1 Corinthians
1 Corinthians front
୧କରିନ୍ଥୀୟର ସୂଚନା
ଭାଗ ୧: ସାଧାରଣ ସୂଚନା
୧ କରିନ୍ଥୀୟ ପୁସ୍ତକର ରୂପରେଖା
୧ I ମଣ୍ଡଳୀରେ ବିଭାଜନ(୧:୧୦-୪:୨୧) ୧ I ନୈତିକ ପାପ ଏବଂ ଅନିୟମିତତା(୫:୧-୧୩) ୧ I ଖ୍ରୀଷ୍ଟିୟାନମାନେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ନ୍ୟାୟାଳୟକୁ ନେଇଯିବା ବିଷୟରେ (୬:୧-୨୦) ୧ I ବିବାହ ଓ ତତ୍ ସମ୍ପର୍କୀୟ ବିଷୟଗୁଡିକ (୭:୧-୪୦) ୧ I ଖ୍ରୀଷ୍ଟିୟାନ ସ୍ବାଧିନତାର ଅପବ୍ୟବହାର; ମୂର୍ତ୍ତି ନିକଟରେ ଭୋଜନର ଉତ୍ସର୍ଗ, ପ୍ରତିମା ପୂଜାରୁ ପଳାୟନ; ନାରୀମାନଙ୍କ ମସ୍ତକ ଆଚ୍ଛାଦନ (୮:୧-୧୩;୧୦:୧-୧୧:୧୬) ୧ I ଜଣେ ପ୍ରେରିତ ଭାବରେ ପାଉଲଙ୍କ ଅଧିକାର (୯:୧୨୭) ୧ I ପ୍ରଭୁଭୋଜ(୧୧:୧୭-୩୪) ୧ I ପବିତ୍ର ଆତ୍ମାଙ୍କ ଦାନଗୁଡିକ (୧୨:୧-୩୧) ୧ I ପ୍ରେମ(୧୩:୧-୧୩) ୧ I ପବିତ୍ର ଆତ୍ମାଙ୍କଦାନ ଗୁଡିକ: ଭାବବାଣୀ ଓ ପରଭାଷା (୧୪:୧-୪୦) ୧ I ବିଶ୍ବାସୀମାନଙ୍କର ପୁନରୁତ୍ଥାନ ଏବଂ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ (୧୫:୧-୫୮) ୧ I ସମାପ୍ତି: ଯିରୁଶାଲମର ଖ୍ରୀଷ୍ଟିୟାନମାନଙ୍କ ପାଇଁ ସାହାଯ୍ୟ, ଅନୁରୋଧ,ଏବଂ ବ୍ୟକ୍ତିଗତ ଅଭିବାଦନ(୧୬:୧-୨୪)
୧କରିନ୍ଥୀୟ ପୁସ୍ତକ କିଏ ଲେଖିଥିଲେ? ପାଉଲ ୧କରିନ୍ଥୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ସସ୍ ସହର ନିବାସୀ ଥିଲେ I ଖ୍ରୀଷ୍ଟକୁ ଜାଣିବା ପୁର୍ବରୁ ସେ ଶାଉଲ ନାମରେ ପରିଚିତ ଥିଲେ I ପାଉଲ ଜଣେ ଫାରୁଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଖ୍ରୀଷ୍ଟିୟାନ ହେବା ପରେ, ସେ ଅନେକ ଥର ରୋମ ସାମ୍ରାଜ୍ୟରେ ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ I
ପାଉଲ କରିନ୍ଥୀୟ ମଣ୍ଡଳୀ ଆରମ୍ଭ କରିଥିଲେ । ଏହି ପତ୍ର ଲେଖିବା ସମୟରେ ସେ ଏଫିସ୍ ସହରରେ ରହୁଥିଲେ I
୧କରିନ୍ଥୀୟ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?
ଏହି ୧ କରିନ୍ଥୀୟ ପତ୍ରଟି ପାଉଲ କରିନ୍ଥ ସହରରେ ରହୁଥିବା ବିଶ୍ବାସୀମାନଙ୍କ ନିକଟକୁ ଲେଖିଥିଲେ I ପାଉଲ ଶୁଣିଥିଲେ ଯେ ସେଠାରେ ରହୁଥିବା ବିଶ୍ବାସୀମାନଙ୍କ ମଧ୍ୟରେ କିଛି ସମସ୍ୟା ରହିଛି । ସେମାନେ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଥିଲେ I ସେମାନଙ୍କ ମଧ୍ୟରୁ କେତେକ ବିଶ୍ବାସୀମାନେ ଖ୍ରୀଷ୍ଟିୟାନ ଶିକ୍ଷାକୁ ବୁଝି ପାରୁ ନ ଥିଲେ I ପୁଣି ସେମାନଙ୍କ ମଧ୍ୟରୁ କେତେକ ବିଶ୍ବାସୀମାନେ ବହୁତ ମନ୍ଦ ବ୍ୟବହାର କରୁଥିଲେ I ଇଶ୍ବରଙ୍କୁ ସନ୍ତୁଷ୍ଟ କରିବା ପରି ଜୀବନ ଯାପନ କରିବା ପାଇଁ ପାଉଲ ଏହି ପତ୍ର ମାଧ୍ୟମରେ ସେମାନଙ୍କୁ ଉତ୍ସାହ ପ୍ରଦାନ କରୁଛନ୍ତି
ଏହି ପୁସ୍ତକର ଶୀର୍ଷକକୁ କେଉଁ ପ୍ରକାରେ ଅନୁବାଦ କରାଯିବା ଆବଶ୍ୟକ ?
ଅନୁବାଦକ ଏହି ପୁସ୍ତକର ଶୀର୍ଷକକୁ ପାରମ୍ପାରିକ ଶୀର୍ଷକ ”ପ୍ରଥମ କରିନ୍ଥୀୟ” ନାମରେ ନାମିତ କରିପାରିବେ କିମ୍ବା ସେମାନେ “କରିନ୍ଥୀୟ ମଣ୍ଡଳୀକୁ ପାଉଲଙ୍କ ପ୍ରଥମ ପତ୍ର” ଭଳି ସ୍ପଷ୍ଟ ନାମରେ ମଧ୍ୟ ନାମିତ କରିପାରିବେ (ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଭାଗ ୨: ଧର୍ମ ଓ ସଂସ୍କୃତି ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ
କରିନ୍ଥ ସହର କେଉଁ ପ୍ରକାର ଥିଲା ? କରିନ୍ଥ ସହର ପ୍ରାଚୀନ ଗ୍ରୀସର ଏକ ମୁଖ୍ୟ ସହର ଥିଲା । ଏହି ସହର ଭୂମଧ୍ୟ ସାଗର ନିକଟରେ ଥିବା ସକାଶୁ ବହୁସଂଖ୍ୟକ ଯାତ୍ରୀମାନେ ଓ ବ୍ୟବସାୟୀମାନେ ସେଠାକୁ କିଣାବିକା କରିବାକୁ ଆସୁଥିଲେ । ଏଥିପାଇଁ ଏହି ସହରରେ ବିଭିନ୍ନ ସଂସ୍କୃତିର ଲୋକମାନେ ରହୁଥିଲେ । ଅନୈତିକ ଜୀବନ ଯାପନ କରୁଥିବା ଲୋକମାନଙ୍କ କାରଣରୁ ଏହି ସହର ପ୍ରସିଦ୍ଧ ଥିଲା । ଗ୍ରୀକମାନଙ୍କର ପ୍ରେମର ଦେବୀ ଏଫ୍ରୋଡାଇଟ୍ ର ଲୋକମାନେ ପୂଜା କରୁଥିଲେ । ଏଫ୍ରୋଡାଇଟ୍ ଦେବୀର ଆରାଧନା ର ଏକ ବିଧି ଭାବରେ ତାହାର ଉପାସକମାନେ ମନ୍ଦିରରେ ଥିବା ବେଶ୍ୟାମାନଙ୍କ ସହିତ ଯୌନ ସମ୍ଭୋଗ କରୁଥିଲେ ।
ମୁର୍ତ୍ତି ଆଗରେ ମାଂସ ଉତ୍ସର୍ଗ କରିବାରେ କ’ଣ ସମସ୍ୟା ଥିଲା ?
କରିନ୍ଥରେ ମିଥ୍ୟା ଦେବତାମାନଙ୍କ ଉଦ୍ଦେଶ୍ୟରେ ଅନେକ ପଶୁମାନଙ୍କୁ ସଂହାର କରି ଉତ୍ସର୍ଗ କରାଯାଉ ଥିଲା । ଯାଜକ ଓ ଉପାସକମାନେ ସେହି ଉତ୍ସର୍ଗିକୃତ ମାଂସରୁ କିଛି ଅଂଶ ରଖୁଥିଲେ। ଆଉ ସେହି ମାଂସର ଅଧିକାଂଶ ଭାଗ ବଜାରରେ ବିକ୍ରୀ କରାଯାଉଥିଲା । ସେହି ମାଂସ ଖାଇବା ଉଚିତ୍ କି ନୁହେ ତାହା ନେଇ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦ ଦେଖାଯାଉଥିଲା, କାରଣ ତାହା ମିଥ୍ୟା ଦେବତାମାନଙ୍କୁ ଉର୍ତ୍ସଗ କରାଯାଇଥିଲା । ପାଉଲ ଏହି ସମସ୍ୟା ବିଷୟରେ ୧ କରିନ୍ଥୀୟରେ ଲେଖିଛନ୍ତି ।
ଭାଗ ୩:ଅନୁବାଦରେ ଗୁରୁତ୍ବପୂର୍ଣ୍ଣ ସମସ୍ୟା
ULTରେ କେମିତି “ପବିତ୍ର” ଏବଂ “ପବିତ୍ରୀକରଣ ପ୍ରକିୟା”କୁ ୧ କରିନ୍ଥୀୟରେ ଉପସ୍ଥାପନା କରାଯାଇଅଛି ?
ଧର୍ମଶାସ୍ତ୍ରରେ ଅନେକ ଚିନ୍ତାଧାରା ମଧ୍ୟରୁ ଗୋଟିଏକୁ ପ୍ରକାଶ କରିବା ପାଇଁ ଏପରି ଶବ୍ଦଗୁଡିକୁ ବ୍ୟବହାର କରାଯାଇଛି । ଏଥିପାଇଁ, ଅନୁବାଦ କରାଯାଉଥିବା ବାଇବଲରେ ଏପରି ଶବ୍ଦକୁ ପରିପ୍ରକାଶ କରିବା ଅନୁବାଦକମାନଙ୍କ ପାଇଁ ପ୍ରାୟତଃ କଷ୍ଟକର ହୋଇଥାଏ । ୧ କରିନ୍ଥୀୟ ULT ଇଂରାଜୀ ଭାଷାରେ ଅନୁବାଦ କରିବା ନିମନ୍ତେ ନିମ୍ନଲିଖିତ ସିଦ୍ଧାନ୍ତଗୁଡିକୁ ବ୍ୟବହାର କରିଥାଏ :
ଅନେକ ସମୟରେ ଏକ ଶାସ୍ତ୍ରାଂଶର ଅର୍ଥ ନୈତିକ ପବିତ୍ରତାକୁ ଦର୍ଶାଇଥାଏ । ସୁସମାଚାରକୁ ବୁଝିବା ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବିଷୟ ଏହା ଯେ ଖ୍ରୀଷ୍ଟିୟାନମାନେ ପାପରହିତ ହୁଅନ୍ତୁ ବୋଲି ଈଶ୍ବର ଚାହାଁନ୍ତି କାରଣ ସେମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ମିଳିତ ହୋଇଛନ୍ତି । ଆଉ ଏକ ସତ୍ୟ ହେଉଛି ଯେ ଈଶ୍ବର ପବିତ୍ର ଓ ନିର୍ଦୋଷ ଅଟନ୍ତି । ତୃତୀୟ ସତ୍ୟ ଏହା ଯେ ଖ୍ରୀଷ୍ଟିୟାନମାନେ ଅନିନ୍ଦନିୟ ଓ ନିର୍ଦୋଷଭାବେ ସେମାନଙ୍କର ଜୀବନଯାପନ କରିବା ଦରକାର । ଏହି କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ରଜନ,” ଓ “ପବିତ୍ର ଲୋକମାନେ” ଶବ୍ଦକୁ ବ୍ୟବହାର କରିଛି। (ଦେଖ:୧:୨;୩:୧୭) * ଅନେକ ସମୟରେ ଏକ ଶାସ୍ତ୍ରାଂଶର ଭାବ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ ଓ ସେମାନଙ୍କର କୌଣସି ବିଶେଷ ଭୂମିକା ସକାଶେ ନୁହେଁ । ଏହି କ୍ଷେତ୍ରରେ ULT “ବିଶ୍ବାସୀ”ଓ “ବିଶ୍ବାସୀମାନେ” ଶବ୍ଦକୁ ବ୍ୟବହାର କରିଛି (ଦେଖ:୬:୧,୨;୧୪:୩୩;୧୬:୧,୧୫) * ଅନେକ ସମୟରେ ଏକ ଶାସ୍ତ୍ରାଂଶର ଭାବ ଜଣେ ବ୍ୟକ୍ତି ବା ବସ୍ତୁକୁ ବୁଝାଏ ଯାହାଙ୍କୁ ଈଶ୍ବରଙ୍କ ନିମନ୍ତେ ପୃଥକୀକୃତ କରାଯାଇଥାଏ । ଏହି କ୍ଷେତ୍ରରେ ULT “ପୃଥକୀକୃତ,” “ଉତ୍ସର୍ଗୀକୃତ"" ”ସଂରକ୍ଷିତ,” ଓ “ପବିତ୍ରୀକୃତ"" ଶବ୍ଦଗୁଡ଼ିକୁ ବ୍ୟବହାର କରିଛି । (ଦେଖ:୧:୨;୬:୧୧;୭:୧୪,୩୪)
ଏହିପରି ଶବ୍ଦ ବା ଅର୍ଥକୁ ନିଜ ଭାଷାରେ କିପରି ଅନୁବାଦ କରିବେ ତାହା ବୁଝିବା ନିମନ୍ତେ UST ଅନୁବାଦକଙ୍କୁ ବହୁତ ସାହଯ୍ୟ କରିଥାଏ ।
“ଶରୀରର ଅର୍ଥ କ’ଣ ?
ପାପପୂର୍ଣ୍ଣ କାର୍ଯ୍ୟ କରୁଥିବା ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହିବା ନିମନ୍ତେ ପାଉଲ ବାରମ୍ବାର “ଶରୀର” ଓ “ଶରୀରର କାର୍ଯ୍ୟ” ଶବ୍ଦଗୁଡ଼ିକୁ ବ୍ୟବହାର କରିଛନ୍ତି I ତେବେ ଭୌତିକ ଜଗତ ଯେ ମନ୍ଦ ଅଟେ ଏହା ନୁହେଁ । ଧାର୍ମିକ ଜୀବନ ଯାପନ କରୁଥିବା ଖ୍ରୀଷ୍ଟିୟାନମାନଙ୍କୁ ପାଉଲ “ଅଧ୍ୟାତ୍ମିକ” ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହାର କାରଣ ହେଉଛି ଯେ ପବିତ୍ରଆତ୍ମା ସେମାନଙ୍କୁ ଯେପରି ଶିଖାଉଥିଲେ ସେମାନେ ସେହିପରି କରୁଥିଲେ I(ଦେଖ :ଏବଂ ଦେହ ଏବଂ ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତା, ସଚ୍ଚୋଟ, ସଚ୍ଚୋଟତା)
“ଖ୍ରୀଷ୍ଟଙ୍କଠାରେ” “ପ୍ରଭୁଙ୍କଠାରେ” ଇତ୍ୟାଦି ଶବ୍ଦ ବ୍ୟବହାର କରିବା ଦ୍ବାରା ପାଉଲ କ’ଣ ବ୍ୟକ୍ତ କରିବାକୁ ଚାହୁଁଛନ୍ତି?
୧:୨,୩୦,୩୧; ୩:୧; ୪:୧୦,୧୫,୧୭; ୬:୧୧,୧୯;୭:୨୨; ୯:୧,୨; ୧୧:୧୧,୨୫; ୧୨:୩,୯,୧୩,୧୮,୨୫; ୧୪:୧୬; ୧୫:୧୮,୧୯,୨୨,୩୧,୫୮; ୧୬:୧୯,୨୪ ରେ ଆମେ ଏହି ପ୍ରକାର ଅଭିବ୍ୟକ୍ତି ଦେଖି ପାରିବା I ଖ୍ରୀଷ୍ଟ ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଥିବା ଘନିଷ୍ଟ ମିଳନକୁ ପ୍ରକାଶ କରିବାକୁ ପାଉଲ ଚାହୁଁଛନ୍ତି । ତହିଁ ସଙ୍ଗେ ସଙ୍ଗେ ସେ ଅନ୍ୟ ଅର୍ଥ ମଧ୍ୟ ପ୍ରକାଶ କରିବାକୁ ଚାହୁଁଥିଲେ, ଯଥା : “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଉତ୍ସର୍ଗିକୃତ ହୋଇ ଅଛନ୍ତି”(୧:୨), ଏଠାରେ ପାଉଲ କହନ୍ତି ଯେ ଖ୍ରୀଷ୍ଟିୟାନ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କଠାରେ ଉତ୍ସର୍ଗିକୃତ ହୋଇ ଅଛନ୍ତି I
ଏହି ପ୍ରକାର ଅଭିବ୍ୟକ୍ତି ବିଷୟରେ ଅଧିକ ଜାଣିବା ପାଇଁ ରୋମୀୟ ପୁସ୍ତକର ଭୂମିକାକୁ ଦେଖନ୍ତୁ I
୧କରିନ୍ଥୀୟ ପୁସ୍ତକର ଲିଖିତାଂଶରେ ମୁଖ୍ୟ ସମସ୍ୟା ଗୁଡିକ କ’ଣ ଅଟେ ? ନିମ୍ନ ଲିଖିତ ପଦମାନଙ୍କରେ ବାଇବଲର ଆଧୁନିକ ସଂସ୍କରଣଗୁଡିକ ପୁରାତନ ସଂସ୍କରଣଠାରୁ ଭିନ୍ନ ଅଟେ । ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ବାଇବଲର ଆଧୁନିକ ସଂସ୍କରଣଗୁଡିକୁ ଅନୁସରଣ କରନ୍ତୁ । ତଥାପି, ଯଦି ଅନୁବାଦକମାନଙ୍କ ଅଞ୍ଚଳରେ ପୁରୁଣା ସଂସ୍କରଣ ବ୍ୟବହାର ହେଉଛି, ତାହାହେଲେ ସେମାନେ ପୁରୁଣା ସଂସ୍କରଣ ବ୍ୟବହାର କରି ପାରିବେ । ସେପରି ସ୍ଥଳେ ସେହି ପଦଗୁଡ଼ିକୁ ବନ୍ଧନୀ ଦେଇ ଲେଖି ପାରିବେ ଏହା ଦର୍ଶାଇବା ପାଇଁ ଯେ ତାହା ସମ୍ଭବତଃ ୧କରିନ୍ଥୀୟର ମୂଳ ଲେଖାରେ ନ ଥିଲା । “ଅତଏବ ତୁମ୍ଭମାନଙ୍କ ଶରୀର ଦ୍ବାରା ଈଶ୍ବରଙ୍କୁ ଗୌରବାନ୍ବିତ କର” କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି, ତୁମ୍ଭମାନଙ୍କ ଶରୀର ଓ ଆତ୍ମା ଦ୍ବାରା ଈଶ୍ବରଙ୍କୁ ଗୌରବାନ୍ବିତ କର, ଯାହା ଇଶ୍ବରଙ୍କର ଅଟେ I” (୬:୨୦)
- ମୁଁ ନିଜେ ବ୍ୟବସ୍ଥାର ଅଧିନରେ ନ ଥାଇ ମଧ୍ୟ ତାହା କଲି (୯:୨୦) । କେତେକ ପୁରୁଣା ସଂସ୍କରଣଗୁଡିକ ଏହି ପଦକୁ ଛାଡି ଦେଇଛନ୍ତି । “ବିବେକ ଥିବା ସକାଶେ –ଅନ୍ୟ ବ୍ୟକ୍ତିର ବିବେକ” । କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି: “ବିବେକ ଥିବା ସକାଶେ: କାରଣ ପୃଥିବୀ ଓ ଏଥିରେ ଥିବା ସମସ୍ତବସ୍ତୁ ଈଶ୍ବରଙ୍କର ଅଟେ: ଅନ୍ୟ ବ୍ୟକ୍ତିଙ୍କର ବିବେକ(୧୦:୨୮)
- “ଏବଂ ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମପର୍ଣ କରୁଅଛି” (୧୩:୩) । କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି: “ଏବଂ ମୁଁ ଯେପରି ଗର୍ବ କରିପାରେ ଏଥିପାଇଁ ମୁଁ ମୋହର ଶରୀରକୁ ସମପର୍ଣ କରୁଅଛି”
- “କିନ୍ତୁ କେହି ଯଦି ଏ ବିଷୟରେ ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ”(୧୪:୩୮) କେତେକ ପୁରୁଣା ସଂସ୍କରଣଗୁଡିକରେ ଲେଖାଅଛି: “କିନ୍ତୁ କେହି ଯଦି ଏହି ବିଷୟରେ ଅଜ୍ଞାନୀ ହୁଏ, ତେବେ ସେ ଅଜ୍ଞାନୀ ରହୁ ।”
(ଦେଖ: ଆତ୍ମା, ବାୟୁ, ଶ୍ୱାସ)
1 Corinthians 1
୧ କରିନ୍ଥୀୟ ୦୧ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପ ରେଖା
ପ୍ରଥମ ତିନୋଟି ପଦ ଅଭିନନ୍ଦନସୂଚକ ଲେଖା । ପ୍ରାଚୀନ ନିକଟପୁର୍ବ ଦେଶରେ ସାଧାରଣତଃ ପତ୍ରର ଆରମ୍ଭରେ ଏହିପରି ଲେଖା ଯାଉଥିଲା ।
କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୧୯ ପଦର ଶବ୍ଦଗୁଡିକୁ ଏହିପରି ଲେଖାଯାଇଛି, ଯାହା ପୁରାତନ ନିୟମରୁ ଆନୀତ ।
ଏହି ଅଧ୍ୟାୟର ବିଶେଷ ବିଷୟଗୁଡ଼ିକ
ଦଳଭେଦ ବା ଏକତାବିହୀନ
ମଣ୍ଡଳୀ ବିଭକ୍ତ ହୋଇ ଭିନ୍ନ ଭିନ୍ନ ପ୍ରେରିତମାନଙ୍କୁ ଅନୁସରଣ କରୁଥିବାରୁ ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀକୁ ଭର୍ତ୍ସନା କରିଛନ୍ତି । (ଦେଖ:ପ୍ରେରିତ, ପ୍ରେରିତପଦ)
ଆତ୍ମିକ ଦାନ
ଆତ୍ମିକ ଦାନ ଏକ ଅଲୌକିକ କ୍ଷମତା ଅଟେ, ଯାହା ମଣ୍ଡଳୀକୁ ସାହାଯ୍ୟ କରିଥାଏ । ଯୀଶୁଙ୍କଠାରେ ବିଶ୍ବାସ କରିବା ପରେ ପବିତ୍ର ଆତ୍ମା ଏହି ଦାନଗୁଡିକ ଖ୍ରୀଷ୍ଟିୟାନମାନଙ୍କୁ ଦେଇଥାଆନ୍ତି । ୧୨ ଅଧ୍ୟାୟରେ ପାଉଲ ଆତ୍ମିକ ଦାନଗୁଡ଼ିକର ତାଲିକା ପ୍ରଦାନ କରିଛନ୍ତି । କେତେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ପବିତ୍ର ଆତ୍ମା ଏହି ଆତ୍ମିକ ଦାନଗୁଡ଼ିକୁ କେବଳ ଆଦ୍ୟ ମଣ୍ଡଳୀକୁ ହିଁ ଦେଇଥିଲେ, ଯେପରି ମଣ୍ଡଳୀ ବୃଦ୍ଧିପ୍ରାପ୍ତ ହୋଇପାରେ। ଅନ୍ୟ କେତେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କର ସହାୟତା ପାଇଁ ଆତ୍ମାଙ୍କର ସମସ୍ତ ଦାନ ମଣ୍ଡଳୀ ଇତିହାସରେ ଏବେ ପର୍ଯ୍ୟନ୍ତ ବିଦ୍ୟମାନ ଅଟେ । (ଦେଖ:ବିଶ୍ୱାସ)
ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ରୂପକ
ରୂଢୀ
ଏହି ଅଧ୍ୟାୟରେ, ପାଉଲ ଦୁଇଟି ଅଲଗା ଅଲଗା ବାକ୍ୟ ବ୍ୟବହାର କରି ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଜଣାଉଛନ୍ତି: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନ” ଏବଂ “ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦିନ” । (ଦେଖ:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
ଅଳଙ୍କାରିକ ପ୍ରଶ୍ନ
କରିନ୍ଥୀୟ ମଣ୍ଡଳୀକୁ ସେମାନଙ୍କର ଦଳଭେଦ ହେତୁ ଓ ମନୁଷ୍ୟର ଜ୍ଞାନ ଉପରେ ଭରସା କରିବା ସକାଶୁ ପାଉଲ ଅଳଙ୍କାରିକ ପ୍ରଶ୍ନର ପ୍ରୟୋଗକରି ଭର୍ତ୍ସନା କରିଛନ୍ତି । (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ଏହି ଅଧ୍ୟାୟରେ ଅନୁବାଦ ସମ୍ପର୍କୀୟ ଅନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟ ।
ବିଘ୍ନଜନକ
ବିଘ୍ନଜନକ ଏକ ପଥର ଅଟେ ଯହିଁ ଉପରେ ଲୋକମାନେ ଝୁଣ୍ଟି ପଡନ୍ତି । ଏଠାରେ ଏହାର ଅର୍ଥ ହେଉଛି ଯେ ଖ୍ରୀଷ୍ଟଙ୍କୁ କୃଶାପ୍ରିତ ହେବା ନିମନ୍ତେ ଇଶ୍ବର ଯେ ଅନୁମତି ଦେବେ ଏହା ଯିହୁଦୀମାନଙ୍କ ନିମନ୍ତେ ବିଶ୍ବାସ କରିବା ପାଇଁ କଠିନ ବିଷୟ ଥିଲା(ଦେଖ:ଉପମା/ରୂପକ)
1 Corinthians 1:1
Παῦλος
ତୁମ୍ଭମାନଙ୍କ ଭାଷାରେ ହୁଏତ ବିଶେଷ ପ୍ରକାରେ ଏକ ପତ୍ରର ଲେଖକର ପରିଚୟ ଦିଆଯାଇ ଥାଏ । ବିକଳ୍ପ ଅନୁବାଦ: “ମୁଁ, ପାଉଲ”
Σωσθένης, ὁ ἀδελφὸς
ଏହା ସୂଚିତ କରେ ଯେ ଉଭୟ ପାଉଲ ଏବଂ କରିନ୍ଥୀୟମାନେ ସୋସ୍ତିନାଙ୍କୁ ଜାଣିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଓ ମୁଁ ସୋସ୍ତିନା ଭ୍ରାତାଙ୍କୁ ଜାଣିଅଛୁ”(ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)ଏବଂଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 1:2
τῇ ἐκκλησίᾳ τοῦ Θεοῦ…ἐν Κορίνθῳ
ତୁମ୍ଭମାନଙ୍କ ଭାଷାରେ ହୁଏତ ଏକ ବିଶେଷ ପ୍ରକାରେ ପତ୍ରର ଶ୍ରୋତାମାନଙ୍କର ପରିଚୟ ଦିଆଯାଉଥିବ । ବିକଳ୍ପ ଅନୁବାଦ: “ଏହି ପତ୍ର କରିନ୍ଥରେ ଥିବା ଇଶ୍ବର ବିଶ୍ବାସୀମାନଙ୍କ ନିକଟକୁ ଲେଖିଲି”
ἡγιασμένοις ἐν Χριστῷ Ἰησοῦ
ଏଠାରେ “ପବିତ୍ରୀକୃତ” ଶବ୍ଦଟି ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନଙ୍କୁ ଈଶ୍ବର ଏଥିନିମନ୍ତେ ସୁରକ୍ଷିତ ରଖିଛନ୍ତି ଯେପରି ସେମାନେ ତାଙ୍କର ଗୌରବ କରିବେ । ବିକଳ୍ପ ଅନୁବାଦ:“ଯୀଶୁ ଖ୍ରୀଷ୍ଟ ଯେଉଁମାନଙ୍କୁ ଇଶ୍ବରଙ୍କ ନିମନ୍ତେ ଅଲଗା କରିଅଛନ୍ତି” ବା “ଯେଉଁମାନଙ୍କୁ ଇଶ୍ବର ନିଜ ନିମନ୍ତେ ଅଲଗା କରିଅଛନ୍ତି କାରଣ ସେମାନେ ଖ୍ରୀଷ୍ଟ ଯୀଶୁଙ୍କର ଅଟନ୍ତି
τῇ οὔσῃ…κλητοῖς ἁγίοις
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ଈଶ୍ବର ଯେଉଁ ଲୋକମାନଙ୍କୁ ପବିତ୍ରଲୋକ ହେବା ନିମନ୍ତେ ଆହ୍ବାନ କରିଅଛନ୍ତି”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τοῖς ἐπικαλουμένοις τὸ ὄνομα τοῦ Κυρίου ἡμῶν, Ἰησοῦ Χριστοῦ
ଏଠାରେ “ନାମ” ଶବ୍ଦଟି ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତି ବିଶେଷକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଡାକନ୍ତି” (ଦେଖ:ଲାକ୍ଷଣିକ ଶବ୍ଦ)
αὐτῶν καὶ ἡμῶν
“ଆମ୍ଭମାନଙ୍କର” ଶବ୍ଦଟି ପାଉଲଙ୍କ ଶ୍ରୋତାମାନଙ୍କୁ ଦର୍ଶାଏ । ଯୀଶୁ ପାଉଲଙ୍କର, କରିନ୍ଥୀୟମାନଙ୍କର ଓ ସମସ୍ତ ମଣ୍ଡଳୀର ପ୍ରଭୁ ଅଟନ୍ତି । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
1 Corinthians 1:3
କରିନ୍ଥରେ ଥିବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ପାଉଲ ଏବଂ ସୋସ୍ତିନା ଲେଖିଥିଲେ ।
ଅନ୍ୟ ପ୍ରକାରେ ଦର୍ଶାଯାଇ ନ ଥିଲେ, “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କର” ଶବ୍ଦଗୁଡିକ ପାଉଲଙ୍କ ଶ୍ରୋତାମାନଙ୍କୁ ଦର୍ଶାଏ ଏବଂ ତେଣୁ ସେଗୁଡିକ ବହୁବଚନ ଅଟନ୍ତି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
1 Corinthians 1:4
ସେମାନେ ତାହାଙ୍କର ଆଗମନକୁ ଅପେକ୍ଷା କରିଥିବା ବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସହଭାଗିତା ବିଷୟରେ ପାଉଲ ବର୍ଣ୍ଣନା କରିଅଛନ୍ତି ।
ἐπὶ τῇ χάριτι τοῦ Θεοῦ τῇ δοθείσῃ ὑμῖν ἐν Χριστῷ Ἰησοῦ
ପାଉଲ ଅନୁଗ୍ରହ ବିଷୟରେ ବର୍ଣ୍ଣନା କରି କହନ୍ତି ଯେ ତାହା ସତେ ଯେପରି ଏକ ଭୌତିକ ବସ୍ତୁ ଯାହା କି ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ ଉପହାର ସ୍ବରୂପେ ପ୍ରଦାନ କରିବେ। ବିକଳ୍ପ ଅନୁବାଦ: “କାରଣ ଯୀଶୁ ଖ୍ରୀଷ୍ଟ ଏହା ସମ୍ଭବ କରିଅଛନ୍ତି ଯେପରି ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଭାବ ଦେଖାଇବେ”(ଦେଖ:ଉପମା/ରୂପକ)
1 Corinthians 1:5
ἐπλουτίσθητε ἐν αὐτῷ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି” ଓ ୨)”ଈଶ୍ବର ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି”।
ἐν παντὶ ἐπλουτίσθητε
ପାଉଲ ସାଧାରଣ ଶବ୍ଦରେ କହୁଅଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ଆଧ୍ୟାତ୍ମିକ ଆଶୀର୍ବାଦରେ ଧନବାନ କଲେ”(ଦେଖ:ଅତିରଞ୍ଜନ/ଅତ୍ୟୁକ୍ତି)
ἐν παντὶ λόγῳ
ଅନ୍ୟମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଭିନ୍ନ ଭାବରେ କହିବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।
πάσῃ γνώσει
ଈଶ୍ବରଙ୍କ ସୁସମାଚାରକୁ ବିଭିନ୍ନ ମାଧ୍ୟମରେ ବୁଝିବା ପାଇଁ ଈଶ୍ବର ତୁମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି ।
1 Corinthians 1:6
τὸ μαρτύριον τοῦ Χριστοῦ ἐβεβαιώθη ἐν ὑμῖν
ସାମ୍ଭାବ୍ୟ ଅର୍ଥ ଗୁଡିକ ୧)”ତୁମ୍ଭେମାନେ ନିଜେ ଦେଖିଅଛ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା କହିଥିଲୁ ତାହା ସତ୍ୟ ଥିଲା” ଓ ୨) “ ଆମ୍ଭେମାନେ ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା କହୁଅଛୁ ତାହା ଯେ ସତ୍ୟ ଅଟେ ଏହା ଅନ୍ୟମାନେ ତୁମ୍ଭମାନଙ୍କର ଜୀବନ ଶୈଳୀ ଦେଖି ଜାଣିଲେ”
1 Corinthians 1:7
ὥστε
କାରଣ ମୁଁ ଏବେ ଯାହା କହିଅଛି ତାହା ସତ୍ୟ ଅଟେ
ὑμᾶς μὴ ὑστερεῖσθαι ἐν μηδενὶ χαρίσματι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ ନିକଟରେ ସମସ୍ତ ଆତ୍ମିକ ଦାନ ରହିଛି” (ଦେଖ:ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)
τὴν ἀποκάλυψιν τοῦ Κυρίου ἡμῶν, Ἰησοῦ Χριστοῦ
ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ସେହି ସମୟ ଆସିବ ଯେତେବେଳେ ଈଶ୍ବର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ” ଓ ୨) “ସେହି ସମୟ ଆସିବ ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାକୁ ପ୍ରକାଶ କରିବେ ।”
1 Corinthians 1:8
ἀνεγκλήτους
ସେହି ସମୟରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା ପାଇଁ ଈଶ୍ବରଙ୍କ ନିକଟରେ କୌଣସି କାରଣ ନ ଥିବ ।
1 Corinthians 1:9
πιστὸς ὁ Θεὸς
ଈଶ୍ବର ଯେଉଁ ସମସ୍ତ ବିଷୟ କରିବେ ବୋଲି କହିଛନ୍ତି ତାହା ସେ ନିଶ୍ଚୟ କରିବେ
τοῦ Υἱοῦ αὐτοῦ
ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏହା ଏକ ମହତପୂର୍ଣ୍ଣ ପଦବୀ ଅଟେ (ଦେଖ:ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)
1 Corinthians 1:10
ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେମାନେ ପରସ୍ପର ସହିତ ଏକତାରେ ରହିବା ଉଚିତ୍ ଏବଂ ଲୋକମାନଙ୍କ ବାପ୍ତିସ୍ଣ ଦ୍ବାରା ନୁହେଁ ମାତ୍ର ଖ୍ରୀଷ୍ଟଙ୍କ କୃଶର ସୁସମାଚାର ଦ୍ବାରା ଉଦ୍ଧାର ମିଳିଥାଏ ।
ἀδελφοί
ଏଠାରେ ଏହା ସାଥି ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯହିଁରେ ପୁରୁଷ ଓ ସ୍ତ୍ରୀ ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି ।
διὰ τοῦ ὀνόματος τοῦ Κυρίου ἡμῶν, Ἰησοῦ Χριστοῦ
ଏଠାରେ “ନାମ” ଶବ୍ଦଟି ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତି ବିଶେଷକୁ ଦର୍ଶାଇବା ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା” (ଦେଖ:ଲାକ୍ଷଣିକ ଶବ୍ଦ)
ἵνα τὸ αὐτὸ λέγητε πάντες
ଯେପରି ତୁମ୍ଭେମାନେ ପରସ୍ପର ସହିତ ସୁସଙ୍ଗତିରେ ବାସ କର
καὶ μὴ ᾖ ἐν ὑμῖν σχίσματα
ତୁମ୍ଭେମାନେ ଯେପରି ପରସ୍ପର ମଧ୍ୟରେ ଦଳଭେଦ ନ କର
ἦτε…κατηρτισμένοι ἐν τῷ αὐτῷ νοῒ καὶ ἐν τῇ αὐτῇ γνώμῃ
ଏକତାରେ ବାସ କର
1 Corinthians 1:11
τῶν Χλόης
ଏହା ପରିବାରର ସଦସ୍ୟମାନଙ୍କୁ, ଦାସମାନଙ୍କୁ ଏବଂ ପରିବାରର ଅଂଶ ହୋଇଥିବା ଅନ୍ୟମାନଙ୍କୁ ଦର୍ଶାଏ, ଯେଉଁ ପରିବାରରେ କ୍ଲୋୟ ନାମକ ଜଣେ ମହିଳା ମୁଖ୍ୟ ଅଟନ୍ତି ।
ἔριδες ἐν ὑμῖν εἰσιν
ଦଳଭେଦ ହେତୁ ତୁମ୍ଭମାନଙ୍କ ମଧ୍ୟରେ ଝଗଡା ହେଉଛି
1 Corinthians 1:12
ἕκαστος ὑμῶν λέγει
ପାଉଲ ଦଳଭେଦରେ ସାଧାରଣ ଭାବେ ଦେଖାଯାଉଥିବା ମନୋଭାବ ବିଷୟରେ କହୁଛନ୍ତି ।
1 Corinthians 1:13
μεμέρισται ὁ Χριστός?
ଖ୍ରୀଷ୍ଟ ଯେ ବିଭକ୍ତ ନୁହଁନ୍ତି ମାତ୍ର ଏକ ଅଟନ୍ତି ଏହି ସତ୍ୟ ଉପରେ ଗୁରୁତ୍ବ ଦେଇ ପାଉଲ କହନ୍ତି ଯେ ""ଯେଉଁ ପ୍ରକାରେ ତୁମ୍ଭେମାନେ କରୁଅଛ ସେହି ପ୍ରକାରେ ଖ୍ରୀଷ୍ଟଙ୍କୁ ବିଭକ୍ତ କରିବା ସମ୍ଭବ ନୁହେଁ” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
μὴ Παῦλος ἐσταυρώθη ὑπὲρ ὑμῶν
ପାଉଲ ଜୋର ଦେବା ପାଇଁ ଚାହାଁନ୍ତି ଯେ ଖ୍ରୀଷ୍ଟ କୃଶାର୍ପିତ ହୋଇଥିଲେ, ପାଉଲ କିମ୍ବା ଆପଲ୍ଲ ନୁହେଁ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମମାନଙ୍କର ଉଦ୍ଧାର ନିମନ୍ତେ ନିଶ୍ଚିତ ଭାବରେ ପାଉଲଙ୍କୁ କୃଶାର୍ପିତ କରାଯାଇ ନ ଥିଲା !”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς τὸ ὄνομα Παύλου ἐβαπτίσθητε?
ପାଉଲ ଜୋର ଦେବା ପାଇଁ ଚାହାଁନ୍ତି ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଅଛୁ। ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କୁ ପାଉଲଙ୍କ ନାମରେ ବାପ୍ତିସ୍ମ ଦେଇନଥିଲେ !” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς τὸ ὄνομα Παύλου
ଏଠାରେ ""ନାମରେ"" ଅର୍ଥ ""ତାହାଙ୍କ ଅଧିକାର ଦ୍ବାରା"" । ବିକଳ୍ପ ଅନୁବାଦ: “ପାଉଲଙ୍କ ଅଧିକାରରେ”(ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 1:14
οὐδένα ὑμῶν…εἰ μὴ
କେବଳ
Κρίσπον
ଯେଉଁ ବ୍ୟକ୍ତି ଖ୍ରୀଷ୍ଟିୟାନ ହେଲେ ସେ ସମାଜଗୃହର ଅଧ୍ୟକ୍ଷ ଥିଲେ (ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
Γάϊον
ସେ ପ୍ରେରିତ ପାଉଲଙ୍କ ସହିତ ଯାତ୍ରା କରିଥିଲେ । (ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
1 Corinthians 1:15
ἵνα μή τις εἴπῃ, ὅτι εἰς τὸ ἐμὸν ὄνομα ἐβαπτίσθητε
ଏଠରେ “ନାମ” “ଅଧିକାରକୁ” ବୁଝାଏ । ଏହାର ଅର୍ଥ ପାଉଲ ଅନ୍ୟମାନଙ୍କୁ ବାପ୍ତିସ୍ମ ଦେଇ ନ ଥିଲେ କାରଣ ସେମାନେ ଦାବୀ କରି କହି ପାରିବେ ଯେ ସେମାନେ ପାଉଲଙ୍କର ଶିଷ୍ୟ ଅଟନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେତେଲୋକ ଦାବି କରିଥାଆନ୍ତ ଯେ ମୁଁ ତୁମ୍ଭମାନଙ୍କୁ ମୋହର ଶିଷ୍ୟ କରିବା ପାଇଁ ବାପ୍ତିସ୍ମ ଦେଇଅଛି”
1 Corinthians 1:16
τὸν Στεφανᾶ οἶκον
ଏହା ପରିବାରର ସଦସ୍ୟମାନଙ୍କୁ, ଦାସମାନଙ୍କୁ ଏବଂ ପରିବାରର ଅଂଶ ହୋଇଥିବା ଅନ୍ୟମାନଙ୍କୁ ଦର୍ଶାଏ, ଯେଉଁ ପରିବାରରେ ସ୍ତିଫାନ୍ ନାମକ ଜଣେ ବ୍ୟକ୍ତି ମୁଖ୍ୟ ଅଟନ୍ତି ।
1 Corinthians 1:17
οὐ…ἀπέστειλέν με Χριστὸς βαπτίζειν
ଏହାର ଅର୍ଥ ଏହି ଯେ ପାଉଲଙ୍କ ସେବାକାର୍ଯ୍ୟରେ ବାପ୍ତିସ୍ମ ପ୍ରାଥମିକ ଉଦ୍ଦେଶ୍ୟ ନଥିଲା ।
σοφίᾳ λόγου…μὴ κενωθῇ ὁ σταυρὸς τοῦ Χριστοῦ
ପାଉଲ “ମନୁଷ୍ୟର ଜ୍ଞାନର କଥା” ବିଷୟରେ କହନ୍ତି ସତେ ଯେପରି ସେଗୁଡ଼ିକ ଲୋକମାନେ ଥିଲେ, କୃଶ ସତେ ଯେମତି ଗୋଟିଏ ଡବା ପରି ଏବ ଶକ୍ତି ସତେ ଯେମିତି ଗୋଟିଏ ଭୌତିକ ବସ୍ତୁ ଯାହାକୁ ଯୀଶୁ ସେହି ଡବାରେ ରଖିପାରିବେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମନୁଷ୍ୟର ଜ୍ଞାନର କଥାଗୁଡିକ ... ମନୁଷ୍ୟର ଜ୍ଞାନର କଥାଗୁଡିକ ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ମୁଲ୍ୟହୀନ ନ କରୁ” ବା “ମନୁଷ୍ୟର ଜ୍ଞାନର କଥାଗୁଡିକ ... ଲୋକମାନେ ଯୀଶୁଙ୍କ ସୁସମାଚାରରେ ବିଶ୍ବାସ କରିବା ବନ୍ଦ ନ କରନ୍ତୁ ଏବଂ ଯୀଶୁଙ୍କଠାରୁ ମୁଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ନ ଭାବନ୍ତୁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଏବଂଉପମା/ରୂପକ)
1 Corinthians 1:18
ପାଉଲ ମନୁଷ୍ୟର ଜ୍ଞାନ ଅପେକ୍ଷା ଈଶ୍ବରଙ୍କ ଜ୍ଞାନ ଉପରେ ଗୁରୁତ୍ବ ଦେଇଅଛନ୍ତି ।
ὁ λόγος…ὁ τοῦ σταυροῦ
କୃଶ ବିଷୟରେ ପ୍ରଚାର କରୁଅଛୁ ବା “କୃଶ ଉପରେ ହତ ହୋଇଥିବା ଖ୍ରୀଷ୍ଟଙ୍କ ସୁସମାଚାର”
μωρία ἐστίν
ଏହା ଅଜ୍ଞାନତା ଓ “ମୁର୍ଖତା ଅଟେ”
τοῖς μὲν ἀπολλυμένοις
ଏଠରେ ”ମୃତ୍ୟୁ” ଆତ୍ମିକ ମୃତ୍ୟୁର ପ୍ରକ୍ରିୟାକୁ ସୂଚାଏ।
δύναμις Θεοῦ ἐστιν
ଈଶ୍ବର ଆମ୍ଭମାନଙ୍କଠାରେ ଶକ୍ତିର ସହିତ କାର୍ଯ୍ୟ କରୁଅଛନ୍ତି
1 Corinthians 1:19
τὴν σύνεσιν τῶν συνετῶν ἀθετήσω
ମୁଁ ଜ୍ଞାନୀ ଲୋକମାନଙ୍କୁ ଭ୍ରାନ୍ତ କରିବି ବା “ମୁଁ ଜ୍ଞାନୀ ଲୋକମାନଙ୍କ ଯୋଜନାଗୁଡିକୁ ସମ୍ପୁର୍ଣ୍ଣ ଭାବରେ ଅକାମୀ କରିଦେବି”
1 Corinthians 1:20
ποῦ σοφός? ποῦ γραμματεύς? ποῦ συνζητητὴς τοῦ αἰῶνος τούτου?
ପାଉଲ ଗୁରୁତ୍ବ ଦେଇ କହନ୍ତି ଯେ ବାସ୍ତବ ଜ୍ଞାନୀ ଲୋକମାନେ କେଉଁଠି ମଧ୍ୟ ନାହାନ୍ତି । ବିକଳ୍ପ ଅନୁବାଦ: ସୁସମାଚାରର ଜ୍ଞାନର ତୁଳନାରେ ଜ୍ଞାନୀ ଲୋକ କେହି ନାହାଁନ୍ତି, ନା ବିଦ୍ବାନ, ନା ଯୁକ୍ତିକାରୀ !”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
γραμματεύς
ଏପରି ଜଣେ ବ୍ୟକ୍ତି ଯିଏକି ଗଭୀର ଅଧ୍ୟୟନ ଦ୍ବାରା ଜ୍ଞାନ ଅର୍ଜନ କରିଥିବା ବ୍ୟକ୍ତି ଭାବରେ ଜଣା ଯାଇଥାଏ ।
συνζητητὴς
ଏପରି ଜଣେ ବ୍ୟକ୍ତି ଯିଏ କି ଯେଉଁ ବିଷୟରେ ତାହାର ଜ୍ଞାନ ଅଛି ସେହି ବିଷୟରେ ଯୁକ୍ତି କରେ ବା ସେହି ପ୍ରକାରର ଯୁକ୍ତି କରିବାରେ ନିପୁଣ ଅଟେ
οὐχὶ ἐμώρανεν ὁ Θεὸς τὴν σοφίαν τοῦ κόσμου?
ଇଶ୍ବର ଏହି ଜଗତର ଜ୍ଞାନ ସହିତ କ’ଣ କରିଛନ୍ତି ତାହାକୁ ଗୁରୁତ୍ବ ଦେବା ପାଇଁ ପାଉଲ ଏହି ପ୍ରକାରର ପ୍ରଶ୍ନର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଇଶ୍ବର ପ୍ରକାଶ କରିଅଛନ୍ତି ଯେ ଯେଉଁ ସମସ୍ତ ବିଷୟକୁ ସେମାନେ ଜ୍ଞାନ ବୋଲି କହନ୍ତି ସେସମସ୍ତ ପ୍ରକୃତରେ ମୁର୍ଖତା ଅଟେ” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 1:21
τοὺς πιστεύοντας
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯେଉଁଲୋକମାନେ ସୁସମାଚାରରେ ବିଶ୍ବାସ କରନ୍ତି” ବା ୨) “ଯେଉଁଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି”
1 Corinthians 1:22
ଏଠାରେ“ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ଅନ୍ୟ ବାଇବଲ୍ ଶିକ୍ଷକମାନଙ୍କୁ ସୂଚାଏ । (ଦେଖ:'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
1 Corinthians 1:23
Χριστὸν ἐσταυρωμένον
ଖ୍ରୀଷ୍ଟଙ୍କ ବିଷୟରେ, ଯିଏ କୃଶରେ ହତ ହୋଇଥିଲେ(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
σκάνδαλον
ଯେପରି ଜଣେ ବ୍ୟକ୍ତି ସଡକ ଉପରେ ଥିବା ପଥରରେ ଝୁଣ୍ଟି ପଡେ, ସେହିପରି ଖ୍ରୀଷ୍ଟଙ୍କ କୃଶାର୍ପିତ ହେବା ଦ୍ବାରା ମିଲୁଥିବା ପରିତ୍ରାଣର ସୁସମାଚାର ଯିହୁଦୀମାନଙ୍କର ଯୀଶୁଙ୍କଠାରେ ବିଶ୍ବାସ କରିବାରେ ପ୍ରତିବନ୍ଧକ ହୋଇଅଛି । ବିକଳ୍ପ ଅନୁବାଦ: “ଗ୍ରହଣଯୋଗ୍ୟ ନୁହେଁ” ଓ “ବହୁତ ଅପମାନଜନକ” (ଦେଖ:ଉପମା/ରୂପକ)
1 Corinthians 1:24
αὐτοῖς…τοῖς κλητοῖς
ଈଶ୍ବର ଲୋକମାନକୁ ଡାକନ୍ତି
ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଉଛୁ ବା “ଆମ୍ଭେମାନେ ସମସ୍ତ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହୁଅଛୁ”
Χριστὸν Θεοῦ δύναμιν, καὶ Θεοῦ σοφίαν
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)” ଆମ୍ଭମାନଙ୍କ ବଦଳେ ମୃତ୍ୟୁବରଣ କରିବା ପାଇଁ ଖ୍ରୀଷ୍ଟଙ୍କୁ ପ୍ରେରଣ କରିବା ଦ୍ବାରା ଈଶ୍ବର ଶକ୍ତିଯୁକ୍ତ ଓ ଜ୍ଞାନର କାର୍ଯ୍ୟ କରିଅଛନ୍ତି ବା “ଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବର ପ୍ରକାଶ କରିଅଛନ୍ତି ସେ କେତେ ମହାନ ଓ ଜ୍ଞାନୀ ଅଟନ୍ତି ।”
Θεοῦ δύναμιν
ଅନ୍ୟ ସାମ୍ଭାବ୍ୟ ଅର୍ଥ ହେଉଛି ଯେ ଖ୍ରୀଷ୍ଟ ଶକ୍ତିଶାଳୀ ଅଟନ୍ତି ଏବଂ ଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରନ୍ତି ।
Θεοῦ σοφίαν
ଅନ୍ୟ ସାମ୍ଭାବ୍ୟ ଅର୍ଥ ହେଉଛି ଯେ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କ ଜ୍ଞାନର ପରିମାଣ ଦେଖାଇଅଛନ୍ତି I
1 Corinthians 1:25
τὸ μωρὸν τοῦ Θεοῦ, σοφώτερον τῶν ἀνθρώπων ἐστίν, καὶ τὸ ἀσθενὲς τοῦ Θεοῦ, ἰσχυρότερον τῶν ἀνθρώπων
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ପାଉଲ ବ୍ୟଙ୍ଗଭାବରେ ଈଶ୍ବରଙ୍କ ମୁର୍ଖତା ଓ ଦୁର୍ବଳତା ବିଷୟରେ କହୁଛନ୍ତି । ପାଉଲ ଜାଣନ୍ତି ଇଶ୍ବର ମୁର୍ଖ କି ଦୁର୍ବଳ ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମୁର୍ଖତା ଭଳି ଦେଖାଯାଉଥିବା ବିଷୟ ଲୋକମାନଙ୍କର ଜ୍ଞାନ ତୁଳନାରେ ଅଧିକ ଜ୍ଞାନଯୁକ୍ତ ଅଟେ, ଏବଂ ଈଶ୍ବରଙ୍କ ଦୁର୍ବଳତା ଭଳି ଦେଖାଯାଉଥିବା ବିଷୟ ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ ଅଟେ” ବା ୨) ପାଉଲ ଗ୍ରୀକ ଲୋକମାନଙ୍କ ଦୃଷ୍ଟିକୋଣରୁ କହୁଛନ୍ତି ଯେଉଁମାନେ ଭାବନ୍ତି ଇଶ୍ବର ମୁର୍ଖ ଓ ଦୁର୍ବଳ ଅଟନ୍ତି । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଜ୍ଞାନ ବୋଲି କହନ୍ତି ତାହାଠାରୁ ଯାହାକୁ ଲୋକମାନେ ଈଶ୍ବରଙ୍କର ମୁର୍ଖତା ବୋଲି କହନ୍ତି ତାହା ଅଧିକ ଜ୍ଞାନଯୁକ୍ତ ଅଟେ, ଏବଂ ଲୋକମାନେ ଯାହାକୁ ଈଶ୍ବରଙ୍କ ଦୁର୍ବଳତା ବୋଲି କହନ୍ତି, ତାହା ପ୍ରକୃତରେ ଲୋକମାନଙ୍କ ଶକ୍ତିଠାରୁ ଅଧିକ ବଳବାନ”(ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
1 Corinthians 1:26
ଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କର ସ୍ଥାନ ବିଷୟରେ ପାଉଲ ଗୁରୁତ୍ବ ଦିଅନ୍ତି ।
οὐ πολλοὶ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ”
σοφοὶ κατὰ σάρκα
ଯାହାକୁ ଅଧିକାଂଶ ଲୋକମାନେ ଜ୍ଞାନୀ ବୋଲି କହନ୍ତି
εὐγενεῖς
ବିଶେଷ, କାରଣ ତୁମ୍ଭମାନଙ୍କ ପରିବାର ଗୁରୁତ୍ବପୂର୍ଣ୍ଣ ଅଟେ
1 Corinthians 1:27
ἐξελέξατο ὁ Θεός…τοὺς σοφούς…ἐξελέξατο ὁ Θεός…τὰ ἰσχυρά
ଈଶ୍ବରଙ୍କର କାର୍ଯ୍ୟ କରିବାର ପ୍ରଣାଳୀ ଓ ସେ କି ପ୍ରକାରେ କାର୍ଯ୍ୟ କରିବା ଉଚିତ୍ ବୋଲି ଲୋକମାନେ ଭାବନ୍ତି ତହିଁ ମଧ୍ୟରେ ଥିବା ପାର୍ଥକ୍ୟକୁ ଗୁରୁତ୍ବ ପ୍ରଦାନ କରିବା ନିମନ୍ତେ ପାଉଲ ଦୁଇଟି ବାକ୍ୟରେ ସମାନ ଅର୍ଥବୋଧକ ସମାନ ଶବ୍ଦଗୁଡିକୁ ଅନେକ ଥର ବ୍ୟବହାର କରିଛନ୍ତି । (ଦେଖ:ସମାନ୍ତରତାସୂଚକ)
τὰ μωρὰ τοῦ κόσμου ἐξελέξατο ὁ Θεός, ἵνα καταισχύνῃ τοὺς σοφούς
ଜଗତ ଯେଉଁମାନଙ୍କୁ ଜ୍ଞାନୀ ବୋଲି ମନେ କରେ ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ଇଶ୍ବର ସେହିମାନଙ୍କୁ ମନୋନୀତ କରି ବ୍ୟବହାର କରନ୍ତି ଯେଉଁମାନଙ୍କୁ ଜଗତ ମୁର୍ଖ ବୋଲି ମନେକରେ
τὰ ἀσθενῆ τοῦ κόσμου ἐξελέξατο ὁ Θεός, ἵνα καταισχύνῃ τὰ ἰσχυρά
ଜଗତ ଯେଉଁମାନଙ୍କୁ ବଳବାନ୍ ବୋଲି ମନେ କରେ ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ଇଶ୍ବର ସେହିମାନଙ୍କୁ ମନୋନୀତ କରି ବ୍ୟବହାର କରନ୍ତି ଯେଉଁମାନଙ୍କୁ ଜଗତ ଦୁର୍ବଳ ବୋଲି ମନେକରେ
1 Corinthians 1:28
τὰ ἀγενῆ…καὶ τὰ ἐξουθενημένα
ଜଗତ ଯେଉଁମାନଙ୍କୁ ଅଗ୍ରାହ୍ୟ କରିଅଛି । ବିକଳ୍ପ ଅନୁବାଦ: “ଯେଉଁମାନେ ନମ୍ର ଓ ତୁଛୀକୃତ ହୋଇଅଛନ୍ତି”
τὰ μὴ ὄντα
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ସାଧାରଣତଃ ମୂଲ୍ୟହୀନ ବୋଲି ମନେ କରନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
μὴ ὄντα, ἵνα τὰ ὄντα καταργήσῃ
କିଛିନୁହେଁ । ଲୋକମାନେ ଯାହାକୁ ବହୁତ ମୂଲ୍ୟବାନ ବୋଲି ମନେ କରନ୍ତି ତାହା ଯେ ପ୍ରକୃତରେ ମୂଲ୍ୟହୀନ ଏହା ପ୍ରକାଶ କରିବା ନିମନ୍ତେ ସେ ଏପରି କରିଅଛନ୍ତି
τὰ μὴ ὄντα
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଲୋକମାନେ ଯେଉଁ ଜିନିଷକୁ ଆର୍ଥିକ ଭାବେ ମୂଲ୍ୟବାନ୍ ବୋଲି ଭାବନ୍ତି” ବା “ଲୋକମାନେ ଯେଉଁ ଜିନିଷକୁ ଗୌରବଜନକ ବୋଲି ଭାବନ୍ତି”
1 Corinthians 1:29
ଇଶ୍ବର ଏହା କରିଅଛନ୍ତି
1 Corinthians 1:30
ἐξ αὐτοῦ
ଏହା ଖ୍ରୀଷ୍ଟଙ୍କ କୃଶ ଉପରେ କରିଥିବା କାର୍ଯ୍ୟକୁ ସୂଚାଏ ।
ἡμῖν
ଏହି ଶବ୍ଦଗୁଡିକ ପାଉଲ, ତାଙ୍କ ସହିତ ଥିବା ଲୋକମାନଙ୍କୁ, ଏବଂ କରିନ୍ଥୀୟମାନଙ୍କୁ ସୂଚାଏ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
Χριστῷ Ἰησοῦ, ὃς ἐγενήθη σοφία ἡμῖν ἀπὸ Θεοῦ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କୁ ସ୍ପଷ୍ଟ କରିଅଛନ୍ତି ଯେ ଇଶ୍ବର କେତେ ବୁଦ୍ଧିମାନ ଅଟନ୍ତି” ବା ୨)ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କୁ ଈଶ୍ବରଙ୍କ ଜ୍ଞାନ ଦେଇଅଛନ୍ତି I” (ଦେଖଲାକ୍ଷଣିକ ଶବ୍ଦ)
1 Corinthians 1:31
ὁ καυχώμενος, ἐν Κυρίῳ καυχάσθω
ଯଦି କେହି ଗର୍ବ କରିବାକୁ ଚାହେଁ, ତେବେ ସେ ଏଥି ନେଇ ଗର୍ବ କରୁ ଯେ ପ୍ରଭୁ କେତେ ମହାନ
1 Corinthians 2
୧ କରିନ୍ଥୀୟ ୦୨ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀଏବଂ ରୂପରେଖା
କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୯ ପଦ ଓ ୧୬ ପଦକୁ ଏପରି କରାଯାଇଛି ଯାହା ପୁରାତନ ନିୟମରୁ ଆନୀତ ।
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ଜ୍ଞାନ
ମନୁଷ୍ୟର ଜ୍ଞାନ ଓ ଈଶ୍ବରଙ୍କ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇବା ନିମନ୍ତେ ପାଉଲ ପ୍ରଥମ ଅଧ୍ୟାୟରେ ଯେଉଁ ଆଲୋଚନା ଆରମ୍ଭ କରିଥିଲେ ତାହାକୁ ଜାରୀ ରଖୁଛନ୍ତି । ପାଉଲଙ୍କ ମତରେ, ଜ୍ଞାନ ସରଳ ବିଷୟ ଏବଂ ମନୁଷ୍ୟର ବିଚାର ମୁର୍ଖତାପୂର୍ଣ୍ଣ ହୋଇପାରେ । ସେ କହନ୍ତି ଯେ କେବଳ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନ ହି ସତ୍ୟ ଜ୍ଞାନ ଅଟେ । ପୂର୍ବରୁ ଅଜ୍ଞାତ ରହିଥିବା ସତ୍ୟ ବିଷୟରେ ପାଉଲ “ଗୁପ୍ତ ଜ୍ଞାନ” ବାକ୍ୟାଂଶ ବ୍ୟବହାର କରିଛନ୍ତି(ଦେଖ:ବୁଦ୍ଧିମାନ, ବୁଦ୍ଧି ଏବଂ ମୂର୍ଖ, ନିର୍ବୋଧ, ନିର୍ବୋଧତା)
1 Corinthians 2:1
ପାଉଲ ମନୁଷ୍ୟର ଜ୍ଞାନ ଓ ଈଶ୍ବରଙ୍କ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି I ସେ ଗୁରୁତ୍ବ ଦେଇ କହନ୍ତି ଯେ ଆତ୍ମିକ ଜ୍ଞାନ ଈଶ୍ବରଙ୍କଠାରୁ ଆସିଥାଏ ।
ἀδελφοί
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ।
1 Corinthians 2:2
ἔκρινά τι εἰδέναι…εἰ μὴ Ἰησοῦν Χριστὸν
ଯେତେବେଳେ ପାଉଲ କହିଲେ ଯେ “କୌଣସି ବିଷୟରେ ଜାଣିବା ପାଇଁ ଇଛା କରୁନାହି” ସେ ଅତିରଞ୍ଚିତ କରି କହନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଲକ୍ଷ୍ୟ ରଖିବା ଓ ତାହାଙ୍କ ବିଷୟରେ ଶିକ୍ଷା ଦେବା ଛଡା ଆଉ କାହିଁରେ ଗୁରୁତ୍ବ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଯୀଶୁ ଖ୍ରୀଷ୍ଟଙ୍କ ବିନା ଆଉ ଅନ୍ୟ କୌଣସି ଶିକ୍ଷା ଦେବା ନିମନ୍ତେ ଚାହୁଁ ନାହିଁ । ବା “ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ମୁଁ ଆଉ କୌଣସି ବିଷୟରେ ଶିକ୍ଷା ଦେବି ନାହି ବୋଲି ନିଷ୍ପତ୍ତି କରିଅଛି”(ଦେଖ:ଅତିରଞ୍ଜନ/ଅତ୍ୟୁକ୍ତି)
1 Corinthians 2:3
κἀγὼ…ἐγενόμην πρὸς ὑμᾶς
ମୁଁ ତୁମ୍ଭମାନଙ୍କ ସହିତ ଯାଉଥିଲି
ἐν ἀσθενείᾳ
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି: ୧) “ଶାରୀରିକ ଭାବେ ଦୁର୍ବଳ ବା ୨) “ଯାହା ମୋତେ କରିବାର ଅଛି ତାହା କରି ପାରିବି ନାହିଁ ବୋଲି ମନେ ହେଉଛି”
1 Corinthians 2:4
πειθοῖς σοφίας λόγοις
ଯେଉଁ କଥାଗୁଡ଼ିକ ଜ୍ଞାନର କଥା ପରି ଲାଗେ ଓ ଯାହାକୁ ନେଇ ବକ୍ତା ଆଶା ରଖନ୍ତି ଯେ କିଛି କରିବା ବା ବିଶ୍ବାସ କରିବା ନିମନ୍ତେ ସେ ଲୋକମାନଙ୍କୁ ପ୍ରବର୍ତ୍ତାଇ ପାରିବେ
1 Corinthians 2:6
ପାଉଲ ତାଙ୍କର ମୁଖ୍ୟ ତର୍କକୁ ସ୍ଥଗିତ ରଖି “ଜ୍ଞାନ”ର ଅର୍ଥ କ’ଣ ଏବଂ ସେ କାହାକୁ କହିବାକୁ ଇଛା କରୁଛନ୍ତି ତାହା ବୁଝାଇ ଦେଉଛନ୍ତି ।
δὲ λαλοῦμεν
ମୁଖ୍ୟ ଶିକ୍ଷାରେ ଏକ ବିରତି ଦେବା ନିମନ୍ତେ ଏଠାରେ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରାଯାଇ ଅଛି । ପାଉଲ ବୁଝାଇବାକୁ ଆରମ୍ଭ କରି କହନ୍ତି ଯେ ଈଶ୍ବରଙ୍କ ଜ୍ଞାନ ହିଁ ସତ୍ୟ ଜ୍ଞାନ ଅଟେ ।
σοφίαν…λαλοῦμεν
ବିଶେଷ୍ୟ “ଜ୍ଞାନ” ଶବ୍ଦକୁ ବିଶେଷଣ ଭାବେ “ଜ୍ଞାନୀ” କୁହାଯାଇଛି । ବିକଳ୍ପ ଅନୁବାଦ: “ଜ୍ଞାନର କଥା କୁହ” ବା “ଗୋଟିଏ ଜ୍ଞାନର ବାର୍ତ୍ତା କୁହ” (ଦେଖ:ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τοῖς τελείοις
ପରିପକ୍ବ ବିଶ୍ବାସୀ
1 Corinthians 2:7
πρὸ τῶν αἰώνων
ଈଶ୍ବର କୌଣସି ବିଷୟ ସୃଷ୍ଟି କରିବା ପୁର୍ବରୁ
εἰς δόξαν ἡμῶν
ଆମ୍ଭମାନଙ୍କ ଭବିଷ୍ୟତର ମହିମା ସୁନିଶ୍ଚିତ କରିବା ପାଇଁ
1 Corinthians 2:8
τὸν Κύριον τῆς δόξης
ଯୀଶୁ ମହାମହିମ ପ୍ରଭୁ ଅଟନ୍ତି
1 Corinthians 2:9
ἃ ὀφθαλμὸς οὐκ…ἀνέβη, ἃ…ἀγαπῶσιν αὐτόν
ଏହା ଏକ ଅସମ୍ଫୂର୍ଣ୍ଣ ବାକ୍ୟ ଅଟେ । କେତେକ ଅନୁବାଦଗୁଡ଼ିକ ଏହାକୁ ପୂର୍ଣ୍ଣ ବାକ୍ୟ ଭାବରେ ଲେଖିଛନ୍ତି: “ଏଗୁଡ଼ିକ ଏପରି ବିଷୟ ଯାହା ଚକ୍ଷୁ କେବେ ଦେଖି ନାହିଁ ...; ଏଗୁଡ଼ିକ ଏପରି ବିଷୟ ... ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ।"" ଅନ୍ୟମାନେ ଏହାକୁ ଅସମ୍ଫୂର୍ଣ୍ଣ କରି ଛାଡି ଦେଇଅଛନ୍ତି, କିନ୍ତୁ ଏଠାରେ ଶେଷ ବିରାମ ଚିହ୍ନ ବ୍ୟବହାର ନ କରି ଓ ପରବର୍ତ୍ତୀ ପଦକୁ ଏହି ପଦର ନିରନ୍ତରତା ଭାବରେ ଆରମ୍ଭ କରିବା ଦ୍ବାରା ସେମାନେ ଏହାକୁ ସମ୍ପୂର୍ଣ୍ଣ ବୋଲି ଦେଖାଇଛନ୍ତି: “ଏଗୁଡ଼ିକ ଏପରି ବିଷୟ ଯାହା ଚକ୍ଷୁ କେବେ ଦେଖି ନାହିଁ ...; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି -- ।
ἃ ὀφθαλμὸς οὐκ εἶδεν, καὶ οὖς οὐκ ἤκουσεν, καὶ ἐπὶ καρδίαν ἀνθρώπου οὐκ ἀνέβη
ଏହା ଜଣେ ବ୍ୟକ୍ତିର ସମସ୍ତ ଅଂଶ ସୂଚକ ତ୍ରୀତ୍ବକୁ ବୁଝାଏ ଯେ ଈଶ୍ବର ଯାହା ପ୍ରସ୍ତୁତ କରିଅଛନ୍ତି ସେ ବିଷୟରେ କୌଣସି ମନୁଷ୍ୟ ଜ୍ଞାତ ନୁହେଁ I (ଦେଖ:ଲାକ୍ଷଣିକ ଶବ୍ଦ)
ἃ ἡτοίμασεν ὁ Θεὸς τοῖς ἀγαπῶσιν αὐτόν
ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ନିମନ୍ତେ ପ୍ରଭୁ ସ୍ବର୍ଗକୁ ଏକ ଆର୍ଶ୍ଚଯ୍ୟଜନକ ଦାନ ସ୍ବରୁପେ ସୃଷ୍ଟି କରିଅଛନ୍ତି I
1 Corinthians 2:10
ପାଉଲ ଯୀଶୁ ଓ କୃଶର ସତ୍ୟ ବିଷୟରେ କହନ୍ତି । ଯଦି ୧କରିନ୍ଥୀୟ ୨:୯କୁ ଅସଂପୂର୍ଣ୍ଣ ବାକ୍ୟ ଭାବରେ ଧରାଯାଏ, ତେବେ “ଏହି ବିଷୟଗୁଡିକ ।”
1 Corinthians 2:11
τίς γὰρ οἶδεν ἀνθρώπων τὰ τοῦ ἀνθρώπου, εἰ μὴ τὸ πνεῦμα τοῦ ἀνθρώπου τὸ ἐν αὐτῷ?
ପାଉଲ ଏହି ପ୍ରଶ୍ନକୁ ପ୍ରୟୋଗ କରି ଜୋର ଦେଇଅଛନ୍ତି ଯେ ଜଣେ ବ୍ୟକ୍ତି କ’ଣ ଚିନ୍ତା କରୁଛି ତାହା ସେହି ବ୍ୟକ୍ତି ବ୍ୟତିତ ଅନ୍ୟ କେହି ଜାଣନ୍ତି ନାହିଁ । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି କ’ଣ ଚିନ୍ତା କରୁଛି ତାହା ସେହି ବ୍ୟକ୍ତିର ଆତ୍ମା ବିନା ଅନ୍ୟ କେହି ଜାଣନ୍ତି ନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τὸ πνεῦμα τοῦ ἀνθρώπου
ଏହା ଜଣେ ବ୍ୟକ୍ତିର ଆନ୍ତରିକ ମନୁଷ୍ୟକୁ, ତାହାର ଆତ୍ମିକ ସ୍ବଭାବକୁ ଦର୍ଶାଏ ।
τὰ τοῦ Θεοῦ οὐδεὶς ἔγνωκεν, εἰ μὴ τὸ Πνεῦμα τοῦ Θεοῦ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗଭୀର ବିଷୟମାନ କେବଳ ଈଶ୍ବରଙ୍କ ଆତ୍ମା ହିଁ ଜାଣନ୍ତି” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 2:12
ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାଙ୍କର ଶ୍ରୋତାମାନଙ୍କୁ ଦର୍ଶାଏ(ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ὑπὸ τοῦ Θεοῦ χαρισθέντα ἡμῖν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହା ଈଶ୍ବର ଆମ୍ଭମାନଙ୍କୁ ବିନା ମୂଲ୍ୟରେ ଦେଇଛନ୍ତି” ବା ""ଯାହା ଈଶ୍ବର ଆମ୍ଭମାନଙ୍କୁ ଦୟା ପୁର୍ବକ ଦେଇଅଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 2:13
ἐν διδακτοῖς Πνεύματος, πνευματικοῖς πνευματικὰ συνκρίνοντες
ପବିତ୍ର ଆତ୍ମା ଆପଣା ନିଜ ବାକ୍ୟରେ ବିଶ୍ବାସୀମାନଙ୍କୁ ଈଶ୍ବରଙ୍କ ସତ୍ୟ ଜଣାଇଦିଅନ୍ତି ଓ ସେମାନଙ୍କୁ ନିଜର ଜ୍ଞାନ ପ୍ରଦାନ କରନ୍ତି ।
ἐν διδακτοῖς Πνεύματος, πνευματικοῖς πνευματικὰ συνκρίνοντες
ଆମ୍ଭମାନଙ୍କ ନିକଟରେ ଆତ୍ମିକ କଥାକୁ ବ୍ୟାଖ୍ୟା କରିବା ନିମନ୍ତେ ଆତ୍ମା ନିଜର ଆତ୍ମିକ ଜ୍ଞାନ ବ୍ୟବହାର କରନ୍ତି
1 Corinthians 2:14
ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାହାଙ୍କର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ψυχικὸς…ἄνθρωπος
ଅଣଖ୍ରୀଷ୍ଟିୟାନ ବ୍ୟକ୍ତି, ଯିଏ କି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିନାହିଁ
ὅτι πνευματικῶς ἀνακρίνεται
କାରଣ ଏହି ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆତ୍ମାଙ୍କ ସାହାଯ୍ୟ ଆବଶ୍ୟକ ହୋଇଥାଏ
1 Corinthians 2:15
ὁ…πνευματικὸς
ଯେଉଁ ବିଶ୍ବାସୀ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଅଛି
1 Corinthians 2:16
τίς γὰρ ἔγνω νοῦν Κυρίου, ὃς συμβιβάσει αὐτόν?
ପ୍ରଭୁଙ୍କର ମନକୁ ଯେ କେହି ଜାଣନ୍ତି ନାହିଁ ଏହାକୁ ଜୋର ଦେବା ନିମନ୍ତେ ପାଉଲ ଏହି ପ୍ରଶ୍ନର ପ୍ରୟୋଗ କରନ୍ତି । ଈଶ୍ବରଙ୍କ ପରି ବୁଦ୍ଧିମାନ କେହି ନାହାଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନକୁ କେହି ମଧ୍ୟ ଜାଣିପାରିବେ ନାହିଁ, ତେଣୁ ଯହିଁ ବିଷୟରେ ସେ ଜ୍ଞାତ ନୁହନ୍ତି ଏପରି କିଛି କେହି ତାହାଙ୍କୁ ଶିଖାଇ ପାରିବ ନାହି” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 3
୧ କରିନ୍ଥୀୟ ୦୩ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପରେଖା
କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୧୯ ପଦ ଓ ୨୦ ପଦକୁ ଏପରି କରାଯାଇଛି ଯାହା ପୁରାତନ ନିୟମରୁ ଆନୀତ ।
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ଶାରୀରିକମନା ଲୋକମାନେ
ସେମାନଙ୍କର ଅଧାର୍ମିକତାର କାର୍ଯ୍ୟ ସକାଶୁ କରିନ୍ଥୀୟ ବିଶ୍ବାସୀମାନେ ଅପରିପକ୍ବ ଅଟନ୍ତି । ସେ ସେମାନଙ୍କୁ “ଶାରୀରିକମନା” ବୋଲି କହନ୍ତି, ଏହାର ଅର୍ଥ ଯେ ସେମାନେ ଅବିଶ୍ବାସୀମାନଙ୍କ ପରି କାର୍ଯ୍ୟ କରନ୍ତି । ଏହି ଶବ୍ଦକୁ ଯେଉଁମାନେ “ଆତ୍ମିକ” ଅଟନ୍ତି ସେମାନଙ୍କର ବିପରିତାର୍ଥକ ଶବ୍ଦ ଭାବରେ ବ୍ୟବହାର କରାଯାଇଛି । ଯଦି ଖ୍ରୀଷ୍ଟିୟାନମାନେ “ଶାରୀରିକମନା” ହୋଇ କାର୍ଯ୍ୟ କରନ୍ତି ତାହାହେଲେ ସେମାନେ ମୁର୍ଖତାର କାର୍ଯ୍ୟ କରୁଛନ୍ତି । ସେମାନେ ଜାଗତିକ ଜ୍ଞାନକୁ ଅନୁସରଣ କରୁଛନ୍ତି । (ଦେଖ:ଧାର୍ମିକ, ଧାର୍ମିକତା, ଅଧାର୍ମିକ, ଅଧାର୍ମିକତା, ସଚ୍ଚୋଟ, ସଚ୍ଚୋଟତା,ଦେହ,ଆତ୍ମା, ବାୟୁ, ଶ୍ୱାସ,ଏବଂ ମୂର୍ଖ, ନିର୍ବୋଧ, ନିର୍ବୋଧତା ଏବଂବୁଦ୍ଧିମାନ, ବୁଦ୍ଧି)
ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣର ଅଳଙ୍କାର
ରୂପକ
ଏହି ଅଧ୍ୟାୟରେ ଅନେକ ରୂପକ ରହିଛି । ଆତ୍ମିକ ଅପରିପକ୍ବତା ଥିବା ବିଷୟକୁ କହିବା ପାଇଁ ପାଉଲ “ଶିଶୁମାନେ” ଓ “କ୍ଷୀର”କୁ ରୂପକ ଭାବରେ ବ୍ୟବହାର କରିଛନ୍ତି । କରିନ୍ଥୀୟ ମଣ୍ଡଳୀର ବୃଦ୍ଧି ବିଷୟରେ ବର୍ଣ୍ଣନା କରିବା ପାଇଁ ସେ ତାଙ୍କର ଓ ଆପଲ୍ଲଙ୍କ ଭୂମିକାକୁ ରୋପଣ ଏବଂ ଜଳ ସିଞ୍ଚନର ରୂପକ ବ୍ୟବହାର କରିଛନ୍ତି । କରିନ୍ଥୀୟମାନଙ୍କୁ ଆତ୍ମିକତାର ସତ୍ୟ ବିଷୟରେ ଶିଖାଇବା ପାଇଁ ଏବଂ ତାଙ୍କର ଶିକ୍ଷାଗୁଡିକୁ ସେମାନଙ୍କୁ ସହଜରେ ବୁଝାଇ ପାଇଁ ପାଉଲ ଅନ୍ୟ ରୂପକଗୁଡ଼ିକ ମଧ୍ୟ ବ୍ୟବହାର କରିଅଛନ୍ତି । (ଦେଖ:ଉପମା/ରୂପକ)
1 Corinthians 3:1
ପାଉଲ ବର୍ତ୍ତମାନ କରିନ୍ଥୀୟ ବିଶ୍ବାସୀମାନଙ୍କୁ ମନେ ପକାଇ ଦିଅନ୍ତି ଯେ ଈଶ୍ବରଙ୍କ ନିକଟରେ ନିଜର ସ୍ଥାନ ବଜାଇ ରଖିବା ନିମନ୍ତେ ସେମାନେ କାର୍ଯ୍ୟ ନ କରି ପ୍ରକୃତରେ କିପରି ଜୀବନ ଯାପନ କରୁଛନ୍ତି । ସେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଯେଉଁ ବ୍ୟକ୍ତି ସେମାନଙ୍କୁ ଶିକ୍ଷା ଦେଇଥାଏ ସେ ସେମାମାନଙ୍କର ବୃଦ୍ଧି ସାଧନ କରୁଥିବା ଈଶ୍ବରଙ୍କ ପରି ଗୁରୁତ୍ବପୂର୍ଣ୍ଣ ନୁହେଁ ।
ἀδελφοί
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯହିଁରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ।
πνευματικοῖς
ଯେଉଁ ଲୋକମାନେ ଆତ୍ମାଙ୍କ ଆଜ୍ଞା ପାଳନ କରନ୍ତି
σαρκίνοις
ଯେଉଁ ଲୋକମାନେ ନିଜ ଇଛା ଅନୁସାରେ ଚାଲନ୍ତି
ὡς νηπίοις ἐν Χριστῷ
କରିନ୍ଥୀୟମାନଙ୍କୁ ବୟସ ଓ ବୁଦ୍ଧିରେ ସାନ ପିଲାମାନଙ୍କ ସହିତ ତୁଳନା କରାଯାଇଛି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ବାସରେ ଶିଶୁ ଅବସ୍ଥାରେ ଥିବା ବିଶ୍ବାସୀମାନେ ”(ଦେଖ:ଉପମା/ରୂପକ)
1 Corinthians 3:2
γάλα ὑμᾶς ἐπότισα, οὐ βρῶμα
ଯେପରି ଶିଶୁମାନେ କେବଳ ଦୁଗ୍ଧ ହିଁ ନେଇଥାନ୍ତି ସେହିପରି କରିନ୍ଥିୀୟମାନେ କେବଳ ସରଳ ସତ୍ୟକୁ ହିଁ ବୁଝିପାରିବେ । ସେମାନେ କଠିନ ଖାଦ୍ୟ ଖାଇ ପାରୁଥିବା ବାଳକମାନଙ୍କ ପରି ବୃହତ୍ତର ସତ୍ୟକୁ ଜାଣିବା ନିମନ୍ତେ ପରିପକ୍ବ ନୁହଁନ୍ତି (ଦେଖ:ଉପମା/ରୂପକ)
οὐδὲ νῦν δύνασθε
ଏହା ସ୍ପଷ୍ଟ ଯେ ସେମାନେ ଅଧିକ କଠିନ ଶିକ୍ଷାକୁ ବୁଝିବା ପାଇଁ ପ୍ରସ୍ତୁତ ନାହାଁନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ବିଷୟକ କଠିନ ଶିକ୍ଷା ଗ୍ରହଣ କରିବା ନିମନ୍ତେ ତୁମ୍ଭେମାନେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହଁ” (ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 3:3
ἔτι…σαρκικοί
ଏପର୍ଯ୍ୟନ୍ତ ପାପରେ ଆଚରଣ ଓ ସାଂସାରିକ ଅଭିଳାଷରେ ଜୀବନ ଯାପନ କରୁଅଛ ।
οὐχὶ σαρκικοί ἐστε καὶ κατὰ ἄνθρωπον περιπατεῖτε?
ପାଉଲ ସେମାନଙ୍କର ପାପପୂର୍ଣ୍ଣ ବ୍ୟବହାର ପାଇଁ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । “ତୁମ୍ଭମାନଙ୍କର ଆଚରଣ କିପରି ତାହା ବିଚାର କରି"" ଭଲ ଓ ମନ୍ଦର ନିର୍ଣ୍ଣୟ ନେବା ନିମନ୍ତେ ଏଠାରେ “ଚାଲିବା” ଶବ୍ଦକୁ ଏକ ରୂପକ ଭାବରେ ବ୍ୟବାହାର କରାଯାଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍ କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଅଚରଣ କରୁଅଛ ଏବଂ ତୁମ୍ଭମାନଙ୍କର ଆଚରଣ ଭଲ କି ମନ୍ଦ ଅଟେ ଏହା ଜାଣିବା ନିମନ୍ତେ ତୁମ୍ଭେମାନେ ମନୁଷ୍ୟର ପରିମାପକ ବ୍ୟବହାର କରୁଛ !” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ ଉପମା/ରୂପକ)
1 Corinthians 3:4
οὐκ ἄνθρωποί ἐστε?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍ କାରଣ ତୁମ୍ଭେମାନେ ଆତ୍ମାଙ୍କୁ ପାଇ ନ ଥିବା ଲୋକମାନଙ୍କ ପରି ଜୀବନ କାଟୁଅଛ”। (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 3:5
τί οὖν ἐστιν Ἀπολλῶς? τί δέ ἐστιν Παῦλος?
ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ସେ କି ଆପଲ୍ଲ ସୁସମାଚାରର ମୂଳ ସ୍ରୋତ ନୁହଁନ୍ତି, ସେଥିପାଇଁ କରିନ୍ଥୀୟମାନେ ସେମାନଙ୍କୁ ଅନୁସରଣ କରିବା ଉଚିତ୍ ନୁହେଁ I ବିକଳ୍ପ ଅନୁବାଦ: “ଆପଲ୍ଲ ଓ ପାଉଲଙ୍କୁ ଅନୁସରଣ କରିବା ପାଇଁ ଦଳ ଗଢ଼ିବା ଅନୁଚିତ ଅଟେ!” ଓ (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τί δέ ἐστιν Παῦλος?
ପାଉଲ ନିଜ ବିଷୟରେ କହନ୍ତି ସତେ ଯେମିତି ସେ ଆଉ କାହା ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଗୁରୁତ୍ବପୂର୍ଣ୍ଣ ନୁହେଁ !” ବା “ମୁଁ କିଏ ଅଟେ?”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
διάκονοι δι’ ὧν ἐπιστεύσατε
ପାଉଲ ନିଜେ ନିଜ ପ୍ରଶ୍ନର ଉତ୍ତର ଦେଇ କହୁଛନ୍ତି ଯେ ସେ ଓ ଆପଲ୍ଲ ଇଶ୍ବରଙ୍କ ଦାସ ଅଟନ୍ତି । ବିକଳ୍ପ ଅନୁବାଦ: “ପାଉଲ ଏବଂ ଆପଲ୍ଲ ଖ୍ରୀଷ୍ଟଙ୍କର ଦାସ ଅଟନ୍ତି, ଏବଂ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଅଛ କାରଣ ଆମ୍ଭେ ତାହାଙ୍କର ସେବା କରିଅଛୁ”(ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
διάκονοι δι’ ὧν ἐπιστεύσατε, καὶ ἑκάστῳ ὡς ὁ Κύριος ἔδωκεν
ଏହାକୁ ବୁଝିପାରିଥିବା ସୂଚନା ଅନୁସାରେ କୁହାଯାଇ ପାରିବ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦାସ ଅଟୁ ଯାହାଙ୍କ ଦ୍ବାରା ତୁମ୍ଭେମାନେ ବିଶ୍ବାସ କରିଅଛ । ଆମ୍ଭେମାନେ କେବଳ ମନୁଷ୍ୟ ଅଟୁ ଯାହାଙ୍କୁ ପ୍ରଭୁ କାର୍ଯ୍ୟ କରିବାର ଦାୟିତ୍ବ ଦେଇଛନ୍ତି” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
1 Corinthians 3:6
ἐγὼ ἐφύτευσα
ଈଶ୍ବରଙ୍କ ଜ୍ଞାନକୁ ଏକ ବୀଜ ସହିତ ତୁଳନା କରାଯାଇଛି ଯାହାକୁ ବୁଣାଯିବା ଆବଶ୍ୟକ ଯେପରି ତାହା ବୃଦ୍ଧି ପାଇବ । ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲି ସେତେବେଳେ ମୁଁ ବଗିଚାର ଜଣେ ବିଜ ବୁଣାଳୀ ପରି ଥିଲି” (ଦେଖ: ଉପମା/ରୂପକ)
Ἀπολλῶς ἐπότισεν
ଯେପରି ବୀଜକୁ ଜଳର ଆବଶ୍ୟକ ହୋଇଥାଏ, ସେହିପରି ବିଶ୍ବାସର ବୃଦ୍ଧି ପାଇଁ ଅଧିକ ଶିକ୍ଷାର ଆବଶ୍ୟକତା ରହିଛି । ବିକଳ୍ପ ଅନୁବାଦ: “ଯେତେବେଳେ ଆପଲ୍ଲ ଅନବରତ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟର ଶିକ୍ଷା ଦେଉଥିଲେ, ସେ ବଗିଚାରେ ପାଣି ଦେବା ଜଣେ ମାଳି ପରି ଥିଲେ” (ଦେଖ: ଉପମା/ରୂପକ)
ἀλλὰ ὁ Θεὸς ηὔξανεν
ଯେମିତି ଚାରାଗୁଡିକ ବଢ଼େ ଏବଂ ବିକଶିତ ହୁଏ, ସେହିପରି ବିଶ୍ବାସ ଏବଂ ଈଶ୍ବରଙ୍କ ବିଷୟକ ଜ୍ଞାନ ମଧ୍ୟ ବଢି ଗଭୀର ଓ ମଜଭୁତ ହେବ I ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ବର ତୁମ୍ଭମାନଙ୍କୁ ବଢିବାକୁ ଦେଇଛନ୍ତି” ବା “କିନ୍ତୁ ଈଶ୍ବର ଯେପରି ବୀଜଗୁଡ଼ିକୁ ବଢିବାରେ ସାହାଯ୍ୟ କରନ୍ତି, ସେହିପରି ସେ ତୁମ୍ଭମାନଙ୍କର ଆତ୍ମିକ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବେ ”(ଦେଖ: ଉପମା/ରୂପକ)
1 Corinthians 3:7
οὔτε ὁ φυτεύων ἐστίν τι…ἀλλ’ ὁ αὐξάνων, Θεός
ପାଉଲ ଜୋର ଦେଇ କହନ୍ତି ଯେ ବିଶ୍ବାସୀମାନଙ୍କ ଆତ୍ମିକ ଜୀବନର ବୃଦ୍ଧି କରିବାରେ ସେ କିମ୍ବା ଆପଲ୍ଲ ଦାୟୀ ନୁହଁନ୍ତି, ମାତ୍ର ଏହା ଈଶ୍ବରଙ୍କ କାର୍ଯ୍ୟ ।
ὁ αὐξάνων, Θεός
ଏଠାରେ ବୃଦ୍ଧି ପ୍ରଦାନ କରିବାର ଅର୍ଥ ହେଉଛି ବଢିବାରେ ସାହାଯ୍ୟ କରିବା । ଗୁଣବାଚକ ବିଶେଷ୍ୟ “ବୃଦ୍ଧିକୁ” କ୍ରିୟାପଦରେ ଅନୁବାଦ କରାଯାଇପାରିବ । ବିକଳ୍ପ ଅନୁବାଦ: “ଈଶ୍ବର ହିଁ ତୁମ୍ଭମାନଙ୍କର ବୃଦ୍ଧି ସାଧନ କରିଥାନ୍ତି”(ଦେଖ:ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Corinthians 3:8
ὁ φυτεύων…καὶ ὁ ποτίζων, ἕν εἰσιν
ପାଉଲ ଲୋକମାନଙ୍କୁ ସୁସମାଚାର ଶୁଣାଇବା ଓ ଗ୍ରହଣ କରିଥିବା ଲୋକମାନଙ୍କୁ ଶିକ୍ଷା ଦେବା ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଚାରା ରୋପଣ ଓ ଜଳସେଚନ କରୁଥିଲେ । (ଦେଖ:ଉପମା/ରୂପକ)
ἕν εἰσιν
ସାମ୍ଭାବ୍ୟ ଅର୍ଥ ଗୁଡିକ “ଏକ” ୧) “ଏକ ଉଦ୍ଦେଶ୍ୟ ନିମନ୍ତେ ଏକତାବଦ୍ଧ” ବା ୨)”ଗୁରୁତ୍ବରେ ସମାନ”
μισθὸν
ଜଣେ କର୍ମୀ ତାହାର କାର୍ଯ୍ୟ ପାଇଁ ପାଉଥିବା ଅର୍ଥର ପରିମାଣ
1 Corinthians 3:9
ἐσμεν
ଏହା ପାଉଲ ଏବଂ ଆପଲ୍ଲଙ୍କୁ ସୁଚାଏ, କରିନ୍ଥୀୟ ମଣ୍ଡଳୀକୁ ନୁହେଁ । (ଦେଖ:'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
Θεοῦ…συνεργοί
ପାଉଲ ନିଜକୁ ଓ ଆପଲ୍ଲଙ୍କୁ ସହକର୍ମୀ ବୋଲି ମନେ କରନ୍ତି ।
Θεοῦ γεώργιον
ସାମ୍ଭାବ୍ୟ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ଉଦ୍ୟାନ ହୋଇଥିବାରୁ ତାହା ଈଶ୍ବରଙ୍କର ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକ ଉଦ୍ୟାନ ପରି ଯାହା ଈଶ୍ବରଙ୍କର ଅଟେ” ଓ ୨) ଈଶ୍ବରଙ୍କ ଉଦ୍ୟାନ ହୋଇଥିବାରୁ ଇଶ୍ବର ଆମ୍ଭମାନଙ୍କୁ ବଢିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକ ଉଦ୍ୟାନ ପରି ଯାହାକୁ ଇଶ୍ବର ବଢାନ୍ତି”(ଦେଖ:ଉପମା/ରୂପକ)
Θεοῦ οἰκοδομή
ସାମ୍ଭାବ୍ୟ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ଗୃହ ହୋଇଥିବାରୁ ତାହା ଈଶ୍ବରଙ୍କର ଅଟେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଈଶ୍ବରଙ୍କ ଗୃହ ସଦୃଶ ଯାହା ଈଶ୍ବରଙ୍କର ଅଟେ” ୨) ଈଶ୍ବରଙ୍କ ଗୃହ ହୋଇଥିବାରୁ ଆମେ ଯାହା ହେବା ବୋଲି ଈଶ୍ବର ଚାହାଁନ୍ତି ତାହା ସେ ଆମ୍ଭମାନଙ୍କୁ ହେବାକୁ ଦିଅନ୍ତି । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଗୋଟିଏ ଗୃହ ପରି ଅଟ ଯାହା ଇଶ୍ବର ନିର୍ମାଣ କରୁଅଛନ୍ତି” (ଦେଖ:ଉପମା/ରୂପକ)
1 Corinthians 3:10
κατὰ τὴν χάριν τοῦ Θεοῦ τὴν δοθεῖσάν μοι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଯେଉଁ କାର୍ଯ୍ୟ ମତେ ବିନା ମୂଲ୍ୟରେ କରିବାକୁ ଦେଇଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
θεμέλιον ἔθηκα
ପାଉଲ ବିଶ୍ବାସ ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ପରିତ୍ରାଣ ସମ୍ବନ୍ଧୀୟ ତାଙ୍କର ଶିକ୍ଷାକୁ ଗୋଟିଏ ଗୃହର ମୂଳଦୁଆ ସ୍ଥାପନ କରିବା ସହିତ ତୁଳନା କରିଛନ୍ତି । (ଦେଖ:ଉପମା/ରୂପକ)
ἄλλος…ἐποικοδομεῖ
ସେହି ସମୟରେ ଯେଉଁ ବ୍ୟକ୍ତି ବା ଲୋକମାନେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିଲେ ପାଉଲ ସେମାନଙ୍କ ବିଷୟରେ କହନ୍ତି ଯେ ସେମାନେ ସତେ ଯେପରି ମୂଳଦୁଆ ଉପରେ ଗୃହ ନିର୍ମାଣ କରୁଥିବା ବଢେଇ ଅଟନ୍ତି । (ଦେଖ:ଉପମା/ରୂପକ)
ἕκαστος
ଏହା ସାଧାରଣ ଭାବେ ଈଶ୍ବରଙ୍କ କାର୍ଯ୍ୟକାରୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଈଶ୍ବରଙ୍କ ସେବା କରନ୍ତି”
1 Corinthians 3:11
θεμέλιον…ἄλλον οὐδεὶς δύναται θεῖναι, παρὰ τὸν κείμενον
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୁଁ, ପାଉଲ, ଯେଉଁ ଭିତ୍ତିମୂଳ ସ୍ଥାପନ କରିଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରିବ ନାହିଁ” ବା “ମୁଁ ଏକମାତ୍ର ଭିତ୍ତିମୂଳ ସ୍ଥାପନ କରି ସାରିଛି ତାହା ଅନ୍ୟ କୌଣସି ବ୍ୟକ୍ତି କରିପାରିବ ନାହିଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 3:12
କରିନ୍ଥରେ ଶିକ୍ଷକମାନେ ପ୍ରକୃତରେ କ’ଣ କରୁଛନ୍ତି ଏହାର ବର୍ଣ୍ଣନା କରିବା ପାଇଁ ଗୃହ ନିର୍ମାଣ କରିବା ସମୟରେ ନିର୍ମାତା ସାଧାରଣତଃ କ’ଣ କରିଥାନ୍ତି ସେହି ବିଷୟରେ ପାଉଲ କହୁଛନ୍ତି । ନିର୍ମାତା ସାଧାରଣତଃ ଗୃହକୁ ସଜାଇବା ପାଇଁ ସୁନା, ରୂପା ଓ ମୂଲ୍ୟବାନ ପଥର ବ୍ୟବହାର କରିଥାଆନ୍ତି ।
εἰ δέ τις ἐποικοδομεῖ ἐπὶ τὸν θεμέλιον χρυσόν, ἄργυρον, λίθους τιμίους, ξύλα, χόρτον, καλάμην
ଜଣେ ବ୍ୟକ୍ତିର ଜୀବନକାଳ ମଧ୍ୟରେ ତାହାର ଆଚରଣ ଓ କାର୍ଯ୍ୟକଳାପକୁ ଗଠନ କରିବା ନିମନ୍ତେ ଯେଉଁ ଆତ୍ମିକ ମୂଲ୍ୟବୋଧ ବ୍ୟବହୃତ ହୋଇଥାଏ ତାହାକୁ ନୂତନ ଭବନର ନିର୍ମାଣରେ ପ୍ରଯୁକ୍ତ ସାମଗ୍ରୀ ସହିତ ତୁଳନା କରାଯାଇଛି । ବିକଳ୍ପ ଅନୁବାଦ: “ହୁଏତ ଜଣେ ବ୍ୟକ୍ତି ଦୀର୍ଘସ୍ଥାୟୀ ମୁଲ୍ୟବାନ ସାମଗ୍ରୀ ସହିତ ନିର୍ମାଣ କରେ ବା ସହଜରେ ଜଳି ଯାଉଥିବା ସସ୍ତା ସାମଗ୍ରୀ ସହିତ ନିର୍ମାଣ କରେ” (ଦେଖ:ଉପମା/ରୂପକ)
λίθους τιμίους
ବହୁମୁଲ୍ୟ ପଥରଗୁଡିକ
1 Corinthians 3:13
ἑκάστου τὸ ἔργον φανερὸν γενήσεται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ନିର୍ମାଣକାରୀ କ’ଣ କରିଅଛି ତାହା ଇଶ୍ବର ସମସ୍ତଙ୍କୁ ଦେଖାଇଦେବେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἡ γὰρ ἡμέρα δηλώσει
ଏଠାରେ “ଦିବାଲୋକ” ସମୟର ରୂପକ ଅଟେ ଯେଉଁ ସମୟରେ ଈଶ୍ବର ସମସ୍ତଙ୍କର ବିଚାର କରିବେ । ଏହି ଶିକ୍ଷକମାନେ କ’ଣ କରିଛନ୍ତି ତାହା ଯେତେବେଳେ ଈଶ୍ବର ସମସ୍ତଙ୍କୁ ଦେଖାଇ ଦେବେ, ତାହା ରାତ୍ରୀ ସମୟରେ ଯାହାକିଛି ଘଟିଅଛି ଦିବସର ସୂର୍ଯ୍ୟ ଉପରକୁ ଆସି ତାହା ପ୍ରକାଶ କରିବା ସଦୃଶ ହେବ । (ଦେଖ:ଉପମା/ରୂପକ)
ὅτι ἐν πυρὶ ἀποκαλύπτεται; καὶ ἑκάστου τὸ ἔργον, ὁποῖόν ἐστιν, τὸ πῦρ αὐτὸ δοκιμάσει
ଯେପରି ଅଗ୍ନି ଗୋଟିଏ ଗୃହର ଶକ୍ତିକୁ ପ୍ରକାଶ କରିଥାଏ ବା ଦୁର୍ବଳତାକୁ ନଷ୍ଟ କରିଦେଇ ଥାଏ, ଠିକ୍ ସେହିପରି ଈଶ୍ବରଙ୍କ ଅଗ୍ନି ମନୁଷ୍ୟର କର୍ମ ଏବଂ କାର୍ଯ୍ୟକଳାପକୁ ବିଚାର କରିବ । ବିକଳ୍ପ ଅନୁବାଦ: “ଈଶ୍ବର ତାଙ୍କ କାର୍ଯ୍ୟର ଗୁଣ ଦେଖାଇବାକୁ ଅଗ୍ନିର ବ୍ୟବହାର କରିବେ” (ଦଖ:ଉପମା/ରୂପକ)
1 Corinthians 3:14
“ଜଣେ ବ୍ୟକ୍ତି” ଏବଂ “କୌଣସି ବ୍ୟକ୍ତିର” ଏବଂ “ସେ” ଏବଂ “ସେ ନିଜେ” ଶବ୍ଦଗୁଡିକ ବିଶ୍ବାସୀମାନଙ୍କୁ ସୂଚାଏ ।
τὸ ἔργον μενεῖ
କର୍ମ ଶେଷ ପର୍ଯ୍ୟନ୍ତ ରହିବ ବା “କର୍ମ ବଞ୍ଚିଯିବ”
1 Corinthians 3:15
εἴ τινος τὸ ἔργον κατακαήσεται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ଅଗ୍ନି କାହାରି କାର୍ଯ୍ୟକୁ ନଷ୍ଟ କରିଦିଏ” ଓ “ଯଦି ଅଗ୍ନି କାହାର କାର୍ଯ୍ୟକୁ ସର୍ବନାଶ କରିଦିଏ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ζημιωθήσεται
ଗୁଣବାଚକ ବିଶେଷ୍ୟ “କ୍ଷତି”କୁ “ହରାଇବା” କ୍ରିୟା ସହିତ ବ୍ୟକ୍ତ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ସେ ନିଜର ପୁରସ୍କାର ହରାଇବ” (ଦେଖ:ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
αὐτὸς δὲ σωθήσεται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କିନ୍ତୁ ଇଶ୍ବର ତାହାକୁ ରକ୍ଷା କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 3:16
οὐκ οἴδατε ὅτι ναὸς Θεοῦ ἐστε, καὶ τὸ Πνεῦμα τοῦ Θεοῦ οἰκεῖ ἐν ὑμῖν?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପ୍ରକାର ଆଚରଣ କରୁଅଛ ସତେ ଯେପରି ତୁମେ ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ବରଙ୍କ ମନ୍ଦିର ଆଉ ଇଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି !” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 3:18
μηδεὶς ἑαυτὸν ἐξαπατάτω
ଏହି ଜଗତରେ ସେ ହିଁ ଏକମାତ୍ର ଜ୍ଞାନୀ ଅଟେ ଏହି ମିଥ୍ୟା ଉପରେ କେହି ହେଲେ ବିଶ୍ବାସ କରିବା ଉଚିତ୍ ନୁହେଁ ।
ἐν τῷ αἰῶνι τούτῳ
ଏହି ମାର୍ଗ ଅନୁସାରେ ବିଶ୍ବାସ କରୁ ନ ଥିବା ଯେଉଁ ବ୍ୟକ୍ତି ଆପଣାକୁ ଜ୍ଞାନୀ ବୋଲି ମନେ କରେ
μωρὸς γενέσθω
ସେହି ବ୍ୟକ୍ତି ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ଦ୍ବାରା ମୁର୍ଖ ନାମରେ ନାମିତ ହେବା ପାଇଁ ଇଛୁକ ହେବା ଦରକାର (ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
1 Corinthians 3:19
ὁ δρασσόμενος τοὺς σοφοὺς ἐν τῇ πανουργίᾳ αὐτῶν
ଯେଉଁ ଲୋକମାନେ ନିଜକୁ ଚତୁର ବୋଲି ଭାବନ୍ତି ଇଶ୍ବର ସେହି ଲୋକମାନଙ୍କୁ ଫାନ୍ଦରେ ପକାନ୍ତି ଏବଂ ସେମାନଙ୍କର ଧୁର୍ତ୍ତତାରେ ସେ ସେମାନଙ୍କୁ ଧରନ୍ତି ।
1 Corinthians 3:20
Κύριος γινώσκει τοὺς διαλογισμοὺς τῶν σοφῶν, ὅτι εἰσὶν μάταιοι
ପ୍ରଭୁ ଜାଣନ୍ତି ଯେ ଯେଉଁ ଲୋକମାନେ ନିଜକୁ ଜ୍ଞାନୀ ବୋଲି ମନେ କରନ୍ତି ଓ କାର୍ଯ୍ୟ କରିବାକୁ ଯୋଜନା କରନ୍ତି ତାହା ନିରର୍ଥକ ଅଟେ
μάταιοι
ଅସାର
1 Corinthians 3:23
ὑμεῖς δὲ Χριστοῦ, Χριστὸς δὲ Θεοῦ
ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ଏବଂ ଖ୍ରୀଷ୍ଟ ଇଶ୍ବରଙ୍କର ଅଟନ୍ତି
1 Corinthians 4
୧କରିନ୍ଥୀୟ ୦୪ ପର୍ବ ସାଧାରଣ ଟିପ୍ପଣୀ
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ଗର୍ବ
ପାଉଲ କରିନ୍ଥୀୟମାନଙ୍କର ଗର୍ବ ଓ ପ୍ରେରିତମାନଙ୍କର ନମ୍ରତା ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି । କରିନ୍ଥୀୟ ବିଶ୍ବାସୀମାନଙ୍କର ଗର୍ବ କରିବାର କୌଣସି କାରଣ ନ ଥିଲା । ସେମାନଙ୍କ ପାଖରେ ଯାହା କିଛି ଥିଲା, ଓ ସେମାନେ ଯାହା କିଛି ହୋଇଥିଲେ ସେ ସବୁ ଇଶ୍ବରଙ୍କ ଦାନ ଥିଲା । (ଦେଖ:ପ୍ରେରିତ, ପ୍ରେରିତପଦ)
ଏହି ଅଧ୍ୟାୟର ବିଶେଷ ଅଳଙ୍କାରଗୁଡ଼ିକ ### ରୂପକଗୁଡିକ
ପାଉଲ ଏହି ଅଧ୍ୟାୟରେ ଅନେକଗୁଡିଏ ରୁପକ ବ୍ୟବହାର କରିଅଛନ୍ତି । ସେ ପ୍ରେରିତମାନଙ୍କୁ ଦାସ ଭାବରେ ବର୍ଣ୍ଣନା କରିଛନ୍ତି । ପାଉଲ ଏକ ବିଜୟୀ ଶୋଭାଯାତ୍ରା ବିଷୟରେ କହୁଅଛନ୍ତି ଯେଉଁଠାରେ ପ୍ରେରିତମାନେ ହତ ହେବା ନିମନ୍ତେ ବନ୍ଦୀଭାବରେ ନିଆ ଯାଉଅଛନ୍ତି । ସେ ଦଣ୍ଡକୁ ବୁଝାଇବା ନିମନ୍ତେ ବାଡି ଶବ୍ଦକୁ ବ୍ୟବହାର କରିଛନ୍ତି । ସେ ନିଜକୁ ସେମାନଙ୍କର ପିତା ବୋଲି କହନ୍ତି କାରଣ ସେ ସେମାନଙ୍କର “ଆତ୍ମିକ ପିତା” ଅଟନ୍ତି । (ଦେଖ:ଉପମା/ରୂପକ ଏବଂଆତ୍ମା, ବାୟୁ, ଶ୍ୱାସ)
ବ୍ୟଙ୍ଗ
ଗର୍ବ କରୁଥିବା କରିନ୍ଥୀୟମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପାଉଲ ବ୍ୟଙ୍ଗ ବ୍ୟବହାର କରୁଛନ୍ତି । କରିନ୍ଥୀୟ ବିଶ୍ବାସୀମାନେ ରାଜତ୍ବ କରୁଛନ୍ତି କିନ୍ତୁ ପ୍ରେରିତମାନେ ଦୁଃଖଭୋଗ କରୁଅଛନ୍ତି । (ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନ
ପାଉଲ ଏହି ଅଧ୍ୟାୟରେ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ଅନେକ ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିବା ସମୟରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ବିଷୟକୁ ଜୋର୍ ଦେବା ନିମନ୍ତେ ତାହା କରିଛନ୍ତି (ଦେଖ:https://git.door43.org/Door43-Catalog/or_ta/src/branch/master/translate//01.md figs-rquestion)
1 Corinthians 4:1
କେଉଁମାନେ ସେମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଦେଇଛନ୍ତି ଏବଂ କେଉଁମାନେ ସେମାନଙ୍କୁ ବାପ୍ତିସ୍ମ ଦେଇଛନ୍ତି ସେମାନଙ୍କ ଉପରେ ଗର୍ବ ନ କରିବା ପାଇଁ ସେମାନଙ୍କୁ ସ୍ମରଣ କରାଇବା ପରେ, ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସବୁ ବିଶ୍ବାସୀମାନେ ନମ୍ର ସେବକ ହେବ ଆବଶ୍ୟକ ।
1 Corinthians 4:2
ὧδε λοιπὸν ζητεῖται ἐν τοῖς οἰκονόμοις
ପାଉଲ ନିଜର କଥା ଏପରି ଭାବରେ କହୁଛନ୍ତି ସତେ ଯେମିତି ସେ ଅନ୍ୟ ଲୋକମାନଙ୍କ ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସେପରି ହେବା ଆବଶ୍ୟକ”(ଦେଖ:ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)
1 Corinthians 4:3
ἐλάχιστόν ἐστιν, ἵνα ὑφ’ ὑμῶν ἀνακριθῶ
ମନୁଷ୍ୟର ବିଚାର ଏବଂ ଈଶ୍ବରଙ୍କ ବିଚାର ମଧ୍ୟରେ ଥିବା ପାର୍ଥକ୍ୟକୁ ପାଉଲ ତୁଳନା କରିଛନ୍ତି । ମନୁଷ୍ୟ ଉପରେ ଈଶ୍ବରଙ୍କ ଉତ୍ତମ ବିଚାର ତୁଳନାରେ ମନୁଷ୍ୟର ବିଚାର ମହତ୍ବପୂର୍ଣ୍ଣ ନୁହେଁ ।
1 Corinthians 4:4
οὐδὲν…ἐμαυτῷ σύνοιδα
ମୁଁ କାହାରିକୁ ମୋ ବିରୁଦ୍ଧରେ ମନ୍ଦ କର୍ମ କରିଥିବାର ଅଭିଯୋଗ କରିବାର ଶୁଣି ନାହିଁ
οὐκ ἐν τούτῳ δεδικαίωμαι; ὁ δὲ ἀνακρίνων με Κύριός ἐστιν
ଏହି ଅଭିଯୋଗର ଅଭାବରେ ମୁଁ ନିର୍ଦୋଷ ବୋଲି ପ୍ରମାଣିତ ହୋଇନାହିଁ । ଇଶ୍ବର ଜାଣନ୍ତି ମୁଁ ନିର୍ଦୋଷ କି ଦୋଷୀ ଅଟେ ।
1 Corinthians 4:5
ὥστε
କାରଣ ମୁଁ ବର୍ତ୍ତମାନ ଯାହା କହିଅଛି ତାହା ସତ୍ୟ ଅଟେ
ὃς καὶ φωτίσει τὰ κρυπτὰ τοῦ σκότους, καὶ φανερώσει τὰς βουλὰς τῶν καρδιῶν
ଏଠାରେ “ଅନ୍ଧକାରରେ ଲୁଚିଥିବା ଜିନିଷକୁ ଆଲୋକକୁ ଆଣିବା” ଏକ ରୂପକ ଅଟେ ଯାହାର ଅର୍ଥ ଗୋପନରେ କରିଥିବା ବିଷୟକୁ ସମସ୍ତଙ୍କଠାରେ ପ୍ରକାଶ କରିବା । ଏଠାରେ “ହୃଦୟ” ଲୋକମାନଙ୍କ ବିଚାର ଓ ଉଦ୍ଦେଶ୍ୟର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ଯେପରି ଆଲୁଅ ଅନ୍ଧକାରରେ ଥିବା ଜିନିଷକୁ ପ୍ରକାଶ କରିଥାଏ, ସେହିପରି ଇଶ୍ବର ମନୁଷ୍ୟମାନେ ଗୋପନରେ କରିଥିବା କର୍ମ ଓ ଯୋଜନାକୁ ପ୍ରକାଶ କରିବେ”(ଦେଖ:ଉପମା/ରୂପକ ଏବଂ ଲାକ୍ଷଣିକ ଶବ୍ଦ)
1 Corinthians 4:6
ἀδελφοί
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନଙ୍କର, ଯହିଁରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି ।
δι’ ὑμᾶς
ତୁମ୍ଭମାନଙ୍କର ଉନ୍ନତି ପାଇଁ
1 Corinthians 4:7
σε…ἔχεις…ἔλαβες…ἔλαβες…καυχᾶσαι…λαβών
ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଥିଲେ, ତେଣୁ ପ୍ରତି ଥର କହିଥିବା “ତୁମ୍ଭେ” ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
τίς γάρ σε διακρίνει?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରି କହୁଛନ୍ତି ଯେ ଅନ୍ୟମାନଙ୍କ ଠାରୁ ସୁସମାଚାର ଶୁଣିଥିବା ଲୋକମାନଙ୍କ ଅପେକ୍ଷା ସେମାନେ ନିଜକୁ ଉତ୍ତମ ବୋଲି ମନେ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ଏବଂ ଅନ୍ୟମାନଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ ।” ବା “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ବଡ ନୁହଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τί δὲ ἔχεις ὃ οὐκ ἔλαβες?
ସେମାନଙ୍କ ପାଖରେ ଯାହା ଅଛି ତାହା ସେମାନେ ଅର୍ଜନ କରିନାହାନ୍ତି, ଏହି କଥାକୁ ଗୁରୁତ୍ବ ଦେବା ନିମନ୍ତେ ପାଉଲ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “ ତୁମ ପାଖରେ ଯାହା କିଛି ଅଛି ତାହା ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ ।” ବା “ତୁମ୍ଭମାନଙ୍କ ପାଖରେ ଯାହା କିଛି ଅଛି ତାହା ଇଶ୍ବର ତୁମ୍ଭମାନଙ୍କୁ ବିନାମୂଲ୍ୟରେ ଦେଇଛନ୍ତି !”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τί καυχᾶσαι ὡς μὴ λαβών?
