ଓଡ଼ିଆ (Oriya): translationNotes

Updated ? hours ago # views See on DCS Draft Material

1 John

1 John front

ପ୍ରଥମ ଯୋହନର ପରିଚୟ

ଭାଗ 1: ସାଧାରଣ ପରିଚୟ

ପ୍ରଥମ ଯୋହନ ପୁସ୍ତକର ରୂପରେଖା

ଏହା ଭଣ୍ଡ ଶିକ୍ଷାକୁ ସଂଶୋଧନ କରିବା ପାଇଁ ପ୍ରେରିତ ଯୋହନଙ୍କ ଦ୍ୱାରା ଲିଖିତ ଏକ ପତ୍ର ଅଟେ ଯାହା ଯୀଶୁଙ୍କ ଅନୁଗାମୀମାନଙ୍କୁ ଭୁଲ ବିଷୟ ଉପରେ ବିଶ୍ୱାସ କରିବାକୁ ଏବଂ ଭୁଲ ମାର୍ଗରେ ଜୀବନଯାପନ କରିବାକୁ ପ୍ରେରଣ କରୁଥିଲା । ସେହି ସମୟରେ, ପତ୍ରର ଆରମ୍ଭ ଏବଂ ଶେଷ କରିବାର ପୃର୍ଥକ ବିଭାଗ ରହିଥିଲା ​​| ପତ୍ରର ପ୍ରଧାନ ଅଂଶ ଏଥି ମଧ୍ୟରେ ଆସେ |

  1. ପତ୍ରର ଆରମ୍ଭ  (1:1-4)
  2. ପତ୍ରର ମୁଖ୍ୟ ଅଂଶ (1:5-5:12)
  • ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (1:5-2:17)
  • ଯୀଶୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ  (2:18-2:27)
  • ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-3:10)
  • ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି (3:11-18)
  • ପ୍ରକୃତ ବିଶ୍ଵାସୀମାନେ ପ୍ରାର୍ଥନାରେ ବିଶ୍ୱାସ କରନ୍ତି (3:19-24)
  • ଯୀଶୁ ମନୁଷ୍ୟ ଥିଲେ ବୋଲି  ଅସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ (4:1-6)
  • ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)
  • ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ (5:1-12)  3. ପତ୍ରର ସମାପ୍ତି (5:13-21)              3.ପତ୍ରର ସମାପ୍ତି (5:13-21)
ପ୍ରଥମ  ଯୋହନ ପୁସ୍ତକକୁ କିଏ ଲେଖିଥିଲେ?

ଏହି ପତ୍ରର ଲେଖକ ତାଙ୍କ ନାମ ଏଥିରେ ଉଲ୍ଲେଖ କରନ୍ତି ନାହିଁ । ତଥାପି, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟରୁ, ମଣ୍ଡଳୀ ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ବୋଲି ପ୍ରକାଶ କରେ । ସେ ଯୋହନଙ୍କ ସୁସମାଚାରକୁ ଲେଖିଥିଲେ ଏବଂ ସେହି ପୁସ୍ତକର ବିଷୟବସ୍ତୁ ଏବଂ ଏହି ପତ୍ରରେ ଅନେକ ସମାନତା ଅଛି । ଯଦି ଯୋହନ ଏହି ପତ୍ରକୁ ଲେଖିଥିଲେ, ତେବେ ବୋଧହୁଏ ସେ ତାଙ୍କ ଜୀବନର ଶେଷ ସମୟରେ ଏହି ପତ୍ରକୁ ଲେଖିଥିଲେ ।

1 ଯୋହନଙ୍କ ପୁସ୍ତକ କାହାକୁ ଲେଖାଯାଇଥିଲା?

ଲେଖକ ଏହି ପତ୍ର ଯାହାକୁ ସେ "ପ୍ରିୟ" ଏବଂ ଆଳଙ୍କାରିକ ଭାବରେ "ମୋର ପିଲାମାନେ" ବୋଲି ସମ୍ବୋଧନ କରନ୍ତି ଲେଖିଛନ୍ତି । ବୋଧହୁଏ ଏହାର ଅର୍ଥ ଯୋହନ ସେହି ସମୟରେ ବାସ କରୁଥିବା ଅଞ୍ଚଳର ବିଭିନ୍ନ ମଣ୍ଡଳୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଉଥିଲେ ।

ପ୍ରଥମ ଯୋହନ ପୁସ୍ତକ କେଉଁ ବିଷୟରେ ବର୍ଣ୍ଣନା କରେ?

ଭଣ୍ଡ ଶିକ୍ଷକମାନେ ଭୁଲ୍ ବିଷୟକୁ ବିଶ୍ୱାସ କରିବାକୁ ଏବଂ ଭୁଲ ମାର୍ଗରେ ଜୀବନଯାପନ କରିବାକୁ ଯୀଶୁଙ୍କ ଅନୁଗାମୀମାନଙ୍କୁ ଉତ୍ସାହିତ କରୁଥିଲେ। ଯୋହନ ସେହି ଭଣ୍ଡ ଶିକ୍ଷାକୁ ସଂଶୋଧନ କରିବାକୁ ଚାହୁଁଥିଲେ ଯାହା ଦ୍ଵାରା ତାଙ୍କ ପତ୍ରକୁ ଗ୍ରହଣ କରୁଥିବା ଲୋକମାନେ ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ସତ୍ୟକୁ ବିଶ୍ଵାସ କରିବେ ଏବଂ ସଠିକ୍ ମାର୍ଗରେ ଜୀବନଯାପନ କରିବେ। ଭଣ୍ଡ ଶିକ୍ଷକମାନେ କହୁଥିଲେ ଯେ ଏହି ଲୋକମାନେ ପରିତ୍ରାଣ ପାଇ ନାହାଁନ୍ତି; ସେମାନେ ପରିତ୍ରାଣ ପାଇଛନ୍ତି ବୋଲି ଯୋହନ ସେମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଥିଲେ ।

ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ୍?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “1 ଯୋହନ” କିମ୍ବା “ପ୍ରଥମ ଯୋହନ” ବୋଲି ଅନୁବାଦ କରିପାରିବେ, ଯେପରିକି “ଯୋହନଙ୍କଠାରୁ ପ୍ରଥମ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ପ୍ରଥମ ପତ୍ର” । ( ନାମଗୁଡ଼ିକୁ କିପରି ଅନୁବାଦ କରିବେ। ଦେଖନ୍ତୁ)

ଭାଗ 2: ଗୁରୁତ୍ବପୂର୍ଣ୍ଣ ଧର୍ମ ବିଶ୍ବାସ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

କେଉଁ ଲୋକମାନଙ୍କ ବିରୁଦ୍ଧରେ ଯୋହନ ଉଲ୍ଲେଖ କରନ୍ତି?

ଯୋହନ ହୁଏତ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ପରବର୍ତ୍ତୀ ସମୟରେ ଭିନ୍ନତାବାଦୀ ବୋଲି ପରିଚିତ ହେବେ । ଏହି ଭଣ୍ଡ ଶିକ୍ଷକମାନେ ଭୌତିକ ଜଗତ ମନ୍ଦ ଅଟେ ବୋଲି ବିଶ୍ବାସ କରୁଥିଲେ । ଯେହେତୁ ସେମାନେ ଭୌତିକ ଜଗତକୁ ମନ୍ଦ ବୋଲି ବିଚାର କରୁଥିଲେ ତେଣୁ ଈଶ୍ବର ମନୁଷ୍ୟ ହେବେ ବୋଲି ସେମାନେ ବିଶ୍ବାସ କରୁ ନଥିଲେ, ତେଣୁ ସେମାନେ ଯୀଶୁ ଈଶ୍ବର ଥିଲେ ଯିଏ ମନୁଷ୍ୟ ଭାବରେ ଜଗତକୁ ଆସିଥିଲେ ବୋଲି ଅସ୍ୱୀକାର କଲେ । ( ମନ୍ଦ,ଦୁଷ୍ଟ,ଦୁଷ୍ଟାମିଦେଖନ୍ତୁ)

ଭାଗ 3: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

“ପାପ”

ଅଧ୍ୟାୟ 1 ରେ, ଯୋହନ କହନ୍ତି ଯେ ଆମ୍ଭେମାନେ ପାପୀ ବୋଲି ଅସ୍ୱୀକାର କରିବା ଉଚିତ୍ ନୁହେଁ । ବରଂ, ଯଦି ଆମ୍ଭେମାନେ ଆମ୍ଭମାନଙ୍କର ପାପ ସ୍ୱୀକାର କରୁ, ଈଶ୍ଵର ଆମ୍ଭମାନଙ୍କୁ କ୍ଷମା କରିବେ । ଅଧ୍ୟାୟ 2 ରେ, ଯେପରି ଏହି ପତ୍ରର ପ୍ରାପ୍ତକର୍ତ୍ତାମାନେ ପାପ ନ କରନ୍ତି ସେଥି ନିମନ୍ତେ ଯୋହନ ଏହି ପତ୍ର ଲେଖନ୍ତି ବୋଲି ଉଲ୍ଲେଖ କରନ୍ତି, ଆହୁରି ମଧ୍ୟ କହନ୍ତି ଯେ ଯଦି ସେମାନେ ପାପ କରନ୍ତି, ତେବେ ଯୀଶୁ ସେମାନଙ୍କ ବଦଳରେ ପ୍ରାର୍ଥନା କରିବେ। କିନ୍ତୁ ଅଧ୍ୟାୟ 3 ରେ, ଯୋହନ କହନ୍ତି ଯେ ଯେଉଁମାନେ ଈଶ୍ଵରଙ୍କଠାରୁ ଜାତ ଏବଂ ଯେଉଁମାନେ ଈଶ୍ଵରଙ୍କଠାରେ ଅଛନ୍ତି ସେମାନେ ପାପ କରନ୍ତି ନାହିଁ ଏବଂ ପାପ କରିବାକୁ ସମର୍ଥ ନୁହଁନ୍ତି । ଏବଂ ଅଧ୍ୟାୟ 5 ରେ, ଯୋହନ କହନ୍ତି ଯେ ଯେଉଁମାନେ କେତେକ ଉପାୟରେ ପାପ କରନ୍ତି ସେମାନଙ୍କ ପାଇଁ ଆମ୍ଭେମାନେ ପ୍ରାର୍ଥନା କରିବା ଉଚିତ୍ ନୁହେଁ, ଯଦିଓ ଆମ୍ଭେମାନେ ଅନ୍ୟ ଉପାୟରେ ପାପ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍ । ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଅସ୍ୱୀକାର୍ଯ୍ୟ ମନେହୁଏ ।

ଏହାର ବ୍ୟାଖ୍ୟା ଏହା ଯେ ଯେଉଁ ଲୋକମାନଙ୍କ ଶିକ୍ଷାକୁ ଯୋହନଙ୍କ ସଂଶୋଧନ କରିବାକୁ ଲେଖୁଥିଲେ, ସେମାନେ କହୁଥିଲେ ଯେ ଲୋକମାନେ ସେମାନଙ୍କ ଶରୀରରେ କ’ଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହାର କାରଣ ଏହା ଯେ ସେମାନେ ଶାରୀରିକ ବିଷୟକୁ ମନ୍ଦ ବୋଲି ଭାବୁଥିଲେ, ଏବଂ ଈଶ୍ଵର ଏ ବିଷୟରେ ଚିନ୍ତା କରନ୍ତି ନାହିଁ ବୋଲି ଭାବିଲେ । ସେମାନେ ପାପ ନାହିଁ ବୋଲି ଶିକ୍ଷା ଦେଉଥିଲେ । ତେଣୁ, ଅଧ୍ୟାୟ 1 ରେ ଯୋହନ ଉଲ୍ଲେଖ କରନ୍ତି, ପାପ ପ୍ରକୃତ ଏବଂ ସମସ୍ତେ ପାପ କରିଛନ୍ତି । କେତେକ ବିଶ୍ଵାସୀମାନେ ହୁଏତ ଭଣ୍ଡ ଶିକ୍ଷା ଦ୍ୱାରା ପ୍ରତାରିତ ହୋଇ ପାପ କରିଛନ୍ତି, ତେଣୁ ଯୋହନ ସେମାନଙ୍କୁ ଆଶ୍ୱାସନା ଦେବା ଆବଶ୍ୟକ ମନେ କରନ୍ତି ଯେ ଯଦି ସେମାନେ ଅନୁତାପ କରନ୍ତି ଏବଂ ସେମାନଙ୍କର ପାପ ସ୍ୱୀକାର କରନ୍ତି, ତେବେ ଈଶ୍ଵର ସେମାନଙ୍କୁ କ୍ଷମା କରିବେ । ଯୋହନ ଅଧ୍ୟାୟ 2 ରେ ସମାନ ବିଷୟକୁ ଉଲ୍ଲେଖ କରନ୍ତି ତାପରେ ଅଧ୍ୟାୟ 3 ରେ ସେ ବ୍ୟାଖ୍ୟା କରନ୍ତି ଯେ ବିଶ୍ଵାସୀମାନେ ଈଶ୍ଵରଙ୍କ ସନ୍ତାନ ଭାବରେ ନୂତନ ପ୍ରକୃତି ପାପ କରିବାକୁ ଇଚ୍ଛା କରନ୍ତି ନାହିଁ ଏବଂ ପାପ କରନ୍ତି ନାହିଁ ଏବଂ ଏହାକୁ ଉପଭୋଗ କରନ୍ତି ନାହିଁ । ତେଣୁ ସେମାନେ ସ୍ୱୀକାର କରିବା ଉଚିତ୍ ଯେ ଯେଉଁମାନେ ପାପକୁ କ୍ଷମା କରନ୍ତି କିମ୍ବା ସମାଲୋଚନା କରନ୍ତି ସେମାନେ ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ନୁହଁନ୍ତି ଏବଂ ନିଜେ ଈଶ୍ଵରଙ୍କ ସନ୍ତାନ ଭାବରେ ସେମାନେ ଅଧିକରୁ ଅଧିକ ଆଜ୍ଞାକାରୀ ଏବଂ ପାପରୁ ମୁକ୍ତ ହୋଇପାରିବେ । ଶେଷରେ, ଅଧ୍ୟାୟ 5 ରେ, ଯୋହନ ଚେତାବନୀ ଦେଇଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଉଦ୍ଦେଶ୍ୟହୀନ ଏବଂ ନିରନ୍ତର ପାପ କରେ, ତେବେ ଏହାର ଅର୍ଥ ଏହା ଯେ ସେମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ପବିତ୍ର ଆତ୍ମା ​​ଦ୍ୱାରା ଚାଳିତ ନୁହଁନ୍ତି । ସେ କହନ୍ତି ଯେ ସେହି କ୍ଷେତ୍ରରେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ପ୍ରଭାବଶାଳୀ ହୋଇନପାରେ। କିନ୍ତୁ ତା’ପରେ ସେ ତାଙ୍କ ପାଠକମାନଙ୍କୁ ଉତ୍ସାହିତ କରନ୍ତି ଯେ ଯଦି ଜଣେ ବ୍ୟକ୍ତି ବେଳେବେଳେ ପାପ କରେ କିନ୍ତୁ ଅନୁତାପ କରେ, ସେ ଆତ୍ମା ​​ଦ୍ୱାରା ଚାଳିତ ହୁଏ, ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ପ୍ରାର୍ଥନା ତାଙ୍କୁ ଅନୁତାପ କରିବାରେ ଏବଂ ପୁନର୍ବାର ସଠିକ୍ ମାର୍ଗରେ ବଞ୍ଚିବାରେ ସାହାଯ୍ୟ କରିବ । ( ପାପ, ପାପପୂର୍ଣ୍ଣ, ପାପୀ, ପାପ and ବିଶ୍ୱାସ and କ୍ଷମା କରିବା, କ୍ଷମା ପ୍ରାପ୍ତ, କ୍ଷମା, କ୍ଷମା ଦେବା, ଦୋଷ କ୍ଷମାଦେଖନ୍ତୁ)

“ରହିବା”

ଯୋହନ ସର୍ବଦା “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା” ଶବ୍ଦସମୁହ ରୂପକ ଭାବେ ବ୍ୟବହାର କରିଅଛନ୍ତି । ଯୋହନ ଜଣେ ବିଶ୍ବାସୀ ଯୀଶୁଙ୍କ ପ୍ରତି ଅଧିକ ବିଶ୍ବସ୍ତ ହେବା ଏବଂ ଯୀଶୁଙ୍କୁ ଭଲଭାବେ ଜାଣିଥିବା ବିଷୟରେ କହିଲେ ଯେପରି ବିଶ୍ବାସୀଙ୍କଠାରେ ଯୀଶୁଙ୍କ ବାକ୍ୟ “ରହିଥିଲା” । ଆହୁରି ମଧ୍ୟ, ଯୋହନ ଜଣେ ବ୍ୟକ୍ତି ଅନ୍ୟବ୍ୟକ୍ତିଙ୍କ ସହିତ ଆତ୍ମିକଭାବେ ସଂଯୁକ୍ତ ହେବା କହୁଥିଲେ ଯେପରି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କଠାରେ “ରହିଥିଲେ” । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଓ ଈଶ୍ବରଙ୍କଠାରେ ରହିବା ନିମନ୍ତେ କୁହାଯାଇଛି । ପିତା ପୁତ୍ରଙ୍କଠାରେ “ରହିବା” କୁହାଯାଇଛି ଏବଂ ପୁତ୍ର ପିତାଙ୍କ ଠାରେ “ରହିବା” କୁହାଯାଇଛି । ପୁତ୍ର ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି । ପବିତ୍ରଆତ୍ମା ମଧ୍ୟ ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି ।

ଉଦାହରଣ ସ୍ୱରୂପ, 2:6, ରେ, ଯେତେବେଳେ ଯୋହନ ଜଣେ ବିଶ୍ଵାସୀ ଈଶ୍ଵରଙ୍କଠାରେ “ରହିବା” ବିଷୟରେ କହନ୍ତି, ସେତେବେଳେ ସେ ସେହି ବିଶ୍ଵାସୀମାନଙ୍କ ଈଶ୍ଵରଙ୍କ ସହିତ ଆତ୍ମିକତାରେ ଏକତ୍ର ଥିବା ଧାରଣା ପ୍ରକାଶ କରିବାକୁ ଇଚ୍ଛା କରନ୍ତି । UST ଅନୁସାରେ ବିଶ୍ଵାସୀମାନଙ୍କୁ "ଈଶ୍ଵଙ୍କ ସହ ମିଳିତ" ବୋଲି ଅନୁବାଦ କରେ । ଅନ୍ୟ ଏକ ଉଦାହରଣ ଦେବାକୁ, 2:13 ରେ ଥିବା ବାକ୍ୟ ପାଇଁ ଯେ "ଈଶ୍ଵରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି," UST ଅନୁବାଦକରେ, ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ନିରନ୍ତର ପାଳନ କର ।” ଏହା ଦର୍ଶାଏ ଯେ ଅନ୍ୟ ଅଭିବ୍ୟକ୍ତିଗୁଡ଼ିକ କିପରି ବିଭିନ୍ନ ଧାରଣାଗୁଡ଼ିକୁ ସଠିକ୍ ଭାବରେ ଅର୍ଥ ପ୍ରକାଶ କରେ ଯାହା ଯୋହନ “ରହିବା” ଶବ୍ଦ ମାଧ୍ୟମରେ ପ୍ରକାଶ କରନ୍ତି ।

"ପ୍ରକାଶିତ"

ଏହି ପତ୍ରର ଅନେକ ସ୍ଥାନରେ ଯୋହନ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ULT ସାଧାରଣତଃ "ପ୍ରକାଶିତ ହେବା ବୋଲି ଅନୁବାଦ କରେ । ଏହା ବାସ୍ତବରେ ଗ୍ରୀକ୍ ଭାଷାରେ ଏକ ନିଷ୍କ୍ରିୟ ମୌଖିକ ରୂପ ଅଟେ, କିନ୍ତୁ ସେହି ଭାଷାରେ ଏପରି ଗଠନଗୁଡ଼ିକ ପ୍ରାୟତଃ ଏହିପରି ବ୍ୟବହାର କରାଯାଏ ଯେବେ ଏହା ସକ୍ରିୟ ଅର୍ଥ ପ୍ରକାଶ କରେ । ଯେବେ ଏହା ଏକ ସକ୍ରିୟ ଅର୍ଥ ପ୍ରକାଶ କରେ, ଏହା “ସେଠାରେ ଥିବା ପରି ନ ହେଇ”, ଯେପରି “ପ୍ରକାଶିତ ହେଲା” ବୋଲି ବୁଝାଏ ତାହା ନିଶ୍ଚିତ କରିବା ଆବଶ୍ୟକ ଅଟେ । ବରଂ ଏହାର ଅର୍ଥ "ସେଠାରେ ଥିଲା" ଅଟେ । ଅନ୍ୟ ଏକ ନୂତନ ନିୟମ ପୁସ୍ତକ 2 କରିନ୍ଥୀୟରେ ଏହି ଶବ୍ଦର ବ୍ୟବହାର ଦ୍ୱାରା ଏହାକୁ ଉତ୍ତମ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ପାଉଲ 5:10 ରେ ଉଲ୍ଲେଖ କରନ୍ତି ଯେ “ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ବିଚାର ଆସନ ସମ୍ମୁଖରେ ଉପସ୍ଥିତ ହେବା ଆବଶ୍ୟକ ।” ଏହାର ଅର୍ଥ ନୁହେଁ ଯେ ଆମେ କେବଳ ସେଠାରେ ଉପସ୍ଥିତ ଥିବାପରି ହେବା । ବରଂ, ଆମେ ପ୍ରକୃତରେ ସେଠାରେ ଉପସ୍ଥିତ ହେବା ।

ଏହି ପତ୍ରରେ, ଯୋହନ ଏହି ଶବ୍ଦକୁ ସକ୍ରିୟ ଅର୍ଥରେ କିମ୍ବା ଏକ ନିଷ୍କ୍ରିୟ ଅର୍ଥରେ ବ୍ୟବହାର କରନ୍ତି କି ନାହିଁ ତାହା ସ୍ଥିର କରିବାର ଏକ ଭାଷାନ୍ତର ବିଷୟ ଅଟେ । ଉଦାହରଣ ସ୍ୱରୂପ, 1:2 ରେ, ଯୋହନ ଏହି ଶବ୍ଦକୁ “ଜୀବନର ବାକ୍ୟ” ଅର୍ଥାତ୍ ଯୀଶୁଙ୍କ ପାଇଁ ଦୁଇଥର ପ୍ରୟୋଗ କରନ୍ତି । କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ସ୍ଵୟଂ "ପ୍ରକାଶିତ ହେଲେ", ଅର୍ଥାତ୍ ସେ ପୃଥିବୀକୁ ଆସିଲେ, କିମ୍ବା ଈଶ୍ଵର ଯୀଶୁଙ୍କୁ ଜଗତକୁ ପ୍ରକାଶ କରିବା ଧାରଣା ଉପରେ ଗୁରୁତ୍ୱ ଦେଇ ସେ "ସ୍ପଷ୍ଟ କରିଥିଲେ" (ଦୃଶ୍ୟମାନ ହୋଇଥିଲେ), ଏବଂ ଏହି ପ୍ରକ୍ରିୟାରେ ନିଜକୁ ଯୀଶୁଙ୍କ ମାଧ୍ୟମରେ ଜଗତରେ ପ୍ରକାଶ କଲେ । ପ୍ରତ୍ୟେକ ସ୍ଥାନରେ ଯେଉଁଠାରେ ଯୋହନ ଏହି ଶବ୍ଦ ବ୍ୟବହାର କରନ୍ତି, ଟିପ୍ପଣୀଗୁଡ଼ିକ ପ୍ରସଙ୍ଗରେ ଅନୁସାରେ ଏହାର ଅର୍ଥକୁ ପ୍ରକାଶ କରେ ।

“ଜଗତ”

ଯୋହନ ଏହି ପତ୍ରରେ ଅନେକ ଅର୍ଥରେ “ଜଗତ” ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ପୃଥିବୀ, ଭୌତିକ ବିଷୟ, ଜଗତ ରେ ବାସ କରୁଥିବା ଲୋକ, ଈଶ୍ଵରଙ୍କୁ ଅସମ୍ମାନ କରୁଥିବା ଲୋକ, କିମ୍ବା ଈଶ୍ଵରଙ୍କୁ ସମ୍ମାନ ଦେଉ ନଥିବା ଲୋକମାନଙ୍କର ମୂଲ୍ୟବୋଧ ହୋଇପାରେ । ଟିପ୍ପଣୀଗୁଡ଼ିକ ପ୍ରସଙ୍ଗରେ ଅନୁସାରେ “ଜଗତ ” ଶବ୍ଦର ଅର୍ଥକୁ ପ୍ରକାଶ କରେ ।

“ଜାଣିବା”

"ଜାଣିବା" କ୍ରିୟାପଦ ଏହି ପତ୍ରରେ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଅଛି । ବେଳେବେଳେ ଏହା ଏକ ସତ୍ୟ ଜାଣିବା ବିଷୟରେ ବ୍ୟବହୃତ ହୁଏ, ଯେପରି 3:2, 3:5, ଏବଂ 3:19 ଅଟେ । ବେଳେବେଳେ ଏହାର ଅର୍ଥ 3:1, 3:6, 3:16, ଏବଂ 3:20 ପରି କାହାକୁ କିମ୍ବା କାହାକୁ ଜାଣିବା ଏବଂ ବୁଝିବାକୁ ବୁଝାଏ । ବେଳେବେଳେ ଯୋହନ ଏହି ଶବ୍ଦକୁ ସମାନ ବାକ୍ୟରେ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହାର କରନ୍ତି, ଯେପରି 2:3, "ଏଥିରେ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହାଙ୍କୁ ଜାଣୁ ।" ଏହିପରି ଅର୍ଥ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ, ଏବଂ ଆପଣଙ୍କ ଅନୁବାଦରେ ଏହା ବ୍ୟବହାର କରିବା ଉପଯୁକ୍ତ ହେଇପାରେ।

“ଆମ୍ଭେମାନେ”

ଏହି ପତ୍ରର ଅଧିକାଂଶ କ୍ଷେତ୍ରରେ, ପ୍ରଥମ ପୁରୁଷ ବହୁବଚନ ସର୍ବନାମ ("ଆମ୍ଭେମାନେ, ଆମ୍ଭମାନଙ୍କର," ଇତ୍ୟାଦି) ଅନ୍ତର୍ଭୁକ୍ତ, ଏବଂ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣଙ୍କର ଅନୁବାଦରେ ଅନ୍ତର୍ଭୂକ୍ତ ଗଠନକୁ ବ୍ୟବହାର କରନ୍ତୁ । ସେହି କ୍ଷେତ୍ରରେ, ଯୋହନ ସେ ଏବଂ ପ୍ରାପ୍ତକର୍ତ୍ତାମାନେ ଯାହା ଜାଣନ୍ତି, କିମ୍ବା ଉଭୟ ଏବଂ ପ୍ରାପ୍ତକର୍ତ୍ତାମାନଙ୍କ ପାଇଁ ସତ୍ୟ ବିଷୟ ବିଷୟରେ କହୁଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ, ପ୍ରଥମ ପୁରୁଷ ସର୍ବନାମଗୁଡ଼ିକ ଅନ୍ତର୍ଭୁକ୍ତ ନୁହେଁ, କାରଣ ଯୋହନ ପ୍ରାପ୍ତକର୍ତ୍ତାମାନଙ୍କୁ ସେ ଏବଂ ତାହାଙ୍କ ପ୍ରେରିତମାନେ ଯୀଶୁଙ୍କଠାରୁ ଯାହା ଦେଖିଥିଲେ ଏବଂ ଶୁଣିଥିଲେ ତାହା କହୁଛନ୍ତି । ଟିପ୍ପଣୀଗୁଡ଼ିକ ଏହିପରି ସମସ୍ତ ବିଷୟକୁ ଚିହ୍ନଟ କରିବ, ଏବଂ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ସେଥିରେ ନିର୍ଦ୍ଦିଷ୍ଟ ଗଠନ ବ୍ୟବହାର କରିବା ଉଚିତ ।  ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

"ତୁମ୍ଭେ … ତୁମ୍ଭର"

ଏହି ପତ୍ରରେ "ତୁମ୍ଭେ" ଏବଂ "ତୁମ୍ଭର" ଶବ୍ଦଗୁଡ଼ିକ ବହୁବଚନ ଅଟେ ।

ଆଲୋକ ଏବଂ ଅନ୍ଧକାର

1: 5-7 ଏବଂ 2: 8-11 ରେ, ଯୋହନ ଏକ ରୂପକ ବ୍ୟବହାର କରନ୍ତି ଯେଉଁଥିରେ ଆଲୋକ ଉତ୍ତମ ବା ପବିତ୍ର ଏବଂ ଅନ୍ଧକାର ମନ୍ଦକୁ ପ୍ରକାଶ କରେ । ଯଦି ଏହା ଆପଣଙ୍କ ଭାଷାରେ ସହଜରେ ବୁଝିହୁଏ ନାହିଁ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାଇପାରିବେ ଯେ ଆଲୋକ ଉତ୍ତମତାକୁ ପ୍ରକାଶ କରେ କିମ୍ବା ଆଲୋକ ଉତ୍ତମତା ପରି ଅଟେ, କିମ୍ବା ଆଲୋକର ପ୍ରତୀକ ବ୍ୟବହାର ନକରି ଆପଣ ଉତ୍ତମତା ବିଷୟରେ ପ୍ରକାଶ କରିବେ ନାହିଁ । ପ୍ରତ୍ୟେକ ସ୍ଥାନରେ ରୂପକକୁ ବ୍ୟାଖ୍ୟା କରୁଥିବା ଏକ ଟିପ୍ପଣୀ ଦିଆଯାଇଛି । ( ବାଇବେଲ ସମ୍ବନ୍ଧୀୟ ରୂପକଳ୍ପ - ପରିବର୍ଦ୍ଧିତ ରୂପକଗୁଡ଼ିକଦେଖନ୍ତୁ)

ପ୍ରଥମ  ଯୋହନ ପୁସ୍ତକରେ ପ୍ରମୁଖ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

ଯେବେ ବାଇବେଲର ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଭିନ୍ନ ଅର୍ଥ ପ୍ରକାଶ କରେ, ULT ପଠନଗୁଡ଼ିକୁ ପଣ୍ଡିତମାନେ ଏହାର ପାଠନ ଅଧିକ ସଠିକ୍ ବୋଲି ବିବେଚନା କରନ୍ତି ବୋଲି ଉଲ୍ଲେଖ କରେ, କିନ୍ତୁ ଏହା ଅନ୍ୟାନ୍ୟ ସମ୍ଭାବ୍ୟ ସଠିକ୍ ପଠନକୁ ପାଦଟିକାରେ ଉଲ୍ଲେଖ କରିଥାଏ । ପ୍ରତ୍ୟେକ ଅଧ୍ୟାୟର ପରିଚୟରେ ସେହି ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା ହେବ ଯେଉଁଠାରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଅନେକ ଉପାୟରେ ଭିନ୍ନ ଅର୍ଥ ପ୍ରକାଶ କରେ ଏବଂ ଟିପ୍ପଣୀଗୁଡ଼ିକ ଏହି ପୁସ୍ତକରେ ସେହି ସ୍ଥାନଗୁଡ଼ିକୁ ପୁନର୍ବାର ଉଲ୍ଲେଖ କରିବ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣର ପଠନଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ | ଯଦି ନାହିଁ, ଆପଣ ULT ପାଠ୍ୟର ପଠନ ଅନୁସରଣ କରନ୍ତୁ । (: ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

1 John 1

ପ୍ରଥମ  ଯୋହନ 1 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

  1. ପତ୍ରର ଆରମ୍ଭ (1:1-4)                                                       
  2. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (1:5-10; 2:17)

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକ

ଏହି ସମୟର ଅନେକ ଗ୍ରୀକ୍ ରଚନା ପରି, ଏହି ପତ୍ରର ରଚନାଶୈଳୀ ଉଦ୍ଦେଶ୍ୟ ପାଇଁ ଏକ ଲମ୍ବା ବାକ୍ୟରୁ ଆରମ୍ଭ ହୁଏ । ଏହା 1:1  ର ଆରମ୍ଭରୁ 1:3 ର ମଧ୍ୟଭାଗ ପର୍ଯ୍ୟନ୍ତ ଯାଏ । ଏହି ବାକ୍ୟର ବାକ୍ୟାଂଶଗୁଡ଼ିକ କ୍ରମରେ ନାହିଁ ଯାହା ଅନେକ ଭାଷାରେ ସ୍ୱାଭାବିକ ଅଟେ । ବାକ୍ୟର କର୍ମପଦ ପ୍ରଥମେ ଆସେ, ଏବଂ ଏହା ବହୁତ ଲମ୍ବାଥାଏ ଏବଂ ଏହା ଅନେକ ଭିନ୍ନ ବାକ୍ୟାଂଶରେ ଗଠିତ ଥାଏ । କର୍ତ୍ତା ଏବଂ କ୍ରିୟା  ବାକ୍ୟର ସମାପ୍ତ ପର୍ଯ୍ୟନ୍ତ ଆସେ ନାହିଁ । ଏବଂ ବାକ୍ୟର ମଧ୍ୟଭାଗରେ ଏକ ଲମ୍ବା ବିଚ୍ୟୁତ ଥାଏ । ତେଣୁ ଅନୁବାଦ କରିବା ଏକ କଠିନ ବିଷୟ ଅଟେ ।

ପଦଗୁଡ଼ିକର ଯୋଗ କରିବା ଯାହା 1:1–3 ଅନ୍ତର୍ଭୁକ୍ତ କରେ ତାହା ଗୋଟିଏ ମାଧ୍ୟମ ଅଟେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ଆପଣ ଏହି ଲମ୍ବା ବାକ୍ୟକୁ, କର୍ତ୍ତା ଏବଂ କ୍ରିୟାପଦକୁ ସ୍ପଷ୍ଟଭାବେ ପାଇଁ ପୁନରାବୃତ୍ତି କରି ଅନେକ ଛୋଟ ବାକ୍ୟରେ ଅନୁବାଦ କରିପାରିବେ । ଏହା ଆପଣଙ୍କୁ ବାକ୍ୟର ବାକ୍ୟାଂଶଗୁଡ଼ିକୁ ଏକ କ୍ରମରେ ଉପସ୍ଥାପନ କରିବାକୁ ସାହାଯ୍ୟ କରିବ ଯାହାକି ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହୋଇପାରେ ଏବଂ ଆପଣଙ୍କ ପାଠକମାନେ ଏହାକୁ ଉତ୍ତମ ଭାବରେ ବୁଝିପାରିବେ । ଉଦାହରଣ ସ୍ଵରୁପ:

“ଯେପରି ତୁମ୍ଭମାନଙ୍କର ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ, ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ଜଣାଉଅଛୁ । ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ । ଏହା ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଅଟେ । ବାସ୍ତବରେ ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ । ହଁ, ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ ।"

ଯଦି ଆପଣ ଏହି ମାଧ୍ୟମ ଅବଲମ୍ବନ କରନ୍ତି, ଦ୍ୱିତୀୟ ବାକ୍ୟକୁ ଅନୁବାଦ କରିବାର ଅନ୍ୟ ଏକ ମାଧ୍ୟମ ହେବ, “ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ ଯେ ଆଦ୍ୟରୁ ଯେ ଥିଲେ, ଆମ୍ଭେମାନେ ଯାହା ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ ।"

ଅନ୍ୟ ଏକ ମାଧ୍ୟମ ଯାହା ଅଧିକ ସ୍ୱାଭାବିକ ହୋଇପାରେ, ଏବଂ ତାହା ପଦଗୁଡ଼ିକୁ ଯୋଗ କରିବା ଆବଶ୍ୟକ କରେ ନାହିଁ, ଏହା ବାକ୍ୟାଂଶଗୁଡ଼ିକୁ ଏହାର କ୍ରମରେ ଛାଡି, ବାକ୍ୟକୁ ତିନି ଭାଗରେ ବିଭକ୍ତ କରେ । ଯଦି ଆପଣ ଏହା କରନ୍ତି, ତେବେ ଆପଣ  1:1  ର ଶେଷ ଅପେକ୍ଷା “ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ” ବାକ୍ୟର ଅନୁବାଦକୁ ସ୍ଥାନିତ କରିପାରିବେ ଏବଂ ଏହାକୁ ପତ୍ରର ଏକ ପରିଚୟ ଭାବରେ ଅନୁବାଦ କରିପାରିବେ । ଅନ୍ୟଥା,  1:4 ପର୍ଯ୍ୟନ୍ତ ନକଲେ ଆପଣଙ୍କର ପାଠକମାନେ ହୁଏତ ଯୋହନଙ୍କ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟକୁ ବୁଝିପାରିବେ ନାହିଁ ।

1:1–4 ଟିପ୍ପଣୀଗୁଡ଼ିକ ଏହି ଲମ୍ବା ପ୍ରାରମ୍ଭିକ ବାକ୍ୟକୁ କିପରି ଅନୁବାଦ କରାଯିବ ସେ ସମ୍ବନ୍ଧରେ ଅଧିକ ନିର୍ଦ୍ଦିଷ୍ଟ ପରାମର୍ଶ ପ୍ରଦାନ କରେ । (: ପଦ ସେତୁଗୁଡ଼ିକଦେଖନ୍ତୁ)

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ

ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ 1:4, ରେ “ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ” ବୋଲି ଉଲ୍ଲେଖ କରେ । ULT ସେହି ପଠନକୁ ଅନୁସରଣ କରେ । କିନ୍ତୁ, ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ଆମ୍ଭମାନଙ୍କର ଆନନ୍ଦ” ପରିବର୍ତ୍ତେ “ତୁମ୍ଭମାନଙ୍କର ଆନନ୍ଦ” ବୋଲି ଉଲ୍ଲେଖ କରେ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ଆପଣ ସେହି ସଂସ୍କରଣର ଶବ୍ଦଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT କୁ ଅନୁସରଣ କରନ୍ତୁ । (: ପାଠ୍ୟ ପ୍ରକାରଗୁଡ଼ିକ ଦେଖନ୍ତୁ)

1 John 1:1

ἀκηκόαμεν

ଏହାର ଅର୍ଥ ଯାହା ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଶୁଣିଥିଲେ, ତାହା ଯୀଶୁ କହୁଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହି ସୂଚନାକୁ UST ପରି ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ ଶୁଣିଅଛୁ" ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα

ଏହି ଦୁଇ ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସ୍ପଷ୍ଟ ହେବ ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତିରେ ମିଶ୍ରଣ କରି ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହାଙ୍କୁ ଆମ୍ଭେ ନିଜେ ସ୍ପଷ୍ଟ ଭାବରେ ଦେଖିଛୁ" (: ସମାନ୍ତରତାସୂଚକଦେଖନ୍ତୁ)

τοῦ λόγου τῆς ζωῆς

ଏଠାରେ, ଜୀବନ ସ୍ୱରୂପ ବାକ୍ୟ ଯୀଶୁଙ୍କର ଏକ ପରୋକ୍ଷ ବର୍ଣ୍ଣନା ଅଟେ । ଯେପରି ସାଧାରଣ ପରିଚୟ ସୂଚିତ କରେ, ଏହି ପତ୍ର ଏବଂ ଯୋହନଙ୍କ ସୁସମାଚାର ମଧ୍ୟରେ ଅନେକ ସମାନତା ରହିଛି । ସୁସମାଚାର ଯୀଶୁଙ୍କ ବିଷୟରେ ଉଲ୍ଲେଖ କରି ଆରମ୍ଭ ହୁଏ, "ଆଦ୍ୟରେ ବାକ୍ୟ ଥିଲେ ।" ତେଣୁ ଯେତେବେଳେ ଯୋହନ ଜୀବନ ସ୍ୱରୂପ ବାକ୍ୟ ବିଷୟରେ ଏହି ପତ୍ରରେ କହନ୍ତି ଯେ “ଆଦ୍ୟରୁ” ସେ ଯୀଶୁଙ୍କ ବିଷୟରେ କହୁଛନ୍ତି । ULT ଏହି ଶବ୍ଦକୁ ଇଂରାଜୀରେ  (ବାକ୍ୟ)କୁ ଯୀଶୁଙ୍କ ପାଇଁ ବଡ଼ ଅକ୍ଷରରେ ସୂଚିତ କରେ । ବିକଳ୍ପ ଅନୁବାଦ: "ଯୀଶୁ, ଈଶ୍ଵରଙ୍କ ବାକ୍ୟ, ଯିଏ ଜୀବନ ପ୍ରଦାନ କରନ୍ତି ।" (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

τῆς ζωῆς

ଏହି ପତ୍ରରେ, ଯୋହନ ଜୀବନ ଶବ୍ଦକୁ ଶାରୀରିକ ଜୀବନକୁ କିମ୍ବା ସାଙ୍କେତିକ ଭାବରେ ଆତ୍ମିକ ଜୀବନକୁ ସୂଚାଇବା ପାଇଁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଆତ୍ମିକ ଜୀବନକୁ ବୁଝାଏ । ବିକଳ୍ପ ଅନୁବାଦ: "ଆତ୍ମିକ ଜୀବନର" (: ଉପମା/ରୂପକଦେଖନ୍ତୁ)

ὃ ἦν ἀπ’ ἀρχῆς, ὃ ἀκηκόαμεν, ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα, καὶ αἱ χεῖρες ἡμῶν ἐψηλάφησαν, περὶ τοῦ λόγου τῆς ζωῆς—

1:1-3 ରେ ଲମ୍ବା ବାକ୍ୟକୁ କିପରି ଅନୁବାଦ କରାଯିବ ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ । ଯଦି ଆପଣ  “ଜୀବନର ବାକ୍ୟ ସମ୍ବନ୍ଧରେ” ବାକ୍ୟକୁ ଏହି ପତ୍ରର ଏକ ପ୍ରମୁଖ ପରିଚୟ ଭାବରେ ଅନୁବାଦ କରିବାକୁ ପରାମର୍ଶକୁ ଅନୁସରଣ କରନ୍ତି, ଏହି ପଦର ଚାରୋଟି ବାକ୍ୟାଂଶ ଜଣେ ବ୍ୟକ୍ତି ଯୀଶୁଙ୍କୁ ସୂଚାଏ ବୋଲି ଆପଣ  ଆଗରୁ ସୂଚାଇ ଦେଇଛନ୍ତି । ତେଣୁ ଆପଣ  ସେଗୁଡ଼ିକୁ ବ୍ୟକ୍ତିଗତ ସର୍ବନାମ “କିଏ” ଏବଂ “ଯାହାକୁ” ସହ ପରିଚିତ କରାଇ ପାରିବେ । ବିକଳ୍ପ ଅନୁବାଦ: “ସେ ଅନନ୍ତକାଳରୁ ବିଦ୍ୟମାନ ଅଛନ୍ତି, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାକୁ ଆମ୍ଭେମାନେ ନିଜ ଚକ୍ଷୁରେ ଦେଖିଅଛୁ ଏବଂ ଯାହାକୁ ଆମ୍ଭେମାନେ ନିଜ ହାତରେ ସ୍ପର୍ଶ କରିଅଛୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἀπ’ ἀρχῆς

ଯୋହନ ଏହି ପତ୍ରରେ  ଆରମ୍ଭରୁ ବାକ୍ୟାଂଶକୁ  ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଅନନ୍ତ କାଳରୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἀκηκόαμεν…ἑωράκαμεν…ἡμῶν…ἐθεασάμεθα…ἡμῶν

ଏଠାରେ ଆମ୍ଭେ ଏବଂ ଆମ୍ଭର ସର୍ବନାମଗୁଡ଼ିକ ସ୍ୱତନ୍ତ୍ର, କାରଣ ଯୋହନ ନିଜ ତଥା ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ନାମରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହୁଛନ୍ତି, କିନ୍ତୁ ସେ ପତ୍ର ଲେଖୁଥିବା ଲୋକମାନେ ଯୀଶୁଙ୍କୁ ଦେଖି ନାହାଁନ୍ତି । ତେଣୁ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ତେବେ ଏଠାରେ ନିର୍ଦ୍ଦିଷ୍ଟ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ἑωράκαμεν τοῖς ὀφθαλμοῖς ἡμῶν…καὶ αἱ χεῖρες ἡμῶν ἐψηλάφησαν

ଆପଣଙ୍କ ଭାଷାରେ, ଏହି ବାକ୍ୟାଂଶଗୁଡ଼ିକ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କଲାପରି ମନେହୁଏ ହେଇପାରେ। ଯଦି ହଁ, ଆପଣ ସେଗୁଡ଼ିକୁ ସଂକ୍ଷିପ୍ତ କରିପାରିବେ । ତଥାପି, ଆପଣଙ୍କ ଭାଷାର ଗୁରୁତ୍ୱ ଦେବା ପାଇଁ ଏହିପରି ଅତିରିକ୍ତ ସୂଚନା ବ୍ୟବହାର କରିବାର ନିଜସ୍ୱ ପଦ୍ଧତି ଥାଇପାରେ, ଏବଂ ଆପଣ ଆପଣଙ୍କ ଅନୁବାଦରେ ତାହା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଆମ୍ଭେମାନେ  ଦେଖିଲୁ… ସ୍ପର୍ଶକଲୁ” କିମ୍ବା “ଯାହାକୁ ଆମ୍ଭେମାନେ  ନିଜ ଚକ୍ଷୁରେ ଦେଖିଲୁ… ନିଜ ହାତରେ ସ୍ପର୍ଶକଲୁ” (  କେଉଁ ସମୟରେ ସୂଚନାଗୁଡ଼ିକୁ ଅବ୍ୟକ୍ତ ରଖିବେଦେଖନ୍ତୁ)

ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν

ଯୋହନଙ୍କ କହିବାର ଅର୍ଥ ଯୀଶୁ ନିଶ୍ଚିତ ଭାବରେ ଜଣେ ପ୍ରକୃତ ମନୁଷ୍ୟ ହୋଇଥିବେ, ଯଦିଓ ଭଣ୍ଡ ଶିକ୍ଷକମାନେ ଏହାକୁ ଅସ୍ୱୀକାର କରନ୍ତି  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ UST ପରି ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

περὶ τοῦ λόγου τῆς ζωῆς

ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ଯେପରି ସୂଚିତ କରେ, ଆପଣ ଏହି ବାକ୍ୟର ଅନୁବାଦକୁ ଜୀବନର ବାକ୍ୟ ସମ୍ବନ୍ଧରେ ବାକ୍ୟାଂଶକୁ ଏହି ପଦର ପ୍ରାରମ୍ଭରେ ରଖିପାରିବ ଏବଂ UST ଭଳି ପତ୍ରର ଏକ ଉପକ୍ରମଣିକା ଭାବରେ ଉପସ୍ଥାପନ କରିପାରିବେ । । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତୁମ୍ଭମାନଙ୍କୁ  ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ଲେଖୁଅଛୁ”

περὶ τοῦ λόγου τῆς ζωῆς

ଏହି ସମୟର ପତ୍ରର ଲେଖକମାନେ ସାଧାରଣତଃ ନିଜର ନାମ ଉଲ୍ଲେଖ କରି ପତ୍ର ଆରମ୍ଭ କରୁଥିଲେ । ନୂତନ ନିୟମର ଅଧିକାଂଶ ଅକ୍ଷରଗୁଡ଼ିକରେ ଏହା ଦେଖିବାକୁ ମିଳେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, UST ପରି ଆପଣ ଏଠାରେ ଯୋହନଙ୍କ ନାମକୁ ଉଲ୍ଲେଖ କରି ପାରିବେ । ଯେପରି ସୂଚିତ କରାଯାଇଛି, ଯୋହନ ବହୁବଚନ ସର୍ବନାମ  “ଆମ୍ଭେମାନେ ” ବ୍ୟବହାର କରନ୍ତି କାରଣ ସେ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି  । କିନ୍ତୁ ଆପଣଙ୍କ  ଭାଷାରେ ସେ ଏକକ ସର୍ବନାମ  ସହ ନିଜକୁ ସୂଚାଇବା ଅଧିକ ସୌଭାବିକ ହୋଇପାରେ, ଏବଂ ଯଦି ଏହା ହୁଏ, ଆପଣ ଆପଣଙ୍କ ଅନୁବାଦରେ ସେହିପରି କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ଯୋହନ, ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ  ଲେଖୁଅଛି” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

τῆς ζωῆς

ଏହା ହୁଏତ ଯୀଶୁଙ୍କ ଜୀବନକୁ କିମ୍ବା ଯୀଶୁ ଦେଉଥିବା ଜୀବନକୁ ସୂଚାଇପାରେ । କିନ୍ତୁ ଯେହେତୁ ଯୋହନ ବିଶ୍ଵାସୀମାନଙ୍କ ନିକଟକୁ ଆଶ୍ୱାସନା ଦେବା ପାଇଁ ଏହି ପତ୍ର ଲେଖୁଛନ୍ତି, ଏହି ଅଭିବ୍ୟକ୍ତି ବିଶ୍ଵାସ କରୁଥିବା ଲୋକମାନଙ୍କୁ  “ବାକ୍ୟ” (ଯୀଶୁ) ପ୍ରଦାନ କରୁଥିବା ଜୀବନ*କୁ* ବୁଝାଏ । ବିକଳ୍ପ ଅନୁବାଦ: “ଯିଏ ତାହାଙ୍କ ଉପରେ ବିଶ୍ୱାସ କରେ ସେ ସମସ୍ତଙ୍କୁ ଜୀବନ ପ୍ରଦାନ କରନ୍ତି” ( ଅଧିକାର/ଦଖଲଦେଖନ୍ତୁ)

ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ ଏହାକୁ ପଦ 1 ପୂର୍ବରୁ ଏଠାରେ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ନାମ: "ଜୀବନର ବାକ୍ୟ" ( ବିଭାଗ ଶିରୋନାମାଦେଖନ୍ତୁ)

1 John 1:2

καὶ ἡ ζωὴ ἐφανερώθη

1 ଯୋହନର ପରିଚୟର ଭାଗ 3 ରେ "ପ୍ରକାଶିତ" ଶବ୍ଦର ଆଲୋଚନା ଦେଖନ୍ତୁ । ଏହାର ଅର୍ଥ ହୋଇପାରେ: (1) ଯୋହନ ହୁଏତ ଯୀଶୁ ପୃଥିବୀକୁ କିପରି ଆସିଲେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । (UST "ସେ ପୃଥିବୀକୁ ଆସିଲେ" ବୋଲି ଉଲ୍ଲେଖ କରେ) ସେହି କ୍ଷେତ୍ରରେ, ଏହା ଏକ ଏପରି ପରିସ୍ଥିତି ହେବ ଯେଉଁଥିରେ ଗ୍ରୀକ୍ ମୌଖିକ ପଦର ଏକ ସକ୍ରିୟ ଅର୍ଥ ରହିଛି । ଯେପରି ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ସୂଚିତ କରେ, ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: "ପ୍ରକୃତରେ, ଜୀବନ ଏଠାକୁ ଆସିଲେ" (2) ଯୋହନ ହୁଏତ ଈଶ୍ଵର କିପରି ଯୀଶୁଙ୍କୁ ଜଗତରେ ପ୍ରକାଶ କଲେ ଏବଂ ସେ ଯେପରି ଯୀଶୁଙ୍କ ମାଧ୍ୟମରେ ନିଜକୁ ଜଗତରେ ପ୍ରକାଶ କଲେ ସେବିଷୟର ଗୁରୁତ୍ଵ ଦେଉଛନ୍ତି । ସେହି ଗୁରୁତ୍ଵକୁ ବାହାରକୁ ଆଣିବା ପାଇଁ, ଆପଣ ଏହାକୁ ଏକ ମୌଖିକ ପଦରେ ଅନୁବାଦ କରିପାରିବେ କିମ୍ବା ଯଦି ଆପଣଙ୍କର ଭାଷା ମୌଖିକ ପଦ ବ୍ୟବହାର ନକରେ, ତେବେ ଆପଣ ଏକ ସକ୍ରିୟ ପଦ ବ୍ୟବହାର କରିପାରିବେ ଏବଂ କିଏ କାର୍ଯ୍ୟକରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ପ୍ରକୃତରେ, ଜୀବନ ଦୃଶ୍ୟମାନ ହେଲେ" କିମ୍ବା "ପ୍ରକୃତରେ, ଈଶ୍ଵର ଜୀବନଙ୍କୁ ପ୍ରକାଶ କଲେ"  (: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἑωράκαμεν, καὶ μαρτυροῦμεν,

ଯଦି ଆପଣ ବ୍ୟକ୍ତିଗତ ସର୍ବନାମଗୁଡ଼ିକ 1:1 ରେ ବ୍ୟବହାର କରିବାକୁ ସ୍ଥିର କରିଛନ୍ତି, ତେବେ ଆପଣ ଏଠାରେ ମଧ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ ତାହାଙ୍କୁ ଦେଖିଅଛୁ ଏବଂ ଆମ୍ଭେମାନେ ସାକ୍ଷ୍ୟ ଦେଇଅଛୁ ଯେ ଆମ୍ଭେମାନେ ତାଙ୍କୁ ଦେଖିଅଛୁ"(: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

μαρτυροῦμεν, καὶ ἀπαγγέλλομεν ὑμῖν

ଏହି ଦୁଇ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, UST ପରି ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଯୋଗପାରିବେ । (: ସମାନ୍ତରତାସୂଚକଦେଖନ୍ତୁ)

