1 Peter
1 Peter front
୧ ପିତର ପୁସ୍ତକର ପରିଚୟ
ପ୍ରଥମ ଭାଗ: ସାଧାରଣ ପରିଚୟ
୧ ପିତର ପୁସ୍ତକର ରୂପରେଖ
- ପରିଚୟ (୧:୧-୨)
- ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କ ପରିତ୍ରାଣ ସକାଶେ ପ୍ରଶଂସା (୧:୩-୨:୧୦)
- ଖ୍ରୀଷ୍ଟିୟ ଜୀବନ ଯାପନ (୨:୧୧-୪:୧୧)
- ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ ଉତ୍ସାହ (୪:୧୨-୫:୧୧)
- ସମାପ୍ତି (୫:୧୨-୧୪)
୧ ପିତର ପୁସ୍ତକ କିଏ ଲେଖିଥିଲେ?
ପ୍ରେରିତ ପିତରଙ୍କ ଦ୍ବାରା ୧ ପିତର ପୁସ୍ତକ ଲେଖାଯାଇଥିଲା I ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ବିଜାତି ଖ୍ରୀଷ୍ଟିୟାନମାନଙ୍କୁ ସେ ଏହି ପତ୍ର ଲେଖିଥିଲେ I
୧ ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ପିତର କହିଲେ ଯେ “ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏ ବିଷୟରେ ସାକ୍ଷ୍ୟଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ” ସେ ଏହା ଲେଖିଥିଲେ I ସେମାନେ ଦୁଃଖଭୋଗ କରୁଥିବା ସମୟରେ ସୁଦ୍ଧା ଇଶ୍ବରଙ୍କ ବାଧ୍ୟ ହେବା ନିମନ୍ତେ ସେ ଉତ୍ସାହ ଦେଇଥିଲେ I ସେ ସେମାନଙ୍କୁ ଏହା କରିବାକୁ କହିଥିଲେ, କାରଣ ଯୀଶୁ ଶୀଘ୍ର ଆସିବେ I ଅଧିକାରୀମାନଙ୍କ ବଶୀଭୂତ ହେବା ବିଷୟରେ ମଧ୍ୟ ପିତର ଉପଦେଶ ଦେଇଥିଲେ I
ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୧ ପିତର” କିମ୍ବା “ପ୍ରଥମ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ପ୍ରଥମ ପତ୍ର” କିଅବା “ପିତର ଲେଖିଥିବା ପ୍ରଥମ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
ରୋମ୍ ରେ ଖ୍ରୀଷ୍ଟିୟାନମାନଙ୍କୁ କିପରି ବ୍ୟବହାର କରାଯାଉଥିଲା?
ପିତର ଏହି ପତ୍ର ଲେଖୁଥିବା ସମୟରେ ସମ୍ଭବତଃ ରୋମ୍ ରେ ଥିଲେ I ସେ ରୋମ୍ କୁ “ବାବିଲୋନ୍” ବୋଲି ଏକ ପ୍ରତୀକ ନାମ ଦେଇଥିଲେ (୫:୧୩) I ଏପରି ଜଣାପଡୁଛି ଯେ ପିତର ଏହି ପତ୍ର ଲେଖୁଥିବା ସମୟରେ ରୋମୀୟମାନେ ଖ୍ରୀଷ୍ଟିୟାନମାନଙ୍କୁ ଜଘନ୍ୟ ଭାବରେ ତାଡନା କରୁଥିଲେ I
ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
“ତୁମ୍ଭେମାନେ”ର ଏକବଚନ ଓ ବହୁବଚନ
ଏହି ପୁସ୍ତକରେ “ମୁଁ” ଶବ୍ଦଟି ଦୁଇଟି ସ୍ଥାନ ବ୍ୟତୀତ: ୧ ପିତର ୧:୧୬ ଓ ୧ ପିତର ୨:୬ପିତରଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦଟି ସବୁବେଳେ ବହୁବଚନ ଓ ପିତରଙ୍କ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
୧ ପିତରର ଶାସ୍ତ୍ରାଂଶରେ କଅଣସବୁ ମୁଖ୍ୟ ସମସ୍ୟା ଅଛି?
""ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ, ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର” (୧:୨୨)I ULT, UST ଓ ଅଧିକାଂଶ ଆଧୁନିକ ସଂସ୍କରଣରେ ଏହି ପ୍ରକାରେ ଲେଖାଅଛି I କେତେକ ପୁରାତନ ସଂସ୍କରଣରେରେ ଲେଖାଅଛି, “ଆତ୍ମାଙ୍କ ଦ୍ବାରା ସତ୍ୟର ଆଜ୍ଞାବହ ହୋଇ ତୁମ୍ଭେମାନେ ଆପଣା ଆପଣା ଆତ୍ମାକୁ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଶୁଚି କରିଅଛ, ତେଣୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର I”
ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I
(ଦେଖ: ପାଠ୍ୟ ପ୍ରକାରଗୁଡ଼ିକ)
1 Peter 1
୧ ପିତର ୦୧ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
୧-୨ ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I
କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧:୨୪-୨୫ ପଦରେ ତାହା କରୁଛି, ଯାହା ପୁରାତନ ନିୟମର ପଦ ସବୁ ଅଟେ I ଏହି ଅଧ୍ୟାୟର ବିଶେଷ ଧାରଣା
ଯାହା ଈଶ୍ବର ପ୍ରକାଶ କରନ୍ତି
ଯେତେବେଳେ ଯୀଶୁ ପୁନରାଗମନ କରିବେ, ଈଶ୍ବରଙ୍କ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସକାଶୁ କେତେ ଭଲ ବୋଲି ପ୍ରତେକେ ଦେଖିବେ I ତା’ପରେ ଈଶ୍ବରଙ୍କ ଲୋକମାନେ ଦେଖିବେ ଯେ ଈଶ୍ବର ସେମାନଙ୍କ ପ୍ରତି କେତେ ଦୟାଳୁ ଅଟନ୍ତି ଓ ସବୁ ଲୋକମାନେ ଈଶ୍ବରଙ୍କ ଓ ଈଶ୍ବରଙ୍କ ଲୋକମାନଙ୍କ ପ୍ରଶଂସା କରିବେ I
ପବିତ୍ରତା
ଈଶ୍ବର ଚାହାନ୍ତି ଯେ ତାହାଙ୍କର ଲୋକମାନେ ପବିତ୍ର ହୁଅନ୍ତୁ, କାରଣ ଈଶ୍ବର ପବିତ୍ର ଅଟନ୍ତି I (ଦେଖ: ପବିତ୍ର, ପବିତ୍ରତା, ଅପବିତ୍ର, ଶୁଦ୍ଧ)
ଅନନ୍ତ କାଳ
ପିତର ଖ୍ରୀଷ୍ଟିୟାନମାନଙ୍କୁ ଜଗତର ଅସ୍ଥାୟୀ ବିଷୟ ପ୍ରତି ନୁହେଁ, ବରଂ ଅନନ୍ତକାଳସ୍ଥାୟୀ ବିଷୟ ସକାଶେ ଜୀବନ ଯାପନ କରିବାକୁ କହୁଛନ୍ତି I (ଦେଖ: ଅନନ୍ତକାଳ, ଚିରସ୍ଥାୟୀ, ଚିରନ୍ତନ, ସଦାକାଳ)
ଦ୍ବନ୍ଦତାମୂଳକ ସତ୍ୟତା
ଗୋଟିଏ ଦ୍ବନ୍ଦତାମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବା ପରି ମନେ ହୁଏ I ପିତର ଲେଖନ୍ତି ଯେ ତାହାଙ୍କ ପାଠକମାନେ ଏକ ସମୟରେ ଆନନ୍ଦିତ ଓ ଦୁଃଖିତ ଅଟନ୍ତି (୧ ପିତର ୧:୬)I ସେ ଏହା କହିପାରିବେ, କାରଣ ଦୁଃଖଭୋଗ କରୁଥିବାରୁ ସେମାନେ ଦୁଃଖିତ, କିନ୍ତୁ ଈଶ୍ବର ସେମାନଙ୍କୁ “ଶେଷକାଳରେ” ପରିତ୍ରାଣ କରିବେ ବୋଲି ଜାଣି ସେମାନେ ଆନନ୍ଦିତ ଅଟନ୍ତି (୧ ପିତର ୧:୫)
1 Peter 1:1
ପିତର ଆପଣାକୁ ଲେଖକ ଭାବରେ ପ୍ରକାଶ କରୁଛନ୍ତି ଓ ସେ ଲେଖୁଥିବା ବିଶ୍ବାସୀମାନଙ୍କୁ ପ୍ରକାଶ କରି ନମସ୍କାର ଜଣାଉଛନ୍ତି I
παρεπιδήμοις διασπορᾶς
ପିତର ଆପଣା ପାଠକମାନଙ୍କୁ ସେମାନଙ୍କ ଗୃହରୁ ଦୂରରେ ଅନେକ ବିଭିନ୍ନ ଦେଶଗୁଡିକରେ ବାସ କରୁଥିବା ଲୋକମାନେ ବୋଲି କହୁଛନ୍ତି I (ଦେଖ: ଉପମା/ରୂପକ)
Καππαδοκίας…Βιθυνίας
ପିତର ଉଲ୍ଲେଖ କରିଥିବା ଅନ୍ୟ ସ୍ଥାନଗୁଡିକ ସହିତ “କପ୍ପାଦକିଆ” ଓ “ବୀଥୂନିଆ” ରୋମୀୟ ପ୍ରଦେଶ ଥିଲା, ଯାହା ବର୍ତ୍ତମାନ ତୁର୍କୀ ଦେଶରେ ଅଛି I
ἐκλεκτοῖς
ଯେଉଁମାନଙ୍କୁ ପିତା ଈଶ୍ବର ମନୋନୀତ କରିଛନ୍ତି I ଈଶ୍ବର ଆପଣା ପୂର୍ବ ଜ୍ଞାନାନୁସାରେ ସେମାନଙ୍କୁ ମନୋନୀତ କରିଛନ୍ତି I
1 Peter 1:2
κατὰ πρόγνωσιν Θεοῦ Πατρός
ଆପଣା ପୂର୍ବ ଜ୍ଞାନାନୁସାରେ
πρόγνωσιν Θεοῦ Πατρός
ଗୁଣବାଚକ ବିଶେଷ୍ୟ “ପୂର୍ବ ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ କରି ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) କଅଣ ଘଟିବ ତାହା ଈଶ୍ବର ସମୟର ପୂର୍ବରୁ ନିରୂପଣ କରିଥିଲେ I ବିକଳ୍ପ ଅନୁବାଦ: “ଯାହା ପିତା ଈଶ୍ବର ପୂର୍ବରୁ ନିର୍ଣ୍ଣୟ କରିଥିଲେ” କିମ୍ବା ୨) “କଅଣ ଘଟିବ, ତାହା ଈଶ୍ବର ସମୟ ପୂର୍ବରୁ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯାହା ଆଗରୁ ପିତା ଈଶ୍ବର ଜାଣିଥିଲେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ῥαντισμὸν αἵματος Ἰησοῦ Χριστοῦ
ଏଠାରେ “ରକ୍ତ” ଯୀଶୁଙ୍କର ମୃତ୍ୟୁକୁ ବୁଝାଏ I ଯେପରି ମୋଶା ଈଶ୍ବରଙ୍କ ସହିତ ସେମାନଙ୍କ ନିୟମର ନିଦର୍ଶନ ସ୍ବରୂପେ ଲୋକମାନଙ୍କ ଉପରେ ରକ୍ତ ସିଞ୍ଚନ କରିଥିଲେ, ଯୀଶୁଙ୍କ ମୃତ୍ୟୁ ସକାଶୁ ବିଶ୍ବାସୀମାନେ ଈଶ୍ବରଙ୍କ ସହ ନିୟମରେ ଅଛନ୍ତି I (ଦେଖ: ଲାକ୍ଷଣିକ ଶବ୍ଦ ଓ ଉପମା/ରୂପକ)
χάρις ὑμῖν καὶ εἰρήνη πληθυνθείη
ଏହି ଅନୁଚ୍ଛେଦ ଅନୁଗ୍ରହ ବିଷୟରେ କହେ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ବିଶ୍ବାସୀମାନ ଅଧିକାର କରିପାରିବେ ଓ ଶାନ୍ତି ବିଷୟରେ କହେ ଯେ ସତେ ଯେପରି ଏହା ପରିମାଣରେ ବୃଦ୍ଧି ପାଇବ I ଅବଶ୍ୟ, ଅନୁଗ୍ରହ ହେଉଛି ବାସ୍ତବରେ ଦୟାର ପଥ, ଯଦ୍ଦ୍ବାରା ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି କାର୍ଯ୍ୟ କରନ୍ତି ଓ ଶାନ୍ତି ଦ୍ବାରା ବିଶ୍ବାସୀମାନେ ନିରାପଦ ଓ ଆନନ୍ଦରେ ବାସ କରିବେ I (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:3
ପିତର ବିଶ୍ବାସୀମାନଙ୍କ ପରିତ୍ରାଣ ଓ ବିଶ୍ବାସ ବିଷୟରେ କହିବାକୁ ଆରମ୍ଭ କରନ୍ତି I ଏଠାରେ ସେ ଗୋଟିଏ ରୂପକକୁ ବିସ୍ତୃତଭାବରେ ବୁଝାଉଛନ୍ତି ଯେ ଯାହା ଈଶ୍ବର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରତିଜ୍ଞା କରିଛନ୍ତି, ସେ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ସେମାନଙ୍କ ନିକଟକୁ ଆସିଥବା ଗୋଟିଏ ଉତ୍ତରାଧିକାର ଅଟେ I
τοῦ Κυρίου ἡμῶν, Ἰησοῦ Χριστοῦ…ἀναγεννήσας ἡμᾶς
“ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ପିତର ଓ ସେ ଲେଖୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: “ଆମ୍ଭେମାନେ/ଆମ୍ଭମାନଙ୍କ” ଅନ୍ତର୍ଭୁକ୍ତ ଏବଂ ବହିର୍ଭୂତ କିମ୍ବା “ଆମ୍ଭେମାନେ/ଆମ୍ଭମାନଙ୍କ” ସୁଚିତ ସୀମାକୁ ଅନ୍ତର୍ଭୂକ୍ତ କରୁଥିବା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇ ନ ଥିବା)
ἀναγεννήσας ἡμᾶς
ସେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଛନ୍ତି
1 Peter 1:4
εἰς κληρονομίαν
ଗୋଟିଏ କ୍ରିୟା ବ୍ୟବହାର କରି ତୁମେ ଏହାକୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ; “ଏକ ଅଧିକାର ପାଇବା ନିମନ୍ତେ ଆମ୍ଭେମାନେ ଦୃଢ଼ବିଶ୍ବାସର ସହିତ ଅପେକ୍ଷା କରୁଅଛୁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
κληρονομίαν
ବିଶ୍ବାସୀମାନଙ୍କୁ ଈଶ୍ବର ପ୍ରତିଜ୍ଞା କରିଥିବା ବିଷୟ ପାଇବା ସମ୍ବନ୍ଧରେ କୁହାଯାଏ ଯେ ସତେ ଯେପରି ଏହା ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ସମ୍ପତ୍ତି ଅଧିକାର କରୁଛି I (ଦେଖ: ଉପମା/ରୂପକ)
ἄφθαρτον, καὶ ἀμίαντον, καὶ ἀμάραντον
ଅଧିକାରକୁ ସିଦ୍ଧ ଓ ଅନନ୍ତକାଳୀନ ବିଷୟ ଭାବରେ ବର୍ଣ୍ଣନା କରିବା ପାଇଁ ପିତର ତିନୋଟି ଏକାପରି ବାକ୍ୟାଂଶକୁ ବ୍ୟବହାର କରୁଛନ୍ତି I (ଦେଖ: ଉପମା/ରୂପକ)
τετηρημένην ἐν οὐρανοῖς εἰς ὑμᾶς
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଏହାକୁ ସ୍ବର୍ଗରେ ସଞ୍ଚିତ କରି ରଖୁଛନ୍ତି I (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:5
τοὺς ἐν δυνάμει Θεοῦ φρουρουμένους
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସୁରକ୍ଷା କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν δυνάμει Θεοῦ
ଏଠାରେ “ଶକ୍ତି” ବୋଲି କହିବାର ଅର୍ଥ ହେଉଛି ଯେ ଈଶ୍ବର ଶକ୍ତିମାନ୍ ଓ ବିଶ୍ବାସୀମାନଙ୍କୁ ସୁରକ୍ଷା କରିବାକୁ ସକ୍ଷମ ଅଟନ୍ତି I (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
διὰ πίστεως
ଏଠାରେ “ବିଶ୍ବାସ” ବିଶ୍ବାସୀମାନେ ଖ୍ରୀଷ୍ଟଙ୍କଠାରେ ଭରସା କରୁଥିବାର ସତ୍ୟତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସ ସକାଶୁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἑτοίμην ἀποκαλυφθῆναι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରିବାକୁ ପ୍ରସ୍ତୁତ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:6
ἐν ᾧ ἀγαλλιᾶσθε
“ଏହା” ଶବ୍ଦଟି ପୂର୍ବ ପଦଗୁଡିକରେ ପିତର ଉଲ୍ଲେଖ କରୁଥିବା ସମସ୍ତ ଆଶୀର୍ବାଦକୁ ବୁଝାଏ I
1 Peter 1:7
ἵνα τὸ δοκίμιον ὑμῶν τῆς πίστεως
