Colossians
Colossians front
କଲସୀୟ ପୁସ୍ତକର ପରିଚୟ
ଭାଗ ୧: ସାଧାରଣ ପରିଚୟ କଲସୀୟ ପୁସ୍ତକର ରୂପରେଖା
ପତ୍ରର ଆରମ୍ଭ (୧:୧–୧୨) o ଅଭିବାଦନ (୧: ୧-୨) o ଧନ୍ୟବାଦର ପ୍ରାର୍ଥନା (୧: ୩–୮) o ପ୍ରାର୍ଥନାର ନିବେଦନ (୧: ୯-୧୨)
ଶିକ୍ଷାଦାନ ବିଭାଗ (୧:୧୩–୨: ୨୩) o ଖ୍ରୀଷ୍ଟ ଏବଂ ତାହାଙ୍କର କାର୍ଯ୍ୟ (୧: ୧୩–୨୦) o ଖ୍ରୀଷ୍ଟଙ୍କ କାର୍ଯ୍ୟ କଲସୀୟମାନଙ୍କ ପାଇଁ ପ୍ରଯୁଜ୍ୟ (୧: ୨୧–୨୩) o ପାଉଲଙ୍କ ସେବା (୧: ୨୪–୨: ୫) o ଖ୍ରୀଷ୍ଟଙ୍କ କାର୍ଯ୍ୟର ପ୍ରଭାବ (୨: ୬–- ୧୫) o ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନ (୨: ୬–-୧୫)
ଉତ୍ସାହ ବିଭାଗ o ଊର୍ଦ୍ଧ୍ୱସ୍ଥାନ ବିଷୟଗୁଡ଼ିକ ଅନୁଧାବନ (୩:୧–୪) o ପାପକୁ ପରିତ୍ୟାଗକର, ଧାର୍ମିକତାକୁ ପରିଧାନ କର (୩: ୫-୧୭) o ଗୃହ ପାଇଁ ନିର୍ଦ୍ଦେଶଗୁଡ଼ିକ (୩: ୧୮–୪: ୧) o ବାହାରର ଲୋକମାନଙ୍କ ପ୍ରତି ପ୍ରାର୍ଥନା ଅନୁରୋଧ ଏବଂ ଆଚରଣ (୪: ୨-୬)
- ପତ୍ରର ସମାପ୍ତ (୪: ୭-୧୮) o ବାର୍ତ୍ତାବହ (୪: ୭–୯) o ବନ୍ଧୁମାନଙ୍କଠାରୁ ଶୁଭେଚ୍ଛା (୪: ୧୦-୧୪) o ପାଉଲଙ୍କ ତରଫରୁ ଶୁଭେଚ୍ଛା ଏବଂ ନିର୍ଦ୍ଦେଶଗୁଡ଼ିକ (୪: ୧୫-୧୭) o ପାଉଲଙ୍କ ନିଜ ହସ୍ତରେ ଅଭିବାଦନ (୪:୧୮) କଲସୀୟ ପୁସ୍ତକ କିଏ ଲେଖିଛନ୍ତି? ଲେଖକ ନିଜକୁ ପ୍ରେରିତ ପାଉଲ ବୋଲି ପରିଚିତ କରାନ୍ତି । ପାଉଲ ତାର୍ଷ ନଗରର ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ବ୍ୟକ୍ତି ଥିଲେ ଏବଂ ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ । ସେ ଖ୍ରୀଷ୍ଟିୟାନ ହେବା ପରେ, ସେ ରୋମୀୟ ସାମ୍ରାଜ୍ୟରେ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିଲେ । ତଥାପି, ସେ କେବେ ମାଧ୍ୟ କଲସୀୟମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ନଥିଲେ (ଦେଖନ୍ତୁ ୨: ୧) । ବନ୍ଧନରେ ଥିବାବେଳେ ପାଉଲ ଏହି ପତ୍ର ଲେଖିଥିଲେ (୪: ୩; ୪:୧୮) । ପାଉଲ ଅନେକ ଥର ବନ୍ଧନରେ ଥିଲେ, ଏବଂ ସେ କେଉଁଠାରେ ଅଛନ୍ତି ତାହା ଏଠାରେ କୁହନ୍ତି ନାହିଁ । ଅନେକ ପଣ୍ଡିତଗଣ ଭାବନ୍ତି ଯେ ସେ ରୋମୀୟ ପ୍ରଦେଶରୁ ଏହି ପତ୍ର ଲେଖିଥିଲେ । କଲସୀୟ ପତ୍ର କେଉଁ ବିଷୟରେ ଉଲ୍ଲେଖ କରେ? ପାଉଲ ଏସିଆ ମହାଦେଶ (ଆଧୁନିକ ତୁର୍କୀ) ରେ ଥିବା କଲସୀ ନଗରର ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖିଛନ୍ତି । ଯେବେ ସେ କୋଲସୀରେ ଥିବା ବିଶ୍ୱାସୀମାନଙ୍କ ବିଷୟରେ ଏପାଫ୍ରାଙ୍କଠାରୁ ଶୁଣିଲେ, ସେମାନଙ୍କୁ ଉତ୍ସାହିତ କରିବାକୁ ଏବଂ ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ ଦେବାକୁ ସେ ଏହି ପତ୍ର ଲେଖିଥିଲେ । ଏହି ଭଣ୍ଡ ଶିକ୍ଷକମାନେ ଲୋକମାନଙ୍କୁ କହୁଥିଲେ ଯେ ନୂତନ ଜୀବନ ପାଇବା ପାଇଁ ସେମାନଙ୍କୁ କେତେକ ବିଷୟ ଜାଣିବାକୁ ପଡିବ, ଏବଂ କେତେକ ବିଷୟକୁ ପାଳନ କରିବାକୁ ପଡିବ ଏବଂ ସେମାନେ ନିଜ ଶକ୍ତି ଏବଂ ଅଭିଜ୍ଞତା ବିଷୟରେ ଗର୍ବ କରୁଥିଲେ । ପାଉଲ ଏହି ମିଥ୍ୟା ଶିକ୍ଷାକୁ ପ୍ରତ୍ୟାଖାନ କରି କଲସୀୟମାନଙ୍କୁ ଆବଶ୍ୟକ ଥିବା ନୂତନ ଜୀବନର ସମସ୍ତ ଆବଶ୍ୟକତାକୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପ୍ରଦାନ କରେ ବୋଲି କହନ୍ତି । ଯେବେ ସେମାନେ ଖ୍ରୀଷ୍ଟଙ୍କ ସହ ଏକ ଅଟନ୍ତି, ସେତେବେଳେ ସେମାନେ ଏହି ମିଥ୍ୟା ଶିକ୍ଷା ଭୋଳି ଅନ୍ୟ କୌଣସି ବିଷୟ ଆବଶ୍ୟକ କରନ୍ତି ନାହିଁ । ଏହି ପତ୍ରର ନାମ କିପରି ଅନୁବାଦ କରାଯିବା ଉଚିତ୍? ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମରେ “କଲସୀୟ” ବୋଲି ଅନୁବାଦ କରି ପାରନ୍ତି। କିମ୍ବା ସେମାନେ ଏକ ସ୍ପଷ୍ଟ ନାମ ବାଛିପାରନ୍ତି, ଯେପରିକି “କଲସୀ ମଣ୍ଡଳୀକୁ ପାଉଲଙ୍କ ପତ୍ର” କିମ୍ବା “କଲସୀର ଖ୍ରୀଷ୍ଟିୟାନମାନଙ୍କୁ ଏକ ପତ୍ର” । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।) ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ ପାଉଲ କଲସୀୟମାନଙ୍କୁ କେଉଁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସାବଧାନ କରାନ୍ତି? ଏହି ଭଣ୍ଡ ଶିକ୍ଷକମାନେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ବିଶ୍ୱାସ ପ୍ରଣାଳୀର ଅଂଶ ନୁହଁନ୍ତି । ସେମାନେ ବୋଧହୁଏ ବିଭିନ୍ନ ଭିନ୍ନ ବିଶ୍ୱାସ ପ୍ରଣାଳୀରୁ ବିଷୟଗୁଡ଼ିକୁ ବିଶ୍ୱାସ କରୁଥିଲେ ଏବଂ ଅଭ୍ୟାସ କରୁଥିଲେ । ଏହି କାରଣରୁ, ସେମାନେ ଯାହା ବିଶ୍ଵାସ କରୁଥିଲେ ଏବଂ ଶିକ୍ଷା ଦେଉଥିଲେ ତାହା ସଠିକ ଭାବରେ ବର୍ଣ୍ଣନା କରିବା କଷ୍ଟକର ଅଟେ । ପାଉଲ ସେମାନଙ୍କ ବିଷୟରେ ଯାହା କହନ୍ତି ତାହା ଉପରେ ଆଧାର କରି ଖାଦ୍ୟ ଏବଂ ପାନୀୟ, ବିଶେଷ ଦିନର ରୀତିନୀତି ଏବଂ ଆଚରଣ ବିଷୟରେ ସେମାନଙ୍କର କେତେକ ନିୟମ ଥିଲା ବୋଲି କୁହାଯାଇପାରେ । ପାଉଲ ଯାହାକୁ “ଦର୍ଶନ” ବୋଲି କହନ୍ତି, କିମ୍ବା ଜଗତ ବିଷୟରେ ଚିନ୍ତା କରିବାର ଏକ ପ୍ରଣାଳୀ ଯାହାକୁ ସେମାନେ ଅତ୍ୟାଧୁନିକ ବୋଲି ଭାବିଥିଲେ ତାହା ସେମାନଙ୍କଠାରେ ଥିଲା । ଏଥିରୁ ଜଣାପଡେ ଯେ ସେମାନେ ଏହି ବିଶ୍ଵାସ ଏବଂ ଦର୍ଶନ ଏବଂ ଚମତ୍କାର ଅନୁଭୂତି ନିୟମ ଉପରେ ଆଧାର କରିଥିଲେ ଯାହା ବୋଧହୁଏ ସେମାନେ ବିଶ୍ଵାସ କରୁଥିଲେ ଯାହା ସ୍ୱର୍ଗଦୂତମାନଙ୍କଠାରୁ ପ୍ରଦତ୍ତ ଥିଲା । ପାଉଲ ଯୁକ୍ତି କରନ୍ତି ଯେ ଯେଉଁମାନେ ଏହି ଦୃଷ୍ଟିକୋଣକୁ ଧରି ରଖନ୍ତି ସେମାନେ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି ନାହିଁ, ଏବଂ ସେ ଚାହାଁନ୍ତି ଯେ କଲସୀୟମାନେ ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଯାହା ଏହି ମିଥ୍ୟା ଶିକ୍ଷା ଦାବି କରୁଥିବା ସମସ୍ତ କାର୍ଯ୍ୟ ପୂରଣ କରେ । ଯେବେ ପାଉଲ “ସ୍ୱର୍ଗ” ପାଇଁ ଭାଷା ବ୍ୟବହାର କରନ୍ତି ତାଙ୍କର ଅର୍ଥ କ’ଣ ଅଟେ ? ପାଉଲ ସ୍ୱର୍ଗ ବିଷୟରେ “ଊର୍ଦ୍ଧ୍ୱସ୍ଥାନ” ବୋଲି କୁହନ୍ତି, ଏବଂ ସେ ଏହାକୁ ସେହି ସ୍ଥାନ ଭାବରେ ବ୍ୟାଖ୍ୟା କରନ୍ତି ଯେଉଁଠାରେ ଖ୍ରୀଷ୍ଟ ଈଶ୍ଵରଙ୍କ ଡାହାଣ ପଟେ ଉପବିଷ୍ଟ ଏବଂ ବିଶ୍ଵାସୀମାନଙ୍କ ପାଇଁ ଆଶୀର୍ବାଦ ଗଚ୍ଛିତ ଅଛି । ସମ୍ଭବତଃ, ଆତ୍ମିକ ଶକ୍ତି ମଧ୍ୟ ସ୍ୱର୍ଗରେ ଅଛି । ଯେବେ ପାଉଲ କଲସୀୟମାନଙ୍କୁ “ଊର୍ଦ୍ଧ୍ୱସ୍ଥାନ” (୩:୧) ଉପରେ ଧ୍ୟାନ ଦେବାକୁ କୁହନ୍ତି, ଏହାର ଅର୍ଥ ସ୍ୱର୍ଗ ଉତ୍ତମ ଏବଂ ପୃଥିବୀ ମନ୍ଦ ଅଟେ ନୁହେଁ । ଏହା ପରିବର୍ତ୍ତେ, ଏହା ଅର୍ଥ କାରଣ ସ୍ୱର୍ଗ ଖ୍ରୀଷ୍ଟ ଥିବା ସ୍ଥାନ ଅଟେ, ଯେପରି ସେ ଏହି ପଦରେ ଉଲ୍ଲେଖ କରନ୍ତି । କଲସୀୟମାନେ ଖ୍ରୀଷ୍ଟଙ୍କ ଏବଂ ସେ କେଉଁଠାରେ ଅଛନ୍ତି ସେଠାରେ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ପାଉଲ କେଉଁ ଆତ୍ମିକ ଶକ୍ତି ବିଷୟରେ କହନ୍ତି? ପାଉଲ ୧:୧୬ରେ ସିଂହାସନ, ଆଧିପତ୍ୟ, ଶାସନ ଏବଂ ଅଧିକାର ବିଷୟରେ କହନ୍ତି, ଏବଂ ସେ ଏହି ଶବ୍ଦଗୁଡ଼ିକ ମଧ୍ୟରୁ କେତେକକୁ ୨:୧୦; ୨:୧୫ ପୁନର୍ବାର ବ୍ୟବହାର କରନ୍ତି; ଏହି ଶବ୍ଦଗୁଡ଼ିକ ଲୋକ କିମ୍ବା ବିଷୟକୁ ସୂଚାଏ ଯାହାର ଶକ୍ତି ଏବଂ ଅଧିକାର ଅଛି, ଏବଂ କଲସୀୟମାନଙ୍କଠାରେ ସେଗୁଡ଼ିକ ବୋଧହୁଏ ଶକ୍ତିଶାଳୀ ଆତ୍ମିକ ପ୍ରାଣୀମାନଙ୍କୁ ଅଧିକ ନିର୍ଦ୍ଦିଷ୍ଟ ଭାବରେ ସୂଚାଏ । ୨:୮; ୨:୨୦ରେ “ମୌଳିକ ନୀତି”; ବୋଧହୁଏ ସମାନ ପ୍ରକାରର ପ୍ରାଣୀକୁ ଏକ ସାଧାରଣ ଉପାୟରେ ସୂଚାଏ । ପାଉଲ କଦାପି ନିର୍ଦ୍ଦିଷ୍ଟ ଭାବରେ କୁହନ୍ତି ନାହିଁ ଯେ ଏହି ଆତ୍ମିକ ଶକ୍ତିଗୁଡ଼ିକ ମନ୍ଦ, କିନ୍ତୁ ସେ କହନ୍ତି ଯେ ଖ୍ରୀଷ୍ଟଙ୍କ କାର୍ଯ୍ୟ କଲସୀୟମାନଙ୍କୁ ସେଗୁଡ଼ିକଠାରୁ ମୁକ୍ତ କରିଥାଏ । ଏହି ଶକ୍ତିଗୁଡ଼ିକୁ ପାଳନ କରିବା ଏବଂ ସେଗୁଡ଼ିକ ଉପରେ ଧ୍ୟାନ ଦେବା ଖ୍ରୀଷ୍ଟ ଦେଇଥିବା ନୂତନ ଜୀବନକୁ ବିରୋଧ କରେ । ପାଉଲ ଏହି ପତ୍ରରେ ଉଲ୍ଲେଖ କରିଥିବା ସମସ୍ତ ଲୋକ କିଏ? ଏହି ପତ୍ରର ଶେଷରେ ଉଲ୍ଲେଖ କରାଯାଇଥିବା ଅଧିକାଂଶ ଲୋକ ପାଉଲଙ୍କ ସହ ଅଛନ୍ତି କିମ୍ବା ପାଉଲ କଲସୀ ନଗରରେ କିମ୍ବା ନିକଟରେ ଜାଣିଥିବା ଲୋକ ଅଟନ୍ତି । ଏପାଫ୍ରାଙ୍କୁ ଅନେକ ଥର ଉଲ୍ଲେଖ କରାଯାଇଛି, ଯେହେତୁ ସେ କଲସୀୟମାନଙ୍କୁ ପ୍ରଥମେ ସୁସମାଚାର ପ୍ରଚାର କରିଥିଲେ ଏବଂ ପାଉଲଙ୍କୁ ସେମାନଙ୍କ ବିଷୟରେ କହିଥିଲେ । ତୁଖିକ ଏବଂ ଅନୀସିମ ସେହି ବ୍ୟକ୍ତି ଅଟନ୍ତି ଯେଉଁମାନେ ପାଉଲଙ୍କଠାରୁ କଲସୀକୁ ଏହି ପତ୍ର ସହ ଯାତ୍ରା କରିଥିଲେ, ଏବଂ ସେମାନେ ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କ ବିଷୟରେ ଅଧିକ ବିବରଣୀ ସକ୍ଷମ ଅଟନ୍ତି । ପାଉଲ ଏହି ପତ୍ରରେ ଅନ୍ୟ ନଗରଗୁଡ଼ିକୁ କାହିଁକି ଉଲ୍ଲେଖ କରିଛନ୍ତି? ପାଉଲ ଲାଅଦିକିଆ ଓ ହିଏରାପଲି ବିଷୟରେ ଉଲ୍ଲେଖ କରିଛନ୍ତି କାରଣ ସେଗୁଡ଼ିକ ସମାନ ଉପତ୍ୟକାର ନିକଟବର୍ତ୍ତୀ ନଗର ଅଟନ୍ତି । ଯଦି ଜଣେ ବ୍ୟକ୍ତି କଲସୀଠାରେ ଠିଆ ହୁଏ, ସେ ଉପତ୍ୟକାର ଧାରରେ ଲାଅଦିକିଆକୁ ଦେଖିପାରନ୍ତି । ପାଉଲ ଏହି ତିନୋଟି ନଗର ବିଷୟରେ ଉଲ୍ଲେଖ କରିଛନ୍ତି (କଲସୀ, ଲାଅଦିକିଆ, ଏବଂ ହିଏରାପଲି) କାରଣ ସେଗୁଡ଼ିକ ସେହି ନଗର ଯେଉଁଠାରେ ଏପାଫ୍ରା ସୁସମାଚାର ପ୍ରଚାର କରିଥିଲେ ଏବଂ ପାଉଲ ଏହି ସ୍ଥାନଗୁଡ଼ିକରେ କୌଣସି ଖ୍ରୀଷ୍ଟିୟାନଙ୍କୁ ଭେଟି ନଥିଲେ । ବୋଧହୁଏ ଏହା ଏହି ସମାନତା ହେତୁ ଏବଂ ସେଗୁଡ଼ିକ ଏତେ ନିକଟତର ଥିବାରୁ ପାଉଲ ଚାହୁଁଥିଲେ କଲସୀୟ ଏବଂ ଲାଅଦିକିଆର ଲୋକେ ସେମାନଙ୍କ ପତ୍ରକୁ ବାଣ୍ଟନ୍ତୁ । ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ ପାଉଲ କିପରି ଯୀଶୁଙ୍କୁ ଈଶ୍ଵର ଭାବରେ ପରିଚିତ କରନ୍ତି? ପାଉଲ ଯୀଶୁଙ୍କୁ ଈଶ୍ଵରଙ୍କ “ପ୍ରତିମୂର୍ତ୍ତୀ” ଏବଂ ସମସ୍ତ ସୃଷ୍ଟିର “ପ୍ରଥମଜାତ” ବୋଲି କହନ୍ତି (୧:୧୫)। ଈଶ୍ଵର ସୃଷ୍ଟି କରିଥିବା ପ୍ରଥମ କିମ୍ବା ସର୍ବୋତ୍ତମ ବିଷୟ ଭାବରେ ଯୀଶୁଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ବର୍ଣ୍ଣନାଗୁଡ଼ିକ ମଧ୍ୟରୁ କୌଣସି ସୃଷ୍ଟ ଏହା ପ୍ରକାଶ କରେ ନାହିଁ । ଏହା ପରିବର୍ତ୍ତେ, ସେଗୁଡ଼ିକ ତାହାଙ୍କୁ ସୃଷ୍ଟିର ବାହାରେ ପ୍ରକାଶ କରନ୍ତି । ପରବର୍ତ୍ତୀ ପଦରୁ ଏହା ସ୍ପଷ୍ଟ ହୁଏ, ଯାହା ତାଙ୍କୁ ସୃଷ୍ଟିକର୍ତ୍ତା ଭାବରେ ପରିଚିତ କରେ (୧:୧୬) । ଯଦି ଯୀଶୁ ସୃଷ୍ଟି ହୋଇ ନାହାଁନ୍ତି, ତେବେ ସେ ଈଶ୍ଵର ଅଟନ୍ତି । “ସମସ୍ତ ବିଷୟ ପୁର୍ବରୁ” ରହିବା ଏବଂ ତାହାଙ୍କ ମଧ୍ୟରେ “ସମସ୍ତ ବିଷୟ ଏକାଠି ଜାତ ହେବା” ହେଉଛି ଏକ ବିବୃତ୍ତି ଯାହା ସମାନ ନିଶ୍ଚିତତା ଅଟେ (୧:୧୭) । ପାଉଲ ଦୁଇଥର ଯୀଶୁଙ୍କୁ ଈଶ୍ଵରଙ୍କ “ପୂର୍ଣ୍ଣତା” ବୋଲି ବର୍ଣ୍ଣନା କରନ୍ତି (୧:୧୯; ୨:୯) । ଏହାର ଅର୍ଥ ଏହା ନୁହେଁ ଯେ ଯୀଶୁ ଈଶ୍ଵରଙ୍କ ସହ ବିଶେଷ ଭାବରେ ଘନିଷ୍ଠ ଥିଲେ କିମ୍ବା ଈଶ୍ଵର ତାଙ୍କ ଭିତରେ ବାସ କରୁଥିଲେ । ଏହା ପରିବର୍ତ୍ତେ, ଏହାର ଅର୍ଥ ଈଶ୍ଵର ସମସ୍ତ ବିଷୟ (ଈଶ୍ଵରଙ୍କ “ପୂର୍ଣ୍ଣତା”) ଯୀଶୁ ଅଟନ୍ତି । ଶେଷରେ, ଯୀଶୁ ସ୍ୱର୍ଗରେ ଈଶ୍ଵରଙ୍କ ଡାହାଣ ପାର୍ଶ୍ଵରେ ଉପବିଷ୍ଟ ଅଛନ୍ତି (୩: ୧) । ଏହାର ଅର୍ଥ ଏହା ନୁହେଁ ଯେ ସେ ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଯିଏ ଈଶ୍ଵରଙ୍କୁ ମାନନ୍ତି । ଏହା ପରିବର୍ତ୍ତେ, ଏହାର ଅର୍ଥ ଏହା ଯେ ସେ ଈଶ୍ଵରଙ୍କ ସହ ଈଶ୍ୱରୀୟ ସିଂହାସନରେ ବସିଛନ୍ତି ଏବଂ ଈଶ୍ଵର ଅଟନ୍ତି । ପାଉଲ କିପରି ଯୀଶୁଙ୍କୁ ମନୁଷ୍ୟ ବୋଲି ପ୍ରକାଶ କରନ୍ତି? ପାଉଲ କହନ୍ତି ଯେ ଯୀଶୁ “ତାଙ୍କ ଶରୀରରେ” ମୃତ୍ୟୁ ବରଣ କଲେ (୧:୨୨) । ଅତିରିକ୍ତ ଭାବରେ, ଯେବେ ସେ କହିଲେ ଯେ ଯୀଶୁ ଈଶ୍ଵରଙ୍କ “ପୂର୍ଣ୍ଣତା”, ଏହା ତାଙ୍କ ପାଇଁ “ଶାରୀରିକ” ଭାବରେ ସତ୍ୟ ଥିଲା (୨:୯) । ଯେବେ ପାଉଲ କହନ୍ତି ଯେ ଯୀଶୁଙ୍କର ଏକ “ଶରୀର ଅଛି,” ଏହାର ଅର୍ଥ ନୁହେଁ ଯେ ଯୀଶୁ କେବଳ ମନୁଷ୍ୟ ପରି ଦେଖାଯିବା ନିମନ୍ତେ ଏକ ଶରୀର ବ୍ୟବହାର କରିଥିଲେ । ଏହା ପରିବର୍ତ୍ତେ, ଏହାର ଅର୍ଥ ଯୀଶୁ ଆମ ପରି ଏକ ସୃଷ୍ଟ ମନୁଷ୍ୟ ଅଟନ୍ତି । ପାଉଲ ଯେବେ କଲସୀୟମାନଙ୍କୁ କୁହନ୍ତି ଯେ ସେମାନେ ମରିଛନ୍ତି ଏବଂ ପୁନର୍ବାର ଜୀବିତ ହୋଇଛନ୍ତି, ସେତେବେଳେ ପାଉଲଙ୍କର ଅର୍ଥ କ’ଣ ଥିଲା? ଏହି ପତ୍ରରେ ଏକାଧିକ ଥର, ପାଉଲ କଲସୀୟମାନଙ୍କୁ କହନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁ ବରଣ କରିଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ କଲସୀୟମାନେ ଶାରୀରିକ ଭାବରେ ମୃତ୍ୟୁବରଣ କରି ପୁଣି ମୃତ୍ୟୁରୁ ଫେରି ଆସିଛନ୍ତି । ଏହି ଭାଷା ମଧ୍ୟ କେବଳ ଆଳଙ୍କିରିକ ନୁହେଁ ଯାହା ପାଉଲଙ୍କର ପ୍ରକୃତ ଅର୍ଥ ନୁହେଁ । ବରଂ, ଏହାର ଅର୍ଥ ଏହା ଯେ ଯେବେ ସେ ମୃତ୍ୟୁବରଣ କଲେ ଏବଂ ପୁନରୁତ୍ଥିତ ହେଲେ ଈଶ୍ଵର ଖ୍ରୀଷ୍ଟଙ୍କ ସହ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କଲେ । କଲସୀୟମାନେ ଏପର୍ଯ୍ୟନ୍ତ ଶାରୀରିକ ଭାବରେ ମୃତ୍ୟୁବରଣ କରି ନଥିଲେ ଏବଂ ପୁନରୁତ୍ଥିତ ହୋଇନଥିଲେ, ସେମାନେ ମୃତ୍ୟୁ ଏବଂ ପୁନରୁତ୍ଥାନରେ ଖ୍ରୀଷ୍ଟଙ୍କ ସହ ମିଳିତ ହେତୁ ସେମାନେ ଜଗତକୁ ଏବଂ ଏହାର ଶକ୍ତି ଏବଂ ନୂତନ ଜୀବନକୁ ଆଶୀର୍ବାଦ ଦେଇ ଅନୁଭବ କରିପାରନ୍ତି । ଯେବେ ପାଉଲ ଜ୍ଞାନ ବିଷୟରେ ଉଲ୍ଲେଖ କରନ୍ତି, ତାଙ୍କର ଅର୍ଥ କ’ଣ ଥାଏ? ପାଉଲ ତାଙ୍କ ପତ୍ରରେ ଜ୍ଞାନ ଭାଷା ବ୍ୟବହାର କରନ୍ତି, ଯେପରିକି “ଜାଣିବା”, “ଜ୍ଞାନ” ଏବଂ “ବୁଝିବା” । ବୋଧହୁଏ ଭଣ୍ଡ ଶିକ୍ଷକମାନେ ଈଶ୍ଵରଙ୍କ “ଜ୍ଞାନ” ପ୍ରତିଜ୍ଞା କରିଥିଲେ ଏବଂ ଯେଉଁମାନେ ସେମାନଙ୍କ କଥା ଶୁଣୁଥିଲେ, ଏବଂ ପାଉଲ କଲସୀୟମାନଙ୍କୁ ଦେଖାଇବାକୁ ଚାହୁଁଥିଲେ ଯେ ସେମାନେ ଆବଶ୍ୟକ କରୁଥିବା ସମସ୍ତ ଜ୍ଞାନ ଖ୍ରୀଷ୍ଟ ଏବଂ ତାଙ୍କ କାର୍ଯ୍ୟରେ ଉପଲବ୍ଧ ଅଟେ । ଏହା ସତ କି ନୁହେଁ, ପାଉଲ ସ୍ପଷ୍ଟ ଭାବରେ କଲସୀୟମାନଙ୍କୁ ଜଣାଇବାକୁ ଇଚ୍ଛା କରନ୍ତି ଯେ ଈଶ୍ଵରଙ୍କ ବିଷୟରେ ସେମାନଙ୍କର ଜ୍ଞାନ ବୃଦ୍ଧିହେବା ଗୁରୁତ୍ୱପୂର୍ଣ୍ଣ ଅଟେ, ଏବଂ ଏହି ଜ୍ଞାନ ଖ୍ରୀଷ୍ଟଙ୍କଠାରେ ପ୍ରାପ୍ତ । “ଜ୍ଞାନ” ଈଶ୍ଵର, ତାଙ୍କ ଇଚ୍ଛା, ଏବଂ ଜଗତରେ ତାଙ୍କର କାର୍ଯ୍ୟ ବିଷୟରେ ଅଧିକ ଜାଣିବାକୁ ବୁଝାଏ, ଏବଂ ଏହି ବିଷୟଗୁଡ଼ିକୁ “ଜାଣିବା” ନୂତନ ଜୀବନ ଏବଂ ଆଚରଣ ବଦଳାଇଥାଏ । କଲସୀୟ ପତ୍ରର ମୁଖ୍ୟ ବିଷୟଗୁଡ଼ିକ କ’ଣ ଅଟେ? ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପି ମଧ୍ୟରେ ପାର୍ଥକ୍ୟ ଅଛି । ULT ଅଧିକାଂଶ ପଣ୍ଡିତମାନେ ମୂଳ ଅଂଶ ବୋଲି ବିବେଚନା କରୁଥିବା ଅଂଶକୁ ଅନୁସରଣ କରେ ଏବଂ ଅନ୍ୟ ପଠନକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ବ୍ୟାପକ ପ୍ରକାଶର ଭାଷାରେ ଉପଲନ୍ଧ ଅଛି, ଅନୁବାଦକଗଣ ସେହି ସଂସ୍କରଣରେ ଥିବା ପଠନକୁ ବ୍ୟବହାର କରିପାରିବେ । ଯଦି ନୁହେଁ, ଅନୁବାଦକଗଣ ULT ଅନୁସରଣ କରିପାରିବେ । • “ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ, ଏବଂ ଆମ୍ଭମାନଙ୍କର ପିତା ଈଶ୍ଵର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଶାନ୍ତି ବର୍ତ୍ତୁ” (୧:୨) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ତୁମ୍ଭମାନଙ୍କୁ ଅନୁଗ୍ରହ ଏବଂ ଆମ୍ଭମାନଙ୍କର ପିତା ଈଶ୍ୱରଙ୍କଠାରୁ ଶାନ୍ତି ପ୍ରାପ୍ତ ହେଉ।” • “ଏପାଫ୍ରା, ଆମ୍ଭମାନଙ୍କର ପ୍ରିୟ ସହକର୍ମୀ, ଯିଏ ଆମ୍ଭମାନଙ୍କର ପାଇଁ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ ଅଟନ୍ତି” (୧:୭) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ଏପାଫ୍ରା, ଆମ୍ଭମାନଙ୍କର ପ୍ରିୟ ସହକର୍ମୀ, ଯିଏ ତୁମ୍ଭ’ମାନଙ୍କ ପାଇଁ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ ଅଟନ୍ତି । ” • “ପିତା, ଯିଏ ତୁମ୍ଭମାନଙ୍କୁ ଦୀପ୍ତିରେ ସାଧୁମାନଙ୍କ ଧିକାରର ସହଭାଗୀ ହେବାକୁ ସକ୍ଷମ କରିଛନ୍ତି” (୧:୧୨) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ପିତା, ଯିଏ ଆଲୋକରେ ସାଧୁମାନଙ୍କର ଉତ୍ତରାଧିକାରୀରେ ସହଭାଗୀ ହେବାକୁ ସକ୍ଷମ ହୋଇଛନ୍ତି।” • “ଯାହାଙ୍କଠାରେ ଆମ୍ଭମାନଙ୍କର ପାପର କ୍ଷମା, ମୁକ୍ତି ଅଛି,” (୧:୧୪) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ଯାହାଙ୍କଠାରେ ଆମ୍ଭେମାନେ ତାହାଙ୍କ ରକ୍ତ ଦ୍ଵାରା ମୁକ୍ତି ପାଇଅଛୁ ଅର୍ଥାତ ପାପର କ୍ଷମା।” • “ଆମ୍ଭମାନଙ୍କର ସମସ୍ତ ଅପରାଧକୁ କ୍ଷମା କରି” (୨:୧୩) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ତୁମ୍ଭମାନଙ୍କର ସମସ୍ତ ଅପରାଧକୁ କ୍ଷମା କରି। ” • “ଯେବେ ଖ୍ରୀଷ୍ଟ, ତୁମ୍ଭମାନଙ୍କର ଜୀବନ ପ୍ରକାଶିତ ହୁଏ” (୩:୪)। କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ଯେବେ ଖ୍ରୀଷ୍ଟ, ଆମ୍ଭମାନଙ୍କ ଜୀବନ ପ୍ରକାଶିତ ହୁଏ । ” • “ଈଶ୍ଵରଙ୍କ କ୍ରୋଧ ଆସୁଅଛି” (୩:୬) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ଅନାଜ୍ଞା କାରୀ ସନ୍ତାନମାନଙ୍କ ଉପରେ ଈଶ୍ଵରଙ୍କ କ୍ରୋଧ ଆସୁଅଛି ।” • “ଯାହାଫଳରେ ତୁମ୍ଭେମାନେ ଆମ୍ଭମାନଙ୍କ ବିଷୟରେ ଜାଣି ପାରିବ” (୪:୮) । କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହା ଉଲ୍ଲେଖ ଅଛି: “ଯାହାଫଳରେ ସେ ତୁମ୍ଭମାନଙ୍କ ବିଷୟରେ ଜାଣିପାରିବେ । ” (See: ପାଠ୍ୟ ପ୍ରକାରଗୁଡ଼ିକ)
Colossians 1
କଲସୀୟ ୧ ସାଧାରଣ ଟିପ୍ପଣୀଗୁଡ଼ିକ
ଗଠନ ଏବଂ ଆକାର
ପତ୍ରର ଆରମ୍ଭ (୧:୧–୧୨) o ଅଭିବାଦନ (୧: ୧-୨) o ଧନ୍ୟବାଦର ପ୍ରାର୍ଥନା (୧: ୩–୮) o ପ୍ରାର୍ଥନାର ନିବେଦନ (୧: ୯-୧୨)
ଶିକ୍ଷାଦାନ ବିଭାଗ (୧:୧୩–୨: ୨୩) o ଖ୍ରୀଷ୍ଟ ଏବଂ ତାହାଙ୍କର କାର୍ଯ୍ୟ (୧: ୧୩–୨୦) o ଖ୍ରୀଷ୍ଟଙ୍କ କାର୍ଯ୍ୟ କଲସୀୟମାନଙ୍କ ପାଇଁ ପ୍ରଯୁଜ୍ୟ (୧: ୨୧–୨୩) o ପାଉଲଙ୍କ ସେବା (୧: ୨୪–୨: ୫) ପାଉଲ ଏହି ପତ୍ରକୁ ୧:୧–୨ ରେ ତାଙ୍କ ଏବଂ ତୀମଥିଙ୍କ ନାମ ଉଲ୍ଲେଖ କରି ଆରମ୍ଭ କରନ୍ତି, ସେ ଯେଉଁମାନଙ୍କୁ ଏହି ପତ୍ର ଲେଖୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଅଭିବାଦନ ଜଣାନ୍ତି । ସେହି ସମୟରେ ଲୋକମାନେ ସାଧାରଣତଃ ଏହିପରି ପତ୍ରର ଆରମ୍ଭ କରୁଥିଲେ । ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ ରହସ୍ୟ ପାଉଲ ଏହି ଅଧ୍ୟାୟରେ ପ୍ରଥମ ଥର ପାଇଁ ଏକ “ରହସ୍ୟ” କୁ ସୂଚାନ୍ତି (୧:୨୬–୨୭) । ଏହା ଏପରି ଏକ ଗୁପ୍ତ ସତ୍ୟକୁ ସୂଚାଏ ନାହିଁ ଯାହା ବୁଝିବା କଷ୍ଟକର ଏବଂ କେବଳ ଅଳ୍ପ କିଛି ବିଶେଷ ବ୍ୟକ୍ତି ଏହା ବିଷୟରେ ଜାଣିପାରିବେ । ଏହା ପରିବର୍ତ୍ତେ, ଏହା ଈଶ୍ଵରଙ୍କ ଯୋଜନାକୁ ସୂଚାଏ ଯାହା ଏକଦା ଅଜ୍ଞାତ ଥିଲା କିନ୍ତୁ ବର୍ତ୍ତମାନ ତାଙ୍କର ସମସ୍ତ ଲୋକଙ୍କୁ ଜ୍ଞାତ ଅଟେ । ଏହି ରହସ୍ୟର ବିଷୟବସ୍ତୁ କ’ଣ ଅଟେ? ଏହା ସ୍ଵୟଂ ଖ୍ରୀଷ୍ଟ ଅଟନ୍ତି, ତାଙ୍କର କାର୍ଯ୍ୟ, ଏବଂ ବିଶ୍ଵାସୀମାନଙ୍କ ସହ ତାଙ୍କର ଏକତା । (ଦେଖନ୍ତୁ:https://git.door43.org/Door43-Catalog/ortw/src/branch/master/bible/kt/reveal.md) ପୂର୍ଣ୍ଣତା ପାଉଲ ଏହି ଅଧ୍ୟାୟରେ ଚାରିଥର “ପୂର୍ଣ୍ଣ” କିମ୍ବା “ପୂର୍ଣ୍ଣତା” କୁ ସୂଚାନ୍ତି । ପ୍ରଥମେ, କଲସୀୟମାନେ ଈଶ୍ଵରଙ୍କ ଇଚ୍ଛା ବିଷୟରେ ଜ୍ଞାନରେ ପରିପୂର୍ଣ୍ଣ ହୁଅନ୍ତି ବୋଲି ପାଉଲ ପ୍ରାର୍ଥନା କରନ୍ତି (୧:୯) । ଦ୍ୱିତୀୟରେ, ଯୀଶୁଙ୍କଠାରେ ଈଶ୍ଵରଙ୍କ ସମସ୍ତ “ପୂର୍ଣ୍ଣତା” ଅଛି (୧:୧୯) । ତୃତୀୟରେ ପାଉଲ ନିଜ ଶରୀରରେ ଖ୍ରୀଷ୍ଟଙ୍କ ଦୁଃଖର ଅଭାବକୁ “ପୂର୍ଣ୍ଣ କରନ୍ତି” (୧:୨୪) । ଚତୁର୍ଥରେ, ପାଉଲ ଈଶ୍ଵରଙ୍କ ବାକ୍ୟକୁ “ସମ୍ପୂର୍ଣ୍ଣ” ଭାବରେ ଜ୍ଞାତ କରନ୍ତି (୧:୨୫) । ଏହା ସମ୍ଭବ ଯେ ପାଉଲ ବାରମ୍ବାର “ପୂର୍ଣ୍ଣ” ଏବଂ “ପୂର୍ଣ୍ଣତା” ଶବ୍ଦକୁ ବ୍ୟବହାର କରନ୍ତି କାରଣ ଏହା ଭଣ୍ଡ ଶିକ୍ଷକମାନେ ପ୍ରତିଜ୍ଞା କରିଥିଲେ । ପାଉଲ ଏହା ବଦଳରେ ଦେଖାଇବାକୁ ଚାହାଁନ୍ତି ଯେ ଖ୍ରୀଷ୍ଟଙ୍କ କାର୍ଯ୍ୟ ଦ୍ଵାରା ଏବଂ ସେମାନଙ୍କ ବଦଳରେ କିପରି “ପୂର୍ଣ୍ଣତା” ଆସେ । ଖ୍ରୀଷ୍ଟଙ୍କଠାରେ ଈଶ୍ଵରଙ୍କ ପୂର୍ଣ୍ଣତା ଅଛି, ଏବଂ ପାଉଲ କଲସୀୟମାନଙ୍କୁ “ପୂର୍ଣ୍ଣ” କରି ଖ୍ରୀଷ୍ଟଙ୍କ ପାଇଁ କାର୍ଯ୍ୟ କରନ୍ତି, ଯାହା ପରେ ଈଶ୍ଵରଙ୍କ ଇଚ୍ଛା ବିଷୟରେ ଜ୍ଞାନରେ ପରିପୂର୍ଣ୍ଣ ହୁଅନ୍ତି । ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରାୟ ଖ୍ରୀଷ୍ଟିୟାନ ଜୀବନ ପାଇଁ ଚିତ୍ରଣଗୁଡ଼ିକ ଖ୍ରୀଷ୍ଟିୟାନ ଜୀବନ ବିଷୟରେ ବର୍ଣ୍ଣନା କରିବା ପାଇଁ ପାଉଲ ଅନେକ ଭିନ୍ନ ପ୍ରତିଛବିଗୁଡ଼ିକ ବ୍ୟବହାର କରନ୍ତି । ଏହି ଅଧ୍ୟାୟରେ, ସେ “ଆଚରଣ କରିବା” ଏବଂ “ଫଳ ଉତ୍ପନ୍ନ” ର ଚିତ୍ରଣ ବ୍ୟବହାର କରନ୍ତି (୧:୧୦)। ଏହି ପ୍ରତିଛବିଗୁଡ଼ିକ ଦର୍ଶାଏ ଯେ ପାଉଲ ଚାହୁଁଛନ୍ତି ଯେ କଲସୀୟମାନେ ଖ୍ରୀଷ୍ଟିୟାନ ଜୀବନ ବିଷୟରେ ଏକ ଜୀବନ ଯାପନ କରନ୍ତୁ (ଏକ ଲକ୍ଷ୍ୟସ୍ଥଳ, ଯଦି ଜଣେ ଚାଲୁଛି, କିମ୍ବା ଯଦି ଫଳ ବୃଦ୍ଧିହୁଏ ବ) । (ଦେଖନ୍ତୁ: https://git.door43.org/Door43-Catalog/ortw/src/branch/master/bible/other/fruit.md) ଆଲୋକ ବନାମ ଅନ୍ଧକାର ପାଉଲ “ଆଲୋକରେ ସାଧୁମାନଙ୍କର ଉତ୍ତରାଧିକାରୀ” (୧:୧୨) କୁ “ଅନ୍ଧକାରର ଅଧିକାର” (୧:୧୨) ସହ ତୁଳନା କରନ୍ତି । “ଆଲୋକ” ଉତ୍ତମ ବିଷୟ, ଆକାଂକ୍ଷିତ ଏବଂ ଈଶ୍ଵରଙ୍କ କୃପା ସହ ଜଡିତ ବିଷୟକୁ ବର୍ଣ୍ଣନା କରେ । “ଅନ୍ଧକାର” ଈଶ୍ଵରଙ୍କଠାରୁ ଦୂରରେ ଥିବା, ତାଙ୍କୁ ବିରୋଧ କରୁଥିବା ଏବଂ ମନ୍ଦ ବିଷୟରେ ବର୍ଣ୍ଣନା କରେ । ମସ୍ତକ ଏବଂ ଶରୀର ଏହି ଅଧ୍ୟାୟରେ, ପାଉଲ ଏକ ପ୍ରତିଛବି ଉପସ୍ଥାପନ କରନ୍ତି ଯାହା ସେ ଅଧ୍ୟାୟ ୨ ରେ ଅଧିକ ସଂପୂର୍ଣ୍ଣ ଭାବରେ ବିକାଶ କରିବେ: ଖ୍ରୀଷ୍ଟଙ୍କ ଶରୀରର ମସ୍ତକ ଭାବରେ, ଯାହା ତାଙ୍କର ମଣ୍ଡଳୀ ଅଟେ । ଏହି ପ୍ରତିଛବି ଖ୍ରୀଷ୍ଟଙ୍କୁ ତାଙ୍କ ମଣ୍ଡଳୀ ପାଇଁ ଜୀବନର ଉତ୍ସ ଏବଂ ଦିଗର ଉତ୍ସ ଭାବରେ ଚିହ୍ନିତ କରେ, ଯେପରି ମସ୍ତକ ଶରୀର ପାଇଁ ଜୀବନ ଏବଂ ଦିଗର ଉତ୍ସ ଅଟେ । ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ ଖ୍ରୀଷ୍ଟଙ୍କ ଦୁଃଖର ଅଭାବ ୧:୨୪ ରେ, ପାଉଲ “ଖ୍ରୀଷ୍ଟଙ୍କ ଦୁଃଖର ଅଭାବ” ବିଷୟରେ ଉଲ୍ଲେଖ କରିଥିଲେ, ଯାହା ତାଙ୍କର ଦୁଃଖ ଦ୍ୱାରା ପୂର୍ଣ୍ଣ ହୁଏ । ଏହାର ଅର୍ଥ ଏହା ନୁହେଁ ଯେ ଖ୍ରୀଷ୍ଟ କୌଣସିପ୍ରକାରେ ତାଙ୍କ କାର୍ଯ୍ୟ ଏବଂ ଉଦେଶ୍ୟରେ ବିଫଳ ହୋଇଥିଲେ, ଏବଂ ପାଉଲଙ୍କୁ ନିଖୋଜ ଖଣ୍ଡଗୁଡ଼ିକ ପୂରଣ କରିବାକୁ ପଡିବ । ଏହା ପରିବର୍ତ୍ତେ, “ଅଭାବ” ଏପରି ଏକ ବିଷୟକୁ ସୂଚାଏ ଯାହାକି ଖ୍ରୀଷ୍ଟ ଉଦ୍ଦେଶ୍ୟମୂଳକ ଭାବରେ ଏହି ଅନୁଗାମୀମାନଙ୍କୁ ସମ୍ପୂର୍ଣ୍ଣ କରିବାକୁ ଛାଡିଥିଲେ । ମଣ୍ଡଳୀର ଉଦ୍ଦେଶ୍ୟ ଜାରି ରଖିବା ପାଇଁ ସେ ନିଜେ ଯେପରି ଦୁଃଖ ଭୋଗକରିଥିଲେ ସେହିପରି ଦୁଃଖ ଭୋଗିବାକୁ ଆହ୍ୱାନ କରିଛନ୍ତି। “ଖ୍ରୀଷ୍ଟ-ଗୀତ” ଅନେକ ପଣ୍ଡିତ ଭାବନ୍ତି ଯେ ୧:୧୫–୨୦ ହେଉଛି ଏକ ପ୍ରାରମ୍ଭିକ ଖ୍ରୀଷ୍ଟିୟାନ ଭଜନ ଯାହା ପାଉଲ କଲସୀୟମାନଙ୍କୁ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହ ସାଧାରଣ ଭାବରେ ବିଶ୍ଵାସ କରୁଥିବା କଥା ମନେ ପକାଇବା ପାଇଁ ଉଦ୍ଧୃତ କରିଛନ୍ତି । ଯଦି ଏହା ସତ, ଏହାର ଅର୍ଥ ଏହା ନୁହେଁ ଯେ ପାଉଲ ଯାହା ଭାବୁଛନ୍ତି ତାହାଠାରୁ ଏହି ବିଭାଗ କିଛି ଅଲଗା ବିଷୟକୁ ଉଲ୍ଲେଖ କରେ । ଏହା ପରିବର୍ତ୍ତେ, ପାଉଲ ଏହାକୁ ଉଦ୍ଧୃତ କରିବାକୁ ବାଛିଥିଲେ କାରଣ ସେ ଏହାକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଏକ ଭଜନ ବା କବିତା ଭାବରେ ଉଲ୍ଲେଖ କରିପାରିବେ ।
Colossians 1:1
ଏହି ପତ୍ରରେ “ଆମ୍ଭେମାନେ”, “ଆମ୍ଭମାନଙ୍କୁ”, “ଆମ୍ଭମାନଙ୍କର” ଏବଂ “ଆମ୍ଭମାନଙ୍କର” ଶବ୍ଦଗୁଡ଼ିକ ଅନ୍ୟଥା ଉଲ୍ଲେଖ ନହେଲେ କଲସୀୟ ବିଶ୍ଵାସୀମାନଙ୍କୁ ବୁଝାଏ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
“ତୁମ୍ଭେମାନେ”, “ତୁମ୍ଭର” ଏବଂ “ତୁମ୍ଭମାନଙ୍କର” ଶବ୍ଦଗୁଡ଼ିକ କଲସୀୟ ବିଶ୍ଵାସୀମାନଙ୍କୁ ସୂଚାଏ ଏବଂ ଅନ୍ୟଥା ଉଲ୍ଲେଖ ନହେବା ପର୍ଯ୍ୟନ୍ତ ବହୁବଚନ ଅଟେ । (ଦେଖନ୍ତୁhttps://git.door43.org/Door43-Catalog/or_ta/src/branch/master/translate/figs-yousingular/01.md)
Παῦλος
ଏହି ସଂସ୍କୃତିରେ, ପତ୍ର ଲେଖକମାନେ ତୃତୀୟ ପୁରୁଷରେ ନିଜକୁ ସୂଚାଇ ପ୍ରଥମେ ନିଜର ନାମ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏଠାରେ ପ୍ରଥମ ପୁରୁଷ ଶବ୍ଦକୁ ବ୍ୟବହାର କରିପାରିବେ । କିମ୍ବା ଯଦି ଆପଣଙ୍କର ଭାଷାର ଏକ ପତ୍ରର ଲେଖକକୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପାଉଲଙ୍କଠାରୁ। ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଅଛି ”(ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-123person/01.md)
Παῦλος
ଏଠାରେ ଏବଂ ପତ୍ରରେ ମଧ୍ୟରେ, ଏହା ଏକ ବ୍ୟକ୍ତିଙ୍କ ନାମ ଅଟେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
καὶ Τιμόθεος ὁ ἀδελφὸς
ଏହି ବାକ୍ୟର ଅର୍ଥ ଏହା ନୁହେଁ ଯେ ତୀମଥି ପାଉଲଙ୍କୁ ଏହି ପତ୍ର ଲେଖିବାରେ ସାହାଯ୍ୟ କରିଥିଲେ । ପାଉଲ ଏହି ପତ୍ରର ଲେଖକ ଥିଲେ, ଯେପରି ସେ ପ୍ରଥମ ପୁରୁଷକୁ ପତ୍ରରେ ବ୍ୟବହାର କରି ଦର୍ଶାଇଥିଲେ । ଏହାର ଅର୍ଥ ତୀମଥି ପାଉଲଙ୍କ ସହ ଅଛନ୍ତି ଏବଂ ତୀମଥି ପାଉଲ ଯାହା ଲେଖିଛନ୍ତି ସେଥିରେ ସହମତ ଅଟନ୍ତି । ଯଦି ଆପଣଙ୍କ ଭାଷାରେ ତୀମଥି ପାଉଲଙ୍କ ସହ ପତ୍ର ଲେଖୁଛନ୍ତି ବୋଲି ବୁଝାଯାଏ, ତେବେ ଆପଣ ତୀମଥିଙ୍କ ସହାୟକ ଭୂମିକାକୁ ଅଧିକ ସ୍ପଷ୍ଟ କରି ପାରିବେ । ବିକଳ୍ପ ଅନୁବାଦ: “ତୀମଥି ଆମ୍ଭମାନଙ୍କର ସହ ବିଶ୍ଵାସୀଙ୍କ ସହଯୋଗରେ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
Τιμόθεος
ଏହା ଏକ ପୁରୁଷର ନାମ ଅଟେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
Colossians 1:2
τοῖς ἐν Κολοσσαῖς ἁγίοις, καὶ πιστοῖς ἀδελφοῖς ἐν Χριστῷ
ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ସେହି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରନ୍ତି ଯାହାକୁ ସେମାନେ ପତ୍ର ଲେଖନ୍ତି, ସେମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏଠାରେ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । କିମ୍ବା ଯଦି ଆପଣଙ୍କର ଭାଷାର ଏକ ପତ୍ର ପ୍ରାପ୍ତକର୍ତ୍ତାଙ୍କୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହି ପତ୍ରଟି ତୁମ୍ଭମାନଙ୍କ ପାଇଁ, ଯେଉଁମାନେ କଲସୀ ନଗରରେ ବାସ କରନ୍ତି ଏବଂ ଈଶ୍ଵରଙ୍କ ଲୋକ ଏବଂ ବିଶ୍ଵାସୀ ଯେଉଁମାନେ ଖ୍ରୀଷ୍ଟଙ୍କ ସହ ଏକ ଅଟନ୍ତି” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-123person/01.md )
τοῖς…ἁγίοις, καὶ πιστοῖς ἀδελφοῖς ἐν Χριστῷ
ସାଧୁ, ବିଶ୍ୱସ୍ତ ଭାଇମାନେ ଏବଂ ଖ୍ରୀଷ୍ଟଙ୍କଠାରେ ଶବ୍ଦଗୁଡ଼ିକ ସମସ୍ତ ଯୀଶୁଙ୍କ ଅନୁଗାମୀମାନଙ୍କୁ ବୁଝାଏ । ଏକ ଗୋଷ୍ଠୀକୁ ବର୍ଣ୍ଣନା କରିବା ପାଇଁ ପାଉଲ ଏହି ସମସ୍ତ ଶବ୍ଦକୁ ବ୍ୟବହାର କରନ୍ତି । ଉଦାହରଣ ସ୍ୱରୂପ, ସେ ଖ୍ରୀଷ୍ଟଙ୍କଠାରେ ସାଧୁ ଓ ବିଶ୍ୱସ୍ତ ଭାଇମାନେ ଦୁଇଟି ଭିନ୍ନ ଗୋଷ୍ଠୀ ବୋଲି ବୁଝାନ୍ତି ନାହିଁ । ଯଦି ଉଭୟ ସାଧୁ ଏବଂ ବିଶ୍ଵାସୀ ଭାଇମାନଙ୍କୁ ବ୍ୟବହାର କରିବା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସ୍ପଷ୍ଟ ଭାବରେ ଏକାଠି କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବିଶ୍ୱସ୍ତ ଲୋକମାନଙ୍କ ନିମନ୍ତେ, ଖ୍ରୀଷ୍ଟଙ୍କଠାରେ ଏକ ପରିବାର ଭାବରେ ଏକତ୍ର” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
χάρις ὑμῖν καὶ εἰρήνη ἀπὸ Θεοῦ Πατρὸς ἡμῶν καὶ Κυρίου Ἰησοῦ Χριστοῦ
ଏଠାରେ ତାଙ୍କ ନାମ ଏବଂ ସେହି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିବା ପରେ, ପାଉଲ କଲସୀୟମାନଙ୍କ ପାଇଁ ଆଶୀର୍ବାଦ ଯୋଗ କରନ୍ତି । ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ଚିହ୍ନି ପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆମ୍ଭମାନଙ୍କ ପିତା ଈଶ୍ଵର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା ଏବଂ ଶାନ୍ତି ପ୍ରାପ୍ତ କର” କିମ୍ବା “ମୁଁ ପ୍ରାର୍ଥନା କରେ ଯେ ଆମ୍ଭମାନଙ୍କର ପିତା ଈଶ୍ଵର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଏବଂ ଶାନ୍ତି ସର୍ବଦା ତୁମ୍ଭମାନଙ୍କଙ୍କ ସହ ବର୍ତ୍ତୁ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/translate-blessing/01.md)
χάρις ὑμῖν καὶ εἰρήνη ἀπὸ Θεοῦ Πατρὸς ἡμῶν καὶ Κυρίου Ἰησοῦ Χριστοῦ
ଅନୁଗ୍ରହ ଏବଂ ଶାନ୍ତି ଶବ୍ଦଗୁଡ଼ିକ ଗୁଣବାଚକ ବିଶେଷ୍ୟ ଅଟେ । ଆପଣଙ୍କ ଭାଷାରେ ଏହି ଧାରଣାଗୁଡ଼ିକୁ ପ୍ରକାଶ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ, ଯେପରିକି କ୍ରିୟା କିମ୍ବା ବର୍ଣ୍ଣନାତ୍ମକ ଶବ୍ଦ । ଯଦି ଅଛି, ଆପଣ ସେଗୁଡ଼ିକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରାର୍ଥନା କରୁ ଯେ ଆମ୍ଭମାନଙ୍କର ପିତା ଈଶ୍ଵର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟାଳୁ ବ୍ୟବହାର କରନ୍ତୁ ଏବଂ ତୁମ୍ଭମାନଙ୍କୁ ଶାନ୍ତିପୂର୍ଣ୍ଣ ସମ୍ପର୍କ ପ୍ରଦାନ କରନ୍ତୁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Θεοῦ Πατρὸς ἡμῶν
ଏଠାରେ ଏବଂ ଅଧ୍ୟାୟରେ, ପିତା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ବିକଳ୍ପ ଅନୁବାଦ: “ଈଶ୍ଵର , ଯିଏ ଆମ୍ଭମାନଙ୍କର ପିତା ଅଟନ୍ତି,” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/guidelines-sonofgodprinciples/01.md)
Colossians 1:3
εὐχαριστοῦμεν…ἡμῶν
ଏଠାରେ ଆମ୍ଭେମାନେ ଶବ୍ଦଟି କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ, କିନ୍ତୁ ଏଠାରେ ଆମ୍ଭମାନଙ୍କର ଶବ୍ଦଟି କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
πάντοτε
ଏଠାରେ, ସର୍ବଦା ଏକ ଅତିଶୟୋକ୍ତି ଶବ୍ଦ ଅଟେ ଯାହା କଲସୀୟମାନେ ବୁଝିପାରିଥିଲେ ଯେ ପାଉଲ ଏବଂ ତୀମଥି ସେମାନଙ୍କ ପାଇଁ ବାରମ୍ବାର ପ୍ରାର୍ଥନା କରିଥିଲେ । ଯଦି ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଶବ୍ଦ ବ୍ୟବହାର କରିପାରିବ ଯାହା ବାରମ୍ବାରତାକୁ ବୁଝାଏ । ବିକଳ୍ପ ଅନୁବାଦ: “କ୍ରମାଗତ ଭାବରେ” କିମ୍ବା “ବାରମ୍ବାର” (See: ଅତିରଞ୍ଜନ/ଅତ୍ୟୁକ୍ତି)
Colossians 1:4
ἀκούσαντες τὴν πίστιν ὑμῶν
ଯଦି ଆପଣଙ୍କ ଭାଷା ବିଶ୍ୱାସ ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଗୁଣବାଚକ ବିଶେଷ୍ୟ ପଛରେ ଥିବା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେଉ କାରଣ ଆମ୍ଭେମାନେ ଶୁଣୁଅଛୁ ଯେ ତୁମ୍ଭେମାନେ ବିଶ୍ୱାସ କରୁଅଛ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὴν ἀγάπην ἣν ἔχετε εἰς πάντας τοὺς ἁγίους,
ଯଦି ଆପଣଙ୍କ ଭାଷା ପ୍ରେମ ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସତେ ସାଧୁମାନଙ୍କୁ କେତେ ପ୍ରେମ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 1:5
τὴν ἐλπίδα
ଏଠାରେ, ଭରସା କେବଳ ଆଶାବାଦୀ ମନୋଭାବକୁ ନୁହେଁ ବରଂ ବିଶ୍ଵାସୀ ଯାହା ଆଶା କରନ୍ତି, ଅର୍ଥାତ୍ ଈଶ୍ଵର ସମସ୍ତ ବିଶ୍ଵାସୀମାନଙ୍କୁ ଯାହା ଦେବାକୁ ପ୍ରତିଜ୍ଞା କରିଛନ୍ତି ତାହା ମଧ୍ୟ ସୂଚାଏ । ଯଦି ଆଶା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଆପେକ୍ଷିକ ବାକ୍ୟ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଆଶା କର” କିମ୍ବା “ତୁମ୍ଭେମାନେ ବିଶ୍ୱାସରେ ଆଶା କରୁଥିବା ବିଷୟଗୁଡ଼ିକୁ” (See: ଲାକ୍ଷଣିକ ଶବ୍ଦ)
τὴν ἀποκειμένην
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ, ଏବଂ କିଏ ଏହି କାର୍ଯ୍ୟ କରେ ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପାଇଁ ସଂରକ୍ଷଣ କରୁଛନ୍ତି” କିମ୍ବା “ଈଶ୍ଵର ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି” କିମ୍ବା “ଈଶ୍ଵର ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τῷ λόγῳ τῆς ἀληθείας
ଏକ ବାକ୍ୟକୁ ବର୍ଣ୍ଣନା କରିବା ପାଇଁ ପାଉଲ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହା ସତ୍ୟ ଦ୍ୱାରା ବର୍ଣ୍ଣିତ ଅଟେ । ଏହା ସୂଚାଇପାରେ: (୧) ଏକ ବାର୍ତ୍ତା ଯାହା ସତ୍ୟ ଅଟେ । ବିକଳ୍ପ ଅନୁବାଦ: “ଯାହା ସତ୍ୟ ବାର୍ତ୍ତା” (୨) ସତ୍ୟ ସମ୍ବନ୍ଧୀୟ ଏକ ବାର୍ତ୍ତା । ବିକଳ୍ପ ଅନୁବାଦ: “ସତ୍ୟ ବିଷୟରେ ବାର୍ତ୍ତା” (See: ଅଧିକାର/ଦଖଲ)
τῷ λόγῳ
ଏଠାରେ, ବାକ୍ୟ ସାଙ୍କେତିକ ଭାବରେ ଏକ ବାର୍ତ୍ତାକୁ ପ୍ରତିପାଦିତ କରେ ଯାହା ଶବ୍ଦ ଦ୍ୱାରା ଗଠିତ । ଯଦି ବାକ୍ୟଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଘୋଷଣା” (See: ଲାକ୍ଷଣିକ ଶବ୍ଦ)
Colossians 1:6
τοῦ παρόντος εἰς ὑμᾶς
ଏଠାରେ, ସୁସମାଚାରକୁ ସାଙ୍କେତିକ ଭାବରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଯିଏ କଲସୀୟମାନଙ୍କ ସହ ଉପସ୍ଥିତ ରହିପାରନ୍ତି । ଯଦି ଏହି ବାକ୍ୟର ଚିତ୍ର ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଅର୍ଥକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଉତ୍ତମ ଖବର, ଯାହା ତୁମ୍ଭମାନଙ୍କୁ କଲସୀରେ କୁହାଯାଇଥିଲା” (See: ବ୍ୟକ୍ତିତ୍ୱଆରୋପ)
ἐν παντὶ τῷ κόσμῳ
ଏଠାରେ, ସମସ୍ତ ଜଗତରେ ଏକ ସାଧାରଣକରଣ ଅଟେ ଯାହା ଜଗତର ଅଂଶ ଅଟେ ଯାହା ପାଉଲ ଏବଂ କଲସୀୟମାନେ ଜାଣିଥିଲେ । ଯଦି ଆପଣଙ୍କ ଭାଷାରେ ସମସ୍ତ ଜଗତ ଅସ୍ପଷ୍ଟ ହେବ, ତେବେ ଆପଣ ସ୍ପଷ୍ଟ କରି ପାରିବେ ଯେ ଜଗତ ସେହି ସମୟରେ ଜଣାଶୁଣା ଜଗତକୁ ସୂଚାଏ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ସ୍ଥାନରେ ଯାହା ବିଷୟରେ ଆମ୍ଭେମାନେ ଜାଣୁ” (See: ଅତିରଞ୍ଜନ/ଅତ୍ୟୁକ୍ତି)
ἐστὶν καρποφορούμενον καὶ αὐξανόμενον
ଏଠାରେ, ପାଉଲ ସୁସମାଚାର ବିଷୟରେ କୁହନ୍ତି ଯେପରି ଏହା ଏକ ଉଦ୍ଭିଦ ଯାହା ବଢିପାରେ ଏବଂ ଫଳ ଉତ୍ପନ୍ନ କରିପାରେ । ତାଙ୍କର ଅର୍ଥ ଏହା ଯେ ସୁସମାଚାର ଅଧିକ ଲୋକମାନଙ୍କ ନିକଟରେ ପହଞ୍ଚେ ଏବଂ ଏହା ଲୋକମାନଙ୍କର ଭାବିବା ଏବଂ ଆଚରଣରେ ପରିବର୍ତ୍ତନ ଆଣେ । ଯଦି ଆପଣଙ୍କ ଭାଷାରେ ଏହି ବାକ୍ୟର ଚିତ୍ର ଅସ୍ପଷ୍ଟ ହେବ, ତେବେ ଆପଣ ପାଉଲଙ୍କ ଅର୍ଥକୁ ଏକ ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନେକ ଲୋକମାନଙ୍କ ନିକଟରେ ପହଞ୍ଚୁଅଛି ଯାହା ଦ୍ଵାରା ସେମାନେ ଈଶ୍ଵରଙ୍କୁ ସନ୍ତୁଷ୍ଟ କରୁଥିବା ବିଷୟ କରନ୍ତି” (See: ଉପମା/ରୂପକ)
καθὼς καὶ ἐν ὑμῖν
ପାଉଲ କେତେକ ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏହା ଆବଶ୍ୟକ କରିପାରେ । ଯଦି ଆପଣଙ୍କ ଭାଷା ଏହି ଶବ୍ଦଗୁଡ଼ିକ ଆବଶ୍ୟକ କରେ, ଆପଣ ସେଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯେପରି ଏହି ସୁସମାଚାର ତୁମ୍ଭମାନଙ୍କ ନିକଟରେ ପହଞ୍ଚିଛି ଯାହା ଦ୍ଵାରା ତୁମ୍ଭେମାନେ ଈଶ୍ଵରଙ୍କୁ ସନ୍ତୁଷ୍ଟ କରୁଥିବା କାର୍ଯ୍ୟ କର” କିମ୍ବା “ଯେପରି ତୁମ୍ଭ ମଧ୍ୟରେ ଏହା କରିଛି” (See: ଶବ୍ଦର ବିଲୋପ ବା ଉହ୍ୟତା)
ἐπέγνωτε τὴν χάριν τοῦ Θεοῦ ἐν ἀληθείᾳ
ଏଠାରେ, ସତ୍ୟରେ ବର୍ଣ୍ଣନା କରାଯାଇପାରେ (୧) କଲସୀୟମାନେ ଈଶ୍ଵରଙ୍କ କୃପା ବିଷୟରେ ଯେଉଁ ମାଧ୍ୟମରେ ଶିଖିଲେ । ବିକଳ୍ପ ଅନୁବାଦ: “ଈଶ୍ଵର କିପରି ଦୟାଳୁ କାର୍ଯ୍ୟ କରନ୍ତି ତାହା ସଠିକ୍ ଭାବରେ ଜାଣିବା” (୨) କଲସୀୟମାନଙ୍କ ପ୍ରତି ଈଶ୍ଵର ଯେପରି ଦୟାଳୁ ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରକୃତ ଅନୁଗ୍ରହ ବିଷୟରେ ଜାଣିଲି” କିମ୍ବା “ଈଶ୍ଵର କିପରି ପ୍ରକୃତରେ ଦୟାଳୁ କାର୍ଯ୍ୟ କରନ୍ତି ତାହା ବୁଝିଲେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 1:7
Ἐπαφρᾶ
ଏହା ଜଣେ ପୁରୁଷର ନାମ ଅଟେ । ସେ କଲସୀର ଲୋକମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ । (See: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ἡμῶν…ἡμῶν
ଏଠାରେ, ଆମ୍ଭମାନଙ୍କର କଲସୀୟମାନେ ଅନ୍ତର୍ଭୁକ୍ତ ନୁହଁନ୍ତି । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
Colossians 1:8
ἡμῖν
ଏଠାରେ ଥିବା ଶବ୍ଦ କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
τὴν ὑμῶν ἀγάπην
ଏଠାରେ, ପାଉଲ ମୁଖ୍ୟତଃ କଲସୀୟମାନେ ଅନ୍ୟ ବିଶ୍ଵାସୀମାନଙ୍କୁ ଦେଖାଉଥିବା ପ୍ରେମ ବିଷୟରେ କହୁଛନ୍ତି । ଅବଶ୍ୟ, ସେମାନେ ମଧ୍ୟ ଈଶ୍ଵରଙ୍କୁ ପ୍ରେମ କରନ୍ତି । ଯଦି ଆପଣ ସେମାନଙ୍କ ପ୍ରେମର ବସ୍ତୁ ନିର୍ଦ୍ଦିଷ୍ଟ କରିବାକୁ ଚାହାନ୍ତି, ଏବଂ ଲୋକମାନେ ଭାବି ପାରନ୍ତି ଯେ କଲସୀୟମାନେ ଯଦି ଈଶ୍ଵରଙ୍କୁ ପ୍ରେମ କରନ୍ତି ନାହିଁ, ଯଦି ସେ ଉଲ୍ଲେଖ ନକରନ୍ତି, ତେବେ ଆପଣ ଉଭୟ ବିଷୟକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଯେ ତୁମ୍ଭେମାନେ ଈଶ୍ଵର ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପ୍ରେମ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν Πνεύματι
ବିକଳ୍ପ ଅନୁବାଦ: “ଯାହା ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା” କିମ୍ବା “ଯାହା ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା କର”
Colossians 1:9
ἡμεῖς…ἠκούσαμεν, οὐ παυόμεθα
ଆମ୍ଭେମାନେ ଶବ୍ଦ ଏଠାରେ ଥିବା କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
ἀφ’ ἧς ἡμέρας ἠκούσαμεν
ବିକଳ୍ପ ଅନୁବାଦ: “ଯେଉଁ ଦିନଠାରୁ ଏପାଫ୍ରା ଆମ୍ଭମାନଙ୍କୁ ଏହି ବିଷୟ କହିଥିଲେ”
οὐ παυόμεθα
ଏଠାରେ, କ୍ଷାନ୍ତ ହୋଇନାହୁଁ ଏକ ଅତିଶୟୋକ୍ତି ଅଟେ ଯାହା କଲସୀୟମାନେ ବୁଝିଥାନ୍ତେ ଯେ ପାଉଲ ଏବଂ ତୀମଥି କଲସୀୟମାନଙ୍କ ପାଇଁ ପ୍ରାୟତ ପ୍ରାର୍ଥନା କରିଥିଲେ । ଯଦି ଆପଣଙ୍କ ଭାଷାରେ ଏହିପରି କହିବା ଅସ୍ପଷ୍ଟ ହେବ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ଆବୃତ୍ତିକୁ ସୂଚାଇଥାଏ । ବିକଳ୍ପ ଅନୁବାଦ: “ବାରମ୍ବାର ହୋଇଅଛି” କିମ୍ବା “ଏକ ଅଭ୍ୟାସ କରିସାରିଛି” (See: ଅତିରଞ୍ଜନ/ଅତ୍ୟୁକ୍ତି)
ἵνα πληρωθῆτε τὴν ἐπίγνωσιν τοῦ θελήματος αὐτοῦ
ଏଠାରେ, ପାଉଲ କଲସୀୟ ବିଶ୍ଵାସୀଙ୍କ ବିଷୟରେ କୁହନ୍ତି ଯେପରି ସେମାନେ ପାତ୍ର ଅଟନ୍ତି ଏବ ସେଗୁଡ଼ିକ ପୂର୍ଣ୍ଣ ହୋଇପାରେ । ଏହିପରି କହିବା ଦ୍ୱାରା ସେ ଗୁରୁତ୍ଵ ଦେଇଛନ୍ତି ଯେ କଲସୀୟମାନେ ସେମାନଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଈଶ୍ଵରଙ୍କ ଇଚ୍ଛା ଜାଣିବା ଉଚିତ । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଚିତ୍ର ଅସ୍ପଷ୍ଟ ହେବ, ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେ ତୁମ୍ଭେମାନେ ଯାହା କରିବାକୁ ଚାହୁଁଛ ତାହା ଈଶ୍ଵର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝିବାରେ ସକ୍ଷମ କରିବେ” (See: ଉପମା/ରୂପକ)
πληρωθῆτε
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ଏକ ସକ୍ରିୟ ବାକ୍ୟରେ ଈଶ୍ଵରଙ୍କ ସହ ବିଷୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ପୂର୍ଣ୍ଣ କରିବେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
πληρωθῆτε τὴν ἐπίγνωσιν τοῦ θελήματος αὐτοῦ
ଯଦି ଆପଣଙ୍କ ଭାଷା ଜ୍ଞାନ ଏବଂ ଇଚ୍ଛା ଶବ୍ଦ ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସେହି ଧାରଣାକୁ କ୍ରିୟା ଭାବରେ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କ ପାଇଁ ଯାହା ଯୋଜନା କରିଛନ୍ତି ତାହା ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଜାଣି ପାରିବ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν πάσῃ σοφίᾳ καὶ συνέσει πνευματικῇ
ଯଦି ଆପଣଙ୍କ ଭାଷା ଜ୍ଞାନ ଏବଂ ବୁଝିବା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେମାନେ ଧାରଣାକୁ ବିଶେଷଣ କିମ୍ବା କ୍ରିୟା ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଆତ୍ମିକ ଭାବରେ ଅତି ଜ୍ଞାନୀ ଏବଂ ବୁଦ୍ଧିମାନ ହେବାକୁ ବୁଝାଏ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
σοφίᾳ καὶ συνέσει πνευματικῇ
ଏଠାରେ, ଆତ୍ମିକ ଜ୍ଞାନ ଏବଂ ବୁଝାମଣାକୁ ସୂଚିତ କରିପାରିବ: (୧) ଜ୍ଞାନ ଏବଂ ବୁଝାମଣା ଯାହା ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ । ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ଦ୍ୱାରା ଦିଆଯାଇଥିବା ଜ୍ଞାନ ଏବଂ ବୁଝାମଣା” (୨) ଆତ୍ମିକ ବିଷୟଗୁଡ଼ିକରେ ଜ୍ଞାନ ଏବଂ ବୁଝାମଣା । ବିକଳ୍ପ ଅନୁବାଦ: “ଆତ୍ମିକ ବିଷୟ ବିଷୟରେ ଜ୍ଞାନ ଏବଂ ବୁଝାମଣା”
σοφίᾳ καὶ συνέσει πνευματικῇ
ଜ୍ଞାନ ଏବଂ ବୁଝାମଣା ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ଆତ୍ମିକ ଜ୍ଞାନର ପ୍ରଶସ୍ତିକୁ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ ହୁଏ । ଯଦି ଆପଣଙ୍କର ଭାଷା ଏହି ଉପାୟରେ ପୁନରାବୃତ୍ତି ବ୍ୟବହାର କରେ ନାହିଁ କିମ୍ବା ଏହି ଧାରଣା ପାଇଁ କେବଳ ଗୋଟିଏ ଶବ୍ଦ ଥାଏ, ତେବେ ଆପଣ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବୁଝାମଣା” କିମ୍ବା “ଦୃଷ୍ଟିଶକ୍ତି” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
Colossians 1:10
περιπατῆσαι ἀξίως τοῦ Κυρίου
ଏଠାରେ, ଆଚରଣକୁ ସୂଚାଇବା ପାଇଁ ଚାଲିବା ଶବ୍ଦ ଏକ ସାଙ୍କେତିକ ଉପାୟ ଅଟେ । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଚିତ୍ର ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବେ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭମାନଙ୍କୁ ଯେପରି ଆଚରଣ କରିବାକୁ ଇଚ୍ଛା କରନ୍ତି ସେହିଭଳି ଆଚରଣ କର” (See: ଉପମା/ରୂପକ)
εἰς πᾶσαν ἀρεσκείαν
ଯଦି ଆପଣଙ୍କର ଭାଷା ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କ୍ରିୟା ସହ ଆନନ୍ଦଦାୟକ ବାକ୍ୟାଂଶ ପଛରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “, ଯାହା ତାଙ୍କୁ ସନ୍ତୁଷ୍ଟ କରେ ତାହା କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν παντὶ ἔργῳ ἀγαθῷ καρποφοροῦντες
ପାଉଲ କଲସୀୟ ବିଶ୍ଵାସୀମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହଛନ୍ତି ଯେପରି ସେମାନେ ବୃକ୍ଷ କିମ୍ବା ଉଦ୍ଭିଦ ଏବଂ ସେଗୁଡ଼ିକ ଯାହା କରନ୍ତି ତାହା ଯେପରି ସେଗୁଡ଼ିକ ଫଳ ଅଟେ । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଚିତ୍ର ଅସ୍ପଷ୍ଟ ହେବ, ଆପଣ ଧାରଣାକୁ ଏକ ଭିନ୍ନ ଚିତ୍ର କିମ୍ବା ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନେକ ଉତ୍ତମ କାର୍ଯ୍ୟ କରନ୍ତି” (See: ଉପମା/ରୂପକ)
αὐξανόμενοι τῇ ἐπιγνώσει τοῦ Θεοῦ
ଯଦି ଆପଣଙ୍କ ଭାଷା ଜ୍ଞାନ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ଏକ କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ଅତି ଉତ୍ତମ ଭାବରେ ଜାଣିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 1:11
δυναμούμενοι
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ଧାରଣାକୁ ଈଶ୍ଵରଙ୍କ ସହ ଏକ କର୍ତ୍ତୁବାଚ୍ୟ ସହ ବିଷୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸ κράτος τῆς δόξης αὐτοῦ
ଈଶ୍ଵରଙ୍କ ଗୌରବ ଦ୍ୱାରା ବର୍ଣ୍ଣିତ ଶକ୍ତି ବର୍ଣ୍ଣନା କରିବାକୁ ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ବିଶେଷ୍ୟ ଗୌରବ ପରିବର୍ତ୍ତେ “ଗୌରବମୟ” କିମ୍ବା “ମହାନ” ଭଳି ଏକ ବିଶେଷଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କର ଗୌରବମୟ ଶକ୍ତି” କିମ୍ବା “ତାଙ୍କର ମହାନ ଶକ୍ତି” (See: ଅଧିକାର/ଦଖଲ)
εἰς πᾶσαν ὑπομονὴν καὶ μακροθυμίαν μετὰ χαρᾶς
ଏହା ଏକ ଉଦ୍ଦେଶ୍ୟତ୍ମକ ବାକ୍ୟାଂଶ ଅଟେ। ପାଉଲ ଯେଉଁ ଉଦ୍ଦେଶ୍ୟ ପାଇଁ କଲସୀୟମାନଙ୍କୁ ସମସ୍ତ ଶକ୍ତି ସହ ଦୃଢ଼ କରନ୍ତି ତାହା ଉଲ୍ଲେଖ କରନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ । ବିକଳ୍ପ ଅନୁବାଦ: “ଯାହାଦ୍ୱାରା ତୁମ୍ଭମାନଙ୍କର ସମସ୍ତ ସହିଷଣୁତା ଏବଂ ଆନନ୍ଦ ସହ ଧୈର୍ଯ୍ୟ ଅଛି” (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
ὑπομονὴν καὶ μακροθυμίαν
ଏହି ବାକ୍ୟାଂଶ ଏବଂ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରେ । * ସହିଷଣୁତା* ଶବ୍ଦ କଲସୀୟମାନେ କେଉଁ ପ୍ରକାରେ ଧୈର୍ଯ୍ୟ ପାଇପାରିବେ ତାହା ଉଲ୍ଲେଖ କରେ । ଯଦି ଆପଣଙ୍କର ଭାଷା ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାର ଅର୍ଥକୁ ଭିନ୍ନ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହିଷଣୁତା ଧୈର୍ଯ୍ୟ” । (See: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
πᾶσαν ὑπομονὴν καὶ μακροθυμίαν
ଯଦି ଆପଣଙ୍କ ଭାଷା ସହିଷଣୁତା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଧୈର୍ଯ୍ୟ” ପରି କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସର୍ବଦା ସହ୍ୟ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ଯଦି ଆପଣଙ୍କ ଭାଷା ଧୈର୍ଯ୍ୟ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେମାନେ “ଧୈର୍ଯ୍ୟବାନ” ପରି ଏକ ବିଶେଷଣ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧୈର୍ଯ୍ୟସହ ଅପେକ୍ଷା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
πᾶσαν ὑπομονὴν καὶ μακροθυμίαν μετὰ χαρᾶς
ଏଠାରେ, ଆନନ୍ଦ ସହ (୧) କଲସୀୟମାନେ ଧୈର୍ଯ୍ୟସହ ଏବଂ ସହିଷଣୁତାର ଉପାୟ ବର୍ଣ୍ଣନା କରିପାରନ୍ତି । UST ଦେଖନ୍ତୁ । (୨) କଲସୀୟମାନେ ୧୨ ପଦରେ ଯେପରି ଧନ୍ୟବାଦ ପ୍ରଦାନ କରନ୍ତି, ବିକଳ୍ପ ଅନୁବାଦ: “ସମସ୍ତ ସହିଷଣୁତା ଏବଂ ଧୈର୍ଯ୍ୟ” ।
Colossians 1:12
εὐχαριστοῦντες
କେତେକ ବାଇବେଲ ସଂସ୍କରଣ ୧୧ ପଦର ଶେଷରେ “ଆନନ୍ଦ ସହ” ବାକ୍ୟାଂଶକୁ ୧୧ ପଦ ସହ ସଂଯୋଗ କରିବା ପରିବର୍ତ୍ତେ ୧୨ ପଦର ପ୍ରାରମ୍ଭରେ ଥିବା ବାକ୍ୟାଂଶ ସହ ସଂଯୋଗ କରେ ବିକଳ୍ପ ଅନୁବାଦ: “ଧନ୍ୟବାଦ ଦେଇ ଆନନ୍ଦରେ” ।
τῷ Πατρὶ
ପିତା ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଯାହା ଈଶ୍ଵର ଏବଂ ଯୀଶୁଙ୍କ ମଧ୍ୟରେ ସମ୍ପର୍କ, ଏବଂ ଈଶ୍ଵର ଏବଂ ବିଶ୍ଵାସୀମାନଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ, ଯେଉଁମାନେ ତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଆନ୍ତି। ବିକଳ୍ପ ଅନୁବାଦ: “ପିତା ଈଶ୍ୱର” (See: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)
ἱκανώσαντι ὑμᾶς
ବିକଳ୍ପ ଅନୁବାଦ: “ଯିଏ ତୁମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି”
εἰς τὴν μερίδα τοῦ κλήρου τῶν ἁγίων
ଏହା ଏକ ଉଦ୍ଦେଶ୍ୟତ୍ମକ ବାକ୍ୟାଂଶ ଅଟେ । ଈଶ୍ଵର କଲସୀୟମାନଙ୍କୁ ସକ୍ଷମ କରିଥିବା ଉଦ୍ଦେଶ୍ୟରେ ପାଉଲ ଦର୍ଶାଇଛନ୍ତି ।ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟତ୍ମକ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ । ବିକଳ୍ପ ଅନୁବାଦ (ପୂର୍ବରରେ କମା ବିନା): “ଯାହା ଦ୍ଵାରା ତୁମ୍ଭେମାନେ ସାଧୁମାନଙ୍କର ଉତ୍ତରାଧିକାରୀରେ ସହଭାଗୀ ହେବ” (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
τὴν μερίδα τοῦ κλήρου
ଉତ୍ତରାଧିକାର ଦ୍ୱାରା ବର୍ଣ୍ଣିତ ଏକ ଅଂଶକୁ ବର୍ଣ୍ଣନା କରିବା ପାଇଁ ପାଉଲ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରୁଛନ୍ତି । ଯଦି ଆପଣଙ୍କ ଭାଷା ସେହି ଅର୍ଥକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ “ତୁମ୍ଭର ଅଂଶ ଗ୍ରହଣ” କିମ୍ବା “ଅଂଶ ଗ୍ରହଣ କରିବା” ପରି ଏକ ମୌଖିକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତରାଧିକାରରେ ଭାଗ ନେବାକୁ” (See: ଅଧିକାର/ଦଖଲ)