τὴν ζωὴν τὴν αἰώνιον

ପ୍ରଥମ ପଦରେ ଯେପରି, ଯୋହନ ଯୀଶୁଙ୍କ ସହ ଜଡିତ ଜୀବନକୁ ସୂଚାଇ ସାଙ୍କେତିକ ଭାବରେ କହୁଛନ୍ତି । ବିକଳ୍ପ ଅନୁବାଦ: "ଯୀଶୁ, ଯିଏ ଅନନ୍ତ ଜୀବନ ଅଟନ୍ତି" କିମ୍ବା "ଯୀଶୁ, ଯିଏ ଜୀବିତ ଅଟନ୍ତି" (: ଲାକ୍ଷଣିକ ଶବ୍ଦ ଦେଖନ୍ତୁ)

τὸν Πατέρα

ପିତା ଆଖ୍ୟା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର" (: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

καὶ ἐφανερώθη ἡμῖν

ଏହି ପଦରେ ଆପଣ ପ୍ରକାଶ ହେଲେ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭମାନଙ୍କ ପାଖକୁ ଆସିଲେ" କିମ୍ବା "ଏବଂ ଆମ୍ଭମାନଙ୍କୁ ପ୍ରକାଶ କରାଗଲା" କିମ୍ବା "ଏବଂ ଈଶ୍ଵର ଯାହାଙ୍କୁ ଆମ୍ଭମାନଙ୍କୁ ପ୍ରକାଶ କଲେ" । (: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἡ ζωὴ

ଯୋହନ ଯୀଶୁଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି , ଯାହାଙ୍କୁ ସେ ତାହାଙ୍କ  ସହିତ ଜଡିତ ଜୀବନକୁ ସୂଚାଇ ପୂର୍ବ ପଦରେ “ଜୀବନର ବାକ୍ୟ” ବୋଲି କହନ୍ତି । ଏଠାରେ , ସେ ଦେଉଥିବା ଜୀବନ ଅପେକ୍ଷା ଯୀଶୁ ଯେଉଁ ଜୀବନକୁ ଧାରଣ କରନ୍ତି ତାହା ବର୍ଣ୍ଣନା କରିବାକୁ ବୁଝାଏ । ବିକଳ୍ପ ଅନୁବାଦ: “ଯୀଶୁ” କିମ୍ବା “ଯୀଶୁ, ଯିଏ ଜୀବନ ଅଟନ୍ତି” । ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἑωράκαμεν…μαρτυροῦμεν…ἀπαγγέλλομεν…ἡμῖν

ଯୋହନ ନିଜ ଏବଂ  ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହନ୍ତି , ତେଣୁ ଏହି ପଦରେ ସର୍ବନାମ  ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର  ସ୍ୱତନ୍ତ୍ର ଅଟେ । ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ὑμῖν

ଯେପରି ସାଧାରଣ ପରିଚୟ ବ୍ୟାଖ୍ୟା କରେ, ଯୋହନ  ବିଭିନ୍ନ ମଣ୍ଡଳୀଗୁଡ଼ିକର ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ତେଣୁ ସର୍ବନାମ “ତୁମ୍ଭେମାନେ” , “ତୁମ୍ଭମାନଙ୍କର ” ଏବଂ “ତୁମ୍ଭେ” ଏହି ପତ୍ରରେ ବହୁବଚନ ଅଟେ। ( ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନଦେଖନ୍ତୁ)

1 John 1:3

ὃ ἑωράκαμεν, καὶ ἀκηκόαμεν

ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କୁ ପୃଥିବୀରେ ଜୀବିତ ଥିବାବେଳେ କିପରି ଦେଖିଥିଲେ ଓ ଶୁଣିଥିଲେ ସେବିଷୟରେ ସେ ସଂପୂର୍ଣ୍ଣ ଭାବରେ କହୁଛନ୍ତି । ବିକଳ୍ପ ଅନୁବାଦ: "ଯେତେବେଳେ ଯୀଶୁ ପୃଥିବୀରେ ଜୀବିତ ଥିଲେ, ଆମ୍ଭେମାନେ ଯାହା ଦେଖିଲୁ ଏବଂ ଶୁଣିଲୁ" (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

καὶ ὑμεῖς κοινωνίαν ἔχητε μεθ’ ἡμῶν…ἡ κοινωνία…ἡ ἡμετέρα μετὰ τοῦ Πατρὸς, καὶ μετὰ τοῦ Υἱοῦ αὐτοῦ

ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ତେବେ ଆପଣ ଗୁଣ ବାଚକ ଶବ୍ଦ “ସହଭାଗିତା” ପଛରେ ଥିବା ଧାରଣାକୁ ଏକ ବିଶେଷ୍ୟ ଶବ୍ଦ “ ବନ୍ଧୁ” ସହ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେମାନ ଆମ୍ଭମାନଙ୍କ ସହିତ ଘନିଷ୍ଠ ବନ୍ଧୁ ହୋଇପାରିବ … ଆମ୍ଭେମାନେ ସମସ୍ତେ ପିତା ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କର ଘନିଷ୍ଠ ବନ୍ଧୁ ହୋଇପାରିବା" (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ἡ κοινωνία…ἡ ἡμετέρα

ଆମ୍ଭମାନଙ୍କର ଶବ୍ଦ ସମଷ୍ଟିଗତ ଶବ୍ଦ ଅଟେ, କାରଣ ଯୋହନ କହନ୍ତି  ଯେ ସେ ଯେଉଁ ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ତାହାଙ୍କ   ସହ ଏବଂ ଅନ୍ୟମାନଙ୍କ ସହ ଯାହା ବଦଳରେ ସେ ଏହି ପତ୍ର ଲେଖୁଛନ୍ତି ସେମାନଙ୍କ ସହ ସହଭାଗିତା କିପରି ହେବ ସେ ବିଷୟରେ କହନ୍ତି  । ତେଣୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ଆପଣ ଏହି ଶବ୍ଦକୁ ସମଷ୍ଟିଗତ ଭାବରେ ଅନୁବାଦ କରିବା ଉଚିତ୍ । ଯଦିଓ ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ନାହିଁ, ଏହି ଶବ୍ଦ ଯୋହନ ଏବଂ ସେ ଲେଖୁଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ ଅଟେ ବୋଲି ଆପଣ ଆପଣଙ୍କ ଅନୁବାଦରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ ସମସ୍ତେ ଘନିଷ୍ଠ ବନ୍ଧୁ ଅଟୁ" (: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

τοῦ Πατρὸς…τοῦ Υἱοῦ αὐτοῦ

ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର … ତାହାଙ୍କର ପୁତ୍ର ଯୀଶୁ" (: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

ὃ ἑωράκαμεν, καὶ ἀκηκόαμεν, ἀπαγγέλλομεν καὶ ὑμῖν, ἵνα καὶ ὑμεῖς κοινωνίαν ἔχητε μεθ’ ἡμῶν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଶେଷ ବାକ୍ୟାଂଶକୁ ଏହି ପଦର ଆରମ୍ଭରେ ଉଲ୍ଲେଖ କରିପାରିବେ, ଯେହେତୁ ସେହି ବାକ୍ୟାଂଶଟି କାର୍ଯ୍ୟର କାରଣ ପ୍ରଦାନ କରେ ଯାହାକି ବାକି ପଦଗୁଡ଼ିକକୁ ବର୍ଣ୍ଣନା କରେ । ସ୍ପଷ୍ଟତା ପାଇଁ, ଆପଣ ସିଧାସଳଖ-ଅବ୍ୟୟ ପଦ ବାକ୍ୟାଂଶ ଯାହା ଆ*ମ୍ଭେମାନେ ଦେଖିଅଛୁ ଏବ ଶୁଣିଅଛୁକୁ କର୍ତ୍ତା ଏବଂ କ୍ରିୟା ପରେ *ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ ବୋଲି ମଧ୍ୟ ଉଲ୍ଲେଖ କରିପାରିବେ । ସେହି କ୍ଷେତ୍ରରେ, ଜଣାଉଅଛୁ ପରେ ଆପଣଙ୍କୁ ମଧ୍ୟ ଶବ୍ଦକୁ ଅନୁବାଦ କରିବାକୁ ପଡିବ ନାହିଁ । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ ଯେପରି ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ସୂଚାଏ  । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ  ମଧ୍ୟ ଆମ୍ଭମାନଙ୍କ  ସହିତ ସହଭାଗିତା କରିପାରିବ, ଆମ୍ଭେମାନେ  ଯାହା ଦେଖିଅଛୁ ଏବଂ ଶୁଣିଅଛୁ ତାହା ତୁମ୍ଭମାନଙ୍କୁ  ଜଣାଉଅଛୁ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

ἑωράκαμεν, καὶ ἀκηκόαμεν, ἀπαγγέλλομεν…ἡμῶν

ଯୋହନ ନିଜ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଳରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହନ୍ତି , ତେଣୁ ଏଠାରେ ସର୍ବନାମ ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର ସ୍ୱତନ୍ତ୍ର ଅଟେ। ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

1 John 1:4

ἵνα ἡ χαρὰ ἡμῶν ᾖ πεπληρωμένη

ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ “ଖୁସି” ଶବ୍ଦ ପରି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ଆନନ୍ଦ ପଛରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଆମ୍ଭେମାନେ ସମ୍ପୂର୍ଣ୍ଣ ଖୁସି ହୋଇପାରିବା" (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ταῦτα γράφομεν ἡμεῖς

ଯେପରି ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ବ୍ୟାଖ୍ୟା କରେ , ଏଠାରେ ଯୋହନ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟକୁ ଔପଚାରିକ ଭାବରେ ଦର୍ଶାଉଛନ୍ତି । ଯଦି ଆପଣ 1:1 ରେ ସ୍ଥିର କରିଛନ୍ତି ଯେ ଆପଣଙ୍କ ଭାଷାରେ ସେ ଏପରି ଏକ ପ୍ରସଙ୍ଗରେ ଏକକ ସର୍ବନାମ  ସହିତ ନିଜକୁ ସୂଚାଇବା ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏଠାରେ ସେହିପରି ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ଯୋହନ, ଏହି ବିଷୟସବୁ ଲେଖୁଛି” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἡμεῖς…ἡμῶν

ଯଦି ଆପଣ ବହୁବଚନ ସର୍ବନାମ ଆମ୍ଭେମାନେ ବ୍ୟବହାର କରନ୍ତି, ତେବେ ଏହା ସ୍ୱତନ୍ତ୍ର ହେବ, ଯେହେତୁ ଯୋହନ  ନିଜ ବିଷୟରେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବିଷୟରେ କହନ୍ତି  ଯାହାଙ୍କ ବଦଳରେ ସେ ଲେଖୁଛନ୍ତି । ତଥାପି, ଆମ୍ଭମାନଙ୍କର  ଶବ୍ଦଟି ହୁଏତ ଅନ୍ତର୍ଭୂକ୍ତ ଅଟେ, ଯେହେତୁ ଯୋହନ  ବୋଧହୁଏ ଚାହାଁନ୍ତି ଯେ ସେ ନିଜେ ଏବଂ ତାହାଙ୍କ  ପାଠକମାନେ ପରସ୍ପର ସହ ସହଭାଗୀତା ଏବଂ ପିତା ଏବଂ ପୁତ୍ରଙ୍କ ସହ ସମ୍ପୃକ୍ତ ହୁଅନ୍ତୁ ଯାହା ସେ ପୂର୍ବ ପଦରେ ବର୍ଣ୍ଣନା କରିଛନ୍ତି । ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ἡ χαρὰ ἡμῶν

ULT ର ଅନୁବାଦ ପରି ଆମ୍ଭମାନଙ୍କର  ଆନନ୍ଦ ବୋଲି ଅନୁବାଦ କରିପାରିବେ କିମ୍ବା ଅନ୍ୟ କେତେକ ସଂସ୍କରଣର ପରି“ତୁମ୍ଭମାନଙ୍କର  ଆନନ୍ଦ” ଅନୁବାଦ କରିପାରିବେ, ଏଥିପାଇଁ ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀ ଶେଷରେ ପାଠ୍ୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ଦେଖନ୍ତୁ । ଯେଉଁମାନେ ଏହାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ପାଇଁ “ତୁମ୍ଭମାନଙ୍କର  ଆନନ୍ଦ” ବୋଲି ଅନୁବାଦ କରିଥିବା ସଂସ୍କରଣ ସମ୍ବନ୍ଧୀୟ ଅନୁବାଦ ପ୍ରସଙ୍ଗ ଉପରେ ନିମ୍ନରେ ଦିଆଯାଇଥିବା ଟିପ୍ପଣୀ ଆଲୋଚନା କରେ | । ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

ἡ χαρὰ ἡμῶν

ଯଦି ଆପଣ  “ତୁମ୍ଭମାନଙ୍କର  ଆନନ୍ଦ” ବାକ୍ୟାଂଶର ଅନେକ ଅନୁବାଦକୁ ଅନୁସରଣ କରନ୍ତି, “ତୁମ୍ଭମାନଙ୍କର ” ଶବ୍ଦଟି ଏହି ପତ୍ରର ପରି ବହୁବଚନ ହେବ, ଯେହେତୁ ଏହା ଏକ ବିଶ୍ଵାସୀସମୂହ ସୂଚାଏ  । ( ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନଦେଖନ୍ତୁ)

ἵνα ἡ χαρὰ ἡμῶν ᾖ πεπληρωμένη

ଏହାର ଅର୍ଥ ଯୋହନ  ଏବଂ ତାହାଙ୍କ  ପାଠକମାନେ ଏକତ୍ର ସମ୍ପୂର୍ଣ୍ଣ ଆନନ୍ଦିତ ହେବେ ଯଦି ତାହାଙ୍କ  ପାଠକମାନେ ସେ ଯାହା ଲେଖୁଛନ୍ତି ତାହାର ସତ୍ୟତାକୁ ଜାଣି ପାରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ UST ପରି ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἵνα ἡ χαρὰ ἡμῶν ᾖ πεπληρωμένη

ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ କର୍ତ୍ତୁବଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହାଫଳରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଖୁସି ହୋଇପାରିବା । ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

1 John 1:5

ἀκηκόαμεν

ସର୍ବନାମ ଆମ୍ଭେମାନେ ବହିର୍ଭୂତ ଅଟେ କାରଣ ଯୋହନ ନିଜ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନଙ୍କ ନାମରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହୁଛନ୍ତି । (: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ὁ Θεὸς φῶς ἐστιν

ଯାହା ପବିତ୍ର, ଉପଯୁକ୍ତ ଏବଂ ଉତ୍ତମ ଅଟେ ସେହି ବିଷୟକୁ ବୁଝାଇବାକୁ ଯୋହନ ପ୍ରାୟତଃ ଏହି ପତ୍ରରେ ଜ୍ୟୋତିଃ ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ, ଈଶ୍ଵରଙ୍କ ସମ୍ବନ୍ଧରେ, ଏହା ପବିତ୍ରତାକୁ ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ପବିତ୍ର ଅଟନ୍ତି" (: ଉପମା/ରୂପକଦେଖନ୍ତୁ)

σκοτία ἐν αὐτῷ, οὐκ ἔστιν οὐδεμία

ଯୋହନ ପ୍ରାୟତଃ ଏହି ପତ୍ରରେ ଅନ୍ଧକାର ଶବ୍ଦକୁ ସାଙ୍କେତିକ ଭାବରେ ମନ୍ଦ ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵର ଆଦୌ ମନ୍ଦ ନୁହଁନ୍ତି।” (: ଉପମା/ରୂପକଦେଖନ୍ତୁ)

ἀπ’ αὐτοῦ

ତାହାଙ୍କୁ ସର୍ବନାମ  ଏହି ପଦରେ ଯୀଶୁଙ୍କୁ ସୂଚାଏ, ଯେହେତୁ ଯୋହନ ସେହି ବାର୍ତ୍ତା ବିଷୟରେ କହନ୍ତି  ଯାହା ସେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କଠାରୁ ଶୁଣିଛନ୍ତି । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὁ Θεὸς φῶς ἐστιν, καὶ σκοτία ἐν αὐτῷ, οὐκ ἔστιν οὐδεμία

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ  ହୁଏତ ଗୁରୁତ୍ଵ ଦେବାପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଆଲୋକ ଅଟନ୍ତି” କିମ୍ବା, ଯଦି ଆପଣ  ଏହି ରୂପାନ୍ତରଗୁଡ଼ିକୁ ଆଳଙ୍କାରିକ ଭାବରେ (ପରବର୍ତ୍ତୀ ଦୁଇଟି ଟିପ୍ପଣୀ ଦେଖନ୍ତୁ), “ଈଶ୍ଵର  ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି” ବୋଲି ଉପସ୍ଥାପନ କରିପାରିବେ । ( ସମାନ୍ତରତାସୂଚକଦେଖନ୍ତୁ)

ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ ପଦ 5 ପୂର୍ବରୁ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ବିଭାଗ ନାମ: "ପାପ ଈଶ୍ଵରଙ୍କ ସହ ସହଭାଗିତାକୁ ପ୍ରତିରୋଧ କରେ" ( ବିଭାଗ ଶିରୋନାମାଦେଖନ୍ତୁ)

σκοτία ἐν αὐτῷ, οὐκ ἔστιν οὐδεμία

ଯୋହନ  ଗୁରୁତ୍ୱ ଦେବା ପାଇଁ ଗ୍ରୀକ୍ ଭାଷାରେ ଏକ ଦ୍ୱିନକରାତ୍ମକ ଶବ୍ଦକୁ ବ୍ୟବହାର କରନ୍ତି  । ଏହାକୁ ଇଂରାଜୀରେ “ତାହାଙ୍କଠାରେ ଅନ୍ଧକାର ଆଦୌ ନାହିଁ” ବୋଲି ଅନୁବାଦ କରାଯାଇପାରେ । ଗ୍ରୀକ୍ ଭାଷାରେ ଦ୍ୱିତୀୟ ନକାରାତ୍ମକ ଏକ ସକରାତ୍ମକ ଅର୍ଥ ସୃଷ୍ଟି କରିବାକୁ ପ୍ରଥମ ନକାରାତ୍ମକ ଶବ୍ଦକୁ ରଦ୍ଦ କରେ ନାହିଁ । ଇଂରାଜୀରେ ଏହାର ଅର୍ଥ ଭୁଲ ହୋଇପାରେ, ତେଣୁ  ULT କେବଳ ଗୋଟିଏ ନକାରାତ୍ମକ ଶବ୍ଦକୁ ବ୍ୟବହାର କରେ ଏବଂ “ଅନ୍ଧକାର ତାହାଙ୍କଠାରେ ଆଦୌ ନାହିଁ” ବୋଲି ଅନୁବାଦ କରେ । କିନ୍ତୁ ଯଦି ଆପଣଙ୍କ  ଭାଷା ଗୁରୁତ୍ୱ ଦେବା ପାଇଁ ଦ୍ୱିନକରାତ୍ମକ ଶବ୍ଦ ବ୍ୟବହାର କରେ ଯାହା ପରସ୍ପରକୁ ରଦ୍ଦ କରେ ନାହିଁ, ସେହି ଅନୁବାଦକୁ ଆପଣଙ୍କ  ଅନୁବାଦରେ ବ୍ୟବହାର କରନ୍ତୁ। ( ଯୁଗ୍ମ ନାସ୍ତିସୂଚକ ଗୁଡ଼ିକଦେଖନ୍ତୁ)

ἐν αὐτῷ

ଏହି ପଦର ଦ୍ୱିତୀୟ ଉଦାହରଣରେ, ତାଙ୍କୁ ସର୍ବନାମ ଈଶ୍ଵରଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 1:6

ἐν τῷ σκότει περιπατῶμεν

ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ ଆଚରଣ କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯାହା ଖରାପ ତାହା କରିବା" (: ଉପମା/ରୂପକଦେଖନ୍ତୁ)

ἐὰν εἴπωμεν ὅτι κοινωνίαν ἔχομεν μετ’ αὐτοῦ, καὶ ἐν τῷ σκότει περιπατῶμεν, ψευδόμεθα καὶ οὐ ποιοῦμεν τὴν ἀλήθειαν

ଯୋହନ  ତାହାଙ୍କ  ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କାର୍ଯ୍ୟ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଜାଣିବାରେ ସାହାଯ୍ୟ କରିବାକୁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯଦି’ ଆମ୍ଭେମାନେ କହୁ ତାହାଙ୍କ  ସହ ଆମ୍ଭମାନଙ୍କର ସହଭାଗିତା ଅଛି, କିନ୍ତୁ ଆମ୍ଭେମାନେ ଅନ୍ଧକାରରେ ଚାଲୁ । ତେବେ ଆମ୍ଭେମାନେ  ମିଛ କହୁ ଏବଂ ସତ୍ୟରେ ଚାଲୁ ନାହୁଁ ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

ἐὰν εἴπωμεν ὅτι κοινωνίαν ἔχομεν μετ’ αὐτοῦ

ଯଦି ଆପଣଙ୍କ  ଭାଷା ଭାବ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ,  1:3 ରେ ଭାବ ବାଚକ ବିଶେଷ୍ୟ ସହଭାଗୀତା  ପଛରେ ଥିବା ଧାରଣାକୁ କିପରି ପ୍ରକାଶ କରିଛନ୍ତି ତାହା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହୁ ଯେ ଆମ୍ଭେମାନେ  ଈଶ୍ଵରଙ୍କ ସହ ଘନିଷ୍ଠ ବନ୍ଧୁତାରେ ଅଛୁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

μετ’ αὐτοῦ

ପୂର୍ବ ପଦର ତାଙ୍କୁ ସର୍ବନାମ  ଈଶ୍ଵରଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

καὶ

ଈଶ୍ଵରଙ୍କ ସହ ସହଭାଗୀତା ଅଛି ବୋଲି ଦାବି କରୁଥିବା ବ୍ୟକ୍ତିଠାରୁ କ’ଣ  ଆଶା କରାଯାଏ ଏବଂ ଏପରି ବ୍ୟକ୍ତି କଳ୍ପନାତ୍ମକ ଭାବରେ କ’ଣ କରିପାରେ ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରିବାକୁ ଯୋହନ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

ἐν τῷ σκότει περιπατῶμεν

ଯୋହନ ଅନ୍ଧକାର ଶବ୍ଦକୁ 1:5 ପରି ଆଳଙ୍କାରିକ ଭାବରେ ମନ୍ଦ ଅର୍ଥ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କର” ( ଉପମା/ରୂପକଦେଖନ୍ତୁ)

ψευδόμεθα καὶ οὐ ποιοῦμεν τὴν ἀλήθειαν

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପ୍ରକୃତରେ ସତ୍ୟବାଦୀ ନୁହଁ” ( ସମାନ୍ତରତାସୂଚକଦେଖନ୍ତୁ)

οὐ ποιοῦμεν τὴν ἀλήθειαν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପୂର୍ବ ପଦରୁ ନିର୍ଦ୍ଦିଷ୍ଟ ବିଶେଷ୍ୟ “ବାର୍ତ୍ତା” ସହ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ, ଯେହେତୁ ଯୋହନ ଏହି ଅର୍ଥକୁ ପ୍ରକାଶ କଲାପରି ମନେହୁଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶୁଣିଥିବା ବାର୍ତ୍ତା ଅନୁସାରେ ଜୀବନଯାପନ କରୁ ନାହୁଁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 1:7

ἐν τῷ φωτὶ περιπατῶμεν

ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ ଆଚରଣ କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯାହା ଠିକ୍ ତାହା ଆମ୍ଭେମାନେ କରୁ” (: ଉପମା/ରୂପକଦେଖନ୍ତୁ)

τὸ αἷμα Ἰησοῦ

ଯୋହନ ହୁଏତ ରକ୍ତ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ଯୀଶୁଙ୍କ ବଳି ରୂପ ମୃତ୍ୟୁକୁ ଦର୍ଶାଉଛନ୍ତି, ଯେଉଁ ରକ୍ତକୁ ଯୀଶୁ ମୃତ୍ୟୁ ସମୟରେ ବୋହାଇଥିଲେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ମୃତ୍ୟୁ” (: ଲାକ୍ଷଣିକ ଶବ୍ଦଦେଖନ୍ତୁ)

Ἰησοῦ τοῦ Υἱοῦ αὐτοῦ

ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

ἐὰν δὲ ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί, κοινωνίαν ἔχομεν μετ’ ἀλλήλων

ଯେହେତୁ ଈଶ୍ଵର ପବିତ୍ର ଅଟନ୍ତି ତେଣୁ ଯୋହନ ଆଉ ଏକ ଉପକଳ୍ପିତ  ପରିସ୍ଥିତି ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ର ଜୀବନଯାପନ କରିବାର ମୂଲ୍ୟ ଏବଂ ଉପକାରଗୁଡ଼ିକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯେପରି ସେ ଆଲୋକରେ ଚାଲନ୍ତି ଯଦି ଆମ୍ଭେମାନେ ମଧ୍ୟ ସେହିପରି ଆଲୋକରେ ଚାଲୁ ତେବେ ଆମ୍ଭମାଣେ ପରସ୍ପର ସହ ସହଭାଗିତା ଅଛୁ ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

ἐν τῷ φωτὶ περιπατῶμεν

ଯୋହନ 1:5 ପରି ଆଲୋକ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହା ପବିତ୍ର, ସଠିକ୍ ଏବଂ ଭଲକୁ ବୁଝାଏ। ବିକଳ୍ପ ଅନୁବାଦ: “ଯାହା ପବିତ୍ର ତାହା କର” କିମ୍ବା “ଯାହା ଠିକ୍ ତାହା କର” ( ଉପମା/ରୂପକଦେଖନ୍ତୁ)

ὡς αὐτός ἐστιν ἐν τῷ φωτί

ସର୍ବନାମ ସେ ଈଶ୍ଵରଙ୍କୁ  ବୁଝାଏ।ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ଆଲୋକରେ ଅଛନ୍ତି”( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὡς αὐτός ἐστιν ἐν τῷ φωτί

ସର୍ବନାମ ସେ ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ଆଲୋକରେ ଅଛନ୍ତି” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ । ଦେଖନ୍ତୁ)

κοινωνίαν ἔχομεν μετ’ ἀλλήλων

ଯଦି ଆପଣଙ୍କ  ଭାଷା ଭାବ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ,  1:3 ରେ ଭାବ ବାଚକ ବିଶେଷ୍ୟ ସହଭାଗୀତା ପଛରେ ଥିବା ଧାରଣାକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପରସ୍ପର ଘନିଷ୍ଠ ବନ୍ଧୁ ଅଟୁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

καθαρίζει ἡμᾶς ἀπὸ πάσης ἁμαρτίας

ଯୋହନ ପାପ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯେପରି ଏହା ଜଣେ ବ୍ୟକ୍ତିକୁ ଅପରିଷ୍କାର କରିଛି ଏବଂ ଯୀଶୁଙ୍କ ରକ୍ତ ଯେପରି ଜଣେ ବ୍ୟକ୍ତିକୁ ପରିଷ୍କାର କରିଛି । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସମସ୍ତ ପାପକୁ ଦୂର କରିଦିଏ” ( ଉପମା/ରୂପକଦେଖନ୍ତୁ)

1 John 1:8

ἁμαρτίαν οὐκ ἔχομεν

ବିକଳ୍ପ ଅନୁବାଦ: “ଆମ୍ଭେମାନେ କଦାପି  ପାପ କରିନାହୁଁ”

ἑαυτοὺς πλανῶμεν

ଯୋହନ ସାଙ୍କେତିକ ଭାବରେ କହନ୍ତି ଯେଉଁମାନେ ଏହା କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଲୋକମାନଙ୍କୁ - ନିଜେ, ଭୁଲ୍ ଦିଗରେ ଆଗେଇ ନେଉଥିଲେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆପଣାକୁ ପ୍ରତାରଣା କରୁଅଛୁ” (: ଉପମା/ରୂପକଦେଖନ୍ତୁ)

ἡ ἀλήθεια οὐκ ἔστιν ἐν ἡμῖν

ଯୋହନ ସାଙ୍କେତିକ ଭାବରେ ସତ୍ୟ ବିଷୟରେ କହନ୍ତି ଯେପରି ଏହା ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ବିଷୟ ଭାବରେ ରହିପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଯେଉଁ ସତ୍ୟ କହନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁନାହୁଁ" (: ଉପମା/ରୂପକଦେଖନ୍ତୁ)

ἐὰν εἴπωμεν ὅτι ἁμαρτίαν οὐκ ἔχομεν, ἑαυτοὺς πλανῶμεν καὶ ἡ ἀλήθεια οὐκ ἔστιν ἐν ἡμῖν

ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କାର୍ଯ୍ୟ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର   କୌଣସି ପାପ ନାହିଁ  ବୋଲି ଆମ୍ଭେମାନେ କହୁ। ତେବେ ଆମ୍ଭେମାନେ ନିଜକୁ ବିପଥଗାମୀ କରୁଛୁ, ଏବଂ ସତ୍ୟ ଆମ୍ଭମାନଙ୍କର  ଭିତରେ ନାହିଁ ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

ἡ ἀλήθεια οὐκ ἔστιν ἐν ἡμῖν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ଯାହା କହନ୍ତି ତାହା ସତ୍ୟ ଅଟେ ବୋଲି ଆମ୍ଭେମାନେ  ବିଶ୍ଵାସ କରୁନାହୁଁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 1:9

ἵνα ἀφῇ ἡμῖν τὰς ἁμαρτίας, καὶ καθαρίσῃ ἡμᾶς ἀπὸ πάσης ἀδικίας

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ ବୋଧହୁଏ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକାଠି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ସେଗୁଡିକୁ ଯୋଡିପାରିବେ, ବିଶେଷ କରି ଯଦି ଆପଣ ଉଭୟ ବାକ୍ୟାଂଶ ରଖନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭେମାନେ ଯାହା ଭୁଲ୍ କରିଅଛୁ ସେହି ଭୁଲ୍ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭମାନଙ୍କୁ କ୍ଷମା କରିବେ ।" (: ସମାନ୍ତରତାସୂଚକଦେଖନ୍ତୁ)

ἐὰν ὁμολογῶμεν τὰς ἁμαρτίας ἡμῶν, πιστός ἐστιν καὶ δίκαιος

ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତି ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ଜୀବନଯାପନ କରିବାର ମୂଲ୍ୟ ଏବଂ ଉପକାରଗୁଡ଼ିକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଆମ୍ଭମାନଙ୍କର ପାପ ସ୍ୱୀକାର କରୁ । ତେବେ ସେ ବିଶ୍ୱସ୍ତ ଓ ଧାର୍ମିକ ଅଟନ୍ତି ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

πιστός ἐστιν…ἵνα ἀφῇ

ଏହି ପଦରେ ସେ ସର୍ବନାମ ଉଭୟ କ୍ଷେତ୍ରରେ ଈଶ୍ଵରଙ୍କୁ  ସୂଚାଏ। ବିକଳ୍ପ ଅନୁବାଦ: “ଈଶ୍ଵର  ବିଶ୍ୱସ୍ତ ଅଟନ୍ତି… ଏବଂ ଈଶ୍ଵର  କ୍ଷମା କରିବେ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἐὰν ὁμολογῶμεν τὰς ἁμαρτίας ἡμῶν

ଈଶ୍ଵରଙ୍କ ନିକଟରେ ପାପ ସ୍ୱୀକାର କରିବାର ଅର୍ଥ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରରିବେ । ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ଈଶ୍ଵରଙ୍କ ନିକଟରେ ଆମ୍ଭମାନଙ୍କର ପାପ ସ୍ୱୀକାର କରିବା ଏବଂ ସେଗୁଡ଼ିକଠାରୁ ଦୂରେଇ ଯିବା" ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

καθαρίσῃ ἡμᾶς ἀπὸ πάσης ἀδικίας

1: 7 ପରି, ଯୋହନ ଆଳଙ୍କାରିକ ଭାବରେ ପାପ ବିଷୟରେ କହନ୍ତି  ଯେପରି ଏହା ଜଣେ ବ୍ୟକ୍ତିକୁ ଅପରିଷ୍କାର କରିଛି ଏବଂ ଈଶ୍ଵରଙ୍କ କ୍ଷମା ଜଣେ ବ୍ୟକ୍ତିକୁ ପରିଷ୍କାର କରିଛି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅପରାଧ କରିଅଛୁ ବୋଲି ସେ  ଆମ୍ଭମାନଙ୍କ ବିରୁଦ୍ଧରେ ବିଚାର ନ କରିବା ଉଚିତ୍ ” ( ଉପମା/ରୂପକଦେଖନ୍ତୁ)

πάσης ἀδικίας

ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ବାକ୍ୟାଂଶ ସହିତ ଭାବ ବାଚକ ବିଶେଷ୍ୟ ଅନ୍ୟାୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ସବୁ ଅପରାଧ ଆମ୍ଭେମାନେ କରିଅଛୁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 1:10

ψεύστην ποιοῦμεν αὐτὸν

ଈଶ୍ଵର ଏଠାରେ ଯେପରି ମିଥ୍ୟାବାଦୀ ବୋଲି ଆପଣଙ୍କ ଅନୁବାଦ ଅର୍ଥ ନ ପ୍ରକାଶ  କରେ ତାହା ନିଶ୍ଚିତ କରନ୍ତୁ । ଯେହେତୁ ଈଶ୍ଵର କହନ୍ତି ସମସ୍ତେ ପାପୀ ଅଟନ୍ତି ତେଣୁ ଜଣେ ବ୍ୟକ୍ତି ଯିଏ ନିଜକୁ ପାପହୀନ ବୋଲି ଦାବି କରେ, ସେ ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି ପ୍ରକାଶ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଈଶ୍ଵରଙ୍କୁ ମିଥ୍ୟାବାଦୀ କହିବା ସହ ସମାନ ଅଟେ, କାରଣ ଈଶ୍ଵର କହନ୍ତି ଯେ ଆମେ ସମସ୍ତେ ପାପୀ ଅଟୁ” । (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὁ λόγος αὐτοῦ οὐκ ἔστιν ἐν ἡμῖν

ସେ 1:8 ରେ “ସତ୍ୟ” ବିଷୟରେ ଯେପରି କରିଥିଲେ, ଯୋହନ ସାଙ୍କେତିକ ଭାବରେ ଈଶ୍ଵରଙ୍କ ବାକ୍ୟ ବିଷୟରେ କହନ୍ତି ଯେପରି ଏହା ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ବିଷୟ ଭାବରେ ରହିପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ସତ୍ୟ ବୋଲି କହନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁନାହୁଁ ।" (: ଉପମା/ରୂପକଦେଖନ୍ତୁ)

ἐὰν εἴπωμεν ὅτι οὐχ ἡμαρτήκαμεν, ψεύστην ποιοῦμεν αὐτὸν

ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ   ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ନ ରହିବାର ଗମ୍ଭୀର ପ୍ରଭାବକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ପାପ କରିନାହୁଁ ବୋଲି କହୁ । ତେବେ ଆମ୍ଭେମାନେ  ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହୁ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

αὐτὸν…αὐτοῦ

ଏହି ପଦରେ ତାଙ୍କୁ ସର୍ବନାମ ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὁ λόγος αὐτοῦ οὐκ ἔστιν ἐν ἡμῖν

ଈଶ୍ଵର ବାକ୍ୟ ଦ୍ଵାରା ଯାହା କହିଛନ୍ତି ତାହା ପ୍ରକାଶ କରିବାକୁ ଯୋହନ ବାକ୍ୟ ବ୍ୟବହାର କରି ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି। ବିକଳ୍ପ ଅନୁବାଦ: “ଈଶ୍ଵର  ଯାହା କହିଛନ୍ତି ତାହା ଆମ୍ଭେମାନେ  ବିଶ୍ୱାସ କରୁନାହୁଁ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 2

ପ୍ରଥମ  ଯୋହନ 2 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

  1. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (2:1-17; 1:5)
  2. ଯୀଶୁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (2:18-2:27)
  3. ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-29; 3:10)                                                                                                                                         2:12-14 ରେ ଯୋହନ କୌଣସି ବିଷୟକୁ କବିତା ଭାବରେ ଲେଖନ୍ତି ବୋଲି ଦର୍ଶାଇବାକୁ କେତେକ ଅନୁବାଦଗଣ ସେହି ପଦଗୁଡ଼ିକରେ ଥିବା ପଦଗୁଡ଼ିକୁ ବାକି ପାଠ ତୁଳନାରେ ସେମାନେ ପ୍ରତ୍ୟେକ ପଦର ଆରମ୍ଭରେ ଏକ ନୂତନ ଧାଡ଼ି ଆରମ୍ଭ କରନ୍ତି ।

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ଭଣ୍ଡଖ୍ରୀଷ୍ଟ

2:18 ଏବଂ 2:22 ରେ, ଯୋହନ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭଣ୍ଡଖ୍ରୀଷ୍ଟ ଏବଂ ଅନେକ ଲୋକ ଯିଏ “ଭଣ୍ଡଖ୍ରୀଷ୍ଟମାନେ” ହେବେ  ବିଷୟରେ ଲେଖିଛନ୍ତି । “ଭଣ୍ଡଖ୍ରୀଷ୍ଟ” ଶବ୍ଦର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କ ବିରୋଧୀ” । ଭଣ୍ଡଖ୍ରୀଷ୍ଟ ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ଫେରିବା ପୂର୍ବରୁ ଆସିବ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁକରଣ କରିବ, କିନ୍ତୁ ସେ ମନ୍ଦ ଉଦ୍ଦେଶ୍ୟରେ ତାହା କରିବେ । ସେହି ବ୍ୟକ୍ତି ଆସିବା ପୂର୍ବରୁ, ଆହୁରି ଅନେକ ଲୋକ ସେଠାରେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ । ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯିବ, କିନ୍ତୁ ନାମ ପରିବର୍ତ୍ତେ ବର୍ଣ୍ଣନା ଭାବରେ କୁହାଯିବ । (: ଭଣ୍ଡଖ୍ରୀଷ୍ଟ ଏବଂ ଶେଷ ଦିନ, ଅନ୍ତିମ ଦିନସବୁ ଏବଂ  ମନ୍ଦ,ଦୁଷ୍ଟ,ଦୁଷ୍ଟାମିଦେଖନ୍ତୁ)

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ

 2:20 ରେ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସମସ୍ତେ ଜାଣ” ବୋଲି ଉଲ୍ଲେଖ କରେ, ଏବଂ ତାହା ULT ଅନୁସରଣ କତେ । କିନ୍ତୁ, ଅନ୍ୟ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସବୁ ଜାଣ” ବୋଲି ଉଲ୍ଲେଖ କରେ । “ତୁମ୍ଭେମାନେ ସମସ୍ତେ ଜାଣ” ବାକ୍ୟାଂଶ ସଠିକ୍ ଅଟେ, ଯେହେତୁ ଯୋହନ ଅନ୍ୟ ବିଶ୍ଵାସୀମାନଙ୍କ ଅପେକ୍ଷା ଭଣ୍ଡ ଶିକ୍ଷକମାନଙ୍କ ଦାବିକୁ ପ୍ରତିହତ କରୁଛନ୍ତି । “ତୁମ୍ଭେମାନେ ସବୁ ଜାଣ” ବାକ୍ୟାଂଶରେ ନକଲକାରୀ “ଜାଣିବା” କ୍ରିୟାପଦ ପାଇଁ ଏକ କର୍ମପଦର ଆବଶ୍ୟକତା ଅନୁଭବ କରି ଏହା ଏଠାରେ ଉଲ୍ଲେଖ କରିଥିବା ପରି ମନେହୁଏ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣରେ ଯେଉଁ ବାକ୍ୟାଂଶ ଅଛି ତାହା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ପାଠ୍ୟର ପଠନକୁ ଅନୁସରଣ କରନ୍ତୁ । (: ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

1 John 2:1

τεκνία μου

ଯୋହନ ବତ୍ସଗଣ ଶବ୍ଦକୁ ସେ ଲେଖୁଥିବା ବିଶ୍ଵାସୀମାନଙ୍କୁ ବୁଝାଇବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ସେମାନେ ତାହାଙ୍କ  ର ଆତ୍ମିକ ଯତ୍ନରେ ଅଛନ୍ତି, ତେଣୁ ସେ ସେମାନଙ୍କୁ ନିଜ ସନ୍ତାନ ପରି ମନେ କରନ୍ତି । ଆପଣ ଏହାକୁ ଏକ ଅଣ-ଆଳଙ୍କାରିକ ଉପାୟରେ ଅନୁବାଦ କରିପାରନ୍ତି, କିମ୍ବା UST ପରି ଆପଣ ରୂପକକୁ ଏକ ଉପମା ଭାବରେ ଉପସ୍ଥାପନ କରିପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରିୟ ବିଶ୍ଵାସୀମାନେ, ମୋ ଯତ୍ନରେ ଅଛ” ଉପମା/ରୂପକଦେଖନ୍ତୁ

ταῦτα γράφω

ଏଠାରେ, ଏହି ବିଷୟଗୁଡ଼ିକ ସାଧାରଣତଃ ଯୋହନ ଏପର୍ଯ୍ୟନ୍ତ ଲେଖିଥିବା ସମସ୍ତ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: "ମୁଁ ଏହି ପତ୍ର ଲେଖୁଅଛି "

ἐάν τις ἁμάρτῃ, Παράκλητον ἔχομεν πρὸς τὸν Πατέρα

ଯୋହନ ତାହାଙ୍କ ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ପାପ କରେ ତେବେ ପିତାହାଙ୍କ   ନିକଟରେ ଆମ୍ଭମାନଙ୍କର ଜଣେ ଓକିଲ ଅଛନ୍ତି”ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ

Παράκλητον ἔχομεν πρὸς τὸν Πατέρα, Ἰησοῦν Χριστὸν

ଜଣେ ଓକିଲ ଜଣେ ବ୍ୟକ୍ତିଙ୍କ ପକ୍ଷ ନେଇ ତାହାଙ୍କ   ତରଫରୁ ନିବେଦନ କରନ୍ତି ବୋଲି ତାହାଙ୍କ   ପାଠକଗଣ ଜାଣିବେ ବୋଲି ଯୋହନ  ଅନୁମାନ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର  ସପକ୍ଷ ହେବେ ଏବଂ ଆମ୍ଭମାନଙ୍କୁ କ୍ଷମା କରିବାକୁ ପିତା ଈଶ୍ଵରଙ୍କୁ ପ୍ରାର୍ଥନା କରିବେ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

τεκνία μου

ଏଠାରେ ଏବଂ ଏହି ପୁସ୍ତକର ଅନେକ ସ୍ଥାନରେ, ଯୋହନ  କ୍ଷୁଦ୍ରତାବାଚକ ଶବ୍ଦ ପିଲାମାନେ ଶବ୍ଦକୁ  ସ୍ନେହ ପ୍ରକାଶ କରିବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ”

καὶ

ଯେପରି ଏହି ବିଶ୍ଵାସୀମାନେ ପାପ ନ କରିବେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ପାପ କଲେ କ’ଣ ହୋଇପାରେ, ତାହା ଦର୍ଶାଇବା ପାଇଁ  ଯୋହନ ଏବଂ ଶବ୍ଦ ବ୍ୟବହାର କରି  ସେ ଏହି ପତ୍ରଲେଖିବାର ଉଦ୍ଦେଶ୍ୟକୁ ହାସଲ କରିବାକୁ ଆଶା କରନ୍ତି ବିକଳ୍ପ ଅନୁବାଦ: “କିନ୍ତୁ” ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

τὸν Πατέρα

ଏହା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

δίκαιον

ଯୋହନ  ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟକ୍ତିକୁ ସୂଚାଇବା ପାଇଁ ଧାର୍ମିକ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଆପଣଙ୍କ  ଭାଷା ବିଶେଷଣ ଗୁଡ଼ିକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଧାର୍ମିକ ଅଟେ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

1 John 2:2

αὐτὸς ἱλασμός ἐστιν περὶ τῶν ἁμαρτιῶν ἡμῶν, οὐ περὶ τῶν ἡμετέρων δὲ μόνον, ἀλλὰ καὶ περὶ ὅλου τοῦ κόσμου

ଭାବ ବାଚକ ବିଶେଷ୍ୟ ପ୍ରାୟଶ୍ଚିତ୍ତ ଏପରି ଏକ ବିଷୟକୁ ବୁଝାଏ ଯାହାକି କେହି ଅନ୍ୟମାନଙ୍କ ପାଇଁ କରେ କିମ୍ବା ଅନ୍ୟକୁ ଦେଇଥାଏ ଯାହା ଦ୍ଵାରା ସେ ଆଉ କ୍ରୋଧିତ ହୁଏ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ହେତୁ, ଈଶ୍ଵର ଆଉ ଆମ୍ଭମାନଙ୍କର ପାପ ହେତୁ କ୍ରୋଧିତ ନୁହଁନ୍ତି, କେବଳ ଆମ୍ଭମାନଙ୍କର ନୁହେଁ, ସମସ୍ତ  ଜଗତର ଲୋକମାନଙ୍କ ପାପ ନିମନ୍ତେ ମଧ୍ୟ କ୍ରୋଧିତ ନାହାନ୍ତି”ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ

αὐτὸς

ସେ ସର୍ବନାମ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὅλου τοῦ κόσμου

ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ  ପାଇଁ ଜଗତ  ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଜଗତରେ ସମସ୍ତେ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

οὐ περὶ τῶν ἡμετέρων δὲ μόνον, ἀλλὰ καὶ περὶ ὅλου τοῦ κόσμου

ଯୋହନ ଏହି ବିଭାଗରେ “ପାପ” ଶବ୍ଦକୁ ଉଲ୍ଲେଖ କରନ୍ତି ନାହିଁ କାରଣ ଏହା ପୂର୍ବ ବିଭାଗରୁ ବୁଝିହୁଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: "ଏବଂ କେବଳ ଆମ୍ଭମାନଙ୍କର ପାପ ପାଇଁ ନୁହେଁ, ସମଗ୍ର ଜଗତର ପାପ ପାଇଁ ମଧ୍ୟ ।" ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

1 John 2:3

γινώσκομεν ὅτι ἐγνώκαμεν αὐτόν

ଯୋହନ  ଦୁଇଟି ଭିନ୍ନ ଅର୍ଥରେ  ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ ଜାଣିବା ଶବ୍ଦ ବିଷୟରେ ଆଲୋଚନା ଦେଖନ୍ତୁ । ଏହି ଭିନ୍ନ ଅର୍ଥ ପାଇଁ ଯଦି ଆପଣଙ୍କର ଭାଷାର ଭିନ୍ନ ଶବ୍ଦ ଅଛି, ତେବେ ସେହି ଶବ୍ଦଗୁଡ଼ିକୁ ଏଠାରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି ବୋଲି ଆମ୍ଭେମାନେ ନିଶ୍ଚିତ ହୋଇପାରିବା”

ἐὰν τὰς ἐντολὰς αὐτοῦ τηρῶμεν

ଏଠାରେ, ପାଳନ କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ମାନିବା” ଅଟେ । ବିକଳ୍ପ ଅନୁବାଦ: “ସେ ଯାହା ଆଜ୍ଞା ଦେଇଛନ୍ତି ଯଦି ଆମ୍ଭେମାନେ ତାହା ପାଳନ କରିବା”ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ

ἐν τούτῳ γινώσκομεν ὅτι ἐγνώκαμεν αὐτόν, ἐὰν τὰς ἐντολὰς αὐτοῦ τηρῶμεν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ଯଦି ସେ ଯାହା ଆଜ୍ଞା ଦେଇଛନ୍ତି ଆମ୍ଭେମାନେ  ତାହା ପାଳନ କରୁ, ତେବେ ଆମ୍ଭେମାନେ  ତାହାଙ୍କ  ସହ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି ବୋଲି ନିଶ୍ଚିତ ହୋଇପାରିବା” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

ἐν τούτῳ γινώσκομεν ὅτι

ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି  ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐν τούτῳ γινώσκομεν ὅτι ἐγνώκαμεν αὐτόν, ἐὰν τὰς ἐντολὰς αὐτοῦ τηρῶμεν

ଯଦି ଆପଣଙ୍କ ଭାଷା ଏକ ସର୍ତ୍ତମୂଳକ ବାକ୍ୟକୁ ଏକ ସତ୍ୟ ପାଇଁ ବ୍ୟବହାର ନ କରେ, ତେବେ ଆପଣ “ଦ୍ଵାରା” ଶବ୍ଦ ବ୍ୟବହାର କରି କିମ୍ବା ଅନ୍ୟ ଉପାୟରେ ସମାନ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: " ମ୍ଭେମାନେ ପ୍ରକୃତରେ ଈଶ୍ଵରଙ୍କୁ ଜାଣୁ ବୋଲି ନିଶ୍ଚିତ କରିବାକୁ ଏକ ଉପାୟ ଅଛି।  ଏହା ତାହାଙ୍କ ଆଦେଶ ମାନିବା ଦ୍ୱାରା ।" ( ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁଦେଖନ୍ତୁ)

αὐτόν…αὐτοῦ

ଏହି ପଦରେ, ତାଙ୍କୁ ଏବଂ ତାହାଙ୍କ  ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ , ଯିଏ ଆଜ୍ଞାଗୁଡ଼ିକୁ ପ୍ରଦାନ କରିଛନ୍ତି ଯାହାକୁ ଲୋକମାନେ ନିଶ୍ଚିତ ପାଳନ କରିବା ଉଚିତ୍ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 2:4

ὁ λέγων

ବିକଳ୍ପ ଅନୁବାଦ: “ଯିଏ କହେ” କିମ୍ବା “ଯେଉଁ ବ୍ୟକ୍ତି କହେ”

ἔγνωκα αὐτὸν

2:3 ରେ ଦ୍ୱିତୀୟ ଉଦାହରଣ ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ମୋର ଏକ ଘନିଷ୍ଠ ସମ୍ପର୍କ ଅଛି”

μὴ τηρῶν

ଏହି ଉଦାହରଣରେ, ପାଳନ କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ  ଯାହାର ଅର୍ଥ  “ମାନିବା” ଅଟେ । ବିକଳ୍ପ  ଅନୁବାଦ: “ପାଳନ କରେ ନାହିଁ” କିମ୍ବା “ଅବମାନନା କରେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ

καὶ ἐν τούτῳ ἡ ἀλήθεια οὐκ ἔστιν

ଯୋହନ  ଆଳଙ୍କାରିକ ଭାବରେ ସତ୍ୟକୁ ଏକ ବ୍ୟକ୍ତି ମଧ୍ୟରେ ଥିବା ଏକ ବିଷୟ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ଏପରି ବ୍ୟକ୍ତି ସତ୍ୟ କହେନାହିଁ” ଉପମା/ରୂପକଦେଖନ୍ତୁ

ὁ λέγων, ὅτι ἔγνωκα αὐτὸν, καὶ τὰς ἐντολὰς αὐτοῦ μὴ τηρῶν, ψεύστης ἐστίν

ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ  କରିବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି କହେ,‘ ମୋର ଈଶ୍ଵରଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଅଛି, ’କିନ୍ତୁ ସେ ଈଶ୍ଵର  ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ ନାହିଁ । ତେବେ ସେହି ବ୍ୟକ୍ତି ମିଥ୍ୟାବାଦୀ ଅଟେ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

αὐτὸν…αὐτοῦ

ଏହି ପଦରେ, ତାଙ୍କୁ ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ , ଯିଏ ଆଜ୍ଞାଗୁଡ଼ିକୁ ପ୍ରଦାନ କରିଛନ୍ତି ଯାହାକୁ ଲୋକମାନେ ନିଶ୍ଚିତ ପାଳନ କରିବା ଉଚିତ୍  । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

καὶ

ଏପରି ଜଣେ ବ୍ୟକ୍ତି କ’ଣ କହିପାରେ ଏବଂ ପ୍ରକୃତରେ ତାହାର ଆଚରଣ ସତ୍ୟ ବୋଲି କ’ଣ ସୂଚାଏ  ତାହା ଦର୍ଶାଇବାକୁ ଯୋହନ ଏହି ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

ψεύστης ἐστίν, καὶ ἐν τούτῳ ἡ ἀλήθεια οὐκ ἔστιν

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ସତ୍ୟ କହୁନାହିଁ” ( ସମାନ୍ତରତାସୂଚକଦେଖନ୍ତୁ)

καὶ ἐν τούτῳ ἡ ἀλήθεια οὐκ ἔστιν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏପରି ବ୍ୟକ୍ତି ଯାହା କହେ ତାହା ସତ୍ୟ ନୁହେଁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 2:5

τηρῇ αὐτοῦ τὸν λόγον

ଏହି ଉଦାହରଣରେ, ପାଳନ କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ  ଯାହାର ଅର୍ଥ  “ମାନିବା” ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ

ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται

ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” (2 ) ଏହା ହୁଏତ ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ଜୀବନରେ ଈଶ୍ଵରଙ୍କ ପ୍ରେମ ଏହାର ଉଦ୍ଦେଶ୍ୟ ପ୍ରାପ୍ତ କରିଅଛି”ଅଧିକାର/ଦଖଲଦେଖନ୍ତୁ)

ἐν αὐτῷ ἐσμεν

ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ  ଭିତରେ ରହିପାରନ୍ତି । ଏହି ଅଭିବ୍ୟକ୍ତି ଏକ ଘନିଷ୍ଠ ସମ୍ପର୍କ ଥିବା ବିଷୟକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”ଉପମା/ରୂପକଦେଖନ୍ତୁ

ὃς δ’ ἂν τηρῇ αὐτοῦ τὸν λόγον, ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται

ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ ପରାମର୍ଶ ଦେଉଛନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ଯଦି କେହି ତାହାଙ୍କ ବାକ୍ୟ ପାଳନ କରେ । ତେବେ ସେହି ବ୍ୟକ୍ତିଠାରେ ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସିଦ୍ଧ ହୋଇଅଛି । ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

δ’

