Jonah
Jonah front
ଯୂନସଙ୍କ ପରିଚୟ
ଭାଗ 1: ସାଧାରଣ ପରିଚୟ
ଯୂନସ ପୁସ୍ତକର ରୂପରେଖା
- ଯୂନସ ଯିହୋବାଙ୍କ ଉପସ୍ଥିତିରୁ ପଳାଇବାକୁ ଚେଷ୍ଟା କରନ୍ତି।(1:1-2:10)
- ଯୂନସ ନୀନିବୀକୁ ଯିବା ନିମନ୍ତେ ଯିହୋବାଙ୍କ ପ୍ରଥମ ଆହ୍ୱାନକୁ ଅବମାନନା କରନ୍ତି । (1:1–3)
- ଯୂନସ ଏବଂ ଅଣଯିହୁଦୀ ନାବିକମାନେ । (1:4–16)
- ଯୂନସଙ୍କୁ ଗିଳିବା ନିମନ୍ତେ ଯିହୋବା ଏକ ବୃହତ ମତ୍ସ୍ୟକୁ ପ୍ରଦାନ କରନ୍ତି, ଏବଂ ସେ ପ୍ରାର୍ଥନା କରନ୍ତି ଏବଂ ଉଦ୍ଧାର ହୁଅନ୍ତି। (1:17–2:10)
- ନୀନିବୀରେ ଯୂନସ (3:1-4:11)
- ଯିହୋବା ପୁନର୍ବାର ଯୂନସଙ୍କୁ ନୀନିବୀକୁ ଯିବା ନିମନ୍ତେ ଆହ୍ୱାନ କରନ୍ତି, ଏବଂ ଯୂନସ ଯିହୋବାଙ୍କ ବାର୍ତ୍ତା ଘୋଷଣା କରନ୍ତି । (3:1–4)
- ନୀନିବୀ ଅନୁତାପ କରେ । (3:5-9)
- ଯିହୋବା ନୀନିବୀକୁ ବିନାଶ ନକରିବାକୁ ସ୍ଥିର କରନ୍ତି । (3:10)
- ଯୂନସ ଯିହୋବାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୁଅନ୍ତି । (4:13)
- ଯିହୋବା ଯୂନସଙ୍କୁ ଅନୁଗ୍ରହ ଓ ଦୟା ବିଷୟରେ ଶିକ୍ଷା ଦିଅନ୍ତି । (4:4–11)
ଯୂନସଙ୍କ ପୁସ୍ତକ କ’ଣ ବର୍ଣ୍ଣନା କରେ?
ଅମିତ୍ତୟଙ୍କ ପୁତ୍ର ଯୂନସ ଗାଥ୍-ହେଫରରୁ (2 ରାଜା 14:25) ଜଣେ ଭବିଷ୍ୟଦ୍ବକ୍ତା ଥିଲେ। ଏହି ପୁସ୍ତକ ଯୂନସଙ୍କ ସହିତ କ’ଣ ଘଟିଥିଲା ସେ ବିଷୟରେ ବର୍ଣ୍ଣନା କରେ। ଅଣଯିହୁଦୀମାନଙ୍କୁ ଯିହୋବା କିପରି ଦୟା ଓ ଅନୁଗ୍ରହ ପ୍ରଦାନ କରନ୍ତି ତାହା ବର୍ଣ୍ଣନା କରେ। କିପରି ନୀନିବୀଲୋକମାନେ ଅନୁତାପ କଲେ ଏବଂ ଦୟା ପାଇଁ ଯିହୋବାଙ୍କୁ ଡାକିଲେ ତାହା ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ। ଦୟା, ସ୍ନେହଶୀଳ, ଅନୁଗ୍ରହ, ଦୟାଳୁ ଏବଂ ଅନୁତାପ କରିବା, ପଶ୍ଚାତାପ କରିବା ଦେଖନ୍ତୁ)
ଯିହୋବା ନୀନିବୀର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସାବଧାନ କରାଇବା ପାଇଁ ଯୂନସଙ୍କୁ ନୀନିବୀକୁ ପଠାଇଲେ ।ଯିହୋବା କହିଲେ ଯେ ଯଦି ସେମାନେ ଅନୁତାପ କରନ୍ତି ତେବେ ସେ ସେମାନଙ୍କୁ ବିନାଶ କରିବେ ନାହିଁ। ତଥାପି, ଯୂନସ ଜଣେ ଇସ୍ରାଏଲୀୟ ଥିଲେ ଏବଂ ନୀନିବୀଲୋକମାନେ ଅନୁତାପ କରନ୍ତୁ ବୋଲି ଚାହୁଁ ନଥିଲେ। ତେଣୁ ଯୂନସଙ୍କୁ ଯାହା କରିବାକୁ ଯିହୋବା କହିଥିଲେ ତାହା କରିବା ପରିବର୍ତ୍ତେ ଯୂନସ ବିପରୀତ ଦିଗକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯିହୋବା ଯୂନସଙ୍କୁ ଗିଳିବା ନିମନ୍ତେ ଏକ ବୃହତ ମତ୍ସ୍ୟକୁ ଓ ଏକ ପ୍ରଚଣ୍ଡ ଝଡ଼ ପଠାଇ ତାଙ୍କୁ ଅଟକାଇଲେ।
ଯୂନସ ଅନୁତାପ କରି ନୀନିବୀ ଲୋକମାନଙ୍କୁ ସାବଧାନ କଲେ। ଫଳସ୍ୱରୂପ, ଯିହୋବା ତାଙ୍କୁ ଶିଖାଇଲେ ଯେ ସେ କେବଳ ଇସ୍ରାଏଲୀୟମାନଙ୍କ ଈଶ୍ଵର ନୁହନ୍ତି ନୁହେଁ, ବରଂ ସମସ୍ତ ମାନବ ଜାତିର ଈଶ୍ଵର ଅଟନ୍ତି।
ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ?
ଏହି ପୁସ୍ତକକୁ ପାରମ୍ପାରିକ ଭାବରେ ଯୂନସଙ୍କର ପୁସ୍ତକ କିମ୍ବା କେବଳ ଯୂନସ ବୋଲି ଅନୁବାଦ କରାଯାଇଅଛି I ଅନୁବାଦକମାନେ ଏହି ପୁସ୍ତକକୁ ଯୂନସଙ୍କ ବିଷୟରେ ପୁସ୍ତକ ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି I ନାମଗୁଡ଼ିକୁ କିପରି ଅନୁବାଦ କରିବେ।) ଦେଖନ୍ତୁ)
ଯୂନସ ପୁସ୍ତକ କିଏ ଲେଖିଥିଲେ?
ସମ୍ଭବତଃ ଯୂନସ ଏହି ପୁସ୍ତକ ଲେଖିବାରେ ସମ୍ପୃକ୍ତ ଥିଲେ। ତଥାପି, ପ୍ରକୃତରେ କିଏ ଏହା ଲେଖିଛନ୍ତି ତାହା ବିଦ୍ୱାନଗଣ ଜାଣନ୍ତି ନାହିଁ I
ଯୂନସ ଇସ୍ରାଏଲର ଉତ୍ତର ରାଜ୍ୟରେ ବାସ କରୁଥିଲେ। ସେ 800 ରୁ 750 ଖ୍ରୀଷ୍ଟପୂର୍ବ ମଧ୍ୟରେ ରାଜା ଯାରବୀୟାମ ଦ୍ୱିତୀୟଙ୍କ ଶାସନ କାଳରେ ଭବିଷ୍ୟବାଣୀ କରିଥିଲେ I
ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ
ଅଶୂରର ଜାତି କ’ଣ ଥିଲା?
ଯୂନସଙ୍କ ସମୟରେ ଅଶୂର ପ୍ରାଚୀନ ମଧ୍ୟପୂର୍ବର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ଥିଲା I ନୀନିବୀ ଅଶୂରର ରାଜଧାନୀ ଥିଲା I
ଅଶୂର ଆପଣା ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର ଥିଲା। ଶେଷରେ, ଯିହୋବା ଅଶୂରୀୟମାନଙ୍କୁ ସେମାନଙ୍କର ଦୁଷ୍କର୍ମ ହେତୁ ଦଣ୍ଡ ଦେଲେ।
ଅଶୂରୀୟମାନେ ଯିହୁଦୀୟ ଧର୍ମ ଗ୍ରହଣ କଲେ କି?
ଅଶୂରୀୟମାନେ କେବଳ ଯିହୋବାଙ୍କୁ ଉପାସନା କରିବା ଆରମ୍ଭ କଲେ ବୋଲି କେତେକ ବିଦ୍ୱାନଗଣ ବିଶ୍ଵାସ କରନ୍ତି । କିନ୍ତୁ ସେମାନେ ଅନ୍ୟ ମିଥ୍ୟା ଦେବତାଗଣକୁ ପୂଜା କରିବା ଜାରି ରଖିଲେ ବୋଲି ଅଧିକାଂଶ ବିଦ୍ୱାନଗଣ ବିଶ୍ଵାସ କରନ୍ତି ଦେବତା,ମିଥ୍ୟା ଦେବତା,ଦେବୀ,ମୂର୍ତ୍ତି, ପ୍ରତିମାପୂଜକ, ପ୍ରତିମା ପୂଜା,ମୂର୍ତ୍ତିପୂଜା) ଦେଖନ୍ତୁ)
Jonah 1
ଯୂନସ 1 ସାଧାରଣ ବିବରଣୀ
ଆକାର ଏବଂ ଗଠନ
ଏହି ଅଧ୍ୟାୟର ବର୍ଣ୍ଣନା ହଠାତ ଆରମ୍ଭ ହୁଏ । ଏହା ଅନୁବାଦକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ସଂପୂର୍ଣ୍ଣ ରୂପେ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଅନୁବାଦକଗଣ ଏହି ପରିଚୟକୁ ସରଳ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ।
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ଚମତ୍କାର
ଯୂନସ 17 ପଦରେ, ଏକ ବୃହତ ମତ୍ସ୍ୟ ବିଷୟରେ ଉଲ୍ଲେଖ ଅଛି । ଏକ ସମୁଦ୍ର ପ୍ରାଣୀ ମନୁଷ୍ୟକୁ ଗିଳିବା ଏବଂ ମତ୍ସ୍ୟ ଭିତରେ ତିନି ଦିନ ଏବଂ ତିନି ରାତ୍ରି ଜୀବିତ ରହିବା ବିଷୟରେ କଳ୍ପନା କରିବା କଷ୍ଟକର ହୋଇପାରେ । ଏହି ଘଟଣା ବୁଝିବାକୁ ସରଳ କରିବାକୁ ଯାଇ ଅନୁବାଦକଗଣ ଚମତ୍କାର ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ଆଶ୍ଚର୍ଯ୍ୟକର୍ମ, ଆଶ୍ଚର୍ଯ୍ୟକର୍ମମାନ, ଚିହ୍ନ) ଦେଖନ୍ତୁ)
ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଆଳଙ୍କାରଗୁଡ଼ିକ
ବ୍ୟଙ୍ଗାର୍ଥକ ପରିସ୍ଥିତି
ଏହି ଅଧ୍ୟାୟରେ ଏକ ବ୍ୟଙ୍ଗାର୍ଥକ ପରିସ୍ଥିତି ଅଛି। ଏହାର ଅର୍ଥ ଏଠାରେ ଏପରି ଲୋକମାନେ ଅଛନ୍ତି ଯିଏ ସେମାନଙ୍କଠାରୁ ଆଶା କରାଯାଇଥିବା ବିଷୟର ବିପରୀତ କାର୍ଯ୍ୟ କରନ୍ତି କିମ୍ବା କହନ୍ତି। ଯୂନସ ଈଶ୍ଵରଙ୍କ ଜଣେ ଭବିଷ୍ୟଦ୍ବକ୍ତା ଅଟନ୍ତି ଏବଂ ସେ ଈଶ୍ଵରଙ୍କ ଇଚ୍ଛା ପାଳନ କରିବାକୁ ଚେଷ୍ଟା କରିବା ଉଚିତ । କିନ୍ତୁ ସେ ଏପରି କରିବା ପରିବର୍ତ୍ତେ ଈଶ୍ଵରଙ୍କଠାରୁ ପଳାଇ ଯାଉଛନ୍ତି। ଯଦିଓ ଅଣଯିହୁଦୀ ନାବିକମାନେ ଇସ୍ରାଏଲୀୟ ନୁହଁନ୍ତି, ସେମାନେ ଯୂନସଙ୍କୁ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁକୁ ପଠାଇବା ସମୟରେ ଯିହୋବାଙ୍କ ବିଶ୍ଵାସ ଏବଂ ଭୟରୁ କାର୍ଯ୍ୟ କଲେ। ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ, ଭବିଷ୍ୟଦ୍ବକ୍ତା, ଭବିଷ୍ୟବାଣୀ, ଭବିଷ୍ୟବାଣୀ, ଦ୍ରଷ୍ଟା, ଭବିଷ୍ୟଦ୍ବକ୍ତ୍ରୀ ଏବଂ ଈଶ୍ଵରଙ୍କ ଇଚ୍ଛା and ବିଶ୍ୱାସ)
ସମୁଦ୍ର
ପ୍ରାଚୀନ ମଧ୍ୟପୂର୍ବର ଲୋକମାନେ ମଧ୍ୟ ସମୁଦ୍ରକୁ ବିଶୃଙ୍ଖଳିତ ଭାବରେ ଦେଖିଥିଲେ ଏବଂ ଏହାକୁ ବିଶ୍ୱାସ କରିନଥିଲେ। ସେମାନେ ପୂଜା କରୁଥିବା କେତେକ ଦେବତା ସମୁଦ୍ରର ଦେବତା ଥିଲେ। ଯୂନସଙ୍କର ଲୋକ, ଏବ୍ରୀୟମାନେ ସମୁଦ୍ରକୁ ଅତ୍ୟନ୍ତ ଭୟ କରୁଥିଲେ। ତଥାପି, ଯୂନସଙ୍କ ଯିହୋବାଙ୍କ ପ୍ରତି ଥିବା ଭୟ ତାଙ୍କୁ ଜାହାଜରେ ନ ଯିବା ଏବଂ ଯିହୋବାଙ୍କଠାରୁ ପଳାଇ ଯିବା ପାଇଁ ଯଥେଷ୍ଟ ନଥିଲା। ଅଣଯିହୁଦୀମାନଙ୍କ କାର୍ଯ୍ୟଠାରୁ ତାଙ୍କର କାର୍ଯ୍ୟକଳାପ ବିପରୀତ ଥିଲା। ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ and ଭୟ, ଭୀତ, ଭୟଯୁକ୍ତ)
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ଅନ୍ତର୍ନିହିତ ସୂଚନା
ଯଦିଓ ତର୍ଶୀଶ କେଉଁଠାରେ ଅବସ୍ଥିତ ଥିଲା ତାହା କେହି ଜାଣି ନାହାଁନ୍ତି, ଲେଖକ ଅନୁମାନ କରନ୍ତି ଯେ ପାଠକଗଣ ଜାଣନ୍ତି ଯେ ଯୂନସଙ୍କୁ ନୀନିବୀଠାରୁ ସେଠାକୁ ଯିବାର ଥିଲା । ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
Jonah 1:1
וַֽיְהִי֙ דְּבַר־יְהוָ֔ה
ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ପ୍ରଥମ ଅର୍ଦ୍ଧେକକୁ ପରିଚିତ କରାଏ । ସେହି ବାକ୍ୟାଂଶ ହିଁ କାହାଣୀର (3: 1) ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ । ଜଣେ ଭବିଷ୍ୟଦ୍ବକ୍ତାଙ୍କ ବିଷୟରେ ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଶୈଳୀ ଅଟେ । ଏକ ନୂତନ ଘଟଣାର ପରିଚୟ) ଦେଖନ୍ତୁ)
וַֽיְהִי֙ דְּבַר־יְהוָ֔ה
ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯିହୋବା ତାଙ୍କ ବାର୍ତ୍ତାକୁ କୌଣସି ପ୍ରକାରେ କହିଲେ କିମ୍ବା ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ଯିହୋବା ଆପଣା ବାର୍ତ୍ତା କହିଲେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
דְּבַר־יְהוָ֔ה
ଯିହୋବାଙ୍କ ବାର୍ତ୍ତା
יְהוָ֔ה
ଏହା ଈଶ୍ଵରଙ୍କ ନାମ ଯାହା ସେ ନିଜ ଲୋକଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ।
אֲמִתַּ֖י
ଏହା ଯୂନସଙ୍କ ପିତାଙ୍କର ନାମ ଅଟେ । ନାମଗୁଡ଼ିକୁ କିପରି ଅନୁବାଦ କରିବେ।) ଦେଖନ୍ତୁ)
Jonah 1:2
ק֠וּם לֵ֧ךְ אֶל־נִֽינְוֵ֛ה הָעִ֥יר הַגְּדוֹלָ֖ה
ନୀନିବୀ ମହାନଗରକୁ ଯାଅ
ק֠וּם
ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯୂନସ ପ୍ରତିକ୍ରିୟା ଦେଇ ସେଠାକୁ ଯିବା ଉଚିତ । ଏହାର ଅର୍ଥ ଏହା ନୁହେଁ ଯେବେ ଈଶ୍ଵର ତାଙ୍କ ସହ କଥା ହେଲେ ସେସମୟରେ ସେ ବସିଥିଲେ କିମ୍ବା ଶୋଇଥିଲେ। ଅନେକ ଭାଷା କେବଳ ଗୋଟିଏ କ୍ରିୟା ବ୍ୟବହାର କରେ, ଯେପରିକି “ଯାଅ” । ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
וּקְרָ֣א עָלֶ֑יהָ
ଏଠାରେ ଏହି ଶବ୍ଦ, ଅର୍ଥାତ୍ ନୀନିବୀ ନଗରର, ଏକ ଲକ୍ଷଣାତ୍ମକ ଅଳଙ୍କାର ଅଟେ ଯାହା ନଗରରେ ଏବଂ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସାବଧାନ କର” ଲାକ୍ଷଣିକ ଶବ୍ଦ) ଦେଖନ୍ତୁ)
עָלְתָ֥ה רָעָתָ֖ם לְפָנָֽי
“ଆମ୍ଭେ ଜାଣୁ ସେମାନେ କ୍ରମାଗତ ଭାବରେ ପାପ କରୁଛନ୍ତି" କିମ୍ବା "ଆମ୍ଭେ ଜାଣୁ ଯେ ସେମାନଙ୍କର ପାପ ଦିନକୁ ଦିନ ଅତ୍ୟନ୍ତ ବଢ଼ିବାରେ ଲାଗିଛି”
לְפָנָֽ
ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ । ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଯିହୋବା କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। ଲାକ୍ଷଣିକ ଶବ୍ଦ) ଦେଖନ୍ତୁ)
Jonah 1:3
וַיָּ֤קָם יוֹנָה֙ לִבְרֹ֣חַ
ଏଠାରେ ଉଠିଲେ ଶବ୍ଦର ଅର୍ଥ ଈଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଏହା ମାନିବା ପରିବର୍ତ୍ତେ ଅବମାନନା କରିବା ଥିଲା । 1:2 ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଲେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
מִלִּפְנֵ֖י יְהוָ֑ה
ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ । ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ । ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" ଉପମା/ରୂପକ) ଦେଖନ୍ତୁ)
לִבְרֹ֣חַ תַּרְשִׁ֔ישָׁה
“ତର୍ଶୀଶକୁ ପଳାଇ ଯିବା ନିମନ୍ତେ" ତର୍ଶୀଶ ନାମକ ଏହି ନଗରର ନୀନିବୀର ବିପରୀତ ଦିଗରେ ଅବସ୍ଥିତ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: "ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
וַיֵּ֨רֶד יָפ֜וֹ
“ଯୂନସ ଯାଫୋକୁ ଗଲେ”
אָנִיָּ֣ה
ଏକ ଜାହାଜ ଏକ ବହୁତ ବଡ ଡଙ୍ଗା ଅଟେ ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।
וַיִּתֵּ֨ן שְׂכָרָ֜הּ
“ସେଠାରେ ଯୂନସ ଯାତ୍ରା ପାଇଁ ଭଡ଼ା ଦେଲେ”
וַיֵּ֤רֶד בָּהּ֙
“ଜାହାଜରେ ଚଢ଼ିଲେ”
עִמָּהֶם֙
ସେମାନେ ଶବ୍ଦ ଜାହାଜରେ ଯାତ୍ରା କରୁଥିବା ଅନ୍ୟ ଲୋକମାନଙ୍କୁ ବୁଝାଏ ।
מִלִּפְנֵ֖י יְהוָֽה
ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ । ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ । ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" ଉପମା/ରୂପକ) ଦେଖନ୍ତୁ)
Jonah 1:4
וַֽיהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַיָּ֔ם
ଏହି ବକ୍ୟାଂଶ ଯୂନସର ପଳାୟନକୁ ଯିହୋବାଙ୍କ ପ୍ରତିକ୍ରିୟାର ନୂତନ ଘଟଣାକୁ ପରିଚୟ କରାଏ। ଏହାକୁ ଅନୁବାଦ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ପାଠକମାନେ ଜାଣିବେ ଯେ ଏହି ଘଟଣାଟି କାହାଣୀରେ ପରିବର୍ତ୍ତନ କରେ । ଏକ ନୂତନ ଘଟଣାର ପରିଚୟ) ଦେଖନ୍ତୁ)
וְהָ֣אֳנִיָּ֔ה חִשְּׁבָ֖ה לְהִשָּׁבֵֽר
ଏଠାରେ ଚିନ୍ତାକଲେ ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ । ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ହେଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜଟି ପ୍ରାୟ ଭାଙ୍ଗିଯିବା ପରି ହେଲା। ବ୍ୟକ୍ତିତ୍ୱଆରୋପ) ଦେଖନ୍ତୁ)
לְהִשָּׁבֵֽר
ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିଯିବା” କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Jonah 1:5
הַמַּלָּחִ֗ים
“ଜାହାଜରେ କାମ କରୁଥିବା ଲୋକମାନେ। ”
אֱלֹהָיו֒
ଏଠାରେ, ଦେବତା ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି ।
וַיָּטִ֨לוּ אֶת־הַכֵּלִ֜ים אֲשֶׁ֤ר בָּֽאֳנִיָּה֙
ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଲେ" ଏହା କଲେ ଜାହାଜଟି ହାଲୁକା ହେବ ବୋଲି ସେମାନେ ଭାବିଲେ ।
לְהָקֵ֖ל מֵֽעֲלֵיהֶ֑ם
ଏହାର ଅର୍ଥ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ ହେଇପାରେ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2) ଏକ ବିପଜ୍ଜନକ ପରିସ୍ଥିତିକୁ ଏଡେଇବାକୁ କିମ୍ବା ମୁକ୍ତ କରିବାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ ଏଡେଇବାକୁ ।"
וְיוֹנָ֗ה יָרַד֙ אֶל־יַרְכְּתֵ֣י הַסְּפִינָ֔ה
ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରି ଥିଲେ । ପୃଷ୍ଠଭୂମି ସୂଚନା) ଦେଖନ୍ତୁ)
יַרְכְּתֵ֣י הַסְּפִינָ֔ה
“ଜାହାଜ ଭିତରେ”
וַיִּשְׁכַּ֖ב וַיֵּרָדַֽם
“ସେ ସେଠାରେ ଶୋଇଥିଲେ" କିମ୍ବା "ସେଠାରେ ଗଭୀର ନିଦରେ ଶୋଇଥିଲେ" । ଏହି କାରଣରୁ, ଝଡ଼ ତାଙ୍କୁ ଜାଗ୍ରତ କରି ନଥିଲା ।
Jonah 1:6
וַיִּקְרַ֤ב אֵלָיו֙ רַ֣ב הַחֹבֵ֔ל וַיֹּ֥אמֶר ל֖וֹ
“ଜାହାଜରେ କାମ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ଯୂନସଙ୍କ ନିକଟକୁ ଯାଇ କହିଲା।”
מַה־לְּךָ֣ נִרְדָּ֑ם
ତୁମେ କାହିଁକି ଶୋଇଛ? ଏଠାରେ ସେନାପତି ଯୂନସଙ୍କୁ ଗାଳି ଦେବା ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଶୋଇବା ବନ୍ଦ କର!” ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)ଦେଖନ୍ତୁ)
ק֚וּם
କିଛି କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଏହା ଏକ ଆଦେଶ ଅଟେ। 1:2 ଏବଂ 1:3 ରେ ଏହି ରୂଢ଼ିକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ, କପ୍ତାନ ଯୂନସଙ୍କୁ ତାଙ୍କ ଦେବତା ନିକଟରେ ପ୍ରାର୍ଥନା କରିବାକୁ କହୁଛନ୍ତି । ଯେହେତୁ ଯୂନସ ଶୋଇଥିଲେ, କପ୍ତାନ ମଧ୍ୟ ଯୂନସଙ୍କୁ ଠିଆ ହେବାକୁ କହୁଥିଲେ । ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
קְרָ֣א אֶל־אֱלֹהֶ֔יךָ
“ତୁମ ଦେବତାକୁ ପ୍ରାର୍ଥନା କର" କାହାକୁ ଚିତ୍କାର କରି ଡାକିବା ଅର୍ଥ ତାଙ୍କୁ ସାହାଯ୍ୟ ପାଇଁ ଉଚ୍ଚ ସ୍ୱରରେ କହିବା ଅଟେ । ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
אוּלַ֞י יִתְעַשֵּׁ֧ת הָאֱלֹהִ֛ים לָ֖נוּ וְלֹ֥א נֹאבֵֽד
ଯୂନସଙ୍କ ଈଶ୍ୱର ସେମାନଙ୍କୁ ରକ୍ଷା କରନ୍ତୁ ବୋଲି ଏହି ବାକ୍ୟାଂଶକୁ ସ୍ପଷ୍ଟଭାବେ ଅନୁବାଦ କରାଯାଇ ପାରେ । ବିକଳ୍ପ ଅନୁବାଦ: "ବୋଧହୁଏ ତୁମ୍ଭର ଦେବତା ଶୁଣିବେ ଏବଂ ଆମକୁ ଉଦ୍ଧାର କରିବେ ଯାହା ଦ୍ଵାରା ଆମେ ମରିବା ନାହିଁ" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
וְלֹ֥א נֹאבֵֽד
ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ସେ ଆମକୁ ଉଦ୍ଧାର କରିବେ” ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)ଦେଖନ୍ତୁ)
Jonah 1:7
וַיֹּאמְר֞וּ אִ֣ישׁ אֶל־רֵעֵ֗הוּ
ପ୍ରତ୍ୟେକ ଲୋକ ଆପଣା ଆପଣା ସଙ୍ଗୀକୁ .. ବାକ୍ୟ ପାରସ୍ପରିକ କାର୍ଯ୍ୟକୁ ପ୍ରକାଶ କରୁଥିବା ଏକ ରୂଢ଼ି ଅଟେ। ଏହାର ଅର୍ଥ ଗୋଷ୍ଠୀର ସମସ୍ତ ଲୋକ ପରସ୍ପରକୁ ଏହା କହୁଥିଲେ। ବିକଳ୍ପ ଅନୁବାଦ: “ନାବିକମାନେ ସମସ୍ତେ ପରସ୍ପରକୁ କହିଲେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
לְכוּ֙ וְנַפִּ֣ילָה גֽוֹרָל֔וֹת וְנֵ֣דְעָ֔ה בְּשֶׁלְּמִ֛י הָרָעָ֥ה הַזֹּ֖את לָ֑נוּ
“କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆମ୍ଭେମାନେ ଗୁଲିବାଣ୍ଟ କରିବା ଉଚିତ।" ଲୋକମାନେ ବିଶ୍ଵାସ କରୁଥିଲେ ଯେ ସେମାନେ ଯାହା ଜାଣିବାକୁ ଚାହୁଁଛନ୍ତି ତାହା ଗୁଲିବାଣ୍ଟ ଦ୍ଵାରା ସେମାନଙ୍କର ଦେବତାମାନେ ସେମାନଙ୍କୁ ଜଣାଇବେ । ଏହା ଦୈବଶକ୍ତିର ଏକ ରୂପ ଥିଲା ।
הָרָעָ֥ה הַזֹּ֖את
ଏହା ଭୟଙ୍କର ଝଡ଼କୁ ବୁଝାଏ ।
וַיִּפֹּ֥ל הַגּוֹרָ֖ל עַל־יוֹנָֽה
ଗୁଲିବାଣ୍ଟ ଯୂନସଙ୍କ ନାମରେ ଗୁଲି ଉଠିଲା ଅଭିବ୍ୟକ୍ତି ରୂଢ଼ିର ଅର୍ଥ, ଯେତେବେଳେ ଲୋକମାନେ ଗୁଲିବାଣ୍ଟ ପକାଇଲେ, ଫଳାଫଳ ଯୂନସକୁ ସୂଚାଇଲା । ଏହାର ଅର୍ଥ ନୁହେଁ ଯେ ଗୁଲିବାଣ୍ଟଟି ପ୍ରକୃତରେ ଯୂନସଙ୍କ ଉପରେ ପଡିଲା। ବିକଳ୍ପ ଅନୁବାଦ: “ଯୂନସ ଦୋଷୀ ବ୍ୟକ୍ତି ବୋଲି ଗୁଲିବାଣ୍ଟ ଦର୍ଶାଇଲା” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
Jonah 1:8
וַיֹּאמְר֣וּ אֵלָ֔יו
“ତା’ପରେ ଜାହାଜରେ କାମ କରୁଥିବା ଲୋକମାନେ ଯୂନସଙ୍କୁ କହିଲେ”
הַגִּידָה־נָּ֣א לָ֔נוּ בַּאֲשֶׁ֛ר לְמִי־הָרָעָ֥ה הַזֹּ֖את לָ֑נוּ
ଆମ ସହିତ ଘଟୁଥିବା ଏହି ବିପଦର କାରଣ କିଏ"
Jonah 1:9
יְהוָ֞ה אֱלֹהֵ֤י הַשָּׁמַ֨יִם֙ אֲנִ֣י יָרֵ֔א
ଏଠାରେ ଭୟ ଶବ୍ଦର ଅର୍ଥ ଏହା ଯେ ଯୂନସ ସଦାପ୍ରଭୁଙ୍କୁ ଉପାସନା କରିଥିଲେ ଏବଂ ଅନ୍ୟ କୌଣସି ଦେବତାକୁ ନୁହେଁ।
Jonah 1:10
וַיִּֽירְא֤וּ הָֽאֲנָשִׁים֙ יִרְאָ֣ה גְדוֹלָ֔ה
“ତା’ପରେ ଲୋକମାନେ ମହାଭୀତ ହେଲେ”
מַה־זֹּ֣את עָשִׂ֑יתָ
ଜାହାଜରେ ଥିବା ଲୋକମାନେ ଯୂନସଙ୍କ ଉପରେ କେତେ ଭୟଭୀତ ଓ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଏକ ଭୟଙ୍କର କର୍ମ କରିଅଛ!” ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)ଦେଖନ୍ତୁ)
מִלִּפְנֵ֤י יְהוָה֙
ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ସୂଚାଏ ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତିରେ ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଯୂନସ ପଳାଇଯାଇ ଭାବୁଛନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିପାରିବେ ନାହିଁ । ବିକଳ୍ପ ଅନୁବାଦ: “ସଦାପ୍ରଭୁଙ୍କ ଉପସ୍ଥିତିରୁ” କିମ୍ବା “ସଦାପ୍ରଭୁଙ୍କଠାରୁ” ଉପମା/ରୂପକ) ଦେଖନ୍ତୁ)
כִּ֥י הִגִּ֖יד לָהֶֽם
ନାବିକମାନେ ଗୁଲିବାଣ୍ଟ କରିବା ପୂର୍ବରୁ, ଯୂନସ ସେମାନଙ୍କୁ କହିଲେ ଯେ ସେ ଉପାସନା କରୁଥିବା ଈଶ୍ୱର ଯିହୋବାଙ୍କଠାରୁ ଦୂରେଇ ଯାଉଛନ୍ତି। ପୃଷ୍ଠଭୂମି ସୂଚନା ସଂଯୋଗ କରନ୍ତୁ) ଦେଖନ୍ତୁ)
כִּ֥י הִגִּ֖יד לָהֶֽם
ସେ ସେମାନଙ୍କୁ ଯାହା କହିଲେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “କାରଣ ସେ ସେମାନଙ୍କୁ କହିଲେ,‘ମୁଁ ଯିହୋବାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। ’” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
Jonah 1:11
וַיֹּאמְר֤וּ אֵלָיו֙
“ଏହା ପରେ ଜାହାଜରେ ଥିବା ଲୋକମାନେ ଯୂନସକୁ କହିଲେ" କିମ୍ବା "ନାବିକମାନେ ଯୂନସଙ୍କୁ କହିଲେ”
מַה־נַּ֣עֲשֶׂה לָּ֔ךְ וְיִשְׁתֹּ֥ק הַיָּ֖ם מֵֽעָלֵ֑ינוּ
“ସମୁଦ୍ରକୁ ଶାନ୍ତ କରିବା ପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?”
הַיָּ֖ם הוֹלֵ֥ךְ וְסֹעֵֽר
ଏହା ଏକ ରୂଢ଼ି ଅଟେ ଅର୍ଥାତ ସମୁଦ୍ର ପ୍ରଚଣ୍ଡତର ହେବାକୁ ଲାଗିଲା । ବିକଳ୍ପ ଅନୁବାଦ: “ଝଡ଼ ବୃଦ୍ଧି ହେଉଥିଲା” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
הַיָּ֖ם הוֹלֵ֥ךְ וְסֹעֵֽר
ଏହି କାରଣରୁ ଲୋକମାନେ ଯୂନସଙ୍କୁ କଣ କରିବା ଉଚିତ୍ ବୋଲି ପଚାରିଥିଲେ। ଯଦି ଆପଣଙ୍କ ଭାଷାରେ ପ୍ରଥମ କାରଣ ଦର୍ଶାଇବା ଅଧିକ ସ୍ପଷ୍ଟ ହୁଏ, ତେବେ ଏହା 11 ପଦର ପ୍ରାରମ୍ଭରେ “ତେଣୁ” କିମ୍ବା “ତେଣୁକରି” ଭଳି ଶବ୍ଦ ସହିତ ସଂଯୋଗ କରାଯାଇପାରେ । ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)ଦେଖନ୍ତୁ)
Jonah 1:12
כִּ֚י יוֹדֵ֣עַ אָ֔נִי כִּ֣י בְשֶׁלִּ֔י הַסַּ֧עַר הַגָּד֛וֹל הַזֶּ֖ה עֲלֵיכֶֽם
“କାରଣ ମୁଁ ଜାଣେ ଯେ ଏହି ମହାତୋଫାନର କାରଣ ମୁଁ ଅଟେ”
Jonah 1:13
וַיַּחְתְּר֣וּ הָאֲנָשִׁ֗ים לְהָשִׁ֛יב אֶל־הַיַּבָּשָׁ֖ה
ଏହି ଲୋକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କଲେ ନାହିଁ, ତେଣୁ ସେମାନେ ଯୂନସଙ୍କ ପରାମର୍ଶ ଅନୁଯାୟୀ ତାହା କଲେ ନାହିଁ। ଏହି ସୂଚନାକୁ ସ୍ପଷ୍ଟ କରାଯାଇପାରିବ । ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
הַיָּ֔ם הוֹלֵ֥ךְ וְסֹעֵ֖ר
“ସମୁଦ୍ର ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା ଏବଂ ତରଙ୍ଗ ବଡ ହେଲା" ଏହି ରୂଢ଼ିକୁ ପଦ verse 11 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
Jonah 1:14
וַיִּקְרְא֨וּ
“ଏ ହେତୁରୁ ସେମାନେ ପ୍ରାର୍ଥନା କରି କହିଲେ" କିମ୍ବା "କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା।”
וַיִּקְרְא֨וּ אֶל־יְהוָ֜ה
“ଏହେତୁରୁ ଲୋକମାନେ ଯିହୋବାଙ୍କ ନିକଟରେ ପ୍ରାର୍ଥନା କରି କହିଲେ”
אָנָּ֤ה
ଏହି ପ୍ରସଙ୍ଗରେ, ଆଃ! ଶବ୍ଦ! ତୀବ୍ର ନିରାଶାକୁ ପ୍ରକାଶ କରେ । ଏହି ଭାବନାକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତୁ । ବିସ୍ମୟ ସୂଚକ ଅବ୍ୟୟଗୁଡ଼ିକ) ଦେଖନ୍ତୁ)
אָנָּ֤ה יְהוָה֙ אַל־נָ֣א נֹאבְדָ֗ה בְּנֶ֨פֶשׁ֙ הָאִ֣ישׁ הַזֶּ֔ה
“ହେ ଯିହୋବା, ଦୟାକରି ଆମକୁ ନାଶ କର ନାହିଁ କାରଣ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲିଦେଲୁ କିମ୍ବା ହେ ସଦାପ୍ରଭୁ, ଯଦିଓ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲି ଦେଉଅଛୁ, ଦୟାକରି ଆମକୁ ନାଶ କର ନାହିଁ”
וְאַל־תִּתֵּ֥ן עָלֵ֖ינוּ דָּ֣ם נָקִ֑יא
ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ଜଣେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରିବାରୁ ଆମକୁ ଦୋଷୀ ମନେ କର ନାହିଁ।” ବିକଳ୍ପ ଅନୁବାଦ: “ଏବଂ ଦୟାକରି ତାଙ୍କ ମୃତ୍ୟୁ ପାଇଁ ଆମକୁ ଦୋଷ ଦିଅନ୍ତୁ ନାହିଁ” କିମ୍ବା “ଏବଂ ମୃତ୍ୟୁବରଣ କରିବାକୁ ଯୋଗ୍ୟ ନଥିବା ବ୍ୟକ୍ତିଙ୍କୁ ହତ୍ୟା କରିଥିବାରୁ ଆମକୁ ଦାୟୀ କରନ୍ତୁ ନାହିଁ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
אַתָּ֣ה יְהוָ֔ה כַּאֲשֶׁ֥ר חָפַ֖צְתָּ עָשִֽׂיתָ
“ହେ ଯିହୋବା, ଏହିପରି ଭାବରେ କାର୍ଯ୍ୟ କରିବାକୁ ଆପଣ ବାଛିଛନ୍ତି କିମ୍ବା ଆପଣ, ସଦାପ୍ରଭୁ, ଏହି ସବୁ ଘଟାଇଅଛନ୍ତି”
Jonah 1:15
וַיַּעֲמֹ֥ד הַיָּ֖ם מִזַּעְפּֽוֹ
“ସମୁଦ୍ର ଆପଣା ପ୍ରଚଣ୍ତତାରୁ ନିବୃତ୍ତ ହେଲା
וַיַּעֲמֹ֥ד הַיָּ֖ם מִזַּעְפּֽוֹ
ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ସମୁଦ୍ର ଶାନ୍ତ ହେଲା”
Jonah 1:16
וַיִּֽירְא֧וּ הָאֲנָשִׁ֛ים יִרְאָ֥ה גְדוֹלָ֖ה אֶת־יְהוָ֑ה
“ଏହା ପରେ ଲୋକମାନେ ଯିହୋବାଙ୍କ ଶକ୍ତିରେ ଅତ୍ୟଧିକ ବିସ୍ମିତ ହେଲେ କିମ୍ବା ସେହି ଲୋକମାନେ ଅତିଶୟ ଭାବରେ ଯିହୋବାଙ୍କୁ ଉପାସନା କଲେ”
Jonah 1:17
କେତେକ ସଂସ୍କରଣ ଏହି ପଦକୁ ଅଧ୍ୟାୟ 2 ର ପ୍ରଥମ ପଦ ଭାବରେ ଉଲ୍ଲେଖ କରେ । ଆପଣ ଆପଣଙ୍କ ଭାଷାଗୋଷ୍ଠୀ ବ୍ୟବହାର କରୁଥିବା ମୁଖ୍ୟ ସଂସ୍କରଣ ଅନୁଯାୟୀ ପଦଗୁଡ଼ିକୁ ସଂଖ୍ୟା ନିର୍ଣ୍ଣୟ କରନ୍ତୁ ।
וַיְמַ֤ן יְהוָה֙ דָּ֣ג גָּד֔וֹל לִבְלֹ֖עַ אֶת־יוֹנָ֑ה
ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ଯିହୋବା ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ ବର୍ତ୍ତମାନ ଶବ୍ଦ ବ୍ୟବହୃତ ହୋଇଅଛି ।ଏକ ନୂତନ ଘଟଣାର ପରିଚୟ)ଦେଖନ୍ତୁ)
שְׁלֹשָׁ֥ה יָמִ֖ים וּשְׁלֹשָׁ֥ה לֵילֽוֹת
ଏହି ଅଭିବ୍ୟକ୍ତି ଏବ୍ରୀୟ ଭାଷାରେ ଏକ ରୂଢ଼ି ଅଟେ ଯାହାର ଅର୍ଥ “କେତେକ ଦିନ” କିମ୍ବା “କିଛି ଦିନ” କିନ୍ତୁ ଏହା ଅନିଶ୍ଚିତ ଅଟେ । ବିକଳ୍ପ ଅନୁବାଦ: “ତିନି ଦିନ ଏବଂ ରାତି”ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
Jonah 2
ଯୂନସ 2 ସାଧାରଣ ଟିପ୍ପଣୀ
ଗଠନ ଏବଂ ଆକାର
ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏକ ରେଖା ଟାଣି ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକଗଣ ଏହିପରି କରି ପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ସମୁଦ୍ର
ଏହି ଅଧ୍ୟାୟରେ ସମୁଦ୍ର ପାଇଁ ଅନେକ ଶବ୍ଦ ଅଛି ।
ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଆଳଙ୍କାରିକ ଶବ୍ଦଗୁଡ଼ିକ
କାବ୍ୟକବିତା
ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ସମୁଦ୍ର ଉଦରରେ ଏହା ପ୍ରକାଶ କରିଥିଲେ ଉପମା/ରୂପକ) ଦେଖନ୍ତୁ)
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ପଶ୍ଚାତ୍ତାପ
ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରନ୍ତି । ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ଅଛି । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ। ଅନୁତାପ କରିବା, ପଶ୍ଚାତାପ କରିବା and ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ) ଦେଖନ୍ତୁ)
Jonah 2:1
יְהוָ֖ה אֱלֹהָ֑יו
ଏହାର ଅର୍ଥ ଯିହୋବା, "ସେ ଉପାସନା କରୁଥିବା ଈଶ୍ୱର।" ତାଙ୍କର ଶବ୍ଦର ଅର୍ଥ ଈଶ୍ଵର ଯୂନସଙ୍କର ଥିଲେ ନୁହେଁ ।
Jonah 2:2
וַיֹּ֗אמֶר
“ଯୂନସ କହିଲେ”
קָ֠רָאתִי מִצָּ֥רָה לִ֛י אֶל־יְהוָ֖ה וַֽיַּעֲנֵ֑נִי
ଏହି ଧାଡ଼ିଟି ମତ୍ସ୍ୟ ଉଦରରେ ଥାଇ ଯୂନସଙ୍କ ଅନୁଭୂତି ଏବଂ ପ୍ରାର୍ଥନା ବର୍ଣ୍ଣନା କରୁଥିବା ଏକ କବିତାରୁ ଆରମ୍ଭ ହୁଏ । ଏହି ପଦରେ ଯୂନସ ଯେଉଁ ସମୟରେ ପ୍ରାର୍ଥନା କରିଥିଲେ, କେଉଁ ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ ତାହା ଏହି କବିତା ପ୍ରକାଶ କରେ ନାହିଁ କାରଣ କବିତାଟି ପରବର୍ତ୍ତୀ ସମୟରେ ଲେଖାଯାଇଥିଲା, ଯୂନସଙ୍କ ମତ୍ସ୍ୟ ଉଦରରେ ଥିବା ଅନୁଭୂତି, ତାଙ୍କ ପ୍ରାର୍ଥନା ଏବଂ ଈଶ୍ଵରଙ୍କ ଉତ୍ତରଗୁଡ଼ିକ ଯେପରି ଏହି ଘଟଣା ପୂର୍ବରୁ ଘଟିଥିବାର ବର୍ଣ୍ଣନା କରାଯାଇଅଛି । କବିତାର ଏହି ପ୍ରଥମ ଧାଡିର ଅର୍ଥ ଏହା ବୁଝାଏ: ପ୍ରାର୍ଥନାର ବର୍ଣ୍ଣନାର ଏକ ଅଂଶ ଭାବରେ ଯିହୋବାଙ୍କୁ ସମ୍ବୋଧିତ କରେ; କିମ୍ବା ଯେପରି ଅନ୍ୟ ଜଣଙ୍କୁ ସମ୍ବୋଧିତ କରାଯାଉଥିବା ପ୍ରାର୍ଥନାର ସବିଶେଷ ତଥ୍ୟର ପରିଚୟ ଭାବରେ ବୁଝାଏ । "ପରିତ୍ରାଣ ଯିହୋବାଙ୍କର ଅଟେ!" 2:9 ରେ ବାକ୍ୟାଂଶ ସମ୍ବନ୍ଧୀୟ ଟିପ୍ପଣୀ ମଧ୍ୟ ଦେଖନ୍ତୁ । କବିତା) ଦେଖନ୍ତୁ)
קָ֠רָאתִי מִצָּ֥רָה לִ֛י אֶל־יְהוָ֖ה
“ମୁଁ ମୋର ବହୁତ ଦୁଃଖ ସକାଶୁ ଯିହୋବାଙ୍କ ନିକଟରେ ପ୍ରାର୍ଥନା କଲି” କିମ୍ବା “ଯିହୋବା, ମୋର ସଙ୍କଟ ସମୟରେ ମୁଁ ତୁମ୍ଭକୁ ଡାକିଲି”
וַֽיַּעֲנֵ֑נִי
ଯିହୋବା ମୋତେ ଉତ୍ତର ଦେଲେ କିମ୍ବା ସେ ମୋତେ ସାହାଯ୍ୟ କଲେ କିମ୍ବା ତୁମ୍ଭେ ମୋତେ ଉତ୍ତର ଦେଲ।
