ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

Ephesians

Ephesians 1

Ephesians 1:1-2

ଏହି ପତ୍ରର ଗ୍ରହଣକାରୀମାନଙ୍କୁ ପାଉଲ କିପରି ବର୍ଣ୍ଣନା କରିନ୍ତି?

ଏହି ପତ୍ରର ଗ୍ରହଣକାରୀମାନଙ୍କୁ ପାଉଲ ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କର ବିଶ୍ଵସ୍ତ ବିଶ୍ୱାସୀ ବୋଲି ବର୍ଣ୍ଣନା କରିନ୍ତି ।

Ephesians 1:3

ପିତା ଈଶ୍ଵର ବିଶ୍ୱାସୀମାନଙ୍କୁ କିପରି ଆଶୀର୍ବାଦ କରିଅଛନ୍ତି?

ପିତା ଈଶ୍ଵର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି ।

Ephesians 1:4

ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ପିତା ଈଶ୍ଵର କେବେ ମନୋନୀତ କରିଥିଲେ?

ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଜଗତର ପତ୍ତନ ପୂର୍ବେ ପିତା ଈଶ୍ଵର ମନୋନୀତ କରିଥିଲେ ।

ବିଶ୍ୱାସୀମାନଙ୍କୁ କେଉଁ ଉଦ୍ଦେଶ୍ୟରେ ପିତା ଈଶ୍ଵର ମନୋନୀତ କରିଥିଲେ?

ଈଶ୍ଵରଙ୍କ ସାକ୍ଷାତରେ ଯେପରି ବିଶ୍ୱାସୀମାନେ ପବିତ୍ର ଓ ଅନିନ୍ଦନୀୟ ହେବେ ସେଥି ପାଇଁ ପିତା ଈଶ୍ଵର ସେମାନଙ୍କୁ ମନୋନୀତ କରିଥିଲେ ।

Ephesians 1:5

କାହିଁକି ଈଶ୍ଵର ବିଶ୍ଵାସୀମାନଙ୍କୁ ଗ୍ରହଣ କରିବା ପାଇଁ ପୂର୍ବରୁ ନିରୂପଣ କରିଥିଲେ?

ଈଶ୍ଵର ବିଶ୍ଵାସୀମାନଙ୍କୁ ପୂର୍ବରୁ ନିରୂପଣ କରିଥିଲେ କାରଣ ଏହା ତାହାଙ୍କର ସ୍ୱଚ୍ଛନ୍ଦ ଇଚ୍ଛା ଥିଲା ।

Ephesians 1:6

କାହିଁକି ଈଶ୍ଵର ବିଶ୍ଵାସୀମାନଙ୍କୁ ଗ୍ରହଣ କରିବା ପାଇଁ ପୂର୍ବରୁ ନିରୂପଣ କରିଥିଲେ?

ଈଶ୍ଵର ଆପଣା ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ବିଶ୍ଵାସୀମାନଙ୍କୁ ପୂର୍ବରୁ ନିରୂପଣ କରିଥିଲେ ।

Ephesians 1:7-8

ଈଶ୍ଵରଙ୍କ ପ୍ରିୟତମ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ବିଶ୍ଵାସୀମାନେ କ’ଣ ପ୍ରାପ୍ତ ହୋଇଅଛନ୍ତି?

ବିଶ୍ଵାସୀମାନେ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛନ୍ତି ।

Ephesians 1:9

ଈଶ୍ଵରଙ୍କର ସଂକଳ୍ପର କାଳର ପୁର୍ଣ୍ଣତା ଆସନ୍ତେ ଈଶ୍ଵର କ'ଣ କରିବେ ?

ସ୍ଵର୍ଗରେ ଏବଂ ପୃଥିବୀରେ ଥିବା ସମସ୍ତ ବିଷୟ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ବଶିଭୂତା କରିବେ [୧:୧୦]।

Ephesians 1:10-12

ଯେତେବେଳେ ଈଶ୍ଵରଙ୍କର ଯୋଜନାର କାଳ ପୂର୍ଣ୍ଣତା ହେବାର ସମୟ ଆସେ, ସେତେବେଳେ ସେ କ’ଣ କରିବେ?

ସ୍ୱର୍ଗ ଏବଂ ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ ।

Ephesians 1:13

ଯେବେ ବିଶ୍ଵାସୀମାନେ ସତ୍ୟ ବାକ୍ୟ ଶୁଣି ବିଶ୍ଵାସ କଲେ, ସେମାନେ କାହା ଦ୍ୱାରା ମୁଦ୍ରାଙ୍କିତ ହେଲେ?

ବିଶ୍ଵାସୀମାନେ ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହେଲେ ।

Ephesians 1:14-16

ପବିତ୍ର ଆତ୍ମା କାହାର ବଇନାସ୍ୱରୂପ ଅଟେ?

ପବିତ୍ର ଆତ୍ମା ବିଶ୍ଵାସୀମାନଙ୍କ ଅଧିକାରର ବଇନାସ୍ୱରୂପ ଅଟେ ।

Ephesians 1:17

ଏଫିସୀୟମାନଙ୍କର ଆନ୍ତରିକ ଚକ୍ଷୁ ପ୍ରସନ୍ନ ହେବା ନିମନ୍ତେ ପାଉଲ କ'ଣ ପ୍ରାର୍ଥନା କରନ୍ତି ?

ଏଫିସୀୟମାନେ ଯେପରି ସେମାନଙ୍କର ଆହ୍ଵାନର ଭରସାକୁ ବୁଝିପାରିବେ, ସେମାନଙ୍କର ଅଧିକାରର ଗୌରବରୂପ ଧନକୁ ବୁଝିପାରିବେ, ଏବଂ ସେମାନଙ୍କଠାରେ ଈଶ୍ଵରଙ୍କ ଶକ୍ତିର ମହତ୍ତ୍ଵକୁ ବୁଝିପାରିବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୧:୧୮-୧୯]।

Ephesians 1:18

ଏଫିସୀୟମାନେ କ’ଣ ବୁଝିବାକୁ ଆଲୋକିତ ହୁଅନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି?

ଏଫିସୀୟମାନେ ସେମାନଙ୍କର ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ଅଧିକାରର ଗୌରବରୂପ ଧନ କଅଣ ବୁଝିବାକୁ ଆଲୋକିତ ହୁଅନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ।

Ephesians 1:19

ବର୍ତ୍ତମାନ ଯେଉଁ ଶକ୍ତି ବିଶ୍ଵାସୀମାନଙ୍କଠାରେ କାର୍ଯ୍ୟ କରୁଅଛି ସେହି ଶକ୍ତି ଖ୍ରୀଷ୍ଟଙ୍କଠାରେ କିପରି କାର୍ଯ୍ୟ କଲା ?

ସେହି ଶକ୍ତି ଖ୍ରୀଷ୍ଟଙ୍କୁ ମୃତରୁ ଉତ୍ଥିତ କଲା ଏବଂ ସ୍ଵର୍ଗରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ତାହାଙ୍କୁ ଉପବେଶନ କଲା [୧:୨୦]।

Ephesians 1:20-21

ଯେଉଁ ଶକ୍ତି ଏବେ ବିଶ୍ଵାସୀମାନଙ୍କଠାରେ କାର୍ଯ୍ୟସାଧନ କରେ, ସେହି ଶକ୍ତି ଖ୍ରୀଷ୍ଟଙ୍କଠାରେ କ’ଣ କରେ?

ସେହି ଶକ୍ତି ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ, ସ୍ୱର୍ଗରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଅଛି ।

Ephesians 1:22

ଈଶ୍ଵର ଖ୍ରୀଷ୍ଟଙ୍କ ପାଦ ତଳେ କ’ଣ ବଶୀଭୂତ କରି ରଖିଛନ୍ତି?

ଈଶ୍ଵର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ବଶୀଭୂତ କରି ରଖିଛନ୍ତି ।

ମଣ୍ଡଳୀରେ ଖ୍ରୀଷ୍ଟଙ୍କ ଅଧିକାର କ’ଣ?

ଖ୍ରୀଷ୍ଟ ମଣ୍ଡଳୀର ସର୍ବ ବିଷୟର ମସ୍ତକ ଅଟନ୍ତି ।

Ephesians 1:23

ମଣ୍ଡଳୀ କ’ଣ ଅଟେ?

ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ ଅଟେ ।

Ephesians 2

Ephesians 2:1

ସମସ୍ତ ଅବିଶ୍ଵାସୀମାନଙ୍କର ଆତ୍ମିକ ଅବସ୍ଥା କ’ଣ ଅଟେ?

ସମସ୍ତ ଅବିଶ୍ଵାସୀମାନେ ସେମାନଙ୍କର ଅପରାଧ ଓ ପାପରେ ମୃତ ଅଟନ୍ତି ।

Ephesians 2:2

ଅନାଜ୍ଞାବହ ସନ୍ତାନମାନଙ୍କଠାରେ କ’ଣ କାର୍ଯ୍ୟ ସାଧନ କରୁଅଛି?

ଆକାଶମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍‍ ଜଗତ୍‍ପତି ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି ।

Ephesians 2:3

ସ୍ୱଭାବ ଅନୁସାରେ, ସମସ୍ତ ଅବିଶ୍ୱାସୀମାନେ କିପରି ଅଟନ୍ତି?

ସ୍ୱଭାବ ଅନୁସାରେ, ସମସ୍ତ ଅବିଶ୍ୱାସୀମାନେ କ୍ରୋଧର ସନ୍ତାନ ଅଟନ୍ତି ।

Ephesians 2:4

ବିଶ୍ଵାସୀମାନଙ୍କ ପ୍ରତି ଈଶ୍ଵର କାହିଁକି ଅତିଶୟ ଦୟାଳୁ ଅଟନ୍ତି?

ଈଶ୍ଵର ନିଜର ମହା ପ୍ରେମ ହେତୁ ସେ ଅତିଶୟ ଦୟାଳୁ ଅଟନ୍ତି ।

Ephesians 2:5

ବିଶ୍ଵାସୀମାନେ କିପରି ପରିତ୍ରାଣ ପାଇଛନ୍ତି?

ବିଶ୍ଵାସୀମାନେ ଈଶ୍ଵରଙ୍କ ଅନୁଗ୍ରହରେ ପରିତ୍ରାଣ ପାଇଛନ୍ତି ।

Ephesians 2:6

ବିଶ୍ଵାସୀମାନଙ୍କୁ କେଉଁଠାରେ ଉପବେଶନ କରାଯାଇଅଛି?

ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଯାଇଅଛି ।

Ephesians 2:7

କେଉଁ ଉଦ୍ଦେଶ୍ୟରେ ଈଶ୍ଵର ବିଶ୍ଵାସୀମାନଙ୍କୁ ପରିତ୍ରାଣ କରି, ମୃତ୍ୟୁରୁ ଉତ୍ଥାପିତ କରିଛଅନ୍ତି?

ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵର ବିଶ୍ଵାସୀମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି, ସେଥିପାଇଁ ସେ ବିଶ୍ଵାସୀମାନଙ୍କୁ ପରିତ୍ରାଣ କରି, ମୃତ୍ୟୁରୁ ଉତ୍ଥାପିତ କରିଛଅନ୍ତି ।

Ephesians 2:8

ଆମ୍ଭେମାନେ କିପରି ପରିତ୍ରାଣ ପାଇଅଛୁ?

ଈଶ୍ଵରଙ୍କ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇଅଛୁ ।

Ephesians 2:9

ଜଣେ ବିଶ୍ଵାସୀ କାହିଁକି ଦର୍ପ କରିବା ଉଚିତ ନୁହେଁ?

କୌଣସି ବିଶ୍ଵାସୀ ଦର୍ପ କରିବା ଉଚିତ ନୁହେଁ କାରଣ ସେମାନେ ନିଜର କର୍ମରୁ ପରିତ୍ରାଣ ପାଇ ନାହାନ୍ତି ।

Ephesians 2:10

କେଉଁ ଉଦ୍ଦେଶ୍ୟରେ ଈଶ୍ଵର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ସୃଷ୍ଟି କରିଛନ୍ତି?

ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେପରି ବିଶ୍ଵାସୀମାନେ ସତ୍କର୍ମରେ ଆଚରଣ କରିପାରିବେ ସେଥିନିମନ୍ତେ ଈଶ୍ଵର ସେମାନଙ୍କୁ ତାଙ୍କଠାରେ ସୃଷ୍ଟି କରିଛନ୍ତି ।

Ephesians 2:11

ଅବିଶ୍ଵାସୀ ବିଜାତିମାନଙ୍କର ଆତ୍ମିକ ଅବସ୍ଥା କ'ଣ ଅଟେ ?

ଅବିଶ୍ଵାସୀ ବିଜାତିମାନେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲଠାରୁ ଅଲଗା, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଭରସାହୀନ ଏବଂ ଈଶ୍ଵରବିହୀନ ଅଟନ୍ତି [୨:୧୨]।

Ephesians 2:12

ଅବିଶ୍ୱାସୀ ଲୋକମାନଙ୍କର ଆତ୍ମିକ ଅବସ୍ଥା କ’ଣ ଅଟେ?