ପୂର୍ବ ବାକ୍ୟରେ ଯାହା ଏକ ନକାରାତ୍ମକ ଭାବରେ ପ୍ରକାଶ କରାଯାଇଛି ତାହା ଏହି ବାକ୍ୟ ସକାରାତ୍ମକ ଭାବେ ପ୍ରକାଶ କରି ଏହି ବାକ୍ୟରେ ଭିନ୍ନତା ଉତ୍ପନ କରେ । ଆପଣଙ୍କ ଭାଷାରେ ଏହି ଭିନ୍ନତାକୁ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: "ଅନ୍ୟ ଅର୍ଥରେ" ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

τηρῇ αὐτοῦ τὸν λόγον

ଯେଉଁ ବାକ୍ୟଗୁଡ଼ିକୁ ବ୍ୟବହାର କରି ଈଶ୍ଵର ଆଜ୍ଞା ଦେଇଛନ୍ତି ତାହା ବୁଝାଇବାକୁ ଯୋହନ ବାକ୍ୟ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

αὐτοῦ…αὐτῷ

ଏହି ପଦରେ ତାହାଙ୍କର ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କ୍ରିୟାଶୀଳ କ୍ରିୟାପଦରେ ଏକ କର୍ତ୍ତୁବାଚ୍ୟ କ୍ରିୟା ପଦ ସିଦ୍ଧ ହୋଇଅଛି ବ୍ୟବହାର କରିପାରିବେ । କ୍ରିୟା କରୁଥିବା ବ୍ୟକ୍ତି କିମ୍ବା ବିଷୟ ନିର୍ଭର କରେ ଯେ ଆପଣ କିପରି ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶକୁ ଅନୁବାଦ କରିବାକୁ ନିଷ୍ପତ୍ତି ନିଅନ୍ତି (ପୂର୍ବ ଟିପ୍ପଣୀ ଦେଖନ୍ତୁ) । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ  ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” କିମ୍ବା “ଈଶ୍ଵରଙ୍କ ପ୍ରେମ ସେହି ବ୍ୟକ୍ତିର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିସାରିଛି” । ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἐν τούτῳ γινώσκομεν ὅτι ἐν αὐτῷ ἐσμεν

ଏହି ଶବ୍ଦଟି (1) ଯୋହନ 6 ପଦରେ ଯାହା କହିବାକୁ ଯାଉଥିଲା, କିମ୍ବା (2) ଯୋହନ ଯାହା 5 ପଦରେ କହିଥିଲେ, କିମ୍ବା (3) ଉଭୟକୁ ବୁଝାଏ । ଯଦି ଆପଣଙ୍କ ଭାଷା ଏହାକୁ ଅନୁମତି ଦିଏ, ଆପଣ ବିକଳ୍ପ (3) ବାଛି ପାରିବେ, ଯେହେତୁ ଉଭୟ ପଦଗୁଡ଼ିକ ଈଶ୍ଵରଙ୍କ ଆଜ୍ଞା ବିଷୟରେ, କିନ୍ତୁ ଅଧିକାଂଶ ଭାଷା ଆପଣଙ୍କୁ ଗୋଟିଏ ବା ଅନ୍ୟଟି ବାଛିବା ପାଇଁ ବିକଳ୍ପ ପ୍ରଦାନ କରେ । ( ଉପମା/ରୂପକଦେଖନ୍ତୁ)

1 John 2:6

ἐν αὐτῷ μένειν

ଏହି ପୁସ୍ତକର ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଈଶ୍ଵରଙ୍କ ଠାରେ ରହିବାର ଅର୍ଥ 1:3 ଏବଂ 1:6 ରେ “ଈଶ୍ଵରଙ୍କ ସହ ସହଭାଗିତା” 2:5 ରେ ଈଶ୍ଵରଙ୍କ ଠାରେ ରହିବା ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାଙ୍କର ଘନିଷ୍ଠ ସମ୍ପର୍କ ଅଛି”ଉପମା/ରୂପକଦେଖନ୍ତୁ

ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν

1:6 ଏବଂ 1:7 ପରି, ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହା ବୁଝାଇବାକୁ ଯୋହନ ଆଳଙ୍କାରିକ ଭାବରେ ଆଚରଣ କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ଜୀବନଯାପନ କଲେ ସେହିପରି ଜୀବନଯାପନ କରିବା ଉଚିତ୍” କିମ୍ବା “ଯୀଶୁଙ୍କ ପରି ଈଶ୍ଵରଙ୍କୁ ମାନିବା ଉଚିତ୍”ଉପମା/ରୂପକଦେଖନ୍ତୁ

ἐν αὐτῷ μένειν

ଯୋହନ ପୁଣି ଥରେ ଆଳଙ୍କାରିକ ଭାବରେ ବିଶ୍ଵାସୀମାନେ ଈଶ୍ଵରଙ୍କ ଭିତରେ ବାସପାରନ୍ତି ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାର ଘନିଷ୍ଠ ସମ୍ପର୍କ ଅଛି” । ( ଉପମା/ରୂପକଦେଖନ୍ତୁ)

ἐν αὐτῷ

ତାଙ୍କୁ ସର୍ବନାମ  ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν

ପୃଥିବୀରେ ଥିବାବେଳେ ଯୀଶୁଙ୍କ ଆଚରଣ ବିଷୟରେ ବିଶେଷ ଭାବରେ ଯୋହନ ଉଲ୍ଲେଖ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ଯୀଶୁ ଯେପରି ଆଚରଣ କରୁଥିଲେ, ସେହିପରି ନିଶ୍ଚୟ ଆଚରଣ କର" ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἐκεῖνος

ଯୋହନ ଏହି ପ୍ରମାଣମୂଳକ ସର୍ବନାମକୁ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି , ଏବଂ ବିଶେଷ କରି ଯୀଶୁଙ୍କ ପୃଥିବୀରେ ବାସକରୁଥିବା ସମୟକୁ । ବିକଳ୍ପ ଅନୁବାଦ: “ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 2:7

ἀγαπητοί

ଏହା ସ୍ନେହ ଶବ୍ଦର ଆଉ ଏକ ଶବ୍ଦ ଅଟେ ଯେଉଁ ଶବ୍ଦରେ ଯୋହନ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରନ୍ତି ଯେଉଁମାନଙ୍କୁ ସେ ଏହି ପତ୍ର ଲେଖନ୍ତି । ଏକ ନିର୍ଦ୍ଦିଷ୍ଟ ଲୋକ ଗୋଷ୍ଠୀକୁ ସୂଚାଇବା ପାଇଁ ଏହା ପ୍ରିୟ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରେ । ଆପଣଙ୍କ ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ମୁଁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ”  ବିଶେଷ୍ୟପରି ବିଶେଷଣଦେଖନ୍ତୁ

ὁ λόγος ὃν ἠκούσατε

ଏହାର ଅର୍ଥ ଏହା ଯେ ନିର୍ଦ୍ଦିଷ୍ଟ ଶବ୍ଦ ବା ବାର୍ତ୍ତା ଯାହା ଯୋହନ ବର୍ଣ୍ଣନା କରନ୍ତି  ତାହା ଯୀଶୁ ବିଶ୍ଵାସୀମାନଙ୍କୁ, ସେମାନେ ପରସ୍ପରକୁ ପ୍ରେମ କରିବା  ଉଚିତ୍ ବୋଲି ଦେଇଥିବା ଆଜ୍ଞା ଅଟେ  । ଯୋହନ 13:34 ଏବଂ 15:12ର ସୁସମାଚାର ଦେଖନ୍ତୁ । ଯୋହନ ଏହି ପତ୍ରରେ 3:23 ଏବଂ  4:21ରେ ସ୍ପଷ୍ଟ ଭାବରେ ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହା ମଧ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କରିବା ପାଇଁ ଯୀଶୁ ଆମ୍ଭେମାନଙ୍କୁ ଦେଇଥିବା ଆଜ୍ଞା” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

ἀπ’ ἀρχῆς

ଯୋହନ ଏହି ପତ୍ରରେ ଆଦ୍ୟରୁ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ଯେବେଠାରୁ ତୁମ୍ଭେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ

ὁ λόγος ὃν ἠκούσατε

ଯୋହନ ଆଳଙ୍କାରିକ ଭାବରେ ବାକ୍ୟ ଶବ୍ଦ ବ୍ୟବହାର କରନ୍ତି  ଯାହା ଏହି ବିଶ୍ଵାସୀମାନେ ଶୁଣିଛନ୍ତି, ଯାହା ବାକ୍ୟ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଥିବା ବାର୍ତ୍ତା” ଲାକ୍ଷଣିକ ଶବ୍ଦଦେଖନ୍ତୁ

1 John 2:8

ἐντολὴν καινὴν γράφω ὑμῖν

ଯୋହନ 2:7 ରେ ଥିବା ସେହି ଆଜ୍ଞାକୁ ସୂଚାଉଛନ୍ତି, ଯେଉଁ ଆଜ୍ଞାକୁ ଯୀଶୁ ପରସ୍ପରକୁ ପ୍ରେମ କରିବାକୁ ଦେଇଛନ୍ତି, ଯାହା ବିଶ୍ଵାସୀମାନେ ପାଳନ କରିଆସିଛନ୍ତି । ତେଣୁ ଏହାର ଅର୍ଥ ନୁହେଁ ଯେ ସେ ବର୍ତ୍ତମାନ ଏକ ନୂତନ ଏବଂ ଭିନ୍ନ ଆଜ୍ଞା ଲେଖୁଛନ୍ତି, ବରଂ ସେହି ଆଜ୍ଞାକୁ ସେଠାରେ “ପୁରାତନ” ବୋଲି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ନୂତନ ଭାବରେ ବିବେଚନା କରାଯାଇପାରେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କେଉଁ ଆଜ୍ଞାକୁ ସୂଚାଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଏବଂ ଆପଣ ଏହାକୁ ନୂତନ ଭାବରେ ବିବେଚନା କରାଯିବାର ସମ୍ଭାବ୍ୟ କାରଣ ମଧ୍ୟ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର ବୋଲି ମୁଁ ତୁମ୍ଭମାନଙ୍କୁ ଲେଖୁଥିବା ଆଜ୍ଞା,   ଏକ ଅର୍ଥରେ ଏକ ନୂତନ ଆଜ୍ଞା ଅଟେ, କାରଣ ଏହା ଏକ ନୂତନ ଜୀବନ ଧାରାର ଗୁଣ ଅଟେ” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν

ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ଏହି ଆଜ୍ଞା ଯୀଶୁ ଏବଂ ଏହି ବିଶ୍ଵାସୀମାନଙ୍କ ଭିତରେ ସତ୍ୟ ଅଟେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାକୁ ପ୍ରକୃତରେ ପାଳନ କଲେ ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ”ଉପମା/ରୂପକଦେଖନ୍ତୁ

ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει

1:5 ପରି, ଯୋହନ ଅନ୍ଧକାର ଶବ୍ଦକୁ ଆଳଙ୍କାରିକ ଭାବରେ ମନ୍ଦ ଅର୍ଥରେ ଏବଂ ଆଲୋକ ଶବ୍ଦକୁ ଆଳଙ୍କାରିକ ଭାବରେ ଯାହା ପବିତ୍ର, ସଠିକ୍ ଏବଂ ଉତ୍ତମ ଅଟେ ବ୍ୟବହାର କରନ୍ତି  । ଜ୍ୟୋତିଃ ପ୍ରକାଶ ଏହାର ପ୍ରଭାବକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: “ଯାହା ମନ୍ଦ  ଚାଲିଯାଉଛି ଏବଂ ପ୍ରକୃତରେ ଯାହା ଉତ୍ତମ ତାହା ପ୍ରଭାବଶାଳୀ ହେବାକୁ ଲାଗୁଛି” ଉପମା/ରୂପକଦେଖନ୍ତୁ

πάλιν

ଯୋହନ  ପୁନର୍ବାର ଶବ୍ଦକୁ ରୂଢ଼ାତ୍ମକ  ଭାବରେ ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଅନ୍ୟ ଅର୍ଥରେ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν, ὅτι ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ  ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ  ଦର୍ଶାଏ  । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ଚାଲିଯାଉଛି ଏବଂ ପ୍ରକୃତ ଆଲୋକ ପ୍ରକାଶ ହୋଇସାରିଛି, ଏହି ଆଜ୍ଞା ଯୀଶୁ ଏବଂ ତୁମ୍ଭମାନଙ୍କଠାରେ ସତ୍ୟ ଅଟେ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν

ଯେହେତୁ ଯୀଶୁ କ୍ରମାଗତ ଭାବରେ ପ୍ରେମ କରିବା ଆଜ୍ଞା ପାଳନ କରିଥିଲେ, ହୁଏତ  ଯୋହନ ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ନିଜେ ସେହିପରି କାର୍ଯ୍ୟ କରନ୍ତି  । ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଆପଣଙ୍କ ଅନୁବାଦରେ ଏହି ଅନ୍ତର୍ନିହିତ ଗୁରୁତ୍ୱକୁ ଅନୁବାଦ କରିପାରିବେ । ଯଦି ଆପଣ ପୂର୍ବ ବାକ୍ୟାଂଶକୁ ଏହି ବାକ୍ୟାଂଶ ପୂର୍ବରୁ ଉଲ୍ଲେଖ କରନ୍ତି ନାହିଁ, ଯେପରି ପୂର୍ବ ଟିପ୍ପଣୀ ସୂଚାଏ, ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାଗୁଡ଼ିକୁ ପ୍ରକୃତରେ ପାଳନ କଲେ, ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

αὐτῷ

​ତାଙ୍କୁ ସର୍ବନାମ  ଯୀଶୁଙ୍କୁ ସୂଚାଏ । ଯୋହନ  ତାଙ୍କୁ ଅନ୍ୟମାନଙ୍କୁ ପ୍ରେମ କରିବାର ସର୍ବୋଚ୍ଚ ଉଦାହରଣ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

τὸ φῶς τὸ ἀληθινὸν

ଯେହେତୁ ଯୋହନ 5:20ରେ ଈଶ୍ଵରଙ୍କୁ  “ସତ୍ୟମୟ” ବୋଲି ଡାକନ୍ତି, ସେ ଯେତେବେଳେ ପ୍ରକୃତ ଆଲୋକ କୁହନ୍ତି ସେତେବେଳେ ସେ ଈଶ୍ଵରଙ୍କ ଉତ୍ତମତା ଏବଂ ପବିତ୍ରତା ବିଷୟରେ ବୁଝାନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଉତ୍ତମତା” କିମ୍ବା “ଈଶ୍ଵରଙ୍କ ପବିତ୍ରତା” । ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 2:9

τὸν ἀδελφὸν αὐτοῦ

ସହ ବିଶ୍ୱାସୀକୁ ସୂଚାଇବା ନିମନ୍ତେ ଯୋହନ ଭାଇ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଜଣେ ସହ ବିଶ୍ୱାସୀ”ଉପମା/ରୂପକଦେଖନ୍ତୁ

ὁ λέγων ἐν τῷ φωτὶ εἶναι, καὶ τὸν ἀδελφὸν αὐτοῦ μισῶν, ἐν τῇ σκοτίᾳ ἐστὶν ἕως ἄρτι

ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ  କରିବା ପାଇଁ ପରବର୍ତ୍ତୀ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯଦି କେହି କହେ ଯେ ସେ ଜ୍ୟୋତିଃରେ ଅଛି, କିନ୍ତୁ ସେ ନିଜ ଭାଇକୁ ଘୃଣା କରେ, ତେବେ ସେହି ବ୍ୟକ୍ତି ଅନ୍ଧକାରରେ ଅଛି।”ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ

ἐν τῷ φωτὶ εἶναι

1:5 ଏବଂ 2:8 ପରି, ଯୋହନ ପବିତ୍ର, ସଠିକ୍ ଏବଂ ଉତ୍ତମ ଅର୍ଥକୁ ବୁଝାଇବାକୁ ଆଳଙ୍କାରିକ ଭାବରେ ଜ୍ୟୋତିଃ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯାହା ଉତ୍ତମ ତାହା ସେ କରେ”ଉପମା/ରୂପକଦେଖନ୍ତୁ

ἐν τῇ σκοτίᾳ ἐστὶν

1:5 ପରି, ଯୋହନ ଅନ୍ଧକାର ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହା ଭୁଲ ବା ମନ୍ଦ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା ସେ କରେ”ଉପମା/ରୂପକଦେଖନ୍ତୁ

καὶ

ଜଣେ ବ୍ୟକ୍ତିର ଆଚରଣ, ସେ କ’ଣ କହେ ତାହା ସତ୍ୟ ଅଟେ ବୋଲି ପ୍ରଭେଦ ଦେଖାଇବାକୁ ଏଠାରେ ଯୋହନ ଏବଂ ଶବ୍ଦ ବ୍ୟବହାର କରୁଛନ୍ତି । ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

τὸν ἀδελφὸν αὐτοῦ

ଯଦିଓ ଭାଇ ଶବ୍ଦ ପୁଂଲିଙ୍ଗ ଅଟେ, ଯୋହନ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏଦେଖନ୍ତୁ)

ἕως ἄρτι

ବିକଳ୍ପ ଅନୁବାଦ: “ତଥାପି”

1 John 2:10

σκάνδαλον ἐν αὐτῷ οὐκ ἔστιν

ଯୋହନ  ଝୁଣ୍ଟିବାର କାରଣ ବାକ୍ୟାଂଶକୁ  ବ୍ୟବହାର କରନ୍ତି , ଯାହାର ଅର୍ଥ ଜଣେ ବ୍ୟକ୍ତି କୌଣସି ବସ୍ତୁ ଉପରେ ପଡିବାକୁ ବୁଝାଏ ଯାହା ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିକୁ ପାପ କରିବାକୁ ପ୍ରବର୍ତ୍ତାଇକୁ ବୁଝାଏ । ବିକଳ୍ପ ଅନୁବାଦ: “କୌଣସି ବିଷୟ ତାହାର ପାପର କାରଣ ହେବ ନାହିଁ” ଉପମା/ରୂପକଦେଖନ୍ତୁ

ὁ ἀγαπῶν τὸν ἀδελφὸν αὐτοῦ, ἐν τῷ φωτὶ μένει

ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ପରବର୍ତ୍ତୀ ଉପକଳ୍ପିତ  ପରିସ୍ଥିତିକୁ ପରାମର୍ଶ ଦେଉଛନ୍ତି । ବିକଳ୍ପ ଅନୁବାଦ: “ଯଦି କେହି ଜଣେ ନିଜ ସହବିଶ୍ଵାସୀକୁ ପ୍ରେମ କରେ ।ତେବେ ସେ ପ୍ରକୃତରେ ଉଚିତ ବିଷୟକୁ କରେ ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

τὸν ἀδελφὸν αὐτοῦ

2:9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

τὸν ἀδελφὸν αὐτοῦ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ବହୁବଚନରେ ଅନୁବାଦ କରିପାରିବେ, ଯେହେତୁ 2:9ରେ ପରି ଯୋହନଙ୍କର ଦୃଷ୍ଟିରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ନାହିଁ । ବରଂ, ଯୋହନ ସମସ୍ତ ବିଶ୍ୱାସୀମାନଙ୍କୁ ପ୍ରେମ କରିବା ବିଷୟରେ କହନ୍ତି  । ବିକଳ୍ପ ଅନୁବାଦ: “ତାହାର ସହବିଶ୍ଵାସୀ ” ( ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକଦେଖନ୍ତୁ)

ἐν τῷ φωτὶ μένει

ପବିତ୍ର, ସଠିକ୍ ଏବଂ ଭଲ ଅର୍ଥରେ ଯୋହନ ଜ୍ୟୋତିଃ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ ତାହା କରୁଛି” ( ଉପମା/ରୂପକଦେଖନ୍ତୁ)

ἐν τῷ φωτὶ μένει

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ୍  ତାହା କରୁଛି” ( ଉପମା/ରୂପକଦେଖନ୍ତୁ)

σκάνδαλον ἐν αὐτῷ οὐκ ἔστιν

ଯୋହନ  ଏହି ଝୁଣ୍ଟିବା କାରଣ ବିଷୟରେ ଜଣେ ବ୍ୟକ୍ତିଙ୍କ ଭିତରେ ଥିବା ବିଷୟରେ ଉଲ୍ଲେଖ କରନ୍ତି କାରଣ ଏହା ଜଣେ ସହବିଶ୍ଵାସୀଙ୍କ ପ୍ରତି ଘୃଣାକୁ ଦର୍ଶାଏ ଯାହାକୁ ସେ 2:9 ରେ ବର୍ଣ୍ଣନା କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ତାହା ଭିତରେ ତାହାର ଘୃଣାଭାବ ନାହିଁ ଯାହା ତାହା ପାପର କାରଣ ହେବ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

1 John 2:11

ἐν τῇ σκοτίᾳ περιπατεῖ

ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହା ବୁଝାଇବାକୁ, ଯୋହନ ଆଳଙ୍କାରିକ ଭାବରେ ଆଚରଣ କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ନିଜ ଜୀବନକୁ ଭୁଲ ମାର୍ଗରେ ପରିଚାଳନା କରେ”ଉପମା/ରୂପକଦେଖନ୍ତୁ

οὐκ οἶδεν ποῦ ὑπάγει

ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହାର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ବିକଳ୍ପ ଅନୁବାଦ: “ସେ ଜୀବନଯାପନ କରିବାର ସଠିକ୍ ପଥ ଜାଣେ ନାହିଁ” ଉପମା/ରୂପକଦେଖନ୍ତୁ

ἐν τῇ σκοτίᾳ ἐστὶν, καὶ ἐν τῇ σκοτίᾳ περιπατεῖ

1:5 ପରି, ଯୋହନ ଅନ୍ଧକାର ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି ଯାହା ଭୁଲ ବା ମନ୍ଦ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କରେ” ଉପମା/ରୂପକଦେଖନ୍ତୁ

τὸν ἀδελφὸν αὐτοῦ

2:9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

ἐν τῇ σκοτίᾳ ἐστὶν, καὶ ἐν τῇ σκοτίᾳ περιπατεῖ

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ କାର୍ଯ୍ୟ ନିରନ୍ତର କରେ” ( ସମାନ୍ତରତାସୂଚକଦେଖନ୍ତୁ)

οὐκ οἶδεν ποῦ ὑπάγει, ὅτι ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ତାହାର ଚକ୍ଷୁଗୁଡ଼ିକୁ ଅନ୍ଧ କରିଦେଇଛି, ସେ କେଉଁଆଡେ ଯାଏ ଜାଣେନାହିଁ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

ὅτι ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ

ଯୋହନ ଅନ୍ଧତ୍ୱକୁ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହାର ଅର୍ଥ ନୈତିକ ଭାବନାକୁ ହରାଇବା ଅଟେ । ବିକଳ୍ପ ଅନୁବାଦ: “କାରଣ ମନ୍ଦ ଉଦ୍ଦେଶ୍ୟଗୁଡ଼ିକ ତାକୁ ଭଲ ଏବଂ ମନ୍ଦ ପାର୍ଥକ୍ୟକୁ ଜାଣିବାକୁ ଦିଏ ନାହିଁ” ( ଉପମା/ରୂପକଦେଖନ୍ତୁ)

1 John 2:12

τεκνία

ଯୋହନ ବତ୍ସଗଣ ଶବ୍ଦକୁ 2:1 ରେ ବ୍ୟବହାର କରନ୍ତି ଏବଂ ଏହି ପତ୍ରର  ଅନ୍ୟାନ୍ୟ ସ୍ଥାନରେ ସେ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । 2:1ରେ ଏହାର ଦୁଇଟି ଟିପ୍ପଣୀର ବ୍ୟାଖ୍ୟା ଦେଖନ୍ତୁ । UST ଏହି କ୍ଷେତ୍ରରେ ମଧ୍ୟ ବୋଲି ଉଲ୍ଲେଖ କରିବାକୁ ଶବ୍ଦର ଅର୍ଥକୁ ବ୍ୟବହାର କରେ । ହୁଏତ ଏହି କ୍ଷେତ୍ରରେ ଏହି ଶବ୍ଦର ଏକ ବିଶେଷ ଅର୍ଥ ଥାଇପାରେ ଏବଂ ଏହା କେବଳ କେତେକ ବିଶ୍ଵାସୀମାନଙ୍କୁ ବୁଝାଏ, ଯେହେତୁ ଯୋହନ 12-14 ରେ ଦୁଇଥର ସମ୍ବୋଧିତ କରନ୍ତି ତେଣୁ ଏହା ବିଶ୍ଵାସୀମାନଙ୍କ ତିନି ଗୋଷ୍ଠୀ ମଧ୍ୟରୁ କେବଳ ଗୋଟିଏ ଗୋଷ୍ଠୀକୁ ସୂଚାଉଥିବା ପରି ମନେହୁଏ । କିନ୍ତି, ପରବର୍ତ୍ତୀ ସମୟରେ ଯୋହନ ଏହି ପ୍ରଥମ ଗୋଷ୍ଠୀକୁ 2:14 ରେ ସମ୍ବୋଧିତ କରନ୍ତି, ସେ ଏକ ଭିନ୍ନ ଶବ୍ଦ ବ୍ୟବହାର କରନ୍ତି ଯାହାର ଅର୍ଥ “ଛୋଟ ପିଲାମାନେ” ଅଟେ। ତେଣୁ ଏହି ପରିପ୍ରେକ୍ଷୀରେ, ଏହି ଶବ୍ଦଟି ଆଳଙ୍କାରିକ ଭାବରେ ନୂତନ ବିଶ୍ଵାସୀମାନଙ୍କୁ ସୂଚାଇପାରେ, ଅର୍ଥାତ୍ ଯେଉଁମାନେ ନିଜ ପାପ କ୍ଷମା ପାଇଁ ଯୀଶୁଙ୍କ ଉପରେ ନୂତନ ଭାବେ ବିଶ୍ଵାସ କରିଛନ୍ତି । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀମାନେ”ଉପମା/ରୂପକଦେଖନ୍ତୁ

ἀφέωνται ὑμῖν αἱ ἁμαρτίαι

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ଏହି କାର୍ଯ୍ୟ କିଏ  ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପାପ କ୍ଷମା କରିଅଛନ୍ତି”କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ

διὰ τὸ ὄνομα αὐτοῦ

ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ ନାମକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” ଲାକ୍ଷଣିକ ଶବ୍ଦଦେଖନ୍ତୁ

ὅτι

ଅନୁବାଦିତ ଶବ୍ଦ କାରଣ ଏଠାରେ “ଯାହା” ଭାବରେ ଅନୁବାଦ କରାଯାଇପାରେ । ଅନ୍ୟ ଶବ୍ଦରେ, ଶବ୍ଦଟି ହୁଏତ: (1) ଯୋହନ ଲେଖିବାର କାରଣ କିମ୍ବା (2) ବିଷୟବସ୍ତୁ ଯାହା ଯୋହନ ଜଣାଇବାକୁ ଚାହୁଁଛନ୍ତି । 13 ଏବଂ 14 ପଦରେ ଅନେକ ଥର ବ୍ୟବହୃତ ସମାନ ବାକ୍ୟାଂଶ ପାଇଁ ଏହା ମଧ୍ୟ ପ୍ରଯୁଜ୍ୟ ଅଟେ । ବିକଳ୍ପ ଅନୁବାଦ: "ତାହା"

διὰ τὸ ὄνομα αὐτοῦ

ତାହାଙ୍କର ସର୍ବନାମ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ନାମ ହେତୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 2:13

πατέρες

ପିତାଗଣ ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।ଉପମା/ରୂପକଦେଖନ୍ତୁ)

ἐγνώκατε

2:4 ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”

τὸν ἀπ’ ἀρχῆς

ଯୋହନ ଏହି ପତ୍ରରେ ଆଦ୍ୟରୁ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁ କିମ୍ବା ସମ୍ଭବତ ପିତା ଈଶ୍ଵରଙ୍କୁ ବୁଝାଏ। ଯୋହନ ଏହି ପତ୍ରର ଏହଁ ଯୋହନ 1:1-2ରେ ଆରମ୍ଭରେ ଏହି ସମାନ ଶବ୍ଦ ସହ ଯୀଶୁଙ୍କୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" କିମ୍ବା "ଯୀଶୁ, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

νεανίσκοι

ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ | ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ  ପରି ପରିପକ୍ୱ ନାହାଁନ୍ତି, ଯେହେତୁ ଯୁବକମାନେ ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି | ବିକଳ୍ପ ଅନୁବାଦ: “ଦୃଢ଼ ବିଶ୍ଵାସୀମାନେ”

νενικήκατε τὸν πονηρόν

ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।ଉପମା/ରୂପକଦେଖନ୍ତୁ

νεανίσκοι

ଯଦିଓ ଏହି ଶବ୍ଦ ପୁଂଲିଙ୍ଗ, ଯୋହନ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏଦେଖନ୍ତୁ)

τὸν πονηρόν

ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶକରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

τὸν πονηρόν

ଯୋହନ ମନ୍ଦ ବିଷୟରେ ତାହାର ଆଚରଣକୁ ଦୃଷ୍ଟିରେ ରଖି ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଶୟତାନ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 2:14

ἰσχυροί ἐστε

ବିଶ୍ଵାସୀମାନଙ୍କ ଶାରୀରିକ ଶକ୍ତି ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  ଉପମା/ରୂପକଦେଖନ୍ତୁ

ὁ λόγος τοῦ Θεοῦ ἐν ὑμῖν μένει

1 ଯୋହନଙ୍କ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”(See: ଉପମା/ରୂପକଦେଖନ୍ତୁ)

ἔγραψα ὑμῖν, παιδία, ὅτι ἐγνώκατε τὸν Πατέρα

ଏହି ବାକ୍ୟର ଅର୍ଥ 2:12ର ବାକ୍ୟ ସହ ସମାନଅର୍ଥକୁ ବୁଝାଏ । ଏହି ପଦରେ ପରବର୍ତ୍ତୀ ଦୁଇଟି ବାକ୍ୟର ଅର୍ଥ 2:13 ର ଦୁଇଟି ବାକ୍ୟ ସହ ସମାନ ବିଷୟକୁ ବୁଝାଏ । ଯୋହନ ଗୁରୁତ୍ୱ ଏବଂ କବିତା ପ୍ରଭାବ ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତେଣୁ, ଏହି ସମସ୍ତ ବାକ୍ୟକୁ ପୃଥକ ଭାବରେ ଅନୁବାଦ କରିବା ଏବଂ ପୂର୍ବ ଦୁଇଟି ପଦରେ ଥିବା ଶବ୍ଦଗୁଡ଼ିକ ସହିତ ମିଶ୍ରଣ ନକରିବା ଉପଯୁକ୍ତ ହେବ, ଯଦିଓ ଆପଣ ସମାନ୍ତରାଳ ବାକ୍ୟଗୁଡ଼ିକୁ ପୁସ୍ତକର ଅନ୍ୟ ସ୍ଥାନରେ ସମାନ ଅର୍ଥ ସହିତ ମିଶ୍ରଣ କରନ୍ତି । ( ସମାନ୍ତରତାସୂଚକଦେଖନ୍ତୁ)

ἔγραψα ὑμῖν, παιδία, ὅτι ἐγνώκατε τὸν Πατέρα

କେତେକ ବାଇବଲରେ, ଏହି ବାକ୍ୟଟି ଏହି ପଦର ଆରମ୍ଭ ପରିବର୍ତ୍ତେ 2:13ର ଶେଷରେ ଆସିଥାଏ । ଏହାର ପୁସ୍ତକଗୁଡ଼ିକ ଲେଖିବାର ବହୁ ଶତାବ୍ଦୀ ପରେ ବାଇବେଲରେ ପଦ ବିଭାଜନଗୁଡ଼ିକ  ପରିଚିତ ହୋଇଥିଲା ଏବଂ ସେଗୁଡ଼ିକ ଉଦ୍ଦେଶ୍ୟ କେବଳ ପାଠକମାନଙ୍କୁ ସହଜରେ ବିଷୟଗୁଡ଼ିକୁ ବୁଝିବାକୁ ସାହାଯ୍ୟ କରିବା ଥିଲା । ତେଣୁ ଏହି ବାକ୍ୟର ସ୍ଥାନ, ଏହି ପଦର ଆରମ୍ଭରେ କିମ୍ବା ଶେଷରେ ହେଲେ ମଧ୍ୟ ଏହା ଅର୍ଥର ବିଶେଷ ପାର୍ଥକ୍ୟ ସୃଷ୍ଟି କରେ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ ବାଇବବେଲର ଏକ ଅନୁବାଦ ଅଛି, ସେହି ସଂସ୍କରଣର ଗଠନକୁ ବ୍ୟବହାର କରନ୍ତୁ । ଯଦି ନୁହେଁ, ଆପଣ ULT ଅନୁସରଣ କରନ୍ତୁ । ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

ἔγραψα ὑμῖν

ମୁଁ ଲେଖୁଅଛି ବୋଲି କହି, ଯୋହନ 2:12–13,ତୁଳନାରେ ନିଜକୁ ସାମାନ୍ୟ ଭିନ୍ନ ଭାବରେ ପ୍ରକାଶ କରନ୍ତି , ଯେଉଁଠାରେ ସେ କୁହନ୍ତି, “ମୁଁ ଲେଖୁଛି।” ପାର୍ଥକ୍ୟ କେବଳ ଗୁରୁତ୍ଵ ଦେବା ପାଇଁ ଅଟେ, ଯେହେତୁ ଯୋହନ  ସେ ଯାହା କହିଛନ୍ତି ତାହା ସେ ପୁନର୍ବାର କହନ୍ତି  । ଯଦି ଆପଣଙ୍କ ଭାଷା ବର୍ତ୍ତମାନ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ସମୟ ମଧ୍ୟରେ ପାର୍ଥକ୍ୟ କରେ, ତେବେ ଆପଣଙ୍କର ଅନୁବାଦରେ ପାର୍ଥକ୍ୟ ଦେଖାଇବା ଉଚିତ ହେବ । ( କ୍ରିୟାପଦଦେଖନ୍ତୁ)

παιδία

ଏହା 2:12 ରେ “ଛୋଟ ପିଲାମାନଙ୍କ” ଶବ୍ଦଠାରୁ ଏକ ଭିନ୍ନ ଶବ୍ଦ ହୋଇଥିବାବେଳେ ଆଳଙ୍କାରିକ ଭାବରେ ଏହାର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

ἐγνώκατε

ଯେପରି, ଯୋହନ 2:4 ରେ  ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣେ ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ 2:13 କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”

τὸν Πατέρα

ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

πατέρες

ପିତା  ଶବ୍ଦର 2:13 ପରି ସମାନ ଆଳଙ୍କାରିକ ଅର୍ଥ ଅଛି । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ” (2) “ମଣ୍ଡଳୀ  ନେତାଗଣ” । ( ଉପମା/ରୂପକଦେଖନ୍ତୁ)

ἐγνώκατε

ଯେପରି, ଯୋହନ 2:42:13 ରେ  ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣେ ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ଏକ ଘନିଷ୍ଠ ସମ୍ପର୍କ ଅଛି”

τὸν ἀπ’ ἀρχῆς

ଯୋହନ ଏହି ପତ୍ରର ଆଦ୍ୟରୁ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁ କିମ୍ବା ସମ୍ଭବତ ପିତା ଈଶ୍ଵରଙ୍କୁ ବୁଝାଏ । ଯୋହନ ଏହି ପତ୍ରର ଆରମ୍ଭରେ, 2:13 ରେ, ଏବଂ ସେହିପରି 1:1-2 ରେ ଯୀଶୁଙ୍କୁ ସମାନ ଶବ୍ଦ ବ୍ୟବହାର କରି ଯୀଶୁଙ୍କୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" କିମ୍ବା "ଯୀଶୁ, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" । ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

νεανίσκοι

ଯୁବକଗଣ ଶବ୍ଦଟି ହୁଏତ  2:13 ପରି ସମାନ ଆଳଙ୍କାରିକ ଅର୍ଥକୁ ପ୍ରକାଶ କରେ। ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ ” ( ଉପମା/ରୂପକଦେଖନ୍ତୁ)

νεανίσκοι

ଯଦିଓ ପୁରୁଷ ଶବ୍ଦ ପୁଂଲିଙ୍ଗ ଅଟେ, ଯୋହନ  ହୁଏତ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏଦେଖନ୍ତୁ)

ὁ λόγος τοῦ Θεοῦ

ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ସୂଚାଇବା ପାଇଁ ଯୋହନ ବାକ୍ୟ ବ୍ୟବହାର କରି ଆଳଙ୍କାରିକ ଭାବରେ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

νενικήκατε τὸν πονηρόν

ଯୋହନ ଏହି ଦୃଢ଼ବିଶ୍ଵାସୀଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେ ଶୟତାନ ଯାହା କରିବାକୁ ଚାହେଁ ସେମାନେ ତାହା ଅଗ୍ରାହ୍ୟ କରନ୍ତି ଯେପରି ସେମାନେ ତାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ ଅନୁବାଦ: “ଶୟତାନ ଯାହା କରିବାକଚାହେଁ ତୁମ୍ଭେମାନେ ତାହା ଅଗ୍ରାହ୍ୟ କର” ( ଉପମା/ରୂପକଦେଖନ୍ତୁ)

τὸν πονηρόν

ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶ କରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତିରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

τὸν πονηρόν

ଯୋହନ ଶୟତାନର ଆଚରଣକୁ ଦୃଷ୍ଟିରେ ରଖି ତାହାକୁ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଶୟତାନ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 2:15

μὴ ἀγαπᾶτε τὸν κόσμον

ଯୋହନ ଏହି ପତ୍ରରେ ବିଭିନ୍ନ ଅର୍ଥ ପାଇଁ ସଂସାର ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ସାଙ୍କେତିକ ଭାବରେ ଈଶ୍ଵରଙ୍କୁ ଅସମ୍ମାନ କରୁଥିବା ଲୋକମାନଙ୍କର ମୂଲ୍ୟବୋଧ ପ୍ରଣାଳୀକୁ ସୂଚାଏ । ଏହି ପ୍ରଣାଳୀ ମୁଖ୍ୟତଃ ଧାର୍ମିକଲୋକମାନଙ୍କ ନିକଟରେ ଥିବା ମୂଲ୍ୟଗୁଡ଼ିକର ବିପରୀତ ଅଟେ । ବିକଳ୍ପ ଅନୁବାଦ: "ଯେଉଁମାନେ ଈଶ୍ଵରଙ୍କୁ ଅସମ୍ମାନ କରନ୍ତି, ସେମାନଙ୍କ ଅଧାର୍ମିକ ମୂଲ୍ୟବୋଧ ପ୍ରଣାଳୀ ଅଂଶୀଦାର କର ନାହିଁ’"  ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

μηδὲ τὰ ἐν τῷ κόσμῳ

ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ” ସମାନ୍ତରତାସୂଚକଦେଖନ୍ତୁ

ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ

ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ କରିବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ସଂସାର କୁ ପ୍ରେମ କରେ । ତେବେ ପିତାଙ୍କ  ପ୍ରେମ ତାହାଠାରେ ନାହିଁ ”ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ

οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ

ପିତାହାଙ୍କ ପ୍ରେମ ବକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ହୁଏତ ପିତା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଜଣେ ବ୍ୟକ୍ତିକୁ ସୂଚିତ କରିପାରେ । ବିକଳ୍ପ  ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ପିତା ଈଶ୍ଵରଙ୍କୁ ପ୍ରେମ କରେ ନାହିଁ” (2 ) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକମାନଙ୍କୁ ସୂଚାଇପାରେ` । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସେହି ବ୍ୟକ୍ତିର ଜୀବନରେ କାର୍ଯ୍ୟ କରେ ନାହିଁ” ଅଧିକାର/ଦଖଲଦେଖନ୍ତୁ)

μὴ ἀγαπᾶτε τὸν κόσμον, μηδὲ τὰ ἐν τῷ κόσμῳ

ଏହି ବାକ୍ୟର ଦ୍ୱିତୀୟ ବାକ୍ୟାଂଶରେ, ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ପ୍ରଥମ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଜଗତକୁ ପ୍ରେମ କର ନାହିଁ, ଏବଂ ଜଗତରେ ରେ ଥିବା କୌଣସି ବିଷୟକୁ ପ୍ରେମ କର ନାହିଁ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

τοῦ Πατρὸς

ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵରଙ୍କ ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

1 John 2:16

ἡ ἐπιθυμία τῆς σαρκὸς

ଯୋହନ ଶାରୀରିକ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ଯାହା ମାଂସରେ ନିର୍ମିତ ମାନବ ଶରୀରକୁ ବୁଝାଏ। ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଶାରୀରିକ ଅଭିଳାଷ ପାଇଁ ପ୍ରବଳ ଇଚ୍ଛା”ଲାକ୍ଷଣିକ ଶବ୍ଦଦେଖନ୍ତୁ

ἡ ἐπιθυμία τῶν ὀφθαλμῶν

ଯୋହନ ଦେଖିବାର କ୍ଷମତାକୁ ବୁଝାଇବା ପାଇଁ ଚକ୍ଷୁ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖୁଥିବା ବିଷୟଗୁଡ଼ିକୁ ପ୍ରାପ୍ତ କରିବାକୁ ପ୍ରବଳ ଇଚ୍ଛା” ଲାକ୍ଷଣିକ ଶବ୍ଦଦେଖନ୍ତୁ

οὐκ ἔστιν ἐκ τοῦ Πατρός, ἀλλὰ ἐκ τοῦ κόσμου ἐστίν

2:15 ରେ ଆପଣ ସଂସାର ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହି ଶବ୍ଦର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେପରି ଜୀବନଯାପନ କରୁ ବୋଲି ପିତା ଈଶ୍ଵର ଚାହାଁନ୍ତି, ତାହା ପ୍ରତିନିଧିତ୍ୱ କରେ ନାହିଁ, ବରଂ ଏକ ଧାର୍ମିକ ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥାଏ” ଲାକ୍ଷଣିକ ଶବ୍ଦଦେଖନ୍ତୁ

ὅτι

ଏହି ପଦରେ, ଯୋହନ ପୂର୍ବ ପଦର ଦ୍ୱିତୀୟ ବାକ୍ୟରେ ଦେଇଥିବା ବାକ୍ୟର ସତ୍ୟତାର କାରଣ ଦର୍ଶାନ୍ତି । ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହି କାରଣକୁ ଏହି ବାକ୍ୟଗୁଡ଼ିକୁ ଏକତ୍ର ଉଲ୍ଲେଖ କରି ଏହାକୁ ସ୍ପଷ୍ଟଭାବେ ପ୍ରକାଶ କରିପାରିବେ। ଏହି ବାକ୍ୟକୁ ଏକତ୍ର ଉଲ୍ଲେଖ କରିବାକୁ, ଆପଣ ଏହି ପଦକୁ ପାଇଁ ପରିବର୍ତ୍ତେ “କାରଣ” ଠାରୁ ଆରମ୍ଭ କରିପାରିବେ । ଆପଣ ଏହାକୁ ଏକ ଅବଧି ପରିବର୍ତ୍ତେ କମାରେ ଶେଷ କରିପାରିବେ; ତେବେ ଏହାକୁ ପୂର୍ବ ପଦରେ ଦ୍ୱିତୀୟ ବାକ୍ୟରେ ଆରମ୍ଭ କରି ପାରିବେ, ଯେପରି “ଯଦି କେହି ଜଗତକୁ ପ୍ରେମ କରେ ।“ ( ପଦ ସେତୁଗୁଡ଼ିକଦେଖନ୍ତୁ)

πᾶν τὸ ἐν τῷ κόσμῳ

2:15 ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵରଙ୍କୁ  ସମ୍ମାନ ଦେଉନଥିବା ଲୋକମାନଙ୍କର ଅଧାର୍ମିକ ମୂଲ୍ୟବୋଧ ପ୍ରଣାଳୀକୁ ବର୍ଣ୍ଣନା କରେ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἡ ἀλαζονία τοῦ βίου

ଯୋହନ  ହୁଏତ ଗ୍ରୀକ୍ ଶବ୍ଦକୁ ବ୍ୟବହାର କରନ୍ତି ଯାହା ULT ଏହାର ଏକ ନିର୍ଦ୍ଦିଷ୍ଟ ଅର୍ଥରେ 3:17 ପରି “ସମ୍ପତ୍ତି” କୁ ବୁଝାଇବା ପାଇଁ  ଜୀବନ ବୋଲି ଅନୁବାଦ କରେ । ବିକଳ୍ପ ଅନୁବାଦ: “କାହାରି ସମ୍ପତ୍ତିରେ ଦର୍ପ କରିବା”

τοῦ Πατρός

ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

1 John 2:17

ὁ κόσμος παράγεται

ଯୋହନ  ଆଳଙ୍କାରିକ ଭାବରେ ସଂସାର ବିଷୟରେ କହନ୍ତି ସତେ ଯେପରି ଏହା ବିନାଶ ହୁଏ । ବିକଳ୍ପ ଅନୁବାଦ: “ସଂସାର ନିତ୍ୟସ୍ଥାୟୀ ନୁହେଁ” ଉପମା/ରୂପକଦେଖନ୍ତୁ

ὁ κόσμος

2:15ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହା ସମାନ ଅର୍ଥ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ସମ୍ମାନ କରୁ ନ ଥିବା ଲୋକମାନଙ୍କ ଅଧାର୍ମିକ ମୂଲ୍ୟବୋଧ ବ୍ୟବସ୍ଥା” । ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

καὶ ἡ ἐπιθυμία αὐτοῦ

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକୁ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଏହାର ଇଚ୍ଛା ମଧ୍ୟ ଚାଲିଯାଏ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

ἡ ἐπιθυμία αὐτοῦ

ଯୋହନ ଏହି ଇଚ୍ଛାର ଉତ୍ସ ଜଗତ ଏବଂ ଏହାକୁ ଏହାର ଚରିତ୍ରକୁ ଦର୍ଶାଇବାକୁ ସମ୍ବନ୍ଧବାଚକ ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ସାଂସାରିକ ଇଚ୍ଛା” କିମ୍ବା “ଇଚ୍ଛା ଯାହା ଏହି ମୂଲ୍ୟବୋଧ ପ୍ରଣାଳୀ ଲୋକମାନଙ୍କ ମନରେ ଉତ୍ପନ କରେ” ( ଅଧିକାର/ଦଖଲଦେଖନ୍ତୁ)

ἡ ἐπιθυμία αὐτοῦ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ବହୁବଚନରେ ଅନୁବାଦ କରିପାରିବେ, ଯେହେତୁ ଯୋହନ “ଜଗତ” ସହ ଜଡିତ ବିଭିନ୍ନ ପ୍ରକାରର ଇଚ୍ଛା ବିଷୟରେ କହନ୍ତି  ଯାହାକୁ ସେ 2:16 ରେ ବର୍ଣ୍ଣନା କରିଛନ୍ତି । ବିକଳ୍ପ ଅନୁବାଦ: “ସାଂସାରିକ ଇଚ୍ଛା” କିମ୍ବା “ଇଚ୍ଛା ଯାହା ଏହି ମୂଲ୍ୟବୋଧ ପ୍ରଣାଳୀ ଲୋକମାନଙ୍କ ମନରେ ଉତ୍ପନ୍ନ କରେ” ( ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକଦେଖନ୍ତୁ)

μένει εἰς τὸν αἰῶνα

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦ ନିରନ୍ତର ଅସ୍ତିତ୍ଵ ଥିବା ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଚିରକାଳ ଜୀବିତ ରହିବ” ( ଉପମା/ରୂପକଦେଖନ୍ତୁ)

εἰς τὸν αἰῶνα

ଏହା ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ । ଆପଣଙ୍କ ଭାଷାରେ ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ଅର୍ଥକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: "ସବୁଦିନ ପାଇଁ" ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 2:18

παιδία

ଏହା ସେହି ଶବ୍ଦ ଅଟେ ଯାହା ଯୋହନ ନୂତନ ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରିବା ପାଇଁ ଆଳଙ୍କାରିକ ଭାବରେ 2:14 ରେ ବ୍ୟବହାର କରିଛନ୍ତି, କିନ୍ତୁ ଏଠାରେ ଏହା ଶବ୍ଦର ଏକ ଶୈଳୀ ପରିବର୍ତ୍ତନ ପରି ମନେହୁଏ ଯାହାକୁ ସେ 2:1ରେ ଏବଂ 2:1, 2 ସେ ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରିବାକୁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର କରିଛନ୍ତି। ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ” କିମ୍ବା “ମୋ ଅଧୀନରେ ଥିବା ମୋର ପ୍ରିୟ ବିଶ୍ଵାସୀମାନେ” ଉପମା/ରୂପକଦେଖନ୍ତୁ

ἐσχάτη ὥρα ἐστίν

ଯୋହନ  ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ଆଳଙ୍କାରିକ ଭାବରେ କାଳ ଶବ୍ଦକୁ ବ୍ୟବହାର କରନ୍ତି  । ଶେଷକାଳ*ର* ଅଭିବ୍ୟକ୍ତି ବିଶେଷ ଭାବରେ ଯୀଶୁ ଫେରିବା ପୂର୍ବରୁ ପାର୍ଥିବ ଇତିହାସର ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ ଶୀଘ୍ର ଫେରିବେ… ଯଥା ଯୀଶୁ ଶୀଘ୍ର ଫେରିବେ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଦେଖନ୍ତୁ

ἀντίχριστος ἔρχεται, καὶ νῦν ἀντίχριστοι πολλοὶ γεγόνασιν

ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ  ଭଣ୍ଡଖ୍ରୀଷ୍ଟ ଏବଂ ଭଣ୍ଡଖ୍ରୀଷ୍ଟମାନେ ଶବ୍ଦର ଆଲୋଚନା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଏପରି ଜଣେ ବ୍ୟକ୍ତି ଆସିବ ଯିଏ ଯୀଶୁଙ୍କ ବିରୁଦ୍ଧରେ ଏକ ବଡ଼ ବିରୋଧକୁ ନେତୃତ୍ୱ ଦେବ, ଅନେକ ଲୋକ ବର୍ତ୍ତମାନ ଯୀଶୁଙ୍କୁ ବିରୋଧ କରୁଛନ୍ତି ”

ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ ଏହାକୁ ପଦ 18 ପୂର୍ବରୁ ଏଠାରେ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ନାମ: "ମିଥ୍ୟା ଶିକ୍ଷା ଏବଂ ସତ୍ୟ ଶିକ୍ଷା" ( ବିଭାଗ ଶିରୋନାମାଦେଖନ୍ତୁ)

1 John 2:19

ἐξ ἡμῶν ἐξῆλθαν

ଯେଉଁମାନଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ସେହି ଲୋକମାନେ ପୂର୍ବରୁ ବିଶ୍ଵାସୀମାନଙ୍କ ଦଳ ସହ ସାକ୍ଷାତ କରିଥିଲେ । ଯେଉଁମାନେ ବିଶ୍ଵାସୀମାନେ ଏକତ୍ରିତ ହେଉଥିବା ସ୍ଥାନଗୁଡ଼ିକ ଶାରୀରିକ ଭାବରେ ପରିତ୍ୟାଗ କରିଥିଲେ, ସେମାନେ ବାହାରିଲେ  ଅଭିବ୍ୟକ୍ତିକୁ ସେହି ଲୋକମାନେ ଦଳର ହେବା ବନ୍ଦ କରିଦେଲେ ବୋଲି କହିବାକୁ ଯୋହନ  ଆଳଙ୍କାରିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରେ ଆମ୍ଭମାନଙ୍କର ବିଶ୍ଵାସୀ ଦଳର ଅଂଶ ହେବା ବନ୍ଦ କଲେ” ଉପମା/ରୂପକଦେଖନ୍ତୁ

ἀλλ’ οὐκ ἦσαν ἐξ ἡμῶν…οὐκ εἰσὶν πάντες ἐξ ἡμῶν

ଏହି ପଦରୁ ପ୍ରଥମ ଉଦାହରଣ ଅପେକ୍ଷା ଏହି ଘଟଣାଗୁଡ଼ିକରେ ସାମାନ୍ୟ ଭିନ୍ନ ଅର୍ଥରେ ଯୋହନ ଆମ୍ଭମାନଙ୍କ ମଧ୍ୟରୁ ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି  । ପ୍ରଥମ କ୍ଷେତ୍ରରେ, ଏହାର ଅର୍ଥ ଏହି ଲୋକମାନେ ଦଳ ପରିତ୍ୟାଗ କଲେ । ଏହି ପରିପ୍ରେକ୍ଷୀରେ, ଏହାର ଅର୍ଥ ସେମାନେ ପ୍ରକୃତରେ ଦଳର କେବେ ହେଁ ନଥିଲେ । ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର କେବେ ନଥିଲେ… ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ପ୍ରକୃତରେ ଆମ୍ଭମାନଙ୍କ ଦଳର ନୁହଁନ୍ତି” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

μεμενήκεισαν ἂν μεθ’ ἡμῶν

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦଟି ଏକ ଦଳରେ ନିରନ୍ତର ଅଂଶଗ୍ରହଣତାକୁ ସୂଚାଏ । ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କ ଦଳରେ ଅଂଶଗ୍ରହଣ କରିଥାନ୍ତେ” ଉପମା/ରୂପକଦେଖନ୍ତୁ

οὐκ ἦσαν ἐξ ἡμῶν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କାହିଁକି ଏହି ଦାବି କରନ୍ତି ତାହା ଆପଣ  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, କାରଣ ସେମାନେ ପ୍ରଥମରେ ହିଁ ପ୍ରକୃତରେ ଯୀଶୁଙ୍କଠାରେ ବିଶ୍ୱାସ କରିନଥିଲେ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