מִבֶּ֧טֶן שְׁא֛וֹל
ଶିଅଲରୁ" କିମ୍ବା "ଶିଅଲ ଗଭୀରତାରୁ" ର ସମ୍ଭାବ୍ୟ ଅର୍ଥ: (1) ଯୂନସ ମାଛର ଉଦରରେ ଥିବା ବିଷୟକୁ ପାତାଳରେ ଥିବା ପରି ସୂଚାଉଥିଲେ; କିମ୍ବା (2) ଯୂନସ ବିଶ୍ଵାସ କଲେ ଯେ ସେ ମରିବେ ଏବଂ ପାତାଳକୁ ଯିବେ; କିମ୍ବା (3) ସେ ଯେପରି ମରିଛନ୍ତି ଏବଂ ନର୍କକୁ ଯାଇଛନ୍ତି ବୋଲି କହୁଥିଲେ । ( ଉପମା/ରୂପକ ଦେଖନ୍ତୁ)
שְׁא֛וֹל
ଲୋକମାନେ ମରିବା ପରେ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନର ନାମ ଶିଅଲ ଥିଲା । ଏହା ଭୂମି ତଳେ ଥିବା ଏକ ଛାୟା ଦୁନିଆ ବୋଲି ବିଶ୍ୱାସ କରାଯାଉଥିଲା । ଏହା ନୂତନ ନିୟମର "ନର୍କ" ପରି ପ୍ରତୀତ ହୁଏ, ଯେଉଁଠାରେ ମୃତମାନେ ସେମାନଙ୍କର ବିଚାରକୁ ଅପେକ୍ଷା କରନ୍ତି (ପ୍ରକା. 20:13 ଦେଖନ୍ତୁ) । ଯଦି ଆପଣଙ୍କର ଭାଷାର ଏହି ସ୍ଥାନ ପାଇଁ ଏକ ଶବ୍ଦ ଅଛି, ଆପଣ ହୁଏତ ସେହି ଶବ୍ଦକୁ ଏଠାରେ ବ୍ୟବହାର କରିପାରିବେ, କିମ୍ବା " ଶିଅଲ" ଶବ୍ଦକୁ ବ୍ୟବହାର କରିପାରିବେ । ନାମଗୁଡ଼ିକୁ କିପରି ଅନୁବାଦ କରିବେ।)ଦେଖନ୍ତୁ)
שָׁמַ֥עְתָּ קוֹלִֽי
ଏହି ବାକ୍ୟାଂଶର ଅର୍ଥ ବୋଧହୁଏ ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅଟେ । ଏହି ବାକ୍ୟାଂଶର ଆକ୍ଷରିକ ଅର୍ଥ ଏହା ଯେ ଯେବେ ଯୂନସ ମତ୍ସ୍ୟ ଉଦରରୁ ପ୍ରାର୍ଥନା କରୁଥିଲେ ସଦାପ୍ରଭୁ ଯୂନସଙ୍କ ପ୍ରାର୍ଥନାକୁ ଶୁଣିଥିଲେ । ତଥାପି, “କାହାର ସ୍ୱର ଶୁଣିବା” ପୁରାତନ ନିୟମରେ ଏହି ବାକ୍ୟାଂଶର ଅର୍ଥ “ଶୁଣିବା ଏବଂ ମାନିବା” ଅଟେ । ଏହି ପରିପ୍ରେକ୍ଷୀରେ, ଯୂନସ ପ୍ରକାଶ କରୁଛନ୍ତି ଯେ ଯିହୋବା ଉଭୟ ତାଙ୍କ କଥା ଶୁଣିଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ। ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
Jonah 2:3
בִּלְבַ֣ב יַמִּ֔ים
ଏଠାରେ ହୃଦୟ ରୂପକ ଅଳଙ୍କାର ଅଟେ ଯାହାର ଅର୍ଥ “ଭିତରେ ରହିବା” ଅଟେ । "ହୃଦୟର" ବାକ୍ୟାଂଶର ଅର୍ଥ "ମଧ୍ୟରେ" କିମ୍ବା "ସମୁଦ୍ର ଜଳ ଦ୍ୱାରା ସମ୍ପୁର୍ଣ୍ଣ ଘେରି ରହିବା" ଅଟେ। ବିକଳ୍ପ ଅନୁବାଦ: "ସମୁଦ୍ର ମଧ୍ୟରେ" ଉପମା/ରୂପକ) ଦେଖନ୍ତୁ)
וְנָהָ֖ר יְסֹבְבֵ֑נִי
“ସମୁଦ୍ରର ଜଳ ମୋତେ ଚାରିଆଡ଼େ ଘେରିଲା”
מִשְׁבָּרֶ֥יךָ וְגַלֶּ֖יךָ
ଏହି ଦୁଇଟି ସମୁଦ୍ର ପୃଷ୍ଠରେ ବ୍ୟାଘାତର କାରଣ ଅଟଇ । ସେଗୁଡ଼ିକୁ ଗୋଟିଏ ଶବ୍ଦରେ ଯଥା ‘ ତରଙ୍ଗ’ ବୋଲି ପ୍ରକାଶ କରାଯାଇ ପାରିବ। ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)ଦେଖନ୍ତୁ)
Jonah 2:4
וַאֲנִ֣י
ଏହି ଅଭିବ୍ୟକ୍ତି ଦର୍ଶାଏ ଯେ ଯିହୋବାଙ୍କ କାର୍ଯ୍ୟଗୁଡ଼ିକ ମଧ୍ୟରେ ଏକ ପାର୍ଥକ୍ୟ ଅଛି, ଯାହା ଯୂନସ ବର୍ତ୍ତମାନ ନିଜର ପ୍ରତିକ୍ରିୟା ମଧ୍ୟରେ କହିଥିଲେ । ବିକଳ୍ପ ଅନୁବାଦ: "ତା’ପରେ ମୁଁ"ସଂଯୋଗ – ବୈପରୀତ୍ୟ ସମ୍ପର୍କ)ଦେଖନ୍ତୁ)
נִגְרַ֖שְׁתִּי
ଏହି ବାକ୍ୟାଂଶକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ବାହାର କରିଦେଲ" କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)ଦେଖନ୍ତୁ)
מִנֶּ֣גֶד עֵינֶ֑יךָ
ଏଠାରେ ଆଖି ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହାର ଅର୍ଥ ଦେଖିବା, ଏବଂ ଦେଖିବା ଈଶ୍ଵରଙ୍କ ଜ୍ଞାନ, ଦୃଷ୍ଟି ଏବଂ ଧ୍ୟାନର ଲକ୍ଷଣାତ୍ମକ ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭ ସମ୍ମୁଖରେ" କିମ୍ବା "ତୁମ୍ଭର ଉପସ୍ଥିତିରୁ" କିମ୍ବା "ଯେଉଁଠାରେ ତୁମ୍ଭେ ମୋତେ ଦୃଷ୍ଟି ନକର" । ଲାକ୍ଷଣିକ ଶବ୍ଦ) ଦେଖନ୍ତୁ)
אַ֚ךְ אוֹסִ֣יף לְהַבִּ֔יט אֶל־הֵיכַ֖ל קָדְשֶֽׁךָ
ଯୂନସ ଭାବନ୍ତି ଯେ, ଏହା ସତ୍ତ୍ବେ ଈଶ୍ଵର ତାଙ୍କୁ ଯିରୂଶାଲମରେ ମନ୍ଦିର ଦେଖିବାକୁ ଅନୁମତି ଦେବେ ।
Jonah 2:5
אֲפָפ֤וּנִי מַ֨יִם֙ עַד־נֶ֔פֶשׁ תְּה֖וֹם יְסֹבְבֵ֑נִי
ନିଜ ପରିସ୍ଥିତିର ଗମ୍ଭୀରତା ଏବଂ ନିରାଶାକୁ ପ୍ରକାଶ କରିବାକୁ ଯୂନସ ଦୁଇଟି ସମାନ ବାକ୍ୟାଂଶ ବ୍ୟବହାର କରନ୍ତି ।ସମାନ୍ତରତାସୂଚକ)ଦେଖନ୍ତୁ)
מַ֨יִם֙
ଏଠାରେ ଜଳ ସମୁଦ୍ରକୁ ସୂଚାଏ।
עַד־נֶ֔פֶשׁ
ଏଠାରେ ଏବ୍ରୀୟ ଶବ୍ଦ ଜୀବନ ର ଅର୍ଥ ମୋର ଜୀବନ କିମ୍ବା ମୋର ବେକ କିମ୍ବା ମୋର ପ୍ରାଣ ହୋଇପାରେ । ଯେକୌଣସି ପରିସ୍ଥିତିରେ ଜଳ ତାଙ୍କୁ ମାରିବାକୁ ଧମକ ଦେଉଥିଲା। ବିକଳ୍ପ ଅନୁବାଦ: "ମୋର ବେକ ପର୍ଯ୍ୟନ୍ତ" କିମ୍ବା "ମୋ ପ୍ରାଣ ପର୍ଯ୍ୟନ୍ତ"
תְּה֖וֹם יְסֹבְבֵ֑נִי
“ଗଭୀର ଜଳ ମୋତେ ଚାରିଆଡ଼େ ଘେରିଥିଲା”
ס֖וּף
ଦଳ ଏକ ଘାସ ଅଟେ ଯାହା ସମୁଦ୍ରରେ ଅଙ୍କୁରିତ ହୁଏ ।
Jonah 2:6
הָאָ֛רֶץ בְּרִחֶ֥יהָ בַעֲדִ֖י לְעוֹלָ֑ם
ପୃଥିବୀକୁ ଏକ କାରାଗାର ସହିତ ତୁଳନା କରିବା ପାଇଁ ଏଠାରେ ଯୂନସ ଏକ ରୂପକ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ପୃଥିବୀ ଏକ କାରାଗାର ପରି ଥିଲା ଯାହା ମୋତେ ସବୁଦିନ ପାଇଁ ବନ୍ଦି କରିବାକୁ ଯାଉଥିଲା” ଉପମା/ରୂପକ)ଦେଖନ୍ତୁ)
וַתַּ֧עַל מִשַּׁ֛חַת חַיַּ֖י
ଏଠାରେ ଗର୍ତ୍ତ ଶବ୍ଦର ଦୁଇଟି ସମ୍ଭାବ୍ୟ ଅର୍ଥ ଅଛି: 1) ଏହା ଏକ ଗଭୀର ଭୂତଳ କିମ୍ବା ପାଣିତଳେ ଅବସ୍ଥିତ ଏକ ସ୍ଥାନକୁ ବର୍ଣ୍ଣନା କରିବାର ଏକ ଉପାୟ ହୋଇପାରେ, କିମ୍ବା 2) ଏହା ଏକ ରୂପକ ଶବ୍ଦ ହୋଇପାରେ ଯାହା ମୃତମାନଙ୍କର ସ୍ଥାନ ଅଟେ (ରୂପକ ଅଳଙ୍କାର ଦେଖନ୍ତୁ) ଉଭୟ ପରିସ୍ଥିତିରେ, ଏହି ଶବ୍ଦଟି ସୂଚିତ କରେ ଯେ ଯୂନସ ନିଶ୍ଚିତ ଥିଲେ ଯେ ସେ ମରିବେ । ବିକଳ୍ପ ଅନୁବାଦ: "କିନ୍ତୁ ତୁମ୍ଭେ ମୋତେ ଗଭୀର ସ୍ଥାନରେ ମୃତ୍ୟୁରୁ ରକ୍ଷା କଲ ”କିମ୍ବା“ କିନ୍ତୁ ତୁମ୍ଭେ ମୋ ଜୀବନକୁ ମୃତ ସ୍ଥାନରୁ ରକ୍ଷା କରିଅଛ ”
יְהוָ֥ה אֱלֹהָֽי
କେତେକ ଭାଷାରେ, ଏହାକୁ ବାକ୍ୟର ଆରମ୍ଭରେ କିମ୍ବା "ତୁମ୍ଭ" ଶବ୍ଦ ପୂର୍ବରୁ ଉଲ୍ଲେଖ କରିବା ଅଧିକ ସ୍ୱାଭାବିକ ହୋଇପାରେ ।”
Jonah 2:7
בְּהִתְעַטֵּ֤ף עָלַי֙ נַפְשִׁ֔י
ଏହି ବାକ୍ୟର ଅର୍ଥ ହୋଇପାରେ: 1) ଯୂନସ ଯେତେବେଳେ ସଦାପ୍ରଭୁଙ୍କୁ ମନେ ପକାଉଥିଲେ, ସେ ମରୁଥିଲେ; କିମ୍ବା 2) ଯୂନସ ଉଦ୍ଧାର ହେବାର ଆଶା ଛାଡିଥିଲେ ଏବଂ ସେ ମରିବେ ବୋଲି ନିଜକୁ ସମର୍ପଣ କରିଥିଲେ । ବିକଳ୍ପ ଅନୁବାଦ: "ଯେତେବେଳେ ମୋ ଜୀବନ ମୋ ଠାରୁ ଦୂରେଇ ଯାଉଥିଲା" କିମ୍ବା "ଯେତେବେଳେ ମୋ ଭିତରର ପ୍ରାଣ ଦୁର୍ବଳ ହୋଇଗଲା" । ଏକକାଳୀନ ସମୟ ସମ୍ପର୍କ ସଂଯୋଗ କରନ୍ତୁ)ଦେଖନ୍ତୁ)
אֶת־יְהוָ֖ה זָכָ֑רְתִּי
ଯେହେତୁ ଯୂନସ ଯିହୋବାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ, ତେଣୁ କେତେକ ଭାଷାରେ ଏହିପରି କହିବା ଏହା ଅଧିକ ସ୍ପଷ୍ଟ ହୋଇପାରେ ଯେପରି " ମୁଁ ତୁମ୍ଭ ବିଷୟରେ ଭାବିଲି, ହେ ଯିହୋବା " କିମ୍ବା "ହେ ଯିହୋବା, ମୁଁ ତୁମ୍ଭ ବିଷୟରେ ଭାବିଲି।"
וַתָּב֤וֹא אֵלֶ֨יךָ֙ תְּפִלָּתִ֔י אֶל־הֵיכַ֖ל קָדְשֶֽׁךָ
ଯୂନସ କହନ୍ତି ଯେପରି ତାଙ୍କର ପ୍ରାର୍ଥନା ଈଶ୍ଵର ଏବଂ ତାଙ୍କ ମନ୍ଦିର ପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥନା ଯାତ୍ରା କରି ଯାଇପାରିବ । ଏହାର ଅର୍ଥ ଏହା ଯେ ଯେ ଈଶ୍ଵର ତାଙ୍କ ପ୍ରାର୍ଥନା ଶୁଣି ଏହାର ଉତ୍ତର ଦେବେ । ବିକଳ୍ପ ଅନୁବାଦ: "ତାପରେ ତୁମ୍ଭେ ତୁମ୍ଭର ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ" ଉପମା/ରୂପକ)ଦେଖନ୍ତୁ)
הֵיכַ֖ל קָדְשֶֽׁךָ
ଏଠାରେ ବାକ୍ୟାଂଶ ପବିତ୍ର ମନ୍ଦିର ଆକ୍ଷରିକ ବା ଆଳଙ୍କାରିକ ଅର୍ଥ ହୋଇପାରେ, କିମ୍ବା ଉଭୟ ହୋଇପାରେ । ୟୂନସ ହୁଏତ ଆକ୍ଷରିକ ମନ୍ଦିର ଯିରୂଶାଲମ ବିଷୟରେ ବ୍ୟକ୍ତ କରୁଥିଲେ କିମ୍ବା ସେ ଈଶ୍ଵରଙ୍କ ବାସସ୍ଥାନ ସ୍ୱର୍ଗ ବିଷୟରେ କହୁଥିଲେ । UST ଦେଖନ୍ତୁ । ଲାକ୍ଷଣିକ ଶବ୍ଦ)
נַפְשִׁ֔י
ଏଠାରେ ଏବ୍ରୀୟ ଶବ୍ଦ ମୋର ଆତ୍ମା, ମୋ ଜୀବନକୁ ମଧ୍ୟ ବୁଝାଏ ।
Jonah 2:8
מְשַׁמְּרִ֖ים הַבְלֵי־שָׁ֑וְא
