀποθνῄσκειν

ତୁମ୍ଭେମାନେ ନିଶ୍ଚିତ ଭାବରେ ଈଶ୍ବରଙ୍କ ଠାରୁ ପୃଥକ ହେବ

εἰ δὲ Πνεύματι τὰς πράξεις τοῦ σώματος θανατοῦτε

ପାଉଲ “ପୁରାତନ ସ୍ବଭାବ” ବିଷୟରେ କହନ୍ତି ଯେ ତାହା ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ସେହି ସ୍ବଭାବ ତାହାର ପାପରୂପ ଇଚ୍ଛାଗୁଡିକ ପାଇଁ ଦାୟୀ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ତୁମ୍ଭମାନଙ୍କର ପାପରୂପ ଇଚ୍ଛାଗୁଡିକୁ ମାନିବାକୁ ବନ୍ଦ କରିଅଛ” (ଦେଖ:INVALID translate/figs-metaphor)

Romans 8:14

ὅσοι γὰρ Πνεύματι Θεοῦ ἄγονται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକଙ୍କପାଇଁ, ଯେଉଁମାନଙ୍କୁ ଈଶ୍ବରଙ୍କ ଆତ୍ମା ଚାଳନା ଦିଅନ୍ତି” (ଦେଖ:INVALID translate/figs-activepassive)

υἱοί Θεοῦ

ଏଠାରେ ଏହାର ଅର୍ଥ ହେଉଛି ଯୀଶୁଙ୍କର ବିଶ୍ବାସୀମାନେ ଓ ଅନେକ ସମୟରେ ଏହାକୁ “ଈଶ୍ବରଙ୍କ ସନ୍ତାନ” ବୋଲି ଅନୁବାଦ କରାଯାଏ I

Romans 8:15

ἐν ᾧ κράζομεν

ଯେ ଆମ୍ଭମାନଙ୍କୁ ଡାକିବାପାଇଁ ସାହାଯ୍ୟ କରନ୍ତି

Ἀββά, ὁ Πατήρ

"ଆରାମିକ୍ ଭାଷାରେ ଆବ୍ବାର ଅର୍ଥ “ପିତଃ” ଅଟେ (ଦେଖ:INVALID translate/translate-unknownINVALID translate/translate-names)

Romans 8:17

κληρονόμοι μὲν Θεοῦ

ପାଉଲ ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ପରିବାରର ସଦସ୍ୟଠାରୁ ସମ୍ପତ୍ତି ଓ ଧନର ଉତ୍ତରଧିକାରୀ ହେବେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦିନେ ଯାହା ଈଶ୍ବର ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ତାହା ପାଇବା” (ଦେଖ:INVALID translate/figs-metaphor)

συνκληρονόμοι ... Χριστοῦ

ପାଉଲ ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଏକ ପରିବାରର ସଦସ୍ୟଠାରୁ ସମ୍ପତ୍ତି ଓ ଧନର ଉତ୍ତରଧିକାରୀ ହେବେ I ଯାହା ସେ ଖ୍ରୀଷ୍ଟଙ୍କୁ ଦିଅନ୍ତି, ଈଶ୍ବର ତାହା ଆମ୍ଭମାନଙ୍କୁ ଦେବେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦିନେ ଯାହା ଈଶ୍ବର ଆମ୍ଭମାନଙ୍କୁ ଓ ଖ୍ରୀଷ୍ଟଙ୍କୁ ଏକତ୍ର ପ୍ରତିଜ୍ଞା କରିଛନ୍ତି, ତାହା ପାଇବା” (ଦେଖ:INVALID translate/figs-metaphor)

ἵνα καὶ συνδοξασθῶμεν

ଯେତେବେଳେ ସେ ଖ୍ରୀଷ୍ଟଙ୍କର ସମ୍ମାନ କରିବେ, ଈଶ୍ବର ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କୁ ସମ୍ମାନ କରିବେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ତାହାଙ୍କ ସହିତ ଆମ୍ଭମାନଙ୍କର ଗୌରବ କରିବେ” (ଦେଖ:INVALID translate/figs-activepassive)

Romans 8:18

ପାଉଲ ବିଶ୍ବାସୀଭାବରେ ଆମ୍ଭମାନଙ୍କୁ ସ୍ମରଣ କରାନ୍ତି ଯେ ଆମ୍ଭମାନଙ୍କ ଶରୀରର ମୁକ୍ତି ସମୟରେ ଆମ୍ଭମାନଙ୍କ ଶରୀର ପରିବର୍ତ୍ତନ ହେବ, ଯାହା ଏହି ଅଧ୍ୟାୟରେ [ରୋମୀୟ ୮:୨୫] (II/୦୮/୨୫Imd) ସମାପ୍ତ ହୋଇଛି I

γὰρ

ଏହା “ମୁଁ ବିବେଚନା କରିବି” ବିଷୟକୁ ଗୁରୁତ୍ବ ଦିଏ I ଏହାର ଅର୍ଥ ଏହା ନୁହେଁ “କାରଣ”"

Λογίζομαι ... ὅτι οὐκ ἄξια τὰ παθήματα τοῦ νῦν καιροῦ, πρὸς

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ବର୍ତ୍ତମାନ ସମୟର ଦୁଃଖକୁ କାହା ସହିତ ତୁଳନା କରିପାରିବି ନାହିଁ” (ଦେଖ:INVALID translate/figs-activepassive)

ἀποκαλυφθῆναι

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରକାଶ କରିବେ” କିମ୍ବା “ଈଶ୍ବର ପ୍ରଘଟ କରିବେ” (ଦେଖ:INVALID translate/figs-activepassive)

Romans 8:19

ἡ ... ἀποκαραδοκία τῆς κτίσεως, τὴν ... ἀπεκδέχεται

ପାଉଲ ଈଶ୍ବର ଜଣେ ବ୍ୟକ୍ତି ରୂପରେ ସମସ୍ତ ବିଷୟ ସୃଷ୍ଟି କରିଥିବା ବର୍ଣ୍ଣନା କରନ୍ତି ଯେ କି ଆଗ୍ରହର ସହିତ କିଛି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି I (ଦେଖ:INVALID translate/figs-personification)

τὴν ἀποκάλυψιν τῶν υἱῶν τοῦ Θεοῦ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସମୟରେ ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ପ୍ରକାଶିତ କରିବେ”

υἱῶν τοῦ Θεοῦ

ଏଠାରେ ଏହାର ଅର୍ଥ ହେଉଛି ଯୀଶୁଙ୍କର ସମସ୍ତ ବିଶ୍ବାସୀମାନେ I ତୁମ୍ଭେମାନେ ଏହାକୁ “ଈଶ୍ବରଙ୍କ ସନ୍ତାନ” ଭାବେ ମଧ୍ୟ ଅନୁବାଦ କରିପାରିବ I

Romans 8:20

τῇ γὰρ ματαιότητι, ἡ κτίσις ὑπετάγη

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଯାହା ସୃଷ୍ଟି କରିଥିଲେ, ସେସବୁକୁ ସେ ଯାହା ଇଚ୍ଛା କରିଥିଲେ, ତାହା ସାଧନ କରିବାକୁ ଅକ୍ଷମ କରିଅଛନ୍ତି” (ଦେଖ:INVALID translate/figs-activepassive)

οὐχ ἑκοῦσα, ἀλλὰ διὰ τὸν ὑποτάξαντα

ଏଠାରେ ପାଉଲ “ସୃଷ୍ଟି”କୁ ଜଣେ ବ୍ୟକ୍ତି ରୂପରେ ବର୍ଣ୍ଣନା କରନ୍ତି ଯେ କି ଇଚ୍ଛା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ନୁହେଁ ଯେ ସୃଷ୍ଟ ବସ୍ତୁ ଏହା ଚାହୁଁଥିଲା, କିନ୍ତୁ ଯେହେତୁ ଏହା ଈଶ୍ବର ଚାହୁଁଥିଲେ” (ଦେଖ:INVALID translate/figs-personification)

Romans 8:21

αὐτὴ ἡ κτίσις ἐλευθερωθήσεται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସୃଷ୍ଟିକୁ ରକ୍ଷା କରିବେ” (ଦେଖ:INVALID translate/figs-activepassive)

ἀπὸ τῆς δουλείας τῆς φθορᾶς

ଏଠାରେ କ୍ଷୟ ପାଇବା ପାଇଁ ଦାସତ୍ବରେ ରହିବା ବିଷୟ ନିଶ୍ଚିତ ଭାବେ କ୍ଷୟ ହେବା ବିଷୟ ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “କ୍ଷୟ ହେବା ପାଇଁ ଏକ ଦାସ ହେବାଠାରୁ ” (ଦେଖ:INVALID translate/figs-metaphor)

εἰς τὴν ἐλευθερίαν τῆς δόξης τῶν τέκνων τοῦ Θεοῦ

"ଏଠାରେ ସ୍ବାଧିନତା, କ୍ଷୟ ହେବା ପାଇଁ ଦାସତ୍ବ ପାଇଁ ବିପରୀତ ଶବ୍ଦ ଅଟେ I ଏହା ଏକ ରୂପକ ଅଟେ, ଯାହାର ଅର୍ଥ ସୃଷ୍ଟିର କ୍ଷୟ ହେବ ନାହିଁ I ଅନ୍ୟ ଏକ ଅନୁବାଦରେ: “ଯେପରି ଏହା ଈଶ୍ବରଙ୍କ ସନ୍ତାନମାନଙ୍କ ପରି ଗୌରବଯୁକ୍ତଭାବେ କ୍ଷୟ ବିଷୟଠାରୁ ମୁକ୍ତ ହେବ” (ଦେଖ:INVALID translate/figs-metaphor)

Romans 8:22

οἴδαμεν γὰρ ὅτι πᾶσα ἡ κτίσις συνστενάζει καὶ συνωδίνει ἄχρι τοῦ νῦν

ଏକ ଶିଶୁକୁ ଜନ୍ମ ଦେବା ସମୟରେ ଆର୍ତ୍ତନାଦ କରୁଥିବା ଜଣେ ମହିଳା ସହିତ ସୃଷ୍ଟିକୁ ତୁଳନା କରାଯାଇଛି I ଅନ୍ୟ ଏକ ଅନୁବାଦରେ: “କାରଣ ଆମ୍ଭେ ଜାଣୁ ଯେ ଈଶ୍ବର ଯାହା ସୃଷ୍ଟି କରିଅଛନ୍ତି, ତାହା ମୁକ୍ତ ହେବାକୁ ଚାହୁଁଛି ଓ ଏହା ଜଣେ ମହିଳା ଶିଶୁକୁ ଜନ୍ମ ଦେବା ସମୟରେ କଲାପରି ଆର୍ତ୍ତନାଦ କରେ” (ଦେଖ:INVALID translate/figs-metaphor)

Romans 8:23

υἱοθεσίαν ἀπεκδεχόμενοι, τὴν ἀπολύτρωσιν τοῦ σώματος ἡμῶν

ଏଠାରେ “ଆମ୍ଭମାନଙ୍କୁ ପୋଷ୍ୟ ପୁତ୍ରଭାବେ ଗ୍ରହଣ କରାଯାଇଛି”ର ଅର୍ଥ ହେଉଛି ଯେ ଆମ୍ଭେମାନେ ପୋଷ୍ୟ ସନ୍ତାନମାନଙ୍କ ପରି ଈଶ୍ବରଙ୍କ ପରିବାରର ପୂର୍ଣ୍ଣ ସଦସ୍ୟ ହେଉ I “ମୁକ୍ତି” ଶବ୍ଦର ଅର୍ଥ ଯେତେବେଳେ ଈଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଅପେକ୍ଷା କରୁଅଛୁ ଯେ ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କ ପରିବାରର ପୂର୍ଣ୍ଣ ସଦସ୍ୟ ହେବା, ସେ ରକ୍ଷା କରିବେ ଓ ସେ ଆମ୍ଭମାନଙ୍କ ଶରୀରକୁ କ୍ଷୟ ଓ ମୃତ୍ୟୁରୁ ରକ୍ଷା କରିବେ” (ଦେଖ:INVALID translate/figs-explicitINVALID translate/figs-metaphor)

Romans 8:24

τῇ γὰρ ἐλπίδι ἐσώθημεν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି, ଯେହେତୁ ଆମ୍ଭେମାନେ ତାହାଙ୍କଠାରେ ଭରସା ରଖିଅଛୁ” (ଦେଖ:INVALID translate/figs-activepassive)

ἐλπὶς δὲ βλεπομένη, οὐκ ἔστιν ἐλπίς; ὃ γὰρ βλέπει τις, ἐλπίζει

ପାଉଲ ତାହାଙ୍କ ପାଠକମାନଙ୍କୁ “ପ୍ରତ୍ୟାଶା ବା ଆଶା” କ’ଣ, ସେ ବିଷୟରେ ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଆମ୍ଭେମାନେବିଶ୍ବାସର ସହିତ ଅପେକ୍ଷା କରୁଅଛୁ, ଏହାର ଅର୍ଥ ଏହା ଯେ ଯାହା ଆମ୍ଭେମାନେ ଚାହୁଁଛୁ, ଆମ୍ଭେମାନେଏପର୍ଯ୍ୟନ୍ତ ପାଇନାହୁ I କେହି ହେଲେ ବିଶ୍ବାସରେ ଅପେକ୍ଷା କରନ୍ତି ନାହିଁ, ଯଦି ସେ ଯାହା ଚାହୁଁଛନ୍ତି, ତାହା ପାଖରେ ଅଛି” (ଦେଖ:INVALID translate/figs-rquestion)

Romans 8:26

ଯଦିଓ ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ବିଶ୍ବାସୀ ଜୀବନରେ ଶରୀର ଓ ଆତ୍ମା ମଧ୍ୟରେ ସଂଘର୍ଷ ଅଛି, ସେ ସୁନିଶ୍ଚିତ କରନ୍ତି ଯେ ଆତ୍ମା ଆମ୍ଭମାନଙ୍କୁ ସହାୟତା କରୁଅଛନ୍ତିI

στεναγμοῖς ἀλαλήτοις

ଆର୍ତ୍ତନାଦ, ଯାହା ଆମ୍ଭେମାନେ ଶବ୍ଦରେ ବ୍ୟକ୍ତ କରିପାରିବା ନାହିଁ"

Romans 8:27

ὁ ... ἐραυνῶν τὰς καρδίας

ଏଠାରେ “ସେ” ଈଶ୍ବରଙ୍କୁ ଦର୍ଶାଏ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ବିଚାର ଓ ଭବନାଗୁଡିକ ପାଇଁ ଏକ ଉପମା ଅଟେ I “ହୃଦୟକୁ ଅନୁସନ୍ଧାନ କରନ୍ତି” ବାକ୍ୟାଂଶଟି ବିଚାର ଓ ଭାବନାଗୁଡିକ ପରୀକ୍ଷା କରିବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର, ଯେ କି ଆମ୍ଭମାନଙ୍କର ସମସ୍ତ ବିଚାର ଓ ଭାବନାଗୁଡିକୁ ଜାଣନ୍ତି” (ଦେଖ:INVALID translate/figs-metonymyINVALID translate/figs-metaphor)

Romans 8:28

ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ କୌଣସି ବିଷୟ ସେମାନଙ୍କୁ ଈଶ୍ବରଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I

τοῖς ... κλητοῖς οὖσιν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ବାଛିଅଛନ୍ତି, ସେମାନଙ୍କ ପାଇଁ” (ଦେଖ:INVALID translate/figs-activepassive)

Romans 8:29

οὓς προέγνω

ଯେଉଁମାନଙ୍କୁ ସେ ସୃଷ୍ଟି କରିବା ପୂର୍ବରୁ ଜାଣିଥିଲେ

καὶ προώρισεν

ସେ ସେମାନଙ୍କର ଲକ୍ଷ୍ୟସ୍ଥଳ ମଧ୍ୟ ପ୍ରସ୍ତୁତ କରିଅଛନ୍ତି ବା “ସେ ପୂର୍ବରୁ ଯୋଜନା କରିଅଛନ୍ତି”

συμμόρφους τῆς εἰκόνος τοῦ Υἱοῦ αὐτοῦ

ଯେଉଁମାନେ ଈଶ୍ବରଙ୍କ ପୁତ୍ର ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କର ବୃଦ୍ଧି ନିମନ୍ତେ ଈଶ୍ବର ସୃଷ୍ଟି କରିବା ପୁର୍ବରୁ ହିଁ ଯୀଶୁଙ୍କ ପରି ବ୍ୟକ୍ତି ହେବାପାଇଁ ଯୋଜନା କରିଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେ ସେମାନଙ୍କୁ ତାହାଙ୍କ ପୁତ୍ର ରୂପେ ପରିବର୍ତ୍ତନ କରିବେ” (ଦେଖ:INVALID translate/figs-activepassive)

Υἱοῦ

ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:INVALID translate/guidelines-sonofgodprinciples)

εἰς τὸ εἶναι αὐτὸν πρωτότοκον

ଯେପରି ତାହାଙ୍କ ପୁତ୍ର ପ୍ରଥମଜାତ ହେବେ

ἐν πολλοῖς ἀδελφοῖς

ଏଠାରେ “ଭାଇମାନେ” ସମସ୍ତ ବିଶ୍ବାସୀମାନଙ୍କୁ, ଉଭୟ ପୁରୁଷ ଓ ମହିଳାଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅନେକ ଭାଇ ଓ ଭଉଣୀମାନଙ୍କ ମଧ୍ୟରୁ, ଯେଉଁମାନେ ପରମେଶ୍ବରଙ୍କ ପରିବାରର ଅଟନ୍ତି” (ଦେଖ:INVALID translate/figs-explicit)

Romans 8:30

οὓς ... προώρισεν

ଯେଉଁମାନଙ୍କ ନିମନ୍ତେ ଈଶ୍ବର ପୂର୍ବରୁ ଯୋଜନା କରିଥିଲେ

τούτους καὶ ἐδικαίωσεν

ଏଠାରେ “ଧାର୍ମିକ ଗଣିତ ହେଲେ”କୁ ଜୋର୍ ଦେଇ କହିବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମଧ୍ୟ ସେ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:INVALID translate/figs-explicit)

τούτους καὶ ἐδόξασεν

“ମହିମାନ୍ବିତ ହେଲେ” ଶବ୍ଦକୁ ଜୋର୍ ଦେବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ସେ ନିଜେ ତାହାଙ୍କ ସହିତ ମହିମାନ୍ବିତ କରିଅଛନ୍ତି” (ଦେଖ:INVALID translate/figs-explicit)

Romans 8:31

τί οὖν ἐροῦμεν πρὸς ταῦτα? εἰ ὁ Θεὸς ὑπὲρ ἡμῶν, τίς καθ’ ἡμῶν

ପାଉଲ ପୂର୍ବ ପଦରେ ଯାହା କହିଅଛନ୍ତି, ତାକୁ ଗୁରୁତ୍ବ ଦେବାପାଇଁ ପ୍ରଶ୍ନସବୁ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: ଆମ୍ଭେମାନେ ଏହି ସମସ୍ତ ବିଷୟଠାରୁ ଜାଣିବା ଉଚିତ୍: ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ସାହାଯ୍ୟ କରୁଅଛନ୍ତି, କେହି ଆମ୍ଭମାନଙ୍କୁ ପରାଜୟ କରିପାରିବ ନାହିଁ” (ଦେଖ:INVALID translate/figs-rquestion)

Romans 8:32

ὅς γε τοῦ ἰδίου Υἱοῦ οὐκ ἐφείσατο

ପିତା ଈଶ୍ବର, ଈଶ୍ବରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କୁ, ପବିତ୍ର , ମହାନ୍ ବଳିଦାନ ରୂପରେ କ୍ରୁଶ ନିକଟକୁ ପଠାଇଲେ, ଯାହା ଈଶ୍ବରଙ୍କ ପବିତ୍ରତା ଓ ମହାନତାକୁ ସନ୍ତୁଷ୍ଟ କରିବାପାଇଁ ମନୁଷ୍ୟର ପାପରୂପ ସ୍ବଭାବ ବିରୋଧରେ ଆବଶ୍ୟକ ଥିଲା I ଏଠାରେ “ପୁତ୍ର” ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:INVALID translate/guidelines-sonofgodprinciples)

ἀλλὰ ... παρέδωκεν αὐτόν

କିନ୍ତୁ ତାହାଙ୍କୁ ତାହାଙ୍କ ଶତ୍ରୁର ନିୟନ୍ତ୍ରଣରେ ରଖିଲେ

πῶς οὐχὶ καὶ σὺν αὐτῷ, τὰ πάντα ἡμῖν χαρίσεται

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ନିଶ୍ଚିତ ରୂପରେ ଓ ମୁକ୍ତଭାବରେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଦେବେ!” (ଦେଖ:INVALID translate/figs-rquestion)

τὰ πάντα ἡμῖν χαρίσεται

ଦୟାପୁର୍ବକ ଆମ୍ଭମାନଙ୍କୁ ସମସ୍ତ ବିଷୟ ଦିଅନ୍ତି

Romans 8:33

τίς ἐγκαλέσει κατὰ ἐκλεκτῶν Θεοῦ? Θεὸς ὁ δικαιῶν

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ନିକଟରେ କେହି ଜଣେ ହେଲେ ଆମ୍ଭମାନଙ୍କୁ ଦୋଷାରୋପ କରିପାରିବେ ନାହିଁ, କାରଣ ସେ ଆମ୍ଭମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:INVALID translate/figs-rquestion)

Romans 8:34

τίς ὁ κατακρινῶν

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ସେ ଉତ୍ତର ପାଇବାପାଇଁ ଚାହାଁନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “କେହି ଆମ୍ଭମାନଙ୍କୁ ଦଣ୍ଡିତ କରିପାରିବ ନାହିଁ!” (ଦେଖ:INVALID translate/figs-rquestion)

ὅς, καί ἐστιν ἐν δεξιᾷ τοῦ Θεοῦ

“ଈଶ୍ବରଙ୍କର ଡାହାଣ ପକ୍ଷରେ ରହିବା” ବିଷୟ ଈଶ୍ବରଙ୍କ ଠାରୁ ମହାନ ସମ୍ମାନ ଓ ଅଧିକାର ପାଇବା ଏକ ପ୍ରତୀକାତ୍ଣକ କାର୍ଯ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିଏ ଈଶ୍ବରଙ୍କ ନିକଟସ୍ଥ ସମ୍ମାନିତ ସ୍ଥାନରେ ଅଛନ୍ତି” (ଦେଖ:INVALID translate/translate-symaction)

Romans 8:35

τίς ἡμᾶς χωρίσει ἀπὸ τῆς ἀγάπης τοῦ Χριστοῦ

ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଏହା ଶିଖାଇବା ପାଇଁ ଯେ କୌଣସି ବିଷୟ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “କେହି ଜଣେ ହେଲେ ସୁଦ୍ଧା ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ ନାହିଁ!” ବା “କୌଣସି ବିଷୟ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ କେବେ ବି ଅଲଗା କରିବ ନାହିଁ!” (ଦେଖ:INVALID translate/figs-rquestion)

θλῖψις, ἢ στενοχωρία, ἢ διωγμὸς, ἢ λιμὸς, ἢ γυμνότης, ἢ κίνδυνος, ἢ μάχαιρα

“ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ” ପଦଗୁଡିକ ପୂର୍ବ ପ୍ରଶ୍ନରୁ ଜଣା ପଡୁଛି I ଅନ୍ୟ ଏକ ଅନୁବାଦରେ: “କି କ୍ଲେଶ, ଓ ସଙ୍କଟ, ଓ ତାଡନା, ଓ ଦୁର୍ଭିକ୍ଷ, ଓ ଉଲଙ୍ଗତା, ଓ ବିପଦ, ଓ ଖଡ୍ଗ କ’ଣ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ?” (ଦେଖ:INVALID translate/figs-ellipsis)

θλῖψις, ἢ στενοχωρία, ἢ διωγμὸς, ἢ λιμὸς, ἢ γυμνότης, ἢ κίνδυνος, ἢ μάχαιρα

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଏହି ବିଷୟ ଆମ୍ଭମାମଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ବିଶେଷ ଭାବରେ କ୍ଲେଶ, ସଙ୍କଟ, ତାଡନା, ଦୁର୍ଭିକ୍ଷ, ଉଲଙ୍ଗତା, ବିପଦ, ଓ ଖଡ୍ଗ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I ” (ଦେଖ:INVALID translate/figs-rquestion)

θλῖψις, ἢ στενοχωρία, ἢ διωγμὸς, ἢ λιμὸς, ἢ γυμνότης, ἢ κίνδυνος, ἢ μάχαιρα

ଭାବବାଚକ ବିଶେଷ୍ୟକୁ କ୍ରିୟା ବାକ୍ୟାଂଶରେ ବ୍ୟକ୍ତ କରା ଯାଇପାରିବ I ଏଠାରେ “ଖଡ୍ଗ” ଏକ ରୂପକ ଅଟେ, ଯାହା ହିଂସ୍ରକ ଭାବେ ହତ୍ୟା କରିବାର ବାକ୍ୟାଂଶକୁ ନିଦର୍ଶନ କରେ I ଅନ୍ୟ ଏକ ଅନୁବାଦରେ: “ଯଦିଓ ଲୋକମାନେ ଆମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ଆମ୍ଭମାନଙ୍କୁ ଆଘାତ କରନ୍ତି, ଆମ୍ଭମାନଙ୍କର ବସ୍ତ୍ର ଓ ଖାଦ୍ୟ ନେଇ ଯାଆନ୍ତି, ଓ ଆମ୍ଭମାନଙ୍କୁ ହତ୍ୟା କରନ୍ତି, ତେବେ ବି ସେମାନେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବେ ନାହିଁ I ” (ଦେଖ:INVALID translate/figs-abstractnounsINVALID translate/figs-metonymy)

θλῖψις, ἢ στενοχωρία

ଏହି ଉଭୟ ଶବ୍ଦଗୁଡିକର ଅର୍ଥ ସମାନ ଜିନିଷ ଅଟେ I (ଦେଖ:INVALID translate/figs-doublet)

Romans 8:36

"ὅτι"" ἕνεκεν σοῦ "

ଏଠାରେ “ତୁମ୍ଭର” ଏକବଚନ ଅଟେ ଓ ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭ ପାଇଁ” (ଦେଖ:INVALID translate/figs-you)

θανατούμεθα ὅλην τὴν ἡμέραν

ଏଠାରେ “ଆମ୍ଭେମାନେ” ସେହି ବ୍ୟକ୍ତିକୁ, ଅର୍ଥାତ୍ ପରମେଶ୍ବରଙ୍କୁ ଦର୍ଶାଏ ଯେ ପବିତ୍ର ଶାସ୍ତ୍ରର ଏହି ଭାଗକୁ ଲେଖିଲେ, କିନ୍ତୁ ତାହାଙ୍କ ଶ୍ରୋତାମାନଙ୍କୁ ନୁହେଁ I “ସମସ୍ତ ଦିନ” ବାକ୍ୟାଂଶଟି ଏକ ଅତ୍ୟୁକ୍ତି ଅଟେ, ଯାହା ସେମାନେ ଯେ କେତେ ଭୟଙ୍କର ଅଟନ୍ତି ସେ ବିଷୟକୁ ଜୋର୍ ଦେବାପାଇଁ ବ୍ୟବହାର କରାଯାଇଛି I ପାଉଲ ପବିତ୍ର ଶାସ୍ତ୍ରର ଏହି ଭାଗକୁ ବ୍ୟବହାର କରନ୍ତି ଯେ ଯେଉଁମାନେ ଈଶ୍ବରଙ୍କର ଅଟନ୍ତି, ସେମାନେ କଠିନ ସମୟର ସମ୍ମୁଖୀନ ହେବେ ବୋଲି ଅଶା କରିବା ଦରକାର I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଶତ୍ରୁମାନେ ସବୁବେଳେ ଆମ୍ଭମାନଙ୍କୁ ହତ୍ୟା କରିବାକୁ ଖୋଜନ୍ତି” (ଦେଖ:INVALID translate/figs-inclusiveINVALID translate/figs-hyperboleINVALID translate/figs-activepassive)

ἐλογίσθημεν ὡς πρόβατα σφαγῆς

ଏଠାରେ ପାଉଲ ସେହି ପଶୁ ସମ୍ପଦ ସହିତ ତୁଳନା କରୁଛନ୍ତି ଯାହାକୁ ଲୋକେ ହତ୍ୟା କରନ୍ତି, କାରଣ ସେମାନେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଜୀବନ ସେମାନଙ୍କ ନିକଟରେ ସେମାନେ ବଧ କରୁଥିବା ମେଷ ତୁଳନାରେ ଅଧିକ ମୁଲ୍ୟ ନୁହେଁ” (ଦେଖ:INVALID translate/figs-simileINVALID translate/figs-activepassive)

Romans 8:37

ὑπερνικῶμεν

ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିଜୟ ପାଇଛୁ

διὰ τοῦ ἀγαπήσαντος ἡμᾶς

ତୁମ୍ଭେମାନେ ଯୀଶୁ ଦେଖାଇଥିବା ପ୍ରେମକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଯୀଶୁ, ଯେ ଆମ୍ଭମାନଙ୍କୁ ଏତେ ପ୍ରେମ କରୁଥିଲେ, ସେ ଆମପାଇଁ ମରିବାପାଇଁ ପ୍ରସ୍ତୁତ ଥିଲେ, ସେହି ଯୀଶୁଙ୍କ ସକାଶୁ” (ଦେଖ:INVALID translate/figs-explicit)

Romans 8:38

πέπεισμαι

ମୁଁ ହୃଦବୋଧ କରୁଅଛି ବା “ମୁଁ ସାହସିକ ଅଟେ”

ἀρχαὶ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଭୂତମାନେ ବା ୨) ମାନବୀୟ ରାଜା ଓ ଶାସକମାନେ I

οὔτε δυνάμεις

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଶକ୍ତିଶାଳୀ ଆତ୍ମିକ ପ୍ରାଣୀ ବା ୨) ଶକ୍ତିଶାଳୀ ମନୁଷ୍ୟ I

Romans 9

ରୋମୀୟ ୦୯ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ଏହି ଅଧ୍ୟାୟରେ, ପାଉଲ ଯାହା ସେ ଶିକ୍ଷା ଦେଉଥିଲେ ତାହକୁ ପରିବର୍ତ୍ତନ କରନ୍ତି। ଅଧ୍ୟାୟ ୯-୧୧ରେ, ସେ ଇଶ୍ରାୟେଲ ଦେଶ ଉପରେ ଧ୍ୟାନ ଦିଅନ୍ତି I

କେତେକ ଅନୁବାଦରେ ଅନ୍ୟ ଲେଖା ତୁଳନାରେ, କବିତାର ପ୍ରତ୍ୟେକ ପଂକ୍ତିକୁ ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି, ତେଣୁ ଏହା ପଢିବାପାଇଁ ସହଜସାଧ୍ୟ ଅଟେ I ୨୫-୨୯ ଓ ୩୩ ପଦରେ ULT ଏହିପରି ଲେଖିଅଛି I ପାଉଲଏହି ସମସ୍ତ ଶବ୍ଦଗୁଡିକ ପୁରାତନ ନିୟମରୁ ଉଦ୍ଧୃତ କରିନ୍ତି

ଏହି ଅଧ୍ୟାୟର ବିଶେଷ ଧାରଣା

ଶରୀର

ଯେଉଁମାନେ ଶାରୀରିକ ଭାବେ ଅବ୍ରାହାମଙ୍କଠାରୁ ଯାକୁବଙ୍କଦେଇ ଆସି ଅଛନ୍ତି, ଯାହାକୁ ଈଶ୍ବର ଇଶ୍ରାୟେଲ ବୋଲି ନାମ ଦେଲେ, କେବଳ ସେହି ଇଶ୍ରାୟେଲୀୟମାନଙ୍କୁ ନିଦର୍ଶନ କରିବାପାଇଁ ପାଉଲ ଏହି ଅଧ୍ୟାୟରେ “ଶରୀର” ଶବ୍ଦକୁ ବ୍ୟବହାର କରନ୍ତି I I (ଦେଖ:INVALID bible/kt/flesh)

ଅନ୍ୟ ଅଧ୍ୟାୟରେ, ପାଉଲ “ଭାଇ” ଶବ୍ଦଟି ସାଥୀ ଖ୍ରୀଷ୍ଟିୟାନଙ୍କୁ ନିଦର୍ଶନ କରିବାପାଇଁ ବ୍ୟବହାର କରନ୍ତି I କିନ୍ତୁ, ଏହି ଅଧ୍ୟାୟରେ ସେ “ମୋର ଭାଇମାନେ” ଶବ୍ଦକୁ ବ୍ୟବହାର କରନ୍ତି, ଯାହା ତାହାଙ୍କ ନିଜର ଜ୍ଞାତି ଇଶ୍ରାୟେଲୀୟମାନଙ୍କୁ ଦର୍ଶାଏ।

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ପାଉଲ ସେମାନଙ୍କୁ “ଈଶ୍ବରଙ୍କ ସନ୍ତାନ” ଓ “ପ୍ରତିଜ୍ଞାର ସନ୍ତାନ” ବୋଲି ଉଲ୍ଲେଖ କରନ୍ତି

ପୂର୍ବରୁ ନିରୂପିତ

ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟରେ ପାଉଲ “ପୂର୍ବରୁ ନିରୂପିତ”ବିଷୟରେ ଶିକ୍ଷା ଦିଅନ୍ତି I ଏହା ବାଇବଲର ଚିନ୍ତା “ପୂର୍ବରୁ ନିର୍ଦ୍ଧାରିତ” ସହିତ ସମାନ ଅଟେ I କେତେକ ଲୋକ ଏହି ବିଷୟକୁ ନେଇ କହନ୍ତି ଯେ ଈଶ୍ବର, ଜଗତର ସ୍ଥାପନ ପୂର୍ବରୁ, କେତେକ ଲୋକଙ୍କୁ ଅନନ୍ତକାଳର ଜୀବନ ପାଇଁ ବାଛିଅଛନ୍ତି I ଏହି ବିଷୟରେ ବାଇବଲ ଯାହା ଶିକ୍ଷା ଦିଏ, ତାହାଠାରୁ ଖ୍ରୀଷ୍ଟିୟାନମାନଙ୍କ ମତ ଭିନ୍ନ ଭିନ୍ନ ଅଟେ I ତେଣୁ ଅନୁବାଦକମାନେ ଅଧିକ ଯତ୍ନରେ ଏହି ଅଧ୍ୟାୟର ଅନୁବାଦ କରିବାକୁ ହେବ I (ଦେଖ:INVALID bible/kt/predestineINVALID bible/kt/save)

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଶବ୍ଦ ଅଳଙ୍କାର

ବାଧା ଜନକ ପ୍ରସ୍ତର”

ପାଉଲ ବର୍ଣ୍ଣନା କରନ୍ତି ଯେ ବିଜାତିମାନେ ଯେତେବେଳେ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ସେମାନଙ୍କ ଉଦ୍ଧାରକର୍ତ୍ତା ରୂପେ ସ୍ବୀକାର କଲେ, ଅଧିକାଂଶ ଯିହୂଦୀମାନେ ପରିତ୍ରାଣକୁ ଉପାର୍ଜନ କରିବାପାଇଁ ଚେଷ୍ଟା କରୁଥିଲେ ଓ ସେଥିପାଇଁ ଯୀଶୁଙ୍କୁ ଅସ୍ବୀକାର କଲେ I ପାଉଲ, ପୁରାତନ ନିୟମରୁ ଉଦ୍ଧୃତକରି ବର୍ଣ୍ଣନା କରନ୍ତି ଯେ ଯୀଶୁ ହେଉଛନ୍ତି ସେହି ପ୍ରସ୍ତର, ଯେଉଁଥିରେ ଯିହୂଦୀମାନେ ଚାଲିବା ସମୟରେ ବିଘ୍ନ ପାଆନ୍ତି। ଏହି “ବାଧାଜନକ ପ୍ରସ୍ତର” “ପଡିଯିବା ବା ବିଘ୍ନ”ର କାରଣ ହେଉଛି I (ଦେଖ:INVALID translate/figs-metaphor)

ଏହି ଅଧ୍ୟାୟର ଅନୁବାଦ ସମ୍ବନ୍ଧୀୟ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ

ଇଶ୍ରାୟେଲର ସମସ୍ତେ ପ୍ରକୃତରେ ଇଶ୍ରାୟେଲର ନୁହନ୍ତି”

ପାଉଲ “ଇଶ୍ରାୟେଲ” ଶବ୍ଦଟିକୁ ଦୁଇଟି ଅଲଗା ଅର୍ଥରେ ଏହି ପଦରେ ବ୍ୟବହାର କରନ୍ତି I ପ୍ରଥମ “ଇଶ୍ରାୟେଲ” ର ଅର୍ଥ ଶାରିରୀକ ଭାବେ ଅବ୍ରାହାମ ଠାରୁ ଯାକୁବଙ୍କ ଦେଇ ଆସିଥିବା ଗୋଷ୍ଠୀକୁ ଦର୍ଶାଏ I ଦ୍ବିତୀୟ “ଇଶ୍ରାୟେଲ” ର ଅର୍ଥ ଯେଉଁମାନେ ବିଶ୍ବାସ ଦ୍ବାରା ଈଶ୍ବରଙ୍କ ଲୋକ ଅଟନ୍ତି I UST ଏହାକୁ ବର୍ଣ୍ଣନା କରିଅଛି I

Romans 9:1

ପାଉଲ ତାହାଙ୍କ ବ୍ୟକ୍ତିଗତ ଇଚ୍ଛା ବିଷୟରେ କହନ୍ତି ଯେ ଇଶ୍ରାୟେଲ ଦେଶର ଲୋକମାନେ ଉଦ୍ଧାର ପାଇବେ I ତାପରେ ସେ ବିଭିନ୍ନ ମାଧ୍ୟମକୁ ଗୁରୁତ୍ବ ଦିଅନ୍ତି, ଯାହା ଦ୍ବାରା ଈଶ୍ବର ସେମାନଙ୍କୁ ବିଶ୍ବାସ କରିବା ପାଇଁ ପ୍ରସ୍ତୁତ କରିଅଛନ୍ତି I

ἀλήθειαν λέγω ἐν Χριστῷ, οὐ ψεύδομαι

ଏହି ଦୁଇଟି ଅଭିବ୍ୟକ୍ତିର ଅର୍ଥ ସମାନ ଅଟେ I ପାଉଲ ସେମାନଙ୍କୁ ଜୋର୍ ଦେବାପାଇଁ ବ୍ୟବହାର କରନ୍ତି ଯେ ସେ ସତ୍ୟ କହୁଅଛନ୍ତି I(ଦେଖ:INVALID translate/figs-doublet)