εἰ γὰρ ἐξ ἡμῶν ἦσαν, μεμενήκεισαν ἂν μεθ’ ἡμῶν

John is presenting a situation that is not real to help his readers recognize why the claim that he is making is true. Alternate translation: “We know that they were not genuinely part of our group because they did not continue to participate in it” (See: ସଂଯୋଗ - ବାସ୍ତବ ସର୍ତ୍ତମାନ ବିପରୀତ)

ἀλλ’ ἵνα φανερωθῶσιν ὅτι οὐκ εἰσὶν πάντες ἐξ ἡμῶν

ଯୋହନ କେତେକ ଶବ୍ଦକୁ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଏକାଧିକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: "କିନ୍ତୁ ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ ଯାହା ଦ୍ଵାରା ସେମାନଙ୍କର କର୍ମ ପ୍ରକାଶ କରିବ ଯେ ସେମାନେ ପ୍ରକୃତରେ ଆମ୍ଭମାନଙ୍କର ଦଳର ନୁହଁନ୍ତି।" ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

ἵνα φανερωθῶσιν

1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହି ଗ୍ରୀକ୍ କର୍ମବଚ୍ୟ ପ୍ରକୃତରେକର୍ମବଚ୍ୟ ଅର୍ଥ ଥିବା ପରି ମନେହୁଏ । ଏହାର ଅର୍ଥ ଦଳ ପରିତ୍ୟାଗ କରିଥିବା ଲୋକମାନେ ଏହି କାର୍ଯ୍ୟର କର୍ତ୍ତା ଅପେକ୍ଷା କର୍ମପଦ ଅଟନ୍ତି । କିନ୍ତୁ ଯଦି ଏହା ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ  ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି, କାର୍ଯ୍ୟ କିଏ କରୁଛି ତାହା ଆପଣ  ସ୍ପଷ୍ଟ  କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟ ପ୍ରକାଶ ହେବ” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

οὐκ εἰσὶν πάντες ἐξ ἡμῶν

ଏଠାରେ ସମସ୍ତ ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ”

1 John 2:20

ὑμεῖς χρῖσμα ἔχετε ἀπὸ τοῦ Ἁγίου

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଭାବ ବାଚକ ବିଶେଷ୍ୟ ଅଭିଷେକ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ  ଅଭିଷେକ କରିଛନ୍ତି” ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ

τοῦ Ἁγίου

ଯୋହନ  ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ପବିତ୍ର ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଏହାକୁ ଦର୍ଶାଇବା ପାଇଁ ULT ଜଣକ ଶବ୍ଦକୁ ଯୋଗ କରେ । ଯୋହନ  ବିଶେଷ ଭାବରେ ଈଶ୍ଵରଙ୍କୁ  ସୂଚାନ୍ତି, ଏବଂ ଇଂରାଜୀ ULT ଏହି ଦୁଇଟି ଶବ୍ଦକୁ ବଡ଼ ଅକ୍ଷରରେ ଉଲ୍ଲେଖ କରେ ଯାହା ଜଣେ ଈଶ୍ଵରୀୟ ବ୍ୟକ୍ତିକୁ ବୁଝାଏ । ଆପଣଙ୍କ  ଭାଷା ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ପବିତ୍ର ଅଟନ୍ତି” ବିଶେଷ୍ୟପରି ବିଶେଷଣଦେଖନ୍ତୁ

καὶ

ଯୋହନ  ଦଳ  ଛାଡିଥିବା ଲୋକ ଏବଂ ଅବଶିଷ୍ଟ ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଇବା ପାଇଁ ସେ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

ὑμεῖς χρῖσμα ἔχετε ἀπὸ τοῦ Ἁγίου

ଅଭିଷେକ କରିବା ଶବ୍ଦ ଏକ ଅଭ୍ୟାସକୁ ବୁଝାଏ, ପୁରାତନ ନିୟମରେ ବିଶେଷ କରି ଯିଏ ଈଶ୍ଵରଙ୍କ ସେବା କରିବା ପାଇଁ ପୃଥକ ହେଉଥିଲା  ତାହାକୁ  ତେଲରେ ଅଭିଷେକ କରାଯାଉଥିଲା । ଯଦି ଆପଣଙ୍କର ପାଠକମାନେ ଏହି ଅଭ୍ୟାସ ସହ ଅପରିଚିତ, ତେବେ ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବିଶେଷ ଭାବରେ ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କ  ଉପରେ ତେଲ ଢାଳି ତୁମ୍ଭମାନଙ୍କୁ  ପୃଥକ କରିଛନ୍ତି ଯେପରି ତୁମ୍ଭେମାନେ ତାହାଙ୍କ ସେବା କରିପାର” ( ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦଦେଖନ୍ତୁ)

ὑμεῖς χρῖσμα ἔχετε ἀπὸ τοῦ Ἁγίου

ଯୋହନ ପବିତ୍ର ଆତ୍ମାଙ୍କୁ ପ୍ରତିନିଧିତ୍ଵ କରିବା ପାଇଁ  ଅଭିଷେକ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ବିଶ୍ଵାସୀମାନଙ୍କ ଜୀବନରେ ଯାହାର ଉପସ୍ଥିତି ଦର୍ଶାଏ ଯେ ସେମାନେ ଈଶ୍ଵରଙ୍କ ସେବା କରିବା ପାଇଁ ପୃଥକ ହୋଇ ସଜ୍ଜିତ ହୋଇଅଛନ୍ତି । ଯୋହନ ବିଶେଷ କରି 3:24 ଏବଂ 4:13 କହନ୍ତି ଯେ ଈଶ୍ଵର ଏହିପରି ଭାବରେ ବିଶ୍ଵାସୀମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ ଆପଣା ଆତ୍ମା ଦେଇଛନ୍ତି” ( ଉପମା/ରୂପକଦେଖନ୍ତୁ)

οἴδατε πάντες

ତୁମ୍ଭେମାନେ ସମସ୍ତେ ଜାଣ ବାକ୍ୟାଂଶକୁ ULT ପରି ଅନୁବାଦ କରିବେ କିମ୍ବା ଅନ୍ୟ ସଂସ୍କରଣଗୁଡ଼ିକୁ ଅନୁସରଣ କରି “ତୁମ୍ଭେମାନେ ସବୁ ଜାଣ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀଗୁଡ଼ିକର ଆଲୋଚନା ଦେଖନ୍ତୁ । ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

οἴδατε πάντες

ପରବର୍ତ୍ତୀ ପଦରେ ସେ ଯାହା କହିଛନ୍ତି ତାହା ଉପରେ ଆଧାର କରି, ଯୋହନ ହୁଏତ  ଏଠାରେ ସେ ଯେଉଁ ବିଶ୍ଵାସୀମାନେ ଏହି ପତ୍ର ଲେଖୁଛନ୍ତି, ସେ ସମସ୍ତେ ସତ୍ୟ ଜାଣନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ସତ୍ୟ ଜାଣ” କିମ୍ବା “ଯାହା ସତ୍ୟ ଅଟେ ତାହା ତୁମ୍ଭେ’ମାନେ ସମସ୍ତେ ଜାଣ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

1 John 2:21

τὴν ἀλήθειαν…ἐκ τῆς ἀληθείας

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ  ଅନୁବାଦ: “ଯାହା ସତ୍ୟ… ଯାହା ସତ୍ୟରୁ ଅଟେ” ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ

οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ବାକ୍ୟକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ଯୋହନ  ପରବର୍ତ୍ତୀ ବାକ୍ୟରେ ବାକ୍ୟକୁ ସକରାତ୍ମକ ରୂପରେ ପୁନରାବୃତ୍ତି କରନ୍ତି ତେଣୁ ଆପଣ ସେହି ବାକ୍ୟାଂଶ ସହ ଏହାକୁ ଏକ ବିପରୀତ ବାକ୍ୟାଂଶ ପରିବର୍ତ୍ତେ ଏକ ନିଶ୍ଚିତ ବାକ୍ୟ ଭାବରେ ସଂଯୋଗ କରି ପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ  ଲେଖିଛି କାରଣ ତୁମ୍ଭେମାନେ  ସତ୍ୟ ଜାଣ, ହଁ, କାରଣ ତୁମ୍ଭେମାନେ ଏହା ଜାଣ” ( ଯୁଗ୍ମ ନାସ୍ତିସୂଚକ ଗୁଡ଼ିକଦେଖନ୍ତୁ)

οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν

ଯଦି ମୁଁ ତୁମ୍ଭମାନଙ୍କୁ ଲେଖି ନାହିଁ ବୋଲି କହିବା ଆପଣଙ୍କ ଭାଷାରେ ଭୁଲ୍ ବା ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, ଆପଣ ନକାରାତ୍ମକ ବାକ୍ୟକୁ ପରବର୍ତ୍ତୀ ବାକ୍ୟାଂଶକୁ ନେଇପାରିବେ । ବିକଳ୍ପ ଅନୁବାଦ: "ମୁଁ ତୁମ୍ଭମାନଙ୍କୁ ଲେଖିଲି କାରଣ ତୁମ୍ଭେମାନେ ସତ୍ୟ ଜାଣ ତାହା ନୁହେଁ, କିନ୍ତୁ ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ" କିମ୍ବା "ମୁଁ ତୁମ୍ଭମାନଙ୍କୁ ସତ୍ୟ ବିଷୟରେ ଜଣାଇବା ପାଇଁ ଲେଖିଲି ତାହା ନୁହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଲେଖିଲି କାରଣ ତୁମ୍ଭେମାନେ ଏହା ପୂର୍ବରୁ ଜାଣ। ( ସଂଯୋଗ - ବ୍ୟତିକ୍ରମ ଖଣ୍ଡବାକ୍ୟଦେଖନ୍ତୁ)

τὴν ἀλήθειαν…ἐκ τῆς ἀληθείας

ଯୋହନ ବୋଧହୁଏ ଆଳଙ୍କାରିକ ଭାବରେ ସେହି ଶିକ୍ଷା ବିଷୟରେ କହନ୍ତି  ଯାହା ବିଶ୍ଵାସୀମାନେ ଯୀଶୁଙ୍କଠାରୁ ଗ୍ରହଣ କରିଛନ୍ତି ଯାହା ସତ୍ୟ ଅଟେ । ବିକଳ୍ପ ଅନୁବାଦ: “ସତ୍ୟ ଶିକ୍ଷା ଯାହା ଆମ୍ଭେମାନେ ଯୀଶୁଙ୍କଠାରୁ ପାଇଛୁ… ଏହି ସତ୍ୟ ଶିକ୍ଷାରୁ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

καὶ ὅτι πᾶν ψεῦδος ἐκ τῆς ἀληθείας οὐκ ἔστιν

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଜାଣ ଯେ ପ୍ରତ୍ୟେକ ମିଥ୍ୟା ସତ୍ୟରୁ ଆସେ ନାହିଁ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

πᾶν ψεῦδος ἐκ τῆς ἀληθείας οὐκ ἔστιν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟରୁ କୌଣସି ମିଥ୍ୟା ଆସେ ନାହିଁ”

ἐκ τῆς ἀληθείας

ସତ୍ୟର ଏହି ଦ୍ୱିତୀୟ ବାକ୍ୟାଂଶ ହୁଏତ ସୂଚାଏ: (1) ପ୍ରଥମ ଘଟଣା ପରୀ ସମାନ ହେଇପାରେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ସତ୍ୟ ବାର୍ତ୍ତାର ଅଂଶ" (2) ଈଶ୍ଵର, ଯିଏ ସମସ୍ତ ସତ୍ୟର ଉତ୍ସ  ଅଟନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କଠାରୁ, ଯିଏ ସତ୍ୟ ଅଟନ୍ତି"

1 John 2:22

τίς ἐστιν ὁ ψεύστης, εἰ μὴ ὁ ἀρνούμενος ὅτι Ἰησοῦς οὐκ ἔστιν ὁ Χριστός?

ଯୋହନ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ ଶବ୍ଦଗୁଡ଼ିକୁ ଏକ ବାକ୍ୟ ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଅସ୍ୱୀକାର କରେ, ସେ ନିଶ୍ଚିତ ଭାବରେ ମିଥ୍ୟାବାଦୀ ଅଟେ!” ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଦେଖନ୍ତୁ

ὁ ἀρνούμενος ὅτι Ἰησοῦς οὐκ ἔστιν ὁ Χριστός

ଗୁରୁତ୍ଵ ଦେବା ପାଇଁ, ଯୋହନ  ଗ୍ରୀକ୍ ଭାଷାରେ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି, ବିଶେଷ ଭାବରେ ଏକ ନକାରାତ୍ମକ କ୍ରିୟା (ଅସ୍ୱୀକାର କରିବା) ସହ ‘ନାହିଁ” ଶବ୍ଦକୁ ବ୍ୟବହାର କରନ୍ତି । ଇଂରାଜୀରେ, ଏହା “ଯିଏ ଅସ୍ୱୀକାର କରେ ଯେ ଯୀଶୁ ଖ୍ରୀଷ୍ଟ ନୁହଁନ୍ତି।” ବୋଲି ଅନୁବାଦିତ ଅଟେ ।  ଗ୍ରୀକ୍ ଭାଷାରେ, ଦ୍ୱିତୀୟ ନକାରାତ୍ମକ ଶବ୍ଦ ଏକ ସକାରାତ୍ମକ ଅର୍ଥକୁ ପ୍ରକାଶ କରିବାକୁ ପ୍ରଥମ ଶବ୍ଦକୁ ବାତିଲ୍ କରେ ନାହିଁ । କିନ୍ତୁ ଇଂରାଜୀରେ, ଅର୍ଥ ଭୁଲ ଭାବରେ ସକରାତ୍ମକ ହେବ, ଯେଉଁଥିପାଇଁ ULT କେବଳ ଗୋଟିଏ ନକାରାତ୍ମକ ଶବ୍ଦକୁ ବ୍ୟବହାର କରେ । ଏହା “ନୁହେଁ” ଶବ୍ଦକୁ ବ୍ୟବହାର ନ କରି “ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ବୋଲି ଅନୁବାଦ କରେ । ଯଦିଓ, ଯଦି ଆପଣଙ୍କର ଭାଷା ଗୁରୁତ୍ଵ ଦେବା ପାଇଁ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରେ ଯାହା ଉଭୟ ଶବ୍ଦକୁ ବାତିଲ କରେ ନାହିଁ, ତେବେ ସେହି ବାକ୍ୟ ଗଠନକୁ ଆପଣଙ୍କ ଅନୁବାଦରେ ବ୍ୟବହାର କରନ୍ତୁ । ଯୁଗ୍ମ ନାସ୍ତିସୂଚକ ଗୁଡ଼ିକଦେଖନ୍ତୁ

ὁ ἀρνούμενος τὸν Πατέρα καὶ τὸν Υἱόν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ ଏହି ଲୋକମାନଙ୍କ ବିଷୟରେ କାହିଁକି କହନ୍ତି ତାହା ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ। ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଅସ୍ୱୀକାର କରି ସେ ପିତା ଈଶ୍ଵରଙ୍କୁ ଅସ୍ୱୀକାର କରେ, ଯିଏ ଯୀଶୁଙ୍କୁ ଖ୍ରୀଷ୍ଟ ହେବାକୁ ପ୍ରେରଣ କଲେ ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କୁ ସେ ପ୍ରେରଣ କଲେ”  ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

τὸν Πατέρα καὶ τὸν Υἱόν

ପିତା ଏବଂ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର  ଏବଂ ତାହାଙ୍କ ପୁତ୍ର ଯୀଶୁ” ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ

οὗτός ἐστιν ὁ ἀντίχριστος

ଏପରି ବ୍ୟକ୍ତି ପ୍ରକୃତ ଭଣ୍ଡଖ୍ରୀଷ୍ଟ ବୋଲି ଯୋହନ କହନ୍ତି ନାହିଁ ଯିଏ ଯିଏ ପୃଥିବୀ ଇତିହାସର ଶେଷରେ ଦେଖାଯିବେ । ଯୋହନ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୂଚାନ୍ତି ନାହିଁ । ବରଂ ସେ ସାଧାରଣ ଭାବରେ ଏହିପରି ସମସ୍ତ ଲୋକଙ୍କ ବିଷୟରେ କହନ୍ତି  । ଭଣ୍ଡଖ୍ରୀଷ୍ଟ ଶବ୍ଦକୁ ଆପଣ 2:18 ରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହିପରି ବ୍ୟକ୍ତି ପ୍ରକୃତରେ ଯୀଶୁଙ୍କୁ ବିରୋଧ କରେ” ( ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକଦେଖନ୍ତୁ)ଭଣ୍ଡଖ୍ରୀଷ୍ଟ

1 John 2:23

ὁ ὁμολογῶν τὸν Υἱὸν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ ଯାହା କହିଛନ୍ତି ତାହା ଦୃଷ୍ଟିରେ ରଖି ଏହାର ଅର୍ଥକୁ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ କରି, ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

οὐδὲ τὸν Πατέρα ἔχει…καὶ τὸν Πατέρα ἔχει

ଯୋହନ ବ୍ୟବହାର କରୁଥିବା ଭାଷା ସୂଚାଏ ଯେ ଏପରି ବ୍ୟକ୍ତି ଈଶ୍ଵରଙ୍କ ନୁହେଁ କିମ୍ବା  ଈଶ୍ଵର ଏପରି ବ୍ୟକ୍ତିଙ୍କର ନୁହଁନ୍ତି । ବିକଳ୍ପ ଅନୁବାଦ: “ପିତାଙ୍କର ନୁହେଁ… ପିତାଙ୍କର ଅଟେ” ଅଧିକାର/ଦଖଲଦେଖନ୍ତୁ

πᾶς ὁ ἀρνούμενος τὸν Υἱὸν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ  ଯାହା କହିଛନ୍ତି ସେ ଦୃଷ୍ଟିରେ ଏହାର ଅର୍ଥ କ’ଣ ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ମସୀହ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

τὸν Υἱὸν

ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

τὸν Πατέρα

ଈଶ୍ଵରଙ୍କ ପାଇଁ ପିତା ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ନାମ  ଅଟେ। ବିକଳ୍ପ ଅନୁବାଦ: “ପିତା ଈଶ୍ଵର … ପିତା ଈଶ୍ଵର” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

1 John 2:24

ὃ ἠκούσατε…ὃ…ἠκούσατε

ଯୀଶୁଙ୍କ ଶିକ୍ଷା ବିଷୟରେ ଏହି ବିଶ୍ଵାସୀମାନେ ଶୁଣିଥିବା ଶିକ୍ଷାକୁ ଯୋହନ ସମ୍ପୂର୍ଣ୍ଣ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ଶୁଣିଥିବା ଶିକ୍ଷା… ତୁମ୍ଭେମାନେ ଶିକ୍ଷା ଶୁଣିଥିବା” ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ

ἀπ’ ἀρχῆς

ଯୋହନ ଏହି ପତ୍ରର  ଆରମ୍ଭରୁ ବକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେମାନେ ଅର୍ଥାତ ଯେଉଁମାନଙ୍କୁ ନିକଟକୁ ସେ ପତ୍ର ଲେକନ୍ତି, ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ସମୟକୁ ସୂଚାଏ । ବିକଳ୍ପ  ଅନୁବାଦ: “ଯେବେଠାରୁ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ… ଯେବେ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ

ἐν ὑμῖν μενέτω…ἐν ὑμῖν μείνῃ

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ, ଯୀଶୁଙ୍କ ବିଷୟରେ ଶିକ୍ଷା ବିଷୟରେ, ବାକ୍ୟଟି ସେହି ଶିକ୍ଷା ଉପରେ ନିରନ୍ତର ବିଶ୍ଵାସକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏହାକୁ ବିଶ୍ଵାସ ନିରନ୍ତର କର… ତୁମ୍ଭେମାନେ ନିରନ୍ତର ବିଶ୍ୱାସ କର”  ଉପମା/ରୂପକଦେଖନ୍ତୁ

καὶ ὑμεῖς ἐν τῷ Υἱῷ καὶ ἐν τῷ Πατρὶ μενεῖτε

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେରେ, ଏହା 2:6 ପରି ସମାନ ଅର୍ଥକୁ ପ୍ରକାଶ କଲା ପରି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ମଧ୍ୟ ପୁତ୍ର ଏବଂ ପିତାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖିବ”  ଉପମା/ରୂପକଦେଖନ୍ତୁ

ἐὰν ἐν ὑμῖν μείνῃ ὃ ἀπ’ ἀρχῆς ἠκούσατε, καὶ ὑμεῖς ἐν τῷ Υἱῷ καὶ ἐν τῷ Πατρὶ μενεῖτε

ଯୋହନ  ତାହାଙ୍କ  ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଯାହା ଆରମ୍ଭରୁ ଶୁଣିଅଛ ତାହା ତୁମ୍ଭମାନଙ୍କ ମଧ୍ୟରେ ରହେ । ତେବେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାହାଙ୍କଠାରେ ରହିବ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

τῷ Υἱῷ…τῷ Πατρὶ

ପୁତ୍ର ଏବଂ ପିତା ଶବ୍ଦଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ଯୀଶୁ ଈଶ୍ଵର…ପିତା ଈଶ୍ଵରଙ୍କ ପୁତ୍ର ଅଟନ୍ତି ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

1 John 2:25

ἡ ἐπαγγελία ἣν αὐτὸς ἐπηγγείλατο ἡμῖν

ଯଦି ଆପଣଙ୍କ ଭାଷାରେ ଉଭୟ ଶବ୍ଦ ପ୍ରତିଜ୍ଞା ଏବଂ କ୍ରିୟାପଦ ପ୍ରତିଜ୍ଞା କରିବା ବ୍ୟବହାର କରିବା ଅସ୍ୱାଭାବିକ, ତେବେ ଆପଣ ଆପଣଙ୍କ ଅନୁବାଦରେ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ସେ ଆମ୍ଭମାନଙ୍କୁ ଦେଇଥିବା ପ୍ରତିଜ୍ଞା" କିମ୍ବା "ସେ ଯାହା ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଥିଲେ"

τὴν ζωὴν τὴν αἰώνιον

ଯୋହନ ଶାରୀରିକ ଜୀବନ ଅପେକ୍ଷା ଅଧିକ ଗୁରୁତ୍ଵ ବିଷୟକୁ ବୁଝାନ୍ତି । ଏହି ଅଭିବ୍ୟକ୍ତି ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ଚିରଦିନ ରହିବାକୁ ସୂଚାଇପାରେ, ଏହା ଏକ ସାଧାରଣ ସ୍ୱୀକୃତିପ୍ରାପ୍ତ ଅର୍ଥ ଅଟେ, କିନ୍ତୁ ଏହା ଏକ ନୂତନ ଶୈଳୀରେ ରହିବା ପାଇଁ ଏହି ଜୀବନରେ ଈଶ୍ଵରଙ୍କ ଠାରୁ ଶକ୍ତି ଗ୍ରହଣ କରିବାକୁ ମଧ୍ୟ ସୂଚାଇପାରେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ଆମ୍ଭେମାନେ ଯେପରି ଏକ ନୂତନ ଜୀବନଯାପନ କରିବାକୁ ଶକ୍ତି ପ୍ରାପ୍ତ କରିବା ଏବଂ ଆମ୍ଭେମାନେ ମୃତ୍ୟୁଗ୍ରହଣ କଲା ପରେ ତାହାଙ୍କ ସହ ଚିରଦିନ ରହିବା” ଉପମା/ରୂପକଦେଖନ୍ତୁ

αὐτὸς

ସର୍ବନାମ ସେ ଏହି ପ୍ରସଙ୍ଗରେ ଯୀଶୁ କିମ୍ବା ପିତା ଈଶ୍ଵରଙ୍କୁ ସୂଚାଏ । ତଥାପି,  ଏହା ଯୀଶୁଙ୍କୁ ସୂଚାଏ , ଯେହେତୁ ଯୋହନ ତାଙ୍କୁ ଅସ୍ୱୀକାର କରିବା କିମ୍ବା ସ୍ୱୀକାର କରିବା ବିଷୟରେ  2:22–23 ରେ ଉଲ୍ଲେଖ କରନ୍ତି, ଏବଂ ଯୀଶୁ ହିଁ ତାହାଙ୍କୁ ବିଶ୍ଵାସ କରୁଥିବା ସମସ୍ତ ଲୋକମାନଙ୍କୁ ଅନନ୍ତ ଜୀବନ ପ୍ରତିଜ୍ଞା କରିଥିଲେ । ଉଦାହରଣ ସ୍ୱରୂପ, ଯୋହନଙ୍କ ସୁସମାଚାର 3:36 ଏବଂ 6:47ରେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 2:26

τῶν πλανώντων ὑμᾶς

ଯୋହନ  ଏହି ଲୋକମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରୁଥିଲେ । ଅସତ୍ୟ ବିଷୟଗୁଡ଼ିକୁ ସେମାନେ ବିଶ୍ୱାସ କରୁଛନ୍ତି ବୋଲି ଯୋହନ ଆପଣା ପତ୍ରରେ  ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି। ବିକଳ୍ପ  ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ  ପ୍ରତାରଣା କରନ୍ତି ” କିମ୍ବା “ଯେଉଁମାନେ ତୁମ୍ଭମାନଙ୍କୁ  ଅସତ୍ୟକୁ ବିଷୟଗୁଡ଼ିକୁ ବିଶ୍ୱାସ କରେଇବା ପାଇଁ ଚେଷ୍ଟା କରନ୍ତି ” ଉପମା/ରୂପକଦେଖନ୍ତୁ

τῶν πλανώντων ὑμᾶς

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଏହି ଲୋକମାନେ କିପରି ଅନ୍ୟମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ବିଭ୍ରାନ୍ତ କରୁଛନ୍ତି" କିମ୍ବା "ଯେଉଁମାନେ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ ମିଥ୍ୟା ବିଷୟ ସବୁ କହୁଛନ୍ତି" । ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

1 John 2:27

τὸ χρῖσμα ὃ ἐλάβετε ἀπ’ αὐτοῦ

2:20 ରେ ଆପଣ ଅଭିଷେକ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ ଆତ୍ମାଙ୍କୁ ଯୀଶୁ ତୁମ୍ଭମାନଙ୍କୁ ଦେଇଛନ୍ତି” ଉପମା/ରୂପକଦେଖନ୍ତୁ

περὶ πάντων

ଗୁରୁତ୍ୱ ଦେବା ପାଇଁ ଏହା ଏକ ସାଧାରଣକରଣ ଶବ୍ଦ ଅଟେ । ବିକଳ୍ପ  ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭେମାନେ  ଜାଣିବା ଆବଶ୍ୟକ ଅଟେ” ଅତିରଞ୍ଜନ/ଅତ୍ୟୁକ୍ତିଦେଖନ୍ତୁ

μένετε ἐν αὐτῷ

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା 2:6 ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ନିରନ୍ତର ଏକ ଘନିଷ୍ଠ ସମ୍ପର୍କ ରଖ” ଉପମା/ରୂପକଦେଖନ୍ତୁ

ἀπ’ αὐτοῦ…ἐν αὐτῷ

2:25 ପରି “ସେ” ସର୍ବନାମ, ଏହି ପଦରେ ତାଙ୍କୁ ଏବଂ ତାହାଙ୍କ ଶବ୍ଦଗୁଡ଼ିକ ହୁଏତ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରୁ… ଯୀଶୁଙ୍କଠାରେ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

μένει ἐν ὑμῖν

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା ଜଣେ ବିଶ୍ଵାସୀଙ୍କ ମଧ୍ୟରେ ପବିତ୍ର ଆତ୍ମାଙ୍କ ଅବିରତ ଉପସ୍ଥିତିକୁ ସୂଚାଏ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି” ( ଉପମା/ରୂପକଦେଖନ୍ତୁ)

καὶ

ଏହି ବାକ୍ୟର ପୂର୍ବ ଭାଗରେ ସେ ଯାହା କୁହନ୍ତି ତାହାର ଫଳାଫଳ ଉପସ୍ଥାପନ କରିବାକୁ ଯୋହନ ଏହି ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ସେହିପରି” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

τὸ αὐτοῦ χρῖσμα

ଏହି ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ଆତ୍ମା” ( ଉପମା/ରୂପକଦେଖନ୍ତୁ)

ἀληθές ἐστιν καὶ οὐκ ἔστιν ψεῦδος

ବିକଳ୍ପ ଅନୁବାଦ: “ସତ୍ୟ କହନ୍ତି ଏବଂ ମିଥ୍ୟା କହନ୍ତି ନାହିଁ”

ἐδίδαξεν ὑμᾶς

ଯେହେତୁ ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି, ଯଦି ଆପଣ ଏହି ପଦରେ “ଅଭିଷେକ” କୁ “ଆତ୍ମା” ବୋଲି ଅନୁବାଦ କରନ୍ତି, ତେବେ ଏହି ବାକ୍ୟାଂଶରେ ଏକ କ୍ଲୀବ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ଉପଯୁକ୍ତ ହୋଇନପାରେ । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କୁ  ଶିକ୍ଷା ଦେଇଛନ୍ତି” କିମ୍ବା “ଆତ୍ମା ତୁମ୍ଭମାନଙ୍କୁ  ଶିକ୍ଷା ଦେଇଛନ୍ତି” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

μένετε ἐν αὐτῷ

ବିଶ୍ଵାସୀମାନେ ଈଶ୍ଵରଙ୍କ ମଧ୍ୟରେ ବାସ କରି ପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ଜାରିରଖ” ( ଉପମା/ରୂପକଦେଖନ୍ତୁ)

1 John 2:28

καὶ νῦν

ଯୋହନ ଏହି ଅଭିବ୍ୟକ୍ତିକୁ ପତ୍ରର ଏକ ନୂତନ ଭାଗକୁ ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁଥିରେ ସେ ଈଶ୍ଵରଙ୍କ  ସନ୍ତାନ ହେବା ଏବଂ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଉଲ୍ଲେଖ କରନ୍ତି । ଆପଣ ଆପଣଙ୍କ  ଅନୁବାଦରେ,  ଏକ ଶବ୍ଦ, ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରିପାରିବେ ଯାହା ଏକ ନୂତନ ବିଷୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ  ଭାବରେ ବ୍ୟବହୃତ ହୁଏ ।

τεκνία

ଯୋହନ ପତ୍ରର  ଏକ ନୂତନ ଭାଗକୁ ଆରମ୍ଭ କରନ୍ତି। 2:1 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋ ଅଧୀନରେ ଥିବା ପ୍ରିୟ ବିଶ୍ଵାସୀମାନେ”ଉପମା/ରୂପକଦେଖନ୍ତୁ

ἐὰν φανερωθῇ

1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ ହେବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା କିମ୍ବା କର୍ମବାଚ୍ୟ କ୍ରିୟା  ଅର୍ଥ ଥାଇପାରେ । (1) ଯଦି ଅର୍ଥ କର୍ତ୍ତୁବାଚ୍ୟ କ୍ରିୟା ଅଟେ, ଯୀଶୁ ପ୍ରକୃତରେ ପୃଥିବୀକୁ କିପରି ଫେରିବେ ସେବିଷୟରେ ଯୋହନ କହନ୍ତି । ଯୀଶୁ କେବଳ ଫେରି ଆସିବେ ବୋଲି ଯୋହନ କହୁ ନାହାଁନ୍ତି । ବିକଳ୍ପ  ଅନୁବାଦ: “ଯେବେ ଯୀଶୁ ଫେରି ଆସନ୍ତି” (2 ) ଯଦି ଅର୍ଥ କର୍ମବାଚ୍ୟ କ୍ରିୟା ଅଟେ, ଯୋହନ କହନ୍ତି  ଯେ ଈଶ୍ଵର କିପରି ଯୀଶୁଙ୍କୁ ପ୍ରକୃତ ରାଜା ଭାବରେ ଜଗତରେ ପ୍ରକାଶ କରିବେ । ସେହି ଅର୍ଥକୁ ପ୍ରକାଶ କରିବା ପାଇଁ, ଆପଣ ଏହାକୁ ଏକ କର୍ମବାଚ୍ୟ କ୍ରିୟା ସହ ଅନୁବାଦ କରିପାରିବେ କିମ୍ବା ଯଦି ଆପଣଙ୍କର ଭାଷା କର୍ମବାଚ୍ୟ କ୍ରିୟା  ବ୍ୟବହାର ନକରେ, ତେବେ ଆପଣ ଏକ କର୍ମବାଚ୍ୟ ବ୍ୟବହାର କରି କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେବେ ଈଶ୍ଵର  ଯୀଶୁଙ୍କୁ ପ୍ରକାଶ କରନ୍ତି” କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

σχῶμεν παρρησίαν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସାହସିକତା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ  ସାହସୀ ହୋଇପାରିବା” ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ

μὴ αἰσχυνθῶμεν ἀπ’ αὐτοῦ

ଯୋହନ ଯୀଶୁଙ୍କ ଉପସ୍ଥିତିକୁ ସୂଚାଇବା ନିମନ୍ତେ ତାହାଙ୍କ  ଶବ୍ଦକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତାହାଙ୍କ   ଉପସ୍ଥିତିରେ ଲଜ୍ଜିତ ନହେବାକୁ” ଉପଲକ୍ଷ୍ୟ ଅଳଙ୍କାରଦେଖନ୍ତୁ

ἐν τῇ παρουσίᾳ αὐτοῦ

ବିକଳ୍ପ ଅନୁବାଦ: “ଯେତେବେଳେ ସେ ପୃଥିବୀକୁ ଫେରିଆସିବେ”

ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 28 ପଦ ପୂର୍ବରୁ ଏଠାରେ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ନାମ: "ଈଶ୍ଵରଙ୍କ ସନ୍ତାନ" ( ବିଭାଗ ଶିରୋନାମାଦେଖନ୍ତୁ)

μένετε ἐν αὐτῷ

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଯୋହନ  2:27 ପରି ସେହି ଅଭିବ୍ୟକ୍ତିକୁ ସେହିଭଳି ବ୍ୟବହାର କରୁଥିବା ପରି ମନେହୁଏ । ସେଠାରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଜାରିରଖ” ( ଉପମା/ରୂପକଦେଖନ୍ତୁ)

αὐτῷ…ἐὰν φανερωθῇ…ἀπ’ αὐτοῦ…αὐτοῦ

ଯୋହନ ଯୀଶୁଙ୍କ  ଆଗମନ କିମ୍ବା ପ୍ରତ୍ୟାବର୍ତ୍ତନ ବିଷୟରେ କହୁଥିବାରୁ ସର୍ବନାମ ତାଙ୍କୁ, ସେ ଏବଂ ତାହାଙ୍କର ହୁଏତ  ଏହି ପଦରେ ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ ନାମ “ଯୀଶୁ” ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ହୁଏତ ସ୍ୱାଭାବିକ ହୋଇପାରେ । ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

σχῶμεν παρρησίαν, καὶ μὴ αἰσχυνθῶμεν ἀπ’ αὐτοῦ

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକ ଗୁରୁତ୍ଵପୂର୍ଣ୍ଣ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବ ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଯେପରି ତାହାଙ୍କ  ଆଗମନରେ ଆମ୍ଭେମାନେ  ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇପାରିବା” ( ସମାନ୍ତରତାସୂଚକଦେଖନ୍ତୁ)

μὴ αἰσχυνθῶμεν ἀπ’ αὐτοῦ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ତାହାଙ୍କ  ଉପସ୍ଥିତିରେ ଲଜ୍ଜିତ ହେବା ନାହିଁ” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

1 John 2:29

πᾶς ὁ ποιῶν τὴν δικαιοσύνην ἐξ αὐτοῦ γεγέννηται

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ  ଅନୁବାଦ: “ଯେ କେହି ଉତ୍ତମ କର୍ମ କରେ ଈଶ୍ଵର ତାହାର ପିତା ଅଟନ୍ତି” କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ

ἐὰν εἰδῆτε ὅτι δίκαιός ἐστιν

ଯୋହନ  ଯେପରି ଏହା ଏକ ଉପକଳ୍ପିତ  ସମ୍ଭାବନା ପରି କହନ୍ତି, କିନ୍ତୁ ତାହାଙ୍କ ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟ ପାଇଁ ସର୍ତ୍ତବାଚକ ବାକ୍ୟାଂଶ ବ୍ୟବହାର କରେ ନାହଁ, ଏବଂ ଯଦି ଆପଣଙ୍କ ପାଠକମାନେ ଯାହା ଯୋହନ  ଯାହା କହନ୍ତି  ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝେବେ ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଆସ୍ତିବାଚକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଜାଣ ଯେ ଈଶ୍ଵର  ଧାର୍ମିକ ଅଟନ୍ତି” (ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁଦେଖନ୍ତୁ)

ἐστιν…αὐτοῦ

ସେ ଏବଂ ତାହାଙ୍କୁ ସର୍ବନାମ  ହୁଏତ  ପିତା ଈଶ୍ଵରଙ୍କୁ ସୂଚାଏ, କାରଣ ପରବର୍ତ୍ତୀ ଦୁଇଟି ପଦରେ ଯୋହନ କହନ୍ତି ଯେ ବିଶ୍ଵାସୀମାନେ “ଈଶ୍ଵରଙ୍କ ସନ୍ତାନ”, ଏବଂ ସେ ତାହାଙ୍କଠାରୁ ଜାତ ହୋଇଥିବା ଲୋକମାନଙ୍କ ବିଷୟରେ ଏହି ପଦରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର  ଅଟନ୍ତି… ଈଶ୍ଵର  ।” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

πᾶς ὁ ποιῶν τὴν δικαιοσύνην

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ  “ଉଚିତ” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ଧାର୍ମିକତା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଉଚିତ ତାହା କରୁଥିବା ସମସ୍ତ ଲୋକ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

πᾶς ὁ ποιῶν τὴν δικαιοσύνην ἐξ αὐτοῦ γεγέννηται

ଯେହେତୁ ବିଶ୍ଵାସୀମାନେ ପ୍ରକୃତରେ ଈଶ୍ଵରଙ୍କ ଦ୍ୱାରା ଜାତ ହୋଇ ନାହାଁନ୍ତି, ଯୋହନ ଏହା ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି । ଯୀଶୁ ଈଶ୍ଵରଙ୍କ “ଏକମାତ୍ର ପୁତ୍ର” ଅଟନ୍ତି ବୋଲି ସେ  4:9 ରେ କହନ୍ତି, ସେହିପରି ଈଶ୍ଵର  ଯୀଶୁଙ୍କ ପ୍ରକୃତ ପିତା ଅଟନ୍ତି କିନ୍ତୁ ଏହପରି ସେ ବିଶ୍ଵାସୀମାନଙ୍କ ପ୍ରକୃତ ପିତା ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମିକ  ପିତା ଅଟନ୍ତି  ଯିଏ ସତ୍କର୍ମ କରେ” ( ଉପମା/ରୂପକଦେଖନ୍ତୁ)

1 John 3

 1 ଯୋହନ 3 ସାଧାରଣ ଟିପ୍ପଣୀ 

ଗଠନ ଏବଂ ଆକାର

 1.      ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-3:10)     2.      ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି (3:11-18)   3.      ପ୍ରକୃତ ବିଶ୍ଵାସୀମାନେ ପ୍ରାର୍ଥନାରେ ବିଶ୍ୱାସ କରନ୍ତି (3:19-24)

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

“ଈଶ୍ବରଙ୍କ ସନ୍ତାନ”

ବେଳେବେଳେ ଲୋକମାନଙ୍କୁ “ଈଶ୍ଵରଙ୍କ ସନ୍ତାନ” ବୋଲି ଦର୍ଶାଯାଏ କାରଣ ଈଶ୍ଵର ସେମାନଙ୍କୁ ସୃଷ୍ଟି କରିଥିଲେ | କିନ୍ତୁ, ଯୋହନ ଏହି ଅଧ୍ୟାୟରେ ଏକ ଭିନ୍ନ ଅର୍ଥରେ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି | ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ୱାସ ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସଂପର୍କରେ ପ୍ରବେଶ କରିଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ସେ ଏହି ଶବ୍ଦକୁ ବ୍ୟବହାର କରନ୍ତି | ଈଶ୍ଵର ପ୍ରକୃତରେ ସମସ୍ତ ମାନବ ଜାତିକୁ ସୃଷ୍ଟି କରିଛନ୍ତି, କିନ୍ତୁ ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ୱାସ କରି ଏହି ଅର୍ଥରେ ଈଶ୍ଵରଙ୍କ ସନ୍ତାନ ହୋଇପାରିବେ | (: ବିଶ୍ୱାସ କରିବା, ବିଶ୍ୱାସୀ, ବିଶ୍ୱାସ, ଅବିଶ୍ୱାସୀ, ଅବିଶ୍ୱାସଦେଖନ୍ତୁ)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

“ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି” (3:24)

ଏହାର ଅର୍ଥ ନୁହେଁ ଯେ ଆମ୍ଭମାନଙ୍କର ପରିତ୍ରାଣ କର୍ମ କରିବା ପାଇଁ ସର୍ତ୍ତମୂଳକ ଅଟେ | ବରଂ, ଯୋହନ 3:32 ରେ ବର୍ଣ୍ଣନା କରିଥିବା ଆଦେଶଗୁଡ଼ିକ ପାଳନ କରିବାର ପରିଣାମକୁ ବର୍ଣ୍ଣନା କରୁଛନ୍ତି | ସେହି ଆଦେଶଗୁଡ଼ିକ ହେଉଛି ଯୀଶୁଙ୍କଠାରେ ବିଶ୍ୱାସ କରିବା ଏବଂ ପରସ୍ପରକୁ ପ୍ରେମ କରିବା | ଯୋହନ କହନ୍ତି ଯେ, ଯିଏ ଯୀଶୁଙ୍କ ଉପରେ ବିଶ୍ୱାସ କରେ ଏବଂ ଅନ୍ୟମାନଙ୍କୁ ପ୍ରେମ କରେ ତାହା ଦର୍ଶାଏ ଯେ ସେହି ବ୍ୟକ୍ତିର ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଅଛି ଏବଂ ଏହି ଆଜ୍ଞାକାରୀ ହେତୁ ସେ ସେହି ଘନିଷ୍ଠ ସମ୍ପର୍କ ସର୍ବଦା ରହିବ | ଉଦ୍ଧାର ହୋଇଥିବା ଲୋକମାନେ ସେମାନଙ୍କର ପରିତ୍ରାଣ ହରାଇ ପାରିବେ କି ନାହିଁ ଏହି ବିଷୟରେ ପୃଥିବୀରେ ଖ୍ରୀଷ୍ଟିୟାନମାନେ ଭିନ୍ନଭିନ୍ନ ମତାମତ ପ୍ରକାଶ କରନ୍ତି | ଯୋହନ ଏଠାରେ ସେହି ବିଷୟରେ ଉଲ୍ଲେଖ କରନ୍ତି ନାହିଁ, ଏବଂ ଅନୁବାଦକମାନେ ଏଠାରେ ସାବଧାନ ହୋଇ ନିଜର ମତାମତକୁ ଅନୁବାଦ ନ କରି ପୃଷ୍ଠଭୂମିକୁ ବୁଝି ଅନୁବାଦ କରିବା ଅଚିତ ଅଟେ | (: ଅନନ୍ତକାଳ, ଚିରସ୍ଥାୟୀ, ଚିରନ୍ତନ, ସଦାକାଳ and ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣଦେଖନ୍ତୁ)

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

3:1 ରେ, ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକରେ “ଏବଂ ଆମ୍ଭେମାନେ ” ଶବ୍ଦ ଅନ୍ତର୍ଭୁକ୍ତ ଅଟେ । ULT ଏହାକୁ ଏହିପରି ଅନୁବାଦ କରେ । କିନ୍ତୁ, ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହି ଶବ୍ଦଗୁଡ଼ିକ ଉଲ୍ଲେଖ ହୋଇ ନାହିଁ ତେଣୁକେତେକ ବାଇବେଲରେ ସେଗୁଡ଼ିକ ଉଲ୍ଲେଖ କରାଯାଇ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣର ଶବ୍ଦସମୂହକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ,  ଆପଣ ULT ପଠନକୁ ଅନୁସରଣ କରନ୍ତୁ ।ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ

1 John 3:1

ἴδετε

ଯୋହନ  ଆଳଙ୍କାରିକ ଭାବରେ ଦେଖ ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ବିଚାର କର” ( ଉପମା/ରୂପକଦେଖନ୍ତୁ)

ἵνα τέκνα Θεοῦ κληθῶμεν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ତାହାଙ୍କ ସନ୍ତାନ ବୋଲି ଡାକନ୍ତୁ” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

διὰ τοῦτο, ὁ κόσμος οὐ γινώσκει ἡμᾶς, ὅτι οὐκ ἔγνω αὐτόν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ଉଲ୍ଲେଖ କରେ  । ବିକଳ୍ପ ଅନୁବାଦ: “କାରଣ ଜଗତ ଈଶ୍ଵରଙ୍କୁ  ଜାଣି ନଥିଲା, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

διὰ τοῦτο, ὁ κόσμος οὐ γινώσκει ἡμᾶς, ὅτι οὐκ ἔγνω αὐτόν

ଯୋହନ ଏହି ପତ୍ରର ବିଭିନ୍ନ ଅର୍ଥ ପାଇଁ ଜଗତ ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵର ଇଚ୍ଛାନୁସାରେ ଜୀବନଯାପନ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “କାରଣ ଧାର୍ମିକ ଲୋକମାନେ ଈଶ୍ଵରଙ୍କୁ  ଜାଣି ନାହାଁନ୍ତି, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ποταπὴν ἀγάπην δέδωκεν ἡμῖν ὁ Πατὴρ

ବିକଳ୍ପ ଅନୁବାଦ: “ପିତା ଆମ୍ଭମାନଙ୍କୁ କେତେ ପ୍ରେମ କଲେ”

ὁ Πατὴρ

ଈଶ୍ଵରଙ୍କ ପାଇଁ ପିତା ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

τέκνα Θεοῦ

ଏଠାରେ ଯୋହନ ସମାନ ରୂପକକୁ 2:29 ପରି ଟିକିଏ ଭିନ୍ନ ଅର୍ଥରେ ପ୍ରକାଶ କରନ୍ତି । ଆପଣ ଏକ ସାଙ୍କେତିକ ଅର୍ଥ ଏଠାରେ ରଖିବାକୁ ସ୍ଥିର କରିଛନ୍ତି କି ନାହିଁ ତାହା ଦେଖନ୍ତୁ । ଯଦି ଆପଣ ଆକ୍ଷରିକ ଶବ୍ଦ ବ୍ୟବହାର କରି ସନ୍ତାନଙ୍କୁ ଅନୁବାଦ କରନ୍ତି, ତେବେ ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ ସମ୍ବନ୍ଧରେ ଯେକୌଣସି ବୟସର ଲୋକମାନଙ୍କୁ ସୂଚିତ କରିପାରିବ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଆତ୍ମିକ ସନ୍ତାନଗଣ" । ( ଉପମା/ରୂପକଦେଖନ୍ତୁ)

καὶ ἐσμέν

ULT ଅନୁସରଣ କରି ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିବେ କି ନାହିଁ  କିମ୍ବା ଅନ୍ୟ କେତେକ ସଂସ୍କରଣକୁ  ଅନୁସରଣ କରିବେ  ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ଶେଷରେ ସାଧାରଣ ଟିପ୍ପଣୀଗୁଡ଼ିକର ପାଠ୍ୟ ପ୍ରସଙ୍ଗୀୟ ଆଲୋଚନା ଦେଖନ୍ତୁ । ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

οὐ γινώσκει ἡμᾶς…οὐκ ἔγνω αὐτόν

ଯୋହନ  ଦୁଇଟି ଭିନ୍ନ ଅର୍ଥରେ  ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ “ଜାଣ” ଶବ୍ଦର ଆଲୋଚନା ଦେଖନ୍ତୁ । ଯଦି ଆପଣଙ୍କର ଭାଷାର ଭିନ୍ନ ଅର୍ଥ ପାଇଁ ଭିନ୍ନ ଶବ୍ଦ ଅଛି, ତେବେ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  କିଏ  ଚିହ୍ନିପାର ନାହିଁ… ଏହା ତାହାଙ୍କ  ସହ ପରିଚିତ ହୋଇନଥିଲା”

οὐ γινώσκει ἡμᾶς

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଯୀଶୁଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ବିଷୟରେ ଜାଗତ ଜାଣେ ନାହିଁ ବୋଲି  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ବୋଲି ଜାଣେ ନାହିଁ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

αὐτόν

ତାହାଙ୍କୁ ସର୍ବନାମ ପୂର୍ବ ବାକ୍ୟରେ ଥିବା ଈଶ୍ଵରଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର" ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 3:2

ἀγαπητοί

2:7 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

οὔπω ἐφανερώθη τί ἐσόμεθα

ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କର୍ତ୍ତୃବାଚ୍ୟ ବ୍ୟବହାର କରି, କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ କଣ ହେବୁ ଭଗବାନ ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି । ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

τέκνα Θεοῦ

ଏହି ଅଭିବ୍ୟକ୍ତିର 3:1 ରେ ଆଳଙ୍କାରିକ ଅର୍ଥ ସୂଚାଇବାକୁ ଆପଣ ସ୍ଥିର କରିଛନ୍ତି କି ନାହିଁ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ  ସନ୍ତାନଗଣ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

καὶ

ବିଶ୍ଵାସୀମାନଙ୍କ ବିଷୟରେ “ବର୍ତ୍ତମାନ” କ’ଣ ଜ୍ଞାତ ଅଛି ଏବଂ “ଏପର୍ଯ୍ୟନ୍ତ” କ’ଣ ଜ୍ଞାତ ନାହିଁ ତାହା ଦର୍ଶାଇବାକୁ ଯୋହନ ଏବଂ ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” (ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

ἐὰν φανερωθῇ

1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି  ଶବ୍ଦର ଅର୍ଥ 2:28 ପରି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ଫେରିବେ” କିମ୍ବା “ଯେବେ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେବେ ଈଶ୍ଵର ଯୀଶୁଙ୍କୁ ପ୍ରକାଶ କରିବେ” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἐὰν φανερωθῇ…αὐτῷ…αὐτὸν…ἐστιν

କାରଣ ଏହି ପଦରେ ଯୋହନ ଯୀଶୁଙ୍କ ଫେରିବା କିମ୍ବା ଆସିବା ବିଷୟରେ କହନ୍ତି.  ଏହି ପଦରେ ସର୍ବନାମ ସେ ଏବଂ ତାହାଙ୍କୁ  ହୁଏତ  ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὅμοιοι αὐτῷ ἐσόμεθα, ὅτι ὀψόμεθα αὐτὸν καθώς ἐστιν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରି ଉଲ୍ଲେଖ ପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦେଇଥାଏ ଯାହା ପ୍ରଥମ ବାକ୍ୟାଂଶ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ସେ ଯେପରି ଅଟନ୍ତି, ଆମ୍ଭେମାନେ  ତାଙ୍କୁ ସେହିପରି ଦେଖିବା, ଆମ୍ଭେମାନେ  ତାହାଙ୍କ  ପରି ହେବା” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

1 John 3:3

πᾶς ὁ ἔχων τὴν ἐλπίδα ταύτην ἐπ’ αὐτῷ

ତାଙ୍କୁ ସର୍ବନାମ  ସମସ୍ତଙ୍କୁ ସୂଚାଏ ନାହିଁ; ଏହା ଯୀଶୁଙ୍କୁ ବୁଝାଏ । ଏହି ଆଶାର ଅଭିବ୍ୟକ୍ତି ସେହି ଆଶାକୁ ବୁଝାଏ ଯାହା ଯୋହନ ପୂର୍ବ ପଦରେ ଯୀଶୁଙ୍କୁ ସେପରି ଦେଖିବା ବିଷୟରେ ବର୍ଣ୍ଣନା କରିଛନ୍ତି । ବିକଳ୍ପ ଅନୁବାଦ: “ଯିଏ ଯୀଶୁଙ୍କୁ ସେହିପରି ଦେଖିବା ପାଇଁ ଆଶା କରେ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

αὐτῷ…ἐκεῖνος

ଏହି ସର୍ବନାମଗୁଡ଼ିକ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ… ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 3:4

πᾶς ὁ ποιῶν τὴν ἁμαρτίαν, καὶ τὴν ἀνομίαν ποιεῖ, καὶ ἡ ἁμαρτία ἐστὶν ἡ ἀνομία

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଭାବ ବାଚକ ବିଶେଷ୍ୟ ବ୍ୟବସ୍ଥା ଲଙ୍ଘନ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ପାପ କରେ, ସେ ଈଶ୍ଵରଙ୍କ ନିୟମ ମଧ୍ୟ ଲଙ୍ଘନ କରେ। ପ୍ରକୃତରେ, ପାପ ଈଶ୍ଵରଙ୍କ ନିୟମ ଲଙ୍ଘନ କରେ ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

πᾶς ὁ ποιῶν τὴν ἁμαρτίαν, καὶ τὴν ἀνομίαν ποιεῖ, καὶ ἡ ἁμαρτία ἐστὶν ἡ ἀνομία

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କାହିଁକି ଏହି ସତର୍କବାଣୀ ଦିଅନ୍ତି ତାହା ଆପଣ ବ୍ୟାଖ୍ୟା କରିପାରିବେ । 1 ଯୋହନ ପରିଚୟର ଭାଗ 3 ରେ ପାପ ଶବ୍ଦର ଆଲୋଚନା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ପାପ କରେ, ସେ ଈଶ୍ଵରଙ୍କ ନିୟମ ମଧ୍ୟ ଲଙ୍ଘନ କରେ । ପ୍ରକୃତରେ, ପାପ ଈଶ୍ଵରଙ୍କ ନିୟମ ଲଙ୍ଘନ କରେ । ତେଣୁ ଯେଉଁ ଭଣ୍ଡ ଶିକ୍ଷକମାନେ କହନ୍ତି ଯେ ତୁମ୍ଭମାନଙ୍କର  ଶାରୀରିକ ଶରୀରରେ ତୁମ୍ଭେମାନେ ଯାହା କର ସେଥିରେ କିଛି ଫରକ ପଡ଼େ ନାହିଁ ବୋଲି ସେହି ଶିକ୍ଷକମାନଙ୍କ କଥା ଶୁଣ ନାହିଁ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