ସେମାନଙ୍କ ପାଖରେ ଥିବା ବିଷୟକୁ ନେଇ ଗର୍ବ କରୁଥିବା ହେତୁ ପାଉଲ ସେମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେ ଗର୍ବ କର ନାହିଁ ସତେ ଯେମିତି ତୁମେ ତାହା କରି ନାହଁ ।” ବା “ତୁମ୍ଭମାନଙ୍କର ଗର୍ବ କରିବାର କୌଣସି ଅଧିକାର ନାହିଁ !” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ὡς μὴ λαβών
“ଏହି ପ୍ରକାରେ କରାଯାଇଛି” ବାକ୍ୟଟି ସେମାନଙ୍କ ପାଖରେ ଯାହା କିଛି ଅଛି ତାହା ବିନାମୂଲ୍ୟରେ ପାଇଥିବା ବିଷୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: ସତେ ଯେମିତି ତୁମ୍ଭେମାନେ ତାହା ବିନାମୂଲ୍ୟରେ ପାଇ ନଥିଲ” ବା “ସତେ ଯେମିତି ତୁମ୍ଭେମାନେ ଏହାକୁ ଅର୍ଜନ କରିଥିଲ”
1 Corinthians 4:8
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେବା ପାଇଁ ଏଠାରେ ବ୍ୟଙ୍ଗ ଶବ୍ଦର ବ୍ୟବହାର କରିଛନ୍ତି ଏବଂ ସେମାନଙ୍କୁ ଅନୁଭବ କରାଉଛନ୍ତି ଯେ ସେମାନେ ନିଜ ବିଷୟରେ ଓ ସେମାନଙ୍କର ଶିକ୍ଷକମାନଙ୍କ ନିମନ୍ତେ ଗର୍ବ କରିବା ଦ୍ବାରା ପାପ କରୁଛନ୍ତି । (ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
1 Corinthians 4:9
ὁ Θεὸς ἡμᾶς τοὺς ἀποστόλους…ἀπέδειξεν
ଜଗତ ଯେପରି ଦେଖି ପାରିବ ସେଥି ନିମନ୍ତେ ଈଶ୍ବର ଦୁଇ ପ୍ରକାରେ ତାଙ୍କର ପ୍ରେରିତମାନଙ୍କୁ ଏହି ଜଗତରେ ପ୍ରଦର୍ଶନ କରୁଅଛନ୍ତି । (ଦେଖ:ସମାନ୍ତରତାସୂଚକ)
ἡμᾶς τοὺς ἀποστόλους…ἀπέδειξεν
ରୋମୀୟ ସୈନିକମାନଙ୍କର ଶୋଭାଯାତ୍ରା ସମାପ୍ତ ହେବା ପରେ ବନ୍ଦୀ ମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପୂର୍ବରୁ ଯେପରି ଅପମାନିତ କରାଯାଏ, ଇଶ୍ବର ପ୍ରେରିତମାନଙ୍କୁ ସେହି ପ୍ରକାରେ ପ୍ରଦଶର୍ନ କରୁଛନ୍ତି । (ଦେଖ:ଉପମା/ରୂପକ)
ὡς ἐπιθανατίους
ମୃତ୍ୟୁମୁଖରେ ସମର୍ପିତ ଲୋକମାନଙ୍କ ସଦୃଶ ଇଶ୍ବର ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି । (ଦେଖ:ଉପମା/ରୂପକ)
τῷ κόσμῳ, καὶ ἀγγέλοις καὶ ἀνθρώποις
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଜଗତ”ରେ ଉଭୟ ଆଲୌକିକ (“ସ୍ବର୍ଗଦୂତ”) ଏବଂ ପ୍ରାକୃତିକ (“ମନୁଷ୍ୟ”) ପ୍ରାଣୀ ରହିଛନ୍ତି ବା ୨) ତାଲିକାରେ ତିନୋଟି ବସ୍ତୁ ରହିଛି: “ଜଗତ ପାଇଁ, ସ୍ବର୍ଗଦୂତମାନଙ୍କ ପାଇଁ, ଏବଂ ମନୁଷ୍ୟମାନଙ୍କ ପାଇଁ ।” (ଦେଖ:ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)
1 Corinthians 4:10
ἡμεῖς μωροὶ…ἄτιμοι
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରିବା ପାଇଁ ଏଠାରେ ବ୍ୟଙ୍ଗ ବ୍ୟବହାର କରିଛନ୍ତି ଯେପରିକି ସେମାନେ ସେ ଯାହା କହୁଛନ୍ତି ସେ ବିଷୟରେ ଚିନ୍ତା କରିବେ । (ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
ὑμεῖς ἔνδοξοι
କରିନ୍ଥୀୟମାନେ, ଲୋକମାନେ ହୋଇପାରେ ତୁମ୍ଭମାନଙ୍କୁ ମହାନ ବ୍ୟକ୍ତିଭାବେ ଆତିଥ୍ୟ କରନ୍ତି
ἡμεῖς…ἄτιμοι
ଲୋକମାନେ ପ୍ରେରିତମାନକୁ ଲଜ୍ଜା ଦିଅନ୍ତି
1 Corinthians 4:11
ἄχρι τῆς ἄρτι ὥρας
ବର୍ତ୍ତମାନ ପର୍ଯ୍ୟନ୍ତ ଓ “ଏବେ ପର୍ଯ୍ୟନ୍ତ”
κολαφιζόμεθα
ଏହା ହାତରେ ମାରିବା ବିଷୟକୁ ଦର୍ଶାଏ, ଚାବୁକ ଏବଂ ବାଡିରେ ନୁହେଁ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଆମ୍ଭମାନଙ୍କୁ ପ୍ରହାର କଲେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἀστατοῦμεν
ପାଉଲଙ୍କ କହିବାର ଅର୍ଥ ଏହା ଯେ ସେମାନଙ୍କର ରହିବା ପାଇଁ ସ୍ଥାନ ଥିଲା, କିନ୍ତୁ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡୁଥିଲା । ସେମାନଙ୍କ ପାଇଁ ସ୍ଥାୟୀ ଘର ନଥିଲା ।
1 Corinthians 4:12
λοιδορούμενοι, εὐλογοῦμεν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭମାନଙ୍କୁ ତିରସ୍କାର କରନ୍ତି, ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରୁଅଛୁ” ବା ଯେତେବେଳେ ଲୋକମାନେ ଆମ୍ଭେମାନଙ୍କୁ ଉପହାସ କରନ୍ତି , ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରୁଅଛୁ”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
διωκόμενοι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭମାନଙ୍କୁ ତାଡ଼ନା ଦିଅନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 4:13
δυσφημούμενοι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭେମାନଙ୍କର ଅପବାଦ କରନ୍ତି"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὡς περικαθάρματα τοῦ κόσμου ἐγενήθημεν, πάντων περίψημα ἕως ἄρτι
ଲୋକମାନେ ଆମ୍ଭମାନଙ୍କୁ ଜଗତର ଆବର୍ଜନା ବୋଲି ମନେକରିବା ଆରମ୍ଭ କଲେ—ଏବଂ ସେମାନେ ଏବେ ମଧ୍ୟ ସେପରି ମନେକରୁଛନ୍ତି
1 Corinthians 4:14
οὐκ ἐντρέπων ὑμᾶς γράφω ταῦτα, ἀλλ’…νουθετῶ
ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ନୁହେଁ ବରଂ ତୁମ୍ଭମାନଙ୍କୁ ବୃଦ୍ଧି କରିବା ଉଦ୍ଧେଶ୍ୟରେ କହୁଅଛି । ବା “ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଚେଷ୍ଟା କରୁନାହି, କିନ୍ତୁ ମୁଁ ତୁମ୍ଭମାନଙ୍କୁ ସଂଶୋଧନ କରିବାକୁ ଚାହୁଁଛି”
νουθετῶ
କୌଣସି ବ୍ୟକ୍ତିକୁ ଜଣାଅ ଯେ ସେମାନେ ଯାହା କରୁଛନ୍ତି ତାହା ମନ୍ଦ ଅଟେ ଏବଂ ତାହା ମନ୍ଦ କର୍ମ ଘଟାଇବ
τέκνα μου ἀγαπητὰ
ଯେହେତୁ ପାଉଲ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ଆଣିଥିଲେ, ସେଥିପାଇଁ ସେମାନେ ତାଙ୍କର ଆତ୍ମିକ ସନ୍ତାନ ସଦୃଶ । (ଦେଖ:ଉପମା/ରୂପକ)
1 Corinthians 4:15
μυρίους παιδαγωγοὺς
ଜଣେ ମାତ୍ର ଆତ୍ମିକ ପିତାକୁ ଗୁରୁତ୍ବ ଦେବା ନିମନ୍ତେ ସେମାନଙ୍କୁ ଶିକ୍ଷା ଦାନ କରିଥିବା ଲୋକମାନଙ୍କର ସଂଖ୍ୟା ଏକ ଅତ୍ୟୁକ୍ତି ଅଟେ । ବିକଳ୍ପ ଅନୁବାଦ: “ ଅନେକ ଅଭିଭାବକ” ବା “ଅଭିଭାବକମାନଙ୍କର ଏକ ବୃହତ୍ ଦଳ”(ଦେଖ:ଅତିରଞ୍ଜନ/ଅତ୍ୟୁକ୍ତି)
ἐν…Χριστῷ Ἰησοῦ διὰ τοῦ εὐαγγελίου, ἐγὼ ὑμᾶς ἐγέννησα
ପାଉଲ ପ୍ରଥମତଃ ଗୁରୁତ୍ବ ଦେଇ କହନ୍ତି ଯେ କରିନ୍ଥୀୟମାନଙ୍କ ସହିତ ତାଙ୍କର ସଂପର୍କ ଅଧିକ ଗୁରୁତ୍ବପୂର୍ଣ୍ଣ ଭାବରେ “ଖ୍ରୀଷ୍ଟଙ୍କଠାରେ"" ଅଟେ, ଦ୍ବିତୀୟରେ ଏହା ଏଥି ନିମନ୍ତେ ହୋଇଛି କାରଣ ସେ ସେମାନଙ୍କୁ ସୁସମାଚାର ଶୁଣାଇଥିଲେ, ଏବଂ ତୃତୀୟରେ ଏଥି ନିମନ୍ତେ ଯେ ସେ ସେମାନଙ୍କର ପିତାତୁଲ୍ୟ ଅଟନ୍ତି । ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସୁସୁମାଚାର ଶୁଣାଇଲି ସେତେବେଳେ ଇଶ୍ବରହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ କଲେ ଆଉ ତହିଁ ହେତୁ ମୁଁ ତୁମ୍ଭମାନଙ୍କର ପିତା ହୋଇପାରିଛି”
ἐγὼ ὑμᾶς ἐγέννησα
ଯେହେତୁ ପାଉଲ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ଆଣିଥିଲେ, ତେଣୁ କରି ସେ ସେମାନଙ୍କର ପିତାତୁଲ୍ୟ ଅଟନ୍ତି । (ଦେଖ:ଉପମା/ରୂପକ)
1 Corinthians 4:17
μου τέκνον, ἀγαπητὸν καὶ πιστὸν ἐν Κυρίῳ
ମୁଁ ଯେଉଁମାନଙ୍କୁ ପ୍ରେମ କରେ ଏବଂ ପ୍ରଭୁଙ୍କ ବିଷୟରେ ଶିଖାଏ ସତେ ଯେପରି ସେମାନେ ମୋର ନିଜର ପିଲା ଅଟନ୍ତି
1 Corinthians 4:18
δέ
ଏହି ଶବ୍ଦ ପ୍ରକାଶ କରେ ଯେ କରିନ୍ଥୀୟ ବିଶ୍ବାସୀମାନଙ୍କର ଗର୍ବପୂର୍ଣ୍ଣ ବ୍ୟବହାରକୁ ଭର୍ତ୍ସନା କରିବା ନିମନ୍ତେ ପାଉଲ ତାଙ୍କର ପ୍ରସଙ୍ଗ ବଦଳାଇଛନ୍ତି
1 Corinthians 4:19
ἐλεύσομαι…πρὸς ὑμᾶς
ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି
1 Corinthians 4:21
τί θέλετε?
ପାଉଲ ଶେଷ ଥର ନିମନ୍ତେ କରିନ୍ଥୀୟମାନଙ୍କୁ ଅନୁରୋଧ କରୁଛନ୍ତି, ଯେହେତୁ ସେ ସେମାନେ କରିଥିବା ଭୁଲ ପାଇଁ ସେମାନଙ୍କୁ ଭର୍ତ୍ସନା କରୁଥିଲେ । ବିକଳ୍ପ ଅନୁବାଦ: “ମୋତେ କୁହ ଏବେ ତୁମ୍ଭେମାନେ କ’ଣ ଘଟୁ ବୋଲି ଚାହୁଁଅଛ”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἐν ῥάβδῳ ἔλθω πρὸς ὑμᾶς, ἢ ἐν ἀγάπῃ, πνεύματί τε πραΰτητος?
ପାଉଲ ଯେତେବେଳେ କରିନ୍ଥୀୟମାନଙ୍କ ନିକଟରେ ପହଞ୍ଚିବେ ସେତେବେଳେ ସେ ସେମାନଙ୍କ ନିମନ୍ତେ ଦୁଇଟି ପରସ୍ପର ବିରୋଧୀ ଆଚରଣ ନେଇ ଆସିବାକୁ ପ୍ରସ୍ତାବ ଦେଉଛନ୍ତି । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଚାହଁ, ତେବେ ମୁଁ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଆସି ପାରିବି, କିମ୍ବା ମୁଁ ତୁମ୍ଭମାନଙ୍କୁ କେତେ ପ୍ରେମ କରୁଛି ତାହା ଦେଖାଇବା ପାଇଁ ତୁମ୍ଭମାନଙ୍କ ନିକଟକୁ କୋମଳ ଆଚରଣ ନେଇ ଆସିବି” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
πραΰτητος
“ଦୟାଭାବ” ଓ “କୋମଳତା”
1 Corinthians 5
୧ କରିନ୍ଥୀୟ ୦୫ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପରେଖା
କେତେକ ଅନୁବାଦଗୁଡିକରେ ସୁଗମ ପଠନ ନିମନ୍ତେ ପୁରାତନ ନିୟମରୁ ଉଦ୍ଧୃତ ପଦଗୁଡ଼ିକୁ ପୃଷ୍ଠାର ଡାହାଣ ପାଖରେ କିଛି ଦୂରରେ ରଖାଯାଇଛି । ULTରେ ୧୩ ପଦରେ ଉଦ୍ଧୃତ ଅଂଶକୁ ଏହି ପ୍ରକାର କରାଯାଇଛି I
ଏହି ଅଧ୍ୟାୟର ଗୁରୁତ୍ତ୍ବପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ଶ୍ରୁତି ମଧୁର ଭାଷାରେ ବ୍ୟାଖାନ
ପାଉଲ ସଂବେଦନଶୀଳ ଆଲୋଚ୍ୟ ବିଷୟଗୁଡିକରେ ଉତ୍ତମ ଶ୍ରୁତି ମଧୁର ଭାଷାର ବ୍ୟବହାର କରିଅଛନ୍ତି । ଏହି ଅଧ୍ୟାୟଟି ମଣ୍ଡଳୀର ଜଣେ ସଦସ୍ୟଙ୍କ ଦ୍ବାରା ଯୌନ ଅନୈତିକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଛି । (ଦେଖ:ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ ଏବଂ INVALID translate/figs-metaphor)
ରୂପକ
ପାଉଲ ବହୁସଂଖ୍ୟାରେ ରୂପକ ବ୍ୟବହାର କରି ଏକ ବର୍ଦ୍ଧିତ ତୁଳନା କରିଅଛନ୍ତି । ଖମୀର ଦୁଷ୍ଟତାକୁ ଦର୍ଶାଏ । ରୋଟୀ ସମ୍ଭବତଃ ସମୁଦାୟ ମଣ୍ଡଳୀକୁ ଦର୍ଶାଏ । ଖମୀରଶୂନ୍ୟ ରୋଟୀ ପବିତ୍ରତାର ଜୀବନ ଯାପନକୁ ଦର୍ଶାଏ । ତେଣୁ ପୂର୍ଣ୍ଣ ଅନୁଛେଦର ଅର୍ଥ: ତୁମ୍ଭେମାନେ କଣ ଜାଣ ନାହିଁ ଯେ ଅଳ୍ପ ମନ୍ଦତା ସମୁଦାୟ ମଣ୍ଡଳୀକୁ ପ୍ରଭାବିତ କରିବ ? ତେଣୁ ମନ୍ଦତାରୁ ଦୂରରେ ରୁହ ତାହାହେଲେ ତୁମ୍ଭେମାନେ ପବିତ୍ରତାର ଜୀବନ ଯାପନ କରି ପାରିବ । ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ବଳୀକୃତ ହୋଇଅଛନ୍ତି । ତେଣୁ ଆସୁ ଆମ୍ଭେମାନେ ସିଦ୍ଧତା ଏବଂ ସତ୍ୟତାରେ ଆଚରଣ କରି ଦୁଷ୍ଟତା ଓ ମନ୍ଦତାର କାର୍ଯ୍ୟ ନ କରୁ(ଦେଖ: ମନ୍ଦ,ଦୁଷ୍ଟ,ଦୁଷ୍ଟାମି,ଖମୀରଶୂନ୍ୟ ରୁଟି,ବିଶୁଦ୍ଧ, ବିଶୁଦ୍ଧ କରିବା, ବିଶୁଦ୍ଧତା,ଏବଂ ନିସ୍ତାର ପର୍ବ ଏବଂ @)
ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ କୁହାଯାଉଥିବା ପ୍ରଶ୍ନଗଡ଼ିକ
ପାଉଲ ଏହି ଅଧ୍ୟାୟରେ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ଅନେକ ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିବା ସମୟରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ବିଷୟକୁ ଜୋର୍ ଦେବା ନିମନ୍ତେ ତାହା କରିଛନ୍ତି । (ଦେଖ:https://git.door43.org/Door43-Catalog/or_ta/src/branch/master/translate//01.md figs-rquestion)
1 Corinthians 5:1
ବର୍ତ୍ତମାନ ପାଉଲ ବିଶେଷ ରୂପରେ କହନ୍ତି ଯେ ସେ ସେମାନଙ୍କର କେଉଁ ପ୍ରକାର ପାପ ବିଷୟରେ ଶୁଣିଅଛନ୍ତି, ଏବଂ କରିନ୍ଥୀୟ ବିଶ୍ବାସୀମାନେ କିପରି ସେହି ବ୍ୟକ୍ତି ଓ ତାହାର ପାପକୁ ସ୍ବୀକାର କରି ଗର୍ବ ଅନୁଭବ କରୁଅଛନ୍ତି ।
ἥτις οὐδὲ ἐν τοῖς ἔθνεσιν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହାକି ବିଜାତିମାନେ ମଧ୍ୟ ଅନୁମତି ଦିଅନ୍ତି ନାହିଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
γυναῖκά τινα τοῦ πατρὸς ἔχειν
ତୁମମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜର ପିତାର ପତ୍ନୀ ସହିତ ବ୍ୟଭିଚାର କରୁଅଛି
γυναῖκά…πατρὸς
ସମ୍ଭବତଃ ତାହାର ପିତାର ପତ୍ନୀ, କିନ୍ତୁ ନିଜର ମାଁ ନୁହେଁ
1 Corinthians 5:2
οὐχὶ μᾶλλον ἐπενθήσατε
କରିନ୍ଥୀୟମାନଙ୍କୁ ଭର୍ତ୍ସନା କରିବା ପାଇଁ ଏହି ଆଳଙ୍କାରିକ ପ୍ରଶ୍ନଗୁଡିକ ବ୍ୟବହାର କରାଯାଇଛି । ବିକଳ୍ପ ଅନୁବାଦ: “ଏହା ପରିବର୍ତ୍ତେ ତୁମ୍ଭେମାନେ ଶୋକ କରିବା ଆବଶ୍ୟକ!” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἵνα ἀρθῇ ἐκ μέσου ὑμῶν ὁ, τὸ ἔργον τοῦτο ποιήσας
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ଯିଏ ଏହା କରିଛି ତାହାକୁ ବାହାର କରିଦେବା ଉଚିତ୍”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 5:3
παρὼν…τῷ πνεύματι
ମୁଁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି । ସେମାନଙ୍କ ସହିତ ଆତ୍ମାରେ ରହିବା ଏହାର ନିଦର୍ଶନ ଯେ ସେ ସେମାନଙ୍କର ତତ୍ତ୍ବାବଧାନ କରୁଛନ୍ତି ବା ସେମାନଙ୍କ ସହିତ ରହିବା ପାଇଁ ଛାହୁଁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରୁଅଛି” ବା “ମୁଁ ତୁମ୍ଭମାନଙ୍କ ସହିତ ରହିବାକୁ ଚାହୁଛି”
ἤδη κέκρικα…τὸν οὕτως τοῦτο κατεργασάμενον
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଛି ତାହା ସହିତ ତୁମ୍ଭେମାନେ କ’ଣ କରିବା ଉଚିତ୍ ତାହା ମୁଁ ନିର୍ଣ୍ଣୟ କରିଅଛି” ବା ୨) “ଯେଉଁ ବ୍ୟକ୍ତି ଏହି ଅପରାଧ କରିଛି ତାହାକୁ ମୁଁ ଅପରାଧୀ ଗଣନା କରୁଛି”
1 Corinthians 5:4
συναχθέντων ὑμῶν
ଯେତେବେଳେ ତୁମ୍ଭେମାନେ ଏକସଙ୍ଗରେ ଅଛ ବା “ଯେତେବେଳେ ତୁମ୍ଭେମାନେ ଏକସଙ୍ଗରେ ସାକ୍ଷାତ କରୁଅଛ”
ἐν τῷ ὀνόματι τοῦ Κυρίου ἡμῶν, Ἰησοῦ
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)ପ୍ରଭୁ ଯୀଶୁଙ୍କ ନାମ ଏକ ଲକ୍ଷଣ ସୂଚକ ଶବ୍ଦ ଯାହା ତାଙ୍କର କ୍ଷମତାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଅଧିକାର ସହିତ” ବା ୨) ପ୍ରଭୁଙ୍କ ନାମରେ ଏକତ୍ରୀତ ହେବାର ଅର୍ଥ ତାହାଙ୍କର ଆରାଧନା କରିବା ନିମନ୍ତେ ଏକତ୍ରୀତ ହେବା । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆରାଧନା କରିବା ନିମନ୍ତେ” (ଦେଖ:ଲାକ୍ଷଣିକ ଶବ୍ଦ ଏବଂଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 5:5
παραδοῦναι τὸν τοιοῦτον τῷ Σατανᾷ
ସେହି ବ୍ୟକ୍ତିକୁ ଶୟତାନର ହସ୍ତରେ ସମର୍ପଣ କରିବାର ଅର୍ଥ ସେହି ବ୍ୟକ୍ତିକୁ ସେମାନଙ୍କ ଦଳରେ ଅଂଶୀ ହେବା ପାଇଁ ଅନୁମତି ନ ଦେବା ଯେପରିକି ତାହାର କ୍ଷତି କରିବା ନିମନ୍ତେ ଶୟତାନକୁ ସୁଯୋଗ ମିଳିବ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିକୁ ତୁମ୍ଭ ଦଳରୁ ବାହାରି ଯିବାକୁ ଦିଅ ଯେପରି ଶୟତାନ ତାହାର କ୍ଷତି କରିପାରିବ” (ଦେଖ:ଉପମା/ରୂପକ)
εἰς ὄλεθρον τῆς σαρκός
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଶାରୀରିକ” ତାହାର ଭୌତିକ ଶରୀରକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯେପରି ଶୟତାନ ତାହାର ଶରୀରକୁ କ୍ଷତିଗ୍ରସ୍ତ କରିପାରେ” ଓ ୨) “ଶାରୀରିକ” ଏକ ରୂପକ ଅଟେ ଯାହା ପାପପୂର୍ଣ୍ଣ ସ୍ବଭାବକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତାହାହେଲେ ତାହାର ପାପପୂର୍ଣ୍ଣ ସ୍ବଭାବ ନଷ୍ଟ ହୋଇଯିବ” ବା “ତାହାହେଲେ ସେ ଆଉ ତାହାର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ଜୀବନ ଯାପନ କରିବ ନାହି”(ଦେଖ:ଉପମା/ରୂପକ)
ἵνα τὸ πνεῦμα σωθῇ ἐν τῇ ἡμέρᾳ τοῦ Κυρίου
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଇଶ୍ବର ପ୍ରଭୁଙ୍କ ଦିନରେ ତାହାର ଆତ୍ମାକୁ ରକ୍ଷା କରିବେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 5:6
οὐ καλὸν τὸ καύχημα ὑμῶν
ତୁମ୍ଭମାନଙ୍କର ଗର୍ବ କରିବା ମନ୍ଦ ଅଟେ
οὐκ οἴδατε ὅτι μικρὰ ζύμη, ὅλον τὸ φύραμα ζυμοῖ?
ଠିକ୍ ଯେପରି ଟିକିଏ ଖମୀର ସମସ୍ତ ମଇଦାପିଣ୍ଡୁଳାକୁ ଖମୀରମୟ କରିଦିଏ, ସେହିପରି ଗୋଟିଏ ଛୋଟ ପାପ ବିଶ୍ବାସୀମାନଙ୍କର ସଂପୂର୍ଣ ସହଭାଗିତାକୁ ପ୍ରଭାବିତ କରିବ I (ଦେଖ:ଉପମା/ରୂପକ)
1 Corinthians 5:7
τὸ Πάσχα ἡμῶν ἐτύθη, Χριστός
ଯେପରି ବିଶ୍ବାସ ଦ୍ବାରା ପ୍ରତ୍ୟେକ ବର୍ଷ ନିସ୍ତାରପର୍ବର ମେଷଶାବକ ଇସ୍ରାଏଲର ସମସ୍ତ ପାପକୁ ଆଛାଦନ କରୁଥିଲେ, ସେହିପରି ଖ୍ରୀଷ୍ଟଙ୍କଠାରେ ଯେଉଁମାନେ ବିଶ୍ବାସ କରନ୍ତି ସେମାନଙ୍କର ସମସ୍ତ ପାପକୁ ଖ୍ରୀଷ୍ଟଙ୍କ ମୃତ୍ୟୁ ସଦାକାଳ ନିମନ୍ତେ ଆଛାଦନ କରିବ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିସ୍ତାରପର୍ବର ମେଷଶାବକ ଖ୍ରୀଷ୍ଟଙ୍କୁ ଇଶ୍ବର ବଳୀକୃତ କରିଅଛନ୍ତି” (ଦେଖ:ଉପମା/ରୂପକ ଏବଂକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 5:9
πόρνοις
ଏହା ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି ବୋଲି କୁହନ୍ତି କିନ୍ତୁ ଏହିପ୍ରକାରେ ବ୍ୟବହାର କରନ୍ତି ।
1 Corinthians 5:10
τοῖς πόρνοις τοῦ κόσμου τούτου
ଯେଉଁ ଲୋକମାନେ ଏକ ଅନୈତିକ ଜୀବନଶୈଳୀରେ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି, ସେମାନେ ବିଶ୍ବାସୀ ନୁହଁନ୍ତି
τοῖς πλεονέκταις
ଯେଉଁମାନେ ଲୋଭୀ ଅଟନ୍ତି ବା “ଅନ୍ୟମାନଙ୍କ ନିକଟରେ ଥିବା ବିଷୟକୁ ପାଇବା ପାଇଁ ଯେଉଁମାନେ ଇଚ୍ଛାକୃତ ଭାବରେ ଅସାଧୁ ହେଉଛନ୍ତି”
ἅρπαξιν
ଏହାର ଅର୍ଥ ହେଉଛି ଯେଉଁ ଲୋକମାନେ ଅନ୍ୟର ସମ୍ପତ୍ତି ପାଇଁବା ପାଇଁ ଠକନ୍ତି ।
ὠφείλετε…ἐκ τοῦ κόσμου ἐξελθεῖν
ତୁମ୍ଭେମାନେ ସମସ୍ତ ଲୋକମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ
1 Corinthians 5:11
ଯେଉଁମାନେ ବ୍ୟଭିଚାର ଓ ଅନ୍ୟସମସ୍ତ ମନ୍ଦ କର୍ମ କରିବାଠାରୁ ସଂଶୋଧିତ ହେବାକୁ ମନା କରନ୍ତି ସେହି ପ୍ରକାର ବିଶ୍ବାସୀମାନଙ୍କ ସହିତ ମଣ୍ଡଳୀରେ କିପରି ବ୍ୟବହାର କରିବାକୁ ହେବ ପାଉଲ ତାହା ଜଣାଉଛନ୍ତି
τις…ὀνομαζόμενος
ଯେଉଁ ଲୋକ ନିଜକୁ ଏପରି କହେ
ἀδελφὸς
ଏଠାରେ ଏହାର ଅର୍ଥ ଜଣେ ସାଥୀ ଖ୍ରୀଷ୍ଟିୟାନ, ସେ ପୁରୁଷ ହେଉ ବା ମହିଳା ହେଉ I
1 Corinthians 5:12
τί…μοι τοὺς ἔξω κρίνειν?
ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ଯେଉଁମାନେ ମଣ୍ଡଳୀର ବାହାରେ ଅଛନ୍ତି ସେମାନଙ୍କର ବିଚାର କରିବା ବ୍ୟକ୍ତି ନୁହନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁମାନେ ମଣ୍ଡଳୀର ନୁହଁନ୍ତି ମୁଁ ସେମାନଙ୍କର ବିଚାର କରିବା ବ୍ୟକ୍ତି ନୁହେଁ”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
οὐχὶ τοὺς ἔσω ὑμεῖς κρίνετε?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । “ତୁମ୍ଭେମାନେ ଜାଣିବା ଦରକାର ଯେ ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି ତୁମ୍ଭେମାନେ ସେମାନଙ୍କର ବିଚାର କରିବା ଉଚିତ୍”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 6
୧ କରିନ୍ଥୀୟ ୦୬ ପର୍ବ ସାଧାରଣ ଟିପ୍ପଣୀ
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ମକଦ୍ଦମା
ପାଉଲ ଶିକ୍ଷା ଦିଅନ୍ତି ଯେ ଜଣେ ଖ୍ରୀଷ୍ଟିୟାନ ଅନ୍ୟ ଜଣେ ଖ୍ରୀଷ୍ଟିୟାନକୁ ନ୍ୟାୟାଳୟର ଅଣ-ଖ୍ରୀଷ୍ଟିୟାନ ବିଚାରପତିଙ୍କ ଆଗରେ ଠିଆ କରିବା ଉଚିତ୍ ନୁହେଁ । ଏହାଠାରୁ ପ୍ରତାରିତ ହେବା ଭଲ । ଖ୍ରୀଷ୍ଟିୟାନମାନେ ଦୂତମାନଙ୍କର ବିଚାର କରିବେ, ସେଥିପାଇଁ ସେମାନେ ନିଜ ଭିତରେ ଥିବା ସମସ୍ୟାଗୁଡିକର ସମାଧାନ କରିବା ନିମନ୍ତେ ସକ୍ଷମ ହେବା ଆବଶ୍ୟକ । ଆଉ ଜଣେ ବିଶ୍ବାସୀକୁ ପ୍ରତାରଣା କରିବା ପାଇଁ ଅଦାଲତର ବ୍ୟବହାର କରିବା ଅତି ମନ୍ଦ ଅଟେ । (ଦେଖ:ବିଚାର କରିବା, ବିଚାର)
ଏହି ଅଧାୟର ଗୁରୁତ୍ତ୍ବପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ରୂପକ
ପବିତ୍ର ଆତ୍ମାଙ୍କ ମନ୍ଦିର ଏକ ଗୁରୁତ୍ବପୂର୍ଣ୍ଣ ରୁପକ ଅଟେ । ଏହା ସେହି ସ୍ଥାନକୁ ଦର୍ଶାଏ ଯେଉଁଠି ପବିତ୍ର ଆତ୍ମା ରୁହନ୍ତି ଏବଂ ଯେଉଁଠି ତାଙ୍କର ଆରାଧନା କରାଯାଏ । ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ କୁହାଯାଉଥିବା ପ୍ରଶ୍ନଗଡ଼ିକ ପାଉଲ ଏହି ଅଧ୍ୟାୟରେ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଧିଷ୍ଟ ଅନେକ ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିବା ସମୟରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ବିଷୟକୁ ଜୋର୍ ଦେବା ନିମନ୍ତେ ତାହା କରିଛନ୍ତି । (See: https://git.door43.org/Door43-Catalog/or_ta/src/branch/master/translate//01.md figs-rquestion)
1 Corinthians 6:1
ପାଉଲ ତାପରେ ବୁଝାଇ ଦିଅନ୍ତି ଯେ ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କ ସହିତ କିପରି ବିବାଦଗୁଡିକର ସମାଧାନ କରିବେ ।
πρᾶγμα
ବିବାଦ ବା ଯୁକ୍ତିତର୍କ
τολμᾷ…κρίνεσθαι…τῶν ἁγίων?
ପାଉଲ ଜୋର୍ ଦେଉଛନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କୁ ନିଜ ନିଜ ଭିତରେ ବିବାଦଗୁଡିକର ସମାଧାନ କରିବା ଉଚିତ୍ । ବିକଳ୍ପ ଅନୁବାଦ: ""ସେ ଯିବାକୁ ଦୁଃସାହସ କରିବା ଉଚିତ୍ ନୁହେଁ ... ସାଧୁମାନଙ୍କ ନିକଟକୁ!"" ବା ""ସେ ଈଶ୍ବରଙ୍କୁ ଭୟ କରୁ ଓ ସେଠାକୁ ନ ଯାଉ ... ସାଧୁମାନେ!
ଯେଉଁଠାରେ ସ୍ଥାନୀୟ ବିଚାରପତି ମକଦ୍ଦମା ଗୁଡିକର ବିଚାର କରନ୍ତି ଏବଂ କିଏ ଠିକ୍ ଅଟେ ତାହା ଘୋଷଣା କରନ୍ତି ।
1 Corinthians 6:2
ἢ οὐκ οἴδατε ὅτι οἱ ἅγιοι τὸν κόσμον κρινοῦσιν?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି ଯେ ସେମାନେ କିଛି ଜାଣି ନ ଥିବା ପରି ଛଳନା କରୁଛନ୍ତି । (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
καὶ εἰ ἐν ὑμῖν κρίνεται ὁ κόσμος, ἀνάξιοί ἐστε κριτηρίων ἐλαχίστων?
ଯେହେତୁ ସେମାନଙ୍କୁ ପରେ ବୃହତ୍ତର ଦାୟିତ୍ବ ଦିଆଯିବ, ତେଣୁ ସେମାନେ ବର୍ତ୍ତମାନ ଅପେକ୍ଷାକୃତ କ୍ଷୁଦ୍ର ବିଷୟରେ ଦାୟିତ୍ବବାନ୍ ହେବା ଉଚିତ୍ । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଭବିଷ୍ୟତରେ ଜଗତର ନ୍ୟାୟ କରିବ, ତେଣୁ ତୁମ୍ଭମାନେ ଏବେ ଏହି ମାମଲାକୁ ସମାଧାନ କରିବା ପାଇଁ ସକ୍ଷମ ହେବା ଉଚିତ୍ । "" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
1 Corinthians 6:3
βιωτικά
ଏହି ଜୀବନ ସମ୍ପର୍କୀତ ବିଷୟଗୁଡିକ ଉପରେ ତର୍କବିର୍ତକ କରିବା ବନ୍ଦ କର
οὐκ οἴδατε ὅτι ἀγγέλους κρινοῦμεν
ପାଉଲ ଆର୍ଶ୍ଚଯ୍ୟ ହେଉଛନ୍ତି ଯେ ସେମାନେ ତାହା ଜାଣିଥିବା ପରି ଜଣା ପଡୁ ନାହାଁନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣ ଯେ ଆମ୍ଭେମାନେ ଦୂତମାନଙ୍କର ବିଚାର କରିବା""(ଦେଖ :ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
κρινοῦμεν
ପାଉଲ ନିଜକୁ ଏବଂ କରିନ୍ଥୀୟମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି । (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
μήτι γε βιωτικά?
ଯେହେତୁ ସେମାନଙ୍କୁ ପରେ ବୃହତ୍ତର ଦାୟିତ୍ବ ଦିଆଯିବ, ତେଣୁ ସେମାନେ ବର୍ତ୍ତମାନ ଅପେକ୍ଷାକୃତ କ୍ଷୁଦ୍ର ବିଷୟରେ ଦାୟିତ୍ବବାନ୍ ହେବା ଉଚିତ୍ । ବିକଳ୍ପ ଅନୁବାଦ: ""ଯେହେତୁ ଆମ୍ଭେମାନେ ଜାଣିଛୁ ଯେ ଆମ୍ଭେମାନେ ଦୁତମାନଙ୍କର ବିଚାର କରିବା, ତେଣୁ ଆମ୍ଭେମାନେ ଏହା ମଧ୍ୟ ନିଶ୍ଚିତ ଯେ ଇଶ୍ବର ଆମ୍ଭମାନଙ୍କୁ ଏହି ଜୀବନର ଘଟଣାଗୁଡିକୁ ବିଚାର କରିବା ପାଇଁ ମଧ୍ୟ ସକ୍ଷମ କରିବେ । "" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
1 Corinthians 6:4
βιωτικὰ μὲν οὖν κριτήρια ἐὰν ἔχητε, τοὺς ἐξουθενημένους ἐν τῇ ἐκκλησίᾳ, τούτους καθίζετε?
ସାମ୍ଭାବ୍ୟ ଅର୍ଥ ଗୁଡ଼ିକ ୧)ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ବା ୨) ଏହା ଏକ ବକ୍ତବ୍ୟ ଅଟେ, ""ଯେତେବେଳେ ତୁମ୍ଭେମାନେ ଅତୀତରେ ଏହି ଜୀବନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡିକର ସମାଧାନ କରିଅଛ, ତୁମ୍ଭେମାନେ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଥିବା ବିବାଦଗୁଡିକୁ ଅବିଶ୍ବାସୀମାନଙ୍କ ଦ୍ବାରା ସମାଧାନ ନିମନ୍ତେ ସମର୍ପଣ କରିନାହଁ"" ବା ୩) ଏହା ଏକ ଅଦେଶ ଅଟେ । ଏହି ଜୀବନ ନିମନ୍ତେ ଯେଉଁ ମାମଲାଗୁଡିକ ଗୁରୁତ୍ବପୂର୍ଣ୍ଣ ସେଗୁଡିକୁ ତୁମ୍ଭେମାନେ ଯେତେବେଳେ ସମାଧାନ କରୁଅଛ, ତେବେ ତୁମ୍ଭେମାନେ ସମାଧାନ ନିମନ୍ତେ ମାମଲାଗୁଡିକ ସେହି ଲୋକମାନଙ୍କ ହାତରେ ମଧ୍ୟ ସମର୍ପଣ କରିବା ଉଚିତ୍ ଯେଉଁମାନଙ୍କର ମଣ୍ଡଳୀରେ ବିଶେଷ ସ୍ଥାନ ନାହିଁ"" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
βιωτικὰ μὲν οὖν κριτήρια ἐὰν ἔχητε, τοὺς ἐξουθενημένους ἐν τῇ ἐκκλησίᾳ, τούτους καθίζετε?
ଯଦି ତୁମ୍ଭମାନଙ୍କୁ ଦୈନିଦିନ ଜୀବନ ବିଷୟରେ ନିଷ୍ପତ୍ତି ନେବା ପାଇଁ କୁହାଯାଏ ବା "" ତୁମ୍ଭମାନଙ୍କୁ ଯଦି ଏହି ଜୀବନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡିକର ସମାଧାନ କରିବାକୁ ହେବ
τοὺς ἐξουθενημένους ἐν τῇ ἐκκλησίᾳ, τούτους καθίζετε?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଅଛନ୍ତି ଯେ ସେମାନେ କେଉଁ ପ୍ରକାରେ ଏହି ବିଷୟଗୁଡିକର ସମାଧାନ କରୁଅଛନ୍ତି । ସାମ୍ଭାବ୍ୟ ଅର୍ଥ ଗୁଡିକ ୧) "" ଯେଉଁମାନେ ମଣ୍ଡଳୀର ବାହାରେ ଅଛନ୍ତି ସେମାନଙ୍କୁ ସେହି ପ୍ରକାର ମାମଲା ଦେବା ବନ୍ଦ କର । ୨) ତୁମ୍ଭେମାନେ ଏପରି ସମସ୍ୟାଗୁଡିକୁ ମଣ୍ଡଳୀର ସେହି ସଦସ୍ୟମାନଙ୍କୁ ଦେଇ ପାରିବ, ଯେଉଁମାନେ ଅନ୍ୟ ବିଶ୍ବାସୀମାନଙ୍କ ଦ୍ବାରା ସମ୍ମାନ ପାଆନ୍ତି ନାହିଁ ।"" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 6:5
πρὸς ἐντροπὴν ὑμῖν
ତୁମ୍ଭମାନଙ୍କର ଅପମାନ ପାଇଁ ବା ""ଏହା ଦେଖାଇବା ପାଇଁ ଯେ ତୁମ୍ଭେମାନେ କିପରି ଏହି ବିଷୟରେ ବିଫଳ ହୋଇଅଛ
οὕτως οὐκ ἔνι ἐν ὑμῖν οὐδεὶς σοφὸς, ὃς δυνήσεται διακρῖναι ἀνὰ μέσον τοῦ ἀδελφοῦ αὐτοῦ?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଅଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭମାନେ ଲଜ୍ଜିତ ହେବା ଦରକାର ଯେ ବିଶ୍ବାସୀମାନଙ୍କର ବିବାଦକୁ ସମାଧାନ କରିବା ନିମନ୍ତେ ତୁମ୍ଭମାନେ ଜଣେ ଜ୍ଞାନୀ ବିଶ୍ବାସୀକୁ ଖୋଜି ପାରୁ ନାହଁ"" (ଦେଖ : ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τοῦ ἀδελφοῦ
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ପୁରୁଷ ଓ ମହିଳା ଉଭୟେ ଅନ୍ତର୍ଭୁକ୍ତ ଅଟନ୍ତି ।
διακρῖναι
ତର୍କବିର୍ତକ ଓ ବାଦବିବାଦ
1 Corinthians 6:6
କିନ୍ତୁ ବର୍ତ୍ତମାନ ଏହା ଯେଉଁ ପ୍ରକାରେ ଅଛି ବା ""କିନ୍ତୁ ଏହା ବଦଳରେ
ἀλλὰ ἀδελφὸς μετὰ ἀδελφοῦ κρίνεται, καὶ τοῦτο ἐπὶ ἀπίστων?
ଯେଉଁ ବିଶ୍ବାସୀମାନଙ୍କର ପରସ୍ପର ସହିତ ବିବାଦ ଅଛି ସେମାନେ ତାଙ୍କର ବିବାଦଗୁଡିକର ନିଷ୍ପତ୍ତି କରିବା ପାଇଁ ଅବିଶ୍ବାସୀ ବିଚାରପତିଙ୍କ ନିକଟକୁ ଯାଉଛନ୍ତି
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଜଣେ ବିଶ୍ବାସୀ ସେହି ବିଷୟ ସମର୍ପଣ କରିଥାଏ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 6:7
ἤδη…ἥττημα…ἐστιν
ତାହା ବିଫଳତା ହିଁ ଅଟେ
διὰ τί οὐχὶ μᾶλλον ἀδικεῖσθε? διὰ τί οὐχὶ μᾶλλον ἀποστερεῖσθε?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରିଚାଲିଛନ୍ତି । ବିକଳ୍ପ ଅନୁବାଦ: ""ଲୋକମାନେ ତୁମ୍ଭମାନଙ୍କ ସହିତ ମନ୍ଦ କରନ୍ତୁ ଓ ପ୍ରତାରଣା କରନ୍ତୁ, ଏହା ବରଂ ତୁମ୍ଭମାନଙ୍କ ନିମନ୍ତେ ଭଲ ହେବ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅଦାଲତକୁ ନେଇଯିବା ଠିକ୍ ନୁହେଁ ।"" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
1 Corinthians 6:8
ἀδελφούς
ଖ୍ରୀଷ୍ଟରେ ସମସ୍ତ ବିଶ୍ବାସୀ ପରସ୍ପରର ଭାଇ ଭଉଣୀ ଅଟନ୍ତି । ""ତୁମ୍ଭମାନଙ୍କର ନିଜର ସାଥୀବିଶ୍ବାସୀ
1 Corinthians 6:9
ἢ οὐκ οἴδατε ὅτι
ପାଉଲ ଜୋର ଦେଇ କହୁଛନ୍ତି ଯେ ସେମାନେ ଏହି ସତ୍ୟକୁ ଏପର୍ଯ୍ୟନ୍ତ ଜାଣିନେବା ଉଚିତ୍ । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ତାହା ଜାଣିଅଛ
κληρονομήσουσιν
ବିଶ୍ବାସୀମାନଙ୍କୁ ଇଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତହେବା, ପରିବାରର କୌଣସି ଏକ ସଦସ୍ୟଠାରୁ ଧନ ସଂପତ୍ତି ପାଇବା ପରି । (ଦେଖ: ଉପମା/ରୂପକ )
Θεοῦ Βασιλείαν οὐ κληρονομήσουσιν
ବିଚାର ସମୟରେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣିତ କରିବେ ନାହିଁ ଓ ସେମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ ନାହିଁ ।
μαλακοὶ, οὔτε ἀρσενοκοῖται
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)ଏହା ସବୁ ସମଲୈଙ୍ଗୀକ ଗତିବିଧି ପାଇଁ ଏକ ବିଲହ ଅଟେ ଓ ୨)ପାଉଲ ଦୁଇଟି ଅଲଗା ଅଲଗା ଗତିବିଧିଗୁଡିକର ନାମକରଣ କରିଛନ୍ତି
μαλακοὶ, οὔτε ἀρσενοκοῖται
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବାକୁ ଅନୁମତି ଦିଅନ୍ତି ୨) ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବା ପାଇଁ ଅର୍ଥ ଦିଅନ୍ତି ବା ୩) ଧାର୍ମିକ ବିଧିର ଅଂଶ ଭାବରେ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବାକୁ ଦିଅନ୍ତି
ἀρσενοκοῖται
ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଶୟନ କରନ୍ତି
1 Corinthians 6:10
κλέπται
ଯେଉଁ ଲୋକମାନେ ଅନ୍ୟମାନଙ୍କ ଠାରୁ ଚୋରି କରନ୍ତି
πλεονέκται
ଅନ୍ୟମାନଙ୍କର ସମ୍ପତ୍ତି ନେଇଯିବା ପାଇଁ ଯେଉଁ ଲୋକମାନେ ମନ୍ଦ ଉପାୟ ବ୍ୟବହାର କରନ୍ତି ।
1 Corinthians 6:11
ἀπελούσασθε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତୁମ୍ଭମାନଙ୍କୁ ଶୁଦ୍ଧ କରିଅଛନ୍ତି”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἡγιάσθητε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତୁମ୍ଭମାନଙ୍କୁ ତାହାଙ୍କ ପାଇଁ ଅଲଗା କରିଅଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐδικαιώθητε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତୁମ୍ଭମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν τῷ ὀνόματι τοῦ Κυρίου Ἰησοῦ Χριστοῦ
ଏଠାରେ ନାମ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଏବଂ ଅଧିକାରର ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: ""ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଏବଂ ଅଧିକାର ଦ୍ବାରା"" (ଦେଖ: ଲାକ୍ଷଣିକ ଶବ୍ଦ )
1 Corinthians 6:12
ପାଉଲ କରିନ୍ଥୀୟର ବିଶ୍ବାସୀମାନଙ୍କୁ ସ୍ମରଣ କରିଦେଉଛନ୍ତି ଯେ ଇଶ୍ବର ସେମାନଙ୍କଠାରୁ ଶୁଦ୍ଧତା ଚାହାଁନ୍ତି କାରଣ ଖ୍ରୀଷ୍ଟ ସେମାନଙ୍କୁ ତାହାଙ୍କ ମୃତ୍ୟୁ ଦ୍ବାରା କିଣି ଅଛନ୍ତି । ସେମାନଙ୍କ ଶରୀର ବର୍ତ୍ତମାନ ଇଶ୍ବରଙ୍କ ମନ୍ଦିର ଅଟେ । କରିନ୍ଥୀୟମାନେ କ’ଣ କହିପାରନ୍ତି ତାହା ଜଣାଇ ସେ ଏପରି କରୁଛନ୍ତି ଏବଂ ତାପରେ ସେମାନଙ୍କୁ ସଂଶୋଧନ କରୁଛନ୍ତି ।
πάντα μοι ἔξεστιν
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) କେତେକ କରିନ୍ଥୀୟମାନେ କ’ଣ ଭାବୁଥାଇପାରନ୍ତି ପାଉଲ ତହିଁର ଉତ୍ତର ପ୍ରଦାନ କରୁଛନ୍ତି, ""କେତେକ କହନ୍ତି, ମୁଁ ସବୁକିଛି କରିପାରେ"" ବା ୨) ପାଉଲ ବାସ୍ତବରେ କହୁଛନ୍ତି ସେ ଯାହା ଭାବୁଛନ୍ତି ତାହା ସତ୍ୟ ଅଟେ, ""ଈଶ୍ବର ମୋତେ ସବୁକିଛି କରିବା ପାଇଁ ଅନୁମତି ଦିଅନ୍ତି ।
ἀλλ’ οὐ πάντα συμφέρει
ପାଉଲ ସେମାନଙ୍କୁ ଉତ୍ତର ଦିଅନ୍ତି ଯେଉମାନେ କହନ୍ତି, ""ମୋ ପାଇଁ ସବୁକିଛି ବିଧିସଙ୍ଗତ ଅଟେ ।"" ବିକଳ୍ପ ଅନୁବାଦ: ""କିନ୍ତୁ ମୋ ପାଇଁ ସମସ୍ତ ବିଷୟ ହିତଜନକ ନୁହେଁ ।
οὐκ ἐγὼ ἐξουσιασθήσομαι ὑπό τινος
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୁଁ ଏହି ବିଷୟଗୁଡିକୁ ଜଣେ ମୁନୀବ ପରି ମୋ ଉପରେ ଶାସନ କରିବାକୁ ଦେବି ନାହିଁ”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 6:13
τὰ βρώματα τῇ κοιλίᾳ, καὶ ἡ κοιλία τοῖς βρώμασιν; ὁ δὲ Θεὸς καὶ ταύτην καὶ ταῦτα καταργήσει
Possible meanings are 1) Paul is correcting what some Corinthians might be thinking, ""food is for the stomach, and the stomach is for food,"" by answering that God will do away with both the stomach and food or 2) Paul actually agrees that ""food is for the stomach, and the stomach is for food,"" but he is adding that God will do away with both of them.
τὰ βρώματα τῇ κοιλίᾳ, καὶ ἡ κοιλία τοῖς βρώμασιν; ὁ δὲ Θεὸς καὶ ταύτην καὶ ταῦτα καταργήσει
ଗୋଟିଏ ସାମ୍ଭାବ୍ୟ ଅର୍ଥ ଏହା କି ବକ୍ତା ଅପ୍ରତ୍ୟକ୍ଷ ଭାବରେ ଶରୀର ଏବଂ ଲିଙ୍ଗ ବିଷୟରେ କହୁଛନ୍ତି କିନ୍ତୁ ଏହାକୁ ""ଉଦର"" ଏବଂ ""ଖାଦ୍ୟ"" ରୂପରେ ଆକ୍ଷରିକ ଭାବେ ଅନୁବାଦ କରିବା ଆବଶ୍ୟକ ।
καταργήσει
ନଷ୍ଟ କରିବା
1 Corinthians 6:14
τὸν Κύριον ἤγειρεν
ପ୍ରଭୁଙ୍କୁ ପୁନର୍ବାର ଜୀବିତ କଲେ
1 Corinthians 6:15
οὐκ οἴδατε, ὅτι τὰ σώματα ὑμῶν μέλη Χριστοῦ ἐστιν?
ଅଙ୍ଗ"" ଶବ୍ଦଟି ଶରୀରର ଅଂଶକୁ ଦର୍ଶାଇବା ପାଇଁ ଅନୁବାଦିତ ହୋଇଛି । ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ କହିବାର ଅର୍ଥ ସତେ ଯେମିତି ଆମ୍ଭେମାନେ ତାହାଙ୍କ ଶରୀରର ଏକ ଏକ ଅଙ୍ଗ ଅଟୁ । ଆମ୍ଭେମାନେ ତାହାଙ୍କର ଏତେ ଘନିଷ୍ଠ ଅଟୁ ଯେ ଆମ୍ଭମାନଙ୍କ ଶରୀର ମଧ୍ୟ ତାହାଙ୍କର ଅଟେ । ଏହି ପ୍ରଶ୍ନ ବ୍ୟବହାର କରି ପାଉଲ ଲୋକମାନଙ୍କୁ ଏପରି କିଛି ସ୍ମରଣ କରାଇ ଦିଅନ୍ତି ଯାହା ସେମାନେ ଜ୍ଞାତ ହୋଇଥିବା ଉଚିତ୍ । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ତୁମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କର ଅଟେ"" (ଦେଖ: ଉପମା/ରୂପକ ଏବଂ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
ἄρας οὖν τὰ μέλη τοῦ Χριστοῦ, ποιήσω πόρνης μέλη? μὴ γένοιτο!
ପାଉଲ ଏହି ପ୍ରଶ୍ନକୁ ବ୍ୟବହାର କରି ଏହି କଥାକୁ ଜୋର ଦେଇ କହନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କର ଅଟନ୍ତି ସେମାନେ ବେଶ୍ୟା ପାଖକୁ ଯିବା କେତେ ମନ୍ଦ ଅଟେ । ବିକଳ୍ପ ଅନୁବାଦ: ""ମୁଁ ଖ୍ରୀଷ୍ଟଙ୍କର ଅଂଶ ଅଟେ ।"" ମୁଁ ମୋର ଶରୀରକୁ ଘେନି ଗୋଟିଏ ବେଶ୍ୟା ସହିତ ଯୋଗ କରିବି ନାହିଁ !"" ବା ""ଆମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗ ଅଟୁ । ଆମ୍ଭେମାନେ ନିଜ ଶରୀରକୁ ନେଇ ବେଶ୍ୟାମାନଙ୍କ ସହିତ ଯୋଗ କରିବା ଉଚିତ୍ ନୁହେଁ!"" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
μὴ γένοιτο
ଏପରି କେବେ ମଧ୍ୟ ହେବା ଉଚିତ୍ ନୁହେଁ ! ବା ""ଆମ୍ଭେମାନେ କେବେ ମଧ୍ୟ ଏପରି କରିବା ଉଚିତ୍ ନୁହେଁ !
1 Corinthians 6:16
ἢ οὐκ οἴδατε ὅτι…σῶμά ἐστιν?