ଅଗ୍ନି ଯେପରି ସୁବର୍ଣ୍ଣକୁ ପରୀକ୍ଷା କରେ, ବିଶ୍ବାସୀମାନେ କିପରି ଦୃଢ଼ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରୁଛନ୍ତି, ଦୁଃଖଭୋଗ ତାହା ପରୀକ୍ଷା କରେ I (ଦେଖ: ଉପମା/ରୂପକ)
τὸ δοκίμιον ὑμῶν τῆς πίστεως
ବିଶ୍ବାସୀମାନେ କିପରି ଦୃଢ଼ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରୁଛନ୍ତି, ତାହା ଈଶ୍ବର ପରୀକ୍ଷା କରିବାକୁ ଚାହାନ୍ତି
τῆς πίστεως πολυτιμότερον χρυσίου τοῦ ἀπολλυμένου, διὰ πυρὸς…δοκιμαζομένου
ବିଶ୍ବାସ ସୁବର୍ଣ୍ଣଠାରୁ ବହୁମୂଲ୍ୟ ଅଟେ, କାରଣ ସୁବର୍ଣ୍ଣ ଅଗ୍ନିରେ ପରୀକ୍ଷିତ ହେଲେ ସୁଦ୍ଧା ଅନନ୍ତକାଳସ୍ଥାୟୀ ନୁହେଁ I
εὑρεθῇ εἰς ἔπαινον, καὶ δόξαν, καὶ τιμὴν
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଯେ ତୁମ୍ଭମାନଙ୍କ ବିଶ୍ବାସ ସକାଶୁ “ଈଶ୍ବର ତୁମ୍ଭମାନଙ୍କୁ ଅତ୍ୟଧିକ ଭାବରେ ସମ୍ମାନ କରିବେ” କିମ୍ବା ୨) ଏହା ଯେ “ତୁମ୍ଭମାନଙ୍କ ବିଶ୍ବାସ ଈଶ୍ବରଙ୍କ ପ୍ରତି ପ୍ରଶଂସା, ଗୌରବ ଓ ସମ୍ଭ୍ରମ ଆଣିବ”
ἐν ἀποκαλύψει Ἰησοῦ Χριστοῦ
ଯେତେବେଳେ ଯୀଶୁଖ୍ରୀଷ୍ଟ ପ୍ରକାଶିତ ହେବେ I ଏହା ଖ୍ରୀଷ୍ଟଙ୍କର ପୁନରାଗମନକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ମଧ୍ୟ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁଖ୍ରୀଷ୍ଟ ସମସ୍ତ ଲୋକଙ୍କ ନିମନ୍ତେ ପ୍ରକାଶିତ ହେବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:8
χαρᾷ ἀνεκλαλήτῳ καὶ δεδοξασμένῃ
ଅକଥନୀୟ ଗୌରବଯୁକ୍ତ ଆନନ୍ଦ
1 Peter 1:9
σωτηρίαν ψυχῶν
ଏଠାରେ “ଆତ୍ମା” ସମଗ୍ର ବ୍ୟକ୍ତିକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ପରିତ୍ରାଣ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପରିତ୍ରାଣ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ପରିତ୍ରାଣ ଦେଉଛନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର ଓ ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
σωτηρίαν
ଏହି ଶବ୍ଦଗୁଡିକ ସତେ ଯେପରି ଗୋଟିଏ ପଦାର୍ଥ ପରି ଚିନ୍ତାଧାରା ପ୍ରକାଶ କରୁଛି I ବାସ୍ତବରେ, “ପରିତ୍ରାଣ” ଆମ୍ଭମାନଙ୍କୁ ପରିତ୍ରାଣ କରିବାର ଈଶ୍ବରଙ୍କ କାର୍ଯ୍ୟକୁ ବା ଏହାର ଫଳସ୍ବରୂପେ କଅଣ ହୁଏ, ସେ ବିଷୟକୁ ବୁଝାଏ I
1 Peter 1:10
σωτηρίας…χάριτος
ଏହି ଶବ୍ଦଗୁଡିକ ଦୁଇଟି ଚିନ୍ତାଧାରା ପ୍ରକାଶ କରୁଛି ସତେ ଯେପରି ସେଗୁଡିକ କିଛି ଜିନିଷ ବା ପଦାର୍ଥ ଅଟେ I ବାସ୍ତବରେ, “ପରିତ୍ରାଣ” ଆମ୍ଭମାନଙ୍କୁ ପରିତ୍ରାଣ କରିବାର ଈଶ୍ବରଙ୍କ କାର୍ଯ୍ୟକୁ ବା ଏହାର ଫଳସ୍ବରୂପେ କଅଣ ହୁଏ, ସେ ବିଷୟକୁ ବୁଝାଏ I ସେହିପରି, ଈଶ୍ବର ବିଶ୍ବାସୀମାନଙ୍କ ସହିତ ଯେଉଁ ଦୟା ବ୍ୟବହାର କରନ୍ତି “ଅନୁଗ୍ରହ” ତାହାକୁ ବୁଝାଏ I
ἐξεζήτησαν καὶ ἐξηραύνησαν
“ଯତ୍ନ ସହକାରେ ଅନ୍ବେଷଣ କଲେ” ଶବ୍ଦଗୁଡିକର ଅର୍ଥ, ମୂଳତଃ “ଅନୁସନ୍ଧାନ କଲେ""ର ଭଳି ସମାନ ଅର୍ଥ ରହିଛି I” ଏକତ୍ର ଏହି ଶବ୍ଦଗୁଡିକ ଗୁରୁତ୍ବ ଦିଅନ୍ତି ଯେ ଏହି ପରିତ୍ରାଣକୁ ବୁଝିବାପାଇଁ ଭାବବାଦୀମାନେ କେତେ କଠିନ ଚେଷ୍ଟା କରିଥିଲେ I ବିକଳ୍ପ ଅନୁବାଦ: “ଯତ୍ନ ସହକାରେ ପରୀକ୍ଷା କଲେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 1:11
ଭାବବାଦୀମାନେ ପରିତ୍ରାଣ ନିମନ୍ତେ ଅନୁସନ୍ଧାନ କରିବା ବିଷୟରେ ପିତର କହି ଚାଲିଛନ୍ତି I
ἐραυνῶντες
ସେମାନେ ଦୃଢ଼ ନିଶ୍ଚିତ ହେବାକୁ ଚେଷ୍ଟା କଲେ
τὸ…Πνεῦμα Χριστοῦ
ଏହା ପବିତ୍ର ଆତ୍ମାଙ୍କ ବିଷୟରେ ଗୋଟିଏ ସମ୍ବନ୍ଧ ପଦ I
1 Peter 1:12
οἷς ἀπεκαλύφθη
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଭାବବାଦୀମାନଙ୍କ ନିକଟରେ ପ୍ରକାଶ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
εἰς ἃ ἐπιθυμοῦσιν ἄγγελοι παρακύψαι
ଯାହା ଦୂତମାନେ ବୁଝିବାକୁ ଚାହିଁଲେ
1 Peter 1:13
διὸ ἀναζωσάμενοι
ଏହି କାରଣରୁ, କଟିବନ୍ଧନ କର I ପିତର ଏଠାରେ “ଅତଏବ” ଶବ୍ଦ ବ୍ୟବହାର କରି ପରିତ୍ରାଣ, ସେମାନଙ୍କ ବିଶ୍ବାସ ଓ ଭାବବାଦୀମାନଙ୍କୁ ଖ୍ରୀଷ୍ଟଙ୍କର ଆତ୍ମା ପ୍ରକାଶନ ଦେଇଥିବା ସମ୍ବନ୍ଧରେ ପୂର୍ବେ କହିଥିବା ବିଷୟକୁ ଉଲ୍ଲେଖ କରୁଛନ୍ତି I
ἀναζωσάμενοι τὰς ὀσφύας τῆς διανοίας ὑμῶν
କଟି ବାନ୍ଧିବା ବିଷୟ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ହେବା ବିଷୟକୁ ବୁଝାଏ I ଏହା ଉତ୍ତରୀୟ ବସ୍ତ୍ରର ତଳ ଅଂଶକୁ ଗୋଟିଏ ବନ୍ଧନୀରେ କଟିର ଚାରିପଟେ ବାନ୍ଧିବାର ପ୍ରଥାରୁ ଆସିଛି, ଯଦ୍ଦ୍ବାରା ଜଣେ ସହଜରେ ଚଳପ୍ରଚଳ ହୋଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନକୁ ପ୍ରସ୍ତୁତ କର” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
νήφοντες
ଏଠାରେ “ସଚେତନ” ଶବ୍ଦଟି ମାନସିକ ସ୍ବଚ୍ଛତା ଓ ଜାଗ୍ରତ ରହିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
τὴν φερομένην ὑμῖν χάριν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତାଇବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὴν φερομένην ὑμῖν χάριν
ଏଠାରେ ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି ଦୟାର ସହିତ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ସେ ସେମାନଙ୍କ ନିକଟକୁ ଆଣିବେ I (ଦେଖ: ଉପମା/ରୂପକ)
ἐν ἀποκαλύψει Ἰησοῦ Χριστοῦ
ଏହା ଖ୍ରୀଷ୍ଟଙ୍କ ପୁନରାଗମନ ସମୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ମଧ୍ୟ ପ୍ରକାଶ କରାଯାଇପାରିବ I ଦେଖ ତୁମେ ଏହାକୁ କିପରି ୧ ପିତର ୧:୭ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁଖ୍ରୀଷ୍ଟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:14
μὴ συνσχηματιζόμενοι ταῖς…ἐπιθυμίαις
ସେହି ପୂର୍ବ ବିଷୟକୁ ଚାହଁ ନାହିଁ I ବିକଳ୍ପ ଅନୁବାଦ: “କୁଅଭିଳାଷକୁ ଚରିତାର୍ଥ କର ନାହିଁ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Peter 1:16
διότι γέγραπται
ଏହା ଶାସ୍ତ୍ରରେ ଥିବା ଈଶ୍ବରଙ୍କ ବାକ୍ୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର କହିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἅγιοι ἔσεσθε, ὅτι ἐγὼ ἅγιος
ଏଠାରେ “ଆମ୍ଭେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I
1 Peter 1:17
τὸν τῆς παροικίας ὑμῶν χρόνον ἀναστράφητε
ପିତର ଆପଣା ପାଠକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ଗୃହରୁ ବହୁ ଦୂରରେ ଗୋଟିଏ ବିଦେଶରେ ବାସ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରକୃତ ଗୃହରୁ ଦୂରରେ ବାସ କରୁଥିବା ସମୟର ସଦୁପଯୋଗ କର” (ଦେଖ: ଉପମା/ରୂପକ)
1 Peter 1:18
ἐλυτρώθητε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 1:19
τιμίῳ αἵματι…Χριστοῦ
ଏଠାରେ “ରକ୍ତ” କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)
ὡς ἀμνοῦ ἀμώμου καὶ ἀσπίλου
ଯୀଶୁ ଗୋଟିଏ ବଳିଦାନ ଭାବରେ ମୃତ୍ୟୁଭୋଗ କଲେ, ଯେପରି ଈଶ୍ବର ଲୋକମାନଙ୍କ ପାପ କ୍ଷମା କରିବେ I ବିକଳ୍ପ ଅନୁବାଦ: “ଯିହୂଦୀ ଯାଜକମାନେ ବଳିଦାନ କରୁଥିବା ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ” (ଦେଖ: ଉପମା)
ἀμώμου καὶ ἀσπίλου
ଖ୍ରୀଷ୍ଟଙ୍କର ପବିତ୍ରତାକୁ ଗୁରୁତ୍ବ ଦେବାପାଇଁ ପିତର ଏକା ଚିନ୍ତାଧାରାକୁ ଦୁଇ ପ୍ରକାରେ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “କୌଣସି କଳଙ୍କ ନ ଥାଇ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 1:20
προεγνωσμένου
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଖ୍ରୀଷ୍ଟଙ୍କୁ ମନୋନୀତ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
πρὸ καταβολῆς κόσμου
ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
φανερωθέντος…δι’ ὑμᾶς
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣାକୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
φανερωθέντος…δι’ ὑμᾶς
ତାହାଙ୍କର ପାଠକମାନେ ଖ୍ରୀଷ୍ଟଙ୍କୁ ପ୍ରକୃତରେ ଦେଖିଥିବା ଅର୍ଥରେ ପିତର କହୁନାହାନ୍ତି, କିନ୍ତୁ ସେମାନେ ତାହାଙ୍କ ବିଷୟରେ ସତ୍ୟତା ଶିକ୍ଷା କରିଛନ୍ତି I (ଦେଖ: ଉପମା/ରୂପକ)
1 Peter 1:21
τὸν ἐγείραντα αὐτὸν ἐκ νεκρῶν
ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି, ଯାହାର ଅର୍ଥ ମରିଯାଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଯେ ତାହାଙ୍କୁ ପୁନର୍ବାର ଜୀବିତ କଲେ, ଯେପରି ସେ ଆଉ ମୃତମାନଙ୍କ ମଧ୍ୟରେ ରହିବେ ନାହିଁ”
καὶ δόξαν αὐτῷ δόντα
ଆଉ ତାହାଙ୍କୁ ଗୌରବାନ୍ବିତ କଲେ କିମ୍ବା “ଦେଖାଇଲେ ଯେ ସେ ଗୌରବାନ୍ବିତ ଅଟନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 1:22
τὰς ψυχὰς ὑμῶν ἡγνικότες
ଏଠାରେ “ଆତ୍ମା” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣାମାନଙ୍କୁ ଶୁଚି କଲ” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)
ἡγνικότες
ଏଠାରେ ଶୁଚିତାର ଚିନ୍ତାଧାରା ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ ହେବା ବିଷୟକୁ ବୁଝାଏ I (ଦେଖ: ଉପମା/ରୂପକ)
ἐν τῇ ὑπακοῇ τῆς ἀληθείας
ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ସତ୍ୟର ଆଜ୍ଞାବହ ହୋଇ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
φιλαδελφίαν
ଏହା ସହବିଶ୍ବାସୀମାନଙ୍କ ମଧ୍ୟରେ ଥିବା ପ୍ରେମକୁ ବୁଝାଏ I
ἐκ…καρδίας, ἀλλήλους ἀγαπήσατε ἐκτενῶς
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ବା ଆବେଗକୁ ବୁଝାଏ I “ଅନ୍ତର ସହ” ଜଣକୁ ପ୍ରେମ କରିବାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ସମର୍ପଣ ସହ ସମ୍ପୂର୍ଣ୍ଣ ଭାବରେ ଜଣକୁ ପ୍ରେମ କରିବା I ବିକଳ୍ପ ଅନୁବାଦ: “ଏକାଗ୍ର ଭାବରେ ଓ ସମ୍ପୂର୍ଣ୍ଣ ଭାବରେ ପରସ୍ପରକୁ ପ୍ରେମ କର” (ଦେଖ: ଲାକ୍ଷଣିକ ଶବ୍ଦ)
1 Peter 1:23
ἀναγεγεννημένοι, οὐκ ἐκ σπορᾶς φθαρτῆς, ἀλλὰ ἀφθάρτου
ସମ୍ଭାବିତ ଅର୍ଥଗୁଡିକ ହେଉଛି ଯେ ଈଶ୍ବରଙ୍କ ବାକ୍ୟ ବିଷୟରେ ପିତର ହୁଏତ ଏହା କହୁଛନ୍ତି ୧) ଯେପରି ଗୋଟିଏ ଗଛର ବୀଜ ବୃଦ୍ଧିପାଏ ଓ ବିଶ୍ବାସୀମାନଙ୍କ ମଧ୍ୟରେ ନୂତନ ଜୀବନ ଉତ୍ପନ୍ନ କରେ କିମ୍ବା ୨) ଯେପରି ପୁରୁଷ ଓ ସ୍ତ୍ରୀ ଭିତରେ ଥିବା କ୍ଷୁଦ୍ର ଅଣୁଗୁଡିକ ମିଳିତ ହୋଇ ସ୍ତ୍ରୀ ଭିତରେ ଏକ ଶିଶୁର ବୃଦ୍ଧି ଘଟାଇଥାଏ” (ଦେଖ: ଉପମା/ରୂପକ)
ἀφθάρτου
ଏପରି ବୀଜ ଯାହା ସଢି କି ଶୁଖି କି ମରିଯିବ ନାହିଁ
διὰ λόγου ζῶντος Θεοῦ, καὶ μένοντος