1 John 3:5

ἐκεῖνος ἐφανερώθη

1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା ଅର୍ଥ ଥିବା ପରି ମନେହୁଏ । ବିକଳ୍ପ ଅନୁବାଦ: “ଯୀଶୁ ପୃଥିବୀକୁ ଆସିଲେ” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἐκεῖνος…ἄρῃ…αὐτῷ

ଏହି ପଦରେ ସର୍ବନାମ  ସେହି, ସେ ଏବଂ ତାହାଙ୍କୁ ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἁμαρτία ἐν αὐτῷ οὐκ ἔστιν

ଯୋହନ ଆଳଙ୍କାରିକ ଭାବରେ ପାପ ବିଷୟରେ କୁହନ୍ତି ଯେପରି ଏହା ଏକ ବସ୍ତୁ ଯାହା ଯୀଶୁଙ୍କ ମଧ୍ୟରେ ବାସ କରିପାରେ, ଯଦିଓ ପାପ ଯୀଶୁଙ୍କଠାରେ ନାହିଁ ବୋଲି ସେ କହନ୍ତି । ବିକଳ୍ପ ଅନୁବାଦ: “ଯୀଶୁ କେବେ ହେଁ ପାପ କରି ନାହାଁନ୍ତି” ( ଉପମା/ରୂପକଦେଖନ୍ତୁ)

1 John 3:6

πᾶς ὁ ἐν αὐτῷ μένων

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା 2:6 ପରି ସମାନ ଅର୍ଥକୁ ବୁଝାଏ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କର ଯୀଶୁଙ୍କ ସହିତ ଘନିଷ୍ଠ ସମ୍ପର୍କ ଅଛି” ( ଉପମା/ରୂପକଦେଖନ୍ତୁ)

οὐχ ἑώρακεν αὐτὸν, οὐδὲ ἔγνωκεν αὐτόν

ଦେଖିବା ଏବଂ ଜାଣିବା ଶବ୍ଦର ଅର୍ଥ ସମାନ ଅଟେ । ଯୋହନ  ହୁଏତ  ଗୁରୁତ୍ଵ ଦେବା ପାଇଁ ପୁନରାବୃତ୍ତି କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଏକକ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ଯୀଶୁଙ୍କ ସହିତ ଘନିଷ୍ଠ ସମ୍ପର୍କ ନାହିଁ” ( ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶଦେଖନ୍ତୁ)

πᾶς ὁ ἐν αὐτῷ μένων

ଯେପରି ବିଶ୍ଵାସୀମାନେ ଯୀଶୁଙ୍କ ମଧ୍ୟରେ ବାସ କରିପାରନ୍ତି ସେହିପରି ଯୋହନ ଆଳଙ୍କାରିକ ଭାବରେ ଏହା କହନ୍ତି  । ବିକଳ୍ପ ଅନୁବାଦ: “ଯେ ସମସ୍ତେ ଯୀଶୁଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି” ( ଉପମା/ରୂପକଦେଖନ୍ତୁ)

αὐτῷ…αὐτὸν…αὐτόν

ଏହି ପର୍ବରେ ତାହାଙ୍କୁ ସର୍ବନାମ  ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

οὐχ ἁμαρτάνει

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପତ୍ରରେ ଯୋହନ ସମ୍ବୋଧିତ କରୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଅର୍ଥ କ’ଣ ତାହା ଆପଣ ପ୍ରକାଶ କରିପାରିବେ । 1 ଯୋହନ ପରିଚୟର ଭାଗ 3 ରେ ପାପ ଶବ୍ଦର ଆଲୋଚନା ଦେଖନ୍ତୁ । ଯୋହନ ଏହି ପତ୍ରର  ଅନ୍ୟ ସ୍ଥାନରେ ସ୍ୱୀକାର କରନ୍ତି ଯେ ପ୍ରକୃତ ବିଶ୍ଵାସୀମାନେ ପ୍ରକୃତରେ ପାପ କରନ୍ତି, କିନ୍ତୁ ସେମାନେ ନିରନ୍ତର କିମ୍ବା ଅବାଧ୍ୟ ଭାବରେ ପାପ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ଇଚ୍ଛାକୃତ ଏବଂ କ୍ରମାଗତ ଭାବରେ ପାପ କରେ ନାହିଁ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

οὐχ ἑώρακεν αὐτὸν

ଲୋକମାନେ ପ୍ରକୃତରେ ଯୀଶୁଙ୍କୁ ଦେଖନ୍ତି ବୋଲି ଯୋହନ କହନ୍ତି ନାହିଁ । ବରଂ, ସେ ଏହି ଧାରଣାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ କିଏ ତାହା ଜାଣନ୍ତି ନାହିଁ” ( ଉପମା/ରୂପକଦେଖନ୍ତୁ)

1 John 3:7

τεκνία

2:1 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରିୟ ବିଶ୍ଵାସୀମାନେ ଯିଏ ମୋ ଅଧୀନରେ ଅଛ” ( ଉପମା/ରୂପକଦେଖନ୍ତୁ)

μηδεὶς πλανάτω ὑμᾶς

2:26 ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କେହି ତୁମ୍ଭମାନଙ୍କୁ ପ୍ରତାରଣା ନ କରୁ” କିମ୍ବା “ଅସତ୍ୟ ବିଷୟଗୁଡ଼ିକୁ ତୁମ୍ଭେମାନେ ବିଶ୍ଵାସ କର ନାହିଁ” ( ଉପମା/ରୂପକଦେଖନ୍ତୁ)

ὁ ποιῶν τὴν δικαιοσύνην

2:29 ରେ ଆପଣ ଏହି ଅଭିବ୍ୟକ୍ତି କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଯାହା ଉତ୍ତମ ତାହା କରେ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

δίκαιός ἐστιν, καθὼς ἐκεῖνος δίκαιός ἐστιν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପ୍ରସଙ୍ଗରେ ଧାର୍ମିକ ଶବ୍ଦର ଅର୍ଥ  ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପାଇଁ ଗ୍ରହଣୀୟ, ଯେପରି ଯୀଶୁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἐκεῖνος

ପ୍ରମାଣମୂଳକ ସର୍ବନାମ ଜଣେ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 3:8

ἐκ τοῦ διαβόλου ἐστίν

ଏଠାରେ ଠାରୁ ଅବ୍ୟୟପଦ  ଏହା ପରିଚିତ କରୁଥିବା ବିଶେଷ୍ୟର ପ୍ରଭାବକୁ ସୂଚାଏ । ଏଠାରେ ବ୍ୟବହୃତ 2:16ରେ “ଜଗତରୁ” ବାକ୍ୟାଂଶ ସହ ସମାନ ଅଟେ। ବିକଳ୍ପ ଅନୁବାଦ: “ଶୟତାନର ପ୍ରଭାବରେ କାର୍ଯ୍ୟ କରେ”

ἀπ’ ἀρχῆς

ଯୋହନ ଏହି ପତ୍ରରେ ଆରମ୍ଭରୁ ବାକ୍ୟାଂଶକୁ  ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଈଶ୍ଵର ସଂସାର  ସୃଷ୍ଟି କରିବା ସମୟକୁ ବୁଝାଏ । ଏହି ପରିପ୍ରେକ୍ଷୀରେ, ଠାରୁ ଶବ୍ଦଟି ଶୟତାନ ସେହି ସମୟରେ ପାପ କରିବାକୁ ଲାଗିଲା ବୋଲି ସୂଚାଏ ନାହିଁ, କିନ୍ତୁ ସେ ସେହି ସମୟରେ ପାପ କରିବା ଆରମ୍ଭ କରି ଦେଇଥିଲା । ବିକଳ୍ପ ଅନୁବାଦ: “ଜଗତ ସୃଷ୍ଟି ହେବା ପୂର୍ବରୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐφανερώθη

1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା ଅର୍ଥ ଥିବା ଏବଂ 3:5 ପରି ସମାନ ବିଷୟର ଅର୍ଥ ଥିବା ପରି ମନେହୁଏ । ବିକଳ୍ପ ଅନୁବାଦ: “ପୃଥିବୀକୁ ଆସିଲେ” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ὁ Υἱὸς τοῦ Θεοῦ

ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ଯୀଶୁ, ଈଶ୍ଵରଙ୍କ ପୁତ୍ର” କିମ୍ବା “ଈଶ୍ଵରଙ୍କ ପୁତ୍ର ଯୀଶୁ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

ἵνα λύσῃ τὰ ἔργα τοῦ διαβόλου

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପ୍ରସଙ୍ଗରେ ଏହାର ଅର୍ଥ କ’ଣ ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ମୁକ୍ତ କରିବେ, ଯେପରି ଶୟତାନ ସେମାନଙ୍କୁ କରାଇଥିଲା” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

1 John 3:9

πᾶς ὁ γεγεννημένος ἐκ τοῦ Θεοῦ…ὅτι ἐκ τοῦ Θεοῦ γεγέννηται

2:29 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହାର ପିତା ଈଶ୍ଵର … କାରଣ ଈଶ୍ଵର  ତାହାଙ୍କ  ପିତା ଅଟନ୍ତି” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

σπέρμα αὐτοῦ ἐν αὐτῷ μένει

ଯୋହନ  ଆଳଙ୍କାରିକ ଭାବରେ ବୀଜ ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ହୋଇପାରେ: (1) ଏହା ଏକ ପିତାଙ୍କ ବୈଶିଷ୍ଟ୍ୟକୁ ବୁଝାଏ ଯାହା ନେଇ ଏକ ଶିଶୁ ଜନ୍ମ ହୁଏ ଏବଂ ଅଧିକରୁ ଅଧିକ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ  ପିତା ଅଟନ୍ତି ବୋଲି ତାହାର ଗୁଣ ପ୍ରକାଶ କରେ । (2 )  ଏହା ଯେଉଁ ବୀଜରୁ ଉଦ୍ଭିଦ ଉତ୍ପନ୍ନ ହୁଏ ତାହା ସୂଚାଏ । ବିକଳ୍ପ ଅନୁବାଦ: “ନୂତନ ଜୀବନ ଯାହା ଈଶ୍ଵର ସେହି ବ୍ୟକ୍ତିକୁ ପ୍ରଦାନ କରିଛନ୍ତି, ତାହା ବୃଦ୍ଧି ହୁଏ”( ଉପମା/ରୂପକଦେଖନ୍ତୁ)

πᾶς ὁ γεγεννημένος ἐκ τοῦ Θεοῦ…ὅτι ἐκ τοῦ Θεοῦ γεγέννηται

ଆପଣ ଏହି ରୂପକକୁ 2:29 ରେ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହାର ଆତ୍ମିକ  ପିତା ଅଟନ୍ତି … କାରଣ ଈଶ୍ଵର ତାହାଙ୍କର ଆତ୍ମିକ ପିତା ଅଟନ୍ତି” ( ଉପମା/ରୂପକଦେଖନ୍ତୁ)

σπέρμα αὐτοῦ ἐν αὐτῷ μένει

ଏହି ବାକ୍ୟରେ, ସର୍ବାନମ ତାହାଙ୍କ “ଈଶ୍ଵର ” ଙ୍କୁ ବୁଝାଏ ଏବଂ ସର୍ବନାମ ତାହାକୁ “ଈଶ୍ଵରଙ୍କଠାରୁ ଜାତ ହୋଇଥିବା” ଲୋକକୁ ସୂଚାଏ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଙ୍କ ମଧ୍ୟରେ ଈଶ୍ଵରଙ୍କ ବୀଜ ରହିଥାଏ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

σπέρμα αὐτοῦ ἐν αὐτῷ μένει

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, 2:27 ପରି, ଏହା ଏକ ଅବିରତ ଉପସ୍ଥିତିକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଙ୍କଠାରେ ଈଶ୍ଵରଙ୍କ ବୀଜ ଉପସ୍ଥିତ ରହେ” ( ଉପମା/ରୂପକଦେଖନ୍ତୁ)

1 John 3:10

ἐν τούτῳ φανερά ἐστιν τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου

ଏଥିରେ ବାକ୍ୟାଂଶର ଅର୍ଥ “ଏଥିରେ ଆମ୍ଭେମାନେ ଜାଣୁ” ଅଭିବ୍ୟକ୍ତି ସହ ସମାନ ଅଟେ ଯାହା ଯୋହନ ଏହି ପତ୍ରରେ ଅନେକ ଥର ବ୍ୟବହାର କରନ୍ତି । ଯୋହନ ପରବର୍ତ୍ତୀ ବାକ୍ୟରେ ଯାହା କହନ୍ତି ତାହା ଏହି ଶବ୍ଦକୁ ବୁଝାଏ । ବିକଳ୍ପ ଅନୁବାଦ: "ଏହିପରି ଭାବରେ ଆମ୍ଭେ’ମାନେ ଈଶ୍ଵରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରିପାରିବା ।" ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

πᾶς ὁ μὴ ποιῶν δικαιοσύνην, οὐκ ἔστιν ἐκ τοῦ Θεοῦ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକକୁ ଏକ ସକାରାତ୍ମକ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପାପ କରନ୍ତି, ସେମାନେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଅଟନ୍ତି” ( ଯୁଗ୍ମ ନାସ୍ତିସୂଚକ ଗୁଡ଼ିକଦେଖନ୍ତୁ)

τὸν ἀδελφὸν αὐτοῦ

2:9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( ଉପମା/ରୂପକଦେଖନ୍ତୁ)

τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου

ଯୋହନ  ଏହି ଦୁଇଟି ସ୍ଥାନରେ ସନ୍ତାନମାନେ ଶବ୍ଦକୁ ରୂଢ଼ାତ୍ମକ  ଭାବରେ ବ୍ୟବହାର କରନ୍ତି  । ଏହା ଏବ୍ରୀୟ ଶବ୍ଦଫର ଅର୍ଥ ସହ ସାମାନ ଅଟେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ଈଶ୍ଵରଙ୍କ ସହ ଘନିଷ୍ଠ ସଂପର୍କରେ ଏକ ନୂତନ ଜୀବନ ଯାପନ କରନ୍ତି ଏବଂ ଯେଉଁମାନେ ସେମାନଙ୍କର ପୁରୁଣା ଜୀବନ ଶୈଳୀରେ ଯାପନ କରନ୍ତି, ସେମାନେ ଶୟତାନର ଅଧିନରେ ଅଛନ୍ତି” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ὁ μὴ ποιῶν δικαιοσύνην

ଆପଣ  2:29 ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅନୁଚିତ କର୍ମ କରେ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

οὐκ ἔστιν ἐκ τοῦ Θεοῦ

​ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତି ଏକ ରୂଢ଼ି ଅଟେ । ଯୋହନ ଏହି ପତ୍ରରେ ଉକ୍ତ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କର ନୁହେଁ” କିମ୍ବା “ଈଶ୍ଵରଙ୍କ ସହ ସମ୍ପର୍କରେ ନାହାନ୍ତି” । ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

καὶ ὁ μὴ ἀγαπῶν τὸν ἀδελφὸν αὐτοῦ

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ କରାଯାଇପାରେ। ବିକଳ୍ପ ଅନୁବାଦ: “ଏବଂ ଯିଏ ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ଵରଙ୍କଠାରୁ ନୁହେଁ” କିମ୍ବା, ଯଦି ଆପଣ ପୂର୍ବ ବାକ୍ୟାଂଶରେ ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟ  ଭାବରେ ଅନୁବାଦ କରିଛନ୍ତି, “ଏବଂ ତୁମ୍ଭମାନଙ୍କ ମଧ୍ୟରୁ ଯିଏ ସାଥୀ ବିଶ୍ଵାସୀକୁ ଘୃଣା କରେ, ସେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଅଟେ” । ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

1 John 3:11

ἀπ’ ἀρχῆς

ଯୋହନ ଏହି ପତ୍ରର  ଆରମ୍ଭରୁ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଇଥାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେବେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ଯଦି ଆପଣ ପ୍ରସଙ୍ଗ ନାମଗୁଡ଼ିକ ବ୍ୟବହାର କରନ୍ତି, ତେବେ ଆପଣ ଏଠାରେ 11 ପର୍ବ ପୂର୍ବରୁ ଗୋଟିଏ ନାମ ଉଲ୍ଲେଖ କରିପାରିବେ | ପ୍ରସ୍ତାବିତ ନାମ: “ପ୍ରେମ କ’ଣ ଅଟେ” (: ବିଭାଗ ଶିରୋନାମାଦେଖନ୍ତୁ)

1 John 3:12

οὐ καθὼς Κάϊν

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକୁ ପୂର୍ବ ପଦରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଆମ୍ଭେମାନେ କୟିନଙ୍କ ପରି ହେବା ଉଚିତ୍ ନୁହେଁ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

Κάϊν…ἔσφαξεν τὸν ἀδελφὸν αὐτοῦ

ଯୋହନଙ୍କ ପାଠକମାନେ କୟିନ, ପ୍ରଥମ ପୁରୁଷ ଓ ସ୍ତ୍ରୀଙ୍କ ଅର୍ଥାତ୍ ଆଦମ ଏବଂ ହବାଙ୍କର ପୁତ୍ର ଥିଲେ ବୋଲି ଜାଣିପାରିବେ ବୋଲି ସେ ଅନୁମାନ କରନ୍ତି । ଯେପରି ଆଦିପୁସ୍ତକ ଦର୍ଶାଏ, କୟିନ ଆପଣା ସାନ ଭାଇ ଆବେଲ ପ୍ରତି ଈର୍ଷା କରି ତାକୁ ବଧ କଲା। ଯଦି ଆପଣଙ୍କର ପାଠକମାନେ ଏହା ଜାଣି ନଥିବେ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଥମ ପୁରୁଷ ଓ ସ୍ତ୍ରୀ, ଅର୍ଥାତ୍ ଆଦମ ଏବଂ ହବାଙ୍କ ପୁତ୍ର କୟିନ… ଆପଣା  ସାନ ଭାଇ ଆବେଲକୁ ଈର୍ଷା କରୀ ବଧ କଲା” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

καὶ χάριν τίνος ἔσφαξεν αὐτόν? ὅτι

ଯୋହନ ପ୍ରଶ୍ନଗୁଡ଼ିକୁ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ  ଶବ୍ଦଗୁଡ଼ିକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେ ତାହାକୁ ବଧ କଲା କାରଣ” ( ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଦେଖନ୍ତୁ)

τὰ δὲ τοῦ ἀδελφοῦ αὐτοῦ, δίκαια

ଯୋହନ “ଥିଲେ” ଶବ୍ଦ ଉଲ୍ଲେଖ କରନ୍ତି ନାହିଁ, ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦକୁ ସ୍ପଷ୍ଟତା ପାଇଁ ବ୍ୟବହାର କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ତାହାର ଭାଇର କର୍ମ ଧାର୍ମିକ ଥିଲା” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

ἐκ τοῦ πονηροῦ ἦν

ଏହା  3:8ରେ "ଶୟତାନରୁ" ବାକ୍ୟାଂଶ ସହ ସମାନ ଅଟେ । ଆପଣ ସେହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଯିଏ ଦୁଷ୍ଟର ଥିଲା" କିମ୍ବା "ଯିଏ ମନ୍ଦ ଦ୍ୱାରା ପ୍ରଭାବିତ ହୋଇଥିଲା"

Κάϊν

କୟିନ ଏକ ବ୍ୟକ୍ତିର ନାମ ଅଟେ। ( ନାମଗୁଡ଼ିକୁ କିପରି ଅନୁବାଦ କରିବେ।ଦେଖନ୍ତୁ)

τοῦ πονηροῦ

ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

τοῦ πονηροῦ

ଯୋହନ ମନ୍ଦ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଦୁଷ୍ଟ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 3:13

ἀδελφοί

ଆପଣ ଏହି ଶବ୍ଦକୁ 2:9ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

εἰ μισεῖ ὑμᾶς ὁ κόσμος

ଯୋହନ ଏହି ପତ୍ରରେ  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ବ୍ୟବହାର କରନ୍ତି । 3:1 ପରି ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵରଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରନ୍ତି ନାହିଁ ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଯଦି ଅଧାର୍ମିକ ଲୋକମାନେ ତୁମ୍ଭମାନଙ୍କୁ  ଘୃଣା କରନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

μὴ θαυμάζετε

ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହି ବାକ୍ୟ ଏବଂ ପୂର୍ବ ଶବ୍ଦ ମଧ୍ୟରେ ସଂଯୋଗକୁ “ତେଣୁ” କିମ୍ବା “ତେଣୁକରି” ଶବ୍ଦ ବ୍ୟବହାର କରି ପ୍ରକାଶ କରିପାରିବେ । କୟିନଙ୍କ ଉଦାହରଣ ବ୍ୟବହାର କରି, ଯୋହନ ଦର୍ଶାନ୍ତି ଯେ ଦୁଷ୍ଟ ଲୋକମାନେ ଧାର୍ମିକମାନଙ୍କୁ ସ୍ୱାଭାବିକ ଘୃଣା କରନ୍ତି । ବିକଳ୍ପ ଅନୁବାଦ: "ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ" ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

1 John 3:14

μεταβεβήκαμεν ἐκ τοῦ θανάτου εἰς τὴν ζωήν

ଯୋହନ  ମୃତ ଏବଂ ଜୀବନ୍ତ ଅବସ୍ଥାକୁ ଶାରୀରିକ ସ୍ଥାନ ଭାବେ ଆଳଙ୍କାରିକ ଭାବରେ କହନ୍ତି  ଯେପରି ସେମାନେ ଗତି କରିପାରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଉ ମରି ନାହୁଁ ବରଂ ଜୀବିତ” ( ଉପମା/ରୂପକଦେଖନ୍ତୁ)

μεταβεβήκαμεν ἐκ τοῦ θανάτου εἰς τὴν ζωήν

ଯେହେତୁ ଯୋହନ  ଏବଂ ତାହାଙ୍କ  ପାଠକମାନେ ବାସ୍ତବରେ ମୃତ ନଥିଲେ, ସେ ଆତ୍ମିକ ମୃତ୍ୟୁ ଏବଂ ଆତ୍ମିକ ଜୀବନ ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଆଉ ଆତ୍ମିକ  ଭାବରେ ମୃତ ନୁହଁ ବରଂ ଆତ୍ମିକ ଭାବରେ ଜୀବନ୍ତ ଅଟୁ” ( ଉପମା/ରୂପକଦେଖନ୍ତୁ)

μένει ἐν τῷ θανάτῳ

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହାର ଅର୍ଥ ଗୋଟିଏ ସ୍ଥାନରେ ରହିବାକୁ ବୁଝାଏ । ମୃତ୍ୟୁ ଅବସ୍ଥାକୁ ଯୋହନ ପୁଣିଥରେ ଆଳଙ୍କାରିକ ଭାବରେ ସ୍ଥାନ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତଥାପି ଆତ୍ମିକ ଭାବରେ ମୃତ” ( ଉପମା/ରୂପକଦେଖନ୍ତୁ)

τοὺς ἀδελφούς

ଆପଣ 2:9ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଅନ୍ୟ ବିଶ୍ଵାସୀଗଣ" ( ଉପମା/ରୂପକଦେଖନ୍ତୁ)

ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς

ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଅନୁବାଦ ଭାଇକୁ ପ୍ରେମ କଲେ ଲୋକମାନଙ୍କୁ ମୃତ୍ୟୁରୁ ଜୀବନରେ ପ୍ରବେଶ କରାଏ ବୋଲି ପ୍ରକାଶ ଯେପରି ନ କରେ । ବିକଳ୍ପ ଅନୁବାଦ: "ଯେପରି ଆମ୍ଭେମାନେ ଜାଣୁ ଯେ ମୃତ୍ୟୁରୁ ଜୀବନକୁ ସ୍ଥାନାନ୍ତରିତ ହୋଇଅଛୁ, କାରଣ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମକରୁ ।"

ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ  । ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ  ଭାଇମାନଙ୍କୁ ପ୍ରେମ କରୁ, ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ମୃତ୍ୟୁରୁ ଜୀବନକୁ ଅଣାଯାଇଇଛୁ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

ὁ μὴ ἀγαπῶν

ଏହିପରି ବ୍ୟକ୍ତି କାହାକୁ ପ୍ରେମ କରନ୍ତି  ନାହିଁ ତାହା ଯୋହନ ନିର୍ଦ୍ଦିଷ୍ଟ ଭାବରେ କୁହନ୍ତି ନାହିଁ । ଏଠାରେ, ସେ ଅନ୍ୟ ବିଶ୍ଵାସୀମାନଙ୍କୁ ବୁଝାନ୍ତି । UST ମଧ୍ୟ ଏହିପରି ପ୍ରକାଶ କରେ । କିନ୍ତୁ ଯୋହନ  ଏହା ସାଧାରଣତ ଭାବେ  ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିଥାଇପାରନ୍ତି । ବିକଳ୍ପ ଅନୁବାଦ: “ଯିଏ ନିଜ ସହ ବିଶ୍ଵାସୀକୁ ପ୍ରେମ କରେ ନାହିଁ” କିମ୍ବା “ଯିଏ ଅନ୍ୟ ଲୋକମାନଙ୍କୁ  ପ୍ରେମକରେ  ନାହିଁ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

1 John 3:15

πᾶς ὁ μισῶν τὸν ἀδελφὸν αὐτοῦ, ἀνθρωποκτόνος ἐστίν

ଯୋହନ ହତ୍ୟାକାରୀ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରି ମାଥିଉ 5:21-22ରେ ଉଲ୍ଲେଖ ଥିବା ଯୀଶୁଙ୍କ ଶିକ୍ଷାକୁ ପ୍ରତିପାଦିତ କରନ୍ତି । ଯେହେତୁ ଲୋକମାନେ ଅନ୍ୟ ଲୋକମାନଙ୍କୁ  ଘୃଣା କରନ୍ତି ତେଣୁ ହତ୍ୟା କରନ୍ତି,  ଯିଏ ଘୃଣା କରେ ସେ ପ୍ରକୃତରେ ଅନ୍ୟ ଜଣକୁ ବଧ କରେ ବୋଲି ଯୋହନ କହନ୍ତି । ଏହି ରୂପକକୁ ଏକ ସରଳ ବାକ୍ୟାଂଶରେ ଅନୁବାଦ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟ ଜଣେ ବିଶ୍ଵାସୀଙ୍କୁ ଘୃଣା କରେ, ସେ ଜଣେ ହତ୍ୟାକାରୀ ସଦୃଶ ଅଟେ” See: ଉପମା/ରୂପକଦେଖନ୍ତୁ

οὐκ ἔχει ζωὴν αἰώνιον ἐν αὐτῷ μένουσαν

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଯୋହନ ଏହି ଶବ୍ଦକୁ ଆକ୍ଷରିକ ଭାବରେ ଅନନ୍ତ ଜୀବନକୁ “ବାସ କରିବା” ଅର୍ଥରେ ବ୍ୟବହାର କରୁଥିବା ପରି ମନେହୁଏ ଯାହାକୁ ସେ ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ରହିପାରେ ବୋଲି ଚିତ୍ରଣ କରନ୍ତି। ବିକଳ୍ପ ଅନୁବାଦ: “ଅନନ୍ତ ଜୀବନ ପାଇ ନାହିଁ” ( ବ୍ୟକ୍ତିତ୍ୱଆରୋପଦେଖନ୍ତୁ)

τὸν ἀδελφὸν αὐτοῦ

ଆପଣ ଏହି ଶବ୍ଦକୁ 2:9 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

πᾶς ἀνθρωποκτόνος οὐκ ἔχει ζωὴν αἰώνιον

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ  ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ହତ୍ୟାକାରୀମାନଙ୍କର ଅନନ୍ତ ଜୀବନ ନାହିଁ”

ζωὴν αἰώνιον

ଏଠାରେ ଯୋହନ ବର୍ତ୍ତମାନର ବାସ୍ତବତା ବିଷୟରେ କହନ୍ତି ତେଣୁ ଅନନ୍ତ ଜୀବନ ଦ୍ଵାରା ସେ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବେ ନାହିଁ, ଯେଉଁ ବିଷୟରେ ଏହି ଅଭିବ୍ୟକ୍ତି ବର୍ଣ୍ଣନା କରେ । ବରଂ, ଏହାର ଅର୍ଥ ସେହି ଶକ୍ତିକୁ ଯାହା ଈଶ୍ଵର ଏହି ଜୀବନରେ ବିଶ୍ଵାସୀମାନଙ୍କୁ ଦିଅନ୍ତି ଯାହା ସେମାନଙ୍କୁ ପାପ ନ କରିବାକୁ ସାହାଯ୍ୟ କରେ ଏବଂ ଏହା ତାହାଙ୍କୁ ସନ୍ତୁଷ୍ଟ କରେ । ଯିଏ “ହତ୍ୟାକାରୀ”, ତାହା  ମଧ୍ୟରେ ଏହି ଶକ୍ତି କାର୍ଯ୍ୟ କରେ ନାହିଁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ନୂତନ ଲୋକ ହେବାକୁ ଈଶ୍ଵର  ଦେଉଥିବା ଶକ୍ତି” ( ଉପମା/ରୂପକଦେଖନ୍ତୁ)

1 John 3:16

ὑπὲρ ἡμῶν τὴν ψυχὴν αὐτοῦ ἔθηκεν

ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ଆପଣା ପ୍ରାଣ ଦାନକଲେ” କିମ୍ବା “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ମୃତ୍ୟୁଭୋଗ କଲେ” । ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐν τούτῳ ἐγνώκαμεν τὴν ἀγάπην

ଏଥିରେ ବାକ୍ୟାଂଶର ଅର୍ଥ “ଆମ୍ଭେମାନେ  ଜାଣୁ” ରୂଢ଼ାତ୍ମକ ଅଭିବ୍ୟକ୍ତି ସହ ସମାନ ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ପ୍ରେମ କ’ଣ ତାହା ଜାଣୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐκεῖνος

ପ୍ରମାଣମୂଳକ ସର୍ବନାମ  ସେହି ଜଣକ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

καὶ ἡμεῖς ὀφείλομεν ὑπὲρ τῶν ἀδελφῶν, τὰς ψυχὰς θεῖναι

ଯୋହନ ବୋଧହୁଏ ଆମ୍ଭେମାନେ ଆମ୍ଭମାନଙ୍କର ସହବିଶ୍ଵାସୀମାନଙ୍କ ପାଇଁ ମରିବା ଉଚିତ୍ ବୋଲି ପ୍ରଥମ ସ୍ଥାନରେ କହୁ ନାହାଁନ୍ତି । ବରଂ, ସେ ଏହି ଅଭିବ୍ୟକ୍ତିକୁ ଆଳଙ୍କାରିକ ବ୍ୟବହାର କରି ଆମ୍ଭେମାନେ ଆମ୍ଭମାନଙ୍କ ଜୀବନକୁ ଆମ୍ଭମାନଙ୍କର ସହବିଶ୍ଵାସୀମାନଙ୍କ ପାଇଁ ଆମ୍ଭର ପ୍ରେମକୁ ବଳି ଭାବରେ ପ୍ରକାଶ କରିବା ଉଚିତ । ଯେବେ ଯୀଶୁ “ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କଲେ,” ଏହାର ଅର୍ଥ ଆମ୍ଭମାନଙ୍କର ପାଇଁ ମୃତ୍ୟୁ ବରଣ କଲେ । ଏବଂ ଯେହେତୁ ଯୋହନ ଯୀଶୁଙ୍କୁ ଏକ ଉଦାହରଣ ଭାବରେ ପ୍ରକାଶ କରନ୍ତି, ପ୍ରକୃତରେ ଏପରି ପରିସ୍ଥିତି ଆସିପାରେ ଯେବେ ଆମ୍ଭମାନଙ୍କୁ ଅନ୍ୟ କାହା ପାଇଁ ମରିବାକୁ ପଢ଼ିପାରେ । ( ଉପମା/ରୂପକଦେଖନ୍ତୁ)

τῶν ἀδελφῶν

ଆପଣ ଏହି ଶବ୍ଦକୁ 2:9 ରେ  କିପରି ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

1 John 3:17

τὸν βίον τοῦ κόσμου

ଏହି ପତ୍ରରେ ଯୋହନ  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ସୃଷ୍ଟ ଜଗତକୁ, ଏବଂ ବସ୍ତୁ ସମ୍ବନ୍ଧୀୟ ବିଷୟ ଯେପରିକି ଏହି ପ୍ରସଙ୍ଗରେ ଅର୍ଥ, ଖାଦ୍ୟ ଏବଂ ପୋଷାକକୁ ବୁଝାଏ । ବିକଳ୍ପ ଅନୁବାଦ: “ସମ୍ପତ୍ତି ଆଧିକାର” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

χρείαν ἔχοντα

ବିକଳ୍ପ ଅନୁବାଦ: “ଯାହାକୁ ସାହାଯ୍ୟ ଆବଶ୍ୟକ ଅଛି”

κλείσῃ τὰ σπλάγχνα αὐτοῦ ἀπ’ αὐτοῦ

ଯୋହନ ଭାବପ୍ରବଣତାକୁ ପ୍ରତିପାଦିତ କରିବା ପାଇଁ ଆଭ୍ୟନ୍ତରୀଣ କିମ୍ବା ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହା ଜଣେ ବ୍ୟକ୍ତିଙ୍କୁ ଉଦାରତା ସହ କାର୍ଯ୍ୟ କରିବାକୁସାହାଯ୍ୟ କରେ । ଆପଣଙ୍କ ଭାଷାରେ ସମାନ ଅର୍ଥପୂର୍ଣ୍ଣ  ଆଳଙ୍କାରିକ ଅଭିବ୍ୟକ୍ତି ଥାଇପାରେ ଯାହା ଆପଣ  ବ୍ୟବହାର କରିପାରିବେ । ଆପଣ ଆପଣଙ୍କ ଅନୁବାଦରେ ଆକ୍ଷରିକ ଅର୍ଥ ମଧ୍ୟ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କ  ହୃଦୟ ରୁଦ୍ଧ କରେ” କିମ୍ବା “ଦୟାଳୁ ଭାବରେ ତାହାକୁ ସାହାଯ୍ୟ କରିବାକୁ ମନାକରେ” । ( ଉପମା/ରୂପକଦେଖନ୍ତୁ)

πῶς ἡ ἀγάπη τοῦ Θεοῦ μένει ἐν αὐτῷ?

ଯୋହନ ଗୋଟିଏ ପ୍ରଶ୍ନକୁ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ ଶବ୍ଦକୁ ଏକ ବାକ୍ୟ  କିମ୍ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଠାରେ ଈଶ୍ଵରଙ୍କ ପ୍ରେମ ରହେ ନାହିଁ!” ( ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଦେଖନ୍ତୁ)

ὃς…ἂν ἔχῃ τὸν βίον τοῦ κόσμου

ଯୋହନ ଏହି ଅଭିବ୍ୟକ୍ତିକୁ ଏକ ଉପକଳ୍ପିତ  ପରିସ୍ଥିତିର ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁ ବିଷୟରେ ସେଏହି ପର୍ବରେ ବିଷୟରେ ଆଲୋଚନା କରନ୍ତି । ଏହାକୁ ଦେଖାଇବା ପାଇଁ UST ଏହି ଶବ୍ଦକୁ ଅନୁବାଦ କରିବା ପାଇଁ  ଏକ ଉପାୟ ଅବିଷ୍କାର କରେ । ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

τὸν ἀδελφὸν αὐτοῦ

ଆପଣ ଏହି ଶବ୍ଦକୁ 2:9 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

πῶς ἡ ἀγάπη τοῦ Θεοῦ μένει ἐν αὐτῷ

ରହିବା ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । 2:14 ପରି, ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କଠାରୁ ଆସିଥିବା ପ୍ରେମରେ ଅନ୍ୟମାନଙ୍କୁ ପ୍ରେମ କରେ  ନାହିଁ!” ( ଉପମା/ରୂପକଦେଖନ୍ତୁ)

πῶς ἡ ἀγάπη τοῦ Θεοῦ μένει ἐν αὐτῷ

2:5 ପରି, ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଈଶ୍ଵରଙ୍କୁ ପ୍ରେମକରୁଥିବା ଲୋକେ | ବିକଳ୍ପ ଅନୁବାଦ: " ସତରେ କ’ଣ ସେ ଈଶ୍ଵରଙ୍କ ପ୍ରେମ ପ୍ରାପ୍ତ କରିଛି" (2) ଲୋକମାନଙ୍କୁ ପ୍ରେମ କରୁଥିବା ଈଶ୍ଵର | ବିକଳ୍ପ ଅନୁବାଦ: "ସେ ପ୍ରକୃତରେ ଈଶ୍ଵରଙ୍କୁ ପ୍ରେମ କରିବା ସମ୍ଭବ ଅଟେ କି" ଆମେ ସୁପାରିଶ କରୁଥିବା ବିକଳ୍ପ (1) କିନ୍ତୁ ଯୋହନ ହୁଏତ ଏଠାରେ ଉଭୟ ଅର୍ଥକୁ ପ୍ରକାଶ କରୁଥିଲେ, ତେଣୁ ଯଦି ଆପଣଙ୍କ ଅନୁବାଦ ସମ୍ଭାବନାକୁ ଉନ୍ମୁକ୍ତ ରଖେ ତେବେ ଏହା ସର୍ବୋତ୍ତମ ହେବ | ବିକଳ୍ପ ଅନୁବାଦ: "ସେ କ’ଣ ପ୍ରକୃତରେ ଅନ୍ୟମାନଙ୍କୁ ପ୍ରେମ କରେ ଯେପରି ଈଶ୍ଵର ତାହାକୁ ପ୍ରେମ କରନ୍ତି" (See: ଅଧିକାର/ଦଖଲ)

1 John 3:18

τεκνία

2:1ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( ଉପମା/ରୂପକଦେଖନ୍ତୁ)

μὴ ἀγαπῶμεν λόγῳ, μηδὲ τῇ γλώσσῃ

ବାକ୍ୟରେ କି ଜିହ୍ୱାରେ ବାକ୍ୟାଂଶଗୁଡ଼ିକ ସମାନ ଅର୍ଥକୁ ପ୍ରକାଶ କରେ । ଯୋହନ ହୁଏତ  ଗୃରୁତ୍ଵ ଆରୋପ କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତିରେ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ କେବଳ ପ୍ରେମ କରୁ ବୋଲି ନ କହୁ” ( ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶଦେଖନ୍ତୁ)

μὴ ἀγαπῶμεν λόγῳ, μηδὲ τῇ γλώσσῃ

ଯୋହନ ଜଣେ ବ୍ୟକ୍ତିର ଉକ୍ତ ବିଷୟକୁ ବୁଝାଇବାକୁ ବାକ୍ୟ ଏବଂ ଜିହ୍ୱାରେ ବାକ୍ୟାଂଶଗୁଡ଼ିକୁ  ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ କେବଳ ପ୍ରେମ କରୁ ବୋଲି ନ କହୁ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

μὴ ἀγαπῶμεν λόγῳ, μηδὲ τῇ γλώσσῃ

ଆମ୍ଭେମାନେ କଦାପି କେବଳ ଶବ୍ଦରେ ପ୍ରେମ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଯୋହନ ଜହାନ୍ତି ନାହିଁ | ସେ ବାକ୍ୟ ଏବଂ କର୍ମ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବାକୁ ଅତିଶୟୋକ୍ତି ଅଳଙ୍କାରକୁ ବ୍ୟବହାର କରନ୍ତି | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ “କେବଳ” କିମ୍ବା “ମାତ୍ର” ପରି ଶବ୍ଦ ଅନ୍ତର୍ଭୁକ୍ତ କରିପାରିବେ | ବିକଳ୍ପ ଅନୁବାଦ: “କେବଳ ବାକ୍ୟରେ ପ୍ରେମ ନ କରୁ” (See: ଅତିରଞ୍ଜନ/ଅତ୍ୟୁକ୍ତି)

ἀλλὰ ἐν ἔργῳ καὶ ἀληθείᾳ

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟର ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରେମ କରୁ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

ἐν ἔργῳ καὶ ἀληθείᾳ

ଯୋହନ  ଏବଂ ସହ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଏକ ଧାରଣା ପ୍ରକାଶ କରନ୍ତି  । ସତ୍ୟ ଶବ୍ଦଟି ଗୁଣକୁ ସୂଚାଇଥାଏ ଯାହା ପ୍ରେମର କାର୍ଯ୍ୟରେ ମଧ୍ୟରେ ଥାଏ। ବିକଳ୍ପ ଅନୁବାଦ: “ପ୍ରକୃତ, କାର୍ଯ୍ୟରେ” ( ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାରଦେଖନ୍ତୁ)

1 John 3:19

ἐκ τῆς ἀληθείας ἐσμέν

ଏହାର ଅର୍ଥ ହୋଇପାରେ: (1) ଯୋହନ ହୁଏତ ଈଶ୍ଵର ସତ୍ୟ ଅଟନ୍ତି ବୋଲି ପ୍ରକାଶ କରିବାକୁ ଏହାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ଅନ୍ୟ ଅର୍ଥରେ, ଈଶ୍ଵର ସର୍ବଦା ସତ୍ୟ କହନ୍ତି ଏବଂ ଯାହା କହନ୍ତି ତାହା କରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵର ଙ୍କଠାରୁ ଜାତ, ଯିଏ ସତ୍ୟ ଅଟନ୍ତି” (2 ) ଯେପରି 2:21ରେ, ସତ୍ୟ ଶବ୍ଦ ହୁଏତ ପ୍ରକୃତ ଶିକ୍ଷାକୁ ସୂଚାଇପାରେ ଯାହା ବିଶ୍ଵାସୀମାନେ ଯୀଶୁଙ୍କଠାରୁ ପ୍ରାପ୍ତ କରିଛନ୍ତି । ଏହା UST ର ବ୍ୟାଖ୍ୟା ଅଟେ । ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

πείσομεν τὰς καρδίας ἡμῶν

ଚିନ୍ତାଧାରା ଏବଂ ଭାବନାକୁ ସୂଚାଇବା ପାଇଁ ଯୋହନ ହୃଦୟ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏ ବିଷୟରେ ଆମ୍ଭେମାନେ  ନିଜକୁ ଆଶ୍ୱାସନା ଦେଇପାରିବା” ( ଉପମା/ରୂପକଦେଖନ୍ତୁ)

ἐν τούτῳ γνωσόμεθα…καὶ…πείσομεν τὰς καρδίας ἡμῶν

ଯୋହନ ଏହି ପର୍ବରେ ଏକ ପରିଣାମ ବର୍ଣ୍ଣନା କରନ୍ତି । ସେ ପରବର୍ତ୍ତୀ ପର୍ବରେ ସେହି ପରିଣାମର କାରଣ ପ୍ରଦାନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ପର୍ବ ସେତୁ  କରି ପରିଣାମ ପୂର୍ବରୁ ଏହାର କାରଣ ଉଲ୍ଲେଖ କରିପାରିବେ । ଆପଣ ଆପଣଙ୍କ ଅନୁବାଦରେ ପ୍ରଥମେ 3:20 ଉଲ୍ଲେଖ କରି, ଏହାକୁ ଏକ ପୃଥକ ବାକ୍ୟରେ ପରିଣତ କରି “ସେହି” ଶବ୍ଦର ଉଭୟ ଉଦାହରଣ ଛାଡି ପାରିବେ । ନିମ୍ନଲିଖିତ ପରାମର୍ଶ ପରି ଏହାକୁ ଅନୁବାଦ କରି ଆପଣ ଏହି ପଦଟିକୁ ପରବର୍ତ୍ତୀ ପର୍ବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ସେପରି ଭାବରେ ଆମ୍ଭେମାନେ  ଜାଣିପାରିବା… ଏବଂ ଆମ୍ଭେମାନେ  କିପରି ଆମ୍ଭମାନଙ୍କରର ହୃଦୟକୁ ବଶବର୍ତ୍ତୀ କରିପାରିବା” ( ପଦ ସେତୁଗୁଡ଼ିକଦେଖନ୍ତୁ)

ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 19 ପଦ ପୂର୍ବରୁ ଏଠାରେ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ନାମଗୁଡ଼ିକ: "ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ ବିଶ୍ୱାସ କର ।" ( ବିଭାଗ ଶିରୋନାମାଦେଖନ୍ତୁ)

ἐν τούτῳ γνωσόμεθα

ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐν τούτῳ

ଏହା ହୁଏତ ଉଭୟକୁ ସୂଚାଏ: (1) ଯୋହନ 18 ପଦରେ ଯାହା କହିଛନ୍ତି । ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ଏହା କରିବା" (2) ଯୋହନ 20 ପଦରେ କ’ଣ କହିବାକୁ ଯାଉଛନ୍ତି । ବିକଳ୍ପ ଅନୁବାଦ: "ମୁଁ ତୁମ୍ଭମାନଙ୍କୁ କହିବି କିପରି"

γνωσόμεθα, ὅτι ἐκ τῆς ἀληθείας ἐσμέν, καὶ…πείσομεν τὰς καρδίας ἡμῶν

ଆମ୍ଭେମାନେ ଜାଣୁ ଏବଂ ଆମ୍ଭେମାନେ  ଆମ୍ଭମାନଙ୍କର ହୃଦୟକୁ ବଶବର୍ତ୍ତୀ କରି ବାକ୍ୟାଂଶର ଅର୍ଥ ସମାନ ଅଟେ  । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁରୁତ୍ଵ ଅଭିବ୍ୟକ୍ତିରେ ମିଶ୍ରଣ କରିପାରିବ ଯଦି ତାହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହେବା ଯେ  ଯେ ଆମ୍ଭେମାନ  ସତ୍ୟରୁ ଆସିଛୁ” ( ସମାନ୍ତରତାସୂଚକଦେଖନ୍ତୁ)

ἐκ τῆς ἀληθείας ἐσμέν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସତ୍ୟରୁ ଅଟୁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ἐκ τῆς ἀληθείας ἐσμέν

ଆପଣ 3:10 ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର” କିମ୍ବା “ଆମ୍ଭେମାନେ  ଈଶ୍ଵରଙ୍କ ସହ ସମ୍ପର୍କରେ ଅଛୁ” । ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἔμπροσθεν αὐτοῦ

ସର୍ବନାମ ତାଙ୍କୁ ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἔμπροσθεν αὐτοῦ

ପୂର୍ବରେ ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଉପସ୍ଥିତିରେ” ଅଟେ। ଏହାର ଅର୍ଥ ଈଶ୍ଵର ବିଶ୍ଵାସୀମାନଙ୍କ ସହ ଉପସ୍ଥିତ ରହିବେ ଯାହାକୁ ଆଶ୍ୱାସନା ଆବଶ୍ୟକ ହୁଏ ଏବଂ ସେହି ବିଶ୍ଵାସୀମାନଙ୍କୁ ଆଶ୍ୱାସନା ପାଇବାରେ ସାହାଯ୍ୟ କରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାହାଯ୍ୟରେ” ( ଉପମା/ରୂପକଦେଖନ୍ତୁ)

1 John 3:20

ἐὰν καταγινώσκῃ ἡμῶν ἡ καρδία

ଚିନ୍ତାଧାରା ଏବଂ ଭାବନାକୁ ସୂଚାଇବା ପାଇଁ ଯୋହନ ହୃଦୟ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ଭାବନା ଆମ୍ଭମାନଙ୍କରକୁ ନିନ୍ଦା କରେ” କିମ୍ବା “ଯଦି ଆମ୍ଭମାନଙ୍କର ଚିନ୍ତାଧାରା ଆମ୍ଭମାନଙ୍କର ଦୋଷୀ କରେ” ( ଉପମା/ରୂପକଦେଖନ୍ତୁ)

μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα

ଏହାର ଅର୍ଥ, ଈଶ୍ଵରଙ୍କ ମହାନ ଜ୍ଞାନକୁ ଦୃଷ୍ଟିରେ ରଖି ଆମ୍ଭମାନଙ୍କ ଚିନ୍ତାଧାରା ଏବଂ ଭାବନା ଅପେକ୍ଷା ସେ ଯାହା ସେ କହନ୍ତି ତାହା ବିଶ୍ଵାସ କରିବା ଉଚିତ୍ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଅପେକ୍ଷା ଜାଣନ୍ତି ଯେ ଆମ୍ଭେମାନେ ତାହାଙ୍କର ଅଟୁ, ତେଣୁ ଆମ୍ଭେମାନେ ଏହା ବିଶ୍ଵାସ କରିବା ଉଚିତ କାରଣ ସେ ଏହା କହିଛନ୍ତି।” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὅτι ἐὰν καταγινώσκῃ ἡμῶν ἡ καρδία, ὅτι μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα

ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତି ବିଷୟରେ ଆଲୋଚନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ହୃଦୟ ଆମ୍ଭମାନଙ୍କୁ ନିନ୍ଦା କରେ । ତେବେ ଆମ୍ଭେମାନେ  ମନେ ରଖିବା ଉଚିତ୍ ଯେ ଈଶ୍ଵର  ଆମ୍ଭମାନଙ୍କର  ହୃଦୟଠାରୁ ମହାନ୍ ଏବଂ ସମସ୍ତ ବିଷୟ ଜାଣନ୍ତି । ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

ἐὰν καταγινώσκῃ ἡμῶν ἡ καρδία

ଏଠାରେ ଉଲ୍ଲେଖ ଥିବା ବିଷୟ, 3:19 ରୁ ଜାରିରହେ, “ଆମ୍ଭେମାନେ  ସତ୍ୟର ଅଟୁ,” ଏହା ହୁଏତ  ଏହି ବିଷୟରେ ଆଶ୍ୱାସନା ପାଇବା ବିଷୟରେ ଜାଣିବାକୁ ବୁଝାଏ  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଈଶ୍ଵରଙ୍କର ନୁହଁ ବୋଲି ମନେକରୁ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἡμῶν ἡ καρδία…τῆς καρδίας ἡμῶν

ଯଦି ଗୋଟିଏ ହୃଦୟ ଅନେକ ଲୋକଙ୍କର ଅଟେ ବୋଲି କହିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ ହେବ ଏବଂ ଯଦି ଆପଣ  ହୃଦୟ ଶବ୍ଦକୁ ଆପଣଙ୍କ ଅନୁବାଦରେ ରୂପକ ଭାବରେ ଅନୁବାଦ କରିପାରିବେ, ଆପଣ ଏହାକୁ ବହୁବଚନ କରିପାରିବେ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ… ଆମ୍ଭମାନଙ୍କର ହୃଦୟ” ( ଅଧିକାର/ଦଖଲଦେଖନ୍ତୁ)

μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα

କାରଣ ଯୋହନ  ଭାବନା ଏବଂ ଅନୁଭବକୁ ପ୍ରକାଶ ଲାରିବକୁ ହୃଦୟ ଶବ୍ଦକୁ ରୂପକ ଭାବରେ ବ୍ୟବହାର କରନ୍ତି , ଈଶ୍ଵର ଆମ୍ଭମାନଙ୍କର  ହୃଦୟଠାରୁ ମହାନ ବାକ୍ୟାଂଶର ଅର୍ଥ  ଈଶ୍ଵର  ଆମ୍ଭମାନଙ୍କର  ଅପେକ୍ଷା ଅଧିକ ଜାଣନ୍ତି ଏବଂ ବୁଝନ୍ତି ଏବଂ ଆମ୍ଭମାନଙ୍କ ପାଇଁ ଈଶ୍ଵର ଅଧିକ ଦୟା ଦେଖାନ୍ତି । ସେହି କ୍ଷେତ୍ରରେ, ଆମ୍ଭମାନଙ୍କର  ହୃଦୟଠାରୁ ମହାନ ଏବଂ ସମସ୍ତ ବିଷୟ ଜାଣନ୍ତି ବାକ୍ୟାଂଶଗୁଡ଼ିକ ଗୋଟିଏ ଅର୍ଥକୁ ପ୍ରକାଶ କରେ । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁତୁତ୍ଵ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ ଯଦି ତାହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ ଭାବରେ  ଜାଣନ୍ତି ଯେ ଆମ୍ଭେମାନେ  ତାହାଙ୍କର ଅଟୁ” ( ସମାନ୍ତରତାସୂଚକଦେଖନ୍ତୁ)

1 John 3:21

ἀγαπητοί

2:7 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

ἐὰν ἡ καρδία μὴ καταγινώσκῃ, παρρησίαν ἔχομεν πρὸς τὸν Θεόν,

ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ  ଆଲୋଚନା କରନ୍ତି। ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷ କରେ ନାହିଁ । ତେବେ ଆମ୍ଭମାନଙ୍କର ଭରସା ଈଶ୍ଵରଙ୍କ ଉପରେ ଅଛି ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

ἐὰν ἡ καρδία μὴ καταγινώσκῃ

ଆପଣ  3:20 ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ    ଈଶ୍ଵରଙ୍କର ଅଟୁ ବୋଲି ମନେନ କରୁ” କିମ୍ବା, ସକରାତ୍ମକ ଭାବରେ, “ଯଦି ଆମ୍ଭେମାନେ ଈଶ୍ଵରଙ୍କର ଅଟୁ ବୋଲି ନିଶ୍ଚିତ ଅଟୁ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἡ καρδία

