ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

Mark

Mark 1

Mark 1:2-3

ପ୍ରଭୁଙ୍କ ଆସିବା ପୂର୍ବରୁ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ କେଉଁ ଭବିଷ୍ୟବାଣୀ କରିଥିଲେ?

ଯିଶାଇୟ ଭବିଷ୍ୟବାଣୀ କରିଛନ୍ତି ଯେ ପ୍ରଭୁଙ୍କ ପଥ ପ୍ରସ୍ତୁତ କରିବାକୁ ପରମେଶ୍ଵର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣେ ଦୂତକୁ ପଠାଇବେ।\n

Mark 1:4

ଯୋହନ କ’ଣ ଘୋଷଣା କରିବାକୁ ଆସିଥିଲେ?

ଯୋହନ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଆସିଥିଲେ।

Mark 1:5

ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବାପରେ ଲୋକମାନେ କ’ଣ କଲେ?

ଲୋକମାନେ ଆପଣା ଆପଣା ପାପ ସ୍ୱୀକାର କରି ଯୋହନ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।

Mark 1:6-7

ଯୋହନ ଖାଦ୍ୟ କ’ଣ ଥିଲା?

ଯୋହନ ପଙ୍ଗପାଳ ଓ ବନମଧୁ ଖାଉଥିଲେ।

Mark 1:8-9

ଯୋହନ ତାଙ୍କ ପରେ ଆସୁଥିବା ବ୍ୟକ୍ତି କେଉଁଥିରେ ବାପ୍ତିସ୍ମ ଦେବେ ବୋଲି କହିଲେ?

ତାହାଙ୍କ ପରେ ଆସୁଥିବା ବ୍ୟକ୍ତି ଜଣକ ପବିତ୍ର ଆତ୍ମାଙ୍କ ଦ୍ଵାରା ବାପ୍ତିସ୍ମ ଦେବେ ଯୋହନ କହିଲେ।

Mark 1:10

ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲା ପରେ ଜଳରୁ ଉଠି ଆସିବା ସମୟରେ କଅଣ ଦେଖିଲେ?

ଆଉ ବାପ୍ତିଜିତ ହେଲା ପରେ, ଯୀଶୁ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ।

Mark 1:11

ଯୀଶୁ ବାପ୍ତିଜିତ ହେବା ପରେ ଆକାଶରୁ ବାଣୀ କ’ଣ ହେଲା?

ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”

Mark 1:12

କିଏ ଯୀଶୁଙ୍କୁ ପ୍ରାନ୍ତରକୁ ଘେନିଗଲେ?

ପବିତ୍ର ଆତ୍ମା ଯୀଶୁଙ୍କୁ ପ୍ରାନ୍ତରକୁ ଘେନିଗଲେ।

Mark 1:13-14

ଯୀଶୁ ପ୍ରାନ୍ତରରେ କେତେ ଦିନ ରହିଲେ, ଏବଂ ସେଠାରେ ତାହାଙ୍କ ସହିତ କ’ଣ ହେଲା?

ଯୀଶୁ ଚାଳିଶ ଦିନ ପ୍ରାନ୍ତରରେ ଥିଲେ ଏବଂ ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଇଥିଲେ।

Mark 1:15

ଯୀଶୁ କେଉଁ ବାର୍ତ୍ତା ଘୋଷଣା କଲେ?

ଯୀଶୁ ଘୋଷଣା କରିବାକୁ ଲାଗିଲେ ଯେ, ଈଶ୍ଵରଙ୍କ ରାଜ୍ୟ ସନ୍ନିକଟ, ପୁଣି ଲୋକମାନେ ମନ-ପରିବର୍ତ୍ତନ କରି ସୁସମାଚାରରେ ବିଶ୍ୱାସ କରିବା ଉଚିତ। \n

Mark 1:16

ଶିମୋନ ଏବଂ ଆନ୍ଦ୍ରିୟଙ୍କର ବୃତ୍ତି କ’ଣ ଥିଲା?

ଶିମନ ଏବଂ ଆନ୍ଦ୍ରିୟ ମତ୍ସ୍ୟଜୀବୀ ଥିଲେ।

Mark 1:17-18

ଯୀଶୁ ଶିମୋନ ଏବଂ ଆନ୍ଦ୍ରିୟଙ୍କୁ କ’ଣ କରିବେ ବୋଲି କହିଥିଲେ?

ଯୀଶୁ କହିଥିଲେ ଯେ ସେ ଶିମୋନ ଏବଂ ଆନ୍ଦ୍ରିୟଙ୍କୁ ମନୁଷ୍ୟ ଧରିବା ଶିଖାଇବେ।

Mark 1:19-21

ଯାକୁବ ଏବଂ ଯୋହନଙ୍କ ବୃତ୍ତି କ’ଣ ଥିଲା?

ଯାକୁବ ଏବଂ ଯୋହନ ମତ୍ସ୍ୟଜୀବୀ ଥିଲେ।

Mark 1:22-23

ଯୀଶୁଙ୍କ ଶିକ୍ଷା ସମାଜଗୃହରେ ଥିବା ଲୋକମାନଙ୍କୁ କାହିଁକି ଆଶ୍ଚର୍ଯ୍ୟାନ୍ୱିତ କଲା?

ଯୀଶୁଙ୍କ ଶିକ୍ଷା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କଲା କାରଣ ଯୀଶୁ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।

Mark 1:24-27

ସମାଜଗୃହରେ ଥିବା ଅଶୁଚି ଆତ୍ମା ଯୀଶୁଙ୍କୁ କି ଆଖ୍ୟା ଦେଇଥିଲେ?

ସମାଜଗୃହରେ ଥିବା ଅଶୁଚି ଆତ୍ମା ଯୀଶୁଙ୍କୁ ଈଶ୍ୱରଙ୍କ ପବିତ୍ର ବ୍ୟକ୍ତି ବୋଲି ଆଖ୍ୟା ଦେଇଥିଲେ।

Mark 1:28-29

ଯୀଶୁଙ୍କ ସମ୍ବନ୍ଧୀୟ ସମାଚାରରେ କ’ଣ ହେଲା?

ଯୀଶୁଙ୍କ ସମ୍ବନ୍ଧୀୟ ସମାଚାର ଚାରିଆଡ଼େ ବ୍ୟାପୀଗଲା।

Mark 1:30-31

ଯେତେବେଳେ ସେମାନେ ଶିମୋନଙ୍କ ଗୃହକୁ ଗଲେ, ଯୀଶୁ କାହାକୁ ସୁସ୍ଥ କଲେ?

ଯେତେବେଳେ ସେମାନେ ଶିମୋନଙ୍କ ଗୃହକୁ ଗଲେ, ଯୀଶୁ ଶିମୋନଙ୍କ ଶାଶୁଙ୍କୁ ସୁସ୍ଥ କଲେ।

Mark 1:32-34

ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ କ’ଣ ହେଲା?

ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକମାନେ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତ ଲୋକମାନଙ୍କୁ ଆଣିବାକୁ ଲାଗିଲେ ଏବଂ ଯୀଶୁ ସେମାନଙ୍କୁ ସୁସ୍ଥ କଲେ।

Mark 1:35-37

ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ଯୀଶୁ କ’ଣ କଲେ?

ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ଯୀଶୁ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।

Mark 1:38-39

ଯୀଶୁ ଶିମୋନଙ୍କୁ ସେ କ'ଣ କରିବାକୁ ଆସିଛନ୍ତି ବୋଲି କହିଲେ?

ଯୀଶୁ କହିଥିଲେ ଯେ ସେ ନିକଟବର୍ତ୍ତୀ ଗ୍ରାମମାନଙ୍କରେ ପ୍ରଚାର କରିବାକୁ ଆସିଛନ୍ତି।

Mark 1:40-43

କୁଷ୍ଠରୋଗୀଙ୍କ ପ୍ରତି ଯୀଶୁଙ୍କର କ’ଣ ମନୋଭାବ ଥିଲା ଯେ ଯୀଶୁଙ୍କୁ ସୁସ୍ଥ ହେବାକୁ ବିନତି କରି କହିଲା?

ଯୀଶୁ କୁଷ୍ଠରୋଗୀ ପ୍ରତି ଦୟାରେ ବିଗଳିତ ହୋଇ ତାଙ୍କୁ ସୁସ୍ଥ କଲେ।

Mark 1:44-45

ଯୀଶୁ କୁଷ୍ଠରୋଗୀକୁ କ’ଣ କରିବାକୁ କହିଥିଲେ, ଏବଂ କାହିଁକି?

ଯୀଶୁ କୁଷ୍ଠରୋଗୀକୁ ମୋଶାଙ୍କ ନିୟମ ଅନୁଯାୟୀ ବଳି ଉତ୍ସର୍ଗ କରିବାକୁ କହିଥିଲେ। ଏହା ଆପଣାର ଶୁଚିକ୍ରିୟା ସ୍ୱରୂପେ ସମାଜ ନିକଟରେ ସାକ୍ଷ୍ୟ ହେବ।

Mark 2

Mark 2:4

ପକ୍ଷାଘାତ ରୋଗୀକୁ ନେଇ ଯାଉଥିବା ଚାରି ଜଣ କ’ଣ କଲେ?

ସେହି ଲୋକମାନେ ସେ ଗୃହର ଛାତ ଖୋଳି କାଢ଼ିପକାଇଲେ ଆଉ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ନିକଟରେ ଓହ୍ଲାଇଦେଲେ।

Mark 2:5

ପକ୍ଷାଘାତ ରୋଗୀକୁ ଯୀଶୁ କ’ଣ କହିଥିଲେ?

ଯୀଶୁ କହିଥିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।”

Mark 2:6-9

ଯୀଶୁ ଯାହା କହିଥିଲେ ସେ ସ୍ଥାନରେ ଥିବା ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ କାହିଁକି ବିରୋଧ କଲେ?

ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ ଯେ, ଯୀଶୁ ଈଶ୍ଵର ନିନ୍ଦା କରୁଅଛନ୍ତି କାରଣ କେବଳ ଈଶ୍ଵର ପାପ କ୍ଷମା କରିପାରନ୍ତି।

Mark 2:10-12

ପୃଥିବୀରେ ପାପ କ୍ଷମା କରିବାକୁ ଯୀଶୁଙ୍କର ଯେ ଅଧିକାର ଅଛି ବୋଲି କିପରି ଦର୍ଶାଇଲେ?

ସେଥିରେ ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ, ଏବଂ ଲୋକଟି ସେହିପରି କଲା।

Mark 2:13-14

ଯୀଶୁ, ଲେବୀଙ୍କୁ ଅନୁଗମନ କରିବାକୁ କହିବାବେଳେ ଲେବୀ କ’ଣ କରୁଥିଲେ?

ଲେବୀ କର ଆଦାୟ ସ୍ଥାନରେ ବସିଥିବା ସମୟରେ ଯୀଶୁ ତାଙ୍କୁ ଡାକିଲେ।

Mark 2:15-16

ଲେବୀଙ୍କ ଗୃହରେ ଯୀଶୁ କ’ଣ କରୁଥିଲେ ଯାହା ଫାରୂଶୀମାନଙ୍କୁ ବିରକ୍ତ କଲା?

ଯୀଶୁ ପାପୀ ଲୋକମାନଙ୍କ ଓ କର ଆଦାୟକାରୀଙ୍କ ସହିତ ଭୋଜନ କରୁଥିଲେ।

Mark 2:17

ଯୀଶୁ କେଉଁ ଲୋକମାନଙ୍କୁ ଆହ୍ୱାନ କରିବାକୁ ଆସିଛନ୍ତି ବୋଲି କହିଥିଲେ?

ଯୀଶୁ କହିଥିଲେ ଯେ ସେ ପାପୀ ଲୋକମାନଙ୍କୁ ଆହ୍ୱାନ କରିବାକୁ ଆସିଛନ୍ତି ବୋଲି କହିଲେ।

Mark 2:18

କେତେକ ଲୋକମାନେ ଯୀଶୁଙ୍କୁ ଉପବାସ ବିଷୟରେ କ'ଣ ପଚାରିଲେ?

ସେମାନେ ଯୀଶୁଙ୍କୁ ପଚାରିଲେ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି, ଯେବେ ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି।

Mark 2:19-22

ଶିଷ୍ୟମାନେ କାହିଁକି ଉପବାସ କରୁ ନାହାଁନ୍ତି ବୋଲି ଯୀଶୁ କିପରି ବ୍ୟାଖ୍ୟା କଲେ?

ଯୀଶୁ କହିଥିଲେ ଯେ ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ ଉପବାସ କରିପାରନ୍ତି ନାହିଁ।

Mark 2:23-24

ବିଶ୍ରାମବାରରେ ଯୀଶୁଙ୍କ ଶିଷ୍ୟମାନେ କେତେକ ଶସ୍ୟକ୍ଷେତ୍ରରେ କ’ଣ କଲେ ଯାହା ଫାରୂଶୀମାନଙ୍କୁ ବିରକ୍ତ କଲା?

ଯୀଶୁଙ୍କ ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇ ବିଶ୍ରାମବାରରେ ଖାଇଲେ।

Mark 2:25-26

ସାଧାରଣତଃ ସେମାନଙ୍କ ନିମନ୍ତେ ନିଷେଧ ଥିବା ରୁଟି ଆବଶ୍ୟକ ସ୍ଥଳେ ଭୋଜନ କରିଥିବା ଜଣେ ଲୋକ ସମ୍ବନ୍ଧରେ ଯୀଶୁ କହି କି ଉଦାହରଣ ଦେଇଥିଲେ?

ଯୀଶୁ ଦାଉଦଙ୍କ ଉଦାହରଣ ଦେଇଥିଲେ, ଯିଏ ଅଭାବ ପରୀସ୍ଥିତିରେ ଉତ୍ସର୍ଗୀକୃତ ରୁଟି ଭୋଜନ କରିଥିଲେ, ଯାହା ସାଧାରଣତ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା।

Mark 2:27

ବିଶ୍ରାମବାର କାହା ନିମନ୍ତେ ହୋଇଅଛି ବୋଲି ଯୀଶୁ କହିଲେ?

ଯୀଶୁ କହିଥିଲେ ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି।

Mark 2:28

ଯୀଶୁ ନିଜ ପାଇଁ କେଉଁ ଅଧିକାର ଦାବି କଲେ?

ଯୀଶୁ କହିଥିଲେ ଯେ ସେ ବିଶ୍ରାମବାରର ପ୍ରଭୁ ମଧ୍ୟ ଅଟନ୍ତି।

Mark 3

Mark 3:1-3

ସେମାନେ ଯୀଶୁଙ୍କୁ ବିଶ୍ରାମବାରରେ ସମାଜଗୃହରେ କାହିଁକି ଲକ୍ଷ୍ୟ କରି ରହିଲେ?

ସେମାନେ ଯୀଶୁଙ୍କୁ ଲକ୍ଷ୍ୟ କରି ରହିଲେ ଯେ ସେ ବିଶ୍ରାମବାରରେ ସୁସ୍ଥ କରିବେ କି ନାହିଁ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ।

Mark 3:4

ବିଶ୍ରାମବାର ସମ୍ବନ୍ଧରେ ଯୀଶୁ ଲୋକମାନଙ୍କୁ କି ପ୍ରଶ୍ନ ପଚାରିଲେ?

ଯୀଶୁ ଲୋକମାନଙ୍କୁ ପଚାରିଲେ ଉତ୍ତମ କରିବା କିମ୍ବା ବିଶ୍ରାମବାରରେ ଅନିଷ୍ଟ କରିବା ବିଧିସଙ୍ଗତ କି ନୁହେଁ?

ଯୀଶୁଙ୍କ ପ୍ରଶ୍ନର ଉତ୍ତର ଲୋକମାନେ କିପରି ଦେଲେ?

ଲୋକମାନେ ନିରୁତ୍ତର ହୋଇ ରହିଲେ।

Mark 3:5

ତେବେ ସେମାନଙ୍କ ପ୍ରତି ଯୀଶୁଙ୍କ ମନୋଭାବ କ’ଣ ଥିଲା?

ଯୀଶୁ ସେମାନଙ୍କ ପ୍ରତି କ୍ରୁଦ୍ଧ କଲେ।

Mark 3:6

ଯେତେବେଳେ ଯୀଶୁ ସେହି ଲୋକଟିକୁ ସୁସ୍ଥ କଲେ ସେତେବେଳେ ଫାରୂଶୀମାନେ କ'ଣ କଲେ?

ଫାରୂଶୀମାନେ ବାହାରିଯାଇ ଯୀଶୁଙ୍କୁ ବିନାଶ କରିବା ନିମନ୍ତେ ମନ୍ତ୍ରଣା କଲେ।

Mark 3:7-10

ଯୀଶୁ ସମୁଦ୍ରକୁ ବାହାରିଯିବା ସମୟରେ କେତେ ଲୋକ ତାହାଙ୍କର ପଶ୍ଚାତ୍‌ଗମନ କଲେ?

