ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

2 Timothy

2 Timothy 1

2 Timothy 1:1

ପାଉଲ କିପରି ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହେଲେ?

ଈଶ୍ଵରଙ୍କ ଇଚ୍ଛା ଦ୍ଵାରା ପାଉଲ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ହେଲେ ।

2 Timothy 1:2

ପାଉଲଙ୍କ ସହିତ ତୀମଥିଙ୍କର କ’ଣ ସମ୍ପର୍କ ବୋଲି ସେ କହନ୍ତି?

ପାଉଲ ତୀମଥିଙ୍କୁ ତାଙ୍କର “ପ୍ରିୟ ପୁତ୍ର” ବୋଲି କହନ୍ତି।

2 Timothy 1:3

ତୀମଥିଙ୍କ ପରିବାରରେ ତୀମଥି ବିଶ୍ଵାସ କରିବା ପୂର୍ବରୁ ଆଉ ଅନ୍ୟ କେଉଁମାନଙ୍କର ପ୍ରକୃତ ବିଶ୍ଵାସ ଥିଲା ?

ତୀମଥିଙ୍କ ଆଇ ଏବଂ ମାତା ଉଭୟଙ୍କ ପ୍ରକୃତ ଦୃଢ ବିଶ୍ଵାସ ଥିଲା [୧:୫]।

2 Timothy 1:4

ନିଜ ପ୍ରାର୍ଥନାରେ ପାଉଲ ଯେତେବେଳେ ତୀମଥିଙ୍କୁ ନିରନ୍ତର ମନେ ପକାନ୍ତି, ପାଉଲ କ’ଣ କରିବାକୁ ଇଚ୍ଛା କରନ୍ତି?

ପାଉଲ ତୀମଥିଙ୍କୁ ଦେଖିବାକୁ ପାଇଁ ଏକା ଇଚ୍ଛା କରନ୍ତି ।

2 Timothy 1:5

ତୀମଥିଙ୍କ ପରିବାରରେ, ତୀମଥିଙ୍କ ପୂର୍ବରୁ ଆଉ କାହାର ଅକପଟ ବିଶ୍ଵାସ ଥିଲା?

ତୀମଥିଙ୍କ ମାତାମହୀ ଲୋୟି ଓ ମାତା ଇଉନୀକୀ ଦୁହିଁଙ୍କଠାରେ ଅକପଟ ବିଶ୍ଵାସ ଥିଲା ।

2 Timothy 1:6

କିପ୍ରକାର ଆତ୍ମା ଈଶ୍ଵର ତୀମଥିକୁ ଦେଇଥିଲେ ?

ଈଶ୍ଵର ଶକ୍ତି, ପ୍ରେମ ଏବଂ ସୁବୁଦ୍ଧିର ଆତ୍ମା ତୀମଥିଙ୍କୁ ଦେଇଥିଲେ [୧:୭] ।

2 Timothy 1:7

ଈଶ୍ଵର ତୀମଥିଙ୍କୁ କେଉଁ ପ୍ରକାର ଆତ୍ମା ଦେଲେ?

ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଈଶ୍ଵର ତୀମଥିଙ୍କୁ ଦେଲେ ।

2 Timothy 1:8

ପାଉଲ ତୀମଥିଙ୍କୁ କ’ଣ ନକରିବାକୁ କହନ୍ତି?

ପାଉଲ ତୀମଥିଙ୍କୁ ପ୍ରଭୁଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ବିଷୟରେ ଲଜ୍ଜିତ ନ ହେବାକୁ କହନ୍ତି ।

ପାଉଲ ତୀମଥିଙ୍କୁ କ’ଣ କରିବାକୁ କହନ୍ତି?

ସୁସମାଚାର ନିମନ୍ତେ ପାଉଲଙ୍କ ସହିତ କ୍ଳେଶ ସହ୍ୟ କରିବାକୁ ପାଉଲ ତୀମଥିଙ୍କୁ କହନ୍ତି ।

2 Timothy 1:9

ଈଶ୍ଵରଙ୍କ ସଂକଳ୍ପ ଓ ଅନୁଗ୍ରହ କେବେ ଆମ୍ଭମାନଙ୍କୁ ପ୍ରଦତ୍ତ ହୋଇଥିଲା?

ଈଶ୍ଵରଙ୍କ ସଂକଳ୍ପ ଓ ଅନୁଗ୍ରହ ଅନାଦିକାଳ ପୂର୍ବରୁ ଆମ୍ଭମାନଙ୍କୁ ପ୍ରଦତ୍ତ ହୋଇଥିଲା ।

2 Timothy 1:10-11

ଈଶ୍ଵର କିପରି ଆପଣା ପରିତ୍ରାଣର ଯୋଜନା ପ୍ରକାଶ କଲେ?

ଈଶ୍ଵରଙ୍କ ପରିତ୍ରାଣର ଯୋଜନା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ପ୍ରକାଶିତ କଲେ ।

ଯେତେବେଳେ ଯୀଶୁ ଆବିର୍ଭାବ ହେଲେ, ମୃତ୍ୟୁ, ଜୀବନ ଏବଂ ଅମରତା ବିଷୟରେ ସେ କ’ଣ କଲେ?

ଯୀଶୁ ମୃତ୍ୟୁକୁ ଲୋପ କଲେ ପୁଣି, ସୁସମାଚାର ଦ୍ଵାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କଲେ ।

2 Timothy 1:12-13

ଈଶ୍ଵରଙ୍କଠାରେ ପାଉଲଙ୍କ କେଉଁ ବିଶ୍ୱାସ ତାଙ୍କୁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜିତ କରେ ନାହିଁ?

ଈଶ୍ଵରଙ୍କ ହସ୍ତରେ ଯାହା ପାଉଳ ସମର୍ପଣ କରିଅଛନ୍ତି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହି ବିଶ୍ଵାସ ପାଉଲଙ୍କୁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜିତ କରେ ନାହିଁ ।

2 Timothy 1:14

ତୀମଥିଙ୍କୁ ହସ୍ତରେ ଈଶ୍ଵର ସମର୍ପିତ କରିଥିବା ଉତ୍ତମ ବିଷୟ ସହିତ ତୀମଥି କ’ଣ କରିବା ଉଚିତ?

ତୀମଥିଙ୍କୁ ହସ୍ତରେ ଈଶ୍ଵର ସମର୍ପିତ କରିଥିବା ଉତ୍ତମ ବିଷୟକୁ ସେ ପବିତ୍ର ଆତ୍ମାଙ୍କ ଦ୍ଵାରା ସୁରକ୍ଷା କରିବା ଉଚିତ।

2 Timothy 1:15

ପାଉଲଙ୍କ ଆସିଆର ସମସ୍ତ ସାଥୀମାନେ ତାଙ୍କ ପାଇଁ କ’ଣ କଲେ?

ଏସିଆର ସମସ୍ତ ଲୋକ ପାଉଲଙ୍କଠାରୁ ବିମୁଖ ହେଲେ।

2 Timothy 1:16

ପାଉଲ କାହିଁକି ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ ବୋଲି ପ୍ରାର୍ଥନା କରୁଥିଲେ?

ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ ବୋଲି ପାଉଲ ପ୍ରାର୍ଥନା କରୁଥିଲେ, କାରଣ ସେ ବାରମ୍ଵାର ପାଉଲଙ୍କୁ ସାନ୍ତ୍ଵନା କରିଥିଲେ, ପୁଣି ପାଉଲଙ୍କ ଶୃଙ୍ଖଳ ସମ୍ଵନ୍ଧରେ ଲଜ୍ଜିତ ହୋଇ ନଥିଲେ ।

2 Timothy 1:17

ପାଉଲ ରୋମରେ ଥିବାବେଳେ ଅନୀସିଫର ପାଉଲଙ୍କ ପାଇଁ କ’ଣ କରିଥିଲେ?

ଅନୀସିଫର ରୋମରେ ପାଉଲଙ୍କୁ ଉଦ୍‌ଯୋଗୀ ସହକାରେ ଅନ୍ଵେଷଣ କରି ସାକ୍ଷାତ କଲେ ।

2 Timothy 1:18

ପାଉଲ ଅନୀସିଫରଙ୍କ ପାଇଁ ପ୍ରଭୁଙ୍କୁ କ’ଣ ପ୍ରାର୍ଥନା କରିଥିଲେ?

ପାଉଲ ଅନୀସିଫରଙ୍କ ପାଇଁ ପ୍ରଭୁଙ୍କଠାରୁ ଦୟା ପ୍ରାର୍ଥନା କରିଥିଲେ ।

2 Timothy 2

2 Timothy 2:1

ତୀମଥିଙ୍କୁ ଶକ୍ତିଶାଳୀ କରିବାକୁ କ’ଣ ସକ୍ଷମ ଅଟେ?

ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଅନୁଗ୍ରହ ତୀମଥିଙ୍କୁ ଶକ୍ତିଶାଳୀ କରିପାରେ ।

2 Timothy 2:2

ପାଉଲ ତୀମଥିଙ୍କୁ ଦେଇଥିବା ଶିକ୍ଷାକୁ ସେ କାହାକୁ ଅର୍ପଣ କରିବା ଉଚିତ?

ପାଉଲ ତୀମଥିଙ୍କୁ ଦେଇଥିବା ଶିକ୍ଷାକୁ ସେ ବିଶ୍ଵସ୍ତ ଲୋକମାନଙ୍କ ନିକଟରେ ଯେଉଁମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବାକୁ ସମର୍ଥ ଅର୍ପଣ କରିବା ଉଚିତ ।

2 Timothy 2:3

ପାଉଲ କେଉଁଠାରେ ଏକ ଉତ୍ତମ ସୈନ୍ୟ ଆବଦ୍ଧ ହୁଏ ନାହିଁ ବୋଲି ତୀମଥିଙ୍କୁ ଏକ ଉଦାହରଣ ସ୍ଵରୂପେ କହନ୍ତି ?

ଜଣେ ଉତ୍ତମ ସୈନ୍ୟ ଆପଣାକୁ ସଂସାରର ଅନ୍ୟ କାର୍ଯ୍ୟରେ ଆବଦ୍ଧ କରେ ନାହିଁ [୨:୪] ।

2 Timothy 2:4-7

ତୀମଥିଙ୍କ ପାଇଁ, ଉଦାହରଣ ସ୍ୱରୂପ, ଜଣେ ଉତ୍ତମ ସୈନ୍ୟ କେଉଁ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ ବୋଲି ପାଉଲ କହନ୍ତି?

ଜଣେ ଉତ୍ତମ ସୈନ୍ୟ ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ ।

2 Timothy 2:8

ଯେମିତି ସେ ତୀମଥିକୁ ଲେଖନ୍ତି, ପାଉଲ ଈଶ୍ଵରଙ୍କ ବାକ୍ୟକୁ ପ୍ରଚାର କରିବା ନିମନ୍ତେ କେଉଁ ପରିସ୍ଥିତିରେ ସେ ଦୁଃଖ ଭୋଗ କରୁଛନ୍ତି ?

ପାଉଲ ଅପରାଧୀ ପରି ବନ୍ଦୀ ହୋଇ କ୍ଲେଶ ଭୋଗ କରୁଛନ୍ତି [୨:୯] ।

କ'ଣ ଆବଦ୍ଧ ନୁହେଁ ବୋଲି ପାଉଲ କହନ୍ତି ?

ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ [୨:୯] ।

କାହିକି ପାଉଲ ସମସ୍ତ ବିଷୟକୁ ସହ୍ୟ କରନ୍ତି ?

ଈଶ୍ଵରଙ୍କ ଦ୍ଵାରା ମନୋନୀତ ମାନଙ୍କ ନିମନ୍ତେ ପାଉଲ ସମସ୍ତ ବିଷୟ ସହ୍ୟ କରନ୍ତି ଯଦ୍ଵାରା ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହେବେ [୨:୧୦] ।

2 Timothy 2:9

ଯେବେ ପାଉଲ ତୀମଥିଙ୍କୁ ପତ୍ର ଲେଖନ୍ତି, ଈଶ୍ଵରଙ୍କ ବାକ୍ୟ ପ୍ରଚାର କରିବା ହେତୁ ପାଉଲ କେଉଁ କ୍ଳେଶ ଭୋଗୁଛନ୍ତି?

ପାଉଲ ଜଣେ ଅପରାଧୀ ପରି ବନ୍ଧନ ପର୍ଯ୍ୟନ୍ତ କ୍ଳେଶ ଭୋଗୁଛନ୍ତି ।

କ’ଣ ଆବଦ୍ଧ ନୁହେଁ ବୋଲି ପାଉଲ କହନ୍ତି?

ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ।

2 Timothy 2:10

ପାଉଲ ଏହି ସମସ୍ତ ବିଷୟ ଧୈର୍ଯ୍ୟ ଧରି କାହିଁକି ସହ୍ୟ କରୁଅଛନ୍ତି?

ମନୋନୀତ ଲୋକମାନେ ଯେପରି ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହୁଅନ୍ତି, ଏଥିପାଇଁ ପାଉଲ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛନ୍ତି।

2 Timothy 2:11

ଯେଉଁମାନେ ଧୈର୍ଯ୍ୟ ଧରନ୍ତି, ସେମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କ'ଣ ଅଟେ ?

ଯେଉଁମାନେ ଧୈର୍ଯ୍ୟ ଧରନ୍ତି, ସେମାନେ ଖ୍ରୀଷ୍ଟଙ୍କ ସହ ରାଜତ୍ଵ କରିବେ [୨:୧୨] ।

ଯେଉଁମାନେ ତାହାଙ୍କୁ ଅସ୍ୱୀକାର କରନ୍ତି, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ସଙ୍କେତ କ'ଣ ଅଟେ ?

ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଖ୍ରୀଷ୍ଟ ସେମାନଙ୍କୁ ଅସ୍ୱୀକାର କରିବେ [୨:୧୨] ।

2 Timothy 2:12-13

ଯେଉଁମାନେ ଧୈର୍ଯ୍ୟ ଧରି ସହ୍ୟ କରନ୍ତି ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କ’ଣ?

ଯେଉଁମାନେ ଧୈର୍ଯ୍ୟ ଧରି ସହ୍ୟ କରନ୍ତି ସେମାନେ ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ।

ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କର ଚେତାବନୀ କ’ଣ?

ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଖ୍ରୀଷ୍ଟ ସେମାନଙ୍କୁ ଅସ୍ୱୀକାର କରିବେ ।

2 Timothy 2:14-15

ତୀମଥି ଲୋକମାନଙ୍କୁ ବାଗ୍ଯୁଦ୍ଧ ନକରିବାକୁ କ’ଣ ଚେତାବନୀ ଦେବା ଉଚିତ?

ତୀମଥି ଲୋକମାନଙ୍କୁ ଅହିତକର ଓ ବିନାଶଜନକ ତଥା ଅର୍ଥହୀନ ବାଗ୍ଯୁଦ୍ଧ ନକରିବାକୁ ଚେତାବନୀ ଦେବା ଉଚିତ।

2 Timothy 2:16-17

କେଉଁ ଦୁଇ ଭଣ୍ଡ ଶିକ୍ଷାଗୁଡିକ ଦ୍ଵାରା ଦୁଇ ଜଣ ବ୍ୟକ୍ତି ସତ୍ୟ ଭ୍ରଷ୍ଟ ହୋଇଛନ୍ତି ?

ପୁନରୁତ୍ଥାନ ଘଟି ସାରିଅଛି ବୋଲି ସେମାନେ ଶିକ୍ଷା ଦେଉଥିଲେ [୨:୧୮] ।

2 Timothy 2:18

ସତ୍ୟଭ୍ରଷ୍ଟ ହୋଇଥିବା ଦୁଇଜଣ ବ୍ୟକ୍ତି, କେଉଁ ମିଥ୍ୟା ପ୍ରଚାର କରୁଥିଲେ?

ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ମିଥ୍ୟା ପ୍ରଚାର କରୁଥିଲେ ।

2 Timothy 2:19-20

କିପରି ବିଶ୍ଵାସୀମାନେ ନିଜକୁ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହେବେ ?

ଅନାଦର ବ୍ୟବହାର ଠାରୁ ଶୁଚି କରିବା, ସେମାନେ ନିଜକୁ ପବିତ୍ର କରିବା ଦ୍ଵାରା ସମସ୍ତ ଉତ୍ତମ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରିବେ [୨:୨୧] ।

2 Timothy 2:21

ବିଶ୍ଵାସୀମାନେ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ନିଜକୁ କିପରି ପ୍ରସ୍ତୁତ କରିବା ଉଚିତ?

ବିଶ୍ଵାସୀମାନେ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ସମସ୍ତ ଅପବିତ୍ର ବିଷୟଠାରୁ ଆପଣାକୁ ଦୂରେଇ ରଖିବା ଉଚିତ।

2 Timothy 2:22-23

ତୀମଥି କାହାଠାରୁ ପଳାୟନ କରିବା ଉଚିତ?

ତୀମଥିଙ୍କୁ ଯୌବନ କାଳର ଅଭିଳାଷରୁ ପଳାୟନ କରିବା ଉଚିତ।

2 Timothy 2:24

ପ୍ରଭୁଙ୍କର ଦାସ କିପରି ହେବା ଉଚିତ ବୋଲି ପାଉଲ କହନ୍ତି?

ପ୍ରଭୁଙ୍କ ଦାସ ବିରୋଧ କରିବା ଉଚିତ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷାଦାନରେ ନିପୁଣ ହେବା ଉଚିତ ।

2 Timothy 2:25

ଈଶ୍ଵରଙ୍କର ଜଣେ ଦାସ ତାଙ୍କ ବିରୋଧୀମାନଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ?

ଈଶ୍ଵରଙ୍କର ଜଣେ ଦାସ ତାଙ୍କ ବିରୋଧୀମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ ।

2 Timothy 2:26

ଅବିଶ୍ୱାସୀମାନଙ୍କୁ ଶୟତାନ କ’ଣ କରିଛି?

ଅବିଶ୍ୱାସୀମାନଙ୍କୁ ଶୟତାନ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି ।

2 Timothy 3

2 Timothy 3:1

ଶେଷକାଳରେ କ’ଣ ଉପସ୍ଥିତ ହେବ ବୋଲି ପାଉଲ କହିଛନ୍ତି?

ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ ବୋଲି ପାଉଲ କହିଛନ୍ତି ।

2 Timothy 3:2-3

ଶେଷକାଳରେ ଲୋକମାନେ ଈଶ୍ଵରଙ୍କ ବଦଳରେ କ’ଣ ଭଲ ପାଇବେ?

ଶେଷକାଳରେ, ଲୋକମାନେ ଈଶ୍ଵରଙ୍କ ବଦଳରେ ଆତ୍ମପ୍ରିୟ ଏବଂ ଧନଲୋଭୀ ହେବେ।

2 Timothy 3:4

ଶେଷକାଳରେ ଈଶ୍ଵରଙ୍କ ବଦଳରେ ଲୋକମାନେ ଆଉ କ’ଣ ଭଲ ପାଇବେ?

ଶେଷକାଳରେ, ଲୋକମାନେ ଈଶ୍ଵରଙ୍କ ବଦଳରେ ବିଳାସପ୍ରିୟ ହେବେ ।

2 Timothy 3:5

ଯେଉଁମାନେ କେବଳ ଭକ୍ତିର ବେଶ ଧରନ୍ତି ସେମାନଙ୍କ ସହ କ’ଣ କରିବାକୁ ପାଉଲ ତୀମଥିଙ୍କୁ କହନ୍ତି?

ଯେଉଁମାନେ କେବଳ ଭକ୍ତିର ବେଶ ଧରନ୍ତି ସେମାନଙ୍କଠାରୁ ଅନ୍ତର ହେବାକୁ ପାଉଲ ତୀମଥିଙ୍କୁ କହନ୍ତି ।

2 Timothy 3:6-7

ଏହି ଅଧାର୍ମିକମାନଙ୍କ ମଧ୍ୟରୁ କେତେକ କ’ଣ କରନ୍ତି?

ଏମାନଙ୍କ ମଧ୍ୟରୁ କେତେକ ଲୋକ, ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି।

2 Timothy 3:8-9

ପୁରାତନ ନିୟମରେ ଯନ୍ନିସ୍ ଓ ଯମ୍ବ୍ରୀସ୍ ପରି ଏହି ଅଧାର୍ମିକ ଲୋକମାନେ କ’ଣ କରିଥିଲେ?

ପୁରାତନ ନିୟମରେ ଯନ୍ନିସ୍ ଓ ଯମ୍ବ୍ରୀସ୍ ଯେପରି ମୋଶାଙ୍କୁ ପ୍ରତିରୋଧ କରିଥିଲେ ସେହିପରି ଏହି ଅଧାର୍ମିକ ଲୋକମାନେ ପ୍ରତିରୋଧ କରନ୍ତି।

2 Timothy 3:10

ମିଥ୍ୟା ଶିକ୍ଷକମାନଙ୍କ ପରିବର୍ତ୍ତେ, ତୀମଥି କାହାର ଅନୁଗାମୀ ହୋଇଛନ୍ତି?

ତୀମଥି ପାଉଲଙ୍କର ଅନୁଗାମୀ ହୋଇଛନ୍ତି ।

2 Timothy 3:11

ଈଶ୍ଵର ପାଉଲଙ୍କୁ କାହାଠାରୁ ଉଦ୍ଧାର କଲେ?

ପ୍ରଭୁ ପାଉଲଙ୍କୁ ତାଙ୍କର ସମସ୍ତ ତାଡ଼ନାରୁ ଉଦ୍ଧାର କଲେ।

2 Timothy 3:12

ଯେଉଁମାନେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କ ସହିତ କ’ଣ ହେବ ବୋଲି ପାଉଲ କହନ୍ତି?

ଯେଉଁମାନେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ବୋଲି ପାଉଲ କହନ୍ତି ।

2 Timothy 3:13

ଶେଷକାଳରେ କିଏ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ?

ଶେଷକାଳରେ ଦୁଷ୍ଟ ଏବଂ ଠକ ଲୋକେ ଭ୍ରାନ୍ତି ଜନ୍ମାଇ ଏବଂ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ ।

2 Timothy 3:14

ତୀମଥିଙ୍କ ଜୀବନରେ କେଉଁ ସମୟଠାରୁ ସେ ଧର୍ମଶାସ୍ତ୍ର ଜାଣିଥିଲେ ?

ତୀମଥି ବାଲ୍ୟକାଳଠାରୁ ଧର୍ମଶାସ୍ତ୍ର ଜାଣିଥିଲେ [3:15] ।

2 Timothy 3:15

ତୀମଥି କେଉଁ ସମୟରୁ ପବିତ୍ର ଧର୍ମଶାସ୍ତ୍ରକୁ ଜାଣିଥିଲେ?

ତୀମଥି ବାଲ୍ୟ କାଳଠାରୁ ପବିତ୍ର ଧର୍ମଶାସ୍ତ୍ରକୁ ଜାଣିଥିଲେ।

2 Timothy 3:16

ସମସ୍ତ ଶାସ୍ତ୍ର କିପରି ଲେଖା ହେଲା?

ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ।

ଶାସ୍ତ୍ର କ’ଣ ପାଇଁ ଉପକାରୀ ଅଟେ?

ସମସ୍ତ ଶାସ୍ତ୍ର ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ଅଟେ।

2 Timothy 3:17

ଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କୁ ତାଲିମ ଦେବାର ଉଦ୍ଦେଶ୍ୟ କ’ଣ?

ଜଣେ ବ୍ୟକ୍ତିଙ୍କୁ ଶାସ୍ତ୍ରରେ ତାଲିମ ଦେବାର ଉଦ୍ଦେଶ୍ୟ ଏହା ଯେ ଯେପରି ସେହି ବ୍ୟକ୍ତି ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।

2 Timothy 4

2 Timothy 4:1

ଯୀଶୁ ଖ୍ରୀଷ୍ଟ କାହାର ବିଚାର କରିବେ?

ଯୀଶୁ ଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବେ।

2 Timothy 4:2

ପାଉଲ ତୀମଥିଙ୍କୁ କ’ଣ କରିବାକୁ ଆଦେଶ ଦେଲେ?

ପାଉଲ ତୀମଥିଙ୍କୁ ବାକ୍ୟ ପ୍ରଚାର କରିବାକୁ ଆଦେଶ ଦେଲେ।

2 Timothy 4:3-4

ଯେବେ ସମୟ ଆସିବ ଲୋକମାନେ ଶିକ୍ଷା ବିଷୟରେ କ’ଣ କରିବେ ବୋଲି ପାଉଲ ଚେତାବନୀ ଦେଇଛନ୍ତି?

ଲୋକେ ହିତଜନକ ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ ।

2 Timothy 4:5

ତୀମଥିଙ୍କୁ କେଉଁ କାର୍ଯ୍ୟ କରିବାକୁ ଦିଆଯାଇଥିଲା?

ତୀମଥିଙ୍କୁ ଜଣେ ପ୍ରଚାରକଙ୍କର କାର୍ଯ୍ୟ ଏବଂ ସେବାର କାର୍ଯ୍ୟ ଦିଆଯାଇଥିଲା ।

2 Timothy 4:6-7

ପାଉଲଙ୍କ ଜୀବନରେ କେଉଁ ସମୟ ଉପସ୍ଥିତ ବୋଲି ସେ କହିଥିଲେ?

ପାଉଲଙ୍କ ମହାପ୍ରୟାଣର ସମୟ ଉପସ୍ଥିତ ବୋଲି ସେ କହିଥିଲେ।

2 Timothy 4:8

ଯେଉଁମାନେ ଖ୍ରୀଷ୍ଟଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି ସେମାନେ କ’ଣ ପୁରସ୍କାର ପାଇବେ ବୋଲି ପାଉଲ କହନ୍ତି?

ଯେଉଁମାନେ ଖ୍ରୀଷ୍ଟଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି ସେମାନେ ଧାର୍ମିକତାର ମୁକୁଟ ପାଇବେ ବୋଲି ପାଉଲ କହନ୍ତି ।

2 Timothy 4:9

କାହିଁକି ପାଉଲଙ୍କ ସହକର୍ମୀ ଦୀମା ତାଙ୍କୁ ଛାଡିଲେ ?

ଦୀମା ପାଉଲଙ୍କୁ ଛାଡିବାର କାରଣ ସେ ଏହି ବର୍ତ୍ତମାନ ସଂସାରକୁ ପ୍ରେମ କଲେ [4:10] ।

2 Timothy 4:10

ପାଉଲଙ୍କ ସାଥୀ ଦୀମା ତାଙ୍କୁ କାହିଁକି ପରିତ୍ୟାଗ କଲେ?

ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ଦୀମା ପାଉଲଙ୍କୁ ପରିତ୍ୟାଗ କଲେ ।

2 Timothy 4:11-13

ପାଉଲଙ୍କର ଏକମାତ୍ର ସାଥୀ କିଏ ତାଙ୍କ ସହିତ ଥିଲେ?

କେବଳ ଲୂକ ପାଉଲଙ୍କ ସହିତ ଥିଲେ।

2 Timothy 4:14-15

କାହା ଅନୁସାରେ ପ୍ରଭୁ କଂସାରି ଆଲେକ୍‌ଜାଣ୍ଡରକୁ ପ୍ରତିଫଳ ଦେବେ ବୋଲି ପାଉଲ କହିଥିଲେ?

କଂସାରି ଆଲେକ୍‌ଜାଣ୍ଡରର କର୍ମ ଅନୁସାରେ ପ୍ରଭୁ ତାକୁ ପ୍ରତିଫଳ ଦେବେ ବୋଲି ପାଉଲ କହିଥିଲେ ।

2 Timothy 4:16-22

ପାଉଲଙ୍କ ବିଚାରର ପ୍ରଥମ ଶୁଣାଣି ବେଳେ କେଉଁ ଲୋକମାନେ ତାଙ୍କ ସପକ୍ଷରେ ଥିଲେ?

ପାଉଲଙ୍କ ବିଚାରର ପ୍ରଥମ ଶୁଣାଣି ବେଳେ କେହି ତାଙ୍କର ସପକ୍ଷ ନଥିଲେ ।