ଯଦି ଆପଣ ଆପଣଙ୍କ ଅନୁବାଦରେ ହୃଦୟ ଶବ୍ଦକୁ ରୂପକ ଭାବରେ ଅନୁବାଦ କରିବାକୁ ପୂର୍ବ ପଦରେ ସ୍ଥିର କରିଛନ୍ତି ଏବଂ ଆପଣ  ଏହାକୁ ସେଠାରେ ବହୁବଚନ କରିଛନ୍ତି, ଆପଣ ଏହାକୁ  ଏଠାରେ ମଧ୍ୟ ବହୁବଚନ କରିପାରିବ । ପୂର୍ବ ପର୍ବ ପରି ଆପଣ ସେହି ସର୍ବନାମକୁ  ମଧ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ” ( ଅଧିକାର/ଦଖଲଦେଖନ୍ତୁ)

παρρησίαν ἔχομεν πρὸς τὸν Θεόν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପରବର୍ତ୍ତୀ ପର୍ବରେ ଯୋହନ ଯାହା କହନ୍ତି, ଏହାକୁ ଦୃଷ୍ଟିରେ ରଖି ଏହି ବିଶ୍ୱାସ କ’ଣ ବୁଝାଏ ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

παρρησίαν ἔχομεν πρὸς τὸν Θεόν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସୀ” ପରି ଏକ କ୍ରିୟା ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ଆତ୍ମବିଶ୍ୱାସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 3:22

τὰ ἀρεστὰ ἐνώπιον αὐτοῦ

ଛାମୁରେ ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଅନ୍ୟର ଉପସ୍ଥିତିରେ” ଅଟେ । ଏଠାରେ , ତାହାଙ୍କ ଛାମୁରେ “ଯେଉଁଠାରେ ଈଶ୍ଵର ଦେଖିପାରିବେ” ବିଷୟକୁ ବୁଝାଏ । ଏହା ଦେଖିବା, ଧ୍ୟାନ ଏବଂ ବିଚାରକୁ ବୁଝାଏ । ତେଣୁ ଏହାର ଅର୍ଥ ସେହି ବିଷୟ ଅଟେ ଯାହା ଈଶ୍ଵରଙ୍କୁ ପ୍ରସନ୍ନ କରେ । ବିକଳ୍ପ ଅନୁବାଦ: “ଯେଉଁ ବିଷୟଗୁଡ଼ିକ ତାଙ୍କ ପାଇଁ ସନ୍ତୋଷଜନକ ଅଟେ” କିମ୍ବା “ଯାହା ତାଙ୍କୁ ସନ୍ତୁଷ୍ଟ କରେ” ( ଉପମା/ରୂପକଦେଖନ୍ତୁ)

ὅτι τὰς ἐντολὰς αὐτοῦ τηροῦμεν, καὶ τὰ ἀρεστὰ ἐνώπιον αὐτοῦ ποιοῦμεν

କାରଣ ଆମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁ ଏବଂ ତାହାଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରୁ ତେଣୁ ଆମ୍ଭେମାନେ  “ଯାହା ମାଗୁ” ତାହା “ପ୍ରାପ୍ତକରୁ” ବୋଲି ଯୋହନ କହନ୍ତି ନାହିଁ । ଆମ୍ଭେମାନେ  ଯାହା ମାଗୁ ତାହା ପାଇବା ପାଇଁ ଆମ୍ଭମାନଙ୍କର ଆଜ୍ଞା ପାଳନ କରିବା ଈଶ୍ଵରଙ୍କୁ  ବାଧ୍ୟ କରେ ନାହିଁ । ଆମ୍ଭମାନଙ୍କର ଆଜ୍ଞା ପାଳନ କରିବା କେବଳ ଈଶ୍ଵରଙ୍କର ଆମ୍ଭମାନଙ୍କର ଠାରୁ ଆଶା କରାଯାଇଥିବା ବିଷୟ ଅଟେ । ବରଂ, କାରଣ ଶବ୍ଦଟି ଏହି ବାକ୍ୟର ପୂର୍ବ ବାକ୍ୟକୁ ବୁଝାଏ, ପୂର୍ବ ପର୍ବରେ, “ଆମ୍ଭମାନଙ୍କର ବିଶ୍ୱାସ ଈଶ୍ଵରଙ୍କ ଉପରେ ଅଛି” ଅର୍ଥାତ୍ ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରି ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯାହା ସେହି ବାକ୍ୟକୁ ପୁନର୍ବାର ଦର୍ଶାଏ ଏବଂ ଏହି ପର୍ବରେ ଯୋହନଙ୍କ ବାକ୍ୟ ଏହା ସହ କିପରି ଜଡିତ ତାହା ବ୍ୟାଖ୍ୟା କରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଏହିପରି ବିଶ୍ୱାସରେ ପ୍ରାର୍ଥନା କରିପାରିବା କାରଣ ଆମ୍ଭେମାନେ  ଈଶ୍ଵରଙ୍କ ଆଜ୍ଞା ପାଳନକରୁ ଏବଂ ତାହାଙ୍କୁ ଯାହା ସନ୍ତୁଷ୍ଟ କରେ ତାହା କରୁ, ଏବଂ ଏହା ଆମ୍ଭମାନଙ୍କୁ ନିଶ୍ଚିତ କରେ ଯେ ଆମ୍ଭେମାନେ  ତାହାଙ୍କର ଅଟୁ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

τὰς ἐντολὰς αὐτοῦ τηροῦμεν

ଯେପରି,  2:3 ରେ ପାଳନ କରିବା ଶବ୍ଦ ଏକ ରୂଢ଼ି ଅଟେ ଯାହାର ଅର୍ଥ  “ମାନିବା” ଅଟେ  ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କ   ଆଜ୍ଞା ପାଳନ କରୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

τὰ ἀρεστὰ ἐνώπιον αὐτοῦ

ଯୋହନ  ବିଶେଷଣ ଭାବରେ ପ୍ରସନ୍ନ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ବିଷୟ ଶବ୍ଦକୁ ଯୋଗ କରେ । (ଏହି ଶବ୍ଦଟି ବହୁବଚନ ଅଟେ ।) ଆପଣଙ୍କ ଭାଷା ଏହିପରି ବିଶେଷଣ ବ୍ୟବହାର କରିପାରେ । ଯଦି କରେ ନାହିଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ତାହାଙ୍କୁ ସନ୍ତୁଷ୍ଟ କରେ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

1 John 3:23

αὕτη ἐστὶν ἡ ἐντολὴ αὐτοῦ

ଏହି ପଦରେ ତାହାଙ୍କ ସର୍ବନାମଗୁଡ଼ିକ ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଏହା ଈଶ୍ଵର ଆଜ୍ଞା ଦେଇଛନ୍ତି… ଯେପରି ଈଶ୍ଵର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

τοῦ Υἱοῦ

ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

τῷ ὀνόματι τοῦ Υἱοῦ αὐτοῦ, Ἰησοῦ Χριστοῦ

ଏଠାରେ ଯୋହନ 2:12 ପରି ଯୀଶୁଙ୍କ ନାମକୁ, ସେ କିଏ ଏବଂ ସେ କ’ଣ କରିଛନ୍ତି ତାହା ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଏବଂ ସେ ଆମ୍ଭମାନଙ୍କର  ପାଇଁ ଯାହା କରିଛନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἔδωκεν

ସର୍ବନାମ ସେ ଏଠାରେ : (1) ଯୀଶୁ କିମ୍ବା (2) ଈଶ୍ଵରଙ୍କୁ ସୂଚାଇପାରେ  ।(See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।

1 John 3:24

ἐν αὐτῷ μένει

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା 2:6 ପରି ସମାନ ଅର୍ଥପୂର୍ଣ୍ଣ  ବୋଲି ମନେହୁଏ । ଆପଣ ସେଠାରେ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ସ୍ଥାପନ କର” ( ଉପମା/ରୂପକଦେଖନ୍ତୁ)

ὁ τηρῶν τὰς ἐντολὰς αὐτοῦ, ἐν αὐτῷ μένει

ସର୍ବନାମ ତାହାଙ୍କ ଏବଂ ତାହାଙ୍କୁ ଈଶ୍ଵରଙ୍କୁ ସୂଚାଏ ବିକଳ୍ପ ଅନୁବାଦ:  “ଯିଏ ଈଶ୍ଵରଙ୍କ ଆଜ୍ଞା ପାଳନ କରେ ସେ ଈଶ୍ଵରଙ୍କଠାରେ ଥାଏ, ଏବଂ ଈଶ୍ଵର  ସେହି ବ୍ୟକ୍ତିଠାରେ ଥାଆନ୍ତି”। ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὁ τηρῶν τὰς ἐντολὰς αὐτοῦ

ପାଳନ କରିବା ଶବ୍ଦ ଏକ ରୂଢ଼ି ଅଟେ ଯାହାର ଅର୍ଥ “ମାନିବା” ଅଟେ । ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ଆଜ୍ଞା ପାଳନ କରେ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐν αὐτῷ μένει

ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖେ” ( ଉପମା/ରୂପକଦେଖନ୍ତୁ)

καὶ αὐτὸς ἐν αὐτῷ

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର  ତାହାଠାରେ ବାସ କରନ୍ତି” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

καὶ αὐτὸς ἐν αὐτῷ

ଯେପରି ଈଶ୍ଵର  ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ସେହି ବ୍ୟକ୍ତି ସହ ଘନିଷ୍ଠ ସମ୍ପର୍କ ରଖନ୍ତି” ( ଉପମା/ରୂପକଦେଖନ୍ତୁ)

ἐν τούτῳ γινώσκομεν ὅτι

ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣୁ ଯେ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

καὶ αὐτὸς ἐν αὐτῷ

ଯଦିଓ ତାଙ୍କୁ ଶବ୍ଦ ଏଠାରେ ପୁରୁଷ ସମ୍ବନ୍ଧିତ ଅଟେ,  ଯୋହନ ଏହି ଶବ୍ଦକୁ ଏଠାରେ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରେ |  ବିକଳ୍ପ ଅନୁବାଦ: “ଏବଂ ସେହି ବ୍ୟକ୍ତି ସହ ଈଶ୍ଵର ଏକ ଘନିଷ୍ଠ ସମ୍ପର୍କ ସ୍ଥାପନ କରନ୍ତି” (See: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏ)

μένει ἐν ἡμῖν

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା ଶବ୍ଦର ଅର୍ଥ ପୂର୍ବ ପରି ସମାନ ଅର୍ଥକୁ ବୁଝାଏ। ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କର  ସହ ଏକ ଘନିଷ୍ଠ ସମ୍ପର୍କ ରଖିଛନ୍ତି” ( ଉପମା/ରୂପକଦେଖନ୍ତୁ)

1 John 4

1 ଯୋହନ 4 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

  1. ଯୀଶୁ ମନୁଷ୍ୟ ଥିଲେ ବୋଲି  ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (4:1-6)
  2. ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)

ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

“ଆତ୍ମା” ଏବଂ “ଆତ୍ମା”

ଯୋହନ ଏହି ଅଧ୍ୟାୟରେ “ଆତ୍ମା” ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ବେଳେବେଳେ “ଆତ୍ମା” ଶବ୍ଦ ଏକ ଅଲୌକିକ ବିଷୟକୁ ବୁଝାଏ ।ବେଳେବେଳେ “ଆତ୍ମା” ଶବ୍ଦଟି କେତେକ ଚରିତ୍ରକୁ ବୁଝାଏ । “ଭଣ୍ଡଖ୍ରୀଷ୍ଟର ଆତ୍ମା”, “ସତ୍ୟର ଆତ୍ମା” ଏବଂ “ତ୍ରୁଟିର ଆତ୍ମା” ଅଭିବ୍ୟକ୍ତିଗୁଡ଼ିକ ସେହିପରି ଅଟେ । “ଈଶ୍ଵରଙ୍କ ଆତ୍ମା”, “ତାହାଙ୍କ  ଆତ୍ମା” ଏବଂ “ପବିତ୍ର ଆତ୍ମାଙ୍କୁ” ବୁଝାଇବାକୁ ଇଂରାଜୀରେ ଆତ୍ମା ଶବ୍ଦର ପ୍ରଥମ ଅକ୍ଷରକୁ ବଡ଼ ଅକ୍ଷରରେ (the Spirit of God” and “his Spirit,” “the Holy Spirit”) ଲେଖାଯାଏ   ।

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

ଈଶ୍ଵରଙ୍କୁ  ପ୍ରେମ କରିବା 

ଯଦି ଲୋକମାନେ ଈଶ୍ଵରଙ୍କୁ  ପ୍ରେମ କରନ୍ତି , ତେବେ ସେମାନେ ଏହାକୁ ସେମାନଙ୍କର ଜୀବନରେ ଏବଂ ଅନ୍ୟ ଲୋକଙ୍କ ପ୍ରତି ବ୍ୟବହାରେ ପ୍ରକାଶ କରିବା ଉଚିତ୍ । ଏହା କରିବା ଆମ୍ଭମାନଙ୍କୁ ନିଶ୍ଚିତ କରିପାରେ ଯେ ଈଶ୍ଵର  ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆମ୍ଭେମାନେ  ତାହାଙ୍କର ଅଟୁ । କିନ୍ତୁ ଅନ୍ୟମାନଙ୍କୁ ପ୍ରେମକରିବା ଆମ୍ଭମାନଙ୍କର ଉଦ୍ଧାର କରେ ନାହିଁ । ଏହା ଆପଣଙ୍କ  ଅନୁବାଦରେ ସ୍ପଷ୍ଟ କରନ୍ତୁ । ଯୋହନ 4:7 ରେ କହନ୍ତି ଯେ “ପ୍ରେମ କରୁଥିବା ପ୍ରତ୍ୟେକ ଲୋକ ଈଶ୍ଵରଙ୍କଠାରୁ ଜାତ ଏବଂ ଈଶ୍ଵରଙ୍କୁ  ଜାଣନ୍ତି।” ଯେପରି ଟିପ୍ପଣୀଗୁଡ଼ିକ ବ୍ୟାଖ୍ୟା କରେ, ଏହାର ଅର୍ଥ ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ  ପିତା ଅଟନ୍ତି, ଏବଂ ପ୍ରେମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସଂପର୍କରେ ଅଛି । ଯେପରି ଯୋହନ 4:10 ରେ କହନ୍ତି ସେହିପରି ଯୀଶୁଙ୍କର କ୍ରୁଶରେ ବାଲିଦାନ ହେତୁ ସେମାନେ ଈଶ୍ଵରଙ୍କର ଅଟନ୍ତି ବୋଲି ଏହି ପ୍ରେମ ଏକ ସଙ୍କେତ ଅଟେ। ସେମାନେ ଅନ୍ୟମାନଙ୍କୁ ପ୍ରେମ କରୁଥିଲେ ସେଥିପାଇଁ ନୁହେଁ ବରଂ  ଯୀଶୁଙ୍କ ବଲିଦାନ ଦ୍ୱାରା ସେମାନେ ଉଦ୍ଧାର ହୋଇଥିଲେ । ( ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣଦେଖନ୍ତୁ)

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

4:3 ରେ, ସଠିକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ଯୀଶୁଙ୍କୁ ସ୍ୱୀକାର କର” ବୋଲି ଉଲ୍ଲେଖ କରେ । ULT ମଧ୍ୟ ଏହିପରି ଅନୁବାଦ କରେ । ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯୀଶୁ ଖ୍ରୀଷ୍ଟ ଶରୀରରେ ଆସିଥିଲେ ବୋଲି ସ୍ୱୀକାର କର।” ବୋଲି ଉଲ୍ଲେଖ କରେ (ଏହି ପାଣ୍ଡୁଲିପିଗୁଡ଼ିକରେ “ଯୀଶୁ ଖ୍ରୀଷ୍ଟ” ପରିବର୍ତ୍ତେ “ଯୀଶୁ” କିମ୍ବା “ପ୍ରଭୁ ଯୀଶୁ” ଉଲ୍ଲେଖ ଅଛି ) ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ଅଛି, ତେବେ ସେହି ସଂସ୍କରଣର ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ଅନୁସରଣ କରନ୍ତୁ । ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

1 John 4:1

ἀγαπητοί

2:7 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

μὴ παντὶ πνεύματι πιστεύετε, ἀλλὰ δοκιμάζετε τὰ πνεύματα

ଯୋହନ ଆତ୍ମା ଶବ୍ଦକୁ ଯୋଗ କରି ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିବାକୁ ପ୍ରେରଣା ଦେବ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବିଶ୍ୱାସ କର ନାହିଁ; ଏହା ପରିବର୍ତ୍ତେ ଭବିଷ୍ୟ‌ଦ୍‌ବକ୍ତାମାନେ କ'ଣ କୁହନ୍ତି ତାହା ଭଲ ଭାବରେ ପରୀକ୍ଷା କରି ଦେଖ। ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἐξεληλύθασιν εἰς τὸν κόσμον

ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ ଯାଉଛନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି,  ତେବେ ଆପଣ 7 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: “ଈଶ୍ଵରଙ୍କ ଆତ୍ମାକୁ ଚିହ୍ନିବା” (See: ବିଭାଗ ଶିରୋନାମା)

εἰ ἐκ τοῦ Θεοῦ ἐστιν

ଯୋହନ ଏହି ପତ୍ରରେ ଅନେକ ଅର୍ଥରେ ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି । ଏଠାରେ ଏହା ଉତ୍ପତ୍ତିକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ପଠାଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ” କିମ୍ବା “ଈଶ୍ଵର ସେମାନଙ୍କୁ ପ୍ରେରଣ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ ।”

εἰ ἐκ τοῦ Θεοῦ ἐστιν

ଏହି ବାକ୍ୟଟି କେତେକ ଶବ୍ଦ ଉଲ୍ଲେଖ କରେ ନାହିଁ ଯାହା ଏକ ବାକ୍ୟ ସଂପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହେଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,  ଆପଣ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଈଶ୍ଵରଙ୍କଠାରୁ ଆସିଛନ୍ତି କି ନାହିଁ,  ତାହା ଜାଣିବା ପାଇଁ ।”  (See: ଶବ୍ଦର ବିଲୋପ ବା ଉହ୍ୟତା)

1 John 4:2

Ἰησοῦν Χριστὸν ἐν σαρκὶ ἐληλυθότα

2:16 ପରି, ଯୋହନ ଶରୀର ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ଯାହା ଶାରୀରିକ ମାନବ ଶରୀରକୁ, ଯାହା ମାଂସରେ ନିର୍ମିତ ବୁଝାଏ । ଭଣ୍ଡ ଶିକ୍ଷକମାନେ ଯୀଶୁଙ୍କର ମାନବ ଶରୀର ଅଛି ବୋଲି କାହିଁକି ଅସ୍ୱୀକାର କଲେ ତାହାର ବ୍ୟାଖ୍ୟା ପାଇଁ 1 ଯୋହନ ପରିଚୟର ଭାଗ 2 ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତ ମାନବ ଶରୀର ଥିଲା” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἐν τούτῳ γινώσκετε

ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ତୁମ୍ଭେମାନେ ଜାଣି ପାରିବ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

πᾶν πνεῦμα ὃ ὁμολογεῖ

ଯୋହନ ଆତ୍ମା ଶବ୍ଦକୁ ସମ୍ପୃକ୍ତ କରି ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିବାକୁ ପ୍ରେରଣା ପ୍ରଦାନ କରେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἐκ τοῦ Θεοῦ ἐστιν

ଆପଣ 4:1 ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ  ଦ୍ଵାରା ପ୍ରେରିତ” କିମ୍ବା, ଯଦି ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ,  ସେହି ବାକ୍ୟାଂଶ ପୂର୍ବରୁ “ପ୍ରତ୍ୟେକ ଆତ୍ମା” କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ଉଲ୍ଲେଖ କରି “ଈଶ୍ଵର ପ୍ରେରିତ କରନ୍ତି” ବୋଲି ଅନୁବାଦ କରିପାରିବେ । ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 4:3

τοῦτό ἐστιν τὸ τοῦ ἀντιχρίστου

ସେହି ଶବ୍ଦଟି ହୁଏତ  “ଆତ୍ମା” ଅର୍ଥାତ୍ ପୂର୍ବ ବାକ୍ୟର “ଆତ୍ମା” ଶବ୍ଦକୁ ସୂଚାଏ । ବିକଳ୍ପ ଅନୁବାଦ: “ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

πᾶν πνεῦμα ὃ μὴ ὁμολογεῖ

ଆପଣ 4:2 ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ ନାହିଁ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

Ἰησοῦν

ULT ଅନୁସରଣ କରି ଯୀଶୁ ଅନୁବାଦ କରିବେ କିମ୍ବା ଅନ୍ୟ କେତେକ ସଂସ୍କରଣର ଅନୁସରଣ କରି “ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଆସିଲେ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବା ପାଇଁ ଏହି ଅଧ୍ୟାୟରେ ଶେଷରେ ସାଧାରଣ ଟିପ୍ପଣୀଗୁଡ଼ିକର ପାଠ୍ୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ଦେଖନ୍ତୁ । ଯେଉଁମାନେ ଏହାକୁ ଅନୁସରଣ କରିବାକୁ ନିଷ୍ପତ୍ତି ନିଅନ୍ତି ସେମାନଙ୍କ ପାଇଁ ନିମ୍ନରେ ଥିବା ଟିପ୍ପଣୀଗୁଡ଼ିକର ବିଭିନ୍ନ ପଠନର ଅଲୋଚନା ପ୍ରଦାନ କରାଯାଇଛି। ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

τὸν Ἰησοῦν

ଯଦି ଆପଣ “ଯୀଶୁ ଖ୍ରୀଷ୍ଟ ଶରୀରରେ ଆସିଲେ” ବିଭିନ୍ନ ପଠନକୁ ଅନୁସରଣ କରନ୍ତି, ତେବେ ଆପଣ  କିପରି ସେହି ବାକ୍ୟାଂଶକୁ ପୂର୍ବ ପଦରେ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ମନୁଷ୍ୟ ଶରୀର ଥିଲା” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

τὸν Ἰησοῦν

ଯଦିଓ ଆପଣ ଏକ ପାଠ୍ୟ ପ୍ରକାର ଆଧାରରେ ସେହିପରି କରନ୍ତି ନାହିଁ, ତେବେ ଆପଣ ସୂଚନାକୁ ସ୍ପଷ୍ଟ କରିବା ପାଇଁ ଯୀଶୁ ବୋଲି ଉଲ୍ଲେଖ କରିବା ଉଦ୍ଦେଶ୍ୟକୁ ଯୋହନଙ୍କ ଅର୍ଥ କ’ଣ ତାହା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତ ମାନବ ଶରୀର ଥିଲା” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἐκ τοῦ Θεοῦ οὐκ ἔστιν

ଆପଣ ପୂର୍ବ ପର୍ବରେ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ନୁହେଁ” କିମ୍ବା, ଯଦି ଆପଣଙ୍କ  ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, “ଈଶ୍ଵର  ପ୍ରେରିତ କରନ୍ତି ନାହିଁ,” ବୋଲି ଅନୁବାଦ କରି  ସେହି ବାକ୍ୟାଂଶକୁ ପ୍ରତ୍ୟେକ ଆତ୍ମା କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ବାକ୍ୟାଂଶକୁ ପୂର୍ବରେ ଉଲ୍ଲେଖ କରିପାରିବେ । ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

τοῦτό ἐστιν τὸ τοῦ ἀντιχρίστου

ଏହି ଶବ୍ଦର ଅର୍ଥ  “ଆତ୍ମା” ଅଟେ ବୋଲି ମନେକରି, ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ “ଆତ୍ମା” ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ପରିପ୍ରେକ୍ଷୀରେ, ଯୋହନ ଉଭୟକୁ ସୂଚାଉଛନ୍ତି: (1) କୌଣସି ବିଷୟର ଚରିତ୍ରଗତ ମନୋଭାବକୁ, କିମ୍ବା (2) ଏକ ଅଲୈକିକ ପ୍ରାଣୀ ଯିଏ ସେହି ମନୋଭାବକୁ ପ୍ରେରଣା ଦିଏ । ଆପଣ ଭଣ୍ଡଖ୍ରୀଷ୍ଟ ଶବ୍ଦକୁ 2:18ରେ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷାଗୁଡ଼ିକ ଯୀଶୁଙ୍କ ବିରୋଧୀ ଅଟେ ।”

ὃ ἀκηκόατε ὅτι ἔρχεται, καὶ νῦν ἐν τῷ κόσμῳ ἐστὶν ἤδη

ଯାହା  ଶବ୍ଦ “ଭଣ୍ଡଖ୍ରୀଷ୍ଟର” ଆତ୍ମାକୁ ବୁଝାଏ, ଯାହା ଯୋହନ ଏହି ପତ୍ର ଲେଖିବା ସମୟରେ ଜଗତରେ ଉପସ୍ଥିତ ଥିଲା, ଏବଂ ନିଜେ “ଭଣ୍ଡଖ୍ରୀଷ୍ଟ”ଜଗତରେରେ ନଥିଲେ। ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଅଛ ଯେ ଏହି ମିଥ୍ୟା ଶିକ୍ଷା ଆସୁଛି, ଏବଂ ଏହା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ପ୍ରଚାର ହୋଇସାରିଛି” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἐν τῷ κόσμῳ

ଯୋହନ ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦ ବ୍ୟବହାର କରନ୍ତି। ଏଠାରେ, ଏହା ହୁଏତ  ପୃଥିବୀକୁ ବୁଝାଇପାରେ (ତେଣୁ ଏହି ଅଭିବ୍ୟକ୍ତିର ଅର୍ଥ “ଏହି ପୃଥିବୀରେ”), ଏହା ହୁଏତ  ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ  ବୁଝାଏ। ବିକଳ୍ପ ଅନୁବାଦ: “ଲୋକମାନଙ୍କ ମଧ୍ୟରେ ପ୍ରଚାରିତ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 4:4

τεκνία

2:1 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ ଅଟ” ( ଉପମା/ରୂପକଦେଖନ୍ତୁ)

νενικήκατε αὐτούς

2:13 ଏବଂ 2:14 ପରି, ଯୋହନ ଆଳଙ୍କାରିକ ଭାବରେ ଜୟ ଶବ୍ଦକୁ ବ୍ୟବହାର କରନ୍ତି  । ସେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବିଶ୍ୱାସ କରିବାକୁ ଅଗ୍ରାହ୍ୟ କରିବାକୁ କହନ୍ତି ଯେପରି ବିଶ୍ଵାସୀମାନେ ଏହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ୱାସ କରିବାକୁ ଅଗ୍ରାହ୍ୟ କରିଅଛ” ( ଉପମା/ରୂପକଦେଖନ୍ତୁ)

ἐστὶν ὁ ἐν ὑμῖν

3:24 ରେ, ଯୋହନ ଆଳଙ୍କାରିକ ଭାବରେ ଈଶ୍ଵର ବିଶ୍ଵାସୀମାନଙ୍କ ଭିତରେ ରହିପାରନ୍ତି ବୋଲି କହନ୍ତି   । ବିକଳ୍ପ ଅନୁବାଦ: “ଈଶ୍ଵର , ଯାହାଙ୍କ ସହ ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି,” ( ଉପମା/ରୂପକଦେଖନ୍ତୁ)

ὁ ἐν τῷ κόσμῳ

ଯୋହନ ପୂର୍ବ ପଦରେ କହନ୍ତି ଯେ ଭଣ୍ଡଖ୍ରୀଷ୍ଟର ଆତ୍ମା “ଜଗତରେରେ ଅଛି” ଅର୍ଥାତ୍ “ଏହି ପୃଥିବୀରେ” କିମ୍ବା “ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ହୋଇଅଛି”। ସେହି ଦୃଷ୍ଟିରୁ, ଜଗତରେ ଯେ ଅଛି ବାକ୍ୟାଂଶଟି ସେହି ଆତ୍ମାକୁ ଆଳଙ୍କାରିକ ଭାବରେ ସେହି ଜଗତରେ ଅଛି ବୋଲି ସୂଚାଏ  । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଆତ୍ମା” ( [[https://git.door43.org/Door43-Catalog/en _ta/src/branch/master/translate/figs-metonymy/01.md]]ଦେଖନ୍ତୁ)

ὑμεῖς ἐκ τοῦ Θεοῦ ἐστε

ଏହି ପର୍ବରେ ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତିର ଅର୍ଥ ପୂର୍ବ ତିନୋଟି ପର୍ବ ଅପେକ୍ଷା ଭିନ୍ନ ହୋଇପାରେ, ଯେହେତୁ ଏହା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣା ଦେଉଥିବା ଆତ୍ମା ଅପେକ୍ଷା ବିଶ୍ଵାସୀମାନଙ୍କୁ ସୂଚାଏ । ଏହାର ଅର୍ଥ 3:10 ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ଈଶ୍ଵରଙ୍କର ଅଟ” କିମ୍ବା “ତୁମ୍ଭେମାନେ ଈଶ୍ଵରଙ୍କ ସହ ସମ୍ପର୍କରେ ଅଛ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

αὐτούς

ସର୍ବନାମ ସେମାନଙ୍କର  ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବୁଝାଏ ଯାହାକୁ ଯୋହନ 4:1 ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

μείζων…ἢ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଏହି ପ୍ରସଙ୍ଗ ପାଇଁ ଆପଣ ମହାନ ଅପେକ୍ଷା ଏକ ବିଶେଷ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହାଠାରୁ ଅଧିକ ଶକ୍ତିଶାଳୀ ।"

1 John 4:5

αὐτοὶ ἐκ τοῦ κόσμου εἰσίν; διὰ τοῦτο ἐκ τοῦ κόσμου λαλοῦσιν

ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ  ବ୍ୟବହାର କରନ୍ତି । ଏଠାରେ ଏହି ପ୍ରଥମ ଦୁଇଟି ଉଦାହରଣରେ, ଏହା ଆଳଙ୍କାରିକ ଭାବରେ ଏକ ବ୍ୟବସ୍ଥାକୁ ଦର୍ଶାଏ ଯାହା  ଈଶ୍ଵରଙ୍କୁ ଜାଣି ନଥିବା ଲୋକେ ଦେଇଛନ୍ତି । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଈଶ୍ଵରଙ୍କୁ ସମ୍ମାନ ଦେଉନଥିବା ଲୋକମାନଙ୍କର ଅଧାର୍ମିକ ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୁଅନ୍ତି । ଫଳସ୍ୱରୂପ, ସେମାନେ ସେହି ବ୍ୟବସ୍ଥାର କଥା କହନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ὁ κόσμος αὐτῶν ἀκούει

ଏଠାରେ, ଜଗତ ଶବ୍ଦ ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ , ଏବଂ ବିଶେଷ ଭାବରେ ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ କିମ୍ବା ମାନନ୍ତି ନାହିଁ ସେମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କ କଥା ଶୁଣନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

αὐτοὶ

ସର୍ବନାମ  ସେମାନେ ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବୁଝାଏ ଯାହାକୁ ଯୋହନ 4:1 ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὁ κόσμος αὐτῶν ἀκούει

*ଶୁଣିବା* ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରିବା” କିମ୍ବା “ବିଶ୍ୱାସ କରାଏ” ଅଟେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କୁ ବିଶ୍ୱାସ କରନ୍ତି” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 4:6

ἡμεῖς…ἡμῶν…ἡμῶν

ଏହି ପର୍ବର ପ୍ରଥମ ତିନୋଟି ବାକ୍ୟରେ ଏହି ସର୍ବନାମଗୁଡ଼ିକ ବୋଧହୁଏ ସ୍ୱତନ୍ତ୍ର ଅଟେ, ଏବଂ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସ୍ୱତନ୍ତ୍ର ଗଠନ ବ୍ୟବହାର କରନ୍ତୁ । ଯୋହନ ଏଠାରେ ନିଜ ବିଷୟରେ ଏବଂ ପୁନରୁତ୍ଥାନର ତାହାଙ୍କ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷକ ବୋଲି କହନ୍ତି | ସେ ଯେଉଁ ବିଶ୍ଵାସୀମନଙ୍କୁ ଏହି ପତ୍ର ଲେଖୁଛନ୍ତି, ସେମାନେ ଈଶ୍ଵରଙ୍କଠାରୁ ବୋଲି ସେ 4:4 ରେ କହିଛନ୍ତି । ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ἡμεῖς ἐκ τοῦ Θεοῦ ἐσμεν

ଏଠାରେ, ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହାର ଅର୍ଥ 4:4 ଏବଂ 4:1-3 ର ଅର୍ଥ ସହ ସମାନ  ଅଟେ । ଏହାକୁ UST ମଧ୍ୟ ସେହିପରି ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର ଅଟୁ” (2) ଯୋହନ ହୁଏତ ତାହାଙ୍କ ସହ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦିଅନ୍ତି ବୋଲି କହନ୍ତି କାରଣ ଈଶ୍ଵର ସେମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରର ଆମ୍ଭମାନଙ୍କୁ ପଠାଇଛନ୍ତି” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἡμεῖς ἐκ τοῦ Θεοῦ ἐσμεν

ଆମ୍ଭେମାନେ ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥକୁ ଯଦି ଆପଣ "ଈଶ୍ଵର ଆମ୍ଭମାନଙ୍କୁ ପଠାଇଛନ୍ତି," ବୋଲି ଅନୁବାଦ କରିବାକୁ ନିର୍ଣ୍ଣୟ କରିଛନ୍ତି ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଈଶ୍ଵର ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଠାଇଛନ୍ତି ବୋଲି ଆପଣ ଏଠାରେ କିମ୍ବା ପାଦଟୀକାରେ ଉଲ୍ଲେଖ କରିପାରିବେ |  ବିକଳ୍ପ ଅନୁବାଦ: "ଈଶ୍ଵର ଆମ୍ଭମାନଙ୍କୁ ପୃଥିବୀରେ ତାହାଙ୍କ ଜୀବନର ପ୍ରତ୍ୟକ୍ଷଦର୍ଶୀ ଭାବରେ ଯୀଶୁଙ୍କ ବିଷୟରେ ସତ୍ୟ ଶିକ୍ଷା ଦେବାକୁ ପଠାଇଲେ" (See:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ὁ γινώσκων τὸν Θεὸν

ଯୋହନ  2:3–4 ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛି”

ἀκούει ἡμῶν…οὐκ ἀκούει ἡμῶν

4:5 ପରି, ଶୁଣିବା ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରେ” କିମ୍ବା “ଦ୍ୱାରା ପ୍ରବର୍ତ୍ତାଇବା ।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଯାହା ଶିକ୍ଷା ଦେଉ ତାହା ବିଶ୍ଵାସ କରେ….ଆମ୍ଭେମାନେ ଯାହା ଶିକ୍ଷାଦେଉ ତାହା ବିଶ୍ଵାସ  କରେ ନାହିଁ … ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ὃς οὐκ ἔστιν ἐκ τοῦ Θεοῦ

ଏହି ପର୍ବରେ ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥ 4:4 ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କର ନୁହେଁ” କିମ୍ବା “ଯେ କେହି ଈଶ୍ଵରଙ୍କ ସହ ସମ୍ପର୍କରେ ବାସ କରେ ନାହିଁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐκ τούτου γινώσκομεν

ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ । ଏହାର ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ଅଭିବ୍ୟକ୍ତି ସହ ସମାନ ଅଟେ ଯାହା ଯୋହନ ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣି ପାରିବା” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἐκ τούτου γινώσκομεν

ଏଠାରେ, ଯୋହନ ପୂର୍ବ ଦୁଇଟି ବାକ୍ୟରେ ଯାହା ଲେଖିଛନ୍ତି ତାହାକୁ ସୂଚାଏ  ଯଦି କେହି ଯୋହନ ଏବଂ ଅନ୍ୟ ପ୍ରେରିତମାନେ ଯାହା ଶିକ୍ଷା ଦେଇଛନ୍ତି ତାହା ସହ ସହମତ ହୁଏ ତେବେ ଏହା ସତ୍ୟ ଅଟେ  ଏବଂ ଯଦି ଏହା ନହୁଏ ତେବେ ଏହା ଏକ ମିଥ୍ୟା ବାର୍ତ୍ତା ଅଟେ ବୋଲି ଆମ୍ଭେମାନେ ଜାଣିପାରିବା । ଯୋହନ 4:2–3ରେ ଯାହା କହିଥିଲେ ତାହା ମଧ୍ୟ ହୁଏତ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ ।(See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

γινώσκομεν

କାରଣ ଯୋହନ  ପୁଣି ଥରେ ନିଜ ବିଷୟରେ ଏବଂ ସେ ଲେଖୁଥିବା ବିଶ୍ଵାସୀମାନଙ୍କ ବିଷୟରେ କହନ୍ତି, ଆମ୍ଭେମାନେ ସର୍ବନାମ ଏହି ପଦର ଶେଷ ବାକ୍ୟରେ ଅନ୍ତର୍ଭୂକ୍ତ କରେ, ଏବଂ ଯଦି ଆପଣଙ୍କ  ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ  ଅନୁବାଦରେ ଏହାକୁ ଅନ୍ତର୍ଭୂକ୍ତ କରିପାରିବେ । ଏହା 4:13 ରେ ମଧ୍ୟ ଜାରିରହେ। ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης

ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆତ୍ମା ​​ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ,ଏହା ହୁଏତ: (1) ଆତ୍ମା ​​ଯାହା ଏକ ନିର୍ଦ୍ଦିଷ୍ଟ ପ୍ରକାରର ବାର୍ତ୍ତାକୁ ପ୍ରେରଣ କରେ । ଏହି କ୍ଷେତ୍ରରେ, ସତ୍ୟର ଆତ୍ମା ଈଶ୍ଵରଙ୍କ ଆତ୍ମାକୁ ଏବଂ ତ୍ରୁଟିର ଆତ୍ମା ​​ଶୟତାନକୁ ସୂଚାଏ । ଯୋହନ 4:4 ରେ "ତୁମ୍ଭମାନଙ୍କ ମଧ୍ୟରୁ ଜଣେ" ଏବଂ "ଜଗତର ଜଣେ" ଭାବରେ ଉଲ୍ଲେଖ କରିଥିବା ବିଷୟକୁ ମଧ୍ୟ ବୁଝାଏ । UST ଦେଖନ୍ତୁ | (2) କୌଣସି ବିଷୟର ଚରିତ୍ର ଅଟେ । ଏହି ପରିପ୍ରେକ୍ଷୀରେ, ଯୋହନ ଆତ୍ମାକୁ ସାଙ୍କେତିକ ଭାବରେ ବ୍ୟବହାର କରି ସେହି ଲୋକମାନଙ୍କୁ ବୁଝାନ୍ତି ଯାହାର ଶିକ୍ଷାଗୁଡ଼ିକରେ ଏକ ନିର୍ଦ୍ଦିଷ୍ଟ ଚରିତ୍ର ଅଛି । ବିକଳ୍ପ ଅନୁବାଦ: "ଯେଉଁମାନଙ୍କର ଶିକ୍ଷା ସତ୍ୟ ଅଟେ ଏବଂ ଯେଉଁମାନଙ୍କର ଶିକ୍ଷା ମିଥ୍ୟା ଅଟେ" (See: ଲାକ୍ଷଣିକ ଶବ୍ଦ)

τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଏବଂ “ମିଥ୍ୟା” ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ସତ୍ୟ ଏବଂ ଭୁଲ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାର ଶିକ୍ଷା ସତ୍ୟ ଏବଂ ଯାହାର ଶିକ୍ଷା ମିଥ୍ୟା ଅଟେ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 4:7

ἀγαπητοί

2:7 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେଉଁମାନଙ୍କୁ ମୁଁ ପ୍ରେମ କରେ ” କିମ୍ବା “ପ୍ରିୟ ବନ୍ଧୁଗଣ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

πᾶς ὁ ἀγαπῶν, ἐκ τοῦ Θεοῦ γεγέννηται

ଆପଣ ଏହି ଶବ୍ଦକୁ 2:29 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ପିତା ଅଟନ୍ତି” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἡ ἀγάπη ἐκ τοῦ Θεοῦ ἐστιν

ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତିର ଅର୍ଥ 4:1-3 ର ଅର୍ଥ ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରିବାକୁ ଆମ୍ଭମାନଙ୍କୁ ପ୍ରେରଣା ଦିଅନ୍ତି” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

πᾶς ὁ ἀγαπῶν, ἐκ τοῦ Θεοῦ γεγέννηται

ଆପଣ ଏହି  2:29 ଏବଂ 3:9 ରୂପକକୁ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( ଉପମା/ରୂପକଦେଖନ୍ତୁ)

ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 7 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: "ପ୍ରେମ ଈଶ୍ଵରଙ୍କଠାରୁ ଆସେ" (See: ବିଭାଗ ଶିରୋନାମା)

καὶ γινώσκει τὸν Θεόν

ଯୋହନ 2:4 ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”

1 John 4:8

ὁ Θεὸς ἀγάπη ἐστίν

ଈଶ୍ଵର ଆପଣା ଚରିତ୍ରରେ କିପରି ଅଟନ୍ତି ତାହା ତାହା ବର୍ଣ୍ଣନା କରିବାକୁ ଏହା ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( ଉପମା/ରୂପକଦେଖନ୍ତୁ)

ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମରର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର  ପ୍ରେମ ଅଟନ୍ତି, ଯିଏ ପ୍ରେମ କରେ ନାହିଁ ସେ ଈଶ୍ଵରଙ୍କୁ  ଜାଣେ ନାହିଁ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

οὐκ ἔγνω τὸν Θεόν

ଯୋହନ 2:4 ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”

ὁ Θεὸς ἀγάπη ἐστίν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ପ୍ରେମ” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେପ୍ରେମ କରନ୍ତି” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 4:9

ἐν τούτῳ

ଏଥିରେ ବାକ୍ୟାଂଶ ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ  ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἡ ἀγάπη τοῦ Θεοῦ

ଏଠାରେ, ଈଶ୍ଵରଙ୍କ ପ୍ରେମ, ଈଶ୍ଵରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପାଇଁ ଈଶ୍ଵରଙ୍କ ପ୍ରେମ” ( ଅଧିକାର/ଦଖଲଦେଖନ୍ତୁ)

ἵνα ζήσωμεν δι’ αὐτοῦ

ଯେହେତୁ ଯୀଶୁ ଆସିବା ପୂର୍ବରୁ ଲୋକମାନେ ପ୍ରକୃତରେ ଜୀବନ୍ତ ଥିଲେ, ଯୋହନ ଏହାକୁ ଏକ ଆଳଙ୍କାରିକ ଅର୍ଥରେ କହନ୍ତି । ସେ ହୁଏତ  3:15 ରେ ଯାହାକୁ “ଅନନ୍ତ ଜୀବନ” ବୋଲି କହନ୍ତି ତାହାକୁ ଦର୍ଶାନ୍ତି । ଯେଉଁଥିରେ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ଏବଂ ଏକ ନୂତନ ଭାବରେ ବଞ୍ଚିବା ପାଇଁ ଏହି ଜୀବନରେ ଈଶ୍ଵରଙ୍କଠାରୁ ଶକ୍ତି ଗ୍ରହଣ କରିବାକୁ ଅନ୍ତର୍ଭୁକ୍ତ ଅଟେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତାହାଙ୍କ ମାଧ୍ୟମରେ ଆମ୍ଭେମାନେ ଏହି ଜୀବନରେ ନୂତନ ଲୋକ ଭାବରେ ବାସ କରିବାକୁ ଏବଂ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବାକୁ ଈଶ୍ଵରଙ୍କଠାରୁ ଶକ୍ତି ପାଇପାରିବା । ( ଉପମା/ରୂପକଦେଖନ୍ତୁ)

ἐφανερώθη ἡ ἀγάπη τοῦ Θεοῦ ἐν ἡμῖν

1 ଯୋହନଙ୍କ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ | ଏହା ଏକ ଗ୍ରୀକ୍ କର୍ମବାଚ୍ୟସୂଚକ ଶବ୍ଦ ଅଟେ ଯାହାର ଏକ ସକ୍ରିୟ ଅର୍ଥ ଥାଇପାରେ, ତେଣୁ ଏହାକୁ “ପ୍ରକାଶ” କିମ୍ବା “ପ୍ରକାଶ କରାଗଲା” ବୋଲି ଅନୁବାଦ କରାଯାଇପାରେ | ଯଦି ଆପଣଙ୍କ ଭାଷା କର୍ମବାଚ୍ୟସୂଚକ ଶବ୍ଦ ବ୍ୟବହାର କରେ ନାହିଁ, ଆପଣ ଏକ ସକ୍ରିୟ କ୍ରିୟା ବ୍ୟବହାର କରି କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ | ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ତାହା ପ୍ରକାଶ କଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ἡμῖν

ଆମ୍ଭମାନଙ୍କ ମଧ୍ୟରେ ଅଭିବ୍ୟକ୍ତି ହୁଏତ ସମସ୍ତ ମାନବିକତାକୁ ବୁଝାଏ, ଏହା କେବଳ ସେହି ଲୋକମାନଙ୍କୁ ଯେଉଁମାନେ ଯୀଶୁଙ୍କୁ ଜୀବିତ ଥିବା ସମୟରେ ଦେଖିଥିଲେ ଏବଂ ଶୁଣିଥିଲେ ବୁଝାଏ ନାହିଁ, ତେଣୁ ଆମ୍ଭମାନଙ୍କ  ଶବ୍ଦ ଯୋହନ ଲେଖୁଥିବା ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ । ଯୋହନ ପରେ ଏହି ପର୍ବରେ ଯୀଶୁ ଆସିଲେ ଯେପରି ଆମ୍ଭେମାନେ ତାହାଙ୍କ ମାଧ୍ୟମରେ ଜୀବିତ ହେବା ବୋଲି କହିଲେ, ଏବଂ ଏଠାରେ “ଆମ୍ଭେମାନେ” ଶବ୍ଦ ଏହି ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ । ତେଣୁ ଏହା ହୁଏତ ସେହି ଆମ୍ଭମାନଙ୍କ ଶବ୍ଦ ଅଟେ ଯାହା ପୂର୍ବରୁ ମଧ୍ୟ ସେମାନଙ୍କୁ ଅନ୍ତର୍ଭୁକ୍ତ କରେ । ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ἐν τούτῳ

ଏଠାରେ, ଏହା ଅବଶିଷ୍ଟ ବାକ୍ୟରେ ଯୋହନ ଯାହା କହିବେ ତାହାକୁ ସୂଚିତ କରେ । ଈଶ୍ଵର ଆପଣା ପୁତ୍ରଙ୍କୁ ପଠାଇ ଆମ୍ଭମାନଙ୍କୁ ସେ ପ୍ରେମ କରନ୍ତି ବୋଲି ପ୍ରକାଶ କଲେ । (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

τὸν Υἱὸν αὐτοῦ

ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ  ପୁତ୍ର ଯୀଶୁ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

τὸν μονογενῆ

ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ପ୍ରକୃତ ସନ୍ତାନ ଅଟେ” କିମ୍ବା “ତାଙ୍କର ଏକମାତ୍ର”

εἰς τὸν κόσμον

ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ  ଜଗତ ଶବ୍ଦ  ବ୍ୟବହାର କରନ୍ତି । ଏଠାରେ ଏହା ସୃଷ୍ଟି ହୋଇଥିବା ଜଗତକୁ ବୁଝାଏ । ବିକଳ୍ପ ଅନୁବାଦ: “ଏହି ପୃଥିବୀକୁ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

δι’ αὐτοῦ

ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ପାଇଁ ଯାହା କରିଛନ୍ତି ତାହାର ଫଳସ୍ଵରୂପ”

1 John 4:10

ἐν τούτῳ ἐστὶν ἡ ἀγάπη

ଏଥିରେ ବାକ୍ୟାଂଶ ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ  ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ପ୍ରକୃତ ପ୍ରେମ ଅନୁଭବ କରିଅଛୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἀπέστειλεν τὸν Υἱὸν αὐτοῦ, ἱλασμὸν περὶ τῶν ἁμαρτιῶν ἡμῶν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ଅଭିବ୍ୟକ୍ତି ସହିତ ଭାବ ବାଚକ ବିଶେଷ୍ୟ ପ୍ରାୟଶ୍ଚିତ୍ତ ପଛରେ ଥିବା ଧାରଣାର ଅର୍ଥ ପ୍ରକାଶ କରିପାରିବେ । 2:2 ରେ ଆପଣ କିପରି ଏହି ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆପଣା ପୁତ୍ରଙ୍କୁ ପ୍ରାୟଶ୍ଚିତ୍ତ ସ୍ୱରୂପ ପଠାଇଲେ ଯାହା ଆମ୍ଭମାନଙ୍କର ପାପ ହେତୁ ତାହାଙ୍କୁ ଆଉ କ୍ରୋଧିତ କଲା ନାହିଁ” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ἐν τούτῳ ἐστὶν ἡ ἀγάπη

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ପ୍ରେମ” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେ ପ୍ରେମ କରନ୍ତି” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

τὸν Υἱὸν αὐτοῦ

ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

1 John 4:11

ἀγαπητοί

2:7 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେଉଁମାନଙ୍କୁ ମୁଁ ପ୍ରେମ କରେ ” କିମ୍ବା “ପ୍ରିୟ ବନ୍ଧୁଗଣ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

εἰ οὕτως ὁ Θεὸς ἠγάπησεν ἡμᾶς

ଏହା ଏକ ଉପକଳ୍ପିତ ସମ୍ଭାବନା ବୋଲି ଯୋହନ କହନ୍ତି କିନ୍ତୁ ତାହାଙ୍କ ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ  ଭାଷା ଯାହା  ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ଅଟେ ତାହାକୁ ପ୍ରକାଶ କରେ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ଯୋହନ କହୁଥିବା ବିଷୟକୁ ଭୁଲ ବୁଝିପାରନ୍ତି, ତେବେ ଆପଣ ତାହାଙ୍କ ଶବ୍ଦକୁ ଏକ ଦୃଢ଼ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର ଆମ୍ଭମାନଙ୍କୁ ଏହିପରି ପ୍ରେମ କଲେ” ( ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁଦେଖନ୍ତୁ)

οὕτως

ଈଶ୍ଵର ଆମ୍ଭମାନଙ୍କୁ କିପରି ଆପଣା ପ୍ରେମ ପ୍ରକାଶ କଲେ ଏଠାରେ ଏହିପରି ଶବ୍ଦ ଏହାର ପ୍ରକାରକୁ ଦର୍ଶାଏ ଯେପରି ଏହା ପର୍ବ 9 ଏବଂ 10 ରେ ବର୍ଣ୍ଣନା କରାଯାଇଛି । ବିକଳ୍ପ ଅନୁବାଦ: “ସେହିପରି” (See: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁ)

1 John 4:12

ὁ Θεὸς ἐν ἡμῖν μένει

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା 2:6 ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( ଉପମା/ରୂପକଦେଖନ୍ତୁ)

ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν

2:5 ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କଲେ ଦେଖନ୍ତୁ । ଏଠାରେ , ଏହା ସ୍ପଷ୍ଟ ଯେ ଯୋହନ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ପରିବର୍ତ୍ତେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ଥିବା ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର  ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିଛି” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ἐὰν ἀγαπῶμεν ἀλλήλους, ὁ Θεὸς ἐν ἡμῖν μένει, καὶ ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν

ଯୋହନ ଏକ ବାସ୍ତବ ପରିସ୍ଥିତି ବିଷୟରେ ଏହା ଯେପରି ଏକ ଆନୁମାନିକ ସର୍ତ୍ତ ପରି କହନ୍ତି | ଯଦି ଆପଣଙ୍କ ଭାଷା କୌଣସି ବିଷୟକୁ ସର୍ତ୍ତ ଭାବରେ ପ୍ରକାଶ କରେ ନାହିଁ ଯଦି ଏହା ପ୍ରକୃତ ଅଟେ, ଏବଂ ଯଦି ଆପଣଙ୍କ ପାଠକମାନେ ଯାହା ଯୋହନ କହନ୍ତି ତାହା ବାସ୍ତବ ନୁହେଁ ବୋଲି ଏହାକୁ ଭୁଲ ବୁଝିପାରନ୍ତି, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଦୃଢ଼ ବାକ୍ୟା ଭାବରେ ଅନୁବାଦ କରିପାରିବେ | ବିକଳ୍ପ ଅନୁବାଦ: “କିନ୍ତୁ ଯେପରି ଆମ୍ଭେମାନେ ପରସ୍ପରକୁ ପ୍ରେମକରୁ, ଈଶ୍ଵର ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି, ଏବଂ ତାହାଙ୍କ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୁଏ” କିମ୍ବା “କିନ୍ତୁ ଆମ୍ଭେମାନେ ପରସ୍ପରକୁ ପ୍ରେମକରୁ, ତେଣୁ ଏହାର ଅର୍ଥ ଈଶ୍ଵର ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି, ଏବଂ ତାଙ୍କର ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି” (See: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁ)

1 John 4:13

ἐν αὐτῷ μένομεν, καὶ αὐτὸς ἐν ἡμῖν

ରହିବା ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । ଏଠାରେ , ଏହା 2:6 ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖୁ, ଏବଂ ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖନ୍ତି” ( ଉପମା/ରୂପକଦେଖନ୍ତୁ)

ἐν αὐτῷ μένομεν, καὶ αὐτὸς ἐν ἡμῖν

ଏବଂ ସେ ଆମ୍ଭମାନଙ୍କର ମଧ୍ୟରେ ଅଭିବ୍ୟକ୍ତିରେ ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କଠାରେ ରହୁ ଏବଂ ସେ ଆମ୍ଭମାନଙ୍କଠାରେ ରହନ୍ତି” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

ἐν τούτῳ γινώσκομεν ὅτι ἐν αὐτῷ μένομεν, καὶ αὐτὸς ἐν ἡμῖν, ὅτι ἐκ τοῦ Πνεύματος αὐτοῦ δέδωκεν ἡμῖν

ଆପଣଙ୍କ ଅନୁବାଦ ଅଧିକ ସ୍ପଷ୍ଟ ହୋଇପାରେ ଯଦି ଆପଣ  ସେହି ଶବ୍ଦକୁ ଅନୁବାଦ ନ କରନ୍ତି କିମ୍ବା ଯଦି ଆପଣ  ଏହାକୁ “କାରଣ” ଭାବରେ ଅନୁବାଦ କରନ୍ତି ଏବଂ ଏଥିରେ ଅଭିବ୍ୟକ୍ତି ଉଲ୍ଲେଖ ନ କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି: ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି” କିମ୍ବା “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, କାରଣ ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି ।”

ἐκ τοῦ Πνεύματος αὐτοῦ δέδωκεν ἡμῖν

ଶବ୍ଦର ଅର୍ଥ “କେତେକ” ଅଟେ। ଈଶ୍ଵର କେବଳ ତାହାଙ୍କ କେତେକ ଆତ୍ମାକୁ ସମସ୍ତ  ବିଶ୍ଵାସୀମାନଙ୍କ  ସମ୍ପ୍ରଦାୟକୁ ଦେଇଛନ୍ତି ବୋଲି ଯୋହନ କହନ୍ତି ନାହିଁ। ବରଂ, ଯୋହନ କହନ୍ତି  ଯେ ତାହାଙ୍କ ଆତ୍ମା ଦ୍ଵାରା, ଈଶ୍ଵର  ସମସ୍ତ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ଭାବରେ ଉପସ୍ଥିତ, ଏବଂ ପ୍ରତ୍ୟେକ ବିଶ୍ଵାସୀ  ନିଜ ଜୀବନରେ ଆତ୍ମାଙ୍କ ଉପସ୍ଥିତି ଦ୍ୱାରା ଈଶ୍ଵରଙ୍କ ସେହି ପୂର୍ଣ୍ଣ ଉପସ୍ଥିତିକୁ ଅନୁଭବ କରନ୍ତି । ଆପଣଙ୍କ  ଅନୁବାଦରେ ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ଵରଙ୍କ ତାହାଙ୍କ ଆତ୍ମାଠାରୁ କମ୍ ହୁଏ ନ ଅହିଁ ଯେହେତୁ ଆମ୍ଭମାନଙ୍କ ପ୍ରତ୍ୟେକଙ୍କର କେତେକ ଅଛି । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ତାହାଙ୍କ ଆତ୍ମା ପଠାଇଲେ”

ἐν τούτῳ γινώσκομεν ὅτι

ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 4:14

ἡμεῖς τεθεάμεθα καὶ μαρτυροῦμεν, ὅτι

ଏହି ପଦରେ, ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି , ତେଣୁ ସର୍ବନାମ  ଆମ୍ଭେମାନେ  ବହିର୍ଭୂତ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ଏହା ଦେଖିଅଛୁ ଏବଂ ଏହାର ସାକ୍ଷୀ ମଧ୍ୟ ଦେଇଅଛୁ” ('ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

ὁ Πατὴρ…τὸν Υἱὸν

ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର  ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର… ତାହାଙ୍କ ପୁତ୍ର ଯୀଶୁ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

Σωτῆρα τοῦ κόσμου

ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 4:15

ὃς ἐὰν ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ

ଏହି ଅଭିବ୍ୟକ୍ତିର ଅର୍ଥ  2:23 ରେ “ଯିଏ ପୁତ୍ରଙ୍କୁ ସ୍ୱୀକାର କରେ” ଅଭିବ୍ୟକ୍ତି ସହିତ ସମାନ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ  କରନ୍ତି ଏବଂ ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὁ Υἱὸς τοῦ Θεοῦ

ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା 2:6 ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ   ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି, ଏବଂ ସେ ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( ଉପମା/ରୂପକଦେଖନ୍ତୁ)

ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ

ଏବଂ ସେ ଈଶ୍ଵର ଙ୍କଠାରେ ଅଭିବ୍ୟକ୍ତିରେ, ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ। ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ତାହାଙ୍କଠାରେ ବାସ କରନ୍ତି ଏବଂ ସେ ଈଶ୍ଵରଙ୍କଠାରେ ବାସକରେ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

ὃς ἐὰν ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ

ଏଠାରେ ଯୋହନ  ପ୍ରକୃତରେ ଏକ ସର୍ତ୍ତମୂଳକ ବାକ୍ୟ ଉପସ୍ଥାପନ କରନ୍ତି। ଯଦି ସେ ପ୍ରଥମ ବାକ୍ୟରେ ଯାହା ବର୍ଣ୍ଣନା କରନ୍ତି ତାହା ଘଟେ ତେବେ ସେ କହନ୍ତି  ଯେ ଦ୍ୱିତୀୟ ବାକ୍ୟରେ ସେ ଯାହା ବର୍ଣ୍ଣନା କରିଛନ୍ତି ତାହା କେବଳ ଘଟିବ, ଯଦିଓ ଏହା ନିଶ୍ଚିତ ଭାବରେ ଘଟିବ । ବିକଳ୍ପ ଅନୁବାଦ: “ଯଦି କେହି ସ୍ୱୀକାର କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି, ତେବେ ଈଶ୍ଵର  ତାହାଙ୍କଠାରେ ବାସ କରିବେ ଏବଂ ସେ ଈଶ୍ଵରଙ୍କଠାରେ ରହିବେ” ( ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

1 John 4:16

ὁ Θεὸς ἀγάπη ἐστίν

ଏହା ଏକ ରୂପକ ଅଟେ ଯାହା ଈଶ୍ଵର  ଆପଣା  ଚରିତ୍ରରେ କିପରି ଅଟନ୍ତି ତାହା ବର୍ଣ୍ଣନା କରେ । 4:8 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( ଉପମା/ରୂପକଦେଖନ୍ତୁ)

ὁ μένων ἐν τῇ ἀγάπῃ

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । 2:24 ପରି, ଏଠାରେ  ଶବ୍ଦଟି ଆଚରଣର ବଜାୟ ରଖିବାକୁ ସୂଚାଏ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ନିରନ୍ତର ପ୍ରେମ କରେ” ( ଉପମା/ରୂପକଦେଖନ୍ତୁ)

ἐν τῷ Θεῷ μένει, καὶ ὁ Θεὸς ἐν αὐτῷ μένει

1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା in 2:6 ଏବଂ  4:15ରେ ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ   ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି, ଏବଂ ସେ ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି ” ( ଉପମା/ରୂପକଦେଖନ୍ତୁ)

ἡμεῖς…ἡμῖν

ଏଠାରେ ଏବଂ ଏହି ପତ୍ରରେ , ଯୋହନ ନିଜ ବିଷୟରେ ଏବଂ ବିଶ୍ଵାସୀମାନଙ୍କ ବିଷୟରେ ଥରେ ଉଲ୍ଲେଖ କରନ୍ତି ଯାହାଙ୍କୁ ସେ ଏହି ପତ୍ର  ଲେଖୁଛନ୍ତି, ତେଣୁ ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର  ଶବ୍ଦ ସମଷ୍ଟିବାଚକ ବିଶେଷ୍ୟ ଅଟେ, ଏବଂ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସମଷ୍ଟିବାଚକ ଶବ୍ଦକୁ ବ୍ୟବହାର କରନ୍ତୁ । ( 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତଦେଖନ୍ତୁ)

τὴν ἀγάπην ἣν ἔχει ὁ Θεὸς ἐν ἡμῖν

ଏଠାରେ ଆମ୍ଭମାନଙ୍କ ମଧ୍ୟରେ ଅନୁବାଦିତ ବାକ୍ୟାଂଶ 4:9 ରେ "ଆମ୍ଭମାନଙ୍କ ମଧ୍ୟରେ" ଅନୁବାଦ ହୋଇଥିବା ବାକ୍ୟାଂଶ ସହିତ ସମାନ ଅଟେ  | ଏଠାରେ ଏହାର ଅର୍ଥ ହୋଇପାରେ: (1) ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ନିର୍ଦ୍ଦେଶିତ | ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆମ୍ଭମାନଙ୍କ ପ୍ରତି ଥିବା ପ୍ରେମ” (2) ଆମ୍ଭମାନଙ୍କ ମାଧ୍ୟମରେ ଅନ୍ୟମାନଙ୍କ ପ୍ରତି ନିର୍ଦ୍ଦେଶିତ ଈଶ୍ଵରଙ୍କ ପ୍ରେମ | ବିକଳ୍ପ ଅନୁବାଦ: " ଆମ୍ଭମାନଙ୍କ ଭିତରେ ଈଶ୍ଵରଙ୍କ ପ୍ରେମ" ହୁଏତ ଯୋହନ ଉଭୟ ଅର୍ଥକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ସାଧାରଣ ବାକ୍ୟ ବ୍ୟବହାର କରିଥିଲେ | (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

1 John 4:17

ἐν τούτῳ

4:9 ରେ, ଏହାର ଅର୍ଥ ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ “ଏଥିରେ ଆମ୍ଭେମାନେ ଜାଣୁ” ଯୋହନ ଏହି ପତ୍ରରେ ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

τετελείωται ἡ ἀγάπη μεθ’ ἡμῶν

2:5 ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ଯେହେତୁ ଯୋହନ ଈଶ୍ଵରଙ୍କ ପ୍ରେମ ବିଷୟରେ ପୂର୍ବ ପଦରେ ଉଲ୍ଲେଖ କରନ୍ତି, ପ୍ରସଙ୍ଗଟି ସୂଚାଏ ଯେ ଯୋହନ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମ ପରିବର୍ତ୍ତେ ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କ ପ୍ରେମ ବିଷୟରେ କହନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିଛି” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

ὅτι καθὼς ἐκεῖνός ἐστιν, καὶ ἡμεῖς ἐσμεν

ନିର୍ଦ୍ଦେଶକ ସର୍ବନାମ ଯାହା ଜଣେ ଯୀଶୁଙ୍କୁ ସୂଚିତ କରେ | ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯୀଶୁଙ୍କ ସଦୃଶ ହେଉଅଛୁ” ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἐν τῇ ἡμέρᾳ τῆς κρίσεως

ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ଯୋହନ ଦିନ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁ ସମୟରେ ଈଶ୍ଵର ଆମ୍ଭମାନଙ୍କର ବିଚାର କରିବେ ।” (See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)

ἵνα παρρησίαν ἔχωμεν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ବିଶ୍ଵାସୀମାଣେ କେଉଁ ବିଶ୍ୱାସ ରଖିବେ ସେହି ବିଷୟରେ ଆପଣ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଆମ୍ଭେମାନେ ନିଶ୍ଚିତ ହେବା ଯେ ଈଶ୍ଵର ଆମ୍ଭମାନଙ୍କର ପାପ କ୍ଷମା କରିଛନ୍ତି ଏବଂ ଆମ୍ଭମାନଙ୍କୁ ଗ୍ରହଣ କରିବେ ।” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

ἐν τούτῳ

ଏଥିରେ ବାକ୍ୟାଂଶର ଅର୍ଥ ହୋଇପାରେ: (1) ପର୍ବ 16ର ଶେଷ ପଦକୁ ।  ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ ରହି,” (2) ବାକ୍ୟାଂଶର ଆରମ୍ଭକୁ କାରଣ ସେହି ଜଣକ ପରି । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ପ୍ରେମ କରି ସେହିପରି ଅନ୍ୟମାନଙ୍କୁ ପ୍ରେମ କରିବା ଦ୍ୱାରା,” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

ἐν τῷ κόσμῳ τούτῳ

ଯୋହନ  ଏହି ପତ୍ରରେ  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ଏକ ଆଳଙ୍କାରିକ ଭାବେ ବ୍ୟବହାର କରନ୍ତି । ଏଠାରେ, ତଥାପି, ଏହା ଆକ୍ଷରିକ ଭାବରେ ସୃଷ୍ଟି ହୋଇଥିବା ଜଗତକୁ ସୂଚାଏ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ  ଏହି ଜଗତରେ ବାସ କରୁ” କିମ୍ବା “ଏହି ଜଗତରେ ଆମ୍ଭମାନଙ୍କ  ଜୀବନରେ” । ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ὅτι

ଏଠାରେ ଅନୁବାଦ କରାଯାଇଥିବା କାରଣ ଶବ୍ଦକୁ ଅନେକ ଅର୍ଥରେ ବୁଝାଯାଇପାରେ, ଏହା ଆପଣ ଏଥିରେ ବାକ୍ୟାଂଶକୁ ଆରମ୍ଭରେ କିପରି ଅନୁବାଦ କରିଛନ୍ତି ତାହା ଉପରେ ନିର୍ଭର କରେ । (1) ଯଦି ଆପଣ ଏଥିରେ ଶବ୍ଦକୁ 16 ପଦକୁ ସୂଚାଇ ଅନୁବାଦ କରିଛନ୍ତି, ତେବେ ଏହି ଶବ୍ଦକୁ "କାରଣ" ବୋଲି ଅନୁବାଦ କରାଯାଇପାରେ । (2 ) ଯଦି ଆପଣ ଏଥିରେ ଶବ୍ଦକୁ ବାକ୍ୟାଂଶକୁ ଯାହା ଏହି ଶବ୍ଦ ସହ ଆରମ୍ଭ ହୁଏ ସୂଚାଇ ଅନୁବାଦ କରିଛନ୍ତି ତେବେ ଆପଣ ଏହି ଶବ୍ଦକୁ “ଯାହା”ବୋଲି ଅନୁବାଦ କରନ୍ତୁ ।

ἵνα παρρησίαν ἔχωμεν ἐν τῇ ἡμέρᾳ τῆς κρίσεως

ତେଣୁକରି ବାକ୍ୟାଂଶରେ ଆରମ୍ଭ ହେଉଥିବା ବାକ୍ୟ: (1) ଏକ ବାକ୍ୟାଂଶର ପରିଣାମ ଅଟେ | ତାହା ହୁଏତ ଯୋହନ କହନ୍ତି ଯେ ଈଶ୍ଵରଙ୍କ ପ୍ରେମର ପରିଣାମ ବର୍ତ୍ତମାନ ଆମ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରେ, ଆମ୍ଭେମାନେ ତାହାଙ୍କ କ୍ଷମା ଏବଂ ଗ୍ରହଣର ବିଚାର ଦିନ ଯେପରି ବିଶ୍ୱାସରେ ଦୃଢ଼ ହେବା | ଯଦି ଆପଣ ଏହିପରି କରିବାକୁ ନିର୍ଣ୍ଣୟ କରନ୍ତି, ତେବେ ଆପଣ ଅନୁବାଦର ପରିଣାମ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ | ବିକଳ୍ପ ଅନୁବାଦ: "ଫଳ ସ୍ଵରୂପ ଆମ୍ଭେମାନେ ଯେପରି ବିଚାର ଦିନରେ ଆତ୍ମବିଶ୍ୱାସୀ ହୋଇପାରିବା" (2) ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶ | ତାହା ହୁଏତ ଯୋହନ କହନ୍ତି ଯେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିବାର ଗୋଟିଏ କାରଣ ଏହା ଅଟେ ସେ ଚାହାଁନ୍ତି ଯେ ତାହାଙ୍କ କ୍ଷମା ଏବଂ ଗ୍ରହଣର ବିଚାର ଦିନ ଆମ୍ଭେମାନେ ଆତ୍ମବିଶ୍ୱାସୀ ହେଈପାରୁ | ଯଦି ଆପଣ ଏହିପରି କରିବାକୁ ନିର୍ଣ୍ଣୟ କରନ୍ତି, ତେବେ ଆପଣ ଅନୁବାଦ ଉଦ୍ଦେଶ୍ୟ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ | (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

ἵνα παρρησίαν ἔχωμεν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସାହସ” ଭଳି ଏକ ବିଶେଷଣ ସହିତ ବିସ୍ତୃତ ବିଶେଷ୍ୟ ସାହସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ | ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଆମ୍ଭେମାନେ ନିଶ୍ଚିତ ହେବା ଯେ ଈଶ୍ଵର ଆମ୍ଭମାନଙ୍କୁ କ୍ଷମା କରିଛନ୍ତି ଏବଂ ଆମ୍ଭମାନଙ୍କୁ ଗ୍ରହଣ କରିବେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)

1 John 4:18

ἡ τελεία ἀγάπη ἔξω βάλλει τὸν φόβον

ଯୋହନ  ପ୍ରେମ ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା କ୍ରିୟା ଭାବରେ ଆମ୍ଭମାନଙ୍କଠାରୁ ଭୟକୁ ଦୂରେଇ ଦେଇପାରେ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର ଜୀବନରେ ଏହାର ଉଦ୍ଦେଶ୍ୟ ସିଦ୍ଧ ହୁଏ, ଏହା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଏ ନାହିଁ । ( ବ୍ୟକ୍ତିତ୍ୱଆରୋପଦେଖନ୍ତୁ)

φόβος οὐκ ἔστιν ἐν τῇ ἀγάπῃ, ἀλλ’ ἡ τελεία ἀγάπη ἔξω βάλλει τὸν φόβον, ὅτι ὁ φόβος κόλασιν ἔχει

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ବିଶେଷ କରି ଯୋହନ ପୂର୍ବ ପଦରେ ଯାହା କହିଛନ୍ତି ତାହା ଦୃଷ୍ଟିରେ ରଖି ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ଯିଏ ଭାବେ ଯେ ସେ ଦଣ୍ଡିତ ହେବାକୁ ଯାଉଛି, ସେ ଭୟଭୀତ ହୁଏ, ଯିଏ ପ୍ରକୃତରେ ବୁଝେ ଯେ ଈଶ୍ଵର ତାକୁ କେତେ ପ୍ରେମ କରନ୍ତି , ସେ ଭୟଭୀତ ହୁଏ ନାହିଁ, କାରଣ ସେତେବେଳେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର ଜୀବନରେ ଏହାର ଉଦ୍ଦେଶ୍ୟ ସିଦ୍ଧ କରେ, ଆମ୍ଭେମାନେ ନିଶ୍ଚିତ ଯେ ସେ କ୍ଷମା କରି ଆମ୍ଭମାନଙ୍କୁ ଗ୍ରହଣ କରିବେ ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὁ δὲ φοβούμενος, οὐ τετελείωται ἐν τῇ ἀγάπῃ

See how you translated the similar expression in  2:5. Here, as there, love could mean: (1) God’s love for us. Alternate translation: “So if someone is afraid, then God’s love has not achieved its purpose in his life” (2) our love for God. Alternate translation: “So if someone is afraid, then he does not yet love God perfectly” It could also mean both things, as in 3:17. If you must choose, then we recommend option (1). But if your translation can leave both possibilities open, that would be best. Alternate translation: “So if someone is afraid, then love is not yet fully working in his life”(See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

φόβος οὐκ ἔστιν ἐν τῇ ἀγάπῃ, ἀλλ’ ἡ τελεία ἀγάπη ἔξω βάλλει τὸν φόβον, ὅτι ὁ φόβος κόλασιν ἔχει

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ପ୍ରଥମ ବାକ୍ୟାଂଶ  ପୂର୍ବରୁ ତୃତୀୟ ବାକ୍ୟାଂଶ  ରଖିପାରିବେ, ଯେହେତୁ ତୃତୀୟ ବାକ୍ୟାଂଶ  ପରିଣାମର  କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ଭୟରେ ଦଣ୍ଡ ଅଛି, ପ୍ରେମରେ ଭୟ ନାହିଁ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ବାହାର କରେ” ( ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମଦେଖନ୍ତୁ)

ἡ τελεία ἀγάπη ἔξω βάλλει τὸν φόβον

ଯୋହନ ସିଦ୍ଧ ପ୍ରେମ ବାକ୍ୟାଂଶକୁ ବ୍ୟବହାର କରି  ସେ ପୂର୍ବ ପର୍ବରେ ଉଲ୍ଲେଖ କରିଥିବା “ସିଦ୍ଧ ପ୍ରେମକୁ” ବୁଝାନ୍ତି । ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରେ, ଏହା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଏ ନାହିଁ”

φόβος οὐκ ἔστιν ἐν τῇ ἀγάπῃ

ଯୋହନ  ଆଳଙ୍କାରିକ ଭାବରେ ଯେପରି ପ୍ରେମ ଭିତରେ ଭୟ ରହିପାରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଯିଏ ପ୍ରକୃତରେ ଈଶ୍ଵର ତାହାକୁ କେତେ ପ୍ରେମ କରନ୍ତି ବୁଝିପାରେ, ଭୟଭିତ ହୁଏ ନାହିଁ  । ( ଉପମା/ରୂପକଦେଖନ୍ତୁ)

ὁ φόβος κόλασιν ἔχει

“ଭୟରେ ଦଣ୍ଡ ଥାଏ” କିମ୍ବା “ଲୋକମାନେ ଯେତେବେଳେ ଦଣ୍ଡ ପାଇବେ ବୋଲି ମନେକରନ୍ତି ସେମାନେ ଭୟ କରନ୍ତି”

ὁ δὲ φοβούμενος, οὐ τετελείωται ἐν τῇ ἀγάπῃ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏପରି ବ୍ୟକ୍ତି କ’ଣ ଭୟ କରନ୍ତି ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ | ପୂର୍ବ ପର୍ବରୁ ଏହା ସ୍ପଷ୍ଟ ଅଟେ | ବିକଳ୍ପ ଅନୁବାଦ: "ତେଣୁ ଯଦି କେହି ଭୟ କରେ ଯେ ଈଶ୍ଵର ତାକୁ କ୍ଷମା କରି ନାହାଁନ୍ତି ଏବଂ  ତାକୁ ଗ୍ରହଣ କରିବେ ନାହିଁ, ତେବେ ଈଶ୍ଵରଙ୍କ ପ୍ରେମ ତାହାର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରି ନାହିଁ |" (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

1 John 4:19

ἡμεῖς ἀγαπῶμεν, ὅτι αὐτὸς πρῶτος ἠγάπησεν ἡμᾶς

ଏହି ପର୍ବଟି 10 ପର୍ବର ବାକ୍ୟାଂଶକୁ ସାରାଂଶିତ କରେ | ସେଠାରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ବର୍ଣ୍ଣନା କରେ | ବିକଳ୍ପ ଅନୁବାଦ: “କାରଣ ଈଶ୍ଵର ପ୍ରଥମେ ଆମ୍ଭମାନଙ୍କୁ ପ୍ରେମ କଲେ, ତେଣୁ ଆମ୍ଭେମାନେ ପ୍ରେମକରୁ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

ἡμεῖς ἀγαπῶμεν

ଆମ୍ଭେମାନେ କାହାକୁ ପ୍ରେମକରୁ ତାହା ପ୍ରକାଶ କରିବା ଯଦି ଆପଣଙ୍କ ପାଇଁ ଆବଶ୍ୟକ ଅଟେ, ଏଠାରେ ଦୁଇଟି ସମ୍ଭାବନା ଅଛି, ଏବଂ ଯୋହନ ବୋଧହୁଏ ଉଭୟ ଏଠାରେ ପ୍ରକାଶ କରନ୍ତି । ଯଦି ଆପଣ ପ୍ରକାଶ, ତେବେ ଆମେ ନିମ୍ନରେ ବିକଳ୍ପ ସୁପାରିଶ କରୁ (1) କିନ୍ତୁ ଯଦି ଆପଣଙ୍କ ଅନୁବାଦ UST ପରି ଉଭୟ ସମ୍ଭାବନାକୁ ଅନ୍ତର୍ଭୂକ୍ତ କରିପାରିବ, ତାହା ସର୍ବୋତ୍ତମ ହେବ । ବିକଳ୍ପ ଅନୁବାଦ: (1) “ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ କରୁ” କିମ୍ବା (2) “ଆମ୍ଭେମାନେ ଅନ୍ୟମାନଙ୍କୁ ପ୍ରେମକରୁ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

αὐτὸς πρῶτος ἠγάπησεν ἡμᾶς

ସର୍ବନାମ ସେ ଈଶ୍ଵରଙ୍କୁ ବୁଝାଏ | ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରଥମେ ଆମ୍ଭମାନଙ୍କୁ ପ୍ରେମ କଲେ” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

1 John 4:20

τὸν ἀδελφὸν αὐτοῦ

2:9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( ଉପମା/ରୂପକଦେଖନ୍ତୁ)

ὁ…μὴ ἀγαπῶν τὸν ἀδελφὸν αὐτοῦ…τὸν Θεὸν…οὐ δύναται ἀγαπᾶν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ନିଜ ସହବିଶ୍ଵାସୀମାନଙ୍କୁ ପ୍ରେମ କରନ୍ତି … ସେମାନେ ଈଶ୍ଵରଙ୍କୁ  ପ୍ରେମ କରିପାରିବେ” ( ଯୁଗ୍ମ ନାସ୍ତିସୂଚକ ଗୁଡ଼ିକଦେଖନ୍ତୁ)

ἐάν τις εἴπῃ, ὅτι ἀγαπῶ τὸν Θεόν, καὶ τὸν ἀδελφὸν αὐτοῦ μισῇ, ψεύστης ἐστίν

ଯୋହନ ତାଙ୍କ ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କର୍ମ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଚିହ୍ନିବାରେ ସାହାଯ୍ୟ କରିବାକୁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯଦି କେହି କହେ, 'ମୁଁ ଈଶ୍ଵଙ୍କୁ ପ୍ରେମ କରେ', କିନ୍ତୁ ସେ ନିଜ ଭାଇକୁ ଘୃଣା କରେ । ତେବେ ସେ ଜଣେ ମିଥ୍ୟାବାଦୀ ଅଟେ ।” (See: ପରିକଳ୍ପିତ ପରିସ୍ଥିତିସମୂହ)

καὶ

ଯିଏ ଈଶ୍ଵରଙ୍କୁ ପ୍ରେମ କରେ ସେ ନିଜ ସହ ବିଶ୍ୱାସୀମାନଙ୍କୁ ପ୍ରେମ କରେ ଏବଂ ତାହାଠାରୁ ଯାହା ଆଶା କରାଯାଏ ତାହା ମଧ୍ୟରେ ଏକ ପାର୍ଥକ୍ୟକୁ ଉପସ୍ଥାପିତ କରିବା ପାଇଁ ଯୋହନ ଏଠାରେ ଏବଂ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “କିନ୍ତୁ” ( ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

ὁ γὰρ μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହା କାହିଁକି ସତ୍ୟ ତାହା କହିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହାଙ୍କୁ ତୁମ୍ଭେମାନେ କେବେ ଦେଖି ପାରିବ ନାହିଁ ପ୍ରେମ କରିବା ଅପେକ୍ଷା, ତୁମ୍ଭର ସହ ବିଶ୍ଵାସୀକୁ ପ୍ରେମ କରିବା ଅଧିକ ସହଜ ଅଟେ, ଯିଏ ତୁମ୍ଭ ସାମ୍ନାରେ ଅଛି ।” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)

1 John 4:21

ὁ ἀγαπῶν τὸν Θεὸν

ଏଠାରେ ଯିଏ ଶବ୍ଦ ଈଶ୍ଵରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଯେ କେହି ଈଶ୍ଵରଙ୍କୁ ପ୍ରେମ କରେ” (See: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକ)

ταύτην τὴν ἐντολὴν ἔχομεν ἀπ’ αὐτοῦ

ବିକଳ୍ପ ଅନୁବାଦ: “ଏହା ହିଁ ଈଶ୍ଵର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି”

ἀπ’ αὐτοῦ

ସର୍ତାବନାମ ତାହାଙ୍କୁ ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵଙ୍କଠାରୁ” (See: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।)

τὸν ἀδελφὸν αὐτοῦ

ଆପଣ 2:9 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ | ବିକଳ୍ପ ଅନୁବାଦ: “ପ୍ରତ୍ୟେକ ସହ ବିଶ୍ଵସୀ” (See: ଉପମା/ରୂପକ)

1 John 5

1 ଯୋହନ 5 ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର

1. ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (5:1-12)

2. ପତ୍ରର ସମାପ୍ତି (5:13-21)

ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

*ମୃତ୍ୟୁ ପ୍ରତି ଏକ ପାପ”*

ଯୋହନଙ୍କର ଏହି ବାକ୍ୟାଂଶର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । “ମୃତ୍ୟୁ” ଶବ୍ଦ ଶାରୀରିକ ମୃତ୍ୟୁ କିମ୍ବା ଆତ୍ମିକମୃତ୍ୟୁ, ଅର୍ଥାତ୍ ଈଶ୍ଵର ଙ୍କଠାରୁ ଅନନ୍ତ ପୃଥକତାକୁ ବୁଝାଇପାରେ । 5:16  ଟିପ୍ପଣୀଗୁଡ଼ିକରେ ପରବର୍ତ୍ତୀ ଆଲୋଚନା ଦେଖନ୍ତୁ । ( ମୃତ୍ୟୁହେବା, ମୃତ,ମାରାତ୍ମକ, ମୃତ୍ୟୁଦେଖନ୍ତୁ)

“ସମସ୍ତ  ଜଗତ  ମନ୍ଦ ଲୋକର ଅଧିକାରରେ ଅଛି”

“ମନ୍ଦ” ଶବ୍ଦଟି ଶୟତାନକୁ ବୁଝାଏ । ଈଶ୍ଵର ତାକୁ ଜଗତକୁ ଶାସନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ, ଇଶ୍ବାର ପ୍ରତ୍ୟେକ ବିଷୟ ଉପରେ ନିୟନ୍ତ୍ରଣ କରନ୍ତି । ଈଶ୍ଵର ଆପଣା ସନ୍ତାନମାନଙ୍କୁ ମନ୍ଦ ବ୍ୟକ୍ତିଠାରୁ ରକ୍ଷା କରନ୍ତି । ( ଶୟତାନ, ମନ୍ଦ, ମନ୍ଦ ଜଣକଦେଖନ୍ତୁ)

ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

5:7-8 ରେ, ସମସ୍ତ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ: “ ଆତ୍ମା, ଜଳ ଓ ରକ୍ତ ଏହିତିନି ଜଣ ଏକ  ଅଟନ୍ତି ଏବଂ ତିନିଜଣ ସାକ୍ଷ୍ୟ ଦିଅନ୍ତି।” ULT ଏହିପରି ଅନୁବାଦ କରେ । କେତେକ ପରବର୍ତ୍ତୀ ପାଣ୍ଡୁଲିପିରେ: “କାରଣ ସ୍ୱର୍ଗରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ ଏହି ତିନିଜଣ ଏକ; ପୃଥିବୀରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ଆତ୍ମା, ଜଳ ଓ ରକ୍ତ, ଏବଂ ଏହି ତିନି ଜଣ ଏକ” ଅଟନ୍ତି । ଏଠାରେ, ଅନୁବାଦକମାନଙ୍କୁ ULT ପାଠ୍ୟ ପରି ଅନୁବାଦ କରିବାକୁ ପରାମର୍ଶ ଦିଆଯାଇଛି, ଯେହେତୁ ସଠିକ୍ ପଠନକୁ ଅନୁସରଣ କରୁଥିବା ବ୍ୟାପକ ଚୁକ୍ତିନାମା ଅଛି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ପୁରାତନ ସଂସ୍କରଣ ଅଛି, ଯାହାର ଅଧିକ ପଠନ ହୁଏ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ 1 ଯୋହନର ମୂଳ ସଂସ୍କରଣରେ ନୁହେଁ ବୋଲି ସୂଚାଇବା ପାଇଁ ଆପଣ ଏହାକୁ ବର୍ଗ ବନ୍ଧନୀରେ ରଖିବା ଉଚିତ୍ []। ( ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

1 John 5:1

πᾶς ὁ πιστεύων ὅτι Ἰησοῦς ἐστιν ὁ Χριστὸς, ἐκ τοῦ Θεοῦ γεγέννηται

2:29 ରେ ଆପଣ ଏହି ରୂପକକୁ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ବିଶ୍ୱାସ କରନ୍ତି ଈଶ୍ଵର ସେ ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( ଉପମା/ରୂପକଦେଖନ୍ତୁ)

ὁ Χριστὸς

“ମସିହ” ନିମନ୍ତେ  ଗ୍ରୀକ୍ ଶବ୍ଦ “ଖ୍ରୀଷ୍ଟ” ଅଟେ । ବିକଳ୍ପ ଅନୁବାଦ: “ମସୀହ”

ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 1 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: "ଯୀଶୁ ମସୀହ  ଏବଂ ଈଶ୍ଵରଙ୍କ ପୁତ୍ର ଅଟନ୍ତି"(See: ବିଭାଗ ଶିରୋନାମା)

πᾶς ὁ ἀγαπῶν τὸν γεννήσαντα, ἀγαπᾷ καὶ τὸν γεγεννημένον ἐξ αὐτοῦ

ଯୋହନ ଏହି ସଂକ୍ଷିପ୍ତ ବିଷୟକୁ  ଅନ୍ତର୍ଭୁକ୍ତ କରନ୍ତି ଯାହା ସାଧାରଣତ ଜୀବନ ବିଷୟରେ ସତ୍ୟ ଅଟେ ଏବଂ ଏହା 4:7 ଠାରୁ ସେ ବିକାଶ କରୁଥିବା ବିଷୟ ସହ ପ୍ରାଯୁଜ୍ୟ ଅଟେ,  ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି  ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ପିତାଙ୍କୁ ପ୍ରେମ କରନ୍ତି, ସେମାନେ ସେହି ବ୍ୟକ୍ତିର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରନ୍ତି” ( ହିତୋପଦେଶଦେଖନ୍ତୁ)

πᾶς ὁ ἀγαπῶν τὸν γεννήσαντα, ἀγαπᾷ καὶ τὸν γεγεννημένον ἐξ αὐτοῦ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାର ଅର୍ଥ କ’ଣ ଏବଂ ଏହି ପତ୍ରର  ଏହି ବାକ୍ୟାଂଶରେ କିପରି ପ୍ରଯୁଜ୍ୟ ଅଟେ ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । UST ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ  ପ୍ରେମ କରନ୍ତି, ସେମାନେ ନିଜ ସହ ବିଶ୍ଵାସୀମାନଙ୍କୁ ମଧ୍ୟ ପ୍ରେମ କରନ୍ତି, ଯେହେତୁ ଈଶ୍ଵର  ସେମାନଙ୍କର ଆତ୍ମିକ  ପିତା ଅଟନ୍ତି” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

πᾶς ὁ πιστεύων ὅτι Ἰησοῦς ἐστιν ὁ Χριστὸς, ἐκ τοῦ Θεοῦ γεγέννηται

ଆପଣ 2:29 ରେ  କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ ଈଶ୍ଵର ସେସମସ୍ତଙ୍କର ପିତା ଅଟନ୍ତି” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

1 John 5:2

ἐν τούτῳ γινώσκομεν ὅτι

ଏହା ଏକ ରୂଢ଼ି ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

τὰ τέκνα τοῦ Θεοῦ

କାରଣ ଯୋହନ ପୂର୍ବ ପର୍ବରେ କହନ୍ତି ଯେ ଈଶ୍ଵର ବିଶ୍ଵାସୀମାନଙ୍କ ଆତ୍ମିକ ପିତା ଅଟନ୍ତି, ଈଶ୍ଵରଙ୍କ ସନ୍ତାନମାନେ କହିବା ଦ୍ଵାରା ସେ ଅନ୍ୟ ବିଶ୍ଵାସୀମାନଙ୍କୁ ବୁଝାନ୍ତି । ବିକଳ୍ପ ଅନୁବାଦ: “ଆମ୍ଭର ସହ ବିଶ୍ଵାସୀଗଣ ।” (See: ଉପମା/ରୂପକ)

τὰς ἐντολὰς αὐτοῦ τηρῶμεν

ଏଠାରେ, ରଖିବା ଶବ୍ଦର ଅର୍ଥ "ପାଳନ କରିବା" ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ ।” See: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା

1 John 5:3

αὕτη γάρ ἐστιν ἡ ἀγάπη τοῦ Θεοῦ, ἵνα τὰς ἐντολὰς αὐτοῦ τηρῶμεν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ ଦେଇଥିବା ବାକ୍ୟର କାରଣ କ’ଣ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ? ବିକଳ୍ପ ଅନୁବାଦ: “ଏବଂ ଏହି କାରଣରୁ: ଯଦି ଆମ୍ଭେମାନେ  ପ୍ରକୃତରେ ଈଶ୍ଵରଙ୍କୁ  ପ୍ରେମ କରୁ, ତେବେ ଆମ୍ଭେମାନେ ଅନ୍ୟ ବିଶ୍ଵାସୀମାନଙ୍କୁ ପ୍ରେମ କରୁ, ଯେପରି ସେ ଆଜ୍ଞା ଦେଇଛନ୍ତି । ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἵνα τὰς ἐντολὰς αὐτοῦ τηρῶμεν

ଏଠାରେ, ରଖିବା ଏକ ରୂଢ଼ି ଅଟେ ଯାହାର ଅର୍ଥ ହେଉଛି “ପାଳନ କରିବା।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କ  ଆଜ୍ଞା ପାଳନ କରିବା ଉଚିତ୍” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

αἱ ἐντολαὶ αὐτοῦ βαρεῖαι οὐκ εἰσίν

ଯୋହନ ଆଳଙ୍କାରିକ ଭାବରେ ଈଶ୍ଵରଙ୍କ ଆଜ୍ଞାଗୁଡିକ ବିଷୟରେ କହନ୍ତି ଯେପରି ସେଗୁଡ଼ିକର ଓଜନ ଥିଲା କିନ୍ତୁ ଅଧିକ ଓଜନ କରିନଥିଲେ । ବିକଳ୍ପ ଅନୁବାଦ: “ତାହାଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା କଷ୍ଟକର ନୁହେଁ” ( ଉପମା/ରୂପକଦେଖନ୍ତୁ)

γάρ

ଯୋହନ ପୂର୍ବ ପର୍ବରେ କହିଥିବା ବିଷୟକୁ ତାଙ୍କ ପାଠକମାନେ କାହିଁକି ସ୍ୱୀକାର କରିବା ଉଚିତ୍ ସେବିଷୟରେ ଯୋହନ ଏକ କାରଣ ଦର୍ଶାନ୍ତି । ବିକଳ୍ପ ଅନୁବାଦ: "ସର୍ବଶେଷରେ," (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)

ἡ ἀγάπη τοῦ Θεοῦ

ଏହି ପରିପ୍ରେକ୍ଷୀରେ, ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶ ବିଶ୍ଵାସୀମାନଙ୍କୁ ଈଶ୍ଵରଙ୍କୁ ପ୍ରେମ କରିବାକୁ ବୁଝାଏ । ଯୋହନ ପୂର୍ବ ପର୍ବରେ “ଯେବେ ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ କଲୁ” କହନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କୁ ପ୍ରେମ କରିବାର ଅର୍ଥ କଅଣ ଅଟେ ।" (See: ଅଧିକାର/ଦଖଲ)

1 John 5:4

πᾶν τὸ γεγεννημένον ἐκ τοῦ Θεοῦ

2:29 ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେସମସ୍ତେ ଯାହାର ପିତା ଈଶ୍ଵର ଅଟନ୍ତି” ( କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

νικᾷ τὸν κόσμον

2:13 ପରି, ଯୋହନ ଜୟ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ ବିଶ୍ଵାସୀମାନଙ୍କ ଧାର୍ମିକ ବ୍ୟବସ୍ଥାରେ ବଞ୍ଚିବାକୁ ଅଗ୍ରାହ୍ୟ କରିବା ବିଷୟରେ କହନ୍ତି  ଯେପରି ବିଶ୍ଵାସୀମାନେ ସେହି ବ୍ୟବସ୍ଥାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରେ ବାସ କରେ ନାହିଁ” ( ଉପମା/ରୂପକଦେଖନ୍ତୁ)

τὸν κόσμον

2:15 ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହାର ସମାନ ଅର୍ଥ ଅଛି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἡ νικήσασα τὸν κόσμον

ଯୋହନ ଜୟ ଶବ୍ଦକୁ ପୁନର୍ବାର ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ “ବିଶ୍ୱାସ” ବିଷୟରେ କହନ୍ତି  ଯେ ସେ ଏବଂ ତାହାଙ୍କ   ପାଠକମାନେ ଅଂଶୀଦାର କରନ୍ତି ଯେପରି ଏହା ଏକ ସଂଘର୍ଷରେ ଅଧାର୍ମିକ ବ୍ୟବସ୍ଥାକୁ ପରାସ୍ତ କରିଅଛି । ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରୁ ପୃଥକ ହୋଇ ଜୀବନଯାପନ କରିବାରେ ସକ୍ଷମ କରେ” ( ଉପମା/ରୂପକଦେଖନ୍ତୁ)

ἡ νίκη

ଯୋହନ  ସେହି ବସ୍ତୁ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ବିଜୟ ଲାଭ କରିଛି ଯେପରି ଏହା ସ୍ଵୟଂ ବିଜୟ ଅଟେ । ବିକଳ୍ପ ଅନୁବାଦ: “ଯାହା ବିଜୟ ଲାଭକରିଛି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

τὸν κόσμον

ପୂର୍ବ ବାକ୍ୟ ପରି ସମାନ ବିଷୟକୁ ବୁଝାଇବା ପାଇଁ ଯୋହନ  ଜଗତ  ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( ଲାକ୍ଷଣିକ ଶବ୍ଦ ଦେଖନ୍ତୁ)

ὅτι πᾶν τὸ γεγεννημένον ἐκ τοῦ Θεοῦ, νικᾷ τὸν κόσμον

ଏକ ପର୍ବସେତୁ ଗଠନ କରିବାକୁ, ଆପଣ ଏହି ବାକ୍ୟକୁ ପାଇଁ ପରିବର୍ତ୍ତେ “କାରଣ” ରୁ ଆରମ୍ଭ କରିପାରିବେ; ଆପଣ ଏହାକୁ ଏକ ଅବଧି ପରିବର୍ତ୍ତେ କମା ସହ ଶେଷ କରିପାରିବେ; ଏବଂ ଆପଣ ଏହାକୁ ପୂର୍ବ ପଦରେ ଦ୍ୱିତୀୟ ବାକ୍ୟର ଆରମ୍ଭ କରିପାରିବେ । ଏହା "ତାହାଙ୍କର ଆଦେଶଗୁଡ଼ିକ ଭାରୀ ନୁହେଁ" ବାକ୍ୟାଂଶ ପୂର୍ବରେ ଉଲ୍ଲେଖ କରାଯିବ "ଏବଂ" ଶବ୍ଦକୁ ଉଲ୍ଲେଖ କରାଯିବ ନାହିଁ । ପର୍ବ 4 ଏବଂ 5 ର ମିଶ୍ରଣର ପରିଣାମ: “କାରଣ ଏହା ଈଶ୍ଵରରଙ୍କ ପ୍ରେମ ଅଟେ, ଯେପରି ଆମ୍ଭେମାନେ ତାଙ୍କର ଆଜ୍ଞା ପାଳନ କରୁ । ଯେହେତୁ ଈଶ୍ଵରଙ୍କଠାରୁ ଜାତ ସମସ୍ତେ ଜଗତକୁ ପରାସ୍ତ କରନ୍ତି, ତେଣୁ ତାହାଙ୍କର ଆଦେଶଗୁଡ଼ିକ ଭାରପ୍ରାପ୍ତ ନୁହେଁ | ଏବଂ ଏହା ହେଉଛି ବିଜୟ ଯାହା ଜଗତକୁ, ପରାସ୍ତ କରିଛି ତାହା ଆମ୍ଭର ବିଶ୍ୱାସ ଅଟେ। ” (See: ପଦ ସେତୁଗୁଡ଼ିକ)

πᾶν τὸ γεγεννημένον ἐκ τοῦ Θεοῦ

ଆପଣ 2:29 ରେ ଏହି ରୂପକକୁ ବ୍ୟାଖ୍ୟା କରିବାକୁ ନିର୍ଣ୍ଣୟ ନେଇଛନ୍ତି କି ନାହିଁ ତାହା ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ସେସମସ୍ତଙ୍କର ଆତ୍ମିକ ପିତା ଈଶ୍ଵର ଅଟନ୍ତି” (: ଉପମା/ରୂପକଦେଖନ୍ତୁ)

ἡ νίκη ἡ νικήσασα

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଜୟ କ୍ରିୟା ସହ ମିଶ୍ରଣ କରି ଭାବ ବାଚକ ବିଶେଷ୍ୟ  ବିଜୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ  ଅତିକ୍ରମ କରିବାକୁ ସକ୍ଷମ କରିଛି” (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ἡ πίστις ἡμῶν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସ” ପରି ଏକ କ୍ରିୟା ସହ ଭାବ ବାଚକ ବିଶେଷ୍ୟ  ବିଶ୍ୱାସ କରିବା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: "ଯେ ଆମ୍ଭେମାନେ ଯୀଶୁଙ୍କଠାରେ ବିଶ୍ଵାସ  କରୁ" (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 5:5

τίς ἐστιν δέ ὁ νικῶν τὸν κόσμον, εἰ μὴ ὁ πιστεύων ὅτι Ἰησοῦς ἐστιν ὁ Υἱὸς τοῦ Θεοῦ?

ପୂର୍ବ ପଦର ପ୍ରଥମ ବାକ୍ୟରେ ସେ ଯାହା କହିଥିଲେ ତାହା ନିଶ୍ଚିତ କରିବାକୁ ଯୋହନ  ପ୍ରଶ୍ନ ଫର୍ମକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ   ଶବ୍ଦକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ କେବଳ ଜଣେ ଯିଏ ବିଶ୍ୱାସ କରେ ଯେ ଯୀଶୁ ହେଉଛନ୍ତି ଈଶ୍ଵର ଙ୍କ ପୁତ୍ର ସଂସାର କୁ ପରାସ୍ତ କରନ୍ତି।” ( ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଦେଖନ୍ତୁ)

νικῶν τὸν κόσμον

ପୂର୍ବ ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅଧାର୍ମିକ ଲୋକମାନଙ୍କ ବ୍ୟବସ୍ଥାରେ ଜୀବନଯାପନ କରେ ନାହିଁ” ( ଉପମା/ରୂପକଦେଖନ୍ତୁ)

ὁ Υἱὸς τοῦ Θεοῦ

ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

τὸν κόσμον

ଆପଣ ପୂର୍ବ ପର୍ବରେ କିପରି ଜଗତ ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: "ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା" (: ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 5:6

οὗτός ἐστιν ὁ ἐλθὼν δι’ ὕδατος καὶ αἵματος

ଜଳ ଏବଂ ରକ୍ତ ଶବ୍ଦର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅଟେ । ଉଭୟ ଅର୍ଥରେ, ଯୋହନ ନିର୍ଦ୍ଦିଷ୍ଟ ଭାବରେ ବିଶ୍ଵାସ କରିବାର ଅର୍ଥ ନିର୍ଦ୍ଦିଷ୍ଟ କରନ୍ତି ଯେ “ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି”, ଯେପରି ସେ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । (1) ଯେହେତୁ ଯୋହନ 4:2ରେ ସୂଚାନ୍ତି, ଈଶ୍ଵର ପ୍ରକୃତ ମାନବ ଶରୀରରେ ପୃଥିବୀକୁ ଆସିଥିଲେ ବୋଲି ଭଣ୍ଡ ଶିକ୍ଷକମାନେ ଅସ୍ୱୀକାର କରିନ୍ତି । ଏହି ସମୟରେ କେତେକ ଭଣ୍ଡ ଶିକ୍ଷକ ଦାବି କରିଥିଲେ ଯେ ଈଶ୍ଵରଙ୍କ ଈଶ୍ଵରୀୟ ପୁତ୍ର କେବଳ ବାପ୍ତିଜିତ ହେବା ସମୟରେ ଜଣେ ମଣିଷ ଯୀଶୁଙ୍କ ସହ ନିଜକୁ ଏକତ୍ର କରିଥିଲେ। ତେଣୁ ଯୋହନ ହୁଏତ ଜଳ ଶବ୍ଦ ବ୍ୟବହାର କରି ଯୀଶୁଙ୍କ ବାପ୍ତିସ୍ମ ଏବଂ ରକ୍ତ ଶବ୍ଦକୁ ଯୀଶୁଙ୍କ ପ୍ରକୃତ ମାନବ ଜନ୍ମକୁ ଆଳଙ୍କାରିକ ଭାବରେ ସୂଚାଇବା ପାଇଁ ବ୍ୟବହାର କରନ୍ତି  ଯେପରି ସ୍ତ୍ରୀଲୋକେ ପ୍ରସବ କଲାବେଳେ ରକ୍ତ ଥାଏ । ଯୀଶୁଙ୍କ ଜନ୍ମର ଏକ ସନ୍ଦର୍ଭ ଯୀଶୁ କିପରି ଭାବରେ ଆସିଲେ, ଯୋହନଙ୍କ ବାକ୍ୟ ସହ ଅନୁରୂପ ହେବ । ବିକଳ୍ପ ଅନୁବାଦ: “ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ଈଶ୍ଵରଙ୍କ ପୁତ୍ର କେବଳ ଯୀଶୁଙ୍କ ବାପ୍ତିସ୍ମରେ ପୃଥିବୀକୁ ଆସି ନଥିଲେ, କିନ୍ତୁ ସେ ଯୀଶୁ ଭାବରେ ଜନ୍ମ ଗ୍ରହଣକରିଥିଲେ, ଯିଏ ପ୍ରକୃତ ମନୁଷ୍ୟ ଥିଲେ” (2) ରକ୍ତ ଶବ୍ଦ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ବିଷୟରେ ଏକ ଆଳଙ୍କାରିକ ସନ୍ଦର୍ଭ ହୋଇପାରେ, ଯେଉଁଠାରେ ସେ ଜଗତର ତ୍ରାଣକର୍ତ୍ତା ଭାବରେ ନିଜ ରକ୍ତ ବୋହାଇଥିଲେ । UST ଏହିପରି ବ୍ୟାଖ୍ୟା କରେ । ( ଲାକ୍ଷଣିକ ଶବ୍ଦଦେଖନ୍ତୁ

ὁ ἐλθὼν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, UST ଭଳି ଏହାର ଅର୍ଥକୁ ଆପଣ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

δι’ ὕδατος καὶ αἵματος

ଯୋହନ ଏକ ରୂପକକୁ ବ୍ୟବହାର କରନ୍ତି ଯାହା ଜଳ ଏବଂ ରକ୍ତକୁ ଯୀଶୁଙ୍କୁ ଆମ୍ଭମାନଙ୍କ  ନିକଟରେ ପ୍ରକାଶ କରେ କିମ୍ବା ଯୀଶୁ ଜଳ ଏବଂ ରକ୍ତ ମାଧ୍ୟମରେ ଆମ୍ଭମାନଙ୍କ  ନିକଟକୁ  ଆସନ୍ତି ।  ଏହାର ଅର୍ଥ ଯୀଶୁ ଜଳରେ ବାପ୍ତିସ୍ମ ନେଇ କ୍ରୁଶରେ ନିଜକୁ ସମର୍ପଣ କରି ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ହେଲେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ଭାବରେ ବାପ୍ତିସ୍ମ ଏବଂ ମୃତ୍ୟୁରେ ଗ୍ରହଣ କଲେ ।“  (: ଉପମା/ରୂପକଦେଖନ୍ତୁ)

οὐκ ἐν τῷ ὕδατι μόνον, ἀλλ’ ἐν τῷ ὕδατι καὶ ἐν τῷ αἵματι

ଯଦି ଆପଣଙ୍କ ଭାଷାରେ ଜଳ ଦେଇ ନୁହେଁ....କିନ୍ତୁ ଜଳ ଦେଇ, କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ମନେହୁଏ, ଏହି ବାକ୍ୟର ପୁନରାବୃତ୍ତି ନ କରି ଆପଣ ଏହାକୁ ଜଳ ଦେଇ ବୋଲି ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: "କେବଳ ଜଳ ଦେଇ ନୁହେଁ, ରକ୍ତରେ ମଧ୍ୟ" (: ସଂଯୋଗ - ବ୍ୟତିକ୍ରମ ଖଣ୍ଡବାକ୍ୟଦେଖନ୍ତୁ)

τὸ Πνεῦμά ἐστιν τὸ μαρτυροῦν

ବିକଳ୍ପ ଅନୁବାଦ: "ପବିତ୍ର ଆତ୍ମା ​​ଆମ୍ଭମାନଙ୍କୁ ଏହି ବିଷୟରେ ନିଶ୍ଚିତତା ପ୍ରଦାନ କରନ୍ତି । "

τὸ Πνεῦμά ἐστιν ἡ ἀλήθεια

4:8 ଏବଂ 4:16 ରେ "ଈଶ୍ଵର ପ୍ରେମ ଅଟନ୍ତି" ବାକ୍ୟାଂଶ ପରି, ଯାହା ଈଶ୍ଵରଙ୍କ ଗୁଣକୁ ବର୍ଣ୍ଣନା କରେ, ଏହା ଏକ ରୂପକ ଅଟେ ଯାହା ପବିତ୍ର ଆତ୍ମାଙ୍କ ଗୁଣକୁ ବର୍ଣ୍ଣନା କରେ ।  ବିକଳ୍ପ ଅନୁବାଦ: “ଆତ୍ମା ​​ସଂପୂର୍ଣ୍ଣ ସତ୍ୟବାଦୀ ଅଟେ” (: ଉପମା/ରୂପକଦେଖନ୍ତୁ)

1 John 5:7

ὅτι τρεῖς εἰσιν οἱ μαρτυροῦντες

ଏହି ବାକ୍ୟରେ, ଯୋହନ 6 ପର୍ବରେ ଉଲ୍ଲେଖ କରିଥିବା ବିଷୟକୁ ପୁଣିଥରେ ନିଶ୍ଚିତ କରିଛନ୍ତି ତାହା ଆମ୍ଭମାନଙ୍କୁ  ସାହସ  ପ୍ରଦାନ କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି ଏବଂ ସେ ତାଙ୍କଠାରୁ ଆସିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “ତେଣୁ ତିନିଜଣ ଅଛନ୍ତି ଯେଉଁମାନେ ସାକ୍ଷ୍ୟ ଦିଅନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି ଏବଂ ତାଙ୍କଠାରୁ ଆସିଛନ୍ତି” (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὅτι τρεῖς εἰσιν οἱ μαρτυροῦντες