συνμαρτυρούσης μοι τῆς συνειδήσεώς μου ἐν Πνεύματι Ἁγίῳ

ପବିତ୍ର ଆତ୍ମା ମୋର ବିବେକକୁ ନିୟନ୍ତ୍ରଣ କରନ୍ତି ଓ ମୁଁ ଯାହା କହୁଛି, ତାହା ସୁନିଶ୍ଚିତ କରନ୍ତି

Romans 9:2

ὅτι λύπη μοί ἐστιν μεγάλη, καὶ ἀδιάλειπτος ὀδύνη τῇ καρδίᾳ μου

ଏଠାରେ “ମୋ ହୃଦୟର ଅବିରତ ଯନ୍ତ୍ରଣା” ଏକ ରୂଢ଼ି ଅଟେ ଯାହା ପାଉଲ ତାହାଙ୍କ ଭାବନାତ୍ମକ ଦୁଃଖକୁ ପ୍ରକାଶ କରିବାପାଇଁ ବ୍ୟବହାର କହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହେ ଯେ ମୁଁ ବହୁତ ଓ ଗଭୀର ଭାବେ ଦୁଃଖିତ ଅଟେ” (ଦେଖ:INVALID translate/figs-idiom)

λύπη ... μεγάλη, καὶ ἀδιάλειπτος ὀδύνη

ଏହି ଦୁଇଟି ଅଭିବ୍ୟକ୍ତିର ଅର୍ଥ ସମାନ ଅଟେ I ତାହାଙ୍କ ମନର ଦୁଃଖ କେତେ ବଡ ଅଟେ, ତାହାକୁ ଗୁରୁତ୍ବ ଦେବାପାଇଁ ପାଉଲ ସେମାନଙ୍କୁ ଏକ ସଂଗରେ ବ୍ୟବହାର କରନ୍ତି I (ଦେଖ:INVALID translate/figs-doublet)

Romans 9:3

ηὐχόμην γὰρ ἀνάθεμα εἶναι αὐτὸς, ἐγὼ ἀπὸ τοῦ Χριστοῦ ὑπὲρ τῶν ἀδελφῶν μου, τῶν συγγενῶν μου, κατὰ σάρκα

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ବ୍ୟକ୍ତିଗତ ରୂପରେ ମୋତେ ଈଶ୍ବରଙ୍କ ଅଭିଶାପ ଦେବାପାଇଁ ପ୍ରସ୍ତୁତ ରହିବି ଓ, ମୋତେ ଚିରକାଳ ପାଇଁ ଖ୍ରୀଷ୍ଟଙ୍କଠାରୁ ଅଲଗା ରଖିବି, ଯଦି ମୋର ସାଥୀ ଇଶ୍ରାୟେଲୀୟ, ମୋର ନିଜ ଲୋକମାନଙ୍କ ଦଳ, ଖ୍ରୀଷ୍ଟଙ୍କୁ ବିଶ୍ବାସ କରିବେ” (ଦେଖ:INVALID translate/figs-activepassive)

τῶν ἀδελφῶν

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I

Romans 9:4

οἵτινές εἰσιν Ἰσραηλεῖται

ସେମାନେ, ମୋ ପରି, ଇଶ୍ରାୟେଲୀୟ ଅଟନ୍ତି I ଈଶ୍ବର ସେମାନଙ୍କୁ ଯାକୁବଙ୍କ ସନ୍ତାନଗଣ ହେବାପାଇଁ ବାଛିଅଛନ୍ତି

ὧν ἡ υἱοθεσία

ଇଶ୍ରାୟେଲୀୟମାନେ ଈଶ୍ବରଙ୍କର ସନ୍ତାନ ପରି ଅଟନ୍ତି ବୋଲି ଦର୍ଶାଇବାକୁ ଏଠାରେ ପାଉଲ “ପୋଷ୍ୟ ପୁତ୍ର” ରୂପକର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର ପରମେଶ୍ବର ଅଛନ୍ତି ଯେ କି ସେମାନଙ୍କର ପିତା ସ୍ବରୂପ ଅଟନ୍ତି” (ଦେଖ:INVALID translate/figs-metaphor)

Romans 9:6

ପାଉଲ ଜୋର୍ ଦେଇ କହନ୍ତି ଯେ ଯେଉଁମାନେ ଇଶ୍ରାୟେଲ ପରିବାରରେ ଜନ୍ମ ହୋଇଅଛନ୍ତି, ସେମାନେ କେବଳ ବିଶ୍ବାସ ଦ୍ବାରା ପ୍ରକତ ଇଶ୍ରାୟେଲର ଅଂଶ ହେବେ I

οὐχ οἷον δὲ, ὅτι ἐκπέπτωκεν ὁ λόγος τοῦ Θεοῦ

କିନ୍ତୁ ଈଶ୍ବର ତାହାଙ୍କ ପ୍ରତିଜ୍ଞାଗୁଡିକୁ ସଫଳ କରିବାରେ ଓହରି ନାହାନ୍ତି କିମ୍ବା “ଈଶ୍ବର ତାହାଙ୍କ ପ୍ରତିଜ୍ଞାକୁ ସଫଳ କରିଅଛନ୍ତି”

οὐ γὰρ πάντες οἱ ἐξ Ἰσραήλ οὗτοι, Ἰσραήλ

ଈଶ୍ବର ତାହାଙ୍କ ପ୍ରତିଜ୍ଞା ସମସ୍ତ ଇଶ୍ରାୟେଲ (ବା ଯାକୁବ)ର ବଂଶ ସହିତ କରିନାହାନ୍ତି, କିନ୍ତୁ ତାହାଙ୍କ ଆତ୍ମିକ ବଂଶ ସହିତ କରିଅଛନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି I

Romans 9:7

οὐδ’ ὅτι εἰσὶν σπέρμα Ἀβραάμ πάντες τέκνα

କେବଳ ଅବ୍ରାହାମଙ୍କ ବଂଶଜ ବୋଲି ସେମାନେ ସମସ୍ତେ ଈଶ୍ବରଙ୍କ ସନ୍ତାନ ନୁହନ୍ତି

Romans 9:8

οὐ τὰ τέκνα τῆς σαρκὸς,

ଏଠରେ “ଶାରୀରିକ ସନ୍ତାନ” ଏକ ଉପମା ଅଟେ, ଯାହା ଅବ୍ରାହାମଙ୍କ ଶାରୀରିକ ବଂଶକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅବ୍ରାହାମଙ୍କ ସମସ୍ତ ବଂଶ ନୁହନ୍ତି” (ଦେଖ:INVALID translate/figs-metonymy)

ταῦτα τέκνα τοῦ Θεοῦ

ଏହା ଏକ ରୂପକ ଅଟେ, ଯାହା ଯେଉଁମାନେ ଆତ୍ମିକ ବଂଶ ଅଟନ୍ତି ଓ ଯେଉଁମାନେ ଯୀଶୁଙ୍କ ଠାରେ ବିଶ୍ବାସ କରନ୍ତି, ସେମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-metaphor)

τὰ τέκνα τῆς ἐπαγγελίας

ଏହା ସେହି ପ୍ରତିଜ୍ଞାର ଉତ୍ତରାଧିକାରୀମାନଙ୍କୁ ଦର୍ଶାଏ, ଯାହା ପରମେଶ୍ବର ଅବ୍ରାହାମକୁ ଦେଇଥିଲେ I

Romans 9:9

ἐπαγγελίας ... ὁ λόγος οὗτος

ଏହା ଶବ୍ଦଗୁଡିକ ପରମେଶ୍ବର ବ୍ୟବହାର କରିଥିଲେ, ଯେତେବେଳେ ସେ ପ୍ରତିଜ୍ଞା କରିଥିଲେ

ἔσται τῇ Σάρρᾳ υἱός

ଈଶ୍ବର ସାରାକୁ ଏକ ପୁତ୍ର ଦେବେ ବୋଲି ପ୍ରକାଶ କରିବାପାଇଁ ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ସାରାକୁ ଏକ ପୁତ୍ର ଦେବା” (ଦେଖ:INVALID translate/figs-activepassive)

Romans 9:10

τοῦ πατρὸς ἡμῶν

ପାଉଲ ଇସହାକକୁ “ଆମ୍ଭମାନଙ୍କର ପିତା” ରୂପରେ ଦର୍ଶାନ୍ତି, କାରଣ ଇସହାକ ପାଉଲଙ୍କ ଓ ରୋମରେ ଥିବା ଯିହୂଦୀ ବିଶ୍ବାସୀମାନଙ୍କ ପୂର୍ବପୁରୁଷ ଥିଲେ I(ଦେଖ:INVALID translate/figs-inclusive)

κοίτην, ἔχουσα

ଗର୍ଭବତୀ ହୋଇଥିଲେ

Romans 9:11

μήπω γὰρ γεννηθέντων, μηδὲ πραξάντων τι ἀγαθὸν ἢ φαῦλον

ସନ୍ତାନ ଜନ୍ମ ହେବା ପୂର୍ବରୁ ଓ ସେମାନେ କିଛି ବି କରିବା ପୂର୍ବରୁ, ଭଲ ଓ ମନ୍ଦର ବିଷୟ ଜାଣିବା ପୂର୍ବରୁ

ἵνα ἡ κατ’ ἐκλογὴν πρόθεσις τοῦ Θεοῦ μένῃ

ଯେପରି ଯାହା ଈଶ୍ବର ଆପଣା ଇଚ୍ଛା ଅନୁସାରେ ଚାହାଁନ୍ତି,ତାହା ହିଁ ହେବ

μήπω γὰρ γεννηθέντων

ସନ୍ତାନମାନେ ଜନ୍ମ ହେବା ପୂର୍ବରୁ

μηδὲ πραξάντων τι ἀγαθὸν ἢ φαῦλον

ସେମାନେ କିଛି କରିଥିବା ସକାଶେ ନୁହେଁ

Romans 9:12

ଈଶ୍ବରଙ୍କ ସକାଶେ

ἐκ τοῦ

୧୦ ଓ ପଦ ୧୧ ପଦ ମଧ୍ୟରେ ଏହି ପଦକୁ ସ୍ଥାନ ଦେବାକୁ ତୁମ୍ଭ ଭାଷାରେ ଏହାର ଆବଶ୍ୟକତା ପଡିପାରେ: “ଆମ୍ଭମାନଙ୍କର ପିତା ଇସହାକ, ଏହା ତାହାଙ୍କୁ କୁହାଯାଇଥିଲା, ଜ୍ବେଷ୍ଠ କନିଷ୍ଠର ସେବା କରିବ I “ସେହି ସମୟ ପର୍ଯ୍ୟନ୍ତ ପିଲାମାନେ ଜନ୍ମ ହୋଇ ନ ଥିଲେ ଓ ସେ ପର୍ଯ୍ୟନ୍ତ ଭଲ କି ମନ୍ଦ କିଛି କରି ନ ଥିଲେ, କିନ୍ତୁ ଯେପରି ତାହାଙ୍କ ଇଚ୍ଛା ଅନୁସାରେ ଈଶ୍ବରଙ୍କ ଉଦ୍ଦେଶ୍ୟ ସଫଳ ହେବ- ତାହାଙ୍କ କାର୍ଯ୍ୟ ସକାଶୁ ନୁହେଁ, କିନ୍ତୁ ତାହାଙ୍କ ସକାଶୁ, ଯେ ଏହାକୁ ଠିକ୍ ବୋଲି କହନ୍ତି”

"ἐρρέθη αὐτῇ, ὅτι"" ὁ μείζων δουλεύσει τῷ ἐλάσσονι "

ଈଶ୍ବର ରିବିକାକୁ କହିଲେ, ‘ବଡ଼ ପୁତ୍ର ସାନ ପୁତ୍ରର ସେବା କରିବ’

Romans 9:13

τὸν Ἰακὼβ ἠγάπησα, τὸν δὲ Ἠσαῦ ἐμίσησα

“ଘୃଣା” ଶବ୍ଦ ଗୋଟିଏ ଅତ୍ୟୁକ୍ତି ଅଟେ I ଈଶ୍ବର ଏଷୌଙ୍କଠାରୁ ଯାକୁବଙ୍କୁ ଅଧିକ ପ୍ରେମ କଲେ I ସେ ବାସ୍ତବରେ ଏଷୌକୁ ଘୃଣା କରି ନ ଥିଲେ I (ଦେଖ:INVALID translate/figs-hyperbole)

Romans 9:14

τί οὖν ἐροῦμεν

ପାଉଲ ତାହାଙ୍କ ପାଠକମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I (ଦେଖ:INVALID translate/figs-rquestion)

μὴ γένοιτο

"ତାହା ସମ୍ଭବ ନୁହେଁ! କିମ୍ବା “ନିଶ୍ଚିତ ରୂପରେ ନୁହେଁ!” ଏହି ଭାବ ଦୃଢତାର ସହିତ ଅଗ୍ରାହ୍ୟ କରୁଛି ଯେ ଏହା ହୋଇ ନ ପାରେ I ତୁମ୍ଭମାନଙ୍କ ଭାଷାରେ ଏହିପରି ସମାନ ଅଭିବ୍ୟକ୍ତି ଥାଇପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I

Romans 9:15

τῷ Μωϋσεῖ γὰρ λέγει

ଈଶ୍ବର ମୋଶଙ୍କ ସହିତ କଥୋପୋକଥନ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ବର୍ତ୍ତମାନ ସମୟରେ ଏହା ଘଟୁଅଛି I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ମୋଶଙ୍କୁ କହିଲେ” (ଦେଖ:INVALID translate/figs-metaphor)

Romans 9:16

οὐ τοῦ θέλοντος, οὐδὲ τοῦ τρέχοντος

ଲୋକମାନେ ଚାହୁଁଥିବା ସକାଶେ ନୁହେଁ କିମ୍ବା କାରଣ ସେମାନେ କଠିନ ପରିଶ୍ରମ କରନ୍ତି"

οὐδὲ τοῦ τρέχοντος

ଈଶ୍ବରଙ୍କ ଅନୁଗ୍ରହକୁ ପାଇବାପାଇଁ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଷୟରେ ପାଉଲ ଏପରି କହନ୍ତି ସତେ ଯେପରି ସେହି ବ୍ୟକ୍ତି ଏକ ଦୌଡ ପ୍ରତି ଯୋଗିତାରେ ଦୌଡୁଅଛି I (ଦେଖ:INVALID translate/figs-metaphor)

Romans 9:17

λέγει γὰρ ἡ Γραφὴ

ଏଠାରେ ଶାସ୍ତ୍ରକୁ ବ୍ୟକ୍ତି ବିଶେଷଭାବେ ବର୍ଣ୍ଣନା କରାଯାଇଛି ଯେ ସତେ ଯେପରି ଈଶ୍ବର ଫାରୋଙ୍କ ସହିତ କଥା ହେଉଥିଲେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା କହିଲେ, ଶାସ୍ତ୍ରରେ ତାହା ଲିଖିତ ଅଛି” (ଦେଖ:INVALID translate/figs-personification)

ἐξήγειρά ... ἐνδείξωμαι ... μου

ଈଶ୍ବର ନିଜକୁ ଦର୍ଶାଉଛନ୍ତି

σε

ଏକବଚନ (ଦେଖ:INVALID translate/figs-you)

ἐξήγειρά σε

"“କୌଣସି ବିଷୟକୁ ନିଜର ପ୍ରକୃତ ଅବସ୍ଥାକୁ ଆଣିବା ବିଷୟକୁ ବୁଝାଇବା ନିମନ୍ତେ ଏଠାରେ ଉଠାଇଲେ ଏକ ରୂଢ଼ି ଅଟେ I” ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭକୁ ଶକ୍ତିଶାଳୀ ପୁରୁଷ କରିଅଛି ଯାହା ତୁମ୍ଭେ ଅଟ” (ଦେଖ:INVALID translate/figs-idiom)

ὅπως διαγγελῇ τὸ ὄνομά μου

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଲୋକମାନେ ମୋର ନାମକୁ ଘୋଷଣା କରିପାରନ୍ତି” (ଦେଖ:INVALID translate/figs-activepassive)

τὸ ὄνομά μου

ଏହି ଉପମା ହୋଇପାରେ ୧) ଈଶ୍ବରଙ୍କ ସମସ୍ତ ଅସ୍ତିତ୍ବକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ମୁଁ କିଏ ଅଟେ” ବା ୨) ତାହାଙ୍କ ଗୌରବ ନିମନ୍ତେ I ଅନ୍ୟ ଏକ ଅନୁବାଦରେ: “ମୁଁ କେତେ ମହାନ ଅଟେ” (ଦେଖ:INVALID translate/figs-metonymy)

ἐν πάσῃ τῇ γῇ

ଯେ କୌଣସି ଜାଗାରେ ଲୋକେ ରୁହନ୍ତି (ଦେଖ:INVALID translate/figs-hyperbole)

Romans 9:18

ὃν ... θέλει σκληρύνει

ଈଶ୍ବର ଯେଉଁମାନଙ୍କୁ ଇଚ୍ଛା କରନ୍ତି, ସେମାନଙ୍କୁ କଠିନ କରନ୍ତି I

Romans 9:19

ἐρεῖς μοι οὖν

ପାଉଲ ତାହାଙ୍କ ଶିକ୍ଷାକୁ ସମାଲୋଚନା କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ କେବଳ ଜଣେ ବ୍ୟକ୍ତି ସହ କଥା ହେଉଛନ୍ତି I ଏଠାରେ ତୁମ୍ଭେମାନେ ବହୁବଚନର ବ୍ୟବହାର କରିବାର ଆବଶ୍ୟକ ହୋଇପାରେ I (ଦେଖ:INVALID translate/figs-you)

τί οὖν ἔτι μέμφεται? τῷ γὰρ βουλήματι αὐτοῦ, τίς ἀνθέστηκεν

ଏହି ଭାବ ପ୍ରକାଶକ ପ୍ରଶ୍ନଗୁଡିକ ଈଶ୍ବରଙ୍କ ବିରୁଦ୍ଧରେ ଅଭିଯୋଗ ଅଟେ I ତୁମ୍ଭେମାନେ ସେମାନଙ୍କୁ ଦୃଢ ବାକ୍ୟ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଆମ୍ଭମାନଙ୍କଠାରେ ଦୋଷ ନ ପାଇବା ଉଚିତ୍ I ଜଣେ ହେଲେ ମଧ୍ୟ ତାହାଙ୍କ ଇଚ୍ଛା ବିରୁଦ୍ଧରେ କେବେ ଠିଆ ହୋଇ ପାରିନାହାନ୍ତି I” (ଦେଖ:INVALID translate/figs-rquestion)

μέμφεται ... αὐτοῦ

ଏଠାରେ “ସେ” ଓ “ତାର” ଶବ୍ଦଗୁଡିକ ଈଶ୍ବରଙ୍କୁ ଦର୍ଶାଏ I

τῷ ... βουλήματι αὐτοῦ ... ἀνθέστηκεν

ସେ ଯାହା କରିବାକୁ ଚାହୁଁଥିଲେ, ତାହାକୁ ସେଥିରୁ ନିବୃତ୍ତ କରଯାଇଛି"

Romans 9:20

μὴ ἐρεῖ τὸ πλάσμα, τῷ πλάσαντι, “ τί με ἐποίησας οὕτως

କୁମ୍ଭାରର ଯେପରି ଅଧିକାର ଅଛି ଯେ ସେ ଯେଉଁ ପ୍ରକାରର ପାତ୍ର କରିବାକୁ ଚାହେଁ, ସେ ସେହି ପ୍ରକାରର ପାତ୍ର କରିପାରନ୍ତି, ଏହାକୁ ଏକ ରୂପକ ଭାବରେ ନେଇ ପାଉଲ କହନ୍ତି ଯେ ଈଶ୍ବରଙ୍କ ମଧ୍ୟ ଅଧିକାର ଅଛି ଯେ ସେ ଯାହା କରିବାକୁ ଚାହାଁନ୍ତି, ତାହାଙ୍କ ସୃଷ୍ଟିକୁ ସେ କରିପାରନ୍ତି। ପାଉଲ ତାହାଙ୍କ ବିଷୟକୁ ଗୁରୁତ୍ବ ଦେବାପାଇଁ ପ୍ରଶ୍ନ ପଚାରନ୍ତି I ଏହାକୁ ଏକ ଦୃଢ ବାକ୍ୟ ରୂପରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ଯାହା ଗଢିଅଛି, ଗଢାଯାଇଥିବା ଜିନିଷ ତାହାକୁ ପଚାରିବା ଉଚିତ୍ ନୁହେଁ ଯେ ସେ କାହିଁକିIIII ଏପରି ଗଢିଅଛି?”’ (ଦେଖ:INVALID translate/figs-metaphorINVALID translate/figs-rquestion)

τί με ἐποίησας οὕτως

ଏହା ଏକ ଭର୍ତ୍ସନା ଜନକ ପ୍ରଶ୍ନ ଓ ଏହାକୁ ଦୃଢ ବାକ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋତେ ଏହି ପ୍ରକାରେ ଗଠନ କରିବା ଉଚିତ୍ ନ ଥିଲା!” (ଦେଖ:INVALID translate/figs-rquestion)

Romans 9:21

ἢ οὐκ ἔχει ἐξουσίαν ὁ κεραμεὺς τοῦ πηλοῦ, ἐκ τοῦ αὐτοῦ φυράματος ποιῆσαι ὃ μὲν εἰς τιμὴν σκεῦος, ὃ δὲ εἰς ἀτιμίαν

ଏହା ଏକ ଭର୍ତ୍ସନାଜନକ ଭାବ ପ୍ରକାଶକ ପ୍ରଶ୍ନ ଅଟେ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଦିନ ବ୍ୟବହାର କରିବାପାଇଁ କୁମ୍ଭାରର ନିଶ୍ଚିତଭାବରେ ଅଧିକାର ଅଛି IIII” (ଦେଖ:INVALID translate/figs-rquestion)

Romans 9:22

σκεύη ὀργῆς

ପାଉଲ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପାତ୍ରଗୁଡିକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ କ୍ରୋଧର ପାତ୍ର ଅଟନ୍ତି” (ଦେଖ:INVALID translate/figs-metaphor)

Romans 9:23

γνωρίσῃ ... αὐτοῦ

ଏଠାରେ “ସେ” ଓ “ତାହାଙ୍କର” ଶବ୍ଦଗୁଡିକ ଈଶ୍ବରଙ୍କୁ ଦର୍ଶାଏ I

σκεύη ἐλέους

ପାଉଲ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପାତ୍ରଗୁଡିକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଦୟାର ପାତ୍ର ଅଟନ୍ତି” (ଦେଖ:INVALID translate/figs-metaphor)

τὸν πλοῦτον τῆς δόξης αὐτοῦ ἐπὶ

ପାଉଲ ଈଶ୍ବରଙ୍କ ଅଦ୍ଭୁତ କାର୍ଯ୍ୟଗୁଡିକୁ ମହାନ୍ “ଧନ” ସହିତ ତୁଳନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମହିମା, ଯାହାର ମୂଲ୍ୟ ଅତ୍ୟଧିକ ଅଟେ” (ଦେଖ:INVALID translate/figs-metaphor)

ἃ προητοίμασεν εἰς δόξαν

ଏଠାରେ “ମହିମା” ଈଶ୍ବରଙ୍କ ସହିତ ସ୍ବର୍ଗରେ ଥିବା ଜୀବନକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ସେ ସମୟ ପୂର୍ବରୁ ପ୍ରସ୍ତୁତ କରିଥିଲେ, ଯଦ୍ଦ୍ବାରା ସେମାନେ ତାହାଙ୍କ ସହିତ ବାସ କରିପାରିବେ” (ଦେଖ:INVALID translate/figs-explicit)

Romans 9:24

καὶ ... ἡμᾶς

“ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ ସାଥୀ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-inclusive)

ἐκάλεσεν

ଏଠାରେ “ଆହ୍ବାନ କଲେ”ର ଅର୍ଥ ଈଶ୍ବର ନିଯୁକ୍ତ କରିଅଛନ୍ତି ବା ଲୋକମାନଙ୍କୁ ତାହାଙ୍କ ସେବକ ହେବା ନିମନ୍ତେ ଓ ଯୀଶୁଙ୍କ ଦ୍ବାରା ହିଁ ପରିତ୍ରାଣ ଥିବା ସୁସମ୍ବାଦକୁ ପ୍ରଚାର କରିବା ନିମନ୍ତେ ତାହାଙ୍କ ସନ୍ତାନ ହେବାପାଇଁ ମନୋନୀତ କରିଅଛନ୍ତି I

Romans 9:25

ଏହି ଭାଗରେ ପାଉଲ ବର୍ଣ୍ଣନା କରନ୍ତି ଯେ କିପରି ଏକ ଦେଶ ରୂପରେ ଇଶ୍ରାୟେଲର ଅବିଶ୍ବାସ, ଭବିଷ୍ୟତ ବକ୍ତା ହୋଶେୟ ଦ୍ବାରା ସମୟ ପୂର୍ବରୁ କୁହାଯାଇଥିଲା I

ὡς καὶ ἐν τῷ Ὡσηὲ λέγει

ଏଠାରେ “ସେ”ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ସେହି ପୁସ୍ତକରେ କହନ୍ତି, ଯାହା ହୋଶେୟ ଲେଖିଥିଲେ” (ଦେଖ:INVALID translate/figs-explicit)

τῷ Ὡσηὲ

ହୋଶେୟ ଏକ ଭବିଷ୍ୟତ ବକ୍ତା ଥିଲେ I (ଦେଖ:INVALID translate/translate-names)

καλέσω τὸν οὐ λαόν‘ μου’, λαόν‘ μου

ଆମ୍ଭେ ଆମ୍ଭର ଲୋକମାନଙ୍କ ପାଇଁ ବାଛିବା, ଯେଉଁମାନେ ଆମ୍ଭର ଲୋକ ନ ଥିଲେ

τὴν οὐκ ἠγαπημένην, ἠγαπημένην

ଏଠାରେ “ତାହାର” ହୋଶେୟଙ୍କ ପତ୍ନୀ ଗୋମରକୁ ଦର୍ଶାଏ, ଯେ ଇଶ୍ରାୟେଲ ଦେଶର ନିଦର୍ଶନ ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଆମ୍ଭେ ପ୍ରେମ କରିନାହୁଁ ଆମ୍ଭେ ତାହାକୁ ପ୍ରେମ କରିବା ନିମନ୍ତେ ବାଛିବା” (ଦେଖ:INVALID translate/figs-activepassive)

Romans 9:26

υἱοὶ Θεοῦ ζῶντος

“ଜୀବିତ” ଶବ୍ଦ ଏହି ତଥ୍ୟକୁ ଉଲ୍ଲେଖ କରିପାରେ ଯେ ଈଶ୍ବର ହିଁ ଏକମାତ୍ର ସତ୍ୟ ଈଶ୍ବର ଅଟନ୍ତି, ଓ ମିଥ୍ୟା ପ୍ରତିମାଗୁଡିକ ପରି ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ସତ୍ୟ ଈଶ୍ବରଙ୍କ ସନ୍ତାନ”

Romans 9:27

κράζει

ଡାକ ପକାନ୍ତି

ὡς ἡ ἄμμος τῆς θαλάσσης

ଏଠାରେ ପାଉଲ ଇଶ୍ରାୟେଲୀୟ ଲୋକମାନଙ୍କୁ ସମୁଦ୍ରର ବାଲି ଦାନାର ସଂଖ୍ୟା ସହିତ ତୁଳନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ଗଣିବା ପାଇଁ ଅତ୍ୟଧିକ” (ଦେଖ:INVALID translate/figs-simile)

σωθήσεται

ପାଉଲ ଆତ୍ମିକ ଅର୍ଥରେ “ଉଦ୍ଧାର କଲେ” ଶବ୍ଦ ବ୍ୟବହାର କରନ୍ତି I ଯଦି ଈଶ୍ବର ଜଣେ ବ୍ୟକ୍ତିକୁ ଉଦ୍ଧାର କରନ୍ତି, ଏହାର ଅର୍ଥ ହେଉଛି ଯୀଶୁଙ୍କ କ୍ରୁଶ ଉପରେ ମରିବା ମାଧ୍ୟମରେ, ଈଶ୍ବର ତାହାଙ୍କୁ କ୍ଷମା କଲେ ଓ ତାହାଙ୍କୁ ତାହାର ପାପପାଇଁ ଦଣ୍ଡିତ ହେବାରୁ ଉଦ୍ଧାର କଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଉଦ୍ଧାର କରିବେ” (ଦେଖ:INVALID translate/figs-activepassive)

Romans 9:28

λόγον ... ποιήσει Κύριος ἐπὶ τῆς γῆς

ଏଠାରେ “ଦଣ୍ଡ”ର ତାତ୍ପର୍ଯ୍ୟ ହେଉଛି ଯେ ସେ ଲୋକମାନଙ୍କୁ କିପରି ଦଣ୍ଡିତ କରିବାର ନିଷ୍ପତ୍ତି ନେଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ପୃଥିବୀରେ ଲୋକମାନଙ୍କୁ ସେ କହିଥିବା ବାକ୍ୟ ଅନୁସାରେ ଦଣ୍ଡିତ କରିବେ”

Romans 9:29

ἡμῖν ...ν ἐγενήθημεν

ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମନେ” ଶବ୍ଦ ଯିଶାଇୟ ଓ ସେ କଥା କହୁଥିବା ଲୋକମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-inclusive)

ὡς Σόδομα ἂν ἐγενήθημεν, καὶ ὡς Γόμορρα ἂν ὡμοιώθημεν

ଈଶ୍ବର ସେମାନଙ୍କ ପାପର କାରଣରୁ ସଦୋମ ଓ ଗମୋରାର ସମସ୍ତ ଲୋକମାନଙ୍କୁ ବଧ କଲେ I ଅନ୍ୟ ଏକ ଅନୁବାଦରେ: “ଆମେ ସମସ୍ତେ ସଦୋମ ଓ ଗମୋରାର ଲୋକମାନଙ୍କ ପରି ନଷ୍ଟ ହୋଇଥାନ୍ତେ” କିମ୍ବା “ଈଶ୍ବର ଆମ ସମସ୍ତଙ୍କୁ ନଷ୍ଟ କରିଥାନ୍ତେ, ଯେପରି ସେ ସଦୋମ ଓ ଗମୋରା ନଗରକୁ ନଷ୍ଟ କଲେ” (ଦେଖ:INVALID translate/figs-explicit)

Romans 9:30

τί οὖν ἐροῦμεν

ତାହାଙ୍କ ପାଠକମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ପାଉଲ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏହା ଆମ୍ଭମାନେ କହିବା ଉଚିତ୍” (ଦେଖ:INVALID translate/figs-rquestion)

ὅτι ἔθνη

ଆମ୍ଭେମାନେ କହିବା ଯେ ବିଜାତିମାନେ

τὰ μὴ διώκοντα δικαιοσύνην

ଯେଉଁମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନ ଥିଲେ

δικαιοσύνην ... τὴν ἐκ πίστεως

ଏଠାରେ “ବିଶ୍ବାସ ଦ୍ବାରା” ଖ୍ରୀଷ୍ଟଙ୍କଠାରେ ଭରସା କରୁଥିବା ବିଷୟକୁ ଦର୍ଶାଏ I ତୁମ୍ଭେମାନେ ତୁମ୍ଭମାନଙ୍କ ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲେ, ଈଶ୍ବର ସେମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି (ଦେଖ:INVALID translate/figs-explicit)

Romans 9:31

οὐκ ἔφθασεν

ଏହାର ଅର୍ଥ ଯେ ଇଶ୍ରାୟେଲୀୟମାନେ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଚେଷ୍ଟା କରି ଈଶ୍ବରଙ୍କୁ ସନ୍ତୁଷ୍ଟ କଲେ ନାହିଁ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନକରି ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ, କାରଣ ସେମାନେ ବ୍ୟବସ୍ଥାକୁ ପାଳନ କରିପାରିଲେ ନାହିଁ” (ଦେଖ:INVALID translate/figs-explicit)

Romans 9:32

διὰ τί

ଏହା ଏକ ଶବ୍ଦଲୋପ ଅଟେ I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ଅନ୍ତର୍ନିହିତ ଅର୍ଥ ଥିବା ଶବ୍ଦକୁ ମିଶାଇପାରିବ I ପାଉଲ ତାହାଙ୍କ ପାଠକମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “କାହିଁକି ସେମାନେ ଧାର୍ମିକତା ପାଇପାରି ନ ଥିଲେ?” (ଦେଖ:INVALID translate/figs-ellipsisINVALID translate/figs-rquestion)

ὡς ἐξ ἔργων

ଏହା ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାପାଇଁ କରାଯାଉଥିବା ପ୍ରଚେଷ୍ଟାକୁ ଦର୍ଶାଏ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ବିଷୟ କରିବା ଦ୍ବାରା” କିମ୍ବା “ବ୍ୟବସ୍ଥା ପାଳନ କରିବା ଦ୍ବାରା” (ଦେଖ:INVALID translate/figs-explicit)

Romans 9:33

καθὼς γέγραπται

ତୁମ୍ଭେମାନେ ସୂଚାଇପାରିବ ଯେ ଯିଶାଇୟ ଏହା ଲେଖିଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଯିଶାଇୟ ଭବିଷ୍ୟତ ବକ୍ତା ଲେଖିଥିଲେ” (ଦେଖ:INVALID translate/figs-explicitINVALID translate/figs-activepassive)

ἐν Σιὼν

ଏଠାରେ ସିୟୋନ ଏକ ଉପମା ଅଟେ, ଯାହା ଇଶ୍ରାୟେଲକୁ ନିଦର୍ଶନ କରେ I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲରେ” (ଦେଖ:INVALID translate/figs-metonymy)

λίθον προσκόμματος, καὶ πέτραν σκανδάλου

ଉଭୟ ବାକ୍ୟାଂଶର ଅର୍ଥ ସମାନ ଅଟେ ଓ ସେମାନେ ରୂପକ ଅଟନ୍ତି, ଯାହା ଯୀଶୁ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ବିଷୟକୁ ଉଲ୍ଲେଖ କରେ I ଏହା ଏପରି ଥିଲା ଯେ ସତେ ଯେପରି ଲୋକମାନେ ପଥରରେ ଝୁଣ୍ଟି ପଡିଥିଲେ,କାରଣ ଯେତେବେଳେ ସେମାନେ କ୍ରୁଶରେ ହତ ଯୀଶୁଙ୍କ ମୃତ୍ୟୁ ବିଷୟରେ ଭାବୁଥିଲେ ବା ଶୁଣୁଥିଲେ, ସେମାନେ ବିବ୍ରତ ହୋଇଥିଲେ I (ଦେଖ:INVALID translate/figs-doubletINVALID translate/figs-metaphor)

πιστεύων ἐπ’ αὐτῷ

ଯେହେତୁ ସେହି ପ୍ରସ୍ତର ଜଣେ ବ୍ୟକ୍ତିଙ୍କୁ ଦର୍ଶାଏ, ତୁମ୍ଭେମାନେ “ତାହାଙ୍କଠାରେ ବିଶ୍ବାସ କରନ୍ତି” ବୋଲି ଅନୁବାଦ କରିବାକୁ ହେବ I

Romans 10

ରୋମୀୟ ୧୦ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ ପୁରାତାନ ନିୟମରୁ ଆନୀତ ଗଦ୍ୟର ଉଦ୍ଧୃତିକୁ ଅନ୍ୟ ଲେଖା ତୁଳନାରେ ପୃଷ୍ଠାର ଡାହାଣ ପାଖରୁ କିଛି ଦୂରରେ ଲେଖାଯାଇଛି I ୮ ପଦରେ ଉଦ୍ଧୃତ ପଦକୁ ULT ଏହି ପରି ଲେଖିଅଛି।

କେତେକ ଅନୁବାଦରେ ପଦ୍ୟର ପ୍ରତ୍ୟେକ ଧାଡିକୁ ଅନ୍ୟ ଅଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖାଯାଇଛି, ଯାହା ପଢିବାପାଇଁ ସହଜ ଅଟେ। ଏହି ଅଧ୍ୟାୟର ୧୮-୨୦ ପଦରେ ULT ଏହି ପରି ଲେଖିଅଛି, ଯାହା ପୁରାତନ ନିୟମରୁ ଆନୀତ I

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରଙ୍କ ଧାର୍ମିକତା

ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ କେତେକ ଯିହୂଦୀମାନେ ଧାର୍ମିକ ହେବା ପାଇଁ ବ୍ୟଗ୍ର ଭାବରେ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହେଲେ ନାହିଁ । ଆମ୍ଭେମାନେ ଈଶ୍ବରଙ୍କ ଧାର୍ମିକତାକୁ ଅର୍ଜନ କରିପାରିବା ନାହିଁ I ପରମେଶ୍ବର ଯୀଶୁଙ୍କ ଧାର୍ମିକତାକୁ ଦିଅନ୍ତି, ଯେତେବେଳେ ଆମ୍ଭେମାନେ ତାହାଙ୍କ ଉପରେ ବିଶ୍ବାସ କରୁ (ଦେଖା:INVALID bible/kt/righteousINVALID bible/kt/faith)

ଏହି ଅଧ୍ୟାର ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

ଭାବ ପ୍ରକାଶକ ପ୍ରଶ୍ନ

ପାଉଲ ଏହି ଅଧ୍ୟାୟରେ ବହୁଳଭାବେ ଭାବ ପ୍ରକାଶକ ପ୍ରଶ୍ନଗୁଡିକ ବ୍ୟବହାର କରିଛନ୍ତି I ସେ ତାହାଙ୍କ ପାଠକମାନଙ୍କୁ ବୁଝାଇବାପାଇଁ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରନ୍ତି, ଏଥିପାଇଁ ଯେ ଈଶ୍ବର କେବଳ ଏବ୍ରୀ ଲୋକମାନଙ୍କୁ ହିଁ ଉଦ୍ଧାର କରନ୍ତି ନାହିଁ, ତେଣୁ ଖ୍ରୀଷ୍ଟିୟାନମାନେ ପ୍ରସ୍ତୁତ ହୋଇ ରୁହନ୍ତୁ ଏବଂ ଜଗତ ସାରା ସୁସମାଚାର କହିବା ପାଇଁ ଯାଅନ୍ତୁ I (ଦେଖ:INVALID translate/figs-rquestionINVALID bible/kt/save)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

“ମୁଁ ତୁମ୍ଭମାନଙ୍କୁ ଉଦ୍ଜୋଗୀ ହେବା ନିମନ୍ତେ ପ୍ରବର୍ତ୍ତାଇବି, ଯାହା ଗୋଟିଏ ଜାତି ବା ଦେଶ ଦ୍ବାରା ନୁହେଁ”

ପାଉଲ ବର୍ଣ୍ଣନା କରିବାପାଇଁ ଏହି ଭବିଷ୍ୟତ ବାଣୀକୁ ବ୍ୟବହାର କରନ୍ତି ଯେ ଏବ୍ରୀ ଲୋକମାନଙ୍କୁ ଉଦ୍ଜୋଗୀ କରିବା ନିମନ୍ତେ ଈଶ୍ବର ମଣ୍ଡଳୀକୁ ବ୍ୟବାହାର କରିବେ I ଯଦ୍ଦ୍ବାରା ସେମାନେ ଈଶ୍ବରଙ୍କୁ ଖୋଜିବେ ଓ ସୁସମାଚାରରେ ବିଶ୍ବାସ କରିବେ I (ଦେଖ:INVALID bible/kt/prophetINVALID translate/figs-explicit)

Romans 10:1

ପାଉଲ ନିରନ୍ତର ଆପଣାର ଇଚ୍ଛା ପ୍ରକାଶ କରୁଛନ୍ତି ଯେ ଇଶ୍ରାୟେଲ ବିଶ୍ବାସ କରୁ, କିନ୍ତୁ ସେ ଜୋର୍ ଦେଇ କହନ୍ତି ଯେ ଯେଉଁମାନେ ଯିହୂଦୀ ଅଟନ୍ତି ଓ ପ୍ରତ୍ୟେକ ଜଣ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପାଇବେ I

ἀδελφοί

ଏଠାରେ ଏହାର ଅର୍ଥ ହେଉଛି ସାଥୀ ବିଶ୍ବାସୀମାନେ, ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି I

ἡ μὲν εὐδοκία τῆς ἐμῆς καρδίας

ଏଠାରେ “ହୃଦୟ” ଗୋଟିଏ ଉପମା, ଯାହା ଜଣେ ବ୍ୟକ୍ତିର ଆବେଗଗୁଡିକ ବା ଆନ୍ତରିକ ମନୁଷ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋର ସବୁଠାରୁ ବଡ ଇଚ୍ଛା”(ଦେଖ:INVALID translate/figs-metonymy)

ὑπὲρ αὐτῶν εἰς σωτηρίαν

ଯେ ଈଶ୍ବର ଯିହୂଦୀମାନଙ୍କୁ ଉଦ୍ଧାର କରିବେ

Romans 10:2

μαρτυρῶ ... αὐτοῖς

ମୁଁ ସେମାନଙ୍କ ବିଷୟରେ ସତ୍ୟରେ ଘୋଷଣା କରୁଅଛି

Romans 10:3

ἀγνοοῦντες γὰρ τὴν τοῦ Θεοῦ δικαιοσύνην

ଏଠାରେ “ଧାର୍ମିକତା” ପରମେଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବାର ମାଧ୍ୟମକୁ ଦର୍ଶାଏ । ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସେମାନେ ଜାଣନ୍ତି ନାହିଁ ଯେ ପରମେଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ କିପରି ଧାର୍ମିକ କରିବେ” (ଦେଖ:INVALID translate/figs-explicit)

τῇ δικαιοσύνῃ τοῦ Θεοῦ οὐχ ὑπετάγησαν

ପରମେଶ୍ବର ନିଜେ ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା ମାଧ୍ୟମକୁ ସେମାନେ ଗ୍ରହଣ କଲେ ନାହିଁ

Romans 10:4

τέλος γὰρ νόμου Χριστὸς

କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ରୂପେ ବ୍ୟବସ୍ଥାକୁ ପୂରା କରିଅଛନ୍ତି

εἰς δικαιοσύνην παντὶ τῷ πιστεύοντι

ଏଠାରେ “ବିଶ୍ବାସ କରନ୍ତି” ର ଅର୍ଥ “ଭରସା କରନ୍ତି” ଅଟେ I ଅନ୍ୟ ଏକ ଅନୁବାଦରେ: “ଯେପରି ତାହାଙ୍କଠାରେ ବିଶ୍ବାସ କରୁଥିବା ସମସ୍ତଙ୍କୁ ଈଶ୍ବରଙ୍କ ଛାମୁରେ ସେ ଧାର୍ମିକ କରି ଠିଆ କରାଇପାରନ୍ତି” (ଦେଖ: INVALID translate/figs-explicit)

Romans 10:5

τὴν δικαιοσύνην τὴν ἐκ νόμου

ପାଉଲ “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜୀବନ୍ତ ଓ ସ୍ଥାନାନ୍ତରିତ ହେବା ନିମନ୍ତେ ସକ୍ଷମ ଅଟେ I ଅନ୍ୟ ଏକ ଅନୁବାଦରେ: “କିପରି ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ ଈଶ୍ବରଙ୍କ ଛାମୁରେ ଧାର୍ମିକ କରିପାରିବ” (ଦେଖ:INVALID translate/figs-personification)

"ὅτι"" ὁ ποιήσας αὐτὰ ἄνθρωπος, ζήσεται ἐν αὐτῇ "

ବ୍ୟବସ୍ଥା ଦ୍ବାରା ଈଶ୍ବରଙ୍କ ନିକଟରେ ଧାର୍ମିକ ହେବାକୁ ହେଲେ, ଜଣେ ବ୍ୟକ୍ତି ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ, ଯାହା ସମ୍ଭବ ନୁହେଁ I ଅନ୍ୟ ଏକ ଅନୁବାଦରେ: ଯେଉଁ ଜଣ ସଂପୂର୍ଣ୍ଣ ରୂପେ ବ୍ୟବସ୍ଥାକୁ ପାଳନ କରେ, ସେ ଜୀବିତ ରହିବ, କାରଣ ବ୍ୟବସ୍ଥା ତାହାଙ୍କୁ ଈଶ୍ବରଙ୍କ ନିକଟରେ ଧାର୍ମିକ କରିବ” (ଦେଖ:INVALID translate/figs-explicit)

ζήσεται

"“ଜୀବିତ ରହିବ” ଶବ୍ଦଟି ସୂଚିତ କରେ ୧) ଅନନ୍ତ ଜୀବନ ବା

Romans 10:6

ἡ δὲ ἐκ πίστεως δικαιοσύνη οὕτως λέγει

ଏଠାରେ “ଧାର୍ମିକତା”କୁ ଜଣେ ବ୍ୟକ୍ତିଭାବରେ ବର୍ଣ୍ଣିନା କରାଯାଇଛି ଯେ କି କଥା କହିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୋଶା ଏହି ବିଷୟରେ ଲେଖନ୍ତି ଯେ ବିଶ୍ବାସ ଜଣେ ବ୍ୟକ୍ତିଙ୍କୁ କିପରି ଈଶ୍ବରଙ୍କ ନିକଟରେ ଧାର୍ମିକ କରେ” (ଦେଖ:INVALID translate/figs-personification)

μὴ εἴπῃς ἐν τῇ καρδίᾳ σου

ସତେ ଯେପରି ସେ କେବଳ ଜଣେ ବ୍ୟକ୍ତିଙ୍କୁ କଥା କହୁଥିବା ପରି ମୋଶା ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ । ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ମନୁଷ୍ୟର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜକୁ କୁହ ନାହିଁ” (ଦେଖ:INVALID translate/figs-youINVALID translate/figs-metonymy)

τίς‘ ἀναβήσεται εἰς τὸν οὐρανόν

ମୋଶା ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବାପାଇଁ ଗୋଟିଏ ପ୍ରଶ୍ନ ବ୍ୟବହାର କରନ୍ତି I ତାହାଙ୍କ “କୁହ ନାହିଁ” ବୋଲି ଥିବା ପୂର୍ବ ନିର୍ଦ୍ଦେଶ, ଏହି ପ୍ରଶ୍ନ ପାଇଁ ଏକ ନାକାରାତ୍ମକ ଉତ୍ତର ଆବଶ୍ୟକ କରେ I ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ହେଲେ ସୁଦ୍ଧା ସ୍ବର୍ଗକୁ ଯିବାକୁ ସକ୍ଷମ ନୁହନ୍ତି” (ଦେଖ:INVALID translate/figs-rquestion)

τοῦτ’ ἔστιν Χριστὸν καταγαγεῖν

ଯେପରି ସେମାନେ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଓହ୍ଲାଇ ଆଣିବେ

Romans 10:7

τίς‘ καταβήσεται εἰς τὴν Ἄβυσσον

ମୋଶା ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବାପାଇଁ ଗୋଟିଏ ପ୍ରଶ୍ନ ବ୍ୟବହାର କରନ୍ତି I ତାହାଙ୍କ “କୁହ ନାହିଁ” ବୋଲି ଥିବା ପୂର୍ବ ନିର୍ଦ୍ଦେଶ, ଏହି ପ୍ରଶ୍ନ ପାଇଁ ଏକ ନାକାରାତ୍ମକ ଉତ୍ତର ଆବଶ୍ୟକ କରେ I ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହି ହେଲେ ସୁଦ୍ଧା ମୃତ ଲୋକମାନଙ୍କ ଆତ୍ମା ରହିଥିବା ସ୍ଥାନକୁ ଯାଇପାରେ ନାହିଁ” (ଦେଖ:INVALID translate/figs-rquestion)

ἐκ νεκρῶν

ମୃତ୍ୟୁବରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ। ଏହି ଅଭିବ୍ୟକ୍ତି ବର୍ଣ୍ଣନା କରେ ଯେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକମାନେ କବର ସ୍ଥାନରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ପୁନର୍ବାର ଉଠାଇ ଅଣାଯିବାର ଅର୍ଥ ପୁନର୍ଜୀବିତ ହେବା I

νεκρῶν

ଏହି ଶବ୍ଦ ଶାରୀରିକ ମୃତ୍ୟୁ ବିଷୟରେ କହେ I

Romans 10:8

ἀλλὰ τί λέγει

“ଏହା” ଶବ୍ଦଟି ରୋମୀୟ ୧୦:୬ର “ଧାର୍ମିକତା”କୁ ଦର୍ଶାଏ I ଏଠାରେ ପାଉଲ “ଧାର୍ମିକତା”କୁ ଜଣେ କଥା କହୁଥିବା ବ୍ୟକ୍ତି ପରି ବର୍ଣ୍ଣନା କରନ୍ତି I ‍‍‍‍‍‍‍‍‍‍‍‍‍‍‍‍‍‍‍ପାଉଲ ଯାହା କହିବାକୁ ଯାଉଅଛନ୍ତି, ତାହାକୁ ଜୋର୍ ଦେବାପାଇଁ ସେ ଏକ ପ୍ରଶ୍ନ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୋଶା ଏହା କହନ୍ତି” (ଦେଖ:INVALID translate/figs-personificationINVALID translate/figs-rquestion)

ἐγγύς σου τὸ ῥῆμά ἐστιν

ପାଉଲ ପରମେଶ୍ବରଙ୍କ ସୁସମାଚାର ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ବ୍ୟକ୍ତି ଅଟେ, ଯେ କି ଚାଲିପାରିବ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସୁସମାଚାର ଶୁଣିଅଛ” (ଦେଖ:INVALID translate/figs-personification)

τὸ ῥῆμά ἐστιν, ἐν τῷ στόματί σου

“ମୁଖ” ଶବ୍ଦଟି ଏକ ଉପମା ଅଟେ, ଯାହା ଜଣେ ବ୍ୟକ୍ତି କହୁଥିବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଛ ଯେ ଈଶ୍ବରଙ୍କ ସୁସମାଚାର କିପରି କୁହାଯାଏ III” (ଦେଖ:INVALID translate/figs-metonymy)

τὸ ῥῆμά ἐστιν, ... ἐν τῇ καρδίᾳ σου

“ତୁମ୍ଭମାନଙ୍କ ହୃଦୟରେ” ବାକ୍ୟାଂଶଟି ଗୋଟିଏ ଉପମା ଅଟେ, ଯାହା ଜଣେ ବ୍ୟକ୍ତି କ’ଣ ଚିନ୍ତା ଓ ବିଶ୍ବାସ କରେ, ତାହକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଅଛ ଯେ ଈଶ୍ବରଙ୍କ ସୁସମାଚାରର ଅର୍ଥ କ’ଣ” (ଦେଖ:INVALID translate/figs-metonymy)

τὸ ῥῆμα τῆς πίστεως

ଈଶ୍ବରଙ୍କ ସୁସମାଚାର ଆମ୍ଭମାନଙ୍କୁ କହେ ଯେ ଆମ୍ଭେମାନେ ତାହାଙ୍କଠାର ବିଶ୍ବାସ କରିବା ଉଚିତ୍

Romans 10:9

"ἐὰν ὁμολογήσῃς ἐν τῷ στόματί σου,"" Κύριον Ἰησοῦν” "

ଯଦି ତୁମ୍ଭେମାନେ ସ୍ବୀକାର କରୁଛ ଯେ ଯୀଶୁ ପ୍ରଭୁ ଅଟନ୍ତି

πιστεύσῃς ἐν τῇ καρδίᾳ σου

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ମନୁଷ୍ୟର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମନରେ ବିଶ୍ବାସ କର” କିମ୍ବା “ପ୍ରକୃତରେ ବିଶ୍ବାସ କର” (ଦେଖ:INVALID translate/figs-metonymy)

αὐτὸν ἤγειρεν ἐκ νεκρῶν

"ଏଠାରେ ଉଠାଇଲେ “ପୁନର୍ବାର ଜୀବିତ କଲେ” ନିମନ୍ତେ ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ:INVALID translate/figs-idiom)

σωθήσῃ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ” (ଦେଖ:INVALID translate/figs-activepassive)

Romans 10:10

καρδίᾳ γὰρ πιστεύεται εἰς δικαιοσύνην, στόματι δὲ ὁμολογεῖται εἰς σωτηρίαν

ଏଠାରେ “ହୃଦୟ” ଏକ ଉପମା ଅଟେ, ଯାହା ମନ ବା ଇଚ୍ଛାକୁ ନିଦର୍ଶନ କରେ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ମନରେ ବିଶ୍ବାସ କରେ ଓ ଈଶ୍ବରଙ୍କ ଛାମୁରେ ଧାର୍ମିକ ହୁଏ, ଓ ମୁଖ ଦ୍ବାରା ଜଣେ ବ୍ୟକ୍ତି ସ୍ବୀକାର କରେ ଓ ଈଶ୍ବର ତାହାକୁ ଉଦ୍ଧାର କରନ୍ତି” (ଦେଖ:INVALID translate/figs-metonymy)

στόματι

ଏଠରେ “ମୁଖ” ଏକ ସୂଚନାତ୍ମକ ଶବ୍ଦ ଅଟେ, ଯାହା ଜଣେ ବ୍ୟକ୍ତିର କହିବା କ୍ଷମତାକୁ ନିଦର୍ଶନ କରେ I (ଦେଖ:INVALID translate/figs-synecdoche)

Romans 10:11

λέγει γὰρ ἡ Γραφή

ପାଉଲ ଶାସ୍ତ୍ର ବିଷୟରେ କହନ୍ତି ଯେ ସତେ ଯେପରିଏହା ଜୀବିତ ଅଟେ ଓ କଥା କହିପାରେ I ତୁମ୍ଭେମାନେ ଏହା ସ୍ପଷ୍ଟ କରିପାରିବ ଯେ ପାଉଲ ଏଠାରେ ବ୍ୟବହାର କରିଥିବା ଶାସ୍ତ୍ର କିଏ ଲେଖିଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଯିଶାଇୟ ଶାସ୍ତ୍ରରେ ଲେଖିଥିଲେ” (ଦେଖ:INVALID translate/figs-personificationINVALID translate/figs-explicit)

πᾶς ὁ πιστεύων ἐπ’ αὐτῷ οὐ καταισχυνθήσεται

ଏହା ସମାନ ଅଟେ: “ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସେମାନେ ଲଜ୍ଜିତ ହେବେ।“ଗୁରୁତ୍ବ ଦେବାପାଇଁ ଏଠାରେ ନାକାରାତ୍ମକ ବିଷୟ ବ୍ୟବହାର କରାଯାଇଛି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ସମ୍ମାନିତ କରିବେ” (ଦେଖ:INVALID translate/figs-activepassive)

Romans 10:12

οὐ γάρ ἐστιν διαστολὴ Ἰουδαίου τε καὶ Ἕλληνος

ପାଉଲ କହନ୍ତି ଯେ ଈଶ୍ବର ସମସ୍ତ ଲୋକମାନଙ୍କୁଏକ ପ୍ରକାରର ବ୍ୟବହାର ଦେଖାଇବେ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ, ଈଶ୍ବର ଯିହୂଦୀମାନଙ୍କୁ ଓ ଅଣ-ଯିହୂଦୀମାନଙ୍କୁ ସମାନ ପ୍ରକାର ବ୍ୟବହାର ଦେଖାଇବେ” (ଦେଖ:INVALID translate/figs-explicit)

πλουτῶν εἰς πάντας τοὺς ἐπικαλουμένους αὐτόν

ଏଠାରେ “ସେ ସମୃଦ୍ଧ ଅଟେ” ର ଅର୍ଥ ଈଶ୍ବର ସମୃଦ୍ଧ ରୂପରେ ଆଶୀର୍ବାଦ ଦିଅନ୍ତି I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେ ସମସ୍ତଙ୍କୁ ସେ ସମୃଦ୍ଧ ଭାବରେ ଆଶୀର୍ବାଦ ଦିଅନ୍ତି” (ଦେଖ:INVALID translate/figs-explicit)

Romans 10:13

πᾶς” γὰρ"" ὃς ἂν ἐπικαλέσηται τὸ ὄνομα Κυρίου, σωθήσεται

ଏଠାରେ “ନାମ” ଶବ୍ଦ ଯୀଶୁଙ୍କ ପାଇଁ ଏକ ଉପମା ଅଟେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ପ୍ରଭୁ ସେ ସମସ୍ତଙ୍କୁ ଉଦ୍ଧାର କରିବେ” (ଦେଖ:INVALID translate/figs-metonymyINVALID translate/figs-activepassive)

Romans 10:14

πῶς οὖν ἐπικαλέσωνται εἰς ὃν οὐκ ἐπίστευσαν

ଯେଉଁମାନେ ଖ୍ରୀଷ୍ଟଙ୍କ ଶୁଭ ସମ୍ବାଦ ଶୁଣି ନାହାନ୍ତି, ସେମାନଙ୍କୁ ଜଣାଇବା ବିଷୟରେ ଜୋର୍ ଦେବାପାଇଁ ପାଉଲ ଏକ ପ୍ରଶ୍ନର ବ୍ୟବହାର କରନ୍ତି। “ସେମାନେ” ଶବ୍ଦଟି ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଏପର୍ଯ୍ୟନ୍ତ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି ନାହିଁ, ସେମାନେ ତାହାଙ୍କୁ ଡାକି ପାରିବେ ନାହିଁ !” (ଦେଖ:INVALID translate/figs-rquestion)

πῶς ... πιστεύσωσιν οὗ οὐκ ἤκουσαν

ପାଉଲ ସମାନ ଅର୍ଥ କହିବା ପାଇଁ ଅନ୍ୟ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ ଆଉ ସେମାନେ ତାହାଙ୍କଠାରେ ବିଶ୍ବାସ କରିପାରିବେ ନାହିଁ, ଯଦି ସେମାନେ ତାହାଙ୍କ ସୁସମ୍ବାଦ ଶୁଣି ନାହାନ୍ତି” ବା “ଆଉ ସେମାନେ ତାହାଙ୍କଠାରେ ବିଶ୍ବାସ କରିପାରିବେ ନାହିଁ, ଯଦି ସେମାନେ ତାହାଙ୍କ ବିଷୟରେ ସୁସମ୍ବାଦ ଶୁଣି ନାହାନ୍ତି!” (ଦେଖ:INVALID translate/figs-rquestion)

πιστεύσωσιν

ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ ଯାହା କିଛି କହିଅଛନ୍ତି, ତାହା ସତ୍ୟ ବୋଲି ସ୍ବୀକାର କରିବା

πῶς ... ἀκούσωσιν χωρὶς κηρύσσοντος

ପାଉଲ ସମାନ ଅର୍ଥ କହିବା ପାଇଁ ଅନ୍ୟ ଏକ ପ୍ରଶ୍ନର ବ୍ୟବହାର କରନ୍ତି I I ଅନ୍ୟ ଏକ ଅନୁବାଦରେ: “ଆଉ ଯଦି କେହି ଜଣେ ସେମାନଙ୍କୁ ନ ଜଣାଇଲେ ସେମାନେ ସୁସମ୍ବାଦ ଶୁଣି ପାରିବେ ନାହିଁ!” (ଦେଖ:INVALID translate/figs-rquestion)

Romans 10:15

ὡς ὡραῖοι οἱ πόδες τῶν εὐαγγελιζομένων τὰ ἀγαθά!”

ଯେଉଁମାନେ ଏପର୍ଯ୍ୟନ୍ତ ଶୁଣିନାହାନ୍ତି, ସେମାନଙ୍କ ନିକଟକୁ ଯେଉଁମାନେ ଯାତ୍ରା କରି ସୁସମ୍ବାଦ ଜଣାନ୍ତି, ସେମାନଙ୍କୁ ନିଦର୍ଶନ କରିବାପାଇଁ ପାଉଲ “ପାଦ” ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏହା ଆଶ୍ଚର୍ଯ୍ୟ ଅଟେ ଯେ ଯେତେବେଳେ ଦୂତମାନେ ଆସି ଆମ୍ଭମାନଙ୍କୁ ଶୁଭ ସୁସମ୍ବାଦ ଦିଅନ୍ତି” (ଦେଖ:INVALID translate/figs-metonymy)

Romans 10:16

οὐ πάντες ὑπήκουσαν

ଏଠାରେ “ସେମାନେ” ଯିହୂଦୀମାନଙ୍କୁ ଦର୍ଶାଏ I “ସମସ୍ତ ଯିହୂଦୀମାନେ ପାଳନ କଲେ ନାହିଁ”"

Κύριε, τίς ἐπίστευσεν τῇ ἀκοῇ ἡμῶν

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯିଶାଇୟ ଭବିଷ୍ୟତବାଣୀ କରି ଶାସ୍ତ୍ରରେ କହନ୍ତି ଯେ ଅନେକ ଯିହୂଦୀମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ନାହିଁ I ତୁମ୍ଭେମାନେ ଏକ ବୟାନ ରୂପରେ ଏହାର ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ସେମାନଙ୍କ ମଧ୍ୟରୁ ଅନେକେ ଆମ୍ଭମାନଙ୍କ ସୁସମ୍ବାଦ ବିଶ୍ବାସ କରନ୍ତି ନାହିଁ” (ଦେଖ:INVALID translate/figs-rquestion)

τῇ ἀκοῇ ἡμῶν

ଏଠାରେ “ଆମ୍ଭମାନଙ୍କ” ଈଶ୍ବର ଓ ଯିଶାଇୟଙ୍କୁ ଦର୍ଶାଏ I

Romans 10:17

ἡ πίστις ἐξ ἀκοῆς

ଏଠାରେ “ବିଶ୍ବାସ” “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା” କୁ ଦର୍ଶାଏ I

ἡ ... ἀκοὴ διὰ ῥήματος Χριστοῦ

ଖ୍ରୀଷ୍ଟଙ୍କ ସୁସମ୍ବାଦ ବିଷୟରେ ଶୁଣିବା ଦ୍ବାରା ଶ୍ରବଣ ହୋଇଥାଏ

Romans 10:18

ἀλλὰ λέγω, μὴ οὐκ ἤκουσαν? μενοῦνγε

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, ମୁଁ କହୁଅଛି ଯିହୂଦୀମାନେ ନିଶ୍ଚିତ ରୂପରେ ଖ୍ରୀଷ୍ଟଙ୍କ ସୁସମ୍ବାଦ ବିଷୟରେ ଶୁଣିଅଛନ୍ତି” (ଦେଖ: INVALID translate/figs-rquestionINVALID translate/figs-quotations)

εἰς πᾶσαν τὴν γῆν, ἐξῆλθεν ὁ φθόγγος αὐτῶν; καὶ εἰς τὰ πέρατα τῆς οἰκουμένης, τὰ ῥήματα αὐτῶν

ଉଭୟ ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥକୁ ପ୍ରକାଶ କରେ ଓ ପାଉଲ ସେମାନଙ୍କୁ ଗୁରୁତ୍ବ ଦେବାପାଇଁ ବ୍ୟବହାର କରନ୍ତି I “ସେମାନଙ୍କୁ” ଶବ୍ଦଟି ସୂଯ୍ୟ, ଚନ୍ଦ୍ର, ଓ ତାରାଗୁଡିକୁ ଦର୍ଶାଏ I ଏଠାରେ ସେମାନଙ୍କୁ ମାନବ ଦୂତ ରୂପରେ ବର୍ଣ୍ଣିତ କରାଯାଇଛି, ଯେଉଁମାନେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ କହନ୍ତି I ଏହା ନିଦର୍ଶନ କରେ ଯେ କିପରି ସେମାନଙ୍କର ଅସ୍ତିତ୍ବ ଈଶ୍ବରଙ୍କର ଶକ୍ତି ଓ ମହିମାକୁ ପ୍ରକାଶ କରେ । ପାଉଲ ଶାସ୍ତ୍ରରୁ ଉଦ୍ଧୃତ କରିବା ବିଷୟକୁ ତୁମ୍ଭେମାନେ ଏଠାରେ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଲେଖାଅଛି, ସୂଯ୍ୟ, ଚନ୍ଦ୍ର, ଓ ତାରାଗୁଡିକ ଈଶ୍ବରଙ୍କ ଶକ୍ତି ଓ ମହିମାର ପ୍ରମାଣ ଅଟନ୍ତି, ଓ ଜଗତର ପ୍ରତ୍ୟେକ ଲୋକ ସେମାନଙ୍କୁ ଦେଖନ୍ତି ଓ ଈଶ୍ବରଙ୍କ ସତ୍ୟକୁ ବିଷୟରେ ଜାଣନ୍ତିI”’ (ଦେଖ:INVALID translate/figs-parallelismINVALID translate/figs-personificationINVALID translate/figs-explicit)

Romans 10:19

ἀλλὰ λέγω, μὴ Ἰσραὴλ οὐκ ἔγνω

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଇଶ୍ରାୟେଲ ଦେଶରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ “ଇଶ୍ରାୟେଲ” ଶବ୍ଦଟି ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ମୁଁ ତୁମ୍ଭମାନଙ୍କୁ କହୁଅଛି, ଇଶ୍ରାୟେଲ ଲୋକମାନେ ସୁସମ୍ବାଦ ଜାଣିଲେ ନାହିଁ” (ଦେଖ:INVALID translate/figs-rquestionINVALID translate/figs-metonymy)

πρῶτος Μωϋσῆς λέγει, “ ἐγὼ παραζηλώσω ὑμᾶς, ... παροργιῶ ὑμᾶς.”

ଏହାର ଅର୍ଥ ହେଉଛି ଯେ ଈଶ୍ବର ଯାହା କହିଲେ, ମୋଶା ତାହା ଲେଖିଅଛନ୍ତି I “ମୁଁ” ଈଶ୍ବରଙ୍କୁ ଦର୍ଶାଏ, ଓ “ତୁମ୍ଭେମାନେ” ଇଶ୍ରାୟେଲୀୟମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପ୍ରଥମେ ମୋଶା କହନ୍ତି ଯେ ଈଶ୍ବର ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବେ III ଈଶ୍ବର ତୁମ୍ଭମାନଙ୍କୁ ଆଲୋଡନ କରିବେ” (ଦେଖ: INVALID translate/figs-youINVALID translate/figs-quotations)

ἐπ’ οὐκ ἔθνει

ସେମାନଙ୍କ ସକାଶେ ତୁମ୍ଭେମାନେ ପ୍ରକୃତ ଦେଶ ବୋଲି ମନେ କରୁ ନାହଁ ବା “ଯେଉଁମାନେ କୌଣସି ଦେଶର ନୁହନ୍ତି, ସେହି ଲୋକମାନଙ୍କ ଦ୍ବାରା”

ἐπ’ ἔθνει ἀσυνέτῳ

ଏଠାରେ “ଜ୍ଞାନ ବିନା”ର ଅର୍ଥ ହେଉଛି ଯେ ଲୋକମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋତେ ଓ ମୋର ଆଜ୍ଞାକୁ ଜାଣନ୍ତି ନାହିଁ, ସେହି ଏକ ଦେଶର ଲୋକମାନଙ୍କ ଦ୍ବାରା” (ଦେଖ:INVALID translate/figs-explicit)

παροργιῶ ὑμᾶς

ମୁଁ ତୁମ୍ଭମାନଙ୍କୁ କ୍ରୋଧିତ କରାଇବି କିମ୍ବା “ମୁଁ ତୁମ୍ଭମାନଙ୍କଠାରେ କ୍ରୋଧ ଜନ୍ମାଇବି”

ὑμᾶς

ଏହା ଇଶ୍ରାୟେଲ ଦେଶକୁ ଦର୍ଶାଏ I (ଦେଖ:INVALID translate/figs-you)

Romans 10:20

ଏଠାରେ “ମୁଁ” “ମୋତେ,” ଓ “ମୋର” ଶବ୍ଦଗୁଡିକ ଈଶ୍ବରଙ୍କୁ ଦର୍ଶାଏ I

Ἠσαΐας δὲ ἀποτολμᾷ καὶ λέγει

ଏହାର ଅର୍ଥ ହେଉଛି ଯେ ଈଶ୍ବର ଯାହା କହିଥିଲେ, ଯିଶାଇୟ ଭବିଷ୍ୟତବକ୍ତା ତାହା ଲେଖିଲେ I

εὑρέθην ἐν τοῖς ἐμὲ μὴ ζητοῦσιν

ଭବିଷ୍ୟତବକ୍ତାମାନେ ଅନେକ ସମୟରେ ଭବିଷ୍ୟତ ବିଷୟରେ କହନ୍ତି ଯେ ସତେ ଯେପରି ସେହି ସମସ୍ତ ଘଟି ସାରିଛି I ଏହା ଜୋର୍ ଦିଏ ଯେ ଭବିଷ୍ୟବାଣୀ ନିଶ୍ଚିତ ରୂପେ ସତ୍ୟ ହେବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦିଓ ବିଜାତି ଲୋକମାନେ ମୋତେ ଖୋଜିବେ ନାହିଁ, ସେମାନେ ମୋତେ ପାଇବେ” (ଦେଖ:INVALID translate/figs-activepassive)

ἐμφανὴς ἐγενόμην

ମୁଁ ନିଜକୁ ଜାଣାଇଲି

λέγει

"“ସେ” ଈଶ୍ବରଙ୍କୁ ଦର୍ଶାଏ, ଯେ କି ଯିଶାଇୟଙ୍କ ଦ୍ବାର କଥା କହୁଛନ୍ତି I

Romans 10:21

ὅλην τὴν ἡμέραν

ଈଶ୍ବରଙ୍କ ନିରନ୍ତର ପ୍ରୟାଶକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି “ନିରନ୍ତର”"

ἐξεπέτασα τὰς χεῖράς μου πρὸς λαὸν ἀπειθοῦντα καὶ ἀντιλέγοντα

ମୁଁ ତୁମ୍ଭମାନଙ୍କୁ ସ୍ବାଗତ କରିବାକୁ ଓ ତୁମ୍ଭମାନଙ୍କର ସାହାଯ୍ୟ କରିବାକୁ ଚେଷ୍ଟା କଲି, କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ପାଇବାକୁ ମନା କଲ ଓ ଅବଜ୍ଞା ଜାରି ରଖିଲ

Romans 11

ରୋମୀୟ ୧୧ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ପ୍ରତ୍ୟେକ ଧାଡିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି, ଯାହାକୁ ପଢିବା ପାଇଁ ସହଜ ହୁଏ । ୯-୧୦, ୨୬-୨୭, ଓ ୩୪-୩୫ ପଦଗୁଡ଼ିକରେ ULT ଏହି ପ୍ରକାରେ ଲେଖିଅଛି, ଯାହା ପୁରାତାନ ନିୟମରୁ ଆନୀତ

ଏହି ଅଧ୍ୟାୟର ବିଶେଷ ଧାରଣା

କଲମୀକରଣ

ପାଉଲ “କଲମୀକରଣ”ର ଚିତ୍ରକୁ ଈଶ୍ବରଙ୍କ ଯୋଜନାରେ ଅନ୍ୟଜାତିମାନେ ଓ ଯିହୂଦୀମାନଙ୍କର ସ୍ଥାନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରନ୍ତି। ଗୋଟିଏ ଚାରାକୁ ଅନ୍ୟ ଏକ ଚାରା ସହିତ ସ୍ଥାୟୀ ରୂପରେ ସଂଯୋଗ କରାଗଲେ, ତାକୁ “କଲମୀକରଣ” କୁହାଯାଏ। ପରମେଶ୍ବର ବିଜାତୀୟମାନଙ୍କୁ ଏକ ଜଙ୍ଗଲୀ ଶାଖା ରୂପରେ ତାହାର ଉଦ୍ଧାର କରିବା ଯୋଜନାରେ କଲମୀକରଣ କରିଥିବା ଚିତ୍ରକୁ ପାଉଲ ବ୍ୟବହାର କରନ୍ତି। କିନ୍ତୁ ଈଶ୍ବର ଯିହୂଦୀମାନଙ୍କ ବିଷୟରେ ଭୁଲି ନାହାନ୍ତି, ଯେଉଁମାନଙ୍କୁ ପ୍ରାକୃତିକ ଚାରା ଭାବରେ କୁହାଯାଏ। ଈଶ୍ବର ଯିହୂଦୀମାନଙ୍କୁ ମଧ୍ୟ ଉଦ୍ଧାର କରିବେ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି।

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡିକ

”କ’ଣ ଈଶ୍ବର ତାହାଙ୍କ ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ଏହା କେବେ ମଧ୍ୟ ହୋଇପାରିବ ନାହିଁ”

ଇଶ୍ରାୟେଲ (ଅବ୍ରାହାମ, ଇସହାକ ଓ ଯାକୁବଙ୍କ ଶାରୀରିକ ବଂଶଜ) ଈଶ୍ବରଙ୍କ ଭବିଷ୍ୟତ ଯୋଜନାରେ ଅଛି, ବା ଯଦି ସେମାନଙ୍କୁ ମଣ୍ଡଳୀ ମାଧ୍ୟମରେ ଈଶ୍ବରଙ୍କ ଯୋଜନାରେ ପୁନଃସ୍ଥାପନ କରାଯାଇଅଛି, ଏହା ୯-୧୦ ଅଧ୍ୟାୟରେ ଏକ ଜଟିଳ ପାରମାର୍ଥିକ ପ୍ରସଙ୍ଗ ଅଟେ । ଏହି ବାକ୍ୟାଂଶ ରୋମୀୟ ପୁସ୍ତକରେ ଏକ ମହତ୍ବପୂର୍ଣ୍ଣ ଅଂଶ ଅଟେ। ଏହା ଏପରି ସଙ୍କେତ ଦେବାଭଳି ମନେ ହୁଏ ଯେ ଇଶ୍ରାୟେଲ ମଣ୍ଡଳୀରୁ ପୃଥକ ରହିବ। ସମସ୍ତ ବିଦ୍ବାନମାନେ ଏହି ସିଦ୍ଧାନ୍ତରେ ସହମତ ହୁଅନ୍ତି ନାହିଁ। ବର୍ତ୍ତମାନ ସେମାନେ ଯୀଶୁଙ୍କୁ ସେମାନଙ୍କର ମଶୀହ ରୂପରେ ଅସ୍ବୀକାର କରୁଥିବା ସତ୍ତ୍ବେ ଇଶ୍ରାୟେଲ ଈଶ୍ବରଙ୍କ ଅନୁଗ୍ରହ ଓ କୃପାକୁ ହରାଇ ନାହିଁ । (ଦେଖ:INVALID bible/kt/christINVALID bible/kt/graceINVALID bible/kt/mercy)

Romans 11:1

ଯଦିଓ ଇଶ୍ରାୟେଲ ଏକ ଦେଶଭାବରେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଛି, ଈଶ୍ବର ସେମାନଙ୍କୁ ବୁଝାଇବା ପାଇଁ ଚାହାଁନ୍ତି ଯେ ପରିତ୍ରାଣ ଅନୁଗ୍ରହରେ ମିଳେ, କର୍ମ ଦ୍ବାରା ନୁହେଁ I

λέγω οὖν

ତେବେ ମୁଁ, ପାଉଲ, କହେ

μὴ ἀπώσατο ὁ Θεὸς τὸν λαὸν αὐτοῦ

ପାଉଲ ଏହି ପ୍ରଶ୍ନ ପଚାରନ୍ତି ଏଥିପାଇଁ ଯେ ଈଶ୍ବର ତାହାଙ୍କ ଲୋକମାନଙ୍କ ମଧ୍ୟରେ ବିଜାତିମାନଙ୍କୁ ଅନ୍ତର୍ଭୁକ୍ତ କରିଥିବାରୁ ଯେଉଁ କେତେକ ଅନ୍ୟ ଯିହୂଦୀମାନେ ଅସନ୍ତୁଷ୍ଟ ଥିଲେ, ସେମାନଙ୍କୁ ଯେପରି ସେ ଉତ୍ତର ଦେଇ ପାରନ୍ତି, ଯେହେତୁ ଯିହୂଦୀ ଲୋକମାନଙ୍କ ହୃଦୟ କଠିନ ହୋଇଥିଲା। (ଦେଖ:INVALID translate/figs-rquestion)

μὴ γένοιτο

"ଏହା ସମ୍ଭବ ନୁହେଁ! କିମ୍ବା “ନିଶ୍ଚିତ ରୂପରେ ନୁହେଁ!” ଏହି ଅଭିବ୍ୟକ୍ତି ଦୃଢତାର ସହିତ ଅଗ୍ରାହ୍ୟ କରେ ଯେ ଏହା ହୋଇପାରିବ ନାହିଁ। ତୁମ୍ଭମାନଙ୍କ ଭାଷାରେ ସମାନ ଅଭିବ୍ୟକ୍ତି ଥାଇପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ। ଦେଖ କିପରି ତୁମ୍ଭେମାନେ ଏହାକୁ [ରୋମୀୟ ୯:୧୪] (II/୦୯/୧୪Imd)ରେ ଅନୁବାଦ କରିଅଛ।

φυλῆς Βενιαμείν

ଏହା ବିନ୍ୟାମୀନ ଗୋଷ୍ଠୀକୁ ଦର୍ଶାଏ, ଯାହା ଈଶ୍ବର ଇଶ୍ରାୟେଲ ଲୋକମାନଙ୍କୁ ୧୨ ଗୋଷ୍ଠୀ ଭାବରେ ବିଭାଗ କରିଥିବା ଗୋଷ୍ଠୀ ମଧ୍ୟରୁ ଗୋଟିଏ ଅଟେ I

Romans 11:2

ὃν προέγνω

ଯାହାକୁ ସେ ପୂର୍ବରୁ ଜାଣିଥିଲେ"

οὐκ οἴδατε ἐν Ἠλείᾳ τί λέγει ἡ Γραφή, ὡς ἐντυγχάνει τῷ Θεῷ κατὰ τοῦ Ἰσραήλ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଅଛ ଯେ ଶାସ୍ତ୍ରରେ କ’ଣ ଲେଖାଅଛି ଯେତେବେଳେ ଏଲିୟ ଇଶ୍ରାୟେଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ବିନତି କରିଥିଲେ” (ଦେଖ:INVALID translate/figs-rquestion)

τί λέγει ἡ Γραφή

ପାଉଲ ଶାସ୍ତ୍ର ବିଷୟରେ ଏପରି ଉଲ୍ଲେଖ କରନ୍ତି ଯେ ସତେ ଯେପରି ସେଗୁଡିକ କଥା କହିବାକୁ ସକ୍ଷମ I (ଦେଖ:INVALID translate/figs-personification)

Romans 11:3

ἀπέκτειναν

"ସେମାନେ ଇଶ୍ରାୟେଲ ଲୋକମାନଙ୍କୁ ଦର୍ଶାଏ I

κἀγὼ ὑπελείφθην μόνος

ଏଠାରେ ସର୍ବନାମ “ମୁଁ” ଏଲିୟଙ୍କୁ ଦର୍ଶାଏ I

ζητοῦσιν τὴν ψυχήν μου

ମୋତେ ବଧ କରିବାକୁ ଇଚ୍ଛାକରି"

Romans 11:4

ἀλλὰ τί λέγει αὐτῷ ὁ χρηματισμός

ପାଉଲ ଏହି ପ୍ରଶ୍ନର ବ୍ୟବହାର କରି ପଠାକମାନଙ୍କୁ ତାହାଙ୍କ ଆଗାମୀ ପ୍ରସଙ୍ଗ ବିଷୟରେ କହନ୍ତି। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ କିପରି ଉତ୍ତର ଦିଅନ୍ତି?” (ଦେଖ:INVALID translate/figs-rquestion)

αὐτῷ

ଏଠାରେ ସର୍ବନାମ “ତାହାଙ୍କୁ” ଏଲିୟଙ୍କୁ ଦର୍ଶାଏ I

ἑπτακισχιλίους ἄνδρας

"୭,୦୦୦ ପୁରୁଷ (ଦେଖ:INVALID translate/translate-numbers)

Romans 11:5

λῖμμα

ଏହାର ଅର୍ଥ ହେଉଛି ଲୋକମାନଙ୍କର ଗୋଟିଏ ଅବଶିଷ୍ଟ ଅଂଶ ଯାହାକୁ ଈଶ୍ବର ତାହାଙ୍କ ଅନୁଗ୍ରହ ଦେବାପାଇଁ ବାଛିଅଛନ୍ତି

Romans 11:6

εἰ δὲ χάριτι

ପାଉଲ ବର୍ଣ୍ଣନା କରି କହନ୍ତି ଯେ କିପରି ଈଶ୍ବରଙ୍କ ଦୟା ପ୍ରକାଶିତ ହେଉଅଛି। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେହେତୁ ଈଶ୍ବରଙ୍କ କୃପା ଅନୁଗ୍ରହରେ କର୍ମ କରୁଅଛି” (ଦେଖ:INVALID translate/figs-explicit)

Romans 11:7

τί οὖν

ତାହାହେଲେ ଆମ୍ଭମାନେ କ’ଣ କହିବା? ପାଉଲ ପାଠକମାନଙ୍କୁ ପରବର୍ତ୍ତୀ ପ୍ରସଙ୍ଗ ବିଷୟରେ କହିବା ନିମନ୍ତେ ଏହି ପ୍ରଶ୍ନ ପଚାରନ୍ତି । ତୁମ୍ଭେମାନେ ଏହାକୁ ଏକ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଆମ୍ଭମାନଙ୍କୁ ମନେ ରଖିବାକୁ ହେବ” (ଦେଖ:INVALID translate/figs-rquestion)

Romans 11:8

ἔδωκεν αὐτοῖς ὁ Θεὸς πνεῦμα κατανύξεως”,"" ὀφθαλμοὺς τοῦ μὴ βλέπειν, καὶ ὦτα τοῦ μὴ ἀκούειν

ଲୋକମାନେ ଅଧ୍ୟାତ୍ମିକଭାବରେ ଦୁର୍ବଳ ବୋଲି କହିବା ବିଷୟରେ ଏହା ଗୋଟିଏ ରୂପକ ଅଟେ I ସେମାନେ ଅଧ୍ୟାତ୍ମିକ ସତ୍ୟକୁ ଶୁଣିବା ଓ ପ୍ରାପ୍ତ କରିବାକୁ ସକ୍ଷମ ନୁହନ୍ତିI (ଦେଖ:INVALID translate/figs-metaphor)

πνεῦμα κατανύξεως

ଏଠାରେ ଏହାର ଅର୍ଥ ହେଉଛି, “ଏହି ପ୍ରକାର ଲକ୍ଷଣ ବିଶିଷ୍ଟ,” ଯେପରି “ଜ୍ଞାନର ଆତ୍ମା I”"

ὀφθαλμοὺς τοῦ μὴ βλέπειν

ଗୋଟିଏ ଆଖିରେ ଦେଖିବାର ଧାରଣାକୁ ବୁଦ୍ଧି ଲାଭ କରିବା ସହିତ ସମାନ ବୋଲି ଧରି ନିଆଯାଏ I

ὦτα τοῦ μὴ ἀκούειν

ଗୋଟିଏ କାନରେ ଶୁଣିବାର ଧାରଣାକୁ ଆଜ୍ଞାକାରିତା ସହ ସମାନ ବୋଲି ଧରି ନିଆଯାଏ I

Romans 11:9

γενηθήτω ἡ τράπεζα αὐτῶν εἰς παγίδα, καὶ εἰς θήραν

"ଏଠାରେ ମେଜ ଏକ ଉପମା ଅଟେ ଯାହା ଭୋଜକୁ ଦର୍ଶାଏ ଓ “ଜାଲ” ଓ “ଫାନ୍ଦ” ରୂପକସବୁ ଦଣ୍ଡକୁ ବୁଝାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଈଶ୍ବର, ସେମାନଙ୍କର ଭୋଜିକୁ ଏକ ଫାନ୍ଦ ସ୍ପରୂପ କର, ଯାହା ସେମାନଙ୍କୁ ଧରିବ” (ଦେଖ:INVALID translate/figs-metonymyINVALID translate/figs-metaphorINVALID translate/figs-activepassive)

σκάνδαλον

ଏକ “ବାଧାଜନକ ପ୍ରସ୍ତର” ଯାହା ଜଣେ ବ୍ୟକ୍ତିକୁ ପ୍ରତିବନ୍ଧକ କରେ, ଯାହା ଫଳରେ ସେ ତଳେ ପଡିଯାଏ। ଏଠାରେ ଏହା ସେହି ବିଷୟକୁ ପ୍ରତିପାଦନ କରେ, ଯାହା ଜଣେ ବ୍ୟକ୍ତିଙ୍କୁ ପାପ କରିବାପାଇଁ ପ୍ରେରଣ କରିଥାଏ I ଅନ୍ୟ ଏକ ଅନୁବାଦରେ: “ ଯାହା ସେମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରେ” (ଦେଖ:INVALID translate/figs-metaphor)

ἀνταπόδομα αὐτοῖς

ଏପରି କିଛି ବିଷୟ ଯାହା ତୁମ୍ଭମାନଙ୍କୁ ସେମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ କଢାଇନିଏ"

Romans 11:10

τὸν νῶτον αὐτῶν διὰ παντὸς σύνκαμψον

ଏଠାରେ “ସେମାନଙ୍କ ପୃଷ୍ଠ କୁବ୍ଜ କରି ରଖ” ଯାହା ଦାସମାନଙ୍କୁ ସେମାନଙ୍କ ପିଠି ଉପରେ ଭାରୀ ବୋଝ ବୋହିବା ପାଇଁ ବାଧ୍ୟ କରିବାର ଏକ ଉପମା ଅଟେ I ଏହା ସେମାନଙ୍କୁ ପୀଡା ଦେବାର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଭାରୀ ବୋଝ ଉଠାଉଥିବା ଲୋକମାନଙ୍କ ପରି ସେମାନଙ୍କୁ କଷ୍ଟ ବା ଦୁଃଖ ଦିଅ” (ଦେଖ:INVALID translate/figs-metonymyINVALID translate/figs-metaphor)

Romans 11:11

ଇଶ୍ରାୟେଲ ଏକ ଦେଶଭାବରେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଥିବା ସକାଶେ, ପାଉଲ ବିଜାତିମାନଙ୍କୁ ସାବଧାନ ରହିବାକୁ ଚେତାବନୀ ଦିଅନ୍ତି ଯେ ସେମାନେ ସେହି ପ୍ରକାରର ସମାନ ଭୁଲ୍ ନ କରନ୍ତୁ I

μὴ ἔπταισαν ἵνα πέσωσιν

ପାଉଲ ଗୁରୁତ୍ବ ଦେଇ କହିବାପାଇଁ ଏହି ପ୍ରଶ୍ନ ଯୋଗ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ପାପ କଲେ ବୋଲି କ’ଣ ଈଶ୍ବର ସେମାନଙ୍କୁ ଅନନ୍ତ କାଳ ପାଇଁ ଅଗ୍ରହ୍ୟ କରିଅଛନ୍ତି?” (ଦେଖ:INVALID translate/figs-rquestion)

μὴ γένοιτο

"ଏହା ସମ୍ଭବ ନୁହେଁ ! କିମ୍ବା “ନିଶ୍ଚିତ ରୂପରେ ନୁହେଁ!” ଏହି ଅଭିବ୍ୟକ୍ତି ଦୃଢତାର ସହିତ ଅଗ୍ରାହ୍ୟ କରେ ଯେ ଏପରି ହୋଇ ନ ପାରେ I ତୁମ୍ଭମାନଙ୍କ ଭାଷାରେ ସମାନ ଅଭିବ୍ୟକ୍ତି ଥାଇପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଦେଖ ଏହାକୁ ତୁମ୍ଭେମାନେ [ରୋମୀୟ ୯:୧୪] (II/୦୯/୧୪Imd) ରେ କିପରି ଅନୁବାଦ କରିଅଛ I

παραζηλῶσαι

ଦେଖ ତୁମ୍ଭେମାନେ ଏହାକୁ ରୋମୀୟ ୯:୧୪ ରେ କିପରି ଅନୁବାଦ କରିଅଛ I

Romans 11:12

εἰ ... τὸ παράπτωμα αὐτῶν, πλοῦτος κόσμου, καὶ τὸ ἥττημα αὐτῶν, πλοῦτος ἐθνῶν

ଏହି ଉଭୟ ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥକୁ ପ୍ରକାଶ କରେ I ଯଦି ତୁମ୍ଭମାନଙ୍କର କରିବା ଦରକାର, ତୁମ୍ଭେମାନେ ସେଗୁଡିକୁ ତୁମ୍ଭମାନଙ୍କର ଅନୁବାଦରେ ସଂଯୁକ୍ତ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଯିହୂଦୀମାନେ ଆତ୍ମିକ ରୂପରେ ଅସଫଳ ହେଲେ, ପରିଣାମ ଏହା ହେଲା ଯେ ଈଶ୍ବର ପ୍ରଚୁର ଭାବରେ ଅଣ-ଯିହୂଦୀମାନଙ୍କୁ ଆଶୀର୍ବାଦ କଲେ” (ଦେଖ:INVALID translate/figs-doublet)

πλοῦτος κόσμου

ଯେହେତୁ ଯିହୂଦୀମାନେ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କଲେ, ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ସୁଯୋଗ ଦେଇ ଈଶ୍ବର ପ୍ରଚୁର ଭାବରେ ବିଜାତିମାନଙ୍କୁ ଆଶୀର୍ବାଦ କଲେ I

κόσμου

ଏଠାରେ “ଜଗତ” ଏକ ଉପମା ଅଟେ, ଯାହା ଏହି ଜଗତରେ ବସବାସ କରୁଥିବା ଲୋକମାନଙ୍କୁ, ବିଶେଷ ରୂପରେ ବିଜାତିମାନଙ୍କୁ ଦର୍ଶାଏ I

Romans 11:14

παραζηλώσω

ଦେଖ ତୁମ୍ଭେମାନେ ଏହାକୁ [ରୋମୀୟ ୧୦:୧୯ ] (II/୦୯/୧୪Imd) ରେ କିପରି ଅନୁବାଦ କରିଛ I

μου τὴν σάρκα

ଏହା “ମୋର ସାଥୀ ଯିହୂଦୀମାନେ”କୁ ଦର୍ଶାଏ I ”"

καὶ σώσω τινὰς ἐξ αὐτῶν

ଯେଉଁମାନେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ଉଦ୍ଧାର କରିବେ I ଅନ୍ୟ ଏକ ଅନୁବାଦରେ: “ବୋଧହୁଏ, କେତେକ ଲୋକ ବିଶ୍ବାସ କରିବେ ଓ ଈଶ୍ବର ସେମାନଙ୍କୁ ଉଦ୍ଧାର କରିବେ” (ଦେଖ:INVALID translate/figs-explicit)

Romans 11:15

εἰ γὰρ ἡ ἀποβολὴ αὐτῶν καταλλαγὴ κόσμου

କାରଣ ଯଦି ଈଶ୍ବର ସେମାନଙ୍କୁ ଅଗ୍ରାହ୍ୟ କଲେ, ସେ ଅବଶିଷ୍ଟ ଜଗତକୁ ତାହାଙ୍କ ସହିତ ସମ୍ମିଳିତ କରିବେ

ἡ ἀποβολὴ αὐτῶν

ସର୍ବନାମ “ସେମାନଙ୍କର” ଅବିଶ୍ବାସୀ ଯିହୂଦୀୟମାନଙ୍କୁ ଦର୍ଶାଏ I

κόσμου

ଏଠାରେ “ଜଗତ” ଏକ ଉପମା ଅଟେ, ଯାହା ଏହି ଜଗତରେ ବସବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଲୋକମାନେ” (ଦେଖ:INVALID translate/figs-metonymy)

τίς ἡ πρόσλημψις εἰ μὴ ζωὴ ἐκ νεκρῶν

ପାଉଲ ଜୋର୍ ଦେଇ କହିବାପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ ଏହା ଏକ ଅର୍ଶ୍ଚଯ୍ୟ ବିଷୟ ହେବ, ଯେତେବେଳେ ଈଶ୍ବର ଯିହୂଦୀମାନଙ୍କୁ ଗ୍ରହଣ କରିବେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା କିପରି ହେବ ଯେତେବେଳେ ଈଶ୍ବର ସେମାନଙ୍କୁ ଗ୍ରହଣ କରିବେ? ସେମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହୋଇ ଆସିଲା ପରି ହେବ!” ବା “ଯେତେବେଳେ ଈଶ୍ବର ସେମାନଙ୍କୁ ଗ୍ରହଣ କରିବେ, ଏହା ଏପରି ହେବ ଯେପରି ସେମାନେ ମୃତ୍ୟୁବରଣ କଲାପରେ ପୁନର୍ବାର ଜୀବିତ ହୋଇ ଆସିଲେ!”

νεκρῶν

ଏହି ଶବ୍ଦଗୁଡିକ ସମସ୍ତ ମୃତ ଲୋକମାନେ ସମାଧିରେ ରହିଥିବା ବିଷୟକୁ ଦର୍ଶାଏ I

Romans 11:16

εἰ δὲ ἡ ἀπαρχὴ ἁγία, καὶ τὸ φύραμα;

ଅବ୍ରାହାମ, ଇସହାକ, ଓ ଯାକୁବ, ଇଶ୍ରାୟେଲୀୟ ପୂର୍ବ ପୁରୁଷମାନଙ୍କ ବିଷୟରେ ପାଉଲ ଏପରି କହନ୍ତି ଯେ ସତେ ଯେପରି ସେମାନେ ପ୍ରଥମ ଫଳ ଥିଲେ ବା ଅମଳ କରିବା ନିମନ୍ତେ “ପ୍ରଥମ ଫଳଗୁଡିକ” ଅଟନ୍ତି I ସେ ସେହି ଇଶ୍ରାୟେଲୀୟମାନଙ୍କ ବିଷୟରେ କହନ୍ତି ଯେ ଯେଉଁମାନେ ସେହି ଲୋକମାନଙ୍କର ବଶଂଜ ଅଟନ୍ତି, ସତେ ଯେପରି ସେମାନେ ଶସ୍ୟରୁ ତିଆରି ହୋଇଥିବା “ଚକଟା ଅଟା ମୁଣ୍ଡା” ଥିଲେ I ଅନ୍ୟ ଏକ ଅନୁବାଦରେ: “ଯଦି ଅବ୍ରାହାମ ପ୍ରଥମ ଫଳ ସ୍ପରୂପେ ଗଣିତ ହୋଇଥିଲେ, ଯାହା ଈଶ୍ବରଙ୍କୁ ଉର୍ତ୍ସଗ କରାଯାଇଥିଲା, ତେବେ ଆମ୍ଭମାନଙ୍କର ପୂର୍ବ ପୁରୁଷମାନେ ମଧ୍ୟ ଈଶ୍ବରଙ୍କର ଅଧିକାର ସ୍ବରୂପେ ଗଣିତ ହେବାର ଉଚିତ୍ ଥିଲା” (ଦେଖ:INVALID translate/figs-metaphor)

εἰ ἡ ῥίζα ἁγία, καὶ οἱ κλάδοι

ପାଉଲ ଇଶ୍ରାୟେଲୀୟ ପୂର୍ବ ପୁରୁଷ ଅବ୍ରାହାମ, ଇସହାକ, ଓ ଯାକୁବଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗଛର ମୂଳ ଅଟନ୍ତି, ଓ ଇଶ୍ରାୟେଲୀୟମାନେ ସେମାନଙ୍କର ବଶଂଜ ଅଟନ୍ତି, ସତେ ଯେପରି ସେମାନେ ଗଛର “ଶାଖାଗୁଡିକ” ଅଟନ୍ତି I (ଦେଖ:INVALID translate/figs-metaphor)

ἁγίαν

ଲୋକମାନେ ସର୍ବଦା ଈଶ୍ବରଙ୍କୁ ପ୍ରଥମ ଫସଲ ଉର୍ତ୍ସଗ କରୁଥିଲେ, ଯାହା ସେମାନେ ଅମଳ କରୁଥିଲେ। ଏଠାରେ “ପ୍ରଥମ ଫଳଗୁଡିକ” ଖ୍ରୀଷ୍ଟଙ୍କୁ ପ୍ରଥମେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-metaphor)

Romans 11:17

σὺ δὲ ἀγριέλαιος ὢν

“ତୁମ୍ଭେମାନେ” ସର୍ବନାମ ଓ “ଏକ ଜଙ୍ଗଲୀ ଜୀତ ଶାଖା” ବିଜାତି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କ ଦ୍ବାରା ପରିତ୍ରାଣ ଗ୍ରହଣ କରିଅଛନ୍ତି I (ଦେଖ:INVALID translate/figs-youINVALID translate/figs-metaphor)

εἰ δέ τινες τῶν κλάδων ἐξεκλάσθησαν

ଯେଉଁ ଯିହୂଦୀମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ସେମାନଙ୍କୁ ପାଉଲ “ଭଗ୍ନ ଶାଖାଗୁଡିକ” ରୂପେ ଦର୍ଶାନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ କେତେକ ଲୋକ କିଛି ଶାଖାଗୁଡିକୁ ଭାଙ୍ଗି ଦେଇଅଛନ୍ତି” (ଦେଖ:INVALID translate/figs-metaphorINVALID translate/figs-activepassive)

ἐνεκεντρίσθης ἐν αὐτοῖς

ଏଠାରେ ପାଉଲ ବିଜାତି ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ “କଲମୀ କରାଯାଇଥିବା ଶାଖାଗୁଡ଼ିକ” ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଅବଶିଷ୍ଟ ଶାଖାଗୁଡିକ ସହିତ ସଂଯୁକ୍ତ କରିଅଛନ୍ତି” (ଦେଖ: INVALID translate/figs-metaphorINVALID translate/figs-activepassive)

τῆς ῥίζης τῆς πιότητος τῆς ἐλαίας ἐγένου

ଏଠାରେ “ସମୃଦ୍ଧ ମୂଳ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ପ୍ରତିଜ୍ଞାକୁ ଦର୍ଶାଏ I (ଦେଖ:INVALID translate/figs-metaphor)

Romans 11:18

μὴ κατακαυχῶ τῶν κλάδων

ଏଠାରେ “ଶାଖାଗୁଡିକ” ଏକ ରୂପକ ଅଟେ, ଯାହା ଯିହୂଦୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କୁହ ନାହିଁ ଯେ ତୁମ୍ଭେମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଥିବା ଯିହୂଦୀମାନଙ୍କଠାରୁ ଉତ୍ତମ ଅଟ” (ଦେଖ: INVALID translate/figs-metaphor)

οὐ σὺ τὴν ῥίζαν βαστάζεις, ἀλλὰ ἡ ῥίζα σέ

ପୁନର୍ବାର ପାଉଲ ବିଜାତି ବିଶ୍ବାସୀମାନଙ୍କୁ ଶାଖାଗୁଡିକ ବୋଲି ସୂଚିତ କରନ୍ତି I ଈଶ୍ବର ସେମାନଙ୍କୁ କେବଳ ଚୁକ୍ତିର ପ୍ରତିଜ୍ଞା ସକାଶୁ ଉଦ୍ଧାର କରନ୍ତି, ଯାହା ସେ ଯିହୂଦୀମାନଙ୍କ ସହିତ କରିଥିଲେ I (ଦେଖ:INVALID translate/figs-metaphor)

Romans 11:19

ἐξεκλάσθησαν κλάδοι

ଏଠାରେ “ଶାଖାଗୁଡିକ” ଯିହୂଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ଯାହାକୁ ଈଶ୍ବର ଏବେ ଅଗ୍ରାହ୍ୟ କରିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଶାଖାଗୁଡିକୁ ଭାଙ୍ଗି ଦେଇଅଛନ୍ତି” (ଦେଖ:INVALID translate/figs-metaphorINVALID translate/figs-activepassive)

ἐγὼ ἐνκεντρισθῶ

ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଇବାପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯେଉଁମାନଙ୍କୁ ଈଶ୍ବର ଗ୍ରହଣ କରିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ମୋତେ ସଂଯୁକ୍ତ କରିପାରିବେ” (ଦେଖ:INVALID translate/figs-metaphorINVALID translate/figs-activepassive)

Romans 11:20

... ἐξεκλάσθησαν

“ସେମାନଙ୍କର” ଓ “ସେମାନେ” ସର୍ବନାମଗୁଡିକ ଯିହୂଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସ କରନ୍ତି ନାହିଁ I

σὺ δὲ τῇ πίστει ἕστηκας

ବିଶ୍ବସ୍ତ ରହିଥିବା ବିଜାତିମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଦୃଢଭାବରେ ଠିଆ ହୋଇଛନ୍ତି ଓ ସେମାନଙ୍କୁ କେହି ହେଲେ ହଲାଇ ପାରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭମାନଙ୍କର ବିଶ୍ବାସ ସକାଶେ ତୁମ୍ଭେମାନେ ରହିଅଛ” (ଦେଖ:INVALID translate/figs-metaphor)

Romans 11:21

εἰ γὰρ ὁ Θεὸς τῶν κατὰ φύσιν κλάδων οὐκ ἐφείσατο, οὐδὲ σοῦ φείσεται

ଏଠାରେ “ପ୍ରାକୃତିକ ଶାଖାଗୁଡିକ” ଯିହୂଦୀ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଅବିଶ୍ବାସୀ ଯିହୂଦୀମାନଙ୍କୁ ଛାଡିଲେ ନାହିଁ, ଯେଉଁମାନେ ମୂଳଠାରୁ ବଢୁଥିବା ଗୋଟିଏ ଗଛର ପ୍ରାକୃତିକ ଶାଖା ଥିଲେ, ଏବେ ତୁମ୍ଭେମାନେ ଜାଣ ଯେ ଯଦି ତୁମ୍ଭେମାନେ ବିଶ୍ବାସ କରିବ ନାହିଁ, ସେ ତୁମ୍ଭମାନଙ୍କୁ ମଧ୍ୟ ଛାଡିବେ ନାହିଁ (ଦେଖ:INVALID translate/figs-metaphor)

Romans 11:22

χρηστότητα καὶ ἀποτομίαν Θεοῦ

ପାଉଲ ବିଜାତି ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଯଦିଓ ଈଶ୍ବର ସେମାନଙ୍କ ପ୍ରତି ବହୁଳ ଭାବେ ଦୟା କରିପାରନ୍ତି, ସେ ସେମାନଙ୍କୁ ବିଚାର କରିବାକୁ ଓ ସେମାନଙ୍କୁ ଦଣ୍ଡିତ କରିବାକୁ ଦ୍ବିଧାବୋଧ କରିବେ ନାହିଁ I

ἐπὶ μὲν τοὺς πεσόντας, ἀποτομία; ἐπὶ ... σὲ, χρηστότης Θεοῦ

“କଠୋରତା” ଓ “ଦୟାପୂର୍ବକ” ଏହି ଭାବବାଚକ ବିଶେଷ୍ୟକୁ ଦୂର କରିବାପାଇଁ ଏହାକୁ ପୁନର୍ବାର ମଧ୍ୟ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପତିତ ଯିହୂଦୀମାନଙ୍କ ପ୍ରତି କଠୋର ବ୍ୟବହାର କଲେ, III କିନ୍ତୁ ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରନ୍ତି”(ଦେଖ”INVALID translate/figs-abstractnouns)

τοὺς πεσόντας

ଯାହା ଭୁଲ୍ ଅଟେ, ତାହା କରାଯିବା ବିଷୟରେ ଏପରି କୁହାଯାଇଛି ଯେ ସତେ ଯେପରି ଏହା ତଳେ ପଡୁଅଛି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଯିହୂଦୀମାନେ ଭୁଲ୍ କରିଛନ୍ତି” କିମ୍ବା “ଯେଉଁ ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ଅଗ୍ରହ୍ୟ କରିଅଛନ୍ତି” (ଦେଖ:INVALID translate/figs-metaphor)

ἐὰν ἐπιμένῃς τῇ χρηστότητι

“ଦୟାପୂର୍ବକ” ଭାବବାଚକ ବିଶେଷ୍ୟକୁ ଦୂର କରିବାପାଇଁ ଏହାକୁ ପୁନର୍ବାର ମଧ୍ୟ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଯାହା ଭଲ, ତାହା କରିବ ତେବେ ସେ ତୁମ୍ଭ ପ୍ରତି ନିରନ୍ତର ଦୟାଳୁ ହୋଇ ରହିବେ” (ଦେଖ:INVALID translate/figs-abstractnouns)

ἐπεὶ καὶ σὺ ἐκκοπήσῃ

ପାଉଲ ପୁନର୍ବାର ଏକ ଶାଖାର ରୂପକ ବ୍ୟବହାର କରନ୍ତି, ଯାହାକୁ ଆବଶ୍ୟକ ହେଲେ ଈଶ୍ବର “କାଟି ପକାଇପାରନ୍ତି I” ଏଠାରେ “କାଟି ପକାଇବେ” ଗୋଟିଏ ରୂପକ ଅଟେ,ଯାହା ଜଣଙ୍କୁ ଗ୍ରହଣ ନ କରିବା ଅର୍ଥକୁ ଦର୍ଶାଇଥାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ନଚେତ୍ ଈଶ୍ବର ତୁମ୍ଭମାନଙ୍କୁ କାଟି ପକାଇବେ” ବା “ନଚେତ୍ ଈଶ୍ବର ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିବେ” (ଦେଖ:INVALID translate/figs-metaphorINVALID translate/figs-activepassive)

Romans 11:23

ἐὰν μὴ ἐπιμένωσι τῇ ἀπιστίᾳ

“ସେମାନଙ୍କର ଅବିଶ୍ବାସରେ ଚାଲ ନାହିଁ” ଏକ ଯୁଗ୍ମ ନାକାରାତ୍ମକ ବାକ୍ୟାଂଶ ଅଟେ I ତୁମ୍ଭେମାନେ ଏହାକୁ ସାକାରାତ୍ମକ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:INVALID translate/figs-doublenegatives)

ἐνκεντρισθήσονται

ପାଉଲ ଯିହୂଦୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାଖାଗୁଡିକ ଅଟନ୍ତି, ଆଉ ଯଦି ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ତାହା ହେଲେ ସେଗୁଡିକୁ କଲମୀ କରାଯାଇପାରିବ । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ପୁନର୍ବାର କଲମୀ କରିବେ” (ଦେଖ:INVALID translate/figs-metaphorINVALID translate/figs-activepassive)

ἐνκεντρίσαι

ଏହା ଏକ ସାମାନ୍ୟ ପ୍ରକ୍ରିୟା ଅଟେ, ଯେଉଁଠାରେ ଏକ ଗଛର ଏକ ଜୀବନ୍ତ ଶାଖାକୁ ଅନ୍ୟ ଏକ ଗଛରେ ସଂଯୋଗ କରାଯାଏ, ଯେପରି ସେହି ଗଛରେ ନୂଆଁ ଶାଖାଟି ବଢିପାରିବ I

κἀκεῖνοι ... αὐτούς

ସମସ୍ତ “ସେମାନେ” କିମ୍ବା “ସେମାନଙ୍କର” ଶବ୍ଦଗୁଡିକ ଯିହୂଦୀମାନଙ୍କୁ ଦର୍ଶାଏ I

Romans 11:24

εἰ γὰρ σὺ ἐκ τῆς κατὰ φύσιν ἐξεκόπης ἀγριελαίου, καὶ παρὰ φύσιν ἐνεκεντρίσθης εἰς καλλιέλαιον, πόσῳ μᾶλλον οὗτοι, οἱ κατὰ φύσιν ἐνκεντρισθήσονται τῇ ἰδίᾳ ἐλαίᾳ

ପାଉଲ ବିଜାତି ବିଶ୍ବାସୀମାନଙ୍କ ଓ ଯିହୂଦୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଏକ ଗଛର ଶାଖାଗୁଡିକ ଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଯଦି ଈଶ୍ବର ତୁମ୍ଭମାନଙ୍କୁ ଏକ ଜଙ୍ଗଲୀ ଜାତୀୟ ଜୀତ ଗଛରୁ କାଟି ପ୍ରକୃତିର ବିପରୀତରେ ତୁମ୍ଭମାନଙ୍କୁ ଏକ ଭଲ ଜୀତ ଗଛରେ ଲଗାଇ କଲମୀ କରିଥିଲେ, ତେବେ ଏହି ପ୍ରାକୃତିକ ଶାଖା ସଦୃଶ ଯିହୂଦୀମାନଙ୍କୁ ସେମାନଙ୍କ ନିଜ ଜୀତ ଗଛରେ ଲଗାଇ କେତେ ଅଧିକଭାବେ କଲମୀ କରିବେ?” (ଦେଖ:INVALID translate/figs-metaphorINVALID translate/figs-activepassive)

οἱ κατὰ φύσιν

ପାଉଲ ଯିହୂଦୀମାନଙ୍କ ଓ ବିଜାତିମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାଖାଗୁଡିକ ଅଟନ୍ତି I “ପ୍ରାକୃତିକ ଶାଖାଗୁଡିକ” ଯିହୂଦୀମାନଙ୍କୁ ଦର୍ଶାଏ, ଓ “କଲମୀ କରାଯାଇଥିବା ଶାଖାଗୁଡିକ” ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-metaphor)

Romans 11:25

οὐ ... θέλω ὑμᾶς ἀγνοεῖν

ଏଠାରେ ପାଉଲ ଏକ ଯୁଗ୍ମ ନାକରାତ୍ମକ ବାକ୍ୟାଂଶ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହାର ଅନୁବାଦ ସାକାରାତ୍ମକ ଭାବରେ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଅତ୍ୟଧିକ ଇଚ୍ଛା କରେ ଯେ ତୁମ୍ଭେମାନେ ଜାଗ୍ରତ ରୁହ” (ଦେଖ:INVALID translate/figs-doublenegatives)

ἀδελφοί

ଏଠାରେ “ଭାଇମାନେ” ର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I

θέλω

ସର୍ବନାମ “ମୁଁ” ପାଉଲଙ୍କୁ ଦର୍ଶାଏ I

ὑμᾶς ... ἦτε ... ἑαυτοῖς

ସର୍ବନାମ “ତୁମ୍ଭେମାନେ” ଓ “ତୁମ୍ଭର ” ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଏ I

ἵνα μὴ ἦτε παρ’ ἑαυτοῖς φρόνιμοι

ପାଉଲ ଚାହାଁନ୍ତି ନାହିଁ ଯେ ବିଜାତି ବିଶ୍ବାସୀମାନେ ଯିହୂଦୀ ଅବିଶ୍ବାସୀମାନଙ୍କ ଠାରୁ ଜ୍ଞାନୀ ବୋଲି ଭାବନ୍ତୁ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ନିଜଠାରୁ ଅଧିକ ଜ୍ଞାନୀ ବୋଲି ଭାବିବ ନାହିଁ” (ଦେଖ:INVALID translate/figs-explicit)

πώρωσις ἀπὸ μέρους τῷ Ἰσραὴλ γέγονεν

ପାଉଲ “କଠିନ କରିବା” କିମ୍ବା “ଶକ୍ତଗ୍ରୀବ ହେବା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଶରୀରରେ ଶାରୀରିକ ଅଂଗକୁ କଠିନ କରିବା ବିଷୟ ଅଟେ I କେତେକ ଯିହୂଦୀ ଯୀଶୁଙ୍କ ଦ୍ବାରା ସାଧିତ ପରିତ୍ରାଣ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲର ଅନେକ ଲୋକ ଶକ୍ତଗ୍ରୀବ ହେବାକୁ ଲାଗିଲେ” (ଦେଖ:INVALID translate/figs-metaphor)

ἄχρι οὗ τὸ πλήρωμα τῶν ἐθνῶν εἰσέλθῃ

ଏଠାରେ “ଯେପର୍ଯ୍ୟନ୍ତ” ଶବ୍ଦର ଅର୍ଥ ହେଉଛି ଯେ ଈଶ୍ବର ବିଜାତିମାନଙ୍କୁ ମଣ୍ଡଳୀକୁ ଆଣିବା ଶେଷ କରିବା ପରେ ଯାଇ କେତେକ ଯିହୂଦୀ ବିଶ୍ବାସ କରିବେ I

Romans 11:26

ପାଉଲ କହନ୍ତି ଯେ ଈଶ୍ବରଙ୍କ ମହିମା ପାଇଁ ଏକ ଉଦ୍ଧାରକର୍ତ୍ତା ଇଶ୍ରାୟେଲରୁ ଜାତ ହେବେ I

καὶ οὕτως πᾶς Ἰσραὴλ σωθήσεται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଈଶ୍ବର ସମସ୍ତ ଇଶ୍ରାୟେଲକୁ ଉଦ୍ଧାର କରିବେ” (ଦେଖ:INVALID translate/figs-activepassive)

καθὼς γέγραπται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଲେଖାଅଛି” (ଦେଖ:INVALID translate/figs-activepassive)

ἐκ Σιὼν

ଏଠାରେ “ସିୟୋନ”ର ବ୍ୟବହାର ଏକ ଉପମା ରୂପରେ ସେହି ସ୍ଥାନ ପାଇଁ କରାଯାଇଛି, ଯେଉଁଠାରେ ଈଶ୍ବର ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରୁ ଈଶ୍ବର ଯିହୂଦୀମାନଙ୍କ ମଧ୍ୟରେ ଅଛନ୍ତି” (ଦେଖ:INVALID translate/figs-metonymy)

ὁ ῥυόμενος

ଯେ ନିଜର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣନ୍ତି

ἀποστρέψει ἀσεβείας

ପାଉଲ ଅଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ତାହା ଏକ ବସ୍ତୁ ଅଟେ, ଯାହାକୁ ହୁଏତ,ଜଣେ ନିଜର ବସ୍ତ୍ର ବାହାର କଲାପରି କେହି ଜଣେ ବାହାର କରିପାରିବ I (ଦେଖ:INVALID translate/figs-metaphor)

ἀπὸ Ἰακώβ

ଏଠାରେ “ଯାକୁବ” ର ବ୍ୟବହାର ଇଶ୍ରାୟେଲ ପାଇଁ ଏକ ଉପମା ରୂପରେ କରାଯାଇଛି I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲୀୟ ଲୋକମାନଙ୍କ ଠାରୁ” (ଦେଖ:INVALID translate/figs-metonymy)

Romans 11:27

ἀφέλωμαι τὰς ἁμαρτίας αὐτῶν

ଏଠାରେ ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ବସ୍ତୁ, ଯାହାକୁ ଜଣେ କେହି ଦୂରକୁ ନେଇଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ସେମାନଙ୍କ ପାପସବୁ ହରଣ କରିବା” (ଦେଖ:INVALID translate/figs-metaphor)

Romans 11:28

κατὰ μὲν τὸ εὐαγγέλιον

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ ପାଉଲ କାହିଁକି ସୁସମାଚାରର ଉଲ୍ଲେଖ କରନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଯିହୂଦୀମାନେ ସୁସମାଚାରକୁ ଅଗ୍ରାହ୍ୟ କଲେ” (ଦେଖ:INVALID translate/figs-explicit)

ἐχθροὶ δι’ ὑμᾶς

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ ସେମାନେ କାହାର ଶତ୍ରୁ ଅଟନ୍ତି, ଓ ଏହା କିପରି ବିଜାତିମାନଙ୍କ ସକାଶେ ହେଲା I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମ୍ଭ ପାଇଁ ଈଶ୍ବରଙ୍କ ଶତ୍ରୁ ଅଟନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ଶତ୍ରୁ ଭାବରେ ବ୍ୟବହାର କରନ୍ତି ଯେପରି କି ତୁମ୍ଭେମାନେ ମଧ୍ୟ ସୁସମାଚାର ଶୁଣିପାରିବ” (ଦେଖ:INVALID translate/figs-explicit)

κατὰ ... τὴν ἐκλογὴν

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ ପାଉଲ ନିର୍ବାଚନର ଉଲ୍ଲେଖ କାହିଁକି କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଯିହୂଦୀମାନଙ୍କୁ ନିର୍ବାଚନ କରିଛନ୍ତି” କିମ୍ବା “କାରଣ ଈଶ୍ବର ଯିହୂଦୀମାନଙ୍କୁ ବାଛିଛନ୍ତି” (ଦେଖ: INVALID translate/figs-explicit)

ἀγαπητοὶ διὰ τοὺς πατέρας

ତୁମ୍ଭେମାନେ ସ୍ପଷ୍ଟ କରିପାରିବ ଯେ କିଏ ଯିହୂଦୀମାନଙ୍କୁ ପ୍ରେମ କରନ୍ତି ଓ କାହିଁକି ପାଉଲ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଉଲ୍ଲେଖ କରନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏବେ ବି ସେମାନଙ୍କୁ ପ୍ରେମ କରୁଛନ୍ତି, କାରଣ ସେ ସେମାନଙ୍କର ପୂର୍ବପୁରୁଷପାଇଁ ତାହା କରିବାକୁ ପ୍ରତିଜ୍ଞା କରିଥିଲେ” (ଦେଖ:INVALID translate/figs-explicitINVALID translate/figs-activepassive)

Romans 11:29

ἀμεταμέλητα γὰρ τὰ χαρίσματα καὶ ἡ κλῆσις τοῦ Θεοῦ

ଈଶ୍ବର ତାହାଙ୍କର ଲୋକମାନଙ୍କୁ ଦେବାପାଇଁ ପ୍ରତିଜ୍ଞା କରିଥିବା ଅଧ୍ୟାତ୍ମିକ ଓ ଭୌତିକ ଆଶୀର୍ବାଦଗୁଡିକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡିକ ଉପହାର ଅଟେ I ଈଶ୍ବରଙ୍କ ଆହ୍ବାନ ଏହି ତଥ୍ୟକୁ ଦର୍ଶାଏ କି ଈଶ୍ବର ଯିହୂଦୀମାନଙ୍କୁ ତାହାଙ୍କର ଲୋକ ହେବାପାଇଁ ଆହ୍ବାନ କଲେ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ସେମାନଙ୍କୁ କଣ ଦେବାକୁ ପ୍ରତିଜ୍ଞା କରିଛନ୍ତି, ଓ ସେ ସେମାନଙ୍କୁ କିପରି ତାହାଙ୍କର ଲୋକ ହେବାପାଇଁ ଆହ୍ବାନ କଲେ, ସେ ବିଷୟରେ ଈଶ୍ବର ତାହାଙ୍କର ମନକୁ କେବେ ବଦଳାଇ ନାହାଁନ୍ତି” (ଦେଖ:INVALID translate/figs-metaphorINVALID translate/figs-explicit)

Romans 11:30

ὑμεῖς ποτε ἠπειθήσατε

ତୁମ୍ଭେମାନେ ଅତୀତରେ ମାନିଲ ନାହିଁ

ἠλεήθητε τῇ τούτων ἀπειθείᾳ

ଏଠାରେ ଦୟାର ଅର୍ଥ ଈଶ୍ବରଙ୍କ ଅଯୋଗ୍ୟ ଆଶୀର୍ବାଦ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଯିହୂଦୀମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ଯୋଗ୍ୟତା ନ ଥିବା ଆଶୀର୍ବାଦ ପାଇଛ” (ଦେଖ:INVALID translate/figs-explicit)

ὑμεῖς

ଏହା ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଏ, ଓ ବହୁବଚନ ଅଟେ I (ଦେଖ:INVALID translate/figs-you)

Romans 11:32

συνέκλεισεν ... ὁ Θεὸς τοὺς πάντας εἰς ἀπείθειαν

ଯେଉଁ ଲୋକମାନେ ତାହାଙ୍କର ଅବଜ୍ଞା କରନ୍ତି, ଈଶ୍ବର ସେମାନଙ୍କୁ ଜେଲ୍ ରୁ ଖସି ପଳାଇବାକୁ ଅସମର୍ଥ ବନ୍ଦୀମାନଙ୍କ ପରି ବ୍ୟବହାର କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କର ଅବଜ୍ଞା କରୁଥିବା ଲୋକମାନଙ୍କୁ ବନ୍ଦୀ ବନାଇଛନ୍ତି I ବର୍ତ୍ତମାନ ସେମାନେ ଈଶ୍ବରଙ୍କ ଅବଜ୍ଞା କରିବାରୁ ବିରତ ହେବେ ନାହିଁ” (ଦେଖ:INVALID translate/figs-metaphor)

Romans 11:33

ὦ βάθος πλούτου, καὶ σοφίας καὶ γνώσεως Θεοῦ

ଏଠାରେ “ବୁଦ୍ଧି” ଓ “ଜ୍ଞାନ” ର ଅର୍ଥ ମୌଳିକଭାବରେ ସାମନ ବିଷୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଉଭୟ ବୁଦ୍ଧି ଓ ଜ୍ଞାନର ଲାଭ କେତେ ଆଶ୍ଚର୍ଯ୍ୟଜନକ ଅଟେ !” (ଦେଖ:INVALID translate/figs-doublet)

ὡς ἀνεξεραύνητα τὰ κρίματα αὐτοῦ, καὶ ἀνεξιχνίαστοι αἱ ὁδοὶ αὐτοῦ

ଯେଉଁ ବିଷୟ ସବୁ ସେ ସ୍ଥିର କରିଅଛନ୍ତି ଓ ଆମ୍ଭମାନଙ୍କ ପ୍ରତି କରିବାପାଇଁ ପଥ ଖୋଜି ଅଛନ୍ତି, ତାହା ବୁଝିବାପାଇଁ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ଅଟୁ

Romans 11:34

"τίς” γὰρ"" ἔγνω νοῦν Κυρίου, ἢ τίς σύμβουλος αὐτοῦ ἐγένετο "

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ପ୍ରଭୁଙ୍କ ପରି କେହି ଜଣେ ହେଲେ ବୁଦ୍ଧିମାନ ନୁହନ୍ତି I ତୁମ୍ଭେମାନେ ଏହାକୁ ଗୋଟିଏ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ହେଲ ସୁଦ୍ଧା ପ୍ରଭୁଙ୍କ ମନ କେବେ ଜାଣିପାରି ନାହିଁ, ଓ କେହି ହେଲେ ମଧ୍ୟ ତାହାଙ୍କ ପରାମର୍ଶଦାତା ହୋଇପାରି ନାହିଁ I ” (ଦେଖ:INVALID translate/figs-rquestion)

νοῦν Κυρίου

ଏଠାରେ “ମନ” ଜାଣିବା ବିଷୟକୁ ବା ଚିନ୍ତା କରିବା ବିଷୟ ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମସ୍ତ ବିଷୟ ପ୍ରଭୁ ଜାଣନ୍ତି” ବା “ପ୍ରଭୁ ଯେଉଁ ବିଷୟରେ ଚିନ୍ତା କରନ୍ତି” (ଦେଖ:INVALID translate/figs-metonymy)

Romans 11:35

ἢ τίς προέδωκεν αὐτῷ, καὶ ἀνταποδοθήσεται αὐτῷ

ପାଉଲ ତାହାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ପ୍ରଥମେ ପ୍ରାପ୍ତ ନ ହୋଇ ଈଶ୍ବରଙ୍କୁ କେହି କେବେ କିଛି ଦେଇ ନାହାନ୍ତି” (ଦେଖ:INVALID translate/figs-rquestion) * *କାରଣ ତାହାଙ୍କଠାରୁ III ତାହାଙ୍କ ଦ୍ବାରା IIIତାହାଙ୍କ ପ୍ରତି * -ଏଠାରେ, ଉଲ୍ଲେଖ ହୋଇଥିବା ସବୁ “ତାହାଙ୍କ” ଈଶ୍ବରଙ୍କୁ ଦର୍ଶାଏ I

Romans 11:36

αὐτῷ ἡ δόξα εἰς τοὺς αἰῶνας

ସମସ୍ତ ଲୋକମାନେ ଈଶ୍ବରଙ୍କ ଗୌରବ କରନ୍ତୁ ବୋଲି ପାଉଲଙ୍କ ଇଚ୍ଛାକୁ ଏହା ପ୍ରକାଶ କରେ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନେ ସର୍ବଦା ତାହାଙ୍କୁ ସମ୍ମାନ କରନ୍ତୁ” (ଦେଖ:INVALID translate/figs-explicit)

Romans 12

ରୋମୀୟ ୧୨ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ପ୍ରତ୍ୟେକ ପଂକ୍ତିଙ୍କୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି,ଏହା ପଢିବା ପାଇଁ ସହଜସାଧ୍ୟ ଅଟେ। ୨୦ ପଦରେ ULT ଏହିପରି ଲେଖିଅଛି, ଯାହା ପୁରାତନ ନିୟମରୁ ଆନୀତ।

ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ପୂର୍ବ ୧-୧୧ଅଧ୍ୟାୟ ପର୍ଯ୍ୟନ୍ତ ଉଲ୍ଲେଖ କରିଥିବା ବିଷୟକୁ ସୂଚାଇବା ପାଇଁ ପାଉଲ [ରୋମୀୟ ୧୨: ୧] (II/II/rom/୧୨/୦୧Imd)ରେ “ଅତଏବ” ଶବ୍ଦର ବ୍ୟବହାର କରୁଛନ୍ତି । ଖ୍ରୀଷ୍ଟିୟାନ ସୁସମାଚାରକୁ ଧ୍ୟାନର ସହିତ ବର୍ଣ୍ଣନା କରିବା ପରେ, ପାଉଲ ଏବେ ବର୍ଣ୍ଣନା କରନ୍ତି କିପରି ଖ୍ରୀଷ୍ଟିୟାନମାନଙ୍କୁ ଏହି ମହାନ ସତ୍ୟତାର ଆଲୋକରେ ରହିବାକୁ ହେବ। ୧୨-୧୬ ଅଧ୍ୟାୟରେ ଖ୍ରୀଷ୍ଟିୟାନ ବିଶ୍ବାସରେ ଜଣେ ବ୍ୟକ୍ତି ଜୀବନଯାପନ କରିବା ବିଷୟରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ବ୍ୟବହାରିକ ସୂଚନା ଦେବାପାଇଁ ଏହି ଅଧ୍ୟାୟରେ ପାଉଲ ବିଭିନ୍ନ ପ୍ରକାରର ଆଦେଶ ଦେଇଅଛନ୍ତି । (ଦେଖ:INVALID bible/kt/faith)

ଏହି ଅଧ୍ୟାୟର ବିଶେଷ ଧାରଣା

ଖ୍ରୀଷ୍ଟିୟାନ ଜୀବନ ଯାପନ

ମୋଶାଙ୍କ ବ୍ୟବସ୍ଥା ଅଧୀନରେ ବା ଅନୁସାରେ, ମନ୍ଦିରରେ ଲୋକମାନଙ୍କୁ ପଶୁ କିମ୍ବା ଶସ୍ୟ ଉତ୍ସର୍ଗ କରିବାକୁ ପଡୁଥିଲା I ବର୍ତ୍ତମାନ ଖ୍ରୀଷ୍ଟିୟାନମାନେ ଈଶ୍ବରଙ୍କ ନିକଟରେ ଏକ ବଳିଦାନ ରୂପରେ ନିଜର ଜୀବନକୁ ଅତିବାହିତ କରିବା ଆବଶ୍ୟକତା ରହିଛି। ଶାରୀରିକ ବଳିଦାନଗୁଡିକ ଏବେ ଆଉ ଆବଶ୍ୟକ ନାହିଁ I (ଦେଖ:INVALID bible/kt/lawofmoses)

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଶବ୍ଦ ଅଳଙ୍କାର

ଖ୍ରୀଷ୍ଟଙ୍କ ଶରୀର

ଖ୍ରୀଷ୍ଟଙ୍କ ଶରୀର ଏକ ଗୁରୁତ୍ବପୂର୍ଣ୍ଣ ରୂପକ ବା ଚିତ୍ର ଅଟେ, ଯାହା ମଣ୍ଡଳୀକୁ ଦର୍ଶାଇବା ପାଇଁ ପବିତ୍ର ଶାସ୍ତ୍ରରେ ବ୍ୟବହାର କରାଯାଇଅଛି। ମଣ୍ଡଳୀର ପ୍ରତ୍ୟେକ ସଦସ୍ୟର ଏକ ବିଶେଷ ଭୂମିକା ବା କାର୍ଯ୍ୟ ରହିଛି । ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ପରସ୍ପରର ଆବଶ୍ୟକତା ରହିଛି। (ଦେଖ:INVALID bible/kt/bodyINVALID translate/figs-metaphor)

Romans 12:1

ପାଉଲ କହନ୍ତି ଯେ ଜଣେ ବିଶ୍ବାସୀର ଜୀବନ କିପରି ହେବା ଉଚିତ୍ ଓ ବିଶ୍ବାସୀମାନେ କିପରି ସେବା କରିବା ଉଚିତ୍।

παρακαλῶ οὖν ὑμᾶς, ἀδελφοί, διὰ τῶν οἰκτιρμῶν τοῦ Θεοῦ

ଏଠାରେ “ଭାଇମାନେ” ଶବ୍ଦଟି ସାଥୀ ବିଶ୍ବାସୀମାନଙ୍କୁ, ଉଭୟ ପୁରୁଷ ଓ ମହିଳାମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ ହେ ସାଥୀ ବିଶ୍ବାସୀମାନେ, ଈଶ୍ବର ତୁମ୍ଭମାନଙ୍କୁ ମହାନ ଦୟା କରିଥିବାରୁ ମୁ ତୁମ୍ଭମାନଙ୍କୁ ଅଧିକଭାବରେ ଚାହେଁ” (ଦେଖ:INVALID translate/figs-explicit)

παραστῆσαι τὰ σώματα ὑμῶν θυσίαν ζῶσαν

ଏଠାରେ ପାଉଲ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଇବା ପାଇଁ “ଶରୀର” ଶବ୍ଦର ବ୍ୟବହାର କରନ୍ତି। ପରମେଶ୍ବରଙ୍କୁ ସମ୍ପୂର୍ଣ୍ଣ ରୂପେ ମାନୁଥିବା ଜଣେ ଖ୍ରୀଷ୍ଟ ବିଶ୍ବାସୀଙ୍କୁ, ଯିହୂଦୀମାନେ ବଧ କରି ପରମେଶ୍ବରଙ୍କ ଠାରେ ଉତ୍ସର୍ଗ କରୁଥିବା ଏକ ପଶୁ ସହିତ ପାଉଲ ତୁଳନା କରୁଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜୀବିତ ଥିବା ସମୟରେ ପରମେଶ୍ବରଙ୍କ ନିକଟରେ ନିଜକୁ ଏପରି ଉତ୍ସର୍ଗି କର ଯେ ସତେ ଯେପରି ତୁମ୍ଭେମାନେ ଏକ ମନ୍ଦିରର ବେଦୀ ଉପରେ ଏକ ମୃତ ବଳିଦାନକୁ ଉତ୍ସର୍ଗ କରୁଅଛ” (ଦେଖ: INVALID translate/figs-synecdocheINVALID translate/figs-metaphor)

ἁγίαν, εὐάρεστον, τῷ Θεῷ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଗୋଟିଏ ବଳିଦାନ, ଯାହା ତୁମ୍ଭେମାନେ କେବଳ ଈଶ୍ବରଙ୍କୁ ଦିଅ ଓ ତାହା ତାହାଙ୍କୁ ପ୍ରସନ୍ନ କରେ” ୨) “ଈଶ୍ବରଙ୍କ ନିକଟରେ ଗ୍ରହଣୀୟ ଅଟେ, କାରଣ ଏହା ନୈତିକ ରୂପରେ ଶୁଦ୍ଧ ଅଟେ” (ଦେଖ:INVALID translate/figs-doublet)

τὴν λογικὴν λατρείαν ὑμῶν

ଏହା ଈଶ୍ବରଙ୍କୁ ଆରଧନା କରିବାର ଏକ ସଠିକ୍ ମାଧ୍ୟମ ଅଟେ

Romans 12:2

μὴ συνσχηματίζεσθε τῷ αἰῶνι τούτῳ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜଗତ ବ୍ୟବହାର କଳା ଭଳି ତୁମ୍ଭେମାନେ ବ୍ୟବହାର କର ନାହିଁ” କିମ୍ବା ୨) “ଜଗତ ଚିନ୍ତା କଲା ଭଳି ତୁମ୍ଭେମାନେ ଚିନ୍ତା କର ନାହିଁ I ” (ଦେଖ:INVALID translate/figs-metaphor)

μὴ συνσχηματίζεσθε τῷ αἰῶνι τούτῳ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କ’ଣ କରିବା ଓ କ’ଣ ଚିନ୍ତା କରିବା, ସେ ବିଷୟରେ ଜଗତ ତୁମ୍ଭମାନଙ୍କୁ ନ କହୁ” କିମ୍ବା ୨) “ଜଗତ ଯାହା କରେ, ତୁମ୍ଭେମାନେସେହିପରି କାର୍ଯ୍ୟ କରିବାକୁ ନିଜକୁ ପ୍ରବର୍ତ୍ତାଅ ନାହିଁ” (ଦେଖ:INVALID translate/figs-activepassive)

τῷ αἰῶνι τούτῳ

ଏହା ଜଗତରେ ବାସ କରୁଥିବା ଅବିଶ୍ବାସୀମାନଙ୍କୁ ଦର୍ଶାଏ । (ଦେଖ:INVALID translate/figs-metonymy)

ἀλλὰ μεταμορφοῦσθε τῇ ἀνακαινώσει τοῦ νοός

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ଭାବନା ଓ ଆଚରଣକୁ ବଦଳାନ୍ତୁ” (ଦେଖ:INVALID translate/figs-activepassive)

Romans 12:3

διὰ τῆς χάριτος τῆς δοθείσης μοι

ଈଶ୍ବର ପାଉଲଙ୍କୁ ପ୍ରେରିତ ପଦରେ ନିଯୁକ୍ତି କରିଅଛନ୍ତି ଓ ମଣ୍ଡଳୀର ନେତୃତ୍ବ ଦେଇଅଛନ୍ତି, ଏହାକୁ ସୂଚିତ କରିବାପାଇଁ ଏଠାରେ “ଅନୁଗ୍ରହ” ବ୍ୟବହାର କରାଯାଇଛି। ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ମୋତେ ପ୍ରେରିତ ହେବାପାଇଁ ସ୍ବତନ୍ତ୍ରତାର ସହିତ ବାଛିଅଛନ୍ତି” (ଦେଖ:INVALID translate/figs-explicitINVALID translate/figs-activepassive)

παντὶ τῷ ὄντι ἐν ὑμῖν, μὴ ὑπερφρονεῖν παρ’ ὃ δεῖ φρονεῖν

ତୁମ୍ଭମାନଙ୍କ ମଧ୍ୟରେ ଜଣେ ହେଲେ ସୁଦ୍ଧା ଏପରି ଚିନ୍ତା ନ କରୁ ଯେ ସେମାନେ ଅନ୍ୟମାନଙ୍କଠାରୁ ମହାନ୍ I

ἀλλὰ φρονεῖν εἰς τὸ σωφρονεῖν

କିନ୍ତୁ ତୁମ୍ଭମାନେ ବୁଦ୍ଧିମାନ ହେବା ଉଚିତ୍ ଯେ ତୁମ୍ଭେମାନେ ନିଜ ବିଷୟରେ କିପରି ଚିନ୍ତା କରୁଅଛ

ἑκάστῳ ὡς ὁ Θεὸς ἐμέρισεν μέτρον πίστεως

ପାଉଲ ଏଠାରେ କହନ୍ତି ଯେ ବିଶ୍ବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ଷମତା ରହିଛି ଯାହା ଏବେ ଈଶ୍ବରଙ୍କ ଠାରେ ଥିବା ସେମାନଙ୍କର ବିଶ୍ବାସକୁ ପ୍ରଦର୍ଶିତ କରୁଅଛି । ଅନ୍ୟ ଏକ ଅନୁବାଦରେ: “ଯେହେତୁ ଈଶ୍ବର ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରିବା ସକାଶୁ ତୁମ୍ଭମାନଙ୍କର ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ କ୍ଷମତା ଦେଇଅଛନ୍ତି” (ଦେଖ:INVALID translate/figs-explicit)

Romans 12:4

γὰρ

କାହିଁକି ଖ୍ରୀଷ୍ଟିୟାନମାନେ ଅନ୍ୟମାନଙ୍କଠାରୁ ମହାନ ବୋଲି ମନେ କରିବା ଉଚିତ୍ ନୁହେଁ, ସେ ବିଷୟ ବର୍ଣ୍ଣନା କରି ଦେଖାଇବାକୁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

ἐν ἑνὶ σώματι, πολλὰ μέλη ἔχομεν

ପାଉଲ ଖ୍ରୀଷ୍ଟଙ୍କ ସମସ୍ତ ବିଶ୍ବାସୀମାନଙ୍କୁ ଏପରି ଦର୍ଶାନ୍ତି ଯେ ସତେ ଯେପରି ସେମାନେ ମନୁଷ୍ୟ ଶରୀରର ବିଭିନ୍ନ ଅଂଶଗୁଡିକ ଅଟନ୍ତି । ସେ ସ୍ପଷ୍ଟ କରିବାପାଇଁ ଏହି ଉଦାହରଣ ଦିଅନ୍ତି ଯେ, ଯଦିଓ ବିଶ୍ବାସୀମାନେ ବିଭିନ୍ନ ମାଧ୍ୟମରେ ଖ୍ରୀଷ୍ଟଙ୍କର ସେବା କରିପାରିବେ, ତେବେ ବି ପ୍ରତ୍ୟେକ ବ୍ୟକ୍ତି ଖ୍ରୀଷ୍ଟଙ୍କର ଅଟନ୍ତି ଓ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମରେ ତାହାଙ୍କର ସେବା କରନ୍ତି। (ଦେଖ:INVALID translate/figs-metaphor)

μέλη

ଏଗୁଡିକ ଆଖି, ପେଟ, ଓ ହାତ ସଦୃଶ ବିଷୟଗୁଡ଼ିକ ଅଟେ

Romans 12:5

τὸ δὲ καθ’ εἷς ἀλλήλων μέλη

ପାଉଲ ବିଶ୍ବାସୀମାନଙ୍କ ବିଷୟରେ ଏପରି କୁହନ୍ତି ଯେ ସତେ ଯେପରି ମନୁଷ୍ୟ ଶରୀରର ଅଂଶକୁ ସଂଯୋଗ କଲା ଭଳି ଈଶ୍ବର ସେମାନଙ୍କୁ ସଂଯୁକ୍ତ କରିଅଛନ୍ତି । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରତ୍ୟେକ ବିଶ୍ବାସୀଙ୍କୁ ଅନ୍ୟ ବିଶ୍ବାସୀମାନଙ୍କ ସହିତ ସଂଯୋଗ କରିଅଛନ୍ତି” (ଦେଖ:INVALID translate/figs-metaphorINVALID translate/figs-activepassive)

Romans 12:6

ἔχοντες δὲ χαρίσματα κατὰ τὴν χάριν τὴν δοθεῖσαν ἡμῖν διάφορα

ବିଶ୍ବାସୀମାନଙ୍କର ବିଭିନ୍ନ କ୍ଷମତା ବିଷୟରେ ପାଉଲ ଏପରି କୁହନ୍ତି ଯେ ସତେ ଯେପରି ସେଗୁଡିକ ଈଶ୍ବରଙ୍କଠାରୁ ଆଗତ ମୁକ୍ତ ଦାନ ଅଟେ । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ସେବା ବିଭିନ୍ନ ମାଧ୍ୟମରେ କରିବାପାଇଁ ଈଶ୍ବର ଆମ୍ଭ ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ବରଦାନ ଦେଇଅଛନ୍ତି । ” (ଦେଖ:INVALID translate/figs-metaphor)

κατὰ τὴν ἀναλογίαν τῆς πίστεως

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତାହାକୁ ଭବିଷ୍ୟତବାଣୀ କହିବାକୁ ଦିଅ, କିନ୍ତୁ ଈଶ୍ବର ଆମ୍ଭମାନଙ୍କୁ ଯେଉଁ ବିଶ୍ବାସର ପରିମାଣ ଦେଇଅଛନ୍ତି, ସେ ସେହି ସୀମାରୁ ବାହାରକୁ ନ ଯାଉ” କିମ୍ବା ୨) “ତାହାକୁ ଭବିଷ୍ୟବାଣୀ କହିବାକୁ ଦିଅ, ଯାହା ଆମ୍ଭମାନଙ୍କ ବିଶ୍ବାସର ଶିକ୍ଷା ସହିତ ଏକମତ ଅଟେ I ”

Romans 12:8

ὁ μεταδιδοὺς

ଏଠାରେ “ଦେବା” ର ଅର୍ଥ ଲୋକମାନଙ୍କୁ ଟଙ୍କା ପଇସା ଓ ଅନ୍ୟ ଜିନିଷ ଦେବା ବିଷୟକୁ ଦର୍ଶାଏ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହି ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣଙ୍କ ପାଖରେ ଲୋକମାନଙ୍କୁ ଅର୍ଥ ଦେବାର କ୍ଷମତା ଅଛି ବା ଦୀନହୀନମାନଙ୍କୁ ସାମଗ୍ରୀ ଦେବାର କ୍ଷମତା ଅଛି” (ଦେଖ:INVALID translate/figs-explicit)

Romans 12:9

ἡ ἀγάπη ἀνυπόκριτος

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଲୋକମାନଙ୍କୁ ଆନ୍ତରିକ ଭାବରେ ଓ ସତ୍ୟତାରେ ପ୍ରେମ କରିବା ଉଚିତ୍” (ଦେଖ:INVALID translate/figs-activepassive)

ἡ ἀγάπη

ଏଠାରେ ଯେଉଁ ଶବ୍ଦ ପାଉଲ ବ୍ୟବହାର କରିଅଛନ୍ତି, ଯାହା ଈଶ୍ବରଙ୍କ ଠାରୁ ଆଗତ ପ୍ରେମକୁ ଦର୍ଶାଏ ଓ ନିଜର ଉପକାର ନ ହେଲେ ସୁଦ୍ଧା ଅନ୍ୟମାନଙ୍କର ଉନ୍ନତି ପାଇଁ ଧ୍ୟାନ ଦିଏ ।

ἡ ἀγάπη

ଏହା ଏକ ଅନ୍ୟ ଶବ୍ଦ ଅଟେ ଯାହାର ଅର୍ଥ ଭ୍ରାତୃପ୍ରେମ ବା ବନ୍ଧୁ ପ୍ରତିଥିବା ପ୍ରେମ ବା ପରିବାରର ସଦସ୍ୟ ପ୍ରତି ଥିବା ପ୍ରେମକୁ ଦର୍ଶାଏ। ଏହା ସାଧାରଣ ମାନବୀୟ ପ୍ରେମ ଅଟେ, ଯାହା ବନ୍ଧୁମାନଙ୍କବା ସମ୍ପର୍କିୟମାନଙ୍କ ମଧ୍ୟରେ ଦେଖାଯାଏ।

Romans 12:10

τῇ φιλαδελφίᾳ ... φιλόστοργοι

"ଏଠାରେ ପାଉଲ ନଅଟି ଜିନିଷର ଏକ ସୂଚୀ କରନ୍ତି, ଆଉ ପ୍ରତ୍ୟେକ “ହେବା III ସମ୍ବନ୍ଧରେ” ବାକ୍ୟାଂଶରେ ବିଶ୍ବାସୀମାନେ କେଉଁ ପ୍ରକାରର ବ୍ୟକ୍ତି ହେବା ଦରକାର, ସେ ବିଷୟରେ କହନ୍ତି। ତୁମ୍ଭେମାନେ କେତେକ ଜିନିଷକୁ ଏହି ପ୍ରକାରେ ଅନୁବାଦ କରିବା ଅବଶ୍ୟକ ହୋଇପାରେ, ଯେପରି “କରିବା III ସମ୍ବନ୍ଧରେ I

τῇ φιλαδελφίᾳ

ତୁମ୍ଭେମାନେ କିପରି ତୁମ୍ଭମାନଙ୍କର ସାଥୀ ବିଶ୍ବାସୀମାନଙ୍କୁ ପ୍ରେମ କରୁଅଛ

φιλόστοργοι

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରେମକୁ ପ୍ରଦର୍ଶିତ କର”

τῇ τιμῇ ἀλλήλους προηγούμενοι

ପରସ୍ପରକୁ ସମ୍ମାନ ଓ ଆଦର କର ବା “ସାଥୀ ବିଶ୍ବାସୀମାନଙ୍କୁ ସମ୍ମାନ କରି ସେମାନଙ୍କର ଆଦର କର”

Romans 12:11

τῇ σπουδῇ μὴ ὀκνηροί, τῷ πνεύματι ζέοντες, τῷ Κυρίῳ δουλεύοντες

ତୁମ୍ଭମାନଙ୍କ କର୍ତ୍ତବ୍ୟରେ ଅଳସୁଆ ହୁଅ ନାହିଁ, କିନ୍ତୁ ଆତ୍ମାଙ୍କୁ ଅନୁସରଣ କରିବାରେ ସତ୍ବରୁ ହୁଅ ଓ ପ୍ରଭୁଙ୍କର ସେବା କରିବାରେ ଇଛୁକ ରୁହ

Romans 12:12

τῇ θλίψει ὑπομένοντες

ଯେତେବେଳେ ତୁମ୍ଭେମାନେ ଅସୁବିଧାରେ ଥାଅ, ତେବେ ଧୈର୍ଯ୍ୟ ଧରି ଅପେକ୍ଷାରେ ରୁହ

Romans 12:13

ταῖς χρείαις τῶν ἁγίων κοινωνοῦντες

ଏହା ହେଉଛି ତାଲିକାର ଶେଷ ବିଷୟ, ଯାହା [ରୋମୀୟ ୧୨:୯] (II/୧୨/୦୯Imd)ରେ ଆରମ୍ଭ ହୋଇଅଛି । “ଯେତେବେଳେ ସାଥୀ ଖ୍ରୀଷ୍ଟିୟାନ ଅସୁବିଧାରେ ରୁହନ୍ତି, ସେମାନଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର”

τὴν φιλοξενίαν διώκοντες

ତୁମ୍ଭମାନଙ୍କ ଗୃହକୁ ସର୍ବଦା ସେମାନଙ୍କୁ ଆମନ୍ତ୍ରଣ କର, ଯେତେବେଳେ ସେମାନଙ୍କୁ ରହିବା ପାଇଁ ଜାଗାର ଆବଶ୍ୟକତା ରହେ

Romans 12:16

τὸ αὐτὸ εἰς ἀλλήλους φρονοῦντες

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଏକତାର ସହିତ ରହିବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ସହିତ ଏକମତ ହୁଅ” ବା “ପରସ୍ପର ସହିତ ଏକତାରେ ରୁହ” (ଦେଖ:INVALID translate/figs-idiom)

μὴ τὰ ὑψηλὰ φρονοῦντες

ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କର ନାହିଁ

τοῖς ταπεινοῖς συναπαγόμενοι

ଏପରି ଲୋକମାନଙ୍କୁ ଆମନ୍ତ୍ରଣ କର, ଯେଉଁମାନେ ଗୁରୁତ୍ବ ବା ମର୍ଯ୍ୟାଦା ସମ୍ପନ୍ନ ନୁହନ୍ତି

μὴ γίνεσθε φρόνιμοι παρ’ ἑαυτοῖς

ସମସ୍ତଙ୍କ ଠାରୁ ତୁମ୍ଭମାନଙ୍କର ଅଧିକ ଜ୍ଞାନ ଅଛି ବୋଲି ମନେ କର ନାହିଁ

Romans 12:17

μηδενὶ κακὸν ἀντὶ κακοῦ ἀποδιδόντες

ଯେଉଁ ଜଣ ତୁମ୍ଭର ମନ୍ଦ ବା ଅନିଷ୍ଟ କରିଅଛି, ତା ପ୍ରତି ତୁମ୍ଭେମାନେ ମନ୍ଦ ବା ଅନିଷ୍ଟ କର ନାହିଁ

προνοούμενοι καλὰ ἐνώπιον πάντων ἀνθρώπων

ସମସ୍ତଙ୍କ ଦୃଷ୍ଟିରେ ଗ୍ରହଣୀୟ ହେଲାଭଳି କର୍ମ କର

Romans 12:18

τὸ ἐξ ὑμῶν, μετὰ πάντων ἀνθρώπων εἰρηνεύοντες

ସମସ୍ତଙ୍କ ସହିତ ତୁମ୍ଭେମାନେ ଶାନ୍ତିରେ ରହିବା ପରି କର୍ମ କର

Romans 12:19

δότε τόπον τῇ ὀργῇ

ଏଠାରେ “କ୍ରୋଧ”ଈଶ୍ବରଙ୍କ ଦଣ୍ଡର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଦଣ୍ଡିତ କରନ୍ତୁ” (ଦେଖ:INVALID translate/figs-metonymy)

γέγραπται γάρ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ କେହି ଜଣେ ଲେଖିଅଛନ୍ତି” (ଦେଖ:INVALID translate/figs-activepassive)

ἐμοὶ ἐκδίκησις; ἐγὼ ἀνταποδώσω

ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ଈଶ୍ବର ତାହାଙ୍କ ଲୋକମାନଙ୍କଠାରୁ ପ୍ରତିଶୋଧ ନେବା ବିଷୟରେ ଗୁରୁତ୍ବ ଦିଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ନିଶ୍ଚିତଭାବରେ ତୁମ୍ଭମାନଙ୍କର ପ୍ରତିଶୋଧ ନେବା” (ଦେଖ:INVALID translate/figs-parallelism)

Romans 12:20

ὁ ἐχθρός σου, ψώμιζε αὐτόν; ... πότιζε αὐτόν; τοῦτο γὰρ ποιῶν, ... σωρεύσεις

“ତୁମ୍ଭେମାନେ” ଓ “ତୁମ୍ଭମାନଙ୍କର” ଏହି ବାକ୍ୟାଂଶଗୁଡ଼ିକ ଗୋଟିଏ ବ୍ୟକ୍ତିଙ୍କୁ ସମ୍ବୋଧନ କରାଯାଇଛି। (ଦେଖ:INVALID translate/figs-you)

“ ἀλλὰ ἐὰν πεινᾷ ὁ ἐχθρός σου, ψώμιζε αὐτόν; ἐὰν διψᾷ, πότιζε αὐτόν; τοῦτο γὰρ ποιῶν, ἄνθρακας πυρὸς σωρεύσεις ἐπὶ τὴν κεφαλὴν αὐτοῦ.”

