2 John
2 John 1
2 John 1:1-2
ଲେଖକ ଯୋହନ କେଉଁ ନାମରେ ନିଜକୁ ଏହି ପତ୍ରରେ ପରିଚିତ କରନ୍ତି?
ଯୋହନ ନିଜକୁ ପ୍ରାଚୀନ ଭାବରେ ପରିଚିତ କରନ୍ତି ।
ଏହି ପତ୍ର କାହାକୁ ଲେଖାଯାଇଅଛି?
ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖାଯାଇଅଛି।
2 John 1:3
କାହାଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି?
ପିତା ଈଶ୍ଵର ଏବଂ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆସେ ବୋଲି ଯୋହନ କହନ୍ତି।
2 John 1:4
ଯୋହନ କାହିଁକି ଆନନ୍ଦିତ ହୁଅନ୍ତି?
ମନୋନୀତା ମହିଳାଙ୍କ ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ଯୋହନ ବିଶେଷ ଆନନ୍ଦିତ ବୋଲି କହନ୍ତି ।
2 John 1:5
କେଉଁ ଆଜ୍ଞାଗୁଡ଼ିକୁ ସେମାନେ ଆଦ୍ୟରୁ ପ୍ରାପ୍ତ କରିଥିଲେ ବୋଲି ଯୋହନ କହନ୍ତି?
ସେମାନେ ପରସ୍ପରକୁ ପ୍ରେମ କରିବାକୁ ଆଦ୍ୟରୁ ଆଜ୍ଞା ପ୍ରାପ୍ତ ବୋଲି ଯୋହନ କହିଥିଲେ ।
2 John 1:6
ପ୍ରେମ କ’ଣ ବୋଲି ଯୋହନ କହନ୍ତି?
ଈଶ୍ଵରଙ୍କ ଆଜ୍ଞାନୁସାରେ ଆଚରଣ କରିବା ହିଁ ପ୍ରେମ ବୋଲି ଯୋହନ କହନ୍ତି ।
2 John 1:7
ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି ସେମାନଙ୍କୁ ଯୋହନ କ’ଣ ଡାକନ୍ତି?
ସେମାନଙ୍କୁ ଯୋହନ ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ ବୋଲି ଡାକନ୍ତି ।
2 John 1:8
ଯୋହନ ବିଶ୍ଵାସୀମାନଙ୍କୁ କ’ଣ ନକରିବାକୁ ସାବଧାନ ରହିବାକୁ କହନ୍ତି?
ସେମାନଙ୍କର କୃତ କର୍ମର ଫଳ ନ ହରାଇବାକୁ ସାବଧାନ ରହିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି ।
2 John 1:9
ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ସମନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାକୁ କ'ଣ କରିବାକୁ ଯୋହନ ବିଶ୍ଵସୀମାନଙ୍କୁ କହନ୍ତି ?
ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଶିକ୍ଷା ଆଣନ୍ତି ନାହିଁ ତାହାକୁ ଗ୍ରହଣ ନ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି [୧:୧୦] ।
ଯଦି ଜଣେ ବିଶ୍ଵାସୀ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାକୁ ଗ୍ରହଣ କଲେ ସେ କଣ ଅପରାଧ କରିଥାଏ ?
ଯେ ଯୀଶୁଙ୍କ ସମ୍ବନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାର ଦୁଷ୍କର୍ମରେ ସହଭାଗୀ ହୋଇ ବିଶ୍ଵାସୀ, ଅପରାଧି ହୁଏ [୧:୧୧] ।
2 John 1:10
ଖ୍ରୀଷ୍ଟଙ୍କ ବିଷୟରେ ଯେଉଁ ବ୍ୟକ୍ତି ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କ ସହିତ କ’ଣ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି?
ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ନ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି ।
2 John 1:11
ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ଯଦି ଜଣେ ବିଶ୍ଵାସୀ ଗ୍ରହଣ କରେ ତେବେ ସେ କେଉଁଠାରେ ସହଭାଗୀ ହୁଏ?
ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ଯଦି ଜଣେ ବିଶ୍ଵାସୀ ଗ୍ରହଣ କରେ ତେବେ ସେ ସେହି ବ୍ୟକ୍ତିଙ୍କର ଦୁଷ୍କର୍ମର ସହଭାଗୀ ହୁଏ ।
2 John 1:12-13
ଭବିଷ୍ୟତରେ ଯୋହନ କ’ଣ କରିବାକୁ ଆଶା କରନ୍ତି?
ଯୋହନ ଆଶା କରନ୍ତି ଯେ ସେ ମନୋନୀତ ମହିଳାଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବେ ।