ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

1 Thessalonians

1 Thessalonians 1

1 Thessalonians 1:2

ଥେସଲନୀକୀୟ ବିଶ୍ଵାସୀମାନଙ୍କ ବିଷୟରେ ପାଉଲ ଈଶ୍ଵରଙ୍କ ନିକଟରେ ସର୍ବଦା କ'ଣ ସ୍ମରଣ କରୁଥିଲେ ?

ପାଉଲ ସେମାନଙ୍କର ବିଶ୍ଵାସର କର୍ମ, ପ୍ରେମର ପରିଶ୍ରମ, ଏବଂ ଭରସାର ଧୈର୍ଯ୍ୟ ବିଷୟରେ ନିରନ୍ତର ସ୍ମରଣ କରୁଥିଲେ [୧: ୩]।

1 Thessalonians 1:3

ଥେସଲନୀକୀୟମାନଙ୍କ ବିଷୟରେ ପାଉଲ ସର୍ବଦା ଈଶ୍ଵରଙ୍କ ନିକଟରେ କ’ଣ ସ୍ମରଣ କରନ୍ତି?

ପାଉଲ ସେମାନଙ୍କର ବିଶ୍ୱାସର କାର୍ଯ୍ୟ, ପ୍ରେମର ପରିଶ୍ରମ ଏବଂ ସେମାନଙ୍କର ଭରସାର ଧୈର୍ଯ୍ୟକୁ ସ୍ମରଣ ଲାରନ୍ତି ।

1 Thessalonians 1:4

ଥେସଲନୀକୀୟମାନଙ୍କ ନିକଟକୁ କେଉଁ ଚାରି ପ୍ରକାର ସୁସମାଚାର ଆସିଥିଲା ?

ଥେସଲନୀକୀୟମାନଙ୍କ ନିକଟକୁ ବାକ୍ୟରେ, ପବିତ୍ର ଆତ୍ମା, ଓ ଅତ୍ୟନ୍ତ ନିଶ୍ଚୟତା ସୁସମାଚାର ଆସିଥିଲା [୧:୫]।

1 Thessalonians 1:5

ଥେସଲନୀକୀୟମାନଙ୍କ ନିକଟକୁ ସୁସମାଚାର କେଉଁ ଚାରୋଟି ଉପାୟରେ ପହଞ୍ଚିଥିଲା?

ବାକ୍ୟ, ଶକ୍ତି, ପବିତ୍ର ଆତ୍ମା ଏବଂ ବହୁ ନିଶ୍ଚିତତା ସହ ଥେସଲନୀକୀୟମାନଙ୍କ ନିକଟକୁ ସୁସମାଚାର ପହଞ୍ଚିଥିଲା ।

1 Thessalonians 1:6-7

ଥେସଲନୀକୀୟମାନେ ସୁସମାଚାରର ବାକ୍ୟ ଗ୍ରହଣ କଲାବେଳେ ସେମାନଙ୍କ ସହ କ’ଣ ଘଟୁଥିଲା?

ଥେସଲନୀକୀୟମାନେ ବହୁ କଷ୍ଟରେ ଏହି ବାକ୍ୟ ଗ୍ରହଣ କରିଥିଲେ ।

ସୁସମାଚାରର ବାକ୍ୟ ଗ୍ରହଣ କଲାବେଳେ ଥେସଲନୀକୀୟମାନଙ୍କ ମନୋଭାବ କିପରି ଥିଲା?

ଥେସଲନୀକୀୟମାନେ ପବିତ୍ର ଆତ୍ମାଙ୍କ ଆନନ୍ଦରେ ଏହି ବାକ୍ୟ ଗ୍ରହଣ କରିଥିଲେ ।

1 Thessalonians 1:8

ଥେସଲନୀକୀୟମାନେ ଈଶ୍ଵଙ୍କ ବାକ୍ୟ ପ୍ରାପ୍ତ କଲା ପରେ କ’ଣ ଘଟିଲା?

ଈଶ୍ଵଙ୍କର ବାକ୍ୟ ପ୍ରତ୍ୟେକ ସ୍ଥାନରେ ସେମାନଙ୍କର ବିଶ୍ୱାସ ବିଷୟରେ ପ୍ରଚାରିତ ହେଲା।

1 Thessalonians 1:9

ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ଥେସଲନୀକୀୟମାନେ କ’ଣ ଉପାସନା କରୁଥିଲେ?

ଥେସଲନୀକୀୟମାନେ ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ମୂର୍ତ୍ତି ପୂଜା କରୁଥିଲେ ।

1 Thessalonians 1:10

ପାଉଲ ଏବଂ ଥେସଲନୀକୀୟମାନେ କ’ଣ ଅପେକ୍ଷା କରିଥିଲେ?

ପାଉଲ ଏବଂ ଥେସଲନୀକୀୟମାନେ ଯୀଶୁଙ୍କ ସ୍ୱର୍ଗରୁ ଆସିବାକୁ ଅପେକ୍ଷା କରିଥିଲେ ।

ଯୀଶୁ ଆମ୍ଭମାନଙ୍କୁ କେଉଁଠାରୁ ଉଦ୍ଧାର କରଛନ୍ତି?