ULT ଅନୁସରଣ କରିବେ ନା କେତେକ ପ୍ରାଚୀନ ପାଣ୍ଡୁଲିପି ଅନୁସରଣ କରିବେ ଏବଂ ଆପଣଙ୍କ ଅନୁବାଦରେ, “କାରଣ ସ୍ୱର୍ଗରେ ସାକ୍ଷ୍ୟ ଦେଉଥିବା ତିନିଜଣ ଅଛନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା; ଏବଂ ଏହି ତିନି ଏକ ।  ଆଉ ତିନି ଅଛନ୍ତି ଯେଉଁମାନେ ପୃଥିବୀରେ ସାକ୍ଷ୍ୟ ଦିଅନ୍ତି।” ବୋଲି ଉଲ୍ଲେଖ କରିବେ, ଯେପରି ସାଧାରଣ ଟିପ୍ପଣୀ ସୁପାରିଶ କରେ, ଯଦି ଆପଣ ଏହା ବ୍ୟବହାର କରିବାକୁ ନିର୍ଣ୍ଣୟ କରନ୍ତି, ତେବେ ଏହାକୁ ଏହା 1 ଯୋହନଙ୍କ ମୂଳ ସଂସ୍କରଣରେ ନାହିଁ ବୋଲି ଉଲ୍ଲେଖ କରି ବର୍ଗ ବନ୍ଧନୀଚିହ୍ନ ମଧ୍ୟରେ ରଖନ୍ତୁ []।  (: ପାଠ୍ୟ ପ୍ରକାରଗୁଡ଼ିକଦେଖନ୍ତୁ)

οἱ μαρτυροῦντες

ଏଠାରେ, ଯୋହନ ଜଳ ଏବଂ ରକ୍ତ ବିଷୟରେ କହନ୍ତି ଯେପରି ସେମାନେ ସାକ୍ଷ୍ୟ ଦେଇପାରନ୍ତି କିମ୍ବା ଯାହା ଦେଖିଛନ୍ତି ସେହି ବିଷୟରେ କହିପାରନ୍ତି ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ, ଆପଣ ଏହି ଅର୍ଥକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯୀଶୁଙ୍କୁ ପ୍ରେରଣ କରିଛନ୍ତି ବୋଲି ପ୍ରକାଶ କରିବାକୁ ସେ ଆମ୍ଭମାନଙ୍କୁ ଉପାୟଗୁଡ଼ିକ ପ୍ରଦାନ କଲେ।" (: ବ୍ୟକ୍ତିତ୍ୱଆରୋପଦେଖନ୍ତୁ)

1 John 5:8

τὸ ὕδωρ, καὶ τὸ αἷμα

ଜଳ ଏବଂ ରକ୍ତକୁ 5:6 ଆପଣ କିପରି ଅନୁବାଦ କରିବାକୁ ନିର୍ଣ୍ଣୟ ନେଇଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: (1 ) "ଯୀଶୁଙ୍କ ବାପ୍ତିସ୍ମ ଏବଂ କ୍ରୁଶରେ ତାହାଙ୍କର ମୃତ୍ୟୁ" କିମ୍ବା (2 ) "ଯୀଶୁଙ୍କ ଜନ୍ମ ଏବଂ କ୍ରୁଶରେ ତାହାଙ୍କର ମୃତ୍ୟୁ" ।  (: ଲାକ୍ଷଣିକ ଶବ୍ଦଦେଖନ୍ତୁ)

οἱ τρεῖς εἰς τὸ ἕν εἰσιν

ଏହା ଏକ ରୂଢ଼ି ଅଟେ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟଭାବେ ପ୍ରକାଶ କରେ ନାହିଁ, ତେବେ ଆପଣ ଏକ ସମାନ ରୂଢ଼ି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: "ଏହି ତିନି ଗୋଟିଏ କଥା କହନ୍ତି" କିମ୍ବା "ଏହି ତିନି ସହମତ" (:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 5:9

ἡ μαρτυρία τοῦ Θεοῦ μείζων ἐστίν

ଶ୍ରେଷ୍ଠ ଶବ୍ଦର ଅର୍ଥ ହେଉଛି ଈଶ୍ଵରଙ୍କ ସାକ୍ଷ୍ୟ ମାନବ ସାକ୍ଷ୍ୟ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟ, ଯେହେତୁ ଈଶ୍ଵର  ସବୁକିଛି ଜାଣନ୍ତି ଏବଂ ଈଶ୍ଵର ସର୍ବଦା ସତ୍ୟ କୁହନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

τὴν μαρτυρίαν τῶν ἀνθρώπων λαμβάνομεν

ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ସାକ୍ଷ୍ୟ ଦିଅନ୍ତି ଆମ୍ଭେମାନେ ବିଶ୍ୱାସ କରୁ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἡ μαρτυρία τοῦ Θεοῦ μείζων ἐστίν

ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ନିଶ୍ଚିତ ଭାବରେ ଈଶ୍ଵରଙ୍କ ସାକ୍ଷ୍ୟ ଗ୍ରହଣ କରିବା ଉଚିତ, ଯେହେତୁ ଏହା ବିଶ୍ୱାସଯୋଗ୍ୟ ଅଟେ” କିମ୍ବା “ଯେତେବେଳେ ଈଶ୍ଵର ସାକ୍ଷ୍ୟ ଦିଅନ୍ତି ସେତେବେଳେ ଆମ୍ଭେମାନେ  ନିଶ୍ଚିତ ଭାବରେ ତାହାଙ୍କୁ  ବିଶ୍ୱାସ କରିବା ଉଚିତ, ଯେହେତୁ ତାହାଙ୍କର ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( ଶବ୍ଦର ବିଲୋପ ବା ଉହ୍ୟତାଦେଖନ୍ତୁ)

τοῦ Υἱοῦ αὐτοῦ

ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ। ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

εἰ τὴν μαρτυρίαν τῶν ἀνθρώπων λαμβάνομεν

ଯୋହନ ଏହା ଏକ ଆନୁମାନିକ ସମ୍ଭାବନା ପରି କହନ୍ତି, କିନ୍ତୁ ତାଙ୍କର ଅର୍ଥରେ ଏହା ପ୍ରକୃତରେ ସତ୍ୟ ଥିଲା ।  ଯଦି ଆପଣଙ୍କ  ଭାଷା ଏହିପରି କୌଣସି ବିଷୟକୁ ଉଲ୍ଲେଖ କରେ ନାହିଁ ଯାହା ନିଶ୍ଚିତ କିମ୍ବା ସତ୍ୟ ଅଟେ, ଏବଂ ଯଦି ଆପଣଙ୍କ  ପାଠକମାନେ ଯୋହନ  ଯାହା କହନ୍ତି ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝିବେ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଢ଼  ବାକ୍ୟ  ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: “ଯେହେତୁ ଆମ୍ଭେମାନେ ମନୁଷ୍ୟମାନଙ୍କ ସାକ୍ଷ୍ୟ ଗ୍ରହଣ କରୁ” (: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁଦେଖନ୍ତୁ)

τῶν ἀνθρώπων

ଯଦିଓ ମନୁଷ୍ୟ ଶବ୍ଦ ପୁରୁଷ ସମ୍ବନ୍ଧିତ ଅଟେ , ଯୋହନ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ  ଅନ୍ତର୍ଭୁକ୍ତ କରେ ।  ବିକଳ୍ପ ଅନୁବାଦ: "ଲୋକମାନଙ୍କ " (: ଯେତେବେଳେ ପୁଲିଙ୍ଗ ବାଚକ ଶବ୍ଦଗୁଡ଼ିକ ସ୍ତ୍ରୀ ଜାତି ସମୀଷ୍ଟିରେ ଅନ୍ତର୍ଭୁକ୍ତ ହୋଇଥାଏଦେଖନ୍ତୁ)

ὅτι αὕτη ἐστὶν ἡ μαρτυρία τοῦ Θεοῦ, ὅτι μεμαρτύρηκεν περὶ τοῦ Υἱοῦ αὐτοῦ

ଏଠାରେ, କାରଣ ପରିଚିତ କରାଏ: (1 ) ତାହାଙ୍କ ପୁତ୍ରଙ୍କ ପାଇଁ ଈଶ୍ଵରଙ୍କ ସାକ୍ଷ୍ୟର ବିଷୟ ।  ସେହି କ୍ଷେତ୍ରରେ, ବିଷୟବସ୍ତୁ 5:11 ରେ ପୁନରାବୃତ୍ତି ପରେ ଆସେ, "ଏହା ସାକ୍ଷ୍ୟ ଅଟେ । " ଈଶ୍ଵରଙ୍କ ସାକ୍ଷ୍ୟକୁ ବିଶ୍ଵାସ କରିବାର ମହତ୍ତ୍ୱ ବିଷୟରେ ପର୍ବ  10  ପ୍ରକାଶକରେ ।  ବିକଳ୍ପ ଅନୁବାଦ: “ବର୍ତ୍ତମାନ ଏହା ସେହି ସାକ୍ଷ୍ୟ ଅଟେ ଯାହା ଈଶ୍ଵର ସ୍ଵୟଂ ତାହାଙ୍କ ପୁତ୍ରଙ୍କ ବିଷୟରେ ଦେଇଛନ୍ତି” (2 ) ଈଶ୍ଵରଙ୍କ ସାକ୍ଷ୍ୟ ମନୁଷ୍ୟ ସାକ୍ଷ୍ୟଠାରୁ ଶ୍ରେଷ୍ଠ ହେବାର କାରଣ ।  ବିକଳ୍ପ ଅନୁବାଦ: "ସର୍ବଶେଷରେ, ଏହା ଈଶ୍ଵର  ଯିଏ ଆପଣା ପୁତ୍ର ବିଷୟରେ ଆମ୍ଭମାନଙ୍କୁ କହିଛନ୍ତି । "

αὕτη ἐστὶν ἡ μαρτυρία τοῦ Θεοῦ

ଏଠାରେ, ଏହା ସୂଚାଇପାରେ: (1) ଈଶ୍ଵରଙ୍କ ସାକ୍ଷ୍ୟ, ଯାହା ଯୋହନ 11 ପର୍ବରେ  କହିଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ  ସାକ୍ଷ୍ୟ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିବି” (2 ) ପର୍ବ 8 ର ତିନୋଟି ସାକ୍ଷ୍ୟ: ବିକଳ୍ପ ଅନୁବାଦ: “ସେହି ବିଷୟଗୁଡ଼ିକ ଈଶ୍ଵରଙ୍କ ସାକ୍ଷ୍ୟ" (: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 5:10

ἔχει τὴν μαρτυρίαν ἐν αὑτῷ

ଯୋହନ ସାକ୍ଷ୍ୟ ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଯାହା ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରହଣ କର” ( ଉପମା/ରୂପକଦେଖନ୍ତୁ)

ψεύστην πεποίηκεν αὐτόν

1:10 ପରି, ଆପଣଙ୍କ  ଅନୁବାଦରେ ଈଶ୍ଵର  ପ୍ରକୃତରେ ଏଠାରେ ମିଥ୍ୟାବାଦୀ ନୁହନ୍ତି ବୋଲି ସ୍ପଷ୍ଟ କରନ୍ତୁ । ବରଂ, ଯେହେତୁ ଈଶ୍ଵର  କହିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି, ତେଣୁ ଜଣେ ବ୍ୟକ୍ତି ଯିଏ ବିଶ୍ଵାସ କରେ ନାହି ସେ  ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହିବା” ( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ

ଯଦି ଉଭୟ ବିଶେଷ୍ୟ ସାକ୍ଷ୍ୟ ଏବଂ ସାକ୍ଷ୍ୟ ଦେଉଥିବା ବ୍ୟବହାର କରିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ, ତେବେ ଆପଣ ଆପଣଙ୍କ ଅନୁବାଦରେ ଏହି ଶବ୍ଦର ମଧ୍ୟରୁ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବୋଲି କହିଛନ୍ତି ।"

τὸν Υἱὸν τοῦ Θεοῦ

ଈଶ୍ଵରଙ୍କ ପୁତ୍ର ବାକ୍ୟାଂଶ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (See ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

ὁ πιστεύων εἰς τὸν Υἱὸν τοῦ Θεοῦ, ἔχει τὴν μαρτυρίαν ἐν αὑτῷ; ὁ μὴ πιστεύων τῷ Θεῷ, ψεύστην πεποίηκεν αὐτόν, ὅτι οὐ πεπίστευκεν εἰς τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ

ଯୋହନଙ୍କ ଈଶ୍ଵରଙ୍କ ସାକ୍ଷ୍ୟର ଦୁଇଟି ପରିଚୟ ମଧ୍ୟରେ ଏହି ପର୍ବଟି ଆସେ ।  ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରେ  ଯାହା ଆପଣଙ୍କ ପାଠକମାନଙ୍କୁ  ପ୍ରକାଶ କରେ ଯେପରି UST ସାକ୍ଷ୍ୟ ଆସେ କହେ ।  (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὁ πιστεύων

ଯୋହନ  ସମସ୍ତଙ୍କ ବିଷୟରେ କହଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ ନୁହେଁ ।  ବିକଳ୍ପ ଅନୁବାଦ: “ଯେକେହି ବିଶ୍ୱାସ କରେ” (: ଗୋଷ୍ଠୀ ସମ୍ବନ୍ଧୀୟ ବିଶେଷ୍ୟ ବାକ୍ୟାଂଶଗୁଡ଼ିକଦେଖନ୍ତୁ)

εἰς τὸν Υἱὸν τοῦ Θεοῦ

ଯୋହନଙ୍କର ଅର୍ଥ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି ବୋଲି ବିଶ୍ଵାସ କରିବା ।  ବିକଳ୍ପ ଅନୁବାଦ: "ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି" (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

τὴν μαρτυρίαν

ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ଅଭିବ୍ୟକ୍ତି ସହ ଭାବ ବାଚକ ବିଶେଷ୍ୟ  ସାକ୍ଷ୍ୟ ପଛରେ ଥିବା ଧାରଣାକୁ  ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: "ଈଶ୍ଵର ଯାହା କହିଛନ୍ତି" (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 5:11

αὕτη ἐστὶν ἡ μαρτυρία

ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ ପୁତ୍ରଙ୍କ ବିଷୟରେ ଏହା କହିଛନ୍ତି”

ζωὴν αἰώνιον

4:9 ପରି, ଅନନ୍ତ ଜୀବନ ଅର୍ଥ ଦୁଇଟି ଅର୍ଥକୁ ବୁଝାଏ। ଏହାର ଅର୍ଥ ଏହି ଜୀବନରେ ଈଶ୍ଵରଙ୍କଠାରୁ ଏକ ନୂତନ ଉପାୟରେ ବଞ୍ଚିବା ପାଇଁ ଶକ୍ତି ପ୍ରାପ୍ତ କରିବା, ଏବଂ ଏହାର ଅର୍ଥ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ମଧ୍ୟ ଅଟେ । 4:9ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ( ଉପମା/ରୂପକଦେଖନ୍ତୁ)

ζωὴν αἰώνιον ἔδωκεν ἡμῖν ὁ Θεὸς, καὶ αὕτη ἡ ζωὴ ἐν τῷ Υἱῷ αὐτοῦ ἐστιν

ଜୀବନ ଯେପରି ଏକ ବସ୍ତୁ ଯାହା ଯୀଶୁଙ୍କ ଭିତରେ ଥିଲା ସେହି ବିଷୟରେ ଯୋହନ ଏହାକୁ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି, ଯେଉଁ ଜୀବନକୁ ଲୋକମାନେ ତାହାଙ୍କ  ପୁତ୍ର ଯୀଶୁଙ୍କଠାରେ ବିଶ୍ୱାସ କରି ପ୍ରାପ୍ତ କରନ୍ତି” ( ଉପମା/ରୂପକଦେଖନ୍ତୁ)

τῷ Υἱῷ

ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

ζωὴν αἰώνιον ἔδωκεν ἡμῖν ὁ Θεὸς, καὶ αὕτη ἡ ζωὴ ἐν τῷ Υἱῷ αὐτοῦ ἐστιν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ UST ପରି ପରକ୍ଷ ଉଦ୍ଧୃତି ଭାବରେ ପ୍ରକାଶ କରିପାରିବେ ।  (: ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉଦ୍ଧୃତିଗୁଡ଼ିକଦେଖନ୍ତୁ)

1 John 5:12

ὁ ἔχων τὸν Υἱὸν, ἔχει τὴν ζωήν; ὁ μὴ ἔχων τὸν Υἱὸν τοῦ Θεοῦ, τὴν ζωὴν οὐκ ἔχει

ଯୋହନ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି, ଯେଉଁମାନେ ଯୀଶୁଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଥିଲେ, ଯୀଶୁ ଯେପରି ସେମାନଙ୍କର ଅଧିକାର ଅଟନ୍ତି । ବିକଳ୍ପ ଅନୁବାଦ: “ଯିଏ ପୁତ୍ରଙ୍କ ସହିତ ଘନିଷ୍ଠ ସଂପର୍କରେ ଅଛି, ତାହାର ଜୀବନ ଅଛି । ଈଶ୍ଵରଙ୍କ ପୁତ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ନଥିବା ବ୍ୟକ୍ତିର ଜୀବନ ନାହିଁ । ( ଉପମା/ରୂପକଦେଖନ୍ତୁ)

ἔχει τὴν ζωήν…τὴν ζωὴν οὐκ ἔχει

ଯେହେତୁ ଉଭୟ ଗୋଷ୍ଠୀ ଶାରୀରିକ ଭାବରେ ଜୀବିତ, ଯୋହନ ଏହାକୁ ଏକ ଆତ୍ମିକ  ଅର୍ଥରେ କହନ୍ତି । 4:9 ପରି, ସେ ସମ୍ଭବତ 3:15 ଏବଂ 5:11 ରେ ଯାହାକୁ “ଅନନ୍ତ ଜୀବନ” ବୋଲି କହନ୍ତି ।  ସେହି ପର୍ବଗୁଡ଼ିକରେ ଆପଣ ସେହି ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: "ବର୍ତ୍ତମାନ ଜଣେ ନୂତନ ବ୍ୟକ୍ତି ଭାବରେ ଜୀବନ ଯାପନ କରିବା ପାଇଁ ଈଶ୍ଵରଙ୍କଠାରୁ ଶକ୍ତି ପ୍ରାପ୍ତ ଏବଂ ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ଚିରଦିନ ବାସ କରିବେ  ... ବର୍ତ୍ତମାନ ଜଣେ ନୂତନ ବ୍ୟକ୍ତି ଭାବରେ ଜୀବନ ଯାପନ ପାଇଁ ଈଶ୍ଵରଙ୍କ ନିକଟରେ ଶକ୍ତି ନାହିଁ ଏବଂ ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ଚିରଦିନ ବାସ କରିବେ ନାହିଁ ।  " (: ଉପମା/ରୂପକଦେଖନ୍ତୁ)

τὸν Υἱὸν…τὸν Υἱὸν τοῦ Θεοῦ

ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଈଶ୍ଵରଙ୍କ ସହ ତାଙ୍କର ସମ୍ପର୍କ ବର୍ଣ୍ଣନା କରେ ।  (: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

1 John 5:13

ταῦτα

ଏଠାରେ, ଏହି ବିଷୟଗୁଡ଼ିକ ଯୋହନ ଏପର୍ଯ୍ୟନ୍ତ ଲେଖିଥିବା ସମସ୍ତ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: "ଏସମସ୍ତ ବିଷୟ" ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

τοῖς πιστεύουσιν εἰς τὸ ὄνομα τοῦ Υἱοῦ τοῦ Θεοῦ

2:12 ପରି, ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ ନାମକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଏବଂ ସେ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

τοῦ Υἱοῦ τοῦ Θεοῦ

ଈଶ୍ଵରଙ୍କ ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

ଯଦି ଆପଣ ବିଭାଗ ନାମଗୁଡ଼ିକୁ ବ୍ୟବହାର କରୁଛନ୍ତି, ତେବେ ଆପଣ ଏହାକୁ ପର୍ବ  13 ପୂର୍ବରୁ ଉଲ୍ଲେଖ କରିପାରିବେ ।  ପ୍ରସ୍ତାବିତ ନାମ: “ପ୍ରକୃତ ଈଶ୍ଵରଙ୍କ ସହ ଅନନ୍ତ ଜୀବନ ।”  (: ବିଭାଗ ଶିରୋନାମାଦେଖନ୍ତୁ)

ὅτι ζωὴν ἔχετε αἰώνιον

ଅନନ୍ତ ଜୀବନ ଅଭିବ୍ୟକ୍ତି ଭବିଷ୍ୟତ ଉପରେ ଏହି ପର୍ବରେ  ଅଧିକ ଗୁରୁତ୍ୱ ଦିଏ ।  ବିକଳ୍ପ ଅନୁବାଦ: "ଯେ ତୁମ୍ଭେମାନେ ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ସବୁଦିନ ବାସ କରିବ ।" (: ଉପମା/ରୂପକଦେଖନ୍ତୁ)

1 John 5:14

αὕτη ἐστὶν ἡ παρρησία ἣν ἔχομεν πρὸς αὐτόν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସ” ଶବ୍ଦ ଭଳି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ବିଶ୍ୱାସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବାବେଳେ ଏହା ଉପରେ ବିଶ୍ୱାସ କରିପାରିବା” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ἐάν τι αἰτώμεθα κατὰ τὸ θέλημα αὐτοῦ

ବିକଳ୍ପ ଅନୁବାଦ: “ଯଦି ଈଶ୍ଵରଙ୍କ ଇଚ୍ଛାନୁସାରେ ଆମ୍ଭେମାନେ କୌଣସି ପ୍ରାର୍ଥନା କରୁ”

αὕτη ἐστὶν ἡ παρρησία ἣν ἔχομεν πρὸς αὐτόν

ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ସହାୟକ ହେବ, ଯେପରି 3:21 ପରି ଏହି ବାକ୍ୟରେ ଯୋହନ ଯାହା କହନ୍ତି ତାହା ଦୃଷ୍ଟିରେ ରଖି ଆପଣ ସାହସର ଅର୍ଥ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଆମ୍ଭେମାନେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି ଏହା ଉପରେ ସାହସୀ ହୋଇପାରିବା” (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

αὐτόν…αὐτοῦ…ἀκούει

ସର୍ବନାମ ତାଙ୍କୁ, ତାଙ୍କର, ଏବଂ ସେ ଏହି ପର୍ବରେ  ଈଶ୍ଵରଙ୍କୁ ସୂଚାଏ । ଆପଣଙ୍କ ଭାଷାରେ “ଈଶ୍ଵର” ଶବ୍ଦ ବ୍ୟବହାର କରିବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ କିମ୍ବା ଅଧିକ ସ୍ଵାଭାବିକ ହୋଇପାରେ କି ନାହିଁ ତାହା ଦେଖନ୍ତୁ ।  (: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ἀκούει ἡμῶν

4:5 ପରି, ଶୁଣିବା ଶବ୍ଦ ଏକ ରୂଢ଼ି ଅଟେ । ଅବଶ୍ୟ, ଏଠାରେ ଥିବା ଅର୍ଥ ସେଠାରେ ଥିବା ଅର୍ଥଠାରୁ ଭିନ୍ନ ଅଟେ, ଯାହା “ପ୍ରବର୍ତ୍ତିତ” ଥିଲା । ବରଂ, ଏଠାରେ ଆମ୍ଭେମାନେ ଈଶ୍ଵରଙ୍କୁ ଯାହା ମାଗିଥାଉ ତାହା ପ୍ରଦାନ କରିବାକୁ ସେ ଇଚ୍ଛୁକ ଥିବା ବିଷୟକୁ ଏହା ସୂଚାଏ । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କୁ ଦେବାକୁ ପ୍ରସ୍ତୁତ ଅଛନ୍ତି” (:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 5:15

οἴδαμεν ὅτι ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ

ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ଈଶ୍ଵରଙ୍କଠାରେ ଯାହା ପ୍ରାର୍ଥନା କରିଛୁ ତାହା ଗ୍ରହଣ କରିବା”

ἐὰν οἴδαμεν ὅτι ἀκούει ἡμῶν

ଯୋହନ  ଯେପରି ଏହା ଏକ ଆନୁମାନିକ ସମ୍ଭାବନା ବୋଲି କହନ୍ତି, କିନ୍ତୁ ତାଙ୍କ ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ।  ଯଦି ଆପଣଙ୍କ  ଭାଷା ଯଦି କୌଣସି ବିଷୟକୁ ଯାହା ସତ୍ୟ ଅଟେ ତାହା ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବୋଲି ଦର୍ଶାଏ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ଯୋହନ  ଯାହା କହଛନ୍ତି ତାହା ନିଶ୍ଚିତ ନୁହେଁ ବୋଲି ମନେକରି ଭୁଲ ବୁଝିପାରନ୍ତି, ତେବେ ଆପଣ  ତାଙ୍କ ବାକ୍ୟକୁ ଏକ ଦୃଢ଼  ବାକ୍ୟ  ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: “ଯେହେତୁ ଆମ୍ଭେମାନେ ଜାଣୁ ଯେ ସେ ଆମ୍ଭମାନଙ୍କ କଥା ଶୁଣନ୍ତି” (: ସଂଯୋଗ - ବାସ୍ତବିକ ସର୍ତ୍ତଗୁଡ଼ିକୁଦେଖନ୍ତୁ)

ἀκούει ἡμῶν

5:14 ପରି, ଶୁଣିବା ଶବ୍ଦ ଏକ ରୂଢ଼ି ଅଟେ  ।  ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଯାହା ମାଗୁ ତାହା ସେ ଆମ୍ଭମାନଙ୍କୁ ଦେବାକୁ ପ୍ରସ୍ତୁତ” (: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

ἀκούει ἡμῶν

ପୂର୍ବ ପର୍ବରେ  ଯୋହନ ନିର୍ଦ୍ଦିଷ୍ଟ କରିଥିବା ସର୍ତ୍ତକୁ ପୁନରାବୃତ୍ତି କରିବା ଏଥିରେ ଏହା ସହାୟକ ହୋଇପାରେ ।  ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ତାହାଙ୍କ ଇଚ୍ଛା ଅନୁଯାୟୀ ମାଗୁ ସେ ତାହା ଆମ୍ଭମାନଙ୍କୁ  ଦେବାକୁ ଇଚ୍ଛା କରନ୍ତି " (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ἀκούει…αὐτοῦ

ସର୍ବନାମ ସେ ଏବଂ ତାହାଙ୍କୁ ଏହି ପର୍ବରେ ଈଶ୍ଵରଙ୍କୁ ସୂଚାଏ ।  ସେ ବଦଳରେ “ଈଶ୍ଵର ” ନାମ ବ୍ୟବହାର କରିବା ଏବଂ ପରେ ତାଙ୍କୁ କହିବା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହୋଇପାରେ କି ନାହିଁ ତାହା ବିଚାର କରନ୍ତୁ ।  (: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 5:16

τὸν ἀδελφὸν αὐτοῦ

2:9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( ଉପମା/ରୂପକଦେଖନ୍ତୁ)

δώσει αὐτῷ ζωήν

ଏଠାରେ ଜୀବନ ଶବ୍ଦ ସାଙ୍କେତିକ ଭାବରେ ଆତ୍ମିକ ଜୀବନକୁ, ଅର୍ଥାତ୍ ଈଶ୍ଵରଙ୍କ ସହ ଅନନ୍ତ ଜୀବନକୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ ତାହାଙ୍କଠାରୁ ସବୁଦିନ ପାଇଁ ଅଲଗା ଯେପରି ନହୁଏ ।" ( ଉପମା/ରୂପକଦେଖନ୍ତୁ)

ἔστιν ἁμαρτία πρὸς θάνατον; οὐ περὶ ἐκείνης λέγω ἵνα ἐρωτήσῃ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ମୃତ୍ୟୁ ଶବ୍ଦର ଆଳଙ୍କାରିକ ଅର୍ଥକୁ ଆପଣ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଏହି ପତ୍ରର ପ୍ରସଙ୍ଗରେ, ମୃତ୍ୟୁ ପ୍ରତି ଏକ ପାପ ଦ୍ୱାରା, ଯୋହନ ବୋଧହୁଏ ସେହି ଆଚରଣ ବିଷୟରେ କହନ୍ତି  ଯାହା ଭଣ୍ଡ ଶିକ୍ଷକମାନେ ନିୟୋଜିତ ଏବଂ ଉତ୍ସାହିତ କରିଥିଲେ । 1 ଯୋହନ ପରିଚୟର ଭାଗ 3 ଯେପରି ବ୍ୟାଖ୍ୟା କରେ, ଏହି ଭଣ୍ଡ ଶିକ୍ଷକମାନେ ଦାବି କରନ୍ତି ଯେ ଲୋକମାନେ ସେମାନଙ୍କ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ସେମାନେ ସେମାନଙ୍କର କାର୍ଯ୍ୟ ଭୁଲ୍ ବୋଲି ବିଶ୍ୱାସ ନକରି ଅନେକ ଗୁରୁତର ପାପ କରନ୍ତି । ଏହା ଦର୍ଶାଇଲା ଯେ ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ ତ୍ୟାଗ କରି ପବିତ୍ର ଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯୋହନ 5:18ରେ ପୁନର୍ବାର ଏହି ଭଣ୍ଡଶିକ୍ଷାକୁ ସଂଶୋଧନ କରନ୍ତି । ଅର୍ଥାତ୍ ସେ କହୁ ନାହାଁନ୍ତି ଯେ ବିଶ୍ଵାସୀମାନେ ସେମାନଙ୍କ ପାଇଁ ପ୍ରାର୍ଥନା ନ କରନ୍ତୁ,  ବରଂ, ସେ ବ୍ୟାଖ୍ୟା କରନ୍ତି  ଯେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଲାଭଜନକ ନୁହେଁ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ଵାସ  ଏବଂ ପବିତ୍ର ଆତ୍ମାଙ୍କ ପ୍ରଭାବର ବିପରୀତ ଜୀବନଯାପନ କରିବାକୁ ସ୍ଥିର କରିଛନ୍ତି। ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକମାନେ କୁହନ୍ତି ଯେ ଲୋକମାନେ ନିଜ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେମାନେ ବିଶ୍ୱାସ ନକରି ଅନେକ ଗମ୍ଭୀର ପାପ କରନ୍ତି  । ଏହା ଦର୍ଶାଏ ଯେ ସେମାନେ ଆଉ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ ପବିତ୍ରଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେ ଆଉ ଈଶ୍ଵରଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ଏହା ସୂଚାଏ ଯେ ସେମାନେ ଅନନ୍ତକାଳ ପାଇଁ ଈଶ୍ଵରଙ୍କଠାରୁ ପୃର୍ଥକ ହେବେ । ସେମାନଙ୍କ ପାଇଁ ପ୍ରାର୍ଥନା କରିବା କୌଣସି ପରିବର୍ତ୍ତନ ଆଣେ ନାହିଁ ”( ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

αἰτήσει

ଯୋହନ  ଏକ ନିର୍ଦ୍ଦେଶ ଏବଂ ଆଜ୍ଞା ଦେବା ପାଇଁ ଭବିଷ୍ୟତ ବାକ୍ୟ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ସେ ସେହି ସହ ବିଶ୍ଵାସୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍” ( ଉକ୍ତି/ବକ୍ତବ୍ୟ - ଅନ୍ୟାନ୍ୟ ବ୍ୟବହାରିକ ବିଷୟଦେଖନ୍ତୁ)

ἐάν τις ἴδῃ τὸν ἀδελφὸν αὐτοῦ ἁμαρτάνοντα ἁμαρτίαν μὴ πρὸς θάνατον, αἰτήσει

ଯୋହନ ଆପଣା ପାଠକମାନଙ୍କୁ ପରାମର୍ଶ ଦେବା ପାଇଁ ଏକ ଆନୁମାନିକ ପରିସ୍ଥିତିକୁ ବର୍ଣ୍ଣନା କରୁଛନ୍ତି ।  UST ଏହାକୁ ଏକ ଉପାଯରେ ପ୍ରକାଶ କରେ ।  (: ପରିକଳ୍ପିତ ପରିସ୍ଥିତିସମୂହଦେଖନ୍ତୁ)

ἁμαρτάνοντα ἁμαρτίαν

ଯଦି ଆପଣଙ୍କ ଭାଷାରେ କ୍ରିୟା ପାପ କରିବା ଏବଂ ବିଶେଷ୍ୟ ପାପକୁ ବ୍ୟବହାର କରିବା ଅସ୍ୱାଭାବିକ, ତେବେ ଆପଣ  ଆପଣଙ୍କ  ଅନୁବାଦରେ ଶବ୍ଦର କେବଳ ଗୋଟିଏ ରୂପ ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ପାପ କରିବା”

ἁμαρτίαν μὴ πρὸς θάνατον…τοῖς ἁμαρτάνουσιν μὴ πρὸς θάνατον…ἁμαρτία πρὸς θάνατον

ଏହି ପର୍ବରେ ଏବଂ ପରବର୍ତ୍ତୀ ବାକ୍ୟରେ ମୃତ୍ୟୁ ଶବ୍ଦ ଆତ୍ମିକ  ମୃତ୍ୟୁକୁ ଅର୍ଥାତ୍ ଈଶ୍ଵରଙ୍କଠାରୁ ଅନନ୍ତ ପୃଥକତାକୁ ସୂଚାଏ  ।  (ଯୋହନ କେଉଁ ପ୍ରକାରର ପାପ ବିଷୟରେ ଭାବିଥିବେ ଯେଉଁ ବିଷୟରେ ଆଲୋଚନା ପାଇଁ ଏହି ପର୍ବର ପରବର୍ତ୍ତୀ ଟିପ୍ପଣୀ  ଦେଖନ୍ତୁ । ) ବିକଳ୍ପ ଅନୁବାଦ: “ଏପରି ଏକ ପାପ ଯାହା ଈଶ୍ଵରଙ୍କଠାରୁ ଅନନ୍ତ ପୃଥକତାକୁ ନିଏ ନାହିଁ ... ସେମାନଙ୍କ ପାପ ଯାହା ଈଶ୍ଵରଙ୍କଠାରୁ ଅନନ୍ତ ପୃଥକତାକୁ ନିଏ ... ଏପରି ଏକ ପାପ ଯାହା ଈଶ୍ଵରଙ୍କଠାରୁ ଅନନ୍ତ ପୃଥକତାକୁ ନେଇଥାଏ ।  (: ଉପମା/ରୂପକଦେଖନ୍ତୁ)

δώσει αὐτῷ ζωήν

ଏହି ବାକ୍ୟାଂଶରେ, ସର୍ବନାମ ତାକୁ ପାପ କରୁଥିବା ବିଶ୍ଵାସୀକୁ  ସୂଚାଏ, ଏବଂ ସେ ସର୍ବନାମକୁ ସୂଚାଇପାରେ: (1 ) ଈଶ୍ଵର , ଯେହେତୁ କେବଳ ଈଶ୍ଵର  ଆତ୍ମିକ  ଜୀବନ ଦେଇପାରିବେ ।  ବିକଳ୍ପ ଅନୁବାଦ: “ପାପ କରୁଥିବା ବିଶ୍ଵାସୀମାନଙ୍କୁ  ଈଶ୍ଵର  ଜୀବନ ଦେବେ” (2 ) ଯେକେହି ଅର୍ଥାତ୍ ପ୍ରାର୍ଥନା କରୁଥିବା ବ୍ୟକ୍ତି ।  ଏହି ପରିପ୍ରେକ୍ଷୀରେ, ଯାକୁବ 5:15, 20 ପରି ବ୍ୟକ୍ତିଙ୍କ ପ୍ରାର୍ଥନା ମାଧ୍ୟମରେ ଈଶ୍ଵର ଜୀବନ ପ୍ରଦାନ କରୁଥିବା ବିଷୟକୁ ଯୋହନ ଚିତ୍ରଣ କରିପାରନ୍ତି, ବିକଳ୍ପ ଅନୁବାଦ: “ପାପ କରୁଥିବା ବିଶ୍ଵାସୀମାନଙ୍କୁ  ଜୀବନ ଦେବା ପାଇଁ ସେ ଈଶ୍ଵରଙ୍କ  ସାଧନ ହେବ ।”  (: ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

1 John 5:17

πᾶσα ἀδικία ἁμαρτία ἐστίν, καὶ ἔστιν ἁμαρτία οὐ πρὸς θάνατον

ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ସହି ଭାବ ବାଚକ ବିଶେଷ୍ୟ  ଅନ୍ୟାୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରି ।  ବିକଳ୍ପ ଅନୁବାଦ: "ପ୍ରତ୍ୟେକ ଥର ଯେବେ ଆମ୍ଭେମାନେ ଈଶ୍ଵର  ଯାହା ଚାହାଁନ୍ତି ନାହିଁ ତାହା କରୁ, ଯାହା ପାପ ଅଟେ। " (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

καὶ

ଯୋହନ  ଏହି ଶବ୍ଦକୁ ବ୍ୟବହାର କରି ଏକ ବିପରୀତ ବାକ୍ୟ  ଉପସ୍ଥାପନ କରନ୍ତି ଯାହା ବିଶ୍ଵାସୀମାନଙ୍କୁ  ଉତ୍ସାହିତ କରେ ଯାହାଙ୍କୁ ସେ ଏହିଲେଖୁଛନ୍ତି ।  ବିକଳ୍ପ ଅନୁବାଦ: "ତଥାପି," (: ସଂଯୋଗ – ବୈପରୀତ୍ୟ ସମ୍ପର୍କଦେଖନ୍ତୁ)

ἔστιν ἁμαρτία οὐ πρὸς θάνατον

ପୂର୍ବ ପର୍ବରେ  ଆପଣ ମୃତ୍ୟୁ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପାପ ଈଶ୍ଵରଙ୍କଠାରୁ ଅନନ୍ତ ପୃଥକତାକୁ ନିଏ ନାହିଁ” କିମ୍ବା “ପ୍ରତ୍ୟେକ ପାପ ମନୁଷ୍ୟକୁ ଆତ୍ମିକ ମୃତ୍ୟୁକୁ ନିଏ ନାହିଁ” ।  (: ଉପମା/ରୂପକଦେଖନ୍ତୁ)

1 John 5:18

ὁ πονηρὸς

2:13ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

πᾶς ὁ γεγεννημένος ἐκ τοῦ Θεοῦ

ଆପଣ 2:29 ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: "ସେସମସ୍ତ ଲୋକ ଯାହାର ପିତା ଈଶ୍ଵର ଅଟନ୍ତି " (: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଦେଖନ୍ତୁ)

πᾶς ὁ γεγεννημένος ἐκ τοῦ Θεοῦ

ଆପଣ  2:29 ରେ ଏହି ରୂପକକୁ  ବ୍ୟାଖ୍ୟା କରିବାକୁ ନିର୍ଣ୍ଣୟ ନେଇଛନ୍ତି କି ନାହିଁ ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ସେସମସ୍ତ ଲୋକ ଯାହାର ପିତା ଈଶ୍ଵର ଅଟନ୍ତି” (: ଉପମା/ରୂପକଦେଖନ୍ତୁ)

οὐχ ἁμαρτάνει

ଆପଣ 3: 6 ରେ କିପରି ଏହି ଅଭିବ୍ୟକ୍ତି ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ଅନିଚ୍ଛାକୃତ ଏବଂ କ୍ରମାଗତ ଭାବରେ ପାପ କରେ ନାହିଁ” (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὁ γεννηθεὶς ἐκ τοῦ Θεοῦ

ଏହା ଯୀଶୁଙ୍କ ପାଇଁ ଏକ ବର୍ଣ୍ଣନା ଅଟେ, ଯାହାଙ୍କୁ ଯୋହନ 4: 9 ରେ "ଏକମାତ୍ର ପୁତ୍ର" ବୋଲି କହନ୍ତି ।  ଆପଣ ସେହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: "ଯୀଶୁ, ଈଶ୍ଵରଙ୍କ  ପ୍ରକୃତ ପୁତ୍ର ଅଟନ୍ତି"

τηρεῖ ἑαυτὸν

ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅଟେ।  ବିକଳ୍ପ ଅନୁବାଦ: (1 ) "ତାହାଙ୍କୁ ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସଂପର୍କରେ ରଖେ" କିମ୍ବା (2) "ତାହାଙ୍କୁ ପାପରୁ ରକ୍ଷା କରେ" (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

ὁ πονηρὸς

ଯୋହନ ଦୁଷ୍ଟ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେ ସେ ମନ୍ଦ ଅଟେ ।  ବିକଳ୍ପ ଅନୁବାଦ: “ଶୟତାନ” (: ଲାକ୍ଷଣିକ ଶବ୍ଦଦେଖନ୍ତୁ)

οὐχ ἅπτεται αὐτοῦ

ଏହା ଏକ ରୂଢ଼ି ଅଟେ  ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ ରୂଢ଼ି ବ୍ୟବହାର କରିପାରିବେ କିମ୍ବା ସରଳ  ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ତାଙ୍କୁ କ୍ଷତି ପହଞ୍ଚାଇ ପାରିବ ନାହିଁ” (: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

1 John 5:19

ἐν τῷ πονηρῷ κεῖται

ଏହି ଅଭିବ୍ୟକ୍ତି ଆଳଙ୍କାରିକ ଭାବରେ କାହା କିମ୍ବା କୌଣସି ବିଷୟ ଦ୍ୱାରା ନିୟନ୍ତ୍ରିତ ହେବାକୁ ବୁଝାଏ । ବିକଳ୍ପ ଅନୁବାଦ: “ମନ୍ଦ ବ୍ୟକ୍ତି ଦ୍ୱାରା ନିୟନ୍ତ୍ରିତ” କିମ୍ବା “ମନ୍ଦ ପ୍ରଭାବ ଦ୍ୱାରା ନିୟନ୍ତ୍ରିତ” । ( ଉପମା/ରୂପକଦେଖନ୍ତୁ)

ὁ κόσμος ὅλος

ଯୋହନ  ଏହି ପତ୍ରରେ ଜଗତ ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ, ଏହା ବୋଧହୁଏ ଆଳଙ୍କାରିକ ଭାବରେ ଉଭୟ ଜଗତରେ ବାସ କରୁଥିବା ଲୋକମାନଙ୍କୁ, ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ସେମାନଙ୍କରବ୍ୟବସ୍ଥାକୁ ସୂଚାଏ । ବିକଳ୍ପ ଅନୁବାଦ: “ସମସ୍ତ ଅଧାର୍ମିକ ଲୋକ ଏବଂ ସେମାନଙ୍କର ବ୍ୟବସ୍ଥା” ( ଲାକ୍ଷଣିକ ଶବ୍ଦଦେଖନ୍ତୁ)

ἐκ τοῦ Θεοῦ ἐσμεν

ଆପଣ 4: 4 ରେ କିପରି ଏହି ଅଭିବ୍ୟକ୍ତି ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: "ଆମ୍ଭେମାନେ  ଈଶ୍ଵରଙ୍କ ସହ ଜୀବନ ଯାପନ କରୁ" କିମ୍ବା "ଆମ୍ଭେମାନେ  ଈଶ୍ଵରଙ୍କ ସହ ସମ୍ପର୍କରେ ରହୁ" ।  (: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

τῷ πονηρῷ

ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ଅଭିବ୍ୟକ୍ତି ସହ ଭାବ ବାଚକ ବିଶେଷ୍ୟ  ମନ୍ଦ ପଛରେ ଥିବା ଅର୍ଥ ପ୍ରକାଶ କରିପାରିବେ ।  ଏହାର ଅର୍ଥ ହୋଇପାରେ: (1 ) ଯୋହନ ହୁଏତ ଶୟତାନ ବିଷୟରେ ସାଙ୍କେତିକ ଭାବରେ 2:13 ପରି କହନ୍ତି ।  ବିକଳ୍ପ ଅନୁବାଦ: “ଶୟତାନ” (2 ) ଯୋହନ  ହୁଏତ ମନ୍ଦ ପ୍ରଭାବ ବିଷୟରେ କହନ୍ତି ।  ବିକଳ୍ପ ଅନୁବାଦ: “ମନ୍ଦ ପ୍ରଭାବଗୁଡ଼ିକ” (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

1 John 5:20

ὁ Υἱὸς τοῦ Θεοῦ

ଈଶ୍ଵରଙ୍କ ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।ଦେଖନ୍ତୁ)

δέδωκεν ἡμῖν διάνοιαν

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବୁଝିବା” ପରି ଏକ କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ବୁଝିବା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବୁଝିବାକୁ ଆମ୍ଭମାନଙ୍କୁ ସକ୍ଷମ କରିଛନ୍ତି” ( ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

ἐσμὲν ἐν τῷ Ἀληθινῷ, ἐν τῷ Υἱῷ αὐτοῦ, Ἰησοῦ Χριστῷ

2:5 ଯେପରି, ବିଶ୍ଵାସୀମାନେ ଈଶ୍ଵର  ଏବଂ ଯୀଶୁଙ୍କ ଭିତରେ ରହିପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ଏହି ଅଭିବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ଦର୍ଶାଏ  । ବିକଳ୍ପ ଅନୁବାଦ: “ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି” ( ଉପମା/ରୂପକଦେଖନ୍ତୁ)

τὸν Ἀληθινόν…τῷ Ἀληθινῷ

ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ଯୋହନ  ବିଶେଷଣ ଭାବରେ ସତ୍ୟ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବା ପାଇଁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ସତ୍ୟ… ଯିଏ ସତ୍ୟ ଅଟେ” ( ବିଶେଷ୍ୟପରି ବିଶେଷଣଦେଖନ୍ତୁ)

οὗτός ἐστιν ὁ ἀληθινὸς Θεὸς

ଏହା ହୁଏତ (1) ଯୀଶୁଙ୍କୁ ସୂଚାଇପାରେ, ଯିଏକି ପୂର୍ବରୁ ଉଲ୍ଲେଖ କରାଯାଇଛନ୍ତି, କିମ୍ବା (2) ଈଶ୍ଵର, ଯିଏ ପୂର୍ବରୁ ଉଲ୍ଲେଖ କରାଯାଇଛନ୍ତି । ( ସର୍ବନାମ – କେଉଁ ସମୟରେ ସେଗୁଡ଼ିକର ବ୍ୟବହାର କରିବେ ।ଦେଖନ୍ତୁ)

ὁ ἀληθινὸς Θεὸς καὶ ζωὴ αἰώνιος

ଯୋହନ ଏବଂ  ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବାକ୍ୟାଂଶ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରନ୍ତି  । ଅନନ୍ତ ଜୀବନ ବାକ୍ୟାଂଶ ସତ୍ୟ ଈଶ୍ଵରଙ୍କ ଗୁଣକୁ ଦର୍ଶାଏ, ଯେ ଅନନ୍ତ ଜୀବନ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ସତ୍ୟ ଈଶ୍ଵର, ଯିଏ ଅନନ୍ତ ଜୀବନ ଦିଅନ୍ତି” ( ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାରଦେଖନ୍ତୁ)

τῷ Υἱῷ αὐτοῦ

ପୁତ୍ର ଶବ୍ଦ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହାକି ଈଶ୍ଵରଙ୍କ ସହ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ । (See: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)

ἐσμὲν ἐν τῷ Ἀληθινῷ, ἐν τῷ Υἱῷ αὐτοῦ, Ἰησοῦ Χριστῷ

ସତ୍ୟମୟଙ୍କର ଏହି ଦ୍ୱିତୀୟ ବାକ୍ୟାଂଶ ସୂଚାଇପାରେ: (1) ଯୀଶୁ, ଯେପରି ଅବଶିଷ୍ଟ ବାକ୍ୟାଂଶ ପରି ସ୍ପଷ୍ଟ କରେ । ଏହି ପରିପ୍ରେକ୍ଷୀରେ, ଯୋହନ କହନ୍ତି ଯେ ଉଭୟ ଈଶ୍ଵର ଏବଂ ଯୀଶୁ ପ୍ରକୃତ ଈଶ୍ୱର ଅଟନ୍ତି, ଏବଂ ଆମ୍ଭେମାନେ ଉଭୟରେ ଅଛୁ | UST ଦେଖନ୍ତୁ । (2) ଈଶ୍ଵର, ଯେପରି ସତ୍ୟମୟଙ୍କର ପ୍ରଥମ ବାକ୍ୟାଂଶ ଈଶ୍ଵରଙ୍କୁ ସୂଚାଏ । ଏହି ପରିପ୍ରେକ୍ଷୀରେ, ଯୋହନ କହନ୍ତି ଯେ ଯୀଶୁଙ୍କଠାରେ ଆମ୍ଭେମାନେ ଥିବାରୁ ଆମ୍ଭେମାନେ ଈଶ୍ଵରଙ୍କଠାରେ ଅଛୁ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିବା ଦ୍ୱାରା ଆମ୍ଭେମାନେ ସତ୍ୟମୟଙ୍କଠାରେ ଅଛୁ ।"

ζωὴ αἰώνιος

4:9 ରେ, ଏହାର ଅର୍ଥ ଏହି ଜୀବନରେ ଉଭୟ ଈଶ୍ଵରଙ୍କଠାରୁ ନୂତନ ଭାବରେ ଜୀବନଯାପନ କରିବା ଏବଂ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ଅଟେ | ଆପଣ ସେଠାରେ କିପରି ଏହି ଅଭିବ୍ୟକ୍ତି ଅନୁବାଦ କରିଛନ୍ତି ଦେଖନ୍ତୁ | (See: ଉପମା/ରୂପକ)

ἥκει

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ , ଯେପରି ଆପଣ 5: 6 ରେ କରିଛନ୍ତି ।  ବିକଳ୍ପ ଅନୁବାଦ: "ଈଶ୍ଵରଙ୍କଠାରୁ ପୃଥିବୀକୁ ଆସିଛନ୍ତି" (: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନାଦେଖନ୍ତୁ)

δέδωκεν ἡμῖν διάνοιαν

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଯୀଶୁ ଆମ୍ଭମାନଙ୍କୁ  ବୁଝିବାକୁ ସକ୍ଷମ କରିଛନ୍ତି ।  ବିକଳ୍ପ ଅନୁବାଦ: "ଆମ୍ଭମାନଙ୍କୁ  ସତ୍ୟକୁ ବୁଝିବାରେ ସକ୍ଷମ କରିଛନ୍ତି" କିମ୍ବା "ଆମ୍ଭମାନଙ୍କୁ  ଈଶ୍ଵରଙ୍କ ବିଷୟରେ ସତ୍ୟ ବୁଝିବାରେ ସକ୍ଷମ କରିଛନ୍ତି" ।  (: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।ଦେଖନ୍ତୁ)

τὸν Ἀληθινόν…τῷ Ἀληθινῷ

ଯୋହନ ଈଶ୍ଵରଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେ ସେ ସତ୍ୟ ଅଟନ୍ତି ।  ଏହାର ଅର୍ଥ ହୋଇପାରେ: (1 ) ମିଥ୍ୟା ଦେବତାଗଣ ତୁଳନାରେ ସେ ପ୍ରକୃତ ଈଶ୍ଵର ଅଟନ୍ତି ।  ବିକଳ୍ପ ଅନୁବାଦ: “ପ୍ରକୃତ ଈଶ୍ଵର … ପ୍ରକୃତ ଈଶ୍ଵର ” (2 ) ଈଶ୍ଵର  ଯିଏ ଯାହା କୁହନ୍ତି ଏବଂ କରନ୍ତି ସେଥିରେ ସତ୍ୟ ଅଟନ୍ତି ।  ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ସର୍ବଦା ସତ୍ୟ କହନ୍ତି ଏବଂ ସେ ଯାହା କହନ୍ତି ତାହା କରନ୍ତି … ଈଶ୍ଵର , ଯିଏ ସର୍ବଦା ସତ୍ୟ କହନ୍ତି ଏବଂ ସେ ଯାହା କହନ୍ତି ତାହା କରନ୍ତି” (: ଲାକ୍ଷଣିକ ଶବ୍ଦଦେଖନ୍ତୁ)

1 John 5:21

τεκνία

2:1 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( ଉପମା/ରୂପକଦେଖନ୍ତୁ)

φυλάξατε ἑαυτὰ

ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷାଦେଖନ୍ତୁ)

τῶν εἰδώλων

ଏଠାରେ, ପ୍ରତିମାଗୁଡ଼ିକର ଅର୍ଥ ହୋଇପାରେ: (1) ସାଙ୍କେତିକ ପ୍ରତିମା, ଅର୍ଥାତ୍, କୌଣସି ବିଷୟ ଯାହା ଜଣେ ବ୍ୟକ୍ତିର ଜୀବନରେ ପ୍ରକୃତ ଈଶ୍ଵରଙ୍କ ସ୍ଥାନ ଅଧିକାର କରେ | ବିକଳ୍ପ ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭମାନଙ୍କ ଜୀବନରେରେ ଈଶ୍ଵରଙ୍କ ସ୍ଥାନ ନେଇପାରେ” (2) ଆକ୍ଷରିକ ପ୍ରତିମା, ଅର୍ଥାତ୍ ପ୍ରତିମୂର୍ତ୍ତି ଭାବେ ଯାହା ପୂଜା କରାଯାଏ ଯେପରି ସେଗୁଡ଼ିକ ଏକ ଈଶ୍ଵରଙ୍କୁ ପ୍ରକାଶ କରନ୍ତି | (See: ଉପମା/ରୂପକ)