କରିନ୍ଥୀୟମାନେ ଜାଣିଥିବା ଏକ ସତ୍ୟକୁ ଗୁରୁତ୍ବ ଦେଇ ପାଉଲ ଶିକ୍ଷା ଦେବା ଆରମ୍ଭ କରିଛନ୍ତି । ""ମୁଁ ତୁମ୍ଭମାନଙ୍କୁ ସ୍ମରଣ କରିଦେବାକୁ ଚାହେଁ ... ତାହାର ।
ὁ κολλώμενος τῇ πόρνῃ, ἓν σῶμά ἐστιν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଜଣେ ପୁରୁଷ ନିଜ ଶରୀରକୁ ନେଇ ଜଣେ ବେଶ୍ୟାର ଶରୀର ସହିତ ସଂଯୁକ୍ତ କରେ, ସେତେବେଳେ ସତେ ଯେମିତି ସେମାନଙ୍କ ଶରୀର ଏକ ଶରୀର ହୋଇଯାଏ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 6:17
ὁ…κολλώμενος τῷ Κυρίῳ, ἓν πνεῦμά ἐστιν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ପ୍ରଭୁ ନିଜର ଆତ୍ମାକୁ କୌଣସି ବ୍ୟକ୍ତିର ଆତ୍ମା ସହିତ ସଂଯୁକ୍ତ କରନ୍ତି ସେତେବେଳେ ଏପରି ଲାଗେ ସତେ ଯେମିତି ସେମାନଙ୍କ ଆତ୍ମା ଏକ ଆତ୍ମା ହୋଇଯାଏ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 6:18
φεύγετε
ପାଉଲ ଯୌନ ସମ୍ପର୍କଗତ ପାପକୁ ଅଗ୍ରାହ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କହନ୍ତି, ଯେମିତି ସେହି ବ୍ୟକ୍ତି ବିପଦଠାରୁ ଦୂରକୁ ପଳାୟନ କରୁଛି । ବିକଳ୍ପ ଅନୁବାଦ: ""ତହିଁରୁ ପଳାୟନ କର"" (ଦେଖ: ଉପମା/ରୂପକ )
τὴν πορνείαν. πᾶν ἁμάρτημα ὃ ἐὰν ποιήσῃ ἄνθρωπος ἐκτὸς τοῦ σώματός ἐστιν…δὲ
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ପାଉଲ ଏହା ଦେଖାଇ ଦେଉଛନ୍ତି ଯେ ଯୌନ ସମ୍ପର୍କଗତ ପାପ ଅତି ମନ୍ଦ ଅଟେ କାରଣ ଏହା କେବଳ ଅନ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ସେହି ପାପ କରୁଥିବା ବ୍ୟକ୍ତି ତାହା ନିଜ ଶରୀର ବିରୁଦ୍ଧରେ କରିଥାଏ । ବା ୨) କେତେକ କରିନ୍ଥୀୟମାନେ ଯାହା ଭାବୁଥିଲେ ତାହା ପାଉଲ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: ""ଅନୈତିକତା ! ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କହୁଅଛ, ""ଜଣେ ବ୍ୟକ୍ତି କରୁଥିବା ପ୍ରତ୍ୟେକ ପାପ ତାହାର ଶରୀର ବାହାରେ ହୋଇଥାଏ, 'କିନ୍ତୁ ମୁଁ କହୁଛି ଯେ"" (ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἁμάρτημα ὃ ἐὰν ποιήσῃ ἄνθρωπος
ଜଣେ ବ୍ୟକ୍ତି କରୁଥିବା ମନ୍ଦ କାର୍ଯ୍ୟ
1 Corinthians 6:19
ἢ οὐκ οἴδατε ὅτι…ἀπὸ Θεοῦ? καὶ οὐκ ἐστὲ ἑαυτῶν
କରିନ୍ଥୀୟମାନେ ଯାହା ଜାଣିସାରିଛନ୍ତି ତାହା ଉପରେ ଗୁରୁତ୍ବ ଦେଇ ପାଉଲ ତାଙ୍କର ଶିକ୍ଷା ଦେଇ ଚାଲିଛନ୍ତି । ବିକଳ୍ପ ଅନୁବାଦ: ""ମୁଁ ତୁମ୍ଭମାନଙ୍କୁ ସ୍ମରଣ କରିଦେବାକୁ ଚାହୁଁଛି ... ତୁମ୍ଭେମାନେ ନିଜେ ନିଜର ନୁହଁ ।"" (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
τὸ σῶμα ὑμῶν
ପ୍ରତ୍ୟେକ ଖ୍ରୀଷ୍ଟିୟାନ ବ୍ୟକ୍ତିଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ ।
ναὸς τοῦ…Ἁγίου Πνεύματός
ଗୋଟିଏ ମନ୍ଦିର ସ୍ବର୍ଗୀୟ ବ୍ୟକ୍ତିମାନଙ୍କୁ ସମର୍ପିତ ହୋଇଥାଏ ଏବଂ ସେହି ସ୍ଥାନରେ ହିଁ ସେମାନେ ରୁହନ୍ତି । ସେହି ପ୍ରକାରେ, ପ୍ରତ୍ୟେକ କରିନ୍ଥୀୟ ବିଶ୍ବାସୀମାନଙ୍କ ଶରୀର ଏକ ମନ୍ଦିର ସ୍ବରୂପ ଅଟେ କାରଣ ପବିତ୍ର ଆତ୍ମା ସେମାନଙ୍କ ମଧ୍ୟରେ ଉପସ୍ଥିତ ରୁହନ୍ତି । (ଦେଖ: ଉପମା/ରୂପକ )
1 Corinthians 6:20
ἠγοράσθητε γὰρ τιμῆς
ଈଶ୍ବର କରିନ୍ଥୀୟମାନଙ୍କୁ ପାପର ଦାସତ୍ବରୁ ସ୍ବାଧିନତା ଦେବା ପାଇଁ ମୂଲ୍ୟ ଦେଇଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଈଶ୍ବର ତୁମ୍ଭମାନଙ୍କର ସ୍ବାଧିନତା ପାଇଁ ମୂଲ୍ୟ ଦେଇଛନ୍ତି । "" (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ )
δὴ
କାରଣ ମୁଁ ବର୍ତ୍ତମାନ ଯାହା କହିଅଛି ତାହା ସତ୍ୟ ଅଟେ
1 Corinthians 7
୧କରିନ୍ଥୀୟ ୦୭ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପରେଖା
କରିନ୍ଥୀୟମାନେ ହୁଏତ କେତେକ ପ୍ରଶ୍ନ ପଚାରିଥାଇପାରନ୍ତି ସେଥିପାଇଁ ପାଉଲ ପର୍ଯ୍ୟାୟକ୍ରମେ ସେହି ପ୍ରଶ୍ନଗୁଡିକର ଉତ୍ତର ଦେଉଛନ୍ତି । ପ୍ରଥମ ପ୍ରଶ୍ନ ହେଉଛି ବିବାହ ବିଷୟରେ । ଦ୍ବିତୀୟ ପ୍ରଶ୍ନ ହେଉଛି ସ୍ବାଧିନତା ପ୍ରାପ୍ତି ନିମନ୍ତେ ଚେଷ୍ଟା କରୁଥିବା ଏକ କ୍ରୀତଦାସ ବିଷୟରେ, ଜଣେ ଅଣଯିହୁଦୀ ବ୍ୟକ୍ତି ଯିହୁଦୀ ହେବା ବିଷୟରେ, ବା ଜଣେ ଯିହୁଦୀ ବ୍ୟକ୍ତି ଅଣଯିହୁଦୀ ହେବା ବିଷୟରେ ।
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ଛାଡପତ୍ର
ପାଉଲ କହନ୍ତି ଯେ ବିବାହିତ ଖ୍ରୀଷ୍ଟିୟାନମାନେ ଛାଡପତ୍ର ଦେବ ଉଚିତ୍ ନୁହେଁ । ଜଣେ ଅବିଶ୍ବାସୀକୁ ବିବାହ କରିଥିବା ଖ୍ରୀଷ୍ଟିୟାନ ନିଜର ପତି ବା ପତ୍ନୀକୁ ପରିତ୍ୟାଗ କରିବା ଉଚିତ୍ ନୁହେଁ । ଯଦି ଅବିଶ୍ବାସୀ ପତି ବା ପତ୍ନୀ ପରିତ୍ୟାଗ କରନ୍ତି, ତେବେ ତାହା ପାପ ନୁହେଁ । ପାଉଲ ଉପଦେଶ ଦେଉଛନ୍ତି ଯେ, କଷ୍ଟକର ସମୟ ହେତୁ ଏବଂ ଯୀଶୁଙ୍କ ଆଗମନର ସମୟ ନିକଟ ହୋଇଥିବାରୁ, ଅବିବାହିତ ହୋଇ ରହିବା ଗ୍ରହଣୀୟ ଅଟେ । (ଦେଖ: ବିଶ୍ୱାସ କରିବା, ବିଶ୍ୱାସୀ, ବିଶ୍ୱାସ, ଅବିଶ୍ୱାସୀ, ଅବିଶ୍ୱାସ ଏବଂ ପାପ, ପାପପୂର୍ଣ୍ଣ, ପାପୀ, ପାପ )
ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ଶ୍ରୁତିମଧୁର ବାକ୍ୟ
ପାଉଲ ଯୌନ ସମ୍ପର୍କକୁ ସୂଚିତ କରିବା ପାଇଁ କେତେକ ଶ୍ରୁତିମଧୁର ବାକ୍ୟ ସତର୍କତାର ସହିତ ବ୍ୟବହାର କରିଛନ୍ତି । ଏହା ଅନେକ ସମୟରେ ସମ୍ବେଦନଶୀଳ ଆଲୋଚ୍ୟ ବିଷୟ ଅଟେ । କେତେକ ସଂସ୍କୃତିରେ ଲୋକେ ଏହି ବିଷୟଗୁଡ଼ିକ ଉପରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାକୁ ଇଛା କରନ୍ତି ନାହିଁ । (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ )
1 Corinthians 7:1
ପାଉଲ ବିଶ୍ବାସୀମାନଙ୍କୁ ବିବାହ ବିଷୟରେ କିଛି ନିର୍ଦ୍ଧିଷ୍ଟ ନିର୍ଦ୍ଦେଶ ଦେଉଛନ୍ତି ।
δὲ
ପାଉଲ ତାଙ୍କର ଶିକ୍ଷାରେ ଏକ ନୂତନ ବିଷୟର ପରିଚୟ କରାଉଛନ୍ତି ।
ὧν ἐγράψατε
କରିନ୍ଥୀୟମାନେ କିଛି ପ୍ରଶ୍ନର ଉତ୍ତର ପାଇବା ପାଇଁ ପାଉଲଙ୍କୁ ଏକ ପତ୍ର ଲେଖିଥିଲେ ।
καλὸν ἀνθρώπῳ, γυναικὸς μὴ ἅπτεσθαι
ସାମ୍ଭାବ୍ୟ ଅର୍ଥଗୁଡିକ ୧) କରିନ୍ଥୀୟମାନେ ଯାହା ଲେଖିଥିଲେ ତହିରୁ ପାଉଲ ଉର୍ଦ୍ଧୁତ କରୁଛନ୍ତି, ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଲେଖିଅଛ, ""ପୁରୁଷମାନେ ମହିଳାମାନଙ୍କୁ ନଛୁଇଁଵା ଭଲ । "" ବା ୨) ପାଉଲ ପ୍ରକୃତରେ ଯାହା ଭାବୁଛନ୍ତି ତାହା ସେ କହୁଛନ୍ତି । ବିକଳ୍ପ ଅନୁବାଦ: ""ମୋର ଉତ୍ତର ହଁ ହେବ, ପୁରୁଷମାନେ ମହିଳାମାନଙ୍କୁ ନଛୁଇଁବା ଭଲ ।
καλὸν
ଏହା ବହୁତ ସାହାଯ୍ୟକାରୀ ଅଟେ
ἀνθρώπῳ
ସାମ୍ଭାବ୍ୟ ଅର୍ଥଗୁଡିକ ୧) ""ପୁରୁଷ"" ଏକ ବିବାହିତ ମନୁଷ୍ୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: ""ଏକ ସ୍ବାମୀ"" ବା ୨) ""ପୁରୁଷ"" ଯେକୌଣସି ପୁରୁଷକୁ ବୁଝାଏ ।
γυναικὸς μὴ ἅπτεσθαι
ସାମ୍ଭାବ୍ୟ ଅର୍ଥଗୁଡିକ ୧) ଯୌନ ସମ୍ପର୍କ କରିବା ନିମନ୍ତେ ଜଣେ ସ୍ତ୍ରୀକୁ ସ୍ପର୍ଶ କରିବା ଏକ ଶ୍ରୁତି ମଧୁର ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ""ଅଳ୍ପ ସମୟ ପାଇଁ ନିଜର ପତ୍ନୀ ସହିତ ଯୌନ ସମ୍ପର୍କ ନରଖନ୍ତୁ"" ବା ୨) ""ଜଣେ ସ୍ତ୍ରୀକୁ ସ୍ପର୍ଶ କରିବା"" ବିବାହକୁ ସୂଚିତ କରୁଥିବା ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ""ବିବାହ ନ କରନ୍ତୁ"" (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ ଏବଂ ଲାକ୍ଷଣିକ ଶବ୍ଦ )
1 Corinthians 7:2
διὰ δὲ
ସାମ୍ଭାବ୍ୟ ଅର୍ଥଗୁଡିକ ୧) କରିନ୍ଥୀୟମାନେ ଯାହା ଲେଖିଥିଲେ ପାଉଲ ତହିଁର ପ୍ରତ୍ୟୁତ୍ତର ପ୍ରଦାନ କରୁଛନ୍ତି । ବିକଳ୍ପ ଅନୁବାଦ: “ଏହା ସତ୍ୟ ଅଟେ, କିନ୍ତୁ ଯେହେତୁ"" ଓ ୨) ପାଉଲ ପ୍ରକୃତରେ ଯାହା ଭାବୁଛନ୍ତି ତାହା ସେ କହୁଛନ୍ତି ।
διὰ δὲ τὰς πορνείας, ἕκαστος
କିନ୍ତୁ ଯେହେତୁ ଶୟତାନ ଲୋକମାନଙ୍କୁ ଯୌନ ସମ୍ପର୍କଗତ ପାପ କରିବା ପାଇଁ ପ୍ରଲୋଭନ ଦେଖାଇଥାଏ, ବା ""କିନ୍ତୁ ଆମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ହେତୁ ଆମ୍ଭେମାନେ ଯୌନ ସମ୍ପର୍କଗତ ପାପ କରିବାକୁ ଇଛା କରିଥାଉ ।
1 Corinthians 7:3
ὀφειλὴν
ପତି ଏବଂ ପତ୍ନୀ ଉଭୟ ନିୟମିତ ଭାବରେ ନିଜ ନିଜର ପତି ବା ପତ୍ନୀ ସହିତ ଶୋଇବା କର୍ତ୍ତବ୍ୟ ଅଟେ । (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ )
ὁμοίως…καὶ ἡ γυνὴ τῷ ἀνδρί
ଦେବା ଉଚିତ୍ "" ଏବଂ "" ଯୌନ ସମ୍ପର୍କଗତ ଅଧିକାର"" ଶବ୍ଦଗୁଡିକୁ ପୂର୍ବ ବାକ୍ୟାଂଶରୁ ବୁଝିହେଉଛି । ବିକଳ୍ପ ଅନୁବାଦ: ""ସେହିପରି ପତ୍ନୀ ନିଜର ପତିକୁ ତାହାର ଯୌନ ଅଧିକାର ଦେବା ଉଚିତ୍ ""(ଦେଖ: ଶବ୍ଦର ବିଲୋପ ବା ଉହ୍ୟତା )
1 Corinthians 7:5
μὴ ἀποστερεῖτε ἀλλήλους
ବଞ୍ଚିତ କରିବା"" ଶବ୍ଦର ଅର୍ଥ ଜଣେ ବ୍ୟକ୍ତିଙ୍କୁ କୌଣସି ବସ୍ତୁଠାରୁ ଦୂରେଇ ରଖିବା ଯାହା ପାଇବା ପାଇଁ ତାଙ୍କର ଅଧିକାର ଅଛି । ""ନିଜର ଜୀବନସାଥୀ ସହିତ ବୈବାହିକ ସମ୍ପର୍କ ରଖିବା ନିମନ୍ତେ ମନା କର ନାହି"" (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ )
ἵνα σχολάσητε τῇ προσευχῇ
ଏକ ବିଶେଷ ଗଭୀର ପ୍ରାର୍ଥନାର ସମୟ ରଖିବା ପାଇଁ
σχολάσητε
ନିଜକୁ ସମର୍ପିତ କର
πάλιν ἐπὶ τὸ αὐτὸ ἦτε
ପୁଣିଥରେ ଏକ ସଙ୍ଗରେ ଶୟନ କର
διὰ τὴν ἀκρασίαν ὑμῶν
କାରଣ କିଛି ଦିନ ପରେ, ତୁମ୍ଭମାନଙ୍କର ଯୌନ ଇଛାଗୁଡିକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହେବ ।
1 Corinthians 7:6
τοῦτο δὲ λέγω κατὰ συνγνώμην, οὐ κατ’ ἐπιταγήν
ସାମ୍ଭାବ୍ୟ ଅର୍ଥଗୁଡିକ: ପାଉଲ କରିନ୍ଥୀୟମାନଙ୍କୁ କହୁଛନ୍ତି ଯେ ସେ ସେମାନଙ୍କୁ ଅନୁମତି ଦେଉଛନ୍ତି କିନ୍ତୁ ସେମାନଙ୍କୁ ଆଜ୍ଞା ଦେଉ ନାହାଁନ୍ତି । ୧) ବିବାହ କରି ଏକ ସଙ୍ଗରେ ଶୟନ କରିବାକୁ ବା ୨) କିଛି ସମୟ ପାଇଁ ଏକ ସଙ୍ଗରେ ଶୋଇବା ବନ୍ଦ କରିବାକୁ ।
1 Corinthians 7:7
εἶναι ὡς καὶ ἐμαυτόν
ହୁଏତ ପାଉଲ କେବେ ବିବାହ କରିନଥିଲେ ଅଥବା ତାଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ସମ୍ଭବ ଲାଗୁନାହିଁ ଯେ ସେମାନଙ୍କର ଛାଡପତ୍ର ହୋଇଥିଲା ।
ἀλλὰ ἕκαστος ἴδιον ἔχει χάρισμα ἐκ Θεοῦ; ὁ μὲν οὕτως, ὁ δὲ οὕτως
ଇଶ୍ବର ଲୋକମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ କରାନ୍ତି । ସେ ଏକ ବ୍ୟକ୍ତିକୁ ଗୋଟିଏ କର୍ମ କରିବା ପାଇଁ ଏବଂ ଅନ୍ୟ ବ୍ୟକ୍ତିକୁ କିଛି ଅଲଗା କର୍ମ କରିବାକୁ ସକ୍ଷମ କରନ୍ତି
1 Corinthians 7:8
τοῖς ἀγάμοις
ଏହା ଯେଉଁମାନେ ବିବାହ କରିନାହାଁନ୍ତି
ταῖς χήραις
ଯେଉଁ ମହିଳାମାନଙ୍କର ପତିଙ୍କର ମୃତ୍ୟୁ ହୋଇଯାଇଛି
καλὸν
୧ କରିନ୍ଥୀୟ୭:୧ରେ ତୁମେ ଏହାକୁ କିପରି ଅନୁବାଦ କରିଛ ତାହା ଦେଖ ।
1 Corinthians 7:9
πυροῦσθαι
କାହା ସହିତ ଶୋଇବାର ଅଦମ୍ୟ ଇଛା ସହିତ ଜୀବନ ଯାପନ କରିବା
1 Corinthians 7:10
ἀπὸ…μὴ χωρισθῆναι
ପାଉଲଙ୍କ ପାଠକମାନେ ଅଲଗା ହେବା ଏବଂ ଛାଡପତ୍ର ଦେବା ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ନ ଥିଲେ । କାହା ସହିତ ଏକତ୍ର ବାସ କରିବାକୁ ବନ୍ଦ କରିବାର ଅର୍ଥ ବିବାହକୁ ସମାପ୍ତ କରିବା । ବିକଳ୍ପ ଅନୁବାଦ: ""ଛାଡପତ୍ର ଦିଅ ନାହିଁ
1 Corinthians 7:11
τῷ ἀνδρὶ καταλλαγήτω
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେ ତାହାର ପତି ସହିତ ଶାନ୍ତି ସ୍ଥାପନ କରି ତାହା ନିକଟକୁ ଫେରି ଆସିବା ଉଚିତ୍ "" (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
μὴ ἀφιέναι
ପାଉଲଙ୍କ ପାଠକମାନେ ଛାଡପତ୍ର ଏବଂ ଅଲଗା ହେବା ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ନ ଥିଲେ । ଉଭୟ ମଧ୍ୟରୁ କୌଣସି ଗୋଟିଏକୁ କରିବାର ଅର୍ଥ ବିବାହକୁ ସମାପ୍ତ କରିଦେବା । ବିକଳ୍ପ ଅନୁବାଦ: ""ଅଲଗା ହେବା ଉଚିତ୍ ନୁହେଁ
1 Corinthians 7:12
συνευδοκεῖ
ଇଛୁକ ଏବଂ ସନ୍ତୁଷ୍ଟ
1 Corinthians 7:13
ἄνδρα
ଏହା ""ପୁରୁଷ"" ଶବ୍ଦ ନିମନ୍ତେ ବ୍ୟବହୃତ ସମାନ ଗ୍ରୀକ୍ ଶବ୍ଦ ଅଟେ
1 Corinthians 7:14
ἡγίασται γὰρ ὁ ἀνὴρ ὁ ἄπιστος ἐν τῇ γυναικί
ସାମ୍ଭାବ୍ୟ ଅର୍ଥଗୁଡିକ ୧) ""କାରଣ ଈଶ୍ବର ତାହାଙ୍କ ପାଇଁ ଅବିଶ୍ବାସୀ ପତିକୁ ବାଛିଛନ୍ତି ତାହାର ବିଶ୍ବାସିନୀ ପତ୍ନୀଙ୍କ ସକାଶେ"" ଓ ୨) "" ତାହାର ବିଶ୍ବାସିନୀ ପତ୍ନୀଙ୍କ ସକାଶେ ଇଶ୍ବର ଅବିଶ୍ବାସୀ ପତିକୁ ନିଜର ପୁତ୍ର ସହିତ ଯେପରି ବ୍ୟବହାର କରାଯାଏ ସେହିପରି ବ୍ୟବହାର କରିବେ"" (ଦେଖା:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὁ ἀνὴρ…τῇ γυναικί
ଏହା ""ପୁରୁଷ"" ଏବଂ ""ସ୍ତ୍ରୀ"" ଶବ୍ଦ ନିମନ୍ତେ ବ୍ୟବହୃତ ସମାନ ଗ୍ରୀକ୍ ଶବ୍ଦ ଅଟେ
ἡγίασται ἡ γυνὴ ἡ ἄπιστος ἐν τῷ ἀδελφῷ
ସାମ୍ଭାବ୍ୟ ଶବ୍ଦଗୁଡିକ ୧) ""କାରଣ ଈଶ୍ବର ଅବିଶ୍ବାସିନୀ ପତ୍ନୀକୁ ତାହାର ବିଶ୍ବାସୀ ପତି ହେତୁ ନିଜ ନିମନ୍ତେ ଅଲଗା କରିଛନ୍ତି"" ବା ୨) "" ଈଶ୍ବର ଅବିଶ୍ବାସିନୀ ପତ୍ନୀକୁ ତାହାର ବିଶ୍ବାସୀ ପତି ହେତୁ ଯେପରି ଆପଣା ଝିଅ ସହିତ ବ୍ୟବହାର କରାଯାଏ ସେହିପରି ବ୍ୟବହାର କରନ୍ତି
τῷ ἀδελφῷ
ବିଶ୍ବାସ କରୁଥିବା ପୁରୁଷ ବା ପତି
ἅγιά ἐστιν
ସାମ୍ଭାବ୍ୟ ଅର୍ଥଗୁଡିକ ୧) ""ଇଶ୍ବର ସେମାନଙ୍କୁ ନିଜ ନିମନ୍ତେ ଅଲଗା କରିଛନ୍ତି । ୨) ଇଶ୍ବର ନିଜ ସନ୍ତାନମାନଙ୍କ ସହିତ ଯେପରି ବ୍ୟବହାର କରନ୍ତେ ସେମାନଙ୍କ ସହିତ ସେହିପରି ବ୍ୟବହାର କରନ୍ତି ।"" (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 7:15
οὐ δεδούλωται ὁ ἀδελφὸς ἢ ἡ ἀδελφὴ ἐν τοῖς τοιούτοις
ଏଠାରେ ""ଭାଇ"" ଏବଂ ""ଭଉଣୀ"" ଏକ ଖ୍ରୀଷ୍ଟିୟାନ ପତି ବା ପତ୍ନୀକୁ ଦର୍ଶାଏ । ଏଠାରେ ""ସେମାନେ ଆଉ ଆପଣା ପ୍ରତିଜ୍ଞାରେ ଆବଦ୍ଧ ନୁହନ୍ତି"" ଏକ ରୂପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ତାହା କରିବା ପାଇଁ ବାଧ୍ୟ ନୁହେଁ ଯାହା କରିବାକୁ ସେମାନେ ଶପଥ କରିଥିଲେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଏପରି ପରିସ୍ଥିତିରେ, ବିଶ୍ବାସୀ ପତି ବା ବିଶ୍ବାସିନୀ ପତ୍ନୀ ତାଙ୍କର ବୈବାହିକ ପ୍ରତିଜ୍ଞା ପାଳନ କରନ୍ତୁ ବୋଲି ଇଶ୍ବର ଆବଶ୍ୟକ କରନ୍ତି ନାହିଁ"" (ଦେଖ:ଉପମା/ରୂପକ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 7:16
οἶδας, γύναι…τὸν ἄνδρα σώσεις…οἶδας, ἄνερ…τὴν γυναῖκα σώσεις
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେମାନେ"" ଏବଂ ""ତୁମ୍ଭର"" ଶବ୍ଦ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
τί…οἶδας, γύναι, εἰ τὸν ἄνδρα σώσεις
ପାଉଲ ଗୋଟିଏ ପ୍ରଶ୍ନ ବ୍ୟବହାର କରି ସେ ଯାହା କହୁଛନ୍ତି ସେ ବିଷୟରେ ମହିଳାମାନଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ଦେଉଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣିପାରିବ ନାହିଁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କର ଅବିଶ୍ବାସୀ ପତିକୁ ରକ୍ଷା କରିବ । (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ )
τί οἶδας, ἄνερ, εἰ τὴν γυναῖκα σώσεις
ପାଉଲ ଗୋଟିଏ ପ୍ରଶ୍ନ ବ୍ୟବହାର କରି ସେ ଯାହା କହୁଛନ୍ତି ସେ ବିଷୟରେ ପୁରୁଷମାନଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ଦେଉଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣି ପାରିବ ନାହିଁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କର ଅବିଶ୍ବାସିନୀ ପତ୍ନୀକୁ ରକ୍ଷା କରିବ ।
1 Corinthians 7:17
ἑκάστῳ
ପ୍ରତ୍ୟେକ ବିଶ୍ବାସୀ
οὕτως ἐν ταῖς ἐκκλησίαις πάσαις διατάσσομαι
ପାଉଲ ସବୁ ମଣ୍ଡଳୀଗୁଡିକରେ ଏହି ପ୍ରକାର କାର୍ଯ୍ୟ କରିବା ପାଇଁ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଥିଲେ ।
1 Corinthians 7:18
περιτετμημένος τις ἐκλήθη?
ପାଉଲ ସୁନ୍ନତ (ଯିହୂଦୀ) ଲୋକମାନଙ୍କୁ ସମ୍ବୋଧନ କରୁଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ହୋଇଥିବା ଲୋକମାନେ, ଯେତେବେଳେ ଇଶ୍ବର ତୁମ୍ଭମାନଙ୍କୁ ବିଶ୍ବାସ କରିବାକୁ ଆହ୍ବାନ କଲେ ସେତେବେଳେ ତୁମ୍ଭମାନଙ୍କର ସୁନ୍ନତି ହୋଇସାରିଥିଲା” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἐν ἀκροβυστίᾳ κέκληταί τις?
ପାଉଲ ଅସୁନ୍ନତ ଲୋକମାନଙ୍କୁ ସମ୍ବୋଧନ କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ହୋଇଥିବା ଲୋକମାନେ, ଯେତେବେଳେ ଇଶ୍ବର ତୁମ୍ଭମାନଙ୍କୁ ବିଶ୍ବାସ କରିବାକୁ ଆହ୍ବାନ କଲେ ସେତେବେଳେ ତୁମ୍ଭମାନଙ୍କର ସୁନ୍ନତି ହୋଇନଥିଲା”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 7:20
ଏଠାରେ “ଆମ୍ଭମାନଙ୍କୁ” ଏବଂ “ଆମ୍ଭେମାନେ” ଶବ୍ଦଗୁଡିକ ସବୁ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ ଏବଂ ଏଥିରେ ପାଉଲଙ୍କ ଶ୍ରୋତାମାନେ ମଧ୍ୟ ଅନ୍ତର୍ଭୁକ୍ତ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ἐν τῇ κλήσει…μενέτω
ଏଠାରେ “ଆହ୍ବାନ” କର୍ମ ବା ସାମାଜିକ ସ୍ଥିତିକୁ ଦର୍ଶାଏ ଯେଉଁଥିରେ ତୁମ୍ଭେମାନେ ସମ୍ପୃକ୍ତ ଥିଲ । ବିକଳ୍ପ ଅନୁବାଦ: ତୁମ୍ଭେମାନେ ଯେପରି କରୁଥିଲ ସେହିପରି କାର୍ଯ୍ୟ କର ଓ ଜୀବନ ଯାପନ କର”
1 Corinthians 7:21
ἐκλήθης…σοι…δύνασαι
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେ"" ଏବଂ ଆଦେଶବାଚକ ""ହୁଅ"" ଶବ୍ଦ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
δοῦλος ἐκλήθης? μή σοι μελέτω
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ବିଶ୍ବାସ କରିବାକୁ ଇଶ୍ବର ଯେତେବେଳେ ତୁମ୍ଭମାନଙ୍କୁ ଆହ୍ବାନ କଲେ ସେତେବେଳେ ତୁମ୍ଭେମାନେ ଯେଉଁମାନେ ଦାସତ୍ବରେ ଥିଲ, ମୁଁ ତୁମ୍ଭମାନଙ୍କୁ ଏହା କହୁଛି: ସେହି ବିଷୟରେ ଚିନ୍ତା କର ନାହିଁ”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 7:22
ἀπελεύθερος Κυρίου
ଏହି ସ୍ବାଧିନ ବ୍ୟକ୍ତି ଈଶ୍ବରଙ୍କ ଦ୍ବାରା କ୍ଷମାପ୍ରାପ୍ତ ହୋଇଛି ଏବଂ ସେଥିପାଇଁ ଶୟତାନ ଏବଂ ପାପରୁ ମୁକ୍ତ ଅଟେ ।
1 Corinthians 7:23
τιμῆς ἠγοράσθητε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ମୃତୁବରଣ କରିବା ଦ୍ବାରା ତୁମ୍ଭମାନଙ୍କୁ କିଣିଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 7:24
ἀδελφοί
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି ।
ἐκλήθη
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ବର ତାହାଙ୍କଠାରେ ବିଶ୍ବାସ କରିବା ପାଇଁ ଆମ୍ଭମାନଙ୍କୁ ଆହ୍ବାନ କଲେ”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 7:25
περὶ δὲ τῶν παρθένων, ἐπιταγὴν Κυρίου οὐκ ἔχω
ପାଉଲ ଜାଣନ୍ତି ଯେ ଏହି ପରିସ୍ଥିତିରେ କହିବା ଭଳି ଯୀଶୁଙ୍କର କୌଣସି ଶିକ୍ଷା ନାହିଁ । ବିକଳ୍ପ ଅନୁବାଦ: “ଯେଉଁମାନେ କେବେହେଁ ବିବାହ କରିନାହାଁନ୍ତି ସେମାନଙ୍କୁ କିଛି କହିବା ପାଇଁ ପ୍ରଭୁ ମୋତେ ଆଜ୍ଞା ଦେଇନାହଁନ୍ତି”
γνώμην…δίδωμι
ମୁଁ ଯାହା ଚିନ୍ତା କରୁଛି ତାହା ତୁମ୍ଭମାନଙ୍କୁ କହୁଛି
ὡς ἠλεημένος ὑπὸ Κυρίου, πιστὸς εἶναι
କାରଣ, ପ୍ରଭୁଙ୍କ ଦୟା ହେତୁ, ମୁଁ ବିଶ୍ବାସଯୋଗ୍ୟ ଅଟେ
1 Corinthians 7:27
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେ ସେମାନଙ୍କର ପ୍ରତି ଜଣକୁ କହୁଛନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେମାନେ"" ଏବଂ ଆଦେଶବାଚକ ""ଚେଷ୍ଟା କର ନାହିଁ"" ଶବ୍ଦଗୁଡିକ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
δέδεσαι γυναικί? μὴ ζήτει
ଏକ ସାମ୍ଭାବ୍ୟ ପରିସ୍ଥିତି ସହିତ ପରିଚୟ କରାଇବା ପାଇଁ ପାଉଲ ଏହି ପ୍ରଶ୍ନକୁ ବ୍ୟବହାର କରୁଛନ୍ତି । ଏହି ପ୍ରଶ୍ନର ଅନୁବାଦ “ଯଦି” ବାକ୍ୟ ସହିତ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ବିବାହିତ ଅଟ, ଏପରି କର ନାହି”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
μὴ ζήτει λύσιν
ତାହାକୁ ଛାଡପତ୍ର ଦେବା ପାଇଁ ଚେଷ୍ଟା କର ନାହିଁ ବା ""ତାହାଠାରୁ ଅଲଗା ହେବା ପାଇଁ ଚେଷ୍ଟା କର
μὴ ζήτει…γυναῖκα
ବିବାହ କରିବାକୁ ଚେଷ୍ଟା କର ନାହି
1 Corinthians 7:28
ἐγὼ…ὑμῶν φείδομαι
“ଏହା” ଶବ୍ଦଟି ବିଭିନ୍ନ ପ୍ରକାର ସାଂସାରିକ ସମସ୍ୟାକୁ ବୁଝାଏ ଯାହା ବିବାହିତ ଲୋକମାନଙ୍କ ମଧ୍ୟରେ ଦେଖାଦେଇ ପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯେପରି ସାଂସାରିକ ସମସ୍ୟା ନ ହେବ ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି” (ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 7:29
ὁ καιρὸς συνεσταλμένος ἐστίν
କମ୍ ସମୟ ଅଛି ବା “ସମୟ ପ୍ରାୟ ବିତିଯାଇଛି”
1 Corinthians 7:30
οἱ κλαίοντες
କ୍ରନ୍ଦନ କର ବା ଅଶ୍ରୁ ସହିତ ବିଳାପ କର
1 Corinthians 7:31
οἱ χρώμενοι τὸν κόσμον
ଅବିଶ୍ବାସୀମାନଙ୍କ ସହିତ ଯେଉଁମାନେ ପ୍ରତିଦିନ ସମ୍ପର୍କରେ ଆସନ୍ତି
ὡς μὴ καταχρώμενοι
ସେମାନଙ୍କ କାର୍ଯ୍ୟ ଦ୍ବାରା ଦେଖାଇବା ଉଚିତ ଯେ ସେମାନେ ଈଶ୍ବରଙ୍କଠାରେ ନିଜର ଭରସା ରଖିଅନ୍ତି
1 Corinthians 7:32
ἀμερίμνους
ଏଠାରେ ମୁକ୍ତ ଶବ୍ଦଟି ଏକ ରୂଢି ଅଟେ ଯାହାର ଅର୍ଥ କୌଣସି ବିଷୟରେ ଚିନ୍ତା ନ କରି ବଞ୍ଚିବାର କ୍ଷମତା । ବିକଳ୍ପ ଅନୁବାଦ: “କୌଣସି ବିଷୟରେ ଚିନ୍ତିତ ନ ହୋଇ” (ଦେଖ:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
μεριμνᾷ
ଧ୍ୟାନ କେନ୍ଦ୍ରିତ କରିବା
1 Corinthians 7:34
μεριμνᾷ
ସେ ଏକ ସମୟରେ ଇଶ୍ବରଙ୍କୁ ଓ ନିଜର ପତ୍ନୀକୁ ଖୁସି କରିବା ପାଇଁ ଚେଷ୍ଟା କରୁଛି
1 Corinthians 7:35
βρόχον
ପ୍ରତିବନ୍ଧକ
εὐπάρεδρον
ଦୃଷ୍ଟି କେନ୍ଦ୍ରୀଭୂତ କରି ପାରିବା
1 Corinthians 7:36
ἀσχημονεῖν ἐπὶ
ଦୟାଭାବ ନ ଦେଖାଇ ବା “ସମ୍ମାନ ନ ଦେଇ”
τὴν παρθένον αὐτοῦ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ ଯେଉଁ ମହିଳାଙ୍କ ସହିତ ସେ ବିବାହ କରିବାକୁ ଶପଥ କରିଥିଲା” ଓ ୨) “ତାହାର କୁଆଁରୀ ଝିଅ” ।
γαμείτωσαν
ସାମ୍ଭାବ୍ୟ ଅର୍ଥଗୁଡିକ୧) “ସେ ନିଜର ବାଗଦତ୍ତାକୁ ବିବାହ କରିବା ଉଚିତ” ବା ୨) ”ସେ ତାହାର କନ୍ୟାକୁ ବିବାହ ଦେବା ଉଚିତ୍ I”
1 Corinthians 7:37
ὃς δὲ ἕστηκεν ἐν τῇ καρδίᾳ αὐτοῦ ἑδραῖος
ଏଠାରେ “ଦୃଢ ରହିବା” ରୂପକ ଅଟେ ଯାହାର ଅର୍ଥ ନିଶ୍ଚିତତାର ସହିତ ନିର୍ଣ୍ଣୟ ନେବା । ଏଠାରେ “ହୃଦୟ” ଏକ ସୂଚକ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତିର ମନ ଓ ଭାବନାକୁ ପ୍ରକାଶ କରିଥାଏ । ବିକଳ୍ପ ଅନୁବାଦ: “କିନ୍ତୁ ଯଦି ସେ ତାହାର ମନରେ ଦୃଢ ସଂକଳ୍ପ କରିଥାଏ”(ଦେଖ:ଉପମା/ରୂପକ ଏବଂ ଲାକ୍ଷଣିକ ଶବ୍ଦ)
1 Corinthians 7:39
γυνὴ δέδεται ἐφ’ ὅσον χρόνον ζῇ ὁ ἀνὴρ αὐτῆς
ଏଠାରେ “ ଆବଦ୍ଧ” ରୂପକ ଅଟେ ଯାହାର ଅର୍ଥ ଲୋକଙ୍କ ମଧ୍ୟରେ ଥିବା ଘନିଷ୍ଠ ସର୍ମ୍ଫକ ଯେଉଁଥିରେ ସେମାନେ ପରସ୍ପରକୁ ଭାବନାତ୍ମକ, ଆତ୍ମିକ, ଏବଂ ଶାରୀରିକ ଭାବରେ ସାହାଯ୍ୟ କରିଥାନ୍ତି । ଏଠାରେ ଏହାର ଅର୍ଥ ବିବାହର ମିଳନ । ବିକଳ୍ପ ଅନୁବାଦ: “ଜଣେ ସ୍ତ୍ରୀର ବିବାହ ତାହାର ସ୍ବାମୀ ସହିତ ହୁଏ” ଓ “ଜଣେ ସ୍ତ୍ରୀ ତାହାର ସ୍ବାମୀ ସହିତ ମିଳିତ ହୁଏ” (ଦେଖ:ଉପମା/ରୂପକ)
ἐφ’ ὅσον χρόνον ζῇ
ଯେପର୍ଯ୍ୟନ୍ତ ତାହାର ମୃତ୍ୟୁ ହୋଇ ନାହି
ᾧ θέλει
ଯାହାକୁ ସେ ଇଛା କରେ
ἐν Κυρίῳ
ଯଦି ନୂତନ ସ୍ବାମୀ ଜଣେ ବିଶ୍ବାସୀ ହୋଇଥାଏ
1 Corinthians 7:40
τὴν ἐμὴν γνώμην
ଇଶ୍ବରଙ୍କ ବାକ୍ୟକୁ ମୋର ବୁଝିବା ଅନୁସାରେ
μακαριωτέρα
ଅଧିକ ସନ୍ତୁଷ୍ଟ, ଅଧିକ ଆନନ୍ଦିତ
οὕτως μείνῃ
ଅବିବାହିତ ହୋଇ ରହେ
1 Corinthians 8
୧କରିନ୍ଥୀୟ ୦୮ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପରେଖା
୮-୧୦ ପର୍ବରେ, ପାଉଲ ଏହି ପ୍ରଶ୍ନର ଉତ୍ତର ଦେଉଛନ୍ତି: “ଦେବତା ସମ୍ମୁଖରେ ଉତ୍ସର୍ଗ କରାଯାଇଥିବା ମାଂସ ଭୋଜନ କରିବା କ’ଣ ଗ୍ରହଣଯୋଗ୍ୟ ଅଟେ?
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡ଼ିକ
ଦେବତା ନିକଟରେ ଉତ୍ସର୍ଗୀକୃତ ମାଂସ
ପାଉଲ ଏହି ପ୍ରଶ୍ନର ଉତ୍ତର ଦେଇ କହନ୍ତି ଯେ ଦେବତାମାନେ ଏପରି ଇଶ୍ବର ଯାହାର ପ୍ରକୃତରେ ଅସ୍ତିତ୍ବ ନାହିଁ । ତେଣୁ ସେହି ମାଂସ ଖାଇବାରେ କିଛି ଭୂଲ ନାହିଁ । ଖ୍ରୀଷ୍ଟିୟାନମାନେ ଏହା ଖାଇବା ପାଇଁ ସ୍ବାଧିନ ଅଟନ୍ତି । ତଥାପି, ଯେଉଁ ବ୍ୟକ୍ତି ଏହା ବୁଝିପାରେ ନାହିଁ ସେ ଜଣେ ଖ୍ରୀଷ୍ଟିୟାନକୁ ଏହା ଖାଉଥିବା ଦେଖିପାରିବ । ତେବେ ସେମାନେ ଦେବତାକୁ ପୂଜା କରିବା ଉଦ୍ଦେଶ୍ୟରେ ସେହି ମାଂସ ଖାଇବା ପାଇଁ ଉତ୍ସାହିତ ହୋଇ ପାରନ୍ତି ।
1 Corinthians 8:1
ଆମ୍ଭେମାନେ ଅର୍ଥାତ ପାଉଲ ଏବଂ ଯଦିଓ ସେ ନିର୍ଦ୍ଧିଷ୍ଟ ଭାବରେ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଲେଖୁଛନ୍ତି, ତଥାପି ସେମାନେ ଏବଂ ସମସ୍ତ ବିଶ୍ବାସୀମାନେ ଏଥିରେ ଅନ୍ତର୍ଭୁକ୍ତ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିଦେଉଛନ୍ତି ଯେ ଯଦିଓ ଦେବତାମାନଙ୍କର କୌଣସି ଶକ୍ତି ନାହିଁ, ତଥାପି ବିଶ୍ବାସୀମାନଙ୍କୁ ସାବଧାନ ରହିବା ଉଚିତ୍ ଯେ ସେମାନେ ଯେପରି ଦୁର୍ବଳ ବିଶ୍ବାସୀମାନଙ୍କୁ ପ୍ରଭାବିତ ନ କରିବେ ଯେଉଁମାନେ ଭାବି ପାରନ୍ତି ଯେ ସେମାନେ ଦେବତାମାନଙ୍କ ବିଷୟରେ ମନଯୋଗୀ ଅଟନ୍ତି । ସେ ବିଶ୍ବାସୀମାନଙ୍କୁ କହନ୍ତି ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କର ଯେଉଁ ସ୍ବତନ୍ତ୍ରତା ଅଛି ସେ ବିଷୟରେ ସେମାନେ ସାବଧାନ ରହନ୍ତୁ ।
περὶ δὲ
କରିନ୍ଥୀୟମାନେ ତାଙ୍କୁ ପଚାରିଥିବା ପରବର୍ତ୍ତୀ ପ୍ରଶ୍ନ ବିଷୟରେ ଆଲୋଚନା କରିବା ନିମନ୍ତେ ପାଉଲ ଏହି ବାକ୍ୟଟି ବ୍ୟବହାର କରନ୍ତି ।
τῶν εἰδωλοθύτων
ଅନ୍ୟଜାତିର ଉପାସକମାନେ ସେମାନଙ୍କର ଦେବତାମାନଙ୍କୁ ଶସ୍ୟ, ମାଛ, କୁକୁଡା, ଓ ମାଂସ ଉତ୍ସର୍ଗ କରୁଥିଲେ । ଯାଜକ ତହିଁର କିଛି ଅଂଶ ବେଦୀ ଉପରେ ଦଗ୍ଧ କରୁଥିଲେ । ପାଉଲ ଅବଶିଷ୍ଟ ଅଂଶର କଥା କହୁଛନ୍ତି, ଯାହା ଖାଇବା ପାଇଁ ବା ବଜାରରେ ବିକ୍ରି କରିବା ପାଇଁ ଯାଜକ ଉପାସକମାନଙ୍କୁ ଫେରାଇ ଦେଉଥିଲେ ।
ἡ γνῶσις φυσιοῖ
ଜ୍ଞାନ ଲୋକମାନଙ୍କୁ ଫୁଲାଇ ଦେଇଥାଏ । ଏଠାରେ ""ଫୁଲାଇ ଦେବା"" ଏକ ରୂପକ ଅଟେ ଯାହା ଜଣେ ବ୍ୟକ୍ତିକୁ ଗର୍ବିତ କରିଥାଏ । ଏଠାରେ ଗୁଣବାଚକ ବିଷେଶ୍ୟ ""ଜ୍ଞାନ"" କୁ କ୍ରିୟାବାଚକ ""ଜାଣିବା"" ସହିତ ପ୍ରକାଶ କରାଯାଇ ପାରିବ I ବିକଳ୍ପ ଅନୁବାଦ:""ଜ୍ଞାନ ଲୋକମାନଙ୍କଠାରେ ଅହଂକାର ଜନ୍ମାଏ"" ବା “ଯେଉଁ ଲୋକମାନେ ଭାବନ୍ତି ଯେ ସେମାନେ ବହୁତ ଜାଣନ୍ତି ସେମାନେ ଗର୍ବ କରନ୍ତି""(ଦେଖ:ଉପମା/ରୂପକ)
ἡ δὲ ἀγάπη οἰκοδομεῖ
ଗୁଣବାଚକ ବିଷେଶ୍ୟ ""ପ୍ରେମ""କୁ କ୍ରିୟାବାଚକ ଭାବରେ ପ୍ରକାଶ କରାଯାଇ ପାରିବ । ବିକଳ୍ପ ଅନୁବାଦ: ""କିନ୍ତୁ ଆମ୍ଭେମାନେ ଯେତେବେଳେ ଲୋକମାନଙ୍କୁ ପ୍ରେମ କରୁ, ଆମ୍ଭେମାନେ ସେମାନଙ୍କୁ ନିର୍ମାଣ କରିଥାଉ"" (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἀγάπη οἰκοδομεῖ
ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ଼ ହେବାରେ ସାହାଯ୍ୟ କରିବା । ବିକଳ୍ପ ଅନୁବାଦ: ""ପ୍ରେମ ଲୋକମାନଙ୍କୁ ସୁଦୃଢ଼ କରେ"" ବା ""ଯେତେବେଳେ ଆମ୍ଭେମାନେ ଲୋକମାନଙ୍କୁ ପ୍ରେମ କରୁ ଆମ୍ଭେମାନେ ସେମାନଙ୍କୁ ସୁଦୃଢ଼ କରୁ"" (ଦେଖ: ଉପମା/ରୂପକ)
1 Corinthians 8:2
δοκεῖ ἐγνωκέναι τι
ସେ ବିଶ୍ବାସ କରେ ଯେ ସେ କୌଣସି ବିଷୟରେ ସବୁକିଛି ଜାଣିଛି
1 Corinthians 8:3
οὗτος ἔγνωσται ὑπ’ αὐτοῦ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ସେହି ବ୍ୟକ୍ତିଙ୍କୁ ଜାଣନ୍ତି"" (ଦେଖା: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 8:4
ଆମ୍ଭେମାନେ ଏବଂ ""ଆମ୍ଭକୁ"" ଏଠାରେ ସବୁ ବିଶ୍ବାସୀମାନଙ୍କୁ ବୁଝାଏ ଓ ପାଉଲଙ୍କ ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
οἴδαμεν ὅτι οὐδὲν εἴδωλον ἐν κόσμῳ, καὶ ὅτι οὐδεὶς Θεὸς εἰ μὴ εἷς
ପାଉଲ ସମ୍ଭବତ କରିନ୍ଥୀୟମାନେ କହିଥିବା ବାକ୍ୟକୁ ଉର୍ଦ୍ଧୁତ କରୁଛନ୍ତି । “କିଛି ନୁହେଁ” କହିବାର ଅର୍ଥ ଶକ୍ତିବିହୀନ ହୋଇଥିବା । ବିକଳ୍ପ ଅନୁବାଦ: ""ଆମ୍ଭେମାନେ ସମସ୍ତେ ଜାଣୁ ଯେପରି ତୁମ୍ଭେମାନେ ନିଜେ କହିବାକୁ ଚାହୁଁଛ, ଯେ ଏହି ଜଗତରେ ଜଣେ ଦେବତାର କିଛିହିଁ ଶକ୍ତି ନାହିଁ ଏବଂ ଜଣେ ଇଶ୍ବରଙ୍କୁ ଛାଡି ଆଉ କୌଣସି ଇଶ୍ବର ନାହାଁନ୍ତି""(ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 8:5
λεγόμενοι θεοὶ
ଯାହାକୁ ଲୋକମାନେ ଦେବତା କହନ୍ତି
θεοὶ πολλοὶ καὶ κύριοι πολλοί
ପାଉଲ ବିଶ୍ବାସ କରନ୍ତି ନାହିଁ ଯେ ଅନେକ ଇଶ୍ବର ଏବଂ ଅନେକ ପ୍ରଭୁ ଅସ୍ତିତ୍ବରେ ଅଛନ୍ତି, କିନ୍ତୁ ସେ ସ୍ବୀକାର କରନ୍ତି ଯେ ବିଜାତୀୟମାନେ ସେପରି ବିଶ୍ବାସ କରନ୍ତି ।
1 Corinthians 8:6
ἀλλ’ ἡμῖν εἷς Θεὸς
ତଥାପି ଆମ୍ଭେମାନେ ଜାଣୁ ଯେ ଏକମାତ୍ର ଇଶ୍ବର ଅଛନ୍ତି
1 Corinthians 8:7
ପାଉଲ ଏଠାରେ ""ଦୁର୍ବଳ"" ଭାଇମାନଙ୍କ ବିଷୟରେ କହୁଛନ୍ତି, ଯେଉଁମାନେ ଦେବତା ନିକଟରେ ଉତ୍ସର୍ଗୀକୃତ ଖାଦ୍ୟକୁ ସେହି ଦେବତାର ଉପାସନା କରିବା ଠାରୁ ଅଲଗା କରିପାରନ୍ତି ନାହିଁ । ଯଦି ଜଣେ ଖ୍ରୀଷ୍ଟିଆନ୍ ଦେବତା ନିକଟରେ ଉତ୍ସର୍ଗୀକୃତ ଖାଦ୍ୟ ଖାଏ, ତେବେ ଦୁର୍ବଳ ଭାଇମାନେ ଭାବି ପାରନ୍ତି ଯେ ଖାଦ୍ୟ ଖାଇବା ଦ୍ବାରା ଈଶ୍ବର ସେମାନଙ୍କୁ ଦେବତାପୂଜା କରିବା ପାଇଁ ଅନୁମତି ଦେଉଛନ୍ତି । ଯଦିଓ ଖାଇବା ବ୍ୟକ୍ତି ଦେବପୂଜା କରି ନ ଥାଏ ଓ କେବଳ ଖାଦ୍ୟ ଖାଇଥାଏ ତଥାପି ସେ ତାହାର ଦୁର୍ବଳ ଭାଇର ବିବେକକୁ ଦୂଷିତ କରିଥାଏ ।
πᾶσιν…τινὲς
ସବୁ ଲୋକମାନେ ... କିଛି ଲୋକ ଯେଉଁମାନେ ଏବେ ଖ୍ରୀଷ୍ଟିୟାନ ହୋଇଛନ୍ତି
μολύνεται
ଧ୍ବସ୍ତ ବା କ୍ଷତିଗ୍ରସ୍ତ ହୋଇଯିବା
1 Corinthians 8:8
βρῶμα…ἡμᾶς οὐ παραστήσει τῷ Θεῷ
ପାଉଲ ଖାଦ୍ୟ ବିଷୟରେ ଏଭଳି ଭାବରେ କହନ୍ତି ସତେ ଯେମିତି ତାହା ଜଣେ ବ୍ୟକ୍ତି ଅଟେ ଯିଏ କି ଇଶ୍ବରଙ୍କ ଦ୍ବାରା ଆମ୍ଭମାନଙ୍କର ସ୍ବାଗତ ହେବାକୁ ଦେବ । ବିକଳ୍ପ ଅନୁବାଦ: “ଖାଦ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ଅନୁଗ୍ରହ ଦେଇ ନ ଥାଏ” ବା “ଆମ୍ଭେମାନେ ଯେଉଁ ଖାଦ୍ୟ ଖାଉ ତାହା ଈଶ୍ବରଙ୍କୁ ଆମ୍ଭମାନଙ୍କ ପ୍ରତି ସନ୍ତୁଷ୍ଟ ହେବାକୁ ଦେଇ ନ ଥାଏ” (ଦେଖ:ବ୍ୟକ୍ତିତ୍ୱଆରୋପ)
οὔτε ἐὰν μὴ φάγωμεν, ὑστερούμεθα; οὔτε ἐὰν φάγωμεν, περισσεύομεν
ଏହାକୁ ସକରାତ୍ମକ ରୂପରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କିଛି ଲୋକ ଏପ୍ରକାର ଭାବିପାରନ୍ତି ଯେ ଆମ୍ଭେମାନେ ଯଦି କିଛି ନିର୍ଦ୍ଧିଷ୍ଟ ଜିନିଷ ଖାଇବା ନାହିଁ ତେବେ ଇଶ୍ବର ଆମ୍ଭମାନଙ୍କୁ ଅଳ୍ପ ପ୍ରେମ କରିବେ । କିନ୍ତୁ ସେମାନେ ଭୂଲ ଭାବନ୍ତି । ପୁଣି ଯେଉଁମାନେ ଭାବନ୍ତି ଯେ ସେହି ଜିନିଷଗୁଡିକୁ ଖାଇବା ଦ୍ବାରା ଇଶ୍ବର ଆମ୍ଭମାନଙ୍କୁ ଅଧିକ ପ୍ରେମ କରନ୍ତି ସେମାନେ ମଧ୍ୟ ଭୂଲ ଅଟନ୍ତି । (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 8:9
τοῖς ἀσθενέσιν
ବିଶ୍ବସୀମାନେ ସେମାନଙ୍କ ବିଶ୍ବାସରେ ଦୃଢ ନୁହଁନ୍ତି
1 Corinthians 8:10
ἴδῃ τὸν ἔχοντα
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏହି ଶବ୍ଦଗୁଡିକ ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ἡ συνείδησις αὐτοῦ
ସେ ଜାଣନ୍ତି ଯେ କେଉଟା ଠିକ ଓ କେଉଟା ଭୂଲ୍ ଅଟେ ।
οἰκοδομηθήσεται, εἰς…ἐσθίειν
ଖାଇବାକୁ ପ୍ରୋତ୍ସାହିତ ହେଲେ
1 Corinthians 8:11
τῇ σῇ γνώσει
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ “ତୁମ୍ଭର” ଶବ୍ଦଟି ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ἀπόλλυται…ὁ ἀσθενῶν
ଯେଉଁ ଭାଇ ବା ଭଉଣୀ ନିଜର ବିଶ୍ବାସରେ ଦୃଢ ନୁହନ୍ତି, ସେ ପାପ କରିବ ଏବଂ ନିଜର ବିଶ୍ବାସ ହରାଇ ଦେବ ।
1 Corinthians 8:13
διόπερ
କାରଣ ଯାହା ମୁଁ ଏବେ କହିଛି ତାହା ସତ୍ୟ ଅଟେ
εἰ βρῶμα σκανδαλίζει
ଏଠାରେ ଖାଦ୍ୟ, ଖାଇବା ବ୍ୟକ୍ତି ପାଇଁ ଏକ ସୂଚକ ଅଟେ । ବିକଳ୍ପ ଅନୁବାଦ: “ଯଦି ମୁଁ ଖାଇବା କାରଣରୁ” ବା “ମୁଁ ଯାହା ଖାଉଛି, ତାହାର କାରଣରୁ” (ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 9
୧କରିନ୍ଥୀୟ ୦୯ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପ ରେଖା
ଏହି ଅଧ୍ୟାୟରେ ପାଉଲ ନିଜର ଆତ୍ମରକ୍ଷା କରୁଛନ୍ତି । କେତେକ ଲୋକ ଦାବୀ କରନ୍ତି ଯେ ସେ ମଣ୍ଡଳୀରୁ ଅର୍ଥଲାଭ କରିବା ପାଇଁ ଚେଷ୍ଟା କରୁଥିଲେ ।
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତ ଗୁଡିକ
ମଣ୍ଡଳୀରୁ ଅର୍ଥ ଉପାର୍ଜନ କରିବା
ଲୋକମାନେ ପାଉଲଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ମଣ୍ଡଳୀରୁ କେବଳ ଅର୍ଥ ଚାହୁଁଛନ୍ତି । ପାଉଲ ଉତ୍ତର ଦେଇ କହିଲେ ଯେ ମଣ୍ଡଳୀରୁ ଅର୍ଥ ପାଇବା ପାଇଁ ତାଙ୍କର ଅଧିକାର ଅଛି । ପୁରାତନ ନିୟମ ଶିକ୍ଷା ଦିଏ ଯେ ଯେଉଁ ଲୋକମାନେ କାର୍ଯ୍ୟ କରନ୍ତି ସେମାନେ ଜୀବନ ନିର୍ବାହ ନିମନ୍ତେ ତାଙ୍କର କାର୍ଯ୍ୟରୁ ବେତନ ପାଇବେ । ସେ ଏବଂ ବର୍ଣ୍ଣବା ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କର ଏହି ଅଧିକାରକୁ କେବେ ହେଁ ବ୍ୟବହାର କରିନାହାଁନ୍ତି ଏବଂ ସେମାନେ ନିଜେ ପରିଶ୍ରମ କରି ତାଙ୍କର ଆବଶ୍ୟକତା ପୁରଣ କରୁଥିଲେ ।
ଏହି ଅଧ୍ୟାୟର ଗୁରୁତ୍ତ୍ବପୂର୍ଣ୍ଣ ଅଳଙ୍କାର
ରୂପକ
ପାଉଲ ଏହି ଅଧ୍ୟାୟରେ ଅନେକ ରୂପକ ବ୍ୟବହାର କରିଛନ୍ତି । ଏହି ରୂପକଗୁଡିକ ଜଟିଳ ସତ୍ୟ ବିଷୟରେ ଶିକ୍ଷା ଦିଅନ୍ତି । (ଦେଖ:ଉପମା/ରୂପକ)
ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବ୍ୟ ଅନୁବାଦ ସମ୍ପର୍କୀୟ କଠିନତା
ପୃଷ୍ଠଭୂମି ସ୍ଥାପନ କରିବା
ଏହି ଅନୁଚ୍ଛେଦ ଗୁରୁତ୍ତ୍ବପୂର୍ଣ୍ଣ ଅଟେ କାରଣ ପାଉଲ ବିଭିନ୍ନ ଶ୍ରୋତାମାନଙ୍କ ନିକଟରେ ସୁସମାଚାର ପ୍ରଚାରକୁ ପରିପ୍ରେକ୍ଷୀମୂଳକ କରୁଛନ୍ତି । ଏହାର ଅର୍ଥ ଏହା ଯେ ପାଉଲ ନିଜକୁ ଓ ସୁସମାଚାରକୁ ବୁଝିପାରିବା ପରି କହୁଥିଲେ ଯେପରି ଶ୍ରୋତାମାନେ ତାହା ବିନା ପ୍ରତିବନ୍ଧକରେ ଗ୍ରହଣ କରି ପାରିବେ । ଅନୁବାଦକ ଯଥାସମ୍ଭବ ଏହି “ସଂପୃକ୍ତ ପରିସ୍ଥିତି ଅନୁସାରେ” ଦିଗକୁ ସୁରକ୍ଷିତ ରଖିବା ନିମନ୍ତେ ଯତ୍ନ କରିବା ଆବଶ୍ୟକ । (ଦେଖ:ଉତ୍ତମ ବାର୍ତ୍ତା, ସୁସମାଚାର)
ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଗୁଡିକ
ପାଉଲ ଏହି ଅଧ୍ୟାୟରେ ଅନେକ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନଗୁଡିକ ବ୍ୟବହାର କରିଛନ୍ତି I ସେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ସମୟରେ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବା ପାଇଁ ସେଗୁଡିକୁ ବ୍ୟବହାର କରିଛନ୍ତି । (ଦେଖ: https://git.door43.org/Door43-Catalog/or_ta/src/branch/master/translate/figs-rquestion/01.md)
1 Corinthians 9:1
ଖ୍ରୀଷ୍ଟଙ୍କଠାରେ ତାଙ୍କର ସ୍ବତନ୍ତ୍ରାତାକୁ ସେ କିପରି ବ୍ୟବହାର କରନ୍ତି ତାହା ପାଉଲ ବୁଝାଇ ଦେଇଛନ୍ତି ।
οὐκ εἰμὶ ἐλεύθερος
ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ବ୍ୟବହାର କରି ନିଜର ଅଧିକାର ବିଷୟରେ କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଅଟେ” । (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
οὐκ εἰμὶ ἀπόστολος
ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ବ୍ୟବହାର କରି ସେ କିଏ ଏବଂ ତାଙ୍କ ନିକଟରେ କେଉଁ ଅଧିକାର ଅଛି ତାହା କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଜଣେ ପ୍ରେରିତ ଅଟେ I” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
οὐχὶ Ἰησοῦν τὸν Κύριον ἡμῶν ἑόρακα
ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ବ୍ୟବହାର କରି ସେ କିଏ ତାହା କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦେଖିଅଛି I” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
οὐ τὸ ἔργον μου ὑμεῖς ἐστε ἐν Κυρίῳ
ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ବ୍ୟବହାର କରି ତାଙ୍କ ସହିତ ସେମାନଙ୍କର ଥିବା ସମ୍ପର୍କ ବିଷୟରେ କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛ କାରଣ ମୁଁ ସେହି ପ୍ରକାରେ କାର୍ଯ୍ୟ କରିଛି ଯେମିତି ଇଶ୍ବର ମୋ ନିକଟରୁ ଚାହୁଁଥିଲେ I”(ଦଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:2
ἡ…σφραγίς μου τῆς ἀποστολῆς, ὑμεῖς ἐστε ἐν Κυρίῳ
କୌଣସି ବିଷୟକୁ ପ୍ରମାଣ କରିବା ନିମନ୍ତେ ଆବଶ୍ୟକୀୟ ସାକ୍ଷୀ ଭାବରେ ପ୍ରମାଣ ଶବ୍ଦର ବ୍ୟବହାର କରାଯାଇଛି । ବିକଳ୍ପ ଅନୁବାଦ: “ପ୍ରଭୁ ଯେ ମତେ ପ୍ରେରିତ ହେବା ପାଇଁ ମନୋନୀତ କରିଅଛନ୍ତି ଏହା ପ୍ରମାଣ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସାକ୍ଷୀ ଭାବରେ ବ୍ୟବହାର କରିପାରିବି” (ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 9:3
ἡ ἐμὴ ἀπολογία…ἐμὲ…αὕτη:
ସାମ୍ଭାବ୍ୟ ଅର୍ଥଗୁଡିକ ୧)ପରବର୍ତ୍ତୀ ଶବ୍ଦଗୁଡିକ ପାଉଲଙ୍କର ପ୍ରତିରକ୍ଷାମୂଳକ ଅଟେ ବା ୨) ୧ କରିନ୍ଥୀୟ ୯:୧-୨ର ଶବ୍ଦଗୁଡିକ ପାଉଲଙ୍କର ପ୍ରତିରକ୍ଷାମୂଳକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ମୁଁ ଏହି ପ୍ରକାରେ ଆପଣାର ଆତ୍ମରକ୍ଷା କରୁଅଛି ... ମୋତେ ।”
1 Corinthians 9:4
μὴ οὐκ ἔχομεν ἐξουσίαν φαγεῖν καὶ πεῖν
ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ମଣ୍ଡଳୀଗୁଡିକରୁ ଖାଦ୍ୟ ଏବଂ ପେୟ ପାଇବା ନିମନ୍ତେ ଆମ୍ଭମାନଙ୍କର ପୂର୍ଣ୍ଣ ଅଧିକାର ଅଛି”। (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἔχομεν
ଏଠାରେ “ଆମ୍ଭମାନଙ୍କୁ” ପାଉଲ ଏବଂ ବର୍ଣ୍ଣବାକୁ ଦର୍ଶାଏ । (ଦେଖ:'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
1 Corinthians 9:5
μὴ οὐκ ἔχομεν ἐξουσίαν ἀδελφὴν, γυναῖκα περιάγειν, ὡς καὶ οἱ λοιποὶ ἀπόστολοι, καὶ οἱ ἀδελφοὶ τοῦ Κυρίου, καὶ Κηφᾶς?
ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ବିଶ୍ବାସିନୀ ସ୍ତ୍ରୀ ଅଛନ୍ତି, ତେବେ ଆମ୍ଭେମାନେ ସେମାନଙ୍କୁ ନିଜ ସହିତ ନେବା ପାଇଁ ଅଧିକାର ଅଛି, ଯେମିତି ପ୍ରଭୁଙ୍କ ଭ୍ରାତୃଗଣ, କେଫା ଏବଂ ଅନ୍ୟ ପ୍ରେରିତମାନେ ସେମାନଙ୍କୁ ନେଇଯାଇଥାନ୍ତି ।”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:6
ἢ μόνος ἐγὼ καὶ Βαρναβᾶς, οὐκ ἔχομεν ἐξουσίαν μὴ ἐργάζεσθαι?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଅଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଅଛ ଯେ କେବଳ ମତେ ଓ ବର୍ଣ୍ଣବାଙ୍କୁ ହିଁ ଜୀବିକା ନିର୍ବାହ କରିବା ପାଇଁ ପରିଶ୍ରମ କରିବାକୁ ହେବ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:7
τίς στρατεύεται ἰδίοις ὀψωνίοις ποτέ?
ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ କୌଣସି ସୈନିକକୁ ନିଜର ଆବଶ୍ୟକ ଜିନିଷ କିଣିବାକୁ ପଡ଼ି ନଥାଏ ।” ବା “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ସୈନିକ ତାହାର ଆବଶ୍ୟକ ଜିନିଷ ସରକାରଙ୍କଠାରୁ ଗ୍ରହଣ କରିଥାଏ ।”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τίς φυτεύει ἀμπελῶνα, καὶ τὸν καρπὸν αὐτοῦ οὐκ ἐσθίει?
ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ଯେଉଁ ବ୍ୟକ୍ତି ଗୋଟିଏ ଅଙ୍ଗୁର ବଗିଚା ଲଗାଏ ସେ ସବୁବେଳେ ସେଥିରୁ ଫଳ ଖାଇବ ।” ବା “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ଯେଉଁ ବ୍ୟକ୍ତି ଗୋଟିଏ ଅଙ୍ଗୁର ବଗିଚା ଲଗାଇଥାଏ ସେ ସେଥିରୁ ଫଳ ଖାଇବ ନାହିଁ ବୋଲି କେହି ଆଶା କରି ନଥାଏ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἢ τίς ποιμαίνει ποίμνην, καὶ ἐκ τοῦ γάλακτος τῆς ποίμνης, οὐκ ἐσθίει?
ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ଯେଉଁମାନେ ପଲ ଚରାଇଥାନ୍ତି ସେମାନେ ସେହି ପଲଠାରୁ ତାଙ୍କର ପେୟ ପାଇଥାନ୍ତି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:8
μὴ κατὰ ἄνθρωπον, ταῦτα λαλῶ
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ମୁଁ ଏହି ବିଷୟ କେବଳ ମନୁଷ୍ୟର ଅଧିକାରରେ କହୁଛି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἢ καὶ ὁ νόμος ταῦτα οὐ λέγει?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପରି କାର୍ଯ୍ୟ କରୁଛ ସତେ ଯେମିତି ତୁମ୍ଭେମାନେ ଜାଣି ନାହଁ ଯେ ବ୍ୟବସ୍ଥାରେ ଏହି ପ୍ରକାର ଲେଖାଯାଇଛି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:9
οὐ φιμώσεις
ମୋଶା ଇସ୍ରାଏଲମାନଙ୍କୁ ଏପ୍ରକାର କହୁଥିଲେ ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏହି ଆଜ୍ଞା ଏକବଚନରେ ଅଛି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
μὴ τῶν βοῶν μέλει τῷ Θεῷ?
ପାଉଲ ଏକ ପ୍ରଶ୍ନ ପଚାରୁଛନ୍ତି ଯଦ୍ବାରା ସେ କ’ଣ କହୁଛନ୍ତି ତାହା ସେ ନ କହିବା ସତ୍ବେ କରିନ୍ଥୀୟମାନେ ଚିନ୍ତା କରିପାରିବେ I ବିକଳ୍ପ ଅନୁବାଦ: “ମୁଁ ନ କହିବା ସତ୍ବେ ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ଇଶ୍ବର କେବଳ ବଳଦମାନଙ୍କର ଯତ୍ନ ନିଅନ୍ତି ନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:10
ἢ δι’ ἡμᾶς πάντως λέγει?
ପାଉଲ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହାକୁ ଗୁରତ୍ବ ଦେବା ପାଇଁ ଏକ ପ୍ରଶ୍ନ ପଚାରୁଛନ୍ତି । ବିକଳ୍ପ ଅନୁବାଦ: “ଏହା ପରିବର୍ତ୍ତେ, ଇଶ୍ବର ନିଶ୍ଚିତ ଭାବରେ ଆମ୍ଭମାନଙ୍କ ବିଷୟରେ କହୁଥିଲେ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
δι’ ἡμᾶς
ଏଠାରେ “ଆମ୍ଭମାନଙ୍କ” ପାଉଲ ଏବଂ ବର୍ଣ୍ଣବାକୁ ଦର୍ଶାଏ । (ଦେଖ:'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
1 Corinthians 9:11
μέγα εἰ ἡμεῖς ὑμῶν τὰ σαρκικὰ θερίσομεν?
ପାଉଲ ଏକ ପ୍ରଶ୍ନ ପଚାରୁଛନ୍ତି ଯଦ୍ବାରା ସେ କ’ଣ କହୁଅଛନ୍ତି ତାହା ସେ ନ କହିବା ସତ୍ବେ କରିନ୍ଥୀୟମାନେ ଚିନ୍ତା କରିପାରିବେ I ବିକଳ୍ପ ଅନୁବାଦ: “ମୁଁ ନ କହିବା ସତ୍ବେ ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ତୁମ୍ଭମାନଙ୍କଠାରୁ ଭୌତିକ ସାହାଯ୍ୟ ପାଇବା ଆମ୍ଭାମାନଙ୍କ ନିମନ୍ତେ ଅତି ଅଧିକ ନୁହେଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:12
εἰ ἄλλοι τῆς ὑμῶν ἐξουσίας μετέχουσιν, οὐ μᾶλλον ἡμεῖς?
ପାଉଲ ଏକ ପ୍ରଶ୍ନ ପଚାରୁଛନ୍ତି ଯଦ୍ବାରା ସେ କ’ଣ କହୁଅଛନ୍ତି ତାହା ସେ ନ କହିବା ସତ୍ବେ କରିନ୍ଥୀୟମାନେ ଚିନ୍ତା କରିପାରିବେ I ଏଠାରେ “ଆମ୍ଭମାନଙ୍କୁ” ପାଉଲ ଏବଂ ବର୍ଣବାକୁ ସୂଚାଏ । ବିକଳ୍ପ ଅନୁବାଦ: “ ଅନ୍ୟମାନେ ବ୍ୟବହାର କଲେ... ତୁମ୍ଭେମାନେ, ତେଣୁ ମୁଁ ନ କହିବା ସତ୍ବେ ତୁମ୍ଭେମାନେ ଜାଣିଅଛ ଯେ ଆମ୍ଭମାନଙ୍କ ନିକଟରେ ଏହି ଅଧିକାର ଅଧିକ ରହିଛି I” (ଦେଖ:'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ ଏବଂ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
εἰ ἄλλοι τῆς…ἐξουσίας μετέχουσιν
ପାଉଲ ଏବଂ କରିନ୍ଥୀୟମାନେ ଉଭୟ ଜାଣନ୍ତି ଯେ ଅନ୍ୟମାନେ ତାଙ୍କର ଅଧିକାରକୁ ବ୍ୟବହାର କରୁଛନ୍ତି । “ଯେହେତୁ ଅନ୍ୟମାନେ ଏହି ଅଧିକାରକୁ ବ୍ୟବହାର କରୁଛନ୍ତି”
ἄλλοι
ସୁସମାଚାରର ଅନ୍ୟ କାର୍ଯ୍ୟକାରୀମାନେ
τῆς…ἐξουσίας
ଯେଉଁମାନେ ସେମାନଙ୍କୁ ସୁସମାଚାର ଶୁଣାଇଛନ୍ତି ସେମାନେ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଜୀବିକା ନିର୍ବାହ ଖର୍ଚ୍ଚ ଦେବା ନିମନ୍ତେ କହିବାର ଅଧିକାର ଅଛି
μή τινα ἐνκοπὴν δῶμεν
ବୋଝ ହେବା ବା “ପ୍ରସାରଣକୁ ବନ୍ଦ କରିବା”
1 Corinthians 9:13
οὐκ οἴδατε ὅτι οἱ τὰ ἱερὰ ἐργαζόμενοι, τὰ ἐκ τοῦ ἱεροῦ ἐσθίουσιν
ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଯେଉଁମାନେ ମନ୍ଦିରରେ ସେବା କରନ୍ତି ସେମାନେ ମନ୍ଦିରରୁ ଖାଦ୍ୟ ପାଇଥାନ୍ତି ।”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
οἱ τῷ θυσιαστηρίῳ παρεδρεύοντες, τῷ θυσιαστηρίῳ συνμερίζονται?
ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଯେଉଁମାନେ ବେଦୀରେ ସେବା କରନ୍ତି ସେମାନେ ଲୋକମାନଙ୍କ ଦ୍ବାରା ବେଦୀ ନିକଟରେ ଉତ୍ସର୍ଗୀକୃତ ଖାଦ୍ୟ ଓ ମାଂସର କିଛି ଅଂଶ ପାଇଥାନ୍ତି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 9:14
ἐκ τοῦ εὐαγγελίου ζῆν
ଏଠାରେ “ସୁସମାଚାର” ଏକ ସୂଚକ ଶବ୍ଦ ଅଟେ ୧) ଯେଉଁମାନଙ୍କୁ ସେମାନେ ସୁସମାଚାର ଶୁଣାଇଥାନ୍ତି ଓ ଶିକ୍ଷା ଦେଇଥାନ୍ତି ସେମାନଙ୍କଠାରୁ ସେମାନେ ଖାଦ୍ୟ ଓ ଅନ୍ୟ ଆବଶ୍ୟକ ଜିନିଷ ପାଇଥାନ୍ତି, ବା ୨) ସୁସମାଚାର ଶୁଣାଇବା କାର୍ଯ୍ୟର ଫଳ ହେଉଛି ତାଙ୍କର ଖାଦ୍ୟ ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷ ଗ୍ରହଣ କରିବା କାରଣ ସେମାନେ ସୁସମାଚାର ପ୍ରଚାର କରିବାର କାର୍ଯ୍ୟ କରୁଛନ୍ତି ।” (ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 9:15
τούτων
ମୁଁ ଏହି ଜିନିଷଗୁଡିକ ପାଇବା ପାଇଁ ଯୋଗ୍ୟ
ἵνα οὕτως γένηται ἐν ἐμοί
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତେଣୁ ତୁମ୍ଭେମାନେ ମୋ ପାଇଁ କିଛି କରିବ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸ καύχημά μου…κενώσει
ଏହି ସୁଯୋଗକୁ ଦୂର କରିଦିଅ ମୁଁ ଦର୍ପ କରିବି
1 Corinthians 9:16
ἀνάγκη…μοι ἐπίκειται
ମୁଁ ନିଶ୍ଚୟ ସୁସମାଚାର ପ୍ରଚାର କରିବି
οὐαὶ…μοί ἐστιν, ἐὰν
ଯଦି ମୁଁ ନ କରେ ତେବେ ମୁଁ ଦଣ୍ଡର ପାତ୍ର
1 Corinthians 9:17
εἰ…ἑκὼν τοῦτο πράσσω
ଯଦି ମୁଁ ଇଛାକୃତ ଭାବରେ ପ୍ରଚାର କରୁଛି ବା “ଯଦି ମୁଁ ପ୍ରଚାର କରୁଛି କାରଣ ମୁଁ ତାହା କରିବାକୁ ଚାହୁଁଛି”
εἰ δὲ ἄκων
“ମୁଁ ଏହା କରୁଛି” ଶବ୍ଦଗୁଡ଼ିକୁ ପୁର୍ବ ବାକ୍ୟାଂଶରୁ ବୁଝିହେବ । ବିକଳ୍ପ ଅନୁବାଦ: “ଯଦି ମୁଁ ଏହାକୁ ଅନିଚ୍ଛାରେ କରୁଛି” ବା “କିନ୍ତୁ ଯଦି ମୁଁ ଏହା କରିବାକୁ ଇଚ୍ଛା କରୁନଥିବା ସତ୍ବେ କରୁଛି” ବା “କିନ୍ତୁ ମୁଁ ଏହା କରୁଛି ଯଦିଓ ମୁଁ ଏହା କରିବାକୁ ଇଛା କରେ ନାହିଁ” ବା “ମୁଁ ଏହା କରୁଛି କାରଣ ଏହା କରିବାକୁ ମୋତେ ବାଧ୍ୟ କରାଯାଇଥିଲା” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
οἰκονομίαν πεπίστευμαι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୋତେ ଏହି କର୍ମ କରିବାକୁ ହେବ ଯେହେତୁ ମୁଁ ଏହାକୁ ସଂପୂର୍ଣ୍ଣ କରିବି ବୋଲି ଇଶ୍ଵର ମୋ ଉପରେ ଭରସା କରିଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 9:18
τίς οὖν μού ἐστιν ὁ μισθός?
ପାଉଲ ସେମାନଙ୍କୁ ନୂଆ ସୂଚନା ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ଯାହା ସେ ସେମାନଙ୍କୁ ଦେବାପାଇଁ ଯାଉଛନ୍ତି । ବିକଳ୍ପ ଅନୁବାଦ: “ଏହା ମୋର ପୁରସ୍କାର ଅଟେ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἵνα εὐαγγελιζόμενος ἀδάπανον, θήσω τὸ εὐαγγέλιον
ପ୍ରଚାର କରିବାରେ ମୋର ପୁରସ୍କାର ଏହା ଅଟେ ଯେ ମୁଁ ବେତନ ଗ୍ରହଣ ନ କରି ମଧ୍ୟ ପ୍ରଚାର କରି ପାରେ
θήσω τὸ εὐαγγέλιον
ସୁସମାଚାର ପ୍ରଚାର କର
εἰς τὸ μὴ καταχρήσασθαι τῇ ἐξουσίᾳ μου ἐν τῷ εὐαγγελίῳ
ମୁଁ ବୁଲି ବୁଲି ପ୍ରଚାର କରୁଅଛି ବୋଲି ଲୋକମାନଙ୍କଠାରୁ ସାହାଯ୍ୟ ମାଗିବି ନାହିଁ
1 Corinthians 9:19
ἐλεύθερος…ὢν ἐκ πάντων
ଏଠାରେ 'ସମସ୍ତଙ୍କଠାରୁ ମୁକ୍ତ' ଏକ ରୂଢି ଅଟେ ଯାହାର ଅର୍ଥ ଜଣେ ଅନ୍ୟମାନଙ୍କ ପାଇଁ କ’ଣ କରିବାକୁ ହେବ ତାହା ଚିନ୍ତା ନ କରି ଜୀବନ ଯାପନ କରିବାକୁ ସକ୍ଷମ ହେବାକୁ ବୁଝାଏ । ବିକଳ୍ପ ଅନୁବାଦ: “ମୁଁ ଅନ୍ୟମାନଙ୍କ ସେବା ନ କରି ଜୀବନ ଯାପନ କରିବାକୁ ସକ୍ଷମ” (ଦେଖ:ଉପମା/ରୂପକ)
τοὺς πλείονας κερδήσω
ବିଶ୍ବାସ କରିବା ନିମନ୍ତେ ଅନ୍ୟମାନଙ୍କୁ ସହମତ କରାଇବା ବା “ଖ୍ରୀଷ୍ଟଙ୍କଠାରେ ଭରସା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା”
1 Corinthians 9:20
ἐγενόμην…ὡς Ἰουδαῖος
ମୁଁ ଜଣେ ଯିହୁଦୀ ପରି ଆଚରଣ କଲି ବା “ମୁଁ ଯିହୁଦୀମାନଙ୍କ ପ୍ରଥାକୁ ପାଳନ କଲି”
ὡς ὑπὸ νόμον
ମୁଁ ଯିହୁଦୀ ନେତାମାନଙ୍କର ଆଜ୍ଞାକୁ ପାଳନ କରିବା ବ୍ୟକ୍ତି ପରି ହେଲି, ଯିହୁଦୀ ଧର୍ମଶାସ୍ତ୍ର ବିଷୟରେ ସେମାନେ ଯାହା ବୁଝିଥିଲେ ମୁଁ ତାହା ଗ୍ରହଣ କରିଛି
1 Corinthians 9:21
ἀνόμοις
ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ମାନନ୍ତି ନାହିଁ
1 Corinthians 9:24
ପାଉଲ ସ୍ପଷ୍ଟ ରୂପରେ କହନ୍ତି ଯେ ସେ ନିଜକୁ ଶୃଙ୍ଖଳିତ କରିବା ପାଇଁ ଖ୍ରୀଷ୍ଟଙ୍କଠାରେ ଥିବା ତାଙ୍କର ସ୍ବତନ୍ତ୍ରତାକୁ ବ୍ୟବହାର କରନ୍ତି ।
οὐκ οἴδατε, ὅτι οἱ ἐν σταδίῳ τρέχοντες, πάντες μὲν τρέχουσιν, εἷς δὲ λαμβάνει τὸ βραβεῖον?
ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦିଏ ଯେ ଯଦିଓ ସମସ୍ତେ ଦୌଡ ପ୍ରତିଯୋଗିତାରେ ଦୌଡିଥାଆନ୍ତି, କେବଳ ଜଣେ ପ୍ରତିଯୋଗୀ ପୁରସ୍କାର ଲାଭ କରିଥାଏ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τρέχουσιν
ପାଉଲ ଖ୍ରୀଷ୍ଟିୟ ଜୀବନ ଶୈଳିକୁ ଓ ଇଶ୍ବରଙ୍କ ନିମନ୍ତେ କରାଯାଉଥିବା କାର୍ଯ୍ୟକୁ ଗୋଟିଏ ଦୌଡ ପ୍ରତିଯୋଗିତା ସହିତ ଓ ଜଣେ ଖେଳାଳୀ ହେବା ସହିତ ତୁଳନା କରୁଛନ୍ତି । ଯେପରି ଦୌଡ ପ୍ରତିଯୋଗିତାରେ ହୋଇଥାଏ ସେହିପରି ଖ୍ରୀଷ୍ଟିୟାନ ଜୀବନ ଓ କାର୍ଯ୍ୟ ନିମନ୍ତେ ମଧ୍ୟ ଦୌଡାଳୀ ସକାଶେ ଦୃଢ ଶୃଙ୍ଖଳା ଆବଶ୍ୟକ, ଏବଂ ଏକ ଦୌଡ ପ୍ରତିଯୋଗିତା ପରି ଜଣେ ଖ୍ରୀଷ୍ଟିୟାନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଦରକାର । (ଦେଖ:ଉପମା/ରୂପକ)
οὕτως τρέχετε, ἵνα καταλάβητε
ଇଶ୍ବର ତାଙ୍କର ବିଶ୍ବାସଯୋଗ୍ୟ ଲୋକମାନଙ୍କୁ ଯେଉଁ ପୁରସ୍କାର ଦେବେ ପାଉଲ ସେବିଷୟରେ କହୁଛନ୍ତି ସତେ ଯେମିତି ତାହା ପ୍ରତିଯୋଗିତାରେ ଜଣେ ଖେଳାଳୀକୁ ଦିଆଯାଉଥିବା ପୁରସ୍କାର ଅଟେ । (ଦେଖ:ଉପମା/ରୂପକ)
1 Corinthians 9:25
φθαρτὸν στέφανον…ἄφθαρτον
ଏକ ମୁକୁଟ ହେଉଛି ଏକତ୍ର ମୋଡାଯାଇଥିବା ପତ୍ରଗୁଡିକର ସମଷ୍ଟି । କ୍ରୀଡା ଓ ଦୌଡ ପ୍ରତିଯୋଗିତାରେ ବିଜଯୀ ହୋଇଥିବା ଖେଳାଳୀମାନଙ୍କୁ ମୁକୁଟ ପୁରସ୍କାର ଭାବେ ଦିଆଯାଇଥାଏ । ପାଉଲ ଅନନ୍ତ ଜୀବନ ବିଷୟରେ କହନ୍ତି ଯେ ସତେ ଯେମିତି ତାହା ଏକ ଅକ୍ଷୟ ମୁକୁଟ ଯାହା କେବେ ଶୁଖିବ ନାହିଁ । (ଦେଖ:ଉପମା/ରୂପକ)
1 Corinthians 9:26
ἐγὼ…οὕτως τρέχω, ὡς οὐκ ἀδήλως; οὕτως πυκτεύω, ὡς οὐκ ἀέρα δέρων
ଏଠାରେ “ଦୌଡ ପ୍ରତିଯୋଗିତା” ଏବଂ “ମୁଷ୍ଟି ଯୁଦ୍ଧ” ଉଭୟ ଖ୍ରୀଷ୍ଟିୟ ଜୀବନ ଏବଂ ଇଶ୍ବରଙ୍କ ସେବା କରିବାର ରୂପକ ଅଟେ । ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: “ମୁଁ ଭଲ ଭାବରେ ଜାଣିଛି ଯେ ମୁଁ କାହିଁକି ଦୌଡୁଅଛି, ଏବଂ ମୁଷ୍ଟିଯୁଦ୍ଧ କରିବା ବେଳେ ମୁଁ ଜାଣେ ଯେ ମୁଁ କ’ଣ କରୁଅଛି” (ଦେଖ:ଉପମା/ରୂପକ ଏବଂ ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 9:27
μή…αὐτὸς ἀδόκιμος γένωμαι
ଏହି ନିଷ୍କ୍ରିୟ ବାକ୍ୟକୁ ସକ୍ରିୟ ବାକ୍ୟରେ କୁହାଯାଇ ପାରିବ । ଦୌଡ ବା କୌଣସି ଏକ ପ୍ରତିଯୋଗିତାର ବିଚାରପତି ସକାଶେ ଇଶ୍ବର ଏକ ରୂପକ ଅଟନ୍ତି । ବିକଳ୍ପ ଅନୁବାଦ: “ବିଚାରପତି ମୋତେ ଅଯୋଗ୍ୟ କରିବେ ନାହିଁ” ବା “ଇଶ୍ବର ମୋତେ ଏହା କହିବେ ନାହିଁ ଯେ ମୁଁ ନିୟମ ପାଳନ କରିବାରେ ବିଫଳ ହୋଇଛି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଏବଂ ଉପମା/ରୂପକ)
1 Corinthians 10
୧କରିନ୍ଥୀୟ ୧୦ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପ ରେଖା
ଅଧ୍ୟାୟ ୮-୧୦ରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି: “ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ଖାଇବା କଣ ଗ୍ରହଣଯୋଗ୍ୟ?”
ଏହି ଅଧ୍ୟାୟରେ, ପାପ ନ କରିବାକୁ ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ପାଉଲ ଯାତ୍ରା ପୁସ୍ତକକୁ ବ୍ୟବହାର କରିଛନ୍ତି । ତା’ପରେ ସେ ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ବିଷୟରେ ଆଲୋଚନା କରୁଛନ୍ତି । ସେ ପ୍ରଭୁଭୋଜକୁ ଏକ ଉଦାହରଣ ଭାବରେ ବ୍ୟବହାର କରୁଛନ୍ତି । (ଦେଖ:ପାପ, ପାପପୂର୍ଣ୍ଣ, ପାପୀ, ପାପ)
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ଯାତ୍ରା ପୁସ୍ତକ
ଇସ୍ରାଏଲ ଲୋକମାନେ ମିସର ଦେଶରୁ ବାହାରି ପ୍ରାନ୍ତରରେ ଭ୍ରମଣ କରିବାର ଘଟଣାକୁ ବିଶ୍ବାସୀମାନଙ୍କ ପାଇଁ ଏକ ଚେତାବନୀ ସ୍ବରୂପ ବୋଲି ପାଉଲ କହୁଛନ୍ତି । ଯଦିଓ ଇସ୍ରାଏଲୀୟମାନେ ସମସ୍ତେ ମୋଶାଙ୍କର ଅନୁଗମନ କରୁଥିଲେ, ତଥାପି ସେମାନେ ସମସ୍ତେ ପଥରେ ହିଁ ମରିଗଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପ୍ରତିଜ୍ଞାତ ଦେଶରେ ପହଞ୍ଚି ପାରିଲେ ନାହିଁ । କିଛି ଲୋକ ମୂର୍ତ୍ତିପୂଜା କଲେ, କିଛି ଲୋକ ଇଶ୍ବରଙ୍କୁ ପରୀକ୍ଷା କଲେ, ଏବଂ କିଛି ଲୋକ ବିଦ୍ରୋହ ଆଚରଣ କଲେ । ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପାପ ନ କରିବା ପାଇଁ ଚେତାବନୀ ଦେଉଛନ୍ତି । ଆମ୍ଭେମାନେ ପ୍ରଲୋଭନକୁ ପ୍ରତିରୋଧ କରି ପାରିବା କାରଣ ଇଶ୍ବର ତହିଁରୁ ପଳାୟନ କରିବା ପାଇଁ ପଥ ଦେଖାନ୍ତି । (ଦେଖ:ପ୍ରତିଜ୍ଞାତ ଦେଶ)
ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ଖାଇବା
ପାଉଲ ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ ବିଷୟେରେ ଆଲୋଚନା କରୁଛନ୍ତି । ଖ୍ରୀଷ୍ଟିୟାମାନେ ଏହା ଖାଇ ପାରନ୍ତି, କିନ୍ତୁ ଏହା ଅନ୍ୟମାନଙ୍କୁ ଆଘାତ ଦେଇପାରେ । ତେଣୁ ମାଂସ କିଣିବା ସମୟରେ ବା ସାଥିମାନଙ୍କ ସହିତ ଖାଇବା ସମୟରେ, ଏହା ପଚାର ନାହିଁ ଯେ ଏହା ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ କି ନୁହେଁ । କିନ୍ତୁ ଯଦି କେହି ତୁମ୍ଭମାନଙ୍କୁ କହେ ଯେ ଏହା ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ମାଂସ, ତେବେ ସେହି ବ୍ୟକ୍ତି ହେତୁ ତାହା ଖାଅ ନାହି । କାହାରିକୁ ଅପମାନ ଦିଅ ନାହି । ବରଂ ସେମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କର । (ଦେଖ:ରକ୍ଷା କରିବା, ଉଦ୍ଧାର କଲେ, ନିରାପଦ, ପରିତ୍ରାଣ)
ଅଳଙ୍କାରିକ ପ୍ରଶ୍ନଗୁଡିକ
ଏହି ଅଧ୍ୟାୟରେ ପାଉଲ ଅନେକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଛନ୍ତି । କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ସମୟରେ କେତେକ ମହତ୍ବପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ବ ଦେବା ପାଇଁ ସେ ସେଗୁଡିକୁ ବ୍ୟବହାର କରିଛନ୍ତି । (ଦେଖ: : https://git.door43.org/Door43-Catalog/or_ta/src/branch/master/translate//01.md figs-rquestion)
1 Corinthians 10:1
ପାଉଲ ସେମାନଙ୍କ ପ୍ରାଚୀନ କାଳର ଯିହୁଦୀ ପିତୃପୁରୁଷ ମାନଙ୍କର ଅନୈତିକତା ଏବଂ ମୂର୍ତ୍ତିପୂଜାର ଅନୁଭବଗୁଡିକୁ ଉଦାହରଣ ସ୍ବରୂପେ ସ୍ମରଣ କରାଇ ଦେଉଛନ୍ତି ।
οἱ πατέρες ἡμῶν
ଯାତ୍ରା ପୁସ୍ତକରେ ମୋଶାଙ୍କର ସେହି ସମୟକୁ ସୂଚିତ କରି ପାଉଲ କହୁଛନ୍ତି ଯେଉଁ ସମୟରେ ମିସ୍ରିୟ ସୈନିକମାନେ ଇସ୍ରାଏଲ ଲୋକମାନଙ୍କର ପଛରେ ଗୋଡାଉଥିବା ହେତୁ ସେମାନେ ସୂଫସାଗର ମଧ୍ୟ ଦେଇ ପଳାୟନ କରୁଥିଲେ । “ଆମ୍ଭମାନଙ୍କର” ଶବ୍ଦଟି ନିଜକୁ ଏବଂ କରିନ୍ଥୀୟମାନଙ୍କୁ ସୂଚିତ କରେ ଯାହା ଉଭୟଙ୍କୁ ଅନ୍ତର୍ଭୁକ୍ତ କରେ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
διὰ τῆς θαλάσσης διῆλθον
ଏହି ସମୁଦ୍ର ଦୁଇଟି ନାମରେ ପ୍ରସିଦ୍ଧ ଅଟେ, ଲାଲ ସମୁଦ୍ର ଓ ସୂଫସାଗର
διὰ…διῆλθον
ତହିଁ ମଧ୍ୟ ଦେଇ ଚାଲିଲେ ବା “ତହିଁ ମଧ୍ୟ ଦେଇ ଯାତ୍ରା କଲେ”
1 Corinthians 10:2
πάντες εἰς τὸν Μωϋσῆν ἐβαπτίσαντο
ସମସ୍ତେ ଅନୁସରଣ କଲେ ଏବଂ ମୋଶାଙ୍କ ନିକଟରେ ସମର୍ପିତ ଥିଲେ
ἐν τῇ νεφέλῃ
ସେହି ମେଘମାଳାରେ ବାକ୍ୟଟି ପରମେଶ୍ବରଙ୍କ ଉପସ୍ଥିତିକୁ ଏବଂ ଇସ୍ରାଏଲୀୟମାନଙ୍କୁ ଦିନବେଳେ କଢାଇ ନେବା ବିଷୟକୁ ଦର୍ଶାଏ
1 Corinthians 10:4
τὸ αὐτὸ πνευματικὸν ἔπιον πόμα…πνευματικῆς…πέτρας
ସେହି ଜଳ ପାନ କଲେ ଯାହା ପରମେଶ୍ବର ଅଲୌକିକ ଭାବରେ ପଥରରୁ ବାହାର କରିଥିଲେ ... ଅଲୌକିକ ପଥର
ἡ…πέτρα ἦν ὁ Χριστός
ସେହି “ପଥର” ଏକ ଆକ୍ଷରିକ ଭୌତିକ ପଥର ଥିଲା, ସେଥିପାଇଁ ଏହାକୁ ଆକ୍ଷରିକଭାବେ ଅନୁବାଦ କରିବା ସବୁଠୁ ଉତ୍ତମ ହେବ । ଯଦି ତୁମ୍ଭମାନଙ୍କ ଭାଷାରେ ଗୋଟିଏ ପଥର “ଜଣେ ବ୍ୟକ୍ତିଙ୍କର ନାମ” ନୁହେଁ, ତେବେ “ପଥର” ଶବ୍ଦଟିକୁ ଖ୍ରୀଷ୍ଟଙ୍କ ଶକ୍ତିର ଲକ୍ଷଣ ସୂଚକ ଶବ୍ଦଭାବେ ବ୍ୟବହାର କରନ୍ତୁ ଯାହା ପଥର ଦ୍ବାରା ସାଧିତ ହୋଇଥାଏ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ସେହି ପଥର ମାଧ୍ୟମରେ କାର୍ଯ୍ୟ କଲେ” (ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 10:5
οὐκ…ηὐδόκησεν
ଅସନ୍ତୁଷ୍ଟ ବା “କୃଦ୍ଧ”
τοῖς πλείοσιν αὐτῶν
ସେହି ଇସ୍ରାଏଲୀୟ ପିତୃପୁରୁଷମାନେ
κατεστρώθησαν
ପରମେଶ୍ବର ସେମାନଙ୍କର ମୃତ ଶରୀରକୁ ଛିନ୍ନ ଭିନ୍ନ କରିଦେଲେ ବା “ପରମେଶ୍ବର ସେମାନଙ୍କୁ ସଂହାର କଲେ ଏବଂ ସେମାନଙ୍କ ଶରୀରକୁ ଛିନ୍ନ ଭିନ୍ନ କରିଦେଲେ”
ἐν τῇ ἐρήμῳ
ମିସର ଓ ଇସ୍ରାଏଲ ମଧ୍ୟରେ ଥିବା ମରୁଭୂମି ଯହିଁ ମଧ୍ୟ ଦେଇ ଇସ୍ରାଏଲୀୟମାନେ ୪୦ ବର୍ଷ ପର୍ଯ୍ୟନ୍ତ ଭ୍ରମଣ କରିଥିଲେ
1 Corinthians 10:7
εἰδωλολάτραι
ଯେଉଁ ଲୋକମାନେ ମୁର୍ତ୍ତିପୂଜା କରୁଥିଲେ
ἐκάθισεν…φαγεῖν καὶ πεῖν
ଖାଦ୍ୟ ଖାଇବାକୁ ବସିଲେ
παίζειν
ପାଉଲ ଯିହୁଦୀମାନଙ୍କ ଶାସ୍ତ୍ରରୁ ଉଦ୍ଧୃତ କରୁଛନ୍ତି । ତାଙ୍କର ପାଠକମାନେ ଏହି ଗୋଟିଏ ଶବ୍ଦ ଦ୍ବାରା ବୁଝି ପାରିଥିବେ ଯେ ଲୋକମାନେ ଗୀତ ଗାଇ ଓ ନୃତ୍ୟକରି ଏବଂ ଯୌନକ୍ରୀଡାରେ ଆସକ୍ତ ହୋଇ ମୂର୍ତ୍ତିପୂଜା କରୁଥିଲେ, ସେମାନେ କେବଳ ସାଧାରଣ ଆନନ୍ଦର ମଜା ନେଉ ନ ଥିଲେ । (ଦେଖ:ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
1 Corinthians 10:8
ἔπεσαν μιᾷ ἡμέρᾳ εἴκοσι τρεῖς χιλιάδες
ପରମେଶ୍ବର ଗୋଟିଏ ଦିନରେ ୨୩,୦୦୦ ଲୋକମାନଙ୍କୁ ସଂହାର କରିଥିଲେ
କାରଣ ସେମାନେ ସେହି ବିଧି ବିରୁଦ୍ଧ ଯୌନ କାର୍ଯ୍ୟଗୁଡିକ କରିଥିଲେ
1 Corinthians 10:9
ὑπὸ τῶν ὄφεων ἀπώλλυντο
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଏହାର ଫଳ ସ୍ବରୂପ, ସର୍ପଗୁଡିକ ସେମାନଙ୍କୁ ବିନାଶ କଲେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 10:10
γογγύζετε
ଅସନ୍ତୋଷ ପ୍ରକାଶ କରିବା
ἀπώλοντο ὑπὸ τοῦ ὀλοθρευτοῦ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଏହାର ଫଳ ସ୍ବରୂପେ, ମୃତ୍ୟୁଦୂତ ସେମାନଙ୍କୁ ବିନାଶ କଲା” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 10:11
ταῦτα…συνέβαινεν ἐκείνοις
ପରମେଶ୍ବର ଆମ୍ଭମାଙ୍କର ପୂର୍ବପୁରୁଷମାନଙ୍କୁ ଦଣ୍ଡ ଦେଲେ
τυπικῶς
ଏଠାରେ “ଆମ୍ଭମାନଙ୍କୁ” ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
τὰ τέλη τῶν αἰώνων
ଶେଷ ଦିନରେ
1 Corinthians 10:12
μὴ πέσῃ
ପାପ କରେ ନାହିଁ ଓ ଇଶ୍ବରଙ୍କୁ ଅସ୍ବୀକାର କରେ ନାହିଁ
1 Corinthians 10:13
πειρασμὸς ὑμᾶς οὐκ εἴληφεν, εἰ μὴ ἀνθρώπινος
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରଲୋଭନ ତୁମ୍ଭମାନଙ୍କୁ ଆକର୍ଷିତ କରିଥାଏ ସେହି ପ୍ରଲୋଭନ ସବୁ ଲୋକମାନେ ଅନୁଭବ କରିଥାନ୍ତି” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
ὃς οὐκ ἐάσει ὑμᾶς πειρασθῆναι ὑπὲρ ὃ δύνασθε
ସେ ତୁମ୍ଭମାନଙ୍କୁ କେବଳ ସେହି ପ୍ରକାର ପରୀକ୍ଷାରେ ପଡିବାକୁ ଦେବେ ଯାହାକୁ ପ୍ରତିରୋଧ କରିବା ପାଇଁ ତୁମ୍ଭେମାନେ ସକ୍ଷମ ଅଟ
οὐκ ἐάσει ὑμᾶς πειρασθῆναι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ପ୍ରଲୋଭିତ କରିବା ପାଇଁ କାହାକୁ ହେଲେ ଅନୁମତି ଦେବେ ନାହିଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 10:14
ପ୍ରଭୁଭୋଜ, ଯାହା ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତର ନିଦର୍ଶନ ଅଟେ, ପାଉଲ ସେ ବିଷୟରେ କହୁଛନ୍ତି ପୁଣି ପବିତ୍ର ରହିବା ପାଇଁ ଓ ବ୍ୟଭିଚାର ତଥା ଅନୈତିକତାଠାରୁ ଦୂରରେ ରହିବା ପାଇଁ ସେମାନଙ୍କୁ ସ୍ମରଣ କରାଉଛନ୍ତି ।
φεύγετε ἀπὸ τῆς εἰδωλολατρίας
ପାଉଲ ମୂର୍ତ୍ତିପୂଜା କରିବା ବିଷୟରେ କହନ୍ତି ସତେ ଯେମିତି ଏହା ଏକ ବିପଦପୂର୍ଣ୍ଣ ଭୌତିକ ପଶୁ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୂର୍ତ୍ତିପୂଜାଠାରୁ ଦୂରରେ ରହିବା ପାଇଁ ସବୁ ପ୍ରକାରେ ଚେଷ୍ଟାକର ” (ଦେଖ:ଉପମା/ରୂପକ)
1 Corinthians 10:16
τὸ ποτήριον τῆς εὐλογίας
ପାଉଲ ଇଶ୍ବରଙ୍କ ଆଶୀର୍ବାଦ ବିଷୟରେ କହନ୍ତି ସତେ ଯେମିତି ଏହା ପ୍ରଭୁଭୋଜ ବିଧିରେ ବ୍ୟବହୃତ ହେଉଥିବା ପାତ୍ରର ଦ୍ରାକ୍ଷାରସ ପରି । (ଦେଖ:ଉପମା/ରୂପକ)
ὃ εὐλογοῦμεν
ଏଥିପାଇଁ ଆମ୍ଭେମାନେ ଇଶ୍ବରଙ୍କୁ ଧନ୍ୟବାଦ ଦେଉଛୁ
οὐχὶ κοινωνία ἐστὶν τοῦ αἵματος τοῦ Χριστοῦ?
ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି, ଯେ ସେହି ପାତ୍ରର ଦ୍ରାକ୍ଷାରସ ଯହିଁରୁ ଆମ୍ଭେମାନେ ପାନ କରିଥାଉ ତାହା ଖ୍ରୀଷ୍ଟଙ୍କ ରକ୍ତରେ ଆମ୍ଭମାନଙ୍କର ଅଂଶୀ ହେବା ବିଷୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶୀ ଅଟୁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τὸν ἄρτον ὃν κλῶμεν, οὐχὶ κοινωνία τοῦ σώματος τοῦ Χριστοῦ ἐστιν?
ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦିଅନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି। ବିକଳ୍ପ ଅନୁବାଦ: “ଆମ୍ଭେମାନେ ରୋଟୀ ଗ୍ରହଣ କରିବା ସମୟରେ ଖ୍ରୀଷ୍ଟଙ୍କ ଶରୀରରେ ସହଭାଗୀ ହୋଇଥାଉ । "" (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
κοινωνία
ଅଂଶ ଗ୍ରହଣ କରିବା ବା “ଅନ୍ୟମାନଙ୍କ ସହିତ ସମାନ ଭାବରେ ସହଭାଗୀ ହେବା”
1 Corinthians 10:17
ἄρτος
ସେକାଯାଇଥିବା ଏକ ରୋଟୀକୁ ଖାଇବା ପୂର୍ବରୁ ଛୋଟ ଛୋଟ ଖଣ୍ଡ କରି ଭାଙ୍ଗି ଦିଆଯାଏ
1 Corinthians 10:18
οὐχὶ οἱ ἐσθίοντες τὰς θυσίας, κοινωνοὶ τοῦ θυσιαστηρίου εἰσίν
ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି ଯେପରିକି ସେ ସେମାନଙ୍କୁ ନୂତନ ସୂଚନା ଦେଇପାରିବେ । ବିକଳ୍ପ ଅନୁବାଦ: “ ଯେଉଁମାନେ ବଳିଦାନ ଭୋଜନ କରନ୍ତି ସେମାନେ ବେଦୀର ଆଶୀର୍ବାଦ ଓ କ୍ରିୟାକଳାପରେ ଅଂଶୀ ହୁଅନ୍ତି” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 10:19
τί οὖν φημι?
ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି ଯେପରିକି ସେ ସେମାନଙ୍କୁ ନୂତନ ସୂଚନା ଦେଇପାରିବେ I ବିକଳ୍ପ ଅନୁବାଦ: “ମୁଁ ଯାହା କହୁଛି, ତାହାର ସମୀକ୍ଷା କରେ” ବା “ମୋର କହିବାର ଅର୍ଥ ଏହା ଅଟେ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἢ ὅτι εἴδωλόν τὶ ἐστιν?
ପାଉଲ ଛାହୁଁଛନ୍ତି ଯେ କରିନ୍ଥୀୟମାନେ ତାଙ୍କ ମନରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ ଯେପରିକି ତାଙ୍କୁ ଆଉ ସେମାନଙ୍କୁ କହିବାକୁ ପଡିବ ନାହିଁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିଛ ଯେ ଗୋଟିଏ ମୂର୍ତ୍ତି ବାସ୍ତବ ଅଟେ ବୋଲି ମୁଁ କହୁନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ ଶବ୍ଦର ବିଲୋପ ବା ଉହ୍ୟତା)
ὅτι εἰδωλόθυτόν τὶ ἐστιν
ପାଉଲ ଛାହୁଁଛନ୍ତି ଯେ କରିନ୍ଥୀୟମାନେ ତାଙ୍କ ମନରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ ଯେପରିକି ତାଙ୍କୁ ଆଉ ସେମାନଙ୍କୁ କହିବାକୁ ପଡିବ ନାହିଁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିଛ ଯେ ମୁଁ ଏହା କହୁନାହିଁ ଯେ ମୂର୍ତ୍ତି ନିକଟରେ ଉତ୍ସର୍ଗୀକୃତ ଖାଦ୍ୟ ମହତ୍ବପୂର୍ଣ୍ଣ ନୁହେଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ ଶବ୍ଦର ବିଲୋପ ବା ଉହ୍ୟତା)
1 Corinthians 10:21
οὐ δύνασθε ποτήριον Κυρίου πίνειν, καὶ ποτήριον δαιμονίων
ଯେଉଁ ବ୍ୟକ୍ତି ଭୂତମାନଙ୍କ ସହିତ ସମାନ ପାତ୍ରରୁ ପାନ କରେ ସେ ଯେ ଭୂତମାନଙ୍କର ବନ୍ଧୁ ଅଟେ ଏହା ପ୍ରମାଣିତ ହୁଏ ବୋଲି ପାଉଲ କହୁଛନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ଭୂତ ଉଭୟଙ୍କର ବାସ୍ତବ ବନ୍ଧୁ ହେବା ତୁମ୍ଭମାନଙ୍କ ନିମନ୍ତେ ଅସମ୍ଭବ ଅଟେ” (ଦେଖ:ଲାକ୍ଷଣିକ ଶବ୍ଦ)
οὐ δύνασθε τραπέζης Κυρίου μετέχειν, καὶ τραπέζης δαιμονίων
“ପ୍ରଭୁଙ୍କର ଲୋକମାନଙ୍କ ସହିତ ଏବଂ ଭୂତମାନଙ୍କ ସହିତ ଉଭୟଙ୍କର ସହିତ ବାସ୍ତବରେ ଏକ ହେବା ତୁମ୍ଭମାନଙ୍କ ନିମନ୍ତେ ଅସମ୍ଭବ ଅଟେ”
1 Corinthians 10:22
ἢ παραζηλοῦμεν τὸν Κύριον
ପାଉଲ ଛାହୁଁଛନ୍ତି ଯେ କରିନ୍ଥୀୟମାନେ ତାଙ୍କ ମନରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ନ କହିଲେ ମଧ୍ୟ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ପ୍ରଭୁଙ୍କୁ ବିରକ୍ତ କରିବା ଠିକ ନୁହେଁ ।”
παραζηλοῦμεν
କ୍ରୋଧ କରିବା ଏବଂ ବିରକ୍ତ କରିବା
μὴ ἰσχυρότεροι αὐτοῦ ἐσμεν?
ପାଉଲ ଛାହୁଁଛନ୍ତି ଯେ କରିନ୍ଥୀୟମାନେ ତାଙ୍କ ମନରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ନ କହିଲେ ମଧ୍ୟ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ଆମ୍ଭେମାନେ ଇଶ୍ବରଙ୍କଠାରୁ ବଳବାନ୍ ନୋହୁଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 10:23
ପାଉଲ ସେମାନଙ୍କୁ ସ୍ବତନ୍ତ୍ରତାର ବ୍ୟବସ୍ଥା ଏବଂ ଅନ୍ୟମାନଙ୍କର ଉପକାର ପାଇଁ ସବୁକିଛି କରିବାକୁ ପୁନର୍ବାର ସ୍ମରଣ କରାଇ ଦିଅନ୍ତି ।
πάντα ἔξεστιν
ସାମ୍ଭାବ୍ୟ ଅର୍ଥଗୁଡିକ ୧) କିଛି କରିନ୍ଥୀୟମାନେ ଯାହା ଭାବୁଥାଇ ପାରନ୍ତି ପାଉଲ ତହିଁର ଉତ୍ତର ଦେଉଛନ୍ତି, “କେତେଲୋକ କହୁଛନ୍ତି, ‘ମୁଁ ସମସ୍ତ ବିଷୟ କରି ପାରିବି”’ ବା ୨)ପାଉଲ ବାସ୍ତବରେ କହୁଛନ୍ତି ଯେ ସେ ଯାହା ଭାବୁଛନ୍ତି ତାହା ସତ୍ୟ ଅଟେ, “ଇଶ୍ବର ମୋତେ ସମସ୍ତ ବିଷୟ କରିବା ପାଇଁ ଅନୁମତି ଦିଅନ୍ତି । “ଏହାର ଅନୁବାଦ ୧କରିନ୍ଥୀୟ ୬:୧୨ ରେ ଯେପରି କରାଯାଇଛି ସେପରି କରାଯିବା ଉଚିତ୍ ।
οὐ πάντα συμφέρει
କିଛି ଜିନିଷ ଉପକାରୀ ନୁହେଁ
οὐ πάντα οἰκοδομεῖ
ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ବିଶ୍ବାସରେ ସେମାନଙ୍କୁ ପରିପକ୍ବ ଏବଂ ଦୃଢ଼ ହେବାରେ ସାହାଯ୍ୟ କରିବା । ୧କରିନ୍ଥୀୟ ୮:୧ ରେ “ନିର୍ମାଣ କରିବା” ର ଅନୁବାଦ ତୁମେ କିପରି କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ସବୁକିଛି ଲୋକମାନଙ୍କୁ ଦୃଢ କରେନାହିଁ “ ବା “କିଛି ବିଷୟ ଲୋକମାନଙ୍କୁ ଦୃଢ କରେ ନାହିଁ” (ଦେଖ:ଉପମା/ରୂପକ)
1 Corinthians 10:27
ὑμῖν…μηδὲν ἀνακρίνοντες διὰ τὴν συνείδησιν
ତୁମ୍ଭେମାନେ । ଇଶ୍ବର ଚାହାଁନ୍ତି ଯେ ତୁମ୍ଭେମାନେ ସ୍ପଷ୍ଟ ବିବେକର ସହିତ ଭୋଜନ କର
1 Corinthians 10:28
ἐὰν δέ τις ὑμῖν εἴπῃ…μὴ ἐσθίετε…τὸν μηνύσαντα
କିଛି ଅନୁବାଦଗୁଡିକରେ “ତୁମ୍ଭମାନଙ୍କର ନୁହେଁ” ପଦାଂଶକୁ ପରବର୍ତ୍ତୀ ପଦରେ ଯୋଗ କରି ବନ୍ଧନୀ ମଧ୍ୟରେ ରଖାଯାଇଛି କାରଣ ୧)”ତୁମ୍ଭର” ଏବଂ “ଖାଇବା” ଏଠାରେ ଏକବଚନ ଅଟେ, କିନ୍ତୁ ପାଉଲ ଏହି ବାକ୍ୟର ଠିକ୍ ପୂର୍ବରୁ ଓ ପରେ ଏହାକୁ ବହୁବଚନ ଭାବରେ ବ୍ୟବହାର କରିଛନ୍ତି ଏବଂ ୨) ""ମୋହର ସ୍ବାଧୀନତା କାହିଁକି ଅନ୍ୟର ବିବେକ ଦ୍ବାରା ବିଚାରିତ ହୁଏ ?” ଏହି ପଦାଂଶଟି ପରବର୍ତ୍ତୀ ପଦାଂଶ ""ବିବେକଜନିତ କୌଣସି ପ୍ରଶ୍ନ ନ କରି ତୁମ୍ଭ ସମ୍ମୁଖରେ ଯାହା ରଖାଯାଉଛି ତାହା ଭୋଜନ କର"" ସହିତ ସମ୍ପୃକ୍ତ (୧ କରିନ୍ଥୀୟ ୧୦:୨୭) “ଅନ୍ୟ ବ୍ୟକ୍ତିର ବିବେକ"" ପରିବର୍ତ୍ତେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ὑμῖν εἴπῃ…μὴ ἐσθίετε…τὸν μηνύσαντα
ପାଉଲ କରିନ୍ଥୀୟମାନଙ୍କ ସହିତ ଏପରି ଭାବେ କଥାବାର୍ତ୍ତା କରୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏଠାରେ “ତୁମ୍ଭେମାନେ” ଶବ୍ଦ ଏବଂ ଆଦେଶବାଚକ “ଭୋଜନ କର ନାହିଁ” ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
1 Corinthians 10:29
συνείδησιν δὲ λέγω, οὐχὶ τὴν ἑαυτοῦ
କେତେକ ଅନୁବାଦଗୁଡିକରେ ଏହି ଶବ୍ଦଗୁଡ଼ିକୁ ଏହାର ପୂର୍ବପଦର ଶବ୍ଦଗୁଡିକ ସହିତ ବନ୍ଧନୀ ମଧ୍ୟରେ ରଖାଯାଇଛି କାରଣ ୧) ଏଠାରେ “ତୁମ୍ଭମାନଙ୍କର” ଶବ୍ଦ ଏକବଚନ ଅଟେ, କିନ୍ତୁ ପାଉଲ ଏହି ବାକ୍ୟର ଠିକ୍ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ବାକ୍ୟରେ ବହୁବଚନ ବ୍ୟବହାର କରିଛନ୍ତି, ଏବଂ ୨) ""ମୋହର ସ୍ବାଧୀନତା କାହିଁକି ଅନ୍ୟର ବିବେକ ଦ୍ବାରା ବିଚାରିତ ହୁଏ ?” ଏହି ପଦାଂଶଟି ପରବର୍ତ୍ତୀ ପଦାଂଶ ""ବିବେକଜନିତ କୌଣସି ପ୍ରଶ୍ନ ନ କରି ତୁମ୍ଭ ସମ୍ମୁଖରେ ଯାହା ରଖାଯାଉଛି ତାହା ଭୋଜନ କର"" ସହିତ ସମ୍ପୃକ୍ତ (୧ କରିନ୍ଥୀୟ ୧୦:୨୭) “ଅନ୍ୟ ବ୍ୟକ୍ତିର ବିବେକ"" ପରିବର୍ତ୍ତେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
οὐχὶ τὴν ἑαυτοῦ
ପାଉଲ କରିନ୍ଥୀୟମାନଙ୍କ ସହିତ ଏପରି ଭାବେ କଥାବାର୍ତ୍ତା କରୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏଠାରେ “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ἵνα τί γὰρ…συνειδήσεως?
ଏହି ପ୍ରଶ୍ନ ଏବଂ ଏହା ସହିତ ପରବର୍ତ୍ତୀ ପଦରେ ଥିବା ପ୍ରଶ୍ନର ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ପାଇଁ” ଶବ୍ଦ ୧କରିନ୍ଥୀୟ୧୦:୨୭କୁ ପୁନର୍ବାର ସୂଚିତ କରେ । ବିକଳ୍ପ ଅନୁବାଦ: “ମୁଁ ବିବେକର ପ୍ରଶ୍ନ ପଚାରୁନାହିଁ, ତେଣୁ କାହିଁକି ... ବିବେକ ?” ବା ୨) କରିନ୍ଥୀୟମାନେ ଯାହା ଭାବୁଥିଲେ ପାଉଲ ତାହା ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଯେପରି ତୁମମାନଙ୍କ ମଧ୍ୟରୁ କେତେକ ଭାବୁଥାଇ ପାରନ୍ତି, କ’ଣ ପାଇଁ ... ବିବେକ ?”’
ἵνα τί…ἡ ἐλευθερία μου κρίνεται ὑπὸ ἄλλης συνειδήσεως?
ବକ୍ତା ଚାହେଁ ଯେ ଶୁଣିବା ଲୋକ ତାହାର ମନର ପ୍ରଶ୍ନର ଉତ୍ତର ନିଜେ ଦେଉ । ବିକଳ୍ପ ଅନୁବାଦ: “ମୁଁ ନ କହିଲେ ମଧ୍ୟ ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ମୁଁ ଭୁଲ୍ କରୁଛି ବୋଲି କହିବାକୁ କେହି ସକ୍ଷମ ନ ହେଉ କେବଳ ଏଥିପାଇଁ ଯେ ସେହି ବ୍ୟକ୍ତିର ଭଲ ଓ ମନ୍ଦ ବିଷୟରେ ଚିନ୍ତାଧାରା ମୋହର ଚିନ୍ତାଧାରାଠାରୁ ଭିନ୍ନ ଅଟେ”(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 10:30
εἰ ἐγὼ χάριτι μετέχω, τί βλασφημοῦμαι ὑπὲρ οὗ ἐγὼ εὐχαριστῶ?