୧୨:୨୦ ପଦରେ ପାଉଲ ପବିତ୍ର ଶାସ୍ତ୍ରର ଅନ୍ୟ ଏକ ଭାଗ ଉଦ୍ଧୃତ କରନ୍ତି । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଶାସ୍ତ୍ର ମଧ୍ୟ କହେ, ‘ଯଦି ତୁମ୍ଭମାନଙ୍କର ଶତ୍ରୁ କ୍ଷୁଧାରେ ଅଛି III ତାହାର ମସ୍ତକ”’

ψώμιζε αὐτόν

ତାହାଙ୍କୁ କିଛି ଖାଇବାକୁ ଦିଅ

ἄνθρακας πυρὸς σωρεύσεις ἐπὶ τὴν κεφαλὴν αὐτοῦ

ଶତ୍ରୁମାନେ ପାଇବାକୁ ଥିବା ଆଶୀର୍ବାଦ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି କେହି ସେମାନଙ୍କ ମସ୍ତକରେ ଜ୍ବଳନ୍ତ ଅଙ୍ଗାର ଢାଳୁଅଛି । ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତୁମ୍ଭର ଅନିଷ୍ଟ କରିଥିବା ବ୍ୟକ୍ତିଙ୍କୁ ଏପରି ମନ ଦୁଖିଃତ କରିବାକୁ ଦିଅ ଯେ ସେ ତୁମ୍ଭକୁ କେଉଁ ପ୍ରକାରେ ମନ୍ଦ ବ୍ୟବହାର କରିଅଛି” ବା ୨) “ତୁମ୍ଭମାନଙ୍କର ଶତ୍ରୁକୁ ଅଧିକ କଠୋରଭାବେ ବିଚାର କରିବାପାଇଁ ଈଶ୍ବରଙ୍କୁ ଏକ କାରଣ ଦିଅ” (ଦେଖ:INVALID translate/figs-metaphor)

Romans 12:21

μὴ νικῶ ὑπὸ τοῦ κακοῦ, ἀλλὰ νίκα ἐν τῷ ἀγαθῷ τὸ κακόν

ପାଉଲ “କୁକ୍ରିୟା” ଶବ୍ଦଟିକୁ ଏପରି ବର୍ଣ୍ଣନା କରନ୍ତି ସତେ ଯେପରି ତାହା ଗୋଟେ ବ୍ୟକ୍ତି ଅଟେ । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ କୁକ୍ରିୟାକାରୀ ତୁମ୍ଭକୁ ପରଜୟ ନ କରୁ, କିନ୍ତୁ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର”(ଦେଖ:INVALID translate/figs-personificationINVALID translate/figs-activepassive)

μὴ νικῶ ὑπὸ τοῦ κακοῦ, ἀλλὰ νίκα ... τὸ κακόν

ଏହି କ୍ରିୟାଗୁଡିକ ଜଣେ ବ୍ୟକ୍ତିଙ୍କୁ ସମ୍ବୋଧିତ କରେ, ସେଥିପାଇଁ ଏକବଚନ ଅଟେ I (ଦେଖ:INVALID translate/figs-you)

Romans 13

ରୋମୀୟ ୧୩ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ଏହି ଅଧ୍ୟାୟର ପ୍ରଥମ ଭାଗରେ, ପାଉଲ ଅଧିକାରୀ ବା ଶାସକମାନଙ୍କୁ ମାନିବା ବିଷୟରେ ଖ୍ରୀଷ୍ଟିୟାନମାନଙ୍କୁ ଶିକ୍ଷା ଦିଅନ୍ତି। ସେହିସମୟରେ, ଅଧାର୍ମିକ ରୋମୀୟ ଶାସକମାନେ ଶାସନ କରୁଥିଲେI (ଦେଖ:INVALID bible/kt/godly)

ଏହି ଅଧ୍ୟାୟର ବିଶେଷ ଧାରଣା

ଅଧାର୍ମିକ ଶାସକମାନେ

ପାଉଲ ଶାସକମାନଙ୍କୁ ମାନିବା ବିଷୟରେ ଶିକ୍ଷା ଦେବା ସମୟରେ, କେତେକ ପାଠକମାନେ ଏହାକୁ ବୁଝିବା କଷ୍ଟ ହେବ, ବିଶେଷକରି ଯେଉଁ ସ୍ଥାନଗୁଡିକରେ ଶାସକମାନେ ମଣ୍ଡଳୀକୁ ତାଡନା କରନ୍ତି। ଖ୍ରୀଷ୍ଟିୟାନମାନେ ଈଶ୍ବରଙ୍କ ସହିତ ସେମାନଙ୍କର ଶାସକମାନଙ୍କୁ ମଧ୍ୟ ମାନିବା ଉଚିତ୍, ଯେପର୍ଯ୍ୟନ୍ତ ଶାସକମାନେ ଖ୍ରୀଷ୍ଟିୟାନମାନଙ୍କୁ, ଈଶ୍ବର ସେମାନଙ୍କୁ ସ୍ପଷ୍ଟଭାବରେ ଆଜ୍ଞା କରିଥିବା ବିଷୟରେ କିଛି କରିବାକୁ ଦିଅନ୍ତି ନାହିଁ । ଏପରି କେତେକ ସମୟ ଅଛି, ଯେତେବେଳେ ବିଶ୍ବାସୀମାନେ ଶାସକମାନଙ୍କର ବଶୀଭୂତ ହେବା ଉଚିତ୍ ଓ ସେମାନଙ୍କ ହସ୍ତ ଦ୍ବାରା ତାଡନା ମଧ୍ୟ ପାଇବାକୁ ହେବ। ଖ୍ରୀଷ୍ଟିୟାନଏହା ଜାଣିବା ଦରକାର ଯେଏହି ଜଗତ କ୍ଷଣକାଳ ସ୍ଥାୟୀ ଅଟେ ଓ ସେମାନେ ଈଶ୍ବରଙ୍କ ସହିତ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ। (ଦେଖ:INVALID bible/kt/eternity)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ଅସୁବିଧା

ଶରୀର

ଏହା ଏକ ଜଟିଳ ବିଷୟ ଅଟେ I “ଶରୀର” ସମ୍ଭବତଃ ଆମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବର ଏକ ରୂପକ ଅଟେ। ପାଉଲ ଏହା କହୁ ନାହାନ୍ତି ଯେ ଆମ୍ଭମାନଙ୍କ ଭୌତିକ ଶରୀର ପାପ ଅଟେ। ପାଉଲ ଏହା ଶିଖାଇବା ଭଳି ମନେ ହୁଏ ଯେ ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି (“ଶରୀରରେ”), ଆମ୍ଭେମାନେ ପାପ କର୍ମ କରି ଚାଲିଥିବା। କିନ୍ତୁ ଆମ୍ଭର ନୂତନ ସ୍ବଭାବ, ପୂରାତାନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରୁଥିବ I (ଦେଖ:INVALID bible/kt/fleshINVALID bible/kt/sin)

Romans 13:1

ପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ସେମାନେ କିପରି ସେମାନଙ୍କ ଶାସକମାନଙ୍କର ଅଧୀନରେ ରହିବା ଦରକାର।

πᾶσα ψυχὴ ... ὑποτασσέσθω

ଏଠାରେ “ଆତ୍ମା” ସମ୍ପୂର୍ଣ୍ଣ ବ୍ୟକ୍ତିର ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ I “ସମସ୍ତ ଖ୍ରୀଷ୍ଟିୟାନ ମାନିବା ଦରକାର” ବା “ସମସ୍ତେ ମାନିବା ଦରକାର”(ଦେଖା:INVALID translate/figs-synecdoche)

ἐξουσίαις ὑπερεχούσαις

ସରକାରୀ ଅଧିକାରୀ

γὰρ

କାରଣ

οὐ ... ἔστιν ἐξουσία, εἰ μὴ ὑπὸ Θεοῦ

ସମସ୍ତ ଅଧିକାର ଈଶ୍ବରଙ୍କ ଠାରୁ ଆସିଥାଏ

αἱ δὲ οὖσαι ὑπὸ Θεοῦ τεταγμέναι εἰσίν

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ଯେଉଁ ଲୋକମାନେ ଅଧିକାରୀ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ସେଠାରେ ରଖିଅଛନ୍ତି” (ଦେଖା:INVALID translate/figs-activepassive)

Romans 13:2

τῇ ἐξουσίᾳ

ସେହି ସରକାରୀ ଅଧିକାରୀ ବା “ସେହି ଅଧିକାରୀ ଯାହାକୁ ଈଶ୍ବର କ୍ଷମତାରେ ରଖିଅଛନ୍ତି”

οἱ ... ἀνθεστηκότες, ἑαυτοῖς κρίμα λήμψονται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି, ପରମେଶ୍ବର ସେମାନଙ୍କର ବିଚାର କରିବେ” (ଦେଖା:INVALID translate/figs-activepassive)

Romans 13:3

γὰρ

ରୋମୀୟ୧୩:୨ର ଆପଣା ବ୍ୟାଖ୍ୟାକୁ ଆରମ୍ଭ କରିବାକୁ ଓ ସରକାର କୌଣସି ବ୍ୟକ୍ତିଙ୍କୁ ଦଣ୍ଡିତ କଲେ ତାହାର ଫଳ କ’ଣ ହେବ, ସେ ବିଷୟରେ କହିବାକୁ ପାଉଲ ଏହି ଶବ୍ଦର ବ୍ୟବହାର କରନ୍ତି I

οἱ ... ἄρχοντες οὐκ εἰσὶν φόβος

ଶାସକମାନେ ଉତ୍ତମ ଲୋକମାନଙ୍କୁ ଭୟଭୀତ କରନ୍ତି ନାହିଁ I

τῷ ἀγαθῷ ἔργῳ, ... τῷ κακῷ

ଲୋକମାନେ ସେମାନଙ୍କର “ଭଲ ବା ମନ୍ଦ କର୍ମ” ଦ୍ବାରା ପ୍ରକାଶିତ ହୋଇଥାଅନ୍ତି

θέλεις δὲ μὴ φοβεῖσθαι τὴν ἐξουσίαν

ଶାସକମାନଙ୍କୁ ଭୟ ନ କରି ଲୋକମାନେ କ’ଣ କରିବା ଦରାକର, ସେ ବିଷୟରେ ଚିନ୍ତା କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ କହିବାପାଇଁ ଚାହେଁ ଯେ ତୁମ୍ଭେମାନେ କିପରି ଶାସକମାନଙ୍କୁ ଭୟ କରିବ ନାହିଁ” (ଦେଖ:INVALID translate/figs-rquestion)

ἕξεις ἔπαινον ἐξ αὐτῆς

ଯେଉଁ ଲୋକମାନେ ଭଲ କର୍ମ କରନ୍ତି, ସେମାନଙ୍କ ବିଷୟରେ ସରକାର ଭଲ କଥା କହିବେ I

Romans 13:4

οὐ ... εἰκῇ τὴν μάχαιραν φορεῖ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଗୋଟିଏ ଅତି ଉତ୍ତମ କାରଣ ପାଇଁ ଖଡ୍ଗ ଧାରଣ କରନ୍ତି” ବା “ଲୋକଙ୍କୁ ଦଣ୍ଡିତ କରିବାପାଇଁ ତାହଙ୍କ ପାଖରେ କ୍ଷମତା ଅଛି, ଓ ସେ ଲୋକମାନକୁ ଦଣ୍ଡିତ କରିବେ” (ଦେଖା:INVALID translate/figs-litotes)

τὴν μάχαιραν φορεῖ

ରୋମୀୟ ଶାସନକର୍ତ୍ତା ଅଧିକାରର ପ୍ରତୀକ ରୂପେ ଏକ ଛୋଟ ଖଡ୍ଗ ଧରିଥାନ୍ତି”(ଦେଖ:INVALID translate/figs-metonymy)

ἔκδικος εἰς ὀργὴν

ଏଠାରେ “କ୍ରୋଧ” ଶବ୍ଦଟି ମନ୍ଦ କର୍ମ କରି ଲୋକମାନେ ପାଉଥିବା ଦଣ୍ଡକୁ ପ୍ରତିପାଦନ କରେ। ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି, ଯେ କି ମନ୍ଦ କର୍ଯ୍ୟ ବିରୁଦ୍ଧରେ ସରକାରଙ୍କ କ୍ରୋଧକୁ ପ୍ରକାଶ କରିବାପାଇଁ ଲୋକମାନଙ୍କୁ ଦଣ୍ଡିତ କରନ୍ତି” (ଦେଖା:INVALID translate/figs-metonymy)

Romans 13:5

οὐ μόνον διὰ τὴν ὀργὴν, ἀλλὰ καὶ διὰ τὴν συνείδησιν

ସରକାର କେବଳ ତୁମ୍ଭମାନଙ୍କୁ ଦଣ୍ଡିତ କରିବ ନାହିଁ ବୋଲି ନୁହଁ, ବରଂ ତୁମ୍ଭେମାନେ ଯେପରି ଶୁଚି ବିବେକରେ ଈଶ୍ବରଙ୍କ ସମ୍ମୁଖରେ ଠିଆ ହୋଇପାରିବ

Romans 13:6

διὰ τοῦτο

କାରଣ ସରକାର ଅପରାଧୀମାନଙ୍କୁ ଦଣ୍ଡିତ କରିଥାଏ

τελεῖτε

ପାଉଲ ଏଠାରେ ବିଶ୍ବାସୀମାନକୁ ସମ୍ବୋଧିତ କରୁଅଛନ୍ତି, ସେଥିପାଇଁ ଏହା ବହୁବଚନ ଅଟେ I (ଦେଖା:INVALID translate/figs-you)

γὰρ ... εἰσιν

ଏହି କାରଣରୁ ତୁମ୍ଭେମାନେ ରାଜସ୍ବ ଦେବା ଉଚିତ: ଅଧିକାରୀ

προσκαρτεροῦντες

ଶାସନ କର ବା “କାର୍ଯ୍ୟ କର”

Romans 13:7

ἀπόδοτε πᾶσι

ପାଉଲ ଏଠାରେ ବିଶ୍ବାସୀମାନକୁ ସମ୍ବୋଧିତ କରୁଅଛନ୍ତି, ସେଥିପାଇଁ ଏହା ବହୁବଚନ ଅଟେ I (ଦେଖା:INVALID translate/figs-you)

τῷ τὸν φόρον, τὸν φόρον; τῷ τὸ τέλος, τὸ τέλος; τῷ τὸν φόβον, τὸν φόβον; τῷ τὴν τιμὴν, τὴν τιμήν

“ରାଜସ୍ବ” ଶବ୍ଦ ପୂର୍ବ ବାକ୍ୟାଂଶରୁ ବୁଝିପାରୁଛୁ I ବିକଳ୍ପ ଅନୁବାଦ: “ରାଜସ୍ବ ଦିଅ, ଯାହାକୁ ଦେବାକୁ ହେବ ଓ ଶୁଳ୍କ ଦିଅ, ଯାହାକୁ ଦେବାକୁ ହେବ। ଭୟ କର, ଯାହାକୁ ଭୟ କରିବା ଦରକାର ଓ ସମ୍ମାନ କର, ଯାହାକୁ ସମ୍ମାନ କରିବା ଦରକାର”(ଦେଖ:INVALID translate/figs-ellipsis)

τῷ τὸν ... φόβον, τὸν φόβον; τῷ τὴν τιμὴν, τὴν τιμήν

ଏଠାରେ ଭୟ ଓ ସମ୍ମାନ ଦେବା ଏକ ରୂପକ ଅଟେ, ଯାହା ଭୟ ଓ ସମ୍ମାନ ପାଇବାପାଇଁ ଯୋଗ୍ୟ ଲୋକମାନଙ୍କୁ ଭୟ ଓ ସମ୍ମାନ କରିବା ବିଷୟ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଭୟ କର, ଯେଉଁମାନଙ୍କୁ ଭୟକରିବା ଦରକାର, ଓ ସମ୍ମାନ କର ଯେଉଁମାନେ ସମ୍ମାନିତ ହେବାର ଯୋଗ୍ୟ” ବା “ସମ୍ମାନ କର, ଯାହାକୁ ତୁମ୍ଭେମାନେ ସମ୍ମାନ କରିବା ଦରକାର, ଓ ସମ୍ଭ୍ରମ କର, ଯାହାକୁ ତୁମ୍ଭେମାନେ ସମ୍ଭ୍ରମ କରିବା ଦରକାର”(ଦେଖ:INVALID translate/figs-metaphor)

τὸ τέλος

ଏହା ଏକ ପ୍ରକାର ରାଜସ୍ବ ଅଟେ I

Romans 13:8

ପାଉଲ ବିଶ୍ବାସୀମାନେ ପଡୋଶୀମାନଙ୍କ ପ୍ରତି କେଉଁ ପ୍ରକାରେ ବ୍ୟବହାର କରିବା ଦରାକର, ସେ ବିଷୟରେ କହନ୍ତି।

μηδενὶ μηδὲν ὀφείλετε, εἰ μὴ τὸ ἀλλήλους ἀγαπᾶν

ଏହା ଏକ ଯୁଗ୍ମ ନାକରାତ୍ମକ ବିଷୟ I ତୁମ୍ଭେମାନେ ଏହାକୁ ସାକାରାତ୍ମକଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତଙ୍କୁ ସମସ୍ତଙ୍କର ପ୍ରାପ୍ୟ ଦିଅ, ଓ ପରସ୍ପରକୁ ପ୍ରେମ କର” (ଦେଖ:INVALID translate/figs-doublenegatives)

ὀφείλετε

ଏହା ବହୁବଚନ କ୍ରିୟା ଅଟେ ଓ ଏହା ସମସ୍ତ ରୋମୀୟ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I (ଦେଖ:INVALID translate/figs-you)

εἰ μὴ τὸ ἀλλήλους ἀγαπᾶν

ଏହା ଏକ ଋଣ ଅଟେ, ଯାହା ଉପର ଟିପ୍ପଣୀରେ ଦର୍ଶାଯାଇଥିବା ପ୍ରକାରେ ରହିଥିବ I

ἀγαπᾶν

ଏହା ଏକ ପ୍ରକାର ପ୍ରେମ ଅଟେ ଯାହା ଈଶ୍ବରଙ୍କଠାରୁ ଅସିଥାଏ, ଓ କିଛି ଲାଭପ୍ରଦ ନ ହେଲେ ସୁଦ୍ଧା ଅନ୍ୟର ମଙ୍ଗଳ ହେବା ବିଷୟରେ ଧ୍ୟାନ ଦେଇଥାଏ।

Romans 13:9

ἐπιθυμήσεις

ଅନ୍ୟ ବ୍ୟକ୍ତିର ଅଧିକାରକୁ ଅଧିକାର କରିବା ବା ନିଜସ୍ବ କରିବାପାଇଁ ଇଛ କରିବା

Romans 13:10

ἡ ἀγάπη τῷ πλησίον κακὸν οὐκ ἐργάζεται

ଏହି ବାକ୍ୟାଂଶ ପ୍ରେମକୁ ଏକ ବ୍ୟକ୍ତି ରୂପେ ବର୍ଣ୍ଣନା କରିଅଛି ଯେ କି ଅନ୍ୟ ଲୋକମାନଙ୍କ ପ୍ରତି ଦୟାଳୁ ଅଟେ I ବିକଳ୍ପ ଅନୁବାଦ: “ଯେଉଁ ଜଣ ନିଜର ପଡ଼ୋଶୀକୁ ପ୍ରେମ କରେ, ଓ ସେ ସେମାନଙ୍କ କ୍ଷତି କରେ ନାହିଁ” (ଦେଖ:INVALID translate/figs-personification)

Romans 13:11

εἰδότες τὸν καιρόν, ὅτι ὥρα ἤδη ὑμᾶς ἐξ ὕπνου ἐγερθῆναι

ପାଉଲ ରୋମୀୟ ବିଶ୍ବାସୀମାନଙ୍କର ବ୍ୟବହାରକୁ ସୁଧାରିବା ପାଇଁ ରହିଥିବା ବିଷୟକୁ ଏପରି କହନ୍ତି, ସତେ ଯେପରି ସେମାନଙ୍କୁ ନିଦ୍ରାରୁ ଉଠିବାକୁ ପଡିବ। (ଦେଖ:INVALID translate/figs-metaphor)

Romans 13:12

ἡ νὺξ προέκοψεν

ପାଉଲ ଲୋକମାନେ ମନ୍ଦ କାର୍ଯ୍ୟ କରୁଥିବା ସମୟକୁ ରାତ୍ରି ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ପାପର ସମୟ ପ୍ରାୟ ସମାପ୍ତ ହୋଇଗଲାଣି” ବା “ରାତ୍ରି ସମୟ ପ୍ରାୟ ସମାପ୍ତ ହୋଇଗଲାଣି” (ଦେଖ:INVALID translate/figs-metaphor)

ἡ ... ἡμέρα ἤγγικεν

ପାଉଲ ଲୋକମାନେ ଉତ୍ତମ କାର୍ଯ୍ୟ କରୁଥିବା ସମୟକୁ ଦିବସ ଭାବରେ କହନ୍ତି I ବିକଳ୍ପ ଅନୁବାଦ: “ଧାର୍ମିକତାର ସମୟ ଶୀଘ୍ର ଆରମ୍ଭ ହେବ” ବା “ଏହା ଶୀଘ୍ର ଦିବସ ହୋଇଯିବ” (ଦେଖ:INVALID translate/figs-metaphor)

ἀποθώμεθα οὖν τὰ ἔργα τοῦ σκότους

ପାଉଲ “ଅନ୍ଧକାରର କାର୍ଯ୍ୟ” ବିଷୟରେଏପରି କହନ୍ତି, ସତେ ଯେପରି ସେଗୁଡିକ ବସ୍ତ୍ର ଅଟେ, ଯାହାକୁ ଜଣେ ବ୍ୟକ୍ତି ଅଲଗା ରଖନ୍ତି। ଏଠାରେ “ଅଲଗା ରଖିବାର” ଅର୍ଥ ହେଉଛି କରୁଥିବା କିଛି କାର୍ଯ୍ୟକୁ ବନ୍ଦ କରିବା। ଏଠାରେ “ଅନ୍ଧକାର” ମନ୍ଦତାର ରୂପକ ଅଟେ I ବିକଳ୍ପ ଅନୁବାଦ: “ତେଣୁ ଆସୁ, ଆମ୍ଭେମାନେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରୁ, ଯାହାସବୁ ଲୋକମାନେ ଅନ୍ଧାକାରରେ କରନ୍ତି” (ଦେଖ:INVALID translate/figs-metaphor)

ἐνδυσώμεθα ... τὰ ὅπλα τοῦ φωτός

ଏଠାରେ “ଆଲୋକ” ଏକ ରୂପକ ଅଟେ, ଯାହା ଭଲ ଓ ସଠିକ୍ ଅଟେ। ପାଉଲ ଠିକ୍ କାର୍ଯ୍ୟ କରିବା ବିଷୟରେ ଏପରି କହନ୍ତି, ସତେ ଯେମିତି ତାହା ନିଜକୁ ସୁରକ୍ଷା କରିବାପାଇଁ ସଜ୍ଜା ପରିଧାନ କରିବା ସଦୃଶ I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଉତ୍ତମ କର୍ଯ୍ୟ କରୁ। ଏହା କରିବା ଦ୍ବାରା ଅମ୍ଭେମାନେ ମନ୍ଦଠାରୁ ଉଦ୍ଧାର ପାଇବା, ଯେପରି ସଜ୍ଜା ଜଣେ ସୈନିକକୁ ଉଦ୍ଧାର କରିଥାଏ” (ଦେଖ:INVALID translate/figs-metaphor)

Romans 13:13

περιπατήσωμεν

ପାଉଲ ତାହାଙ୍କ ପାଠକମାନଙ୍କ ସହିତ ଓ ଅନ୍ୟ ବିଶ୍ବାସୀମାନଙ୍କ ସହିତ ନିଜକୁ ସାମିଲ କରନ୍ତି I (ଦେଖ:INVALID translate/figs-inclusive)

ὡς ἐν ἡμέρᾳ εὐσχημόνως περιπατήσωμεν

ପାଉଲ ପ୍ରକୃତ ବିଶ୍ବାସୀଭାବରେ ଜୀବନ କାଟିବା ବିଷୟରେ ଏପରି କହନ୍ତି, ସତେ ଯେପରି ଜଣେ ଦିନ ବେଳେ ଚାଲୁଅଛି । ବିକଳ୍ପ ଅନୁବାଦ: “ଆସୁ, ଆମ୍ଭମାନେ ଦୃଶ୍ୟଭାବରେ ଚାଲିବା, ଯଦ୍ଦ୍ବାରା ପ୍ରତ୍ୟେକ ଲୋକ ଆମ୍ଭମାନଙ୍କୁ ଦେଖିପାରିବ” (ଦେଖ:INVALID translate/figs-metaphor)

κοίταις καὶ ἀσελγείαις

ଏହା ବିଷୟଗୁଡିକର ଅର୍ଥ ମୌଳିକଭାବରେ ସମାନ ଅଟେ। ତୁମ୍ଭେମାନେ ସେମାନଙ୍କୁ ତୁମ୍ଭମାନଙ୍କ ଅନୁବାଦରେ ଯୋଡିପାରିବ I ବିକଳ୍ପ ଅନୁବାଦ: “ଯୌନଗତ ଅନୈତିକ କାର୍ଯ୍ୟ” (ଦେଖ:INVALID translate/figs-doublet)

ἔριδι

ଏହା ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା ଓ ଯୁକ୍ତି ତର୍କ କରିବା ବିଷୟକୁ ଦର୍ଶାଏ I

ζήλῳ

ଏହା ଜଣେ ବ୍ୟକ୍ତିର ସଫଳତା ବା ଲାଭ ଉପରେ ଅନ୍ୟ ଜଣକର ନାକାରାତ୍ମକ ଭାବନାଗୁଡିକୁ ଦର୍ଶାଏ I

Romans 13:14

ἐνδύσασθε τὸν Κύριον Ἰησοῦν Χριστόν

ପାଉଲ ଖ୍ରୀଷ୍ଟଙ୍କର ନୌତିକ ସ୍ବଭାବକୁ ସ୍ବୀକାର କରିବା ବିଷୟରେ କହନ୍ତି, ସତେ ଯେପରି ସେ ଆମ୍ଭମାନଙ୍କର ବାହ୍ୟିକ ବସ୍ତ୍ର, ଯାହାକୁ ଲୋକେ ଦେଖିପାରିବେ I (ଦେଖ:INVALID translate/figs-metaphor)

ἐνδύσασθε

ଯଦି ତୁମ୍ଭମାନଙ୍କ ଭାଷାରେ ଆଦେଶ ପାଇଁ ବହୁବଚନ ରୂପ ଅଛି, ତେବେ ଏଠାରେ ତାହାର ବ୍ୟବହାର କର I

τῆς σαρκὸς πρόνοιαν μὴ ποιεῖσθε

ଏଠାରେ “ଶରୀର” ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କ ଆତ୍ମ-କୈନ୍ଦ୍ରିକ ସ୍ବଭାବକୁ ଦର୍ଶାଏ I ଏହା ମନୁଷ୍ୟର ପାପୀ ସ୍ବଭାବ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପୁରାତନ ମନ୍ଦ ହୃଦୟକୁ ଦୁଷ୍ଟ କାର୍ଯ୍ୟ କରିବାକୁ କୌଣସି ଅବସର ଦିଅ ନାହିଁ” (ଦେଖ:INVALID translate/figs-metonymy)

Romans 14

ରୋମୀୟ ୧୪ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦ କବିତାର ପ୍ରତ୍ୟେକ ପଂକ୍ତିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ, ଡାହାଣ ପାଖରୁ କିଛି ଦୂରରେ ଲେଖିଅଛନ୍ତି, ଏହା ପଢିବାପାଇଁ ସହଜସାଧ୍ୟ ଅଟେ। ଏହି ଅଧ୍ୟାୟର ୧୧ ପଦରେ ULT ଏହି ପ୍ରକାରେ ଲେଖିଅଛି, ଯାହା ପୁରାତନ ନିୟମରୁ ଉଦ୍ଧୃତ ହୋଇଛି ।

ଏହି ଅଧ୍ୟାୟର ବିଶେଷ ଧାରଣା

ବିଶ୍ବାସରେ ଦୁର୍ବଳ

ପାଉଲ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ପ୍ରକୃତ ବିଶ୍ବାସ ଲାଭ କରିପାରିବେ ଓ ସେହି ଏକା ସମୟରେ କେତେକ ପରିସ୍ଥିତିରେ “ବିଶ୍ବାସରେ ଦୁର୍ବଳ” ହୋଇପାରନ୍ତି । ଏହା ଏପରି ଖ୍ରୀଷ୍ଟିୟାନମାନଙ୍କୁ ବର୍ଣ୍ଣନା କରେ, ଯାହାର ବିଶ୍ବାସ ଅପରିପକ୍ବ, ଦୃଢ ନୁହେଁ, ଓ ଭୁଲ୍ ବୁଝାମଣାବିଶିଷ୍ଟ ।(ଦେଖ:INVALID bible/kt/faith)

ଖାଦ୍ୟ ସମ୍ବନ୍ଧୀୟ କଟକଣା

ପ୍ରାଚୀନ ପ୍ରାଚ୍ୟ ଦେଶର ଅନେକ ଧର୍ମଗୁଡ଼ିକରେ ଖାଇବାରେ ପ୍ରତିବନ୍ଧକ ଥିଲା । ଖ୍ରୀଷ୍ଟିୟାନମାନଙ୍କୁ ଖାଇବାରେ ସ୍ବାଧିନତା ଅଛି, ସେମାନେ ଯାହା ଚାହାଁନ୍ତି ତାହା ଖାଇପାରନ୍ତି । କିନ୍ତୁ ସେମାନେ ଏହି ସ୍ବାଧିନତାକୁ ବୁଦ୍ଧିମାନର ସହିତ ବ୍ୟବହାର କରିବା ଦରକାର, ପ୍ରଭୁଙ୍କର ସମ୍ମାନଜନକ ହେବା ଦରକାର ଓ ଅନ୍ୟମାନଙ୍କୁ ପାପ କରିବାକୁ ନ ପ୍ରବର୍ତ୍ତାଉ I(ଦେଖ:INVALID bible/kt/sin)

ଈଶ୍ବରଙ୍କ ବିଚାର ଆସନ

ଈଶ୍ବରଙ୍କ ବା ଖ୍ରୀଷ୍ଟଙ୍କ ବିଚାର ସ୍ଥାନ, ଏକ ସମୟକୁ ପ୍ରଦର୍ଶିତ କରେ, ଯେଉଁ ସମୟରେ ଖ୍ରୀଷ୍ଟିୟାନମାନଙ୍କ ସମେତ ସମସ୍ତ ଲୋକମାନେ, ସେମାନେ କି ପ୍ରକାରେ ଜୀବନଯାପନ କରିଛନ୍ଟ୍, ତାହାର ଉତ୍ତରଦାୟୀ ହେବେ ।

Romans 14:1

ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିବାକୁ ଉତ୍ସାହିତ କରନ୍ତି ଯେ ସେମାନେ ଈଶ୍ବରଙ୍କ ନିକଟରେ ହିସାବ ଦେବାକୁ ହେବ I

ἀσθενοῦντα τῇ πίστει

ଯେଉଁମାନେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ଖାଇବା ପିଇବାରେ ଦୋଷୀ ବୋଲି ମନେ କରନ୍ତି, ଏହା ସେମାନଙ୍କୁ ଦର୍ଶାଏ I

μὴ εἰς διακρίσεις διαλογισμῶν

ଓ ସେମାନଙ୍କ ମତ ପାଇଁ ସେମାନଙ୍କୁ ନିନ୍ଦା କର ନାହିଁ

Romans 14:2

ὃς μὲν πιστεύει φαγεῖν πάντα

ଏଠାରେ “ବିଶ୍ବାସ” ଜଣେ ବ୍ୟକ୍ତିର କାର୍ଯ୍ୟକୁ ନିଦର୍ଶନ କରେ, ଯାହା ଈଶ୍ବର ତାହାକୁ କରିବାପାଇଁ କହୁଛନ୍ତି I

ὁ ... ἀσθενῶν λάχανα ἐσθίει

ଏହା ସେହି ବ୍ୟକ୍ତିକୁ ବୁଝାଏ, ଯେ ତାହାକୁ ମାଂସ ଖାଇବା ପାଇଁ ଈଶ୍ବର ମନା କରିଅଛନ୍ତି ବୋଲି ବିଶ୍ବାସ କରେ ।

Romans 14:4

σὺ τίς εἶ, ὁ κρίνων ἀλλότριον οἰκέτην

ଯେଉଁମାନେ ଅନ୍ୟମାନଙ୍କର ବିଚାର କରୁଅଛନ୍ତି, ସେମାନଙ୍କୁ ଭର୍ତ୍ସନା କରିବା ନିମନ୍ତେ ପାଉଲ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ତୁମ୍ଭେମାନେ ଏହାକୁ ଏକ ବୟାନ ରୂପରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଈଶ୍ବର ନୁହଁ, ଓ ତାହାଙ୍କ ସେବକମାନଙ୍କ ମଧ୍ୟରୁ ଜଣକୁ ବିଚାର କରିବାପାଇଁ ତୁମ୍ଭମାନଙ୍କୁ ଅଧିକାର ଦିଅଯାଇ ନାହିଁ !” (ଦେଖ:INVALID translate/figs-rquestion)

σὺ ... ὁ κρίνων

ଏଠାରେ “ତୁମ୍ଭେ” ର ରୂପ ଏକବଚନ ଅଟେ I (ଦେଖ:INVALID translate/figs-you)

τῷ ἰδίῳ κυρίῳ στήκει ἢ πίπτει

ପାଉଲ ଈଶ୍ବରଙ୍କ ବିଷୟରେ ଏପରି କହନ୍ତି, ସତେ ଯେପରି ସେ ଜଣେ କର୍ତ୍ତା ଅଟନ୍ତି ଓ ତାହାଙ୍କ ନିଜ ଦାସମାନେ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “କେବଳ କର୍ତ୍ତା ହିଁ ନିଷ୍ପତ୍ତି ନେଇ ପାରନ୍ତି ଯେ ସେ ଦାସକୁ ଗ୍ରହଣ କରିବେ କି ନାହିଁ” (ଦେଖ:INVALID translate/figs-metaphor)

σταθήσεται δέ, δυνατεῖ γὰρ ὁ Κύριος στῆσαι αὐτόν

ପାଉଲ ଈଶ୍ବରଙ୍କ ଗ୍ରହଣ ଯୋଗ୍ୟ ଦାସଙ୍କ ବିଷୟରେ ଏପରି କୁହନ୍ତି, ସତେ ଯେପରି ତାହାଙ୍କୁ ପଡିଯିବା ବଦଳରେ “ଛିଡା କରାଯାଇଅଛି”। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ପ୍ରଭୁ ତାହାଙ୍କୁ ଗ୍ରହଣ କରିବେ, କାରଣ ସେ ସେହି ଦାସକୁ ଗ୍ରହଣଯୋଗ୍ୟ କରାଇବେ” (ଦେଖ:INVALID translate/figs-metaphorINVALID translate/figs-activepassive)

Romans 14:5

ὃς μὲν κρίνει ἡμέραν παρ’ ἡμέραν; ὃς δὲ κρίνει πᾶσαν ἡμέραν.

ଜଣେ ବ୍ୟକ୍ତି ଭାବେ ଯେ ଗୋଟିଏ ଦିନ ଅନ୍ୟ ସମସ୍ତ ଦିନ ତୁଳନାରେ ବହୁତ ମୂଲ୍ୟବାନ, କିନ୍ତୁ ଅନ୍ୟ ବ୍ୟକ୍ତି ଭାବେ ଯେ ସମସ୍ତ ଦିନ ସମାନ ଅଟେ।

ἕκαστος ἐν τῷ ἰδίῳ νοῒ, πληροφορείσθω

ତୁମ୍ଭେମାନେ ପୂରା ଅର୍ଥକୁ ସ୍ପଷ୍ଟ କରିପାରିବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ସୁନିଶ୍ଚିତ ହେଉନ୍ତୁ ଯେ ସେ ଯାହା କରୁଅଛି, ତାହା ପ୍ରଭୁଙ୍କୁ ସମ୍ମାନିତ କରୁଅଛି” (ଦେଖ:INVALID translate/figs-explicit)

Romans 14:6

ὁ φρονῶν τὴν ἡμέραν, Κυρίῳ φρονεῖ

ଏଠାରେ “ପାଳନ କରିବା”ର ଅର୍ଥ ଆରାଧନା କରିବା ବିଷୟକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯେଉଁ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଦିନରେ ଆରାଧନା କରନ୍ତି, ତାହ କ’ଣ ପ୍ରଭୁଙ୍କୁ ସମ୍ମାନିତ କରେ” (ଦେଖ:INVALID translate/figs-explicit)

ὁ ἐσθίων

“ସମସ୍ତ ବିଷୟ” ଶବ୍ଦଟି [ରୋମୀୟ ୧୪: ୩] (II/୧୪/୦୩Imd)ରୁ ବୁଝାପଡୁଅଛି । ଏଠାରେ ଏହା ପୁନରୁକ୍ତି ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ବ୍ୟକ୍ତି ସମସ୍ତ ପ୍ରକାର ଖାଦ୍ୟ ଭୋଜନ କରନ୍ତି” (ଦେଖ:INVALID translate/figs-ellipsis)

Κυρίῳ ἐσθίει

ପ୍ରଭୁଙ୍କୁ ସମ୍ମାନିତ କରିବାପାଇଁ ଭୋଜନ କରେ ବା “ପ୍ରଭୁଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଭୋଜନ କରେ”

καὶ ὁ μὴ ἐσθίων

“ସମସ୍ତ ବିଷୟ” ଶବ୍ଦଟି [ରୋମୀୟ ୧୪: ୩] (II/୧୪/୦୩Imd)ରୁ ବୁଝାପଡୁଅଛି । ଏଠାରେ ଏହା ପୁନରୁକ୍ତି ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ସେ ଯେ ସବୁ କିଛି ଭୋଜନ କରେ ନାହିଁ” ବା “ଯେଉଁ ବ୍ୟକ୍ତି କଛି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ଭୋଜନ କରନ୍ତି ନାହିଁ” (ଦେଖ:INVALID translate/figs-ellipsis)

Romans 14:7

οὐδεὶς γὰρ ἡμῶν ἑαυτῷ ζῇ

ଏଠାରେ “ନିଜ ପାଇଁ ବଞ୍ଚିବା” ର ଅର୍ଥ କେବଳ ନିଜକୁ ଖୁସି କରିବାପାଇଁ ବଞ୍ଚିବା I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ମଧ୍ୟରୁ କେହି ହେଲେ ସୁଦ୍ଧା କେବଳ ନିଜର ଖୁସି ପାଇଁ ବଞ୍ଚିବା ଉଚିତ ନୁହେଁ” (ଦେଖ:INVALID translate/figs-explicit)

οὐδεὶς ... ἡμῶν

ପାଉଲ ତାହାଙ୍କ ପାଠକମାନଙ୍କୁ ସାମିଲ କରୁଅଛନ୍ତି, ତେଣୁ ଏହା ସମସ୍ତଙ୍କୁ ଦର୍ଶାଏ I (ଦେଖ:INVALID translate/figs-inclusive)

οὐδεὶς ἑαυτῷ ἀποθνῄσκει

ଏହାର ଅର୍ଥ ଯେ ଜଣଙ୍କର ମୃତ୍ୟୁ ଅନ୍ୟକୁ ପ୍ରଭାବିତ କରେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ମଧ୍ୟରୁ କେହି ହେଲେ ସୁଦ୍ଧା ଏପରି ନ ଭାବନ୍ତୁ ଯେ ଯେତେବେଳେ ଆମ୍ଭେମାନେ ମୃତ୍ୟୁବରଣ କରୁଅଛୁ, ଏହା କେବଳ ଆମ୍ଭମାନଙ୍କୁ ହିଁ ପ୍ରଭାବିତ କରିଥାଏ” (ଦେଖ:INVALID translate/figs-explicit)

Romans 14:8

ପାଉଲ ଉଭୟ ନିଜ ବିଷୟରେ ଓ ତାହାଙ୍କ ପାଠକମାନଙ୍କ ବିଷୟରେ କହନ୍ତି, ତେଣୁ ସମସ୍ତ “ଆମ୍ଭେମାନେ” ଶବ୍ଦ ଅନ୍ତଃର୍ଭୁକ୍ତକାରୀ ଅଟେ I (ଦେଖ:INVALID translate/figs-inclusive)

Romans 14:10

τί κρίνεις τὸν ἀδελφόν σου? ἢ καὶ σὺ τί ἐξουθενεῖς τὸν ἀδελφόν σου

ଏହି ପ୍ରଶ୍ନଗୁଡିକ ବ୍ୟବହାର କରି, ପାଉଲ ଦେଖାଉଛନ୍ତି ଯେ ସେ କିପରି ତାହାଙ୍କ ପାଠକମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିବିଶେଷକୁ ଭର୍ତ୍ସନା କରିପାରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଭାଇମାନଙ୍କୁ ବିଚାର କରିବା ତୁମ୍ଭ ପାଇଁ ଭୁଲ୍ ଅଟେ, ଓ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ ତୁଚ୍ଛ କରିବା ଭୁଲ୍ ଅଟେ!” ବା “ତୁମ୍ଭମାନଙ୍କର ଭାଇମାନଙ୍କୁ ବିଚାର କରିବା ଓ ତିରସ୍କାର କରିବା ବନ୍ଦ କର!” (ଦେଖ:INVALID translate/figs-you)

τὸν ἀδελφόν

ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ସେ ପୁରୁଷ ବା ମହିଳା ହେଉ I

πάντες γὰρ παραστησόμεθα τῷ βήματι τοῦ Θεοῦ

“ବିଚାର ସ୍ଥାନ” ଶବ୍ଦଟି ଈଶ୍ବରଙ୍କ ବିଚାର କରିବାର ଅଧିକାରକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଆମ ସମସ୍ତଙ୍କର ବିଚାର କରିବେ” (ଦେଖା:INVALID translate/figs-metonymy)

Romans 14:11

γέγραπται γάρ ... ἐγώ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ କେହି ଜଣେ ଶାସ୍ତ୍ରରେ ଲେଖିଛନ୍ତି” (ଦେଖ:INVALID translate/figs-activepassive)

ζῶ ἐγώ

ଶପଥ ବା ଗମ୍ଭୀର ପ୍ରତିଜ୍ଞା ବିଷୟରେ କହିବାପାଇଁ ଏହି ବାକ୍ୟାଂଶକୁ ବ୍ୟବହାର କରାଯାଇଛି। ଅନ୍ୟ ଏକ ଅନୁବାଦରେ: “ଏହା ସତ୍ୟ ବୋଲି ତୁମ୍ଭେମାନେ ସୁନିଶ୍ଚିତ ହୋଇପାରିବ” (ଦେଖ:INVALID translate/figs-explicit)

