ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

Jonah

Jonah 1

Jonah 1:2

ସଦାପ୍ରଭୁ ଯୂନସଙ୍କୁ କ'ଣ କରିବାକୁ କହିଲେ?

ସଦାପ୍ରଭୁ ଯୂନସଙ୍କୁ ଉଠି, ନୀନିବୀ ମହାନଗରକୁ ଯାଇ, ତହିଁ ବିରୁଦ୍ଧରେ ଘୋଷଣା କରିବାକୁ କହିଲେ ।

Jonah 1:3

ସଦାପ୍ରଭୁ ଯୂନସକୁ ନୀନିବୀକୁ ଯିବାକୁ କହିବା ପରେ ଯୂନସ କ'ଣ କଲେ?

ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ।

Jonah 1:4

ଯୂନସ ଯେଉଁ ଜାହାଜରେ ଚଢିଥିଲେ ସେହି ଜାହାଜର ସଦାପ୍ରଭୁ କ'ଣ କଲେ?

ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ତ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।

Jonah 1:5-6

ପ୍ରବଳ ତୋଫାନ ମଧ୍ୟରେ ନାବିକମାନେ କାହାକୁ ଚିତ୍କାର କରି ଡାକିଲେ?

ନାବିକମାନେ ଭୀତ ହୋଇ ପ୍ରତ୍ୟେକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ ।

Jonah 1:7-9

ଅମଙ୍ଗଳ କାରଣ କିଏ ବୋଲି ଜାଣିବା ନିମନ୍ତେ ନାବିକମାନେ କିପରି ସ୍ଥିର କଲେ?

ନାବିକମାନେ ଅମଙ୍ଗଳର କାରଣ ଜାଣିବା ନିମନ୍ତେ ଗୁଲିବାଣ୍ଟ କରନ୍ତେ ଏହା ଯୂନସଙ୍କ ନାମରେ ଉଠିଲା।

ଗୁଲିବାଣ୍ଟର ଫଳାଫଳ କ’ଣ ଥିଲା?

ସେମାନେ ଅନୁଭବ କରୁଥିବା ଅମଙ୍ଗଳ କାରଣ ଯୂନସ ବୋଲି ଗୁଲିବାଣ୍ଟ ସୂଚାଇଲା।

Jonah 1:10-11

ନାବିକମାନେ କିପରି ଜାଣିବାକୁ ପାଇଲେ ଯେ ଯୂନସ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି?

ଯୂନସ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି ବୋଲି ନାବିକମାନେ ଜାଣିଥିଲେ କାରଣ ଯୂନସ ଏବିଷୟରେ ସେମାନଙ୍କୁ କହିଥିଲେ।

Jonah 1:12-13

ପ୍ରବଳ ତୋଫାନକୁ ରୋକିବା ପାଇଁ ଯୂନସ ସେହି ଲୋକମାନଙ୍କୁ କ’ଣ କରିବାକୁ କହିଲେ?

ଯୂନସଙ୍କୁ ଧରି ସମୁଦ୍ରରେ ପକାଈ ଦେବାକୁ ଯୂନସ ସେହି ଲୋକମାନଙ୍କୁ କହିଲେ ।

Jonah 1:14

ନାବିକମାନେ ସଦାପ୍ରଭୁଙ୍କୁ କେଉଁ ଦୁଇଟି ବିଷୟକୁ ଅନୁରୋଧ କଲେ?

ନାବିକମାନେ ସଦାପ୍ରଭୁଙ୍କୁ ବିନତି କଲେ ଯେ ଯୂନସର ପ୍ରାଣ ସକାଶୁ ସେମାନେ ବିନଷ୍ଟ ନ ହେଉନ୍ତୁ ପୁଣି ନିରପରାଧର ରକ୍ତପାତ ଦୋଷ ସେମାନଙ୍କ ଉପରେ ନ ବର୍ତ୍ତୁ ।

Jonah 1:15-16

ଯେତେବେଳେ ନାବିକମାନେ ଯୂନସକୁ ସମୁଦ୍ରରେ ପକାଇ ଦେଲେ ସେତେବେଳେ କ’ଣ ହେଲା?

ଯେତେବେଳେ ନାବିକମାନେ ଯୂନସକୁ ସମୁଦ୍ରରେ ପକାଇ ଦେଲେ, ସେତେବେଳେ ସମୁଦ୍ର ଆପଣା ପ୍ରଚଣ୍ତତାରୁ ନିବୃତ୍ତ ହେଲା।

Jonah 1:17

ଯେତେବେଳେ ନାବିକମାନେ ଯୂନସଙ୍କୁ ସମୁଦ୍ରରେ ପକାଇ ଦେଲେ, ସେତେବେଳେ ଯୂନସଙ୍କ ସହିତ କ’ଣ ହେଲା?

ଯୁନସଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟକୁ ନିରୂପଣ କରିଥିଲେ, ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ।

Jonah 2

Jonah 2:1-3

ମାଛର ଉଦରରେ ଯୂନସ କ’ଣ କଲେ?