ବକ୍ତା ଚାହେଁ ଯେ ଶୁଣିବା ଲୋକ ତାହାର ମନର ପ୍ରଶ୍ନର ଉତ୍ତର ନିଜେ ଦେଉ । ବିକଳ୍ପ ଅନୁବାଦ: “ମୁଁ କୃତଜ୍ଞତାର ସହିତ ଭୋଜନ କରିଥାଏ, ସେଥିପାଇଁ ତହିଁ ନିମନ୍ତେ କେହି ମତେ ଅପମାନିତ କରିବା ଉଚିତ୍ ନୁହେଁ ଯହିଁ ନିମନ୍ତେ ମୁଁ ଧନ୍ୟବାଦ ଦେଇଛି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
εἰ ἐγὼ…μετέχω
ଯାହା କେତେକ କରିନ୍ଥୀୟମାନେ ଚିନ୍ତା କରୁଥାଇ ପାରନ୍ତି ତାହା ଯଦି ପାଉଲ ଉଦ୍ଧୃତ କରୁ ନାହାନ୍ତି, “ମୁଁ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଧନ୍ୟବାଦର ସହ ମାଂସ ଖାଆନ୍ତି । “ଯଦି ଜଣେ ବ୍ୟକ୍ତି ଅଂଶ ଗ୍ରହଣ କରେ” ବା “ଯେତେବେଳେ ଜଣେ ବ୍ୟକ୍ତି ଭୋଜନ କରେ”
χάριτι
ଏବଂ ଏଥିପାଇଁ ଇଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ ବା “ଏବଂ ଯେଉଁ ବ୍ୟକ୍ତି ଏହା ମତେ ଦେଇଥିଲା ତାହାକୁ ଏଥି ନିମନ୍ତେ ଧନ୍ୟବାଦ ଦିଏ”
1 Corinthians 10:32
ἀπρόσκοποι καὶ Ἰουδαίοις γίνεσθε, καὶ Ἕλλησιν
ଯିହୁଦୀମାନଙ୍କୁ ବା ଗ୍ରୀକମାନଙ୍କୁ ଅପ୍ରସନ୍ନ କର ନାହିଁ ବା “ଯିହୁଦୀମାନଙ୍କୁ ଓ ଗ୍ରୀକମାନଙ୍କୁ କ୍ରୋଧିତ କରାଅ ନାହିଁ”
1 Corinthians 10:33
πάντα…ἀρέσκω
ସମସ୍ତଙ୍କୁ ଆନନ୍ଦିତ କର
μὴ ζητῶν τὸ ἐμαυτοῦ σύμφορον
ମୁଁ ଯାହା ନିଜ ନିମନ୍ତେ ଇଚ୍ଛାକରେ ତାହା ମୁଁ କରେ ନାହିଁ
τῶν πολλῶν
ଅଧିକରୁ ଅଧିକ ଲୋକ
1 Corinthians 11
୧କରିନ୍ଥୀୟ ୧୧ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପରେଖା
ଏହା ପତ୍ରର ଏକ ନୂତନ ଭାଗର ଆରମ୍ଭ (ଅଧ୍ୟାୟ ୧୧-୧୪) । ପାଉଲ ବର୍ତ୍ତମାନ ମଣ୍ଡଳୀରେ ଉପଯୁକ୍ତ ଉପାସନା ବିଷୟରେ କହୁଛନ୍ତି । ଏହି ଅଧ୍ୟାୟରେ, ସେ ଦୁଇଟି ଅଲଗା ଅଲଗା ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି: ମଣ୍ଡଳୀର ଉପାସନାରେ ମହିଳାମାନଙ୍କର ଅଂଶ ଗ୍ରହଣ ( ପଦ ୧-୧୬) ଏବଂ ପ୍ରଭୁଭୋଜ (ପଦ ୧୭-୩୪) I
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ମଣ୍ଡଳୀର ଉପାସନାରେ ଉପଯୁକ୍ତ ଆଚରଣ
ବିଶୃଙ୍ଖଳିତ ମହିଳାମାନେ
ଏଠାରେ ପାଉଲ ଦେଇଥିବା ଶିକ୍ଷାକୁ ନେଇ ବିଦ୍ବାନମାନଙ୍କ ମଧ୍ୟରେ ତର୍କ ହୋଇଥାଏ । ଏପରି କେତେକ ମହିଳା ଥାଇପାରନ୍ତି ଯେଉଁମାନେ ତାଙ୍କର ଖ୍ରୀଷ୍ଟିୟାନ ସ୍ବାଧୀନତାର ଅପବ୍ୟବହାର କରୁଥିଲେ ଏବଂ ପ୍ରଚଳିତ ସାଂସ୍କୃତିକ ପ୍ରଥା ବିରୁଦ୍ଧରେ ଯାଇ ମଣ୍ଡଳୀରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ସେମାନଙ୍କର କାର୍ଯ୍ୟ ଯେଉଁ ବିଶୃଙ୍ଖଳା ସୃଷ୍ଟି କରିଥିଲା ତାହା ତାଙ୍କ ନିମନ୍ତେ ଚିନ୍ତାର କାରଣ ହୋଇଥିଲା ।
ପ୍ରଭୁଭୋଜ
କରିନ୍ଥୀୟମାନେ କିପରି ପ୍ରଭୁଭୋଜ ବିଧିକୁ ପାଳନ କରୁଥିଲେ ତାହାକୁ ନେଇ ସେଠାରେ ସମସ୍ୟା ଥିଲା । ସେମାନେ ଏକତାର ସହିତ ତାହା କରୁ ନ ଥିଲେ । ପ୍ରଭୁଭୋଜର ସହିତ ସେମାନେ ଯେଉଁ ଉତ୍ସବ ପାଳନ କରୁଥିଲେ, ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଲୋକ ତାଙ୍କର ଖାଦ୍ୟକୁ ପରସ୍ପର ମଧ୍ୟରେ ବଣ୍ଟନ ନ କରି ନିଜେହିଁ ଖାଉଥିଲେ । ଗରୀବ ଲୋକମାନେ ଭୋକରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଲୋକ ମଦ ପିଇ ମାତାଲ ହୋଇ ଯାଉଥିଲେ I ପାଉଲ ଏହି ଶିକ୍ଷା ଦେଇଥିଲେ ଯେ ସେମାନେ ଯେତେବେଳେ ପାପରେ ଜୀବନ ଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କ ସହିତ ସେମାନଙ୍କର ସମ୍ବନ୍ଧ ଯେତେବେଳେ ଭଗ୍ନାବସ୍ଥାରେ ଅଛି ସେପରି ଅବସ୍ଥାରେ ସେମାନେ ଯଦି ପ୍ରଭୁଭୋଜ ଗ୍ରହଣ କରନ୍ତି ତେବେ ସେମାନେ ଖ୍ରୀଷ୍ଟଙ୍କ ମୃତ୍ୟୁର ଅପମାନ କରୁଛନ୍ତି I (ଦେଖ:ପାପ, ପାପପୂର୍ଣ୍ଣ, ପାପୀ, ପାପଏବଂପୁନର୍ମିଳନ,ପୁନର୍ମିଳିତ, ପୁନଃସ୍ଥାପନ)
ଏହି ଅଧ୍ୟାୟର ମହତ୍ବପୂର୍ଣ୍ଣ ଅଳଙ୍କାର
ଆଳଙ୍କାରିକ ପ୍ରଶ୍ନ
ପାଉଲ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ଉପାସନା ସମ୍ବନ୍ଧୀୟ ବିଧିବିଧାନ ପାଳନ କରିବା ନିମନ୍ତେ ସେ ଦେଇଥିବା ପରାମର୍ଶକୁ ଗ୍ରହଣ କରିବାରେ ସେମାନଙ୍କର ଅନିଛୁକତା ନିମନ୍ତେ ଲୋକମାନଙ୍କୁ ଭର୍ତ୍ସନା କରୁଛନ୍ତି ।(ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ମସ୍ତକ
ପାଉଲ ୩ ପଦରେ ଅଧିକାରକୁ ଦର୍ଶାଇବା ନିମନ୍ତେ ଏକ ଉପନାମ ଭାବରେ ଓ ୪ ପଦ ତଥା ପରବର୍ତ୍ତୀ ପଦଗୁଡିକରେ ଜଣେ ବ୍ୟକ୍ତିର ବାସ୍ତବ ମସ୍ତକକୁ ବୁଝାଇବା ନିମନ୍ତେ “ମସ୍ତକ” ଶବ୍ଦକୁ ବ୍ୟବହାର କରିଛନ୍ତି । ସେମାନଙ୍କର ନିବିଡ ସମ୍ପର୍କ ଥିବା ସକାଶୁ ସମ୍ଭବତଃ ପାଉଲ ଉଦ୍ଦେଶ୍ୟମୂଳକ ଭାବରେ “ମସ୍ତକ"" ଶବ୍ଦକୁ ଏହି ପ୍ରକାରେ ବ୍ୟବହାର କରିଛନ୍ତି । ଏଥିରୁ ଜଣାପଡେ ଯେ ଏହି ପଦଗୁଡ଼ିକରେ ଥିବା ଚିନ୍ତାଧାରାଗୁଡିକର ପରସ୍ପର ସହିତ ସମ୍ପର୍କ ଅଛି । (ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 11:1
ସେ ଯେଉଁ ପ୍ରକାରେ ଖ୍ରୀଷ୍ଟଙ୍କୁ ଅନୁସରଣ କରନ୍ତି ସେହିପରି ଅନୁସରଣ କରିବା ନିମନ୍ତେ ସେମାନଙ୍କୁ କହିବା ପରେ, ବିଶ୍ବାସୀ ଭାବରେ ମହିଳା ଓ ପୁରୁଷମାନେ କିପରି ଜୀବନ ଯାପନ କରିବା ଉଚିତ୍ ସେ ବିଷୟରେ ପାଉଲ କେତେକ ନିର୍ଦ୍ଧିଷ୍ଟ ପରାମର୍ଶ ପ୍ରଦାନ କରନ୍ତି ।
1 Corinthians 11:2
πάντα μου μέμνησθε
ତୁମ୍ଭେମାନେ ସର୍ବଦା ମୋ ବିଷୟରେ ଚିନ୍ତା କରିଥାଅ ବା ""ମୁଁ ତୁମ୍ଭମାନଙ୍କଠାରୁ ଯେଉଁପରି ଆଚରଣ ଅପେକ୍ଷା କରୁଛି ତୁମ୍ଭେମାନେ ସେହିପରି ଆଚରଣ କରିବା ନିମନ୍ତେ ଚେଷ୍ଟା କରୁଛ"" ପାଉଲ କିଏ ଥିଲେ ବା ସେ ସେମାନଙ୍କୁ କଣ ଶିକ୍ଷା ଦେଇଥିଲେ ତାହା କରିନ୍ଥୀୟମାନେ ଭୂଲି ନ ଥିଲେ ।
1 Corinthians 11:3
θέλω δὲ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଏହି କାରଣରୁ, ମୁଁ ଚାହେଁ” ବା ୨) ""ତଥାପି, ମୁଁ ଚାହେଁ ।”
ἡ κεφαλὴ…ἐστιν
ଉପରେ ଅଧିକାର ଅଛି
κεφαλὴ…γυναικὸς ὁ ἀνήρ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ପୁରୁଷମାନଙ୍କର ମହିଳାମାନଙ୍କ ଉପରେ ଅଧିକାର ରଖିବା ଦରକାର” ବା ୨) “ପତି ପତ୍ନୀ ଉପରେ ଅଧିକାର ରଖିବା ଦରକାର”
1 Corinthians 11:4
κατὰ κεφαλῆς ἔχων
ଏବଂ ସେ ତାହାର ମସ୍ତକ ଉପରେ ଖଣ୍ଡିଏ କପଡା ବା ଓଢ଼ଣା ରଖିବା ପରେ
καταισχύνει τὴν κεφαλὴν αὐτοῦ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ନିଜ ଉପରକୁ ଅପମାନ ଆଣିଥାଏ” ବା ୨) “ଖ୍ରୀଷ୍ଟଙ୍କ ଉପରେ ଅପମାନ ଆଣିଥାଏ ଯିଏ ତାହାର ମସ୍ତକ ଅଟନ୍ତି ।”
1 Corinthians 11:5
γυνὴ προσευχομένη…καταισχύνει τὴν κεφαλὴν αὐτῆς
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯେଉଁ ମହିଳା ନିଜ ଉପରକୁ ଅପମାନ ଆଣିଥାଏ” ବା ୨) ଯେଉଁ ସ୍ତ୍ରୀ ପ୍ରାର୍ଥନା କରେ ... ନିଜର ସ୍ବାମୀ ଉପରେ ଅପମାନ ଆଣିଥାଏ ।”
ἀκατακαλύπτῳ τῇ κεφαλῇ
ଅର୍ଥାତ୍ ମସ୍ତକ ଉପରେ ପରିଧାନ କରୁଥିବା ବସ୍ତ୍ର ଯାହା ବାଳ ଓ କାନ୍ଧକୁ ଆଚ୍ଛାଦନ କରୁଥିଲା ।
τῇ ἐξυρημένῃ
ସତେ ଯେମିତି ସେ ନିଜ ମସ୍ତକର ସମସ୍ତ ବାଳକୁ ଏକ କ୍ଷୁର ସାହାଯ୍ୟରେ ବାହାର କରିଦେଇଥିଲା
1 Corinthians 11:6
εἰ…αἰσχρὸν γυναικὶ
ଜଣେ ସ୍ତ୍ରୀ ତାର ମସ୍ତକର ବାଳ କାଟିଦେବା ବା କ୍ଷୁର କରିବା ଏକ ଅପମାନଜନକ ବା ଲଜ୍ଜାଜନକ ଚିହ୍ନ ଅଟେ ।
κατακαλύπτεται
ମସ୍ତକ ଉପରେ ପରିଧାନ କରୁଥିବା ବସ୍ତ୍ର ଯାହା ବାଳ ଓ କାନ୍ଧକୁ ଆଚ୍ଛାଦନ କରେ ସେହି ବସ୍ତ୍ର ସେ ତାହାର ମସ୍ତକ ଉପରେ ରଖୁ ।
1 Corinthians 11:7
οὐκ ὀφείλει κατακαλύπτεσθαι τὴν κεφαλήν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ସାମ୍ଭାବ୍ୟ ଅର୍ଥଗୁଡିକ ୧) “ସେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ” ବା ୨) “ସେ ତାହାର ମସ୍ତକ ଆଚ୍ଛାଦନ କରିବା ଆବଶ୍ୟକ ନାହିଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
δόξα ἀνδρός
ଯେପରି ମନୁଷ୍ୟ ଇଶ୍ବରଙ୍କ ମହାନତାକୁ ପ୍ରକାଶ କରିଥାଏ, ସେପରି ସ୍ତ୍ରୀ ପୁରୁଷର ଚରିତ୍ରକୁ ପ୍ରକାଶ କରିଥାଏ ।
1 Corinthians 11:8
οὐ γάρ ἐστιν ἀνὴρ ἐκ γυναικός, ἀλλὰ γυνὴ ἐξ ἀνδρός.
ଇଶ୍ବର ପୁରୁଷର ଗୋଟିଏ ଅସ୍ଥିକୁ ନେଇ ସେହି ଅସ୍ଥିରେ ସ୍ତ୍ରୀକୁ ସୃଷ୍ଟି କରିଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ପରମେଶ୍ବର ସ୍ତ୍ରୀଠାରୁ ପୁରୁଷକୁ ସୃଷ୍ଟି କରି ନାହାଁନ୍ତି । ବରଂ, ସେ ପୁରୁଷଠାରୁ ସ୍ତ୍ରୀକୁ ସୃଷ୍ଟି କରିଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 11:9
γὰρ οὐκ…διὰ τὸν ἄνδρα
ଏହି ବାକ୍ୟ ଏବଂ [୧ କରିନ୍ଥୀୟ ୧୧:୮] (../11/08.md)ର ସମସ୍ତ ବାକ୍ୟକୁ ବନ୍ଧନୀରେ ରଖାଯାଇ ପାରିବ ଯେପରିକି ପାଠକ ଏହା ଦେଖି ପାରିବେ ଯେ “ଏହି କାରଣରୁ ... ଦୂତମାନେ” ବାକ୍ୟାଂଶରେ ଥିବା ""ଏହି"" ଶବ୍ଦ ସ୍ପଷ୍ଟ ଭାବରେ 1 Corinthians 11:7ର “ସ୍ତ୍ରୀ ପୁରୁଷର ଗୌରବସ୍ବରୂପ”କୁ ଦର୍ଶାଏ ।
1 Corinthians 11:10
ἐξουσίαν ἔχειν ἐπὶ τῆς κεφαλῆς
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ପ୍ରତୀକ ଭାବେ କୁହାଯାଇଛି ଯେ ପୁରୁଷ ତାହାର ମସ୍ତକସ୍ବରୂପ ଅଟେ” ବା ୨) “ପ୍ରତୀକ ଭାବେ କୁହାଯାଇଛି ଯେ ପ୍ରାର୍ଥନା ବା ଭାବବାଣୀ କରିବା ନିମନ୍ତେ ସ୍ତ୍ରୀର ଅଧିକାର ଅଛି ।”
1 Corinthians 11:11
πλὴν…ἐν Κυρίῳ
ମୁଁ ଏବେ ଯାହାକିଛି କହିଛି ସେସବୁ ସତ୍ୟ ଅଟେ, କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି: ପ୍ରଭୁଙ୍କଠାରେ
ἐν Κυρίῳ
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ, ଯେଉଁମାନେ ପ୍ରଭୁଙ୍କର ଅଟନ୍ତି” ବା ୨) “ଇଶ୍ବର ଏହି ଜଗତକୁ ଯେପରି ସୃଷ୍ଟି କରିଛନ୍ତି”
οὔτε γυνὴ χωρὶς ἀνδρὸς, οὔτε ἀνὴρ χωρὶς γυναικὸς ἐν Κυρίῳ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସ୍ତ୍ରୀ ପୁରୁଷ ଉପରେ ନିର୍ଭର କରେ, ଏବଂ ପୁରୁଷ ସ୍ତ୍ରୀ ଉପରେ ନିର୍ଭର କରେ” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 11:12
τὰ…πάντα ἐκ τοῦ Θεοῦ
ଇଶ୍ବର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି
1 Corinthians 11:13
ἐν ὑμῖν αὐτοῖς κρίνατε
ଏହି ଘଟଣାକୁ ସ୍ଥାନୀୟ ପ୍ରଥା ଓ ତୁମ ଜାଣତରେ ମଣ୍ଡଳୀର ପ୍ରଚଳନ ଅନୁସାରେ ଏହି ବିଷୟର ବିଚାର କର
πρέπον ἐστὶν γυναῖκα ἀκατακάλυπτον, τῷ Θεῷ προσεύχεσθαι?
ପାଉଲ ଆଶା କରନ୍ତି ଯେ କରିନ୍ଥୀୟମାନେ ତାଙ୍କ ସହିତ ଏକମତ ହେବେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । “ଇଶ୍ବରକୁ ସମ୍ମାନ ଦେବା ପାଇଁ ଜଣେ ସ୍ତ୍ରୀ ପ୍ରାର୍ଥନା କରିବା ସମୟରେ ନିଜର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ।” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 11:14
οὐδὲ ἡ φύσις αὐτὴ διδάσκει ὑμᾶς…αὐτῷ ἐστιν;
ପାଉଲ ଆଶା କରନ୍ତି ଯେ କରିନ୍ଥୀୟମାନେ ତାଙ୍କ ସହିତ ଏକମତ ହେବେ । ବିକଳ୍ପ ଅନୁବାଦ: “ପ୍ରକୃତି ସ୍ବୟଂ ତୁମ୍ଭମାନଙ୍କୁ ଶିକ୍ଷା ଦିଏ ... ତାହାଙ୍କ ପାଇଁ ।” (ଦେଖଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
οὐδὲ ἡ φύσις αὐτὴ διδάσκει ὑμᾶς…αὐτῷ ἐστιν;
ଯେଉଁ ପ୍ରକାରରେ ସମାଜର ଲୋକମାନେ ସାଧାରଣତଃ କାର୍ଯ୍ୟ କରିଥାନ୍ତି ସେହି ବିଷୟରେ ସେ କହୁଛନ୍ତି ସତେ ଯେମିତି ସେମାନେ ଶିକ୍ଷାଦାନ କରୁଥିବା ଜଣେ ବ୍ୟକ୍ତି ଅଟନ୍ତି । ବିକଳ୍ପ ଅନୁବାଦ: ଲୋକମାନେ ସାଧାରଣତଃ ଯେପରି ଭାବରେ କାର୍ଯ୍ୟ କରିଥାନ୍ତି ତାହା ଦେଖି ତୁମ୍ଭେମାନେ ଜାଣିଥାଅ ... ତାହାଙ୍କ ପାଇଁ ।” (ଦେଖ:ବ୍ୟକ୍ତିତ୍ୱଆରୋପ)
1 Corinthians 11:15
ὅτι ἡ κόμη…δέδοται αὐτῇ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ସମ୍ଭବପର ଅର୍ଥଗୁଡିକ: “କାରଣ ଇଶ୍ବର ସ୍ତ୍ରୀକୁ ବାଳ ସହିତ ସୃଷ୍ଟି କରିଛନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 11:17
ପାଉଲ ପ୍ରଭୁଭୋଜ ବିଷୟରେ କହିବା ବେଳେ ସେମାନଙ୍କୁ ସ୍ମରଣ କରାଇଦିଅନ୍ତି ଯେ ସେ ବିଷୟରେ ସେମାନଙ୍କର ଭଲ ମନୋଭାବ ତଥା ଏକତା ରହିବା ଆବଶ୍ୟକ । ସେ ସେମାନଙ୍କୁ ସ୍ମରଣ କରାଇଦିଅନ୍ତି ଯେ ପ୍ରଭୁଭୋଜ ନେବା ସମୟରେ ସେମାନେ ଯଦି ତହିଁରେ ପତିତ ହୁଅନ୍ତି, ତେବେ ସେମାନେ ପୀଡିତ ହେବେ ଏବଂ ମୃତ୍ୟୁଭୋଗ କରିବେ, ଯେପରିକି ସେମାନଙ୍କ ମଧ୍ୟରୁ କେତେକଙ୍କ ସହ ସେପରି ହୋଇସାରିଲାଣି ।
τοῦτο δὲ παραγγέλλων, οὐκ ἐπαινῶ, ὅτι
ଆଉ ଏକ ସାମ୍ଭାବ୍ୟ ଅର୍ଥ ହେଉଛି “ମୁଁ ତୁମ୍ଭମାନଙ୍କୁ ଏହି ଉପଦେଶ ଦେଉଥିବା ବେଳେ ଏପରି କିଛି କଥା ଅଛି ଯହିଁ ନିମନ୍ତେ ମୁଁ ତୁମର ପ୍ରଶଂସା କରି ପାରିବି ନାହିଁ: ଯେତେବେଳେ”
τοῦτο…παραγγέλλων
ଯେଉଁ ଉପଦେଶ ବିଷୟରେ ମୁଁ କହିବାକୁ ଯାଉଅଛି
συνέρχεσθε
ଏକାଠି ହେବା ବା “ମିଳିତ ହେବା”
οὐκ εἰς τὸ κρεῖσσον, ἀλλὰ εἰς τὸ ἧσσον
ତୁମ୍ଭେମାନେ ପରସ୍ପରର ସହାୟତା କରୁନାହଁ; ବରଂ, ପରସ୍ପରର କ୍ଷତି କରୁଅଛ
1 Corinthians 11:18
ἐν ἐκκλησίᾳ
ବିଶ୍ବାସୀ ଭାବରେ । ପାଉଲ ଏଠାରେ କୌଣସି ଗୃହ ଭିତରେ ଥିବା ବିଷୟରେ କହୁନାହାଁନ୍ତି ।
σχίσματα ἐν ὑμῖν ὑπάρχειν
ତୁମ୍ଭେମାନେ ନିଜ ନିଜକୁ ବିରୋଧି ଦଳ ଭାବରେ ବିଭକ୍ତ କରିଅଛ
1 Corinthians 11:19
δεῖ γὰρ καὶ αἱρέσεις ἐν ὑμῖν εἶναι
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ନିଶ୍ଚୟ” ଶବ୍ଦ ଏହି ସଂକେତ ଦିଏ ଯେ ଏପରି ପରିସ୍ଥିତି ଆସିବାର ପୂର୍ଣ୍ଣ ସମ୍ଭାବନା ରହିଛି । ବିକଳ୍ପ ଅନୁବାଦ: “ସମ୍ଭବତଃ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ହେବ” ବା ୨) ଦଳଭେଦ କରୁଥିବା ହେତୁ ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପାଉଲ ବ୍ୟଙ୍ଗଶବ୍ଦ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଏପରି ଚିନ୍ତା କରୁଥିବା ପରି ଜଣାପଡୁଛ ଯେ ତୁମ୍ଭମାନଙ୍କ ମଧ୍ୟରେ ନିଶ୍ଚୟ ଦଳଭେଦ ରହିବ” ବା “କାରଣ ତୁମ୍ଭେମାନେ ଏପରି ଚିନ୍ତା କରୁଥିବା ପରି ଜଣାପଡୁଛ ଯେ ତୁମ୍ଭେମାନେ ନିଶ୍ଚୟ ପରସ୍ପରକୁ ବିଭକ୍ତ କରିବ” (ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
αἱρέσεις
ଲୋକମାନଙ୍କର ପରସ୍ପର ବିରୋଧୀ ଦଳ
ἵνα καὶ οἱ δόκιμοι φανεροὶ γένωνται ἐν ὑμῖν
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯେପରିକି ତୁମ୍ଭମାନଙ୍କ ମଧ୍ୟରେ ଅତି ସମ୍ମାନିତ ବିଶ୍ବାସୀମାନେ ଅଛନ୍ତି ବୋଲି ଲୋକମାନେ ଜାଣିବେ” ବା ୨) ଯେପରିକି ଲୋକମାନେ ଏହି ଅନୁମୋଦନକୁ ତୁମ୍ଭମାନଙ୍କ ମଧ୍ୟରେ ଥିବା ଅନ୍ୟମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିପାରିବେ ।” କରିନ୍ଥୀୟମାନେ ଯାହା ବୁଝିପାରନ୍ତୁ ବୋଲି ସେ ଚାହୁଁଥିଲେ ତହିଁର ବିପରୀତ କଥା କହି ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପାଉଲ ହୁଏତ ବ୍ୟଙ୍ଗଶବ୍ଦ ବ୍ୟବହାର କରିଛନ୍ତି । (ଦେଖ:ବ୍ୟଙ୍ଗାତ୍ମକ ସୂଚକ ବାକ୍ୟ)
δόκιμοι
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯାହାଙ୍କୁ ଇଶ୍ବର ଗ୍ରହଣ କରନ୍ତି” ବା ୨) ଯାହାଙ୍କୁ ତୁମ୍ଭେମାନେ ଅର୍ଥାତ୍ ମଣ୍ଡଳୀ, ଗ୍ରହଣ କରନ୍ତି ।”
1 Corinthians 11:20
συνερχομένων
ଏକତ୍ରୀତ ହେବା
οὐκ ἔστιν Κυριακὸν δεῖπνον φαγεῖν
ତୁମ୍ଭେମାନେ ହୁଏତ ବିଶ୍ବାସ କରୁଥିବ ଯେ ତୁମ୍ଭେମାନେ ପ୍ରଭୁଭୋଜ ଗ୍ରହଣ କରୁଛ, କିନ୍ତୁ ତୁମ୍ଭେମାନେ ଏହାକୁ ସମ୍ମାନର ସହିତ ନେଉ ନାହଁ
1 Corinthians 11:22
ἐσθίειν καὶ πίνειν
ଯେଉଁ ଭୋଜନ ପାଇଁ ଏକତ୍ରୀତ ହେଉଅଛ
καταφρονεῖτε
ଘୃଣା କରିବା ବା ଅଗୌରବ ଓ ଅସମ୍ମାନ କରିବା
καταισχύνετε
ଲଜ୍ଜିତ ଅନୁଭବ କରାଇବା
τί εἴπω ὑμῖν? ἐπαινέσω ὑμᾶς ἐν τούτῳ?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଏହା ବିଷୟରେ ଭଲ କଥା କହି ପାରିବି ନାହିଁ । ମୁଁ ତୁମ୍ଭମାନଙ୍କର ପ୍ରଶଂସା କରିପାରିବି ନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 11:23
ἐγὼ γὰρ παρέλαβον ἀπὸ τοῦ Κυρίου, ὃ καὶ παρέδωκα ὑμῖν, ὅτι ὁ Κύριος
କାରଣ ଇଶ୍ବରଙ୍କଠାରୁ ଯାହା ମୁଁ ଶୁଣିଲି ତାହା ମୁଁ ତୁମ୍ଭମାନଙ୍କୁ ଜଣାଇଲି, ଏବଂ ଏହା ଥିଲା: ପ୍ରଭୁ
ἐν τῇ νυκτὶ ᾗ παρεδίδετο
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁ ରାତ୍ରିରେ ଇଷ୍କାରିୟୋତୀ ଯିହୁଦା ତାହାଙ୍କ ସହିତ ବିଶ୍ବାସଘାତ କରିଥିଲା” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 11:24
ἔκλασεν
ସେ ସେଥିରୁ କେତେ ଖଣ୍ଡ ବାହାର କଲେ
τοῦτό μού ἐστιν τὸ σῶμα
ମୁଁ ଯେଉଁ ରୋଟୀ ଧରିଛି ତାହା ମୋହର ଶରୀର ଅଟେ
1 Corinthians 11:25
τὸ ποτήριον
ଏହାକୁ ଆକ୍ଷରିକ ଅନୁବାଦ କରିବା ସବୁଠାରୁ ଭଲ ଅଟେ । କରିନ୍ଥୀୟମାନେ ଜାଣିଥିଲେ ଯେ ସେ କେଉଁ ପାତ୍ର ନେଇଥିଲେ, ସେଥିପାଇଁ ଏହା କେବଳ ଏକ ସାଧାରଣ “ପାତ୍ର” ବା “କେତେକ ପାତ୍ର” ବା “କୌଣସି ପାତ୍ର” ନଥିଲା । ସାମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା ୧) ଦ୍ରାକ୍ଷାରସର ପାତ୍ର ଯାହା ସେ ବ୍ୟବହାର କରି ପାରନ୍ତି ବୋଲି ଆଶା କରାଯାଇପାରେ ବା ୨) ନିସ୍ତାରପର୍ବର ଭୋଜନ ସମୟରେ ଯିହୁଦୀମାନେ ଯେଉଁ ଚାରୋଟି ପାତ୍ରରୁ ପାନ କରୁଥିଲେ ତହିଁରୁ ଏହା ତୃତୀୟ ବା ଚତୁର୍ଥ ପାତ୍ର ଥିଲା ।
τοῦτο ποιεῖτε, ὁσάκις ἐὰν πίνητε
ଏହି ପାତ୍ରରୁ ପାନ କର, ଏବଂ ଯେତେ ଥର ଏଥିରୁ ପାନ କର
1 Corinthians 11:26
τὸν θάνατον τοῦ Κυρίου καταγγέλλετε
କୃଶୀୟମୃତ୍ୟୁ ଏବଂ ପୁନରୁତ୍ଥାନ ବିଷୟରେ ଶିକ୍ଷା ଦିଅ
ἄχρι οὗ ἔλθῃ
କେଉଁ ସ୍ଥାନକୁ ଯୀଶୁ ଆସୁଛନ୍ତି ତାହା ସ୍ପଷ୍ଟ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯୀଶୁ ପୁନର୍ବାର ପୃଥିବୀକୁ ଆସିବା ପର୍ଯ୍ୟନ୍ତ” (ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 11:27
ἂν ἐσθίῃ τὸν ἄρτον ἢ πίνῃ τὸ ποτήριον τοῦ Κυρίου
ପ୍ରଭୁଙ୍କର ରୋଟୀ ଭୋଜନ କରେ ଓ ପ୍ରଭୁଙ୍କର ପାତ୍ରରୁ ପାନ କରେ
1 Corinthians 11:28
δοκιμαζέτω
ଜଣେ ବ୍ୟକ୍ତିର ଇଶ୍ବରଙ୍କ ସହିତ ଥିବା ସର୍ମ୍ଫକକୁ ନିରୀକ୍ଷଣ କରି ପାଉଲ କହୁଛନ୍ତି ଯେ ସେ ଯେଉଁପରି ତାହାର ଜୀବନ ଯାପନ କରୁଛି ସେଥିରୁ ଲାଗୁଛି ଯେ ସତେ ଯେମିତି ସେହି ବ୍ୟକ୍ତି ଏପରି କିଛି ବିଷୟକୁ ଦେଖୁଛି ଯାହାକୁ ସେ କିଣିବାକୁ ଚାହୁଁଛି । [୧ କରିନ୍ଥୀୟ ୩:୧୩] (../୦୩/୧୩.md) ରେ ""ଗୁଣବତ୍ତାର ପରୀକ୍ଷା କର"" କୁ କିପରି ଅନୁବାଦ କରାଯାଇଛି ତାହା ଦେଖ । (ଦେଖ:ଉପମା/ରୂପକ)
1 Corinthians 11:29
μὴ διακρίνων τὸ σῶμα
ସାମ୍ଭାବ୍ୟ ଅର୍ଥାଗୁଡିକ ୧) “ଏବଂ ମଣ୍ଡଳୀ ଯେ ଇଶ୍ବରଙ୍କ ଶରୀର ଅଟେ ଏହା ସେ ସ୍ବୀକାର କରେ ନାହିଁ” ବା ୨) “ଏବଂ ସେ ଏହା ବିଚାର କରେ ନାହିଁ ଯେ ସେ ଇଶ୍ବରଙ୍କ ଶରୀରକୁ ପରିଚାଳନା କରୁଛି ।”
1 Corinthians 11:30
ἀσθενεῖς καὶ ἄρρωστοι
ଏହି ଶବ୍ଦଗୁଡିକର ପ୍ରାୟ ସମାନ ଅର୍ଥ ରହିଛି ଏବଂ ସେଗୁଡିକୁ ସଂଯୁକ୍ତ କରାଯାଇପାରିବ, ଯେମିତି USTରେ କରାଯାଇଛି ।
κοιμῶνται ἱκανοί
ଶୋଇବା ଏଠାରେ ମୃତ୍ୟୁ ନିମନ୍ତେ ଏକ ଶିଷ୍ଟୋକ୍ତି ଅଟେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭମାନଙ୍କ ମଧ୍ୟରୁ କେତେଲୋକ ମୃତ୍ୟୁ ବରଣ କରିଛନ୍ତି” (ଦେଖ:ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ) ।
ἱκανοί
ଯଦି ଏହା ଏପରି ମନେହୁଏ ଯେ ପାଉଲ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସହିତ କଥୋପକଥନ କରୁଛନ୍ତି, ତେବେ ତୁମକୁ ସ୍ପଷ୍ଟ ଭାବରେ ବୁଝିବାକୁ ହେବ ଯେ ସେ ଏପରି କରୁ ନାହାନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଦଳର କିଛି ସଦସ୍ୟମାନେ” (ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 11:31
διεκρίνομεν
ଜଣେ ବ୍ୟକ୍ତିର ଇଶ୍ବରଙ୍କ ସହିତ ଥିବା ସର୍ମ୍ଫକକୁ ନିରୀକ୍ଷଣ କରି ପାଉଲ କହୁଛନ୍ତି ଯେ ସେ ଯେଉଁପରି ତାହାର ଜୀବନ ଯାପନ କରୁଛି ସେଥିରୁ ଲାଗୁଛି ଯେ ସତେ ଯେମିତି ସେହି ବ୍ୟକ୍ତି ଏପରି କିଛି ବିଷୟକୁ ଦେଖୁଛି ଯାହାକୁ ସେ କିଣିବାକୁ ଚାହୁଁଛି । [୧ କରିନ୍ଥୀୟ ୧୧:୨୮] (../୧୧/୨୮.md) ରେ ଏହାକୁ କିପରି ଅନୁବାଦ କରାଯାଇଛି ତାହା ଦେଖ । (ଦେଖ:ଉପମା/ରୂପକ)
οὐκ ἂν ἐκρινόμεθα
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଆମ୍ଭମାନଙ୍କର ବିଚାର କରିବେ ନାହିଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 11:32
κρινόμενοι…ὑπὸ Κυρίου, παιδευόμεθα, ἵνα μὴ…κατακριθῶμεν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ପ୍ରଭୁ ଆମ୍ଭମାନଙ୍କର ବିଚାର କରନ୍ତି, ସେ ଆମ୍ଭମାନଙ୍କୁ ଶୃଙ୍ଖଳିତ କରନ୍ତି, ଯେପରିକି ସେ ଆମ୍ଭମାନଙ୍କୁ ଦଣ୍ଡିତ କରିବେ ନାହି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 11:33
συνερχόμενοι εἰς τὸ φαγεῖν
ପ୍ରଭୁଭୋଜ ପାଳନ କରିବା ପୂର୍ବରୁ ଏକସଙ୍ଗରେ ମିଶି ଖାଦ୍ୟ ଭୋଜନ କରିବା
ἀλλήλους ἐκδέχεσθε
ଭୋଜନ ଆରମ୍ଭ କରିବା ପୂର୍ବରୁ ଅନ୍ୟମାନଙ୍କୁ ଆସିବାକୁ ଦିଅ
1 Corinthians 11:34
ἐν οἴκῳ ἐσθιέτω
ଏହି ସଭାକୁ ଆସିବା ପୂର୍ବରୁ ସେ ଭୋଜନ କରି ଆସୁ
μὴ εἰς κρίμα
ଇଶ୍ବର ତୁମ୍ଭମାନଙ୍କୁ ଶାସନ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ (See: ଲାକ୍ଷଣିକ ଶବ୍ଦ)
1 Corinthians 12
୧କରିନ୍ଥୀୟ ୧୨ ପର୍ବ ସାଧାରଣ ଟିପ୍ପଣୀ
ଗଠନପ୍ରଣାଳୀଏବଂ ରୂପରେଖା
ପବିତ୍ର ଆତ୍ମାଙ୍କ ଦାନଗଡ଼ିକ
ଏହି ଅଧ୍ୟାୟରେ ଏକ ନୂତନ ଭାଗ ଆରମ୍ଭ ହୋଇଛି । ଅଧ୍ୟାୟ ୧୨-୧୪ରେ ମଣ୍ଡଳୀ ମଧ୍ୟରେ ଆତ୍ମିକ ଦାନଗୁଡିକ ବିଷୟରେ ଆଲୋଚନା କରାଯାଇଛି ।
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ମଣ୍ଡଳୀ, ଖ୍ରୀଷ୍ଟଙ୍କ ଶରୀର
ଏହା ଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ ରୁପକ ଅଟେ । ମଣ୍ଡଳୀର ବିଭିନ୍ନ ଅନେକ ଭାଗ ରହିଛି । ପ୍ରତ୍ୟେକ ଭାଗର ଅଲଗା ଅଲଗା କାର୍ଯ୍ୟ ରହିଛି । ସେମାନେ ସମସ୍ତେ ମିଶି ଗୋଟିଏ ମଣ୍ଡଳୀ ହୁଅନ୍ତି । ସମସ୍ତ ବିଭିନ୍ନ ଅଙ୍ଗର ଆବଶ୍ୟକତା ରହିଛି । ପ୍ରତ୍ୟେକ ଅଙ୍ଗ ଅନ୍ୟ ସବୁ ଅଙ୍ଗ ପାଇଁ ଚିନ୍ତା କରିବା ଦରକାର, ଏପରିକି ସେହି ଅଙ୍ଗଗୁଡିକ ନିମନ୍ତେ ମଧ୍ୟ ଯେଉଁଗୁଡିକ କମ୍ ଗୁରୁତ୍ବପୂର୍ଣ୍ଣ ମନେ ହୁଅନ୍ତି । (ଦେଖ:ଉପମା/ରୂପକ)
ଏହି ଅଧ୍ୟାୟରେ ସାମ୍ଭାବ୍ୟ ଅନ୍ୟ ଅନୁବାଦ ସମ୍ପର୍କୀୟ କଠିନତା
ପବିତ୍ର ଆତ୍ମାଙ୍କ ବିନା, “ଯୀଶୁ ହିଁ ପ୍ରଭୁ ଅଟନ୍ତି ବୋଲି କେହି ମଧ୍ୟ କହି ପାରିବେ ନାହିଁ ।”
ପୁରାତନ ନିୟମକୁ ପଢିବା ସମୟରେ, ଯିହୁଦୀମାନେ “ଯିହୋବା” ଶବ୍ଦ ପରିବର୍ତ୍ତେ “ପ୍ରଭୁ” ଶବ୍ଦ ବ୍ୟବହାର କରି ପାରିଥାନ୍ତେ । ସମ୍ଭବତଃ ଏହି ବାକ୍ୟର ଅର୍ଥ ହେଉଛି ଯେ ପବିତ୍ର ଆତ୍ମାଙ୍କ ପ୍ରଭାବ ଓ ଏହି ସତ୍ୟକୁ ଗ୍ରହଣ କରିବା ନିମନ୍ତେ ତାଙ୍କର ଆକର୍ଷଣ ବିନା ଯୀଶୁ ଯେ ଯିହୋବା ଅଟନ୍ତି ପୁଣି ଇଶ୍ବର ଶରୀର ଧାରଣ କରିଛନ୍ତି ବୋଲି କେହି କହି ପାରିବ ନାହିଁ । ଯଦି ଏହି ବାକ୍ୟକୁ ନିମ୍ନ ସ୍ତରର ଅନୁବାଦ କରାଯାଏ ତେବେ ଏହାର ଅନୁଦ୍ଦେଶ୍ୟ ଭାବେ ଧର୍ମତତ୍ତ୍ବଗତ ପରିଣାମ ହୋଇପାରେ ।
1 Corinthians 12:1
ପାଉଲ ସେମାନଙ୍କୁ ଜାଣିବାକୁ ଦିଅନ୍ତି ଯେ ଇଶ୍ବର ବିଶ୍ବାସୀମାନଙ୍କୁ ବିଶେଷ ଦାନଗୁଡ଼ିକ ଦେଇଛନ୍ତି । ଏହି ଦାନଗୁଡିକ ବିଶ୍ବାସୀମାନଙ୍କ ଶରୀର ଅର୍ଥାତ୍ ମଣ୍ଡଳୀର ସହାୟତା କରିବା ନିମନ୍ତେ ।
οὐ θέλω ὑμᾶς ἀγνοεῖν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ବୋଲି ମୁଁ ଚାହୁଁଛି” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 12:2
ἦτε, πρὸς τὰ εἴδωλα τὰ ἄφωνα ὡς ἂν ἤγεσθε, ἀπαγόμενοι
ଏଠାରେ “ବିପଥଗାମୀ କରାଇବା” କିଛି ଭୁଲ କରିବାକୁ ପ୍ରରୋଚିତ କରିବାର ଏକ ରୂପକ ଅଟେ । ମୂର୍ତ୍ତିମାନଙ୍କ ନିକଟକୁ ବିପଥଗାମୀ କରାଇବାର ଅର୍ଥ ମୂର୍ତ୍ତିପୂଜା କରିବା ପାଇଁ ଭୁଲ ଭାବରେ ପ୍ରରୋଚିତ କରିବାକୁ ବୁଝାଏ । “ବିପଥଗାମୀ କରାଇଥିଲେ” ଏବଂ “ତୁମ୍ଭେମାନେ ସେମାନଙ୍କ ଦ୍ବାରା ବିପଥଗାମୀ କରାଯାଇଥିଲ” କୁ ସକ୍ରିୟ ରୂପରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କଥା କହି ପାରୁ ନ ଥିବା ମୂର୍ତ୍ତିମାନଙ୍କର ପୂଜା କରିବା ପାଇଁ ତୁମ୍ଭେମାନେ କୌଣସି ପ୍ରକାରେ ପ୍ରରୋଚିତ ହୋଇଥିଲ"" ବା ""ତୁମ୍ଭେମାନେ କୌଣସି ପ୍ରକାରେ ମିଥ୍ୟାକୁ ବିଶ୍ବାସ କଲ ଓ କଥା କହି ପାରୁ ନ ଥିବା ମୂର୍ତ୍ତିମାନଙ୍କର ପୂଜା କରିବା ପାଇଁ ପ୍ରରୋଚିତ ହୋଇଥିଲ"" (ଦେଖ: ଉପମା/ରୂପକ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 12:3
οὐδεὶς ἐν Πνεύματι Θεοῦ λαλῶν, λέγει
ସାମ୍ଭାବ୍ୟ ଅର୍ଥଗୁଡିକ ୧) “କୌଣସି ଖ୍ରୀଷ୍ଟିୟାନ ଯାହା ନିକଟରେ ଇଶ୍ବରଙ୍କ ଆତ୍ମା ଅଛି ସେ ଏହା କହି ପାରିବ ନାହି” ବା ୨) “ଇଶ୍ବରଙ୍କ ଆତ୍ମାଙ୍କ ଶକ୍ତି ଦ୍ବାରା ଭାବବାଣୀ କରୁଥିବା ବ୍ୟକ୍ତି ଏହା କହି ପାରିବ ନାହି I”
ἀνάθεμα Ἰησοῦς
ଇଶ୍ବର ଯୀଶୁଙ୍କୁ ଦଣ୍ଡିତ କରିବେ ବା “ଇଶ୍ବର ଯୀଶୁଙ୍କୁ ଦୁଃଖ ଦେବେ”
1 Corinthians 12:6
ὁ ἐνεργῶν τὰ πάντα ἐν πᾶσιν
ପ୍ରତ୍ୟେକଙ୍କ ନିକଟରେ ସେମାନଙ୍କୁ ରଖିଛନ୍ତି
1 Corinthians 12:7
ἑκάστῳ…δίδοται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । କେବଳ ଇଶ୍ବର ହିଁ ପ୍ରଦାନ କରନ୍ତି (୧କରିନ୍ଥୀୟ୧୨:୬) । ବିକଳ୍ପ ଅନୁବାଦ: “ଇଶ୍ବର ପ୍ରତ୍ୟେକ ଜଣକୁ ପ୍ରଦାନ କରନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 12:8
ᾧ μὲν…διὰ τοῦ Πνεύματος δίδοται λόγος
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଆତ୍ମାଙ୍କ ମାଧ୍ୟମରେ ଇଶ୍ବର ଜଣେ ବ୍ୟକ୍ତିକୁ ବାକ୍ୟ ଦିଅନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
λόγος
ସମ୍ବାଦ
διὰ τοῦ Πνεύματος
ଆତ୍ମାଙ୍କ କାର୍ଯ୍ୟ ମାଧ୍ୟମରେ ଇଶ୍ବର ଆତ୍ମିକ ବରଦାନ ପ୍ରଦାନ କରନ୍ତି ।
σοφίας…γνώσεως
ଏହି ଦୁଇଟି ଶବ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଏଠାରେ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ ଯେତିକି ଏହି ବାସ୍ତବତା ଅଟେ ଯେ ସେହି ସମାନ ଆତ୍ମାଙ୍କ ଦ୍ବାରା ଇଶ୍ବର ଉଭୟଙ୍କୁ ପ୍ରଦାନ କରନ୍ତି ।
λόγος σοφίας
ପାଉଲ ଦୁଇଟି ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: “ଜ୍ଞାନର ବାକ୍ୟ” (ଦେଖ:ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
λόγος γνώσεως
ପାଉଲ ଦୁଇଟି ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: “ଜ୍ଞାନ ପ୍ରଦର୍ଶନକାରୀ ବାକ୍ୟ” (ଦେଖ:ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
δίδοται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ୧କରିନ୍ଥୀୟ ୧୨:୮ ରେ ଏହାକୁ କେମିତି ଅନୁବାଦ କରା ଯାଇଛି ତାହା ଦେଖ । ବିକଳ୍ପ ଅନୁବାଦ: “ଇଶ୍ବର ଦିଅନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 12:9
ἄλλῳ…χαρίσματα ἰαμάτων ἐν τῷ ἑνὶ Πνεύματι
“ଦାନ କରାଯାଏ” ଶବ୍ଦକୁ ପୁର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଆରୋଗ୍ୟ କରିବାର ଦାନ ଦିଆଯାଏ” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
1 Corinthians 12:10
ἄλλῳ προφητεία
“ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଭାବବାଣୀ କହିବାର ଦାନ ଦିଆଯାଏ” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
ἑτέρῳ γένη γλωσσῶν
“ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ବିଭିନ୍ନ ପରଭାଷା କହିବାର ଦାନ ଦିଆଯାଏ” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
γένη γλωσσῶν
ଏଠାରେ “ପରଭାଷା” ଭାଷାମାନଙ୍କୁ ଦର୍ଶାଏ । ବିକଳ୍ପ ଅନୁବାଦ: “ବିଭିନ୍ନ ଭାଷାରେ କହିବାର କ୍ଷମତା” (ଦେଖ:ଲାକ୍ଷଣିକ ଶବ୍ଦ)
ἄλλῳ…ἑρμηνία γλωσσῶν
“ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଭାଷାର ଅର୍ଥ କରିବାର ଦାନ ଦିଆଯାଏ” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
ἑρμηνία γλωσσῶν
ଏହା ଅନ୍ୟ ଭାଷାରେ କହୁଥିବା ବ୍ୟକ୍ତିଙ୍କ କଥା ଶୁଣି ସେ କହୁଥିବା କଥାକୁ ଆଉ ଏକ ଭାଷାରେ ସେ ବ୍ୟକ୍ତି କଣ କହୁଛନ୍ତି ତାହା ଲୋକମାନଙ୍କୁ ଜଣାଇବାର କ୍ଷମତା ଅଟେ । ବିକଳ୍ପ ଅନୁବାଦ: “ଅନ୍ୟ ଭାଷାରେ ଯାହା କୁହାଯାଇଛି ତାହାର ଅନୁବାଦ କରିବାର କ୍ଷମତା”
1 Corinthians 12:11
τὸ ἓν καὶ τὸ αὐτὸ Πνεῦμα
ଇଶ୍ବର କେବଳ ଏକମାତ୍ର ପବିତ୍ର ଆତ୍ମାଙ୍କ କାର୍ଯ୍ୟ ମାଧ୍ୟମରେ ଦାନ ଦିଅନ୍ତି । ୧କରିନ୍ଥୀୟ୧୨:୮ରେ ଏହା କେମିତି ଅନୁବାଦ କରାଯାଇଛି ତାହା ଦେଖ I
1 Corinthians 12:12
ଇଶ୍ବର ବିଶ୍ବାସୀମାନଙ୍କୁ ଯେଉଁ ବିଭିନ୍ନ ପ୍ରକାରର ଦାନ ଦିଅନ୍ତି ସେ ବିଷୟରେ ପାଉଲ ତାଙ୍କର ବକ୍ତବ୍ୟ ଚାଲୁ ରଖିଛନ୍ତି, ଇଶ୍ବର ଭିନ୍ନ ଭିନ୍ନ ଦାନ ଭିନ୍ନ ଭିନ୍ନ ବିଶ୍ବାସୀମାନଙ୍କୁ ଦିଅନ୍ତି, କିନ୍ତୁ ପାଉଲ ଚାହାଁନ୍ତି ଯେ ସେମାନେ ଜାଣନ୍ତୁ ଯେ ସମସ୍ତ ବିଶ୍ବାସୀମାନେ ଗୋଟିଏ ଶରୀର ନିମନ୍ତେ ଗଢା ହେଉଛନ୍ତି, ଯାହାକୁ ଖ୍ରୀଷ୍ଟଙ୍କ ଶରୀର ବୋଲି କୁହାଯାଏ । ଏହି କାରଣରୁ ବିଶ୍ବାସୀମାନଙ୍କ ମଧ୍ୟରେ ଏକତା ରହିବା ଆବଶ୍ୟକ ।
1 Corinthians 12:13
γὰρ ἐν ἑνὶ Πνεύματι ἡμεῖς πάντες…ἐβαπτίσθημεν
ସାମ୍ଭାବ୍ୟ ଅର୍ଥଗୁଡିକ ୧) ପବିତ୍ର ଆତ୍ମା ହିଁ ଆମ୍ଭମାନଙ୍କୁ ବାପ୍ତିସ୍ମ ଦିଅନ୍ତି, “ଏକ ଆତ୍ମା ଆମ୍ଭମାନଙ୍କୁ ବାପ୍ତିସ୍ମ ଦେଇଛନ୍ତି” ବା ୨) ସେହି ଆତ୍ମା, ବାପ୍ତିସ୍ମର ଜଳ ସଦୃଶ, ଏକ ମାଧ୍ୟମ ଅଟନ୍ତି ଯାହା ଦ୍ବାରା ଆମ୍ଭେମାନେ ସେହି ଶରୀର ମଧ୍ୟକୁ ବାପ୍ତିସ୍ମ ନେଇଅଛୁ, “କାରଣ ଏକ ଆତ୍ମାରେ ଆମ୍ଭେମାନେ ସମସ୍ତେ ବାପ୍ତିଜିତ ହୋଇଅଛୁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଏବଂ ଉପମା/ରୂପକ)
εἴτε…δοῦλοι, εἴτε ἐλεύθεροι
ଏଠାରେ ଆବଦ୍ଧ “ଦାସ” ପାଇଁ ଏକ ଉପମାନ ଅଟେ । ବିକଳ୍ପ ଅନୁବାଦ: “ଦାସ ହୁଅନ୍ତୁ ବା ସ୍ବାଧିନ ହୁଅନ୍ତୁ” (ଦେଖ:ଲାକ୍ଷଣିକ ଶବ୍ଦ)
πάντες ἓν Πνεῦμα ἐποτίσθημεν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଆମ୍ଭସମସ୍ତଙ୍କୁ ଗୋଟିଏ ଆତ୍ମା ଦେଇଛନ୍ତି, ଏବଂ ଯେପରି ଲୋକମାନେ ପାନୀୟରେ ସହଭାଗୀ ହୋଇଥାନ୍ତି ସେହିପରି ଆମ୍ଭେମାନେ ଆତ୍ମାରେ ସହଭାଗୀ ହୋଇଥାଉ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଏବଂ ଉପମା/ରୂପକ)
1 Corinthians 12:17
ποῦ ἡ ἀκοή?…ποῦ ἡ ὄσφρησις?
ଏହାକୁ ଏକ ଉକ୍ତି ଭାବରେ କୁହାଯାଇ ପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କୌଣସି ବିଷୟ ଶୁଣିପାରିବ ନାହିଁ ...ତୁମ୍ଭେମାନେ କୌଣସି ବିଷୟ ଅଘ୍ରାଣ କରିପାରିବ ନାହିଁ” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 12:19
τὰ…ἓν μέλος
“ସଦସ୍ୟ” ଶବ୍ଦ ଶରୀରର ଅଙ୍ଗ ପାଇଁ ଗୋଟିଏ ସାଧାରଣ ଶବ୍ଦ ଅଟେ, ଯେମିତି ମସ୍ତକ, ବାହୁ, ଓ ଆଣ୍ଠୁ । ବିକଳ୍ପ ଅନୁବାଦ: “ଶରୀରର ସମାନ ଅଙ୍ଗ”
ποῦ τὸ σῶμα?
ଏହାକୁ ଏକ ଉକ୍ତି ଭାବରେ କୁହାଯାଇ ପାରିବ । ବିକଳ୍ପ ଅନୁବାଦ: “ସେଠାରେ ଶରୀର ନଥିବ” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 12:21
χρείαν σου οὐκ ἔχω
ମୁଁ ତୁମ୍ଭମାନଙ୍କୁ ଆବଶ୍ୟକ କରେ ନାହିଁ
1 Corinthians 12:23
ἀτιμότερα
କମ୍ ଗୁରୁତ୍ବପୂର୍ଣ୍ଣ
τὰ ἀσχήμονα ἡμῶν
ଏହା ସମ୍ଭବତଃ ଶରୀରର ଗୁପ୍ତ ଅଙ୍ଗଗୁଡିକୁ ସୂଚିତ କରେ, ଯାହାକୁ ଲୋକମାନେ ଆବୃତ କରି ରଖନ୍ତି । (ଦେଖ:ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
1 Corinthians 12:25
μὴ ᾖ σχίσμα ἐν τῷ σώματι, ἀλλὰ
ଶରୀର ଏକୀକୃତ ହୋଇପାରିବ, ଏବଂ
1 Corinthians 12:26
δοξάζεται μέλος
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କେହି ଜଣେ ଗୋଟିଏ ଅଙ୍ଗକୁ ସମ୍ମାନିତ କରେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 12:27
ὑμεῖς δέ ἐστε
ଏଠାରେ “ବର୍ତ୍ତମାନ” ଶବ୍ଦର ବ୍ୟବହାର ଏହା ପରେ ଆସୁଥିବା ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ଉପରେ ଧ୍ୟାନ ଆକର୍ଷିତ କରିବାକୁ କରାଯାଇଛି ।
1 Corinthians 12:28
πρῶτον ἀποστόλους
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ପ୍ରଥମ ଦାନ ପ୍ରେରିତମାନଙ୍କୁ ଦର୍ଶାଏ” ଓ ୨) “ସବୁଠୁ ଗୁରୁତ୍ବପୂର୍ଣ୍ଣ ଦାନ ପ୍ରେରିତ ପଦ ।”
ἀντιλήμψεις
ଯେଉଁମାନେ ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟ କରନ୍ତି
κυβερνήσεις
ଯେଉଁମାନେ ମଣ୍ଡଳୀକୁ ଶାସନ କରନ୍ତି
κυβερνήσεις
ଏକାଧିକ ବିଦେଶୀ ଭାଷା କହିପାରୁଥିବା ଜଣେ ବ୍ୟକ୍ତି ଯିଏକି ସେହି ଭାଷା କେବେ ଅଧ୍ୟୟନ କରି ନ ଥାଏ
1 Corinthians 12:29
μὴ πάντες ἀπόστολοι? μὴ πάντες προφῆται? μὴ πάντες διδάσκαλοι? μὴ πάντες δυνάμεις?
ପାଉଲ ତାଙ୍କର ପାଠକମାନକୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ପୂର୍ବରୁ ଜାଣିଛନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ପ୍ରେରିତ ଅଟନ୍ତି । ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଭାବବାଦୀ ଅଟନ୍ତି । ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଶିକ୍ଷକ ଅଟନ୍ତି । ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଆଶ୍ଚର୍ଯ୍ୟକର୍ମ କରନ୍ତି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 12:30
μὴ πάντες χαρίσματα ἔχουσιν ἰαμάτων?
ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: “ଆରୋଗ୍ୟ କରିବାର ଦାନ ସମସ୍ତଙ୍କଠାରେ ନ ଥାଏ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
μὴ πάντες γλώσσαις λαλοῦσιν?
ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ ସମସ୍ତେ ପରଭାଷାରେ କଥା କହନ୍ତି ନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
μὴ πάντες διερμηνεύουσιν?
ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: ""ସେମାନଙ୍କ ମଧ୍ୟରୁ ସମସ୍ତେ ପରଭାଷାର ଅର୍ଥ କରି ପାରନ୍ତି ନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
διερμηνεύουσιν
ଏହାର ଅର୍ଥ କେହି ଜଣେ କୌଣସି ଭାଷାରେ ଯାହା କହିଥାଏ, ତାହା ଅନ୍ୟମାନଙ୍କୁ ଜଣାଇବା ଯେଉଁମାନେ ସେହି ଭାଷା ବୁଝି ପାରନ୍ତି ନାହିଁ । ୧କରିନ୍ଥୀୟ ୨:୧୩ରେ ଏହା କେମିତି ଅନୁବାଦ କରାଯାଇଛି ତାହା ଦେଖ I
1 Corinthians 12:31
ζηλοῦτε…τὰ χαρίσματα τὰ μείζονα
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ମଣ୍ଡଳୀର ନିଷ୍ଠା ସାଧନ କରୁଥିବା ଉତ୍ତମ ଦାନଗୁଡିକୁ ଇଶ୍ବରଙ୍କଠାରୁ ପାଇବା ନିମନ୍ତେ ତୁମ୍ଭେମାନେ ଏକାନ୍ତ ଭାବେ ଚେଷ୍ଟା କରିବା ଉଚିତ୍ ।” ବା ୨) ତୁମ୍ଭେମାନେ ଆଗ୍ରହର ସହିତ ସେହି ଦାନଗୁଡିକୁ ଲୋଡୁଅଛ ଯାହାକୁ ତୁମ୍ଭେମାନେ ଶ୍ରେଷ୍ଠତର ମନେକର କାରଣ ତୁମ୍ଭମାନଙ୍କୁ ଏପରି ଲାଗେ ଯେ ସେଗୁଡିକ ତୁମ୍ଭମାନଙ୍କ ନିମନ୍ତେ ଅଧିକ ଉଦ୍ଧୀପକ ଅଟେ ।”
1 Corinthians 13
୧କରିନ୍ଥୀୟ ୧୩ ପର୍ବ ସାଧାରଣ ଟିପ୍ପଣୀ
ଗଠନପ୍ରଣାଳୀ ଏବଂ ରୂପରେଖା
ପାଉଲ ଆତ୍ମିକ ଦାନ ବିଷୟରେ ତାହାଙ୍କ ଶିକ୍ଷାକୁ ସ୍ଥଗିତ କରିବା ପରି ମନେ ହୁଏ । ତଥାପି, ଏହି ଅଧ୍ୟାୟ ତାହାଙ୍କ ଶିକ୍ଷାଗୁଡ଼ିକରେ ସମ୍ଭବତଃ ବୃହତ୍ତର କାର୍ଯ୍ୟ କରୁଥିବା ପରି ମନେହୁଏ I
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ପ୍ରେମ
ପ୍ରେମ ହେଉଛି ବିଶ୍ବାସୀମାନଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଚରିତ୍ର । ଏହି ଅଧ୍ୟାୟ ସମ୍ପୂର୍ଣ୍ଣ ଭାବେ ପ୍ରେମ ବିଷୟରେ ବର୍ଣ୍ଣନା କରେ । ଆତ୍ମାଙ୍କ ଦାନ ଅପେକ୍ଷା ପ୍ରେମ କାହିଁକି ଅଧିକ ଗୁରୁତ୍ବପୂର୍ଣ୍ଣ ତାହା ପାଉଲ କହୁଛନ୍ତି । (ଦେଖ:ପ୍ରେମ, ପ୍ରିୟତମ)
ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାରଗୁଡିକ
ରୂପକ
ପାଉଲ ଏହି ଅଧ୍ୟାୟରେ ଅନେକ ଭିନ୍ନ ଭିନ୍ନ ରୂପକ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ପରାମର୍ଶ ଦେବା ନିମନ୍ତେ, ବିଶେଷ ଭାବରେ କଠିନ ବିଷୟଗୁଡିକ ଉପରେ ପରାମର୍ଶ ଦେବା ନିମନ୍ତେ ଏହି ରୂପକଗୁଡିକୁ ବ୍ୟବହାର କରିଛନ୍ତି । ଏହି ଶିକ୍ଷାଗୁଡିକୁ ବୁଝିବାପାଇଁ ପାଠକମାନଙ୍କୁ ଆତ୍ମିକ ବିଚାରଶିଳତା ଆବଶ୍ୟକ ହୋଇଥାଏ । (ଦେଖ:ଉପମା/ରୂପକ)
1 Corinthians 13:1
ଇଶ୍ବର ବିଶ୍ବାସୀମାନଙ୍କୁ ଦେଇଥିବା ଦାନଗୁଡିକ ବିଷୟରେ କହିଲା ପରେ, କ’ଣ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ ପାଉଲ ତାହା କହନ୍ତି ।
ταῖς γλώσσαις…τῶν ἀγγέλων
ସାମ୍ଭାବ୍ୟ ଅର୍ଥଗୁଡିକ ୧) ପାଉଲ ପ୍ରଭାବିତ କରିବା ପାଇଁ ଅତ୍ୟୁକ୍ତି ବାକ୍ୟ ବ୍ୟବହାର କରିଛନ୍ତି ଏବଂ ଲୋକମାନେ ଦୂତମାନଙ୍କ ଭାଷା କହନ୍ତି ବୋଲି ବିଶ୍ବାସ କରନ୍ତି ନାହିଁ ବା ୨)ପାଉଲ ଚିନ୍ତା କରନ୍ତି ଯେ ଯେଉଁ ବ୍ୟକ୍ତି ପରଭାଷା କହନ୍ତି ସେ ବାସ୍ତବରେ ଦୂତମାନେ କହୁଥିବା ଭାଷା କହନ୍ତି । (ଦେଖ:ଅତିରଞ୍ଜନ/ଅତ୍ୟୁକ୍ତି)
γέγονα χαλκὸς ἠχῶν ἢ κύμβαλον ἀλαλάζον
ମୁଁ ଏପରି ବାଦ୍ୟଯନ୍ତ୍ର ସଦୃଶ ହୋଇଅଛି ଯାହା ଉଚ୍ଚଶବ୍ଦ କରେ ଓ ବିରକ୍ତିକର ଧ୍ବନି ବାହାର କରେ (ଦେଖ:ଉପମା/ରୂପକ)
χαλκὸς
ଗୋଟିଏ ବୃହତ, ପତଳା, ଗୋଲ ଧାତୁର ପ୍ଲେଟ ଯାହାକୁ ଉଚ୍ଚଧ୍ବନି କରିବା ନିମନ୍ତେ ବାଡି ସାହାଯ୍ୟରେ ବଜେଇ ଥାଆନ୍ତି (ଦେଖ:ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
κύμβαλον ἀλαλάζον
ଦୁଇଟି ପତଳା, ଗୋଲ ଧାତୁର ପ୍ଲେଟ୍ ଯାହାକୁ ଉଚ୍ଚଧ୍ବନି କରିବା ନିମନ୍ତେ ଏକ ସଙ୍ଗରେ ବଜେଇ ଥାଆନ୍ତି ।(ଦେଖ:ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
1 Corinthians 13:3
παραδῶ τὸ σῶμά μου
“ଦଗ୍ଧ କରାଯିବ” ବାକ୍ୟକୁ ସକ୍ରିୟବାକ୍ୟ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁମାନେ ମୋତେ ତାଡନା ଦେଇ ମୃତ୍ୟୁ ପର୍ଯ୍ୟନ୍ତ ଦଗ୍ଧ କରିବାକୁ ଚାହାନ୍ତି ସେମାନଙ୍କୁ ମୁଁ ତାହା କରିବାକୁ ଅନୁମତି ଦେଉଛି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଏବଂ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 13:4
ἡ ἀγάπη μακροθυμεῖ…οὐ φυσιοῦται
ଏଠାରେ ପାଉଲ ପ୍ରେମ ବିଷୟରେ କହୁଛନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । (ଦେଖ:ବ୍ୟକ୍ତିତ୍ୱଆରୋପ)
1 Corinthians 13:5
ପାଉଲ ପ୍ରେମ ବିଷୟରେ କହି ଚାଲିଛନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । (ଦେଖ:ବ୍ୟକ୍ତିତ୍ୱଆରୋପ)
οὐ παροξύνεται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କେହି ମଧ୍ୟ ତାହାକୁ ଏତେ ଶୀଘ୍ର କ୍ରୋଧିତ ହେବାକୁ ଦେବ ନାହିଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 13:6
ପାଉଲ ପ୍ରେମ ବିଷୟରେ କହି ଚାଲିଛନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । (ଦେଖ:ବ୍ୟକ୍ତିତ୍ୱଆରୋପ)
οὐ χαίρει ἐπὶ τῇ ἀδικίᾳ, συνχαίρει δὲ τῇ ἀληθείᾳ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଏହା କେବଳ ଧାର୍ମିକତା ଏବଂ ସତ୍ୟରେ ଆନନ୍ଦିତ ହୁଏ” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 13:7
ପାଉଲ ପ୍ରେମ ବିଷୟରେ କହି ଚାଲିଛନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । (ଦେଖ:ବ୍ୟକ୍ତିତ୍ୱଆରୋପ)
1 Corinthians 13:12
βλέπομεν γὰρ ἄρτι δι’ ἐσόπτρου ἐν αἰνίγματι
ପାଉଲଙ୍କ ସମୟରେ ଦର୍ପଣକୁ କାଚ ବଦଳରେ ପାଲିସ୍ କରାଯାଇଥିବା ଧାତୁରେ ତିଆରି କରାଯାଉଥିଲା ଯାହା କ୍ଷୀଣ, ଅସ୍ପଷ୍ଟ ପ୍ରତିବିମ୍ବ ପ୍ରଦାନ କରୁଥିଲା ।
βλέπομεν…ἄρτι
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଏବେ ଆମ୍ଭମାନେ ଖ୍ରୀଷ୍ଟଙ୍କୁ ଦେଖୁଛୁ” ବା ୨) “ଏବେ ଆମ୍ଭେମାନେ ଇଶ୍ବରଙ୍କୁ ଦେଖୁଛୁ ।”
τότε δὲ πρόσωπον πρὸς πρόσωπον
କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ମୁହାଁ ମୁହିଁ ଦେଖିବା ଏହାର ଅର୍ଥ ଆମ୍ଭେମାନେ ଶାରୀରିକ ଭାବେ ଖ୍ରୀଷ୍ଟଙ୍କ ସହିତ ଉପସ୍ଥିତ ରହିବା । (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
ἐπιγνώσομαι
“ଖ୍ରୀଷ୍ଟ” ଶବ୍ଦଟି ବୁଝାପଡୁଛି । ବିକଳ୍ପ ଅନୁବାଦ: “ମୁଁ ଖ୍ରୀଷ୍ଟଙ୍କୁ ସମ୍ପୁର୍ଣ୍ଣ ଭାବେ ଜାଣିବି” (ଦେଖ:ଉପଲକ୍ଷ୍ୟ ଅଳଙ୍କାର)
καθὼς καὶ ἐπεγνώσθην
ଏହାକୁ ସକ୍ରିୟବାକ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ମୋତେ ସମ୍ପୁର୍ଣ୍ଣ ଭାବେ ଜାଣିଛନ୍ତି” (ଦେଖ:ଶବ୍ଦର ବିଲୋପ ବା ଉହ୍ୟତା)
1 Corinthians 13:13
πίστις, ἐλπίς, ἀγάπη
ଏହି ଗୁଣବାଚକ ବିଶେଷ୍ୟକୁ ବାକ୍ୟାଂଶରେ କ୍ରିୟା ଭାବରେ ବ୍ୟକ୍ତ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପ୍ରଭୁଙ୍କ ଉପରେ ଭରସା ରଖିବା ଉଚିତ୍, ଦୃଢ଼ବିଶ୍ବାସ ରଖିବା ଉଚିତ୍ ଯେ ସେ ଯାହା ଶପଥ କରିଛନ୍ତି ତାହା କରିବେ, ପୁଣି ତାହାଙ୍କୁ ତଥା ଅନ୍ୟମାନଙ୍କୁ ପ୍ରେମ କରିବା ଉଚିତ୍” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 14
୧କରିନ୍ଥୀୟ ୧୪ ପର୍ବ ସାଧାରଣ ଟିପ୍ପଣୀ
ଗଠନ ପ୍ରଣାଳୀ ଏବଂ ରୂପରେଖା
ଏହି ଅଧ୍ୟାୟରେ ପାଉଲ ପୁନର୍ବାର ଆତ୍ମିକ ଦାନ ବିଷୟରେ ଆଲୋଚନା କରୁଅଛନ୍ତି
କେତେକ ଅନୁବାଦଗୁଡ଼ିକରେ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ମୁଖ୍ୟ ଲେଖାଠାରୁ ଅଲଗା ପୃଷ୍ଠାର ଡାହାଣ ପାଖର ଦୂରବର୍ତ୍ତୀ ସ୍ଥାନରେ ରଖାଯାଇଛି । ULT ରେ ୨୧ ପଦକୁ ଏହି ପ୍ରକାରେ ରଖାଯାଇଛି
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ପରଭାଷା
ପରଭାଷାର ଦାନର ସଠିକ୍ ଅର୍ଥ ବିଷୟରେ ବିଦ୍ବାନମାନେ ଅସହମତ ଅଟନ୍ତି । ପାଉଲ ପରଭାଷାର ଦାନକୁ ଅବିଶ୍ବାସୀମାନଙ୍କ ପାଇଁ ଏକ ଚିହ୍ନ ବୋଲି ବର୍ଣ୍ଣନା କରନ୍ତି । କୁହାଯାଇଥିବା ବାକ୍ୟକୁ ଯଦି କେହି ଅନୁବାଦ ନ କରେ ତେବେ ଏହା ସମୁଦାୟ ମଣ୍ଡଳୀ ପାଇଁ ଉପକାରଜନକ ହୋଇନଥାଏ । ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ ଯେ ମଣ୍ଡଳୀ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରିବ ।
ଭାବବାଣୀ
ଗୋଟିଏ ଆତ୍ମିକ ଦାନ ଭାବରେ ଭାବବାଣୀର ସଠିକ୍ ଅର୍ଥ ବିଷୟରେ ବିଦ୍ବାନମାନେ ଅସହମତ ଅଟନ୍ତି । ପାଉଲ କହନ୍ତି ଯେ ଭାବବାଦୀମାନେ ସମୁଦାୟ ମଣ୍ଡଳୀକୁ ଗଠନ କରିପାରିବେ । ସେ ଭାବବାଣୀକୁ ବିଶ୍ବାସୀମାନଙ୍କ ନିମନ୍ତେ ଏକ ଦାନ ବୋଲି ବର୍ଣ୍ଣନା କରନ୍ତି । (ଦେଖ:ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Corinthians 14:1
ସେମାନେ ଏହା ଜାଣନ୍ତୁ ବୋଲି ପାଉଲ ଚାହାଁନ୍ତି ଯେ ଯଦିଓ ଶିକ୍ଷାଦାନ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଏହା ଲୋକମାନଙ୍କୁ ପରାମର୍ଶ ଦେଇଥାଏ, ତଥାପି ଏହାକୁ ପ୍ରେମରେ କରାଯିବା ଉଚିତ୍ ।
διώκετε τὴν ἀγάπην
ପାଉଲ ପ୍ରେମ ବିଷୟରେ ଏଭଳି ଭାବରେ କହନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । “ପ୍ରେମର ଅନୁସରଣ କର” ବା “ଲୋକମାନଙ୍କୁ ପ୍ରେମ କରିବା ପାଇଁ କଠିନ ପରିଶ୍ରମ କର” (ଦେଖ:ଭବିଷ୍ୟଦ୍ବକ୍ତା, ଭବିଷ୍ୟବାଣୀ, ଭବିଷ୍ୟବାଣୀ, ଦ୍ରଷ୍ଟା, ଭବିଷ୍ୟଦ୍ବକ୍ତ୍ରୀ)
μᾶλλον…ἵνα προφητεύητε
ଏବଂ ଭାବବାଣୀ କରିବାରେ ସକ୍ଷମ ହେବା ପାଇଁ ବିଶେଷ ଭାବରେ କଠିନ ପରିଶ୍ରମ କର
1 Corinthians 14:3
οἰκοδομὴν
ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ କରିବା ପାଇଁ ସହାୟତା କରିବା । ୧କରିନ୍ଥୀୟ ୮:୧ରେ “ନିର୍ମାଣ କରିବା”ର ଅନୁବାଦ ତୁମେ କିପରି ଭାବରେ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ସେମାନଙ୍କୁ ଦୃଢ କରିବା ପାଇଁ” (ଦେଖ:ଉପମା/ରୂପକ)
1 Corinthians 14:4
οἰκοδομεῖ
ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ କରିବା ପାଇଁ ସହାୟତା କରିବା । ୧କରିନ୍ଥୀୟ ୮:୧ ରେ “ନିର୍ମାଣ କରିବା” ର ଅନୁବାଦ ତୁମେ କିପରି ଭାବରେ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଦୃଢ କରିଥାଏ” (ଦେଖ:ଉପମା/ରୂପକ)
1 Corinthians 14:5
μείζων δὲ ὁ προφητεύων
ପାଉଲ ଜୋର୍ ଦେଉଛନ୍ତି ଯେ ଭାବବାଣୀ କରିବାର ଦାନ ପରଭାଷା କହିବାର ଦାନଠାରୁ ମହାନ ଅଟେ । ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଭାବବାଣୀ କରେ ତାହାକୁ ବୃହତ୍ତର ଦାନ ମିଳିଛି” (ଦେଖ:ଉପଲକ୍ଷ୍ୟ ଅଳଙ୍କାର)
διερμηνεύῃ
ଏହାର ଅର୍ଥ ଜଣେ ବ୍ୟକ୍ତି ଗୋଟିଏ ଭାଷାରେ ଅନ୍ୟମାନଙ୍କୁ ଯାହା କହିଛି ତାହାକୁ ସେହି ଭାଷା ବୁଝି ପାରୁ ନ ଥିବା ଲୋକମାନଙ୍କୁ ସେ କହିଥିବା କଥାକୁ ବୁଝାଇ ଦେବା । ୧କରିନ୍ଥୀୟ ୨:୧୩ରେ ଏହାକୁ କିପରି ଅନୁବାଦ କରାଯାଇଛି ତାହା ଦେଖ ।
1 Corinthians 14:6
τί ὑμᾶς ὠφελήσω
ଏହା ଏକ ବକ୍ତବ୍ୟ ହୋଇପାରେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିମନ୍ତେ ଲାଭଜନକ ନୁହେଁ ।” ବା “ତୁମ୍ଭମାନଙ୍କର ସାହାଯ୍ୟ କରିବା ନିମନ୍ତେ ମୁଁ କିଛି ମଧ୍ୟ କରିନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 14:7
διαστολὴν τοῖς φθόγγοις μὴ δῷ
ଏହା ଭିନ୍ନ ଭିନ୍ନ ଧ୍ବନୀକୁ ସୂଚିତ କରେ ଯାହା ମିଳିତ ଭାବେ ସୁମଧୁର ଧ୍ବନୀରେ ପରିଣତ ହୋଇଥାଏ, ବଂଶୀର ଧ୍ବନୀ ଏବଂ ବୀଣାର ଧ୍ବନୀ ମଧ୍ୟରେ ଥିବା ପାର୍ଥକ୍ୟକୁ ଏହା ଦର୍ଶାଇ ନ ଥାଏ ।
πῶς γνωσθήσεται τὸ αὐλούμενον
ପାଉଲ ଚାହାଁନ୍ତି କରିନ୍ଥୀୟମାନେ ନିଜେ ଏହାର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ବଂଶୀ ବା ବୀଣା କେଉଁ ଧ୍ବନୀ ବଜାଉଛନ୍ତି ତାହା କେହି ଜାଣି ପାରିବେ ନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ସୁମଧୁର ସଂଗୀତ ବା ଗୀତ
1 Corinthians 14:8
τίς παρασκευάσεται εἰς πόλεμον?
ପାଉଲ ଚାହାଁନ୍ତି କରିନ୍ଥୀୟମାନେ ନିଜେ ଏହାର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ କେବେ ଆସିବ ତାହା କେହି ଜାଣି ନ ଥାନ୍ତି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 14:10
οὐδὲν ἄφωνον
ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ସେ ସମସ୍ତଙ୍କର ଅର୍ଥ ରହିଛି” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ)
1 Corinthians 14:12
πνευμάτων
ଏପରି କାର୍ଯ୍ୟ କରିବା ପାଇଁ ସକ୍ଷମ ହେବା ଯହିଁରୁ ଜଣା ପଡିବ ଯେ ଆତ୍ମା ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରନ୍ତି
πρὸς τὴν οἰκοδομὴν τῆς ἐκκλησίας, ζητεῖτε ἵνα περισσεύητε
ପାଉଲ ମଣ୍ଡଳୀ ବିଷୟରେ କହନ୍ତି ସତେ ଯେମିତି ଏହା ଗୋଟିଏ ଗୃହ ଯାହାକୁ କେହି ଜଣେ ନିର୍ମାଣ କରିପାରିବ ଏବଂ ତାହା ମଣ୍ଡଳୀ ନିର୍ମାଣର କାର୍ଯ୍ୟ ଅଟେ ସତେ ଯେମିତି ଜଣେ ଫସଲ ସଂଗ୍ରହ କରିଥାଏ । ବିକଳ୍ପ ଅନୁବାଦ: “ଇଶ୍ବରଙ୍କ ସେବା କରିବା ନିମନ୍ତେ ଇଶ୍ବରଙ୍କ ଅଧିକ ସଂଖ୍ୟକ ଲୋକମାନଙ୍କୁ ପ୍ରସ୍ତୁତ କରିବାରେ ସକ୍ଷମ ହେବା” (ଦେଖ:ଉପମା/ରୂପକ)
1 Corinthians 14:13
διερμηνεύῃ
ଏହାର ଅର୍ଥ ଜଣେ ବ୍ୟକ୍ତି ଗୋଟିଏ ଭାଷାରେ ଅନ୍ୟମାନଙ୍କୁ ଯାହା କହିଛି ତାହାକୁ ସେହି ଭାଷା ବୁଝି ପାରୁ ନ ଥିବା ଲୋକମାନଙ୍କୁ ସେ କହିଥିବା କଥାକୁ ବୁଝାଇ ଦେବା । [୧କରିନ୍ଥୀୟ ୨:୧୩] (../୦୨/୧୩.md)ରେ ଏହାକୁ କିପରି ଅନୁବାଦ କରାଯାଇଛି ତାହା ଦେଖ ।
1 Corinthians 14:14
ὁ…νοῦς μου ἄκαρπός ἐστιν
କ’ଣ ପ୍ରାର୍ଥନା କରାଯାଇଛି ତାହା ମନ ବୁଝି ପରେ ନାହିଁ ଏବଂ ସେଥିପାଇଁ, ପ୍ରାର୍ଥନାରୁ କିଛି ଫଳ ଲାଭ କରୁ ନ ଥିବା ବିଷୟକୁ ଏପରି କୁହାଯାଇଛି ସତେ ଯେମିତି “ମନ ଫଳବାନ୍ ନୁହେଁ ।"" ବିକଳ୍ପ ଅନୁବାଦ: “ମୁଁ ଏହାକୁ ମୋ ନିଜ ମନରେ ବୁଝିପାରୁନାହିଁ” ବା “ପ୍ରାର୍ଥନାରୁ ମୋର ମନ କିଛି ଲାଭ ପାଇ ପାରୁନାହିଁ, କାରଣ ମୁଁ ଯେଉଁ ବାକ୍ୟ କହୁଛି ତାହା ମୁଁ ନିଜେ ବୁଝିପାରୁନାହିଁ” (ଦେଖ:ଉପମା/ରୂପକ)
1 Corinthians 14:15
τί…ἐστιν
ପାଉଲ ତାଙ୍କର ନିଷ୍କର୍ଶର ପରିଚୟ ଦେଉଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଏହିପରି କରିବି ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
προσεύξομαι τῷ Πνεύματι…προσεύξομαι…τῷ νοΐ…ψαλῶ τῷ Πνεύματι…ψαλῶ…τῷ νοΐ
ପ୍ରାର୍ଥନା ଏବଂ ଗୀତ ଏପରି ଭାଷାରେ ହେବା ଉଚିତ୍ ଯେଉଁ ଭାଷା ସେଠାରେ ଉପସ୍ଥିତ ଲୋକ ବୁଝି ପାରୁଥିବେ ।
τῷ νοΐ
ମୁଁ ବୁଝି ପାରୁଥିବା ବାକ୍ୟ ଦ୍ବାରା
1 Corinthians 14:16
εὐλογῇς…τῇ σῇ εὐχαριστίᾳ…λέγεις
ଯଦ୍ୟପି “ତୁମ୍ଭେ” ଏଠାରେ ଏକବଚନ ଅଟେ, ତଥାପି ପାଉଲ ସେ ସମସ୍ତଙ୍କୁ ସମ୍ବୋଧନ କରୁଛନ୍ତି ଯେଉଁମାନେ କେବଳ ଆତ୍ମାରେ ପ୍ରାର୍ଥନା କରନ୍ତି, କିନ୍ତୁ ମନର ସହିତ ନୁହେଁ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
πῶς ἐρεῖ, τὸ ἀμήν…οὐκ οἶδεν?
ଏହାକୁ ଏକ ବକ୍ତବ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ବାହାର ବ୍ୟକ୍ତି କେବେ ମଧ୍ୟ 'ଆମେନ୍' କହିବାକୁ ସକ୍ଷମ ହେବନାହିଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τοῦ ἰδιώτου
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଅନ୍ୟ ବ୍ୟକ୍ତି” ବା ୨) “ଯେଉଁ ଲୋକମାନେ ତୁମ୍ଭ ଦଳ ନିମନ୍ତେ ନୂଆ ଅଟନ୍ତି ।”
ἐρεῖ, τὸ ἀμήν
ସହମତ ହେବା ପାଇଁ ସକ୍ଷମ ହେବା (ଦେଖ:ଉପଲକ୍ଷ୍ୟ ଅଳଙ୍କାର)
1 Corinthians 14:17
σὺ μὲν…εὐχαριστεῖς
ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ “ତୁମ୍ଭେ” ଶବ୍ଦ ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ὁ ἕτερος οὐκ οἰκοδομεῖται
ଲୋକମାନଙ୍କୁ ଗଠନ କରିବାର ଅର୍ଥ ବିଶ୍ବାସରେ ପରିପକ୍ବ ଏବଂ ଦୃଢ ହେବା ନିମନ୍ତେ ସେମାନଙ୍କର ସହାୟତା କରିବା । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ୧କରିନ୍ଥୀୟ୮:୧ ରେ “ଗଠନ କରେ”କୁ ତୁମେ କିପରି ଅନୁବାଦ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ଅନ୍ୟ ବ୍ୟକ୍ତିକୁ ସୁଦୃଢ କରାଯାଇ ନ ଥାଏ” ବା “ତୁମ୍ଭେମାନେ ଯାହା କହୁଛ ତାହା ତୁମ୍ଭମାନଙ୍କର କଥା ଶୁଣୁଥିବା କୌଣସି ବାହାର ବ୍ୟକ୍ତିକୁ ଦୃଢ କରେ ନାହିଁ” (ଦେଖ:ଉପମା/ରୂପକ ଏବଂକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 14:19
ἢ μυρίους λόγους ἐν γλώσσῃ
ପାଉଲ ଶବ୍ଦଗୁଡିକୁ ଗଣନା କରୁନାହାଁନ୍ତି, କିନ୍ତୁ ଏହି କଥା ଉପରେ ଜୋର ଦେବା ପାଇଁ ଅତ୍ୟୁକ୍ତିର ବ୍ୟବହାର କରିଛନ୍ତି ଯେ ଲୋକମାନେ ବୁଝି ପାରୁ ନ ଥିବା ଗୋଟିଏ ଭାଷାରେ ଅସଂଖ୍ୟ ଶବ୍ଦ କହିବା ଅପେକ୍ଷା ବୁଝି ପାରିବା ଭାଷାରେ ଅଳ୍ପବାକ୍ୟ କହିବା ଅଧିକ ମୂଲ୍ୟବାନ ଅଟେ । ବିକଳ୍ପ ଅନୁବାଦ: “୧୦,୦୦୦ ଶବ୍ଦ” ବା “ବହୁସଂଖ୍ୟକ ବାକ୍ୟ” (ଦେଖ:ସଂଖ୍ୟାଗୁଡ଼ିକ ଏବଂଅତିରଞ୍ଜନ/ଅତ୍ୟୁକ୍ତି)
1 Corinthians 14:20
ପାଉଲ ସେମାନଙ୍କୁ କହନ୍ତି ଯେ ଖ୍ରୀଷ୍ଟଙ୍କ ମଣ୍ଡଳୀର ଆରମ୍ଭରେ ଅନ୍ୟାନ୍ୟ ଭାଷାରେ କଥା କହିବା ଘଟଣାର ବହୁ ବର୍ଷ ପୂର୍ବରୁ ଯିଶାଇୟ ଭାବବାଦୀ ଅନ୍ୟାନ୍ୟ ଭାଷାରେ କଥା କହିବା ବିଷୟରେ ଜଣାଇଥିଲେ ।
μὴ παιδία γίνεσθε ταῖς φρεσίν
ଏଠାରେ “ପିଲାମାନେ” ଶବ୍ଦ ଆତ୍ମିକ ଅପରିପକ୍ବତାକୁ ଦର୍ଶାଇବା ନିମନ୍ତେ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ପିଲାମାନଙ୍କ ପରି ଚିନ୍ତା କର ନାହିଁ” (ଦେଖ:ଉପମା/ରୂପକ)
1 Corinthians 14:21
ἐν τῷ νόμῳ γέγραπται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଭାବବାଦୀ ଏହି ବାକ୍ୟଗୁଡ଼ିକୁ ବ୍ୟବସ୍ଥା ପୁସ୍ତକରେ ଲେଖିଛନ୍ତି:” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν ἑτερογλώσσοις καὶ ἐν χείλεσιν ἑτέρων
ଏହି ଦୁଇଟି ବାକ୍ୟାଂଶ ମୂଳତଃ ଗୋଟିଏ ଅର୍ଥ ପ୍ରକାଶ କରନ୍ତି ଏବଂ ଗୁରୁତ୍ବ ଦେବା ପାଇଁ ସେଗୁଡିକୁ ଏକତ୍ର ବ୍ୟବହାର କରାଯାଇଛି । (ଦେଖ:ସମାନ୍ତରତାସୂଚକ)
1 Corinthians 14:22
ମଣ୍ଡଳୀରେ ଆତ୍ମିକଦାନଗୁଡିକୁ ଉତ୍ତମରୂପେ ବ୍ୟବହାର କରିବା ନିମନ୍ତେ ପାଉଲ କ୍ରମାନ୍ବୟରେ ନିର୍ଦ୍ଧିଷ୍ଟ ପରାମର୍ଶ ପ୍ରଦାନ କରନ୍ତି
οὐ τοῖς πιστεύουσιν, ἀλλὰ τοῖς ἀπίστοις
ଏହାକୁ ସକରାତ୍ମକ ରୂପରେ ବ୍ୟକ୍ତ କରାଯାଇପାରିବ ଏବଂ ଅନ୍ୟ ସକରାତ୍ମକ ବାକ୍ୟ ସହିତ ଯୋଡାଯାଇପାରିବ । ବିକଳ୍ପ ଅନୁବାଦ: “କେବଳ ବିଶ୍ବାସୀମାନଙ୍କ ପାଇଁ” (ଦେଖ:ଯୁଗ୍ମ ନାସ୍ତିସୂଚକ ଗୁଡ଼ିକ ଏବଂସମାନ୍ତରତାସୂଚକ)
1 Corinthians 14:23
οὐκ ἐροῦσιν ὅτι μαίνεσθε?
ଏହାକୁ ଏକ ବକ୍ତବ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେମାନେ କହିବେ ଯେ ତୁମେ ପାଗଳ ଅଟ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Corinthians 14:24
ἐλέγχεται ὑπὸ πάντων, ἀνακρίνεται ὑπὸ πάντων
ପାଉଲ ଗୁରୁତ୍ବ ଦେବା ପାଇଁ ମୂଳତଃ ସମାନ କଥାକୁ ଦୁଇଥର କହନ୍ତି । ବିକଳ୍ପ ଅନୁବାଦ: “ସେ ଅନୁତାପ କରିବ ଯେ ସେ ପାପର ଦୋଷୀ ଅଟେ କାରଣ ତୁମ୍ଭେମାନେ ଯାହା କହୁଅଛ ତାହା ସେ ଶୁଣୁଅଛି” (ଦେଖ:ସମାନ୍ତରତାସୂଚକ)
1 Corinthians 14:25
τὰ κρυπτὰ τῆς καρδίας αὐτοῦ φανερὰ γίνεται
ଏଠାରେ “ହୃଦୟ” ଏକ ବ୍ୟକ୍ତିର ଚିନ୍ତାର ରୂପକ ଅଟେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତାହାର ହୃଦୟର ଗୁପ୍ତ ରହସ୍ୟଗୁଡିକୁ ତାହା ନିକଟରେ ପ୍ରକାଶ କରିବେ” ବା “ସେ ତାହାର ଅନ୍ତରର ଭାବନାକୁ ଜ୍ଞାତ ହେବ” (ଦେଖ:ଲାକ୍ଷଣିକ ଶବ୍ଦଏବଂକର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
πεσὼν ἐπὶ πρόσωπον, προσκυνήσει τῷ Θεῷ
ଏଠାରେ ମୁହଁମାଡି ପଡିବା ଏକ ରୂଢି ଅଟେ, ଯାହାର ଅର୍ଥ ନତହେବା । ବିକଳ୍ପ ଅନୁବାଦ: “ସେ ଅବନତ ହେବ ଏବଂ ଇଶ୍ବରଙ୍କର ଆରାଧନା କରିବ” (ଦେଖ:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Corinthians 14:26
τί οὖν ἐστιν, ἀδελφοί?
ପାଉଲ ତାଙ୍କର ଉପଦେଶର ପରବର୍ତ୍ତୀ ଅଂଶକୁ ପରିଚିତ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “କାରଣ ମୁଁ ଯାହା କିଛି ତୁମ୍ଭମାନଙ୍କୁ ବର୍ତ୍ତମାନ କହିଛି ତାହା ସତ୍ୟ ଅଟେ, ତେଣୁ ହେ ମୋର ସାଥି ବିଶ୍ବାସୀମାନେ, ତୁମ୍ଭମାନଙ୍କୁ ଏହା କରିବାକୁ ହେବ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἑρμηνίαν
ଏହାର ଅର୍ଥ ଜଣେ ବ୍ୟକ୍ତି ଅନ୍ୟ ଭାଷାରେ ଯାହା କହିଛି ଯେଉଁ ଭାଷା ସେମାନେ ବୁଝି ପାରନ୍ତି ନାହିଁ ତାହା ଜଣାଇବା । ୧କରିନ୍ଥୀୟ ୨:୧୩ରେ “ବ୍ୟାଖ୍ୟା” ର କିପରି ଅନୁବାଦ କରାଯାଇଛି ତାହା ଦେଖ ।
1 Corinthians 14:27
καὶ ἀνὰ μέρος
ଏବଂ ସେମାନେ ଜଣେ ପରେ ଜଣେ କହିବା ଉଚିତ୍ ବା “ଏବଂ ସେମାନେ ଥରକୁ ଜଣେ ବ୍ୟକ୍ତି କହିବା ଉଚିତ୍”
διερμηνευέτω
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେମାନେ ଯାହା କହିଲେ ତାହା ବ୍ୟାଖ୍ୟା କର”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
διερμηνευέτω
ଏହାର ଅର୍ଥ ଜଣେ ବ୍ୟକ୍ତି ଅନ୍ୟ ଭାଷାରେ ଯାହା କହିଛି ଯେଉଁ ଭାଷା ସେମାନେ ବୁଝି ପାରନ୍ତି ନାହିଁ ତାହା ଜଣାଇବା । ୧କରିନ୍ଥୀୟ ୨:୧୩ରେ “ବ୍ୟାଖ୍ୟା” ର କିପରି ଅନୁବାଦ କରାଯାଇଛି ତାହା ଦେଖ ।
1 Corinthians 14:29
προφῆται…δύο ἢ τρεῖς λαλείτωσαν
ସାମ୍ଭବ୍ୟ ଅର୍ଥଗୁଡିକ ୧) ଗୋଟିଏ ସଭାରେ କେବଳ ଦୁଇ ବା ତିନିଜଣ ଭାବବାଦୀ କଥା କହନ୍ତୁ ବା ୨) ଗୋଟିଏ ସଭାରେ ଏକ ସମୟରେ କେବଳ ଦୁଇ ବା ତିନିଜଣ ଭାବବାଦୀ ପାଳିକ୍ରମେ କଥା କହନ୍ତୁ ।
προφῆται δὲ δύο ἢ τρεῖς λαλείτωσαν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେମାନେ ଯାହା କହନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 14:30
ἐὰν…ἄλλῳ ἀποκαλυφθῇ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ଇଶ୍ବର କାହାକୁ ଅନ୍ତର୍ଦୃଷ୍ଟି ଦିଅନ୍ତି” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟଏବଂଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 14:31
καθ’ ἕνα…προφητεύειν
ଏକ ସମୟରେ କେବଳ ଜଣେ ବ୍ୟକ୍ତି ଭାବବାଣୀ କରିପାରିବ ।
πάντες…παρακαλῶνται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତଙ୍କୁ ପ୍ରୋତ୍ସାହନ କରିପାର” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 14:33
οὐ…ἐστιν ἀκαταστασίας ὁ Θεὸς
ଇଶ୍ବର ଏକ ସମୟରେ ସମସ୍ତଙ୍କୁ କହିବାକୁ ଦେଇ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରିବେ ନାହିଁ ।
1 Corinthians 14:34
σιγάτωσαν
ସାମ୍ଭାବ୍ୟ ଅର୍ଥଗୁଡିକ ୧)କହିବା ବନ୍ଦକର, ୨) ଯେତେବେଳେ ଜଣେ ଭାବବାଣୀ କରୁଛନ୍ତି ସେତେବେଳେ କହିବା ବନ୍ଦକର, ବା ୩) ମଣ୍ଡଳୀର ଉପାସନା ସମୟରେ ସମ୍ପୂର୍ଣ୍ଣ ଭାବରେ ନୀରବ ରୁହ ।
1 Corinthians 14:36
ἢ ἀφ’ ὑμῶν ὁ λόγος τοῦ Θεοῦ ἐξῆλθεν, ἢ εἰς ὑμᾶς μόνους κατήντησεν?
ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କ’ଣ କରନ୍ତୁ ବୋଲି ଇଶ୍ବର ଚାହାନ୍ତି ତାହା କେବଳ କରିନ୍ଥୀୟମାନେ ହିଁ ଜାଣନ୍ତି ନାହିଁ । ବିକଳ୍ପ ଅନୁବାଦ: “ଇଶ୍ବରଙ୍କ ବାକ୍ୟ କରିନ୍ଥରୁ ତୁମ୍ଭମାନଙ୍କ ନିକଟରୁ ଆସିନାହିଁ; ଇଶ୍ବରଙ୍କ ଇଛାକୁ ବୁଝି ପାରିବା ଲୋକ କେବଳ ତୁମ୍ଭେମାନେ ନୁହଁ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ὁ λόγος τοῦ Θεοῦ
ଇଶ୍ବରଙ୍କ ବାକ୍ୟ ଏଠାରେ ଇଶ୍ବରଙ୍କ ସନ୍ଦେଶର ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ଇଶ୍ବରଙ୍କ ସନ୍ଦେଶ” (ଦେଖ:ଲାକ୍ଷଣିକ ଶବ୍ଦ)
1 Corinthians 14:37
ἐπιγινωσκέτω
ଜଣେ ପ୍ରକୃତ ଭାବବାଦୀ ବା ପ୍ରକୃତ ଆତ୍ମିକମନା ବ୍ୟକ୍ତି ପାଉଲଙ୍କ ଲିଖିତ ପତ୍ରଗୁଡିକ ପ୍ରଭୁଙ୍କଠାରୁ ଆସିଛି ବୋଲି ଗ୍ରହଣ କରିବ ।
1 Corinthians 14:38
ἀγνοείτω
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତାହାକୁ ସ୍ବୀକୃତି ଦେବା ଉଚିତ୍ ନୁହେଁ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 14:39
τὸ λαλεῖν μὴ κωλύετε γλώσσαις
ପାଉଲ ଏହା ସ୍ପଷ୍ଟ କରିଦିଅନ୍ତି ଯେ ମଣ୍ଡଳୀର ଉପାସନାରେ ପରଭାଷାରେ କଥା କହିବା ସ୍ବୀକୃତ ଏବଂ ଗ୍ରହଣୀୟ ଅଟେ ।
1 Corinthians 14:40
πάντα δὲ εὐσχημόνως καὶ κατὰ τάξιν γινέσθω
ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ମଣ୍ଡଳୀର ସଭାଗୁଡିକ ଶୃଙ୍ଖଳିତ ଭାବରେ ଆୟୋଜନ କରାଯିବା ଉଚିତ୍ । ବିକଳ୍ପ ଅନୁବାଦ: “କିନ୍ତୁ ସମସ୍ତ ବିଷୟ ଠିକ୍ ଭାବରେ ଏବଂ ଶୃଙ୍ଖଳିତ ଭାବରେ କର” ବା ""କିନ୍ତୁ ସମସ୍ତ ବିଷୟ ଶୃଙ୍ଖଳିତ ଭାବରେ ଓ ଉପଯୁକ୍ତ ଭାବରେ କର
1 Corinthians 15
୧କରିନ୍ଥୀୟ ୧୫ ପର୍ବ ସାଧାରଣ ଟିପ୍ପଣୀ
ଗଠନପ୍ରଣାଳୀ ଏବଂ ରୂପରେଖା
ପୁନରୁତ୍ଥାନ
ଏହି ଅଧ୍ୟାୟରେ ଯୀଶୁଙ୍କର ପୁନରୁତ୍ଥାନ ବିଷୟକ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଉପରେ ଆଲୋଚନା କରାଯାଇଛି । ମୃତ୍ୟୁ ପରେ ଜଣେ ବ୍ୟକ୍ତି ଯେ ପୁନର୍ଜୀବିତ ହୋଇପାରିବ ଏହା ଗ୍ରୀକ୍ ଲୋକମାନେ ବିଶ୍ବାସ କରୁନଥିଲେ । ପାଉଲ ଯୀଶୁଙ୍କ ପୁନରୁତ୍ଥାନର ସପକ୍ଷରେ କହନ୍ତି । ବିଶ୍ବାସୀମାନଙ୍କ ନିମନ୍ତେ ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ତାହା ସେ ଶିକ୍ଷା ଦିଅନ୍ତି । (ଦେଖ:ପୁନରୁତ୍ଥାନ ଏବଂ ବିଶ୍ୱାସ କରିବା, ବିଶ୍ୱାସୀ, ବିଶ୍ୱାସ, ଅବିଶ୍ୱାସୀ, ଅବିଶ୍ୱାସ)
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ପୁନରୁତ୍ଥାନ
ଯୀଶୁ ଯେ ଇଶ୍ବର ଅଟନ୍ତି ତହିଁର ସର୍ବଶ୍ରେଷ୍ଠ ପ୍ରମାଣ ଭାବରେ ପାଉଲ ପୁନରୁତ୍ଥାନକୁ ଉପସ୍ଥାପନ କରନ୍ତି । ଯେଉଁମାନଙ୍କୁ ଇଶ୍ବର ପୁନରୁତ୍ଥିତ କରିବେ ଖ୍ରୀଷ୍ଟ ସେହି ଅନେକଙ୍କ ମଧ୍ୟରେ ପ୍ରଥମ ଅଟନ୍ତି । ପୁନରୁତ୍ଥାନ ସୁସମାଚାରର କେନ୍ଦ୍ର ବିଷୟ ଅଟେ । ଅଳ୍ପ କେତେକ ଧର୍ମତତ୍ତ୍ବ ହିଁ ଏହା ପରି ଗୁରୁତ୍ବପୂର୍ଣ୍ଣ ଅଟେ । (ଦେଖ:ଉତ୍ତମ ବାର୍ତ୍ତା, ସୁସମାଚାର ଏବଂ ଉଠାଇବା, ଉଠିବା, ଉଠାଇବା, ଉଠିବା, ଉଠିବା)
ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାରଗୁଡିକ
ଏହି ଅଧ୍ୟାୟରେ ପାଉଲ ଅନେକ ବିଭିନ୍ନ ପ୍ରକାରର ଅଳଙ୍କାରଗୁଡିକୁ ବ୍ୟବହାର କରିଅଛନ୍ତି । ଧର୍ମତତ୍ତ୍ବ ସମ୍ବନ୍ଧୀୟ କଠିନ ଶିକ୍ଷାଗୁଡ଼ିକୁ ବ୍ୟକ୍ତ କରିବା ପାଇଁ ସେ ସେଗୁଡ଼ିକୁ ବ୍ୟବହାର କରିଛନ୍ତି ଯେପରି ଲୋକମାନେ ବୁଝିପାରିବେ ।
1 Corinthians 15:1
ପାଉଲ ସେମାନଙ୍କୁ ମନେପକାଇ ଦିଅନ୍ତି ଯେ ସୁସମାଚାର ହିଁ ସେମାନଙ୍କୁ ରକ୍ଷା କରିବ ଏବଂ ସୁସମାଚାର କ’ଣ ଅଟେ ତାହା ସେ ସେମାନଙ୍କୁ ପୁନର୍ବାର ଜଣାଇ ଦେଉଛନ୍ତି । ଏହାପରେ ସେ ସେମାନଙ୍କୁ ଏକ ସଂକ୍ଷିପ୍ତ ଐତିହାସିକ ବିବରଣୀ ପ୍ରଦାନ କରନ୍ତି, ଯାହା ପରିଶେଷରେ କ’ଣ ଘଟିବାକୁ ଯାଉଛି ତହିଁ ସହିତ ସମାପ୍ତ ହୋଇଛି ।
γνωρίζω…ὑμῖ
ତୁମ୍ଭମାନଙ୍କୁ ମନେରଖିବାରେ ସାହାଯ୍ୟ କରିବ
ἐν ᾧ…ἑστήκατε
ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଗୋଟିଏ ଗୃହ ଏବଂ ସୁସମାଚାର ସତେ ଯେମିତି ଗୋଟିଏ ମୂଳଦୁଆ ଯାହା ଉପରେ ସେହି ଗୃହ ତୋଳାଯାଇଛି । (ଦେଖ:ଉପମା/ରୂପକ)
1 Corinthians 15:2
σῴζεσθε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ""ଇଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τίνι λόγῳ εὐηγγελισάμην ὑμῖν
ଯେଉଁ ସୁସମାଚାର ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛି
1 Corinthians 15:3
ἐν πρώτοις
ସାମ୍ଭାବ୍ୟ ଅର୍ଥ ହେଉଛି: ୧) ଅନେକ ବିଷୟ ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବା ୨) ସେହି ସମୟ ମଧ୍ୟରେ ସର୍ବ ପ୍ରଥମ ।
ὑπὲρ τῶν ἁμαρτιῶν ἡμῶν
ଆମ୍ଭମାନଙ୍କ ପାପ ପାଇଁ ଦେବା ନିମନ୍ତେ ବା ""ଯେପରିକି ଇଶ୍ବର ଆମ୍ଭମାନଙ୍କର ପାପକୁ କ୍ଷମା କରି ପାରିବେ
κατὰ τὰς Γραφάς
ପାଉଲ ପୁରାତନ ନିୟମର ଲେଖା ବିଷୟରେ କହୁଛନ୍ତି ।
1 Corinthians 15:4
ἐτάφη
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ସେମାନେ ତାହାଙ୍କୁ ସମାଧି ଦେଲେ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐγήγερται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ତାହାଙ୍କୁ ଉଠାଇଲେ""(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐγήγερται
ସେହି କାରଣରୁ ପୁନର୍ଜୀବିତ ହେଲେ
1 Corinthians 15:5
ଯଦି ତୁମେ ୫ ପଦକୁ ଏକ ସଂପୂର୍ଣ୍ଣ ପଦ ଭାବରେ ଦେଖିବାକୁ ଚାହୁଁଛ, ତେବେ ୧କରିନ୍ଥୀୟ ୧୫:୪ର ଶେଷରେ ଏକ କମା ଚିହ୍ନ ଦିଅ ତାହାହେଲେ ୧ କରିନ୍ଥୀୟ ୧୫:୩ରେ ଯେଉଁ ବାକ୍ୟ ଆରମ୍ଭ ହୋଇଛି ତାହା ୫ ପଦକୁ ସଂପୂର୍ଣ୍ଣ ବାକ୍ୟ କରିବ ।
ὤφθη
ନିଜକୁ ଦେଖାଇଲେ
1 Corinthians 15:6
πεντακοσίοις
୫୦୦ (ଦେଖ:ସଂଖ୍ୟାଗୁଡ଼ିକ)
τινὲς…ἐκοιμήθησαν
ଏଠାରେ ଶୟନ ଶବ୍ଦଟି ମୃତ୍ୟୁକୁ ବୁଝାଇବା ନିମନ୍ତେ ଏକ ସାଧାରଣ ଶ୍ରୁତି ମଧୁର ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ""କିଛି ଲୋକ ମୃତ୍ୟୁ ବରଣ କରିଛନ୍ତି"" (ଦେଖ:ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
1 Corinthians 15:8
ἔσχατον…πάντων
ଶେଷରେ, ସେ ଅନ୍ୟମାନଙ୍କୁ ଦର୍ଶନ ଦେବା ପରେ
τῷ ἐκτρώματι
ଏହା ଏକ ଋୂଢି ଅଟେ ଯାହା ଦ୍ବାରା ପାଉଲଙ୍କର କହିବାର ଅର୍ଥ ଏହା ହୋଇପାରେ ଯେ ସେ ଅନ୍ୟ ପ୍ରେରିତମାନଙ୍କଠାରୁ ବହୁତ ପରେ ଖ୍ରୀଷ୍ଟିଆନ ହେଲେ । କିମ୍ବା ହୁଏତ ସେ ଏହା କହିବାକୁ ଚାହୁଁଛନ୍ତି ଯେ, ଅନ୍ୟ ପ୍ରେରିତମାନଙ୍କ ପରି, ସେ ଯୀଶୁଙ୍କର ତିନି ବର୍ଷର ସେବାକାର୍ଯ୍ୟର ସାକ୍ଷୀ ହୋଇନଥିଲେ । ବିକଳ୍ପ ଅନୁବାଦ: ""ଏପରି ଜଣେ ବ୍ୟକ୍ତି ଯିଏ ଅନ୍ୟମାନଙ୍କୁ ମିଳିଥିବା ଅନୁଭବରୁ ବଞ୍ଚିତ ହୋଇଥିଲେ"" (ଦେଖ:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Corinthians 15:10
χάριτι…Θεοῦ, εἰμι ὅ εἰμι
ବର୍ତ୍ତମାନ ପାଉଲ ଯାହା ହୋଇଛନ୍ତି ତାହା ଇଶ୍ବରଙ୍କ କୃପା ଓ ଦୟା ସକାଶୁ ।
ἡ χάρις αὐτοῦ ἡ εἰς ἐμὲ, οὐ κενὴ ἐγενήθη
ଇଶ୍ବର ଯେ ପାଉଲଙ୍କ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି, ଏହା ଉପରେ ପାଉଲ ଗୁରୁତ୍ବ ପ୍ରଦାନ କରୁଛନ୍ତି । ବିକଳ୍ପ ଅନୁବାଦ: ""ଯେହେତୁ ସେ ମୋ ପ୍ରତି ଦୟା କଲେ, ସେଥିପାଇଁ ମୁଁ ବହୁତ ଉତ୍ତମ କାର୍ଯ୍ୟ କରିବାରେ ସକ୍ଷମ ହେଲି"" (ଦେଖ:ଶ୍ରୁତିମଧୁର ବାକ୍ୟ/କୌଣସି ବିଷୟକୁ କୋମଳ ସ୍ଵରେ କହିବା)
ἡ χάρις τοῦ Θεοῦ σὺν ἐμοί
ପାଉଲ ଯେଉଁ କାର୍ଯ୍ୟ କରିବାରେ ସକ୍ଷମ ଥିଲେ ସେ ସେହି ବିଷୟରେ କହନ୍ତି ଯେହେତୁ ଇଶ୍ବର ତାଙ୍କ ପ୍ରତି ଦୟାଳୁ ଥିଲେ ସେଥିପାଇଁ ସତେ ଯେମିତି ତାଙ୍କର ସେହି ଅନୁଗ୍ରହ କାର୍ଯ୍ୟ କରୁଥିଲା । ବିକଳ୍ପ ଅନୁବାଦ: ସମ୍ଭାବିତ ଅର୍ଥଗୁଡ଼ିକ ୧) ଏହା ଆକ୍ଷରିକ ଭାବେ ସତ୍ୟ ଅଟେ, ଏବଂ ଇଶ୍ବର ବାସ୍ତବରେ କାର୍ଯ୍ୟ କରିଥିଲେ ପୁଣି ଦୟା ପ୍ରକାଶ କରି ପାଉଲଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ ବା ୨) ପାଉଲ ଏକ ରୂପକ ବ୍ୟବହାର କରି କହୁଛନ୍ତି ଯେ ଇଶ୍ବର ସଦୟ ହୋଇ ପାଉଲଙ୍କୁ କାର୍ଯ୍ୟ କରିବାକୁ ଦେଇଛନ୍ତି ଏବଂ ପାଉଲଙ୍କ କାର୍ଯ୍ୟର ଉତ୍ତମ ଫଳ ଆସିବାକୁ ଦେଇଛନ୍ତି ।"" (ଦେଖ:ଉପମା/ରୂପକ)
1 Corinthians 15:12
πῶς λέγουσιν ἐν ὑμῖν τινες, ὅτι ἀνάστασις νεκρῶν οὐκ ἔστιν?
ଏକ ନୁଆ ବିଷୟ ଆରମ୍ଭ କରିବା ପାଇଁ ପାଉଲ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: ""ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି କହିବା ତୁମ୍ଭମାନଙ୍କର ଉଚିତ୍ ନୁହେଁ !"" (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἐγήγερται
ପୁନର୍ଜୀବିତ ହେଲେ
1 Corinthians 15:13
εἰ…ἀνάστασις νεκρῶν οὐκ ἔστιν, οὐδὲ Χριστὸς ἐγήγερται
ପାଉଲ ଏକ କାଳ୍ପନିକ ଘଟଣାକୁ ବ୍ୟବହାର କରି କହିବାକୁ ଚାହାଁନ୍ତି ଯେ ମୃତମାନଙ୍କର ପୁନରୁତ୍ଥାନ ହୋଇଥାଏ । ସେ ଜାଣନ୍ତି ଯେ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ହୋଇଛି ଏବଂ ସେଥିପାଇଁ ସେ ସୁନିଶ୍ଚିତ ଅଟନ୍ତି ଯେ ପୁନରୁତ୍ଥାନ ଅଛି । ପୁନରୁତ୍ଥାନ ନାହିଁ ବୋଲି କହିବାର ଅର୍ଥ ଖ୍ରୀଷ୍ଟ ପୁନରୁତ୍ଥିତ ହୋଇନାହିଁନ୍ତି ବୋଲି କହିବା, କିନ୍ତୁ ଏହା ଭୁଲ୍ ଅଟେ କାରଣ ପାଉଲ ପୁନରୁତ୍ଥିତ ଖ୍ରୀଷ୍ଟଙ୍କୁ ଦର୍ଶନ କରିଛନ୍ତି (୧ କରିନ୍ଥୀୟ୧୫:୮) । (ଦେଖ:ପରିକଳ୍ପିତ ପରିସ୍ଥିତିସମୂହ)
οὐδὲ Χριστὸς ἐγήγερται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ଖ୍ରୀଷ୍ଟଙ୍କୁ ମଧ୍ୟ ଉଠାଇ ନାହାନ୍ତି"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 15:15
ପାଉଲ ସେମାନଙ୍କୁ ସୁନିଶ୍ଚିତ ହେବାକୁ ଦିଅନ୍ତି ଯେ ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି
εὑρισκόμεθα…ψευδομάρτυρες τοῦ Θεοῦ
ପାଉଲ ଯୁକ୍ତି କରି କହନ୍ତି ଯେ ଯଦି ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠି ନାହାଁନ୍ତି ତାହାହେଲେ ସେମାନେ ମିଥ୍ୟା ସାକ୍ଷ୍ୟ ଦେଉଛନ୍ତି ବା ଖ୍ରୀଷ୍ଟଙ୍କର ପୁନର୍ଜୀବିତ ହେବା ବିଷୟରେ ମିଥ୍ୟା କହୁଛନ୍ତି ।
εὑρισκόμεθα
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: "" ପ୍ରତ୍ୟେକ ଜଣ ଅନୁଭବ କରିବ ଯେ ଆମ୍ଭେମାନେ ଅଟୁ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 15:17
ματαία ἡ πίστις ὑμῶν, ἔτι ἐστὲ ἐν ταῖς ἁμαρτίαις ὑμῶν
ସେମାନଙ୍କର ବିଶ୍ବାସ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ ହେବା ଉପରେ ଆଧାରିତ ଅଟେ, ତେଣୁ ଯଦି ତାହା ହୋଇ ନ ଥାଏ ତେବେ ସେମାନଙ୍କର ବିଶ୍ବାସ ନିଷ୍ଫଳ ଅଟେ ।
1 Corinthians 15:19
πάντων ἀνθρώπων
ପ୍ରତ୍ୟେକଜଣ, ବିଶ୍ବାସୀ ଏବଂ ଅବିଶ୍ବାସୀମାନଙ୍କ ସମେତ
ἐλεεινότεροι πάντων ἀνθρώπων ἐσμέν
ଲୋକମାନେ ଅନ୍ୟ କାହା ଅପେକ୍ଷା ଆମ୍ଭମାନଙ୍କ ପାଇଁ ଅଧିକ ଦୁଃଖ ଅନୁଭବ କରିବେ
1 Corinthians 15:20
νυνὶ…Χριστὸς
ଏହା ଯେମିତି ଅଟେ, ଖ୍ରୀଷ୍ଟ ବା ""ଏହା ସତ୍ୟ ଅଟେ: ଖ୍ରୀଷ୍ଟ
ἀπαρχὴ
ଏଠାରେ ""ପ୍ରଥମଫଳ"" ଏକ ରୂପକ ଅଟେ, ଯହିଁରେ ଖ୍ରୀଷ୍ଟଙ୍କୁ ଫସଲର ପ୍ରଥମଫଳ ରୂପେ ତୁଳନା କରାଯାଇଛି, ଯାହା ପରେ ଅନ୍ୟ ଫସଲସବୁ ଆସିଥାଏ । ଖ୍ରୀଷ୍ଟ ପ୍ରଥମ ବ୍ୟକ୍ତି ଥିଲେ ଯିଏ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି । ବିକଳ୍ପ ଅନୁବାଦ: ""ଯିଏକି ଫସଲର ପ୍ରଥମ ଅଂଶ ସ୍ବରୁପ ଅଟନ୍ତି"" (ଦେଖ:ଉପମା/ରୂପକ)
Χριστὸς ἐγήγερται ἐκ νεκρῶν, ἀπαρχὴ τῶν κεκοιμημένων
ଏଠାରେ ଉଠାଇଛନ୍ତି ଏକ ଋୂଢି ଅଟେ ଯାହାର ଅର୍ଥ ""ପୁନର୍ଜୀବିତ କଲେ"" । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ଖ୍ରୀଷ୍ଟଙ୍କୁ ଉଠାଇଅଛନ୍ତି, ଯିଏ କି ମୃତମାନଙ୍କ ମଧ୍ୟରେ ପ୍ରଥମ ଫଳ ସ୍ବରୁପ ଅଟନ୍ତି"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଏବଂ ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Corinthians 15:21
δι’ ἀνθρώπου θάνατος
ଗୁଣବାଚକ ବିଶେଷ୍ୟ ""ମୃତ୍ୟୁ""କୁ କ୍ରିୟାବାଚ୍ୟ ""ମରିବା"" ଦ୍ବାରା ବ୍ୟକ୍ତ କରାଯାଇପାରିବ । ବିକଳ୍ପ ଅନୁବାଦ: ""ଜଣେ ମନୁଷ୍ୟର କର୍ମ ସକାଶୁ ଲୋକମାନେ ମୃତ୍ୟୁ ବରଣ କଲେ
καὶ δι’ ἀνθρώπου ἀνάστασις νεκρῶν
ଗୁଣବାଚକ ବିଶେଷ୍ୟ ""ପୁନରୁତ୍ଥାନ""କୁ କ୍ରିୟାବାଚ୍ୟ ""ଉଠାଇବା"" ଦ୍ବାରା ବ୍ୟକ୍ତ କରାଯାଇପାରିବ । ବିକଳ୍ପ ଅନୁବାଦ: ""ଜଣେ ମନୁଷ୍ୟର କର୍ମ ସକାଶୁ ଲୋକମାନେ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ ହୁଅନ୍ତି"" ବା ""ଜଣେ ମନୁଷ୍ୟର କର୍ମ ସକାଶୁ ଲୋକମାନେ ପୁନର୍ଜୀବିତ ହେବେ"" (ଦେଖ:ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Corinthians 15:23
ἀπαρχὴ
ଏଠାରେ ""ପ୍ରଥମଫଳ"" ଏକ ରୂପକ ଅଟେ, ଯହିଁରେ ଖ୍ରୀଷ୍ଟଙ୍କୁ ଫସଲର ପ୍ରଥମଫଳ ରୂପେ ତୁଳନା କରାଯାଇଛି, ଯାହା ପରେ ଅନ୍ୟ ଫସଲସବୁ ଆସିଥାଏ । ଖ୍ରୀଷ୍ଟ ପ୍ରଥମ ବ୍ୟକ୍ତି ଥିଲେ ଯିଏ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି । ବିକଳ୍ପ ଅନୁବାଦ: ""ଯିଏକି ଫସଲର ପ୍ରଥମ ଅଂଶ ସ୍ବରୁପ ଅଟନ୍ତି"" (ଦେଖ:ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Corinthians 15:24
ଏଠାରେ ""ସେ"" ଏବଂ ""ତାଙ୍କର"" ଶବ୍ଦ ଖ୍ରୀଷ୍ଟଙ୍କୁ ଦର୍ଶାଏ
καταργήσῃ πᾶσαν ἀρχὴν, καὶ πᾶσαν ἐξουσίαν, καὶ δύναμιν
ଯେଉଁମାନଙ୍କ ନିକଟରେ ଅଧିକାର ଓ କ୍ଷମତା ଅଛି ପୁଣି ଯେଉଁମାନେ ଶାସନ କରନ୍ତି, ସେମାନେ ଯାହା କରୁଛନ୍ତି ତାହା କରିବାରୁ ସେ ସେମାନଙ୍କୁ କ୍ଷାନ୍ତ କରିବେ
1 Corinthians 15:25
ἄχρι οὗ θῇ πάντας τοὺς ἐχθροὺς ὑπὸ τοὺς πόδας αὐτοῦ
ଯୁଦ୍ଧ ଜିତିଥିବା ରାଜାମାନେ ନିଜର ପାଦ ସେହି ଲୋକମାନଙ୍କ ଗଳାରେ ରଖିଦେବେ ଯାହାକୁ ସେମାନେ ହରାଇଥିଲେ । ବିକଳ୍ପ ଅନୁବାଦ: ""ଯେ ପର୍ଯ୍ୟନ୍ତ ଈଶ୍ବର ଖ୍ରୀଷ୍ଟଙ୍କ ସମସ୍ତ ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବିନଷ୍ଟ କରିନାହନ୍ତି
1 Corinthians 15:26
ἔσχατος ἐχθρὸς καταργεῖται ὁ θάνατος
ପାଉଲ ଏଠାରେ ମୃତ୍ୟୁ ବିଷୟରେ କହୁଛନ୍ତି ସତେ ଯେମିତି ତାହା ଜଣେ ବ୍ୟକ୍ତି ଅଟେ ଯାହାକୁ ଇଶ୍ବର ହତ୍ୟା କରିବେ । ବିକଳ୍ପ ଅନୁବାଦ: ""ଯେଉଁ ଅନ୍ତିମ ଶତ୍ରୁକୁ ଇଶ୍ବର ନଷ୍ଟ କରିବେ ସେ ହେଉଛି ମୃତ୍ୟୁ ନିଜେ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଏବଂ ବ୍ୟକ୍ତିତ୍ୱଆରୋପ)
1 Corinthians 15:27
πάντα…ὑπέταξεν ὑπὸ τοὺς πόδας αὐτοῦ
ଯୁଦ୍ଧ ଜିତିଥିବା ରାଜାମାନେ ନିଜର ପାଦ ସେହି ଲୋକମାନଙ୍କ ଗଳାରେ ରଖିଦେବେ ଯାହାକୁ ସେମାନେ ହରାଇଥିଲେ । ୧ କରିନ୍ଥୀୟ ୧୫:୨୫ରେ ""ପାଦ ତଳେ ରଖିବା""କୁ କିପରି ଅନୁବାଦ କରାଯାଇଛି ତାହା ଦେଖ । ବିକଳ୍ପ ଅନୁବାଦ: ""ଇଶ୍ବର ଖ୍ରୀଷ୍ଟଙ୍କ ସମସ୍ତ ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି""(ଦେଖ:ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Corinthians 15:28
ὑποταγῇ αὐτῷ τὰ πάντα
ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: ""ଇଶ୍ବର ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ଅଧିନସ୍ଥ କରିଅଛନ୍ତି"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
αὐτὸς ὁ Υἱὸς, ὑποταγήσεται
ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: ""ପୁତ୍ର ନିଜେ ଅଧିନସ୍ଥ ହୋଇଯିବେ"" (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
αὐτὸς ὁ Υἱὸς
ପୂର୍ବ ପଦରେ ତାହାଙ୍କୁ ""ଖ୍ରୀଷ୍ଟ"" ବୋଲି କୁହାଯାଇଥିଲା । ବିକଳ୍ପ ଅନୁବାଦ: ""ଖ୍ରୀଷ୍ଟ ଅର୍ଥାତ ପୁତ୍ର ନିଜେ
ὁ Υἱὸς
ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଅଟେ ଯାହା ଯୀଶୁ ଓ ଇଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ:ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)
1 Corinthians 15:29
ἐπεὶ τί ποιήσουσιν, οἱ βαπτιζόμενοι ὑπὲρ τῶν νεκρῶν?