ଅବିଶ୍ୱାସୀ ଲୋକମାନେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ଵରବିହୀନ ଅଟନ୍ତି ।

Ephesians 2:13

କେତେକ ଅବିଶ୍ୱାସୀ ଲୋକମାନଙ୍କୁ କ’ଣ ଈଶ୍ଵରଙ୍କ ନିକଟସ୍ଥ କଲା?

କେତେକ ଅବିଶ୍ୱାସୀ ଲୋକମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କର ରକ୍ତ ଈଶ୍ଵରଙ୍କ ନିକଟସ୍ଥ କଲା ।

Ephesians 2:14

ଖ୍ରୀଷ୍ଟ କିପରି ଅବିଶ୍ୱାସୀ ଏବଂ ଯିହୂଦୀମାନଙ୍କ ମଧ୍ୟରେ ସମ୍ପର୍କକୁ ପରିବର୍ତ୍ତନ କଲେ?

ଖ୍ରୀଷ୍ଟ ବିଶ୍ଵାସୀ ଯିହୂଦୀ ଏବଂ ଯିହୂଦୀମାନଙ୍କ ମଧ୍ୟରେ ଥିବା ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀରକୁ ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି ।

Ephesians 2:15-16

ଖ୍ରୀଷ୍ଟ ଯିହୁଦୀ ଏବଂ ଅବିଶ୍ୱାସୀମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ କ’ଣ ଉଚ୍ଛେଦ କଲେ?

ଖ୍ରୀଷ୍ଟ ଯିହୁଦୀ ଏବଂ ଅବିଶ୍ୱାସୀମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଉଚ୍ଛେଦ କଲେ ।

Ephesians 2:17

କାହା ଦ୍ଵାରା ସମସ୍ତ ବିଶ୍ଵାସୀମାନେ ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛନ୍ତି ?

ପବିତ୍ର ଆତ୍ମାଙ୍କ ଦ୍ଵାରା ସମସ୍ତ ବିଶ୍ଵାସୀମାନେ ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛନ୍ତି [୨:୧୮]।

Ephesians 2:18

କାହା ଦେଇ ସମସ୍ତ ବିଶ୍ଵାସୀମାନେ ପିତାଙ୍କ ନିକଟକୁ ପ୍ରବେଶ କରନ୍ତି?

ପବିତ୍ର ଆତ୍ମାଙ୍କ ଦ୍ୱାରା ସମସ୍ତ ବିଶ୍ଵାସୀମାନେ ପିତାଙ୍କ ନିକଟକୁ ଯିବାକୁ ପଥ ପାଇଅଛନ୍ତି ।

Ephesians 2:19

ଈଶ୍ଵରଙ୍କ ପରିବାର କେଉଁ ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି ?

ଈଶ୍ଵରଙ୍କ ପରିବାର ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି, ଏବଂ ସେଥିର କୋଣର ପ୍ରଧାନ ପ୍ରସ୍ତର ଖ୍ରୀଷ୍ଟ ଅଟନ୍ତି [୨:୨୦]।

ତାହାର ପରିବାରର ଗୃହ ସହିତ ଖ୍ରୀଷ୍ଟଙ୍କର ଶକ୍ତି କ'ଣ କରେ ?

ଯୀଶୁଙ୍କ ଶକ୍ତି ଏକତ୍ର ସଂଲଗ୍ନ କରେ ଏବଂ ତାହାଙ୍କ ପରିବାରର ସମସ୍ତ ଗୃହକୁ ବୃଦ୍ଧି କରେ [୨:୨୧]।

ଈଶ୍ଵରଙ୍କ ପରିବାରର ଗୃହ କେଉଁ ପ୍ରକାରର ଗୃହ ଅଟେ ?

ଈଶ୍ଵରଙ୍କ ପରିବାରର ଗୃହ ପ୍ରଭୁଙ୍କ ନିମନ୍ତେ ଏକ ପୃଥକୀକୃତ ମନ୍ଦିର ଅଟେ [୨:୨୧]।

ଆତ୍ମାରେ ଈଶ୍ଵର କେଉଁଠାରେ ବାସ କରନ୍ତି ?

ଆତ୍ମାରେ ଈଶ୍ଵର ବିଶ୍ଵାସୀମାନଙ୍କଠାରେ ବାସ କରନ୍ତି [୨:୨୨]।

Ephesians 2:20

କେଉଁ ଭିତ୍ତିମୂଳରେ ଈଶ୍ଵରଙ୍କ ପରିବାର ନିର୍ମିତ ଅଟେ?

ଈଶ୍ଵରଙ୍କ ପରିବାର ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି ।

Ephesians 2:21

ବିଶ୍ଵସୀମାନେ କେଉଁ ପ୍ରକାରର ଗୃହ ସ୍ୱରୂପେ ବୃଦ୍ଧି ପାଉଅଛନ୍ତି?

ସେମାନେ ପ୍ରଭୁଙ୍କ ପାଇଁ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛିନ୍ତି ।

Ephesians 2:22

ଆତ୍ମାରେ ଈଶ୍ଵର ​​କେଉଁଠାରେ ବାସ କରନ୍ତି?

ଈଶ୍ଵର ବିଶ୍ଵାସୀମାନଙ୍କ ମଧ୍ୟରେ ଆତ୍ମାରେ ବାସ କରନ୍ତି ।

Ephesians 3

Ephesians 3:1

ଈଶ୍ଵର ପାଉଲଙ୍କୁ କାହାର ଲାଭ ନିମନ୍ତେ ଅନୁଗ୍ରହ ଦାନ କରିଥିଲେ ?

ଈଶ୍ଵର ପାଉଲକୁ ବିଜାତି ମାନଙ୍କର ଲାଭ ନିମନ୍ତେ ଅନୁଗ୍ରହ ଦାନ କରିଥିଲେ [୩:୧-୨]।

Ephesians 3:2

ଈଶ୍ଵର କାହାର ଲାଭ ପାଇଁ ପାଉଲଙ୍କୁ ତାଙ୍କର ସେବକ କାର୍ଯ୍ୟ ପ୍ରଦାନ କଲେ?

ଈଶ୍ଵର ଅବିଶ୍ୱାସୀମାନଙ୍କ ଲାଭ ପାଇଁ ପାଉଲଙ୍କୁ ତାଙ୍କର ସେବକ କାର୍ଯ୍ୟ ପ୍ରଦାନ କଲେ ।

Ephesians 3:3-4

ପାଉଲଙ୍କୁ କ’ଣ ଜ୍ଞାତ କରାଗଲା?