ଯୂନସ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କଲେ କାରଣ ସେ ଦୁଃଖିତ ଥିଲେ।

Jonah 2:4-5

ଯୂନସ କ’ଣ ପୁନର୍ବାର କରିବାକୁ ସମର୍ଥ ହେବେ ବୋଲି ଆଶା କଲେ?

ଯୂନସ ପୁନର୍ବାର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିପାରିବେ ବୋଲି ଆଶା କଲେ ।

Jonah 2:6-7

ସଦାପ୍ରଭୁ ଯୂନସଙ୍କ ପ୍ରାଣକୁ କେଉଁଠୁ ଆଣିଲେ?

ସଦାପ୍ରଭୁ ଯୂନସଙ୍କ ପ୍ରାଣକୁ ଗର୍ତ୍ତରୁ ବାହାର କରି ଆଣିଲେ।

Jonah 2:8

ଯେଉଁମାନେ ମିଥ୍ୟା ଅସାର ବସ୍ତୁ ମାନନ୍ତି ସେମାନଙ୍କ ସହିତ କ’ଣ ହୁଏ ବୋଲି ଯୂନସ କହିଲେ?

ଯେଉଁମାନେ ମିଥ୍ୟା ଅସାର ବସ୍ତୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି ବୋଲି ଯୂନସ କହିଲେ।

Jonah 2:9

ଯେତେବେଳେ ଯୂନସ ମାଛର ଉଦରରେ ପ୍ରାର୍ଥନା କଲେ, କ’ଣ କରିବେ ବୋଲି ସେ କହିଥିଲେ?

ଯୂନସ ଧନ୍ୟବାଦ ସହିତ ସଦାପ୍ରଭୁଙ୍କର ବଳିଦାନ କରିବେ ପୁଣି ସେ ଯାହା ମାନତ କରିଅଛନ୍ତି, ତାହା ପରିଶୋଧ କରିବି ବୋଲି କହିଲେ।

ପରିତ୍ରାଣର କାହାର ବୋଲି ଯୂନସ କହିଲେ?

ଯୂନସ କହିଲେ ଯେ ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।

Jonah 2:10

ଯୂନସଙ୍କର ପ୍ରାର୍ଥନାକୁ ସଦାପ୍ରଭୁ କିପରି ଉତ୍ତର ଦେଲେ?

ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେହି ମତ୍ସ୍ୟ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।

Jonah 3

Jonah 3:2

ସଦାପ୍ରଭୁ ଯୂନସଙ୍କୁ ଦ୍ୱିତୀୟ ଥର କ’ଣ କରିବାକୁ ଆଜ୍ଞା ଦେଲେ?

ନୀନିବୀ ମହାନଗରକୁ ଯାଇ ସଦାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ଯୂନସଙ୍କୁ ଆଜ୍ଞା କଲେ।

Jonah 3:3

ଯୂନସଙ୍କର ପ୍ରତିକ୍ରିୟା କ’ଣ ଥିଲା ଯେତେବେଳେ ସଦାପ୍ରଭୁ ତାଙ୍କୁ ଦ୍ୱିତୀୟ ଥର ନୀନିବୀକୁ ଯିବାକୁ କହିଲେ?

ଯୂନସ ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ।

Jonah 3:4-7

ଯୂନସ ନୀନିବୀରେ କେଉଁ ବାର୍ତ୍ତା ପ୍ରଚାର କଲେ?

ଯୂନସ ପ୍ରଚାର କଲେ ଯେ ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ଉତ୍ପାଟିତ ହେବ।

Jonah 3:8

ସଦାପ୍ରଭୁଙ୍କ ବାର୍ତ୍ତା ଯୂନସ ପ୍ରଚାର କରିବାର ଶୁଣି ନୀନିବୀମାନେ କିପରି ପ୍ରତିକ୍ରିୟା କଲେ?

ନୀନିବୀମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ, ଉପବାସ କଲେ ଓ ଚଟ ବସ୍ତ୍ର ପରିଧାନ କଲେ। ପୁଣି, ନୀନିବୀ ରାଜାଙ୍କର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ଵାଦନ ନ କରୁ ସେମାନେ ଭୋଜନ କି ଜଳ-ପାନ ନ କରନ୍ତୁ ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ଵରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ।

Jonah 3:9

ନୀନିବୀ ରାଜା ନୀନିବୀ ଓ ନଗରବାସୀଙ୍କ ପାଇଁ କ'ଣ ଭରସା ପାଇଲେ?

ନୀନିବୀ ରାଜାଙ୍କର ଏହା ଭରସା ଥିଲା ଯେ ପରମେଶ୍ଵର ଆପଣା ପ୍ରଚଣ୍ତ କ୍ରୋଧରୁ ନିବୃତ୍ତ ହେବେ, ଓ ସେମାନଙ୍କୁ ଦୟା କରିବେ ତହିଁରେ ନୀନିବୀର ନଗରବାସୀ ବିନଷ୍ଟ ନୋହେବେ ।

Jonah 3:10

ନୀନିବୀମାନଙ୍କ ଅନୁତାପକୁ ପରମେଶ୍ଵର କିପରି ପ୍ରତିକ୍ରିୟା କଲେ?

ପରମେଶ୍ଵର ସେମାନଙ୍କର ଅନୁତାପକୁ ଦେଖିଲେ ଯେ ସେମାନେ ସେମାନଙ୍କର ମନ୍ଦ ମାର୍ଗରୁ ବିମୁଖ ହେଲେ ପୁଣି ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।

Jonah 4

Jonah 4:1

ଯୂନସ କାହିଁକି କ୍ରୋଧିତ ହେଲେ?

ନୀନିବୀମାନଙ୍କ ଉପରେ ସଦାପ୍ରଭୁ ଦୟା କଲେ ଏବଂ ସେମାନଙ୍କୁ ଦଣ୍ଡ ଦେଲେ ନାହିଁ ବୋଲି ଯୂନସ କ୍ରୋଧିତ ହେଲେ ।

Jonah 4:2

ଯୂନସ କାହିଁକି କହିଲେ ଯେ ସେ ତର୍ଶୀଶକୁ ପଳାଇବାକୁ ଚେଷ୍ଟା କରିଥିଲେ?

ଯୂନସ ଏଥିପାଇଁ ତର୍ଶୀଶକୁ ପଳାଇବାକୁ ଚେଷ୍ଟା କଲେ କାରଣ ସେ ଜାଣିଥିଲି ଯେ ସଦାପ୍ରଭୁ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ଵର ଅଟନ୍ତି ।

Jonah 4:3

ଯୂନସ ସଦାପ୍ରଭୁଙ୍କୁ ତାଙ୍କ ସହିତ କ'ଣ କରିବାକୁ କହିଲେ?

ଯୂନସ ସଦାପ୍ରଭୁଙ୍କୁ ତାହାଙ୍କ ପ୍ରାଣ ନେବାକୁ କହିଲେ ।

Jonah 4:4

ସଦାପ୍ରଭୁ ଯୂନସଙ୍କୁ କେଉଁ ପ୍ରଶ୍ନ ପଚାରିଲେ?

ସଦାପ୍ରଭୁ ଯୂନସଙ୍କୁ କହିଲେ ଯେ ଯୂନସ କ୍ରୋଧ କରି କି ଭଲ କରୁଅଛି?

Jonah 4:5

ଯୂନସ କାହିଁକି ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ?

ନୀନିବୀ ନଗରର କି ଦଶା ହେବ ଏହା ଦେଖିବା ପାଇଁ ଯୂନସ ବସିଲେ।

Jonah 4:6

ଯୂନସ ନଗର ବାହାରେ ବସିଥିବା ସମୟରେ ସଦାପ୍ରଭୁ ପରମେଶ୍ଵର ତାଙ୍କ ପାଇଁ କ'ଣ କଲେ?

ଯୂନସ ମସ୍ତକ ଉପରେ ଛାୟା କରିବା ପାଇଁ ସଦାପ୍ରଭୁ ପରମେଶ୍ଵର ଗୋଟିଏ କଖାରୁ ଲତା ନିରୂପଣ କଲେ ।

Jonah 4:7-8

ଯୂନସଙ୍କ ପାଇଁ ଛାୟା ଯୋଗାଉଥିବା କଖାରୁ ଲତାକୁ ସଦାପ୍ରଭୁ କ’ଣ କଲେ?

ତହିଁ ଆର ଦିନ ଅରୁଣୋଦୟ ସମୟରେ ସଦାପ୍ରଭୁ ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁ ଲତାକୁ କାଟି ଦିଅନ୍ତେ, ତାହା ଶୁଷ୍କ ହୋଇଗଲା।

Jonah 4:9

ସଦାପ୍ରଭୁ କଖାରୁ ଲତା ଶୁଖେଇଲା ଉତ୍ତାରେ, ଯୂନସ ଉପରେ ଏକ ଗରମ ପୂର୍ବ ପବନ ପ୍ରବାହିତ କରି ତାଙ୍କୁ କେଉଁ ପ୍ରଶ୍ନ ପଚାରିଲେ?

ସଦାପ୍ରଭୁ ଯୂନସଙ୍କୁ କହିଲେ ତୁମ୍ଭେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ ।

Jonah 4:10

ଯେତେବେଳେ ତାଙ୍କୁ ଛାୟା ଦେଉଥିବା କଖାରୁ ଲତା ଶୁଖିଗଲା ଏବଂ ମରିଗଲା, ସେତେବେଳେ ଯୂନସ କିପରି ଅନୁଭବ କଲେ?

ଯୂନସ ଶୁଖି ଯାଇଥିବା କଖାରୁ ଲତା ପାଇଁ ଦୟାରେ ବିଘଳିତ ହେଲେ ।

Jonah 4:11

ସଦାପ୍ରଭୁ କାହା ପାଇଁ ଦୟାରେ ବିଘଳିତ ହେଲେ?

ସଦାପ୍ରଭୁ ନୀନିବୀର ଲୋକ ଓ ପଶୁମାନଙ୍କ ପାଇଁ ଦୟାରେ ବିଘଳିତ ହେଲେ ।