3 John
3 John front
3 ଯୋହନ ପରିଚୟ
ଭାଗ 1: ସାଧାରଣ ପରିଚୟ
3 ଯୋହନ
- ବହିର ବାହ୍ୟରେଖା। ପରିଚୟ (1: 1)
- । ଆତିଥ୍ୟ ଦେଖାଇବାକୁ ଉତ୍ସାହ ଏବଂ ନିର୍ଦ୍ଦେଶାବଳୀ (1: 2-8)
- । ଦିୟତ୍ରଫା ଏବଂ ଦୀମୀତ୍ରିୟ (1:9-12)
- ସିଦ୍ଧାନ୍ତ ବା ସମାପ୍ତି (1: 13-14)
ଯୋହନଙ୍କ 3 ପୁସ୍ତକ କିଏ ଲେଖିଛନ୍ତି?
ପତ୍ର ବା ଚିଠି ଲେଖକଙ୍କ ନାମ ଦେଇନାହିଁ। ଲେଖକ କେବଳ ପ୍ରାଚୀନ ବା ବୟୋଜ୍ୟେଷ୍ଠ ବ୍ୟକ୍ତି ବୋଲି ନିଜର ପରିଚୟ ଦିଅନ୍ତି (1:1)। ଏହି ଚିଠିଟି ବୋଧହୁଏ ପ୍ରେରିତ ଯୋହନଙ୍କ ଜୀବନର ଶେଷ ଭାଗରେ ଲେଖାଯାଇଥାଇ।
3 ଯୋହନଙ୍କ ପୁସ୍ତକ ବିଷୟ କ’ଣ?
ଯୋହନ ଏହି ପତ୍ରକୁ ଜଣେ ବିଶ୍ଵାସୀ ନାମ ଗାୟଙ୍କ ନିକଟକୁ ଲେଖିଛନ୍ତି। ସେ ସହ-ବିଶ୍ଵାସୀମାନଙ୍କ ପ୍ରତି ଆତିଥ୍ୟସତ୍କାର ବା ସ୍ୱାଗତ କରିବା ନିମନ୍ତେ ଗାୟଙ୍କୁ ପରାମର୍ଶ ଦେଉଛନ୍ତି ସମଗ୍ର ଅଞ୍ଚଳରେ ଯାତ୍ରା କରୁଥିଲେ।
ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ?
ଅନୁବାଦକମାନେ ହୁଏତ ଏହାର ପାରମ୍ପରିକ ଶୀର୍ଷକ “3ୟ ଯୋହନ” କିମ୍ବା “ତୃତୀୟ ଯୋହନ” ଦ୍ୱାରା ଏହି ପୁସ୍ତକକୁ ନାମିତ କରିବାକୁ ନିର୍ଣ୍ଣୟ କଲେ। କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ ନିର୍ଣ୍ଣୟ କଲେ, ଯେପରିକି “ଯୋହନଙ୍କଠାରୁ ତୃତୀୟ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ତୃତୀୟ ପତ୍ର”। (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ଭାଗ 2 ବା ଦ୍ୱିତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣା
ଆତିଥ୍ୟସତ୍କାର କ’ଣ?
ଆତିଥ୍ୟସତ୍କାର ପ୍ରାଚୀନ ନିକଟ ପୂର୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ଥିଲା। ବିଦେଶୀ କିମ୍ବା ବାହାର ଲୋକମାନଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ହେବା ଆଉ ଯଦି ଏହା ଆବଶ୍ୟକ ହୁଏ ତେବେ ସେମାନଙ୍କୁ ସାହାଯ୍ୟ କରିବା ଅତି ଆବଶ୍ୟକ ଥିଲା। 2 ଯୋହନରେ, ଯୋହନ ଭଣ୍ଡ ବା ମିଥ୍ୟା ଶିକ୍ଷକମାନଙ୍କୁ ଆତିଥ୍ୟସତ୍କାର ଦେଖାଇ ଖ୍ରୀଷ୍ଟିଆନମାନଙ୍କୁ ହତୋତ୍ସାହ କରିଛନ୍ତି। 3 ଯୋହନରେ, ଯୋହନ ବିଶ୍ୱସ୍ତ ଶିକ୍ଷକମାନଙ୍କୁ ଆତିଥ୍ୟସତ୍କାର ଦେଖାଇବାରୁ ଖ୍ରୀଷ୍ଟିଆନମାନଙ୍କୁ ଉତ୍ସାହିତ କରିଛନ୍ତି।
ଭାଗ 3 ବା ତୃତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟା
ଲେଖକ ତାହାଙ୍କ ପତ୍ରରେ ପାରିବାରିକ ସମ୍ପର୍କକୁ କିପରି ଉଲ୍ଲେଖ କରନ୍ତି?
ଲେଖକ ଭ୍ରାତା ଏବଂ ସନ୍ତାନଗଣ ଶବ୍ଦକୁ ଏପରି ଭାବେ ବ୍ୟବହାର କରିଛନ୍ତି ଯାହାକି ଏକ ଦ୍ଵନ୍ଧ ସୃଷ୍ଟି କରିପାରେ। ଧର୍ମଶାସ୍ତ୍ର ସର୍ବଦା ଯିହୂଦୀମାନଙ୍କୁ ଚିହ୍ନିତ କରିବା ନିମନ୍ତେ “ଭାତୃବୃନ୍ଦ” ଶବ୍ଦର ବ୍ୟବହାର କରେ। କିନ୍ତୁ ଏହି ପତ୍ରରେ, ଯୋହନ ଖ୍ରୀଷ୍ଟିୟାନମାନଙ୍କୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି। ମଧ୍ୟ, ଯୋହନ କେତେକ ବିଶ୍ଵାସୀମାନଙ୍କୁ ତାହାଙ୍କ “ସନ୍ତାନଗଣ” ସମ୍ବୋଧନ କରନ୍ତି। ଏହି ସବୁ ବିଶ୍ଵାସୀମାନଙ୍କୁ ସେ ଖ୍ରୀଷ୍ଟଙ୍କର ଆଜ୍ଞାବହ ବା ଆଜ୍ଞା ପାଳନ କରିବା ନିମନ୍ତେ ଶିକ୍ଷା ଦେଇଛନ୍ତି।
ଯୋହନ ମଧ୍ୟ “ଅଣଯିହୂଦୀ” ଶବ୍ଦକୁ ଯେପରି ଭାବରେ ବ୍ୟବହାର କରିଛନ୍ତି ଯାହା ଦ୍ବନ୍ଦ ସୃଷ୍ଟି କରି ପାରେ । ଧର୍ମଶାସ୍ତ୍ରରେ ସର୍ବଦା “ଅଣଯିହୂଦୀ” ଶବ୍ଦକୁ ସେହି ଲୋକମାନଙ୍କ ନିମନ୍ତେ ଉଲ୍ଲେଖ କରାଯାଏ ଯେଉଁମାନେ ଯିହୂଦୀ ନୁହନ୍ତି। କିନ୍ତୁ ଏହି ପତ୍ରରେ, ଯୋହନ ସେମାନଙ୍କ ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କଲେ ନାହି।
3 John 1
3 John 1:1
ଏହା ଯୋହନଙ୍କଠାରୁ ଗାୟଙ୍କ ନିକଟକୁ ଏକ ବ୍ୟକ୍ତିଗତ ପତ୍ର ଅଟେ। “ତୁମ୍ଭେ” ଏବଂ “ତୁମ୍ଭର” ଶଦ୍ଦର ସମସ୍ତ ଦୃଷ୍ଟାନ୍ତ ଗାୟଙ୍କୁ ଉଦ୍ଦେଶ୍ୟ କରେ ଏବଂ ସେଗୁଡ଼ିକ ଏକ ବଚନ ଅଟେ। (ଦେଖନ୍ତୁ: ତୁମେ/ତୁମ୍ଭେ/ଆପଣ ଶବ୍ଦର ଗଠନ)
ὁ πρεσβύτερος
ପ୍ରେରିତ ଏବଂ ଯୀଶୁଙ୍କ ଶିଷ୍ୟ ଯୋହନଙ୍କୁ ଏହା ସୂଚିତ କରେ। ସେ ଆପଣାକୁ ଜଣେ ପ୍ରାଚୀନ ଭାବେ ଉଲ୍ଲେଖ କରନ୍ତି, ହୁଏତ ତାହାଙ୍କ ଗତ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧ୍ୟକ୍ଷ ଅଟନ୍ତି। ଲେଖକଙ୍କ ନାମକୁ ସ୍ପଷ୍ଟ କାରାଯାଇ ପାରେ: “ମୁଁ, ପ୍ରାଚୀନ ଯୋହନ, ମୁଁ ଲେଖୁଅଛି” (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
Γαΐῳ
ସେ ଜଣେ ସାଥୀ ବା ସହ-ବିଶ୍ଵାସୀଙ୍କୁ ଅଟନ୍ତି ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି। (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ὃν ἐγὼ ἀγαπῶ ἐν ἀληθείᾳ
“ଯାହାଙ୍କୁ ମୁଁ ପ୍ରକୃତରେ ପ୍ରେମ କରେ”
3 John 1:2
περὶ πάντων…σε εὐοδοῦσθαι καὶ ὑγιαίνειν
“ତୁମ୍ଭେ ହୁଏତ ସମସ୍ତ ବିଷୟରେ ଉତ୍ତମ କରିପାର ଏବଂ ସବଳ ହୋଇପାର”
καθὼς εὐοδοῦταί σου ἡ ψυχή
“ଯେପରି ତୁମ୍ଭେ ଆତ୍ମିକତାରେ ଉତ୍ତମ କରୁଅଛ”
3 John 1:3
ἐρχομένων ἀδελφῶν
ଯେତେବେଳେ ସହ-ବିଶ୍ଵାସୀମାନେ ଆସିଲେ” ସମ୍ଭବତଃ ଏହି ଲୋକମାନେ ସମସ୍ତେ ପୁରୁଷ ଥିଲେ।
σὺ ἐν ἀληθείᾳ περιπατεῖς
ଏକ ମାର୍ଗରେ ଚାଲିବା ଏକ ରୂପକ ଅଳଙ୍କାର ବା ଉପମ ଅଟେ କାରଣ ଜଣେ ବ୍ୟକ୍ତି କିପରି ତାହାର ଜୀବନ ଅତିବାହିତ କରେ। ବିକଳ୍ପ ଅନୁବାଦ: “ତୁମ୍ଭେ ତୁମ୍ଭର ଜୀବନକୁ ଈଶ୍ଵରଙ୍କ ସତ୍ୟତା ଅନୁସାରେ ଅତିବାହିତ କରୁଅଛ” (ଦେଖନ୍ତୁ: ଉପମା/ରୂପକ)
3 John 1:4
τὰ ἐμὰ τέκνα
ଯୋହନ ସେମାନଙ୍କ ବିଷୟରେ କୁହନ୍ତି ଯେଉଁମାନଙ୍କୁ ସେ ଯୀଶୁରେ ବିଶ୍ଵାସ କରିବା ନିମନ୍ତେ ଶିକ୍ଷା ଦେଲେ ସତେ ଯେପରି ସେମାନେ ତାହାଙ୍କ ସନ୍ତାନ ଥିଲେ। ଏହା ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ଏବଂ ଚିନ୍ତାର ଭାବନାକୁ ଗୁରୁତ୍ବାରୋପ କରେ। ଏହା ମଧ୍ୟ ହୋଇପାରେ ଯେ ସେ ନିଜେ ସେମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଛନ୍ତି। ବିକଳ୍ପ ଅନୁବାଦ: “ମୋର ଆତ୍ମିକ ସନ୍ତାନଗଣ” (ଦେଖନ୍ତୁ: ଉପମା/ରୂପକ)
3 John 1:5
ଏହି ପତ୍ର ଲେଖିବାର ଯୋହନଙ୍କର ଉଦ୍ଦେଶ୍ୟ ଗାୟଙ୍କୁ ପ୍ରଶଂସା କରିବା ନିମନ୍ତେ ଅଟେ; ତା’ପରେ ସେ ଦୁଇ ବ୍ୟକ୍ତିଙ୍କ ବିଷୟରେ କହନ୍ତି, ଜଣେ ମନ୍ଦ ଏବଂ ଅନ୍ୟ ଜଣେ ଉତ୍ତମ।
ἀγαπητέ
ଏଠାରେ ପ୍ରିୟ ଯେପରି ସହ-ବିଶ୍ଵାସୀ ଗାୟ ନିମନ୍ତେ ଏକ ସ୍ନେହ ଶବ୍ଦ ବ୍ୟବହୃତ କରାଯାଇଛି। ଆପଣଙ୍କ ଭାଷାରେ ଜଣେ ପ୍ରିୟ ବନ୍ଧୁ ବୋଲି ଏଠାରେ ବ୍ୟବହାର କରନ୍ତୁ।
πιστὸν ποιεῖς
“ଈଶ୍ଵରଙ୍କଠାରେ ଯାହା ବିଶ୍ଵାସଯୋଗ୍ୟ ତାହା ତୁମ୍ଭେମାନେ କରୁଅଛ” କିମ୍ବା “ତୁମ୍ଭେମାନେ ଈଶ୍ଵରଙ୍କଠାରେ ବିଶ୍ଵସ୍ତ ହେଉଅଛ”
ὃ, ἐὰν ἐργάσῃ εἰς τοὺς ἀδελφοὺς καὶ τοῦτο ξένους
“ଯେତେବେଳେ ତୁମ୍ଭେ ସାଥୀ ବା ସହ-ବିଶ୍ଵାସୀମାନଙ୍କୁ ସାହାଯ୍ୟ କର, ବିଶେଷତଃ ଯେଉଁମାନଙ୍କୁ ତୁମ୍ଭେ ଜାଣ ନାହି”
3 John 1:6
οἳ ἐμαρτύρησάν σου τῇ ἀγάπῃ ἐνώπιον ἐκκλησίας
ଏହି ଶବ୍ଦସମୁହ “ଅପରିଚିତ ବା ବିଦେଶୀମାନଙ୍କୁ” (ପଦ 5) ବର୍ଣ୍ଣନା କରେ। “ତୁମ୍ଭେ କିପରି ସେମାନଙ୍କୁ ପ୍ରେମ କରିଅଛ ସେ ବିଷୟରେ ବିଦେଶୀମାନେ ଯେଉଁମାନେ ମଣ୍ଡଳୀରେ ବିଶ୍ଵାସୀମାନଙ୍କୁ କହିଅଛନ୍ତି”
καλῶς ποιήσεις, προπέμψας
ଯୋହନ ଏହି ବିଶ୍ଵାସୀମାନଙ୍କୁ ସାହାଯ୍ୟ କରିବାରେ ତାହାଙ୍କ ସାଧାରଣ ସ୍ଵଭାବ ନିମନ୍ତେ ଗାୟଙ୍କୁ ଧନ୍ୟବାଦ ଦେଉଛନ୍ତି। ଏହାକୁ ଏପରି ଭାବରେ ଅନୁବାଦ କର ତାହା ଦର୍ଶାଏ ଯେ ଏହା ହେଉଛି କିଛି ଯାହାକି ଗାୟ ନିରନ୍ତର ଭାବରେ କରନ୍ତି।
3 John 1:7
γὰρ τοῦ ὀνόματος ἐξῆλθον
ଏଠାରେ “ନାମ” ଶଦ୍ଦଟି ଯୀଶୁଙ୍କୁ ସୂଚିତ କରେ। ଏହାର ଆର୍ଥ ହୋଇପାରେ: (1) ସେମାନେ ଯୀଶୁଙ୍କ ବିଷୟରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ସେଠାରୁ ଚାଲିଗଲେ ଯେଉଁଠାରେ ସେମାନେ ଥିଲେ, କିମ୍ବା (2) ସେମାନେ ସେଠାରୁ ଚାଲିଗଲେ ଯେଉଁଠାରେ ସେମାନେ ଥିଲେ ଯେହେତୁ ଯୀଶୁଙ୍କଠାରେ ସେମାନଙ୍କ ବିଶ୍ଵାସ ଥିବାରୁ, କିମ୍ବା (3) ଉଭୟ ଏହି ବିଷୟ ସବୁ। ବିକଳ୍ପ ଅନୁବାଦ: “କାରଣ ସେମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ବାହାରି ଗଲେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
μηδὲν λαμβάνοντες
ଏହାର ଅର୍ଥ (1) ସେମାନଙ୍କୁ ଅବିଶ୍ଵାସୀମାନେ କୌଣସି ଜିନିଷ ଦେବା ଦ୍ୱାରା ସାହାଯ୍ୟ କଲେ ନାହିଁ କିମ୍ବା (2) ସେମାନେ ଅବିଶ୍ଵାସୀମାନଙ୍କଠାରୁ ସେମାନେ କୌଣସି ସାହାଯ୍ୟ କିମ୍ବା ଦାନ ଗ୍ରହଣ କଲେ ନାହିଁ ହୋଇପାରେ।
τῶν ἐθνικῶν
ଏଠାରେ “ଅଣଯିହୂଦୀମାନେ” ଅର୍ଥ କେବଳ ସେହି ଲୋକମାନେ ନୁହଁନ୍ତି ଯେଉଁମାନେ ଯିହୂଦୀ ନୁହଁନ୍ତି। ଏହା ଯେ କୌଣସି ଲୋକମାନଙ୍କୁ ସୂଚିତ କରେ ଯେଉଁମାନେ ଯୀଶୁଙ୍କଠାରେ ଭରସା କରନ୍ତି ନାହିଁ।
3 John 1:8
ἵνα συνεργοὶ γινώμεθα τῇ ἀληθείᾳ
“ସେଥିନିମନ୍ତେ ଆମ୍ଭେମାନେ ସେମାନଙ୍କ ସହିତ ସହଯୋଗ କରି ଲୋକମାନଙ୍କ ନିକଟରେ ଈଶ୍ଵରଙ୍କ ସତ୍ୟତା ଘୋଷଣା କରିବା”
τῇ ἀληθείᾳ
“ସତ୍ୟ” ଏଠାରେ କୁହାଯାଇଛି ସତେ ଯେପରି ଏହା ଯୋହନ, ଗାୟ ଏବଂ ଅନ୍ୟମାନେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଥିଲା। (1) ଏହାର ଅର୍ଥ ଯେପରି UST “ଈଶ୍ଵରଙ୍କଠାରୁ ପ୍ରକୃତ ବାର୍ତ୍ତା” ହୋଇପାରେ, କିମ୍ବା ଏହାର ଅର୍ଥ ହୋଇପାରେ (2) “ଈଶ୍ଵର, ଯିଏ ସତ୍ୟ ଅଟନ୍ତି।” (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)
3 John 1:9
τῇ ἐκκλησίᾳ
ମଣ୍ଡଳୀ ଏହା ଗାୟଙ୍କୁ ଏବଂ ବିଶ୍ଵାସୀମାନଙ୍କ ଏକ ଦଳକୁ ସୂଚିତ କରେ ଯେଉଁମାନେ ଈଶ୍ବରଙ୍କ ଉପାସନା କରିବା ନିମନ୍ତେ ଏକତ୍ର ସମବେତ ହେଲେ।
Διοτρέφης
ସେ ମଣ୍ଡଳୀର ଜଣେ ସଦସ୍ୟ ଥିଲେ। (ଦେଖନ୍ତୁ: ନାମଗୁଡ଼ିକୁ କିପରି ଅନୁବାଦ କରିବେ।)
ὁ φιλοπρωτεύων αὐτῶν
ଯିଏ ସେମାନଙ୍କ ମଧ୍ୟରେ ଜଣେ ମହାନ ହେବା ନିମନ୍ତେ ପସନ୍ଦ କରନ୍ତି କିମ୍ବା “ସେ ସେମାନଙ୍କ ଜଣେ ନେତା ସଦୃଶ କାର୍ଯ୍ୟ କରିବାକୁ ଚାହାଁନ୍ତି”
ἡμᾶς
“ଆମ୍ଭେମାନେ” ଶବ୍ଦଟି ଯୋହନ ଏବଂ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟକୁ ସମ୍ପୃକ୍ତ କରେ ନାହିଁ। ଯୋହନ ନିଜ ବିଷୟରେ କହିବା ପାଇଁ ଏହା ମଧ୍ୟ ଏକ ଭଦ୍ର ଉପାୟ ହୋଇପାରେ। UST ଦେଖନ୍ତୁ। (ଦେଖନ୍ତୁ: 'ଆମ୍ଭେମାନେ/ଆମ୍ଭମାନଙ୍କ' ଶବ୍ଦର ବହିର୍ଭୂତ ଏବଂ ଅନ୍ତର୍ଭୁକ୍ତ)
Διοτρέφης, οὐκ ἐπιδέχεται ἡμᾶς
ଦୀୟତ୍ରଫା… ଆମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ ଏହା କହିବାର ଅର୍ଥ ନୁହେଁ ଯେ ସେ ଯୋହନ ଏବଂ ଯୋହନଙ୍କ ସହିତ ଶାରୀରିକ ଭାବେ ଅଗ୍ରାହ୍ୟ କରିଛନ୍ତି, କିନ୍ତୁ ଏହା କହିବା ଏକ କ୍ଷୁଦ୍ରତର ଉପାୟ ଅଟେ ଯେ ସେ ଯୋହନଙ୍କ ଅଧିକାର କିମ୍ବା ଯୋହନ ଦେଇଥିବା ନିର୍ଦ୍ଦେଶକୁ ଗ୍ରହଣ କରନ୍ତି ନାହିଁ। UST ଦେଖନ୍ତୁ | (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
3 John 1:10
λόγοις πονηροῖς φλυαρῶν ἡμᾶς
“ସେ କିପରି ଆମ୍ଭମାନଙ୍କ ବିଷୟରେ ମନ୍ଦ କଥା କହନ୍ତି ଯାହା ନିଶ୍ଚିତ ରୂପେ ସତ୍ୟ ନୁହେ”
αὐτὸς ἐπιδέχεται τοὺς ἀδελφοὺς
“ସାଥୀ ବା ସହ-ବିଶ୍ଵାସୀମାନଙ୍କୁ ସ୍ଵାଗତ କଲେ ନାହିଁ”
τοὺς βουλομένους κωλύει
ଅନେକ ଶବ୍ଦଗୁଡ଼ିକୁ ଛଡାଯାଇଛି କିନ୍ତୁ ସେଗୁଡ଼ିକ ପୂର୍ବ ବାକ୍ୟାଂଶରୁ ବୁଝାପଡେ। ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ପ୍ରତିରୋଧ କରନ୍ତି ଯେଉଁମାନେ ବିଶ୍ଵାସୀମାନଙ୍କୁ ସ୍ଵାଗତ କରିବାକୁ ଚାହାଁନ୍ତି” UST ଦେଖନ୍ତୁ। (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
ἐκ τῆς ἐκκλησίας ἐκβάλλει
“ସେ ସେମାନଙ୍କୁ ବିଶ୍ଵାସୀ ମଣ୍ଡଳୀ ପରିତ୍ୟାଗ କରିବାକୁ ବାଧ୍ୟ କରନ୍ତି”
3 John 1:11
ἀγαπητέ
ଏଠାରେ ପ୍ରିୟ ଯେପରି ସହ-ବିଶ୍ଵାସୀ ଗାୟ ନିମନ୍ତେ ଏକ ସ୍ନେହ ବା ଆଦର ଶବ୍ଦ ବ୍ୟବହୃତ କରାଯାଇଛି। ଦେଖନ୍ତୁ ଏହା କିପରି 3 ଯୋହନ 1:5ରେ ଆପଣ ଅନୁବାଦ କରିଛନ୍ତି।
μὴ μιμοῦ τὸ κακὸν
“ମନ୍ଦ ବା ଖରାପ ବିଷୟର ଅନୁକରଣ କର ନାହି ଯାହା ଲୋକମାନେ କରନ୍ତି”
ἀλλὰ τὸ ἀγαθόν
ଅନେକ ଶବ୍ଦଗୁଡ଼ିକୁ ଛଡାଯାଇଛି କିନ୍ତୁ ସେଗୁଡ଼ିକ ପୂର୍ବ ବାକ୍ୟାଂଶରୁ ବୁଝାପଡେ। ବିକଳ୍ପ ଅନୁବାଦ: “କିନ୍ତୁ ଉତ୍ତମ ବିଷୟଗୁଡ଼ିକର ଅନୁକରଣ କର ଯାହା ଲୋକମାନେ କରନ୍ତି।” UST ଦେଖନ୍ତୁ। (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
ἐκ τοῦ Θεοῦ ἐστιν
“ଈଶ୍ଵରଙ୍କଠାରୁ ଆସେ”
οὐχ ἑώρακεν τὸν Θεόν
ଏଠାରେ “ଦେଖିବା” ହେଉଛି ଏକ ରୂପକ ଅଳଙ୍କାର ବା ଉପମ ଅଟେ ଯାହା ଜାଣିବା କିମ୍ବା ବୁଝିବାରେ ସାହାଯ୍ୟ କରେ। ବିକଳ୍ପ ଅନୁବାଦ: ”ଈଶ୍ଵରଙ୍କ ଅନ୍ତର୍ଗତ ନୁହେଁ କିମ୍ବା “ଈଶ୍ଵରଙ୍କଠାରେ ବିଶ୍ଵାସ କରେ ନାହିଁ” ପୁନଶ୍ଚ UST ଦେଖନ୍ତୁ। (ଦେଖନ୍ତୁ: ଉପମା/ରୂପକ)
3 John 1:12
Δημητρίῳ μεμαρτύρηται ὑπὸ πάντων
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ। ବିକଳ୍ପ ଅନୁବାଦରେ: “ଯେଉଁମାନେ ଦୀମୀତ୍ରିୟଙ୍କୁ ଜାଣନ୍ତି ସମସ୍ତେ ତାହଙ୍କ ବିଷୟରେ ସାକ୍ଷ ଦିଅନ୍ତି” କିମ୍ବା “ପ୍ରତ୍ୟେକ ବିଶ୍ଵାସୀମାନେ ଯେଉଁମାନେ ଦୀମୀତ୍ରିୟ ଜାଣନ୍ତି ସେମାନେ ତାହାଙ୍କ ବିଷୟରେ ଉତ୍ତମ କଥା କହନ୍ତି।” UST ଦେଖନ୍ତୁ। (ଦେଖନ୍ତୁ: କର୍ତ୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
Δημητρίῳ
ସେ ସମ୍ଭବତଃ ଜଣେ ବ୍ୟକ୍ତି ଅଟନ୍ତି ଯେତେବେଳେ ସେ ପରିଦର୍ଶନ କରିବା ନିମନ୍ତେ ଆସନ୍ତି ଯାହାଙ୍କୁ ଗାୟ ଏବଂ ମଣ୍ଡଳୀସମୁହ ସ୍ଵାଗତ କରିବା ନିମନ୍ତେ ଯୋହନ ଚାହାନ୍ତି। ସେ ହୁଏତ ଏହି ପତ୍ର ବିତରଣ କରିବାକୁ ଆସୁଥିବା ଜଣେ ବ୍ୟକ୍ତି ହୋଇପାରନ୍ତି।
ὑπὸ αὐτῆς τῆς ἀληθείας
ସତ୍ୟ ନିଜେ ତାହାଙ୍କ ବିଷୟରେ ଉତ୍ତମ କଥା କୁହେ।“ ଏଠାରେ “ସତ୍ୟ” ଜଣେ ବ୍ୟକ୍ତି କଥା କହୁଥିବା ସଦୃଶ ବର୍ଣ୍ଣନା କରାଯାଏ । ଅନ୍ୟ ଏକ ଅନୁବାଦରେ: “ସମସ୍ତେ ଯେଉଁମାନେ ସତ୍ୟକୁ ଜାଣନ୍ତି ସେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି। ପୁନଶ୍ଚ UST ଦେଖନ୍ତୁ। (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)
καὶ ὑπὸ αὐτῆς τῆς ἀληθείας
ଅନେକ ଶବ୍ଦଗୁଡ଼ିକୁ ଛଡାଯାଇଛି କିନ୍ତୁ ସେଗୁଡ଼ିକ ପୂର୍ବ ବାକ୍ୟାଂଶରୁ ବୁଝାପଡେ। ବିକଳ୍ପ ଅନୁବାଦ: “ଏବଂ ସେ ନିଜେ ସତ୍ୟର ସାକ୍ଷୀ ଅଟନ୍ତି।” (ଦେଖନ୍ତୁ: ଶବ୍ଦର ବିଲୋପ ବା ଉହ୍ୟତା)
καὶ ἡμεῖς δὲ μαρτυροῦμεν
ଯୋହନ ଯାହା ସୁନିଶ୍ଚିତ କରିଛନ୍ତି ତାହା ସୂଚିତ ଏବଂ ଏଠାରେ ସ୍ପଷ୍ଟ କରାଯାଇପାରିବ। ଅନ୍ୟ ବିକଳ୍ପ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦୀମୀତ୍ରିୟଙ୍କ ବିଷୟରେ ଉତ୍ତମ କହୁଅଛୁ।“ ପୁନଶ୍ଚ UST ଦେଖନ୍ତୁ। (ଦେଖନ୍ତୁ: ଅନୁମାନିକ ଜ୍ଞାନ ଓ ଅବ୍ୟକ୍ତ ସୂଚନା)
ἡμεῖς
“ଆମ୍ଭେ ବା ଆମ୍ଭେମାନେ” ଯୋହନ ଏବଂ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟକୁ ସମ୍ପୃକ୍ତ କରେ ନାହିଁ।
3 John 1:13
ଏହା ଗାୟଙ୍କ ନିକଟକୁ ଯୋହନଙ୍କ ଶେଷ ପତ୍ର ଅଟେ। ଏହି ବିଭାଗ ବା ପୁସ୍ତକରେ, ସେ ତାଙ୍କୁ ଦେଖା କରିବାକୁ ଆସିବା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ସୁଭେଚ୍ଛା ସହିତ ସମାପ୍ତ କରନ୍ତି।
οὐ θέλω διὰ μέλανος καὶ καλάμου σοι γράφειν
ଏହା ଏକ ଯୋଡ଼ା ବା ଦ୍ୱିଗୁଣିତ, କାରଣ କାଳୀ ଏବଂ କଲମ ଲେଖା ପ୍ରକ୍ରିୟାକୁ ବୁଝାଏ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଥିଲା। ଯୋହନ କହୁ ନାହାଁନ୍ତି ଯେ ସେ ସେମାନଙ୍କୁ କାଳୀ ଏବଂ କଲମ ବ୍ୟତୀତ ଅନ୍ୟ କୌଣସି ବସ୍ତୁରେ ଲେଖିବେ। ସେ କହୁଛନ୍ତି ଯେ ସେ ଏହିସବୁ ବିଷୟ ଆଦୌ ଲେଖିବାକୁ ଇଚ୍ଛା କରନ୍ତି ନାହିଁ। ବିକଳ୍ପ ଅନୁବାଦ: “ମୁଁ ସେଗୁଡ଼ିକ ବିଷୟରେ ତୁମ୍ଭକୁ ଲେଖିବାକୁ ଚାହେଁ ନାହିଁ” (ଦେଖନ୍ତୁ: ଦୁଇ ଅର୍ଥବୋଧକ/ଦୁଇ ଅର୍ଥବୋଧକ ବାକ୍ୟାଂଶ)
3 John 1:14
στόμα πρὸς στόμα
ଏଠାରେ ମୁଖାମୁଖି ଏକ ରୁଢ଼ୀ ଅଟେ, ଏହାର ଅର୍ଥ ଯେ “ବ୍ୟକ୍ତିଗତ।” ବିକଳ୍ପ ଅନୁବାଦରେ: “ବ୍ୟକ୍ତିଙ୍କ ନିକଟରେ” (ଦେଖନ୍ତୁ: ରୂଢି ପ୍ରୟୋଗ ବାକ୍ୟାଂଶ / ଲୋକଭାଷା)
3 John 1:15
εἰρήνη σοι
“ଈଶ୍ଵର ତୁମ୍ଭକୁ ଶାନ୍ତି ପ୍ରଦାନ କରନ୍ତୁ
ἀσπάζονταί σε οἱ φίλοι
“ଏଠାସ୍ଥିତ ବିଶ୍ଵାସୀମାନେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି”
ἀσπάζου τοὺς φίλους κατ’ ὄνομα
“ମୋ ପକ୍ଷରୁ ସେଠାସ୍ଥିତ ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ନମସ୍କାର ଜଣାଅ”