ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

Luke

Luke 1

Luke 1:1

"ଚାକ୍ଷୁଷ ସାକ୍ଷୀ" କେଉଁମାନେ ଥିଲେ ଯାହାକୁ ଲୂକ ଉଲ୍ଲେଖ କରନ୍ତି ?

"ଚାକ୍ଷୁଷ ସାକ୍ଷୀ" ସେମାନେ ଅଟନ୍ତି ଯେଉଁମାନେ ଯୀଶୁଙ୍କର ସେବା କାର୍ଯ୍ୟର ଆରମ୍ଭରୁ ତାହାଙ୍କ ସହିତ ଥିଲେ [୧:୧-୨]।

କେତେକ ଚାକ୍ଷୁଷ ସାକ୍ଷୀମାନେ ଯୀଶୁ ଯାହା କରିଥିଲେ ତାହା ଦେଖିଲା ପରେ ସେମାନେ କ'ଣ କଲେ ?

ଯୀଶୁ ଯାହା କରିଥିଲେ ସେହିସବୁ ଘଟଣାବଳୀର ବିବରଣ ସେମାନେ ଲିପିବଦ୍ଧ କଲେ [୧:୨]।

କାହିଁକି ଲୂକ ଯୀଶୁ କହିଥିବା ପୁଣି କରିଥିବା ଘଟଣାବଳୀର ବିବରଣ ଦେବାକୁ ସ୍ଥିର କଲେ ?

ଥିୟଫିଲ ଯେଉଁ ଯେସମସ୍ତ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲା ସେସବୁର ସତ୍ୟ ଜାଣିବାକୁ ଲୂକ ଚାହିଁଲେ [୧:୪]।

Luke 1:2-3

ଲୂକ ଉଲ୍ଲେଖ କରିଥିବା “ଚାକ୍ଷୁଷ ସାକ୍ଷୀ” କିଏ ଥିଲେ?

“ଚାକ୍ଷୁଷ ସାକ୍ଷୀ” ସେମାନେ ଥିଲେ ଯେଉଁମାନେ ଯୀଶୁଙ୍କ ସେବାର ଆରମ୍ଭରୁ ପ୍ରେରିତମାନଙ୍କ ସହିତ ଥିଲେ।

ଯୀଶୁ ଯାହା କଲେ ତାହା ଦେଖିବା ପରେ କେତେକ ଚାକ୍ଷୁଷ ସାକ୍ଷୀମାନେ କ’ଣ କଲେ?

ସେମାନେ ଯୀଶୁଙ୍କ ବିଷୟରେ ଘଟଣାବଳୀର ବିବରଣ ଲେଖିଲେ।

Luke 1:4

ଯୀଶୁ ଯାହା କହିଲେ ଏବଂ କରିଲେ ସେ ବିଷୟରେ ଲୂକ କାହିଁକି ନିଜର ବିବରଣ ଲେଖିବାକୁ ସ୍ଥିର କଲେ?

ଥୀୟଫିଲ ତାଙ୍କୁ ଶିଖାଯାଇଥିବା ବିଷୟଗୁଡ଼ିକର ନିଶ୍ଚୟତା ଜାଣନ୍ତୁ ବୋଲି ସେ ଚାହୁଁଥିଲେ।

Luke 1:5

କାହିଁକି ଈଶ୍ଵର ଜିଖରୀୟ ଓ ଏଲୀଶାବେଥଙ୍କୁ ଧାର୍ମିକ ବୋଲି ଗଣିତ କଲେ ?

ଈଶ୍ଵର ସେମାନଙ୍କୁ ଧାର୍ମିକ ବୋଲି ଗଣିତ କଲେ ଯେହେତୁ ସେମାନେ ତାହାଙ୍କର ଆଜ୍ଞାଗୁଡିକ ପାଳନ କରୁଥିଲେ [୧:୬]।

କାହିଁକି ଜିଖରୀୟ ଓ ଏଲୀଶାବେଥଙ୍କର ସନ୍ତାନ ନ ଥିଲା ?

ସେମାନଙ୍କର ସନ୍ତାନ ନ ଥିଲେ ଯେହେତୁ ଏଲୀଶାବେଥ ବନ୍ଧ୍ୟା ଥିଲେ । ବର୍ତ୍ତମାନ ସେ ଏବଂ ଜିଖରୀୟ ଅତି ବୃଦ୍ଧ ଥିଲେ [୧:୭]।

Luke 1:6

କାହିଁକି ଜିଖରୀୟ ଏବଂ ଏଲୀଶାବେଥଙ୍କୁ ଈଶ୍ଵର ଧାର୍ମିକ ବୋଲି ବିଚାର କଲେ?

ଈଶ୍ଵର ସେମାନଙ୍କୁ ଧାର୍ମିକ ବୋଲି ବିଚାର କଲେ କାରଣ ସେମାନେ ତାହାଙ୍କ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କଲେ।

Luke 1:7

ଜିଖରୀୟ ଏବଂ ଏଲୀଶାବେଥଙ୍କର କାହିଁକି କୌଣସି ସନ୍ତାନ ନ ଥିଲେ?

ଏଲୀଶାବେଥ ସନ୍ତାନ ପ୍ରସବ କରିବାରେ ଅସମର୍ଥ ଥିବାରୁ ସେମାନଙ୍କର ସନ୍ତାନ ନଥିଲେ। ଏହି ସମୟରେ ଏଲୀଶାବେଥ ଏବଂ ଜିଖରୀୟ ବହୁତ ବୃଦ୍ଧ ଥିଲେ।

Luke 1:8

ଜିଖରୀୟ ଈଶ୍ଵରଙ୍କ ନିକଟରେ କେଉଁ କାର୍ଯ୍ୟ କରୁଥିଲେ?

ଜିଖରୀୟ ଯାଜକ ଭାବରେ କାର୍ଯ୍ୟ କରୁଥିଲେ।

Luke 1:9

ଜିଖରୀୟ ମନ୍ଦିରରେ କ’ଣ କଲେ?

ସେ ଈଶ୍ୱରଙ୍କ ନିକଟରେ ଧୂପ ଜଳାଇଲେ।

Luke 1:10

ଜିଖରୀୟ ମନ୍ଦିରରେ ଥିବା ସମୟରେ ଲୋକମାନେ କ’ଣ କରୁଥିଲେ।?

ଲୋକମାନେ ମନ୍ଦିର ବାହାରେ ରହି ପ୍ରାର୍ଥନା କରୁଥିଲେ।

Luke 1:11

ଜିଖରୀୟ ମନ୍ଦିରରେ ଥିବା ସମୟରେ କିଏ ଦର୍ଶନ ଦେଲେ?

ପ୍ରଭୁଙ୍କର ଜଣେ ଦୂତ ଜିଖରୀୟଙ୍କୁ ମନ୍ଦିରରେ ଦର୍ଶନ ଦେଲେ।

Luke 1:12

ଜିଖରୀୟ ଦୂତଙ୍କୁ ଦେଖିବା ପରେ କ’ଣ ହେଲେ?

ଯେତେବେଳେ ଜିଖରୀୟ ଦୂତଙ୍କୁ ଦେଖିଲେ ସେ ବିଚଳିତ ହେଲେ ଆଉ ଭୟଗ୍ରସ୍ତ ହେଲେ।

Luke 1:13-15

ଜିଖରୀୟଙ୍କୁ ଦୂତ କ’ଣ କହିଲେ?

ଦୂତ ଜିଖରୀୟଙ୍କୁ ଭୟ ନ କରିବାକୁ କହିଲେ ଏବଂ ତାଙ୍କ ସ୍ତ୍ରୀ ଏଲୀଶାବେଥଙ୍କର ଏକ ପୁତ୍ର ହେବ ବୋଲି କହିଲେ। ତାଙ୍କ ପୁତ୍ରର ନାମ ଯୋହନ ହେବ।

Luke 1:16

ଯୋହନ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ କ'ଣ କରିବେ ବୋଲି ଦୂତ କହିଲେ?

ଯୋହନ ଇସ୍ରାଏଲର ସନ୍ତାନମାନଙ୍କୁ ସେମାନଙ୍କର ପ୍ରଭୁ ଈଶ୍ୱରଙ୍କ ପ୍ରତି ଫେରାଇବେ ବୋଲି ଦୂତ କହିଲେ।

Luke 1:17

ଯୋହନଙ୍କ କାର୍ଯ୍ୟ କେଉଁ ପ୍ରକାରର ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ହେବ?

ଯୋହନଙ୍କ କାର୍ଯ୍ୟ ଲୋକମାନଙ୍କୁ ପ୍ରସ୍ତୁତ ପ୍ରଭୁଙ୍କ ପାଇଁ କରିବ।

Luke 1:18

ଦୂତଙ୍କ ନାମ କ'ଣ ପୁଣି ସେ ସାଧାରଣତଃ କେଉଁଠାରେ ରହୁଥିଲେ ?

ଦୂତଙ୍କ ନାମ ଗାବ୍ରିଏଲ ଥିଲା ପୁଣି ସେ ସାଧାରଣତଃ ଈଶ୍ଵରଙ୍କ ଉପସ୍ଥିତିରେ ଉଭା ହେଉଥିଲେ [୧:୧୯]।

Luke 1:19

ଦୂତଙ୍କ ନାମ କ’ଣ ଥିଲା ଏବଂ ସାଧାରଣତଃ ସେ କେଉଁଠାରେ ବାସ କରୁଥିଲେ?

ଦୂତଙ୍କ ନାମ ଗାବ୍ରିଏଲ ଏବଂ ସେ ଈଶ୍ଵରଙ୍କ ଉପସ୍ଥିତିରେ ଠିଆ ହୁଅନ୍ତି।

Luke 1:20

ଦୂତ ଜିଖରୀୟଙ୍କୁ କଅଣ ହେବ ବୋଲି କହିଲେ କାରଣ ସେ ଦୂତଙ୍କ କଥାରେ ବିଶ୍ଵାସ କଲେ ନାହିଁ?

ଶିଶୁଟି ଜନ୍ମ ନ ହେବା ପର୍ଯ୍ୟନ୍ତ ଜିଖରୀୟ କଥା କହିପାରିବେ ନାହିଁ।

Luke 1:21-25

ଦୂତ ଜିଖରୀୟଙ୍କୁ କ'ଣ ଘଟିବ ବୋଲି କହିଲେ ଯେହେତୁ ସେ ଦୂତଙ୍କ ବାକ୍ୟରେ ବିଶ୍ଵାସ କଲେ ନାହିଁ ?

ଯେପର୍ଯ୍ୟନ୍ତ ଶିଶୁ ଜନ୍ମ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଜିଖରୀୟ କଥା କହି ପାରିବେ ନାହିଁ [୧:୨୧]।

Luke 1:26

ଏଲୀଶାବେଥଙ୍କ ଗର୍ଭଧାରଣର ଛଅ ମାସ ପରେ, ଈଶ୍ଵରଙ୍କ ଦ୍ଵାରା ଗାବ୍ରିଏଲ କାହାକୁ ଦେଖିବାକୁ ପଠାଯାଇଥିଲେ ?

ଦାଉଦଙ୍କ ବଂଶର, ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥିବା, ଏକ କନ୍ୟା ଯାହାଙ୍କ ନାମ ମରିୟମ ଥିଲା ଗାବ୍ରିଏଲ ତାହାଙ୍କୁ ଦେଖିବାକୁ ପଠାଯାଇଥିଲେ [୧:୨୭]।

Luke 1:27-29

ଏଲୀଶାବେଥଙ୍କ ଗର୍ଭଧାରଣର ଷଷ୍ଠ ମାସରେ, କାହାକୁ ଦେଖିବା ପାଇଁ ଗାବ୍ରିଏଲକୁ ଈଶ୍ଵର ପଠାଇଲେ?

ଗାବ୍ରିଏଲ ମରୀୟମ ନାମକ ଏକ କନ୍ୟାଙ୍କ ନିକଟକୁ ପଠାଗଲେ, ଯିଏ ଦାଉଦଙ୍କ ବଂଶଧର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧରେ ଆବଦ୍ଧ ହୋଇଥିଲେ।

Luke 1:30

ମରିୟମଙ୍କ ପ୍ରତି କ'ଣ ଘଟିବ ବୋଲି ଦୂତ କହିଲେ ?

ମରିୟମ ଗର୍ଭଧାରଣ କରିବ ବୋଲି ଦୂତ କହିଲେ [୧:୩୧]।

ସେହି ଶିଶୁଙ୍କ ନାମ କ'ଣ ହେବ ପୁଣି ସେ କ'ଣ କରିବେ ?

ସେହି ଶିଶୁଙ୍କ ନାମ ଯୀଶୁ ହେବ ପୁଣି ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ଵ କରିବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ [୧:୩୧,୩୩]।

Luke 1:31-32

ମରୀୟମଙ୍କ ସହିତ କ’ଣ ହେବ ବୋଲି ଦୂତ କହିଲେ?

ଦୂତ କହିଲେ ଯେ ମରୀୟମ ଗର୍ଭବତୀ ହେବେ ଏବଂ ଏକ ପୁତ୍ରଙ୍କୁ ଜନ୍ମ କରିବେ, ଯାହାଙ୍କୁ ସେ ଯୀଶୁ ବୋଲି ନାମ ଦେବେ।

Luke 1:33

ସେ ଶିଶୁ କ’ଣ କରିବ?

ଶିଶୁଟି ଯାକୁବର ବଂଶଧରମାନଙ୍କ ଉପରେ ଚିରକାଳ ରାଜତ୍ୱ କରିବ, ପୁଣି ତାହାଙ୍କର ରାଜ୍ୟର ଶେଷ ନାହିଁ।

Luke 1:34

ଯେହେତୁ ମରିୟମ କୁମାରୀ ଥିଲେ ସେଥିପାଇଁ କିପରି ଘଟିବ ବୋଲି ଦୂତ କହିଲେ ?

ଦୂତ କହିଲେ ଯେ ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବେ [୧:୩୫]।

ଏହି ପବିତ୍ର ଶିଶୁ କାହାରି ସନ୍ତାନ ହେବ ବୋଲି ଦୂତ କହିଲେ ?

ଏହି ଶିଶୁ ପବିତ୍ର ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବ ବୋଲି ଦୂତ କହିଲେ [୧:୩୫]।

ଈଶ୍ଵରଙ୍କ ନିମନ୍ତେ କ'ଣ ଅସମ୍ଭବ ବୋଲି ଦୂତ କହିଲେ ?

କିଛି ନୁହଁ [୧:୩୫]।

Luke 1:35-36

ଏହା କିପରି ଘଟିବ ବୋଲି ଦୂତ କହିଲେ ଯେହେତୁ ମରୀୟମ ଜଣେ କୁମାରୀ ଥିଲେ?

ଏହା କିପରି ଘଟିବ ବୋଲି ଦୂତ କହିଲେ ଯେହେତୁ ମରୀୟମ ଜଣେ କୁମାରୀ ଥିଲେ?

ଏହି ପବିତ୍ର ସନ୍ତାନ କାହାର ପୁତ୍ର ହେବେ ବୋଲି ଦୂତ କହିଲେ?

ସେ ଶିଶୁ ଈଶ୍ଵରଙ୍କ ପୁତ୍ର ହେବ ବୋଲି ଦୂତ କହିଲେ।

Luke 1:37-38

ଈଶ୍ଵରଙ୍କ ପାଇଁ କ’ଣ ଅସମ୍ଭବ ନୁହେଁ ବୋଲି ଦୂତ କହିଲେ?

ପ୍ରତ୍ୟେକ ବାକ୍ୟ ଈଶ୍ଵରଙ୍କ ପାଇଁ ଅସମ୍ଭବ ନୁହେଁ।

Luke 1:39-40

ଯେତେବେଳେ ମରିୟମ ଏଲୀଶାବେଥଙ୍କୁ ନମସ୍କାର କଲେ, ସେତେବେଳେ ଏଲୀଶାବେଥଙ୍କ ଗର୍ଭସ୍ଥ ଶିଶୁଟି କ'ଣ କଲା ?

ତାହାଙ୍କ ଗର୍ଭରେ ଶିଶୁଟି ଆନନ୍ଦ ସକାଶେ ନାଚି ଉଠିଲା [୧:୪୧.୪୪]।

Luke 1:41

ମରୀୟମ ଏଲୀଶାବେଥଙ୍କୁ ନମସ୍କାର ଶୁଣିବାମାତ୍ରେ, ଏଲୀଶାବେଥଙ୍କ ଶିଶୁ କ’ଣ କଲା?

ଶିଶୁଟି ତାହାଙ୍କ ଗର୍ଭରେ ଖୁସିରେ ନାଚି ଉଠିଲା।

Luke 1:42-53

କାହାକୁ ଏଲୀଶାବେଥ ଆଶୀର୍ବାଦ ପ୍ରାପ୍ତ ବୋଲି କହିଲେ?

ଏଲୀଶାବେଥ ମରୀୟମ ଏବଂ ତାଙ୍କ ଶିଶୁଙ୍କୁ ଆଶୀର୍ବାଦ ପ୍ରାପ୍ତ ବୋଲ କହିଲେ।

Luke 1:54-58

କାହିଁକି ଈଶ୍ଵର ତାହାଙ୍କ ସେବକ ଇସ୍ରାଏଲକୁ ସାହାଯ୍ୟ କଲେ?

ଈଶ୍ଵର ଆପଣାର ଦୟା ସ୍ମରଣ କଲେ।

Luke 1:59-61

ସୁନ୍ନତ କରିବା ଦିନ, ଏଲୀଶାବେଥଙ୍କ ପୁତ୍ରର ନାମ ସେମାନେ କ’ଣ ରଖିଥାନ୍ତେ?

ସାଧାରଣତଃ ସେମାନେ ତାଙ୍କ ପିତାଙ୍କ ନାମ ଅନୁସାରେ ଜିଖରୀୟ ନାମ ରଖିଥା’ନ୍ତେ।

Luke 1:62

ଶିଶୁଙ୍କ ନାମ କ'ଣ ହେବା ଉଚିତ୍ ବୋଲି ଯେତେବେଳେ ଜିଖରୀୟଙ୍କୁ ପଚାରାଗଲା ସେତେବେଳେ ସେ କ'ଣ ଲେଖିଲେ, ପୁଣି ତ'ପରେ ଜିଖରୀୟ ପ୍ରତି କ'ଣ ଘଟିଲା ?

"ତାହାର ନାମ ଯୋହନ" ଜିଖରୀୟ ଲେଖିଲେ ତା'ପରେ ଜିଖରୀୟ କଥା କହିବା ଆରମ୍ଭ କଲେ [୧:୬୩-୬୪]।

Luke 1:63

ଶିଶୁଟିର ନାମ କ’ଣ ହେବା ଉଚିତ ବୋଲି ପଚାରିବାରୁ ଜିଖରୀୟ କ’ଣ ଲେଖିଥିଲେ?

ଜିଖରୀୟ “ତାଙ୍କ ନାମ ଯୋହନ” ବୋଲି ଲେଖିଥିଲେ।

Luke 1:64-65

ଶିଶୁଟିର ନାମ ଲେଖିବା ମାତ୍ରେ ଜିଖରୀୟଙ୍କ ସହ କ’ଣ ହେଲା?

ଶିଶୁର ନାମ ସେ ଲେଖିବା ପରେ, ଜିଖରୀୟ କଥା କହିଲେ ଆଉ ଈଶ୍ଵରଙ୍କ ପ୍ରଶଂସା କରିବାକୁ ଲାଗିଲେ।

Luke 1:66

ଏହି ସମସ୍ତ ଘଟଣା ହେତୁ, ପ୍ରତ୍ୟେକ ଜଣ ଶିଶୁଟି ବିଷୟରେ କ’ଣ ଅନୁଭବ କଲେ?

ସେମାନେ ଅନୁଭବ କଲେ ଯେ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।

Luke 1:67

ଜିଖରୀୟ ଈଶ୍ଵରଙ୍କ ପ୍ରଶଂସା କଲେ ଯେହେତୁ ବର୍ତ୍ତମାନ ଈଶ୍ଵର କ'ଣ କରିବାକୁ ଆସିଥିଲେ ?

ଈଶ୍ଵର ତାହାଙ୍କ ଲୋକମାନଙ୍କୁ ମୁଁକ୍ତ କରିବାକୁ ଏକ ପଥ ତିଆରି କରିଥିଲେ [୧:୬୮]।

Luke 1:68-75

ବର୍ତ୍ତମାନ ଈଶ୍ଵର କ’ଣ ସାଧନ କଲେ ଯାହା ଜିଖରୀୟଙ୍କୁ ଈଶ୍ଵରଙ୍କ ପ୍ରଶଂସା କରାଇଲା?

ଈଶ୍ଵର ଆପଣା ଲୋକମାନଙ୍କ ନିମନ୍ତେ ମୁକ୍ତି ସାଧନ କଲେ।

Luke 1:76

ତାହାଙ୍କ ଶିଶୁ ଲୋକମାନଙ୍କୁ କ'ଣ ଜାଣିବାକୁ ସାହାଯ୍ୟ କରିବେ ବୋଲି ଜିଖରୀୟ ଭାବବାଣୀ କରିଥିଲେ ?

ଲୋକମାନେ କିପରି ଆପଣା ଆପଣା ପାପରୁ ପରିତ୍ରାଣ ପାଇବେ ତାହା ଜାଣିବାକୁ ଯୋହନ ସେମାନଙ୍କୁ ସାହାଯ୍ୟ କରିବେ [୧:୭୭]।

Luke 1:77-79

ଜିଖରୀୟ କ’ଣ ଭବିଷ୍ୟବାଣୀ କରିଥିଲେ ଯେ ତାଙ୍କ ସନ୍ତାନ ଯୋହନ ଲୋକମାନଙ୍କୁ ଜାଣିବାରେ ସାହାଯ୍ୟ କରିବେ?

ଲୋକମାନେ କିପରି ସେମାନଙ୍କର ପାପ କ୍ଷମା ଦ୍ୱାରା ଉଦ୍ଧାର ପାଇପାରିବେ ସେବିଷୟରେ ଯୋହନ ଲୋକମାନଙ୍କୁ ଜାଣିବାରେ ସାହାଯ୍ୟ କରିବେ।

Luke 1:80

ଯୋହନ ସର୍ବସାଧାରଣ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ କେଉଁଠାରେ ଜୀବନ ଯାପନ କରିଥିଲେ?

ଯୋହନ ବଢ଼ ହୋଇ ପୁଣି ମରୁଭୂମି ଜୀବନ ଯାପନ ବାସ କଲେ।

Luke 2

Luke 2:1-2

ଜନଗଣନା ପାଇଁ ନାମ ଲେଖାଇବା ନିମନ୍ତେ ଲୋକମାନେ କେଉଁଠାକୁ ଗଲେ ?

ଲୋକମାନେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଗଲେ [୨:୩]।

Luke 2:3

ନାମ ଲେଖାଇଲେ ପଞ୍ଜୀକୃତ ହେବା ପାଇଁ ଲୋକମାନେ କେଉଁଠାକୁ ଗଲେ?

ଲୋକମାନେ ପଞ୍ଜୀକୃତ ହେବା ପାଇଁ ଆପଣା ଆପଣା ନଗରକୁ ଗଲେ।

Luke 2:4-5

ଯୋଷେଫ କାହିଁକି ବେଥଲିହିମକୁ ସେଠାରେ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗଲେ?

ଯୋଷେଫ ଦାଉଦଙ୍କ ବଂଶଧର ହେଇଥିବାରୁ ଯୋଷେଫ ଓ ମରୀୟମ ବେଥଲିହିମକୁ ଗଲେ।

Luke 2:6

ଯେତେବେଳେ ମରିୟମ ତାଙ୍କର ପୁତ୍ରକୁ ଜନ୍ମ ଦେଲେ, ସେତେବେଳେ ସେ ତାହାକୁ କେଉଁଠାରେ ରଖିଲେ ?

ଯେତେବେଳେ ଶିଶୁ ଜନ୍ମ ହୋଇଥିଲେ, ସେତେବେଳେ ମରିୟମ ତାହାକୁ ଗୁହାଳକୁଣ୍ଡରେ ରଖିଲେ [୨:୭]।

Luke 2:7

ଯେତେବେଳେ ମରୀୟମ ତାଙ୍କ ପୁତ୍ରକୁ ଜନ୍ମ ଦେଲେ, ସେ ଶିଶୁଙ୍କୁ କେଉଁଠାରେ ଶୁଆଇଲେ?

ଯେତେବେଳେ ଶିଶୁଟି ଜନ୍ମ ହେଲା, ମରୀୟମ ଶିଶୁଙ୍କୁ ଏକ ଗୁହାଳକୁଣ୍ଡରେ ଶୁଆଇଲେ।

Luke 2:8

ସେହି ରାତ୍ରିରେ ମେଷପାଳକମାନେ କ’ଣ କରୁଥିଲେ?

ସେମାନେ ଖୋଲା ସ୍ଥାନରେ ରହି ସେମାନଙ୍କ ମେଷପଲ ଜଗୁଥିଲେ।

Luke 2:9

ମେଷପାଳକମାନେ ଦୂତଙ୍କୁ ଦେଖିବା ପରେ କି ପ୍ରତିକ୍ରିୟା କଲେ?

ମେଷପାଳକମାନେ ଅତିଶୟ ଭୟଭୀତ ହେଲେ।

Luke 2:10

କେଉଁ ଶୁଭ ସମ୍ବାଦ ଦୂତ ମେଷପାଳକମାନଙ୍କୁ ଦେଲେ ?

ଦୂତ କହିଲେ ଯେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି [୨:୧୧]।

Luke 2:11-14

ମେଷପାଳକମାନଙ୍କୁ ଦୂତ କେଉଁ ଶୁଭ ସମ୍ବାଦ ଦେଲେ?

ଦୂତ ମେଷପାଳକମାନଙ୍କୁ କହିଲେ ଯେ ତ୍ରାଣକର୍ତ୍ତା ଜନ୍ମ ହୋଇଛନ୍ତି, ଯିଏ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି।

Luke 2:15

ଦୂତମାନେ ସେମାନଙ୍କୁ ଛାଡ଼ିଗଲା ପରେ ମେଷପାଳକମାନେ କ’ଣ କରିବାକୁ ସ୍ଥିର କଲେ?

ମେଷପାଳକମାନେ ଜନ୍ମ ହୋଇଥିବା ଶିଶୁକୁ ଦେଖିବା ପାଇଁ ବେଥଲିହିମକୁ ଯିବାକୁ ସ୍ଥିର କଲେ।

Luke 2:16-20

ବେଥଲିହିମରେ ମେଷପାଳକମାନେ କ’ଣ ପାଇଲେ?

ମେଷପାଳକମାନେ ମରୀୟମ ଏବଂ ଯୋଷେଫ ଏବଂ ଶିଶୁଙ୍କୁ ଦେଖିଲେ, ଯିଏ ଗୁହାଳକୁଣ୍ଡରେ ଶୋଇଥିଲା।

Luke 2:21

ଯୀଶୁ କେବେ ସୁନ୍ନତ ହେଲେ?

ଯୀଶୁ ତାହାଙ୍କର ଜନ୍ମ ହେବାର ଅଷ୍ଟମ ଦିନରେ ସୁନ୍ନତ ହୋଇଥିଲେ।

Luke 2:22-24

ଯୋଷେଫ ଏବଂ ମରୀୟମ ଶିଶୁ ଯୀଶୁଙ୍କୁ ଯିରୂଶାଲମ ମନ୍ଦିରକୁ କାହିଁକି ଆଣିଲେ?

ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଏବଂ ମୋଶାଙ୍କ ବ୍ୟବସ୍ଥାନୁସାର ଆଜ୍ଞା ଅନୁସାରେ ବଳି ଉତ୍ସର୍ଗ କରିବା ପାଇଁ ମନ୍ଦିରକୁ ଆଣିଥିଲେ।

Luke 2:25

ଶିମିୟୋନଙ୍କୁ ପବିତ୍ର ଆତ୍ମା କ'ଣ ପ୍ରକାଶ କଲେ ?

ଶିମିୟୋନ ଯେ ଖ୍ରୀଷ୍ଟ ପ୍ରଭୁଙ୍କୁ ନ ଦେଖିବା ପୂର୍ବରୁ ତାହାଙ୍କ ମୃତ୍ୟୁ ହେବ ନାହିଁ ତାହା ପବିତ୍ର ଆତ୍ମା ତାହାଙ୍କୁ ପ୍ରକାଶ କଲେ [୨:୨୬]।

Luke 2:26-29

ପବିତ୍ର ଆତ୍ମା ଶିମିୟୋନଙ୍କୁ କ’ଣ ପ୍ରକାଶ କଲେ?

ପବିତ୍ର ଆତ୍ମା ଶିମିୟୋନଙ୍କୁ ପ୍ରକାଶ କଲେ ଯେ ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ କରିବା ପୂର୍ବରୁ ସେ ମୃତ୍ୟୁ ହେବ ନାହିଁ।

Luke 2:30-31

ଯୀଶୁ କ'ଣ ହେବେ ବୋଲି ଶିମିୟୋନ କହିଲେ ?

ଯୀଶୁ ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ ପୁଣି ଈଶ୍ଵରଙ୍କ ଲୋକ ଇସ୍ରାଏଲର ଗୌରବ ହେବେ ବୋଲି ଶିମିୟୋନ କହିଲେ [୨:୩୨]।

Luke 2:32

ଶିମିୟୋନ ମରୀୟମଙ୍କ ସହିତ କ’ଣ ହେବ ବୋଲି କହିଲେ କାରଣ ସେ ଯୀଶୁଙ୍କ ମାତା ଥିଲେ?

ଶିମିୟୋନ କହିଲେ ଯେ ଅଣଯିହୁଦୀମାନଙ୍କ ପ୍ରତି ଏକ ପ୍ରକାଶକ ଆଲୋକ ପୁଣି, ଈଶ୍ଵରଙ୍କ ଲୋକ ଇସ୍ରାଏଲର ଗୌରବ ସ୍ୱରୂପ ହେବେ।

Luke 2:33-34

ଯୀଶୁଙ୍କ ଫଳସ୍ଵରୂପେ ମରିୟମ ପ୍ରତି କ'ଣ ଘଟିବ ବୋଲି ଶିମିୟୋନ କହିଲେ ?

ତାହାଙ୍କ ପ୍ରାଣକୁ ଏକ ଖଡ୍ଗ ବିଦ୍ଧ କରିବ ବୋଲି ଶିମିୟୋନ କହିଲେ [୨:୩୫]।

Luke 2:35

ଯୀଶୁଙ୍କ ପରିଣାମ ସ୍ୱରୂପ ମରୀୟମଙ୍କ ସହିତ କ’ଣ ହେବ ବୋଲି ଶିମିୟୋନ କହିଲେ?

ଶିମିୟୋନ କହିଲେ ଯେ ଏକ ଖଡ୍ଗ ତାହାର ନିଜ ଆତ୍ମାକୁ ବିଦ୍ଧ କରିବ।

Luke 2:36-37

ଯେତେବେଳେ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ମରିୟମ, ଯୋଷେଫ, ଓ ଯୀଶୁଙ୍କ ନିକଟରେ ଉପସ୍ଥିତ ହେଲେ ସେତେବେଳେ ସେ କ'ଣ କଲେ ?

ହାନ୍ନା ଈଶ୍ଵରଙ୍କ ସ୍ତୁତିବାଦ କଲେ ପୁଣି ଶିଶୁଙ୍କ ବିଷୟ ସମସ୍ତଙ୍କୁ କହିବାକୁ ଲାଗିଲେ [୨:୩୮]।

Luke 2:38

ହାନ୍ନା ନାମ୍ନୀ ଭାବବାଦିନୀ ମରୀୟମ, ଯୋଷେଫ ଏବଂ ଯୀଶୁଙ୍କ ନିକଟକୁ ଆସି କ’ଣ କଲେ?

ହାନ୍ନା ଈଶ୍ଵରଙ୍କୁ ଧନ୍ୟବାଦ ଦେଇ ଶିଶୁଙ୍କ ବିଷୟରେ ସମସ୍ତଙ୍କୁ କହିବାକୁ ଲାଗିଲେ।

Luke 2:39

ଶିଶୁ ଯୀଶୁ ନାଜରିତକୁ ଫେରିଲା ପରେ ତାହାଙ୍କ ପ୍ରତି କ'ଣ ଘଟିଲା ?

ଯୀଶୁ ବୃଦ୍ଧି ଓ ଶକ୍ତିବାନ ହେଲେ, ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ଲାଗିଲେ, ପୁଣି ଈଶ୍ଵରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା [୨:୪୦]।

Luke 2:40

ଶିଶୁ ଯୀଶୁ ନାଜରିତକୁ ଫେରିବା ପରେ କ’ଣ ହେଲା?

ଯୀଶୁ ବଢ଼ ହେଲେ ଓ ଶକ୍ତିଶାଳୀ ହେବାକୁ ଲାଗିଲେ, ଜ୍ଞାନରେ ବୃଦ୍ଧି ପାଇଲେ, ଏବଂ ଈଶ୍ଵରଙ୍କ ଅନୁଗ୍ରହ ତାଙ୍କ ଉପରେ ଥିଲା।

Luke 2:41-43

କାହିଁକି ଯୀଶୁଙ୍କର ପିତାମାତା ନିସ୍ତାର ପର୍ବ ସମୟରେ ଯୀଶୁ ଯିରୂଶାଲମରେ ରହିବାର ଜାଣି ପାରି ନ ଥିଲେ ?

ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ସେମାନେ ମନେ କରିବା ହେତୁ ସେମାନେ ଜାଣି ପାରିଲେ ନାହିଁ [୨:୪୩-୪୪]।

Luke 2:44

ନିସ୍ତାର ପର୍ବରେ ଯୀଶୁ ଯିରୂଶାଲମରେ ରହିଗଲେ ବୋଲି ଯୀଶୁଙ୍କ ପିତାମାତା କାହିଁକି ଜାଣି ପାରିଲେ ନାହିଁ?

ସେମାନେ ଜାଣି ପାରିଲେ ନାହିଁ କାରଣ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ସେମାନେ ମନେ କଲେ।

Luke 2:45

କେଉଁଠାରେ ତାହାଙ୍କ ପିତାମାତା ଯୀଶୁଙ୍କୁ ପାଇଲେ ପୁଣି ସେ କ'ଣ କରୁଥିଲା ?

ତାହାଙ୍କ ପିତାମାତା ଯୀଶୁଙ୍କୁ ମନ୍ଦିରରେ ପାଇଲେ ଯେଉଁଠାରେ ସେ ପଣ୍ଡିତମାନଙ୍କ ମଧ୍ୟରେ ବସି, ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ [୨:୪୬]।

Luke 2:46-47

ତାହାଙ୍କ ପିତାମାତା ଯୀଶୁଙ୍କୁ କେଉଁଠାରେ ପାଇଲେ ଏବଂ ସେ କ’ଣ କରୁଥିଲେ?

ତାହାଙ୍କ ପିତାମାତା ତାହାଙ୍କୁ ମନ୍ଦିରରେ ଶିକ୍ଷକମାନଙ୍କ ମଧ୍ୟରେ ବସିଥିବାର ଓ ସେମାନଙ୍କ କଥା ଶୁଣୁଥିବା ଏବଂ ସେମାନଙ୍କୁ ପ୍ରଶ୍ନ ପଚାରିବା ଦେଖିଲେ।

Luke 2:48

ଯେତେବେଳେ ମରିୟମ ତାହାଙ୍କୁ ଚିନ୍ତିତ ହୋଇ ଖୋଜୁଥିଲୁ ବୋଲି କହିଲେ ସେତେବେଳେ ଯୀଶୁ କ'ଣ ଉତ୍ତର ଦେଲେ ?

"ପିତାଙ୍କ ଗୃହରେ ରହିବା ଯେ ମୋହର ଆବଶ୍ୟକ ତାହା କ'ଣ ତୁମେ ଜାଣ ନାହିଁ [୨:୪୯]?"

Luke 2:49-50

ଯେତେବେଳେ ମରୀୟମ ତାହାଙ୍କୁ କହିଲେ ଯେ ସେମାନେ ଅତିଶୟ ବ୍ୟାକୁଳ ହୋଇ ଖୋଜୁଥିଲେ, ସେତେବେଳେ ଯୀଶୁ କ’ଣ ଉତ୍ତର ଦେଲେ?

"ମୁଁ ଯେ ମୋ ପିତାଙ୍କ ଗୃହରେ ରହିବି ନିଶ୍ଚୟ ବୋଲି ତୁମ୍ଭେମାନେ କ’ଣ ଜାଣ ନାହିଁ?”

Luke 2:51

ଯୀଶୁଙ୍କ ପିତାମାତା ନାଜରିତକୁ ଫେରିବା ପରେ ପିତାମାତାଙ୍କ ପ୍ରତି ତାହାଙ୍କ ମନୋଭାବ କ’ଣ ଥିଲା?

ସେ ସେମାନଙ୍କର ବସିଭୁତ ହୋଇ ରହିଲେ।

Luke 2:52

ଯୀଶୁ ବଡ଼ ହେବା ପରେ ସେ କି ପ୍ରକାର ଯୁବକ ହେଲେ?

ସେ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ଵରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।

Luke 3

Luke 3:3

ଯୋହନ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳରେ କେଉଁ ବାର୍ତ୍ତା ଘୋଷଣା କରିବାକୁ ଲାଗିଲେ?

ଯୋହନ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ ।

Luke 3:4-7

ଯୋହନ କାହା ପାଇଁ ସେ ପଥ ପ୍ରସ୍ତୁତ କରୁଛନ୍ତି ବୋଲି କହିଲେ?

ଯୋହନ ପ୍ରଭୁଙ୍କ ପଥ ପ୍ରସ୍ତୁତ କରୁଥିଲେ ସେ କହିଲେ।

Luke 3:8

ଅବ୍ରହାମ ସେମାନଙ୍କର ପିତା ବୋଲି ବିଶ୍ୱାସ କରିବା ପରିବର୍ତ୍ତେ ଯୋହନ ଲୋକମାନଙ୍କୁ କ’ଣ କରିବାକୁ କହିଲେ?

ଯୋହନ ସେମାନଙ୍କୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କରିବାକୁ କହିଲେ।

Luke 3:9-11

ଭଲ ଫଳ ନ ଫଳୁ ଥିବା ଗଛ ସହ କ’ଣ ହୁଏ ବୋଲି ଯୋହନ କହିଲେ?

ଏହାକୁ କାଟି ନିଆଁରେ ଫିଙ୍ଗି ଦିଆଯାଏ ବୋଲି ଯୋହନ କହିଲେ।

Luke 3:12

କରଗ୍ରାହୀମାନେ ସେମାନଙ୍କର ସତ୍ୟ ମନପରିବର୍ତ୍ତନ ଦେଖାଇବାକୁ କ'ଣ କରିବା ଆବଶ୍ୟକ ବୋଲି ଯୋହନ କହିଲେ ?

ସେମାନଙ୍କ ନିମନ୍ତେ ଯାହା ନିରୂପିତ ତାହା ଅପେକ୍ଷା ଅଧିକ ଆଦାୟ ନ କରିବାକୁ ଯୋହନ କହିଲେ [୩:୧୩]।

Luke 3:13-14

କରଗ୍ରାହୀମାନେ ପ୍ରକୃତ ମନ ପରିବର୍ତ୍ତନ ପ୍ରକାଶ କରିବାକୁ କ’ଣ କରିବା ଉଚିତ ବୋଲି ଯୋହନ କହିଲେ?

ସେମାନଙ୍କୁ ଯେତିକି ଅର୍ଥ ଆଦାୟ କରିବାକୁ ଆଜ୍ଞା କରାଯାଇଅଛି ତା’ଠାରୁ ଅଧିକ ଆଦାୟ ନ କରିବା ଉଚିତ ବୋଲି ଯୋହନ ସେମାନଙ୍କୁ କହିଲେ।

Luke 3:15

ଯୋହନ କହିଲେ ଯେ ସେ ଜଳରେ ବାପ୍ତିସ୍ମ ଦେଉଅଛନ୍ତି, କିନ୍ତୁ ଯେ ଆସୁଅଛନ୍ତି ସେ କେଉଁଠାରେ ବାପ୍ତିସ୍ମ ଦେବେ ?

ଯେ ଆସୁଅଛନ୍ତି ସେ ପବିତ୍ର ଆତ୍ମାରେ ଓ ଅଗ୍ନିରେ ବାପ୍ତିସ୍ମ ଦେବେ ବୋଲି ଯୋହନ କହିଲେ [୩:୧୬]।

Luke 3:16-17

ଯୋହନ ଲୋକମାନଙ୍କୁ କହିଲେ ଯେ ସେ ଜଳରେ ବାପ୍ତିସ୍ମ ଦିଅନ୍ତି। ଆସୁଥିବା ବ୍ୟକ୍ତି ଜଣକ କିପରି ବାପ୍ତିସ୍ମ ଦେବେ ବୋଲି ଯୋହନ କହିଲେ?

ଜଣେ ଆସୁଛନ୍ତି ଯିଏ ପବିତ୍ର ଆତ୍ମାରେ ଏବଂ ଅଗ୍ନିରେ ବାପ୍ତିସ୍ମ ଦେବେ ବୋଲି ଯୋହନ କହିଲେ।

Luke 3:18

କାହିଁକି ଯୋହନ ହେରୋଦଙ୍କୁ ଅନୁଯୋଗ କଲେ ?

ଯୋହନ ହେରୋଦଙ୍କୁ ଅନୁଯୋଗ କଲେ ଯେହେତୁ ହେରୋଦ ନିଜ ଭାଇର ଭାର୍ଯାଙ୍କୁ ବିବାହିତ କରିଥିଲେ, ପୁଣି ଅନେକ ଦୁଷ୍କର୍ମ କରିଥିଲେ [୩:୧୯]।

କିଏ ଯୋହନଙ୍କୁ କାରାଗାରରେ ରଖିଲେ ?

ହେରୋଦ ଯୋହନଙ୍କୁ କାରାଗାରରେ ରଖିଲେ [୩:୨୦]।

Luke 3:19

ଯୋହନ ହେରୋଦଙ୍କୁ କାହିଁକି ଅନୁଯୋଗ କଲେ?

ଯୋହନ ହେରୋଦଙ୍କୁ ଅନୁଯୋଗ କଲେ କାରଣ ହେରୋଦ ନିଜ ଭାଇର ସ୍ତ୍ରୀଙ୍କୁ ବିବାହ କରିଥିଲେ ଏବଂ ଅନ୍ୟ ସମସ୍ତ ଦୁଷ୍କର୍ମ କରିଥିଲେ।

Luke 3:20

ଯୋହନଙ୍କୁ କିଏ କାରାଗାରରେ ବନ୍ଦୀ କରି ରଖିଲା?

ହେରୋଦ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖିଲା।

Luke 3:21

ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପରେ କ’ଣ ହେଲା?

ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପରେ ଆକାଶ ଖୋଲା ହେଲା।

Luke 3:22

ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପରେ ଆକାଶରୁ କିଏ ଓହ୍ଲାଇ ଆସିଲେ?

କପୋତ ପରି ଯୀଶୁଙ୍କ ଉପରକୁ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।

ଆକାଶର ବାଣୀ କ’ଣ କହିଲା?

ଆକାଶରୁ ଏପରି ବାଣୀ ହେଲା, "ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”

Luke 3:23-38

ଯେତେବେଳେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରିବା ସମୟରେ ସେ କେତେ ବର୍ଷ ବୟସର ଥିଲେ?

ଯୀଶୁ ପ୍ରାୟ 30 ବର୍ଷ ବୟସର ଥିଲେ ଯେତେବେଳେ ସେ ଶିକ୍ଷା ଦେବା ଆରମ୍ଭ କଲେ।

Luke 4

Luke 4:1

କିଏ ଯୀଶୁଙ୍କୁ ପ୍ରାନ୍ତରକୁ ନେଲେ?

ପବିତ୍ର ଆତ୍ମା ଯୀଶୁଙ୍କୁ ପ୍ରାନ୍ତରକୁ ନେଲେ।

Luke 4:2

ଶୟତାନ କେତେ ଦିନ ପ୍ରାନ୍ତରରେ ଯୀଶୁଙ୍କୁ ପରୀକ୍ଷା କଲା?

ଶୟତାନ ଯୀଶୁଙ୍କୁ 40 ଦିନ ପ୍ରାନ୍ତରରେ ପରୀକ୍ଷା କଲା।

Luke 4:3

ଭୂମିରେ ଥିବା ପଥରଗୁଡ଼ିକ ସହିତ ଶୟତାନ ଯୀଶୁଙ୍କୁ କ’ଣ କରିବାକୁ କହିଲା?

ପଥରଗୁଡ଼ିକୁ ରୁଟିରେ ପରିଣତ କରିବାକୁ ଶୟତାନ ଯୀଶୁଙ୍କୁ କହିଲା।

Luke 4:4

ଶୟତାନ ପ୍ରତି ଯୀଶୁଙ୍କ ଉତ୍ତର କ’ଣ ଥିଲା?

ଯୀଶୁ କହିଲେ ଏହା ଲେଖା ଅଛି ଯେ ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ।

Luke 4:5-6

ଶୟତାନ ଯୀଶୁଙ୍କୁ ଉଚ୍ଚ ସ୍ଥାନରୁ କ’ଣ ଦେଖାଇଲା?

ଶୟତାନ ଯୀଶୁଙ୍କୁ ଜଗତର ସମସ୍ତ ରାଜ୍ୟ ଦେଖାଇଲା।

Luke 4:7

ଯୀଶୁଙ୍କୁ କ’ଣ କରୁ ବୋଲି ଶୟତାନ ଚାହୁଁଥିଲା?

ଶୟତାନ ଚାହୁଁଥିଲା ଯେ ଯୀଶୁ ତା’ନିକଟରେ ପ୍ରଣାମ କରନ୍ତୁ।

Luke 4:8

ଶୟତାନ ପ୍ରତି ଯୀଶୁଙ୍କ ଉତ୍ତର କ’ଣ ଥିଲା?

ଯୀଶୁ କହିଲେ ଯେ ଶାସ୍ତ୍ରରେ ଏପରି ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣ ଈଶ୍ଵରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ।

Luke 4:9-11

ଶୟତାନ ଯେତେବେଳେ ଯୀଶୁ ମନ୍ଦିରର ସର୍ବୋଚ୍ଚ ସ୍ଥାନକୁ ନେଇଗଲା ସେତେବେଳେ ସେ ଯୀଶୁ କ’ଣ କରିବାକୁ କହିଲା?

ସେ ଯୀଶୁଙ୍କୁ ସେଠାରୁ ତଳକୁ ଡେଇଁବାକୁ କହିଲା।

Luke 4:12

ଶୟତାନ ପ୍ରତି ଯୀଶୁଙ୍କ ଉତ୍ତର କ’ଣ ଥିଲା?

ଯୀଶୁ କହିଲେ ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବା ଉଚିତ ନାହିଁ।

Luke 4:13-15

ଯୀଶୁ ମନ୍ଦିରରୁ ଡେଇଁବାକୁ ମନା କରିବା ପରେ ଶୟତାନ କ’ଣ କଲା?

ଶୟତାନ ଯୀଶୁଙ୍କୁ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଚାଲିଗଲା।

Luke 4:16

ଶାସ୍ତ୍ରରୁ କେଉଁ ଅଂଶ ଯୀଶୁ ପଢିଲେ ଯେତେବେଳେ ସେ ସମାଜଗୃହ ମଧ୍ୟରେ ଠିଆ ହେଲେ ?

ଯୀଶୁ ଯିଶାଇୟ ଭାବାବାଦୀଙ୍କ ପୁସ୍ତକ ପଢିଲେ [୪:୧୭]।

Luke 4:17-19

ଯେତେବେଳେ ଯୀଶୁ ସମାଜଗୃହରେ ଠିଆ ହେଲେ ସେ ଧର୍ମଶାସ୍ତ୍ରର କେଉଁ ପୁସ୍ତକରୁ ପାଠକଲେ?

ଯୀଶୁ ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ପାଠକଲେ।

Luke 4:20

ସେହି ଦିନ କ'ଣ ସଫଳ ହେଲା ବୋଲି ଯୀଶୁ କହିଲେ ?

ଯିଶାଇୟ ପୁସ୍ତକରୁ ପଢିଥିବା ବାକ୍ୟ ସେହି ଦିନ ସଫଳ ହେଲା ବୋଲି ଯୀଶୁ କହିଲେ [୪:୨୧]।

Luke 4:21-22

ସେଦିନ କେଉଁ ବାକ୍ୟ ସଫଳ ହେଲା ବୋଲି ଯୀଶୁ କହିଲେ?

ଯୀଶୁ କହିଲେ ଯେ ସେ ଯିଶାଇୟଙ୍କ ପୁସ୍ତକରୁ ପାଠକରିଥିବା ଧର୍ମଶାସ୍ତ୍ର ସେହି ଦିନ ସଫଳ ହେଲା।

Luke 4:23

କିପ୍ରକାର ଅଭ୍ୟର୍ଥନା ଜଣେ ଭାବବାଦୀ ଆପଣା ଦେଶରେ ଗ୍ରହଣ କରେ ବୋଲି ଯୀଶୁ କହିଲେ ?

କୌଣସି ଭାବବାଦୀ ଆପଣା ଦେଶରେ ଗ୍ରାହ୍ୟ ହୁଅନ୍ତି ନାହିଁ ବୋଲି ଯୀଶୁ କହିଲେ [୪:୨୧]।

Luke 4:24

ଜଣେ ଭାବବାଦୀ ନିଜ ଦେଶରେ କେଉଁ ପ୍ରକାରର ସ୍ୱାଗତ ପ୍ରାପ୍ତ କରନ୍ତି ବୋଲି ଯୀଶୁ କହିଲେ?

ନିଜ ଦେଶରେ କୌଣସି ଭାବବାଦୀ ସ୍ୱାଗତ ପ୍ରାପ୍ତ କରନ୍ତି ନାହିଁ ବୋଲି ଯୀଶୁ କହିଲେ।

Luke 4:25

ସମାଜଗୃହର ଲୋକମାନଙ୍କ ପ୍ରତି ଯୀଶୁଙ୍କର ପ୍ରଥମ ଉଦାହରଣରେ, ଈଶ୍ଵର କେହି ଜଣକୁ ସାହାଯ୍ୟ କରିବାକୁ ଏଲୀୟ ଙ୍କୁ କେଉଁଠାକୁ ପଠାଇଲେ ?

ଈଶ୍ଵର ଏଲୀୟ ଙ୍କୁ ସିଦୋନ ଦେଶର, ସାରିଫତକୁ ପଠାଇଲେ [୪:୨୬]।

ସମାଜଗୃହର ଲୋକମାନଙ୍କ ପ୍ରତି ଯୀଶୁଙ୍କର ଦ୍ଵିତୀୟ ଉଦାହରଣରେ, କେଉଁ ଦେଶର ଲୋକଙ୍କୁ ଈଶ୍ଵର ସାହାଯ୍ୟକରିବାକୁ ଇଲୀଶାୟଙ୍କୁ କହିଥିଲେ ?

ସୁରିଆଦେଶୀୟ ନାମାନଙ୍କୁ ସାହାଯ୍ୟ କରିବାକୁ ଈଶ୍ଵର ଇଲୀଶାୟଙ୍କୁ କହିଥିଲେ [୪:୨୭]।

Luke 4:26

ସମାଜଗୃହର ଲୋକମାନଙ୍କୁ ଯୀଶୁଙ୍କ ପ୍ରଥମ ଉଦାହରଣରେ, ଈଶ୍ଵର ଏଲୀୟଙ୍କୁ କେଉଠାକୁ କାହାକୁ ସାହାଯ୍ୟ କରିବାକୁ ପଠାଇଲେ?

ଈଶ୍ୱର ଏଲୀୟଙ୍କୁ ସୀଦୋନ ନଗର ନିକଟସ୍ଥ ସାରିଫତତ୍କୁ ଜଣେ ବିଧବା ସ୍ତ୍ରୀର ସାହାଯ୍ୟ କରିବା ପାଇଁ ପଠାଇଲେ।

Luke 4:27

ଯିହୁଦୀ ସମାଜଗୃହର ଲୋକମାନଙ୍କ ପାଇଁ ଯୀଶୁଙ୍କର ଦ୍ୱିତୀୟ ଉଦାହରଣରେ ଈଶ୍ଵର ଇଲୀଶାୟଙ୍କ ଦ୍ଵରା ସାହାଯ୍ୟ କରିଥିବା ବ୍ୟକ୍ତି କେଉଁ ଦେଶ ଥିଲା?

ଈଶ୍ଵର ଇଲୀଶାୟ ଦ୍ଵରା ସିରିୟା ଦେଶର ନାମାନଙ୍କୁ ସାହାଯ୍ୟ କରିଥିଲେ।

Luke 4:28

ସମାଜଗୃହରେ ଲୋକମାନେ ଯୀଶୁଙ୍କଠାରୁ ଏହି ଉଦାହରଣ ଶୁଣି କିପରି ପ୍ରତିକ୍ରିୟା କଲେ?

ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ।

Luke 4:29

ସମାଜଗୃହର ଲୋକମାନେ ଯୀଶୁଙ୍କୁ ହତ୍ୟା କରିବାକୁ କିପରି ଚେଷ୍ଟା କଲେ?

ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଶୃଙ୍ଗରୁ ତାହାଙ୍କୁ ଫିଙ୍ଗି ଦେବା ନିମନ୍ତେ ଯୋଜନା କରିଥିଲେ।

Luke 4:30-32

ସମାଜଗୃହର ଲୋକମାନଙ୍କ ଦ୍ଵରା ହତ୍ୟା କରିବା କିପରି ଯୀଶୁ କିପରି ଦୂରେଇ ଚାଲିଗଲେ?

ଯୀଶୁ ସେମାନଙ୍କ ମଧ୍ୟଦେଇ ଚାଲିଗଲେ।

Luke 4:33

ସମାଜଗୃହରେ, ଭୂତତ୍ମା ଜଣେ ଲୋକ ଦ୍ଵାରା ଯୀଶୁଙ୍କ ବିଷୟରେ କ'ଣ ଜାଣିଥିବାର କହିଲା ?

ସେ ଯେ ଜାଣେ ଯୀଶୁ ଈଶ୍ଵରଙ୍କର ପବିତ୍ର ବ୍ୟକ୍ତି ତାହା ଭୂତତ୍ମା କହିଲା [୪:୩୪]।

Luke 4:34

ସମାଜଗୃହରେ, ସେହି ଭୂତ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଯୀଶୁଙ୍କ ବିଷୟରେ କ’ଣ ଜାଣିଅଛି ବୋଲି କହୁଥିଲା?

ଯୀଶୁ ଈଶ୍ଵରଙ୍କର ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି ତାହା ସେ ଭୂତ ଜାଣିଛି ବୋଲି କହିଲା।

Luke 4:35

ଯୀଶୁ ଭୂତତ୍ମା ବାହାର କଲା ପରେ ଲୋକମାନେ କିପରି ପ୍ରତିକ୍ରିୟା କଲେ ?

ଲୋକମାନେ ବିସ୍ମୟାନ୍ୱିତ ହେଲେ ପୁଣି ପରସ୍ପର କୁହାକୋହି ହେଲେ [୪:୩୬]।

Luke 4:36-39

ଯୀଶୁ ଭୂତକୁ ବାହାର କରିଦେବା ପରେ ଲୋକମାନେ କିପରି ପ୍ରତିକ୍ରିୟା କଲେ?

ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ।

Luke 4:40

ଯୀଶୁଙ୍କ ନିକଟକୁ ଅଣାଯାଇଥିବା ରୋଗୀମାନଙ୍କ ପାଇଁ ଯୀଶୁ କ’ଣ କଲେ?

ଯୀଶୁ ସେମାନଙ୍କ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ।

Luke 4:41

ଭୂତମାନଙ୍କୁ ବାହାର କରି ଦିଆଯିବା ପରେ ସେମାନେ କ’ଣ କହିଲେ, ଏବଂ ଯୀଶୁ ସେମାନଙ୍କୁ କାହିଁକି କହିବାକୁ ଦେଲେ ନାହିଁ?

ଭୂତମାନେ କହିବାକୁ ଲାଗିଲେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର, ଆଉ ଯୀଶୁ ସେମାନଙ୍କୁ କହିବାକୁ ଦେଲେ ନାହିଁ କାରଣ ସେମାନେ ଜାଣିଥିଲେ ଯେ ସେ ଖ୍ରୀଷ୍ଟ ଅଟନ୍ତି।

Luke 4:42

କେଉଁ କାରଣରୁ ସେ ପ୍ରେରିତ ହୋଇଥିଲେ ବୋଲି ଯୀଶୁ କହିଲେ ?

ଅନ୍ୟାନ୍ୟ ନଗରରେ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ବିଷୟରେ ପ୍ରଚାର କରିବାକୁ ପ୍ରେରିତ ହୋଇଥିଲେ ବୋଲି ଯୀଶୁ କହିଲେ [୪:୪୩]।

Luke 4:43-44

ଯୀଶୁ କେଉଁ ଉଦ୍ଦେଶ୍ୟରେ ପଠାଯାଇଛନ୍ତି ବୋଲି କହିଲେ?

ଯୀଶୁ କହିଲେ ଯେ ଅନେକ ସହରରେ ଈଶ୍ଵରଙ୍କ ରାଜ୍ୟ ବିଷୟରେ ସୁସମାଚାର ପ୍ରଚାର କରିବାକୁ ତାହାଙ୍କୁ ପଠାଯାଇଛି।

Luke 5

Luke 5:4

ଲୋକମାନଙ୍କୁ ଶିକ୍ଷା ଦେବାକୁ ଶିମୋନର ନୌକାକୁ ବ୍ୟବହାର କରିବା ପରେ, ଯୀଶୁ ଶିମୋନଙ୍କୁ ତାଙ୍କ ନୌକା ସହିତ କ’ଣ କରିବାକୁ କହିଲେ?

ନୌକାକୁ ଗଭୀର ଜଳକୁ ନେଇ ମାଛ ଧରିବା ନିମନ୍ତେ ଶିମୋନଙ୍କୁ ଜାଲ ପକାଇବାକୁ କହିଲେ।

Luke 5:5

ଯଦିଓ ପିତର ପୂର୍ବ ରାତ୍ରିରେ କିଛି ଧରିନଥିଲେ, ସେ କ’ଣ କଲେ?

ସେ କଥା ମାନିଲେ ଏବଂ ଜାଲ ପକେଇଲ।

Luke 5:6-7

ଯେତେବେଳେ ସେମାନେ ଜାଲ ପକେଇଲେ କ’ଣ ହେଲା?

ସେମାନେ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା।

Luke 5:8-9

ତାପରେ ଯୀଶୁ କ’ଣ କରନ୍ତୁ ବୋଲି ଶିମୋନ ଚାହୁଁଥିଲେ? କାହିଁକି?

ଶିମୋନ ଚାହୁଁଥିଲେ ଯେ ଯୀଶୁ ତାଙ୍କଠାରୁ ଦୂରେଇ ଯାଆନ୍ତୁ କାରଣ ଶିମୋନ ଜାଣିଥିଲେ ଯେ ସେ (ଶିମୋନ) ଜଣେ ପାପୀ ଲୋକ ଥିଲେ।

Luke 5:10-14

ଯୀଶୁ ନିଜର ଭବିଷ୍ୟତର କାର୍ଯ୍ୟ ବିଷୟରେ ଶିମୋନଙ୍କୁ କ’ଣ କହିଲେ?

ଯୀଶୁ କହିଲେ ଯେ ବର୍ତ୍ତମାନଠାରୁ ଶିମୋନ ଲୋକମାନଙ୍କୁ ଧରିବେ।

Luke 5:15-19

ଏହି ସମୟରେ, ଯୀଶୁଙ୍କ ଶିକ୍ଷା ଶୁଣିବାକୁ ଏବଂ ସେମାନଙ୍କ ରୋଗରୁ ସୁସ୍ଥ ହେବାକୁ କେଉଁମାନେ ଆସୁଥିଲେ?

ବହୁସଂଖ୍ୟକ ଲୋକ ଯୀଶୁଙ୍କ ନିକଟକୁ ଆସୁଥିଲେ।

Luke 5:20

ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଯୀଶୁ କ’ଣ କହିଲେ ଯାହାର ସାଙ୍ଗୀମାନେ ତାଙ୍କୁ ଘର ଉପରୁ ଭିତରକୁ ନେଇଥିଲେ?

ଯୀଶୁ ତାଙ୍କୁ କହିଲେ ଯେ ତାଙ୍କର ପାପ କ୍ଷମା କରାଯାଇଛି।

Luke 5:21

ଏହି ବାକ୍ୟ ଯେ ଈଶ୍ଵର ନିନ୍ଦା ବୋଲି ଶାସ୍ତ୍ରୀ ଓ ଫାରୂଶୀମାନେ କାହିଁକି ଭାବିଲେ?

ସେମାନେ ଯୀଶୁଙ୍କ ବାକ୍ୟଗୁଡ଼ିକ ଈଶ୍ଵରଙ୍କ ନିନ୍ଦା ବୋଲି କହିଲେ କାରଣ କେବଳ ଈଶ୍ଵର ହିଁ ପାପ କ୍ଷମା କରିପାରିବେ।

Luke 5:22-23

ପୃଥିବୀରେ କ'ଣ କରିବାର ଅଧିକାର ତାହାଙ୍କର ଥିଲା ବୋଲି ପ୍ରମାଣ କରିବାକୁ ଯୀଶୁ ପକ୍ଷାଘାତ ମନୁଷ୍ୟକୁ ଏହିପରି ଭାବରେ ସୁସ୍ଥ କଲେ ?

ପୃଥିବୀରେ ପାପ କ୍ଷମା କରିବାର ଯେ ତାହାଙ୍କର ଅଧିକାର ଥିଲା ତାହା ପ୍ରମାଣ କରିବାକୁ ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ [୫:୨୪]।

Luke 5:24-28

ଏହିପରି ଭାବରେ ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କଲା ଉତ୍ତାରେ ପୃଥିବୀରେ ତାହାଙ୍କର କି ଅଧିକାର ଅଛି ବୋଲି ସେ ଦର୍ଶାଇଲେ?

ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ ଯେପରି ସେମାନେ ଜାଣିବେ ଯେ ପାପ କ୍ଷମା କରିବାକୁ ପୃଥିବୀରେ ତାହାଙ୍କର ଅଧିକାର ଅଛି।

Luke 5:29-31

ଯେତେବେଳେ ଯୀଶୁ ଲେବୀଙ୍କ ଗୃହରେ ଭୋଜନ ଓ ପାନ କରୁଥିଲେ, ସେତେବେଳେ ସେ କ'ଣ ପାଇଁ ଆସିଥିଲେ ବୋଲି ଯୀଶୁ କହିଲେ ?

ସେ ମନପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛନ୍ତି [୫:୩୨]।

Luke 5:32

ଯେତେବେଳେ ଯୀଶୁ ଲେବୀଙ୍କ ଗୃହରେ ଭୋଜନ ଓ ପାନ କରୁଥିଲେ, ଯୀଶୁ କ’ଣ କରିବାକୁ ଆସିଛି ବୋଲି ନିଜେ କହିଲେ?

ସେ ପାପୀମାନଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଆହ୍ୱାନ କରିବାକୁ ଆସିଅଛନ୍ତି ବୋଲି କହିଲେ।

Luke 5:33-34

କେବେ ତାହାଙ୍କ ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ ?

ଯେତେବେଳେ ଯୀଶୁ ସେମାନଙ୍କଠାରୁ କାଢି ନିଆଯିବେ ସେତେବେଳେ ତାହାଙ୍କ ଶିଷ୍ୟମାନେ ଉପବାସ କରିବେ [୫:୩୫]।

Luke 5:35

ଯୀଶୁ ତାହାଙ୍କ ଶିଷ୍ୟମାନେ କେବେ ଉପବାସ କରିବେ ବୋଲି କହିଲେ?

ଯୀଶୁ କହିଲେ ଯେବେ ତାହାଙ୍କ ଶିଷ୍ୟମାନଙ୍କଠାରୁ ତାହାଙ୍କୁ (ଯୀଶୁ) ନିଆଯିବ ତେବେ ସେମାନେ ଉପବାସ କରିବେ।

Luke 5:36

ଯୀଶୁଙ୍କ ଦୃଷ୍ଟାନ୍ତରେ, ଯଦି ଏକ ନୂଆ ଲୁଗାର ତାଳି ଛିଣ୍ଡାଇ ପୁରୁଣା ଲୁଗାରେ ପକାଯାଏ, ତେବେ କ’ଣ ହେବ?

ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ।

Luke 5:37

ଯୀଶୁଙ୍କ ଦ୍ୱିତୀୟ ଦୃଷ୍ଟାନ୍ତରେ, ଯଦି ପୁରୁଣା ଦ୍ରାକ୍ଷାରସ କୁମ୍ପାରେ ନୂଆ ଦ୍ରାକ୍ଷାରସ ରଖାଯାଏ ତେବେ କ’ଣ ହେବ?

ନୂତନ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ଉଛୁଳି ପଡ଼ିଯିବ, ଆଉ କୁମ୍ପା ନଷ୍ଟ ହେବ।

Luke 5:38-39

ନୂତନ ଦ୍ରାକ୍ଷାରସକୁ ଯଥାର୍ଥ ଭାବରେ ରଖିବା ଉଚିତ ବୋଲି ଯୀଶୁ କ’ଣ କହିଲେ?

ନୂତନ ଦ୍ରାକ୍ଷାରସକୁ ନୂଆ କୁମ୍ପାରେ ରଖିବା ଉଚିତ ବୋଲି କହିଲେ।

Luke 6

Luke 6:1-2

ନୂତନ ଦ୍ରାକ୍ଷାରସକୁ ନୂଆ କୁମ୍ପାରେ ରଖିବା ଉଚିତ ବୋଲି କହିଲେ।

ସେମାନେ ଶସ୍ୟର ଶିଁଷା ଛିଣ୍ଡାଇ ହାତରେ ମଳିଲେ ଆଉ ଶିଁଷାକୁ ଖାଉଥିଲେ।

Luke 6:3-4

କେଉଁ ନାମ ଯୀଶୁ ଆପଣା ନିମନ୍ତେ ଦାବି କଲେ ଯେ ଯାହା ବିଶ୍ରାମବାରରେ କ'ଣ ବିଧିସଙ୍ଗତ ତାହା କହିବାକୁ ତାହାଙ୍କୁ ଅଧିକାର ଦେଲା ?

ବିଶ୍ରାମବାରର ପ୍ରଭୁ, ଯୀଶୁ ଏହି ନାମ ଦାବି କଲେ [୬:୫]।

Luke 6:5-8

କେଉଁ ପଦବୀରେ ଯୀଶୁ ନିଜକୁ ଅଧିକାର ରୂପେ ଦାବି କଲେ ଯାହା ତାହାଙ୍କୁ ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ କହିବାକୁ ଅଧିକାର ଦେଲା?

ଯୀଶୁ ବିଶ୍ରାମବାରର ପ୍ରଭୁ ପଦବୀର ଅଧିକାର ରୂପେ ଦାବି କଲେ।

Luke 6:9-10

ଯେତେବେଳେ ଯୀଶୁ ବିଶ୍ରାମବାରରେ ହାତ ଶୁଖିଯାଇଥିବା ଜଣେ ଲୋକଙ୍କୁ ସୁସ୍ଥ କଲେ, ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ କିପରି ପ୍ରତିକ୍ରିୟା କଲେ ?

ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି ସେମାନେ କ'ଣ କରି ପାରନ୍ତି ସେହି ବିଷୟରେ କଥାବାର୍ତ୍ତା ହେଲେ [୬:୧୧]।

Luke 6:11

ଯେତେବେଳେ ଯୀଶୁ ବିଶ୍ରାମବାରରେ ସେହି ହାତ ଶୁଖିଯାଇଥିବା ଲୋକକୁ ସୁସ୍ଥ କଲେ, ଶାସ୍ତ୍ରୀ ଓ ଫାରୂଶୀମାନେ କ’ଣ କହିଲେ?

ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ ଏବଂ ସେମାନେ ଯୀଶୁଙ୍କ ପ୍ରତି କଅଣ କରିପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ।

Luke 6:12

ଯୀଶୁ ପର୍ବତ ଉପରେ ମନୋନୀତ କରିଥିବା ଦ୍ଵାଦଶ ଜଣକୁ କେଉଁ ନାମ ଦେଇଥିଲା ?

ଯୀଶୁ ସେମାନଙ୍କୁ "ପ୍ରେରିତ" ନାମ ଦେଲେ [୬:୧୩]।

Luke 6:13-19

ପର୍ବତ ଉପରେ ମନୋନୀତ କରିଥିବା 12 ଜଣ ପୁରୁଷମାନଙ୍କୁ ଯୀଶୁ କି ନାମ ଦେଲେ?

ଯୀଶୁ ସେମାନଙ୍କୁ “ପ୍ରେରିତ” ବୋଲି କହିଲେ।

Luke 6:20

କେଉଁ ପ୍ରକାରର ଲୋକମାନେ ଧନ୍ୟ ବୋଲି ଯୀଶୁ କହିଲେ?

ଯେଉଁମାନେ ଦୀନହୀନ, ସେମାନେ ଧନ୍ୟ ଅଟନ୍ତି।

Luke 6:21

କେଉଁ ପ୍ରକାରର ଲୋକମାନଙ୍କୁ ଧନ୍ୟ ବୋଲି ଯୀଶୁ କହିଲେ?

ଯେଉଁମାନେ ରୋଦନ କରନ୍ତି ସେମାନେ ଧନ୍ୟ।

Luke 6:22

କେଉଁ ପ୍ରକାରର ଲୋକମାନେ ଧନ୍ୟ ବୋଲି ଯୀଶୁ କହିଲେ?

ଯେଉଁମାନେ ମନୁଷ୍ୟପୁତ୍ରଙ୍କ ହେତୁ ଘୃଣିତ, ଅପମାନିତ ଏବଂ ଅଗୃହିତ ହୁଅନ୍ତି, ସେମାନେ ଧନ୍ୟ।

Luke 6:23-26

ଯୀଶୁଙ୍କ ଅନୁସାରେ, ଏପରି ଲୋକମାନେ କାହିଁକି ଆନନ୍ଦିରେ କୁଦିବା ଉଚିତ?

ସେମାନେ ଆନନ୍ଦ କରିବା ଉଚିତ କାରଣ ସେମାନେ ସ୍ୱର୍ଗରେ ଏକ ମହାନ ପୁରସ୍କାର ପାଇବେ।

Luke 6:27-34

ଯୀଶୁଙ୍କ ଶିଷ୍ୟମାନେ ସେମାନଙ୍କର ଶତ୍ରୁ ଏବଂ ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ ବୋଲି ଯୀଶୁ କହିଲେ?

ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କରିବା ଉଚିତ ଏବଂ ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେମାନଙ୍କ ପ୍ରତି ମଙ୍ଗଳ କରିବା ଉଚିତ।

Luke 6:35-40

ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ମହାନ ପରମ ପିତାଙ୍କ ମନୋଭାବ କିପରି ଅଟେ?

ସେ ସେମାନଙ୍କ ପ୍ରତି ସଦୟ ଏବଂ ଦୟାଳୁ ଅଟନ୍ତି।

Luke 6:41

ଆମ୍ଭର ଭାଇର ଆଖିରୁ କୁଟାଟିକକ ବାହାର କରିବା ପୂର୍ବରୁ, ଆମ୍ଭମାନଙ୍କୁ କ'ଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ପ୍ରଥମେ, ଆମ୍ଭେମାନେ ଆମ୍ଭମାନଙ୍କର ଆଖିରୁ କଡିକାଠ ବାହାର କରିବା ଆବଶ୍ୟକ ଯଦ୍ଵାରା ଆମ୍ଭେମାନେ କପଟୀ ନ ଅଟୁ [୬:୪୨]।

Luke 6:42-44

ନିଜ ଭାଇର ଆଖିରୁ କୁଟାଟିକ ବାହାର କରିବା ପୂର୍ବରୁ, ଯୀଶୁ କ’ଣ କରିବା ଉଚିତ ବୋଲି କହିଲେ?

ପ୍ରଥମେ, ଆମ୍ଭମାନଙ୍କକୁ ନିଜ ଆଖିରୁ କଡ଼ିକାଠ ବାହାର କରିବାକୁ ଉଚିତ ଯାହା ଦ୍ଵାରା ଆମ୍ଭେମାନେ ଭାଇର ଆଖିରୁ କୁଟାଟିକକ ବାହାର କରିବାକୁ ସ୍ପଷ୍ଟ ଭାବରେ ଦେଖିପାରିବା।

Luke 6:45

ଉତ୍ତମ ମଣିଷର ହୃଦୟରେ ଉତ୍ତମ ଭଣ୍ଡାରରୁ କ’ଣ ବାହାରିଥାଏ?

ଉତ୍ତମ ମଣିଷର ହୃଦୟର ଉତ୍ତମ ଭଣ୍ଡାରରୁ, ଯାହା ଆସେ ତାହା ଉତ୍ତମ ଅଟେ।

ଜଣେ ମନ୍ଦ ବ୍ୟକ୍ତି କ’ଣ ଉତ୍ପନ୍ନ କରେ?

ଜଣେ ମନ୍ଦ ବ୍ୟକ୍ତି ମନ୍ଦକୁ ଉତ୍ପନ୍ନ କରେ।

Luke 6:46

ଯେଉଁ ଲୋକ ମୂଳଦୁଆ ପଥର ଉପରେ ଘର ନିର୍ମାଣ କରେ ସେ ଯୀଶୁଙ୍କ ବାକ୍ୟ ସହ କ'ଣ କରେ ?

ସେ ଯୀଶୁଙ୍କର କଥା ଶୁଣେ ପୁଣି ସେହିସବୁ ପାଳନ କରେ [୬:୪୭]।

Luke 6:47-48

ଯେଉଁ ଜନ ଯୀଶୁଙ୍କ ବାକ୍ୟ ଶୁଣେ ଏବଂ ବାକ୍ୟ ଅନୁସାରେ କାର୍ଯ୍ୟ କରେ ସେ ବ୍ୟକ୍ତିଙ୍କୁ ଯୀଶୁ କଅଣ କୁହନ୍ତି?

ସେ ଏପରି ଜଣେ ବ୍ୟକ୍ତି ସଦୃଶ୍ୟ ଯେ ଆପଣା ଘର କଠିନ ପଥର ଉପରେ ନିର୍ମାଣକରେ, ଯେପରି ତା’ର ଘର ବଢ଼ିରୁ ରକ୍ଷା ପାଏ।

Luke 6:49

ଯିଏ ଯୀଶୁଙ୍କ ବାକ୍ୟ ଶୁଣେ ଏବଂ ସେସବୁ ପାଳନ କରେ ନାହିଁ ତେବେ ସେ କିପରି ବ୍ୟକ୍ତି ଅଟେ?

ସେ ଏପରି ଲୋକ ଜଣେ ସଦୃଶ୍ୟ ଅଟେ, ଯିଏ ବିନା ମୂଳଦୁଆରେ ଗୃହ ନିର୍ମାଣ କରେ, ଯାହାଫଳରେ ବନ୍ୟା ଆସିଲେ ଏହା ଭୁଶୁଡ଼ି ପଡ଼େ।

Luke 7

Luke 7:2

ଶତସେନାପତି ଯୀଶୁଙ୍କୁ କ'ଣ କରିବାକୁ ଅନୁରୋଧ କଲେ ଯେତେବେଳେ ସେ ଯିହୁଦୀ ପ୍ରାଚୀନମାନଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ ?

ସେ ଯୀଶୁଙ୍କୁ ତାହାଙ୍କ ଗୃହକୁ ଆସିବାକୁ ପୁଣି ତାହାଙ୍କ ଦାସକୁ ସୁସ୍ଥ କରିବାକୁ ଅନୁରୋଧ କଲେ [୭:୩]।

Luke 7:3-5

ଯେତେବେଳେ ଶତ-ସେନାପତି ଯିହୁଦୀ ପ୍ରାଚୀନମାନଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ ସେତେବେଳେ ସେ ପ୍ରଥମେ ଯୀଶୁଙ୍କୁ କ’ଣ କରିବାକୁ କହିଲେ?

ସେ ଯୀଶୁଙ୍କୁ ଆସିବାକୁ ଆଉ ତାଙ୍କ ଦାସକୁ ସୁସ୍ଥ କରିବାକୁ ଅନୁରୋଧ କଲା।

Luke 7:6

ସେତେବେଳେ ଶତ-ସେନାପତି କାହିଁକି ବନ୍ଧୁମାନଙ୍କୁ ପଠାଇ ଯୀଶୁଙ୍କୁ କହିଲେ ଯେ ସେ ଗୃହକୁ ଆସିବା ଆବଶ୍ୟକ ନାହିଁ?

ସେ ଯୀଶୁଙ୍କୁ ତାଙ୍କ ଗୃହକୁ ଡାକିବାକୁ ଯୋଗ୍ୟ ନାହାନ୍ତି ବୋଲି ଶତ-ସେନାପତି କହିଲେ।

Luke 7:7-8

ତେବେ ଶତ-ସେନାପତି ଦାସକୁ କିପରି ଯୀଶୁ ସୁସ୍ଥ କରନ୍ତୁ ବୋଲି ସେ ଚାହୁଁଥିଲେ?

ଯୀଶୁ କେବଳ ପଦେ ଆଜ୍ଞାରେ ଦାସକୁ ସୁସ୍ଥ କରନ୍ତୁ ବୋଲି ଶତ-ସେନାପତି ଚାହୁଁଥିଲେ।

Luke 7:9-10

ଶତ-ସେନାପତିଙ୍କ ବିଶ୍ୱାସ ବିଷୟରେ ଯୀଶୁ କ’ଣ କହିଲେ?

ଯୀଶୁ କହିଲେ ଏପରି କୌଣସି ବିଶ୍ଵାସୀ ବ୍ୟକ୍ତିକୁ ସେ ଇସ୍ରାଏଲରେ ସୁଦ୍ଧା ଦେଖି ନାହାଁନ୍ତି।

Luke 7:11-12

ବିଧବା ଯାହାର ଏକମାତ୍ର ପୁତ୍ର ମୃତ ହୋଇଥିଲା ତାହାଙ୍କ ପ୍ରତି ଯୀଶୁଙ୍କ ସ୍ଵଭାବ କ'ଣ ଥିଲା ?

ସେ ଦୟାରେ ବିଗଳିତ ହୋଇଥିଲେ [୭:୧୩]।

Luke 7:13-15

ବିଧବାଙ୍କ ପ୍ରତି ଯୀଶୁଙ୍କ ମନୋଭାବ କ’ଣ ଥିଲା ଯାହାର କେବଳ ଏକ ମାତ୍ର ପୁତ୍ର ମରିଯାଇଥିଲା?

ଯୀଶୁ ଦୟାରେ ବିଗଳିତ ହେଲେ।

Luke 7:16-20

ଯୀଶୁ ବିଧବାଙ୍କ ପୁତ୍ରକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲା ପରେ ଲୋକମାନେ କ’ଣ କହିଲେ?

ସେମାନେ କହିଲେ ଯେ ସେମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ଵର ତାହାଙ୍କ ଲୋକମାନଙ୍କୁ କୃପାଦୃଷ୍ଟି କରିଅଛନ୍ତି।

Luke 7:21

ସେ ଯେ ଆଗାମୀ ବ୍ୟକ୍ତି ଥିଲେ ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ କିପରି ତାହା ପ୍ରମାଣ କଲେ ?

ଯୀଶୁ ଅନ୍ଧ, ପଙ୍ଗୁ, କୁଷ୍ଠୀ, ଏବଂ ବଧିରମାନଙ୍କୁ ସୁସ୍ଥ କଲେ ପୁଣି ସେ ମୃତ୍ୟୁରୂ ଉତ୍ଥିତ କଲେ [୭:୨୨]।

Luke 7:22-23

ଯୀଶୁ ହିଁ ସେହି ଯିଏ ଆସିବାର ଥିଲା ବୋଲି ସେ କିପରି ଯୋହନଙ୍କ ଶିଷ୍ୟମାନଙ୍କୁ ପ୍ରମାଣ ଦେଲେ?

ଯୀଶୁ ଅନ୍ଧ, ଛୋଟା, କୁଷ୍ଠରୋଗୀ ଓ ବଧିରଙ୍କୁ ସୁସ୍ଥ କଲେ ପୁଣି ସେ ମୃତକୁ ପୁନରୁ‌ତ୍‌ଥିତ କଲେ।

Luke 7:24-25

ଯୋହନ କିଏ ଥିଲେ ବୋଲି ଯୀଶୁ କହିଲେ ?

ଯୋହନ ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଥିଲେ ବୋଲି ଯୀଶୁ କହିଲେ [୭:୨୬]।

Luke 7:26-28

ଯୋହନ କିଏ ଥିଲେ ବୋଲି ଯୀଶୁ କହିଲେ?

ଯୋହନ ଜଣେ ଭାବବାଦୀଙ୍କ ଅପେକ୍ଷା ଅଧିକ ଥିଲେ ବୋଲି ଯୀଶୁ କହିଲେ।

Luke 7:29

ଫାରୁଶୀ ଏବଂ ଯିହୁଦୀୟ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ଆପଣା ନିମନ୍ତେ କ'ଣ କଲେ ଯେତେବେଳେ ସେମାନେ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ହେବାକୁ ଅଗ୍ରାହ୍ୟ କଲେ ?

ସେମାନେ ଆପଣା ନିମନ୍ତେ ଈଶ୍ଵରଙ୍କ ପରାମର୍ଶକୁ ଅଗ୍ରାହ୍ୟ କଲେ [୭:୩୦]।

Luke 7:30-32

ଫାରୂଶୀମାନେ ଓ ଯିହୁଦୀୟ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ଯେତେବେଳେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବାକୁ ଅଗ୍ରାହ୍ୟ କଲେ, ସେମାନେ ଆପଣା ଆପଣା ବିଷୟରେ କ’ଣ କଲେ?

ସେମାନେ ଆପଣା ଆପଣା ବିଷୟରେ ଈଶ୍ଵରଙ୍କ ଯୋଜନାର ଅଗ୍ରାହ୍ୟ କଲେ।

Luke 7:33

ବାପ୍ତିଜକ ଯୋହନଙ୍କ ବିରୁଦ୍ଧରେ କି ଅଭିଯୋଗ କରାଯାଇଥିଲା ଯେହେତୁ ସେ ରୁଟି ଖାଇଲେ ନାହିଁ କିମ୍ବା ଦ୍ରାକ୍ଷାରସ ପାନ କଲେ ନାହିଁ?

ସେମାନେ କହିଲେ, ‘ସେ ଭୂତଗ୍ରସ୍ତ।’

Luke 7:34-35

ଯୀଶୁ ଭୋଜନ ଆଉ ପାନ କରି ଆସିଥିବାରୁ ତାହାଙ୍କ ବିରୁଦ୍ଧରେ କ’ଣ ଅଭିଯୋଗ କରାଯାଇଥିଲା?

ସେମାନେ କହିଲେ, “ସେ ଜଣେ ପେଟୁକ ଓ ମଦୁଆ ଅଟନ୍ତି।”

Luke 7:36-37

ଫାରୂଶୀଙ୍କ ଗୃହରେ ନଗରର ସ୍ତ୍ରୀ ଯୀଶୁଙ୍କୁ କ'ଣ କଲେ ?

ସେ ତାହାର ଅଶ୍ରୁ ସହିତ ଯୀଶୁଙ୍କ ପାଦ ସିକ୍ତ କଲେ, ତାହାଙ୍କ କେଶରେ ତାହା ପୋଛିଲେ, ତାହାଙ୍କୁ ପାଦକୁ ଚୁମ୍ବନ କଲେ, ପୁଣି ସୁଗନ୍ଧି ତୈଳ ସହ ତାହାଙ୍କ ପାଦକୁ ଅଭିଷିକ୍ତ କଲେ [୭:୩୮]।

Luke 7:38-45

ନଗରର ଜଣେ ସ୍ତ୍ରୀ ଫାରୂଶୀଙ୍କ ଗୃହରେ ଯୀଶୁଙ୍କ ପାଇଁ କ'ଣ କଲା?

ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।

Luke 7:46

ଯୀଶୁ କହିଲେ ଯେ ଯେହେତୁ ତାହାର ପାପକ୍ଷମା ହୋଇଅଛି, ସେ କ'ଣ କରିଥାଆନ୍ତା ?

ସେ ବହୁତ ପ୍ରେମ କରିଥାଆନ୍ତା [୭:୪୭]।

Luke 7:47

ସେ ସ୍ତ୍ରୀ ବହୁତ ପ୍ରେମ କରିବାର କାରଣ କ’ଣ ବୋଲି ଯୀଶୁ କହିଲେ?

ସେ ବହୁତ ପ୍ରେମ କଲା କାରଣ ତା’ର ଅନେକ ପାପ କ୍ଷମା କରାଯାଇଥିଲା।

Luke 7:48

କିପରି ମେଜରେ ବସିଥିବା ଲୋକମାନେ ପ୍ରତିକ୍ରିୟା କଲେ ଯେତେବେଳେ ଯୀଶୁ ସେହି ସ୍ତ୍ରୀକୁ ତାହାର ପାପକ୍ଷମା ହୋଇଅଛି ବୋଲି କହିଲେ ?

ସେମାନେ କହିଲେ, "ଏ କିଏ ଯେ ପାପ ସୁଦ୍ଧା କ୍ଷମା କରୁଅଛି [୭:୪୯]?"

Luke 7:49-50

ଯୀଶୁଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କ’ଣ କହିବାକୁ ଲାଗିଲେ ଯେତେବେଳେ ଯୀଶୁ ସେହି ସ୍ତ୍ରୀର ପାପ କ୍ଷମା କରାଯାଇଛି ବୋଲି କହିଲେ?

ସେମାନେ କହିଲେ, “ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ?”

Luke 8

Luke 8:1-2

ଅନେକ ସ୍ତ୍ରୀଲୋକମାନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ କ'ଣ କଲେ ?

ଅନେକ ସ୍ତ୍ରୀଲୋକମାନେ ଆପଣା ଆପଣା ସମ୍ପତ୍ତିରୁ ସେମାନଙ୍କ ନିମନ୍ତେ ପ୍ରଦାନ କଲେ [୮:୩]।

Luke 8:3-10

ବହୁସଂଖ୍ୟକରେ ସ୍ତ୍ରୀଲୋକମାନେ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କ ପାଇଁ କ’ଣ କଲେ?

ସେ ସ୍ତ୍ରୀଲୋକମାନେ ସେମାନଙ୍କର ଆପଣାର ବ୍ୟକ୍ତିଗତ ଜିନିଷରୁ ସେମାନଙ୍କ ସେବା କରୁଥିଲେ।

Luke 8:11

ଯୀଶୁଙ୍କ ଦୃଷ୍ଟାନ୍ତରେ, ବୁଣାଯାଇଥିବା ବିହନ କ’ଣ ଅଟେ?

ସେ ବିହନ ଈଶ୍ଵରଙ୍କ ବାକ୍ୟ ଅଟେ।

Luke 8:12

ବାଟ ପାଖରେ ପଡ଼ିଥିବା ବିହନ କିଏ, ଏବଂ ସେଗୁଡ଼ିକ ସହିତ କ’ଣ ହୁଏ?

ସେହି ଲୋକମାନେ ବାକ୍ୟ ଶୁଣନ୍ତି, କିନ୍ତୁ ତା’ପରେ ଶୟତାନ ଆସି ଏହାକୁ ନେଇଯାଏ ଯାହା ଦ୍ଵାରା ସେମାନେ ବିଶ୍ଵାସ କରି ପରିତ୍ରାଣ ପାଇ ପାରିବେ ନାହିଁ।

Luke 8:13

ପଥର ଭୂମିରେ ପଡ଼ିଥିବା ବିହନ କିଏ, ଏବଂ ସେଗୁଡ଼ିକ କ’ଣ ହୁଏ?

ସେଗୁଡ଼ିକ ଏପରି ଲୋକ ଅଟନ୍ତି ଯେଉଁମାନେ ଆନନ୍ଦରେ ବାକ୍ୟ ଗ୍ରହଣ କରନ୍ତି, କିନ୍ତୁ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି।

Luke 8:14

କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଥିବା ବିହନ କିଏ, ଏବଂ ସେଗୁଡ଼ିକ କ’ଣ ହୁଏ?

ସେଗୁଡ଼ିକ ଏପରି ଲୋକ ଅଟନ୍ତି ଯିଏ ବାକ୍ୟ ଶୁଣନ୍ତି, କିନ୍ତୁ ତା’ପରେ ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବଶବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ ।

Luke 8:15-18

ଉତ୍ତମ ଭୂମିରେ ପଡ଼ିଥିବା ବିହନ କିଏ, ଏବଂ ଗୁଡ଼ିକ ସହିତ କ’ଣ ହୁଏ?

ସେମାନେ ଏପରି ଲୋକ ଅଟନ୍ତି ଯେଉଁମାନେ ବାକ୍ୟ ଶୁଣନ୍ତି, ଏହାକୁ ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।

Luke 8:19-20

ତାହାଙ୍କର ମା ଓ ଭାଇମାନେ କେଉଁମାନେ ଅଟନ୍ତି ବୋଲି ଯୀଶୁ କହିଲେ ?

ଯେଉଁଲୋକମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି [୮:୨୧]।

Luke 8:21-23

ଯୀଶୁଙ୍କର ମାଆ ଓ ଭାଇମାନେ କିଏ ବୋଲି ଯୀଶୁ କହିଲେ?

ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଏବଂ ପାଳନ କରନ୍ତି, ସେମାନେ ଯୀଶୁଙ୍କର ମାଆ ଓ ଭାଇମାନେ ବୋଲି ଯୀଶୁ କହିଲେ ।

Luke 8:24

ଶିଷ୍ୟମାନେ କ'ଣ କହିଲେ ଯେତେବେଳେ ଯୀଶୁ ବାୟୁ ଓ ଜଳକୁ ସ୍ଥିର କଲେ ?

ସେମାନେ କହିଲେ, "ଏ କିଏ ଯେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି [୮:୨୫]?"

Luke 8:25-27

ଯେତେବେଳେ ଯୀଶୁ ବାୟୁ ଓ ଜଳକୁ ଶାନ୍ତ କଲେ ଶିଷ୍ୟମାନେ କ’ଣ କହିଲେ?

ସେମାନେ କହିଲେ, “ତେବେ ଏ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି?”

Luke 8:28

ଗରାଶୀୟମାନଙ୍କ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଭୂତମାନେ କ'ଣ କଲେ ?

ସେମାନେ ତାହାଙ୍କୁ ବିନା ଲୁଗାରେ ସ୍ଥାନରେ ରଖିଲେ, ସେମାନେ ତାହାଙ୍କୁ ଜଞ୍ଜିର ଓ ବେଡିକୁ ଛିଣ୍ଡାଇବାକୁ ସାହାଯ୍ୟକଲେ, ପୁଣି ସେମାନେ ଅନେକ ସମୟରେ ତାହାଙ୍କୁ ପ୍ରାନ୍ତରକୁ ଚାଳିତ କଲେ [୮:୨୭,୨୯]।

Luke 8:29-31

ଭୂତମାନେ ଗରାଶୀୟମାନଙ୍କ ଅଞ୍ଚଳର ବ୍ୟକ୍ତିକୁ କ’ଣ କଲେ?

ସେମାନେ ତାକୁ ସମାଧି-ସ୍ଥାନରେ ବିନା ପୋଷାକରେ ନିଜ ବଶବର୍ତ୍ତୀ କରି ରଖିଥିଲେ, ସେମାନେ ତାକୁ ଜଞ୍ଜିର ଓ ବେଡ଼ିସବୁ ଭାଙ୍ଗିବାକୁ ଶକ୍ତି ଦେଉଥିଲେ ଏବଂ ସେମାନେ ପ୍ରାୟତଃ ତାକୁ ପ୍ରାନ୍ତରକୁ ନେଇଯାଉଥିଲେ।

Luke 8:32

ଯୀଶୁ ସେମାନଙ୍କୁ ସେହି ବ୍ୟକ୍ତିଙ୍କଠାରୁ ଛାଡି ଚାଲିଯିବାକୁ କହିଲା ପରେ ଭୂତଗୁଡାକ କେଉଁଠାକୁ ଗଲେ ?

ଭୂତଗୁଡାକ ଘୁଷୁରି ପଲ ଭିତରେ ପଶିଲେ, ଯାହା ଅତି ବେଗରେ ହ୍ରଦ ଭିତରକୁ ଦୌଡିଗଲେ ପୁଣି ବୁଡି ମଲେ [୮:୩୩]।

Luke 8:33-37

ଯୀଶୁ ସେହି ଲୋକଟିକୁ ଛାଡିବାକୁ ଆଦେଶ ଦେବା ପରେ ଭୂତମାନେ କୁଆଡେ ଗଲେ?

ଭୂତମାନେ ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ, ସେଥିରେ ସେହି ଘୁଷୁରୀ ପଲ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ ।

Luke 8:38

ସେହି ଲୋକଙ୍କୁ ଯାଇ କ'ଣ କରିବାକୁ ଯୀଶୁ କହିଲେ ?

ଘରକୁ ଯାଇ ଈଶ୍ଵର ତାହାଙ୍କ ନିମନ୍ତେ ଯେଉଁ ମହାନ କର୍ମ କରିଥିଲେ ସେହିସବୁ ବର୍ଣ୍ଣନା କରିବାକୁ ଯୀଶୁ ତାହାଙ୍କୁ କହିଲେ [୮:୩୯]।

Luke 8:39-46

ଯୀଶୁ ଲୋକଟିକୁ ଯାଇ କ’ଣ କରିବାକୁ କହିଲେ?

ଯୀଶୁ ତାକୁ ଘରକୁ ଯାଇ ଈଶ୍ଵରତାଙ୍କ ପାଇଁ ଯାହା କରିଛନ୍ତି ତାହା ବର୍ଣ୍ଣନା କରିବାକୁ କହିଲେ।

Luke 8:47

ଯୀଶୁଙ୍କ ଅନୁସାରେ, ପ୍ରଦରରୋଗଗ୍ରସ୍ତା ଜଣେ ସ୍ତ୍ରୀର ସୁସ୍ଥ ହେବାର କାରଣ କ'ଣ ଥିଲା ?

ଯୀଶୁଙ୍କଠାରେ ତାହାର ବିଶ୍ଵାସ ହେତୁ ସେ ସୁସ୍ଥ ହୋଇଥିଲା [୮:୪୮]।

Luke 8:48-53

ଯୀଶୁଙ୍କ ଅନୁଯାୟୀ, ରକ୍ତସ୍ରାବ କରୁଥିବା ସ୍ତ୍ରୀଲୋକଟି ସୁସ୍ଥ ହେବାର କାରଣ କ’ଣ ଅଟେ ?

ଯୀଶୁଙ୍କଠାରେ ବିଶ୍ୱାସ ହେତୁ ସେ ସୁସ୍ଥ ହେଲେ।

Luke 8:54

ଯାଇରସଙ୍କ ଘରେ ଯୀଶୁ କ'ଣ କଲେ ?

ଯୀଶୁ ଯାଇରସଙ୍କ ଝିଅଙ୍କୁ ମୃତ୍ୟୁରୁ ଉଠାଇଲେ [୮:୫୫]।

Luke 8:55-56

ଯାଈରସଙ୍କ ଗୃହରେ ଯୀଶୁ କ’ଣ କଲେ?

ଯୀଶୁ ଯାଈରସଙ୍କ କନ୍ୟାକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ।

Luke 9

Luke 9:1

ଯୀଶୁ ଦ୍ଵାଦଶଙ୍କୁ କ'ଣ କରିବାକୁ ପ୍ରେରଣ କଲେ ?

ଯୀଶୁ ସେମାନଙ୍କୁ ଈଶ୍ଵରଙ୍କ ରାଜ୍ୟ ଘୋଷଣା କରିବାକୁ ପୁଣି ସୁସ୍ଥ କରିବାକୁ ପ୍ରେରଣ କଲେ [୯:୨]।

Luke 9:2-6

ଯୀଶୁ ବାର ଜଣ ଶିଷ୍ୟଙ୍କୁ କ’ଣ କରିବାକୁ ପଠାଇଲେ?

ଈଶ୍ଵରଙ୍କ ରାଜ୍ୟ ଘୋଷଣା କରିବା ଏବଂ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ଯୀଶୁ ସେମାନଙ୍କୁ ପଠାଇଲେ ।

Luke 9:7

କାହିଁକି ସାମନ୍ତରାଜା ହେରୋଦ ଘଟୁଥିବା ବିଷୟକୁ ଶୁଣିବା ପରେ ଅବାକ୍ ହେଲେ?

ସେ ଅବାକ୍ ହୋଇପଡିଥିଲେ କାରଣ ବାପ୍ତିଜକ ଯୋହନ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି ବୋଲି କେହି କେହି କହୁଥିଲେ ।

Luke 9:8-11

ଆଉ କିଏ ଏ ବିଷୟଗୁଡ଼ିକୁ ଘଟାଉଥିବେ ବୋଲି ଲୋକମାନେ କହୁଥିଲେ?

କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ ।

Luke 9:12

ପ୍ରାନ୍ତର ସ୍ଥାନରେ ଥିବା ଲୋକସମୂହ ମଧ୍ୟରେ ପ୍ରାୟ କେତେ ଜଣ ପୁରୁଷ ଯୀଶୁଙ୍କ ଅନୁଗମନ କରୁଥିଲେ ?

ପ୍ରାୟ ପାଞ୍ଚହଜାର ପୁରୁଷ ସେଠାରେ ଥିଲେ [୯:୧୪]।

Luke 9:13

ଶିଷ୍ୟମାନଙ୍କୁ ଲୋକସମୂହକୁ କେଉଁ ଭୋଜନ ଦେବାକୁ ପଡିଲା?

ସେମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଥିଲା।

Luke 9:14

ଜନଶୂନ୍ୟ ସ୍ଥାନରେ ଥିବା ଲୋକସମୂହ ମଧ୍ୟରେ କେତେ ଲୋକ ଯୀଶୁଙ୍କୁ ଅନୁସରଣ କରୁଥିଲେ?

ପ୍ରାୟ 5000 ପୁରୁଷ ଲୋକସମୂହ ମଧ୍ୟରେ ଥିଲେ।

Luke 9:15

ଲୋକସମୂହକୁ ଭୋଜନ ଦେବାକୁ ଶିଷ୍ୟମାନଙ୍କ ପାଖରେ କେଉଁ ଖାଦ୍ୟ ଥିଲା ?

ସେମାନଙ୍କ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଥିଲା [୯:୧୩,୧୬]।

ଯୀଶୁ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ସହ କ'ଣ କଲେ ?

ସେ ସ୍ଵର୍ଗଆଡେ ଉର୍ଦ୍ଧ୍ୱଦୃଷ୍ଟି କଲେ, ସେହି ସବୁକୁ ଆଶୀର୍ବାଦ କଲେ, ପୁଣି ସେଗୁଡିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ, ଏବଂ ଲୋକସମୂହକୁ ପରିବେଷଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ [୯:୧୬]।

ସେଠାରେ କେତେକ ଟୋକେଇ ବଳକା ଖାଦ୍ୟ ଥିଲା ?

ସେଠାରେ ପୂର୍ଣ୍ଣ ବାର ଟୋକେଇ ଖାଦ୍ୟ ଥିଲା [୯:୧୭]।

Luke 9:16

ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ଯୀଶୁ କ’ଣ କଲେ?

ସେ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ ।

Luke 9:17-19

ବଳିଥିବା ଖାଦ୍ୟର କେତେ ଟୋକେଇ ଥିଲା?

ବଳିଥିବା ଖାଦ୍ୟର ବାର ଟୋକେଇ ଥିଲା।

Luke 9:20-22

ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ ସେ କିଏ ବୋଲି ପଚାରିଲେ, ପିତର କ’ଣ ଉତ୍ତର ଦେଲେ?

ସେ କହିଲେ, “ଈଶ୍ୱରଙ୍କ ଖ୍ରୀଷ୍ଟ।”

Luke 9:23-27

ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନୁ ଏବଂ ଯୀଶୁଙ୍କର ଅନୁଗମନ କରୁ।

ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନୁ ଏବଂ ଯୀଶୁଙ୍କର ଅନୁଗମନ କରୁ।

Luke 9:28

ପର୍ବତ ଉପରେ ଯୀଶୁଙ୍କ ରୂପ ପ୍ରତି କ'ଣ ହେଲା ?

ତାହାଙ୍କ ମୁଁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଶୁଭ୍ରବର୍ଣ୍ଣ ଓ ଅତି ଉଜ୍ଜଳ ହେଲା [୯:୨୯]।

Luke 9:29

ପର୍ବତରେ ଯୀଶୁଙ୍କ ମୁଖର ରୂପ କ’ଣ ହେଲା?

ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା ।

Luke 9:30-33

ଯୀଶୁଙ୍କ ସହିତ କିଏ ଦର୍ଶନ ଦେଲେ?

ମୋଶା ଏବଂ ଏଲୀୟ ଯୀଶୁଙ୍କ ସହିତ ଦର୍ଶନ ଦେଇ ।

Luke 9:34

ସେମାନଙ୍କୁ ଆଚ୍ଛାଦନ କରିଥିବା ମେଘରୁ ବାଣୀ କହିଲା ?

ଏହି ବାଣୀ ହେଲା, "ଏହା ଆମ୍ଭର ମନୋନୀତ ପୁତ୍ର; ତାହାଙ୍କ ବାକ୍ୟ ଶୁଣ [୯:୩୫]।"

Luke 9:35-36

ମେଘରୁ ବାଣୀ କ’ଣ କହିଲା ଯାହା ସେମାନଙ୍କୁ ଆଚ୍ଛାଦନ କରିଥିଲା?

ବାଣୀ କହିଲା, “ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ ।”

Luke 9:37-38

ଯୀଶୁ ଭୂତକୁ ବାହାର କରିବା ପୂର୍ବରୁ, ତାହା ଜଣେ ଲୋକର ପୁତ୍ରକୁ କ'ଣ କରୁଥିଲା ?

ଭୂତ ତାହାକୁ ଚିତ୍କାର କରିବାକୁ ଉଦ୍ୟମ କରାଉଥିଲା ପୁଣି ତାହାକୁ ମୋଡି ପକାଉଥିଲା ଯେ ତାହାର ମୁଁହଁରେ ଫେଣ ବାହାରୁ ଥିଲା [୯:୩୯]।

Luke 9:39-42

ଯୀଶୁ ଭୂତକୁ ତଡ଼ି ଦେବା ପୂର୍ବରୁ, ସେହି ଲୋକର ପୁତ୍ରକୁ କ’ଣ କଲା?

ଭୂତ ତାଙ୍କୁ ଚିତ୍କାର କରାଏ ଏବଂ ପାଟିରୁ ଫେଣ ବାହାରେ କରାଏ ।

Luke 9:43

କେଉଁ ଉକ୍ତି ଶିଷ୍ୟମାନଙ୍କ ସମ୍ମୁଁଖରେ ଯୀଶୁ କହିଲେ ଯେ ସେମାନେ ତାହା ବୁଝି ପାରିଲେ ନାହିଁ ?

ସେ କହିଲେ, "ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ [୯:୪୪]।"

Luke 9:44-45

ଯୀଶୁ ଶିଷ୍ୟମାନଙ୍କୁ କେଉଁ ବାକ୍ୟ କହିଲେ ଯାହା ସେମାନେ ବୁଝିପାରିଲେ ନାହିଁ?

ସେ କହିଲେ, “ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ ।”

Luke 9:46-47

ଶିଷ୍ୟମାନଙ୍କ ମଧ୍ୟରୁ କିଏ ଜଣେ ଶ୍ରେଷ୍ଠ ବୋଲି ଯୀଶୁ କହିଲେ ?

ସେମାନଙ୍କ ମଧ୍ୟରେ ଯେ କ୍ଷୁଦ୍ର ସେ ଶ୍ରେଷ୍ଠ ଅଟେ [୯:୪୮]।

Luke 9:48-50

ଶିଷ୍ୟମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଯୀଶୁ କହିଲେ?

ଯିଏ ସେମାନଙ୍କ ମଧ୍ୟରେ କ୍ଷୁଦ୍ର, ସେ ଶ୍ରେଷ୍ଠ ଅଟେ।

Luke 9:51-60

ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇ ଆସୁଥିଲା, ସେ କ’ଣ କଲେ?

ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କଲେ।

Luke 9:61

ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ ହେବାକୁ, ଜଣେ ବ୍ୟକ୍ତି ଥରେ "ତାହାର ଲଙ୍ଗଳରେ ହାତ ଦେଲା ପରେ" କ'ଣ ନ କରିବା ଉଚିତ୍ ?

ସେହି ବ୍ୟକ୍ତି ପଛକୁ ଚାହିଁବା ଉଚିତ୍ ନୁହେଁ [୯:୬୨]।

Luke 9:62

ଈଶ୍ଵରଙ୍କ ରାଜ୍ୟ ପାଇଁ ଯୋଗ୍ୟ ହେବା ପାଇଁ, ଜଣେ ବ୍ୟକ୍ତି “ହଳ ଉପରେ ହସ୍ତ ରଖିବା ପରେ” କ’ଣ କରିବା ଉଚିତ ନୁହେଁ?

ଜଣେ ବ୍ୟକ୍ତି ଲଙ୍ଗଳରେ ହାତ ଦେଇ ପଛକୁ ଚାହିଁବ ଉଚିତ ନୁହେଁ ।

Luke 10

Luke 10:3

ସତୁରି ଜଣଙ୍କୁ ସେମାନଙ୍କ ସହିତ କ'ଣ ନ ନେବାକୁ ଯୀଶୁ କହିଲେ ?

ସେମାନେ ଟଙ୍କାର ଥଳି, ଯେକୌଣସି ଝୋଲି, କିମ୍ବା ଯୋତା ନ ନେବା ଆବଶ୍ୟକ [୧୦:୪]।

Luke 10:4-7

ଯୀଶୁ 70 ଜଣଙ୍କୁ ସାଙ୍ଗରେ କ’ଣ ନ ନେବାକୁ କହିଲେ?

ଥଳି, ଝୋଲି ଓ ଜୋତା ନ ନେବାକୁ ସେ ସେମାନଙ୍କୁ କହିଲେ।

Luke 10:8

ପ୍ରତ୍ୟେକ ନଗରରେ ଯୀଶୁ ସତୁରି ଜଣଙ୍କୁ କ'ଣ କରିବାକୁ କହିଲେ ?

ସେ ସେମାନଙ୍କୁ ପୀଡିତମାନଙ୍କୁ ସୁସ୍ଥ କରିବାକୁ, "ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟକୁ ଆସିଅଛି ବୋଲି ଲୋକମାନଙ୍କୁ କହିବାକୁ କହିଲେ [୧୦:୯]।"

Luke 10:9

ପ୍ରତ୍ୟେକ ନଗରରେ ଯୀଶୁ 70 ଜଣଙ୍କୁ କ’ଣ କରିବାକୁ କହିଲେ?

ସେ ସେମାନଙ୍କୁ ରୋଗୀମାନଙ୍କୁ ସୁସ୍ଥ କରିବାକୁ ଏବଂ “ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ” ବୋଲି ଲୋକମାନଙ୍କୁ କହିବାକୁ କହିଲେ ।

Luke 10:10-11

ଯୀଶୁ ଯେଉଁମାନଙ୍କୁ ପ୍ରେରଣ କରିଥିଲେ ଯଦି ସେମାନଙ୍କୁ ଏକ ନଗର ଗ୍ରହଣ କରେ ନାହିଁ, ତେବେ ସେହି ନଗରର ନ୍ୟାୟ କିପରି ହେବ ?

ସଦୋମର ନ୍ୟାୟ ଅପେକ୍ଷା ସେହି ନଗରର ନ୍ୟାୟ ଅଧିକ ହେବ [୧୦:୧୨]।

Luke 10:12-16

ଯଦି ଯୀଶୁ ପଠାଇଥିବା ଲୋକମାନଙ୍କୁ ଏକ ନଗରର ଲୋକେ ଗ୍ରହଣ ନକରନ୍ତି, ତେବେ ସେହି ନଗରର ଦଣ୍ଡ କିପରି ହେବ?

ସଦୋମର ଦଣ୍ଡ ଅପେକ୍ଷା ସେମାନଙ୍କ ଦଣ୍ଡ ଅଧିକ ହେବ।

Luke 10:17-19

ଯେତେବେଳେ ସତୁରି ଜଣ ଫେରିଆସିଲେ ଏବଂ ସେମାନେ ଯେ ଭୂତମାନଙ୍କୁ ବାହର କଲେ ତାହା ଆନନ୍ଦ ସହ ଜଣାଇଲେ, ସେତେବେଳେ ଯୀଶୁ ସେମାନଙ୍କୁ କ'ଣ କହିଲେ ?

ସେ କହିଲେ, "ଏଥିରେ ଆନନ୍ଦ କରିବା ଅପେକ୍ଷା ତୁମ୍ଭମାନଙ୍କ ନାମ ଯେ ସ୍ଵର୍ଗରେ ଲେଖା ହୋଇଅଛି ସେଥିରେ ଆନନ୍ଦ କର [୧୦:୨୦]।"

Luke 10:20

ଯେତେବେଳେ ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ ଯେ ସେମାନେ ଭୂତମାନଙ୍କୁ ତଡ଼ି ଦେବାରେ ସକ୍ଷମ ହେଲେ, ଯୀଶୁ ସେମାନଙ୍କୁ କ’ଣ କହିଲେ?

ସେ କହିଲେ, “ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।”

Luke 10:21-24

ଈଶ୍ଵରଙ୍କ ରାଜ୍ୟ ପ୍ରକାଶ କରିବା ପିତାଙ୍କ ସନ୍ତୋଷର ବିଷୟ ହେଲା ବୋଲି ଯୀଶୁ କାହାକୁ କହିଲେ?

ଯେଉଁମାନେ ଶିଶୁମାନଙ୍କ ପରି ଅଜ୍ଞ, ସେମାନଙ୍କ ନିକଟରେ ଈଶ୍ଵରଙ୍କ ରାଜ୍ୟ ପ୍ରକାଶ କରିବା ପିତାଙ୍କ ପାଇଁ ଅତ୍ୟନ୍ତ ସନ୍ତୋଷର ବିଷୟ ହେଲା।

Luke 10:25-26

ଯୀଶୁଙ୍କ ଅନୁସାରେ, ଜଣେ ବ୍ୟକ୍ତି ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ କ'ଣ କରିବା ଆବଶ୍ୟକ ବୋଲି ଯିହୁଦୀମାନଙ୍କର ବ୍ୟବସ୍ଥା କହେ ?

ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି, ସମସ୍ତ ମନ, ଦେଇ ଆପଣା ପ୍ରଭୁ ଈଶ୍ଵରଙ୍କୁ ପ୍ରେମ କରିବା ଆବଶ୍ୟକ, ପୁଣି ଆପଣା ପ୍ରତିବାସୀକୁ ଆତ୍ମାତୁଲ୍ୟ ପ୍ରେମ କରିବା ଆବଶ୍ୟକ [୧୦:୨୭]।

Luke 10:27-30

ଯୀଶୁଙ୍କ ଅନୁଯାୟୀ, ଅନନ୍ତ ଜୀବନ ପାଇବା ପାଇଁ ଜଣେ ବ୍ୟକ୍ତି କ’ଣ କରିବା ଉଚିତ ବୋଲି ଯିହୁଦୀ ବ୍ୟବସ୍ଥାରେ ଲେଖାଅଛି?

ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।

Luke 10:31

ଯୀଶୁଙ୍କ ଦୃଷ୍ଟାନ୍ତରେ, ଜଣେ ଯିହୁଦୀ ଯାଜକ ରାସ୍ତାରେ ଦରମରା ଅବସ୍ଥାରେ ଥିବା ବ୍ୟକ୍ତିକୁ ଦେଖି କ’ଣ କଲେ?

ସେ ବାଟର ଆରପାଖ ଦେଇ ଗଲେ ।

Luke 10:32

ଲେବୀୟ ସେହି ବ୍ୟକ୍ତିକୁ ଦେଖି କ'ଣ କଲା?

ସେ ବାଟର ଆରପାଖ ଦେଇ ଚାଲିଗଲେ ।

Luke 10:33

ଶମିରୋଣୀୟ କ'ଣ କଲା ଯେତେବେଳେ ସେ ସେହି ଲୋକକୁ ଦେଖିଲା ?

ସେ ତାହାର କ୍ଷତସବୁ ବାନ୍ଧିଲେ, ତାହାଙ୍କ ବାହନ ଉପରେ ତାହାକୁ ରଖିଲେ, ଗୋଟିଏ ପାନ୍ଥାଶାଳକୁ ଆଣିଲେ, ପୁଣି ତାହାର ସେବା ଶୁଶ୍ରୂଷା କଲେ [୧୦:୩୪]।

Luke 10:34-35

ଶମିରୋଣୀୟ ସେହି ବ୍ୟକ୍ତିକୁ ଦେଖି କ’ଣ କଲେ?

ସେ ତାହାର କ୍ଷତ ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ଯତ୍ନ ନେଲେ।

Luke 10:36

ଏହି ଦୃଷ୍ଟାନ୍ତ କହିଲା ପରେ, ଯିହୁଦୀୟ ବ୍ୟବସ୍ଥାର ଶିକ୍ଷକମାନଙ୍କୁ ଯାଇ କ'ଣ କରିବାକୁ ଯୀଶୁ କହିଲେ ?

ଦୃଷ୍ଟାନ୍ତର ଶମିରୋଣ ପରି ଯାଅ ପୁଣି ଲୋକମାନଙ୍କ ପ୍ରତି ଦୟା କର [୧୦:୩୭]।

Luke 10:37

ଦୃଷ୍ଟାନ୍ତ କହିବା ପରେ, ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞ ଯାଇ କ’ଣ କରିବାକୁ କହିଲେ?

ଯାଇ ଦୃଷ୍ଟାନ୍ତର ଶମିରୋଣୀୟ ପରି ଦୟା ଦେଖାଅ ।

Luke 10:38

ସେହି ସମୟରେ ମରିୟମ କ'ଣ କଲେ ?

ସେ ଯୀଶୁଙ୍କ ପାଦ ତଳେ ବସିଲେ ପୁଣି ତାହାଙ୍କୁ ଶୁଣିଲେ [୧୦:୩୯]।

Luke 10:39

ମରୀୟମ ସେହି ସମୟରେ କ’ଣ କଲେ?

ସେ ଯୀଶୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ ।

Luke 10:40-41

ଯେତେବେଳେ ଯୀଶୁ ମାର୍ଥାର ଗୃହକୁ ଆସିଲେ ସେ କିପରି ସେବା କଲେ?

ସେ ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ଥିଲେ ।

Luke 10:42

କିଏ ଉତ୍ତମ ଉତ୍ତମ ଭାଗ ମନୋନୀତ କରିଅଛି ବୋଲି ଯୀଶୁ କହିଲେ?

ମରୀୟମ ଉତ୍ତମ ଭାଗ ମନୋନୀତ କରିଅଛି ଯାହା ତାଠାରୁ ଛଡ଼ାଯିବ ନାହିଁ ବୋଲି ଯୀଶୁ କହିଲେ ।

Luke 11

Luke 11:3

ଯୀଶୁଙ୍କ ଶିଷ୍ୟମାନେ ପିତାଙ୍କ ନାମରେ ପ୍ରାର୍ଥନା କଲେ କ’ଣ ହେବ ବୋଲି ଯୀଶୁ ଚାହୁଁଥିଲେ?

ପିତାଙ୍କ ନାମ ପବିତ୍ର ବୋଲି ମାନ୍ୟ ହେଉ ବୋଲି ଯୀଶୁ ସେ ଚାହୁଁଥିଲେ ।

Luke 11:4

ଯେବେ ଆମ୍ଭେମାନେ ଈଶ୍ଵରଙ୍କୁ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ପ୍ରାର୍ଥନା କରୁ, ଆମ୍ଭମାନଙ୍କ ବିରୁଦ୍ଧରେ ପାପ କରୁଥିବା ଅନ୍ୟ ଲୋକମାନଙ୍କ ବିଷୟରେ ଆମ୍ଭେମାନେ କ’ଣ କରିବା ଉଚିତ?

ଈଶ୍ଵର ଯେପରି ଆମ୍ଭମାନଙ୍କକୁ କ୍ଷମା କରିଛନ୍ତି ଠିକ୍ ସେହିପରି ଆମ୍ଭେମାନେ ସେମାନଙ୍କୁ ମଧ୍ୟ କ୍ଷମା କରିବା ଉଚିତ ।

Luke 11:5-7

ଯୀଶୁଙ୍କ ଦୃଷ୍ଟାନ୍ତରେ, କାହିଁକି ଜଣେ ଲୋକ ଉଠିଲା ପୁଣି ମଧ୍ୟରାତ୍ରିରେ ତାହାଙ୍କ ବନ୍ଧୁଙ୍କୁ ରୋଟୀ ଦେଲେ ?

ବନ୍ଧୁଙ୍କର ଅବିରତ ହେତୁ [୧୧:୮]।

Luke 11:8-10

ଯୀଶୁଙ୍କ ଦୃଷ୍ଟାନ୍ତରେ, ଲୋକଟି କାହିଁକି ଅଧରାତିରେ ଉଠି ନିଜ ସାଙ୍ଗକୁ ରୁଟି ଦେଲା?

ତାଙ୍କ ବନ୍ଧୁଙ୍କ ଥରକୁଥର ମାଗିବା ହେତୁ ।

Luke 11:11-12

ସ୍ଵର୍ଗସ୍ଥ ପିତା ସେମାନଙ୍କୁ କ'ଣ ଦେବେ ଯେଉଁମାନେ ତାହାଙ୍କୁ ମାଗନ୍ତି ?

ସେ ପବିତ୍ର ଆତ୍ମା ଦେବେ [୧୧:୧୩]।

Luke 11:13

ସ୍ୱର୍ଗର ପିତା ଯେଉଁମାନେ ତାଙ୍କୁ ମାଗନ୍ତି ସେମାନଙ୍କୁ କ’ଣ ଦେବେ?

ସେ ସେମାନଙ୍କୁ ପବିତ୍ର ଆତ୍ମା ଦେବେ।

Luke 11:14

ଯେତେବେଳେ ତାହାଙ୍କୁ ଭୂତମାନଙ୍କୁ ଛଡାଇବା ଦେଖିଲେ, କେତେକ ଯୀଶୁଙ୍କ ବିରୁଦ୍ଧରେ କ'ଣ ନିନ୍ଦା କଲେ ?

ଭୂତପତି, ବାଆଲଜିବୂଲର ଦ୍ଵାରା ସେ ଭୂତ ଛଡାଉଅଛି ବୋଲି ତାହାଙ୍କୁ ନିନ୍ଦା କଲେ [୧୧:୧୫]।

Luke 11:15-17

ଯେତେବେଳେ ସେମାନେ ତାଙ୍କୁ ଭୂତମାନଙ୍କୁ ତଡ଼ି ଦେଉଥିବାର ଦେଖିଲେ, କେହି କେହି ଯୀଶୁଙ୍କୁ କ’ଣ କଲେ?

ସେମାନେ ତାହାଙ୍କୁ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ ବୋଲି ଅଭିଯୋଗ କଲେ।

Luke 11:18-19

ଯୀଶୁ କେଉଁ ଶକ୍ତି ଦ୍ଵାରା ଭୂତମାନଙ୍କୁ ଛଡାଉଅଛନ୍ତି ବୋଲି ସେ ଉତ୍ତର ଦେଲେ ?

ଈଶ୍ଵରଙ୍କ ଆଙ୍ଗୁଳି ଦ୍ଵାରା ସେ ଭୂତମାନଙ୍କୁ ଛଡାଇଲେ [୧୧:୨୦]।

Luke 11:20-23

ଯୀଶୁ କେଉଁ ଶକ୍ତି ଦ୍ୱାରା ଭୂତମାନଙ୍କୁ ଛଡ଼ାନ୍ତି ବୋଲି ଉତ୍ତର ଦେଲେ?

ସେ ଈଶ୍ଵରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାନ୍ତି ବୋଲି କହିଲେ ।

Luke 11:24-25

ଯଦି ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରି ଯାଏ ପୁଣି ପରେ ଫେରିଆସେ, ସେହି ମନୁଷ୍ୟର ଶେଷ ଅବସ୍ଥା କ'ଣ ହେବ ?

ସେହି ଲୋକର ପ୍ରଥମ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥା ଅଧିକ ମନ୍ଦ ହେବ [୧୧:୨୬]।

Luke 11:26

ଯଦି ଏକ ଅଶୁଚି ଆତ୍ମା ମନୁଷ୍ୟକୁ ଛାଡ଼ିଦିଏ କିନ୍ତୁ ପରେ ଫେରି ଆସେ, ତେବେ ସେହି ବ୍ୟକ୍ତିର ଅନ୍ତିମ ଦଶା କ’ଣ ହେବ?

ସେହି ବ୍ୟକ୍ତିର ଅନ୍ତିମ ଦଶା ପ୍ରଥମ ଦଶା ଅପେକ୍ଷା ମନ୍ଦ ହେବ ।

Luke 11:27

ଯେତେବେଳେ ଜଣେ ସ୍ତ୍ରୀ ଉଚ୍ଚ ସ୍ଵରରେ କହିଲା, ଧନ୍ୟ ଯୀଶୁଙ୍କ ମାତା, ସେତେବେଳେ ଯୀଶୁ କିଏ ଧନ୍ୟ ବୋଲି କହିଲେ ?

ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଏବଂ ତାହା ପାଳନ କରନ୍ତି [୧୧:୨୮]।

Luke 11:28-31

ଯେତେବେଳେ ସ୍ତ୍ରୀ ଯୀଶୁଙ୍କ ମାତାଙ୍କୁ ଆଶୀର୍ବାଦ କଲା, ଯୀଶୁ କିଏ ଧନ୍ୟ ପ୍ରାପ୍ତ ବୋଲି କହିଲେ?

ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଏବଂ ପାଳନ କରନ୍ତି ସେମାନେ ଧନ୍ୟ ।

Luke 11:32-38

ଯୀଶୁ ପୁରାତନ ନିୟମର କେଉଁ ଦୁଇ ପୁରୁଷଙ୍କଠାରୁ ଯୀଶୁ ମହାନ୍ ବୋଲି କହିଲୀ?

ସେ ଶଲୋମନ ଏବଂ ଯୂନସଙ୍କଠାରୁ ମହାନ୍।

Luke 11:39-41

ଫାରୂଶୀମାନେ କେଉଁ ବିଷୟରେ ପରିପୂର୍ଣ୍ଣ ବୋଲି ଯୀଶୁ କହିଲେ?

ସେମାନେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ବୋଲି ଯୀଶୁ କହିଲେ ।

Luke 11:42-44

ଫାରୂଶୀମାନେ କ’ଣ ଅବହେଳିତ କରନ୍ତି ବୋଲି ଯୀଶୁ କହିଲେ?

ସେମାନେ ନ୍ୟାୟବିଚାର ଓ ଈଶ୍ଵରଙ୍କ ପ୍ରେମ ଅବହେଳା କରନ୍ତି ।

Luke 11:45

ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ଅନ୍ୟମାନଙ୍କ ପ୍ରତି କ'ଣ କରୁଥିଲେ ବୋଲି ଯୀଶୁ କହିଲେ ?

ସେମାନେ ଲୋକମାନଙ୍କୁ ଅଧିକ ଭାର ଲଦୁ ଥିଲେ ଯାହା ବହିନେବାରେ କଷ୍ଟକର, କିନ୍ତୁ ନିଜେ ସେହିସବୁକୁ ସ୍ପର୍ଶ କରୁ ନ ଥିଲେ [୧୧:୪୬]।

Luke 11:46-48

ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଅନ୍ୟ ଲୋକମାନଙ୍କ ପ୍ରତି କ'ଣ କରୁଛନ୍ତି ବୋଲି ଯୀଶୁ କହିଲେ?

ସେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥିଲେ, କିନ୍ତୁ ନିଜେ ସେହି ଭାରକୁ ସ୍ପର୍ଶ କରନ୍ତି ନାହିଁ ।

Luke 11:49

କ'ଣ ପାଇଁ ଏହି ପିଢି ଦାୟୀ ହେବ ବୋଲି ଯୀଶୁ କହିଲେ ?

ସେମାନେ ଜଗତର ଆରମ୍ଭଠାରୁ ଘଟିଥିବା ସମସ୍ତ ଭାବବାଦୀମାନଙ୍କ ରକ୍ତପାତର ଦାୟୀ ହେବେ [୧୧:୫୦]।

Luke 11:50-52

କେଉଁ କାରଣରୁ ଏହି ପିଢ଼ି ଦାୟୀ ରହିବ ବୋଲି ଯୀଶୁ କହିଲେ?

ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି ସେଥିପାଇଁ ସେମାନେ ଦାୟୀ ରହିବେ।

Luke 11:53

ଯୀଶୁଙ୍କ ବାକ୍ୟ ଶୁଣିଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ କ'ଣ କଲେ ?

ସେମାନେ ତାହାଙ୍କ ବିରୋଧ କଲେ ପୁଣି ତାହାଙ୍କ ସହିତ ତର୍କବିତର୍କ କଲେ, ପୁଣି ତାହାଙ୍କ କଥାକୁ ଧରି ତାହାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିଲେ [୧୧:୫୪]।

Luke 11:54

ଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କ ବାକ୍ୟ ଶୁଣିବା ପରେ କ’ଣ କଲେ?

ସେମାନେ ତାହାଙ୍କ କଥାରେ ଫାନ୍ଦରେ ରହିବାକୁ ଅପେକ୍ଷା କରିଥିଲେ।

Luke 12

Luke 12:2

ଯୀଶୁଙ୍କ ଅନୁସାରେ, ତୁମ୍ଭେମାନେ ଯାହା ଯାହା ଅନ୍ଧକାରରେ କହିଅଛ ତାହା ପ୍ରତି କ'ଣ ହେବ ?

ତାହା ଆଲୋକରେ ଶୁଣାଯିବ [୧୨:୩]।

Luke 12:3

ଯୀଶୁଙ୍କ ଅନୁଯାୟୀ, ତୁମ୍ଭେମାନେ ଅନ୍ଧକାରରେ ଯାହା କହିଅଛ, ତା’ର କ’ଣ ହେବ?

ଏହା ଆଲୋକରେ ଶୁଣାଯିବ ।

Luke 12:4

କାହାକୁ ତୁମ୍ଭେମାନେ ଭୟ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ନରକରେ ନିକ୍ଷେପ କରିବାର ଯାହାର ଅଧିକାର ଅଛି ତାହାଙ୍କୁ ତୁମ୍ଭେମାନେ ଭୟ କରିବା ଉଚିତ୍ [୧୨:୫]।

Luke 12:5-7

ତୁମ୍ଭେମାନେ କାହାକୁ ଭୟ କରିବା ଉଚିତ ବୋଲି ଯୀଶୁ କହିଲେ?

ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, , ତୁମ୍ଭେମାନେ ତାହାଙ୍କୁ ଭୟ କରିବା ଉଚିତ ।

Luke 12:8-12

ଲୋକମାନଙ୍କ ଆଗରେ ଯୀଶୁଙ୍କ ନାମ ସ୍ୱୀକାର କରୁଥିବା ସମସ୍ତଙ୍କ ପାଇଁ ଯୀଶୁ କ’ଣ କରିବେ?

ଯୀଶୁ ସେହି ବ୍ୟକ୍ତିକୁ ଈଶ୍ଵରଙ୍କ ଦୂତମାନଙ୍କ ନିକଟରେ ସ୍ୱୀକାର କରିବେ ।

Luke 12:13-14

ଯୀଶୁଙ୍କ ଅନୁସାରେ, ଆମ୍ଭମାନଙ୍କ ଜୀବନ କାହା ଉପରେ ନିର୍ଭର କରେ ନାହିଁ ?

ଆମ୍ଭମାନଙ୍କ ଜୀବନ ଆମ୍ଭମାନଙ୍କ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ [୧୨:୧୫]।

Luke 12:15

ଯୀଶୁଙ୍କ ଅନୁଯାୟୀ, ଆମ୍ଭମାନଙ୍କ ଜୀବନ କ’ଣ ଉପରେ ନିର୍ଭର କରେ ନାହିଁ?

ଆମ୍ଭମାନଙ୍କ ଜୀବନ ଆମ୍ଭମାନଙ୍କ ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।

Luke 12:16-17

ଯୀଶୁଙ୍କ ଦୃଷ୍ଟାନ୍ତରେ, ଧନୀ ଲୋକ କ'ଣ କରିବାକୁ ଯାଉଥିଲା ଯେହେତୁ ତାହର କ୍ଷେତରେ ପ୍ରଚୁର ଫସଲ ହେଲା ?

ସେ ତାହାର ଅମାରସବୁ ଭାଙ୍ଗି ବଡ ଅମାରସବୁ ନିର୍ମାଣ କରିବାକୁ ଯାଉଥିଲା, ପୁଣି ବିଶ୍ରାମ, ଭୋଜନ, ପୁଣି ଆମୋଦ କରିବାକୁ ଯାଉଥିଲା [୧୨:୧୮-୧୯]।

Luke 12:18

ଯୀଶୁଙ୍କ ଦୃଷ୍ଟାନ୍ତରେ, ଧନୀ ଲୋକର କ୍ଷେତ ପ୍ରଚୁର ପରିମାଣରେ ଅମଳ ହୋଇଥିଲା ତେଣୁ ସେ କ’ଣ କରିବାକୁ ଯାଉଥିଲେ?

ସେ ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳି, ସେସବୁରେ ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବାକୁ ଯାଉଥିଲେ ।

Luke 12:19

ବହୁତ ଖାଦ୍ୟଶସ୍ୟ ସଞ୍ଚିତ କରିଥିବାରୁ ଧନୀ ଲୋକ ନିଜକୁ କ’ଣ କହିବାକୁ କହିଲା?

ସେ ନିଜକୁ ବିଶ୍ରାମ କରିବାକୁ, ଭୋଜନ କରିବାକୁ, ଆମୋଦ କରିବାକୁ କହିଲା।

Luke 12:20-30

ଧନୀ ଲୋକକୁ ଈଶ୍ଵର କ’ଣ କହିଲେ?

ସେ କହିଲେ, “ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହିସବୁ କାହାର ହେବ?”

Luke 12:31-32

ଜୀବନ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ, ଯୀଶୁ କ’ଣ କରିବା ଉଚିତ ବୋଲି କହିଲେ?

ଆମ୍ଭେମାନେ ଈଶ୍ଵରଙ୍କ ରାଜ୍ୟ ଖୋଜିବା ଉଚିତ ।

Luke 12:33-36

ଆମ୍ଭମାନଙ୍କର ଧନ କେଉଁଠାରେ ରହିବା ଉଚିତ ବୋଲି ଯୀଶୁ କହିଲେ?

ଆମ୍ଭମାନଙ୍କର ଧନ ସ୍ୱର୍ଗରେ ରହିବା ଉଚିତ ।

Luke 12:37-38

ଯୀଶୁଙ୍କ ଅନୁଯାୟୀ, ଈଶ୍ଵରଙ୍କ କେଉଁ ଦାସମାମାନେ ଧନ୍ୟ?

ଯେଉଁମାନେ ଯୀଶୁ ଆସିବା ଦେଖନ୍ତି ସେମାନେ ଧନ୍ୟ ।

Luke 12:39

ଆମ୍ଭେମାନେ ଯୀଶୁଙ୍କ ଆଗମନ ସମୟ ଜାଣୁ କି ?

ନାହିଁ [୧୨:୪୦]।

Luke 12:40-44

ଯୀଶୁ କେବେ ଆସିବେ ତାହା ଆମ୍ଭେମାନେ ଜାଣୁ କି?

ନା, ଯେତେବେଳେ ଆମ୍ଭେମାନେ ମନେ କରୁ ସେତେବେଳେ ସେ ଆସିବେ ନାହିଁ ।

Luke 12:45

ଯେଉଁ ଦାସ ଅନ୍ୟ ଦାସମାନଙ୍କୁ ଅପବ୍ୟବହାର କରେ ପୁଣି ତାହାଙ୍କ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ନ ଥାଏ ତାହାଙ୍କ ପ୍ରତି କ'ଣ ଘଟିବ ?

ପ୍ରଭୁ ତାହାଙ୍କୁ ଦ୍ଵିଖଣ୍ଡ କରିବେ ପୁଣି ତାହାଙ୍କ ନିମନ୍ତେ ଅବିଶ୍ଵସ୍ତମାନଙ୍କ ସହିତ ଏକ ସ୍ଥାନ ନିଯୁକ୍ତ କରିବେ [୧୨:୪୬]।

Luke 12:46

ଅନ୍ୟ ଦାସମାନଙ୍କୁ ଦୁର୍ବ୍ୟବହାର କରୁଥିବା ଏବଂ ପ୍ରଭୁଙ୍କ ଫେରିବା ପାଇଁ ପ୍ରସ୍ତୁତ ନଥିବା ଦାସ ସହିତ କ’ଣ ହେବ?

ପ୍ରଭୁ ତାକୁ ଦ୍ୱିଖଣ୍ଡ କରି ଅବିଶ୍ୱାସୀମାନଙ୍କ ସହିତ ଏକ ସ୍ଥାନ ନିଯୁକ୍ତ କରିବେ ।

Luke 12:47

ଯେଉଁମାନଙ୍କୁ ବହୁତ ପ୍ରଦତ୍ତ ହୋଇଅଛି ସେମାନଙ୍କଠାରୁ କ'ଣ ଦାବି କରାଯାଏ ?

ସେମାନଙ୍କଠାରୁ ବହୁତ ଦାବି କରାଯାଇଅଛି [୧୨:୪୮]।

Luke 12:48-50

ଯେଉଁମାନଙ୍କୁ ଅଧିକ ଦିଆଯାଏ ସେମାନଙ୍କଠାରୁ କ’ଣ ଦାବି କରାଯିବ?

ସେମାନଙ୍କଠାରୁ ବହୁତ ଦାବି କରାଯିବ।

Luke 12:51

ଯୀଶୁଙ୍କ ଅନୁସାରେ, ସେ କିପ୍ରକାର ଭେଦ ପୃଥିବୀ ଉପରେ ଆଣିବେ ?

ପରସ୍ପର ବିରୁଦ୍ଧରେ ଭେଦ ହୋଇ ଲୋକମାନେ ଏକ ଘରେ ରହିବେ [୧୨:୫୨-୫୩]।

Luke 12:52-56

ଯୀଶୁଙ୍କ ଅନୁଯାୟୀ, ସେ ପୃଥିବୀରେ କି ପ୍ରକାରର ଭେଦ ଆଣିବେ?

ଗୋଟିଏ ଗୃହରେ ଲୋକମାନେ ପରସ୍ପର ବିରୁଦ୍ଧରେ ବିଭକ୍ତ ହେବେ ।

Luke 12:57

ଯୀଶୁଙ୍କ ଅନୁସାରେ, ବିବାଦୀ ସହିତ ଶାସନକର୍ତ୍ତାଙ୍କ ପାଖକୁ ଯିବା ପୂର୍ବରୁ ଆମ୍ଭମାନଙ୍କୁ କ'ଣ କରିବା ଉଚିତ୍ ?

ସମର୍ପିତ ହେବା ପୂର୍ବରୁ ଆମ୍ଭେମାନେ ଘଟଣାକୁ ସମାଧନ କରିବା ଉଚିତ୍ [୧୨:୫୮]।

Luke 12:58-59

ଯୀଶୁଙ୍କ ଅନୁଯାୟୀ, ବିଚାରକର୍ତ୍ତାଙ୍କ ନିକଟରେ ଆମ୍ଭମାନଙ୍କର ବିବାଦୀ ସହିତ ଯିବା ପୂର୍ବରୁ ଆମ୍ଭେମାନେ କ’ଣ କରିବା ଉଚିତ?

ଆମ୍ଭେମାନେ ବିଚାରକର୍ତ୍ତାଙ୍କ ନିକଟକୁ ଯିବା ପୂର୍ବରୁ ଆମ୍ଭମାନଙ୍କର ବାଧ୍ୟତାମୂଳକ ଦାୟିତ୍ଵରୁ ମୁକ୍ତ ହେବା ପାଇଁ ଏକ ପ୍ରୟାସ କରିବା ଉଚିତ ।

Luke 13

Luke 13:1-2

ଯେହେତୁ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ସେମାନେ ଅଧିକ ପାପୀ ଥିଲେ ସେଥିପାଇଁ କି ଗାଲିଲୀୟମାନେ ପୀଲାତଙ୍କ ଦ୍ଵାରା ଏହିପରି ଭାବରେ ବଧ ହୋଇଥିଲେ ?

ନାହିଁ [୧୩:୩]।

Luke 13:3-7

ପୀଲାତଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିବାରୁ ଏହିପରି କଷ୍ଟ ପାଇଲେ କି?

ନା, ସେମାନେ ଅଧିକ ପାପୀ ନଥିଲେ ।

Luke 13:8

ଯୀଶୁଙ୍କ ଦୃଷ୍ଟାନ୍ତରେ, ଯେଉଁ ଡିମ୍ବିରି ଗଛ ଫଳ ଦେଉ ନଥିଲା ସେହି ଗଛ ସହ ଦାସ କ’ଣ କରିବାକୁ ଚାହିଁଲା?

ସେ ଏହାର ଚାରିପାଖରେ ଖୋଳିବାକୁ ଏବଂ ଖତ ଲଗାଇବାକୁ ଚାହିଁଲେ ଯାହାଫଳରେ ଏହା ଫଳ ଦେଇପାରିବ ।

Luke 13:9

ଯଦି ଡିମ୍ବିରି ଗଛ ଏକ ବର୍ଷ ପର୍ଯ୍ୟନ୍ତ ଖତ ଲଗାଇବା ପରେ ମଧ୍ୟ ଫଳଦେବ ନାହିଁ ଥେବେ ସେବକ କ’ଣ କରିବ?

ଯଦି ତଥାପି ଏହା ଫଳ ନ ଦିଏ, ତା’ର ମାଲିକ ଏହାକୁ କାଟିଦେବେ ।

Luke 13:10

ସମାଜଗୃହରେ, ଅଠର ବର୍ଷ ପର୍ଯ୍ୟନ୍ତ ସେହି କୁବ୍‌ଜା ହୋଇ ବସିଥିବାର କାରଣ କ'ଣ ଥିଲା ?

ଶୟତାନଠାରୁ ଏକ ଦୁର୍ବଳକାରୀ ଆତ୍ମା ତାହାଙ୍କୁ ବାନ୍ଧିଥିଲା [୧୩:୧୧,୧୬]।

Luke 13:11

ସମାଜଗୃହରେ, ମହିଳା ଜଣକ ଅଠର ବର୍ଷ ପର୍ଯ୍ୟନ୍ତ କୁବ୍‌ଜା ହୋଇ ରହିବାର କାରଣ କ’ଣ ଥିଲା?

ଦୁର୍ବଳକାରୀ ଆତ୍ମା ତାକୁ କୁବ୍‌ଜା କରି ରଖିଥିଲା, ସେ କୌଣସି ପ୍ରକାରେ ଆପଣାକୁ ସିଧା କରିପାରୁ ନ ଥିଲା ।

Luke 13:12-13

କାହିଁକି ସମାଜଗୃହର ଶାସକ ଅଧିକ କ୍ରୋଧିତ ହେଲେ ଯେତେବେଳେ ଯୀଶୁ ସେହି ସ୍ତ୍ରୀଲୋକଙ୍କୁ ସୁସ୍ଥ କଲେ ?

ଯେହେତୁ ଯୀଶୁ ତାହାଙ୍କୁ ବିଶ୍ରାମବାରରେ ସୁସ୍ଥ କଲେ [୧୩:୧୪]।

Luke 13:14

ଯେତେବେଳେ ଯୀଶୁ ସ୍ତ୍ରୀକୁ ସୁସ୍ଥ କଲେ, ସମାଜଗୃହର ଅଧ୍ୟକ୍ଷ କାହିଁକି ବିରକ୍ତ ହେଲେ?

ସେ ବିରକ୍ତ ହେଲେ କାରଣ ବିଶ୍ରାମବାରରେ ଯୀଶୁ ସେହି ସ୍ତ୍ରୀକୁ ସୁସ୍ଥ କରିଥିଲେ।

Luke 13:15-17

ସମାଜଗୃହର ଅଧ୍ୟକ୍ଷ ଜଣେ କପଟୀ ଥିଲେ ବୋଲି ଯୀଶୁ କିପରି ଦେଖାଇଲେ?

ଯୀଶୁ ତାଙ୍କୁ ସ୍ମରଣ କରାଇଲେ ଯେ ସେ ବିଶ୍ରାମବାରରେ ନିଜ ପଶୁକୁ ଖୋଲି ପାଣି ପାଣି ପିଆଆବ, ତଥାପି ସେ ବିଶ୍ରାମବାରରେ ଯେତେବେଳେ ଯୀଶୁ ସେହି ସ୍ତ୍ରୀକୁ ସୁସ୍ଥ କଲେ ସେତେବେଳେ ସେ ବିରକ୍ତ ହେଲେ।

Luke 13:18

କିପରି ଈଶ୍ଵରଙ୍କ ରାଜ୍ୟ ଏକ ସୋରିଷ ଦାନା ସଦୃଶ୍ୟ ଅଟେ ?

କାରଣ ଏହା ଏକ ପ୍ରକାର ଦାନା ପରି, କିନ୍ତୁ ତା'ପରେ ତାହା ଅନେକ ଶାଖା ସହିତ ବଡ ହୋଇଯାଏ [୧୩:୧୯]।

Luke 13:19-21

ଈଶ୍ଵରଙ୍କ ରାଜ୍ୟ କିପରି ସୋରିଷ ଦାନା ପରି ଅଟେ?

ଈଶ୍ଵରଙ୍କ ରାଜ୍ୟ ସୋରିଷ ଦାନା ପରି ଛୋଟ, କିନ୍ତୁ ତା’ପରେ ତାହା ବଢ଼ି ଗଛ ହୁଏ ।

Luke 13:22-23

ଯେତେବେଳେ ଅନେକେ ପରିତ୍ରାଣ ପାଇବେ କି ପଚାରଗଲା, ସେତେବେଳେ ଯୀଶୁ କ'ଣ ଉତ୍ତର ଦେଲେ ?

ସେ କହିଲେ, "ସଂକୀର୍ଣ୍ଣ ଦ୍ଵାରା ଦେଇ ପ୍ରବେଶ କରିବାକୁ ପ୍ରାଣ ପଣ କର, ଯେହେତୁ ଅନେକେ ଚେଷ୍ଟା କରିବେ ଏବଂ ପ୍ରବେଶ କରିବାରେ ସକ୍ଷମ ହେବେ ନାହିଁ [୧୩:୨୪]।"

Luke 13:24-27

ଯେତେବେଳେ ଅନେକଙ୍କୁ ଉଦ୍ଧାର କରାଯିବ ବୋଲି ପଚରାଗଲା, ଯୀଶୁ କ’ଣ ଉତ୍ତର ଦେଲେ?

ସେ କହିଲେ, “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।”

Luke 13:28-30

ବାହାରେ ଫୋପାଡି ଦିଆଯାଇଥିବା ଏବଂ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ସକ୍ଷମ ନଥିବା ଲୋକମାନେ କ’ଣ କରିବେ?

ସେମାନେ ରୋଦନ ଏବଂ ଦାନ୍ତ କଡ଼ମଡ଼ କରିବେ।

ଈଶ୍ଵରଙ୍କ ରାଜ୍ୟରେ କିଏ ରହିବେ?

ବ୍ରହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀ ଏବଂ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣରୁ ଅନେକ ଲୋକ ଏହି ରାଜ୍ୟରେ ରହିବେ।

Luke 13:31-32

ଯୀଶୁ କେଉଁଠାରେ ବଧ ହେବେ ବୋଲି ସେ କହିଲେ ?

ସେ ଯିରୂଶାଲମରେ ବଧ ହେବେ [୧୩:୩୩]।

Luke 13:33

ଜଣେ ଭାବବାଦୀର ନିହତ କେଉଁଠାରେ ହେବା ଉଚିତ ବୋଲି ଯୀଶୁ କହିଲେ?

ଯିରୂଶାଲମ ସହରର ବାହାରେ ଜଣେ ଭାବବାଦୀର ନିହତ ହେବା ଉଚିତ ନୁହେଁ ।

Luke 13:34

ଯିରୂଶାଲମର ଲୋକମାନଙ୍କ ସହ ଯୀଶୁ କ’ଣ କରିବାକୁ ଇଚ୍ଛା କଲେ?

କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ସେ ସେମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲା ।

ଯିରୂଶାଲମର ଲୋକମାନେ ଯୀଶୁଙ୍କ ଇଚ୍ଛାକୁ କିପରି ଗ୍ରହଣ କଲେ?

ସେମାନେ ଯୀଶୁଙ୍କ ଦ୍ୱାରା ଏକତ୍ରିତ ହେବାକୁ ଇଚ୍ଛା କଲେ ନାହିଁ ।

Luke 13:35

ଯିରୂଶାଲମ ଏବଂ ଏହାର ଲୋକମାନଙ୍କ ବିଷୟରେ ଯୀଶୁ କ’ଣ ଭବିଷ୍ୟବାଣୀ କରିଥିଲେ?

ସେମାନଙ୍କର ଘର ପରିତ୍ୟକ୍ତ ହେବ, ଏବଂ ସେମାନେ ଯୀଶୁଙ୍କୁ ଆଉ ଦେଖିବେ ନାହିଁ, ଯେପର୍ଯ୍ୟନ୍ତ ସେମାନେ କହିବେ, “ପ୍ରଭୁଙ୍କ ନାମରେ ଆସୁଥିବା ଲୋକ ଧନ୍ୟ!”

Luke 14

Luke 14:1-2

ଜଳୋଦର ରୋଗରେ ପୀଡିତ ଥିବା ବ୍ୟକ୍ତି ତାହାଙ୍କ ସମ୍ମୁଁଖରେ ଠିଆହୋଇଥିବା ବେଳେ, ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଯୀଶୁ କ'ଣ ପଚାରିଲେ ?

ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ ଅଟେ, କି ନାହିଁ [୧୪:୩]?

Luke 14:3

ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଯୀଶୁ କ’ଣ ପଚାରିଲେ?

ବିଶ୍ରାମବାରରେ ସୁସ୍ଥ ହେବା ବିଧିସଙ୍ଗତ କି ନୁହେଁ ବୋଲି ସେ ସେମାନଙ୍କୁ ପଚାରିଲେ?

Luke 14:4

ଯୀଶୁଙ୍କୁ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନ କ’ଣ ଉତ୍ତର ଦେଇଥିଲେ?

ସେମାନେ ନୀରବ ରହିଲେ।

Luke 14:5-9

ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାଣେ କପଟୀ ବୋଲି ଯୀଶୁ କିପରି ଦେଖାଇଲେ?

ଯୀଶୁ ସେମାନଙ୍କୁ ସ୍ମରଣ କରାଇଲେ ଯେ ସେମାନେ ନିଜ ନିଜ ପୁତ୍ର କିମ୍ବା ପଶୁକୁ ବିଶ୍ରାମବାରରେ କୂଅରେ କୂଅରେ ପଡ଼ିଲେ ଉଠାଇବେ ।

Luke 14:10

ଯେକେହି ନିଜକୁ ଉନ୍ନତ କରେ ସେମାନଙ୍କ ପ୍ରତି କ'ଣ ଘଟିବ ବୋଲି ଯୀଶୁ କହିଲେ ?

ସେ ନତ ହେବେ [୧୪:୧୧]।

ଯେକେହି ନିଜକୁ ନତ କରେ ସେମାନଙ୍କ ପ୍ରତି କ'ଣ ଘଟିବ ବୋଲି ଯୀଶୁ କହିଲେ ?

ସେ ଉନ୍ନତ ହେବ [୧୪:୧୧]।

Luke 14:11-12

ଯିଏ ନିଜକୁ ଉନ୍ନତ କରେ, ସେ କ’ଣ ହେବ ବୋଲି ଯୀଶୁ କହିଲେ?

ଯିଏ ନିଜକୁ ଉନ୍ନତ କରେ, ସେ ନତ ହେବ।

ଯିଏ ନିଜକୁ ନତ କରେ ତା’ର କ’ଣ ହେବ ବୋଲି ଯୀଶୁ କହିଲେ?

ଯିଏ ନିଜକୁ ନତ କରିବ ସେ ଉନ୍ନତ କରାଯିବ।

Luke 14:13

ଯୀଶୁଙ୍କ ଅନୁସାରେ, ଜଣେ ବ୍ୟକ୍ତି ଯେ ଦରିଦ୍ର, ପଙ୍ଗୁ, ଖଞ୍ଜ, ଏବଂ ଅନ୍ଧମାନଙ୍କୁ ଆପଣା ଗୃହକୁ ନିମନ୍ତ୍ରଣ କରେ ସେ କିପରି ପୁରଷ୍କୃତ ହେବେ ?

ଧାର୍ମିକମାନଙ୍କ ପୁନରୁତ୍ଥାନରେ ସେମାନଙ୍କୁ ପ୍ରତିଦାନ ଦିଆଯିବ [୧୪:୧୪]।

Luke 14:14-17

ଯୀଶୁଙ୍କ ଅନୁଯାୟୀ, ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିଜ ଗୃହକୁ ନିମନ୍ତ୍ରଣ କରୁଥିବା ବ୍ୟକ୍ତିକୁ କିପରି ପୁରସ୍କୃତ କରାଯିବ?

ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ସେମାନଙ୍କୁ ପରିଶୋଧ କରାଯିବ।

Luke 14:18-20

ରାତ୍ରୀ ଭୋଜନର ଯୀଶୁଙ୍କ ଦୃଷ୍ଟାନ୍ତରେ, ଯେଉଁମାନେ ପ୍ରଥମେ ନିମନ୍ତ୍ରିତ ହୋଇଥିଲେ ସେମାନେ କ’ଣ କଲେ?

ସେମାନେ କାହିଁକି ରାତ୍ରୀ ଭୋଜନକୁ ଆସିପାରିବେ ନାହିଁ ତାହା କହି ବାହାନା କରିବାକୁ ଲାଗିଲେ।

Luke 14:21-23

ତା’ପରେ ପ୍ରଭୁ ତାଙ୍କ ରାତ୍ରୀ ଭୋଜନକୁ କାହାକୁ ନିମନ୍ତ୍ରଣ କଲେ?

ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ନିମନ୍ତ୍ରଣ କଲେ।

Luke 14:24

ତା’ପରେ ଯେଉଁମାନେ ପ୍ରଥମେ ତାଙ୍କ ରାତ୍ରୀ ଭୋଜନକୁ ନିମନ୍ତ୍ରିତ ହୋଇଥିଲେ ସେମାନଙ୍କ ବିଷୟରେ ପ୍ରଭୁ କ’ଣ କହିଲେ?

ସେମାନଙ୍କ ମଧ୍ୟରୁ କେହି ତାଙ୍କ ରାତ୍ରୀ ଭୋଜନର ସ୍ୱାଦ ପାଇବେ ନାହିଁ ବୋଲି ସେ କହିଲେ।

Luke 14:25

ଯୀଶୁଙ୍କ ଅନୁସାରେ, ତାହାଙ୍କ ଶିଷ୍ୟମାନେ କ'ଣ କରିବା ଆବଶ୍ୟକ ?

ସେମାନେ ଆପଣା ପରିବାର ଓ ଜୀବନକୁ ଘୃଣା କରିବା ଆବଶ୍ୟକ, ଆପଣା କ୍ରୁଶ ବହନ କରି, ତାହାଙ୍କ ଅନୁଗାମୀ, ଏବଂ ସେମାନଙ୍କର ସର୍ବସ୍ଵ ତ୍ୟାଗ କରିବା ଆବଶ୍ୟକ [୧୪:୨୬-୨୭,୩୩]।

Luke 14:26

ଯୀଶୁଙ୍କ ଅନୁଯାୟୀ, ତାଙ୍କ ଶିଷ୍ୟମାନେ କ'ଣ କରିବା ଉଚିତ?

ଯୀଶୁଙ୍କ ଶିଷ୍ୟ ହେବା ପାଇଁ ସେମାନେ ନିଜ ପରିବାର ଏବଂ ଜୀବନକୁ ଘୃଣା କରିବା ଜରୁରୀ ।

Luke 14:27

ଯୀଶୁଙ୍କ ଅନୁଯାୟୀ, ତାଙ୍କ ଶିଷ୍ୟମାନେ ଆଉ କ’ଣ କରିବା ଉଚିତ?

ପ୍ରତ୍ୟେକ ଶିଷ୍ୟ ନିଜ କ୍ରୁଶ ବହନ କରିବା ଉଚିତ ଏବଂ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଯୀଶୁଙ୍କ ଅନୁସରଣ କରିବା ଆବଶ୍ୟକ ।

Luke 14:28-32

ଯୀଶୁଙ୍କୁ ଅନୁସରଣ କରିବା ଆବଶ୍ୟକ କରୁଥିବା ବିଷୟରେ ଯୀଶୁଙ୍କ ଉଦାହରଣରେ, ପ୍ରହରୀ-ଗୃହ ନିର୍ମାଣ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ପ୍ରଥମେ କ’ଣ କରିବା ଉଚିତ?

ସେହି ବ୍ୟକ୍ତି ନିଶ୍ଚିତ ଭାବରେ ଅର୍ଥବଳ ଗଣନା କରିବା ଉଚିତ ।

Luke 14:33

ଯୀଶୁଙ୍କ ଅନୁଯାୟୀ, ତାଙ୍କ ଶିଷ୍ୟମାନେ କ'ଣ କରିବା ଉଚିତ?

ସେମାନେ ନିଜର ସବୁ କିଛି ତ୍ୟାଗ କରିବା ଜରୁରୀ ।

Luke 14:34

ଯଦି ଲବଣ ତାହାର ସ୍ଵାଦକୁ ହରାଏ, ତେବେ ତାହା ସହିତ କ'ଣ କରାଯାଏ ?

ଏହାକୁ ଫୋପାଡି ଦିଆଯାଏ [୧୪:୩୫]।

Luke 14:35

ଯଦି ଲବଣଏହାର ସ୍ୱାଦ ହରାଏ, ତେବେ ଏହା ସହିତ କ’ଣ କରାଯାଏ?

ଏହାକୁ ଫିଙ୍ଗି ଦିଆଯାଏ ।

Luke 15

Luke 15:3

ଯୀଶୁଙ୍କ ଦୃଷ୍ଟାନ୍ତରେ, ଜଣେ ମେଷପାଳକ କ'ଣ କରେ ଯାହାର ଶହେ ମେଣ୍ଡାମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ ?

ସେ ଅନେଶ୍ଵତଙ୍କୁ ଛାଡେ ପୁଣି ହଜିଥିବା ମେଣ୍ଡାକୁ ଖୋଜିବାକୁ ଯାଏ, ତା'ପରେ ତାହାକୁ ଆନନ୍ଦରେ ଘେନିଆସେ [୧୫:୪-୫]।

Luke 15:4

ଯୀଶୁଙ୍କ ଦୃଷ୍ଟାନ୍ତରେ, ମେଷପାଳକ ତାର ଶହେ ମେଣ୍ଢା ମଧ୍ୟରୁ ଗୋଟିଏ ହରାଇଲେ କ’ଣ କରେ?

ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ।

Luke 15:5-7

ଯୀଶୁଙ୍କ ଦୃଷ୍ଟାନ୍ତରେ, ମେଷପାଳକ ହଜିଯାଇଥିବା ମେଣ୍ଢା ପାଇଲେ କ’ଣ କରେ?

ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ ।

Luke 15:8

ଯୀଶୁଙ୍କ ଦୃଷ୍ଟାନ୍ତରେ, ସ୍ତ୍ରୀ ତା’ର ଦଶ ରୂପା ମୁଦ୍ରା ମଧ୍ୟରୁ ଗୋଟିଏ ହରାଇଲା ପରେ କ’ଣ କରେ?

ସେ ନ ପାଇବା ପର୍ଯ୍ୟନ୍ତ ସେ ଯତ୍ନର ସହ ଏହା ଖୋଜେ ।

Luke 15:9

ଯୀଶୁଙ୍କ ଦୃଷ୍ଟାନ୍ତରେ, ସ୍ତ୍ରୀ ଯେତେବେଳେ ହଜିଯାଇଥିବା ରୂପା ମୁଦ୍ରା ପାଏ ସେତେବେଳେ ସେ କ’ଣ କରେ?

ସେ ନିଜ ବନ୍ଧୁ ଓ ପ୍ରତିବାସୀମାନଙ୍କ ସହିତ ଆନନ୍ଦ କରେ ।

Luke 15:10

ଜଣେ ପାପୀ ମନ ପରିବର୍ତ୍ତନ କଲାବେଳେ ସ୍ୱର୍ଗରେ କ’ଣ ହୁଏ?

ଈଶ୍ଵରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ ।

Luke 15:11

ଯୀଶୁଙ୍କ ଦୃଷ୍ଟାନ୍ତରେ, ସାନ ପୁଅ ତାହାଙ୍କ ବାପାଙ୍କୁ କେଉଁ ଅନୁରୋଧ କଲା ?

ସମ୍ପତ୍ତିର ଯେଉଁ ଭାଗ ମୁଁ ପାଇବାକୁ ଯୋଗ୍ୟ ବର୍ତ୍ତମାନ ମୋତେ ଦିଅନ୍ତୁ [୧୫:୧୨]।

Luke 15:12

ଯୀଶୁଙ୍କ ଦୃଷ୍ଟାନ୍ତରେ, ସାନ ପୁତ୍ର ତାର ପିତାଙ୍କୁ କ’ଣ ଅନୁରୋଧ କଲା?

ସେ ତାର ପିତାଙ୍କୁ ତୁରନ୍ତ ତାକୁ ସେହି ସମ୍ପତ୍ତି ଦେବାକୁ କହିଲା ଯାହାର ସେ ଉତ୍ତରାଧିକାରୀ ହେବ ।

Luke 15:13-14

ସାନ ପୁତ୍ର ତାର ସମ୍ପତ୍ତି ସହ କ’ଣ କଲା?

ସେ ବେପରୁଆ ଜୀବନଯାପନ କରି ଟଙ୍କା ସମସ୍ତ ଅପବ୍ୟୟ କଲା ।

Luke 15:15-16

ତାର ଟଙ୍କା ସରିଯିବା ପରେ ସାନ ପୁତ୍ର ବଞ୍ଚିବା ପାଇଁ କ’ଣ କଲା?

ସେ ଅନ୍ୟର ଘୁଷୁରିମାନଙ୍କୁ ଖାଇବାକୁ ଦେବା ପାଇଁ ନିଜକୁ ନିୟୋଜିତ କଲା ।

Luke 15:17

ଯେତେବେଳେ ସେ ସ୍ପଷ୍ଟ ଭାବରେ ଚିନ୍ତା କରିବା ଆରମ୍ଭ କଲା, ସାନ ପୁଅ କ'ଣ କରିବାକୁ ସ୍ଥିର କଲା ?

ତାହାଙ୍କ ବାପାଙ୍କ ପାଖକୁ ଯାଇ ତାହାର ପାପ ସ୍ଵୀକାର କରିବାକୁ ସ୍ଥିର କଲା, ଏବଂ ତାହାଙ୍କର ଜଣେ ମୂଲିଆ ପରି ତାହାକୁ ରଖିବାକୁ ଅନୁରୋଧ କଲା [୧୫:୧୮-୧୯]।

Luke 15:18

ଯେତେବେଳେ ସେ ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ଲାଗିଲେ, ସାନ ପୁତ୍ର କ’ଣ କରିବାକୁ ସ୍ଥିର କଲା?

ସେ ଯାଇ ନିଜ ପିତାଙ୍କ ନିକଟରେ ନିଜର ପାପ ସ୍ୱୀକାର କରିବାକୁ ସ୍ଥିର କଲା।

Luke 15:19

ସାନ ପୁତ୍ର ତାର ପିତାଙ୍କୁ ତା’ପାଇଁ କ’ଣ କରିବାକୁ କହିବାକୁ ଯୋଜନା କଲା?

ସେ ତାର ପିତାଙ୍କୁ ତାଙ୍କର ଜଣେ ଦାସ ଭାବରେ ନିଯୁକ୍ତି ଦେବାକୁ କହିବାକୁ ଯୋଜନା କଲା ।

Luke 15:20-21

ସାନ ପୁତ୍ର ଗୃହକୁ ଫେରୁଥିବା ଦେଖି ପିତା କ’ଣ କଲେ?

ତାର ପିତା ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।

Luke 15:22

ସାନ ପୁତ୍ର ପାଇଁ ପିତା ଶୀଘ୍ର କ’ଣ କଲେ?

ପିତା ତାକୁ ବସ୍ତ୍ର, ଗୋଟିଏ ମୁଦି ଏବଂ ପାଦୁକା ଦେଲେ।

Luke 15:23-27

ପିତା ତାଙ୍କ ସାନ ପୁତ୍ରର ପ୍ରତ୍ୟାବର୍ତ୍ତନକୁ କିପରି ପାଳନ କଲେ?

ପିତା ଦାସମାନଙ୍କୁ ହୃଷ୍ଟ ପୃଷ୍ଟ ପଶୁ ହତ୍ୟା କରି ଭୋଜନ ପ୍ରସ୍ତୁତ କରିବାକୁ କହିଲେ।

Luke 15:28

ସାନପୁତ୍ର ପାଇଁ ଭୋଜି ବିଷୟରେ ଯେତେବେଳେ ବଡ଼ ପୁତ୍ରକୁ କୁହାଗଲା ସେତେବେଳେ ବଡ ପୁତ୍ରର ଉତ୍ତର କ’ଣ ଥିଲା?

ସେ ରାଗିଯାଇ ଭିତରକୁ ଗଲା ନାହିଁ ।

Luke 15:29-30

ବଡ ପୁତ୍ରର ପିତାଙ୍କ ପ୍ରତି ଅଭିଯୋଗ କ’ଣ ଥିଲା?

ବଡ ପୁତ୍ର ଅଭିଯୋଗ କଲା ଯେ ସେ ତାଙ୍କ ପିତାଙ୍କ ନିୟମ ପାଳନ କରିଛି, କିନ୍ତୁ ତାର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ କେବେ ବି ଛେଳି ଛୁଆଟିଏ ସୁଦ୍ଧା ଦିଆଯାଇ ନାହିଁ।

Luke 15:31

ବଡ ପୁତ୍ରକୁ ପିତାଙ୍କ ଉତ୍ତର କ’ଣ ଥିଲା?

ସେ କହିଲେ, “ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର।”

Luke 15:32

ସାନ ପୁତ୍ର ପାଇଁ ଉତ୍ସବ ଓ ଆନନ୍ଦ କରିବା ଠିକ୍ ବୋଲି ପିତା କାହିଁକି କହିଲେ?

ଉତ୍ସବ ଓ ଆନନ୍ଦ କରିବା ଠିକ୍ ଥିଲା କାରଣ ସାନ ପୁତ୍ର ହଜି ଯାଇଥିଲା ଏବଂ ମିଳିଥିଲା ।

Luke 16

Luke 16:1-4

ଧନୀ ବ୍ୟକ୍ତି ତାଙ୍କ ବେବର୍ତ୍ତା ବିଷୟରେ କେଉଁ ବିଷୟ ଶୁଣିଲେ?

ସେ ଶୁଣିଲେ ଯେ ବେବର୍ତ୍ତା ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ନଷ୍ଟ କରୁଛି।

Luke 16:5

ବେବର୍ତ୍ତାପଦରୁ ବାହାରିବା ପୂର୍ବରୁ ବେବର୍ତ୍ତା କ’ଣ କଲା?

ସେ ତାର ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକିଲେ।

Luke 16:6

ତାଙ୍କ ପ୍ରଭୁଙ୍କ ପ୍ରଥମ ଖାତକ ପାଇଁ ବେବର୍ତ୍ତା କ’ଣ କଲେ?

ସେ ତାକୁ ଧାର ହ୍ରାସ କରିବାକୁ ଅନୁମତି ଦେଲେ।

Luke 16:7

ବେବର୍ତ୍ତା ତାର ପ୍ରଭୁଙ୍କ ଦ୍ୱିତୀୟ ଖାତକ ପାଇଁ କ’ଣ କଲେ?

ସେ ତାକୁ ଧାର ହ୍ରାସ କରିବାକୁ ମଧ୍ୟ ଅନୁମତି ଦେଲେ।

Luke 16:8

ବେବର୍ତ୍ତାର କାର୍ଯ୍ୟରେ ଧନୀ ବ୍ୟକ୍ତିଙ୍କ ଉତ୍ତର କ’ଣ ଥିଲା?

ସେ ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ବେବର୍ତ୍ତାକୁଜ୍ ପ୍ରଶଂସା କଲେ।

Luke 16:9

ଏହି କାହାଣୀ ଉପରେ ଆଧାର କରି ଯୀଶୁ ଅନ୍ୟମାନଙ୍କୁ କ’ଣ କରିବାକୁ କହିଲେ?

ସେ କହିଲେ, "ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ।"

Luke 16:10-12

ଅଳ୍ପ ବିଷୟରେ ବିଶ୍ୱସ୍ତ ଥିବା ବ୍ୟକ୍ତି ବିଷୟରେ ଯୀଶୁ କ’ଣ କହିଲେ?

ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ରହିବ ।

Luke 16:13-15

ଯୀଶୁ କହିଲେ ଯେ ଆମ୍ଭେମାନେ ପ୍ରଭୁଙ୍କର ସେବା କରିପାରିବା ନାହିଁ । ସେ କେଉଁ ଦୁଇ ପ୍ରଭୁଙ୍କ ବିଷୟରେ କହୁଥିଲେ?

ଆମ୍ଭେମାନେ ଈଶ୍ଵରଙ୍କ ସେବା କରିବା ଏବଂ ଧନ ସେବା କରିବା ମଧ୍ୟରେ ବାଛିବା ଆବଶ୍ୟକ ଅଟେ ।

Luke 16:16-17

ଯୋହନଙ୍କଠାରୁ, ଈଶ୍ଵରଙ୍କ ରାଜ୍ୟ ଏକ ସୁସମାଚାର ଭାବରେ ପ୍ରଚାର ହେଲା । ଯୋହନଙ୍କ ପୂର୍ବରୁ କେଉଁ ଦୁଇଟି ବିଷୟ କାର୍ଯ୍ୟକାରୀ ହୋଇଥିଲା?

ଯୋହନଙ୍କ ପର୍ଯ୍ୟନ୍ତ ବ୍ୟବସ୍ଥା ଓ ଭାବବାଦୀମାନେ ଥିଲେ।

ଯୀଶୁଙ୍କ ଅନୁଯାୟୀ, ବର୍ତ୍ତମାନ କ’ଣ ପ୍ରଚାର କରାଯାଉଛି?

ଈଶ୍ଵରଙ୍କ ରାଜ୍ୟର ସୁସମାଚାର ବର୍ତ୍ତମାନ ପ୍ରଚାର କରାଯାଉଛି ।

Luke 16:18-21

ଯୀଶୁଙ୍କ ଅନୁଯାୟୀ, ନିଜ ପତ୍ନୀକୁ ଛାଡପତ୍ର ଦେଇ ଅନ୍ୟ ଜଣକୁ ବିବାହ କରୁଥିବା ବ୍ୟକ୍ତି ଦ୍ୱାରା କେଉଁ ପାପ କରାଯାଏ?

ଯିଏ ନିଜ ପତ୍ନୀକୁ ଛାଡପତ୍ର ଦେଇ ଅନ୍ୟକୁ ବିବାହ କରେ ସେ ବ୍ୟଭିଚାର କରେ।

Luke 16:22

ଯୀଶୁଙ୍କ କାହାଣୀରେ, ଭିକାରୀ ଲାଜାର ମୃତ୍ୟୁ ପରେ କୁଆଡେ ଗଲା?

ଗରିବ ଲୋକ ଲାଜାରଙ୍କୁ ଦୂତମାନେ ଅବ୍ରହାମଙ୍କ କୋଳକୁ ନେଇଗଲେ।

Luke 16:23

ଧନୀ ବ୍ୟକ୍ତି ସହ ମୃତ୍ୟୁ ପରେ କ’ଣ ହେଲା?

ତାକୁ ପାତାଳରେ ଯନ୍ତ୍ରଣା ଦିଆଯାଇଥିଲା।

Luke 16:24

ଧନୀ ଲୋକ ଅବ୍ରହାମଙ୍କୁ ପ୍ରଥମ ଅନୁରୋଧ କ’ଣ କଲା?

ସେ ଅବ୍ରହାମଙ୍କୁ ଲାଜାରଙ୍କୁ ଟିକିଏ ପାଣି ଆଣିବାକୁ ପଠାଇବାକୁ କହିଲା କାରଣ ସେ ନିଆଁରେ ବହୁତ ଯନ୍ତ୍ରଣା ଭୋଗୁଥିଲା।

Luke 16:25

ଧନୀ ଲୋକଙ୍କ ପ୍ରତି ଅବ୍ରହାମଙ୍କ ଉତ୍ତର କ'ଣ ଥିଲା ?

ସେ କହିଲେ, "ଆମ୍ଭମାନଙ୍କ ମଧ୍ୟରେ ସେଠାରେ ବୃହତ ବ୍ୟବଧନ ଅଛି ଯାହା କୌଣସି ଲୋକ ଅତିକ୍ରମ କରି ପାରନ୍ତି ନାହିଁ [୧୬:୨୬]।"

Luke 16:26

ଧନୀ ବ୍ୟକ୍ତିକୁ ଅବ୍ରହାମଙ୍କର ଉତ୍ତର କ’ଣ ଥିଲା?

ସେ କହିଲେ ଯେ ସେମାନଙ୍କ ମଧ୍ୟରେ ଏକ ବହୁତ ବଡ଼ ବ୍ୟବଧାନ ଅଛି ଯାହାକୁ କେହି ପାର ହୋଇ ପାରିବ ନାହିଁ।

Luke 16:27

ଧନୀ ଲୋକ ଅବ୍ରହାମଙ୍କୁ ଦ୍ୱିତୀୟ ଅନୁରୋଧ କ’ଣ କଲା?

ସେ ଅବ୍ରହାମଙ୍କୁ ଲାଜାରଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇବାକୁ କହିଲା।

Luke 16:28

କାହିଁକି ଧନୀ ଲୋକ ଲାଜାରଙ୍କୁ ତାଙ୍କ ପିତାଙ୍କ ଗୃହକୁ ଯିବାକୁ ଚାହୁଁଥିଲା?

ଲାଜାର ନିଜ ଭାଇମାନଙ୍କୁ ପାତଳ ବିଷୟରେ ଚେତାବନୀ ଦେବାକୁ ଚାହୁଁଥିଲା ।

Luke 16:29-30

ଧନୀ ବ୍ୟକ୍ତିକୁ ଅବ୍ରହାମଙ୍କର ଉତ୍ତର କ’ଣ ଥିଲା?

ସେ କହିଲେ ଯେ ଧନୀ ବ୍ୟକ୍ତିଙ୍କ ଭାଇମାନଙ୍କର ମୋଶା ଏବଂ ଭାବବାଦୀ ଅଛନ୍ତି, ଏବଂ ସେମାନେ ସେମାନଙ୍କ କଥା ଶୁଣି ପାରିବେ।

Luke 16:31

ଅବ୍ରହାମ କହିଲେ ଯେ ଯଦି ସେମାନେ ମୋଶା ଏବଂ ଭାବବାଦୀଙ୍କ କଥା ଶୁଣନ୍ତି ନାହିଁ, ତେବେ ସେମାନଙ୍କୁ ଆଉ କ’ଣ ପ୍ରବର୍ତ୍ତାଇବ ନାହିଁ?

ଯଦି କେହି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଥିଲେ ମଧ୍ୟ ସେମାନେ ବିଶ୍ୱାସ କରିବେ ନାହିଁ ।

Luke 17

Luke 17:3

ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ବିରୁଦ୍ଧରେ ପାପ କରେ ପୁଣି ଫେରି ଆସି କହେ, "ମୁଁ ମନ ପରିବର୍ତ୍ତନ କରୁଅଛି" ଆମ୍ଭେମାନେ କ'ଣ କରିବା ଆବଶ୍ୟକ ବୋଲି ଯୀଶୁ କହିଲେ ?

ଆମ୍ଭେମାନେ ତାହାକୁ କ୍ଷମା କରିବା ଆବଶ୍ୟକ [୧୭:୪]।

Luke 17:4-8

ଯଦି ଆମ୍ଭମାନଙ୍କ ଭାଇ ଦିନରେ ସାତଥର ପାପ କରନ୍ତି ଏବଂ ସାତଥର ଫେରି ଆସି, “ମୁଁ ଅନୁତାପ କରେ” ବୋଲି କହେ ତେବେ ଆମ୍ଭେମାନେ କ’ଣ କରିବା ଉଚିତ ବୋଲି ଯୀଶୁ କହିଲେ?

ଆମ୍ଭେମାନେ ପ୍ରତ୍ୟେକ ଥର ତାକୁ କ୍ଷମା କରିବା ଉଚିତ ।

Luke 17:9

ଦାସମାନଙ୍କ ପରି, ଆମ୍ଭର ପ୍ରଭୁଙ୍କ ଦ୍ଵାରା ଆମ୍ଭର ସମସ୍ତ କର୍ମ ପାଇଁ ପ୍ରଶଂସିତ ହେଲା ପରେ ଆମ୍ଭମାନଙ୍କୁ କ'ଣ କହିବା ଉଚିତ୍ ?

ଆମ୍ଭେମାନେ କହିବା ଉଚିତ୍, "ଆମ୍ଭେମାନେ ଅଯୋଗ୍ୟ ଦାସମାନେ; ଆମ୍ଭେମାନେ ଯାହା କରିବା ଉଚିତ୍ କେବଳ ତାହା ହିଁ ଆମ୍ଭେମାନେ କରିଅଛୁ [୧୭:୧୦]।"

Luke 17:10

ଦାସ ଭାବରେ, ଆମ୍ଭମାନଙ୍କ ପ୍ରଭୁଙ୍କ ଦ୍ୱାରା ଆମ୍ଭମାନଙ୍କକୁ ଯାହା ଆଦେଶ ଦିଆଯାଇଛି, ତାହା କରିବା ପରେ ଆମ୍ଭେମାନେ କ’ଣ କହିବା ଉଚିତ?

ଆମ୍ଭେମାନେ କହିବା ଉଚିତ, “ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ । ”

Luke 17:11

ସେମାନେ ଯୀଶୁଙ୍କୁ କ'ଣ କହିଲେ ?

ସେମାନେ କହିଲେ, "ଯୀଶୁ, ପ୍ରଭୁ, ଆମ୍ଭମାନଙ୍କ ଉପରେ ଦୟା କର [୧୭:୧୩]।"

Luke 17:12

ଶମିରୋଣ ଓ ଗାଲିଲୀର ସୀମାନ୍ତବର୍ତ୍ତୀ ଏକ ଗ୍ରାମରେ ପ୍ରବେଶ କରିବା ସମୟରେ ଯୀଶୁ କାହାକୁ ସାକ୍ଷାତ କଲେ?

ସେ ଦଶ ଜଣ କୁଷ୍ଠରୋଗୀଙ୍କୁ ସାକ୍ଷାତ କଲେ ।

Luke 17:13

ଦଶ ଜଣ କୁଷ୍ଠରୋଗୀ ଯୀଶୁଙ୍କୁ କ’ଣ କହିଲେ?

ସେମାନେ କହିଲେ, “ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ ।”

Luke 17:14

କୁଷ୍ଠରୋଗୀମାନଙ୍କୁ ଯୀଶୁ କ’ଣ କରିବାକୁ କହିଲେ?

ସେ ଯାଇ ଯାଜକମାନଙ୍କୁ ଦେଖା କରିବାକୁ କହିଲେ।

କୁଷ୍ଠରୋଗୀମାନେ ଯାଜକମାନଙ୍କ ନିକଟକୁ ଯିବାବେଳେ କ’ଣ ହେଲା?

ସେମାନଙ୍କୁ ସୁସ୍ଥ କରାଯାଇଥିଲା।

Luke 17:15

ଦଶ ଜଣ କୁଷ୍ଠରୋଗୀଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କୁ ଧନ୍ୟବାଦ ଦେବାକୁ ଫେରି ଆସିଲେ?

କେବଳ ଜଣେ ଫେରି ଆସିଥିଲା।

Luke 17:16-19

କୁଷ୍ଠରୋଗୀ ଯିଏ ଯୀଶୁଙ୍କୁ ଧନ୍ୟବାଦ ଦେବା ପାଇଁ ଫେରି ଆସିଥିଲା ସେ କେଉଁଠାରୁ ଆସିଥିଲା ?

ସେ ଶମିରୋଣର ଥିଲା।

Luke 17:20

ଯେତେବେଳେ ଆଗାମୀ ରାଜ୍ୟ ବିଷୟରେ ପଚାରାଗଲା, ସେତେବେଳେ ଯୀଶୁ ଈଶ୍ଵରଙ୍କ ରାଜ୍ୟ କେଉଁଠି ଅଛି ବୋଲି କହିଲେ ?

ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି [୧୭:୨୧]।

Luke 17:21

ଯେତେବେଳେ ରାଜ୍ୟର ଆଗମନ ବିଷୟରେ ପଚରାଗଲା, ଈଶ୍ଵରଙ୍କ ରାଜ୍ୟ କେଉଁଠାରେ ବୋଲି ଯୀଶୁ କହିଲେ?

ସେ କହିଲେ ଯେ ଈଶ୍ଵରଙ୍କ ରାଜ୍ୟ ସେମାନଙ୍କ ମଧ୍ୟରେ ଅଛି।

Luke 17:22-23

ଯେତେବେଳେ ଯୀଶୁ ପୁନର୍ବାର ଦେଖାଯିବେ, ସେତେବେଳେ ସେହି କିପରି ହେବେ ବୋଲି ସେ କହିଲେ ?

ବିଜୁଳି ମାରି ଯେପରି ଆକାଶର ଗୋଟିଏ ପାଖରୁ ଆର ପାଖ ପର୍ଯ୍ୟନ୍ତ ଆଲୁଅ ଦିଏ ତାହା ଏହିପରି ହେବ [୧୭:୨୪]।

Luke 17:24

ଯୀଶୁଙ୍କ ସମୟରେ ଏହା କିପରି ହେବ ବୋଲି ସେ କହିଲେ?

ଏହା ଆକାଶର ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ସେହିପରି ହେବ ।

Luke 17:25-26

ଯୀଶୁ ଫେରିବା ପୂର୍ବରୁ କ’ଣ ଘଟିବ ବୋଲି ସେ କହିଲେ?

ସେ ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ ।

Luke 17:27-29

ନୋହଙ୍କ ସମୟରେ ଲୋକମାନେ କ’ଣ କରୁଥିଲେ?

ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କରିବା ପର୍ଯ୍ୟନ୍ତ ଅବବୋଧହୀନ ଥିଲେ ।

Luke 17:30-33

ଆମ୍ଭେମାନେ କିପରି ଲୋଟଙ୍କ ସ୍ତ୍ରୀ ସଦୃଶ୍ୟ ନ ହେବା ଉଚିତ୍ ?

ଆମ୍ଭେମାନେ ସେହି ଦିନ ଆମ୍ଭର ଜାଗତିକ ସମ୍ପତ୍ତି ପ୍ରତି ନ ଫେରୁ, ଯେପରି ସେ କଲେ ପୁଣି ବିନାଶ ହେଲେ [୧୭:୩୧-୩୨]।

Luke 17:34-36

ଯୀଶୁ କେଉଁ ପ୍ରାକୃତିକ ଛବିକୁ ବ୍ୟବହାର କଲେ ତାହାଙ୍କ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ, "କେଉଁଠାରେ, ପ୍ରଭୁ ?"

ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡିକ ଏକାଠି ହୁଅନ୍ତି [୧୭:୩୭]।

Luke 17:37

ପ୍ରକୃତିରୁ କେଉଁ ଉଦାହରଣ ଯୀଶୁ ନିଜ ଶିଷ୍ୟମାନଙ୍କ ପ୍ରଶ୍ନର “ହେ ପ୍ରଭୁ, କେଉଁଠାରେ?” ଉତ୍ତର ଦେବାକୁ ବ୍ୟବହାର କଲେ?

ଯୀଶୁ ଏକ ମୃତ ଶରୀର ଏବଂ ଶାଗୁଣାଗୁଡ଼ାକର ଉଦାହରଣ ବ୍ୟବହାର କଲେ । ସେ କହିଲେ ଯେ ଯେଉଁଠାରେ ଶରୀର ଅଛି, ସେଠାରେ ଶାଗୁଣାମାନେ ଏକାଠି ହୁଅନ୍ତି।

Luke 18

Luke 18:1-2

ଏହି କାହାଣୀରୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କ’ଣ ଶିକ୍ଷା ଦେବାକୁ ଚାହୁଁଥିଲେ?

ସେ ସେମାନଙ୍କୁ ଶିଖାଇବାକୁ ଚାହୁଁଥିଲେ ଯେ ସେମାନେ ସର୍ବଦା ପ୍ରାର୍ଥନା କରିବା ଉଚିତ ଏବଂ ନିରାଶ ନ ହୁଅନ୍ତୁ ।

Luke 18:3-4

ବିଧବା ଅନ୍ୟାୟ ବିଚାରକର୍ତ୍ତାଙ୍କଠାରୁ କ’ଣ ମାଗୁଥିଲା?

ସେ ତାରା ପ୍ରତିପକ୍ଷଙ୍କ ବିରୋଧରେ ନ୍ୟାୟ ମାଗିଥିଲା।

Luke 18:5

କିଛି ସମୟ ପରେ, ଅନ୍ୟାୟ ବିଚାରକର୍ତ୍ତା ନିଜକୁ କ’ଣ କହିଲା?

ସେ କହିଲେ, “କାରଣ ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ।”

Luke 18:6-7

ଏହି କାହାଣୀରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା ବିଷୟରେ କ'ଣ ଶିକ୍ଷା ଦେବାକୁ ଚାହିଁଲେ ?

ସେ ସେମାନଙ୍କୁ ଶିକ୍ଷା ଦେବାକୁ ଚାହିଁଲେ ଯେ ସେମାନେ ନିରାଶ ନ ହୋଇ ସବୁବେଳେ ପ୍ରାର୍ଥନା କରିବା ଉଚିତ୍, ଏବଂ ଯେଉଁମାନେ ତାହାଙ୍କ ନିକଟରେ କ୍ରନ୍ଦନ କରନ୍ତି ଈଶ୍ଵର ସେମାନଙ୍କ ପ୍ରତି ନ୍ୟାୟ ଆଣନ୍ତି [୧୮:୧,୮]।

Luke 18:8

ଈଶ୍ଵର କିପରି ପ୍ରାର୍ଥନାର ଉତ୍ତର ଦିଅନ୍ତି ସେ ବିଷୟରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କ’ଣ ଶିଖାଇବାକୁ ଚାହିଁଲେ?

ସେ ସେମାନଙ୍କୁ ଶିଖାଇବାକୁ ଚାହିଁଲେ ଯେ ଯେଉଁମାନେ ତାଙ୍କ ନିକଟରେ କ୍ରନ୍ଦନ କରନ୍ତି, ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ।

Luke 18:9

ଫାରୂଶୀମାନଙ୍କ ସେମାନଙ୍କର ଧାର୍ମିକତା ଏବଂ ଅନ୍ୟ ଲୋକମାନଙ୍କ ବିଷୟରେ ମନୋଭାବ କ’ଣ ଥିଲା?

ସେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ଧାର୍ମିକ ଅଟନ୍ତି ବୋଲି ଭାବୁଥିଲେ ।

Luke 18:10

ଯୀଶୁଙ୍କ କାହାଣୀରେ, କେଉଁ ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଯାଇଥିଲେ?

ଜଣେ ଫାରୂଶୀ ଏବଂ କରଗ୍ରାହୀ ପ୍ରାର୍ଥନା କରିବାକୁ ମନ୍ଦିରକୁ ଯାଇଥିଲେ ।

Luke 18:11-12

ନିଜର ଧାର୍ମିକତା ଏବଂ ଅନ୍ୟ ଲୋକମାନଙ୍କ ବିଷୟରେ ଫାରୂଶୀର ମନୋଭାବ କ’ଣ ଥିଲା?

ସେ ଅନ୍ୟ ଲୋକଙ୍କ ପରି ପାପୀ ନୁହେଁ ବୋଲି ଭାବୁଥିଲା।

Luke 18:13

ମନ୍ଦିରରେ କରଗ୍ରାହୀ ଈଶ୍ଵରଙ୍କ ନିକଟରେ କ’ଣ ପ୍ରାର୍ଥନା ଥିଲା?

ସେ ପ୍ରାର୍ଥନା କଲେ, “ହେ ଈଶ୍ଵର, ମୁଁ ପାପୀ ମୋତେ ଦୟା କରନ୍ତୁ ।”

Luke 18:14

କେଉଁ ଲୋକ ଈଶ୍ଵରଙ୍କ ନିକଟରେ ଧାର୍ମିକ ହୋଇ ନିଜ ଗୃହକୁ ଫେରିଗଲା?

କରଗ୍ରାହୀ ଈଶ୍ଵରଙ୍କ ନିକଟରେ ଧାର୍ମିକ ଗଣିତ ହେଲା।

Luke 18:15

ଈଶ୍ଵରଙ୍କ ରାଜ୍ୟ କାହାର ବୋଲି ଯୀଶୁ କହିଲେ ?

ଏହା ଶିଶୁମାନଙ୍କ ପରି ଲୋକମାନଙ୍କର ଅଟେ [୧୮:୧୬-୧୭]।

Luke 18:16-21

ଈଶ୍ଵରଙ୍କ ରାଜ୍ୟ କାହାର ଅଟେ ବୋଲି ଯୀଶୁ କହିଲେ?

ଏହା ଶିଶୁମାନଙ୍କ ପରି ଅଟେ ବୋଲି ସେ କହିଲେ।

Luke 18:22

ଯୀଶୁ ଶାସକଙ୍କୁ (ଯିଏ କି ଯୌବନକାଳରୁ ଈଶ୍ଵରଙ୍କ ଆଦେଶ ପାଳନ କରି ଆସୁଥିଲେ) କ’ଣ କରିବାକୁ କହିଲେ?

ଯୀଶୁ ତାହାଙ୍କର ସମସ୍ତ ଧନ ବିକ୍ରୟ କରି ଗରିବ ଲୋକଙ୍କୁ ବାଣ୍ଟିବାକୁ କହିଲେ।

Luke 18:23-27

ଯୀଶୁଙ୍କ ବାକ୍ୟରେ ଶାସକ କିପରି ଉତ୍ତର କଲେ ଏବଂ କାହିଁକି?

ସେ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ।

Luke 18:28-29

ଯେଉଁମାନେ ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ଜାଗତିକ ବିଷୟସବୁ ପରିତ୍ୟାଗ କରିଅଛନ୍ତି ସେମାନଙ୍କୁ ଯୀଶୁ କ'ଣ ପ୍ରତିଜ୍ଞା କଲେ ?

ଯୀଶୁ ପ୍ରତିଜ୍ଞା କଲେ ଏହି ପୃଥିବୀରେ ବହୁଗୁଣ, ପୁଣି ଆଗାମୀ ପୃଥିବୀରେ ଅନନ୍ତ ଜୀବନ [୧୮:୩୦]।

Luke 18:30

ଯେଉଁମାନେ ଈଶ୍ଵରଙ୍କ ରାଜ୍ୟ ପାଇଁ ପାର୍ଥିବ ବିଷୟ ଛାଡିଛନ୍ତି, ଯୀଶୁ ସେମାନଙ୍କୁ କ’ଣ ପ୍ରତିଜ୍ଞା କଲେ?

ଯୀଶୁ ସେମାନଙ୍କୁ ଏହି ଇହକାଳରେ ଅଧିକ ଏବଂ ପରକାଳରେ ଅନନ୍ତ ଜୀବନ ପ୍ରତିଜ୍ଞା କରିଥିଲେ ।

Luke 18:31

ଯୀଶୁଙ୍କ ଅନୁସାରେ, ପୂରାତନ ନିୟମର ଭାବବାଦୀମାନେ ମନୁଷ୍ୟପୁତ୍ର ବିଷୟରେ କ'ଣ ଲେଖିଥିଲେ ?

ସେ ବିଜାତିମାନଙ୍କ ହସ୍ତରେ ସମର୍ପିତ ହେବେ, ପରିହାସ ଏବଂ ଲଜ୍ୟାଜନକ ଭାବରେ ବ୍ୟବହାର ହେବେ, କୋରଡା ମାରିବେ, ଏବଂ ବଧ କରିବେ, କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ଥିତ ହେବେ [୧୮:୩୨-୩୩]।

Luke 18:32

ଯୀଶୁଙ୍କ ଅନୁଯାୟୀ, ପୁରାତନ ନିୟମର ଭାବବାଦୀମାନେ ମନୁଷ୍ୟପୁତ୍ରଙ୍କ ବିଷୟରେ କ’ଣ ଲେଖିଥିଲେ?

ତାଙ୍କୁ ଅଣଯିହୁଦୀମାନଙ୍କୁ ହସ୍ତାନ୍ତର କରାଯିବ, ପରିହାସ କରାଯିବ ଏବଂ ଲଜ୍ଜାଜନକ ବ୍ୟବହାର କରାଯିବ ।

Luke 18:33-37

ମନୁଷ୍ୟପୁତ୍ର ତୃତୀୟ ଦିନରେ କ’ଣ କରିବେ ବୋଲି ପୁରାତନ ନିୟମର ଭାବବାଦୀମାନେ ଲେଖିଥିଲେ?

ସେ ତୃତୀୟ ଦିନରେ ପୁନର୍ବାର ଉଠିବେ ବୋଲି ସେମାନେ ଲେଖିଥିଲେ ।

Luke 18:38-41

ବାଟ ପାଖରେ ଥିବା ଅନ୍ଧଟି ଯୀଶୁଙ୍କୁ କ’ଣ କହିଲା?

ସେ କହିଲା, “ହେ ଯୀଶୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ।”

Luke 18:42

ସେହି ଅନ୍ଧ ଲୋକ ସୁସ୍ଥ ହେଲା ପରେ ଲୋକମାନେ କିପରି ପ୍ରତିକ୍ରିୟା କଲେ ?

ସେମାନେ ଈଶ୍ଵରଙ୍କ ମହିମା କୀର୍ତ୍ତନ କଲେ ପୁଣି ଈଶ୍ଵରଙ୍କୁ ପ୍ରଶଂସା ଦେଲେ [୧୮:୪୩]।

Luke 18:43

ଅନ୍ଧ ଲୋକଟି ସୁସ୍ଥ ହେବା ପରେ ଲୋକମାନେ କିପରି ଉତ୍ତର ଦେଲେ?

ସେମାନେ ଈଶ୍ୱରଙ୍କୁ ଗୌରବ ଓ ପ୍ରଶଂସା କଲେ।

Luke 19

Luke 19:1

ଯୀଶୁଙ୍କୁ ଦେଖିବାକୁ କିଏ ଗଛ ଉପରେ ଚଢିଲେ, ପୁଣି ତାହାଙ୍କର ବୃତ୍ତି କ'ଣ ଥିଲା ଏବଂ ସମାଜରେ ତାହାଙ୍କର ସ୍ଥାନ କ'ଣ ଥିଲା ?

ସେ ଜଖିୟ ଥିଲେ, ଜଣେ ଧନୀ କରଗ୍ରାହୀ [୧୯:୨]।

Luke 19:2-4

ଯୀଶୁଙ୍କୁ ଦେଖିବା ପାଇଁ କିଏ ଏକ ଗଛ ଉପରକୁ ଚଢ଼ିଲେ, ଏବଂ ତାଙ୍କର ବୃତ୍ତି କ’ଣ ଥିଲା?

ଗଛ ଉପରକୁ ଚଢ଼ିଥିବା ବ୍ୟକ୍ତି ଜଖୀୟ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଏବଂ ଧନୀ ଥିଲେ।

Luke 19:5-6

ଯେତବେଳେ ଯୀଶୁ ଜଖିୟଙ୍କ ଗୃହକୁ ଗଲେ ସେତେବେଳେ ପ୍ରତ୍ୟେକ କ'ଣ ଅଭିଯୋଗ କଲେ ?

ସେମାନେ କହିଲେ, "ଜଣେ ପାପୀଙ୍କୁ ଦର୍ଶନ କରିବାକୁ ଯୀଶୁ ଯାଇଅଛନ୍ତି [୧୯:୭]।"

Luke 19:7

ଯେତେବେଳେ ଯୀଶୁ ଜଖୀୟଙ୍କ ଗୃହକୁ ଗଲେ ସମସ୍ତେ କେଉଁ ଅଭିଯୋଗ କରିଥିଲେ?

ସେମାନେ କହିଲେ, “ଯୀଶୁ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।”

Luke 19:8

ଜଖିୟ ଦରିଦ୍ରମାନଙ୍କୁ ଦାନ କଲା ପରେ ଯୀଶୁ ଜଖିୟଙ୍କ ବିଷୟରେ କ'ଣ କହିଲେ ?

ସେ କହିଲେ, "ଆଜି ପରିତ୍ରାଣ ଏହି ଗୃହରେ ଉପସ୍ଥିତ ହୋଇଅଛି [୧୯:୯]।"

Luke 19:9-10

ଜଖୀୟ ଗରିବଲୋକମାନଙ୍କୁ ଉପହାର ଘୋଷଣା କରିବା ପରେ ଜଖୀୟ ବିଷୟରେ ଯୀଶୁ କ’ଣ କହିଲେ?

ସେ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି ।”

Luke 19:11

ଯୀଶୁ ଯିରୂଶାଲମରେ ପହଞ୍ଚିବା ପରେ ଲୋକମାନେ କ’ଣ ଆଶା କରିଥିଲେ?

ଈଶ୍ଵରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ ।

Luke 19:12-16

ଯୀଶୁଙ୍କ ଦୃଷ୍ଟାନ୍ତରେ, ଉଚ୍ଚବଂଶର ବ୍ୟକ୍ତି କେଉଁଠାକୁ ଯାତ୍ରା କରିବାକୁ ଯାଉଥିଲେ?

ସେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କରୁଥିଲେ।

Luke 19:17

ସେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କରୁଥିଲେ।

ଉଚ୍ଚବଂଶର ବ୍ୟକ୍ତି ତାଙ୍କୁ ଦଶଟି ସହର ଉପରେ ଅଧିକାର ଦେଲେ।

Luke 19:18

ଯେଉଁ ଦାସମାନେ ସେମାନଙ୍କର ଧନ ସହିତ ବିଶ୍ଵସ୍ତ ଥିଲେ ଯୀଶୁ ସେମାନଙ୍କ ନିମନ୍ତେ କ'ଣ କଲେ ?

ସେ ସେମାନଙ୍କୁ ନଗରଗୁଡିକ ଉପରେ ଅଧିକାର ଦେଲେ [୧୯:୧୭,୧୯]।

Luke 19:19

ବିଶ୍ୱସ୍ତ ଥିବା ଏବଂ ଆଉ ପାଞ୍ଚଟି ମୋହର କରିଥିବା ଦାସ ପାଇଁ ଉଚ୍ଚବଂଶର ବ୍ୟକ୍ତି କ’ଣ କଲେ?

ସେ ସେମାନଙ୍କୁ ପାଞ୍ଚଟି ସହର ଉପରେ ଅଧିକାର ଦେଲେ।

Luke 19:20

କୁଳୀନ ବ୍ୟକ୍ତି କିପ୍ରକାର ଲୋକ ଥିଲେ ବୋଲି ଦୁଷ୍ଟ ଦାସ ମନେ କଲେ ?

କୁଳୀନ ବ୍ୟକ୍ତି ଜଣେ କୋଠର ଲୋକ ଥିଲେ ବୋଲି ସେ ମନେ କଲେ [୧୯:୨୧]।

Luke 19:21-23

ଦୁଷ୍ଟ ସେବକ ଉଚ୍ଚବଂଶର ବ୍ୟକ୍ତିକୁ କି ପ୍ରକାର ଲୋକ ଭାବିଲା?

ଉଚ୍ଚବଂଶର ବ୍ୟକ୍ତି କଠୋର ବ୍ୟକ୍ତି ବୋଲି ସେ ଜାଣିଥିଲା।

Luke 19:24-25

ଦୁଷ୍ଟ ସେବକ ସହିତ ଉଚ୍ଚବଂଶର ବ୍ୟକ୍ତି କ’ଣ କଲେ?

ସେ ଦୁଷ୍ଟ ଦାସର ମୋହରଗୁଡ଼ିକୁ ନେଇଗଲେ ।

Luke 19:26

କୁଳୀନ ବ୍ୟକ୍ତି କ'ଣ କଲେ ଯେଉଁମାନେ ତାହାଙ୍କୁ ସେମାନଙ୍କ ଉପରେ ରାଜତ୍ଵ କରିବାକୁ ଚାହିଁଲେ ନାହିଁ ?

କୁଳୀନ ବ୍ୟକ୍ତି ତାହାଙ୍କ ସାକ୍ଷାତରେ ସେମାନଙ୍କୁ ବଧ କଲେ [୧୯:୨୭]।

Luke 19:27-28

ଯେଉଁମାନେ ସେମାନଙ୍କ ଉପରେ ରାଜତ୍ୱ କରିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ସହିତ ଉଚ୍ଚବଂଶର ବ୍ୟକ୍ତି କ’ଣ କଲେ?

ଉଚ୍ଚବଂଶ ବ୍ୟକ୍ତି ସେମାନଙ୍କୁ ତାଙ୍କ ସାମ୍ନାରେ ହତ୍ୟା କରିଥିଲେ।

Luke 19:29

ଯୀଶୁ କି ପ୍ରକାର ପଶୁ ଉପରେ ଚଢିଲେ ଯେତେବେଳେ ସେ ଯିରୂଶାଲମକୁ ଗଲେ ?

ଏକ ଗଧ ଛୁଆ ଯାହା ଉପରେ କେହି କେବେ ବସି ନ ଥିଲେ [୧୯:୩୦]।

Luke 19:30-36

ଯିରୂଶାଲମକୁ ଯିବାବେଳେ ଯୀଶୁ କେଉଁ ପ୍ରାଣୀ ଉପରେ ବସି ଆସିଲେ?

ସେ ଏକ ଗଧ ଉପରେ ଯାହା ଉପରେ କେହି କେବେ ବସି ନଥିଲା।

Luke 19:37

ଯେପରି ଯୀଶୁ ଜୀତପର୍ବତର ଅବତରଣ କରୁଥିଲେ ସେତେବେଳେ ଲୋକସମୂହ କ'ଣ ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ ?

ସେମାନେ କହିଲେ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ [୧୯:୩୮] !"

Luke 19:38

ଯେବେ ଯୀଶୁ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ ଲୋକ ସମୁଦାୟ କ’ଣ ଚିତ୍କାର କଲେ?

ସେମାନେ ଚିତ୍କାର କରି କହିଲେ, “ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ!”

Luke 19:39

ଯଦି ଲୋକସମୂହ ଆନନ୍ଦରେ ଉଚ୍ଚ ସ୍ଵର କରିବେ ନାହିଁ ତେବେ କ'ଣ ହେବ ବୋଲି ଯୀଶୁ କହିଲେ ?

ପଥରଗୁଡାକ ପାଟି କରିବେ ସେ କହିଲେ [୧୯:୪୦]।

Luke 19:40

ଯଦି ଲୋକମାନେ ଆନନ୍ଦରେ ଚିତ୍କାର ନକରନ୍ତି ତେବେ ଯୀଶୁ କ’ଣ ହେବ ବୋଲି କହିଲେ?

ପଥରଗୁଡ଼ିକ ଚିତ୍କାର କରିବ ବୋଲି ଯୀଶୁ କହିଲେ।

Luke 19:41-42

ଯୀଶୁ ନଗର ନିକଟରେ ପହଞ୍ଚିବା ପରେ କ’ଣ କଲେ?

ସେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କଲେ।

Luke 19:43

ତା'ପରେ ସେହି ଲୋକମାନଙ୍କ ପ୍ରତି ଏବଂ ନଗର ପ୍ରତି କ'ଣ ଘଟିବ ବୋଲି ଯୀଶୁ ଭାବବାଣୀ କଲେ ?

ସେ କହିଲେ ଯେ ଲୋକମାନେ ଭୂମିସାତ ହେବେ ପୁଣି ଗୋଟିଏ ପଥର ଉପରେ ଅନ୍ୟ ଗୋଟିଏ ପଥର ରହିବ ନାହିଁ [୧୯:୪୪]।

Luke 19:44-46

ତା’ପରେ ଲୋକ ଓ ନଗର ସହ କ’ଣ ହେବ ବୋଲି ଯୀଶୁ ଭବିଷ୍ୟ‌ଦ୍‌ବାଣୀ କଲେ?

ସେ କହିଛନ୍ତି ଯେ ଶତ୍ରୁମାନେ ନଗରକୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ।

Luke 19:47

ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ବେଳେ କିଏ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲା?

ପ୍ରଧାନ ଯାଜକ, ଶାସ୍ତ୍ରୀମାନେ ଓ ଲୋକମାନଙ୍କର ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ।

Luke 19:48

ଏହି ସମୟରେ ସେମାନେ ତାଙ୍କୁ କାହିଁକି ହତ୍ୟା କରିପାରିଲେ ନାହିଁ?

କାରଣ ଲୋକମାନେ ତାଙ୍କ କଥା ଶୁଣୁଥିଲେ ତେଣୁ ସେମାନେ ତାଙ୍କୁ ହତ୍ୟା କରିପାରିଲେ ନାହିଁ।

Luke 20

Luke 20:3

ଯେତେବେଳେ ଯିହୁଦୀ ନେତାମାନେ ଯୀଶୁଙ୍କୁ ପଚାରିଲେ କେଉଁ ଅଧିକାର ଦ୍ଵାରା ସେ ଶିକ୍ଷା ଦେଉଥିଲେ, ସେତେବେଳେ ଯୀଶୁ ସେମାନଙ୍କୁ କେଉଁ ପ୍ରଶ୍ନ ପଚାରିଲେ ?

ସେ ସେମାନଙ୍କୁ ପଚାରିଲେ, "ଯୋହନଙ୍କ ବାପ୍ତିସ୍ମ ସ୍ଵର୍ଗରୁ ନା ମନୁଷ୍ୟଠାରୁ [୨୦:୪]?"

Luke 20:4

ଯେତେବେଳେ ଯିହୁଦୀ ନେତାମାନେ ଯୀଶୁଙ୍କୁ କେଉଁ ଅଧିକାର ଦ୍ୱାରା ସେ ଶିକ୍ଷା ଦେଲେ ବୋଲି ପଚାରିବାରୁ, ଯୀଶୁ ସେମାନଙ୍କୁ କେଉଁ ପ୍ରଶ୍ନ ପଚାରିଲେ?

ସେ ପଚାରିଲେ, “ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ଥିଲା?”

Luke 20:5

ଯଦି “ସ୍ୱର୍ଗରୁ,” ବୋଲି ସେମାନେ ଉତ୍ତର ଦେବେ ଯୀଶୁ ସେମାନଙ୍କୁ କହିବେ ବୋଲି ଯିହୁଦୀ ନେତାମାନେ ଭାବିଲେ?

ଯିହୁଦୀ ନେତାମାନେ ଭାବିଲେ ଯେ, “ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?” ବୋଲି ଯୀଶୁ କହିବେ ।

Luke 20:6-8

ଯଦି ସେମାନେ “ମନୁଷ୍ୟଠାରୁ” ଥିଲା ବୋଲି ଯଦି କହିବେ, ଲୋକମାନେ ସେମାନଙ୍କ ପ୍ରତି କ’ଣ କରିବେ ବୋଲି ସେମାନେ ଭାବିଲେ?

ସେମାନେ ଭାବିଲେ ଯେ ଲୋକମାନେ ସେମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ ।

Luke 20:9-10

ଯୀଶୁଙ୍କ ଦୃଷ୍ଟାନ୍ତରେ, କୃଷକମାନେ କ'ଣ କଲେ ଯେତେବେଳେ ପ୍ରଭୁ ତାହାଙ୍କ ଦାସମାନଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳ ପାଇବାକୁ ପଠାଇଲେ ?

ସେମାନେ ଦାସମାନଙ୍କୁ ପ୍ରହାର କଲେ, ସେମାନଙ୍କୁ ଲଜ୍ୟାଜନକ ଭାବରେ ବ୍ୟବହାର କଲେ, ଏବଂ ଶୂନ୍ୟ ହସ୍ତରେ ଫୋପାଡିଦେଲେ [୨୦:୧୦-୧୨]।

Luke 20:11-12

ଯୀଶୁଙ୍କ ଦୃଷ୍ଟାନ୍ତରେ, ଯେତେବେଳେ ଦ୍ରାକ୍ଷାକ୍ଷେତ୍ରର ଫଳ ଆଣିବାକୁ ପ୍ରଭୁ ତାଙ୍କର ଦାସମାନଙ୍କୁ ପଠାଇଲେ, ଦ୍ରାକ୍ଷାକ୍ଷେତ୍ରକାରୀମାନେ କ’ଣ କଲେ?

ସେମାନେ ଦାସମାନଙ୍କୁ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ ।

Luke 20:13-14

ଶେଷରେ, ପ୍ରଭୁ ଦ୍ରାକ୍ଷାକ୍ଷେତ୍ରକୁ କାହାକୁ ପଠାଇଲେ?

ସେ ତାଙ୍କର ପ୍ରିୟ ପୁତ୍ରକୁ ପଠାଇଲେ।

Luke 20:15

ପୁତ୍ର ଦ୍ରାକ୍ଷାକ୍ଷେତ୍ରକୁ ଆସିବା ପରେ ଦ୍ରାକ୍ଷାକ୍ଷେତ୍ରକାରୀମାନେ କ’ଣ କଲେ?

ସେମାନେ ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ ।

Luke 20:16-18

ଦ୍ରାକ୍ଷାକ୍ଷେତ୍ରର ପ୍ରଭୁ ସେହି ଦ୍ରାକ୍ଷାକ୍ଷେତ୍ରକାରୀମାନଙ୍କୁ କ’ଣ କରିବେ?

ସେ ଆସି ସେହି ଦ୍ରାକ୍ଷାକ୍ଷେତ୍ରକାରୀମାନଙ୍କୁ ବିନାଶ କରିବେ ଏବଂ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବ ।

Luke 20:19-24

ଯୀଶୁ ଏହି ଦୃଷ୍ଟାନ୍ତ କାହା ବିରୁଦ୍ଧରେ କହିଲେ?

ସେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କହିଲେ।

Luke 20:25-26

କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ସେ ବିଷୟରେ ପ୍ରଶ୍ନର ଉତ୍ତର ଯୀଶୁ କିପରି ଦେଲେ?

ସେ କହିଲେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ଵରଙ୍କର, ତାହା ଈଶ୍ଵରଙ୍କୁ ଦିଅ

Luke 20:27-33

ସାଦ୍ଦୂକୀମାନେ କେଉଁ ବିଷୟରେ ବିଶ୍ୱାସ କରୁ ନ ଥିଲେ?

ସେମାନେ ମୃତମାନଙ୍କର ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିଲେ ।

Luke 20:34

ଏହି ଜଗତରେ ବିବାହ ବିଷୟରେ ଯୀଶୁ କ’ଣ କହିଲେ?

ଏହି ଯୁଗରେ, ଲୋକମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି ।

Luke 20:35-36

ପୁନରୁତ୍ଥାନ ପରେ ବିବାହ ବିଷୟରେ ଯୀଶୁ କ’ଣ କହିଲେ?

ମୃତମାନଙ୍କର ପୁନରୁତ୍ଥାନ ପରେ, ସେହି ଲୋକମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ ।

Luke 20:37-40

ପୁନରୁତ୍ଥାନର ସତ୍ୟ ପ୍ରମାଣ କରିବାକୁ ଯୀଶୁ କେଉଁ ପୁରାତନ ନିୟମର କାହାଣୀ ସ୍ମରଣକଲେ?

ସେ ମୋଶା ଏବଂ ବୁଦାର କାହାଣୀକୁ ସ୍ମରଣକଲେ, ଯେଉଁଥିରେ ମୋଶା ପ୍ରଭୁଙ୍କୁ ଅବ୍ରହାମଙ୍କର ଈଶ୍ୱର ଏବଂ ଇସ୍‌ହାକଙ୍କ ଈଶ୍ୱର ଏବଂ ଯାକୁବର ଈଶ୍ୱର ବୋଲି କହିଲେ।

Luke 20:41

ଶାସ୍ତ୍ରୀମାନଙ୍କୁ ପ୍ରଶ୍ନ କରିବାରେ ଯୀଶୁ ଗୀତସଂହିତାରୁ ଦାଉଦଙ୍କ କେଉଁ ଉକ୍ତିକୁ ଉଲ୍ଲେଖ କଲେ ?

ସେ ଉଲ୍ଲେଖ କଲେ, "ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ମୋହର ଦକ୍ଷିଣରେ ବସିଥାଅ [୨୦:୪୨-୪୩]।"

Luke 20:42-44

ଗୀତସଂହିତାରେ ପ୍ରଭୁ ଦାଉଦଙ୍କ ପ୍ରଭୁଙ୍କୁ କ’ଣ କହିଲେ?

ପ୍ରଭୁ ଦାଉଦଙ୍କ ପ୍ରଭୁଙ୍କୁ କହିଲେ, “ଆମ୍ଭର ଦକ୍ଷିଣରେ ବସିଥାଅ ।”

Luke 20:45-46

ସେମାନଙ୍କର ବାହ୍ୟ ଧାର୍ମିକ କାର୍ଯ୍ୟ ପଛରେ, ଶାସ୍ତ୍ରୀମାନେ କେଉଁ ଦୁଷ୍ଟ କାର୍ଯ୍ୟସବୁ କରୁଥିଲେ ?

ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥିଲେ, ଏବଂ ଛଳନାରେ ଦୀର୍ଘ ପ୍ରାର୍ଥନା କରୁଥିଲେ [୨୦:୪୭]।

ଏହି ଶାସ୍ତ୍ରୀମାନେ କିପରି ବିଚାରିତ ହେବେ ବୋଇ ଯୀଶୁ କହିଲେ ?

ସେମାନେ ମହାନ ଦଣ୍ଡ ପାଇବେ [୨୦:୪୭]।

Luke 20:47

ସେମାନଙ୍କର ବାହ୍ୟ ଧାର୍ମିକ କାର୍ଯ୍ୟ ପଛରେ, ଶାସ୍ତ୍ରୀମାନେ କ’ଣ ମନ୍ଦ କାର୍ଯ୍ୟ କରୁଥିଲେ?

ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରୁଥିଲେ ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରୁଥିଲେ ।

ଏହି ଶାସ୍ତ୍ରୀମାନଙ୍କର କିପରି ଦଣ୍ଡିତ ହେବେ ବୋଲି ଯୀଶୁ କହିଲେ?

ସେମାନେ ଗୁରୁତର ଦଣ୍ଡ ପାଇବେ ବୋଲି ଯୀଶୁ କହିଲେ।

Luke 21

Luke 21:1-3

ସମସ୍ତଙ୍କ ମଧ୍ୟରୁ ଦରିଦ୍ର ବିଧବା ଅଧିକ ଦାନ ପକାଇଅଛନ୍ତି ବୋଲି ଯୀଶୁ କାହିଁକି କହିଲେ ?

କାରଣ ସେ ତାହାର ଦରିଦ୍ରତାରୁ ଦାନ ଦେଲେ ଏବଂ ଅନ୍ୟମାନେ ସେମାନଙ୍କର ଅତିରିକ୍ତ ଧନରୁ ଦାନ ଦେଲେ [୨୧:୪]।

Luke 21:4

ଦରିଦ୍ର ବିଧବା ଅନ୍ୟ ସମସ୍ତଙ୍କ ଅପେକ୍ଷା ସଂଗ୍ରହ ବାକ୍ସରେ ପକାଇଲା ବୋଲି ଯୀଶୁ କାହିଁକି କହିଲେ?

ଯୀଶୁ ଏହା କହିଲେ କାରଣ ତାଙ୍କର ବହୁତ କମ୍ ଥିଲା ଏବଂ ସେ ସବୁ ପକାଇଲା, ଅନ୍ୟମାନଙ୍କ ପାଖରେ ବହୁତ କିଛି ଥିଲା ଏବଂ ସେମାନଙ୍କର ଦାନ ବଳିଦାନ ନ ଥିଲା ।

Luke 21:5

ଯିରୂଶାଲମର ମନ୍ଦିରକୁ କ'ଣ ଘଟିବ ବୋଲି ଯୀଶୁ କହିଲେ ?

ସେ କହିଲେ ଯେ ଏହି ଭୂମିସାତ ହେବ ଏବଂ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ [୨୧:୬]।

Luke 21:6

ଯିରୂଶାଲମର ମନ୍ଦିରରେ କ’ଣ ହେବ ବୋଲି ଯୀଶୁ କହିଲେ?

ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ ବୋଲି ଯୀଶୁ କହିଲେ।

Luke 21:7

ଲୋକମାନେ ଯୀଶୁଙ୍କୁ ମନ୍ଦିର ବିଷୟରେ କେଉଁ ଦୁଇଟି ପ୍ରଶ୍ନ ପଚାରିଲେ?

ସେମାନେ ପଚାରିଲେ, “ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ?”

Luke 21:8-9

ଅନେକ ପ୍ରତାରଣାକାରୀ ଆସିବେ ବୋଲି ଯୀଶୁ ଚେତାବନୀ ଦେଇଛନ୍ତି । ଏହି ପ୍ରତାରଣାକାରୀମାନେ କ’ଣ କହିବେ?

ସେମାନେ କହିବେ, “ମୁଁ ସେ ଓ ସମୟ ସନ୍ନିକଟ।”

Luke 21:10

ଶେଷ ପୂର୍ବରୁ କ’ଣ ହେବ ବୋଲି ଯୀଶୁ କହିଲେ?

ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଯୁଦ୍ଧ ହେବ।

Luke 21:11

ଶେଷ ପୂର୍ବରୁ କେଉଁ ଭୟଙ୍କର ଘଟଣା ଘଟିବ ବୋଲି ଯୀଶୁ କହିଲେ?

ସ୍ୱର୍ଗରୁ ଭୂକମ୍ପ, ଦୁର୍ଭିକ୍ଷ, ମହାମାରୀ ଏବଂ ମହା ମହାଲକ୍ଷଣ ଦେଖାଯିବ।

Luke 21:12

ବିଶ୍ଵାସୀମାନଙ୍କର ତାଡନା କେଉଁ ସୁଯୋଗକୁ ସୃଷ୍ଟି କରିବ ?

ଏହା ସେମାନଙ୍କର ସାକ୍ଷ୍ୟ ନିମନ୍ତେ ଏକ ସୁଯୋଗକୁ ସୃଷ୍ଟି କରିବ [୨୧:୧୩]।

Luke 21:13-15

ବିଶ୍ଵାସୀମାନଙ୍କ ନିର୍ଯ୍ୟାତନା କେଉଁ ସୁଯୋଗ ସୃଷ୍ଟି କରିବ?

ଏହା ସେମାନଙ୍କ ସାକ୍ଷ୍ୟ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ।

Luke 21:16-19

ଯୀଶୁଙ୍କ ଅନୁଗାମୀମାନଙ୍କୁ କିଏ ଘୃଣା କରିବ?

ପିତାମାତା, ଭାଇ, ସମ୍ପର୍କୀୟ ଏବଂ ବନ୍ଧୁମାନେ ସେମାନଙ୍କୁ ଘୃଣା କରିବେ ।

Luke 21:20

କେଉଁ ଘଟଣା ଯିରୂଶାଲମର ବିନାଶ ନିକଟବର୍ତ୍ତୀ ବୋଲି ସୂଚାଇ ଦେବ ?

ଯେତେବେଳେ ଯିରୂଶାଲମ ସୈନ୍ୟସାମନ୍ତ ଘେରିଥିବା , ଏହାର ବିନାଶ ଦେଖିବ, ଯିରୂଶାଲମର ବିନାଶ ନିକଟବର୍ତ୍ତୀ ଅଟେ।

Luke 21:21

ଯିରୂଶାଲମର ବିନାଶ ପାଖେଇ ଆସିଥିବାର ଦେଖି ଯୀଶୁ ଲୋକମାନଙ୍କୁ କ’ଣ କରିବାକୁ କହିଲେ?

ସେ ସେମାନଙ୍କୁ ପର୍ବତମାଳାକୁ ପଳାଇବାକୁ, ନଗର ଛାଡିବାକୁ ଏବଂ ନଗରକୁ ପ୍ରବେଶ ନକରିବାକୁ କହିଲେ।

Luke 21:22

ଯିରୂଶାଲମର ବିନାଶର ଦିନଗୁଡ଼ିକୁ ଯୀଶୁ କ’ଣ କହିଲେ?

ଲିଖିତ ଥିବା ସମସ୍ତ ବିଷୟ ପୂରଣ କରିବା ପାଇଁ ସେ ସେଗୁଡ଼ିକୁ ପ୍ରତିଶୋଧର ଦିନ ବୋଲି କହିଲେ।

Luke 21:23

ବିଜାତିମାନଙ୍କ ଦ୍ଵାରା କେତେ ସମୟ ପର୍ଯ୍ୟନ୍ତ ଯିରୂଶାଲମ ଦଳିତ ହୋଇ ରହିବ ?

ବିଜାତିମାନଙ୍କ କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ବିଜାତିମାନଙ୍କ ଦ୍ଵାରା ଦଳିତ ହୋଇ ରହିବ [୨୧:୨୪]।

Luke 21:24

କେତେ ଦିନ ପର୍ଯ୍ୟନ୍ତ ଯିରୂଶାଲମ ଅଣଯିହୁଦୀମାନଙ୍କ ଦ୍ୱାରା ପଦଦଳିତ ହେବ?

ଅଣଯିହୁଦୀମାନଙ୍କ ସମୟ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଯିରୂଶାଲମ ଅଣଯିହୁଦୀମାନଙ୍କ ଦ୍ୱାରା ପଦଦଳିତ ହେବ।

Luke 21:25-28

ଶକ୍ତି ଏବଂ ମହାନ ଗୌରବରେ ଆସିବା ପୂର୍ବରୁ ଯୀଶୁ କେଉଁ ଚିହ୍ନଗୁଡିକ ଦେଖାଯିବ ବୋଲି କହିଲେ?

ସେ କହିଲେ, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ ।

Luke 21:29

ଯେତେବେଳେ ଏକ ନୂତନ ଋତୁ ଆସିଥାଏ ତାହାର ଶ୍ରୋତାମାନେ କିପରି ଜାଣନ୍ତି ବୋଲି ଯୀଶୁ କେଉଁ ଉଦାରହଣ ଦେଲେ ?

ସେ ଏକ ଡିମ୍ବିରି ଗଛକୁ ଦର୍ଶାଇଲେ - ଯେତେବେଳେ ତାହା ପଲ୍ଲବିତ ହୁଏ ସେତେବେଳେ ସେମାନେ ଜାଣନ୍ତି ଯେ ଗ୍ରୀଷ୍ମ ଋତୁ ସନ୍ନିକଟ ବୋଲି [୨୧:୩୦]।

Luke 21:30-31

ଗୋଟିଏ ଋତୁ ଆସିଲା ବୋଲି ତାଙ୍କ ଶ୍ରୋତାମାନେ କିପରି ଜାଣିପାରିବେ ବୋଲି ଯୀଶୁ କେଉଁ ଉଦାହରଣ ଦେଲେ?

ସେ କହିଲେ, ଯେତେବେଳେ ସେମାନେ ଡିମ୍ବିରି ପଲ୍ଲବିତ ହେବା ଦେଖନ୍ତି, ସେତେବେଳେ ସେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣନ୍ତି ।

Luke 21:32

କ'ଣ ଲୋପ ପାଇବ ବୋଲି ଯୀଶୁ କହିଲେ ?

ସ୍ଵର୍ଗ ଓ ପୃଥିବୀ ଲୋପ ପାଇବ [୨୧:୩୩]।

କ'ଣ କେବେହେଁ ଲୋପ ପାଇବ ନାହିଁ ?

ଯୀଶୁଙ୍କ ବାକ୍ୟ କଦାପି ଲୋପ ପାଇବ ନାହିଁ [୨୧:୩୩]।

Luke 21:33

ଯୀଶୁ କ’ଣ ଲୋପ ପାଇବ ବୋଲି କହିଲେ?

ସେ କହିଲେ ଯେ ସ୍ୱର୍ଗ ଓ ପୃଥିବୀ ଲୋପ ପାଇବ।

କ’ଣ କେବେ ବି ଲୋପ ପାଇବ ନାହିଁ?

ଯୀଶୁଙ୍କ ବାକ୍ୟ କଦାପି ଲୋପ ପାଇବ ନାହିଁ ।

Luke 21:34-35

ସେହି ଦିନ ହଠାତ୍ ଆସିବ ବୋଲି ଯୀଶୁ ତାଙ୍କ ଶ୍ରୋତାମାନଙ୍କୁ କ’ଣ ନକରିବାକୁ ଚେତାବନୀ ଦେଲେ?

ସେମାନେ ସେମାନଙ୍କ ହୃଦୟକୁ ଦୁଷ୍କର୍ମ, ମଦ୍ୟପାନ ଏବଂ ଜୀବନର ଚିନ୍ତାରେ ଭରିବାକୁ ନ ଦେଉନ୍ତୁ ବୋଲି ସେ ସେମାନଙ୍କୁ ସାବଧାନ କଲେ ।

Luke 21:36-38

ସେହି ଦିନ ହଠାତ୍ ଆସିବ ତେଣୁ ଯୀଶୁ ତାଙ୍କ ଶ୍ରୋତାମାନଙ୍କୁ କ’ଣ କରିବାକୁ ସାବଧାନ କଲେ?

ସେ ସେମାନଙ୍କୁ ସର୍ବଦା ପ୍ରାର୍ଥନା କରି ଜାଗି ରହିବାକୁ କହିଲେ ।

Luke 22

Luke 22:1-4

ଏହି ସମୟରେ, କେଉଁ ଯିହୁଦୀ ପର୍ବ ନିକଟ ହୋଇ ଆସୁଥିଲା?

ନିସ୍ତାରପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା ।

Luke 22:5

କେଉଁ ପରିସ୍ଥିତିରେ ଯିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବାକୁ ସୁଯୋଗ ଅନ୍ୱେଷଣ କରୁଥିଲେ ?

ଯୀଶୁ ଲୋକସମୂହରୁ ଅସାକ୍ଷାତ ସୁଯୋଗ ସେ ଅନ୍ୱେଷଣ କରୁଥିଲେ [୨୨:୬]।

Luke 22:6-11

କେଉଁ ପରିସ୍ଥିତିରେ ଯିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତରେ ଧରାଇଦେବା ପାଇଁ ଏକ ସୁଯୋଗ ଖୋଜୁଥିଲା?

ଯେତେବେଳେ ସେ ଭିଡ଼ଠାରୁ ଦୂରରେ ଥିଲେ ସେତେବେଳେ ଯୀଶୁଙ୍କୁ ବିଶ୍ୱାସଘାତକତା କରିବାକୁ ସୁଯୋଗ ଖୋଜୁଥିଲେ ।

Luke 22:12-13

ଯୀଶୁ ଓ ଶିଷ୍ୟମାନେ ନିସ୍ତାରପର୍ବର ଭୋଜ କେଉଁଠାରେ କଲେ?

ସେମାନେ ଏହାକୁ ଯିରୂଶାଲମର ଏକ ବଡ଼, ସୁସଜ୍ଜିତ ଉପରିସ୍ଥ ବୃହତ କୋଠରୀରେ ଖାଇଲେ ।

Luke 22:14-15

କେବେ ଯୀଶୁ ପୁନର୍ବାର ନିସ୍ତାରପର୍ବ ପାଳନ କରିବେ ବୋଲି କହିଲେ ?

ସେ ନିସ୍ତାରପର୍ବ ପୁନର୍ବାର ଭୋଜନ କରିବେ ଯେତେବେଳେ ଈଶ୍ଵରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ହେବ [୨୨:୧୬]।

Luke 22:16-18

ଯୀଶୁ ନିସ୍ତାରପର୍ବ ଭୋଜ ପୁଣିଥରେ କେବେ କରିବେ ବୋଲି କହିଲେ?

ଈଶ୍ଵରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ହେବା ପରେ ସେ ପୁନର୍ବାର ନିସ୍ତାରପର୍ବ ଭୋଜ କରିବେ ବୋଲି କହିଲେ ।

Luke 22:19

ଯେତେବେଳେ ଯୀଶୁ ରୁଟି ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ, ସେ କ’ଣ କହିଲେ?

ସେ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”

Luke 22:20

ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ ପାନ ଦେଲେ, ସେ କ’ଣ କହିଲେ?

ସେ କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।”

Luke 22:21

କିଏ ଯୀଶୁଙ୍କୁ ବିଶ୍ଵାସଘାତକ କରିବାକୁ ଯାଉଥିଲା ତାହା ଶିଷ୍ୟମାନ ଜାଣି ଥିଲେ କି ?

ନାହିଁ [୨୨:୨୩]।

ଯୀଶୁ ଯେ ବିଶ୍ଵାସଘାତକ ହେବେ ଏହା ଈଶ୍ଵରଙ୍କ ଯୋଜନା ଥିଲା କି ?

ହଁ [୨୨:୨୨]।

Luke 22:22

ଯୀଶୁ ବିଶ୍ୱାସଘାତକତା କରାଯିବେ ବିଷୟ ଈଶ୍ଵରଙ୍କ ଯୋଜନା ଥିଲା କି?

ହଁ, ଯୀଶୁ ବିଶ୍ୱାସଘାତକତା କରାଯିବେ ବୋଲି ଈଶ୍ଵର ସ୍ଥିର କରିଥିଲେ।

Luke 22:23-25

ଯୀଶୁଙ୍କୁ ବିଶ୍ୱାସଘାତ କରିବାକୁ ଯାଉଥିବା ବ୍ୟକ୍ତି ବିଷୟରେ ଶିଷ୍ୟମାନେ ଜାଣିଥିଲେ କି?

ନା, ଯୀଶୁଙ୍କୁ ବିଶ୍ୱାସଘାତ କିଏ କରିବ ସେବିଷୟରେ ଶିଷ୍ୟମାନେ ଜାଣି ନଥିଲେ ।

Luke 22:26

ଯୀଶୁ ନିଜ ଶିଷ୍ୟମାନଙ୍କ ମଧ୍ୟରେ ଜ୍ୟେଷ୍ଠ କ’ଣ କରିବା ଉଚିତ ବୋଲି କହିଲେ?

ସେ କହିଲେ ଯେ ସେମାନଙ୍କ ମଧ୍ୟରେ ସବୁଠାରୁ ଜ୍ୟେଷ୍ଠ କନିଷ୍ଠ ଭଳି ହେବା ଉଚିତ।

Luke 22:27

ଯୀଶୁ ନିଜ ଶିଷ୍ୟମାନଙ୍କ ମଧ୍ୟରେ କିପରି ବାସ କଲେ?

ସେ ସେବା କରୁଥିବା ବ୍ୟକ୍ତି ଭାବରେ ସେମାନଙ୍କ ମଧ୍ୟରେ ବାସ କଲେ ।

Luke 22:28-29

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କେଉଁଠାରେ ବସିବେ ବୋଲି କହିଲେ ?

ସେ କହିଲେ ସେମାନେ ସିଂହାସନ ଉପରେ ବସିବେ, ଇସ୍ରାଏଲର ଦ୍ଵାଦଶ ଗୋଷ୍ଠୀକୁ ଶାସନ କରିବେ [୨୨:୩୦]।

Luke 22:30-32

ଯୀଶୁ ନିଜ ଶିଷ୍ୟମାନଙ୍କୁ ସେମାନେ କେଉଁଠାରେ ଉପବେଶନ କରିବେ ବୋଲି ପ୍ରତିଜ୍ଞା କଲେ?

ସେ କହିଲେ ଯେ ସେମାନେ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀର ଶାସନ କରିବେ।

Luke 22:33

ପିତର କ'ଣ କରିବେ ବୋଲି ଯୀଶୁ କହିଲେ ?

ସେ କହିଲେ ଯେ ପିତର କୁକୁଡା ନ ଡାକିବା ପୂର୍ବରୁ ତିନିଥର ଲୋକସମୂହରେ ଯୀଶୁଙ୍କୁ ଅସ୍ଵୀକାର କରିବେ [୨୨:୩୪]।

Luke 22:34-36

ପିତର କ’ଣ କରିବେ ବୋଲି ଯୀଶୁ ଭବିଷ୍ୟବାଣୀ କରିଥିଲେ?

ସେ କହିଲେ ଯେ କୁକୁଡ଼ା ଡାକିବା ପୂର୍ବରୁ ପିତର ଯେ ଯୀଶୁଙ୍କୁ ଜାଣନ୍ତି ତାହା ସେ ତିନି ଥର ଅସ୍ୱୀକାର କରିବେ ।

Luke 22:37-38

ଏହି ଘଟଣାଗୁଡ଼ିକରେ ଯୀଶୁଙ୍କ ବିଷୟରେ କେଉଁ ଲିଖିତ ଭବିଷ୍ୟବାଣୀ ପୂରଣ ହେଉଥିଲା?

ଯୀଶୁଙ୍କ ବିଷୟରେ ଲିଖିତ ଭବିଷ୍ୟବାଣୀ ଯାହା ପୂରଣ ହେଉଥିଲା, ଯାହା ଲିଖିତ, “ଏବଂ ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ।”

Luke 22:39

ଜୀତପର୍ବତ ଉପରେ, କ'ଣ ପାଇଁ ପ୍ରାର୍ଥନା କରିବାକୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ?

ସେମାନେ ଯେପରି ପରୀକ୍ଷାରେ ନ ପଡନ୍ତି ସେଥିନିମନ୍ତେ ସେ ସେମାନଙ୍କୁ ପ୍ରାର୍ଥନା କାରିବାକୁ ଚାହିଁଲେ [୨୨:୪୦]।

Luke 22:40

ଜୀତ ପର୍ବତ ଉପରେ, ଯୀଶୁ ନିଜ ଶିଷ୍ୟମାନଙ୍କୁ କ’ଣ ପ୍ରାର୍ଥନା କରିବାକୁ କହିଲେ?

ସେ ଚାହୁଁଥିଲେ ଯେ ସେମାନେ ପ୍ରଲୋଭନରେ ପ୍ରବେଶ ନକରନ୍ତୁ ବୋଲି ପ୍ରାର୍ଥନା କରନ୍ତୁ।

Luke 22:41

ଜୀତପର୍ବତ ଉପରେ, ଯୀଶୁ କ'ଣ ପ୍ରାର୍ଥନା କଲେ ?

ସେ ପ୍ରାର୍ଥନା କଲେ, "ପିତଃ, ଯଦି ତୁମ୍ଭର ଇଚ୍ଛା ହୁଏ, ତେବେ ଏହି ପାନପତ୍ର ମୋ'ଠାରୁ ଦୂର କର । ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ [୨୨:୪୨]।"

Luke 22:42-44

ଜୀତ ପର୍ବତ ଉପରେ, ଯୀଶୁ କ’ଣ ପ୍ରାର୍ଥନା କଲେ?

ସେ ପ୍ରାର୍ଥନା କଲେ, “ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”

Luke 22:45-46

ଯୀଶୁ ପ୍ରାର୍ଥନାରୁ ଫେରିବା ବେଳେ ଶିଷ୍ୟମାନେ କ’ଣ କରୁଥିଲେ?

ଯୀଶୁ ପ୍ରାର୍ଥନାରୁ ଫେରିବା ବେଳେ ଶିଷ୍ୟମାନେ କ’ଣ କରୁଥିଲେ?

Luke 22:47

ଲୋକସମୂହଙ୍କ ନିକଟରେ କିପରି ଯିହୂଦା ଯୀଶୁଙ୍କୁ ବିଶ୍ଵାସଘାତକତା କଲେ ?

ଏକ ଚୁମ୍ବନ ସହିତ ସେ ଯୀଶୁଙ୍କୁ ବିଶ୍ଵାସଘାତକତା କଲା [୨୨:୪୭-୪୮]।

Luke 22:48

ଯିହୂଦା ଲୋକମାନଙ୍କ ନିକଟରେ ଯୀଶୁଙ୍କୁ କିପରି ବିଶ୍ୱାସଘାତକତା କଲା?

ସେ ଯୀଶୁଙ୍କୁ ଚୁମ୍ବନ ଦେଇ ବିଶ୍ୱାସଘାତକତା କଲା।

Luke 22:49-50

ଲୋକସମୂହଙ୍କ ନିକଟରେ କିପରି ଯିହୂଦା ଯୀଶୁଙ୍କୁ ବିଶ୍ଵାସଘାତକତା କଲେ ?

ଏକ ଚୁମ୍ବନ ସହିତ ସେ ଯୀଶୁଙ୍କୁ ବିଶ୍ଵାସଘାତକତା କଲା [୨୨:୪୭-୪୮]।

ଯେଉଁ ଲୋକର କାନ କାଟି ହୋଇଥିଲା ତାହା ସହିତ ଯୀଶୁ କ'ଣ କଲେ ?

ସେ ତାହାର କାନକୁ ସ୍ପର୍ଶ କଲା, ଏବଂ ତାହାଙ୍କୁ ସୁସ୍ଥ କଲା [୨୨:୫୧]।

Luke 22:51

ଯେଉଁ ବ୍ୟକ୍ତିର କାନ କଟି ଯାଇଥିଲା, ସେହି ବ୍ୟକ୍ତି ସହ ଯୀଶୁ କ’ଣ କଲେ?

ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ ।

Luke 22:52

କେଉଁଠାରେ ଯୀଶୁ ପ୍ରଧାନ ଯାଜକମାନଙ୍କ ସହିତ ପ୍ରତିଦିନ ଥିଲେ ବୋଲି ସେ କହିଲେ ?

ସେ ମନ୍ଦିରରେ ଥିଲେ [୨୨:୫୩]।

Luke 22:53

ଯୀଶୁ କେଉଁଠାରେ ପ୍ରତିଦିନ ପ୍ରଧାନ ଯାଜକମାନଙ୍କ ସହିତ ଥିଲେ ବୋଲି କହିଲେ?

ସେ ପ୍ରତିଦିନ ମନ୍ଦିରରେ ଥିଲେ ବୋଲି ଯୀଶୁ କହିଲେ।

Luke 22:54-55

ଯୀଶୁଙ୍କୁ ଧରିବା ପରେ, ଲୋକମାନେ ତାହାଙ୍କୁ କେଉଁଠାକୁ ନେଇଗଲେ?

ଲୋକମାନେ ତାହାଙ୍କୁ ମହାଯାଜକଙ୍କ ଗୃହକୁ ନେଇଗଲେ।

Luke 22:56

ଯେତେବେଳେ ନିର୍ଦ୍ଧିଷ୍ଟ ନାରୀ ପିତର ଯୀଶୁଙ୍କ ସହିତ ଥିଲେ ବୋଲି କହିଲେ ସେତେବେଳେ ପିତର କ'ଣ କହିଲେ ?

ସେ କହିଲେ, "ସ୍ତ୍ରୀ, ମୁଁ ତାହାଙ୍କୁ ଜାଣେ ନାହିଁ [୨୨:୫୭]।"

Luke 22:57-58

ଯେତେବେଳେ ଜଣେ ଜଣେ ଦାସୀ କହିଲା ଯେ ପିତର ଯୀଶୁଙ୍କ ସହିତ ଥିଲେ, ପିତର କ’ଣ କହିଲେ?

ସେ କହିଲେ, “ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।”

Luke 22:59

ତୃତୀୟଥର ପିତର ଯୀଶୁଙ୍କୁ ଅସ୍ଵୀକାର କଲା ପରେ ସେହିକ୍ଷଣି କ'ଣ ଘଟିଲା ?

ସେହିକ୍ଷଣି କୁକୁଡା ଡାକିଲା [୨୨:୬୦]।

Luke 22:60

ପିତର ତୃତୀୟ ଥର ଯୀଶୁଙ୍କୁ ଜାଣିବାକୁ ଅସ୍ୱୀକାର କରିବା ପରେ ସେହିକ୍ଷଣି କ’ଣ ହେଲା?

ଯୀଶୁ ଜାଣିବାକୁ ଅସ୍ୱୀକାର କରିବା ପରେ ସେହିକ୍ଷଣି କୁକୁଡ଼ା ରାବିଲା ।

Luke 22:61

ଯୀଶୁ ତାହାଙ୍କୁ ଦେଖିଲା ପରେ ପିତର କ'ଣ କଲେ ?

ସେ ବାହାରକୁ ଗଲେ ପୁଣି ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ [୨୨:୬୨]।

Luke 22:62

ଯୀଶୁ ତାହାଙ୍କୁ ଦେଖିବା ପରେ ପିତର କ’ଣ କଲେ?

ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।

Luke 22:63

ଯୀଶୁଙ୍କୁ ଜଗିଥିବା ଲୋକମାନେ ତାଙ୍କ ପ୍ରତି କ'ଣ କଲେ?

ସେମାନେ ତାଙ୍କୁ ପରିହାସ କଲେ ଓ ପ୍ରହାର କଲେ।

Luke 22:64-65

ଯୀଶୁଙ୍କୁ ଜଗିଥିବା ଲୋକମାନେ ତାଙ୍କୁ କିପରି ପରିହାସ କଲେ?

ସେମାନେ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାଙ୍କୁ କିଏ ମାଇଲା?

Luke 22:66

ଯେତେବେଳେ ମହାସଭା ଯୀଶୁଙ୍କୁ ଯଦି ସେ ଖ୍ରୀଷ୍ଟ ଅଟନ୍ତି କହିବାକୁ ଦାବି କଲେ, ଯୀଶୁ କହିଲେ ଯଦି ସେ ସେମାନଙ୍କୁ କହିବେ, ସେମାନେ କ'ଣ କରିବେ ନାହିଁ ?

ସେମାନେ ବିଶ୍ଵାସ କରିବେ ନାହିଁ [୨୨:୬୭]।

Luke 22:67-68

ଯୀଶୁ ଖ୍ରୀଷ୍ଟ କି ନୁହେଁ ବୋଲି ମହାସଭା ପଚାରିଲା। ଯୀଶୁ କ’ଣ କହିଲେ ଯେ ଯଦି ସେ ସେମାନଙ୍କୁ କହିବେ ତେବେ ସେମାନେ ତାହା କରିବେ ନାହିଁ?

ସେ କହିଲେ ଯେ ସେମାନେ ନିଶ୍ଚିତ ଭାବରେ ବିଶ୍ୱାସ କରିବେ ନାହିଁ।

Luke 22:69-70

ଯୀଶୁ ନିଜକୁ ଯେ ଖ୍ରୀଷ୍ଟ ବୋଲି କହିଲେ ତାହାର ସାକ୍ଷ୍ୟ ଆବଶ୍ୟକ ନାହିଁ ବୋଲି କାହିଁକି ମହାସଭା କହିଲେ ?

କାରଣ ସେମାନେ ଯୀଶୁଙ୍କ ନିଜ ମୁଖରୁ ତାହା ଶୁଣିଥିଲେ [୨୨:୭୧]।

Luke 22:71

ମହାସଭା କାହିଁକି କହିଲା ଯେ ଯୀଶୁ ନିଜକୁ ଖ୍ରୀଷ୍ଟ ବୋଲି ଦାବି କରିବାକୁ ପ୍ରମାଣ କରିବାକୁ ସେମାନଙ୍କର ସାକ୍ଷୀମାନଙ୍କର ଆବଶ୍ୟକତା ନାହିଁ?

ସେମାନେ କହିଲେ ଯେ ସେମାନଙ୍କର ଅଧିକ ସାକ୍ଷୀମାନଙ୍କର ଆବଶ୍ୟକତା ନାହିଁ କାରଣ ସେମାନେ ଯୀଶୁଙ୍କ ନିଜକୁ ଖ୍ରୀଷ୍ଟ ବୋଲି କହିବା ଶୁଣିଥିଲେ।

Luke 23

Luke 23:1

ପୀଲାତଙ୍କ ନିକଟରେ ଯିହୁଦୀୟ ନେତାମାନେ ଯୀଶୁଙ୍କ ବିରୁଦ୍ଧରେ କେଉଁ ନିନ୍ଦା କଲେ ?

ସେମାନେ କହିଲେ ଯେ ଯୀଶୁ ଜାତିକୁ ଅପବ୍ୟବହାର କରୁଥିଲା, କାଇସରଙ୍କୁ କର ଦେବାକୁ ନିଷେଧ କରୁଥିଲା, ଏବଂ ସେ ଯେ ଖ୍ରୀଷ୍ଟ, ଏକ ରାଜା ବୋଲି କହୁଥିଲା [୨୩:୨]।

Luke 23:2

ଯିହୁଦୀ ନେତାମାନେ ପୀଲାତଙ୍କୁ ଯୀଶୁଙ୍କ ବିରୁଦ୍ଧରେ କ’ଣ ଅଭିଯୋଗ କଲେ?

ସେମାନେ କହିଲେ ଯେ ଯୀଶୁ ଦେଶକୁ ବିକୃତ କରୁଛନ୍ତି, କାଇସରଙ୍କୁ ଶ୍ରଦ୍ଧାଞ୍ଜଳି ବାରଣ କରିଛନ୍ତି ଏବଂ ସେ କହିଛନ୍ତି ଯେ ସେ ଜଣେ ଖ୍ରୀଷ୍ଟ, ଜଣେ ରାଜା।

Luke 23:3

ଯୀଶୁଙ୍କୁ ପ୍ରଶ୍ନକଲା ପରେ, ପୀଲାତ ତାହାଙ୍କ ବିଷୟରେ କ'ଣ କହିଲେ ?

ସେ କହିଲେ, "ମୁଁ ଏହି ଲୋକଠାରେ କୌଣସି ଦୋଷ ପାଇଲି ନାହିଁ [୨୩:୪]।"

Luke 23:4-7

ଯୀଶୁଙ୍କୁ ପଚାରିବା ପରେ, ପୀଲାତ ତାଙ୍କ ବିଷୟରେ କ’ଣ କହିଲେ?

ସେ କହିଲେ, " ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ ।"

Luke 23:8

ହେରୋଦ ଯୀଶୁଙ୍କୁ କାହିଁକି ଦେଖିବାକୁ ଇଚ୍ଛା କରୁଥିଲେ?

ହେରୋଦ ଯୀଶୁଙ୍କ ଦ୍ଵାରା ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ ।

Luke 23:9-12

ଯୀଶୁ ହେରୋଦଙ୍କ ପ୍ରଶ୍ନର ଉତ୍ତର କିପରି ଦେଲେ?

ସେ ହେରୋଦଙ୍କୁ କିଛି ଉତ୍ତର ଦେଲେ ନାହିଁ।

Luke 23:13

ଯୀଶୁ ଯେତେବେଳେ ପୀଲାତଙ୍କ ନିକଟକୁ ଫେରି ଆସିଲେ, ପୀଲାତ ଯୀଶୁଙ୍କ ବିଷୟରେ ଲୋକସମୂହକୁ କ'ଣ କହିଲେ ?

ସେ କହିଲେ, "ଏହି ଲୋକଠାରେ ମୁଁ କୌଣସି ଦୋଷ ପାଇଲି ନାହିଁ [୨୩:୧୪]।"

Luke 23:14-17

ଯେତେବେଳେ ଯୀଶୁ ପୀଲାତଙ୍କ ନିକଟକୁ ଫେରି ଆସିଲେ, ପୀଲାତ ଯୀଶୁଙ୍କ ବିଷୟରେ ଲୋକସାଧାରଣଙ୍କୁ କ’ଣ କହିଲେ?

ସେ କହିଲେ ଯେ ଯୀଶୁଙ୍କ ବିରୁଦ୍ଧରେ ସେମାନେ ଯେଉଁ ଅଭିଯୋଗ ଆଣିଥିଲେ ସେ ବିଷୟରେ ସେ କିଛି ଦୋଷ ପାଇଲେ ନାହିଁ।

Luke 23:18-19

ସେ କହିଲେ ଯେ ଯୀଶୁଙ୍କ ବିରୁଦ୍ଧରେ ସେମାନେ ଯେଉଁ ଅଭିଯୋଗ ଆଣିଥିଲେ ସେ ବିଷୟରେ ସେ କିଛି ଦୋଷ ପାଇଲେ ନାହିଁ।

ସେ ବାରବ୍ବା ନାମକ ଜଣେ ଅପରାଧୀକୁ ମୁକ୍ତ କରନ୍ତୁ ବୋଲି ସେମାନେ ଚାହୁଁଥିଲେ।

Luke 23:20

ଲୋକସମୂହ ଯୀଶୁଙ୍କୁ କ'ଣ କରାଯିବା ଉଚିତ୍ ବୋଲି ଉଚ୍ଚ ସ୍ଵରରେ କହିଲେ ?

ସେମାନେ ଉଚ୍ଚ ସ୍ଵରରେ କହିଲେ, "ତାହାକୁ କ୍ରୁଶରେ ଚଢାଅ, ତାହାକୁ କ୍ରୁଶରେ ଚଢାଅ [୨୩:୨୧]।

ତୃତୀୟ ଥର ପାଇଁ, ପୀଲାତ ଯୀଶୁଙ୍କ ବିଷୟରେ ଲୋକସମୂହକୁ କ'ଣ କହିଲେ ?

ପୀଲାତ କହିଲେ, "ମୁଁ ତାହାଙ୍କଠାରେ ପ୍ରାଣ ଦଣ୍ଡର କୌଣସି ଦୋଷ ପାଉନାହିଁ [୨୩:୨୨]।"

Luke 23:21

ଯୀଶୁଙ୍କ ପ୍ରତି କ'ଣ କରାଯାଉ ବୋଲି ଜନସାଧାରଣ ଉଚ୍ଚସ୍ୱରରେ କହିବାକୁ ଲାଗିଲେ?

ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, “ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ।”

Luke 23:22

ତୃତୀୟ ଥର ପାଇଁ, ପୀଲାତ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କ’ଣ କହିଲେ?

ପୀଲାତ କହିଲେ, "ମୁଁ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହିଁ ।"

Luke 23:23-25

ପୀଲାତ ଶେଷରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଉ ବୋଲି ଦାବିକୁ କାହିଁକି ଅନୁମତି ଦେଲେ?

ସେ ସେମାନଙ୍କର ଅନୁରୋଧକୁ ଅନୁମତି ଦେଇଥିଲେ କାରଣ ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ ।

Luke 23:26

କିଏ ଯୀଶୁଙ୍କ କ୍ରୁଶ ବହନ କରି ଯୀଶୁଙ୍କ ପଛେ ପଛେ ଗଲେ?

କୂରୀଣୀୟ ଶିମୋନ ଯୀଶୁଙ୍କ କ୍ରୁଶ ବହନ କଲେ।

Luke 23:27

ଯିରୂଶାଲମର ସ୍ତ୍ରୀଲୋକମାନଙ୍କୁ ତାହାଙ୍କ ବଦଳରେ ରୋଦନ ନ କରି କାହା ନିମନ୍ତେ ରୋଦନ କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ସେମାନେ ଆପଣା ନିମନ୍ତେ ପୁଣି ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରିବା ଉଚିତ୍ [୨୩:୨୮]।

Luke 23:28-31

ଯୀଶୁ କାହା ପାଇଁ ଯିରୂଶାଲମର ସ୍ତ୍ରୀମାନେ ତାଙ୍କ ବଦଳରେ ରୋଦନ କରିବା ଉଚିତ ବୋଲି କହିଲେ?

ସେମାନେ ନିଜ ପାଇଁ ଏବଂ ସେମାନଙ୍କ ସନ୍ତାନମାନଙ୍କ ପାଇଁ ରୋଦନ କରିବା ଉଚିତ ବୋଲି ଯୀଶୁ କହିଲେ।

Luke 23:32

ଯୀଶୁଙ୍କ ସହିତ କିଏ କ୍ରୁଶରେ ପ୍ରାଣଦଣ୍ଡ ଭୋଗକଲେ?

ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ଯୀଶୁଙ୍କ ସହିତ କ୍ରୁଶରେ ପ୍ରାଣଦଣ୍ଡ ଭୋଗକଲେ

Luke 23:33-34

କ୍ରୁଶ ଉପରୁ, ଯେଉଁମାନେ ତାହାଙ୍କୁ କ୍ରୁଶାପିତ କରୁଥିଲେ ସେମାନଙ୍କ ନିମନ୍ତେ ଯୀଶୁ କ'ଣ ପ୍ରାର୍ଥନା କଲେ ?

ସେ ପ୍ରାର୍ଥନା କଲେ, "ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଅଛନ୍ତି ସେମାନେ ତାହା ଜାଣନ୍ତି ନାହିଁ [୨୩:୩୪]।"

Luke 23:35

ଯେହେତୁ ଯୀଶୁ ନିଜକୁ ଖ୍ରୀଷ୍ଟ ବୋଲି ଦାବି କଲେ, ଲୋକମାନେ, ସୈନ୍ୟମାନେ ଏବଂ ଜଣେ ଦୁଷ୍କର୍ମକାରୀ ଯୀଶୁଙ୍କୁ କ’ଣ କରିବାକୁ କହିଲେ?

ନିଜକୁ ରକ୍ଷା କରିବାକୁ ସେମାନେ ତାଙ୍କୁ କହିଲେ ।

Luke 23:36-37

ଯୀଶୁଙ୍କ ଉର୍ଦ୍ଧ୍ୱରେ କେଉଁ ଲିପି ଲେଖା ହୋଇଥିଲା ?

ଏହିପରି ଥିଲା, "ଏହି ଯିହୁଦୀମାନଙ୍କର ରାଜା ଅଟେ [୨୩:୩୮]।"

Luke 23:38-41

ଯୀଶୁଙ୍କ ଊର୍ଦ୍ଧ୍ୱରେ ଏକ ଚିହ୍ନ ଉପରେ କ’ଣ ଲେଖାଯାଇଥିଲା?

ଏହି ଚିହ୍ନରେ ଲେଖାଥିଲା, " ଏ ଯିହୁଦୀମାନଙ୍କର ରାଜା ।"

Luke 23:42

ଦ୍ୱିତୀୟ ଦୁଷ୍କର୍ମକାରୀ ଯୀଶୁଙ୍କୁ କ’ଣ ଅନୁରୋଧ କଲା?

ସେ କହିଲା, “ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ।“

Luke 23:43

ଦ୍ୱିତୀୟ ଦୁଷ୍କର୍ମକାରୀକୁ ଯୀଶୁ କେଉଁ ପ୍ରତିଜ୍ଞା ଦେଲେ?

ସେ କହିଲେ, “ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।“

Luke 23:44

ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ତୁରନ୍ତ କେଉଁ ଚମତ୍କାର ଘଟଣା ଘଟିଲା?

ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା ।

Luke 23:45

ଯୀଶୁଙ୍କ ମୃତ୍ୟୁ ପରେ ତୁରନ୍ତ କେଉଁ ଚମତ୍କାର ଘଟଣା ଘଟିଲା?

ସୂର୍ଯ୍ୟର କିରଣ ନିସ୍ତେଜ ହେଲା ଏବଂ ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।

Luke 23:46

ଯୀଶୁଙ୍କ ମୃତ୍ୟୁପରେ ଶତସେନାପତି ଯୀଶୁଙ୍କ ବିଷୟରେ କ'ଣ କହିଲେ ?

ସେ କହିଲେ, "ନିଶ୍ଚୟ ଏ ଧାର୍ମିକ ଲୋକ ଥିଲେ [୨୩:୪୭]।"

Luke 23:47-51

ଯୀଶୁଙ୍କ ମୃତ୍ୟୁ ପରେ ଶତ-ସେନାପତି ଯୀଶୁଙ୍କ ବିଷୟରେ କ’ଣ କହିଲେ?

ସେ କହିଲେ, ନିଶ୍ଚିତ ଭାବରେ ଏହି ବ୍ୟକ୍ତି ଧାର୍ମିକ ଥିଲେ।

Luke 23:52

ହାରାମାଥୀୟା ନଗରର ଯୋଷେଫ ପୀଲାତଙ୍କୁ କ'ଣ ମାଗିଲେ?

ସେ ପୀଲାତଙ୍କୁ ଯୀଶୁଙ୍କ ଶରୀର ମାଗିଲେ।

Luke 23:53

ହାରାମାଥୀୟା ନଗରର ଯୋଷେଫ ଯୀଶୁଙ୍କ ଶରୀର ସହ କ’ଣ କଲେ?

ସେ ଯୀଶୁଙ୍କ ଶରୀରକୁ ଏକ ନୂତନ ସମାଧି-ସ୍ଥାନରେ ରଖିଲେ।

Luke 23:54-55

ଯୀଶୁଙ୍କୁ ସମାଧି ଦିଆଯିବା ପରେ କେଉଁ ଦିନ ଆରମ୍ଭ ହେବାକୁ ଯାଉଥିଲା?

ବିଶ୍ରାମ ଦିବସ ଆରମ୍ଭ ହେବାକୁ ଯାଉଥିଲା।

Luke 23:56

ଯୀଶୁଙ୍କ ସହିତ ଥିବା ସ୍ତ୍ରୀମାନେ ବିଶ୍ରାମବାରରେ କ’ଣ କଲେ?

ସେମାନେ ଈଶ୍ୱରଙ୍କ ଆଜ୍ଞା ଅନୁସାରେ ବିଶ୍ରାମ କଲେ।

Luke 24

Luke 24:1

ସ୍ତ୍ରୀଲୋକମାନେ ଯୀଶୁଙ୍କ ସମାଧି ନିକଟକୁ କେବେ ଆସିଲେ?

ସପ୍ତାହର ପ୍ରଥମ ଦିନରେ ସେମାନେ ଅତି ପ୍ରତ୍ୟୁଷରେ ଆସିଲେ ।

Luke 24:2

ସମାଧି ନିକଟରେ ସ୍ତ୍ରୀଲୋକମାନେ କ’ଣ ଦେଖିବାକୁ ପାଇଲେ?

ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ ।

Luke 24:3-5

ସମାଧି ଭିତରେ ସ୍ତ୍ରୀଲୋକମାନେ କ’ଣ ପାଇଲେ?

ସେମାନେ ଯୀଶୁଙ୍କ ଶରୀର ସେଠାରେ ପାଇଲେ ନାହିଁ।

Luke 24:6-10

ଉଜ୍ଜ୍ୱଳବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି (ଦୂତମାନେ) ଯୀଶୁଙ୍କ ସହିତ କ’ଣ ହେଲା ବୋଲି ସେମାନଙ୍କୁ କହିଲେ?

ଯୀଶୁ ପୁନରୁ‌ତ୍‌ଥିତ ହୋଇଛନ୍ତି ବୋଲି ସେମାନେ ସ୍ତ୍ରୀଲୋକମାନଙ୍କୁ କହିଲେ।

Luke 24:11

ଯେତେବେଳେ ସ୍ତ୍ରୀଲୋକମାନେ ସମାଧିରେ ସେମାନଙ୍କର ଅନୁଭୂତି ବିଷୟରେ ପ୍ରେରିତମାନଙ୍କୁ କହିଲେ ସେତେବେଳେ ସେମାନଙ୍କର ଉତ୍ତର କ’ଣ ଥିଲା?

ଏହି ଶବ୍ଦଗୁଡ଼ିକ ସେମାନଙ୍କ ସମ୍ମୁଖରେ ନିରର୍ଥକ ଥିଲା, ତେଣୁ ସେମାନେ ସେମାନଙ୍କୁ ଅବିଶ୍ୱାସ କଲେ ।

Luke 24:12-14

ପିତର ଯେବେ ସମାଧିକୁ ଦେଖିବାକୁ ଗଲେ ସେ କ’ଣ ଦେଖିଲେ?

ପିତର ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ ।

Luke 24:15

କାହିଁକି ଇମ୍ମାୟୁ ଯାଉଥିବା ଦୁଇଜଣ ବିଶ୍ଵାସୀ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ ଯେତେବେଳେ ଯୀଶୁ ସେମାନଙ୍କ ଯାଉଥିଲେ ?

ସେମାନଙ୍କର ଚକ୍ଷୁ ତାହାଙ୍କୁ ଚିହ୍ନିବା ଠାରୁ ରୁଦ୍ଧ ହୋଇଥିଲା [୨୪:୧୬]।

Luke 24:16-20

ଯେତେବେଳେ ଦୁଇ ଜଣ ଶିଷ୍ୟ ଇମ୍ମାୟୁକୁ ଯାଉଥିଲେ ସେତେବେଳେ ଯୀଶୁ ସେମାନଙ୍କ ସହିତ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ ହେଲେ କାହିଁକି ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ?

ସେମାନଙ୍କର ଚକ୍ଷୁ ତାହାଙ୍କୁ ନ ଚିହ୍ନିବାକୁ ରୁଦ୍ଧ ହୋଇଥିଲା।

Luke 24:21-24

ଯୀଶୁ ଜୀବିତ ଥିବାବେଳେ, ସେ କ'ଣ କରିବେ ବୋଲି ଶିଷ୍ୟମାନେ ଆଶା କରୁଥିଲେ?

ସେ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ସେମାନେ ଆଶା କରୁଥିଲେ।

Luke 24:25-26

ଶାସ୍ତ୍ରରୁ ଯୀଶୁ ଦୁଇ ଲୋକଙ୍କୁ କ'ଣ ବ୍ୟାଖ୍ୟା କଲେ ?

ତାହାଙ୍କ ସମ୍ବନ୍ଧରେ ଶାସ୍ତ୍ର କ'ଣ କୁହେ ତାହା ସେ ବ୍ୟାଖ୍ୟା କଲେ [୨୪:୨୭]।

Luke 24:27-29

ଶାସ୍ତ୍ରରୁ ଯୀଶୁ ସେହି ଦୁଇ ଜଣଙ୍କୁ କ’ଣ ବୁଝାଇଦେଲେ?

ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ ।

Luke 24:30

ଯେତେବେଳେ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ସେତେବେଳେ ଯୀଶୁ କ'ଣ କଲେ ?

ସେ ସେମାନଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ [୨୪:୩୧]।

Luke 24:31-35

ଯେତେବେଳେ ଯୀଶୁ ରୁଟିକୁ ଆଶୀର୍ବାଦ କରୀ, ତାହା ଭାଙ୍ଗି ଦୁଇ ଶିଷ୍ୟଙ୍କୁ ଦେଲେ, ସେତେବେଳେ ସେମାନଙ୍କ ସହ କ’ଣ ହେଲା?

ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ ।

Luke 24:36-37

ଯିରୂଶାଲମରେ ପ୍ରଥମେ ଶିଷ୍ୟମାନଙ୍କୁ ଦେଖିବା ପରେ ଯୀଶୁ କ’ଣ କହିଲେ?

ସେ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।”

Luke 24:38

କିପରି ଯୀଶୁ ପ୍ରମାଣ କଲେ ଯେ ସେ ଏକ ଆତ୍ମା ନ ଥିଲେ ବୋଲି ?

ସେ ତାହାଙ୍କ ଶିଷ୍ୟମାନଙ୍କୁ ସ୍ପର୍ଶ କରିବାକୁ କହିଲେ, ସେ ସେମାନଙ୍କୁ ତାହାର ହାତ ଓ ପାଦ ଦେଖାଇଲେ, ଏବଂ ସେ ସେମାନଙ୍କ ସାକ୍ଷାତରେ ମାଛ ଭୋଜନ କଲେ [୨୪:୩୯-୪୩]।

Luke 24:39-40

ଯୀଶୁ କେବଳ ଆତ୍ମା ​​ନଥିଲେ ବୋଲି ସେ କିପରି ପ୍ରମାଣ କଲେ?

ସେ ଶିଷ୍ୟମାନଙ୍କୁ ତାଙ୍କୁ ସ୍ପର୍ଶ କରିବାକୁ କହିଲେ, ଏବଂ ସେ ସେମାନଙ୍କୁ ହାତ ଓ ପାଦ ଦେଖାଇଲେ।

Luke 24:41-44

କିପରି ଯୀଶୁ ପ୍ରମାଣ କଲେ ଯେ ସେ ଏକ ଆତ୍ମା ନ ଥିଲେ ବୋଲି ?

ସେ ତାହାଙ୍କ ଶିଷ୍ୟମାନଙ୍କୁ ସ୍ପର୍ଶ କରିବାକୁ କହିଲେ, ସେ ସେମାନଙ୍କୁ ତାହାର ହାତ ଓ ପାଦ ଦେଖାଇଲେ, ଏବଂ ସେ ସେମାନଙ୍କ ସାକ୍ଷାତରେ ମାଛ ଭୋଜନ କଲେ [୨୪:୩୯-୪୩]।

Luke 24:45-46

ସେତେବେଳେ ଶିଷ୍ୟମାନେ କିପରି ଶାସ୍ତ୍ର ବୁଝିବାକୁ ସମର୍ଥ ହେଲେ?

ଶାସ୍ତ୍ର ବୁଝିବାପାଇଁ ଯୀଶୁ ସେମାନଙ୍କ ମନ ଉନ୍ମୁକ୍ତ କଲେ।

Luke 24:47

ସମସ୍ତ ଜାତିଙ୍କ ନିକଟରେ କ’ଣ ପ୍ରଚାର କରାଯିବା ଉଚିତ ବୋଲି ଯୀଶୁ କହିଲେ?

ସମସ୍ତ ଜାତିଙ୍କ ନିକଟରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ ଉଚିତ।

Luke 24:48

କ'ଣ ପାଇଁ ଯୀଶୁ ଶିଷ୍ୟମାନଙ୍କୁ ଅପେକ୍ଷା କରିବାକୁ କହିଲେ ?

ଯେପର୍ଯ୍ୟନ୍ତ ସେମାନେ ଉର୍ଦ୍ଧ୍ୱର ଶକ୍ତି ସହ ବସ୍ତ୍ରାନ୍ୱିତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କୁ ସେ ଅପେକ୍ଷା କରିବାକୁ କହିଲେ [୨୪:୪୯]।

Luke 24:49

ଶିଷ୍ୟମାନଙ୍କୁ କ’ଣ ଅପେକ୍ଷା କରିବାକୁ ଯୀଶୁ କହିଲେ?

ସେ ସେମାନଙ୍କୁ ଊର୍ଦ୍ଧ୍ୱରୁ ଶକ୍ତି ପରିଧାନ ନକରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ।

Luke 24:50

ଯେପରି ସେ ଶିଷ୍ୟମାନଙ୍କୁ ବେଥାନୀଆ ନିକଟରେ ଆଶୀର୍ବାଦ କଲେ ସେହିକ୍ଷଣି ଯୀଶୁଙ୍କ ପ୍ରତି କ'ଣ ଘଟିଲା ?

ସେ ସ୍ଵର୍ଗକୁ ନୀତ ହେଲେ [୨୪:୫୧]।

Luke 24:51-52

ବେଥନୀୟାକୁ ନିକଟରେ ଶିଷ୍ୟମାନଙ୍କୁ ଆଶୀର୍ବାଦ କଲାବେଳେ ଯୀଶୁଙ୍କ ସହିତ କ’ଣ ହେଲା?

ସେ ସ୍ୱର୍ଗକୁ ନୀତ ହେଲେ ।

Luke 24:53

ତା’ପରେ ଶିଷ୍ୟମାନେ କେଉଁଠାରେ ସମୟ ବିତାଇଲେ, ଏବଂ ସେମାନେ କ’ଣ କଲେ?

ସେମାନେ ସର୍ବଦା ମନ୍ଦିରରେ ରହି ଈଶ୍ଵରଙ୍କୁ ସ୍ତବ କଲେ।