ଏଠାରେ ଖାଲି ଅସାରତା ଶବ୍ଦଟି ବୋଧହୁଏ ମିଥ୍ୟା ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଦର୍ଶାଉଥିବା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ଅଦରକାରୀ ପ୍ରତିମା ପ୍ରତି ଧ୍ୟାନ ଦିଅନ୍ତି” କିମ୍ବା “ଯେଉଁମାନେ ଅଦରକାରୀ ଦେବତା ପ୍ରତି ମନୟଯୋଗ କରନ୍ତି” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
חַסְדָּ֖ם יַעֲזֹֽבוּ
ଏଠାରେ, ଚୁକ୍ତି ବିଶ୍ଵସ୍ତତାର ଅର୍ଥ 1) ଈଶ୍ଵରଙ୍କ ବିଶ୍ୱସ୍ତତା କିମ୍ବା 2) ଲୋକଙ୍କ ବିଶ୍ୱସ୍ତତାକୁ ସୂଚାଇପାରେ । ତେଣୁ, ଏହାର ଅର୍ଥ ହୋଇପାରେ 1) “ତୁମ୍ଭକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, କିଏ ସେମାନଙ୍କ ପ୍ରତି ବିଶ୍ୱସ୍ତ ହେବ” କିମ୍ବା 2) “ତୁମ୍ଭ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ତ୍ୟାଗ କରୁଛନ୍ତି”
Jonah 2:9
וַאֲנִ֗י
ଏହି ଅଭିବ୍ୟକ୍ତି ଦର୍ଶାଏ ଯେ ଯୂନସ ବର୍ତ୍ତମାନ ଏବଂ ନିଜ ବିଷୟରେ କହିଥିବା ଲୋକଙ୍କ ମଧ୍ୟରେ ଏକ ଭିନ୍ନତା ଅଛି । ସେମାନେ ଅଦରକାରୀ ଦେବତାଗଣକୁ ଧ୍ୟାନ ଦେଲେ, କିନ୍ତୁ ସେ ଯିହୋବାଙ୍କୁ ଉପାସନା କଲେ। ବିକଳ୍ପ ଅନୁବାଦ: "କିନ୍ତୁ ମୁଁ" ସଂଯୋଗ – ବୈପରୀତ୍ୟ ସମ୍ପର୍କ) ଦେଖନ୍ତୁ)
בְּק֤וֹל תּוֹדָה֙ אֶזְבְּחָה־לָּ֔ךְ
ଏହି ବାକ୍ୟାଂଶର ଅର୍ଥ ଯୂନସ ଯେତେବେଳେ ଈଶ୍ଵରଙ୍କ ପାଇଁ ଏକ ବଳିଦାନ ଦେବେ ସେତେବେଳେ ତାଙ୍କୁ ଧନ୍ୟବାଦ ଦେବେ । ଯୂନସ ଆନନ୍ଦରେ ଗୀତ ଗାଇ କିମ୍ବା ପାଟି କରି ଈଶ୍ଵଙ୍କୁ ଧନ୍ୟବାଦ ଦେବାକୁ ଯୋଜନା କରିଥିଲେ ନା ନାହିଁ ତାହା ସ୍ପଷ୍ଟ ନୁହେଁ।
יְשׁוּעָ֖תָה לַיהוָֽה
କବିତାର ଏହି ଶେଷ ଧାଡିର ଅର୍ଥ ଏପରି ବୁଝାଏ: 1) ପ୍ରାର୍ଥନାର ବର୍ଣ୍ଣନାର ଏକ ଅଂଶ ଭାବରେ ଯିହୋବାଙ୍କୁ ସମ୍ବୋଧିତ କରାଯାଇଥିଲା; କିମ୍ବା 2) ପ୍ରାର୍ଥନାର ବର୍ଣ୍ଣନାର ସମାପ୍ତି ଭାବରେ ଅନ୍ୟ ଜଣଙ୍କୁ ସମ୍ବୋଧିତ କରାଯାଇଥିଲା । "ମୁଁ ମୋର ଦୁଃଖ ସକାଶୁ ଯିହୋବାଙ୍କୁ ଡାକିଲି" ବାକ୍ୟାଂଶ ବିଷୟରେ 2:2 ରେ ଟିପ୍ପଣୀ ମଧ୍ୟ ଦେଖନ୍ତୁ ।
יְשׁוּעָ֖תָה לַיהוָֽה
ଏହାକୁ ପୁଣିଥରେ ଲେଖା ଯାଇପାରିବ ଯାହା ଦ୍ଵାରା ବିସ୍ତୃତ ବିଶେଷ୍ୟ ପରିତ୍ରାଣର ଅର୍ଥ ରକ୍ଷା ବୋଲି ପ୍ରକାଶ ପାଇବ । ବିକଳ୍ପ ଅନୁବାଦ: "କେବଳ ଯିହୋବା ଲୋକମାନଙ୍କୁ ରକ୍ଷା କରନ୍ତି" ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।) ଦେଖନ୍ତୁ)
Jonah 2:10
אֶל־הַיַּבָּשָֽׁה
“ଭୂମି ଉପରେ" କିମ୍ବା "କୂଳରେ”
Jonah 3
ଯୂନସ 3 ସାଧାରଣ ବିବରଣୀ
ଗଠନ ଏବଂ ଆକାର
ଏହି ଅଧ୍ୟାୟ ଯୂନସଙ୍କ ଜୀବନର ଏକ କାହାଣୀକୁ ଫେରେ
ପଶୁଗଣ
ରାଜାଙ୍କ ଘୋଷଣା ଅନୁଯାୟୀ, ପଶୁମାନେ ତାଙ୍କ ଦ୍ୱାରା ଦିଆଯାଇଥିବା ଉପବାସରେ ଅଂଶଗ୍ରହଣ କରିବାର ଥିଲା। ଏହା ବୋଧହୁଏ ସେମାନଙ୍କର ଅଧାର୍ମିକ ମାନସିକତାକୁ ସୂଚାଏ। ମୋଶାଙ୍କ ନିୟମରେ ଏପରି କିଛି ବିଷୟ ନଥିଲା ଯାହା ପଶୁମାନଙ୍କୁ କୌଣସି ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଏ । ବ୍ୟବସ୍ଥା,ମୋଶାଙ୍କ ବ୍ୟବସ୍ଥା, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା)ଦେଖନ୍ତୁ)
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ନୀନିବୀର ଆକାର
ଯେତେବେଳେ ଲେଖକ ନୀନିବୀର ଆକାର ବିଷୟରେ ଉଲ୍ଲେଖ କରନ୍ତି, ସେ ଦେଉଥିବା ମାପଗୁଡ଼ିକ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ଅନେକ ଜ୍ଞାନୀ ବ୍ୟକ୍ତିଙ୍କ ଅନୁଯାୟୀ ତିନି ଦିନିଆ ଯାତ୍ରା ବାକ୍ୟାଂଶଟି ଏବ୍ରୀୟ ଭାଷାରେ ଅସ୍ପଷ୍ଟ ଅଟେ । ଯୂନସଙ୍କ ସମୟରେ ନଗରଗୁଡ଼ିକ ଆଜି ପରି ବଡ଼ ନଥିଲା। ତେଣୁ ନୀନିବୀ ଏକ ବଡ଼ ସହର ହୋଇଥିଲେ ମଧ୍ୟ ଅଧିକାଂଶ ଆଧୁନିକ ସହର ପରି ଏହା ବଡ଼ ନଥିଲା ।
ଈଶ୍ଵର ଅନୁତାପ କରୁଛନ୍ତି କିମ୍ବା ପ୍ରାୟଶ୍ଚିତ କରୁଛନ୍ତି
ଏହି ଅଧ୍ୟାୟର ଶେଷ ପଦରେ କୁହାଯାଇଛି, ତେଣୁ ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। ଈଶ୍ଵରଙ୍କ ମନ ପରିବର୍ତ୍ତନ କରୁଥିବା ଏହି ଧାରଣା ତାଙ୍କ ଚରିତ୍ର ଏବଂ ଯୋଜନାଗୁଡ଼ିକ ପରିବର୍ତ୍ତନ ନହେବା ସହିତ ଅସଙ୍ଗତ ମନେହୁଏ । କିନ୍ତୁ ଏହି ପୁରା ପୁସ୍ତକଟି ମନୁଷ୍ୟ ଦୃଷ୍ଟିକୋଣରୁ ଲେଖାଯାଇଛି ଏବଂ ସେଥିପାଇଁ ଯୂନସ ଯେପରି ଦେଖିଲେ ସେହିପରି ଈଶ୍ଵରଙ୍କ କାର୍ଯ୍ୟଗୁଡ଼ିକୁ ଉପସ୍ଥାପନ କଲେ । ଈଶ୍ଵର ଯୂନସଙ୍କୁ ନୀନିବୀ ନଗରର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ବିଚାର କରିବାକୁ ଚେତାବନୀ ଦେବାକୁ କହିଥିଲେ।
ଯିହୋବା ଧାର୍ମିକ ଏବଂ ଦୟାଳୁ ଅଟନ୍ତି। କାରଣ ନୀନିବୀ ଲୋକମାନେ ଅନୁତାପ କଲେ ତେଣୁ ଏହି ଘଟଣାରେ ସେମାନଙ୍କର ବିଚାର କଲେ ନାହିଁ, ଏବଂ ଯୂନସ ଏହାକୁ ମନୁଷ୍ୟ ରୂପରେ ବର୍ଣ୍ଣନା କଲେ । ଯେପରି ଆରମ୍ଭରୁ ଏହା ଈଶ୍ଵରଙ୍କ ଯୋଜନା ଥିଲା ବୋଲି ପାଠକ ବୁଝିପାରିବେ ଧର୍ମ, ନ୍ୟାୟସଙ୍ଗତ, ଅଧାର୍ମିକ, ଅନ୍ୟାୟ, ଯଥାର୍ଥତା, ନ୍ୟାୟ, ଦୟା, ସ୍ନେହଶୀଳ ଏବଂ ବିଚାର କରିବା, ବିଚାରଏବଂ ମନ୍ଦ,ଦୁଷ୍ଟ,ଦୁଷ୍ଟାମି)ଦେଖନ୍ତୁ)
Jonah 3:1
וַיְהִ֧י דְבַר־יְהוָ֛ה
ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ । ସେହି ବାକ୍ୟାଂଶ କାହାଣୀର ପ୍ରଥମ ଅର୍ଦ୍ଧେକ (1:1) କୁ ପରିଚିତ କରାଏ । ଏକ ନୂତନ ଘଟଣାର ପରିଚୟ) ଦେଖନ୍ତୁ)
וַיְהִ֧י דְבַר־יְהוָ֛ה
ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯାହା ଯିହୋବା କୌଣସି ପ୍ରକାରେ କହିଥିଲେ .. ଆପଣ ଏହାକୁ 1:1 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିହୋବା ତାଙ୍କ ବାର୍ତ୍ତା କହିଲେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
Jonah 3:2
ק֛וּם לֵ֥ךְ אֶל־נִֽינְוֵ֖ה הָעִ֣יר הַגְּדוֹלָ֑ה
“ନୀନିବୀ ମହାନଗରକୁ ଯାଅ”
ק֛וּם
ଏଠାରେ ଉଠ, ଏକ ରୂଢ଼ି ଯୂନସକୁ ପରବର୍ତ୍ତୀ ଆଦେଶ ପାଳନ କରିବାକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ, ଯାହା “ଯାଅ” ଅଟେ । 1:2 ଏବଂ 1:3 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତି)
וִּקְרָ֤א אֵלֶ֨יהָ֙ אֶת־הַקְּרִיאָ֔ה אֲשֶׁ֥ר אָנֹכִ֖י דֹּבֵ֥ר אֵלֶֽיךָ
“ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ କହିବା, ତାହା ସେଠାରେ ଲୋକମାନଙ୍କୁ କୁହ”
Jonah 3:3
וַיָּ֣קָם יוֹנָ֗ה וַיֵּ֛לֶךְ אֶל־נִֽינְוֶ֖ה כִּדְבַ֣ר יְהוָ֑ה
ଏଠାରେ ଉଠ ଶବ୍ଦର ଅର୍ଥ ଯୂନସ ଈଶ୍ଵରଙ୍କ ଆଜ୍ଞା ପାଳନ କରି, ଯିବାକୁ ନିଷ୍ପତ୍ତି ନେଇଥିଲେ, ଏବଂ ଏଥର ସେ ଈଶ୍ଵରଙ୍କ ଅବମାନନା କରିବା ପରିବର୍ତ୍ତେ ଆଜ୍ଞା ପାଳନ କରିଥିଲେ । ବିକଳ୍ପ ଅନୁବାଦ: ଏଥର ଯୂନସ ଯିହୋବାଙ୍କ ଆଜ୍ଞା ପାଳନ କରି ନୀନିବୀକୁ ଗଲେ କିମ୍ବା "ଯୂନସ ସମୁଦ୍ର କୂଳ ଛାଡି ନୀନିବୀକୁ ଗଲେ, ଯେପରି ଯିହୋବା ତାଙ୍କୁ ଆଦେଶ ଦେଲେ।" ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
כִּדְבַ֣ר יְהוָ֑ה
“ଯିହୋବାଙ୍କ ବାର୍ତ୍ତା" କିମ୍ବା "ଯିହୋବାଙ୍କର ଆଦେଶ”
וְנִֽינְוֵ֗ה הָיְתָ֤ה עִיר־גְּדוֹלָה֙ לֵֽאלֹהִ֔ים מַהֲלַ֖ךְ שְׁלֹ֥שֶׁת יָמִֽים
ଏହି ବାକ୍ୟ ନୀନିବୀ ନଗରର ପୃଷ୍ଠଭୂମି ସୂଚନା ପ୍ରଦାନ କରେ । ପୃଷ୍ଠଭୂମି ସୂଚନା) ଦେଖନ୍ତୁ)
עִיר־גְּדוֹלָה֙ לֵֽאלֹהִ֔ים
ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ନଗରଟି ଦୁନିଆର ସବୁଠୁ ବଡ ସହର ଥିଲା । ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
מַהֲלַ֖ךְ שְׁלֹ֥שֶׁת יָמִֽים
ଏହା ଦର୍ଶାଏ ଯେ ନଗରର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ଜଣେ ବ୍ୟକ୍ତିଙ୍କୁ ତିନି ଦିନ ଚାଲିବାକୁ ପଡୁଥିଲା । ଏହାର ଅର୍ଥ ଏହା ମଧ୍ୟ ହୋଇପାରେ ଯେ ସମଗ୍ର ନଗରକୁ ଦେଖିବା ପାଇଁ ତିନି ଦିନ ଲାଗୁଥିଲା । ବିକଳ୍ପ ଅନୁବାଦ: "ଏକ ଏତେ ବଡ଼ ନଗର ଥିଲା ଯେ ଜଣେ ବ୍ୟକ୍ତିଙ୍କୁ ଏହି ନଗର ଦେଖିବା ନିମନ୍ତେ ତିନି ଦିନ ପଦଯାତ୍ରା କରିବାକୁ ପଡୁଥିଲା ।" ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
Jonah 3:4
וַיָּ֤חֶל יוֹנָה֙ לָב֣וֹא בָעִ֔יר מַהֲלַ֖ךְ י֣וֹם אֶחָ֑ד וַיִּקְרָא֙
ଏହି ବାକ୍ୟାଂଶର ଦୁଇଟି ଅର୍ଥ ଅଛି: 1) ଯୂନସ ଏକ ଦିନର ପଦଯାତ୍ରା କରି ସହରକୁ ଗଲେ, ତାପରେ ସେ ପ୍ରଚାର କରିବା ଆରମ୍ଭ କଲେ; କିମ୍ବା 2) ପ୍ରଥମ ଦିନ ଯୂନସ ସହର ଦେଇ ପଦଯାତ୍ରା କରିବା ସମୟରେ ସେ ପ୍ରଚାର କରିବା ଆରମ୍ଭ କଲେ ।
וַיִּקְרָא֙ וַיֹּאמַ֔ר
“ଏବଂ ସେ ପ୍ରଚାର କଲେ" କିମ୍ବା ଏବଂ "ସେ ଉଚ୍ଚୈଃସ୍ଵରରେ ପ୍ରଚାର କଲେ”
ע֚וֹד אַרְבָּעִ֣ים י֔וֹם
“40 ଦିନ ପରେ" କିମ୍ବା "40 ଦିନ" ପାଇଁ "40 ଦିନ ବାକି ଅଛି ଏବଂ”
אַרְבָּעִ֣ים י֔וֹם
40 ଦିନ ସଂଖ୍ୟାଗୁଡ଼ିକ) ଦେଖନ୍ତୁ)
Jonah 3:5
וַיִּקְרְאוּ־צוֹם֙
ଲୋକମାନେ ଈଶ୍ଵରଙ୍କ ପ୍ରତି ଉଭୟ ଦୁଃଖ କିମ୍ବା ଭକ୍ତି ଦେଖାଇବା ପାଇଁ ଉପବାସ କରିଥିଲେ । ପ୍ରତୀକାତ୍ମକ କାର୍ଯ୍ୟ)ଦେଖନ୍ତୁ)
וַיִּלְבְּשׁ֣וּ שַׂקִּ֔ים
ଲୋକମାନେ ଅଖା ପିନ୍ଧିବାର କାରଣକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ସେମାନେ ପାପ କରିଥିବାରୁ ଦୁଃଖିତ ବୋଲି ଦର୍ଶାଇବାକୁ ସେମାନେ ଅଖା କପଡା ମଧ୍ୟ ପିନ୍ଧିଥିଲେ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
מִגְּדוֹלָ֖ם וְעַד־קְטַנָּֽם
“ବଡ଼ଠାରୁ ସାନ ପର୍ଯ୍ୟନ୍ତ କିମ୍ବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲୋକ ଏବଂ ସମସ୍ତ ଗୁରୁତ୍ୱହୀନ ଲୋକ ସମେତ”
Jonah 3:6
הַדָּבָר֙
“ଯୂନସଙ୍କ ବାର୍ତ୍ତା”
וַיָּ֨קָם֙ מִכִּסְא֔וֹ
“ସେ ତାଙ୍କ ସିଂହାସନରୁ ଉଠିଲେ" କିମ୍ବା "ସେ ତାଙ୍କ ସିଂହାସନରୁ ଠିଆ ହେଲେ।" ରାଜା ନମ୍ର ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇବାକୁ ସେ ତାଙ୍କ ସିଂହାସନ ଛାଡିଥିଲେ। ପ୍ରତୀକାତ୍ମକ କାର୍ଯ୍ୟ)ଦେଖନ୍ତୁ)
מִכִּסְא֔וֹ
ଏକ ସିଂହାସନ ଏକ ସ୍ୱତନ୍ତ୍ର ଆସନ ଅଟେ ଯେଉଁଥିରେ ଜଣେ ରାଜା ରାଜା ଭାବରେ ନିଜର ରାଜକୀୟ କାର୍ଯ୍ୟ ସମ୍ପାଦନ କରିବା ସମୟରେ ବସନ୍ତି । ଏହା କେବଳ ରାଜାଙ୍କ ପାଇଁ ସଂରକ୍ଷିତ ଥାଏ ।
וַיֵּ֖שֶׁב עַל־הָאֵֽפֶר
ପାଉଁଶରେ ବସିବା ଅତ୍ୟନ୍ତ ନମ୍ରତା ଏବଂ ଦୁଃଖ ପ୍ରକାଶ କରିବାର ଏକ ଉପାୟ ଥିଲା । ଏହି ପରିପ୍ରେକ୍ଷୀରେ, ସେ ନିଜ ପାପ ପାଇଁ କେତେ ଦୁଃଖିତ ତାହା ପ୍ରକାଶ କରିବାକୁ ଏହା ଥିଲା। ପ୍ରତୀକାତ୍ମକ କାର୍ଯ୍ୟ) ଦେଖନ୍ତୁ)
Jonah 3:7
וַיַּזְעֵ֗ק וַיֹּ֨אמֶר֙…לֵאמֹ֑ר
“ସେ ଏକ ସାଧାରଣ ବାର୍ତ୍ତା ଘୋଷଣା କରିବାକୁ ପ୍ରେରଣ କଲେ" କିମ୍ବା "ସେ ନିଜ ବାର୍ତ୍ତାକୁ ଘୋଷଣା କରିବାକୁ ତାଙ୍କ ଦୂତମାନଙ୍କୁ ପଠାଇଲେ ।”
מִטַּ֧עַם הַמֶּ֛לֶךְ וּגְדֹלָ֖יו
“ରାଜା ଏବଂ ତାଙ୍କର ଅଧିକାରୀମାନଙ୍କ ପୂର୍ଣ୍ଣ ଅଧିକାର ସହିତ ଏକ ଆଦେଶ ।”
וּגְדֹלָ֖יו
ସମ୍ଭ୍ରାନ୍ତ ଶବ୍ଦଟି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କୁ ବୁଝାଏ ଯେଉଁମାନେ ରାଜାଙ୍କୁ ନଗରରେ ଶାସନ କରିବାରେ ସାହାଯ୍ୟ କରିଥିଲେ ।
הַבָּקָ֣ר וְהַצֹּ֗אן
“ଏହା ଦୁଇ ପ୍ରକାରର ପଶୁକୁ ସୂଚାଏ ଯାହାର ଲୋକେ ଯତ୍ନ ନିଅନ୍ତି । ଏକ ‘ଗାଈ ବା ଅନ୍ୟ ପଶୁଙ୍କର ଗୋଠ’ ଅନେକ ପଶୁପଲ (ଯେପରିକି ଗୋମେଷାଦି ପଲ) ଏବଂ ଏକ ‘ପଲ’ ଛୋଟ ପଶୁପଲ (ଯେପରିକି ମେଣ୍ଢା କିମ୍ବା ଛେଳି) ଦ୍ୱାରା ଗଠିତ । ବିକଳ୍ପ ଅନୁବାଦ: “ଗୃହପାଳିତ ପଶୁ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
אַ֨ל־יִרְע֔וּ וּמַ֖יִם אַל־יִשְׁתּֽוּ
ସେମାନେ କିଛି ଖାଇବା କିମ୍ବା ପିଇବା ଉଚିତ ନୁହେଁ" ସେମାନଙ୍କର ନ ଖାଇବା କିମ୍ବା ନ ପିଇବାର କାରଣ ସ୍ପଷ୍ଟଭାବେ ପ୍ରକାଶ କରାଯାଇପାରିବ " ନିଜ ପାପ ପାଇଁ ସେମାନେ ଦୁଃଖିତ ବୋଲି ଦେଖାଇବାକୁ।" (ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା ଦେଖନ୍ତୁ)
Jonah 3:8
וְהַבְּהֵמָ֔ה
ଏଠାରେ ପଶୁ ଶବ୍ଦଟି ଲୋକମାନେ ପାଳନ କରୁଥିବା ପଶୁମାନଙ୍କୁ ସୂଚାଏ ।
וְיִקְרְא֥וּ אֶל־אֱלֹהִ֖ים בְּחָזְקָ֑ה
“ଏବଂ ସେମାନେ ଯଥାର୍ଥ ଭାବରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ" ଲୋକମାନେ କେଉଁ ବିଷୟରେ ପ୍ରାର୍ଥନା କରିବା ଆବଶ୍ୟକ ତାହା ସ୍ପଷ୍ଟ କରା ଯାଇପାରିବ । ବିକଳ୍ପ ଅନୁବାଦ: “ଏବଂ ସେମାନେ ଈଶ୍ଵରଙ୍କ ନିକଟରେ ଉଚ୍ଚ ସ୍ୱରରେ ଚିତ୍କାର କରି, ଦୟା ପ୍ରାପ୍ତ କରିବାକୁ ପ୍ରାର୍ଥନା କରିବା ଆବଶ୍ୟକ ଅଟେ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
הֶחָמָ֖ס אֲשֶׁ֥ר בְּכַפֵּיהֶֽם
ଏଠାରେ ହସ୍ତ ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହାର ଅର୍ଥ କରିବା ଅଟେ । ଏହା ନୀନିବୀର ଲୋକମାନେ କରୁଥିବା ହିଂସାକୁ ସୂଚାଏ । ବିକଳ୍ପ ଅନୁବାଦ: "ସେ ହିଂସାତ୍ମକ କାର୍ଯ୍ୟ କରିଛନ୍ତି।" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
Jonah 3:9
מִֽי־יוֹדֵ֣עַ
ଲୋକମାନଙ୍କୁ ଏପରି ଏକ ବିଷୟ ଯାହା ସମ୍ଭବ କିନ୍ତୁ ଅନିଶ୍ଚିତ ତାହା ଭାବନ୍ତୁ ବୋଲି ରାଜା ଏହି ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଥିଲେ ଯଦି ସେମାନେ ପାପ କରିବା ବନ୍ଦ କରନ୍ତି, ତେବେ ଈଶ୍ଵର ସେମାନଙ୍କୁ ହତ୍ୟା କରିବେ ନାହିଁ । ଏହାକୁ ଏକ ବାକ୍ୟା ଭାବରେ ଅନୁବାଦ କରାଯାଇପାରେ: "ଆମ୍ଭେ ଜାଣି ନାହୁଁ" । କିମ୍ବା ଏହାକୁ ଗୋଟିଏ ଶବ୍ଦ ଭାବରେ କୁହାଯାଇପାରେ ଏବଂ ପରବର୍ତ୍ତୀ ବାକ୍ୟର ଅଂଶ ହୋଇପାରେ: "ବୋଧହୁଏ" । ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ) ଦେଖନ୍ତୁ)
יָשׁ֔וּב וְנִחַ֖ם הָאֱלֹהִ֑ים
ଏଠାରେ ଲେଖକ ଈଶ୍ଵରଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେ ନ୍ୟାୟ ଆଣିବା ବିଷୟରେ ସେ ତାଙ୍କ ମନ ପରିବର୍ତ୍ତନ କରନ୍ତି ଯେପରି ଈଶ୍ଵର ବିପରୀତ ଦିଗକୁ ଯାଉଛନ୍ତି । ବିକଳ୍ପ ଅନୁବାଦ: "ଦୟାଳୁ ହେବାକୁ ଈଶ୍ଵର ନିଷ୍ପତ୍ତି ନେଇ ପାରନ୍ତି" କିମ୍ବା "ଈଶ୍ଵର ଯାହା କହିଥିଲେ ତାହାର ବିପରୀତ କାର୍ଯ୍ୟ କରି ଦୟାଳୁ ହେବେ" ।ଉପମା/ରୂପକ) ଦେଖନ୍ତୁ)
מֵחֲר֥וֹן אַפּ֖וֹ
ଏଠାରେ ତାଙ୍କ ନାକ ଜଳିବା ଏକ ରୂଢ଼ି ଅଟେ ଯାହାର ଅର୍ଥ ବ୍ୟକ୍ତିଜଣକ କ୍ରୋଧିତ ଅଟେ । ବିକଳ୍ପ ଅନୁବାଦ: "ତାଙ୍କ କ୍ରୋଧରୁ ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
וְלֹ֥א נֹאבֵֽד
“ଏବଂ ଆମ୍ଭେମାନେ ବିନଷ୍ଟ ହେବା ନାହିଁ”
Jonah 3:10
וַיַּ֤רְא הָֽאֱלֹהִים֙ אֶֽת־מַ֣עֲשֵׂיהֶ֔ם כִּי־שָׁ֖בוּ מִדַּרְכָּ֣ם הָרָעָ֑ה
“ଈଶ୍ଵର ଦେଖିଲେ ଯେ ସେମାନେ ପାପ କରିବା ବନ୍ଦ କଲେ”
שָׁ֖בוּ מִדַּרְכָּ֣ם הָרָעָ֑ה
ଏଠାରେ ଲେଖକ ଲୋକମାନେ ପାପରୁ ନିବୃତ୍ତ ହେବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ପାପ ପଥରୁ ବିପରୀତ ଦିଗରେ ଚାଲିବା ଆରମ୍ଭ କରଛନ୍ତି । ଉପମା/ରୂପକ)ଦେଖନ୍ତୁ)
וַיִּנָּ֣חֶם הָאֱלֹהִ֗ים עַל־הָרָעָ֛ה
ଏଠାରେ “ମନ୍ଦ” ଅନୁବାଦ ହୋଇଥିବା ଶବ୍ଦଟି ବହୁତ ବ୍ୟାପକ, ନୈତିକ ମନ୍ଦ, ଶାରୀରିକ ମନ୍ଦ ଏବଂ ସମସ୍ତ ବିଷୟ ଯାହା ଖରାପ ତାହା ଅନ୍ତର୍ଭୁକ୍ତ କରେ । ନୀନିବୀ ଲୋକମାନଙ୍କ କାର୍ଯ୍ୟକୁ ବର୍ଣ୍ଣନା କରିବାକୁ ଏହା ପୂର୍ବ ପଦରେ (ଏବଂ ପଦ 8) ବ୍ୟବହୃତ ହୋଇଥିବା ସମାନ ଶବ୍ଦ ଅଟେ । ଲେଖକ ଦର୍ଶାଉଛନ୍ତି ଯେ ଯେବେ ଲୋକମାନେ ନୈତିକ ମନ୍ଦରୁ ଅନୁତାପ କରନ୍ତି, ଈଶ୍ଵର ଶାରୀରିକ ଦଣ୍ଡ ଦିଅନ୍ତି ନାହିଁ । ଈଶ୍ଵର କଦାପି ନୈତିକ ମନ୍ଦ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ଅଟେ, ଆପଣ ଉଭୟ ବାକ୍ୟରେ ଏହି ଶବ୍ଦ ବ୍ୟବହାର କରିପାରନ୍ତି । ଯଦି ତାହା ସ୍ପଷ୍ଟ ନୁହେଁ, ଆପଣ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରିପାରିବେ ।