ଯୀଶୁ ଆମ୍ଭମାନଙ୍କୁ ଆସୁଥିବା କ୍ରୋଧରୁ ଉଦ୍ଧାର କରଛନ୍ତି ।

1 Thessalonians 2

1 Thessalonians 2:1

ଥେସଲନୀକୀୟ ନିକଟକୁ ଆସିବା ପୂର୍ବରୁ ପାଉଲ ଓ ତାହାଙ୍କର ସହଚରମାନଙ୍କୁ କିପରି ଭାବରେ ବ୍ୟବହାର କରାଯାଇଥିଲା ?

ପାଉଲ ଓ ତାହାଙ୍କର ସହଚରମାନେ ଦୁଃଖ ସହ୍ୟ କରିଥିଲେ ପୁଣି ଲଜ୍ଜାଜନକ ଭାବେ ବ୍ୟବହାର କରାଯାଇଥିଲେ [୨:୨]।

1 Thessalonians 2:2

ଥେସଲନୀକୀୟମାନଙ୍କ ନିକଟକୁ ଆସିବା ପୂର୍ବରୁ ପାଉଲ ଏବଂ ତାଙ୍କ ସାଥୀଗଣ କିପରି ବ୍ୟବହାର କରାଥିଲେ?

ପାଉଲ ଏବଂ ତାଙ୍କ ସାଥୀମାନେ ଯନ୍ତ୍ରଣା ଭୋଗିଥିଲେ ଏବଂ ଲଜ୍ଜାଜନକ ବ୍ୟବହାର କରାଯାଇଥିଲେ ।

1 Thessalonians 2:3

ପାଉଲ ତାହାଙ୍କ ସୁସମାଚର ପ୍ରଚାର ଦ୍ଵାରା କାହାକୁ ସନ୍ତୁଷ୍ଟ କରିବାକୁ ଇଛା କରୁଅଛନ୍ତି ?

ପାଉଲ ତାହାଙ୍କ ସୁସମାଚାର ପ୍ରଚାର ଦ୍ଵାରା ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ଅଛନ୍ତି [୨:୪]।

1 Thessalonians 2:4

ସୁସମାଚାର ପ୍ରଚାର କରି ପାଉଲ କାହାକୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ?

ପାଉଲ ସୁସମାଚାର ପ୍ରଚାର କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ ।

1 Thessalonians 2:5

ସୁସମାଚାର ପ୍ରଚାର କରିବାରେ ପାଉଲ କ’ଣ କଲେ ନାହିଁ?

ପାଉଲ ଚାଟୁକାର ବାକ୍ୟ ବ୍ୟବହାର କଲେ ନାହିଁ କିମ୍ବା ଲୋକମାନଙ୍କଠାରୁ ଗୌରବ ଅନ୍ୱେଷଣ କଲେ ନାହିଁ ।

1 Thessalonians 2:6

ସୁସମାଚାର ପ୍ରଚାର କରିବାରେ ପାଉଲ କ’ଣ କଲେ ନାହିଁ?

ପାଉଲ ଚାଟୁକାର ବାକ୍ୟ ବ୍ୟବହାର କଲେ ନାହିଁ କିମ୍ବା ଲୋକମାନଙ୍କଠାରୁ ଗୌରବ ଅନ୍ୱେଷଣ କଲେ ନାହିଁ ।

1 Thessalonians 2:7

ପାଉଲ ଥେସଲନୀକୀୟମାନଙ୍କ ମଧ୍ୟରେ ଥିବା ସମୟରେ କିପରି ସେମାନଙ୍କ ସହ ବ୍ୟବହାର କଲେ?

ପାଉଲ ଥେସଲନୀକୀୟମାନଙ୍କ ସହ ଭଦ୍ର ଥିଲେ, ଯେପରିକି ନିଜ ସନ୍ତାନମାନଙ୍କ ସହ ଜଣେ ମାତା କିମ୍ବା ପିତା କରନ୍ତି ।

1 Thessalonians 2:8

ପାଉଲ ଥେସଲନୀକୀୟମାନଙ୍କ ମଧ୍ୟରେ ଥିବା ସମୟରେ କିପରି ସେମାନଙ୍କ ସହ ବ୍ୟବହାର କଲେ?

ପାଉଲ ଥେସଲନୀକୀୟମାନଙ୍କ ସହ ଭଦ୍ର ଥିଲେ, ଯେପରିକି ନିଜ ସନ୍ତାନମାନଙ୍କ ସହ ଜଣେ ମାତା କିମ୍ବା ପିତା କରନ୍ତି ।

1 Thessalonians 2:9

ପାଉଲ ଏବଂ ତାଙ୍କ ସାଥୀଗଣ ଥେସଲନୀକୀୟମାନଙ୍କ ପାଇଁ ଭାର ନହେବା ପାଇଁ କ’ଣ କଲେ?

ପାଉଲ ଏବଂ ତାଙ୍କ ସାଥୀଗଣ ଦିନରାତି କାମ କଲେ ଯେପରି ସେମାନେ ଥେସଲନୀକୀୟମାନଙ୍କ ପାଇଁ ଭାର ନ ହେବେ ।

1 Thessalonians 2:10

ଥେସଲନୀକୀୟମାନଙ୍କୁ କିପରି ଭାବରେ ଚାଲିବା ନିମନ୍ତେ ପାଉଲ କହିଥିଲେ ?

