ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

1 Timothy

1 Timothy 1

1 Timothy 1:1

ପାଉଲ କିପରି ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ହେଲେ?

ପାଉଲ ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁସାରେ ଜଣେ ପ୍ରେରିତ ହେଲେ ।

1 Timothy 1:2

ପାଉଲ ଏବଂ ତୀମଥିଙ୍କ ମଧ୍ୟରେ କେଉଁ ସମ୍ପର୍କ ଥିଲା?

ତୀମଥି ବିଶ୍ଵାସରେ ପାଉଲଙ୍କର ପ୍ରକୃତ ପୁତ୍ର ଥିଲେ ।

1 Timothy 1:3-4

ପାଉଲ ତୀମଥିଙ୍କୁ କେଉଁଠାରେ ରହିବାକୁ ଅନୁରୋଧ କଲେ?

ପାଉଲ ତୀମଥିଙ୍କୁ ଏଫିସରେ ରହିବାକୁ ଅନୁରୋଧ କଲେ।

କେତେକ ଲୋକମାନଙ୍କୁ କ’ଣ ନକରିବାକୁ ତୀମଥିଙ୍କୁ ନିର୍ଦ୍ଦେଶ ଦେବାର ଥିଲା?

ଯେପରି ସେମାନେ ଭିନ୍ନ ଶିକ୍ଷା ନଦିଅନ୍ତି ଏହି ବିଷୟରେ ତୀମଥିଙ୍କୁ ନିର୍ଦ୍ଦେଶ ଦେବାର ଥିଲା।

1 Timothy 1:5-8

ପାଉଲଙ୍କର ଆଦେଶ ଓ ଶିକ୍ଷାର ଲକ୍ଷ୍ୟ କ’ଣ ବୋଲି ସେ କହିଥିଲେ?

ଏକ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ପ୍ରେମ ହିଁ ତାଙ୍କର ଆଦେଶର ଲକ୍ଷ୍ୟ ଥିଲା।

1 Timothy 1:9-11

କାହା ପାଇଁ ବ୍ୟବସ୍ଥା ବନାଯାଇଥିଲା?

ବ୍ୟବସ୍ଥାହୀନ, ଅବାଧ୍ୟ, ଅଧାର୍ମିକ ଓ ପାପୀମାନଙ୍କ ନିମନ୍ତେ ବ୍ୟବସ୍ଥା ବନାଯାଇଥିଲା ।

1 Timothy 1:12

ଅତୀତରେ ପାଉଲ କେଉଁ ପାପଗୁଡିକ କଲେ ?

ପାଉଲ ଜଣେ ନିନ୍ଦକ, ତାଡନାକାରୀ, ଅତ୍ୟାଚାରୀ ମନୁଷ୍ୟ ଥିଲେ [୧:୧୩]।

ପାଉଲଙ୍କ ପ୍ରତି କ'ଣ ପ୍ରଚୁର ହେଲା, ଯାହା ଫଳରେ ପାଉଲ ଜଣେ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହେଲା ?

ଆମ୍ଭେମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ପାଉଲଙ୍କ ପ୍ରତି ଅତି ପ୍ରଚୁର ହେଲା [୧:୧୪]।

1 Timothy 1:13

କେଉଁ ପାପଗୁଡ଼ିକୁ ପାଉଲ ପୂର୍ବରୁ କରିଥିଲେ?

ପାଉଲ ପୂର୍ବରୁ ଜଣେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ମଣିଷ ଥିଲେ।

1 Timothy 1:14

ପାଉଲ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ହେବାରୁ, ଫଳସ୍ୱରୂପ ତାଙ୍କ ପ୍ରତି କ’ଣ ଅତି ପ୍ରଚୁର ହେଲା?

ଆମ ପ୍ରଭୁଙ୍କ ଅନୁଗ୍ରହ ପାଉଲଙ୍କ ପ୍ରତି ଅତି ପ୍ରଚୁର ହେଲା।

1 Timothy 1:15

ଜଗତରେ ଖ୍ରୀଷ୍ଟ ଯୀଶୁ କାହାକୁ ପରିତ୍ରାଣ କରିବା ନିମନ୍ତେ ଆସିଥିଲେ?

ଜଗତରେ ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଆସିଥିଲେ।

1 Timothy 1:16-17

ପାଉଲ କାହିଁକି ଈଶ୍ଵରଙ୍କଠାରୁ ଦୟାପ୍ରାପ୍ତ ହେଲି ବୋଲି କହିଲେ?