ପିତର ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନନ୍ତକାଳ ଜୀବିତ I ବାସ୍ତବରେ, ଈଶ୍ବର ଅନନ୍ତକାଳସ୍ଥାୟୀ ଏବଂ ତାଙ୍କର ଶିକ୍ଷା ଓ ପ୍ରତିଜ୍ଞା ଅନନ୍ତକାଳସ୍ଥାୟୀ I (ଦେଖ: ଲାକ୍ଷଣିକ ଶବ୍ଦ)
1 Peter 1:24
ପିତର ଏହି ପଦଗୁଡିକରେ ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି ପୁଣି ଏବେ ସେ ଯାହା କହିଛନ୍ତି ତାହା ସହିତ ସମ୍ପୃକ୍ତ କରି କହୁଛନ୍ତି ଯେ ସେମାନେ ଅକ୍ଷୟ ବୀଜରୁ ଜାତ I
πᾶσα σὰρξ ὡς χόρτος, καὶ πᾶσα…αὐτῆς
“ମର୍ତ୍ତ୍ୟ” ଶବ୍ଦଟି ମନୁଷ୍ୟ ଜାତିକୁ ବୁଝାଏ I ଭାବବାଦୀ ଯିଶାଇୟ ମନୁଷ୍ୟଜାତିକୁ ବୃଦ୍ଧିପାଇ ଶୀଘ୍ର ମରିଯାଉଥିବା ତୃଣ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ମରିଯାଉଥିବା ତୃଣ ସଦୃଶ ସମସ୍ତ ଲୋକେ ଓ ସେମାନଙ୍କର ସବୁକିଛି ମରିବେ” (ଦେଖ: ଲାକ୍ଷଣିକ ଶବ୍ଦ ଓ ଉପମା)
δόξα…ὡς ἄνθος χόρτου
ଏଠାରେ “ଗୌରବ” ଶବ୍ଦଟି ସୌନ୍ଦର୍ଯ୍ୟ ବା ଉତ୍ତମତାକୁ ବୁଝାଏ I ଲୋକେ ମନୁଷ୍ୟଜାତି ବିଷୟରେ ଉତ୍ତମ ବା ସୁନ୍ଦର ବୋଲି ବିବେଚନା କରୁଥିବା ବିଷୟକୁ ଯିଶାଇୟ ଭାବବାଦୀ ଶୀଘ୍ର ମରିଯାଉଥିବା ପୁଷ୍ପ ସହତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ପୁଷ୍ପ ଶୀଘ୍ର ମରିଯାଏ, ସେହିପରି ଉତ୍ତମତା ମଧ୍ୟ ଶୀଘ୍ର ବନ୍ଦ ହୋଇଯାଏ"" (ଦେଖ: ଉପମା)
1 Peter 1:25
τὸ…ῥῆμα Κυρίου
ପ୍ରଭୁଙ୍କ ନିକଟରୁ ଆସୁଥିବା ବାକ୍ୟ
τὸ εὐαγγελισθὲν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଚାର କରିଥିବା ସୁସମାଚାର” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2
୧ ପିତର ୦୨ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ ୨:୬, ୭, ୮, ୧୦ ଓ ୨୨ ପଦରେ ତାହା କରୁଛି I
ଏହି ଅଧ୍ୟାୟର ବିଶେଷ ଧାରଣା
ପ୍ରସ୍ତର
ବାଇବଲ ବୃହତ୍ ପ୍ରସ୍ତରରେ ନିର୍ମିତ ଗୃହକୁ ମଣ୍ଡଳୀ ନିମନ୍ତେ ରୂପକ ଭାବରେ ବ୍ୟବହାର କରିଥାଏ I ଯୀଶୁ କୋଣର ପ୍ରସ୍ତର ଓ ପ୍ରଧାନ ପ୍ରସ୍ତର ଅଟନ୍ତି I ପ୍ରେରିତ ଓ ଭାବବାଦୀମାନେ ଭିତ୍ତିମୂଳ ଅଟନ୍ତି, ଅର୍ଥାତ୍, ଗୃହର ଯେଉଁ ଅଂଶ ଉପରେ ଅନ୍ୟ ସମସ୍ତ ପ୍ରସ୍ତରର ଭାର ଥାଏ I ଏହି ଅଧ୍ୟାୟରେ, ଖ୍ରୀଷ୍ଟିୟାନମାନେ ଗୃହର କାନ୍ଥ ନିର୍ମାଣ କରୁଥିବା ପ୍ରସ୍ତରସବୁ ଅଟନ୍ତି I (ଦେଖ: ଉପମା/ରୂପକ ଓ କୋଣର ପ୍ରଧାନ ପ୍ରସ୍ତର ଓ ସ୍ଥାପନା କରିବା, ପ୍ରତିଷ୍ଟାତା, ମୂଳଦୁଆ)
ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
ଦୁଗ୍ଧ ଓ ଶିଶୁ
ଯେତେବେଳେ ପିତର ଆପଣା ପାଠକମାନଙ୍କୁ “ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର” ବୋଲି କହୁଛନ୍ତି, ସେ ଜଣେ ଶିଶୁ ମାତାର ଦୁଗ୍ଧ ନିମନ୍ତେ ଲାଳାୟିତ ହେଉଥିବା ଶିଶୁର ରୂପକ ବ୍ୟବହାର କରୁଛନ୍ତି I ପିତର ଚାହୁଁଛନ୍ତି ଯେ ଜଣେ ଶିଶୁ ଯେପରି ମାତାର ଦୁଗ୍ଧ ନିମନ୍ତେ ଲାଳାୟିତ, ଖ୍ରୀଷ୍ଟିୟାନମାନେ ସେହି ପ୍ରକାରେ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଲାଳାୟିତ ହେବା ଆବଶ୍ୟକ I (ଦେଖ: ଉପମା/ରୂପକ)
1 Peter 2:1
ପବିତ୍ରତା ଓ ଆଜ୍ଞାବହତା ବିଷୟରେ ପିତର ଶିକ୍ଷା ଦେଇଚାଲିଛନ୍ତି I
ἀποθέμενοι οὖν πᾶσαν κακίαν, καὶ πάντα δόλον, καὶ ὑποκρίσεις, καὶ φθόνους, καὶ πάσας καταλαλιάς
ଏହି ପାପପୂର୍ଣ୍ଣ କାର୍ଯ୍ୟଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ପଦାର୍ଥ, ଯାହାକୁ ଲୋକେ ଫିଙ୍ଗିଦେଇ ପାରିବେ I ଏଠାରେ “ଅତଏବ” ଶବ୍ଦଟି ପିତର ପୂର୍ବ ପଦଗୁଡିକରେ କହିଥିବା ପବିତ୍ର ଓ ଆଜ୍ଞାବହ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତଏବ, ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟତା, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କର” କିମ୍ବା “ଅତଏବ, ଦୁଷ୍ଟହେବାକୁ, ଛଳହେବାକୁ, କପଟହେବାକୁ, ଈର୍ଷାନ୍ବିତହେବାକୁ ଓ ପରନିନ୍ଦା କରିବାକୁ ବନ୍ଦ କର” (ଦେଖ: ଉପମା/ରୂପକ)
1 Peter 2:2
ὡς ἀρτιγέννητα βρέφη τὸ λογικὸν ἄδολον γάλα ἐπιποθήσατε
ପିତର ଆପଣା ପାଠକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶିଶୁ ଅଟନ୍ତି I ଶିଶୁମାନେ ଅତି ପରିଷ୍କାର ଖାଦ୍ୟ ଆବଶ୍ୟକ କରନ୍ତି, ଯେପରି ସେମାନେ ତାହା ସହଜରେ ହଜମ କରିପାରିବେ I ସେହିପ୍ରକାରେ, ବିଶ୍ବାସୀମାନଙ୍କୁ ଈଶ୍ବରଙ୍କ ବାକ୍ୟରୁ ଖାଣ୍ଟି ଶିକ୍ଷା ଆବଶ୍ୟକ I ବିକଳ୍ପ ଅନୁବାଦ; “ଯେପରି ଶିଶୁମାନେ ମାତାର ଦୁଗ୍ଧ ପାନ କରିବାକୁ ଇଚ୍ଛା କରନ୍ତି, ସେପରି ତୁମ୍ଭେମାନେ ଅମିଶ୍ରିତ ଆତ୍ମିକ ଦୁଗ୍ଧ ପାନ କରିବାକୁ ଇଚ୍ଛା କର” (ଦେଖ: ଉପମା/ରୂପକ)
ἐπιποθήσατε
ପ୍ରବଳ ଭାବରେ ଇଚ୍ଛା କର କିମ୍ବା “ଲାଳାୟିତ ହୁଅ”
τὸ λογικὸν ἄδολον γάλα
ପିତର ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ପିଲାମାନଙ୍କ ପୁଷ୍ଟିସାଧନ କରୁଥିବା ଆତ୍ମିକ ଦୁଗ୍ଧ ଅଟେ I (ଦେଖ: ଉପମା/ରୂପକ)
αὐξηθῆτε εἰς σωτηρίαν
ଏଠାରେ “ପରିତ୍ରାଣ” ଶବ୍ଦଟି ଯୀଶୁଙ୍କ ପୁନରାଗମନ ସମୟରେ ଈଶ୍ବର ଆପଣା ଲୋକମାନଙ୍କ ନିମନ୍ତେ ଆଣୁଥିବା ପରିତ୍ରାଣର ସମୟକୁ ବୁଝାଏ I (ଦେଖ ୧ ପିତର ୧:୫)I ପରିତ୍ରାଣ ସହିତ ମେଳ ଖାଉଥିବା କାର୍ଯ୍ୟରେ ସେମାନଙ୍କୁ ବୃଦ୍ଧି ପାଇବାକୁ ହେବ I ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବରେ ପରିତ୍ରାଣ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ଆତ୍ମିକ ଭାବରେ ବୃଦ୍ଧି ପାଇପାରିବ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ। ଓ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
αὐξηθῆτε
ବିଶ୍ବାସୀମାନେ ଈଶ୍ବରଙ୍କ ଜ୍ଞାନ ଓ ତାହାଙ୍କ ପ୍ରତି ବିଶ୍ବସ୍ତତାରେ ବୃଦ୍ଧିପାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପିଲାମାନଙ୍କ ସଦୃଶ ବୃଦ୍ଧି ପାଉଛନ୍ତି I (ଦେଖ: ଉପମା/ରୂପକ)
1 Peter 2:3
εἰ ἐγεύσασθε ὅτι χρηστὸς ὁ Κύριος
ଏଠାରେ ଆସ୍ବାଦନ କରିବାର ଅର୍ଥ ହେଉଛି ବ୍ୟକ୍ତିଗତ ଭାବରେ କିଛି ଅନୁଭବ କରିବା I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ପ୍ରଭୁଙ୍କ ଦୟା ଅନୁଭବ କରିଛ” (ଦେଖ: ଉପମା/ରୂପକ)
1 Peter 2:4
ପିତର ଯୀଶୁ ଓ ବିଶ୍ବାସୀମାନଙ୍କ ବିଷୟରେ ଜୀବନ୍ତ ପ୍ରସ୍ତର ହେବା ବିଷୟକ ରୂପକ କହିବାକୁ ଆରମ୍ଭ କରୁଛନ୍ତି I (ଦେଖ: ଉପମା/ରୂପକ)
πρὸς ὃν προσερχόμενοι λίθον ζῶντα
ପିତର ଯୀଶୁଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଗୃହର ଗୋଟିଏ ପ୍ରସ୍ତର ଅଟନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କ ନିକଟକୁ ଆସ, ଯେ କି ଗୃହର ପ୍ରସ୍ତର ସ୍ବରୂପ ଅଟନ୍ତି, ମୃତ ନୁହେଁ, ମାତ୍ର ଏକ ଜୀବନ୍ତ ପ୍ରସ୍ତର” (ଦେଖ: ଉପମା/ରୂପକ)
ὃν…λίθον ζῶντα
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେ କି ଜୀବନ୍ତ ପ୍ରସ୍ତର” କିମ୍ବା ୨) “ଯେ କି ଜୀବନ ଦେଉଥିବା ପ୍ରସ୍ତର I”
ὑπὸ ἀνθρώπων μὲν ἀποδεδοκιμασμένον
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଅଗ୍ରାହ୍ୟ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
παρὰ δὲ Θεῷ ἐκλεκτὸν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଯାହାକୁ ଈଶ୍ବର ମନୋନୀତ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2:5
καὶ αὐτοὶ…οἰκοδομεῖσθε, οἶκος πνευματικὸς
ପୁରାତନ ନିୟମରେ ମନ୍ଦିର ନିର୍ମାଣ କରିବାକୁ ଲୋକମାନେ ଯେପରି ପ୍ରସ୍ତର ବ୍ୟବହାର କରୁଥିଲେ, ବିଶ୍ବାସୀମାନେ ହେଉଛନ୍ତି ସେହି ବସ୍ତୁ, ଯାହାକୁ ଈଶ୍ବର ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ବ୍ୟବହାର କରୁଛନ୍ତି I (ଦେଖ: ଉପମା/ରୂପକ)
καὶ αὐτοὶ ὡς λίθοι ζῶντες
ପିତର ଆପଣା ପାଠକମାନଙ୍କୁ ଜୀବନ୍ତ ପ୍ରସ୍ତର ସହିତ ତୁଳନା କରୁଛନ୍ତି I (ଦେଖ: ଉପମା)
οἰκοδομεῖσθε, οἶκος πνευματικὸς
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଗୋଟିଏ ଆତ୍ମିକ ଗୃହ ନିର୍ମାଣ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἱεράτευμα ἅγιον ἀνενέγκαι πνευματικὰς θυσίας
ଏଠାରେ ଯାଜକ ପଦ, କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯାଜକମାନଙ୍କୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)
1 Peter 2:6
διότι περιέχει ἐν Γραφῇ
ଶାସ୍ତ୍ର ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପାତ୍ର I ଏହି ଅନୁଚ୍ଛେଦଟି ଜଣେ ଲୋକ ଶାସ୍ତ୍ରରେ ପାଠ କରୁଥିବା ବାକ୍ୟକୁ କୁହାଯାଏ I ବିକଳ୍ପ ଅନୁବାଦ: “ଶାସ୍ତ୍ରରେ ଏହା ଜଣେ ଭାବବାଦୀ ବହୁପୂର୍ବରୁ ଲେଖିଥିଲେ” (ଦେଖ: ଉପମା/ରୂପକ)
ἰδοὺ
ଏଠାରେ “ଦେଖ” ଶବ୍ଦଟି ଆଗକୁ ଆସୁଥିବା ଆଶ୍ଚର୍ଯ୍ୟକାରୀ ସୂଚନାକୁ ଧ୍ୟାନ ଦେବା ନିମନ୍ତେ ଆମ୍ଭମାନଙ୍କୁ ଜାଗ୍ରତ କରାଏ I
λίθον, ἀκρογωνιαῖον ἐκλεκτὸν ἔντιμον
ଈଶ୍ବର ହିଁ ପ୍ରସ୍ତରକୁ ମନୋନୀତ କଲେ I ବିକଳ୍ପ ଅନୁବାଦ: “ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର, ଯାହାକୁ ଆମ୍ଭେ ମନୋନୀତ କରିଅଛୁ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
λίθον, ἀκρογωνιαῖον
ଭାବବାଦୀ ମଶୀହଙ୍କୁ ଗୃହର ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ଭାବରେ କହୁଛନ୍ତି I (ଦେଖ: ଉପମା/ରୂପକ)
1 Peter 2:7
ପିତର ଶାସ୍ତ୍ରରୁ ଉଦ୍ଧୃତ କରିଚାଲିଛନ୍ତି I
λίθος ὃν ἀπεδοκίμασαν…ἐγενήθη εἰς κεφαλὴν γωνίας
ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଗୃହ ନିର୍ମାଣକାରୀ ମାନଙ୍କ ସଦୃଶ, ଲୋକମାନେ ଯୀଶୁଙ୍କୁ ଅଗ୍ରାହ୍ୟ କଲେ, କିନ୍ତୁ ଈଶ୍ବର ତାହାଙ୍କୁ ଗୃହର ପ୍ରଧାନ ପ୍ରସ୍ତର କଲେ I (ଦେଖ: ଉପମା/ରୂପକ ଓ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
λίθος ὃν ἀπεδοκίμασαν οἱ οἰκοδομοῦντες
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ପ୍ରସ୍ତରକୁ ଗୃହ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
κεφαλὴν γωνίας
ଏହା ଗୃହର ସବୁଠାରୁ ପ୍ରଧାନ ପ୍ରସ୍ତରକୁ ବୁଝାଏ ଓ ମୂଳତଃ ୧ ପିତର ୨:୬ରେ ଉଲ୍ଲେଖ ଥିବା “କୋଣର ପ୍ରଧାନ ପ୍ରସ୍ତର” ସହିତ ସମାନ I
1 Peter 2:8
λίθος προσκόμματος, καὶ πέτρα σκανδάλου
ଏହି ଦୁଇଟି ବାକ୍ୟାଂଶ ଏକାପରି ଅର୍ଥ ପ୍ରକାଶ କରେ I ସେଗୁଡିକ ମିଳିତ ଭାବରେ ଗୁରୁତ୍ବ ଦିଅନ୍ତି ଯେ ଲୋକମାନେ ଏହି “ପ୍ରସ୍ତର” ରେ ବିଘ୍ନ ପାଇବେ, ଯାହା ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ପ୍ରସ୍ତର ବା ପାଷାଣ ଯହିଁ ଉପରେ ଲୋକମାନେ ବିଘ୍ନ ପାଇବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା ଓ ସମାନ୍ତରତାସୂଚକ ଓ ଉପମା/ରୂପକ)
προσκόπτουσιν τῷ λόγῳ ἀπειθοῦντες
ଏଠାରେ “ବାକ୍ୟ” ସୁସମାଚାରର ସମ୍ବାଦକୁ ବୁଝାଏ I ଅବାଧ୍ୟ ହେବାର ଅର୍ଥ ହେଉଛି ଯେ ସେମାନେ ବିଶ୍ବାସ କଲେ ନାହିଁ I ସେମାନେ ବାଧା ପାଇବେ, କାରଣ ସେମାନେ ଯୀଶୁଙ୍କ ବିଷୟରେ ବାକ୍ୟକୁ ବିଶ୍ବାସ କଲେ ନାହିଁ”