וְלֹ֥א עָשָֽׂה
ଈଶ୍ଵର ଯାହା କଲେ ନାହିଁ ତାହା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଏବଂ ସେ ସେମାନଙ୍କୁ ଦଣ୍ଡ ଦେଲେ ନାହିଁ” କିମ୍ବା “ଏବଂ ସେ ସେମାନଙ୍କୁ ବିନାଶ କଲେ ନାହିଁ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
Jonah 4
ଯୂନସ 4 ସାଧାରଣ ବିବରଣୀ
ଗଠନ ଏବଂ ଆକାର
ଯୂନସ କାହାଣୀକୁ ଜାରି ରଖନ୍ତି କିନ୍ପୁତୁ ଏହା ସ୍ତକର ଏକ ଅସାଧାରଣ ସମାପ୍ତ ପରି ପ୍ରତୀତ ହୁଏ । ଏହା ଜୋର ଦିଏ ଯେ ପୁସ୍ତକ ପ୍ରକୃତରେ ଯୂନସଙ୍କ ବିଷୟରେ ନୁହେଁ। ଏହା ସମସ୍ତଙ୍କ ପ୍ରତି ଈଶ୍ଵରଙ୍କ ଦୟାଳୁ ହେବା ବିଷୟରେ ଅଟେ ଦୟା, ସ୍ନେହଶୀଳ)ଦେଖନ୍ତୁ)
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ଭବିଷ୍ୟବାଣୀ ସଫଳ ହୁଏ ନାହିଁ
ଜଣେ ଭବିଷ୍ୟଦ୍ବକ୍ତା ଏବଂ ସଦାପ୍ରଭୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଜରୁରୀ ଅଟେ। ଜଣେ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ପାଇଁ ଭବିଷ୍ୟଦ୍ବାଣୀ କରିବା ଉଚିତ୍, ଏବଂ ତାଙ୍କର ବାକ୍ୟ ନିଶ୍ଚିତ ରୂପେ ସଫଳ ହେବ। ଆବଶ୍ୟକ ମଧ୍ୟ ଅଟେ । ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ଯଦି ଏହା ନହୁଏ, ତେବେ ଦଣ୍ଡ ମୃତ୍ୟୁ ଥିଲା, କାରଣ ଏହା ଦର୍ଶାଏ ଯେ ସେ ପ୍ରକୃତ ଭବିଷ୍ୟଦ୍ବକ୍ତା ନୁହଁନ୍ତି। କିନ୍ତୁ ଯେତେବେଳେ ଯୂନସ ନୀନିବୀ ସହରକୁ କହିଲେ ଯେ ଏହା ଚାଳିଶ ଦିନ ମଧ୍ୟରେ ଧ୍ୱଂସ ହେବାକୁ ଯାଉଛି କିନ୍ତୁ ଏହା ସେତେବେଳେ ଧ୍ୱଂସ ହୋଇ ନଥିଲା। କାରଣ ଈଶ୍ଵର ଦୟାଳୁ ହେବାର ଅଧିକାର ନିଜ ପାଇଁ ସଂରକ୍ଷଣ କରି ରଖନ୍ତି । ଭବିଷ୍ୟଦ୍ବକ୍ତା, ଭବିଷ୍ୟବାଣୀ, ଭବିଷ୍ୟବାଣୀ, ଦ୍ରଷ୍ଟା, ଭବିଷ୍ୟଦ୍ବକ୍ତ୍ରୀ ଏବଂ ବ୍ୟବସ୍ଥା,ମୋଶାଙ୍କ ବ୍ୟବସ୍ଥା, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା)ଦେଖନ୍ତୁ)
ଯୂନସଙ୍କ କ୍ରୋଧ
ଯେତେବେଳେ ଈଶ୍ଵର ନୀନିବୀକୁ ବିନାଶ କଲେ ନାହିଁ ସେ ଈଶ୍ଵରଙ୍କ ଉପରେ କ୍ରୋଧିତ ହେଲେ କାରଣ ଯୂନସ ନୀନିବୀ ଲୋକମାନଙ୍କୁ ଘୃଣା କରୁଥିଲେ I ସେମାନେ ଇସ୍ରାଏଲର ଶତ୍ରୁ ଥିଲେ। କିନ୍ତୁ ଈଶ୍ଵର ଚାହୁଁଥିଲେ ଯେ ଯୂନସ ଏବଂ ଏହି ପୁସ୍ତକର ପାଠକମାନେ ଜାଣନ୍ତୁ ଯେ ଈଶ୍ଵର ସମସ୍ତ ଲୋକମାନଙ୍କୁ ପ୍ରେମ କରନ୍ତି ।
ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ଅଳଙ୍କାର ପ୍ରଶ୍ନଗୁଡ଼ିକ
ଅନ୍ୟ ସ୍ଥାନଗୁଡ଼ିକ ପରି, ଯୂନସ ସଦାପ୍ରଭୁଙ୍କ ଉପରେ କେତେ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଅଳଙ୍କାରିକ ପ୍ରଶ୍ନ କରିଥିଲେ। ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)ଦେଖନ୍ତୁ)
ସିନୟ ପର୍ବତ ସହିତ ସମାନ୍ତରାଳ
ପଦ 2 ରେ, ଯୂନସ ଈଶ୍ଵରଙ୍କୁ ଅନେକ ଗୁଣଗୁଡ଼ିକୁ ଦର୍ଶାନ୍ତି । ଏହି ପୁସ୍ତକର ଜଣେ ଯିହୁଦୀ ପାଠକ ଏହାକୁ ସିନୟ ପର୍ବତରେ ଈଶ୍ଵରଙ୍କ ସହ ସାକ୍ଷାତ କରିବା ସମୟରେ ମୋଶା ବ୍ୟବହୃତ କରିଥିବା ଶବ୍ଦଗୁଡ଼ିକର ଏକ ସୂତ୍ର ଭାବରେ ସ୍ୱୀକାର କରିବେ । ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ଈଶ୍ଵରଙ୍କ ଅନୁଗ୍ରହ
ଯେତେବେଳେ ଯୂନସ ନଗର ବାହାରକୁ ଗଲେ, ସେତେବେଳେ ସେ ଅତ୍ୟଧିକ ଖରାରେ ଥିଲେ ଏବଂ ଈଶ୍ଵର ଦୟାକରି ଗଚ୍ଛ ମାଧ୍ୟମରେ କିଛି ଆରାମ ପ୍ରଦାନ କଲେ । ଈଶ୍ଵର ଏକ ବସ୍ତୁ ଶିକ୍ଷା ମାଧ୍ୟମରେ ଯୂନସଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରୁଥିଲେ । ପାଠକ ଏହାକୁ ସ୍ପଷ୍ଟ ଭାବରେ ବୁଝିବା ଜରୁରୀ ଅଟେ।
ଅନୁଗ୍ରହ, ଦୟାଳୁ)ଦେଖନ୍ତୁ)
Jonah 4:1
וַיֵּ֥רַע אֶל־יוֹנָ֖ה רָעָ֣ה גְדוֹלָ֑ה וַיִּ֖חַר לֽוֹ׃
ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ ଯେଉଁଠାରେ ନୀନିବୀ ନଗରକୁ ରକ୍ଷା କରିବା ପାଇଁ ଯୂନସ ଈଶ୍ଵରଙ୍କୁ ପ୍ରାର୍ଥନା କରିଥିଲେ । ଏକ ନୂତନ ଘଟଣାର ପରିଚୟ)ଦେଖନ୍ତୁ)
וַיִּ֖חַר לֽוֹ
ଏହା ଏକ ରୂଢ଼ି ଅଟେ ଯାହା ଯୂନସଙ୍କ କ୍ରୋଧ ବିଷୟରେ କହିଥାଏ ଯେପରି ଏହା ତାଙ୍କ ଭିତରେ ଉତ୍ତପ୍ତଭାବେ ଆଲୋଚିତ ହେଉଥିଲା । ବିକଳ୍ପ ଅନୁବାଦ: “ଏବଂ ସେ ବହୁତ କ୍ରୁଦ୍ଧ ହେଲେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
Jonah 4:2
אָנָּ֤ה
ଏହି ପ୍ରସଙ୍ଗରେ, ଅଃ ଶବ୍ଦ! ତୀବ୍ର ନିରାଶାକୁ ସୂଚାଏ । ଏହି ଭାବନାକୁ ଆପଣଙ୍କ ଭାଷାରେ ଅତି ସ୍ୱାଭାବିକଉ ପାୟରେ ପ୍ରକାଶ କରନ୍ତୁ । ବିସ୍ମୟ ସୂଚକ ଅବ୍ୟୟଗୁଡ଼ିକ)ଦେଖନ୍ତୁ)
יְהוָה֙ הֲלוֹא־זֶ֣ה דְבָרִ֗י עַד־הֱיוֹתִי֙ עַל־אַדְמָתִ֔י
ଯୂନସ କେତେ କ୍ରୁଦ୍ଧ ହେଲେ, ଈଶ୍ଵରଙ୍କୁ ତାହା ଜଣାଇବା ପାଇଁ ସେ ଏହି ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଥିଲେ । ଯଦି ଏହା ଅଧିକ ସ୍ପଷ୍ଟ ତେବେ ଏହାକୁ ଏକ ବାକ୍ୟରେ ପ୍ରକାଶ କରାଯାଇପାରିବ । ବିକଳ୍ପ ଅନୁବାଦ: "ଅଃ, ଯିହୋବା, ମୁଁ ଯେତେବେଳେ ମୋ ଦେଶରେ ଥିଲି, ମୁଁ ଏହା କହିଥିଲି!" ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ) ଦେଖନ୍ତୁ)
יְהוָה֙ הֲלוֹא־זֶ֣ה דְבָרִ֗י עַד־הֱיוֹתִי֙ עַל־אַדְמָתִ֔י
ଯୂନସ ନିଜ ଦେଶକୁ ଫେରିବା ପରେ ଯାହା କହିଥିଲେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: "ହେ ଯିହୋବା, ଯେତେବେଳେ ମୁଁ ମୋର ନିଜ ଦେଶରେ ଥିଲି, ମୁଁ ଜାଣିଥିଲି ଯେ ଯଦି ମୁଁ ନୀନିବୀର ଲୋକଙ୍କୁ ଚେତାବନୀ ଦିଏ, ତେବେ ସେମାନେ ଅନୁତାପ କରିବେ ଏବଂ ତୁମ୍ଭେ ସେମାନଙ୍କୁ ବିନାଶ କରିବ ନାହିଁ।" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
אֶ֤רֶךְ אַפַּ֨יִם֙
ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସଦାପ୍ରଭୁ ଶୀଘ୍ର କ୍ରୋଧ କରନ୍ତି ନାହିଁ । ବିକଳ୍ପ ଅନୁବାଦ: "କ୍ରୋଧରେ ଧୀର" କିମ୍ବା "ବହୁତ ଧୈର୍ଯ୍ୟବାନ" ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)ଦେଖନ୍ତୁ)
וְרַב־חֶ֔סֶד
“ଏବଂ ବହୁତ ବିଶ୍ୱସ୍ତ" କିମ୍ବା "ତୁମ୍ଭେ ଲୋକମାନଙ୍କୁ ବହୁତ ଭଲ ପାଅ ।
”
וְנִחָ֖ם עַל־הָרָעָֽה
ଏଠାରେ, ମନ୍ଦ ନୀନିବୀ ନଗର ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କର ଶାରୀରିକ ବିନାଶକୁ ସୂଚାଏ । ଏହା ନୈତିକ ମନ୍ଦ ବିଷୟରେ ସୂଚିତ କରେ ନାହିଁ । ଏହି ପରିପ୍ରେକ୍ଷୀରେ, ଏହି ବାକ୍ୟାଂଶର ଅର୍ଥ ପାପ କରୁଥିବା ଲୋକମାନଙ୍କୁ ଦଣ୍ଡ ଦେବାରେ ଈଶ୍ଵର ଦୁଃଖ କରନ୍ତି, ଏବଂ ପାପୀମାନେ ସେମାନଙ୍କର ପାପରୁ ଅନୁତାପ କଲେ ସେ ଦଣ୍ଡ ଦିଅନ୍ତି ନାହିଁ । ଏଥିରେ ଥିବା ସୂଚନା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: "ଏବଂ ତୁମ୍ଭେ ପାପୀମାନଙ୍କ ପାଇଁ ବିପଦ ସୃଷ୍ଟି କରିବାରେ ପାଇଁ ଦୁଃଖ ଅନୁଭବ କର" କିମ୍ବା "ଏବଂ ତୁମ୍ଭେ ଅନୁତାପ କରୁଥିବା ପାପୀମାନଙ୍କୁ ଦଣ୍ଡ ନଦେବାକୁ ନିଷ୍ପତ୍ତି ନିଅ ।" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
Jonah 4:3
קַח־נָ֥א אֶת־נַפְשִׁ֖י מִמֶּ֑נִּי
ଯୂନସଙ୍କର ମୃତ୍ୟୁ ହେବାର ଇଚ୍ଛା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଯେହେତୁ ତୁମ୍ଭେ ଯେପରି କହିଥିଲ ସେହିପରି ନୀନିବୀକୁ ଧ୍ୱଂସ କରିବ ନାହିଁ, ଦୟାକରି ମୋତେ ମରିବାକୁ ଦିଅ ।" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
כִּ֛י ט֥וֹב מוֹתִ֖י מֵחַיָּֽי
“ମୁଁ ବଞ୍ଚିବା ଅପେକ୍ଷା ମରିବାକୁ ପସନ୍ଦ କରିବି" କିମ୍ବା "ମୁଁ ମରିବାକୁ ଚାହେଁ । ମୁଁ ବଞ୍ଚିବାକୁ ଚାହେଁ ନାହିଁ”
Jonah 4:4
הַהֵיטֵ֖ב חָ֥רָה לָֽךְ
ଏହା ଏକ ରୂଢ଼ି ଅଟେ ଯାହା ଯୂନସଙ୍କ କ୍ରୋଧ ବିଷୟରେ କହିଥାଏ ଯେପରି ଏହା ତାଙ୍କ ଭିତରେ ଉତ୍ତପ୍ତଭାବେ ଉତ୍ତପ୍ତଭାବେ ଆଲୋଚିତ ହେଉଛି। ଆପଣ ଏହାକୁ 4:1 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଏ ବିଷୟରେ କ୍ରୋଧ କରିବା ତୁମ୍ଭ ପାଇଁ ଠିକ କି?" ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
הַהֵיטֵ֖ב חָ֥רָה לָֽךְ
ଯୂନସଙ୍କ କ୍ରୋଧର କାରଣ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୁଁ ନୀନିବୀକୁ ଧ୍ୱଂସ କରି ନ ଥିବାରୁ କ୍ରୋଧିତ ହେବା ତୁମ୍ଭ ପାଇଁ ଠିକ କି?" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
Jonah 4:5
וַיֵּצֵ֤א יוֹנָה֙ מִן־הָעִ֔יר
“ଏହାପରେ ଯୂନସ ନୀନିବୀ ନଗର ଛାଡି ଚାଲିଗଲେ”
מַה־יִּהְיֶ֖ה בָּעִֽיר
ଈଶ୍ୱର ନଗରକୁ ଧ୍ୱଂସ କରିବେ କି ନାହିଁ ଦେଖିବା ପାଇଁ ଯୂନସ ଚାହୁଁଥିଲେ। ବିକଳ୍ପ ଅନୁବାଦ: "ନଗରରେ କ'ଣ ହେବ" କିମ୍ବା "ଈଶ୍ଵର ନଗରକୁ କ'ଣ କରିବେ" ।
Jonah 4:6
מֵעַ֣ל לְיוֹנָ֗ה לִֽהְי֥וֹת צֵל֙ עַל־רֹאשׁ֔וֹ
“ଯୂନସଙ୍କ ମସ୍ତକ ଉପରେ ଛାୟା”
לְהַצִּ֥יל ל֖וֹ מֵרָֽעָת֑וֹ
ଏଠାରେ "ମନ୍ଦ" ଶବ୍ଦର ଅର୍ଥ ଦୁଇଟି ବିଷୟକୁ ବୁଝାଏ (କିମ୍ବା ଉଭୟକୁ ଏକ ସମୟରେ): 1) " ଅସୁବିଧା ଘଟାଇବା " କିମ୍ବା " ଅତ୍ୟଧିକ ଦୁଃଖ ", ଅର୍ଥାତ୍ ଯୂନସଙ୍କ ମୁଣ୍ଡରେ ସୂର୍ଯ୍ୟଙ୍କ ପ୍ରବଳ ଉତ୍ତାପ; କିମ୍ବା 2) “ଭୁଲ,” ଅର୍ଥାତ୍ ନୀନିବୀକୁ ଧ୍ୱଂସ ନକରିବାରୁ ଈଶ୍ଵରଙ୍କ ନିଷ୍ପତ୍ତି ଉପରେ ଯୂନସଙ୍କର ଭୁଲ ମନୋଭାବ । ଯଦି ଉଭୟ ଅର୍ଥକୁ ଉଲ୍ଲେଖ କରାଯାଇ ପାରିବ ତେବେ ତାହା ଉତ୍ତମ ଅଟେ । ଯଦି ନୁହେଁ, ଆପଣ ଏକ ବିକଳ୍ପ ଅନୁବାଦ ବାଛିପାରିବେ: "ଯୂନସକୁ ସୂର୍ଯ୍ୟର ଉତ୍ତାପରୁ ରକ୍ଷା କରିବା ପାଇଁ" କିମ୍ବା "ଯୂନସଙ୍କୁ ତାଙ୍କ ଭୁଲ ମନୋଭାବରୁ ରକ୍ଷା କରିବା ପାଇଁ" ।
Jonah 4:7
וַיְמַ֤ן הָֽאֱלֹהִים֙ תּוֹלַ֔עַת
“ତା’ପରେ ପରମେଶ୍ୱର ଏକ କୀଟ ପଠାଇଲେ”
וַתַּ֥ךְ אֶת־הַקִּֽיקָי֖וֹן
“ଏବଂ କୀଟ ଲତାକୁ କାଟିଦେଲା”
וַיִּיבָֽשׁ
ଲତାତି ଶୁଷ୍କ ହୋଇ ମରିଗଲା । ବିକଳ୍ପ ଅନୁବାଦ: “ଯାହାଫଳରେ ଲତା ମରିଗଲା”
Jonah 4:8
וַיְהִ֣י׀ כִּזְרֹ֣חַ הַשֶּׁ֗מֶשׁ
ସୂର୍ଯ୍ୟର ଉଦୟ ହେବା କାହାଣୀର ପୃଷ୍ଠଭୂମି ସୂଚନା ଅଟେ ଯାହାକି ପୂର୍ବ ଦିଗରୁ ଉଷ୍ମ ପବନ ପ୍ରବାହିତ ହେବା ସମୟକୁ ବୁଝାଏ । ଏହି ସମ୍ପର୍କକୁ ସ୍ୱାଭାବିକ ଭାବରେ ଆପଣଙ୍କ ଭାଷାରେ ପ୍ରକାଶ କରନ୍ତୁ । ପୃଷ୍ଠଭୂମି ସୂଚନା ସଂଯୋଗ କରନ୍ତୁ) ଦେଖନ୍ତୁ)
וַיְמַ֨ן אֱלֹהִ֜ים ר֤וּחַ קָדִים֙ חֲרִישִׁ֔ית
ଈଶ୍ଵର ପୂର୍ବ ଦିଗରୁ ଯୂନସ ଉପରେ ପ୍ରବଳ ପବନ ପ୍ରବାହିତ କଲେ । ଯଦି ଆପଣଙ୍କ ଭାଷାରେ “ପବନ” କେବଳ ଥଣ୍ଡା କିମ୍ବା ଶୀତଳ ପବନର ଅର୍ଥକୁ ପ୍ରକାଶ କରେ, ତେବେ ଆପଣ ଏହି ବିକଳ୍ପ ଅନୁବାଦକୁ ଚେଷ୍ଟା କରିପାରିବେ: “ଈଶ୍ଵର ପୂର୍ବ ଦିଗରୁ ଯୂନସଙ୍କୁ ଅତ୍ୟଧିକ ଗରମ ଗ୍ରୀଷ୍ମ ପଠାଇଲେ । ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
וַתַּ֥ךְ הַשֶּׁ֛מֶשׁ
“ସୂର୍ଯ୍ୟକିରଣ ବହୁତ ଗରମ ଥିଲା”
עַל־רֹ֥אשׁ יוֹנָ֖ה
ଏହି ବାକ୍ୟର ଏକ ଆକ୍ଷରିକ ବା ସାଙ୍କେତିକ ଅର୍ଥ ଥାଇପାରେ । ବୋଧହୁଏ ଯୂନସ ତାଙ୍କ ମସ୍ତକ ଉପରେ ଅତ୍ୟଧିକ ଉତ୍ତାପ ଅନୁଭବ କଲେ, କିମ୍ବା ବୋଧହୁଏ ଯୂନସଙ୍କ ମସ୍ତକ ଉପରେ ବାକ୍ୟାଂଶର ଅର୍ଥ ଯୂନସଙ୍କର ସମ୍ପୂର୍ଣ୍ଣ ଶରୀର ଅଟେ । ବିକଳ୍ପ ଅନୁବାଦ: "ଯୂନସଙ୍କ ଉପରେ" ଉପଲକ୍ଷ୍ୟ ଅଳଙ୍କାର) ଦେଖନ୍ତୁ)
וַיִּתְעַלָּ֑ף
“ଏବଂ ସେ ବହୁତ ଦୁର୍ବଳ ହେଲେ" କିମ୍ବା "ସେ ନିଜର ଶକ୍ତି ହରାଇଲେ”
וַיִּשְׁאַ֤ל אֶת־נַפְשׁוֹ֙ לָמ֔וּת
ଯୂନସ ନିଜ ସହିତ ବାର୍ତ୍ତାଳାପ କରୁଛନ୍ତି। ବିକଳ୍ପ ଅନୁବାଦ: “ସେ ମରିବାକୁ ଇଚ୍ଛା କଲେ” କିମ୍ବା “ସେ ମରିବାକୁ ଚାହୁଁଥିଲେ”
ט֥וֹב מוֹתִ֖י מֵחַיָּֽי
“ମୁଁ ବଞ୍ଚିବା ଅପେକ୍ଷା ମରିବାକୁ ପସନ୍ଦ କରିବି" କିମ୍ବା "ମୁଁ ମରିବାକୁ ଚାହେଁ । ମୁଁ ବଞ୍ଚିବାକୁ ଚାହେଁ ନାହିଁ" 4:3 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
Jonah 4:9
הַהֵיטֵ֥ב חָרָֽה־לְךָ֖ עַל־הַקִּֽיקָי֑וֹן
ଏହି ପରିପ୍ରେକ୍ଷୀରେ, ଈଶ୍ଵରଙ୍କ ପ୍ରଶ୍ନର ଉଦ୍ଦେଶ୍ୟ ଯୂନସଙ୍କୁ ତାଙ୍କ ସ୍ୱାର୍ଥପର ମନୋଭାବ ବିଷୟରେ ଏକ ନିଷ୍ପତ୍ତି ନେବାକୁ ପ୍ରବର୍ତ୍ତାଇବା ଥିଲା । ଏଥିରେ ଥିବା ସୂଚନା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: " ତୁମ୍ଭେ ଲତା ଉପରେ ଏତେ କ୍ରୋଧିତ ହେବା ଉଚିତ କି ଯାହା ତୁମ୍ଭକୁ କେବଳ ଛାଇ ଦେଇଥିଲା?" ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା) ଦେଖନ୍ତୁ)
הֵיטֵ֥ב חָֽרָה־לִ֖י עַד־מָֽוֶת
“ମୋ ରାଗି ଠିକ କରିଛି। ମୁଁ ମରିବାକୁ ଯଥେଷ୍ଟ କ୍ରୋଧିତ ଅଟେ!”
Jonah 4:10
וַיֹּ֣אמֶר יְהוָ֔ה
ଏଠାରେ ଯିହୋବା ଯୂନସଙ୍କ ସହିତ ବାର୍ତ୍ତାଳାପ କରନ୍ତି। ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯିହୋବା ଯୂନସଙ୍କୁ କହିଲେ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)ଦେଖନ୍ତୁ)
שֶׁבִּן־ לַ֥יְלָה הָיָ֖ה וּבִן־ לַ֥יְלָה אָבָֽד־ לַ֥יְלָה
ଏହି ରୂଢ଼ିର ଅର୍ଥ ଲତା କେବଳ ଅଳ୍ପ ସମୟ ପାଇଁ ବିଦ୍ୟମାନ ଥିଲା । ବିକଳ୍ପ ଅନୁବାଦ: " ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। " କିମ୍ବା "ଏହା ଶୀଘ୍ର ବଡ଼ିଲା ଏବଂ ଶୀଘ୍ର ମରିଗଲା ।" ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)
Jonah 4:11
וַֽאֲנִי֙
10 ପଦରେ ତୁମ୍ଭ ପାଇଁ ସହିତ ଯୋଡି ହୋଇଥିବା ଏହି ଶବ୍ଦ, ଲତା ଏବଂ ଯୂନସଙ୍କ ମନୋଭାବ ଏବଂ ନୀନିବୀର ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ମନୋଭାବ ମଧ୍ୟରେ ତୁଳନାକୁ ଦର୍ଶାଏ । ଏହି ତୁଳନାକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଭାବରେ ପ୍ରକାଶ କରନ୍ତୁ । ସଂଯୋଗ କରିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକ) ଦେଖନ୍ତୁ)
וַֽאֲנִי֙ לֹ֣א אָח֔וּס עַל־נִינְוֵ֖ה הָעִ֣יר הַגְּדוֹלָ֑ה אֲשֶׁ֣ר יֶשׁ־בָּ֡הּ הַרְבֵּה֩ מִֽשְׁתֵּים־עֶשְׂרֵ֨ה רִבּ֜וֹ אָדָ֗ם אֲשֶׁ֤ר לֹֽא־יָדַע֙ בֵּין־יְמִינ֣וֹ לִשְׂמֹאל֔וֹ וּבְהֵמָ֖ה רַבָּֽה
ନୀନିବୀ ଉପରେ ଈଶ୍ଵରଙ୍କର ଦୟା ରହିବା ଉଚିତ ବୋଲି ତାଙ୍କ ଦାବିକୁ ଗୁରୁତ୍ୱ ଦେବା ପାଇଁ ଈଶ୍ଵର ଏହି ଆଳଙ୍କାରିକ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: "ନିଶ୍ଚିତ ଭାବରେ ମୁଁ ନୀନିବୀ ମହାନଗର ଉପରେ ଦୟା କରିବା ଉଚିତ, ଯେଉଁଥିରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଡାହାଣ ହାତ ଏବଂ ବାମ ହାତ ଏବଂ ଅନେକ ଗୃହପଶୁ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ।" ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ) ଦେଖନ୍ତୁ)
אֲשֶׁ֣ר יֶשׁ־בָּ֡הּ הַרְבֵּה֩
ଏହାକୁ ଏକ ନୂତନ ବାକ୍ୟର ଆରମ୍ଭ ଭାବରେ ଅନୁବାଦ କରାଯାଇପାରିବ । ବିକଳ୍ପ ଅନୁବାଦ: "ସେଠାରେ ଅଧିକ କିମ୍ବା ଏଥିରେ ଅଧିକ ଅଛନ୍ତି ।"
מִֽשְׁתֵּים־עֶשְׂרֵ֨ה רִבּ֜וֹ אָדָ֗ם
ଏକ ଶହ ଏବଂ କୋଡ଼ିଏ ହଜାର ଲୋକ ସଂଖ୍ୟାଗୁଡ଼ିକ) ଦେଖନ୍ତୁ)
אֲשֶׁ֤ר לֹֽא־יָדַע֙ בֵּין־יְמִינ֣וֹ לִשְׂמֹאל֔וֹ
ଏହି ରୂଢ଼ିର ଅର୍ଥ "ଯିଏ ଠିକ ଏବଂ ଭୁଲର ପାର୍ଥକ୍ୟ ଜାଣନ୍ତି ନାହିଁ ।" ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା) ଦେଖନ୍ତୁ)