ପାଉଲ କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଅନ୍ୟଥା ମୃତମାନଙ୍କ ପାଇଁ ବାପ୍ତିସ୍ମ ନେବା ଖ୍ରୀଷ୍ତିୟାନମାନଙ୍କ ସକାଶେ ବୃଥା ହୁଅନ୍ତା । "" (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰ ὅλως νεκροὶ οὐκ ἐγείρονται, τί καὶ βαπτίζονται ὑπὲρ αὐτῶν?
ପାଉଲ ଯୁକ୍ତି କରିବାପାଇଁ ଏକ କାଳ୍ପନିକ ବିଷୟକୁ ବ୍ୟବହାର କରିଛନ୍ତି ଯେ ମୃତମାନେ ଉତ୍ଥିତ ହୁଅନ୍ତି । ମୃତମାନେ ଉତ୍ଥିତ ହୁଅନ୍ତି ନାହିଁ ବୋଲି କହିବାର ଅର୍ଥ ଲୋକମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହେବାର ଆବଶ୍ୟକ ନାହିଁ ବୋଲି କହିବା । କିନ୍ତୁ କେତେ ଲୋକ, ସମ୍ଭବତଃ କରିନ୍ଥୀୟ ମଣ୍ଡଳୀର କେତେକ ସଦସ୍ୟମାନେ ମୃତମାନଙ୍କ ପାଇଁ ବାପ୍ତିସ୍ମ ନେଇଥିଲେ, ସେଥିପାଇଁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ମୃତମାନଙ୍କ ପାଇଁ ବାପ୍ତିସ୍ମ ନେଇଥାନ୍ତି କାରଣ ସେମାନେ ବିଶ୍ବାସ କରନ୍ତି ଯେ ମୃତମାନଙ୍କର ପୁନରୁତ୍ଥାନ ଅଛି । (ଦେଖ:ପରିକଳ୍ପିତ ପରିସ୍ଥିତିସମୂହ)
νεκροὶ οὐκ ἐγείρονται
ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ମୃତମାନଙ୍କୁ ଉଠାନ୍ତି ନାହିଁ""(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
οὐκ ἐγείρονται
ପୁନର୍ଜୀବିତ ହେବେ ନାହିଁ
τί καὶ βαπτίζονται ὑπὲρ αὐτῶν
ପାଉଲ କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ମୃତ ଲୋକମାନଙ୍କ ସକାଶେ ବାପ୍ତିସ୍ମ ନେବା ନିମନ୍ତେ ସେମାନଙ୍କ ନିକଟରେ କୌଣସି କାରଣ ନ ଥାନ୍ତା । ""(ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 15:30
τί καὶ ἡμεῖς κινδυνεύομεν πᾶσαν ὥραν
ପାଉଲ କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ ଏବଂ ଅନ୍ୟ ଲୋକମାନେ ବିପଦରେ ଥିଲେ କାରଣ କେତେଲୋକ ସେମାନଙ୍କ ଉପରେ କ୍ରୋଧ କରୁଥିଲେ, ଏଥିପାଇଁ ଯେ ଯୀଶୁ ମୃତମାନଙ୍କୁ ଉଠାଇବେ ବୋଲି ସେମାନେ ଶିକ୍ଷା ଦେଉଥିଲେ । ବିକଳ୍ପ ଅନୁବାଦ: ""ଯଦି ଲୋକମାନେ ମୃତମାନଙ୍କ ମଧ୍ୟରୁ ଉଠିବେ ନାହିଁ, ତେବେ ଲୋକମାନଙ୍କର ପୁନରୁତ୍ଥାନ ହେବ ବୋଲି ଶିକ୍ଷା ଦେଇ ଆମ୍ଭେମାନେ ପ୍ରତି ମୂହୁର୍ତ୍ତରେ ବିପଦର ସମ୍ମୁଖୀନ ହେବାରେ ଆମର କଣ ଲାଭ । "" (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଏବଂ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Corinthians 15:31
καθ’ ἡμέραν ἀποθνῄσκω
ଏହି ଅତ୍ୟୁକ୍ତିର ଅର୍ଥ ସେ ମୃତ୍ୟୁର ବିପଦରେ ଥିଲେ । ସେ ଜାଣିଥିଲେ ଯେ କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କାରଣ ସେ ଯାହା ଶିକ୍ଷା ଦେଉଥିଲେ ତାହା ସେମାନେ ପସନ୍ଦ କରୁ ନ ଥିଲେ । ବିକଳ୍ପ ଅନୁବାଦ: “ପ୍ରତିଦିନ ମୁଁ ମୃତ୍ୟୁର ବିପଦରେ ପଡୁଅଛି” ବା “ପ୍ରତିଦିନ ମୁଁ ମୋର ଜୀବନକୁ ବିପଦରେ ପକାଉଅଛି !” (ଦେଖ:ଅତିରଞ୍ଜନ/ଅତ୍ୟୁକ୍ତି)
νὴ τὴν ὑμετέραν καύχησιν
ପାଉଲ ଏହି କଥନକୁ ପ୍ରମାଣ ସ୍ବରୂପେ ବ୍ୟବହାର କରନ୍ତି ଯେ ସେ ପ୍ରତି ଦିନ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିପାରିବ ଯେ ଏହା ସତ୍ୟ ଅଟେ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କଠାରେ ମୋହର ଗର୍ବର ବିଷୟ ଜାଣିଛ” ବା “ତୁମ୍ଭେମାନେ ଜାଣିପାରିବ ଯେ ଏହା ସତ୍ୟ ଅଟେ, କାରଣ ତୁମ୍ଭେମାନେ ଜାଣ ଯେ ତୁମ୍ଭମାନଙ୍କ ବିଷୟରେ ମୁଁ କେତେ ଗର୍ବ କରେ”
τὴν ὑμετέραν καύχησιν, ἀδελφοί, ἣν ἔχω ἐν Χριστῷ Ἰησοῦ, τῷ Κυρίῳ ἡμῶν
ଯୀଶୁ ଖ୍ରୀଷ୍ଟ ସେମାନଙ୍କ ପାଇଁ ଯାହା କରିଥିଲେ, ସେହି କାରଣରୁ ପାଉଲ ସେମାନଙ୍କ ନିମନ୍ତେ ଗର୍ବ କରୁଥିଲେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ନିମନ୍ତେ ଯାହା କରିଛନ୍ତି ସେଥି ନିମନ୍ତେ ମୁଁ ତୁମ୍ଭମାନଙ୍କଠାରେ ଗର୍ବ କରେ” (ଦେଖ:ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τὴν ὑμετέραν καύχησιν
ତୁମ୍ଭେମାନେ ଯେ କେତେ ଭଲ ତାହା ଯେପରି ଭାବରେ ମୁଁ ଲୋକମାନଙ୍କୁ ଜଣାଇଥାଏ
1 Corinthians 15:32
εἰ…ἐθηριομάχησα ἐν Ἐφέσῳ…τί μοι τὸ ὄφελος…οὐκ ἐγείρονται
ତାଙ୍କର ନ କହିବା ସତ୍ବେ କରିନ୍ଥୀୟମାନେ ଏହା ବୁଝି ପାରନ୍ତୁ ବୋଲି ପାଉଲ ଚାହୁଁଥିଲେ । ଏହା ଏକ ବକ୍ତବ୍ୟ ହୋଇପାରେ । ବିକଳ୍ପ ଅନୁବାଦ: ""ଏଫିସୀରେ ପଶୁମାନଙ୍କ ସହିତ ଯୁଦ୍ଧ କରି ... ମୋହର କିଛି ଲାଭ ହେଲା ନାହିଁ ... ଯଦି ଉତ୍ଥିତ ହୁଅନ୍ତି ନାହିଁ ।"" (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἐθηριομάχησα ἐν Ἐφέσῳ
ପାଉଲ ଏପରି ଏକ ବିଷୟରେ ଜଣାଉଛନ୍ତି ଯାହା ସେ ବାସ୍ତବରେ କରିଥିଲେ । ସମ୍ଭାବିତ ଅର୍ଥ ହେଉଛି ୧) ପାଉଲ ସାଙ୍କେତିକ ଭାବେ ଅନ୍ୟ ଜାତୀୟ ବିଜ୍ଞ ଲୋକମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ବିଷୟରେ କହୁଛନ୍ତି ବା ଯେଉଁ ଲୋକମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ସେମାନଙ୍କ ସହିତ ତାଙ୍କର ସଂଘର୍ଷ ବିଷୟରେ କହୁଛନ୍ତି ବା ୨) ସେ ବାସ୍ତବରେ ବିପଦପୂର୍ଣ୍ଣ ପଶୁଙ୍କ ବିରୁଦ୍ଧରେ ଲଢିବା ପାଇଁ ରଙ୍ଗଭୂମିରେ ନିକ୍ଷୀପ୍ତ ହୋଇଥିଲେ । (ଦେଖ:ଉପମା/ରୂପକ)
φάγωμεν καὶ πίωμεν, αὔριον γὰρ ἀποθνῄσκομεν
ପାଉଲ ସମାପ୍ତ କରି କହନ୍ତି ଯେ ଯଦି ମୃତ୍ୟୁ ପରେ ଆଗକୁ କୌଣସି ଜୀବନ ନାହିଁ, ତେବେ ଯଥାସମ୍ଭବ ଆମ୍ଭମାନଙ୍କର ଏହି ଜୀବନକୁ ଉପଭୋଗ କରିବା ଉଚିତ୍, କାରଣ ଆସନ୍ତା କାଲି ଆମ୍ଭମାନଙ୍କର ଏହି ଜୀବନ ବିନା ଆଶାରେ ସମାପ୍ତ ହୋଇଯିବ ।
1 Corinthians 15:33
φθείρουσιν ἤθη χρηστὰ ὁμιλίαι κακαί
ଯଦି ତୁମ୍ଭେମାନେ ମନ୍ଦ ଲୋକମାନଙ୍କ ସହିତ ବାସ କର, ତାହା ହେଲେ ତୁମ୍ଭେମାନେ ସେମାନଙ୍କ ପରି କାର୍ଯ୍ୟ କରିବ । ପାଉଲ ଏକ ସାଧାରଣ ପ୍ରବାଦକୁ ଉଦ୍ଧୃତ କରୁଛନ୍ତି ।
1 Corinthians 15:34
ἐκνήψατε
ତୁମ୍ଭମାନଙ୍କୁ ଗମ୍ଭୀର ଭାବରେ ଚିନ୍ତା କରିବାକୁ ପଡିବ
1 Corinthians 15:35
ବିଶ୍ବାସୀମାନଙ୍କ ଶରୀରର କିପରି ପୁନରୁତ୍ଥାନ ହେବ ସେ ବିଷୟରେ ପାଉଲ କେତେକ ନିର୍ଦ୍ଧିଷ୍ଟ ବିବରଣ ପ୍ରଦାନ କରୁଛନ୍ତି । ସେ ପ୍ରାକୃତିକ ଶରୀର ଓ ଅଧ୍ୟାତ୍ମିକ ଶରୀରର ଏକ ଚିତ୍ର ପ୍ରଦାନ କରନ୍ତି ଏବଂ ପ୍ରଥମ ଆଦମଙ୍କ ସହିତ ଶେଷ ଆଦମ ଖ୍ରୀଷ୍ଟଙ୍କୁ ତୁଳନା କରିଛନ୍ତି ।
ἀλλ’ ἐρεῖ τις, πῶς ἐγείρονται οἱ νεκροί? ποίῳ δὲ σώματι ἔρχονται?
ସମ୍ଭବପର ଅର୍ଥଗୁଡିକ ୧) ସେହି ବ୍ୟକ୍ତି ଆନ୍ତରିକତାର ସହ ପଚାରୁଛି ୨) ସେହି ବ୍ୟକ୍ତି ପୁନରୁତ୍ଥାନର ବିଚାରକୁ ଉପହାସ କରିବା ପାଇଁ ଏହି ପ୍ରଶ୍ନର ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ କିଛି ଲୋକ କହିବେ ଯେ ଇଶ୍ବର ମୃତମାନଙ୍କୁ କିପରି ଉଠାଇବେ ତାହା ସେମାନେ କଳ୍ପନା କରିପାରିବେ ନାହିଁ, ଏବଂ ପୁନରୁତ୍ଥାନରେ ଇଶ୍ବର ସେମାନଙ୍କୁ କେଉଁ ପ୍ରକାର ଶରୀର ଦେବେ ।” (ଦେଖ:ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ἐρεῖ τις
କେହି ଜଣେ ପଚାରିବ
ποίῳ…σώματι ἔρχονται
ଅର୍ଥାତ, କ’ଣ ଏହା ଏକ ଭୌତିକ ଶରୀର ହେବ ନା ଆତ୍ମିକ ଶରୀର ହେବ ? ସେହି ଶରୀରର ଆକାର କିପରି ହେବ ? ସେହି ଶରୀର କେଉଁ ବସ୍ତୁରେ ଗଠିତ ହେବ ? ଏହି ପ୍ରଶ୍ନଗୁଡିକର ଉତ୍ତର ପାଇବା ନିମନ୍ତେ ଜଣେ ବ୍ୟକ୍ତି ଯେଉଁ ଅଧିକ ସାଧାରଣ ପ୍ରଶ୍ନ ପଚାରି ପାରନ୍ତି ତାହାକୁ ବ୍ୟବହାର କରି ଅନୁବାଦ କର ।
1 Corinthians 15:36
ἄφρων! σὺ ὃ σπείρεις
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏଠାରେ ଦୁଇ ଥର “ତୁମେ” କୁ ଏକବଚନରେ କୁହାଯାଇଛି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ἄφρων! σὺ
ତୁମ୍ଭେମାନେ ଏହି ସମସ୍ତ ବିଷୟରେ କିଛି ଜାଣ ନାହିଁ
ὃ σπείρεις, οὐ ζῳοποιεῖται, ἐὰν μὴ ἀποθάνῃ
ଗୋଟିଏ ବୀଜ ଯେପର୍ଯ୍ୟନ୍ତ ପ୍ରଥମେ ଭୂମି ତଳେ ପୋତା ନ ହୋଇଛି ସେପର୍ଯ୍ୟନ୍ତ ବିକଶିତ ହେବ ନାହିଁ । ଠିକ୍ ସେହି ପ୍ରକାରେ ଇଶ୍ବର ତାହାକୁ ପୁନର୍ଜୀବିତ କରିବା ପୂର୍ବରୁ ଜଣେ ବ୍ୟକ୍ତିକୁ ମରିବାକୁ ହେବ । (ଦେଖ:ଉପମା/ରୂପକ)
1 Corinthians 15:37
ὃ σπείρεις, οὐ τὸ σῶμα τὸ γενησόμενον
ପାଉଲ ବୀଜର ରୂପକକୁ ଏହା କହିବା ପାଇଁ ପୁନର୍ବାର ବ୍ୟବହାର କରନ୍ତି ଯେ ଇଶ୍ବର ଜଣେ ବିଶ୍ବାସୀର ମୃତ ଶରୀରକୁ ପୁନର୍ଜୀବିତ କରିବେ, କିନ୍ତୁ ସେହି ଶରୀର ଯେମିତି ଥିଲା ସେମିତି ଦେଖାଯିବ ନାହିଁ । (ଦେଖ:ଉପମା/ରୂପକ)
ὃ σπείρεις
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏଠାରେ “ତୁମେ” ଶବ୍ଦ ଏକବଚନ ଅଟେ । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
1 Corinthians 15:38
ὁ…Θεὸς δίδωσιν αὐτῷ σῶμα, καθὼς ἠθέλησεν
ଇଶ୍ବର ସ୍ଥିର କରିବେ ଯେ ତାହାର ଶରୀର କେଉଁଭଳି ହେବ
1 Corinthians 15:39
σὰρξ
ପଶୁମାନଙ୍କ ପ୍ରସଙ୍ଗରେ, “ଶରୀର” ର ଅନୁବାଦ “ଶରୀର”,“ଚର୍ମ”, ଓ “ମାଂସ” ରୂପରେ କରାଯାଇପାରେ ।
1 Corinthians 15:40
σώματα ἐπουράνια
ସାମ୍ଭାବ୍ୟ ଶବ୍ଦଗୁଡିକ ୧)ସୂର୍ଯ୍ୟ, ଚନ୍ଦ୍ର, ତାରାଗୁଡିକ ଏବଂ ଆକାଶରେ ଦୃଶ୍ୟମାନ ହେଉଥିବା ଅନ୍ୟ ଆଲୋକଗୁଡିକ ବା ୨)ଆକାଶସ୍ଥ ଶରୀର, ଯେମିତି ସ୍ବର୍ଗଦୂତ ଏବଂ ଅନ୍ୟ ଆଲୌକିକ ଶରୀର ।
σώματα ἐπίγεια
ଏହା ମନୁଷ୍ୟକୁ ସୂଚିତ କରେ
ἑτέρα μὲν ἡ τῶν ἐπουρανίων δόξα, ἑτέρα δὲ ἡ τῶν ἐπιγείων
ଆକାଶସ୍ଥ ଶରୀରର ତେଜ ମାନବ ଶରୀରର ତେଜଠାରୁ ଅଲଗା ଅଟେ
δόξα
ଏଠାରେ “ତେଜ” ମାନବ ଚକ୍ଷୁରେ ଦୃଷ୍ଟ ଆକାଶସ୍ଥ ବସ୍ତୁଗୁଡିକର ତେଜର ଆପେକ୍ଷିକ ତେଜକୁ ସୂଚିତ କରେ ।
1 Corinthians 15:42
σπείρεται…ἐγείρεται
ଲେଖକ ଜଣେ ବ୍ୟକ୍ତିର ଶରୀରକୁ ସମାଧିସ୍ଥ କରିବା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ମାଟିତଳେ ପୋତା ଯାଇଥିବା ଗୋଟିଏ ବୀଜ ଅଟେ । ପୁଣି ସେ ଜଣେ ବ୍ୟକ୍ତିର ଶରୀରକୁ ମୃତମାନଙ୍କ ମଧ୍ୟରୁ ଉଠାଇବା ବିଷୟରେ କହୁଛନ୍ତି ସତେ ଯେମିତି ତାହା ସେହି ବୀଜରୁ ବାହାରିଥିବା ଗୋଟିଏ ଚାରା ଅଟେ । ନିଷ୍କ୍ରିୟ କ୍ରିୟାଗୁଡିକୁ କ୍ରିୟାବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ମାଟିତଳକୁ ଯାଏ ... ଯାହା ମାଟିତଳୁ ବାହାରେ” ବା ଲୋକମାନେ ଯାହାକୁ ପୋତି ଦେଇଥାନ୍ତି ... ଇଶ୍ବର ଯାହାକୁ ଉଠାନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଏବଂ ଉପମା/ରୂପକ)
ἐγείρεται
ଏହାକୁ ପୁନର୍ଜୀବିତ କରାଗଲା
ἐν φθορᾷ…ἐν ἀφθαρσίᾳ
କ୍ଷୟ ହୋଇପାରେ ... କ୍ଷୟ ହୋଇନପାରେ
1 Corinthians 15:43
σπείρεται…ἐγείρεται
ଲେଖକ ଜଣେ ବ୍ୟକ୍ତିର ଶରୀରକୁ ସମାଧିସ୍ଥ କରିବା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ମାଟିତଳେ ପୋତା ଯାଇଥିବା ଗୋଟିଏ ବୀଜ ଅଟେ । ପୁଣି ସେ ଜଣେ ବ୍ୟକ୍ତିର ଶରୀରକୁ ମୃତମାନଙ୍କ ମଧ୍ୟରୁ ଉଠାଇବା ବିଷୟରେ କହୁଛନ୍ତି ସତେ ଯେମିତି ତାହା ସେହି ବୀଜରୁ ବାହାରିଥିବା ଗୋଟିଏ ଚାରା ଅଟେ । ନିଷ୍କ୍ରିୟ କ୍ରିୟାଗୁଡିକୁ କ୍ରିୟାବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଏହା ମାଟିତଳକୁ ଯାଇଥାଏ ... ଏହା ମାଟିତଳୁ ବାହାରି ଆସେ” ବା ଲୋକମାନେ ଏହାକୁ ପୋତି ଦେଇଥାନ୍ତି ... ଇଶ୍ବର ଏହାକୁ ଉଠାଇ ଥାନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଏବଂ ଉପମା/ରୂପକ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 15:44
σπείρεται…ἐγείρεται
ଲେଖକ ଜଣେ ବ୍ୟକ୍ତିର ଶରୀରକୁ ସମାଧିସ୍ଥ କରିବା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ମାଟିତଳେ ପୋତା ଯାଇଥିବା ଗୋଟିଏ ବୀଜ ଅଟେ । ପୁଣି ସେ ଜଣେ ବ୍ୟକ୍ତିର ଶରୀରକୁ ମୃତମାନଙ୍କ ମଧ୍ୟରୁ ଉଠାଇବା ବିଷୟରେ କହୁଛନ୍ତି ସତେ ଯେମିତି ତାହା ସେହି ବୀଜରୁ ବାହାରିଥିବା ଗୋଟିଏ ଚାରା ଅଟେ । ନିଷ୍କ୍ରିୟ କ୍ରିୟାଗୁଡିକୁ କ୍ରିୟାବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ମାଟିତଳକୁ ଯାଇଥାଏ ... ଏହା ମାଟିତଳୁ ବାହାରି ଆସେ” ବା ଲୋକମାନେ ଏହାକୁ ପୋତି ଦେଇଥାନ୍ତି ... ଇଶ୍ବର ଏହାକୁ ଉଠାଇ ଥାନ୍ତି” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଏବଂ ଉପମା/ରୂପକ ଏବଂ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 15:46
ἀλλ’ οὐ πρῶτον τὸ πνευματικὸν, ἀλλὰ τὸ ψυχικόν, ἔπειτα τὸ πνευματικόν
ପ୍ରାକୃତିକ ପ୍ରାଣୀ ପ୍ରଥମେ ଆସିଥିଲା । ଆତ୍ମିକ ପ୍ରାଣୀ ଇଶ୍ବରଙ୍କଠାରୁ ଏବଂ ପରେ ଆସିଥିଲା ।
ψυχικόν
ସାଂସାରିକ ପ୍ରକ୍ରିୟାଗୁଡିକ ଦ୍ବାରା ନିର୍ମିତ, ଏପର୍ଯ୍ୟନ୍ତ ଇଶ୍ବରଙ୍କ ସହିତ ସଂଯୁକ୍ତ ହୋଇନାହିଁ
1 Corinthians 15:47
ὁ πρῶτος ἄνθρωπος ἐκ γῆς, χοϊκός
ପରମେଶ୍ବର ପ୍ରଥମ ମନୁଷ୍ୟ ଆଦମକୁ ପୃଥିବୀର ଧୂଳିରୁ ନିର୍ମାଣ କଲେ । (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
χοϊκός
ଆବର୍ଜନା
1 Corinthians 15:48
ὁ ἐπουράνιος
ଯୀଶୁ ଖ୍ରୀଷ୍ଟ
οἱ…ἐπουράνιοι
ଯେଉଁମାନେ ଇଶ୍ବରଙ୍କର ଅଟନ୍ତି
1 Corinthians 15:49
ἐφορέσαμεν τὴν εἰκόνα…φορέσωμεν καὶ τὴν εἰκόνα
ଯେମିତି ହୋଇଛି ... ସେମିତି ହେବ
1 Corinthians 15:50
ସେମାନେ ଏହା ଅନୁଭବ କରି ପାରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ଯେ କେତେକ ବିଶ୍ବାସୀ ଶାରୀରିକ ଭାବରେ ମରିବେ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ବିଜୟ ମାଧ୍ୟମରେ ଏକ ପୁନର୍ଜୀବିତ ଶରୀର ପ୍ରାପ୍ତ ହେବେ ।
σὰρξ καὶ αἷμα Βασιλείαν Θεοῦ κληρονομῆσαι οὐ δύναται, οὐδὲ ἡ φθορὰ, τὴν ἀφθαρσίαν κληρονομεῖ
ସାମ୍ଭାବ୍ୟ ଶବ୍ଦଗୁଡିକ ୧) ଦୁଇଟିଯାକ ବାକ୍ୟର ସମାନ ଅର୍ଥ ରହିଛି । ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ନିଶ୍ଚିତ ଭାବରେ ମରିବେ, ସେମାନେ ପରମେଶ୍ବରଙ୍କ ଚିରସ୍ଥାୟୀ ରାଜ୍ୟର ଅଧିକାରୀ ହୋଇ ପାରିବେ ନାହିଁ” ବା ୨) ଦ୍ବିତୀୟ ବାକ୍ୟ ପ୍ରଥମ ବାକ୍ୟରେ ଆରମ୍ଭ କରାଯାଇଥିବା ଚିନ୍ତାଧାରାକୁ ସମାପ୍ତ କରେ । ବିକଳ୍ପ ଅନୁବାଦ: “ଦୁର୍ବଳ ମନୁଷ୍ୟ ଇଶ୍ବରଙ୍କ ରାଜ୍ୟର ଅଧିକାରୀ ହୋଇ ପାରିବେ ନାହିଁ । ପୁଣି ଯେଉଁମାନେ ନିଶ୍ଚିତ ଭାବରେ ମରିବେ ସେମାନେ ମଧ୍ୟ ସେହି ଚିରସ୍ଥାୟୀ ରାଜ୍ୟର ଅଧିକାରୀ ହୋଇ ପାରିବେ ନାହିଁ” (ଦେଖ:ସମାନ୍ତରତାସୂଚକ)
σὰρξ καὶ αἷμα
ଯେଉଁମାନେ ମର ଶରୀର ଧାରଣ କରନ୍ତି । (ଦେଖ:ଉପମା/ରୂପକ ଏବଂ ଲାକ୍ଷଣିକ ଶବ୍ଦ)
κληρονομῆσαι
ବିଶ୍ବାସୀମାନଙ୍କ ନିମନ୍ତେ ଇଶ୍ବର ଯାହା ପ୍ରତିଜ୍ଞା କରିଥିଲେ ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଇଛି ଯେ ସତେ ଯେମିତି ପରିବାରର କୌଣସି ସଦସ୍ୟଠାରୁ ସେ ଧନ ଓ ସମ୍ପତ୍ତି ପ୍ରାପ୍ତ କରୁଛନ୍ତି । (ଦେଖ:ଉପମା/ରୂପକ)
ἡ φθορὰ, τὴν ἀφθαρσίαν
କ୍ଷୟ ହୋଇପାରେ ... କ୍ଷୟ ହେବନାହିଁ । ୧କରିନ୍ଥୀୟ ୧୫:୪୨ରେ ଏହି ଶବ୍ଦଗୁଡିକ କିପରି ଅନୁବାଦ କରାଯାଇଛି ତାହା ଦେଖ ।
1 Corinthians 15:51
πάντες…ἀλλαγησόμεθα
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଆମ୍ଭ ସମସ୍ତଙ୍କୁ ବଦଳାଇ ଦେବେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Corinthians 15:52
ἀλλαγησόμεθα
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଆମ୍ଭମାନଙ୍କୁ ବଦଳାଇ ଦେବେ”(ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν ῥιπῇ ὀφθαλμοῦ
ଜଣେ ବ୍ୟକ୍ତି ଆପଣା ଚକ୍ଷୁର ପଲକ ପକାଇବାରେ ଯେତେ ସମୟ ଲାଗେ ସେତେ ଶୀଘ୍ର ଏହା ଘଟିବ ।
ἐν τῇ ἐσχάτῃ σάλπιγγι
ଯେତେବେଳେ ଶେଷ ତୂରୀଧ୍ବନୀ ହେବ
οἱ νεκροὶ ἐγερθήσονται
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ମୃତମାନଙ୍କୁ ଉଠାଇବେ” (ଦେଖ:କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐγερθήσονται
ପୁନର୍ଜୀବିତ କରିବେ
ἄφθαρτοι
ଏପରି ଏକ ରୂପରେ ଯାହା କ୍ଷୟ ହେବ ନାହିଁ । [୧ କରିନ୍ଥୀୟ ୧୫:୪୨] (.../୧୫/୪୨.md)ରେ ଏକ ସମାନ ବାକ୍ୟାଂଶକୁ କିପରି ଅନୁବାଦ କରାଯାଇଛି ତାହା ଦେଖ ।
1 Corinthians 15:53
τὸ φθαρτὸν τοῦτο…ἀφθαρσίαν
ଏହି ଶରୀର ଯାହା କ୍ଷୟପ୍ରାପ୍ତ ହେବ ... କ୍ଷୟପ୍ରାପ୍ତ ହେବ ନାହିଁ । ୧ କରିନ୍ଥୀୟ ୧୫:୪୨ ରେ ସମାନ ବାକ୍ୟାଂଶଗୁଡିକୁ କିପରି ଅନୁବାଦ କରାଯାଇଛି ତାହା ଦେଖ ।
δεῖ…ἐνδύσασθαι
ଇଶ୍ବର ଆମ୍ଭମାନଙ୍କ ଶରୀରକୁ ଏପରି ଭାବରେ ପ୍ରସ୍ତୁତ କରୁଛନ୍ତି ଯେପରିକି ତାହା ଆଉଥରେ ମରିବ ନାହି ସତେ ଯେମିତି ଇଶ୍ବର ଆମ୍ଭମାନଙ୍କୁ ନୂତନ ବସ୍ତ୍ରରେ ଆଚ୍ଛାଦିତ କରୁଛନ୍ତି । (ଦେଖ:ଉପମା/ରୂପକ)
1 Corinthians 15:54
ὅταν…τὸ φθαρτὸν τοῦτο ἐνδύσηται ἀφθαρσίαν
ଏଠାରେ ଶରୀର ବିଷୟରେ କୁହାଯାଇଛି ସତେ ଯେମିତି ତାହା ଏକ ବ୍ୟକ୍ତି ଅଟେ, ଏବଂ ଅକ୍ଷୟଣୀୟ ହେବା ବିଷୟରେ କୁହାଯାଇଛି ସତେ ଯେପରି ଗୋଟିଏ ଶରୀର ବସ୍ତ୍ର ପରିଧାନ କରିଥାଏ ସେହିପରି ଅକ୍ଷୟଣୀୟକୁ ପରିଧାନ କରିହେବ । ବିକଳ୍ପ ଅନୁବାଦ: “ଯେତେବେଳେ ଏହି କ୍ଷୟଣୀୟ ଶରୀର ଅକ୍ଷୟଣୀୟ ହେବ” ବା “ଯେତେବେଳେ ଏହି କ୍ଷୟ ଶରୀର ଆଉ କ୍ଷୟ ହେବ ନାହିଁ” (ଦେଖ:ବ୍ୟକ୍ତିତ୍ୱଆରୋପଏବଂ ଉପମା/ରୂପକ)
τὸ θνητὸν τοῦτο ἐνδύσηται ἀθανασίαν
ଏଠାରେ ଶରୀର ବିଷୟରେ କୁହାଯାଇଛି ସତେ ଯେମିତି ତାହା ଏକ ବ୍ୟକ୍ତି ଅଟେ, ଏବଂ ଅମର ହେବା ବିଷୟରେ କୁହାଯାଇଛି ସତେ ଯେମିତ ଗୋଟିଏ ଶରୀର ବସ୍ତ୍ର ପରିଧାନ କରିଥାଏ ସେହିପରି ଅମରତାକୁ ପରିଧାନ କରିହେବ । ବିକଳ୍ପ ଅନୁବାଦ: “ଯେତେବେଳେ ଏହି ମର ଶରୀର ଅମରତା ପ୍ରାପ୍ତ ହେବ” ବା “ଯେତେବେଳେ ଏହି ମରଣଶୀଳ ଶରୀର ଆଉ ମୃତ୍ୟୁ ବରଣ କରିବ ନାହିଁ”(ଦେଖ:ବ୍ୟକ୍ତିତ୍ୱଆରୋପ ଏବଂ ଉପମା/ରୂପକ)
1 Corinthians 15:55
ποῦ σου, θάνατε, τὸ νῖκος? ποῦ σου, θάνατε, τὸ κέντρον?
ପାଉଲ ଏଭଳି ଭାବରେ କହନ୍ତି ସତେ ଯେମିତି ମୃତ୍ୟୁ ଜଣେ ବ୍ୟକ୍ତି ଅଟେ, ଏବଂ ସେ ଏହି ପ୍ରଶ୍ନ ବ୍ୟବହାର କରି ମୃତ୍ୟୁର ଶକ୍ତିକୁ ଉପହାସ କରନ୍ତି ଯାହାକୁ ଖ୍ରୀଷ୍ଟ ପରାଜିତ କରିଛନ୍ତି । ବିକଳ୍ପ ଅନୁବାଦ: “ମୃତ୍ୟୁର ଜୟ ନାହିଁ । ମୃତ୍ୟୁର ଦଂଶନ ନାହିଁ ।”(ଦେଖ:ବର୍ଣ୍ଣଲୋପର ଚିହ୍ନ ଏବଂ ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
σου…σου
ଏଗୁଡିକ ଏକବଚନ ଅଟନ୍ତି । (ଦେଖ:ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
1 Corinthians 15:56
τὸ…κέντρον τοῦ θανάτου ἡ ἁμαρτία
ପାପ ଯୋଗୁ ଆମ୍ଭେମାନେ ମୃତ୍ୟୁର ସମ୍ମୁଖୀନ ହେଉଅଛୁ, ଯାହାର ଅର୍ଥ ମୃତ୍ୟୁଭୋଗ କରିବା
ἡ…δύναμις τῆς ἁμαρτίας ὁ νόμος
ମୋଶାଙ୍କ ଦ୍ବାରା ପ୍ରଦତ୍ତ ପରମେଶ୍ବରଙ୍କ ବ୍ୟବସ୍ଥା ଆମ୍ଭମାନଙ୍କ ମଧ୍ୟରେ ପାପର ପରିଭାଷାକୁ ଜଣାଏ ଏବଂ ଆମ୍ଭମାନଙ୍କୁ ଦେଖାଏ ଯେ କିପରି ଆମ୍ଭେମାନେ ପରମେଶ୍ବରଙ୍କ ସମ୍ମୁଖରେ ପାପ କରୁଅଛୁ ।
1 Corinthians 15:57
τῷ διδόντι ἡμῖν τὸ νῖκος
ଆମ୍ଭମାନଙ୍କ ପାଇଁ ମୃତ୍ୟୁକୁ ହରାଇଛନ୍ତି
1 Corinthians 15:58
ପାଉଲ ଚାହାଁନ୍ତି ଯେ ବିଶ୍ବାସୀମାନେ ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସମୟରେ ଇଶ୍ବର ସେମାନଙ୍କୁ ଯେଉଁ ପରିବର୍ତ୍ତିତ ଓ ପୁନର୍ଜୀବିତ ଶରୀର ଦେବାକୁ ଯାଉଛନ୍ତି ତାହାକୁ ସ୍ମରଣ କରନ୍ତୁ ।
ἑδραῖοι γίνεσθε, ἀμετακίνητοι
ପାଉଲ ଏପରି ଜଣେ ବ୍ୟକ୍ତି ବିଷୟରେ କହନ୍ତି, ଯିଏ ତାଙ୍କର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏତେ ଅଟଳ ଯେ କେହି ତାହାଙ୍କୁ ଅଟକାଇ ପାରିବ ନାହିଁ ସତେ ଯେମିତି ସେ ଶାରୀରିକ ଭାବେ ଅଚଳ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ସଂକଳ୍ପ ହୁଅ” (ଦେଖ:ଉପମା/ରୂପକ)
περισσεύοντες ἐν τῷ ἔργῳ τοῦ Κυρίου πάντοτε
ପାଉଲ ପ୍ରଭୁଙ୍କ ପାଇଁ କର୍ମ କରିବା ନିମନ୍ତେ କରାଯାଇଥିବା ପ୍ରୟାସ ବିଷୟରେ କହନ୍ତି ସତେ ଯେମିତି ସେଗୁଡିକ ଗୋଟିଏ ବସ୍ତୁ ଯାହାକୁ ଜଣେ ବ୍ୟକ୍ତି ଅଧିକରୁ ଅଧିକ ହାସଲ କରିପାରେ । ବିକଳ୍ପ ଅନୁବାଦ: “ସର୍ବଦା ପ୍ରଭୁଙ୍କ ପାଇଁ ବିଶ୍ବାସଯୋଗ୍ୟ ଭାବରେ କର୍ମ କର” (ଦେଖ:ଉପମା/ରୂପକ)
1 Corinthians 16
୧କରିନ୍ଥୀୟ ୧୬ ପର୍ବ ସାଧାରଣ ଟିପ୍ପଣୀ
ଗଠନପ୍ରଣାଳୀ ଏବଂ ରୂପରେଖା
ପାଉଲ ଏହି ଅଧ୍ୟାୟରେ ଅନେକ ପ୍ରସଙ୍ଗ ଉପରେ ସଂକ୍ଷିପ୍ତ ଭାବରେ ଲେଖିଛନ୍ତି । ପ୍ରାଚୀନ ନିକଟପ୍ରାଚ୍ୟ ଦେଶମାନଙ୍କରେ ଏହା ସ୍ବାଭାବିକ ଥିଲା ଯେ ପତ୍ରର ଅନ୍ତିମ ଭାଗରେ ସାଧାରଣତଃ ବ୍ୟକ୍ତିଗତ ଅଭିବାଦନ କରାଯାଉଥିଲା ।
ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
ତାହାଙ୍କ ଆଗମନ ପାଇଁ ପ୍ରସ୍ତୁତି
ପାଉଲ ତାଙ୍କର ପରିଦର୍ଶନ ସମୟରେ କରିନ୍ଥୀୟ ମଣ୍ଡଳୀକୁ ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବା ପାଇଁ କେତେକ ବ୍ୟବହାରିକ ସୂଚନା ପ୍ରଦାନ କରୁଛନ୍ତି । ସେ ସେମାନଙ୍କୁ ଯିରୁଶାଲମର ବିଶ୍ବାସୀମାନଙ୍କ ପାଇଁ ପ୍ରତ୍ୟେକ ରବିବାର ଦାନ ସଂଗ୍ରହ କରିବାକୁ କହିଲେ । ସେ ସେମାନଙ୍କ ନିକଟକୁ ଆସି ଶୀତମାସ କଟାଇବେ ବୋଲି ଆଶା ରଖିଛନ୍ତି । ତୀମଥି ସେମାନଙ୍କ ନିକଟକୁ ଆସିଲେ ତାହାଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ସେମାନଙ୍କୁ କହିଲେ । ସେ ଆଶା କରୁଥିଲେ ଯେ ଆପଲ୍ଲ ସେମାନଙ୍କ ନିକଟକୁ ଆସିବେ, କିନ୍ତୁ ଆପଲ୍ଲ ଏହା ଉଚିତ୍ ସମୟ ନୁହେଁ ବୋଲି ମନେକଲେ । ପାଉଲ ମଧ୍ୟ ସେମାନଙ୍କୁ କହିଲେ ଯେ ସେମାନେ ସ୍ତିଫାନଙ୍କର ଆଜ୍ଞାକାରୀ ହୁଅନ୍ତୁ । ସର୍ବଶେଷରେ, ସେ ସମସ୍ତଙ୍କୁ ତାଙ୍କର ଅଭିବାଦନ ଜଣାଇଲେ ।
1 Corinthians 16:1
ତାଙ୍କର ସମାପ୍ତି ଟିପ୍ପଣୀରେ, ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଯିରୁଶାଲମରେ ଥିବା ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କ ପାଇଁ ଦାନ ସଂଗ୍ରହ କରିବାକୁ ମନେ ପକାଇ ଦିଅନ୍ତି । ସେ ସେମାନଙ୍କୁ ମନେ ପକାଇ ଦିଅନ୍ତି ଯେ ତୀମଥି ପାଉଲଙ୍କ ନିକଟକୁ ଯିବା ପୂର୍ବରୁ ସେମାନଙ୍କ ନିକଟକୁ ଯିବେ ।
εἰς τοὺς ἁγίους
ପାଉଲ ଯିରୁଶାଲମ ଓ ଯିହୁଦା ପ୍ରଦେଶରେ ଥିବା ଗରୀବ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ପାଇଁ ନିଜ ମଣ୍ଡଳୀଗୁଡିକରୁ ଦାନ ସଂଗ୍ରହ କରୁଥିଲେ ।
ὥσπερ διέταξα
ମୁଁ ଯେପରି ନିର୍ଦ୍ଧିଷ୍ଟ ପରାମର୍ଶ ଦେଇଛି
1 Corinthians 16:2
θησαυρίζων
ସମ୍ଭାବିତ ଅର୍ଥ ହେଉଛି:୧) ""ଏହାକୁ ଗୃହରେ ରଖ"" ବା ୨) ""ଏହାକୁ ମଣ୍ଡଳୀ ହାତରେ ଛାଡିଦିଅ
ἵνα μὴ ὅταν ἔλθω, τότε λογεῖαι γίνωνται
ମୁଁ ତୁମ୍ଭମାନଙ୍କ ସହିତ ରହିଥିବା ସମୟରେ ତୁମ୍ଭମାନଙ୍କୁ ଯେପରି ଅଧିକ ଦାନ ସଂଗ୍ରହ କରିବାକୁ ପଡ଼ିବ ନାହି
1 Corinthians 16:3
οὓς ἐὰν δοκιμάσητε
ପାଉଲ ମଣ୍ଡଳୀକୁ କହନ୍ତି ଯେ ଯିରୁଶାଲମକୁ ଦାନ ନେଇ ଯିବା ନିମନ୍ତେ ସେମାନେ ନିଜ ମଧ୍ୟରୁ କିଛି ଲୋକମାନଙ୍କୁ ବାଛନ୍ତୁ । ""ତୁମ୍ଭେମାନେ ଯାହାକୁ ମଧ୍ୟ ବାଛିବ"" ବା ""ଯେଉଁମାନଙ୍କୁ ତୁମ୍ଭେମାନେ ନିଯୁକ୍ତ କରିବ
δι’ ἐπιστολῶν…πέμψω
ସମ୍ଭାବିତ ଅର୍ଥଗୁଡ଼ିକ ହେଉଛି:୧) ""ମୁଁ ଯେଉଁ ପତ୍ର ଲେଖିବି ତାହା ସହିତ ପଠାଇବି"" ବା ୨) "" ତୁମ୍ଭେମାନେ ଯେଉଁ ପତ୍ର ଲେଖିବ ମୁଁ ତାହା ସହିତ ପଠାଇବି ।
1 Corinthians 16:6
ὑμεῖς με προπέμψητε, οὗ ἐὰν πορεύωμαι
ଏହାର ଅର୍ଥ ହେଉଛି ଯେ ସେମାନେ ପାଉଲଙ୍କୁ କିଛି ଅର୍ଥ ବା ତାଙ୍କର ଆବଶ୍ୟକୀୟ ଅନ୍ୟାନ୍ୟ କିଛି ଜିନିଷ ଦେବେ ଯେପରିକି ସେ ଓ ସୁସମାଚାର କାର୍ଯ୍ୟରେ ତାଙ୍କର ସଙ୍ଗୀମାନେ ଯାତ୍ରା କରିପାରିବେ ।
1 Corinthians 16:7
οὐ θέλω…ὑμᾶς ἄρτι…ἰδεῖν
ପାଉଲ କହନ୍ତି ଯେ ସେ ସେମାନଙ୍କ ନିକଟକୁ ଶୀଘ୍ର ଅଳ୍ପ ସମୟ ନିମନ୍ତେ ନ ଯାଇ ପରେ ଦୀର୍ଘ ସମୟ ନିମନ୍ତେ ଯିବାପାଇଁ ଚାହାନ୍ତି ।
1 Corinthians 16:8
τῆς Πεντηκοστῆς
ପାଉଲ ସେହି ପର୍ବ ପର୍ଯନ୍ତ ଏଫିସୀରେ ରହିବେ ଯାହା ନିସ୍ତାର ପର୍ବର ୫୦ ଦିନ ପରେ ମଇ ବା ଜୁନ ମାସରେ ଆସିଥାଏ । ତହିଁଉତ୍ତାରେ ସେ ମାକିଦନିଆ ଦେଇ ଯାତ୍ରା କରିବେ ଏବଂ ପରେ ନଭେମ୍ବର ମାସରେ ଥଣ୍ଡା ଆରମ୍ଭ ହେବା ପୂର୍ବରୁ କରିନ୍ଥରେ ପହଞ୍ଚିବା ପାଇଁ ଚେଷ୍ଟା କରିବେ ।
1 Corinthians 16:9
θύρα…ἀνέῳγεν μεγάλη
ସୁସମାଚାର ଦ୍ବାରା ଲୋକମାନଙ୍କୁ ଲାଭ କରିବା ପାଇଁ ଇଶ୍ବର ତାହାଙ୍କୁ ଯେଉଁ ସୁଯୋଗ ଦେଇଛନ୍ତି ସେ ବିଷୟରେ ପାଉଲ କହନ୍ତି ଯେ ତାହା ଯେମିତି ଗୋଟିଏ ଦ୍ବାର ଯାହା ସେ ପ୍ରବେଶ କରିବା ନିମନ୍ତେ ଇଶ୍ବର ଖୋଲି ଦେଇଛନ୍ତି । (ଦେଖ:ଉପମା/ରୂପକ)
1 Corinthians 16:10
βλέπετε ἵνα ἀφόβως γένηται πρὸς ὑμᾶς
ତୁମ୍ଭମାନଙ୍କ ସହିତ ରହିବା ପାଇଁ ତାଙ୍କର ଯେପରି କୌଣସି ଭୟର କାରଣ ନ ଥାଏ ସେଥିପ୍ରତି ଧ୍ୟାନ ଦିଅ
1 Corinthians 16:11
μή τις…αὐτὸν ἐξουθενήσῃ
ଯେହେତୁ ତୀମଥି ପାଉଲଙ୍କଠାରୁ ବୟସରେ ସାନ ଥିଲେ ସେଥି ସକାଶୁ ସୁସମାଚାରର ସେବକ ଭାବରେ ତାଙ୍କୁ ଯେଉଁ ସମ୍ମାନ ଦିଆଯିବା ଉଚିତ୍ ତାହା ଦିଆଯାଉ ନ ଥିଲା ।
1 Corinthians 16:12
Ἀπολλῶ τοῦ ἀδελφοῦ
ଏଠାରେ ""ଆମ୍ଭମାନଙ୍କ"" ଶବ୍ଦଟି ପାଉଲ ଏବଂ ତାଙ୍କର ପାଠକମାନଙ୍କୁ ଦର୍ଶାଏ, ତେଣୁ ଏହା ଏକ ଅନ୍ତର୍ଭୂକ୍ତକାରୀ ଶବ୍ଦ ଅଟେ । (ଦେଖ:“ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
1 Corinthians 16:13
γρηγορεῖτε, στήκετε ἐν τῇ πίστει, ἀνδρίζεσθε, κραταιοῦσθε
କରିନ୍ଥୀୟମାନେ ଯାହା କରନ୍ତୁ ବୋଲି ପାଉଲ ଚାହାଁନ୍ତି ତାହା ବର୍ଣ୍ଣନା କରି ସେ କହନ୍ତି ସତେ ଯେମିତି ଯୁଦ୍ଧରେ ଥିବା ସୈନିକମାନଙ୍କୁ ସେ ଚାରୋଟି ଆଜ୍ଞା ଦେଉଛନ୍ତି । ସେହି ଚାରୋଟି ଆଜ୍ଞା ପ୍ରାୟ ସମାନ ଅର୍ଥ ପ୍ରକାଶ କରେ ଏବଂ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରାଯାଇଛି । (ଦେଖ:ସମାନ୍ତରତାସୂଚକ)
γρηγορεῖτε
ଯାହାସବୁ ଘଟୁଛି ସେ ବିଷୟରେ ଲୋକମାନେ ଯେ ସଚେତନ ଅଛନ୍ତି ତାହା ଜଣାଇ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ନଗର ରକ୍ଷକ ପ୍ରହରୀଗଣ ବା ଦ୍ରାକ୍ଷାକ୍ଷେତ୍ରର ଜଗୁଆଳୀ ଅଟନ୍ତି । ଏହାକୁ ଆହୁରି ସ୍ପଷ୍ଟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""କାହା ଉପରେ ତୁମ୍ଭେମାନେ ନିର୍ଭର କରୁଛ ସେ ବିଷୟରେ ସତର୍କ ରହ"" ବା ""ବିପଦ ପ୍ରତି ସାବଧାନ ରହ"" (ଦେଖ:ଉପମା/ରୂପକ)
στήκετε ἐν τῇ πίστει
ତାଙ୍କର ଶିକ୍ଷା ଅନୁସାରେ ଲୋକମାନେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଚାଲିଛନ୍ତି ତାହା ଜଣାଇ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ଶତୃର ଆକ୍ରମଣ ବେଳେ ପଛଘୁଞ୍ଚା ଦେବାକୁ ମନା କରୁଥିବା ସୈନିକ ଅଟନ୍ତି । ସମ୍ଭାବିତ ଅର୍ଥଗୁଡ଼ିକ ହେଉଛି: ୧) ""ଆମ୍ଭେମାନେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦେଇଛୁ ତହିଁରେ ଦୃଢ଼ ଭାବରେ ବିଶ୍ବାସ କର"" ବା ୨) ""ଖ୍ରୀଷ୍ଟଙ୍କଠାରେ ଦୃଢ଼ ନିର୍ଭର ରଖ"" (ଦେଖ:ଉପମା/ରୂପକ)
ἀνδρίζεσθε
ଯେଉଁ ସମାଜରେ ପାଉଲ ଏବଂ ତାଙ୍କର ପାଠକମାନେ ରହୁଥିଲେ, ସେହି ସମାଜରେ ପୁରୁଷମାନେ ସାଧାରଣତଃ ପରିବାର ପରିଚାଳନା ପାଇଁ କଠିନ ପରିଶ୍ରମ କରୁଥିଲେ ଏବଂ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଲଢୁଥିଲେ । ଏହାକୁ ଅଧିକ ସ୍ପଷ୍ଟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଦାୟିତ୍ବବାନ ହୁଅ""(ଦେଖ:ଉପମା/ରୂପକ)
1 Corinthians 16:14
πάντα ὑμῶν ἐν ἀγάπῃ γινέσθω
ତୁମ୍ଭେମାନେ ଯାହା କିଛି କରୁଛ ତାହା ଲୋକମାନଙ୍କୁ ପ୍ରଦର୍ଶୀତ କରୁ ଯେ ତୁମ୍ଭେମାନେ ସେମାନଙ୍କୁ ପ୍ରେମ କରୁଛ
1 Corinthians 16:15
ପାଉଲ ତାଙ୍କର ପତ୍ରକୁ ଏଠାରେ ସମାପ୍ତ କରିବାକୁ ଆରମ୍ଭ କରନ୍ତି ଏବଂ ଅନ୍ୟ ମଣ୍ଡଳୀଗୁଡିକ ପକ୍ଷରୁ ତଥା ପ୍ରିସ୍କିଲା, ଅକ୍ବିଲା ଏବଂ ପାଉଲ ନିଜ ପକ୍ଷରୁ ଅଭିବାଦନ ଜଣାନ୍ତି ।
τὴν οἰκίαν Στεφανᾶ
ସ୍ତିଫାନ କରିନ୍ଥୀୟ ମଣ୍ଡଳୀର ପ୍ରଥମ ବିଶ୍ବାସୀମାନଙ୍କ ମଧ୍ୟରୁ ଜଣେ ଥିଲେ । (ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
Ἀχαΐας
ଏହା ଗ୍ରୀସର ଏକ ପ୍ରଦେଶର ନାମ ଅଟେ । (ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
1 Corinthians 16:17
Στεφανᾶ, καὶ Φορτουνάτου, καὶ Ἀχαϊκοῦ
ଏହି ଲୋକମାନେ ହୁଏତ କରିନ୍ଥୀୟ ପ୍ରଥମ ବିଶ୍ବାସୀମାନଙ୍କ ମଧ୍ୟରୁ କେତେ ଜଣ ଥିଲେ କିମ୍ବା ମଣ୍ଡଳୀର ପ୍ରାଚୀନମାନେ ଥିଲେ ଯେଉଁମାନେ ପାଉଲଙ୍କର ସହକର୍ମୀ ଥିଲେ ।
Στεφανᾶ, καὶ Φορτουνάτου, καὶ Ἀχαϊκοῦ
ଏହା ପୁରୁଷ ଲୋକମାନଙ୍କର ନାମ ଅଟେ । (ଦେଖ:ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
τὸ ὑμῶν ὑστέρημα οὗτοι ἀνεπλήρωσαν
ତୁମ୍ଭେମାନେ ଯେ ଏଠାରେ ନ ଥିଲ ସେମାନେ ସେହି ବାସ୍ତବତାକୁ ଗ୍ରହଣ କଲେ ।
1 Corinthians 16:18
ἀνέπαυσαν γὰρ τὸ ἐμὸν πνεῦμα
ପାଉଲ କହନ୍ତି ଯେ ସେମାନଙ୍କର ଆସିବା ଦ୍ବାରା ସେ ଉତ୍ସାହିତ ହୋଇଛନ୍ତି ।
1 Corinthians 16:21
ὁ ἀσπασμὸς τῇ ἐμῇ χειρὶ, Παύλου
ପାଉଲ ଏହା ସ୍ପଷ୍ଟ କରନ୍ତି ଯେ ଯଦିଓ ତାଙ୍କର ଜଣେ ସହକର୍ମୀ ପାଉଲଙ୍କ କହିବା ଅନୁସାରେ ପତ୍ରର ଅବଶିଷ୍ଟାଂଶ ଲେଖିଛନ୍ତି ତଥାପି ଏହି ପତ୍ରରେ ପ୍ରଦତ୍ତ ଉପଦେଶ ତାଙ୍କଠାରୁ ହିଁ ଅଟେ । ଏହି ପତ୍ରର ଶେଷ ଭାଗଟି ପାଉଲ ସ୍ବହସ୍ତରେ ଲେଖିଥିଲେ ।
1 Corinthians 16:22
ἤτω ἀνάθεμα
ଇଶ୍ବର ତାହାକୁ ଅଭିଶାପ ଦିଅନ୍ତୁ । [୧ କରିନ୍ଥୀୟ୧୨:୩] (../୧୨/୦୩.md)ରେ ""ଅଭିଶପ୍ତ"" ଶବ୍ଦକୁ କିପରି ଅନୁବାଦ କରାଯାଇଛି ତାହା ଦେଖ ।