εἰς ὃ…ἐτέθησαν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ମଧ୍ୟ ଈଶ୍ବର ସେମାନଙ୍କୁ ନିଯୁକ୍ତ କରିଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2:9
୧୦ ପଦରେ ପିତର ଭାବବାଦୀ ହୋଶେୟଙ୍କ ଗୋଟିଏ ପଦକୁ ଉଦ୍ଧୃତ କରୁଛନ୍ତି I କେତେକ ଆଧୁନିକ ସଂସ୍କରଣ ଏହାକୁ ଉଦ୍ଧୃତି ଭାବରେ ନିଅନ୍ତି ନାହିଁ, ଆଉ ତାହା ମଧ୍ୟ ଗ୍ରହଣଯୋଗ୍ୟ I
γένος ἐκλεκτόν
ତୁମେ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ସେମାନଙ୍କୁ ମନୋନୀତ କରିଅଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଏକ ମନୋନୀତ ବଂଶ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
βασίλειον ἱεράτευμα
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏକ ରାଜାମାନଙ୍କ ଦଳ ଓ ଏକ ଯାଜକମାନଙ୍କ ଗୋଷ୍ଠୀ” କିମ୍ବା ୨) “ରାଜାଙ୍କ ସେବା କରୁଥିବା ଯାଜକବର୍ଗ”
λαὸς εἰς περιποίησιν
ଈଶ୍ବରଙ୍କ ନିଜସ୍ବ ପ୍ରଜା
ἐκ…ὑμᾶς καλέσαντος
ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି
ἐκ σκότους…εἰς τὸ θαυμαστὸν αὐτοῦ φῶς
ଏଠାରେ “ଅନ୍ଧକାର” ପାପପୂର୍ଣ୍ଣ ଲୋକଭାବରେ ଈଶ୍ବରଙ୍କୁ ଜାଣି ନ ଥିବା ଲୋକମାନଙ୍କ ଅବସ୍ଥାକୁ ବୁଝାଏ ଓ “ଆଲୋକ” ଈଶ୍ବରଙ୍କୁ ଜାଣିଥିବା ଓ ଧାର୍ମିକ ଆଚରଣ କରୁଥିବା ଲୋକଭାବରେ ସେମାନଙ୍କ ଅବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ପାପ ଓ ଈଶ୍ବର ବିଷୟକ ଅଜ୍ଞତାର ଜୀବନଠାରୁ ଈଶ୍ବରଙ୍କୁ ଜାଣିବା ଓ ତାହାଙ୍କ ସନ୍ତୋଷଜନକ ଜୀବନ ଯାପନ କରିବାକୁ” (ଦେଖ: ଉପମା/ରୂପକ)
1 Peter 2:11
କିପରି ଖ୍ରୀଷ୍ଟିୟାନ ଜୀବନ ଯାପନ କରିବାକୁ ହେବ, ସେ ବିଷୟରେ ପିତର କହିବାକୁ ଆରମ୍ଭ କରୁଛନ୍ତି I
παροίκους καὶ παρεπιδήμους
ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକ ଭାବରେ ସମାନ I ପିତର ଆପଣା ପାଠକମାନଙ୍କୁ ସେମାନଙ୍କ ଗୃହରୁ ଦୂରରେ ବିଭିନ୍ନ ଦେଶ ଗୁଡିକରେ ବାସ କରୁଥିବା ଲୋକମାନେ ବୋଲି କହୁଛନ୍ତି I ଦେଖ ତୁମେ “ବିଦେଶୀ”କୁ କିପରି ୧ ପିତର ୧:୧ରେ ଅନୁବାଦ କଲ I (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ ଓ ଉପମା/ରୂପକ)
ἀπέχεσθαι τῶν σαρκικῶν ἐπιθυμιῶν
ଏଠାରେ ଶରୀରର ଚିନ୍ତାଧାରା ଏହି ପତିତ ଜଗତରେ ମନୁଷ୍ୟର ପାପମୟ ସ୍ବଭାବକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପମୟ ଅଭିଳାଷର ବଶୀଭୂତ ନ ହେବାକୁ” (ଦେଖ: ଉପମା/ରୂପକ)
στρατεύονται κατὰ τῆς ψυχῆς
ଏଠାରେ “ଆତ୍ମା” ଜଣେ ବ୍ୟକ୍ତିର ଆତ୍ମିକ ଜୀବନକୁ ବୁଝାଏ I ପିତର ପାପର ଅଭିଳାଷକୁ ବିଶ୍ବାସୀମାନଙ୍କ ଆତ୍ମିକ ଜୀବନକୁ ବିନଷ୍ଟ କରିବାକୁ ଚେଷ୍ଟା କରୁଥିବା ସୈନିକ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଆତ୍ମିକ ଜୀବନକୁ ବିନଷ୍ଟ କରିବାକୁ ଚାହାନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ ଓ ଉପମା/ରୂପକ)
1 Peter 2:12
τὴν ἀναστροφὴν ὑμῶν…ἔχοντες καλήν
ଗୁଣବାଚକ ବିଶେଷ୍ୟ “ଆଚରଣ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ତମ ଆଚରଣ କରିବା ଉଚିତ” କିମ୍ବା “ତୁମ୍ଭେମାନେ ଉତ୍ତମ ଭାବରେ ଆଚରଣ କରିବା ଉଚିତ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν ᾧ καταλαλοῦσιν ὑμῶν ὡς
ଯଦି ସେମାନେ ତୁମ୍ଭମାନଙ୍କ ବିଷୟରେ ନିନ୍ଦା କରନ୍ତି
ἐκ τῶν καλῶν ἔργων ἐποπτεύοντες
ଗୁଣବାଚକ ବିଶେଷ୍ୟ “କର୍ମ” କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭେମାନେ କରୁଥିବା ସତ୍କର୍ମକୁ ଦେଖିପାରିବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν ἡμέρᾳ ἐπισκοπῆς
ଯେଉଁ ଦିନ ସେ ଆସିବେ I ଏହା ଈଶ୍ବର ସମସ୍ତଙ୍କୁ ବିଚାର କରିବା ଦିନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ସମସ୍ତଙ୍କ ବିଚାର କରିବାକୁ ଆସିବେ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 2:13
διὰ τὸν Κύριον
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ମାନବୀୟ ଅଧିକାରୀମାନଙ୍କ ବାଧ୍ୟ ହେବା ଦ୍ବାରା ଯେଉଁ ପ୍ରଭୁ ସେହି ଅଧିକାରୀମାନଙ୍କୁ ସ୍ଥାପନ କରିଛନ୍ତି, ତାହାଙ୍କର ବାଧ୍ୟ ହେଉଛନ୍ତି କିମ୍ବା ୨) ମାନବୀୟ ଅଧିକାରୀମାନଙ୍କ ବାଧ୍ୟ ହେବା ଦ୍ବାରା ସେମାନେ ଯୀଶୁଙ୍କର ଗୌରବ କରିବେ, କାରଣ ସେ ମଧ୍ୟ ମାନବୀୟ ଅଧିକାରୀମାନଙ୍କ ବାଧ୍ୟ ହୋଇଥିଲେ I
βασιλεῖ ὡς ὑπερέχοντι
ମାନବୀୟ ଅଧିକାରୀ ଭାବରେ ସର୍ବପ୍ରଧାନ ରାଜା
1 Peter 2:14
δι’ αὐτοῦ πεμπομένοις, εἰς ἐκδίκησιν
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ରାଜା ଦଣ୍ଡ ଦେବା ନିମନ୍ତେ ପଠାଇଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2:15
ἀγαθοποιοῦντας φιμοῦν τὴν τῶν ἀφρόνων ἀνθρώπων ἀγνωσίαν
ସତ୍କର୍ମ କରିବା ଦ୍ବାରା ଦୁଷ୍ଟ ଲୋକମାନଙ୍କୁ ସେମାନେ ଜାଣି ନ ଥିବା ବିଷୟରେ କଥା କହିବାରୁ ତୁମ୍ଭେମାନେ ବନ୍ଦ କରିବ
1 Peter 2:16
ὡς ἐπικάλυμμα…τῆς κακίας
ପିତର ସେମାନଙ୍କ ବିଷୟରେ କହୁଛନ୍ତି ଯେ ସ୍ବାଧୀନ ଲୋକ ଭାବରେ ପାପମୟ ବ୍ୟବହାରକୁ ଲୁଚାଇବା ପାଇଁ ସେମାନେ କୌଣସି ବିଷୟ କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଦୁଷ୍ଟ କାର୍ଯ୍ୟର ଆବରଣ ସ୍ବରୂପେ” (ଦେଖ: ଉପମା/ରୂପକ)
1 Peter 2:17
τὴν ἀδελφότητα
ଏହା ସବୁ ଖ୍ରୀଷ୍ଟିୟାନ ବିଶ୍ବାସୀକୁ ବୁଝାଏ I
1 Peter 2:18
ଲୋକମାନଙ୍କ ଗୃହରେ ଦାସ ଭାବରେ ଥିବା ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ପିତର କହିବାକୁ ଆରମ୍ଭ କରୁଛନ୍ତି I
τοῖς ἀγαθοῖς καὶ ἐπιεικέσιν
ଏଠାରେ “ଉତ୍ତମ” ଓ ‘ଦୟାଳୁ”ର ଅର୍ଥ ପ୍ରାୟ ସମାନ ଓ ଗୁରୁତ୍ବ ଦିଏ ଯେ ସେହି ପ୍ରକାର କର୍ତ୍ତାମାନେ ଦୟାର ସହିତ ସେମାନଙ୍କ ଦାସମାନଙ୍କୁ ବ୍ୟବହାର କରିବା ଉଚିତ୍ I ବିକଳ୍ପ ଅନୁବାଦ: “ଅତି ଦୟାଳୁ କର୍ତ୍ତାମାନେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
τοῖς σκολιοῖς
ନିର୍ଦ୍ଦୟ କର୍ତ୍ତାମାନେ କିମ୍ବା “ଅଜ୍ଞାନ କର୍ତ୍ତାମାନେ”
1 Peter 2:19
τοῦτο…χάρις
ଏହା ପ୍ରଶଂସାର ବିଷୟ କିମ୍ବା “ଏହା ଈଶ୍ବରଙ୍କ ସନ୍ତୋଷଭାଜନ”
διὰ συνείδησιν Θεοῦ, ὑποφέρει…λύπας
ମୂଳ ଅନୁଚ୍ଛେଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହି ଲୋକ ଦୁଃଖଭୋଗ କରୁଛି, କାରଣ ସେ ଈଶ୍ବରଙ୍କ ବାଧ୍ୟ ହେଉଛି ବୋଲି ଜାଣେ କିମ୍ବା ୨) ଏହି ଲୋକ ଅନ୍ୟାୟ ଦଣ୍ଡ ସହିବାକୁ ସକ୍ଷମ, କାରଣ ସେ ଜାଣେ ଯେ ସେ କିପରି ଦୁଃଖଭୋଗ କରୁଛି, ତାହା ଈଶ୍ବର ଜାଣନ୍ତି I
1 Peter 2:20
ποῖον γὰρ κλέος, εἰ ἁμαρτάνοντες καὶ κολαφιζόμενοι ὑπομενεῖτε
କୌଣସି ମନ୍ଦ କାର୍ଯ୍ୟକରି ଦୁଃଖଭୋଗ କରିବା ବିଷୟରେ କୌଣସି ପ୍ରଶଂସାର ବିଷୟ ନାହିଁ ବୋଲି ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ସେହିପରି ଦୁଃଖଭୋଗ କରିବାରେ ... କୌଣସି ସୁଖ୍ୟାତି ନାହିଁ I” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
κολαφιζόμενοι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
πάσχοντες ὑπομενεῖτε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ତୁମ୍ଭମାନଙ୍କୁ ଦଣ୍ଡ ଦେଲେ, ତୁମ୍ଭେମାନେ ଦୁଃଖସହ୍ୟ କରିଥାଅ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2:21
ଲୋକମାନଙ୍କ ଗୃହରେ ଦାସ ଭାବରେ ଥିବା ଲୋକମାନଙ୍କୁ ପିତର କହିବା ଜାରିରଖିଛନ୍ତି I
εἰς τοῦτο…ἐκλήθητε
ଏଠାରେ “ଏଥିନିମନ୍ତେ” ଶବ୍ଦଟି ପିତର ଏବେ ବର୍ଣ୍ଣନା କରିଥିବାପରି, ବିଶ୍ବାସୀମାନେ ସତ୍କର୍ମକରି ଦୁଃଖ ସହ୍ୟ କରିବା ବିଷୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା କରିବାକୁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὑμῖν…ἵνα ἐπακολουθήσητε τοῖς ἴχνεσιν αὐτοῦ
ଯେପରି ତୁମ୍ଭେମାନେ ତାହାଙ୍କର ପଦ ଚିହ୍ନ ଦେଇ ଗମନ କର I ସେମାନଙ୍କ ସେହି ପ୍ରକାରେ ଦୁଃଖ ସହ୍ୟ କରିବା ବିଷୟ ନେଇ ପିତର ଯୀଶୁଙ୍କର ଆଦର୍ଶ ଅନୁସରଣ କରିବା ବିଷୟରେ କହୁଛନ୍ତି ଯେ ସତେ ଯେପରି ଯୀଶୁ ଚାଲିଥିବା ପଥରେ ହିଁ ସେମାନେ ଚାଲୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ତାହାଙ୍କର ବ୍ୟବହାରକୁ ଅନୁସରଣ କରିବ” (ଦେଖ: ଉପମା/ରୂପକ)
1 Peter 2:22
οὐδὲ εὑρέθη δόλος ἐν τῷ στόματι αὐτοῦ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ତାହାଙ୍କ ମୁଖରେ ଛଳକଥା ପାଇଲେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
οὐδὲ εὑρέθη δόλος ἐν τῷ στόματι αὐτοῦ
ଏଠାରେ “ଛଳ” ଜଣେ ଅନ୍ୟ ଲୋକମାନଙ୍କୁ ଛଳନାରେ ପକାଇବା ପାଇଁ କହୁଥିବା କଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ କୌଣସି ମିଥ୍ୟା କହିଲେ ନାହିଁ’ (ଦେଖ: ଲାକ୍ଷଣିକ ଶବ୍ଦ)
1 Peter 2:23
ὃς λοιδορούμενος, οὐκ ἀντελοιδόρει
ଜଣକୁ “ନିନ୍ଦା” କରିବାର ଅର୍ଥ ଅପମାନଜନକ କଥା କହିବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ତାହାଙ୍କୁ ଅପମାନ କଲେ, ସେ ସେମାନଙ୍କୁ ଫେରି ଅପମାନ କଲେ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
παρεδίδου…τῷ κρίνοντι δικαίως
ସେ ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରେ ଆପଣାକୁ ସମର୍ପଣ କଲେ I ଏହାର ଅର୍ଥ ହେଉଛି ଯେ ଆପଣାର ଲଜ୍ଜାକୁ ଦୂର କରିବାପାଇଁ ସେ ଈଶ୍ବରଙ୍କଠାରେ ଭରସା କଲେ, ଯାହା ତାହାଙ୍କୁ କଠୋର ଭାବରେ ବ୍ୟବହାର କରିଥିବା ଲୋକମାନଙ୍କ ଦ୍ବାରା ତାହାଙ୍କ ଉପରେ ପକାଯାଇଥିଲା I
1 Peter 2:24
ପିତର ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହିବା ଜାରିରଖିଛନ୍ତି I ସେ ବର୍ତ୍ତମାନ ସୁଦ୍ଧା ଦାସ ହୋଇ ରହିଥିବା ଲୋକମାନଙ୍କୁ କହୁଛନ୍ତି I
ὃς…αὐτὸς
ଏହା ଗୁରୁତ୍ବ ଦେଇ ଯୀଶୁଙ୍କ ବିଷୟରେ କୁହାଯାଏ I (ଦେଖ: ସ୍ଵୟଂବାଚକ ସର୍ବନାମଗୁଡ଼ିକ)
τὰς ἁμαρτίας ἡμῶν…ἀνήνεγκεν ἐν τῷ σώματι αὐτοῦ ἐπὶ τὸ ξύλον
ଏଠାରେ “ପାପ ବହନ କଲେ”ର ଅର୍ଥ ସେ ଆମ୍ଭମାନଙ୍କ ପାପପାଇଁ ଦଣ୍ଡ ସହିଲେ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ଆପଣା ଶରୀରରେ ଆମ୍ଭମାନଙ୍କ ପାଇଁ ଦଣ୍ଡ ସହିଲେ” (ଦେଖ: ଲାକ୍ଷଣିକ ଶବ୍ଦ)
τὸ ξύλον
ଏହା ଯୀଶୁ ମୃତ୍ୟୁଭୋଗ କରିଥିବା କାଷ୍ଠରେ ନିର୍ମିତ କ୍ରୁଶକୁ ବୁଝାଏ I (ଦେଖ: ଲାକ୍ଷଣିକ ଶବ୍ଦ)
οὗ τῷ μώλωπι ἰάθητε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସୁସ୍ଥ କରିଛନ୍ତି, କାରଣ ଲୋକେ ତାହାଙ୍କୁ କ୍ଷତବିକ୍ଷତ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 2:25
ἦτε…ὡς πρόβατα πλανώμενοι
ଖ୍ରୀଷ୍ଟଙ୍କୁ ବିଶ୍ବାସ କରିବା ପୂର୍ବରୁ ଆପଣା ପାଠକମାନଙ୍କ ଅବସ୍ଥା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ହଜା ମେଷ ତୁଲ୍ୟ ବିପଥଗାମୀ ହୋଇ ଭ୍ରମଣ କରୁଥିଲେ I (ଦେଖ: ଉପମା)
τὸν ποιμένα καὶ ἐπίσκοπον τῶν ψυχῶν ὑμῶν
ପିତର ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ମେଷପାଳକ I ଯେପରି ଜଣେ ମେଷପାଳକ ଆପଣା ମେଷମାନଙ୍କୁ ସୁରକ୍ଷା କରେ, ସେପରି ଯୀଶୁ ତାହାଙ୍କଠାରେ ଭରସା କରୁଥିବା ଲୋକମାନଙ୍କୁ ସୁରକ୍ଷା କରନ୍ତି I (ଦେଖ: ଉପମା/ରୂପକ)
1 Peter 3
୧ ପିତର ୦୩ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ ୩:୧୦-୧୨ ପଦରେ ତାହା କରୁଛି I
ଏହି ଅଧ୍ୟାୟର ବିଶେଷ ଧାରଣା
“ବାହ୍ୟ ଭୂଷଣ”
ଅଧିକାଂଶ ଲୋକେ ସୁନ୍ଦର ଦେଖାଯିବାକୁ ଚାହାନ୍ତି, ଯେପରି ଅନ୍ୟ ଲୋକମାନେ ସେମାନଙ୍କୁ ପସନ୍ଦ କରିବେ ଓ ଭାବିବେ ଯେ ସେମାନେ ଭଲ ଲୋକ ଅଟନ୍ତି I ବିଶେଷକରି, ସ୍ତ୍ରୀ ଲୋକମାନେ ଉତ୍ତମ ବସ୍ତ୍ର ଓ ଭୂଷଣ ପିନ୍ଧି ସୁନ୍ଦର ଦେଖାଯିବାକୁ ବେଶି ଯତ୍ନଶୀଳା ହୁଅନ୍ତି I ପିତର କହୁଛନ୍ତି ଯେ ଜଣେ ସ୍ତ୍ରୀଲୋକ କିପରି ଦେଖାଯାଉଛି, ତା’ଠାରୁ ସେ ସେ କିପରି ଭାବୁଛି ଓ କିପରି କାର୍ଯ୍ୟ କରୁଛି, ତାହା ଈଶ୍ବରଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଅଟେ I
ଏକତା
ପିତର ଚାହୁଁଥିଲେ ଯେ ତାହାଙ୍କ ପାଠକମାନେ ପରସ୍ପର ଏକମନା ହୁଅନ୍ତୁ I ଅଧିକ ଗୁରୁତ୍ବପୂର୍ଣ୍ଣ ଭାବରେ ସେ ଚାହୁଁଥିଲେ ଯେ ସେମାନେ ପରସ୍ପରକୁ ପ୍ରେମ କରନ୍ତୁ ଓ ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ I
ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
ରୂପକ
ପିତର ଈଶ୍ବରଙ୍କ ବିଷୟରେ ବର୍ଣ୍ଣନା କରୁଥିବା ଗୋଟିଏ ଗୀତରୁ କିଛି ଉଦ୍ଧୃତ କରୁଛନ୍ତି ଯେ ସତେ ଯେପରି ସେ ଆଖି, କାନ ଓ ମୁଖଥିବା ଜଣେ ବ୍ୟକ୍ତି ଅଟନ୍ତି I ତଥାପି ଈଶ୍ବର ଆତ୍ମା ଅଟନ୍ତି, ସେଥିପାଇଁ ତାହାଙ୍କର ଶାରୀରିକ ଆଖି କି କାନ କି ଶାରୀରିକ ମୁଖ ନାହିଁ I କିନ୍ତୁ, ଲୋକମାନେ କଅଣ କରନ୍ତି, ସେ ତାହା ଜାଣନ୍ତି ଓ ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି I (ଦେଖ: ଉପମା/ରୂପକ)
1 Peter 3:1
ପିତର ନିର୍ଦ୍ଦିଷ୍ଟ ଭାବରେ ଭାର୍ଯ୍ୟା ହୋଇଥିବା ସ୍ତ୍ରୀଲୋକମାନଙ୍କୁ କଥା କହୁଛନ୍ତି I
ὁμοίως, γυναῖκες, ὑποτασσόμεναι τοῖς ἰδίοις ἀνδράσιν
ବିଶ୍ବାସୀମାନେ ଯେପରି “ମାନବୀୟ ଅଧିକାରୀମାନଙ୍କ ଆଜ୍ଞାବହ” (୧ ପିତର ୨:୧୩) ଓ ଦାସମାନେ “ସେମାନଙ୍କ କର୍ତ୍ତାମାନଙ୍କ ବଶୀଭୂତ” (୧ ପିତର ୨:୧୮) ହେବା ଆବଶ୍ୟକ, ସେହିପରି ଭାର୍ଯ୍ୟାମାନେ ମଧ୍ୟ ସେମାନଙ୍କ ସ୍ବାମୀମାନଙ୍କ ବଶୀଭୂତା ହେବା ଆବଶ୍ୟକ I “ଆଜ୍ଞାବହ” ଓ ବଶୀଭୂତ” ଶବ୍ଦ ଗୋଟିଏ ମୂଳ ଶବ୍ଦରୁ ଅନୁବାଦ କରାଯାଇଛି I
τινες ἀπειθοῦσιν τῷ λόγῳ
ଏଠାରେ ‘ବାକ୍ୟ” ସୁସମାଚାରର ସମ୍ବାଦକୁ ବୁଝାଏ I ଅନାଜ୍ଞାବହ ହେବାର ଅର୍ଥ ବିଶ୍ବାସ ନ କରିବା I ଦେଖ ତୁମେ ଏହିପରି ଏକ ବାକ୍ୟାଂଶକୁ କିପରି ୧ ପିତର ୨:୮ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “କେତେକ ଲୋକ ଯୀଶୁଙ୍କ ବିଷୟରେ ସମ୍ବାଦ ବିଶ୍ବାସ କରୁନାହାନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)
κερδηθήσονται
ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ହୋଇପାରେ I ଏହାର ଅର୍ଥ ହେଉଛି ଯେ ଅବିଶ୍ବାସୀ ସ୍ବାମୀମାନେ ବିଶ୍ବାସୀ ହୋଇପାରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବିଶ୍ବାସୀ ହୋଇପାରିବେ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἄνευ λόγου
ଭାର୍ଯ୍ୟା ଗୋଟିଏ ପଦ କଥା ନ କହି I ଏଠାରେ “ଗୋଟିଏ ବାକ୍ୟ” ଯୀଶୁଙ୍କ ବିଷୟରେ ଭାର୍ଯ୍ୟା କହୁଥିବା ଯେ କୌଣସି କଥାକୁ ବୁଝାଏ I (ଦେଖ: ଶବ୍ଦର ବିଲୋପ ବା ଉହ୍ୟତା)
1 Peter 3:2
ἐποπτεύσαντες τὴν ἐν φόβῳ ἁγνὴν ἀναστροφὴν ὑμῶν
ଗୁଣବାଚକ ବିଶେଷ୍ୟ “ଆଚରଣ”କୁ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଦେଖିଛନ୍ତି ଯେ ତୁମ୍ଭେମାନେ ନିଷ୍କପଟ ଭାବରେ ଓ ସମ୍ମାନର ସହିତ ଆଚରଣ କରିଅଛ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὴν ἐν φόβῳ ἁγνὴν ἀναστροφὴν ὑμῶν
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ନିଷ୍କପଟ ଆଚରଣ ଓ ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ” କିମ୍ବା ୨) ” ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ପବିତ୍ର ଆଚରଣ ଓ ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ”
1 Peter 3:3
ପିତର ଭାର୍ଯ୍ୟା ହୋଇଥିବା ସ୍ତ୍ରୀଲୋକମାନଙ୍କୁ କଥା କହିବା ଜାରିରଖିଛନ୍ତି I
ἔστω
“ତାହା” ଶବ୍ଦଟି ସ୍ବାମୀମାନଙ୍କ ପ୍ରତି ଭାର୍ଯ୍ୟାମାନେ ବଶୀଭୂତା ହେବା ଓ ସେମାନଙ୍କର ଆଚରଣକୁ ବୁଝାଏ I
1 Peter 3:4
ὁ κρυπτὸς τῆς καρδίας ἄνθρωπος
ଏଠାରେ “ଗୁପ୍ତ ସ୍ବଭାବ” ଓ “ହୃଦୟ” ଜଣେ ଲୋକର ଆନ୍ତରିକ ଚରିତ୍ର ଓ ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରକୃତରେ ଅନ୍ତରରେ ତୁମ୍ଭେମାନେ କି ପ୍ରକାର ଲୋକ” (ଦେଖ: ଲାକ୍ଷଣିକ ଶବ୍ଦ)
τοῦ πραέως καὶ ἡσυχίου πνεύματος
ଏକ କୋମଳ ଓ ଶାନ୍ତିଯୁକ୍ତ ସ୍ବଭାବ I ଏଠାରେ “ଶାନ୍ତ”ର ଅର୍ଥ ଶାନ୍ତିପୂର୍ଣ୍ଣ” ବା “ଧୀରସ୍ଥିର” ଅଟେ I “ଆତ୍ମା” ଶବ୍ଦଟି ଜଣେ ଲୋକର ମନୋଭାବ ବା ସ୍ବଭାବକୁ ବୁଝାଏ I
ὅ ἐστιν ἐνώπιον τοῦ Θεοῦ πολυτελές
ପିତର ଜଣେ ଲୋକ ସମ୍ବନ୍ଧରେ ଈଶ୍ବରଙ୍କ ମତାମତ ବିଷୟରେ କହନ୍ତି ଯେ ସତେ ଯେପରି ଲୋକଟି ପ୍ରତ୍ୟକ୍ଷ ଭାବରେ ଈଶ୍ବରଙ୍କ ସମ୍ମୁଖରେ ଠିଆ ହୋଇଛି I ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ବର ବହୁମୂଲ୍ୟ ବୋଲି ବିବେଚନା କରନ୍ତି” (ଦେଖ: ଉପମା/ରୂପକ)
1 Peter 3:6
κύριον, αὐτὸν καλοῦσα
ସେ ତାହାଙ୍କୁ ଆପଣାର ପ୍ରଭୁ, ଅର୍ଥାତ୍, କର୍ତ୍ତା ବୋଲି କହୁଥିଲେ
ἧς ἐγενήθητε τέκνα
ପିତର କହୁଛନ୍ତି ଯେ ସାରା ଯେପରି କର୍ମ କରିଥିଲେ, ସେପରି କର୍ମ କରୁଥିବା ସ୍ତ୍ରୀଲୋକମାନେ ସତେ ଯେପରି ତାହାଙ୍କର ପ୍ରକୃତ ସନ୍ତାନ ଅଟନ୍ତି I (ଦେଖ: ଉପମା/ରୂପକ)
1 Peter 3:7
ପିତର ନିର୍ଦ୍ଦିଷ୍ଟଭାବରେ ସ୍ବାମୀ ହୋଇଥିବା ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I
ὁμοίως
ଏହା ୧ ପିତର ୩:୫ ଓ ୧ ପିତର ୩:୬ରେ ସାରା ଓ ଅନ୍ୟ ସ୍ତ୍ରୀଲୋକମାନେ କିପରି ଆପଣା ଆପଣା ସ୍ବାମୀମାନଙ୍କର ଆଜ୍ଞାବହ ହୋଇଥିଲେ, ତାହାକୁ ଫେରି ଉଲ୍ଲେଖ କରେ I
συνοικοῦντες κατὰ γνῶσιν, ὡς ἀσθενεστέρῳ σκεύει τῷ γυναικείῳ
ପିତର ସ୍ତ୍ରୀଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପାତ୍ର ଅଟନ୍ତି, ଯେପରି ପୁରୁଷମାନଙ୍କ ବିଷୟରେ ମଧ୍ୟ ବେଳେବେଳେ କୁହାଯାଏ I ଗୁଣବାଚକ ବିଶେଷ୍ୟ “ଜ୍ଞାନ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଭାର୍ଯ୍ୟାମାନଙ୍କୁ, ଅର୍ଥାତ୍, ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା ପାତ୍ରୀ ଜାଣି” (ଦେଖ: ଉପମା/ରୂପକ ଓ ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἀπονέμοντες τιμήν ὡς…συνκληρονόμοις χάριτος ζωῆς
କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ ଏହାକୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ସମାଦର କର, କାରଣ ସେମାନେ ମଧ୍ୟ ଅନୁଗ୍ରହରେ ଈଶ୍ବରଦତ୍ତ ଅନନ୍ତଜୀବନ ପ୍ରାପ୍ତ ହେବେ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
συνκληρονόμοις χάριτος ζωῆς
ଅନନ୍ତଜୀବନ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ଜିନିଷ, ଯାହା ଲୋକେ ଅଧିକାର କରିବେ I (ଦେଖ: ଉପମା/ରୂପକ)
εἰς τὸ
ଏଠାରେ “ଏହା” ଶବ୍ଦଟି ସ୍ବାମୀମାନେ ସ୍ତ୍ରୀମାନଙ୍କୁ କିପରି ଭାବରେ ବ୍ୟବହାର କରିବା ଉଚିତ, ସେ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପ୍ରକାରେ ତୁମ୍ଭମାନଙ୍କ ପତ୍ନୀମାନଙ୍କ ସହ ବାସ କର” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς τὸ μὴ ἐνκόπτεσθαι τὰς προσευχὰς ὑμῶν
“ବାଧା ଦେବ”ର ଅର୍ଥ ହେଉଛି କିଛି କରିବାରୁ ଜଣକୁ ନିବୃତ୍ତ କରିବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି କୌଣସି ବିଷୟ ତୁମ୍ଭମାନଙ୍କ ପ୍ରାର୍ଥନାରେ ବାଧା ଉତ୍ପନ୍ନ କରିବ ନାହିଁ” କିମ୍ବା “ଯେପରି ପ୍ରାର୍ଥନା କରୁଅଛ, ସେଥିରୁ ତୁମ୍ଭମାନଙ୍କୁ ଯେପରି କୌଣସି ବିଷୟ ନିବୃତ୍ତ କରିବ ନାହିଁ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 3:8
ପିତର ପୁନର୍ବାର ସବୁ ବିଶ୍ବାସୀମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I
ὁμόφρονες
ଏକମନା ହୁଅ କିମ୍ବା “ଏକ ମନୋଭାବାପନ୍ନ ହୁଅ”
εὔσπλαγχνοι
ଅନ୍ୟମାନଙ୍କ ପ୍ରତି କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ
1 Peter 3:9
μὴ ἀποδιδόντες κακὸν ἀντὶ κακοῦ, ἢ λοιδορίαν ἀντὶ λοιδορίας
ପିତର ଅନ୍ୟ ଜଣକର କାର୍ଯ୍ୟ ପ୍ରତି ପ୍ରତ୍ୟୁତ୍ତର ଦେବା ବିଷୟକୁ ସେହି କାର୍ଯ୍ୟସବୁର ପ୍ରତିବଦଳ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତି ମନ୍ଦ କରୁଥିବା ଲୋକମାନଙ୍କ ପ୍ରତିବଦଳେ ମନ୍ଦ କର ନାହିଁ କିମ୍ବା ଅପମାନ କରୁଥିବା ଲୋକମାନଙ୍କର ଅପମାନ କର ନାହିଁ” (ଦେଖ: ଉପମା/ରୂପକ)
εὐλογοῦντες
ତୁମେ ଆଶୀର୍ବାଦର ବିଷୟକୁ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତି ମନ୍ଦ ଓ ଅପମାନ କରୁଥିବା ଲୋକମାନଙ୍କୁ ଆଶୀର୍ବାଦ କରୁଥାଅ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰς τοῦτο ἐκλήθητε
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἵνα εὐλογίαν κληρονομήσητε
ପିତର ଈଶ୍ବରଙ୍କ ଆଶୀର୍ବାଦ ପାଇବା ବିଷୟକୁ ଅଧିକାର ପାଇବା ବିଷୟ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଚିରସ୍ଥାୟୀ ଅଧିକାର ସ୍ବରୂପ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ” (ଦେଖ: ଉପମା/ରୂପକ)
1 Peter 3:10
ଏହି ପଦଗୁଡିକରେ ପିତର ଗୀତସଂହିତାରୁ ଉଦ୍ଧୃତ କରୁଛନ୍ତି I (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ζωὴν ἀγαπᾶν, καὶ ἰδεῖν ἡμέρας ἀγαθὰς
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ଏକ ଉତ୍ତମ ଜୀବନ ପାଇବାର ଇଚ୍ଛାକୁ ଗୁରୁତ୍ବ ଦେଉଛି I (ଦେଖ: ସମାନ୍ତରତାସୂଚକ)
ἰδεῖν ἡμέρας ἀγαθὰς
ଏଠାରେ ଉତ୍ତମ ବିଷୟକୁ ଅନୁଭବ କରିବାର ଅର୍ଥ ଉତ୍ତମ ବିଷୟକୁ ଦେଖିବା ସଦୁଶ ବୋଲି କୁହାଯାଉଛି I “ଦିନ” ଶବ୍ଦଟି ଜଣକର ଜୀବନକାଳକୁ ବୁଝାଏ I ବିକଳ୍ପ ଅନୁବାଦ: “ଜୀବନକାଳରେ ଉତ୍ତମ ବିଷୟକୁ ଅନୁଭବ କର” (ଦେଖ: ଉପମା/ରୂପକ ଓ ଲାକ୍ଷଣିକ ଶବ୍ଦ)
παυσάτω τὴν γλῶσσαν ἀπὸ κακοῦ, καὶ χείλη τοῦ μὴ λαλῆσαι δόλον
“ଜିହ୍ବା” ଓ “ଓଷ୍ଠାଧର” କହୁଥିବା ଲୋକକୁ ବୁଝାଏ I ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ମିଥ୍ୟା ନ କହିବାର ଆଜ୍ଞାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ମନ୍ଦ କଥା ଓ ପ୍ରବଞ୍ଚନାର କଥା କହିବା ବନ୍ଦ କର” (ଦେଖ: ସମାନ୍ତରତାସୂଚକ ଓ ଉପଲକ୍ଷ୍ୟ ଅଳଙ୍କାର)
1 Peter 3:11
ἐκκλινάτω…ἀπὸ κακοῦ
ଏଠାରେ “ବିମୁଖ ହେବା” ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ କରୁଥିବା କାର୍ଯ୍ୟ ବନ୍ଦ କରିବା I ବିକଳ୍ପ ଅନୁବାଦ: “ମନ୍ଦ କାର୍ଯ୍ୟ କରିବାକୁ ସେ ବନ୍ଦ କରୁ” (ଦେଖ: ଉପମା/ରୂପକ)
1 Peter 3:12
ὀφθαλμοὶ Κυρίου ἐπὶ δικαίους
“ଦୃଷ୍ଟି” ଶବ୍ଦଟି ପ୍ରଭୁଙ୍କ ଜାଣିବାର ସାମର୍ଥ୍ୟକୁ ବୁଝାଏ I ଧାର୍ମିକ ବ୍ୟକ୍ତିଙ୍କୁ ପ୍ରଭୁ ସମର୍ଥନ କରିବା ବିଷୟରେ କୁହାଯାଏ ଯେ ସେ ସେମାନଙ୍କୁ ଦେଖୁଛନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁ ଧାର୍ମିକକୁ ଦେଖନ୍ତି” କିମ୍ବା “ପ୍ରଭୁ ଧାର୍ମିକକୁ ସମର୍ଥନ କରନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର ଓ ଉପମା/ରୂପକ)
ὦτα αὐτοῦ εἰς δέησιν αὐτῶν
“କର୍ଣ୍ଣ” ଶବ୍ଦଟି ଲୋକମାନେ କହୁଥିବା ବିଷୟ ପ୍ରତି ପ୍ରଭୁଙ୍କର ମନଯୋଗିତାକୁ ବୁଝାଏ I ପ୍ରଭୁ ସେମାନଙ୍କ ବିନତି ଶୁଣନ୍ତି ବିଷୟ ସୂଚାଇଦିଏ ଯେ ସେ ମଧ୍ୟ ସେମାନଙ୍କୁ ଉତ୍ତର ଦିଅନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କ ବିନତି ଶୁଣନ୍ତି” କିମ୍ବା “ସେ ସେମାନଙ୍କ ବିନତି ସ୍ବୀକାର କରନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର ଓ ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
πρόσωπον…Κυρίου ἐπὶ
“ମୁଖ” ଶବ୍ଦଟି ତାହାଙ୍କ ଶତ୍ରୁମାନଙ୍କୁ ବିରୋଧ କରିବା ନିମନ୍ତେ ପ୍ରଭୁଙ୍କର ଇଚ୍ଛାକୁ ବୁଝାଏ I କାହାକୁ ବିରୋଧ କରିବା ବିଷୟକୁ ସେହି ଲୋକ ବିରୁଦ୍ଧରେ ମୁଖ ରଖିବା ସଦୃଶ ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ପ୍ରଭୁ ବିରୋଧ କରନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର ଓ ଉପମା/ରୂପକ)
1 Peter 3:13
କିପରି ଖ୍ରୀଷ୍ଟିୟାନ ଜୀବନ ଯାପନ କରିବାକୁ ହେବ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷାଦେବା ଜାରିରଖିଛନ୍ତି I
τίς ὁ κακώσων ὑμᾶς, ἐὰν τοῦ ἀγαθοῦ ζηλωταὶ γένησθε
ଯଦି ସେମାନେ ଉତ୍ତମ କାର୍ଯ୍ୟ କରିବେ, ତେବେ କେହି ତାହାଙ୍କର ଅନିଷ୍ଟ କରିବା ସମ୍ଭବତଃ ହୋଇ ନ ପାରିବା ବିଷୟକୁ ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ, ତେବେ କେହି ତୁମ୍ଭମାନଙ୍କର ଅନିଷ୍ଟ କରିବ ନାହିଁ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
1 Peter 3:14
πάσχοιτε διὰ δικαιοσύνην
ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଭଲ କାର୍ଯ୍ୟ ସକାଶେ ଯଦି ଦୁଃଖ ସହିବାକୁ ପଡ଼ିବ” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
μακάριοι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸν δὲ φόβον αὐτῶν, μὴ φοβηθῆτε μηδὲ ταραχθῆτε
ଏହି ଦୁଇଟି ବାକ୍ୟାଂଶ ଏକାପରି ଅର୍ଥ ପ୍ରକାଶ କରେ ଓ ଗୁରୁତ୍ବ ଦିଏ ଯେ ବିଶ୍ବାସୀମାନେ ସେମାନଙ୍କୁ ତାଡନା କରୁଥିବା ଲୋକମାନଙ୍କୁ ଭୟ କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କ ପ୍ରତି କଅଣ କରିବେ ବୋଲି ଭୟଭୀତ ହୁଅ ନାହିଁ” (ଦେଖ: ସମାନ୍ତରତାସୂଚକ)
τὸν δὲ φόβον αὐτῶν
ଏଠାରେ “ସେମାନେ” ଶବ୍ଦଟି ପିତର ଲେଖୁଥିବା ଲୋକମାନଙ୍କର ଅନିଷ୍ଟ କରିବାକୁ ଚାହୁଁଥିବା ଯେ କୌଣସି ଲୋକକୁ ବୁଝାଏ I
1 Peter 3:15
δὲ…ἁγιάσατε
ଉଦ୍ବିଗ୍ନ ହେବା ପରିବର୍ତ୍ତେ ପ୍ରଭୁଙ୍କୁ ମାନ୍ୟ କର
Κύριον…τὸν Χριστὸν ἁγιάσατε ἐν ταῖς καρδίαις ὑμῶν
“ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ...ପବିତ୍ରରୂପେ ମାନ୍ୟ କର” ହେଉଛି ଖ୍ରୀଷ୍ଟଙ୍କର ପବିତ୍ରତାକୁ ସ୍ବୀକାର କରିବାର ଗୋଟିଏ ରୂପକ I ଏଠାରେ “ହୃଦୟ” ଶବ୍ଦଟି “ଆନ୍ତରିକ ପୁରୁଷ” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ପ୍ରଭୁ ପବିତ୍ର ବୋଲି ଆପଣା ମଧ୍ୟରେ ସ୍ବୀକାର କର” କିମ୍ବା “ଖ୍ରୀଷ୍ଟ ପ୍ରଭୁ ପବିତ୍ର ବୋଲି ଆପଣା ମଧ୍ୟରେ ସମ୍ଭ୍ରମ କର” (ଦେଖ: ଉପମା/ରୂପକ ଓ ଲାକ୍ଷଣିକ ଶବ୍ଦ)
1 Peter 3:18
ଖ୍ରୀଷ୍ଟ କିପରି ଦୁଃଖ ଭୋଗ କଲେ ଓ ଦୁଃଖ ଭୋଗ ଦ୍ବାରା ଖ୍ରୀଷ୍ଟ କଅଣ ହାସଲ କଲେ, ପିତର ତାହା ବୁଝାଉଛନ୍ତି I
ἵνα ὑμᾶς προσαγάγῃ τῷ Θεῷ
ଏଠାରେ ପିତର ସମ୍ଭବତଃ ଏହି ଅର୍ଥରେ କହୁଛନ୍ତି ଯେ ଆମ୍ଭମାନଙ୍କ ଓ ଈଶ୍ବରଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସୃଷ୍ଟି କରିବାକୁ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ I (ଦେଖ: ଉପମା/ରୂପକ)
θανατωθεὶς…σαρκὶ
ଏଠାରେ “ଶରୀର” ଖ୍ରୀଷ୍ଟଙ୍କର ଶରୀରକୁ ବୁଝାଏ; ଖ୍ରୀଷ୍ଟ ଶାରୀରିକ ଭାବରେ ମୃତ୍ୟୁଭୋଗ କଲେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଖ୍ରୀଷ୍ଟଙ୍କୁ ଶାରୀରିକ ଭାବରେ ବଧ କରିଥିଲେ” (ଦେଖ: ଉପମା/ରୂପକ ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ζῳοποιηθεὶς…Πνεύματι
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆତ୍ମା ତାହାଙ୍କୁ ଜୀବିତ କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Πνεύματι
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା କିମ୍ବା ୨) ଏକ ଆତ୍ମିକ ଅବସ୍ଥିତିରେ I
1 Peter 3:19
ἐν ᾧ…πορευθεὶς
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା, ସେ ଗଲେ” କିମ୍ବା ୨) “ଆପଣାର ଆତ୍ମିକ ଅବସ୍ଥିତିରେ, ସେ ଗଲେ I”
τοῖς ἐν φυλακῇ πνεύμασιν
“ଆତ୍ମା”ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମନ୍ଦ ଆତ୍ମା” କିମ୍ବା ୨) “ମୃତ ଲୋକମାନଙ୍କର ଆତ୍ମା I”
1 Peter 3:20
ὅτε ἀπεξεδέχετο ἡ τοῦ Θεοῦ μακροθυμία
“ଦୀର୍ଘସହିଷ୍ଣୁ” ଶବ୍ଦଟି ସ୍ବୟଂ ଈଶ୍ବରଙ୍କୁ ବୁଝାଉଥିବା ଗୋଟିଏ ରୂପକ I ପିତର ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକୁ ସତେ ଯେପରି ଜଣେ ବ୍ୟକ୍ତି ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ” (ଦେଖ: ବ୍ୟକ୍ତିତ୍ୱଆରୋପ ଓ ଲାକ୍ଷଣିକ ଶବ୍ଦ)
ἐν ἡμέραις Νῶε, κατασκευαζομένης κιβωτοῦ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନୋହଙ୍କ ସମୟରେ, ଯେତେବେଳେ ସେ ଜାହାଜ ନିର୍ମାଣ କରୁଥିଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
1 Peter 3:21
δι’ ἀναστάσεως Ἰησοῦ Χριστοῦ
ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସକାଶୁ I ଏହି ବାକ୍ୟାଂଶ “ଏହା ବର୍ତ୍ତମାନ ତୁମ୍ଭମାନଙ୍କୁ ପରିତ୍ରାଣ କରୁଥିବା ବାପ୍ତିସ୍ମର ନିଦର୍ଶନ”ର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ କରୁଛି I
1 Peter 3:22
ὅς ἐστιν ἐν δεξιᾷ Θεοῦ
“ଈଶ୍ବରଙ୍କ ଦକ୍ଷିଣ ହସ୍ତ"" ପାର୍ଶ୍ବରେ ରହିବା ବିଷୟ ହେଉଛି ଗୋଟିଏ ନିଦର୍ଶନ, ଯାହା ଈଶ୍ବର ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତଙ୍କ ଉର୍ଦ୍ଧ୍ବରେ ଦେଇଥିବା ମହା ସମ୍ଭ୍ରମ ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଈଶ୍ବରଙ୍କ ପାର୍ଶ୍ବରେ ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ଅଛନ୍ତି” (ଦେଖ: ଲାକ୍ଷଣିକ ଶବ୍ଦ)
ὑποταγέντων αὐτῷ
ଯୀଶୁଖ୍ରୀଷ୍ଟଙ୍କର ବଶୀଭୂତ ହୁଅ
1 Peter 4
୧ ପିତର ୦୪ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ସହଜରେ ପାଠ କରିବା ପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ପୁରାତନ ନିୟମରୁ ଉଦ୍ଧୃତ କରାଯାଇଥିବା କବିତା କ୍ଷେତ୍ରରେ ୪:୧୮ ପଦରେ ତାହା କରୁଅଛି I
ଏହି ଅଧ୍ୟାୟର ବିଶେଷ ଧାରଣା
ଈଶ୍ବର ପରାୟଣତା ବିହୀନ ବିଜାତିଗଣ
ଏହି ଅନୁଚ୍ଛେଦଟି ଯେଉଁମାନେ ଯିହୂଦୀ ନୁହନ୍ତି ସେପରି ଈଶ୍ବର ପରାୟଣତା ବିହୀନ ଲୋକମାନଙ୍କୁ ବୁଝାଇବାପାଇଁ “ବିଜାତି” ଶବ୍ଦ ବ୍ୟବହାର କରିଥାଏ I ଏହା ଖ୍ରୀଷ୍ଟିୟାନ ହୋଇଥିବା ବିଜାତିମାନଙ୍କୁ ସାମିଲ କରେ ନାହିଁ I “କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା” ଭଳି କାର୍ଯ୍ୟଗୁଡିକ ଈଶ୍ବର ପରାୟଣତା ବିହୀନ ବିଜାତିମାନଙ୍କୁ ପ୍ରକାଶ କରେ I (ଦେଖ: ଧର୍ମନିଷ୍ଟ ବା ଧର୍ମମୟ, ଈଶ୍ୱର ପରାୟଣତା, ଅପବିତ୍ର ବା ଧର୍ମହୀନ, ଅଧାର୍ମିକ ବା ଈଶ୍ୱର ଅବିଶ୍ୱାସୀ, ଅଧାର୍ମିକତାମୟ, ଧର୍ମହୀନତା)
ସାକ୍ଷ୍ୟମର
ଏହା ସ୍ପଷ୍ଟ ଯେ ସେମାନଙ୍କର ବିଶ୍ବାସ ନିମନ୍ତେ ଘୋର ତାଡନା ଓ ମୃତ୍ୟୁଭୋଗର ସମ୍ମୁଖୀନ ହେଉଥିବା ଅନେକ ଖ୍ରୀଷ୍ଟିୟାନମାନଙ୍କୁ ପିତର କହୁଛନ୍ତି I
ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
“ଏହା ହେଉ” ଓ “କେହି ନ କରୁ” ଓ “ସେ କରୁ” ଓ ସେମାନେ କରନ୍ତୁ”
ସେ ଆପଣା ପାଠକମାନଙ୍କୁ କଅଣ କରିବାକୁ ଚାହୁଁଛନ୍ତି, ତାହା କହିବାକୁ ପିତର ଏହି ବାକ୍ୟାଂଶଗୁଡିକୁ ବ୍ୟବହାର କରୁଛନ୍ତି I ସେଗୁଡିକ ଆଜ୍ଞା ସଦୃଶ ଅଟନ୍ତି, କାରଣ ସେ ଆପଣା ପାଠକମାନଙ୍କୁ ସେଗୁଡିକୁ ମାନିବାପାଇଁ କହୁଛନ୍ତି I କିନ୍ତୁ ସତେ ଯେପରି ସେ ଜଣକୁ କହୁଛନ୍ତି ଯାହା ସେ ସମସ୍ତେ କରନ୍ତୁ ବୋଲି ଚାହୁଁଛନ୍ତି I
1 Peter 4:1
ପିତର ଖ୍ରୀଷ୍ଟିୟାନ ଜୀବନ ଯାପନ ବିଷୟରେ ବିଶ୍ବାସୀମାନଙ୍କୁ ଶିକ୍ଷାଦେବା ଜାରିରଖିଛନ୍ତି I ପୂର୍ବ ଅଧ୍ୟାୟର ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ଆପଣା ଚିନ୍ତାଧାରାର ଏକ ସାରାଂଶ ଦେଇ ସେ ତାହା ଆରମ୍ଭ କରୁଛନ୍ତି I
σαρκὶ
ଆପଣା ଶରୀରରେ
ὑμεῖς τὴν αὐτὴν ἔννοιαν ὁπλίσασθε
“ଆପଣାମାନଙ୍କୁ ସୁସଜ୍ଜିତ କର” ବାକ୍ୟାଂଶଟି ପାଠକମାନଙ୍କୁ ଯୁଦ୍ଧ ନିମନ୍ତେ ସେମାନଙ୍କ ଅସ୍ତ୍ର ସହ ପ୍ରସ୍ତୁତ ହେଉଥିବା ସୈନ୍ୟମାନଙ୍କ ବିଷୟରେ ଚିନ୍ତା କରିବାକୁ ଦିଏ I ଏହା ମଧ୍ୟ “ସେହିପରି ମନ”କୁ ଗୋଟିଏ ଅସ୍ତ୍ର ବା ବୋଧହୁଏ ସଜ୍ଜାର ଏକ ଅଂଶଭାବରେ ଚିତ୍ରଣ କରେ I ଏଠାରେ ଏହି ରୂପକର ଅର୍ଥ ହେଉଛି ଯେ ଯୀଶୁଙ୍କ ସଦୃଶ ବିଶ୍ବାସୀମାନେ ଦୁଃଖଭୋଗ କରିବା ନିମନ୍ତେ ମନରେ ପ୍ରତିବଦ୍ଧ ହେବା ଉଚିତ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଯେପରି ମନ ଥିଲା, ସେହି ପ୍ରକାର ମନ ରଖି ତୁମ୍ଭେମାନେ ଆପଣା ଆପଣାକୁ ପ୍ରସ୍ତୁତ କର” (ଦେଖ: ଉପମା/ରୂପକ)
σαρκὶ
ଏଠାରେ “ଶରୀର” ର ଅର୍ଥ “ପାର୍ଥିବ ଶରୀର” ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀରରେ” କିମ୍ବା “ପୃଥିବୀରେ ଥିବା ସମୟରେ”
πέπαυται ἁμαρτίας
ପାପ କରିବା ପରିତ୍ୟାଗ କରିଅଛ
1 Peter 4:2
ἀνθρώπων ἐπιθυμίαις
ପାପପୂର୍ଣ୍ଣ ଲୋକମାନେ ସାଧାରଣତଃ ଇଚ୍ଛା କରୁଥିବା ବିଷୟ ନିମନ୍ତେ
1 Peter 4:3
κώμοις, πότοις
ଏହି ଶବ୍ଦଗୁଡିକ ସେହି କାର୍ଯ୍ୟଗୁଡିକୁ ବୁଝାଏ, ଯେଉଁଥିରେ ଲୋକମାନେ ଅତ୍ୟଧିକ ମଦ୍ୟପାନ କରିବାକୁ ଏକତ୍ର ହୁଅନ୍ତି ଓ ଲଜ୍ଜାଜନକ ଭାବରେ ବ୍ୟବହାର କରନ୍ତି I
1 Peter 4:4
τῆς ἀσωτίας ἀνάχυσιν
ଏହି ଉଚ୍ଛୃଂଖଳ ସୀମାହୀନ ପାପର ଉଦାହରଣ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଲୋକମାନଙ୍କୁ ଭସାଇ ନେଉଥିବା ପ୍ରବଳ ବନ୍ୟା ଅଟେ I
τῆς ἀσωτίας
ସେମାନଙ୍କ ଶାରୀରିକ ଅଭିଳାଷକୁ ପୂରଣ କରିବାପାଇଁ ସେମାନେ ସବୁକିଛି କରୁଛନ୍ତି
1 Peter 4:5
τῷ ἑτοίμως ἔχοντι κρῖναι
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବର, ଯେ କି ବିଚାର କରିବା ନିମନ୍ତେ ପ୍ରସ୍ତୁତ” କିମ୍ବା ୨) “ଖ୍ରୀଷ୍ଟ, ଯେ କି ବିଚାର କରିବା ନିମନ୍ତେ ପ୍ରସ୍ତୁତ”
ζῶντας καὶ νεκρούς
ଏହାର ଅର୍ଥ ହେଉଛି ଜୀବିତ ଓ ମୃତ ହୋଇଥିବା ସମସ୍ତେ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଜଣ” (ଦେଖ: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)
1 Peter 4:6
καὶ νεκροῖς εὐηγγελίσθη
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ମୃତ ହୋଇସାରିଥିଲେ ସେହି ଲୋକମାନଙ୍କ ମଧ୍ୟରେ ସୁଦ୍ଧା ସୁସମାଚାର ପ୍ରଚାରିତ ହୋଇଥିଲା” କିମ୍ବା ୨) “ଯେଉଁ ଲୋକମାନେ ଜୀବିତ ଥିଲେ, କିନ୍ତୁ ବର୍ତ୍ତମାନ ମୃତ ହୋଇଛନ୍ତି ସେହି ଲୋକମାନଙ୍କ ମଧ୍ୟରେ ସୁଦ୍ଧା ସୁସମାଚାର ପ୍ରଚାରିତ ହୋଇଥିଲା”
εὐηγγελίσθη
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଖ୍ରୀଷ୍ଟ ପ୍ରଚାର କଲେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ସୁସମାଚାର ପ୍ରଚାର କଲେ” କିମ୍ବା ୨) ମନୁଷ୍ୟମାନେ ପ୍ରଚାର କଲେ I ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ସୁସମାଚାର ପ୍ରଚାର କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
κριθῶσι…κατὰ ἀνθρώπους σαρκὶ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବର ସେମାନଙ୍କୁ ପୃଥିବୀରେ ଏହି ଜୀବନ କାଳରେ ବିଚାର କଲେ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ମନୁଷ୍ୟ ଭାବରେ ଥିବା ସେମାନଙ୍କ ଶରୀରରେ ବିଚାର କଲେ” କିମ୍ବା ୨) ମନୁଷ୍ୟମାନେ ମନୁଷ୍ୟମାନଙ୍କ ମାନଦଣ୍ଡରେ ସେମାନଙ୍କୁ ବିଚାର କଲେ I ବିକଳ୍ପ ଅନୁବାଦ; “ମନୁଷ୍ୟମାନେ ସେମାନଙ୍କୁ ମନୁଷ୍ୟ ଭାବରେ ଥିବା ସେମାନଙ୍କ ଶରୀରରେ ବିଚାର କଲେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
κριθῶσι…κατὰ ἀνθρώπους σαρκὶ
ଶେଷ ବିଚାରର ପରିଣାମ ସ୍ବରୂପ ମୃତ୍ୟୁ ବିଷୟରେ ଏହା ସମ୍ବନ୍ଧ-ପଦ ଅଟେ I (ଦେଖ: ଶବ୍ଦ ବହୁଳ ଭାବେ ବ୍ୟାଖ୍ୟାନ କରିବା/ଅପ୍ରୀତିକର କଥାକୁ ମଧୁର ଭାବରେ ପ୍ରକାଶ)
ζῶσι…κατὰ Θεὸν πνεύματι
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କ ସଦୃଶ ଆତ୍ମିକ ଭାବରେ ଜୀବନ ଯାପନ କର, କାରଣ ପବିତ୍ର ଆତ୍ମା ସେ ପ୍ରକାର କରିବାକୁ ସେମାନଙ୍କୁ ସକ୍ଷମ କରିବେ” କିମ୍ବା ୨) “ପବିତ୍ର ଆତ୍ମାଙ୍କ ଶକ୍ତିରେ ଈଶ୍ବରଙ୍କ ମାନଦଣ୍ଡ ଅନୁସାରେ ଜୀବନ ଯାପନ କର”
1 Peter 4:7
πάντων…τὸ τέλος
ଏହା ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନରେ ଜଗତର ଶେଷ ହେବା ବିଷୟକୁ ବୁଝାଏ I
ἤγγικεν
ଶୀଘ୍ର ଘଟିବାକୁ ଯାଉଥିବା ଯୁଗାନ୍ତ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଶାରୀରିକ ଭାବରେ ଦୂରତା ଦୃଷ୍ଟିରେ ନିକରବର୍ତ୍ତୀ ହୋଇ ଆସୁଛି I ବିକଳ୍ପ ଅନୁବାଦ: “ଶୀଘ୍ର ଘଟିବ” (ଦେଖ: ଉପମା/ରୂପକ)
σωφρονήσατε…καὶ νήψατε
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଅଟେ I ଯେହେତୁ ଜଗତର ଅନ୍ତ ନିକଟବର୍ତ୍ତୀ, ସେଥିପାଇଁ ଜୀବନ ସମ୍ବନ୍ଧରେ ସ୍ପଷ୍ଟଭାବରେ ଚିନ୍ତା କରିବାର ପ୍ରୟୋଜନ ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପିତର ସେଗୁଡିକୁ ବ୍ୟବହାର କରୁଛନ୍ତି I (ଦେଖ: ସମାନ୍ତରତାସୂଚକ)
νήψατε
ଏଠାରେ “ସୁବୁଦ୍ଧି” ମାନସିକ ସ୍ବଚ୍ଛତା ଓ ଜାଗ୍ରତ ହେବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ୧ ପିତର ୧:୧୩ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
1 Peter 4:8
πρὸ πάντων
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭାବରେ
ὅτι ἀγάπη καλύψει πλῆθος ἁμαρτιῶν
ପିତର “ପ୍ରେମ” ବିଷୟରେ ବର୍ଣ୍ଣନା କରୁଛନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି, ଯେ ଅନ୍ୟର ପାପ ଉପରେ ଗୋଟିଏ ଆଚ୍ଛାଦନ ରଖୁଅଛି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁ ବ୍ୟକ୍ତି ପ୍ରେମ କରେ ସେ ଅପର ବ୍ୟକ୍ତି ପାପ କରିଛି କି ନାହିଁ, ତାହା ଖୋଜେ ନାହିଁ” କିମ୍ବା ୨) “ପ୍ରେମ କରୁଥିବା ବ୍ୟକ୍ତି ଅନ୍ୟର ପାପକୁ କ୍ଷମା କରିଥାଏ, ଯଦିଓ ସେହି ପାପସବୁ ଅନେକ ହୋଇଥାଏ“ (ଦେଖ: ବ୍ୟକ୍ତିତ୍ୱଆରୋପ ଓ ଉପମା/ରୂପକ)
1 Peter 4:9
φιλόξενοι
ଅତିଥି ଓ ପଥିକମାନଙ୍କୁ ଦୟା ଦେଖାଇ ଆତିଥ୍ୟ କର
1 Peter 4:10
ἕκαστος καθὼς ἔλαβεν χάρισμα
ଏହା ବିଶ୍ବାସୀମାନଙ୍କୁ ଈଶ୍ବର ଦେଉଥିବା ବିଶେଷ ଆତ୍ମିକ ଗୁଣକୁ ବୁଝାଏ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ସ୍ବରୂପେ ଗୋଟିଏ ଗୋଟିଏ ବିଶେଷ ଆତ୍ମିକ ଗୁଣ ପାଇଅଛ” (ଦେଖ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
1 Peter 4:11
ἵνα ἐν πᾶσιν δοξάζηται ὁ Θεὸς
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସର୍ବ ପ୍ରକାରେ ତୁମ୍ଭେମାନେ ଈଶ୍ବରଙ୍କ ଗୌରବ କରିବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
δοξάζηται
ପ୍ରଶଂସିତ ହେବେ, ଗୌରବାନ୍ବିତ ହେବେ
1 Peter 4:12
τῇ ἐν ὑμῖν πυρώσει πρὸς πειρασμὸν ὑμῖν γινομένῃ
ଅଗ୍ନି ଯେପରି ସୁବର୍ଣ୍ଣକୁ ପରୀକ୍ଷା କରେ, ଦୁଃଖ ଭୋଗ ଜଣେ ଲୋକର ବିଶ୍ବାସକୁ ପରୀକ୍ଷା ଓ ଶୁଦ୍ଧ କରିଥାଏ I (ଦେଖ: ଉପମା/ରୂପକ)
1 Peter 4:13
χαρῆτε ἀγαλλιώμενοι
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ଆନନ୍ଦର ପରିମାଣକୁ ବୁଝାଏ I ବିକଳ୍ପ ଅନୁବାଦ: “ଆହୁରି ଅଧିକ ଆନନ୍ଦ କର” କିମ୍ବା “ଅତି ଆନନ୍ଦ କର” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ἐν τῇ ἀποκαλύψει τῆς δόξης αὐτοῦ
ଯେତେବେଳେ ଈଶ୍ବର ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ କରିବେ
1 Peter 4:14
εἰ ὀνειδίζεσθε ἐν ὀνόματι Χριστοῦ
ଏଠାରେ “ନାମ” ଶବ୍ଦଟି ସ୍ବୟଂ ଖ୍ରୀଷ୍ଟଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବାରୁ ଲୋକେ ତୁମ୍ଭମାନଙ୍କୁ ନିନ୍ଦା କରିବେ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଓ ଲାକ୍ଷଣିକ ଶବ୍ଦ)
τὸ τῆς δόξης καὶ τὸ τοῦ Θεοῦ Πνεῦμα
ଏ ଉଭୟ ବିଷୟ ପବିତ୍ର ଆତ୍ମାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଗୌରବମୟ ଆତ୍ମା, ଯେ କି ଈଶ୍ବରଙ୍କ ଆତ୍ମା ଅଟନ୍ତି” କିମ୍ବା “ଈଶ୍ବରଙ୍କ ଗୌରବମୟ ଆତ୍ମା” (ଦେଖ: ସମାନ୍ତରତାସୂଚକ)
ἐφ’ ὑμᾶς ἀναπαύεται
ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଛନ୍ତି
1 Peter 4:15
ἀλλοτριεπίσκοπος
ଏହା କିଛି ଅଧିକାର ନ ଥାଇ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ସମ୍ପୃକ୍ତ ହେଉଥିବା ଲୋକକୁ ବୁଝାଏ I
1 Peter 4:16
ἐν τῷ ὀνόματι τούτῳ
କାରଣ ସେ ଖ୍ରୀଷ୍ଟିୟାନ ନାମ ବହନ କରୁଛି କିମ୍ବା “କାରଣ ଲୋକମାନେ ତାହାଙ୍କୁ ଜଣେ ଖ୍ରୀଷ୍ଟିୟାନ ବୋଲି ଜାଣିଛନ୍ତି I” “ସେହି ନାମ” ଶବ୍ଦଟି “ଖ୍ରୀଷ୍ଟିୟାନ” ଶବ୍ଦକୁ ବୁଝାଏ I
1 Peter 4:17
τοῦ οἴκου τοῦ Θεοῦ
ଏହି ବାକ୍ୟାଂଶ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର ଈଶ୍ବରଙ୍କ ପରିବାର ବୋଲି କହୁଛନ୍ତି I (ଦେଖ: ଉପମା/ରୂପକ)
εἰ δὲ πρῶτον ἀφ’ ἡμῶν, τί τὸ τέλος τῶν ἀπειθούντων τῷ τοῦ Θεοῦ εὐαγγελίῳ
ବିଶ୍ବାସୀମାନଙ୍କ ଅପେକ୍ଷା ସୁସମାଚାରକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ବରଙ୍କ ବିଚାର ଅଧିକ ଅସହ୍ୟ ହେବ ବୋଲି ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ଏହା ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଈଶ୍ବରଙ୍କ ସୁସମାଚାରକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ପ୍ରତି ତାହାର ପରିଣାମ ଅଧିକ ଅସହ୍ୟ ହେବ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
τί τὸ τέλος τῶν ἀπειθούντων
ସେମାନଙ୍କ ପ୍ରତି କଅଣ ଘଟିବ
τῶν ἀπειθούντων τῷ τοῦ Θεοῦ εὐαγγελίῳ
ଯେଉଁମାନେ ଈଶ୍ବରଙ୍କ ସୁସମାଚାରରେ ବିଶ୍ବାସ କରନ୍ତି ନାହିଁ I ଏଠାରେ “ଆଜ୍ଞାବହ” ଶବ୍ଦର ଅର୍ଥ ବିଶ୍ବାସ କରିବା I
1 Peter 4:18
ὁ δίκαιος…ὁ ἀσεβὴς καὶ ἁμαρτωλὸς ποῦ φανεῖται
ବିଶ୍ବାସୀମାନଙ୍କ ଅପେକ୍ଷା ପାପୀମାନେ ଅଧିକ ଦୁଃଖଭୋଗ କରିବେ ବୋଲି ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ ... ଅଧାର୍ମିକ ଓ ପାପୀମାନଙ୍କ ନିମନ୍ତେ ପରିଣାମ ଅଧିକ ମନ୍ଦ ହେବ” (ଦେଖ: ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ)
ὁ ἀσεβὴς καὶ ἁμαρτωλὸς ποῦ φανεῖται
ଅଧାର୍ମିକ ଓ ପାପୀମାନଙ୍କ ନିମନ୍ତେ କଅଣ ହେବ
εἰ ὁ δίκαιος μόλις σῴζεται
ଏଠାରେ “ପରିତ୍ରାଣ” ଶବ୍ଦଟି ଖ୍ରୀଷ୍ଟଙ୍କ ପୁନରାଗମନ ସମୟର ଶେଷ ପରିତ୍ରାଣକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଧାର୍ମିକ ବ୍ୟକ୍ତି ଈଶ୍ବର ତାହାଙ୍କୁ ପରିତ୍ରାଣ କରିବା ପୂର୍ବରୁ ଅନେକ କଷ୍ଟ ଅନୁଭବ କରୁଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὁ ἀσεβὴς καὶ ἁμαρτωλὸς
“ଅଧାର୍ମିକ” ଓ “ପାପୀ” ଶବ୍ଦଗୁଡିକର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ଏହି ଲୋକମାନଙ୍କର ଦୁଷ୍ଟତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଅଧାର୍ମିକ ପାପୀମାନେ” (ଦେଖ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
1 Peter 4:19
παρατιθέσθωσαν τὰς ψυχὰς αὐτῶν
ଏଠାରେ “ଆତ୍ମା” ଶବ୍ଦଟି ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ସମର୍ପଣ କରନ୍ତି” କିମ୍ବା “ଆପଣା ଆପଣା ଜୀବନକୁ ସମର୍ପଣ କରନ୍ତି” (ଦେଖ: ଉପଲକ୍ଷ୍ୟ ଅଳଙ୍କାର)
ἐν ἀγαθοποιΐᾳ
ଗୁଣବାଚକ ବିଶେଷ୍ୟ “ସତ୍କାର୍ଯ୍ୟ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ସତ୍କାର୍ଯ୍ୟ କରନ୍ତି” କିମ୍ବା “ଯେତେବେଳେ ସେମାନେ ଯଥାର୍ଥ ଜୀବନ କାଟନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 5
୧ ପିତର ୦୫ ସାଧାରଣ ସୂଚନା
ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ପିତର ଯେଉଁ ପ୍ରକାରେ ପତ୍ର ସମାପ୍ତ କରୁଛନ୍ତି, ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଅଧିକାଂଶ ଲୋକେ ପ୍ରାୟ ସେହି ପ୍ରକାରେ ପତ୍ର ସମାପ୍ତ କରିଥାନ୍ତି I
ଏହି ଅଧ୍ୟାୟର ବିଶେଷ ଧାରଣା
ମୁକୁଟ
ପ୍ରଧାନ ପାଳକ ଦେଉଥିବା ମୁକୁଟ ଗୋଟିଏ ପୁରସ୍କାର, ଯାହା ବିଶେଷକରି କିଛି ଉତ୍ତମ କାର୍ଯ୍ୟ କରୁଥିବା ଲୋକମାନେ ପାଇଥାନ୍ତି I (ଦେଖ: ପୁରସ୍କାର, ପ୍ରତିଫଳ, ଉପଯୁକ୍ତ ବିବେଚିତ ହେବା)
ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
ସିଂହ
ସବୁ ପଶୁ ସିଂହକୁ ଭୟ କରନ୍ତି, କାରଣ ସେମାନେ ଦ୍ରୁତ ଓ ବଳବାନ୍ ଏବଂ ସେମାନେ ପ୍ରାୟ ସମସ୍ତ ପ୍ରକାର ପଶୁକୁ ଖାଇଥାନ୍ତି I ସେମାନେ ଲୋକମାନଙ୍କୁ ମଧ୍ୟ ଖାଇଥାନ୍ତି I ଶୟତାନ ଈଶ୍ବରଙ୍କ ଲୋକମାନଙ୍କୁ ଭୟଭୀତ କରିବାକୁ ଚାହେଁ, ସେଥିପାଇଁ ପିତର ସିଂହର ଏକ ଉପମା ବ୍ୟବହାର କରି ଆପଣା ପାଠକମାନଙ୍କୁ ଶିକ୍ଷା ଦେବାକୁ ଚାହାନ୍ତି ଯେ ଶୟତାନ ସେମାନଙ୍କ ଶରୀରକୁ କ୍ଷତି କରିପାରେ, କିନ୍ତୁ ଯଦି ସେମାନେ ଈଶ୍ବରଙ୍କଠାରେ ବିଶ୍ବାସକରି ତାହାଙ୍କର ଆଜ୍ଞାବହ ହେବେ, ସେମାନେ ସର୍ବଦା ଈଶ୍ବରଙ୍କ ଲୋକ ହୋଇ ରହିବେ ଓ ଈଶ୍ବର ସେମାନଙ୍କର ଯତ୍ନ ନେବେ I (ଦେଖ: ଉପମା)
ବାବିଲୋନ୍
ବାବିଲୋନ୍ ଗୋଟିଏ ଦୁଷ୍ଟ ଦେଶ ଥିଲା, ଯାହା ପୁରାତନ ନିୟମର ସମୟରେ ଯିରୂଶାଲମକୁ ଧ୍ବଂସ କରି, ଯିହୂଦୀମାନଙ୍କୁ ସେମାନଙ୍କ ଗୃହରୁ ଦୂରକୁ ନେଇଯାଇ ସେମାନଙ୍କ ଉପରେ ରାଜତ୍ବ କରିଥିଲା I ପିତର ବାବିଲୋନକୁ ସେ ଲେଖୁଥିବା ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିବା ଦେଶର ଗୋଟିଏ ରୂପକ ଭାବରେ ବ୍ୟବହାର କରୁଛନ୍ତି I ସେ ଯିରୂଶାଲମକୁ ମଧ୍ୟ ଉଲ୍ଲେଖ କରୁଥାଇପାରନ୍ତି, କାରଣ ଯିହୂଦୀମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I କିମ୍ବା ସେ ରୋମ୍ କୁ ମଧ୍ୟ ଉଲ୍ଲେଖ କରୁଥାଇପାରନ୍ତି, କାରଣ ରୋମୀୟମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I (ଦେଖ: ମନ୍ଦ,ଦୁଷ୍ଟ,ଦୁଷ୍ଟାମି ଓ ଉପମା/ରୂପକ)
1 Peter 5:1
ପିତର ନିର୍ଦ୍ଦିଷ୍ଟ ଭାବରେ ପ୍ରାଚୀନ ହୋଇଥିବା ପୁରୁଷମାନଙ୍କୁ କହୁଛନ୍ତି I
τῆς μελλούσης ἀποκαλύπτεσθαι δόξης
ଏହା ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନ ବିଷୟରେ ଏକ ସମ୍ବନ୍ଧ-ପଦ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରୁଥିବା ଖ୍ରୀଷ୍ଟଙ୍କ ଗୌରବ” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ ଓ ଲାକ୍ଷଣିକ ଶବ୍ଦ)
1 Peter 5:2
ποιμάνατε τὸ…ποίμνιον τοῦ Θεοῦ
ପିତର ବିଶ୍ବାସୀମାନଙ୍କୁ ଗୋଟିଏ ମେଷପଲ ବୋଲି ଓ ପ୍ରାଚୀନମାନଙ୍କୁ ସେମାନଙ୍କ ଯତ୍ନ ନେଉଥିବା ପାଳକ ବୋଲି କହୁଛନ୍ତି I (ଦେଖ: ଉପମା/ରୂପକ)
1 Peter 5:3
μηδ’ ὡς κατακυριεύοντες τῶν κλήρων, ἀλλὰ τύποι γινόμενοι
ପ୍ରାଚୀନମାନେ ଆପଣା ଆଦର୍ଶ ଦ୍ବାରା ଲୋକମାନଙ୍କୁ କଢାଇ ନେବା ଉଚିତ୍ ଓ ଜଣେ କଠୋର କର୍ତ୍ତା ଯେପରି ଆପଣା ଦାସମାନଙ୍କ ସହିତ ବ୍ୟବହାର କରିଥାଏ ସେହିପରି ସେମାନେ ଲୋକମାନଙ୍କ ପ୍ରତି କଠୋର ବ୍ୟବହାର କରିବା ଉଚିତ୍ ନୁହେଁ I (ଦେଖ: ଉପମା/ରୂପକ)
τῶν κλήρων
ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ ଏହାକୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ତୁମ୍ଭମାନଙ୍କ ଦାୟିତ୍ବରେ ଦେଇଛନ୍ତି” (ଦେଖ: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
1 Peter 5:4
καὶ φανερωθέντος τοῦ ἀρχιποίμενος
ପିତର ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ପାଳକ, ଯାହାଙ୍କର ଅନ୍ୟ ସମସ୍ତ ପାଳକମାନଙ୍କ ଉପରେ ଅଧିକାର ଅଛି I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ପ୍ରଧାନ ପାଳକ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେତେବେଳେ ଈଶ୍ବର ପ୍ରଧାନ ପାଳକ ଯୀଶୁଙ୍କୁ ପ୍ରକାଶ କରିବେ” (ଦେଖ: ଉପମା/ରୂପକ ଓ କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸν ἀμαράντινον τῆς δόξης στέφανον
ଏଠାରେ “ମୁକୁଟ” ଶବ୍ଦଟି ଜଣେ ବିଜୟର ଚିହ୍ନ ସ୍ବରୂପ ପାଉଥିବା ପୁରସ୍କାରକୁ ବୁଝାଏ I “ଅମ୍ଲାନ” ଶବ୍ଦର ଅର୍ଥ ହେଉଛି ଯେ ଅନନ୍ତ କାଳୀନ I ବିକଳ୍ପ ଅନୁବାଦ: “ଏକ ଗୌରବମୟ ପୁରସ୍କାର, ଯାହା ଅନନ୍ତକାଳସ୍ଥାୟୀ ଅଟେ” (ଦେଖ: ଉପମା/ରୂପକ)
τῆς δόξης
ଗୌରବମୟ
1 Peter 5:5
ପିତର ନିର୍ଦ୍ଦିଷ୍ଟ ଭାବରେ ଯୁବା ଲୋକମାନଙ୍କୁ ଉପଦେଶ ଦେଇ ସବୁ ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଜାରିରଖୁଛନ୍ତି I
ὁμοίως
ଏହା ୧ ପିତର ୫:୧ ରୁ ୧ ପିତର ୫:୪ରେ ପିତର ବର୍ଣ୍ଣନା କରିଥିବା ଅନୁସାରେ ପ୍ରାଚୀନମାନେ କି ପ୍ରକାରେ ପ୍ରଧାନ ପାଳକଙ୍କ ବଶୀଭୂତ ହେବା ଆବଶ୍ୟକ, ସେ ବିଷୟକୁ ଫେରି ବୁଝାଏ I
πάντες
ଏହା କେବଳ ଯୁବା ଲୋକମାନଙ୍କୁ ନୁହେଁ, ମାତ୍ର ସବୁ ବିଶ୍ବାସୀମାନଙ୍କୁ ବୁଝାଏ I
τὴν ταπεινοφροσύνην ἐγκομβώσασθε
ପିତର ନମ୍ରତାର ନୈତିକ ଗୁଣ ପାଇବା ବିଷୟକୁ ଖଣ୍ଡେ ବସ୍ତ୍ର ପରିଧାନ କରିବା ସଦୃଶ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ପରସ୍ପର ପ୍ରତି ନମ୍ରତାସହ ବ୍ୟବହାର କର” କିମ୍ବା “ନମ୍ରତା ସହିତ କର୍ମ କର” (ଦେଖ: ଉପମା/ରୂପକ)
1 Peter 5:6
ὑπὸ τὴν κραταιὰν χεῖρα τοῦ Θεοῦ, ἵνα
ଏଠାରେ “ହସ୍ତ” ନମ୍ର ଲୋକକୁ ଉଦ୍ଧାର କରିବାକୁ ଓ ଗର୍ବୀକୁ ଦଣ୍ଡ ଦେବାକୁ ଥିବା ଈଶ୍ବରଙ୍କ ପରାକ୍ରମକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମହା ପରାକ୍ରମ ତଳେ, ଯେପରି” କିମ୍ବା “ଈଶ୍ବରଙ୍କ ସମ୍ମୁଖରେ, ଏହା ଜାଣି ଯେ ତାହାଙ୍କର ମହା ପରାକ୍ରମ ଅଛି, ଯେପରି” (ଦେଖ: ଲାକ୍ଷଣିକ ଶବ୍ଦ)
1 Peter 5:7
πᾶσαν τὴν μέριμναν ὑμῶν ἐπιρίψαντες ἐπ’ αὐτόν
ପିତର ଚିନ୍ତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ଭାରୀ ବୋଝ, ଯାହା ଜଣେ ଲୋକ ନିଜେ ବହନ ନ କରି ଈଶ୍ବରଙ୍କ ଉପରେ ପକାଇଥାଏ I ବିକଳ୍ପ ଅନୁବାଦ: “ତୁମକୁ ବ୍ୟସ୍ତ କରୁଥିବା ପ୍ରତ୍ୟେକ ବିଷୟ ନିମନ୍ତେ ତାହାଙ୍କଠାରେ ଭରସା କର” କିମ୍ବା “ତୁମକୁ ବ୍ୟସ୍ତ କରୁଥିବା ସମସ୍ତ ବିଷୟର ସେ ଯତ୍ନ ନିଅନ୍ତୁ” (ଦେଖ: ଉପମା/ରୂପକ)
1 Peter 5:8
νήψατε
ଏଠାରେ “ସଚେତନ” ଶବ୍ଦଟି ମାନସିକ ସ୍ବଚ୍ଛତା ଓ ଜାଗ୍ରତ ରହିବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ୧ ପିତର ୧:୧୩ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
διάβολος, ὡς λέων ὠρυόμενος περιπατεῖ, ζητῶν τινα καταπιεῖν
ପିତର ଶୟତାନକୁ ଗୋଟିଏ ଗର୍ଜନକାରୀ ସିଂହ ସହିତ ତୁଳନା କରୁଛନ୍ତି I ଗୋଟିଏ କ୍ଷୁଧିତ ସିଂହ ଯେପରି ତାହାର ଶିକାରକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରେ, ଶୟତାନ ସେପରି ବିଶ୍ବାସୀମାନଙ୍କ ବିଶ୍ବାସକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ଖୋଜି ବୁଲୁଅଛି I (ଦେଖ: ଉପମା)
περιπατεῖ
ବୁଲୁଅଛି କିମ୍ବା “ବୁଲି ବୁଲି ଶିକାର କରୁଅଛି”
1 Peter 5:9
ᾧ ἀντίστητε
ସ୍ଥିର ରହିବା ରୂପକ ଭାବରେ ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହା ବିରୁଦ୍ଧରେ ଯୁଦ୍ଧ କର” (ଦେଖ: ଲାକ୍ଷଣିକ ଶବ୍ଦ)
ὑμῶν ἀδελφότητι
ପିତର ସହବିଶ୍ବାସୀମାନଙ୍କୁ ଏକା ସମ୍ପ୍ରଦାୟର ସଦସ୍ୟ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ସହ-ବିଶ୍ବାସୀମାନେ” (ଦେଖ: ଉପମା/ରୂପକ)
ἐν τῷ κόσμῳ
ଜଗତରେ ଥିବା ବିଭିନ୍ନ ସ୍ଥାନରେ
1 Peter 5:10
ଏହା ପିତରଙ୍କ ପତ୍ରର ଶେଷ ଅଟେ I ଏଠାରେ ସେ ଆପଣା ପତ୍ରର ଶେଷ ମନ୍ତବ୍ୟ ଓ ଆପଣାର ଶେଷ ନମସ୍କାର ଦେଉଛନ୍ତି I
ὀλίγον
ଅଳ୍ପ ସମୟ ନିମନ୍ତେ
ὁ…Θεὸς πάσης χάριτος
ଏଠାରେ “ଅନୁଗ୍ରହ” ଶବ୍ଦଟି ଈଶ୍ବର ଦେଉଥିବା ବିଷୟ କିମ୍ବା ଈଶ୍ବରଙ୍କ ଚରିତ୍ରକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସର୍ବଦା ଈଶ୍ବର ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପ୍ରୟୋଜନ ବିଷୟ ଯୋଗାନ୍ତି” କିମ୍ବା ୨) “ଯେଉଁ ଈଶ୍ବର ସର୍ବଦା ଅନୁଗ୍ରହକାରୀ ଅଟନ୍ତି I”
ὁ καλέσας ὑμᾶς εἰς τὴν αἰώνιον αὐτοῦ δόξαν ἐν Χριστῷ
ଯେ ତୁମ୍ଭମାନଙ୍କୁ ତାହାଙ୍କ ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ମନୋନୀତ କରିଛନ୍ତି, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଅଟ
καταρτίσει
ସିଦ୍ଧ କରିବେ କିମ୍ବା “ସଂସ୍ଥାପନ କରିବେ” କିଅବା “ପୁନର୍ବାର ସବଳ କରିବେ”
σθενώσει, θεμελιώσει
ଏହି ଦୁଇଟି ଭାବର ଏକାପରି ଅର୍ଥ ଅଛି, ଅର୍ଥାତ୍, ଈଶ୍ବର ବିଶ୍ବାସୀମାନଙ୍କୁ ସେମାନେ ଯେ କୌଣସି ପ୍ରକାର ଦୁଃଖଭୋଗ କରୁଥିଲେ ସୁଦ୍ଧା ତାହାଙ୍କଠାରେ ଭରସା କରିବାକୁ ଓ ତାହାଙ୍କର ଅଜ୍ଞାବହ ହେବାକୁ ସକ୍ଷମ କରିବେ I (ଦେଖ: ଉପମା/ରୂପକ)
1 Peter 5:12
διὰ Σιλουανοῦ, ὑμῖν…δι’ ὀλίγων ἔγραψα
ପିତର ସିଲ୍ବାନଙ୍କୁ ଏହି ପତ୍ରରେ ଯାହାସବୁ ଲେଖିବାକୁ କହିଲେ ସେ ତାହା ଲେଖିଲେ I
ταύτην εἶναι ἀληθῆ χάριν τοῦ Θεοῦ
ମୁଁ ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ବିଷୟରେ ଲେଖିଅଛି I ଏଠାରେ “ଅନୁଗ୍ରହ” ଶବ୍ଦଟି ସୁସମାଚାରର ସମ୍ବାଦକୁ ବୁଝାଏ, ଯାହା ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି କରିଥିବା ଦୟାର କାର୍ଯ୍ୟସବୁ ବିଷୟରେ କହିଥାଏ I (ଦେଖ: ଲାକ୍ଷଣିକ ଶବ୍ଦ)
εἰς ἣν στῆτε
“ଏହି” ଶବ୍ଦଟି “ଈଶ୍ବରଙ୍କ ସତ୍ୟ ଅନୁଗ୍ରହ”କୁ ବୁଝାଏ I ଏହି ଅନୁଗ୍ରହ ପ୍ରତି ଦୃଢ଼ଭାବରେ ସମର୍ପିତ ହେବା ବିଷୟକୁ, ଗୋଟିଏ ସ୍ଥାନରେ ଦୃଢ଼ଭାବରେ ନିଶ୍ଚଳହୋଇ ଛିଡାହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହା ପ୍ରତି ଦୃଢ଼ ଭାବରେ ସମର୍ପିତ ହୋଇ ରହିଥାଅ” (ଦେଖ: ଉପମା/ରୂପକ)
1 Peter 5:13
ἡ ἐν Βαβυλῶνι
ଏଠାରେ “ମଣ୍ଡଳୀ” ସମ୍ଭବତଃ ବାବିଲୋନ୍ ରେ ବାସ କରୁଥିବା ବିଶ୍ବାସୀମାନଙ୍କୁ ବୁଝାଏ I “ବାବିଲୋନ୍”ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ରୋମ୍ ନଗରୀର ଗୋଟିଏ ନିଦର୍ଶନ, ୨) ଏହା ଖ୍ରୀଷ୍ଟିୟାନମାନେ ଦୁଃଖଭୋଗ କରୁଥିବା ଯେ କୌଣସି ସ୍ଥାନ ନିମନ୍ତେ ଗୋଟିଏ ନିଦର୍ଶନ, କିଅବା ୩) ଏହା ଆକ୍ଷରିକ ଭାବରେ ବାବିଲୋନ୍ ନଗରୀକୁ ବୁଝାଏ I ଏହା ଅଧିକନ୍ତୁ ଭାବରେ ରୋମ୍ ନଗରୀକୁ ବୁଝାଏ I (ଦେଖ: ପ୍ରତୀକାତ୍ମକ ଭାଷା)
συνεκλεκτὴ
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ତୁମ୍ଭମାନଙ୍କ ପରି ମନୋନୀତ କରିଅଛନ୍ତି” (ଦେଖ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ὁ υἱός μου
ପିତର ମାର୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ତାହାଙ୍କର ଆତ୍ମିକ ପୁତ୍ର ଅଟନ୍ତି I ବିକଳ୍ପ ଅନୁବାଦ: “ମୋହର ଆତ୍ମିକ ପୁତ୍ର” କିମ୍ବା “ଯେ କି ମୋହର ପୁତ୍ର ସଦୃଶ” (ଦେଖ: ଉପମା/ରୂପକ)
1 Peter 5:14
φιλήματι ἀγάπης
ଏକ ପ୍ରେମ ଚୁମ୍ବନ କିମ୍ବା “ପରସ୍ପର ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଦର୍ଶନ କରିବାକୁ ଏକ ଚୁମ୍ବନ”