ἐμοὶ κάμψει πᾶν γόνυ, καὶ πᾶσα γλῶσσα ἐξομολογήσεται τῷ Θεῷ

ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଇବା ପାଇଁ ପାଉଲ “ଜାନୁ” ଓ “ଜିହ୍ବା” ଶବ୍ଦଟିର ବ୍ୟବହାର କରନ୍ତି I ଆଉ ମଧ୍ୟ, ପ୍ରଭୁ ନିଜକୁ ଦର୍ଶାଇବା ପାଇଁ “ଈଶ୍ବର” ଶବ୍ଦର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତିର ମସ୍ତକ ନତ ହେବ ଓ ମୋର ପ୍ରଶଂସା କରିବେ” (ଦେଖ:INVALID translate/figs-synecdocheINVALID translate/figs-123person)

Romans 14:12

περὶ ἑαυτοῦ, λόγον δώσει τῷ Θεῷ

ଈଶ୍ବରଙ୍କ ନିକଟରେ ଆମ୍ଭମାନଙ୍କର କାର୍ଯ୍ୟଗୁଡିକୁ ସ୍ପଷ୍ଟଭାବରେ ପ୍ରକଶିତ କରିବାକୁ ହେବ

Romans 14:13

ἀλλὰ τοῦτο κρίνατε μᾶλλον, τὸ μὴ τιθέναι πρόσκομμα τῷ ἀδελφῷ ἢ σκάνδαλον

ଏଠାରେ “ବାଧାଜନକ ପ୍ରସ୍ତର” ଓ “ଫାନ୍ଦ”ର ଅର୍ଥ ମୌଳିକଭାବରେ ସମାନ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବରଂ ଏହା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ ଯେ ସାଥୀ ବିଶ୍ବାସୀକୁ ପାପ କର୍ଯ୍ୟ କରିବାପାଇଁ ପ୍ରବର୍ତ୍ତାଇବୁ ନାହିଁ ବା କିଛି କହିବୁ ନାହିଁ” (ଦେଖ:INVALID translate/figs-doublet)

τῷ ἀδελφῷ

ଏଠାରେ ଏହାର ଅର୍ଥ ଯେ ଜଣେ ସାଥୀ ଖ୍ରୀଷ୍ଟିୟାନ, ପୁରୁଷ ବା ମହିଳା ହେଉ I

Romans 14:14

οἶδα καὶ πέπεισμαι ἐν Κυρίῳ Ἰησοῦ

ଏଠାରେ “ଜାଣିବା” ଶବ୍ଦ ଓ “ନିଶ୍ଚୟ ଜ୍ଞାନ କରିବା” ର ଅର୍ଥ ମୌଳିକଭାବରେ ସମାନ ଅଟେ; ପାଉଲ ତାହାଙ୍କ ସୁନିଶ୍ଚିତତାକୁ ଗୁରୁତ୍ବ ଦେବାପାଇଁ ସେଗୁଡିକର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ଯୀଶୁଙ୍କ ସହିତ ମୋହର ସଂପର୍କ ସକାଶୁ ମୁଁ ସୁନିଶ୍ଚିତ” (ଦେଖ:INVALID translate/figs-doublet)

οὐδὲν κοινὸν δι’ ἑαυτοῦ

ତୁମ୍ଭେମାନେ ଏହାକୁ ସାକାରାତ୍ମକ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ନିଜ ଦ୍ବାରା ଶୁଚି ହୋଇଅଛି” (ଦେଖ:INVALID translate/figs-doublenegatives)

δι’ ἑαυτοῦ

ପ୍ରକୃତି ଦ୍ବାରା ବା “ଏହା ଯାହା ଅଟେ, ସେଥି ସକାଶୁ”

εἰ μὴ τῷ λογιζομένῳ τι κοινὸν εἶναι, ἐκείνῳ κοινόν

ପାଉଲ ଏଠାରେ କହନ୍ତି ଯେ ଜଣେ ବ୍ୟକ୍ତି ଯାହା ସେ ଅଶୁଚି ବୋଲି ମନେ କରେ, ସେ ସେଥିରୁ ଦୂରରେ ରହୁ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ଜଣେ ବ୍ୟକ୍ତି କିଛି ବିଷୟକୁ ଅଶୁଚି ବୋଲି ଭାବୁଛି, ତାହେଲେ ସେହି ବ୍ୟକ୍ତି ପାଇଁ ତାହା ଅଶୁଚି ଅଟେ ଓ ସେ ତାହାଠାରୁ ଦୂରରେ ରହୁ” (ଦେଖ:INVALID translate/figs-explicit)

Romans 14:15

εἰ ... διὰ βρῶμα, ὁ ἀδελφός σου λυπεῖται

"ଯଦି ତୁମ୍ଭେମାନେ ଖାଦ୍ୟ ସକାଶେ ତୁମ୍ଭମାନଙ୍କ ଭାଇର ବିଶ୍ବାସକୁ ଦୁଃଖ ଦେଉଅଛ I ଏଠାରେ “ତୁମ୍ଭମାନଙ୍କର” ଶବ୍ଦ ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସରେ ଦୃଢ ଅଛନ୍ତି ଓ “ଭାଇ” ସେମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସରେ ଦୁର୍ବଳ ଅଟନ୍ତି I

ὁ ἀδελφός

ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ପୁରୁଷ ବା ମହିଳା ହେଉ I

οὐκέτι κατὰ ἀγάπην περιπατεῖς

ପାଉଲ ବିଶ୍ବାସୀମାନଙ୍କ ବ୍ୟବହାର ବିଷୟରେ ଏପରି କୁହନ୍ତି, ସତେ ଯେପରି ଏହା ଏକ ଯାତ୍ରା I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ୍ଭେମାନେ ଆଉ ପ୍ରେମ ଦେଖାଉ ନାହଁ” (ଦେଖ:INVALID translate/figs-metaphor)

Romans 14:16

μὴ βλασφημείσθω οὖν ὑμῶν τὸ ἀγαθόν

ଯଦି ଜଣେ ଭାବୁଅଛି ଯେ କିଛି ବିଷୟ ମନ୍ଦ ଅଟେ, ତାହା କର ନାହିଁ, ଯଦିଓ ତୁମ୍ଭେମାନେ ଏହାକୁ ଭଲ ବୋଲି ଜାଣୁଅଛ"

Romans 14:17

οὐ γάρ ἐστιν ἡ Βασιλεία τοῦ Θεοῦ βρῶσις καὶ πόσις, ἀλλὰ δικαιοσύνη, καὶ εἰρήνη, καὶ χαρὰ ἐν Πνεύματι Ἁγίῳ

ପାଉଲ ଯୁକ୍ତି କରନ୍ତି ଯେ ଈଶ୍ବର ତାହାଙ୍କ ରାଜ୍ୟକୁ ସ୍ଥାପନ କରନ୍ତି, ଯେପରି ସେ ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକ ଭଲ ସଂପର୍କ ରଖିବା ପାଇଁ ସୁଯୋଗ ଦେବେ, ଓ ଶାନ୍ତି ଏବଂ ଆନନ୍ଦ ପ୍ରଦାନ କରିପାରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ନିଜର ରାଜ୍ୟ ସ୍ଥାପନ କରି ନାହାନ୍ତି, ଯେପରି ଆମ୍ଭେମାନେ କ’ଣ ଖାଇବା ବା ପିଇବା, ସେ ବିଷୟରେ ଶାସନ କରିବେ । ସେ ତାହାଙ୍କ ରାଜ୍ୟକୁ ସ୍ଥାପନ କରିଅଛନ୍ତି, ଯେପରି ଆମ୍ଭେମାନେ ତାହାଙ୍କ ସହିତ ଉତ୍ତମ ସଂପର୍କରେ ରହିପାରୁ, ଓ ସେ ଯେପରି ଆମ୍ଭମାନଙ୍କୁ ଶାନ୍ତି ଓ ଆନନ୍ଦ ଦେଇପାରିବେ” (ଦେଖ:INVALID translate/figs-explicit)

Romans 14:18

δόκιμος τοῖς ἀνθρώποις

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ତାହାଙ୍କୁ ସମର୍ଥନ କରିବେ” ବା“ଲୋକମାନେ ତାହାଙ୍କୁ ସମ୍ମାନିତ କରିବେ” (ଦେଖ:INVALID translate/figs-activepassive)

Romans 14:19

τὰ τῆς εἰρήνης διώκωμεν, καὶ τὰ τῆς οἰκοδομῆς τῆς εἰς ἀλλήλους

ଏଠାରେ “ପରସ୍ପରର ନିଷ୍ଠା କରିବା” ପରସ୍ପରକୁ ବିଶ୍ବାସରେ ବୃଦ୍ଧି ହେବାରେ ସାହାଯ୍ୟ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆସ, ଆମ୍ଭେମାନେ ଏକ ସଂଗରେ ଶାନ୍ତିରେ ରହିବାକୁ ପ୍ରଚେଷ୍ଟା କରୁ ଓ ପରସ୍ପରକୁ ବିଶ୍ବାସରେ ଦୃଢ ହେବାରେ ସାହାଯ୍ୟ କରୁ” (ଦେଖ:INVALID translate/figs-explicit)

Romans 14:20

μὴ ἕνεκεν βρώματος, κατάλυε τὸ ἔργον τοῦ Θεοῦ

ତୁମ୍ଭେମାନେ ଏହି ବାକ୍ୟାଂଶର ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସାଥୀ ବିଶ୍ବାସୀଙ୍କ ପ୍ରତି ଯାହା କରିଅଛନ୍ତି, ତାହାକୁ ତୁମ୍ଭମାନଙ୍କର କେବଳ କିଛି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟକୁ ଭୋଜନ କରିବା ବିଷୟରେ ନଷ୍ଟ କର ନାହିଁ” (ଦେଖ:INVALID translate/figs-explicit)

ἀλλὰ κακὸν τῷ ἀνθρώπῳ τῷ διὰ προσκόμματος ἐσθίοντι

ଏଠାରେ ଯେ କୌଣସି ବିଷୟ ଯାହା “ତାହାର ବିଘ୍ନ ଘଟାଉଛି ”ତାହାର ଅର୍ଥ ହେଉଛି ଏହା ଜଣେ ଦୁର୍ବଳ ବିଶ୍ବାସୀ ଭାଇକୁ ତାହାର ବିବେକ ବିରୁଦ୍ଧରେ କିଛି କରିବାପାଇଁ ପ୍ରବର୍ତ୍ତାଉଛି । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖାଇବା ଦ୍ବାରା ଏହା ଜଣକପାଇଁ ପାପ ହୋଇପାରେ, ଯାହା ଅନ୍ୟ ଭାଇ ଚିନ୍ତା କରିଥାଏ ଯେ ତାହା ଖାଇବା ଭୁଲ୍ ଅଟେ, ଯଦି ଏହି ପ୍ରକାରର ଭୋଜନକରିବା ଯୋଗୁ, ଦୁର୍ବଳ ଭାଇକୁ ତାହାର ବିବେକ ବିରୁଦ୍ଧରେ କିଛି କରାଯାଉଛି ।” (ଦେଖ:INVALID translate/figs-explicit)

Romans 14:21

καλὸν τὸ μὴ φαγεῖν κρέα, μηδὲ πιεῖν οἶνον, μηδὲ ἐν ᾧ ὁ ἀδελφός σου προσκόπτει

ଯଦି ତୁମ ଭାଇକୁ ପାପ କରିବା ନିମନ୍ତେ କିଛି ପ୍ରବର୍ତ୍ତାଏ, ତାହାହେଲେ ଆମ୍ଭେମାନେ ମାଂସ ନ ଖାଇବା ବା ଦ୍ରାକ୍ଷାରସ ପାନ ନ କରିବା ଅବା ଏପରି କିଛି ନ କରିବା ଉତ୍ତମ ଅଟେ

ὁ ἀδελφός

ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ପୁରୁଷ ବା ମହିଳା ହେଉ I

σου

ଏହା ବିଶ୍ବାସରେ ଦୃଢ ଥିବା ବ୍ୟକ୍ତିଙ୍କୁ ଦର୍ଶାଏ ଓ “ଭାଇ” ବିଶ୍ବାସରେ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଦର୍ଶାଏ I

Romans 14:22

σὺ πίστιν ἣν ἔχεις

ଏହା ଖାଇବା ଓ ପିଇବା ବିଷୟରେ ଥିବା ବିଶ୍ବାସକୁ ସୂଚିତ କରେ I

σὺ ... σεαυτὸν

ଏକବଚନ I କାରଣ ପାଉଲ ବିଶ୍ବସିମାନଙ୍କୁ ସମ୍ବୋଧିତ କରୁଛନ୍ତି, ତୁମ୍ଭମାନଙ୍କୁ ବହୁବଚନ ବ୍ୟବହାର କରି ଏହାର ଅନୁବାଦ କରିବାକୁ ପଡିପାରେ I (ଦେଖ:INVALID translate/figs-you)

μακάριος ὁ μὴ κρίνων ἑαυτὸν ἐν ᾧ δοκιμάζει

ସେମାନେ ଧନ୍ୟ ଅଟନ୍ତି, ଯେଉଁମାନେ କାର୍ଯ୍ୟ କରିବାକୁ ସେମାନଙ୍କର ନିଷ୍ପତ୍ତି ସକାଶୁ ନିଜକୁ ଦୋଷୀ ବୋଲି ମନେ ନ ଭାବନ୍ତି

Romans 14:23

ὁ δὲ διακρινόμενος, ἐὰν φάγῃ, κατακέκριται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟ ବିଷୟରେ ନିଶ୍ଚିତ ନୁହନ୍ତି, କିନ୍ତୁ ତାହାକୁ ଭୋଜନ କରନ୍ତି, ତାହାହେଲେ ଈଶ୍ବର କହିବେ ସେହି ବ୍ୟକ୍ତି ଭୁଲ୍ କରିଅଛି” ବା “ଯଦି ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟ ବିଷୟରେ ନିଶ୍ଚିତ ନୁହନ୍ତି, କିନ୍ତୁ ତାହାକୁ ଭୋଜନ କରି ନିଅନ୍ତି, ତାହାହେଲେ ସେ ଦ୍ବନ୍ଦ ବିବେକରେ ରହିବ” (ଦେଖ:INVALID translate/figs-activepassive)

ὅτι οὐκ ἐκ πίστεως

ଯାହା କିଛି “ବିଶ୍ବାସରୁ ନୁହେଁ”, ତାହା ଏପରି କିଛି ବିଷୟ, ଯାହା ଈଶ୍ବର ତୁମ୍ଭେମାନେ କର ବୋଲି ଚାହାଁନ୍ତି ନାହିଁ I ତୁମ୍ଭେମାନେ ଏଠାରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର କହିବେ ଯେ ସେ ଭୁଲ୍ କରିଅଛି, କାରଣ ସେ ଏପରି କିଛି ଭୋଜନ କରୁଅଛି, ଯାହା ସେ ବିଶ୍ବାସ କରେ ସେ ତାହା ନ ଖାଉ ବୋଲି ଈଶ୍ବର ଚାହାଁନ୍ତି” (ଦେଖ:INVALID translate/figs-explicit)

πᾶν δὲ ὃ οὐκ ἐκ πίστεως, ἁμαρτία ἐστίν

ଯାହା କିଛି “ବିଶ୍ବାସରୁ ନୁହେଁ”, ତାହା ଏପରି କିଛି ବିଷୟ, ଯାହା ଈଶ୍ବର ତୁମ୍ଭେମାନେ କର ବୋଲି ଚାହାଁନ୍ତି ନାହିଁ I ତୁମ୍ଭେମାନେ ଏଠାରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପାପ କରୁଅଛ, ଯଦି ତୁମ୍ଭେମାନେ ଏପରି କିଛି କରୁଅଛ ଯେ ଯାହା ତୁମ୍ଭେମାନେ କର ବୋଲି ଈଶ୍ବର ଚାହାଁନ୍ତି ବୋଲି ତୁମ୍ଭେମାନେ ବିଶ୍ବାସ କରୁନାହଁ” (ଦେଖ:INVALID translate/figs-explicit)

Romans 15

ରୋମୀୟ ୧୫ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ପ୍ରତ୍ୟେକ ପଂକ୍ତିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖାଯାଇଛି,ଏହା ପଢିବାପାଇଁ ସହଜସାଧ୍ୟ ଅଟେ I ଏହି ଅଧ୍ୟାୟର ୯-୧୧, ଓ ୨୧ ପଦରେ ULT ଏହିପରି ଲେଖିଅଛି, ଯାହା ପୁରତନ ନିଯମରୁ ଆନୀତ ଅଟେ I

କେତେକ ଅନୁବାଦରେ ପୁରାତନ ନିୟମର ଗଦ୍ୟ ଉଦ୍ଧୃତିଗୁଡିକୁ ପୃଷ୍ଠାର ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି, ଏହା ପଢିବାରେ ସହଜାସାଧ୍ୟ ଅଟେ। ୧୨ ପଦରେ ଏହି ପ୍ରକାରେ ULT ରେ ଲେଖାଯାଇଛି।

[ରୋମୀୟ ୧୫:୧୪] (II/II/rom/୧୫/୧୪Imd)ରେ ପାଉଲ ଅଧିକ ବ୍ୟକ୍ତିଗତଭାବରେ କହିବାକୁ ଆରମ୍ଭ କରନ୍ତି । ସେ ଶିକ୍ଷା ଦେବା ବିଷୟ ଛାଡ଼ି ତାହାଙ୍କ ବ୍ୟକ୍ତିଗତ ଯୋଜନା ବିଷୟରେ କହନ୍ତି।

ଏହି ଅଧ୍ୟାୟର ଗରୁତ୍ବପୂର୍ଣ୍ଣ ଶବ୍ଦ ଅଳଙ୍କାର

ଦୃଢ/ଦୁର୍ବଳ

ଯେଉଁମାନେ ବିଶ୍ବାସରେ ପରିପକ୍ବ ଓ ଅପରିପକ୍ବ ଅଟନ୍ତି, ସେମାନଙ୍କ ପାଇଁ ଏହି ଶବ୍ଦର ବ୍ୟବହାର କରାଯାଇଛି । ପାଉଲ ଶିକ୍ଷା ଦିଅନ୍ତି ଯେ ଯେଉଁମାନେ ବିଶ୍ବାସରେ ଦୃଢ ଅଟନ୍ତି, ସେମାନେ ବିଶ୍ବାସରେ ଦୁର୍ବଳ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ଦରକାର। (ଦେଖ: INVALID bible/kt/faith)

Romans 15:1

ବିଶ୍ବାସୀମାନେ ଅନ୍ୟମାନଙ୍କପାଇଁ ବଞ୍ଚିବା ଦରକାର, ଯେପରି ଖ୍ରୀଷ୍ଟ ବଞ୍ଚିଥିଲେ, ଏହି ବିଷୟକୁ ଦୋହରାଇ ପାଉଲ ଏହି ଅଂଶକୁ ଶେଷ କରୁଛନ୍ତି I

δὲ

ଗୋଟିଏ ନୂଆଁ ଅଲୋଚ୍ୟ ବିଷୟକୁ ସୂଚିତ କରିବାପାଇଁ ତୁମ୍ଭମାନଙ୍କର ଭାଷାରେ ଯଦି ସେମତି କିଛି ଶବ୍ଦ ଅଛି, ଏଠାରେ ବ୍ୟବହାର କରିପାରିବ।

ἡμεῖς, οἱ δυνατοὶ

ଏଠାରେ “ଦୃଢ,” ବିଶ୍ବାସରେ ଦୃଢ ଥିବା ଲୋକମାନଙ୍କୁ ଦର୍ଶାଏ । ସେମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ସେମାନଙ୍କୁ ସମସ୍ତ ପ୍ରକାରର ଖାଦ୍ୟ ଭୋଜନ କରିବାକୁ ଅନୁମତି ଦେଇଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଯେଉମାନେ ବିଶ୍ବାସରେ ଦୃଢ ଅଟୁ” (ଦେଖ:INVALID translate/figs-explicit)

ἡμεῖς

ଏହା ପାଉଲଙ୍କୁ, ତାହାଙ୍କ ପାଠକମାନଙ୍କୁ ଓ ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ:INVALID translate/figs-inclusive)

τῶν ἀδυνάτων

ଏଠାରେ “ଦୁର୍ବଳ,” ବିଶ୍ବାସରେ ଦୁର୍ବଳ ଥିବା ଲୋକମାନଙ୍କୁ ଦର୍ଶାଏ। ସେମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ସେମାନଙ୍କୁ ସମସ୍ତ ପ୍ରକାରର ଖାଦ୍ୟ ଭୋଜନ କରିବାକୁ ଅନୁମତି ଦେଇ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ବିଶ୍ବାସରେ ଦୁର୍ବଳ ଅଟନ୍ତି” (ଦେଖ:INVALID translate/figs-explicit)

Romans 15:2

πρὸς οἰκοδομήν

ଏହା ଦ୍ବାରା, ପାଉଲ ଜଣକର ବିଶ୍ବାସକୁ ଦୃଢ କରିବାପାଇଁ ଚାହାଁନ୍ତି I ଅନ୍ୟ ଏକ ଅନୁବାଦରେ: “ତାହାର ବିଶ୍ବାସକୁ ଦୃଢ କରିବାପାଇଁ” (ଦେଖ:INVALID translate/figs-explicit)

Romans 15:3

καθὼς γέγραπται

ଏଠାରେ ପାଉଲ ଗୋଟିଏ ଶାସ୍ତ୍ରକୁ ଉଲ୍ଲେଖ କରନ୍ତି, ଯେଉଁଠାରେ ଖ୍ରୀଷ୍ଟ (ମଶୀହ) ଈଶ୍ବରଙ୍କୁ କଥା କହୁଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ ମଶୀହ ଈଶ୍ବରଙ୍କୁ କହିଲେ” (ଦେଖ:INVALID translate/figs-explicitINVALID translate/figs-activepassive)

οἱ ὀνειδισμοὶ τῶν ὀνειδιζόντων σε, ἐπέπεσαν ἐπ’ ἐμέ

ଈଶ୍ବରଙ୍କୁ ଅପମାନ କରୁଥିବା ଲୋକମାନଙ୍କର ଅପମାନ ଖ୍ରୀଷ୍ଟଙ୍କ ଉପରେ ବର୍ତ୍ତିଲା I

Romans 15:4

ὅσα γὰρ προεγράφη, εἰς τὴν ἡμετέραν διδασκαλίαν ἐγράφη

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅତୀତ ସମୟରେ, ଭବିଷ୍ୟତ ବକ୍ତାମାନେ ଆମ୍ଭମାନଙ୍କୁ ଶିକ୍ଷା ଦେବାପାଇଁ ପବିତ୍ର ଶାସ୍ତ୍ରରେ ସମସ୍ତ ବିଷୟ ଲେଖିଅଛନ୍ତି” (ଦେଖ:INVALID translate/figs-activepassive)

ἡμετέραν ... ἔχωμεν

ପାଉଲ ତାହାଙ୍କ ପାଠକମାନଙ୍କୁ ଓ ଅନ୍ୟ ବିଶ୍ବାସୀମାନଙ୍କୁ ସାମିଲ କରନ୍ତି I (ଦେଖ:INVALID translate/figs-inclusive)

ἵνα διὰ τῆς ὑπομονῆς καὶ διὰ τῆς παρακλήσεως τῶν Γραφῶν, τὴν ἐλπίδα ἔχωμεν

ଏଠାରେ “ଭରସା ପ୍ରାପ୍ତ ହେଉ” ର ଅର୍ଥ ହେଉଛି ବିଶ୍ବାସୀମାନେ ଜାଣିବେ ଯେ ଈଶ୍ବର ତାହାଙ୍କ ପ୍ରତିଜ୍ଞାକୁ ପୂରା କରିବେ I ତୁମ୍ଭେମାନେ ତୁମ୍ଭମାନଙ୍କ ଅନୁବାଦରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଶାସ୍ତ୍ର ଆମ୍ଭମାନଙ୍କୁ ଆଶା କରିବାକୁ ଉତ୍ସାହ ଦେଇଥାଏ ଯେ ଈଶ୍ବର ସମସ୍ତ ବିଷୟ ଆମ୍ଭମାନଙ୍କ ପାଇଁ କରିବେ, ଯାହା ସେ ପ୍ରତିଜ୍ଞା କରିଅଛନ୍ତି” (ଦେଖ:INVALID translate/figs-explicit)

Romans 15:5

ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିବାକୁ ଉସ୍ଚାହ କରୁଛନ୍ତି ଯେ ଉଭୟ ବିଜାତି ବିଶ୍ବାସୀମାନେ ଓ ବିଶ୍ବାସ କରୁଥିବା ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ଏକ ଅଟନ୍ତି I

Θεὸς ... δῴη

ମୁଁ ପ୍ରାର୍ଥନା କରୁଅଛି ଯେIII ଈଶ୍ବର IIIଗ୍ରହଣ କରିବେ

τὸ αὐτὸ φρονεῖν ἐν ἀλλήλοις

ଏଠାରେ “ଏକ ମନା” ଏକ ଉପମା ଅଟେ, ଯାହାର ଅର୍ଥ ହେଉଛି, ପରସ୍ପର ସହିତ ସହମତିରେ ରହିବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ସହିତ ସହମତ ହେବା” ବା “ଏକତ୍ରିତ ହେବା” (ଦେଖ:INVALID translate/figs-metonymy)

Romans 15:6

ἐν ἑνὶ στόματι, δοξάζητε

ଏହାର ଅର୍ଥ ହେଉଛି, ଈଶ୍ବରଙ୍କୁ ପ୍ରଶଂସା କରି ଏକତ୍ରିତ ହେବା I ଅନ୍ୟ ଏକ ଅନୁବାଦରେ: “ସତେ ଯେପରି କେବଳ ଗୋଟିଏ ମୁଖ କଥା କହୁଥିବା ଭଳି, ଏକତ୍ର ହୋଇ ମିଳିତ ଭାବେ ଈଶ୍ବରଙ୍କୁ ପ୍ରଶଂସା କର” (ଦେଖ:INVALID translate/figs-metonymy)

Romans 15:7

προσλαμβάνεσθε ἀλλήλους

"ପରସ୍ପରକୁ ଗ୍ରହଣ କର”

Romans 15:8

λέγω γὰρ

କାରଣ ମୁଁ କହୁଛି “ମୁଁ” ଶବ୍ଦଟି ପାଉଲଙ୍କୁ ଦର୍ଶାଏ I

Χριστὸν διάκονον γεγενῆσθαι περιτομῆς

ଏଠାରେ “ସୁନ୍ନତ”ଏକ ଉପମା ଅଟେ, ଯାହା ଯିହୂଦୀମାନଙ୍କୁ ଦର୍ଶାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଖ୍ରୀଷ୍ଟ ଯିହୂଦୀମାନଙ୍କର ଜଣେ ସେବକ ହୋଇଅଛନ୍ତି” (ଦେଖ:INVALID translate/figs-metonymyINVALID translate/figs-activepassive)

εἰς τὸ βεβαιῶσαι τὰς ἐπαγγελίας

ଦୁଇଟି ଉଦ୍ଦେଶ୍ୟ ମଧ୍ୟରୁ ଏହା ଗୋଟିଏ ଉଦ୍ଦେଶ୍ୟ, ଯେଉଁଥିପାଇଁ ଖ୍ରୀଷ୍ଟ ସୁନ୍ନତମାନଙ୍କର ସେବକ ହେଲେ I

τὰς ἐπαγγελίας τῶν πατέρων

ଏଠାରେ “ପିତୃଗଣ” ଯିହୂଦୀ ଲୋକମାନଙ୍କ ପୂର୍ବପୁରୁଷମାନଙ୍କୁ ଦର୍ଶାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ପ୍ରତିଜ୍ଞା ଈଶ୍ବର ଯିହୂଦୀମାନଙ୍କ ପୂର୍ବପୁରୁଷମାନଙ୍କୁ ଦେଇଥିଲେ” (ଦେଖ:INVALID translate/figs-explicitINVALID translate/figs-activepassive)

Romans 15:9

τὰ δὲ ἔθνη, ὑπὲρ ἐλέους δοξάσαι τὸν Θεόν

ଏହା ହେଉଛି ଦ୍ବିତୀୟ ଉଦ୍ଦେଶ୍ୟ, ଯେଉଁଥିପାଇଁ ଖ୍ରୀଷ୍ଟ ସୁନ୍ନତମାନଙ୍କର ସେବକ ହେଲେ I ଅନ୍ୟ ଏକ ଅନୁବାଦରେ: “ଯେପରି ତାହାଙ୍କ ଦୟା ନିମନ୍ତେ ବିଜାତିମାନେ ଈଶ୍ବରଙ୍କୁ ମହିମାନ୍ବିତ କରିପାରନ୍ତି”"

καθὼς γέγραπται

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି କେହି ଜଣେ ଶାସ୍ତ୍ରରେ ଲେଖିଅଛନ୍ତି” (ଦେଖ:INVALID translate/figs-activepassive)

τῷ ὀνόματί σου ψαλῶ

ଏଠାରେ “ତୁମ୍ଭ ନାମ” ଏକ ଉପମା ଅଟେ, ଯାହା ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ପ୍ରଶଂସା ଗାନ କରୁଅଛୁ” (ଦେଖ:INVALID translate/figs-metonymy)

Romans 15:10

ପୁନର୍ବାର ଶାସ୍ତ୍ର କହେ

μετὰ τοῦ λαοῦ αὐτοῦ

ଏହା ଈଶ୍ବରଙ୍କ ଲୋକମାନଙ୍କୁ ଦର୍ଶାଏ I ତୁମ୍ଭେମାନେ ତୁମ୍ଭମାନଙ୍କ ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଲୋକମାନଙ୍କ ସହିତ” (ଦେଖ:INVALID translate/figs-explicit)

Romans 15:11

ἐπαινεσάτωσαν αὐτὸν

ପ୍ରଭୁଙ୍କର ସ୍ତୁତି ହେଉ

Romans 15:12

ῥίζα τοῦ Ἰεσσαί

ଯିଶୟ ଦାଉଦ ରାଜାଙ୍କ ଶାରୀରିକ ପିତା ଥିଲେ । ଅନ୍ୟ ଏକ ଅନୁବାଦରେ: “ଯିଶୟଙ୍କ ବଂଶଜ” (ଦେଖ:INVALID translate/figs-metonymy)

ἐπ’ αὐτῷ ἔθνη ἐλπιοῦσιν

ଏଠାରେ “ତାହାଙ୍କୁ” ଯିଶୟଙ୍କ ବଂଶଜ, ମଶୀହଙ୍କୁ ଦର୍ଶାଏ I ଯେଉଁମାନେ ଯିହୂଦୀ ନୁହନ୍ତି, ତାହାଙ୍କ ପ୍ରତିଜ୍ଞାଗୁଡିକୁ ପୂରା କରିବାକୁ ସେମାନେ ମଧ୍ୟ ତାହାଙ୍କଠାରେ ବିଶ୍ବାସ କରିବେ । ଅନ୍ୟ ଏକ ଅନୁବାଦରେ: “ଯାହା ସେ ପ୍ରତିଜ୍ଞା କରିଅଛନ୍ତି, ତାହା କରିବାପାଇଁ ଯେଉଁମାନେ ଯିହୂଦୀ ନୁହନ୍ତି, ସେମାନେ ତାହାଙ୍କଠାରେ ବିଶ୍ବାସ କରିବେ” (ଦେଖ:INVALID translate/figs-explicit)

Romans 15:13

πληρώσαι ὑμᾶς πάσης χαρᾶς καὶ εἰρήνης

ପାଉଲ ନିଜର ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏଠାରେ ଅତ୍ୟୁକ୍ତିର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କୁ ମହା ଆନନ୍ଦ ଓ ଶାନ୍ତିରେ ଭରି ଦିଅନ୍ତୁ” (ଦେଖ:INVALID translate/figs-hyperbole)

Romans 15:14

ପାଉଲ ରୋମରେ ଥିବା ବିଶ୍ବାସୀମାନକୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ତାହାଙ୍କୁ ବିଜାତିମାନଙ୍କ ନିକଟରେ ପହଞ୍ଚିବାପାଇଁ ବାଛିଅଛନ୍ତି I

πέπεισμαι ... ἀδελφοί μου, καὶ αὐτὸς ἐγὼ περὶ ὑμῶν

ପାଉଲ ଅତି ନିଶ୍ଚିତ ଅଟନ୍ତି ଯେ ରୋମରେ ଥିବା ବିଶ୍ବାସୀମାନେ ପରସ୍ପର ମଧ୍ୟରେ ସମ୍ମାନର ସହାନୁଭୁତି ରଖିଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ନିଜେ ସମ୍ପୂର୍ଣ୍ଣ ବିଶ୍ବାସ କରେ ଯେ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉତ୍ତମଭାବରେ ସହାନୁଭୁତି ଦେଖାଉଅଛ” (ଦେଖ:INVALID translate/figs-explicit)

ἀδελφοί

ଏଠାରେ ଏହାର ଅର୍ଥ ହେଉଛି ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଛନ୍ତି I

πεπληρωμένοι πάσης γνώσεως

ପାଉଲ ନିଜର ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଅତ୍ୟୁକ୍ତି ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ଅନୁସରଣ କରିବାପାଇଁ ଅଧିକ ଜ୍ଞାନରେ ପୂର୍ଣ୍ଣ କରନ୍ତୁ” (ଦେଖ:INVALID translate/figs-hyperbole)

δυνάμενοι καὶ ἀλλήλους νουθετεῖν

ଏଠାରେ “ଉପଦେଶ ଦେବା” ଅର୍ଥ ଶିକ୍ଷାଦେବା I ଅନ୍ୟ ଏକ ଅନୁବାଦରେ: “ ମଧ୍ୟ ପରସ୍ପରକୁ ଶିକ୍ଷା ଦେବାରେ ସକ୍ଷମ” (ଦେଖ:INVALID translate/figs-explicit)

Romans 15:15

τὴν χάριν τὴν δοθεῖσάν μοι ὑπὸ τοῦ Θεοῦ

ପାଉଲ ଅନୁଗ୍ରହ ବିଷୟରେ ଏପରି କହନ୍ତି ସତେ ଯେପରି ତାହା ଗୋଟିଏ ଭୌତିକ ଉପହାର, ଯାହା ଈଶ୍ବର ତାହାଙ୍କୁ ଦେଇଥିଲେ I ଈଶ୍ବର ପାଉଲଙ୍କୁ ପ୍ରେରିତ ଭାବରେ ନିଯୁକ୍ତ କରିଥିଲେ, ଯଦ୍ୟପି ସେ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ ବିଶ୍ବାସୀମାନଙ୍କୁ ତାଡନା କରୁଥିଲେ I ତୁମ୍ଭେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନୁଗ୍ରହ ଯାହା ଈଶ୍ବର ମୋତେ ଦେଲେ” (ଦେଖ:INVALID translate/figs-activepassive)

Romans 15:16

γένηται ἡ προσφορὰ τῶν ἐθνῶν εὐπρόσδεκτος

ପାଉଲ ତାହାଙ୍କ ସୁସମାଚାର ପ୍ରଚାର ବିଷୟରେ ଏପରି କୁହନ୍ତି ସତେ ଯେପରି ସେ, ଜଣେ ଯାଜକଭାବରେ, ଈଶ୍ବରଙ୍କ ନିକଟରେ ଏକ ବଳି ଉର୍ତ୍ସଗ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ବିଜାତିମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିପାରିବେ, ଯେତେବେଳେ ସେମାନେ ତାହାଙ୍କୁ ପାଳନ କରନ୍ତି” (ଦେଖ:INVALID translate/figs-metaphor)

Romans 15:18

εἰς ὑπακοὴν ἐθνῶν

ଯେପରି ବିଜାତିମାନେ ଈଶ୍ବରଙ୍କୁ ପାଳନ କରିବେ

λόγῳ καὶ ἔργῳ

ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରାଯାଇପାରିବ: ଅନ୍ୟ ଏକ ଅନୁବାଦରେ : “ମୁଁ ଯାହା ଯାହା କହିଅଛି ଓ କରିଅଛି, ତଦ୍ଦ୍ବାରା ଖ୍ରୀଷ୍ଟ ଏହି ସମସ୍ତ ବିଷୟ ପୂରା କରିଅଛନ୍ତି” (ଦେଖ:INVALID translate/figs-activepassive)

Romans 15:19

ἐν δυνάμει σημείων καὶ τεράτων ἐν δυνάμει Πνεύματος Θεοῦ

ତୁମ୍ଭେମାନେ ଏହି ଯୁଗ୍ମ ନାକାରାତ୍ମକକୁ ସାକରାତ୍ମକ ରୂପରେ ଅନୁବାଦ କରିପାରିବ I ଏଠାରେ “ଏହି ବିଷୟଗୁଡିକ” ସେହି ବିଷୟଗୁଡିକୁ ବୁଝାଏ, ଯାହା ପାଉଲଙ୍କ ଦ୍ବାରା ଖ୍ରୀଷ୍ଟ ପୂରା କରିଅଛନ୍ତି I ଅନ୍ୟ ଏକ ଅନୁବାଦରେ : “ବିଜାତିମାନଙ୍କ ଆଜ୍ଞାକାରିତା ସକାଶେ, ମୁ କେବଳ ସେହି ବିଷୟରେ କହିବି, ଯାହା ଖ୍ରୀଷ୍ଟ ମୋହର ବାକ୍ୟ ଓ କର୍ମରେ ଏବଂ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା ଚିହ୍ନ ଓ ଲକ୍ଷଣ ଦ୍ବାରା ପୂରା କରିଅଛନ୍ତି” (ଦେଖ:INVALID translate/figs-doublenegativesINVALID translate/figs-explicit)

σημείων καὶ τεράτων

ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମକୁ ଦର୍ଶାଏ I (ଦେଖ:INVALID translate/figs-doublet)

ὥστε ... ἀπὸ Ἰερουσαλὴμ καὶ κύκλῳ μέχρι τοῦ Ἰλλυρικοῦ

ଏହା ଯିରୂଶାଲମ ସହରରୁ ଇଲ୍ଲୁରିକ ପ୍ରଦେଶ ପର୍ଯ୍ୟନ୍ତ, ଇଟାଲୀର ନିକଟବର୍ତ୍ତୀ ଅଂଚଳ ଅଟେ I

Romans 15:20

οὕτως δὲ φιλοτιμούμενον εὐαγγελίζεσθαι, οὐχ ὅπου ὠνομάσθη Χριστός

ପାଉଲ କେବଳ ସେହି ଲୋକମାନଙ୍କୁ ପ୍ରଚାର କରିବାକୁ ଚାହାଁନ୍ତି, ଯେଉଁମାନେ କେବେ ହେଁ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି କାରଣ ସକାଶୁ, ମୁଁ ସେହି ସ୍ଥାନମାନଙ୍କରେ ସୁସମାଚାର ପ୍ରଚାର କରିବାକୁ ଚାହୁଁଛି, ଯେଉଁଠାରେ ଲୋକମାନେ କେବେ ହେଁ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି” (ଦେଖ:INVALID translate/figs-explicit)

ἵνα μὴ ἐπ’ ἀλλότριον θεμέλιον οἰκοδομῶ

ପାଉଲ ତାହାଙ୍କ ସୁସମାଚାର ବିଷୟରେ ଏପରି କହନ୍ତି ସତେ ଯେପରି ସେ ଏକ ମୂଳଦୁଆ ଉପରେ ଘର ତିଆରି କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ମୁଁ ଅନ୍ୟ ଜଣଙ୍କ କାର୍ଯ୍ୟକୁ ଆଗେଇ ନ ନେବି, ଯାହା କେହି ଜଣେ ଆରମ୍ଭ କରିସାରିଛି I ଅନ୍ୟ ଜଣର ମୂଳଦୁଆ ଉପରେ ଘର ତିଆରି କରିବାକୁ ଚାହୁଁଥିବା ଲୋକ ପରି ମୁଁ ହେବାପାଇଁ ଚାହୁଁ ନାହିଁ” (ଦେଖ:INVALID translate/figs-metaphor)

Romans 15:21

καθὼς γέγραπται

ଏଠାରେ ପାଉଲ ସୂଚିତ କରନ୍ତି, ଯାହା ଯିଶାଇୟ ତାହାଙ୍କ ଶାସ୍ତ୍ରରେ ଲେଖିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ ଓ ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯିଶାଇୟ ଯେପରି ଶାସ୍ତ୍ରରେ ଲେଖିଥିଲେ, ସେପରି ସମସ୍ତ ବିଷୟ ଘଟୁଅଛି” (ଦେଖ:INVALID translate/figs-activepassiveINVALID translate/figs-explicit)

οἷς οὐκ ἀνηγγέλη περὶ αὐτοῦ

ଏଠାରେ ପାଉଲ “ସୁସମ୍ବାଦ” ବା ଖ୍ରୀଷ୍ଟଙ୍କ ସୁସମାଚାର ବିଷୟରେ ଏପରି କହନ୍ତି, ସତେ ଯେପରି ତାହା ଜୀବିତ ଓ ନିଜେ ଚାଲିବାରେ ସକ୍ଷମ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ କେହି ତାହାଙ୍କ ବିଷୟରେ ସୁସମାଚାର କେବେ ହେଁ ଶୁଣାଇ ନ ଥିଲେ” (ଦେଖ:INVALID translate/figs-personification)

Romans 15:22

ପାଉଲ ରୋମରେ ଥିବା ବିଶ୍ବାସୀମାନଙ୍କୁ ତାହାଙ୍କ ବ୍ୟକ୍ତିଗତ ଯୋଜନା ବିଷୟରେ କହନ୍ତି ଓ ପ୍ରାର୍ଥନା କରିବାପାଇଁ ବିଶ୍ବାସୀମାନଙ୍କୁ ନିବେଦନ କରୁଛନ୍ତି I

καὶ ἐνεκοπτόμην

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ମୋତେ ମଧ୍ୟ ବାଧା ଦେଲେ” ବା “ ଲୋକମାନେ ମୋତେ ମଧ୍ୟ ବାଧା ଦେଲେ” (ଦେଖ:INVALID translate/figs-activepassive)

Romans 15:23

μηκέτι τόπον ἔχων ἐν τοῖς κλίμασι τούτοις

ପାଉଲ କହନ୍ତି ଯେ ଏହି ଅଞ୍ଚଳରେ ଏପରି ଜାଗା ନାହିଁ, ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସ୍ଥାନରେ ଆଉ କୌଣସି ଜାଗା ନାହିଁ, ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି” (ଦେଖ:INVALID translate/figs-explicit)

Romans 15:24

τὴν Σπανίαν

ଏହା ରୋମର ପଶ୍ଚିମ ଭାଗରେ ଥିବା ଏକ ରୋମୀୟ ପ୍ରଦେଶ, ଯେଉଁଠିକି ପାଉଲ ଯିବାପାଇଁ ଇଚ୍ଛା କରୁଥିଲେ I (ଦେଖ:INVALID translate/translate-namesINVALID translate/translate-unknown)

διαπορευόμενος

ମୁଁ ରୋମ ମଧ୍ୟ ଦେଇ ଯିବା ସମୟରେ ବା “ମୁଁ ମୋର ରାସ୍ତାରେ ଯାଉଥିବା ସମୟରେ”

καὶ ὑφ’ ὑμῶν προπεμφθῆναι ἐκεῖ

ଏଠାରେ ପାଉଲ ଚାହାଁନ୍ତି ଯେ ରୋମର ବିଶ୍ବାସୀମାନେ ତାହାଙ୍କ ସ୍ପେନର ଯାତ୍ରା ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତୁ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ମୋହର ଯାତ୍ରା ପାଇଁ ସାହାଯ୍ୟ କରିବ” (ଦେଖ:INVALID translate/figs-explicitINVALID translate/figs-activepassive)

ἐὰν ὑμῶν ... ἐμπλησθῶ

ତୁମ୍ଭମାନଙ୍କ ସହିତ କିଛି ସମୟ ବିତାଇ ଆନନ୍ଦ ପାଇଛି ବା “ତୁମ୍ଭେମାନଙ୍କୁ ପରିଦର୍ଶନକରି ଆନନ୍ଦ ପାଇଛି”

Romans 15:26

εὐδόκησαν ... Μακεδονία καὶ Ἀχαΐα

“ମାକିଦନିଆ” ଓ “ଆଖାୟା” ଶବ୍ଦଗୁଡିକ ଏକ ସୂଚନାତ୍ମକ ଭାବରେ ସେହି ସ୍ଥାନରେ ରହୁଥିବା ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ମାକିଦନିଆ ଓ ଆଖାୟା ପ୍ରଦେଶରେ ଥିବା ବିଶ୍ବାସୀମାନେ ଆନନ୍ଦିତ ଥିଲେ” (ଦେଖ:INVALID translate/figs-synecdoche)

Romans 15:27

εὐδόκησαν γάρ

ମାକିଦନିଆ ଓ ଆଖାୟାର ବିଶ୍ବାସୀମାନେ ଏହା କରିବାପାଇଁ ସନ୍ତୁଷ୍ଟ ଥିଲେ

γάρ ... ὀφειλέται εἰσὶν αὐτῶν

ବାସ୍ତବରେ ମାକିଦନିଆ ଓ ଆଖାୟାର ଲୋକମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ପ୍ରତି ୠଣୀ ଅଟନ୍ତି

εἰ ... τοῖς πνευματικοῖς αὐτῶν ἐκοινώνησαν τὰ ἔθνη, ὀφείλουσιν καὶ ... λειτουργῆσαι αὐτοῖς

ଯେହେତୁ ବିଜାତୀୟମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ଆତ୍ମିକ ବିଷୟ ସବୁର ଅଂଶୀଦାର ହୋଇଅଛନ୍ତି, ସେଥିପାଇଁ ବିଜାତୀୟମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ପ୍ରତି ସେବାର ୠଣୀ ଅଟନ୍ତି

Romans 15:28

σφραγισάμενος αὐτοῖς τὸν καρπὸν τοῦτον

ପାଉଲ ସେ ଯିରୂଶାଲମକୁ ନେଉଥିବା ଟଙ୍କାପଇସା ବିଷୟରେ ଏପରି କହନ୍ତି, ସତେ ଯେପରି ତାହା ଗୋଟିଏ ଫଳ, ଯାହା ସେମାନଙ୍କ ନିମନ୍ତେ ସଂଗ୍ରହ କରାଯାଇଥିଲା I ଅନ୍ୟ ଏକ ଅନୁବାଦରେ: “ଆଉ ସୁରକ୍ଷିତଭାବରେ ସେମାନଙ୍କୁ ଏହା ଅର୍ପଣ କରାଯାଇଥିଲା” (ଦେଖ:INVALID translate/figs-metaphor)

Romans 15:29

οἶδα δὲ ὅτι ἐρχόμενος πρὸς ὑμᾶς, ἐν πληρώματι εὐλογίας Χριστοῦ, ἐλεύσομαι

ଏହି ବାକ୍ୟାଂଶର ଅର୍ଥ ହେଉଛି ଯେ ଖ୍ରୀଷ୍ଟ ପାଉଲଙ୍କୁ ଓ ରୋମର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରିବେ I ଅନ୍ୟ ଏକ ଅନୁବାଦରେ: “ଆଉ ମୁ ଜାଣେ ଯେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା ସମୟରେ, ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରଚୁରଭାବେ ଆଶୀର୍ବାଦ କରିବେ” (ଦେଖ:INVALID translate/figs-explicit)

Romans 15:30

δὲ

ଯଦି ତୁମ୍ଭମାନଙ୍କ ଭାଷାରେ ଏହା ଦେଖାଇବାର କିଛି ପ୍ରଣାଳୀ ଅଛି ଯେ ପାଉଲ ସେ ସୁନିଶ୍ଚିତ ଥିବା ([ରୋମୀୟ ୧୫:୨୯] (II/୧୫/୨୯Imd)) ରେ ଲିଖିତ ଭଲ ବିଷୟଗୁଡିକ କହିବା ବନ୍ଦ କରିଦେଇଛନ୍ତି, ଓ ବର୍ତ୍ତମାନ ସେ ସମ୍ମୁଖିନ ହେଉଥିବା ବିପଦଗୁଡିକ ବିଷୟରେ କହିବା ଆରମ୍ଭ କରୁଛନ୍ତି, ତେବେ ତାହା ଏଠାରେ ବ୍ୟବହାର କର I

παρακαλῶ ... ὑμᾶς

ମୁଁ ତୁମ୍ଭମାନଙ୍କୁ ପ୍ରୋତ୍ସାହିତ କରୁଅଛି

ἀδελφοί

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ସାମିଲ ଅଛନ୍ତି I

συναγωνίσασθαί

ତୁମ୍ଭେମାନେ କଠିନ ପରିଶ୍ରମ କରୁଅଛ ବା “ତୁମ୍ଭେମାନେ ସଂଘର୍ଷ କରୁଅଛ”

Romans 15:31

ῥυσθῶ ἀπὸ τῶν ἀπειθούντων

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଅନାଜ୍ଞାକାରୀମାନଙ୍କଠାରୁ ଉଦ୍ଧାର କରିବେ” ବା “ଈଶ୍ବର ଅନାଜ୍ଞାକାରୀମାନଙ୍କ ଅନିଷ୍ଟଠାରୁ ମୋତେ ଉଦ୍ଧାର କରିବେ” (ଦେଖ:INVALID translate/figs-activepassive)

καὶ ἡ διακονία μου ἡ εἰς Ἰερουσαλὴμ εὐπρόσδεκτος τοῖς ἁγίοις γένηται

ଏଠାରେ ପାଉଲ ତାହାଙ୍କ ଇଚ୍ଛାକୁ ବ୍ୟକ୍ତ କରନ୍ତି ଯେ ଯିରୂଶାଲମର ବିଶ୍ବାସୀମାନେ ମାକିଦନିଆ ଓ ଆଖାୟାର ବିଶ୍ବାସୀମାନଙ୍କ ଅର୍ଥକୁ ଆନନ୍ଦରେ ଗ୍ରହଣ କରିବେ I ଅନ୍ୟ ଏକ ଅନୁବାଦରେ: “ପ୍ରାର୍ଥନା କରନ୍ତୁ ଯେ ଯିରୂଶାଲମର ବିଶ୍ବାସୀମାନେ ଅର୍ଥକୁ ଆନନ୍ଦରେ ଗ୍ରହଣ କରିବେ, ଯାହା ମୁଁ ସେମାନଙ୍କ ପାଇଁ ଆଣୁଅଛି” (ଦେଖ:INVALID translate/figs-explicit)

Romans 15:33

ὁ ... Θεὸς τῆς εἰρήνης μετὰ

“ଶାନ୍ତିର ଈଶ୍ବର”ର ଅର୍ଥ ଏହା ଯେ ଈଶ୍ବର ହିଁ ବିଶ୍ବାସୀମାନଙ୍କୁ ଆନ୍ତରିକ ଶାନ୍ତି ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରାର୍ଥନା କରେ ଯେ ଈଶ୍ବର ଆମ୍ଭ ସମସ୍ତଙ୍କୁ ଆନ୍ତରିକ ଶାନ୍ତି ଦିଅନ୍ତୁ” (ଦେଖ:INVALID translate/figs-explicit)

Romans 16

ରୋମୀୟ ୧୬ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

ଏହି ଅଧ୍ୟାୟରେ, ପାଉଲ ରୋମରେ ଥିବା କେତେକ ଖ୍ରୀଷ୍ଟିୟାନମାନଙ୍କୁ ବ୍ୟକ୍ତିଗତ ଅଭିବାଦନ ଦେଉଛନ୍ତି I ପ୍ରାଚୀନ ନିକଟବର୍ତ୍ତୀ ପ୍ରାଚ୍ୟ ଦେଶରେ ସାଧାରଣ ଭାବରେ ଏହି ପ୍ରକାର ବ୍ୟକ୍ତିଗତ ଅଭିବାଦନ, ପତ୍ରର ଶେଷରେ ଦିଆଯାଉଥିଲା I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ଅସୁବିଧା

ଏହି ଅଧ୍ୟାୟର ବ୍ୟକ୍ତିଗତ ଭାବ ଥିବା ସକାଶୁ, ଅନେକ ପୁର୍ବାପର ପ୍ରସଙ୍ଗ ଅଜ୍ଞାତ ରହିଛି I ଏହା ଅନୁବାଦ କରିବାକୁ ଅଧିକ କଷ୍ଟ ହେବ I (ଦେଖ:INVALID translate/figs-explicit)

Romans 16:1

ପାଉଲ ରୋମର କେତେକ ବିଶ୍ବାସୀମାନଙ୍କୁ ନାମ ନେଇ ଅଭିବାଦନ ଜଣାଉଛନ୍ତି I

συνίστημι δὲ ὑμῖν Φοίβην

ମୁଁ ଚାହୁଁଛି ଯେ ତୁମ୍ଭେମାନେ ଫୈବୀକୁ ସମ୍ମାନ କରିବ

Φοίβην

ଏହା ଏକ ମହିଳାର ନାମ I (ଦେଖ:INVALID translate/translate-namesINVALID translate/translate-unknown)

τὴν ἀδελφὴν ἡμῶν

“ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ଆମ୍ଭମାନଙ୍କର ଭଉଣୀ” (ଦେଖ: INVALID translate/figs-inclusive)

Κενχρεαῖς

ଏହା ଗ୍ରୀସର ଏକ ସମୁଦ୍ର ବନ୍ଦର ନଗରୀ ଥିଲା I (ଦେଖ:INVALID translate/translate-namesINVALID translate/translate-unknown)

Romans 16:2

αὐτὴν προσδέξησθε ἐν Κυρίῳ

ଫୈବୀକୁ ସେମାନଙ୍କର ଏକ ସାଥୀ ବିଶ୍ବାସୀ ରୂପେ ଗ୍ରହଣ କରିବା ନିମନ୍ତେ, ପାଉଲ ରୋମର ବିଶ୍ବାସୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତାହାକୁ ସ୍ବାଗତ କର, ଯେହେତୁ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ” (ଦେଖ:INVALID translate/figs-explicit)

ἀξίως τῶν ἁγίων

ଏହି ପ୍ରକାରେ ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ସ୍ବାଗତ କରିବା ଉଚିତ୍

παραστῆτε αὐτῇ

ଫୈବୀକୁ ତାହାର ଆବଶ୍ୟକତା ଅନୁସାରେ ସମସ୍ତ ବିଷୟ ଦେବାପାଇଁ, ପାଉଲ ରୋମର ବିଶ୍ବାସୀମାନଙ୍କୁ ପ୍ରୋତ୍ସାହିତ କରନ୍ତି । ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଆବଶ୍ୟକ, ତାହା ଦେଇ ତାହାକୁ ସାହାଯ୍ୟ କର” (ଦେଖ:INVALID translate/figs-euphemism)

προστάτις πολλῶν ἐγενήθη καὶ ἐμοῦ αὐτοῦ

ସେ ଅନେକଙ୍କୁ ସାହାଯ୍ୟ କରିଅଛି, ଓ ସେ ମୋତେ ମଧ୍ୟ ସାହାଯ୍ୟ କରିଅଛି

Romans 16:3

Πρίσκαν καὶ Ἀκύλαν

ପ୍ରୀସ୍କା ଆକ୍ବିଲାର ପତ୍ନୀ ଥିଲା I (ଦେଖ:INVALID translate/translate-names)

τοὺς συνεργούς μου ἐν Χριστῷ Ἰησοῦ

ପାଉଲଙ୍କ “ସହକର୍ମୀ” ସେହି ଲୋକମାନେ, ଯେଉଁମାନେ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବାପାଇଁ ମୋ ସହିତ କର୍ମ କରନ୍ତି” (ଦେଖ:INVALID translate/figs-explicit)

Romans 16:5

καὶ τὴν κατ’ οἶκον αὐτῶν ἐκκλησίαν

ଯେଉଁମାନେ ତାହାଙ୍କ ଗୃହରେ ଆରାଧନା କରିବାପାଇଁ ମିଳିତ ହୁଅନ୍ତି, ସେହି ବିଶ୍ବାସୀମାନଙ୍କୁ ଅଭିବାଦନ କର

Ἐπαίνετον

ଏହା ଏକ ପୁରୁଷର ନାମ I (ଦେଖ: INVALID translate/translate-namesINVALID translate/translate-unknown)

ἀπαρχὴ τῆς Ἀσίας εἰς Χριστόν

ପାଉଲ ଏପାଇନେତଙ୍କ ବିଷୟରେ କହନ୍ତି, ସତେ ଯେପରି ସେ ଗୋଟିଏ ଫଳ, ଯାହା ସେ ଅମଳ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କୁ ବିଶ୍ବାସ କରିବାରେ ଆସିଆର ପ୍ରଥମ ବ୍ୟକ୍ତି” (ଦେଖ:INVALID translate/figs-metaphor)

Romans 16:6

Μαρίαν

ଏହା ଏକ ମହିଳାଙ୍କ ନାମ I (ଦେଖ:INVALID translate/translate-names)

Romans 16:7

Ἀνδρόνικον

ଏହା ଏକ ପୁରୁଷର ନାମ I (ଦେଖ: INVALID translate/translate-names)

Ἰουνίαν

ଏହା ହୋଇପାରେ, ହୁଏତ ୧) ଯୂନିୟା, ଏକ ମହିଳାର ନାମ, ବା, ବହୁତ କମ୍ ସମ୍ଭାବନା, ୨) ଯୂନିୟା, ଏକ ପୁରୁଷର ନାମ I (ଦେଖ:INVALID translate/translate-names)

οἵτινές εἰσιν ἐπίσημοι ἐν τοῖς ἀποστόλοις

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରେରିତମାନେ ସେମାନଙ୍କୁ ଭଲ ଭାବରେ ଜଣନ୍ତି” (ଦେଖ:INVALID translate/figs-activepassive)

Romans 16:8

Ἀμπλιᾶτον

ଏହା ଏକ ପୁରୁଷର ନାମ I (ଦେଖ:INVALID translate/translate-names)

τὸν ἀγαπητόν μου ἐν Κυρίῳ

ମୋର ପ୍ରିୟ ବନ୍ଧୁ ଓ ସାଥୀ ବିଶ୍ବାସୀ

Romans 16:9

Οὐρβανὸν ... Στάχυν

ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:INVALID translate/translate-names)

Romans 16:10

Ἀπελλῆν ... Ἀριστοβούλου

ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:INVALID translate/translate-names)

τὸν δόκιμον ἐν Χριστῷ

“ପରୀକ୍ଷାସିଦ୍ଧ” ଶବ୍ଦ ଜଣେ ବ୍ୟକ୍ତିକୁ ଦର୍ଶାଏ ଯାହାକୁ ପରୀକ୍ଷା କରାଯାଇଛି ଓ ସେ ପ୍ରକୃତ ବୋଲି ପ୍ରମାଣିତ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଖ୍ରୀଷ୍ଟ ସ୍ବୀକୃତି ଦେଇଛନ୍ତି”

Romans 16:11

Ἡρῳδίωνα ... Ναρκίσσου

ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:INVALID translate/translate-names)

τοὺς ὄντας ἐν Κυρίῳ

ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ବିଶ୍ବାସୀ ଅଟନ୍ତି” ବା “ଯେଉଁମାନେ ପ୍ରଭୁଙ୍କର ଅଟନ୍ତି” (ଦେଖ:INVALID translate/figs-explicit)

Romans 16:12

Τρύφαιναν ... Τρυφῶσαν ... Περσίδα

ଏଗୁଡିକ ମହିଳାମାନଙ୍କର ନାମ I (ଦେଖ:INVALID translate/translate-names)

Romans 16:13

Ῥοῦφον

ଏହା ଏକ ପୁରୁଷର ନାମ I (ଦେଖ: INVALID translate/translate-names)

τὸν ἐκλεκτὸν ἐν Κυρίῳ

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ପ୍ରଭୁ ମନୋନୀତ କରିଅଛନ୍ତି” (ଦେଖ:INVALID translate/figs-activepassive)

τὴν μητέρα αὐτοῦ καὶ ἐμοῦ

ପାଉଲ ରୂଫଙ୍କ ମାଆ କଥା କହନ୍ତି, ଯେପରି ସେ ତାହାଙ୍କ ନିଜର ମାଆ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମାଆ, ଯାହାକୁ ମୁଁ ମଧ୍ୟ ମୋ ନିଜର ମାଆ ବୋଲି ମାନେ” (ଦେଖ:INVALID translate/figs-metaphor)

Romans 16:14

Ἀσύγκριτον, Φλέγοντα, Ἑρμῆν, Πατροβᾶν, Ἑρμᾶν

ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:INVALID translate/translate-names)

ἀδελφούς

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଟନ୍ତି I

Romans 16:15

Φιλόλογον ... Νηρέα ... Ὀλυμπᾶν

ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:INVALID translate/translate-names)

Ἰουλίαν

ଏକ ମହିଳାର ନାମ I ଯୂଲିଆ ସମ୍ଭବତଃ ଫିଲଲଗର ପତ୍ନୀ ଥିଲା I (ଦେଖ:INVALID translate/translate-namesINVALID translate/translate-unknown)

Romans 16:16

φιλήματι ἁγίῳ

ସାଥୀ ବିଶ୍ବାସୀମାନଙ୍କ ପାଇଁ ସ୍ନେହର ଏକ ଅଭିବ୍ୟକ୍ତି

ἀσπάζονται ὑμᾶς αἱ ἐκκλησίαι πᾶσαι τοῦ Χριστοῦ

ଏଠାରେ ପାଉଲ ଖ୍ରୀଷ୍ଟଙ୍କ ମଣ୍ଡଳୀ ବିଷୟରେ ସାମାନ୍ୟ ଭାବରେ କଥା କହନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ଅଞ୍ଚଳର ସମସ୍ତ ମଣ୍ଡଳୀର ବିଶ୍ବାସୀମାନେ ସେମାନଙ୍କର ଅଭିବାଦନ ତୁମ୍ଭମାନଙ୍କୁ ପଠାଉଛନ୍ତି” (ଦେଖ:INVALID translate/figs-hyperbole)

Romans 16:17

ପାଉଲ ବିଶ୍ବାସୀମାନଙ୍କୁ ଏକତା ବିଷୟରେ ଓ ଈଶ୍ବରଙ୍କ ପାଇଁ ବଞ୍ଚିବା ବିଷୟରେ ଏକ ଅନ୍ତିମ ଚେତାବନୀ ଦିଅନ୍ତି I

ἀδελφοί

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ ମାନେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଟନ୍ତି I

σκοπεῖν

ଚିହ୍ନିରଖିବା

τὰς διχοστασίας καὶ τὰ σκάνδαλα ... ποιοῦντας

ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୁକ୍ତି କରନ୍ତି ଓ ଅନ୍ୟମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଅଟକାଇ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ପରସ୍ପର ସହିତ ଯୁକ୍ତି କରିବାପାଇଁ ବିଶ୍ବାସୀମାନଙ୍କୁ ପ୍ରବର୍ତ୍ତାନ୍ତି ଓ ଈଶ୍ବରଙ୍କଠାରେ ବିଶ୍ବାସ କରିବାରୁ ନିବୃତ୍ତ କରନ୍ତି” (ଦେଖ:INVALID translate/figs-explicit)

παρὰ τὴν διδαχὴν ἣν ὑμεῖς ἐμάθετε

ସେମାନେ ଏପରି ଜିନିଷ ଶିଖାନ୍ତି, ଯାହା ତୁମ୍ଭେମାନେ ପ୍ରଥମରୁ ଶିଖିଥିବା ସତ୍ୟତା ସହିତ ଏକମତ ନୁହେଁ

ἐκκλίνετε ἀπ’ αὐτῶν

"ଏଠାରେ “ପୃଥକ୍ ରହିବା” ଏକ ରୂପକ, ଯାହାର ଅର୍ଥ “ଶୁଣିବା ପାଇଁ ମନା କରିଦେବା I” ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର କଥା ଶୁଣ ନାହିଁ” (ଦେଖ:INVALID translate/figs-metaphor)

Romans 16:18

ἀλλὰ τῇ ἑαυτῶν κοιλίᾳ

“ସେମାନେ ସେବା କରନ୍ତି” ଶବ୍ଦଗୁଡିକ ପୂର୍ବ ବାକ୍ୟାଂଶରୁ ବୁଝିହେଉଛି I ଏହାକୁ ଏକ ଅଲଗା ବାକ୍ୟ ଭାବରେ ବ୍ୟକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବରଂ, ସେମାନେ ସେମାନଙ୍କ ନିଜ ନିଜ ଉଦରର ସେବା କରନ୍ତି” (ଦେଖ:INVALID translate/figs-ellipsis)

ἀλλὰ τῇ ἑαυτῶν κοιλίᾳ

ଏଠାରେ “ଉଦର” ଏକ ଉପମା ଅଟେ, ଯାହା ଶାରୀରିକ ଇଚ୍ଛାଗୁଡିକୁ ଦର୍ଶାଏ I ସେଠାରେ ଉଦରର ସେବା ସେମାନଙ୍କ ଇଚ୍ଛାଗୁଡିକୁ ପୂରା କରିବାର ନିଦର୍ଶନ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ସେମାନେ କେବଳ ନିଜର ସ୍ବାର୍ଥପର ଇଚ୍ଛାଗୁଡିକୁ ପୂରା କରିବାକୁ ଚାହାଁନ୍ତି” (ଦେଖ:INVALID translate/figs-metonymyINVALID translate/figs-metaphor)

καὶ διὰ τῆς χρηστολογίας καὶ εὐλογίας

“ମିଷ୍ଟ” ଓ “ଚାଟୁ” ଶବ୍ଦଗୁଡିକର ଅର୍ଥ ସମାନ ଅଟେ। ପାଉଲ ଜୋର୍ ଦେଇ କହନ୍ତି ଯେ ଏହି ଲୋକମାନେ ବିଶ୍ବାସୀମାନଙ୍କୁ କିପରି ପ୍ରବଞ୍ଚିତ କରୁଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ଭଲ ଓ ସତ୍ୟ ଲାଗିଲା ଭଳି କଥା କହି” (ଦେଖ:INVALID translate/figs-doublet)

ἐξαπατῶσι τὰς καρδίας τῶν ἀκάκων

ଏଠାରେ “ହୃଦୟ” ଶବ୍ଦଟି ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ପୁରୁଷର ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ସେମାନେ ନିର୍ଦ୍ଦୋଷ ବିଶ୍ବାସୀମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ:INVALID translate/figs-metonymy)

ἀκάκων

ଏହା ସରଳ, ଅନୁଭବବିହୀନ, ଓ ନିଷ୍କପଟ ଲୋକମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସରଳ ଭାବରେ ସେମାନଙ୍କ ଉପରେ ବିଶ୍ବାସ କରନ୍ତି” ବା “ଏହି ଶିକ୍ଷକମାନେ ସେମାନଙ୍କୁ ବୋକା ବନାଉଛନ୍ତି ବୋଲି ଯେଉଁମାନେ ଜଣନ୍ତି ନାହିଁ”"

Romans 16:19

ἡ γὰρ ὑμῶν ὑπακοὴ, εἰς πάντας ἀφίκετο

ଏଠାରେ ପାଉଲ ରୋମର ବିଶ୍ବାସୀମାନଙ୍କ ଆଜ୍ଞାକାରିତା ବିଷୟରେ କହନ୍ତି ଯେ, ସତେ ଯେପରି ତାହା ଜଣେ ବ୍ୟକ୍ତି, ଯେ କି ଅନ୍ୟ ଲୋକମାନଙ୍କ ପାଖକୁ ଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସମସ୍ତେ ଶୁଣିଅଛନ୍ତି ଯେ ତୁମ୍ଭେମାନେ କିପରି ଯୀଶୁଙ୍କର ଆଜ୍ଞକାରୀ ହୋଇଅଛ” (ଦେଖ:INVALID translate/figs-personification)

ἀκεραίους ... εἰς τὸ κακόν

ମନ୍ଦ କାର୍ଯ୍ୟ କରିବାରେ ସମ୍ପୃକ୍ତ ନୁହନ୍ତି

Romans 16:20

ὁ δὲ Θεὸς τῆς εἰρήνης συντρίψει τὸν Σατανᾶν ὑπὸ τοὺς πόδας ὑμῶν ἐν τάχει

“ତୁମ୍ଭମାନଙ୍କ ପାଦ ତଳେ ଦଳି ପକାଅ” ବାକ୍ୟାଂଶଟି ଗୋଟିଏ ଶତ୍ରୁ ଉପରେ ସମ୍ପୂର୍ଣ୍ଣ ବିଜୟ କରିବା ବିଷୟକୁ ଦର୍ଶାଏ I ଏଠାରେ ପାଉଲ ଶୟତାନ ଉପରେ ବିଜୟପାଇବା ବିଷୟରେ କହନ୍ତି ଯେ, ସତେ ଯେପରି ରୋମର ବିଶ୍ବାସୀମାନେ ଗୋଟିଏ ଶତ୍ରୁକୁ ସେମାନଙ୍କର ପାଦ ତଳେ ଦଳି ପକାଇଥିଲେ I ଅନ୍ୟ ଏକ ଅନୁବାଦରେ: “ଅତି ଶୀଘ୍ର ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତି ଓ ଶୟତାନ ଉପରେ ପୂର୍ଣ୍ଣ ବିଜୟ ଦେବେ” (ଦେଖ:INVALID translate/figs-metaphor)

Romans 16:21

ପାଉଲ ତାହାଙ୍କ ସହିତ ଥିବା ବିଶ୍ବାସୀମାନଙ୍କଠାରୁ ଅଭିବାଦନ ଦେଉଅଛନ୍ତି I

Λούκιος, καὶ Ἰάσων, καὶ Σωσίπατρος

ଏଗୁଡିକ ପୁରୁଷମାନଙ୍କ ନାମ ଅଟେ I (ଦେଖ:INVALID translate/translate-names)

Romans 16:22

ἐγὼ, Τέρτιος, ὁ γράψας τὴν ἐπιστολὴν

ତର୍ତ୍ତିୟ ହେଉଛନ୍ତି ସେହି ବ୍ୟକ୍ତି, ଯେ କି ପାଉଲ ଯାହା କହିଥିଲେ, ତାହା ଲେଖିଥିଲେ I (ଦେଖ:INVALID translate/translate-names)

ἀσπάζομαι ὑμᾶς ... ἐν Κυρίῳ

ତୁମ୍ଭମାନଙ୍କୁ ସାଥୀ ବିଶ୍ବାସୀ ଭାବରେ ଅଭିବାଦନ କରୁଛି

Romans 16:23

Γάϊος ... Ἔραστος ... Κούαρτος

ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:INVALID translate/translate-names)

ὁ ξένος

ଏହା ଗାୟକୁ ଦର୍ଶାଏ, ଏହି ବ୍ୟକ୍ତିଙ୍କ ଘରେ ପାଉଲ ଓ ତାହାଙ୍କ ସାଥୀ ବିଶ୍ବାସୀମାନେ ଆରାଧନା ପାଇଁ ଏକାଠି ହେଉଥିଲେ I

ὁ οἰκονόμος

ଏ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗୋଟିଏ ଦଳର ଆର୍ଥିକ ବିଷୟକୁ ସମ୍ଭାଳୁଥିଲେ

Romans 16:25

ପାଉଲ ଏକ ଆଶୀର୍ବାଦର ପ୍ରାର୍ଥନା ସହିତ ଶେଷ କରୁଛନ୍ତି

δὲ

ଏଠାରେ “ବର୍ତ୍ତମାନ” ଶବ୍ଦଟିଏହି ପତ୍ରର ଶେଷ ଭାଗକୁ ସୂଚାଉଅଛି I ଯଦି ତୁମ୍ଭମାନଙ୍କ ଭାଷାରେ ଏପରି କରିବାର କିଛି ମାଧ୍ୟମ ଥାଏ, ତେବେ ତୁମ୍ଭେମାନେ ତାହାକୁ ଏଠାରେ ବ୍ୟବହାର କରିପାରିବ I

ὑμᾶς στηρίξαι

ପାଉଲ ଏଠାରେ ଦୃଢ ବିଶ୍ବାସ ପ୍ରାପ୍ତହେବା ବିଷୟରେ କହୁଛନ୍ତି ଯେ, ସତେ ଯେପରି ଜଣେ ବ୍ୟକ୍ତି ପଡିଯିବା ବଦଳରେ ଠିଆ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ କରିବାପାଇଁ” (ଦେଖ:INVALID translate/figs-metaphor)

κατὰ τὸ εὐαγγέλιόν μου, καὶ τὸ κήρυγμα Ἰησοῦ Χριστοῦ

ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମୁଁ ପ୍ରଚାର କରିଥିବା ସୁସମାଚାର ଦ୍ବାରା

κατὰ ἀποκάλυψιν μυστηρίου χρόνοις αἰωνίοις σεσιγημένου

ପାଉଲଙ୍କ କହନ୍ତି ଯେ ଈଶ୍ବର ବିଶ୍ବାସୀମାନଙ୍କଠାରେ ପୂର୍ବରେ ଅବ୍ୟକ୍ତ ହୋଇଥିବା ସତ୍ୟକୁ ପ୍ରକାଶ କରିଅଛନ୍ତି I ସେ ଏହି ସତ୍ୟତାସବୁ ବିଷୟରେ କହନ୍ତି ଯେ, ସତେ ଯେପରି ସେସବୁ ଏକ ନିଗୂଢତତ୍ତ୍ବ ଥିଲା I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ବିଶ୍ବାସୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ସେହି ରହସ୍ୟକୁ ପ୍ରକାଶ କରିଅଛନ୍ତି, ଯାହା ସେ ବହୁ ସମୟ ପର୍ଯ୍ୟନ୍ତ ରଖିଥିଲେ” (ଦେଖ:INVALID translate/figs-metaphorINVALID translate/figs-activepassive)

Romans 16:26

φανερωθέντος δὲ νῦν διά τε Γραφῶν προφητικῶν, κατ’ ἐπιταγὴν τοῦ αἰωνίου Θεοῦ ... εἰς πάντα τὰ ἔθνη γνωρισθέντος

“ପ୍ରକାଶିତ ହୋଇଅଛି” ଓ “ଜ୍ଞାତ କରାଯାଇଅଛି” କ୍ରିୟା ଗୁଡିକର ଅର୍ଥ ମୌଳିକଭାବରେ ସମାନ ଅଟେ । ପାଉଲ ସେହି ଉଭୟ ଶବ୍ଦକୁ ଗୁରୁତ୍ବ ଦେବାପାଇଁ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହି ଶବ୍ଦଗୁଡିକୁ ସଂଯୋଗ କରି କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବର୍ତ୍ତମାନ ଅନନ୍ତକାଳୀନ ଈଶ୍ବର ଏହାକୁ ଭବିଷ୍ୟତବକ୍ତାମାନଙ୍କ ଲିଖିତ ବାକ୍ୟ ଦ୍ବାରା ସମସ୍ତ ଜାତି ନିକଟରେ ପ୍ରକାଶିତ କରିଅଛନ୍ତି” (ଦେଖ:INVALID translate/figs-doubletINVALID translate/figs-activepassive)

εἰς ὑπακοὴν πίστεως

ଏଠାରେ “ଆଜ୍ଞାବହତା” ଓ “ବିଶ୍ବାସ” ଭାବବାଚକ ବିଶେଷ୍ୟ ଅଟନ୍ତି I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ “ଆଜ୍ଞା ପାଳନ କରିବା” ଓ “ବିଶ୍ବାସ କରିବା” କ୍ରିୟାଗୁଡିକୁ ବ୍ୟବହାର କରିପାରିବ I ତୁମ୍ଭେମାନେ ଏହାକୁ ସ୍ପଷ୍ଟ କରିବାକୁ ହେବ ଯେ କିଏ ପାଳନ କରିବ ଓ ବିଶ୍ବାସ କରିବ। ଅନ୍ୟ ଏକ ଅନୁବାଦରେ: “ଯେପରି ସମସ୍ତ ଜାତି ଈଶ୍ବରଙ୍କ ଆଜ୍ଞାକୁ ପାଳନ କରିବେ, କାରଣ ସେମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:INVALID translate/figs-abstractnounsINVALID translate/figs-explicit)

Romans 16:27

μόνῳ σοφῷ Θεῷ ... ᾧ ἡ δόξα εἰς τοὺς αἰῶνας. ἀμήν!

ଏଠାରେ “ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା” ବାକ୍ୟାଂଶଟି ଯୀଶୁ କରିଥିବା କର୍ଯ୍ୟକୁ ଦର୍ଶାଏ। “ଗୌରବ” ଦେବାର ଅର୍ଥ ଈଶ୍ବରଙ୍କ ପ୍ରଂଶସା କରିବା। ଅନ୍ୟ ଏକ ଅନୁବାଦରେ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଯାହା କରିଅଛନ୍ତି, ସେଥିପାଇଁ ଆମ୍ଭେମାନେ ଅନନ୍ତକାଳ ତାହାଙ୍କର ପ୍ରଶଂସା କରିବା, କାରଣ ସେ ହିଁ ଏକମାତ୍ର ଈଶ୍ବର ଅଟନ୍ତି ଓ ସେ ହିଁ ଏକ ମାତ୍ର ଜ୍ଞାନୀ ଅଟନ୍ତି I ଆମେନ୍” (ଦେଖ:INVALID translate/figs-explicit)