ଯେପରି ଯୀଶୁ ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପାଉଲଙ୍କଠାରେ ପ୍ରକାଶ କରନ୍ତି ଏଥିନିମନ୍ତେ ସେ ଈଶ୍ଵରଙ୍କଠାରୁ ଦୟାପ୍ରାପ୍ତ ହେଲି ବୋଲି କହିଲେ ।

1 Timothy 1:18

ତୀମଥିଙ୍କ ବିଷୟରେ ପୂର୍ବରେ ଉକ୍ତ ସମସ୍ତ ଭାବବାଣୀ ଅନୁସାରେ କ’ଣ କରିବାକୁ ପାଉଲ ତୀମଥିଙ୍କୁ କହିଲେ?

ଏକ ଉତ୍ତମ ଯୁଦ୍ଧ ଲଢ଼ିବାକୁ ପାଉଲ ତୀମଥିଙ୍କୁ କହିଲେ ।

1 Timothy 1:19

ସେମାନଙ୍କ ସହିତ କ’ଣ ହେଲା ଯେଉଁମାନେ ସେମାନଙ୍କର ବିଶ୍ଵାସ ଓ ଶୁଚି ବିବେକକୁ ପରିତ୍ୟାଗ କଲେ?

ଏହି ଲୋକମାନଙ୍କର ବିଶ୍ଵାସରୂପ ଜାହାଜ ଭଗ୍ନ ହୋଇଯାଇଅଛି ।

1 Timothy 1:20

ଯେଉଁମାନେ ନିଜର ବିଶ୍ୱାସ ଓ ଶୁଚି ବିବେକ ଓ ବିଶ୍ଵାସରୂପ ଜାହାଜକୁ ପରିତ୍ୟାଗ କରିଥିଲେ ସେହି ଲୋକମାନଙ୍କ ପାଇଁ ପାଉଲ କ’ଣ କରିଥିଲେ?

ସେମାନେ ଯେପରି ଈଶ୍ଵରଙ୍କୁ ନିନ୍ଦା ନକରିବାକୁ ଶିକ୍ଷା ଦିଆଯାଇ ପାରିବେ ସେଇଥି ପାଇଁ ପାଉଲ ସେମାନଙ୍କୁ ଶୟତାନର ହସ୍ତରେ ସମର୍ପଣ କଲେ ।

1 Timothy 2

1 Timothy 2:1

ପାଉଲ କାହା ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରନ୍ତି?

ସମସ୍ତ ଲୋକମାନଙ୍କ ପାଇଁ ପାଉଲ ପ୍ରାର୍ଥନା କରିବାକୁ ଅନୁରୋଧ କରନ୍ତି ।

1 Timothy 2:2-3

ଖ୍ରୀଷ୍ଟିୟାନମାନେ କେଉଁ ପ୍ରକାରର ଜୀବନଯାପନ କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି?

ଖ୍ରୀଷ୍ଟିୟାନମାନେ ଈଶ୍ଵର-ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନଯାପନ କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।

1 Timothy 2:4

ସମସ୍ତ ଲୋକ ପାଇଁ ଈଶ୍ଵର କ’ଣ ଇଚ୍ଛା କରନ୍ତି?

ସମସ୍ତେ ଲୋକ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ଈଶ୍ଵର ଇଚ୍ଛା କରନ୍ତି ।

1 Timothy 2:5

ଈଶ୍ଵର ଏବଂ ମନୁଷ୍ୟ ମଧ୍ୟସ୍ଥରେ ଖ୍ରୀଷ୍ଟ ଯୀଶୁଙ୍କର ସ୍ଥିତି କ’ଣ?

ଖ୍ରୀଷ୍ଟ ଯୀଶୁ ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି ।

1 Timothy 2:6

ଖ୍ରୀଷ୍ଟ ଯୀଶୁ ସମସ୍ତ ଲୋକମାନଙ୍କ ପାଇଁ କ’ଣ କଲେ?

ଖ୍ରୀଷ୍ଟ ଯୀଶୁ ସମସ୍ତ ଲୋକମାନଙ୍କ ମୁକ୍ତିର ମୂଲ୍ୟ ସ୍ଵରୂପେ ଆପଣାକୁ ଦାନ କଲେ ।

1 Timothy 2:7

ପ୍ରେରିତ ପାଉଲ କାହାକୁ ଶିକ୍ଷା ଦିଅନ୍ତି?