ଏକ ମହାଜନତା ଯୀଶୁଙ୍କର ପଶ୍ଚାତ୍‌ଗମନ କଲେ।

Mark 3:11-13

ଭୂତମାନେ ଯେତେବେଳେ ଯୀଶୁଙ୍କୁ ଦେଖିଲେ ଚିତ୍କାର କରି କ’ଣ କହିଲେ?

ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଭୂତମାନେ ଚିତ୍କାର କରି କହିଲେ।

Mark 3:14-18

ଯୀଶୁ କେତେ ଜଣ ପୁରୁଷଙ୍କୁ ପ୍ରେରିତ ଭାବରେ ନିଯୁକ୍ତ କଲେ, ଏବଂ ସେମାନେ କ’ଣ କରୁଥିଲେ?

ଯୀଶୁ ୧୨ ଜଣଙ୍କୁ ପ୍ରେରିତଙ୍କୁ ନିଯୁକ୍ତ କଲେ, ଯେଉଁମାନେ ତାହାଙ୍କ ସହିତ ରହିବେ, ସୁସମାଚାର ଘୋଷଣା କରିବେ ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।

Mark 3:19-20

ଯୀଶୁଙ୍କୁ ବିଶ୍ୱାସଘାତକତା କରୁଥିବା ପ୍ରେରିତ ଜଣକ କିଏ ଥିଲା?

ଯୀଶୁଙ୍କୁ ବିଶ୍ୱାସଘାତକତା କରିବାଥିବା ପ୍ରେରିତ ଇଷ୍କାରିୟୋତୀୟ ଯିହୂଦା ଥିଲା।

Mark 3:21

ଯୀଶୁଙ୍କ ଆତ୍ମୀୟମାନେ ଏବଂ ଯୀଶୁଙ୍କୁ ଘେରି ରହିଥିବା ଜନତା ଘଟଣା ବିଷୟରେ କ’ଣ ଭାବିଲେ?

ଯୀଶୁଙ୍କ ଆତ୍ମୀୟମାନେ ଭାବିଲେ ଯେ ସେ ମତିଭ୍ରମ ହୋଇ ଯାଇଛନ୍ତି।

Mark 3:22

ଶାସ୍ତ୍ରୀମାନେ ଯୀଶୁଙ୍କ ବିରୁଦ୍ଧରେ କି କି ଅଭିଯୋଗ କରିଥିଲେ?

ଶାସ୍ତ୍ରୀମାନେ ଯୀଶୁଙ୍କୁ ଭୂତପତିର ସାହାଯ୍ୟରେ ଭୂତ ଛଡ଼ାଏ ବୋଲି ଅଭିଯୋଗ କରିଥିଲେ।

Mark 3:23-27

ଶାସ୍ତ୍ରୀମାନଙ୍କ ଅଭିଯୋଗ ପ୍ରତି ଯୀଶୁଙ୍କ ପ୍ରତିକ୍ରିୟା କ’ଣ ଥିଲା?

ଯୀଶୁ ଉତ୍ତର ଦେଇ କହିଲେ କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।

Mark 3:28-32

ଯୀଶୁ କେଉଁ ପାପ କ୍ଷମା କରିହେବ ନାହିଁ ବୋଲି କହିଥିଲେ?

ଯୀଶୁ କହିଥିଲେ ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କଥା କ୍ଷମା କରାଯାଇପାରିବ ନାହିଁ।

Mark 3:33-35

ଯୀଶୁ କାହାକୁ ତାହାଙ୍କ ମାତା ଏବଂ ଭାଇମାନେ ବୋଲି କହିଲେ?

ଯୀଶୁ କହିଲେ, ଯେ କେହି ଈଶ୍ଵରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାତା।

Mark 4

Mark 4:1-3

ଯୀଶୁ ଶିକ୍ଷା ଦେବା ନିମନ୍ତେ କାହିଁକି ଗୋଟିଏ ନୌକାରେ ପ୍ରବେଶ କଲେ?

ଯୀଶୁ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସି ଶିକ୍ଷା ଦେବାକୁ ଆରମ୍ଭ କଲେ କାରଣ ତାହାଙ୍କ ଚତୁର୍ଦ୍ଦିଗରେ ଏକ ବୃହତ ଲୋକସମୂହ ଏକତ୍ରିତ ହୋଇଥିଲେ।

Mark 4:4-5

ବାଟ ପାଖରେ ପଡ଼ିଥିବା ବୀଜର କ’ଣ ହେଲା?

ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ।

Mark 4:6

ସୂର୍ଯ୍ୟ ଉଦୟ ହେବାପରେ ପଥୁରିଆ ଭୂମିରେ ପଡ଼ିଥିବା ବୀଜଗୁଡ଼ିକର କ’ଣ ହେଲା?

ସେଗୁଡ଼ିକର ଚେର ନ ଥିବାରୁ ସେଗୁଡ଼ିକର ଶୁଖିଗଲା।

Mark 4:7

କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଥିବା ବୀଜ ସହିତ କ’ଣ ହେଲା?

କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା।

Mark 4:8-10

ଉତ୍ତମ ଭୂମିରେ ପଡ଼ିଥିବା ବୀଜ ସହିତ କ’ଣ ହେଲା?

ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।

Mark 4:11-13

ବାରଜଣଙ୍କୁ କ’ଣ ଦିଆଯାଇଛି ବୋଲି ଯୀଶୁ କହିଥିଲେ, କିନ୍ତୁ ବାହାର ଲୋକମାନଙ୍କୁ ନୁହେଁ?

ଯୀଶୁ କହିଥିଲେ ଯେ ଈଶ୍ଵରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବାର ଶକ୍ତି ବାରଜଣଙ୍କୁ ଦିଆଯାଇଅଛି କିନ୍ତୁ ସେହି ବାହାର ଲୋକମାନଙ୍କୁ ନୁହେଁ।

Mark 4:14

ଯୀଶୁଙ୍କ ଦୃଷ୍ଟାନ୍ତରେ, ବୀଜ କ’ଣ ଅଟେ?

ବୀଜ ଈଶ୍ଵରଙ୍କ ବାକ୍ୟ ଅଟେ।

Mark 4:15

ବାଟ ପାଖ ଭୂମିରେ ପଢ଼ିଥିବା ବୀଜ କ’ଣ ପ୍ରତିନିଧିତ୍ୱ କରେ?

ଯେଉଁମାନେ ବାକ୍ୟ ଶୁଣନ୍ତି ସେମାନଙ୍କୁ ପ୍ରତିନିଧିତ୍ୱ କରେ, କିନ୍ତୁ ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରୁ ବାକ୍ୟ ହରଣ କରିନିଏ।

Mark 4:16-17

ପଥୁରିଆ ଭୂମିରେ ବୁଣାଯାଇଥିବା ବୀଜ କ’ଣ ପ୍ରତିନିଧିତ୍ୱ କରେ?

ଏହା ସେହିମାନଙ୍କୁ ପ୍ରତିନିଧିତ୍ୱ କରେ ଯେଉଁମାନେ ଆନନ୍ଦରେ ଯେଉଁମାନେ ବାକ୍ୟ ଶୁଣନ୍ତି, କିନ୍ତୁ ଯେତେବେଳେ କ୍ଲେଶ ଆସେ, ସେମାନେ ଝୁଣ୍ଟି ପଡ଼ନ୍ତି।

Mark 4:18-19

କଣ୍ଟକମୟ ଭୂମିରେ ବୁଣାଯାଇଥିବା ବୀଜ କ’ଣ ପ୍ରତିନିଧିତ୍ୱ କରେ?

ଯେଉଁମାନେ ବାକ୍ୟ ଶୁଣନ୍ତି, ସେମାନଙ୍କୁ ପ୍ରତିନିଧିତ୍ୱ କରେ, କିନ୍ତୁ ସାଂସାରିକ ଚିନ୍ତା, ବାକ୍ୟକୁ ଚାପିପକାଏ।

Mark 4:20-21

ଉତ୍ତମ ଭୂମିରେ ବୁଣାଯାଇଥିବା ବୀଜ କ’ଣ ପ୍ରତିନିଧିତ୍ୱ କରେ?

ଏହା ସେମାନଙ୍କୁ ପ୍ରତିନିଧିତ୍ୱ କରେ, ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ଏହାକୁ ଗ୍ରହଣ କରନ୍ତି ଏବଂ ଫଳ ଫଳନ୍ତି।

Mark 4:22-25

ଅପ୍ରକାଶିତ ଏବଂ ଗୁପ୍ତ ବିଷୟଗୁଡ଼ିକରେ କ’ଣ ହେବ ବୋଲି ଯୀଶୁ କହିଥିଲେ?

ଯୀଶୁ କହିଥିଲେ ଯେ ଅପ୍ରକାଶିତ ଏବଂ ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ପ୍ରକାଶିତ ହେବ।

Mark 4:26-29

ଈଶ୍ଵରଙ୍କ ରାଜ୍ୟ କିପ୍ରକାର ଯେପରି ଜଣେ ଲୋକ ଯେ ଭୂମିରେ ଆପଣା ବିହନ ବୁଣେ?

ଜଣେ ଲୋକ ବିହନ ବୁଣେ; ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ; ତା'ପରେ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ତାହା ସଂଗ୍ରହ କରେ।

Mark 4:30-34

କିପ୍ରକାରେ ଈଶ୍ଵରଙ୍କ ରାଜ୍ୟ ସୋରିଷ ଦାନା ସଦୃଶ ଅଟେ?

ସୋରିଷ ଦାନା ସମସ୍ତ ବୀଜଠାରୁ କ୍ଷୁଦ୍ର ଅଟେ, ତଥାପି ସବୁ ଶାକଠାରୁ ବଡ଼ ହୁଏ ଯେଉଁଠାରେ ଚଢ଼େଇମାନେ ସେମାନଙ୍କର ବସା ତିଆରି କରିପାରନ୍ତି।

Mark 4:35-37

ଶିଷ୍ୟ ଏବଂ ଯୀଶୁ ହ୍ରଦ ପାର ହେବାବେଳେ କ’ଣ ଘଟିଲା?

ପ୍ରବଳ ତୋଫାନ ହେଲା ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା।

Mark 4:38

ଯୀଶୁ ଏହି ସମୟରେ ନୌକାରେ କ’ଣ କରୁଥିଲେ?

ଯୀଶୁ ଶୋଇଥିଲେ।

ଶିଷ୍ୟମାନେ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ?

ଶିଷ୍ୟମାନେ ଯୀଶୁଙ୍କୁ କହିଲେ ଆମ୍ଭେମାନେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ?

Mark 4:39-40

ସେଥିରେ ଯୀଶୁ କ'ଣ କଲେ?

ଯୀଶୁ ପବନକୁ ଧମକ ଦେଲେ ଆଉ ସମୁଦ୍ରକୁ ଶାନ୍ତ କଲେ।

Mark 4:41

ଯୀଶୁ ଏହା କରିବା ପରେ ଶିଷ୍ୟମାନଙ୍କର ପ୍ରତିକ୍ରିୟା କ’ଣ ଥିଲା?

ସେଥିରେ ଶିଷ୍ୟମାନେ ଅତ୍ୟନ୍ତ ଭୀତ ହୋଇ ଯୀଶୁ କିଏ ବୋଲି ଆଶ୍ଚର୍ଯ୍ୟ ହେଲେ ଯେ, ପବନ ଓ ସମୁଦ୍ର ଉଭୟ ତାହାଙ୍କ ଆଜ୍ଞା ମାନନ୍ତି?

Mark 5

Mark 5:1-3

ସେମାନେ ଗରାଶୀୟମାନଙ୍କ ଅଞ୍ଚଳକୁ ଆସିବା ପରେ କିଏ ଯୀଶୁଙ୍କୁ ଭେଟିଲେ?

ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଯୀଶୁଙ୍କୁ ଭେଟିଲା।

Mark 5:4-6

ଲୋକମାନେ ଯେତେବେଳେ ଏହି ଲୋକକୁ ଜଞ୍ଜିରରେ ବାନ୍ଧି ରଖିବାକୁ ଚେଷ୍ଟା କଲେ, ସେତେବେଳେ କ’ଣ ହେଲା?

ଲୋକମାନେ ଯେତେବେଳେ ଏହି ଲୋକକୁ ଜଞ୍ଜିରରେ ବାନ୍ଧି ରଖିବାକୁ ଚେଷ୍ଟା କଲେ, ସେ ଜଞ୍ଜିର ଛିଣ୍ଡାଇଦେଉଥିଲା।

Mark 5:7

ଅଶୁଚି ଆତ୍ମା ଯୀଶୁଙ୍କୁ କେଉଁ ଆଖ୍ୟା ଦେଲା?

ଅଶୁଚି ଆତ୍ମା ଯୀଶୁଙ୍କୁ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ବୋଲି କହିଲା।

Mark 5:8

ଯୀଶୁ ଅଶୁଚି ଆତ୍ମାବିଷ୍ଟ ଲୋକକୁ କ'ଣ କହିଲେ?

ଯୀଶୁ କହିଲେ, “ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା।”

Mark 5:9-12

ଅଶୁଚି ଆତ୍ମାର ନାମ କ’ଣ ଥିଲା?

ଅଶୁଚି ଆତ୍ମାର ନାମ ବାହିନୀ ଥିଲା, ଯେଣୁ ସେମାନେ ଅନେକ ଥିଲେ।

Mark 5:13-14

ଯେତେବେଳେ ଯୀଶୁ ସେହି ମନୁଷ୍ୟଠାରୁ ଅଶୁଚି ଆତ୍ମାକୁ ବାହାର କରିଦେଲେ, ସେତେବେଳେ କ'ଣ ହେଲା?

ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ, ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ।

Mark 5:15-16

ଅଶୁଚି ଆତ୍ମା ତଡ଼ି ଦିଆଯିବା ପରେ ଲୋକଟିର ଅବସ୍ଥା କ’ଣ ଥିଲା?

ସେହି ଲୋକ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ସହିତ ବସିଥିଲେ।

Mark 5:17-18

ସେହି ଅଞ୍ଚଳର ଲୋକମାନେ ଯୀଶୁଙ୍କୁ କ'ଣ କହି ବିନତି କଲେ?

ଲୋକମାନେ ଯୀଶୁଙ୍କୁ ସେମାନଙ୍କ ସୀମାରୁ ବାହାରିଯିବାକୁ ବିନତି କରିବାକୁ ଲାଗିଲେ।

Mark 5:19-21

ସମାଧି-ସ୍ଥାନରେ ବାସ ରହୁଥିବା ଲୋକକୁ ଯୀଶୁ କ'ଣ କରିବାକୁ କହିଥିଲେ?

ଯୀଶୁ ସେ ଲୋକକୁ ତାହାର ଆତ୍ମୀୟମାନଙ୍କ ନିକଟକୁ ଯାଇ ପ୍ରଭୁ ତାହା ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ସେହିସବୁ ସେମାନଙ୍କୁ ଜଣାଅକୁ କହିଲେ।

Mark 5:22-24

ଯିହୂଦୀ ସମାଜଗୃହର ନେତା ଯାଈରସ, ଯୀଶୁଙ୍କୁ କ’ଣ କହି ବିନିତି କଲେ?

ଯାଈରସ ଯୀଶୁଙ୍କୁ ତାହାଙ୍କ ସାଥିରେ ଯାଇ ଆପଣା ମୃତପ୍ରାୟ କନ୍ୟାଟି ଉପରେ ହସ୍ତ ଥୋଇବା ହେଉନ୍ତୁ ବୋଲି ବିନତି କଲେ।

Mark 5:25-27

ଯୀଶୁଙ୍କ ଲୁଗା ଛୁଇଁଥିବା ସ୍ତ୍ରୀଲୋଙ୍କର କ’ଣ ସମସ୍ୟା ଥିଲା?

ସ୍ତ୍ରୀଲୋକ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଥିଲେ।

Mark 5:28-29

ସ୍ତ୍ରୀଲୋକଟି ଯୀଶୁଙ୍କ ଲୁଗା କାହିଁକି ଛୁଇଁଲା?

କାରଣ ସେହି ସ୍ତ୍ରୀଲୋକଟି କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।

Mark 5:30-31

ଯେତେବେଳେ ସ୍ତ୍ରୀଲୋକଟି ଯୀଶୁଙ୍କ ଲୁଗା ଛୁଇଁଲା ସେତେବେଳେ ଯୀଶୁ କ'ଣ କଲେ?

ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଲେ ତେଣୁ, ସେ ପଚାରିଲେ ତାହାଙ୍କ ଲୁଗା କିଏ ଛୁଇଁଲା।

Mark 5:32-33

ଯୀଶୁ ସେହି ସ୍ତ୍ରୀଲୋକଟି ପ୍ରତି କ'ଣ କଲେ ତାହାଙ୍କ ଲୁଗା ଛୁଇଁବା ପରେ?

ଯୀଶୁ ବୁଲିପଡ଼ି କିଏ ତାହାଙ୍କୁ ଛୁଇଁଲା ଦେଖିବାକୁ ଲାଗିଲେ।

Mark 5:34

ଯେତେବେଳେ ସ୍ତ୍ରୀଲୋକଟି ଯୀଶୁଙ୍କୁ ସମସ୍ତ ସତ୍ୟ କହିଲା, ଯୀଶୁ ତାହାକୁ କ’ଣ କହିଲେ?

ଯୀଶୁ ତାହାକୁ କହିଲେ ଯେ ତୋହର ବିଶ୍ୱାସ ତତେ ସୁସ୍ଥ କରିଛି ଏବଂ ଶାନ୍ତିରେ ଚାଲିଯା।

Mark 5:35

ଯୀଶୁ ଯାଈରସଙ୍କ ଗୃହରେ ପହଞ୍ଚିବା ପରେ ଯାଈରସଙ୍କ କନ୍ୟାର ଅବସ୍ଥା କ’ଣ ଥିଲା?

ଯାଈରସଙ୍କ କନ୍ୟା ମରିଯାଇଥିଲା।

Mark 5:36

ଏହି ସମୟରେ ଯୀଶୁ ଯାୟରସଙ୍କୁ କ’ଣ କହିଥିଲେ?

ଯୀଶୁ ଯାୟରସଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର।

Mark 5:37-39

ଯୀଶୁଙ୍କ ସହିତ କେଉଁ ଶିଷ୍ୟମାନେ ସେହି କୋଠରୀକୁ ଗଲେ ଯେଉଁ ସ୍ଥାନରେ ପିଲାଟି ଥିଲା,?

ଯୀଶୁଙ୍କ ସହିତ ପିତର, ଯାକୁବ ଏବଂ ଯୋହନ ସେହି କୋଠରୀକୁ ଗଲେ।

Mark 5:40-41

ଯେତେବେଳେ ଯୀଶୁ ଯାୟରସଙ୍କ କନ୍ୟା ମାତ୍ର ଶୋଇପଡ଼ିଅଛି ବୋଲି କହିଲେ, ସେତେବେଳେ ଘରରେ ଥିବା ଲୋକମାନେ କ'ଣ କଲେ?

ଯେତେବେଳେ ଯୀଶୁ ଯାୟରସଙ୍କ କନ୍ୟା ମାତ୍ର ଶୋଇପଡ଼ିଅଛି ବୋଲି କହିଲେ, ଲୋକମାନେ ଯୀଶୁଙ୍କୁ ପରିହାସ କଲେ।

Mark 5:42-43

ବାଳିକାଟି ଉଠି ବୁଲାବୁଲି କରିବାର ଦେଖି, ଲୋକମାନେ କିପରି ପ୍ରତିକ୍ରିୟା କଲେ?

ଲୋକମାନେ ଅତିଶୟ ଆଚମ୍ଭିତ ହେଲେ।

Mark 6

Mark 6:2-3

ଯୀଶୁଙ୍କ ପୈତୃକ ନଗରର ଲୋକମାନେ ତାହାଙ୍କ ବିଷୟରେ କାହିଁକି ଆଶ୍ଚର୍ଯ୍ୟ ହେଲେ?

ଲୋକମାନେ ଜାଣି ନ ଥିଲେ ଯେ ସେ କେଉଁଠାରୁ ତାହାଙ୍କର ଶିକ୍ଷା, ଜ୍ଞାନ ଏବଂ ଶକ୍ତିର କାର୍ଯ୍ୟ କରିବାର ଶକ୍ତି ପାଇଅଛି।

Mark 6:4-5

ଯୀଶୁ ଜଣେ ଭାବବାଦୀ କେଉଁଠାରେ ହତାଦର ହୁଅନ୍ତି ନାହିଁ ବୋଲି କହିଲେ?

ଯୀଶୁ କହିଲେ, ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସି ସ୍ଥାନରେ ହତାଦର ହୁଅନ୍ତି ନାହିଁ।

Mark 6:6

ଯୀଶୁ ନିଜ ପୈତୃକ ନଗର ଲୋକମାନଙ୍କ ବିଷୟରେ କ'ଣ ଚମତ୍କୃତ ହେଲେ?

ଯୀଶୁ ନିଜ ପୈତୃକ ନଗରରେ ଥିବା ଲୋକମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ।

Mark 6:7

ଯୀଶୁ ବାରଜଣଙ୍କୁ ପଠାଇବା ସମୟରେ କେଉଁ ଅଧିକାର ଦେଇଥିଲେ?

ଯୀଶୁ ବାରଜଣଙ୍କୁ ଅଶୁଚି ଆତ୍ମା ଉପରେ ଅଧିକାର ଦେଲେ।

Mark 6:8-10

ବାରଜଣ ସେମାନଙ୍କ ଯାତ୍ରା ସମୟରେ କ’ଣ ନେଇଥିଲେ?

ବାରଜଣ ଖଣ୍ଡେ ବାଡ଼ି, ପାଦୁକା ଏବଂ ଗୋଟିଏ ଅଙ୍ଗରଖା ନେଇଥିଲେ।

Mark 6:11-13

ଯଦି କୌଣସି ସ୍ଥାନର ଲୋକମାନେ ସେମାନଙ୍କୁ ଗ୍ରହଣ ନ କରନ୍ତି ତେବେ ଯୀଶୁ ବାରଜଣଙ୍କୁ କ’ଣ କରିବାକୁ କହିଥିଲେ?

ଯୀଶୁ ବାରଜଣଙ୍କୁ କହିଲେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।

Mark 6:14-17

ଯୀଶୁ କିଏ ବୋଲି ଲୋକମାନେ ଭାବିଥିଲେ?

ଲୋକମାନେ ଅନୁମାନ କଲେ ଯେ ଯୀଶୁ ବାପ୍ତିଜକ ଯୋହନ କିମ୍ବା ଏଲୀୟ କିମ୍ବା ଜଣେ ଭାବବାଦୀ ଅଟନ୍ତି।

Mark 6:18-19

ବାପ୍ତିଜକ ଯୋହନ ହେରୋଦଙ୍କୁ ସେ କେଉଁ କାର୍ଯ୍ୟ ବିଷୟରେ ବିଧିସଙ୍ଗତ ଭାବରେ କରୁ ନାହାନ୍ତି ବୋଲି କହିଥିଲେ?

ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।

Mark 6:20-22

ଯୋହନଙ୍କ କଥା ଶୁଣି ହେରୋଦ କିପରି ପ୍ରତିକ୍ରିୟା କଲେ?

ଯୋହନଙ୍କ କଥା ଶୁଣି ହେରୋଦ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ।

Mark 6:23-24

ହେରୋଦିୟାଙ୍କ ନିମନ୍ତେ ହେରୋଦ କେଉଁ ଶପଥ କଲେ?

ହେରୋଦ ଶପଥ କରି କହିଲେ ଯେ ସେ ଯାହା ମାଗିବେ ତାହା ଦେବେ, ଏପରିକି ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ମଧ୍ୟ ଦେବେ।

Mark 6:25

ହେରୋଦିୟା କ'ଣ ମାଗିଲେ?

ହେରୋଦିୟା ଏକ ଥାଳିରେ ବାପ୍ତିଜକ ଯୋହନଙ୍କ ମସ୍ତକ ମାଗିଲେ।

Mark 6:26-32

ହେରୋଦୀୟାଙ୍କ ନିବେଦନରେ ହେରୋଦ କିପରି ପ୍ରତିକ୍ରିୟା କଲେ?

ହେରୋଦ ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ।

Mark 6:33

ଯେତେବେଳେ ଯୀଶୁ ଏବଂ ପ୍ରେରିତମାନେ ଅଲଗା ହୋଇ ବିଶ୍ରାମ ନେବାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ କ'ଣ ହେଲା?

ଅନେକେ ସେମାନଙ୍କୁ ଚିହ୍ନିଲେ, ପୁଣି ଯୀଶୁ ଏବଂ ପ୍ରେରିତଗଣ ସେଠାରେ ପହଞ୍ଚିବା ପୂର୍ବରୁ ସେଠାକୁ ଦୌଡ଼ିଗଲେ।

Mark 6:34-36

ସେଠାରେ ସେମାନଙ୍କୁ ଅପେକ୍ଷା କରୁଥିବା ଲୋକମାନଙ୍କ ପ୍ରତି ଯୀଶୁଙ୍କ ମନୋଭାବ କ’ଣ ଥିଲା?

ଯୀଶୁ ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ।

Mark 6:37

ଯେତେବେଳେ ଯୀଶୁ ପଚାରିଲେ, ଶିଷ୍ୟମାନେ ଭାବିଲେ ଯେ ଲୋକମାନଙ୍କୁ ଖାଇବାକୁ ଦେବା ପାଇଁ ସେମାନଙ୍କୁ କ’ଣ କରିବାକୁ ହେବ?

ଶିଷ୍ୟମାନେ ଭାବିଲେ ସେମାନଙ୍କୁ ଯାଇ ୨୦୦ ଦିନାର୍ ମୂଲ୍ୟର ରୁଟି କିଣିବାକୁ ପଡିବ।

Mark 6:38-40

ଶିଷ୍ୟମାନେ ସେମାନଙ୍କ ସହିତ ପୂର୍ବରୁ କେଉଁ ଖାଦ୍ୟ ପାଇଲେ?

ଶିଷ୍ୟମାନଙ୍କ ପାଖରେ ପୂର୍ବରୁ ପାଞ୍ଚଟି ରୁଟି ଏବଂ ଦୁଇଟି ମାଛ ଥିଲା।

Mark 6:41-42

ଯୀଶୁ ରୁଟି ଓ ମାଛ ଘେନି କ’ଣ କଲେ?

ଯୀଶୁ ରୁଟି ଓ ମାଛ ଘେନି ସ୍ୱର୍ଗକୁ ଚାହିଁ ଆଶୀର୍ବାଦ କରି ରୁଟିଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ।

Mark 6:43

ସମସ୍ତେ ଖାଇବା ପରେ କେତେ ଖାଦ୍ୟ ବଳକା ରହିଲା?

ସମସ୍ତେ ଖାଇବା ପରେ ବାର ଟୋକେଇ ରୁଟି, ଏବଂ ମାଛ ଖଣ୍ଡଗୁଡ଼ିକ ବଳକା ରହିଲା।

Mark 6:44-47

କେତେ ପୁରୁଷମାନଙ୍କୁ ଖାଇବାକୁ ଦିଆଯାଇଥିଲା?

ସେଠାରେ ପାଞ୍ଚ ହଜାର ପୁରୁଷ ଥିଲେ ଯେଉଁମାନଙ୍କୁ ଖାଇବାକୁ ଦିଆଯାଇଥିଲା।

Mark 6:48-49

ଯୀଶୁ କିପରି ହ୍ରଦ ଉପରେ ଶିଷ୍ୟମାନଙ୍କ ନିକଟକୁ ଆସିଲେ?

ଯୀଶୁ ହ୍ରଦ ଉପରେ ଚାଲି ଶିଷ୍ୟମାନଙ୍କ ନିକଟକୁ ଆସିଲେ।

Mark 6:50-51

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯେତେବେଳେ ସେମାନେ ତାହାଙ୍କୁ ଦେଖିଲେ?

ଯୀଶୁ ଶିଷ୍ୟମାନଙ୍କୁ କହିଲେ ସାହସ ଧର, ଆଉ ଭୟ କର ନାହିଁ।

Mark 6:52-54

ରୁଟିର ଆଶ୍ଚର୍ଯ୍ୟକର୍ମ ବିଷୟରେ ଶିଷ୍ୟମାନେ କାହିଁକି ବୁଝି ପାରିଲେ ନାହିଁ?

ଶିଷ୍ୟମାନେ ରୁଟିର ଆଶ୍ଚର୍ଯ୍ୟକର୍ମ ବିଷୟରେ ବୁଝିପାରିଲେ ନାହିଁ, ଯେଣୁ ସେମାନଙ୍କ ହୃଦୟ ବୁଝିବାରେ ଧୀର ହୋଇଥିଲା।

Mark 6:55

ଯେତେବେଳେ ସେହି ଅଞ୍ଚଳର ଲୋକମାନେ ଯୀଶୁଙ୍କୁ ଚିହ୍ନିଲେ ସେମାନେ କ'ଣ କଲେ?

ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଲୋକମାନେ ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ।

Mark 6:56

ଯେଉଁମାନେ କେବଳ ଯୀଶୁଙ୍କ ବସ୍ତ୍ର ଝୁମ୍ପାକୁ ଛୁଇଁଲେ ସେମାନଙ୍କ ସହ କ’ଣ ହେଲା?

ଯେଉଁମାନେ କେବଳ ଯୀଶୁଙ୍କ ବସ୍ତ୍ରର ଝୁମ୍ପାକୁ ଛୁଇଁଲେ ସେମାନେ ସୁସ୍ଥ ହେଲେ।

Mark 7

Mark 7:2

ଯୀଶୁଙ୍କ ଶିଷ୍ୟମାନଙ୍କର କେଉଁ କାର୍ଯ୍ୟ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ ଅପମାନିତ କଲା?

ଶିଷ୍ୟମାନଙ୍କ ମଧ୍ୟରୁ କେତେକ ଅଧୁଆ ହାତରେ ଖାଇବା।

Mark 7:3-7

କାହାର ପରମ୍ପରାରେ ଖାଇବା ପୂର୍ବରୁ ହାତ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ଧୋଇବା ଉଚିତ ଥିଲା?

ପ୍ରାଚୀନମାନଙ୍କ ପରମ୍ପରା ଥିଲା ଯେ ଖାଇବା ପୂର୍ବରୁ ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ଧୋଇବା ଉଚିତ ଥିଲା।

Mark 7:8-10

ଧୋଇବା ପ୍ରସଙ୍ଗରେ ଯୀଶୁ ସେମାନଙ୍କ ଶିକ୍ଷା ବିଷୟରେ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ କ’ଣ କହିଥିଲେ?

ଯୀଶୁ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ କହିଲେ, ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।

Mark 7:11-14

ଫାରୂଶୀ ଓ ଶାସ୍ତ୍ରୀମାନେ ଈଶ୍ଵରଙ୍କ ଆଜ୍ଞାକୁ ଖଣ୍ଡନ କଲେ, ଯାହା ତୁମ୍ଭମାନଙ୍କ ପିତା ଏବଂ ମାତାଙ୍କୁ ସମ୍ମାନ କରିବାକୁ କହିଥାଏ?

ସେମାନେ ଈଶ୍ଵରଙ୍କ ଆଦେଶକୁ ଖଣ୍ଡନ କରି ଲୋକମାନଙ୍କୁ ସେମାନଙ୍କୁ କର୍ବାନ୍ ଭାବରେ ଦେବାକୁ କହିଥିଲେ ଯାହା ସେମାନଙ୍କ ପିତା ଏବଂ ମାତାଙ୍କୁ ସାହାଯ୍ୟ କରିଥାଆନ୍ତା।

Mark 7:15-17

ମନୁଷ୍ୟକୁ କେଉଁ ବିଷୟ ଅପବିତ୍ର କରେ ନାହିଁ ବୋଲ ଯୀଶୁ କହିଲେ?

ଯୀଶୁ କହିଲେ ଯେ ଯେଉଁ ବିଷୟ ମନୁଷ୍ୟ ଭିତରକୁ ପ୍ରବେଶ କରେ, ତାହା ବ୍ୟକ୍ତିକୁ ଅପବିତ୍ର କରେ ନାହିଁ।

କେଉଁ ବିଷୟ ଜଣେ ବ୍ୟକ୍ତିଙ୍କୁ ଅପବିତ୍ର କରେ ବୋଲି ଯୀଶୁ କହିଲେ?

ଜଣେ ବ୍ୟକ୍ତି ଭିତରୁ ଯାହା ବାହାରି ଆସେ ତାହା ତାହାକୁ ଅପବିତ୍ର କରେ।

Mark 7:18

ମନୁଷ୍ୟକୁ କ’ଣ ଅପବିତ୍ର କରେ ନାହିଁ ବୋଲି ଯୀଶୁ କହିଲେ?

ଯୀଶୁ କହିଲେ ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ।

Mark 7:19

ଯୀଶୁ କେଉଁ ପ୍ରକାରର ଖାଦ୍ୟକୁ ପରିଷ୍କୃତ ବୋଲି ଘୋଷଣା କଲେ?

ଯୀଶୁ ସମସ୍ତ ଖାଦ୍ୟକୁ ପରିଷ୍କୃତ ବୋଲି ଘୋଷଣା କଲେ।

Mark 7:20

ଜଣେ ବ୍ୟକ୍ତିକୁ କ’ଣ ଅପବିତ୍ର କରେ ବୋଲି ଯୀଶୁ କହିଲେ?

ଯୀଶୁ କହିଲେ ଯାହା ଜଣେ ବ୍ୟକ୍ତିର ଭିତରୁ ବାହାରିଥାଏ ତାହା ତାହାକୁ ଅପବିତ୍ର କରେ।

Mark 7:21-24

ଯୀଶୁ କହିଥିବା ୧୩ଟି ବିଷୟ କ’ଣ ଅଟେ ଯାହା ଜଣେ ବ୍ୟକ୍ତିଠାରୁ ବାହାରି ତାହାକୁ ଅପବିତ୍ର କରେ?

ଯୀଶୁ କହିଲେ ମନୁଷ୍ୟର ହୃଦୟରୁ, କୁଚିନ୍ତା, ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା ବାହାରେ।

Mark 7:25-27

ଯେଉଁ ସ୍ତ୍ରୀର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା ସେ ଜଣେ ଯିହୂଦୀ ନା ଗ୍ରୀକ୍ ଥିଲା?

ଯେଉଁ ସ୍ତ୍ରୀର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା ସେ ଜଣେ ଗ୍ରୀକ୍ ଥିଲେ।

Mark 7:28

ଯେତେବେଳେ ଯୀଶୁ ସ୍ତ୍ରୀକୁ କହିଲେ ଯେ ପିଲାମାନଙ୍କର ରୁଟି ନେଇ କୁକୁରମାନଙ୍କ ନିକଟରେ ଫିଙ୍ଗିବା ଠିକ୍ ନୁହେଁ, ସେତେବେଳେ ସ୍ତ୍ରୀ ଜଣକ କିପରି ପ୍ରତିକ୍ରିୟା କଲା?

ସେହି ସ୍ତ୍ରୀ ଉତ୍ତର ଦେଲା, କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି।

Mark 7:29-32

ଯୀଶୁ ସେହି ସ୍ତ୍ରୀ ପାଇଁ କ’ଣ କଲେ?

ଯୀଶୁ ଭୂତକୁ ସେହି ସ୍ତ୍ରୀର ଝିଅଠାରୁ ବାହାର କରିଦେଲେ।

Mark 7:33-35

ଯେତେବେଳେ ବଧିର ଓ ମୁକ ବ୍ୟକ୍ତିକୁ ଯୀଶୁଙ୍କ ନିକଟକୁ ଅଣାଗଲା, ସେ ତାଙ୍କୁ ସୁସ୍ଥ କରିବା ପାଇଁ କ’ଣ କଲେ?

ଯୀଶୁ ସେହି ବ୍ୟକ୍ତିର କାନରେ ଆଙ୍ଗୁଠି ରଖି, ଛେପ ପକାଇ ଜିଭକୁ ଛୁଇଁଲେ, ତାପରେ ସ୍ୱର୍ଗ ଆଡକୁ ଚାହିଁ କହିଲେ, “ଫିଟିଯା।”

Mark 7:36-37

ଯୀଶୁ ସେମାନଙ୍କୁ ଆରୋଗ୍ୟ ବିଷୟରେ କାହାକୁ ନ କହିବା ପାଇଁ କହିଲା ପରେ, ଲୋକମାନେ କ'ଣ କଲେ?

ଯୀଶୁ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ।

Mark 8

Mark 8:1-4

ଯୀଶୁ ତାହାଙ୍କୁ ଅନୁସରଣ କରୁଥିବା ବହୁସଂଖ୍ୟକ ଲୋକ ବିଷୟରେ କ’ଣ ଚିନ୍ତା କଲେ?

ଯୀଶୁ କହିଲେ ଯେ ବହୁସଂଖ୍ୟକ ଲୋକମାନଙ୍କର କିଛି ଖାଇବାକୁ ନାହିଁ ବୋଲି ସେ ଚିନ୍ତିତ ଥିଲେ।

Mark 8:5

ଶିଷ୍ୟମାନଙ୍କ ନିକଟରେ କେତେ ରୁଟି ଥିଲା?

ଶିଷ୍ୟମାନଙ୍କ ନିକଟରେ ସାତୋଟି ରୁଟି ଥିଲା।

Mark 8:6-7

ଯୀଶୁ ଶିଷ୍ୟମାନଙ୍କ ରୁଟି ସହ କ'ଣ କଲେ?

ଯୀଶୁ ଧନ୍ୟବାଦ ଦେଇ ସେହିସବୁ ରୁଟି ଭାଙ୍ଗି ସେ ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ।

Mark 8:8

ସମସ୍ତେ ଭୋଜନ କରି ତୃପ୍ତ ହେଲେ ପରେ କେତେ ଖାଦ୍ୟ ଅବଶିଷ୍ଟ ରହିଲା?

ସମସ୍ତେ ଭୋଜନ କରି ତୃପ୍ତ ହେଲେ ପରେ ସାତ ଟୋକେଇ ଖାଦ୍ୟ ଅବଶିଷ୍ଟ ରହିଲା।

Mark 8:9-10

କେତେ ଲୋକ ଭୋଜନ କରି ତୃପ୍ତ ହେଲେ?

ସେମାନେ ପ୍ରାୟ ଚାରି ହଜାର ଲୋକ ଭୋଜନ କରି ତୃପ୍ତ ହେଲେ।

Mark 8:11-14

ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ, ଫାରୂଶୀମାନେ ତାହାଙ୍କୁ କ'ଣ କରୁ ବୋଲି ଚାହୁଁଥିଲେ?

ଫାରୂଶୀମାନେ ଚାହୁଁଥିଲେ ଯେ ଯୀଶୁ ସେମାନଙ୍କୁ ସ୍ୱର୍ଗରୁ ଏକ ଚିହ୍ନ ଦିଅନ୍ତୁ।

Mark 8:15

ଫାରୂଶୀମାନଙ୍କ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କି ଦୃଢ଼ ଆଜ୍ଞା ଦେଲେ?

ଯୀଶୁ ଆପଣା ଶିଷ୍ୟମାନଙ୍କୁ ଫାରୂଶୀମାନଙ୍କ ଖମୀରରୁ ସତର୍କ ରହିବାକୁ ଦୃଢ଼ ଆଜ୍ଞା ଦେଲେ।

Mark 8:16-18

କେଉଁ ବିଷୟରେ ଯୀଶୁ କହୁଛନ୍ତି ବୋଲି ଶିଷ୍ୟମାନେ ଭାବିଲେ?

ଶିଷ୍ୟମାନେ ଭାବିଲେ ଯେ ସେମାନେ ରୁଟି ଆଣିବା ଭୁଲିଯାଇଥିବା ବିଷୟରେ ଯୀଶୁ ସେମାନଙ୍କୁ କହୁଛନ୍ତି।

Mark 8:19-22

ଯୀଶୁ ଆପଣା ଶିଷ୍ୟମାନଙ୍କୁ ସ୍ମରଣ କରାଇଲେ ଯେତେବେଳେ ଯୀଶୁ ପାଞ୍ଚଟି ରୁଟି ଭାଙ୍ଗିଥିଲେ ସେତେବେଳେ କ’ଣ ହେଲା?

ଯୀଶୁ ସେମାନଙ୍କୁ ସ୍ମରଣ କରାଇଲେ ସେ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି ସେହି ପାଞ୍ଚ ହଜାର ଲୋକଙ୍କୁ ଖାଇବାକୁ ଦିଆଯାଇଥିଲା, ସେତେବେଳେ ତୁମ୍ଭେମାନେ ପୂରା ବାର ଟୋକେଇ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ଉଠାଇ ନେଇଥିଲ।

Mark 8:23-24

ଯୀଶୁ ଦୃଷ୍ଟିହୀନ ବ୍ୟକ୍ତିର ଦୃଷ୍ଟିକୁ ଦେବାକୁ କେଉଁ ଦୁଇଟି ବିଷୟ ପ୍ରଥମେ କଲେ?

ଯୀଶୁ ପ୍ରଥମେ ଦୃଷ୍ଟିହୀନ ବ୍ୟକ୍ତି ଆଖିରେ ଛେପ ପକାଇଲେ ଏବଂ ତାହା ଉପରେ ହାତ ରଖିଲେ।

Mark 8:25-27

ଯୀଶୁ ଦୃଷ୍ଟିହୀନ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ରୂପେ ପୁନଃ ଦୃଷ୍ଟି ଦେବା ପାଇଁ କେଉଁ ତୃତୀୟ ବିଷୟ କଲେ?

ଯୀଶୁ ପୁନର୍ବାର ଦୃଷ୍ଟିହୀନ ବ୍ୟକ୍ତିର ଆଖି ଉପରେ ଆପଣା ହାତ ରଖିଲେ।

Mark 8:28

ଯୀଶୁ କିଏ ବୋଲି ଲୋକମାନେ କହୁଥିଲେ?

ଲୋକମାନେ କହୁଥିଲେ ଯେ ଯୀଶୁ ବାପ୍ତିଜକ ଯୋହନ, ଏଲିୟ କିମ୍ବା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଜଣେ।

Mark 8:29-30

ଯୀଶୁ କିଏ ବୋଲି ପିତର କହିଲେ?

ଯୀଶୁ ଖ୍ରୀଷ୍ଟ ଅଟନ୍ତି ପିତର କହିଲେ।

Mark 8:31-32

ଭବିଷ୍ୟତର ଘଟଣାଗୁଡ଼ିକ ବିଷୟରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ସ୍ପଷ୍ଟ ଭାବରେ ଶିକ୍ଷା ଦେବା ଆରମ୍ଭ କଲେ କି?

ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ ଯେ ମନୁଷ୍ୟପୁତ୍ରଙ୍କୁ ଯନ୍ତ୍ରଣା ଭୋଗିବାକୁ, ପ୍ରତ୍ୟାଖ୍ୟାନ କରିବାକୁ, ହତ୍ୟା କରିବାକୁ ଏବଂ ତିନି ଦିନ ପରେ ପୁନରୁତ୍ଥିତ ହେବେ।

Mark 8:33

ଯେତେବେଳେ ପିତର ଯୀଶୁଙ୍କୁ ଅନୁଯୋଗ କରିବାକୁ ଲାଗିଲେ, ଯୀଶୁ କ’ଣ କହିଥିଲେ?

ଯୀଶୁ ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ଵରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”

Mark 8:34-35

କେହି ଯେବେ ଯୀଶୁଙ୍କର ଅନୁଗାମୀ ହେବାକୁ ଇଚ୍ଛା କରେ, ସେ କ’ଣ କରିବା ଉଚିତ ବୋଲି ଯୀଶୁ କହିଲେ?

ଯୀଶୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।

Mark 8:36-37

ସମସ୍ତ ଜଗତ ଲାଭ କରିବାକୁ ଇଚ୍ଛା କରୁଥିବା ଜଣେ ମନୁଷ୍ୟ ବିଷୟରେ ଯୀଶୁ କ'ଣ କହିଲେ?

ଯୀଶୁ କହିଲେ, “ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?”

Mark 8:38

ଯୀଶୁ ସେମାନଙ୍କ ବିଷୟରେ କ’ଣ କରିବେ ବୋଲି କହିଥିଲେ, ଯେଉଁମାନେ ତାହାଙ୍କ ଓ ତାହାଙ୍କ କଥାରେ ଲଜ୍ଜାବୋଧ କରନ୍ତି?

ଯୀଶୁ କହିଥିଲେ ଯେ ତାଙ୍କ ଆସିବା ସମୟରେ ଯେଉଁମାନେ ତାଙ୍କ ପାଇଁ ଏବଂ ତାଙ୍କ କଥା ପାଇଁ ଲଜ୍ଜିତ ହେବେ, ସେ ଲଜ୍ଜିତ ହେବେ।

Mark 9

Mark 9:1

ଯୀଶୁ କେଉଁମାନଙ୍କୁ ଈଶ୍ଵରଙ୍କ ରାଜ୍ୟ ଶକ୍ତି ସହ ଆସୁଥିବା ଦେଖିବେ ବୋଲି କହିଲେ?

ଯୀଶୁ ତାହାଙ୍କ ସହିତ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତକ ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।

Mark 9:2-3

ଯେତେବେଳେ ପିତର, ଯାକୁବ ଏବଂ ଯୋହନ ତାହାଙ୍କ ସହ ଏକ ଉଚ୍ଚ ପର୍ବତ ଉପରକୁ ଗଲେ, ସେତେବେଳେ ଯୀଶୁଙ୍କ ସହ କ’ଣ ହେଲା?

ଯୀଶୁ ରୂପାନ୍ତରିତ ହେଲେ ଏବଂ ତାହାଙ୍କର ବସ୍ତ୍ର ଉଜ୍ଜ୍ୱଳ ହୋଇ ଅତିଶୟ ଶୁଭ୍ରବର୍ଣ୍ଣ ହେଲା।\n

Mark 9:4-6

ଯୀଶୁ ପର୍ବତ ଉପରେ କେଉଁମାନଙ୍କ ସହ କଥାବାର୍ତ୍ତା କରୁଥିଲେ?

ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ।

Mark 9:7-8

ପର୍ବତ ଉପରେ, ମେଘରୁ କି ବାଣୀ ହେଲା?

ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।

Mark 9:9-10

ଯୀଶୁ ପର୍ବତ ଉପରେ ଯାହା ଦେଖିଲେ ତାହା ଶିଷ୍ୟମାନଙ୍କୁ କ’ଣ ଆଦେଶ ଦେଲେ?

ସେମାନେ ଯାହା ଯାହା ଦେଖିଲେ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ ନ କହିବାକୁ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ।

Mark 9:11-16

ଏଲିୟଙ୍କ ଆଗମନ ବିଷୟରେ ଯୀଶୁ କ’ଣ କହିଥିଲେ?\n\n\n

ଯୀଶୁ କହିଥିଲେ ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ ସମସ୍ତ ବିଷୟ ପୁନଃ ସ୍ଥାପନ କରିବାକୁ ଏବଂ ଏଲୀୟ ଆସି ସାରିଲେଣି।

Mark 9:17-21

ଶିଷ୍ୟମାନେ ସେହି ପିତା ଏବଂ ତାହାର ପୁତ୍ର ପାଇଁ କ’ଣ କରିବାରେ ଅସମର୍ଥ ହେଲେ?\n\n

ଶିଷ୍ୟମାନେ ପିତାର ପୁତ୍ରଠାରୁ ମନ୍ଦ ଆତ୍ମାକୁ ବାହାର କରିବାରେ ଅସମର୍ଥ ହେଲେ।

Mark 9:22

ମନ୍ଦ ଆତ୍ମା ବାଳକଟିକୁ ବିନାଶ କରିବାକୁ ଚେଷ୍ଟା କରି କେଉଁ କେଉଁ ସ୍ଥାନରେ ପକାଇ ଦେଉଥିଲା?\n

ମନ୍ଦ ଆତ୍ମା ବାଳକଟିକୁ ବିନାଶ କରିବାକୁ ଚେଷ୍ଟା କରି ନିଆଁ ଓ ପାଣିରେ ପକାଇ ଦେଉଥିଲା।\n\n

Mark 9:23-27

ଯେତେବେଳେ ଯୀଶୁ କହିଲେ ଯେ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ତ ବିଷୟ ସମ୍ଭବ ସେତେବେଳେ ପିତା ପ୍ରତିକ୍ରିୟା କିପରି ଥିଲା?\n\n

ପିତା ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ।”

Mark 9:28-30

ଶିଷ୍ୟମାନେ କାହିଁକି ବାଳକକୁ ଲାଗିଥିବା ମୂକ ଓ ବଧିର ଆତ୍ମାକୁ ଛଡ଼ାଇବାରେ ଅସମର୍ଥ ହେଲେ?\n\n

ଶିଷ୍ୟମାନେ ସେହି ଆତ୍ମାକୁ ଛଡ଼ାଇବାରେ ଅସମର୍ଥ ହେଲେ, କାରଣ ପ୍ରାର୍ଥନା ବ୍ୟତୀତ ଏହାକୁ ଛଡ଼ାଇ ହେବ ନାହିଁ।\n\n

Mark 9:31-32

ଯୀଶୁ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ସହ କ’ଣ ହେବ ବୋଲି କହିଲେ?\n\n

ଯୀଶୁ ସେମାନଙ୍କୁ କହିଲେ, ସେ ବଧ କରାଯିବେ, ତିନି ଦିନ ପରେ ସେ ପୁନର୍ବାର ଉଠିବେ।\n\n

Mark 9:33-34

ଶିଷ୍ୟମାନେ ବାଟରେଯାଉଥିବା ସମୟରେ କଅଣ ତର୍କବିତର୍କ କରୁଥିଲେ?\n\n

ଶିଷ୍ୟମାନେ ଆପଣା ଆପଣା ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ତର୍କବିତର୍କ କରୁଥିଲେ।\n\n

Mark 9:35

ଯୀଶୁ କାହାକୁ ପ୍ରଧାନ ବୋଲି କହିଲେ?\n\n

ଯୀଶୁ କହିଲେ ସେହି ଜଣକ ପ୍ରଧାନ ଯେ ସମସ୍ତଙ୍କର ସେବକ।

Mark 9:36-41

ଯେ କେହି ଯୀଶୁଙ୍କ ନାମରେ ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ କାହାକୁ ଗ୍ରହଣ କରେ?\n

ଯେ କେହି ଯୀଶୁଙ୍କ ନାମରେ ଜଣେ ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେମାନେ ଯୀଶୁଙ୍କୁ ଏବଂ ଯୀଶୁଙ୍କ ଦ୍ଵାରା ପଠାଯାଇଥିବା ଲୋକଙ୍କୁ ଗ୍ରହଣ କରେ।

Mark 9:42-46

ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ ତାହା ପକ୍ଷରେ କଅଣ ଭଲ ହୋଇଥାଆନ୍ତା।\n\n

ଯଦି ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।

Mark 9:47

ଯଦି ତୁମ୍ଭର ଚକ୍ଷୁ ବିଘ୍ନର କାରଣ ହୁଏ ତେବେ ଯୀଶୁ ତୁମ୍ଭର ଚକ୍ଷୁ ସହ କ’ଣ କରିବାକୁ କହିଲେ?\n

ଯଦି ଏହା ତୁମ୍ଭର ବିଘ୍ନର କାରଣ ହୁଏ ତେବେ ତାହା ଉପାଡ଼ି ପକାଅ ବୋଲି ଯୀଶୁ କହିଲେ।

Mark 9:48-50

ନର୍କରେ କ’ଣ ହୁଏ ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ନର୍କରେ କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।\n\n

Mark 10

Mark 10:2-3

ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ କି ପ୍ରଶ୍ନ ପଚାରିଲେ?\n

ଫାରୂଶୀମାନେ ଯୀଶୁଙ୍କୁ ପଚାରିଲେ ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କଅଣ ଜଣେ ପୁରୁଷ ପକ୍ଷରେ ଏହା ନ୍ୟାୟସଙ୍ଗତ। \n

Mark 10:4

ତ୍ୟାଗପତ୍ର ସମ୍ବନ୍ଧରେ ମୋଶା ଯିହୂଦୀମାନଙ୍କୁ କି ଆଜ୍ଞା ଦେଇଥିଲେ?\n\n

ଜଣେ ପୁରୁଷ ତ୍ୟାଗପତ୍ର ଲେଖି ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି।\n

Mark 10:5

ତ୍ୟାଗପତ୍ର ସମ୍ବନ୍ଧରେ ମୋଶା କାହିଁକି ଯିହୁଦୀମାନଙ୍କୁ ଏହି ଆଜ୍ଞା ଦେଲେ?\n

ଯିହୂଦୀମାନଙ୍କର ହୃଦୟର କଠିନତା ଦେଖି ସେ ସେମାନଙ୍କ ନିମନ୍ତେ ଏହି ଆଜ୍ଞା ଦେଇଛନ୍ତି।\n

Mark 10:6

ଇତିହାସର କେଉଁ ଘଟଣାକୁ ଯୀଶୁ ଫାରୂଶୀମାନଙ୍କୁ ବିବାହ ନିମନ୍ତେ ଈଶ୍ଵରଙ୍କ ମୂଳ ସୃଷ୍ଟି ବିଷୟରେ କହିଥିଲେ?\n\n

ବିବାହ ନିମନ୍ତେ ଈଶ୍ଵରଙ୍କ ମୂଳ ଯୋଜନା ବିଷୟରେ କହିବାବେଳେ ଯୀଶୁ ସୃଷ୍ଟିର ଆରମ୍ଭରୁ ପୁରୁଷ ଏବଂ ସ୍ତ୍ରୀ କରି ସୃଷ୍ଟି କରିଥିବା ବିଷୟରେ କହିଲେ।\n

Mark 10:7-8

ଯେତେବେଳେ ଦୁଇ ଜଣ ପୁରୁଷ ଓ ତାହାର ସ୍ତ୍ରୀ ବିବାହ କରନ୍ତି ସେମାନେ କ’ଣ ହେବେ ବୋଲି ଯୀଶୁ କହିଲେ?\n\n

ସେମାନେ ଦୁହେଁ ଏକାଙ୍ଗ ହେବେ ବୋଲି ଯୀଶୁ କହିଲେ।\n

Mark 10:9-12

ଈଶ୍ଵର ବିବାହରେ ଯାହା ଏକତ୍ର ସଂଯୁକ୍ତ କରିଅଛନ୍ତି ସେହି ବିଷୟରେ ଯୀଶୁ କ’ଣ କହିଥିଲେ?\n\n\n

ଯୀଶୁ କହିଥିଲେ, ଈଶ୍ୱର ଯାହା ଏକତ୍ର ସଂଯୁକ୍ତ କରିଅଛନ୍ତି, କୌଣସି ମନୁଷ୍ୟ ଅଲଗା ନ କରୁ।

Mark 10:13-14

ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣୁଥିଲେ ଲୂକମାନଙ୍କୁ, ଶିଷ୍ୟମାନେ ଧମକ ଦେବା ବେଳେ ଯୀଶୁଙ୍କର ପ୍ରତିକ୍ରିୟା କ'ଣ ଥିଲା?\n

ଯୀଶୁ ଶିଷ୍ୟମାନଙ୍କ ପ୍ରତି ବିରକ୍ତ ହେଲେ ଆଉ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋʼ ନିକଟକୁ ଆସିବାକୁ ଦିଅ।\n

Mark 10:15-18

ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ କିପରି ଗ୍ରହଣ କରିବା ଉଚିତ ବୋଲି ଯୀଶୁ କହିଲେ?\n\n

ଯୀଶୁ କହିଥିଲେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଗୋଟିଏ ଶିଶୁ ପରି ଗ୍ରହଣ କରିବା ଉଚିତ।\n\n

Mark 10:19-20

ଅନନ୍ତ ଜୀବନ ପାଇବା ପାଇଁ ସେହି ବ୍ୟକ୍ତିକୁ ପ୍ରଥମେ କଅଣ କରିବା ଉଚିତ ବୋଲି ଯୀଶୁ କହିଲେ?\n

ଯୀଶୁ ସେହି ବ୍ୟକ୍ତିଙ୍କୁ କହିଲେ, ସେ ହତ୍ୟା କରିବା ଉଚିତ ନୁହେଁ, ବ୍ୟଭିଚାର କରିବ ନାହିଁ, ଚୋରି କରିବ ନାହିଁ, ମିଥ୍ୟା ସାକ୍ଷ୍ୟ ଦେବ ନାହିଁ, ପ୍ରତାରଣା କରିବ ନାହିଁ, ଏବଂ ଆପଣା ପିତା ଏବଂ ମାତାଙ୍କୁ ସମ୍ମାନ ଦେବା ଉଚିତ।\n\n

Mark 10:21

ଯୀଶୁ ସେହି ବ୍ୟକ୍ତିକୁ କେଉଁ ଅତିରିକ୍ତ ଆଦେଶ ଦେଲେ?\n

ଏହା ପରେ ଯୀଶୁ ସେହି ବ୍ୟକ୍ତିକୁ ତାହାର ସର୍ବସ୍ୱ ବିକ୍ରୟ କରିବାକୁ ଏବଂ ଯୀଶୁଙ୍କର ଅନୁଗମନ କରିବାକୁ ଆଜ୍ଞା ଦେଲେ।\n\n

Mark 10:22

ଯେତେବେଳେ ଯୀଶୁ ତାଙ୍କୁ ଏହି ଆଜ୍ଞା ଦେଲା ପରେ ସେହି ବ୍ୟକ୍ତି କିପରି ପ୍ରତିକ୍ରିୟା କଲେ ଏବଂ କାହିଁକି?\n\n\n

ସେହି ବ୍ୟକ୍ତି ଦୁଃଖିତ ହେଲା ଓ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା।

Mark 10:23-25

ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାରେ କାହା ନିମନ୍ତେ କଷ୍ଟ ହେବ ବୋଲି ଯୀଶୁ କହିଥିଲେ?

ଯୀଶୁ ଧନୀମାନଙ୍କର ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟର ଥିଲା ତାହା କହିଲେ।

Mark 10:26-28

ଜଣେ ଧନୀ ବ୍ୟକ୍ତି ମଧ୍ୟ କିପରି ଉଦ୍ଧାର ହୋଇପାରିବ ବୋଲି ଯୀଶୁ କହିଥିଲେ?

ଯୀଶୁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ଵରଙ୍କ ନିମନ୍ତେ ସମସ୍ତ ସାଧ୍ୟ।

Mark 10:29-31

ଯେଉଁ ଲୋକ ଯୀଶୁଙ୍କ ନିମନ୍ତେ ଘର, ପରିବାର ଏବଂ ଭୂମି ପରିତ୍ୟାଗ କରିଅଛି କ’ଣ ପାଇବ ବୋଲି ଯୀଶୁ କହିଥିଲେ?

ଯୀଶୁ କହିଥିଲେ, ସେମାନେ ଏହି ବର୍ତ୍ତମାନ କାଳରେ ଶହେ ଗୁଣରେ ଅଧିକ ପାଇବେ, ନିର୍ଯ୍ୟାତନା ଏବଂ ଭବିଷ୍ୟତରେ ଅନନ୍ତ ଜୀବନ ପାଇବେ।

Mark 10:32

ଯୀଶୁ ଓ ଶିଷ୍ୟମାନେ କେଉଁ ପଥ ମଧ୍ୟରେ ଯାତ୍ରା କରୁଥିଲେ?

ଯୀଶୁ ଓ ଶିଷ୍ୟମାନେ ଯିରୂଶାଲମକୁ ଯାଉଥିବା ପଥରେ ଯାତ୍ରା କରୁଥିଲେ।

Mark 10:33-34

ଯୀଶୁ ଆପଣା ଶିଷ୍ୟମାନଙ୍କୁ ଯିରୂଶାଲମରେ ତାହାଙ୍କ ସହ କ’ଣ ହେବ ବୋଲି କହିଥିଲେ?\n\n

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଥିଲେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେବେ ଏବଂ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ।\n\n

Mark 10:35-38

ଯାକୁବ ଏବଂ ଯୋହନ ଯୀଶୁଙ୍କୁ କ’ଣ ଅନୁରୋଧ କଲେ?\n\n

ଯାକୁବ ଏବଂ ଯୋହନ ଯୀଶୁଙ୍କୁ ଅନୁରୋଧ କରି କହିଲେ ଯେବେ ସେ ମହିମାପ୍ରାପ୍ତ ହେବେ ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣ ବାମ ପାର୍ଶ୍ୱରେ ବସିବ।\n

Mark 10:39

କ’ଣ ସହ୍ୟ କରିବ ପାରିବ କି ବୋଲି କହଲେ?\n\n

ଯୀଶୁ କହିଲେ, ଯେଉଁ ପାତ୍ରରେ ସେ ପାନ କରିବେ ଏବଂ ଯେଉଁ ବାପ୍ତିସ୍ମରେ ସେ ବାପ୍ତିଜିତ ହେବେ ଯାକୁବ ଓ ଯୋହନ ସେଥିରେ ସହ୍ୟ କରିବାକୁ ହେବ।\n\n

Mark 10:40-41

ଯାକୁବ ଓ ଯୋହନଙ୍କ ଅନୁରୋଧକୁ ଯୀଶୁ ମଞ୍ଜୁର କଲେ କି?\n\n\n

ନା। ଯୀଶୁ ସେମାନଙ୍କୁ କହିଲେ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ।

Mark 10:42

ଅଣଯିହୁଦୀମାନଙ୍କର ଶାସନକର୍ତ୍ତାମାନେ କିପରି ସେମାନେ ସେମାନଙ୍କ ଉପରେ ବ୍ୟବହାର କରନ୍ତି ସେ ବିଷୟରେ ଯୀଶୁ କଅଣ କହିଲେ?\n\n

ଯୀଶୁ କହିଲେ ଅଣଯିହୂଦୀମାନଙ୍କର ଶାସନକର୍ତ୍ତାମାନେ ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି।\n\n

Mark 10:43-47

ଯେ କେହି ଶିଷ୍ୟମାନଙ୍କ ମଧ୍ୟରେ ମହାନ ହେବାକୁ ଇଚ୍ଛା କରନ୍ତି ସେମାନେ କିପରି ଜୀବନ ଯାପନ କରିବା ଉଚିତ ବୋଲି ଯୀଶୁ କହିଲେ? \n\n\n

ଯୀଶୁ କହିଥିଲେ ଯେ କେହି ଶିଷ୍ୟମାନଙ୍କ ମଧ୍ୟରେ ମହାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ସେବକ ହେବା ହେଉ।

Mark 10:48-51

ବାର୍ଟୀମୟ ଅନ୍ଧ କ'ଣ କଲା ଯେତେବେଳେ ଅନେକେ ତାହାକୁ ତୁନି ହେବା କହି ଧମକ ଦେଲେ?\n

ବାର୍ଟୀମୟ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, “ହେ ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ!”\n\n

Mark 10:52

ଯୀଶୁ କ’ଣ କହିଲେ ଯେ ବାର୍ଟୀମୟ ତାହାର ଅନ୍ଧତାରୁ ସୁସ୍ଥ ହେଲା?\n\n

ଯୀଶୁ କହିଲେ ବାର୍ଟୀମୟର ବିଶ୍ୱାସ ତାହାକୁ ସୁସ୍ଥ କରିଅଛି।\n\n

Mark 11

Mark 11:2-4

ଯୀଶୁ ଆପଣାର ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସେମାନଙ୍କ ସମ୍ମୁଖସ୍ଥ ଗାଁକୁ କ’ଣ କରିବାକୁ ପଠାଇଲେ?\n\n

ଯୀଶୁ ସେମାନଙ୍କୁ ଏପରି ଗୋଟିଏ ଗଧଛୁଆକୁ ଆଣିବାକୁ କହିଲେ ଯାହା ଉପରେ କେହି କେବେ ଚଢ଼ି ନାହିଁ।\n

Mark 11:5-7

ଶିଷ୍ୟମାନେ ଗଧଟିକୁ ଗଧଛୁଆକୁ ଫିଟାଇ ବେଳେ କ’ଣ ହେଲା?\n

ଲୋକମାନଙ୍କ ମଧ୍ୟରୁ କେହି କେହି ଶିଷ୍ୟମାନଙ୍କୁ ପଚାରିଲେ ସେମାନେ କଣ କରୁଛନ୍ତି, ତେଣୁ ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ।

Mark 11:8-9

ଯୀଶୁ ଗଧ ଉପରେ ବସିବା ବେଳେ ଲୋକମାନେ ରାସ୍ତାରେ କ’ଣ ପକାଇଲେ?\n\n

ଅନେକ ଲୋକମାନେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ସେମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ।\n

Mark 11:10

ଯୀଶୁ ଯିରୂଶାଲମ ଆଡକୁ ଯିବାବେଳେ ଲୋକମାନେ କେଉଁ ରାଜ୍ୟ ବିଷୟରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ?\n

ସେମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ରାଜ୍ୟ ଆସୁଛି ବୋଲି ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ।\n\n

Mark 11:11-13

ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲାବେଳେ କ'ଣ କଲେ?\n\n

ଯୀଶୁ ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କଲେ ଏବଂ ତା'ପରେ ବେଥନୀୟାକୁ ବାହାରିଗଲେ।\n\n

Mark 11:14

ଡିମ୍ବିରି ଗଛରେ ଫଳ ନ ଥିବା ଦେଖି ଯୀଶୁ କ’ଣ କଲେ?\n

ଯୀଶୁ ଡିମ୍ବିରି ଗଛକୁ କହିଲେ, “ଆଉ କଦାପି କେହି ତୋʼଠାରୁ ଫଳ ନ ଖାଉ।”\n

Mark 11:15-16

ଯୀଶୁ କ'ଣ କଲେ ଯେତେବେଳେ ସେ ମନ୍ଦିର ପରିସରରେ ପ୍ରବେଶ କଲେ?\n

ଯୀଶୁ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ।\n

Mark 11:17

ଧର୍ମଶାସ୍ତ୍ର ଅନୁଯାୟୀ, ମନ୍ଦିରଟି କିପରି ହେବା ଉଚିତ ବୋଲି ଯୀଶୁ କହିଲେ?\n\n

ଯୀଶୁ ଏହି ମନ୍ଦିର ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ହେବା ଉଚିତ ବୋଲି କହିଲେ।\n\n

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ମନ୍ଦିରକୁ କ’ଣ କରିଛନ୍ତି ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ସେମାନେ ମନ୍ଦିରକୁ ଡକାଇତମାନଙ୍କ ଗହ୍ୱର କରିଅଛ।\n\n

Mark 11:18-19

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ପ୍ରତି କଣ କରିବାକୁ ଚେଷ୍ଟା କରୁଥିଲେ?\n

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ।

Mark 11:20-23

ଯୀଶୁ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ ତାହା କ’ଣ ହେଇଥିଲା?\n

ଯୀଶୁ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ ତାହା ମୂଳରୁ ଶୁଖିଯାଇଥିଲା।\n

Mark 11:24

ଆମ୍ଭେମାନେ ପ୍ରାର୍ଥନାରେ ମାଗୁଥିବା ସମସ୍ତ ବିଷୟରେ ଯୀଶୁ କ’ଣ କହିଥିଲେ?\n

ଯୀଶୁ କହିଲେ ଆମ୍ଭେମାନେ ପ୍ରାର୍ଥନାରେ ଯାହା ଯାହା ମାଗିଥାଉ, ସେହିସବୁ ପାଇଛୁ ବୋଲି ଆମ୍ଭେମାନେ ବିଶ୍ଵାସ କରିବା ପୁଣି ସେଥିରେ ସେହିସବୁ ଆମ୍ଭମାନଙ୍କର ହେବ। \n

Mark 11:25-26

ଆମ୍ଭେମାନେ କ’ଣ କରିବା ଉଚିତ ଯେପରି ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କୁ କ୍ଷମା କରିବେ ବୋଲି ଯୀଶୁ କହିଥିଲେ?\n

ଯୀଶୁ କହିଲେ ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ ତୁମ୍ଭେମାନେ କ୍ଷମା କର, ଯେପରି ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ।\n

Mark 11:27-28

ମନ୍ଦିରରେ,ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କଠାରୁ କ’ଣ ଜାଣିବାକୁ ଚାହୁଁଥିଲେ?\n\n

ସେମାନେ ଜାଣିବାକୁ ଚାହିଁଲେ ଯେ ସେ କେଉଁ ଅଧିକାରରେ ସେ କରୁଥିବା ଏସମସ୍ତ କରୁଅଛ? \n

Mark 11:29-30

ଯୀଶୁ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କୁ କେଉଁ ପ୍ରଶ୍ନ ପଚାରିଲେ?\n\n

ଯୀଶୁ ସେମାନଙ୍କୁ ପଚାରିଲେ ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା?\n\n

Mark 11:31

ଯୋହନଙ୍କ ବାପ୍ତିସ୍ମ ସ୍ୱର୍ଗରୁ ଆସିଛି ବୋଲି ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନମାନେ କାହିଁକି ଉତ୍ତର ଦେବାକୁ ଚାହିଁଲେ ନାହିଁ?\n

ସେମାନେ ଏହି ଉତ୍ତର ଦେବାକୁ ଚାହୁଁ ନ ଥିଲେ ଯେଣୁ ଯୀଶୁ ପଚାରିବେ ଯେ ସେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କରନ୍ତି ନାହିଁ।\n

Mark 11:32-33

ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହେଇଅଛି ବୋଲି କାହିଁକି ଉତ୍ତର ଦେବାକୁ ଚାହିଁଲେ ନାହିଁ?\n

ସେମାନେ ଏହି ଉତ୍ତର ଦେବାକୁ ଚାହୁଁ ନ ଥିଲେ ଯେହେତୁ ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ।\n

Mark 12

Mark 12:1-4

ଜଣେ କର୍ତ୍ତା ଗୋଟିଏ ଦ୍ରାକ୍ଷାକ୍ଷେତ୍ର କଲେ ଏବଂ ସେହି କ୍ଷେତ ଭାଗରେ ଦେଇ କ'ଣ କଲେ?\n

ଦ୍ରାକ୍ଷାକ୍ଷେତ୍ର ନିର୍ମାଣ କଲେ ଏବଂ ସେହି କ୍ଷେତ ଭାଗରେ ଦେଇ କର୍ତ୍ତା ବିଦେଶକୁ ଗମନ କଲେ।\n

Mark 12:5

ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ପଠାଇଥିବା ଅନେକ ସେବକଙ୍କ ପ୍ରତି କୃଷକମାନେ କ’ଣ କଲେ?\n

କୃଷକମାନେ କେତେକଙ୍କୁ ଧରି ପ୍ରହାର କଲେ ଓ ଅନେକ ସେବକମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ।\n

Mark 12:6-7

ପରିଶେଷରେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କାହାକୁ କୃଷକମାନଙ୍କ ନିକଟକୁ ପଠାଇଲେ?

ପରିଶେଷରେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣାର ପ୍ରିୟ ପୁତ୍ରକୁ ପଠାଇଲେ।

Mark 12:8

ଦ୍ରାକ୍ଷାକ୍ଷେତ୍ରର କର୍ତ୍ତାଙ୍କ ଦ୍ଵାରା ପରିଶେଷରେ ପଠାଯାଇଥିବା ବ୍ୟକ୍ତିଙ୍କ ପ୍ରତି କୃଷକମାନେ କ’ଣ କଲେ?

ସେହି କୃଷକମାନେ ତାହାଙ୍କୁ ଧରି ବଧ କଲେ ଓ ତାହାକୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।

Mark 12:9

ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ସେହି କୃଷକମାନଙ୍କ ପ୍ରତି କଅଣ କରିବେ?

ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ।

Mark 12:10-13

ଧର୍ମଶାସ୍ତ୍ରରେ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ସେହି ପ୍ରସ୍ତର କ’ଣ ହେଲା?

ଗୃହନିର୍ମାଣକାରୀମାନେ ଅଗ୍ରାହ୍ୟ କରିଥିବା ପ୍ରସ୍ତର କୋଣର ପ୍ରଧାନ ପ୍ରସ୍ତର ହେଲା।

Mark 12:14-16

ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ?

ସେମାନେ ଆସି ତାହାଙ୍କୁ କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ତାହା ପଚାରିଲେ।

Mark 12:17

ଯୀଶୁ କିପରି ସେମାନଙ୍କର ପ୍ରଶ୍ନର ଉତ୍ତର ଦେଲେ?

ଯୀଶୁ ସେମାନଙ୍କୁ କହିଲେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ଵରଙ୍କର ଯାହା, ତାହା ଈଶ୍ଵରଙ୍କୁ ଦିଅ।

Mark 12:18-21

ସାଦ୍ଦୂକୀମାନେ କ’ଣ ବିଶ୍ୱାସ କରୁ ନ ଥିଲେ?

ସାଦ୍ଦୁକୀମାନେ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିଲେ।

Mark 12:22

ସାଦ୍ଦୂକୀମାନଙ୍କ ଦ୍ୱାରା କୁହାଯାଇଥିବା କାହାଣୀରେ, ସ୍ତ୍ରୀର କେତେ ସ୍ୱାମୀ ଥିଲେ?

ସ୍ତ୍ରୀର ସାତ ଜଣ ସ୍ୱାମୀ ଥିଲେ।

Mark 12:23

ସାଦ୍ଦୂକୀମାନେ ସେହି ସ୍ତ୍ରୀ ବିଷୟରେ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ?\n

ପୁନରୁତ୍ଥାନରେ ସେହି ପୁରୁଷମାନଙ୍କ ମଧ୍ୟରୁ ସେହି ସ୍ତ୍ରୀର ସ୍ୱାମୀ କିଏ ହେବ ବୋଲି ସେମାନେ ପଚାରିଥିଲେ।\n

Mark 12:24

ସେମାନଙ୍କର ତ୍ରୁଟି ପାଇଁ ଯୀଶୁ ସାଦ୍ଦୂକୀମାନଙ୍କୁ କେଉଁ କାରଣ ଦେଲେ?\n

ଯୀଶୁ ସାଦ୍ଦୁକୀମାନଙ୍କୁ କହିବା ଅନୁଯାୟୀ ସେମାନେ ଧର୍ମଶାସ୍ତ୍ର ଅବା ଈଶ୍ଵରଙ୍କ ଶକ୍ତିକୁ ଜାଣନ୍ତି ନାହିଁ।\n

Mark 12:25

ସେହି ସ୍ତ୍ରୀ ବିଷୟରେ ସାଦ୍ଦୁକୀମାନଙ୍କ ପ୍ରଶ୍ନର ପ୍ରତି ଯୀଶୁଙ୍କ ଉତ୍ତର କଣ ଥିଲା?\n

ଯୀଶୁ ସେମାନଙ୍କୁ କହିଲେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ପୁରୁଷ ଓ ସ୍ତ୍ରୀ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।\n

Mark 12:26-28

ଯୀଶୁ ପୁନରୁତ୍ଥାନ ଅଛି ବୋଲି ଧର୍ମଶାସ୍ତ୍ରରୁ କିପରି ଦେଖାଇଲେ?\n

ଯୀଶୁ ମୋଶାଙ୍କ ପୁସ୍ତକରୁ ଉଦ୍ଧୃତ କରିଛନ୍ତି, ଯେଉଁଠାରେ ଈଶ୍ଵର କହିଛନ୍ତି ଯେ ସେ ଅବ୍ରହାମ, ଇସ୍‌ହାକଙ୍କ ଏବଂ ଯାକୁବଙ୍କ ଈଶ୍ଵର ଅଟନ୍ତି - ଯେଉଁମାନେ ସମସ୍ତେ ଜୀବିତ ରହିବା ଉଚିତ।\n

Mark 12:29-30

ଯୀଶୁ କେଉଁ ଆଜ୍ଞା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ?\n

ଯୀଶୁ କହିଲେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରେମ କର।\n

Mark 12:31-34

ଯୀଶୁ କେଉଁ ଆଜ୍ଞା ଦ୍ୱିତୀୟ ବୋଲି କହିଥିଲେ?\n

ଯୀଶୁ କହିଲେ ଯେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ଦ୍ୱିତୀୟ ଆଜ୍ଞା ଅଟେ।\n

Mark 12:35-37

ଯୀଶୁ ଦାଉଦଙ୍କ ବିଷୟରେ ଶାସ୍ତ୍ରୀମାନଙ୍କୁ କେଉଁ ପ୍ରଶ୍ନ ପଚାରିଲେ?\n

ଯେବେ ସ୍ୱୟଂ ଦାଉଦ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ଯୀଶୁ କିପ୍ରକାରେ ଦାଉଦଙ୍କର ସନ୍ତାନ ବୋଲି ପଚାରିଲେ।\n

Mark 12:38-43

ଯୀଶୁ ଲୋକମାନଙ୍କୁ ଶାସ୍ତ୍ରୀମାନଙ୍କ ବିଷୟରେ ସତର୍କ ରହିବାକୁ କ’ଣ କହିଲେ?\n

ଯୀଶୁ କହିଲେ ଯେ ଶାସ୍ତ୍ରୀମାନେ ଲୋକମାନଙ୍କ ଦ୍ୱାରା ସମ୍ମାନିତ ହେବାକୁ ଇଚ୍ଛା କରନ୍ତି, କିନ୍ତୁ ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଲୋକ ଦେଖାନିଆ ନିମନ୍ତେ ଦୀର୍ଘ ପ୍ରାର୍ଥନା କରନ୍ତି।\n

Mark 12:44

କାହିଁକି ଯୀଶୁ ଭଣ୍ଡାରରେ ଦାନ ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି ବୋଲି କହିଲେ?\n

ଦରିଦ୍ର ବିଧବା ଅଧିକ ଦାନ ପକାଇଅଛି ବୋଲି ଯୀଶୁ କହିଲେ କାରଣ ସେ ଆପଣାର ଦାରିଦ୍ର୍ୟରୁ ଦେଇଥିବା ବେଳେ ଅନ୍ୟମାନେ ସେମାନଙ୍କର ପ୍ରଚୁରତାରୁ ଦେଇଥଲେ।\n

Mark 13

Mark 13:2-3

ଯୀଶୁ କହିଲେ ଯେ ମନ୍ଦିରର ଚମତ୍କାର ପ୍ରସ୍ତର ଓ ପ୍ରାସାଦ ପ୍ରତି କ’ଣ ହେବ?\n

ଯୀଶୁ କହିଥିଲେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ।\n

Mark 13:4

ତେବେ ଶିଷ୍ୟମାନେ ଯୀଶୁଙ୍କୁ କେଉଁ ପ୍ରଶ୍ନ ପଚାରିଲେ?\n

ସେଥିରେ ଶିଷ୍ୟମାନେ ଯୀଶୁଙ୍କୁ ଏହି ଘଟଣା କେବେ ଘଟିବ, ଏବଂ ଏହାର ଲକ୍ଷଣ କଅଣ ବୋଲି ପଚାରିଲେ?\n

Mark 13:5-6

କେଉଁ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସାବଧାନ ହୋଇ ରହିବା ଆବଶ୍ୟକ ବୋଲି କହିଲେ?\n

ଯୀଶୁ ଶିଷ୍ୟମାନଙ୍କୁ ସାବଧାନ ହୋଇ ରହିବାକୁ କହିଲେ ଯେପରି କେହି ସେମାନଙ୍କୁ ଭ୍ରାନ୍ତ ନ କରେ।

Mark 13:7-8

ପ୍ରସବବେଦନାର ଆରମ୍ଭ ମାତ୍ର ବୋଲି ଯୀଶୁ କେଉଁ ବିଷୟରେ କହିଲେ?\n

ଯୀଶୁ କହିଲେ ଯେ ପ୍ରସବବେଦନାର ଆରମ୍ଭ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ।

Mark 13:9

ଶିଷ୍ୟମାନଙ୍କ ସହିତ କ’ଣ ହେବ ବୋଲି ଯୀଶୁ କହିଥିଲେ?\n

ଯୀଶୁ କହିଥିଲେ ଯେ ଶିଷ୍ୟମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ସମାଜଗୃହରେ ପ୍ରହାରିତ ହେବ ଏବଂ ମୋ' ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ।\n

Mark 13:10-11

ଯୀଶୁ କ’ଣ କହିଲେ ପ୍ରଥମେ ଘଟିବା ଉଚିତ?\n

ଯୀଶୁ କହିଲେ ପ୍ରଥମେ ସମସ୍ତ ଜାତି ନିକଟରେ ସୁସମାଚାର ଘୋଷଣା କରାଯିବା ଆବଶ୍ୟକ।\n

Mark 13:12

ପରିବାର ସଦସ୍ୟଙ୍କ ମଧ୍ୟରେ କ’ଣ ହେବ ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ଯେ ଗୋଟିଏ ପରିବାର ସଦସ୍ୟ ଅନ୍ୟ ପରିବାରର ସଦସ୍ୟଙ୍କୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ।

Mark 13:13

କିଏ ପରିତ୍ରାଣ ପାଇବ ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ଯେ କେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।\n

Mark 13:14-19

ଯେତେବେଳେ ଯିହୂଦିୟା ପ୍ରଦେଶର ଲୋକମାନେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ଦେଖନ୍ତି ସେମାନେ କଣ କରିଣ ଉଚିତ ବୋଲି ଯୀଶୁ କହିଲେ?\n

ଯୀଶୁ ଯିହୂଦିୟା ପ୍ରଦେଶରେ ଥିବା ଲୋକମାନେ ଯେଉଁମାନେ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ଦେଖନ୍ତି ସେମାନେ ପର୍ବତକୁ ପଳାଇବା ଉଚିତ ବୋଲି କହିଲେ।\n

Mark 13:20-21

ମନୋନୀତ ଲୋକମାନେ ଯେପରି ପରିତ୍ରାଣ ପାଇବେ ସେଥିନିମନ୍ତେ ପ୍ରଭୁ କ'ଣ କରିବେ ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ସେହି ମନୋନୀତ ଲୋକଙ୍କ ନିମନ୍ତେ ପ୍ରଭୁ ସେହି କ୍ଲେଶର ସମୟ ଊଣା କରିଅଛନ୍ତି।\n

Mark 13:22-23

ଯୀଶୁ କେଉଁମାନେ ଉଠି ଲୋକମାନଙ୍କୁ ଭ୍ରାନ୍ତ କରିବେ ବୋଲି କହିଲେ?\n

ଯୀଶୁ କହିଲେ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଲୋକମାନଙ୍କୁ ଭ୍ରାନ୍ତ କରିବେ ବୋଲି କହିଲେ।\n

Mark 13:24-25

ସେହି ଦିନମାନଙ୍କରେ ସେହି କ୍ଲେଶ ଉତ୍ତାରେ ଆକାଶମଣ୍ଡଳସ୍ଥ ଆଲୋକ ଓ ଶକ୍ତିସମୂହର କ'ଣ ହେବ?\n

ସୂର୍ଯ୍ୟ ଏବଂ ଚନ୍ଦ୍ର ଅନ୍ଧକାରମୟ ହେବ, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ। ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ।

Mark 13:26

ଲୋକମାନେ ମେଘରେ କ’ଣ ଦେଖିବେ?\n

ସେମାନେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ।\n

Mark 13:27-29

ଯେତେବେଳେ ମନୁଷ୍ୟପୁତ୍ର ଆସିବେ ସେ କ'ଣ କରିବେ?\n

ମନୁଷ୍ୟପୁତ୍ର ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।\n

Mark 13:30

ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ କୌଣସି ପ୍ରକାରେ କ'ଣ ଲୋପ ପାଇବ ନାହିଁ।\n

ଯୀଶୁ କହିଲେ ଯେ ଏସମସ୍ତ ବିଷୟ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।\n

Mark 13:31

କ’ଣ କଦାପି ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ଯେ ତାହାଙ୍କ ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।\n

Mark 13:32

ଏହିସବୁ ଘଟଣା କେବେ ଘଟିବ ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ଯେ, ପିତାଙ୍କ ବ୍ୟତୀତ ସେହି ଦିନ କିମ୍ବା ଘଣ୍ଟା କେହି ଜାଣନ୍ତି ନାହିଁ।\n

Mark 13:33-34

ସେହି ସମୟର କେବେ ହେବ ସେ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କ’ଣ ଆଜ୍ଞା ଦେଇଥିଲେ?\n

ଯୀଶୁ ଆପଣା ଶିଷ୍ୟମାନଙ୍କୁ ସତର୍କ ରହିବାକୁ, ଜାଗ୍ରତ ହେବାକୁ ଏବଂ ପ୍ରାର୍ଥନା କରିବାକୁ କହିଥିଲେ।\n\n

Mark 13:35-36

ଯୀଶୁ ତାହାଙ୍କ ଆଗମନ ବିଷୟରେ ଆପଣା ଶିଷ୍ୟମାନଙ୍କୁ କେଉଁ ଆଜ୍ଞା ଦେଲେ?

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଯେପରି ତାହାଙ୍କ ଆଗମନର ଅପେକ୍ଷା କରିବା ସମୟରେ ସେମାନେ ଜାଗ୍ରତ ରହୁନ୍ତୁ।

Mark 13:37

ଯୀଶୁ ତାହାଙ୍କ ଆଗମନ ବିଷୟରେ ଆପଣା ଶିଷ୍ୟମାନଙ୍କୁ କି ଆଦେଶ ଦେଲେ?\n

ଯୀଶୁ ଆପଣା ଶିଷ୍ୟମାନଙ୍କୁ ଜାଗ୍ରତ ହୋଇ ରହିବାକୁ ଆଜ୍ଞା ଦେଲେ।\n

Mark 14

Mark 14:1

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କେଉଁ ବିଷୟରେ ବିଚାର କରୁଥିଲେ?\n

ସେମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ।

Mark 14:2

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଖମୀରଶୂନ୍ୟ ରୁଟିର ପର୍ବ ସମୟରେ କାହିଁକି କାର୍ଯ୍ୟ କରିବାକୁ ଇଚ୍ଛା କଲେ ନାହିଁ?\n

କାଳେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେବ ବୋଲି ସେମାନେ ଚିନ୍ତିତ ଥିଲେ।\n

Mark 14:3-4

କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଜଣେ ସ୍ତ୍ରୀ ଯୀଶୁଙ୍କ ନିମନ୍ତେ କ’ଣ କଲା?\n

ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ତୈଳ ଏକ ପାତ୍ରକୁ ଭାଙ୍ଗି ଯୀଶୁଙ୍କ ମସ୍ତକରେ ଡାଳିଲେ।\n

Mark 14:5-7

କେଉଁ କାରଣରୁ କେତେକ ସେହି ସ୍ତ୍ରୀଲୋକକୁ ଗାଳି କରୁଥିଲେ?\n

କେତେକ ଲୋକ ସ୍ତ୍ରୀଲୋକକୁ ସେହି ସୁଗନ୍ଧି ତୈଳ ବିକ୍ରୟ ନ କରି ଓ ଗରୀବ ଲୋକମାନଙ୍କୁ ଟଙ୍କା ନ ଦେବା ହେତୁ ଏପରି କହୁଥିଲେ।\n

Mark 14:8

ଯେ ସ୍ତ୍ରୀଲୋକଟି ଯୀଶୁଙ୍କ ପାଇଁ କ’ଣ କଲା ବୋଲି ଯୀଶୁ କହିଲେ?\n

ଯୀଶୁ କହିଲେ ଯେ ସ୍ତ୍ରୀ ଜଣକ ସମାଧି ପାଇଁ ତାହାଙ୍କ ଶରୀରକୁ ଅଭିଷେକ କଲା।\n

Mark 14:9

ସେହି ସ୍ତ୍ରୀଲୋକଟି ବିଷୟରେ ଯୀଶୁ କ’ଣ ପ୍ରତିଜ୍ଞା କରିଥିଲେ?\n

ଯୀଶୁ ପ୍ରତିଜ୍ଞା କରି କହିଲେ ଯେ ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।\n

Mark 14:10-11

ଇଷ୍କାରିୟୋତୀୟ ଯିହୂଦା କାହିଁକି ପ୍ରଧାନ ଯାଜକମାନଙ୍କ ନିକଟକୁ ଗଲେ?\n

ଇଷ୍କାରିୟୋତୀୟ ଯିହୂଦା ପ୍ରଧାନ ଯାଜକମାନଙ୍କ ନିକଟକୁ ଗଲେ, ଯେପରି ସେ ଯୀଶୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବେ।\n

Mark 14:12-17

ଶିଷ୍ୟମାନେ ନିସ୍ତାରପର୍ବର ସ୍ଥାନ କିପରି ପାଇଲେ ଯେଉଁଠାରେ ସେମାନେ ସମସ୍ତେ ଏକତ୍ର ଭୋଜନ କରିବେ?\n

ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ; ଗୃହର କର୍ତ୍ତାଙ୍କୁ ଅତିଥିଶାଳା କାହିଁ ବୋଲି ପଚାର, ଯାହା ସେମାନେ ନିସ୍ତାରପର୍ବର ଭୋଜ ପ୍ରସ୍ତୁତ କରିବା ନିମନ୍ତେ ବ୍ୟବହାର କରିବେ।\n\n

Mark 14:18-19

ସେମାନେ ମେଜରେ ବସି ଭୋଜନ କରୁଥିବା ସମୟରେ ଯୀଶୁ କ’ଣ କହିଲେ?\n

ଯୀଶୁ କହିଲେ ତାହାଙ୍କ ସହ ଭୋଜନ କରୁଥିବା ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ବିଶ୍ୱାସଘାତକତା କରିବ।\n

Mark 14:20

ଯୀଶୁ କେଉଁ ଶିଷ୍ୟ ତାହାଙ୍କୁ ବିଶ୍ୱାସଘାତକତା କରିବେ ବୋଲି କହିଲେ?\n

ଯୀଶୁ କହିଥିଲେ ଯେଉଁ ଶିଷ୍ୟ ପାତ୍ରରେ ତାହାଙ୍କ ସହ ରୁଟି ବୁଡ଼ାଏ ସେ ତାହାଙ୍କୁ ବିଶ୍ୱାସଘାତକତା କରିବ।\n

Mark 14:21

ଯୀଶୁ ବିଶ୍ୱାସଘାତକତା କରିଥିବା ଶିଷ୍ୟର ଭାଗ୍ୟ ବିଷୟରେ କ’ଣ କହିଲେ?\n

ଯୀଶୁ କହିଲେ, ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।\n

Mark 14:22-23

ଯୀଶୁ ଶିଷ୍ୟମାନଙ୍କୁ ଭଙ୍ଗା ରୁଟି ଦେବାବେଳେ କ’ଣ କହିଥିଲେ?\n

ଯୀଶୁ କହିଲେ, “ନିଅ, ଏହା ମୋହର ଶରୀର।”\n

Mark 14:24

ଯୀଶୁ ଶିଷ୍ୟମାନଙ୍କୁ ପାନ ପାତ୍ର ଦେବାବେଳେ କ’ଣ କହିଲେ?\n

ଯୀଶୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ।”\n

Mark 14:25-26

ଯୀଶୁ କେଉଁ ଦିନ ପୁନର୍ବାର ଦ୍ରାକ୍ଷାଫଳର ରସ ପାନ କରିବେ ବୋଲି କହିଲେ?\n

ଯୀଶୁ କହିଲେ ଯେ ସେ ପୁନର୍ବାର ଏହି ଦ୍ରାକ୍ଷାଫଳର ରସ ଈଶ୍ଵରଙ୍କ ରାଜ୍ୟରେ ନୂତନ ଭାବରେ ପାନ କରିବେ।\n

Mark 14:27-29

ଯୀଶୁ ଆପଣା ଶିଷ୍ୟମାନଙ୍କ ବିଷୟରେ ଜୀତ ପର୍ବତରେ କେଉଁ ଭବିଷ୍ୟବାଣୀ କଲେ?\n

ଯୀଶୁ ଭବିଷ୍ୟବାଣୀ କଲେ ଯେ ତାହାଙ୍କ ଶିଷ୍ୟମାନେ ସମସ୍ତେ ତାହାଙ୍କ ହେତୁ ଛିନ୍ନଭିନ୍ନ ହେବେ।\n\n

Mark 14:30-31

ପିତର କେବେ ହେଁ ବିଘ୍ନ ପାଇବେ ନାହିଁ ବୋଲି କହିବା ପରେ ଯୀଶୁ ପିତରଙ୍କୁ କ’ଣ କହିଲେ?\n\n

ଯୀଶୁ ପିତରଙ୍କୁ କହିଲେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ, ସେ ଯୀଶୁଙ୍କୁ ତିନି ଥର ଅସ୍ୱୀକାର କରିବେ।\n

Mark 14:32-34

ଯୀଶୁ ପ୍ରାର୍ଥନା କରିବା ସମୟରେ ଆପଣାର ତିନି ଜଣ ଶିଷ୍ୟମାନଙ୍କୁ କ’ଣ କରିବାକୁ କହିଲେ?\n

ଯୀଶୁ ସେମାନଙ୍କୁ ସେଠାରେ ରହି ଜାଗିଥାଅ ବୋଲି କହିଲେ।\n

Mark 14:35

ଯୀଶୁ କ'ଣ ପ୍ରାର୍ଥନା କଲେ?\n

ଯୀଶୁ ପ୍ରାର୍ଥନା କଲେ ଯେପରି ସେହି ସମୟ ତାହାଙ୍କଠାରୁ ଦୂର ହୁଏ।\n

Mark 14:36

ଯୀଶୁ ଆପଣା ପିତାଙ୍କଠାରୁ ପ୍ରାର୍ଥନାର ଉତ୍ତର ଭାବରେ କ’ଣ ଗ୍ରହଣ କରିବାକୁ ଇଚ୍ଛା କଲେ?\n

ଯୀଶୁଙ୍କ ପ୍ରତି ପିତାଙ୍କ ଯାହା ଇଚ୍ଛା, ତାହା ଗ୍ରହଣ କରିବାକୁ ଇଚ୍ଛା କଲେ।\n

Mark 14:37-39

ଯୀଶୁ ସେହି ତିନି ଜଣ ଶିଷ୍ୟମାନଙ୍କ ନିକଟକୁ ଆସି କ'ଣ ଦେଖିଲେ?\n

ଯୀଶୁ ସେହି ତିନି ଜଣ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ।\n

Mark 14:40

ଯୀଶୁ ଦ୍ୱିତୀୟ ଥର ପ୍ରାର୍ଥନାରୁ ଫେରି ଆସି କ'ଣ ଦେଖିଲେ?\n

ଯୀଶୁ ସେହି ତିନି ଜଣ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ।

Mark 14:41-43

ଯୀଶୁ ତୃତୀୟ ଥର ପ୍ରାର୍ଥନାରୁ ଫେରି ଆସି କ'ଣ ଦେଖିଲେ?\n

ଯୀଶୁ ସେହି ତିନି ଜଣ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ।\n

Mark 14:44-47

ଯୀଶୁ କିଏ ବୋଲି ଦର୍ଶାଇବା ନିମନ୍ତେ ଯିହୂଦା ପ୍ରହରୀମାନଙ୍କୁ କି ସଙ୍କେତ ଦେଲା?\n

ଯିହୂଦା ଯୀଶୁଙ୍କୁ ଚୁମ୍ବନ ଦେଇ ଯୀଶୁ ଯେ କିଏ ତାହା ଦର୍ଶାଇଲା।\n

Mark 14:48-49

ଧର୍ମଶାସ୍ତ୍ର ପୂରଣ କରିବା ପାଇଁ ତାହାଙ୍କ ବନ୍ଦୀ କରିବା ସମୟରେ ଯୀଶୁ କ’ଣ କହିଥିଲେ?\n

ସେମାନେ ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ଯୀଶୁଙ୍କୁ ଧରିବାକୁ ଆସିଥିବା ହେତୁ, ଯୀଶୁ କହିଥିଲେ, ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।

Mark 14:50

ଯୀଶୁ ସହିତ ଥିବା ଲୋକମାନେ କ'ଣ କଲେ, ଯେତେବେଳେ ଯୀଶୁଙ୍କୁ ଧରିଲେ?\n

ଯୀଶୁଙ୍କ ସହ ଥିବା ଲୋକମାନେ ତାହାଙ୍କୁ ଛାଡି ପଳାଇଲେ।\n

Mark 14:51-52

ଯେତେବେଳେ ଯୀଶୁଙ୍କୁ ଧରିଲେ ସେତେବେଳେ ଯୀଶୁଙ୍କ ପଛେ ପଛେ ଯାଉଥିବା ଜଣେ ଯୁବକ କ’ଣ କଲା?\n

ସେହି ଯୁବକ ଜଣକ ନିଜର ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।\n

Mark 14:53-54

ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଯିବା ସମୟରେ ପିତର କେଉଁଠାରେ ଥିଲେ?\n

ପିତର ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ।\n

Mark 14:55-60

ମହାସଭାକୁ ଦିଆଯାଇଥିବା ଯୀଶୁଙ୍କ ସାକ୍ଷ୍ୟରେ କ’ଣ ଭୁଲ୍ ଥିଲା?\n

ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ଏବଂ ସାକ୍ଷ୍ୟ ମିଶିଲା ନାହିଁ।\n

Mark 14:61

ଯୀଶୁଙ୍କ ପରିଚୟ ବିଷୟରେ ମହାଯାଜକଙ୍କର ପ୍ରଶ୍ନ କ’ଣ ଥିଲା?\n

ମହାଯାଜକ ଯୀଶୁଙ୍କ ବିଷୟରେ ଯୀଶୁଙ୍କୁ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି ବୋଲି ପଚାରିଲେ। \n

Mark 14:62-63

ମହାଯାଜକଙ୍କ ପ୍ରଶ୍ନର ଯୀଶୁଙ୍କର ଉତ୍ତର କ’ଣ ଥିଲା?\n

ଯୀଶୁ ଉତ୍ତର ଦେଇ କହିଲେ, “ମୁଁ ସେହି” କହିଲେ।\n

Mark 14:64

ଯୀଶୁଙ୍କ ଉତ୍ତର ଶୁଣି, ଯୀଶୁ ଦୋଷୀ ଅଟନ୍ତି ବୋଲି ମହାଯାଜକ କ’ଣ କହିଲେ?

ମହାଯାଜକ କହିଥିଲେ ଯେ ଯୀଶୁ ଈଶ୍ଵର ନିନ୍ଦା କରିବାରେ ଦୋଷୀ ଅଟନ୍ତି।\n

Mark 14:65

ଯୀଶୁଙ୍କୁ ମୃତ୍ୟୁର ଯୋଗ୍ୟ ବୋଲି ମତ ଦେଲା ପରେ ସେମାନେ କ’ଣ କଲେ?\n

ସେମାନେ ତାହାଙ୍କ ଉପରେ ଛେପ ପକାଇଲେ, ଓ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ।\n

Mark 14:66-70

ପିତର ଯୀଶୁଙ୍କ ସାଙ୍ଗରେ ଥିଲ ବୋଲି କହିବା ଦାସୀକୁ ପିତର କ'ଣ କହିଲେ?\n

ପିତର ଉତ୍ତର ଦେଲେ ସେହି ଦାସୀ ଯାହ କହୁଛି ସେ ଜାଣିନ୍ତି ନାହିଁ କି ବୁଝନ୍ତି ନାହିଁ।\n

Mark 14:71

ଯେତେବେଳେ ତୃତୀୟ ଥର ପିତରଙ୍କୁ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଗଲା, ସେତେବେଳେ ତାହାଙ୍କର ପ୍ରତିକ୍ରିୟା କ’ଣ ଥିଲା?\n

ପିତର ଶପଥ କରି ନିଜକୁ ଅଭିଶାପରେ ପକାଇଲେ ଯେ ସେ ଯୀଶୁଙ୍କୁ ଜାଣି ନାହାଁନ୍ତି।\n

Mark 14:72

ପିତର ତୃତୀୟ ଥର ଉତ୍ତର ଦେବା ପରେ କ’ଣ ହେଲା?\n

ପିତର ତୃତୀୟ ଥର ଉତ୍ତର ହେବା ପରେ କୁକୁଡ଼ା ଦ୍ୱିତୀୟ ଥର ରାବିଲା।\n

କୁକୁଡ଼ା ରାବିବା ଶୁଣିବା ପରେ ପିତର କ’ଣ କଲେ?\n

ସେ କୁକୁଡ଼ା ରାବିବା ଶୁଣିବା ପରେ ପିତର ଅତି ଦୁଃଖରେ ଭାଙ୍ଗିପଡି ରୋଦନ କଲେ।\n

Mark 15

Mark 15:1-4

ପ୍ରଭାତରେ, ପ୍ରଧାନ ଯାଜକମାନେ ଯୀଶୁଙ୍କ ସହିତ କ’ଣ କଲେ?\n

ପ୍ରଭାତରେ, ସେମାନେ ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।

Mark 15:5

ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବା ସମୟରେ ପୀଲାତ ଯୀଶୁଙ୍କ ବିଷୟରେ କ’ଣ ଚମତ୍କୃତ ହେଲେ?\n

ପୀଲାତ ଚମତ୍କୃତ ହେଲେ ଯେ ଯୀଶୁ ଆଉ ତାହାଙ୍କୁ ଉତ୍ତର ଦେଲେ ନାହିଁ।\n

Mark 15:6-9

ପୀଲାତ ସାଧାରଣତଃ ପର୍ବ ସମୟରେ ଲୋକମାନଙ୍କ ପାଇଁ କ’ଣ କରିଥିଲେ?\n

ପୀଲାତ ସାଧାରଣତଃ ପର୍ବ ସମୟରେ ଅନୁରୋଧ କରୁଥିବା ଜଣେ ବନ୍ଦୀଙ୍କୁ ଲୋକମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ।\n

Mark 15:10

ପୀଲାତ କାହିଁକି ଯୀଶୁଙ୍କୁ ଲୋକମାନଙ୍କ ନିମନ୍ତେ ମୁକ୍ତ କରିବାକୁ ଚାହିଁଲେ?\n

ପୀଲାତ ବୁଝିଲେ ଯେ ଯୀଶୁଙ୍କୁ ଈର୍ଷାରେ ପ୍ରଧାନ ଯାଜକମାନେ ତାହାଙ୍କ ହସ୍ତରେ ସମର୍ପଣ କରିଛନ୍ତି।\n

Mark 15:11

ଲୋକସମୂହ କାହାକୁ ମୁକ୍ତ କରିବାକୁ ଚିତ୍କାର କଲେ?\n

ବାରବ୍ବାଙ୍କୁ ମୁକ୍ତ କରିବା ନିମନ୍ତେ ଲୋକସମୂହ ଚିତ୍କାର କରିଥିଲେ।\n

Mark 15:12-16

ଯିହୂଦୀମାନଙ୍କର ରାଜାଙ୍କ ସହ କ’ଣ କରିବା ଉଚିତ ବୋଲି ଲୋକସମୂହ କହିବାକୁ ଲାଗିଲେ?\n

ଲୋକସମୂହ କହିଥିଲେ ଯେ ଯିହୁଦୀମାନଙ୍କର ରାଜା କ୍ରୁଶରେ ବିଦ୍ଧ କରାଯିବା ଉଚିତ।\n

Mark 15:17-20

ସୈନ୍ୟଦଳ ଯୀଶୁଙ୍କୁ କିପରି ପୋଷାକ ପରିଧାନ କରାଇଲେ?\n

ସୈନ୍ୟମାନେ ଯୀଶୁଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ।\n

Mark 15:21

କିଏ ଯୀଶୁଙ୍କ କ୍ରୁଶ ବହନ କଲା?\r\n\n

ଜଣେ ଯାତ୍ରୀ, ଶିମୋନ ନାମକ ଜଣେ କୂରୀଣୀୟ ଲୋକ, ଯୀଶୁଙ୍କ କ୍ରୁଶ ବହନ କରିବାକୁ ବାଧ୍ୟ ହୋଇଥିଲେ ।\n\n

Mark 15:22-23

ଯେଉଁ ସ୍ଥାନରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାବାକୁ ଆଣିଥିଲେ ସେହି ସ୍ଥାନର ନାମ କ’ଣ ଥିଲା?\n

ଗଲ୍‌ଗଥା, ଅର୍ଥାତ୍‍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ।\n

Mark 15:24-25

ଯୀଶୁଙ୍କ ବସ୍ତ୍ରସବୁ ସହିତ ସୈନ୍ୟମାନେ କ’ଣ କଲେ?\n

ସୈନ୍ୟମାନେ ଯୀଶୁଙ୍କ ବସ୍ତ୍ରସବୁ ନିମନ୍ତେ ଗୁଲିବାଣ୍ଟ କଲେ।\n

Mark 15:26-28

ସୈନ୍ୟମାନେ ଅଭିଯୋଗ ଲିପିରେ ଯୀଶୁଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଲେଖିଥିଲେ?\n

ସୈନ୍ୟମାନେ ଏହି ଅଭିଯୋଗ ଲିପିରେ “ଯିହୁଦୀମାନଙ୍କର ରାଜା” ଲେଖିଥିଲେ।\n

Mark 15:29-30

ସେହି ବାଟ ଦେଇ ଯାଉଥିବା ଲୋକମାନେ ଯୀଶୁଙ୍କ କ’ଣ କରିବାକୁ କହୁଥିଲେ?\n

ସେହି ବାଟ ଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କରିବାକୁ କହୁଥିଲେ।\n

Mark 15:31

ପ୍ରଧାନ ଯାଜକମାନେ ଯୀଶୁ କ’ଣ କଲେ ସେମାନେ ବିଶ୍ୱାସ କରିବେ ବୋଲି କହିଲେ?\n

ପ୍ରଧାନ ଯାଜକମାନେ କହିଥିଲେ ଯେ ଯୀଶୁ କ୍ରୁଶରୁ ଓହ୍ଲାଇ ଆସିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କରିବେ।\n

Mark 15:32

ପ୍ରଧାନ ଯାଜକମାନେ ଯୀଶୁଙ୍କୁ ଉପହାସ କଲାବେଳେ କେଉଁ ଆଖ୍ୟା ବ୍ୟବହାର କଲେ?\n

ପ୍ରଧାନ ଯାଜକମାନେ ଯୀଶୁଙ୍କୁ ଇସ୍ରାଏଲର ରାଜା ଖ୍ରୀଷ୍ଟ ବୋଲି କହି ପରିହାସ କରୁଥିଲେ।\n

Mark 15:33

ଷଷ୍ଠ ପ୍ରହରରେ କ’ଣ ଘୋଟିଲା?\n

ଷଷ୍ଠ ପ୍ରହରରେଦେଶଯାକ ଅନ୍ଧକାର ଅନ୍ଧକାର ହେଲା।\n

Mark 15:34-36

ନବମ ପ୍ରହରରେ ଯୀଶୁ ଉଚ୍ଚସ୍ୱରରେ କ’ଣ କହିଲେ?\n

ଯୀଶୁ ଉଚ୍ଚସ୍ୱରରେ କହିଲେ, “ହେ ମୋହର ଈଶ୍ଵର, ହେ ମୋହର ଈଶ୍ଵର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ?”\n

Mark 15:37

ଯୀଶୁ ପ୍ରାଣତ୍ୟାଗ କରିବା ପୂର୍ବରୁ କ'ଣ କଲେ?\n

ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ।\n

Mark 15:38

ଯୀଶୁଙ୍କ ମୃତ୍ୟୁପରେ ମନ୍ଦିରରେ କ’ଣ ହେଲା?\n

ଯୀଶୁଙ୍କ ମୃତ୍ୟୁ ପରେ ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା।\n

Mark 15:39-41

ଶତ-ସେନାପତି ଯୀଶୁଙ୍କର ଏହି ପ୍ରକାର ପ୍ରାଣତ୍ୟାଗ କରିବା ଦେଖି କ'ଣ କହିଲେ?\n

ଶତ-ସେନାପତି କହିଲେ ଯେ ସତ୍ୟ, ଏହି ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଥିଲେ।\n

Mark 15:42

କେଉଁ ଦିନ ଯୀଶୁ ମୃତ୍ୟୁବରଣ କଲେ?\n

ବିଶ୍ରାମବାରର ପୂର୍ବ ଦିନ ଯୀଶୁ ମୃତ୍ୟୁ ବରଣ କଲେ।\n

Mark 15:43-47

ଯୀଶୁ ମୃତ୍ୟୁବରଣ କଲା ପରେ ହାରାମାଥୀୟାର ଯୋଷେଫ କ’ଣ କଲେ?\n

ହାରାମାଥୀୟାର ଯୋଷେଫ ଯୀଶୁଙ୍କୁ କ୍ରୁଶ ଉପରୁ ତଳକୁ ଓହ୍ଲାଇ ଆଣିଲେ, ତାହାଙ୍କୁ ସୂକ୍ଷ୍ମ ବସ୍ତ୍ର ଗୁଡ଼ାଇଲେ, ଏବଂ ତାହାଙ୍କୁ ଏକ କରରରେ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ।\n

Mark 16

Mark 16:1-3

କେତେବେଳେ ସ୍ତ୍ରୀମାନେ ଯୀଶୁଙ୍କ ଶରୀରକୁ ମଖାଇଦେବାକୁ ତାହାଙ୍କ ସମାଧି ନିକଟକୁ ଗଲେ?\n

ସପ୍ତାହର ପ୍ରଥମ ଦିନରେ ସୂର୍ଯ୍ୟ ଉଦୟ ହେବା ପରେ ସ୍ତ୍ରୀମାନେ କବରକୁ ଯାଇଥିଲେ।\n

Mark 16:4

ପ୍ରବେଶ ପଥରେ ବହୁତ ବଡ଼ ପଥର ଥିଲେ ସୁଦ୍ଧା ସ୍ତ୍ରୀମାନେ କବର ଭିତରକୁ କିପରି ପ୍ରବେଶ କଲେ?\n

କେହି ଜଣେ ପ୍ରବେଶ ପଥରୁ ବହୁତ ବଡ଼ ପଥର ଗଡ଼ାଇ ଦେଇଅଛି।\n

Mark 16:5

ଯେତେବେଳେ ସ୍ତ୍ରୀଲୋକମାନେ କବରରେ ପ୍ରବେଶ କଲେ ସେମାନେ କ'ଣ ଦେଖିଲେ?\n

ସ୍ତ୍ରୀଲୋକମାନେ ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଡାହାଣ ପାର୍ଶ୍ୱରେ ବସିଥିବାର ଦେଖିଲେ।\n

Mark 16:6

ସେହି ଯୁବକ ଜଣକ ଯୀଶୁଙ୍କ ବିଷୟରେ କ'ଣ କହିଲେ?\n

ସେହି ଯୁବକ ଜଣକ କହିଲେ ଯୀଶୁ ପୁନରୁ‌ତ୍‌ଥିତ ହୋଇଛନ୍ତି ଏବଂ ସେ ସେଠାରେ ନାହାଁନ୍ତି।\n

Mark 16:7-8

ଶିଷ୍ୟମାନେ ଯୀଶୁଙ୍କୁ କେଉଁଠାରେ ଭେଟିବେ ବୋଲି ଯୁବକ ଜଣକ କହିଥିଲେ?\n

ସେହି ଯୁବକ ଜଣକ ଶିଷ୍ୟମାନେ ଗାଲିଲୀରେ ଯୀଶୁଙ୍କୁ ଭେଟିବ ବୋଲି କହିଲେ।\n

Mark 16:9-10

ଯୀଶୁ ପୁନରୁତ୍ଥାନ ପରେ ପ୍ରଥମେ କାହାକୁ ଦର୍ଶନ ଦେଲେ?\n

ଯୀଶୁ ପ୍ରଥମେ ମଗ୍‌ଦଲୀନୀ ମରୀୟମଙ୍କୁ ଦର୍ଶନ ଦେଲେ।\n

Mark 16:11-12

ଯେତେବେଳେ ମରୀୟମ ସେମାନଙ୍କୁ ଯୀଶୁଙ୍କୁ ଜୀବନ୍ତ ଦେଖିଥିବାର କହିଥିଲେ, ଯୀଶୁଙ୍କ ଶିଷ୍ୟମାନେ କିପରି ପ୍ରତିକ୍ରିୟା କଲେ?\n

ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ।\n

Mark 16:13

ଯୀଶୁଙ୍କ ଶିଷ୍ୟମାନଙ୍କ ପ୍ରତିକ୍ରିୟା କିପରି ଥିଲା ଯେତେବେଳେ ଅନ୍ୟ ଦୁଇ ଜଣ ସେମାନଙ୍କୁ କହିଥିଲେ ଯେ ସେମାନେ ଯୀଶୁଙ୍କୁ ଜୀବନ୍ତ ଦେଖିଅଛନ୍ତି?\n

ସେଥିରେ ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ।\n

Mark 16:14

ଯେତେବେଳେ ସେ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ, ଯୀଶୁ ସେମାନଙ୍କ ଅବିଶ୍ୱାସ ବିଷୟରେ ସେମାନଙ୍କୁ କ’ଣ କହିଲେ?\n

ଯୀଶୁ ସେମାନଙ୍କର ଅବିଶ୍ୱାସ ହେତୁ ଶିଷ୍ୟମାନଙ୍କୁ ଅନୁଯୋଗ କଲେ।\n

Mark 16:15

ଯୀଶୁ ଶିଷ୍ୟମାନଙ୍କୁ କେଉଁ ଆଦେଶ ଦେଲେ?\n

ଯୀଶୁ ଶିଷ୍ୟମାନଙ୍କୁ ସମସ୍ତ ଜଗତକୁ ଯାଇ ସୁସମାଚାର ପ୍ରଚାର କରିବାକୁ ଆଦେଶ ଦେଲେ।\n

Mark 16:16

କିଏ ଉଦ୍ଧାର ପାଇବ ବୋଲି ଯୀଶୁ କହିଥିଲେ?\n

ଯୀଶୁ କହିଥିଲେ ଯେ ବିଶ୍ୱାସ କରେ ଏବଂ ଯେ ବାପ୍ତିଜିତ ହୁଏ ସେମାନେ ଉଦ୍ଧାର ପାଇବେ।\n

କିଏ ଦଣ୍ଡାଜ୍ଞା ପାଇବ ବୋଲି ଯୀଶୁ କହିଲେ?\n

ଯୀଶୁ କହିଥିଲେ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନେ ଦଣ୍ଡାଜ୍ଞା ପାଇବେ।\n

Mark 16:17-18

ଯେଉଁମାନେ ବିଶ୍ୱାସ କରିବେ କେଉଁ ଚିହ୍ନ ସେମାନଙ୍କ ସହ ଅନୁବର୍ତ୍ତୀ ହେବ ବୋଲି ଯୀଶୁ କହିଥିଲେ?\n

ଯୀଶୁ କହିଥିଲେ ଯେଉଁମାନେ ବିଶ୍ଵାସ କରନ୍ତି ସେମାନେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ପ୍ରାଣନାଶକ କୌଣସି ପଦାର୍ଥରେ କିଛି କ୍ଷତି ହେବ ନାହିଁ; ଏବଂ ଅନେକ ପୀଡ଼ିତମାନଙ୍କୁ ସୁସ୍ଥ କରିବେ।\n

Mark 16:19

ଯୀଶୁ ଶିଷ୍ୟମାନଙ୍କ ସହ କଥାବାର୍ତ୍ତା କରିବା ପରେ ତାହାଙ୍କ ପ୍ରତି କ'ଣ ହେଲା?\n

ସେ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ପରେ ଯୀଶୁ ସ୍ୱର୍ଗରେ ଗୃହୀତ ହେଲେ ଏବଂ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।\n

Mark 16:20

ସେଥିରେ ଶିଷ୍ୟମାନେ କ'ଣ କଲେ?\n

ସେଥିରେ ଶିଷ୍ୟମାନେ ସର୍ବତ୍ର ସ୍ଥାନକୁ ଯାଇ ପ୍ରଚାର କରିବାକୁ ଆରମ୍ଭ କଲେ।\n

ଏହା ପରେ ପ୍ରଭୁ କ'ଣ କଲେ?\n

ଏହା ପରେ ପ୍ରଭୁ ଶିଷ୍ୟମାନଙ୍କ ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।\n