Jude
Jude 1
Jude 1:1
ଯିହୂଦା କାହାର ଦାସ ଥିଲା?
ଯିହୂଦା ଯୀଶୁ ଖ୍ରୀଷ୍ଟଙ୍କର ଦାସ ଥିଲେ।
ଯିହୂଦାର ଭାଇ କିଏ ଥିଲା?
ଯାକୁବ ଯିହୂଦାର ଭାଇ ଥିଲେ।
ଯିହୂଦା କାହାକୁ ଲେଖିଥିଲେ?
ଯେଉଁମାନେ ଆହୂତ ଓ ପିତା ଈଶ୍ୱରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ ସେ ସେମାନଙ୍କୁ ଲେଖିଥିଲେ।
Jude 1:2
ଯିହୂଦା ଯେଉଁମାନଙ୍କୁ ଲେଖିଥିଲେ ସେମାନଙ୍କ ପାଇଁ ପ୍ରଚୁରଭାବେ ବର୍ତ୍ତୁ ବୋଲି ସେ ଚାହୁଁଥିଲେ?
ଯିହୂଦା ଦୟା, ଶାନ୍ତି ଏବଂ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ ବୋଲି ଚାହୁଁଥିଲେ ।
Jude 1:3
ଯିହୂଦା ପ୍ରଥମେ କ’ଣ ଲେଖିବାକୁ ଚାହୁଁଥିଲେ?
ଯିହୂଦା ପ୍ରଥମେ ସେମାନଙ୍କର ସାଧାରଣ ପରିତ୍ରାଣ ବିଷୟରେ ଲେଖିବାକୁ ଚାହୁଁଥିଲେ ।
ଯିହୂଦା ପ୍ରକୃତରେ କେଉଁ ବିଷୟରେ ଲେଖିଥିଲେ ?
ଯିହୂଦା ପ୍ରକୃତରେ ସାଧୁମାନଙ୍କ ବିଶ୍ୱାସ ପାଇଁ ସଂଘର୍ଷ କରିବାର ଆବଶ୍ୟକତା ବିଷୟରେ ଲେଖିଥିଲେ ।
Jude 1:4
କେତେକ ନିନ୍ଦିତ ଓ ଅଧାର୍ମିକ ପୁରୁଷ କିପରି ପ୍ରବେଶ କରିଥିଲେ?
କେତେକ ନିନ୍ଦିତ ଏବଂ ଅଧାର୍ମିକ ବ୍ୟକ୍ତି ଗୁପ୍ତ ଭାବରେ ପ୍ରବେଶ କରିଥିଲେ ।
ନିନ୍ଦିତ ଓ ଅଧାର୍ମିକ ଲୋକମାନେ କ’ଣ କଲେ?
ସେମାନେ ଈଶ୍ଵରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ପରିବର୍ତ୍ତନ କଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କଲେ ।
Jude 1:5
ପ୍ରଭୁ ଲୋକମାନଙ୍କୁ କେଉଁଠାରୁ ଥରେ ମାତ୍ର ଉଦ୍ଧାର କଲେ?
ପ୍ରଭୁ ସେମାନଙ୍କୁ ମିସର ଦେଶରୁ ଉଦ୍ଧାର କଲେ।
ଯେଉଁ ଲୋକମାନେ ବିଶ୍ୱାସ କଲେ ନାହିଁ ସେମାନଙ୍କ ସହ ପ୍ରଭୁ କ’ଣ କଲେ?
ସଦାପ୍ରଭୁ ଯେଉଁଲୋକେ ବିଶ୍ବାସ କଲେ ନାହିଁ ସେହି ଲୋକମାନଙ୍କୁ ବିନାଶ କଲେ।
Jude 1:6
ଆପଣା ସ୍ଥାନ ପରିତ୍ୟାଗ କରିଥିବା ଦୂତମାନଙ୍କ ସହ ପ୍ରଭୁ କ’ଣ କଲେ?
ପ୍ରଭୁ ସେମାନଙ୍କୁ ବିଚାର ପାଇଁ ଅନନ୍ତ ଶିକୁଳିରେ ଅନ୍ଧକାରରେ ରଖିଲେ।
Jude 1:7
ସଦୋମ, ଗୋମୋରା ଏବଂ ସେମାନଙ୍କ ଆଖପାଖ ନଗରଗୁଡ଼ିକ କ'ଣ କଲେ?
ସେମାନେ ବ୍ୟଭିଚାର କଲେ ଏବଂ ଅସ୍ୱାଭାବିକ ଇଚ୍ଛା ଅନୁସରଣ କଲେ ।
Jude 1:8
ସଦୋମ, ଗୋମୋରା ଏବଂ ସେମାନଙ୍କ ଆଖପାଖ ନଗର ପରି, ନିନ୍ଦିତ ଓ ଅଧର୍ମୀମାନେ କ’ଣ କରନ୍ତି?
ସେମାନେ ନିଜ ସ୍ୱପ୍ନରେ ନିଜ ଶରୀରକୁ କଳୁଷିତ କରନ୍ତି, ଅଧିକାରକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ମନ୍ଦ କଥା କୁହନ୍ତି ।
Jude 1:9-11
ପ୍ରଧାନ ଦୂତ ମୀଖାୟେଲ ଶୟତାନକୁ କ’ଣ କହିଲଲେ?
ପ୍ରଧାନ ଦୂତ ମୀଖାୟେଲ କହିଲେ, “ପ୍ରଭୁ ମ୍ଭକୁ ଧମକ ଦିଅନ୍ତୁ।
Jude 1:12-13
ନିନ୍ଦିତ ଓ ଅଧାର୍ମିକ ଲୋକମାନେ କାହା ପାଇଁ ଲଜ୍ଜାଜନକ ଯତ୍ନ ନିଅନ୍ତି?
ସେମାନେ ଲଜ୍ଜାଜନକ ଭାବରେ ନିଜ ପାଇଁ ଯତ୍ନ ନିଅନ୍ତି ।
Jude 1:14
ହନୋକ ଆଦମଙ୍କଠାରୁ କେତେ ପୁରୁଷ ଥିଲେ?
ଆଦମଙ୍କଠାରୁ ହନୋକ ସପ୍ତମ ପୁରୁଷ ଥିଲେ।
Jude 1:15
ପ୍ରଭୁ କାହା ଉପରେ ବିଚାର କରିବେ?
ପ୍ରଭୁ ସମସ୍ତ ଲୋକମାନଙ୍କ ଉପରେ ନ୍ୟାୟ ପ୍ରଦାନ କରିବେ।
Jude 1:16
ଧର୍ମହୀନ ଲୋକ କିଏ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ?
ଅଭିଯୋଗକାରୀ, ବଚସାକାରୀ, ଯେଉଁମାନେ ସେମାନଙ୍କର ମନ୍ଦ ଇଚ୍ଛା ପଛରେ ଯାଆନ୍ତି, ଉଚ୍ଚ ସ୍ୱରରେ ଗର୍ବ କରନ୍ତି, ଏବଂ ଯେଉଁମାନେ ବ୍ୟକ୍ତିଗତ ଲାଭ ପାଇଁ ପ୍ରଶଂସା କରନ୍ତି, ସେମାନେ ଦୋଷୀ ସାବ୍ୟସ୍ତ ହେବେ ।
Jude 1:17-18
ଅତୀତରେ ଉପହାସକାରୀମାନଙ୍କ ବିଷୟରେ କିଏ କହିଥିଲେ?
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ଉପହାସକାରୀମାନଙ୍କ ବିଷୟରେ ଅତୀତରେ କଥା କହିଥିଲେ ।
Jude 1:19
ଉପହାସ କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ କ’ଣ ସତ୍ୟ ଅଟେ, ଯେଉଁମାନେ ସାଂସାରିକମନା, ଯେଉଁମାନେ ବିଭାଜନ ସୃଷ୍ଟି କରନ୍ତି ଏବଂ କାମୁକତାରେ ଲିପ୍ତ ରୁହନ୍ତି?
ସେମାନଙ୍କଠାରେ ପବିତ୍ର ଆତ୍ମା ନାହିଁ ।
Jude 1:20
ପ୍ରିୟମାନେ ନିଜକୁ କିପରି ନିର୍ମାଣ କରି ପ୍ରାର୍ଥନା କରୁଥିଲେ?
ପ୍ରିୟମାନେ ସେମାନଙ୍କର ଅତି ପବିତ୍ର ବିଶ୍ୱାସରେ ନିଜକୁ ନିର୍ମାଣ କରୁଥିଲେ ଏବଂ ପବିତ୍ରଆତ୍ମାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ।
Jude 1:21
ପ୍ରିୟମାନେ କ’ଣ କରିବାକୁ ଆବଶ୍ୟକ ଥିଲା?
ପ୍ରିୟମାନେ ଈଶ୍ଵରଙ୍କ ପ୍ରେମ, ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାକୁ ଅପେକ୍ଷା କରିବାର ଆବଶ୍ୟକ ଥିଲା ।
Jude 1:22
ପ୍ରିୟମାନେ କାହା ଉପରେ ଦୟା ଏବଂ ଉଦ୍ଧାର କରିବା ଉଚିତ ଥିଲା?
ଯେଉଁମାନେ ସନ୍ଦେହରେ ଥିଲେ କିମ୍ବା ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ର ଏବଂ ଅଗ୍ନିରେ ଥିବା ଲୋକମାନଙ୍କୁ ଦୟା ଏବଂ ଉଦ୍ଧାର କରିବା ଉଚିତ ଥିଲା ।
Jude 1:23
ପ୍ରିୟମାନେ କାହା ଉପରେ ଦୟା ଏବଂ ରକ୍ଷା କରିବାର ଥିଲା?
ଯେଉଁମାନେ ସନ୍ଦେହରେ ଥିଲେ କିମ୍ବା ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ର ଏବଂ ଅଗ୍ନିରେ ଥିବା ଲୋକମାନଙ୍କୁ ଦୟା ଏବଂ ଉଦ୍ଧାର କରିବା ଉଚିତ ଥିଲା ।
Jude 1:24
ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେମାନଙ୍କର ତ୍ରାଣକର୍ତ୍ତା ଈଶ୍ଵର କ’ଣ କରିବାକୁ ସମର୍ଥ ଅଟନ୍ତି?
ଈଶ୍ଵର ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ ଅଟନ୍ତି ।
Jude 1:25
ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେମାନଙ୍କର ତ୍ରାଣକର୍ତ୍ତା ଈଶ୍ଵର କ’ଣ କରିବାକୁ ସମର୍ଥ ଅଟନ୍ତି?
ଈଶ୍ଵର ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ ଅଟନ୍ତି ।
ଈଶ୍ଵର କେବେ ଗୌରବ ପାଆନ୍ତି?
ଈଶ୍ଵର ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ଗୌରବ ପାଆନ୍ତି ।