ପାଉଲ ଲୋକମାନଙ୍କର ଜଣେ ଶିକ୍ଷକ ଅଟନ୍ତି ।

1 Timothy 2:8

ପୁରୁଷମାନେ କ’ଣ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?

ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ।

1 Timothy 2:9-10

ସ୍ତ୍ରୀମାନେ କ’ଣ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?

ସ୍ତ୍ରୀମାନେ ଆତ୍ମସଂଯତା ଓ ଉତ୍ତମ ବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦନ ପିନ୍ଧନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ।

1 Timothy 2:11

ପାଉଲ ସ୍ତ୍ରୀଲୋକଙ୍କୁ କ'ଣ ନ କରିବାକୁ ଅନୁମତି ଦିଅନ୍ତି ନାହିଁ ?

ପାଉଲ ସ୍ତ୍ରୀଲୋକଙ୍କୁ ଶିକ୍ଷା କିମ୍ବା ପୁରୁଷ ଉପରେ କର୍ତ୍ତାପଣ କରିବାକୁ ଅନୁମତି ଦିଅନ୍ତି ନାହିଁ [୨:୧୨]।

1 Timothy 2:12

ଜଣେ ସ୍ତ୍ରୀଙ୍କୁ ପାଉଲ କ’ଣ କରିବାକୁ ଅନୁମତି ଦିଅନ୍ତି ନାହିଁ?

ଜଣେ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ପାଉଲ ଅନୁମତି ଦିଅନ୍ତି ନାହିଁ ।

1 Timothy 2:13

ଜଣେ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ଜଣେ ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ପାଉଲ ଅନୁମତି ନ ଦେବାର ପ୍ରଥମ କାରଣ କ’ଣ ଅଟେ?

ପାଉଲଙ୍କର ଅନୁମତି ନ ଦେବାର ପ୍ରଥମ କାରଣ, ପ୍ରଥମେ ଆଦମ ସୃଷ୍ଟ ହୋଇଥିଲେ ଅଟେ ।

1 Timothy 2:14

ଜଣେ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ଜଣେ ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ପାଉଲ ଅନୁମତି ନ ଦେବାର ଦ୍ୱିତୀୟ କାରଣ କ’ଣ?

ପାଉଲଙ୍କର ଅନୁମତି ନ ଦେବାର ଦ୍ୱିତୀୟ କାରଣ, ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ ।

1 Timothy 2:15

ସ୍ତ୍ରୀମାନେ କେମିତି ରହନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?

ସ୍ତ୍ରୀମନେ ଉତ୍ତମ ବୁଦ୍ଧିର ସହ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ।

1 Timothy 3

1 Timothy 3:1

ଜଣେ ଅଧ୍ୟକ୍ଷଙ୍କ କାର୍ଯ୍ୟ କେଉଁ ପ୍ରକାରର ହେବା ଉଚିତ?

ଜଣେ ଅଧ୍ୟକ୍ଷଙ୍କ କାର୍ଯ୍ୟ ଉତ୍ତମ କାର୍ଯ୍ୟ ହେବା ଉଚିତ ।

1 Timothy 3:2

ଜଣେ ଅଧ୍ୟକ୍ଷଙ୍କୁ କ’ଣ କରିବାରେ ନିପୁଣ ହେବା ଆବଶ୍ୟକ?

ଜଣେ ଅଧ୍ୟକ୍ଷଙ୍କୁ ଶିକ୍ଷାଦାନରେ ନିପୁଣ ହେବା ଆବଶ୍ୟକ ।

1 Timothy 3:3

ଜଣେ ଅଧ୍ୟକ୍ଷଙ୍କୁ ମଦ୍ୟପାନ ଏବଂ ଧନ କିପରି ପରିଚାଳନା କରିବା ଆବଶ୍ୟକ?

ଜଣେ ଅଧ୍ୟକ୍ଷଙ୍କୁ ମଦ୍ୟପାୟୀ କି ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ।

1 Timothy 3:4

ଜଣେ ଅଧ୍ୟକ୍ଷଙ୍କର ସନ୍ତାନମାନେ ତାଙ୍କୁ କିପରି ବ୍ୟବହାର କରିବା ଉଚିତ?

ଜଣେ ଅଧ୍ୟକ୍ଷଙ୍କର ସନ୍ତାନମାନେ ତାଙ୍କ ଅଧିନରେ ରହୁଥିବା ଉଚିତ।

1 Timothy 3:5

କାହିଁକି ଜଣେ ଅଧ୍ୟକ୍ଷଙ୍କୁ ତାଙ୍କ ପରିବାରକୁ ଉତ୍ତମ ଭାବରେ ଶାସନ କରିବା ଜରୁରୀ?

ଏହା ଜରୁରୀ ଅଟେ କାରଣ ଯେବେ ଅଧ୍ୟକ୍ଷ ଆପଣା ପରିବାରକୁ ଶାସନ କରି ପାରନ୍ତି ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ଦାୟିତ୍ୱ ନେବେ।

1 Timothy 3:6

ଯଦି ଅଧ୍ୟକ୍ଷ ଜଣକ ନୂତନ ବିଶ୍ଵାସୀ ତେବେ ବିପଦ କ’ଣ?

ବିପଦ ଏହା ଯେ କାଳେ ଅଧ୍ୟକ୍ଷ ଜଣକ ଅସାରଗର୍ବୀ ହୋଇ ଦଣ୍ତଗ୍ରସ୍ତ ହେବେ।

1 Timothy 3:7

ଜଣେ ଅଧ୍ୟକ୍ଷଙ୍କର ମଣ୍ଡଳି ବାହାରେ ଥିବା ଲୋକମାନଙ୍କ ମଧ୍ୟରେ କେଉଁ ଖ୍ୟାତି ରହିବା ଆବଶ୍ୟକ?

ଅଧ୍ୟକ୍ଷଙ୍କୁ ମଣ୍ଡଳି ବାହାରେ ରହୁଥିବା ଲୋକମାନଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ।

1 Timothy 3:8-9

ସେବକମାନେ ସେବା କରିବା ପୂର୍ବରୁ ସେମାନଙ୍କ ସହିତ କ'ଣ କରାଯିବା ଉଚିତ୍ ?

ସେବକମାନେ ସେବା କରିବା ପୂର୍ବରୁ, ପରୀକ୍ଷିତ ହେବା ଉଚିତ୍ [୩:୧୦]।

1 Timothy 3:10

ଦୀକନମାନେ ସେବାକୁ ଯିବା ପୂର୍ବରୁ ସେମାନଙ୍କ ସହିତ କ’ଣ କରିଯିବା ଉଚିତ?

ସେବାକୁ ଯିବା ପୂର୍ବରୁ, ସେମାନେ ପ୍ରଥମେ ପରୀକ୍ଷିତ ହେବା ଉଚିତ ।

1 Timothy 3:11-13

ଧାର୍ମିକ ସ୍ତ୍ରୀମାନଙ୍କର କେଉଁ ଗୁଣ ରହିବା ଆବଶ୍ୟକ ଅଟେ?

ଧାର୍ମିକ ସ୍ତ୍ରୀମାନେ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ ଅଟେ ।

1 Timothy 3:14

ଈଶ୍ଵରଙ୍କ ଗୃହ କ'ଣ ଅଟେ ?

ମଣ୍ଡଳୀ ଈଶ୍ଵରଙ୍କ ଗୃହ ଅଟେ [୩:୧୫]।

1 Timothy 3:15

ଈଶ୍ଵରଙ୍କ ଗୃହର ଅର୍ଥ କ’ଣ ଅଟେ ?

ଈଶ୍ଵରଙ୍କ ଗୃହର ଅର୍ଥ ଜୀବିତ ଈଶ୍ଵରଙ୍କ ମଣ୍ତଳୀ ଅଟେ।

1 Timothy 3:16

ଯୀଶୁ ଦେହବନ୍ତ ହୋଇ ପ୍ରକାଶିତ ହେଲା ପରେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଓ ଦୂତମାନଙ୍କ ଦ୍ଵାରା ଦେଖାଗଲେ, ତା’ପରେ ସେ କ’ଣ କଲେ?

ଯୀଶୁ ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେ, ଓ ଗୌରବରେ ଗୃହୀତ ହେଲେ।

1 Timothy 4

1 Timothy 4:1-2

ଆତ୍ମା ଅନୁସାରେ, ପରବର୍ତ୍ତୀ କାଳରେ କେହି କେହି ଲୋକ କ’ଣ କରିବେ?

କିଛି ଲୋକ ବିଶ୍ଵାସ ପରିତ୍ୟାଗ କରିବେ ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରିବେ ।

1 Timothy 4:3-4

ମିଥ୍ୟାବାଦୀମାନେ କେଉଁ ବିଷୟରେ ମିଥ୍ୟା ଶିକ୍ଷା ଦେବେ?

ସେମାନେ ବିବାହକୁ ନିଷେଧ କରିବେ ପୁଣି ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦେବେ ।

1 Timothy 4:5

ଆମେ ଗ୍ରହଣ କରୁଥିବା ଖାଦ୍ୟ ପଦାର୍ଥ ଆମ ପାଇଁ ଗ୍ରାହ୍ୟ କିପରି ହୁଏ?

ଆମେ ଗ୍ରହଣ କରୁଥିବା ଖାଦ୍ୟ ପଦାର୍ଥ ଧନ୍ୟବାଦ ଏବଂ ପ୍ରାର୍ଥନା ଦ୍ୱାରା ଗ୍ରାହ୍ୟ ହୁଏ।

1 Timothy 4:6

କେଉଁଠାରେ ତୀମଥିଙ୍କୁ ପାଉଲ ଶିକ୍ଷା/ଅଭ୍ୟାସ କରିବାକୁ କହନ୍ତି ?

ତୀମଥିଙ୍କୁ ଈଶ୍ଵରପରାୟଣତାରେ ନିଜକୁ ଶିକ୍ଷା/ଅଭ୍ୟାସ ନେବାକୁ ପାଉଲ କହନ୍ତି [୪:୭]।

ଶାରୀରିକ ବ୍ୟାୟମଠାରୁ ଈଶ୍ଵର ପରାୟଣତାର ବ୍ୟାୟମ କାହିଁକି ଅଧିକ ଲାଭଜନକ ?

ଈଶ୍ଵର ପରାୟଣତା ଅଧିକ ଲାଭଜନକ ଅଟେ କାରଣ ଏହା ଇହକାଳ ଓ ପରକାଳର ପ୍ରତିଜ୍ଞାକୁ ଧାରଣ କରେ [୪:୮]।

ତୀମଥି ଯେଉଁ ସମସ୍ତ ଉତ୍ତମ ଶିକ୍ଷା ଗ୍ରହଣ କରିଅଛନ୍ତି ତାହା ସହିତ କ'ଣ କରିବାକୁ ପାଉଲ ଉତ୍ସାହିତ କରନ୍ତି ?

ପାଉଲ ଏହି ସମସ୍ତ ବିଷୟ ଅନ୍ୟକୁ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ତୀମଥିକୁ ଉତ୍ସାହିତ କରନ୍ତି [୪:୬,୧୧]।

1 Timothy 4:7

ପାଉଲ ତୀମଥିଙ୍କୁ କେଉଁ ବିଷୟରେ ନିଜକୁ ଅଭ୍ୟାସ କରିବା ନିମନ୍ତେ କହନ୍ତି?

ପାଉଲ ତୀମଥିଙ୍କୁ ଈଶ୍ଵରପରାୟଣକୁ ଅଭ୍ୟାସ କରବା ନିମନ୍ତେ କହନ୍ତି ।

1 Timothy 4:8-10

ଶାରୀରିକ ବ୍ୟାୟାମ ଅପେକ୍ଷା ଈଶ୍ଵରପରାୟଣତା କାହିଁକି ଅଧିକ ଲାଭଜନକ ଅଟେ?

ଈଶ୍ଵରପରାୟଣରେ ବ୍ୟାୟାମ କରିବା ଅଧିକ  ଲାଭଜନକ କାହିଁକି ନା ଏହା ଇହକାଳ ଓ ପରକାଳର ପ୍ରତିଜ୍ଞାଯୁକ୍ତ ଅଟେ।

1 Timothy 4:11

ପାଉଲଙ୍କ ଶିକ୍ଷା ସମୟରେ ଗ୍ରହଣ କରିଥିବା ସମସ୍ତ ଉତ୍ତମ ବିଷୟ ସହିତ ଆଉ କ’ଣ କରିବା ନିମନ୍ତେ ପାଉଲ ତୀମଥିଙ୍କୁ ଉତ୍ସାହିତ କରନ୍ତି?

ପାଉଲ ତୀମଥିଙ୍କୁ ଆଜ୍ଞା ଦେଇ, ଏ ସମସ୍ତ ବିଷୟ ଶିକ୍ଷା ଦେବା ପାଇଁ ଉତ୍ସାହିତ କରନ୍ତି ।

1 Timothy 4:12-13

କେଉଁ ବିଷୟରେ ତୀମଥି ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ଵରୂପ ହେବା ଉଚିତ?

ତୀମଥି ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ଆଦର୍ଶ ସ୍ଵରୂପ ହେବା ଉଚିତ ।

1 Timothy 4:14-15

ତୀମଥିଙ୍କ ପାଖରେ ଥିବା ଅନୁଗ୍ରହ ଦାନ ସେ କିପରି ପାଇଲେ?

ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ଵାରା ତୀମଥିଙ୍କୁ ଅନୁଗ୍ରହ ଦାନ ଦତ୍ତ ହୋଇଥିଲା ।

1 Timothy 4:16

ଯଦି ତୀମଥି ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅନ୍ତି, ତେବେ କାହାର ପରିତ୍ରାଣ ସାଧନ କରିବେ?

ଏହା କଲେ ତୀମଥି ଆପଣା ଓ ଆପଣା ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବେ।

1 Timothy 5

1 Timothy 5:1-2

ମଣ୍ଡଳୀରେ ଥିବା ବୃଦ୍ଧ ବ୍ୟକ୍ତିଙ୍କ ସହିତ କିପରି ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ କହିଥିଲେ?

ପିତୃତୁଲ୍ୟ ଜ୍ଞାନ କରି ବିନୟ କର ବୋଲି ପାଉଲ ତୀମଥିଙ୍କୁ କହିଥିଲେ।

1 Timothy 5:3

ବିଧବାର ପୁତ୍ରକନ୍ୟା ଓ ପୌତ୍ରପୌତ୍ରୀ ତାହାଙ୍କ ପାଇଁ କ'ଣ କରିବା ଉଚିତ୍ ?

ପୁତ୍ରକନ୍ୟା ଓ ପୌତ୍ରପୌତ୍ରୀ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବା ଉଚିତ୍ ଏବଂ ତାହାର ଯତ୍ନ ନେବା ଉଚିତ୍ [୫:୪]।

1 Timothy 5:4-6

ଜଣେ ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀମନେ ତାଙ୍କ ପାଇଁ କ’ଣ କରିବା ଉଚିତ?

ପୁତ୍ରକନ୍ୟା ବା ପୌତ୍ରପୌତ୍ରୀମନେ ଆପଣା ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରି ସେହି ବିଧବାର ଯତ୍ନ ନେବା ଉଚିତ ।

1 Timothy 5:7

ଯେ ଯାହାର ଆତ୍ମୀୟ ଆପଣା ପରିବାରର ତତ୍ତ୍ଵ ନ ନିଏ ସେ କ'ଣ କରିଅଛି ?

ସେ ବିଶ୍ଵାସକୁ ଅସ୍ୱୀକାର କରିଅଛି ଏବଂ ସେ ଅବିଶ୍ଵାସୀଠାରୁ ଅଧର୍ମ ଅଟେ [୫:୮]।

1 Timothy 5:8

ବିଶେଷକରି ନିଜ ଘରେ ଥିବା ଲୋକମାନଙ୍କର ଯତ୍ନ ନେଉନଥିବା ବ୍ୟକ୍ତି କ’ଣ କରିଅଛି?

ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ।

1 Timothy 5:9

ଜଣେ ବିଧବା କ'ଣ ନିମନ୍ତେ ଜଣାଯିବା ଉଚିତ୍ ?

ଜଣେ ବିଧବା ଉତ୍ତମ କାର୍ଯ୍ୟ ନିମନ୍ତେ ଜଣାଯିବା ଉଚିତ୍ [୫:୧୦]।

1 Timothy 5:10

ଜଣେ ବିଧବା କ’ଣ ପାଇଁ ଖ୍ୟାତ ହେବା ଉଚିତ?

ସତ୍କର୍ମ ପାଇଁ ଜଣେ ବିଧବା ଖ୍ୟାତ ହେବା ଉଚିତ ।

1 Timothy 5:11-13

ସେବାଯତ୍ନ କରିବା ପାଇଁ ଯୁବତୀ ବିଧବାମାନଙ୍କୁ ମଣ୍ତଳୀରେ କାହିଁକି ଅଗ୍ରାହ୍ୟ କରିବା ଉଚିତ ?

ଏହି ଯୁବତୀ ବିଧବାମାନ ପରେ ବିବାହ କରିବାକୁ ଇଚ୍ଛା କରନ୍ତି।

1 Timothy 5:14-16

ଯୁବତୀ ବିଧବାମାନେ କ’ଣ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?

ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଓ ଗୃହକାର୍ଯ୍ୟ ପରିଚାଳନା କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି।

1 Timothy 5:17-18

ଉତ୍ତମ ରୂପେ ତତ୍ତ୍ଵାବଧାନ କରୁଥିବା ପ୍ରାଚୀନମାନଙ୍କ ପାଇଁ କ’ଣ କରିଯିବା ଉଚିତ?

ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ଵାବଧାନ କରନ୍ତି  ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେବା ଉଚିତ।

1 Timothy 5:19-20

ଜଣେ ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପୂର୍ବରୁ କେଉଁ ସର୍ତ୍ତଗୁଡ଼ିକ ପୂରଣ କରାଯିବା ଆବଶ୍ୟକ?

କେହି ଯେବେ ଜଣେ ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ କରେ ସେଠାରେ ଦୁଇ ବା ତିନି ଜଣ ସାକ୍ଷୀ ରହିବା ଆବଶ୍ୟକ।

1 Timothy 5:21-22

କେଉଁ ଉପାୟରେ ଏହି ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି?

ପକ୍ଷପାତ ନ କରି ଏହି ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି।

1 Timothy 5:23

କିଛି ଲୋକର ପାପ କେତେବେଳେ ପର୍ଯ୍ୟନ୍ତ ପ୍ରକାଶ ହୋଇ ନ ଥାଏ ?

କିଛି ଲୋକମାନଙ୍କ ନିମନ୍ତେ, ସେମାନଙ୍କର ପାପ ବିଚାର ପର୍ଯ୍ୟନ୍ତ ପ୍ରକାଶ ହୋଇ ନ ଥାଏ [୫:୨୪]।

1 Timothy 5:24-25

ଲୋକମାନଙ୍କର ପାପ କେବେ ପ୍ରକାଶିତ ହୁଏ?

କାହାରି କାହାରି ପାପ ପୂର୍ବରୁ ପ୍ରକାଶିତ ହୁଏ, କିନ୍ତୁ କାହାରି କାହାରି ପାପ ବିଚାର ହେବା ପୂର୍ବରୁ ପ୍ରକାଶ ପାଏ ନାହିଁ।

1 Timothy 6

1 Timothy 6:1-2

ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କୁ କିପରି ସମାଦର କରିବା ଉଚିତ ବୋଲି ପାଉଲ କହିଲେ?

ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମାଦରଯୋଗ୍ୟ ବୋଲି ଜ୍ଞାନ କରିବା ଉଚିତ ବୋଲି ପାଉଲ କହିଲେ।

1 Timothy 6:3

କେଉଁ ପ୍ରକାର ବ୍ୟକ୍ତି ହିତଜନକ ବାକ୍ୟ ଓ ଈଶ୍ଵର ପରାୟଣତା ଶିକ୍ଷାକୁ ପରିତ୍ୟାଗ କରେ ?

ବ୍ୟକ୍ତି ଯେ ହିତଜନକ ବାକ୍ୟ ଓ ଈଶ୍ଵର ପରାୟଣତା ଶିକ୍ଷାକୁ ପରିତ୍ୟାଗ କରେ ସେ ଗର୍ବୀ ଓ ଅଜ୍ଞାନୀ ଅଟେ [୬:୩-୪]।

1 Timothy 6:4-5

କେଉଁ ପ୍ରକାରର ବ୍ୟକ୍ତି ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଶିକ୍ଷାକୁ ଅସ୍ଵୀକାର କରେ?

ଯେଉଁ ବ୍ୟକ୍ତି ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଅନୁଯାୟୀ ଶିକ୍ଷାକୁ ସ୍ଵୀକାର ନ କରେ ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ ଅଟେ।

1 Timothy 6:6

ପ୍ରକୃତରେ କ’ଣ ଲାଭଜନକ ବୋଲି ପାଉଲ କହନ୍ତି?

ଈଶ୍ଵରପରାୟଣତା ସହ ସନ୍ତୋଷଭାବଯୁକ୍ତ ହେଉଛି ପ୍ରକୃତରେ ଲାଭଜନକ ବୋଲି ପାଉଲ କହନ୍ତି।

1 Timothy 6:7

ଆମ୍ଭେମାନେ ଏହି ଜଗତକୁ କ’ଣ ଆଣିଛୁ, ଓ ଗଲାବେଳେ ଆମ୍ଭେମାନେ ସାଙ୍ଗରେ କ’ଣ ଘେନିଯିବା ?

ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ।

1 Timothy 6:8

ଏହି ଜଗତରେରେ ଆମ୍ଭମାନେ କେଉଁ ବିଷୟରେ ସନ୍ତୁଷ୍ଟ ହେବା ଉଚିତ?

ଆମ୍ଭମାନଙ୍କ ପାଖରେ ଅନ୍ନବସ୍ତ୍ର ଅଛି ବୋଲି ଆମ୍ଭମାନେ ସନ୍ତୁଷ୍ଟ ହେବା ଉଚିତ।

1 Timothy 6:9

ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ କେଉଁ ଫାନ୍ଦରେ ପଡ଼ନ୍ତି?

ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ପରୀକ୍ଷା ଓ ଫାନ୍ଦରେ ପଡନ୍ତି।

1 Timothy 6:10

ସମସ୍ତ ମନ୍ଦତାର ମୂଳ କ’ଣ ଅଟେ?

ଧନଲୋଭ ସମସ୍ତ ମନ୍ଦତାର ମୂଳ ଅଟେ।

ଯେଉଁମାନେ ଧନଲୋଭ କଲେ ସେମାନଙ୍କ ସହିତ କ’ଣ ହେଲା?

ଯେଉଁମାନେ ଧନଲୋଭ କଲେ ସେମାନେ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହେଲେ ।

1 Timothy 6:11

କେଉଁ ଯୁଦ୍ଧରେ ତୀମଥି ପ୍ରାଣପଣ କରିବା ଆବଶ୍ୟକ ବୋଲି ପାଉଲ କହନ୍ତି ?

ବିଶ୍ଵାସର ଉତ୍ତମ ଯୁଦ୍ଧରେ ତୀମଥିଙ୍କୁ ପ୍ରାଣପଣ କରିବା ଆବଶ୍ୟକ ବୋଲି ପାଉଲ କହନ୍ତି [୬:୧୨]।

1 Timothy 6:12-14

କେଉଁ ଯୁଦ୍ଧ ତୀମଥି ନିଶ୍ଚିତ କରିବା ଉଚିତ ବୋଲି ପାଉଲ କହିଲେ?

ବିଶ୍ୱାସର ଉତ୍ତମ ଯୁଦ୍ଧ ତୀମଥି ନିଶ୍ଚିତ କରିବା ଉଚିତ ବୋଲି ପାଉଲ କହିଲେ ।

1 Timothy 6:15

କେଉଁଠାରେ ଏକମାତ୍ର ସାମର୍ଥ୍ୟ ଏବଂ ଆଶିଷିତ ଜଣ ବାସ କରେ ?

ଆଶିଷିତ ଜଣ ଅଗମ୍ୟ ଆଲୋକରେ ବାସ କରନ୍ତି ଯେଉଁଠାରେ କୌଣସି ମନୁଷ୍ୟ ତାହାକୁ ଦେଖି ପାରେ ନାହିଁ [୬:୧୬]।

1 Timothy 6:16

ଈଶ୍ଵର କେଉଁଠାରେ ବାସ କରନ୍ତି?

ଈଶ୍ଵର ଅଗମ୍ୟ ଜ଼୍ୟୋତିର୍ନିବାସୀ ଅଟନ୍ତି ।

1 Timothy 6:17-18

ଧନୀ ଲୋକମାନେ କାହିଁକି ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି ଈଶ୍ଵରଙ୍କ ଉପରେ ନିର୍ଭର କରିବା ଉଚିତ?

ଧନୀ ଲୋକମାନେ ଈଶ୍ଵରଙ୍କ ଉପରେ ନିର୍ଭର କରିବା ଉଚିତ କାରଣ ସେ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମକୁ ଦାନ କରନ୍ତି ।

1 Timothy 6:19

ଯେଉଁମାନେ ସତ୍କର୍ମରେ ଧନୀ, ସେମାନେ ନିଜ ପାଇଁ କ’ଣ କରନ୍ତି?

ଯେଉଁମାନେ ସତ୍କର୍ମରେ ଧନୀ, ସେମାନେ ନିଜର ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ସଞ୍ଚୟ କରି, ପ୍ରକୃତ ଜୀବନ ପ୍ରାପ୍ତ କରନ୍ତି ।

1 Timothy 6:20-21

ଶେଷରେ, ପାଉଲ ତୀମଥିଙ୍କୁ ସମର୍ପିତ ବିଷୟକୁ କ’ଣ କରିବାକୁ କହନ୍ତି?

ପାଉଲ ତୀମଥିଙ୍କୁ ସମର୍ପିତ ସମସ୍ତ ବିଷୟକୁ ରକ୍ଷା କରିବାକୁ କହନ୍ତି ।