James
James 1
James 1:1
ଯାକୁବ କାହାକୁ ଏହି ପତ୍ର ଲେଖିଥିଲେ?
ଯାକୁବ ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ଏହି ପତ୍ର ଲେଖିଥିଲେ।
James 1:2
ଯେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେତେବେଳେ କି ମନୋଭାବ ରହିବା ଉଚିତ ବୋଲି ଯାକୁବ ଆପଣା ପାଠକମାନଙ୍କୁ କହନ୍ତି?
ଅନେକ ସମସ୍ୟାର ସମ୍ମୁଖୀନ ହେବାବେଳେ ଏହା ସବୁକୁ ବିଶେଷ ଆନନ୍ଦର ବିଷୟ ବୋଲି ମନେ କରିବାକୁ ଯାକୁବ କହିଛନ୍ତି।
James 1:3
ଆମ୍ଭମାନଙ୍କର ବିଶ୍ଵାସର ପରୀକ୍ଷା କ’ଣ ଉତ୍ପନ୍ନ କରେ?
ଆମ୍ଭମାନଙ୍କର ବିଶ୍ଵାସ ପରୀକ୍ଷା ସହିଷ୍ଣୁତା ଉତ୍ପନ୍ନ କରେ।
James 1:4
ବିଶ୍ଵାସରେ ଆମ୍ଭେ କଣ ପ୍ରାର୍ଥନା କରିବା ଉଚିତ୍ ?
ବିଶ୍ଵାସରେ ଆମ୍ଭେ ଜ୍ଞାନ ପାଇଁ ପରମେଶ୍ଵରଙ୍କୁ ପ୍ରାର୍ଥନା କରିବା ଉଚିତ୍ [୧:୪-୫] ।
James 1:5
ଆମ୍ଭେମାନେ ଯଦି ଏହା ଆବଶ୍ୟକ କରୁ ତେବେ ଈଶ୍ଵରଙ୍କଠାରୁ କ’ଣ ମାଗିବା ଉଚିତ?
ଯଦି ଆମ୍ଭେମାନେ ଜ୍ଞାନର ଆବଶ୍ୟକ କରୁ ଆମ୍ଭେମାନେ ତାହା ଈଶ୍ଵରଙ୍କୁ ମାଗିବା ଉଚିତ।
James 1:6
ସନ୍ଦେହକାରୀ କିପରି ଅଟେ?
ଯେ କେହିଁ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ଅଟେ।
James 1:7-8
ସନ୍ଦେହ କରୁଥିବା ଯେ କୌଣସି ବ୍ୟକ୍ତି କ’ଣ ପାଇବାକୁ ଆଶା କରିବା ଉଚିତ?
ସନ୍ଦେହ କରୁଥିବା ଯେ କୌଣସି ବ୍ୟକ୍ତି ପ୍ରଭୁଙ୍କଠାରୁ କିଛି ପାଇବାକୁ ଆଶା କରିବା ଉଚିତ ନୁହେଁ।
James 1:9
ଏକ ଧନୀ ଭାଇ କାହିଁକି ନମ୍ର ହେବା ଉଚିତ୍ ?
ଏକ ଧନୀ ଭାଇ ନମ୍ର ହେବା ଉଚିତ୍ କାରଣ ସେ ପୁଷ୍ପମାନଙ୍କ ସଦୃଶ ଝଡ଼ି ପଡିବ [୧:୧୦-୧୧] ।
James 1:10
ଧନୀ କାହିଁକି ନମ୍ର ହେବା ଉଚିତ?
ଧନୀ ନମ୍ର ହେବା ଉଚିତ ଯେହେତୁ ଘାସର ଫୁଲ ପରି ସେ ଝଡ଼ିପଡ଼ିବ।
James 1:11
ଧନୀକୁ କାହା ସହ ତୁଳନା କରାଯାଇପାରେ?
ଧନୀକୁ ଘାସର ଫୁଲ ସହ ତୁଳନା କରାଯାଇପାରେ ଯାହା ଶୁଖିଯାଏ, ତାହାର ଫୁଲ ଝଡ଼ିପଡ଼େ ଓ ନଷ୍ଟ ହୁଏ।
James 1:12-13
ଯେଉଁମାନେ ବିଶ୍ୱାସର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କ’ଣ ପ୍ରାପ୍ତ କରିବେ?
ଯେଉଁମାନେ ବିଶ୍ୱାସର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ ଜୀବନରୂପ ମୁକୁଟ ପ୍ରାପ୍ତ ହେବେ।
James 1:14
ଜଣେ ବ୍ୟକ୍ତି କିପରି ମନ୍ଦ ଦ୍ୱାରା ପ୍ରଲୋଭିତ ହୁଏ?
ଜଣେ ବ୍ୟକ୍ତିର ନିଜର ମନ୍ଦ ଅଭିଳାସ ତାକୁ ମନ୍ଦ ଦ୍ୱାରା ପ୍ରଲୋଭିତ କରେ।
James 1:15-16
ପରିପକ୍ୱ ପାପର ପରିଣାମ କ’ଣ ଅଟେ?
ପରିପକ୍ୱ ପାପର ପରିଣାମ ମୃତ୍ୟୁ ଅଟେ।
James 1:17
ଆଲୋକର ପିତାଙ୍କଠାରୁ କ’ଣ ଆସେ?
ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ଦାନ ଆଲୋକର ପିତାଙ୍କଠାରୁ ଆସେ।
James 1:18
କେଉଁ ଅଭିପ୍ରାୟରେ ଈଶ୍ଵର ଆମ୍ଭମାନଙ୍କୁ ଜୀବନ ଦେବାକୁ ମନୋନୀତ କଲେ?
ଈଶ୍ଵର ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜୀବନ ଦେବାକୁ ମନୋନୀତ କଲେ।
James 1:19-21
ଆମ୍ଭମାନଙ୍କ ଶୁଣିବାରେ, କହିବାରେ ଏବଂ କ୍ରୋଧ କରିବା ବିଷୟରେ ଯାକୁବ ଆମ୍ଭମାନଙ୍କୁ କ’ଣ କରିବାକୁ କହନ୍ତି?
ଯାକୁବ ଆମ୍ଭମାନଙ୍କୁ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେବାକୁ କହନ୍ତି।
James 1:22-25
କିପରି ଆମ୍ଭେମାନେ ନିଜକୁ ପ୍ରତାରଣା କରିପାରୁ ବୋଲି ଯାକୁବ କହନ୍ତି?
ଯାକୁବ କହନ୍ତି ଯେ ବାକ୍ୟ ଶୁଣି ତାହା ପାଳନ ନ କରିବା ଦ୍ଵରା ଆମ୍ଭେମାନେ ନିଜକୁ ପ୍ରତାରଣା କରିପାରୁ।
James 1:26
ପ୍ରକୃତରେ ଧର୍ମପରାୟଣ ହେବା ପାଇଁ କ’ଣ ନିୟନ୍ତ୍ରଣ କରାଯିବା ଆବଶ୍ୟକ ଅଟେ?
ପ୍ରକୃତରେ ଧର୍ମପରାୟଣ ହେବା ପାଇଁ ଜିହ୍ୱାକୁ ବଶୀଭୂତ କରାଯିବା ଆବଶ୍ୟକ ଅଟେ।
James 1:27
ଈଶ୍ଵରଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା କ’ଣ ଅଟେ?
ଈଶ୍ଵରଙ୍କ ସମ୍ମୁଖରେ ଶୁଚି ଏବଂ ନିଷ୍କଳଙ୍କ ଧର୍ମ ହେଉଛି ପିତ୍ରୁବିହୀନ ଓ ବିଧବାମାନଙ୍କୁ ସାକ୍ଷାତ କରିବା, ଆଉ ଆପଣା ଆପଣାକୁ ସଂସାରର ଭ୍ରଷ୍ଟାଚାରରୁ ରକ୍ଷା କରିବା।
James 2
James 2:1-2
ବିଶ୍ଵାସୀମାନଙ୍କର କେଉଁ ମନୋଭାବ ରହିବା ଉଚିତ ନୁହେଁ?
ସେମାନଙ୍କର ମୁଖାପେକ୍ଷା କରିବା ମନୋଭାବ ରହିବା ଉଚିତ ନୁହେଁ।
James 2:3
ବିଶ୍ଵାସୀମାନେ ଜଣେ ଧନୀ ବ୍ୟକ୍ତିଙ୍କୁ କ’ଣ କହନ୍ତି ଯିଏ ସେମାନଙ୍କ ସଭାରେ ପ୍ରବେଶ କରେ?
ସେମାନେ ତାଙ୍କୁ ଆଗର ସର୍ବୋତ୍ତମ ସ୍ଥାନରେ ଆସି ବସିବାକୁ କହନ୍ତି।
ବିଶ୍ଵାସୀମାନେ ଜଣେ ଗରିବ ଲୋକକୁ ଯିଏ ସେମାନଙ୍କର ସଭାରେ ପ୍ରବେଶ କରନ୍ତି କ’ଣ କହନ୍ତି?
ସେମାନେ ତାକୁ ଦୂରରେ କିମ୍ବା ଏକ ନିକୃଷ୍ଟ ଧରଣର ସ୍ଥାନରେ ଠିଆ ହେବାକୁ କହନ୍ତି।
James 2:4
ବିଶ୍ଵାସୀମାନେ ସେମାନଙ୍କର ପକ୍ଷପାତିତା ହେତୁ କ’ଣ ହେଲେ?
ସେମାନେ ମନ୍ଦ ଚିନ୍ତାଧାରାର ବିଚାରକ ହେଲେ।
James 2:5
ଗରୀବଲୋକମାନଙ୍କୁ ଈଶ୍ଵର ମନୋନୀତ କରିଥିବା ବିଷୟରେ ଯାକୁବ କ’ଣ କହନ୍ତି?
ଈଶ୍ଵର ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ ଏବଂ ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରିଛନ୍ତି ବୋଲି ଯାକୁବ କହନ୍ତି।
James 2:6-7
ଧନୀମାନେ କରିଆସୁଥିବା ବିଷୟରେ ଯାକୁବ କ’ଣ କହନ୍ତି?
ଧନୀମାନେ ଭାଇମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଓ ଈଶ୍ଵରଙ୍କ ନିନ୍ଦା କରୁଛନ୍ତି ବୋଲି ଯାକୁବ କହନ୍ତି।
James 2:8-9
ଧର୍ମଶାସ୍ତ୍ରର ରାଜକୀୟ ବ୍ୟବସ୍ଥା କ’ଣ ଅଟେ?
ରାଜକୀୟ ବ୍ୟବସ୍ଥା ହେଉଛି “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”
James 2:10-11
ଯିଏ ଈଶ୍ଵରଙ୍କ ବ୍ୟବସ୍ଥାର ଗୋଟିଏ ବିନ୍ଦୁ ଭାଙ୍ଗେ ସେ କେଉଁ ଦୋଷରେ ଦୋଷୀ ଅଟେ?
ଯିଏ ଈଶ୍ଵରଙ୍କ ବ୍ୟବସ୍ଥାର ଗୋଟିଏ ବିନ୍ଦୁ ଭାଙ୍ଗେ ସେ ସମସ୍ତ ବ୍ୟବସ୍ଥା ଭାଙ୍ଗିବାରେ ଦୋଷୀ ଅଟେ।
James 2:12
ଯିଏ ଦୟା ଦେଖାଇ ନାହାନ୍ତି, ସେମାନଙ୍କ ଉପରେ କଣ ଆସେ ?
ଯେଉଁମାନେ ଦୟା ଦେଖାଇ ନାହାନ୍ତି, ନିର୍ଦ୍ଦୟରୂପେ ନ୍ୟାୟବିଚାର ସେମାନଙ୍କ ଉପରେ ଆସେ [୨:୧୩] ।
James 2:13
ଯେଉଁମାନେ ଦୟା ଦେଖାଇ ନାହାନ୍ତି ସେମାନଙ୍କ ପାଇଁ କ’ଣ ଆସେ?
ଯେଉଁମାନେ ଦୟା ଦେଖାଇ ନାହାନ୍ତି ସେମାନଙ୍କ ପ୍ରତି ନିର୍ଦ୍ଦୟ ବିଚାର ଆସେ।
James 2:14-15
ଯେଉଁମାନେ ବିଶ୍ୱାସ କରନ୍ତି ବୋଲି ଦାବି କରନ୍ତି, କିନ୍ତୁ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରନ୍ତି ନାହିଁ ସେହିପରି ଲୋକମାନଙ୍କ ବିଷୟରେ ଯାକୁବ କ’ଣ କହନ୍ତି?
ଯାକୁବ କହନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ବୋଲି ଦାବି କରନ୍ତି କିନ୍ତୁ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରନ୍ତି ନାହିଁ ସେମାନଙ୍କର ବିଶ୍ୱାସ ଅଛି ଯାହା ସେମାନଙ୍କୁ ପରିତ୍ରାଣ କରିପାରିବ ନାହିଁ।
James 2:16
ଯଦି ଆମ୍ଭେମାନେ ଗରିବ ବ୍ୟକ୍ତିର, ଉଷ୍ଣ ଓ ତୃପ୍ତ ହେବାକୁ କହିବା, କିନ୍ତୁ ସେମାନଙ୍କୁ କିଛି ନ ଦେବା ଏହା ଗରିବ ଲୋକ ସାହାଯ୍ୟ କରେ କି?
ନା, ଯଦି ଆମ୍ଭେମାନେ ସେମାନଙ୍କୁ ଉଷ୍ଣ କିମ୍ବା ଖାଇବାକୁ କିଛି ନ ଦେଉ ତେବେ ଏହା ଜଣେ ଗରିବ ବ୍ୟକ୍ତିର ସାହାଯ୍ୟ କରେ ନାହିଁ।
James 2:17
ଆପେ ବିଶ୍ଵାସ କ’ଣ, ଯଦି ଏହା କର୍ମ ବିହୁନ ହୁଏ?
ଆପେ ବିଶ୍ଵାସ ମୃତ ମାତ୍ର, ଯେବେ ଏହା କର୍ମ ବିହୁନ ହୁଏ।
James 2:18
ଯାକୁବ ଆମ୍ଭେମାନେ ଆମ୍ଭମାନଙ୍କର ବିଶ୍ୱାସକୁ କିପରି ପ୍ରକାଶ କରିବା ଉଚିତ ବୋଲି କହନ୍ତି?
ଯାକୁବ ଆମ୍ଭେମାନେ ବିଶ୍ୱାସ ଦ୍ଵରା ଆମ୍ଭମାନଙ୍କର କର୍ମକୁ ପ୍ରକାଶ କରିବା ଉଚିତ ବୋଲି କହନ୍ତି।
James 2:19-20
ଉଭୟ ଭୂତମାନେ ଓ ଯେଉଁମାନେ ବିଶ୍ୱାସ କରନ୍ତି ବୋଲି ଦାବି କରନ୍ତି କ’ଣ ବିଶ୍ୱାସ କରନ୍ତି?
ଉଭୟ ଭୂତମାନେ ଓ ଯେଉଁମାନେ ବିଶ୍ୱାସ କରନ୍ତି ବୋଲି ଦାବି କରନ୍ତି ଜଣେ ଈଶ୍ଵର ଅଛନ୍ତି ବୋଲି ବିଶ୍ୱାସ କରନ୍ତି।
James 2:21
ଅବ୍ରହାମ କିପରି ନିଜ କର୍ମ ଦ୍ୱାରା ନିଜର ବିଶ୍ୱାସ ପ୍ରକାଶ କଲେ?
ଅବ୍ରହାମ ବେଦୀ ଉପରେ ଇସ୍ହାକଙ୍କୁ ଉତ୍ସର୍ଗ କରିବା କର୍ମ ଦ୍ୱାରା ନିଜର ବିଶ୍ୱସ୍ତତାକୁ ପ୍ରକାଶ କଲେ।
James 2:22
ଅବ୍ରହାମଙ୍କ ବିଶ୍ୱାସ କିପରି ସିଦ୍ଧ ହେଲା?
ଅବ୍ରହାମଙ୍କ ବିଶ୍ୱାସ ତାଙ୍କ କର୍ମ ଦ୍ୱାରା ସିଦ୍ଧ ହେଲା।
James 2:23-24
ଅବ୍ରହାମଙ୍କ ବିଶ୍ୱାସ ଏବଂ କର୍ମରେ ଧର୍ମଶାସ୍ତ୍ରର କେଉଁ ବାକ୍ୟ ସଫଳ ହେଲା?
ଧର୍ମଶାସ୍ତ୍ରରେ ଯାହା କହେ, “ଅବ୍ରହାମ ଈଶ୍ଵରଙ୍କୁ ବିଶ୍ଵାସ କଲେ, ଏବଂ ତାହା ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା” ଅଂଶ ସଫଳ ହେଲା।
James 2:25
ରାହାବ ବେଶ୍ୟା ନିଜ କର୍ମ ଦ୍ୱାରା କିପରି ନିଜେ ବିଶ୍ୱାସ ପ୍ରକାଶ କଲେ?
ଯେତେବେଳେ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କଲେ ସେତେବେଳେ ସେ ନିଜ କର୍ମ ଦ୍ୱାରା ନିଜର ବିଶ୍ୱାସ ପ୍ରକାଶ କଲେ।
James 2:26
ଆତ୍ମା ବ୍ୟତୀତ ଏକ ଶରୀର କ’ଣ ଅଟେ?
ଆତ୍ମା ବ୍ୟତୀତ ଏକ ଶରୀର ମୃତ ଅଟେ।
James 3
James 3:1
କାହିଁକି ଯାକୁବ ଅନେକ ଶିକ୍ଷକ ହେବା ଉଚିତ ନୁହେଁ ବୋଲି କହନ୍ତି?
ଅନେକ ଶିକ୍ଷକ ହେବା ଉଚିତ ନୁହେଁ କାରଣ ସେମାନେ ଗୁରୁତର ଦଣ୍ଡ ପାଇବେ।
James 3:2
ଜଣେ ବ୍ୟକ୍ତି କିପରି ଏବଂ କେତେ ଉପାୟରେ ଝୁଣ୍ଟିପଡ଼େ?
ଆମ୍ଭେମାନେ ସମସ୍ତେ ଅନେକ ଉପାୟରେ ଝୁଣ୍ଟିପଡ଼ୁ ।
କେଉଁ ପ୍ରକାରର ବ୍ୟକ୍ତି ନିଜ ଶରୀରକୁ ବଶରେ ରଖିବାକୁ ସମର୍ଥ ଅଟେ?
ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ ଅଟେ।
James 3:3
କେଉଁ କ୍ଷୁଦ୍ର ଜିନିଷ ଏକ ବୃହତ୍ ଜାହାଜକୁ ମଙ୍ଗ ଧରାର ଚାଳକର ଇଚ୍ଛାନୁସାରେ ବୁଲିଥାଏ?
ଗୋଟିଏ ଛୋଟ ମଙ୍ଗ ଏକ ବୃହତ୍ ଜାହାଜକୁ ବୁଲାଇବାରେ ସକ୍ଷମ ଅଟେ।
James 3:4
କେଉଁ ଛୋଟ ଜିନିଷ ଜଙ୍ଗଲରେ ଏକ ବଡ଼ ଅଗ୍ନି ଆରମ୍ଭ କରିବାକୁ ସକ୍ଷମ ଅଟେ?
ଏକ ଛୋଟ ଅଗ୍ନିକଣିକା ଜଙ୍ଗଲରେ ଏକ ବଡ଼ ଅଗ୍ନି ଆରମ୍ଭ କରିବାକୁ ସକ୍ଷମ ଅଟେ।
James 3:5
ପାପପୁର୍ଣ୍ଣ ଜିହ୍ଵା ସମସ୍ତ ଶରୀରକୁ କଣ କରିବାରେ ସକ୍ଷମ ଅଟେ ?
ପାପପୁର୍ଣ୍ଣ ଜିହ୍ଵା ସମସ୍ତ ଶରୀରକୁ ଅଶୁଚି କରିବାରେ ସକ୍ଷମ ଅଟେ [୩:୬] ।
James 3:6
ପାପଯୁକ୍ତ ଜିହ୍ୱା ସମଗ୍ର ଶରୀର ପାଇଁ କ’ଣ କରିବାକୁ ସମର୍ଥ ଅଟେ?
ପାପଯୁକ୍ତ ଜିହ୍ୱା ସମଗ୍ର ଶରୀରକୁ ଅଶୁଚି କରିବାରେ ସମର୍ଥ ଅଟେ।
James 3:7
ମନୁଷ୍ୟମାନଙ୍କ ମଧ୍ୟରେ କେହିହେଲେ କାହାକୁ ବଶରେ କରିବାକୁ ସକ୍ଷମ ନୁହନ୍ତି ?
ମନୁଷ୍ୟମାନଙ୍କୁ ମଧ୍ୟରୁ କେହିହେଲେ ଜିହ୍ଵାକୁ ବଶରେ କରିବାକୁ ସକ୍ଷମ ନୁହନ୍ତି [୩:୮] ।
James 3:8
କ’ଣ ଅଛି ଯାହା ମନୁଷ୍ୟମାନଙ୍କ ମଧ୍ୟରେ କେହିଁ କେବେ ବଶରେ ରଖି ପାରେ ନାହିଁ?
ମନୁଷ୍ୟ ମଧ୍ୟରେ କେହି ଜିହ୍ୱାକୁ କେବେ ବଶରେ ରଖି ପାରେ ନାହିଁ।
James 3:9-10
କେଉଁ ଦୁଇଟି ଉପାୟରେ ଈଶ୍ଵର ଏବଂ ମନୁଷ୍ୟକୁ ଲୋକମାନେ ସେମାନଙ୍କ ଜିହ୍ୱାରେ ବ୍ୟବହାର କରନ୍ତି?
ଗୋଟିଏ ଜିହ୍ୱାରେ ସେମାନେ ଈଶ୍ଵରଙ୍କୁ ଆଶୀର୍ବାଦ କରନ୍ତି ଏବଂ ଲୋକମାନଙ୍କୁ ଅଭିଶାପ ଦିଅନ୍ତି।
James 3:11-12
କେଉଁ ଦୁଇଟି ବିଷୟକୁ ନିର୍ଝର ଯୋଗାଇପାରେ ନାହିଁ?
ଗୋଟିଏ ନିର୍ଝର ଉଭୟ ମିଠା ଏବଂ ତିକ୍ତ ଜଳ ଯୋଗାଇପାରେ ନାହିଁ।
James 3:13-14
କିପରି ଜଣେ ବ୍ୟକ୍ତି ଜ୍ଞାନ ଏବଂ ବୁଦ୍ଧି ପ୍ରକାଶ କରେ?
ଜଣେ ବ୍ୟକ୍ତି ନମ୍ରତାର ସହିତ କରାଯାଇଥିବା କାର୍ଯ୍ୟ ଦ୍ୱାରା ଜ୍ଞାନ ଏବଂ ବୁଦ୍ଧି ପପ୍ରକାଶ କରେ।
James 3:15
କେଉଁ ପ୍ରକାରର ଜ୍ଞାନ ଜଣେ ବ୍ୟକ୍ତିକୁ ଈର୍ଷାଭାବ ଓ ଉଚ୍ଚାଭିଳାଷୀ ଏବଂ ମିଥ୍ୟା କହିବାର କାରଣ ହୋଇଥାଏ?
ଜ୍ଞାନ ଯାହା ପାର୍ଥିବ, ନିର୍ବୋଧ ଭାବାବେଗ ଏବଂ ଅନିଷ୍ଟକାରୀ ଅଟେ, ଜଣେ ବ୍ୟକ୍ତିକୁ ଈର୍ଷାଭାବ ଓ ଉଚ୍ଚାଭିଳାଷ ଏବଂ ମିଥ୍ୟା କହିବାର କାରଣ ହୋଇଥାଏ।
James 3:16
ଈର୍ଷା ଓ ଉଚ୍ଚାଭିଳାଷର ପରିଣାମ କ’ଣ ଅଟେ?
ଈର୍ଷା ଓ ଉଚ୍ଚାଭିଳାଷ ସମସ୍ତ ପ୍ରକାର ଦୁଷ୍କର୍ମ ଓ ଅସ୍ଥିରତା ଜନ୍ମାଏ।
James 3:17-18
କେଉଁ ମନୋଭାବ ଊର୍ଦ୍ଧ୍ୱସ୍ତ ଏକ ଜ୍ଞାନର ପ୍ରତିଫଳିତ କରେ?
ଜଣେ ବ୍ୟକ୍ତି ଯିଏ ଶାନ୍ତିପ୍ରିୟ, ମୃଦୁଶୀଳ, ବନ୍ଧୁବତ୍ସଳ, ଦୟାରେ ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ମୁଖାପେକ୍ଷା ବିହୀନ, ଓ ନିଷ୍କପଟ ତାହା ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ଅଟେ।
James 4
James 4:1-2
ଯାକୁବ ବିଶ୍ଵାସୀମାନଙ୍କ ମଧ୍ୟରେ ମନାନ୍ତର ଓ ବିବାଦର ଉତ୍ସ କ’ଣ ବୋଲି କହନ୍ତି?
ସେମାନଙ୍କ ମଧ୍ୟରେ ବିବାଦର ଉତ୍ସ ହେଉଛି ମନ୍ଦ ଅଭିଳାସ।
James 4:3
ବିଶ୍ଵାସୀମାନେ ଈଶ୍ଵରଙ୍କଠାରୁ ସେମାନଙ୍କର ପ୍ରାର୍ଥନାର ଉତ୍ତର କାହିଁକି ପ୍ରାପ୍ତ ହୁଅନ୍ତି ନାହିଁ?
ସେମାନେ ପ୍ରାପ୍ତ ହୁଅନ୍ତି ନାହିଁ କାରଣ ସେମାନେ ସେମାନଙ୍କର ମନ୍ଦ ଅଭିଳାସରେ ବ୍ୟବହାର କରିବାକୁ ମନ୍ଦ ବିଷୟଗୁଡ଼ିକୁ ମାଗନ୍ତି।
James 4:4-5
ଯେବେ ଜଣେ ବ୍ୟକ୍ତି ଜଗତର ମିତ୍ରତା ହେବାକୁ ସ୍ଥିର କରେ, ତେବେ ଈଶ୍ଵରଙ୍କ ସହ ସେହି ବ୍ୟକ୍ତିର କି ସମ୍ପର୍କ ଅଛି?
ଜଣେ ବ୍ୟକ୍ତି ଯିଏ ଜଗତର ମିତ୍ରତା ହେବାକୁ ସ୍ଥିର କରେ, ସେ ନିଜକୁ ଈଶ୍ଵରଙ୍କ ଶତ୍ରୁ କରେ।
James 4:6
ଈଶ୍ଵର କାହାକୁ ପ୍ରତିରୋଧ କରନ୍ତି, ଏବଂ ସେ କାହାକୁ ଅନୁଗ୍ରହ ଦାନ କରନ୍ତି?
ଈଶ୍ଵର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।
James 4:7
ଯେତେବେଳେ ଜଣେ ବିଶ୍ଵାସୀ ଈଶ୍ଵରଙ୍କଠାରେ ବଶୀଭୂତ ହୁଏ ଏବଂ ଶୟତାନକୁ ପ୍ରତିବାଦ କରେ, ତେବେ ଶୟତାନ କ’ଣ କରିବ?
ଶୟତାନ ପଳାୟନ କରିବ।
James 4:8-10
ଈଶ୍ଵର କ’ଣ କରିବେ ସେମାନଙ୍କ ନିମନ୍ତେ ଯେଉଁମାନେ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି।
ଈଶ୍ଵର ସେମାନଙ୍କ ନିକଟବର୍ତ୍ତୀ ହେବେ, ଯେଉଁମାନେ ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅନ୍ତି।
James 4:11-12
ଯାକୁବ ବିଶ୍ୱାସୀମାନଙ୍କୁ କ’ଣ ନ କରିବାକୁ କହନ୍ତି?
ଯାକୁବ ବିଶ୍ୱାସୀମାନଙ୍କୁ ପରସ୍ପରର ଗ୍ଳାନି ନ କହିବା ପାଇଁ କହନ୍ତି।
James 4:13-14
ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟ ପ୍ରତି କଣ କହିବାକୁ ଯାକୁଵ ବିଶ୍ଵାସୀମାନଙ୍କୁ କହନ୍ତି ?
ଯାକୁଵ ବିଶ୍ଵାସୀମାନଙ୍କୁ ଏହା କହିବା ପାଇଁ କହନ୍ତି ଯେ ଯଦି ପ୍ରଭୁ ଅନୁମତି ଦିଅନ୍ତି, ଆମ୍ଭେ ବଂଚିବା ଏବଂ ଏହା କିମ୍ବା ତାହା କରିବା [୪:୧୩-୧୫] ।
James 4:15
ଭବିଷ୍ୟତରେ କ’ଣ ହେବ ସେ ବିଷୟରେ କହିବାକୁ ଯାକୁବ ବିଶ୍ୱାସୀମାନଙ୍କୁ କ’ଣ କହନ୍ତି?
ଯାକୁବ ବିଶ୍ୱାସୀମାନଙ୍କୁ କହନ୍ତି ଯେ ଯଦି ପ୍ରଭୁଙ୍କ ଇଚ୍ଛା ହେଲେ, ଆମ୍ଭେମାନେ ଜୀବିତ ଥାଇ ଏହା କିମ୍ବା ତାହା କରିବା।
James 4:16
ଯେଉଁମାନେ ନିଜ ନିଜ ଯୋଜନା ବିଷୟରେ ଗର୍ବ କରନ୍ତି ସେମାନଙ୍କ ବିଷୟରେ ଯାକୁବ କ’ଣ କହନ୍ତି?
ଯେଉଁମାନେ ନିଜ ନିଜ ଯୋଜନା ବିଷୟରେ ଗର୍ବ କରନ୍ତି ସେମାନେ ମନ୍ଦ କାର୍ଯ୍ୟ କରନ୍ତି ବୋଲି ଯାକୁବ କହନ୍ତି।
James 4:17
ଯେବେ କେହି ସତ୍କର୍ମ କରିବାକୁ ଜାଣେ, କିନ୍ତୁ ତାହା କରେ ନାହିଁ ତେବେ ଏହା କ’ଣ ଅଟେ?
ଯେବେ କେହି ସତ୍କର୍ମ କରିବାକୁ ଜାଣେ, କିନ୍ତୁ ତାହା କରେ ନାହିଁ ତାହା ପାପ ଅଟେ।
James 5
James 5:1-2
ଧନୀମାନଙ୍କ ବିଷୟରେ ଯାକୁଵ କଣ କହନ୍ତି ଯେ ଶେଷ ଦିନରେ ସେମାନଙ୍କ ସହିତ ଧନ ସେମାନଙ୍କ ବିରୁଦ୍ଧରେ ସାକ୍ଷ ଦେବ ?
ଧନୀମାନେ ସେମାନଙ୍କ ଧନକୁ ସଂଚୟ କରିଅଛନ୍ତି [୫:୩] ।
James 5:3
ଧନୀମାନଙ୍କର କଣ ଅଛି, ଯାହା ବିଷୟରେ ଯାକୁବ କହନ୍ତି, ସେମାନେ ଯାହା କରନ୍ତି ତାହା ଶେଷ ଦିନରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ?
ଧନୀ ଲୋକମାନେ ସେମାନଙ୍କର ଧନରତ୍ନ ସଞ୍ଚୟ କରିଛନ୍ତି।
James 5:4-5
ଏହି ଧନୀମାନେ ସେମାନଙ୍କର ଶ୍ରମିକମାନଙ୍କ ସହିତ କିପରି ବ୍ୟବହାର କରିଛନ୍ତି?
ଏହି ଧନୀମାନେ ସେମାନଙ୍କର ଶ୍ରମିକମାନଙ୍କୁ ମଜୁରୀ ଦେଇନାହାଁନ୍ତି।
James 5:6
ଏହି ଧନୀ ଲୋକମାନେ ଧାର୍ମିକ ଲୋକ ସହିତ କିପରି ବ୍ୟବହାର କଲେ?
ଏହି ଧନୀ ଲୋକମାନେ ଧାର୍ମିକ ଲୋକକୁ ନିନ୍ଦା କରିଛନ୍ତି ଏବଂ ହତ୍ୟା କରିଛନ୍ତି।
James 5:7
ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ବିଶ୍ଵାସୀମାନଙ୍କ ମନୋଭାବ କ’ଣ ହେବା ଉଚିତ ବୋଲି ଯାକୁବ କହନ୍ତି?
ବିଶ୍ଵାସୀମାନେ ପ୍ରଭୁଙ୍କ ଆଗମନ ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବା ଉଚିତ।
James 5:8
କାହିକି ବିଶ୍ଵାସୀମାନେ ସେମାନଙ୍କର ହୃଦୟକୁ ସୁସ୍ଥିର କରିବା ଉଚିତ ଯେତେବେଳେ ସେମାନେ ପ୍ରଭୁଙ୍କ ଆଗମନକୁ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତି।
ସେମାନେ ସେମାନଙ୍କର ହୃଦୟକୁ ସୁସ୍ଥିର କରିବା ଉଚିତ କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ ଅଟେ।
James 5:9
ପୁରାତନ ନିୟମର ଭାବବାଦୀମାନେ କେଉଁ ବିଶେଷ ଗୁଣ ଆମ୍ଭମାନଙ୍କ ନିମନ୍ତେ ପ୍ରକାଶ କରିଅଛନ୍ତି ବୋଲି ଯାକୁଵ କହନ୍ତି ?
ପୁରାତନ ନିୟମର ଭାବବାଦୀମାନେ କ୍ଲେଶରେ ଧୈର୍ଯ୍ୟ ଏବଂ ସହନଶିଳତାକୁ ଆମ୍ଭମାନଙ୍କୁ ପ୍ରକାଶିତ କରିଥିଲେ [୫:୧୦-୧୧] ।
James 5:10
ପୂରାତନ ନିୟମର ଭାବବାଦୀମାନଙ୍କ କ୍ଳେଶଭୋଗ ଏବଂ ଧୈର୍ଯ୍ୟ ଆମ୍ଭମାନଙ୍କ ପାଇଁ କ’ଣ ହେବା ଉଚିତ?
ପୂରାତନ ନିୟମର ଭବିଷ୍ୟଦ୍ବକ୍ତାମାନଙ୍କ କ୍ଳେଶଭୋଗ ଏବଂ ଧୈର୍ଯ୍ୟ ଆମ୍ଭମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସ୍ୱରୂପେ ହେବା ଉଚିତ।
James 5:11
ଆୟୁବ କେଉଁ ସକରାତ୍ମକ ଚରିତ୍ରକୁ ପ୍ରକାଶ କଲେ?
ଆୟୁବ ସହିଷ୍ଣୁତା ପ୍ରକାଶ କଲେ।
James 5:12
ଜଣେ ବିଶ୍ଵସୀଙ୍କର “ହଁ” ଏବଂ “ନା” ବିଶ୍ୱସନୀୟତା ବିଷୟରେ ଯାକୁବ କ’ଣ କହନ୍ତି?
ଜଣେ ବିଶ୍ଵସୀଙ୍କର “ହଁ” କଥା “ହଁ” ଏବଂ ତାଙ୍କର “ନା” କଥା “ନା” ହେବା ଉଚିତ।
James 5:13
ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ କଣ କରିବା ଉଚିତ୍ ?
ଅସୁସ୍ଥ ଲୋକମାନେ ପ୍ରାଚୀନମାନଙ୍କୁ ଡାକିବା ଉଚିତ୍ ଯେଉଁଦ୍ଵାରା ସେମାନେ ତାଙ୍କ ଉପରେ ତୈଳ ଲଗାଇ ତାଙ୍କ ନିମନ୍ତେ ପ୍ରାର୍ଥନା କରିବେ [୫:୧୪] ।
James 5:14-15
ଯେଉଁମାନେ ପୀଡ଼ିତ ଅଛନ୍ତି ସେମାନେ କ’ଣ କରିବା ଉଚିତ?
ପୀଡ଼ିତମାନେ ପ୍ରାଚୀନମାନଙ୍କୁ ଡାକିବା ଉଚିତ ଯେପରି ସେମାନେ ତାଙ୍କ ପାଇଁ ପ୍ରାର୍ଥନା କରିପାରିବେ ଏବଂ ତାଙ୍କୁ ତେଲରେ ଅଭିଷେକ କରିପାରିବେ।
James 5:16
ଯାକୁବ କେଉଁ ଦୁଇଟି ବିଷୟ କହନ୍ତି ଯାହା ବିଶ୍ଵାସୀମାନେ ସୁସ୍ଥ ହେବା ପାଇଁ ପରସ୍ପର ସହିତ କରିବା ଉଚିତ?
ବିଶ୍ଵାସୀମାନେ ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କରିବା ଏବଂ ପରସ୍ପର ପାଇଁ ପ୍ରାର୍ଥନା କରିବା ଉଚିତ।
James 5:17
କ’ଣ ହେଲା ଯେବେ ଏଲୀୟ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ?
ଏହା ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଜମିରେ ବୃଷ୍ଟି ହୋଇ ନ ଥିଲା।
James 5:18-19
ଏଲୀୟ ଏହିଥର ବର୍ଷା ପାଇଁ ପୁନର୍ବାର ପ୍ରାର୍ଥନା କଲାପରେ କ’ଣ ହେଲା?
ଯେତେବେଳେ ସେ ପୁନର୍ବାର ପ୍ରାର୍ଥନା କଲେ, ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା।
James 5:20
ଯେବେ କେହିଁ ଜଣେ ପାପୀକୁ ଭ୍ରାନ୍ତିପଥରୁ ଆପଣା ପଥରେ ଫେରାଇ ଆଣେ ସେ କ’ଣ କରେ?
ଯେଉଁ ବ୍ୟକ୍ତି ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପର ଆଚ୍ଛାଦନ କରେ।