τοῦ κλήρου τῶν ἁγίων
ଏଠାରେ, ପାଉଲ ସାଧୁସନ୍ଥମାନଙ୍କ ପାଇଁ ଉତ୍ତରାଧିକାରୀ ବୋଲି ସୂଚାଇବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ସେହି ଅର୍ଥକୁ ପ୍ରକାଶ କରିବାକୁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବର୍ଣ୍ଣନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯେପରିକି “ଈଶ୍ଵର ଯାହା ରଖୁଛନ୍ତି” କିମ୍ବା “ତାହାଙ୍କର” । ବିକଳ୍ପ ଅନୁବାଦ: “ଉତ୍ତରାଧିକାରୀ ଯାହା ସାଧୁମାନଙ୍କର ଅଟେ” (See: ଅଧିକାର/ଦଖଲ)
ἐν τῷ φωτί
ଏଠାରେ, ଆଲୋକରେ ପରବର୍ତ୍ତୀ ପଦରେ (୧:୧୩) “ଅନ୍ଧକାରର କର୍ତ୍ତୃତ୍ୱ” ର ବିପରୀତ ଅଟେ ଏବଂ ଏହା ଈଶ୍ଵରଙ୍କର ଅଟେ ଏବଂ ତାଙ୍କ ରାଜ୍ୟର ଅଂଶ ଅଟେ । ଈଶ୍ଵର, ଉତ୍ତମତା ଏବଂ ସ୍ୱର୍ଗକୁ ପ୍ରତିପାଦିତ କରୁଥିବା ଆଲୋକର ରୂପ ବାଇବେଲରେ ଅତି ସାଧାରଣ ଅଟେ, ଏବଂ ଯଦି ଏହା ଭଲ ଭାବରେ ପ୍ରକାଶ କରେ ତେବେ ଏହାକୁ ବଜାୟ ରଖିବା ଉପଯୋଗୀ ଅଟେ । କିନ୍ତୁ ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଭାବରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ ରାଜ୍ୟରେ” କିମ୍ବା “ଈଶ୍ଵରଙ୍କ ଗୌରବମୟ ଉପସ୍ଥିତିରେ” (See: ଉପମା/ରୂପକ)
Colossians 1:13
τῆς ἐξουσίας τοῦ σκότους
ଏଠାରେ, ଅନ୍ଧକାର ମନ୍ଦତାର ଏକ ରୂପକ ଅଟେ । ଯଦି ଏହି ଭାଷାର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ମନ୍ଦ ଶକ୍ତିର ଅଧିକାର” (See: ଉପମା/ରୂପକ)
τῆς ἐξουσίας τοῦ σκότους
ଏଠାରେ, ପାଉଲ ଏକ କର୍ତ୍ତୃତ୍ୱକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରନ୍ତି ଯାହା ଅନ୍ଧକାର ଦ୍ୱାରା ବର୍ଣ୍ଣିତ (ମନ୍ଦ ପାଇଁ ଏକ ରୂପକ ) । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ବିଶେଷ୍ୟ ପ୍ରାଧିକରଣ ପାଇଁ “ନିୟମ” କିମ୍ବା “ନିୟନ୍ତ୍ରଣ” ପରି ଏକ କ୍ରିୟା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ଶାସନ କରୁଥିବା ମନ୍ଦଶକ୍ତି” (See: ଅଧିକାର/ଦଖଲ)
τῆς ἐξουσίας τοῦ σκότους
ଯଦି ଆପଣଙ୍କ ଭାଷା ଆଧିକାର ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସେହି ଧାରଣାକୁ ଅନ୍ୟ ଉପାୟରେ କ୍ରିୟା ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ଧକାର ବିଷୟ ଯାହା ଆମ୍ଭମାନଙ୍କୁ ନିୟନ୍ତ୍ରଣ କକଲା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
μετέστησεν
ଏଠାରେ, ପାଉଲ ଏକ ପରିବର୍ତ୍ତନ ବିଷୟରେ କହନ୍ତି ଯିଏ ବିଶ୍ଵାସୀମାନଙ୍କ ଉପରେ ଶାସନ କରନ୍ତି ଯେପରି ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ବଦଳରେ ଆମ୍ଭମାନଙ୍କୁ ଅଧିନ କରାଇଲା” (See: ଉପମା/ରୂପକ)
εἰς τὴν βασιλείαν τοῦ Υἱοῦ τῆς ἀγάπης αὐτοῦ
ପାଉଲ ସାଙ୍କେତିକ ଭାବରେ ସେହି ଲୋକମାନଙ୍କ ବିଷୟରେ କହନ୍ତି ଯେଉଁମାନେ ଈଶ୍ଵରଙ୍କ ପୁତ୍ରଙ୍କର ଅଟନ୍ତି ଯେପରି ସେମାନେ ଏକ ରାଜ୍ୟର ନାଗରିକ ଅଟନ୍ତି । ତାଙ୍କର ଅର୍ଥ ସେମାନେ ଏକ ସମ୍ପ୍ରଦାୟର ସଦସ୍ୟ, ଯେଉଁମାନେ ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କୁ ମାନନ୍ତି ଏବଂ ତାଙ୍କର ଅଟନ୍ତି । ଯଦି ଏହି ଅର୍ଥ ଆପଣଙ୍କର ଭାଷା ଅର୍ଥ ପ୍ରକାଶ କରେ, ତେବେ ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ବାକ୍ୟାଂଶ ବ୍ୟବହାର କରିପାରିବ । ବିକଳ୍ପିକ ଭାବରେ, ଆପଣ ପାଉଲଙ୍କ ଅର୍ଥକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ, “ଯାହାଫଳରେ ତାଙ୍କର ପ୍ରିୟ ପୁତ୍ର ଆମ୍ଭମାନଙ୍କ ଉପରେ ରାଜତ୍ୱ କରନ୍ତି” (See: ଉପମା/ରୂପକ)
τοῦ Υἱοῦ τῆς ἀγάπης αὐτοῦ
ଏଠାରେ ପୁତ୍ରଙ୍କୁ ତାଙ୍କର ପ୍ରିୟ ବୋଲି ବର୍ଣ୍ଣନା କରିବା ପାଇଁ ପାଉଲ ଧାରଣକାରୀ ଶବ୍ଦ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ତାହାଙ୍କ ପ୍ରିୟଙ୍କ ପଛରେ ଥିବା ଧାରଣାକୁ ଆପେକ୍ଷିକ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ପ୍ରେମ କରୁଥିବା ପୁତ୍ରର” (See: ଅଧିକାର/ଦଖଲ)
τοῦ Υἱοῦ τῆς ἀγάπης αὐτοῦ
ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହାକି ପିତା ଈଶ୍ଵରଙ୍କ ଏବଂ ଯୀଶୁଙ୍କ ସମ୍ପର୍କକୁ ବର୍ଣ୍ଣନା କରେ ଯିଏ ପୂର୍ବ ପଦରେ ଉଲ୍ଲେଖ କରାଯାଇଛନ୍ତି (୧:୧୨) । ବିକଳ୍ପ ଅନୁବାଦ: “ଯୀଶୁ, ପିତାଙ୍କର ପ୍ରିୟ ପୁତ୍ର” (See: ପୁତ୍ର ଏବଂ ପିତା ଶବ୍ଦକୁ ଅନୁବାଦ କରିବା ।)
Colossians 1:14
τὴν ἀπολύτρωσιν
କେତେକ ପରବର୍ତ୍ତୀ ପାଣ୍ଡୁଲିପିଗୁଡ଼ିକ ମୁକ୍ତି ପରେ “ତାଙ୍କ ରକ୍ତ ଦ୍ଵାରା ” ଯୋଗ କରେ । ସମ୍ଭବତଃ, “ତାଙ୍କ ରକ୍ତ ଦ୍ଵାରା ” ଆକସ୍ମିକ ଭାବରେ ଯୋଡା ଯାଇଥିଲା କାରଣ ଏହି ପଦଟି ଏଫିସୀୟ ୧:୭ ସହି ସମାନ ଅଟେ, ଯାହା “ତାଙ୍କ ରକ୍ତ ଦ୍ଵାରା” ଅନ୍ତର୍ଭୁକ୍ତ କରେ । ସମ୍ଭବତଃ, ଆପଣ ଆପଣଙ୍କ ଅନୁବାଦରେ “ତାଙ୍କ ରକ୍ତ ଦ୍ଵାରା” ଅନ୍ତର୍ଭୂକ୍ତ କରିବା ଉଚିତ ନୁହେଁ । (See: ପାଠ୍ୟ ପ୍ରକାରଗୁଡ଼ିକ)
ἔχομεν τὴν ἀπολύτρωσιν
ଏଠାରେ, ମୁକ୍ତି ଶବ୍ଦ ଏକ ଦେୟ କିମ୍ବା ମୁକ୍ତି କାର୍ଯ୍ୟକୁ ସୂଚାଏ ନାହିଁ । ଏହା ପରିବର୍ତ୍ତେ, ଏହା ମୁକ୍ତି କାର୍ଯ୍ୟର ଫଳାଫଳକୁ ସୂଚାଏ । ଯଦି ମୁକ୍ତି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଧାରଣାକୁ ପ୍ରକାଶ କରିବା ପାଇଁ “ସ୍ୱାଧୀନ” ପରି ଏକ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସ୍ୱାଧୀନତା ଅଛି” (See: ଲାକ୍ଷଣିକ ଶବ୍ଦ)
ἔχομεν τὴν ἀπολύτρωσιν, τὴν ἄφεσιν τῶν ἁμαρτιῶν
ଯଦି ଆପଣଙ୍କ ଭାଷା ମୁକ୍ତି ଏବଂ କ୍ଷମା ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ କ୍ରିୟାଗୁଡ଼ିକୁ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି; ସେ ଆମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦେଇଛନ୍ତି ”(See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὴν ἄφεσιν τῶν ἁμαρτιῶν
ଏଠାରେ, ପାଉଲ କ୍ଷମା ପ୍ରାର୍ଥନା ପାପ ସମ୍ବନ୍ଧୀୟ ବୋଲି ସୂଚାଇବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ କ୍ଷମା ପାଇଁ ଏକ କ୍ରିୟା ବ୍ୟବହାର କରି ପାପଗୁଡ଼ିକୁ ଶବ୍ଦର ଅର୍ଥ ସଂପନ୍ନ କରିପାରିବେ । ବିକଳ୍ପ ଅନୁବାଦ: “ତାହା, ଈଶ୍ଵର ଆମ୍ଭମାନଙ୍କ ପାପ ପାଇଁ ଆମ୍ଭମାନଙ୍କୁ କ୍ଷମା କରି ଦେଇଛନ୍ତି ”(See: ଅଧିକାର/ଦଖଲ)
Colossians 1:15
ὅς ἐστιν εἰκὼν τοῦ Θεοῦ τοῦ ἀοράτου
ଏଠାରେ, ପ୍ରତିମୂର୍ତ୍ତି ଅର୍ଥ ଏହା ନୁହେଁ ଯେ କୌଣସି ବିଷୟ ଫଟୋ କିମ୍ବା ପ୍ରତିଫଳନ ପରି ଦୃଶ୍ୟମାନ। ଏହା ପରିବର୍ତ୍ତେ, ପ୍ରତିମୂର୍ତ୍ତି ଦର୍ଶାଏ ଯେ ପୁତ୍ର କିପରି ପିତାଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଅର୍ଥ ଅସ୍ପଷ୍ଟ ହେବ, ତେବେ ଆପଣ ପ୍ରତିମୂର୍ତ୍ତିକୁ ଏକ ଅଭିବ୍ୟକ୍ତି ସହ ବଦଳାଇ ପାରିବେ ଯାହା ପୁତ୍ର କିପରି ପିତାଙ୍କୁ ପ୍ରକାଶ କରେ ବୁଝାଏ । ବିକଳ୍ପ ଅନୁବାଦ: “ପୁତ୍ର ଠିକ ସେହିପରି ପ୍ରକାଶ କରନ୍ତି ଯେପରି ପିତା ଈଶ୍ଵର , ଯାହାକୁ କେହି ଦେଖିପାରନ୍ତି ନାହିଁ,” (See: ଉପମା/ରୂପକ)
τοῦ Θεοῦ τοῦ ἀοράτου
ଅଦୃଶ୍ୟ ଶବ୍ଦର ଅର୍ଥ ଏହା ନୁହେଁ ଯେ ପିତା ଈଶ୍ବର ଲୋକମାନଙ୍କୁ ଦେଖିପାରନ୍ତି କିନ୍ତୁ ନିଜକୁ ଲୁଚାନ୍ତି । ଏହା ପରିବର୍ତ୍ତେ, ଏହାର ଅର୍ଥ ମନୁଷ୍ୟର ଦୃଶ୍ୟ ପିତା ଈଶ୍ୱରଙ୍କୁ ବୁଝିବାରେ ଅସମର୍ଥ, କାରଣ ସେ ସୃଷ୍ଟି ଜଗତର ଅଂଶ ନୁହଁନ୍ତି । ଯଦି ଆପଣଙ୍କ ଭାଷାରେ ଅଦୃଶ୍ୟ ବୁଝାପଡେ, ତେବେ ଧାରଣାକୁ ସ୍ପଷ୍ଟ କରିବାକୁ ଆପଣ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ, ଯାହାଙ୍କୁ ମନୁଷ୍ୟ ଦେଖିବାକୁ ଅସମର୍ଥ ଅଟେ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
πρωτότοκος πάσης κτίσεως
ପ୍ରଥମଜାତ ଶବ୍ଦ ଯୀଶୁଙ୍କ ଜନ୍ମ ସମୟକୁ ସୂଚାଏ ନାହିଁ । ଏହା ପରିବର୍ତ୍ତେ, ଏହା ପିତା ଈଶ୍ବରଙ୍କ ଅନନ୍ତ ପୁତ୍ର ଭାବରେ ତାଙ୍କ ସ୍ଥିତିକୁ ସୂଚାଏ । ଏହି ଅର୍ଥରେ, ପ୍ରଥମଜାତ ହେଉଛି ଏକ ରୂପକ ଯାହାର ଅର୍ଥ ଈଶ୍ଵର କୌଣସି ବିଷୟକୁ ସୃଷ୍ଟି କରିବା ପୂର୍ବରୁ ସେ ଈଶ୍ଵର ଭାବରେ ବିଦ୍ୟମାନ ଥିଲେ ଏବଂ ସେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆପଣଙ୍କ ଅନୁବାଦରେ ଆପଣ ଏହି ଦୁଇଟି ଧାରଣା ଉପରେ ଗୁରୁତ୍ୱ ଦେଇପାରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପୁତ୍ର, ସମସ୍ତ ସୃଷ୍ଟି ଉପରେ ସବୁଠାରୁ ମହାନ ଅଟନ୍ତି” କିମ୍ବା “ଈଶ୍ଵରଙ୍କ ପୁତ୍ର, ଯିଏ ସମସ୍ତ ସୃଷ୍ଟି ପୂର୍ବରୁ ଈଶ୍ଵର ଭାବରେ ବିଦ୍ୟମାନ ଥିଲେ” (See: ଉପମା/ରୂପକ)
πάσης κτίσεως
ଯଦି ଆପଣଙ୍କ ଭାଷା ସୃଷ୍ଟି ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ସୃଷ୍ଟି” ପରି କ୍ରିୟା ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସୃଷ୍ଟି କରିଥିବା ବିଷୟ ମଧ୍ୟରୁ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 1:16
ὅτι ἐν αὐτῷ ἐκτίσθη τὰ πάντα
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ ସକ୍ରିୟ ରୂପରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତାଙ୍କଠାରେ ଈଶ୍ଵର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν αὐτῷ ἐκτίσθη τὰ πάντα
ପାଉଲ ଏଠାରେ ଈଶ୍ଵର ପୁତ୍ରଙ୍କ ମଧ୍ୟରେରେ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି ବୋଲି କହନ୍ତି । ଏହା ଏକ ରୂପକ ଅଟେ ଯାହା ଈଶ୍ଵର ଯେବେ ସମସ୍ତ ବିଷୟ ସୃଷ୍ଟି କଲେ ସେତେବେଳେ ପୁତ୍ରର ସମ୍ପୃକ୍ତିକୁ ବର୍ଣ୍ଣନା କରେ, ଯାହାକୁ ଆପଣ ଉଭୟ ପୁତ୍ର ଏବଂ ପିତାଙ୍କୁ ସୃଷ୍ଟିର ବିଷୟ ବୋଲି ଉଲ୍ଲେଖ କରି ସ୍ପଷ୍ଟ କରିପାରିବେ । ଯଦି ଆପଣଙ୍କ ଭାଷା ବିଭିନ୍ନ ପ୍ରକାରର ପ୍ରତିନିଧିକୁ ସ୍ପଷ୍ଟ ଭାବରେ ସୂଚିତ କରିପାରିବ, ଆପଣ ଈଶ୍ଵର ପିତାଙ୍କୁ ପ୍ରାଥମିକ ପ୍ରତିନିଧି ଏବଂ ଈଶ୍ଵର ପୁତ୍ରଙ୍କୁ ଦଳୀୟ ପ୍ରତିନିଧି ଭାବରେ ଚିହ୍ନଟ କରିପାରିବେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ପୁତ୍ରଙ୍କ କାର୍ଯ୍ୟ ଦ୍ୱାରା ସମସ୍ତ ବିଷୟ ସୃଷ୍ଟି କରିଛନ୍ତି” (See: ଉପମା/ରୂପକ)
ἐν τοῖς οὐρανοῖς καὶ ἐπὶ τῆς γῆς
ଆକାଶ ଏବଂ ପୃଥିବୀ, କେବଳ ସେଗୁଡ଼ିକୁ ନୁହେଁ ବରଂ ଈଶ୍ଵର ଏବଂ ତାଙ୍କ ପୁତ୍ର ଯାହା ସୃଷ୍ଟି କରିଛନ୍ତି ସେଥିରେ ଅନ୍ୟ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରିବାର ଏକ ଉପାୟ ଭାବରେ ପାଉଲ ଦୁଇଟି ବିପରୀତ ବିଷୟକୁ ସୂଚିତ କରିଛନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବ୍ରହ୍ମାଣ୍ଡର ପ୍ରତ୍ୟେକ ଭାଗରେ” (See: https://git.door43.org/Door43-Catalog/or_ta/src/branch/master/translate/figs-merism/01.md)
τὰ ὁρατὰ καὶ τὰ ἀόρατα
ଈଶ୍ଵର ଏବଂ ତାଙ୍କ ପୁତ୍ର ସୃଷ୍ଟି କରିଥିବା ସମସ୍ତ ବିଷୟକୁ ସୂଚାଇବା ପାଇଁ ପାଉଲ ଦୁଇଟି ବିପରୀତ ବିଷୟ, ଦୃଶ୍ୟମାନ ଏବଂ ଅଦୃଶ୍ୟ ବିଷୟକୁ ସୂଚାନ୍ତି । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଚିତ୍ର ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷାବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: “ଲୋକମାନେ ଏହାକୁ ଦେଖିପାରିବେ କି ନାହିଁ” (See: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)
εἴτε θρόνοι, εἴτε κυριότητες, εἴτε ἀρχαὶ, εἴτε ἐξουσίαι
ସିଂହାସନ, ପ୍ରଭୁତ୍ୱ, ଆଧିପତ୍ୟ, କର୍ତ୍ତାପଣ ଏଠାରେ ବିଭିନ୍ନ ପ୍ରକାରର ଦୂତ କିମ୍ବା ଅନ୍ୟାନ୍ୟ ଆତ୍ମିକ ଜୀବକୁ ସୂଚାଏ ଯାହା ଉତ୍ତମ କିମ୍ବା ମନ୍ଦ ବୋଲି ନିର୍ଦ୍ଦିଷ୍ଟ କରାଯାଇ ନାହିଁ । ସେଗୁଡ଼ିକ ଅଦୃଶ୍ୟ ବିଷୟର ଉଦାହରଣଗୁଡ଼ିକ ଅଟେ । ହୁଏତ ଭଣ୍ଡ ଶିକ୍ଷକମାନେ ଶିକ୍ଷା ଦେଉଥିଲେ ଯେ ଏହି ପ୍ରାଣୀମାନଙ୍କୁ ପୂଜା କରାଯିବା ଉଚିତ । କିନ୍ତୁ ପାଉଲ ଏଠାରେ ଗୁରୁତ୍ଵ ଦେଉଛନ୍ତି ଯେ ପିତା ଈଶ୍ଵର ଏହି ସମସ୍ତ ଆତ୍ମିକ ପ୍ରାଣୀମାନଙ୍କୁ ତାଙ୍କ ପୁତ୍ରଙ୍କ ଦ୍ଵାରା ସୃଷ୍ଟି କରିଛନ୍ତି, ତେଣୁ ପୁତ୍ର ଏମାନଙ୍କଠାରୁ ବହୁତ ମହାନ ଅଟନ୍ତି । ଯଦି ଏହି ଚାରୋଟି ଶବ୍ଦକୁ ଆପଣଙ୍କ ଭାଷାରେ ଉଚିତ ଅର୍ଥ ପ୍ରକାଶ କରେ ନାହିଁ, ତେବେ ଆପଣ (୧) ଏଗୁଡ଼ିକ ଆତ୍ମିକ ପ୍ରାଣୀ ବୋଲି ଦର୍ଶାଇ ଏବଂ ଏହି ନାମଗୁଡ଼ିକ ମଧ୍ୟରୁ ଯେତେ ନାମ ଉପଲବ୍ଧ ଅଛି ସେଗୁଡ଼ିକୁ ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ସମସ୍ତ ଆତ୍ମିକ ଜୀବକୁ ଅନ୍ତର୍ଭୁକ୍ତ କରି, ଯାହାକୁ ସିଂହାସନ କିମ୍ବା ଆଧିପତ୍ୟ ବା ପ୍ରଭୁତ୍ଵ କିମ୍ବା କର୍ତ୍ତାପଣ କୁହାଯାଇପାରେ” (୨) ଆପଣଙ୍କ ସଂସ୍କୃତିର ନାମ ବ୍ୟବହାର କରନ୍ତୁ ଯାହା ବିଭିନ୍ନ ଶ୍ରେଣୀର ଦୂତ କିମ୍ବା ଆତ୍ମିକ ଜୀବକୁ ବୁଝାଏ । ବିକଳ୍ପ ଅନୁବାଦ: “ସ୍ୱର୍ଗଦୂତ ହେଉ କି ପ୍ରଧାନ ଦୂତ ହେଉ କିମ୍ବା ଆତ୍ମିକ ଶାସନ” (୩) ନିର୍ଦ୍ଦିଷ୍ଟ ନାମ ବ୍ୟବହାର ନକରି ସଂକ୍ଷିପ୍ତ କରନ୍ତୁ । ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାରର ଶକ୍ତିଶାଳୀ ଆତ୍ମିକ ଜୀବକୁ ଅନ୍ତର୍ଭୁକ୍ତ କରି” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τὰ πάντα δι’ αὐτοῦ καὶ εἰς αὐτὸν ἔκτισται
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ ସକ୍ରିୟ ରୂପରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ଦ୍ଵାରା ଏବଂ ତାଙ୍କ ପାଇଁ ଈଶ୍ଵର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
δι’ αὐτοῦ…ἔκτισται
ତାହାଙ୍କ ଦ୍ଵାରା ବାକ୍ୟାଂଶ ପିତାଙ୍କ ସହ ଜଗତ ସୃଷ୍ଟି କରିବାରେ ଈଶ୍ଵରଙ୍କ ପୁତ୍ରର ସମ୍ପୃକ୍ତିକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ପୁତ୍ରଙ୍କ ଦ୍ୱାରା ସୃଷ୍ଟି କରିଛନ୍ତି”
καὶ εἰς αὐτὸν
ଏଠାରେ, ତାହାଙ୍କ ପାଇଁ ପୁତ୍ରକୁ ସମସ୍ତ ସୃଷ୍ଟିର ଉଦ୍ଦେଶ୍ୟ ବା ଲକ୍ଷ୍ୟ ବୋଲି ଦର୍ଶାଏ । ଯଦି ତାଙ୍କ ପାଇଁ ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ସୃଷ୍ଟିର ଉଦ୍ଦେଶ୍ୟ ପୁତ୍ରଙ୍କୁ ସମ୍ମାନ ଓ ଗୌରବ ଦେବା ଅଟେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କୁ ଗୌରବ ଦେବା ପାଇଁ ସମସ୍ତ ବିଷୟ ବିଦ୍ୟମାନ ଅଛି” (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
Colossians 1:17
αὐτός ἐστιν πρὸ πάντων
ପୂର୍ବରୁ ଅନୁବାଦ ହୋଇଥିବା ଶବ୍ଦ ଅବସ୍ଥାନକୁ ନୁହେଁ ସମୟକୁ ବୁଝାଏ । ଏହାର ଅର୍ଥ ଯେବେ ଈଶ୍ଵର ସମସ୍ତ ବିଷୟ ସୃଷ୍ଟି କଲେ ପୁତ୍ର ସୃଷ୍ଟି ହୋଇନଥିଲେ ବରଂ କୌଣସି ବିଷୟ ସୃଷ୍ଟି ହେବା ପୂର୍ବରୁ ଈଶ୍ଵର ଭାବରେ ବିଦ୍ୟମାନ ଥିଲେ । ଯଦି ପୂର୍ବର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ପୂର୍ବ ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର କୌଣସି ବିଷୟ ସୃଷ୍ଟି କରିବା ପୂର୍ବରୁ, ପୁତ୍ର ଈଶ୍ଵର ଭାବରେ ବିଦ୍ୟମାନ ଥିଲେ” (See: ସଂଯୋଗ - କ୍ରମିକ ସମୟ ସମ୍ପର୍କ)
τὰ πάντα ἐν αὐτῷ συνέστηκεν
ପାଉଲ ଏଠାରେ କହୁଛନ୍ତି ଯେପରି ସମସ୍ତ ସୃଷ୍ଟି ବିଷୟ ଏକାଠି ଏକତ୍ର କାରଣ ସେଗୁଡ଼ିକ ପୁତ୍ରଙ୍କ ମଧ୍ୟରେ ଅଛନ୍ତି । ଏହିପରି କହିବା ଦ୍ୱାରା, ପାଉଲ ପ୍ରକାଶ କରନ୍ତି ଯେ ଈଶ୍ଵର ଯାହା ସୃଷ୍ଟି କରିଛନ୍ତି, ତାହା ବିଦ୍ୟମାନ ଅଛି କାରଣ ପୁତ୍ର ପ୍ରତ୍ୟେକ ବିଷୟକୁ ସଂରକ୍ଷଣ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରନ୍ତି । ଯଦି ଏହି ଭାଷାର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ସମସ୍ତ ବିଷୟ ନିୟନ୍ତ୍ରଣ କରନ୍ତି ଯାହା ଦ୍ଵାରା ଏହା ଉଚିତ ଭାବରେ କାର୍ଯ୍ୟ କରିବ” କିମ୍ବା “ସେ ହିଁ ପ୍ରତ୍ୟେକ ବିଷୟର ଉଚିତ ସ୍ଥାନକୁ ନିଶ୍ଚିତ କରନ୍ତି” (See: ଉପମା/ରୂପକ)
Colossians 1:18
αὐτός ἐστιν ἡ κεφαλὴ τοῦ σώματος, τῆς ἐκκλησίας
ପାଉଲ ମଣ୍ଡଳୀ ଉପରେ ଯୀଶୁଙ୍କ ସ୍ଥିତି ବିଷୟରେ କହନ୍ତି ଯେପରି ସେ ମାନବ ଶରୀର ଉପରେ ମସ୍ତକ ଅଟନ୍ତି । ଯେହେତୁ ମସ୍ତକକୁ ଶରୀରକୁ ଶାସନ କରେ ଏବଂ ନିର୍ଦ୍ଦେଶ କରେ, ସେହିପରି ଯୀଶୁ ମଣ୍ଡଳୀକୁ ଶାସନ କରନ୍ତି ଏବଂ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟର ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବ କିମ୍ବା ଧାରଣାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ମଣ୍ଡଳୀକୁ ଶାସନ କରନ୍ତି ଏବଂ ନିର୍ଦ୍ଦେଶନା ପ୍ରଦାନ କରନ୍ତି” (See: ଉପମା/ରୂପକ)
ἡ ἀρχή
ଆରମ୍ଭ ବୋଲି ଅନୁବାଦ ହୋଇଥିବା ଶବ୍ଦଟି (୧) ମଣ୍ଡଳୀର କିଛି ଉତ୍ପତ୍ତି ବିଷୟରେ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ମଣ୍ଡଳୀର ଉତ୍ପତ୍ତି” କିମ୍ବା “ଯିଏ ମଣ୍ଡଳୀ ଆରମ୍ଭ କରିଥିଲେ” (୨) ଶକ୍ତି କିମ୍ବା ପ୍ରାଧିକରଣର ଏକ ପଦବୀକୁ ବୁଝାଏ । ବିକଳ୍ପ ଅନୁବାଦ: “ଶାସକ” କିମ୍ବା “କର୍ତ୍ତାପଣ”
πρωτότοκος ἐκ τῶν νεκρῶν
ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କ ପୁନରୁତ୍ଥାନକୁ ପାଉଲ ବର୍ଣ୍ଣନା କରନ୍ତି ଯେପରି କେହି ତାଙ୍କୁ ପ୍ରଥମ ସନ୍ତାନ ଭାବରେ ଜନ୍ମ ଦେଇଛନ୍ତି । ଏହି ଅର୍ଥ ଆମ୍ଭମାନଙ୍କୁ ଦେଖିବାରେ ସାହାଯ୍ୟ କରେ ଯେ ଏହି ନୂତନ ଜୀବନ ତାଙ୍କ ପୁରୁଣା ଜୀବନ ପରି ନଥିଲା, କାରଣ ସେ ଆଉ ମରି ପାରିବେ ନାହିଁ । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନୂତନ ଜୀବନକୁ ଫେରିବା ପାଇଁ ପ୍ରଥମ” କିମ୍ବା “ମୃତ୍ୟୁରୁ ସ୍ଥାୟୀ ଭାବରେ ପୁନରୁତ୍ଥିତ ପ୍ରଥମ ବ୍ୟକ୍ତି” (See: ଉପମା/ରୂପକ)
τῶν νεκρῶν
ଲୋକଙ୍କ ଗୋଷ୍ଠୀକୁ ବର୍ଣ୍ଣନା କରିବା ପାଇଁ ପାଉଲ ବିଶେଷଣ ଭାବରେ ମୃତ ବିଶେଷଣକୁ ବ୍ୟବହାର କରୁଛନ୍ତି । ଆପଣଙ୍କ ଭାଷା ସମାନ ଭାବରେ ବିଶେଷଣ ବ୍ୟବହାର କରିପାରିବ । ଯଦି ନୁହେଁ, ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୃତ ଲୋକ” (See: ବିଶେଷ୍ୟପରି ବିଶେଷଣ)
ἵνα γένηται ἐν πᾶσιν αὐτὸς πρωτεύων
ଏହି ବାକ୍ୟାଂଶ ସହ, ପାଉଲ (୧) ଯୀଶୁଙ୍କ ମଣ୍ଡଳୀ ଆରମ୍ଭ କରିବା ଏବଂ ମୃତ୍ୟୁରୁ ପୁନରୁତ୍ଥାନର ଫଳାଫଳ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଫଳାଫଳ ସହ ସେ ସମସ୍ତ ବିଷୟ ମଧ୍ୟରେ ପ୍ରଥମ” (୨) ଯୀଶୁଙ୍କ ମଣ୍ଡଳୀ ଆରମ୍ଭ କରିବା ଏବଂ ମୃତ୍ୟୁରୁ ପୁନରୁତ୍ଥାନର ଉଦ୍ଦେଶ୍ୟ । ବିକଳ୍ପ ଅନୁବାଦ: “ଯେପରି ସେ ସମସ୍ତ ବିଷୟ ମଧ୍ୟରେ ପ୍ରଥମ ହୋଇପାରନ୍ତି” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
γένηται ἐν πᾶσιν αὐτὸς πρωτεύων
ପାଉଲ ଏଠାରେ ଯୀଶୁଙ୍କୁ ବର୍ଣ୍ଣନା କରନ୍ତି ଯେପରି ସେ ପ୍ରଥମେ କିଛି କରିବେ କିମ୍ବା କିଛି ହେବେ । ଏହା ସମୟ କିମ୍ବା କ୍ରମକୁ ନୁହେଁ ବରଂ ଗୁରୁତ୍ୱକୁ ସୂଚାଏ । ଯଦି ଆପଣଙ୍କ ଭାଷାରେ ପ୍ରଥମେ ଏହାର ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ସହ କିମ୍ବା ଏକ ସାଙ୍କେତିକ ଉପାୟରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ସ୍ଵୟଂ ସମସ୍ତ ସୃଷ୍ଟିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହୋଇପାରନ୍ତି” କିମ୍ବା “ସେ ସ୍ଵୟଂ ସମସ୍ତ ବିଷୟ ଠାରୁ ମହାନ ହୋଇପାରନ୍ତି” (See: ଉପମା/ରୂପକ)
Colossians 1:19
ὅτι
ପାଇଁ ଅନୁବାଦିତ ଶବ୍ଦ ପୂର୍ବ ବିବୃତ୍ତି ପାଇଁ ଏକ କାରଣ ପ୍ରଦାନ କରେ । ଯଦି ପାଇଁ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଟି କେଉଁ ବକ୍ତବ୍ୟର କାରଣ ଦର୍ଶାଏ ତାହା ସ୍ପଷ୍ଟ କରିପାରିବେ । ଏହି ବକ୍ତବ୍ୟଗୁଡ଼ିକ (୧) ପୂର୍ବ ପଦରେ ଥିବା ସମସ୍ତ ବିଷୟ ହୋଇପାରେ, ଯେପରିକି ମଣ୍ଡଳୀର ପୁତ୍ରର ଅଧିକାର, ମଣ୍ଡଳୀର ପ୍ରତିଷ୍ଠା, ପୁନରୁତ୍ଥାନ ଏବଂ ତାଙ୍କର ସ୍ଥିତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିକଳ୍ପ ଅନୁବାଦ: “ସେ ଏହି ସମସ୍ତ ବିଷୟ ଅଟନ୍ତି” (୨) କାହିଁକି ପୁତ୍ର ସମସ୍ତ ବିଷୟ ମଧ୍ୟରେ ପ୍ରଥମ ଅଟନ୍ତି । ବିକଳ୍ପ ଅନୁବାଦ: “ସେ ସମସ୍ତ ବିଷୟ ମଧ୍ୟରେ ପ୍ରଥମ କାରଣ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
ἐν αὐτῷ εὐδόκησεν πᾶν τὸ πλήρωμα κατοικῆσαι
ସନ୍ତୋଷ ହେଲା ଅନୁବାଦିତ କ୍ରିୟା ଏକ ବ୍ୟକ୍ତିଗତ ବିଷୟକୁ ବୁଝାଏ , ଯାହା ପିତା ଈଶ୍ଵର ହେବା ଆବଶ୍ୟକ । ସମସ୍ତ ପୂର୍ଣ୍ଣତା ବାକ୍ୟାଂଶ ବ୍ୟବହାର କରି, ପାଉଲ ଅର୍ଥପ୍ରକାଶକ ପଦର ବିଲୋପ କିମ୍ବା ଲକ୍ଷଣାତ୍ମକ ଶବ୍ଦର ବ୍ୟବହାର ଦ୍ଵାରା ପିତା ଈଶ୍ଵରଙ୍କ ବିଷୟରେ ସମସ୍ତ ବିଷୟ ବିଷୟରେ ସାଙ୍କେତିକ ଭାବରେ କହନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ କରି ପାରିବେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ତାଙ୍କର ସମସ୍ତ ପୂର୍ଣ୍ଣତା ପୁତ୍ରଙ୍କଠାରେ ରଖିବାକୁ ସନ୍ତୁଷ୍ଟ ହେଲେ” କିମ୍ବା “ପିତାଙ୍କ ସମସ୍ତ ପୂର୍ଣ୍ଣତା ପୁତ୍ରଙ୍କଠାରେ ପ୍ରକାଶ କରିବାକୁ ସନ୍ତୁଷ୍ଟ ହେଲେ” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἐν αὐτῷ εὐδόκησεν πᾶν τὸ πλήρωμα κατοικῆσαι
ଏଠାରେ, ପାଉଲ ପୁତ୍ରର ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେପରି ସେ ଏକ ଘର ଅଟନ୍ତି ଯେଉଁଠାରେ ଈଶ୍ଵରଙ୍କ ପୂର୍ଣ୍ଣତା ବାସ କରିପାରେ । ଏହାର ଅର୍ଥ ଏହା ନୁହେଁ ଯେ ଈଶ୍ଵର ପୁତ୍ର ମଧ୍ୟରେ ରୁହନ୍ତି କିମ୍ବା ପୁତ୍ର ଈଶ୍ଵରଙ୍କ ଅଂଶ ଅଟନ୍ତି । ଏହାର ଅର୍ଥ ପୁତ୍ରଙ୍କର ଈଶ୍ୱରଙ୍କ ସମସ୍ତ ଈଶ୍ୱରୀୟତା ଅଛି । ଏହାର ଅର୍ଥ ପିତା ଯେପରି ସମ୍ପୂର୍ଣ୍ଣ ଈଶ୍ଵର ଅଟନ୍ତି ସେହିପରି ପୁତ୍ର ମଧ୍ୟ ସମ୍ପୂର୍ଣ୍ଣ ଈଶ୍ଵର ଅଟନ୍ତି । ଯଦି ଆପଣଙ୍କ ଭାଷାରେ ରୂପକ ଅସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପୁତ୍ର ପ୍ରତ୍ୟେକ କ୍ଷେତ୍ରରେ ଈଶ୍ଵର ଅଟନ୍ତି” (See: ଉପମା/ରୂପକ)
πᾶν τὸ πλήρωμα
ପ୍ରସଙ୍ଗରେ, ପୂର୍ଣ୍ଣତା ଈଶ୍ୱରଙ୍କ ପୂର୍ଣ୍ଣତା, କିମ୍ବା ଈଶ୍ଵରଙ୍କୁ ବର୍ଣ୍ଣିତ କରୁଥିବା ପ୍ରତ୍ୟେକ ବିଷୟକୁ ବୁଝାଏ । ଯଦି ଆପଣଙ୍କ ପାଠକମାନେ ପୂର୍ଣ୍ଣତାକୁ ବୁଝି ନ ପାରନ୍ତି , ତେବେ ଏହି ଶବ୍ଦ ଈଶ୍ଵରଙ୍କ ପୂର୍ଣ୍ଣତାକୁ ସୂଚାଏ ବୋଲି ଆପଣ ଏହା ସ୍ପଷ୍ଟ କରି ପାରିବ। ବିକଳ୍ପ ଅନୁବାଦ: “ପୂର୍ଣ୍ଣ ଦିବ୍ୟତା” (See: ଲାକ୍ଷଣିକ ଶବ୍ଦ)
Colossians 1:20
ἀποκαταλλάξαι
ଏହି ପଦଟି ପୂର୍ବ ପଦରୁ ବାକ୍ୟକୁ ଜାରି ରଖେ, ତେଣୁ ଶାନ୍ତି ସ୍ଥାପନ କରିବା ପାଇଁ ସେଠାରୁ ସେହି କ୍ରିୟାକୁ “ସନ୍ତୁଷ୍ଟ” କରିବା ସହ ଏହାର ଅନ୍ତର୍ନିହିତ ବିଷୟ ଈଶ୍ଵର ପିତା ଅଟନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ସେହି ବିଷୟ ଏବଂ କ୍ରିୟାକୁ ଏଠାରେ ପୁନରାବୃତ୍ତି କରିପାରିବେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ଶାନ୍ତି ସ୍ଥାପନ କରିବାକୁ ସନ୍ତୁଷ୍ଟ ହେଲେ”
τὰ πάντα
ଏଠାରେ, ସମସ୍ତ ବିଷୟ ଯାହା ଈଶ୍ଵର ସୃଷ୍ଟି କରିଛନ୍ତି, ଲୋକଙ୍କ ସମେତ ସମସ୍ତ ବିଷୟକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ସମସ୍ତ ବିଷୟ ଭୁଲ୍ ବୁଝାପଡେ, ଆପଣ ଅଧିକ ନିର୍ଦ୍ଦିଷ୍ଟ ହୋଇପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଏବଂ ସମସ୍ତ ଲୋକ”
εἰρηνοποιήσας
ଯଦି ଆପଣଙ୍କ ଭାଷା ଶାନ୍ତି ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଷୟଗୁଡ଼ିକୁ ସଠିକ କରି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τοῦ αἵματος τοῦ σταυροῦ αὐτοῦ
ପାଉଲ ତାଙ୍କ କ୍ରୁଶ ଦ୍ୱାରା ବର୍ଣ୍ଣିତ ରକ୍ତକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି, ଯେଉଁଠାରେ ରକ୍ତ ଡାଳାଯାଇଥିଲା । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନକୁ ବ୍ୟବହାର କରେ ନାହିଁ, ତେବେ ଆପଣ ଦୁଇଟି ଶବ୍ଦ ମଧ୍ୟରେ ସମ୍ପର୍କକୁ ଏକ ଛୋଟ ବାକ୍ୟାଂଶ ସହ “ବଳିଦାନ” ପରି ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ କ୍ରୁଶରେ ରକ୍ତ ବଳିଦାନ ।” (See: ଅଧିକାର/ଦଖଲ)
τοῦ αἵματος τοῦ σταυροῦ αὐτοῦ
ଏଠାରେ, କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ପାଇଁ ରକ୍ତ ବୁଝାଏ । ଯଦି ଆପଣଙ୍କ ଭାଷାରେ ରକ୍ତର ଅର୍ଥ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ତୁଳନାତ୍ମକ ଶବ୍ଦ ବ୍ୟବହାର କରିପାରିବେ ଯାହା ମୃତ୍ୟୁକୁ ବୁଝାଏ କିମ୍ବା କଳ୍ପନାକୁ ଅଣ-ସାଂସ୍କୃତିକ ଭାଷାରେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “କ୍ରୁଶରେ ତାଙ୍କର ମୃତ୍ୟୁ” (See: ଲାକ୍ଷଣିକ ଶବ୍ଦ)
τὰ πάντα εἰς αὐτόν…εἴτε τὰ ἐπὶ τῆς γῆς, εἴτε τὰ ἐν τοῖς οὐρανοῖς
ଏହି ପଦର ଶେଷ ଭାଗ (ପୃଥିବୀର ବିଷୟ ହେଉ କିମ୍ବା ସ୍ୱର୍ଗରେ ଥିବା ବିଷୟଗୁଡ଼ିକ ହେଉ) ପଦର ଆରମ୍ଭରୁ ସମସ୍ତ ବିଷୟ ବର୍ଣ୍ଣନା କରେ । ଯଦି ଆପଣଙ୍କ ଭାଷା ବର୍ଣ୍ଣନା କରୁଥିବା ବିଷୟରୁ ଏକ ବର୍ଣ୍ଣନାକୁ ପୃଥକ କରେ ନାହିଁ, ଆପଣ ବର୍ଣ୍ଣନାକୁ ସମସ୍ତ ବିଷୟ ସହ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟ ଆପଣା ପାଇଁ” (ଦେଖନ୍ତୁ: https://git.door43.org/Door43-Catalog/ en _ta/src/branch/master/translate/figs-infostructure/01.md)
εἴτε τὰ ἐπὶ τῆς γῆς, εἴτε τὰ ἐν τοῖς οὐρανοῖς
ପାଉଲ ପୃଥିବୀରେ ଥିବା ବିଷୟଗୁଡ଼ିକ ଏବଂ ଆକାଶରେ ଥିବା ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ ତାହା ମଧ୍ୟରେ ଥିବା ସମସ୍ତ ବିଷୟକୁ, ଅର୍ଥାତ୍ ସମସ୍ତ ସୃଷ୍ଟିରେ ଥିବା ବିଷୟଗୁଡ଼ିକୁ ସୂଚାନ୍ତି । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମଗ୍ର ସୃଷ୍ଟିରେ ସମସ୍ତ ବିଷୟ ” (See: ଏହା ଏକ ଅଳଙ୍କାରିକ ଶବ୍ଦ, ପରମ୍ପରାଗତ ବାକ୍ୟାଂଶକୁ ଗୋଟିଏ ଶବ୍ଦରେ କହିବା)
Colossians 1:21
ποτε
ଏକ ସମୟରେ ବାକ୍ୟାଂଶ ଏକ ନିର୍ଦ୍ଦିଷ୍ଟ ଉଦାହରଣକୁ ସୂଚାଏ ନାହିଁ ଯେବେ କଲସୀୟମାନେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ହୋଇଥିଲେ । ଏହା ପରିବର୍ତ୍ତେ, ସେମାନେ ଯୀଶୁଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଏହା ସର୍ବଦାକୁ ସୂଚାଏ । ଯଦି ଏକ ସମୟରେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ପାଉଲ କେଉଁ ସମୟ ବିଷୟରେ କହୁଛନ୍ତି ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିଶ୍ୱାସ କରିବା ପୂର୍ବରୁ” (ଦେଖନ୍ତୁ: https://git.door43.org/Door43-Catalog/ en _ta/src/branch/master/translate//01.md grammar-connect-time-sequential)
ὄντας ἀπηλλοτριωμένους
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କର୍ତ୍ତୁବାଚ୍ୟରେ କଲସୀୟମାନଙ୍କ ଅବସ୍ଥାକୁ ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ସମ୍ପର୍କ ଚାହୁଁନଥିଲି” କିମ୍ବା “ଏପରି ଲୋକ ଥିଲେ ଯେଉଁମାନେ ଈଶ୍ଵରଙ୍କ ନିକଟରେ ରହିବାକୁ ଚାହୁଁନଥିଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἀπηλλοτριωμένους, καὶ ἐχθροὺς
କଲସୀୟମାନେ କାହାଠାରୁ ବିଚ୍ଛିନ୍ନ ଥିଲେ ଏବଂ କାହା ସହ ଶତ୍ରୁ ଥିଲେ ତାହା ସେମାନେ ଜାଣିବେ ବୋଲି ପାଉଲ ଅନୁମାନ କରିଛନ୍ତି: ଈଶ୍ଵର । ଯଦି ଆପଣଙ୍କ ଭାଷା ଏହି ସୂଚିତ ସୂଚନା ଅନ୍ତର୍ଭୂକ୍ତ କରେ, ଆପଣ ଏହି ବାକ୍ୟରେ “ଈଶ୍ଵର” ଅନ୍ତର୍ଭୂକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଏବଂ ତାଙ୍କର ଶତ୍ରୁ ଥିଲେ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
τῇ διανοίᾳ ἐν τοῖς ἔργοις τοῖς πονηροῖς,
ଯଦି ଆପଣଙ୍କ ଭାଷା ଚିନ୍ତା ଏବଂ କାର୍ଯ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ଆପେକ୍ଷିକ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଭାବିଥିଲ, ତୁମ୍ଭେମାନେ ଯାହା କରିଥିଲ ତାହା ମନ୍ଦ ଥିଲା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 1:22
νυνὶ δὲ
ପାଉଲ ଏହି ପତ୍ରକୁ ଲେଖିବା କ୍ଷଣି କିମ୍ବା କଲସୀୟମାନଙ୍କୁ ପଠାଯାଇଥିବା ମୁହୂର୍ତ୍ତକୁ ବର୍ତ୍ତମାନ ଶବ୍ଦଟି ସୂଚାଏ ନାହିଁ । ଏହା ପରିବର୍ତ୍ତେ, ଏହା ବର୍ତ୍ତମାନର ମୁହୂର୍ତ୍ତକୁ ଅନ୍ତର୍ଭୁକ୍ତ କରି ବିଶ୍ଵାସ କରୁଥିବା ସମୟକୁ ସୂଚାଏ । ଏହା ପୂର୍ବ ପଦର ଏକ କ୍ରମ ଭାବରେ ଅନୁସରଣ କରେ, ଯାହା ସେହି ସମୟକୁ ଦର୍ଶାଏ ଯେବେ ସେମାନେ ଏପର୍ଯ୍ୟନ୍ତ ବିଶ୍ଵାସ କରିନଥିଲେ । ଯଦି ବର୍ତ୍ତମାନ ଶବ୍ଦର ଅର୍ଥ ଆପଣଙ୍କ ଭାଷାରେ ଅଷ୍ପଷ୍ଟ ହୁଏ, ତେବେ ଆପଣ ଏକ ବାକ୍ୟାଂଶ ଯୋଡିପାରିବେ ଯେପରିକି “ତୁମ୍ଭେମାନେ ବିଶ୍ୱାସ କରିଅଛ ।” ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କର ଯୀଶୁଙ୍କ ଉପରେ ବିଶ୍ୱାସ ଅଛି,” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/01.md / grammar-connect-time-sequential)
δὲ
କିନ୍ତୁ ଶବ୍ଦ ଏଠାରେ ପୂର୍ବ ବାକ୍ୟଠାରୁ ଏକ ଦୃଢ଼ ବିପରୀତତାକୁ ଉପସ୍ଥାପନ କରେ । ଯାହା କୁହାଯାଇଛି ତାହାଠାରୁ ଏକ ଦୃଢ଼ ବିପରୀତ ପରିଚୟ ଦେବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତାହା ବଦଳରେ,” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/grammar-connect-logic-contrast/01.md)
ἐν τῷ σώματι τῆς σαρκὸς αὐτοῦ
ଏଠାରେ, ପାଉଲ ନିଜ ମାଂସମୟ ଶରୀରର ବାକ୍ୟ ବ୍ୟବହାର କରି ଯୀଶୁଙ୍କୁ ଏବଂ ମନୁଷ୍ୟ ଶରୀରରେ ଥିବା ସମସ୍ତ କାର୍ଯ୍ୟକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାରୀରିକ ଶରୀରରେ” (See: ଲାକ୍ଷଣିକ ଶବ୍ଦ)
τῷ σώματι τῆς σαρκὸς αὐτοῦ
ଏଠାରେ, ପାଉଲ ଯୀଶୁଙ୍କ ଶରୀରକୁ ବର୍ଣ୍ଣନା କରିଛନ୍ତି ଯାହା ମାଂସ ଦ୍ୱାରା ବର୍ଣ୍ଣିତ ଅଟେ । ପୁନରୁତ୍ଥାନ ପରେ ତାଙ୍କର ଗୌରବମୟ ଶରୀର ନୁହେଁ, ଏହା ତାଙ୍କ ପାର୍ଥିବ ଜୀବନ ସମୟରେ ଯୀଶୁଙ୍କ ଶରୀରକୁ ସୂଚାଏ । ଯଦି ତାଙ୍କ ମାଂସମୟ ଶରୀରରେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ଯାହା ଏହି ଧାରଣାକୁ ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: “ତାଙ୍କର ମାଂସମୟ ଶରୀର” କିମ୍ବା “ପୁନରୁତ୍ଥାନ ପୂର୍ବରୁ ତାଙ୍କ ଶରୀର” (See: ଅଧିକାର/ଦଖଲ)
διὰ τοῦ θανάτου
ଏଠାରେ କାହାର ମୃତ୍ୟୁ ତାହା ପାଉଲ ଦର୍ଶାଇ ନାହାଁନ୍ତି। ଏହି ମୃତ୍ୟୁ କଲସୀୟମାନଙ୍କର ନୁହେଁ ବରଂ କ୍ରୁଶରେ ଥିବା ଯୀଶୁଙ୍କ ମୃତ୍ୟୁ ଅଟେ । ଯଦି ଆପଣଙ୍କ ଭାଷା ମୃତ୍ୟୁକୁ ସ୍ପଷ୍ଟ କରେ, ଆପଣ ସ୍ପଷ୍ଟ କରିବାକୁ ଏକ ଧାରଣକାରୀ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ମୃତ୍ୟୁ ଦ୍ଵାରା ” କିମ୍ବା “ଯୀଶୁଙ୍କ ମୃତ୍ୟୁ ଦ୍ଵାରା ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
παραστῆσαι ὑμᾶς
ଏଠାରେ, ସ୍ଥାପନ କରିବା ପାଇଁ ଉଦ୍ଦେଶ୍ୟ ପ୍ରଦାନ କରେ ଯେଉଁଥି ପାଇଁ ଈଶ୍ଵର ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା କଲସୀୟମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କଲେ । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଉଦ୍ଦେଶ୍ୟତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ ଯେପରିକି “ଯେପରି” କିମ୍ବା “କରିବାକୁ” ଅଟେ । ବିକଳ୍ପ ଅନୁବାଦ: “ଯାହାଫଳରେ ସେ ତୁମ୍ଭମାନଙ୍କୁ ସ୍ଥାପନ କରିପାରନ୍ତି” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
παραστῆσαι ὑμᾶς ἁγίους, καὶ ἀμώμους, καὶ ἀνεγκλήτους, κατενώπιον αὐτοῦ
ଏଠାରେ, ପାଉଲ କଲସୀୟମାନଙ୍କୁ ବର୍ଣ୍ଣନା କରୁଛନ୍ତି ଯେପରି ଯୀଶୁ ସେମାନଙ୍କୁ ପିତା ଈଶ୍ଵରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଣିଛନ୍ତି, ଯାହା ଦ୍ଵାରା ସେ କହନ୍ତି ଯେ ଯୀଶୁ ସେମାନଙ୍କୁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ କରିଛନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ତାଙ୍କ ସମ୍ମୁଖରେ ଗ୍ରହଣୀୟ କରିବା ପାଇଁ, ପବିତ୍ର ଏବଂ ନିର୍ଦ୍ଦୋଷ ଏବଂ ନିର୍ଦ୍ଦୋଷ” (See: ଉପମା/ରୂପକ)
ἁγίους, καὶ ἀμώμους, καὶ ἀνεγκλήτους
ନିଖୁଣ ଏବଂ ନିର୍ଦ୍ଦୋଷ ଶବ୍ଦଗୁଡ଼ିକ ହେଉଛି ବିଶେଷଣ ଯାହା ଏକ ବ୍ୟକ୍ତି ବା ବିଷୟକୁ ବର୍ଣ୍ଣନା କରେ ଯାହା ଦୋଷମୁକ୍ତ କିମ୍ବା ନିର୍ଦ୍ଦୋଷ ଅଟେ। ଯଦି ଏହି ଶବ୍ଦର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହା ବଦଳରେ ଆପେକ୍ଷିକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପବିତ୍ର ଏବଂ ସେମାନଙ୍କର କୌଣସି ଦୋଷ ନାହିଁ ଏବଂ ନିନ୍ଦିତ ନୁହନ୍ତି” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
ἁγίους, καὶ ἀμώμους, καὶ ἀνεγκλήτους
ପବିତ୍ର, ନିଖୁଣ ଏବଂ ନିର୍ଦ୍ଦୋଷ ଅନୁବାଦ ହୋଇଥିବା ଏହି ଶବ୍ଦଗୁଡ଼ିକର ଅର୍ଥ ଏଠାରେ ସମାନ ଅଟେ । କଲସୀୟମାନଙ୍କ ପାପ ଦୂର କରିବା ପାଇଁ ପୁତ୍ର ଯାହା କରିଥିଲେ ତାହାର ସମ୍ପୂର୍ଣ୍ଣତାକୁ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହୃତ । ଯୀଶୁଙ୍କ ଉପରେ ବିଶ୍ଵାସ କରିବା ପରେ, ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ଅଟନ୍ତି । ଯଦି ଆପଣଙ୍କ ଭାଷା ଏହିପରି ପୁନରାବୃତ୍ତି ବ୍ୟବହାର କରେ ନାହିଁ କିମ୍ବା ଆପଣଙ୍କର ତିନୋଟି ଶବ୍ଦ ନାହିଁ ଯାହାର ଅର୍ଥ, ତୁମ୍ଭେମାନେ ଅଳ୍ପ ଶବ୍ଦ ବ୍ୟବହାର କରି ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ଶୁଦ୍ଧ” କିମ୍ବା “କୌଣସି ପାପ ବିନା” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
Colossians 1:23
εἴ γε ἐπιμένετε
ଏଠାରେ, ପାଉଲ ବ୍ୟାଖ୍ୟା କରନ୍ତି ଯେ ପୂର୍ବ ପଦରେ ସେ ଯାହା କହିଥିଲେ ତାହା ସତ୍ୟ ହେବା ପାଇଁ କଲସୀୟମାନେ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ଆବଶ୍ୟକ ଅଟେ । ଅନ୍ୟ ଅର୍ଥରେ, ସେମାନଙ୍କୁ ଈଶ୍ଵରଙ୍କ ସହ ଶାନ୍ତି ରକ୍ଷା କରିବାକୁ, ନିଖୁଣ ଏବଂ ନିର୍ଦ୍ଦୋଷ ହୋଇ ସେମାନେ ବିଶ୍ୱାସରେ ଦୃଢ଼ ହେବା ଆବଶ୍ୟକ କରନ୍ତି । ତଥାପି, ପାଉଲ ଭାବନ୍ତି ନାହିଁ ଯେ ଏହା ଏକ ଆନୁମାନିକ ପରିସ୍ଥିତି କିମ୍ବା ଏହିପରି କିଛି ଯାହା ସତ୍ୟ ନୁହେଁ । ଏହା ପରିବର୍ତ୍ତେ, ପାଉଲ ଭାବନ୍ତି ଯେ ସେମାନେ ସେମାନଙ୍କର ବିଶ୍ୱାସରେ ଅବ୍ୟାହତ ରହିଛନ୍ତି, ଏବଂ ଯଦି ସେ ସେମାନଙ୍କୁ ଜାରି ରଖିବାକୁ ଉତ୍ସାହିତ କରନ୍ତି ତେବେ ସେ ଏହି ବକ୍ତବ୍ୟ ବ୍ୟବହାର କରନ୍ତି । ଯଦି ଏହି ପ୍ରସଙ୍ଗରେ ଯଦି ଆପଣଙ୍କର ଭାଷା ବ୍ୟବହାର ହୁଏ ନାହିଁ, ତେବେ ଆପଣ ସ୍ଥିତିକୁ ଏକ ପରିସ୍ଥିତି କିମ୍ବା ଅନୁମାନରେ ପୁନଃପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଅଟଳ ରୁହ” କିମ୍ବା “ଅନୁମାନ କରେ ଯେ ତୁମ୍ଭେମାନେ ଅଟଳ ରହିବ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/grammar-connect-condition-fact/01.md)
τῇ πίστει
ଯଦି ଆପଣଙ୍କ ଭାଷା ବିଶ୍ୱାସ ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଗୁଣବାଚକ ବିଶେଷ୍ୟ ପଛରେ ଥିବା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ବିଶ୍ଵାସ କରିବା” କିମ୍ବା “ଈଶ୍ଵରଙ୍କ ବାର୍ତ୍ତାକୁ ବିଶ୍ଵାସ କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τεθεμελιωμένοι καὶ ἑδραῖοι
ବଦ୍ଧମୂଳ ଏବଂ ଅଟଳ ଶବ୍ଦର ଅର୍ଥ ସମାନ ଅଟେ । ବିଚଳିତ ନ ହୁଅ ଶବ୍ଦଗୁଡ଼ିକ ନକାରାତ୍ମକ ଧାରଣାକୁ ପୁନରାବୃତ୍ତି କରେ । ପୁନରାବୃତ୍ତି ଗୁରୁତ୍ଵ ଦେବା ପାଇଁ ବ୍ୟବହୃତ ହୁଏ ଯେ କଲସୀୟମାନଙ୍କ ପାଇଁ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ଆବଶ୍ୟକ ଅଟେ । ଯଦି ଆପଣଙ୍କର ଭାଷା ଏହିପରି ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଧାରଣା ପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ବହୁତ ଦୃଢ଼” କିମ୍ବା “ପଥର ପରି” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
τεθεμελιωμένοι καὶ ἑδραῖοι, καὶ μὴ μετακινούμενοι ἀπὸ
ଏଠାରେ, ପାଉଲ କଲସୀୟମାନଙ୍କ ବିଷୟରେ କହନ୍ତି ଯେପରି ସେମାନେ ଏକ ଅଟ୍ଟାଳିକା ଅଟନ୍ତି ଯାହା ଏକ ପ୍ରତିଷ୍ଠିତ ଏବଂ ଏକ ଦୃଢ଼ ମୂଳଦୁଆ ଉପରେ ସ୍ଥାପିତ ଯାହା ଦ୍ଵାରା ଏହା ଆପଣା ସ୍ଥାନରୁ ଘୁଞ୍ଚି ପାରିବ ନାହିଁ, ଅର୍ଥାତ୍ ସେମାନଙ୍କର ବିଶ୍ଵାସ ପାଇଁ ଉତ୍ତମ ଆଧାର ଅଛି ଏବଂ ସମସ୍ତ ପରିସ୍ଥିତିରେ ବିଶ୍ଵାସ ଜାରି ରଖିବ । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏହି ଧାରଣାକୁ ଆପଣଙ୍କ ସଂସ୍କୃତିରେ ଏକ ସମାନ୍ତରାଳ ରୂପକ ସହ ପ୍ରକାଶ କରିପାରିବେ କିମ୍ବା ଏହାକୁ ଏକ ଅଣ-ପ୍ରତୀକାତ୍ମକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହାକୁ ଧରି ରଖିବା ଏବଂ ଏହାକୁ ଦୃଢ଼ ଭାବରେ ଧରିବା ଏବଂ ଯିବାକୁ ଦିଅ ନାହିଁ” (See: ଉପମା/ରୂପକ)
τῆς ἐλπίδος τοῦ εὐαγγελίου
ଏଠାରେ, ସୁସମାଚାରରୁ ଆଶା ଆସେ ବୋଲି ଉଲ୍ଲେଖ କରିବାକୁ ପାଉଲ ଅଧିକାରକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ “ଯାହା ଆସେ” କିମ୍ବା “ଏଥିରୁ ପ୍ରାପ୍ତ” ପରି ଏକ ବାକ୍ୟାଂଶ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସୁସମାଚାରରୁ ଆସୁଥିବା ଆଶା” କିମ୍ବା “ତୁମ୍ଭେମାନେ କିପରି ଆଶା କରୁଛ, ଯାହା ତୁମ୍ଭେମାନେ ସୁସମାଚାରରୁ ଲାଭ କରିଛ” (See: ଅଧିକାର/ଦଖଲ)
τῆς ἐλπίδος τοῦ εὐαγγελίου
ଯଦି ଆପଣଙ୍କ ଭାଷା ଆଶା ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସୁସମାଚାର ପୂରଣ କରିବାକୁ ଈଶ୍ଵରଙ୍କୁ ଆଶା କରିବା” କିମ୍ବା “ସୁସମାଚାର ସମାପ୍ତ କରିବାକୁ ଈଶ୍ଵରଙ୍କୁ ଅପେକ୍ଷା କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τοῦ κηρυχθέντος ἐν πάσῃ κτίσει τῇ ὑπὸ τὸν οὐρανόν
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ । ଆପଣ କରିପାରିବେ: (୧) “ଶୁଣିବାକୁ” ଘୋଷିତ ଏବଂ ପ୍ରତ୍ୟେକ ପ୍ରାଣୀକୁ ବିଷୟ କରିବା ବୋଲି ପରିବର୍ତ୍ତନ କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ସ୍ୱର୍ଗ ତଳେ ଥିବା ପ୍ରତ୍ୟେକ ପ୍ରାଣୀ ଶୁଣିଛନ୍ତି” (୨) ନିର୍ଦ୍ଦିଷ୍ଟ କରେ ଯେ “ସହ ବିଶ୍ଵାସୀ” ଘୋଷିତ ବିଷୟ ଅଟନ୍ତି । ବିକଳ୍ପ ଅନୁବାଦ: “ଯେଉଁ ବିଶ୍ଵାସୀମାନେ ସ୍ୱର୍ଗ ତଳେ ଥିବା ପ୍ରତ୍ୟେକ ପ୍ରାଣୀକୁ ଘୋଷଣା କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν πάσῃ κτίσει τῇ ὑπὸ τὸν οὐρανόν
ଏଠାରେ, ପାଉଲ ଏକ ଅତିଶୟୋକ୍ତି ବ୍ୟବହାର କରନ୍ତି ଯାହା କଲସୀୟମାନେ ବୁଝିଥାନ୍ତେ ଯେ ସୁସମାଚାର କେତେ ଦୂର ବିସ୍ତାର କରିଛି । ଯଦି ଏହି ବାକ୍ୟାଂଶ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ଦାବିକୁ ପ୍ରମାଣ କରିପାରିବେ । ବିକଳ୍ପ ଅନୁବାଦ: “ଅନେକ ଭିନ୍ନ ଭିନ୍ନ ସ୍ଥାନରେ ଥିବା ଲୋକମାନଙ୍କ ପାଇଁ” କିମ୍ବା “ଆମ୍ଭେମାନେ ଜାଣୁଥିବା ପ୍ରତ୍ୟେକ ଜାଗାରେ ଥିବା ଲୋକମାନଙ୍କ ପାଇଁ” (See: ଅତିରଞ୍ଜନ/ଅତ୍ୟୁକ୍ତି)
τῇ ὑπὸ τὸν οὐρανόν
ପାଉଲଙ୍କ ସଂସ୍କୃତିରେ, ସ୍ୱର୍ଗ ତଳେ ସୃଷ୍ଟିର ଦୃଶ୍ୟମାନ ଅଂଶକୁ ଦର୍ଶାଏ ଯାହା ମନୁଷ୍ୟମାନେ ନିୟମିତ ଭାବରେ ପ୍ରକାଶ କରନ୍ତି । ଏହା ଆତ୍ମିକ ପ୍ରାଣୀ, ତାରା ଏବଂ ସ୍ୱର୍ଗର ଅନ୍ୟ କୌଣସି ବିଷୟକୁ ବାଦ ଦେଇଥାଏ । ଯଦି ଆପଣଙ୍କର ପାଠକମାନେ ସ୍ୱର୍ଗ ତଳେ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାହା ପୃଥିବୀରେ ଅଛି” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
οὗ ἐγενόμην ἐγὼ Παῦλος διάκονος
ଏଠାରେ, ପାଉଲ ଉଲ୍ଲେଖ କରନ୍ତି ଯେପରି ସୁସମାଚାର ଜଣେ ବ୍ୟକ୍ତି ଅଟନ୍ତି ସେ ସେବକ ହୋଇପାରନ୍ତି । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବେ ଯେ ପାଉଲ ଈଶ୍ଵରଙ୍କ ସେବକ ଅଟନ୍ତି, କିନ୍ତୁ ଈଶ୍ଵରଙ୍କଠାରୁ ତାଙ୍କର କାର୍ଯ୍ୟ ହେଉଛି ସୁସମାଚାର ପ୍ରଚାର କରିବା । ବିକଳ୍ପ ଅନୁବାଦ: “ଯାହା ମୁଁ, ପାଉଲ, ଘୋଷଣା କରେ ଯେପରି ଈଶ୍ଵର ମୋତେ, ତାଙ୍କ ସେବକ, କରିବାକୁ ଆଜ୍ଞା ଦେଇଛନ୍ତି” (ଦେଖନ୍ତୁ: rc://or/ta/man/ translate/figs-personification)
Colossians 1:24
νῦν
ଏଠାରେ ବର୍ତ୍ତମାନ ଶବ୍ଦଟି ସୂଚାଏ ଯେ ପାଉଲ କଲସୀୟମାନଙ୍କୁ ଜଣାଇବାକୁ ଚାହାଁନ୍ତି ଯେ ସେ ବର୍ତ୍ତମାନ ସୁସମାଚାରର ସେବା କରୁଛନ୍ତି । ଏହା ବିଷୟର ପରିବର୍ତ୍ତନକୁ ସୂଚାଏ ନାହିଁ, ଯେପରି ଏହା ବେଳେବେଳେ ଇଂରାଜୀରେ କରେ । ଯଦି ବର୍ତ୍ତମାନ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଧାରଣାକୁ ବ୍ୟକ୍ତ କରିବା ପାଇଁ ଏକ ଲମ୍ବା ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ମୁଁ ଏହି ପତ୍ର ଲେଖେ,” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/grammar-connect-words-phrases/01.md)
ἐν τοῖς παθήμασιν ὑπὲρ ὑμῶν
ବିକଳ୍ପ ଅନୁବାଦ: “ଯେବେ ମୁଁ ତୁମ୍ଭମାନଙ୍କ ପାଇଁ ଦୁଃଖ ଭୋଗକରେ”
ἀνταναπληρῶ τὰ ὑστερήματα τῶν θλίψεων τοῦ Χριστοῦ ἐν τῇ σαρκί μου
ପାଉଲ ତାଙ୍କ ଶରୀର ବିଷୟରେ କୁହନ୍ତି ଯେପରି ଏହା ଏକ ପାତ୍ର ଯାହା ଦୁଃଖରେ ପୂର୍ଣ୍ଣ ହୋଇପାରେ । ଏହା ଦ୍ଵାରା, ସେ କହନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ତାଙ୍କର ଶାରୀରିକ ଦୁଃଖ କାର୍ଯ୍ୟ କରିଥାଏ, ଯାହା ଏଠାରେ ଖ୍ରୀଷ୍ଟ ତାଙ୍କ ଦୁଃଖରୁ ଆରମ୍ଭ କରିଥିଲେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋର ଶାରୀରିକ ଦୁଃଖରେ, ଖ୍ରୀଷ୍ଟ ଯେବେ ଦୁଃଖ ଭୋଗିଲେ, ମୁଁ ତାହା ଶେଷ କରେ । ମୁଁ ଏହା କରେ ”(See: ଉପମା/ରୂପକ)
τὰ ὑστερήματα τῶν θλίψεων τοῦ Χριστοῦ
ଏଠାରେ, ପାଉଲ କହୁ ନାହାଁନ୍ତି ଯେ ଖ୍ରୀଷ୍ଟଙ୍କ ଦୁଃଖର ଅଭାବ ଅଛି କାରଣ ସେହି ଦୁଃଖ ସେମାନେ ଯାହା କରିବା ଉଚିତ୍ ତାହା କରିବାରେ ସଫଳ ହୋଇନଥିଲେ । ଏହା ପରିବର୍ତ୍ତେ, ଅଭାବ ଖ୍ରୀଷ୍ଟ ତାଙ୍କ ଶିଷ୍ୟମାନଙ୍କ ପାଇଁ ତାଙ୍କର ସେବକ ଭାବରେ ଯାହା କରିବାକୁ ଚାହୁଁଥିଲେ ତାହା ଦର୍ଶାଏ । ଅତଏବ, ଅଭାବ ଏପରି ଏକ ବିଷୟ ଯାହା ଖ୍ରୀଷ୍ଟ ଉଦ୍ଦେଶ୍ୟମୂଳକ ଭାବରେ ପୂରଣ କରିନାହାଁନ୍ତି କାରଣ ସେ ଚାହୁଁଥିଲେ ପାଉଲ ଏହା କରନ୍ତୁ । ଯଦି ଆପଣଙ୍କର ପାଠକମାନେ ଏକ ଅଭାବକୁ ବୁଝି ନ ପାରନ୍ତି, ତେବେ ଆପଣ ଏହାକୁ ପୁନଃ ପ୍ରକାଶ କରିପାରିବେ ଯାହା ଦ୍ଵାରା ଏହା ସ୍ପଷ୍ଟ ହେବ ଯେ ଖ୍ରୀଷ୍ଟ ଉଦ୍ଦେଶ୍ୟମୂଳକ ଭାବରେ ପାଉଲଙ୍କ ପାଇଁ କିଛି ଛାଡିଛନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ମୋତେ ତାହାଙ୍କ କାର୍ଯ୍ୟ ସମାପ୍ତ କରିବାକୁ ଦୁଃଖ ଦେବାକୁ ଡାକିଛନ୍ତି” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
τὰ ὑστερήματα τῶν θλίψεων τοῦ Χριστοῦ
ଅଭାବ ବିଷୟରେ କହିବାକୁ ପାଉଲ ଦୁଇଟି ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହା ଖ୍ରୀଷ୍ଟଙ୍କ ଦ୍ୱାରା ହୋଇଥିବା ଦୁଃଖକୁ ବର୍ଣ୍ଣିତ କରେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରିବ ନାହିଁ, ଆପଣ ଆପେକ୍ଷିକ ବାକ୍ୟାଂଶ କିମ୍ବା ଦୁଇଟି ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଖ୍ରୀଷ୍ଟ, ଦୁଃଖ ଭୋଗକଲେ, ମୋତେ ଦୁଃଖ ଭୋଗିବାକୁ ଦେଲେ” (See: ଅଧିକାର/ଦଖଲ)
τοῦ σώματος αὐτοῦ, ὅ ἐστιν ἡ ἐκκλησία
ଏଠାରେ, ପାଉଲ ମଣ୍ଡଳୀ ବିଷୟରେ ଉଲ୍ଲେଖ କରନ୍ତି, ଯେପରି ଏହା ଖ୍ରୀଷ୍ଟଙ୍କ ଶରୀର ଅଟେ, ଏବଂ ସେ ନିଜେ ଶରୀରର ଅର୍ଥର ବ୍ୟାଖ୍ୟା ପ୍ରଦାନ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ପ୍ରଥମେ ମଣ୍ଡଳୀକୁ ବୁଝାଇ, ଏହାକୁ ଏକ ଶରୀର ଭାବରେ ବୁଝାଇ ପାରିବେ । ବିକଳ୍ପ ଅନୁବାଦ: “ମଣ୍ଡଳୀ, ଯାହା ତାଙ୍କ ଶରୀର ଅଟେ” (See: ଉପମା/ରୂପକ)
Colossians 1:25
ἧς ἐγενόμην ἐγὼ διάκονος
ଯଦି ଆପଣଙ୍କ ଭାଷା ନିର୍ଦ୍ଦିଷ୍ଟ କରେ ଯେ ପାଉଲଙ୍କୁ କିଏ ମଣ୍ଡଳୀର ସେବକ ହେବାକୁ ଡାକିଲେ, ଆପଣ ଏହି ବାକ୍ୟାଂଶକୁ ପୁନଃ ପ୍ରକାଶ କରିପାରିବେ ଯାହା ଦ୍ଵାରା ଈଶ୍ଵର ପାଉଲଙ୍କୁ ଡାକିଛନ୍ତି ବୋଲି ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଈଶ୍ବର ମୋତେ ମଣ୍ଡଳୀର ସେବକ ଭାବରେ ନିଯୁକ୍ତ କରିଛନ୍ତି” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
τὴν οἰκονομίαν
ଅନୁବାଦିତ ଭଣ୍ଡାରଘରିଆ ଶବ୍ଦ ଏକ ଘରର ପରିଚାଳନାକୁ କିମ୍ବା ସାଧାରଣତଃ କୌଣସି ଗୋଷ୍ଠୀ କିମ୍ବା ପ୍ରକ୍ରିୟାକୁ ନିର୍ଦ୍ଦେଶ ଦେବା ପାଇଁ ବୁଝାଏ । ଭଣ୍ଡାରଘରିଆ ଶବ୍ଦ ପଛରେ ଥିବା ଧାରଣା ପାଇଁ ଯଦି ଆପଣଙ୍କର ଭାଷା ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଶବ୍ଦକୁ ଏକ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ବଦଳାଇ ପାରିବେ । ବିକଳ୍ପ ଅନୁବାଦ: “ପ୍ରାଧିକୃତ ଦାୟିତ୍ଵ” କିମ୍ବା “ଅଧୀକ୍ଷକ କର୍ତ୍ତାପଣ ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὴν οἰκονομίαν τοῦ Θεοῦ
ପାଉଲ ଏକ ଭଣ୍ଡାରଘରିଆ ବର୍ଣ୍ଣନା କରିବାକୁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହା (୧) ଈଶ୍ଵରଙ୍କଠାରୁ ଆସିପାରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରୁ ଭଣ୍ଡାରଘରିଆ ” (୨) ଈଶ୍ଵରଙ୍କର ଅଟେ ଏବଂ ପାଉଲଙ୍କୁ ପ୍ରଦାନ କରାଯାଇଛି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କର ନିଜସ୍ୱ ଭଣ୍ଡାରଘରିଆ” କିମ୍ବା “ଈଶ୍ଵରଙ୍କ ନିଜସ୍ୱ ନିରୀକ୍ଷକ” (See: ଅଧିକାର/ଦଖଲ)
τὴν δοθεῖσάν μοι
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ମୋତେ ପ୍ରଦାନ କରିଛନ୍ତି” କିମ୍ବା “ସେ ମୋତେ ଦେଇଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸν λόγον τοῦ Θεοῦ
ଈଶ୍ଵରଙ୍କଠାରୁ ଏକ ବାକ୍ୟକୁ ବର୍ଣ୍ଣନା କରିବା ପାଇଁ ପାଉଲ ଅଧିକାର ବାକ୍ୟ ଗଠନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରୁ ଆସିଥିବା ବାକ୍ୟ” (୨) ଈଶ୍ଵରଙ୍କ ବିଷୟରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବିଷୟରେ ବାକ୍ୟ” (See: ଅଧିକାର/ଦଖଲ)
τὸν λόγον τοῦ Θεοῦ
ଏଠାରେ, ବାକ୍ୟ ସାଙ୍କେତିକ ଭାବରେ ଏକ ବାର୍ତ୍ତାକୁ ବୁଝାଏ ଯାହା ଶବ୍ଦଗୁଡ଼ିକ ଦ୍ୱାରା ଗଠିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବାର୍ତ୍ତା” କିମ୍ବା “ଈଶ୍ଵରଙ୍କ ବାକ୍ୟ” (See: ଲାକ୍ଷଣିକ ଶବ୍ଦ)
Colossians 1:26
τὸ μυστήριον τὸ ἀποκεκρυμμένον
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରହସ୍ୟ ଯାହା ଈଶ୍ଵର ଗୁପ୍ତ ରଖିଥିଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τὸ μυστήριον
ଏଠାରେ, ପାଉଲ ୧:୨୫ ରୁ “ଈଶ୍ଵରଙ୍କ ବାକ୍ୟ” କୁ ଏକ ରହସ୍ୟ ବୋଲି କହନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ଏହା ବୁଝିବା କଷ୍ଟକର କିନ୍ତୁ ଏହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ବର୍ତ୍ତମାନ, ପାଉଲ କହନ୍ତି ଯେ ଏହା “ପ୍ରକାଶ ପାଇଛି।” ଯଦି ଆପଣଙ୍କ ଭାଷା ରହସ୍ୟ ବ୍ୟବହାର କରିବ ନାହିଁ ଯାହାକି ପ୍ରକାଶିତ ହୋଇଛି, ଆପଣ ରହସ୍ୟକୁ ଏକ ସଂକ୍ଷିପ୍ତ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ବଦଳାଇ ପାରିବ । ବିକଳ୍ପ ଅନୁବାଦ: “ଲୁକ୍କାୟିତ ବାର୍ତ୍ତା” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τὸ ἀποκεκρυμμένον ἀπὸ τῶν αἰώνων καὶ ἀπὸ τῶν γενεῶν
