ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

2 Thessalonians

2 Thessalonians 1

2 Thessalonians 1:3

ଥେସଲନୀକୀୟ ମଣ୍ଡଳୀରେ କେଉଁ ଦୁଇଟି ବିଷୟ ପାଇଁ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି?

ସେମାନଙ୍କର ବୃଦ୍ଧି ପାଉଥିବା ବିଶ୍ଵାସ ଏବଂ ପରସ୍ପର ପ୍ରତି ଥିବା ପ୍ରେମ ପାଇଁ ପାଉଲ ଈଶ୍ବରଙ୍କୁ ଧନ୍ୟବାଦ ଦିଅନ୍ତି ।

2 Thessalonians 1:4

ଥେସଲନୀକାରେ ବିଶ୍ଵାସୀମାନେ କେଉଁ ପରିସ୍ଥିତିର ଭୋଗୁଛନ୍ତି?

ବିଶ୍ଵାସୀମାନେ ତାଡ଼ନା ଓ କଷ୍ଟ ଭୋଗୁଅଛନ୍ତି।

2 Thessalonians 1:5

ବିଶ୍ଵାସୀମାନେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହାର ସକରାତ୍ମକ ଫଳାଫଳ କ’ଣ ହେବ?

ବିଶ୍ଵାସୀମାନେ ଈଶ୍ବରଙ୍କ ରାଜ୍ୟ ପାଇଁ ଯୋଗ୍ୟ ବିବେଚିତ ହେବେ ।

2 Thessalonians 1:6

ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦେଉଛନ୍ତି ସେମାନଙ୍କ ପାଇଁ ଈଶ୍ବର କ’ଣ କରିବେ?

ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦିଅନ୍ତି, ସେମାନଙ୍କୁ ଅଗ୍ନିରେ ଦଣ୍ଡ ଦେବେ ।

2 Thessalonians 1:7

ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦେଉଛନ୍ତି ସେମାନଙ୍କ ପାଇଁ ଈଶ୍ବର କ’ଣ କରିବେ?

ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦିଅନ୍ତି, ସେମାନଙ୍କୁ ଅଗ୍ନିରେ ଦଣ୍ଡ ଦେବେ ।

ବିଶ୍ଵାସୀମାନେ କେବେ ସେମାନଙ୍କ କ୍ଲେଶରୁ ମୁକ୍ତି ପାଇବେ?

ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରୁ ପ୍ରକାଶିତ ହେଲେ ବିଶ୍ୱାସୀମାନେ ମୁକ୍ତି ପାଇବେ ।

2 Thessalonians 1:8

ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦେଉଛନ୍ତି ସେମାନଙ୍କ ପାଇଁ ଈଶ୍ବର କ’ଣ କରିବେ?

ଯେଉଁମାନେ ବିଶ୍ଵାସୀମନଙ୍କୁ କଷ୍ଟ ଦିଅନ୍ତି, ସେମାନଙ୍କୁ ଅଗ୍ନିରେ ଦଣ୍ଡ ଦେବେ ।

2 Thessalonians 1:9

ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଦଣ୍ଡ କେତେ କାଳ ହେବ?

ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଦଣ୍ଡ ଅନନ୍ତ କାଳ ହେବ ।

ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ଦଣ୍ଡର ଏକ ଅଂଶ ଭାବରେ ସେମାନେ କେଉଁଠାରୁ ଅଲଗା ହୋଇଛନ୍ତି?

ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେମାନେ ସେମାନଙ୍କର ଦଣ୍ଡର ଅଂଶ ଭାବରେ ପ୍ରଭୁଙ୍କ ଉପସ୍ଥିତିରୁ ଅଲଗା ହୋଇଛନ୍ତି ।

2 Thessalonians 1:10

ଖ୍ରୀଷ୍ଟ ତାଙ୍କ ଦିନରେ ଆସିବା ଦେଖି ବିଶ୍ଵାସୀମାନେ କ’ଣ କରିବେ?

ଯେତେବେଳେ ସେ ତାଙ୍କ ଦିନରେ ଆସିବେ ସେତେବେଳେ ବିଶ୍ଵାସୀମାନେ ଆଶ୍ଚର୍ଯ୍ୟ ହେବେ ।

2 Thessalonians 1:11

ଈଶ୍ବରଙ୍କ ଶକ୍ତିରେ ବିଶ୍ଵାସୀମାନଙ୍କ ଉତ୍ତମ କର୍ମର ଫଳାଫଳ କ’ଣ ହେବ?

ସେମାନଙ୍କର ଉତ୍ତମ କର୍ମର ଫଳାଫଳ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ଗୌରବାନ୍ୱିତ ହେବ ।

2 Thessalonians 1:12

ଈଶ୍ବରଙ୍କ ଶକ୍ତିରେ ବିଶ୍ଵାସୀମାନଙ୍କ ଉତ୍ତମ କର୍ମର ଫଳାଫଳ କ’ଣ ଅଟେ?

ସେମାନଙ୍କର ଉତ୍ତମ କର୍ମର ଫଳାଫଳ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ଗୌରବାନ୍ୱିତ ହେବ ।

2 Thessalonians 2

2 Thessalonians 2:1

ପାଉଲ କେଉଁ ଘଟଣା ବିଷୟରେ ବର୍ତ୍ତମାନ ଲେଖିବାକୁ ଯାଉଛନ୍ତି ବୋଲି କହନ୍ତି?

ପାଉଲ କହିଛନ୍ତି ଯେ ସେ ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଲେଖିବାକୁ ଯାଉଛନ୍ତି।

2 Thessalonians 2:2

ପାଉଲ ସେମାନଙ୍କୁ କ’ଣ ବିଶ୍ୱାସ ନକରିବାକୁ କୁହନ୍ତି?

ପାଉଲ ସେମାନଙ୍କୁ ପ୍ରଭୁଙ୍କ ଦିନ ଆଗରୁ ଆସିଛି ବୋଲି ବିଶ୍ୱାସ ନକରିବାକୁ କୁହନ୍ତି।

2 Thessalonians 2:3

ପ୍ରଭୁଙ୍କ ଦିନ ପୂର୍ବରୁ କ’ଣ ହେବ ବୋଲି ପାଉଲ କୁହନ୍ତି?

ପ୍ରଭୁଙ୍କ ଦିନ ପୂର୍ବରୁ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ ।

2 Thessalonians 2:4-5

ଅନ less ତିକ ବ୍ୟକ୍ତି କ’ଣ କରନ୍ତି?

ଅନ less ତିକ ବ୍ୟକ୍ତି God ଶ୍ବରଙ୍କ ମନ୍ଦିରରେ ବସି ନିଜକୁ God ଶ୍ବର ଭାବରେ ଚିତ୍ରଣ କରି God ଶ୍ବରଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରେ ।

2 Thessalonians 2:6

ଅଧର୍ମ ପୁରୁଷ କେବେ ପ୍ରକାଶ ପାଇବ?

ଅଧର୍ମ ପୁରୁଷ ଜଣକ ପ୍ରକାଶ ପାଇବ ଯେତେବେଳେ ସମୟ ଆସିବ, ଯେତେବେଳେ ତାହାକୁ ବାଧା ଦେଉଥିବା ବ୍ୟକ୍ତି ବାହାର କରାଯିବ ।

2 Thessalonians 2:7

ଅଧର୍ମ ପୁରୁଷ କେବେ ପ୍ରକାଶ ପାଇବ?

ଅଧର୍ମ ପୁରୁଷ ଜଣକ ପ୍ରକାଶ ପାଇବ ଯେତେବେଳେ ସମୟ ଆସିବ, ଯେତେବେଳେ ତାହାକୁ ବାଧା ଦେଉଥିବା ବ୍ୟକ୍ତି ବାହାର କରାଯିବ ।

2 Thessalonians 2:8

ଯୀଶୁ ପ୍ରକାଶିତ ହେବାପରେ ଅଧର୍ମ ପୁରୁଷ ପାଇଁ ସେ କ’ଣ କରିବେ?

ଯେତେବେଳେ ଯୀଶୁ ପ୍ରକାଶିତ ହେବେ, ସେ ଅଧର୍ମ ପୁରୁଷକୁ ବିନାଶ କରିବେ ।

2 Thessalonians 2:9

ଅଧର୍ମ ପୁରୁଷ ସହ କିଏ ତାହାକୁ ଶକ୍ତି, ଚିହ୍ନ ଏବଂ ମିଥ୍ୟା ଚମତ୍କାର କରିବାକୁ ପାଇଁ କାର୍ଯ୍ୟ କରୁଆଛି?

ଶୟତାନ ଅଧର୍ମ ପୁରୁଷକୁ ଶକ୍ତି, ଚିହ୍ନ ଏବଂ ମିଥ୍ୟା ଚମତ୍କାର କରିବା ପାଇଁ ସାହାଯ୍ୟ କରେ ।

2 Thessalonians 2:10-11

କାହିଁକି ଅନେକ ଅଧର୍ମ ପୁରୁଷ ଦ୍ୱାରା ପ୍ରତାରିତ ହୋଇ ବିନାଶ ହେଉଛନ୍ତି?

କେତେକ ପ୍ରତାରିତ ହୁଅନ୍ତି କାରଣ ସେମାନେ ଉଦ୍ଧାର ପାଇପାରିବେ ସତ୍ୟର ପ୍ରେମ ଗ୍ରହଣ କଲେ ନାହିଁ ।

2 Thessalonians 2:12

ଯେଉଁମାନେ ପ୍ରତାରିତ ଓ ବିନାଶ ହୁଅନ୍ତି, ସେମାନେ କେଉଁଥିରେ ସନ୍ତୁଷ୍ଟ ହୋଇଅଛନ୍ତି?

ଯେଉଁମାନେ ପ୍ରତାରିତ ଓ ବିନାଶ ହୁଅନ୍ତି, ସେମାନେ ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି ।

2 Thessalonians 2:13

ଥେସଲନୀକୀୟମାନଙ୍କ ପାଇଁ ସୁସମାଚାର ମାଧ୍ୟମରେ ଈଶ୍ବର କ’ଣ ମନୋନୀତ କଲେ?

ଈଶ୍ବର ଥେସଲନୀକୀୟମାନଙ୍କ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ପାଇବା ପାଇଁ ସୁସମାଚାର ମାଧ୍ୟମରେ ମନୋନୀତ କଲେ ।

2 Thessalonians 2:14

ଥେସଲନୀକୀୟମାନଙ୍କ ପାଇଁ ସୁସମାଚାର ମାଧ୍ୟମରେ ଈଶ୍ବର କ’ଣ ମନୋନୀତ କଲେ?

ଈଶ୍ବର ଥେସଲନୀକୀୟମାନଙ୍କ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ପାଇବା ପାଇଁ ସୁସମାଚାର ମାଧ୍ୟମରେ ମନୋନୀତ କଲେ ।

2 Thessalonians 2:15-16

ସୁସମାଚାର ଗ୍ରହଣ କରିବା ପରେ ପାଉଲ ଥେସଲନୀକୀୟମାନଙ୍କୁ କ’ଣ କରିବାକୁ କହନ୍ତି?

ପାଉଲ ଥେସଲନୀକୀୟମାନଙ୍କୁ ଦୃଢ଼ ଭାବରେ ଠିଆ ହେବାକୁ ଏବଂ ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ପରମ୍ପରାଗୁଡ଼ିକୁ ବୁଝିବାକୁ କହନ୍ତି ।

2 Thessalonians 2:17

ଥେସଲନୀକୀୟମାନଙ୍କ ହୃଦୟରେ କ’ଣ ସୁସ୍ଥିର କରିବାକୁ ପାଉଲ ଚାହୁଁଛନ୍ତି?

ଥେସଲନୀକୀୟମାନେ ପ୍ରତ୍ୟେକ ଉତ୍ତମ କର୍ମ ଏବଂ ବାକ୍ୟରେ ସୁସ୍ଥିର ହୁଅନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।

2 Thessalonians 3

2 Thessalonians 3:1

ଥେସଲନୀକୀୟମାନେ ପ୍ରଭୁଙ୍କ ବାକ୍ୟ ବିଷୟରେ କେଉଁ ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି?

ପ୍ରଭୁଙ୍କ ବାକ୍ୟ ଶୀଘ୍ର ବ୍ୟାପିଯାଇ ଗୌରବାନ୍ୱିତ ହେଉ ବୋଲି ଥେସଲନୀକୀୟମାନେ ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।

2 Thessalonians 3:2-3

ପାଉଲ କାହାଠାରୁ ଉଦ୍ଧାର ହେବାକୁ ଚାହୁଁଛନ୍ତି?

ପାଉଲ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବାକୁ ଚାହୁଁଛନ୍ତି, ଯେଉଁମାନଙ୍କର ବିଶ୍ୱାସ ନାହିଁ ।

2 Thessalonians 3:4-5

ଥେସଲନୀକୀୟମାନେ କ’ଣ କରିବା ଜାରି ରଖନ୍ତୁ ବୋଲି ପାଉଲ କହନ୍ତି?

ଥେସଲନୀକୀୟମାନେ ସେ ଯାହା ଆଦେଶ ଦେଇଛନ୍ତି ତାହା କରିବା ଜାରି ରଖନ୍ତୁ ବୋଲି ପାଉଲ କହନ୍ତି ।

2 Thessalonians 3:6

ପାଉଲଙ୍କଠାରୁ ପ୍ରାପ୍ତ ପରମ୍ପରା ଅନୁଯାୟୀ, ବିଶୃଙ୍ଖଳିତ ଭାବରେ ଚାଲୁ ଥିବା ପ୍ରତ୍ୟେକ ଭାଇଙ୍କୁ ବିଶ୍ଵାସୀମାନେ କିପରି ବ୍ୟବହାର କରିବା ଉଚିତ୍?

ବିଶ୍ଵାସୀମାନେ ପାଉଲଙ୍କଠାରୁ ପ୍ରାପ୍ତ ପରମ୍ପରା ଅନୁଯାୟୀ, ବିଶୃଙ୍ଖଳିତ ଭାବରେ ଚାଲୁଥିବା ପ୍ରତ୍ୟେକ ଭାଇଙ୍କୁ ଅଲଗା ହେବା ଉଚିତ୍ ।

2 Thessalonians 3:7

ଥେସଲନୀକୀୟମାନଙ୍କ ପାଇଁ ପାଉଲ ତାଙ୍କର କାର୍ଯ୍ୟ ଏବଂ ସମର୍ଥନ ବିଷୟରେ କେଉଁ ଉଦାହରଣ ଦେଇଛନ୍ତି?

ପାଉଲ ଦିନରାତି ପରିଶ୍ରମ କଲେ, ଖାଦ୍ୟ ପାଇଁ ଅର୍ଥ ଦେଲେ, ଏବଂ କାହା ପାଇଁ ଭାର ହେଲେ ନାହିଁ ।

2 Thessalonians 3:8-9

ଥେସଲନୀକୀୟମାନଙ୍କ ପାଇଁ ପାଉଲ ତାଙ୍କର କାର୍ଯ୍ୟ ଏବଂ ସମର୍ଥନ ବିଷୟରେ କେଉଁ ଉଦାହରଣ ଦେଇଛନ୍ତି?

ପାଉଲ ଦିନରାତି ପରିଶ୍ରମ କଲେ, ଖାଦ୍ୟ ପାଇଁ ଅର୍ଥ ଦେଲେ, ଏବଂ କାହା ପାଇଁ ଭାର ହେଲେ ନାହିଁ ।

2 Thessalonians 3:10-11

କାମ କରିବାକୁ ଇଚ୍ଛା ନଥିବା ବ୍ୟକ୍ତି ବିଷୟରେ ପାଉଲ କ’ଣ ଆଦେଶ ଦେଲେ?

ଯେ ଯିଏ କାମ କରିବାକୁ ଇଚ୍ଛା କରେ ନାହିଁ ସେ ଖାଇବା ଉଚିତ୍ ନୁହେଁ ବୋଲି ପାଉଲ ଆଦେଶ ଦେଲେ।

2 Thessalonians 3:12-13

ଅଳସୁଆ ହେବା ପରିବର୍ତ୍ତେ, ପାଉଲ ଏପରି ଲୋକମାନଙ୍କୁ କ’ଣ କରିବାକୁ ଆଦେଶ ଦିଅନ୍ତି?

ପାଉଲ ଅଳସୁଆମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆଦେଶ ଦିଅନ୍ତି ।

2 Thessalonians 3:14-15

ଏହି ପତ୍ରର ପାଉଲଙ୍କ ନିର୍ଦ୍ଦେଶ ପାଳନ ନ କରୁଥିବା ବ୍ୟକ୍ତି ସହ ଭାଇମାନେ କ’ଣ କରିବା ଉଚିତ୍?

ଏହି ପତ୍ରର ପାଉଲଙ୍କ ନିର୍ଦ୍ଦେଶ ପାଳନ ନ କରୁଥିବା ବ୍ୟକ୍ତି ସହ ଭାଇମାନେ କୌଣସି ସମ୍ପର୍କ ସ୍ଥାପନ କରିବେ ନାହିଁ ।

2 Thessalonians 3:16

ପ୍ରଭୁ ଥେସଲନୀକୀୟମାନଙ୍କୁ କ’ଣ ପ୍ରଦାନ କରନ୍ତୁ ବୋଲି ଚାହାଁନ୍ତି ?

ପାଉଲ ଚାହାଁନ୍ତି ଯେ ପ୍ରଭୁ ସର୍ବଦା ଓ ସବୁପ୍ରକାର ଶାନ୍ତି ପ୍ରଦାନ କରନ୍ତୁ ।

2 Thessalonians 3:17-18

ପାଉଲ ଏହି ପତ୍ରର ଲେଖକ ଅଟନ୍ତି ବୋଲି କିପରି ଦର୍ଶାନ୍ତି?

ପାଉଲ ନିଜ ହସ୍ତରେ ଅଭିବାଦନ ଲେଖି ସେ ଲେଖକ ଅଟନ୍ତି ବୋଲି ଦର୍ଶାନ୍ତି।