ପାଉଲଙ୍କୁ ନିଗୂଢ଼ତତ୍ତ୍ୱ ଜ୍ଞାତ କରାଗଲା ।

Ephesians 3:5

ଯାହା ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା ତାହା ଈଶ୍ଵର କାହାକୁ ପ୍ରକାଶ କରିଛନ୍ତି?

ଈଶ୍ଵର ସେହି ନିଗୂଢ଼ତତ୍ତ୍ୱ ତାହାଙ୍କ ପ୍ରେରିତ ଏବଂ ଭାବବାଦୀମାନଙ୍କ ନିକଟରେ ପ୍ରକାଶିତ କରିଛନ୍ତି ।

Ephesians 3:6

କେଉଁ ଗୁପ୍ତସତ୍ୟ ପ୍ରକାଶ ପାଇଛି?

ଗୁପ୍ତସତ୍ୟ ପ୍ରକାଶ କରେ ଯେ ଅଣଯିହୁଦୀମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି ।

Ephesians 3:7

ପାଉଲଙ୍କୁ କେଉଁ ଦାନ ଦିଆଗଲା?

ଈଶ୍ଵରଙ୍କ ଅନୁଗ୍ରହର ଦାନ ପାଉଲଙ୍କୁ ଦିଆଗଲା ।

Ephesians 3:8

କେଉଁ ବିଷୟରେ ବିଜାତିମାନଙ୍କୁ ଆଲୋକିତ କରିବାକୁ ପାଉଲଙ୍କୁ ପଠାଯାଇଥିଲା ?

ଈଶ୍ଵରଙ୍କ ଯୋଜନାକୁ ଆଲୋକିତ କରିବାକୁ ପାଉଲଙ୍କୁ ବିଜାତିମାନଙ୍କ ନିକଟକୁ ପଠାଯାଇଥିଲା [୩:୯]।

Ephesians 3:9

ଅବିଶ୍ୱାସୀମାନଙ୍କୁ କ’ଣ ବୁଝାଇବାକୁ ପାଉଲ ପ୍ରେରିତ ହୋଇଥିଲେ?

ସର୍ବସୃଷ୍ଟିକର୍ତ୍ତା ଈଶ୍ଵରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଅବିଶ୍ୱାସୀମାନଙ୍କୁ ବୁଝାଇବାରେ ସାହାଯ୍ୟ କରିବାକୁ ପାଉଲ ପ୍ରେରିତ ହୋଇଥିଲେ ।

Ephesians 3:10-11

ଈଶ୍ଵରଙ୍କ ବହୁବିଧ ଜ୍ଞାନ କେଉଁ ମାଧ୍ୟମରେ ଜ୍ଞାତ କରାଯିବ?

ମଣ୍ଡଳୀ ଦ୍ୱାରା ଈଶ୍ଵରଙ୍କର ବହୁବିଧ ଜ୍ଞାନ ଜ୍ଞାତ କରାଯିବ ।

Ephesians 3:12-13

ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ବିଶ୍ଵାସୀମାନଙ୍କଠାରେ କ’ଣ ଅଛି ବୋଲି ପାଉଲ କହିଛନ୍ତି?

ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ବିଶ୍ଵାସୀମାନଙ୍କଠାରେ ସାହସ ପୁଣି, ଆତ୍ମବିଶ୍ୱାସ ଅଛି ବୋଲି ପାଉଲ କହିଛନ୍ତି ।

Ephesians 3:14

ପିତାଙ୍କନାମରେ କ'ଣ ନାମିତ କରାଯାଇଅଛି ପୁଣି ସୃଷ୍ଟି ହୋଇଅଛି ?

ସ୍ଵର୍ଗ ଓ ପୃଥିବୀସ୍ଥ ସମସ୍ତ ପରିବାର ପିତାଙ୍କ ନାମରେ ସୃଷ୍ଟି ଏବଂ ନାମିତ ହୋଇଅଛନ୍ତି [୩:୧୪-୧୫]।

ବିଶ୍ଵାସୀମାନେ ବଳବାନ୍ ହେବା ପାଇଁ ପାଉଲ କିପରି ପ୍ରାର୍ଥନା କରନ୍ତି ?

ବିଶ୍ଵାସୀମାନେ ଯେପରି ଈଶ୍ଵରଙ୍କ ଆତ୍ମା, ଯେ ସେମାନଙ୍କଠାରେ ବାସ କରେ ତାହାଙ୍କ ଶକ୍ତି ଦ୍ଵାରା ଶକ୍ତି ପ୍ରାପ୍ତ ହୋଇ ବଳବାନ୍ ହେବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୩:୧୬-୧୭]।

Ephesians 3:15

ପିତାଙ୍କ ନାମରେ କ’ଣ ନାମିତ ଏବଂ ସୃଷ୍ଟି ହୋଇଛି?

ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମିତ ଏବଂ ସୃଷ୍ଟି ହୋଇଛି ।

Ephesians 3:16

ବିଶ୍ଵାସୀମାନେ କିପରି ବଳବାନ ହେଉନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି?

ଈଶ୍ଵରଙ୍କ ଆତ୍ମାଙ୍କ ଦ୍ୱାରା ବିଶ୍ଵାସୀମାନେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେଉନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ।

Ephesians 3:17

ବିଶ୍ଵାସୀମାନେ କ'ଣ ବୁଝିବାରେ ସକ୍ଷମ ହେବାକୁ ପାଉଲ ପ୍ରାର୍ଥନା କରନ୍ତି ?

ବିଶ୍ଵାସୀମାନେ ଯେପରି ଖ୍ରୀଷ୍ଟଙ୍କ ପ୍ରେମର ଯେ କେତେ ଦୈର୍ଘ୍ୟ, ଓ ପ୍ରସ୍ଥ ଓ ଉଚ୍ଚତା ଓ ଗଭୀରତାକୁ ବୁଝିପାରିବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୩:୧୮]।

Ephesians 3:18-19

ବିଶ୍ଵାସୀମାନେ କ’ଣ ବୁଝିପାରନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ?

ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କର ପ୍ରେମର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ।

Ephesians 3:20

ପୁରୁଷାନୁକ୍ରମେ ପିତାଙ୍କୁ କ'ଣ ଦେବା ନିମନ୍ତେ ପାଉଲ ପ୍ରାର୍ଥନା କରନ୍ତି ?

ପୁରୁଷାନୁକ୍ରମେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପିତାଙ୍କୁ ଗୌରବ ଦେବା ନିମନ୍ତେ ପାଉଲ ପ୍ରାର୍ଥନା କରନ୍ତି [୩:୨୧]।

Ephesians 3:21

ଯୁଗେ ଯୁଗେ ପୁରୁଷାନୁକ୍ରମରେ ପିତାଙ୍କୁ କ’ଣ ଦିଆଯିବ ବୋଲି ପାଉଲ ପ୍ରାର୍ଥନା କରନ୍ତି?

ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପିତାଙ୍କର ଗୌରବ ହେଉ ବୋଲି ପାଉଲ ପ୍ରାର୍ଥନା କରନ୍ତି ।

Ephesians 4

Ephesians 4:1-3

ବିଶ୍ଵାସୀମାନଙ୍କୁ ପାଉଲ କିପରି ଆଚରଣ କରିବାକୁ ଅନୁରୋଧ କରନ୍ତି?

ବିଶ୍ଵାସୀମାନେ ଯେଉଁ ଆହ୍ୱାନରେ ଆହୂତ ହୋଇଅଛନ୍ତି, ସେଥିର ଯୋଗ୍ୟ ଆଚରଣ କରିବାକୁ ପାଉଲ ଅନୁରୋଧ କରନ୍ତି ।

Ephesians 4:4-6

ପାଉଲ ତାହାଙ୍କ ବିଷୟର ତାଲିକାରେ କେଉଁସବୁ ନାମ ଦିଅନ୍ତି ଯାହାର କେବଳ 'ଏକ' ହିଁ ଅଟେ ?

ଏକ ଶରୀର, ଏକ ଆତ୍ମା, ଏକ ଭରସା, ଏକ ପ୍ରଭୁ, ଏକ ବିଶ୍ଵାସ, ଏକ ବାପ୍ତିସ୍ମ, ଓ ଏକ ଈଶ୍ଵର ଓ ପିତା ବୋଲି ପାଉଲ କହନ୍ତି [୪:୪-୬]।

Ephesians 4:7-10

ଖ୍ରୀଷ୍ଟ ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଆରୋହଣ ପରେ କ’ଣ ଦେଲେ?

ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟ ଅନୁଗ୍ରହ ଦେଲେ ।

Ephesians 4:11

ଖ୍ରୀଷ୍ଟ କେଉଁ ପାଞ୍ଚ ପ୍ରକାରର ଦାନ ବିଶ୍ଵାସୀମାନଙ୍କୁ ଦେଇଛନ୍ତି ବୋଲି ପାଉଲ କହନ୍ତି?

ଖ୍ରୀଷ୍ଟ ପ୍ରେରିତ, ଭାବବାଦୀ, ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକ ଦାନ କରିଅଛନ୍ତି ବୋଲି ପାଉଲ କହନ୍ତି ।

Ephesians 4:12-13

ଏହି ପାଞ୍ଚ ପ୍ରକାରର ଲୋକ ମଣ୍ଡଳୀ ପାଇଁ କ’ଣ କରିବା ଉଚିତ?

ଏହି ପାଞ୍ଚ ପ୍ରକାରର ଲୋକ ବିଶ୍ଵାସୀମାନଙ୍କୁ ସେବା କାର୍ଯ୍ୟ ଅର୍ଥାତ ଖ୍ରୀଷ୍ଟଙ୍କ ଶରୀର ଗଠନ କରିବା ପାଇଁ ପ୍ରସ୍ତୁତ କରିବା ଉଚିତ ।

Ephesians 4:14-15

କିପରି ବିଶ୍ଵାସୀମାନେ ଶିଶୁମାନଙ୍କ ପରି ହୋଇପାରିବେ ବୋଲି ପାଉଲ କହନ୍ତି?

ଲୋକମାନଙ୍କ ଚତୁରତା ଏବଂ ପ୍ରତାରଣା ଦ୍ୱାରା ବିଶ୍ଵସୀମାନେ ଶିଶୁମାନଙ୍କ ପରି ହୋଇପାରନ୍ତି ବୋଲି ପାଉଲ କହନ୍ତି ।

Ephesians 4:16

କିପରି ବିଶ୍ଵାସୀମାନଙ୍କ ଶରୀର ନିର୍ମିତ ବୋଲି ପାଉଲ କହନ୍ତି?

ବିଶ୍ଵାସୀମାନଙ୍କ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି ।

Ephesians 4:17

କିପରି ଅବିଶ୍ୱାସୀମାନେ ଆଚରଣ କରନ୍ତି ବୋଲି ପାଉଲ କହନ୍ତି?

ଅବିଶ୍ୱାସୀମାନେ ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି ।

Ephesians 4:18

ଅବିଶ୍ୱାସୀମାନଙ୍କ ବୁଦ୍ଧିରେ କ’ଣ ହେଇଅଛି ବୋଲି ପାଉଲ କହିଲେ?

ଅବିଶ୍ୱାସୀମାନଙ୍କ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇଅଛି।

Ephesians 4:19-21

ଅଣଯିହୁଦୀମାନେ ଆପଣା ଆପଣାକୁ କାହାକୁ ସମର୍ପଣ କରିଅଛନ୍ତି?

ଅଣଯିହୁଦୀମାନେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।

Ephesians 4:22

ବିଶ୍ଵାସୀମାନେ କ’ଣ ପରିତ୍ୟାଗ କରିବା ଉଚିତ ବୋଲି ପାଉଲ କହନ୍ତି?

ବିଶ୍ଵାସୀମାନେ ପୁରାତନ ସ୍ୱଭାବକୁ ପରିତ୍ୟାଗ କରିବା ଉଚିତ ବୋଲି ପାଉଲ କହନ୍ତି ।

Ephesians 4:23

ବିଶ୍ଵାସୀମାନଙ୍କୁ କ'ଣ ପରିତ୍ୟାଗ କରିବାକୁ ପୁଣି ପରିଧାନ କରିବାକୁ ପାଉଲ କହନ୍ତି ?

ବିଶ୍ଵାସୀମାନଙ୍କୁ ପୁରାତନ ସ୍ଵଭାବକୁ ପରିତ୍ୟାଗ କରିବାକୁ, ଯାହା ଭ୍ରଷ୍ଟ ହୋଇଅଛି, ଏବଂ ନୂତନ ସ୍ଵଭାବକୁ ପରିଧାନ କରିବାକୁ, ଯାହା ଧାର୍ମିକତାରେ ସୃଷ୍ଟି ହୋଇଅଛି ଏହା କରିବାକୁ ପାଉଲ କହନ୍ତି [୪:୨୨-୨୪]।

Ephesians 4:24

ବିଶ୍ଵାସୀମାନେ କ’ଣ ପରିଧାନ କରିବା ଉଚିତ ବୋଲି ପାଉଲ କହନ୍ତି?

ବିଶ୍ଵାସୀମାନେ ନୂତନ ସ୍ୱଭାବ ପରିଧାନ କରିବା ଉଚିତ ବୋଲି ପାଉଲ କହନ୍ତି।

Ephesians 4:25-26

ଜଣେ ବିଶ୍ଵାସୀ ଶୟତାନକୁ କିପରି ସୁଯୋଗ ଦିଏ ?

ସୁର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ ନ କରିବା ଦ୍ଵାରା ଜଣେ ବିଶ୍ଵାସୀ ଶୟତାନକୁ ସୁଯୋଗ ଦିଏ [୪:୨୬-୨୭]।

Ephesians 4:27

ଜଣେ ବିଶ୍ଵାସୀ କାହାକୁ ସ୍ଥାନ ନ ଦେବା ଉଚିତ?

ଜଣେ ବିଶ୍ଵାସୀ ଶୟତାନକୁ ସ୍ଥାନ ନ ଦେବା ଉଚିତ ।

Ephesians 4:28

ଚୋରି କରିବା ପରିବର୍ତ୍ତେ ବିଶ୍ୱାସୀମାନେ କ’ଣ କରିବା ଉଚିତ?

ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ବିଶ୍ୱାସୀମାନେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରିବା ଉଚିତ ।

Ephesians 4:29

ବିଶ୍ୱାସୀମାନଙ୍କ ମୁଖରୁ କେଉଁ ପ୍ରକାରର ବାକ୍ୟ ନିର୍ଗତ ହେବା ଉଚିତ ବୋଲି ପାଉଲ କହନ୍ତି?

ବିଶ୍ୱାସୀମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଇ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେବା ଉଚିତ ।

Ephesians 4:30

ଜଣେ ବିଶ୍ୱାସୀ କାହାକୁ ଦୁଃଖ ନ ଦେବା ଉଚିତ ?

ଜଣେ ବିଶ୍ୱାସୀ ପବିତ୍ର ଆତ୍ମାଙ୍କୁ ଦୁଃଖ ନଦେବା ଉଚିତ।

Ephesians 4:31

ଯେହେତୁ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ତାହାଙ୍କୁ କ୍ଷମା କଲେ ସେଥିପାଇଁ ଜଣେ ବିଶ୍ଵାସୀ କ'ଣ କରିବା ଉଚିତ୍ ?

ଜଣେ ବିଶ୍ଵାସୀ ଅନ୍ୟମାନଙ୍କୁ କ୍ଷମା ଦେବା ଉଚିତ୍ ଯେହେତୁ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ତାହାଙ୍କୁ କ୍ଷମା କଲେ [୪:୩୨]।

Ephesians 4:32

ଖ୍ରୀଷ୍ଟଙ୍କଠାରେ ଜଣେ ବିଶ୍ୱାସୀକୁ କ’ଣ କରିବା ଉଚିତ?

ଖ୍ରୀଷ୍ଟଙ୍କଠାରେ ଜଣେ ବିଶ୍ୱାସୀ ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ, କାରଣ ଈଶ୍ଵର ତାକୁ କ୍ଷମା କରିଅଛନ୍ତି।

Ephesians 5

Ephesians 5:1

ବିଶ୍ୱାସୀମାନେ କାହାକୁ ଅନୁକରଣ କରିବା ଉଚିତ?

ବିଶ୍ୱାସୀମାନେ ଈଶ୍ଵରଙ୍କ ସନ୍ତାନମାନଙ୍କ ପରି ତାଙ୍କ ଅନୁକାରୀ ହେବା ଉଚିତ ।

Ephesians 5:2

ଖ୍ରୀଷ୍ଟ କ’ଣ କଲେ ଯାହା ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଥିଲା?

ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପାଇଁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଆପଣାକୁ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଉତ୍ସର୍ଗ କଲେ ।

Ephesians 5:3

ବିଶ୍ଵାସୀମାନଙ୍କ ମଧ୍ୟରେ କ’ଣ ସ୍ଥାନ ନ ପାଇବା ଉଚିତ?

ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ ବିଶ୍ଵାସୀମାନଙ୍କ ମଧ୍ୟରେ ସ୍ଥାନ ନ ପାଇବା ଉଚିତ ।

Ephesians 5:4

ବିଶ୍ଵାସୀମାନଙ୍କ ମଧ୍ୟରେ କେଉଁ ବ୍ୟବହାର ଦେଖାଯିବା ଉଚିତ?

ବିଶ୍ଵାସୀମାନଙ୍କ ମଧ୍ୟରେ ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦୀ ରହିବା ବ୍ୟବହାର ଦେଖାଯିବା ଉଚିତ ।

Ephesians 5:5

ଖ୍ରୀଷ୍ଟ ଏବଂ ଈଶ୍ଵରଙ୍କ ରାଜ୍ୟରେ କାହାର ଅଧିକାର ନାହିଁ?

ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀର ଖ୍ରୀଷ୍ଟ ଏବଂ ଈଶ୍ଵରଙ୍କ ରାଜ୍ୟରେ ଅଧିକାର ନାହିଁ ।

Ephesians 5:6-7

ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ କ’ଣ ଆସୁଛି?

ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ଵରଙ୍କ କ୍ରୋଧ ଆସୁଛି ।

Ephesians 5:8

ଆଲୋକର କେଉଁ ଫଳ ପ୍ରଭୁଙ୍କୁ ସନ୍ତୋଷ କରୁଅଛି ?

ଉତ୍ତମତା, ଧାର୍ମିକତା, ଓ ସତ୍ୟର ଫଳ ପ୍ରଭୁଙ୍କୁ ସନ୍ତୋଷ କରୁଅଛି [୫:୯]।

ଅନ୍ଧକାରର କର୍ମ ସହିତ ବିଶ୍ଵାସୀମାନେ କ'ଣ କରିବା ଦରକାର ?

ବିଶ୍ଵାସୀମାନେ ଏହା ସହିତ ସହଭାଗୀ ନ ହୋଇ, ବରଂ ଅନ୍ଧକାରର କର୍ମକୁ ପ୍ରକାଶିତ କରିବା ଦରକାର [୫:୧୧]।

Ephesians 5:9-10

କେଉଁ ଆଲୋକର ଫଳ ପ୍ରଭୁଙ୍କ ସନ୍ତୋଷଜନକ ଅଟେ?

ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ପ୍ରଭୁଙ୍କର ସନ୍ତୋଷଜନକ ଅଟେ ।

Ephesians 5:11-12

ଅନ୍ଧକାରର ନିଷ୍ଫଳ କର୍ମସବୁର ବିଶ୍ଵାସୀମାନେ କ’ଣ କରିବେ?

ଅନ୍ଧକାରର ନିଷ୍ଫଳ କର୍ମସବୁର ବିଶ୍ଵାସୀମାନେ ସହଭାଗୀ ନ ହୋଇ, ବରଂ ଅନ୍ଧକାରର ନିଷ୍ଫଳ କର୍ମସବୁ ଦେଖାଇଦେବେ ।

Ephesians 5:13-14

ଆଲୋକ ଦ୍ୱାରା କ’ଣ ଦେଖାଇ ଦିଆଯାଏ?

ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ ।

Ephesians 5:15

ଯେହେତୁ କାଳ ମନ୍ଦ ଅଟେ ସେଥିପାଇଁ ବିଶ୍ଵାସୀମାନେ କ'ଣ କରିବା ଉଚିତ୍ ?

ଯେହେତୁ କାଳ ମନ୍ଦ ଅଟେ ସେଥିପାଇଁ ବିଶ୍ଵାସୀମାନେ ସମୟର ସଦ୍‌ବ୍ୟବହାର କରିବା ଉଚିତ୍ [୫:୧୬]।

Ephesians 5:16-17

କାଳ ମନ୍ଦଥିବାରୁ ବିଶ୍ଵାସୀମାନେ କ’ଣ କରିବା ଉଚିତ?

ବିଶ୍ଵାସୀମାନେ ସୁଯୋଗର ସତ୍ ବ୍ୟବହାର କରିବା ଉଚିତ, କାରଣ କାଳ ମନ୍ଦ ଅଟେ।

Ephesians 5:18

ଅତ୍ୟାଚାର କ’ଣ ଜନ୍ମାଏ?

ଦ୍ରାକ୍ଷାରସରେ ମତ୍ତ ହେବା ଅତ୍ୟାଚାର ଜନ୍ମାଏ ।

Ephesians 5:19-21

ବିଶ୍ଵାସୀମାନେ ପରସ୍ପରକୁ କିପରି ଉତ୍ସାହ କରିବା ଉଚିତ?

ବିଶ୍ଵାସୀମାନେ ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ କରିବା ଉଚିତ ।

Ephesians 5:22

କେଉଁ ଉପାୟରେ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ବଶୀଭୂତ ହେବା ଉଚିତ?

ସ୍ତ୍ରୀମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅନ୍ତି, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହେବା ଉଚିତ ।

Ephesians 5:23-24

ସ୍ୱାମୀ କାହାର ମସ୍ତକ ସ୍ୱରୂପ ଏବଂ ଖ୍ରୀଷ୍ଟ କାହାର ମସ୍ତକ ସ୍ୱରୂପ?

ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ ।

Ephesians 5:25

ଖ୍ରୀଷ୍ଟ ମଣ୍ଡଳୀକୁ କିପରି ପବିତ୍ର କରନ୍ତି ?

ବାକ୍ୟ ଓ ଜଳପ୍ରକ୍ଷାଳନ ଦ୍ଵାରା ଖ୍ରୀଷ୍ଟ ମଣ୍ଡଳୀକୁ ପବିତ୍ର କରନ୍ତି [୫:୨୬-୨୭]।

Ephesians 5:26-27

ଖ୍ରୀଷ୍ଟ କିପରି ମଣ୍ଡଳୀକୁ ପବିତ୍ର କରନ୍ତି?

ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ଖ୍ରୀଷ୍ଟ ମଣ୍ଡଳୀକୁ ପରିଷ୍କାର କରି ପବିତ୍ର କରନ୍ତି ।

Ephesians 5:28

ସ୍ୱାମୀମାନେ କିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କରିବା ଉଚିତ?

ସ୍ୱାମୀମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ।

Ephesians 5:29-30

ଜଣେ ବ୍ୟକ୍ତି ନିଜ ଶରୀର ଯତ୍ନ କିପରି ରଖେ?

ଜଣେ ବ୍ୟକ୍ତି ନିଜ ଶରୀର ଭରଣପୋଷଣ ଓ ଲାଳନପାଳନ କରେ ।

Ephesians 5:31

ଯେତେବେଳେ ଜଣେ ପୁରୁଷ ନିଜ ସ୍ତ୍ରୀଠାରେ ଆସକ୍ତ ହୁଏ କ’ଣ ହୁଏ?

ଯେତେବେଳେ ଜଣେ ପୁରୁଷ ନିଜ ସ୍ତ୍ରୀଠାରେ ଆସକ୍ତ ହୁଏ ସେତେବେଳେ ସେ ଦୁହେଁ ଏକାଙ୍ଗ ହେବେ।

Ephesians 5:32-33

ଜଣେ ପୁରୁଷ ଏବଂ ତାଙ୍କ ସ୍ତ୍ରୀଙ୍କ ଏକାଙ୍ଗ ହେବା ଦ୍ୱାରା କେଉଁ ନିଗୂଢ଼ତତ୍ତ୍ୱ ପ୍ରକାଶିତ ହୁଏ?

ଜଣେ ପୁରୁଷ ଏବଂ ତାଙ୍କ ସ୍ତ୍ରୀଙ୍କ ଏକାଙ୍ଗ ହେବା ଦ୍ୱାରା ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଅତି ନିଗୂଢ଼ତତ୍ତ୍ୱ ପ୍ରକାଶିତ ହୁଏ ।

Ephesians 6

Ephesians 6:1-3

ଖ୍ରୀଷ୍ଟିୟାନ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ କିପରି ବ୍ୟବହାର କରିବା ଉଚିତ?

ଖ୍ରୀଷ୍ଟିୟାନ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ ।

Ephesians 6:4

ଖ୍ରୀଷ୍ଟିୟାନ ପିତାମାନେ ଆପଣା ଆପଣା ପିଲାମାନଙ୍କୁ କ’ଣ ନ କରିବା ଉଚିତ?

ଖ୍ରୀଷ୍ଟିୟାନ ପିତାମାନେ ଆପଣା ଆପଣା ପିଲାମାନଙ୍କୁ ବିରକ୍ତ ନ କରି ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କରିବା ଉଚିତ।

Ephesians 6:5-7

ଖ୍ରୀଷ୍ଟିୟାନ ଦାସମାନେ କେଉଁ ମନୋଭାବ ସହିତ ସେମାନଙ୍କର ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହେବା ଉଚିତ?

ଖ୍ରୀଷ୍ଟିୟାନ ଦାସମାନେ ଭୟ ଓ କମ୍ପ ସହ ହୃଦୟର ସରଳତାରେ ସେମାନଙ୍କର ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହେବା ଉଚିତ ।

Ephesians 6:8

ଜଣେ ବିଶ୍ଵାସୀ କରୁଥିବା ସ୍ୱଚ୍ଛନ୍ଦରେ ସେବା ବିଷୟରେ କ’ଣ ମନେ ରଖିବା ଉଚିତ?

ଜଣେ ବିଶ୍ଵାସୀ କରୁଥିବା ସ୍ୱଚ୍ଛନ୍ଦରେ ସେବା ବିଷୟରେ ସେ ପ୍ରଭଙ୍କଠାରୁ ପୁରସ୍କାର ପାଇବ ବୋଲି ମନେ ରଖିବା ଉଚିତ ।

Ephesians 6:9

ଜଣେ ଖ୍ରୀଷ୍ଟିୟାନ କର୍ତ୍ତା ତାଙ୍କ କର୍ତ୍ତା ବିଷୟରେ କ’ଣ ମନେ ରଖିବା ଉଚିତ?

ଜଣେ ଖ୍ରୀଷ୍ଟିୟାନ କର୍ତ୍ତା ମନେ ରଖିବା ଉଚିତ ଯେ ତାଙ୍କର ଏବଂ ତାଙ୍କର ସେବକଙ୍କ କର୍ତ୍ତା ସ୍ୱର୍ଗରେ ଅଛନ୍ତି, ଏବଂ ସେ ପକ୍ଷପାତ କରନ୍ତି ନାହିଁ ।

Ephesians 6:10

କାହିଁକି ଜଣେ ବିଶ୍ଵାସୀ ଈଶ୍ଵରଙ୍କ ସମସ୍ତ କବଚ(ଈଶ୍ଵର ଦତ୍ତ ସମସ୍ତ ସଜ୍ଜା)କୁ ପରିଧାନ କରିବା ଆବଶ୍ୟକ ?

ଦୁଷ୍ଟାତ୍ମାର ଯୋଜନା/କାର୍ଯ୍ୟ ବିରୁଦ୍ଧରେ ଅଟଳ ରହିବାକୁ ଜଣେ ବିଶ୍ଵାସୀ ଈଶ୍ଵରଙ୍କ ସମସ୍ତ କବଚ(ଈଶ୍ଵର ଦତ୍ତ ସମସ୍ତ ସଜ୍ଜା)କୁ ପରିଧାନ କରିବା ଆବଶ୍ୟକ [୬:୧୧,୧୩,୧୪]।

Ephesians 6:11

ଜଣେ ବିଶ୍ଵାସୀ କାହିଁକି ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣାକୁ ସୁସଜ୍ଜିତ କରିବା ଉଚିତ?

ଜଣେ ବିଶ୍ଵାସୀ ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଠିଆ ହେବା ପାଇଁ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣାକୁ ସୁସଜ୍ଜିତ କରିବା ଉଚିତ ।

Ephesians 6:12

ଜଣେ ବିଶ୍ଵାସୀ କାହା ବିରୁଦ୍ଧରେ ଯୁଦ୍ଧ କରେ?

ଜଣେ ବିଶ୍ଵାସୀ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ ।

Ephesians 6:13

ଜଣେ ବିଶ୍ଵାସୀ କାହିଁକି ଈଶ୍ଵରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କରିବା ଉଚିତ?

ଜଣେ ବିଶ୍ଵାସୀ ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଠିଆ ହେବାକୁ ଈଶ୍ଵରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କରିବା ଉଚିତ?

Ephesians 6:14-15

ଈଶ୍ଵରଙ୍କ କବଚରେ କେଉଁ ସମସ୍ତ ବସ୍ତୁଗୁଡିକ ଅନ୍ତର୍ଭୁକ୍ତ କରେ ?

ଈଶ୍ଵରଙ୍କ କବଚରେ ସତ୍ୟରୂପ କଟୀ, ଧାର୍ମିକତାରରୂପ ଉରସ୍ତ୍ରାଣ, ସୁସମାଚାର ପ୍ରଚାର ନିମନ୍ତେ ସଜ୍ଜିତ ପାଦୁକା, ବିଶ୍ଵାସରୂପ ଢାଲ, ପରିତ୍ରାଣରୂପ ଶିରସ୍ତ୍ରାଣ, ଏବଂ ଆତ୍ମାଙ୍କ ଖଡ୍ଗ ଅନ୍ତର୍ଭୁକ୍ତ କରେ [୬:୧୪-୧୭]।

Ephesians 6:16

ଈଶ୍ଵରଙ୍କ କେଉଁ ଢ଼ାଲ ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ଅଟେ?

ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ବିଶ୍ୱାସରୂପ ଢ଼ାଲ ସମର୍ଥ ଅଟେ ।

Ephesians 6:17

ଆତ୍ମାଙ୍କ ଖ‌ଡ୍ଗ କ’ଣ ଅଟେ?

ଆତ୍ମାଙ୍କ ଖ‌ଡ୍ଗ, ଈଶ୍ବରଙ୍କ ବାକ୍ୟ ଅଟେ ।

Ephesians 6:18

ବିଶ୍ଵାସୀମାନେ ପ୍ରାର୍ଥନାରେ ନିଜକୁ କିପରି ଆଚରଣ କରିବା ଉଚିତ?

ବିଶ୍ଵାସୀମାନେ ଜାଗି ରହି ସର୍ବଦା ପ୍ରାର୍ଥନା କରି, ଈଶ୍ଵରଙ୍କ ଉତ୍ତରକୁ ଅପେକ୍ଷା କରିବା ଉଚିତ ।

Ephesians 6:19

ଏଫିସୀୟମାନଙ୍କ ପ୍ରାର୍ଥନା ମାଧ୍ୟମରେ ପାଉଲ କ’ଣ ପାଇବାକୁ ଇଚ୍ଛା କରନ୍ତି?

ପାଉଲ ଯେତେବେଳେ ସୁସମାଚାର ପ୍ରଚାର କରନ୍ତି ସେତେବେଳେ ସେ ସାହସପୂର୍ବକ ବାକ୍ୟ ପାଇବାକୁ ଇଚ୍ଛା କରନ୍ତି ।

Ephesians 6:20-22

ପାଉଲ ଏହି ପତ୍ର କେଉଁଠାରୁ ଲେଖୁଛନ୍ତି?

ପାଉଲ ଏହି ପତ୍ର କାରାଗାରରୁ ଲେଖୁଛନ୍ତି।

Ephesians 6:23-24

ବିଶ୍ଵାସୀମାନଙ୍କୁ ଈଶ୍ଵର ପିତା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ’ଣ ଦିଅନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି?

ବିଶ୍ଵାସୀମାନଙ୍କୁ ଈଶ୍ଵର ପିତା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତାନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ।