1 John
1 John 1
1 John 1:1
ଯୋହନ କାହା ଦ୍ଵାରା ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜାଣିଥିଲେ?
ଯୋହନ ଜୀବନ ସ୍ୱରୂପ ବାକ୍ୟକୁ ଶୁଣିଥିଲେ, ଦେଖିଥିଲେ, ନିରୀକ୍ଷଣ କରିଥିଲେ ଏବଂ ସ୍ପର୍ଶ କରିଥିଲେ।
1 John 1:2
ଅନନ୍ତ ଜୀବନ ଯୋହନଙ୍କ ନିକଟରେ ପ୍ରକାଶିତ ହେବା ପୂର୍ବରୁ କେଉଁଠାରେ ଥିଲା?
ଅନନ୍ତ ଜୀବନ ଯୋହନଙ୍କ ନିକଟରେ ପ୍ରକାଶିତ ହେବା ପୂର୍ବରୁ ପିତାଙ୍କ ସଙ୍ଗରେ ଥିଲା।
1 John 1:3-4
ଯୋହନ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତାହା କାହିଁକି ଘୋଷଣା କରୁଅଛନ୍ତି?
ଯୋହନ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତାହା ଜଣାଉଅଛନ୍ତି ଯେପରି ଅନ୍ୟମାନେ ମଧ୍ୟ ତାଙ୍କ ସହ ସହଭାଗୀ ହେବେ।
ଯୋହନ କାହା ସହିତ ପୂର୍ବରୁ ସହଭାଗୀତାରେ ଥିଲେ?
ଯୋହନ ପୂର୍ବରୁ ପିତା ଏବଂ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ସହଭାଗିତାରେ ଥିଲେ।
1 John 1:5
ଯୋହନ ତାଙ୍କ ପାଠକମାନଙ୍କୁ ଘୋଷଣା କରୁଥିବା ଈଶ୍ଵରଙ୍କ ବାର୍ତ୍ତା କ’ଣ ଅଟେ?
ଈଶ୍ଵର ଜ୍ୟୋତିଃ ଅଟନ୍ତି ଓ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ, ଏହି ବାର୍ତ୍ତା ଯୋହନ ଘୋଷଣା କରୁଛନ୍ତି।
1 John 1:6
ଜଣେ ବ୍ୟକ୍ତିଙ୍କ ବିଷୟରେ ଯୋହନ କ’ଣ କୁହନ୍ତି ଯିଏ କୁହନ୍ତି ଯେ ସେ ଈଶ୍ଵରଙ୍କ ସହ ସହଭାଗୀ ଅଛନ୍ତି, କିନ୍ତୁ ଅନ୍ଧକାରରେ ଆଚରଣ କରନ୍ତି?
ଯୋହନ କହିଛନ୍ତି ଯେ ଏପରି ବ୍ୟକ୍ତି ମିଥ୍ୟାବାଦୀ ଏବଂ ସେ ସତ୍ୟ ଆଚରଣ କରନ୍ତି ନାହିଁ ।
1 John 1:7
ଆଲୋକରେ ଆଚରଣ କରୁଥିବା ଲୋକମାନଙ୍କର ସମସ୍ତ ପାପ କିପରି ପରିଷ୍କାର ହୁଏ?
ଯୀଶୁଙ୍କ ରକ୍ତ ସେମାନଙ୍କୁ ସମସ୍ତ ପାପରୁ ପରିଷ୍କାର କରେ ।
1 John 1:8
ଯଦି ଆମ୍ଭେମାନେ ଆମ୍ଭମାନଙ୍କର କୌଣସି ପାପ ନାହିଁ ବୋଲି କହୁ ତେବେ ଆମ୍ଭେମାନେ ନିଜ ପ୍ରତି କ’ଣ କରିଥାଉ?
ଯଦି ଆମ୍ଭେମାନେ ଆମ୍ଭମାନଙ୍କର କୌଣସି ପାପ ନାହିଁ ବୋଲି କହୁ, ଆମ୍ଭେମାନେ ନିଜକୁ ପ୍ରବଞ୍ଚନା କରୁ ଏବଂ ଆମ୍ଭମାନଙ୍କଠାରେ ସତ୍ୟ ନାହିଁ ।
1 John 1:9-10
ଯେଉଁମାନେ ନିଜ ପାପ ସ୍ୱୀକାର କରନ୍ତି ସେମାନଙ୍କ ପାଇଁ ଈଶ୍ଵର କ’ଣ କରିବେ?
ଯେଉଁମାନେ ନିଜ ପାପ ସ୍ୱୀକାର କରନ୍ତି, ଈଶ୍ଵର ସେମାନଙ୍କର ପାପ କ୍ଷମା କରିବେ ଓ ସେମାନଙ୍କୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।
1 John 2
1 John 2:1
କେଉଁମାନଙ୍କ ପାପ ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାୟଶ୍ଚିତ ସ୍ଵରୂପ ଅଟନ୍ତି ?
ଯୀଶୁଖ୍ରୀଷ୍ଟ ସମସ୍ତ ଜଗତର ପାପ ନିମନ୍ତେ ପ୍ରାୟଶ୍ଚିତ ସ୍ଵରୂପ ଅଟନ୍ତି [୨:୨] ।
ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କୁ ଜାଣୁ ବୋଲି ତଦ୍ଦ୍ୱାର କିପରି ଜ୍ଞାତ ହେଉ ?
ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ଆମ୍ଭେ ଜ୍ଞାତ ହେଉ ଯେ ଆମ୍ଭେମାନେ ଯୀଶୁଙ୍କୁ ଜାଣୁ [୨:୩] ।
1 John 2:2
ଯୀଶୁ ଖ୍ରୀଷ୍ଟ କାହା ପାଇଁ ସେମାନଙ୍କର ପାପର ପ୍ରାୟଶ୍ଚିତ ଅଟନ୍ତି?
ଯୀଶୁ ଖ୍ରୀଷ୍ଟ ସମସ୍ତ ଜଗତର ପାପ ପାଇଁ ପ୍ରାୟଶ୍ଚିତ ଅଟନ୍ତି।
1 John 2:3
ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛୁ ବୋଲି କିପରି ଆମ୍ଭେମାନେ ଜାଣିପାରିବା?
ଯଦି ଆମ୍ଭେମାନେ ତାହାଙ୍କର ଆଜ୍ଞାସବୁ ପାଳନ କରୁ, ତେବେ ଆମ୍ଭେମାନେ ତାହାଙ୍କୁ ଜାଣିଅଛୁ ବୋଲି ଆମ୍ଭେମାନେ ଜାଣୁ।
1 John 2:4-5
କେଉଁ ପ୍ରକାରର ଲୋକ କହେ ଯେ ସେ ଈଶ୍ଵରଙ୍କୁ ଜାଣେ, କିନ୍ତୁ ଈଶ୍ଵରଙ୍କ ଆଜ୍ଞାସବୁ ପାଳନ କରେ ନାହିଁ?
ଈଶ୍ଵରଙ୍କୁ ଜାଣେ ବୋଲି ଜଣେ ମିଥ୍ୟାବାଦୀ କହେ, କିନ୍ତୁ ସେ ଈଶ୍ଵରଙ୍କ ଆଜ୍ଞାସବୁ ପାଳନ କରେ ନାହିଁ।
1 John 2:6-8
ଯଦି ଜଣେ ବ୍ୟକ୍ତି ସେ ଖ୍ରୀଷ୍ଟଙ୍କଠାରେ ଅଛି ବୋଲି କହେ ସେ କିପରି ଆଚରଣ କରିବା ଉଚିତ?
ଯୀଶୁ ଖ୍ରୀଷ୍ଟ ଯେପରି ଆଚରଣ କଲେ ସେହିପରି ସେ ମଧ୍ୟ ଆଚରଣ କରିବା ଉଚିତ।
1 John 2:9-10
ଯେ କେହିଁ ଜ୍ୟୋତିଃରେ ଅଛି ବୋଲି କହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତାହାର ଆତ୍ମିକ ଅବସ୍ଥା କ’ଣ ଅଟେ?
ଯେ କେହିଁ ଜ୍ୟୋତିଃରେ ଅଛି ବୋଲି କହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି।
1 John 2:11
ଯେ କେହିଁ ନିଜ ଭାଇକୁ ଘୃଣା କରେ ତାହାର ଆତ୍ମିକ ଅବସ୍ଥା କ’ଣ ଅଟେ?
ଯେ କେହିଁ ନିଜ ଭାଇକୁ ଘୃଣା କରେ ଅନ୍ଧକାରରେ ରହେ ଏବଂ ଅନ୍ଧକାରରେ ଗମନ କରେ।
1 John 2:12-14
ଈଶ୍ଵର କାହିଁକି ବିଶ୍ଵାସୀମାନଙ୍କ ପାପ କ୍ଷମା କରନ୍ତି?
ଈଶ୍ଵର ଆପଣା ନାମ ସକାସୁ ବିଶ୍ଵାସୀମାନଙ୍କ ପାପ କ୍ଷମା କରନ୍ତି।
1 John 2:15
ଜାଗତିକ ବିଷୟଗୁଡ଼ିକ ପ୍ରତି ବିଶ୍ଵାସୀମାନଙ୍କ ମନୋଭାବ କ’ଣ ହେବା ଉଚିତ?
ଜଣେ ବିଶ୍ଵାସୀ ଜଗତ କିମ୍ବା ଜଗତର ବିଷୟଗୁଡ଼ିକୁ ପ୍ରେମ କରିବା ଉଚିତ ନୁହେଁ।
1 John 2:16-17
ପିତାଙ୍କ ଅପେକ୍ଷା ଜଗତରୁ କେଉଁ ତିନୋଟି ବିଷୟ ଆସେ?
ଜଗତରୁ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଆତ୍ମବଡ଼ିମା ଆସେ, ଓ ପିତାଙ୍କଠାରୁ ନୁହେଁ।
1 John 2:18-21
ଭଣ୍ଡଖ୍ରୀଷ୍ଟ ବିଷୟରେ ଆମ୍ଭେମାନେ କ’ଣ ଜାଣୁ?
ଆମ୍ଭେମାନେ ଜାଣୁ ଯେ ସେ ଆସୁଛି।
ଏହା ଶେଷକାଳ ବୋଲି ଆମ୍ଭେମାନେ କିପରି ଜାଣିବା?
ଏହା ଶେଷକାଳ ବୋଲି ଆମ୍ଭେମାନେ ଜାଣୁ କାରଣ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି।
1 John 2:22
ଆମ୍ଭେମାନେ ଭଣ୍ଡଖ୍ରୀଷ୍ଟକୁ କିପରି ଚିହ୍ନି ପାରିବା?
ଭଣ୍ଡଖ୍ରୀଷ୍ଟ ପିତା ଓ ପୁତ୍ରଙ୍କୁ ଅସ୍ୱୀକାର କରିବ।
1 John 2:23
କେହିଁ ପୁତ୍ରଙ୍କୁ ଅସ୍ୱୀକାର କରି, ପିତାଙ୍କୁ ପ୍ରାପ୍ତ କରିପାରେ କି?
ନା, ଯେ କେହିଁ ପୁତ୍ରକୁ ଅସ୍ୱୀକାର କରେ, ସେ ପିତାଙ୍କୁ ପ୍ରାପ୍ତ କରିପାରେ ନାହିଁ।
1 John 2:24
ପୁତ୍ର ଓ ପିତାଙ୍କଠାରେ ରହିବାକୁ ବିଶ୍ଵାସୀମାନେ କ’ଣ କରିବା ଉଚିତ?
ସେମାନେ ଆରମ୍ଭରୁ ଯାହା ଶୁଣିଛଅନ୍ତି ସେଥିରେ ରହିବା ଉଚିତ ଅଟେ।
1 John 2:25-26
ଈଶ୍ଵର ଦ୍ଵରା ବିଶ୍ଵାସୀମାନଙ୍କୁ କି ପ୍ରତିଜ୍ଞା ଦିଆଯାଅଛି?
ଈଶ୍ଵର ବିଶ୍ଵାସୀମାନଙ୍କୁ ଅନନ୍ତ ଜୀବନର ପ୍ରତିଜ୍ଞା ଦେଇଛନ୍ତି।
1 John 2:27
ଖ୍ରୀଷ୍ଟଙ୍କର ଆଗମନ ସମୟରେ ଯେଉଁମାନେ ପୁତ୍ରଙ୍କଠାରେ ରହନ୍ତି, ସେମାନଙ୍କର ସ୍ଵଭାବ କିପରି ହେବ ?
ଖ୍ରୀଷ୍ଟଙ୍କର ଆଗମନ ସମୟରେ ଯେଉଁମାନେ ପୁତ୍ରଙ୍କଠାରେ ରହନ୍ତି, ସେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବେ [୨:୨୮] ।
1 John 2:28-29
ଯଦି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ରହୁ ତେବେ ତାହାଙ୍କ ଆଗମନରେ ଆମ୍ଭମାନଙ୍କର କ’ଣ ମନୋଭାବ ରହିବ?
ଯଦି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ରହୁ ତେବେ ତାହାଙ୍କ ଆଗମନରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା।
1 John 3
1 John 3:1
ପିତା ବିଶ୍ଵାସୀମାନଙ୍କୁ କିପରି ଆପଣାର ପ୍ରେମ ପ୍ରକାଶ କରିଛନ୍ତି?
ସେ ଈଶ୍ଵରଙ୍କ ସନ୍ତାନ ବୋଲି କହି ସେମାନଙ୍କ ପାଇଁ ଏହା ସମ୍ଭବ କରିଅଛନ୍ତି।
1 John 3:2
ଯେବେ ଖ୍ରୀଷ୍ଟ ପ୍ରକାଶିତ ହେବେ ବିଶ୍ୱାସୀମାନଙ୍କ ପ୍ରତି କ’ଣ ହେବ?
ଯେତେବେଳେ ଖ୍ରୀଷ୍ଟ ପ୍ରକାଶିତ ହେବେ, ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ସଦୃଶ ହେବେ କାରଣ ସେମାନେ ତାହାଙ୍କୁ ସେହିପରି ଦେଖିବେ।
1 John 3:3
ଖ୍ରୀଷ୍ଟଙ୍କଠାରେ ଭରସା କରୁଥିବା ପ୍ରତ୍ୟେକ ବିଶ୍ଵାସୀଙ୍କ ଦ୍ୱାରା ନିଜ ନିଜ ବିଷୟରେ କ’ଣ କରାବା ଉଚିତ?
ଖ୍ରୀଷ୍ଟଙ୍କଠାରେ ଯେଉଁ ବିଶ୍ୱାସୀମାନେ ଭରସା କରନ୍ତି ପ୍ରତ୍ୟେକେ ନିଜ ନିଜକୁ ପବିତ୍ର କରିବା ଉଚିତ।
1 John 3:4
ଖ୍ରୀଷ୍ଟଙ୍କଠାରେ କ'ଣ ନାହିଁ ?
ଖ୍ରୀଷ୍ଟଙ୍କଠାରେ ପାପ ନାହିଁ [୩:୫] ।
ଯିଏ କେହି ନିରନ୍ତର ପାପ କରେ, ସେ ପରମେଶ୍ଵରଙ୍କ ସହିତ କେଉଁ ପ୍ରକାର ସମ୍ପର୍କ ରଖିଥାଏ ?
ଯିଏ କେହି ନିରନ୍ତର ପାପ କରେ, ସେ ଯୀଶୁଖ୍ରୀଷ୍ଟଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ [୩:୬,୮] ।
1 John 3:5
ଖ୍ରୀଷ୍ଟଙ୍କ ନିଜଠାରେ କ’ଣ ନ ଥିଲା?
ଖ୍ରୀଷ୍ଟଙ୍କ ନିଜଠାରେ କୌଣସି ପାପ ନ ଥିଲା।
1 John 3:6
ଯଦି ଜଣେ ବ୍ୟକ୍ତି ନିରନ୍ତର ପାପ କରେ, ତାହା ଈଶ୍ଵରଙ୍କ ସହିତ ସେମାନଙ୍କର ସମ୍ପର୍କ ବିଷୟରେ କ’ଣ ଆମ୍ଭମାନଙ୍କୁ ପ୍ରକାଶ କରେ?
ଏହା ଆମ୍ଭମାନଙ୍କୁ ପ୍ରକାଶ କରେ, ଯେ ସେମାନେ ଖ୍ରୀଷ୍ଟଙ୍କୁ ଦେଖି ନାହାନ୍ତି, କିଅବା ତାହାଙ୍କୁ ଜାଣି ନାହାନ୍ତି।
1 John 3:7
ପରମେଶ୍ଵରଙ୍କ ପୁତ୍ର କାହିଁକି ପ୍ରକାଶିତ ହେଲେ ?
ପରମେଶ୍ଵରଙ୍କ ପୁତ୍ର ଶୟତାନର ସମସ୍ତ କାର୍ଯ୍ୟକୁ ବିନାଶ କରିବା ପାଇଁ ପ୍ରକାଶିତ ହେଲେ [୩:୮] ।
1 John 3:8
ଈଶ୍ଵରଙ୍କ ପୁତ୍ର କେଉଁ ଉଦ୍ଦେଶ୍ୟରେ ପ୍ରକାଶିତ ହେଲେ?
ଈଶ୍ଵରଙ୍କ ପୁତ୍ର ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ପ୍ରକାଶିତ ହେଲେ।
1 John 3:9
ଈଶ୍ଵରଙ୍କଠାରୁ ଜାତ ହୋଇଥିବା ଜନ କାହିଁକି ନିରନ୍ତର ପାପ କରିବାକୁ ସକ୍ଷମ ନୁହନ୍ତି ନାହିଁ?
ସେ ନିରନ୍ତର ପାପ କରିବାକୁ ସକ୍ଷମ ନୁହନ୍ତି କାରଣ ଈଶ୍ଵରଙ୍କ ବୀଜ ତାହାଠାରେ ରହିଥାଏ।
1 John 3:10
ଶୟତାନର ସନ୍ତାନମାନେ କିପରି ସ୍ପଷ୍ଟରୁପେ ଦେଖାଯାନ୍ତି?
ଶୟତାନର ସନ୍ତାନମାନେ ସ୍ପଷ୍ଟରୁପେ ଦେଖାଯାନ୍ତି କାରଣ ସେମାନେ ଧର୍ମାଚରଣ କରନ୍ତି ନାହିଁ ଏବଂ ସେମାନେ ନିଜ ଭାଇକୁ ପ୍ରେମ କରନ୍ତି ନାହିଁ।
1 John 3:11
ଆଦ୍ୟରୁ ଆମ୍ଭେମାନେ କେଉଁ ବାର୍ତ୍ତା ଶୁଣିଅଛୁ?
ଆଦ୍ୟରୁ ଆମ୍ଭେମାନେ କେଉଁ ବାର୍ତ୍ତା ଶୁଣିଅଛୁ.
1 John 3:12
କୟିନ କିପରି ଦର୍ଶାଇଲା ଯେ ସେ ଶୟତାନଠାରୁ ଆସିଛି?
କୟିନ ଶୟତାନଠାରୁ ଆସିଛି ବୋଲି ସେ ନିଜ ଭାଇକୁ ହତ୍ୟା କରି ଦର୍ଶାଇଲା।
1 John 3:13
ଯୋହନ କେଉଁ ସମ୍ୱନ୍ଧରେ ବିଶ୍ଵାସୀମାନଙ୍କୁ ଆଶ୍ଚର୍ଯ୍ୟ ନ ହେବା ଉଚିତ ବୋଲି କହନ୍ତି?
ଯୋହନ କହନ୍ତି ବିଶ୍ଵାସୀମାନେ ଜଗତ ସେମାନଙ୍କୁ ଘୃଣା କରେ ବୋଲି ଆଶ୍ଚର୍ଯ୍ୟ ନ ହେବା ଉଚିତ।
1 John 3:14-15
ଆମ୍ଭେମାନେ ମୃତ୍ୟୁରୁ ଜୀବନକୁ ସ୍ଥାନାନ୍ତରିତ ହୋଇଛୁ ବୋଲି କେଉଁ ମନୋଭାବ ପ୍ରକାଶ କରେ?
ଆମ୍ଭେମାନେ ମୃତ୍ୟୁରୁ ଜୀବନକୁ ସ୍ଥାନାନ୍ତରିତ ହୋଇଅଛୁ ବୋଲି ଜାଣୁ କାରଣ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁ।
1 John 3:16
ଆମ୍ଭେମାନେ ପ୍ରେମ କିପରି ଜାଣିଲୁ?
ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟ ଆପଣା ପ୍ରାଣ ଦାନ କରିବା ହେତୁ ଆମ୍ଭେମାନେ ପ୍ରେମ ଜାଣିଅଛୁ।
1 John 3:17
ଜଣେ ବ୍ୟକ୍ତିଙ୍କଠାରେ ଈଶ୍ଵରଙ୍କ ପ୍ରେମ ନାହିଁ ବୋଲି କ’ଣ ପ୍ରକାଶ କରେ?
ଯେବେ ଜଣେ ଧନଶାଳୀ ବ୍ୟକ୍ତି ଜଣେ ଭାଇକୁ ଅଭାବଗ୍ରସ୍ତ ଦେଖେ, କିନ୍ତୁ ତାହାର ସାହାଯ୍ୟ କରେ ନାହିଁ, ଏପରି ବ୍ୟକ୍ତିଠାରେ ଈଶ୍ଵରଙ୍କ ପ୍ରେମ ବାସ କରେ ନାହିଁ।
1 John 3:18
କେଉଁ ଦୁଇଟି ଉପାୟ, ଯେଉଁଥିରେ ଆମ୍ଭମାନଙ୍କ ପ୍ରେମ ଯଥେଷ୍ଟ ନୁହେଁ?
କେବଳ ବାକ୍ୟରେ କି ଜିହ୍ୱାରେ ପ୍ରେମ କରିବା ଆମ୍ଭମାନଙ୍କ ପାଇଁ ଯଥେଷ୍ଟ ନୁହେଁ।
କେଉଁ ଦୁଇଟି ଉପାୟରେ ଆମ୍ଭେମାନେ ପ୍ରେମ କରିବା ଉଚିତ?
ଆମ୍ଭେମାନେ କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରିବା ଉଚିତ।
1 John 3:19-20
ଯେତେବେଳେ ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପ୍ରେମ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରଦର୍ଶନ କରେ, ସେ ନିଜ ପାଇଁ କ'ଣ ଆହରଣ କରେ ?
ଯେତେବେଳେ ଜଣେ ବିଶ୍ଵାସୀ ଈଶ୍ଵରଙ୍କ ପ୍ରେମ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରଦର୍ଶନ କରେ, ସେ ନିଜ ପାଇଁ ପରମେଶ୍ଵରଙ୍କଠାରେ ଦୃଢ ପ୍ରତିଶ୍ରୁତି ଏବଂ ସାହସ ଆହରଣ କରେ [୩:୧୯,୨୧] ।
1 John 3:21-22
ଯଦି ଆମ୍ଭମାନଙ୍କର ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ ନାହିଁ ତେବେ ଆମ୍ଭମାନଙ୍କର କ’ଣ ଅଛି?
ଯଦି ଆମ୍ଭମାନଙ୍କର ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ ନାହିଁ, ତେବେ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କର ବିଶ୍ଵାସ ଅଛି।
1 John 3:23
ଈଶ୍ଵର ଆମ୍ଭମାନଙ୍କୁ ଦେଇଥିବା ଆଜ୍ଞା କ’ଣ?
ଈଶ୍ଵରଙ୍କ ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।
1 John 3:24
ବିଶ୍ଵାସୀମାନେ କିପରି ଜାଣନ୍ତି ଯେ ଈଶ୍ଵର ସେମାନଙ୍କଠାରେ ବାସ କରନ୍ତି?
ଈଶ୍ଵର ବିଶ୍ଵାସୀମାନଙ୍କୁ ଆତ୍ମା ଦେଇଛନ୍ତି ଯେପରି ସେମାନେ ଜାଣନ୍ତି ଯେ ଈଶ୍ଵର ସେମାନଙ୍କ ମଧ୍ୟରେ ବାସ କରନ୍ତି।
1 John 4
1 John 4:1
ବିଶ୍ଵାସୀମାନେ କାହିଁକି ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କରିବା ଉଚିତ ନୁହେଁ?
ସେମାନେ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କରିବା ଉଚିତ ନୁହେଁ କାରଣ ଅନେକ ଭଣ୍ଡ ଭାବବାଦୀ ଯେଉଁମାନେ ଜଗତ ମଧ୍ୟକୁ ବାହାରି ଅଛନ୍ତି।
1 John 4:2
ତୁମ୍ଭେମାନେ କିପରି ଈଶ୍ଵରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ?
ପ୍ରତ୍ୟେକ ଆତ୍ମା ଯେ ଈଶ୍ୱରଙ୍କଠାରୁ ଆଗତ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ରୁପକୁ ସ୍ୱୀକାର କରେ।
1 John 4:3
କେଉଁ ଆତ୍ମା ଯୀଶୁ ଖ୍ରୀଷ୍ଟ ଶରୀର ରୁପରେ ଆସିଛନ୍ତି ବୋଲି ସ୍ୱୀକାର କରେ ନାହିଁ?
ଯୀଶୁ ଖ୍ରୀଷ୍ଟ ଶରୀର ରୁପରେ ଆସିଛନ୍ତି ବୋଲି ଗୋଟେ ଭଣ୍ଡଖ୍ରୀଷ୍ଟର ଆତ୍ମା ସ୍ୱୀକାର କରେ ନାହିଁ।
1 John 4:4-6
ବିଶ୍ଵାସୀମାନେ ଈଶ୍ଵରଙ୍କଠାରୁ ଆସି ନ ଥିବା ଆତ୍ମାକୁ କିପରି ଜୟ କରିବାକୁ ସମର୍ଥ ହେବେ?
ଆମ୍ଭେମାନେ ସେଗୁଡ଼ିକୁ ଜୟ କରିପାରିବା କାରଣ ଆମ୍ଭମାନଙ୍କ ମଧ୍ୟରେ ଥିବା ଆତ୍ମା ଜଗତରେ ଥିବା ଆତ୍ମାଠାରୁ ମହାନ ଅଟେ।
1 John 4:7
ବିଶ୍ଵାସୀମାନେ ପରସ୍ପରକୁ କାହିଁକି ପ୍ରେମ କରିବା ଉଚିତ ଅଟେ?
ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରିବା ଉଚିତ କାରଣ ପ୍ରେମ ଈଶ୍ଵରଙ୍କଠାରୁ, ଓ ଯେଉଁ ଜନ ଈଶ୍ଵରଙ୍କଠାରୁ ଜାତ ପ୍ରେମ କରନ୍ତି।
1 John 4:8
ଯିଏ ପ୍ରେମ କରେ ନାହିଁ ସେ ଈଶ୍ଵରଙ୍କୁ ଜାଣେ ନାହିଁ ବୋଲି କିପରି ପ୍ରକାଶ କରେ?
ଯେଉଁ ଲୋକମାନେ ଈଶ୍ଵରଙ୍କୁ ଜାଣନ୍ତି ସେମାନେ ପ୍ରେମ କରନ୍ତି କାରଣ ଈଶ୍ଵର ପ୍ରେମ ଅଟନ୍ତି।
1 John 4:9-14
ଈଶ୍ଵର ତାହାଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି କିପରି ପ୍ରକାଶ କରନ୍ତି?
ଈଶ୍ଵର ତାହାଙ୍କର କେବଳ ଏକମାତ୍ର ପୁତ୍ରଙ୍କୁ ଜଗତକୁ ପଠାଇ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ପ୍ରେମ ପ୍ରକାଶ କଲେ।
ପିତା କେଉଁ ଉଦ୍ଦେଶ୍ୟରେ ତାହାଙ୍କ ପୁତ୍ରଙ୍କୁ ପଠାଇଲେ?
ପିତା ତାହାଙ୍କ ପୁତ୍ରଙ୍କୁ ପଠାଇଲେ ଯେପରି ଆମ୍ଭେମାନେ ତାଙ୍କ ଦ୍ୱାରା ବଞ୍ଚିବା।
1 John 4:15-16
ଯଦି ଈଶ୍ଵର ଜଣେ ବ୍ୟକ୍ତିଠାରେ ରହନ୍ତି ଏବଂ ସେ ଈଶ୍ଵରଙ୍କଠାରେ ରହେ, ତେବେ ସେହି ବ୍ୟକ୍ତି ଯୀଶୁଙ୍କ ବିଷୟରେ କ’ଣ ସ୍ୱୀକାର କରେ?
ଯେଉଁ ବ୍ୟକ୍ତି ଈଶ୍ଵରଙ୍କଠାରେ ରହେ ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ସେ ସ୍ୱୀକାର କରେ।
1 John 4:17-18
ବିଚାର ଦିନ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କଠାରେ କେଉଁ ମନୋଭାବ ସୃଷ୍ଟି କରିବ?
ଈଶ୍ଵରଙ୍କ ପ୍ରେମ ବିଚାର ଦିନରେ ଆମ୍ଭମାନଙ୍କଠାରେ ଆତ୍ମବିଶ୍ୱାସ ଜନ୍ମାଏ କରିବ।
1 John 4:19
ଆମ୍ଭେମାନେ କିପରି ପ୍ରେମ କରିବାକୁ ସମର୍ଥ ଅଟୁ?
ଆମ୍ଭେମାନେ ପ୍ରେମ କରୁ ଯେହେତୁ ଈଶ୍ଵର ପ୍ରଥମେ ଆମ୍ଭମାନଙ୍କୁ ପ୍ରେମ କଲେ।
1 John 4:20
ଈଶ୍ଵରଙ୍କୁ ପ୍ରେମ କରୁଥିବା ଜନ ନିଜ ଭାଇ ପ୍ରତି କିପରି ବ୍ୟବହାର କରିବା ଉଚିତ?
ଯେ କେହିଁ ନିଜ ଭାଇକୁ ଘୃଣା କରେ, ସେ ଈଶ୍ଵରଙ୍କୁ ପ୍ରେମ କରିବାକୁ ଅସମର୍ଥ ଅଟେ।
1 John 4:21
ଈଶ୍ଵରଙ୍କୁ ପ୍ରେମ କରୁଥିବା ଜନ ନିଜ ଭାଇ ପ୍ରତି କିପରି ବ୍ୟବହାର କରିବା ଉଚିତ?
ଯିଏ ଈଶ୍ଵରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରିବା ଉଚିତ।
1 John 5
1 John 5:1-2
ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ କରୁ ତାହା କିପରି ପ୍ରଦର୍ଶନ କରୁ ?
ଆମ୍ଭେମାନେ ଯେତେବେଳେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁ ତେବେ ଆମ୍ଭେମାନେ ଈଶ୍ଵରଙ୍କ ପ୍ରେମକୁ ପ୍ରଦର୍ଶନ କରୁ [୫:୩] ।
1 John 5:3
ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ କରୁ ବୋଲି କିପରି ପ୍ରକାଶ କରୁ?
ଯେବେ ଆମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରୁ ବୋଲି ପ୍ରକାଶ କରୁ।
1 John 5:4-5
ସେ ବିଜୟ କ’ଣ ଯାହା ଜଗତକୁ ଜୟ କରିଅଛି?
ବିଶ୍ୱାସ ସେହି ଜୟ ଅଟେ ଯାହା ଜଗତକୁ ପରାସ୍ତ କରିଛି।
1 John 5:6-7
ଯୀଶୁ ଖ୍ରୀଷ୍ଟ କେଉଁ ଦୁଇଟି ବିଷୟ ଦେଇ ଆସିଥିଲେ?
ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ।
1 John 5:8
ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କେଉଁ ତିନୋଟି ବିଷୟ ସାକ୍ଷ୍ୟ ଦିଏ?
ପବିତ୍ର ଆତ୍ମା, ଜଳ ଏବଂ ରକ୍ତ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ୱନ୍ଧରେ ସାକ୍ଷ୍ୟ ଦିଅନ୍ତି।
1 John 5:9
ଯେଉଁମାନେ ଈଶ୍ଵରଙ୍କ ପୁତ୍ରଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ ବିଶ୍ଵାସ କରନ୍ତି ନାହିଁ ସେମାନେ ଈଶ୍ଵରଙ୍କୁ କ'ଣ କରନ୍ତି ?
ଯେକେହି ଈଶ୍ଵରଙ୍କ ପୁତ୍ରଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ ବିଶ୍ଵାସ କରନ୍ତି ନାହିଁ, ସେ ଈଶ୍ଵରଙ୍କୁ ମିଥ୍ୟାବାଦୀ କରନ୍ତି [୫:୯,୧୦] ।
1 John 5:10
ଯଦି କେହି ତାହାଙ୍କ ପୁତ୍ରଙ୍କ ବିଷୟରେ ଈଶ୍ଵରଙ୍କ ସାକ୍ଷ୍ୟକୁ ବିଶ୍ଵାସ କରେ ନାହିଁ, ତେବେ ସେମାନେ ଈଶ୍ଵରଙ୍କୁ କ’ଣ କରନ୍ତି?
ଯେ କେହିଁ ଈଶ୍ଵରଙ୍କ ସାକ୍ଷ୍ୟକୁ ତାହାଙ୍କ ପୁତ୍ରଙ୍କ ବିଷୟରେ ବିଶ୍ୱାସ କରେ ନାହିଁ, ଈଶ୍ଵରଙ୍କୁ ମିଥ୍ୟାବାଦୀ କରେ।
1 John 5:11-12
ଈଶ୍ଵର ତାହାଙ୍କ ପୁତ୍ରଙ୍କଠାରେ ଆମ୍ଭମାନଙ୍କୁ କ’ଣ ଦେଇଛନ୍ତି?
ଈଶ୍ଵର ଆମ୍ଭମାନଙ୍କୁ ତାହାଙ୍କ ପୁତ୍ରଙ୍କଠାରେ ଅନନ୍ତ ଜୀବନ ଦେଇଛନ୍ତି।
1 John 5:13
ଈଶ୍ଵରଙ୍କ ଛାମୁରେ ବିଶ୍ଵାସୀମାନଙ୍କର କ'ଣ ସାହସ ରହିଅଛି ?
ବିଶ୍ଵାସୀମାନେ ଈଶ୍ଵରଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କଲେ, ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି, ଏହା ବିଶ୍ଵାସୀମାନଙ୍କର ସାହସ ଅଟେ [୫:୧୪] ।
1 John 5:14-15
ଈଶ୍ଵରଙ୍କ ଛାମୁରେ ବିଶ୍ଵାସୀମାନଙ୍କଠାରେ କି ସାହସ ଅଛି?
ବିଶ୍ଵାସୀମାନଙ୍କଠାରେ ଏହି ସାହସ ଅଛି ଯେ ଯଦି ସେମାନେ ଈଶ୍ଵରଙ୍କ ଇଚ୍ଛାନୁସାରେ ଯାହା କିଛି ମାଗନ୍ତି, ତାହା ସବୁ ସେ ଶୁଣନ୍ତି।
1 John 5:16
ଯେତେବେଳେ ଜଣେ ବିଶ୍ଵାସୀ ଆପଣା ଭାଇକୁ ମୃତ୍ୟୁଜନକ ହୋଇ ନ ହୋଇଥିବା ଏକ ପାପ କରୁଥିବା ଦେଖେ, ସେ କଅଣ କରିବା ଉଚିତ?
ଜଣେ ବିଶ୍ଵାସୀ ଯିଏ ଆପଣା ଭାଇକୁ ମୃତ୍ୟୁଜନକ ହୋଇ ନ ହୋଇଥିବା ପାପ କରୁଥିବାର ଦେଖେ, ସେ ପ୍ରାର୍ଥନା କରିବା ଉଚିତ ଯେ, ଈଶ୍ୱର ତା’ର ଭାଇକୁ ଜୀବନ ଦାନ କରିବେ।
1 John 5:17
ସମସ୍ତ ଅଧର୍ମିକତା କ’ଣ ଅଟେ?
ସମସ୍ତ ଅଧର୍ମିକତା ପାପ ଅଟେ।
1 John 5:18
ସମସ୍ତ ଜଗତ କେଉଁଠି ବଶିଭୁତ ହୋଇଅଛି ?
ସମସ୍ତ ଜଗତ ପାପାତ୍ମାର ଅଧୀନ ହୋଇଅଛି [୫:୧୯] ।
1 John 5:19
ସମସ୍ତ ଜଗତ କାହା ଅଧିନରେ ଅଛି?
ସମସ୍ତ ଜଗତ ପାପାତ୍ମାର ଅଧୀନରେ ଅଛି।
1 John 5:20
ଈଶ୍ଵରଙ୍କ ପୁତ୍ର ଆମ୍ଭମାନଙ୍କୁ ଦେଇଥିବା ଜ୍ଞାନର ଫଳାଫଳ କ’ଣ ଅଟେ?
ଈଶ୍ଵରଙ୍କ ପୁତ୍ର ଆମ୍ଭମାନଙ୍କୁ ଦେଇଥିବା ଜ୍ଞାନ ହେତୁ, ଆମ୍ଭେମାନେ ସତ୍ୟମୟଙ୍କୁ ଜାଣୁ।
1 John 5:21
ବିଶ୍ଵାସୀମାନେ କେଉଁଠାରୁ ଆପଣା ଆପଣାକୁ ଦୁରରେ ରଖିବା ଉଚିତ।
ବିଶ୍ଵାସୀମାନେ ଆପଣା ଆପଣାକୁ ପ୍ରତିମାମାନଙ୍କଠାରୁ ଦୁରରେ ରଖିବା ଉଚିତ।