ଏହି ବାକ୍ୟାଂଶର ଅର୍ଥ ଏହା ନୁହେଁ ଯେ ପ୍ରାଚୀନକାଳ ଏବଂ ପୂର୍ବପୁରୁଷ “ରହସ୍ୟ” ବୁଝିବାରେ ଅସମର୍ଥ ଥିଲେ। ଏହା ପରିବର୍ତ୍ତେ, ପ୍ରାଚୀନକାଳରୁ ଏବଂ ପୂର୍ବପୁରୁଷରୁ ରହସ୍ୟ ଗୁପ୍ତ ରହିଥିବା ସମୟକୁ ସୂଚାଏ । ଯେଉଁମାନଙ୍କଠାରୁ ରହସ୍ୟ ଗୁପ୍ତ ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ସେମାନେ ସେହି ସମୟରେ ଜୀବିତ ଥିଲେ । ଯଦି ଆପଣଙ୍କର ଭାଷା ସେହିମାନଙ୍କୁ ପ୍ରକାଶ କରିବ ଯେଉଁମାନଙ୍କଠାରୁ ରହସ୍ୟ ଲୁଚି ରହିଥିଲା, ଆପଣ ଏହାକୁ ବାକ୍ୟରେ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ପ୍ରାଚୀନକାଳରେ ଏବଂ ଲୋକମାନଙ୍କଠାରୁ ଲୁଚି ରହିଥିଲା” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
ἀπὸ τῶν αἰώνων καὶ ἀπὸ τῶν γενεῶν
ଏହି ବାକ୍ୟାଂଶଗୁଡ଼ିକ ସମୟର ଗତି ବିଷୟରେ ଉଲ୍ଲେଖ କରେ । ଅନୁବାଦ ହୋଇଥିବା ପ୍ରାଚୀନକାଳ ଶବ୍ଦ ସମୟକୁ ସୂଚାଏ ଯାହାକି ନିର୍ଦ୍ଦିଷ୍ଟ ସୀମା (ପ୍ରାୟତଃ ପ୍ରମୁଖ ଘଟଣା) ଦ୍ୱାରା ନିର୍ଦେଶିତ ହୋଇଥିବାବେଳେ ପୂର୍ବପୁରୁଷ ଶବ୍ଦ ମନୁଷ୍ୟ ଜନ୍ମ ଏବଂ ମୃତ୍ୟୁ ଦ୍ୱାରା ନିର୍ଦେଶିତ ସମୟ ଅବଧିକୁ ସୂଚାଏ । ଏହି ସମୟ ଅବଧି ପର୍ଯ୍ୟନ୍ତ ରହସ୍ୟ ଗୁପ୍ତ ରହିଛି । ଯଦି ଏହି ବାକ୍ୟାଂଶଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସମାନ ଅଭିବ୍ୟକ୍ତି କିମ୍ବା କ୍ଷୁଦ୍ର ବାକ୍ୟାଂଶ ବ୍ୟବହାର କରି ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ସମୟ ଅବଧିରେ, ଯେବେ ଲୋକମାନେ ଜନ୍ମ ହୋଇ ମୃତ୍ୟୁ ବରଣ କରିଥିଲେ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
νῦν δὲ
ବର୍ତ୍ତମାନ ଅନୁବାଦ ହୋଇଥିବା ଶବ୍ଦ ପାଉଲ ଏହି ପତ୍ର ଲେଖିଥିବା ସମୟକୁ ସୂଚାଏ ନାହିଁ । ଏହା ପରିବର୍ତ୍ତେ, ଏହା ପ୍ରାଚୀନକାଳ ଏବଂ ପୂର୍ବପୁରୁଷ ସହ ଭିନ୍ନ ଅଟେ ଏବଂ ଯୀଶୁଙ୍କ କାର୍ଯ୍ୟ ପରେ ସମୟ କିମ୍ବା “କାଳ” କୁ ସୂଚାଏ । ଯଦି ବର୍ତ୍ତମାନ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ବର୍ତ୍ତମାନ କେଉଁ ସମୟକୁ ବୁଝାଏ ତାହା ଆପଣ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଯୀଶୁ ଆସିଛନ୍ତି, ଏହା” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
ἐφανερώθη
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଏହାକୁ ପ୍ରକାଶ କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Colossians 1:27
τὸ πλοῦτος τῆς δόξης τοῦ μυστηρίου τούτου
ପାଉଲ ଗୌରବର ପରିସର ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେପରି ଏହାର ଧନ କିମ୍ବା ସମ୍ପତ୍ତି ଅଛି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ବାକ୍ୟ ବ୍ୟବହାର କରିପାରିବେ କିମ୍ବା ଏକ “ବିଶେଷ” ପରି ଏକ ବିଶେଷଣ ସହ ଧାରଣାକୁ ପ୍ରକାଶ କରିପାରିବେ ଯେପରିକି “ପ୍ରଚୁର” । ବିକଳ୍ପ ଅନୁବାଦ: “ଏହି ରହସ୍ୟର ପ୍ରଚୁର ଗୌରବ” (See: ଉପମା/ରୂପକ)
τὸ πλοῦτος τῆς δόξης τοῦ μυστηρίου τούτου
ଏଠାରେ, ପାଉଲ ଧନକୁ ଗୌରବ ସହ ଯୋଡିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି, ଯାହା ପରେ ରହସ୍ୟକୁ ବର୍ଣ୍ଣିତ କରେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଉଭୟ ଧନ ଏବଂ ଗୌରବକୁ ବର୍ଣ୍ଣନା କରୁଥିବା ବିଶେଷଣ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏହି ସମୃଦ୍ଧ ଗୌରବମୟ ରହସ୍ୟ” (See: ଅଧିକାର/ଦଖଲ)
τὸ πλοῦτος τῆς δόξης τοῦ μυστηρίου τούτου
ଯଦି ଆପଣଙ୍କ ଭାଷା ଗୌରବ ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସେହି ଧାରଣାକୁ ଅନ୍ୟ ଉପାୟରେ ଏକ ବର୍ଣ୍ଣନା ଶବ୍ଦ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ସମୃଦ୍ଧ ଗୌରବମୟ ରହସ୍ୟ” କିମ୍ବା “ଏହି ପ୍ରଚୁର ଚମତ୍କାର ରହସ୍ୟ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν τοῖς ἔθνεσιν
ଏହା ସୂଚିତ କରିପାରେ: (୧) ଅଣଯିହୂଦୀମାନଙ୍କ ସମେତ ସମସ୍ତ ଲୋକମାନଙ୍କ ପାଇଁ ରହସ୍ୟ କିପରି ପ୍ରଯୁଜ୍ୟ ଅଟେ । ବିକଳ୍ପ ଅନୁବାଦ: “ଏହା ଅଣଯିହୂଦୀମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ଅଟେ” (୨) ଯେଉଁଠାରେ ଈଶ୍ଵର ରହସ୍ୟ ବିଷୟରେ ଜଣାନ୍ତି । ବିକଳ୍ପ ଅନୁବାଦ: “ଅଣଯିହୂଦୀମାନଙ୍କୁ”
Χριστὸς ἐν ὑμῖν
ପାଉଲ ବିଶ୍ଵାସୀମାନଙ୍କ ବିଷୟରେ ପାତ୍ରଗୁଡ଼ିକ ପରି କହନ୍ତି ଯେପରି ଖ୍ରୀଷ୍ଟ ସେଠାରେ ଉପସ୍ଥିତ ଅଛନ୍ତି । ଅଭିବ୍ୟକ୍ତିର ଅର୍ଥ “ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ” ସମାନ ଅଟେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ “ଖ୍ରୀଷ୍ଟଙ୍କଠାରେ” ରହିବା ପାଇଁ ବ୍ୟବହାର କରିଥିବା ସମାନ ଅନୁବାଦକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ ତୁମ୍ଭମାନଙ୍କର ମିଳନ” (See: ଉପମା/ରୂପକ)
ἡ ἐλπὶς τῆς δόξης
ଏଠାରେ, ପାଉଲ ଏକ ଆଶା ବିଷୟରେ କହନ୍ତି ଯାହା ଗୌରବ ସହ ଜଡିତ ଅଟେ । ଏହା ସୂଚାଇପାରେ: (୧) ଗୌରବ ପାଇଁ ଆଶା କରିବା, କିମ୍ବା ଅପେକ୍ଷା କରିବା । ବିକଳ୍ପ ଅନୁବାଦ: “ଆଶା ଯାହା ରବମୟ ଅଟେ” (୨) ଏକ ଆଶା ଯାହା ଗୌରବମୟ ଅଟେ । ବିକଳ୍ପ ଅନୁବାଦ: “ଗୌରବମୟ ଆଶା” (See: ଅଧିକାର/ଦଖଲ)
ἡ ἐλπὶς τῆς δόξης
ଯଦି ଆପଣଙ୍କ ଭାଷା ଆଶା ଏବଂ ଗୌରବ ଶବ୍ଦ ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସେହି ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାଙ୍କ ସହ ଆମ୍ଭେମାନେ ତାଙ୍କ ଗୌରବମୟ ଜୀବନ ପାଇବାକୁ ଆଶା କରିପାରିବା” କିମ୍ବା “ଯିଏ ଆମ୍ଭମାନଙ୍କୁ ତାଙ୍କ ସହ ସ୍ୱର୍ଗରେ ରହିବାକୁ ଭରସା ପ୍ରଦାନ କରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 1:28
ἡμεῖς καταγγέλλομεν…παραστήσωμεν
ଆମ୍ଭେମାନେ ଶବ୍ଦ ଏହି ପଦରେ କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ । (See: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
πάντα ἄνθρωπον
ଏଠାରେ, ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୂଚାଏ ଯାହାକୁ ପାଉଲ ଯୀଶୁଙ୍କ ବିଷୟରେ କହନ୍ତି । ଯଦି ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ , ତେବେ ଆପଣ ଏହି ସୂଚନା ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଆମ୍ଭେମାନେ କଥାବାର୍ତ୍ତା କରୁ ... ପ୍ରତ୍ୟେକେ ... ପ୍ରତ୍ୟେକ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
ἄνθρωπον
ଅନୁବାଦିତ ପୁରୁଷ ଶବ୍ଦଟି କେବଳ ପୁରୁଷ ଲୋକଙ୍କୁ ନୁହେଁ ବରଂ ସମସ୍ତ ମନୁଷ୍ୟକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ମନୁଷ୍ୟ ଅସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସାଧାରଣତଃ ସମସ୍ତ ଲୋକମାନଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ମନୁଷ୍ୟ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-gendernotations/01.md)
πάσῃ σοφίᾳ
ଏଠାରେ, ପାଉଲ ସାଙ୍କେତିକ ଭାବରେ କହନ୍ତି ଯେବେ ସେ କହିଥିଲେ ଯେ ସେ ସମସ୍ତ ଜ୍ଞାନ ବ୍ୟବହାର କରନ୍ତି, ଯାହା ଦ୍ଵାରା ସେ ତାଙ୍କ ପାଖରେ ଥିବା ସମସ୍ତ ଜ୍ଞାନକୁ ବ୍ୟବହାର କରନ୍ତି । ସେ ତାଙ୍କ ପାଖରେ ଥିବା ସମସ୍ତ ଜ୍ଞାନକୁ ଅଧିକାର କରନ୍ତି ବୋଲି କହନ୍ତି ନାହିଁ। ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସମସ୍ତ ଜ୍ଞାନ ଅଛି” କିମ୍ବା “ଈଶ୍ଵର ଆମ୍ଭମାନଙ୍କୁ ଦେଇଥିବା ସମସ୍ତ ଜ୍ଞାନ” (See: ଅତିରଞ୍ଜନ/ଅତ୍ୟୁକ୍ତି)
ἵνα παραστήσωμεν
ପାଉଲ ଏଠାରେ ଲକ୍ଷ୍ୟ ବା ଉଦ୍ଦେଶ୍ୟ ବ୍ୟାଖ୍ୟା କରିଛନ୍ତି ଯେଉଁଥିପାଇଁ ସେ ଏବଂ ତାଙ୍କ ସହ ଥିବା ଲୋକମାନେ “ଉପଦେଶ ପ୍ରଦାନ କରନ୍ତି” ଏବଂ “ଶିକ୍ଷା ପ୍ରଦାନ କରନ୍ତି” । ଆପଣଙ୍କ ଅନୁବାଦରେ, ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ କରେ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ ଉପସ୍ଥାପନ କରିପାରିବା” (See: ସଂଯୋଗ – ଲକ୍ଷ୍ୟ (ଉଦ୍ଦେଶ୍ୟ) ସମ୍ପର୍କ)
παραστήσωμεν πάντα ἄνθρωπον τέλειον ἐν Χριστῷ
ଏହି ପରିପ୍ରେକ୍ଷୀରେ, ଯେବେ ପାଉଲ କହନ୍ତି ଯେ ସେ ଲୋକମାନଙ୍କୁ ଉପସ୍ଥାପନ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ସେ କାହାକୁ କିମ୍ବା କେଉଁଠାରେ ଉପସ୍ଥାପନ କରିବେ ତାହା ସେ କହନ୍ତି ନାହିଁ । ଯଦି ଆପଣଙ୍କ ଭାଷା ଏହି ସୂଚନା ଅନ୍ତର୍ଭୂକ୍ତ କରେ, ଆପଣ ପରିସ୍ଥିତି କ’ଣ ତାହା ବୁଝାଇ ପାରିବେ । (୧) ଯେବେ ବିଚାର ଦିନ ଲୋକମାନେ ଈଶ୍ଵରଙ୍କ ନିକଟରେ ଉପସ୍ଥିତ ହେବେ, ଏହାକୁ ପାଉଲ ସୂଚିତ କରିପାରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରତ୍ୟେକ ଖ୍ରୀଷ୍ଟଙ୍କଠାରେ ପିତା ଈଶ୍ଵରଙ୍କ ନିକଟରେ ଉପସ୍ଥାପନ କରିପାରିବା” (୨) ଯେବେ ଲୋକମାନେ ଈଶ୍ଵରଙ୍କୁ ଉପାସନା କରନ୍ତି । ବିକଳ୍ପ ଅନୁବାଦ: “ଯେବେ ଆମ୍ଭେମାନେ ଉପାସନାରେ ଈଶ୍ଵରଙ୍କ ନିକଟକୁ ଆସନ୍ତି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ସମ୍ପୁର୍ଣ୍ଣ ପ୍ରତ୍ୟେକଙ୍କୁ ଉପସ୍ଥାପନ କରିପାରିବା” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
τέλειον
ଏହି ପ୍ରସଙ୍ଗରେ ସଂପୂର୍ଣ୍ଣ ଅନୁବାଦିତ ଶବ୍ଦର ଅର୍ଥ ଜଣେ ବ୍ୟକ୍ତି ଯାହା ହେବା ଉଚିତ୍ ଏବଂ ସେ ଯାହା କରିବାକୁ ଡାକନ୍ତି ତାହା କରିବାକୁ ସକ୍ଷମ ଅଟନ୍ତି । ଯଦି ଆପଣଙ୍କ ଭାଷାରେ ସଂପୂର୍ଣ୍ଣ ଅସ୍ପଷ୍ଟ ହୁଏ , ଆପଣ ଏକ ଶବ୍ଦ ବ୍ୟବହାର କରିପାରିବ ଯାହାର ଅର୍ଥ ପ୍ରକାଶ କରେ, ଯେପରିକି “ସିଦ୍ଧ” କିମ୍ବା “ଉତ୍କୃଷ୍ଟ”, କିମ୍ବା ଆପଣ ଏକ ସଂକ୍ଷିପ୍ତ ବାକ୍ୟାଂଶ ସହ ସମ୍ପୂର୍ଣ୍ଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା କରିବା ପାଇଁ ଡାକିଛନ୍ତି ସେଥିପାଇଁ ଉଚିତ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
Colossians 1:29
κοπιῶ, ἀγωνιζόμενος
ପରିଶ୍ରମ ଏବଂ ପ୍ରୟାସ ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ପୁନରାବୃତ୍ତି ଗୁରୁତ୍ଵ ଦିଏ ଯେ ପାଉଲ କେତେ ପରିଶ୍ରମ କରନ୍ତି । ଯଦି ଆପଣଙ୍କର ଭାଷା ଏହି ଉପାୟରେ ପୁନରାବୃତ୍ତି ବ୍ୟବହାର କରେ ନାହିଁ କିମ୍ବା ଏହି ଧାରଣା ପାଇଁ କେବଳ ଗୋଟିଏ ଶବ୍ଦ ଅଛି, ତେବେ ଆପଣ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “କଠିନ ପରିଶ୍ରମ” କିମ୍ବା “ବହୁ ପରିଶ୍ରମ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
τὴν ἐνέργειαν αὐτοῦ, τὴν ἐνεργουμένην ἐν ἐμοὶ
ପାଉଲଙ୍କଠାରେ ଈଶ୍ଵରଙ୍କ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବା ପାଇଁ କାର୍ଯ୍ୟ ଶବ୍ଦ ଏଠାରେ ପୁନରାବୃତ୍ତି ହୋଇଛି ଯାହା ତାଙ୍କୁ କରିବାକୁ ସକ୍ଷମ କରେ । ଯଦି ଆପଣଙ୍କର ଭାଷା ଏହିପରି ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ କେବଳ ଶବ୍ଦକୁ ଥରେ ବ୍ୟବହାର କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱ ପ୍ରଦାନ କରିପାରିବେ । ବିକଳ୍ପ ଅନୁବାଦ: “ମୋ ଭିତରେ ତାଙ୍କର ନିରନ୍ତର କାର୍ଯ୍ୟ” କିମ୍ବା “ସେ ମୋତେ କିପରି ସକ୍ଷମ କରନ୍ତି” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
κατὰ τὴν ἐνέργειαν αὐτοῦ, τὴν ἐνεργουμένην
ଯଦି ଆପଣଙ୍କ ଭାଷା କାର୍ଯ୍ୟ କରିବା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ କାର୍ଯ୍ୟ କରିବା ଆନୁସାରେ, ଯିଏ କାର୍ଯ୍ୟ କରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν δυνάμει
ଯଦି ଆପଣଙ୍କର ଭାଷା ଶକ୍ତି ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶକ୍ତିଶାଳୀ ଉପାୟରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 2
କଲସୀୟ ୨ ସାଧାରଣ ଟିପ୍ପଣୀଗୁଡ଼ିକ
ଗଠନ ଏବଂ ଆକାର
- ଶିକ୍ଷାଦାନ ବିଭାଗ (୧: ୧୩–୨: ୨୩)
o ପାଉଲଙ୍କ ସେବା (୧: ୨୪–୨: ୫)
o ଖ୍ରୀଷ୍ଟଙ୍କ କାର୍ଯ୍ୟର ପ୍ରଭାବ (୨: ୧ –୧୫)
o ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନତା (୨: ୧୬ –୨୩)
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ଦାର୍ଶନିକ
ପାଉଲ ୨:୮ ରେ “ଦର୍ଶନ” ବିଷୟରେ କୁହନ୍ତି । ମନୁଷ୍ୟର ଚତୁର୍ଦ୍ଦିଗରେ ଥିବା ଜଗତକୁ ବୁଝିବା ପାଇଁ ସେ ସମସ୍ତ ଚେଷ୍ଟା ବିଷୟରେ କହୁନାହାଁନ୍ତି । ଏହା ପରିବର୍ତ୍ତେ, ସେ ସ୍ପଷ୍ଟ କରନ୍ତି ଯେ ସେ “ଶୂନ୍ୟ” ଏବଂ “ପ୍ରତାରଣା” ରେ ପରିପୂର୍ଣ୍ଣ, ଯାହା ମନୁଷ୍ୟର ପରମ୍ପରା ଏବଂ “ମୌଳିକ ନୀତି” ରୁ ଆସିଥାଏ । ଏହି ସମସ୍ତ “ଦର୍ଶନ” ମନ୍ଦ ଅଟେ କାରଣ ଏହା “ଖ୍ରୀଷ୍ଟଙ୍କ ଅନୁଯାୟୀ” ନୁହେଁ । ପାଉଲ ଯେଉଁ “ଦର୍ଶନ” ଉପରେ ଆକ୍ରମଣ କରନ୍ତି, ତାହା ଜଗତକୁ ବୁଝାଇବାକୁ ଯେକୌଣସି ପ୍ରୟାସ ଯାହା ଖ୍ରୀଷ୍ଟ ଏବଂ ତାଙ୍କ କାର୍ଯ୍ୟ ଅନୁଯାୟୀ ତାହା କରେ ନାହିଁ ।
ପୂର୍ଣ୍ଣତା
ଶେଷ ଅଧ୍ୟାୟରେ ଯେପରି, “ପୂର୍ଣ୍ଣତା” ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ଯାହା ପାଉଲ ୨:୯–୧୦ କୁ ସୂଚାନ୍ତି । ପୁନର୍ବାର, ଖ୍ରୀଷ୍ଟଙ୍କର ଈଶ୍ୱରୀୟ “ପୂର୍ଣ୍ଣତା” ଅଛି, ଏବଂ ସେ କଲସୀୟମାନଙ୍କୁ “ପୂର୍ଣ୍ଣ କରନ୍ତି” । “ପୂର୍ଣ୍ଣତା” ର ଅନ୍ୟ କୌଣସି ଉତ୍ସ ଆବଶ୍ୟକ ନାହିଁ ।
ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ମସ୍ତକ ଏବଂ ଶରୀର
ଶେଷ ଅଧ୍ୟାୟ ପରି, ଖ୍ରୀଷ୍ଟଙ୍କୁ “ମସ୍ତକ” କୁହାଯାଏ, ଉଭୟ ଶକ୍ତିଶାଳୀ ଶାସକ (୨:୧୦) ଏବଂ ତାଙ୍କ ମଣ୍ଡଳୀ ୨:୧୯ । ଖ୍ରୀଷ୍ଟ (୧) ସର୍ବୋଚ୍ଚ ଶାସକ ଭାବରେ ପରିଚିତ ହେବା ପାଇଁ ପାଉଲ ଏହି ଭାଷା ବ୍ୟବହାର କରନ୍ତି, ଯେପରି ମସ୍ତକ ଶରୀର ଉପରେ ଶାସନ କରେ, ଏବଂ (୨) ମଣ୍ଡଳୀ ପାଇଁ ଜୀବନର ଉତ୍ସ, ଯେପରି ଶରୀର ବିନା ମସ୍ତକ ମୃତ । ପାଉଲ ମଧ୍ୟ ୨:୧୯ ରେ ମଣ୍ଡଳୀକୁ ଖ୍ରୀଷ୍ଟଙ୍କ ଶରୀର ବୋଲି ଉଲ୍ଲେଖ କରନ୍ତି । ଏଠାରେ, ସେ କହନ୍ତି ଯେ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ନ ହୋଇ ମଣ୍ଡଳୀ ବଞ୍ଚିପାରିବ ନାହିଁ ଏବଂ ବୃଦ୍ଧି କରି ପାରିବ ନାହିଁ, ଯେପରି ଶରୀର ବିନା ମସ୍ତକ ମୃତ କିମ୍ବା ବୃଦ୍ଧି ହୁଏ ନାହିଁ। ଶେଷରେ, ପାଉଲ ୨:୧୭ ରେ ଏକ “ଶରୀର” କୁ ବୁଝାନ୍ତି, କିନ୍ତୁ ଏଠାରେ ରୂପକ ଭିନ୍ନ ଅଟେ । “ଶରୀର” ଶବ୍ଦ କୌଣସି ବସ୍ତୁକୁ ସୂଚାଏ ଯାହା ଛାଇ ପକାଇପାରେ (ମୁଖ୍ୟତ ଏକ ଆଙ୍ଗିକ, ମାନବ ଶରୀରକୁ ନୁହେଁ) ଏବଂ ଏଠାରେ “ଶରୀର” (ବସ୍ତୁ) ଖ୍ରୀଷ୍ଟ ଅଟନ୍ତି, ଯିଏ ଏକ ଛାୟା ପ୍ରଦାନ କରନ୍ତି, ଯାହା ପୁରୁଣା ଚୁକ୍ତି ନିୟମ ଭାବରେ ଚିହ୍ନିତ ଅଟେ ।
ସୁନ୍ନତ ଏବଂ ବାପ୍ତିସ୍ମ
୨:୧୧–୧୩ ରେ, ପାଉଲ ସୁନ୍ନତର ପୁରୁଣା ଚୁକ୍ତି ଚିହ୍ନକୁ ବ୍ୟବହାର କରି “ଶରୀରର ମାଂସ” ଏବଂ ବାପ୍ତିସ୍ମର ନୂତନ ଚୁକ୍ତି ସଙ୍କେତକୁ ଖ୍ରୀଷ୍ଟଙ୍କ ସହ “ସମାଧି ଦିଆଯିବା” କୁ ବୁଝାନ୍ତି । ଖ୍ରୀଷ୍ଟିୟାନମାନେ କିପରି ଖ୍ରୀଷ୍ଟଙ୍କ ସହ ମିଳିତ ହୁଅନ୍ତି, ପାପରୁ ମୁକ୍ତ ହୁଅନ୍ତି ଏବଂ ନୂତନ ଜୀବନ ପ୍ରଦାନ କରନ୍ତି, ତାହା ଦର୍ଶାଇବାକୁ ସେ ଏହି ଦୁଇଟି ସଙ୍କେତ ବ୍ୟବହାର କରନ୍ତି ।
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ଶରୀର
କଲସୀୟରେ, ପାଉଲ ପୁନରୁତ୍ଥାନ ପୂର୍ବରୁ ଏବଂ ଈଶ୍ଵର ନୂତନ ଆକାଶ ଓ ପୃଥିବୀ ସୃଷ୍ଟି କରିବା ପୂର୍ବରୁ ଜଗତରେ ମନୁଷ୍ୟର ଆବିଷ୍କୃତ ଅସ୍ତିତ୍ୱକୁ ସୂଚାଇବା ପାଇଁ “ଶରୀର” ବ୍ୟବହାର କରନ୍ତି । ସେ ୨:୧; ୨:୫ ରେ ଶାରୀରିକ ଉପସ୍ଥିତିକୁ ସୂଚାଇବା ପାଇଁ ନିରପେକ୍ଷ ଭାବରେ “ଶରୀର” ବ୍ୟବହାର କରନ୍ତି । (୨:୧୧, ୧୩, ୧୮, ୨୩) ରେ ଅନ୍ୟାନ୍ୟ ସ୍ଥାନରେ, ତଥାପି, ସେ “ଶରୀର” ବ୍ୟବହାର କରି ମନୁଷ୍ୟର ଦୁର୍ବଳତା ଏବଂ ପାପପୂର୍ଣ୍ଣତାକୁ ବୁଝାନ୍ତି ଯେହେତୁ ସେମାନେ ଏହି ଭଙ୍ଗା ଜଗତ ସହ ମେଳ ଖାଇଥା’ନ୍ତି । ପ୍ରାୟତଃ, ଏହି ପରିସ୍ଥିତିରେ “ଶରୀର” “ପାପପୂର୍ଣ୍ଣ ସ୍ୱଭାବ” କୁ ବୁଝାଇଥାଏ । ତଥାପି, ଉଭୟ ଦୁର୍ବଳତା ଏବଂ ପାପପୂର୍ଣ୍ଣତା ଉପରେ ଗୁରୁତ୍ୱ ଦେବା ବୋଧହୁଏ ଉତ୍ତମ ଅଟେ, ଏବଂ “ସ୍ୱଭାବ” ଶବ୍ଦ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ । “ଶରୀର” ଶବ୍ଦକୁ ଅନୁବାଦ କରିବାର କିଛି ଉପାୟର ଉଦାହରଣ ପାଇଁ, UST ଏବଂ ଏହି ଅଧ୍ୟାୟରେ ଟିପ୍ପଣୀ ଦେଖନ୍ତୁ ।
ଭଣ୍ଡ ଶିକ୍ଷା
ଏହି ଅଧ୍ୟାୟରେ, ପାଉଲ ଭଣ୍ଡ ଶିକ୍ଷକମାନେ କ’ଣ କହୁଛନ୍ତି ଏବଂ କରୁଛନ୍ତି ସେହି ବିଷୟରେ କିଛି ସୂଚନା ପ୍ରଦାନ କରନ୍ତି । ତଥାପି, ସେମାନେ କିଏ ଏବଂ ସେମାନେ କ’ଣ ଶିଖାଇଲେ, ତାହାର ସମ୍ପୂର୍ଣ୍ଣ ଚିତ୍ର ଦେବା ଯଥେଷ୍ଟ ନୁହେଁ । ଏଥିରୁ ଏହା ସ୍ପଷ୍ଟ ଯେ ସେମାନେ ଅସାଧାରଣ ଅନୁଭୂତି ବିଷୟରେ କହିଥିଲେ, ଆତ୍ମିକ ଜୀବନ ପ୍ରତି ଆଗ୍ରହୀ ଥିଲେ ଏବଂ ଆଚରଣ ବିଷୟରେ ନିର୍ଦ୍ଦେଶ ଦେଇଥିଲେ ଯାହା ଅନ୍ତତଃ ପକ୍ଷେ ପୁରାତନ ନିୟମ ସହ ଜଡିତ ଥିଲା । ଯଦି ସମ୍ଭବ, ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ପାଉଲଙ୍କ ନିଜସ୍ୱ ବର୍ଣ୍ଣନା ପରି ଆପଣଙ୍କ ଅନୁବାଦକୁ ଅସ୍ପଷ୍ଟ ରଖନ୍ତୁ ।
Colossians 2:1
ଗଠନ ଏବଂ ଆକାର
γὰρ
୧:୨୯ ରେ ଅନୁବାଦିତ କାରଣ ଶବ୍ଦଟି ପାଉଲ ସେମାନଙ୍କ ପ୍ରତି କେତେ ପରିଶ୍ରମ କରନ୍ତି ସେ ବିଷୟରେ ପ୍ରକାଶ କରେ । ଯଦି ଆପଣଙ୍କ ଭାଷାରେ ଏହି ସଂଯୋଗ ଅସ୍ପଷ୍ଟ ହେବ, ତେବେ ଆପଣ ସଂଯୋଗକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ମୋର କଠିନ ପରିଶ୍ରମ ବିଷୟରେ ତୁମ୍ଭମାନଙ୍କୁ କହିବି କାରଣ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
ἡλίκον ἀγῶνα ἔχω
ଏଠାରେ, ଅନୁବାଦିତ ପ୍ରାଣପଣ ଶବ୍ଦଟି ୧:୨୯ ରେ ଅନୁବାଦିତ “ପ୍ରୟାସ” ଶବ୍ଦ ସହ ସିଧାସଳଖ ସମ୍ବନ୍ଧିତ ଅଟେ। ଠିକ ସେହି ପଦରେ, ବ୍ୟାୟାମ ବିଶାରଦ ବ୍ୟକ୍ତି ସମ୍ବନ୍ଧୀୟ, ଆଇନଗତ କିମ୍ବା ସାମରିକ ହେଉ, ଏକ ପ୍ରତିଯୋଗିତାରେ ଜିତିବାକୁ ଚେଷ୍ଟା କରିବା ପାଇଁ ଏହା ସାଧାରଣ ବ୍ୟବହୃତ ହୁଏ । ପାଉଲ କଲସୀୟମାନଙ୍କ ପାଇଁ କେତେ ଯତ୍ନବାନ ଏବଂ ସେମାନଙ୍କ ସୁବିଧା ପାଇଁ କେତେ ପରିଶ୍ରମ କରନ୍ତି ତାହା ସୂଚାଇବା ପାଇଁ ସେ ଏଠାରେ ଏହି ଶବ୍ଦ ବ୍ୟବହାର କରନ୍ତି । ଯଦି ପ୍ରାଣପଣ ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣା ଧାରଣାକୁ ଏକ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ କେତେ ଯତ୍ନବାନ ଅଟେ” (See: ଉପମା/ରୂପକ)
ἡλίκον ἀγῶνα ἔχω
ଯଦି ଆପଣଙ୍କ ଭାଷା ପ୍ରାଣପଣ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଗୁଣବାଚକ ବିଶେଷ୍ୟ ପଛରେ ଥିବା ଧାରଣାକୁ କ୍ରିୟା ସହ ମିଶ୍ରଣ କରି “ପ୍ରାଣପଣ” ପରି ଏକ କ୍ରିୟା ବ୍ୟବହାର କରି ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ କେତେ ସଂଘର୍ଷ କରେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ὑπὲρ ὑμῶν, καὶ τῶν ἐν Λαοδικίᾳ, καὶ ὅσοι οὐχ ἑόρακαν τὸ πρόσωπόν μου ἐν σαρκί
ଏହି ତାଲିକାରେ କଲସୀୟ ଏବଂ ଲାଅଦିକିଆମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ପାଉଲଙ୍କୁ ଶରୀରରେ ଦେଖି ନାହାଁନ୍ତି । ଯଦି ଏହି ଅନ୍ତର୍ଭୂକ୍ତି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ତାଲିକାର କ୍ରମକୁ ପରିବର୍ତ୍ତନ କରି ପାରନ୍ତି ଏବଂ ପାଉଲଙ୍କ ଚେହେରା ଦେଖିନଥିବା ଲୋକମାନଙ୍କ ମଧ୍ୟରେ ଆପଣଙ୍କୁ ଏବଂ ଲାଅଦିକିଆରେ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଯେତେ ଲୋକ ମୋତେ ଦେଖି ନାହାଁନ୍ତି, ସେମାନଙ୍କ ସହ ଲାଅଦିକିଆରେ ମଧ୍ୟ ଅଛନ୍ତି” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-expl/01.md)
οὐχ ἑόρακαν τὸ πρόσωπόν μου ἐν σαρκί
ପାଉଲଙ୍କ ସଂସ୍କୃତିରେ, ମୁଖରେ ଦେଖିବା ବ୍ୟକ୍ତିଗତ ଭାବରେ କାହାକୁ ଭେଟିବାକୁ ବୁଝାଏ । ଯଦି ଶରୀରରେ ମୋର ଚେହେରାକୁ ଦେଖି ନ ଥିବାର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବ କିମ୍ବା ଧାରଣାକୁ ଅଣ-ସାଂସ୍କୃତିକ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟକ୍ତିଗତ ଭାବରେ ମୋର ପରିଚୟ ପାଇନାହାନ୍ତି” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-idiom/01.md)
Colossians 2:2
αὐτῶν
ପାଉଲ ଏଠାରେ ଦ୍ୱିତୀୟ ପୁରୁଷଠାରୁ ତୃତୀୟ ପୁରୁଷ ବ୍ୟବହାର କରନ୍ତି କାରଣ ସେ କଲସୀୟମାନଙ୍କ ସମେତ ବ୍ୟକ୍ତିଗତ ଭାବରେ ସାକ୍ଷାତ ହୋଇନଥିବା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ (୧) ପୂର୍ବ ପଦରୁ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ କିନ୍ତୁ ଏହା ସ୍ପଷ୍ଟ କରନ୍ତୁ ଯେ ଏଥିରେ ପାଉଲ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିନାହାଁନ୍ତି । ବିକଳ୍ପ ଅନୁବାଦ “ତୁମ୍ଭମାନଙ୍କର ହୃଦୟ ଏବଂ ସେମାନଙ୍କର” (୨) ଏଠାରେ ତୃତୀୟ ପୁରୁଷକୁ ରଖି ସେଠାରେ ଟିପ୍ପଣୀ ଅନୁଯାୟୀ ପରିବର୍ତ୍ତନ କରନ୍ତୁ (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-123person/01.md)
παρακληθῶσιν αἱ καρδίαι αὐτῶν, συμβιβασθέντες
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନକୁ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି କ୍ରିୟାଗୁଡ଼ିକୁ ସେଗୁଡ଼ିକର ସକ୍ରିୟ ବାକ୍ୟରେ ପାଉଲଙ୍କୁ “ଉତ୍ସାହଜନକ” ଏବଂ ଈଶ୍ଵରଙ୍କୁ “ଏକତ୍ର କରିବାର” ବିଷୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଏକତ୍ର କରିବା ମାଧ୍ୟମରେ ମୁଁ ସେମାନଙ୍କ ହୃଦୟକୁ ଉତ୍ସାହିତ କରିପାରିବି,” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
αἱ καρδίαι αὐτῶν
ଏଠାରେ, ଯେବେ ପାଉଲ ସେମାନଙ୍କ ହୃଦୟକୁ ବୁଝାଏ, କଲସୀୟମାନେ ତାଙ୍କୁ ସମଗ୍ର ବ୍ୟକ୍ତିଙ୍କୁ ବୁଝାଏ ବୋଲି ବୁଝିଥିବେ । ପାଉଲ ହୃଦୟ ବ୍ୟବହାର କରନ୍ତି କାରଣ ତାଙ୍କ ସଂସ୍କୃତି ହୃଦୟକୁ ଶରୀରର ଅଂଶ ଭାବରେ ବୁଝାଏ ଯେବେ ଲୋକମାନେ ଉତ୍ସାହର ସମ୍ମୁଖୀନ ହୁଅନ୍ତି । ଯଦି ସେମାନଙ୍କ ହୃଦୟର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସେହି ଅର୍ଥକୁ ବୁଝାଏ ଯଦି ଆପଣଙ୍କ ସଂସ୍କୃତିରେ ଲୋକମାନେ ଉତ୍ସାହ ଅନୁଭବ କରନ୍ତି, କିମ୍ବା ଆପଣ ଏହି ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ” (ଦେଖନ୍ତୁ: https://git.door43.org/Door43-Catalog/or_ta/src/branch/master/translate/figs-synecdoche/01.md)
πᾶν πλοῦτος τῆς πληροφορίας
ପାଉଲ ଏଠାରେ ପୂର୍ଣ୍ଣ ନିଶ୍ଚୟତା ବାକ୍ୟାଂଶକୁ ସମସ୍ତ ଧନକୁ ବୁଝାଇବା ନିମନ୍ତେ ବ୍ୟବହାର କରନ୍ତି । ପୂର୍ଣ୍ଣ ନିଶ୍ଚିତତାକୁ ସମ୍ପୂର୍ଣ୍ଣ ଏବଂ ମୂଲ୍ୟବାନ ଭାବରେ ବର୍ଣ୍ଣନା କରିବାକୁ ସେ ଏହି ରୂପକକୁ ବ୍ୟବହାର କରନ୍ତି । ଯଦି ସମ୍ପୂର୍ଣ୍ଣ ନିଶ୍ଚିତତାର ସମସ୍ତ ଧନ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ଏବଂ ମୂଲ୍ୟବାନ ପୂର୍ଣ୍ଣ ନିଶ୍ଚିତତା” କିମ୍ବା “ପୂର୍ଣ୍ଣ ନିଶ୍ଚିତତାର ସମସ୍ତ ଆଶୀର୍ବାଦ” (See: ଉପମା/ରୂପକ)
τῆς πληροφορίας τῆς συνέσεως
ଏଠାରେ, ପାଉଲ ପୂର୍ଣ୍ଣ ନିଶ୍ଚିତତା ବିଷୟରେ କହିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହା ନିଗୂଢ଼ ତତ୍ତ୍ୱ ଦ୍ୱାରା ପ୍ରାପ୍ତ ହୁଏ । ଅନ୍ୟ ପଦରୁ ଏହା ସ୍ପଷ୍ଟ ଯେ ଯାହା “ନିଗୂଢ଼ ତତ୍ତ୍ୱ” ତାହା ଈଶ୍ଵରଙ୍କ ରହସ୍ୟ ଅଟେ । ଯଦି ଏହି ବାକ୍ୟ ଗଠନଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ * ନିଗୂଢ଼ ତତ୍ତ୍ୱର* ଅନୁବାଦ ପାଇଁ ଏକ ଆପେକ୍ଷିକ ବାକ୍ୟାଂଶ ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: “ନିଗୂଢ଼ ତତ୍ତ୍ୱରୁ ଆସୁଥିବା ପୂର୍ଣ୍ଣ ନିଶ୍ଚିତତାର” (See: ଅଧିକାର/ଦଖଲ)
εἰς πᾶν πλοῦτος τῆς πληροφορίας τῆς συνέσεως; εἰς ἐπίγνωσιν τοῦ μυστηρίου τοῦ Θεοῦ
ଯଦି ଆପଣଙ୍କ ଭାଷା ପୂର୍ଣ୍ଣ ନିଶ୍ଚିତତା, * ନିଗୂଢ଼ ତତ୍ତ୍ୱ* ଏବଂ ଜ୍ଞାନ ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ କ୍ରିୟା ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଧନ ପ୍ରାପ୍ତ ହୁଏ ଯେବେ ସେମାନେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ବିଶ୍ଵାସ କରନ୍ତି କାରଣ ସେମାନେ ବୁଝନ୍ତି, ଅର୍ଥାତ୍ ସେମାନେ ଈଶ୍ଵରଙ୍କ ରହସ୍ୟ ଜାଣନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῆς συνέσεως; εἰς ἐπίγνωσιν
ଏଠାରେ, ବୁଝିବା ଏବଂ ଜ୍ଞାନ ଶବ୍ଦର ଅର୍ଥ ସମାନ ଅଟେ । ପାଉଲ ଆତ୍ମିକ ଜ୍ଞାନର ବ୍ୟାପକତା ଉପରେ ଗୁରୁତ୍ୱ ଦେବା ପାଇଁ ଉଭୟ ଶବ୍ଦ ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏହି ଉପାୟରେ ପୁନରାବୃତ୍ତି ବ୍ୟବହାର କରେ ନାହିଁ କିମ୍ବା ଏହି ଧାରଣା ପାଇଁ କେବଳ ଗୋଟିଏ ଶବ୍ଦ ଉପଲବ୍ଧ ଥାଏ, ତେବେ ଆପଣ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ କିମ୍ବା “ଜ୍ଞାନୀ” ଭଳି ଏକ ବିଶେଷଣ ସହ ବୁଝାମଣାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଜ୍ଞାନୀ ଜ୍ଞାନର” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
ἐπίγνωσιν τοῦ μυστηρίου
ଏଠାରେ, ପାଉଲ ରହସ୍ୟ ବିଷୟରେ ଜ୍ଞାନ ବିଷୟରେ କହିବାକୁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯଦି ଏହି ବାକ୍ୟ ଗଠନଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଜ୍ଞାନକୁ ଏକ କ୍ରିୟା ସହ ଅନୁବାଦ କରିପାରିବ ଯେପରିକି “ଜାଣିବା” କିମ୍ବା ବିଭିନ୍ନ ପଦବୀ ବ୍ୟବହାର କରିବା, ଯେପରିକି “ବିଷୟରେ” । ବିକଳ୍ପ ଅନୁବାଦ: “ରହସ୍ୟ ବିଷୟରେ ଜାଣିବା” (See: ଅଧିକାର/ଦଖଲ)
τοῦ μυστηρίου τοῦ Θεοῦ
ଈଶ୍ଵରଙ୍କଠାରୁ ଆସିଥିବା ଏକ ରହସ୍ୟ ବିଷୟରେ କହିବାକୁ ପାଉଲ ଏଠାରେ ଧାରଣକାରୀ ରୂପକ ବ୍ୟବହାର କରନ୍ତି । ଏହି ରହସ୍ୟର ବିଷୟବସ୍ତୁକୁ କେବଳ ଈଶ୍ଵର ପ୍ରକାଶ କରିପାରିବେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ଆପେକ୍ଷିକ ବାକ୍ୟାଂଶ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରହସ୍ୟ ଯାହା ଈଶ୍ଵର ପ୍ରକାଶ କରନ୍ତି” କିମ୍ବା “ଈଶ୍ଵରଙ୍କ ଦ୍ୱାରା ଜଣାଶୁଣା ରହସ୍ୟ” (See: ଅଧିକାର/ଦଖଲ)
Colossians 2:3
ἐν ᾧ
ଯଦି ଆପଣଙ୍କର ପାଠକମାନେ କାହାକୁ କାହାକୁ ସୂଚାଏ ବୁଝି ନ ପାରନ୍ତି, ଆପଣ ଏହାକୁ ଅଧିକ ସ୍ପଷ୍ଟ କରି ପ୍ରକାଶ କରିପାରିବେ । ଶବ୍ଦ କାହାକୁ ଦର୍ଶାଇପାରେ: (୧) ରହସ୍ୟ । ବିକଳ୍ପ ଅନୁବାଦ: “ଏହି ରହସ୍ୟରେ” (୨) ଖ୍ରୀଷ୍ଟ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ” । ଯେହେତୁ ୨:୨ ଖ୍ରୀଷ୍ଟଙ୍କ ସହ ରହସ୍ୟ ପ୍ରକାଶ କରେ, ଉଭୟ ବିକଳ୍ପ ପାଉଲ ଯାହା କହୁଛନ୍ତି ତାହା ପ୍ରକାଶ କରେ, ତେଣୁ ଆପଣଙ୍କ ଭାଷାରେ ଧାରଣାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ସେହି ବିକଳ୍ପକୁ ବ୍ୟବହାର କରନ୍ତୁ । (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
εἰσιν πάντες οἱ θησαυροὶ τῆς σοφίας καὶ γνώσεως ἀπόκρυφοι
ଯଦି ଆପଣଙ୍କ ଭାଷା ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣା ଧାରଣାକୁ ଈଶ୍ଵରଙ୍କ ସହ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଜ୍ଞାନ ଏବଂ ଜ୍ଞାନର ସମସ୍ତ ଭଣ୍ଡାରକୁ ଲୁଚାଇ ରଖିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν ᾧ εἰσιν πάντες οἱ θησαυροὶ…ἀπόκρυφοι
ପାଉଲ ଏଠାରେ ଖ୍ରୀଷ୍ଟଙ୍କ ବିଷୟରେ କୁହନ୍ତି ଯେପରି ସେ ଏକ ପାତ୍ର ଯାହାକି ଧନକୁ “ଲୁଚାଇ ପାରିବ” । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହ ମିଳିତ ହେଲେ ଈଶ୍ଵରଙ୍କଠାରୁ ଯାହା ଗ୍ରହଣ କରନ୍ତି ତାହାର ମୂଲ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ଏହି ଉପାୟରେ ଉଲ୍ଲେଖ କରନ୍ତି । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାଙ୍କଠାରୁ ସମସ୍ତ ଆଶୀର୍ବାଦ ଗ୍ରହଣ କରାଯାଇପାରିବ” (See: ଉପମା/ରୂପକ)
οἱ θησαυροὶ τῆς σοφίας καὶ γνώσεως
ଧନ କ’ଣ ତାହା ବୁଝାଇବା ପାଇଁ ପାଉଲ ଏଠାରେ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି: ଜ୍ଞାନ ଏବଂ ବୁଦ୍ଧି ବିଷୟରେ କହନ୍ତି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଜ୍ଞାନ ଏବଂ ବୁଦ୍ଧି ଭଣ୍ଡାର ବୋଲି ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଧନ, ଯାହା ଜ୍ଞାନ ଏବଂ ବୁଦ୍ଧି ଅଟେ,” (See: ଅଧିକାର/ଦଖଲ)
τῆς σοφίας καὶ γνώσεως
ଯଦି ଆପଣଙ୍କର ଭାଷା ଜ୍ଞାନ ଏବଂ ବୁଦ୍ଧି ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଗୁଣବାଚକ ବିଶେଷ୍ୟଗୁଡ଼ିକର ଧାରଣାକୁ “ଜ୍ଞାନୀ” ଏବଂ “ବୁଦ୍ଧି” ଭଳି ବିଶେଷଣ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜ୍ଞାନ ଏବଂ ବୁଦ୍ଧିର ବିଷୟ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῆς σοφίας καὶ γνώσεως
ଜ୍ଞାନ ଏବଂ ବୁଦ୍ଧି ଶବ୍ଦର ଅର୍ଥ ସମାନ ଅଟେ । ଏଠାରେ ପୁନରାବୃତ୍ତି ଆତ୍ମିକ ଜ୍ଞାନର ପ୍ରଶସ୍ତିକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହୃତ । ଯଦି ଆପଣଙ୍କର ଭାଷା ଏହି ଉପାୟରେ ପୁନରାବୃତ୍ତି ବ୍ୟବହାର କରେ ନାହିଁ କିମ୍ବା ଏହି ଧାରଣା ପାଇଁ କେବଳ ଗୋଟିଏ ଶବ୍ଦ ଉପଲବ୍ଧ ଥାଏ, ତେବେ ଆପଣ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ କିମ୍ବା “ଜ୍ଞାନୀ” ଭଳି ବିଶେଷଣ ଭାବରେ ଜ୍ଞାନକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଜ୍ଞାନର” କିମ୍ବା “ବୁଦ୍ଧିର” କିମ୍ବା “ଜ୍ଞାନୀ ବୁଦ୍ଧିର” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
Colossians 2:4
τοῦτο
ଏହି ଅନୁବାଦ କରାଯାଇଥିବା ଶବ୍ଦଟି ୨:୨–୩ ରେ “ରହସ୍ୟ” ବିଷୟରେ ପାଉଲ ଯାହା କହିଛନ୍ତି ତାହା ସୂଚାଏ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ବ୍ୟବହାର କରିବା ପରିବର୍ତ୍ତେ ପାଉଲ ଯାହା କହିଛନ୍ତି ତାହା ସଂକ୍ଷେପରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରହସ୍ୟ ବିଷୟରେ ଏହି ବିଷୟଗୁଡ଼ିକ” (ଦେଖନ୍ତୁ:)
μηδεὶς ὑμᾶς παραλογίζηται
ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କୁ ପ୍ରତାରଣା ଦେଇପାରିବେ ନାହିଁ”
πιθανολογίᾳ
ବାକ୍ଚାତୁରି ଅନୁବାଦିତ ଶବ୍ଦ ଯୁକ୍ତିକୁ ଦର୍ଶାଏ ଯାହା ଯୁକ୍ତିଯୁକ୍ତ ଅଟେ । ଶବ୍ଦଟି ସୂଚାଏ ନାହିଁ ଯେ ଯୁକ୍ତିଗୁଡ଼ିକ ସତ୍ୟ କିମ୍ବା ମିଥ୍ୟା, କିନ୍ତୁ ଏଠାରେ ଥିବା ପ୍ରସଙ୍ଗଟି ଦର୍ଶାଏ ଯେ ଯୁକ୍ତିଗୁଡ଼ିକ ମିଥ୍ୟା, ଯଦିଓ ସେଗୁଡ଼ିକ ବିଶ୍ୱାସଯୋଗ୍ୟ ଅଟେ । ଯଦି ଆପଣଙ୍କ ଭାଷାରେ ବାକ୍ଚାତୁରି ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି କିମ୍ବା ଏକ ସଂକ୍ଷିପ୍ତ ବାକ୍ୟାଂଶ ବ୍ୟବହାର କରିପାରିବ ଯାହା ଏହି ଧାରଣାକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଯୁକ୍ତିଯୁକ୍ତ ଯୁକ୍ତି” କିମ୍ବା “ବାକ୍ୟ ଯାହା ସତ୍ୟ ଅଟେ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
Colossians 2:5
γὰρ
କଲସୀୟମାନେ କାହିଁକି “ପ୍ରତାରିତ” (୨:୪) ହେବା ଉଚିତ୍ ନୁହେଁ ଅନୁବାଦିତ ପାଇଁ ଶବ୍ଦ ଅଧିକ ସମର୍ଥନ କରେ । ପାଉଲ ଶାରୀରିକ ଭାବରେ ଅନୁପସ୍ଥିତ ଥିଲେ ମଧ୍ୟ ସେ ସେମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି ଏବଂ ସେମାନଙ୍କର ଯତ୍ନଶିଳ ହେଉଛନ୍ତି । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଶବ୍ଦଟି କ’ଣ ସମର୍ଥନ କରୁଛି ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଏହି ପ୍ରବର୍ତ୍ତନାମୂଳକ କଥା ମିଥ୍ୟା କାରଣ,” (ଦେଖନ୍ତୁ:)
εἰ…καὶ
ପାଉଲ “ଅନୁପସ୍ଥିତ” ରହିବା ଏକ ଆନୁମାନିକ ସମ୍ଭାବନା ଥିଲା ପରି କହନ୍ତି, କିନ୍ତୁ ଏହାର ଅର୍ଥ ଏହା ସତ୍ୟ ଅଟେ । ଯଦି ଆପଣଙ୍କର ଭାଷା ଏକ ସାମ୍ପ୍ରତିକ ତଥ୍ୟ ପାଇଁ ଏକ ସର୍ତ୍ତମୂଳକ ବାକ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଏକ ନିଶ୍ଚିତକରଣ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ” (ଦେଖନ୍ତୁ:)
τῇ σαρκὶ ἄπειμι
ପାଉଲଙ୍କ ସଂସ୍କୃତିରେ, ଶରୀରେ ଅନୁପସ୍ଥିତ ରହିବା ବ୍ୟକ୍ତିଗତ ଭାବରେ ଉପସ୍ଥିତ ନହେବା ବିଷୟରେ ଏକ ସାଙ୍କେତିକ ଉପାୟ ଅଟେ। ଯଦି ଶରୀରରେ ଅନୁପସ୍ଥିତ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ସହ ସେଠାରେ ନାହିଁ” (ଦେଖନ୍ତୁ:)
ἀλλὰ
ଅନୁବାଦିତ ଶବ୍ଦ ତଥାପି “ଶରୀରରେ ଅନୁପସ୍ଥିତ” ସହ ଏକ ଭିନ୍ନତା ଉପସ୍ଥାପନ କରେ । ଯଦି କଲସୀୟମାନେ ପାଉଲ “ଶରୀରରେ ଅନୁପସ୍ଥିତ,” ତେଣୁ ସେ ମଧ୍ୟ “ଆତ୍ମାରେ ଅନୁପସ୍ଥିତ” ବୋଲି ମନେକରନ୍ତି, ପାଉଲ ଏହାର ବିପରୀତ କଥା କୁହନ୍ତି: ସେ ସେମାନଙ୍କ ସହ “ଆତ୍ମାରେ” ଅଛନ୍ତି ବୋଲି କହନ୍ତି । ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ବିପରୀତ କିମ୍ବା ପ୍ରତିବାଦକୁ ସୂଚାଏ । ବିକଳ୍ପ ଅନୁବାଦ: “ଏହା ସତ୍ତେ”(ଦେଖନ୍ତୁ:)
τῷ πνεύματι σὺν ὑμῖν εἰμι
ପାଉଲଙ୍କ ସଂସ୍କୃତିରେ, ଆତ୍ମାରେ କାହା ସହ ରହିବା ସେହି ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବା ଏବଂ ଯତ୍ନ ନେବା ବିଷୟରେ ଏକ ସାଙ୍କେତିକ ଉପାୟ ଥିଲା । ଯଦି ଆତ୍ମା ତୁମ୍ଭମାନଙ୍କ ସହ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ତୁଳନାତ୍ମକ ରୂପକ ସହ କିମ୍ବା କଳ୍ପନାତ୍ମକ ଭାବରେ ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତଥାପି ତୁମ୍ଭମାନଙ୍କ ସହ ସଂଯୁକ୍ତ” (ଦେଖନ୍ତୁ:)
τῷ πνεύματι
ଏଠାରେ, ଆତ୍ମା ସୂଚାଇପାରେ: (୧) ପାଉଲଙ୍କ ଆତ୍ମା, ଯାହା ତାଙ୍କର ଏକ ଅଂଶ ଅଟେ ଯାହା ଦୂରରୁ କଲସୀୟମାନଙ୍କ ଉପରେ ଆନନ୍ଦ କରେ । ବିକଳ୍ପ ଅନୁବାଦ: “ମୋ ଆତ୍ମାରେ” (୨) ପବିତ୍ର ଆତ୍ମା, ଯାହା ପାଉଲଙ୍କୁ କଲସୀୟମାନଙ୍କ ସହ ଯୋଡିଥାଏ, ଯଦିଓ ସେମାନେ ଶାରୀରିକ ଭାବରେ ଏକାଠି ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମାରେ” କିମ୍ବା “ଈଶ୍ଵରଙ୍କ ଆତ୍ମା ଦ୍ୱାରା” ।
χαίρων καὶ βλέπων
ପାଉଲ ସେମାନଙ୍କ ସହ ଥିବାବେଳେ “ଆତ୍ମାରେ” ଆନନ୍ଦ କରନ୍ତି ଏବଂ ଦେଖନ୍ତି । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣା ଧାରଣା ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରି ପାରିବେ । ବିକଳ୍ପ ଅନୁବାଦ: (“ଆତ୍ମା” ପରେ ଏକ ଅବଧି ଯୋଡିବା) “ଯେବେ ମୁଁ ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରେ, ମୁଁ ଆନନ୍ଦିତ ହୁଏ ଏବଂ ଦେଖେ” (ଦେଖନ୍ତୁ:)
χαίρων καὶ βλέπων
ପାଉଲ ଏଠାରେ ଦୁଇଟି ଶବ୍ଦ ଆନନ୍ଦ ଏବଂ ଦେଖିବା ସହ ଗୋଟିଏ ଧାରଣା ପ୍ରକାଶ କରନ୍ତି । ଏହାର ଅର୍ଥ ଯେବେ ସେ “ଦେଖନ୍ତି” ସେତେବେଳେ ସେ “ଆନନ୍ଦ କରନ୍ତି” । ଯଦି ଆପଣଙ୍କ ଭାଷାରେ ଆନନ୍ଦ କରିବା ଏବଂ ଦେଖିବା ଅସ୍ପଷ୍ଟ ହୁଏ , ଆପଣ ଆନନ୍ଦକୁ ଏକ କ୍ରିୟା ବିଶେଷଣ ବା ସମ୍ବନ୍ଧସୂଚକ ବାକ୍ୟାଂଶ ଭାବରେ ଅନୁବାଦ କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆନନ୍ଦରେ ଦେଖିବା” କିମ୍ବା “ଆନନ୍ଦର ସହ ଦେଖିବା” (See: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
ὑμῶν τὴν τάξιν
ଉତ୍ତମ କ୍ରମକୁ ଅନୁବାଦ କରାଯାଇଥିବା ଶବ୍ଦ ଆଚରଣକୁ ସୂଚାଏ ଯାହା ଏକ ବୃହତ ଗଠନ କିମ୍ବା ବ୍ୟବସ୍ଥାରେ ସଠିକ୍ ଭାବରେ ବ୍ୟବହୃତ ହୁଏ । ପ୍ରସଙ୍ଗରେ, ସେହି ବୃହତ ଗଠନ ଈଶ୍ଵର ତାଙ୍କ ଲୋକଙ୍କଠାରୁ ଯାହା ଆଶା କରନ୍ତି ସେହି ବିଷୟକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ଉତ୍ତମ କ୍ରମ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଏକ ସଂକ୍ଷିପ୍ତ ବାକ୍ୟାଂଶ ସହ ଧାରଣାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏହା ସତ୍ୟ ଅଟେ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମାନଦଣ୍ଡ ଅନୁସାରେ ଆଚରଣ କର” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τὸ στερέωμα…πίστεως ὑμῶν
କଲସୀୟମାନଙ୍କ ବିଶ୍ଵାସକୁ ବର୍ଣ୍ଣନା କରିବାକୁ ପାଉଲ ଏକ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହାର ଶକ୍ତି ଅଛି । ଯଦି ଆପଣଙ୍କ ଭାଷା ଏହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ “ଶକ୍ତିଶାଳୀ” ଭଳି ଏକ ବିଶେଷଣ ସହ ଶକ୍ତି ଅନୁବାଦ କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଦୃଢ଼ ବିଶ୍ୱାସ” (See: ଅଧିକାର/ଦଖଲ)
τὸ στερέωμα…πίστεως ὑμῶν
ଯଦି ଆପଣଙ୍କ ଭାଷା ଶକ୍ତି ଏବଂ ବିଶ୍ୱାସ ଶବ୍ଦ ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଗୁଣବାଚକ ବିଶେଷ୍ୟଗୁଡ଼ିକର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେପରି ଦୃଢ଼ ଭାବରେ ବିଶ୍ଵାସ କର” କିମ୍ବା “ତୁମ୍ଭେମାନେ ଦୃଢ଼ ଭାବରେ ବିଶ୍ଵାସ କରୁଅଛ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 2:6
οὖν
ଅନୁବାଦିତ ଶବ୍ଦ ତେଣୁ ପାଉଲ ୨:୧–୫ ରେ ଯାହା କହିଛନ୍ତି ସେଥିରୁ ଏକ ଧାରଣା ବା ସିଦ୍ଧାନ୍ତ ଆଙ୍କିଛନ୍ତି, ଯେଉଁଥିରେ ପାଉଲଙ୍କ ବିଷୟରେ ସତ୍ୟ ଏବଂ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ପ୍ରବାହିତ ହେଉଥିବା ଲାଭ ଅନ୍ତର୍ଭୁକ୍ତ ଅଟେ । ଯଦି ତେଣୁ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ତେବେ ଆପଣ ପାଉଲ କେଉଁଠାରୁ ଆଙ୍କିଛନ୍ତି ତାହା ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ନିଜ ବିଷୟରେ ଏବଂ ଖ୍ରୀଷ୍ଟଙ୍କ ବିଷୟରେ ଯାହା କହିଛି, ସେଥିପାଇଁ” (ଦେଖନ୍ତୁ:)
ὡς…παρελάβετε τὸν Χριστὸν Ἰησοῦν τὸν Κύριον, ἐν αὐτῷ περιπατεῖτε,
ପାଉଲ ଏଠାରେ କଲସୀୟମାନେ ଖ୍ରୀଷ୍ଟଙ୍କୁ କିପରି ଗ୍ରହଣ କରିଥିଲେ ଏବଂ ସେ ବର୍ତ୍ତମାନ ଯେଉଁ ଆଚରଣ କରିବାକୁ ଚାହୁଁଛନ୍ତି ସେଥିର ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଆଙ୍କିଛନ୍ତି । ଯଦି ଆପଣଙ୍କ ଭାଷା ତୁଳନାକୁ ଦ୍ୱିତୀୟରେ ରଖିବ, ତେବେ ଆପଣ ଦୁଇଟି ବାକ୍ୟାଂଶ କୁ ପରିବର୍ତ୍ତନ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆଚରଣ କର ଯେପରି ତୁମ୍ଭେମାନେ ତାଙ୍କୁ ଗ୍ରହଣ କରିଅଛ” (ଦେଖନ୍ତୁ:)
παρελάβετε τὸν Χριστὸν
ପାଉଲ କହନ୍ତି ଯେ କଲସୀୟମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି ଯେପରି ସେମାନେ ତାଙ୍କୁ ନିଜ ଘରେ ସ୍ୱାଗତ କରିଛନ୍ତି କିମ୍ବା ତାଙ୍କୁ ଉପହାର ସ୍ୱରୂପ ଗ୍ରହଣ କରିଛନ୍ତି । ଏହାର ଅର୍ଥ ସେମାନେ ଯୀଶୁଙ୍କ ବିଷୟରେ ଏବଂ ତାଙ୍କ ବିଷୟରେ ଶିକ୍ଷା ଉପରେ ବିଶ୍ୱାସ କରୁଥିଲେ । ଯଦି ଗ୍ରହଣ କରାଯାଇଥିବା ଖ୍ରୀଷ୍ଟ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ଯୀଶୁଙ୍କଠାରେ ବିଶ୍ଵାସ କରିବାକୁ ବୁଝାଏ କିମ୍ବା ଆପଣ ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରଥମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲ” (See: ଉପମା/ରୂପକ)
ἐν αὐτῷ περιπατεῖτε
ଏହି ଆଜ୍ଞା କଲସୀୟମାନଙ୍କୁ ଯୀଶୁଙ୍କଠାରେ ଚାଲିବା ଆବଶ୍ୟକ କରେ ନାହିଁ । ବରଂ, ପାଉଲଙ୍କ ସଂସ୍କୃତିରେ, ଚାଲିବା ଏକ ସାଧାରଣ ରୂପକ ଅଟେ ଯାହା କି ଲୋକମାନେ କିପରି ସେମାନଙ୍କ ଜୀବନ ବଞ୍ଚନ୍ତି, ଏବଂ ତାଙ୍କ ଭିତରେ ଥିବା ଶବ୍ଦଗୁଡ଼ିକ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ବିଷୟରେ ସୂଚାଏ । ଯଦି ତାଙ୍କଠାରେରେ ଚାଲିବା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କ୍ରିୟା ବ୍ୟବହାର କରିପାରିବେ ଯାହାକି ଜୀବନର ଆଚରଣକୁ ସୂଚାଏ ଏବଂ ଆପଣ ଏହାକୁ ଅନ୍ୟତ୍ର “ଖ୍ରୀଷ୍ଟଙ୍କଠାରେ” ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କ ସହ ମିଳିତ ଅଟନ୍ତି ସେମାନଙ୍କ ପରି ଆଚରଣ କର” (See: ଉପମା/ରୂପକ)
Colossians 2:7
ἐρριζωμένοι…ἐποικοδομούμενοι…βεβαιούμενοι…περισσεύοντες
କଲସୀୟମାନେ କିପରି ଖ୍ରୀଷ୍ଟଙ୍କଠାରେ “ଆଚରଣ” (୨:୬) କରନ୍ତି ଏହାର ଉଦାହରଣ ଦେବା ପାଇଁ ପାଉଲ ଏହି ଚାରୋଟି କ୍ରିୟା ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ବାକ୍ୟାଂଶ ଯୋଡିପାରିବେ ଯାହା ଏହି ସମ୍ପର୍କକୁ ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: “ତାଙ୍କଠାରେ ଆଚରଣ କରିବା ମୂଳୋତ୍ପାଟନ ହେବା… ନିର୍ମାଣ ହେବା… ନିଶ୍ଚିତ…ହେବା” (ଦେଖନ୍ତୁ:)
ἐρριζωμένοι…ἐποικοδομούμενοι…βεβαιούμενοι
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନଗୁଡ଼ିକ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ତିନୋଟି ଶବ୍ଦକୁ ସେଗୁଡ଼ିକର କର୍ତ୍ତୃବାଚ୍ୟଗଠନରେ କଲସୀୟମାନଙ୍କ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ବଦ୍ଧମୂଳ କର… ନିଜକୁ ଗଠନ… ବିଶ୍ୱାସରେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐρριζωμένοι…ἐν αὐτῷ
ପାଉଲ ଚାହୁଁଛନ୍ତି ଯେ କଲସୀୟମାନେ ଖ୍ରୀଷ୍ଟଙ୍କ ସହ ଏତେ ଘନିଷ୍ଠ ହୁଅନ୍ତୁ ଯେ ସେ ଏହି ଏକତା ବିଷୟରେ କୁହନ୍ତି ଯେପରି କଲସୀୟମାନେ ଖ୍ରୀଷ୍ଟଙ୍କଠାରେ ବଢୁଥିବା ଏକ ବୃକ୍ଷ ଅଟନ୍ତି । ଯଦି ଏହି ପ୍ରତିମୂର୍ତ୍ତିଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ସହ ଘନିଷ୍ଠ ଭାବରେ ସଂଯୁକ୍ତ ହୋଇ” (See: ଉପମା/ରୂପକ)
καὶ ἐποικοδομούμενοι ἐν αὐτῷ
ପାଉଲ ଚାହାଁନ୍ତି ଯେ କଲସୀୟମାନେ ଯାହା ଭାବନ୍ତି ଏବଂ କରନ୍ତି, ତାହା ଖ୍ରୀଷ୍ଟଙ୍କ ଉପରେ ଆଧାର କରନ୍ତୁ ଯେପରି ସେମାନେ ଖ୍ରୀଷ୍ଟଙ୍କ ଉପରେ ନିର୍ମିତ ଏକ ଘର, ଯିଏ ମୂଳଦୁଆ ଅଟେ । ଯଦି ଏହି ପ୍ରତିମୂର୍ତ୍ତିଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଭାବୁଛ ଏବଂ ତାଙ୍କ ଉପରେ ତାହା ଆଧାର କରି କର” (See: ଉପମା/ରୂପକ)
βεβαιούμενοι τῇ πίστει
ନିଶ୍ଚିତ ହୋଇଥିବା ଅନୁବାଦିତ ଶବ୍ଦଟି କୌଣସି ବିଷୟକୁ ନିଶ୍ଚିତ ବୋଲି ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି କିମ୍ବା ଏକ ଛୋଟ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବିଶ୍ୱାସ ବିଷୟରେ ନିଶ୍ଚିତ ହୋଇ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τῇ πίστει
ଯଦି ଆପଣଙ୍କ ଭାଷା ବିଶ୍ୱାସ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଏକ ଭିନ୍ନ ଉପାୟରେ ପ୍ରକାଶ କରିପାରିବେ, ଯେପରିକି ଆପେକ୍ଷିକ ବାକ୍ୟାଂଶ ସହ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ବିଶ୍ୱାସ କର” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐδιδάχθητε
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନକୁ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି କ୍ରିୟାକୁ (୧) ଏହାର କର୍ତ୍ତୃବାଚ୍ୟଏପାଫ୍ରା ସହ ଅନୁବାଦ କରିପାରିବେ (ଆମ୍ଭେମାନେ ଜାଣୁ ଯେ ସେ ୧:୭ ରୁ ସେମାନଙ୍କର ଶିକ୍ଷକ ଥିଲେ) (୨) ଏକ କ୍ରିୟା ସହ “ଶିକ୍ଷିତ” । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶିଖିଲ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
περισσεύοντες ἐν εὐχαριστίᾳ
ଯଦି ଆପଣଙ୍କର ଭାଷା ଧନ୍ୟବାଦ ଅର୍ପଣ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ଶବ୍ଦକୁ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅତ୍ୟଧିକ ଧନ୍ୟବାଦ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 2:8
βλέπετε, μή τις ὑμᾶς ἔσται ὁ συλαγωγῶν
କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଲସୀୟମାନଙ୍କୁ ଚେତାବନୀ ଦେବା ପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରିବାକୁ ଚାହାଁନ୍ତି । ଯଦି ଆପଣଙ୍କର ଭାଷା ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ବାକ୍ୟାଂଶ କୁ ସରଳୀକରଣ କିମ୍ବା ପୁନଃ ଗଠନ କରିପାରିବେ ଯାହା ଦ୍ଵାରା ଏହା ଉଭୟଙ୍କୁ ଏବଂ ଗୋଟିଏକୁ ଅନ୍ତର୍ଭୂକ୍ତ କରେ ନାହିଁ । ବିକଳ୍ପ ଅନୁବାଦ: “ସାବଧାନ ରୁହ ଯେପରି କେହି ତୁମ୍ଭମାନଙ୍କୁ ବନ୍ଦୀ ନକରେ” କିମ୍ବା “ନିଶ୍ଚିତ ହୁଅ ଯେ କେହି ତୁମ୍ଭମାନଙ୍କୁ ବନ୍ଦୀ ନ କରନ୍ତି” (ଦେଖନ୍ତୁ:)
ὑμᾶς…ὁ συλαγωγῶν
ଯେଉଁମାନେ କଲସୀୟମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେପରି ସେମାନେ କଲସୀୟମାନଙ୍କୁ ବନ୍ଦୀ ଭାବରେ ଧରିଛନ୍ତି । ଭଣ୍ଡ ଶିକ୍ଷକମାନଙ୍କୁ ଶତ୍ରୁ ଭାବରେ ଚିତ୍ରଣ କରିବାକୁ ସେ ଏହି ଭାଷା ବ୍ୟବହାର କରନ୍ତି, ଯେଉଁମାନେ କଲସୀୟମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କିନ୍ତୁ କେବଳ ସେମାନଙ୍କ ସ୍ୱାର୍ଥ ପାଇଁ ବ୍ୟବହାର କରିବାକୁ ଚାହାଁନ୍ତି । ଯଦି ଏହି ପ୍ରତିମୂର୍ତ୍ତି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭମାନଙ୍କୁ ମିଥ୍ୟାକୁ ବିଶ୍ୱାସ କରିବାକୁ ପ୍ରବର୍ତ୍ତାଏ” (See: ଉପମା/ରୂପକ)
τῆς φιλοσοφίας καὶ κενῆς ἀπάτης
ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଶବ୍ଦଗୁଡ଼ିକ ଗୋଟିଏ ଧାରଣା ପ୍ରକାଶ କରିବାକୁ ଏକତ୍ର କାର୍ଯ୍ୟ କରେ: ମାନବ ଦର୍ଶନ ଯାହା ବିଷୟବସ୍ତୁରେ ଶୂନ୍ୟ ଏବଂ ପ୍ରତାରଣାକାରୀ ଅଟେ । ଯଦି ଆପଣଙ୍କର ଭାଷା ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଦୁଇଟି ବିଶେଷ୍ୟକୁ ଗୋଟିଏ ବାକ୍ୟାଂଶରେ ମିଶ୍ରଣ କରିପାରିବେ, ଯେପରିକି “ଅର୍ଥହୀନ” ଏବଂ “ପ୍ରତାରଣାକାରୀ” ଭଳି ଶବ୍ଦ ବ୍ୟବହାର କରି । ବିକଳ୍ପ ଅନୁବାଦ: “ଶୂନ୍ୟ, ପ୍ରତାରଣାକାରୀ ଦର୍ଶନ” (See: ଏକ ସଂଜ୍ଞା ଓ ସଂଶୋଧିତ ଶବ୍ଦ ବଦଳେ ମିଶ୍ରିତ ସଂଜ୍ଞାର ବ୍ୟବହାର)
τῆς φιλοσοφίας
ଯଦି ଆପଣଙ୍କ ଭାଷା ଦର୍ଶନ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ଜଗତକୁ କିପରି ବୁଝନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
κενῆς ἀπάτης
ପାଉଲ ପ୍ରତାରଣାକାରୀ ଦର୍ଶନ ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଏବଂ ଏଥିରେ କିଛି ନଥିଲା । ତାଙ୍କର ଅର୍ଥ ପ୍ରତାରଣାକାରୀ ଦର୍ଶନରେ ଅବଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ କିମ୍ବା ଅର୍ଥପୂର୍ଣ୍ଣ କିଛି ନାହିଁ । ଯଦି ଆପଣଙ୍କ ଭାଷାରେ ଶୂନ୍ୟ ପ୍ରତାରଣା ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାଷାରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୂଲ୍ୟହୀନ ପ୍ରତାରଣା” କିମ୍ବା “କୌଣସି ବିଷୟବସ୍ତୁ ନ ଥାଇ ପ୍ରତାରଣାକାରୀ” (See: ଉପମା/ରୂପକ)
τὴν παράδοσιν τῶν ἀνθρώπων
ପୁରୁଷମାନଙ୍କ ପରମ୍ପରା ସେହି ଉପାୟକୁ ସୂଚାଏ ଯେଉଁଥିରେ ମନୁଷ୍ୟମାନେ ଆଚରଣ କରନ୍ତି ଯାହା ସେମାନେ ନିଜ ପରିବାରରୁ ଶିଖିଥିଲେ ଏବଂ ସେମାନଙ୍କ ସନ୍ତାନମାନଙ୍କୁ ଶିଖାନ୍ତି । ଯଦି ଆପଣଙ୍କ ଭାଷା ପରମ୍ପରାର ଧାରଣା ପ୍ରକାଶ କରିବାକୁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ପରମ୍ପରାକୁ ସୂଚାଏ ଯାହା ପିତାମାତାଙ୍କଠାରୁ ସନ୍ତାନମାନଙ୍କ ନିକଟକୁ ଯାଇଥାଏ । ବିକଳ୍ପ ଅନୁବାଦ: “ପାରମ୍ପାରିକ ମାନବ ଚିନ୍ତା ଏବଂ ଆଚରଣ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῶν ἀνθρώπων
ଯଦିଓ ପୁରୁଷ ଅନୁବାଦିତ ଶବ୍ଦ ପୁରୁଷୋବାଚକ, ପାଉଲ ଏହାକୁ ପୁରୁଷ ଏବଂ ସ୍ତ୍ରୀକୁ ସୂଚାଇବା ପାଇଁ ବ୍ୟବହାର କରୁଛନ୍ତି । ଯଦି ପୁରୁଷ ଶବ୍ଦ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସାଧାରଣ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଉଭୟକୁ ବୁଝାଉଥିବା ଶଦବା ବ୍ୟବହାର କରି କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କର” (ଦେଖନ୍ତୁ:)
τὰ στοιχεῖα τοῦ κόσμου
ମୌଳିକ ଶିକ୍ଷା ଅନୁବାଦିତ ଶବ୍ଦଟି (୧) ଜଗତ କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ମୌଳିକ ମାନବିକ ମତକୁ ସୂଚାଇପାରେ । ବିକଳ୍ପ ଅନୁବାଦ: “ମାନବ ଜଗତର ଦୃଷ୍ଟିକୋଣ” (୨) ଏହି ଜଗତର ଆତ୍ମିକ ଶକ୍ତି । ବିକଳ୍ପ ଅନୁବାଦ: “ଆତ୍ମିକ ପ୍ରାଣୀ ଯାହା ଜଗତକୁ ଶାସନ କରେ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
Colossians 2:9
ὅτι
ଅନୁବାଦିତ କାରଣ ଶବ୍ଦଟି ଏକ କାରଣ ଦର୍ଶାଏ ଯେ କଲସୀୟମାନେ ଯେକୌଣସି ବ୍ୟକ୍ତିଙ୍କ ପାଇଁ “ଖ୍ରୀଷ୍ଟଙ୍କ ଅନୁଯାୟୀ ନୁହେଁ” (୨:୮) ଶିକ୍ଷା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ କରନ୍ତି: ଖ୍ରୀଷ୍ଟ ହେଉଛନ୍ତି ଈଶ୍ଵର ଏବଂ ଈଶ୍ଵରଙ୍କ ନିକଟରେ ପ୍ରବେଶ ପ୍ରଦାନ କରନ୍ତି । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ପାଉଲ ଯାହା ସମର୍ଥନ କରୁଛନ୍ତି ତାହା ଆପଣ ସ୍ପଷ୍ଟ କରି ପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟତିତ ସମସ୍ତ ଶିକ୍ଷାରୁ ସାବଧାନ ରୁହ କାରଣ” (See: ସଂଯୋଗ – ସମ୍ପର୍କର କାରଣ-ଏବଂ-ପରିଣାମ)
ἐν αὐτῷ κατοικεῖ πᾶν τὸ πλήρωμα τῆς Θεότητος σωματικῶς
ଯୀଶୁ ଏପରି ଏକ ସ୍ଥାନ ଯେଉଁଠାରେ ସମ୍ପୂର୍ଣ୍ଣ ଈଶ୍ୱର (ପୂର୍ଣ୍ଣତା) ବାସ କରନ୍ତି (ବାସ କରନ୍ତି) ବୋଲି ପାଉଲ କହନ୍ତି । ଏହି ରୂପକ ସୂଚାଇଥାଏ ଯେ ଯୀଶୁ, ଯିଏ ମନୁଷ୍ୟ (ଶାରୀରିକ ରୂପରେ), ପ୍ରକୃତରେ ଏବଂ ସମ୍ପୂର୍ଣ୍ଣ ଈଶ୍ଵର ଅଟନ୍ତି । ଯଦି ଏହି ରୂପକ ଆପଣଙ୍କ ଭାଷାରେ ଯୀଶୁଙ୍କ ସମ୍ପୂର୍ଣ୍ଣ ଈଶ୍ୱରୀୟତା ଏବଂ ପୂର୍ଣ୍ଣ ମାନବିକତାକୁ ସୂଚାଏ ନାହିଁ, ତେବେ ଆପଣ ଏହି ଧାରଣାକୁ ଏକ ରୂପକ ସହ ପ୍ରକାଶ କରିପାରିବେ ଯାହା ଏହାକୁ ସୂଚାଇଥାଏ କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରିଥାଏ । ବିକଳ୍ପ ଅନୁବାଦ: “ସେ ଉଭୟ ସଂପୂର୍ଣ୍ଣ ଈଶ୍ଵର ଏବଂ ସଂପୂର୍ଣ୍ଣ ମନୁଷ୍ୟ ଅଟନ୍ତି” (See: ଉପମା/ରୂପକ)
πᾶν τὸ πλήρωμα τῆς Θεότητος
ଯଦି ଆପଣଙ୍କ ଭାଷା ପୂର୍ଣ୍ଣତା ଏବଂ ଦେବତା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବିଷୟ ଯାହାର ଅର୍ଥ ଈଶ୍ଵର” କିମ୍ବା “ପ୍ରତ୍ୟେକ ବିଷୟ ଯାହା ଈଶ୍ୱରଙ୍କର ଅଟେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 2:10
καὶ
ଅନୁବାଦ ହୋଇଥିବା ଏବଂ ଶବ୍ଦଟି ଅନ୍ୟ ଏକ କାରଣକୁ ଉପସ୍ଥାପିତ କରେ ଯେଉଁଥିରେ କଲସୀୟମାନେ “ଖ୍ରୀଷ୍ଟଙ୍କ ଅନୁଯାୟୀ ନୁହେଁ” (୨:୮) ଶିକ୍ଷା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ସତର୍କ ରହିବା ଆବଶ୍ୟକ କରନ୍ତି: କେବଳ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ଈଶ୍ଵର ନୁହଁନ୍ତି (୨:୯), ସେ ମଧ୍ୟ ଏହି ପଥ ପ୍ରଦାନ କରନ୍ତି । ଯାହା କଲସୀୟମାନେ ଆବଶ୍ୟକ କରୁଥିବା ସମସ୍ତ ବିଷୟରେ ପରିପୂର୍ଣ୍ଣ ଅଟେ । ଯଦି ଆପଣଙ୍କ ଭାଷାରେ ଏହି ସଂଯୋଗ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବିଷୟକୁ ଅସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଏହା ସହ,” (ଦେଖନ୍ତୁ:)
ἐστὲ ἐν αὐτῷ πεπληρωμένοι
ଏଠାରେ, ପାଉଲ କହନ୍ତି ଯେପରି ଲୋକମାନେ ଏକ ପାତ୍ର ଧାରଣ କରନ୍ତି ଯାହାକି ଯେବେ ସେମାନେ ଖ୍ରୀଷ୍ଟଙ୍କ ସହ ମିଳିତ ହୁଅନ୍ତି, ଅର୍ଥାତ୍ ଲୋକମାନେ ଖ୍ରୀଷ୍ଟଙ୍କ ସହ ମିଳିତ ହେବାପରେ ପରିତ୍ରାଣ ସମେତ ଆବଶ୍ୟକ କରୁଥିବା ସମସ୍ତ ବିଷୟ ଗ୍ରହଣ କରନ୍ତି । ପୂର୍ଣ୍ଣତା ଶବ୍ଦ ୨:୯ ରେ “ପୂର୍ଣ୍ଣତା” ପାଇଁ ବ୍ୟବହୃତ ଶବ୍ଦ ସହ ସମାନ ଅଟେ । ଯଦି ଆପଣଙ୍କ ଭାଷା ଏହି ଦୁଇଟି ବାକ୍ୟରେ ସମାନ ଶବ୍ଦ ବ୍ୟବହାର କରେ, ଆପଣ ୨:୯ ରେ ବ୍ୟବହାର କରିଥିବା ଶବ୍ଦ ପରି ବ୍ୟବହାର କରିପାରିବେ। ଯଦି ନୁହେଁ, ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ବ୍ୟବହାର କରି ଆପଣ ଏହି ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ ତୁମ୍ଭମାନଙ୍କର ମିଳନ ହେତୁ ତୁମ୍ଭମାନଙ୍କର କିଛି ଅଭାବ ହେବ ନାହିଁ” (See: ଉପମା/ରୂପକ)
ἐστὲ…πεπληρωμένοι
ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ଗଠନ ବ୍ୟବହାର ନକରେ, ଆପଣ ଏହି କ୍ରିୟାକୁ କର୍ତ୍ତୃବାଚ୍ୟଈଶ୍ଵରଙ୍କ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ପୂର୍ଣ୍ଣ କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἡ κεφαλὴ πάσης ἀρχῆς καὶ ἐξουσίας
ଏଠାରେ ଅନୁବାଦିତ ମସ୍ତକ କୌଣସି ବିଷୟ ଉପରେ କିମ୍ବା କାହା ଉପରେ ସର୍ବୋଚ୍ଚତା ଏବଂ ଅଧିକାରକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ମସ୍ତକ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବେ କିମ୍ବା ଅନ୍ୟ ଏକ ବିଶେଷ୍ୟ ସହ କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ, ଯେପରିକି “ଶାସନକର୍ତ୍ତା” କିମ୍ବା“ ଶାସକ”, କିମ୍ବା “ନିୟମ” ପରି ଏକ କ୍ରିୟା ଅଟେ । ବିକଳ୍ପ ଅନୁବାଦ: “ସମସ୍ତ ନିୟମ ଏବଂ ଅଧିକାର ଉପରେ “ସାର୍ବଭୌମ” କିମ୍ବା ଯିଏ ସମସ୍ତ ନିୟମ ଏବଂ ଅଧିକାର ଉପରେ ଶାସନ କରେ ”(See: ଉପମା/ରୂପକ)
πάσης ἀρχῆς καὶ ἐξουσίας
ନିୟମ ଏବଂ କର୍ତ୍ତାପଣ ଅନୁବାଦିତ ଶବ୍ଦଗୁଡ଼ିକ (୧) ଶକ୍ତିଶାଳୀ ଆତ୍ମିକ ପ୍ରାଣୀମାନଙ୍କୁ ସୂଚାଇପାରେ । ଆପଣ ସେଗୁଡ଼ିକୁ ଅନୁବାଦ କଲାବେଳେ ଏହି ଶବ୍ଦଗୁଡ଼ିକୁ ଏଠାରେ ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ସମସ୍ତ ଆତ୍ମିକ ପ୍ରାଣୀମାନଙ୍କ ମଧ୍ୟରୁ ଯେଉଁମାନେ ଶାସନ କରନ୍ତି ଏବଂ କର୍ତ୍ତାପଣ କରନ୍ତି” (୨) ଯେକୌଣସି ବ୍ୟକ୍ତି କିମ୍ବା ଶକ୍ତି ଏବଂ ଅଧିକାର । ବିକଳ୍ପ ଅନୁବାଦ: “ଶକ୍ତି ଏବଂ ଅଧିକାର ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
Colossians 2:11
καὶ περιετμήθητε περιτομῇ ἀχειροποιήτῳ, ἐν τῇ ἀπεκδύσει τοῦ σώματος τῆς σαρκός, ἐν τῇ περιτομῇ τοῦ Χριστοῦ
ଯେବେ ସେମାନେ ଖ୍ରୀଷ୍ଟଙ୍କ ସହ ମିଳିତ ହୁଅନ୍ତି ବିଶ୍ଵାସୀମାନଙ୍କ ସହ କ’ଣ ହୁଏ ତାହା ଏଠାରେ, ପାଉଲ ସୁନ୍ନତକୁ ଏକ ପ୍ରତିମୂର୍ତ୍ତି ଭାବରେ ବ୍ୟବହାର ବୁଝାନ୍ତି । ଏହି ରୂପକରେ, ସୁନ୍ନତ ବିନା ହସ୍ତରେ ସମାପ୍ତ ହୁଏ, ଅର୍ଥାତ୍ ଈଶ୍ଵର ଏହା କରନ୍ତି । ଯାହା “ଅପସାରିତ” ବା କାଟି ଦିଆଯାଏ ତାହା ଶରୀରର ଅଂଶ, ଯାହା ବ୍ୟକ୍ତିର ଭଙ୍ଗା ଏବଂ ପାପପୂର୍ଣ୍ଣ ଅଂଶକୁ ବୁଝାଏ । ଯଦି ସୁନ୍ନତ ବିଷୟରେ ଏହି ରୂପକଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଅନୁରୂପ ଭାଷା ସହ କିମ୍ବା ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟ ଦ୍ୱାରା ତୁମ୍ଭମାନଙ୍କର ଶରୀରକୁ ନେଲେ ସେତେବେଳେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଦ୍ୱାରା ଚିହ୍ନିତ ହୋଇଥିଲ” (ଦେଖନ୍ତୁ:)
ἐν ᾧ καὶ περιετμήθητε
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି କ୍ରିୟାକୁ କର୍ତ୍ତୃବାଚ୍ୟଈଶ୍ଵରଙ୍କ ସହ ବୋଲି ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହାଙ୍କଠାରେ ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ସୁନ୍ନତ କରିଛନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν τῇ ἀπεκδύσει τοῦ σώματος τῆς σαρκός
ଅପସାରଣ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଯଦି ଆପଣଙ୍କର ଭାଷା ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଅପସାରଣ” ପରି ଏକ କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ସେ ଶରୀର ଅଂଶକୁ ବାହାର କରିଦେଲେ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐν τῇ περιτομῇ τοῦ Χριστοῦ
ଏଠାରେ, ପାଉଲ ଖ୍ରୀଷ୍ଟଙ୍କ ସହ ସୁନ୍ନତକୁ ସଂଯୋଗ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯେବେ ଖ୍ରୀଷ୍ଟ ସ୍ଵୟଂ ସୁନ୍ନତ ହୋଇଥିଲେ କିମ୍ବା ସେ ନିଜେ କିପରି ବିଶ୍ଵାସୀମାନଙ୍କୁ ସୁନ୍ନତ କରନ୍ତି ତାହା ଏହା ସୂଚାଏ ନାହିଁ । ଏହା ପରିବର୍ତ୍ତେ, ଧାରଣକାରୀ ବାକ୍ୟ ଗଠନ ସୁନ୍ନତର ବିସ୍ତାରିତ ରୂପକକୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ସହ ଯୋଡିଥାଏ: ପାଉଲ ଯେଉଁ ସୁନ୍ନତ ବିଷୟରେ କହିଥିଲେ ଯାହା ଖ୍ରୀଷ୍ଟ କରିଛନ୍ତି ତାହା ସମ୍ପନ୍ନ ହୋଇଅଛି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ସୁନ୍ନତ ଏବଂ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଦ୍ୱାରା କରାଯାଇଥିବା ସୁନ୍ନତରେ” (See: ଅଧିକାର/ଦଖଲ)
τοῦ Χριστοῦ
ଏଠାରେ, ପାଉଲ ଖ୍ରୀଷ୍ଟଙ୍କ ଶବ୍ଦକୁ ମୁଖ୍ୟତ ଖ୍ରୀଷ୍ଟ ଯାହା କରିଛନ୍ତି ତାହା ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା କୌଣସି ବ୍ୟକ୍ତିର ନାମ ବ୍ୟବହାର କରେ ନାହିଁ ଯାହା ସେମାନେ କରିଛନ୍ତି, ତେବେ ଆପଣ ସ୍ପଷ୍ଟ କରି ପାରିବ ଯେ ପାଉଲ ଖ୍ରୀଷ୍ଟଙ୍କ “କାର୍ଯ୍ୟ” ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ଯାହା ଖ୍ରୀଷ୍ଟ କରିଛନ୍ତି ତାହାଠାରୁ ଆସିଥାଏ” କିମ୍ବା “ଖ୍ରୀଷ୍ଟଙ୍କ କାର୍ଯ୍ୟ ସମ୍ପନ୍ନ ହୋଇଛି” (See: ଲାକ୍ଷଣିକ ଶବ୍ଦ)
Colossians 2:12
συνταφέντες αὐτῷ ἐν τῷ βαπτισμῷ
ପାଉଲ ଏଠାରେ ଏକ ରୂପକ ବ୍ୟବହାର କରନ୍ତି ଯାହା ବାପ୍ତିସ୍ମକୁ “ସମାଧି” ସହ ସଂଯୋଗ କରେ ଯେବେ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ସହ ମିଳିତ ହୁଅନ୍ତି ତେବେ କ’ଣ ହୁଏ ସେହି ବିଷୟରେ ଏହା ଏଧିକ ବ୍ୟାଖ୍ୟା କରେ । ଏହି ରୂପକ ଅଳଙ୍କାର ଦର୍ଶାଏ ଯେ, ଯେବେ ସେମାନେ ବାପ୍ତିଜିତ ହୁଅନ୍ତି, ବିଶ୍ଵାସୀମାନେ ତାଙ୍କ (ମୃତ୍ୟୁ ଏବଂ) ସମାଧିରେ ଖ୍ରୀଷ୍ଟଙ୍କ ସହ ଏକ ହୋଇଥାନ୍ତି ଏବଂ ସେମାନେ ଆଉ ଅତୀତ ଜୀବନଯାପନ କରନ୍ତି ନାହିଁ । ଯଦି ଏହି ରୂପକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଅନୁରୂପ ଭାଷା ସହ କିମ୍ବା ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ତୁମ୍ଭେମାନେ ବାପ୍ତିଜିତ ହେବା ସମୟରେ ଖ୍ରୀଷ୍ଟଙ୍କ ସହ ତାଙ୍କ ସମାଧିରେ ମିଳିତ ହୋଇଥିଲ” (See: ଉପମା/ରୂପକ)
συνταφέντες
ଏଠାରେ, ପାଉଲ କେବଳ ସମାଧି ହେବା ବିଷୟରେ ବୁଝାନ୍ତି, କିନ୍ତୁ ସେ “ମୃତ୍ୟୁ” କୁ ମଧ୍ୟ ବୁଝାନ୍ତି । ଯଦି ସମାଧି ଆପଣଙ୍କ ଭାଷାରେ “ମୃତ୍ୟୁ” ର ଧାରଣା ଅନ୍ତର୍ଭୂକ୍ତ କରେ ନାହିଁ, ଆପଣ ଆପଣଙ୍କ ଅନୁବାଦରେ “ମୃତ୍ୟୁ” ଅନ୍ତର୍ଭୂକ୍ତ କରିପାରିବ । ବିକଳ୍ପ ଅନୁବାଦ: “ମୃତ୍ୟୁ ହୋଇ ସମାଧି ଦିଆଗଲ” (ଦେଖନ୍ତୁ:)
συνταφέντες αὐτῷ
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ଏହି ବାକ୍ୟାଂଶକୁ କର୍ତ୍ତୃବାଚ୍ୟଈଶ୍ଵରଙ୍କ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ତାଙ୍କ ସହ ସମାଧି ପ୍ରଦାନ କରନ୍ତି” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
ἐν ᾧ…συνηγέρθητε
ପାଉଲ ଏଠାରେ ବ୍ୟାଖ୍ୟା କରନ୍ତି ଯେ ବିଶ୍ଵାସୀମାନେ କେବଳ ତାଙ୍କ ସମାଧିରେ ଖ୍ରୀଷ୍ଟଙ୍କ ସହ ଏକ ନୁହଁନ୍ତି ବରଂ ପୁନରୁତ୍ଥାନରେ ମଧ୍ୟ ଏକ ଅଟନ୍ତି । ତାଙ୍କ ପୁନରୁତ୍ଥାନରେ ତାଙ୍କ ସହ ମିଳିତ ହୋଇ ବିଶ୍ଵାସୀମାନେ ନୂତନ ଜୀବନ ପ୍ରାପ୍ତ କରନ୍ତି । ଯଦି ବିଶ୍ଵାସୀମାନେ ବର୍ତ୍ତମାନ ଜୀବିତ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ଆପଣ ଏହି ଧାରଣାକୁ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ପୁନରୁତ୍ଥାନରେ ଖ୍ରୀଷ୍ଟଙ୍କ ସହ ମିଳିତ ହୋଇ ତୁମ୍ଭେମାନେ ନୂତନ ଜୀବନ ପାଇଅଛ” (See: ଉପମା/ରୂପକ)
συνηγέρθητε
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ଏହାର କର୍ତ୍ତୃବାଚ୍ୟରେ ଈଶ୍ଵରଙ୍କ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଉତ୍ଥାପିତ କଲେ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
συνηγέρθητε…τοῦ ἐγείραντος αὐτὸν ἐκ νεκρῶν
ପୁନରୁତ୍ଥିତ ହୋଇଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ପାଉଲ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିବା ଏକ ବ୍ୟକ୍ତି ବିଷରେ କହନ୍ତି । ଯଦି ଆପଣଙ୍କ ଭାଷା ଜୀବନକୁ ଫେରି ଆସିବାକୁ ବର୍ଣ୍ଣନା କରିବାକୁ ଏହି ଶବ୍ଦଗୁଡ଼ିକ ବ୍ୟବହାର କରେ ନାହିଁ, ତେବେ ଏକ ତୁଳନାତ୍ମକ ରୂଢ଼ି କିମ୍ବା ଏକ ଛୋଟ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜୀବନକୁ ପୁନଃ ସ୍ଥାପିତ କର… ଯିଏ ତାଙ୍କୁ ପୁନଃ ସ୍ଥାପିତ କଲେ” (ଦେଖନ୍ତୁ:)
διὰ τῆς πίστεως τῆς ἐνεργείας τοῦ Θεοῦ
ଯଦି ଆପଣଙ୍କ ଭାଷା ବିଶ୍ଵାସ ଏବଂ ଶକ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଶକ୍ତିଶାଳୀ ଈଶ୍ଵରଙ୍କ ଉପରେ ଭରସା କରିଅଛ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
νεκρῶν
ଲୋକଙ୍କ ଗୋଷ୍ଠୀକୁ ବର୍ଣ୍ଣନା କରିବା ପାଇଁ ପାଉଲ ବିଶେଷଣ ଭାବରେ ମୃତ ବିଶେଷଣକୁ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ଏହିପରି ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୃତ ଲୋକମାନଙ୍କ ମଧ୍ୟରେ” (ଦେଖନ୍ତୁ:)
Colossians 2:13
ὑμᾶς νεκροὺς ὄντας ἐν τοῖς παραπτώμασιν καὶ τῇ ἀκροβυστίᾳ τῆς σαρκὸς ὑμῶν, συνεζωοποίησεν ὑμᾶς
ଏଠାରେ, ପାଉଲ ତୁମ୍ଭମାନଙ୍କ ସହ ବାକ୍ୟ ଆରମ୍ଭ କରନ୍ତି, ଏବଂ ତାପରେ ଯେବେ ସେ ତୁମ୍ଭମାନଙ୍କ ପାଇଁ ଈଶ୍ଵର ଯାହା କରିଛନ୍ତି ତାହା ଚିହ୍ନଟ କଲାବେଳେ ସେ ତୁମ୍ଭମାନଙ୍କୁ ପୁନଃ ପ୍ରକାଶ କରନ୍ତି । ଯଦି ଆପଣଙ୍କ ଭାଷା ତୁମ୍ଭମାନଙ୍କୁ ପୁନରାବୃତ୍ତି କରିବ ନାହିଁ କିମ୍ବା ଏହି ସଂରଚନାକୁ ବ୍ୟବହାର କରିବ ନାହିଁ, ଆପଣ ଆପଣଙ୍କ ଦୁଇଟି ବ୍ୟବହାରକୁ ପୃଥକ ବାକ୍ୟରେ ପୃଥକ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତୁମ୍ଭର ଅପରାଧରେ ଏବଂ ଶରୀରର ସୁନ୍ନତ ହୋଇନଥିଲ। ତାପରେ, ସେ ତୁମ୍ଭମାନଙ୍କୁ ଏକାଠି ଜୀବିତ କଲେ ”(ଦେଖନ୍ତୁ:)
νεκροὺς ὄντας ἐν τοῖς παραπτώμασιν καὶ τῇ ἀκροβυστίᾳ τῆς σαρκὸς ὑμῶν
ଏହି ବାକ୍ୟାଂଶ କଲସୀୟମାନଙ୍କ ସାମ୍ପ୍ରତିକ ସ୍ଥିତିକୁ ସୂଚାଏ ନାହିଁ ବରଂ ଈଶ୍ଵର ସେମାନଙ୍କୁ ଜୀବନ୍ତ କରିବା ପାଇଁ କାର୍ଯ୍ୟ କରିବା ପୂର୍ବରୁ ସେମାନଙ୍କ ସ୍ଥିତିକୁ ବର୍ଣ୍ଣନା କରେ, ଯେପରି ଅବଶିଷ୍ଟ ପଦରେ ଦର୍ଶାଯାଏ । ଯଦି ଏହି ବାକ୍ୟର ସମୟ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସ୍ପଷ୍ଟ କରି ପାରିବେ ଯେ ଏହି ବାକ୍ୟାଂଶଟି ତୁମ୍ଭମାନଙ୍କୁ ଜୀବନ୍ତ କରିବାର ଏକ ସମୟ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଯିଏ ଅପରାଧରେ ମୃତ୍ୟୁବରଣ କରିଥିଲା ଏବଂ ତୁମ୍ଭର ଶରୀରର ସୁନ୍ନତ ହୋଇନଥିଲା” (ଦେଖନ୍ତୁ:)
ὑμᾶς νεκροὺς ὄντας
ପାଉଲ ଏପରି ଲୋକମାନଙ୍କ ବିଷୟରେ କୁହନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ବିନା ଅଛନ୍ତି, ଯେପରି ସେମାନେ ମରିଛନ୍ତି । ଏହା ଦ୍ଵାରା ସେ କହନ୍ତି ଯେ ଯେଉଁମାନଙ୍କର ଈଶ୍ଵରଙ୍କ ସହ ସମ୍ପର୍କ ନାହିଁ ଏବଂ ଖ୍ରୀଷ୍ଟଙ୍କ ସହ ମିଳିତ ନୁହଁନ୍ତି ସେମାନେ ଆତ୍ମିକ ଭାବରେ ମୃତ ଅଟନ୍ତି । ଯଦି କଲସୀୟମାନଙ୍କୁ ମୃତ ବୋଲି କହିବା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ପାଉଲ ଆତ୍ମିକ ମୃତ୍ୟୁ ବିଷୟରେ କୁହନ୍ତି କିମ୍ବା କଳ୍ପନାକୁ ଏକ ସାଙ୍କେତିକ ବା ସାଙ୍କେତିକ ଭାବରେ ପ୍ରକାଶ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ, ମୃତ ଲୋକମାନଙ୍କ ପରି” କିମ୍ବା “ତୁମ୍ଭେମାନେ, ଈଶ୍ଵର ଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା” (See: ଉପମା/ରୂପକ)
νεκροὺς ὄντας ἐν τοῖς παραπτώμασιν καὶ τῇ ἀκροβυστίᾳ τῆς σαρκὸς ὑμῶν
ଯେବେ ପାଉଲ କୌଣସି ବିଷୟରେ ମରିଯିବା ବିଷୟରେ କହନ୍ତି, ସେତେବେଳେ ଏହା ଉଭୟ ଏବଂ କେଉଁ ଅବସ୍ଥାରେ ମୃତ ବୋଲି ଉଭୟ ଚିହ୍ନଟ କରେ । ଅନ୍ୟ ଅର୍ଥରେ, କଲସୀୟମାନେ ସେମାନଙ୍କର ଅପରାଧ ହେତୁ ଏବଂ ସେମାନଙ୍କର ଅସୁନ୍ନତ ହେତୁ ମୃତ୍ୟୁବରଣ କରିଥିଲେ, ଏବଂ ଏହି ବିଷୟଗୁଡ଼ିକ ସେମାନଙ୍କୁ ମୃତ ସମୟରେ ବର୍ଣ୍ଣିତ କରିଥିଲା । ଯଦି ଆପଣଙ୍କ ଭାଷାରେ ଏହି ବକ୍ତବ୍ୟ ଅସ୍ପଷ୍ଟ ହୁଏ ତେବେ ଆପଣ “କାରଣ” ଭଳି ଏକ ବାକ୍ୟ ସହ ଏହି ଧାରଣାକୁ ବ୍ୟକ୍ତ କରି ପାରନ୍ତି, କିମ୍ବା ଆପଣ ମୃତମାନଙ୍କର ବର୍ଣ୍ଣନାକାରୀ ଭାବରେ ଅପରାଧ ଏବଂ ୮ଅସୁନ୍ନତକୁ* ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଅପରାଧ ହେତୁ ମୃତ ହେବା ଏବଂ ତୁମ୍ଭମାନଙ୍କର ଶରୀରର ଅସୁନ୍ନତ ହେତୁ” କିମ୍ବା “ମୃତ, ଅର୍ଥାତ୍ ଈଶ୍ଵରଙ୍କ ଆଜ୍ଞାକୁ ଉଲ୍ଲଂଘନ କରିବା ଏବଂ ତୁମ୍ଭର ଶରୀରରେ ଅସୁନ୍ନତ ହେବା” (ଦେଖନ୍ତୁ:)
τῇ ἀκροβυστίᾳ τῆς σαρκὸς ὑμῶν
ଏଠାରେ, ଅସୁନ୍ନତ ବୁଝାଇପାରେ (୧) କଲସୀୟମାନେ କିପରି ଯିହୁଦୀମାନଙ୍କ ସୁନ୍ନତ ହୋଇନଥିଲେ ଏବଂ ଏହିପରି ଈଶ୍ଵରଙ୍କ ଲୋକମାନଙ୍କର ଅଂଶ ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରତିଜ୍ଞା ବିନା ଅଣ-ଯିହୁଦୀମାନଙ୍କ ମଧ୍ୟରେ” (୨) ୨:୧୧ ରେ ସୁନ୍ନତ ବିଷୟରେ ରୂପକକୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଉଦ୍ଧାର କାର୍ଯ୍ୟ ବ୍ୟତୀତ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τῇ ἀκροβυστίᾳ τῆς σαρκὸς ὑμῶν
ଏଠାରେ, ପାଉଲ ଶରୀରକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ରୂପକ ବ୍ୟବହାର କରନ୍ତି ଯାହା “ସୁନ୍ନତ” ହୋଇନାହିଁ। ଯଦି ଆପଣଙ୍କ ଭାଷା ଏହି ଧାରଣାକୁ ଧାରଣକାରୀ ବାକ୍ୟ ଗଠନ ସହ ପ୍ରକାଶ କରେ ନାହିଁ, ଆପଣ ଏକ ବିଶେଷଣ ଭାବରେ ଅସୁନ୍ନତକୁ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ: “ତୁମ୍ଭର ସୁନ୍ନତ ହୋଇନଥିବା ଶରୀର” (See: ଅଧିକାର/ଦଖଲ)
συνεζωοποίησεν ὑμᾶς σὺν αὐτῷ
ଏଠାରେ, ପାଉଲ ଲୋକମାନଙ୍କୁ ପୁନଃ ସ୍ଥାପିତ କରିବାରେ ଈଶ୍ଵରଙ୍କ କାର୍ଯ୍ୟ ବିଷୟରେ କୁହନ୍ତି ଯେପରି ସେ ଏହି ଲୋକମାନଙ୍କୁ ଶାରୀରିକ ଜୀବନକୁ ଫେରାଇ ଆଣିଛନ୍ତି । ଯଦି ଏହି ପ୍ରତିମୂର୍ତ୍ତିଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ପାଉଲ ଆତ୍ମିକ ଜୀବନ ବିଷୟରେ କଥାବାର୍ତ୍ତା କରନ୍ତି କିମ୍ବା ଏକ ଦୃଷ୍ଟାନ୍ତମୂଳକ ବା କଳ୍ପନାତ୍ମକ ଭାବରେ ଏହି ଧାରଣାକୁ ପ୍ରକାଶ କରନ୍ତି । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କୁ ତାଙ୍କ ସହ ଜୀବନ୍ତ କରିବା ଭଳି କିଛି କରିଥିଲେ” କିମ୍ବା “ସେ ତୁମ୍ଭମାନଙ୍କୁ ତାଙ୍କ ସହ ସଠିକ ସମ୍ପର୍କକୁ ଫେରାଇ ଆଣିଲେ” (See: ଉପମା/ରୂପକ)
συνεζωοποίησεν ὑμᾶς σὺν αὐτῷ
ଅନୁବାଦିତ ସେ ଶବ୍ଦଟି ସେ ପିତା ଈଶ୍ଵରଙ୍କୁ ବୁଝାଏ, ଯେବେ ତାଙ୍କୁ ଅନୁବାଦିତ ଶବ୍ଦଟି ପୁତ୍ର ଈଶ୍ଵରଙ୍କୁ ସୂଚାଏ । ଯଦି ଏହି ସର୍ବନାମଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ସର୍ବନାମଗୁଡ଼ିକର ଗୋଟିଏ କିମ୍ବା ଉଭୟର ପୂର୍ବକୁ ସ୍ପଷ୍ଟ କରିପାରିବ । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହ ଏକତ୍ର ଜୀବିତ କଲେ” (ଦେଖନ୍ତୁ:)
Colossians 2:14
ἐξαλείψας τὸ καθ’ ἡμῶν χειρόγραφον τοῖς δόγμασιν, ὃ ἦν ὑπεναντίον ἡμῖν, καὶ αὐτὸ ἦρκεν ἐκ τοῦ μέσου, προσηλώσας αὐτὸ τῷ σταυρῷ;
ଈଶ୍ଵର ଯେପରି ଆମ୍ଭମାନଙ୍କର ପାପଗୁଡ଼ିକୁ ଲୋପ କରି କ୍ଷମା କରନ୍ତି ବୋଲି ପାଉଲ କହନ୍ତି । ରୂପକରେ, ଈଶ୍ଵର ସେହି ଋଣଗୁଡ଼ିକର ଲିଖିତ ତଥ୍ୟକୁ ଅତିକ୍ରମ କରିସାରିଛନ୍ତି ଏବଂ ଏହିପରି ଭାବରେ ଏହି ଋଣଗୁଡ଼ିକ ତାଙ୍କ ସହ ଆମ୍ଭମାନଙ୍କର ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଯଦି ଏହି ରୂପକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପାପରୁ ଦୋଷ ଦୂର କରି, ସେ ସେହି ପାପଗୁଡ଼ିକୁ ତାଙ୍କ ସହ ଆମ୍ଭମାନଙ୍କର ସମ୍ପର୍କକୁ ପ୍ରଭାବିତ ନକରି, କ୍ରୁଶରେ ଟଙ୍ଗାଇ ଦେଇଛନ୍ତି” (ଦେଖନ୍ତୁ:)
καθ’ ἡμῶν…ὃ ἦν ὑπεναντίον ἡμῖν
ଆମ୍ଭମାନଙ୍କ ବିରୁଦ୍ଧରେ ଅନୁବାଦ ହୋଇଥିବା ଏବଂ ଆମ୍ଭମାନଙ୍କୁ ବିରୋଧ କରୁଥିବା ବାକ୍ୟାଂଶଗୁଡ଼ିକ ଆପଣଙ୍କ ଭାଷାରେ ଅନାବଶ୍ୟକ ବୋଲି ବିବେଚନା କରାଯାଇପାରେ । ଯଦି ଏହା ହୁଏ, ତେବେ ଆପଣ ଦୁଇଟି ବାକ୍ୟାଂଶକୁ ଗୋଟିଏରେ ମିଶାଇ ପାରିବେ । ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ବିରୋଧ କରୁଥିଲା” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
αὐτὸ ἦρκεν ἐκ τοῦ μέσου
ଯେପରି ଲିଖିତ ତଥ୍ୟ ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ ମଧ୍ୟରେ ଅଛି, ଏବଂ ଈଶ୍ଵର ଏହାକୁ ନେଇଯାଆନ୍ତି ବୋଲି ପାଉଲ କୁହନ୍ତି । ଏହା ଦ୍ଵାରା ସେ ଯାହା କହନ୍ତି ତାହା ହେଉଛି ଆମ୍ଭମାନଙ୍କର ପାପର ଲିଖିତ ତଥ୍ୟ ଆଉ ଈଶ୍ଵର ଏବଂ ପରସ୍ପର ସହ ଆମ୍ଭମାନଙ୍କର ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଏବଂ ଅନ୍ୟମାନଙ୍କ ସହ ଆମ୍ଭମାନଙ୍କର ସମ୍ପର୍କକୁ ପ୍ରଭାବିତ କରିବାକୁ ସେ ଏହାକୁ ରଖିଛନ୍ତି” (See: ଉପମା/ରୂପକ)
προσηλώσας αὐτὸ τῷ σταυρῷ
ଏଠାରେ, ପାଉଲ କୁହନ୍ତି ଯେପରି ଈଶ୍ଵର କ୍ରୁଶରେ “ଲିଖିତ ତଥ୍ୟ” କୁ ନଷ୍ଟ କରି ଦେଇଛନ୍ତି । ତାଙ୍କର ଅର୍ଥ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ “ଲିଖିତ ତଥ୍ୟ” କୁ ବାତିଲ କରିଛନ୍ତି ଯେପରି କ୍ରୁଶରେ ଖ୍ରୀଷ୍ଟଙ୍କ ସହ ମରିଗଲା । ଯଦି ଏହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏହି ଧାରଣାକୁ ଏକ ସରଳ ବା ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଏହାକୁ ନଷ୍ଟ କରି” (See: ଉପମା/ରୂପକ)
Colossians 2:15
ἀπεκδυσάμενος…ἐδειγμάτισεν ἐν παρρησίᾳ…θριαμβεύσας
ଏଠାରେ, ପାଉଲ ଶକ୍ତିଶାଳୀ ଆତ୍ମିକ ପ୍ରାଣୀମାନଙ୍କ ଉପରେ ଈଶ୍ଵରଙ୍କ ବିଜୟ ବିଷୟରେ ଉଲ୍ଲେଖ କରନ୍ତି ଯାହା ପାଉଲଙ୍କ ସଂସ୍କୃତିରେ ଜଣେ ବିଜେତା ତାଙ୍କ ବନ୍ଦୀମାନଙ୍କ ପାଇଁ ଯାହା କରିଥିଲେ ତାହା ସହ ମେଳ ଖାଏ । ସେ ସେମାନଙ୍କୁ ଏକ ସର୍ବସାଧାରଣ ଦର୍ଶକ କିମ୍ବା ଉଦାହରଣ ସୃଷ୍ଟି କରିବେ, ସେମାନଙ୍କ ପୋଷାକରୁ “ଛଡ଼ାଇ” ଏବଂ ତାଙ୍କ “ବିଜୟରେ” ତାଙ୍କ ପଛରେ ଯିବାକୁ ବାଧ୍ୟ କରିବେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାଗୁଡ଼ିକୁ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରାସ୍ତ ହୋଇ… ସେ ସମସ୍ତଙ୍କୁ ଦେଖାଇଲେ ଯେ ସେ ବିଜୟ ଲାଭ କରିଛନ୍ତି” (See: ଉପମା/ରୂପକ)
τὰς ἀρχὰς καὶ τὰς ἐξουσίας
ଯେପରି ୧:୧୬ ଏବଂ ୨:୧୦ ରେ, ଶାସକ ଏବଂ କର୍ତ୍ତାପଣ (୧) ଶକ୍ତିଶାଳୀ ଆତ୍ମିକ ପ୍ରାଣୀମାନଙ୍କୁ ଯିଏ ଏହି ଜଗତକୁ ଶାସନ କରନ୍ତି ବୁଝାଇପାରେ । ବିକଳ୍ପ ଅନୁବାଦ: “ଆତ୍ମିକ ଶକ୍ତି, ଶାସକ ଏବଂ କର୍ତ୍ତାପଣ ଭାବରେ ଜ୍ଞାତ” (୨) ଯେକୌଣସି ବ୍ୟକ୍ତି କିମ୍ବା ଯେକୌଣସି ନିୟମ ଏବଂ ଅଧିକାରକୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଅଧିକାର ସହ ଶାସନ କରନ୍ତି” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
ἐν αὐτῷ
ବିକଳ୍ପ ଅନୁବାଦ: “କ୍ରୁଶ ଦ୍ୱାରା” କିମ୍ବା “କ୍ରୁଶରେ”
αὐτῷ
ଏଠାରେ, ପାଉଲ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସୂଚାଇବା ପାଇଁ କ୍ରୁଶ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ କ୍ରୁଶର ଅର୍ଥ ଅସ୍ପଷ୍ଟ ହୁଏ, ଆପଣ ଏକ ଶବ୍ଦ ଅନ୍ତର୍ଭୂକ୍ତ କରିପାରିବ କିମ୍ବା ଖ୍ରୀଷ୍ଟଙ୍କ ମୃତ୍ୟୁକୁ ଏକ ବାକ୍ୟାଂଶରେ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ” (See: ଲାକ୍ଷଣିକ ଶବ୍ଦ)
Colossians 2:16
οὖν
ଅନୁବାଦିତ ଶବ୍ଦ ତେଣୁକରି ପାଉଲ ଯାହା କହିଛନ୍ତି ତାହାଠାରୁ ଏକ ଧାରଣା ବା ସିଦ୍ଧାନ୍ତ ଆଙ୍କିଥାଏ, ଯାହା ୨:୯–୧୫ ରେ ଉଲ୍ଲେଖ ଅଛି: ଖ୍ରୀଷ୍ଟଙ୍କ କାର୍ଯ୍ୟରେ, କଲସୀୟମାନେ ନୂତନ ଜୀବନ ପାଇଛନ୍ତି ଏବଂ ଏହି ଜଗତକୁ ଶାସନ କରୁଥିବା ଶକ୍ତିଗୁଡ଼ିକ ପରାସ୍ତ ହୋଇଅଛି । ଏହିସବୁ ଘଟଣା ଘଟିଥିବାରୁ, କଲସୀୟମାନେ ଅନ୍ୟମାନଙ୍କୁ ସେମାନଙ୍କର ଆଚରଣରେ ବିଚାର କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ । ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ପାଉଲ ୨:୮ ରେ ଆରମ୍ଭ କରିଥିବା ଚେତାବନୀ ଜାରି ରଖିଛନ୍ତି । ଯଦି ଏହି ସଂଯୋଗଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଧାରଣାଗୁଡ଼ିକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ କିମ୍ବା ଏକ ତୁଳନାତ୍ମକ ପରିବର୍ତ୍ତନ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି” କିମ୍ବା “ତୁମ୍ଭମାନଙ୍କ ତରଫରୁ ଖ୍ରୀଷ୍ଟଙ୍କ ଯଥେଷ୍ଟ କାର୍ଯ୍ୟ ପ୍ରଦାନ କରାଯାଇଛି” (ଦେଖନ୍ତୁ:)
μὴ…τις ὑμᾶς κρινέτω
ଏହି ବାକ୍ୟାଂଶ ଏକ ତୃତୀୟ-ପୁରୁଷକୁ ଅନୁବାଦ କରେ । ଯଦି ଆପଣଙ୍କର ଭାଷାରେ ତୃତୀୟ-ପୁରୁଶ ଆବଶ୍ୟକତା ଅଛି, ଆପଣ ଏଠାରେ ଗୋଟିଏ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାରେ ତୃତୀୟ-ପୁରୁଷର ଆବଶ୍ୟକତା ନାହିଁ, ତେବେ ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ଦ୍ଵିତୀୟ ବ୍ୟକ୍ତିଙ୍କ ଆବଶ୍ୟକତା ସହ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କାହାକୁ ତୁମ୍ଭର ବିଚାର କରିବାକୁ ଦିଅ ନାହିଁ” କିମ୍ବା “ତୁମ୍ଭମାନଙ୍କୁ ବିଚାର କରିବାକୁ କାହାକୁ ଅନୁମତି ଦିଅ ନାହିଁ” (ଦେଖନ୍ତୁ:)
ἐν βρώσει, καὶ ἐν πόσει, ἢ ἐν μέρει ἑορτῆς, ἢ νουμηνίας, ἢ Σαββάτων
ଏହି କ୍ଷେତ୍ରଗୁଡ଼ିକର ଏହି ତାଲିକା ଯେଉଁଠାରେ କେହି ଜଣେ କଲସୀୟମାନଙ୍କୁ ବିଚାର କରିବା ବିଷୟକୁ ମୋଶାଙ୍କ ନିୟମର କିଛି ଅଂଶକୁ ଦର୍ଶାଏ । ପାଉଲଙ୍କ ସଂସ୍କୃତିର ଅନ୍ୟ ଧର୍ମ ପାଇଁ ଏହି କ୍ଷେତ୍ରଗୁଡ଼ିକ ମଧ୍ୟରୁ କେତେକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ପାଉଲଙ୍କ ବିଷୟଗୁଡ଼ିକର ତାଲିକା ଯାହାକି କେହି ଜଣେ କଲସୀୟମାନଙ୍କୁ ବିଚାର କରିପାରେ ତାହା ଆପଣଙ୍କ ଅନୁବାଦରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବ ଯେ ଏହି କ୍ଷେତ୍ରଗୁଡ଼ିକ ମୋଶାଙ୍କ ନିୟମ ଦ୍ୱାରା ଏବଂ ବେଳେବେଳେ ଅନ୍ୟ ଧର୍ମର ପରମ୍ପରା ଦ୍ୱାରା ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପାଇଁ ମୋଶାଙ୍କ ନିୟମ ଏବଂ ଅନ୍ୟାନ୍ୟ ଧାର୍ମିକ ପରମ୍ପରା, ଖାଦ୍ୟ ଏବଂ ପାନୀୟ, ପର୍ବ, ନୂତନ ଚନ୍ଦ୍ର, କିମ୍ବା ବିଶ୍ରାମବାର ସହ କିପରି ବ୍ୟବହାର କର?” (See: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
νουμηνίας
ଅମାବାସ୍ୟା ଅନୁବାଦ ହୋଇଥିବା ଶବ୍ଦଟି ଏକ ପର୍ବ ବା ଉତ୍ସବକୁ ସୂଚାଏ ଯାହା ଅମାବାସ୍ୟା ସମୟରେ ଘଟେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି, ତେବେ ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ଏକ ଲମ୍ବା ବାକ୍ୟାଂଶ ସହ ଧାରଣାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଅମାବାସ୍ୟା ଉତ୍ସବ” (See: ଲାକ୍ଷଣିକ ଶବ୍ଦ)
Colossians 2:17
ἅ ἐστιν σκιὰ τῶν μελλόντων, τὸ δὲ σῶμα τοῦ Χριστοῦ
ଏକ ଛାୟା ଶରୀରର ଆକୃତି ଏବଂ ରୂପରେଖା ଦେଖାଏ, କିନ୍ତୁ ଏହା ଶରୀର ନୁହେଁ । ସେହିଭଳି, ପୂର୍ବ ପଦରେ ତାଲିକାଭୁକ୍ତ ବିଷୟଗୁଡ଼ିକ ଆସୁଥିବା ବିଷୟଗୁଡ଼ିକର ଆକୃତି ଏବଂ ରୂପରେଖା ଦେଖାଏ, କିନ୍ତୁ ଶରୀର ଯାହା ଏହି ଛାୟା ଧାରଣ କରେ ତାହା ହେଉଛି ଖ୍ରୀଷ୍ଟ । ସେ ଆସୁଥିବା ବିଷୟଗୁଡ଼ିକର ବିଷୟ ଅଟନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଆସୁଥିବା ବିଷୟଗୁଡ଼ିକର ଏକ ପୂର୍ବାନୁମାନ, କିନ୍ତୁ ପୂର୍ଣ୍ଣ ଅନୁଭୂତି ଖ୍ରୀଷ୍ଟଙ୍କର ଅଟେ” କିମ୍ବା “ଯାହା ଘଟିବାକୁ ଯାଉଛି, କିନ୍ତୁ ଖ୍ରୀଷ୍ଟ ହିଁ ଆସିଛନ୍ତି” (See: ଉପମା/ରୂପକ)
σκιὰ τῶν μελλόντων
ପାଉଲ ଏଠାରେ ଆସିବାକୁ ଥିବା ବିଷୟଗୁଡ଼ିକ ଦ୍ୱାରା ଛାୟା ନିକ୍ଷେପ କରିବାକୁ ଦର୍ଶାଇବାକୁ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ଏହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆସୁଥିବା ବିଷୟଗୁଡ଼ିକର ଏକ ଛାୟା ଅଟେ” (See: ଅଧିକାର/ଦଖଲ)
τῶν μελλόντων
ଆସୁଥିବା ବିଷୟଗୁଡ଼ିକ ମୁଖ୍ୟତଃ ସେହି ବିଷୟଗୁଡ଼ିକୁ ସୂଚାଏ ଯାହା ଭବିଷ୍ୟତରେ ଘଟିବ କିମ୍ବା ଅନୁଭୂତ ହେବ । ସେଗୁଡ଼ିକ ଖ୍ରୀଷ୍ଟଙ୍କ ପ୍ରଥମ ଏବଂ ଦ୍ୱିତୀୟ ଆଗମନ ସହ ସଂଯୁକ୍ତ ହୋଇପାରନ୍ତି, ଯେଉଁଥିପାଇଁ ଶରୀର ଏହି ପଦରେ ଖ୍ରୀଷ୍ଟଙ୍କର ଅଟେ । ଯଦି ଆସିବାର ସେହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବ ଯେ ଖ୍ରୀଷ୍ଟ ପ୍ରଥମ ଆସିବା ସମୟରେ ବିଶ୍ଵାସୀମାନଙ୍କୁ ଆଶୀର୍ବାଦ କରିଛନ୍ତି ଏବଂ ଦ୍ୱିତୀୟ ଆସିବା ସମୟରେ ସେ ସେମାନଙ୍କୁ ଆଶୀର୍ବାଦ ଦେବେ । ବିକଳ୍ପ ଅନୁବାଦ: “ଆଶୀର୍ବାଦ ଯାହା ଖ୍ରୀଷ୍ଟ ଆଣନ୍ତି” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τὸ…σῶμα τοῦ Χριστοῦ
ଏଠାରେ, ପାଉଲ ଖ୍ରୀଷ୍ଟଙ୍କୁ “ଛାୟା” ଶରୀର ଭାବରେ ପରିଚିତ କରିବା ପାଇଁ ଧାରଣକାରୀ ରୂପକ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ଏହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ଏକ ସରଳ କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶରୀର ଖ୍ରୀଷ୍ଟଙ୍କର ଅଟେ” (See: ଅଧିକାର/ଦଖଲ)
Colossians 2:18
μηδεὶς…ἑόρακεν…αὐτοῦ
ଅନୁବାଦିତ କେହି ଶବ୍ଦ କାହାକୁ ସେ ଏବଂ ତାଙ୍କର ଜଣେ ପୁରୁଷ ବ୍ୟକ୍ତିଙ୍କୁ ସୂଚାଏ ନାହିଁ । ଏହା ପରିବର୍ତ୍ତେ, ସେମାନେ ଏହି ଉପାୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏକ ସାଧାରଣ ଉପାୟରେ ସୂଚାଏ । ଯଦି ଏହି ଶବ୍ଦର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଆପଣଙ୍କ ଭାଷାରେ ଏକ ତୁଳନାତ୍ମକ ସାଧାରଣ ବାକ୍ୟାଂଶ ସହ ଅନୁବାଦ କରିପାରିବେ କିମ୍ବା ବହୁବଚନ କରିପାରିବେ । ବିକଳ୍ପ ଅନୁବାଦ: “କେହି… ସେମାନେ ଦେଖି ନାହାଁନ୍ତି… ସେମାନଙ୍କର” (ଦେଖନ୍ତୁ:)
μηδεὶς ὑμᾶς καταβραβευέτω
ଏହି ବାକ୍ୟାଂଶ ଏକ ତୃତୀୟ-ପୁରୁଷ ଅନୁବାଦ ଅଟେ । ଯଦି ଆପଣଙ୍କର ଭାଷାରେ ତୃତୀୟ-ପୁରୁଷ ଆବଶ୍ୟକତା ଅଛି, ଆପଣ ଏଠାରେ ଗୋଟିଏ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ଭାଷା ତାହା କରେ ନାହିଁ, ଆପଣ ଏକ ତୁଳନାତ୍ମକ ବାକ୍ୟାଂଶ ବ୍ୟବହାର କରିପାରିବ କିମ୍ବା ଦ୍ଵିତୀୟ ପୁରୁଷ ଆବଶ୍ୟକତା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାହାକୁ ଅନୁମତି ଦିଅ ନାହିଁ ... ତୁମ୍ଭେମାନେ ପୁରସ୍କାରରୁ ବଞ୍ଚିତ” କିମ୍ବା “ଲୋକମାନଙ୍କଠାରୁ ସତର୍କ ରୁହ ... ଯାହାଫଳରେ ସେ ତୁମ୍ଭମାନଙ୍କୁ ପୁରସ୍କାରରୁ ବଞ୍ଚିତ କରିବ ନାହିଁ” (ଦେଖନ୍ତୁ:)
μηδεὶς ὑμᾶς καταβραβευέτω
ଏଠାରେ, ପାଉଲ ଭଣ୍ଡ ଶିକ୍ଷକମାନଙ୍କୁ ସୂଚାନ୍ତି ଯେପରି ସେମାନେ ଏକ ପ୍ରତିଯୋଗିତାରେ ବିଚାରକ କିମ୍ବା ଅମ୍ପାୟାର ଅଟନ୍ତି, ଯେଉଁମାନେ କଲସୀୟମାନଙ୍କ ବିରୁଦ୍ଧରେ ନିଷ୍ପତ୍ତି ନେଇପାରନ୍ତି, ଏହିପରି ସେମାନଙ୍କୁ ପ୍ରତିଯୋଗିତାରେ ଜିତିବା ପାଇଁ ପୁରସ୍କାର ପାଇବାକୁ ବାରଣ କରନ୍ତି । ଏହି ରୂପକ ୨:୧୬ ରେ “ବିଚାର” ଭାଷା ସହ ମେଳ ଖାଏ । ଏହି ଦୁଇଟି ପଦ ଏକତ୍ର ସୂଚାଏ ଯେ ଖ୍ରୀଷ୍ଟଙ୍କ ବଦଳରେ ଭଣ୍ଡ ଶିକ୍ଷକମାନଙ୍କୁ ସେମାନଙ୍କର ବିଚାରକ ଭାବରେ ବାଛିବା ପାଇଁ କଲସୀୟମାନେ ପ୍ରଲୋଭିତ ହୁଅନ୍ତି । ଯଦି ଏହି ଚିତ୍ରଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବେ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବଦଳରେ କାହାକୁ ତୁମ୍ଭମାନଙ୍କର ବିଚାରକ ଭାବରେ ବିଚାର କରିବାକୁ ଦିଅ ନାହିଁ” (See: ଉପମା/ରୂପକ)
ταπεινοφροσύνῃ
ଯଦି ଆପଣଙ୍କ ଭାଷା ନମ୍ରତା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ଏକ କ୍ରିୟା ସହ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ନିଜକୁ ବାହାନାରେ ନମ୍ର କରିବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
θρησκείᾳ τῶν ἀγγέλων
ସ୍ୱର୍ଗଦୂତମାନେ ଈଶ୍ଵରଙ୍କ ନିକଟରେ ଉପାସନା କରୁଥିବା ଉପାସନା ନୁହେଁ, ସ୍ୱର୍ଗଦୂତମାନଙ୍କୁ ଉପାସନା କରିବାର କାର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ପାଉଲ ଧାରଣକାରୀ ରୂପ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଦୂତମାନଙ୍କ ଉପାସନା ଅସ୍ପଷ୍ଟ ହୁଏ, ଆପଣ “ଉପସ୍ଥାପିତ” ପରି ଏକ ବାକ୍ୟାଂଶ ସହ ଏହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ସ୍ୱର୍ଗଦୂତମାନଙ୍କ ନିକଟରେ ଉପାସନା” (See: ଅଧିକାର/ଦଖଲ)
ἐμβατεύων
ଏଠାରେ ପାଉଲ କହନ୍ତି ଯେ ଭଣ୍ଡ ଶିକ୍ଷକମାନେ “ସେମାନେ ଯାହା ଦେଖିଛନ୍ତି” ସେଥିରେ ସ୍ଥିର ହୁଅନ୍ତି । ଏହି ରୂପକର ଅର୍ଥ ଏହା ଯେ ସେମାନେ ଯାହା ଦେଖିଛନ୍ତି ଏବଂ ଏହା ଉପରେ ଶିକ୍ଷା ଆଧାର କରି ଆଲୋଚନା କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କ୍ରିୟା ସହ ସ୍ଥିର ଶବ୍ଦକୁ ଅନୁବାଦ କରିପାରିବେ ଯାହା ଏହି ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “କ୍ରମାଗତ ଭାବରେ ବାର୍ତ୍ତାଳାପ କରିବା” କିମ୍ବା “ତାଙ୍କ ଶିକ୍ଷାଦାନ ଉପରେ ଆଧାର କରିବା” (See: ଉପମା/ରୂପକ)
ἃ ἑόρακεν
ଦୂତ ପୂଜା ପ୍ରସଙ୍ଗରେ, ସେ ଦେଖିଥିବା ବିଷୟଗୁଡ଼ିକ ଦର୍ଶନ ଏବଂ ସ୍ୱପ୍ନକୁ ଦର୍ଶାଏ ଯାହା ଶକ୍ତିଶାଳୀ ପ୍ରାଣୀ, ସ୍ୱର୍ଗ, ଭବିଷ୍ୟତ କିମ୍ବା ଅନ୍ୟାନ୍ୟ ରହସ୍ୟକୁ ପ୍ରକାଶ କରେ । ଯଦି ଏହି ପ୍ରଭାବଗୁଡ଼ିକ ଆପଣଙ୍କ ଭାଷାରେ ବୁଝି ହେବ ନାହିଁ, ତେବେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ଏହି ପ୍ରକାରର ଦର୍ଶନ କିମ୍ବା ସ୍ୱପ୍ନକୁ ଦର୍ଶାଏ କିମ୍ବା ଧାରଣାକୁ ପ୍ରକାଶ କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରେ । ବିକଳ୍ପ ଅନୁବାଦ: “ସେ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ” କିମ୍ବା “ଦର୍ଶନରେ ତାଙ୍କୁ ପ୍ରକାଶିତ ହୋଇଥିବା ରହସ୍ୟଗୁଡ଼ିକ” (ଦେଖନ୍ତୁ:)
εἰκῇ φυσιούμενος ὑπὸ τοῦ νοὸς τῆς σαρκὸς αὐτοῦ
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ବାକ୍ୟକୁ ଏହାର କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ଶରୀରର ମନ ତାଙ୍କୁ ବିନା କାରଣରେ ଗର୍ବିତ କରାଏ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
φυσιούμενος
ଏଠାରେ, ପାଉଲ ଏପରି ଲୋକମାନଙ୍କୁ ବର୍ଣ୍ଣନା କରନ୍ତି ଯେଉଁମାନେ ନିଜକୁ ପବନରେ ଭରି ନିଜକୁ ବଡ଼ କରିଥିବାର ଗର୍ବ କରନ୍ତି । ତାଙ୍କର ଅର୍ଥ ସେମାନେ ନିଜକୁ ନିଜ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି । ଯଦି ବୃଥା ଗର୍ବିତ ହେବା ଆପଣଙ୍କ ଭାଷାରେ “ଗର୍ବିତ” ହେବାର ଅର୍ଥ ନୁହେଁ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମ-ଗୁରୁତ୍ୱପୂର୍ଣ୍ଣ ହେବା” (See: ଉପମା/ରୂପକ)
ὑπὸ τοῦ νοὸς τῆς σαρκὸς αὐτοῦ
ଯଦି ଆପଣଙ୍କ ଭାଷା ମନ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବିଚାର” ପରି ଏକ କ୍ରିୟା ବ୍ୟବହାର କରି ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ କିପରି ଶାରୀରିକ ଭାବରେ ଚିନ୍ତା କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τοῦ νοὸς τῆς σαρκὸς αὐτοῦ
ଏଠାରେ, ପାଉଲ ଶରୀରର ଏକ ମନ ବିଷୟରେ କହିବାକୁ ଧାରଣକାରୀ ରୂପକ ବ୍ୟବହାର କରନ୍ତି । ଏହି ବାକ୍ୟଟି ଚିନ୍ତାବାକ୍ୟାଂଶକୁ ସୂଚାଏ ଯାହା ଶରୀର ଦ୍ୱାରା ଏହାର ଦୁର୍ବଳତା ଏବଂ ପାପପୂର୍ଣ୍ଣତା ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ଭାବରେ ଶରୀରକୁ ଅନୁବାଦ କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କର ଶାରୀରିକ ମନ” କିମ୍ବା “ତାଙ୍କର ଦୁର୍ବଳ ଏବଂ ପାପପୂର୍ଣ୍ଣ ମନ” (See: ଅଧିକାର/ଦଖଲ)
Colossians 2:19
οὐ κρατῶν τὴν κεφαλήν
ପାଉଲ ଭଣ୍ଡ ଶିକ୍ଷକମାନଙ୍କୁ ବର୍ଣ୍ଣନା କରିଛନ୍ତି ଯେପରି ସେମାନେ ମସ୍ତକ ଛାଡି ଦେଇଛନ୍ତି, ଯାହା ଖ୍ରୀଷ୍ଟ ଅଟନ୍ତି । ଏହାର ଅର୍ଥ ସେମାନେ ଖ୍ରୀଷ୍ଟଙ୍କୁ ସେମାନଙ୍କ ଶିକ୍ଷାର ଉତ୍ସ ଏବଂ ଅଧିକାର ଭାବରେ ବ୍ୟବହାର କରିବା ବନ୍ଦ କରି ଦେଇଛନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମସ୍ତକ ସହ ସଂଯୁକ୍ତ ନହେବା” କିମ୍ବା “ମସ୍ତକର ଚିକିତ୍ସା ନକରିବା, ଯିଏ ଖ୍ରୀଷ୍ଟ ଅଟନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି” (See: ଉପମା/ରୂପକ)
τὴν κεφαλήν, ἐξ οὗ πᾶν τὸ σῶμα διὰ τῶν ἁφῶν καὶ συνδέσμων ἐπιχορηγούμενον καὶ συμβιβαζόμενον, αὔξει τὴν αὔξησιν τοῦ Θεοῦ
ଏହି ପଦରେ, ପାଉଲ ଏକ ବିସ୍ତାରିତ ରୂପକ ବ୍ୟବହାର କରିଛନ୍ତି ଯେଉଁଥିରେ ଖ୍ରୀଷ୍ଟ ଶରୀରର ମସ୍ତକ ଅଟନ୍ତି, ଯାହା ତାଙ୍କର ମଣ୍ଡଳୀ, ଯାହାର ଗଣ୍ଠି ଏବଂ ଦେହର ଅସ୍ଥିସଂଲଗ୍ନକାରୀ ଶକ୍ତ ତନ୍ତୁଗୁଚ୍ଛ ଅଛି ଏବଂ ଏହା ବୃଦ୍ଧିହୁଏ । ଖ୍ରୀଷ୍ଟ କିପରି ନେତୃତ୍ୱ, ନିର୍ଦ୍ଦେଶ ପ୍ରଦାନ କରନ୍ତି, ପୋଷଣ କରନ୍ତି, ଏବଂ ସେ ଯାହା ଚାହାଁନ୍ତି ତାହା ହେବାରେ ସାହାଯ୍ୟ କରିବାକୁ ତାଙ୍କ ମଣ୍ଡଳୀକୁ ଏକୀକୃତ କରନ୍ତି ସେହି ବିଷୟରେ କହିବାକୁ ପାଉଲ ଏହି ରୂପକକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଅନୁରୂପ ଭାଷା କିମ୍ବା ସାଙ୍କେତିକ ଭାବରେ ଭାଷା ବ୍ୟବହାର କରି ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ନିକଟକୁ, ଯାହାଙ୍କଠାରୁ ସମଗ୍ର ମଣ୍ଡଳୀ ପୋଷଣ ଏବଂ ନେତୃତ୍ୱ ପ୍ରାପ୍ତ କରି ଈଶ୍ଵରଙ୍କଠାରୁ ବୃଦ୍ଧି ହୋଇ ମଣ୍ଡଳୀ ଏକତ୍ର ହୁଏ” (ଦେଖନ୍ତୁ:)
ἐξ οὗ πᾶν τὸ σῶμα διὰ τῶν ἁφῶν καὶ συνδέσμων ἐπιχορηγούμενον καὶ συμβιβαζόμενον
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ବାକ୍ୟକୁ କର୍ତ୍ତୃବାଚ୍ୟ ଗଠନରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ସମଗ୍ର ଶରୀରକୁ ସନ୍ଧି ଓ ଶିରାରେ ଏକତ୍ର ସଂଯୁକ୍ତ କରିଥାଏ” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
τῶν ἁφῶν καὶ συνδέσμων
ଅନୁବାଦିତ ସନ୍ଧିଗୁଡ଼ିକ ଶବ୍ଦ ଶରୀରର କିଛି ଅଂଶକୁ ଏକତ୍ର ସଂଯୁକ୍ତ କରିବା ବିଷୟକୁ ବୁଝାଏ, ଯେବେ ଅନୁବାଦ ହୋଇଥିବା ଶିରା ଶବ୍ଦ ଏହି ଅଂଶଗୁଡ଼ିକୁ ଏକତ୍ର ଧାରଣ କରିଥାଏ । ଯଦି ଏହି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଯାନ୍ତ୍ରିକ ଶବ୍ଦ ବ୍ୟବହାର କରିପାରିବେ ଯାହା ସନ୍ଧି ଓ ଶିରା ସହ ଅନୁରୂପ ହୋଇପାରେ କିମ୍ବା ଶରୀରକୁ ଏକତ୍ର ରଖିବା ପାଇଁ ଆପଣ ଅଧିକ ସାଧାରଣ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହାକୁ ଏକାଠି ଧରି ରଖେ” କିମ୍ବା “ଏହାର ସମସ୍ତ ଅଂଶ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
αὔξει τὴν αὔξησιν
ଅନୁବାଦିତ ଶବ୍ଦଗୁଡ଼ିକ ବୃଦ୍ଧି ଏବଂ ବୃଦ୍ଧି ପ୍ରତ୍ୟକ୍ଷ ଭାବରେ ଜଡିତ ଏବଂ ଆପଣଙ୍କ ଭାଷାରେ ଅନାବଶ୍ୟକ ହୋଇପାରେ । ଯଦି ଆପଣଙ୍କର ଭାଷା ଏହି ଉପାୟରେ ପୁନରାବୃତ୍ତି ବ୍ୟବହାର କରେ ନାହିଁ, ତେବେ ଆପଣ “ବୃଦ୍ଧି” ର କେବଳ ଗୋଟିଏ ରୂପ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରୁ ଅଭିବୃଦ୍ଧି ଅନୁଭବ କରେ” (See: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
τὴν αὔξησιν τοῦ Θεοῦ
ପାଉଲ ଏଠାରେ ବୃଦ୍ଧି ବିଷୟରେ କହନ୍ତି ଯାହା ଈଶ୍ଵରଙ୍କ ଦ୍ଵାରା ପ୍ରଦାନ କରାଯାଇଛି ଏବଂ ଈଶ୍ଵର ଯାହା ଚାହାଁନ୍ତି ତାହା ସହ ମେଳ ଖୁଆଇବା ପାଇଁ ଈଶ୍ଵରଙ୍କଠାରୁ ଆସିଛି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ଆପେକ୍ଷିକ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରଦାନ କରୁଥିବା ବୃଦ୍ଧି ସହ ” କିମ୍ବା “ଅଭିବୃଦ୍ଧି ସହ ଈଶ୍ଵର ସକ୍ଷମ କରନ୍ତି” (See: ଅଧିକାର/ଦଖଲ)
Colossians 2:20
εἰ ἀπεθάνετε σὺν Χριστῷ
ପାଉଲ କହନ୍ତି ଯେପରି ଏହା ଏକ ଆନୁମାନିକ ସମ୍ଭାବନା, କିନ୍ତୁ ଏହାର ଅର୍ଥ ଏହା ପ୍ରକୃତରେ ସତ ଅଟେ । ଯଦି ଆପଣଙ୍କ ଭାଷା କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟ ପାଇଁ କୌଣସି ସର୍ତ୍ତ ଦର୍ଶାଏ ନାହିଁ, ତେବେ ଆପଣ ବାକ୍ୟାଂଶ କୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁ” (ଦେଖନ୍ତୁ:)
ἀπεθάνετε σὺν Χριστῷ
ପାଉଲ ବର୍ତ୍ତମାନ ସେ ବ୍ୟବହାର କରିଥିବା ଏକ ରୂପକକୁ ଫେରିଛନ୍ତି: ବିଶ୍ଵାସୀମାନେ ମରିଛନ୍ତି ଏବଂ ଖ୍ରୀଷ୍ଟଙ୍କ ସହ “ସମାଧି ନେଇଛନ୍ତି” (୨:୧୨) । ଏହାର ଅର୍ଥ, ଖ୍ରୀଷ୍ଟଙ୍କ ସହ ସେମାନଙ୍କର ମିଳନରେ ବିଶ୍ଵାସୀମାନେ ତାଙ୍କ ମୃତ୍ୟୁରେ ଅଂଶୀଦାର ହୁଅନ୍ତି ଯାହା ଦ୍ଵାରା ସେମାନେ ମଧ୍ୟ ମରିଗଲେ। ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହୁଏ, ଆପଣ ଅନୁରୂପ ଭାଷା ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୃତ୍ୟୁରେ ଭାଗ ନେଇଅଛ” (See: ଉପମା/ରୂପକ)
ἀπεθάνετε σὺν Χριστῷ ἀπὸ
“ମୃତ୍ୟୁରୁ” କିଛି ମୃତ୍ୟୁର କାରଣ ଚିହ୍ନଟ କରେ ନାହିଁ ବରଂ ମୃତ୍ୟୁକୁ ବ୍ୟକ୍ତିଠାରୁ କ’ଣ ପୃଥକ କରେ ତାହା ସୂଚାଏ । ଏଠାରେ, ଖ୍ରୀଷ୍ଟଙ୍କ ମୃତ୍ୟୁରେ ଅଂଶଗ୍ରହଣ କରି କଲସୀୟମାନେ ମୌଳିକ ନୀତିରୁ ଅଲଗା ହୋଇଥିଲେ । ଯଦି କୌଣସି ବିଷୟରୁ “ମରିବା” ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବେ କିମ୍ବା ଏକ ଛୋଟ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ, ଯାହା ତୁମ୍ଭମାନଙ୍କୁ ଅଲଗା କରେ” (ଦେଖନ୍ତୁ:)
τῶν στοιχείων τοῦ κόσμου
୨:୮ ପରି, ମୌଳିକ ନୀତିକୁ ଅନୁବାଦ କରାଯାଇଥିବା ଶବ୍ଦ (୧) ଏହି ଜଗତର ଆତ୍ମିକ ଶକ୍ତିଗୁଡ଼ିକୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ଏହି ଜଗତର ଶକ୍ତିଶାଳୀ ଆତ୍ମିକ ପ୍ରାଣୀ” (୨) ଜଗତ କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ମୌଳିକ ମନୁଷ୍ୟ ବିଚାର । ବିକଳ୍ପ ଅନୁବାଦ: “ମୌଳିକ ବିଷୟ ଯାହା ମନୁଷ୍ୟ ଜଗତ ବିଷୟରେ ଶିକ୍ଷା ଦିଏ” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
τί ὡς ζῶντες ἐν κόσμῳ δογματίζεσθε
ଯଦି ଏହି ସଂରଚନା ଆପଣଙ୍କ ଭାଷାରେ ବୁଝିବା କଷ୍ଟକର ହୁଏ, ତେବେ ଆପଣ ବାକ୍ୟାଂଶକୁ ବାକ୍ୟର ଶେଷ ପର୍ଯ୍ୟନ୍ତ ଜଗତରେ ଜୀବିତ ରହି ପାରିବା ବୋଲି ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କାହିଁକି ଜଗତରେ ବାସ କରୁଥିବା ପରି ଜଗତର ଆଜ୍ଞାର ଅଧୀନ ହେଉଅଛ” (ଦେଖନ୍ତୁ:)
ζῶντες ἐν κόσμῳ
କଲସୀୟଙ୍କ ଜୀବନ ଶୈଳୀକୁ ବର୍ଣ୍ଣନା କରିବା ପାଇଁ ପାଉଲ ଜୀବନ୍ତ କ୍ରିୟା ବ୍ୟବହାର କରନ୍ତି । ସେମାନେ ବାସ୍ତବରେ ଶାରୀରିକ ଭାବରେ ଜୀବନ୍ତ ଏବଂ ଜଗତରେ ଅଛନ୍ତି, କିନ୍ତୁ ସେ ଚାହାଁନ୍ତି ଯେ ସେମାନେ ଏପରି ବ୍ୟବହାର କରନ୍ତୁ ଯାହା ଜଗତର ଲୋକମାନେ ସାଧାରଣତଃ କରନ୍ତି ନାହିଁ । ଯଦି ଜଗତରେ ବାସ କରିବା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏହି ଧାରଣାକୁ “ସମ୍ପୃକ୍ତ” କିମ୍ବା “ଅନୁରୂପ” ଭଳି ଏକ ବାକ୍ୟ ବାକ୍ୟ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜଗତର” କିମ୍ବା “ଜଗତ ସହ ଅନୁରୂପ” (See: ଉପମା/ରୂପକ)
ὡς ζῶντες ἐν κόσμῳ
ଏହି ପରିପ୍ରେକ୍ଷୀରେ, ଅନୁବାଦିତ ଯେପରି ଶବ୍ଦଟି କିଛି ସତ୍ୟର ପରିଚୟ ଦେଇଥାଏ ଯାହା ସତ୍ୟ ନୁହେଁ: କଲସୀୟମାନେ ପ୍ରକୃତରେ ଜଗତରେ ବାସ କରନ୍ତି ନାହିଁ । ଯଦି ଆପଣଙ୍କ ଭାଷାରେ ଏହ ଅସ୍ପଷ୍ଟ ହେବ, ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ଜଗତରେ ବାସ କରିବା କଲସୀୟମାନଙ୍କ ପାଇଁ ସତ୍ୟ ନୁହେଁ। ବିକଳ୍ପ ଅନୁବାଦ: “ଯେପରି ଜଗତରେ ବାସ କରୁଅଛ” (ଦେଖନ୍ତୁ:)
τί ὡς ζῶντες ἐν κόσμῳ δογματίζεσθε
ପାଉଲ ଏହି ପ୍ରଶ୍ନ ପଚାରନ୍ତି ନାହିଁ କାରଣ ସେ ସୂଚନା ପାଇବାକୁ ଚାହାନ୍ତି ନାହିଁ । ବରଂ, ସେ ଯାହା କରୁଛନ୍ତି ସେଥିରେ କରିନ୍ଥୀୟମାନଙ୍କୁ ଜଡିତ କରିବାକୁ ସେ କହିଛନ୍ତି। ଏଠାରେ, ପ୍ରଶ୍ନର କୌଣସି ଉତ୍ତର ନାହିଁ, କାରଣ ତାହା ଠିକ ପାଉଲଙ୍କ କଥା ଅଟେ । ସେମାନଙ୍କର ଆଜ୍ଞାର ଅଧୀନ ହେବାର କୌଣସି କାରଣ ନାହିଁ । ଯଦି ଏହି ପ୍ରଶ୍ନଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଧାରଣାକୁ ଏକ ଅପରିହାର୍ଯ୍ୟ ବା “କରିବା” ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜଗତରେ ବଞ୍ଚିବା ପରି, ଏହାର ଆଜ୍ଞାର ଅଧୀନ ହୁଅ ନାହିଁ” କିମ୍ବା “ତୁମ୍ଭେମାନେ ଯେପରି ଜଗତରେ ବାସ କରୁଅଛ, ତା’ର ଆଜ୍ଞାର ଅଧୀନ ହେବା ଉଚିତ ନୁହେଁ” (ଦେଖନ୍ତୁ:)
δογματίζεσθε
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନକୁ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ଏହାର କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରନ୍ତି, ବୋଧହୁଏ ସମାନ କ୍ରିୟା ବ୍ୟବହାର କରିପାରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହାର ଆଜ୍ଞାର ଅଧିନରେ ବାସ କର” କିମ୍ବା “ତୁମ୍ଭେମାନେ ଏହାର ନିୟମ ଅନୁଯାୟୀ ନିଜକୁ ଅଧୀନ କର କି?” (See: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
δογματίζεσθε
ଯଦି ଆପଣଙ୍କ ଭାଷା ନିୟମ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ଆପେକ୍ଷିକ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଲୋକମାନେ ଯାହା ଆବଶ୍ୟକ କରନ୍ତି ତାହାର ତୁମ୍ଭେମାନେ ଅଧୀନ ହେଉଛ କି” କିମ୍ବା “ତୁମ୍ଭେମାନେ ଆଜ୍ଞା କରାଯାଇଥିବା ବିଷୟର ଅଧୀନରେ ଅଛି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 2:21
ଏହି ପଦଟି ତିନୋଟି ଆଜ୍ଞା ପ୍ରଦାନ କରେ ଯାହା ପାଉଲଙ୍କ ନୁହେଁ ବରଂ ୨:୨୦ ରୁ ଉଦାହରଣ ଅଟେ । ଯଦି ଏହି ନିର୍ଦ୍ଦେଶଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ଆପଣ ଏହି ନିର୍ଦ୍ଦେଶଗୁଡ଼ିକୁ ଏକ ବାକ୍ୟାଂଶ ସହ ପରିଚିତ କରାଇ ପାରିବେ, ଯେପରିକି “ଉଦାହରଣ ସ୍ୱରୂପ”, ଯାହା ଦର୍ଶାଏ ଯେ ସେମାନେ ପୂର୍ବ ପଦରେ ଥିବା “ଆଜ୍ଞା” ସହ ସଂଯୁକ୍ତ ଅଟନ୍ତି ।
ἅψῃ…γεύσῃ…θίγῃς
ଏହି ନିର୍ଦ୍ଦେଶଗୁଡ଼ିକ ତୁମ୍ଭମାନେ ଏକକ ଭାବରେ ସମ୍ବୋଧିତ କରାଯାଏ । ସମ୍ଭବତଃ, ପାଉଲ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକୁ ସୂଚାନ୍ତି । ତଥାପି, ସେ ଏହି ଆଜ୍ଞାଗୁଡ଼ିକର ଉଦାହରଣ ଭାବରେ ଗ୍ରହଣ କରିବାକୁ ଇଚ୍ଛା କରନ୍ତି ଯାହା କଲସୀୟମାନଙ୍କ ମଧ୍ୟରେ ଯେକୌଣସି ବ୍ୟକ୍ତିଙ୍କୁ ଦିଆଯାଇପାରେ । ଯଦି ଆପଣଙ୍କ ଭାଷା ଏକ ସାଧାରଣ ଉଦାହରଣ ଭାବରେ ଏକକ ଭାବରେ ଏକ ନିର୍ଦ୍ଦେଶ ବ୍ୟବହାର କରିପାରିବ, ଆପଣ ଏଠାରେ ତାହା ବ୍ୟବହାର କରିପାରିବେ । ଯଦି ଏହା ଆପଣଙ୍କ ଭାଷାରେ କିଛି ଅର୍ଥ ପ୍ରକାଶ କରେ ନାହିଁ, ତେବେ ଆପଣ ଏଠାରେ ବହୁବଚନ ନିର୍ଦ୍ଦେଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ… ନିୟନ୍ତ୍ରଣ କରିପାରିବ… ସ୍ୱାଦ… ସ୍ପର୍ଶ” (ଦେଖନ୍ତୁ:)
μὴ ἅψῃ! μηδὲ γεύσῃ! μηδὲ θίγῃς!
ଏହି ଆଜ୍ଞାଗୁଡ଼ିକ ନିୟନ୍ତ୍ରଣ, ସ୍ୱାଦ, କିମ୍ବା ସ୍ପର୍ଶ ନକରିବାକୁ ପାଉଲ ପ୍ରକାଶ କରନ୍ତି ନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ କେବଳ କିଛି ବିଷୟ ଅନ୍ତର୍ଭୂକ୍ତ ଅଟେ, ସମସ୍ତ ବିଷୟ ନୁହେଁ । ଯଦି ଆପଣଙ୍କର ଭାଷା ଏହି ସୂଚନାକୁ ସ୍ପଷ୍ଟ କରିବ, ଆପଣ ଏକ ସାଧାରଣ ବାକ୍ୟାଂଶ ଯୋଡିପାରିବେ ଯେପରିକି “କୌଣସି ବିଷୟ” କିମ୍ବା ପ୍ରତ୍ୟେକ ନିର୍ଦ୍ଦେଶ ସହ ମେଳ ଖାଉଥିବା ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ହୁଏତ କିଛି ବସ୍ତୁ ପରିଚାଳନା କରିପାରିବ ନାହିଁ, କିମ୍ବା କିଛି ଖାଦ୍ୟ ଏବଂ ପାନୀୟର ସ୍ୱାଦ ଚାଖ ନାହିଁ କିମ୍ବା କିଛି ଲୋକମାନଙ୍କୁ ସ୍ପର୍ଶ କରିପାରିବ ନାହିଁ” (ଦେଖନ୍ତୁ:)
Colossians 2:22
ἅ
ଏହି ସର୍ବନାମ ପୂର୍ବ ପଦରେ ଥିବା ନିର୍ଦ୍ଦେଶଗୁଡ଼ିକୁ ବୁଝାାଏ, ବିଶେଷତଃ ନିୟମର ସୂଚିତ ବସ୍ତୁ ଉପରେ ଧ୍ୟାନ ଦେଇଥାଏ । ଯଦି ଯାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ବିଶେଷ୍ୟ କିମ୍ବା ଏକ ଛୋଟ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ବିଷୟଗୁଡ଼ିକ ଏହି ନିର୍ଦ୍ଦେଶଗୁଡ଼ିକୁ ନିୟନ୍ତ୍ରିତ କରେ” (ଦେଖନ୍ତୁ:)
ἐστιν πάντα εἰς φθορὰν τῇ ἀποχρήσει
ଏହି ବାକ୍ୟାଂଶର ଅର୍ଥ ସମସ୍ତ ବସ୍ତୁ ଯାହା ପୂର୍ବ ପଦରେ ଥିବା ନିର୍ଦ୍ଦେଶଗୁଡ଼ିକ ବ୍ୟବହାର ହେବାପରେ ନଷ୍ଟ ହୋଇଯାଏ । ଅନ୍ୟ ଅର୍ଥରେ, ଖାଦ୍ୟ ଏବଂ ପାନୀୟଗୁଡ଼ିକ ଖାଇବା ସମୟରେ ନଷ୍ଟ ହୋଇଯାଏ, ଏବଂ ବ୍ୟବହାର ହେଲେ ଉପକରଣଗୁଡ଼ିକ ଶେଷରେ ଭାଙ୍ଗିଯାଏ । ବସ୍ତୁଗୁଡ଼ିକୁ ଏହି ଉପାୟରେ ବର୍ଣ୍ଣନା କରି, ପାଉଲ ଦର୍ଶାଇଛନ୍ତି ଯେ ଏହି ବସ୍ତୁଗୁଡ଼ିକ ବିଷୟରେ ନିୟମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ ପାରନ୍ତି , ତେବେ ଆପଣ ଧାରଣାକୁ ଅଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ, ଯେପରିକି ଏକ ମୌଖିକ ବାକ୍ୟାଂଶ ପରି । ବିକଳ୍ପ ଅନୁବାଦ: “ସେମାନଙ୍କର ବ୍ୟବହାର ହେତୁ ସମସ୍ତ ବିଷୟ ବିନାଶ ହୁଏ” (ଦେଖନ୍ତୁ:)
εἰς φθορὰν τῇ ἀποχρήσει
ଯଦି ଆପଣଙ୍କ ଭାଷା ବିନାଶ ଏବଂ ବ୍ୟବହାର ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ କ୍ରିୟା ଶବ୍ଦ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ସେଗୁଡ଼ିକ ବ୍ୟବହୃତ ହୁଏ ନଷ୍ଟ ହୋଇଯାଏ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τὰ ἐντάλματα καὶ διδασκαλίας τῶν ἀνθρώπων
ପାଉଲ ଏଠାରେ ଥିବା ଆଜ୍ଞା ଏବଂ ଶିକ୍ଷାଗୁଡ଼ିକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ସ୍ପଷ୍ଟ କରି ପାରିବ ଯେ ଏହି ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ ଆସେ । ବିକଳ୍ପ ଅନୁବାଦ: “ଆଜ୍ଞା ଏବଂ ଶିକ୍ଷା ଯାହା ମନୁଷ୍ୟଠାରୁ ଆସିଥାଏ” (See: ଅଧିକାର/ଦଖଲ)
τὰ ἐντάλματα καὶ διδασκαλίας τῶν ἀνθρώπων
ଯଦି ଆପଣଙ୍କ ଭାଷା ନିର୍ଦ୍ଦେଶ ଏବଂ ଶିକ୍ଷା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ କ୍ରିୟା ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ଯାହା ନିର୍ଦ୍ଦେଶ ପ୍ରଦାନ କରନ୍ତି ଏବଂ ଶିକ୍ଷା ପ୍ରଦାନ କରନ୍ତି” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
τῶν ἀνθρώπων
ଯଦିଓ ଅନୁବାଦିତ ପୁରୁଷ ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏହାକୁ ଉଭୟକୁ ସୂଚାଇବା ପାଇଁ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଲିଙ୍ଗଗତ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଉଭୟ ଲିଙ୍ଗକୁ ବୁଝାଇ ପାରିବେ । ବିକଳ୍ପ ଅନୁବାଦ: “ପୁରୁଷ ଏବଂ ସ୍ତ୍ରୀଙ୍କ” କିମ୍ବା “ମନୁଷ୍ୟର” (ଦେଖନ୍ତୁ:)
Colossians 2:23
λόγον μὲν ἔχοντα σοφίας
ଜ୍ଞାନର ଏକ ଶବ୍ଦ ଥିବା ନିର୍ଦ୍ଦେଶଗୁଡ଼ିକ ଯାହାକି ଜ୍ଞାନ ଚିନ୍ତାବାକ୍ୟାଂଶରୁ ଆସିଥାଏ କିମ୍ବା ଜ୍ଞାନୀ ଆଚରଣ ଆବଶ୍ୟକ କରେ । ଯଦି ପ୍ରକୃତରେ ଏହାର ଜ୍ଞାନର ଶବ୍ଦ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ରୂଢ଼ିକୁ ଏକ ତୁଳନାତ୍ମକ ଅଭିବ୍ୟକ୍ତି କିମ୍ବା ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଜ୍ଞାନ ଦ୍ୱାରା ବର୍ଣ୍ଣିତ” (ଦେଖନ୍ତୁ:)
λόγον
ଏଠାରେ, ବାକ୍ୟ ସାଙ୍କେତିକ ଭାବରେ ଏକ ବାର୍ତ୍ତାକୁ ପ୍ରତିପାଦିତ କରେ ଯାହା ଶବ୍ଦ ଦ୍ୱାରା ଗଠିତ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷାବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ବାର୍ତ୍ତା” କିମ୍ବା “ଏକ ଶିକ୍ଷା” (See: ଲାକ୍ଷଣିକ ଶବ୍ଦ)
ἅτινά…λόγον μὲν ἔχοντα σοφίας ἐν ἐθελοθρησκείᾳ καὶ ταπεινοφροσύνῃ, ἀφειδίᾳ σώματος
ଏଠାରେ ଏକ ଅବସ୍ଥା ପାଇଁ କୌଣସି ବ୍ୟାକରଣଗତ ଚିନ୍ହ ନଥିବାବେଳେ, ଶବ୍ଦଟି କ୍ରିୟାଶିଳ ଭାବରେ ଏକ ସର୍ତ୍ତ ଉପସ୍ଥାପନ କରେ: ଏହି ନିର୍ଦ୍ଦେଶଗୁଡ଼ିକରେ ଜ୍ଞାନର ଏକ ଶବ୍ଦ ଅଛି ଯଦି ଜଣେ ଆତ୍ମନିର୍ଭରଶୀଳ ଧର୍ମ ଏବଂ ମିଥ୍ୟା ନମ୍ରତା ଏବଂ ଶରୀରର ଗମ୍ଭୀରତାକୁ ଗୁରୁତ୍ୱ ଦେଇଥାଏ । ଏହି ବିଷୟଗୁଡ଼ିକର ମୂଲ୍ୟବୋଧ ହେଲେ ହିଁ ନିର୍ଦ୍ଦେଶଗୁଡ଼ିକର ଜ୍ଞାନ ଥାଏ । ଯଦି ଏହି ନିର୍ଦ୍ଦେଶଗୁଡ଼ିକ କିପରି ଜ୍ଞାନ ପାଇପାରେ, ଯଦି ପାଉଲଙ୍କର ବ୍ୟାଖ୍ୟା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ସର୍ତ୍ତମୂଳକ ଅଭିବ୍ୟକ୍ତିକୁ ବ୍ୟବହାର କରି ଏହି ଧାରଣାକୁ ପ୍ରକାଶ କରିପାରିବେ କିମ୍ବା “ଯେପରି” ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ ଯଦି ପ୍ରକୃତରେ ଆତ୍ମ-ଧର୍ମ ଏବଂ ମିଥ୍ୟା ନମ୍ରତା ଏବଂ ଶରୀରର ଗମ୍ଭୀରତାକୁ ଗୁରୁତ୍ୱ ଦିଏ ତେବେ ଜ୍ଞାନର ଏକ ବାକ୍ୟ ଅଛି” (ଦେଖନ୍ତୁ:)
λόγον μὲν ἔχοντα σοφίας ἐν ἐθελοθρησκείᾳ καὶ ταπεινοφροσύνῃ, ἀφειδίᾳ σώματος,
ଯଦି ଆପଣଙ୍କ ଭାଷା ଜ୍ଞାନ, ଧର୍ମ, ନମ୍ରତା ଏବଂ ଗମ୍ଭୀରତା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ପଦର ଏହି ଅଂଶକୁ ପୁନଃ ପ୍ରକାଶ କରିପାରିବେ ଯାହା ଦ୍ଵାରା ଆପଣ ଏହି ଧାରଣାଗୁଡ଼ିକୁ ମୌଖିକ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଏକ ବାକ୍ୟ ଅଛି ଯାହାକି ନିଜ ଜ୍ଞାନରେ ଈଶ୍ଵରଙ୍କ ସେବା, ଲାଭ ପାଇଁ ନିଜକୁ ନମ୍ର କରୁଥିବା ଏବଂ ନିଜ ଶରୀର ଉପରେ କଠୋର କାର୍ଯ୍ୟ କରୁଥିବା ଲୋକମାନଙ୍କ ଅନୁଯାୟୀ ଜ୍ଞାନୀ ମନେ ହୁଏ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
ἐθελοθρησκείᾳ
ସ୍ୱେଚ୍ଛା-ଉପାସନା ଅନୁବାଦିତ ଶବ୍ଦଟି (୧) ଯେଉଁମାନେ ଈଶ୍ଵରଙ୍କୁ ଉପାସନା କରନ୍ତି, ସେମାନେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଉଦ୍ଭାବିତ ଧର୍ମ” (୨) ଯେଉଁମାନେ ଈଶ୍ଵରଙ୍କୁ ଉପାସନା କରିବାର ଛଳନା କରନ୍ତି କିନ୍ତୁ ତାହା କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ବିଦ୍ରୂପ ପୂଜା” କିମ୍ବା “ମିଥ୍ୟା ପୂଜା” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
ἀφειδίᾳ σώματος
ଶରୀର ପ୍ରତି କଠୋର ବାକ୍ୟାଂଶ ଜଣଙ୍କର ଧାର୍ମିକ ଅଭ୍ୟାସର ଏକ ଅଂଶ ଭାବରେ ଜଣଙ୍କର ଶରୀରକୁ କଠୋର ବ୍ୟବହାର କରିବାକୁ ବୁଝାଏ । ଏଥିରେ ନିଜକୁ ମାରିବା, ପର୍ଯ୍ୟାପ୍ତ ପରିମାଣରେ ନ ଖାଇବା କିମ୍ବା ଅନ୍ୟାନ୍ୟ ତତ୍ପରତା ଅନ୍ତର୍ଭୁକ୍ତ ହୋଇପାରେ । ଯଦି ଶରୀର ପ୍ରତି କଠୋର ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ଯାହାକି ଧାର୍ମିକ ଅଭ୍ୟାସକୁ ସୂଚାଏ କିମ୍ବା ଧାରଣାକୁ ଏକ ମୌଖିକ ଅନୁବାଦ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଜଣଙ୍କର ଶରୀରକୁ ଆଘାତ କରିବା” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
ἐστιν…οὐκ ἐν τιμῇ τινι
ଯଦି ଆପଣଙ୍କ ଭାଷା ମୂଲ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ମୌଖିକ ବାକ୍ୟାଂଶ ସହ ନାହିଁ ମିଶାଇ ଏକ ନୂତନ ବାକ୍ୟାଂଶ ସୃଷ୍ଟି କରିପାରିବେ । ବିକଳ୍ପ ଅନୁବାଦ: “କିଛି କରେ ନାହିଁ” କିମ୍ବା “ପ୍ରଭାବହୀନ” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
πλησμονὴν τῆς σαρκός
ପାଉଲ ଶରୀରକୁ ଦେଇଥିବା ତୃପ୍ତି ବିଷୟରେ କହିବା ପାଇଁ ଧାରଣକାରୀ ରୂପକକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷା ଏହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ “ତୃପ୍ତି” ପରି ଏକ କ୍ରିୟା ସହ ତୃପ୍ତିକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଶରୀରରେ ତୃପ୍ତି ହେବା” । (See: ଅଧିକାର/ଦଖଲ)
πλησμονὴν τῆς σαρκός
ଯଦି ଜଣେ ଶରୀରକୁ “ତୃପ୍ତ କରେ”, ଏହାର ଅର୍ଥ ଏହା ଯେ ଜଣେ ଦୁର୍ବଳ ଏବଂ ପାପପୂର୍ଣ୍ଣ ଅଂଶ ଯାହା ଇଚ୍ଛା କରେ ତାହା ସହ ମେଳ ଖାଏ । ଯଦି ଏହି ବାକ୍ୟଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ “ପାପ” ପାଇଁ ଏକ ଶବ୍ଦ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପାପ” କିମ୍ବା “ପାପକୁ ଦେବା” (See: ଅଜ୍ଞାତ ବିଷୟଗୁଡ଼ିକର ଅନୁବାଦ)
πλησμονὴν τῆς σαρκός
ଯଦି ଆପଣଙ୍କ ଭାଷା ତୃପ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କ୍ରିୟା ବ୍ୟବହାର କରିପାରିବ, ଯେପରିକି “ତୃପ୍ତ ହେବା” । ବିକଳ୍ପ ଅନୁବାଦ: “ଶରୀରରେ ତୃପ୍ତି ହେବା” (See: ଗୁଣବାଚକ ବା ଭାବବାଚକ ବିଶେଷ୍ୟଗୁଡ଼ିକ।)
Colossians 3
କଲସୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ
ଗଠନ ଏବଂ ଆକାର
୪: ୧ ବିଭାଗର ଅଟେ ଯାହାକି ୩:୧୮ ରେ ଆରମ୍ଭ ହୁଏ, ଯଦିଓ ଏହା ପରବର୍ତ୍ତୀ ଅଧ୍ୟାୟରେ ଦେଖିବାକୁ ମିଳେ । ୩. ଉତ୍ସାହ ବିଭାଗ o ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର (୩:୧–୪) o ମନ୍ଦ ବିଷୟସବୁ ପରିତ୍ୟାଗ କର, ନୂତନ ବିଷୟ ସବୁ ପରିଧାନ କର (୩: ୫-୧୭) o ଗୃହ ପାଇଁ ନିର୍ଦ୍ଦେଶଗୁଡ଼ିକ (୩: ୧୮–୪: ୧)
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ପୁରୁଣା ଏବଂ ନୂତନ “ମନୁଷ୍ୟ”
ପାଉଲ ୩:୯–୧୦ ରେ ପୁରାତନ ଏବଂ ନୂତନ “ମନୁଷ୍ୟ” କୁ ସୂଚାନ୍ତି । ଏହି ଶବ୍ଦଗୁଡ଼ିକ ଖ୍ରୀଷ୍ଟଙ୍କ ସହ ମରିବା ଏବଂ ଉଠିବା ପୂର୍ବରୁ (“ପୁରୁଣା”) ଏବଂ ପରେ (“ନୂତନ”) ବ୍ୟକ୍ତିଙ୍କୁ ସୂଚାଏ । ଏହି ମୁଖ୍ୟ ଶବ୍ଦଗୁଡ଼ିକ ସହ , ପାଉଲ ୨:୧୧–୧୩ ରେ ଯାହା ଯୁକ୍ତି କରିଥିଲେ, ସେହି ବିଷୟରେ ଏକ ସମାନ ଦାବି କରନ୍ତି: ବିଶ୍ଵାସୀମାନେ ପୂର୍ବପରି ନୁହଁନ୍ତି; ବରଂ, ସେମାନେ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ଗ୍ରହଣ କରିଛନ୍ତି ଏବଂ ନୂତନ ଲୋକ ଅଟନ୍ତି । ଆପଣଙ୍କ ଅନୁବାଦ ଏହି ଧାରଣାକୁ ପ୍ରତିଫଳିତ କରିବା ଉଚିତ ଯେ ପାଉଲ କଲସୀୟମାନଙ୍କୁ କହନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କ ସହ ସେମାନଙ୍କର ନୂତନ ବ୍ୟକ୍ତି ଅଟନ୍ତି ।
ଈଶ୍ଵରଙ୍କ କ୍ରୋଧ
୩:୬ ରେ, ପାଉଲ “ଆସୁଥିବା ଈଶ୍ଵରଙ୍କ କ୍ରୋଧ” ବିଷୟରେ ଉଲ୍ଲେଖ କରିଥିଲେ । ଈଶ୍ଵରଙ୍କ “କ୍ରୋଧ” ମୁଖ୍ୟତଃ ଏକ ଭାବନା ନୁହେଁ ବରଂ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ଏବଂ ଅବମାନନା କରନ୍ତି ସେମାନଙ୍କ ଉପରେ ତାଙ୍କର ବିଚାର ଅଟେ । ଏହା “ଆସୁଅଛି” କାରଣ ଈଶ୍ଵର ଶୀଘ୍ର ବିଚାର କରିବେ । ଆପଣଙ୍କ ଅନୁବାଦରେ, ତାଙ୍କ ଭାବନା ଉପରେ ଈଶ୍ଵରଙ୍କ କାର୍ଯ୍ୟକୁ ଗୁରୁତ୍ୱ ପ୍ରଦାନ କରନ୍ତୁ ।
ଗ୍ରୀକ୍ ଓ ଯିହୁଦୀ ନୁହେଁ…
୩:୬ ରେ, ପାଉଲ ତାହାଙ୍କ ଜଗତରେ ଲୋକମାନଙ୍କୁ ଶ୍ରେଣୀଭୁକ୍ତ କରିବା ପାଇଁ ଏକାଧିକ ଭିନ୍ନ ଉପାୟକୁ ବ୍ୟବହାର କରନ୍ତି। ସବିଶେଷ ତଥ୍ୟ ପାଇଁ ସେହି ପଦରେ ଥିବା ଟିପ୍ପଣୀଗୁଡ଼ିକ ଦେଖନ୍ତୁ । ପାଉଲ କହନ୍ତି ଯେ “ନୂତନ ମନୁଷ୍ୟ” ରେ ଏହି ଶ୍ରେଣୀର କୌଣସି ବିଷୟ ବିଦ୍ୟମାନ ରୁହେ ନାହିଁ । ଏହା ଦ୍ଵାରା, ସେ କହନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କ ସହ ମରିଛନ୍ତି ଏବଂ ପୁନରୁତ୍ଥିତ ହୋଇଛନ୍ତି ସେମାନଙ୍କ ପାଇଁ ଏହି ବର୍ଗଗୁଡ଼ିକ ପ୍ରାସଙ୍ଗିକ ନୁହେଁ । ଏହା ଏକ “ନୂତନ” ବ୍ୟକ୍ତି ଭାବରେ ଏକ ସ୍ଥିତି ଯାହା ପ୍ରାସଙ୍ଗିକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ।
ଏହି ଅଧ୍ୟାୟର ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ଖ୍ରୀଷ୍ଟ, ତୁମ୍ଭମାନଙ୍କର ଜୀବନ
୩:୪ ରେ, ପାଉଲ ଖ୍ରୀଷ୍ଟଙ୍କୁ କଲସୀୟମାନଙ୍କ “ଜୀବନ” ଭାବରେ ପରିଚିତ କରାନ୍ତି । ଏହି ରୂପକଟି ପୂର୍ବ ପଦରୁ ଆସିଅଛି, ଯେଉଁଠାରେ ପାଉଲ କହନ୍ତି ଯେ କଲସୀୟମାନଙ୍କ ଜୀବନ “ଖ୍ରୀଷ୍ଟଙ୍କ ସହ ଗୁପ୍ତ ରହିଅଛି” । ଯେହେତୁ ସେମାନଙ୍କ ଜୀବନ ଖ୍ରୀଷ୍ଟଙ୍କଠାରେ ଅଛି, ଖ୍ରୀଷ୍ଟଙ୍କୁ ସେମାନଙ୍କ ଜୀବନ କୁହାଯାଇପାରେ । ଏହାକୁ ଏକ ଭିନ୍ନ ଉପାୟରେ କହିବାକୁ, କଲସୀୟମାନଙ୍କ ପାଖରେ କେବଳ ଖ୍ରୀଷ୍ଟଙ୍କଠାରେ ଜୀବନ ଅଛି, ତେଣୁ ସେମାନଙ୍କର ଜୀବନ ଏବଂ ଖ୍ରୀଷ୍ଟଙ୍କ ଜୀବନ ଏକତ୍ର ବନ୍ଧା ଅଟେ ।
କୁକର୍ମସବୁ ଦୂରେଇ, ଉତ୍ତମତ୍ତାକୁ ଅନୁସରଣ କରିବା
ମନ୍ଦତାକୁ ଏଡ଼ାଇବା ଏବଂ ଉତ୍ତମବିଷୟସବୁ ଅନୁସରଣ କରିବା ପାଇଁ କଲସୀୟମାନଙ୍କୁ ତାଙ୍କର ପରାମର୍ଶରେ, ପାଉଲ ଅନେକ ରୂପକ ବ୍ୟବହାର କରନ୍ତି । ମନ୍ଦବିଷୟସବୁରୁ ଦୂରେଇ ରହିବା ପାଇଁ, ସେ “ମୃତହେବା” (୩:୫), “ପୃଥକ ରହିବା” (୩:୮) ଏବଂ “ବନ୍ଦ କରିବା” (୩:୯) ପରି ଭାଷା ବ୍ୟବହାର କରନ୍ତି । ଏହି ସମସ୍ତ ରୂପକଗୁଡ଼ିକ ମନ୍ଦଠାରୁ ଅଲଗା ହେବାକୁ ବୁଝାଏ, ଯାହା ଶରୀରର ମନ୍ଦ ଅଂଶକୁ ମରିବା ଭଳି ଚିତ୍ରିତ ହୋଇଛି କିମ୍ବା ମନ୍ଦ ଇଚ୍ଛାକୁ ପୋଷାକ ପରି ପରିତ୍ୟାଗ କରାଯାଉଛି । ଉତ୍ତମ ବିଷୟସବୁ ଅନୁସରଣ କରିବା ପାଇଁ, ସେ “ପରିଧାନ” ସହ “ବନ୍ଦ କରିବା” କୁ ବିରୋଧ କରନ୍ତି (୩:୧୦; ୩:୧୨) । ଯେପରି କଲସୀୟମାନେ ମନ୍ଦ କାର୍ଯ୍ୟ କରିବା ଇଚ୍ଛାକୁ “ବନ୍ଦ କରିବା” ଉଚିତ, ସେମାନେ ମଧ୍ୟ ଉତ୍ତମ ବିଷୟସବୁ ଅନୁସରଣ କରିବାର ଇଚ୍ଛାକୁ “ପିନ୍ଧିବା” ଉଚିତ୍ । ଏହି ରୂପକଗୁଡ଼ିକ କଲସୀୟମାନଙ୍କୁ ମନ୍ଦ ପରିବର୍ତ୍ତେ ଉତ୍ତମ ବିଷୟସବୁ ଅନୁସରଣ କରିବାରେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଅଟେ ।
ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
ମନ୍ଦ ଏବଂ ଉତ୍ତମ ବିଷୟର ତାଲିକା ୩:୫ ଏବଂ ୩:୮ରେ, ପାଉଲ ମନ୍ଦବିଷୟର ତାଲିକା ପ୍ରଦାନ କରନ୍ତି । ଏହି ତାଲିକାଗୁଡ଼ିକ ମନ୍ଦ ଆଚରଣର ସମ୍ପୂର୍ଣ୍ଣ ତାଲିକା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ପରିବର୍ତ୍ତେ, ସେଗୁଡ଼ିକ କିଛି ଉଦାହରଣ ପ୍ରଦାନ କରେ ଯାହା ପାଉଲଙ୍କ ମନରେ ଥିବା ଆଚରଣକୁ କଲସୀୟମାନଙ୍କୁ ଦେଖାଇବା ପାଇଁ ଉଦ୍ଦିଷ୍ଟ ଅଟେ । ୩:୧୨ ରେ, ସେ ଗୁଣଗୁଡ଼ିକର ଅନୁରୂପ ତାଲିକା ପ୍ରଦାନ କରନ୍ତି । ଏହି ସମାନ ବିଚାର ଏଠାରେ ପ୍ରଯୁଜ୍ୟ: ଏହା ସଠିକ୍ କିମ୍ବା ଭଲ ଆଚରଣର ସଂପୂର୍ଣ୍ଣ ତାଲିକା ନୁହେଁ ବରଂ ପାଉଲ କଲସୀୟମାନେ କରିବାକୁ ଚାହୁଁଥିବା ବିଷୟଗୁଡ଼ିକର ଉଦାହରଣ ପ୍ରଦାନ କରନ୍ତି । ଯଦି ଆପଣ ଆପଣଙ୍କ ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ କରିବେ ତେବେ ଆପଣ ଏହି ତାଲିକାଗୁଡ଼ିକୁ ଉଦାହରଣ ଭାବରେ ଉପସ୍ଥାପନ କରିପାରିବେ । “ଗୃହଇ ଆଚରଣ” ୩:୧୮–୪:୧ ରେ, ପାଉଲ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହା ତାଙ୍କ ସଂସ୍କୃତିରେ ଜ୍ଞାତ ଆତେ । ଏହାକୁ ପ୍ରାୟତ “ଏକ ଘରୋଇ ଆଚରଣ” କୁହାଯାଏ, ଏବଂ ଏଥିରେ ପିତାମାତା, ପିଲା, ଦାସ ଏବଂ ଅନ୍ୟମାନଙ୍କ ସମେତ ଘରର ବିଭିନ୍ନ ସଦସ୍ୟମାନଙ୍କ ନିମନ୍ତେ ନିର୍ଦ୍ଦେଶର ଏକ ତାଲିକାଭୁକ୍ତ ଅଟେ । ପାଉଲ ଏହି ବାକ୍ୟ ଗଠନ ବ୍ୟବହାର କରନ୍ତି ଏବଂ ଘରର ସଦସ୍ୟମାନଙ୍କୁ ନିଜର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଅବଶ୍ୟ, ସେ ଏକ ଘର ନୁହେଁ ବରଂ ଏକ ମଣ୍ଡଳୀକୁ ସମ୍ବୋଧିତ କରୁଛନ୍ତି । ପାଠକମାନଙ୍କ ମଧ୍ୟରେ ଯିଏ ପିତାମାତା କିମ୍ବା ପିଲା କିମ୍ବା ଦାସ ଥିଲେ ସେ ତାଙ୍କର ନିର୍ଦ୍ଦେଶ ପ୍ରଦାନ କରନ୍ତି ।
Colossians 3:1
οὖν
ଅତଏବ ଅନୁବାଦିତ ଶବ୍ଦ ୨:୧୨ ରେ “ଖ୍ରୀଷ୍ଟଙ୍କ ସହ “ପୁନରୁତ୍ଥିତ ହେବା” ବିଷୟରେ ପାଉଲ ଯାହା କହନ୍ତି ତାହା ଉପରେ ଆଧାର କରି ଏକ ଉତ୍ସାହ ଉପସ୍ଥାପନ କରେ । ଏକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ପୂର୍ବରୁ କୁହାଯାଇଥିବା ବିଷୟ ଉପରେ ଆଧାର କରିତ କିମ୍ବା ସମାପ୍ତ ନିର୍ଦେଶ ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “ତାପରେ” (ଦେଖନ୍ତୁ:)
εἰ…συνηγέρθητε τῷ Χριστῷ
ପାଉଲ ଏପରି କହନ୍ତି ଯେପରି ଏହା ଏକ ଆନୁମାନିକ ସମ୍ଭାବନା, କିନ୍ତୁ ଏହାର ଅର୍ଥ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟ ନିମନ୍ତେ ଏହାକୁ ସର୍ତ୍ତ ଭାବରେ ଦର୍ଶାଇବ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଡ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ… ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ଉତ୍ଥିତ ହୋଇଅଛ” (ଦେଖନ୍ତୁ:)
συνηγέρθητε τῷ Χριστῷ
ପାଉଲ ପୁନର୍ବାର କହନ୍ତି ଯେ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି। ଏହା ଦ୍ଵାରା, ସେ କହନ୍ତି ଯେ ବିଶ୍ଵାସୀମାନେ ତାଙ୍କ ପୁନରୁତ୍ଥାନରେ ଖ୍ରୀଷ୍ଟଙ୍କ ସହ ଏକ ହୋଇଛନ୍ତି ଏବଂ ଏହିପରି ନୂତନ ଜୀବନ ପ୍ରାପ୍ତ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ପୁନରୁତ୍ଥାନରେ ଖ୍ରୀଷ୍ଟଙ୍କ ସହ ମିଳିତ ହୋଇ ତୁମ୍ଭେମାନେ ନୂତନ ଜୀବନ ପାଇଅଛ” (ଦେଖନ୍ତୁ:)
συνηγέρθητε
ପାଉଲ ଜୀବନକୁ ଫେରି ଆସିଥିବା ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଉଠାଯାଇଥିବା ଅନୁବାଦିତ ଶବ୍ଦକୁ ବ୍ୟବହାର କରନ୍ତି । ଯଦି ଏହି ଶବ୍ଦଟି ଆପଣଙ୍କ ଭାଷାରେ ଜୀବନକୁ ଫେରିବାକୁ ସୂଚାଏ ନାହିଁ, ତେବେ ଆପଣ ଏକ ତୁଳନାତ୍ମକ ରୂଢ଼ି କିମ୍ବା ଏକ ଛୋଟ ବାକ୍ୟ ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜୀବନକୁ ପୁନଃ ସ୍ଥାପିତ କରାଗଲ” (ଦେଖନ୍ତୁ:)
συνηγέρθητε
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ତୁମ୍ଭମାନଙ୍କୁ ଉଠାଇଲେ” (ଦେଖନ୍ତୁ:)
τὰ ἄνω ζητεῖτε
ଏଠାରେ, ପାଉଲ ଏହିପରି କଥାବାର୍ତ୍ତା କରନ୍ତି ଯେପରି ସେ କଲସୀୟମାନଙ୍କୁ ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କରିବାକୁ କିମ୍ବା ଚେଷ୍ଟା କରିବାକୁ ଚାହାଁନ୍ତି । ଅନ୍ୱେଷଣ ଶବ୍ଦ ବ୍ୟବହାର କରି, ପାଉଲ କଲସୀୟମାନଙ୍କୁ କହିବାକୁ ଚାହାଁନ୍ତି ଯେ ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଧ୍ୟାନ ଦେଇ ଯେପରି ସେଗୁଡ଼ିକ ମୂଲ୍ୟବାନ ଅଟେ ଯାହା କଲସୀୟମାନେ ହରାଇଛନ୍ତି ଏବଂ ଅନ୍ୱେଷଣ କରିବା ଆବଶ୍ୟକ କରନ୍ତି । ଯଦି ଊର୍ଦ୍ଧ୍ୱସ୍ଥାନ ବିଷୟ ଗୁଡ଼ିକ ଅନ୍ୱେଷଣ କରିବା, ତେବେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଧ୍ୟାନକୁ ଊର୍ଦ୍ଧ୍ୱସ୍ଥାନ ବିଷୟଗୁଡ଼ିକ ଉପରେ ଦିଅ” କିମ୍ବା “ଊର୍ଦ୍ଧ୍ୱସ୍ଥାନ ବିଷୟ ଉପରେ ଧ୍ୟାନ ଦିଅ” (ଦେଖନ୍ତୁ)
τὰ ἄνω
ଊର୍ଦ୍ଧ୍ୱସ୍ଥାନ ବିଷୟଗୁଡ଼ିକ ସ୍ୱର୍ଗୀୟ ବିଷୟଗୁଡ଼ିକ ପାଇଁ ଆଉ ଏକ ଶବ୍ଦ ଅଟେ, ଯାହା ପାଉଲ ପରବର୍ତ୍ତୀ ବାକ୍ୟରେ ସ୍ପଷ୍ଟ କରିଛନ୍ତି । ଯଦି ଊର୍ଦ୍ଧ୍ୱସ୍ଥାନ ବିଷୟଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବ ଯେ ବାକ୍ୟାଂଶ ସ୍ୱର୍ଗର ବିଷୟକୁ ନିର୍ଦ୍ଦିଷ୍ଟ ଭାବରେ ସୂଚାଏ । ବିକଳ୍ପ ଅନୁବାଦ: “ସ୍ୱର୍ଗୀୟ ବିଷୟସବୁ” (ଦେଖନ୍ତୁ:)
ἐν δεξιᾷ τοῦ Θεοῦ καθήμενος
ଏହି ବାକ୍ୟାଂଶ ଦୁଇଟି ବିଷୟକୁ ବୁଝାଏ । ପ୍ରଥମେ, ଖ୍ରୀଷ୍ଟ ଯାହା ଉପରେ ବସିଛନ୍ତି ତାହା ସ୍ୱର୍ଗର ଈଶ୍ୱରୀୟ ସିଂହାସନ ଅଟେ । ଦ୍ୱିତୀୟତ, ଏହି ସିଂହାସନରେ ବସିବାର ଅର୍ଥ ପିତା ଈଶ୍ଵରଙ୍କ ସହ ଖ୍ରୀଷ୍ଟ ବ୍ରହ୍ମାଣ୍ଡ ଉପରେ ଏକ କର୍ତ୍ତୃତ୍ୱ ଗ୍ରହଣ କରିଛନ୍ତି । ଯଦି ଈଶ୍ଵରଙ୍କ ଡାହାଣ ପାର୍ଶ୍ୱରେ ବସିବା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଦୁଇଟି ବିଷୟକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଡାହାଣ ପାର୍ଶ୍ୱରେ ସିଂହାସନରେ ବସିବା” କିମ୍ବା “ଈଶ୍ଵରଙ୍କ ଡାହାଣ ପଟେ ଶାସନ କରିବା” (ଦେଖନ୍ତୁ:)
Colossians 3:2
φρονεῖτε
ବିଷୟରେ ଆସକ୍ତ ହୁଅ ଅନୁବାଦିତ ଶବ୍ଦଟି କେବଳ ତର୍କକୁ ନୁହେଁ ବରଂ ଧ୍ୟାନ ଏବଂ ଇଚ୍ଛାକୁ ମଧ୍ୟ ସୂଚାଏ । ବିକଳ୍ପ ଅନୁବାଦ: “ଧ୍ୟାନ ଦିଅ”
τὰ ἄνω
ଯେପରି ୩:୧ ରେ ଊର୍ଦ୍ଧ୍ୱସ୍ଥାନ ବିଷୟଗୁଡ଼ିକ ସ୍ୱର୍ଗୀୟ ବିଷୟଗୁଡ଼ିକ ପାଇଁ ଆଉ ଏକ ଶବ୍ଦ ଅଟେ। ଯଦି ଊର୍ଦ୍ଧ୍ୱସ୍ଥାନ ବିଷୟଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବ ଯେ ବାକ୍ୟାଂଶ ସ୍ୱର୍ଗର ବିଷୟକୁ ନିର୍ଦ୍ଦିଷ୍ଟ ଭାବରେ ସୂଚାଏ । ବିକଳ୍ପ ଅନୁବାଦ: “ସ୍ୱର୍ଗୀୟ ବିଷୟ” (ଦେଖନ୍ତୁ:)
τὰ ἐπὶ τῆς γῆς
ପୃଥିବୀର ବିଷୟଗୁଡ଼ିକ ଏହି ଜଗତରେ ସେହି ବିଷୟଗୁଡ଼ିକୁ ବର୍ଣ୍ଣନା କରେ ଯାହା ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ନୁହେଁ, ଯାହା ଊର୍ଦ୍ଧ୍ୱସ୍ଥାନ ବିଷୟ ନୁହେଁ । ପୃଥିବୀରେ ଥିବା ବିଷୟଗୁଡ଼ିକ ବିଷୟରେ ଚିନ୍ତା ନକରିବାର ଅର୍ଥ ଏହା ନୁହେଁ ଯେ କଲସୀୟମାନେ ପାର୍ଥିବ ବିଷୟଗୁଡ଼ିକର ସମସ୍ତ ଚିନ୍ତା ତ୍ୟାଗ କରିବା ଉଚିତ୍ । ଏହା ପରିବର୍ତ୍ତେ, ପାଉଲ ସେମାନଙ୍କୁ ଖ୍ରୀଷ୍ଟଙ୍କ ଉପରେ ଧ୍ୟାନ ଦେବା ପାଇଁ ଅନୁରୋଧ କରୁଛନ୍ତି ଏବଂ ସେ ସେମାନଙ୍କ ପାଇଁ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ଉପରେ ନୁହେଁ, ଯାହା ସେମାନେ ପୃଥିବୀରେ ପାଇପାରିବେ । ଯଦି ଆପଣଙ୍କ ଭାଷାରେ ପୃଥିବୀର ବିଷୟଗୁଡ଼ିକର ଅର୍ଥ ଅସ୍ପଷ୍ଟ ହେବ, ତେବେ ଆପଣ ପୃଥିବୀର ବିଷୟଗୁଡ଼ିକୁ ବର୍ଣ୍ଣନା କରି ଏହି ବିପରୀତକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଜଗତରେ ବିଷୟଗୁଡ଼ିକ ବିଷୟରେ” (ଦେଖନ୍ତୁ:)
Colossians 3:3
γάρ
ତେଣୁ ଅନୁବାଦିତ ଶବ୍ଦଟି କଲସୀୟମାନେ ଊର୍ଦ୍ଧ୍ୱସ୍ଥାନ ବିଷୟ ଗୁଡ଼ିକ ବିଷୟରେ ଚିନ୍ତା କରିବାର କାରଣ ଉପସ୍ଥାପନ କରେ (୩:୧–୨): କାରଣ ସେମାନେ ମରିଛନ୍ତି । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ପରିବର୍ତ୍ତନକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆପଣ ଊର୍ଦ୍ଧ୍ୱସ୍ଥାନ ବିଷୟ ଗୁଡ଼ିକ ବିଷୟରେ ଚିନ୍ତା କରିବା ଉଚିତ କାରଣ” (ଦେଖନ୍ତୁ:)
ἀπεθάνετε
ଏଠାରେ, ପାଉଲ ୨:୨୦ ରେ ପୂର୍ବରୁ କହିଥିବା ଧାରଣାକୁ ସାମାନ୍ୟ ଭିନ୍ନ ରୂପରେ ପ୍ରକାଶ କରିଛନ୍ତି: କଲସୀୟମାନେ ତାଙ୍କ ମୃତ୍ୟୁରେ ଖ୍ରୀଷ୍ଟଙ୍କ ସହ ମିଳିତ ହୋଇଛନ୍ତି । ଯେହେତୁ ଖ୍ରୀଷ୍ଟ ପ୍ରକୃତରେ ମୃତ୍ୟୁବରଣ କଲେ, ସେହିପରି ଈଶ୍ଵର କଲସୀୟ ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହ ମୃତ ପରି ଗଣନା କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ୨:୨୦ ପରି ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମିଳିତ ହୋଇ ମୃତ” କିମ୍ବା “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୃତ୍ୟୁରେ ଭାଗୀ” (ଦେଖନ୍ତୁ:)
ἡ ζωὴ ὑμῶν κέκρυπται σὺν τῷ Χριστῷ ἐν τῷ Θεῷ
ଏଠାରେ, ପାଉଲ କହନ୍ତି ଯେପରି କଲସୀୟମାନଙ୍କ ଜୀବନ ଏପରି ବସ୍ତୁ ଯାହାକି ଖ୍ରୀଷ୍ଟଠାରେ ଗୁପ୍ତ ଏବଂ ସତେ ଯେପରି ସେମାନେ ଲୁଚି ରହିଥିବା ସ୍ଥାନ ଈଶ୍ଵର ଅଟନ୍ତି । ଏହି ରୂପକକୁ ବ୍ୟବହାର କରି, ପାଉଲ କଲସୀୟମାନେ ଜାଣାନ୍ତି ଯେ ସେମାନେ ସୁରକ୍ଷିତରେ ଅଛନ୍ତି (ଖ୍ରୀଷ୍ଟଙ୍କ ସହ ଈଶ୍ଵରଙ୍କଠାରେ) କିନ୍ତୁ ଏହା ମଧ୍ୟ ଯେ ସେମାନଙ୍କର ନୂତନ ଜୀବନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରାଯାଇ ନାହିଁ (ଲୁକ୍କାୟିତ) । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଖ୍ରୀଷ୍ଟଙ୍କ ସହ ତୁମ୍ଭମାନଙ୍କର ନୂତନ ଜୀବନକୁ ସୁରକ୍ଷା ପ୍ରଦାନ କରନ୍ତି ଏବଂ ସମୟ ଆସିଲେ ଏହାକୁ ପ୍ରକାଶ କରିବେ” (ଦେଖନ୍ତୁ:)
ἡ ζωὴ ὑμῶν κέκρυπται σὺν τῷ Χριστῷ ἐν τῷ Θεῷ
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଖ୍ରୀଷ୍ଟଙ୍କ ସହ ତୁମମାନଙ୍କ ଜୀବନକୁ ନିଜ ଭିତରେ ଲୁଚାଇ ରଖିଛନ୍ତି” (ଦେଖନ୍ତୁ:)
ἡ ζωὴ ὑμῶν κέκρυπται
ଯଦି ଆପଣଙ୍କ ଭାଷା ଜୀବନର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ବାକ୍ୟକୁ ପୁନଃ ପ୍ରକାଶ କରିପାରିବେ ଯାହା ଦ୍ଵାରା ଆପଣ “ବଞ୍ଚିବା” ପାଇଁ ଏକ କ୍ରିୟା ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଗୁପ୍ତ ରହିଥିବାରୁ ତୁମ୍ଭେମାନେ ଜୀବିତ” (ଦେଖନ୍ତୁ:)
Colossians 3:4
ὁ Χριστὸς φανερωθῇ, ἡ ζωὴ ὑμῶν
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବେ: (୧) ଖ୍ରୀଷ୍ଟ କର୍ତ୍ତା ଭାବରେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ, ତୁମ୍ଭମାନଙ୍କର ଜୀବନ, ସ୍ଵୟଂ ପ୍ରକାଶ କରନ୍ତି” କିମ୍ବା “ଖ୍ରୀଷ୍ଟ, ତୁମ୍ଭମାନଙ୍କର ଜୀବନ, ପ୍ରକାଶ ହୁଅନ୍ତି” (୨) ପିତା ଈଶ୍ଵର କର୍ତ୍ତା ଭାବରେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ଖ୍ରୀଷ୍ଟଙ୍କୁ ପ୍ରକାଶ କରନ୍ତି, ତୁମ୍ଭମାନଙ୍କର ଜୀବନ,” (ଦେଖନ୍ତୁ:)
ἡ ζωὴ ὑμῶν
ଖ୍ରୀଷ୍ଟଙ୍କ ସହ ଲୁଚି ରହିଥିବା କଲସୀୟମାନଙ୍କ ଜୀବନର ବିଷୟବସ୍ତୁକୁ ଜାରି ରଖି ପାଉଲ ବର୍ତ୍ତମାନ ଖ୍ରୀଷ୍ଟଙ୍କୁ କଲସୀୟମାନଙ୍କ ଜୀବନ ଭାବରେ ପରିଚିତ କରିଛନ୍ତି । ଅନ୍ୟ ଅର୍ଥରେ, ଯଦି କଲସୀୟମାନଙ୍କ ଜୀବନ ଖ୍ରୀଷ୍ଟଙ୍କ ସହ ଲୁଚି ରହିଥାଏ, ତେବେ ଖ୍ରୀଷ୍ଟଙ୍କୁ ସେମାନଙ୍କ ଜୀବନ କୁହାଯାଇପାରେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭମାନଙ୍କର ଜୀବନ ଧାରଣ କରନ୍ତି” କିମ୍ବା “ଯାହା ସହ ତୁମ୍ଭମାନଙ୍କର ଜୀବନ ଅଛି” (ଦେଖନ୍ତୁ:)
ἡ ζωὴ ὑμῶν
ଯଦି ଆପଣଙ୍କ ଭାଷା ଜୀବନ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବଞ୍ଚିବା” ପାଇଁ ଏକ କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହାଙ୍କଠାରେ ଅଛ” (ଦେଖନ୍ତୁ:)
φανερωθῇ…σὺν αὐτῷ φανερωθήσεσθε
ଖ୍ରୀଷ୍ଟଙ୍କ ଦ୍ଵିତୀୟ ଆଗମନକୁ ସୂଚାଇବା ପାଇଁ ପାଉଲ ଅନୁବାଦିତ ପ୍ରକାଶ ଶବ୍ଦକୁ ବ୍ୟବହାର କରନ୍ତି, ଯେବେ ସେ ସମସ୍ତଙ୍କୁ ପ୍ରକୃତରେ ଆପଣା ଚରିତ୍ରକୁ ପ୍ରକାଶ କରନ୍ତି । ସେହି ଦ୍ୱିତୀୟଥର ଆସିବା ସମୟରେ କଲସୀୟମାନେ ଖ୍ରୀଷ୍ଟଙ୍କ ସହ କିପରି ଅଂଶଗ୍ରହଣ କରିବେ ଏବଂ ଏହା ପ୍ରକୃତରେ କିଏ ତାହା ମଧ୍ୟ ପ୍ରକାଶ କରିବାକୁ ପାଉଲ ତାଙ୍କ ସହ ପ୍ରକାଶିତ ବାକ୍ୟକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ପ୍ରକାଶିତ ଅର୍ଥର ଅସ୍ପଷ୍ଟ ହୁଏ ତେବେ ଆପଣ “ପ୍ରକାଶ” ପରିବର୍ତ୍ତେ “ଆସିବା” କିମ୍ବା “ଫେରିବା” ଭଳି ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପୁନର୍ବାର ଆସନ୍ତି… ତାଙ୍କ ସହ ଆସିବେ” କିମ୍ବା “ଫେରିବେ… ତାଙ୍କ ସହ ଫେରିବ” (ଦେଖନ୍ତୁ:)
ὅταν…τότε
ଅନୁବାଦିତ ଯେବେ ଶବ୍ଦଟି ଏକ ମୁହୂର୍ତ୍ତକୁ ସୂଚାଏ, ଏବଂ ଅନୁବାଦିତ ତେବେ ଶବ୍ଦଟି ସେହି ସମୟକୁ ପୁନର୍ବାର ସୂଚାଏ । ତେଣୁ, ଏହି ବାକ୍ୟର ଦୁଇଟି ଭାଗରେ ବର୍ଣ୍ଣିତ ଘଟଣାଗୁଡ଼ିକ ଏକ ସମୟରେ ଘଟେ । ଏକ ଗଠନ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକକାଳୀନ ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯେବେ… ଏକ ସମୟରେ” (ଦେଖନ୍ତୁ:)
ἐν δόξῃ
ପୂର୍ବ ଟିପ୍ପଣୀରେ ଯେପରି ଦର୍ଶାଯାଇଛି ଯେ, “ପ୍ରକାଶ” ଭାଷା ସୂଚାଏ ଯେ ଖ୍ରୀଷ୍ଟ ଏବଂ କଲସୀୟମାନଙ୍କ ବିଷୟରେ କିଛି ପ୍ରକାଶ ପାଇବ । ଏଠାରେ, ପାଉଲ ଏହାକୁ ଗୌରବ ବୋଲି ବର୍ଣ୍ଣନା କରନ୍ତି । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବେ ଯେ ଏହା ଖ୍ରୀଷ୍ଟ ଏବଂ କଲସୀୟମାନଙ୍କ ବିଷୟରେ ପ୍ରକାଶିତ ଏକ ବିଷୟ: ସେମାନେ ଗୌରବମୟ । ବିକଳ୍ପ ଅନୁବାଦ: “ଗୌରବମୟ ଭାବରେ” (ଦେଖନ୍ତୁ:)
ἐν δόξῃ
ଯଦି ଆପଣଙ୍କ ଭାଷା ଗୌରବ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବହୁତ ମହାନ୍” (ଦେଖନ୍ତୁ:)
Colossians 3:5
οὖν
ଏଠାରେ, ତେଣୁ ଅନୁବାଦିତ ଶବ୍ଦ ପୂର୍ବ ବିବୃତ୍ତି ଉପରେ ଆଧାର କରି ଏକ ଉତ୍ସାହର ପରିଚୟ ପ୍ରଦାନ କରେ । ଏହି ପରିପ୍ରେକ୍ଷୀରେ, ପାଉଲ ଖ୍ରୀଷ୍ଟଙ୍କ ସହ କଲସୀୟମାନଙ୍କ ମିଳନ ଏବଂ ଏହାର ଶେଷ ଲକ୍ଷ୍ୟ ବିଷୟରେ ଯାହା କହିଛନ୍ତି ତାହା ଉପରେ ଆଧାର କରିଛନ୍ତି: ଗୌରବରେ ତାଙ୍କ ସହ ପ୍ରକାଶିତ ହେବ । ଯଦି ଏହାର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ତୁଳନାତ୍ମକ ସଂଯୋଗ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଏକ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ ଯାହା ପାଉଲ କହନ୍ତି ତାହା ପୁନର୍ବାର ସୂଚିତ କରିବ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ ତୁମ୍ଭମାନଙ୍କର ମିଳନ ହେତୁ” (ଦେଖନ୍ତୁ:)
νεκρώσατε οὖν
ଯଦି ଆପଣଙ୍କ ଭାଷା ସାଧାରଣତଃ ଏକ ପରିବର୍ତ୍ତନ ଶବ୍ଦ ବ୍ୟବହାର କରିବ ଯେପରି ବାକ୍ୟର ପ୍ରାରମ୍ଭରେ, ତେଣୁ ଆପଣ ଏହାକୁ ଆପଣଙ୍କ ଅନୁବାଦରେ ସେହିପରି କରିପାରିବେ । ବିକଳ୍ପ ଅନୁବାଦ: “ତେଣୁ, ମୃତ ହୁଅ” (ଦେଖନ୍ତୁ:)
νεκρώσατε…τὰ μέλη τὰ ἐπὶ τῆς γῆς
ଏଠାରେ, ପାଉଲ ସଦସ୍ୟମାନଙ୍କ ବିଷୟରେ କହନ୍ତି ଯେପରି ସେମାନେ ଏପରି ଲୋକ ଯାହାକୁ ହତ୍ୟା କରାଯାଇପାରେ । ଏହି ରୂପକକୁ ବ୍ୟବହାର କରି ସେ କଲସୀୟମାନଙ୍କୁ ଦେଖାଇବାକୁ ଚାହାଁନ୍ତି ଯେ ସେ ମନ୍ଦ ଇଚ୍ଛାଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ଯାଉଛନ୍ତି, ସେମାନଙ୍କୁ ଶତ୍ରୁ ଭାବରେ ବ୍ୟବହାର କରାଯିବା ଉଚିତ ଏବଂ ଯଥା ସମ୍ଭବ କଠୋର ବ୍ୟବହାର କରାଯିବା ଉଚିତ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପୃଥିବୀରେ ଥିବା ସଦସ୍ୟମାନଙ୍କୁ ବିଲୋପ କର” (ଦେଖନ୍ତୁ:)
τὰ μέλη τὰ ἐπὶ τῆς γῆς
ପାଉଲ ଏଠାରେ ପାପଗୁଡ଼ିକ ବିଷୟରେ କୁହନ୍ତି ଯେପରି ସେଗୁଡ଼ିକ ଶରୀରର ଅଙ୍ଗ ଯାହାକି ପୃଥିବୀର ବ୍ୟକ୍ତିର ଅଂଶ ଅଟେ । ଏହି ରୂପକର ଅର୍ଥ ଏହି ପାପଗୁଡ଼ିକ ମନୁଷ୍ୟର ଏକ ଅଂଶ ହୋଇପାରେ ଯେବେ ସେଗୁଡ଼ିକ ପୃଥିବୀରେ ବାସ କରେ, ଏଥିରୁ ମୁକ୍ତି ପାଇବା ବାହୁ କିମ୍ବା ଗୋଡ କାଟିବା ପରି ଅଟେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୃଥିବୀରେ ବଞ୍ଚିବାବେଳେ ତୁମ୍ଭର ଅଂଶ ହୋଇଥିବା ପାପଗୁଡ଼ିକ” (ଦେଖନ୍ତୁ:)
πορνείαν, ἀκαθαρσίαν, πάθος, ἐπιθυμίαν κακήν, καὶ τὴν πλεονεξίαν, ἥτις ἐστὶν εἰδωλολατρία;
ଯଦି ଆପଣଙ୍କ ଭାଷା କୁକର୍ମ, ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରିବ ନାହିଁ, ତେବେ ଆପଣ ଏହି ବାକ୍ୟକୁ ପୁନଃ ପ୍ରକାଶ କରିପାରିବେ ଏବଂ ଧାରଣା ପ୍ରକାଶ କରିବାକୁ ବିଶେଷଣ କିମ୍ବା କ୍ରିୟା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟଭିଚାର, ଅଶୁଚିତା, କୁଅଭିଳାଷ, ପ୍ରତିମାପୂଜା, ଈର୍ଷାପରାୟଣ ଆଚରଣ ଅଟେ” (ଦେଖନ୍ତୁ:)
ἀκαθαρσίαν
ଅଶୁଦ୍ଧତା ଅନୁବାଦ ହୋଇଥିବା ଶବ୍ଦଟି ନୈତିକ ଭାବରେ ଅପରିଷ୍କାର କିମ୍ବା ଅଶୁଦ୍ଧ ଆଚରଣକୁ ବର୍ଣ୍ଣନା କରେ । ଏହା ଏକ ସାଧାରଣ ଶବ୍ଦ ଯାହାକି ଅନେକ ପାପକୁ ଆବୃତ କରେ ଯାହା ଜଣକୁ ଅଶୁଚି କରେ, ଅର୍ଥାତ୍ ଅନ୍ୟ ଲୋକମାନଙ୍କୁ ଗୋଟିଏରୁ ଦୂରେଇ ରଖେ । ଯଦି ଆପଣଙ୍କ ଭାଷାରେ ଆପଣଙ୍କ ତୁଳନାତ୍ମକ ଅଭିବ୍ୟକ୍ତି ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ଛୋଟ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅଶୁଦ୍ଧ ଆଚରଣ” କିମ୍ବା “ଘୃଣ୍ୟ କାର୍ଯ୍ୟ” (ଦେଖନ୍ତୁ:)
πάθος
ଅନୁବାଦିତ ଆବେଗ ଶବ୍ଦ ନକାରାତ୍ମକ ଭାବନାକୁ ସୂଚାଏ ଯାହା ବାହ୍ୟ ଘଟଣା ଦ୍ୱାରା ସୃଷ୍ଟି ହୋଇଥାଏ । ଉଦାହରଣଗୁଡ଼ିକ କ୍ରୋଧ ଏବଂ ଈର୍ଷାର ରୂପ ଧାରଣ କରେ । ଯଦି ଆପଣଙ୍କ ଭାଷାରେ ଆବେଗ ଅସ୍ପଷ୍ଟ ହେବ, ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ଏଗୁଡ଼ିକ ଅନୁପଯୁକ୍ତ ଭାବନା, ଯେହେତୁ ପାଉଲ କହୁ ନାହାଁନ୍ତି ଯେ ସମସ୍ତ ଭାବନା ଭୁଲ ଅଟେ । ବିକଳ୍ପ ଅନୁବାଦ: “ଅନୁପଯୁକ୍ତ ଭାବନା” କିମ୍ବା “ମନ୍ଦ ଆବେଗ” (ଦେଖନ୍ତୁ:)
ἐπιθυμίαν κακήν
ଅନୁବାଦିତ ଇଚ୍ଛା ଶବ୍ଦଟି କେତେକ ବିଷୟର ଲାଳସାକୁ ବୁଝାଏ, ପ୍ରାୟତଃ ଯୌନ ପ୍ରସଙ୍ଗରେ । ଯଦି ଆପଣଙ୍କ ଭାଷାରେ ମନ୍ଦ ଇଚ୍ଛା ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଧାରଣାକୁ ଏକ ଛୋଟ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ ଇଚ୍ଛା” କିମ୍ବା “ମନ୍ଦ ଲାଳସା” (ଦେଖନ୍ତୁ:)
τὴν πλεονεξίαν
ଏଠାରେ, ପାଉଲ ଏକରୁ ଅଧିକ ଆବଶ୍ୟକତାକୁ ସୂଚାଇବା ପାଇଁ ଅନୁବାଦିତ ଈର୍ଷାକୁ ବ୍ୟବହାର କରନ୍ତି, ବିଶେଷ କରି ଅନ୍ୟମାନଙ୍କଠାରୁ ଅଧିକ ଇଚ୍ଛା କରନ୍ତି । ଯଦି ଆପଣଙ୍କର ଏକ ତୁଳନାତ୍ମକ ଶବ୍ଦ ଅଛି, ଆପଣ ଏଠାରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ସଂକ୍ଷିପ୍ତ ବାକ୍ୟାଂଶ ସହ ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କ ପାଖରେ ଯାହା ଅଛି ତା’ଠାରୁ ଅଧିକ ପାଇବାକୁ ଇଚ୍ଛା” (ଦେଖନ୍ତୁ:)
ἥτις
ଏଠାରେ, ଯାହା କେବଳ ଈର୍ଷାକୁ ସୂଚାଏ, ତାଲିକାର ଅନ୍ୟ ବିଷୟଗୁଡ଼ିକ ନୁହେଁ । ଯଦି ଯାହାକୁ ସୂଚାଏ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ଆପଣ ସ୍ପଷ୍ଟ କରିପାରିବ ଯେ ଏହା ଈର୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏବଂ ଈର୍ଷା ମୂର୍ତ୍ତିପୂଜା ଅଟେ” (ଦେଖନ୍ତୁ:)
Colossians 3:6
ἔρχεται
ବହୁ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଆସିବା ପରେ “ଅବାଧ୍ୟ ପୁତ୍ରମାନଙ୍କ ଉପରେ” ଅନ୍ତର୍ଭୁକ୍ତ କରେ । ଯଦିଓ, ଅନେକ ପ୍ରାରମ୍ଭିକ ଏବଂ ନିର୍ଭରଯୋଗ୍ୟ ପାଣ୍ଡୁଲିପି ଏହାକୁ ଅନ୍ତର୍ଭୂକ୍ତ କରେ ନାହିଁ । ଯଦି ଆପଣଙ୍କର ଅଞ୍ଚଳରେ ବାଇବେଲର ଏକ ଅନୁବାଦ ଉପଲବ୍ଧ ଅଛି, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଅନ୍ତର୍ଭୂକ୍ତ କରି ପାରିବେ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ନାହିଁ, ଆପଣ ULT ପରି କରିପାରିବେ ଏବଂ ଏହି ଶବ୍ଦଗୁଡ଼ିକୁ ଅନ୍ତର୍ଭୂକ୍ତ କରିବେ ନାହିଁ । “ଅବାଧ୍ୟତାର ପୁତ୍ର” ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହା ଲୋକମାନଙ୍କୁ ଅନାଜ୍ଞାକାରୀ କରାଏ । ବିକଳ୍ପ ଅନୁବାଦ: “ଯେଉଁମାନେ ଅବମାନନା କରନ୍ତି ସେମାନଙ୍କ ବିରୁଦ୍ଧରେ ବରତତେ” (ଦେଖନ୍ତୁ:)
δι’ ἃ
ଏହି ବାକ୍ୟାଂଶ ସହ, ପାଉଲ ଈଶ୍ଵରଙ୍କ “କ୍ରୋଧ” ଆସିବାର କାରଣ ଭାବରେ ପୂର୍ବ ପଦରେ ତାଲିକାଭୁକ୍ତ ପାପଗୁଡ଼ିକୁ ଚିହ୍ନଟ କରିଛନ୍ତି । ଯଦି ଯାହା ସୂଚାଏ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ବାକ୍ୟରେ “ପାପ” ପରି ଶବ୍ଦ ଅନ୍ତର୍ଭୁକ୍ତ କରି ଏହି ଧାରଣାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “କେଉଁ କାରଣରୁ ପାପ” (ଦେଖନ୍ତୁ:)
ἔρχεται ἡ ὀργὴ τοῦ Θεοῦ
ଏଠାରେ, ପାଉଲ ଈଶ୍ଵରଙ୍କ କ୍ରୋଧ ବିଷୟରେ କହନ୍ତି ଯେପରି ଏହା ଜଣେ ବ୍ୟକ୍ତି ଯାହା କୌଣସି ସ୍ଥାନକୁ ଆସିପାରେ । ଏହା ଦ୍ଵାରା, ସେ କହନ୍ତି ଯେ ଈଶ୍ଵର ଏପର୍ଯ୍ୟନ୍ତ ତାଙ୍କ କ୍ରୋଧ ଉପରେ କାର୍ଯ୍ୟ କରିନା ହାଁନ୍ତି କିନ୍ତୁ ତାହା ଶୀଘ୍ର ହେବ । ଠିକ୍ ଶୀଘ୍ର ଆସୁଥିବା ବିଷୟ ପରି କଲସୀୟମାନେ ଆଶା କରିପାରନ୍ତି ଯେ କ୍ରୋଧ ଶୀଘ୍ର ଆସିବ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକକୁ ବ୍ୟବହାର କରିପାରିବ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଶୀଘ୍ର ତାଙ୍କ କ୍ରୋଧ ଉପରେ କାର୍ଯ୍ୟ କରିବେ” କିମ୍ବା “ଖୁବ୍ ଶୀଘ୍ର ଈଶ୍ଵରଙ୍କ କ୍ରୋଧ ବର୍ତ୍ତିବ” (ଦେଖନ୍ତୁ:)
ἔρχεται ἡ ὀργὴ τοῦ Θεοῦ,
ଯେବେ ଈଶ୍ଵରଙ୍କ କ୍ରୋଧ “ଆସେ,” ଏହା ନିଶ୍ଚିତ ଭାବରେ କୌଣସି ସ୍ଥାନରେ ପହଞ୍ଚିବ ଏବଂ କେତେକ ଲୋକମାନଙ୍କ ବିରୁଦ୍ଧରେ ରହିବ । ଯଦି ଆପଣ ଆପଣଙ୍କ ଭାଷାରେ ଏହି ବିଷୟଗୁଡ଼ିକୁ ଅସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ କରି ପାରିବେ ଯେ ଈଶ୍ଵରଙ୍କ କ୍ରୋଧ ପୃଥିବୀରେ ବର୍ତ୍ତିବ ଏବଂ ଯେଉଁମାନେ ପୂର୍ବ ପଦରେ ତାଲିକାଭୁକ୍ତ ପାପ କରନ୍ତି ସେମାନଙ୍କ ବିରୁଦ୍ଧରେ ବର୍ତ୍ତିବ । ବିକଳ୍ପ ଅନୁବାଦ: “ଯେଉଁମାନେ ଏହି କାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଈଶ୍ଵରଙ୍କ କ୍ରୋଧ ପୃଥିବୀରେ ବର୍ତ୍ତିବ” (ଦେଖନ୍ତୁ:)
ἡ ὀργὴ τοῦ Θεοῦ,
ଈଶ୍ଵରଙ୍କ କ୍ରୋଧ କେବଳ ଏକ ଭାବନାକୁ ସୂଚାଏ ନାହିଁ । ବରଂ ଏହି ବାକ୍ୟାଂଶ ମୁଖ୍ୟତଃ ଈଶ୍ଵରଙ୍କୁ ଘୃଣା କରୁଥିବା ପାପ ବିରୁଦ୍ଧରେ କାର୍ଯ୍ୟକୁ ସୂଚାଏ (ଯାହାର ଉଦାହରଣ ପୂର୍ବ ପଦରେ ଦେଖିବାକୁ ମିଳେ) । ଯଦି ଆପଣଙ୍କ ଭାଷାରେ କ୍ରୋଧ ଅସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦ ବା ବାକ୍ୟକୁ ବ୍ୟବହାର କରିପାରିବେ ଯାହା କେବଳ ଆବେଗକୁ ବୁଝାଏ ନାହିଁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରୁ ଦଣ୍ଡ” (ଦେଖନ୍ତୁ:)
Colossians 3:7
ἐν οἷς
ଅନୁବାଦିତ ଶବ୍ଦ ଯାହା ପୁନର୍ବାର ୩:୫ ର ପାପ ତାଲିକାକୁ ସୂଚାଏ । ଯଦି ଯାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହି ସନ୍ଦର୍ଭକୁ ସ୍ପଷ୍ଟ କରିବାକୁ “ପାପ” ଶବ୍ଦ ଅନ୍ତର୍ଭୂକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁଥିରେ ପାପ” (ଦେଖନ୍ତୁ:)
ἐν οἷς καὶ ὑμεῖς περιεπατήσατέ ποτε
ପାଉଲ ଏପରି ଆଚରଣ ବିଷୟରେ କହନ୍ତି ଯାହା ଜଣଙ୍କର ଜୀବନର ଚରିତ୍ର ଅଟେ ଯେପରି ଏହା “ଆଚରଣ କରିପାରେ” । ଏହା ଦ୍ଵାରା, ସେ କହନ୍ତି ଯେ ପାପପୂର୍ଣ୍ଣ ଆଚରଣ ସେମାନେ ସାଧାରଣତଃ କରିଥିଲେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଅର୍ଥରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ପୂର୍ବରୁ ମଧ୍ୟ ତୁମ୍ଭମାନଙ୍କର ଜୀବନକୁ ବର୍ଣ୍ଣିତ କରିଥିଲା” (ଦେଖନ୍ତୁ:)
περιεπατήσατέ ποτε
ପୂର୍ବେ ଅନୁବାଦ ହୋଇଥିବା ଶବ୍ଦ ଅତୀତର କିଛି ଅନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ବ୍ୟବହୃତ । କଲସୀୟମାନେ ଯୀଶୁଙ୍କଠାରେ ବିଶ୍ଵାସ କରିବା ପୂର୍ବରୁ ଏଠାରେ ପାଉଲ ଏହାକୁ ବ୍ୟବହାର କରିବାକୁ ବ୍ୟବହାର କରିଥିଲେ । ଯଦି ପୂର୍ବରୁ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ନିର୍ଦ୍ଦିଷ୍ଟ ସମୟ ସନ୍ଦର୍ଭକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିଶ୍ୱାସ କରିବା ପୂର୍ବରୁ ଆଚରଣ କଲ” (ଦେଖନ୍ତୁ:)
ὅτε
ଅନୁବାଦିତ ଶବ୍ଦ ଯେବେ ଏକ ବାକ୍ୟାଂଶକୁ ଉପସ୍ଥାପନ କରେ ଯାହା ମୁଖ୍ୟ ବାକ୍ୟାଂଶ ସହ ଏକ ସମୟରେ ଘଟେ । ଏଠାରେ, କଲସୀୟମାନେ ସେମାନଙ୍କ ମଧ୍ୟରେ “ଆଚରଣ” ସହ ସମାନ ଭାବରେ “ବାସ” କଲେ । ଏକ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକକାଳୀନ ସମୟକୁ ସୂଚାଇଥାଏ । ବିକଳ୍ପ ଅନୁବାଦ: “ସେହି ସମୟରେ” (ଦେଖନ୍ତୁ:)
ἐζῆτε ἐν τούτοις
କୌଣସି ବିଷୟରେ ବାସ କରୁଥିବା ବାକ୍ୟାଂଶର ଅର୍ଥ ହୋଇପାରେ (୧) କଲସୀୟମାନେ ସେମାନଙ୍କ ଦ୍ୱାରା ବର୍ଣ୍ଣିତ ଜୀବନ ବ୍ୟତୀତ ଏହି ପାପଗୁଡ଼ିକ ଅଭ୍ୟାସ କରିଥିଲେ (“ସେଥିରେରେ ଚାଲିବା”) । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହିସବୁ ବିଷୟ କରୁଥିଲ” (୨) ଯେ କଲସୀୟମାନେ ଏହି କାର୍ଯ୍ୟ କରୁଥିବା ଲୋକମାନଙ୍କ ମଧ୍ୟରେ ବାସ କରୁଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପରି ଲୋକମାନଙ୍କ ମଧ୍ୟରେ ବାସ କରୁଥିଲ, ଯେଉଁମାନେ ଏହିସବୁ କରିଥିଲେ” (ଦେଖନ୍ତୁ:)
ἐν οἷς καὶ ὑμεῖς περιεπατήσατέ ποτε ὅτε ἐζῆτε ἐν τούτοις.
ଯଦି ଯାହା ଏବଂ ଉଭୟ ସେମାନେ: ୩:୫ରେ ଉଲ୍ଲେଖ କରାଯାଇଥିବା ପାପକୁ ସୂଚିତ କରନ୍ତି, ତେବେ “ଚାଲିବା” ଏବଂ ସେମାନଙ୍କ ମଧ୍ୟରେ ବାସ କରିବା ଅର୍ଥ ସମାନ ବିଷୟକୁ ବୁଝାଏ। କଲସୀୟମାନଙ୍କ ଜୀବନ ପାପ ଦ୍ୱାରା ବର୍ଣ୍ଣିତ ହେବା ଉପରେ ପାଉଲ ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏହି ଉପାୟରେ ପୁନରାବୃତ୍ତି ବ୍ୟବହାର କରେ ନାହିଁ କିମ୍ବା ଏହି ଧାରଣା ପାଇଁ କେବଳ ଗୋଟିଏ ବାକ୍ୟାଂଶ ଅଛି, ତେବେ ଆପଣ କେବଳ ଗୋଟିଏ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁଥିରେ ତୁମ୍ଭେମାନେ ପୂର୍ବରୁ ମଧ୍ୟ ଚାଲୁଥିଲ” କିମ୍ବା “ଯେଉଁଠାରେ ତୁମ୍ଭେମାନେ ବାସ କରୁଥିଲ” (ଦେଖନ୍ତୁ:)
Colossians 3:8
νυνὶ δὲ
ବାକ୍ୟାଂଶ କିନ୍ତୁ ବର୍ତ୍ତମାନ ପୂର୍ବ ପଦ ସହ ଏକ ବିପରୀତ ବିଷୟକୁ ବୁଝାଏ, ଏକ ବିପରୀତ ବିଷୟ ଯାହା ସମୟ ଉପରେ ଧ୍ୟାନ ଦିଏ । ବର୍ତ୍ତମାନ ଅନୁବାଦିତ ଶବ୍ଦଟି କଲସୀୟମାନେ ବିଶ୍ୱାସ କରିବାର ସମୟକୁ ସୂଚାଏ । ଏହା କିପରି ଭାବରେ “ପୂର୍ବ” (୩:୭) ର ବିପରୀତ ଭାବରେ ସେମାନେ ବର୍ତ୍ତମାନ କିପରି ଆଚରଣ କରିବା ଉଚିତ୍ ତାହା ଉପସ୍ଥାପନ କରେ । ଯଦି ଆପଣଙ୍କ ଭାଷାରେ ଏହି ଅସ୍ପଷ୍ଟ ହେବ , ତେବେ ଆପଣ ବର୍ତ୍ତମାନ କ’ଣ ବୁଝାଏ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଯୀଶୁଙ୍କ ଉପରେ ବିଶ୍ୱାସ କର,” (ଦେଖନ୍ତୁ:)
ἀπόθεσθε
ଏଠାରେ, ପାଉଲ କଲସୀୟମାନଙ୍କୁ ପାପଗୁଡ଼ିକୁ ପୃଥକ କରିବାକୁ ଉପଦେଶ ଦେଇଛନ୍ତି ଯେପରି ପାପଗୁଡ଼ିକ ବସ୍ତ୍ର ଅଟେ ଯାହା ସେମାନେ ବାହାର କରି ପାରିବେ ଏବଂ ବ୍ୟବହାର କରିବା ବନ୍ଦ କରି ପାରିବେ । ଏହି ଉପାୟରେ ଉଲ୍ଲେଖ କରି, ପାଉଲ କଲସୀୟମାନଙ୍କୁ ଆଉ ବ୍ୟବହାର କରିବାକୁ କିମ୍ବା ପାପ ସହ ଜଡିତ ହେବାକୁ ଉତ୍ସାହିତ କରନ୍ତି, ଯେପରି ସେମାନେ ଖ୍ରୀଷ୍ଟଙ୍କ ସହ ଥିବା ଏକ ଅଂଶ ନୁହଁନ୍ତି, ଯେପରି ପୋଷାକ ଏବଂ ବସ୍ତୁ ସେହି ବ୍ୟକ୍ତିର ଅଂଶ ନୁହେଁ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ… ନିଜକୁ ବିଚ୍ଛିନ୍ନ କର” କିମ୍ବା “ନିଶ୍ଚିତ… ଆଉ କରିବ ନାହିଁ” (ଦେଖନ୍ତୁ:)
ὀργήν, θυμόν, κακίαν, βλασφημίαν, αἰσχρολογίαν ἐκ τοῦ στόματος ὑμῶν
ଯଦି ଆପଣଙ୍କ ଭାଷା ଏହି ଶବ୍ଦଗୁଡ଼ିକ ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ କ୍ରିୟା କିମ୍ବା ବିଶେଷଣ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ” (ଦେଖନ୍ତୁ:)
ὀργήν, θυμόν
କ୍ରୋଧ ଏବଂ ରାଗକୁ ବୋଲି ଅନୁବାଦ କରାଯାଇଥିବା ଶବ୍ଦଗୁଡ଼ିକ ପ୍ରାୟ ସମକକ୍ଷ, କ୍ରୋଧ ରାଗକୁ ଗୁରୁତ୍ୱ ଦେଇଥାଏ ଏବଂ କ୍ରୋଧ ହିଂସା ଭାବନାକୁ ଗୁରୁତ୍ୱ ଦେଇଥାଏ । ଯଦି ଆପଣଙ୍କ ଭାଷାରେ “କ୍ରୋଧ” ପାଇଁ ଦୁଇଟି ଶବ୍ଦ ନାହିଁ, ଆପଣ ଗୋଟିଏ ଶବ୍ଦ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କ୍ରୋଧ” (ଦେଖନ୍ତୁ:)
κακίαν
ମନ୍ଦ ଇଚ୍ଛା ଅନୁବାଦ କରାଯାଇଥିବା ଶବ୍ଦ ଏକ ବ୍ୟାପକ ଶବ୍ଦ ଯାହାର ଅର୍ଥ “ଗୁଣ” ର ବିପରୀତ ଅଟେ । ଯଦି ଆପଣଙ୍କ ଭାଷାରେ “ଗୁଣ” ପାଇଁ ଏକ ସାଧାରଣ ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତମ ଗୁଣ” (ଦେଖନ୍ତୁ:)
αἰσχρολογίαν
କୁତ୍ସିତ ବାକ୍ୟ ଅନୁବାଦିତ ଶବ୍ଦ “ଲଜ୍ଜାଜନକ ବାକ୍ୟ” କୁ ସୂଚାଏ ଯାହା ଭଦ୍ର ଦଳରେ କଥିତ ନୁହେଁ । ଯଦି ଆପଣଙ୍କର ଭାଷାରେ ଏହି ପ୍ରକାରର ଶବ୍ଦ ପାଇଁ ଏକ ଶବ୍ଦ ବା ବାକ୍ୟାଂଶ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଅଶ୍ଳୀଳତା” କିମ୍ବା “ଏବଂ ଅଭିଶାପ” (ଦେଖନ୍ତୁ:)
ἐκ τοῦ στόματος ὑμῶν
ଏଠାରେ, ମୁଖରୁ ଏକ ରୂଢ଼ି ଅଟେ ଯାହା କହିବା କଥାକୁ ବୁଝଏ, ଯେହେତୁ କଥା ମୁଖରୁ ବାହାରିଥାଏ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହୁଏ, ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବ କିମ୍ବା “କଥା” ଭଳି ଶବ୍ଦ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର କଥାରେ” (ଦେଖନ୍ତୁ:)
Colossians 3:9
ἀπεκδυσάμενοι
ପରିତ୍ୟାଗ କରି ସହ ଆରମ୍ଭ ହୋଇଥିବା ବାକ୍ୟାଂଶର ଅର୍ଥ ହୋଇପାରେ: (୧) କଲସୀୟମାନେ ପରସ୍ପରକୁ ମିଛ କହିବା କାହିଁକି ଉଚିତ୍ ନୁହେଁ ତାହାର କାରଣ (ଏବଂ ପୂର୍ବ ପଦରେ ତାଲିକାଭୁକ୍ତ ପାପଗୁଡ଼ିକୁ ବନ୍ଦ କରିବା ଉଚିତ୍) ଦେଇପାରେ | ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମନେ ପରିତ୍ୟାଗ କରିଛ” (୨) ଅନ୍ୟ ଏକ ନିର୍ଦ୍ଦେଶ ଦିଅ | ବିକଳ୍ପ ଅନୁବାଦ: “ଏବଂ ବନ୍ଦ କର” (ଦେଖନ୍ତୁ:)
ἀπεκδυσάμενοι τὸν παλαιὸν ἄνθρωπον
ଏଠାରେ, ପାଉଲ ଏକ ରୂପକକୁ ବ୍ୟବହାର କରିଛନ୍ତି ଯାହାକି ସେ ୨:୧୧, ରେ ବ୍ୟବହାର କରିଥିବା “ଖ୍ରୀଷ୍ଟଙ୍କ ସୁନ୍ନତ” ବିଷୟରେ କହନ୍ତି ଯାହା ଶରୀରକୁ “ବନ୍ଦ କରିଦିଏ” । ଏଠାରେ, ସେ ପୁରାତନ ସ୍ୱଭାବ ବିଷୟରେ କୁହନ୍ତି ଯେପରି ଏହା ଏକ ପୋଷାକ ଖଣ୍ଡ ଯାହା କଲସୀୟମାନେ “ନେଇ ପାରିବେ” । ଏହାର ଅର୍ଥ ଏହା ନୁହେଁ ଯେ ସେମାନଙ୍କର ପ୍ରକୃତ ଅସିତ୍ତ୍ବ ପୁରାତନ ସ୍ୱଭାବ ତଳେ ମିଳିଥାଏ, ଯେହେତୁ ପରବର୍ତ୍ତୀ ପଦଟି ସେମାନଙ୍କୁ ନୂତନ ମନୁଷ୍ୟ ଉପରେ ରଖେ । ଏହା ପରିବର୍ତ୍ତେ, ପାଉଲ ରୂପକ ବ୍ୟବହାର କରନ୍ତି ଯେ ସେମାନେ କିପରି ପୁରୁଣାରୁ “ନୂତନ” କୁ ପରିଚୟ ପରିବର୍ତ୍ତନ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପୁରୁଣା ପରିଚୟ ତ୍ୟାଗ କରି” (ଦେଖନ୍ତୁ:)
τὸν παλαιὸν ἄνθρωπον
ପାଉଲ ପୁରାତନ ସ୍ୱଭାବ ବାକ୍ୟକୁ ଖ୍ରୀଷ୍ଟଙ୍କ ସହ ମରିବା ଏବଂ ଉଠିବା ବିଷୟରେ ତାଙ୍କ ଭାଷାର ଏକ ଅଂଶ ଭାବରେ ବ୍ୟବହାର କରନ୍ତି । ପୁରାତନ ସ୍ୱଭାବ ଖ୍ରୀଷ୍ଟଙ୍କ ସହ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ସ୍ୱଭାବକୁ ବୁଝାଏ । ଏହା ବ୍ୟକ୍ତିର ଏକ ଅଂଶକୁ ସୂଚାଏ ନାହିଁ ବରଂ ଖ୍ରୀଷ୍ଟଙ୍କ ସହ ମରିବା ପୂର୍ବରୁ ପୁରା ବ୍ୟକ୍ତି କ’ଣ ଥିଲା ତାହାକୁ ବୁଝାଏ । ଏହି କାରଣରୁ ULT ପରବର୍ତ୍ତୀ ପଦରେ ପୁରାତନ ସ୍ୱଭାବକୁ ସୂଚାଇବା ପାଇଁ ଏହାର ସର୍ବନାମ ବ୍ୟବହାର କରେ । ଯଦି ପୁରାତନ ସ୍ୱଭାବ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସମଗ୍ର ବ୍ୟକ୍ତିକୁ ବୁଝାଏ । ବିକଳ୍ପ ଅନୁବାଦ: “ପୁରୁଣା’ କିମ୍ବା‘ ତୁମ୍ଭର ପୁରୁଣା ପରିଚୟ ’(ଦେଖନ୍ତୁ:)
ἄνθρωπον
ଅନୁବାଦିତ ମନୁଷ୍ୟ ଶବ୍ଦ ବ୍ୟାକରଣଗତ ଭାବରେ ପୁରୁଷୋବାଚକ ହୋଇଥିବାବେଳେ ଏହା ମୁଖ୍ୟତଃ ପୁରୁଷ ଲୋକମାନଙ୍କୁ ନୁହେଁ ବରଂ ସାଧାରଣତଃ ମନୁଷ୍ୟକୁ ସୂଚାଏ । ଯଦି ଆପଣଙ୍କ ଭାଷାରେ ମନୁଷ୍ୟମାନଙ୍କ ପାଇଁ ଏକ ସାଧାରଣ ଶବ୍ଦ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ମାନବ” କିମ୍ବା “ମନୁଷ୍ୟ” (ଦେଖନ୍ତୁ:)
σὺν ταῖς πράξεσιν αὐτοῦ
ଯଦି ଆପଣଙ୍କ ଭାଷା ଅଭ୍ୟାସ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଆପେକ୍ଷିକ ବାକ୍ୟାଂଶ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ ଯାହା ପୁରାତନ ସ୍ୱଭାବକୁ “ସାଧାରଣତଃ ସୂଚାଏ । ବିକଳ୍ପ ଅନୁବାଦ: “ଏହା ସହ ଯାହା ସେ କରେ” କିମ୍ବା “ଏହା କିପରି କାର୍ଯ୍ୟ କରେ” (ଦେଖନ୍ତୁ:)
Colossians 3:10
ἐνδυσάμενοι
ରିଧାନ କରିଅଛ ବୋଲି ଆରମ୍ଭ ହୋଇଥିବା ବାକ୍ୟାଂଶ ପୂର୍ବ ପଦରେ (୩:୯) “ପରିଥ୍ୟାଗ କରି” ସହ ଆରମ୍ଭ ହୋଇଥିବା ବାକ୍ୟାଂଶ ସହ ସମାନ ଅଟେ । ପୂର୍ବ ଶବ୍ଦରେ ଆପଣ ବ୍ୟବହାର କରିଥିବା ସମାନ ଗଠନ ସହ ଏହି ବାକ୍ୟାଂଶକୁ ଅନୁବାଦ କରନ୍ତୁ । ଏହି ବାକ୍ୟାଂଶ (୧) କଲସୀୟମାନେ ପରସ୍ପରକୁ ମିଛ ନ କହିବାର କାରଣ (ଏବଂ ୩:୮ ରେ ତାଲିକାଭୁକ୍ତ ପାପଗୁଡ଼ିକୁ ବନ୍ଦ କରିବା ଉଚିତ୍) । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ପରିଧାନ କରିଅଛ” (୨) ଅନ୍ୟ ଏକ ନିର୍ଦ୍ଦେଶ ଦିଅ । ବିକଳ୍ପ ଅନୁବାଦ: “ପରିଧାନ କର” (ଦେଖନ୍ତୁ:)
ἐνδυσάμενοι τὸν νέον
ଏଠାରେ, ପାଉଲ ୩:୯ ରେ ଆରମ୍ଭ କରିଥିବା ପୋଷାକ ବଦଳାଇବାର ରୂପକକୁ ଜାରି ରଖିଛନ୍ତି । ଥରେ କଲସୀୟମାନେ “ପୁରାତନ ସ୍ୱଭାବ” ବାହାର କରିଦେଲେ, ସେମାନେ ନୂତନ ସ୍ୱଭାବ ପରିଧାନ କଲେ । ପୂର୍ବ ଶବ୍ଦରେ ଆପଣ “ପରିତ୍ୟାଗ” ର ଅନୁବାଦର ବିପରୀତ ଭାବରେ ଏହି ଅଭିବ୍ୟକ୍ତିକୁ ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ନୂତନ ପରିଚୟରେ ପାଦ ଦେଇ” (ଦେଖନ୍ତୁ:)
τὸν νέον
ପୂର୍ବ ପଦ (୩:୯) ପରି, ନୂତନ ମନୁଷ୍ୟକୁ ଅନୁବାଦ କରାଯାଇଥିବା ବାକ୍ୟାଂଶ ପୁରୁଷ ବ୍ୟକ୍ତିଙ୍କୁ ସୂଚୀତ କରେ ନାହିଁ ବରଂ ଖ୍ରୀଷ୍ଟଙ୍କ ସହ ପୁନରୁତ୍ଥିତ ହେବାପରେ ସେ କ’ଣ ହୁଏ ତାହାକୁ ବୁଝାଏ । ଏହା ବ୍ୟକ୍ତିର ଏକ ଅଂଶକୁ ସୂଚାଏ ନାହିଁ ବରଂ ଖ୍ରୀଷ୍ଟଙ୍କ ସହ ପୁନରୁତ୍ଥିତ ହେବା ପରେ ସମଗ୍ର ବ୍ୟକ୍ତି କ’ଣ ହୁଏ ତାହାକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ନୂତନ ମନୁଷ୍ୟ ଅସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସମଗ୍ର ବ୍ୟକ୍ତି ଏବଂ ସେମାନେ କିଏ ବୁଝାଏ। ବିକଳ୍ପ ଅନୁବାଦ: “ନୂତନ“ ”କିମ୍ବା“ ତୁମ୍ଭମାନଙ୍କର ନୂତନ ପରିଚୟ ”(ଦେଖନ୍ତୁ:)
τὸν ἀνακαινούμενον
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ଵର ନୂତନ କରୁଛନ୍ତି” (ଦେଖନ୍ତୁ:)
εἰς ἐπίγνωσιν,
ପାଉଲ “ନୂତନ” ବିଷୟରେ ପ୍ରଥମ କଥା କହନ୍ତି ଯାହାର ଉଦ୍ଦେଶ୍ୟ, ଜ୍ଞାନ ଅଟେ । ଯଦି ଜ୍ଞାନ ଆପଣଙ୍କ ଭାଷାରେ ଏକ ଉଦ୍ଦେଶ୍ୟ ବାକ୍ୟ ଭାବରେ ଅସ୍ପଷ୍ଟ ହେବ, ଆପଣ ଏକ ଅଭିବ୍ୟକ୍ତି ବ୍ୟବହାର କରିପାରିବ ଯାହା ସୂଚାଏ ଯେ ଜ୍ଞାନ ଆହରଣ ହେଉଛି ନବୀକରଣର ଏକ ଉଦ୍ଦେଶ୍ୟ । ବିକଳ୍ପ ଅନୁବାଦ: “ଜ୍ଞାନ ଆହରଣ କରିବା” କିମ୍ବା “ଅଧିକ ଜାଣିବା ପାଇଁ” (ଦେଖନ୍ତୁ:)
ἐπίγνωσιν
ପାଉଲ ଏହି ଜ୍ଞାନ ବିଷୟରେ ଚିନ୍ତା କରନ୍ତି ନାହିଁ, ଏହା ବୋଧହୁଏ ଉଭୟ ଈଶ୍ଵରଙ୍କୁ (୧:୧୦) ଏବଂ ଈଶ୍ଵରଙ୍କ ଇଚ୍ଛା (୧:୯ ) କୁ ସୂଚାଏ । ଯଦି କୌଣସି ବର୍ଣ୍ଣନା ବିନା ଜ୍ଞାନ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଜ୍ଞାନ ବିଷୟରେ ଆପାନ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଜ୍ଞାନ ଏବଂ ତାଙ୍କ ଇଚ୍ଛା” (ଦେଖନ୍ତୁ:)
ἐπίγνωσιν
ଯଦି ଆପଣଙ୍କ ଭାଷା ଜ୍ଞାନ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଏକ ଭିନ୍ନ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଜାଣିଅଛ” (ଦେଖନ୍ତୁ:)
κατ’ εἰκόνα τοῦ κτίσαντος αὐτόν
ପାଉଲ “ନୂତନ” ବିଷୟରେ ଦ୍ୱିତୀୟ କଥା କହନ୍ତି ଯାହା ଦ୍ଵାରା ଈଶ୍ଵର ତାଙ୍କ ଲୋକମାନଙ୍କୁ ନବୀକରଣ କରନ୍ତି: ଏହାକୁ ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି । ଆପଣଙ୍କ ଭାଷାରେ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ମାନକ କିମ୍ବା ଗଠନକୁ ସୂଚାଏ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଏହା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସହ ମେଳ ହୁଏ” (ଦେଖନ୍ତୁ:)
εἰκόνα
ଅନୁବାଦିତ ପ୍ରତିମୂର୍ତ୍ତି ଶବ୍ଦଟି (୧) ମନୁଷ୍ୟ ଈଶ୍ୱରଙ୍କ ଗୌରବକୁ କିପରି ପ୍ରକାଶ କରେ କିମ୍ବା ପ୍ରତିଫଳିତ କରେ, ସେହିପରି କରିପାରେ । ବିକଳ୍ପ ଅନୁବାଦ: “ଗୌରବର ପ୍ରତିଫଳନ” (୨) ଖ୍ରୀଷ୍ଟ, ଯିଏ ଈଶ୍ଵରଙ୍କ ପ୍ରତିମୂର୍ତ୍ତି ଅଟନ୍ତି, ମନୁଷ୍ୟମାନେ ଯେପରି ଅଦୃଶ୍ୟ ଈଶ୍ଵରଙ୍କୁ ଦେଖିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ, ପ୍ରତିମୂର୍ତ୍ତି” (ଦେଖନ୍ତୁ:)
κατ’ εἰκόνα τοῦ
ଯଦି ଆପଣଙ୍କ ଭାଷା ପ୍ରତିମୂର୍ତ୍ତି ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଏକ ଭିନ୍ନ ଉପାୟରେ ପ୍ରକାଶ କରିପାରିବେ । ପୂର୍ବ ଟିପ୍ପଣୀରେ ଆଲୋଚନା ହୋଇଥିବା ପରି ଆପଣ ଆପଣଙ୍କ ଅନୁବାଦ କେଉଁ ପ୍ରତିମୂର୍ତ୍ତିକୁ ସୂଚାଏ ତାହା ନିଶ୍ଚିତ କରନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହାକୁ କିପରି ପ୍ରତିଫଳିତ କର” କିମ୍ବା “ଖ୍ରୀଷ୍ଟଙ୍କ ଅନୁଯାୟୀ, ଯିଏ ଏହାକୁ ପ୍ରତିଫଳିତ କରେ” (ଦେଖନ୍ତୁ:)
τοῦ κτίσαντος
ଯିଏ ଏହାକୁ ସୃଷ୍ଟି କରିଛନ୍ତି ସେ ଈଶ୍ଵରଙ୍କୁ ସୂଚାଏ । ଯଦି ଏହାକୁ ସୃଷ୍ଟି କରିଥିବା ବ୍ୟକ୍ତି କିଏ ତାହା ଅସ୍ପଷ୍ଟ ହୁଏ, ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ଈଶ୍ଵର ହିଁ ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ, ଯିଏ ସୃଷ୍ଟି କରିଛନ୍ତି” (ଦେଖନ୍ତୁ: )
αὐτόν
ଏହା ଅନୁବାଦ ହୋଇଥିବା ସର୍ବନାମ “ନୂତନ ମନୁଷ୍ୟ” କୁ ସୂଚାଏ । ଯଦି ଆପଣଙ୍କ ପାଠକମାନେ ଏହାକୁ ବୁଝନ୍ତି, ଯାହା ଏହା ସୂଚାଏ, ଆପଣ ଏହାକୁ ଏକ ବାକ୍ୟ ସହ ଅନୁବାଦ କରିପାରିବ ଯାହା ଅସ୍ପଷ୍ଟ ଭାବରେ “ନୂତନ ବ୍ୟକ୍ତି” କୁ ସୂଚାଏ । ବିକଳ୍ପ ଅନୁବାଦ: “ଏହି ନୂତନ ବ୍ୟକ୍ତି” (ଦେଖନ୍ତୁ:)
Colossians 3:11
ὅπου
ଏଠାରେ, ପାଉଲ ପୂର୍ବ ପଦରୁ “ନୂତନ ମନୁଷ୍ୟ” କୁ ସୂଚାନ୍ତି ଯେପରି ଏହା ଏକ ସ୍ଥାନ ହୋଇପାରେ । ଏହାର ଅର୍ଥ ଅନୁବାଦିତ ଶବ୍ଦ ଯେଉଁଠାରେ ଏହି “ନୂତନ ବ୍ୟକ୍ତି” ପିନ୍ଧିଥିବା ଲୋକମାନଙ୍କ ନୂତନ ସ୍ଥିତିକୁ ସୂଚାଏ । ଯଦି ଆପଣଙ୍କ ଭାଷାରେ ଯେଉଁଠାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏହି ଧାରଣାକୁ ପ୍ରକାଶ କରିପାରିବେ, ଯେଉଁମାନେ “ନୂତନ ମନୁଷ୍ୟ” କୁ ଏହି ଶବ୍ଦ ଦ୍ୱାରା ସମ୍ବୋଧିତ କରନ୍ତି । ବିକଳ୍ପ ଅନୁବାଦ: (ଏକ ନୂତନ ବାକ୍ୟ ଆରମ୍ଭ କରନ୍ତୁ) “ଯେଉଁମାନେ ନୂତନ ବ୍ୟକ୍ତିଙ୍କୁ ପିନ୍ଧିଛନ୍ତି ସେମାନଙ୍କ ପାଇଁ,” (ଦେଖନ୍ତୁ:)
οὐκ ἔνι
ଏଠାରେ, ପାଉଲ କହନ୍ତି ଯେପରି ଏହି ନୂତନ ପରିସ୍ଥିତିରେ ସେ ଉଲ୍ଲେଖ କରୁଥିବା ପ୍ରକାରର କୌଣସି ବ୍ୟକ୍ତି ବିଦ୍ୟମାନ ନୁହଁନ୍ତି । ଖ୍ରୀଷ୍ଟଙ୍କ ସହ ମରିବା ପରେ ପୁନରୁତ୍ଥିତ ହେବା ପରେ ଏହି ପ୍ରକାରର ଲୋକମାନଙ୍କ ମଧ୍ୟରେ ପାର୍ଥକ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାହା କଲସୀୟମାନେ ଏହା ବୁଝିଥାନ୍ତେ । ସେମାନେ ସମସ୍ତେ ବର୍ତ୍ତମାନ “ନୂତନ ମନୁଷ୍ୟ” ବର୍ଗରେ ଅଛନ୍ତି । ଯଦି ଆପଣଙ୍କ ଭାଷାରେ ଏହା ଅସ୍ପଷ୍ଟ ହୁଏ, ତେବେ ଆପଣ ଏହି ସମସ୍ତ ବର୍ଗର ଲୋକମାନଙ୍କ ଏକତା ଉପରେ ଗୁରୁତ୍ୱ ଦେଇ ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ ସମାନ,” (ଦେଖନ୍ତୁ:)
οὐκ ἔνι Ἕλλην καὶ Ἰουδαῖος, περιτομὴ καὶ ἀκροβυστία, βάρβαρος, Σκύθης, δοῦλος, ἐλεύθερος
ଏହି ସମସ୍ତ ଶବ୍ଦଗୁଡ଼ିକ ବିଶେଷ୍ୟ ଯାହାକି ଲୋକମାନଙ୍କର ଗୋଷ୍ଠୀକୁ ସୂଚାଏ ଯାହା ବିଶେଷ୍ୟର ନାମକରଣ କରୁଥିବା ଗୁଣ ଦ୍ୱାରା ବର୍ଣ୍ଣିତ ଅଟେ । ଏହି ଶବ୍ଦଗୁଡ଼ିକ କେବଳ ଜଣେ ବ୍ୟକ୍ତିଙ୍କୁ ସୂଚାଏ ନାହିଁ । ଯଦି ଆପଣଙ୍କର ଭାଷାରେ ଲୋକମାନଙ୍କୁ ବିଶିଷ୍ଟ୍ୟ ଅନୁଯାୟୀ ବର୍ଗୀକୃତ କରିବାର ଏକ ଉପାୟ ଅଛି, ତେବେ ଆପଣ ସେହି ବାକ୍ୟ ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେଠାରେ କୌଣସି ଗ୍ରୀକ୍ ଏବଂ ଯିହୁଦୀ ଲୋକ ନାହାଁନ୍ତି, ସୁନ୍ନତ ହୋଇଥିବା ଏବଂ ସୁନ୍ନତ ହୋଇନଥିବା ଲୋକ, ବର୍ବର ଲୋକ, ସ୍କୁଥୀୟ ଲୋକ, ଦାସତ୍ୱ ଲୋକ, ମୁକ୍ତ ଲୋକ” (ଦେଖନ୍ତୁ:)
βάρβαρος
ଗ୍ରୀକ୍ ଭାଷାରେ ଅନୁବାଦିତ * ବର୍ବର* ଶବ୍ଦଟି ଗ୍ରୀକ୍ ଭାଷାରେ କଥାବାର୍ତ୍ତା କରୁଥିବା ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା । ଯଦି ଆପଣଙ୍କ ଭାଷାରେ ବର୍ବର ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ “ବିଦେଶୀ” ଶବ୍ଦ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଦେଶୀ” (ଦେଖନ୍ତୁ:)
Σκύθης
ସ୍କୁଥୀୟ ଅନୁବାଦ ହୋଇଥିବା ଶବ୍ଦଟି ଏକ ନାମମାତ୍ର ଗୋଷ୍ଠୀକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୋଇଥିଲା ଯେଉଁମାନେ ଭୟଙ୍କର ଯୋଦ୍ଧା ଥିଲେ । ଯେଉଁମାନେ ସମାନ ଭାବରେ ଆଚରଣ କରିଥିଲେ, ଯେଉଁମାନେ ପ୍ରାୟତଃ ଅଶ୍ଳୀଳ ବିବେଚିତ ହୋଇଥିଲେ ସେମାନଙ୍କୁ ବର୍ଣ୍ଣନା କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହେଉଥିଲା । ଯଦି ସ୍କୁଥୀୟ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାର ସଂଯୋଗକୁ ସ୍ପଷ୍ଟ କରିବାକୁ ଆପଣ ସ୍କୁଥୀୟ ପୂର୍ବରୁ ଏକ ବିଶେଷଣ ଯୋଡିପାରିବେ କିମ୍ବା ଆପଣ ଏକ ତୁଳନାତ୍ମକ ମାତ୍ରା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅଶିକ୍ଷିତ ସ୍କୁଥୀୟ” କିମ୍ବା “ଦୁଷ୍ଟ ସ୍କୁଥୀୟ” (ଦେଖନ୍ତୁ:)
πάντα καὶ…Χριστός
ଏଠାରେ, ପାଉଲ ଖ୍ରୀଷ୍ଟଙ୍କୁ କହନ୍ତି ଯେପରି ସେ ନିଜେ ସମସ୍ତ ବିଷୟ ଅଟନ୍ତି । ଏହା ଦ୍ଵାରା, ସେ କହନ୍ତି ଯେ ସେ କୌଣସି ବର୍ଗର ତାଲିକାଭୁକ୍ତ କରି ନାହାଁନ୍ତି କାରଣ ଖ୍ରୀଷ୍ଟ ହିଁ ଏକମାତ୍ର ବ୍ୟକ୍ତି ଅଟନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣା ଧାରଣାକୁ “ବିଷୟ” କିମ୍ବା “ଗୁରୁତ୍ୱ” ପରି ବିଶେଷ୍ୟ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ହିଁ ଗୁରୁତ୍ୱପୂର୍ଣ୍ଣ, ଏବଂ ସେ ଅଟନ୍ତି” (ଦେଖନ୍ତୁ:)
ἐν πᾶσιν
ପୁନର୍ବାର, ପାଉଲ ଯେଉଁମାନେ ଖ୍ରୀଷ୍ଟଙ୍କ ସହ ମରିଛନ୍ତି ଏବଂ ପୁନରୁତ୍ଥିତ ହୋଇଛନ୍ତି ସେମାନଙ୍କ ବିଷୟରେ କୁହନ୍ତି । ଏଠାରେ, କଲସୀୟମାନଙ୍କ ବିଷୟରେ “ଖ୍ରୀଷ୍ଟଙ୍କଠାରେ” କହିବା ପରିବର୍ତ୍ତେ, ସେ ଧର୍ମକୁ ଓଲଟାଇ ଦେଇଛନ୍ତି, ଯେପରି ସେ ୧:୨୭ ରେ କରିଛନ୍ତି: ଖ୍ରୀଷ୍ଟ ତାଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କ ମଧ୍ୟରେ ଅଛନ୍ତି । ଯଦି ସମ୍ଭବ, ୧:୨୭ ରେ “ଖ୍ରୀଷ୍ଟ ତୁମ୍ଭମାନଙ୍କ ମଧ୍ୟରେ” ଅନୁବାଦ କରିଥିବା ପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ତୁମ ସମସ୍ତଙ୍କ ପାଇଁ ମିଳିତ” (ଦେଖନ୍ତୁ:)
Colossians 3:12
οὖν
ଏଠାରେ, ଅନୁବାଦିତ ତେଣୁ ଶବ୍ଦ ଯାହା କୁହାଯାଇଛି ତାହା ଉପରେ ଆଧାର କରି ଏକ ଉତ୍ସାହ ଉପସ୍ଥାପନ କରେ । ପାଉଲ ତାଙ୍କର ଉପଦେଶ ଉପରେ ଆଧାର କରି ସେ କଲସୀୟମାନଙ୍କୁ ପୁରୁଣା ଅଭ୍ୟାସକୁ ଛାଡିବା, ନୂତନ ବ୍ୟକ୍ତିଙ୍କୁ ପିନ୍ଧିବା ଏବଂ ଏହାର ପ୍ରଭାବ ୩:୯–୧୧ ରେ କରିସାରିଛନ୍ତି । ଆପଣଙ୍କ ଭାଷାରେ ଏକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ପୂର୍ବରୁ କୁହାଯାଇଥିବା ଉପରେ ଆଧାର କରି ଏକ ଉତ୍ସାହର ପରିଚୟ ପ୍ରଦାନ କରେ, ଏବଂ ପାଉଲ ଯାହା କହିଛନ୍ତି ତାହା ଆପଣ ପୁନର୍ବାର ଅନୁସରଣ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ପୁରୁଣା ଅଭ୍ୟାସକୁ ପରିତ୍ୟାଗ କରି ନୂତନ ମନୁଷ୍ୟକୁ ପରିଧାନ କରିଅଛ” (ଦେଖନ୍ତୁ:)
ἐνδύσασθε
ଅନୁବାଦ ହୋଇଥିବା ପରିଧାନ ଶବ୍ଦଟି ପାଉଲ ୩:୧୦ ରେ ନୂତନ ବ୍ୟକ୍ତିଙ୍କୁ “ପିନ୍ଧିବା” ପାଇଁ ବ୍ୟବହାର କରିଥିବା ଶବ୍ଦ ସହ ସମାନ ଅଟେ । ଏଠାରେ, ସେ କଲସୀୟମାନଙ୍କୁ ଦେଖାଇବା ପାଇଁ ସମାନ ପୋଷାକର ରୂପକ ବ୍ୟବହାର କରନ୍ତି ଯେ ନୂତନ ବ୍ୟକ୍ତିଙ୍କୁ “ପିନ୍ଧିବା” ଅର୍ଥ ସେ ଏଠାରେ ତାଲିକାଭୁକ୍ତ ଚରିତ୍ର ଗୁଣଗୁଡ଼ିକୁ ମଧ୍ୟ ପିନ୍ଧିବା ଆବଶ୍ୟକ ଅଟେ । ଏହାର ଅର୍ଥ ସେମାନେ କ୍ରମାଗତ ଭାବରେ ଆଚରଣ କରିବା ଉଚିତ ଯାହାକି ଦୟା, ନମ୍ରତା, ଭଦ୍ରତା, {ଏବଂ} ଦୀର୍ଘସହିଷ୍ଣୁତା ବୁଝାଏ । ଯଦି ସମ୍ଭବ, ଆପଣ ୩:୧୦ରେ କରିଥିବା ପରି ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ନୂତନ ଗୁଣରେ ପରିଚାଳିତ ହୁଅ” (ଦେଖନ୍ତୁ:)
ὡς
କଲସୀୟମାନେ କିଏ ବୋଲି ତାଙ୍କର ବର୍ଣ୍ଣନା କରିବା ପାଇଁ ପାଉଲ ଅନୁବାଦିତ ଯେପରି ଶବ୍ଦକୁ ବ୍ୟବହାର କରନ୍ତି । ସେ ସେମାନଙ୍କୁ ସେହି ଉପାୟରେ ବର୍ଣ୍ଣନା କରିଛନ୍ତି ଯାହା ସେମାନଙ୍କୁ ତାଲିକାଭୁକ୍ତ ଗୁଣଗୁଡ଼ିକୁ “ପିନ୍ଧିବା” ପାଇଁ ଏକ କାରଣ ପ୍ରଦାନ କରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ ବା ବାକ୍ୟ ବ୍ୟବହାର କରି ଏହି ଧାରଣାକୁ ପ୍ରକାଶ କରିପାରିବେ ଯାହା ଏକ ନିର୍ଦ୍ଦେଶ ପାଇଁ ଏକ କାରଣ ବା ଆଧାର ପ୍ରଦାନ କରେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ” (ଦେଖନ୍ତୁ:)
ἐκλεκτοὶ τοῦ Θεοῦ
ପାଉଲ ଏଠାରେ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କର ସୂଚାନ୍ତି ଯେ କଲସୀୟମାନେ ମନୋନୀତ ଅଟନ୍ତି କାରଣ ଈଶ୍ଵର ସେମାନଙ୍କୁ ବାଛିଥିଲେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରିବ ନାହିଁ, ତେବେ ଆପଣ ଈଶ୍ଵରଙ୍କ ବିଷୟ “ବାଛି” ଭଳି କ୍ରିୟା ସହ ମନୋନୀତ ଅନୁବାଦ କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ବାଛିଛନ୍ତି” (ଦେଖନ୍ତୁ:)
σπλάγχνα οἰκτιρμοῦ, χρηστότητα, ταπεινοφροσύνην, πραΰτητα, μακροθυμίαν;
ଯଦି ଆପଣଙ୍କ ଭାଷା ଏହି ଧାରଣାଗୁଡ଼ିକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ (୧) ଗୁଣବାଚକ ବିଶେଷ୍ୟଗୁଡ଼ିକୁ କ୍ରିୟା ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କୁ ଯତ୍ନ ନେବା, ସେମାନଙ୍କୁ ଭଲ ବ୍ୟବହାର କରିବା, ନିଜ ବିଷୟରେ ଗର୍ବ ନ କରିବା, ଅନ୍ୟମାନଙ୍କୁ ନିଜ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବିବା, ଏବଂ ସହଜରେ ବିରକ୍ତ ନହେବା ଭଳି ଚରିତ୍ର ଗୁଣ” (୨) ଗୁଣବାଚକ ବିଶେଷ୍ୟଗୁଡ଼ିକୁ ବିଶେଷଣ ଭାବରେ ଅନୁବାଦ କରେ । ବିକଳ୍ପ ଅନୁବାଦ: “ଦୟାଳୁ, ନମ୍ର, ଭଦ୍ର ଏବଂ ଧୀର ନୂତନ ବ୍ୟକ୍ତି” (ଦେଖନ୍ତୁ:)
σπλάγχνα οἰκτιρμοῦ
ଗ୍ରୀକ୍ ବକ୍ତାମାନେ ଭିତରର ଅଂଶଗୁଡ଼ିକୁ ଭାବପ୍ରବଣତାର ଅବସ୍ଥାନ ଭାବରେ ସୂଚିତ କରିପାରନ୍ତି, ବିଶେଷ କରି ଅନ୍ୟ ଜଣଙ୍କ ପାଇଁ ପ୍ରେମ କିମ୍ବା ସହାନୁଭୂତି ସହ ଜଡିତ ଭାବନାକୁ ବୁଝାଏ । ଦୟାର ଭିତର ଅଂଶ, ଦୟାକୁ ସୂଚାଏ ଯେଉଁଠାରେ ଜଣେ ଭାବନା ଅନୁଭବ କରେ । ଏହି ବାକ୍ୟରେ, ଭିତର ଅଂଶଗୁଡ଼ିକ କେବଳ ଦୟା ସହ ସଂଯୁକ୍ତ, ଅନ୍ୟ କୌଣସି ଚରିତ୍ର ଗୁଣ ସହ ନୁହେଁ । ଦୟାର ଭିତର ଅଂଶ ଯଦି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ବିକଳ୍ପ ରୂପକ ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ଅଣ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୟାଳୁ ହୃଦୟ” କିମ୍ବା “ଦୟାଳୁ ହୃଦୟ” (ଦେଖନ୍ତୁ:)
χρηστότητα
ଅନୁବାଦିତ ଦୟା ଶବ୍ଦଟି ଭଲ, ଦୟାଳୁ କିମ୍ବା ଅନ୍ୟମାନଙ୍କ ପାଇଁ ସହାୟକ ହେବାର ଚରିତ୍ର ଗୁଣକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ଦୟା ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଏକ ଛୋଟ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କ ପ୍ରତି ଉଦାର ମନୋଭାବ” (ଦେଖନ୍ତୁ:)
πραΰτητα
ଅନୁବାଦିତ ଭଦ୍ରତା ଶବ୍ଦ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ଏବଂ ଭଦ୍ର ହେବାର ଗୁଣକୁ ବର୍ଣ୍ଣନା କରେ । ଯଦି ଭଦ୍ରତା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ତୁଳନାତ୍ମକ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ଏକ ଛୋଟ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଚିନ୍ତାବାକ୍ୟାଂଶ ଅଟେ” (ଦେଖନ୍ତୁ:)
μακροθυμίαν
ଏହି ପରିପ୍ରେକ୍ଷୀରେ, ଧୀର ଅନୁବାଦ ହୋଇଥିବା ଶବ୍ଦ ଶାନ୍ତ ଏବଂ ଏପରିକି ସ୍ୱଭାବର ରହିବାର କ୍ଷମତାକୁ ସୂଚାଏ ଯେବେ ଅନ୍ୟମାନେ ଏପରି କରନ୍ତି ଯାହା କ୍ରୋଧକୁ ଉତ୍ତେଜିତ କରେ । ଯଦି ଆପଣଙ୍କ ଭାଷାରେ ଧୀର ଅସ୍ପଷ୍ଟ ହୁଏ , ଆପଣ ଏକ ତୁଳନାତ୍ମକ ଶବ୍ଦ ବ୍ୟବହାର କରିପାରିବ କିମ୍ବା ଏକ ଛୋଟ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ସହନଶୀଳତା” କିମ୍ବା “ଏବଂ ଶାନ୍ତ ରହିବାର କ୍ଷମତା” (ଦେଖନ୍ତୁ:)
Colossians 3:13
ἀνεχόμενοι ἀλλήλων καὶ χαριζόμενοι ἑαυτοῖς, ἐάν τις πρός τινα ἔχῃ μομφήν
ଯଦି ଆପଣଙ୍କ ଭାଷା ସର୍ତ୍ତମୂଳକ ବାକ୍ୟକୁ ପ୍ରଥମେ ଉଲ୍ଲେଖ କରିବ, ଆପଣ ଏକ ନୂତନ ବାକ୍ୟ ଆରମ୍ଭ କରି ଯଦି ବାକ୍ୟାଂଶର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଅନ୍ୟ କାହା ବିରୁଦ୍ଧରେ କାହାର ଅଭିଯୋଗ ଥିବ, ତେବେ ପରସ୍ପର ସହ୍ୟ କର ଏବଂ ପରସ୍ପର ପ୍ରତି ଦୟାଳୁ ହୁଅ” (ଦେଖନ୍ତୁ:)
ἀνεχόμενοι ἀλλήλων
ପାଉଲଙ୍କ ସଂସ୍କୃତିରେ, ପରସ୍ପର ପ୍ରତି ସହନଶୀଳ ହୁଅ ଅନୁବାଦିତ ବାକ୍ୟାଂଶ ଅନ୍ୟମାନଙ୍କ ସହ ଧୈର୍ଯ୍ୟବାନ ହେବାକୁ ବୁଝାଏ, ଯେବେ ସେମାନେ ବିରକ୍ତିକର କିମ୍ବା ଅଦ୍ଭୁତ କାର୍ଯ୍ୟ କରନ୍ତି । ଯଦି ଆପଣଙ୍କ ଭାଷାରେ * ପରସ୍ପର ପ୍ରତି ସହନଶୀଳ ହୁଅ* ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପର ସହ ରହି” (ଦେଖନ୍ତୁ:)
ἐάν
ପାଉଲ ଯଦି ଏକ ଆନୁମାନିକ ପରିସ୍ଥିତିର ପରିଚୟ ପ୍ରଦାନ କରନ୍ତି ତେବେ ସେ ଅନେକ ଥର କଲସୀୟମାନଙ୍କ ସହ ଘଟିବେ ବୋଲି ବିଚାର କରନ୍ତି । ଏହି ପରି ପରିସ୍ଥିତିରେ ସେ ଚାହାଁନ୍ତି ଯେ ସେମାନେ “ପରସ୍ପର ସହ୍ୟ କରନ୍ତୁ ଏବଂ ପରସ୍ପର ପ୍ରତି ଦୟାଳୁ ହୁଅନ୍ତୁ।” ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ବ୍ୟବହାର କରେ ନାହିଁ, ଆପଣ କୌଣସି ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ ଯାହାକି କିଛି ଘଟିବା ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯେବେ ବି” (ଦେଖନ୍ତୁ:)
τις πρός τινα ἔχῃ μομφήν
ଏହି ବାକ୍ୟାଂଶ ଏକ ପରିସ୍ଥିତିକୁ ସୂଚାଏ ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଦ୍ୱାରା ବିରକ୍ତ କିମ୍ବା ଆଘାତ ଅନୁଭବ କରନ୍ତି । ଯଦି ଏହି ବାକ୍ୟାଂଶଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି କିମ୍ବା ଏକ ଅଭିବ୍ୟକ୍ତି ବ୍ୟବହାର କରିପାରିବ ଯାହା ସୂଚାଏ ଯେ ଗୋଟିଏ ଦଳ ଅନ୍ୟ ଦଳ ଦ୍ୱାରା ଅପମାନିତ ହୋଇଛି କିମ୍ବା ଆଘାତ ପାଇଛି । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଦ୍ୱାରା ଅପମାନିତ ହୋଇଛି” (ଦେଖନ୍ତୁ:)
πρός…ἔχῃ μομφήν
ଯଦି ଆପଣଙ୍କର ଭାଷା ଅଭିଯୋଗ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଅଭିଯୋଗକୁ କ୍ରିୟା ସହ ମିଶ୍ରଣ କରି ଧାରଣାକୁ “ଅଭିଯୋଗ” ପରି ଏକ କ୍ରିୟାରେ ଯୋଡିପାରିବେ । ବିକଳ୍ପ ଅନୁବାଦ: “ବିରୁଦ୍ଧରେ ଅଭିଯୋଗ କରିପାରେ” (ଦେଖନ୍ତୁ:)
καθὼς καὶ ὁ Κύριος ἐχαρίσατο ὑμῖν, οὕτως καὶ ὑμεῖς
ଯଦି ଆପଣଙ୍କ ଭାଷା ଆଦେଶ ପରେ ତୁଳନାକୁ ଉଲ୍ଲେଖ କରେ, ଆପଣ ଆପଣଙ୍କ ଅନୁବାଦରେ ସେଗୁଡ଼ିକୁ ବଦଳାଇ ପାରିବେ, ପ୍ରଥମ ନୂତନ ବାକ୍ୟାଂଶରେ “କ୍ଷମା କର” ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ୍, ଯେପରି ପ୍ରଭୁ ତୁମ୍ଭମାନଙ୍କୁ କ୍ଷମା କରିଛନ୍ତି” (ଦେଖନ୍ତୁ:)
καθὼς καὶ ὁ Κύριος ἐχαρίσατο ὑμῖν
ଏଠାରେ, ପାଉଲ କଲସୀୟମାନେ କିପରି କ୍ଷମା କରିବାକୁ ଚାହୁଁଛନ୍ତି ଏବଂ ଯୀଶୁ ସେମାନଙ୍କୁ କିପରି କ୍ଷମା କରିଛନ୍ତି ତାହା ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଆଙ୍କନ୍ତି । ଏକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ସାଧାରଣତଃ ସମାନ ବିଷୟକୁ ତୁଳନା କରିବା ପାଇଁ ବ୍ୟବହୃତ ହେବ । ବିକଳ୍ପ ଅନୁବାଦ: “ସେହିଭଳି ପ୍ରଭୁ ତୁମ୍ଭମାନଙ୍କୁ କ୍ଷମା କଲେ” (ଦେଖନ୍ତୁ:)
οὕτως καὶ ὑμεῖς
ପାଉଲ ଏପରି ଶବ୍ଦ ଛାଡନ୍ତି ଯାହାକି କେତେକ ଭାଷାରେ ଆବଶ୍ୟକ ହୋଇପାରେ । ଯଦି ଆପଣଙ୍କ ଭାଷା ଏହି ଶବ୍ଦଗୁଡ଼ିକ ଆବଶ୍ୟକ କରେ, ଆପଣ “ପରସ୍ପରକୁ କ୍ଷମା କର” ପରି ଶବ୍ଦ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ତେଣୁ ତୁମ୍ଭେମାନେ ମଧ୍ୟ ପରସ୍ପରକୁ କ୍ଷମା କରିବା ଉଚିତ” (ଦେଖନ୍ତୁ:)
Colossians 3:14
ἐπὶ πᾶσιν δὲ τούτοις, τὴν ἀγάπην
ଏଠାରେ, ପାଉଲ କହନ୍ତି ଯେ ସେ ଯାହା କହିଛନ୍ତି ତାହାଠାରୁ ପ୍ରେମ ଅଧିକ ଅଟେ । ଏହା ଦ୍ଵାରା, ସେ କହନ୍ତି ଯେ ଏହି ସମସ୍ତ ବିଷୟ ଅପେକ୍ଷା ପ୍ରେମ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା “ଗୁରୁତ୍ୱପୂର୍ଣ୍ଣ” କିମ୍ବା “ଅତ୍ୟାବଶ୍ୟକ” ଶବ୍ଦ ସହ ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ସବୁଠାରୁ ଜରୁରୀ ପ୍ରେମ ଅଟେ” (ଦେଖନ୍ତୁ:)
τὴν ἀγάπην
ଏଠାରେ, ପାଉଲ କିଛି ଶବ୍ଦକୁ ଛାଡି ଦିଅନ୍ତି ଯାହାକି ଏକ ସଂପୂର୍ଣ୍ଣ ହେବା ପାଇଁ ଆପଣଙ୍କ ଭାଷାରେ ଆବଶ୍ୟକ ହୋଇପାରେ । ଯଦି ଆପଣଙ୍କ ଭାଷା ଅଧିକ ଶବ୍ଦ ଅନ୍ତର୍ଭୂକ୍ତ କରେ, ଆପଣ ପାଉଲ ଯେଉଁ ଶବ୍ଦଗୁଡ଼ିକୁ ସନ୍ନିବେଶ କରନ୍ତି, ଯାହା ୩:୧୨ରେ ଉଲ୍ଲେଖ ଅଛି: “ଧାରଣ କର” ବିକଳ୍ପ ଅନୁବାଦ: “ପ୍ରେମକୁ ଧାରଣ କର” (ଦେଖନ୍ତୁ:)
τὴν ἀγάπην
ଯଦି ଆପଣଙ୍କ ଭାଷା ପ୍ରେମ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କ୍ରିୟା ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ଯଦି ଆପଣଙ୍କ ଭାଷା ତୁମ୍ଭମାନଙ୍କୁ ନିର୍ଦ୍ଦିଷ୍ଟ କରିବାକୁ ଆବଶ୍ୟକ କରେ କଲସୀୟମାନେ “ପ୍ରେମ କରିବା” ଅନୁମାନ କରନ୍ତି, ତେବେ ପାଉଲଙ୍କର ମନରେ ଅନ୍ୟ ବିଶ୍ଵାସୀମାନେ ଅଛନ୍ତି, କିନ୍ତୁ ଈଶ୍ଵର ମଧ୍ୟ ଅଛନ୍ତି ବୋଲି ଆପଣ ସ୍ପଷ୍ଟ କରି ପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର” କିମ୍ବା “ପରସ୍ପରକୁ ଏବଂ ଈଶ୍ଵରଙ୍କୁ ପ୍ରେମ କର” (ଦେଖନ୍ତୁ:)
ὅ ἐστιν σύνδεσμος τῆς τελειότητος
ଏଠାରେ, * ସିଦ୍ଧ ଅବସ୍ଥାର ବନ୍ଧନ* ପରି ଏକ ରୂପକ ଅଟେ ଯାହାକି ଲୋକମାନଙ୍କୁ ଏକତା ମଧ୍ୟରେ ଏକତ୍ର କରିଥାଏ । ଏହା (୧) ସମ୍ପ୍ରଦାୟର ଏକତାକୁ ସୂଚାଇପାରେ ଯାହା ପାଉଲ ବିଶ୍ଵାସୀମାନଙ୍କ ପାଇଁ ଇଚ୍ଛା କରନ୍ତି । ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କୁ ସଂପୂର୍ଣ୍ଣ ଏକତା ମଧ୍ୟରେ ଏକତ୍ର କରେ” (୨) ସିଦ୍ଧ ଏକତା ଯାହା ପ୍ରେମ ସମସ୍ତ ଖ୍ରୀଷ୍ଟିୟାନ ଗୁଣକୁ ଆଣିଥାଏ । ବିକଳ୍ପ ଅନୁବାଦ: “ଯାହା ଏହି ସମସ୍ତ ଗୁଣକୁ ସିଦ୍ଧତାକୁ ଏକତ୍ର କରେ” (ଦେଖନ୍ତୁ:)
σύνδεσμος τῆς τελειότητος
ଏଠାରେ, ପାଉଲ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି: (୧) ବନ୍ଧନ ଯାହା ସିଦ୍ଧତାକୁ ନେଇଥାଏ । ବିକଳ୍ପ ଅନୁବାଦ: “ବନ୍ଧନ ଯାହା ସିଦ୍ଧତା ଆଣେ” (୨) ଯେଉଁ ବନ୍ଧନରେ ସିଦ୍ଧତା ଅଛି । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ବନ୍ଧନ” (ଦେଖନ୍ତୁ:)
σύνδεσμος τῆς τελειότητος
ଯଦି ଆପଣଙ୍କ ଭାଷା ସିଦ୍ଧତା ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ସଂପୂର୍ଣ୍ଣ” ପରି ଏକ ବିଶେଷଣ ଦ୍ୱାରା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ବନ୍ଧନ” କିମ୍ବା “ବନ୍ଧନ ଯାହା ସଂପୂର୍ଣ୍ଣ ଅଟେ” (ଦେଖନ୍ତୁ:)
Colossians 3:15
ἡ εἰρήνη τοῦ Χριστοῦ βραβευέτω ἐν ταῖς καρδίαις ὑμῶν
ଏଠାରେ, ପାଉଲ ଏକ ତୃତୀୟ ପୁରୁଷକୁ ଅତ୍ୟାବଶ୍ୟକ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଆପଣଙ୍କର ତୃତୀୟ ପୁରୁଷ ଆବଶ୍ୟକତା ଅଛି, ଆପଣ ଏଠାରେ ଗୋଟିଏ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ତୃତୀୟ ପୁରୁଷର ଆବଶ୍ୟକତା ନାହିଁ, ତେବେ ଆପଣ ଏହି ଅପରିହାର୍ଯ୍ୟକୁ ଦ୍ୱିତୀୟ ବ୍ୟକ୍ତିରେ ଅନୁବାଦ କରିପାରିବେ, କଲସୀୟମାନଙ୍କ ସହ ଏକ କ୍ରିୟାର ବିଷୟ ଯେପରିକି “ଆଜ୍ଞା” ଏବଂ ଖ୍ରୀଷ୍ଟଙ୍କ ଶାନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ହୃଦୟରେ ଖ୍ରୀଷ୍ଟଙ୍କ ଶାନ୍ତି ପାଳନ କର” (ଦେଖନ୍ତୁ:)
ἡ εἰρήνη τοῦ Χριστοῦ βραβευέτω ἐν ταῖς καρδίαις ὑμῶν
ପାଉଲ ଖ୍ରୀଷ୍ଟଙ୍କ ଶାନ୍ତି ବିଷୟରେ କହନ୍ତି ଯେପରି କଲସୀୟମାନଙ୍କ ହୃଦୟରେ ଏହା “ଶାସକ” କରିବା ଉଚିତ । ଅନୁବାଦିତ ଶାସନ ଶବ୍ଦଟି ଅନୁବାଦିତ ଶବ୍ଦ ସହ ଆପଣଙ୍କର ପୁରସ୍କାରରୁ ବଞ୍ଚିତ ହୋଇଅଛି ଯାହା ପାଉଲ ୨:୧୮ ରେ ବ୍ୟବହାର କରନ୍ତି: ଉଭୟ ବିଚାରକ ନିଷ୍ପତ୍ତିରେ ବ୍ୟବହୃତ ହୁଏ, ଯଦିଓ ୨:୧୮ ରେ ବିଚାରକ ନିଷ୍ପତ୍ତି ନିଅନ୍ତି । ଏଠାରେ, ଧାରଣା ଖ୍ରୀଷ୍ଟଙ୍କ ଶାନ୍ତି କଲସୀୟମାନଙ୍କ ହୃଦୟରେ ବିଚାରକ ଭାବରେ କାର୍ଯ୍ୟ କରେ, ଅର୍ଥାତ୍ ଏହି ଶାନ୍ତି ସେମାନଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଶାନ୍ତି ତୁମ୍ଭର ହୃଦୟରେ ତୁମ୍ଭର ନିଷ୍ପତ୍ତି ନେବାକୁ ଦିଅ” (ଦେଖନ୍ତୁ:)
ἐν ταῖς καρδίαις ὑμῶν
ପାଉଲଙ୍କ ସଂସ୍କୃତିରେ, ହୃଦୟ ସେହି ସ୍ଥାନକୁ ବୁଝାଏ ଯେଉଁଠାରେ ମନୁଷ୍ୟମାନେ ଚିନ୍ତା କରନ୍ତି ଏବଂ ଯୋଜନା କରନ୍ତି । ଯଦି ଆପଣଙ୍କ ଭାଷାରେ ହୃଦୟର ସେହି ଅର୍ଥ ଅସ୍ପଷ୍ଟ ହୁଏ, ଆପଣ ସେହି ସ୍ଥାନକୁ ସୂଚାଇ ପାରିବ ଯେଉଁଠାରେ ମନୁଷ୍ୟମାନେ ଆପଣଙ୍କ ସଂସ୍କୃତିରେ ଭାବନ୍ତି କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ମନରେ” କିମ୍ବା “ତୁମ୍ଭର ବାକ୍ୟରେ” (ଦେଖନ୍ତୁ:)
ἣν
ଅନୁବାଦିତ ସର୍ବନାମ ଯାହା “ଖ୍ରୀଷ୍ଟଙ୍କ ଶାନ୍ତି” କୁ ସୂଚାଏ । ଯଦି ଯାହା ସୂଚାଏ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କେଉଁ ଶାନ୍ତି” (ଦେଖନ୍ତୁ:)
καὶ ἐκλήθητε
ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଈଶ୍ଵରଙ୍କ ସହ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ମଧ୍ୟ ଡାକିଲେ” (ଦେଖନ୍ତୁ:)
ἐν ἑνὶ σώματι
ପାଉଲ କଲସୀୟମାନଙ୍କ ବିଷୟରେ କୁହନ୍ତି ଯେପରି ସେମାନେ ଗୋଟିଏ ଶରୀରରେ ଅଛନ୍ତି, କିମ୍ବା ଏକ ଅଂଶ ଅଟନ୍ତି । ଏହି ରୂପକ ସହ , ସେ ପରିସ୍ଥିତିକୁ ସ୍ପଷ୍ଟ କରିଛନ୍ତି ଯେଉଁଥିରେ ସେମାନଙ୍କୁ ଶାନ୍ତି ପାଇଁ ଆହ୍ୱାନ କରାଯାଇଛି: ଗୋଟିଏ ଶରୀରରେ, ଯାହାକି ମଣ୍ଡଳୀ ଅଟେ । ଯେପରି ଶରୀରର ଅଙ୍ଗଗୁଡ଼ିକ ପରସ୍ପର ସହ “ଶାନ୍ତି” ରେ ଥାଆନ୍ତି (ଯେବେ ଶରୀର ସଠିକ୍ ଭାବରେ କାମ କରେ), ସେହିପରି କଲସୀୟମାନେ ମଧ୍ୟ ମଣ୍ଡଳୀରେ ପରସ୍ପର ସହ ଶାନ୍ତିରେ ରହିବା ଉଚିତ୍ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଏକାଠି ମଣ୍ଡଳୀ ଗଠନ କର” (ଦେଖନ୍ତୁ:)
εὐχάριστοι γίνεσθε
ବିକଳ୍ପ ଅନୁବାଦ: “ଧନ୍ୟବାଦୀ ଲୋକ ହୁଅ” କିମ୍ବା “ଧନ୍ୟବାଦ ଦିଅ”
Colossians 3:16
ὁ λόγος τοῦ Χριστοῦ ἐνοικείτω ἐν ὑμῖν πλουσίως
ଏଠାରେ, ପାଉଲ ଏକ ତୃତୀୟ ପୁରୁଷ ଅତ୍ୟାବଶ୍ୟକ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ତୃତୀୟ ପୁରୁଷ ବ୍ୟକ୍ତି ଆବଶ୍ୟକତା ଅଛି, ଆପଣ ଏଠାରେ ଗୋଟିଏ ବ୍ୟବହାର କରିପାରିବ । ଯଦି ଆପଣଙ୍କର ତୃତୀୟ ପୁରୁଷ ଆବଶ୍ୟକତା ନାହିଁ, ତେବେ ଆପଣ ଦ୍ୱିତୀୟ ପୁରୁଷ ମଧ୍ୟରେ ପାଉଲଙ୍କ ଆଜ୍ଞାକୁ କଲସୀୟମାନଙ୍କ ସହ “ସ୍ୱାଗତ” ଭଳି କ୍ରିୟାର ବିଷୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କ ବାକ୍ୟକୁ ସ୍ୱାଗତ” (ଦେଖନ୍ତୁ:)
ὁ λόγος τοῦ Χριστοῦ ἐνοικείτω ἐν ὑμῖν
ଏଠାରେ, ପାଉଲ କଥାବାର୍ତ୍ତା କରନ୍ତି ଯେପରି ଖ୍ରୀଷ୍ଟଙ୍କ ବାକ୍ୟ ଏପରି ଜଣେ ବ୍ୟକ୍ତି ଯିଏ କି ଏକ ସ୍ଥାନରେ ବାସ କରିପାରନ୍ତି, ଯାହା କଲସୀଠାରେ ବିଶ୍ଵାସୀମାନଙ୍କ ଗୋଷ୍ଠୀ ଅଟେ । ଏହି ରୂପକ ଜୋର ଦେଇଥାଏ ଯେ ଖ୍ରୀଷ୍ଟଙ୍କ ଶବ୍ଦ କିପରି କଲସୀୟମାନଙ୍କ ଜୀବନର ଏକ ସ୍ଥିର ଏବଂ ନିରନ୍ତର ଅଂଶ ହେବା ଉଚିତ ଯେପରି ଏହା ସେମାନଙ୍କ ସହ ସ୍ଥାୟୀ ଭାବରେ ରହେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବାକ୍ୟ କ୍ରମାଗତ ଭାବରେ ତୁମ୍ଭମାନଙ୍କର ଜୀବନର ଏକ ଅଂଶ ହେବାକୁ ଦିଅ ଏବଂ” (ଦେଖନ୍ତୁ:)
ὁ λόγος τοῦ Χριστοῦ
ଏଠାରେ, ପାଉଲ ଖ୍ରୀଷ୍ଟଙ୍କ ସହ ବାକ୍ୟକୁ ଯୋଡିବା ପାଇଁ ଧାରଣକାରୀ ରୂପକ ବ୍ୟବହାର କରନ୍ତି । ଏହାର ଅର୍ଥ ହୋଇପାରେ: (୧) ଶବ୍ଦଟି ଖ୍ରୀଷ୍ଟଙ୍କ ବିଷୟରେ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟରେ ଶବ୍ଦ” (୨) ଯାହା ବାକ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା କଥିତ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ବାକ୍ୟ” (ଦେଖନ୍ତୁ:)
ὁ λόγος
ଏଠାରେ, ବାକ୍ୟ ସାଙ୍କେତିକ ଭାବରେ ଏକ ସନ୍ଦେଶକୁ ପ୍ରତିପାଦିତ କରେ ଯାହା ବାକ୍ୟ ଦ୍ୱାରା ଗଠିତ । ଯଦି ବାକ୍ୟଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷାବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବାର୍ତ୍ତା” କିମ୍ବା “ଖ୍ରୀଷ୍ଟଙ୍କ ବାକ୍ୟ” (ଦେଖନ୍ତୁ:)
πλουσίως
ଏଠାରେ, ପାଉଲ କହନ୍ତି ଯେପରି “ବାକ୍ୟ” ଧନୀ ଥିଲା ଏବଂ ପ୍ରଚୁର ଭାବରେ କିଛି କରିପାରେ । ସେ ଏହି ରୂପକକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶବ୍ଦଟି କଲସୀୟମାନଙ୍କଠାରେ ସମ୍ପୂର୍ଣ୍ଣ ଭାବରେ ରହିବା ଉଚିତ ଏବଂ ଏଥିରୁ ଆସୁଥିବା ସମସ୍ତ ଆଶୀର୍ବାଦ ଯୁକ୍ତ ଅଟେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଉପାୟରେ ଏବଂ ପ୍ରତ୍ୟେକ ଆଶୀର୍ବାଦ ସହ ” କିମ୍ବା “ସମ୍ପୂର୍ଣ୍ଣ” (ଦେଖନ୍ତୁ:)
ἐν πάσῃ σοφίᾳ
ଯଦି ଆପଣଙ୍କ ଭାଷା ଜ୍ଞାନ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଜ୍ଞାନୀ ଉପାୟରେ” (ଦେଖନ୍ତୁ:)
ἐν πάσῃ σοφίᾳ, διδάσκοντες καὶ νουθετοῦντες ἑαυτοὺς…ᾄδοντες
କଲସୀୟମାନଙ୍କୁ କିଛି ଉପାୟ ଦେଖାଇବା ପାଇଁ ପାଉଲ ଅନୁବାଦିତ ଶିକ୍ଷାଦାନ, ଉପଦେଶ, ଏବଂ ଗୀତ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି ଯେଉଁଥିରେ ସେମାନେ “ଖ୍ରୀଷ୍ଟଙ୍କ ବାକ୍ୟ” ରହିବାକୁ ପ୍ରଦାନ କରନ୍ତି । ଅତଏବ, ଶିକ୍ଷାଦାନ, ଉପଦେଶ ଦେବା ଏବଂ ଗୀତ ଗାଇବା ଖ୍ରୀଷ୍ଟଙ୍କ ବାକ୍ୟ ସହ ସମାନ ସମୟରେ ଘଟେ । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହାକୁ ସିଧାସଳଖ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: (ଏକ ନୂତନ ବାକ୍ୟ ଆରମ୍ଭ କରନ୍ତୁ) “ଆପଣ ସମସ୍ତ ଜ୍ଞାନରେ ପରସ୍ପରକୁ ଉପଦେଶ ଦେବା ଏବଂ ଉପଦେଶ ଦେବା ଦ୍ୱାରା ଏବଂ ଗୀତ ଦ୍ୱାରା ଏହା କରିପାରିବେ” (ଦେଖନ୍ତୁ:)
διδάσκοντες καὶ νουθετοῦντες
ଏହି ଦୁଇଟି କ୍ରିୟା କେବଳ ସାମାନ୍ୟ ଭିନ୍ନ ଅର୍ଥ ପ୍ରକାଶ କରେ । ଶିକ୍ଷାଦାନ ଶବ୍ଦ କାହାକୁ ସୂଚନା, କୌଶଳ, କିମ୍ବା ଧାରଣା ଦେବା ପାଇଁ ସକରାତ୍ମକ ଭାବରେ ସୂଚାଏ । ଉପଦେଶ ଦେବା ଶବ୍ଦ କାହାକୁ କିଛି ବିଷୟରେ ଚେତାବନୀ ଦେବା ପାଇଁ ନକାରାତ୍ମକ ଭାବରେ ସୂଚାଏ । ଯଦି ଆପଣଙ୍କର ଶବ୍ଦ ଅଛି ଯାହା ଏହି ଦୁଇଟି ଧାରଣା ସହ ମେଳ ଖାଉଛି, ଆପଣ ସେଗୁଡ଼ିକୁ ଏଠାରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଏପରି ଶବ୍ଦ ନାହିଁ ଯାହା ଏହି ପାର୍ଥକ୍ୟ ସୃଷ୍ଟି କରେ, ତେବେ ଆପଣ ଉଭୟଙ୍କୁ ଗୋଟିଏ କ୍ରିୟା ସହ ଅନୁବାଦ କରିପାରିବେ ଯେପରିକି “ନିର୍ଦ୍ଦେଶ” । ବିକଳ୍ପ ଅନୁବାଦ: “ନିର୍ଦ୍ଦେଶନା” (ଦେଖନ୍ତୁ:)
ψαλμοῖς, ὕμνοις, ᾠδαῖς πνευματικαῖς
ଏହି ତିନୋଟି ଶବ୍ଦ ବିଭିନ୍ନ ପ୍ରକାରର ଗୀତର ନାମ ପ୍ରକାଶ କରେ । ଗୀତସଂହିତା ଶବ୍ଦଗୁଡ଼ିକ ବାଇବେଲରେ ଗୀତସଂହିତା ପୁସ୍ତକରୁ ଗୀତଗୁଡ଼ିକୁ ସୂଚାଏ । ଭଜନ ଶବ୍ଦ ପ୍ରଶଂସାରେ ଗାନ କରାଯାଇଥିବା ଗୀତଗୁଡ଼ିକୁ ବୁଝାଏ, ସାଧାରଣତଃ ଏକ ଦେବତାଙ୍କୁ । ଶେଷରେ, ଗୀତ ଶବ୍ଦଗୁଡ଼ିକ କଣ୍ଠସ୍ୱର ସଂଗୀତକୁ ସୂଚାଏ ଯାହାକି ସାଧାରଣତଃ କବିତା ଆକାରରେ କାହାକୁ କିମ୍ବା କିଛି ପାଳନ କରିବାକୁ ବୁଝାଏ । ଯଦି ଆପଣଙ୍କର ଶବ୍ଦ ଅଛି ଯାହା ପ୍ରାୟତଃ ଆପଣଙ୍କ ଭାଷାରେ ଏହି ବର୍ଗଗୁଡ଼ିକ ସହ ମେଳ ଖାଏ, ଆପଣ ସେଗୁଡ଼ିକୁ ଏଠାରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଏହି ବର୍ଗଗୁଡ଼ିକ ସହ ମେଳ ଖାଉଥିବା ଶବ୍ଦ ନାହିଁ, ଆପଣ କେବଳ ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଧାରଣାକୁ ପ୍ରକାଶ କରିପାରିବେ କିମ୍ବା ବିଭିନ୍ନ ପ୍ରକାରର ଗୀତ ବର୍ଣ୍ଣନା କରିବାକୁ ବିଶେଷଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଗୀତ ଏବଂ ଆତ୍ମିକ ଗୀତ” କିମ୍ବା “ବାଇବେଲ ଗୀତ, ପ୍ରଶଂସା ଗୀତ, ଏବଂ ଉତ୍ସବ ମୁଖର ଆତ୍ମିକ ଗୀତ” (ଦେଖନ୍ତୁ:)
ᾠδαῖς πνευματικαῖς
ଆତ୍ମିକ ଅନୁବାଦିତ ଶବ୍ଦଟି (୧) ପବିତ୍ର ଆତ୍ମାକୁ ଗୀତଗୁଡ଼ିକର ଉତ୍ପତ୍ତି ବା ପ୍ରେରଣା ଭାବରେ ସୂଚାଇପାରେ । ବିକଳ୍ପ ଅନୁବାଦ: “ଏବଂ ଆତ୍ମାଙ୍କ ଗୀତ” (୨) ଗୀତ ଯାହା ପବିତ୍ର ଆତ୍ମାଙ୍କ ଦ୍ୱାରା ବା ଗୀତରେ ଗାନ କରାଯାଏ । ବିକଳ୍ପ ଅନୁବାଦ: “ଏବଂ ଗୀତଗୁଡ଼ିକ ଆତ୍ମା ଦ୍ୱାରା ସଶକ୍ତ” (ଦେଖନ୍ତୁ:)
ἐν τῇ χάριτι,
ଯଦି ଆପଣଙ୍କ ଭାଷା କୃତଜ୍ଞତା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଧନ୍ୟବାଦ” ପରି ଏକ କ୍ରିୟା ବିଶେଷଣ କିମ୍ବା “ଧନ୍ୟବାଦ” ଭଳି ଏକ ବିଶେଷଣ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧନ୍ୟବାଦ ଉପାୟରେ” (ଦେଖନ୍ତୁ:)
ἐν ταῖς καρδίαις ὑμῶν
ଏଠାରେ, କଲସୀୟମାନେ ତୁମ୍ଭମାନଙ୍କ ହୃଦୟରେ ଥିବା ବାକ୍ୟାଂଶକୁ ସେମାନେ କରିଥିବା ବିଷୟ ଉପରେ ସେମାନେ ସମ୍ପୂର୍ଣ୍ଣ ଭାବରେ ବିଶ୍ଵାସ କରନ୍ତି ବୋଲି ବୁଝନ୍ତି । ଏହାର ଅର୍ଥ ଗୀତଟି ଆନ୍ତରିକତା ଏବଂ ନିଜ ମନର ସମ୍ପୂର୍ଣ୍ଣ ଅନୁମୋଦନ ସହ କରାଯିବା ଉଚିତ । ଯଦି ଏହି ରୂଢ଼ି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ତୁଳନାତ୍ମକ ରୂଢ଼ି ସହ କିମ୍ବା କଳ୍ପନାତ୍ମକ ଭାବରେ ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ହୃଦୟରୁ” କିମ୍ବା “ସତ୍ୟତା ସହ” (ଦେଖନ୍ତୁ:)
ἐν ταῖς καρδίαις ὑμῶν
ପାଉଲଙ୍କ ସଂସ୍କୃତିରେ, ହୃଦୟ ହେଉଛି ସେହି ସ୍ଥାନ ଯେଉଁଠାରେ ମନୁଷ୍ୟମାନେ ଭାବନ୍ତି ଏବଂ ଇଚ୍ଛା କରନ୍ତି । ଯଦି ହୃଦୟର ସେହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସେହି ସ୍ଥାନକୁ ସୂଚାଇ ପାରିବ ଯେଉଁଠାରେ ମନୁଷ୍ୟମାନେ ଆପଣଙ୍କର ସଂସ୍କୃତିରେ ଭାବନ୍ତି କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନରେ” (ଦେଖନ୍ତୁ:)
Colossians 3:17
πᾶν, ὅ τι ἐὰν ποιῆτε ἐν λόγῳ ἢ ἐν ἔργῳ, πάντα ἐν
ସମସ୍ତ* ଅନୁବାଦିତ ଶବ୍ଦଟି ପ୍ରତ୍ୟେକ ବିଷୟକୁ ବୁଝାଏ, ଯାହା ଆପଣ ବାକ୍ୟରେ କିମ୍ବା କାର୍ଯ୍ୟରେ କରିପାରିବେ । ଯଦି ଆପଣଙ୍କ ଭାଷା ଉଦ୍ଦେଶ୍ୟକୁ ପ୍ରଥମେ ଉଲ୍ଲେଖ କରେ ନାହିଁ (ସମସ୍ତ ବିଷୟ , ତୁମ୍ଭେମାନେ ଯାହା ଶବ୍ଦରେ କିମ୍ବା କାର୍ଯ୍ୟରେ ଯାହା କର), ଆପଣ ଏହାକୁ କ୍ରିୟା ପରେ ଉଲ୍ଲେଖ କରିପାରିବେ । କିମ୍ବା, ଆପଣ ବିଷୟକୁ ଏକ ସମ୍ପର୍କୀୟ ବାକ୍ୟାଂଶରେ ପରିବର୍ତ୍ତନ କରିପାରିବେ । ବିକଳ୍ପ ଅନୁବାଦ: “ବାକ୍ୟ କିମ୍ବା କାର୍ଯ୍ୟରେ ତୁମ୍ଭେମାନେ ଯାହା ବି କରିପାର, ତାହା କର” (ଦେଖନ୍ତୁ:)
πᾶν, ὅ τι ἐὰν ποιῆτε
ପାଉଲଙ୍କ ସଂସ୍କୃତିରେ, ସମସ୍ତ ସମ୍ଭାବନାକୁ ଅନ୍ତର୍ଭୁକ୍ତ କରି କୌଣସି ବିଷୟକୁ ସୂଚାଇବା ଏକ ସ୍ୱାଭାବିକ ଉପାୟ ଅଟେ । ଯଦି ଏହି ବାକ୍ୟ ଗଠନଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସମସ୍ତ ସମ୍ଭାବ୍ୟ କାର୍ଯ୍ୟକୁ ସୂଚାଇବା ପାଇଁ ଏକ ପାରମ୍ପାରିକ ଉପାୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା କିଛି କର” (ଦେଖନ୍ତୁ:)
ἐν λόγῳ ἢ ἐν ἔργῳ
ଯଦି ଆପଣଙ୍କ ଭାଷା ଶବ୍ଦ ଏବଂ କାର୍ଯ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବାକ୍ୟ” ଏବଂ “କାର୍ଯ୍ୟ” ପରି କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କଥା ହେବା କିମ୍ବା ଅଭିନୟରେ” କିମ୍ବା “ଯେବେ ତୁମ୍ଭେମାନେ କଥାବାର୍ତ୍ତା କିମ୍ବା କାର୍ଯ୍ୟ କର” (ଦେଖନ୍ତୁ:)
ἐν ὀνόματι Κυρίου Ἰησοῦ
ଜଣେ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟ କରିବା ଅର୍ଥ ସେହି ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରିବା ଅଟେ । ପ୍ରତିନିଧୀ, ଯେଉଁମାନେ ଅନ୍ୟର ନାମରେ କିଛି କରନ୍ତି, ସେମାନେ ଏପରି କରିବା ଉଚିତ୍ ଯେପରି ଅନ୍ୟମାନଙ୍କୁ ସେମାନେ ଭଲ ଭାବରେ ଚିନ୍ତା କରିବାରେ ଏବଂ ପ୍ରତିନିଧିତ୍ୱ କରୁଥିବା ଲୋକମାନଙ୍କୁ ସମ୍ମାନ ଦେବାରେ ସାହାଯ୍ୟ କରିବେ । ଯଦି ଆପଣଙ୍କ ନାମରେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ କାହାକୁ ପ୍ରତିନିଧିତ୍ଵ କରିବା ପାଇଁ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ପ୍ରତିନିଧୀ ଭାବରେ” କିମ୍ବା “ଏକ ଉପାୟରେ ଯାହା ପ୍ରଭୁ ଯୀଶୁଙ୍କ ପାଇଁ ସମ୍ମାନର କାରଣ ହୁଏ” (ଦେଖନ୍ତୁ:)
δι’ αὐτοῦ
ତାଙ୍କ ଦ୍ଵାରା ଏହି ବାକ୍ୟର ଅର୍ଥ ନୁହେଁ ଯେ ଧନ୍ୟବାଦ ପ୍ରାର୍ଥନା ପିତା ଈଶ୍ବରଙ୍କ ପୁତ୍ର ଈଶ୍ଵରଙ୍କ ନିକଟରେ ମଧ୍ୟସ୍ଥ ଅଛନ୍ତି । ବରଂ, ପୁତ୍ରଙ୍କ ଦ୍ଵାରା ହିଁ କଲସୀୟମାନେ ଧନ୍ୟବାଦ ଦେବାକୁ ସକ୍ଷମ ଅଟନ୍ତି । ଏହାର ଅର୍ଥ ପୁତ୍ର ସେମାନଙ୍କ ପାଇଁ ଯାହା କରନ୍ତି ସେଥିପାଇଁ ସେମାନେ ଧନ୍ୟବାଦୀ ଅଟନ୍ତି । ଯଦି ତାଙ୍କ ଦ୍ଵାରା ସେହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ “କାରଣ” ପରି ଏକ ଉପଦେଶ ସହ ଧାରଣାକୁ ପ୍ରକାଶ କରିପାରିବେ କିମ୍ବା ଏହା ପୁତ୍ରର “କାର୍ଯ୍ୟ” ଦ୍ଵାରା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ସେ ଯାହା କରିଛନ୍ତି ତାହା ହେତୁ” କିମ୍ବା “ତାଙ୍କ କାର୍ଯ୍ୟ ଦ୍ଵାରା ” (ଦେଖନ୍ତୁ:)
Colossians 3:18
αἱ γυναῖκες
ଏଠାରେ, ପାଉଲ ପାଠକଙ୍କ ପତ୍ନୀମାନଙ୍କୁ ସିଧାସଳଖ ସମ୍ବୋଧିତ କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ସୂଚାଇଥାଏ ଯେ ବକ୍ତା ନିମ୍ନ ବାକ୍ୟର ଉଦ୍ଦିଷ୍ଟ ଦର୍ଶକ ଭାବରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବାଦ୍ ଦିଅନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପତ୍ନୀ”
ὑποτάσσεσθε τοῖς ἀνδράσιν
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ ଯେପରିକି “ପାଳନ କର” କିମ୍ବା “ଅଧିନ ରୁହ” । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ସ୍ୱାମୀମାନଙ୍କ କଥା ମାନ” କିମ୍ବା “ତୁମ୍ଭମାନଙ୍କ ସ୍ୱାମୀମାନଙ୍କ ନିକଟରେ ଅଧିନ ରୁହ” (ଦେଖନ୍ତୁ:)
τοῖς ἀνδράσιν
ଏଠାରେ, ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି ଯେ ପତ୍ନୀମାନେ “ନିଜର” ସ୍ୱାମୀଙ୍କ ଅଧୀନ ହେବା ଆବଶ୍ୟକ କି ନୁହେଁ । ଅବଶ୍ୟ, ପାଉଲ ଏହି ବାକ୍ୟକୁ ଏପରି ଭାବରେ ଲେଖିଛନ୍ତି ଯେ କଲସୀୟମାନେ ଏହାର ଅର୍ଥକୁ ଏହିପରି ବୁଝିନ୍ତି । ULT {ତୁମ୍ଭର} ଅନ୍ତର୍ଭୂକ୍ତ କରେ କାରଣ ପାଉଲ ଯାହା କହନ୍ତି ଏହାର ଏକ ଅତ୍ୟାବଶ୍ୟକ ଅଂଶ ଅଟେ । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ନିର୍ଦ୍ଦିଷ୍ଟ କରିବ ଯେ ପାଉଲଙ୍କର ପ୍ରତ୍ୟେକ ପତ୍ନୀମାନଙ୍କ ସ୍ୱାମୀ ମନରେ ଅଛନ୍ତି । ବିକଳ୍ପ ଅନୁବାଦ: “{ତୁମ୍ଭର} ସ୍ୱାମୀ” (ଦେଖନ୍ତୁ:)
ὡς
ଏଠାରେ, ଯେପରି ଅନୁବାଦିତ ଶବ୍ଦ “ପତ୍ନୀ” ନିଜ ସ୍ୱାମୀଙ୍କ “ଅଧୀନ” ହେବାର କାରଣ ଉପସ୍ଥାପନ କରିବାକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ କୌଣସି କାରଣ ଦର୍ଶାଏ ନାହିଁ, ତେବେ ଆପଣ ଏହି ଧାରଣାକୁ “କାରଣ” କିମ୍ବା “ଯେହେତୁ” ଭଳି ଏକ କାରଣ ଶବ୍ଦ ବ୍ୟବହାର କରି ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ଏହା” (ଦେଖନ୍ତୁ:)
ἀνῆκεν
ଅନୁବାଦିତ ଶବ୍ଦଟି ଉପଯୁକ୍ତ କୁ ସୂଚାଏ ଯାହା କାହାକୁ ସଠିକ୍ ଭାବରେ ସମ୍ପୃକ୍ତ କରେ । ଯଦି ଉପଯୁକ୍ତ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟ ବ୍ୟବହାର କରି ଧାରଣାକୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଚିହ୍ନଟ କରିପାରିବେ । ବିକଳ୍ପ ଅନୁବାଦ: “ଉପଯୁକ୍ତ” କିମ୍ବା “ତୁମ୍ଭର ସ୍ଥିତିକୁ ଅନୁକୂଳ” (ଦେଖନ୍ତୁ:)
ἐν Κυρίῳ
ଖ୍ରୀଷ୍ଟଙ୍କ ସହ ବିଶ୍ଵାସୀମାନଙ୍କ ମିଳନକୁ ବର୍ଣ୍ଣନା କରିବା ପାଇଁ ପାଉଲ ପ୍ରଭୁଙ୍କ ସ୍ଥାନିକ ରୂପକ ବ୍ୟବହାର କରନ୍ତି । ଏହି ପରିପ୍ରେକ୍ଷୀରେ, ପ୍ରଭୁଙ୍କଠାରେ ରହିବା, କିମ୍ବା ପ୍ରଭୁଙ୍କ ସହ ମିଳିତ ହେବାର ମାନକ ଅଟେ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସହ ତୁମ୍ଭମାନଙ୍କର ମିଳନରେ” (ଦେଖନ୍ତୁ:)
Colossians 3:19
οἱ ἄνδρες
ଏଠାରେ, ପାଉଲ ଦର୍ଶକମାନଙ୍କ ମଧ୍ୟରେ ସ୍ୱାମୀମାନଙ୍କୁ ସିଧାସଳଖ ସମ୍ବୋଧିତ କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ ବକ୍ତା ନିମ୍ନ ବାକ୍ୟର ଉଦ୍ଦିଷ୍ଟ ଦର୍ଶକ ଭାବରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବାଦ୍ ଦିଅନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେ ସ୍ୱାମୀମାନେ”
τὰς γυναῖκας
ଏଠାରେ, ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି ଯେ ସ୍ୱାମୀମାନେ “ନିଜର” ପତ୍ନୀମାନଙ୍କୁ ଭଲ ପାଇବା ଆବଶ୍ୟକ । ଅବଶ୍ୟ, ପାଉଲ ଏହି ବାକ୍ୟକୁ ଏପରି ଭାବରେ ଲେଖିଛନ୍ତି ଯେ କଲସୀୟମାନେ ତାଙ୍କର ଏହାର ଅର୍ଥ ବୁଝିବେ । ULT {ତୁମ୍ଭର} ଅନ୍ତର୍ଭୂକ୍ତ କରେ କାରଣ ପାଉଲ ଯାହା କହୁଛନ୍ତି ଏହାର ଏକ ଅତ୍ୟାବଶ୍ୟକ ଅଂଶ ଅଟେ । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ନିର୍ଦ୍ଦିଷ୍ଟ କରେ ଯେ ପାଉଲଙ୍କର ପ୍ରତ୍ୟେକ ସ୍ୱାମୀମାନଙ୍କ ପତ୍ନୀ ଅଛନ୍ତି । ବିକଳ୍ପ ଅନୁବାଦ: “{ତୁମ୍ଭର} ପତ୍ନୀ” (ଦେଖନ୍ତୁ:)
μὴ πικραίνεσθε πρὸς
ଅନୁବାଦିତ କଟୁ ଶବ୍ଦଟି କ୍ରୋଧିତ ହୋଇପାରେ (୧) ସ୍ୱାମୀ ଏପରି କରିବା କିମ୍ବା କହିବା ଯାହା ତାଙ୍କ ପତ୍ନୀଙ୍କୁ ତିକ୍ତ କିମ୍ବା ବିରକ୍ତ କରେ । ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କ ବିରୁଦ୍ଧରେ ତିକ୍ତ କରେ ତାହା କର ନାହିଁ” (୨) ସ୍ୱାମୀ କେତେକ ବିଷୟ କହନ୍ତି ଯାହା ପତ୍ନୀଙ୍କ ସହ ତିକ୍ତ କିମ୍ବା ଓଲଟପାଲଟ କରାଏ । ବିକଳ୍ପ ଅନୁବାଦ: “ସେମାନଙ୍କ ବିରୁଦ୍ଧରେ ତିକ୍ତ ହୁଅ ନାହିଁ” (ଦେଖନ୍ତୁ:)
Colossians 3:20
τὰ τέκνα
ଏଠାରେ, ପାଉଲ ପାଠକମାନଙ୍କ ମଧ୍ୟରେ ସନ୍ତାନମାନଙ୍କୁ ସମ୍ବୋଧିତ କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ ବକ୍ତା ନିମ୍ନ ବାକ୍ୟର ଉଦ୍ଦିଷ୍ଟ ଦର୍ଶକ ଭାବରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବାଦ୍ ଦେଉଛ ନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସନ୍ତାନମାନେ”
τοῖς γονεῦσιν
ଏଠାରେ, ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି ଯେ ସନ୍ତାନମାନେ “ନିଜର” ପିତାମାତାଙ୍କୁ ମାନିବା ଆବଶ୍ୟକ କି ନୁହେଁ । ଅବଶ୍ୟ, ପାଉଲ ଏହି ବାକ୍ୟକୁ ଏପରି ଭାବରେ ଲେଖିଛନ୍ତି ଯେ କଲସୀୟମାନେ ଏହାର ଅର୍ଥକୁ ସେହିପରି ବୁଝନ୍ତି । ULT {ତୁମ୍ଭର} ଅନ୍ତର୍ଭୂକ୍ତ କରେ କାରଣ ପାଉଲ ଯାହା କହୁଛନ୍ତି ଏହାର ଏକ ଅତ୍ୟାବଶ୍ୟକ ଅଂଶ ଅଟେ । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ନିର୍ଦ୍ଦିଷ୍ଟ କରେ ଯେ ପାଉଲ ପ୍ରତ୍ୟେକ ସନ୍ତାନର ପିତାମାତାଙ୍କୁ ସ୍ମରଣ କରନ୍ତି । ବିକଳ୍ପ ଅନୁବାଦ: “{ତୁମ୍ଭର} ପିତାମାତା” (ଦେଖନ୍ତୁ:)
κατὰ πάντα
ସମସ୍ତ ବିଷୟରେ ଅନୁବାଦିତ ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହା ସୂଚାଏ ଯେ ସନ୍ତାନମାନେ “ସେମାନଙ୍କ ପିତାମାତା ଯାହା ନିର୍ଦ୍ଦେଶ ପ୍ରଦାନ କରନ୍ତି” କିମ୍ବା “ପ୍ରତ୍ୟେକ ପରିସ୍ଥିତିରେ” ମାନିବା ଉଚିତ ଅଟେ । ଯଦି ସମସ୍ତ ବିଷୟରେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବିଷୟରେ ସେମାନେ ତୁମ୍ଭମାନଙ୍କୁ କରିବାକୁ କୁହନ୍ତି” (ଦେଖନ୍ତୁ:)
γὰρ
ଅନୁବାଦିତ ପାଇଁ ଶବ୍ଦଟି କୌଣସି ବିଷୟ ପାଇଁ ଆଧାର ବା କାରଣକୁ ପରିଚିତ କରାଏ, ଏଠାରେ ସନ୍ତାନମାନଙ୍କୁ ପାଉଲ ଆଜ୍ଞା କରନ୍ତି । ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ନିର୍ଦ୍ଦେଶର କାରଣକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ପରଠାରୁ” (ଦେଖନ୍ତୁ:)
εὐάρεστόν ἐστιν
ଯଦି କୌଣସି ବିଷୟ ଆନନ୍ଦଦାୟକ, ଏହାର ଅର୍ଥ ସେହି ବ୍ୟକ୍ତି “ସନ୍ତୁଷ୍ଟ” ସେହି ବିଷୟକୁ ଗ୍ରହଣୀୟ, କିମ୍ବା ଆନନ୍ଦଦାୟକ ମନେ କରନ୍ତି । ଯଦି ଆପଣଙ୍କ ଭାଷାରେ ପ୍ରସନ୍ନ ହୁଏ, ତେବେ ଆପଣ ଏକ ଶବ୍ଦ ବ୍ୟବହାର କରିପାରିବ ଯାହା ଜୋର ଦେଇଥାଏ ଯେ ପିତାମାତାଙ୍କ ଆଜ୍ଞା ହେବା ଈଶ୍ଵରଙ୍କ ପାଇଁ ଗ୍ରହଣୀୟ । ବିକଳ୍ପ ଅନୁବାଦ: “ଗ୍ରହଣୀୟ” (ଦେଖନ୍ତୁ:)
εὐάρεστόν
ପିତାମାତାଙ୍କ ପ୍ରତି ଆଜ୍ଞା କାହାକୁ ସନ୍ତୁଷ୍ଟ କରେ, ତାହା ପାଉଲ ଦର୍ଶାଇ ନାହାଁନ୍ତି, କିନ୍ତୁ ଏହା ସ୍ପଷ୍ଟ ଯେ ଏହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ । ଯଦି ଆପଣଙ୍କ ଭାଷା ଦର୍ଶାଇବ କିଏ ଖୁସି, ଆପଣ ସ୍ପଷ୍ଟ ଭାବରେ କହିପାରିବ ଯେ ଏହା ଈଶ୍ଵର ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ପ୍ରସନ୍ନ” (ଦେଖନ୍ତୁ:)
ἐν Κυρίῳ
୩:୧୮ ପରି, ପାଉଲ ଖ୍ରୀଷ୍ଟଙ୍କ ସହ ବିଶ୍ଵାସୀମାନଙ୍କ ମିଳନକୁ ବର୍ଣ୍ଣନା କରିବା ପାଇଁ ପ୍ରଭୁଙ୍କ ସ୍ଥାନିକ ରୂପକ ବ୍ୟବହାର କରନ୍ତି । ଏହି ପରିପ୍ରେକ୍ଷୀରେ, ପ୍ରଭୁଙ୍କଠାରେ ରହିବା, କିମ୍ବା ପ୍ରଭୁଙ୍କ ସହ ମିଳିତ ହେବା, ନିର୍ଦ୍ଦିଷ୍ଟ ଭାବରେ ଚିହ୍ନଟ କରେ ଯେ ଯେଉଁମାନେ ପ୍ରଭୁଙ୍କ ସହ ଏକ ଅଟନ୍ତି, ସେମାନେ ଏହିପରି ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସହ ତୁମ୍ଭମାନଙ୍କର ମିଳନରେ” (ଦେଖନ୍ତୁ:)
Colossians 3:21
οἱ πατέρες
ଏଠାରେ, ପାଉଲ ପାଠକମାନଙ୍କ ମଧ୍ୟରେ ପିତାମାନଙ୍କୁ ସିଧାସଳଖ ସମ୍ବୋଧିତ କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ ବକ୍ତା ନିମ୍ନ ଶବ୍ଦର ଉଦ୍ଦିଷ୍ଟ ଦର୍ଶକ ଭାବରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବାଦ୍ ଦେଉଛନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେ ପିତା”
μὴ ἐρεθίζετε τὰ τέκνα ὑμῶν
ଏହି ପ୍ରସଙ୍ଗରେ ବିରକ୍ତ କର ଅନୁବାଦ ହୋଇଥିବା ଶବ୍ଦଟି କାହାକୁ ବିରକ୍ତ କରିବା କିମ୍ବା ସେମାନଙ୍କୁ କ୍ରୋଧିତ କରିବା ବିଷୟରେ ସୂଚାଏ । ଯଦି ବିରକ୍ତ ହୁଏ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି କିମ୍ବା ଏକ ଛୋଟ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ” କିମ୍ବା “ତୁମ୍ଭ ପିଲାମାନଙ୍କୁ କ୍ରୋଧରେ ଉତ୍ତେଜିତ କର ନାହିଁ” (ଦେଖନ୍ତୁ:)
ἵνα μὴ ἀθυμῶσιν
ଏହି ବାକ୍ୟାଂଶ ପୂର୍ବ ନିର୍ଦ୍ଦେଶର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟକୁ ସୂଚାଏ, କିନ୍ତୁ ଏହି ଉଦ୍ଦେଶ୍ୟ ନକାରାତ୍ମକ ଅଟେ । ଯଦି ଆପଣଙ୍କର ଭାଷାର ଏକ ନକାରାତ୍ମକ ଉଦ୍ଦେଶ୍ୟ ସୂଚାଇବା ପାଇଁ ଏକ ପାରମ୍ପାରିକ ଉପାୟ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନଚେତ ସେମାନେ ନିରାଶ ହେବେ” (ଦେଖନ୍ତୁ:)
μὴ ἀθυμῶσιν
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ପିତାଙ୍କ ସହ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ସେମାନଙ୍କୁ ନିରାଶ ନ କର” (ଦେଖନ୍ତୁ:)
ἀθυμῶσιν
ଅନୁବାଦିତ ଶବ୍ଦ ସେମାନେ ହୁଏତ… ନିରାଶ ହେବେ ଭାବନାକୁ ବର୍ଣ୍ଣନା କରେ । ଯଦି ଏହି ବାକ୍ୟାଂଶ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ଏହି ଧାରଣାକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ସେମାନେ ହୁଏତ… ନିରାଶ ହୋଇପାରନ୍ତି” କିମ୍ବା “ସେମାନେ ହୁଏତ ହୃଦୟ ହରାଇ ପାରନ୍ତି” (ଦେଖନ୍ତୁ:)
Colossians 3:22
οἱ δοῦλοι
ଏଠାରେ, ପାଉଲ ପାଠକମାନଙ୍କ ମଧ୍ୟରେ ଦାସମାନଙ୍କୁ ସିଧାସଳଖ ସମ୍ବୋଧିତ କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ ବକ୍ତା ନିମ୍ନ ବାକ୍ୟର ଉଦ୍ଦିଷ୍ଟ ପାଠକ ଭାବରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବାଦ୍ ଦେବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦାସ”
τοῖς κατὰ σάρκα κυρίοις
ଶରୀର ଅନୁଯାୟୀ ବାକ୍ୟାଂଶ ମାଲିକମାନଙ୍କୁ ଏହି ପୃଥିବୀରେ ମନୁଷ୍ୟ ଭାବରେ ବର୍ଣ୍ଣନା କରେ । ଏହି ଗୁରୁମାନଙ୍କୁ ବର୍ଣ୍ଣନା କରିବା ପାଇଁ ପାଉଲ ଏହି ବାକ୍ୟାଂଶ ବ୍ୟବହାର କରନ୍ତି କାରଣ ସେ ଏହି ଗୁରୁମାନଙ୍କ ଉପରେ “ଗୁରୁ” ସହ ଏକ ଭିନ୍ନତା ସ୍ଥାପନ କରିସାରିଛନ୍ତି: ଯୀଶୁ (ଦେଖନ୍ତୁ ୪:୧) । ଯଦି ଶରୀର ଅନୁଯାୟୀ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବ କିମ୍ବା “ମାନବ” କିମ୍ବା “ପାର୍ଥିବ” ଭଳି ଏକ ବିଶେଷଣ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପାର୍ଥିବ ଗୁରୁ” କିମ୍ବା “ତୁମ୍ଭମାନଙ୍କର ମାନବ ଗୁରୁ” (ଦେଖନ୍ତୁ:)
τοῖς…κυρίοις
ଏଠାରେ, ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି ଯେ ଦାସମାନେ “ନିଜର” ମାଲିକମାନଙ୍କୁ ମାନିବା ଉଚିତ କି ନୁହେଁ । ଅବଶ୍ୟ, ପାଉଲ ଏହି ବାକ୍ୟକୁ ଏପରି ଭାବରେ ଲେଖନ୍ତି ଯେ କଲସୀୟମାନେ ତାଙ୍କର ଏହି ଅର୍ଥକୁ ବୁଝନ୍ତି । ULT {ତୁମ୍ଭର} ଅନ୍ତର୍ଭୂକ୍ତ କରେ କାରଣ ପାଉଲ ଯାହା କହୁଛନ୍ତି ଏହାର ଏକ ଅତ୍ୟାବଶ୍ୟକ ଅଂଶ ଅଟେ । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ନିର୍ଦ୍ଦିଷ୍ଟ କରେ ଯେ ପାଉଲଙ୍କର ପ୍ରତ୍ୟେକ ଦାସର ମାଲିକ ଅଛନ୍ତି । ବିକଳ୍ପ ଅନୁବାଦ: “{ତୁମ୍ଭର} କର୍ତ୍ତା’” (ଦେଖନ୍ତୁ:)
κατὰ πάντα
୩:୨୦ ପୃ, ସବୁ ବିଷୟରେ ଅନୁବାଦିତ ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହା ସୂଚାଏ ଯେ ଦାସମାନେ “ସେମାନଙ୍କର ମୁନିବଙ୍କ ଆଜ୍ଞା” କିମ୍ବା “ପ୍ରତ୍ୟେକ ପରିସ୍ଥିତିରେ” ପାଳନ କରିବା ଉଚିତ । ଯଦି ସବୁ ବିଷୟରେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି ବ୍ୟବହାର କରିପାରିବ କିମ୍ବା ବିଷୟଗୁଡ଼ିକ କ’ଣ ତାହା ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବିଷୟରେ ସେମାନେ ତୁମ୍ଭମାନଙ୍କୁ କରିବାକୁ କୁହନ୍ତି” (ଦେଖନ୍ତୁ:)
μὴ ἐν ὀφθαλμοδουλεία
ଅନୁବାଦିତ *ଦୃଷ୍ଟି ଆଗରେ କର୍ମ * ଶବ୍ଦଟି ବର୍ଣ୍ଣନା କରେ ଯେ ଲୋକମାନେ ଠିକ୍ କାର୍ଯ୍ୟ କରିବା ଅପେକ୍ଷା ବେଳେବେଳେ ଭଲ ଦେଖାଯିବା ପାଇଁ କିପରି ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଦୃଷ୍ଟି ଆଗରେ କର୍ମ ଅସ୍ପଷ୍ଟ ହୁଏ ତେବେ ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି କିମ୍ବା ଏକ ଛୋଟ ବାକ୍ୟ ବ୍ୟବହାର କରିପାରିବେ ଯେପରିକି “ପ୍ରଭାବଶାଳୀ ଦେଖାଯିବାକୁ ଇଚ୍ଛା” । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅନ୍ୟମାନଙ୍କୁ କିପରି ଦେଖାଯିବ ସେଥିପ୍ରତି ଧ୍ୟାନ ଦେଉନାହଁ” (ଦେଖନ୍ତୁ:)
ὡς ἀνθρωπάρεσκοι
ଅନୁବାଦିତ ଶବ୍ଦ “ଲୋକମାନଙ୍କର ଆଖିଦୃଶିଆ” ବିଷୟରେ ଚିନ୍ତା କରୁଥିବା ଲୋକମାନଙ୍କୁ ବର୍ଣ୍ଣନା କରେ । ଲୋକମାନେ ପ୍ରସନ୍ନ ହୁଅନ୍ତି ଯେଉଁମାନେ ଈଶ୍ଵର ଯାହା ଇଚ୍ଛା କରନ୍ତି ତାହା କରିବା ପରିବର୍ତ୍ତେ ମନୁଷ୍ୟକୁ ପ୍ରଭାବିତ କରିବା ଉପରେ ଧ୍ୟାନ ପ୍ରଦାନ କରନ୍ତି । ଯଦି ଏହି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଜୋର ଦେଇ ପାରିବ ଯେ ଲୋକମାନେ ପ୍ରସନ୍ନକାରୀମାନେ କେବଳ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି, ଈଶ୍ଵରଙ୍କ ନୁହେଁ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ଅପେକ୍ଷା ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି” (ଦେଖନ୍ତୁ:)
ἐν ἁπλότητι καρδίας
ପାଉଲ ଏଠାରେ ଏକ ହୃଦୟକୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହା ଏହାର ଆନ୍ତରିକତା ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ “ଆନ୍ତରିକତା” ଭଳି ଏକ ବିଶେଷଣ ସହ ଆନ୍ତରିକତାର ଅନୁବାଦ କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଆନ୍ତରିକ ହୃଦୟ ସହ” (ଦେଖନ୍ତୁ:)
ἐν ἁπλότητι καρδίας
ଯଦି ଆପଣଙ୍କ ଭାଷା ଆନ୍ତରିକତା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଆନ୍ତରିକତା” ଭଳି ବିଶେଷଣ ବ୍ୟବହାର କରି ଏବଂ “ଆନ୍ତରିକତାର ସହ ” ବିଶେଷଣ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ହୃଦୟରେ” କିମ୍ବା “ଏକ ହୃଦୟ ସହ” (ଦେଖନ୍ତୁ:)
καρδίας
ପାଉଲଙ୍କ ସଂସ୍କୃତିରେ, ହୃଦୟ ସେହି ସ୍ଥାନ ଯେଉଁଠାରେ ଜଣେ ବ୍ୟକ୍ତି ଭାବନ୍ତି ଏବଂ ଇଚ୍ଛା କରନ୍ତି ବୁଝାଏ । ଯଦି ଆପଣଙ୍କ ଭାଷାରେ ହୃଦୟର ସେହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ସେହି ସ୍ଥାନକୁ ସୂଚାଇ ପାରିବ ଯେଉଁଠାରେ ମନୁଷ୍ୟମାନେ ଆପଣଙ୍କ ସଂସ୍କୃତିରେ ଭାବନ୍ତି କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନର” କିମ୍ବା “ଇଚ୍ଛା” (ଦେଖନ୍ତୁ:)
φοβούμενοι τὸν Κύριον
ପ୍ରଭୁଙ୍କୁ ଭୟ କରୁଥିବା ବାକ୍ୟଟି ବର୍ଣ୍ଣନା କରିପାରେ: (୧) ଦାସମାନେ ସେମାନଙ୍କର ମାଲିକମାନଙ୍କୁ କାହିଁକି ମାନିବା ଉଚିତ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ପ୍ରଭୁଙ୍କୁ ଭୟ କର” (୨) ଦାସମାନେ ସେମାନଙ୍କର ମାଲିକମାନଙ୍କୁ ମାନିବାର ଉପାୟ ବା ପଦ୍ଧତି । ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ଭୟ ଦେଖାଇବା” କିମ୍ବା “ଏକ ଉପାୟରେ ଯାହା ଦର୍ଶାଏ ଯେ ତୁମ୍ଭେମାନେ ପ୍ରଭୁଙ୍କୁ ଭୟ କରୁଛ” (ଦେଖନ୍ତୁ:)
Colossians 3:23
ὃ ἐὰν ποιῆτε
ପାଉଲଙ୍କ ସଂସ୍କୃତିରେ, ସମସ୍ତ ସମ୍ଭାବନାକୁ ଅନ୍ତର୍ଭୁକ୍ତ କରି କୌଣସି ବିଷୟକୁ ସୂଚାଇବା ପାଇଁ ଏହା ଏକ ସ୍ୱାଭାବିକ ଉପାୟ ଅଟେ । ଯଦି ଏହି ବାକ୍ୟାଂଶ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସମସ୍ତ ସମ୍ଭାବ୍ୟ କାର୍ଯ୍ୟକୁ ସୂଚୀତ କରିବାର ଏକ ପାରମ୍ପାରିକ ଉପାୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା କିଛି କର” (ଦେଖନ୍ତୁ:)
ἐκ ψυχῆς
ପ୍ରାଣରୁ କାର୍ଯ୍ୟ କରିବା ଇଂରାଜୀ ରୂଢ଼ି ସହ “ସମସ୍ତଙ୍କର ହୃଦୟ ସହ” କାର୍ଯ୍ୟ କରିବା ସହ ତୁଳନାତ୍ମକ ଅଟେ, ଯାହାକି କିଛି ପଛରେ ନ ରଖି ପରିଶ୍ରମ ସହ କିଛି କରିବାକୁ ସୂଚାଏ । ଯଦି ଆପଣଙ୍କ ଭାଷାରେ ପ୍ରାଣରୁ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ସମସ୍ତ ହୃଦୟରେ” କିମ୍ବା “ତୁମ୍ଭର ସମସ୍ତ ଶକ୍ତିରେ” (ଦେଖନ୍ତୁ:)
ὡς τῷ Κυρίῳ καὶ οὐκ ἀνθρώποις
ଏହି ପାର୍ଥକ୍ୟ ସୂଚାଏ ଯେ, ଯଦିଓ ସେମାନେ ମନୁଷ୍ୟର ସେବା କରନ୍ତି, ତଥାପି ସେମାନେ ସେମାନଙ୍କର କାର୍ଯ୍ୟକୁ ପ୍ରଭୁଙ୍କ ସେବାରେ କିମ୍ବା ସେବାରେ ବିବେଚନା କରିବା ଉଚିତ । ଯଦି ଏହି ବାକ୍ୟର ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ବିପରୀତ ବାକ୍ୟାଂଶ ସହ ପ୍ରକାଶ କରିପାରିବେ ଯେପରିକି “ଯଦିଓ” । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସେବା କରିବା, ଯଦିଓ ତୁମ୍ଭେମାନେ ମନୁଷ୍ୟମାନଙ୍କର ସେବା କରୁଛ” (ଦେଖନ୍ତୁ:)
ἀνθρώποις
ଅନୁବାଦିତ ପୁରୁଷ ଶବ୍ଦ କେବଳ ପୁରୁଷ ଲୋକମାନଙ୍କୁ ନୁହେଁ ବରଂ ସାଧାରଣତଃ ମନୁଷ୍ୟକୁ ବୁଝାଏ । ଯଦି ପୁରୁଷମାନେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସାଧାରଣତଃ ଲୋକ କିମ୍ବା ମନୁଷ୍ୟକୁ ସୂଚାଏ । ବିକଳ୍ପ ଅନୁବାଦ: “ମନୁଷ୍ୟକୁ” କିମ୍ବା “ଲୋକମାନଙ୍କ ପାଇଁ” (ଦେଖନ୍ତୁ:)
Colossians 3:24
εἰδότες
ଜ୍ଞାନ ଅନୁବାଦିତ ଶବ୍ଦଟି ଏକ କାରଣ ଦର୍ଶାଏ ଯାହା ପାଉଲ ୩:୨୨–୨୩ ରେ ଉଲ୍ଲେଖ କରନ୍ତି । ଯଦି ଜାଣିବା ଆପଣଙ୍କ ଭାଷାରେ କୌଣସି କାରଣ ଉପସ୍ଥାପନ କରିବ ନାହିଁ, ତେବେ ଆପଣ “କାରଣ” ପରି ଶବ୍ଦ ବ୍ୟବହାର କରି ଏହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଜାଣିଛ” କିମ୍ବା “ତୁମ୍ଭେମାନେ ଜାଣିଛ” (ଦେଖନ୍ତୁ:)
τὴν ἀνταπόδοσιν τῆς κληρονομίας
ଏଠାରେ, ପାଉଲ ପୁରସ୍କାରକୁ ଉତ୍ତରାଧିକାରୀ ଭାବରେ ଚିହ୍ନିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷା ଏହି ଉପାୟରେ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ସ୍ପଷ୍ଟ କରିପାରିବେ ଯେ ଏହି ଦୁଇଟି ଶବ୍ଦ ସମାନ ବିଷୟର ନାମକୁ ଉଲ୍ଲେଖ କରେ ଯେପରି “ତାହା” ଅଟେ । ବିକଳ୍ପ ଅନୁବାଦ: “ପୁରସ୍କାର, ଅର୍ଥାତ୍ ଉତ୍ତରାଧିକାରୀ” କିମ୍ବା “ପୁରସ୍କାର, ଯାହା ତୁମ୍ଭର ଉତ୍ତରାଧିକାରୀ” (ଦେଖନ୍ତୁ:)
τὴν ἀνταπόδοσιν τῆς κληρονομίας
ଯଦି ଆପଣଙ୍କ ଭାଷା ପୁରସ୍କାର ଏବଂ ଉତ୍ତରାଧିକାର ପଛରେ ଥିବା ଧାରଣା ପାଇଁ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସେହି ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କୁ ଯାହା ଦେବାକୁ ପ୍ରତିଜ୍ଞା କରିଛନ୍ତି” (ଦେଖନ୍ତୁ:)
τῷ Κυρίῳ Χριστῷ δουλεύετε
ଏଠାରେ, ପାଉଲ ଏକ ସରଳ ବକ୍ତବ୍ୟକୁ (୧) ଏକ ସ୍ମାରକ ଭାବରେ ବ୍ୟବହାର କରନ୍ତି ଯାହା ଦର୍ଶାଏ ଯେ ସେମାନେ ପ୍ରକୃତରେ କାମ କରନ୍ତି । ବିକଳ୍ପ ଅନୁବାଦ: “ମନେରଖନ୍ତୁ ଯେ ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କର” (୨) କାହାକୁ ସେବା କରିବା ଉଚିତ୍ ଏକ ଆଜ୍ଞା ଅଟେ । ବିକଳ୍ପ ଅନୁବାଦ: “ପ୍ରଭୁ ଖ୍ରୀଷ୍ଟଙ୍କ ସେବା କର” କିମ୍ବା “ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରିବା ଉଚିତ୍” (ଦେଖନ୍ତୁ:)
Colossians 3:25
γὰρ
ପୂର୍ବରୁ ଅନୁବାଦ କରାଯାଇଥିବା ପାଇଁ ଶବ୍ଦଟି ଯାହା କୁହାଯାଇଛି ତାହା ପାଇଁ ସମର୍ଥନ ଉପସ୍ଥାପନ କରେ । ଏଠାରେ, ପାଉଲ ଏହାକୁ ମାନିବା ପାଇଁ ଏକ ନକାରାତ୍ମକ କାରଣ ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି (ସେ ୩:୨୪ ରେ ଏକ ସକାରାତ୍ମକ କାରଣ ଦେଇସାରିଛନ୍ତି) । ଯଦି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବ ଯେ ଏହା ଆଜ୍ଞାର ଅନ୍ୟ ଏକ କାରଣ ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “ଏହିସବୁ କର କାରଣ” (ଦେଖନ୍ତୁ:)
ὁ…ἀδικῶν…ἠδίκησεν
ଏଠାରେ, ପାଉଲ ସାଧାରଣତଃ ଯିଏ ଅନ୍ୟାୟ କରନ୍ତି ସେ ବିଷୟରେ ସାଧାରଣ କଥା କୁହନ୍ତି । ତଥାପି, ସେ ଏହି ସାଧାରଣ ବିବୃତ୍ତିକୁ ସେ ଯେଉଁ ଦାସମାନଙ୍କୁ ସମ୍ବୋଧିତ କରୁଛନ୍ତି (କର୍ତ୍ତା ନୁହଁନ୍ତି, ଯେହେତୁ ସେ ୪:୧ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ବୋଧନ କରନ୍ତି ନାହିଁ) ନିର୍ଦ୍ଦେଶ ପ୍ରଦାନ କରନ୍ତି । ଯଦି ଏହି ସାଧାରଣ ବାକ୍ୟ ଗଠନକୁ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସାଧାରଣ ବାକ୍ୟ ପାଇଁ ଏକ ପାରମ୍ପାରିକ ବାକ୍ୟ ଗଠନ ବ୍ୟବହାର କରିପାରିବେ କିମ୍ବା ଦାସମାନଙ୍କୁ ଠିକଣା ଭାବରେ ଅନ୍ତର୍ଭୁକ୍ତ କରିପାରିବ । ବିକଳ୍ପ ଅନୁବାଦ: “ତୁମମାନଙ୍କ ମଧ୍ୟରୁ ଯେଉଁମାନେ ଅନ୍ୟାୟ କରନ୍ତି… ତୁମ୍ଭେମାନେ ଅନ୍ୟାୟ କରିଅଛ” (ଦେଖନ୍ତୁ:)
ἀδικῶν
ଯଦି ଆପଣଙ୍କ ଭାଷା ଅନ୍ୟାୟ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଭିନ୍ନ ଭାବରେ ପ୍ରକାଶ କରିପାରିବେ, ଯେପରିକି ଏକ କ୍ରିୟା ବିଶେଷଣ ସହ । ବିକଳ୍ପ ଅନୁବାଦ: “ଅନ୍ୟାୟ କରିବା” କିମ୍ବା “ଅନ୍ୟାୟ ବିଷୟ କରିବା” (ଦେଖନ୍ତୁ:)
κομιεῖται ὃ ἠδίκησεν
ଏହି ପରିପ୍ରେକ୍ଷୀରେ, ଅନୁବାଦିତ ଶବ୍ଦଟି ଦେୟ କିମ୍ବା ଅନ୍ୟ କିଛି ବଦଳରେ କିଛି ପାଇବାକୁ ସୂଚାଏ । ପାଉଲ, ତେଣୁ କୁହନ୍ତି ଯେପରି ଅନ୍ୟାୟ କରୁଥିବା ବ୍ୟକ୍ତି ଦେୟ ଭାବରେ ଗ୍ରହଣ କରିବ କିମ୍ବା ସେ ଯାହା କରେ ତାହା ଠିକ୍ ଭାବରେ ଦେବେ । ଏହା ଦ୍ଵାରା, ପାଉଲ କହନ୍ତି ଯେ ଯେଉଁମାନେ ଅଧର୍ମ କରନ୍ତି, ସେମାନେ ଈଶ୍ଵରଙ୍କୁ ଦଣ୍ଡ ଦେବେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅପରାଧ ସହ ମେଳ ଖାଉଥିବା ଦଣ୍ଡ ପାଇବ” (ଦେଖନ୍ତୁ:)
οὐκ ἔστιν προσωπολημψία
ଯଦି ଆପଣଙ୍କର ଭାଷା ପକ୍ଷପାତିତା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି ଧାରଣାକୁ “ଅନୁଗ୍ରହ” କିମ୍ବା ଏକ ଛୋଟ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର କାହାକୁ ପକ୍ଷପାତ କରନ୍ତି ନାହିଁ” କିମ୍ବା “ଈଶ୍ଵର ସମସ୍ତଙ୍କୁ ସମାନ ମାନଦଣ୍ଡ ଦ୍ୱାରା ବିଚାର କରନ୍ତି” (ଦେଖନ୍ତୁ:)
Colossians 4
କଲସୀୟ ୪ ସାଧାରଣ ଟିପ୍ପଣୀଗୁଡ଼ିକ
ଗଠନ ଏବଂ ଆକାର
୪:୧ ବିଭାଗର ଅଟେ ଯାହାକି ୩:୧୮ରେ ଆରମ୍ଭ ହୁଏ, ଯଦିଓ ଏହା ଏହି ଅଧ୍ୟାୟରେ ଅଛି । ୩. ଉତ୍ସାହ ବିଭାଗ • ବାହାର ଲୋକମାନଙ୍କ ପ୍ରତି ପ୍ରାର୍ଥନା ଅନୁରୋଧ ଏବଂ ଆଚରଣ (୪: ୨-୬) ୪. ପତ୍ର ଶେଷ(୪: ୭-୧୮) • ବାର୍ତ୍ତା ବାହକ (୪: ୭–୯) ବନ୍ଧୁମାନଙ୍କଠାରୁ ଶୁଭେଚ୍ଛା (୪: ୧୦–୧୪) ପାଉଲଙ୍କ ତରଫରୁ ଶୁଭେଚ୍ଛା ଏବଂ ନିର୍ଦ୍ଦେଶ (୪: ୧୫-୧୭) ପାଉଲଙ୍କ ନିଜ ହସ୍ତରେ ଅଭିବାଦନ (୪:୧୮)
ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ
ପତ୍ର ଲେଖିବା ଏବଂ ପଠାଇବା
ଏହି ସଂସ୍କୃତିରେ, ଏକ ପତ୍ର ପଠାଇବାକୁ ଚାହୁଁଥିବା ବ୍ୟକ୍ତି ପ୍ରାୟତ ଯାହା କହିବାକୁ ଚାହାଁନ୍ତି ତାହା କହିଥଲେ, ଏବଂ ଜଣେ ଲେଖକ ଏହାକୁ ସେମାନଙ୍କ ପାଇଁ ଲେଖିଥିଲେ । ତାପରେ, ସେମାନେ ଏକ ବାର୍ତ୍ତାବାହକ ସହ ଏହି ପତ୍ର ପଠାନ୍ତି, ଯିଏ କି ସେହି ପତ୍ରଟିକୁ ପାଠ କରେ କିମ୍ବା ଲୋକମାନଙ୍କୁ ସମ୍ବୋଧିତ କରେ । ଏହି ଅଧ୍ୟାୟରେ, ପାଉଲ ତାଙ୍କ ବାର୍ତ୍ତା ପଠାଉଥିବା ଦୂତମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି: ତୁଖିକ ଏବଂ ଅନୀସିମ (୪:୭–୯) । ସେ ପତ୍ରରେ କହିବା ଅପେକ୍ଷା ପାଉଲଙ୍କ ଅବସ୍ଥା ବିଷୟରେ ଅଧିକ ପ୍ରକାଶ କରିବାରେ ସକ୍ଷମ ଅଟନ୍ତି । ଏହା ସହ, ପାଉଲ ଉଲ୍ଲେଖ କରନ୍ତି ଯେ ସେ “ମୋର ନିଜ ହାତରେ” ଅନ୍ତିମ ଅଭିବାଦନ ଲେଖନ୍ତି (୪:୧୮) । ଏହାର କାରଣ, ବାକି ପତ୍ରକୁ ଜଣେ ଶାସ୍ତ୍ରୀ ଲେଖନ୍ତି, ଯିଏ ପାଉଲ ଯାହା ଲେଖିଛନ୍ତି ତାହା ଲେଖିଛନ୍ତି । ବ୍ୟକ୍ତିଗତ ସ୍ପର୍ଶ ଭାବରେ ପାଉଲ ଶେଷ ଅଭିବାଦନ ଲେଖିଥିଲେ ଏବଂ ପ୍ରମାଣ କରିଥିଲେ ଯେ ସେ ପ୍ରକୃତରେ ଲେଖକ ଅଟନ୍ତି ।
ଅଭିବାଦନ
ଏହି ସଂସ୍କୃତିରେ, ଯେଉଁମାନେ ପତ୍ର ପଠାଉଥିଲେ ସେମାନଙ୍କ ପତ୍ରରେ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସାଧାରଣ କଥା ଥିଲା । ଏହିପରି, ଅନେକ ଲୋକ ପରସ୍ପରକୁ ଅଭିବାଦନ କରିପାରନ୍ତି କିନ୍ତୁ କେବଳ ଗୋଟିଏ ପତ୍ର ପଠାନ୍ତି । ପାଉଲ ଅନେକ ଲୋକମାନଙ୍କୁ ଶୁଭେଚ୍ଛା ଜଣାନ୍ତି ଯାହା ସେ ଏବଂ କଲସୀୟମାନେ ୪:୧୦–୧୫ ରେ ଜାଣନ୍ତି ।
ଏହି ଅଧ୍ୟାୟର ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ
ପାଉଲଙ୍କ ବନ୍ଧନ
“ବନ୍ଧନ” ଏବଂ “ବାନ୍ଧିବା” ର ଭାଷା ବ୍ୟବହାର କରି ପାଉଲ ଏହି ଅଧ୍ୟାୟରେ ତାଙ୍କ ବନ୍ଧନକୁ ସୂଚାନ୍ତି। ସେ କହନ୍ତି ଯେ ସେ ୪:୩ ରେ “ବନ୍ଧା” ହୋଇଛନ୍ତି ଏବଂ ୪:୧୮ ରେ ସେ ତାଙ୍କର “ବନ୍ଧନ” ବିଷୟରେ ଉଲ୍ଲେଖ କରିଛନ୍ତି । ବନ୍ଧନ ଏବଂ ବନ୍ଧନର ଭାଷା ଜୋର ଦେଇଥାଏ ଯେ ପାଉଲ ବନ୍ଧନରେ ରହି ତାଙ୍କ ଗତିବିଧି ଏବଂ କାର୍ଯ୍ୟକଳାପରେ କିପରି ସୀମିତ ଅଟନ୍ତି । ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ “ସ୍ୱର୍ଗର କର୍ତ୍ତା” ୪:୧ ରେ, ପାଉଲ “ସ୍ୱର୍ଗର କର୍ତ୍ତା” କୁ ସୂଚାଏ । ଏହି ପଦରେ “ଗୁରୁ” ଏବଂ “କର୍ତ୍ତା” ଅନୁବାଦ ହୋଇଥିବା ଶବ୍ଦଟି ସମାନ ଶବ୍ଦ ଯାହା ସମଗ୍ର କଲସୀୟମାନଙ୍କ ମଧ୍ୟରେ “ପ୍ରଭୁ” ଭାବରେ ଅନୁବାଦ କରାଯାଇଥାଏ । ପାଉଲଙ୍କ ବିନ୍ଦୁକୁ ବର୍ଣ୍ଣନା କରିବା ପାଇଁ ଏହି ପଦରେ ଏହା “ଗୁରୁ” ଭାବରେ ଅନୁବାଦ କରାଯାଇଛି: ଯେଉଁମାନେ ପୃଥିବୀରେ “ଗୁରୁ” ଅଟନ୍ତି, ସେମାନେ ମଧ୍ୟ ସ୍ୱର୍ଗରେ ସେମାନଙ୍କର ପ୍ରଭୁ ଅଟନ୍ତି । ଯଦି ସମ୍ଭବ, ଏହି ଅନୁବାଦକୁ ଆପଣଙ୍କ ଅନୁବାଦରେ ସ୍ପଷ୍ଟ କରନ୍ତୁ ।
Colossians 4:1
οἱ κύριοι
ଏଠାରେ, ପାଉଲ ପାଠକମାନଙ୍କ ମଧ୍ୟରେ କର୍ତ୍ତାମାନଙ୍କୁ ସିଧାସଳଖ ସମ୍ବୋଧିତ କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ସୂଚାଇଥାଏ ଯେ ବକ୍ତା ନିମ୍ନ ବାକ୍ୟର ଉଦ୍ଦିଷ୍ଟ ପାଠକ ଭାବରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବାଦ୍ ଦେଉଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କର୍ତ୍ତା”
τὸ δίκαιον καὶ τὴν ἰσότητα τοῖς δούλοις παρέχεσθε
ଏଠାରେ, ପାଉଲ କହନ୍ତି ଯେ କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ କିପରି ବ୍ୟବହାର କରନ୍ତି ଯେପରି କର୍ତ୍ତା ସେମାନଙ୍କର ଦାସମାନଙ୍କ ସହ କିପରି ବ୍ୟବହାର କରନ୍ତି “ମାଲିକ” ଦେଉଛନ୍ତି । ଏହା ଦ୍ଵାରା, ସେ କହନ୍ତି ଯେ ଦିଆଯାଇଥିବା ବିଷୟ (ଯାହା ଠିକ ଏବଂ ନ୍ୟାୟଯୁକ୍ତ) ତାହା ହେଉଛି ଦାସଙ୍କ ସହ କର୍ତ୍ତାମାନଙ୍କ କାରବାରକୁ ବର୍ଣ୍ଣିତ କରେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ “ସଠିକ” ଭଳି କ୍ରିୟା ସହ “ଉଚିତ” ଏବଂ “ଯଥାର୍ଥ” ଭଳି ବିଶେଷଣ ବ୍ୟବହାର କରି ଏହି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଦାସମାନଙ୍କ ପ୍ରତି ସଠିକ ଏବଂ ଯଥାର୍ଥ କାର୍ଯ୍ୟ କର” (ଦେଖନ୍ତୁ:)
τὸ δίκαιον καὶ τὴν ἰσότητα
ନ୍ୟାୟ ଅନୁବାଦ କରାଯାଇଥିବା ଶବ୍ଦ ଜଣକୁ କିମ୍ବା କିଛି ବର୍ଣ୍ଣନା କରେ ଯାହା ନିୟମ, ନୀତି ଏବଂ ଆଶାକୁ ସଠିକ୍ ଭାବରେ ଅନୁସରଣ କରେ । ଉଚିତ ଅନୁବାଦ ହୋଇଥିବା ଶବ୍ଦ କାହାକୁ କିମ୍ବା ବର୍ଣ୍ଣନା କରେ ଯାହା ନିରପେକ୍ଷ ଏବଂ ପକ୍ଷ ଗ୍ରହଣ କରେ ନାହିଁ । ଯଦି ଆପଣଙ୍କ ଭାଷାରେ ଶବ୍ଦ ଅଛି ଯାହା ପ୍ରାୟତଃ ଏହି ଧାରଣାକୁ ପ୍ରତିନିଧିତ୍ୱ କରେ, ଆପଣ ସେଗୁଡ଼ିକୁ ଏଠାରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଶବ୍ଦ ନାହିଁ ଯାହା ଏହି ଭିନ୍ନତା ପ୍ରକାଶ କରେ, ଆପଣ ଏହି ଧାରଣାକୁ ଗୋଟିଏ ଶବ୍ଦ ସହ ପ୍ରକାଶ କରିପାରିବେ ଯାହା ସୂଚାଏ ଯାହା ନ୍ୟାୟପୂର୍ଣ୍ଣ, ଆଇନଗତ ଏବଂ ଉପଯୁକ୍ତ ଅଟେ । ବିକଳ୍ପ ଅନୁବାଦ: “ଯାହା ଉଚିତ ଏବଂ ନିରପେକ୍ଷ” କିମ୍ବା “ଯାହା ଠିକ୍ ଅଟେ” (ଦେଖନ୍ତୁ:)
εἰδότες
କର୍ତ୍ତାଗଣ ସେମାନଙ୍କର ଦାସମାନଙ୍କୁ କିପରି ବ୍ୟବହାର କରିବେ ଏହାର ଏକ କାରଣ ଦର୍ଶାଇବାକୁ ପାଉଲ ଅନୁବାଦିତ ଶବ୍ଦକୁ ବ୍ୟବହାର କରନ୍ତି । ଯଦି ଜାଣିବା ଆପଣଙ୍କ ଭାଷାରେ କୌଣସି କାରଣ ଉପସ୍ଥାପନ କରିବ ନାହିଁ, ଆପଣ ଏହାକୁ “କାରଣ” କିମ୍ବା “ପରଠାରୁ” ଶବ୍ଦ ସହ ସ୍ପଷ୍ଟ କରି ପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଜାଣ” (ଦେଖନ୍ତୁ:)
Κύριον ἐν οὐρανῷ
ଏଠାରେ ଅନୁବାଦ ହୋଇଥିବା କର୍ତ୍ତା ଶବ୍ଦ ସାଧାରଣତଃ ପ୍ରଭୁ ବୋଲି ଅନୁବାଦ କରିଯାଇଥାଏ, କିନ୍ତୁ ଏହା ଏଠାରେ କର୍ତ୍ତା ଅନୁବାଦ କରାଯାଇ ଅଛି କାରଣ ବାକ୍ୟର ଆରମ୍ଭରେ “କର୍ତ୍ତା” ପାଇଁ ସମାନ ଶବ୍ଦ ବ୍ୟବହୃତ ହୁଏ । ପାଉଲ କର୍ତ୍ତାମାନଙ୍କୁ ସେମାନଙ୍କର ଦାସମାନଙ୍କୁ ନ୍ୟାୟ ଭାବରେ ବ୍ୟବହାର କରିବାକୁ ଇଚ୍ଛା କରନ୍ତି କାରଣ ସେମାନେ ମଧ୍ୟ ଜଣେ ଗୁରୁ, ପ୍ରଭୁ ଯୀଶୁଙ୍କ ସେବା କରନ୍ତି । ଯଦି କାହାକୁ କର୍ତ୍ତା ବୁଝାଏ କରନ୍ତି ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ କର୍ତ୍ତାଙ୍କୁ ପ୍ରଭୁ ଯୀଶୁ ବୋଲି ବୁଝାଏ ଏହି ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସ୍ୱର୍ଗରେ ଜଣେ ଗୁରୁ, ପ୍ରଭୁ ଯୀଶୁ” (ଦେଖନ୍ତୁ:)
Colossians 4:2
τῇ προσευχῇ προσκαρτερεῖτε
ବିକଳ୍ପ ଅନୁବାଦ: “ବିଶ୍ୱସ୍ତ ଭାବରେ ପ୍ରାର୍ଥନା କର” କିମ୍ବା “ନିରନ୍ତର ଭାବରେ ପ୍ରାର୍ଥନା କର”
γρηγοροῦντες
ଜାଗ୍ରତ ଥାଅ ଅନୁବାଦିତ ରହିବା ଶବ୍ଦ ପ୍ରକାଶ କରେ ଯେ ପାଉଲ କଲସୀୟମାନେ ପ୍ରାର୍ଥନା କରୁଥିବା ସମୟରେ ଯାହା କରିବାକୁ ଚାହାଁନ୍ତି । ଯଦି ଆପଣଙ୍କ ଭାଷାରେ ଏହି ସଂଯୋଗକୁ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ପାରମ୍ପରିକ ଅଭିବ୍ୟକ୍ତିକୁ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ସେମାନେ “ପ୍ରାର୍ଥନାରେ ସ୍ଥିର ରୁହନ୍ତୁ” । ବିକଳ୍ପ ଅନୁବାଦ: “ଏବଂ ସତର୍କ ରୁହ” (ଦେଖନ୍ତୁ:)
ἐν αὐτῇ
ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାର୍ଥନା ସମୟରେ”
ἐν εὐχαριστίᾳ
ଯଦି ଆପଣଙ୍କର ଭାଷା ଧନ୍ୟବାଦ ଅର୍ପଣ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଧନ୍ୟବାଦ ଦେବା” ପରି ଏକ ମୌଖିକ ବାକ୍ୟାଂଶ କିମ୍ବା “ଧନ୍ୟବାଦ” ପରି ଏକ କ୍ରିୟା ବିଶେଷଣ ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧନ୍ୟବାଦ” (ଦେଖନ୍ତୁ:)
Colossians 4:3
ἅμα
ଏହି ପରିପ୍ରେକ୍ଷୀରେ, ଏକତ୍ର ଅନୁବାଦ ହୋଇଥିବା ଶବ୍ଦ ଲୋକମାନଙ୍କୁ ଏକାଠି ରହିବାକୁ ନୁହେଁ ବରଂ ଏକତ୍ର ଘଟୁଥିବା କାର୍ଯ୍ୟକୁ ସୂଚାଏ । ଯଦି ଆପଣଙ୍କ ଭାଷାରେ ଏକତ୍ର ବୁଝାପଡେ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ କଲସୀୟମାନେ ପାଉଲଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ ସେହି ସମୟରେ ସେମାନେ ଅନ୍ୟ ବିଷୟଗୁଡ଼ିକ ବିଷୟରେ ପ୍ରାର୍ଥନା କରନ୍ତି (୪:୨ ରେ ଉଲ୍ଲେଖିତ ବିଷୟଗୁଡ଼ିକ) । ବିକଳ୍ପ ଅନୁବାଦ: “ଏକ ସମୟରେ” (ଦେଖନ୍ତୁ:)
ἡμῶν…ἡμῖν
ଏହି ପଦରେ, ଆମ୍ଭମାନଙ୍କୁ ଶବ୍ଦ ପାଉଲ ଏବଂ ତୀମଥିଙ୍କୁ ସୂଚାଏ କିନ୍ତୁ କଲସୀୟମାନଙ୍କୁ ନୁହେଁ । (ଦେଖନ୍ତୁ:)
ἵνα
ଅନୁବାଦିତ ଶବ୍ଦ ତେଣୁକରି ଯାହା ଦ୍ଵାରା ପରିଚିତ ହୋଇପାରିବେ: (୧) ସେମାନେ ଯାହା ପ୍ରାର୍ଥନା କରିବା ଉଚିତ ସେହି ବିଷୟବସ୍ତୁ । ବିକଳ୍ପ ଅନୁବାଦ: “ତାହା” କିମ୍ବା “ତାହା ପଚାରିବା” (୨) ଯେଉଁ ଉଦ୍ଦେଶ୍ୟରେ କଲସୀୟମାନେ ପାଉଲଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ । ବିକଳ୍ପ ଅନୁବାଦ: “ସେହି କ୍ରମରେ” (ଦେଖନ୍ତୁ:)
ὁ Θεὸς ἀνοίξῃ ἡμῖν θύραν τοῦ λόγου
ଏଠାରେ, ପାଉଲ ଏବଂ ତୀମଥିମାନଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ ସୁଯୋଗ ପ୍ରଦାନ କରୁଥିବା ଈଶ୍ଵରଙ୍କ ବିଷୟରେ କହନ୍ତି ଯେପରି ଈଶ୍ଵର ସେମାନଙ୍କ ପାଇଁ ଏକ ଦ୍ୱାର ଖୋଲୁଛନ୍ତି । ପ୍ରତିମୂର୍ତ୍ତି ଈଶ୍ଵରଙ୍କର ଅଟେ ଏକ ଦ୍ୱାର ଖୋଲୁଛି ଯାହା ଦ୍ଵାରା ପାଉଲ ଏବଂ ତୀମଥି ଭିତରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା ପ୍ରଚାର କରିପାରିବେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବେ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ବାକ୍ୟ ପ୍ରଚାର କରିବାର ସୁଯୋଗ ଦେଇପାରନ୍ତି” (ଦେଖନ୍ତୁ:)
τοῦ λόγου, λαλῆσαι
ଏଠାରେ, ବାକ୍ୟ ଏବଂ କହିବା ପାଇଁ ପ୍ରାୟ ସମାନ ଅର୍ଥ ପ୍ରକାଶ କରେ । ଯଦି ଆପଣଙ୍କ ଭାଷା ଏଠାରେ ଉଭୟ ବାକ୍ୟାଂଶ ବ୍ୟବହାର କରିବ ନାହିଁ, ଆପଣ ସେଗୁଡ଼ିକୁ ଏକତ୍ର ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କହିବାକୁ” (ଦେଖନ୍ତୁ:)
τοῦ λόγου
ଏଠାରେ, ବାକ୍ୟ ସାଙ୍କେତିକ ଭାବରେ ଏକ ବାର୍ତ୍ତାକୁ ପ୍ରତିପାଦିତ କରେ ଯାହା ଶବ୍ଦ ଦ୍ୱାରା ଗଠିତ । ଯଦି ଶବ୍ଦଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ବାର୍ତ୍ତା ପାଇଁ” କିମ୍ବା “ଆମ୍ଭେମାନେ ଯାହା କହୁ” (ଦେଖନ୍ତୁ:)
λαλῆσαι
କହିବାକୁ ଅନୁବାଦ ହୋଇଥିବା ବାକ୍ୟଟି କେଉଁ ଉଦ୍ଦେଶ୍ୟ ପାଇଁ “ଦ୍ୱାର” ଖୋଲା ଯାଇଛି ତାହା ସୂଚାଏ । ଯଦି କହିବା ଆପଣଙ୍କ ଭାଷାରେ ଉଦ୍ଦେଶ୍ୟ ସୂଚାଇବ ନାହିଁ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ଉଦ୍ଦେଶ୍ୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ କଥା ହୋଇପାରିବା” କିମ୍ବା “ଯାହାଫଳରେ ଆମ୍ଭେମାନେ କହିପାରିବା” (ଦେଖନ୍ତୁ:)
τὸ μυστήριον
ପାଉଲ ତାଙ୍କ ବାର୍ତ୍ତା ବିଷୟରେ ଖ୍ରୀଷ୍ଟଙ୍କ ରହସ୍ୟ ବୋଲି କହନ୍ତି । ଏହାର ଅର୍ଥ ନୁହେଁ ଯେ ବାର୍ତ୍ତା ବୁଝିବା କଷ୍ଟକର କିନ୍ତୁ ଏହା ପୂର୍ବରୁ ପ୍ରକାଶ କରାଯାଇ ନଥିଲା । ବର୍ତ୍ତମାନ, ପାଉଲ “ଏହାକୁ ସ୍ପଷ୍ଟ କରନ୍ତି” (ଯେପରି ୪:୪ କୁହନ୍ତି) । ଯଦି ଏକ ରହସ୍ୟ ଉନ୍ମୋଚିତ ହୁଏ କିମ୍ବା କଥିତ ହୁଏ ତେବେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ରହସ୍ୟକୁ ଏକ ସଂକ୍ଷିପ୍ତ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ବଦଳାଇ ପାରିବେ । ବିକଳ୍ପ ଅନୁବାଦ: “ଲୁକ୍କାୟିତ ବାର୍ତ୍ତା” କିମ୍ବା “ପୂର୍ବରୁ ଲୁକ୍କାୟିତ ବାର୍ତ୍ତା” (ଦେଖନ୍ତୁ:)
τὸ μυστήριον τοῦ Χριστοῦ
ଏଠାରେ, ପାଉଲ ଏକ ରହସ୍ୟ ବିଷୟରେ କହିବାକୁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରନ୍ତି ଯାହାର ବିଷୟବସ୍ତୁ ଖ୍ରୀଷ୍ଟଙ୍କ ବିଷୟରେ ଏକ ବାର୍ତ୍ତା ଅଟେ । ଯଦି ଆପଣଙ୍କ ଭାଷା ସେହି ଧାରଣାକୁ ପ୍ରକାଶ କରିବା ପାଇଁ ଧାରଣକାରୀ ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ “ପ୍ରାୟ” କିମ୍ବା ଆପେକ୍ଷିକ ବାକ୍ୟାଂଶ ଯେପରିକି “ସେହି ଚିନ୍ତା ବାକ୍ୟାଂଶ ” ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ରହସ୍ୟ” (ଦେଖନ୍ତୁ:)
δι’ ὃ
ଅନୁବାଦିତ ଶବ୍ଦ ଯାହା “ଖ୍ରୀଷ୍ଟଙ୍କ ରହସ୍ୟ” କୁ ସୂଚାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ନ ବୁଝନ୍ତି, ଆପଣ “ରହସ୍ୟ” ପରି ଏକ ଶବ୍ଦ ଯୋଗ କରି ଏହାକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କେଉଁ ରହସ୍ୟ ହେତୁ” (ଦେଖନ୍ତୁ:)
δέδεμαι
ଏଠାରେ, ପାଉଲ ଅନୁବାଦିତ ବନ୍ଦୀ ଅଟେ ବାକ୍ୟକୁ ବ୍ୟବହାର କରି ଆପଣା ବନ୍ଦୀ ବିଷୟରେ ଦର୍ଶାନ୍ତି। ଯଦି ମୁଁ ବନ୍ଧା ହୋଇଅଛି ତେବେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ, ଆପଣ ଏକ ତୁଳନାତ୍ମକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବ ଯାହା ବନ୍ଧନରେ ରହିବା ପାଇଁ କିମ୍ବା ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ମୁଁ ବନ୍ଧନରେ ଅଛି” କିମ୍ବା “ମୁଁ ବନ୍ଧନରେ ଅଛି” (ଦେଖନ୍ତୁ:)
δέδεμαι
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟରେ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ଅସ୍ପଷ୍ଟ କିମ୍ବା ଅନିର୍ଦ୍ଦିଷ୍ଟ ବିଷୟ ସହ ଧାରଣାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ମୋତେ ବାନ୍ଧି ଦେଇଛନ୍ତି” କିମ୍ବା “କର୍ତ୍ତାଗଣ ମୋତେ ବାନ୍ଧିଛନ୍ତି” (ଦେଖନ୍ତୁ:)
Colossians 4:4
ἵνα
ଏହିପରି ତାହା ପରିଚୟ ଦେଇପାରେ: (୧) ଅନ୍ୟ ଏକ ବିଷୟ ଯାହା ପାଇଁ କଲସୀୟମାନେ ପ୍ରାର୍ଥନା କରିବା ଉଚିତ (ଏହା ୪:୩ ରେ ବ୍ୟତୀତ ) । ବିକଳ୍ପ ଅନୁବାଦ: “ଏବଂ ତାହା” କିମ୍ବା “ଏବଂ ତାହା ପଚାରିବା” (୨) ଅନ୍ୟ ଏକ ଉଦ୍ଦେଶ୍ୟ ଯାହା ପାଇଁ କଲସୀୟମାନେ ପାଉଲଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ (ଏହା ବ୍ୟତୀତ ୪:୩ ରେ କୁହାଯାଇଛି) । ବିକଳ୍ପ ଅନୁବାଦ: “ଏବଂ ତେଣୁ” (ଦେଖନ୍ତୁ:)
φανερώσω αὐτὸ
ବିକଳ୍ପ ଅନୁବାଦ: “ମୁଁ ଏହାକୁ ପ୍ରକାଶ କରିପାରେ” କିମ୍ବା “ମୁଁ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବି” ।
ὡς
ଏଠାରେ, ପାଉଲ ତାଙ୍କ ବାର୍ତ୍ତାକୁ ସ୍ପଷ୍ଟ ଭାବରେ ପ୍ରଚାର କରିବାର ଏକ କାରଣ ଉପସ୍ଥାପନ କରିବାକୁ କାର୍ଯ୍ୟ ଭାବରେ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହାର ଅର୍ଥକୁ ବୁଝି ନ ପାରନ୍ତି, ତେବେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ଏକ କାର୍ଯ୍ୟର କାରଣ ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “କାରଣ ଏହିପରି” (ଦେଖନ୍ତୁ:)
δεῖ με λαλῆσαι
ଯଦି ଆପଣଙ୍କ ଭାଷା ଦର୍ଶାଇବ ଯେ ପାଉଲଙ୍କୁ ଏହି ଉପାୟରେ କହିବା ପାଇଁ କିଏ ଆବଶ୍ୟକ କରେ, ଆପଣ ସେହି ଭୂମିକା ଭାବରେ “ଈଶ୍ଵର” କୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ମୋତେ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି” (ଦେଖନ୍ତୁ:)
Colossians 4:5
περιπατεῖτε πρὸς
ଏଠାରେ, ପାଉଲ ସଦ୍ବ୍ୟବହାର ଶବ୍ଦକୁ ସ୍ଥିର, ଅଭ୍ୟାସଗତ ଆଚରଣକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି (ଯେପରି ଗୋଟିଏ ପାଦକୁ ଅନ୍ୟ ପାଦ ଆଗରେ ରଖିବା ପରି) । ଏହି ପ୍ରତିମୂର୍ତ୍ତିରେ, କାହା ଆଡକୁ ଚାଲିବା ସେହି ବ୍ୟକ୍ତିଙ୍କ ସହ ସମ୍ପର୍କର ସ୍ଥିର ଆଚରଣକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସହ…ଆଚରଣ କର” (ଦେଖନ୍ତୁ:)
ἐν σοφίᾳ
ଯଦି ଆପଣଙ୍କ ଭାଷା ଜ୍ଞାନ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବୁଦ୍ଧିମାନ” ପରି ଏକ ବିଶେଷଣ କିମ୍ବା “ଜ୍ଞାନୀ” ଭଳି ବିଶେଷଣ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜ୍ଞାନୀ ଉପାୟରେ” (ଦେଖନ୍ତୁ:)
τοὺς ἔξω
ବାହାରର ଲୋକମାନଙ୍କ ଅନୁବାଦିତ ଶବ୍ଦଗୁଡ଼ିକ ସେହି ଲୋକମାନଙ୍କୁ ଚିହ୍ନିବା ପାଇଁ ଏକ ଉପାୟ, ଯେଉଁମାନେ ଗୋଟିଏ ଗୋଷ୍ଠୀର ନୁହଁନ୍ତି । ଏଠାରେ, ଯେଉଁମାନେ ବାହାରେ ଅଛନ୍ତି ସେମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ । ଯଦି ବାହାରେ ଥିବା ଲୋକମାନେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ , ତେବେ ଆପଣ ଏକ ତୁଳନାତ୍ମକ ଶବ୍ଦ ବା ବାକ୍ୟ ବ୍ୟବହାର କରିପାରିବେ, ଯେଉଁମାନେ ଗୋଟିଏ ଗୋଷ୍ଠୀରେ ନାହାଁନ୍ତି । ବିକଳ୍ପ ଅନୁବାଦ: “ବାହାର ଲୋକ” (ଦେଖନ୍ତୁ:)
ἐξαγοραζόμενοι
ମୁକ୍ତ ହୋଇଥିବା ଅନୁବାଦିତ ଶବ୍ଦ କିପରି “ବାହାରେ ଥିବା ଲୋକମାନଙ୍କ ପ୍ରତି ଜ୍ଞାନରେ ଚାଲିବ” ର ଏକ ଉଦାହରଣ ଉପସ୍ଥାପନ କରେ । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ପାରମ୍ପାରିକ ଉପାୟ ବ୍ୟବହାର କରି ସୂଚାଇ ପାରିବ ଯେ ମୁକ୍ତି “ଜ୍ଞାନରେ ଚାଲିବା” ସହ ଏକ ସମୟରେ ଘଟେ ଏବଂ ଏହା କିପରି ଦେଖାଯାଏ ତାହାର ଏକ ଉଦାହରଣ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ଯାହା ମୁକ୍ତିକୁ ବୁଝାଏ” (ଦେଖନ୍ତୁ:)
τὸν καιρὸν ἐξαγοραζόμενοι
ଏଠାରେ, ପାଉଲ ସମୟ ବିଷୟରେ କିଛି କହନ୍ତି ଯାହାକୁ କି ଜଣେ ମୁକ୍ତି ଦେଇପାରେ । ଚିତ୍ରଟି ଜଣେ ବ୍ୟକ୍ତିଙ୍କ ଠାରୁ ସମୟ କିଣୁଥିବା ବ୍ୟକ୍ତିର ଅଟେ । ଗୋଟିଏ ସୁଯୋଗକୁ (ସମୟ)ର ଅଧିକ ଉପଯୋଗ କରିବା ପାଇଁ ପାଉଲ ଏହି ଚିତ୍ରକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପାଖରେ ଥିବା ପ୍ରତ୍ୟେକ ସୁଯୋଗକୁ ଅଧିକ ଉପଯୋଗ କରିବା” (ଦେଖନ୍ତୁ:)
Colossians 4:6
ଏହି ପଦଟି ଗୋଟିଏ ଉପାୟ ପ୍ରଦାନ କରେ ଯେଉଁଥିରେ ପାଉଲ ଚାହାଁନ୍ତି ଯେ କଲସୀୟମାନେ “ବାହାର ଲୋକମାନଙ୍କ ପ୍ରତି ଜ୍ଞାନରେ ଚାଲନ୍ତୁ” (୪:୫) । ସେଗୁଡ଼ିକ ବାକ୍ୟ ସହ କହିବାକୁ ପଡିବ ଯାହା ବାଧ୍ୟତାମୂଳକ ଏବଂ ପରିସ୍ଥିତିକୁ ଉପଯୁକ୍ତ କରିବା ପାଇଁ ଯତ୍ନର ସହ ମନୋନୀତ ଅଟେ।
ὁ λόγος ὑμῶν πάντοτε ἐν χάριτι
ପାଉଲ ଏହି ବାକ୍ୟରେ “କହିବା” ପାଇଁ ଏକ କ୍ରିୟା ଅନ୍ତର୍ଭୂକ୍ତ କରିନାହାଁନ୍ତି କାରଣ ଏହା ତାଙ୍କ ଭାଷାରେ ଆବଶ୍ୟକ ନଥିଲା । ଯଦି ଆପଣଙ୍କ ଭାଷା ଏଠାରେ କହିବାର କ୍ରିୟା ଆବଶ୍ୟକ କରେ, ଆପଣ ଏହାକୁ ଅନ୍ତର୍ଭୂକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବାକ୍ୟକୁ ସର୍ବଦା ଅନୁଗ୍ରହରେ କହିବା” କିମ୍ବା “ତୁମ୍ଭମାନଙ୍କର ବାକ୍ୟ ସର୍ବଦା ଅନୁଗ୍ରହଯୁକ୍ତ ହେଉ” (ଦେଖନ୍ତୁ:)
ἐν χάριτι
ଅନୁଗ୍ରହ ପଛରେ ଥିବା ଧାରଣାକୁ ପ୍ରକାଶ କରିବା ପାଇଁ ଯଦି ଆପଣଙ୍କର ଭାଷା ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୟାଳୁ” (ଦେଖନ୍ତୁ:)
ἅλατι ἠρτυμένος
ପାଉଲଙ୍କ ସଂସ୍କୃତିରେ, ଯେବେ ଲବଣ ଯୁକ୍ତହେଉ, ଏହା ଉତ୍ତମ ସ୍ବାଦ ପାଇବ ଏବଂ ପୁଷ୍ଟିକର ହେବ । ପାଉଲ ଏହିପରି ଲବଣ ସହ ଜଣଙ୍କର “ବାକ୍ୟ” କୁ କରିବା ବିଷୟରେ କହନ୍ତି ଯେପରି ଶବ୍ଦଗୁଡ଼ିକ ଆକର୍ଷଣୀୟ ହେବା ଉଚିତ (ଯେପରି ଖାଦ୍ୟର ସ୍ବାଦଯୁକ୍ତ ଖାଦ୍ୟ) ଏବଂ ସାହାଯ୍ୟକାରୀ (ପୁଷ୍ଟିକର ଖାଦ୍ୟ ପରି) । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂଢ଼ି କିମ୍ବା ସାଙ୍କେତିକ ଭାବରେ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉଭୟ ବାଧ୍ୟତାମୂଳକ ଏବଂ ସାହାଯ୍ୟକାରୀ ଅଟେ” (ଦେଖନ୍ତୁ:)
εἰδέναι
ଏଠାରେ, ପାଉଲ ଅନୁବାଦିତ ବାକ୍ୟକୁ ଅନୁଗ୍ରହ ସହ କହିବାର ଫଳାଫଳକୁ ଜାଣିବା ପାଇଁ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି । ଯଦି ଜାଣିବାକୁ ଆପଣଙ୍କ ଭାଷାରେ ଏକ ଫଳାଫଳ ଉପସ୍ଥାପନ କରେ ନାହିଁ, ତେବେ ଆପଣ ଏକ ବାକ୍ୟ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ପାଉଲ ଏକ ଫଳାଫଳ ବିଷୟରେ କହୁଥିବା ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: “ଫଳାଫଳ ସହ ଯାହା ତୁମ୍ଭେମାନେ ଜାଣିଥିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେମାନେ ଜାଣିପାରିବ” (ଦେଖନ୍ତୁ:)
πῶς δεῖ ὑμᾶς…ἀποκρίνεσθαι
ବିକଳ୍ପ ଅନୁବାଦ: “କିପରି ସର୍ବୋତ୍ତମ ଉତ୍ତର ଦେବେ” କିମ୍ବା “ସଠିକ ଉତ୍ତର ଦେବାକୁ” ।
ἑνὶ ἑκάστῳ
ପ୍ରତ୍ୟେକକୁ ଅନୁବାଦ କରାଯାଇଥିବା ଶବ୍ଦଗୁଡ଼ିକ ସେହି ବ୍ୟକ୍ତିବିଶେଷଙ୍କୁ ସୂଚାଏ ଯେଉଁମାନେ “ବାହାରେ” ଅଛନ୍ତି (୪:୫) । ଯଦି ପ୍ରତ୍ୟେକଟି ଯାହାକୁ ସୂଚାଏ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ଆପଣ “ବାହାରେ” କୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବାହାର ଲୋକ” କିମ୍ବା “ପ୍ରତ୍ୟେକ ଯିଏ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ନାହିଁ” (ଦେଖନ୍ତୁ:)
Colossians 4:7
τὰ κατ’ ἐμὲ πάντα γνωρίσει ὑμῖν Τυχικὸς, ὁ ἀγαπητὸς ἀδελφὸς, καὶ πιστὸς διάκονος, καὶ σύνδουλος ἐν Κυρίῳ
ଯଦି ଆପଣଙ୍କ ପାଠକମାନେ ଆଜ୍ଞା ହେତୁ ଏହି ବାକ୍ୟକୁ ବୁଝି ନ ପାରନ୍ତି, ତେବେ ଆପଣ ଏହି ପଦଟିକୁ ପୁନଃ ପ୍ରକାଶ କରି ପାରିବ ଯାହା ଦ୍ଵାରା (୧) ତୁଖିକ ଯାହା ସେମାନଙ୍କୁ ଜଣାଇବେ ତାହା ତୁମ୍ଭମାନଙ୍କ ପରେ ଆସିବ, ଏବଂ (୨) ତୁଖିକ ବର୍ଣ୍ଣନା କରୁଥିବା ଶବ୍ଦଗୁଡ଼ିକ ତାଙ୍କ ନାମ ପରେ ଆସିବ । ଆପଣଙ୍କ ଭାଷାରେ ପଦକୁ ସ୍ପଷ୍ଟ କରିବା ପାଇଁ ଆପଣମାନଙ୍କୁ ଏହି ଦୁଇଟି ପରିବର୍ତ୍ତନ କରିବାକୁ ପଡିପାରେ । ବିକଳ୍ପ ଅନୁବାଦ: “ତୁଖିକ, ପ୍ରିୟ ଭାଇ ଏବଂ ବିଶ୍ୱସ୍ତ ସେବକ ଏବଂ ପ୍ରଭୁଙ୍କର ସହକର୍ମୀ ଦାସ, ମୋ ବିଷୟରେ ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ” (ଦେଖନ୍ତୁ:)
τὰ κατ’ ἐμὲ πάντα
ଯେବେ ପାଉଲ ମୋ ସମ୍ବନ୍ଧୀୟ ସମସ୍ତ ବିଷୟ ବିଷୟରେ କହନ୍ତି, ସେ ତାଙ୍କ ଜୀବନ ବିଷୟରେ ସବିଶେଷ ତଥ୍ୟକୁ ବୁଝାଏ ଯେପରିକି ସେ କେଉଁଠାରେ ରୁହନ୍ତି, ତାଙ୍କ ସ୍ୱାସ୍ଥ୍ୟ, କାର୍ଯ୍ୟ କିପରି ଅଗ୍ରଗତି କରୁଛି ଏବଂ ଅନ୍ୟାନ୍ୟ ସମାନ ବିବରଣୀ । ଯଦି ଆପଣଙ୍କର ଭାଷାର ଏହି ପ୍ରକାରର ସୂଚନାକୁ ସୂଚାଇବା ପାଇଁ ଏକ ପାରମ୍ପାରିକ ଉପାୟ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋ ବିଷୟରେ ସମସ୍ତ ବିଷୟ” କିମ୍ବା “ମୁଁ କିପରି ସେବା କରେ ସେ ସମ୍ବନ୍ଧରେ ସମସ୍ତ ବିବରଣୀ” (ଦେଖନ୍ତୁ:)
Τυχικὸς
ଏହା ଜଣେ ପୁରୁଷର ନାମ ଅଟେ । (ଦେଖନ୍ତୁ:)
πιστὸς διάκονος
ଯଦି ଆପଣଙ୍କ ଭାଷା ତୁଖିକ କାହାକୁ ସେବା କରନ୍ତି ତାହା ଦର୍ଶାଇବ, ଆପଣ ଏହାକୁ ସ୍ପଷ୍ଟ କରି ପାରିବେ । ସେ ଜଣେ ସେବକ ହୋଇପାରନ୍ତି: (୧) ପାଉଲ । ବିକଳ୍ପ ଅନୁବାଦ: “ମୋର ବିଶ୍ୱସ୍ତ ସେବକ” (୨) ପ୍ରଭୁ, ଏବଂ ଏହିପରି ପ୍ରଭୁଙ୍କ ମଣ୍ଡଳୀ ମଧ୍ୟ । ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ତାଙ୍କ ମଣ୍ଡଳୀର ବିଶ୍ୱସ୍ତ ସେବକ” (ଦେଖନ୍ତୁ:)
σύνδουλος
ଯଦି ସହ ଦାସ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହା ସ୍ପଷ୍ଟ କରି ପାରିବେ ଯେ ତୁଖିକ ପାଉଲଙ୍କ ସହ ଖ୍ରୀଷ୍ଟଙ୍କର ଦାସ ଅଟନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ସହକର୍ମୀ ଦାସ” (ଦେଖନ୍ତୁ:)
ἐν Κυρίῳ
ଖ୍ରୀଷ୍ଟଙ୍କ ସହ ବିଶ୍ଵାସୀଙ୍କ ମିଳନକୁ ବର୍ଣ୍ଣନା କରିବା ପାଇଁ ପାଉଲ ପ୍ରଭୁଙ୍କ ସ୍ଥାନିକ ରୂପକ ବ୍ୟବହାର କରନ୍ତି । ଏହି ପରିପ୍ରେକ୍ଷୀରେ, ପ୍ରଭୁଙ୍କଠାରେ ରହିବା, କିମ୍ବା ପ୍ରଭୁଙ୍କ ସହ ମିଳିତ ହେବା, ପାଉଲ ଏବଂ ତୁଖିକକୁ ତାଙ୍କ ସହ ମିଳିତ ହେତୁ ପ୍ରଭୁଙ୍କର “ଦାସ” ଭାବରେ ପରିଚିତ କରାଏ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସହ ମିଳିତ” (ଦେଖନ୍ତୁ:)
Colossians 4:8
ἔπεμψα
ଏଠାରେ, ପାଉଲ ଏହି ପତ୍ରକୁ ନିର୍ଦ୍ଦେଶ ଦେବାବେଳେ ସେ ଯାହା କରିନାହାଁନ୍ତି ତାହା ବର୍ଣ୍ଣନା କରିବାକୁ ପଠାଯାଇଥିବା ଅତୀତ କାଳର ବାକ୍ୟ ଗଠନ ବ୍ୟବହାର କରନ୍ତି । ସେ ଅତୀତ କାଳ ବ୍ୟବହାର କରନ୍ତି କାରଣ ଯେବେ କଲସୀୟମାନଙ୍କୁ ପତ୍ର ପଠାଇଥିଲେ, ତାହା ତୁଖିକ ଅତୀତରେ ନେଇଥିଲେ । ଯଦି ଆପଣଙ୍କ ଭାଷା ଏଠାରେ ଅତୀତ କାଳ ବ୍ୟବହାର କରିବ ନାହିଁ, ତେବେ ଆପଣଙ୍କ ଭାଷାରେ ଏହି ପରିସ୍ଥିତିରେ କୌଣସି କାଳ ବ୍ୟବହାର ହେବ । ବିକଳ୍ପ ଅନୁବାଦ: “ମୁଁ ଯାହାକୁ ପଠାଉଛି” କିମ୍ବା “ମୁଁ ଯାହାକୁ ପଠାଇଛି” (ଦେଖନ୍ତୁ:)
ὑμᾶς εἰς αὐτὸ τοῦτο, ἵνα
ଏଥିରୁ ଜଣାପଡେ ଯେ ଏହି କାରଣ ପାଇଁ ବାକ୍ୟାଂଶ ଆପଣଙ୍କ ଭାଷାରେ ଅନାବଶ୍ୟକ ସୂଚନା ଧାରଣ କରିଥାଏ, ଯେହେତୁ ପାଉଲ ମଧ୍ୟ ତାହା ବୁଝାନ୍ତି । ଯଦି ଏହି ଦୁଇଟି ବାକ୍ୟାଂଶ ଆପଣଙ୍କ ଭାଷାରେ ଅନାବଶ୍ୟକ ହେବ, ତେବେ ଆପଣ ଗୋଟିଏ ଉଦ୍ଦେଶ୍ୟ ବାକ୍ୟାଂଶ ବ୍ୟବହାର କରିପାରିବେ, ଯେପରି । ବିକଳ୍ପ ଅନୁବାଦ: “ତେଣୁ” କିମ୍ବା “କ୍ରମରେ” (ଦେଖନ୍ତୁ:)
ἵνα γνῶτε τὰ περὶ ἡμῶν
ଅନେକ ପାଣ୍ଡୁଲିପିରେ ଏପରି ଉଲ୍ଲେଖ ଅଛି ଯାହା ଦ୍ଵାରା ତୁମ୍ଭେମାନେ ଆମ୍ଭମାନଙ୍କ ବିଷୟରେ ବିଷୟ ଜାଣି ପାରିବ, କେହି କେହି କୁହନ୍ତି “ଯାହାଫଳରେ ସେ ତୁମ୍ଭମାନଙ୍କ ବିଷୟରେ ଜାଣିପାରିବେ ।” ଯଦି ଆପଣଙ୍କର ଅଞ୍ଚଳରେ ବାଇବେଲର ଏକ ଅନୁବାଦ ଉପଲବ୍ଧ ଅଛି, ଆପଣ ବ୍ୟବହାର କରୁଥିବା ବାକ୍ୟାଂଶକୁ ବ୍ୟବହାର କରିବାକୁ ଇଚ୍ଛା କରିପାରନ୍ତି । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ନାହିଁ, ଆପଣ ULT ର ଉଦାହରଣ ଅନୁସରଣ କରିବାକୁ ଚାହିଁପାରନ୍ତି । (ଦେଖନ୍ତୁ:)
ἵνα…καὶ
ଯେପରି ଏବଂ ଏବଂ ତାହା ଶବ୍ଦଗୁଡ଼ିକ ଯାହା ଦ୍ଵାରା ଏବଂ କଲସୀୟମାନଙ୍କ ନିକଟକୁ ତୁଖିକ ପଠାଇବାରେ ପାଉଲଙ୍କର ଦୁଇଟି ଉଦ୍ଦେଶ୍ୟ ଉପସ୍ଥାପିତ କରେ । ଯଦି ତେଣୁ ତାହା ଏବଂ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟର ପରିଚୟ ପ୍ରଦାନ କରିବା ପାଇଁ ଏକ ପାରମ୍ପାରିକ ଉପାୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କ୍ରମାଙ୍କରେ… ଏବଂ ସେହି କ୍ରମରେ” (ଦେଖନ୍ତୁ:)
τὰ περὶ ἡμῶν
୪:୭ ପରି “ମୋ ସମ୍ବନ୍ଧୀୟ ସମସ୍ତ ବିଷୟ” ବାକ୍ୟାଂଶ, ଆମ୍ଭମାନଙ୍କ ବିଷୟରେ ବିଷୟଗୁଡ଼ିକ ଅନୁବାଦ କରିଥିବା ବାକ୍ୟାଂଶ ଜୀବନ ବିଷୟରେ ସବିଶେଷ ତଥ୍ୟକୁ ଦର୍ଶାଏ ଯେପରିକି ଲୋକମାନେ କେଉଁଠାରେ ରୁହନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ, ସେମାନଙ୍କର କାର୍ଯ୍ୟ କିପରି ଅଗ୍ରଗତି କରୁଛି ଏବଂ ଅନ୍ୟାନ୍ୟ ସମାନ ବିବରଣୀ ଇତ୍ୟାଦି । ଯଦି ଆପଣଙ୍କର ଭାଷାର ଏହି ପ୍ରକାରର ସୂଚନାକୁ ସୂଚାଇବା ପାଇଁ ଏକ ପାରମ୍ପାରିକ ଉପାୟ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ବିଷୟରେ ବିବରଣ” କିମ୍ବା “ଆମ୍ଭେମାନେ ଯାହାକରୁ ତାହାର ବିବରଣୀ” (ଦେଖନ୍ତୁ:)
ἡμῶν
ଆମ୍ଭମାନଙ୍କୁ ଅନୁବାଦ କରାଯାଇଥିବା ଶବ୍ଦ କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ । ଏହା ପରିବର୍ତ୍ତେ, ପାଉଲ ତୀମଥିଙ୍କ ସମେତ ନିଜ ଏବଂ ଯେଉଁମାନେ ତାଙ୍କ ସହ ଅଛନ୍ତି ସେମାନଙ୍କ ବିଷୟରେ କହନ୍ତି । (ଦେଖନ୍ତୁ:)
τὰς καρδίας ὑμῶν
ଏଠାରେ, ଯେବେ ପାଉଲ ତୁମ୍ଭର ହୃଦୟକୁ ବୁଝାନ୍ତି, କଲସୀୟମାନେ ତାଙ୍କୁ ସମଗ୍ର ବ୍ୟକ୍ତିର ଅର୍ଥ ବୋଲି ବୁଝାନ୍ତି । ପାଉଲ ହୃଦୟ ବ୍ୟବହାର କରନ୍ତି କାରଣ ତାଙ୍କ ସଂସ୍କୃତି ହୃଦୟକୁ ଶରୀରର ଅଂଶ ଭାବରେ ଚିହ୍ନିତ କରେ ଯେବେ ଲୋକମାନେ ଉତ୍ସାହ ପ୍ରକାଶ କରନ୍ତି । ଯଦି ତୁମ୍ଭର ହୃଦୟର ସେହି ଅର୍ଥ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯେଉଁଠାରେ ସେହି ସ୍ଥାନ ଚିହ୍ନଟ ହୁଏ ଯେଉଁଠାରେ ଲୋକମାନେ ଆପଣଙ୍କର ସଂସ୍କୃତିରେ ଉତ୍ସାହ ଅନୁଭବ କରନ୍ତି, କିମ୍ବା ଆପଣ ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଆତ୍ମା” (ଦେଖନ୍ତୁ:)
Colossians 4:9
σὺν Ὀνησίμῳ
କଲସୀୟମାନଙ୍କୁ କହିବା ପାଇଁ ପାଉଲ ଏହି ବାକ୍ୟାଂଶ ବ୍ୟବହାର କରିଛନ୍ତି ଯେ ସେ ତୁଖିକଙ୍କ ସହ ଅନୀସିମଙ୍କୁ କଲସୀ ନଗରକୁ ପଠାଉଛନ୍ତି । ଯଦି ଏହି ପ୍ରଭାବ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ “ପଠାଇବା” ପରି ଏକ କ୍ରିୟା ଯୋଗ କରି ଏହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ସହ ମୁଁ ଅନୀସିମଙ୍କୁ ପଠାଉଛି” (“ସେମାନେ ପ୍ରସ୍ତୁତ କରିବେ” ସହ ଏକ ନୂତନ ବାକ୍ୟ ଆରମ୍ଭ କରନ୍ତୁ) (ଦେଖନ୍ତୁ:)
Ὀνησίμῳ
ଏହା ଜଣେ ପୁରୁଷର ନାମ ଅଟେ । (ଦେଖନ୍ତୁ:)
ἐστιν ἐξ ὑμῶν
ତୁମ୍ଭମାନଙ୍କ ମଧ୍ୟରୁ ଅନୁବାଦିତ ବାକ୍ୟର ଅର୍ଥ, ଅନୀସିମ କଲସୀୟମାନଙ୍କ ସହ ରହୁଥିଲେ ଏବଂ ସେହି ଗୋଷ୍ଠୀର ଏକ ଅଂଶ ଥିଲା ଯେଉଁମାନଙ୍କୁ ପାଉଲ ଏହି ପତ୍ର ଲେଖୁଛନ୍ତି । ଏହି ଧାରଣାକୁ ପ୍ରକାଶ କରିବାକୁ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ସୂଚାଏ ଯେ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅଟନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ନଗରରୁ” କିମ୍ବା “ତୁମ୍ଭମାନଙ୍କ ସହ ରହିବାକୁ ବ୍ୟବହୃତ” (ଦେଖନ୍ତୁ:)
γνωρίσουσιν
ଅନୁବାଦିତ ଶବ୍ଦ ସେମାନେ ଅନୀସିମ ଏବଂ ତୁଖିକକୁ ସୂଚାଏ । ଯଦି ସେମାନେ ଯାହାକୁ ବୁଝାଏ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ ସେମାନଙ୍କ ନାମ ବ୍ୟବହାର କରି କିମ୍ବା ସେମାନଙ୍କ ମଧ୍ୟରୁ “ଦୁଇଟି” କୁ ସୂଚାଇ ଏହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ସେ ଦୁହେଁ ଜଣାଇବେ” (ଦେଖନ୍ତୁ:)
πάντα…τὰ ὧδε
୪:୭ ପରି “ମୋ ସମ୍ବନ୍ଧୀୟ ସମସ୍ତ ବିଷୟ” ଏବଂ ୪:୮ ରେ “ଆମ୍ଭ ସମ୍ବନ୍ଧୀୟ ବିଷୟ” ବାକ୍ୟାଂଶଗୁଡ଼ିକ ପରି, ଏଠାରେ ଥିବା ସମସ୍ତ ବିଷୟକୁ ଅନୁବାଦ କରାଯାଇଥିବା ବାକ୍ୟାଂଶ ଜୀବନ ବିଷୟରେ ସବିଶେଷ ତଥ୍ୟକୁ ଦର୍ଶାଏ ଯେପରି ଲୋକମାନେ କେଉଁଠାରେ ରୁହନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ, ଇତ୍ୟାଦି । ସେମାନଙ୍କର କାର୍ଯ୍ୟ ଅଗ୍ରଗତି କରେ, ଏବଂ ଅନ୍ୟାନ୍ୟ ସମାନ ବିବରଣୀ । ଯଦି ଆପଣଙ୍କର ଭାଷାର ଏହି ପ୍ରକାରର ସୂଚନାକୁ ସୂଚାଇବା ପାଇଁ ଏକ ପାରମ୍ପାରିକ ଉପାୟ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ବିଷୟରେ ସମସ୍ତ ବିଷୟ” କିମ୍ବା “ଏଠାରେ କ’ଣ ଘଟୁଛି ସେ ସମ୍ବନ୍ଧରେ ସମସ୍ତ ବିବରଣୀ” (ଦେଖନ୍ତୁ:)
Colossians 4:10
Ἀρίσταρχος…Μᾶρκος…Βαρναβᾶ
ଏଗୁଡ଼ିକ ପୁରୁଷଙ୍କ ନାମ ଅଟେ । (ଦେଖନ୍ତୁ:)
ἀσπάζεται
ଏହି ସଂସ୍କୃତିରେ ଯେପରି ପ୍ରଥା ଥିଲା, ପାଉଲ ତାଙ୍କ ସହ ଥିବା ଏବଂ ଯେଉଁମାନଙ୍କୁ ସେ ଲେଖୁଛନ୍ତି ସେହି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ ଏହି ପତ୍ରକୁ ସମାପ୍ତ କରନ୍ତି । ଆପଣଙ୍କ ଭାଷାରେ ଏକ ପତ୍ରରେ ଅଭିବାଦନ ଜଣାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ । ଯଦି ହଁ, ଆପଣ ସେହି ବାକ୍ୟ ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସ୍ମରଣ କରିବାକୁ କହେ” କିମ୍ବା “ଅଭିବାଦନ କରେ”
ὁ συναιχμάλωτός μου
ମୋର ସହ ବନ୍ଦୀମାନଙ୍କୁ ଅନୁବାଦ କରାଯାଇଥିବା ଶବ୍ଦଗୁଡ଼ିକ ଆରିସ୍ତାର୍ଖକୁ ପାଉଲଙ୍କ ସହ ବନ୍ଧନରେ ଥିବା ବ୍ୟକ୍ତି ଭାବରେ ଚିହ୍ନିତ କରେ । ଯଦି ସହ ବନ୍ଦୀଙ୍କୁ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ , ତେବେ ଆପଣ ଏହା ପରିବର୍ତ୍ତେ ଏକ ଛୋଟ ବାକ୍ୟ ସହ ଏହାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମୋ ସହ ବନ୍ଦୀ ହୋଇଅଛି” (ଦେଖନ୍ତୁ:)
καὶ Μᾶρκος, ὁ ἀνεψιὸς Βαρναβᾶ
ପାଉଲ ଏହି ବାକ୍ୟାଂଶରେ “ଅଭିବାଦନ” କ୍ରିୟାକୁ ଅନ୍ତର୍ଭୂକ୍ତ କରିନାହାଁନ୍ତି କାରଣ ଏହା ତାଙ୍କ ଭାଷାରେ ଅନାବଶ୍ୟକ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଆବଶ୍ୟକ, ଆପଣ ଏହାକୁ ଏଠାରେ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ବର୍ଣ୍ଣବାଙ୍କର କୁଟୁମ୍ବୀୟ ମାର୍କ ମଧ୍ୟ ଆପଣଙ୍କୁ ଅଭିବାଦନ ଜଣାଉଛନ୍ତି” (ଦେଖନ୍ତୁ:)
ὁ ἀνεψιὸς Βαρναβᾶ
ଅନୁବାଦିତ କୁଟୁମ୍ବୀୟ ଶବ୍ଦଟି ଜଣେ ମାତା କିମ୍ବା ପିତାଙ୍କର ଭାଇ କିମ୍ବା ଭଉଣୀର ପୁଅକୁ ସୂଚାଏ । ଯଦି ସମ୍ଭବ, ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହି ସମ୍ପର୍କକୁ ସ୍ପଷ୍ଟ କରେ, କିମ୍ବା ଆପଣ ସମ୍ପର୍କକୁ ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ବର୍ଣ୍ଣବାବାଙ୍କ ମାଉସୀ କିମ୍ବା ମାମୁଁଙ୍କ ପୁତ୍ର ଅଟନ୍ତି” (ଦେଖନ୍ତୁ:)
οὗ…ἔλθῃ…αὐτόν
ଅନୁବାଦିତ ଶବ୍ଦଗୁଡ଼ିକ କାହାକୁ, ସେ ଏବଂ ତାହାକୁ ମାର୍କକୁ ବୁଝାଏ, ବର୍ଣ୍ଣବ୍ବାକୁ ନୁହେଁ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ମାର୍କ… ସେ ଆସିପାରେ… ତାଙ୍କୁ” (ଦେଖନ୍ତୁ:)
περὶ οὗ ἐλάβετε ἐντολάς
କଲସୀୟମାନଙ୍କୁ କିଏ ଏହି ନିର୍ଦ୍ଦେଶ ପଠାଇଲେ ପାଉଲ ସ୍ପଷ୍ଟ କରିନାହାଁନ୍ତି, ଏବଂ ବୋଧହୁଏ ସେ ପଠାନ୍ତି ନାହିଁ । ଯଦି ଆପଣଙ୍କ ଭାଷାରେ ଏହା ସମ୍ଭବ, ଏହି ଆଜ୍ଞା ପଠାଇଥିବା ବ୍ୟକ୍ତିଙ୍କୁ ସ୍ପଷ୍ଟ କରନ୍ତୁ ନାହିଁ । କିଏ ନିର୍ଦେଶ ପଠାଇଛନ୍ତି ତାହା ଯଦି ଆପଣ ସ୍ପଷ୍ଟ କରିବାକୁ ଇଚ୍ଛା କରନ୍ତି, ଆପଣ ଏକ ଅନିର୍ଦ୍ଦିଷ୍ଟ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହା ବିଷୟରେ ତୁମ୍ଭମାନଙ୍କୁ ନିର୍ଦେଶ ଦିଆଗଲା” (ଦେଖନ୍ତୁ:)
ἐὰν ἔλθῃ πρὸς ὑμᾶς
ଏଠାରେ, ପାଉଲ ଏକ ଆନୁମାନିକ ପରିସ୍ଥିତିକୁ ସୂଚାନ୍ତି । ଏହା ହୋଇପାରେ ଯେ ମାର୍କ କଲସୀୟମାନଙ୍କୁ ସାକ୍ଷାତ କରନ୍ତି, କିନ୍ତୁ ପାଉଲ ନିଶ୍ଚିତ ନାହାନ୍ତି । ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ପ୍ରକୃତ ସମ୍ଭାବନାକୁ ସୂଚାଏ । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କ ନିକଟକୁ ଆସିପାରେ କିମ୍ବା ନ ଆସିପାରେ, କିନ୍ତୁ ଯଦି ସେ ଆସନ୍ତି,” (ଦେଖନ୍ତୁ:)
δέξασθε αὐτόν
କାହାକୁ ଗ୍ରହଣ କରିବା ଅର୍ଥ ସେହି ବ୍ୟକ୍ତିଙ୍କୁ ଗୋଟିଏ ଗୋଷ୍ଠୀରେ ସ୍ୱାଗତ କରିବା ଏବଂ ତାଙ୍କୁ ଆତିଥ୍ୟ ବିସ୍ତାର କରିବା । ଯଦି ଗ୍ରହଣ କରିବା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ଯାହାକି ଏହି ପ୍ରକାରର ଆତିଥ୍ୟକୁ ସୂଚାଏ କିମ୍ବା ଏକ ବର୍ଣ୍ଣନାକାରୀ ବାକ୍ୟାଂଶ ସହ ଧାରଣାକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ତାଙ୍କୁ ଆତିଥ୍ୟ ଦେଖାଅ ଏବଂ ତାଙ୍କୁ ତୁମ୍ଭମାନଙ୍କ ଗୋଷ୍ଠୀରେ ଗ୍ରହଣ କର” (ଦେଖନ୍ତୁ:)
Colossians 4:11
Ἰησοῦς…Ἰοῦστος
ସମାନ ବ୍ୟକ୍ତିମାନଙ୍କ ପାଇଁ ଏଗୁଡ଼ିକ ଦୁଇଟି ନାମ ଅଟେ । (ଦେଖନ୍ତୁ:)
ὁ λεγόμενος Ἰοῦστος
ଏଠାରେ, ପାଉଲ “ଯୀଶୁ” ବିଷୟରେ ଅଧିକ ସୂଚନା ପ୍ରଦାନ କରନ୍ତି । ଏହି ସୂଚନା ଚିହ୍ନଟ କରେ ଯେ ଏହା କେଉଁ “ଯୀଶୁ” (ଯୂସ୍ତ ଭାବରେ ମଧ୍ୟ ଜଣାଶୁଣା), ତାଙ୍କୁ ଅନ୍ୟ ପୁରୁଷଙ୍କଠାରୁ ପୃଥକ କରେ ଯାହାର ନାମ “ଯୀଶୁ” ଅଟେ । ଯଦି ଦ୍ଵିତୀୟ ନାମ ଉପସ୍ଥାପନ କରିବାର ଏହି ଉପାୟ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ନିଜ ଭାଷାରେ ଏକ ବାକ୍ୟ ଗଠନ ବ୍ୟବହାର କରିପାରିବେ ଯାହାକି ଏହି ଧାରଣାକୁ ବୁଝାଏ । ବିକଳ୍ପ ଅନୁବାଦ: “ଯାହାକୁ ଜଷ୍ଟସ୍ କୁହାଯାଏ” (ଦେଖନ୍ତୁ:)
ὁ λεγόμενος
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ଅନିର୍ଦ୍ଦିଷ୍ଟ କାଳ କିମ୍ବା ଅସ୍ପଷ୍ଟ ବିଷୟ ସହ ଧାରଣାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ କିଛି ଲୋକ ଡାକନ୍ତି” (ଦେଖନ୍ତୁ:)
καὶ Ἰησοῦς, ὁ λεγόμενος Ἰοῦστος
ପାଉଲ ଏହି ବାକ୍ୟାଂଶରେ “ଅଭିବାଦନ” କ୍ରିୟାକୁ ଅନ୍ତର୍ଭୂକ୍ତ କରିନାହାଁନ୍ତି କାରଣ ଏହା ତାଙ୍କ ଭାଷାରେ ଅନାବଶ୍ୟକ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଆବଶ୍ୟକ ଥାଏ, ଆପଣ ଏହାକୁ ଏଠାରେ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଯୂସ୍ତ ନାମକ ଯୀଶୁ ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି” (ଦେଖନ୍ତୁ:)
οὗτοι
ଅନୁବାଦିତ ଶବ୍ଦ ଏହି ପଦରେ ଉଲ୍ଲେଖ କରାଯାଇଥିବା ତିନି ଜଣଙ୍କୁ ଏବଂ ପୂର୍ବ ପଦରେ ଉଲ୍ଲେଖ କରାଯାଇଛି: ଆରିସ୍ତାର୍ଖ, ମାର୍କ ଏବଂ ଯୀଶୁ । ଯଦି ଏଗୁଡ଼ିକ ଯାହା ସୂଚାଏ ତାହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସେମାନଙ୍କ ନାମକୁ ପୁନରାବୃତ୍ତି କରିପାରିବେ କିମ୍ବା ଏହାକୁ ଅନ୍ୟ ଉପାୟରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଏହି ତିନୋଟି” (ଦେଖନ୍ତୁ:)
οἱ ὄντες ἐκ περιτομῆς οὗτοι, μόνοι συνεργοὶ εἰς τὴν Βασιλείαν τοῦ Θεοῦ, οἵτινες ἐγενήθησάν μοι παρηγορία.
ପାଉଲ ଏଠାରେ ତିନି ଜଣଙ୍କୁ ଦୁଇଟି ଉପାୟରେ ବର୍ଣ୍ଣନା କରିଛନ୍ତି । ପ୍ରଥମେ, ସେ ସେମାନଙ୍କୁ ସହକର୍ମୀମାନଙ୍କ ମଧ୍ୟରେ କେବଳ ଯିହୁଦୀ (ସୁନ୍ନତରୁ) ଭାବରେ ପରିଚିତ କରନ୍ତି । ଅନ୍ୟ ଅର୍ଥରେ, ପାଉଲ ସେମାନଙ୍କୁ ଅନ୍ୟ ସମସ୍ତକଙ୍କଠାରୁ ଅଲଗା କରନ୍ତି, କାରଣ ଏହି ତିନି ଜଣ କେବଳ ଯିହୂଦୀମାନଙ୍କୁ ସୁନ୍ନତ କରନ୍ତି । ଦ୍ୱିତୀୟରେ, ସେ ସେମାନଙ୍କୁ ବର୍ଣ୍ଣନା କରିଛନ୍ତି ଯେଉଁମାନେ ତାଙ୍କ ପାଇଁ ସାନ୍ତ୍ୱନା ହେଇଛନ୍ତି । ଏଠାରେ, ସେ ସେମାନଙ୍କୁ ଅନ୍ୟ ସହକର୍ମୀମାନଙ୍କଠାରୁ ପୃଥକ କରୁନାହାଁନ୍ତି; ଏହା ପରିବର୍ତ୍ତେ, ସେ କେବଳ କହିବାକୁ ଚାହାଁନ୍ତି ଯେ ସେମାନେ ତାଙ୍କ ପାଇଁ ସାନ୍ତ୍ୱନା ଆଣିଛନ୍ତି । ଯଦି ଏହି ବର୍ଣ୍ଣନାଗୁଡ଼ିକ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଦୁଇଟି ବର୍ଣ୍ଣନାକୁ ଭିନ୍ନ ଭାବରେ ଅନୁବାଦ କରିପାରିବ ଯାହା ଦ୍ଵାରା ଏହା ସ୍ପଷ୍ଟ ହେବ ଯେ ପ୍ରଥମଟି ତିନି ଜଣଙ୍କୁ ପୃଥକ କରୁଥିବାବେଳେ ଦ୍ୱିତୀୟଟି ତିନି ଜଣଙ୍କୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ରାଜ୍ୟ ପାଇଁ ମୋର ସମସ୍ତ ସହକର୍ମୀମାନଙ୍କ ମଧ୍ୟରୁ ଏମାନେ କେବଳ ସୁନ୍ନତରୁ ଆସିଛନ୍ତି, ଏବଂ ସେମାନେ ମୋତେ ସାନ୍ତ୍ୱନା ଦେଇଛନ୍ତି” (ଦେଖନ୍ତୁ:)
ὄντες ἐκ περιτομῆς
ପୁରୁଷମାନେ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କୁ ଚିହ୍ନିବା ପାଇଁ ସୁନ୍ନତ ଶବ୍ଦ ବ୍ୟବହାର କରନ୍ତି । ଯଦି ସୁନ୍ନତ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହୁଏ ତେବେ ଆପଣ “ଯିହୂଦୀ” ଭଳି ଏକ ଶବ୍ଦ ବ୍ୟବହାର କରି ଏହି ଧାରଣାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଯିହୁଦୀ” (ଦେଖନ୍ତୁ:)
οἵτινες ἐγενήθησάν μοι παρηγορία
ଯଦି ଆପଣଙ୍କ ଭାଷା ସାନ୍ତ୍ୱନା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ସାନ୍ତ୍ୱନା” ପରି କ୍ରିୟା ସହ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ମୋତେ ସାନ୍ତ୍ୱନା ଦେଇଛନ୍ତି” (ଦେଖନ୍ତୁ:)
Colossians 4:12
Ἐπαφρᾶς
ଏହା ଜଣେ ପୁରୁଷର ନାମ ଅଟେ । ସେ ପ୍ରଥମେ କଲସୀରେ ଲୋକମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ (କଲସୀୟ ୧:୭ 1:7) ଦେଖନ୍ତୁ ।
ἀσπάζεται
ଏହି ସଂସ୍କୃତିରେ ଯେପରି ପ୍ରଥା ଥିଲା, ପାଉଲ ତାଙ୍କ ସହ ଥିବା ଏବଂ ଯେଉଁମାନଙ୍କୁ ସେ ଲେଖୁଛନ୍ତି ସେହି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ ଏହି ପତ୍ରକୁ ସମାପ୍ତ କରନ୍ତି । ଆପଣଙ୍କ ଭାଷାରେ ଏକ ପତ୍ରରେ ଅଭିବାଦନ ଜଣାଇବାରେ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ । ଯଦି ହଁ, ଆପଣ ସେହି ବାକ୍ୟ ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସ୍ମରଣ କରିବାକୁ କହେ” କିମ୍ବା “ଅଭିବାଦନ ଜଣାଏ”
ὁ ἐξ ὑμῶν
ତୁମ୍ଭମାନଙ୍କ ମଧ୍ୟରୁ ଅନୁବାଦିତ ବାକ୍ୟର ଅର୍ଥ, ଏପାଫ୍ରା କଲସୀୟମାନଙ୍କ ସହ ରହୁଥିଲେ ଏବଂ ସେହି ଗୋଷ୍ଠୀର ଏକ ଅଂଶ ଥିଲେ ଯାହାକୁ ପାଉଲ ପତ୍ର ଲେଖୁଛନ୍ତି । ଏହି ଧାରଣାକୁ ପ୍ରକାଶ କରିବାକୁ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ଆପଣଙ୍କ ଭାଷାରେ ସୂଚାଏ ଯେ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅଟନ୍ତି । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କ ନଗରର” କିମ୍ବା “ସେ ତୁମ୍ଭମାନଙ୍କ ସହ ରହୁଥିଲେ” (ଦେଖନ୍ତୁ:)
πάντοτε
ଏଠାରେ, ସର୍ବଦା ଏକ ଅତିଶୟୋକ୍ତି ଅଟେ ଯାହା କଲସୀୟମାନେ ବୁଝନ୍ତି ଯେ ଏପାଫ୍ରା ସେମାନଙ୍କ ପାଇଁ ଅନେକ ସମୟରେ ପ୍ରାର୍ଥନା କରନ୍ତି । ଯଦି ଆପଣଙ୍କ ଭାଷାରେ ସର୍ବଦା ଅସ୍ପଷ୍ଟ ହୁଏ , ଆପଣ ଏକ ଶବ୍ଦ ବ୍ୟବହାର କରିପାରିବ ଯାହା ଏହାକୁ ସୂଚାଏ । ବିକଳ୍ପ ଅନୁବାଦ: “କ୍ରମାଗତ” କିମ୍ବା “ବାରମ୍ବାର” (ଦେଖନ୍ତୁ:)
ἀγωνιζόμενος ὑπὲρ ὑμῶν ἐν ταῖς προσευχαῖς
ଅନୁବାଦିତ ପ୍ରୟାସ ଶବ୍ଦ ସାଧାରଣତଃ ଏକ ପ୍ରତିଯୋଗିତାରେ ଜିତିବାକୁ ଚେଷ୍ଟା କରିବା ପାଇଁ ବ୍ୟବହୃତ ହୁଏ, ତାହା ଆଥଲେଟିକ୍, ସାମରିକ କିମ୍ବା ଆଇନଗତ ଅଟେ । ଏପାଫ୍ରା ପ୍ରକୃତରେ ଏକ ଆଥଲେଟିକ କିମ୍ବା ସାମରିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନଥିବାବେଳେ, ପାଉଲ କଲରାସୀୟମାନଙ୍କ ପାଇଁ ଏପାଫ୍ରା କିପରି ଆନ୍ତରିକତାର ସହ ପ୍ରାର୍ଥନା କରନ୍ତି ତାହା ବ୍ୟାଖ୍ୟା କରିବା ପାଇଁ ରୂପକୁ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପାଇଁ ଉତ୍ସାହର ସହ ପ୍ରାର୍ଥନା କରେ” କିମ୍ବା “ତୁମ୍ଭମାନଙ୍କ ପାଇଁ ତାଙ୍କ ପ୍ରାର୍ଥନାରେ ବହୁ ପରିଶ୍ରମ କରନ୍ତି” (ଦେଖନ୍ତୁ:)
ἵνα
ଅନୁବାଦିତ ଶବ୍ଦ ତେଣୁ ତାହା ଦ୍ଵାରା ପରିଚିତ ହୋଇପାରିବ: (୧) ଇପାଫ୍ରାର ପ୍ରାର୍ଥନାର ବିଷୟବସ୍ତୁ । ବିକଳ୍ପ ଅନୁବାଦ: “ପଚାରିବା” (୨) ଏପାଫ୍ରା ପ୍ରାର୍ଥନାର ଉଦ୍ଦେଶ୍ୟ ବା ଲକ୍ଷ୍ୟ । ବିକଳ୍ପ ଅନୁବାଦ: “ସେହି କ୍ରମରେ” (ଦେଖନ୍ତୁ:)
σταθῆτε τέλειοι καὶ πεπληροφορημένοι ἐν παντὶ θελήματι τοῦ Θεοῦ
ଏଠାରେ, ପାଉଲ କହନ୍ତି ଯେପରି କଲସୀୟମାନେ ଈଶ୍ଵରଙ୍କ ସମସ୍ତ ଇଚ୍ଛାରେ ଠିଆ ହୋଇପାରିବେ । ଏହା ଦ୍ଵାରା, ସେ କହନ୍ତି ଯେ ସେମାନେ କ୍ରମାଗତ ଭାବରେ ଈଶ୍ଵରଙ୍କ ଇଚ୍ଛା କରିବା ଉଚିତ୍, ଯେପରି ଈଶ୍ଵରଙ୍କ ଇଚ୍ଛା ଏପରି ଯାହା ସେମାନଙ୍କୁ ଆଗଗକୁ ବଡିବାରେ ସାହାଯ୍ୟ କଲା । ଅନୁବାଦିତ ଶବ୍ଦଗୁଡ଼ିକ ସିଦ୍ଧ ଓ ସମସ୍ତ ଇଚ୍ଛା ଥିବା ଶବ୍ଦଗୁଡ଼ିକ ସେମାନେ କିପରି ଭାବରେ ଠିଆ ହେବା ଉଚିତ୍, କିମ୍ବା ପାଳନ କରିବାକୁ ବ୍ୟାଖ୍ୟା କରେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ରୂପକ ବ୍ୟବହାର କରିପାରିବ କିମ୍ବା କଳ୍ପନାକୁ ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସଂପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇପାରିବ ଯେହେତୁ ତୁମ୍ଭେମାନେ କ୍ରମାଗତ ଭାବରେ ଈଶ୍ଵରଙ୍କ ସମସ୍ତ ଇଚ୍ଛା ପାଳନ କର” (ଦେଖନ୍ତୁ:)
τέλειοι
ଏହି ପ୍ରସଙ୍ଗରେ ସଂପୂର୍ଣ୍ଣ ଅନୁବାଦିତ ଶବ୍ଦର ଅର୍ଥ ଜଣେ ବ୍ୟକ୍ତି ଯାହା ହେବା ଉଚିତ୍ ଏବଂ ସେ ଯାହା କରିବାକୁ ଡାକନ୍ତି ତାହା କରିବାକୁ ସକ୍ଷମ ଅଟନ୍ତି । ଯଦି ଆପଣଙ୍କ ଭାଷାରେ ସଂପୂର୍ଣ୍ଣ ଅସ୍ପଷ୍ଟ ହୁଏ , ଆପଣ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ଏହି ଅର୍ଥ ପ୍ରକାଶ କରେ, ଯେପରିକି “ସିଦ୍ଧ” କିମ୍ବା “ଉତ୍କୃଷ୍ଟ”, । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଯାହା କରିବାକୁ ଆହ୍ୱାନ କରିଛନ୍ତି ତାହା ପାଇଁ ଯଥାର୍ଥ” (ଦେଖନ୍ତୁ:)
πεπληροφορημένοι
ସଂପୂର୍ଣ୍ଣ ରୂପେ ଅନୁବାଦିତ ଶବ୍ଦ ସେହି ଲୋକମାନଙ୍କୁ ବର୍ଣ୍ଣନା କରେ ଯେଉଁମାନେ ଆତ୍ମବିଶ୍ୱାସୀ କିମ୍ବା ସେମାନେ ଯାହା ବିଶ୍ଵାସ କରନ୍ତି ଏବଂ କରନ୍ତି ତାହା ନିଶ୍ଚିତ କରନ୍ତି । ଯଦି ଆପଣଙ୍କ ଭାଷାରେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ହେବା ଅସ୍ପଷ୍ଟ ହୁଏ, ଆପଣ ଏହି ଧାରଣାକୁ ଏକ ଛୋଟ ବାକ୍ୟାଂଶ ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଜାଣିଛ ସେ ବିଷୟରେ ନିଶ୍ଚିତ ହୁଅ” କିମ୍ବା “ବିନା ସନ୍ଦେହରେ” (ଦେଖନ୍ତୁ:)
ἐν παντὶ θελήματι τοῦ Θεοῦ
ଯଦି ଆପଣଙ୍କ ଭାଷା ଇଚ୍ଛା ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଇଚ୍ଛା” ପରି କ୍ରିୟା ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଇଚ୍ଛା କରନ୍ତି” (ଦେଖନ୍ତୁ:)
Colossians 4:13
γὰρ
ଅନୁବାଦିତ ପାଇଁ ଶବ୍ଦ ପୂର୍ବ ପଦରେ ଏପାଫ୍ରା ବିଷୟରେ ପାଉଲଙ୍କ ବାକ୍ୟ ପାଇଁ ଅଧିକ ସମର୍ଥନ ପ୍ରଦାନ କରେ । ୪:୧୨ ରେ, ପାଉଲ କହନ୍ତି ଯେ ଏଫାଫ୍ରା ସେମାନଙ୍କ ପାଇଁ “ସର୍ବଦା ଚେଷ୍ଟା କରନ୍ତି” ଏବଂ ସେ ଏହି ଦାବିକୁ ସମର୍ଥନ କରନ୍ତି ଯେ ଇଲାଫ୍ରା କଲସୀୟମାନଙ୍କ ପାଇଁ ଏବଂ ସେମାନଙ୍କ ନିକଟରେ ରହୁଥିବା ଅନ୍ୟ ବିଶ୍ଵାସୀମାନଙ୍କ ପାଇଁ କେତେ ପରିଶ୍ରମ କରନ୍ତି । ଯଦି ଏହି ସଂଯୋଗଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ ଯାହା ପୂର୍ବ ବିବୃତ୍ତି ପାଇଁ ସମର୍ଥନ ପ୍ରଦାନ କରାଏ, କିମ୍ବା ପାଉଲ ଯାହା ସମର୍ଥନ କରୁଛନ୍ତି ତାହା ଆପଣ ପୁନଃ ଅନୁସରଣ କରିପାରିବ୍ ଏ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ହୋଇପାରିବେ ଯେ ସେ ଏହା କରନ୍ତି କାରଣ” (ଦେଖନ୍ତୁ:)
ἔχει πολὺν πόνον
ଯଦି ଆପଣଙ୍କ ଭାଷା ଶ୍ରମ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେମାନେ ଶ୍ରମକୁ ମିଶ୍ରଣ କରି ଧାରଣାକୁ ପ୍ରକାଶ କରିପାରିବେ ଯେପରି “ଶ୍ରମ” ଭଳି ଗୋଟିଏ କ୍ରିୟା ଶବ୍ଦକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେ କଠିନ ପରିଶ୍ରମ କରନ୍ତି” (ଦେଖନ୍ତୁ:)
τῶν ἐν Λαοδικίᾳ, καὶ τῶν ἐν Ἱεραπόλει
ଏଠାରେ, ପାଉଲ ସେହିମାନଙ୍କୁ କାହାକୁ ବୁଝାଏ, ଯେହେତୁ ତାଙ୍କ ଭାଷାରେ ଏହା ସ୍ପଷ୍ଟ ଥିଲା ଯେ ସେହି ନଗର ଗୁଡ଼ିକରେ ରହୁଥିବା ଲୋକଙ୍କୁ ସୂଚାଏ । ଯଦି ଏହି ବାକ୍ୟ ଗଠନଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସ୍ପଷ୍ଟ କରି ପାରିବ ଯେ ଏହି ଦୁଇ ନଗରରେ ରହୁଥିବା ବିଶ୍ଵାସୀମାନଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଲାଅଦିକିଆରେ ରହୁଥିବା ବିଶ୍ଵାସୀମାନଙ୍କ ଏବଂ ହିଏରାପଲିରେ ରହୁଥିବା ବିଶ୍ଵାସୀମାନଙ୍କ” କିମ୍ବା “ଲାଅଦିକିଆ ଏବଂ ହିଏରାପଲିରେ ରହୁଥିବା ବିଶ୍ଵାସୀମାନଙ୍କ” (ଦେଖନ୍ତୁ:)
Λαοδικίᾳ…Ἱεραπόλει
ଲାଅଦିକିଆ ଏବଂ ହିଏରାପଲି କଲସୀ ନିକଟବର୍ତ୍ତି ନଗରଗୁଡ଼ିକ ଥିଲା । ବାସ୍ତବରେ, ସେଗୁଡ଼ିକ ସମାନ ଉପତ୍ୟକାରେ ଅବସ୍ଥିତ ଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ନିକଟବର୍ତ୍ତୀ ନଗର ବୋଲି ସ୍ପଷ୍ଟ ହୁଏ, ଆପଣ ଏହି ସୂଚନା ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ନିକଟସ୍ଥ ଲାଅଦିକିଆ … ନିକଟସ୍ଥ ହିଏରାପଲି” କିମ୍ବା “ଲାଅଦିକିଆ … ହିଏରାପଲି, ତୁମ୍ଭମାନଙ୍କଙ୍କ ନିକଟରେ ମଣ୍ଡଳୀ” (ଦେଖନ୍ତୁ:)
Colossians 4:14
ἀσπάζεται
ଏହି ସଂସ୍କୃତିରେ ଯେପରି ପ୍ରଥା ଥିଲା, ପାଉଲ ତାଙ୍କ ସହ ଥିବା ଏବଂ ଯେଉଁମାନଙ୍କୁ ସେ ଲେଖୁଛନ୍ତି ସେହି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ ଏହି ପତ୍ରକୁ ସମାପ୍ତ କରନ୍ତି । ଆପଣଙ୍କ ଭାଷାରେ ଏକ ପତ୍ରରେ ଅଭିବାଦନ ଜଣାଇବା ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ । ଯଦି ହଁ, ଆପଣ ସେହି ବାକ୍ୟ ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସ୍ମରଣ କରିବଲୁ କହେ” କିମ୍ବା “ଅଭିବାଦନ କରେ”
Λουκᾶς…Δημᾶς
ଏଗୁଡ଼ିକ ପୁରୁଷମାନଙ୍କର ନାମ ଅଟେ । (ଦେଖନ୍ତୁ:)
ἀσπάζεται ὑμᾶς Λουκᾶς, ὁ ἰατρὸς ὁ ἀγαπητὸς, καὶ Δημᾶς.
ପାଉଲ “ଅଭିବାଦନ” କ୍ରିୟା ଏବଂ ଦୀମା ସହ ମଧ୍ୟ ଅନ୍ତର୍ଭୂକ୍ତ କରିନାହାଁନ୍ତି କାରଣ ଏହା ତାଙ୍କ ଭାଷାରେ ଅନାବଶ୍ୟକ ଥିଲା । ଯଦି ଆପଣଙ୍କ ଭାଷାରେ “ଅଭିବାଦନ” ଅନ୍ତର୍ଭୂକ୍ତ କରିବା ଆବଶ୍ୟକ, ଆପଣ (୧) ତୁମ୍ଭମାନଙ୍କୁ ଅଭିବାଦନ କରିବା ଜଣାନ୍ତି । ବିକଳ୍ପ ଅନୁବାଦ: “ପ୍ରିୟ ବୈଦ୍ୟ ଲୂକ ଓ ଦୀମା ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ କରନ୍ତି” (୨) ଏହାକୁ ବାକ୍ୟାଂଶ ଏବଂ ଦୀମା ସହ ଅନ୍ତର୍ଭୁକ୍ତ କରେ । ବିକଳ୍ପ ଅନୁବାଦ: “ପ୍ରିୟ ଚିକିତ୍ସକ ଲୂକ ତୁମ୍ଭମାନଙ୍କୁ ଅଭିବାଦନ କରନ୍ତି, ଏବଂ ଦୀମା ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ କରନ୍ତି” (ଦେଖନ୍ତୁ:)
Colossians 4:15
ἀσπάσασθε
ଏହି ସଂସ୍କୃତିରେ ଯେପରି ପ୍ରଥା ଥିଲା, ପାଉଲ କେବଳ ତାଙ୍କ ସହ ଥିବା ଏବଂ ଯେଉଁମାନଙ୍କୁ ଲେଖନ୍ତି ସେହି ଲୋକମାନଙ୍କୁ ଜାଣନ୍ତି (ଯେପରି ସେ ୪:୧୦–୧୪ ରେ କରିଛନ୍ତି) ସେ କଲସୀୟମାନଙ୍କୁ ମଧ୍ୟ ଅନ୍ୟ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବାକୁ କହନ୍ତି ଯାହା ସେ ଏବଂ କଲସୀୟମାନେ ଜାଣନ୍ତି । ଆପଣଙ୍କ ଭାଷାରେ ଏକ ପତ୍ରରେ ଅଭିବାଦନ ଜଣାଇବାରେ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ । ଯଦି ହଁ, ଆପଣ ସେହି ବାକ୍ୟ ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ସ୍ମରଣ କରାଅ” କିମ୍ବା “ମୋ ବଦଳରେ ଅଭିବାଦନ କର”
τοὺς…ἀδελφοὺς
ଅନୁବାଦିତ ଭାଇମାନେ ଶବ୍ଦ କେବଳ ପୁରୁଷ ଲୋକମାନଙ୍କୁ ବୁଝାଏ ନାହିଁ । ଏହା ପରିବର୍ତ୍ତେ, ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ସୂଚାଏ ଯେଉଁମାନେ ବିଶ୍ଵାସୀ ଗୋଷ୍ଠୀର ଅଂଶ ଅଟନ୍ତି । ଯଦି ଭାଇମାନେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଧାରଣାକୁ ଏକ ଶବ୍ଦ ସହ ପ୍ରକାଶ କରିପାରିବେ ଯାହା ସ୍ୱାଭାବିକ ଲିଙ୍ଗକୁ ସୂଚାଏ ନାହିଁ କିମ୍ବା ଆପଣ ଉଭୟ ପୁରୁଷ ଏବଂ ମହିଳା ଲିଙ୍ଗ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖନ୍ତୁ:)
Νύμφαν
ଏହା ଜଣେ ମହିଳାଙ୍କ ନାମ ଅଟେ । (ଦେଖନ୍ତୁ:)
κατ’ οἶκον αὐτῆς
ତାଙ୍କ ଗୃହରେ ଥିବା ବାକ୍ୟାଂଶ ସୂଚାଇବା ପାଇଁ ଏହା ଏକ ଉପାୟ ଅଟେ ଯାହା ମଣ୍ଡଳୀ ନୁମ୍ଫାଙ୍କ ଗୃହକୁ ସେମାନଙ୍କର ସଭା ସ୍ଥାନ ଭାବରେ ବ୍ୟବହାର କରିବାକୁ ବୁଝାଏ । ଯଦି ତାଙ୍କ ଗୃହରେ ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ତାଙ୍କ ଗୃହରେ ଏକତ୍ର ହୁଏ” (ଦେଖନ୍ତୁ:)
Colossians 4:16
ἀναγνωσθῇ…ἀναγνωσθῇ…ἀναγνῶτε
ଏହି ସଂସ୍କୃତିରେ, ଗୋଷ୍ଠୀକୁ ପଠାଯାଇଥିବା ପତ୍ରଗୁଡ଼ିକ ସାଧାରଣତଃ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଗୋଷ୍ଠୀର ଅନ୍ୟ ସମସ୍ତଙ୍କୁ ଉଚ୍ଚ ସ୍ୱରରେ ପାଠ କରି ଶୁଣାଯାଇଥାଏ । ଏହି ପଦରେ ପଢିବା ଦ୍ୱାରା ଅନୁବାଦିତ ଶବ୍ଦଗୁଡ଼ିକ ଏହି ଅଭ୍ୟାସକୁ ସୂଚାଏ । ଯଦି ଆପଣଙ୍କର ଏହି ଅଭ୍ୟାସକୁ ସୂଚାଇବା ପାଇଁ ଏକ ଉପାୟ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଶୁଣାଯାଇଛି… ଏହା ଶୁଣାଯାଇଛି… ଶୁଣ” (ଦେଖନ୍ତୁ:)
ἀναγνωσθῇ παρ’ ὑμῖν ἡ ἐπιστολή…ἀναγνωσθῇ
ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ଗଠନଗୁଡ଼ିକ ବ୍ୟବହାର କରେ ନାହିଁ, ତେବେ ଆପଣ “ବ୍ୟକ୍ତି” ପରି ଏକ ଅନିର୍ଦ୍ଦିଷ୍ଟ ବିଷୟ ଯୋଗାଇ କିମ୍ବା “ଶୁଣ” ପରି ଏକ ଭିନ୍ନ କ୍ରିୟା ସହ ଧାରଣାକୁ ପ୍ରକାଶ କରି କର୍ତ୍ତୃବାଚ୍ୟଗ ଠନରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ପତ୍ରକୁ ଶୁଣିଅଛ… ସେମାନେ ଏହା ଶୁଣନ୍ତି” (ଦେଖନ୍ତୁ:)
ποιήσατε ἵνα καὶ ἐν τῇ Λαοδικαίων ἐκκλησίᾳ ἀναγνωσθῇ, καὶ τὴν ἐκ Λαοδικίας ἵνα καὶ ὑμεῖς ἀναγνῶτε
ଏହି ଆଜ୍ଞାଗୁଡ଼ିକ ସହ, ପାଉଲ ମଣ୍ଡଳୀଗୁଡ଼ିକୁ ପତ୍ର ବିନିମୟ କରିବାକୁ କହୁଛନ୍ତି । ସେ ଚାହୁଁଛନ୍ତି ଯେ କଲସୀୟମାନେ ସେ ଲାଅଦିକିଆକୁ ପଠାଇଥିବା ପତ୍ରକୁ ଶୁଣନ୍ତୁ ଏବଂ ସେ ଚାହୁଁଛନ୍ତି ଯେ ଲାଅଦିକିଆମାନେ ସେ କଲସୀୟମାନଙ୍କୁ ପଠାଇଥିବା ପତ୍ରର ଶୁଣନ୍ତୁ । ପତ୍ର ପଠାଇବା ଏବଂ ଗ୍ରହଣ କରିବା ପାଇଁ ଯଦି ଆପଣଙ୍କର ଏକ ନିର୍ଦ୍ଦିଷ୍ଟ ଶବ୍ଦ ଅଛି , ତେବେ ଆପଣ ଏହାକୁ ଶୁଣିବା ପାଇଁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହାକୁ ମଣ୍ଡଳୀରେ ପଡିବା ପାଇଁ ଏହାକୁ ଲାଅଦିକିଆକୁ ପଠାନ୍ତୁ, ଏବଂ ମୁଁ ସେମାନଙ୍କୁ ପଠାଇଥିବା ପତ୍ରକୁ ଅନୁରୋଧ କରନ୍ତୁ ଯାହା ଦ୍ଵାରା ତୁମ୍ଭେମାନେ ମଧ୍ୟ ଏହାକୁ ପଢି ପାରିବେ” (ଦେଖନ୍ତୁ:)
τὴν ἐκ Λαοδικίας
ଲାଅଦିକିଆରୁ ଆସିଥିବା ବାକ୍ୟଟି ଏକ ପତ୍ରକୁ ସୂଚାଏ ଯାହା ପାଉଲ ଲାଅଦିକିଆ ମଣ୍ଡଳୀକୁ ପଠାଇ ସାରିଛନ୍ତି । ଯଦି ଏହି ବାକ୍ୟ ଗଠନଟି ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏକ ଅଭିବ୍ୟକ୍ତି ବ୍ୟବହାର କରିପାରିବ ଯାହା ସ୍ପଷ୍ଟ କରେ ଯେ ଏହା ପାଉଲଙ୍କ ପତ୍ର, ପାଉଲଙ୍କୁ ଲେଖାଯାଇ ନାହିଁ । ବିକଳ୍ପ ଅନୁବାଦ: “ମୁଁ ଲାଅଦିକିଆକୁ ସମ୍ବୋଧିତ କରିଥିବା ପତ୍ର” (ଦେଖନ୍ତୁ:)
Colossians 4:17
καὶ εἴπατε
କଲସୀୟମାନଙ୍କୁ ତାଙ୍କ ପାଇଁ ଅନ୍ୟମାନଙ୍କୁ ଅଭିବାଦନ ଜଣାଇବା ବ୍ୟତୀତ (୪:୧୫), ପାଉଲ ସେମାନଙ୍କୁ ଆର୍ଖିପ୍ପଙ୍କୁ କିଛି କହିବାକୁ ମଧ୍ୟ କହିଥିଲେ । ଯଦି ଆପଣଙ୍କର ଭାଷାରେ ଏକ ନିର୍ଦ୍ଦିଷ୍ଟ ଶବ୍ଦ ଅଛି , ଏକ ବାର୍ତ୍ତା ପ୍ରକାଶ କରିବା ପାଇଁ ନିର୍ଦ୍ଦେଶନାମା ପାଇଁ, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏହି ବାର୍ତ୍ତା ଦେଲେ”
Ἀρχίππῳ
ଏହା ଜଣେ ପୁରୁଷର ନାମ ଅଟେ। (ଦେଖନ୍ତୁ:)
βλέπε τὴν διακονίαν ἣν παρέλαβες ἐν Κυρίῳ, ἵνα αὐτὴν πληροῖς
ପାଉଲଙ୍କଠାରୁ ଆର୍ଖିପ୍ପଙ୍କ ନିମନ୍ତେ ନିର୍ଦ୍ଦେଶ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ ଲେଖାଯାଇଛି । ଯଦି ଆପଣଙ୍କ ଭାଷା ଏହି ବାକ୍ୟ ଗଠନ ବ୍ୟବହାର କରେ ନାହିଁ, ଆପଣ ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଲେଖି ପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ସେ ପ୍ରଭୁଙ୍କ ନିକଟରେ ଗ୍ରହଣ କରିଥିବା ସେବାକୁ ଦେଖିବା ଉଚିତ୍, ଯାହାଫଳରେ ସେ ତାହା ପୂରଣ କରିବେ” (ଦେଖନ୍ତୁ:)
εἴπατε Ἀρχίππῳ, βλέπε τὴν διακονίαν ἣν παρέλαβες ἐν Κυρίῳ, ἵνα αὐτὴν πληροῖς.
ଦେଖ ତୁମ୍ଭେ ପାଇଥିବା ପଦ ଅନୁବାଦ କରାଯାଇଥିବା ଶବ୍ଦଗୁଡ଼ିକ ସମସ୍ତେ ଏକାକୀ ଆର୍ଖିପ୍ପଙ୍କୁ ବୁଝାଏ ଏବଂ ଏକବଚନ ଅଟେ । ତଥାପି, ଅନୁବାଦିତ ଶବ୍ଦଟି କଲସୀୟମାନଙ୍କୁ ସୂଚାଏ ଏବଂ ବହୁବଚନ ଅଟେ । (ଦେଖନ୍ତୁ:)
βλέπε τὴν διακονίαν
ଏଠାରେ, ପାଉଲ କହନ୍ତି ଯେପରି ଆର୍ଖିପ୍ପ ସେବା ହେଉଛି ଯାହା ସେ ଦେଖିପାରିବେ । ଏହା ଦ୍ଵାରା, ତାଙ୍କର ଅର୍ଥ ସେ ଚାହୁଁଛନ୍ତି ଯେ ଆର୍ଖିପ୍ପ ତାଙ୍କ ସେବାର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଯେପରି ସେ ଏହା ଉପରେ ଦୃଷ୍ଟି ରଖିପାରିବେ । ଯଦି ଆପଣଙ୍କ ଭାଷାରେ ଏହି ଅର୍ଥ ଅସ୍ପଷ୍ଟ ହେବ, ଆପଣ ଏହି ଧାରଣାକୁ ଏକ ତୁଳନାତ୍ମକ ରୂପକ କିମ୍ବା ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେବାରେ ଧ୍ୟାନ ଦିଅ” (ଦେଖନ୍ତୁ:)
τὴν διακονίαν…παρέλαβες
ସେବା କ’ଣ କିମ୍ବା ଆର୍ଖିପ୍ପ ଏହାକୁ କାହାଠାରୁ ଗ୍ରହଣ କରିଛନ୍ତି ସେ ବିଷୟରେ ପାଉଲ ସ୍ପଷ୍ଟ କରନ୍ତି ନାହିଁ । ଯଦି ଏହା ସମ୍ଭବ, ଏହି ସୂଚନାକୁ ଆପଣଙ୍କ ଅନୁବାଦରେ ଅସ୍ପଷ୍ଟ ରଖନ୍ତୁ । ଯଦି ଆପଣ କୌଣସି ଅତିରିକ୍ତ ସୂଚନା ଅନ୍ତର୍ଭୂକ୍ତ କରିବାକୁ ଇଚ୍ଛା କରନ୍ତି, ଆପଣ ସ୍ପଷ୍ଟ କରି ପାରିବ ଯେ “ଈଶ୍ଵର” ତାଙ୍କୁ ମଣ୍ଡଳୀର ସେବା ପ୍ରଦାନ କରିଥିଲେ । ବିକଳ୍ପ ଅନୁବାଦ: “ମଣ୍ଡଳୀର ସେବା କରିବାର କାର୍ଯ୍ୟ… ଈଶ୍ଵର ତୁମ୍ଭକୁ ଦେଇଛନ୍ତି” (ଦେଖନ୍ତୁ:)
ἐν Κυρίῳ
ଖ୍ରୀଷ୍ଟଙ୍କ ସହ ଆର୍ଖିପ୍ପଙ୍କର ମିଳନକୁ ବର୍ଣ୍ଣନା କରିବା ପାଇଁ ପାଉଲ ପ୍ରଭୁଙ୍କ ସ୍ଥାନିକ ରୂପକ ବ୍ୟବହାର କରନ୍ତି । ଏହି ପରିପ୍ରେକ୍ଷୀରେ, ପ୍ରଭୁଙ୍କଠାରେ ରହିବା, କିମ୍ବା ପ୍ରଭୁଙ୍କ ସହ ମିଳିତ ହେବା, ସେ କେଉଁ ପରିସ୍ଥିତିରେ ତାଙ୍କ ସେବା ଗ୍ରହଣ କରିଥିଲେ ତାହା ଚିହ୍ନଟ କରନ୍ତି । ଯେବେ ସେ ପ୍ରଭୁଙ୍କ ସହ ମିଳିତ ହୋଇ ଏହି ସେବା ଗ୍ରହଣ କରିଥିଲେ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସହ ମିଳିତ” (ଦେଖନ୍ତୁ:)
ἵνα
ଅନୁବାଦିତ ଶବ୍ଦ ଯାହା ଏକ ଲକ୍ଷ୍ୟ ବା ଉଦ୍ଦେଶ୍ୟର ପରିଚୟ ଦେଇଥାଏ । ଏଠାରେ, ଏହା ଉଦ୍ଦେଶ୍ୟ ଯାହା ପାଇଁ ଆର୍ଖିପ୍ପ ତାଙ୍କ ସେବା ଉପରେ ଧ୍ୟାନ ଦେବା କିମ୍ବା ରହିବା ଉଚିତ୍ । ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ପୂର୍ବ ବିବୃତ୍ତିର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟକୁ ପରିଚିତ କରିବ । ବିକଳ୍ପ ଅନୁବାଦ: “ସେହି କ୍ରମରେ” (ଦେଖନ୍ତୁ:)
Colossians 4:18
ὁ ἀσπασμὸς τῇ ἐμῇ χειρὶ
କଲସୀୟମାନଙ୍କୁ ଶେଷ ଅଭିବାଦନ ଲେଖି ପାଉଲ ତାଙ୍କ ପତ୍ରକୁ ସମାପ୍ତ କରନ୍ତି । ଆପଣଙ୍କ ଭାଷାରେ ଏକ ପତ୍ରରେ ଅଭିବାଦନ ଜଣାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ । ଯଦି ହଁ, ଆପଣ ସେହି ବାକ୍ୟ ଗଠନକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ସ୍ଵ ହସ୍ତରେ ମନେ ଲେଖି ସ୍ମରଣ କରାଏ” କିମ୍ବା “ମୁଁ ନିଜ ହାତରେ ଅଭିବାଦନ ଲେକେ”
τῇ ἐμῇ χειρὶ
ଏହି ସଂସ୍କୃତିରେ, ଜଣେ ଲେଖକଙ୍କ ପାଇଁ ପତ୍ରର ଲେଖକ କ’ଣ କହନ୍ତି ତାହା ଲେଖିବା ସ୍ୱାଭାବିକ ଥିଲା । ପାଉଲ ଏଠାରେ ସୂଚାନ୍ତି ଯେ ସେ ନିଜେ ଏହି ଶେଷ ଶବ୍ଦଗୁଡ଼ିକ ଲେଖୁଛନ୍ତି । ମୋ ନିଜ ହସ୍ତରେ ବାକ୍ୟାଂଶର ଅର୍ଥ ହେଉଛି ଯେ ସେ ନିଜ ହାତରେ କଲମରେ ଲେଖିଥିଲେ । ଯଦି ଆପଣଙ୍କ ପାଠକମାନେ ମୋ ହାତରେ ବୁଝି ନ ପାରନ୍ତି , ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରି ଧାରଣାକୁ ପ୍ରକାଶ କରିପାରିବେ କିମ୍ବା ଏହାକୁ ସ୍ପଷ୍ଟ କରିବା ପାଇଁ ଆବଶ୍ୟକ ଅତିରିକ୍ତ ସୂଚନା ଅନ୍ତର୍ଭୂକ୍ତ କରିପାରିବ । ବିକଳ୍ପ ଅନୁବାଦ: “ମୋର ହସ୍ତଲେଖାରେ” କିମ୍ବା “ମୁଁ ନିଜେ ଲେଖୁଛି” (ଦେଖନ୍ତୁ:)
Παύλου
ଏଠାରେ, ପାଉଲ ତୃତୀୟ ବ୍ୟକ୍ତିଙ୍କ ବିଷୟରେ ନିଜ ବିଷୟରେ କୁହନ୍ତି । ପତ୍ର ମଧ୍ୟରେ ତାଙ୍କ ନାମ ଦସ୍ତଖତ କରିବା ପାଇଁ ସେ ଏହା କରନ୍ତି, ଯାହା ଦର୍ଶାଏ ଯେ ପତ୍ରଟି ନିଜେ ପାଉଲଙ୍କଠାରୁ ଆସିଛି ଏବଂ ତାଙ୍କର ଅଧିକାର ବହନ କରୁଛି । ପତ୍ର କିମ୍ବା ଡକ୍ୟୁମେଣ୍ଟ ଦସ୍ତଖତ କରିବା ପାଇଁ ଯଦି ଆପଣଙ୍କର ଭାଷାର ଏକ ନିର୍ଦ୍ଦିଷ୍ଟ ଶବ୍ଦ ଅଛି , ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ପାଉଲ ” (ଦେଖନ୍ତୁ:)
μου τῶν δεσμῶν
ପାଉଲ ତାଙ୍କ ଶିକୁଳି ବିଷୟରେ କହନ୍ତି, ଯାହା ଦ୍ଵାରା ସେ ଆପଣା ବନ୍ଧନକୁ ବୁଝାନ୍ତି । ଯଦି ଆପଣଙ୍କ ଭାଷାରେ ବନ୍ଧନ ଅସ୍ପଷ୍ଟ ହେବ, ଆପଣ ଏକ ତୁଳନାତ୍ମକ ଅଭିବ୍ୟକ୍ତି ବ୍ୟବହାର କରିପାରିବ କିମ୍ବା କଳ୍ପନାକୁ ଅଣ-ସାଙ୍କେତିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେ ମୁଁ ବନ୍ଧନରେ ଅଛି” କିମ୍ବା “ମୋର ବନ୍ଧନକୁ ମନେରଖ” (ଦେଖନ୍ତୁ:)
ἡ χάρις μεθ’ ὑμῶν
ପାଉଲଙ୍କ ସଂସ୍କୃତିର ପ୍ରଥା ଅନୁଯାୟୀ, ପାଉଲ କଲସୀୟମାନଙ୍କ ପାଇଁ ଆଶୀର୍ବାଦ ଦେଇ ତାଙ୍କ ପତ୍ରକୁ ଶେଷ କରନ୍ତି । ଏକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ଚିହ୍ନିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ଦୟା ଅନୁଭବ କର” କିମ୍ବା “ମୁଁ ପ୍ରାର୍ଥନା କରେ ଯେ ତୁମ୍ଭମାନେ ଅନୁଗ୍ରହ ପାଅ” (ଦେଖନ୍ତୁ:)
ἡ χάρις μεθ’
ଯଦି ଆପଣଙ୍କ ଭାଷା ଅନୁଗ୍ରହ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣା ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଦୟାଳୁ ହୁଅନ୍ତୁ” (ଦେଖନ୍ତୁ:)