ଆହ୍ଵାନକାରୀ ଯେଉଁ ଈଶ୍ଵର ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ନିମନ୍ତେ ଏକ ଯୋଗ୍ୟ ଆଚରଣ କରିବା ନିମନ୍ତେ ପାଉଲ ଥେସଲନୀକୀୟମାନଙ୍କୁ କହିଲେ [୨:୧୨]।

1 Thessalonians 2:11

ପାଉଲ ଥେସଲନୀକୀୟମାନଙ୍କ ମଧ୍ୟରେ ଥିବା ସମୟରେ କିପରି ସେମାନଙ୍କ ସହ ବ୍ୟବହାର କଲେ?

ପାଉଲ ଥେସଲନୀକୀୟମାନଙ୍କ ସହ ଭଦ୍ର ଥିଲେ, ଯେପରିକି ନିଜ ସନ୍ତାନମାନଙ୍କ ସହ ଜଣେ ମାତା କିମ୍ବା ପିତା କରନ୍ତି ।

1 Thessalonians 2:12

ପାଉଲ ଥେସଲନୀକୀୟମାନଙ୍କୁ ସେମାନେ କିପରି ଚାଲିବା ଉଚିତ ବୋଲି କହନ୍ତି?

ପାଉଲ ଥେସଲନୀକୀୟମାନଙ୍କୁ କହନ୍ତି ଯେ ସେମାନେ ଈଶ୍ଵରଙ୍କ ଯୋଗ୍ୟ ପଥରେ ଚାଲିବା ଉଚିତ ଯିଏ ସେମାନଙ୍କୁ ନିଜ ରାଜ୍ୟ ଏବଂ ଗୌରବକୁ ଡାକିଛନ୍ତି ।

1 Thessalonians 2:13

ଥେସଲନୀକୀୟମାନଙ୍କୁ ପାଉଲ ଯେଉଁ ବାର୍ତ୍ତା ପ୍ରଚାର କରିଥିଲେ, ତାହା କି ପ୍ରକାର ବାକ୍ୟ ଥିଲା?

ଥେସଲନୀକୀୟମାନେ ମନୁଷ୍ୟର ବାକ୍ୟ ପରି ନୁହେଁ, ଈଶ୍ଵରଙ୍କ ବାକ୍ୟ ଭାବରେ ଏହି ବାର୍ତ୍ତା ଗ୍ରହଣ କରିଥିଲେ ।

1 Thessalonians 2:14

ଅବିଶ୍ୱାସୀ ଯିହୁଦୀମାନେ କ’ଣ କରିଥିଲେ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କଲା ନାହିଁ?

ଅବିଶ୍ୱାସୀ ଯିହୁଦୀମାନେ ଯିହୁଦାର ମଣ୍ଡଳୀଗୁଡ଼ିକୁ ତାଡ଼ନା କଲେ, ଯୀଶୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କଲେ, ପାଉଲଙ୍କୁ ବାହାର କରିଦେଲେ ଏବଂ ପାଉଲଙ୍କୁ ଅଣଯିହୂଦୀମାନଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କଲେ ।

1 Thessalonians 2:15

1 Thessalonians 2:16

1 Thessalonians 2:17

ପାଉଲ ଥେସଲନୀକୀୟମାନଙ୍କ ନିକଟକୁ କାହିଁକି ଆସିପାରିଲେ ନାହିଁ ଯଦିଓ ଏହା ତାଙ୍କର ଇଚ୍ଛା ଥିଲା?

ଶୟତାନ ତାଙ୍କୁ ବାଧା ଦେଇଥିବାରୁ ପାଉଲ ଆସିପାରିଲେ ନାହିଁ ।

1 Thessalonians 2:18

ପାଉଲ ଥେସଲନୀକୀୟମାନଙ୍କ ନିକଟକୁ କାହିଁକି ଆସିପାରିଲେ ନାହିଁ ଯଦିଓ ଏହା ତାଙ୍କର ଇଚ୍ଛା ଥିଲା?

ଶୟତାନ ତାଙ୍କୁ ବାଧା ଦେଇଥିବାରୁ ପାଉଲ ଆସିପାରିଲେ ନାହିଁ ।

1 Thessalonians 2:19

ପ୍ରଭୁଙ୍କ ଆଗମନରେ ପାଉଲଙ୍କ ପାଇଁ ଥେସଲନୀକୀୟମାନେ କ’ଣ ହେବେ?

ଥେସଲନୀକୀୟମାନେ ପାଉଲଙ୍କ ଭରସା, ଆନନ୍ଦ ଏବଂ ପ୍ରଭୁଙ୍କ ଆଗମନରେ ଗୌରବର ମୁକୁଟ ହେବେ ।

1 Thessalonians 2:20

ପ୍ରଭୁଙ୍କ ଆଗମନରେ ପାଉଲଙ୍କ ପାଇଁ ଥେସଲନୀକୀୟମାନେ କ’ଣ ହେବେ?

ଥେସଲନୀକୀୟମାନେ ପାଉଲଙ୍କ ଭରସା, ଆନନ୍ଦ ଏବଂ ପ୍ରଭୁଙ୍କ ଆଗମନରେ ଗୌ ରବର ମୁକୁଟ ହେବେ ।

1 Thessalonians 3

1 Thessalonians 3:1

ପାଉଲ ଆଥିନୀରେ ରହିଯାଉଥିଲେ ମଧ୍ୟ କଣ କରିଥିଲେ?

ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଶକ୍ତିଶାଳୀ ଏବଂ ସାନ୍ତ୍ୱନା ଦେବା ପାଇଁ ପାଉଲ ତୀମଥିଙ୍କୁ ପଠାଇଥିଲେ ।

1 Thessalonians 3:2

ପାଉଲ ଆଥିନୀରେ ରହିଯାଉଥିଲେ ମଧ୍ୟ କଣ କରିଥିଲେ?

ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଶକ୍ତିଶାଳୀ ଏବଂ ସାନ୍ତ୍ୱନା ଦେବା ପାଇଁ ପାଉଲ ତୀମଥିଙ୍କୁ ପଠାଇଥିଲେ ।

1 Thessalonians 3:3

ପାଉଲ କେଉଁ ଉଦ୍ଦେଶ୍ୟରେ ନିଯୁକ୍ତ ବୋଲି କହନ୍ତି?

ପାଉଲ କହନ୍ତି ଯେ ତାଙ୍କୁ ଦୁଃଖ ଭୋଗ ଉଦ୍ଦେଶ୍ୟରେ ନିଯୁକ୍ତ କରାଯାଇଛି।

1 Thessalonians 3:4

ଥେସଲନୀକୀୟମାନଙ୍କ ବିଷୟରେ ପାଉଲଙ୍କର କ'ଣ ଚିନ୍ତାଧାରା ଥିଲା ?

କାଳେ ପରୀକ୍ଷକ ଆସି ସେମାନଙ୍କୁ ପରୀକ୍ଷା କରି ବିଶ୍ଵାସ ମତକୁ ଦୁର୍ବଳ କରି ପକାଇଲେ ପାଉଲଙ୍କର ପରିଶ୍ରମ ବ୍ୟର୍ଥ ହୋଇଯିବ ଏହା ସେ ଥେସଲନୀକୀୟମାନଙ୍କ ପାଇଁ ଚିନ୍ତା କରୁଥିଲେ [୩:୪-୫]।

1 Thessalonians 3:5

ଥେସଲନୀକୀୟମାନଙ୍କ ବିଷୟରେ ପାଉଲ କ’ଣ ଚିନ୍ତା କରୁଥିଲେ?

ପାଉଲ ଚିନ୍ତିତ ଥିଲେ ଯେକୌଣସି ପ୍ରକାରେ ପ୍ରଲୋଭନକାରୀ ସେମାନଙ୍କୁ ପ୍ରଲୋଭିତ କରିଥିଲେ ଏବଂ ତାଙ୍କର ପରିଶ୍ରମ ବୃଥା ଥିଲା ।

1 Thessalonians 3:6

ତୀମଥି ଥେସଲନୀକରୁ ଫେରିବା ପରେ ପାଉଲଙ୍କୁ କ’ଣ ସାନ୍ତ୍ୱନା ଦେଲେ?

ଥେସଲନୀକୀୟମାନଙ୍କ ବିଶ୍ୱାସ ଏବଂ ପ୍ରେମର ସୁସମାଚାର ଏବଂ ସେମାନେ ତାଙ୍କୁ ଦେଖିବାକୁ ଇଚ୍ଛା କରିବା ବିଷୟ ଶୁଣି ପାଉଲ ସାନ୍ତ୍ୱନା ପାଇଲେ ।

1 Thessalonians 3:7

ତୀମଥି ଥେସଲନୀକରୁ ଫେରିବା ପରେ ପାଉଲଙ୍କୁ କ’ଣ ସାନ୍ତ୍ୱନା ଦେଲେ?

ଥେସଲନୀକୀୟମାନଙ୍କ ବିଶ୍ୱାସ ଏବଂ ପ୍ରେମର ସୁସମାଚାର ଏବଂ ସେମାନେ ତାଙ୍କୁ ଦେଖିବାକୁ ଇଚ୍ଛା କରିବା ବିଷୟ ଶୁଣି ପାଉଲ ସାନ୍ତ୍ୱନା ପାଇଲେ ।

1 Thessalonians 3:8-9

ଥେସଲନୀକୀୟମାନେ କ’ଣ କଲେ ପାଉଲ ବଞ୍ଚନ୍ତି ବୋଲି ସେ କହନ୍ତି?

ଯଦି ଥେସଲନୀକୀୟମାନେ ପ୍ରଭୁଙ୍କଠାରେ ଦୃଢ଼ ହେବେ ତେବେ ସେ ବଞ୍ଚନ୍ତି ବୋଲି ସେ କହନ୍ତି।

1 Thessalonians 3:10

ପାଉଲ ଦିନରାତି କ’ଣ ପ୍ରାର୍ଥନା କରନ୍ତି?

ପାଉଲ ଦିନରାତି ପ୍ରାର୍ଥନା କରନ୍ତି ଯେପରି ସେ ଥେସଲନୀକୀୟମାନଙ୍କୁ ଦେଖିପାରନ୍ତି ଏବଂ ସେମାନଙ୍କ ବିଶ୍ୱାସରେ ଦୃଢ଼ କରିପାରନ୍ତି ।

1 Thessalonians 3:11

କେଉଁଥିରେ ଥେସଲନୀକୀୟମାନଙ୍କୁ ବଢିବାକୁ ଏବଂ ପ୍ରଚୁର ଭାବେ ରହିବାକୁ ପାଉଲ ଇଚ୍ଛା କରନ୍ତି ?

ଥେସଲନୀକୀୟମାନଙ୍କୁ ପରସ୍ପର ପ୍ରତି ଏବଂ ସମସ୍ତଙ୍କ ପ୍ରତି ପ୍ରେମରେ ବଢିବାକୁ ପୁଣି ପ୍ରଚୁର ଭାବରେ ରହିବାକୁ ପାଉଲ ଇଚ୍ଛା କରନ୍ତି [୩:୧୨]।

କେଉଁ ଘଟଣା ନିମନ୍ତେ ଥେସଲନୀକୀୟମାନଙ୍କୁ ପବିତ୍ରତାରେ ସେମାନଙ୍କର ହୃଦୟକୁ ଅନିନ୍ଦନୀୟ ରଖିବା ଦ୍ଵାରା ପ୍ରସ୍ତୁତ ହେବାକୁ ପାଉଲ ଚାହାନ୍ତି ?

ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟ ନିମନ୍ତେ ଥେସଲନୀକୀୟମାନଙ୍କୁ ପ୍ରସ୍ତୁତ ହେବାକୁ ପାଉଲ ଚାହାନ୍ତି [୩:୧୩]।

1 Thessalonians 3:12

ପାଉଲ ଥେସଲନୀକୀୟମାନଙ୍କୁ କେଉଁ ବିଷୟରେ ବୃଦ୍ଧି ଏବଂ ଅଧିକ ରୂପେ କ’ଣ ଚାହୁଁଛନ୍ତି?

ପାଉଲ ଥେସଲନୀକୀୟମାନଙ୍କୁ ପରସ୍ପର ପ୍ରତି ଏବଂ ସମସ୍ତ ଲୋକଙ୍କ ପ୍ରତି ପ୍ରେମରେ ବୃଦ୍ଧି ଏବଂ ଅଧିକ ରୂପେ ପ୍ରେମ କରିବାକୁ ଇଚ୍ଛା କରନ୍ତି ।

1 Thessalonians 3:13

କେଉଁ ଘଟଣା ପାଇଁ ପାଉଲ ଚାହାଁନ୍ତି ଯେ ଥେସଲନୀକୀୟମାନେ ସେମାନଙ୍କର ହୃଦୟକୁ ପବିତ୍ରତାରେ ନିଖୁଣ କରି ପ୍ରସ୍ତୁତ ହୁଅନ୍ତୁ?

ପାଉଲ ଚାହାଁନ୍ତି ଯେ ଥେସଲନୀକୀୟମାନେ ତାଙ୍କର ସମସ୍ତ ପବିତ୍ରମାନଙ୍କ ସହ ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ ହୁଅନ୍ତୁ ।

1 Thessalonians 4

1 Thessalonians 4:1

ଥେସଲନୀକୀୟମାନେ କିପରି ଚାଲିବେ ଏବଂ ଈଶ୍ଵରଙ୍କୁ ପ୍ରସନ୍ନ କରିବେ ସେ ସମ୍ବନ୍ଧରେ ପାଉଲ ଦେଇଥିବା ନିର୍ଦ୍ଦେଶଗୁଡ଼ିକ ସହିତ କ’ଣ କରନ୍ତୁ ବୋଲି ସେ ପାଉଲ ଚାହୁଁଥିଲେ?

ପାଉଲ ଚାହୁଁଥିଲେ ଯେ ଥେସଲନୀକୀୟମାନେ ନିରନ୍ତର ଈଶ୍ଵରଙ୍କୁ ପ୍ରସନ୍ନ କରନ୍ତୁ ।

1 Thessalonians 4:2

1 Thessalonians 4:3

ଥେସଲନୀକୀୟମାନଙ୍କ ପାଇଁ ଈଶ୍ଵରଙ୍କ ଇଚ୍ଛା କ’ଣ ବୋଲି ପାଉଲ କହିଥିଲେ?

ଥେସଲନୀକୀୟମାନଙ୍କ ପାଇଁ ଈଶ୍ଵରଙ୍କ ଇଚ୍ଛା ସେମାନଙ୍କର ପବିତ୍ରତା ବୋଲି ପାଉଲ କହିଥିଲେ ।

1 Thessalonians 4:4-5

ସ୍ୱାମୀମାନେ ନିଜ ପତ୍ନୀମାନଙ୍କୁ କିପରି ବ୍ୟବହାର କରିବା ଉଚିତ?

ସ୍ୱାମୀମାନେ ନିଜ ପତ୍ନୀମାନଙ୍କୁ ପବିତ୍ରତା ଏବଂ ସମ୍ମାନର ସହ ବ୍ୟବହାର କରିବା ଉଚିତ ।

1 Thessalonians 4:6

କାମୁକତା ଅଭିଳାଷ ପାପ କରିଥିବା ଭାଇର କ’ଣ ହେବ?

କାମୁକତା ଅଭିଳାଷ ପାପ କରିଥିବା ଭାଇଙ୍କ ପ୍ରତି ଈଶ୍ଵର ପ୍ରତିଶୋଧ ନେବେ ।

1 Thessalonians 4:7

ଯେଉଁ ବ୍ୟକ୍ତି ପବିତ୍ରତାର ଆହ୍ଵନକୁ ଅଗ୍ରାହ୍ୟ କରେ ସେହି ବ୍ୟକ୍ତି କାହାକୁ ଅଗ୍ରାହ୍ୟ କରେ ?

ଯେଉଁ ବ୍ୟକ୍ତି ପବିତ୍ରତାର ଆହ୍ଵାନକୁ ଅସ୍ୱୀକାର କରେ ସେହି ବ୍ୟକ୍ତି ଈଶ୍ଵରଙ୍କୁ ଅସ୍ୱୀକାର କରେ [୪:୮]।

1 Thessalonians 4:8

ପବିତ୍ରତାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରୁଥିବା ବ୍ୟକ୍ତି କାହାକୁ ପ୍ରତ୍ୟାଖ୍ୟାନ କରେ?

ଜଣେ ବ୍ୟକ୍ତି ଯିଏ ପବିତ୍ରତାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରେ ସେ ଈଶ୍ଵର ପ୍ରତ୍ୟାଖ୍ୟାନ କରେ ।

1 Thessalonians 4:9

ଥେସଲନୀକୀୟମାନେ କ’ଣ କରୁଥିଲେ ଯାହା ପାଉଲ ଚାହୁଁଥିଲେ ଯେ ସେମାନେ ଆହୁରି ଅଧିକ କରନ୍ତୁ?

ପାଉଲ ଚାହୁଁଥିଲେ ଥେସଲନୀକୀୟମାନେ ପରସ୍ପରକୁ ଅଧିକ ପ୍ରେମ କରନ୍ତୁ ।

1 Thessalonians 4:10

ଥେସଲନୀକୀୟମାନେ କ’ଣ କରୁଥିଲେ ଯାହା ପାଉଲ ଚାହୁଁଥିଲେ ଯେ ସେମାନେ ଆହୁରି ଅଧିକ କରନ୍ତୁ?

ପାଉଲ ଚାହୁଁଥିଲେ ଥେସଲନୀକୀୟମାନେ ପରସ୍ପରକୁ ଅଧିକ ପ୍ରେମ କରନ୍ତୁ ।

1 Thessalonians 4:11

ଥେସଲନୀକୀୟମାନେ କ’ଣ କରିବା ଉଚିତ୍ ଥିଲା ଯାହା ଦ୍ଵାରା ସେମାନେ ଅବିଶ୍ୱାସୀମାନଙ୍କ ନିକଟରେ ଉଚିତ ଭାବରେ ଚାଲିଲେ ଏବଂ କିଛି କରିବାର ଆବଶ୍ୟକତା ନଥିଲା?

ଥେସଲନୀକୀୟମାନେ ଶାନ୍ତ ରହିବା, ନିଜ କାର୍ଯ୍ୟକୁ ଧ୍ୟାନ ଦେବା ଏବଂ ନିଜ ହସ୍ତରେ କାମ କରିବା ଉଚିତ ଥିଲା ।

1 Thessalonians 4:12

1 Thessalonians 4:13

ଥେସଲନୀକୀୟମାନେ କେଉଁ ବିଷୟ ବିଷୟରେ ଭୁଲ ବୁଝିଥିଲେ?

ଥେସଲନୀକୀୟମାନେ ଶୋଇଥିବା ଲୋକମାନଙ୍କ ସହ କ’ଣ ଘଟିଲା ସେ ବିଷୟରେ ଭୁଲ ବୁଝିଥିଲେ ।

1 Thessalonians 4:14-15

ଯେଉଁମାନେ ଯୀଶୁଙ୍କଠାରେ ଶୋଇଛନ୍ତି ସେମାନଙ୍କ ପାଇଁ ଈଶ୍ଵର କ’ଣ କରିବେ?

ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଶୋଇଛନ୍ତି, ସେମାନଙ୍କୁ ଈଶ୍ଵର ଯୀଶୁଙ୍କ ସହ ଆଣିବେ ।

1 Thessalonians 4:16

ପ୍ରଭୁ କିପରି ସ୍ୱର୍ଗରୁ ଓହ୍ଲାଇବେ?

ପ୍ରଭୁ ସ୍ୱର ଓ ଈଶ୍ଵଶ୍ୱରଙ୍କ ତୂରୀ ସହ ସ୍ୱର୍ଗରୁ ଓହ୍ଲାଇବେ।

କିଏ ପ୍ରଥମେ ଉଠିବ, ଏବଂ ତା’ପରେ କିଏ ସେମାନଙ୍କ ସହିତ ଏକାଠି ନୀତ ହେବ ?

ଖ୍ରୀଷ୍ଟଙ୍କଠାରେ ମୃତମାନେ ପ୍ରଥମେ ପୁନରୁ‌ତ୍‌ଥିତ ହେବେ, ତା’ପରେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ସହ ନୀତ ହେବ।

1 Thessalonians 4:17

କିଏ ପ୍ରଥମେ ଉଠିବ, ଏବଂ ତା’ପରେ କିଏ ସେମାନଙ୍କ ସହିତ ଏକାଠି ନୀତ ହେବ?

ଖ୍ରୀଷ୍ଟଙ୍କଠାରେ ମୃତମାନେ ପ୍ରଥମେ ପୁନରୁ‌ତ୍‌ଥିତ ହେବେ, ତା’ପରେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ସହିତ ନୀତ ହେବ।

ପୁନରୁତ୍ଥାନ ହୋଇଥିବା ଲୋକ କାହାକୁ ସାକ୍ଷାତ କରିବେ ଏବଂ କେତେ ଦିନ ପର୍ଯ୍ୟନ୍ତ କରିବେ?

ପୁନରୁତ୍ଥିତମାନେ ପ୍ରଭୁଙ୍କୁ ଆକାଶରେ ସାକ୍ଷାତ କରିବେ ଏବଂ ସର୍ବଦା ପ୍ରଭୁଙ୍କ ସହ ରହିବେ ।

1 Thessalonians 4:18

ପାଉଲ ଥେସଲନୀକୀୟମାନଙ୍କୁ ଶୋଇଥିବା ଲୋକମାନଙ୍କ ବିଷୟରେ ତାଙ୍କ ଶିକ୍ଷା ସହ କ’ଣ କରିବାକୁ କହିଥିଲେ?

ପାଉଲ ଥେସଲନୀକୀୟମାନଙ୍କୁ ତାଙ୍କ କଥାରେ ପରସ୍ପରକୁ ସାନ୍ତ୍ୱନା ଦେବାକୁ କହିଥିଲେ।

1 Thessalonians 5

1 Thessalonians 5:1

କିପରି ପ୍ରଭୁଙ୍କ ଦିନ ଆସିବ ବୋଲି ପାଉଲ କହନ୍ତି ?

ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଆସିବ ବୋଲି ପାଉଲ କହନ୍ତି [୫:୨]।

କିଛି ଲୋକମାନେ କ'ଣ କହୁଥିବେ ଯେତେବେଳେ ହଠାତ୍ ବିନାଶ ସେମାନଙ୍କ ଉପରେ ଆସିବ ?

କିଛି ଲୋକମାନେ "ଶାନ୍ତି ଓ ନିରାପଦ" ବୋଲି କହୁଥିବେ [୫:୩]।

1 Thessalonians 5:2

ପାଉଲ କିପରି ପ୍ରଭୁଙ୍କ ଦିନ ଆସିବେ ବୋଲି କହନ୍ତି?

ପ୍ରଭୁଙ୍କ ଦିନ ରାତିରେ ଚୋର ପରି ଆସିବ ବୋଲି ପାଉଲ କହନ୍ତି ।

1 Thessalonians 5:3

ହଠାତ୍ ବିନାଶ ଆସିବା ପରେ କିଛି ଲୋକ କ’ଣ କହିବେ?

କିଛି ଲୋକ କହିବେ, “ଶାନ୍ତି ଏବଂ ନିରାପତ୍ତା” ଅଛି ।

1 Thessalonians 5:4

ପାଉଲ କାହିଁକି କହନ୍ତି ପ୍ରଭୁଙ୍କ ଦିନ ଚୋର ପରି ବିଶ୍ଵାସୀମାନଙ୍କୁ ଅତିକ୍ରମ କରିବା ଉଚିତ୍ ନୁହେଁ?

କାରଣ ବିଶ୍ଵାସୀମାନେ ଅନ୍ଧକାରରେ ନାହାଁନ୍ତି, କିନ୍ତୁ ଆଲୋକର ପୁତ୍ର ଅଟନ୍ତି, ପ୍ରଭୁଙ୍କ ଦିନ ସେମାନଙ୍କୁ ଚୋର ପରି ଅତିକ୍ରମ କରିବା ଉଚିତ୍ ନୁହେଁ ।

1 Thessalonians 5:5

1 Thessalonians 5:6-7

ପ୍ରଭୁଙ୍କ ଆଗାମୀ ଦିନ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କ’ଣ କରିବାକୁ କହନ୍ତି?

ପାଉଲ ବିଶ୍ଵାସୀମାନଙ୍କୁ ଦେଖିବା ଏବଂ ସାବଧାନ ରହିବାକୁ କହନ୍ତି ।

1 Thessalonians 5:8

ଈଶ୍ଵରଙ୍କ ଦ୍ଵାର ବିଶ୍ଵାସୀମାନେ କେଉଁ ନିମନ୍ତେ ନିରୂପିତ ହୋଇଅଛନ୍ତି ?

ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପରିତ୍ରାଣ ପାଇବା ନିମନ୍ତେ ବିଶ୍ଵାସୀମାନେ ଈଶ୍ଵରଙ୍କ ଦ୍ଵାରା ନିରୂପିତ ହୋଇଅଛନ୍ତି [୫:୯]।

1 Thessalonians 5:9-11

ବିଶ୍ଵାସୀମାନେ ଈଶ୍ଵରଙ୍କ ଦ୍ୱାରା କେଉଁ କାରଣ ପାଇଁ ଧାର୍ଯ୍ୟ କରାଯାଇଛନ୍ତି?

ବିଶ୍ଵାସୀମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରିତ୍ରାଣ ପାଇଁ ଈଶ୍ଵରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିଲେ।

1 Thessalonians 5:12

ଯେଉଁମାନେ ବିଶ୍ଵାସୀମାନଙ୍କ ଉପରେ ଅଧିକାର କରନ୍ତି ସେମାନେ ପ୍ରଭୁଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ ବୋଲି ପାଉଲ କହନ୍ତି?

ପାଉଲ କହନ୍ତି ଯେ ସେମାନେ ପ୍ରେମରେ ସେମାନଙ୍କୁ ସ୍ୱୀକାର କରି ଏବଂ ଉଚ୍ଚ ସମ୍ମାନ କରିବା ଉଚିତ ।

1 Thessalonians 5:13-14

ଯେଉଁମାନେ ବିଶ୍ଵାସୀମାନଙ୍କ ଉପରେ ଅଧିକାର କରନ୍ତି ସେମାନେ ପ୍ରଭୁଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ ବୋଲି ପାଉଲ କହନ୍ତି?

ପାଉଲ କହନ୍ତି ଯେ ସେମାନେ ପ୍ରେମରେ ସେମାନଙ୍କୁ ସ୍ୱୀକାର କରି ଏବଂ ଉଚ୍ଚ ସମ୍ମାନ କରିବା ଉଚିତ ।

1 Thessalonians 5:15-17

ଯେତେବେଳେ ସେମାନଙ୍କ ପ୍ରତି ମନ୍ଦ କାର୍ଯ୍ୟ କରାଯାଏ, ସେମାନେ କ’ଣ କରିବା ଉଚିତ୍ ନୁହେଁ ବୋଲି ପାଉଲ କହନ୍ତି?

ଯେତେବେଳେ ସେମାନଙ୍କ ପ୍ରତି ମନ୍ଦ କାର୍ଯ୍ୟ ହୁଏ, ସେତେବେଳେ ସେମାନେ ମନ୍ଦ ପରିଶୋଧ କରିବା ଉଚିତ ନୁହେଁ ବୋଲି ପାଉଲ କହନ୍ତି ।

1 Thessalonians 5:18

ବିଶ୍ଵାସୀମାନେ ସବୁକିଛି କରିବା ଉଚିତ୍ ଏବଂ କାହିଁକି ବୋଲି ପାଉଲ କହନ୍ତି?

ବିଶ୍ଵାସୀମାନେ ପ୍ରତ୍ୟେକ ବିଷୟରେ ଧନ୍ୟବାଦ ଦେବା ଉଚିତ୍, କାରଣ ଏହା ସେମାନଙ୍କ ପାଇଁ ଈଶ୍ଵରଙ୍କ ଇଚ୍ଛା ବୋଲି ପାଉଲ କହନ୍ତି ।

1 Thessalonians 5:19

ଭାବବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କ'ଣ ଶିକ୍ଷା ଦିଅନ୍ତି ?

ଭାବବାଣୀକୁ ତୁଚ୍ଛ ନ କରିବା, ଏବଂ ସମସ୍ତ ବିଷୟ ପରୀକ୍ଷା କରି, ଯାହା ଉତ୍ତମ ତାହା ଧରି ରଖିବା ନିମନ୍ତେ ପାଉଲ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେଇଥିଲେ [୫:୨୦-୨୧]।

1 Thessalonians 5:20

ଭବିଷ୍ୟବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କେଉଁ ନିର୍ଦ୍ଦେଶ ଦିଅନ୍ତି?

ପାଉଲ ବିଶ୍ଵାସୀମାନଙ୍କୁ ଭବିଷ୍ୟବାଣୀକୁ ଘୃଣା ନକରିବାକୁ ଏବଂ ଉତ୍ତମ ବିଷୟକୁ ଗ୍ରହଣ କରି ସମସ୍ତ ବିଷୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି ।

1 Thessalonians 5:21-22

ଭବିଷ୍ୟବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କେଉଁ ନିର୍ଦ୍ଦେଶ ଦିଅନ୍ତି?

ପାଉଲ ବିଶ୍ଵାସୀମାନଙ୍କୁ ଭବିଷ୍ୟବାଣୀକୁ ଘୃଣା ନକରିବାକୁ ଏବଂ ଉତ୍ତମ ବିଷୟକୁ ଗ୍ରହଣ କରି ସମସ୍ତ ବିଷୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି ।

1 Thessalonians 5:23-27

ବିଶ୍ଵାସୀମାନଙ୍କ ପ୍ରତି ଈଶ୍ଵର କ’ଣ କରନ୍ତୁ ବୋଲି ପାଉଲ କ’ଣ ପ୍ରାର୍ଥନା କରନ୍ତି?

ପାଉଲ ପ୍ରାର୍ଥନା କରନ୍ତି ଯେ ଈଶ୍ଵର ବିଶ୍ଵାସୀମାନଙ୍କୁ ଆତ୍ମା, ପ୍ରାଣ ଏବଂ ଶରୀରରେ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ ।

1 Thessalonians 5:28

ପାଉଲ ବିଶ୍ଵାସୀମାନଙ୍କ ସହ କ’ଣ ହେଉ ବୋଲି ପ୍ରାର୍ଥନା କରନ୍ତି?

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଶ୍ଵାସୀମାନଙ୍କ ସହ ବର୍ତ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି।